ପୃଥିବୀର ଆରମ୍ଭ ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ। ପ୍ରଥମ ଦିନ-ଆଲୋକ ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା। ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ। ପରମେଶ୍ୱର ସେହି ଆଲୋକର ନାମ ଦେଲେ “ଦିନ” ଏବଂ ଅନ୍ଧକାରର ନାମ ଦେଲେ “ରାତି।” ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହେଲା। ଏହା ପ୍ରଥମ ଦିନ ଥିଲା। ଦ୍ୱିତୀୟ ଦିନ-ଆକାଶ ଏହା ପରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ବୃହତ ଗମ୍ବୁଜ ଜାତ ହୋଇ ଜଳକୁ ଦୁଇଭାଗ କରୁ!” ଏହିପରି ପରମେଶ୍ୱର ତୋରଣ ନିର୍ମାଣ କଲେ ଏବଂ ତୋରଣ ଉପର ଜଳଠାରୁ ତୋରଣ ତଳ ଜଳକୁ ଅଲଗା କଲେ। ତହିଁରେ ସେହିପରି ହେଲା। ପରମେଶ୍ୱର ସେହି ତୋରଣର ନାମ ଦେଲେ “ଆକାଶ” ତା’ପରେ ସେଠାରେ ପ୍ରଭାତ ଏବଂ ସୂର୍ଯ୍ୟାସ୍ତ ହେଲା। ଏବଂ ଏହା ଦ୍ୱିତୀୟ ଦିନ ଥିଲା। ତୃତୀୟ ଦିନ-ସ୍ଥଳ ଭାଗ ଓ ବୃକ୍ଷଲତା ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା। ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ, ବୀଜ ସମ୍ବଳିତ ନିଜ ନିଜ ଜାତି ଅନୁଯାୟୀ ଫଳ ଉତ୍ପନ୍ନ କରୁ,”ଏହିପରି ହେଲା। ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା। ଚତୁର୍ଥ ଦିନ-ସୂର୍ଯ୍ୟ, ଚନ୍ଦ୍ର ଓ ତାରା ସମୂହ ଏହା ପରେ ପରମେଶ୍ୱର କହିଲେ, “ଆକାଶର ତୋରଣରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ସେହି ଜ୍ୟୋତିର୍ଗଣ ରାତ୍ରିରୁ ଦିନକୁ ପୃଥକ କରିବେ। ସେହି ଜ୍ୟୋତିର୍ଗଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦେଖାଇବା ପାଇଁ ଚିହ୍ନ ରୂପେ ବ୍ୟବହୃତ ହେବ। ସେହି ଜ୍ୟୋତିର୍ଗଣ ପୃଥିବୀରେ ଆଲୋକ ଦେବା ପାଇଁ ତୋରଣ ମଧ୍ୟରେ ଥା’ନ୍ତୁ।” ଏବଂ ଏହିପରି ହେଲା। ତେଣୁ ପରମେଶ୍ୱର ଦୁଇଟି ମହାଜ୍ୟୋତି ସୃଷ୍ଟି କଲେ। ପରମେଶ୍ୱର ଦିନରେ କର୍ତ୍ତୃତ୍ୱ କରିବା ପାଇଁ ବଡ଼ ଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ସାନ ଜ୍ୟୋତି ନିର୍ମାଣ କଲେ। ପରମେଶ୍ୱର ତାରାଗଣକୁ ମଧ୍ୟ ସୃଷ୍ଟି କଲେ। ପରମେଶ୍ୱର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣରେ ତାରାଗଣକୁ ମଧ୍ୟ ସୃଷ୍ଟି କଲେ। ପରମେଶ୍ୱର ଦୀପ୍ତିଗଣକୁ ଆକାଶ ମଣ୍ଡଳରେ ଦିନ ଓ ରାତ୍ରିକୁ କର୍ତ୍ତୃତ୍ୱ କରିବା ପାଇଁ ସ୍ଥାପନ କଲେ। ଏହି ଜ୍ୟୋତିର୍ଗଣ ଅନ୍ଧକାରରୁ ଆଲୋକକୁ ପୃଥକ କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଏବଂ ସକାଳ ହେଲା। ଏହା ଚତୁର୍ଥ ଦିବସ ଥିଲା। ପଞ୍ଚମ ଦିନ-ମାଛ ଏବଂ ପକ୍ଷୀଗଣ ଏହା ପରେ ପରମେଶ୍ୱର କହିଲେ, “ଜଳ ଜୀବିତ ପ୍ରାଣୀରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତୋରଣ ତଳେ ଉଡ଼ନ୍ତୁ।” ତେଣୁ ପରମେଶ୍ୱର ନିଜ ନିଜ ଜାତି ପ୍ରକାରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ, ଯେଉଁମାନେ ସମୁଦ୍ରରେ ରହନ୍ତି। ପରମେଶ୍ୱର ଆକାଶରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ପରମେଶ୍ୱର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, ବହୁବଂଶ ହୋଇ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହୁଅନ୍ତୁ। ସନ୍ଧ୍ୟା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା। ଷଷ୍ଠ ଦିନ-ସ୍ଥଳଚର ପ୍ରାଣୀ ଓ ମନୁଷ୍ୟ ଏହା ପରେ ପରମେଶ୍ୱର କହିଲେ, “ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ରେଣୀ ଅନୁସାରେ ବନ୍ୟଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ।” ଏହା ପରେ ସେହିପରି ହେଲା। ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।” ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।” ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜୋଉତ୍ପାଦକ ଗଛ ଦେଉଛି ଏବଂ ପ୍ରତ୍ୟେକ ଗଛ ଯାହାର ଫଳ ମଧ୍ୟରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହେବ। ସମସ୍ତ ଗ୍ଭରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦେଲି, ଆକାଶରେ ଉଡ଼ୁଥିବା ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ଭୂଚର ପ୍ରାଣୀ ଏବଂ ପ୍ରତ୍ୟେକ ଜୀବନ୍ତ ଏବଂ ନିଶ୍ୱାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦେଲି।” ଏବଂ ଏହିପରି ହେଲା। ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା’ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା। ସପ୍ତମ ଦିନ-ବିଶ୍ରାମ ଏହିପରି ଭାବରେ, ପରମେଶ୍ୱର ଆକାଶମଣ୍ଡଳରେ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ। ସପ୍ତମ ଦିନରେ, ପରମେଶ୍ୱର ସୃଷ୍ଟିର ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନରେ ପରମେଶ୍ୱର ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ। ତା’ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ। ମନୁଷ୍ୟର ସୃଷ୍ଟି ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ। ସେହି ସମୟରେ କୌଣସି ବୁଦା ବା ଘାସ ବଢ଼ି ନ ଥିଲା, ସଦାପ୍ରଭୁ ପୃଥିବୀରେ ବର୍ଷା କରାଇ ନ ଥିଲେ। କାରଣ ପୃଥିବୀର ଯତ୍ନ ନେବା ପାଇଁ କେହି ନ ଥିଲେ। ଭୂମିରେ କାକର ପଡ଼ି ସମସ୍ତ ପୃଥିବୀକୁ ସନ୍ତସନ୍ତିଆ କଲା। ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା’ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏହା ପରେ ସଦାପ୍ରଭୁ ପରମେଶ୍ୱର, ଏଦନର ପୂର୍ବ ଦିଗରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସେଠାରେ ସେ ସୃଷ୍ଟି କରିଥିବା ମନୁଷ୍ୟକୁ ରଖିଲେ। ସଦାପ୍ରଭୁ ପରମେଶ୍ୱର ପ୍ରତ୍ୟେକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀରେ ସୃଷ୍ଟି କଲେ। ସେହିପରି ଭାବରେ ଉଦ୍ୟାନର ମଧ୍ୟଭାଗରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷୟରେ ଜ୍ଞାନ ଦେବା ବୃକ୍ଷ ମଧ୍ୟ ଉତ୍ପନ୍ନ କଲେ। ଗୋଟିଏ ନଦୀ ଏଦନରୁ ପ୍ରବାହିତ ହୋଇ ଉଦ୍ୟାନକୁ ଜଳ ଦିଏ। ଏହା ପରେ ସେହି ନଦୀ ଗ୍ଭରି ଭାଗରେ ବିଭକ୍ତ ହେଲା। ପ୍ରଥମ ନଦୀର ନାମ ପିଶୋନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚତୁର୍ପାର୍ଶ୍ୱ ଦେଇ ବହିଗଲା, ଯେଉଁ ସ୍ଥାନରେ ସୁବର୍ଣ୍ଣ ଅଛି। ସେହି ଦେଶରେ ଚିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମେଦକମଣି ଅଛି। ଦ୍ୱିତୀୟ ନଦୀର ନାମ ଗୀହୋନ୍ ଥିଲା। ଏହା ସମସ୍ତ କୁଶ ଦେଶକୁ ବ୍ୟାପିଥିଲା। ତୃତୀୟ ନଦୀର ନାମ ହିଦ୍ଦେକଲ୍ ଥିଲା, ଏହା ଅଶୂରିୟ ଦେଶର ସମ୍ମୁଖ ଦେଇ ଗମନ କରେ ଏବଂ ଚତୁର୍ଥ ନଦୀର ନାମ ଫରାତ୍ ଥିଲା। ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନରେ କୃଷିକର୍ମ ଓ ତାହାର ଯତ୍ନ ନେବା ପାଇଁ ନିଯୁକ୍ତ କଲେ। ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, “ତୁମ୍ଭେ ଉଦ୍ୟାନର ଯେକୌଣସି ଗଛର ଫଳ ଖାଇ ପାରିବ। କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସେହି ବୃକ୍ଷର ଫଳ ଖାଇବ ତୁମ୍ଭେ ସେହି ଦିନ ମରିବ!” ପ୍ରଥମ ନାରୀ ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।” ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ’ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା। ମନୁଷ୍ୟ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶରେ ଉଡ଼ୁଥିବା ପକ୍ଷୀ ଏବଂ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା’ ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନ ଥିଲା। ତା’ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଘୋର ନିଦ୍ରାରେ ଶୁଆଇ ଦେଲେ। ସେ ତା’ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସେହି କ୍ଷତ ବନ୍ଦ କରିଦେଲେ। ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ। ସେହି ମନୁଷ୍ୟ କହିଲା, “ସେ ମୋ’ ପରି, ତା’ର ହାଡ଼ ମୋର ହାଡ଼ରୁ ଆସିଛି। ତା’ର ଶରୀର ମୋର ଶରୀରରୁ ଆସିଛି। ଯେହେତୁ ସେ ନରଠାରୁ ଆସିଛି, ତାହାର ନାମ ‘ନାରୀ।’” ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ। ମନୁଷ୍ୟ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସେମାନେ ଲଜ୍ଜାବୋଧ କରୁ ନ ଥିଲେ। ପାପର ଆରମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧ୍ୟରେ ସର୍ପ ସମସ୍ତଙ୍କଠାରୁ ଚତୁର ଥିଲା। ସର୍ପଟି ସ୍ତ୍ରୀଲୋକଟିକୁ କହିଲା, “ଏହା କ’ଣ ସତ୍ୟ ଯେ ପରମେଶ୍ୱର ଉଦ୍ୟାନର କୌଣସି ବୃକ୍ଷର ଫଳ ନ ଖାଇବା ପାଇଁ ତୁମ୍ଭଙ୍କୁ କହିଲେ?” ସ୍ତ୍ରୀଲୋକଟି କହିଲା, “ଆମ୍ଭେ ବୃକ୍ଷଗୁଡ଼ିକର ଫଳ ଖାଇ ପାରିବୁ। କିନ୍ତୁ ଉଦ୍ୟାନ ମଧ୍ୟସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ୱର ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଉଦ୍ୟାନ ମଝିରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତେବେ ମରିବ।’” କିନ୍ତୁ ସର୍ପ ସ୍ତ୍ରୀଲୋକଟିକୁ କହିଲା, “ତୁମ୍ଭେ ମରିବ ନାହିଁ। ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।” ସେହି ସ୍ତ୍ରୀଲୋକଟି ଦେଖିଲା ଯେ, ସେହି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସେହି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ୱାମୀକୁ ଖାଇବାକୁ ଦେଲା ଏବଂ ସେ ମଧ୍ୟ ତାହାକୁ ଖାଇଲା। ସେମାନଙ୍କର ଚକ୍ଷୁ ପ୍ରସନ୍ନ ହେଲା ଏବଂ ସେମାନେ ଜାଣି ପାରିଲେ ଯେ, ସେମାନେ ଉଲଗ୍ନ। ତେଣୁ ସେମାନେ କିଛି ଡିମ୍ବିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ବସ୍ତ୍ର ଭାବରେ ଗ୍ରହଣ କଲେ। ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ। ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଡାକିଲେ, “ତୁମ୍ଭେ କେଉଁଠାରେ?” ମନୁଷ୍ୟ ଉତ୍ତର ଦେଲା, “ମୁଁ ତୁମ୍ଭେ ଉଦ୍ୟାନରେ ଗ୍ଭଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚିଲି।” ସଦାପ୍ରଭୁ ପରମେଶ୍ୱର ଆଦମକୁ କହିଲେ, “ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କ’ଣ ଉଦ୍ୟାନର ସେହି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି?” ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।” ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?” ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।” ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଯେହେତୁ ତୁମ୍ଭେ ଏହା କରିଅଛ, ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ, ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ। ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି। ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି। ତୁମ୍ଭେ ତା’ର ପିଲାର ଗୋଇଠିକୁ କାମୁଡ଼ିବ, କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।” ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭର କାର୍ଯ୍ୟଭାର ଏବଂ ତୁମ୍ଭର ଗର୍ଭବେଦନା ମଧ୍ୟ ବଢ଼ାଇବି। ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ। ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।” ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ, “ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ। ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ। ତୁମ୍ଭେ ମରିବା ପର୍ଯ୍ୟନ୍ତ ମୂଖର ଝାଳରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆଯାଇଛ, ଏଣୁ ଧୂଳିକୁ ଫେରିଯିବ।” ମନୁଷ୍ୟ ତା’ର ସ୍ତ୍ରୀର ନାମ ହବା, ଦେଲା। ଆଦମ ତା’ର ଏପରି ନାମକରଣ କରିଥିଲା, କାରଣ ସେ ଥିଲା ଜୀବିତ ପ୍ରାଣୀମାନଙ୍କ ସକଳର ମାତା। ସଦାପ୍ରଭୁ ପରମେଶ୍ୱର ତାଙ୍କ ପାଇଁ ଚମଡ଼ାର ବସ୍ତ୍ର ତିଆରି କରି ତାଙ୍କୁ ପିନ୍ଧାଇଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ଖାଇବା ଉଚିତ୍ ନୁହଁ। ଯଦି ସେ ଏହା ଖାଇଥା’ନ୍ତା, ସେ ଅମର ହୋଇଥା’ନ୍ତା।” ତେଣୁ ସଦାପ୍ରଭୁ ପରମେଶ୍ୱର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ନିଯୁକ୍ତ କଲେ। ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖ‌‌‌‌ଡ଼୍‌‌‌‌ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ। ପ୍ରଥମ ପରିବାର ଯେତେବେଳେ ସେହି ମନୁଷ୍ୟ ତା’ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।” ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ। ପ୍ରଥମ ହତ୍ୟା କିଛି ସମୟ ପରେ, କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲା ଏବଂ ହେବଲ ନିଜର ପ୍ରଥମଜାତ ମେଷ ଆଣିଲା ଏବଂ ସେମାନଙ୍କର ସର୍ବୋତ୍ତମ ଅଂଶ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ। *** କିନ୍ତୁ ସଦାପ୍ରଭୁ କୟିନକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଏଣୁ କୟିନ ବହୁତ କ୍ରୋଧ ଏବଂ ଦୁଃଖ କଲା। ସଦାପ୍ରଭୁ କୟିନକୁ ପଗ୍ଭରିଲେ, “କାହିଁକି ତୁମ୍ଭେ କ୍ରୋଧ କରୁଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ? ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।” କୟିନ ତା’ର ଭାଇ ହେବଲକୁ କହିଲା, “ଗ୍ଭଲ କ୍ଷେତକୁ ଯିବା।” ତେଣୁ କୟିନ ଏବଂ ହେବଲ କ୍ଷେତକୁ ବାହାରି ଗଲେ। ଏହା ପରେ କୟିନ ହେବଲକୁ ଆକ୍ରମଣ କରି ହତ୍ୟା କଲା। ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ତୁମ୍ଭର ଭାଇ ହେବଲ କେଉଁଠି?” କୟିନ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ଏହା କ’ଣ ମୋର କାମ ଯେ ମୋର ଭାଇର ମୁଁ ଯତ୍ନ ନେବି ଓ ଜଗି ରହିବି?” ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି। ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ। ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।” ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ! ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।” ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ। କୟିନର ପରିବାର ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା। କୟିନ ତା’ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା’ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା’ର ନାମ ଦେଲା “ହନୋକ।” ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁୟାୟେଲ। ମହୁୟାୟେଲର ଏକ ପୁତ୍ର ଥିଲା ଯାହାର ନାମ ମଥୁଶାୟେଲ ଓ ମଥୁଶାୟେଲର ଏକ ପୁତ୍ର ଥିଲା ଯାହାର ନାମ ଲେମକ। ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣକର ନାମ ଆଦା ଓ ଅନ୍ୟ ଜଣକର ନାମ ଥିଲା ସିଲ୍ଲା। ଆଦା ଜାବଳକୁ ଜନ୍ମ ଦେଲା, ସେ ତମ୍ବୁନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସେମାନେ ଗୋରୁଗାଈ ଚରାଇ ଜୀବିକା ନିର୍ବାହ କରୁଥିଲେ। ଜାବଳର ଭାଇର ନାମ ଥିଲା ଯୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। ସିଲ୍ଲାର ଗର୍ଭରୁ ତୁବଲ-କୟିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କୟିନର ନୟମା ନାମ୍ନୀ ଏକ ଭଉଣୀ ଥିଲା। ଲେମକ ତା’ର ସ୍ତ୍ରୀମାନଙ୍କୁ କହିଲା, “ହେ ଆଦା ଓ ସିଲ୍ଲା, ମୋ’ କଥା ଶୁଣ! ହେ ଲେମକର ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ, ଜଣେ ଲୋକ ମୋତେ ଆଘାତ ଦେଲା ତେଣୁ ମୁଁ ତାକୁ ମାରିଦେଲି। ଜଣେ ଶିଶୁ ମୋତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦେଲି। ଯେବେ କୟିନର ହତ୍ୟାର ପ୍ରତିଶୋଧ ବହୁତ ହେବ। ତେବେ ମୋତେ ହତ୍ୟା କରିବାର ଦଣ୍ଡ ତା’ଠାରୁ ଅନେକ ଗୁଣରେ କଠୋର ହେବ।” ଆଦମ ଏବଂ ହବାଙ୍କର ଅନ୍ୟ ଏକ ପୁତ୍ର ଆଦମ ପୁନର୍ବାର ତା’ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ତାକୁ ଶେଥ ବୋଲି ଡାକିଲା। ହବା କହିଲା, “ପରମେଶ୍ୱର ହେବଲର ପ୍ରତିବଦଳରେ ଆଉ ଗୋଟିଏ ପୁତ୍ର ଦେଇଛନ୍ତି, କାରଣ କୟିନ ତାହାକୁ ହତ୍ୟା କଲା।” ଶେଥର ଏକ ପୁତ୍ର ଥିଲା, ସେ ତା’ର ନାମ ଈନୋଶ ଦେଇଥିଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ଆଦମର ବଂଶାବଳୀର ଇତିହାସ ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ” ଦେଲେ। ଆଦମକୁ 130 ବର୍ଷ ହେବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଦେଖିବାକୁ ସେ ଠିକ୍ ଆଦମଙ୍କର ପରି ଥିଲା। ଆଦମ ତା’ର ନାମ ଶେଥ ଦେଇଥିଲା। ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲା। ସେହି ସମୟରେ ଆଉ ପୁତ୍ରକନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଆଦମ ମୋଟ 930 ବର୍ଷ ବଞ୍ଚି ମୃତ୍ୟୁବରଣ କଲା। ଶେଥ 105 ବର୍ଷ ବୟସରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ। ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସେହି ସମୟ ମଧ୍ୟରେ ଶେଥର ଅନ୍ୟପୁତ୍ର ଓ କନ୍ୟାମାନେ ଜନ୍ମ ହେଲେ। ଏହା ପରେ ଶେଥ ମୋଟ 912 ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କଲା। ଈନୋଶର ନବେ ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମିଥିଲା। ତା’ର ନାମ ଥିଲା କୟିନାନ୍। କୟିନାନର ଜନ୍ମ ପରେ ଈନୋଶ 815 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତାହାର ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ହେଲେ। ଏହିପରି ଈନୋଶ ମୋଟ 905 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା। କୟିନାନ ସତୁରି ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମ କଲା, ତାହାର ନାମ ମହଲଲେଲ। ମହଲଲେଲ ଜନ୍ମ ହେବାପରେ କୟିନାନ 840 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ କୟିନାନର ଅନ୍ୟ ପୁତ୍ର ଓ କନ୍ୟାଗଣ ଜନ୍ମ ହେଲେ। ଏହିପରି ଭାବରେ କୟିନାନ 910 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା। ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲା। ଯେରଦ ଜନ୍ମ ହେଲା ପରେ ମହଲଲେଲ 830 ବର୍ଷ ବଞ୍ଚିଲା ଏବଂ ସେହି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଭାବରେ ମହଲଲେଲ 895 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା। ଯେରଦକୁ ଯେତେବେଳେ 162 ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲା, ତାହାର ନାମ ହନୋକ। ହନୋକ ଜନ୍ମ ହେଲା ପରେ, ଯେରଦ 800 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଭାବରେ ଯେରଦ 962 ବର୍ଷ ବଞ୍ଚି ମୃତ୍ୟୁବରଣ କଲା। ହନୋକ 65 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶେଲହ। ମଥୂଶେଲହ ଜନ୍ମ ହେବା ପରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଅନୁସରଣ କଲେ। ଆହୁରି ମଧ୍ୟ ଅନ୍ୟ ପୁତ୍ର ଏବଂ କନ୍ୟାଗଣ ତାଙ୍କଠାରୁ ଜନ୍ମ ନେଲେ। ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ। ଦିନେ, ଯେତେବେଳେ ହନୋକ ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ, ସେ ଅନ୍ତର୍ଦ୍ଧାନ ହେଲେ, ଯେହେତୁ ତାଙ୍କୁ ପରମେଶ୍ୱର ନେଇଗଲେ। ମଥୁଶେଲହ 187 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲା। ତାହାର ନାମ ଲେମକ। ଲେମକର ଜନ୍ମ ପରେ ମଥୂଶେଲହ 782 ବର୍ଷ ବଞ୍ଚିଲା ଏବଂ ସେ ଆହୁରି ଅନେକ ପୁତ୍ରକନ୍ୟାମାନଙ୍କୁ ଜନ୍ମ ଦେଇଥିଲା। ମଥୁଶେଲହ ମୋଟ 969 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା। ଯେତେବେଳେ ଲେମକକୁ 182 ବର୍ଷ ବୟସ ହୋଇଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। ଲେମକ ତା’ର ନାମ ରଖିଲା ନୋହ। ସେ କହିଲା, “ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବ।” ନୋହ ଜନ୍ମ ହେବାପରେ ଲେମକ 595 ବର୍ଷ ବଞ୍ଚିଲା ଏବଂ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ ଦେଇଥିଲା। ସେ ମୋଟ 777 ବର୍ଷ ବଞ୍ଚି ମୃତ୍ୟୁବରଣ କଲା। ଏହା ପରେ ନୋହଙ୍କୁ ଯେତେବେଳେ 500 ବର୍ଷ ବୟସ ହୋଇଥିଲା ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶେମ, ହାମ ଓ ଯେଫତ୍। ଲୋକମାନେ ଦୁଷ୍ଟ ପ୍ରକୃତିର ହେଲେ ପୃଥିବୀରେ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ମନୁଷ୍ୟମାନଙ୍କର ଅନେକ କନ୍ୟାଜାତ ହେଲେ। ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।” *** *** ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା। ତେଣୁ ସଦାପ୍ରଭୁ କହିଲେ, “ମୁଁ ସମସ୍ତ ମନୁଷ୍ୟକୁ ଧ୍ୱଂସ କରି ଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ୟ, ପଶୁ ଏବଂ ପ୍ରତ୍ୟେକ ଖେଚର ପ୍ରାଣୀମାନଙ୍କୁ ଧ୍ୱଂସ କରି ଦେବି। ଏବଂ ଆକାଶର ସମସ୍ତ ପକ୍ଷୀକୂଳକୁ ମଧ୍ୟ ଧ୍ୱଂସ କରି ଦେବି। କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।” କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପାତ୍ର ଥିଲେ। ନୋହ ଏବଂ ପ୍ରଳୟଙ୍କାରି ବନ୍ୟା ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। ନୋହଙ୍କର ତିନୋଟି ପୁତ୍ର ଥିଲେ। ସେମାନେ ହେଲେ ଶେମ, ହାମ ଓ ଯେଫତ୍। ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ, ପୃଥିବୀ ଭ୍ରଷ୍ଟାଗ୍ଭରିତା ହୋଇଅଛି। ସମସ୍ତ ସ୍ଥାନରେ ଅତ୍ୟାଗ୍ଭର ଥିଲା, ସବୁ ଲୋକମାନେ ମନ୍ଦ ଓ ନିଷ୍ଠୁର ହୋଇଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଛି। *** ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା’ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। “ସେହି ଜାହାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଏବଂ ତାହାର ଉଚ୍ଚତା ତିରିଶ୍ ହାତ ହେବ। ଉପରୁ ଏକ ହାତ ଛାଡ଼ି ଝରକା କରିବ। ସେହି ଜାହାଜର ପାର୍ଶ୍ୱରେ ଗୋଟିଏ ଦ୍ୱାର ରହିବ। ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚଟାଣ ବନାଇବ। “ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ। ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି। ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଙ୍ଗରେ ଧରି ଜାହାଜରେ ପ୍ରବେଶ କରିବ। ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ। ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।” ତହିଁରେ ନୋହ ସେହିପରି କଲେ। ନୋହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ। ବନ୍ୟାର ଆରମ୍ଭ ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର। ତୁମ୍ଭେ ତୁମ୍ଭ ସହିତ ସାତ ଯୋଡ଼ି ଶୁଚି ପଶୁ ଓ ଏକ ଯୋଡ଼ି ଅଶୁଚି ପଶୁ ନେଇ ଆସିବ। ପ୍ରତ୍ୟେକ ଯୋଡ଼ିରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚୟ ରହିବ। ପ୍ରତ୍ୟେକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ଯୋଡ଼ି ସଙ୍ଗରେ ନିଅ, ବଂଶ ରକ୍ଷା କରିବା ପାଇଁ। ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।” ନୋହ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସମସ୍ତ କାର୍ଯ୍ୟ କଲେ। ବନ୍ୟା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ। ସମସ୍ତ ପଶୁଗୁଡ଼ିକ ଶୁଚି ଓ ଅଶୁଚି ଓ ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ଯାଇ ଭିତରକୁ ଗଲେ। ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। ସାତ ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା। ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। *** *** ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ, ସେହି ଜାହଜକୁ ପ୍ରବେଶ କଲେ। ସବୁ ପ୍ରକାରର ଗୃହପାଳିତ ପଶୁ, ସବୁପ୍ରକାର ଉରୋଗାମୀ ସବୁଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ। ନୋହଙ୍କ ସହିତ ଏହି ସମସ୍ତ ଜୀବ ଜାହାଜ ମଧ୍ୟରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ଯୋଡ଼ା ଯୋଡ଼ା ହୋଇ ଆସିଲେ। ପରମେଶ୍ୱରଙ୍କର ଆଜ୍ଞାନୁସାରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରତ୍ୟେକ ପ୍ରକାରର ଜାହାଜ ମଧ୍ୟକୁ ପ୍ରବେଶ କଲେ, ଏହା ପରେ ସଦାପ୍ରଭୁ ଜାହାଜର ଦ୍ୱାର ବନ୍ଦ କରିଦେଲେ। ଗ୍ଭଳିଶ୍ ଦିନ ପୃଥିବୀରେ ଜଳପ୍ଳାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା। ପୃଥିବୀରେ କ୍ରମାନ୍ୱୟରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥିରେ ଜାହାଜ ଭାସିବାକୁ ଆରମ୍ଭ କଲା। ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା। ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚଢ଼ି ରହିଲା। ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ। *** ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିହ୍ନ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ ପ୍ରାଣୀ, ଖେଚର ପକ୍ଷୀ, ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନୋହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ। ଏହିପରି ଭାବରେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ମଗ୍ନ ହୋଇ ରହିଲା। ବନ୍ୟା ଶେଷରେ ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା। ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା। ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଗ୍ଭଲିଗଲା। ଏବଂ 150 ଦିନ ପରେ ଜଳପତ୍ତନ ଧୀରେ ଧୀରେ କମିଗଲା। ଏହା ପରେ ସପ୍ତଦଶ ମାସର ସପ୍ତଦଶ ଦିନରେ ଆରାରଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। *** ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା। ଏହା ପରେ ଆହୁରି ଗ୍ଭଳିଶ୍ ଦିନ ଯିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ। ତା’ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସେହି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ଯ୍ୟନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା। ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ। ସେହି କପୋତଟି କୌଣସିଠାରେ ବିଶ୍ରାମ ନେବାକୁ ସ୍ଥାନ ନ ପାଇ ଫେରି ଆସିଲା। କାରଣ ସେ ପର୍ଯ୍ୟନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ୟକୁ ନେଲେ। ସାତ ଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। ସେହି ଦିନ ସନ୍ଧ୍ୟା ସମୟରେ ସେହି କପୋତଟି ତା’ର ଥଣ୍ଟରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ଯାଇଅଛି। ସାତ ଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫେରିଲା ନାହିଁ। ଏହା ପରେ, ନୋହ ଜାହାଜର ଦ୍ୱାର ଖୋଲିଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ଯାଇଛି। ଏହା ଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହଙ୍କୁ ସେତେବେଳେ 601 ବର୍ଷ ହୋଇଥିଲା। ଦ୍ୱିତୀୟ ମାସର ଶତାଇଶ ଦିନ ବେଳକୁ ଭୂମି ପୁରା ଶୁଖି ଯାଇଥିଲା ଏହା ପରେ ପରମେଶ୍ୱର ନୋହଙ୍କୁ କହିଲେ, “ଜାହାଜକୁ ପରିତ୍ୟାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ ତୁମ୍ଭ ସହିତ ସମସ୍ତ ପଶୁଗୁଡ଼ିକୁ ବାହାର କରିଆଣ। ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।” ତେଣୁ ନୋହ ତାଙ୍କର ସ୍ତ୍ରୀ, ତାଙ୍କର ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ବାହାରକୁ ପଳାଇ ଆସିଲେ। ସମସ୍ତ ପଶୁ ଏବଂ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ। ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ। ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି। ଯେପର୍ଯ୍ୟନ୍ତ ପୃଥିବୀ ରହିଛି, ସେପର୍ଯ୍ୟନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ, ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀରେ ଗ୍ଭଲିଥିବ।” ନୂତନର ଆରମ୍ଭ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର। ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ। ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର। କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି। ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି। “ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ। “ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।” ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି। ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା। ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।” ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ। ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ। ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ। ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ। ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।” ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।” ପୁଣି ସମସ୍ୟାମାନ ଦେଖାଗଲା ନୋହଙ୍କର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସେମାନଙ୍କର ନାମ ଶେମ, ହାମ ଓ ଯେଫତ୍ (ହାମ ଥିଲେ କିଣାନର ପିତା) ସେହି ତିନି ଜଣ ଯାକ ନୋହଙ୍କର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନି ଜଣଙ୍କଠାରୁ ଜନ୍ମ ନେଲେ। ନୋହ କୃଷକ ହେଲେ। ସେ କ୍ଷେତ୍ରରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ। ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତାଙ୍କର ଲୁଗାପଟା ଖୋଲିଦେଇ ତାଙ୍କର ତମ୍ବୁରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନ ଥିଲେ। କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଗ୍ଭର ଦେଲେ। ସେତେବେଳେ ଶେମ ଓ ଯେଫତ୍ କାନ୍ଧରେ ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉଲଗ୍ନତା ଆଚ୍ଛାଦନ କଲେ। ସେମାନେ ପଛ କରି ଯାଇଥିବାରୁ ପିତାଙ୍କର ଉଲଗ୍ନତା ଦିଖି ପାରିଲେ ନାହିଁ। ଏହା ପରେ ନୋହ ଉଠିଲେ (ସେ ମଦ୍ୟ ପାନକରି ଶୋଇଥିଲେ)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ’ଣ କରିଛନ୍ତି। ତେଣୁ ନୋହ କହିଲେ, “କିଣାନ ଶାପଗ୍ରସ୍ତ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହେବ।” ନୋହ ମଧ୍ୟ ଏପରି କହିଲେ, “ଶେମ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା କିଣାନ ଶେମର ଦାସ ହେଉ। ପରମେଶ୍ୱର ଯେଫ‌‌‌ତ୍‌‌‌କୁ ବହୁତ ଜମି ଦିଅନ୍ତୁ। ସେ ଶେମର ତମ୍ବୁରେ ବାସ କରୁ। କିଣାନ ତାହାର ଦାସ ହେଉ।” ବନ୍ୟା ପରେ ନୋହ ତିନିଶହ ପଗ୍ଭଶ୍ ବର୍ଷ ବଞ୍ଚିଲେ। ଏହିପରି ନୋହ ମୋଟରେ 950 ବର୍ଷ ବଞ୍ଚିଲେ। ଏହା ପରେ ମୃତ୍ୟୁବରଣ କଲେ। ଜାତିମାନଙ୍କର ବୃଦ୍ଧି ଓ ବିସ୍ତାର ହେଲା ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ। ଯେଫତଙ୍କର ବଂଶାବଳୀ ଯେଫ‌‌‌ତ୍‌‌‌ଙ୍କର ପୁତ୍ରମାନେ ହେଲେ, ଗୋମର, ମାଗୋଗ୍, ମାଦୟ, ତୁବଲ, ଯବନ, ମେଶକ ଓ ତିରସ। ଅସ୍କିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମରର ସନ୍ତାନ। ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ଯବନର ସନ୍ତାନ ଥିଲେ। ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶରେ ନିଜ ନିଜ ଭାଷାନୁଯାୟୀ ବ୍ୟାପ୍ତ ହୋଇ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ! ହାମର ବଂଶାବଳୀ ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ। ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରୟମାର ସନ୍ତାନ। ନିମ୍ରୋଦ୍ କୂଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମି ହେବାକୁ ଲାଗିଲା। ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ ଥିଲେ ବୋଲି ଲୋକମାନେ କହୁଥିଲେ, “ସେ ବ୍ୟକ୍ତି ନିମ୍ରୋଦ୍ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖରେ ଗୋଟିଏ ପରାକ୍ରାନ୍ତ ବ୍ୟାଧ।” ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। ସେହି ଦେଶରୁ ଅଗ୍ରିୟା ବାହାରି ନୀନିବୀ ରହୋବୋତ୍ ପୁରୀ ଓ କେଲହ ଏବଂ ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ ନଗର ସ୍ଥାପନ କଲା। (ରେଷନ ଏକ ପ୍ରଧାନ ନଗର ଥିଲା)। ମିଶରୀୟମ ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୁହୀୟ ଲୋକମାନଙ୍କର ପିତା ଥିଲା। ପଥ୍ରୋଷୀୟ, କ‌ସ୍‌ଲୁହୀୟ ଓ କପ୍ତୋରିୟ (ଏହି ପଲେଷ୍ଟୀୟ ଲୋକମାନେ କ‌ସ୍‌ଲୁହୀୟରୁ ଆସିଲେ।) ସୀଦୋନର ପିତା ଥିଲା କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ୟ ହେତର ପିତାଥିଲା। ହେତର ହେଲେ ଦୀଟାତୀୟମାନଙ୍କର ପିତା। କିଣାନ ମଧ୍ୟ ଯିବୂଷୀୟ, ଇମୋରୀୟ ଓ ଗିର୍ଗାଶୀୟର ପିତା ଥିଲା। ହିବ୍ବୀୟ, ଅର୍କୀୟ ଓ ସୀନିୟ ଅର୍ବଦୀୟ, ସାମରୀୟ ଓ ହମାତୀୟ, ଏହିପରି କିଣାନୀୟମାନଙ୍କର ବଂଶ ବ୍ୟାପିଲା। ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା। ନିଜ ନିଜ ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏ ସମସ୍ତ ହାମର ସନ୍ତାନ। ଶେମର ବଂଶାବଳୀ ଯେଫତର ବଡ଼ଭାଇ ଶେମଙ୍କର ମଧ୍ୟ ସନ୍ତାନସନ୍ତତି ଥିଲେ, ସେହି ଏବର ଯେଫତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲା। ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫ‌କ୍‌ଷଦ ଓ ଲୂଦ୍ ଓ ଅରାମ୍। ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍। ଏବଂ ଅର୍ଫ‌କ୍‌ଷଦର ସନ୍ତାନ ଶେଲହ, ଓ ଶେଲହର ସନ୍ତାନ ଏବର। ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ। ଏବଂ ଯକ୍ତନର ପୁତ୍ର ଅଲମୋଦଦ୍ ଓ ଶେଲପ୍, ହ‌ତ୍‌ସର୍ମାବତ ଓ ଯେରହ। ହଦୋରାମ ଓ ଊଷଲ ଓ ଦିକ୍ଳ। ଓବଲ ଓ ଅବୀମାୟେଲ୍ ଓ ଶିବା। ଓଫୀର, ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ। ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା। ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶେମର ସନ୍ତାନ। ନିଜ ନିଜ ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। ପୃଥିବୀ ଭାଗ ଭାଗ ହେଲା ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ। ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ। ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ। ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା’ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।” ସଦାପ୍ରଭୁ ଲୋକମାନଙ୍କ ଦ୍ୱାରା ତିଆରି ହେଉଥିବା ନଗର ଏବଂ ଦୁର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ। ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ। ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।” ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସେହି ଲୋକମାନେ ନଗର ନିର୍ମାଣ ଶେଷ କରି ପାରିଲେ ନାହିଁ। ସେହି ସ୍ଥାନର ନାମ ବାବିଲ୍ ହେଲା। ଯେହେତୁ ସଦାପ୍ରଭୁ ସେସ୍ଥାନରେ ସମସ୍ତ ପୃଥିବୀର ଭାଷାର ଭେଦ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ। ଶେମର ବଂଶାବଳୀ ଏହା ହେଉଛି ଶେମ ପରିବାରର ବିବରଣୀ, ଯେତେବେଳେ ଶେମକୁ ଏକ ଶହ ବର୍ଷ ହୋଇଥିଲା ଏବଂ ବନ୍ୟାର ଦୁଇ ବର୍ଷ ପରେ ସେ ଅର୍ଫ‌କ୍‌ଷଦର ପିତା ହେଲା। ଏହା ପରେ ଅର୍ଫ‌କ୍‌ଷଦର ଜନ୍ମ ପରେ ଶେମ 500 ବର୍ଷ ବଞ୍ଚିଲା ଓ ପୁତ୍ର ଏବଂ କନ୍ୟାଗଣର ପିତା ହେଲା। ଅର୍ଫ‌କ୍‌ଷଦ ପଞ୍ଚତିରିଶ୍ ବର୍ଷ ବୟସରେ ଶେଲହର ପିତା ହେଲା। ଶେଲହର ପିତା ହେଲା ପରେ, ଅର୍ଫ‌କ୍‌ଷଦ 403 ବର୍ଷ ବଞ୍ଚିଲା ଏବଂ ପୁତ୍ର ଓ କନ୍ୟାଗଣ ଲାଭ କଲା। ଶେଲହକୁ ତିରିଶ୍ ବର୍ଷ ବୟସରେ ସେ ଏବରର ପିତା ହେଲା। ଏବର ଜନ୍ମ ହେବାପରେ ଶେଲହ 403 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ପୁତ୍ରକନ୍ୟାଙ୍କୁ ଜନ୍ମ ଦେଲେ। ଏବରକୁ 34 ବର୍ଷ ପରେ ତା’ର ଏକ ପୁତ୍ର ଜନ୍ମିଲା ଯାହାର ନାମ ପେଲଗ। ପେଲଗର ଜନ୍ମ ପରେ, ଏବର 430 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ର ଅନ୍ୟ ସନ୍ତାନସନ୍ତତିମାନେ ଜନ୍ମ ନେଲେ। ପେଲଗକୁ ତିରିଶ୍ ବର୍ଷ ବୟସରେ ରିୟୁ ନାମକ ଏକ ପୁତ୍ରକୁ ଜନ୍ମ ହେଲା। ରିୟୁର ଜନ୍ମ ପରେ ପେଲଗ 209 ବର୍ଷ ବଞ୍ଚିଲା। ସେହି ସମୟରେ ତା’ର ଅନ୍ୟ ପୁତ୍ର ଓ କନ୍ୟାମାନ ଜନ୍ମ ନେଲେ। ରିୟୁକୁ ବତିଶ ବର୍ଷ ବୟସରେ ତା’ଠାରୁ ସରୁଗ ଜନ୍ମ ହେଲା। ସରୁଗର ଜନ୍ମ ପରେ ରିୟୁ 207 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ଠାରୁ ଆହୁରି ପୁତ୍ର ଓ କନ୍ୟାଗଣ ଜନ୍ମ ନେଇଥିଲେ। ସରୁଗ ତିରିଶ୍ ବର୍ଷ ବୟସରେ ନାହୋରର ପିତା ହେଲା। ନାହୋରର ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ଠାରୁ ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ନେଲେ। ନାହୋର ଅଣତିରିଶ୍ ବର୍ଷ ବୟସରେ ତେରହକୁ ଜନ୍ମ ଦେଲା। ତେରହର ଜନ୍ମ ପରେ ନାହୋର 119 ବର୍ଷ ବଞ୍ଚିଲା। ସେହି ସମୟରେ ତା’ଠାରୁ ଅନ୍ୟ ପୁତ୍ରକନ୍ୟାମାନେ ଜନ୍ମ ହେଲେ। ତେରହର ସତୁରି ବର୍ଷ ବୟସରେ ତା’ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ। ତେରହର ବଂଶାବଳୀ ଏହା ଅଟେ ତେରହର ବଂଶାବଳୀ। ତେରହ ଥିଲା ଅବ୍ରାମ, ନାହୋର ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା। ହାରୋଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶରେ ମଲା। ଏହା ପରେ ଅବ୍ରାମ ଓ ନାହୋର ଉଭୟ ବିବାହ କଲେ। ଅବ୍ରାମଙ୍କ ସ୍ତ୍ରୀର ନାମ ସାରୀ ଏବଂ ନାହୋରର ସ୍ତ୍ରୀ ମି‌ଲ୍‌କା, ହାରୋଣର କନ୍ୟା। ହାରୋଣର ଅନ୍ୟ ଝିଅର ନାମ ଯିସ୍କା। ସାରୀ ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲେ। ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ। ତେରହ ହାରଣ ନଗରରେ ଥାଇ 205 ବର୍ଷରେ ମଲା। ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ। ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଙ୍କେତ ହେବ। ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି। ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି। ତୁମ୍ଭଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।” ଅବ୍ରାମଙ୍କର କିଣାନ ଯାତ୍ରା ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲ‌ବ୍‌ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ। ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେ‌ଲ୍‌ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ। ମିଶରରେ ଅବ୍ରାମ ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, ‘ତୁମ୍ଭେ ମୋର ସ୍ତ୍ରୀ।’ ତା’ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।” ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ। ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? ତୁମ୍ଭେ କହିଲ ଯେ, ‘ସେ ତୁମ୍ଭର ଭଉଣୀ ଥିଲା।’ ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।” ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ। ଅବ୍ରାମଙ୍କର କିଣାନକୁ ପ୍ରତ୍ୟାବର୍ତ୍ତନ ତେଣୁ ଅବ୍ରାମ ମିଶର ପରିତ୍ୟାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷ ଧରି ଲୋଟ ସହିତ ନେଗେଭକୁ ଯାତ୍ରା କଲେ। ଅବ୍ରାମ ପଶୁ ଓ ସୁନାରୂପାରେ ଅତି ଧନବାନ ଥିଲେ। ଅବ୍ରାମ ତାଙ୍କର ଯାତ୍ରା ଗ୍ଭଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥେଲ୍ ଆଡ଼କୁ ଗଲେ। ସେ ବୈଥେଲ୍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହୋଇଥିଲା ସେହିଠାକୁ ଗଲେ। ସେହି ସ୍ଥାନରେ ପୂର୍ବରୁ ଅବ୍ରାମ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ। ତେଣୁ ସେଠାରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ। ଅବ୍ରାମ ଓ ଲୋଟଙ୍କର ବିଛିନ୍ନ ସେହି ସମୟରେ ଲୋଟ ମଧ୍ୟ ଅବ୍ରାମଙ୍କ ସହିତ ଯାତ୍ରା କରୁଥିଲେ। ଲୋଟଙ୍କର ମଧ୍ୟ ମେଷ, ପଶୁପଲ ଓ ତମ୍ବୁ ଥିଲା। ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସେମାନେ ସେଠାରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲା ନାହିଁ। ସେହି ସମୟରେ ସେଠାରେ କିଣାନୀୟ ଓ ପିରିଜୀୟ ଲୋକମାନେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମେଷପାଳକମାନଙ୍କ ମଧ୍ୟରେ ଝଗଡ଼ା ହେଲା। ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, “ତୁମ୍ଭ ଆମ୍ଭ ମଧ୍ୟରେ କଳହ ହେବା ଉଚିତ୍ ନୁହେଁ। ତୁମ୍ଭର ଲୋକ ଓ ମୋ’ ଲୋକ ମଧ୍ୟରେ କଳହ ହେବା ଠିକ୍ ନୁହେଁ କାରଣ ଆମ୍ଭେମାନେ ପରସ୍ପର ଭାଇ। ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚିତ୍। ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ଯିବ ତେବେ ମୁଁ ଦକ୍ଷିଣକୁ ଯିବି। ତୁମ୍ଭେ ଯଦି ଦକ୍ଷିଣକୁ ଯିବ ତେବେ ମୁଁ ଉତ୍ତରକୁ ଯିବି।” ଲୋଟ ଯର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସେଠାରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହମୋରାକୁ ଧ୍ୱଂସ କରିବା ପୂର୍ବରୁ ଏହା ଥିଲା। ସେହି ସମୟରେ ଯର୍ଦ୍ଦନ ଉପତ୍ୟକା ସୋୟର ପର୍ଯ୍ୟନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ୟ ଥିଲା। ତେଣୁ ଲୋଟ ଯର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇ ଲୋକ ଅଲଗା ହୋଇଗଲେ ଓ ଲୋଟ ପୂର୍ବଦିଗକୁ ଯାତ୍ରା କଲେ। ଅବ୍ରାମ କିଣାନୀୟଙ୍କ ଦେଶରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣିକୁ ନେଇଗଲେ। ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଅତି ପାପିଷ୍ଠ ଥିଲେ। ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଚତୁର୍ପାର୍ଶ୍ୱକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ। ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖରେ ତୁମ୍ଭେ ଚିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦେବି। ପୃଥିବୀରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କେହି ପୃଥିବୀର ଧୂଳି ଗଣିପାରେ ତେବେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣି ପାରିବ। ତେଣୁ ତୁମ୍ଭେମାନେ ଯାଅ ଏବଂ ସମସ୍ତ ଦେଶରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦେଲି।” ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନବୃକ୍ଷମୂଳକୁ ଯାଇ ସେଠାରେ ବାସ କଲେ। ସେହି ସ୍ଥାନରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ଯଜ୍ଞବେଦି ସ୍ଥାପନ କଲେ। ଲୋଟ ବନ୍ଦୀ ହେଲେ ଶିନିୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିୟୋକ ରାଜା ଥିଲେ। କଦର୍ଲାୟୋମର ଇଲାମର ରାଜା ଥିଲେ ଓ ଗୋୟିମର ତିଦିୟଲର ରାଜା ଥିଲେ। ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହମୋରାର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋୟିମର ରାଜା ଶିମେବର ଓ ବିଲାର, ସୋୟରର ରାଜାଙ୍କ ସହିତ ଯୁଦ୍ଧ କଲେ। ଏହି ସମସ୍ତ ରାଜାମାନେ ସେମାନଙ୍କର ସୈନ୍ୟମାନଙ୍କୁ ସୀଦ୍ଦୀମ ଉପତ୍ୟକାରେ ଉପସ୍ଥିତ କରାଇଲେ। ସେହି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର। ଏହି ରାଜାମାନେ ବାରବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହି ହୋଇଥିଲେ। ଏହିପରି ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ଯେଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋ‌ତ୍‌କର୍ଣ୍ଣୟିମରେ ରଫାୟୀମ ଲୋକମାନଙ୍କୁ ଏବଂ ହମରେ ସୁଷୀୟ ଲୋକମାନଙ୍କୁ ପରାସ୍ତ କଲେ। ଶବିକିରିୟାଥୟିମରେ ଏମୀୟ ଲୋକମାନଙ୍କୁ ପରାସ୍ତ କଲେ। ପ୍ରାନ୍ତର ନିକଟସ୍ଥ ଏ‌ଲ୍‌ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ। ଏହା ପରେ ରାଜା କଦର୍ଲାୟୋମଠାରୁ ଫେରି ଐ‌ଣ୍‌ମି‌ସ୍‌ପଟ୍ ଅର୍ଥାତ କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେହି ସମୟରେ ସଦୋମର ରାଜା, ହମୋରାର ରାଜା, ଅଦ୍ମାର ରାଜା, ସବୋୟିମର ରାଜା ଓ ବଲାର ଅର୍ଥାତ୍ ସୋୟର ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ୟଗଣ ଏକତ୍ରିତ ହେଲେ। ସେମାନେ ସୀଦ୍ଦୀମ ଉପତ୍ୟକାକୁ ଯୁଦ୍ଧ କରିବାକୁ ଗଲେ। ସେମାନେ ଏଲମର ରାଜା କଦର୍ଲାୟୋମର ଓ ଗୋୟିମର ତିଦିୟଲର ରାଜା ଓ ଶିନିୟରର ଅମ୍ରାଫ‌ଲ୍‌ର ରାଜା ଓ ଇଲ୍ଲାସରର ରାଜା। ଏହି ଗ୍ଭରି ଜଣ ରାଜା ପାଞ୍ଚ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଗାତ ଥିଲା ସଦୋମର ରାଜା ଓ ଗମୋରାର ରାଜା ପଳାୟନ କଲାବେଳେ ସେଠାରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ୟମାନେ ପର୍ବତକୁ ପଳାଇ ଗଲେ। ଏଥିପାଇଁ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ୍ୟ ଲୁଟିନେଇ ପଳାଇଗଲେ। ଅବ୍ରାମଙ୍କର ଭାତୃ ପୁତ୍ର ଲୋଟ ସଦୋମରେ ବାସ କରୁଥିଲେ ଏବଂ ଶତ୍ରୁମାନେ ତାହାକୁ ବନ୍ଦୀ କଲେ। ଏବଂ ଶତ୍ରୁଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ। ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଗ୍ଭର ଦେଲା। ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେରର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷମୂଳେ ବାସ କରୁଥିଲେ। ସେମାନେ ମଧ୍ୟ ଅବ୍ରାମଙ୍କର ସହାୟ ଥିଲେ। ଅବ୍ରାମ ଲୋଟଙ୍କୁ ଉଦ୍ଧାର କଲେ ଯେତେବେଳେ ଅବ୍ରାମ ନିଜର ଜ୍ଞାତି ଧରା ହୋଇ ଯିବାର ସମାଗ୍ଭର ଶୁଣିଲେ। ଅବ୍ରାମ ତାଙ୍କର ସମସ୍ତ ପରିବାରକୁ ଏକତ୍ରିତ କଲେ। ସେଠାରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତ୍ରୁମାନଙ୍କ ପଛେ ପଛେ ଗୋଡ଼େଇ ଗୋଡ଼େଇ ଦାନ୍ ନଗର ପର୍ଯ୍ୟନ୍ତ ଗଲେ। ସେହି ରାତ୍ରିରେ ସିଏ ଓ ତାଙ୍କର ସୈନ୍ୟମାନେ ସମସ୍ତେ ମିଶି ତାଙ୍କର ଶତ୍ରୁମାନଙ୍କ ବିରୁଦ୍ଧରେ ଅତର୍କିତ ଆକ୍ରମଣ କଲେ। ସେମାନେ ତାଙ୍କୁ ପରାସ୍ତ କରି ଗୋଡ଼େଇ ଗୋଡ଼େଇ ଦମ୍ମେସକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ଗୋଡ଼ାଇଲେ। ଏହା ପରେ ସେ ତାଙ୍କର ଭାତୃପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ୟଗଣଙ୍କୁ ବାହୁଡ଼ାଇ ଆଣିଲେ। ତା’ପରେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜୟ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ। ମ‌ଲ୍‌କୀଷେଦକ ଶାଲମର ରାଜା ମ‌ଲ୍‌କୀଷେଦକ ଅବ୍ରାମଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ। ମ‌ଲ୍‌କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ। ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହୁଅନ୍ତୁ ଯିଏ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ଦେଲେ।” ଏବଂ ଅବ୍ରାମ ଯୁଦ୍ଧରୁ ନେଇଥିବା ସବୁ ଦ୍ରବ୍ୟର ଏକ ଦଶମାଂଶ ତାଙ୍କୁ ଦେଲେ। ଏହା ପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ୟସକଳ ଆମ୍ଭକୁ ଦିଅ।” କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ, ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବି ନାହିଁ। ଏପରିକି ତୁମ୍ଭ ପାଖରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ୟ ନେବି ନାହିଁ। ମୁଁ ତୁମ୍ଭକୁ କହିବାକୁ ଗ୍ଭହେଁ ନାହିଁ, ‘ମୁଁ ଅବ୍ରାମଙ୍କୁ ଧନି କରିଛି।’ କେବଳ ମୋର ଯୁବକମାନେ ଯାହା ଭୋଜନ କରିଅଛନ୍ତି ତାହା ନେବି। ପୁଣି ମୋହର ଯେଉଁ ସହାୟକଗଣ ମୋ’ ସଙ୍ଗରେ ଯାଇଥିଲେ ସେମାନେ ଅର୍ଥାତ୍ ଆନେର ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ୟ ଗ୍ରହଣ କରନ୍ତୁ।” ପରମେଶ୍ୱରଙ୍କର ଅବ୍ରାମଙ୍କ ସହିତ ଚୁକ୍ତି ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।” କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।” ପୁଣି ଅବ୍ରାମ କହିଲେ, “ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ। ସେଥିପାଇଁ ମୋ’ ଗୃହର ଜଣେ ସଦସ୍ୟ ମୋର ଉତ୍ତରାଧିକାରୀ ହେବ।” ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।” ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।” ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ। ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।” କିନ୍ତୁ ଅବ୍ରାମ କହିଲେ, “ହେ ସଦାପ୍ରଭୁ, ମୋର ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?” ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେ ଏକ ତିନି ବର୍ଷର ବାଛୁରି, ଗୋଟିଏ ତିନି ବର୍ଷର ମାଇ ଛେଳି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ଯୁବା କପୋତ ମୋ’ ନିକଟକୁ ଆଣ।” ସେ ସବୁକୁ ସେ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସେଗୁଡ଼ିକ ଦୁଇ ଧାଡ଼ିରେ ରଖି ପ୍ରତ୍ୟେକ ଅଧାର ଉପରେ ଆଉ ଅଧା ଯୁକ୍ତ ଚିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। ଏହା ପରେ, ଅନ୍ୟ ବନ୍ୟ ପକ୍ଷୀ ସେହି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସେମାନଙ୍କୁ ଘଉଡ଼ାଇ ଦେଲେ। ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିଲା ଅବ୍ରାମ ଘୋର ନିଦ୍ରାରେ ଶୋଇ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହୋଇଗଲେ। ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ। କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ। “ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତିରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହେବ ଏବଂ ତୁମ୍ଭେ ବହୁତ ବୃଦ୍ଧ ବୟସରେ କବର ପ୍ରାପ୍ତ ହେବ। ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।” ସୂର୍ଯ୍ୟାସ୍ତ ପରେ, ଯେତେବେଳେ ଏହା ଘୋର ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ୱଳନ୍ତ ମଶାଲ ହଠାତ୍ ଦେଖାଗଲା ଏବଂ ତାହା ଦୁଇ ଧାଡ଼ିରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ୟଦେଇ ଗଲା। ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି। କେନୀୟମାନଙ୍କର, କନଜୀୟମାନଙ୍କର ଓ କ‌ଦ୍‌ମୋନୀୟମାନଙ୍କର ଭୂମି ଏହିସବୁ । ହୀତ୍ତୀୟମାନଙ୍କର, ପରିଜୀୟମାନଙ୍କର ଓ ରଫାୟୀୟମାନଙ୍କର ଇମୋରୀୟମାନଙ୍କର, କିଣାନୀୟମାନଙ୍କର, ଓ ଗିର୍ଗାଶୀୟମାନଙ୍କର ଓ ଯିବୂଷୀୟମାନଙ୍କର ଦେଶ ତୁମ୍ଭକୁ ଦେଲି।” ହାଗାର, ଦାସୀବାଳିକା ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀୟ ଦାସୀ ଥିଲା। ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ। ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ। ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା’ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ। କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା’ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।” କିନ୍ତୁ ଅବ୍ରାମ ସାରୀକୁ କହିଲେ, “ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା’ ପ୍ରତି ଯାହା ଗ୍ଭହଁ ତାହା କରିପାର।” ତେଣୁ ସାରୀ ତା’ ପ୍ରତି କଠିନ ବ୍ୟବହାର କରନ୍ତେ, ହାଗାର ଛାଡ଼ି ପଳାଇଲା। ହାଗାରର ପୁତ୍ର ଇଶ୍ମାଏଲ ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?” ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।” ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା’ର ପାଖରେ ସମର୍ପଣ କର।” ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।” ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ, “ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା’ର ନାମ ଇଶ୍ମାଏଲ ଦେବ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ। ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି ଜୀବନଯାପନ କରିବ। ତା’ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କର ହସ୍ତ ତା’ର ବିରୁଦ୍ଧରେ ଥିବ। ଏବଂ ସେ ତା’ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।” ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?” ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି। ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା’ର ନାମ ଇଶ୍ମାଏଲ ଦେଲେ। ଅବ୍ରାମ ଛୟାଅଶୀ ବର୍ଷ ହୋଇଥିଲେ, ଯେତେବେଳେ ଇଶ୍ମାଏଲ ହାଗାରଠାରୁ ଜନ୍ମ ଲାଭ କଲା। ସୁନ୍ନତ୍-ଚୁକ୍ତିର ପ୍ରମାଣ ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।” ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କର ପରମେଶ୍ୱର ହେବି। ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।” ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। ତୁମ୍ଭେମାନେ ନିଶ୍ଚୟ ସୁନ୍ନତ ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ। ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା’ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।” ଇ‌ସ୍‌ହାକ-ପ୍ରତିଜ୍ଞାର ପୁତ୍ର ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା’ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।” ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?” ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।” ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା’ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ। “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା’ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। କିନ୍ତୁ ମୋର ଚୁକ୍ତି ଇ‌ସ୍‌ହାକ ସହିତ ହେବ। ସାରା ଇ‌ସ୍‌ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇ‌ସ୍‌ହାକ ଜନ୍ମ ନେବ।” ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ। ତା’ପରେ ଠିକ୍ ସେହି ଦିନ ଅବ୍ରହାମ ଇଶ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରହାମ ମଧ୍ୟ କ୍ରୀତଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟାନୁସାରେ ଅବ୍ରହାମ ସେମାନଙ୍କୁ ସୁନ୍ନତ କରାଇଲେ। ଅବ୍ରହାମ ଅନେଶ୍ୱତ ବର୍ଷ ବୟସରେ ସୁନ୍ନତ ହେଲେ। ଇଶ୍ମାଏଲଙ୍କୁ ଯେତେବେଳେ ତେର ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। ଯଦିଓ ଅବ୍ରହାମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରୀତଦାସମାନେ ମଧ୍ୟ ସୁନ୍ନତ ହେଲେ। ତିନି ପରିଦର୍ଶକ ଏହା ପରେ, ପୁନର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଅଲୋନବୃକ୍ଷ ନିକଟରେ ଦେଖାଦେଲେ। ମଧ୍ୟାହ୍ନ ସମୟରେ ଅବ୍ରହାମ ତାଙ୍କର ତମ୍ବୁର ଦ୍ୱାର ଦେଶରେ ବସିଥିଲେ। ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ। ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ। ମୁଁ କିଛି ଜଳରେ ଆପଣମାନଙ୍କୁ ପଦଧୌତ କରିବି ଓ ଆପଣମାନେ ଏହି ବୃକ୍ଷମୂଳରେ ଟିକେ ବିଶ୍ରାମ କରନ୍ତୁ। ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା’ପରେ ଆପଣମାନେ ଯାତ୍ରା କରିବେ।” ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।” ଅବ୍ରହାମ ଶୀଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।” ଏହା ପରେ ଅବ୍ରହାମ ଗୁହାଳକୁ ଦୌଡ଼ିଲେ। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ଓ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ଶୀଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର। ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟୀ, ଦୁ‌ଗ୍‌ଧ କିଛି ଛେନା ଆଣି ସେହି ତିନି ଲୋକଙ୍କ ସମ୍ମୁଖରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହୋଇ ଖାଇବାକୁ ନିବେଦନ କଲେ। ସେମାନେ ସେହି ବୃକ୍ଷମୂଳେ ତାହା ଭୋଜନ କଲେ। ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?” ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।” ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।” ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ। ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା। ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।” ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି। ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।” କିନ୍ତୁ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନ ଥିଲି!” ସେହିପରି ଭୟରେ କହିଥିଲି। କିନ୍ତୁ ସଦାପ୍ରଭୁ କହିଲେ, “ମୁଁ ଜାଣେ ଏହା ସତ୍ୟ ନୁହେଁ। ତୁମ୍ଭେ ହସିଥିଲ!” ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ। ଅବ୍ରହାମଙ୍କ ମୂଲଚୂଲ ସଦାପ୍ରଭୁ ନିଜକୁ ନିଜେ କହିଲେ, “ମୁଁ ଯାହା କରିବାକୁ ଉଦ୍ୟତ ଅଟେ, ତାହା କ’ଣ ଅବ୍ରହାମଙ୍କୁ କହିବି? ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁପରି ଭାବରେ ମୁଁ ସେମାନଙ୍କୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ୟାୟ ଓ ଯଥାର୍ଥ ତାହା କରିବାକୁ ଗ୍ଭହେଁ। ତା’ପରେ ମୁଁ ସଦାପ୍ରଭୁ, ଯାହା ପ୍ରତିଜ୍ଞା କଲି ତାହା ମୁଁ କରିବି।” ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି। ତେଣୁ ମୁଁ ସେଠାକୁ ଯିବି ଏବଂ ଦେଖିବି, ଯଦି ସେମାନେ ସେପରି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଗ୍ଭହେଁ।” ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ। ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?” ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ?ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?” ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।” ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି। ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?” ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।” ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।” ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।” ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।” ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?” ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।” ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶେଷ କଲାପରେ, ସଦାପ୍ରଭୁ ସେଠାରୁ ବିଦାୟ ନେଲେ ଓ ଏହା ପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫେରିଲେ। ଲୋଟର ପରିଦର୍ଶକମାନେ ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ। ଲୋଟ ସେମାନଙ୍କୁ କହିଲେ, “ହେ ମହାଶୟଗଣ ମୋର ଗୃହକୁ ଆସିବା ହେଉନ୍ତୁ ଏବଂ ମୁଁ ଆପଣମାନଙ୍କର ସେବା କରିବି। ଆପଣମାନେ ପାଦ ଧୋଇ ମୋର ଗୃହକୁ ଆସନ୍ତୁ ଏବଂ ଏହିଠାରେ ରାତ୍ରିଯାପନ କରନ୍ତୁ। ଏହା ପରେ ଆସନ୍ତାକାଲି ଆପଣମାନେ ଶୀଘ୍ର ଉଠିବେ ଏବଂ ଆପଣମାନଙ୍କର ଯାତ୍ରା ଗ୍ଭଲୁ ରଖିବେ।” ସ୍ୱର୍ଗଦୂତମାନେ ଉତ୍ତର ଦେଲେ, “ନାଁ, ଆମ୍ଭେମାନେ ଏହି ନଗର ଚୌରାହରେ ସମସ୍ତ ରାତ୍ରି ଯାପନ କରିବୁ।” କିନ୍ତୁ ଲୋଟ ସେମାନଙ୍କୁ ତାଙ୍କର ଗୃହକୁ ଯିବା ପାଇଁ ବାରମ୍ବାର ଅନୁରୋଧ କଲେ। ତେଣୁ ସ୍ୱର୍ଗଦୂତଗଣ ତାଙ୍କ ଗୃହକୁ ଯିବା ପାଇଁ ରାଜି ହେଲେ। ଲୋଟ ସେମାନଙ୍କୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସେମାନଙ୍କ ପାଇଁ କିଛି ଖମୀର ଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ସେମାନେ ତାହା ଗ୍ରହଣ କଲେ। ସେହି ଦୁଇଜଣ ଅତିଥି ବିଛଣାକୁ ଯିବା ପୂର୍ବରୁ, ସଦୋମର ସମସ୍ତ ଯୁବା ଏବଂ ବୃଦ୍ଧ ଲୋକ, କୌଣସି ବ୍ୟତିକ୍ରମ ନ ଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘେରିଗଲେ। ତା’ପରେ ସେମାନେ ଲୋଟଙ୍କୁ ଚିତ୍କାର କରି କହିଲେ, “ଆଜି ରାତ୍ରରେ ଯେଉଁ ଦୁଇଜଣ ମନୁଷ୍ୟ ତୁମ୍ଭ ଘରକୁ ଆସିଥିଲେ ସେମାନେ କାହାନ୍ତି? ସେମାନଙ୍କୁ ବାହାରକୁ ଆଣ ଆମ୍ଭେମାନେ ତାଙ୍କ ସହିତ ଯୌନ ସମ୍ପର୍କ କରିବା।” ଲୋଟ ବାହାରକୁ ଗଲେ ଓ ଦ୍ୱାର ବନ୍ଦ କରିଦେଲେ। ଲୋଟ ସେମାନଙ୍କୁ କହିଲେ, “ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନୟ କରୁଅଛି, ଏପରି କୁକାର୍ଯ୍ୟ କର ନାହିଁ। ଦେଖ, ମୋର ଦୁଇଟି କୁମାରୀ କନ୍ୟା ଅଛନ୍ତି। ମୁଁ ସେମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭେମାନେ ଯାହା ଇଚ୍ଛା ସେମାନଙ୍କ ପ୍ରତି କର। କିନ୍ତୁ ସେହି ଲୋକମାନଙ୍କୁ କିଛି କର ନାହିଁ। ସେମାନେ ମୋ’ ଗୃହରେ ଅତୀଥି ଥିବାରୁ ମୁଁ ସେମାନଙ୍କୁ ସୁରକ୍ଷା ଦେବି।” ଘରକୁ ଘେରି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, “ଏହିଠାକୁ ଆସ!” ଏହା ପରେ ପରସ୍ପରକୁ କହିଲେ, “ଏହି ଲୋଟ, ଆମ ସହରରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳୀକୁ ସମାଲୋଚନା କରିବାକୁ ସାହସ କରୁଛି!” ତା’ପରେ ସେହି ଲୋକମାନେ ଲୋଟକୁ କହିଲେ, “ଆମ୍ଭେମାନେ ସେମାନଙ୍କୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା’ ଅପେକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସେମାନେ ସେମାନଙ୍କର କଥାରେ ତା’ ଉପରେ ଗ୍ଭପ ପକାଇଲେ।” ଏହା ପରେ ସେମାନେ ଅତି ନିକଟତର ହେବାକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ୟତ ହେଲେ। ମାତ୍ର ସେହି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନେଇ କବାଟ ବନ୍ଦ କରିଦେଲେ। ତା’ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ। ସେମାନେ ସଦୋମରୁ ପଳାୟନ କଲେ ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ। ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।” ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି। ତା’ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୂତମାନେ ଲୋଟକୁ ତତ୍ପର କରାଇ କହିଲେ, “ଯାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏ ସ୍ଥାନ ପରିତ୍ୟାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାହାଲେ ତୁମ୍ଭେ ଧ୍ୱଂସ ପାଇବ ନାହିଁ, ଯେତେବେଳେ ଏହି ନଗର ଦଣ୍ଡିତ ହେବ।” କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ସେ ଧିର ଥିଲେ, ତେଣୁ ସେହି ସ୍ୱର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ୟାଙ୍କର ହାତ ଧରି ନିରାପଦ ସ୍ଥାନକୁ ଆଗେଇ ନେଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ଥିଲେ। ତେଣୁ ସେହି ଦୁଇଜଣ ସ୍ୱର୍ଗଦୂତ ଲୋଟର ପରିବାରକୁ ନଗର ବାହାରକୁ ନେଇଗଲେ। ସେମାନେ ନଗର ବାହାରକୁ ଆସିବା ମାତ୍ରେ ଜଣେ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇ ଶୀଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗାରେ ରୁହ ନାହିଁ। ତୁମ୍ଭେ ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ଯାଅ ତେବେ ଏହି ନଗର ସହିତ ତୁମ୍ଭେ ଧ୍ୱଂସ ପାଇଯିବ।” କିନ୍ତୁ, ଲୋଟ ସେହି ଦୁଇଜଣ ସ୍ୱର୍ଗଦୂତଙ୍କୁ କହିଲେ, “ହେ ମହାଶୟଗଣ, ଏପରି ନ ହେଉ।” ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ। ଦେଖ, ଏହି ସ୍ଥାନ ନିକଟରେ ଏକ ଛୋଟ ସହର ଅଛି। ଆପଣ ମୋତେ ସେହି ସ୍ଥାନକୁ ଦୌଡ଼ି ଯିବାକୁ ଅନୁମତି ଦିଅନ୍ତୁ। ମୁଁ ସେଠାରେ ନିରାପଦରେ ବାସ କରି ପାରିବି। ତାହା ଗୋଟିଏ ଛୋଟ ସହର ମାତ୍ର।” ସ୍ୱର୍ଗଦୂତ ଲୋଟକୁ କହିଲେ, “ଉତ୍ତମ, ଆମ୍ଭେ ତୁମ୍ଭକୁ ଅନୁମତି ଦେଲୁ। ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ। କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା। ସଦୋମ ଓ ହମୋରା ଧ୍ୱଂସ ହେଲା ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପହଞ୍ଚିଗଲେ। ଠିକ୍ ସେହି ସମୟରେ, ସଦାପ୍ରଭୁ ସଦୋମ ଏବଂ ହମୋରାକୁ ଧ୍ୱଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ। ସେହି ନଗରଗୁଡ଼ିକୁ, ସମୁଦାୟ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧ୍ୟସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ୱଂସ ହୋଇଗଲା। ସେହି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ। ସେହି ଦିନ ପ୍ରତ୍ୟୁଷରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କ ସହିତ କଥା ହୋଇଥିଲେ, ସେହି ସ୍ଥାନକୁ ଗଲେ ଓ ଦେଖିଲେ ଯେ, ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସେହି ଦେଶରୁ ଭାଟୀର ଧୂମତୁଲ୍ୟ ଧୂମ ଉଠିବାର ଦେଖିଲେ। ଏହିରୂପେ ସେହି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲେ, ସେହି ନଗରର ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ୟରୁ ବାହାର କରୁଥିଲେ। ଲୋଟ ଏବଂ ତାଙ୍କର ଝିଅମାନେ ଲୋଟ ସୋୟରରେ ରହିବାକୁ ଭୟ କଲେ। ତେଣୁ ସେ ଏବଂ ତାଙ୍କର କନ୍ୟା ରହିବା ପାଇଁ ପର୍ବତକୁ ପଳାଇଲେ, ସେମାନେ ସେଠାରେ ଏକ ଗୁମ୍ଫାରେ ବାସ କଲେ। ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, “ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କେହି ଜଣେ ହେଲେ ନାହାନ୍ତି। ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ୟପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାୟରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରି ପାରିବା।” ସେହି ରାତ୍ରିରେ ସେହି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହା ପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶୟନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲେ ଏବଂ ଜାଣି ପାରିଲେ ନାହିଁ ଯେ, ସେ କେତେବେଳେ ତା’ର ବିଛଣାକୁ ଆସିଥିଲା ଏବଂ ସେ କେତେବେଳେ ଉଠି କୋଠରୀକୁ ପରିତ୍ୟାଗ କଲା। ତା’ ପରଦିନ ବଡ଼ ଝିଅ ସାନ ଝିଅକୁ କହିଲା, “ଗତ ରାତିରେ ମୁଁ ପିତାଙ୍କ ନିକଟରେ ଶୟନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ୟପାନ କରାଇବା, ତା’ପରେ ତୁ ତାଙ୍କ ସାଙ୍ଗରେ ଯାଇ ସହବାସ କର। ଏହି ଉପାୟରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ୟମରେ ଆମ୍ଭର ପରିବାର ନଷ୍ଟ ହେବାରୁ ରକ୍ଷା କରି ପାରିବା।” ତେଣୁ ସେହି ରାତିରେ ସେ ଦୁହେଁ ମିଶି ତାଙ୍କର ପିତାଙ୍କୁ ମଦ୍ୟପାନ କରାଇଲେ। ତା’ପରେ ତାଙ୍କର ସାନ ଝିଅ ଯାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କ ଝିଅ କେତେବେଳେ ଆସି କେତେବେଳେ ସହବାସ କରି ଯାଇଛି ସେ ଜାଣିପାରି ନ ଥିଲେ। ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ। ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମୋୟାବ ରଖିଲା। ମୋୟାବ ହେଲା ବର୍ତ୍ତମାନ ମୋୟାବୀୟ ଲୋକମାନଙ୍କର ଆଦିପିତା। ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା’ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି। ଅବ୍ରହାମ ଗରାରକୁ ଗଲେ ଏହା ପରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୁରର ମଧ୍ୟସ୍ଥାନରେ ଥାଇ ଗରାରରେ ବାସ କଲେ। ଯେତେବେଳେ ଗରାରରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାରର ରାଜା ଅବିମେଲକ୍ ଏ କଥା ଶୁଣିଲେ। ଅବିମେଲକ ସାରାଙ୍କୁ ଗ୍ଭହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତେକ ଦାସକୁ ପଠାଇଲେ। କିନ୍ତୁ ଏକ ରାତିରେ, ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀଲୋକକୁ ଆଣିଛ ସେ ବିବାହିତା।” କିନ୍ତୁ ସେପର୍ଯ୍ୟନ୍ତ ଅବିମେଲକ ସାରା ସହିତ ସହବାସ କରି ନ ଥିଲେ। ତେଣୁ ଅବିମେଲକ କହିଲେ, “ତୁମ୍ଭେ କ’ଣ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ହତ୍ୟା କରିବ? ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।” ଏହା ପରେ ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ହଁ, ମୁଁ ଜାଣେ ତୁମ୍ଭେ ନିର୍ଦ୍ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମୋ’ ବିରୁଦ୍ଧରେ ପାପ କରିବାକୁ ଦେବି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦେଇ ନ ଥିଲି। ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।” ତେଣୁ ତା’ ପରଦିନ ପ୍ରଭାତରୁ ଅବିମେଲକ ତାଙ୍କର ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ୱପ୍ନ ବିଷୟରେ କହିଲେ। ଦାସମାନେ ଭୟରେ ଥରିଲେ। ଏହା ପରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ଆମ୍ଭ ପ୍ରତି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ’ଣ କରିଛି ଯେ, ମୋ’ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମୋ’ ପ୍ରତି ଏପରି କରିବାର ନ ଥିଲା। କାହିଁକି ତୁମ୍ଭେ ମୋ’ ପ୍ରତି ଏପରି ବ୍ୟବହାର କଲ?” ଏହା ପରେ ଅବ୍ରହାମ କହିଲେ, “ଏଠାରେ କେହି ପରମେଶ୍ୱରଙ୍କୁ ଭୟ କରୁ ନାହିଁ ବୋଲି ମୁଁ ଜାଣିଲି। ମୁଁ ଭାବିଲି ଏଠାରେ କାଳେ କିଏ ମୋତେ ହତ୍ୟାକରି ସାରାକୁ ମୋ’ଠାରୁ ନେଇଯିବ। ସେ ମୋର ସ୍ତ୍ରୀ, କିନ୍ତୁ ସେ ମଧ୍ୟ ମୋର ଭଉଣୀ। ସେ ହେଉଛି ମୋ’ ବାପାଙ୍କର ଏକ ଝିଅ। କିନ୍ତୁ ସେ ମୋ’ ମା’ର ଝିଅ ନୁହେଁ। ପରମେଶ୍ୱର ମୋତେ ମୋର ପିତାଙ୍କ ଗୃହରୁ ଦୂରକୁ ଆଗେଇ ନେଲେ। ପରମେଶ୍ୱର ମୋତେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଇଲେ। ଏପରି ଯେତେବେଳେ ହେଲା ମୁଁ ସାରାକୁ କହିଲି, ‘ଦୟାକରି ମୋ’ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ଯିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।’” ତେଣୁ ଅବିମେଲକ ସାରାକୁ ଫେରାଇ ଦେଲେ। ଅବିମେଲକ ମଧ୍ୟ ତାଙ୍କୁ କିଛି ମେଷ, ଗାଈ, ଗୋରୁ ଏବଂ କିଛି ସେବକ ଓ ସେବିକାଗଣଙ୍କୁ ଦେଲେ। ଏବଂ ଅବିମେଲକ କହିଲେ, “ତୁମ୍ଭ ଚତୁର୍ପାର୍ଶ୍ୱକୁ ଗ୍ଭହଁ ଏହା ମୋର ଭୂମି, ତୁମ୍ଭେ ଯେଉଁଠାରେ ଗ୍ଭହଁ ସେଠାରେ ରହିପାର।” ଅବିମେଲକ ସାରାକୁ କହିଲେ, “ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହା କରିଛି ଭୁଲ୍ କରିଛି। ମୁଁ ଗ୍ଭହେଁ ପ୍ରତ୍ୟେକେ ଦେଖନ୍ତୁ ଓ ହୃ‌ଦ୍‌ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।” ସଦାପ୍ରଭୁ ଅବିମେଲକଙ୍କର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ୟା କଲେ। ପରମେଶ୍ୱର ଏପରି କଲେ, କାରଣ ଅବିମେଲକ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନେଇଥିଲେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ଅବିମେଲକ, ତାଙ୍କର ସମସ୍ତ ସ୍ତ୍ରୀଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ। ଶେଷରେ ସାରା ଏକ ଶିଶୁକୁ ଜନ୍ମ ଦେଲେ ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ। ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା। ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା’ର ନାମ ଦେଲେ ଇ‌ସ୍‌ହାକ, ଅବ୍ରହାମ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଇ‌ସ୍‌ହାକକୁ ଠିକ୍ ଆଠଦିନ ପରେ ସୁନ୍ନତ କଲେ। ଇ‌ସ୍‌ହାକଙ୍କ ଜନ୍ମ ବେଳକୁ ଅବ୍ରହାମଙ୍କର ଏକଶହ ବର୍ଷ ବୟସ ହୋଇଥିଲା। ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ। କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।” ଗୃହରେ ବିବାଦ ଦେଖା ଦେଲା ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। ହାଗାରର ପୁଅ ଖେଳୁଥିବାର ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା’ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇ‌ସ୍‌ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇ‌ସ୍‌ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।” ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇ‌ସ୍‌ହାକ ତୁମ୍ଭର ପରିବାରର ନାମ ରଖିବ। କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।” ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା’ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ‌ବେ‌ର୍‌ଶେବା ମରୁଭୂମିରେ ଭ୍ରମଣ କଲେ। ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା’ର ପୁତ୍ରକୁ ଏକ ବୁଦା ତଳେ ରଖିଲା। ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା’ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା। ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା’ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।” ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା’ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା। ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। ତା’ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ। ଅବିମେଲକ ସହିତ ଅବ୍ରହାମଙ୍କର ମୂଲଗ୍ଭଲ ଏହା ପରେ ଅବିମେଲକ ଏବଂ ଫୀଖୋଲ୍ ନାମକ ଅବ୍ରହାମଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ସହାୟ ଅଟନ୍ତି। ତେଣୁ ତୁମ୍ଭେ ମୋ’ଠାରେ ପରମେଶ୍ୱରଙ୍କ ଆଗରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମୋ’ ପ୍ରତି ଓ ମୋର ସନ୍ତାନମାନଙ୍କ ପ୍ରତି ବିଶ୍ୱାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇବ ଏବଂ ମୋର ଦେଶ ଯେଉଁଠାରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦେଖାଇଛି।” ତହିଁରେ ଅବ୍ରହାମ କହିଲେ, “ମୁଁ ପ୍ରତିଜ୍ଞା କରୁଛି।” ଏହା ପରେ ଅବ୍ରହାମ ଅବିମେଲକଠାରେ ଅଭିଯୋଗ କଲେ। କାରଣ ଅବିମେଲକର ଦାସମାନେ ଏକ କୂଅକୁ କ‌ବ୍‌ଜା କରି ନେଇଛନ୍ତି। କିନ୍ତୁ ଅବିମେଲକ କହିଲେ, “ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମୋତେ ଏ ବିଷୟରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷୟରେ ଶୁଣିବାକୁ ପାଇଲି।” ତେଣୁ ଅବ୍ରହାମ ଓ ଅବିମେଲକ ମଧ୍ୟରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମେଲକକୁ ଚୁକ୍ତିର ପ୍ରମାଣ ସ୍ୱରୂପ କିଛି ମେଷ ଓ ଗୋରୁ ଦେଲେ। ଅବ୍ରହାମ ମଧ୍ୟ ମେଷପଲରୁ ସାତୋଟା ମେଷବତ୍ସା ଅଲଗା କରି ରଖିଲେ। ଅବିମେଲକ ଅବ୍ରହାମଙ୍କୁ ପଗ୍ଭରିଲେ, “କାହିଁକି ତୁମ୍ଭେ ଏହି ସାତୋଟା ମେଷକୁ ଅଲଗା କଲ?” ଅବ୍ରହାମ ଉତ୍ତର ଦେଲେ, “ମୁଁ ଯେ ଏହି କୂପ ଖୋଳିଅଛି ତହିଁର ପ୍ରମାଣ ନିମନ୍ତେ ମୋ’ଠାରୁ ଏହି ସାତୋଟା ମେଷ ବତ୍ସା ନେବାକୁ ହେବ।” ଏଣୁ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ହେଲା, ସେ ସେହି କୂପର ନାମ ଏପରି ଦେଲେ, କାରଣ ସେହି ସ୍ଥାନରେ ଉଭୟ ପ୍ରତିଜ୍ଞା କରିଥିଲେ। ତେଣୁ ଅବ୍ରହାମ ଏବଂ ଅବିମେଲକ ‌ବେ‌ର୍‌ଶେବାଠାରେ ଏକ ଚୁକ୍ତି କଲେ। ଏହା ପରେ ଅବିମେଲକ ଏବଂ ତାଙ୍କର ସେନାପତି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ। ଅବ୍ରହାମ ଏକ ବିଶେଷ ଗଛ ସେଠାରେ ରୋପଣ କଲେ। ସେହି ସ୍ଥାନରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ବାସ କଲେ। ଅବ୍ରହାମ, ତୁମ୍ଭର ପୁତ୍ରକୁ ହତ୍ୟାକର ଏହିସବୁ ଘଟଣା ଘଟିବାପରେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ପରମେଶ୍ୱର ତାଙ୍କୁ କହିଲେ, “ଅବ୍ରହାମ!” ଏବଂ ଅବ୍ରହାମ କହିଲେ, “ହଁ!” ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇ‌ସ୍‌ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।” ପ୍ରଭାତରେ ଅବ୍ରହାମ ଉଠିଲେ ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇ‌ସ୍‌ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତରେ ନେଲେ। ଅବ୍ରହାମ ହୋମବଳି ନିମନ୍ତେ କାଠ କାଟି ପରମେଶ୍ୱର କହିଥିବା ସ୍ଥାନକୁ ନେଇଗଲେ। ତୃତୀୟ ଦିନର ଯାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଦୂର ସ୍ଥାନକୁ ଦେଖିଲେ, ଯେଉଁଠାକୁ ସେ ଯାଉଥିଲେ। ଏହା ପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଗଧ ସହ ଏହିଠାରେ ଅପେକ୍ଷା କର। ମୁଁ ମୋର ପୁତ୍ରକୁ ନେଇ ସେହି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟ ପରେ ଆମ୍ଭେ ତୁମ୍ଭ ନିକଟକୁ ଫେରି ଆସିବୁ।” ଅବ୍ରହାମ ତାଙ୍କ ପୁତ୍ରର କାନ୍ଧରେ ହୋମବଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ୱତନ୍ତ୍ର ଛୁରୀ ଏବଂ ନିଆଁ ନେଇ ଗଲେ। ଏହା ପରେ ଦୁଇଜଣ ଏକତ୍ର ହୋଇଗଲେ। ଇ‌ସ୍‌ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲେ, “ପିତା!” ଅବ୍ରହାମ ଉତ୍ତର ଦେଲେ, “ହଁ, ମୋର ପୁତ୍ର।” ଇ‌ସ୍‌ହାକ କହିଲେ, “ଆମ୍ଭର ହୋମବଳି ନିମନ୍ତେ କାଠ ଓ ନିଆଁ ଅଛି, କିନ୍ତୁ ଯେଉଁ ମେଷକୁ ଉତ୍ସର୍ଗ କରାଯିବ ତାହା କେଉଁଠାରେ?” ଅବ୍ରହାମ ଉତ୍ତର ଦେଲେ, “ହେ ମୋର ପୁତ୍ର, ପରମେଶ୍ୱର ନିଜେ ଉତ୍ସର୍ଗ ପାଇଁ ସେହି ମେଷ ଯୋଗାଇବେ।” ତେଣୁ ଇ‌ସ୍‌ହାକ ଓ ଅବ୍ରହାମ ଏକତ୍ର ସେଇ ସ୍ଥାନକୁ ଗ୍ଭଲିଲେ। ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇ‌ସ୍‌ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ। ଏହା ପରେ ଅବ୍ରହାମ ତାଙ୍କର ଛୁରୀ ଆଣିଲେ ଏବଂ ଇ‌ସ୍‌ହାକକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ଏହା ପରେ ସଦାପ୍ରଭୁଙ୍କର ଦୂତ ସ୍ୱର୍ଗରୁ ଅବ୍ରହାମଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ଅବ୍ରହାମ ଉତ୍ତର ଦେଲେ, “ହଁ ପ୍ରଭୁ!” ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।” ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା’ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ। ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।” ସଦାପ୍ରଭୁଙ୍କର ଦୂତ ଦ୍ୱିତୀୟ ଥର ଅବ୍ରହାମଙ୍କୁ ସ୍ୱର୍ଗରୁ ଡାକିଲେ। ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ, ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ। ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ଏପରି କରିବି କାରଣ ତୁମ୍ଭେ ମୋର ବାକ୍ୟ ମାନିଅଛ।” ଏହା ପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫେରିଗଲେ। ଏହା ପରେ ସେମାନେ ସମସ୍ତେ ‌ବେ‌ର୍‌ଶେବାକୁ ଫେରିଗଲେ। ଏବଂ ଅବ୍ରହାମ ସେଠାରେ ବାସ କଲେ। ଏହିସବୁ ଘଟଣା ଘଟିଯିବା ପରେ, ଅବ୍ରହାମଙ୍କୁ ଏକ ବାର୍ତ୍ତା ପଠାଗଲା। ବାର୍ତ୍ତାଟି ଏହିପରି ଥିଲା, “ତୁମ୍ଭର ଭାଇ ନାହୋର ଏବଂ ତା’ର ସ୍ତ୍ରୀ ମି‌ଲ୍‌କା ସନ୍ତାନ ପ୍ରସବ କରିଅଛି। ତାହାର ଜ୍ୟେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂୟେଲ। ଏହା ପରେ, କେଷଦ୍, ହସୋ, ପିଲଦଶ୍, ଯି‌ଦ୍‌ଲଫ୍ ଓ ବଥୂୟେଲ।” ସେହି ବଥୂୟେଲର କନ୍ୟା ରିବିକା। ମି‌ଲ୍‌କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା। ଏବଂ ନାହୋରର ରୂମା ନାମ୍ନୀ ଦାସୀଠାରୁ ଟେବହ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ। ସାରାର ମୃତ୍ୟୁ ସାରା 127 ବର୍ଷ ବଞ୍ଚିଲେ। ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ। ଏହା ପରେ ଅବ୍ରହାମ ସେହି ମୃତ ଦେହକୁ ଛାଡ଼ି ହେତରମାନଙ୍କୁ କହିଲେ। ସେ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।” ହେତର ଲୋକମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନରେ ଯେକୌଣସି ସ୍ଥାନରେ କବର ଦେଇ ପାରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କେହି ଅଟକାଇବୁ ନାହିଁ।” ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ। ଅବ୍ରହାମ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋର ସ୍ତ୍ରୀକୁ କବର ଦେବା ପାଇଁ ସାହାଯ୍ୟ କରିବାକୁ ଗ୍ଭହୁଁଥାଅ। ତେବେ ତୁମ୍ଭେମାନେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କର। ସେ ହୁଏତ ମ‌କ୍‌ପେଲାର ଗୁମ୍ଫା ଉଚିତ୍ ମୂଲ୍ୟରେ ମୋତେ ବିକି ଦେବେ, ଯାହା ତାଙ୍କର ଅଛି, ତାଙ୍କର କ୍ଷେତର ଶେଷ ଭାଗରେ ଯାହା ଅଛି। ମୁଁ ଗ୍ଭହେଁ ତୁମ୍ଭେମାନେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହୁଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କରିବା ପାଇଁ କ୍ରୟ କରୁଛି।” ସେହି ସମୟରେ ଇଫ୍ରୋଣ ସେହି ଲୋକମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତର ଇଫ୍ରୋଣ ଆପଣା ନଗର ବହିଃଦ୍ୱାର ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା। “ନା ମୁନିବ, ସେପରି ହେବ ନାହିଁ। ମୋ’ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ସ୍ତ୍ରୀର ମୃତ ଦେହକୁ କବର ଦିଅନ୍ତୁ।” ଅବ୍ରହାମ ହେତର ଲୋକମାନଙ୍କୁ ପ୍ରଣାମ କଲେ। ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କ ଆଗରେ କହିଲେ, “କିନ୍ତୁ ମୁଁ ତୁମ୍ଭକୁ ସେହି ସ୍ଥାନର ସମସ୍ତ ପଇସା ଦେବାକୁ ଗ୍ଭହୁଁଅଛି। ମୋର ଅର୍ଥକୁ ଗ୍ରହଣ କର। ଏବଂ ମୁଁ ମୋର ସ୍ତ୍ରୀର ମୃତ ଦେହକୁ କବର ଦେବି।” ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲେ, “ମହାଶୟ, ମୋର କଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ୟ ତ ଗ୍ଭରିଶହ ଶେକଲ ରୂପା ଆପଣଙ୍କ ପାଇଁ ଓ ମୋ’ ପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।” ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ୟ ବିଷୟରେ କଥା କହୁଛି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ୟ ଦେଲେ। ଯାହା ହେତୀୟମାନଙ୍କର ଥିଲା। ଅବ୍ରହାମ ଅଢ଼େଇ ପାଉଣ୍ଡ ରୂପା ସମସ୍ତଙ୍କ ସମ୍ମୁଖରେ ଇଫ୍ରୋଣକୁ ଦେଲେ। ଏଣୁ ଇଫ୍ରୋଣ ସେହି ଭୂମିର ମାଲିକାନା ବଦଳାଇଲେ। ମମ୍ରି ପାଖରେ ଯେଉଁ ଜମି ମ‌କ୍‌ପେଲାରେ ଥିବା ଗୁହା ପାର୍ଶ୍ୱ ଏବଂ ଚତୁର୍ପାର୍ଶ୍ୱରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା। ଏହି ଚୁକ୍ତି ନଗର ଫାଟକରେ ହେତର ଲୋକମାନଙ୍କ ଆଗରେ କରାଗଲା। *** ଏହା ପରେ ଅବ୍ରହାମ ମ‌କ୍‌ପେଲା କ୍ଷେତ୍ରସ୍ଥିତ ଗୁହାରେ ମମ୍ରିର ପାର୍ଶ୍ୱରେ ହେବ୍ରୋଣ ମଧ୍ୟରେ କିଣାନ ଦେଶରେ ନିଜର ସ୍ତ୍ରୀ ସାରାଙ୍କୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ଥିଲା। ଏହି ପ୍ରକାରେ ଅବ୍ରହାମ ହେତରମାନଙ୍କଠାରୁ କ୍ଷେତ ଏବଂ ସେଥିରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କଲେ। ଇ‌ସ୍‌ହାକଙ୍କ ପାଇଁ ଏକ ସ୍ତ୍ରୀ ଅବ୍ରହାମ ବାର୍ଦ୍ଧକ୍ୟ ଅବସ୍ଥାରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତିରେ ଆଶାର୍ବାଦ କରିଥିଲେ। ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର। ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି। ମୋର ଜନ୍ମସ୍ଥାନକୁ ଯାଅ ଇ‌ସ୍‌ହାକ ପାଇଁ ଏକ ପତ୍ନୀ ଧରି ଆସ।” ଦାସ ତାଙ୍କୁ କହିଲେ, “ଏହା ସମ୍ଭବ ହୋଇପାରେ ଯେ, ଯେବେ କୌଣସି କନ୍ୟା ମୋ’ ସହିତ ଏହି ଭୁମିକୁ ଆସି ନ ପାରନ୍ତି, ତେବେ ମୁଁ ତୁମ୍ଭର ପୁତ୍ରକୁ ମୋ’ ସହିତ ତୁମ୍ଭର ଜନ୍ମସ୍ଥାନକୁ ନେବା ଉଚିତ୍ କି?” ଅବ୍ରହାମ ତାଙ୍କୁ କହିଲେ, “ନା ମୋର ପୁତ୍ରକୁ ସେଠାକୁ ନେବ ନାହିଁ। ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ମୋର ଜନ୍ମ ସ୍ଥାନରୁ ମୋ’ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସେହି ସ୍ଥାନ ମୋର ପରିବାରମାନଙ୍କ ପାଇଁ ମୋର ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହି ଭୂମି ମୋର ପରିବାର ପାଇଁ ହେବ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମୋର ପୁଅ ପାଇଁ ଏକ ସ୍ତ୍ରୀ ଖୋଜି ଆଣିବା ନିମନ୍ତେ। କିନ୍ତୁ ଯଦି ସେହି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତେବେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହେବ। କିନ୍ତୁ ତୁମ୍ଭେ ମୋର ପୁତ୍ରକୁ ସେହି ସ୍ଥାନକୁ ନିଅ ନାହିଁ।” ତେଣୁ ସେହି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲେ। ଖୋଜା ଆରମ୍ଭ ହେଲା ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ। ଏହା ପରେ ସେ ନଗର ବାହାରେ ଥିବା ସେହି ସ୍ଥାନକୁ ଗଲେ, ଯେଉଁଠାକୁ କନ୍ୟାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହାରେ ସେହି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ। ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର। ଏହିଠାରେ ମୁଁ କୂପ ନିକଟରେ ଛିଡ଼ା ହୋଇ ଅଛି। ଏବଂ ନଗରରୁ କନ୍ୟାମାନେ ପାଣି ନେବାକୁ ଏଠାକୁ ଆସୁଛନ୍ତି। ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇ‌ସ୍‌ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇ‌ସ୍‌ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।” ଗୋଟିଏ ସ୍ତ୍ରୀ ବଛାଗଲେ ଏହା ପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ଯୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂୟେଲର ଝିଅ। ବଥୂୟେଲ ମି‌ଲ୍‌କାର ପୁତ୍ର ଥିଲେ, ଯିଏ କି ଅବ୍ରହାମଙ୍କର ଭାଇ ନାହୋର ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧରେ ଥୋଇ କୂଅ ନିକଟକୁ ଆସିଲେ। ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ୟ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲେ ଓ ତା’ର ପାତ୍ରରେ ପାଣି ଭର୍ତ୍ତି କଲେ। ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।” ରିବିକା ତ‌‌‌ତ୍‌‌‌କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।” ଜଳପାନ କରିବାକୁ ଦେଇ ରିବିକା କହିଲେ, “ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହା ପରେ ରିବିକା କୂଅରୁ ପାଣି କାଢ଼ି କୁଣ୍ଡରେ ଢାଳିଲେ ଓ ପୁନରାୟ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ। ତା’ପରେ ସେ କନ୍ୟାକୁ ଅତି ପାଖରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହେବାପରେ ଏବଂ ଜାଣିଲେ ସଦାପ୍ରଭୁ ତାଙ୍କର ଯାତ୍ରା ସଫଳ କରିଥିଲେ। ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା’ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା। ସେହି ଦାସଜଣକ ପଗ୍ଭରିଲେ, “ତୁମ୍ଭ ବାପାଙ୍କର ନାମ କ’ଣ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?” ରିବିକା ଉତ୍ତର ଦେଲେ, “ମୋର ପିତା ବଥୂୟେଲ, ନାହୋରର ଓ ମି‌ଲ୍‌କାର ଜନ୍ମ ପୁତ୍ର।” ଏହା ପରେ ସେ ମଧ୍ୟ କହିଲେ, “ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।” ସେହି ଦାସଜଣକ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ। ସେହି ଦାସଜଣକ କହିଲେ, “ମୋର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ। ଯେହେତୁ ସଦାପ୍ରଭୁ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି। ସଦାପ୍ରଭୁ ମୋ’ କର୍ତ୍ତାଙ୍କର ସମ୍ପର୍କୀୟଙ୍କ ଗୃହକୁ କଢ଼ାଇ ନେଲେ।” ଏହା ପରେ ରିବିକା ଦୌଡ଼ିଯାଇ ତାଙ୍କ ପରିବାରରେ ଏହି କଥା ଜଣାଇଲେ। ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତରେ ଯେତେବେଳେ ବଳା ଦେଖିଲେ। ସେ କୂଅ ପାଖକୁ ଦୌଡ଼ିଗଲେ। ଏବଂ ସେହିଲୋକ ଜଣକ ଓଟମାନଙ୍କୁ ଧରି ସେହି କୂପ ପାଖରେ ଠିଆ ହୋଇଥିଲେ। *** ଲାବନ କହିଲେ, “ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହାରେ ଠିଆ ହେବା ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।” ତେଣୁ ଅବ୍ରହାମଙ୍କର ଦାସ ଗୃହକୁ ଗଲେ। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାଯ୍ୟ କଲେ ଏବଂ ସେମାନଙ୍କ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ୟମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ଯଦ୍ଦ୍ୱାରା କି ସେମାନେ ପାଦ ଧୋଇବେ। ଏହା ପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସେହି ଦାସ ଖାଇବାକୁ ମନା କଲେ। ସେ କହିଲେ, “ମୁଁ ଆସିବାର ଉଦ୍ଦେଶ୍ୟ ନ କହିବା ପର୍ଯ୍ୟନ୍ତ ତୁମ୍ଭ ଘରେ ଖାଇବି ନାହଁ।” ତେଣୁ ଲାବନ କହିଲେ, “ତେବେ କୁହନ୍ତୁ।” ରିବିକାର ହାତ ମାଗିବା ସେହି ଦାସ ଜଣକ କହିଲେ, “ମୁଁ ହେଉଛି ଅବ୍ରହାମଙ୍କର ଦାସ। ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି। ସାରା ମୋର କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ମୋ’ କର୍ତ୍ତାଙ୍କର ସମସ୍ତ ସମ୍ପତ୍ତି ସେ ପ୍ରାପ୍ତ ହେବ। ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’ ତେଣୁ ସେ ମୋତେ ପ୍ରତିଜ୍ଞା କରି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଲେ ଏବଂ କହିଲେ, ‘ଯାଅ ଓ ମୋ’ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରି ଆସ।’ ମୁଁ ମୋର କର୍ତ୍ତାଙ୍କୁ କହିଲି, ‘ଏପରିକି ସେ ସ୍ତ୍ରୀ ମୋ’ ସହିତ ଏଠାକୁ ଆସି ନ ପାରେ।’ କିନ୍ତୁ ମୋର ପ୍ରଭୁ ମୋତେ କହିଲେ, ‘ମୁଁ ସଦାପ୍ରଭୁଙ୍କର ସେବା କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଏବଂ ତୁମ୍ଭର ଯାତ୍ରା ସଫଳ କରିବେ ତୁମ୍ଭେ ଯାଅ। ମୋର ପିତାଙ୍କ ବଂଶରୁ ମୋର ପୁଅ ନିମନ୍ତେ କନ୍ୟା ଆଣିବ। କିନ୍ତୁ ତୁମ୍ଭେ ଯଦି ଯାଅ ମୋର ବନ୍ଧୁବାନ୍ଧବମାନଙ୍କ ପାଖକୁ ଯାଅ, ଆଉ ସେମାନେ ଯଦି ମନା କରିବେ ମୋ’ ପୁତ୍ର ପାଇଁ କନ୍ୟା ଦେବା ପାଇଁ, ତେବେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହେବ।’ “ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, ‘ସଦାପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଅବ୍ରହାମଙ୍କର ପରମେଶ୍ୱର, ଦୟାକରି ମୋର ଯାତ୍ରା ସଫଳ କରାଅ। ମୁଁ ସେହି କୂପ ନିକଟରେ ଠିଆ ହେଲି ଏବଂ ଜଣେ ନିରୂପିତ କନ୍ୟାକୁ ଅପେକ୍ଷା କଲି, ଯିଏ ଏଠାକୁ ପାଣି ପାଇଁ ଆସିବ। ଏହା ପରେ ମୁଁ କହିଲି, “ଦୟାକରି ମୋତେ ତୁମ୍ଭ ପାତ୍ରରୁ ଜଳପାନ କରିବାକୁ ଦିଅ।” ସେହି କନ୍ୟାଟି ମୋତେ ସ୍ୱତନ୍ତ୍ର ଧରଣର ଉତ୍ତର ଦେଇ କହିବ, “ପାଣି ପିଅନ୍ତୁ। ଏବଂ ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହି ଉପାୟରେ ମୁଁ ଜାଣିବି ଯେ ସେହି ଝିଅଟିକୁ ସଦାପ୍ରଭୁ, ମୋର ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।’ “ମୋର ନୀରବର ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ। ଏବଂ ସେ ସଙ୍ଗେ ସଙ୍ଗେ ତା’ର ପାତ୍ର କାନ୍ଧରୁ କାଢ଼ି ମୋ’ ହାତରେ ପାଣି ଢାଳିଲେ। ଏହା ପରେ ସେ କହିଲେ, ‘ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।’ ତେଣୁ ମୁଁ ଜଳପାନ କଲି ଏବଂ ସେ ମଧ୍ୟ ମୋର ଓଟମାନଙ୍କୁ ଜଳପାନ କରାଇଲେ। ତା’ପରେ ମୁଁ ପଗ୍ଭରିଲି, ‘ତୁମ୍ଭର ପିତା କିଏ?’ ସେ ଉତ୍ତର ଦେଲେ, ‘ବଥୂୟେଲ ମୋର ପିତା।’ ଏହା ପରେ ମୁଁ ତାଙ୍କୁ ବଳା ଓ ନଥ ଦେଲି। ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ୟବାଦ କଲି। ସେ ମୋର କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃପୁତ୍ରଙ୍କ କନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମୋର କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। ବର୍ତ୍ତମାନ ମୋତେ କୁହ, ତୁମ୍ଭେ କ’ଣ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ କରି ତୁମ୍ଭର କନ୍ୟାକୁ ଦେବ? କିମ୍ବା ତୁମ୍ଭେ କ’ଣ ଫେରାଇଦେବ? ମୋତେ କୁହ ତେବେ ମୁଁ ଜାଣିବି କ’ଣ କରିବା ଉଚିତ୍।” ଏହା ପରେ ଲାବନ୍ ଏବଂ ବଥୂୟେଲ ଉତ୍ତର କଲେ, “ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡ଼ୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରିବୁ ନାହିଁ। ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାକୁ ନେଇ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସାରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।” ଯେତେବେଳେ ଅବ୍ରହାମଙ୍କର ଦାସ ଏହା ଶୁଣିଲେ। ସଦାପ୍ରଭୁଙ୍କଠାରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ। ଏହା ପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ୟ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ୟ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ। ଏହା ପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା’ ପରଦିନ ପ୍ରଭାତରୁ ସେମାନେ ଉଠି କହିଲେ, “ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫେରିଯିବୁ।” ରିବିକାର ମା ଓ ଭାଇ କହିଲେ, “ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାକୁ ଆମ ସହିତ ଆଉ ଦଶ ଦିନ ରହିବାକୁ ଦିଅ। ଏହା ପରେ ସେ ଯାଇପାରିବ।” କିନ୍ତୁ ସେହି ଦାସ କହିଲେ, “ମୋତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମୋର ଯାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମୋତେ ମୋର କର୍ତ୍ତାଙ୍କ ଗୃହକୁ ଫେରିବାକୁ ଦିଅ।” ରିବିକାର ଭାଇ ଓ ମା କହିଲେ, “ଆମ୍ଭେ ରିବିକାକୁ ପଗ୍ଭରିବା।” ସେମାନେ ରିବିକାକୁ ଡାକି ପଗ୍ଭରିଲେ, “ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ଯିବାକୁ ଗ୍ଭହଁ କି?” ରିବିକା ଉତ୍ତର ଦେଲେ, “ହଁ, ମୁଁ ଯିବି” ତେଣୁ ସେମାନେ ଅବ୍ରହାମଙ୍କର ଭୃତ୍ୟ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସେବିକା ମଧ୍ୟ ତାଙ୍କ ସହିତ ଗଲା। ଯେତେବେଳେ ରିବିକା ସେହି ସ୍ଥାନ ଛାଡ଼ିଲେ ସେମାନେ ତାଙ୍କୁ ଆଶୀର୍ବାଦ କରି କହିଲେ, “ଆମ୍ଭର ଭଉଣୀ, ତୁମ୍ଭେ ସହସ୍ର ସହସ୍ର ଲୋକଙ୍କର ମାତା ହୁଅ। ଏବଂ ତୁମ୍ଭର ବଂଶଧରମାନେ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରି ତାଙ୍କର ନଗର ଅଧିକାର କରନ୍ତୁ।” ଏହା ପରେ ରିବିକା ଓ ତାଙ୍କର ସେବୀକା ଓଟଗୁଡ଼ିକ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ଯାତ୍ରା କଲେ। ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲେ। ଇ‌ସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଲେ। ପୁଣି ସନ୍ଧ୍ୟା ସମୟରେ ଧ୍ୟାନ କରିବାକୁ କ୍ଷେତ୍ରକୁ ଯାଇଥିଲେ। ଇ‌ସ୍‌ହାକ ଉପରକୁ ଗ୍ଭହିଁ ଦେଖିଲେ ଦୂରରୁ ଓଟମାନେ ଆସୁଛନ୍ତି। ରିବିକା ଅନାଇ ଇ‌ସ୍‌ହାକଙ୍କୁ ଦେଖିଲେ, ତା’ପରେ ସେ ଓଟରୁ ଓହ୍ଲାଇ ପଡ଼ିଲେ। ରିବିକା ଦାସକୁ କହିଲେ, “ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ଯୁବକ କିଏ?” ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ। ଦାସଟି ଯାହାସବୁ ଘଟିଥିଲା ତାହା ଇ‌ସ୍‌ହାକଙ୍କୁ କହିଲେ। ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ। ଅବ୍ରହାମଙ୍କର ବଂଶ ଅବ୍ରହାମ ପୁନରାୟ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା। କଟୂରା ସିମ୍ରଣ, ଯ‌କ୍‌ଷନ୍, ମଦାନ୍, ମିଦିୟନ, ଯି‌ଶ୍‌ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦେଲା। ସେହି ଯ‌କ୍‌ଷନ୍ ଶିବା ଓ ଦଦାନକୁ ଜନ୍ମ ଦେଲା। ଦଦାନର ପୁତ୍ରମାନେ ହେଲେ, ଅଶୂରୀୟ, ଲଟୂଶୀୟ ଓ ଲିୟମ୍ମୀୟ। ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାୟା ଏହି ସମସ୍ତେ କଟୂରାର ସନ୍ତାନ। ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ। ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇ‌ସ୍‌ହାକଠାରୁ ଦୂରକୁ ପଠାଇଲେ। ତା’ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇ‌ସ୍‌ହାକଙ୍କୁ ଦେଲେ। ଅବ୍ରହାମ 175 ବର୍ଷ ବଞ୍ଚିଲେ। ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। ତାଙ୍କର ପୁତ୍ର ଇ‌ସ୍‌ହାକ ଓ ଇଶ୍ମାଏଲ ମମ୍ରିର ନିକଟରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମ‌କ୍‌ପେଲା ନାମକ ଗୁହାରେ ତାହାଙ୍କୁ କବର ଦେଲେ। ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। ଅବ୍ରହାମଙ୍କ ମୃତ୍ୟୁପରେ ପରମେଶ୍ୱର ତାଙ୍କର ପୁତ୍ର ଇ‌ସ୍‌ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇ‌ସ୍‌ହାକ ବେର-ଲହୟରୋୟୀ ନାମକ ସ୍ଥାନରେ ବସତି କଲେ। ଏହା ସାରାର ମିଶରୀୟା ଦାସୀ ହାଗାରର ପୁତ୍ର, ଇଶ୍ମାଏଲଙ୍କର ପରିବାରର ତାଲିକା ଅଟେ। ପ୍ରତ୍ୟେକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍ ତାହା ଉତ୍ତାରେ କେରଦ ଓ ଅ‌ଦ୍‌ବେଲ ଓ ମି‌ବ୍‌ସମ୍। ମି‌ଶ୍‌ମ ଓ ଦୂମା ଓ ମସା। ହଦଦ୍, ତେମା, ଯିଟୁର ଓ ନାଫୀଶ୍ ଓ କେଦମା। ଏହି ସମସ୍ତେ ଇଶ୍ମାଏଲଙ୍କର ସନ୍ତାନ, ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା। ସେହି ବାର ଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ। ଇଶ୍ମାଏଲ 137 ବର୍ଷ ବଞ୍ଚିଲେ। ଏହା ପରେ ସେ ପ୍ରାଣତ୍ୟାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ଏହା ପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖରେ ଶୂରଠୁ ଅଶୂରିୟା ଦିଗରେ ବସତି କଲେ। ସେମାନେ ନିଜ ନିଜ ପାଖରେ ବାସ କଲେ ଏବଂ ଇଶ୍ମାଏଲ ଆପଣାର ବଂଶଧର ଭାଇମାନଙ୍କ ସମ୍ମୁଖରେ ବସତି କଲେ। ଇ‌ସ୍‌ହାକଙ୍କର ବଂଶ ଅବ୍ରହାମଙ୍କର ପୁତ୍ର ଇ‌ସ୍‌ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇ‌ସ୍‌ହାକଙ୍କୁ ଜନ୍ମ କଲେ। ଯେତେବେଳେ ଇ‌ସ୍‌ହାକ ରିବିକାକୁ ବିବାହ କଲେ, ସେତେବେଳେ ତାଙ୍କୁ ଗ୍ଭଳିଶ୍ ବର୍ଷ ହୋଇଥିଲା। ଯିଏ କି ବଥୂୟେଲର କନ୍ୟା, ଅରାମୀୟ ପଦ୍ଦନ୍-ଅରାମୀୟ ଏବଂ ଅରାମୀୟ ଲାବନର ଭଗିନୀ। ଇ‌ସ୍‌ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ। ଯେତେବେଳେ ରିବିକା ଗର୍ଭବତୀ ହେଲେ, ନିଜ ନିଜ ଭିତରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୋ’ ପ୍ରତି ଏପରି କାହିଁକି ଘଟିଲା?” ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ। ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।” ଉପଯୁକ୍ତ ସମୟରେ ରିବିକା ଯାଆଁଳା ପୁତ୍ର ଜନ୍ମ ଦେଲେ। ଜ୍ୟେଷ୍ଠ ବାହାରି ଆସିଲା ରକ୍ତବର୍ଣ୍ଣ ଦେଖାଯାଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା। ତା’ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇ‌ସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜନ୍ମ ହେଲେ। ଏହା ପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗୟାରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ୟ ତମ୍ବୁରେ ବାସ କଲା। ଇ‌ସ୍‌ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ। ସେହି ସମୟରେ ଏଷୌ ବହୁତ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲେ। ତହୁଁ ସେ ଯାକୁବକୁ କହିଲେ, “ମୁଁ ବହୁତ ଥକି ଯାଇଛି ମୋତେ ଦୟାକରି ସେହି ଲାଲ ପଦାର୍ଥରୁ କିଛି ଦିଅ। ଏହି ନିମନ୍ତେ ତା’ର ନାମ ଇଦୋମ ନାମରେ ଖ୍ୟାତ ହେଲା।” କିନ୍ତୁ ଯାକୁବ କହିଲେ, “ଆଜି ତୁମ୍ଭେ ମୋତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରୟ କର।” ଏଷୌ ଉତ୍ତର ଦେଲେ, “ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦେବି।” କିନ୍ତୁ ଯାକୁବ କହିଲେ, “ପ୍ରଥମେ ତୁମ୍ଭେ ମୋତେ ଦେବା ପାଇଁ ପ୍ରତିଜ୍ଞା କର।” ତେଣୁ ସେ ପ୍ରତିଜ୍ଞା କଲେ। ଏବଂ ତାଙ୍କର ଜ୍ୟେଷ୍ଠତା ତାଙ୍କୁ ଦେଲେ। ଏହା ପରେ ଯାକୁବ ଏଷୌକୁ ରୋଟୀ ଏବଂ ମସୁରଡାଲି ରାନ୍ଧି ଖାଇବାକୁ ଦେଲେ ଓ ସେ ସ୍ଥାନ ପରିତ୍ୟାଗ କଲେ। ଏହିପରି ଏଷୌ ନିଜର ଜ୍ୟେଷ୍ଠ ଭ୍ରାତାର ଅଧିକାର ବିଷୟରେ ପୁନର୍ବାର ଭାବିଲେ ନାହିଁ। ଇ‌ସ୍‌ହାକ ଅବିମେଲକକୁ ମିଛ କହିଲେ ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇ‌ସ୍‌ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। ସେତେବେଳେ ସଦାପ୍ରଭୁ ଇ‌ସ୍‌ହାକକୁ କହିଲେ, “ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର। ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା। ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଆମ୍ଭେ ଏହା କରିବା, କାରଣ ତୁମ୍ଭର ପିତା ଅବ୍ରହାମ ଆମ୍ଭର କଥା ମାନିଥିଲେ ଓ ଆମ୍ଭେ ଯାହା କହିଥିଲୁ ତାହା କରିଥିଲେ। ଅବ୍ରହାମ ଆମ୍ଭର ଆଦେଶ, ନିୟମ ଓ ବିଧିସବୁ ମାନିଲେ।” ତହିଁରେ ଇ‌ସ୍‌ହାକ ଗରାରଠାରେ ବାସ କଲେ। ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷୟରେ ପଗ୍ଭରନ୍ତେ ସେ କହିଲେ, “ସେ ମୋର ଭଉଣୀ” ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସେଠାକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ। ଇ‌ସ୍‌ହାକ ସେଠାରେ ବହୁ ଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ଦେଇ ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ। ଅବିମେଲକ ଇ‌ସ୍‌ହାକଙ୍କୁ ଡାକି କହିଲେ, “ସେହି ସ୍ତ୍ରୀଲୋକ ଜଣକ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?” ଇ‌ସ୍‌ହାକ ତାଙ୍କୁ କହିଲେ, “ମୁଁ ଭୟ କରିଗଲି। ମୁଁ ଭାବିଲି, ତୁମ୍ଭେ ମୋତେ ହତ୍ୟାକରି ମୋର ସ୍ତ୍ରୀକୁ ନେଇଯିବ।” ଅବିମେଲକ କହିଲେ, “ତୁମ୍ଭେ ଆମ୍ଭକୁ ଖରାପ ବ୍ୟବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଙ୍ଗରେ ଅନାୟାସରେ ଶୟନ କରି ଥା’ନ୍ତା। ତାହାହେଲେ ସେ ପାପର ଭାଗୀଦାର ହୋଇଥା’ନ୍ତା।” ତେଣୁ ଅବିମେଲକ ସମସ୍ତ ଲୋକଙ୍କୁ ଚେତାବନି ଦେଇ କହିଲେ, “କୌଣସି ଲୋକ ସେହି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।” ଇ‌ସ୍‌ହାକ ଧନୀ ହେଲେ ଏହା ପରେ ଇ‌ସ୍‌ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଯାହା ଲଗାଇ ଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଇ‌ସ୍‌ହାକ ବୃଦ୍ଧି ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ଯେପର୍ଯ୍ୟନ୍ତ ସେ ଅଧିକ ଧନଶାଳୀ ହେଲେ। ତାଙ୍କର ପଲ ପଲ ମେଷ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। ଏଣୁ ଇ‌ସ୍‌ହାକଙ୍କର ପିତା ଅବ୍ରହାମଙ୍କର ଦାସମାନେ ସେସମୟରେ ଯେଉଁସବୁ କୂପ ଖୋଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ୱାରା ସେସବୁ ପୋତି ପକାଇଲେ। ଏହା ପରେ ଅବିମେଲକ ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହୋଇଅଛ।” ତେଣୁ ସେହି ସ୍ଥାନ ପରିତ୍ୟାଗ କରି ଗରାରର ଛୋଟ ନଦୀ ନିକଟରେ ଛାଉଣି ପକାଇଲେ। ଇ‌ସ୍‌ହାକ ସେହିଠାରେ ରହି ବାସ କଲେ। ଇ‌ସ୍‌ହାକ ପୂନର୍ବାର ସେହି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ୱାରା ପୋତା ଯାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ଯାଇଥିଲା। ସେ ସେହି ନାମ ବ୍ୟବହାର କଲେ, ଯାହା ତାଙ୍କ ପିତା ବ୍ୟବହାର କରିଥିଲେ। ଆଉ ଇ‌ସ୍‌ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପାଇଲେ। ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇ‌ସ୍‌ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର” ଏଣୁ ସେମାନେ ସେହି କୂପର ନାମ ଏଷକ ରଖିଲେ। ଯେହେତୁ ତାଙ୍କ ସହିତ ସେମାନେ ବିବାଦ କଲେ। ଏହା ପରେ ଇ‌ସ୍‌ହାକଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସେଠାକାର ଲୋକମାନେ ତା’ ପାଇଁ ମଧ୍ୟ ବିବାଦ କଲେ। ତହିଁରେ ଇ‌ସ୍‌ହାକ ତହିଁର ନାମ ସିଟନା ରଖିଲେ। ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। “ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଛନ୍ତି। ଆମ୍ଭେ ଏହି ଦେଶରେ ବୃଦ୍ଧି ପାଇବା।” ସେହି ସ୍ଥାନରୁ ଇ‌ସ୍‌ହାକ ‌ବେ‌ର୍‌ଶେବାକୁ ଗଲେ। ସେହି ରାତ୍ରିରେ ସଦାପ୍ରଭୁ ଇ‌ସ୍‌ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” ତେଣୁ ଇ‌ସ୍‌ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇ‌ସ୍‌ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ। ଅବିମେଲକ ଇ‌ସ୍‌ହାକଙ୍କୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମେଲକ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ୟଗଣର ଅଧ୍ୟକ୍ଷଙ୍କୁ ନେଇଥିଲେ। ଇ‌ସ୍‌ହାକ ପଗ୍ଭରିଲେ, “ମୋତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମୋ’ ସହିତ ବନ୍ଧୁତା ରଖି ନ ଥିଲ। ଏପରିକି ତୁମ୍ଭେ ମୋତେ ତୁମ୍ଭ ଦେଶରୁ ଜୋ‌ର୍‌କରି ବିଦା କରିଥିଲ।” ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର। ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ, ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭେମାନଙ୍କୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତିରେ ଆମ୍ଭେ ବିଦା କରିଅଛୁ। ସେହିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର।” ତେଣୁ ଇ‌ସ୍‌ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ। ପରଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହା ପରେ ସେମାନେ ଶାନ୍ତିରେ ଫେରିଲେ। ସେହି ଦିନ ଇ‌ସ୍‌ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।” ତେଣୁ ଇ‌ସ୍‌ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ନାମରେ ଖ୍ୟାତ ଅଟେ। ଏଷୌର ସ୍ତ୍ରୀମାନେ ଏହା ପରେ ଏଷୌ ଗ୍ଭଳିଶ୍ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ। ଏହି ବିବାହ ଇ‌ସ୍‌ହାକ ରିବିକାଙ୍କୁ ବହୁତ ବିବ୍ରତ କଲା। ଇ‌ସ୍‌ହାକଙ୍କୁ ଯାକୁବର ପ୍ରବଞ୍ଚନା ଇ‌ସ୍‌ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ! ସେ ଉତ୍ତର ଦେଲେ, “ମୁଁ ଏହିଠାରେ,” ଇ‌ସ୍‌ହାକ କହିଲେ, “ମୁଁ ବୃଦ୍ଧ। ମୁଁ ଜାଣିନି, କେବେ ମରିବିା ତେଣୁ ତୁମ୍ଭେ ତୁମ୍ଭର ଧନୁ ଏବଂ ଶର ନେଇ ଶିକାର କରିବାକୁ ଯାଅ। ମୋ’ ଖାଦ୍ୟ ପାଇଁ ଏକ ମୃଗ ଶିକାର କର। ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।” ତେଣୁ ଏଷୌ ଶିକାରକୁ ଗଲେ। ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇ‌ସ୍‌ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ। ରିବିକା ତାଙ୍କର ପୁତ୍ର ଯାକୁବକୁ କହିଲେ, “ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି। ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’ ତେଣୁ ପୁତ୍ର, ମୋର କଥା ଶୁଣ। ମୁଁ ଯେପରି କହୁଛି ସେହିପରି କର। ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି। ଏହା ପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନେଇ ଯିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦେବେ।” କିନ୍ତୁ ଯାକୁବ ତା’ର ମାତା ରିବିକାକୁ କହିଲେ, “ମୋର ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ। ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା’ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।” ତେଣୁ ରିବିକା ତାଙ୍କୁ କହିଲେ, “ଯଦି କିଛି ସମସ୍ୟା ଆସେ ତେବେ ମୁଁ ସହିନେବି। ମୁଁ ଯାହା କହୁଛି ତୁମ୍ଭେ ସେହିପରି କର। ଯାଅ ମୋ’ ପାଇଁ ଛେଳି ଧରି ଆସ।” ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ। ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା’ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ। ରିବିକା ଛେଳି ଚମଡ଼ା ଆଣି ଯାକୁବର ହାତରେ ଏବଂ ତାଙ୍କ ଗଳାଦେଶରେ ଗୁଡ଼ାଇ ଦେଲେ। ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ। ଯାକୁବ ତାଙ୍କର ପିତାଙ୍କ ନିକଟକୁ ଯାଇ କହିଲେ, “ପିତା”। ତାଙ୍କର ପିତା କହିଲେ, “ହଁ ପୁତ୍ର, ତୁମ୍ଭେ କିଏ?” ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।” କିନ୍ତୁ ଇ‌ସ୍‌ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?” ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।” ଏହା ପରେ ଇ‌ସ୍‌ହାକ ଯାକୁବକୁ କହିଲେ, “ପୁତ୍ର, ମୋର ପାଖକୁ ଆସ ତେବେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତେବେ ମୁଁ ଜାଣି ପାରିବି ଯେ ତୁମ୍ଭେ ମୋର ପୁତ୍ର ଏଷୌ କି ନୁହେଁ।” ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ। ଇ‌ସ୍‌ହାକ ସ୍ପର୍ଶ କରି କହିଲେ, “ତୁମ୍ଭର ସ୍ୱର ଯାକୁବର ସ୍ୱର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତ ପରି।” ଇ‌ସ୍‌ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା’ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ। ଇ‌ସ୍‌ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?” ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।” ଯାକୁବଙ୍କ ପାଇଁ ଆଶୀର୍ବାଦ ଏହା ପରେ ଇ‌ସ୍‌ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ। ଏହା ପରେ ଇ‌ସ୍‌ହାକ ତାଙ୍କୁ କହିଲେ, “ମୋର ପୁତ୍ର ମୋ’ ପାଖକୁ ଆସ ମୋତେ ଚୁମ୍ବନ ଦିଅ।” ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି। ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ। ସବୁ ଲୋକ ତୁମ୍ଭର ସେବା କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ। ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ଏଷୌ ତାଙ୍କ ପିତାଙ୍କର “ଆଶୀର୍ବାଦ” ଗ୍ଭହେଁ ଇ‌ସ୍‌ହାକ ଯାକୁବକୁ ଆଶୀର୍ବାଦ ଦେଇ ସାରିଲେ। ଏହା ପରେ ସେ ସେହି ସ୍ଥାନ ପରିତ୍ୟାଗ କଲେ। ଏହି ସମୟରେ ଏଷୌ ଶିକାରରୁ ଫେରିଲେ। ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା’ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।” କିନ୍ତୁ ଇ‌ସ୍‌ହାକ ତାଙ୍କୁ କହିଲେ, “ତୁମ୍ଭେ କିଏ?” ସେ ଉତ୍ତର ଦେଲେ, “ମୁଁ ତୁମ୍ଭର ପ୍ରଥମ ପୁତ୍ର ଏଷୌ ଅଟେ।” ଏହା ପରେ ଇ‌ସ୍‌ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।” ଏଷୌ ପିତାଙ୍କର କଥା ଶୁଣିଲେ! ସେ ବହୁତ ରାଗିଗଲେ ଏବଂ ଚିତ୍କାର କଲେ। ସେ ତାଙ୍କ ପିତାଙ୍କୁ କହିଲେ, “ତେବେ ମୋତେ ଆଶୀର୍ବାଦ କର ପିତା” ଇ‌ସ୍‌ହାକ କହିଲେ, “ତୁମ୍ଭର ଭାଇ ମୋତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନେଇଗଲା।” ଏଷୌ କହିଲେ, “ତା’ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?” ଇ‌ସ୍‌ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।” କିନ୍ତୁ ଏଷୌ କହିଲେ, “ମୋ’ ପିତା, ତୁମ୍ଭର କ’ଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମୋତେ ମଧ୍ୟ, ପିତା।” ଏବଂ ଏହା କହି ଏଷୌ ଜୋ‌ର୍‌ରେ କାନ୍ଦିଲା। ତା’ପରେ ଇ‌ସ୍‌ହାକ ତାଙ୍କୁ କହିଲେ, “ତୁମ୍ଭେ ବାହାରରେ ବର୍ଷାରେ ରହିବ ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦେବ। ତୁମ୍ଭେ ଖ‌‌‌‌ଡ଼୍‌‌‌‌ଗଜୀବି ଓ ଆପଣା ଭ୍ରାତାର ଦାସ ହେବ। କିନ୍ତୁ ତୁମ୍ଭେ ଯେତେବେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦେବ, ତେବେ ତୁମ୍ଭେ ମୁକ୍ତି ପାଇବ।” Jacob Leaves the Country ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ସେ ସ୍ଥିର କଲେ, “ମୁଁ ଅପେକ୍ଷା କରିବି ମୋର ପିତାଙ୍କର ଶୋକର ସମୟ ବିତିବା ଯାଏ। ଏହା ପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।” କିନ୍ତୁ ସେହି ବାକ୍ୟଗୁଡ଼ିକ ରିବିକାକୁ ଶୁଣା ଯାଇଥିଲା। ଏଷୌ ଯାକୁବକୁ ହତ୍ୟା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡାକି କହିଲେ, “ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି। ତେଣୁ ହେ ମୋର ପୁତ୍ର ମୁଁ ଯେମନ୍ତ କହୁଛି, ସେହିପରି କର। ମୋର ଭ୍ରାତା ଲାବନ ହାରଣରେ ବାସ କରୁଛି। ତୁମ୍ଭେ ତା’ ପାଖରେ ଯାଇ ଲୁଚ। ତାଙ୍କ ପାଖରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହେବା ପର୍ଯ୍ୟନ୍ତ ତୁମ୍ଭେ ସେଠାରେ ରୁହ। କିଛି ସମୟ ପରେ ତୁମ୍ଭ ଭାଇ ଭୁଲିଯିବ ତୁମ୍ଭେ ତା’ ପ୍ରତି କ’ଣ କରିଥିଲ। ତା’ପରେ ମୁଁ ଗ୍ଭକର ପଠାଇ ତୁମ୍ଭକୁ ନେଇ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଗ୍ଭହୁଁ ନାହିଁ।” ଏହା ପରେ ରିବିକା ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।” ଯାକୁବ ତାଙ୍କ ପାଇଁ ସ୍ତ୍ରୀ ଖୋଜିଲେ ଇ‌ସ୍‌ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ଛାଡ଼ି ପଦ୍ଦନ୍ ଅରାମକୁ ଯାଅ। ନିଜ ମାତାର ପରିବାରକୁ ଯାଇ, ବଥୂୟେଲର ଗୁହକୁ ଯାଇ ସେଠାରେ ନିଜର ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର। ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ। ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ କଲା ପରି ତୁମ୍ଭଠାରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉନ୍ତୁ। ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠାରେ ତୁମ୍ଭେ ବର୍ତ୍ତମାନ ବାସ କରୁଛ। ତାହା ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିଲେ।” ଏହା ପରେ ଇ‌ସ୍‌ହାକ ଯାକୁବକୁ ବିଦାୟ କରନ୍ତେ ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ଲାବନ ନିକଟକୁ ଯାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ। ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇ‌ସ୍‌ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ ଜାଣିଲେ ଯେ, ଇ‌ସ୍‌ହାକ ଯାକୁବକୁ ସ୍ତ୍ରୀ ଖୋଜିବା ପାଇଁ ପଦ୍ଦନ୍ ଅରାମକୁ ପଠାଇଛନ୍ତି। ଏଷୌ ଜାଣିଲେ ଯେ, ଯାକୁବକୁ କିଣାନ ଦେଶର କନ୍ୟାକୁ ବିବାହ ନ ହେବା ପାଇଁ, ତାଙ୍କର ପିତା ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତାମାତାଙ୍କର କଥା ମାନି ପଦ୍ଦନ୍ ଅରାମକୁ ପଳାଇଛି। ଏଷୌ ଏ କଥା ଜାଣିଲେ ଯେ ତାଙ୍କର ପିତା ଗ୍ଭହୁଁ ନାହାନ୍ତି ତାଙ୍କର ପୁତ୍ର କିଣାନୀୟ କନ୍ୟାକୁ ବିବାହ କରନ୍ତୁ। ଏଷୌର ଦୁଇଟି କିଣାନୀୟ ସ୍ତ୍ରୀ ଥିଲେ। କିନ୍ତୁ ଏହା ପରେ ସେ ଇଶ୍ମାଏଲକୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ ସେ ଇଶ୍ମାଏଲର କନ୍ୟା ମହଲ‌‌‌‌‌ତ୍‌‌‌‌‌କୁ ବିବାହ କଲେ। ଇଶ୍ମାଏଲ ଅବ୍ରହାମଙ୍କର ପୁତ୍ର। ମହଲତ୍ ନବାୟୋତର ଭଉଣୀ। Jacob’s Dream at Bethel ଯାକୁବ ‌ବେ‌ର୍‌ଶେବା ଛାଡ଼ି ହାରଣକୁ ଗଲେ। ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇ‌ସ୍‌ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।” ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।” ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।” ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”। ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ। ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ। ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।” ଯାକୁବ ରାହେଲଙ୍କୁ ସାକ୍ଷାତ କଲେ ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି। ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?” ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।” ଏହା ପରେ ଯାକୁବ କହିଲେ, “ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?” ମେଷପାଳକମାନେ କହିଲେ, “ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।” ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?” ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।” ଯାକୁବ କହିଲେ, “ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।” କିନ୍ତୁ ମେଷପାଳକ କହିଲେ, “ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।” ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା’ ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ। ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ। ଏହା ପରେ ଲାବନ କହିଲେ, “ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ’ ବଂଶଧର।” ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ। ଲାବନ ଯାକୁବଙ୍କୁ ଫାନ୍ଦରେ ପକାଇଲେ ଦିନେ ଲାବନ ଯାକୁବଙ୍କୁ କହିଲେ, “ତୁମ୍ଭେ ମୋର କୁଟୁମ୍ବ ବୋଲି କ’ଣ ବିନା ବର୍ତ୍ତନରେ ମୋର ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।” ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅର ନାମ ଲେୟା ଓ ସାନ ଝିଅର ନାମ ରାହେଲ। ରାହେଲ ବହୁତ ସୁନ୍ଦରୀ, ରୂପବତୀ ଥିଲେ ଏବଂ ଲେୟାର ନୟନ କୋମଳ ଓ ଦୁର୍ବଳ ଥିଲା ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, “ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।” ଲାବନ କହିଲା, “ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହେବ। ତେଣୁ ତୁମ୍ଭେ ମୋ’ ସହିତ ରୁହ।” ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ। ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, “ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।” ତେଣୁ ଲାବନ ସେଠାକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ। ସେହି ଦିନ, ରାତିରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲେୟାକୁ ଆଣିଲେ। ଯାକୁବ ଏବଂ ଲେୟା ଉଭୟ ସହବାସ କଲେ। ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲେ। ତା’ ପରଦିନ ପ୍ରଭାତରେ ଯାକୁବ ଦେଖିଲେ ସେ ଯାହା ସହିତ ରାତି ବିତାଇଛନ୍ତି ସେ ଲେୟା ଥିଲା। ଯାକୁବ ଲାବନକୁ କହିଲେ, “ତୁମ୍ଭେ ମୋତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ଯଦ୍ଦ୍ୱାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମୋତେ ଠକିଲ?” ଲାବନ କହିଲେ, “ଆମ୍ଭ ଦେଶରେ ଅଛି ଯେ, ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରି ପାରିବ ନାହିଁ। କିନ୍ତୁ ତୁମ୍ଭେ ଏଠାରେ ବିବାହ ଉତ୍ସବ ସାତ ଦିନ ଧରି ପାଳନ କର ତା’ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦେବି। କିନ୍ତୁ ତୁମ୍ଭକୁ ମୋ’ ପାଇଁ ଆଉ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ।” ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହା ପରେ ଲାବନ ରାହେଲକୁ ତା’ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ। ଲାବନ ରାହେଲର ଦାସୀ ନିମନ୍ତେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲେ। ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲେୟା ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ। ଯାକୁବର ପରିବାର ବଢ଼ିଲେ ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ। ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।” ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, “ସଦାପ୍ରଭୁ ଶୁଣିଲେ ଯେ ମୋ’ ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ’ କୋଳରେ ଏହି ସନ୍ତାନ ଦେଇଛନ୍ତି।” ଲେୟା ପୁଣି ଗର୍ଭବତୀ ହେଲେ, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେ ସେହି ପିଲାର ନାମ ଦେଲା ଲେବୀ। ଲେୟା କହିଲେ, “ଏବେ ମୋ’ ସ୍ୱାମୀ ମୋ’ଠାରେ ଆସକ୍ତ ହେବେ। ଯେହେତୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦେଇଅଛି।” ଏହା ପରେ ଲେୟା ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦେଲେ ଯିହୁଦା, ସେ କହିଲେ, “ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି।” ଏହା ପରେ ଲେୟା ପିଲା ଜନ୍ମ କରିବା ବନ୍ଦ କରିଦେଲେ। ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା’ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।” ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।” ଏହା ପରେ ରାହେଲ କହିଲେ, “ମୋର ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହୋଇ ପାରିବି।” ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ। ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା। ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା’ର ନାମ ରଖିଲେ ଦାନ। ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ୱିତୀୟ ପୁତ୍ର ଜନ୍ମ କଲା। ରାହେଲ କହିଲେ, “ମୁଁ ମୋର ଭଉଣୀ ସହିତ ସଂଘର୍ଷ କରି ଜୟ କଲି।” ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ। ଲେୟା ଦେଖିଲେ ସେ ଆଉ ପିଲା ଜନ୍ମ କରି ପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବଙ୍କୁ ଦେଲେ। ଏହା ପରେ ସିଳ୍ପା ଏକ ପିଲା ଜନ୍ମ କଲା। ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା’ର ନାମ ଦେଲା ଗାଦ୍। ଲେୟାର ଦାସୀ ସିଳ୍ପା ଦ୍ୱିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା। ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା’ର ନାମ ଆଶେର ଦେଲେ। ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।” ଲେୟା ଉତ୍ତର ଦେଲେ, “ତୁମ୍ଭେ ମୋ’ ସ୍ୱାମୀକୁ ହରଣ କରିଛ ତୁମ୍ଭେ ମୋର ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।” କିନ୍ତୁ ରାହେଲ କହିଲେ, “ଯଦି ତୁମ୍ଭେ ମୋତେ ତୁମ୍ଭ ପୁତ୍ରର ଦୂଦାଫଳ ଦିଅ ତେବେ ତୁମ୍ଭେ ଆଜି ରାତ୍ରିରେ ଯାକୁବ ସହିତ ଶୟନ କରି ପାରିବ।” ସେହିଦିନ ସନ୍ଧ୍ୟାରେ ଯାକୁବ କ୍ଷେତରୁ ଫେରିବା ପରେ ଲେୟା ତାଙ୍କୁ ସାକ୍ଷାତ କରିବା ପାଇଁ ବାହାରକୁ ଗଲେ ଏବଂ କହିଲେ, “ତୁମ୍ଭେ ଆଜି ରାତିରେ ମୋ’ ପାଖରେ ଶୟନ କରିବ। କାରଣ ମୁଁ ଦୂଦାଫଳ ଦେଇ ତା’ର ବଦଳରେ ତୁମ୍ଭକୁ ପାଇଛି।” ତେଣୁ ସେହି ରାତ୍ରି ସେ ତା’ ସହିତ ଶୋଇଲେ। ଏହା ପରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲେ। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦେଲେ। ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ। ଲେୟା ପୁନରାୟ ଗର୍ଭବତୀ ହୋଇ ଷଷ୍ଠ ସନ୍ତାନକୁ ଜନ୍ମ ଦେଲେ। ଲେୟା କହିଲେ, “ପରମେଶ୍ୱର ମୋତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମୋତେ ସମାଦର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦେଇଅଛି।” ତେଣୁ ଲେୟା ତାହାର ନାମ ସବୂଲୂନ୍ ଦେଲେ। ଏହା ପରେ ଲେୟା ଏକ କନ୍ୟା ସନ୍ତାନ ଜନ୍ମ କଲେ। ସେ ତା’ର ନାମ ଦେଲେ ଦୀଣା। ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ। ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି। ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା’ର ନାମ ଯୋଷେଫ ରଖିଲେ। ଯାକୁବ ଲାବନକୁ ଫାନ୍ଦରେ ପକାଇଲେ ରାହେଲ ଯୋଷେଫକୁ ଜନ୍ମ ଦେବା ପରେ, ଯାକୁବ ଲାବନକୁ କହିଲେ, “ଏବେ ମୋତେ ମୋର ନିଜ ଦେଶକୁ ଯିବାକୁ ଦିଅ। ମୋର ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ମୁଁ ତୁମ୍ଭ ପାଖରେ କାମ କରିଛି। ଏବଂ ତୁମ୍ଭେ ଜାଣ ମୁଁ ଭଲଭାବରେ ତୁମ୍ଭର ସେବା କରିଛି।” ଲାବନ ତାଙ୍କୁ କହିଲେ, “ମୋତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ୟା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ହେତୁରୁ ମୋତେ ଆଶୀର୍ବାଦ କରିଛନ୍ତି। ମୋତେ କହିବାକୁ ଦିଅ, ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍। ଏବଂ ତାହା ମୁଁ ତୁମ୍ଭକୁ ଦେବି।” ଯାକୁବ ଉତ୍ତର ଦେଲେ, “ତୁମ୍ଭେ ଜାଣ ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କରିଛି। ମୁଁ ତୁମ୍ଭର ପଶୁଗଣକୁ ବୃଦ୍ଧି କରିଅଛି। ଏବଂ ବହୁ ଯତ୍ନ ନେଇଅଛି। ଯେତେବେଳେ ମୁଁ ଆସିଲି ତୁମ୍ଭର ଖୁବ୍ କମ୍ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମୋ’ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମୋର ନିଜ ପରିବାରକୁ ଯୋଗାଇବା ପାଇଁ ସମୟ ଆସିଛି।” ଲାବନ କହିଲେ, “ତେବେ ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍?” ଯାକୁବ ଉତ୍ତର ଦେଲେ, “ତୁମ୍ଭେ ମୋତେ କିଛି ଦିଅ ନାହିଁ। ଯେବେ ତୁମ୍ଭେ ମୋ’ ପାଇଁ ଗୋଟିଏ କାମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି। ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କୃଷ୍ଣବର୍ଣ୍ଣ ମେଷମାନଙ୍କୁ ପୁଣି ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସେହିସବୁ ମୋର ବର୍ତ୍ତନ ସ୍ୱରୁପ ହେବ। ଭବିଷ୍ୟତରେ ଯେତେବେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣି ପାରିବ। ଯଦି ତୁମ୍ଭେ ମୋର ମେଷପଲ ଦେଖିବାକୁ ଆସି ପାରିବ। ତୁମ୍ଭେ ମୋର ପଲକୁ ଦେଖି ପାର। ଅର୍ଥାତ୍ ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଛଡ଼ା ଓ ମେଷଗଣ ମଧ୍ୟରେ କୃଷ୍ଣବର୍ଣ୍ଣ ମେଷ ବ୍ୟତୀତ ଯେତେ ଥିବେ ତାହା ମୋହର ଚୌର୍ଯ୍ୟରୂପେ ଗଣ୍ୟ ହେବ।” ଲାବନ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ତୁମ୍ଭ ସହିତ ଏକମତ।” ସେହି ଦିନ ଲାବନ ବିନ୍ଦୁଚିହ୍ନିତ ଛାଗଳମାନଙ୍କୁ ଲୁଗ୍ଭଇ ଦେଲେ। ଏବଂ ଚିତ୍ରବିଚିତ୍ର ଛାଗ ସବୁକୁ ଲୁଗ୍ଭଇ ଦେଲେ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମେଷଗଣକୁ ସେ ତା’ର ପୁତ୍ରମାନଙ୍କୁ ଯତ୍ନ ନେବାକୁ ଦେଲେ। ସେଥିପାଇଁ ତାଙ୍କର ପୁଅମାନେ ସମସ୍ତ ଚିତ୍ରିତ ପଶୁଗଣକୁ ତିନି ଦିନ ରାସ୍ତା ଦୂରର ଏକ ସ୍ଥାନକୁ ନେଇଗଲେ। ଯାକୁବ ଅନ୍ୟ ସମସ୍ତ ଛାଡ଼ି ଯାଇଥିବା ପଶୁମାନଙ୍କର ଯତ୍ନ ନେଲେ। ଯାକୁବ ଲି‌ବ୍‌ନୀ, ଲୂ‌ସ୍‌ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବ‌କ୍‌କଳ କାଢ଼ି କାଠର ଶୁକ୍ଳ ରେଖା ବାହାର କଲେ। ଏହା ପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବ‌କ୍‌କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲେ। ତେଣୁ ଜଳପାନ କରିବା ସମୟରେ ସେମାନେ ଫଳବତୀ ହେଲେ। ପୁଣି ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମେଷ ଛୁଆମାନ ଜନ୍ମ କଲେ। ଯାକୁବ ସେହି ଚିତ୍ରବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ କଲେ। ପୁଣି ଲାବନ ରେଖାଙ୍କିତ ଓ କୃଷ୍ଣବର୍ଣ୍ଣ ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲେ। ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲେ। ଯେତେବେଳେ ବଳିଷ୍ଠ ପଶୁଗଣ ସଙ୍ଗମ କରନ୍ତି, ସେ ଜଳକୁଣ୍ଡ ମଧ୍ୟରେ ସେମାନଙ୍କର ଆଖିର ସମ୍ମୁଖରେ ସେହି ଶାଖାଗୁଡ଼ିକ ରଖିଲେ। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲେ ନାହିଁ। ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ। ଏହିପରି ଯାକୁବ ଅତିଶୟ ଧନୀ ହେଲେ। ଏବଂ ତାଙ୍କର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ। ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ ଦିନେ ଯାକୁବ, ଲାବନ ଓ ତା’ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, “ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।” ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ। ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।” ତେଣୁ ଯାକୁବ ପଶୁପଲ ନିକଟକୁ ଯାଇ ତାଙ୍କୁ ଦେଖା କରିବାକୁ ଲେୟା ଓ ରାହେଲକୁ କହିଲେ। ଯାକୁବ ରାହେଲ ଓ ଲେୟାକୁ କହିଲେ, “ମୁଁ ଦେଖୁଛି ଯେ, ତୁମ୍ଭର ପିତା ମୋତେ ଯେପରି ବ୍ୟବହାର କରୁଥିଲେ ସେପରି କରୁ ନାହାନ୍ତି। କିନ୍ତୁ ମୋ’ ପିତାଙ୍କର ପରମେଶ୍ୱର ମୋ’ ସହିତ ଅଛନ୍ତି। ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଖଟିଛି। ତୁମ୍ଭର ପିତା ମୋତେ ପ୍ରତାରଣା କଲେ। ତୁମ୍ଭର ପିତା ମୋର ବେତନ ଦଶ ଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କଲେ। ସେ ଲାବନକୁ ମୋର କ୍ଷତି କରିବାକୁ ଦେଲେ ନାହିଁ। “ଥରେ ଲାବନ କହିଲେ, ‘ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହି ସାରିବା ପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମୋର ହେଲା। କିନ୍ତୁ ଏହା ପରେ ଲାବନ କହିଲେ, ‘ଗାର-ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେହିସବୁ ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହିସାରିବା ପରେ, ସମସ୍ତ ପଶୁମାନେ ରେଖାଙ୍କିତ ପଶୁମାନଙ୍କୁ ଜନ୍ମ ଦେଲେ। ତେଣୁ ପରମେଶ୍ୱର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମୋତେ ଦେଲେ। “ସେହି ସମୟରେ ମୁଁ ଏକ ସ୍ୱପ୍ନ ଦେଖିଥିଲି, ଯେଉଁ ପୁଂ ଛାଗ ମାଇ ଛାଗ ସହିତ ସଙ୍ଗମ କଲେ। ସେମାନେ ରେଖାଯୁକ୍ତ ଛିଟିଛିଟିକା ଓ ଦାଗ-ଦାଗ ଏବଂ ବିନ୍ଦୁଚିହ୍ନିତ ହୋଇଥିଲେ। ସେତେବେଳେ ପରମେଶ୍ୱରଙ୍କର ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ! “ମୁଁ କହିଲି, ‘ହଁ ମହାଶୟ, ମୁଁ ଏହିଠାରେ ଅଛି।’ “ପରମେଶ୍ୱରଙ୍କ ଦୂତ କହିଲେ, ‘ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି। ମୁଁ ବୈଥେ‌ଲ୍‌ର ସେହି ପରମେଶ୍ୱର। ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମୋ’ ପାଖରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏହି ଭୂମି ପରିତ୍ୟାଗ କରି ତୁମ୍ଭର ଗୃହକୁ ଯାଅ।’” ରାହେଲ ଓ ଲେୟା ଉତ୍ତର ଦେଲେ, “ପିତାଙ୍କ ସମ୍ପତ୍ତିକୁ ପାଇବା ପାଇଁ କିଛି ବାକି ନାହିଁ। ଆମ୍ଭେ ତାଙ୍କ ଆଖିରେ ବିଦେଶୀନି ତୁଲ୍ୟ। ସେ କେବଳ ଆମ୍ଭକୁ ତୁମ୍ଭଠାରେ ବିକ୍ରୟ କରି ନାହାନ୍ତି।” ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଯାହା ଆମ୍ଭମାନଙ୍କର ହେବାର ଥିଲା। ଏଣୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ୱର ଯାହା କହିଲେ, ତୁମ୍ଭେ ତାହା କର।” ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇ‌ସ୍‌ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ। ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ। ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ। ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। ତେଣୁ ଲାବନ ତା’ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।” ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ ତା’ ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ। ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା’ନ୍ତି। ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?” ଯାକୁବ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ’ଠାରୁ ଦୂରେଇ ନେବ। କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।” ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ। ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା’ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ। ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ। ଏହା ପରେ ଯାକୁବ ବହୁତ କ୍ରୋଧ କଲେ। ଯାକୁବ କହିଲେ, “ମୋର କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମୋତେ ଗୋଡ଼ାଇଲ ଏବଂ ମୋତେ ଅଟକାଇଲ? ମୋର ସମସ୍ତ ଦ୍ରବ୍ୟ ତୁମ୍ଭେ ଖୋଜିଲ କିନ୍ତୁ ତୁମ୍ଭର ଦେବତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତେବେ ତୁମ୍ଭେ ତାହା ଦେଖାଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ। ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସେହି ସମସ୍ତ ସମୟରେ ତୁମ୍ଭର ମେଷ ଓ ଛେଳିଗୁଡ଼ିକ ଗର୍ଭପାତ ହୋଇ ନାହିଁ, କିମ୍ବା ମୁଁ ସେଗୁଡ଼ିକୁ ଖାଇଯାଇ ନାହିଁ। ଯେତେବେଳେ ତୁମ୍ଭର ମେଷ ଓ ଛେଳି ହିଂସ୍ର ଜନ୍ତୁମାନଙ୍କ ଦ୍ୱାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦେଲି ନାହିଁ। କିନ୍ତୁ ମୋର ନିଜର ମେଷ ବା ଛେଳି ତା’ ସ୍ଥାନରେ ରଖିଲି। ଯଦି କିଛି ରାତି ବା ଦିନରେ ଗ୍ଭେରି ହେଉଥିଲା ମୋର ନିଜର ପଶୁ ତା’ ସ୍ଥାନରେ ଯୋଗାଇଲି। ଦିନର ଖରା ଏବଂ ରାତିର ଥଣ୍ଡାରେ ମୁଁ କାର୍ଯ୍ୟ କରିଛି, ମୁଁ ନ ଶୋଇ ତୁମ୍ଭର ସେବା କଲି। ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇ‌ସ୍‌ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ’ ସହିତ ନ ଥା’ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା’ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।” ଯାକୁବ ଏବଂ ଲାବନର ଚୁକ୍ତି ଲାବନ ଯାକୁବକୁ କହିଲେ, “ତୁମ୍ଭ ସ୍ତ୍ରୀମାନେ ମୋର କନ୍ୟା ଏବଂ ଏହି ପିଲାମାନେ ମଧ୍ୟ ମୋର। ଏବଂ ଏସମସ୍ତ ପଶୁମାନେ ମଧ୍ୟ ମୋର। ଏଠାରେ ଯେତେ ସବୁ ଦେଖୁଛ ତାହା ସବୁ ମୋର। ଏଣୁ ମୋର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ’ଣ କରିବି? ତେଣୁ ଆମ୍ଭେ ଦୁହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହେବ।” ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲେ। ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରସ୍ତର ସଂଗ୍ରହକର, ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସେହି ସ୍ଥାନରେ ସେହି ପଥରଗଦା ଉପରେ ଭୋଜନ କଲେ। ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ। ଲାବନ ଯାକୁବକୁ କହିଲେ, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା” ଯେଉଁଥିପାଇଁ ତାହାର ନାମ ଗଲ-ୟଦ ଓ ମି‌ସ୍‌ପା ରଖିଲେ। ଏହା ପରେ ଲାବନ କହିଲେ, “ସଦାପ୍ରଭୁ ଆମ୍ଭର ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ୟସ୍ଥ ହୁଅନ୍ତୁ।” ଯେତେବେଳେ ଆମ୍ଭେମାନେ ପରସ୍ପରଠାରୁ ଦୂରରେ ରହିବୁ। ତା’ପରେ ସେ ଏହାକୁ ମଧ୍ୟ ଡାକିଲେ: ମି‌ସ୍‌ପା। ଏହା ପରେ ଲାବନ କହିଲେ, “ଯଦି ତୁମ୍ଭେ ମୋର କନ୍ୟାମାନଙ୍କୁ ଆଘାତ କର ତେବେ ପରମେଶ୍ୱର ତୁମ୍ଭକୁ ଆଘାତ ଦେବେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନେରଖ, ପରମେଶ୍ୱର ଦେଖୁଛନ୍ତି। ଏହିଠାରେ ଯେଉଁ ରାଶି ପୋତା ଯାଇଅଛି ପୁଣି ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ସ୍ଥାପିତ ଏହି ସ୍ତମ୍ଭ ଦେଖ ଯାହାକି ଆମ୍ଭେ ଚୁକ୍ତି କରିଛୁ। ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ। ତୁମ୍ଭେ ମଧ୍ୟ ଏହାକୁ ପାର ହୋଇ ମୋ’ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ। ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।” ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇ‌ସ୍‌ହାକଙ୍କର “ଭୟ ବୋଲି କହୁଥିଲେ”। ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ। ଏହା ପରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ। ଏହିରୂପେ ଲାବନ ସ୍ୱସ୍ଥାନକୁ ଫେରିଗଲେ। ଏଷୌଙ୍କ ସହିତ ପୁନର୍ମିଳନ ଏଣୁ ଯାକୁବ ସେହିସ୍ଥାନ ଛାଡ଼ିଲେ। ସେ ଯିବା ବାଟରେ ପରମେଶ୍ୱରଙ୍କ ଦୂତମାନେ ତାଙ୍କୁ ଭେଟିଲେ। ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ। ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ। ଯାକୁବ ଦୂତମାନଙ୍କୁ କହିଲେ, “ଏହି କଥା ମୋର ଜ୍ୟେଷ୍ଠ ଭ୍ରାତା ଏଷୌଙ୍କୁ କୁହ, ‘ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି। ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’” ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।” ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ। ଯାକୁବ ଚିନ୍ତା କଲେ, “ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତେବେ ଅନ୍ୟ ଦଳ ଦୌଡ଼ିଯାଇ ଜୀବନ ରକ୍ଷା କରିବେ।” ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇ‌ସ୍‌ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ। ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ। ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’” ଯାକୁବ ରାତିରେ ସେହି ସ୍ଥାନରେ ରହିଲେ, ତାଙ୍କର ଭାଇ ଏଷୌକୁ କିଛି ଉପହାର ଦେବା ପାଇଁ ଯାକୁବ ପ୍ରସ୍ତୁତ ହେଲେ। ଯାକୁବ ଦୁଇଶହ ମାଈଛେଳି ଓ କୋଡ଼ିଏଟି ଛେଳି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦେବାକୁ ସ୍ଥିର କଲେ। ଯାକୁବ ସବତ୍ସା ଦୁ‌ଗ୍‌ଧବତୀ ତିରିଶ୍ ମାଈଓଟ, ଗ୍ଭଳିଶ୍ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶ ଗୋଟି ବାଛୁରି ପ୍ରସ୍ତୁତ କଲେ। ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ମୋର ଆଗେ ଆଗେ ଯାଅ। ପୁଣି ମଝିରେ ମଝିରେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।” ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, “ଯେତେବେଳେ ଏଷୌ, ମୋର ଭାଇ ତୁମ୍ଭ ପାଖକୁ ଆସି ପଗ୍ଭରେ, ‘ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?’ ତା’ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’ ଯାକୁବ ଏହିପରି କହିବାକୁ ତାଙ୍କର ଦ୍ୱିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, “ତୁମ୍ଭେ ସମସ୍ତେ ଏହିପରି କହିବ ଯେତେବେଳେ ଏଷୌକୁ ତୁମ୍ଭେମାନେ ଭେଟିବ। ତୁମ୍ଭେମାନେ କହିବ, ‘ଏହିସବୁ ତୁମ୍ଭ ପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛରେ ଆସୁଛନ୍ତି।”’ ଯାକୁବ ଭାବିଲେ, “ଯଦି ମୁଁ ଏହି ଲୋକମାନଙ୍କୁ ଉପହାର ଦେଇ ଆଗରେ ପଠାଇ ଦିଏ, ହୋଇପାରେ ଏଷୌ ମୋତେ କ୍ଷମା ଦେଇପାରେ ଏବଂ ମୋତେ ଗ୍ରହଣ କରିପାରେ।” ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରିରେ ସେହି ଛାଉଣିରେ ରହିଲେ। ସେହି ରାତ୍ରିରେ ଯାକୁବ ଉଠି ସେହି ସ୍ଥାନ ଛାଡ଼ିଲେ। ଯାକୁବ ତାଙ୍କର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତାଙ୍କର ଦାସୀକୁ ନେଇ ଗଲେ। ଯାକୁବ ଯ‌ବ୍‌ବୋକ ପାର କରାଇବା ପାଇଁ ସଙ୍ଗରେ ନେଲେ। ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ୟକୁ ନଦୀ ପାର କରାଇଲେ। ଜଣକ ସହିତ ଅନ୍ୟ ଜଣଙ୍କ ଯୁଦ୍ଧ ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ। ସେହି ଲୋକଟି ଦେଖିଲେ ସେ ଯାକୁବଙ୍କୁ ପରାସ୍ତ କରି ପାରିବେ ନାହିଁ। ତେଣୁ ସେ ଯାକୁବଙ୍କର ଗୋଡ଼କୁ ଟାଣି ଦେବାରୁ ତାଙ୍କର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା। ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।” କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।” ଏବଂ ସେହି ଲୋକଟି ତାଙ୍କୁ କହିଲେ, “ତୁମ୍ଭର ନାମ କ’ଣ?” ଏବଂ ଯାକୁବ ଉତ୍ତର ଦେଲେ, “ମୋର ନାମ ଯାକୁବ ଅଟେ।” ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।” ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।” କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ। ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା’ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।” ଏହା ପରେ ସୂର୍ଯ୍ୟୋଦୟ ବେଳକୁ ସେ ପନୂୟେଲ ପାର ହେଲାମାତ୍ରେ ତାଙ୍କର ଗୋଡ଼ ଯୋଗୁଁ ଛୋଟାଇ ଗ୍ଭଲିଲେ। ତେଣୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରାରେ ଯାକୁବଙ୍କୁ ଆଘାତ ଲାଗିଥିଲା। ଯାକୁବ ତାଙ୍କର ସାହସିକତା ଦେଖାଇଲେ ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା’ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ। ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା’ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ। ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ। ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ। ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?” ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।” ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ। ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ। ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।” ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।” କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।” ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ। ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ। ଏହା ପରେ ଏଷୌ କହିଲେ, “ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।” କିନ୍ତୁ ଯାକୁବ ତାଙ୍କୁ କହିଲେ, “ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ। ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।” ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।” କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ। ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ। କିନ୍ତୁ ଯାକୁବ ସୁ‌କ୍‌କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁ‌କ୍‌କୋତ ହେଲା। ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ। ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।” ଦୀଣାର ଧର୍ଷଣ ଲେୟା ଓ ଯାକୁବର କନ୍ୟା ଥିଲା ଦୀଣା। ଦିନେ ଦୀଣା ସେହି ସ୍ଥାନର ସ୍ତ୍ରୀଲୋକମାନଙ୍କୁ ଭେଟିବାକୁ ଗଲା। ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା। ଶିଖିମ ତା’ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।” ଯାକୁବ ଜାଣିବାକୁ ପାଇଲେ ଯେ, ସେହି ଯୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ରରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲେ ନାହିଁ, ତାଙ୍କର ପୁତ୍ରମାନେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ। ସେହି ସମୟରେ, ଶିଖିମର ପିତା ହମୋର ଯାକୁବ ସହିତ କଥା ହେବାକୁ ବାହାରି ଗଲେ। ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା’ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା। କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ। ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।” ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।” ଯାକୁବର ପୁତ୍ରମାନେ ଶିଖିମକୁ ଓ ତା’ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା’ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା। ତେଣୁ ଭାଇମାନେ ତାକୁ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ଆମ୍ଭର ଭଉଣୀକୁ ବିବାହ ଦେଇ ପାରିବୁ ନାହିଁ। କାରଣ ତୁମ୍ଭେମାନେ ଏପର୍ଯ୍ୟନ୍ତ ସୁନ୍ନତ ହୋଇ ନାହଁ। ଆମ୍ଭ ଭଉଣୀ ସହିତ ବିବାହ କରିବା ବହୁତ ଭୁଲ୍ ହେବ। କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦେବୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହେବ। ଏହା ପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏହା ପରେ ଆମ୍ଭେମାନେ ଏକା ସଙ୍ଗେ ବାସ କରି ଏକାପରି ହୋଇ ପାରିବା। ଯଦି ତୁମ୍ଭେ ସୁନ୍ନତ ହେବା ପାଇଁ ମନା କର ତେବେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନେଇଯିବୁ।” ଏହି ଚୁକ୍ତି ହମୋର ଓ ଶିଖିମକୁ ଖୁସୀ କରାଇଲା। ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ। ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା। ହମୋର ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲେ। ସେମାନେ ସେହି ସହରର ଲୋକମାନଙ୍କୁ କହିଲେ, “ଏହି ଲୋକମାନେ ଆମ୍ଭ ସହିତ ବନ୍ଧୁତା କରିବାକୁ ଗ୍ଭହୁଁଛନ୍ତି। ଆମ୍ଭେମାନେ ଆମ୍ଭ ଦେଶରେ ତାଙ୍କୁ ଶାନ୍ତିରେ ବାସ କରିବାକୁ ଦେବା। ଆମ୍ଭମାନଙ୍କ ଓ ସେମାନଙ୍କ ପାଇଁ ଯଥେଷ୍ଟ ଭୂମି ଅଛି। ଆମ୍ଭେମାନେ ତାଙ୍କ କନ୍ୟାମାନଙ୍କୁ ବିବାହ କରି ପାରିବା। ଆମ୍ଭେମାନେ ମଧ୍ୟ ଆମ୍ଭମାନଙ୍କର କନ୍ୟାମାନଙ୍କୁ ତାଙ୍କ ସହିତ ବିବାହ ଦେଇ ପାରିବା। ସେମାନେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହେବ। ସେମାନଙ୍କ ପରି ଆମ୍ଭମାନଙ୍କୁ ସୁନ୍ନତ ହେବାକୁ ପଡ଼ିବ। ଯଦି ଆମ୍ଭେ ଏପରି କରିବା, ତେବେ ତାଙ୍କର ପଶୁମାନଙ୍କ ଦ୍ୱାରା ଆମ୍ଭେ ଧନୀ ହୋଇ ପାରିବା। ତେଣୁ ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିବା ଉଚିତ୍। ଏବଂ ସେମାନେ ଏହିଠାରେ ଆମ୍ଭମାନଙ୍କ ସହିତ ବାସ କରିବେ।” ସଭାସ୍ଥଳର ସମସ୍ତ ଲୋକ ହମୋର ଓ ଶିଖିମ କଥାରେ ରାଜି ହୋଇଗଲେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ। ତିନି ଦିନ ପରେ, ସେହି ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲେବୀ, ତାଙ୍କର ଖ‌‌‌‌ଡ଼୍‌‌‌‌ଗ ନେଲେ ଏବଂ ନିର୍ଭୟରେ ସେହି ନଗରର ପ୍ରତ୍ୟେକ ପୁରୁଷମାନଙ୍କୁ ମାରି ଦେଲେ। ଦୀଣାର ଭାଇ ଶିମିୟୋନ ଓ ଲେବୀ, ଶିଖିମ ଓ ହମୋରକୁ ହତ୍ୟା କଲେ। ଏହା ପରେ ସେମାନେ ଦୀଣାକୁ ଶିଖିମର ଘରୁ ନେଇଗଲେ। ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ। ସେଥିପାଇଁ ତା’ର ଭାଇମାନେ ସେହି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମେଷ, ଛେଳି ଏବଂ ଗଧ ନେଇଗଲେ। ସେହି ଲୋକମାନଙ୍କର ଯାହାସବୁ ଥିଲା ସମସ୍ତ ଏମାନେ ନେଇ ଆସିଲେ। ତା’ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନେଇ ଆସିଲେ। କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।” କିନ୍ତୁ ଭାଇମାନେ କହିଲେ, “ସେହି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ୟା ଭଳି ବ୍ୟବହାର କରି ଠିକ୍ କରି ନାହାନ୍ତି।” ଯାକୁବ ବୈଥେ‌ଲ୍‌ରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେ‌ଲ୍‌କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।” ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର। ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେ‌ଲ୍‌କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।” ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ। ଯାକୁବ ଏବଂ ତାଙ୍କର ପରିବାର ସେହି ସ୍ଥାନ ପରିତ୍ୟାଗ କଲେ। ସେହି ନଗରର ଚତୁର୍ପାର୍ଶ୍ୱର ଲୋକମାନେ ସେମାନଙ୍କୁ ବହୁତ ଭୟ କରୁଥିଲେ। ସେହି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ୟା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ। ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ଯାଇ ଲୂ‌ସ୍‌ରେ ପହଞ୍ଚିଲେ। ଲୂସ୍ ଯାହାର ବର୍ତ୍ତମାନର ନାମ ବୈଥେଲ୍। ଏହା କିଣାନ ଦେଶରେ ଅବସ୍ଥିତ। ଯାକୁବ ଯଜ୍ଞବେଦି ନିର୍ମାଣ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ “ଏଲ୍-ବୈଥେଲ୍।” ଯାକୁବ ଏପରି ନାମ ସ୍ଥିର କଲେ କାରଣ ସେହି ସ୍ଥାନରେ ପରମେଶ୍ୱର ତାଙ୍କୁ ପ୍ରଥମେ ଦେଖା ଦେଇଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ। ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହେଲା ଏବଂ ତାକୁ ବୈଥେ‌ଲ୍‌ର ଅଧସ୍ଥିତ ଅଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସେହି ସ୍ଥାନର ନାମ ଅଲୋନ-ବାଖୁତ୍ ହେଲା। ଯାକୁବଙ୍କର ନୂତନ ନାମ ଯେତେବେଳେ ଯାକୁବ ପଦ୍ଦନ୍-ଅରାମକୁ ଫେରିଲେ ପରମେଶ୍ୱର ତାଙ୍କୁ ପୁନର୍ବାର ଦେଖା ଦେଲେ। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ। ପରମେଶ୍ୱର ତାଙ୍କୁ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭର ପରିବାର ବହୁତ ବଡ଼ ହେବ। ତୁମ୍ଭର ପରିବାରରୁ ଅନେକ ଜାତିଗଣ ହେବ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ। ଆମ୍ଭେ ଅବ୍ରହାମ ଓ ଇ‌ସ୍‌ହାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭର ‌ଭବିଷ୍ୟ‌ଦ୍‌ ବଂଶଧରକୁ ଦେବା।” ଏହା ପରେ ପରମେଶ୍ୱର ସେହି ସ୍ଥାନ ଛାଡ଼ିଲେ। ଯାକୁବ ସେଠାରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସେଠାରେ ପେୟନୈବେଦ୍ୟ ଓ ତୈଳ ଢାଳିଲେ। ସେ ସେହି ସ୍ଥାନର ନାମ ବୈଥେଲ୍ ରଖିଲେ। କାରଣ ଏହି ସ୍ଥାନରେ ପରମେଶ୍ୱର ତାଙ୍କ ସହିତ କଥା ହୋଇଥିଲେ। ରାହେଲ ଛୁଆ ଜନ୍ମ କରି ମଲେ ଯାକୁବ ଏବଂ ତାଙ୍କର ଦଳ ବୈଥେଲ୍ ଛାଡ଼ିଲେ, ସେମାନେ ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବେଦନା ହେଲା ଏବଂ ତା’ର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। ପ୍ରସବ ବେଦନା ଅତିଶୟ କଷ୍ଟ ହେବାରୁ ଧାତ୍ରୀ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।” ରାହେଲ ପୁତ୍ର ସନ୍ତାନ ଜନ୍ମ ଦେଇ ମଲେ। ମଲା ପୂର୍ବରୁ ରାହେଲ ସେହି ସନ୍ତାନର ନାମ ଦେଇଥିଲେ, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ୟାମିନ୍। ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା। ରାହେଲର କବର ସ୍ଥାନରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ରାହେଲର କବରକୁ ଚିହ୍ନାଏ। ଏହା ପରେ ଇସ୍ରାଏଲ ସେଠାରୁ ଯାତ୍ରା କଲେ। ସେ ଏଦର ଗଡ଼ ପାର ହୋଇ ତହିଁ ନିକଟରେ ଛାଉଣି ପକାଇଲେ। ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ପରିବାର ଇସ୍ରାଏଲର ବାରଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ। ଯୋଷେଫ୍ ଓ ବିନ୍ୟାମିନ୍ ରାହେଲର ସନ୍ତାନ। ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ। ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ପୁତ୍ରଗଣ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ। ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇ‌ସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇ‌ସ୍‌ହାକ ନିକଟରେ ଉପସ୍ଥିତ ହେଲେ। ଇ‌ସ୍‌ହାକ 180 ବର୍ଷ ବଞ୍ଚିଲେ। ଏହା ପରେ ଇ‌ସ୍‌ହାକ ଦୁର୍ବଳ ହୋଇ ମୃତ୍ୟୁବରଣ କଲେ। ଇ‌ସ୍‌ହାକ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ। ଏଷୌର ପରିବାର ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)। ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ। ସେମାନେ ହେଲେ ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦ୍ଦୀୟ ସିବିୟୋନର ପୌତ୍ରୀ ଅହଲୀବାମାକୁ। ନବାୟୋତର ଭଉଣୀ, ଇଶ୍ମାଏଲଙ୍କ କନ୍ୟା ବାସମତକୁ ବିବାହ କରିଥିଲେ। ଏହା ପରେ ଏଷୌର ଔରସରେ ଆଦା ଇଲୀଫସକୁ ଓ ବାସମତ୍ ରୂୟେଲକୁ ଜନ୍ମ କଲେ। ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯିୟୁଶ, ଯାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶରେ ଜନ୍ମ ହୋଇଥିଲେ। ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିଯିବାରୁ ସେମାନେ କିଣାନରେ ବାସ କରି ପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଗ୍ଭଲିଗଲେ। ଏଷୌ ତାଙ୍କର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତାଙ୍କର ଯେତେ ଧନ ସମ୍ପତ୍ତି ଥିଲା ତାକୁ ଧରି ସେୟୀର ପର୍ବତରେ ବାସ କଲେ। *** ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା। ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ। ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୂୟେଲ। ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର୍, ସଫୋ, ଗୟିତମ୍ ଓ କନସ୍। ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲେକକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ। ଏହିମାନେ ରୂୟେଲର ପୁତ୍ର ଥିଲେ, ନହତ୍, ସେରହ, ଶମ୍ମ ଓ ମିସା। ଏମାନେ ଏଷୌର ସ୍ତ୍ରୀ ବାସମ‌‌‌‌‌ତ୍‌‌‌‌‌ର ସନ୍ତାନ। ସିବିୟୋନର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ଯିୟୁଶ୍, ଯାଲମ୍ ଓ କୋରହ। ଏଷୌର ସନ୍ତାନମାନଙ୍କ ପରିବାରବର୍ଗ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍ ତାହାର ମୂଖ୍ୟ ତୈମନ୍, ମୂଖ୍ୟ ଓମାର, ମୂଖ୍ୟ ସଫୋ ଓ ମୂଖ୍ୟ କନସ୍। ମୂଖ୍ୟ କୋରହ, ମୂଖ୍ୟ ଗୟିତମ୍ ଓ ମୂଖ୍ୟ ଆମାଲେକ୍। ଇଦୋମ ଦେଶରେ ଇଲୀଫସ୍ ପରିବାରବର୍ଗୀୟ ଏହି ରାଜାଗଣ ଆଦାର ସନ୍ତାନ ଥିଲେ। ଏଷୌର ପୁତ୍ର ରୂୟେଲର ସନ୍ତାନ ମୂଖ୍ୟ ନହତ୍ ଓ ମୂଖ୍ୟ ସେରହ, ମୂଖ୍ୟ ଶମ୍ମ ଓ ମୂଖ୍ୟ ମିସା। ଇଦୋମ ଦେଶରେ ରୂୟେଲ ବଂଶୀୟ ଏହି ରାଜାମାନେ ଏଷୌର ସ୍ତ୍ରୀ ବାସମତର ସନ୍ତାନ ଥିଲେ। ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ୟ ଯିୟୁଶ, ମୂଖ୍ୟ ଯାଲମ୍ ଓ ମୂଖ୍ୟ କୋରହ। ଏମାନେ ସେମାନଙ୍କର ପିତୃବର୍ଗ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ୟା ଅହଲୀବାମାଠାରୁ ଜାତ ହେଲେ। ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ସେମାନଙ୍କର ପରିବାରର ମୂଖ୍ୟ। ସେୟୀର ଜଣେ ହୋରୀୟ ଇଦୋମ ଦେଶରେ, ଏଷୌଙ୍କ ପୂର୍ବରୁ ବାସ କରୁଥିଲେ। ସେହି ସେୟୀରର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିୟୋନ, ଅନା। ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀୟ ମୂଖ୍ୟ ବଂଶର ରାଜା ଇଦୋମ ସେୟୀରର ମୂଖ୍ୟ ଥିଲେ। ଲୋଟନ୍ ଥିଲେ ହୋରିର ପିତା ଏବଂ ହେମସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ। ଶୋବଲ୍ ଥିଲେ ଅବଲନ୍, ମାନହତ୍, ଏବଲ, ଶଫୋ ଏବଂ ଓନ‌ମ୍‌‌ର ପିତା। ସିବିୟୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅୟା ଓ ଅନା। ଅନା ନିଜର ପିତା ସିବିୟୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ। ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ୟା ଥିଲେ। ଦିଶୋନଙ୍କର ଗ୍ଭରୋଟି ପୁତ୍ର ଥିଲେ, ସେମାନେ ହେଲେ, ହି‌ମ୍‌‌ଦନ୍, ଇ‌ଶ୍‌ବନ୍, ଯିତ୍ରନ୍ ଓ କରାନ୍। ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ, ବିଲହନ୍, ସାବନ୍ ଓ ଯାକନ୍। ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସେମାନେ ହେଲେ, ଊଷ୍ ଓ ଅରାନ୍। ହୋରୀୟ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶୋବଲ, ରାଜା ସିବିୟୋନ୍ ଓ ରାଜା ଅନା। ଦିଶୋନ୍, ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସେୟୀର ଦେଶର ହୋରୀୟ ବଂଶଜ ରାଜା। ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବରୁ, ସେହି ସମୟରେ ଇଦୋମରେ ରାଜାମାନେ ଥିଲେ। ବିୟୋରର ବେଲା ନାମକ ପୁତ୍ର ଇଦୋମ ଦେଶରେ ରାଜତ୍ୱ କଲେ। ତାହାର ରାଜଧାନୀର ନାମ ଥିଲା ଦିନ୍-ହାବା। ଯେତେବେଳେ ବେଲା ମରିଗଲା, ସେରହର ପୁତ୍ର ଯୋବବ୍, ତାଙ୍କ ପରେ ବସ୍ରାରେ ରାଜତ୍ୱ କଲେ। ଯେତେବେଳେ ଯୋବବର ମୃତ୍ୟୁ ହେଲା। ତା’ପରେ ତୈମନ ଦେଶୀୟ ହୂଶମ୍ ସେହି ପଦରେ ରାଜତ୍ୱ କଲେ। ଯେତେବେଳେ ହୂଶମ ମୃତ୍ୟୁବରଣ କଲେ, ସେଠାରେ ହଦଦ୍ ରାଜତ୍ୱ କଲେ। ହଦଦ୍ ଥିଲେ ବଦଦର ପୁତ୍ର, ହଦଦ୍ ମୋୟାବଠାରେ ମିଦିୟନକୁ ଜୟ କଲେ। ହଦ‌ଦ୍‌ର ରାଜଧାନୀ ଥିଲା ଅବୀତ୍। ହଦଦ୍ ମୃତ୍ୟୁପରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲେ। ଏହା ପରେ ସମ୍ଳର ମୃତ୍ୟୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲେ। ଶୌଲର ମୃତ୍ୟୁପରେ ଅ‌କ୍‌ବୋରର ପୁତ୍ର ବା‌ଲ୍‌ହାନନ୍ ତାହା ପଦରେ ରାଜତ୍ୱ କଲେ। ଏହା ପରେ ଅ‌କ୍‌ବୋରର ପୁତ୍ର ବା‌ଲ୍‌ହାନ‌‌ନ୍‌‌ର ମୃତ୍ୟୁପରେ ହଦର ତାହା ପଦରେ ରାଜତ୍ୱ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା’ର ସ୍ତ୍ରୀର ନାମ ମହେଟବେଲ୍ ଥିଲା। ସେ ଥିଲେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ। ଏଷୌଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ରାଜାମାନେ ଥିଲେ, ସେମାନେ ହେଲେ: ମୂଖ୍ୟ ତିମ୍ନା, ମୂଖ୍ୟ ଅ‌ଳ୍‌ବା ଓ ମୂଖ୍ୟ ଯିଥେତ୍, ମୂଖ୍ୟ ଅହଲୀବାମା, ମୂଖ୍ୟ ଏଲା, ମୂଖ୍ୟ ପୀନୋନ୍, ମୂଖ୍ୟ କନସ୍, ମୁଖ୍ୟ ତୈମନ୍, ମୂଖ୍ୟ ମି‌ବ୍‌ସର, ମୂଖ୍ୟ ମ‌ଗ୍‌ଦୀୟେଲ, ମୂଖ୍ୟ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ମୂଖ୍ୟଗଣ ତାଲିକା ଅନୁସାରେ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି। ସ୍ୱପ୍ନ ବିଳାଷୀ ଯୋଷେଫ ଯାକୁବ କିଣାନ ଦେଶରେ ବାସ କଲେ, ଯେଉଁ ସ୍ଥାନରେ ତାଙ୍କର ପିତା ବାସ କରିଥିଲେ। ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ। ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ। ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା। ଯୋଷେଫଙ୍କର ଭାଇମାନେ ଦେଖିଲେ ତାଙ୍କର ପିତା ସେମାନଙ୍କଠାରୁ ଯୋଷେଫକୁ ଅଧିକ ଭଲ ପାଉଛନ୍ତି। ତେଣୁ ସେମାନେ ଯୋଷେଫକୁ ଘୃଣା କଲେ ଓ ତା’ ସହିତ ସେମାନେ ଭଲଭାବରେ କଥାବାର୍ତ୍ତା କଲେ ନାହିଁ। ଥରେ ଯୋଷେଫ ଏକ ସ୍ୱପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥିରେ ସେମାନେ ଯୋଷେଫକୁ ଅଧିକ ଘୃଣା କଲେ। ଯୋଷେଫ କହିଲେ, “ମୁଁ ଦେଖିଥିବା ସ୍ୱପ୍ନଟି ଏହା ଏ ବିଷୟରେ ଶୁଣ। ଆମ୍ଭେ ସମସ୍ତେ କ୍ଷେତରେ କାର୍ଯ୍ୟ କରୁଥିଲୁ। ଆମ୍ଭେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମୋର ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମୋ’ ବିଡ଼ାକୁ ଗ୍ଭରିଆଡ଼େ ଘେରି ପ୍ରଣାମ କଲେ।” ତାଙ୍କର ଭାଇମାନେ ତାଙ୍କୁ କହିଲେ, “ତୁ କ’ଣ ଭାବୁଛୁ, ରାଜା ହୋଇ ଆମ୍ଭମାନଙ୍କୁ ଶାସନ କରିବୁ?” ତା’ର ଭାଇମାନେ ଏହି ସ୍ୱପ୍ନର କଥା ଶୁଣି ତାଙ୍କୁ ଅଧିକ ଘୃଣା କଲେ। ଏହା ପରେ ଯୋଷେଫ ଅନ୍ୟ ଏକ ସ୍ୱପ୍ନ ଦେଖିଲେ ଏବଂ ସେ ତାଙ୍କର ଭାଇମାନଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ଯୋଷେଫ କହିଲେ, “ସୂର୍ଯ୍ୟ, ଚନ୍ଦ୍ର ଏବଂ ଏଗାରଟି ତାରା ମୋ’ ସମ୍ମୁଖରେ ନତ ହେଲେ।” ଯୋଷେଫ ତାଙ୍କର ସେହି ସ୍ୱପ୍ନର କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, “ଏ କି ପ୍ରକାର ସ୍ୱପ୍ନ? ତୁ କ’ଣ ଭାବୁଛୁ ମୁଁ, ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?” ଯୋଷେଫଙ୍କର ଭାଇମାନେ ତାଙ୍କ ପ୍ରତି ବହୁତ ଈର୍ଷାପରାୟଣ ହେଲେ। କିନ୍ତୁ ଯୋଷେଫଙ୍କର ପିତା ଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ’ଣ ହୋଇପାରେ। ଦିନେ ଯୋଷେଫଙ୍କର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ। ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଶିଖିମକୁ ଯାଅ। ତୁମ୍ଭର ଭାଇମାନେ ସେଠାରେ ମେଣ୍ଢା ଚରାଉଛନ୍ତି।” ଯୋଷେଫ ଉତ୍ତର ଦେଲେ, “ମୁଁ ସେଠାକୁ ଯିବି।” ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା’ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ। ଶିଖିମଠାରେ ଯୋଷେଫ ଏଣେ ତେଣେ କ୍ଷେତ୍ର ମଧ୍ୟରେ ବୁଲୁଥିବାର ଜଣେ ବ୍ୟକ୍ତି ଦେଖିଲେ। ସେହି ଲୋକଟି ପଗ୍ଭରିଲା, “ତୁମ୍ଭେ ଏଠାରେ କ’ଣ ଖୋଜୁଛ?” ଯୋଷେଫ ଉତ୍ତର ଦେଲେ, “ମୁଁ ମୋର ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସେମାନେ ପଶୁପଲଙ୍କ ସହିତ କେଉଁଠାରେ ଅଛନ୍ତି?” ଏହା ପରେ ସେହି ଲୋକଟି କହିଲା. “ସେମାନେ ଏଠାରୁ ଗ୍ଭଲିଗଲେଣି। ସେମାନେ କହୁଥିବାର ମୁଁ ଶୁଣିଛି, ଆସ ଦୋଥନକୁ ଯିବା।” ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନରେ ଯାଇ ସେମାନଙ୍କୁ ସାକ୍ଷାତ କଲେ। ଯୋଷେଫଙ୍କୁ କ୍ରୀତଦାସ ରୂପେ ବିକ୍ରୀ ଯୋଷେଫଙ୍କର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିବା ପୂର୍ବରୁ ସେମାନେ ତାକୁ ହତ୍ୟା କରିବାକୁ ଯୋଜନା କଲେ। ଭାଇମାନେ ପରସ୍ପର କୁହା କୁହି ହେଲେ, “ହେଇ ଦେଖ, ସ୍ୱପ୍ନ ଦର୍ଶକ ଯୋଷେଫ ଆସୁଛି। ଆସ ତାକୁ ହତ୍ୟାକରିବା ଏବଂ ଶୁଷ୍କ କୂଅରେ ପକାଇ ଦେବା। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା’ପରେ ଦେଖିବା ତା’ର ସ୍ୱପ୍ନର କ’ଣ ହେବ।” କିନ୍ତୁ ରୁବେନ୍ ଏହା ଶୁଣିଲେ ସେ ଯୋଷେଫକୁ ସେମାନଙ୍କଠାରୁ ରକ୍ଷା କରିବାକୁ ଗ୍ଭହିଁଲେ। ରୁବେନ୍ କହିଲେ, “ତାକୁ ମାର ନାହିଁ। କୌଣସି ରକ୍ତପାତ କର ନାହିଁ, ତାକୁ ଏକ ଜଙ୍ଗଲର ଶୁଷ୍କ କୂଅରେ ଫିଙ୍ଗିଦିଅ, କିନ୍ତୁ, ତୁମ୍ଭେମାନେ ନିଜେ ତାକୁ ଆଘାତ କର ନାହିଁ।” କାରଣ ତାକୁ ନ ମାରି ପିତାଙ୍କ ନିକଟକୁ ପଠାଇ ଦେବା ପାଇଁ ରୁବେ‌‌ନ୍‌‌ର ଯୋଜନା ଥିଲା। ଯୋଷେଫ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ସେହି ଲମ୍ବା ସୁନ୍ଦର ରଙ୍ଗ ବେରଙ୍ଗର ପୋଷାକକୁ ଚିରି ପକାଇଲେ। ଏହା ପରେ ତାକୁ ଏକ ଶୁଖିଲା କୂଅ ମଧ୍ୟରେ ପକାଇ ଦେଲେ। ଯେତେବେଳେ ଯୋଷେଫ କୂପ ମଧ୍ୟରେ ଥିଲେ। ତା’ର ଭାଇମାନେ ଖାଇବାକୁ ବସିଲେ। ଏହା ପରେ ସେମାନେ ଦେଖିଲେ, ଏକ ବଣିକ ଦଳ ଗିଲିୟଦରୁ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁ‌ଗ୍‌ଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଛନ୍ତି। ତେଣୁ ଯିହୁଦା ତା’ର ଭାଇମାନଙ୍କୁ କହିଲେ, “ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ୟା କରି ତା’ର ମୃତ୍ୟୁକୁ ଲୁଗ୍ଭଇଲେ ଆମ୍ଭର ଲାଭ କ’ଣ? ଆସ ଏହି ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦେବା। ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ।” ତାଙ୍କର ଭାଇମାନେ ଏଥିରେ ରାଜି ହୋଇଗଲେ। ଯେତେବେଳେ ମିଦିୟନୀୟ ବଣିକମାନେ ସେମାନଙ୍କ ନିକଟକୁ ଆସିଲେ, ଭାଇମାନେ ଯୋଷେଫଙ୍କୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରୌପ୍ୟ ମୁଦ୍ରାରେ ବିକ୍ରୀ କରିଦେଲେ। ସେହି ବଣିକମାନେ ତାଙ୍କୁ ମିଶରକୁ ନେଇଗଲେ। ରୁବେନ୍ ତା’ର ଭାଇମାନଙ୍କ ସହିତ ନ ଥିଲା, ଯେତେବେଳେ ସେମାନେ ଯୋଷେଫଙ୍କୁ ବଣିକମାନଙ୍କ ମଧ୍ୟରେ ବିକ୍ରୀ କରିଥିଲେ। ଯେତେବେଳେ ରୁବେନ୍ ଆସିଲା ଓ ଦେଖିଲା ଯେ ତା’ର ଭାଇ ଯୋଷେଫ ସେହି କୂପ ମଧ୍ୟରେ ନ ଥିଲେ। ସେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ, ତା’ର ପୋଷାକ ସବୁ ଚିରି ପକାଇଲା। ରୁବେନ୍ ତା’ର ଭାଇମାନଙ୍କୁ ଯାଇ କହିଲା, “ଯୋଷେଫ ଆଉ କୂଅ ମଧ୍ୟରେ ନାହିଁ। ମୁଁ କ’ଣ କରିବି?” ତା’ର ଭାଇମାନେ ଏକ ଛେଳି ମାରି ତା’ର ରକ୍ତରେ ଯୋଷେଫଙ୍କର ବସ୍ତ୍ରକୁ ବୁଡ଼ାଇ ଦେଲେ। ଏହା ପରେ ସେମାନେ ସେହି ବସ୍ତ୍ରକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, “ଆମ୍ଭେ ଏହି ବସ୍ତ୍ର ପାଇଲୁ। ଏହା କ’ଣ ଯୋଷେଫଙ୍କର ବସ୍ତ୍ର?” ତାଙ୍କ ପିତା ସେହି ବସ୍ତ୍ର ଦେଖି ତାହା ଯୋଷେଫର ବୋଲି ଜାଣିଲେ। ସେମାନଙ୍କର ପିତା କହିଲେ, “ହଁ ଏହା ଯୋଷେଫର ବସ୍ତ୍ର ଅଟେ। କୌଣସି ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ୟ ପଶୁ ମୋର ପୁତ୍ର ଯୋଷେଫକୁ ଚିରି ପକାଇଲା।” ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ। ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା। ମିଦିୟନୀୟ ବଣିକମାନେ ଯୋଷେଫଙ୍କୁ ମିଶରରେ ବିକ୍ରି କଲେ। ସେମାନେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସେନାପତିଙ୍କଠାରେ ଯୋଷେଫକୁ ବିକ୍ରୟ କଲେ। ଯିହୁଦା ଓ ତାମର ସେହି ସମୟରେ ଯିହୁଦା ତା’ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀୟ ସହିତ ରିହବାକୁ ଗଲା। ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା’ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ। ସେହି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦେଲା। ସେ ତା’ର ନାମ ଦେଲା ଏର। ଏହା ପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲା। ଏବଂ ତା’ର ନାମ ରଖିଲା ଓନନ୍। ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା’ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା। ଯିହୁଦା ତା’ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା। କିନ୍ତୁ ସଦାପ୍ରଭୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାକୁ ବିନାଶ କଲେ। ଏହା ପରେ ଯିହୁଦା ଏରର ଭାଇ ଓନନକୁ କହିଲା, “ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସେହି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାଯିବ।” ଓନନ ଜାଣିଥିଲା ଯେ ସେ ସନ୍ତାନ ତା’ର ବଂଶ ହେବ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରେତଃପାତ କଲା। ଏଥିରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ। ଏହା ପରେ ଯିହୁଦା ତା’ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା’ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା। ଅନେକ ସମୟ ପରେ ଶୂୟର କନ୍ୟା, ଯିହୁଦାର ସ୍ତ୍ରୀ ମୃତ୍ୟୁବରଣ କଲା। ଯେତେବେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମେଷମାନଙ୍କ ବାଳ କାଟିବା ପାଇଁ ତା’ର ବନ୍ଧୁ ହୀରା ସହିତ ଗଲା। ତାମର ଜାଣିଲା ଯେ, ତା’ର ଶ୍ୱଶୁର ମେଷମାନଙ୍କର ଲୋମ କାଟିବାକୁ ତିମ୍ନା ଯାଉଛନ୍ତି। ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା’ର ମୁହଁକୁ ଲୁଗ୍ଭଇ ତିମ୍ନା ପଥ ପାର୍ଶ୍ୱସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ଶେଲା ବଡ଼ ହେଲେ ହେଁ ତାକୁ ବିବାହ କଲା ନାହିଁ। ଯିହୁଦା ସେହି ବାଟ ଦେଇ ଗଲାବେଳେ ତାକୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ୟା କାରଣ ସେ ତାଙ୍କର ମୁହଁ ଲୁଗ୍ଭଇ ରଖିଥିଲା। ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା’ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା। ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?” ଯିହୁଦା ଉତ୍ତର ଦେଲା, “ମୁଁ ମୋର ପଲ ମଧ୍ୟରୁ ଏକ ଯୁବା ଛେଳି ପଠାଇ ଦେବି।” ସେ ଉତ୍ତର ଦେଲା, “ମୁଁ ଏଥିରେ ରାଜି। କିନ୍ତୁ ପ୍ରଥମେ ଯୁବା ଛେଳି ଆସିବା ପର୍ଯ୍ୟନ୍ତ ବନ୍ଧକ ଦିଅ।” ଯିହୁଦା ପଗ୍ଭରିଲା, “ମୁଁ ତୁମ୍ଭକୁ କ’ଣ ଦିଏ ବୋଲି ଗ୍ଭହୁଁଛ?” ତାମର କହିଲା, “ତୁମ୍ଭର ଏହି ମୋହର, ସୁତ୍ର ଆଉ ହସ୍ତ ଯଷ୍ଟି।” ଯିହୁଦା ତାହା ସବୁ ତାମରକୁ ଦେଲା। ଏହା ପରେ ଯିହୁଦା ଓ ତାମର ମଧ୍ୟରେ ଦୈହିକ ସମ୍ପର୍କରୁ ତାମର ଗର୍ଭବତୀ ହେଲା। ଏହା ପରେ ତାମର ଗୃହକୁ ଗଲା ଓ ତା’ର ମୁହଁ ସର୍ବଦା ଲୁଗ୍ଭଇ ରଖିଲା ଏବଂ ସେ ପୁନର୍ବାର ବିଧବା ବସ୍ତ୍ର ପରିଧାନ କଲା। ଏହା ପରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ପାଇଁ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ଦେଇ ପଠାଇଲା। ମାତ୍ର ସେ ତା’ର ଦେଖା ପାଇଲା ନାହିଁ। ତେଣୁ ସେ ସେଠାକାର ଲୋକମାନଙ୍କୁ ପଗ୍ଭରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ବେଶ୍ୟା ଥିଲା ସେ କାହିଁ?” ଲୋକମାନେ ଉତ୍ତର ଦେଲେ, “ଏଠାରେ କୌଣସି ବେଶ୍ୟା ରହେ ନାହିଁ।” ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।” ତେଣୁ ଯିହୁଦା କହିଲା, “ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜାସ୍ପଦ ହେବା। ଆମ୍ଭେ ଗ୍ଭହିଁ ଥିଲୁ ତାକୁ ଏକ ଛେଳିଛୁଆ ଦେବା ପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ଯଥେଷ୍ଟ।” ତାମରଙ୍କ ଗର୍ଭଧାରଣ ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।” ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦ‌ଗ୍‌ଧ କର।” ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତା’ର ଶ୍ୱଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ଏହି ସମସ୍ତବସ୍ତୁ ଯାହାର ସେ ମୋତେ ଗର୍ଭବତୀ କରିଛି। ଏହି ମୋହର, ସୁତ୍ର ଓ ଯଷ୍ଟି କାହାର, ତାହା ଚିହ୍ନି ଦେଖ?” ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ। ତାମରର ଜନ୍ମ କରିବା ସମୟ ଆସିଲା, ସେମାନେ ଦେଖିଲେ ସେ ଯାଆଁଳା ଜନ୍ମ କରିବ। ସେ ଯେତେବେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।” ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, “ତୁମ୍ଭେ ଜୋର୍ କରି ଭେଦ କରିଅଛ।” ତେଣୁ ତା’ର ନାମ ପେରସ୍। ଏହା ପରେ ଅନ୍ୟ ପିଲାଟି ଜନ୍ମ ନେଲା, ଏହି ପିଲାଟିର ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ଥିଲା, ସେ ତା’ର ନାମ ସେରହ ଦେଲେ। ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ। ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ। ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।” କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।” ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା’ର ହାତରେ ତାଙ୍କର ବସ୍ତ୍ର ରହିଗଲା। ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା’ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” ଏହା ପରେ ସେ ସେହି ବସ୍ତ୍ର ତା’ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। ସେ ତା’ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା’ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।” ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ। ଯୋଷେଫ କାରାଗାରରେ ରହିଲେ କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ। ଯୋଷେଫ ଦୁଇଟି ସ୍ୱପ୍ନକୁ ବ୍ୟାଖ୍ୟା କଲେ କିଛିଦିନ ପରେ ମିସ୍ରୀୟ ରାଜାଙ୍କର ପାନପତ୍ରବାହକ ଓ ସୂପକାର ଆପଣାମାନଙ୍କର ମୁନିବ ମିସ୍ରୀୟ ରାଜାଙ୍କୁ ଅସନ୍ତୁଷ୍ଟ କଲେ। ତହିଁରେ ଫାରୋ ଏଇ ଦୁଇଟି ସେବକଙ୍କ ପ୍ରତି କ୍ରୋଧିତ ଥିଲେ, ରାଜାଙ୍କର ମୂଖ୍ୟ ପାନପାତ୍ର ବାହାକ ଓ ମୁଖ୍ୟ ସୂପକାର। ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେହିଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ। ଯେତେବେଳେ ପ୍ରହରୀମାନଙ୍କର ଅଧିନାୟକ ଯୋଷେଫଙ୍କୁ ତତ୍ତ୍ୱାବଧାନରେ ରଖିଲେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକାରେ ସେମାନେ ବହୁ ଦିନ କାରାଗାରରେ ରହିଲେ। ଏକ ରାତିରେ ଦୁଇ ଜଣ ବନ୍ଦୀ ସ୍ୱପ୍ନ ଦେଖିଲେ। ସେହି ଦୁଇଜଣ ବନ୍ଦୀ ମିଶରର ରାଜାଙ୍କର ପାନପାତ୍ରବାହକ ଓ ସୂପକାର। ଉଭୟେ ଏକ ସ୍ୱପ୍ନ ଦେଖିଲେ ଓ ଉଭୟଙ୍କ ସ୍ୱପ୍ନର ଅର୍ଥ ଭିନ୍ନଥିଲା। ଯୋଷେଫ ପ୍ରଭାତରେ ଦାଙ୍କ ନିକଟକୁ ଯା’ନ୍ତେ, ଯୋଷେଫ ଦେଖିଲେ ସେହି ଦୁଇ ବନ୍ଦୀ ଭାରି ବ୍ୟସ୍ତ ଅଛନ୍ତି। ଯେଉଁମାନେ କାରାଗାରରେ ଥିଲେ, ଯୋଷେଫ ଫାରୋଙ୍କର ସେବକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଆଜି ଭାରି ଚିନ୍ତିତ ଦେଖାଯାଉଛ?” ସେହି ଦୁଇ ବନ୍ଦୀ ଉତ୍ତର ଦେଲେ, “ଆମ୍ଭେ କାଲି ରାତିରେ ସ୍ୱପ୍ନ ଦେଖିଲୁ, କିନ୍ତୁ ତାହା ବୁଝି ପାରୁ ନାହୁଁ। ସେହି ସ୍ୱପ୍ନର ବ୍ୟାଖ୍ୟା କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱର ଜଣେ ଯେ କି ସ୍ୱପ୍ନ ବୁଝିପାରନ୍ତି ଏବଂ ବ୍ୟାଖ୍ୟା ବି କରି ପାରନ୍ତି। ତେଣୁ ମୁଁ ତୁମ୍ଭକୁ ଅନୁରୋଧ କରୁଛି ସେହି ସ୍ୱପ୍ନ ବିଷୟରେ ଆମ୍ଭକୁ କୁହ।” ଦ୍ରାକ୍ଷାରସ ଦେଉଥିବା ଲୋକର ସ୍ୱପ୍ନ ତେଣୁ ରାଜାଙ୍କର ମୁଖ୍ୟ ପାନପାତ୍ରବାହକ ଯୋଷେଫଙ୍କୁ ତା’ର ସ୍ୱପ୍ନ ବିଷୟରେ କହିଲା, “ଦେଖ ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା। ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା’ର ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା। ସେତେବେଳେ ମୋ’ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।” ତହିଁରେ ଯୋଷେଫ ତାକୁ କହିଲେ, “ଏହାର ଅର୍ଥ ଏହି, ସେହି ତିନି ଶାଖା ତିନି ଦିନ ବୁଝାଏ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତି ଦେବେ। ତହିଁରେ ତୁମ୍ଭେ ପୂର୍ବପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କ ହସ୍ତରେ ପାନପାତ୍ର ଦେବ। କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମୋତେ ସ୍ମରଣ କରିବ। ପୁଣି ମୋ’ ପ୍ରତି ଦୟାକରି ଫାରୋଙ୍କ ଛାମୁରେ ମୋ’ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ। କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନରେ ମଧ୍ୟ ମୁଁ କିଛି ଭୁଲ୍ କରି ନାହିଁ। ତଥାପି ସେମାନେ ମୋତେ ଏହି ଗହ୍ୱରରେ ପକାଇଲେ।” ସୂପକାରର ସ୍ୱପ୍ନ ପ୍ରଧାନ ସୂପକାର ଦେଖିଲା ଅନ୍ୟ ଭୃତ୍ୟର ସ୍ୱପ୍ନର ଉତ୍ତରଟି ଉତ୍ତମ ଅର୍ଥ ଥିଲା। ତେଣୁ ସୂପକାର ଯୋଷେଫକୁ କହିଲା, “ମୁଁ ମଧ୍ୟ ଏକ ସ୍ୱପ୍ନ ଦେଖିଲି। ମୋର ସ୍ୱପ୍ନରେ ମୋ’ ମସ୍ତକ ଉପରେ ତିନୋଟି ଶୀଷା ଡାଲା ଥିଲା। ସବା ଉପରେ ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସେକା ହେବା ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମୋ’ ମସ୍ତକର ଡାଲାରୁ ତାହା ଖାଇଲେ।” ଯୋଷେଫ ଉତ୍ତର କଲେ, “ଏହି ତିନି ଡାଲାର ଅର୍ଥ ତିନି ଦିନ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।” ଯୋଷେଫଙ୍କୁ ଭୂଲିଗଲେ ଏହା ପରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ରବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। ଯେପରି ଯୋଷେଫ ତା’ର ସ୍ୱପ୍ନର ଅର୍ଥ ବିଷୟରେ କହିଥିଲେ, ସେହିପରି ଫାରୋ, ମୂଖ୍ୟ ପାନପାତ୍ରବାହକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ। ତଥାପି ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ। ସେ ଯୋଷେଫଙ୍କ କଥା ଭୁଲି ଯାଇଥିଲା। ଫାରୋଙ୍କର ସ୍ୱପ୍ନ ଦୁଇ ବର୍ଷ ପରେ ଫାରୋ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ, ସେ ନୀଳ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ସେହି ସ୍ୱପ୍ନରେ ସାତୋଟି ଗାଈ ନଦୀ ମଧ୍ୟରୁ ବାହାରିଲେ ଏବଂ ସେଠାରେ ଘାସ ଚରିଲେ। ସେମାନେ ଦେଖିବାକୁ ହୃଷ୍ଟପୁଷ୍ଟ ଓ ସୁନ୍ଦର ଥିଲେ। ପୁଣି ସାତୋଟି ଦୁର୍ବଳ, ରୁ‌ଗ୍‌ଣ ଦେଖାଯାଉଥିବା ଗାଈ ନଦୀ ମଧ୍ୟରୁ ବାହାରିଲେ। ଏବଂ ନଦୀ କୂଳରେ ସେହି ସ୍ୱାସ୍ଥ୍ୟବାନ ଗାଈମାନଙ୍କ ପାଖରେ ଛିଡ଼ା ହେଲେ। କିନ୍ତୁ ସେହି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ। ସେହି ସାତୋଟି ଦୁର୍ବଳ ଓ ରୁ‌ଗ୍‌ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି ସ୍ୱାସ୍ଥ୍ୟବାନ ଗାଈକୁ ଖାଇଗଲେ। ସେତେବେଳେ ଫାରୋ ନିଦରୁ ଉଠି ପଡ଼ିଲେ। ଫାରୋ ପୁନରାୟ ଶୟନ କଲେ ଓ ପୁନରାୟ ସ୍ୱପ୍ନ ଦେଖିଲେ। ଗୋଟିଏ ଶଣ୍ଢାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶୀଷା ବାହାରିଲା। ସେମାନଙ୍କ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାୟୁରେ ଶୁଖିଗଲା ପରି ଦେଖା ଯାଉଥିଲା। ପୁଣି ସେହି ସାତୋଟି ପରିପୁଷ୍ଟ ଶୀଷାକୁ ଏହି ସାତୋଟି କ୍ଷୀଣ ଶୀଷା ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ୱପ୍ନମାତ୍ର ଜ୍ଞାନ ହେଲା। ଏହା ପରେ ପ୍ରଭାତରେ ତାଙ୍କର ମନ ଉ‌ଦ୍‌ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀୟ ପ୍ରତ୍ୟେକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡକାଇଲେ। ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କୁହନ୍ତେ ସେମାନଙ୍କ ମଧ୍ୟରୁ କେହି ତା’ର ଅର୍ଥ କହି ପାରିଲେ ନାହିଁ। ଦାସଜଣକ ଫାରୋଙ୍କୁ ଯୋଷେଫଙ୍କ ବିଷୟରେ କହିଲେ ସେତେବେଳେ ମୂଖ୍ୟ ପାନପାତ୍ରବାହକ ଫାରୋଙ୍କୁ ନିବେଦନ କଲା। ସେ କହିଲା, “ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।” ଆପଣ ମୋ’ ପ୍ରତି କ୍ରୋଧିତ ହୋଇ ଏବଂ ପ୍ରଧାନ ସୂପକାର ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ। ଏହା ପରେ ସେହି ରାତ୍ରିରେ ଆମ୍ଭେମାନେ ପ୍ରତ୍ୟେକେ ଏକ ଏକ ସ୍ୱପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ୱପ୍ନର ଅର୍ଥ ଥିଲା। ସେଠାରେ ଜଣେ ଏବ୍ରୀୟ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳାରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ୟାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ୱପ୍ନ ବିଷୟରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ୱପ୍ନର ଅର୍ଥ ବୁଝାଇ ଦେଲେ। ସେ ଆମ୍ଭମାନଙ୍କୁ ଯାହାସବୁ କହିଥିଲେ ତାହା ସତ୍ୟ ହେଲା। ସେ କହିଥିଲେ ମୁଁ ମୁକ୍ତ ହେବି ଏବଂ ମୋର କର୍ମରେ ନିଯୁକ୍ତ ହେବି। ଠିକ୍ ସେହିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ୟ ମଲା।” ଯୋଷେଫଙ୍କୁ ଡକା ହେଲା ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ ତେଣୁ ଫାରୋ ଯୋଷେଫଙ୍କୁ ବନ୍ଦୀଶାଳାରୁ ଡକାଇଲେ। କାରାରକ୍ଷୀ ଯୋଷେଫଙ୍କୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷେଫ କ୍ଷୌର ହୋଇ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହା ପରେ ସେ ଫାରୋଙ୍କୁ ଦେଖା କରିବାକୁ ଗଲେ। ଫାରୋ ଯୋଷେଫଙ୍କୁ ପଗ୍ଭରିଲେ, “ମୁଁ ଏକ ସ୍ୱପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ୱପ୍ନର ଅର୍ଥ କରି ପାରୁ ନାହାନ୍ତି। ମୁଁ ଶୁଣିଲି ଯେ, ଯଦି କେହି ତୁମ୍ଭକୁ ସ୍ୱପ୍ନ ବିଷୟରେ କୁହେ, ତେବେ ତୁମ୍ଭେ ସ୍ୱପ୍ନର ଅର୍ଥ କରି ପାରୁଛ।” ଯୋଷେଫ ଉତ୍ତର ଦେଲେ, “ମୁଁ ପାରିବି ନାହିଁ। କିନ୍ତୁ ହୋଇପାରେ ପରମେଶ୍ୱର ଏହାର ଅର୍ଥ କରି ପାରନ୍ତି।” ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ସ୍ୱପ୍ନରେ ଦେଖିଲି, ମୁଁ ନୀଳ ନଦୀ କୂଳରେ ଛିଡ଼ା ହୋଇଥିଲି। ଏହା ପରେ ସାତୋଟି ଗାଈ ନଦୀରୁ ବାହାରି ଘାସ ଖାଇଲେ। ସେମାନେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ। ଏହା ପରେ ମୁଁ ଦେଖିଲି, ଆଉ ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଓ କୁତ୍ସିତ ଦେଖାଯାଉଥିବା ଗାଈଗୁଡ଼ିକ ନଦୀ ମଧ୍ୟରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁ‌‌ଗ୍‌‌ଣ ଦେଖାଯାଉଥିଲେ। ସେମାନଙ୍କ ପରି କୁତ୍ସିତ ଗାଈ ମୁଁ ସମୁଦାୟ ମିଶରରେ ଆଦୌ ଦେଖି ନ ଥିଲି! ଏହା ପରେ ସେହି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସେହି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ। ତଥାପି ସେମାନେ ସେହିପରି ଦୁର୍ବଳ ଓ କୁତ୍ସିତ ଦେଖା ଯାଉଥା’ନ୍ତି। ସେମାନେ ଖାଇ ସାରିବା ପରେ ନ ଖାଇଲା ପରି ଦେଖା ଯାଉଥିଲେ। ଏହି ସମୟରେ ମୋର ନିଦ୍ରା ଭାଙ୍ଗିଗଲା। “ପୁଣି ଥରେ ସ୍ୱପ୍ନରେ ମୁଁ ଦେଖିଲି, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା। ଏହା ପରେ ସାତୋଟା ମୁଣ୍ଡ ବାହାରି ଆସି ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସେହି ଗୁଡ଼ିକ କ୍ଷୀଣ, ପୂର୍ବ ବାୟୁରେ ଶୁଖି ଯାଇଥିବା ପରି ଦେଖା ଯାଉଥିଲା। ପୁଣି ସେହି କ୍ଷୀଣ ଶୀଷାଗୁଡ଼ିକ ଉତ୍ତମ ସାତୋଟି ଶୀଷାକୁ ଗିଳି ପକାଇଲା। “ଏହି ସ୍ୱପ୍ନ ମୁଁ ମୋର ମନ୍ତ୍ରଜ୍ଞମାନଙ୍କୁ କହିଲି, ମାତ୍ର କେହି ଏହାର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।” ଯୋଷେଫ ସେହି ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କଲେ ଏହା ପରେ ଯୋଷେଫ ଫାରୋଙ୍କୁ କହିଲେ, “ସେହି ଦୁଇଟି ସ୍ୱପ୍ନ ଏକା ପ୍ରକାର। ଯାହା ଶୀଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ୱର ଆପଣଙ୍କୁ କହୁଛନ୍ତି। ଉଭୟ ସ୍ୱପ୍ନର ଅର୍ଥ ପ୍ରାୟ ସମାନ। ସାତୋଟି ସ୍ୱାସ୍ଥ୍ୟ ଗାଈ, ସାତୋଟି ଉତ୍ତମ ଶୀଷା ସାତ ବର୍ଷ ସ୍ୱରୂପ। ଆଉ ସେହି ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି କୃଶ, କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ। ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶୀଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ। ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କୁ ଦେଖାଇ ଅଛନ୍ତି। ଦେଖନ୍ତୁ, ସମସ୍ତ ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି। କିନ୍ତୁ ତା’ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶର ଦେଶରୁ ବିସ୍ମୃତ ହେବ। ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ। ଲୋକମାନେ ଭୂଲିଯିବେ ଯେ, ତା’ ପୂର୍ବରୁ ମିଶରରେ ସୁଭିକ୍ଷ ଥିଲା ବୋଲି। ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିଲା ବୋଲି। “ଫାରୋ, ଆପଣ ଏକା ପ୍ରକାର ଦୁଇଟି ସ୍ୱପ୍ନ ଦେଖିବାର କାରଣ ହେଲା, ପରମେଶ୍ୱର ଦେଖାଇବାକୁ ଗ୍ଭହାନ୍ତି ଯେ, ତାହା ଖୁବ୍ ଶୀଘ୍ର ଘଟିବାକୁ ଯାଉଛି। ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାୟିତ୍ୱ ଦେବା ପାଇଁ ମନୋନୀତ କରିବେ। ଏହା ପରେ ଆପଣ ଆଉ କିଛି ଲୋକଙ୍କୁ ବାଛନ୍ତୁ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରିବେ। ଏହିସବୁ ସୁଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶସ୍ୟର ଏକ ପଞ୍ଚମାଂଶ ଖାଦ୍ୟ ଦେବେ। ଏହି ପ୍ରକାରେ ଲୋକମାନେ ସେହି ଉତ୍ତମ ସାତ ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରି ରଖିବେ। ଏହି ପ୍ରକାରେ ଖାଦ୍ୟ ସଂଗ୍ରହ କରି ଆପଣ ନିୟନ୍ତ୍ରଣରେ ରଖନ୍ତୁ। ଦୁର୍ଭିକ୍ଷର ସାତ ବର୍ଷ ସମୟରେ ସମସ୍ତ ମିଶରକୁ ଆପଣ ଖାଦ୍ୟ ଯୋଗାଇ ପାରିବେ। ତେଣୁ ମିଶର ଦୁର୍ଭିକ୍ଷ ଯୋଗୁଁ ଧ୍ୱଂସ ହେବ ନାହିଁ।” ସେତେବେଳେ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା। ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।” ତେଣୁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏହିସବୁ ଦେଖାଇ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ। ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।” ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ୟଭାବେ ନିଯୁକ୍ତ କଲି।” ଏହା ପରେ ଫାରୋ ତାଙ୍କୁ ଏକ ବିଶେଷ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳାରେ ସୁବର୍ଣ୍ଣହାର ଦେଲେ। ଫାରୋ ଯୋଷେଫଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, “ଯୋଷେଫଙ୍କୁ ପ୍ରଣାମ କର” ବୋଲି କହିଲେ। ତେଣୁ ଯୋଷେଫ ସମଗ୍ର ମିଶରରେ ମୁଖ୍ୟ ଭାବେ ନିଯୁକ୍ତ ହେଲେ। ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ଫାରୋ, କିନ୍ତୁ ତୁମ୍ଭର ଆଜ୍ଞା ବିନା ମିଶରରେ କେହି କିଛି କରି ପାରିବେ ନାହିଁ।” ଫାରୋ ଯୋଷେଫଙ୍କୁ ଏକ ଅନ୍ୟ ନାମରେ ନାମିତ କଲେ, “ସାଫନତ୍-ପାନେହ” ଫାରୋ ଯୋଷେଫଙ୍କୁ ଓନ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ବିବାହ ଦେଲେ। ଯୋଷେଫ ସମସ୍ତ ମିଶର ଦେଶ ମଧ୍ୟଦେଇ ଗଲେ। ଯୋଷେଫ ତିରିଶ୍ ବର୍ଷ ବୟସରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଛିଡ଼ା ହୋଇଥିଲେ। ଏହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ। ସେହି ସୁଭିକ୍ଷର ସାତ ବର୍ଷ ମଧ୍ୟରେ ପ୍ରଚୁର ପରିମାଣରେ ଫସଲ ଉତ୍ପନ୍ନ ହେଲା। ଯୋଷେଫ ସେହି ସାତ ବର୍ଷରେ ମିଶର ଦେଶରେ ଉତ୍ପନ୍ନ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ। ଯେଉଁ ନଗରର ଗ୍ଭରିଆଡ଼େ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହା ସବୁ ସେହି ନଗରରେ ସଞ୍ଚିତ ହେଲା। ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ। ଯୋଷେଫଙ୍କର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷେଫ ଏବଂ ଆସନ‌ତ୍‌ଙ୍କର ଦୁଇଟି ପୁତ୍ର ଥିଲେ। ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।” ଯୋଷେଫ ତାଙ୍କର ଦ୍ୱିତୀୟ ପୁତ୍ରର ନାମ ଦେଲେ ଇଫ୍ରୟିମ କାରଣ ସେ କହିଲେ, “ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।” ଦୁର୍ଭିକ୍ଷର ସମୟ ଆରମ୍ଭ ମିଶରରେ ସାତ ବର୍ଷ ସୁଭିକ୍ଷର ଶେଷ ହେଲା। ଏବଂ ଏହା ପରେ ସାତ ବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷେଫ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶରରେ ଅବା ଅନ୍ୟ କୌଣସି ଦେଶରେ। କିନ୍ତୁ ମିଶରରେ ଖାଦ୍ୟ ଥିଲା। ଦୁର୍ଭିକ୍ଷ ଆରମ୍ଭରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, “ଯୋଷେଫଙ୍କ ପାଖକୁ ଯାଅ ଆଉ ଯାହା ସେ କରିବାକୁ କହନ୍ତି ତାହା କର।” ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷେଫ ସବୁ ସ୍ଥାନରେ ଗୋଲା ଫିଟାଇ ମିସ୍ରୀୟମାନଙ୍କୁ ଶସ୍ୟ ବିକିବାକୁ ଲାଗିଲେ। ତଥାପି ମିଶରରେ ଦୁର୍ଭିକ୍ଷ ପ୍ରବଳ ହେଲା। ସର୍ବଦେଶୀୟ ଲୋକମାନେ ମିଶର ଦେଶର ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା। ସ୍ୱପ୍ନଗୁଡ଼ିକ ସତ୍ୟ ହେଲା ଯାକୁବ ଶୁଣିଲେ ଯେ, ମିଶରରେ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, “କିଛି ନ କରି କାହିଁକି ତୁମ୍ଭେ ଅଳସୁଆ ହୋଇ ବସୁଛ? ମୁଁ ଶୁଣିଛି ଯେ ମିଶରରେ ଖାଦ୍ୟଶସ୍ୟ ବିକ୍ରୟ କରାଯାଉଅଛିା ତେଣୁ ତୁମ୍ଭେ ଯାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ୟ କିଣିଆଣ। ତହିଁରେ ଆମ୍ଭେମାନେ ମରି ନ ଯାଇ ବଞ୍ଚି ପାରିବା।” ତେଣୁ ଯୋଷେଫଙ୍କର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶସ୍ୟ କିଣିବା ପାଇଁ। କିନ୍ତୁ ଯାକୁବ ବିନ୍ୟାମୀନକୁ ପଠାଇଲେ ନାହିଁ। ବିନ୍ୟାମୀନ ଥିଲା ଯୋଷେଫଙ୍କର ଏକ ମାତାର ଭାଇ। ଯାକୁବ ଭୟ କଲେ ଯେ ସେଠାରେ ମଧ୍ୟ ବିନ୍ୟାମୀନ ପାଇଁ କିଛି ଅଘଟଣ ଘଟିପାରେ। କିଣାନ ଦେଶରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣାନ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶସ୍ୟ କିଣିବାକୁ ଗଲେ। ସେମାନଙ୍କ ମଧ୍ୟରେ ଯାକୁବର ପୁତ୍ରମାନେ ମଧ୍ୟ ଥିଲେ। ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ। ଯୋଷେଫ ଭାଇମାନଙ୍କୁ ଦେଖିଲେ। ଯୋଷେଫ ସେମାନଙ୍କୁ ଚିହ୍ନି ପାରିଲେ। କିନ୍ତୁ ସେମାନଙ୍କୁ ନ ଚିହ୍ନିଲାପରି ଅଭିନୟ କଲେ। ଯୋଷେଫ ସେମାନଙ୍କୁ ମଧ୍ୟ ରୁକ୍ଷ ବ୍ୟବହାର କଲେ। ଯୋଷେଫ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାରୁ ଆସିଛ?” ତାଙ୍କର ଭାଇମାନେ ଉତ୍ତର ଦେଲେ, “ଆମ୍ଭେମାନେ କିଣାନୀୟମାନଙ୍କ ଦେଶରୁ ଆସିଛୁ। ଆମ୍ଭେ ଏଠାକୁ କିଛି ଖାଦ୍ୟ ଶସ୍ୟ କିଣିବାକୁ ଆସିଛୁ।” ଯୋଷେଫ ଜାଣିଥିଲେ ଯେ ସେମାନେ ତାଙ୍କର ଭାଇ। କିନ୍ତୁ ସେମାନେ ଯୋଷେଫକୁ ଚିହ୍ନି ପାରିଲେ ନାହିଁ। ଯୋଷେଫ ପୂର୍ବରୁ ସେମାନଙ୍କର ଭାଇମାନଙ୍କ ବିଷୟରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମନେ କଲେ। ଯୋଷେଫ ସେମାନଙ୍କର ଭାଇମାନଙ୍କୁ କହିଲେ, “ତୁମ୍ଭେମାନେ ଏଠାକୁ ଖାଦ୍ୟ ଶସ୍ୟ କ୍ରୟ କରିବାକୁ ଆସି ନାହଁ। ତୁମ୍ଭେମାନେ ଗୁପ୍ତଚର। ଆମ୍ଭେ କେଉଁଥିରେ ଦୁର୍ବଳ ସେ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଛ।” କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ କହିଲେ, “ନା ମହାଶୟ, ଆମ୍ଭେମାନେ ଆପଣଙ୍କ ଦାସତୁଲ୍ୟ ଆସିଅଛୁ। ଆମ୍ଭେ କେବଳ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ। ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଏକ। ଆମ୍ଭେ ସଚ୍ଚୋଟ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।” ତା’ପରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଦୂର୍ବଳତା ଜାଣିବା ପାଇଁ ଏଠାକୁ ଆସିଅଛ।” ଏବଂ ଭାଇମାନେ କହିଲେ, “ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ। ଆମ୍ଭର ସାନଭାଇ ଆମ୍ଭର ଗୃହରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିଯାଇଛି। ଆମ୍ଭେମାନେ ଆପଣଙ୍କ ନିକଟରେ ଦାସତୁଲ୍ୟ। ଆମ୍ଭେମାନେ କିଣାନ ଦେଶରୁ ଆସିଅଛୁ।” କିନ୍ତୁ ଯୋଷେଫ ସେମାନଙ୍କୁ କହିଲେ, “ନା ମୁଁ ଜାଣି ପାରୁଛି ତୁମ୍ଭେମାନେ ଚର। କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ୟତାର ପ୍ରମାଣ ଦେଖାଅ। ଫାରୋଙ୍କ ନାମରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନ ଆସିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ ଯିବାକୁ ଦେବି ନାହିଁ। ମୁଁ ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିବି ସେ ଯାଇ ତୁମ୍ଭର ସାନ ଭାଇକୁ ଏଠାକୁ ନେଇ ଆସିବ। ସେ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ବନ୍ଦୀଶାଳାରେ ରହିବ। ମୁଁ ଦେଖିବି ତୁମ୍ଭେମାନେ ସତ କହୁଛ ନା ତୁମ୍ଭେମାନେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦେଇ ଶପଥ କରୁଛୁ।” ତେଣୁ ଯୋଷେଫ ସେମାନଙ୍କୁ ତିନି ଦିନ ପାଇଁ ବନ୍ଦୀଶାଳାରେ ରଖିଲେ। The Troubles Begin ତିନି ଦିନ ପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ପରମେଶ୍ୱରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ତହିଁରେ ତୁମ୍ଭେ ବଞ୍ଚିପାରିବ। ଯଦି ତୁମ୍ଭେମାନେ ବାସ୍ତବରେ ବିଶ୍ୱାସୀ ଲୋକ, ତେବେ ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ଜଣେ କାରାଗାରରେ ରହୁ। ଏବଂ ଅନ୍ୟ ସମସ୍ତେ ତୁମ୍ଭ ଲୋକମାନଙ୍କ ପାଇଁ ଶସ୍ୟ ନେଇ ଯାଇପାର। କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମୋ’ ପାଖକୁ ନେଇ ଆସିବ। ତେବେ ମୁଁ ଜାଣିବି ତୁମ୍ଭେମାନେ ସତ କହୁଛ ଏବଂ ତୁମ୍ଭେମାନେ ଆଉ ମରିବ ନାହିଁ।” ଭାଇମାନେ ଏହି କଥାକୁ ଗ୍ରହଣ କଲେ। ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଆମ୍ଭର ସାନ ଭାଇ ଯୋଷେଫକୁ ହତ୍ୟା କରିଥିବାରୁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ। ଆମ୍ଭେମାନେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁରୋଧ କରିଥିଲା। କିନ୍ତୁ ଆମ୍ଭେ ତା’ ପ୍ରତି କର୍ଣ୍ଣପାତ କରି ନ ଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦରେ ପଡ଼ିଅଛୁ।” ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା’ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।” ଯୋଷେଫ ସେମାନଙ୍କ ସହିତ ବ୍ୟାଖ୍ୟାକାର ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଯୋଷେଫ ସେମାନଙ୍କ କଥା ବୁଝି ପାରୁଥିଲେ ବୋଲି ସେମାନେ ଜାଣି ପାରି ନ ଥିଲେ। ତେଣୁ ଯୋଷେଫ ସେମାନଙ୍କଠାରୁ ଦୂରକୁ ଯାଇ କାନ୍ଦିଲେ। କିଛି ସମୟ ପରେ ଯୋଷେଫ ସେମାନଙ୍କ ପାଖକୁ ଗଲେ। ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ଅର୍ଥାତ୍ ଶିମିୟୋନକୁ ନେଇ ତାଙ୍କ ଭାଇମାନଙ୍କ ସମ୍ମୁଖରେ ବାନ୍ଧି ପକାଇଲେ। ଯୋଷେଫ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କର ବ୍ୟାଗ୍ ଗୁଡ଼ିକୁ ଶସ୍ୟରେ ଭରପୁର କରିବା ପାଇଁ। ତାଙ୍କର ଭାଇମାନେ ସେହି ଶସ୍ୟ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷେଫ ସେହି ଅର୍ଥ ନେଲେ ନାହିଁ। ସେ ସେମାନଙ୍କର ଅର୍ଥ ସେହି ବ୍ୟାଗ୍ ମଧ୍ୟରେ ପୁରାଇ ଦେଲେ। ଏହା ପରେ ଯୋଷେଫ ତାଙ୍କର ଫେରିବା ପାଇଁ ବ୍ୟବହାର ଦ୍ରବ୍ୟ ମଧ୍ୟ ତାଙ୍କୁ ଦେଲେ। ତେଣୁ ତାଙ୍କର ଭାଇମାନେ ସେହି ଗଧମାନଙ୍କ ପିଠିରେ ଶସ୍ୟ ଲଦି ସେହି ସ୍ଥାନ ପରିତ୍ୟାଗ କଲେ। ସେହି ରାତ୍ରିରେ ତାଙ୍କର ଭାଇମାନେ ଏକ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ୟରୁ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ ସେ ତା’ର ଟଙ୍କା ସବୁ ଦେଖିଲା! ସେ ତା’ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, “ଦେଖ, ମୁଁ ଯେଉଁ ଅର୍ଥ ଶସ୍ୟ ପାଇଁ ଦେଇଥିଲି, ତାହା ଏଠାରେ ଅଛି। କେହି ଲୋକ ମୋ’ ପଟରେ (ଥଳିରେ) ସେହି ଅର୍ଥ ପୁରାଇ ଦେଇଛି।” ତା’ର ସମସ୍ତ ଭାଇମାନେ ଭୟ କରିଗଲେ। ସେମାନେ ପରସ୍ପର କୁହା କୁହି ହେଲେ, “ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ’ଣ କରୁଛନ୍ତି?” ଭାଇମାନେ ଏହିସବୁ କଥା ଯାକୁବଙ୍କୁ ଜଣାଇଲେ ଭାଇମାନେ ସେମାନଙ୍କର ପିତା ଯାକୁବଙ୍କ ନିକଟକୁ କିଣାନ ଦେଶକୁ ଫେରିଗଲେ। ସେମାନେ ଯାକୁବଙ୍କୁ, ଯେ କି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷୟ ଅବଗତ କରାଇଲେ। ସେମାନେ କହିଲେ, “ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ୟବହାର କଲେ। ସେ ଭାବିଲେ ଆମ୍ଭେମାନେ ଚର। କିନ୍ତୁ ଆମ୍ଭେ କହିଲୁ, ‘ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ। ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ଏକ ପିତା, ଆମ୍ଭର ଜଣେ ଭାଇ ଯିଏ କି ମରିଯାଇଛି ଏବଂ ଆମ୍ଭର ସାନଭାଇ ଯେଏ କି ବର୍ତ୍ତମାନ କିଣାନ ଦେଶରେ ଅଛି।’ “ଏହା ପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭର ସାଧୁତାର ପ୍ରମାଣ ଦେବା ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠାରେ ମୋ’ ପାଖରେ ଛାଡ଼ି ଦେଇ ଯାଅ। ଏହି ଶସ୍ୟ ତୁମ୍ଭର ପରିବାର ପାଇଁ ନେଇଯାଅ। ଏହା ପରେ ତୁମ୍ଭର ସାନଭାଇକୁ ମୋ’ ପାଖକୁ ଆଣ, ତେବେ ମୁଁ ଜାଣିବି ଯେ ତୁମ୍ଭେମାନେ ସାଧୁଲୋକ। ଯଦି ତୁମ୍ଭେମାନେ ସତ୍ୟ କହୁଥାଅ, ତେବେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫେରାଇ ଦେବି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦେବି ଓ ତୁମ୍ଭମାନଙ୍କୁ ମୋ’ ଦେଶରୁ ଶସ୍ୟ କ୍ରୟ ପାଇଁ ମୁକ୍ତ କରି ଦେବି।’” ଏହା ପରେ ଭାଇମାନେ ଶସ୍ୟ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସେମାନଙ୍କର ବ୍ୟା‌‌‌ଗ୍‌‌‌ରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସେମାନଙ୍କର ପିତା ଏହି ଟଙ୍କା ଦେଖି ଭୟରେ ଥରିବାକୁ ଲାଗିଲେ। ଯାକୁବ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ମୁଁ ମୋର ସମସ୍ତ ପିଲାମାନଙ୍କୁ ହରାଇବି? ଯୋଷେଫ ଗଲା, ଶିମିୟୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ୟାମୀନକୁ ନେବା ପାଇଁ ଗ୍ଭହୁଁଛ।” କିନ୍ତୁ ରୁବେନ୍ ତା’ର ପିତାଙ୍କୁ କହିଲା, “ପିତା, ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅକୁ ବଧ କରିବ। ମୋ’ ହସ୍ତରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।” କିନ୍ତୁ ଯାକୁବ ତାକୁ କହିଲେ, “ମୁଁ ବିନ୍ୟାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା’ର ଭାଇ ମରିଯାଇଛି। ସେ ଜଣେ କେବଳ ରହିଯାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ଯାଏ ଏବଂ ରାସ୍ତାରେ କିଛି ଗୋଟିଏ ହୋଇଯାଏ, ତେବେ ତୁମ୍ଭେ ମୋତେ ଶୋକରେ ମୋର ଏହି ପକ୍ୱ କେଶରେ କବରକୁ ପଠେଇ ଦେବ।” ଯାକୁବ ବିନ୍ୟାମୀନକୁ ମିଶରକୁ ଯିବାକୁ ଅନୁମତି ଦେଲେ ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା। ଯାକୁବଙ୍କର ପରିବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ୟ ଖାଇ ଦେଲେ। ଯେତେବେଳେ ସେହି ଶସ୍ୟସବୁ ସରିଗଲା। ଯାକୁବ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମିଶରକୁ ଯାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ୟ ଖାଇବା ପାଇଁ ଆଣ।” କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’ ଯଦି ତୁମ୍ଭେ ବିନ୍ୟାମୀନକୁ ଆମ୍ଭ ସହିତ ପଠାଅ, ତେବେ ଆମ୍ଭେ ଯାଇ ଶସ୍ୟ କ୍ରୟ କରି ପାରିବୁ। ଯଦି ତୁମ୍ଭେ ବିନ୍ୟାମୀନଙ୍କୁ ଆମ୍ଭ ସହିତ ନ ପଠାଅ, ତେବେ ଆମ୍ଭେ ଆଉ ସେଠାକୁ ଯିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦେଇଛି ଯେ ତୁମ୍ଭର ସାନ ଭାଇକୁ ନ ଆଣି ଏଠାକୁ ଆସିବ ନାହିଁ।” ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?” ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।” ଏହା ପରେ ଯିହୁଦା ତାଙ୍କର ପିତାଙ୍କୁ କହିଲା, “ବିନ୍ୟାମୀନକୁ ମୋ’ ସହିତ ଯିବାକୁ ଦିଅ। ମୁଁ ତା’ର ଯତ୍ନ ନେବି। ଆମ୍ଭମାନଙ୍କୁ ମିଶରକୁ ଯାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନ ଯାଉ ତେବେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ୟ ମରିବେ। ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ। ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ଯିବାକୁ ଦେଇଥା’ନ୍ତ, ଆମ୍ଭେ ସେଠାରେ ପହଞ୍ଚି ସାରି ଦୁଇଥର ଫେରି ଆସିଥାଆନ୍ତୁ।” ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁ‌‌ଗ୍‌‌ଗୁଳ ଓ ଗନ୍ଧରସ ନେଇ ଯାଅ। ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା’ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ। ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ। ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।” ତେଣୁ ଭାଇମାନେ ସେହି ଉପହାର ନେଇ ସେହି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସେମାନଙ୍କ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନେଇଗଲେ। ଏଥର ତାଙ୍କ ସହିତ ବିନ୍ୟାମୀନ ମଧ୍ୟ ମିଶରକୁ ଗଲା। ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ସେମାନେ ଯୋଷେଫଙ୍କୁ ଦେଖିବାକୁ ଗଲେ। ଭାଇମାନେ ଯୋଷେଫଙ୍କ ଗୃହକୁ ନିମନ୍ତ୍ରିତ ହେଲେ ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।” ଦାସକୁ ଯେପରି କୁହା ଯାଇଥିଲା ସେ ଠିକ୍ ସେହିପରି କଲା। ସେ ସେହି ଲୋକମାନଙ୍କୁ ଯୋଷେଫଙ୍କ ଗୃହକୁ ପାଛୋଟି ନେଲା। ସେହି ଲୋକମାନେ ଭୟଭୀତ ହୋଇ ଗଲେ, ଯେତେବେଳେ ସେମାନେ ଯୋଷେଫଙ୍କ ଗୃହକୁ ଗଲେ। ସେମାନେ କହିଲେ, “ଆମ୍ଭମାନଙ୍କୁ ଏଥର ଏଠାକୁ ଅଣାଯିବାର କାରଣ ହେଉଛି ଗତ ଥର ଆମ୍ଭେମାନେ ଶସ୍ୟ ଅଖା ସହିତ ସେହି ଟଙ୍କା ନେଇ ଯାଇଥିଲୁ। ଆମ୍ଭ ବିରୁଦ୍ଧରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନେଇଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।” ଯେତେବେଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ଦାସଙ୍କୁ ଭେଟିଲେ, ସେମାନେ ତାଙ୍କ ସହିତ ଯୋଷେଫଙ୍କ ଘରର ଦ୍ୱାର ସମ୍ମୁଖରେ କଥା ହେଲେ। ସେମାନେ କହିଲେ, “ମହାଶୟ, ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ଆପଣଙ୍କୁ ଯାହା କହୁଛୁ ଏହା ସତ୍ୟ ଅଟେ। ଗତଥର ଆମ୍ଭେମାନେ ଏଠାକୁ ଖାଦ୍ୟ କ୍ରୟ କରିବାକୁ ଆସିଥିଲୁ। ଯିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବେଳକୁ ଆମ୍ଭମାନଙ୍କର ଟଙ୍କା ପ୍ରତ୍ୟେକଙ୍କ ପଟ ମଧ୍ୟରେ ଥିଲା। ଆମ୍ଭେ ଜାଣି ନାହୁଁ ତାହା ସେଠାକୁ କିପରି ଗଲା। କିନ୍ତୁ ଆମ୍ଭେମାନେ ସେହି ଅର୍ଥ ଆପଣଙ୍କୁ ଦେବା ପାଇଁ ଫେରାଇ ଆଣିଛୁ। କିଛି ଖାଦ୍ୟ ନେଇଯିବା ପାଇଁ ଆଉ କିଛି ଅର୍ଥ ଆଣିଛୁ।” *** କିନ୍ତୁ ଦାସ ଉତ୍ତର ଦେଲେ, “ଭୟ କର ନାହିଁ। ମୋତେ ବିଶ୍ୱାସ କର। ତୁମ୍ଭର ପରମେଶ୍ୱର ତୁମ୍ଭ ପିତାଙ୍କର ପରମେଶ୍ୱର, ଉପହାର ସ୍ୱରୂପ ତୁମ୍ଭ ପଟରେ ପୁରା ଯାଇଥିଲା। ମୋର ମନେ ଅଛି ତୁମ୍ଭେ ସେହି ଟଙ୍କା ଗତ ଥର ମୋତେ ଶସ୍ୟ କିଣିବା ସମୟରେ ଦେଇଥିଲ।” ଏହା ପରେ ସେହି ଦାସଜଣକ ଶିମିୟୋନକୁ କାରାଗାରରୁ ବାହାର କଲେ। ସେହି ଦାସ ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲେ। ସେ ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହା ପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା। ଭାଇମାନେ ଶୁଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସେମାନେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ। ଯୋଷେଫ ଗୃହକୁ ପ୍ରବେଶ କରନ୍ତେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହା ପରେ ସେମାନେ ଯୋଷେଫଙ୍କୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ। ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା’ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?” ଭାଇମାନେ ଉତ୍ତର ଦେଲେ, “ହଁ ମହାଶୟ, ଆମ୍ଭର ପିତା ଏବେ ଜୀବିତ।” ଏବଂ ସେମାନେ ପୁନର୍ବାର ଯୋଷେଫଙ୍କୁ ପ୍ରଣାମ କଲେ। ଯେତେବେଳେ ଯୋଷେଫ ତାଙ୍କର ଭାଇ ବିନ୍ୟାମୀନକୁ ଦେଖିଲେ। (ବିନ୍ୟାମୀନ ଓ ଯୋଷେଫ ଗୋଟିଏ ମା’ର ସନ୍ତାନ) ଯୋଷେଫ କହିଲେ, “ଏହି କ’ଣ ତୁମ୍ଭର ସାନ ଭାଇ, ଯାହା ବିଷୟରେ ତୁମ୍ଭେ ମୋତେ କହୁଥିଲ?” ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।” ଯୋଷେଫ ଆଉ ଅଧିକ ସମୟ ନିଜର କୋହ ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶୀଘ୍ର ସେମାନଙ୍କ ପାଖରୁ ଆଉ ଗୋଟିଏ କୋଠରୀକୁ ଗଲେ ଏବଂ କାନ୍ଦିଲେ। ତା’ପରେ ସେ ନିଜକୁ ନିୟନ୍ତ୍ରଣରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସି କହିଲେ, “ବର୍ତ୍ତମାନ ଖାଇବାର ସମୟ।” ଯୋଷେଫଙ୍କର ଦାସମାନେ ଯୋଷେଫଙ୍କ ପାଇଁ ଏକ ଟେବୁଲ, ଏକ ଟେବୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟେବୁଲ ମିସ୍ରୀୟମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହିତ ବସି ଖାଇବେ। କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବା ମିସ୍ରୀୟମାନଙ୍କର ପ୍ରଥା ନ ଥିଲା। ମିସ୍ରୀୟମାନେ ଏବ୍ରୀୟମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବେଚିତ ହୁଏ। ଯୋଷେଫଙ୍କର ଭାଇମାନେ ଯୋଷେଫଙ୍କ ଆଗ ଟେବୁଲରେ ଖାଇ ବସିଲେ। ତାଙ୍କର ଭାଇମାନେ ବଡ଼ରୁ ସାନ କ୍ରମରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଗ୍ଭହୁଁଥା’ନ୍ତି। କ’ଣ ସବୁ ଘଟୁଛି ସେମାନେ ଆଶ୍ଚର୍ଯ୍ୟ ହେଉଥା’ନ୍ତି। ଦାସମାନେ ଯୋଷେଫଙ୍କ ଟେବୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥା’ନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ୟାମୀନକୁ ଅଧିକ ପାଞ୍ଚ ଥର ପରଷୁଥା’ନ୍ତି। ସେମାନେ ସମସ୍ତେ ଖାଇ ପିଇ ଆନନ୍ଦ କଲେ। ଯୋଷେଫ ଏକ ଫାନ୍ଦ ପ୍ରସ୍ତୁତ କଲେ ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ। ସାନ ଭାଇର ପଟରେ ତା’ର ଟଙ୍କାତକ ଭର୍ତ୍ତି କର। କିନ୍ତୁ ତା’ର ପଟରେ ମୋର ରୂପା ତାଟିଆ ରଖ।” ଯୋଷେଫ ସେମାନଙ୍କୁ ଯେପରି କହିଲେ ଦାସମାନେ ଠିକ୍ ସେହିପରି କଲେ। ତା’ ପରଦିନ ପ୍ରତ୍ୟୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ? ଆମ୍ଭର ମହାଶୟ ସେହି କ‌ପ୍‌ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?” ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ। କିନ୍ତୁ ଭାଇମାନେ ସେହି ଦାସକୁ କହିଲେ, “ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ? ଆମ୍ଭେ ଏପରି କିଛି କାର୍ଯ୍ୟ କରି ନାହୁଁ। ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ। ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ୟା କରି ପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସେବକଗଣ ହେବୁ।” ଦାସ କହିଲେ, “ତୁମ୍ଭେ ଯାହା କହିବ ଆମ୍ଭେ ସେହିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ୟା କରିବୁ ନାହିଁ। ଆମ୍ଭେ ଯାହା ପାଖରୁ ସେହି ରୂପା ପାତ୍ର ପାଉ, ସେ ଲୋକ ଆମ୍ଭର ଦାସ ହେବ। ଏବଂ ଅନ୍ୟମାନେ ମୁକ୍ତ ହେବେ।” ଫାନ୍ଦ ଲମ୍ବାଇ ବିନ୍ୟାମୀନକୁ ଧରିଲେ ଏହା ପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସେଗୁଡ଼ିକୁ ଖୋଳିଲେ। ଯୋଷେଫଙ୍କ ଦାସ ସେହି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ୱୟରେ ସାନର ପଟ ଦେଖିଲେ। ଶେଷରେ ବିନ୍ୟାମୀନର ପଟରୁ ସେହି ପାତ୍ରଟିକୁ ପାଇଲେ। ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ। ଯିହୁଦା ଏବଂ ତା’ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ। ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ’ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।” ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।” କିନ୍ତୁ ଯୋଷେଫ କହିଲେ, “ପରମେଶ୍ୱର ଏପରି ନ କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କେବଳ ଯେ ମୋର ପାତ୍ର ଗ୍ଭେରି କରିଛି, ସେ ମୋର ଦାସ ହେବ। ଅନ୍ୟମାନେ ଶାନ୍ତିରେ ତୁମ୍ଭର ପିତାଙ୍କ ନିକଟକୁ ଫେରିଯାଅ।” ଯିହୁଦା ବିନ୍ୟାମୀନ ପାଇଁ ଯୁକ୍ତି କଲା ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ। ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’ ଆମ୍ଭେ ଆପଣଙ୍କୁ ଉତ୍ତର କରିଥିଲୁ, ‘ହଁ, ଆମ୍ଭର ଏକ ପିତା ଅଛନ୍ତି, ସେ ବୃଦ୍ଧ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ୟନ୍ତ ପ୍ରେମ କରୁଥିଲେ। କାରଣ ସେ ପିତାଙ୍କର ବାର୍ଦ୍ଧକ୍ୟ କାଳରେ ଜନ୍ମ ନେଇଥିଲା। ସେହି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ୟାମୀନ ହେଉଛି ସେହି ଭାଇ ଯିଏ ଏକ ମା’ର ସନ୍ତାନ। ଆମ୍ଭର ପିତା ମଧ୍ୟ ତାକୁ ଅତ୍ୟନ୍ତ ଭଲପାନ୍ତି।’ ତା’ପରେ ଆପଣ ଆମ୍ଭକୁ କହିଲେ, ‘ତେବେ ସେହି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଗ୍ଭହେଁ।’ ଆମ୍ଭେ କହିଲୁ, ‘ଆମ୍ଭର ସାନ ଭାଇ ଆସି ପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି, ତେବେ ପିତା ଦୁଃଖରେ ପ୍ରାଣତ୍ୟାଗ କରିବେ।’ କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମୋତେ କେବେ ଦେଖିବ ନାହିଁ।’ ତେଣୁ ଆମ୍ଭେ ପିତାଙ୍କ ନିକଟକୁ ଫେରି ଗଲୁ ଓ ଆପଣ ଯାହା କହିଥିଲେ, ତାଙ୍କୁ କହିଲୁ। “ଏହା ପରେ, ଆମ୍ଭର ପିତା କହିଲେ, ‘ତୁମ୍ଭେମାନେ ଯାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।’ ଏବଂ ଆମ୍ଭେ ପିତାଙ୍କୁ କହିଲୁ, ‘ଆମ୍ଭେ ଆମ୍ଭର ସାନ ଭାଇ ବିନା ଯାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନ ଯାଏ, ତାହାହେଲେ ସେହି ବ୍ୟକ୍ତିର ମୂଖ ଦେଖି ପାରିବୁ ନାହିଁ।’ ଏହା ପରେ ଆମ୍ଭର ପିତା ଆମ୍ଭକୁ କହିଲେ, ‘ତୁମ୍ଭେ ଜାଣ ମୋର ସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନେଇଥିଲେ। ଗୋଟିଏ ପୁତ୍ର ମୋ’ଠାରୁ ଦୂରକୁ ଗ୍ଭଲିଗଲା। ସେହି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ୱାସ କରେ ସେ ହିଂସ୍ର ଜନ୍ତୁ ଦ୍ୱାରା ଗ୍ରାସିତ ହୋଇଯାଇଛି। ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ’ଠାରୁ ଦୂରେଇ ନିଅ। ଏବଂ ଯଦି ତା’ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’ ବର୍ତ୍ତମାନ ଚିନ୍ତା କରନ୍ତୁ, କ’ଣ ହେବ। ଯେତେବେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫେରିବୁ। ସେହି ବାଳକ ଆମ୍ଭ ପିତାଙ୍କର ଅମୂଲ୍ୟ ସମ୍ପଦ। ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ। “ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’ ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ଯିବାକୁ ଦିଅନ୍ତୁ। ଏବଂ ମୁଁ ଆପଣଙ୍କ ଦାସ ହୋଇ ରହିବି। ମୁଁ ମୋର ପିତାଙ୍କ ନିକଟକୁ ଫେରିଯାଇ ପାରିବି ନାହିଁ। ଯଦି ବିନ୍ୟାମୀନ ମୋ’ ସହିତ ନ ଯାଏ। ମୋତେ ଡର ଲାଗୁଛି ମୋର ପିତାଙ୍କର କ’ଣ ହେବ।” ଯୋଷେଫ ତାଙ୍କୁ ତାଙ୍କର ପରିଚୟ ଦେଲେ ଯୋଷେଫ ନିଜକୁ ବେଶି ଦିନ ନିୟନ୍ତ୍ରଣରେ ରଖି ପାରି ନ ଥିଲେ। ଯୋଷେଫ ସମସ୍ତ ଲୋକଙ୍କୁ ସମ୍ମୁଖକୁ ଡାକି କହିଲେ, “ସମସ୍ତେ ଏଠାରୁ ଗ୍ଭଲିଯାଅ।” ତେଣୁ କେହି ନ ଥିଲାବେଳେ ଯୋଷେଫ ନିଜକୁ ଭାଇମାନଙ୍କ ସମ୍ମୁଖରେ ପରିଚିତ କରାଇଲେ। ଯୋଷେଫ କ୍ରନ୍ଦନ କରିବା ସମସ୍ତ ମିଶରୀୟମାନେ ଶୁଣିଲେ, ଯେଉଁମାନେ ଫାରୋଙ୍କ ଗୃହରେ ଥିଲେ। ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ ଅଟେ। ମୋର ପିତା କୁଶଳରେ ତ?” କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସେମାନେ ଭୟ କରୁଥିଲେ। ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୋ’ ନିକଟକୁ ଆସ, ମୁଁ ନିବେଦନ କରୁଛି ମୋ’ ନିକଟକୁ ଆସ।” ତେଣୁ ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ। ତେଣୁ ଯୋଷେଫ ସେମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ, ମୁଁ ହେଉଛି ସେହି ଭାଇ ଯାହାକୁ ତୁମ୍ଭେମାନେ ବିକ୍ରି କଲ କ୍ରୀତଦାସ ପରି କ୍ରେତାମାନଙ୍କୁ, ଯେଉଁମାନେ ସେମାନଙ୍କର ମିଶରୀୟ ରାସ୍ତାରେ ଥିଲେ। ବର୍ତ୍ତମାନ ତୁମ୍ଭେ ବ୍ୟସ୍ତ ହୁଅ ନାହିଁ। ମୋତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ୱର ମୋତେ ଏଠାକୁ ପଠାଇଲେ। ଦୁର୍ଭିକ୍ଷ ବର୍ତ୍ତମାନ ଦୁଇ ବର୍ଷ ଧରି ଗ୍ଭଲିଛି। ଆହୁରି ଏହିପରି ପାଞ୍ଚ ବର୍ଷ ହେବ। ଶସ୍ୟ କଅଁଳିବ ନାହିଁ। ତେଣୁ ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗେଇ ନେବା ପାଇଁ। ତେଣୁ ମୁଁ ଏଠାରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରି ପାରିବି । ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱର ମୋତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।” ଇସ୍ରାଏଲ ମିଶରକୁ ନିମନ୍ତ୍ରିତ ହେଲେ ଯୋଷେଫ କହିଲେ, “ଶୀଘ୍ର ମୋର ପିତାଙ୍କ ନିକଟକୁ ଯାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷେଫ ଏହି ବାର୍ତ୍ତା ଦେଇଛନ୍ତି। ‘ପରମେଶ୍ୱର ମୋତେ ମିଶରର ରାଜ୍ୟପାଳ କରିଛନ୍ତି। ତେଣୁ ମୋ’ ପାଖକୁ ଆସ ଅପେକ୍ଷା କର ନାହିଁ। ଶୀଘ୍ର ଆସ। ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବଶ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋର ନିକଟବର୍ତ୍ତୀ ହେବ। ମୁଁ ତୁମ୍ଭମାନଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ଯତ୍ନ ନେବି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।’ ଯୋଷେଫ ତାଙ୍କର ଭାଇମାନଙ୍କୁ ଏ କଥା କହିଲେ, “ମୁଁ ଯୋଷେଫ ବୋଲି, ତୁମ୍ଭେ ନିଶ୍ଚିତରେ ଜାଣିଥିବ। ଏପରିକି ମୋର ଭାଇ ବିନ୍ୟାମୀନ ଜାଣୁ ଯେ ମୁଁ ଯୋଷେଫ, ତୁମ୍ଭର ଭାଇ କହୁଅଛି। ତେଣୁ ତୁମ୍ଭେମାନେ ମୋର ଏଠାରେ ଐଶ୍ୱର୍ଯ୍ୟାଦି ଯାହା ଦେଖୁଛ, ତାହା ମୋ’ ପିତାଙ୍କୁ ଜଣାଅ। ମୋର ଏଠାରେ ଯାହା ଦେଖୁଛ ତାହା ସବୁ ମୋର ପିତାଙ୍କୁ ଯାଇ କୁହ। ବର୍ତ୍ତମାନ ତୁମ୍ଭେ ଶୀଘ୍ର ଯାଇ ମୋର ପିତାଙ୍କୁ ଏଠାକୁ ଆଣ।” ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ। ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ। ଯୋଷେଫଙ୍କ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ୟ ଜାଣି ପାରିଲେ। ଏଥିରେ ଫାରୋ ଓ ତାଙ୍କର ଦାସ ସମୂହ ଆନନ୍ଦିତ ହେଲେ। ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ୟରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଗ୍ଭଲିଯାଆନ୍ତୁ। ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସେମାନଙ୍କୁ ମିଶରର ସବୁଠାରୁ ଉତ୍ତମ ଭୂମି ଦେବି ଏବଂ ସେମାନେ ଏଠାରେ ଥିବା ପର୍ଯ୍ୟନ୍ତ ଆମ୍ଭର ଖାଦ୍ୟ ଖାଇବେ।” ଏହା ପରେ ଫାରୋ କହିଲେ, “ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ୱାରା ସେମାନଙ୍କର ଭୂମିକୁ ଯାତ୍ରା କରନ୍ତୁ ଏବଂ ସେମାନଙ୍କର ପିତା, ସେମାନଙ୍କର ସ୍ତ୍ରୀମାନଙ୍କୁ ଏବଂ ସେମାନଙ୍କର ପିଲାମାନଙ୍କୁ ଆଣନ୍ତୁ। ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ୟାଗ କରିବା ବିଷୟରେ ଦୁଃଖ କର ନାହିଁ।” ତେଣୁ ଇସ୍ରାଏଲଙ୍କ ପୁତ୍ରମାନେ ସେହିପରି କଲେ। ଫାରୋ କହିବା ଅନୁସାରେ ଯୋଷେଫ ସେମାନଙ୍କୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ଯାତ୍ରା ପାଇଁ ଆବଶ୍ୟକ ଦ୍ରବ୍ୟମାନ ମଧ୍ୟ ଦେଲେ। ଯୋଷେଫ ତାଙ୍କର ପ୍ରତ୍ୟେକ ଭାଇମାନଙ୍କୁ ଗୋଟିଏ ଯୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ୟାମୀନକୁ 300 ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ। ପୁଣି ଯୋଷେଫ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୋଟୀ ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପାଠାଇଲେ। ଏହା ପରେ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, ସେମାନଙ୍କର ଘର ରାସ୍ତାରେ ଯିବାକୁ ଏବଂ ସେମାନଙ୍କୁ ସାବଧାନ କରାଇ କହିଲେ, “ସିଧା ଘରକୁ ଯାଅ। ବାଟରେ ଝଗଡ଼ା କର ନାହିଁ।” ଏହିପରି ଭାବରେ ଯୋଷେଫଙ୍କର ଭାଇମାନେ ମିଶର ଛାଡ଼ି କିଣାନ ଦେଶକୁ ଗଲେ। ତା’ପରେ ସେମାନେ ସେମାନଙ୍କର ପିତା ଯାକୁବଙ୍କ ଆଗକୁ ଆସିଲେ। ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।” ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। ତା’ପରେ ଯୋଷେଫଙ୍କ ସମସ୍ତ କଥା ସେମାନେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟମାନ ଦେଖିଲେ। ଏହା ପରେ ଯାକୁବ ଅତ୍ୟନ୍ତ ଆନନ୍ଦିତ ହେଲେ। ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।” ପରମେଶ୍ୱର ଇସ୍ରାଏଲକୁ ସାନ୍ତ୍ୱନା ଦେଲେ ତେଣୁ ଇସ୍ରାଏଲ ମିଶରକୁ ଯାତ୍ରା କଲେ। ପ୍ରଥମେ ଇସ୍ରାଏଲ ‌ବେ‌ର୍‌ଶେବାକୁ ଗଲେ। ସେଠାରେ ସେ ପରମେଶ୍ୱରଙ୍କ ଉପାସନା କଲେ। ତାଙ୍କର ପିତା ଇ‌ସ୍‌ହାକଙ୍କ ପରମେଶ୍ୱରଙ୍କୁ। ଏବଂ ସେ ସେଠାରେ ହୋମବଳି ଦେଲେ। ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।” ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।” ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର। ମିଶରକୁ ଯିବାକୁ ଭୟ କର ନାହିଁ। ମିଶରରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। ଆମ୍ଭେ ତୁମ୍ଭ ସହିତ ମିଶରକୁ ଯିବି। ଏବଂ ଆମ୍ଭେ ତୁମ୍ଭକୁ ପୁନରାୟ ମିଶରରୁ ଆଣିବା। ତୁମ୍ଭେ ମିଶରରେ ଦେହ ତ୍ୟାଗ କରିବ। ତୁମ୍ଭେ ଦେହ ତ୍ୟାଗ କରିବା ସମୟରେ ଯୋଷେଫ ତୁମ୍ଭ ପାଖରେ ଥିବ।” ଇସ୍ରାଏଲ ମିଶରକୁ ଗଲେ ଏହା ପରେ ଯାକୁବ ‌ବେ‌ର୍‌ଶେବା ଛାଡ଼ି ମିଶରକୁ ଯାତ୍ରା କଲେ। ଇସ୍ରାଏଲଙ୍କ ପୁତ୍ରମାନେ, ତାଙ୍କ ପିତା ଯାକୁବ, ତାଙ୍କ ପିଲାମାନେ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ୱାରା ପ୍ରେରିତ ଶକଟରେ ଆସିଲେ। ସେମାନେ ମଧ୍ୟ ସେମାନଙ୍କର ଥିବା ସମସ୍ତ ପଶୁ ଏବଂ ସେମାନେ ଯାହା ଜିନିଷ କିଣାନ ଦେଶରେ ଅର୍ଜ୍ଜନ କରିଥିଲେ ତାହା ସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧର ସହିତ। ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ। ଯାକୁବଙ୍କ ପରିବାର ମିଶର ଦେଶକୁ ଆଗତ ଇସ୍ରାଏଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ପ୍ରଥମଜାତ ରୁବେନ୍ ଥିଲା। ରୁବେନଙ୍କର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମ୍ମି। ଶିମିୟୋନର ପୁତ୍ର ଯିମୁଏଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ। ଲେବୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି। ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ। ଇଷାଖରର ପୁତ୍ର: ତୋଲୟ, ପୂୟ, ଯୋବ ଓ ଶିମ୍ରୋନ୍। ସବଲୂନର ପୁତ୍ର, ସେରଦ, ଏଲୋନ୍ ଓ ଯହଲେଲ। ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଏବଂ ସବୂଲୂନ୍, ଯାକୁବ ଓ ଲେୟାଙ୍କର ସନ୍ତାନ ଥିଲେ। ଲେୟା ସେମାନଙ୍କୁ ପଦ୍ଦନ୍ ଅରାମରେ ଜନ୍ମ କରିଥିଲେ। ତାଙ୍କର ମଧ୍ୟ ଏକ କନ୍ୟା ଥିଲା। ତା’ର ନାମ ଦୀଣା। ଏହିପରି ତାଙ୍କର ପରିବାର ତେତିଶ ଜଣ ଥିଲେ। ଗା‌ଦ୍‌ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରୀ, ଅରୋଦୀ ଓ ଅରେଲୀ। ଆଶେରର ପୁତ୍ରମାନେ ଥିଲେ, ଯିମ୍ନା, ଯି‌ଶ୍‌ବା, ଯି‌ଶ୍‌ବି, ବରୀୟ ଓ ସେମାନଙ୍କର ଭଉଣୀ, ସେରହ ଏବଂ ବରୀୟର ପୁତ୍ର ହେବର ଓ ମ‌ଲ୍‌କୀୟେଲ ଥିଲେ। ଏମାନେ ସିଳ୍ପାର ପୁତ୍ର ଥିଲେ। ଲାବନ ତାଙ୍କର କନ୍ୟା ଲେୟାକୁ, ସିଳ୍ପାକୁ ସେବିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳ ଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହୋଇଥିଲେ। ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷେଫ ଏବଂ ବିନ୍ୟାମୀନ। ମିଶରରେ ଯୋଷେଫଙ୍କର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରୟିମ। ଯୋଷେଫଙ୍କ ସ୍ତ୍ରୀ ଆସନତ, ସେମାନଙ୍କୁ ଜନ୍ମ କରିଥିଲେ। ଯିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ୟା ଥିଲେ। ବିନ୍ୟାମୀନର ପୁତ୍ରମାନେ ଥିଲେ, ବେଲା, ବେଖର, ଅସବେଲ, ଗେରା, ନାମନ, ଏହୀ, ରୋଶ, ମୁ‌ପ୍‌ପୀମ, ହୁ‌ପ୍‌ପୀମ ଓ ଅର୍ଦ। ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ। ଦା‌‌ନ୍‌‌ର ପୁତ୍ର ହୁଶୀମ ଥିଲେ। ନପ୍ତାଲିର ପୁତ୍ର ଯହସିୟେଲ, ଗୂନି, ୟେତ୍ସର ଓ ଶିଲେମ ଥିଲେ। ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସେବିକାରୂପେ ତା’ର କନ୍ୟା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତ ଜଣ ବଂଶଧର ବିଲହାଠାରୁ ଜନ୍ମ ହୋଇଥିଲେ। ଯାକୁବଙ୍କ ବଂଶଧର, ଯେଉଁମାନେ ତାଙ୍କ ସଙ୍ଗରେ ମିଶରରେ ଉପସ୍ଥିତ ହେଲେ ସେମାନେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା) ଯୋଷେଫଙ୍କର ଦୁଇଟି ପୁତ୍ର ମିଶରରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମୋଟ ସତୁରି ଜଣ ଯାକୁବଙ୍କ ପରିବାର ମିଶରରେ ବାସ କରୁଥିଲେ। ଇସ୍ରାଏଲ ମିଶରକୁ ପ୍ରବେଶ କଲେ ଯାକୁବ ଯୋଷେଫଙ୍କ ପାଖକୁ ଏହି ଖବର ଦେବା ପାଇଁ ଯିହୁଦାଙ୍କୁ ଆଗରେ ପଠାଇଲେ। ଯିହୁଦା ଯୋଷେଫଙ୍କ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ଯିବାକୁ ବାଟ ଦେଖାଇବେ। ଯୋଷେଫ ଜାଣିଲେ ଯେ ତାଙ୍କର ପିତା ଇସ୍ରାଏଲ ଆସୁଛନ୍ତି। ତେଣୁ ଗୋଶନକୁ ଯାଇ ତାଙ୍କର ପିତାଙ୍କୁ ଦେଖା କରିବା ପାଇଁ ଯୋଷେଫ ତାଙ୍କର ରଥ ସଜାଡ଼ିଲେ। ଯେତେବେଳେ ଯୋଷେଫ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ। ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୁଁ ଶାନ୍ତିରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।” ଯୋଷେଫ ତାଙ୍କର ଭାଇମାନଙ୍କୁ ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ କହିଲେ, “ମୁଁ ଯାଇ ଫାରୋଙ୍କୁ କହିବି ଯେ ତୁମ୍ଭେମାନେ ଏଠାରେ ଅଛ। ମୁଁ ଫାରୋଙ୍କୁ କହିବି, ‘ମୋର ଭାଇମାନେ ଓ ମୋର ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମୋ’ ପାଖରେ ଏହିଠାରେ ଅଛନ୍ତି। ସେମାନେ ମେଷପାଳକ ମନୁଷ୍ୟମାନେ, ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ନିଅନ୍ତି। ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବଶ୍ୱ ଆଣିଛନ୍ତି।’ ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭର ବ୍ୟବସାୟ ବିଷୟରେ ପଗ୍ଭରିବେ।’ ତୁମ୍ଭେ ତାଙ୍କୁ କହିବ. ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।” ଇସ୍ରାଏଲ ଗୋଶନରେ ବସତି ସ୍ଥାପନ କଲେ ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।” ଯୋଷେଫ ତାଙ୍କର ଭାଇମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଫାରୋ ତାଙ୍କର ଭାଇମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କି କାର୍ଯ୍ୟ କରୁଅଛ?” ଭାଇମାନେ ଫାରୋଙ୍କୁ ଉତ୍ତର ଦେଲେ, “ହେ ଆମ୍ଭର ମହାଶୟ, ଆମ୍ଭେମାନେ ମେଷପାଳକ ଅଟୁ, ଆମ୍ଭର ପୂର୍ବପୁରୁଷମାନେ ପୂର୍ବରୁ ମେଷପାଳକ ଥିଲେ।” ସେମାନେ ଫାରୋଙ୍କୁ କହିଲେ, “କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସେଠାରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭେମାନେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋଶନ ଦେଶରେ ରହି ପାରିବୁ କି?” ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି। ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।” ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ଏବଂ ଫାରୋ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ବୟସ କେତେ?” ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।” ଏହା ପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁରୁ ବିଦାୟ ନେଲେ। ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ। ଯୋଷେଫ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ପରିମାଣରେ ଖାଦ୍ୟ ଦେଲେ। ଯୋଷେଫ ଫାରୋଙ୍କ ପାଇଁ ଜମି କିଣିଲେ ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା। ତହିଁରେ ମିଶର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ। ଆଉ ମିଶର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା। ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେ ସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ। ଏହା ପରେ ମିଶର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସିଲେ ଏବଂ କହିଲେ, “ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।” କିନ୍ତୁ ଯୋଷେଫ ଉତ୍ତର ଦେଲେ, “ତୁମ୍ଭର ପଇସା ସବୁ ଶେଷ ହେବାରୁ ତୁମ୍ଭର ପଶୁମାନଙ୍କୁ ମୋତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦେବି।” ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁସବୁ ଯୋଷେଫଙ୍କ ନିକଟକୁ ଆଣିଲେ। ସେମାନଙ୍କୁ ଅଶ୍ୱ, ମେଷ, ଛେଳି ପଶୁପଲ ଏବଂ ଗଧ ବଦଳରେ ଖାଦ୍ୟ ଦ୍ରବ୍ୟ ଦେଲେ। ସେ ବର୍ଷ ଯୋଷେଫ ସେମାନଙ୍କର ଖାଦ୍ୟ ବଦଳରେ ସମସ୍ତ ଜୀବନ୍ତ ପଶୁ ନେଲେ। କିନ୍ତୁ ତା’ପର ବର୍ଷ, ସେମାନଙ୍କୁ ପଶୁ ଦେଇ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନ ଥିଲା। ତେଣୁ ଲୋକମାନେ ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ଆପଣ ଜାଣନ୍ତି ଯେ ଆମ୍ଭ ନିକଟରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ୟ ମହାଶୟଙ୍କର ହୋଇଅଛି। ଏବେ ମହାଶୟଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ। ନିଶ୍ଚିତରେ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ। କିନ୍ତୁ ଯଦି ଆପଣ ଆମ୍ଭକୁ ଖାଦ୍ୟ ଦିଅନ୍ତି ତେବେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦେବୁ। ଏବଂ ଆମ୍ଭେ ତାଙ୍କର ଦାସ ହେବୁ। ଆମ୍ଭକୁ କିଛି ବିହନ ମଧ୍ୟ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥିରେ ଆମ୍ଭେ ନ ମରି ବଞ୍ଚିବୁ। ଏବଂ ଭୂମି ମଧ୍ୟ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗାଇବ।” ତେଣୁ ଯୋଷେଫ ଫାରୋଙ୍କ ନିମନ୍ତେ ମିଶର ଦେଶର ସମସ୍ତ ଭୂମି କ୍ରୟ କଲେ। ମିଶରରେ ସମସ୍ତ ଲୋକ ସେମାନଙ୍କର ଭୂମି ସବୁ ବିକ୍ରୟ କଲେ। ସେମାନେ ଭୋକରେ ଥିବାରୁ ଏହିପରି କଲେ। ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶରରେ ଗ୍ଭରିଆଡ଼େ ଲୋକମାନେ ଫାରୋଙ୍କର ଦାସ ହେଲେ। ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ। କାରଣ ଫାରୋ ସେମାନଙ୍କୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ୱାରା ଦିଆ ଯାଇଥିବା ବୃତ୍ତିରେ ସେମାନେ ବଞ୍ଚୁଥିଲେ। ସେମାନେ ଆପଣା ଭୂମି ବିକ୍ରୟ କଲେ ନାହିଁ। ଏହା ପରେ ଯୋଷେଫ ପ୍ରଜାମାନଙ୍କୁ କହିଲେ, “ଆଜି ପର୍ଯ୍ୟନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲି। ଏବେ ଏହି ବିହନ ନେଇ ଭୂମିରେ ବୁଣ। ତହିଁରୁ ଯାହା ଉତ୍ପନ୍ନ ହେବ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ। ପୁଣି ଅନ୍ୟ ଗ୍ଭରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।” ଲୋକମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।” ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି। କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ। ମୋର ଶବକୁ ମିଶରରେ କବର ଦେବ ନାହିଁ ସେ ସମୟରେ ଇସ୍ରାଏଲ (ଯାକୁବ) ମିଶରରେ ଗୋଶନ ପ୍ରଦେଶରେ ବାସ କଲେ। ସେଠାରେ ଇସ୍ରାଏଲମାନେ ସଫଲ ହେଲେ ଏବଂ ସେମାନଙ୍କର ପରିବାରସବୁ ବୃଦ୍ଧି ପାଇଲା। ଯାକୁବ ମିଶର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ ଏବଂ ତାଙ୍କର ପରମାୟୁ 147 ବର୍ଷ ଥିଲା। ଇସ୍ରାଏଲଙ୍କର ମରଣ ଦିନ ପାଖେଇ ଆସିବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡାକି କହିଲେ, “ମୁଁ ଯେବେ ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ। ପୁଣି ମୋ’ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ମୋତେ ଏହି ମିଶର ଦେଶରେ କବର ଦିଅ ନାହିଁ। ମୁଁ ମୋର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ ତୁମ୍ଭେ ମୋତେ ଏହି ମିଶର ଦେଶରୁ ନେଇଯାଇ ସେମାନଙ୍କର କବର ସ୍ଥାନରେ କବରଶାୟୀ କରାଅ।” ଯୋଷେଫ କହିଲେ, “ମୁଁ ପ୍ରତିଜ୍ଞା କରୁଅଛି ତୁମ୍ଭର ଇଚ୍ଛାନୁସାରେ କରିବି।” ଏହା ପରେ ଯାକୁବ କହିଲେ, “ତୁମ୍ଭେ ଶପଥ କର।” ଏବଂ ଯୋଷେଫ ତାଙ୍କ ସମ୍ମୁଖରେ ଶପଥ କଲେ। ଏହା ପରେ ଇସ୍ରାଏଲ ଶଯ୍ୟାର ମୁଣ୍ଡ ଆଡ଼େ ପ୍ରଣାମ କଲେ। ମନଃଶି ଓ ଇଫ୍ରୟିମଙ୍କୁ ଆଶୀର୍ବାଦ ପରେ, ଯୋଷେଫ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ଯୋଷେଫ ତାଙ୍କର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ନେଇ ତାଙ୍କର ପିତାଙ୍କ ନିକଟକୁ ଗଲେ। ଯେତେବେଳେ ଯୋଷେଫ ସେଠାରେ ପହଞ୍ଚିଲେ ସେତେବେଳେ କେହି ଜଣେ ଯାକୁବଙ୍କୁ କହିଲେ, “ତୁମ୍ଭର ପୁତ୍ର ଯୋଷେଫ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।” ଇସ୍ରାଏଲ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣାରେ ବସିଲେ। ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ସର୍ବଶକ୍ତିମାନ ପରମେଶ୍ୱର କିଣାନ ଦେଶର ଲୁସ୍ ନାମକ ସ୍ଥାନରେ ମୋତେ ଦର୍ଶନ ଦେଲେ, ପରମେଶ୍ୱର ସେଠାରେ ମୋତେ ଆଶୀର୍ବାଦ କଲେ। ପରମେଶ୍ୱର ମୋତେ କହିଲେ, ‘ଦେଖ, ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବି। ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି। ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନେବେ। ସେମାନେ ତୁମ୍ଭର ହେବେ ଏବଂ ତାଙ୍କର ଭାଇମାନଙ୍କ ସହିତ ସେମାନେ ସମ୍ପତ୍ତି ପାଇବେ। ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈ‌ଥ୍‌ଲେହମରେ) କବର ଦେଲି।” ଏହା ପରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଗ୍ଭରିଲେ, “ଏମାନେ କିଏ?” ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।” ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ। ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।” ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ। ଇସ୍ରାଏଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମୁଣ୍ଡରେ ତାଙ୍କର ବାମ ହସ୍ତ ରଖିଲେ। ଏହା ପରେ ଇସ୍ରାଏଲ ତାଙ୍କର ବାମହସ୍ତ ମନଃଶିର ମସ୍ତକ ଉପରେ ରଖିଲେ ଯିଏ କି ପ୍ରଥମେ ଜନ୍ମ ହୋଇଥିଲା। ଅନନ୍ତର ଇସ୍ରାଏଲ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକ ଗମନାଗମନ କରିଥିଲେ। ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି। ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସେମାନେ ମୋ’ ନାମ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।” ଯୋଷେଫ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରୟିମଙ୍କ ମୁଣ୍ଡରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷେଫଙ୍କୁ ଖୁସୀ କରି ନ ଥିଲା। ଯୋଷେଫ ତାଙ୍କର ହସ୍ତକୁ ଧରି ଇଫ୍ରୟିମଙ୍କ ମୁଣ୍ଡରୁ କାଢ଼ିଲେ ଏବଂ ସେହି ହସ୍ତକୁ ମନଃଶିର ମୁଣ୍ଡରେ ଥୋଇଲେ। ଯୋଷେଫ ତାଙ୍କର ପିତାଙ୍କୁ କହିଲେ, “ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।” କିନ୍ତୁ ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ଜାଣେ ଯେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମହାନ ହେବ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା’ଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବ।” ତେଣୁ ଇସ୍ରାଏଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, “ଯେତେବେଳେ ଇସ୍ରାଏଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସେମାନେ ତୁମ୍ଭର ନାମ ନେବେ। ସେମାନେ କହିବେ, ‘ଇଫ୍ରୟିମ ଓ ମନଃଶି ପରି ପରମେଶ୍ୱର ତୁମ୍ଭଙ୍କୁ କରନ୍ତୁ।’” ଏହି ପ୍ରକାରରେ ଇସ୍ରାଏଲ ମନଃଶିଠାରୁ ଇଫ୍ରୟିମଙ୍କୁ ମହାନ କଲେ। ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୋର ମୃତ୍ୟୁ ସମୟ ପ୍ରାୟ ସନ୍ନିକଟ। ପରମେଶ୍ୱର ତୁମ୍ଭକୁ ସଦୟ ହୁଅନ୍ତୁ। ସେ ତୁମ୍ଭକୁ ପୁନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନେଇ ଯିବେ। ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖ‌‌‌‌ଡ଼୍‌‌‌‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।” ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି। “ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ। ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ। ରୁବେନ୍ “ହେ ମୋର ପ୍ରଥମ ପୁତ୍ର ରୁବେନ୍, ତୁମ୍ଭେ ମୋର ପ୍ରଥମଜାତ ପୁତ୍ର। ତୁମ୍ଭେ ମୋର ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମୋର ପୁତ୍ରମାନଙ୍କ ମଧ୍ୟରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳୀ ଥିଲ। କିନ୍ତୁ ତୁମ୍ଭର ଆବେଗ ବନ୍ୟା ତୁଲ୍ୟ ଥିଲା, ତୁମ୍ଭେ ନିୟନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ। ତେବେ ତାହା ଅଶୁଚି କଲ। ଶିମିୟୋନ ଓ ଲେବୀ “ଶିମିୟୋନ ଓ ଲେବୀ ଦୁଇ ସହୋଦର, ସେମାନଙ୍କର ଖ‌‌‌‌ଡ଼୍‌‌‌‌ଗ ଦୌରାତ୍ମ୍ୟର ଅସ୍ତ୍ର। ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି। ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ। ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ। ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି। ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି। ଯିହୁଦା “ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ। ଯିହୁଦା ଏକ ସିଂହ ପରି ଅଟେ। ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ। ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା। କେହି ତାହାକୁ ଉଠାଇ ପାରବ ନାହିଁ। ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା’ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା’ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ। ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବ। ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଆପଣା ପରିଧେୟ ବସ୍ତ୍ର ଧୋଇବ। ତା’ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ ଏବଂ ତା’ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହେବ। ସବୂଲୂନ୍ “ସବୂଲୂନ୍ ସମୁଦ୍ର କୂଳରେ ବାସ କରିବ। ସେ ଜାହାଜର ଆଶ୍ରିତ ବନ୍ଦର ହେବ। ପୁଣି ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାର ସୀମା ହେବ। ଇଷାଖର “ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ। ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିବ। ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ। ସେ ବେଠିକାମ କରିବାକୁ ରାଜି ହେବ। ଦାନ “ଦାନ, ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଆପଣା ଲୋକମାନଙ୍କର ବିଗ୍ଭର କରିବ। ଦାନ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ୟ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଅଶ୍ୱାରୋହୀମାନେ ଭୂମିରେ ଲୋଟନ୍ତି। “ହେ ସଦାପ୍ରଭୁ, ମୁଁ ତୁମ୍ଭ ଦ୍ୱାରା ପରିତ୍ରାଣର ଅପେକ୍ଷାରେ ଅଛି। ଗାଦ୍ “ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ। ଆଶେର “ଆଶେର ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀୟ ଭକ୍ଷ୍ୟ ଯୋଗାଇବ। ନପ୍ତାଲି “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ, ସେ ଆନନ୍ଦଦାୟକ ବାକ୍ୟ କହିବ। ଯୋଷେଫ “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ। ସେ ନିର୍ଝର ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ। ତା’ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ। ଧନୁର୍ଦ୍ଧରମାନେ ତାଙ୍କୁ ଅତିଶୟ କ୍ଳେଶ ଦେଇଛନ୍ତି। ପୁଣି ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି। କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳୀ ପରମେଶ୍ୱର ଇସ୍ରାଏଲର ମେଷପାଳକଠାରୁ କୌଶଳ ପ୍ରାପ୍ତ ହୋଇଥିଲା। ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦେବେ। ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭର ପିତାଙ୍କ ଆଶୀର୍ବାଦ ପ୍ରାଚୀନ ପର୍ବତଠାରୁ ଅଧିକ ଏବଂ ଭଲ ବିଷୟ ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ହେବ। ଯୋଷେଫ ଯିଏ କି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସେହି ଆଶୀର୍ବାଦ ସମସ୍ତ ଭୋଗ କରୁ। ବିନ୍ୟାମୀନ “ବିନ୍ୟାମୀନ ଏକ ଭୋକିଲା ଗଧିଆ ତୁଲ୍ୟ। ପ୍ରଭାତରେ ସେ ଶିକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ୟାରେ ସେ ଦୁହେଁ ଭାଗ କରନ୍ତି।” ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ। ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ। ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମ‌କ୍‌ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି। ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ। ଯାକୁବଙ୍କର ସମାଧି ଇସ୍ରାଏଲ ମରିଯିବା ପରେ, ଯୋଷେଫ ବହୁତ ଦୁଃଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ। ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ। ମିଶରୀୟ ଲୋକମାନେ ତାଙ୍କ ପାଇଁ ସତୁରି ଦିନ ଯାଏ ଶୋକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଗ୍ଭଳିଶ୍ ଦିନରେ ଶେଷ ହେଲା। ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ। ‘ମୋର ପିତାଙ୍କ ମୃତ୍ୟୁ ପୂର୍ବରୁ ମୁଁ ତାଙ୍କଠାରେ ଶପଥ କରିଥିଲି ଯେ ତାଙ୍କର ମୃତ୍ୟୁପରେ କିଣାନ ଦେଶରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦେବି। ତେଣୁ ଏବେ ମୋତେ ଯିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।’” ଫାରୋ କହିଲେ, “ତୁମ୍ଭର ପ୍ରତିଜ୍ଞା ରକ୍ଷା କରି ଯାଅ, ପିତାଙ୍କୁ କବର ଦିଅ।” ତେଣୁ ଯୋଷେଫ ତାଙ୍କର ପିତାଙ୍କୁ କବର ଦେବାକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ, ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷେଫଙ୍କ ସହିତ ଗଲେ। ଯୋଷେଫଙ୍କ ପରିବାରର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନରେ କେବଳ ପଶୁ ଓ ପିଲାମାନେ ରହିଲେ। ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ। ଏହା ପରେ ସେମାନେ ଯର୍ଦ୍ଦନପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ମହାବିଳାପ କରି ରୋଦନ କଲେ। ସେମାନେ ସେଠାରେ ଯୋଷେଫଙ୍କ ପିତାଙ୍କ ପାଇଁ ସାତ ଦିନ ଶୋକ କଲେ। ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ। ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ। ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମ‌କ୍‌ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା। ଯୋଷେଫ ଆପଣା ପିତାଙ୍କୁ କବର ଦେଇସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ଯାଇଥିବା ସମସ୍ତ ଲୋକ ମିଶରକୁ ଫେରିଗଲେ। ଭାଇମାନେ ଯୋଷେଫଙ୍କୁ ତଥାପି ଭୟ କରୁଥିଲେ ଯାକୁବଙ୍କର ମୃତ୍ୟୁ ପରେ, ଯୋଷେଫଙ୍କର ଭାଇମାନେ ବ୍ୟସ୍ତ ହୋଇ ପଡ଼ିଲେ। ସେମାନେ ଭୟ କଲେ ଯେ ପୂର୍ବରୁ ସେମାନେ ଯୋଷେଫଙ୍କୁ ଯେପରି କରିଥିଲେ। ସେମାନେ କହିଲେ, “ଯୋଷେଫ ଆମ୍ଭକୁ ଘୃଣା କରିବ ଓ ତା’ର ପ୍ରତିଫଳ ଆମ୍ଭକୁ ଦେବ।” ତେଣୁ ତା’ର ଭାଇମାନେ ଯୋଷେଫଙ୍କ ନିକଟକୁ ବାର୍ତ୍ତା ପଠାଇଲେ: ତୁମ୍ଭ ପିତା ମୃତ୍ୟୁ ପୂର୍ବରୁ କହିଥିଲେ, ତୁମ୍ଭେମାନେ ଯୋଷେଫକୁ ଏହି କଥା କହିବ। ଯୋଷେଫଙ୍କୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରିଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ।’ ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର। ସେମାନେ ଏହା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ହେବୁ।” ଏହା ପରେ ଯୋଷେଫ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ପରମେଶ୍ୱର ନୁହେଁ। ମୋର ଦଣ୍ଡ ଦେବାର ଅଧିକାର ନାହିଁ। ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା। ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ। ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ। ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ। ଯୋଷେଫଙ୍କର ମୃତ୍ୟୁ ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା’ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।” ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।” ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ। ମିଶରରେ ଯାକୁବଙ୍କର ପରିବାର ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ଯାତ୍ରା କଲେ। ପ୍ରତ୍ୟେକ ପୁତ୍ର ସେମାନଙ୍କର ପରିବାର ସହିତ ଗଲେ। ଇସ୍ରାଏଲଙ୍କର ପୁତ୍ରମାନେ ହେଲେ: ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ୍, ବିନ୍ୟାମୀନ, ଦାନ, ନପ୍ତାଲି, ଗାଦ୍ ଓ ଆଶେର। ମୋଟରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷେଫ ଆଗରୁ ମିଶରରେ ଥିଲେ। ପରେ ଯୋଷେଫ ଓ ତାଙ୍କର ଭାଇମାନେ ତତ୍କାଳୀନ ସମସ୍ତ ଲୋକ ମଲେ। କିନ୍ତୁ ଇସ୍ରାଏଲର ବଂଶଧର ବଢ଼ିଲେ। ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଗ୍ଭଲିଲା। ଇସ୍ରାଏଲର ଲୋକମାନେ ଅତ୍ୟଧିକ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ମିଶର ଦେଶ ଇସ୍ରାଏଲୀୟଙ୍କ ଦ୍ୱାରା ପରିପୂର୍ଣ୍ଣ ହେଲା। ଇସ୍ରାଏଲୀୟ ଲୋକମାନଙ୍କର ଅସୁବିଧା ଏହା ପରେ ଜଣେ ନୂତନ ରାଜା ମିଶରରେ ରାଜତ୍ୱ କଲେ। ସେହି ରାଜା ଯୋଷେଫଙ୍କୁ ଜାଣି ନ ଥିଲେ। ସେହି ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ ଦେଖ। ସେମାନଙ୍କର ସଂଖ୍ୟା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସେମାନେ ଆମ୍ଭମାନଙ୍କଠାରୁ ଅଧିକ ଶକ୍ତିଶାଳୀ! ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି ସେଥିପାଇଁ ଆମ୍ଭମାନଙ୍କୁ ଯୋଜନା କରିବାକୁ ପଡ଼ିବ। ଯଦି ଯୁଦ୍ଧ ହୁଏ, ଇସ୍ରାଏଲୀୟମାନେ ଆମ୍ଭର ଶତ୍ରୁ ପକ୍ଷରେ ଯୋଗଦେଇ ପାରନ୍ତି। ତା’ପରେ ସେମାନେ ଆମ୍ଭମାନଙ୍କୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରି ପାରନ୍ତି।” ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ। ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସେମାନଙ୍କୁ ଯେତେ ଅଧିକ ପରିଶ୍ରମ କରାଇଲେ, ସେମାନଙ୍କର ସଂଖ୍ୟା ସେହିପରି ଅଧିକ ବ୍ୟାପିଲା। ଏହା ମିଶରୀୟ ଲୋକମାନଙ୍କର ଭୟର କାରଣ ହେଲା। ତେଣୁ ମିଶରୀୟମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ। ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ। ଧାତ୍ରୀମାନେ ଯେକି ପରମେଶ୍ୱରଙ୍କୁ ଅନୁସରଣ କଲେ ସେଠାରେ ଶିଫ୍ରା ଓ ପୂୟା ନାମକ ଦୁଇ ଜଣ ଏବ୍ରୀୟ ଧାତ୍ରୀ ଥିଲେ, ଯେଉଁମାନେ କି ଏବ୍ରୀୟା ସ୍ତ୍ରୀଲୋକମାନଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ, “ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କର ପିଲା ଜନ୍ମ କରିବାରେ ସାହାଯ୍ୟ କରିବ, ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ମାରିଦେବ ଓ କନ୍ୟା ସନ୍ତାନ ହେଲେ ସେମାନଙ୍କୁ ଜୀବିତ ରଖିବ।” ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନ ଥିଲେ। ସେମାନେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ। ମିଶରର ରାଜା ସେହି ଧାତ୍ରୀମାନଙ୍କୁ ଡକାଇ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏପରି କାହିଁକି କଲ? ତୁମ୍ଭେମାନେ କାହିଁକି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ?” ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିଶରୀୟ ସ୍ତ୍ରୀମାନଙ୍କଠାରୁ ବଳିଷ୍ଠା। ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରି ସାରିଥା’ନ୍ତି।” ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସେମାନଙ୍କର ପରିବାରଗୁଡ଼ିକୁ ବଢ଼ାଇଲେ। କାରଣ ସେମାନେ ପରମେଶ୍ୱରଙ୍କୁ ଡରୁ ଥିଲେ। ଇସ୍ରାଏଲୀୟମାନଙ୍କ ସଂଖ୍ୟା ବଢ଼ିଲା ଏବଂ ବହୁତ ଶକ୍ତିଶାଳୀ ହେଲା। *** ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।” ଶିଶୁ ମୋଶା ଲେବୀ ବଂଶର ଜଣେ ଲୋକ ଥିଲେ। ଯିଏକି ସେହି ଲେବୀ ବଂଶର ଜଣେ କନ୍ୟାଙ୍କୁ ବିବାହ କଲେ। ସେହି ସ୍ତ୍ରୀଲୋକ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସେହି ପୁତ୍ର ବହୁତ ସୁନ୍ଦର ହୋଇଛି। ତେଣୁ ସେ ତାକୁ ତିନି ମାସ କାଳ ଲୁଗ୍ଭଇ ରଖିଲେ। ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା। ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା। ଠିକ୍ ତା’ପରେ ଫାରୋଙ୍କର କନ୍ୟା ନଦୀକୁ ଗାଧୋଇବାକୁ ଗଲେ। ସେ ସେହି ନଳବନ ମଧ୍ୟରେ ଟୋକେଇଟିକୁ ପାଇଲେ। ତାଙ୍କର ଗ୍ଭକରାଣୀମାନେ ସେହି ନଦୀ କୂଳରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସେହି ପେଡ଼ିଟିକୁ ଆଣିବା ପାଇଁ କହିଲେ। ରାଜାଙ୍କର କନ୍ୟା ଯେତେବେଳେ ସେହି ଟୋକେଇଟିକୁ ଖୋଲି ସେହି ଶିଶୁ ପୁତ୍ରକୁ ଦେଖିଲେ। ସେହି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା’ ପାଇଁ ବହୁତ ଦୁଃଖ କଲେ। ସେ କହିଲେ, “ଏହି ପିଲାଟି ଏବ୍ରୀୟ ମଧ୍ୟରୁ ଜଣକର ଅଟେ।” ତା’ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା’ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?” ରାଜାଙ୍କର କନ୍ୟା କହିଲେ, “ହଁ, ଦୟାକରି ଡାକ।” ତେଣୁ ସେହି ବାଳିକାଟି ଯାଇ ତା’ର ମାକୁ ଡାକି ଆଣିଲା। ରାଜାଙ୍କର ଝିଅ ସେହି ମା’ଟିକୁ କହିଲେ, “ଏହି ଶିଶୁଟିକୁ ନିଅ ଏବଂ ମୋ’ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦେବି।” ତେଣୁ ସେହି ସ୍ତ୍ରୀ ଲୋକଟି ଶିଶୁଟିକୁ ନେଲା ଏବଂ ତାକୁ ଲାଳନ ପାଳନ କଲା। ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା’ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ। ମୋଶା ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରନ୍ତି ମୋଶା ବଡ଼ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭେଟିଲେ ଏବଂ ଦେଖିଲେ, ଏବ୍ରୀୟ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରାଯାଉଅଛି। ଦିନେ ମୋଶା ଦେଖିଲେ ଜଣେ ମିଶରୀୟ ଲୋକ ଜଣେ ଏବ୍ରୀୟ ଲୋକକୁ ପ୍ରହାର କରୁଥିଲା। ମୋଶା ଚତୁର୍ପାର୍ଶ୍ୱରେ କାହାରିକୁ ପାଇଲେ ନାହିଁ। ତେଣୁ ସେଠାରେ ମୋଶା ସେହି ମିଶରୀୟ ଲୋକଟିକୁ ହତ୍ୟା କଲେ ଓ ଲୋକଟିକୁ ସେ ବାଲିରେ ପୋତି ଦେଲେ। ତା’ ପରଦିନ ମୋଶା ଦୁଇଜଣ ଏବ୍ରୀୟ ଲୋକଙ୍କୁ ଦେଖିଲେ। ସେମାନେ ପରସ୍ପର ମଧ୍ୟରେ କଳି କରୁଥିଲେ। ମୋଶା ଦେଖିଲେ ସେମାନଙ୍କ ମଧ୍ୟରୁ ଜଣକର ଦୋଷ ଥିଲା। ମୋଶା ସେହି ଦୋଷୀ ଲୋକଟିକୁ କହିଲେ, “ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?” ସେହି ଲୋକ ଜଣକ ଉତ୍ତର ଦେଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଗ୍ଭରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ସେହି ମିଶରୀୟ ଲୋକଟିକୁ ବଧ କଲା ପରି ମୋତେ ବଧ କରିବା ପାଇଁ ଯୋଜନା କରୁଛ କି?” ତହିଁରେ ମୋଶା ଭୟଭୀତ ହେଲେ। ମୋଶା ନିଜକୁ ନିଜେ ଚିନ୍ତା କଲେ, “ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି।” ତା’ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ। ମିଦିୟନରେ ମୋଶା ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ। ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ। ଇତ୍ୟବସରରେ ମେଷପାଳକମାନେ ଆସି ସେମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମୋଶା ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ମେଷପଲକୁ ଜଳ ଦେଲେ। ଏହା ପରେ ସେମାନେ ତାଙ୍କର ପିତା ରୂୟେଲଙ୍କ ନିକଟକୁ ଫେରିଗଲେ। ସେମାନଙ୍କର ପିତା ତାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଆଜି ଏତେ ଶୀଘ୍ର କିପରି ଫେରି ଆସିଲ?” କନ୍ୟାଗଣ ତାଙ୍କୁ ଉତ୍ତର ଦେଲେ, “ହଁ, ମେଷପାଳକମାନେ ଆମ୍ଭକୁ ଘୋଉଡ଼ାଇ ଦେଉଥିଲେ, ମାତ୍ର ଏବ୍ରୀୟ ଲୋକ ଆମ୍ଭକୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢ଼ି ଆମ୍ଭର ମେଷମାନଙ୍କୁ ଜଳପାନ କରାଇଲେ।” ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।” ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ। ସି‌ପ୍‌ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।” ପରମେଶ୍ୱର ଇସ୍ରାଏଲକୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ କଲେ ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ। ପରମେଶ୍ୱର ସେମାନଙ୍କର ଆତୁର ଡାକ ଶୁଣିଲେ ଓ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କଲେ। ଇସ୍ରାଏଲୀୟମାନଙ୍କ ପ୍ରତି ଧ୍ୟାନ ଦେଲେ ଓ ସେମାନଙ୍କ ଅବସ୍ଥା ହୃଦୟଙ୍ଗମ କଲେ। ଜ୍ୱଳନ୍ତା ବୁଦା ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା। ସେହି ପର୍ବତରେ, ମୋଶା ଦେଖିଲେ ସଦାପ୍ରଭୁଙ୍କର ଦୂତ ଏକ ଜ୍ୱଳନ୍ତା ବୁଦା ମଧ୍ୟରେ ଥିଲେ। ମୋଶା ଦେଖିଲେ, ବୁଦାରେ ଅଗ୍ନି ଲାଗି ଥିଲେ ମଧ୍ୟ ତାହା ଧ୍ୱଂସ ହେଉ ନ ଥିଲା। ତେଣୁ ମୋଶା ନିଶ୍ଚିତ କଲେ, ସେହି ବୁଦା ପାଖକୁ ଯାଇ ଅ‌ଦ୍‌ଭୂତ ଦୃଶ୍ୟ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁରେ ଜଳି ମଧ୍ୟ ନଷ୍ଟ ହେଉ ନାହିଁ? ସଦାପ୍ରଭୁ ଦେଖିଲେ, ମୋଶା ବୁଦା ଆଡ଼କୁ ଆସୁଛନ୍ତି। ତେଣୁ ପରମେଶ୍ୱର ବୁଦା ମଧ୍ୟରୁ ମୋଶାଙ୍କୁ ଡାକିଲେ, ପରମେଶ୍ୱର କହିଲେ, “ମୋଶା, ମୋଶା!” ମୋଶା କହିଲେ, “ହଁ ଆଜ୍ଞା, ସଦାପ୍ରଭୁ।” ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭର ଅଧିକ ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼ି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ଅଟେ। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇ‌ସ୍‌ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।” ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ। ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!” କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?” ତା’ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା’ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।” ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?” ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’ ସଦାପ୍ରଭୁ ଆହୁରି କହିଲେ, “ଯାଅ ଏବଂ ଇସ୍ରାଏଲୀୟ ପ୍ରାଚୀନଗଣଙ୍କୁ କୁହ, ‘ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର, ମୋତେ କହି ଅଛନ୍ତି, ମିଶରୀୟମାନଙ୍କ ଦ୍ୱାରା ତୁମ୍ଭଙ୍କୁ ଦିଆଯାଇଥିବା ଯନ୍ତ୍ରଣାସବୁ, ଆମ୍ଭେ ଟିପି ନେଇଅଛୁ। ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀୟମାନଙ୍କ ହିତ୍ତୀୟମାନଙ୍କ, ପିରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ନେଇଯିବା।’ “ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’ “କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ୟ ହାତର ଶକ୍ତି ବିନା ମିଶରର ରାଜାକୁ ଜବରଦସ୍ତ କରାଗଲେ ମଧ୍ୟ, ତୁମ୍ଭମାନଙ୍କୁ ଯିବାକୁ ଦେବ ନାହିଁ। ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧରେ କାର୍ଯ୍ୟ କରାଇବା। ଆମ୍ଭେ ମିଶରରେ ଆଶ୍ଚର୍ଯ୍ୟ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ। ଆଉ ଆମ୍ଭେ ମିଶରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବା, ତହିଁରେ ତୁମ୍ଭମାନଙ୍କର ଯାତ୍ରା ସମୟରେ ସେମାନେ ତୁମ୍ଭମାନଙ୍କୁ ଉପହାରମାନ ଦେବେ। “ସମସ୍ତ ଇସ୍ରାଏଲୀୟ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ, ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବ, ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭେମାନେ ମିଶରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।” ମୋଶାଙ୍କ ପାଇଁ ପ୍ରମାଣ ଏହା ପରେ ମୋଶା ପରମେଶ୍ୱରଙ୍କୁ ଉତ୍ତର ଦେଲେ, “କିନ୍ତୁ ଇସ୍ରାଏଲର ଲୋକମାନେ ମୋତେ ବିଶ୍ୱାସ କରିବେ ନାହିଁ, ଯେତେବେଳେ ତୁମ୍ଭେ ମୋତେ ପଠାଇଛ ବୋଲି ମୁଁ କହିବି। ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି।’” କିନ୍ତୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭ ହାତରେ କ’ଣ ଅଛି?” ମୋଶା ଉତ୍ତର ଦେଲେ, “ଏହା ମୋର ଆଶାବାଡ଼ି।” ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।” ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା’ଠାରୁ ଦୌଡ଼ି ପଳାଇଲେ। କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହସ୍ତ ପ୍ରସାର କରି ତା’ର ଲାଞ୍ଜଟିକୁ ଧର।” ତେଣୁ ମୋଶା ସର୍ପ ନିକଟକୁ ଯାଇ ତା’ର ଲାଞ୍ଜଟିକୁ ଧରିଲେ। ଯେତେବେଳେ ମୋଶା ଏପରି କଲେ, ସେହି ସର୍ପଟି ପୁନରାୟ ଆଶାବାଡ଼ିରେ ପରିଣତ ହୋଇଗଲା। ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତକୁ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତକୁ ଛାତିରେ ରଖିଲେ ଏବଂ ବାହାର କରି ଆଣିଲେ। ଏହା କୁଷ୍ଠରେ ଆଚ୍ଛାଦିତ ହୋଇ, ହିମପରି ଧଳା ହୋଇଗଲା। ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ହସ୍ତ ପୁନରାୟ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତ ତାଙ୍କର ଛାତିରେ ଦେଲେ, ମୋଶା ତାଙ୍କର ହାତ ବାହାର କରିବାରୁ ହାତଟି ପରିବର୍ତ୍ତନ ହୋଇ ପୂର୍ବପରି ହୋଇଗଲା। ଏହା ପରେ ପରମେଶ୍ୱର କହିଲେ, “ଯଦି ଲୋକମାନେ ତୁମ୍ଭକୁ ବିଶ୍ୱାସ ନ କରିବେ, ଯଦି ସେମାନେ ପ୍ରଥମ ଚିହ୍ନ ଯୋଗୁଁ ବିଶ୍ୱାସ ନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଏହି ଚିହ୍ନକୁ ବିଶ୍ୱାସ କରିବେ। ଯଦି ସେମାନେ ଏହି ଦୁଇଟି ପ୍ରମାଣ ଦେଖିବା ପରେ ତୁମ୍ଭକୁ ବିଶ୍ୱାସ ନ କରନ୍ତି ଏବଂ ଯଦି ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ନୀଳନଦୀରୁ କିଛି ଜଳ ନେଇ ଭୂମିରେ ଢାଳିବ ତାହା ଭୂମିରେ ପଡ଼ିଲା ମାତ୍ରେ ରକ୍ତ ହୋଇଯିବ।” କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ’ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।” ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ। ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।” କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।” ଏହା ପରେ ସଦାପ୍ରଭୁ କ୍ରୋଧରେ ମୋଶାଙ୍କୁ କହିଲେ, “ଉତ୍ତମ! ତୁମ୍ଭର ସାହାଯ୍ୟ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲେବୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହେବ। ତୁମ୍ଭେ ହାରୋଣକୁ କହିବ ଏବଂ ତା’ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା’ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ। ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା’ ପାଇଁ ପରମେଶ୍ୱର ପରି ଏବଂ ସେ ତୁମ୍ଭର ପ୍ରବକ୍ତା ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।” ମୋଶା ମିଶରକୁ ଫେରିଗଲେ ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?” ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।” ପରମେଶ୍ୱର ମିଦିୟନରେ ମୋଶାଙ୍କୁ କହିଲେ, “ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦରେ ଯାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଗ୍ଭହୁଁଥିଲେ, ସେମାନେ ବର୍ତ୍ତମାନ ମୃତ।” ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା। ମୋଶା ମିଶରକୁ ଯାତ୍ରା କରୁଥିବା ସମୟରେ ପରମେଶ୍ୱର ତାଙ୍କୁ କହିଲେ, “ମନେରଖ, ତୁମ୍ଭେ ଫାରୋଙ୍କ ସହିତ କଥା ହେବା ସମୟରେ ତୁମ୍ଭେ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟ ତାଙ୍କୁ ଦେଖାଇବ ଯାହା ମୁଁ ତୁମ୍ଭକୁ ଦେଇଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥିରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦେବେ ନାହିଁ। ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ। ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’” ମୋଶାଙ୍କ ପୁତ୍ର ସୁନ୍ନତ ହେଲେ ମିଶରକୁ ଯିବା ବାଟରେ, ମୋଶା ଏକ ସ୍ଥାନରେ ରାତ୍ରି ଯାପନ କଲେ। ସଦାପ୍ରଭୁ ମୋଶାଙ୍କୁ ସେଠାରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ସି‌ପ୍‌ପୋରା ଏକ ତି‌କ୍ଷ୍‌ଣ ଅସ୍ତ୍ର ଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସେହି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ମୋହର ରକ୍ତ ରଂଜିତ ସ୍ୱାମୀ।” ସେ କହିଲା, ରକ୍ତ ରଂଜିତ ସ୍ୱାମୀ ସୁନ୍ନତ କାରଣରୁ। ତେଣୁ ପରମେଶ୍ୱର ମୋଶାଙ୍କୁ ଛାଡ଼ି ଦେଲେ। Moses Arrives in Egypt ସଦାପ୍ରଭୁ ହାରୋଣକୁ କହିଲେ, “ତୁମ୍ଭେ ମୋଶାଙ୍କ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ଯାଅ।” ତେଣୁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମୋଶା ହାରୋଣଙ୍କୁ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟମାନ ଦେଖାଇଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ। ତେଣୁ ମୋଶା ଏବଂ ହାରୋଣ ଏକତ୍ର ଯାଇ ଇସ୍ରାଏଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ। ଏହା ପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସେହି ପ୍ରାଚୀନବର୍ଗକୁ ସମସ୍ତ କଥା କହିଲେ ଯାହାସବୁ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଏହା ପରେ ମୋଶା ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ। ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ। ମୋଶା ଏବଂ ହାରୋଣ ଫାରୋଙ୍କ ସମ୍ମୁଖରେ ମୋଶା ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସେମାନେ କହିଲେ, “ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର କହିଛନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ। ସେମାନେ ମୋ’ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।’” କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।” ଏହା ପରେ ହାରୋଣ ଏବଂ ମୋଶା କହିଲେ, “ଏବ୍ରୀୟମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡ଼ୁଅଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ଯିବାକୁ ଦିଅ। ଆମ୍ଭେମାନେ ସେଠାରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ଯଦି ଆମ୍ଭେ ତାହା ନ କରୁ ସେ ହୁଏତ କ୍ରୋଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ୱଂସ କରି ପାରନ୍ତି। ସେ ଆମ୍ଭମାନଙ୍କୁ ଯୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ୟମରେ ମୃତ୍ୟୁ ଦେଇ ପାରନ୍ତି।” କିନ୍ତୁ ଫାରୋ ସେମାନଙ୍କୁ କହିଲେ, “ମୋଶା ଏବଂ ହାରୋଣ, ତୁମ୍ଭେମାନେ ମୋର କର୍ମୀମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରୁଅଛ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ଦିଅ! ଏଠାରେ ଅନେକ ଲୋକ ଅଛନ୍ତି। ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କର କର୍ମରୁ ନିବୃତ୍ତ କରୁଅଛ।” ଫାରୋ ଲୋକମାନଙ୍କୁ ଶାସ୍ତି ବିଧାନ କଲେ ସେହି ଦିନ, ଫାରୋ କ୍ରୀତଦାସମାନଙ୍କର ମୁନିବମାନଙ୍କୁ ଓ ସେମାନଙ୍କର ନିରୀକ୍ଷକମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଇଟା ପାଇଁ ନଡ଼ା ଦେଉଥିଲ। ସେମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ନିଜପାଳ ନିଜେ ସଂଗ୍ରହ କରନ୍ତୁ। କିନ୍ତୁ ସେମାନେ ପୂର୍ବପରି ଯେତେ ସଂଖ୍ୟକ ଇଟା ତିଆରି କରୁଥିଲେ, ସେମାନଙ୍କୁ ସେତିକ ଇଟା ତିଆରି କରାଅ। ସେମାନେ ଅଳସୁଆ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ। ଯେଣୁ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଗ୍ଭହୁଛନ୍ତି। ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସେମାନଙ୍କୁ ସର୍ବଦା ବ୍ୟସ୍ତ ରଖ। ଯେଉଁଥିରେ ସେମାନେ ମିଥ୍ୟା କଥା ଶୁଣିବାକୁ ସମୟ ପାଇବେ ନାହିଁ।” ତେଣୁ ଇସ୍ରାଏଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଆଉ ପାଳ ନ ଦେବା ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି। ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନେରଖ ପୂର୍ବପରି ତୁମ୍ଭେମାନେ ଯେତେ ସଂଖ୍ୟକ ଇଟା ନିର୍ମାଣ କରୁଥିଲ ସେତିକି ସଂଖ୍ୟକ ଇଟା ତିଆରି କରିବ।” ତେଣୁ ଲୋକମାନେ ମିଶରର ଗ୍ଭରିଆଡ଼େ ବୁଲି ପାଳ ସଂଗ୍ରହ କଲେ। କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ। ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିଯୁକ୍ତ କଲେ। ସେମାନେ କ୍ରୀତଦାସମାନଙ୍କୁ ଗ୍ଭବୁକ ମାରି କହିଲେ, “କାହିଁକି ତୁମ୍ଭେମାନେ ଯେତେ ଇଟା ନିର୍ମାଣ କରୁଥିଲ, ସେତିକି ଇଟା ନିର୍ମାଣ କରୁ ନାହଁ? ପୂର୍ବରୁ ତୁମ୍ଭେମାନେ ଇଟା ତିଆରି କରିପାରୁଥିଲ, ଏବେ କାହିଁକି କରି ପାରିବ ନାହିଁ।” ଏହା ପରେ ଇସ୍ରାଏଲୀୟ କାର୍ଯ୍ୟାଧ୍ୟକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସେମାନେ ଅଭିଯୋଗ କରି କହିଲେ “ଆମ୍ଭେମାନେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରୁଛ? ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭର ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।” ଫାରୋ ଉତ୍ତର ଦେଲେ, “ତୁମ୍ଭେମାନେ ଅଳସୁଆ। ତୁମ୍ଭେମାନେ କାର୍ଯ୍ୟ କରୁ ନାହଁ, ଯେଉଁଥିପାଇଁ ତୁମ୍ଭେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ ଦେବାକୁ ଗ୍ଭହିଁଲ। ବର୍ତ୍ତମାନ ତୁମ୍ଭମାନଙ୍କର କାର୍ଯ୍ୟକୁ ଫେରିଯାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡ଼ା ଦେବି ନାହିଁ ଏବଂ ପୂର୍ବପରି ତୁମ୍ଭମାନଙ୍କୁ ସେତିକି ସଂଖ୍ୟକ ଇଟା ତିଆରି କରିବାକୁ ହିଁ ପଡ଼ିବ।” ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ। ସେମାନେ ଫାରୋଙ୍କଠାରୁ ଫେରିବା ବେଳେ ମୋଶା ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସେମାନେ ବାଟରେ ଅପେକ୍ଷା କରିଥିଲେ। ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।” ପରମେଶ୍ୱରଙ୍କଠାରେ ମୋଶାଙ୍କ ଅଭିଯୋଗ ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ? ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?” ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯିହୋବାଃ। “ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଦର୍ଶନ ଦେଇଥିଲୁ। ସେମାନେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି କହିଥିଲେ। ସେମାନେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନ ଥିଲେ। ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିଥିଲୁ ଏବଂ ଆମ୍ଭେ ସେମାନଙ୍କୁ କିଣାନ ଦେଶ ଦେବା ପାଇଁ ସେମାନଙ୍କଠାରେ ପ୍ରତିଜ୍ଞା କରିଥିଲୁ। ସେମାନେ ସେଠାରେ ବାସ କରୁଥିଲେ କିନ୍ତୁ ସେ ଦେଶ ସେମାନଙ୍କର ନ ଥିଲା। ବର୍ତ୍ତମାନ ଇସ୍ରାଏଲୀୟମାନଙ୍କର ଆର୍ତ୍ତ ଚିତ୍କାର ଆମ୍ଭେ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରବାସୀମାନେ କିପରି ସେମାନଙ୍କୁ କ୍ରୀତଦାସ କରିଅଛନ୍ତି। ଏବଂ ଆମ୍ଭେ ଆମ୍ଭର ଚୁକ୍ତି ମନେ ରଖିଅଛୁ। ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା। ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା। ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କ ସହ ମହତ୍ ପ୍ରତିଜ୍ଞା କରିଅଛୁ। ଆମ୍ଭେ ପ୍ରତିଜ୍ଞା କରିଅଛୁ ତୁମ୍ଭମାନଙ୍କୁ ସେହି ଭୂମି ଦେବା ପାଇଁ। ଏବଂ ତୁମ୍ଭମାନଙ୍କୁ ସେହି ଭୂମିକୁ ନେଇଯିବାକୁ। ଏହା ତୁମ୍ଭମାନଙ୍କର ହେବ। ଆମ୍ଭେ ସଦାପ୍ରଭୁ ଅଟୁ।”’ ତେଣୁ ମୋଶା ଏହିସବୁ ଘଟଣା ଇସ୍ରାଏଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସେମାନଙ୍କର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସେମାନେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମୋଶାଙ୍କର କଥା ଶୁଣିବା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଶରର ରାଜା ଫାରୋଙ୍କୁ ଯାଇ କୁହ, ତାଙ୍କର ଦେଶରୁ ଇସ୍ରାଏଲ ସନ୍ତାନଗଣଙ୍କୁ ପଠେଇ ଦେବା ପାଇଁ।” କିନ୍ତୁ ମୋଶା ଉତ୍ତର ଦେଲେ, “ଇସ୍ରାଏଲ ସନ୍ତାନଗଣ ମୋର କଥାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ଫାରୋ ମୋର କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।” କିନ୍ତୁ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣଙ୍କୁ କହିବା ପାଇଁ ମୋଶା ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ଯିବା ପାଇଁ ଏବଂ ଇସ୍ରାଏଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ। ଇସ୍ରାଏଲୀୟମାନଙ୍କର କେତେକ ପରିବାର ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ: ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ। ଶିମିୟୋନଙ୍କର ପୁତ୍ର ଯିମୂୟେଲ, ଯାମୀନ୍ ଓ ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେ ଶିମିୟୋନଙ୍କର ବଂଶ। ଲେବୀ 137 ବର୍ଷ ବଞ୍ଚିଥିଲେ। ଲେବୀଙ୍କର ସନ୍ତାନମାନେ ଥିଲେ, ଗେର୍ଶୋନ୍, କହାତ୍ ଓ ମରାରି। ଗେର୍ଶୋନଙ୍କର ଦୁଇଜଣ ସନ୍ତାନ ଥିଲେ, ଲି‌ବ୍‌ନି ଓ ଶିମିୟି। କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ, ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି, ଏହିସବୁ ବଂଶ ଇସ୍ରାଏଲୀୟ ଲେବୀ ବଂଶୀୟ ଥିଲେ। ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ୍ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକେବଦ। ଏଣୁ ଅମ୍ରମ୍ ଆଉ ଯୋକେବଦ ହାରୋଣ ଓ ମୋଶାଙ୍କୁ ଜନ୍ମ ଦେଲେ। ଯି‌ଷ୍‌ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି। ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଥ୍ରି। ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା। କୋରହର ସନ୍ତାନ ଅସୀର, ଇ‌ଲ୍‌କାନା ଓ ଅବୀୟାସଫ୍। ଏମାନେ କୋରହର ବଂଶ। ହାରୋଣର ପୁତ୍ର ଇଲିୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କଲେ ଓ ସେ ପୀନହ‌ସ୍‌କୁ ଜନ୍ମ ଦେଲା। ଏମାନେ ସମସ୍ତେ ଲେବୀୟ ଥିଲେ। ହାରୋଣ ଓ ମୋଶା ଏହି ପରିବାରବର୍ଗର ଥିଲେ ଏବଂ ସେମାନେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟ ଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।” ଏମାନେ ମିଶରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସେହି ହାରୋଣ ଓ ମୋଶା। ପୁନର୍ବାର ପରମେଶ୍ୱର ମୋଶାଙ୍କୁ ଡାକିଲେ ମିଶରର ସେହି ଭୂମିରେ ପରମେଶ୍ୱର ମୋଶାଙ୍କୁ କହିଥିଲେ। ସେ କହିଲେ, “ମୁଁ ସଦାପ୍ରଭୁ ଅଟେ। ମିଶରର ରାଜା ଫାରୋଙ୍କୁ ମୋର କହିଥିବା ସମସ୍ତ କଥା କୁହ।” କିନ୍ତୁ ମୋଶା ଉତ୍ତର ଦେଲେ, “ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମୋ’ କଥା ଶୁଣିବେ ନାହିଁ।” ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ୱର ତୁଲ୍ୟ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବ। ତୁମ୍ଭର ଭାଇ ହାରୋଣଙ୍କୁ ମୋର ସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚୟ ଇସ୍ରାଏଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ଯିବାକୁ ଛାଡ଼ି ଦେବ। କିନ୍ତୁ ମୁଁ ଫାରୋଙ୍କ ହୃଦୟ କଠିନ କରିବି। ତା’ପରେ ମିଶର ଦେଶରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବ ନାହିଁ। ତେଣୁ ଏହା ପରେ ମୁଁ ମିଶରକୁ ବହୁତ ଦଣ୍ଡ ଦେବି। ଏବଂ ତା’ପରେ ମୁଁ ମୋର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି। ତାହାହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସେମାନଙ୍କ ବିରୁଦ୍ଧରେ ଯେତେବେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସେମାନଙ୍କ ମଧ୍ୟରୁ ଇସ୍ରାଏଲୀୟ ଲୋକମାନଙ୍କୁ ବାହାର କରି ଆଣିବି।” ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ। ଫାରୋଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋଶାଙ୍କୁ ଅଶୀବର୍ଷ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା। ମୋଶାଙ୍କର ଆଶାବାଡ଼ି ଏକ ସର୍ପ ପାଲଟି ଗଲା ସଦାପ୍ରଭୁ ମୋଶା ଓ ହାରୋଣକୁ କହିଲେ, “ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦେଖାଅ। ସେ ତୁମ୍ଭମାନଙ୍କୁ ଅ‌ଦ୍‌ଭୂତ କର୍ମ ଦେଖାଇବାକୁ କହିବ। ହାରୋଣକୁ କୁହ ତା’ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖରେ ସର୍ପରେ ପରିଣତ ହେବ।” ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କାର୍ଯ୍ୟମାନ କଲେ। ହାରୋଣ ତାଙ୍କର ଆଶାବାଡ଼ିଟିକୁ ଭୂମିରେ ପକାଇଲେ। ଯେତେବେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଗ୍ଭହିଁଥିଲେ ସେମାନଙ୍କ ସମ୍ମୁଖରେ ଆଶାବାଡ଼ିଟି ସର୍ପରେ ପରିଣତ ହୋଇଗଲା। ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସେମାନେ ମଧ୍ୟ ହାରୋଣଙ୍କ ପରି ତାଙ୍କ ଗୁପ୍ତ ଯାଦୁ ବିଦ୍ୟା ପ୍ରୟୋଗ କରି ଆଶାବାଡ଼ିକୁ ସର୍ପରେ ପରିଣତ କରି ଦେଲେ। ସେମାନେ ତାଙ୍କର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ତାଙ୍କର ଆଶାବାଡ଼ି ସର୍ପରେ ପରିଣତ ହୋଇଗଲା। କିନ୍ତୁ ହାରୋଣଙ୍କର ଆଶାବାଡ଼ି ତାଙ୍କର ସମସ୍ତଙ୍କୁ ଖାଇଗଲା। ତଥାପି ଫାରୋ କଠିନ ହେଲେ ଲୋକମାନଙ୍କୁ ଯିବାକୁ ଅନୁମତି ଦେଲେ ନାହିଁ। ଏହା ସେହିପରି ହୋଇଥିଲା ଯେପରି ସଦାପ୍ରଭୁ ହେବ ବୋଲି କହିଥିଲେ। ଫାରୋ ମୋଶା ଓ ହାରୋଣଙ୍କର କଥା ଶୁଣିଲେ ନାହିଁ। ଜଳ ରକ୍ତରେ ପରିଣତ ହେଲା ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ। ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା। ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ। ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ। ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ଯୁକ୍ତ ହେବ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇ ପାରିବେ ନାହିଁ।’” ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା’ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।” ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା। ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା। ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା। ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ। ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ। ବେଙ୍ଗଗୁଡ଼ିକ ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ‘ମୋର ଲୋକମାନଙ୍କୁ ଯିବା ପାଇଁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରିବେ। ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି। ନୀଳନଦୀ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ ହେବ। ସେମାନେ ନଦୀରୁ ଆସି ତୁମ୍ଭର ଘରେ ପଶିବେ। ସେମାନେ ତୁମ୍ଭର ଶୟନ କକ୍ଷ ଓ ଶେଯରେ ପଡ଼ି ରହିବେ ଏବଂ ସେମାନେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡ଼ିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀରେ ପ୍ରବେଶ କରିବେ। ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା’ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।” ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥିରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହୋଇଗଲେ। ମନ୍ତ୍ରଜ୍ଞମାନେ ମଧ୍ୟ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ବଳରେ ଠିକ୍ ସେହିପରି ବେଙ୍ଗମାନଙ୍କୁ ବାହାର କରି ପାରିଲେ। ଯେଉଁଥିପାଇଁ ସମଗ୍ର ମିଶର ବେଙ୍ଗରେ ପରିପୂର୍ଣ୍ଣ ହୋଇଗଲା। ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।” ମୋଶା ଫାରୋଙ୍କୁ କହିଲେ, “ଦୟାକରି କୁହ ତୁମ୍ଭେ କେତେବେଳେ ଗ୍ଭହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବି। ତା’ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କେବଳ ନଦୀରେ ରହିବେ।” ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।” ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ। ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।” ମୋଶା ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାୟ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧରେ ପଠାଇଥିଲେ, ସେଗୁଡ଼ିକୁ ହଟାଇ ନେବା ପାଇଁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏବଂ ମୋଶା ଯାହା ଗ୍ଭହିଁଲେ ସଦାପ୍ରଭୁ ସେହିପରି କଲେ। ଯେଉଁ ବେଙ୍ଗମାନେ ଘରେ, ଅଗଣାରେ ଏବଂ ଜମିରେ ଥିଲେ ସେଗୁଡ଼ିକ ମରିଗଲେ। ସେମାନେ ଗଦା ହୋଇ ରୁଣ୍ଡ ହେଲେ ଏବଂ ସେଗୁଡ଼ିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା। ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା। ଉକୁଣିଆ ପୋକ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଯିବେ।” ସେମାନେ ସେହିପରି କଲେ। ହାରୋଣ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶରରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଗଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ବ୍ୟାପିଗଲେ। ମିଶରର ମନ୍ତ୍ରଜ୍ଞମାନେ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ଦ୍ୱାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରି ପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ରହିଗଲେ। ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ମାଛିମାନେ ପରମେଶ୍ୱର ମୋଶାଙ୍କୁ କହିଲେ, “ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ଯାଅ। ସେ ଯେତେବେଳେ ନଦୀକୂଳକୁ ଯିବ। ଏହିପରି କୁହ ସଦାପ୍ରଭୁ କହିଲେ, ‘ମୋର ଲୋକମାନଙ୍କୁ ଛାଡ଼ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ ତେବେ ମାଛିମାନଙ୍କ ଦ୍ୱାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହେବ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଗ୍ଭରୀମାନଙ୍କ ଉପରେ ବ୍ୟାପିଯିବେ। ମିଶରର ସମସ୍ତ ଗୃହ ମାଛିରେ ପରିପୂର୍ଣ୍ଣ ହେବ। ଏବଂ ମାଛିମାନଙ୍କ ଦ୍ୱାରା ମଧ୍ୟ ଭୂମି ପରିପୂର୍ଣ୍ଣ ହେବ। କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ। ତେଣୁ ଆସନ୍ତାକାଲିଠାରୁ ମୁଁ ମୋର ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କରିବି ଏବଂ ତାହା ମୋର ପ୍ରମାଣ ସ୍ୱରୂପ ହେବ।’” ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସେହିପରି ବହୁସଂଖ୍ୟକ ମାଛି ମିଶରରେ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହରେ, ତାଙ୍କର କର୍ମଗ୍ଭରୀମାନଙ୍କ ଗୃହରେ ଏବଂ ଏପରିକି ମିଶରର ଗ୍ଭରିଆଡ଼େ ଘେରିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ। ତେଣୁ ଫାରୋ ମୋଶା ଓ ହାରୋଣଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।” କିନ୍ତୁ ମୋଶା କହିଲେ, “ଏହା କଦାପି ଠିକ୍ ହେବ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ଯ୍ୟ ହେବ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯଦି ଆମ୍ଭେ ଏପରି କାର୍ଯ୍ୟ ଏହିଠାରେ କରୁ ତେବେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସେମାନେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡ଼ିବେ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କୁ ତିନି ଦିନ ପାଇଁ ମରୁଭୂମିକୁ ଯିବାକୁ ଅନୁମତି ଦିଅ। ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏହା କରିବାକୁ ଆଜ୍ଞା କରିଅଛନ୍ତି।” ତେଣୁ ଫାରୋ କହିଲେ, “ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ମରୁଭୂମିକୁ ଯିବାକୁ ଅନୁମତି ଦେବି। କିନ୍ତୁ ତୁମ୍ଭେମାନେ ବେଶୀଦୂର ଯିବା ଉଚିତ୍ ନୁହେଁ। ବର୍ତ୍ତମାନ ଯାଅ ଏବଂ ମୋ’ ପାଇଁ ପ୍ରାର୍ଥନା କର।” ମୋଶା କହିଲେ, “ଦେଖ, ଏ ସ୍ଥାନରୁ ଯାଇ ମୁଁ ତୁମ୍ଭ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।” ତେଣୁ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏବଂ ମୋଶା ଯେପରି ଗ୍ଭହିଁଲେ, ସଦାପ୍ରଭୁ ସେହିପରି କଲେ। ସଦାପ୍ରଭୁ ମାଛିମାନଙ୍କୁ ଫାରୋଙ୍କଠାରୁ, ତାଙ୍କର କର୍ମଗ୍ଭରୀ ଏବଂ ତାଙ୍କର ଲୋକମାନଙ୍କଠାରୁ ଦୂରେଇ ନେଲେ। କୌଣସି ମାଛି ରହିଲେ ନାହିଁ। କିନ୍ତୁ ଫାରୋ ପୁଣି କଠିନ ହେଲେ ଏବଂ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। କୃଷିକ୍ଷେତ୍ରର ପଶୁମାନଙ୍କୁ ରୋଗ ଏହା ପରେ ସଦାପ୍ରଭୁ ମୋଶାଙ୍କୁ ଫାରୋଙ୍କ ନିକଟକୁ ଯାଇ କହିବାକୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରି ପାରିବେ। ଯଦି ତୁମ୍ଭେ ଏପରି କର ଓ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ। ତେବେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରୟୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡ଼ାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠାରେ ମାହାମାରୀ ସୃଷ୍ଟି କରିବେ। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ୟବହାର କରିବେ, ସେପରି ମିଶରୀୟମାନଙ୍କର ପଶୁମାନଙ୍କୁ ବ୍ୟବହାର କରିବେ ନାହିଁ। ଇସ୍ରାଏଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ। ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶରେ ଏପରି କରିବାକୁ ଯାଉଛନ୍ତି।”’ ତା’ ପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀୟମାନଙ୍କର କୃଷି କ୍ଷେତ୍ରରେ ପଶୁମାନଙ୍କର ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲୀୟମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ। ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇସ୍ରାଏଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇସ୍ରାଏଲର କୌଣସି ପଶୁ ମରି ନ ଥିଲେ। ତଥାପି ଫାରୋ ଜି‌ଦ୍‌ଖୋର ହୋଇ ରହିଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ଦାହଯୁକ୍ତ ବଥ ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ହାତ ମୁଠାକୁ ଭାଟିର ଭସ୍ମରେ ପୂର୍ଣ୍ଣ କର। ମୋଶା ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନରେ ନିଶ୍ଚୟ ଉଡ଼ାଇ ଦେବ। ତାହା ମିଶରର ଧୂଳି ହୋଇ ଗ୍ଭରିଆଡ଼େ ବ୍ୟାପିଯିବ। ଯେତେବେଳେ ସେହି ଧୂଳି ମିଶରର ଯେଉଁଠାରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା’ର ଚମଡ଼ାରେ ଦାହଯୁକ୍ତ ବଥମାନ ବ୍ୟାପିଯିବ।” ତେଣୁ ମୋଶା ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସେମାନେ ଫାରୋଙ୍କ ସମ୍ମୁଖରେ ଛିଡ଼ା ହୋଇ ଆକାଶକୁ ଉଡ଼ାଇ ଦେଲେ। ଏହା ପରେ ଯନ୍ତ୍ରଣାଦାୟକ ଦାହଯୁକ୍ତ ବଥମାନ ମନୁଷ୍ୟ ଓ ପଶୁମାନଙ୍କଠାରେ ଦେଖା ଦେଲା। ସେହି ବଥ ସକାଶେ ମନ୍ତ୍ରଜ୍ଞମାନେ ମୋଶାଙ୍କ ସମ୍ମୁଖୀନ ହୋଇ ପାରିଲେ ନାହିଁ। ପ୍ରତ୍ୟେକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ୟାପିଗଲା। କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦୟକୁ ଆହୁରି କଠୋର କଲେ ଯେ, ସେ ମୋଶା ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ। ଶିଳାବୃଷ୍ଟି ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଭାତରେ ଉଠ ଏବଂ ଫାରୋଙ୍କ ନିକଟକୁ ଯାଅ। ତାଙ୍କୁ କୁହ ଏବ୍ରୀୟ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ମୋର ଉପାସନା ପାଇଁ ଛାଡ଼। ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା ବର୍ତ୍ତମାନ ସୁଦ୍ଧା, ମୋର ପରାକ୍ରମ ଦ୍ୱାରା ଏକ ରୋଗଦ୍ୱାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶେଷ କରି ସାରନ୍ତିଣି। କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ। ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ। ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ। ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖ। ତୁମ୍ଭର ସମସ୍ତ ପଶୁଗୁଡ଼ିକ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସ। କାରଣ ଯେଉଁମାନେ କ୍ଷେତରେ ରହିବେ ମନୁଷ୍ୟ ହେଉ କି ପଶୁ ହେଉ ସେମାନେ ମରିବେ। ଘର ବାହାରେ ଥିବା ସମସ୍ତ ବସ୍ତୁ ଉପରେ ଶିଳାବୃଷ୍ଟି ହେବ।’” କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ। କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ. ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।” ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା। ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା। ଏହି ଶିଳାବୃଷ୍ଟି ମିଶରର କ୍ଷେତ ମଧ୍ୟସ୍ଥ ସବୁକିଛି ନଷ୍ଟ କଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦିମାନକୁ ଧ୍ୱଂସ କଲା। ଏହି ଶିଳାବୃଷ୍ଟି ମଧ୍ୟ କ୍ଷେତ ମଧ୍ୟସ୍ଥ ବୃକ୍ଷମାନକୁ ନଷ୍ଟ କରି ପକାଇଲା। କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ଶିଳାବୃଷ୍ଟି ହେଉ ନ ଥିଲା। ତାହା ଥିଲା ଗୋଶନ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ। ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ। ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।” ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି। କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଗ୍ଭରୀମାନେ ବାସ୍ତବରେ ଏପର୍ଯ୍ୟନ୍ତ ସଦାପ୍ରଭୁଙ୍କୁ ଭୟ କରୁ ନାହଁ।” ଯବ ଶିଷାଯୁକ୍ତ ହୋଇଥିଲା ଏବଂ ଫେସି ପୁଷ୍ପିତ ହୋଇଥିଲା। ତେଣୁ ସେହି ଶସ୍ୟଗୁଡ଼ିକ ନଷ୍ଟ ହୋଇଗଲା। ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ। ମୋଶା ଫାରୋଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଗଲା। ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ। ଫାରୋ ପୁଣି ଥରେ ଦୃଢ଼ ହେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯେପରି କହିଥିଲେ ସେହିପରି ହେଲା। ପଙ୍ଗପାଳ ଦଳ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ। ମୁଁ ତାଙ୍କୁ କଠୋର କରିଛି ଏବଂ କର୍ମଗ୍ଭରୀମାନଙ୍କୁ ମଧ୍ୟ କଠୋର ହୃଦୟ କରିଛି। ମୁଁ ଏପରି କରିଅଛି ଯଦ୍ଦ୍ୱାରା ମୁଁ ସେମାନଙ୍କୁ ମୋର ଶକ୍ତିଶାଳୀ ଅ‌ଦ୍‌ଭୂତ କର୍ମ ଦେଖାଇ ପାରିବି. ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହେବ, ମୁଁ କିପରି ମିଶରୀୟମାନଙ୍କୁ ତାଚ୍ଛଲ୍ୟ କଲି ଏବଂ ଅ‌ଦ୍‌ଭୂତ କର୍ମ ବିଷୟରେ କହିପାରିବ ଯାହା ମୁଁ ମିଶରରେ କରିଅଛି। ଏହା ପରେ ତୁମ୍ଭେମାନେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।” ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ। ତୁମ୍ଭେମାନେ ଯଦି ମୋର ଲୋକମାନଙ୍କୁ ଯିବାକୁ ନ ଦିଅ, ତେବେ କାଲି ତୁମ୍ଭ ରାଜ୍ୟକୁ ପଙ୍ଗପାଳ ଦଳ ଆଣିବି। ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସେମାନେ ଏତେ ସଂଖ୍ୟକ ହେବେ ଯେ, ତୁମ୍ଭେମାନେ ଆଉ ଭୂମି ଦେଖି ପାରିବ ନାହିଁ। ଯେକୌଣସି ଦ୍ରବ୍ୟ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସେମାନେ କ୍ଷେତ୍ର ମଧ୍ୟସ୍ଥ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷ୍ୟଣ କରିବେ। ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଗ୍ଭରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳରେ ପୂର୍ଣ୍ଣ ହୋଇଯିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କେବେ ଦେଖି ନ ଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ଯାଏ ଏତେ ପଙ୍ଗପାଳ ହୋଇ ନ ଥିବ।’” ଏହା ପରେ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଲେ। ଏହା ପରେ ଫାରୋଙ୍କର କର୍ମଗ୍ଭରୀମାନେ ତାଙ୍କୁ କହିଲେ, “କେତେଦିନ ଯାଏ ଏ ମନୁଷ୍ୟ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ। ସେମାନଙ୍କୁ ଯିବାକୁ ଦିଅ ଏବଂ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁ ନାହଁ କି ମିଶର ଧ୍ୱଂସ ହେଉଅଛି ବୋଲି?” ତେଣୁ ଫାରୋ ତାଙ୍କର କର୍ମଗ୍ଭରୀମାନଙ୍କୁ ଆଜ୍ଞା ଦେଲେ ଯେ, ତୁମ୍ଭେମାନେ ମୋଶା ଓ ହାରୋଣଙ୍କୁ ଫେରାଇ ଆଣ। ଫାରୋ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଉପାସନା କର। କିନ୍ତୁ ମୋତେ କୁହ, କେଉଁମାନେ ଯିବ?” ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।” ଫାରୋ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ସହିତ ରହିବା ଉଚିତ୍, ଯଦି ମୁଁ ତୁମ୍ଭର ପିଲାମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଏ! ଦେଖ, ତୁମ୍ଭେମାନେ ତୁମ୍ଭ ନିଜ ପାଇଁ ଅସୁବିଧା କରୁଛ। ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କେବଳ ସେହି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ଯାଇ ପାରିବେ ନାହିଁ।” ଏହା ପରେ ସେ ହାରୋଣ ଓ ମୋଶାଙ୍କୁ ବିଦାୟ ଦେଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶରରେ ମାଡ଼ିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହା ସବୁ ସେମାନେ ଖାଇଯିବେ।” ତେଣୁ ମୋଶା ତାଙ୍କର ଆଶାବାଡ଼ିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହା ପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ଜୋ‌‌ର୍‌‌ରେ ପବନ ବୁହାଇଲେ। ଏହି ପବନ ଦିନ ଓ ରାତି ତମାମ ଲାଗି ରହିଲା। ପ୍ରଭାତ ହେବାରୁ ସେହି ପବନ ଦ୍ୱାରା ପଙ୍ଗପାଳ ଦ୍ୱାରା ମିଶର ଭୂମି ପରିପୂର୍ଣ୍ଣ ହୋଇଗଲା। ପଙ୍ଗପାଳ ଦଳ ଉଡ଼ିଆସି ମିଶର ଦେଶରେ ଭୂମିସ୍ଥ ହେଲେ। ଏତେ ସଂଖ୍ୟାରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ୟକ ପଙ୍ଗପାଳ ଦଳ ମିଶରରେ କଦାପି ଦେଖାଯାଇ ନ ଥିଲେ। ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହୋଇଗଲା। ପଥର ବର୍ଷାରେ ଯାହାସବୁ ନଷ୍ଟ ହୋଇ ନ ଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶରରେ କୌଣସି ବୃକ୍ଷରେ ଆଉ ପତ୍ର ରହିଲା ନାହିଁ। ଫାରୋ ବ୍ୟଗ୍ରତାର ସହକାରେ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, “ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ପାପ କରିଅଛି। ଏଇ ଥରକ ପାଇଁ ମୋତେ କ୍ଷମା କର। ଏହି ‘ମାରାତ୍ମକ’ ପଙ୍ଗପାଳଗୁଡ଼ିକୁ ଦୂରେଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କର।” ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ପବନର ଦିଗ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବେଗରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡ଼ାଇ ନେଇ ଲୋହିତ ସୂଫ ସାଗରରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶରରେ ରହିଲେ ନାହିଁ। କିନ୍ତୁ ସଦାପ୍ରଭୁ ପୁନରାୟ ଫାରୋଙ୍କ ହୃଦୟ କଠୋର କଲେ। ଯେଉଁଥିରେ ଫାରୋ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମିଶରେ ଅନ୍ଧକାରାଚ୍ଛନ୍ନ ହେଲା ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହସ୍ତ ଆକାଶ ଆଡ଼କୁ ଉଠାଅ। ତାହାହେଲେ ମିଶର ଦେଶ ଅନ୍ଧକାରରେ ଆଚ୍ଛାଦିତ ହେବ। ମିଶରୀୟମାନେ ଅନ୍ଧକାରରେ ଦରାଣ୍ଡି ହେବେ।” ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ତାଙ୍କର ହସ୍ତ ଆକାଶ ଆଡ଼କୁ ଉଠାଇଲେ। ତା’ପରେ ଅନ୍ଧକାର, ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶରରେ କ୍ରମାଗତ ତିନି ଦିନ ରହିଲା। ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଦେଖି ପାରିଲା ନାହିଁ। କେହି କୁଆଡ଼େ ଯାଇ ପାରିଲେ ନାହିଁ । କିନ୍ତୁ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେଠାରେ ଅନ୍ଧକାର ନ ଥିଲା। ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।” ମୋଶା କହିଲେ, “ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ୱରଙ୍କର ଉପାସନା ପାଇଁ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନେବୁ। ଏଠାରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। କ’ଣ ଦେଇ ସଦାପ୍ରଭୁଙ୍କର ଉପାସନା କରିବାକୁ ହେବ, ତାହା ଆମ୍ଭେମାନେ ସେଠାରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ୟ ସଙ୍ଗରେ ନେଇ ଯିବାକୁ ହେବ।” ସଦାପ୍ରଭୁ ଫାରୋଙ୍କର ହୃଦୟକୁ ପୁଣି କଠୋର କଲେ, ତେଣୁ ଫାରୋ ସେମାନଙ୍କୁ ଆଉ ଯିବାକୁ ଦେଲେ ନାହିଁ। ଏହା ପରେ ଫାରୋ ମୋଶାଙ୍କୁ କହିଲେ, “ମୋ’ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ୟୁବରଣ କରିବ।” ଏହା ପରେ ମୋଶା ଫାରୋଙ୍କୁ କହିଲେ, “ତୁମ୍ଭେ ଗୋଟିଏ ଠିକ୍ କଥା କହିଛ, ମୁଁ ତୁମ୍ଭକୁ ଆଉ ଦେଖା କରିବାକୁ ଆସିବି ନାହିଁ।” ପ୍ରଥମଜାତ ସନ୍ତାନମାନଙ୍କର ମୃତ୍ୟୁ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧରେ ଆଣିବା। ଏହା ପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦେବ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡ଼ି ଦେବ। ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ। ସଦାପ୍ରଭୁ ମିଶରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପାତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗରେ ଓ ମିଶରର ଲୋକମାନଙ୍କ ଆଗରେ ମୋଶା ଅତି ମହାନ୍ ଲୋକ ହେଲେ।’” ମୋଶା ଲୋକମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଦୁଇପ୍ରହର ରାତ୍ରିରେ ମୁଁ ଆଜି ମିଶର ମଧ୍ୟଦେଇ ଗମନ କରିବି। ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେ ଏପରିକି ଫାରୋଙ୍କର ପ୍ରଥମଜାତ ପୁତ୍ର, ଚକିପେଷଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତମାନେ ମଧ୍ୟ ମରିବେ। ମିଶରରେ ଏକ ମହାରୋଦନ ହେବ। ଯାହା ପୂର୍ବେ ହୋଇ ନାହିଁ କି କେବେ ହେବ ନାହିଁ। କିନ୍ତୁ ଏପରି କୌଣସି ଇସ୍ରାଏଲୀୟମାନଙ୍କର ହେବ ନାହିଁ। ଏପରିକି ଇସ୍ରାଏଲର ଏକ କୁକୁର କୌଣସି ବ୍ୟକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କେହି ଇସ୍ରାଏଲୀୟ ମରିବେ ନାହିଁ।’ ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଓ ମିଶରୀୟମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି। ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା’ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶରରେ ଆହୁରି ବହୁତ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇ ପାରିବି।” ମୋଶା ଏବଂ ହାରୋଣ, ଫାରୋଙ୍କ ଆଗରେ ଏହିସବୁ ଅ‌ଦ୍‌ଭୂତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ତାଙ୍କର ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେଲେ ନାହିଁ। ନିସ୍ତାରପର୍ବ ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ, “ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ। ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ। ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା’ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ। ଯେଉଁ ମେଷ ଶାବକଟିକୁ ନେବ ତାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଓ ଏହା ଏକ ବର୍ଷର ପୁରୁଷ ମେଷ ହେବା ଆବଶ୍ୟକ। ଏହି ପଶୁଟି ଏକ ଯୁବାମେଷ କିମ୍ବା ଏକ ଛେଳି ଶାବକ ହେବା ଦରକାର। ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ। ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ। “ସେହି ରାତ୍ରିରେ, ତୁମ୍ଭେ ତା’ର ମାଂସକୁ ଅଗ୍ନିରେ ଦ‌ଗ୍‌ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ। ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍। ତୁମ୍ଭେ ନିଶ୍ଚିତ ତା’ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦ‌ଗ୍‌ଧ କରିବ। “ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ। “ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ। ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ। “ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ। ଏହି ଉତ୍ସବରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ସାତ ଦିନ ପର୍ଯ୍ୟନ୍ତ ଖାଇବ। ବିଶେଷତଃ ପ୍ରଥମ ଦିନରେ ତୁମ୍ଭ ଗୃହରୁ ତାଡ଼ି ଦୂରରେ ରଖିବ। ଏହି ସାତ ଦିନ ମଧ୍ୟରେ ତୁମ୍ଭେମାନେ କେହି ତାଡ଼ି ଖାଇବ ନାହିଁ। ଯଦି କେହି ତାଡ଼ି ଭୋଜନ କରେ ତେବେ ସେ ତା’ର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଏହି ପର୍ବର ପ୍ରଥମ ଦିନ ଓ ଶେଷ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ସେହି ଦିନ କିଛି କରିବା ଉଚିତ୍ ନୁହେଁ। କେବଳ ତୁମ୍ଭେମାନେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ। ଏହି ପ୍ରକାରରେ ତୁମ୍ଭେମାନ ତାଡ଼ିଶୂନ୍ୟ ରୋଟୀର ପର୍ବ ପ୍ରତି ବର୍ଷ ପାଳନ କରିବ। କାରଣ ସେହି ଦିନରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିବା। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ୟବସ୍ଥାରେ ମୋ’ ପାଇଁ ଏହି ଦିନ ପାଳନ କରିବ। ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ। ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। ଏହି ପର୍ବରେ, ତୁମ୍ଭେମାନେ ତାଡ଼ିମିଶ୍ରିତ ରୋଟୀ ଖାଇବ ନାହିଁ। ତୁମ୍ଭେମାନେ ଯେଉଁ ସ୍ଥାନରେ ବାସ କରନା କାହିଁକି ତାଡ଼ିଶୂନ୍ୟ ରୋଟୀ ଖାଇବ।” ତେଣୁ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭର ପରିବାର ପାଇଁ ଏକ ମେଷଶାବକ ଆଣ ଓ ନିସ୍ତାରପର୍ବର ମେଷଶାବକକୁ ବଧ କର। ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ। ସେହି ସମୟରେ ସଦାପ୍ରଭୁ ମିଶର ମଝିରେ ଯିବେ ଏବଂ ମିଶରୀୟମାନଙ୍କୁ ହତ୍ୟା କରିବେ। ସଦାପ୍ରଭୁ ଯେଉଁ ଦ୍ୱାରରେ ରକ୍ତ ଚିହ୍ନ ଦେଖିବେ ସେହି ଘରକୁ ଛାଡ଼ି ଦେବେ। ସେ ମୃତ୍ୟୁ ଦୂତକୁ ତୁମ୍ଭ ଘରେ ପଶି ତୁମ୍ଭକୁ ହତ୍ୟା କରିବାକୁ ଦେବେ ନାହିଁ। ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହେବ। ଏହି ବ୍ୟବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍। ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭେମାନେ ସେଠାରେ ମଧ୍ୟ ପାଳନ କରିବ, ସେହି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦେବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। ଯେତେବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେମାନେ କାହିଁକି ଏପରି ପର୍ବ ପାଳନ କରୁଛ?’ ତୁମ୍ଭେମାନେ କହିବ, ‘ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ। କାରଣ ଯେତେବେଳେ ଆମ୍ଭେ ମିଶରରେ ଥିଲୁ, ସଦାପ୍ରଭୁ ସେତେବେଳେ ଆମ୍ଭମାନଙ୍କୁ ଛାଡ଼ି କେବଳ ମିଶରବାସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ୟା କଲାବେଳେ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥିଲେ।’” ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହୋଇ ପ୍ରଣାମ କଲେ। ଏହି ଆଜ୍ଞା ସଦାପ୍ରଭୁ, ମୋଶା ଏବଂ ହାରୋଣଙ୍କୁ ଦେଇଥିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ। ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ। ସେହି ରାତ୍ରରେ ମିଶରର ପ୍ରତ୍ୟେକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଗ୍ଭରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ। ଇସ୍ରାଏଲ ମିଶର ଛାଡ଼ିଲେ ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର। ତୁମ୍ଭେ ତୁମ୍ଭର ମେଷ, ଗାଈ ଗୋରୁ ସମସ୍ତ ନେଇ ଯାଅ ଏବଂ ମୋତେ ଆଶୀର୍ବାଦ କର।” ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।” ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ। ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ। ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ। ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ। ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ। ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ। ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ। 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ। ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ। ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ। କିନ୍ତୁ ପ୍ରତ୍ୟେକ ଲୋକର ଦାସ ଯିଏ କିଣା ହୋଇଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହୋଇଥାଏ। ନ ହେଲେ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ। “ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମ୍ଭେ ସେହି ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ। କିମ୍ବା ତା’ର ଗୋଟିଏ ହେଲେ ଅସ୍ଥି ଭାଙ୍ଗିବ ନାହିଁ। ଇସ୍ରାଏଲର ସମଗ୍ର ମଣ୍ଡଳୀ ତାହା ପାଳନ କରିବେ। ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଗ୍ଭହିଁବ ନିସ୍ତାରପର୍ବରେ ଭାଗନେବା ପାଇଁ ତେବେ ତାକୁ ସୁନ୍ନତ ହେବାକୁ ପଡ଼ିବ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ସହିତ ସମାନ ହେବ। ଏହା ପରେ ସେ ତୁମ୍ଭ ସହିତ ଭୋଜନ କରି ପାରିବ। ଯଦି ଜଣେ ସୁନ୍ନତ ହୋଇ ନ ଥିବ ତେବେ ସେ ନିସ୍ତାରପର୍ବ ପାଳନ କରି ପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇ ପାରିବ ନାହିଁ। ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଜୁଜ୍ୟ, ଏହା କେବଳ ଅଣଇସ୍ରାଏଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ଏହି ନିୟମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶରେ ବାସ କରୁଥିବେ।” ତେଣୁ ସମସ୍ତ ଇସ୍ରାଏଲୀୟମାନେ ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାକୁ ମାନିଲେ। ତେଣୁ ଠିକ୍ ସେହି ଦିନ, ସଦାପ୍ରଭୁ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ଆଗେଇ ନେଲେ। ସୈନ୍ୟ ଶ୍ରେଣୀବଦ୍ଧ ଲୋକମାନେ ମିଶର ପରିତ୍ୟାଗ କଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହେବ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରଦାନ କର, ତାହା ଆମ୍ଭର।” ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ। ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ। “ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ। ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି। ସେହି ଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚୟ କହିବ, ‘ଆମ୍ଭେ ଏହି ଭୋଜିର ଆୟୋଜନ କରିଛୁ ଯେହେତୁ ସଦାପ୍ରଭୁ ଆମ୍ଭକୁ ମିଶରରୁ ଏହି ଦିନ ମୁକ୍ତ କରିଥିଲେ।’ “ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି। ତେଣୁ ଏହି ସ୍ମରଣୀୟ ଦିବସଟିକୁ ବିଧି ଅନୁସାରେ ପାଳନ କରିବ। “ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସେହି ଦେଶକୁ ନେଇଯିବେ, ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସେଠାରେ କିଣାନୀୟମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସେହି ଦେଶ ଦେବେ। ତୁମ୍ଭେ ନିଶ୍ଚୟ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦେବା ଉଚିତ୍। ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗଧକୁ ମୁକ୍ତ କରି ପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତେବେ ତୁମ୍ଭେ ତା’ର ବେକକୁ ଭାଙ୍ଗି ଦେବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ହେବ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହେବ। “ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି। ମିଶରରେ, ଫାରୋ ଥିଲେ ଅତି କଠୋର ମନା। ସେ ଆମ୍ଭକୁ ଯିବାକୁ ଦେଉ ନ ଥିଲେ, ତେଣୁ ସେଠାରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ୟା କରିଥିଲେ। ସେହି କାରଣରୁ ଆମ୍ଭେମାନେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫେରାଇ ଆଣୁ।’ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ବାହୁବଳରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।” ମିଶରରୁ ବାହାରକୁ ଯାତ୍ରା ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।” ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ। ଯୋଷେଫ ଗୃହକୁ ଗଲେ ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।” ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଗେଇ ନେଲେ ଇସ୍ରାଏଲର ଲୋକମାନେ ସୁ‌କ୍‌କୋତଠାରୁ ଛାଡ଼ି ଏଥମରେ ଛାଉଣି ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା। ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ। ଦିନ ସମୟରେ ସେମାନଙ୍କୁ ଘନ ବାଦଲ ଓ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସେମାନଙ୍କ ସହିତ ସର୍ବଦା ରଖିଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମି‌ଗ୍‌ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବା‌ଲ୍‌ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ। ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି। ମୁଁ ଫାରୋଙ୍କୁ ପୁଣି କଠୋର କରିବି ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କରିବି। ଏହା ମୋର ସମ୍ମାନ ବଢ଼ାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ।” ସେମାନେ ତାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ। ଫାରୋ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ ମିଶରର ରାଜା ଖବର ପାଇଲେ ଯେ ଇସ୍ରାଏଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତେବେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମତି ପରିବର୍ତ୍ତନ କଲେ। ସେମାନେ କହିଲେ, “କାହିଁକି ଆମ୍ଭେମାନେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।” ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗରେ ନେଲେ। ଫାରୋ ମିଶରର ଅନ୍ୟାନ୍ୟ ସୈନ୍ୟ ଓ ରଥ ସହିତ 600 ଜଣ ନିପୁଣ ସୈନ୍ୟ ଏବଂ ସେମାନଙ୍କର ରଥଗୁଡ଼ିକ ନେଲେ ଏବଂ ପ୍ରତ୍ୟେକ ରଥରେ ଜଣେ ଅଧିକାରୀ ରହିଲେ। ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ। ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ। ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି। ଆମ୍ଭେମାନେ କ’ଣ ମିଶରରେ କହି ନ ଥିଲୁ ଏହିପରି ଘଟିବ ବୋଲି? ମିଶରରେ ଆମ୍ଭେମାନେ ତୁମ୍ଭକୁ କହିଲୁ, ‘ଆମ୍ଭକୁ ବିବ୍ରତ କର ନାହିଁ। ଆମ୍ଭକୁ ଏହିଠାରେ ରହି ମିଶରୀୟମାନଙ୍କର ଦାସ ହେବାକୁ ଦିଅ।’ ମରୁଭୂମିରେ ମୃତ୍ୟୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହେବ।” କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ। ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ। ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ। ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ। ଏହା ପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ୱର। ସେମାନେ ମୋତେ ସମ୍ମାନ କରିବେ ଯେତେବେଳେ ମୁଁ ଫାରୋ ଏବଂ ତା’ର ରଥାରୋହୀମାନଙ୍କୁ ଏବଂ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ପରାସ୍ତ କରିବି।” ସଦାପ୍ରଭୁ ମିଶରର ସୈନ୍ୟମାନଙ୍କୁ ପରାସ୍ତ କଲେ ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା। ଏହି ପ୍ରକାରେ ଘନମେଘ ଇସ୍ରାଏଲୀୟ ସୈନ୍ୟ ଓ ମିଶରୀୟ ସୈନ୍ୟମାନଙ୍କ ମଧ୍ୟରେ ରହିଲା। ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖରେ ଅନ୍ଧକାରଚ୍ଛନ୍ନ ହୋଇ ରହିଲା। ଯେଉଁଥିପାଇଁ ସେହି ରାତ୍ରରେ ମିଶରବାସୀ ଇସ୍ରାଏଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ। ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା। ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା। ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ। ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ। ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।” ତେଣୁ ମୋଶା ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହା ପରେ ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହୋଇଗଲା। ମିଶରୀୟମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସେମାନଙ୍କୁ ସମୁଦ୍ରରେ ନିକ୍ଷେପ କଲେ। ସମୁଦ୍ର ତା’ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ। ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା। ତେଣୁ ସେହି ଦିନ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇସ୍ରାଏଲର ଲୋକମାନେ ମିଶରୀୟମାନଙ୍କର ମୃତ ଦେହକୁ ସୂଫସାଗର କୂଳରେ ଥିବାର ଦେଖିଲେ। ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ। ମୋଶାଙ୍କ ସଙ୍ଗୀତ ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ, “ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କଲେ। ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି। ସେ ମୋତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଏବଂ ମୁଁ ତାଙ୍କର ସମ୍ମାନ କରିବି। ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ। ସେ ଫାରୋଙ୍କର ରଥ ଏବଂ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି। ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି। ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ି ଗଲେ। “ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ। ତୁମ୍ଭେ ନିଜର ଉତ୍କୃଷ୍ଟ ମହିମାରେ, ନିଜର ପ୍ରତିକୂଳାଗ୍ଭରୀମାନଙ୍କୁ ଧ୍ୱଂସ କରିଛ। ତୁମ୍ଭେ ତୁମ୍ଭର କ୍ରୋଧାଗ୍ନି ପଠାଅ। ତାହା ସେମାନଙ୍କୁ ନଡ଼ାପରି ଗ୍ରାସ କରେ। ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ୟ ପରିଣତ କଲା। ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା। ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା। “ଶତ୍ରୁ କହିଲା, ‘ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି। ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ। ମୁଁ ଆପଣା ଖ‌ଡ଼୍‌ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।’ ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ। ସେମାନେ ସୀସା ପରି ଅଗାଧ ସମୁଦ୍ରରେ ବୁଡ଼ିଗଲେ। “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି? ନା, ତୁମ୍ଭ ପରି ଆଉ କେହି ନାହାନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅ‌ଦ୍‌ଭୂତ କାର୍ଯ୍ୟ କର! ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ଉଠାଇଲ ଏବଂ ପୃଥିବୀ ସେମାନଙ୍କୁ ଗ୍ରାସ କଲା। କିନ୍ତୁ ତୁମ୍ଭେ ଦୟାରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗେଇ ନେଲ। ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନେଇ ଯାଇଛ। “ଲୋକମାନେ ଏହା ଶୁଣି ଅଛନ୍ତି, ସେମାନେ ଭୟରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟରେ ଥରିବାକୁ ଲାଗିଲେ। ଇଦୋମର ନେତାଗଣ ଭୟରେ ଥରିଲେ। ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ। କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ। ସେହି ସମସ୍ତ ଲୋକମାନେ ଭୟଭୀତ ହେବେ। ତୁମ୍ଭ ବାହୁର ଶକ୍ତି ଦ୍ୱାରା ସେମାନେ ପଥର ପରି ନିଶ୍ଚଳ ହେବେ, ଯେପର୍ଯ୍ୟନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଗ୍ଭଲି ଯାଇ ନାହାନ୍ତି। ତୁମ୍ଭେ ସେମାନଙ୍କୁ ଆଣ ଓ ସେମାନଙ୍କୁ ନିଜ ପର୍ବତରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି। “ସଦାପ୍ରଭୁ ଚିରଦିନ ରାଜତ୍ୱ କରିବେ।” କାରଣ ଫାରୋଙ୍କର ଘୋଡ଼ା, ରଥ ଏବଂ ସୈନ୍ୟମାନେ ସବୁ ସମୁଦ୍ର ଭିତରକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇସ୍ରାଏଲ ଲୋକମାନେ ସମୁଦ୍ର ମଧ୍ୟରେ ଶୁଷ୍କ ରାସ୍ତାରେ ଗମନ କଲେ। ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। ତା’ପରେ ମରିୟମ ଲୋକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।” ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା। ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?” ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା। ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। ତା’ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପିଡ଼ୀତ ହେଲେ, ତୁମ୍ଭେମାନେ ସେହି ରୋଗରେ ପିଡ଼ୀତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।” ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ। Israel Complains, So God Sends Food ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ। ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ। ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।” ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।” ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।” ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’ ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା। ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’” ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ। ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’” ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ। ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ। ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।” କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ। ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା। ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସେମାନେ ପ୍ରତ୍ୟେକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମୋଶାଙ୍କୁ ଜଣାଇଲେ। ମୋଶା ସେମାନଙ୍କୁ କହିଲେ, “ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତାକାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ତୁମ୍ଭେମାନେ ଆଜି ଯେତିକି ଖାଦ୍ୟ ଦରକାର କରୁଛ ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କର।” ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଞ୍ଚୟ କଲେ। ସେହି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥିରେ ପୋକ ନ ଥିଲେ। ସପ୍ତମ ଦିବସ, ମୋଶା ଲୋକମାନଙ୍କୁ କହିଲେ, “ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ୟ ଦିବସ। ତେଣୁ ତୁମ୍ଭେମାନେ କ୍ଷେତକୁ ଆଜି କେହି ନ ଯାଇ ରଖାଯାଇଥିବା ଖାଦ୍ୟକୁ ଭକ୍ଷ୍ୟଣ କର। ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।” ତଥାପି ସପ୍ତମ ଦିବସରେ ମଧ୍ୟ କେହି କେହି ଖାଦ୍ୟ ଖୋଜିବାକୁ ଗଲେ, ସେମାନେ କିଛି ପାଇଲେ ନାହିଁ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “କେତେକାଳ ତୁମ୍ଭ ଲୋକମାନେ ମୋର ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ? ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ ପ୍ରତ୍ୟେକ ବିଶ୍ରାମ ଦିନରେ ନିଜ ନିଜ ସ୍ଥାନରୁ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ଥାଅ।” ତେଣୁ ଲୋକମାନେ ବିଶ୍ରାମ ଦିନରେ ବିଶ୍ରାମ କଲେ। ତେଣୁ ଇସ୍ରାଏଲର ଲୋକମାନେ ସେହି ଖାଦ୍ୟର ନାମ “ମାନ୍ନା” ଦେଲେ। ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ସ୍ୱାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା। ଏହା ପରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଛନ୍ତି, ‘ସେ ତୁମ୍ଭମାନଙ୍କୁ ମିଶର ଦେଶଠାରୁ ଆଣିବା ବେଳେ ମରୁଭୂମି ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେମନ୍ତ ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି। ଏଣୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣର ମାନ୍ନା ରଖ।”’ ତେଣୁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଏକ ପାତ୍ର ନେଇ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ। ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।” ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିବା ଅନୁସାରେ ହାରୋଣ ଏହାକୁ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ। ଲୋକମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଏହି ମାନ୍ନା ଖାଇଲେ। ସେମାନେ ଏହି ମାନ୍ନା ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ମାନ୍ନା ଖାଇଲେ। ଏକ ଓମର ଐଫାର ଦଶମାଂଶ। Water From the Rock ଇସ୍ରାଏଲର ସମସ୍ତ ସମାଜ ଏକତ୍ରିତ ହୋଇ ସୀନୟ ମରୁଭୂମିରୁ ଯାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସେମାନେ ରଫୀଦୀମରେ ଛାଉଣି ସ୍ଥପନ କଲେ ଏବଂ ସେଠାରେ ଲୋକମାନଙ୍କ ପାଇଁ ପିଇବା ପାଣି ନ ଥିଲା। ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।” ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?” କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?” ତେଣୁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, “ମୁଁ ଏହି ଲୋକମାନଙ୍କ ପାଇଁ କ’ଣ କରିବି? ସେମାନେ ମୋତେ ପଥର ମାରି ହତ୍ୟା କରିବାକୁ ପ୍ରସ୍ତୁତ।” ସଦାପ୍ରଭୁ, ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯାଅ। କେତେକ ଇସ୍ରାଏଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡ଼ି ମଧ୍ୟ ତୁମ୍ଭ ସହିତ ନିଅ। ସେହି ଆଶାବାଡ଼ି ନିଅ ଯେଉଁଥିରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ। ମୁଁ ତୁମ୍ଭ ସମ୍ମୁଖରେ ହୋରେବରେ ସେହି ଶୈଳ ଉପରେ ଠିଆ ହେବି। ସେହି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରି ପାରିବେ।” ଇସ୍ରାଏଲର ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋଶା ସେହିପରି କଲେ। ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା? War With the Amalekites ରଫୀଦୀମରେ ଅମାଲେକୀୟମାନେ ଆସିଲେ ଓ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୋଶା ଯିହୋଶୂୟଙ୍କୁ କହିଲେ, “ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କେତେକ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହୋଇ ତାହା ଦେଖିବି। ପରମେଶ୍ୱରଙ୍କ ଆଶାବାଡ଼ିଟିକୁ ମୋ’ ସହିତ ନେଇଯିବି।” ଯିହୋଶୂୟ ମୋଶାଙ୍କର କଥାମାନି ତା’ ପରଦିନ ଅମାଲେକୀୟମାନଙ୍କ ସହ ଯୁଦ୍ଧ ପାଇଁ ଗଲେ। ସେହି ସମୟରେ ମୋଶା, ହାରୋଣ ଓ ହୂର ପର୍ବତ ଉପରକୁ ଗଲେ। ଯେତେବେଳେ ମୋଶା ତାଙ୍କର ହସ୍ତ ଉପରକୁ କଲେ ସେତେବେଳେ ଇସ୍ରାଏଲୀୟ ବିଜୟ ହେଲେ ଓ ଯେତେବେଳେ ମୋଶା ତାଙ୍କର ହାତ ତଳକୁ ରଖିଲେ, ସେତେବେଳେ ଇସ୍ରାଏଲୀୟମାନେ ପରାସ୍ତ ହେଲେ।” କିଛି ସମୟ ପରେ, ଯେହେତୁ ମୋଶାଙ୍କର ହାତ କ୍ଳାନ୍ତ ହୋଇଗଲା ତେଣୁ ସେମାନେ ଏକ ବିରାଟ ପଥର ଖଣ୍ଡ ଆଣି ମୋଶାଙ୍କ ଆଗରେ ପକାଇଲେ ସେ ବସିବା ପାଇଁ। ଏହା ପରେ ହାରୋଣ ଓ ହୂର ମୋଶାଙ୍କର ହାତକୁ ଉପରକୁ ଟେକି ଧରିଲେ। ହାରୋଣ ଗୋଟିଏ ପାର୍ଶ୍ୱରେ ଓ ହୂର ଅନ୍ୟ ଏକ ପାର୍ଶ୍ୱରେ ରହିଲା। ସେମାନେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ। ତେଣୁ ଯିହୋଶୂୟ ଏବଂ ତାଙ୍କର ଲୋକମାନେ ଅମାଲେକୀୟମାନଙ୍କୁ ସେହି ଯୁଦ୍ଧରେ ପରାସ୍ତ କଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳରେ ଲୋକମାନେ ମନେରଖି ପାରିବେ ଏଠାରେ ଯାହାସବୁ ଘଟିଥିଲା। ଏବଂ ଯିହୋଶୂୟଙ୍କ ପାଖରେ ସେହି ପୁସ୍ତକ ପଢ଼। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲେକୀୟମାନଙ୍କୁ ଏହି ପୃଥିବୀରୁ ଧ୍ୱଂସ କରିବି।” ଏହା ପରେ ମୋଶା ଏକ ଯଜ୍ଞବେଦି ସ୍ଥାପନ କଲେ। ମୋଶା ଏହାର ନାମ ଦେଲେ, ଯିହୋବାଃ-ନିଃଷି “ସଦାପ୍ରଭୁ ମୋର ଧ୍ୱଜା ରଖିଲେ।” ମୋଶା କହିଲେ, “ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡ଼କୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲେକ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।” ମୋଶାଙ୍କ ଶ୍ୱଶୁରଙ୍କଠାରୁ ଉପଦେଶ ମିଦିୟନୀୟମାନଙ୍କର ଯାଜକ ଯିଥ୍ରୋ, ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକାରେ ମୋଶା ଏବଂ ତାଙ୍କର ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିଛନ୍ତି। ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ ଗଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ପର୍ବତ ସୀନୟରେ ଥିଲେ। ଯିଥ୍ରୋ ମୋଶାଙ୍କର ସ୍ତ୍ରୀ ସି‌ପ୍‌ପୋରାକୁ ସାଙ୍ଗରେ ନେଇଗଲେ। ସି‌ପ୍‌ପୋରା ମୋଶାଙ୍କ ପାଖରେ ନ ଥିଲେ କାରଣ ମୋଶା ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଇଥିଲେ। ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।” ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା’ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖ‌ଡ଼୍‌ଗରୁ ରକ୍ଷା କଲେ।” ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ, ମୋଶାଙ୍କର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସେହି ସମୟରେ ମୋଶା ପରମେଶ୍ୱରଙ୍କର ପର୍ବତ ନିକଟରେ ଛାଉଣି ପକାଇଥିଲେ। ଯିଥ୍ରୋ ମୋଶାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋ କହିଲେ, “ମୁଁ ତୁମ୍ଭର ଶ୍ୱଶୁର ଯିଥ୍ରୋ ଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।” ତେଣୁ ମୋଶା ତାଙ୍କ ଶ୍ୱଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମୋଶା ତାଙ୍କ ଶ୍ୱଶୁରଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଏବଂ ସେମାନେ ପରମେଶ୍ୱରଙ୍କର ଉତ୍ତମ ଖବର ବୁଝିଲେ। ଏହା ପରେ ସେମାନେ ମୋଶାଙ୍କ ତମ୍ବୁକୁ ଗଲେ ଓ ସେଠାରେ କଥା ହେଲେ। ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ଯିଥ୍ରୋ ବହୁତ ଖୁସୀହେଲେ, ଯେତେବେଳେ ଜାଣିଲେ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ପାଇଁ ଉତ୍ତମ କର୍ମମାନ କରିଛନ୍ତି ଏବଂ ସେ ବହୁତ ଖୁସୀହେଲେ ଯେ ସଦାପ୍ରଭୁ ମିଶରଠାରୁ ଇସ୍ରାଏଲକୁ ମୁକ୍ତ କରିଛନ୍ତି। ଯିଥ୍ରୋ କହିଲେ, “ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି। ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍। ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!” ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ। ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ। ମୋଶା ଲୋକମାନଙ୍କର ବିଗ୍ଭର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଗ୍ଭରିଲେ, “ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଗ୍ଭର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେବେ?” ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ, “ସେମାନେ ପରମେଶ୍ୱରଙ୍କର ବିଗ୍ଭର ବୁଝିବା ପାଇଁ ମୋ’ ନିକଟକୁ ଆସନ୍ତି। ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।” କିନ୍ତୁ ମୋଶାଙ୍କ ଶ୍ୱଶୁର ତାଙ୍କୁ କହିଲେ, “ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ। ଏହିସବୁ କାର୍ଯ୍ୟ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ଯ୍ୟ କରି ପାରିବ ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦେବ ଏବଂ ଏହା ଲୋକମାନଙ୍କୁ କ୍ଳାନ୍ତ କରିବ। ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କ ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର। ସେମାନେ ସର୍ବଦା ଲୋକମାନଙ୍କର ବିଗ୍ଭର କରନ୍ତୁ। ପୁଣି ଜଟିଳ ବିଷୟରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ସେମାନେ ଆପେ ବିଗ୍ଭର କରିବେ। ତାହାହେଲେ, ତୁମ୍ଭ ନିଜ କର୍ମରୁ ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ। ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।” ଏହା ପରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ। ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ନିଜେ ନିଜେ ବିଗ୍ଭର କଲେ। ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ ବିଦାୟ ଦେଲେ ଏବଂ ଯିଥ୍ରୋ ସ୍ୱଦେଶକୁ ଗଲେ। ଇସ୍ରାଏଲ ସହିତ ପରମେଶ୍ୱରଙ୍କ ଚୁକ୍ତି ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ। ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ। ଏହା ପରେ ମୋଶା ଉପରକୁ ଚଢ଼ି ପରମେଶ୍ୱରଙ୍କ ନିକଟକୁ ଗଲେ। ପରମେଶ୍ୱର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ କହିଲେ, “ଏହି ସୂଚନା ଯାକୁବର ପରିବାର ଇସ୍ରାଏଲୀୟମାନଙ୍କୁ ଦିଅ। ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି। ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର। ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।” ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ। ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।” ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ। ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।” ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ। ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ। ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବେ କାରଣ ଏହି ଦିନ ଆମ୍ଭେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମୋତେ ଦେଖି ପାରିବେ। କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂରେଇ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସେହି ସୀମାକୁ ଯେପରି କେହି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ୟ ହେଉ ଯିଏ ପର୍ବତ ସ୍ପର୍ଶ କରିବ ସେ ମରିବ। କିଏ ପଥର ଛେଗ୍ଭରେ ମରିବ ତ କିଏ ବାଣ ଦ୍ୱାରା ମରିବ। କିନ୍ତୁ କେହି ଏହି ବ୍ୟକ୍ତିକୁ ହତ୍ୟା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ସେମାନେ ପର୍ବତ ଉପରକୁ ଯାଇ ପାରିବେ।” ତେଣୁ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସେମାନଙ୍କର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ। ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।” ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ। ଏହା ପରେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ପରମେଶ୍ୱରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ। ସୀନୟ ପର୍ବତ ଧୂଆଁରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୂଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହାରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନରେ ପର୍ବତରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା। ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ। ଏହା ପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମୋଶାଙ୍କୁ ପର୍ବତ ଉପରକୁ ଡାକିଲେ। ତେଣୁ ମୋଶା ପର୍ବତ ଉପରକୁ ଚଢ଼ିଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।” ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।” ସଦାପ୍ରଭୁ ମୋଶାଙ୍କୁ କହିଲେ, “ଓହ୍ଲାଇ ଯାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନ କରନ୍ତି, ନ ହେଲେ ମୁଁ ସେମାନଙ୍କୁ ଦଣ୍ଡ ଦେବି।” ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ। ଦଶ ଆଜ୍ଞା ଏହା ପରେ ପରମେଶ୍ୱର କହିଲେ, “ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ। “ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ। “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ। କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି। କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ। “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି। “ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର। ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ। ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ। “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ। “ତୁମ୍ଭେ ନରହତ୍ୟା କରିବ ନାହିଁ। “ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ। “ତୁମ୍ଭେ ଗ୍ଭେରି କରିବ ନାହିଁ। “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ। “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ, ଦାସୀ କି ତା’ର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।” ଲୋକମାନେ ପରମେଶ୍ୱରଙ୍କୁ ଭୟ କଲେ ସେତେବେଳେ ସମସ୍ତ ଲୋକ ମେଘ ଗର୍ଜନ ଓ ବିଜୁଳି ଓ ତୂରୀ ଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ। ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭେମାନେ ଶୁଣିବୁ, ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲେ ଆମ୍ଭେମାନେ ମରିଯିବୁ।” ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେମନ୍ତ ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।” ଲୋକମାନେ ସେତେବେଳେ ସେହି ପବିତ୍ର ପର୍ବତଠାରୁ ଦୂରରେ ରହିଲେ, ଯେତେବେଳେ ମୋଶା ସେହି ପର୍ବତ ଉପରକୁ, ଘନ ମେଘ ମଧ୍ୟକୁ ପରମେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲର ଲୋକମାନଙ୍କୁ ଏହି କଥା କୁହ, “ଆମ୍ଭେ ସ୍ୱର୍ଗରେ ରହି ତୁମ୍ଭମାନଙ୍କ ସହିତ କଥା କହିଥିଲୁ। ତୁମ୍ଭେମାନେ ଦେଖିଅଛ। ତେଣୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ ଅନ୍ୟ ଦେବତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରୌପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତି ନିର୍ମାଣ କରିବ ନାହିଁ। “ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ। ଯେବେ ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବେଦି ନିର୍ମାଣ କରିବ, ତେବେ ଖୋଦିତ ପ୍ରସ୍ତରରେ ତାହା ନିର୍ମାଣ କରିବ ନାହିଁ। କାରଣ ତହିଁ ଉପରେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର ହେବ। ଏହା ଆଉ ଗ୍ରହଣ ଯୋଗ୍ୟ ହେବ ନାହିଁ। ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବେଦି ଉପରେ ଯେମନ୍ତ ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦେଇ ଆମ୍ଭ ଯଜ୍ଞବେଦି ଉପରକୁ ଉଠିବ ନାହିଁ।” ଅନ୍ୟାନ୍ୟ ବ୍ୟବସ୍ଥା ଓ ଆଜ୍ଞା ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଏଗୁଡ଼ିକ ହେଉଛି ଅନ୍ୟାନ୍ୟ ବ୍ୟବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ। “ଯଦି ତୁମ୍ଭେ ଜଣେ ଏବ୍ରୀୟ କ୍ରୀତଦାସ ନିଅ, ତେବେ ସେ ଛଅ ବର୍ଷ ତୁମ୍ଭର ସେବା କରିବ। ସପ୍ତମ ବର୍ଷରେ ସେ ମୁକ୍ତ ହୋଇଯିବ। ତାକୁ ଆଉ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଯଦି ସେହି ଲୋକ ଜଣକ ବିବାହିତ ନ ହୋଇଥାଏ, ତେବେ ସେ ଏକାକୀ ଯିବ ଓ ଯଦି ସେ ବିବାହିତ ହୋଇଥାଏ ତେବେ ସେ ମୁକ୍ତ ହେବା ସମୟରେ ତା’ର ସ୍ତ୍ରୀକୁ ସାଙ୍ଗରେ ନେଇଯିବ। ଯଦି ତା’ର ମୁନିବ ତାକୁ ବିବାହ କରି ଦେଇଥାଏ, ଯଦି ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟା ଜନ୍ମ ହୋଇଥାଏ, ତେବେ ତା’ର ସ୍ତ୍ରୀ ଓ ପୁତ୍ରକନ୍ୟା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାଯିବ। “ମାତ୍ର ଏପରି ହୋଇପାରେ ଯେ ସେ ଦାସ କହିପାରେ ମୁଁ ମୋର ମୁନିବ ନିକଟରେ ରହିବି। ଯଦି ସେ କହେ, ‘ମୁଁ ମୋର ମୁନିବକୁ ଭଲ ପାଏ, ମୁଁ ମୋର ସ୍ତ୍ରୀ, ପୁତ୍ରକନ୍ୟାକୁ ପ୍ରେମ କରେ, ମୁଁ ମୁକ୍ତ ହେବାକୁ ଗ୍ଭହୁଁ ନାହିଁ, ମୁଁ ଏଠାରେ ରହିବି।’ ଯଦି ଏପରି ଘଟେ, ତେବେ ତା’ର ମୁନିବ ତାଙ୍କୁ ପରମେଶ୍ୱରଙ୍କ ସମ୍ମୁଖକୁ ଆଣିବ, ତା’ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀରେ ତା’ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା’ର ସେବା କରିବ। “ଜଣେ ଲୋକ ତା’ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ। ଯଦି ତା’ର ମୁନିବ ତା’ ଉପରେ ସନ୍ତୁଷ୍ଟ ନୁହେଁ, ତେବେ ତା’ର ବିବାହ ଠିକ୍ କରି ନ ପାରେ, ତେବେ ତାକୁ ପୁନରାୟ ତା’ର ପିତାକୁ ବିକ୍ରୟ କରିଦେଇ ପାରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରୟ କରି ପାରିବ ନାହିଁ, କାରଣ ସେ ତାକୁ ଅବିଶ୍ୱସ୍ତ ଭାବରେ ବ୍ୟବହାର କରିଛି। ଯଦି ତା’ର ମୁନିବ ତାକୁ ତା’ର ପୁତ୍ରବଧୁ କରିବାକୁ କହିଥାଏ, ତେବେ ତାକୁ ଦାସୀ ଭାବରେ ବିବେଚନା କରାଯାଇ ପାରିବ ନାହିଁ। ତାକୁ ତାଙ୍କର କନ୍ୟାପରି ବ୍ୟବହାର କରାଯିବ। “ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତେବେ ସେ ପ୍ରଥମ ସ୍ତ୍ରୀକୁ କେବେ ଅସୁବିଧାରେ ପକାଇବ ନାହିଁ। ତା’ର ବିବାହୋଚିତ କର୍ତ୍ତବ୍ୟ ଯଥା: ଖାଦ୍ୟ, ବସ୍ତ୍ରରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ। ସେହି ଲୋକ ଏହିସବୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଯଦି ଏଥିରେ ସେ ତୃଟି କରେ ତେବେ ସେହି ସ୍ତ୍ରୀ ଜଣକ ନିଜେ ବିନାମୂଲ୍ୟରେ ମୁକ୍ତ ହୋଇଯିବ। “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। ଯଦି ସେ ତାକୁ ହତ୍ୟା କରିବାକୁ ଗ୍ଭହୁଁ ନ ଥିଲା କିନ୍ତୁ ପରମେଶ୍ୱର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସେମାନେ ତାକୁ ଉପଯୁକ୍ତ ଜାଗା ଦେବେ। କିନ୍ତୁ ଯଦି ଜଣେ ବ୍ୟକ୍ତି ଇଚ୍ଛା କରି କିମ୍ବା ରାଗରେ ଅନ୍ୟଜଣକୁ ହତ୍ୟା କରେ, ତେବେ ହତ୍ୟାକାରୀ ନିଶ୍ଚିତ ମୃତ୍ୟୁଦଣ୍ଡ ପାଇବ। ତାକୁ ମୋର ଯଜ୍ଞବେଦି ପାଖରୁ ନେଇଯାଅ ଓ ହତ୍ୟା କର। “ଯଦି କୌଣସି ଲୋକ ତା’ର ପିତା କିମ୍ବା ମାତାକୁ ଆଘାତ କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଅପହରଣ କରି ବିକ୍ରୟ କରେ କିମ୍ବା ଦାସ ଭାବରେ ରଖେ, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। “ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ। “ଯଦି ଦୁଇ ଲୋକ ମଧ୍ୟରେ ବିବାଦ ଉପୁଜିବାରୁ କେହି ଅନ୍ୟକୁ ପଥରରେ ଆଘାତ କରେ ବା ହସ୍ତରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମରେ ତେବେ ମାରିଥିବା ଲୋକକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା’ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା’ର ସହାୟତା କରିବ। “ବେଳେ ବେଳେ ମୁନିବ ତା’ର ଦାସୀକୁ କିମ୍ବା ଦାସକୁ ମାଡ଼ ମାରେ, ଯଦି ଆଘାତପ୍ରାପ୍ତ ହୋଇ ଦାସଟି ମରିଯାଏ, ତେବେ ତା’ର ମୁନିବକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। ଯଦି ସେହି ଦାସ ମାଡ଼ ହେବା ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତେବେ ତାକୁ ଆଉ ଦଣ୍ଡ ଦିଆଯିବ ନାହିଁ। କାରଣ, ମୁନିବ ତାକୁ ପଇସା ବିନିମୟରେ କ୍ରୟ କରିଥାଏ ଏବଂ ଦାସଟି ତା’ର ସମ୍ପୁର୍ଣ୍ଣ ନିଜର ହୋଇଥାଏ। “ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା’ର ଗର୍ଭପାତ ହୁଏ ମାତ୍ର ପରେ ତା’ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ। ଯଦି ଜଣେ ବ୍ୟକ୍ତି ଜୋ‌‌ର୍‌‌ରେ ଆଘାତ ପ୍ରାପ୍ତ ହୁଏ, ତେବେ ଆଘାତକାରୀ ଜୀବନ ବଦଳରେ ଜୀବନ ଦେବ। ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ, ବାହୁ ପରିଶୋଧରେ ବାହୁ, କ୍ଷତ ପରିଶୋଧରେ କ୍ଷତ, ଦାଗ ପରିଶୋଧରେ ଦାଗ ଦଣ୍ଡ ଦିଆଯିବ। “ଯଦି କେହି ତା’ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା’ର ଚକ୍ଷୁ ନଷ୍ଟ ହୋଇଯାଏ ତେବେ ତାକୁ ମୁକ୍ତ କରି ଦିଆଯିବ। ଯଦି କେହି ମୁନିବ ତା’ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା’ର ଦାନ୍ତ ହରାଏ ତେବେ ତା’ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ। “ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତେବେ ତା’ର ମୁନିବ ଦୋଷୀ ହେବ ନାହିଁ କିନ୍ତୁ ସେହି ବଳଦକୁ ପଥର ଦ୍ୱାରା ମରାଯିବ ଓ ତା’ର ମାଂସ ଖିଆଯିବ ନାହିଁ। ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା’ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା’ର ମୁନିବକୁ ମଧ୍ୟ ହତ୍ୟା କରାଯିବ। ଯଦି ବିଗ୍ଭରକର୍ତ୍ତାଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କେହି ଆତ୍ମୀୟ ସେହି ଅର୍ଥକୁ ଗ୍ରହଣ କରେ ତେବେ ଆଉ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ। “ଏହି ନିୟମ ମଧ୍ୟ ବଳଦ ମାରି ଦେଇଥିବା ପୁତ୍ର, କନ୍ୟା ଏବଂ ଲୋକଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବ। କିନ୍ତୁ ଯଦି ବଳଦ ଯେବେ କାହାର ଦାସ କି ଦାସୀକୁ ଆଘାତ କରେ, ତେବେ ସେ ତା’ର ପ୍ରଭୁକୁ ତିରିଶ୍ ଶେକଲ ରୂପା ଦେବ। ଆଉ ବଳଦକୁ ପ୍ରସ୍ତର ଦ୍ୱାରା ହତ୍ୟା କରାଯିବ। “ଯଦି ଜଣେ ବ୍ୟକ୍ତି ଖୋଳିଥିବା କୂଅ ବା ଗାତ ଖୋଲା ରଖିଥାଏ ଏବଂ ଯଦି ତା’ ଭିତରେ ଏକ ବଳଦ କିମ୍ବା ଏକ ଗଧ ପଡ଼ିଯାଏ ତେବେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାଯିବ। ସେହି ଲୋକ ଜଣକ ସେହି ପଶୁ ପାଇଁ ଅର୍ଥ ଦେବାକୁ ପଡ଼ିବ। ଯଦି ସେ ଅର୍ଥ ପୈଠ କରେ, ସେହି ପଶୁ ପାଇଁ, ତେବେ ସେ ତା’ର ମୃତ ଦେହକୁ ରଖିବା ପାଇଁ ଅନୁମତି ଦେବ। “ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ୟା କରେ, ତେବେ ସେମାନେ ସେହି ଜୀବିତ ଗୋରୁକୁ ବିକ୍ରୟ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ। ମାତ୍ର ତା’ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା’ର ମୁନିବ ତାକୁ ବାନ୍ଧି ନ ରଖେ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ନେବ ମାତ୍ର ମୃତ ଗୋରୁ ତା’ର ନିଜର ହେବ। “ଜଣେ ବ୍ୟକ୍ତି ପାଇଁ କ’ଣ ଦଣ୍ଡ ଅଛି ଯିଏ ଗୋରୁ କିମ୍ବା ମେଷ ଗ୍ଭେରି କରେ, ଯଦି ସେ ତାକୁ ହତ୍ୟା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫେରାଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳରେ ପାଞ୍ଚୋଟି ଗୋରୁ, ଏବଂ ଏକ ମେଷ ବଦଳରେ ଗ୍ଭରୋଟି ମେଷ ଦେବ। ଯଦି ଏକ ଗ୍ଭେର ଗ୍ଭେରି କରିବା ସମୟରେ ରାତ୍ରିରେ ମରିଯାଏ, ତେବେ ତା’ର ମୃତ୍ୟୁ ପାଇଁ କେହି ଦାୟୀ ହେବେ ନାହିଁ। ଯଦି ଏପରି ଦିନରେ ଘଟିଥାଏ ତେବେ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବ। “ଯଦି ଜଣେ ଲୋକ ଗ୍ଭେରି କରୁଥିବା ସମୟରେ ଧରାପଡ଼େ, ସେ ନିଶ୍ଚୟ ଫେରାଇଦେବ, ଯାହା ଗ୍ଭେରି କରିଥିଲା। ଏବଂ ଯଦି ସେହି ଲୋକର ନିଜର କିଛି ନ ଥାଏ, ତେବେ ତାକୁ କ୍ରୀତଦାସ ରୂପେ ବିକ୍ରୀ କରାଯିବ। ଯଦି ଗ୍ଭେରି ହୋଇଥିବା ପଶୁଟି ସେହି ଲୋକ ପାଖରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମେଷ ହେଉ, ସେ ଗ୍ଭେରି କରିଥିବା ଜିନିଷର ଦୁଇଗୁଣ ଦେବ। “ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷାକ୍ଷେତ୍ର‌ରେ ପଶୁ ଚରାଏ ତେବେ ସେ ଲୋକ ତା’ର ଉତ୍ତମ କ୍ଷେତର ଫସଲ ଉକ୍ତ ଲୋକକୁ ଦେବ। “ଯଦି କୌଣସି ଲୋକ କଣ୍ଟକ ବନରେ ଅଗ୍ନି ସଂଯୋଗ କରେ ଓ ସେହି ଅଗ୍ନିରେ ଯଦି କାହାର କ୍ଷେତର ଫସଲ ବା ଶସ୍ୟଗଦା କିମ୍ବା କ୍ଷେତଟି ପୋଡ଼ି ନଷ୍ଟ ହୁଏ ତେବେ ସେହି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହେବ। “ଆଉ କେହି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ସେହି ଲୋକର ଗୃହରୁ ଗ୍ଭେରି କରେ ଓ ସେହି ଗ୍ଭେର ଧରାପଡ଼େ, ତେବେ ସେ ତା’ର ଦୁଇଗୁଣ ଦେବ। କିନ୍ତୁ ଯଦି ଗ୍ଭେର ଧରା ନ ପଡ଼େ, ତେବେ ଗୃହସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇ ଅଛି କି ନାହିଁ, ଏହା ଜଣାଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ। “ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍ ଗୋରୁ କି ଗଧ, ମେଷ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ‘ଏହା ସେହି ଦ୍ରବ୍ୟ’ ଏବଂ ଅନ୍ୟ ଜଣେ କହିବ, ‘ନା ଏହା ତାହା ନୁହେଁ’ ତେବେ ଉଭୟ ପକ୍ଷଙ୍କ କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ, ତହିଁରେ ପରମେଶ୍ୱର ଯାହାକୁ ଦୋଷୀ ବିଗ୍ଭର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦେବ। “କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅଦେଖାରେ ସେ ପଶୁ ମରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆଯାଏ, ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ। ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ। ପୁଣି ସେ ପରିଶୋଧ କରିବ ନାହିଁ। ମାତ୍ର ଯେବେ ତାହା ନିକଟରୁ ଗ୍ଭେରି ଯାଏ, ତେବେ ସେ ତା’ର ମୁନିବକୁ ତାହାର ମୂଲ୍ୟ ଦେବ। ଯଦି କୌଣସି ବନ୍ୟ ଜନ୍ତୁ ତାକୁ ହତ୍ୟା କରେ, ଦେବେ ତାହା ଯଦି ସେ ପ୍ରମାଣ କରେ ତେବେ ତାକୁ ସେହି ପଶୁର ମୂଲ୍ୟ ଦେବାକୁ ପଡ଼ିବ ନାହିଁ। “କୌଣସି ଲୋକ ଯଦି ତା’ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତେବେ ସେ ସେହି ଜିନିଷ ପାଇଁ ଦାୟୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିଯାଏ, ତେବେ ତା’ର ପଡ଼ୋଶୀକୁ ତା’ର ପଶୁ ମୁନିବକୁ ତା’ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ତା’ର ପଡ଼ୋଶୀ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ। କାରଣ ତା’ର ମୁନିବ ସେଠାରେ ନ ଥାଏ। କିନ୍ତୁ ଯଦି ପଶୁ ନିକଟରେ ତା’ର ମୁନିବ ଥାଏ, ତେବେ ତା’ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା’ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ। “ଯଦି କୌଣସି ଲୋକର କୌଣସି ଅବିବାହିତା ଯୁବତୀ ସହ ଯୌନ ସମ୍ପର୍କ ଥାଏ, ତେବେ ସେ ତାକୁ ବିବାହ କରିବାକୁ ବାଧ୍ୟ। ଏବଂ ତାକୁ ମଧ୍ୟ ସେ ଝିଅର ପିତାକୁ ଯୌତୁକ ଦେବାକୁ ପଡ଼ିବ। ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦେବାକୁ ମନା କରେ ତଥାପି ମଧ୍ୟ ସେହି ଯୁବକକୁ ଅର୍ଥ ଦେବାକୁ ପଡ଼ିବ। ସେ ତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। “ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ମନ୍ଦ ଯାଦୁବିଦ୍ୟା ଅଭ୍ୟାସ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତେବେ ତାକୁ ଜୀବିତ ରଖିବ ନାହିଁ। “କୌଣସି ଲୋକକୁ ପଶୁ ସହିତ ଯୌନ ସମ୍ପର୍କ ରଖିବାକୁ ଦେବ ନାହିଁ। ଯଦି ଏପରି କେହି କରେ, ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବ। “ଯଦି କେହି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦେବତାଙ୍କୁ ବଳିଦାନ ଉତ୍ସର୍ଗ କରେ, ତେବେ ସେ ବର୍ଜ୍ଜନୀୟ ହୋଇ ବିନଷ୍ଟ ହେବ। “ମନେରଖ, ଅତୀତରେ ତୁମ୍ଭେମାନେ ମିଶରରେ ବିଦେଶୀ ରୂପେ ଥିଲ। ତେଣୁ ତୁମ୍ଭ ଦେଶରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ। “କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ। ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି। ଏବଂ ଏଥିରେ ଅଧିକ କ୍ରୋଧିତ ହେବି। ମୁଁ ତାକୁ ଏକ ଖ‌ଡ଼୍‌ଗରେ ହତ୍ୟା କରିବି। ଏହା ପରେ ତୁମ୍ଭର ସ୍ତ୍ରୀ ବିଧବା ହେବ ଏବଂ ତୁମ୍ଭର ପିଲାମାନେ ଅନାଥ ହେବେ। “ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ। ଯେବେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତେବେ ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଫେରାଇ ଦେବ। ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା’ର କଥା ଶୁଣିବି କାରଣ ମୁଁ ଦୟାଳୁ। “ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ। “ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ। ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ’ଠାରେ ଉତ୍ସର୍ଗ କରିବ। “ତୁମ୍ଭେମାନେ ମୋର ବିଶେଷ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ୱାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା’ର ମାଂସ ଖାଇବାକୁ ଦେବ। “ଅନ୍ୟ ଲୋକମାନଙ୍କ ବିଷୟରେ ମିଥ୍ୟା କୁହ ନାହିଁ। କାହାରି ପାଇଁ ମିଥ୍ୟା ସାକ୍ଷୀ ଦେଇ, ତାକୁ ଅସୁବିଧାରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡ଼ଯନ୍ତ୍ର କର ନାହିଁ। “ତୁମ୍ଭେ ଲୋକ ଗହଳି ସହିତ ଯୋଗଦେବା ଉଚିତ୍ ନୁହଁ ଏବଂ ନ୍ୟାୟକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତେବେଳେ ତୁମ୍ଭେ ନ୍ୟାୟାଳୟରେ ସାକ୍ଷ୍ୟ ଦିଅ। “ସେ ଗରିବ ବୋଲି ନ୍ୟାୟାଳୟରେ ତାକୁ ବିଶେଷ ଅନୁକମ୍ପା ଦେଖାଅ ନାହିଁ। “ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତେବେ ତାକୁ ତା’ର ମୁନିବକୁ ଫେରାଇ ଦିଅ, ଯଦି ସେ ତୁମ୍ଭର ଶତ୍ରୁ ବି ହୋଇଥାଏ। “ତୁମ୍ଭେ ଆପଣା ଶତ୍ରୁର ଗଧକୁ ଭାରତଳେ ପଡ଼ିଥିବାର ଦେଖିବ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ୟ ତା’ ସଙ୍ଗରେ ତାକୁ ମୁକ୍ତ କରିବ। “ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ। “କୌଣସି ଲୋକକୁ ଅଯଥା ବ‌ଦ୍‌ନାମ କର ନାହିଁ। ତା’ ନାମରେ ମିଥ୍ୟା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ୟାୟରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ୟା କରିଥାଏ ତେବେ ମୁଁ ତାକୁ କ୍ଷମା ଦେବି ନାହିଁ। “ଯଦି କୌଣସି ଲୋକ ତା’ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ। “ତୁମ୍ଭେ କେବେବି ବିଦେଶୀମାନଙ୍କ ପାଇଁ ଅନ୍ୟାୟ କର ନାହିଁ। ମନେରଖ, ଏକ ସମୟରେ ତୁମ୍ଭେମାନେ ମଧ୍ୟ ବିଦେଶୀ ଥିଲ ଯେତେବେଳେ ତୁମ୍ଭେମାନେ ମିଶରରେ ବାସ କରୁଥିଲ। The Special Festivals “ମଞ୍ଜି ବୁଣା, ଶସ୍ୟଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର। କିନ୍ତୁ ସପ୍ତମ ବର୍ଷ ଜମିରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡ଼ିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ରରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତେବେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡ଼ିଦିଅ ଏବଂ ଅବଶିଷ୍ଟକୁ ବଣ୍ୟଜନ୍ତୁମାନଙ୍କୁ ଖାଇବାକୁ ଛାଡ଼ିଦିଅ। ଏପରିକି ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜୀତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର। “ଛଅ ଦିନ ଧରି କାର୍ଯ୍ୟ କର ଏବଂ ସପ୍ତମ ଦିନରେ ବିଶ୍ରାମ କର। ଏପରି ମଧ୍ୟ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ୟ ଏପରି କରିବ। ସେମାନଙ୍କ ପାଇଁ ସପ୍ତମ ଦିନଟି ବିଶ୍ରାମ ଦେବ। “ସାବଧାନ, ତୁମ୍ଭେ ମୋର ସମସ୍ତ ବ୍ୟବସ୍ଥା ମାନିବ। ଅନ୍ୟ ଦେବତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖରେ ଧର ନାହିଁ। “ତୁମ୍ଭେମାନେ ବର୍ଷରେ ତିନିଥର ମୋ’ ଉଦ୍ଦେଶ୍ୟରେ ଉତ୍ସବ କର। ସେହି ଉତ୍ସବ ଗୁଡ଼ିକରେ ତୁମ୍ଭେମାନେ ମୋର ପବିତ୍ର ସ୍ଥାନକୁ ଆସି ଉପାସନା କର। ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ। “ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ। “ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ। “ତେଣୁ ବର୍ଷ ମଧ୍ୟରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତରେ ସ୍ୱତନ୍ତ୍ର ସ୍ଥାନରେ ଉପସ୍ଥିତ ହେବେ। “ଯେତେବେଳେ ତୁମ୍ଭେମାନେ ପଶୁ ହତ୍ୟା କରିବ ତା’ର ରକ୍ତ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତୁମ୍ଭେମାନେ ତାଡ଼ିଯୁକ୍ତ ରୋଟୀ ମୋତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତେବେଳେ ବଳିର ମାଂସ ଖାଇବ ସେତେବେଳେ ସେହି ମାଂସକୁ ଗୋଟିଏ ଦିନରେ ଖାଇ ଶେଷ କରିବ। ତା’ ପରଦିନକୁ ବଳକା ମାଂସ ରଖିବ ନାହିଁ। “ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। “ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା’ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।” ପରମେଶ୍ୱର ଇସ୍ରାଏଲଙ୍କୁ ଆପଣା ଜମି ନେବାକୁ ସାହାଯ୍ୟ କରିବେ ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ ନିକଟକୁ ସ୍ୱର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନେଇଯିବେ। ସେହି ସ୍ୱର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦେବେ। ସ୍ୱର୍ଗଦୂତଙ୍କ କଥା ତୁମ୍ଭେମାନେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରଣ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବେ ନାହିଁ। ମୋର ଶକ୍ତି ତାଙ୍କଠାରେ ନିହିତ ଅଛି। ତାଙ୍କର ପ୍ରତ୍ୟେକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହା ସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦେବେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବିରୋଧ କରିବେ ସେମାନେ ଆମ୍ଭର ଶତ୍ରୁ ହେବେ।” ପରମେଶ୍ୱର କହିଲେ, “ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ୟଦେଇ ଆଗେଇ ନେବେ। ସେ ତୁମ୍ଭମାନଙ୍କୁ ଇମୋରୀୟ, ହିତ୍ତୀୟ, ପିରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। “ତୁମ୍ଭେମାନେ ସେମାନଙ୍କ ଦେବତାଗଣଙ୍କୁ ପୂଜା କରିବ ନାହିଁ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରିବ ନାହିଁ, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ। ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗି ପକାଇବ। ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସେବା କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ରୋଗ ଦୂର କରିବା। ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତ୍ୱର ଅଧିକାରୀ ହେବେ। କେହି ବନ୍ଧ୍ୟା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ୟୁ ଘଟିବ ନାହିଁ। ପୁଣି ତୁମ୍ଭେମାନେ ଦୀର୍ଘଜୀବୀ ହେବ। “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ ସେ ସମୟରେ ମୋର ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହେବ। ତୁମ୍ଭେମାନେ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରିବେ ସେମାନେ ଇତସ୍ତତଃ ହୋଇ ଦୌଡ଼ି ପଳାଇବେ। ମୁଁ ତୁମ୍ଭ ଆଗେ, ଆଗେ ବିରୁଡ଼ିମାନଙ୍କୁ ପାଠାଇବି। ସେମାନେ ହିବ୍ବୀୟ, କିଣାନୀୟ, ହିତ୍ତୀୟମାନଙ୍କୁ ତୁମ୍ଭ ଦେଶରୁ ଘଉଡ଼ାଇ ଦେବେ। ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ। ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ଆମ୍ଭେ ସେମାନଙ୍କୁ ଧୀରେ ଧୀରେ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବା ତୁମ୍ଭମାନଙ୍କର ବର୍ଦ୍ଧିତ ହେବା ପର୍ଯ୍ୟନ୍ତ ଓ ଦେଶ ଅଧିକାର କରିବା ପର୍ଯ୍ୟନ୍ତ। “ମୁଁ ସୂଫସାଗରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମାରେ ଏବଂ ଆରବ ମରୁଭୂମି ପୂର୍ବ ସୀମାରେ ରହିବ। କାରଣ ମୁଁ ସେହି ଲୋକମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ। “ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ। ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।” ପରମେଶ୍ୱର ଓ ଇସ୍ରାଏଲ ମଧ୍ୟରେ ଚୁକ୍ତି ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ। କେବଳ ମୋଶା ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ୟ ମୋଶାଙ୍କ ସହିତ ପର୍ବତ ଉପରକୁ ଯିବେ ନାହିଁ।” ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।” ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ। ମୋଶା ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ରରେ ରଖିଲେ ଏବଂ ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ଢାଳିଲେ। ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।” ଏହା ପରେ ମୋଶା ସେହି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, “ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହୋଇଥିବା ନିୟମର ରକ୍ତ।” ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ। ମୋଶା ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକ ଆଣିବାକୁ ଗଲେ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପର୍ବତ ଉପରେ ମୋ’ ପାଖକୁ ଆସ। ଏଠାରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦେବି, ବ୍ୟବସ୍ଥା ଓ ଆଜ୍ଞା, ଯାହା ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଲେଖିଛି।” ଏହା ପରେ ମୋଶା ଓ ତାଙ୍କର ପରିଗ୍ଭରକ ଯିହୋଶୂୟ ଉଠିଲେ, ମୋଶା ପରମେଶ୍ୱରଙ୍କର ପର୍ବତକୁ ଆରୋହଣ କଲେ। ମୋଶା ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟକୁ ଫେରି ନ ଆସିଛୁ ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସେମାନେ ତାଙ୍କର ନିକଟକୁ ଯିବେ।” ମୋଶା ପରମେଶ୍ୱରଙ୍କୁ ସାକ୍ଷାତ କଲେ ଏହା ପରେ ମୋଶା ପର୍ବତ ଉପରକୁ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। ଏଥିରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା। ଏହା ପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। ସେଠାରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦେଖାଗଲା। ଇସ୍ରାଏଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦେଖାଗଲା। ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଗ୍ଭଳିଶ୍ ଦିନ ସେହି ପର୍ବତ ଉପରେ ରହିଲେ। ପବିତ୍ର ଜିନିଷପତ୍ର ପାଇଁ ଉପହାର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ ମୋ’ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରତ୍ୟେକ ଲୋକ ତା’ର ହୃଦୟରେ ନିଷ୍ପତ୍ତି ନେବା ଉଚିତ୍, ସେ ମୋ’ ପାଇଁ ଯାହା ଉପହାର ଦେବା ଉଚିତ୍। ମୋ’ ପାଇଁ ସେହି ଦ୍ରବ୍ୟ ସଂଗ୍ରହ କର। ଏହି ବସ୍ତୁଗୁଡ଼ିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରି ପାରିବ। ଯଥା-ସୁନା, ରୂପା, ପିତ୍ତଳ, ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ, ରକ୍ତୀକୃତ ମେଷଚର୍ମ, ଶିଶୁକଚର୍ମ ଓ ଶିଟୀମ୍ କାଷ୍ଠ। ଦୀପ ନିମନ୍ତେ ତୈଳ ପୁଣି ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ। ଏଫୋଦ ଓ ବୁକୁପଟାରେ ଏହା ଲଗାଇବା ନିମନ୍ତେ ଗୋମେଦକମଣି ଓ ଅଳଙ୍କାରସବୁ ଗ୍ରହଣ କର।” ପବିତ୍ର ତମ୍ବୁ ପରମେଶ୍ୱର ଏହା ମଧ୍ୟ କହିଲେ, “ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ। ନିୟମ ସିନ୍ଦୁକ “ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ। ତା’ର ଭିତର ପଟ ଓ ବାହାର ପଟରେ ମଧ୍ୟ ମଡ଼ାଇବ। ଏବଂ ତା’ଉପରେ ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥ କରିବ। ଏଥିନିମନ୍ତେ ଗ୍ଭରି କୋଣରେ ଗ୍ଭରୋଟି ସୁବର୍ଣ୍ଣର କଡ଼ା ଲଗାଅ। ପ୍ରତ୍ୟେକ ପାଖରେ ଦୁଇଟି କଡ଼ା ଲଗାଅ। ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣରେ ମଣ୍ଡିତ କର। ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ। ସେହି ସାଙ୍ଗୀ ସିନ୍ଦୁକର କଡ଼ା ଭିତରେ ସର୍ବଦା ଥିବ ଏବଂ ତହିଁରୁ ତାହା ବାହାର କରାଯିବ ନାହିଁ। ପରମେଶ୍ୱର କହିଲେ, “ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକରେ ରଖିବ। ଏହା ପରେ ତୁମ୍ଭେମାନେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼େଇ ହାତ ଲମ୍ବା ଓ ଦେଢ଼ ହାତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। ଏହା ପରେ ତୁମ୍ଭେମାନେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବଦୂତ କରିବ। ଏବଂ ସେଗୁଡ଼ିକୁ ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। ଏକ ଦୂତକୁ ଗୋଟିଏ ମୁଣ୍ଡରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର। ସେହି ଦୂତମାନେ ନିୟମ-ସିନ୍ଦୁକକୁ ସେମାନଙ୍କର ଡେଣା ଦ୍ୱାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡ଼କୁ ଉଠେ। ଆଚ୍ଛାଦକ ଆଡ଼କୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍। “ତୁମ୍ଭେ ଏହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକ ମଧ୍ୟରେ ଥୋଇବ। ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ମେଜ “ଶିଟୀମ୍ କାଠରେ ଏକ ମେଜ ପ୍ରସ୍ତୁତ କର। ସେହି ମେଜଟି ଦୁଇ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। ଏହି ମେଜକୁ ଖାଣ୍ଟି ସୁବର୍ଣ୍ଣରେ ଆଚ୍ଛାଦନ କର ଏବଂ ତା’ର ଚତୁର୍ଦ୍ଦିଗରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ। ଏହା ପରେ ମେଜର ଚତୁର୍ପାର୍ଶ୍ୱରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ। ଆଉ ସୁବର୍ଣ୍ଣରେ ଗ୍ଭରୋଟି କଡ଼ା କରି ଗ୍ଭରି ଖୁରାର ଗ୍ଭରି କୋଣରେ ରଖିବ। ଏହି କଡ଼ାଗୁଡ଼ିକ ଭିତରେ ସାଙ୍ଗୀ ମେଜ ବହନ କରିବ। ଏବଂ ସେଗୁଡ଼ିକ ରି‌ମ୍‌ର ପାଖାପାଖି ରହିବା ଉଚିତ୍। ମେଜକୁ ବୋହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣ ମଡ଼ାଇ ଦିଅ। ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡ଼ିକ ପେୟନୈବେଦ୍ୟ ପାଇଁ ବ୍ୟବହୃତ ହେବ। ସେହି ମେଜ ଉପରେ, ମୋ’ ସମ୍ମୁଖରେ ସବୁ ସମୟରେ ଦର୍ଶନୀୟ ରୋଟୀ ରଖ। ଦୀପରୁଖା “ଏହା ପରେ ତୁମ୍ଭେମାନେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁବର୍ଣ୍ଣରେ ପିଟା କର୍ମରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ। “ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହେବ। ଏହାର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା ବାହାରିବ। ପ୍ରତି ଶାଖାରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ। ଦୀପ ବୃକ୍ଷରେ ବାଦାମ ପୁଷ୍ପାକୃତି ଗ୍ଭରି ଗୋଲାଧାର ଓ କଳିକା ପୁଷ୍ପ ରହିବ। ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହେବ ସେମାନଙ୍କ ଏକ ଶାଖା ଦ୍ୱୟର ଏକ କଳିକା ଓ ଅନ୍ୟ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। ସେ ଦୀପଶାଖାଟି ସମ୍ପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ହେବ। ଏହି ସମସ୍ତ ସୁବର୍ଣ୍ଣ କାର୍ଯ୍ୟ ପିଟା ସୁବର୍ଣ୍ଣରେ ହେବ। ଏବଂ ଏହା ଯୋଡ଼ାଯାଇ ଗୋଟିଏ ଖଣ୍ଡ କରା ହେବ। ତୁମ୍ଭେମାନେ ତାହା ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ। ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ। ଏହି ଦୀପରୁଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେବା ଉଚିତ୍। ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।” ପବିତ୍ର ତମ୍ବୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପବିତ୍ର ତମ୍ବୁଟି ମୋଟା ନାଇଲନ ସୂତାର ଦଶ ଗୋଟି କପଡ଼ାରେ ନିର୍ମିତ ହେବ। ସେହି କପଡ଼ା ସବୁ ନୀଳ, ବାଇଗଣୀ ଓ ଲାଲ ସୂତାରେ ନିର୍ମିତ ହେବ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲେଇ କରାଯିବ। ପ୍ରତ୍ୟେକ କପଡ଼ା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହେବ। ପ୍ରତ୍ୟେକ କପଡ଼ା ଅଠେଇଶ ହାତ ଲମ୍ବ ଗ୍ଭରି ହାତ ପ୍ରସ୍ଥ ହେବ। ଦୁଇଭାଗ କରି କପଡ଼ାଗୁଡ଼ିକ ଗଣ୍ଠିଲିରେ ଏକତ୍ରିତ କର। ପ୍ରତ୍ୟେକ ଗଣ୍ଠିଲିରେ ପାଞ୍ଚ ଖଣ୍ଡ କପଡ଼ା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ଯୋଡ଼ିଦିଅ। ଉଭୟ ପ୍ରକାର ପରଦା ଗୁଡ଼ିକର ଧଡ଼ି ଝାଲେରି କାର୍ଯ୍ୟ ପାଇଁ ନୀଳ ବସ୍ତ୍ର ବ୍ୟବହାର କର। ପ୍ରଥମ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଯୋଡ଼ ସ୍ଥାନର ଦ୍ୱିତୀୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ସେହି ଦୁଇ ଘୁଣ୍ଡିଘରା ଶ୍ରେଣୀରେ ପରସ୍ପର ସମ୍ମୁଖୀନ ରହିବ। ଏକ ବଡ଼ ତମ୍ବୁ କରିବା ପାଇଁ ଏହା ପରେ ପଗ୍ଭ‌ଶ୍‌ଟି ସ୍ୱର୍ଣ୍ଣକପଡ଼ାରେ ପରଦାଗୁଡ଼ିକ ଯୋଡ଼ିବ। “ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡ଼ାଇ ରହିବ। ତମ୍ବୁଟି କରିବା ପାଇଁ ଛେଳିର ଚମଡ଼ାରେ ନିର୍ମିତ ହୋଇଥିବା ଏଗାରଟି ପରଦା ବ୍ୟବହାର କର। ଏହି ଏଗାର ଖଣ୍ଡ କପଡ଼ା ଏକ ପ୍ରକାର ଆକାର ବିଶିଷ୍ଟ ହେବା ଉଚିତ୍। ଏହାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ହେବା ଉଚିତ୍। ପାଞ୍ଚ ଖଣ୍ଡ କପଡ଼ା ଏକତ୍ର କରି ଗୋଟିଏ ବିଭାଗ କର। ଏହା ପରେ ଅନ୍ୟ ଛଅ ଖଣ୍ଡ କପଡ଼ା ଯୋଡ଼ି ଆଉ ଏକ ବିଭାଗ କର। ତମ୍ବୁ ସାମନାରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡ଼ାଟିକୁ ଭାଙ୍ଗ କର। ଯୋଡ଼ ସ୍ଥାନରେ ପ୍ରଥମ ଅନ୍ୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଦ୍ୱିତୀୟ କପଡ଼ା ବିଭାଗର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଏହା ପରେ ପିତ୍ତଳର ପଗ୍ଭ‌ଶ୍‌ଟି କଡ଼ା ତିଆରି କର ଏବଂ ସେହି ତମ୍ବୁର ବସ୍ତ୍ର ସହିତ ଏହି କଡ଼ାଗୁଡ଼ିକୁ ଯୋଡ଼ି ଦିଅ, ଏହା ଗୋଟିଏ ତମ୍ବୁ ହେବ। ସେହି ତମ୍ବୁ କପଡ଼ାରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧେକ କପଡ଼ା ଅତିରିକ୍ତ ଥିବ, ତାହା ପବିତ୍ର ତମ୍ବୁର ପଛ ପାଖରେ ଓହଳି ରହିବ। ଆଉ ତମ୍ବୁ କପଡ଼ାର ଦୀର୍ଘତାର ଯେଉଁ ଅଂଶ ଏପାଖରେ ଏକ ହସ୍ତ ଓ ସେପାଖରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାର୍ଶ୍ୱ-ସେପାର୍ଶ୍ୱରେ ଆଚ୍ଛାଦାନାର୍ଥେ ଝୁଲିବ। ଏହା ପରେ ତୁମ୍ଭେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକଚର୍ମରେ ଏକ ଛାତ କରିବ। “ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠରେ ତିଆରି ହେବା ଉଚିତ୍। ସେହି ପଟାଗୁଡ଼ିକ ଦଶ ହାତ ଲମ୍ବ, ଦେଢ଼ ହାତ ଚଉଡ଼ା ହେବ। ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ୱାରା ଯୋଡ଼ି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡ଼ିକ ସମାନ ଆକାରର ହେବା ଉଚିତ୍। ପବିତ୍ର ତମ୍ବୁ ତିଆରି କରିବା ପାଇଁ ଦକ୍ଷିଣ ଦିଗରେ କୋଡ଼ିଏଟି କାଠର ତକ୍ତା ବ୍ୟବହାର କର। ସେହି କୋଡ଼ିଏ ତକ୍ତା ତଳେ ରଖିବା ପାଇଁ ଗ୍ଭଳିଶ୍ ରୂପାର ଆଧାର କର। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ। ପୁଣି ପବିତ୍ର ତମ୍ବୁର ଅନ୍ୟ ପାର୍ଶ୍ୱରେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଗ୍ଭଳି‌ଶ୍‌ଟି ଆଧାର ହେବ। ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ। ପବିତ୍ର ତମ୍ବୁର ସେହି ପଛପଟେ ପ୍ରତ୍ୟେକ ପାଖ କୋଣରେ ଦୁଇଖଣ୍ଡ ତକ୍ତା ରହିବ। ତହିଁ ତଳେ ଯୋଡ଼ ହେବ ଓ ସେହିପରି ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ ହେବ, ଏହିପରି ଦୁଇଥର ହେବ। ତାହା ସବୁ ଦୁଇ କୋଣ ନିମନ୍ତେ ହେବ। ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମୋଟ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରୌପ୍ୟ ଆଧାର ହେବ, ଦୁଇଟି ଆଧାର ପ୍ରତ୍ୟେକ ତକ୍ତା ତଳେ। “ଅର୍ଗଳ ତିଆରି କରିବା ପାଇଁ ତୁମ୍ଭେମାନେ ଶିଟୀମ୍ କାଠ ବ୍ୟବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କରିବ ଏକ ପାର୍ଶ୍ୱରେ। ଅନ୍ୟ ଏକ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାର୍ଶ୍ୱ ପଶ୍ଚିମ ଦିଗରେ ନିର୍ମାଣ କର। ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟ ଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ। “ସବୁ ଢାଞ୍ଚାଗୁଡ଼ିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣରେ କଡ଼ା ତିଆରି କର। ମୁଁ ପର୍ବତ ଉପରେ ଦେଖାଇଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର। ପବିତ୍ର ତମ୍ବୁର ଅନ୍ତରାଳେ “ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ରରେ ଏକ ପରଦା ପ୍ରସ୍ତୁତ କରିବ। ସେଥିରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର। ତୁମ୍ଭେ ସେହି ପରଦାକୁ ଶିଟୀମ୍ କାଠର ଗ୍ଭରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କଡ଼ା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ୟବହାର କର। ସୁବର୍ଣ୍ଣ କଡ଼ାରେ ସେହି ପରଦା ଟାଙ୍ଗି ଦିଅ। ତା’ପରେ ପରଦାର ପଛପଟେ ନିୟମ-ସିନ୍ଦୁକ ରଖ। ସେହି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍। ତୁମ୍ଭେ ନିୟମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତରେ ରଖିବ। “ପରଦାର ବାହାର ପାର୍ଶ୍ୱରେ ମେଜ ରଖିବା ଉଚିତ୍ ଏବଂ ମେଜର ବିପରୀତ ପାର୍ଶ୍ୱରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାର୍ଶ୍ୱକୁ ମେଜ ରଖ। ପବିତ୍ର ତମ୍ବୁର ଦ୍ୱାର “ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍। ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡ଼ାଇବ। ପୁଣି ସୁବର୍ଣ୍ଣରେ ତହିଁର ଆଙ୍କଡ଼ା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।” ହୋମ ନୈବେଦ୍ୟ ନିମନ୍ତେ ଯଜ୍ଞବେଦି ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍। ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍। “ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଗ୍ଭମୁଚ ଏବଂ କରେଇ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। ପିତ୍ତଳରେ ଏକ ଜାଲି କରିବ ଓ ତା’ ଉପରେ ଗ୍ଭରି କୋଣରେ ପିତ୍ତଳର ଗ୍ଭରିକଡ଼ା କରିବ। ଯଜ୍ଞବେଦିର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ଯଜ୍ଞବେଦିର ମଧ୍ୟଭାଗ ପର୍ଯ୍ୟନ୍ତ ପାଇବା ଉଚିତ୍। “ଯଜ୍ଞବେଦିର ଖମ୍ବ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ପିତ୍ତଳ ଆଚ୍ଛାଦନ କର। ପୁଣି ସେହି ବେଦିକୁ ବହିବା ବେଳେ ବେଦିର ଉଭୟ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରଖ। ତୁମ୍ଭେ ଯଜ୍ଞବେଦିକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତରେ ତୁମ୍ଭକୁ ଯେଉଁ ରୂପେ ଦେଖାଇଥିଲି ସେହିପରି ଭାବରେ ବେଦି ନିର୍ମାଣ କରାଯିବା ଉଚିତ୍। ପବିତ୍ର ତମ୍ବୁର ଚତୁର୍ପାର୍ଶ୍ୱର ପ୍ରାଙ୍ଗଣ “ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍। ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ତମ୍ବୁର ଉତ୍ତର ପାର୍ଶ୍ୱରେ ଶହେ ହାତ ଲମ୍ବ ପରଦା ହେବ ଓ ତାହାର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ଏବଂ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ହେବ। “ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଗ୍ଭଶ୍ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ପଗ୍ଭଶ୍ ହାତ ହେବ। ପୂର୍ବ ଭାଗରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। ଅନ୍ୟ ପାର୍ଶ୍ୱରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। “ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍। ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତା’ର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଗ୍ଭଶ୍ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହେବ। ସେହି ଶୁଭ୍ର କ୍ଷୋମସୂତ୍ରରେ ପ୍ରସ୍ତୁତ ହେବା ସହିତ କଂସାର ଆଧାର ରହିବା ଉଚିତ୍। ଆଉ ପବିତ୍ର ତମ୍ବୁର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ଓ ପ୍ରାଙ୍ଗଣର ସମସ୍ତ ଖିଲ କଂସାରେ ନିର୍ମିତ ହେବା ଉଚିତ୍। ପ୍ରଦୀପ ପାଇଁ ତୈଳ “ବର୍ତ୍ତମାନ ଇସ୍ରାଏଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପେଷା ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ। ହାରୋଣ ଓ ତା’ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।” ଯାଜକମାନଙ୍କର ବସ୍ତ୍ର ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ। “ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସେହି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ। ସେହି ନିପୁଣ ଲୋକମାନଙ୍କୁ ପଗ୍ଭର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି। ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ। ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ହେବ। ଏଫୋଦ ଓ କଟିବନ୍ଧନ “ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ସେହି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ। ଏହାର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ଯୁକ୍ତ ହେବ। “ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ। ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ହେବ। “ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ। ଛଅଟି ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅଟି ନାମ ମଣି ଉପରେ ରହିବ। ଏହିସବୁ ନାମଗୁଡ଼ିକ ସେମାନଙ୍କର ଜନ୍ମ ଅନୁସାରେ ତାଲିକାଭୁକ୍ତ କରାଯିବା ଉଚିତ୍। ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ। ଏହା ପରେ ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟିରେ ଦେବ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ। ଶୁଦ୍ଧ ସୁବର୍ଣ୍ଣରେ ଏହି ପଥର ଏଫୋଦର ରହିବ। ଦୁଇ ମୋଡ଼ା ହୋଇଥିବା ସୁବର୍ଣ୍ଣ ଜଞ୍ଜିର କରି ସେହି ଏଫୋଦରେ ଲଗାଇବ। ବିଗ୍ଭରାର୍ଥକ ବୁକୁପଟା “ନିପୁଣ କାରିଗର ଦ୍ୱାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମ‌ଲ୍‌ମଲ୍ ଏବଂ ସୁବର୍ଣ୍ଣ, ନୀଳ, ବାଇଗଣି ଏବଂ ଲାଲ୍ ମ‌ଲ୍‌ମଲ୍ ନିପୁଣ କଳାକୃତିରେ ନିର୍ମାଣ ହେବା ଉଚିତ୍। ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା ଏକ ଗ୍ଭଖଣ୍ଡ ଓ ପ୍ରସ୍ଥ ଏକ ଗ୍ଭଖଣ୍ଡ ହେବ। ତାହାକୁ ଗ୍ଭରି ମଣି ପଂକ୍ତିରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ମର୍କତ, ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ହୀରକ, ତୃତୀୟ ପଂକ୍ତିରେ ପେରୋଜ, ଯିସ୍ମ ଓ କଟାହେଳା। ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହିସବୁ ସ୍ୱର୍ଣ୍ଣରେ ନିଜ ନିଜ ପଂକ୍ତିରେ ବସାଯିବ। ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ। “ବୁକୁପଟା ନିମନ୍ତେ ହାରଗୁଡ଼ିକ ତିଆରି କର। ଏହି ହାର ଶୁଦ୍ଧ ସୁବର୍ଣ୍ଣରେ ମୋଡ଼ା ଯାଇଥିବ। ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା ରହିବ। ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ। ବୁକୁପଟା ସ୍ଥିତ ଦୁଇ ସୁବର୍ଣ୍ଣ କଡ଼ା ମଧ୍ୟରେ ସେହି ଦୁଇଟି ସୁବର୍ଣ୍ଣ ହାର ଲଗାଇବ। ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟିରେ ବାନ୍ଧ। ଆଉ ଦୁଇଟି ସୁବର୍ଣ୍ଣର କଡ଼ା ନିର୍ମାଣ କର ଏବଂ ବୁକୁପଟାର ଏଫୋଦ ଭିତର ଭାଗସ୍ଥ ଦୁଇ କୋଣରେ ତାକୁ ଲଗାଅ। ଆହୁରି ଦୁଇଟି ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗରେ ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ। ବୁକୁପଟା ଯେମନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନ ଯିବ ଏଥିପାଇଁ ସେମାନେ ବୁକୁପଟାରକୁ ନିଜ କଡ଼ାରେ ନୀଳସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ। “ଯେତେବେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଗ୍ଭରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ। ସେହି ବିଗ୍ଭରାର୍ଥକ ବୁକୁପଟାରେ ତୁମ୍ଭେ ଊରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ। ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ପ୍ରତ୍ୟେକ ଦିନ ଇସ୍ରାଏଲ ସନ୍ତାନଗଣର ବିଗ୍ଭର ଆପଣା ହୃଦୟ ଉପରେ ବହିବ। ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ବସ୍ତ୍ର “ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣରେ ଗ୍ଭେଗା ତିଆରି କର। ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ। ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣର ଡାଳିମ୍ବ କରିବ। ଆଉ ଗ୍ଭରି ଦିଗରେ ତହିଁ ମଧ୍ୟରେ ସ୍ୱର୍ଣ୍ଣଘଣ୍ଟି ରହିବ। ସେହି ଗ୍ଭେଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ। ଯେଉଁଥିରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତେବେଳେ ଘଣ୍ଟି ଶବ୍ଦ ଶୁଣାଯିବ। ଏହି ପ୍ରକାରେ ହାରୋଣ ମରିବ ନାହିଁ। “ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। ଏହା ହାରୋଣର କପାଳ ଉପରେ ରହିବ। ଇସ୍ରାଏଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାୟୀ ହେବ। ଏହା ସର୍ବଦା ତା’ର କପାଳରେ ରହିବ, ଯାହା ଫଳରେ ସେହି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀୟ ହେବ। “ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ। ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ। ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା’ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା’ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା’ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ। “ସେମାନଙ୍କର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ତିଆରି କର। ଏବଂ ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ଯଜ୍ଞବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତାହାହେଲେ ସେମାନେ ଦୋଷୀ ହେବେ ନାହିଁ ଓ ମୃତ୍ୟୁବରଣ କରିବେ ନାହିଁ। ସବୁ ସମୟରେ ସେମାନେ ଯାଜକ ରୂପେ କାର୍ଯ୍ୟ କରନ୍ତୁ ଏହା ହାରୋଣର ଓ ତାହାର ଭବିଷ୍ୟଦ୍ ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ। ଯାଜକମାନଙ୍କର ନିଯୁକ୍ତି ପର୍ବ “ବର୍ତ୍ତମାନ ମୁଁ ତୁମ୍ଭକୁ କହିବି, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିଯୁକ୍ତି କରିବା ପାଇଁ ହେବ। ଏକ ନିଖୁଣ ବାଛୁରି ଓ ଦୁଇଟି ନିଖୁଣ ଅଣ୍ଡିରା ମେଷ ନିଅ। ଏହା ପରେ ତାଡ଼ିଶୂନ୍ୟ ରୋଟୀ ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳୀ, ଏବଂ ତୈଳଯୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡ଼ିଶୂନ୍ୟ ଅଟାରୁ ପ୍ରସ୍ତୁତ କରିବ। ଏହି ପିଠା ଓ ରୋଟୀତକ ଡାଲାରେ ରଖ। ଏହା ପରେ ସେହି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମେଷ ସମାଗମ-ତମ୍ବୁ ନିକଟକୁ ଆଣ। “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ-ତମ୍ବୁ ସ୍ଥାନର ଦ୍ୱାର ଦେଶକୁ ଆଣ। ସେମାନଙ୍କୁ ଗାଧୋଇ ଦିଅ। ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ। ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ। ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷେକ କରିବ। “ଏହା ପରେ ହାରୋଣର ପୁତ୍ରମାନଙ୍କୁ ସେହି ସ୍ଥାନକୁ ଆଣ। ସେମାନଙ୍କୁ ଧଳା ଜାମା ପରିଧାନ କରାଇବ। ହାରୋଣର ଓ ତା’ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ। “ତା’ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା’ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ। ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ। ଏହା ପରେ ସେହି ବାଛୁରିର କିଛି ରକ୍ତ ଯଜ୍ଞବେଦି ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳିରେ ରକ୍ତ ନେଇ ଯଜ୍ଞବେଦିର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳ। ତା’ପରେ ତା’ର ଭିତରର ମେଦ, କଲିଜାର ମେଦ ଅଂଶ, ଯକୃତ ଏବଂ ଗ୍ଭରିପଟେ ଥିବା ମେଦକୁ ଯଜ୍ଞବେଦିରେ ଦ‌ଗ୍‌ଧ କର। ଏହା ପରେ ବାଛୁରିର ମାଂସ, ଚର୍ମ ଏବଂ ତା’ର ଗୋବର ନେଇ ଛାଉଣି ବାହାରେ ଦ‌ଗ୍‌ଧ କର। ଏହା ଯାଜକମାନଙ୍କ ପାଇଁ ନୈବେଦ୍ୟ ହେବ। “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସେମାନେ ତାଙ୍କର ହସ୍ତ ଏକ ଅଣ୍ଡିରା ମେଷର ମସ୍ତକ ଉପରେ ରଖିବେ। ସେହି ଅଣ୍ଡିରା ମେଷକୁ ହତ୍ୟା କର ଓ ତା’ର ରକ୍ତ ସଂଗ୍ରହ କର। ସେହି ରକ୍ତକୁ ଯଜ୍ଞବେଦିର ଗ୍ଭରିକାନ୍ଥରେ ଛିଞ୍ଚି ଦିଅ। ଏହା ପରେ ଅଣ୍ଡିରା ମେଷକୁ ଖଣ୍ଡ ଖଣ୍ଡ କରି କାଟ। ତାହାର ଅନ୍ତ ଓ ଗୋଡ଼ ଧୌତ କରି ତାହା ସବୁ ସେହି ଖଣ୍ଡ ସକଳ ଓ ତା’ର ମସ୍ତକ ସହିତ ରଖ। ଏହା ପରେ ଗୋଟା ମେଷକୁ ଯଜ୍ଞବେଦି ଉପରେ ଦ‌ଗ୍‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହୋମବଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର। “ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମେଷ ମୁଣ୍ଡ ଉପରେ ହାତ ରଖିବାକୁ କୁହ। ସେହି ଅଣ୍ଡିରା ମେଷକୁ ହତ୍ୟା କର ଏବଂ ତା’ର କିଛି ରକ୍ତ ସଂଗ୍ରହ କର। ସେହି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତରେ ଓ ତା’ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଲଗାଅ। ସେମାନଙ୍କର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ଯଜ୍ଞବେଦିର ଗ୍ଭହିଆଡ଼େ ରକ୍ତ ଛିଞ୍ଚ। ଏହା ପରେ ଯଜ୍ଞବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ। “ଆହୁରି ତୁମ୍ଭେ ସେହି ଉତ୍ସର୍ଗୀତ ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନିଅ। ଯେହେତୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମେଷ। ଏହା ପରେ ତାଡ଼ିଶୂନ୍ୟ ରୋଟୀ ଡାଲା ନେଇ ସେହି ଡାଲାକୁ ସଦାପ୍ରଭୁଙ୍କ ସମ୍ମୁଖରେ ଥୋଇବ। ସେହି ଡାଲାରୁ ଏକ ରୋଟୀ, ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେବ। ଏହିସବୁ ନେଇ ହାରୋଣ ଏବଂ ତା’ର ପୁତ୍ରମାନଙ୍କ ହାତରେ ଦେବ। ତାଙ୍କୁ କୁହ ସେମାନେ ଏହିସବୁ ସଦାପ୍ରଭୁଙ୍କ ସମ୍ମୁଖରେ ହାତରେ ଧରିବେ ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ନୈବେଦ୍ୟ ହେବ। ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରଙ୍କ ହସ୍ତରୁ ଏହି ନୈବେଦ୍ୟ ନେଇ ଯଜ୍ଞବେଦିର ହୋମବଳି ଉପରେ ଦ‌ଗ୍‌ଧ କର। ଏହା ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର। “ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମେଷର ଛାତି ନିଅ ଏବଂ ଏହାକୁ ବିଶେଷ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ସମ୍ମୁଖରେ ଧର। ଏହା ତୁମ୍ଭର ଅଂଶ ହେବ। ଉତ୍ସର୍ଗୀକୃତ ମେଷର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ। ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ। “ହାରୋଣଙ୍କ ପାଇଁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ବସ୍ତ୍ରକୁ ସାଇତି ରଖ। ତାଙ୍କର ମୃତ୍ୟୁ ପରେ ଏହି ପୋଷାକ ତାଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ଦ୍ୱାରା ବ୍ୟବହାର ହେବ। ସେ ଏହାକୁ ପିନ୍ଧିବେ ଯେତେବେଳେ ସେ ଅଭିଷିକ୍ତ ଓ ଯାଜକ ପଦରେ ସମ୍ପ୍ରଦାୟଭୁକ୍ତ ହେବେ। ହାରୋଣଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ମହାଯାଜକ ହେବେ। ତାଙ୍କର ପୁତ୍ର ଏହି ବିଶେଷ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତେବେଳେ ସେମାନେ ସମାଗମ-ତମ୍ବୁକୁ ଆସିବେ, ସେହି ପବିତ୍ର ସ୍ଥାନରେ ସେବା କରିବେ। “ଏହା ପରେ ସେହି ପଦନିଯୋଗାର୍ଥକ ଅଣ୍ଡିରା ମେଷର ମାଂସ ନେଇ ଗୋଟିଏ ପବିତ୍ର ସ୍ଥାନରେ ରୋଷେଇ କର। ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ-ତମ୍ବୁ ଦ୍ୱାର ଦେଶରେ ଏହାକୁ ଖାଇବେ। ଡାଲାରେ ଥିବା ରୋଟୀକୁ ମଧ୍ୟ ସେମାନେ ଖାଇବେ। ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ। “ଯଦି ପଦନିଯୋଗାର୍ଥକ ମାଂସର କିଛି ଅଂଶ କିମ୍ବା ରୋଟୀ ସକାଳ ପର୍ଯ୍ୟନ୍ତ ରହିଯାଏ, ତେବେ ତାକୁ ଅଗ୍ନିରେ ଦ‌ଗ୍‌ଧ କର। ତୁମ୍ଭେମାନେ କେହି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ। “ତୁମ୍ଭେମାନେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦେଇଥିବା ଆଜ୍ଞାନୁସାରେ ନିଶ୍ଚୟ କରିବ। ତାଙ୍କର ପଦନିଯୋଗ ପାଇଁ ନିଶ୍ଚିତ ଭାବରେ ସାତ ଦିନ ପାଇଁ ଲାଗିବ। ପ୍ରସ୍ତୁତ କରିବା ପାଇଁ ଏବଂ ଯଜ୍ଞବେଦିକୁ ପବିତ୍ର କରିବା ପାଇଁ ତୁମ୍ଭେମାନେ ସାତ ଦିନ ପାଇଁ ପ୍ରତ୍ୟେକ ଦିନ ଏକ ବାଛୁରି ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଉତ୍ସର୍ଗୀତ କରିବା ପାଇଁ ଏହା ଉପରେ ଅଲିଭ ତୈଳ ଢାଳ। ସାତ ଦିନ ଯାଏ ଯଜ୍ଞବେଦିକୁ ପ୍ରସ୍ତୁତ କର। ଏହିପରି ଯଜ୍ଞବେଦିଟି ଅତି ପବିତ୍ର ହେବ। ଯାହାକିଛି ଯଜ୍ଞବେଦିକୁ ସ୍ପର୍ଶ କରେ ନିଶ୍ଚୟ ସେସବୁ ପବିତ୍ର ହେବ। “ପ୍ରତ୍ୟେକ ଦିନ ସେହି ଯଜ୍ଞବେଦି ଉପରେ ତୁମ୍ଭେ ନୈବେଦ୍ୟ ଉତ୍ସର୍ଗ କରିବ। ଏହି ବଳି ପାଇଁ ମେଷଶାବକ ଏକ ବର୍ଷୀୟ ହେବ ଏବଂ ପ୍ରତ୍ୟେକ ଦିନ ଏହା ଦୁଇଟି ବଳି ହେବ। ପ୍ରଥମ ମେଷଶାବକ ପ୍ରଭାତରେ ଓ ଅନ୍ୟଟି ସନ୍ଧ୍ୟା ସମୟରେ ଉତ୍ସର୍ଗ କରିବ। ଯେତେବେଳେ ତୁମ୍ଭେ ପ୍ରଥମ ମେଷଶାବକ ସହିତ ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟନୈବେଦ୍ୟ ନିମନ୍ତେ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ଉତ୍ସର୍ଗ କର। ସନ୍ଧ୍ୟା ସମୟରେ ଯେତେବେଳେ ଦ୍ୱିତୀୟ ମେଷ ଶାବକକୁ ଉତ୍ସର୍ଗ କରିବ, ପ୍ରଭାତରେ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନି ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ। “ଏହା ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ ହୋମବଳି ହେବ। ସେହି ସ୍ଥାନରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି। ସେହି ସ୍ଥାନରେ ମୁଁ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମୋର ମହିମାରେ ତମ୍ବୁଟି ପବିତ୍ର ହେବ। “ମୁଁ ସମାଗମ-ତମ୍ବୁ ଓ ଯଜ୍ଞବେଦି ପବିତ୍ର କରିବି ଏବଂ ହାରୋଣ ଓ ତା’ର ପୁତ୍ରଗଣକୁ ଯାଜକ ରୂପେ ମୋର ସେବା କରିବା ପାଇଁ ଉତ୍ସର୍ଗ କରିବି। ମୁଁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରିବି ଏବଂ ସେମାନଙ୍କର ପରମେଶ୍ୱର ହେବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ତାହା ସେମାନେ ଜାଣିବେ। ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର। ଧୂପ ଜଳାଇବା ପାଇଁ ବେଦି “ଶିଟୀମ୍ କାଠରେ ଏକ ବେଦି ନିର୍ମାଣ କର। ତୁମ୍ଭେ ଏହି ବେଦିକୁ ଧୂପ ଜଳାଇବା ପାଇଁ ବ୍ୟବହାର କରିବା ଉଚିତ୍। ଏହି ବେଦି ବର୍ଗାକାର ହେବ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହେବା ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବେଦିର ଅଂଶ ହେବ। ଏହି ବେଦିର ଉପର ଏବଂ ଚତୁର୍ପାର୍ଶ୍ୱକୁ ନିର୍ମଳ ସୁନାରେ ଆଚ୍ଛାଦନ କର ଏବଂ ଗ୍ଭରିଆଡ଼େ ସୁନା କାନ୍ଥ ଦେବ। ସୁବର୍ଣ୍ଣର ବଳୟ ତଳେ ଦୁଇଟି କଣା କର। ଏବଂ ସେଠାରେ ଦୁଇଟି ସୁବର୍ଣ୍ଣର ଆଙ୍କଡ଼ା ଲଗାଅ। ଯଜ୍ଞବେଦିକୁ ସାଙ୍ଗୀ ସାହାଯ୍ୟରେ ବହିନିଅ। ଏହି ସାଙ୍ଗୀ ମଧ୍ୟ ଶିଟୀମ୍ କାଠରେ ତିଆରି କରିବ। ଏହି ସାଙ୍ଗୀଗୁଡ଼ିକ ସୁବର୍ଣ୍ଣରେ ଛାଉଣି କରାଯିବ। ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି। “ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ। ପୁଣି ସନ୍ଧ୍ୟା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସେମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ଧୂପ ଜଳାଇବ। ବିଦେଶୀ ଧୂପ କିମ୍ବା ହୋମବଳି କିମ୍ବା ଶସ୍ୟ ନୈବେଦ୍ୟ ବେଦି ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପେୟନୈବେଦ୍ୟ ଢାଳ ନାହିଁ। “ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ଯଜ୍ଞବେଦିର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ୟବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରତ୍ୟେକ ବର୍ଷ ଏହା କରିବା ଉଚିତ୍। ଏହି ଯଜ୍ଞବେଦି ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।” The Temple Tax ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ। ଯେଉଁମାନଙ୍କୁ ଗଣନା କରାଯାଏ ସେମାନେ ଅର୍ଦ୍ଧ ଶେକଲ ଦେବା ଉଚିତ୍। କାର୍ଯ୍ୟାଳୟ ମାପ ଅନୁସାରେ ଅର୍ଦ୍ଧ ଶେକଲ, ଏହି ଶେକଲ କୋଡ଼ିଏ ଗେରାହ ଅଟେ। ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପାଇଁ ନୈବେଦ୍ୟ ହେବ। କୋଡ଼ିଏ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ। ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ। ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।” ପ୍ରକ୍ଷାଳନ କୁଣ୍ଡ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସାରେ ତିଆରି କର। ପୁଣି ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧ୍ୟରେ ଜଳ ପୂର୍ଣ୍ଣ କର। ହାରୋଣ ଏବଂ ତାଙ୍କର ପୁତ୍ରମାନେ ସେମାନଙ୍କର ହାତ ପାଦ ଧୌତ କରିବେ। ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲା ସମୟରେ ସେମାନେ ଧୋଇ ହେବା ଉଚିତ୍, ଯାହାଫଳରେ ସେମାନେ ମରିବେ ନାହିଁ। ଆଉ ମଧ୍ୟ ସେମାନେ ଯାଜକର କର୍ମ କରିବା ନିମନ୍ତେ ଯେତେବେଳେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବେଦି ପାଖକୁ ଯିବେ, ସେମାନେ ସେମାନଙ୍କର ହାତ ଏବଂ ପାଦ ଧୋଇବେ, ଯାହା ଫଳରେ ମୃତ୍ୟୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ୟବସ୍ଥା ସବୁଦିନ ପାଇଁ ରହିବ।” ଅଭିଷେକାର୍ଥକ ତୈଳ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା’ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର। କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର। “ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ। ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର। ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବେଦି, ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା। ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ। “ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ। ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ। କେହି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ସାଧାରଣ ତୈଳ ପରି ବ୍ୟବହାର କରି ପାରିବେ ନାହିଁ। ବିଶେଷ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କର ନାହିଁ। ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହେବା ଉଚିତ୍। ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।” ଧୂପ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁ‌ଗ୍‌ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର। ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ। ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। ତୁମ୍ଭେମାନେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।” ବତ୍ସଲେଲ ଓ ଅହଲୀୟାବ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ୟକ୍ତିକୁ ବାଛି ଅଛୁ ଯିଏକି ଆମ୍ଭ ପାଇଁ ଏକ ବିଶେଷ କାର୍ଯ୍ୟ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲେଲ। ଆମ୍ଭେ ପରମେଶ୍ୱରଙ୍କ ଆତ୍ମାରେ ବତ୍ସଲେଲକୁ ପୂର୍ଣ୍ଣ କଲୁ। ସମସ୍ତ କାରିଗରି କାର୍ଯ୍ୟ କରିବାକୁ ଆମ୍ଭେ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦେଇଅଛୁ। ବତ୍ସଲେଲ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ଯ୍ୟମାନ ଉତ୍ତମ ଭାବରେ କରିପାରୁ ଥିଲେ। ବତ୍ସଲେଲ ସୁନ୍ଦର ଗହଣାମାନ ତିଆରି କରିପାରୁଥିଲେ। ସେ ମଧ୍ୟ ସୁନ୍ଦର କାଠ କର୍ମମାନ କରିପାରୁ ଥିଲେ। ବତ୍ସଲେଲ ସର୍ବପ୍ରକାର କାର୍ଯ୍ୟରେ ନିପୁଣ ଥିଲେ। ଅହଲୀୟାବକୁ ସାହାଯ୍ୟ କରିବା ପାଇଁ ଆମ୍ଭେ ତାକୁ ବାଛିଅଛୁ। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନରେ ଭରପୁର କଲୁ। ଆମ୍ଭେ ସେମାନଙ୍କର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛୁ ଏବଂ ସେମାନେ ଆମ୍ଭ ପାଇଁ କାର୍ଯ୍ୟ କରିବେ। ସମାଗମ-ତମ୍ବୁ, ନିୟମ-ସିନ୍ଦୁକ, ସିନ୍ଦୁକର ଆଚ୍ଛାଦକ, ତା’ର ପାପାଛଦନ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ, ମେଜ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ, ଶୁଦ୍ଧ ସୁବର୍ଣ୍ଣ ଦୀପ ଓ ତା’ର ସମସ୍ତ ଧୂପ ଜାଳିବା ପାଇଁ ବେଦି, ହୋମବଳି ବେଦି ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି, ଯାଜକ ହାରୋଣ ନିମନ୍ତେ ବିଶେଷ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାଯାଇଛି, ହାରୋଣର ପୁତ୍ରମାନଙ୍କ ପାଇଁ ବିଶେଷ ବସ୍ତ୍ରମାନ ଯେତେବେଳେ ସେମାନେ ଯାଜକ କର୍ମ କରିବେ ସେତେବେଳେ ସେମାନେ ସେଗୁଡ଼ିକ ପରିଧାନ କରିବେ। ପବିତ୍ର ସ୍ଥାନ ନିମନ୍ତେ ଅଭିଷେକାର୍ଥକ ତୈଳ ଓ ଧୂପ ଏହି କର୍ମୀମାନେ କାର୍ଯ୍ୟମାନ ମୋର ଆଜ୍ଞା ଅନୁଯାୟୀ କରିବେ।” ବିଶ୍ରାମ ଦିନ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି କଥା ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭେମାନେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନ ହେବ। “‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କେହି ଏହାକୁ ଅପବିତ୍ର କରେ ତେବେ ସେ ମୃତ୍ୟୁବରଣ କରିବା ଉଚିତ୍। ଯଦି କେହି ସେଦିନ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହେବା ଉଚିତ୍। ଏକ ସପ୍ତାହରେ ଛଅ ଦିନ କାର୍ଯ୍ୟ କରାଯିବ ଏବଂ ସପ୍ତମ ଦିନରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନରେ ଯେକେହି କାର୍ଯ୍ୟ କରେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। ଇସ୍ରାଏଲର ସନ୍ତାନଗଣ ମାନ୍ୟ କରିବା ପାଇଁ ପାଳନ କରିବେ। ଏହି ନିୟମ ଅନନ୍ତକାଳ ପାଇଁ ସ୍ଥାୟୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାଯିବ। ଏହା ଆମ୍ଭ ଓ ତୁମ୍ଭ ମଧ୍ୟରେ ଏକ ଚୁକ୍ତି। ମୋର ଓ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏହା ଏକ ଅନନ୍ତକାଳୀନ ଚିହ୍ନ ହେବା ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”’ ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ। ସୁବର୍ଣ୍ଣ ବାଛୁରି ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।” ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।” ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା’ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ। ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।” ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।” ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।” ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା’ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’” ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜି‌ଦ୍‌ଖୋର ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।” କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। ମନେରଖ, ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’ ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ। ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା। ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ। ଯିହୋଶୂୟ ସେହି ଭୋଜିର କୋଳାହଳ ଶୁଣିଲେ। ଯିହୋଶୂୟ ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧର ଶବ୍ଦପରି ଏହା ଶୁଭୁଛି।” ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।” ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ। ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ। ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?” ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି। ଲୋକମାନେ ମୋତେ କହିଲେ, ‘ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ’ଣ ହେଲା ତାହା ଆମ୍ଭେ ଜାଣୁ ନାହୁଁ। ତେଣୁ କିଛି ଦେବଗଣ ତିଆରି କର ଓ ଆମ୍ଭମାନଙ୍କୁ ଆଗେଇ ନିଅ।’ ତେଣୁ ମୁଁ ଲୋକମାନଙ୍କୁ କହିଲି, ‘ଯଦି ତୁମ୍ଭମାନଙ୍କ ପାଖରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତେବେ ମୋ’ ପାଖକୁ ଆଣ, ତେଣୁ ସେମାନେ ମୋତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।’ ମୁଁ ସୁବର୍ଣ୍ଣକୁ ନିଆଁରେ ଫୋପାଡ଼ି ଦେଲି ଓ ଏହି ବାଛୁରି ତିଆରି କଲି।” ମୋଶା ହୃ‌ଦ୍‌ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ। ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ। ମୋଶା ସେମାନଙ୍କୁ କହିଲେ, “ମୁଁ ତୁମ୍ଭକୁ କହିବି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଯାହା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ଜଙ୍ଘରେ ଖ‌ଡ଼୍‌ଗ ବାନ୍ଧି ଛାଉଣିର ମଧ୍ୟଦେଇ ଗୋଟିଏ ଦ୍ୱାରରୁ ଅନ୍ୟଦ୍ୱାର ନିକଟକୁ ଯିବା ଆସିବା କର ଏବଂ ପ୍ରତ୍ୟେକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବାସୀକୁ ବଧ କର।’” ତେଣୁ ମୋଶା ଯେପରି କହିଲେ, ଲେବୀୟମାନେ ସେହିପରି କଲେ ଏବଂ ସେହି ଦିନ ଇସ୍ରାଏଲରେ 3000 ଲୋକଙ୍କୁ ହତ୍ୟା କରାଗଲା। ଏହା ପରେ ମୋଶା କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜକୁ ନିଯୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।” ପରଦିନ ସକାଳେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟଙ୍କର ପାପ କରିଛ। କିନ୍ତୁ ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ଯିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାୟଶ୍ଚିତ କରିବାକୁ ସକ୍ଷମ ହେବି।” ତେଣୁ ମୋଶା ପରମେଶ୍ୱରଙ୍କ ନିକଟକୁ ଫେରିଗଲେ ଏବଂ କହିଲେ, “ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣରେ ଦେବତାଗଣ କରି ଭୟଙ୍କର ପାପ କରିଛନ୍ତି। ବର୍ତ୍ତମାନ ସେମାନଙ୍କର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସେମାନଙ୍କୁ କ୍ଷମା ନ କର ତେବେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମୋର ନାମକୁ କାଟି ଦିଅ।” କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁମାନେ ମୋ’ ବିରୁଦ୍ଧରେ ପାପ କରିଅଛନ୍ତି, ମୁଁ ମୋର ଜୀବନ୍ତ ପୁସ୍ତକରୁ ସେମାନଙ୍କର ନାମ କାଟି ଦେବି। ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହୁଅଛି ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ। ଦେଖ, ମୋର ସ୍ୱର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହେବେ।” ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରି ତିଆରି କରିବାକୁ କହିଥିଲେ। ମୁଁ ତୁମ୍ଭ ସହିତ ଯିବି ନାହିଁ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ୟାଗ କର। ମୁଁ ଅବ୍ରହାମ ଓ ଇ‌ସ୍‌ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସେମାନଙ୍କ ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବି ବୋଲି। ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ୱର୍ଗଦୂତ ପଠାଇବି ପୁଣି ମୁଁ କିଣାନୀୟ ଓ ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ି ଦେବି। ତେଣୁ ତୁମ୍ଭେମାନେ ସେହି ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ଯାଅ କିନ୍ତୁ ମୁଁ ତୁମ୍ଭ ସହିତ ଯିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବି, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।” ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସେମାନେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ। କାରଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ଯିବି ତେବେ ତୁମ୍ଭମାନଙ୍କୁ ଧ୍ୱଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହା ପରେ ତୁମ୍ଭମାନଙ୍କ ପାଇଁ କ’ଣ କରାଯିବ ବିଗ୍ଭର କରିବା।’” ତେଣୁ ଇସ୍ରାଏଲୀୟ ଲୋକମାନେ ହୋରେବ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ। ଅସ୍ଥାୟୀ ସମାଗମ-ତମ୍ବୁ ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା। ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ। ମୋଶା ତମ୍ବୁରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ୱାରରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। ତେଣୁ ଯେତେବେଳେ ଲୋକମାନେ ତମ୍ବୁର ଦ୍ୱାର ଦେଶରେ ମେଘ ସ୍ତମ୍ଭ ଦେଖିଲେ। ସେତେବେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ। ଏହି ପ୍ରକାରେ ସଦାପ୍ରଭୁ ମୋଶାଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା ହେଲେ। ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମୋଶା କଥାବାର୍ତ୍ତା କରି ସାରିବା ପରେ ଛାଉଣିକୁ ଫେରି ଆସିଲେ କିନ୍ତୁ ତାଙ୍କର ପରିଗ୍ଭରକ ସର୍ବଦା ତମ୍ବୁରେ ରହୁଥିଲେ। ସେହି ପରିଗ୍ଭରକର ନାମ ଥିଲା ଯିହୋଶୂୟ, ସେ ଥିଲେ ନୂନର ପୁତ୍ର। ମୋଶା ସଦାପ୍ରଭୁଙ୍କର ମହିମା ଦେଖିଲେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋତେ ଆଜ୍ଞା ଦେଲ ଏହି ଲୋକମାନଙ୍କୁ ଆଗେଇ ନେବା ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମୋ’ ସହିତ କାହାକୁ ପଠାଇବ। ତୁମ୍ଭେ ମୋତେ କହିଛ ଯେ, ‘ତୁମ୍ଭେ ମୋତେ ଭଲଭାବେ ଜାଣ, ଏବଂ ତୁମ୍ଭେ ମୋ’ ପ୍ରତି ପ୍ରୀତ।’ ଯଦି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛି, ତେବେ ବିନୟ କରୁଛି ତୁମ୍ଭେ ମୋତେ ତୁମ୍ଭର ପଥସବୁ ଶିକ୍ଷା ଦିଅ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସୀ କରି ପାରିବି। ମୁଁ ତୁମ୍ଭ ବିଷୟରେ ଜାଣିବାକୁ ଗ୍ଭହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳରେ ମୋତେ ବିବେଚନା କର।” ସଦାପ୍ରଭୁ ଉତ୍ତର ଦେଲେ, “ମୋର ଉପସ୍ଥିତି ତୁମ୍ଭ ସହିତ ଯିବ ଏବଂ ତୁମ୍ଭକୁ ବିଶ୍ରାମ ଦେବ।” ଏହା ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନ ରହେ, ତେବେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ। କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ଯାଅ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିବୁ। ଯେମନ୍ତ ଆମ୍ଭେ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ବିଶେଷ ଲୋକ ହେବା। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନ ଯାଅ, ତେବେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେମାନେ ଭିନ୍ନ ନୋହୁଁ।” ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର କଥା ଅନୁଯାୟୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମଦ୍ୱାରା ଜାଣିଅଛି।” ଏହା ପରେ ମୋଶା କହିଲେ, “ବର୍ତ୍ତମାନ ତୁମ୍ଭର ମହିମା ମୋତେ ଦେଖାଅ।” ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି। କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ। “ମୋ’ ନିକଟରେ ଏକ ଶୈଳ ଅଛି। ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ। ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବି ଓ ମୁଁ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଛନ୍ନ କରିବି। ଏହା ପରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।” ନୂତନ ପଥର ଫଳକ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲେଖା ଥିଲା ଯାହା ତୁମ୍ଭେ ଚୂର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହା ସବୁ ଲେଖିବି। ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତରେ ସୀନୟ ପର୍ବତକୁ ଆସ ଏବଂ ମୋ’ ଉପସ୍ଥିତିରେ ପର୍ବତର ଶୀର୍ଷରେ ଛିଡ଼ା ହୁଅ। ତୁମ୍ଭ ସହିତ ଆଉ କୌଣସି ଲୋକ ଯିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତରେ କେହି ନ ରହୁ, ଏପରିକି ଗୋମେଷାଦି ମଧ୍ୟ ପର୍ବତ ଚତୁର୍ପାର୍ଶ୍ୱରେ ଚରିବା ଉଚିତ୍ ନୁହେଁ।” ତହୁଁ ମୋଶା ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତା’ ପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନୟ ପର୍ବତ ଉପରକୁ ଗଲେ ଏବଂ ସେହି ପ୍ରସ୍ତର ଫଳକକୁ ନିଜ ସହିତ ନେଇଗଲେ। ସଦାପ୍ରଭୁ ମେଘରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସେଠାରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁ ତାଙ୍କର ନାମ ଯିହୋବାଃ ବୋଲି ଘୋଷଣା କଲେ। ସଦାପ୍ରଭୁ ମୋଶାଙ୍କ ସମ୍ମୁଖକୁ ଆସି ଏହା ଘୋଷଣା କଲେ। “ଯିହୋବାଃ, ଯିହୋବାଃ ଦୟାଶୀଳ ପରମେଶ୍ୱର, ସେ କ୍ରୋଧରେ ଧିର। ସେ ଦୟାଳୁ ଓ ସତ୍ୟତାରେ ପରିପୂର୍ଣ୍ଣ। ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦେଖାଇଛନ୍ତି। ସଦାପ୍ରଭୁ ସେମାନଙ୍କର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦେଇଛନ୍ତି। ସଦାପ୍ରଭୁ ଦୋଷୀକୁ ତା’ର ସନ୍ତାନମାନଙ୍କୁ ଓ ତାର ନାତି ନାତୁଣୀମାନଙ୍କୁ ଦଣ୍ଡିତ କରିବେ। ଅର୍ଥାତ୍ ଦୋଷୀ ତାର ତୃତୀୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଦଣ୍ଡ ଭୋଗ କରନ୍ତି।” ଏହା ପରେ ମୋଶା ତ‌ତ୍‌କ୍ଷଣାତ୍ ଭୂମିଷ୍ଠ ହୋଇ ସଦାପ୍ରଭୁଙ୍କର ଉପାସନା କରି କହିଲେ, “ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।” ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଏହି ନିୟମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ଯ୍ୟ କରିବି ଯେ, ପୃଥିବୀରେ କୌଣସି ଲୋକମାନଙ୍କ ପାଇଁ ଏପରି କରାଯାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମୋର ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମୋର ଆଶ୍ଚର୍ଯ୍ୟ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି। ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦେଲି ତାହା ଅନୁସରଣ କର ମୁଁ ତୁମ୍ଭର ଶତ୍ରୁମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି। ମୁଁ କିଣାନୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବିତାଡ଼ିତ କରିବି। ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ। ତେଣୁ ସେମାନଙ୍କର ଯଜ୍ଞବେଦି ସବୁ ଧ୍ୱଂସ କର। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗିଦିଅ। ସେମାନଙ୍କର ପବିତ୍ର କାଷ୍ଠ ସ୍ତମ୍ଭସବୁ କାଟି ପକାଇବ। ଅନ୍ୟ କୌଣସି ଦେବତାର ଉପାସନା କର ନାହିଁ, କାରଣ ମୋର ନାମ ଯିହୋବାଃ, ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ, ମୁଁ ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ ପରମେଶ୍ୱର। “ସାବଧାନ, ତୁମ୍ଭେ ଯେଉଁ ଦେଶରେ ବାସ କରିବ ସେମାନଙ୍କ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ସେମାନଙ୍କ ଦେବଗଣମାନଙ୍କର ଅନୁଚର ହେବ। କିମ୍ବା ସେମାନେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସେମାନଙ୍କ ସହିତ ଯୋଗ ଦେବ। ତୁମ୍ଭେ ସେମାନଙ୍କର ବଳିଦାନ ଭକ୍ଷ୍ୟଣ କରିବ। ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି। “ତୁମ୍ଭେମାନେ କୌଣସି ଛାଞ୍ଚରେ ଢଳା ଦେବତା ତୁମ୍ଭମାନଙ୍କ ପାଇଁ କର ନାହିଁ। “ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ। “କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମୋର। ଏପରିକି ଗୋମେଷାଦି ପଲର ପ୍ରଥମଜାତ ସନ୍ତାନ ମୋର। ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ଏକ ମେଷ ବଦଳରେ ତାହା କ୍ରୟ କରି ପାରିବ। କିନ୍ତୁ ଯଦି ତୁମ୍ଭେ ମେଷ ବଦଳରେ ତାହା କ୍ରୟ ନ କର, ତେବେ ତୁମ୍ଭେ ସେହି ଗଧର ବେକ ଭାଙ୍ଗିବ। ତୁମ୍ଭେମାନେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରି ପାରିବ। କୌଣସି ବ୍ୟକ୍ତି ବିନା ଉପହାରରେ ମୋ’ ପାଖକୁ ଆସିବ ନାହିଁ। “ତୁମ୍ଭେମାନେ ଛଅ ଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭେମାନେ ବିଶ୍ରାମ ନେବ। ତୁମ୍ଭେମାନେ ଏପରିକି ଶସ୍ୟ ବୁଣା ଏବଂ ଶସ୍ୟଅମଳ ସମୟରେ ଏହି ନିୟମ ପାଳନ କରିବ। “ତୁମ୍ଭେମାନେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶେଷ ଭାଗରେ ଶସ୍ୟଅମଳର ପର୍ବ ପାଳନ କରିବା ଉଚିତ୍। “ତିନିଥର ପ୍ରତ୍ୟେକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବ। “ଯେତେବେଳେ ତୁମ୍ଭେ ତୁମ୍ଭର ଦେଶକୁ ଯାଅ ମୁଁ ତୁମ୍ଭର ଶତ୍ରୁମାନଙ୍କୁ ସେଠାରୁ ତଡ଼ି ଦେବି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭେମାନେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନେଇ ପାରିବ ନାହିଁ। ଯେତେବେଳେ ତୁମ୍ଭେ ବର୍ଷରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯିବ। ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିଯୁକ୍ତ ଦ୍ରବ୍ୟ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ। “ଏହି ସମୟରେ ନିସ୍ତାରପର୍ବ ଉତ୍ସବର ବଳି ଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ। “ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ। “କଦାପି ଗୋଟିଏ ମେଷକୁ ତା’ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ। ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ। ମୋଶାଙ୍କର ଉଜ୍ଜ୍ୱଳ ମୁହଁ ଏହା ପରେ ମୋଶା ସୀନୟ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସେହି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗରେ ନେଇ ଆସିଥିଲେ। ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମୋଶାଙ୍କୁ ଏହା ଜଣା ନ ଥିଲା। ହାରୋଣ ଏବଂ ସମସ୍ତ ଇସ୍ରାଏଲୀୟ ଲୋକମାନେ ଦେଖିଲେ ମୋଶାଙ୍କର ମୁଖ ଅତି ଉଜ୍ଜ୍ୱଳ ଦିଶୁଛି। ତେଣୁ ସେମାନେ ତାଙ୍କ ନିକଟକୁ ଯିବାକୁ ଭୟ କଲେ। କିନ୍ତୁ ମୋଶା ସେମାନଙ୍କୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ୟକ୍ଷଗଣ ମୋଶାଙ୍କ ନିକଟକୁ ଗଲେ। ମୋଶା ସେମାନଙ୍କ ସହିତ କଥୋପକଥନ କଲେ। ଏହା ପରେ ଇସ୍ରାଏଲର ସମସ୍ତ ଲୋକେ ମୋଶାଙ୍କ ନିକଟକୁ ଆସିଲେ। ଏହା ପରେ ମୋଶା ସେମାନଙ୍କୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ। ମୋଶା ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ। ଯେତେବେଳେ ମୋଶା ସଦାପ୍ରଭୁଙ୍କ ସହିତ କଥା ହେବାକୁ ଭିତରକୁ ଗଲେ। ସେ ଓଢ଼ଣୀକୁ ହଟାଇଲେ, ତା’ପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ତାହା ଇସ୍ରାଏଲର ଲୋକମାନଙ୍କୁ କହିଲେ। ଲୋକମାନେ ଦେଖି ପାରିଲେ ଯେ ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଛି। ତେଣୁ ମୋଶା ତାଙ୍କର ମୁହଁରେ ଆବରଣ ଦେଲେ। ମୋଶା ସଦାପ୍ରଭୁଙ୍କ ସହିତ ପୁନରାୟ କଥା ହେବା ପର୍ଯ୍ୟନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ। ବିଶ୍ରାମ ଦିନର ବିଧି ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ୟଗୁଡ଼ିକ ମୁଁ ତୁମ୍ଭକୁ କହିବି। ସେଗୁଡ଼ିକ ତୁମ୍ଭେ ପାଳନ କରିବ। “ଛଅ ଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ୱତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମ ଦିନ ହେବ। ଯେକେହି ସେହି ପବିତ୍ର ଦିନରେ କର୍ମ କରିବ, ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। ତୁମ୍ଭେମାନେ ବିଶ୍ରାମ ଦିନରେ କୌଣସି ବାସଗୃହରେ ଅଗ୍ନି ଜାଳିବ ନାହିଁ।” ପବିତ୍ର ତମ୍ବୁ ପାଇଁ ବସ୍ତୁମାନ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କ ସମଗ୍ର ସଭାରେ ଏହା କହିଲେ, “ସଦାପ୍ରଭୁ ଏହିସବୁ ଆଜ୍ଞା ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ବିଶେଷ ଉପହାର ସଂଗ୍ରହ କର। ପ୍ରତ୍ୟେକ ତାଙ୍କର ଇଚ୍ଛାମତେ ଉପହାର ଦେବେ। ଏବଂ ଏହା ପରେ ସେହି ଉପହାରଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ। ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁରବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ, ରକ୍ତୀକୃତ, ମେଷଚର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମକାଠ, ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ପାଇଁ ମସଲା ଓ ଧୂପ। ଗୋମେଦକମଣି ଏବଂ ଅନ୍ୟାନ୍ୟ ଅଳଙ୍କାର ଏଫୋଦ ଓ ବିଗ୍ଭରାର୍ଥକ ବୁକୁପଟାରେ ଖଚିତ କରିବା ପାଇଁ। “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ କର୍ମରେ ନିପୁଣ ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ସବୁକିଛି ନିର୍ମାଣ କର। ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ, ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା, ମେଜ ଓ ତହିଁର ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀୟ ରୋଟୀ, ଦୀପ୍ତି ନିମନ୍ତେ ଦୀପରୁଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ, ଧୂପବେଦି, ତାରସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର। ନୈବେଦ୍ୟ ଉତ୍ସର୍ଗ ନିମନ୍ତେ ଯଜ୍ଞବେଦି ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର। ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କଡ଼ା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା। ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ। ପବିତ୍ର ସ୍ଥାନର ସେବା ନିମନ୍ତେ ସୁଶୋଭିତ ବୁଣା ବସ୍ତ୍ର, ଏହିସବୁ ବିଶେଷ ବସ୍ତ୍ରଗୁଡ଼ିକ ଯାଜକ ହାରୋଣଙ୍କ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତେବେଳେ ସେମାନେ ଯାଜକ ରୂପେ ସେବା କରନ୍ତି।” ଲୋକମାନଙ୍କର ମହାନ ନୈବେଦ୍ୟ ଏହା ପରେ ଇସ୍ରାଏଲର ସଭାର ସମସ୍ତ ଲୋକେ ମୋଶାଙ୍କ ନିକଟରୁ ବିଦାୟ ନେଲେ। ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେହେତୁ ସେମାନଙ୍କର ହୃଦୟ ଉଦାର ହୋଇଗଲା। ଏହି ସମସ୍ତ ଉପହାର ଦ୍ରବ୍ୟ ତମ୍ବୁରେ ଥିବା ସମସ୍ତ ଦ୍ରବ୍ୟ, ସମାଗମ-ତମ୍ବୁ ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଓ ବିଶେଷ ବସ୍ତ୍ର ତିଆରି କରିବାରେ ବ୍ୟବହୃତ ହେଲା। ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଶିରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀୟ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ। ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଥିଲା, ସେମାନେ ତାହା ଆଣିଲେ। ସେମାନେ ମଧ୍ୟ ଛାଗ ଲୋମ, ଲାଲ ରଙ୍ଗରେ ରଂଜିତ ମେଷଚର୍ମ ଏବଂ ସୂକ୍ଷ୍ମ ଚମଡ଼ା ଆଣିଲେ। ପୁଣି ଯିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା। ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ। ନିପୁଣା ସ୍ତ୍ରୀଲୋକମାନେ ସ୍ୱଇଚ୍ଛାରେ ଛାଗ ଲୋମରେ ସୂତା କାଟିଲେ। ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି ଆଣିଲେ। ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ଓ ଧୂପ ଆଣିଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦୟ ସେମାନଙ୍କୁ ଉଦାର କଲା, ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ଦେଇଥିବା ଆଜ୍ଞାନୁସାରେ କାର୍ଯ୍ୟ ପାଇଁ ଉପହାର ଆଣିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଆଣିଲେ। ବତ୍ସଲେଲ ଓ ଅହଲୀୟାବ ଏହା ପରେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଦେଖ, ସଦାପ୍ରଭୁ ବତ୍ସଲେଲକୁ ମନୋନୀତ କଲେ। ଯିଏ ଯିହୁଦା ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ବତ୍ସଲେଲ ଊରିର ପୁତ୍ର ଏବଂ ଊରି ହୂରର ପୁତ୍ର ଅଟେ। ସଦାପ୍ରଭୁ ବତ୍ସଲେଲକୁ ପରମେଶ୍ୱରଙ୍କ ଜ୍ଞାନରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ। ସେ ଚିତ୍ର କର୍ମମାନ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଆଦିରେ ସୁନ୍ଦର କର୍ମମାନ କରି ପାରନ୍ତି। ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଠ ଖୋଦନ ଏହିସବୁ କାର୍ଯ୍ୟମାନ କରିବା ପାଇଁ ତାଙ୍କୁ ନିପୁଣ କଲେ। ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବକୁ ପ୍ରବୃତ୍ତ ଦେଲେ ଯେଉଁଥିରେ ସେମାନେ ଲୋକମାନଙ୍କୁ ଏ ବିଷୟରେ ଶିକ୍ଷା ଦେଇ ପାରିବେ। ଅହଲୀୟାବ ଥିଲେ ଅହୀଷାମଙ୍କର ପୁତ୍ର, ଯିଏ କି ଦାନ୍ ବଂଶର ଥିଲେ। ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ୱତନ୍ତ୍ର ଜ୍ଞାନ କୌଶଳରେ ପରିପୂର୍ଣ୍ଣ କରିଛନ୍ତି, ସେମାନେ ଯେକୌଣସି କାର୍ଯ୍ୟମାନ କରି ପାରିବେ। ସେମାନେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରି ପାରିବେ। ସେମାନେ ସୁନ୍ଦର କାର୍ଯ୍ୟମାନ ଯଥା: ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ରରେ ସୂଚୀ କର୍ମରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ଯାବତୀୟ କର୍ମରେ ସେମାନଙ୍କୁ ନିପୁଣ କରିଛନ୍ତି। “ତେଣୁ ବତ୍ସଲେଲ, ଅହଲୀୟାବ ଏବଂ ପ୍ରତ୍ୟେକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀୟ କାର୍ଯ୍ୟ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସେମାନଙ୍କୁ ପବିତ୍ର ସ୍ଥାନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦେଇଥିଲେ।” ତା’ପରେ ମୋଶା ବତ୍ସଲେଲ ଏବଂ ଅହଲୀୟାବ ପ୍ରତ୍ୟେକ ନିପୁଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ଯ୍ୟ କରିବାକୁ କୌଶଳ ଓ ଅତିଶୟ ଦକ୍ଷତା ଦେଇଛନ୍ତି। ମୋଶା ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ୟ ଦ୍ରବ୍ୟମାନ ଦେଲେ ଏବଂ ସେମାନେ ସେହି ଦ୍ରବ୍ୟଗୁଡ଼ିକ ବ୍ୟବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତରେ ଉପହାରମାନ ଆଣି ଦେଲେ। ଶେଷରେ, ପବିତ୍ର ସ୍ଥାନର ନିପୁଣ କର୍ମକର୍ତ୍ତାଗଣ କାର୍ଯ୍ୟ ଛାଡ଼ି ମୋଶାଙ୍କ ନିକଟକୁ କହିବା ପାଇଁ ଗଲେ। “ଲୋକମାନେ ଯଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ଯଥେଷ୍ଟ ଆଣୁଛନ୍ତି।” ଏହା ପରେ ମୋଶା ଏହି ସମ୍ବାଦ ଛାଉଣି ମଧ୍ୟରେ ପ୍ରଗ୍ଭର କଲେ, “ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ।” ତେଣୁ ଲୋକମାନେ ବାଧ୍ୟ ହେଲେ ଆଉ ଉପହାର ନ ଦେବା ପାଇଁ। ଲୋକମାନେ କାର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ଦେଲେ। ପବିତ୍ର ତମ୍ବୁ ଏହା ପରେ ସେହି ନିପୁଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ତମ୍ବୁର ଦଶ ଯବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧ୍ୟରେ ଶିଳ୍ପ କର୍ମରେ କିରୂବ ଦୂତଗଣର ଆକୃତି କଲେ। ପ୍ରତ୍ୟେକ ଯବନିକା ଅଠେଇଶ ହାତ ଲମ୍ବ, ଗ୍ଭରି ହାତ ପ୍ରସ୍ଥ ଏବଂ ପ୍ରତ୍ୟେକ ଯବନିକା ସମପରିମାଣର ଥିଲା। ସେମାନେ ପଞ୍ଚ ଯବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ଯବନିକା ମଧ୍ୟ ଏକତ୍ର କରି ଯୋଗ କଲେ। ସେମାନେ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ଯୋଡ଼ ସ୍ଥାନର ଦ୍ୱିତୀୟ ଅନ୍ୟ ଯବନିକାର ଧଡ଼ିରେ ଏକାପରି କାର୍ଯ୍ୟମାନ କଲେ। ସେମାନେ ପ୍ରଥମ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। ସେହି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା। ଏହା ପରେ ସେମାନେ ପଗ୍ଭଶ୍ ଗୋଟି ସ୍ୱର୍ଣ୍ଣଘୁଣ୍ଡି କରି ଯବନିକା ସବୁ ଯୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହୋଇ ଗୋଟିଏ ହେଲା। ଏହା ପରେ ସେହି ଶିଳ୍ପୀଗଣ ସେହି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ। ପ୍ରତ୍ୟେକ ଯବନିକାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ବିଶିଷ୍ଟ ହେଲା। ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା। ସେମାନେ ପାଞ୍ଚୋଟି ଯବନିକା ଯୋଡ଼ି ଗୋଟିଏ ଏବଂ ଅନ୍ୟ ଛଅଟି ଯବନିକା ଯୋଡ଼ି ଗୋଟିଏ ପ୍ରସ୍ତୁତ କଲେ। ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। ଶିଳ୍ପୀମାନେ ପିତ୍ତଳର ପଗ୍ଭଶ୍‌ଟି ମୁଦିଆ ତିଆରି କଲେ, ସେହି ଯବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ। ଏହା ପରେ ସେମାନେ ଆଉ ଦୁଇଟି ଯବନିକା ପ୍ରସ୍ତୁତ କଲେ ସେହି ପବିତ୍ର ତମ୍ବୁ ପାଇଁ, ସେମାନେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକଚର୍ମରେ ତିଆରି କଲେ। ଏହା ପରେ ଶିଳ୍ପୀମାନେ ଶିଟୀମ୍ କାଠରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ. ପ୍ରତ୍ୟେକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। ପ୍ରତ୍ୟେକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସେମାନେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ। ସେମାନେ ପବିତ୍ର ତମ୍ବୁ ନିମନ୍ତେ କୋଡ଼ିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ। ଏହା ପରେ ସେମାନେ ଗ୍ଭଳିଶ୍‌ଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦେବା ପାଇଁ। ପ୍ରତ୍ୟେକ ତକ୍ତା ପାଇଁ ସେମାନେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରତ୍ୟେକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ। ସେମାନେ ଉତ୍ତରପଟ ପାଇଁ କୋଡ଼ିଏଟି ପଟା ତିଆରି କଲେ, ସେହି ପବିତ୍ର ତମ୍ବୁ ପାଇଁ। ସେମାନେ ଏହି କୋଡ଼ିଏଟି ପଟା ନିମନ୍ତେ ଗ୍ଭଳିଶ୍‌ଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସେମାନେ ପ୍ରସ୍ତୁତ କଲେ। ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସେମାନେ ଛଅଟି ପଟା ତିଆରି କଲେ। ସେମାନେ ମଧ୍ୟ ପବିତ୍ର ତମ୍ବୁ ପଛପାଖ କୋଣ ପାଇଁ ତକ୍ତାଗୁଡ଼ିକ ତିଆରି କଲେ। ଏହି ପଟାଗୁଡ଼ିକର ତଳେ ଏକତ୍ର କରି ଯୋଡ଼ା ଗଲା। ଏବଂ ଉପରେ ଏକ କଡ଼ା ଦ୍ୱାରା ଯୋଡ଼ ରହିଲା। ଏହିପରି ଭାବରେ ସେହି କୋଣ ପଟା ଦ୍ୱୟ ଏକତ୍ର ହୋଇ ରହିଲା। ସେମାନେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ। ସେହି ପବିତ୍ର ତମ୍ବୁର ପଶ୍ଚିମ ପଟରେ ମୋଟ ଆଠଟି ତକ୍ତା ରହିଲା। ଏବଂ ଷୋହଳଟି ରୂପାର ଆଧାର ଥିଲା। ପ୍ରତ୍ୟେକ ତକ୍ତା ପାଇଁ ଦୁଇଟି ଆଧାର। ଏହା ପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠରେ ଅର୍ଗଳ ପ୍ରସ୍ତୁତ କଲେ। ସେମାନେ ପବିତ୍ର ତମ୍ବୁର ଗୋଟିଏ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ତିଆରି କଲେ। ପାଞ୍ଚୋଟି ଅର୍ଗଳ ଅନ୍ୟ ପାର୍ଶ୍ୱ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କଲେ। ମଧ୍ୟସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା। ଆଉ ସେମାନେ ସେହିସବୁ ପଟା ସୁବର୍ଣ୍ଣ ଦ୍ୱାରା ମଡ଼ାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ। ଅର୍ଗଳସବୁ ସୁନାରେ ମଡ଼ାଇଲେ। ଏହା ପରେ ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କଲେ। ସେମାନେ ତା’ ପାଇଁ ଶିଟୀମ୍ କାଠର ଗ୍ଭରିସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ। ଏବଂ ସେସବୁର ଆଙ୍କଡ଼ା ସୁନାରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଗ୍ଭରୋଟି ଚୁଙ୍ଗୀ ଢାଳିଲେ। ସେମାନେ ତମ୍ବୁ ପ୍ରବେଶ ଦ୍ୱାର ନିମନ୍ତେ ନୀଳ, ଧୂମ୍ର ସିନ୍ଦୁରବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ। ତାହାର ପାଞ୍ଚୋଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡ଼ା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣରେ ମଡ଼ାଇଲେ। ମାତ୍ର ସେମାନଙ୍କର ପାଞ୍ଚୋଟି ଚୁଙ୍ଗୀ ପିତ୍ତଳର ଥିଲା। ନିୟମ-ସିନ୍ଦୁକ ବତ୍ସଲେଲ ଶିଟୀମ୍ କାଠରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢ଼େଇ ହାତ, ଦେଢ଼ ହାତ ଚଉଡ଼ା ଏବଂ ଦେଢ଼ ହାତ ଉଚ୍ଚ। ସେ ଏହି ସିନ୍ଦୁକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ୱାରା ଭିତର ପଟ ଓ ବାହାର ପଟ ମଡ଼ାଇଲେ। ଏହା ପରେ ସେ ସୁବର୍ଣ୍ଣର କାନ୍ଥ କଲେ। ସେ ସୁବର୍ଣ୍ଣର ଗ୍ଭରୋଟି କଡ଼ାକରି ଗ୍ଭରି କୋଣରେ ଲଗାଇଲେ। ଏବଂ ଦୁଇ ପାର୍ଶ୍ୱରେ ଦୁଇଟି କଡ଼ା ଥିଲା। ସେ ସେହି ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। ସେହିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାର୍ଶ୍ୱରେ ଥିବା ଦୁଇ କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଥିଲେ। ଏହା ପରେ ବତ୍ସଲେଲ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା’ର ଲମ୍ବ ଅଢ଼େଇ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। ଏହା ପରେ ବତ୍ସଲେଲ ପିଟାସୁବର୍ଣ୍ଣରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡରେ ରଖିଲେ। ତହିଁର ଏକ ମୁଣ୍ଡରେ ଏକ କିରୂବ, ଅନ୍ୟ ମୁଣ୍ଡରେ ମଧ୍ୟ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ। କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହୋଇ ରହିଲା। ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା। ଏକ ସ୍ୱତନ୍ତ୍ର ମେଜ ଏହା ପରେ ସେ ଶିଟୀମ୍ କାଠରେ ଏକ ମେଜ ତିଆରି କଲେ। ଏହାର ଲମ୍ବ ଦୁଇ ହାତ, ଏକ ହାତ ଚଉଡ଼ା, ଦେଢ଼ ହାତ ଉଚ୍ଚତା ଥିଲା। ସେ ସେହି ମେଜକୁ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦନ କଲେ ଏବଂ ଟେବୁଲ ଗ୍ଭରିପାଖରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ। ତା’ପରେ ସେ ମେଜ ଗ୍ଭରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଗ୍ଭରିପଟେ ସୁବର୍ଣ୍ଣର ବଳୟ ତିଆରି କଲେ। ଏହା ପରେ ସେମାନେ ମେଜର ଚତୁର୍ଦ୍ଦିଗରେ ଗ୍ଭରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗରେ ମେଜର ଗୋଡ଼ଗୁଡ଼ିକ ଥିଲା। ସେ ସେହି ସୁବର୍ଣ୍ଣର କଡ଼ାଗୁଡ଼ିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡ଼ା ମଧ୍ୟରେ ପୁରାଇଥିବା ସାଙ୍ଗୀ ଦ୍ୱାରା ବୁହା ଯାଉଥିଲା। ସେହି ମେଜକୁ ବହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କଲେ ଓ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦିତ କଲେ। ତା’ପରେ ସେ ଥାଳି, ଗ୍ଭମଚ, ଗରା, ଗଡ଼ୁ ସବୁକୁ ସୁବର୍ଣ୍ଣରେ ତିଆରି କଲେ। ସେହି ଗରା ଓ ଗଡ଼ୁସବୁ ପେୟନୈବେଦ୍ୟ ଢାଳିବାରେ ବ୍ୟବହୃତ ହୁଏ। ଦୀପରୁଖା ଏହା ପରେ ସେ ଶୁଦ୍ଧ ସୁବର୍ଣ୍ଣରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୁଖାରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା’ପରେ ସେ ଫୁଲ, ପାଖୁଡ଼ା, କଢ଼ିମାନ ତିଆରି କଲେ। ସେ ଏହି ଜିନିଷଗୁଡ଼ିକୁ ଏକାଠି ଯୋଡ଼ି ଗୋଟିଏ ଜିନିଷ ତିଆରି କଲେ। ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଏବଂ ଅନ୍ୟ ପାର୍ଶ୍ୱରୁ ତିନି ଶାଖା ଏହିପରି ଛଅଟି ଶାଖା ସେହି ଦୀପବୃକ୍ଷରୁ ବାହାର କଲେ। ପ୍ରତ୍ୟେକ ଶାଖାରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖାରେ ରହିଲା। ଦୀପରୁଖାର ଦଣ୍ଡଟିରେ ଗ୍ଭରୋଟି ପୁଷ୍ପ ଥିଲା, ସେଗୁଡ଼ିକର ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡ଼ା ସଦୃଶ ଥିଲା। ସେଥିରେ ଛଅଟି ଶାଖା ଥିଲା, ତିନୋଟି ପ୍ରତ୍ୟେକ ପାର୍ଶ୍ୱକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡ଼ା ଥିଲା। ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା’ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେଲା। ସମସ୍ତ ପିଟା ସୁନା କର୍ମରେ ନିର୍ମିତ ହୋଇଥିଲା। ସେ ସେଥିପାଇଁ ସାତୋଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। ସେ ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ୟବହାର କଲେ। ଧୂପବେଦି ସେ ଧୂପ ଜଳାଇବା ପାଇଁ ଗୋଟିଏ ବେଦି ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ୟବହାର କଲେ। ଏହି ବେଦିଟି ଏକ ବର୍ଗାକାର, ଯାହାର ଦୈର୍ଘ୍ୟ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇ ହାତ। ଶିଙ୍ଗଗୁଡ଼ିକ ତିଆରି ହୋଇଥିଲା ବେଦିର ଅଂଶ ଭାବରେ। ଏବଂ ସେହି ଧୂପବେଦିଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲା। ଏବଂ ସେ ବେଦି ଚତୁର୍ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ନିର୍ମାଣ କଲେ। ଧୂପବେଦିକୁ ବହିବା ପାଇଁ ତା’ର ପ୍ରତ୍ୟେକ ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ତଳେ ସୁବର୍ଣ୍ଣ ଦୁଇ କଡ଼ା ନିର୍ମାଣ କଲେ। ସେ ସେହି ସାଙ୍ଗୀଗୁଡ଼ିକ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। ଏହା ପରେ ସେ ବିଶେଷ ଅଭିଷେକାର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ। ହୋମବେଦି ଏହା ପରେ ନୈବେଦ୍ୟ ଦ‌ଗ୍‌ଧ କରିବା ପାଇଁ ବତ୍ସଲେଲ ଶିଟୀମ୍ କାଠରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଏହି ହୋମବେଦିଟି ବର୍ଗାକାର ଥିଲା। ଏହାର ଦୈର୍ଘ୍ୟ ପାଞ୍ଚ ହାତ, ପ୍ରସ୍ଥ ପାଞ୍ଚ ହାତ ଏବଂ ଉଚ୍ଚତା ତିନି ହାତ ଥିଲା। ସେ ଗ୍ଭରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଗ୍ଭରୋଟି ଶିଙ୍ଗକୁ ମିଶାଇ ଦେଲେ, ସେସବୁ ଯଜ୍ଞବେଦିର ଏକ ଅଂଶ ହେଲା ଏବଂ ତା’ଉପରେ କଂସା ମଡ଼ାଇଲେ। ଏହା ପରେ ସେ ଯଜ୍ଞବେଦି ପାଇଁ ଦରକାରୀ ପିତ୍ତଳ ପାତ୍ର, ବେଲଗ୍ଭ, କରଚୁଲ୍ଲୀ, ଗରା, କଣ୍ଟା ଗ୍ଭମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ। ଏହା ପରେ ସେ ଯଜ୍ଞବେଦି ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ଯଜ୍ଞବେଦିର ଧାରରେ ବାନ୍ଧିଲେ। ଯାହାକି ଯଜ୍ଞବେଦିର ମଝି ପର୍ଯ୍ୟନ୍ତ ଆସିଲା। ଏହା ପରେ ସେ କଂସାର କଡ଼ା ତିଆରି କଲେ। ଏହି କଡ଼ା ମଧ୍ୟରେ ସାଙ୍ଗୀ ପୁରେଇ ବେଦି ବୁହାଗଲା। ସେ କଂସା ଜାଲିର ଗ୍ଭରି ପାଖରେ ଗ୍ଭରୋଟି କଡ଼ା ଲଗାଇଲେ। ଏହା ପରେ ସେ ଶିଟୀମ୍ କାଠରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସେହି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡ଼ାଇଲେ। ବେଦିଟିକୁ ବହିବା ପାଇଁ ସେ ଯଜ୍ଞବେଦି ପାର୍ଶ୍ୱରେ ଥିବା କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଲେ। ସେ ଯଜ୍ଞବେଦିଟିକୁ ଖାଲି ସିନ୍ଦୁକ ପରି ପଟାରେ ନିର୍ମାଣ କଲେ। ସ୍ତ୍ରୀ ଲୋକମାନେ ଦେଇଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୁଖା ତିଆରି କଲେ। ସେହି ସ୍ତ୍ରୀଲୋକମାନେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କରୁଥିଲେ। ପବିତ୍ର ତମ୍ବୁର ଗ୍ଭରିପାଖର ଅଗଣା ଏହା ପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୋମସୂତ୍ରରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ। ଏହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ଚୁଙ୍ଗୀ ପିତ୍ତଳର ଏବଂ ସେହି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା। ଉତ୍ତର ଦିଗର ପରଦା ଶହେ ହାତ ତାହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା। ପଶ୍ଚିମ ପାର୍ଶ୍ୱରେ ପରଦା ପଗ୍ଭଶ୍ ହାତ ଲମ୍ବ ଥିଲା। ଏହାର ଦଶ ଗୋଟି ସ୍ତମ୍ଭ ଓ ଦଶ ଗୋଟି ଚୁଙ୍ଗୀ, ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା। ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଗ୍ଭଶ୍ ହାତଥିଲା। ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା। ଅନ୍ୟ ପାର୍ଶ୍ୱ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ୱାର ସନ୍ନିକଟ ଏକ ପାର୍ଶ୍ୱସ୍ଥ ଓ ଅନ୍ୟ ପାର୍ଶ୍ୱସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା। ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ରରେ ନିର୍ମିତ ଥିଲା। ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡ଼ା ଛଡ଼ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପାରେ ଛାଉଣି ହୋଇଥିଲା। ଏବଂ ଅଗଣାର ଖମ୍ବର ଛଡ଼ସବୁ ରୂପାରେ ତିଆରି ହୋଇଥିଲା। ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ଶିଳ୍ପ କର୍ମରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା। ତହିଁରେ ପିତ୍ତଳର ଗ୍ଭରିଟି ସ୍ତମ୍ଭ, ଗ୍ଭରିଟି ଚୁଙ୍ଗୀ ରୂପାର ଆଙ୍କଡ଼ା ତା’ର ମୁଣ୍ଡାଳି ରୂପାରେ ଛାଉଣି ହୋଇଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା। ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସାରେ ନିର୍ମିତ ହୋଇଥିଲା। ମୋଶା ଲେବୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁରେ ବ୍ୟବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାୟିତ୍ୱ ନେଇଥିଲେ ଯାଜକ ହାରୋଣର ପୁତ୍ର ଇଥାମ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ସେହି ଅନୁଯାୟୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲେଲ ସେ ସବୁ ନିର୍ମାଣ କରିଥିଲେ। ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀୟାବ ଖୋଦନ କାର୍ଯ୍ୟରେ, ରୂପାଙ୍କନ କରିବାରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବାରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ। ଅଣତିରିଶ୍ ତାଳନ୍ତ ଓ 730 ଶେକଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ୱାରା ମପାଯାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା। ଯେତେ ଲୋକ ଗଣିତ ହୋଇଥିଲେ, ସେମାନେ 100 ଶେକଲ ସୁବର୍ଣ୍ଣ ଓ 1775 ଶେକଲ ରୂପା କାର୍ଯ୍ୟାଳୟ ମାପ ଦ୍ୱାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା। ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ। ଏକ ତାଳନ୍ତ ଲେଖାଏଁ ରୂପାରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହୋଇଥିଲା। 100 ଆଧାର ପାଇଁ 100 ତାଳନ୍ତ ବ୍ୟବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ। ସେମାନେ ଆଙ୍କଡ଼ା, ଛଡ଼ ଏବଂ ଖମ୍ବଗୁଡ଼ିକର ଅଗ୍ରଭାଗକୁ 1775 ଶେକଲ ରୂପାରେ ଆଚ୍ଛାଦନ କଲେ। ପିତ୍ତଳର ନୈବେଦ୍ୟ ସତୁରି ତାଳନ୍ତ 2400 ଶେକଲ ଥିଲା। ଏଣୁ ସେ ପିତ୍ତଳ ଦ୍ୱାର ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ ପିତ୍ତଳ ଯଜ୍ଞବେଦି ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ଯଜ୍ଞବେଦିର ସମସ୍ତ ପାତ୍ର ନିର୍ମାଣ କଲେ। ପ୍ରାଙ୍ଗଣର ଚତୁର୍ପାର୍ଶ୍ୱର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ୱାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରାଙ୍ଗଣର ଖିଲ ସବୁ ସେହି କଂସାରେ ନିର୍ମିତ କରାଗଲା। ଯାଜକମାନଙ୍କର ବିଶେଷ ବସ୍ତ୍ର କୁଶଳୀ କର୍ମୀମାନେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତାଦ୍ୱାରା ସେମାନେ ସ୍ୱତନ୍ତ୍ର ଧରଣର ପୋଷାକ ତିଆରି କଲେ। ସେହି ବିଶେଷ ପୋଷାକ ଯାଜକମାନେ ଯେତେବେଳେ ସଦାପ୍ରଭୁଙ୍କର କର୍ମ କରିବେ, ସେମାନେ ସେହି ସମୟରେ ପିନ୍ଧିବେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଦେଇଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସେହି ପବିତ୍ର ବସ୍ତ୍ର ତିଆରି କଲେ। ଏଫୋଦ ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ଶୂଭ୍ର ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ। ସେମାନେ ନୀଳ, ବାଇଗଣୀ ଓ ଲାଲ ରଙ୍ଗର ସୂତାରେ ଝାଲେରି ବୁଣିବା ପାଇଁ ସେମାନେ ସୁବର୍ଣ୍ଣକୁ ପିଟିଲେ ଓ କାଟି ଛୋଟ ସୂତାରେ ପରିଣତ କଲେ। ସେମାନେ ଏଫୋଦ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହା ପରେ ସେମାନେ ପ୍ରତ୍ୟେକର କାନିକୁ ଏଫୋଦର ଦୁଇ ମୁଣ୍ଡ ସହିତ ଯୋଡ଼ି ଦେଲେ। ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ। କର୍ମୀଗଣ ଏଫୋଦରେ ଗୋମେଦକ ମଣିକୁ ସୁନାରେ ଖଚିତ କରି ବ୍ୟବହାର କଲେ। ସେହି ମଣିରେ ଇସ୍ରାଏଲ ସନ୍ତାନମାନଙ୍କର ନାମ ଲେଖିଲେ। ଏହା ପରେ ସେମାନେ ସଦାପ୍ରଭୁଙ୍କର ମୋଶାଙ୍କୁ ଆଜ୍ଞା ଅନୁସାରେ ଏଫୋଦର ଦୁଇ ସ୍କନ୍ଦପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ। ବିଗ୍ଭରାର୍ଥକ ବୁକୁପଟା ଏହା ପରେ ସେମାନେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳୀ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ ପରି ଥିଲା। ଏହା ସୁବର୍ଣ୍ଣ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମସୂତ୍ର ଦ୍ୱାରା ତିଆରି କରାଯାଇଥିଲା। ଏହା ଚତୁଷ୍କୋଣ ଥିଲା। ସେମାନେ ସେହି ବୁକୁପଟାକୁ ଦୋହରା କରି ଏକ ଗ୍ଭଖଣ୍ଡେ ଲମ୍ବ ଓ ଏକ ଗ୍ଭଖଣ୍ଡେ ପ୍ରସ୍ଥ କଲେ। ତାକୁ ଗ୍ଭରି ପକ୍ତି ମଣିରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତିରେ ଚୁଣି, ପିତମଣି ଓ ମରକତ ଇତ୍ୟାଦି ରଖିଲେ। ଦ୍ୱିତୀୟ ପଂକ୍ତିରେ ସେମାନେ ପଦ୍ମରାଗ, ନୀଳକାନ୍ତ ଓ ହୀରକ ଦେଲେ। ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା ରଖିଲେ। ଏବଂ ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ, ଗୋମେଦକ ମଣି, ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣ ଧାରରେ ବସାଗଲା। ଇସ୍ରାଏଲ ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେଲା। ପ୍ରତ୍ୟେକ ମଣିରେ ଇସ୍ରାଏଲର ଦ୍ୱାଦଶ ପରିବାର ବର୍ଗର ଏକ ଏକ ନାମ ବିଗ୍ଭରର୍ଥକ ବୁକୁପଟା ହୋଇ ରହିଲା। ତା’ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ହାର ତିଆରି କଲେ ଏବଂ ବିଗ୍ଭରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ଯୋଡ଼ିଲେ। ଦୁଇ ସ୍ୱର୍ଣ୍ଣଧାର ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରାର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲାଗାଇଲେ। ସେମାନେ ବିଗ୍ଭରାର୍ଥକ ବୁକୁପଟାର ଶେଷ ଭାଗରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡ଼ା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ। ମୋଟା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ। ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ। ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟିବନ୍ଧନ ଉପରେ ତାହା ଲଗାଇଲେ। ଏହା ପରେ ସେମାନେ ଏକ ନୀଳ ରିବନ ଦ୍ୱାରା ବୁକୁପଟାକୁ ଏଫୋଦରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡ଼େ, ତେଣୁ ବିଗ୍ଭରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହୋଇ ରହିଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା। ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ପୋଷାକ ଏହା ପରେ ସେମାନେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ରରେ ଏଫୋଦର ଗ୍ଭେଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ୱାରା ବୁଣାଗଲା। ଗ୍ଭେଗାର ମଧ୍ୟସ୍ଥଳରେ ସାଞ୍ଚୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଗ୍ଭରିପାଖରେ ବୁଣା କର୍ମ ହୋଇଥିଲା। ସେମାନେ ଗ୍ଭେଗାର ଅଞ୍ଚଳର ଗ୍ଭରି ପାଖରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ। ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସୁନା ଦ୍ୱାରା ଘଣ୍ଟି କରି ଗ୍ଭେଗା ଅଞ୍ଚଳର ଗ୍ଭରିଆଡ଼େ ଡାଳିମ୍ବର ମଧ୍ୟରେ ରଖିଲେ। ଉପାସନା ଗ୍ଭେଗାର ଧଡ଼ିରେ ସେମାନେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ। ଏହା ପରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା ତିଆରି କଲେ। ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡ଼ି ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ। ସେମାନେ ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତ୍ରରେ ଝାଲେରି କାର୍ଯ୍ୟ ଦ୍ୱାରା ଏକ କଟିବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମୋଶାଙ୍କ ପ୍ରତି ଆଜ୍ଞାନୁସାରେ। ଏହା ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହା ଏକ ମୋହର ପରି ଲେଖିଲେ। ଏହା ପଗଡ଼ି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ। ମୋଶା ପବିତ୍ର ତମ୍ବୁକୁ ପରିଦର୍ଶନ କଲେ ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ। ଏହା ପରେ ସେମାନେ ମୋଶାଙ୍କୁ ପବିତ୍ର ତମ୍ବୁ ଦେଖାଇଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ। ନାଲି ରଙ୍ଗରେ ରଂଜିତ ମେଷ ଚର୍ମରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ। ନିୟମ-ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ଆଚ୍ଛାଦକ ଆଣିଲେ। ମେଜ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀୟ ରୋଟୀ। ଶୁଦ୍ଧ ସୁବର୍ଣ୍ଣର ଦ୍ୱୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈଳ ଆଣିଲେ। ସ୍ୱର୍ଣ୍ଣମୟ ଯଜ୍ଞବେଦି, ଅଭିଷେକାର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ୱାର ନିମନ୍ତେ ପରଦା। କଂସାର ଯଜ୍ଞବେଦି, କଂସାର ଜଞ୍ଜିର, ତା’ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର। ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ୱାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ-ତମ୍ବୁ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ଆସବାବ ପତ୍ର। ଯାଜକ ରୂପେ ସେବା କଲାବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଗ୍ଭେଗା ପରିଧାନ କରିଥିଲେ ତାହା ସେମାନେ ଦେଖାଇଲେ। ଇସ୍ରାଏଲର ଲୋକମାନେ ଏହିପରି କାର୍ଯ୍ୟମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ. ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ। ମୋଶା ପବିତ୍ର ତମ୍ବୁ ସ୍ଥାପନ କଲେ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର। ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। ଏହା ପରେ ମେଜ ଭିତରକୁ ଆଣି ତହିଁର ସମସ୍ତ ଦ୍ରବ୍ୟମାନ ସଜାଇ ରଖ। ଦୀପରୁଖା ଆଣ ଏବଂ ସମସ୍ତ ଦ୍ୱୀପଗୁଡ଼ିକ ଜାଳିବା ପାଇଁ ରଖ। ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ। “ଆଉ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖରେ ହୋମବଳି ରଖିବ। ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ। “ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର ଓ ଉତ୍ସର୍ଗିତ କର। ତହିଁରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହେବ। ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ। ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ। “ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ। ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା’ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ। ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ। ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।” ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ। ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା। ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ। ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ। ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ। ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ। ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ। ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ। ସଦାପ୍ରଭୁଙ୍କର ମହିମା ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ। ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ। ବଳିଦାନ ଓ ନୈବେଦ୍ୟ ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରେ, ତେବେ ସେ ନିଜ ପାଳିତ ଗୋରୁ, ମେଷ କିମ୍ବା ଛେଳି ଉତ୍ସର୍ଗ କରୁ। “ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ। ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ। “ତା’ପରେ ସେ ଗୋଟିଏ ଯୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ-ତମ୍ବୁର ଦ୍ୱାର ନିକଟସ୍ଥ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ପୁଣି ସେ ଯାଜକ ସେହି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ। ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସେହି ଯଜ୍ଞବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ। ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ଯଜ୍ଞବେଦି ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସେହି ଖଣ୍ଡ ସକଳ, ମସ୍ତକ ଓ ମେଦ ରଖିବେ। ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା’ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ। “ଯଦି ସେ ମେଷ କିମ୍ବା ଛାଗ ଆପଣା ପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ତାହା ନିଖୁଣ ପୁଂପଶୁ ହୋଇଥିବ। ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା’ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ। ତା’ପରେ ସେ ଯାଜକ ତା’ର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦି ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ। ମାତ୍ର ସେ ତା’ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା’ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ। “ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ। ତହୁଁ ଯାଜକ ତାକୁ ଯଜ୍ଞବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଆଉ ତା’ର ରକ୍ତ ଯଜ୍ଞବେଦି ପାର୍ଶ୍ୱରେ ନିଗାଡ଼ିବ। ସେହି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନେଇ ପୂର୍ବପାର୍ଶ୍ୱସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। ତା’ପରେ ସେ ଯାଜକ ତା’ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା’ପରେ ଯାଜକ ଏହାକୁ ସମ୍ପୂର୍ଣ୍ଣଭାବରେ ବେଦିରେ ଥିବା ଅଗ୍ନିକାଠ ମଧ୍ୟରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ହୋମବଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ହେବ। ଶସ୍ୟ ନୈବେଦ୍ୟ “ଆଉ କେହି ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଶସ୍ୟ ନୈବେଦ୍ୟ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦାରେ ନୈବେଦ୍ୟ ହେବ। ପୁଣି ସେଥିରେ ସେ ତୈଳ ଢାଳିବ ଓ ତା’ଉପରେ ଲୋବାନି ରଖିବ। ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା’ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ। ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ। ପକ୍ୱ ଶସ୍ୟ ନୈବେଦ୍ୟ “ଆଉ ଯଦି କେହି ତୁନ୍ଦୁରରେ ପକ୍ୱ କରି ଶସ୍ୟ-ନୈବେଦ୍ୟ ଦିଏ, ତେବେ ତାହା ତାଡ଼ିଶୂନ୍ୟ ରୋଟୀ ଓ ତୈଳରେ ଛଣା ଯାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହେବ। ପୁଣି ଯଦି ନୈବେଦ୍ୟ କରେଇରେ ସେକା ହୋଇଥିବା ପିଠା ହୁଏ, ତେବେ ଏହା ନିଶ୍ଚିତ ତାଡ଼ିଶୂନ୍ୟ ସରୁ ମଇଦାରୁ ତିଆରି ହୋଇ ତୈଳରେ ଭଜା ହୋଇ ତିଆରି ହୋଇଥିବ। ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା’ଉପରେ ତୈଳ ଢାଳିବ, ତାହା ହିଁ ଶସ୍ୟ ନୈବେଦ୍ୟ ହେବ। ଯଦି ତୁମ୍ଭେ କରେଇରେ ରୋଷେଇ ହୋଇ ଶେକା ଯାଇଥିବା ଶସ୍ୟ ଦିଅ, ତେବେ ତାହା ନିଶ୍ଚିତ ତେଲରେ ଭଜା ଯାଇଥିବ ଓ ସରୁ ମଇଦାରେ ହୋଇ କରେଇରେ ପରସା ଯାଇଥିବ। “ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତି ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦେବ ଓ ଯାଜକ ତାକୁ ନେଇ ଯଜ୍ଞବେଦି ଉପରେ ରଖିବ। ପୁଣି ଯାଜକ ସେହି ଭଜା ଶସ୍ୟରୁ କିଛି ଅଂଶ ନେବା ଉଚିତ୍ ଓ ଯଜ୍ଞବେଦି ଉପରେ ଏହି ସ୍ମରଣାର୍ଥକ ଅଂଶ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ଅଟେ। ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ। “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍ ନୁହେଁ। ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାଡ଼ି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହେବ। ଏହାକୁ ଯଜ୍ଞବେଦି ଉପରକୁ ନିଆ ଯାଇ ପାରିବ ନାହିଁ। ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ। ପ୍ରଥମଜାତ ଶସ୍ୟ ନୈବେଦ୍ୟ “ପୁଣି ଯେବେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଶସ୍ୟ ନୈବେଦ୍ୟ ରୂପେ ଅଗ୍ନିରେ ଭଜା ତାଜା ଶସ୍ୟ ଉତ୍ସର୍ଗ କରିବ। ପୁଣି ତାହା ଉପରେ ତୈଳ ଦେବ ଓ ଲୋବାନି ରଖିବ। ତାହା ଶସ୍ୟ ନୈବେଦ୍ୟ ହେବ। ତା’ପରେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରଣାର୍ଥକ ଅଂଶ ରୂପେ ଦ‌‌‌‌ଗ୍‌‌‌‌ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ। ମଙ୍ଗଳାର୍ଥକ ନୈବେଦ୍ୟ “ଯେବେ କୌଣସି ବ୍ୟକ୍ତି ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରୁଥାଏ, ତେବେ ସେ ତା’ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍। ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ। ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ। ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଳାବକ ନେବ। ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ। “ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷ କିମ୍ବା ଛେଳି ମଧ୍ୟରୁ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ ତେବେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମେଷ ବା ଛେଳି ଉତ୍ସର୍ଗ କରିବ। ଯଦି ସେ ନୈବେଦ୍ୟ ରୂପେ ମେଷ ଉତ୍ସର୍ଗ କରେ ତେବେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖକୁ ତାକୁ ଆଣିବ। ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ରମାନେ ତା’ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା’ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ। ସେ ଦୁଇଟି ଗୁରୁଦା ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ, ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। ତତ୍ପରେ ଯାଜକ ସେସମସ୍ତ ନେଇ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଏକ ଉପହାର ହେବ। “ଆଉ ଯଦି କେହି ଛାଗ ନୈବେଦ୍ୟ କରେ, ତେବେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ର ତା’ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ତା’ପରେ ସେ ସହଭାଗିତାର ନୈବେଦ୍ୟରୁ ଏକ ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଦେବ। ସେ ଅନ୍ତ ଆଚ୍ଛାଦକ ମେଦ ଓ ଅନ୍ତ ଉପରିସ୍ଥ ମେଦ ସବୁ ଉତ୍ସର୍ଗ କରିବ। ସେ ଦୁଇଟି ଗୁରୁଦା, ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ ଏବଂ ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। ତା’ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର। ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।” ଅଜ୍ଞାତ ପାପ ପାଇଁ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି। “ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ତେବେ ସେ ଗୋଟିଏ ନିଖୁଣ ବାଛୁରି ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା’ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ। ଆଉ ସେହି ଅଭିଷିକ୍ତ ଯାଜକ ସେହି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। ତା’ପରେ ସେ ଯାଜକ ସେହି ରକ୍ତରେ ନିଜର ଆଙ୍ଗୁଠି ବୁଡ଼ାଇ ସଦାପ୍ରଭୁଙ୍କ ଛାମୁରେ ମହାପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା’ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ। ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମେଦ, ଯାହାକି ଅନ୍ତ ବୁଜୁଳାର ଉପରିସ୍ଥ ଏବଂ ପାର୍ଶ୍ୱବର୍ତ୍ତୀ ମେଦ ହେବା ଉଚିତ୍। ସେ ଦୁଇଟି ଗୁରୁଦା, ମେଦର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ଗୁରୁଦାର ଏବଂ ଯକୃତର ମେଦ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନେବା ଉଚିତ୍। ସମାଗମ ନୈବେଦ୍ୟର ଗୋରୁ ହୋଇଥିଲେ ଯେପରି ଉତ୍ସର୍ଗ କରାଯାଏ ସେ ସେହିପରି କରିବ। ପୁଣି ଯାଜକ ହୋମବଳିର ବେଦି ଉପରେ ତାହା ଦ‌‌‌‌ଗ୍‌‌‌‌ଧ କରିବ। ସେହି ଚର୍ମ, ମେଦ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ଛାଉଣି ବାହାରକୁ ନିଆଯିବା ଉଚିତ୍ ଓ ଧର୍ମକାର୍ଯ୍ୟର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ୱାରା ଦ‌‌‌‌ଗ୍‌‌‌‌ଧ କରିବ। *** “ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ। ଯଦି ସେମାନେ ସେମାନଙ୍କ କୃତ ପାପ ଜାଣିବେ, ତେବେ ସେମାନେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ-ତମ୍ବୁ ନିକଟକୁ ତାକୁ ଆଣିବେ। ତା’ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ। ତତ୍ପରେ ଅଭିଷିକ୍ତ ଯାଜକ ସେହି ଗୋବତ୍ସର କିଛି ରକ୍ତ ଧରି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ସମ୍ମୁଖରେ ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ। ତା’ପରେ ଯାଜକ ବଳିର ସମସ୍ତ ମେଦ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା’ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ। ତା’ପରେ ସେ ଗୋବତ୍ସକୁ ଛାଉଣି ବାହାରକୁ ନେଇ ପୂର୍ବ ଗୋବତ୍ସ ପରି ତାକୁ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ଏହା ସମଗ୍ର ଇସ୍ରାଏଲର ଲୋକମାନଙ୍କ ପାଇଁ ପାପାର୍ଥକ ନୈବେଦ୍ୟ। “ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ। ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତେବେ ସେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ। ତା’ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ। ତା’ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା’ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ। “ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ। ଯଦି ସେହି ଲୋକ ତା’ର ପାପ ବିଷୟରେ ଜ୍ଞାତ ହୁଏ, ତେବେ ସେ ତା’ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ। ପୁଣି ସେ ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। ତା’ପରେ ସେ ଯାଜକ ଅଙ୍ଗୁଳିରେ ତା’ର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତା’ର ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ। “ଯଦି ସେ ପାପାର୍ଥକ ନୈବେଦ୍ୟ ନିମନ୍ତେ ମେଷଶାବକ ଆଣେ ତେବେ ନିଶ୍ଚିତ ଏକ ନିଖୁଣ ମେଷଶାବକ ଆଣିବ। ପୁଣି ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। ତା’ପରେ ସେ ଯାଜକ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ଅଙ୍ଗୁଳିରେ ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା’ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ। ଭିନ୍ନ ଭିନ୍ନ ଅଜାଣତ ପାପ “ଯଦି କୌଣସି ବ୍ୟକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତେବେ ସେ ପାପ କରେ ଓ ଅପରାଧୀ ହୁଏ। “କିମ୍ବା ଯଦି କୌଣସି ବ୍ୟକ୍ତି କିଛି ଅଶୁଚି ଦ୍ରବ୍ୟ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦି ଶବ କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତରେ କରିଥାଏ ତଥାପି ସେ ଅପରାଧୀ ହେବ। “ଆହୁରି ଅନେକ ଜିନିଷ ଅଛି ଯାହାକି ମନୁଷ୍ୟକୁ ଅଶୁଚି କରେ। ଯଦି କେହି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତରେ କରିଥାଏ, ତେବେ ସେ ଯେତେବେଳେ ଜାଣେ ସେ ଦୋଷୀ ହେବ। “କିମ୍ବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଗ୍ଭଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷୟରେ ଭୂଲିଯାଏ, ସେ ଦୋଷୀ ବୋଲି ବିବେଚିତ ହେବ, ଯେତେବେଳେ ସେ ମନେ ପକାଇବ କାରଣ ସେ ତା’ର ଶପଥ ରକ୍ଷା କରି ପାରିଲା ନାହିଁ। ତେଣୁ ଯଦି କେହି ଏହି ବିଷୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିକରେ ଦୋଷୀ ହୁଏ, ତେବେ ସେ ନିଜର ସେ ପାପକର୍ମ ସ୍ୱୀକାର କରିବ। ତହୁଁ ସେ ତା’ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା’ପରେ ଯାଜକ ତା’ର କୃତ ପାପର ପ୍ରାୟଶ୍ଚିତ କରାଇବ। “ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ପୁଣି ସେ ସେଗୁଡ଼ିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନୈବେଦ୍ୟ ଉତ୍ସର୍ଗ କରି, ତା’ର ବେକରୁ ମୁଣ୍ଡ ମୋଡ଼ିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ। ତା’ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ। ତା’ପରେ ଯାଜକ ବିଧି ଅନୁସାରେ ଦ୍ୱିତୀୟ ପକ୍ଷୀକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା’ର କୃତ ପାପ ନିମନ୍ତେ ଯାଜକ ଦ୍ୱାରା ପ୍ରାୟଶ୍ଚିତ ପ୍ରାପ୍ତ ହେବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ। “ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ । ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନୈବେଦ୍ୟ ରୂପେ ମୁଠାଏ ନେଇ ଯଜ୍ଞବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ନୈବେଦ୍ୟ ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ପାପରୁ ମୁକ୍ତ ହେବା ପାଇଁ ଏହା ପାପାର୍ଥକ ବଳି। ଏହିରୂପେ ଯାଜକ ନିଜକୁ ପ୍ରାୟଶ୍ଚିତ କରିବ, ଏହି ପାପଗୁଡ଼ିକର କୌଣସି ବିଷୟ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦେବେ। ଅବଶିଷ୍ଟ ନୈବେଦ୍ୟ ଶସ୍ୟ ନୈବେଦ୍ୟ ପରି ଯାଜକର ହେବ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା’ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା’ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍। ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ପାପ କରିଅଛି ତାହା ପରିଶୋଧ କରିବ। ଏହା ବ୍ୟତୀତ ଏକ ପଞ୍ଚମାଂଶ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ନୈବେଦ୍ୟ ଦ୍ୱାରା ତା’ ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ। “ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା’ର ଅପରାଧ ବହନ କରିବ। ସେହି ବ୍ୟକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତରେ କରିଛି ସେଥିପାଇଁ ଯାଜକ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁରେ ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ।” ଅନ୍ୟ ପାପ ପାଇଁ ଦୋଷାର୍ଥକ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ। କିମ୍ବା ହଜାଇଥିବା ଦ୍ରବ୍ୟ ପାଇଁ ସେହି ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ, ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ, ଏହି ଦୋଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କରେ ସେ ପାପୀ ବୋଲି ବିବେଚିତ ହୁଏ। ସେ ନିଶ୍ଚୟ ଫେରାଇଦେବ, ଯାହାକିଛି ସେ ଗ୍ଭେରି କରିଛି କିମ୍ବା ଅନ୍ୟାୟ ଭାବରେ ହରଣ କରିଛି କିମ୍ବା ତାକୁ କିଛି ବିଶ୍ୱାସରେ ଦିଆଯାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ୟ ଯାହାକି ହଜି ଯାଇଛି। ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ। ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତା’ର ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ତା’ପରେ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହୋଇଥିବ ସେଥିରୁ କ୍ଷମା ପ୍ରାପ୍ତ ହେବ।” ହୋମବଳି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହୋମବଳିର ବ୍ୟବସ୍ଥା ଅଟେ, ହୋମବଳି ସମସ୍ତ ପ୍ରଭାତ ହେବା ପର୍ଯ୍ୟନ୍ତ ଯଜ୍ଞବେଦିର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ୱଳନ୍ତ ରହିବା ଉଚିତ୍। ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍। ତା’ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ। ମାତ୍ର ଯଜ୍ଞବେଦି ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ୱଳିତ ରହିବ। ତାହା କେବେ ନିର୍ବାପିତ ହେବା ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତରେ ତା’ଉପରେ କାଠ ସଜାଇ ରଖିବ ଓ ସମାଗମ ନୈବେଦ୍ୟର ମେଦ ତା’ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଯଜ୍ଞବେଦି ଉପରେ ଅଗ୍ନି ସର୍ବଦା ଜ୍ୱଳନ୍ତ ରହିବ, କଦାପି ନିର୍ବାପିତ ହେବ ନାହିଁ। ଶସ୍ୟ ନୈବେଦ୍ୟ “ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ। ଯାଜକ ସେହି ଶସ୍ୟ ନୈବେଦ୍ୟରୁ ମୁଠାଏ ସରୁ ମଇଦା, କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ ଲୋବାନ ନେଇ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହା ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସ୍ମରଣାର୍ଥକ ନୈବେଦ୍ୟ ହେବ। “ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣ ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାଡ଼ି ବିନା ତାକୁ ଭକ୍ଷ୍ୟଣ କରିବେ। ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍। ହାରୋଣଙ୍କ ସନ୍ତାନଗଣ ମଧ୍ୟରୁ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନୈବେଦ୍ୟ ସେମାନେ ଗ୍ରହଣ କରିବେ ଏକ ବିଧି ହେବ। ଯାହାକିଛି ଜିନିଷଗୁଡ଼ିକ ଏହାକୁ ସ୍ପର୍ଶ କରିବ ପବିତ୍ର ହେବ।” ଯାଜକମାନଙ୍କର ଶସ୍ୟ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ। ପଲମରେ ତାହା ତୈଳମିଶ୍ରିତ ହୋଇ ପ୍ରସ୍ତୁତ କରାଯିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସେହି ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ସେହି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହେବ। “ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍। ପୁଣି ଯାଜକର ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ଦ‌‌‌‌ଗ୍‌‌‌‌ଧ ହେବ, ତାହା ଭୋଜନ କରାଯିବ ନାହିଁ।” ପାପାର୍ଥକ ବଳିର ବ୍ୟବସ୍ଥା ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ୟବସ୍ଥା। ଯେଉଁ ସ୍ଥାନରେ ହୋମବଳି ଉତ୍ସର୍ଗ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପମୋଚନ ପାଇଁ ପଶୁ ଉତ୍ସର୍ଗ କରାଯିବ। ଏହା ମହାପବିତ୍ର ଅଟେ। ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ। ଯେକେହି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହେବ, “ପୁଣି ଯେବେ କୌଣସି ବସ୍ତ୍ରରେ ସେ ପାପାର୍ଥକ ବଳିର ରକ୍ତ ଛିଟା ପଡ଼ିଥାଏ, ତେବେ ତୁମ୍ଭେ ସେହି ବସ୍ତ୍ରକୁ ପବିତ୍ର ସ୍ଥାନରେ ଧୌତ କରିବ। ଯଦି ତାହା ମାଟିପାତ୍ରରେ ପାକ କରାଯାଏ ତେବେ ତାହା ଭଙ୍ଗା ଯିବ, ଯେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ ତେବେ ତାହା ମଜା ଯିବ ଓ ଜଳରେ ପରିଷ୍କୃତ ହେବ। “ଯାଜକ ପରିବାରରୁ ଯେକୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ। ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ କରିବା ନିମନ୍ତେ ଯଦି କୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତେବେ ସେହି ପାପାର୍ଥକ ବଳି ନିଶ୍ଚୟ ଭୋଜନ କରାଯିବା ଉଚିତ୍ ନୁହେଁ। ତାହା ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଦୋଷାର୍ଥକ ବଳି “ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର। ଯେଉଁ ସ୍ଥାନରେ ଯାଜକ ହୋମବଳି ବଧ କରନ୍ତି, ସେହି ସ୍ଥାନରେ ସେମାନେ ଦୋଷାର୍ଥକ ବଳି ବଧ କରିବେ। ତା’ପରେ ଯାଜକ ସେହି ବଳିର ରକ୍ତ ନେଇ ଯଜ୍ଞବେଦି ଗ୍ଭରିପାଖରେ ଛିଞ୍ଚିବ। “ଆଉ ସେ ଯାଜକ ତାହାର ସମସ୍ତ ମେଦ ଅର୍ଥାତ୍ ଲାଙ୍ଗୁଳର ମେଦ ଓ ଅନ୍ତ୍ରାଚ୍ଛାଦକ ମେଦ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ। ଆଉ ସେ ଯାଜକ ଦୁଇ ଗୁରୁଦା ଓ ମେଦ ଉପରିସ୍ଥିତ ଓ ପାର୍ଶ୍ୱସ୍ଥ ମେଦର ପଛ ମାଂସପେଶୀର ନିମ୍ନଭାଗ ଓ ମେଦର ଆଚ୍ଛାଦିତ ଯକୃତ ନେଇ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚୟ ବାହାର କରିବ। ପୁଣି ଯାଜକ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ଏହିସବୁ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଏହା ହେଉଛି ଦୋଷାର୍ଥକ ବଳି। “ଯାଜକ ପରିବାର ମଧ୍ୟରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରି ପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ। ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ୟ ସେହିପରି। ଯେଉଁ ଯାଜକ ସେହି ପ୍ରାୟଶ୍ଚିତ କରେ, ତାହା ତାଙ୍କର ହେବ। ଦୁଇଟିର ବ୍ୟବସ୍ଥା ଏକ। ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତା’ର ସେହି ଉତ୍ସର୍ଗୀକୃତ ହୋମବଳିର ଚର୍ମ ସେହି ଯାଜକ ନିଜେ ନେବ। ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ଯାହା ତୁନ୍ଦୁରରେ ବା କରେଇରେ ପକ୍ୱ କରାଯାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହେବ। ସମସ୍ତ ଶସ୍ୟ ନୈବେଦ୍ୟ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥିରେ କିଛି ପ୍ରଭେଦ ରହିବ ନାହିଁ। ସେହି ନୈବେଦ୍ୟ ହାରୋଣଙ୍କ ପୁତ୍ରଗଣଙ୍କ ମଧ୍ୟରେ ବଣ୍ଟାଯିବ। ମଙ୍ଗଳାର୍ଥକ ବଳି “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ୟବସ୍ଥା ଅଟେ। କେହି ଯେବେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତେବେ ସେ ତେଲରେ ଛଣା ହୋଇଥିବା ମଙ୍ଗଳାର୍ଥକ ବଳି ସହିତ ତାଡ଼ିଶୂନ୍ୟ ରୋଟୀ, ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ୱପିଠା ଉତ୍ସର୍ଗ କରିବ। ମଙ୍ଗଳାର୍ଥକ ବଳିର ଅର୍ଥ ଜଣେ ବ୍ୟକ୍ତି ସଦାପ୍ରଭୁଙ୍କୁ ଧନ୍ୟବାଦ ପ୍ରକାଶ କରିବା ଓ ପ୍ରଶଂସାର ସହିତ ଅର୍ପଣ କରୁଥିବା ବଳି। ଏହି ଉପହାର ସହିତ ସେ ତାଡ଼ିଯୁକ୍ତ ପିଠା ମଧ୍ୟ ଆଣିବା ଉଚିତ୍। ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନେବ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହେବ। ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ୟବାଦର ବଳି ରୂପେ ଉତ୍ସର୍ଗ କରାଯାଏ। ସେହି ବଳିର ମାଂସ ସେହି ଉତ୍ସର୍ଗ ଦିନରେ ଭୋଜନ କରାଯିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ଯ୍ୟନ୍ତ ରହିବ ନାହିଁ। “ମାତ୍ର ଯଦି ସେହି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ୱେଚ୍ଛାଦତ୍ତ ଉପହାର ହୁଏ। ତେବେ ସେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳରେ ଭୋଜନ କରିବ। ମାତ୍ର ଯେବେ କୌଣସି ବଳି ମାଂସ ପୁଣି ରହିଯାଏ, ତେବେ ତାହା ତୃତୀୟ ଦିନରେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ। ଯଦି ତୃତୀୟ ଦିନରେ ସେହି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ କିମ୍ବା ତାହା ବଳିଦାନକାରୀ ପକ୍ଷରେ ଗଣାଯିବ ନାହିଁ। ତାହା ଘୃଣାଯୋଗ୍ୟ ହେବ, ଆଉ ଯେଉଁ ବ୍ୟକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ। “ଆଉ ଯଦି ତାହା କୌଣସି ଅଶୁଚି ବସ୍ତୁ ସଂସ୍ପର୍ଶରେ ଆସିଥାଏ, ତେବେ ତାହା ଭୋଜନ କରାଯିବା ଉଚିତ୍ ନୁହେଁ। ତାହା ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଯେକୌଣସି ଶୁଚିମନ୍ତ ଲୋକ ସେହି ମଙ୍ଗଳାର୍ଥକ ବଳିରୁ ମାଂସ ଭୋଜନ କରି ପାରିବ। ମାତ୍ର ଯଦି କୌଣସି ଅଶୁଚି ବ୍ୟକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ। “ଯଦି କୌଣସି ବ୍ୟକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରେ ତେବେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତେବେ ସେହି ବ୍ୟକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ ରହିବ।” ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ଗାଈ କି ମେଷ କି ଛାଗର ମେଦ ଭୋଜନ ନ କରିବା ପାଇଁ। ସେମାନଙ୍କୁ ମଧ୍ୟ କୁହ ଯେ, ସେମାନେ ଗୋଟିଏ ପଶୁର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇ ମୃତ୍ୟୁ ହୋଇଥିଲା ତାହା ଖାଇବା ଉଚିତ୍ ନୁହଁ। ସେହି ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ସେମାନେ ତାହା ଭୋଜନ କରିବା ଉଚିତ୍ ନୁହେଁ। ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପଶୁର ମେଦ ଭକ୍ଷ୍ୟଣ କରେ। ତେବେ ସେହି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍। “ତୁମ୍ଭେମାନେ ଯେଉଁଠାରେ ବାସ କରନା କାହିଁକି ତୁମ୍ଭେମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ। ଯଦି କୌଣସି ବ୍ୟକ୍ତି ସେ ରକ୍ତ ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।” ଦୋଳନୀୟ ନୈବେଦ୍ୟ ପାଇଁ ବିଧି ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ସମାଗମ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ। ତା’ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଳନୀୟ ନୈବେଦ୍ୟ ଆଣିବ। ସେ ବକ୍ଷ ଏବଂ ମେଦ ଆଣି ଯାଜକକୁ ଦେବା ଉଚିତ୍। ସେହି ବକ୍ଷ ତା’ର ଆଗରେ ଉଠାଯାଇ ସଦାପ୍ରଭୁଙ୍କୁ ଉପହାର ଦିଆଯିବ। ତା’ପରେ ଯାଜକ ଯଜ୍ଞବେଦି ଉପରେ ସେହି ମେଦକୁ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା’ର ପୁତ୍ରମାନଙ୍କର ହେବ। ତୁମ୍ଭେମାନେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦେବ। ହାରୋଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଯେକେହି ମେଦ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ। ମୁଁ (ସଦାପ୍ରଭୁ) ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟରୁ ବକ୍ଷ ଓ ଚଟୁଆ ନେଇ ଚିରକାଳ ଦେୟ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଇଅଛି।” ସେମାନେ ସଦାପ୍ରଭୁଙ୍କର ଯାଜକରୂପେ ସେବା କରିବାକୁ ଉପସ୍ଥିତ ହେଲା ପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା। ସେମାନେ ଅଭିଷିକ୍ତ ହେଲା ପରେ ସଦାପ୍ରଭୁ ଏହା ସେମାନଙ୍କୁ ଦେବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମରେ ତାହା ସେମାନଙ୍କର ଅଂଶ ହେବ। ହୋମବଳି, ଶସ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦନିଯୋଗାର୍ଥକ ବିଷୟରେ ଏହିସବୁ ବ୍ୟବସ୍ଥା ଅଛି। ସଦାପ୍ରଭୁ ଯେଉଁ ଦିନ ସୀନୟ ପର୍ବତରେ ମୋଶାଙ୍କୁ ଆଦେଶ ଦେଲେ ସେହି ଦିନ ଇସ୍ରାଏଲ ସନ୍ତାନଗଣଙ୍କୁ ସୀନୟ ପ୍ରାନ୍ତରସ୍ଥିତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା କଲେ। ମୋଶା ଯାଜକମାନଙ୍କୁ ପ୍ରସ୍ତୁତ କଲେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର। ପୁଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।” ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସବୁ କଲେ, ସମାଗମ-ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରିତ ହେଲେ। ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦେଇଛନ୍ତି, ସେଗୁଡ଼ିକ ହେଉଛି ଏହି।” ତା’ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ। ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟିରେ ତାଙ୍କର ବେ‌‌‌ଲ୍ଟ ବାନ୍ଧିଲେ, ତାଙ୍କୁ ଗ୍ଭେଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା’ପରେ ଏଫୋଦକୁ ସିନ୍ଦୁର ବେ‌‌‌ଲ୍ଟରେ ବାନ୍ଧିଲେ। ସେ ହାରୋଣଙ୍କୁ ବୁକୁପଟା ଦେଲେ, ଆଉ ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ। ପୁଣି ତାଙ୍କ ମସ୍ତକରେ ପଗଡ଼ି ରଖିଲେ, ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ। ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ପବିତ୍ର ତମ୍ବୁ ଓ ତହିଁ ମଧ୍ୟରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ। ତା’ପରେ ସେ ଅଭିଷେକାର୍ଥକ ତୈଳ ପାଇଁ ରଖାଯାଇଥିବା ତୈଳ ନେଲେ ଏବଂ ଏହା ଯଜ୍ଞବେଦି ଉପରେ ସାତଥର ଛିଞ୍ଚିଲେ। ସେ ଯଜ୍ଞବେଦି, ତା’ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର, ରୁଖା ଓ ଅନ୍ୟାନ୍ୟ ବସ୍ତୁକୁ ପବିତ୍ର କରିବାକୁ ଅଭିଷେକ କଲେ। ଏହା ପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ମଧ୍ୟ ପବିତ୍ର କଲେ। ତା’ପରେ ମୋଶା ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ, କଟିରେ ସେମାନଙ୍କର କଟିବନ୍ଧନୀ ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ। ମୋଶା ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ। ତା’ପରେ ମୋଶା ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା’ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ। ତତ୍ପରେ ମୋଶା ତାକୁ ବଧ କଲେ ଓ ସେହି ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ଯଜ୍ଞବେଦିର ଗ୍ଭରିଆଡ଼େ ଶିଙ୍ଗ ଉପରେ ଦେଇ ଯଜ୍ଞବେଦିକି ପାପ ମୁକ୍ତ କଲେ। ଆଉ ଯଜ୍ଞବେଦି ମୂଳରେ ସେହି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ। ଅନନ୍ତର ମୋଶା ଅନ୍ତ ଚତୁର୍ପାର୍ଶ୍ୱସ୍ଥ ସମସ୍ତ ମେଦ, ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁରୁଦା ଓ ତାହାର ମେଦ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ମାତ୍ର ସେ ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦ‌‌‌‌ଗ୍‌‌‌‌ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ। ତା’ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ। ତା’ପରେ ମୋଶା ମେଷଟିକୁ ବଧ କଲେ ଓ ତା’ର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିଆଡ଼େ ଛିଞ୍ଚିଲେ। ଆଉ ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ, ମୋଶା ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମେଦ ଦ‌‌‌‌ଗ୍‌‌‌‌ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ଼ ଜଳରେ ଧୌତ କଲେ। ତା’ପରେ ଯଜ୍ଞବେଦି ଉପରେ ମୋଶା ସମସ୍ତ ମେଷକୁ ଦ‌‌‌‌ଗ୍‌‌‌‌ଧ କଲେ। ଏହା ଥିଲା ସଦାପ୍ରଭୁଙ୍କ ପାଇଁ ହୋମବଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନୈବେଦ୍ୟ। ମୋଶା ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଥିଲେ। *** ଅନନ୍ତର ସେ ଅନ୍ୟ ମେଷ ଅର୍ଥାତ୍ ପଦନିଯୋଗାର୍ଥକ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ। ତା’ପରେ ମୋଶା ମେଷକୁ ବଧ କଲେ ଓ ତାହାର କିଛି ରକ୍ତ ନେଇ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ୱରରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ। ଏହା ପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମୋଶା ଯଜ୍ଞବେଦିର ଉପରେ ଗ୍ଭରିଆଡ଼େ ରକ୍ତ ସିଞ୍ଚନ କଲେ। ପୁଣି ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମେଦ, ଯକୃତର ଉପରିସ୍ଥିତ ଅନ୍ତ୍ରପ୍ଳାବକ, ଦୁଇ ଗୁରୁଦା, ତହିଁର ମେଦ ଓ ଡାହାଣ ଚଟୁଆ ନେଲେ। ଆଉ ସେ ତାଡ଼ିଶୂନ୍ୟ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ୱ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡ଼ିଶୂନ୍ୟ ରୋଟୀ ଓ ଡାହାଣ ଚଟୁଆ ଓ ମେଦ ଉପରେ ଥୋଇଲେ। ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହିସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ଏହା ପରେ ମୋଶା ସେମାନଙ୍କ ହସ୍ତରୁ ସେସବୁ ନେଇ ଯଜ୍ଞବେଦିସ୍ଥିତ ହୋମବଳି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିଯୁକ୍ତି ଉପଲକ୍ଷେ ଏହା ଏକ ନୈବେଦ୍ୟ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନୈବେଦ୍ୟ। ଆଉ ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ। ଅନନ୍ତର ମୋଶା ଅଭିଷେକାର୍ଥକ ତୈଳରୁ ଓ ଯଜ୍ଞବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ। ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁ ସମ୍ମୁଖରେ ମାଂସ ରାନ୍ଧ। ‘ତୁମ୍ଭେମାନେ ମଧ୍ୟ ତାହା ସେଠାରେ ଭୋଜନ କରିବ।’ ନିଯୋଗାର୍ଥକ ଡାଲାରେ ଥିବା ରୋଟୀ ନେଇ ଏକାଠି ଭୋଜନ କର। ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ। ଆଉ ପଦ ଅଭିଷେକ ଉତ୍ସବ ସାତ ଦିନ ଧରି ଗ୍ଭଲିବ। ତୁମ୍ଭେମାନେ ଏହି ସାତ ଦିନ ଯାଏ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ। କାରଣ ପୌରହିତ୍ୟ ନିଶ୍ଚୟ ସାତ ଦିନ ଯାଏ ଗ୍ଭଲିବ। ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସେସବୁ ଆଜ୍ଞା ଦେଇଛନ୍ତି। ତୁମ୍ଭେମାନେ ସାତ ଦିନ ଧରି ଦିବାରାତ୍ରି ସମାଗମ-ତମ୍ବୁ ଦ୍ୱାରରେ ରହିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ରକ୍ଷା ପାଇବ। ଏହା ପାଳନ ନ କଲେ ତୁମ୍ଭେମାନେ ମୃତ୍ୟୁବରଣ କରିବ କାରଣ ସଦାପ୍ରଭୁ ମୋତେ ଏହି ଆଜ୍ଞା ଦେଇଛନ୍ତି।” ତେଣୁ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ। ପରମେଶ୍ୱର ଯାଜକମାନଙ୍କୁ ଗ୍ରହଣ କରନ୍ତି ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡକାଇଲେ। ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମେଷଛୁଆ ଓ ହୋମବଳି ନିମନ୍ତେ ଏକ ନିଖୁଣ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର। ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ମେଷ ଶାବକ ନେବେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରି ଏବଂ ମେଷଛୁଆ ନିଶ୍ଚୟ ଏକ ବର୍ଷୀୟ ଓ ନିଖୁଣ ହୋଇଥିବେ। ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’” ତେଣୁ ସମସ୍ତ ଲୋକ ସମାଗମ-ତମ୍ବୁ ନିକଟକୁ ଆସିଲେ ଓ ମୋଶାଙ୍କ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। ତା’ପରେ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।” ତା’ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା’ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।” ତହୁଁ ହାରୋଣ ଯଜ୍ଞବେଦି ନିକଟକୁ ଯାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ। ତା’ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ। ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ତା’ପରେ ସେ ମାଂସ ଓ ଚର୍ମ ନେଇ ଛାଉଣିର ବାହାରେ ସେଗୁଡ଼ିକୁ ଦ‌‌‌‌ଗ୍‌‌‌‌ଧ କଲେ। ତାହାପରେ ହାରୋଣ ହୋମବଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କଲେ। ତା’ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ହାରୋଣ ମଧ୍ୟ ହୋମବଳିର ଅନ୍ତ ଓ ଗୋଡ଼ ଧୌତ କଲେ ଓ ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନେଇ ପ୍ରଥମଟି ପରି ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ। ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋମବଳି ବିଧି ଅନୁସାରେ ଉତ୍ସର୍ଗ କଲେ। ପୁଣି ହାରୋଣ ଭକ୍ଷ୍ୟ ନୈବେଦ୍ୟ ବେଦି ନିକଟକୁ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ଯଜ୍ଞବେଦି ଉପରେ ତାହା ଦ‌‌‌‌ଗ୍‌‌‌‌ଧ କଲେ। ଆଉ ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚିନ କଲେ। ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମେଦ ଓ ମେଷଛୁଆର ମେଦ ମେଦମୟ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ତାଙ୍କ ନିକଟକୁ ଆଣିଲେ। ଏହିସବୁ ମେଦ ସେମାନେ ଗୋରୁ ଓ ମେଷର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ମୋଶାଙ୍କ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳନ କଲେ। ତା’ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ। ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା। ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ। ପରମେଶ୍ୱର ନାଦବ ଓ ଅବୀହୂଙ୍କୁ ବିନାଶ କରନ୍ତି ଏହା ପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ। ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ। ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ। ଏହା ପରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, “ତୁମ୍ଭେମାନେ ପବିତ୍ର ସ୍ଥାନର ସମ୍ମୁଖକୁ ଯାଅ ଓ ତୁମ୍ଭମାନଙ୍କର ସମ୍ପର୍କୀୟ ଭାଇମାନଙ୍କର ଶବକୁ ଛାଉଣିର ବାହାରକୁ ନେଇଯାଅ।” ତେଣୁ ମୀଖାୟେଲ ଓ ଇଲୀଷାଫନ ମୋଶାଙ୍କ ଆଜ୍ଞା ପାଳନ କଲେ। ସେମାନେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣିର ବାହାରକୁ ନେଇଗଲେ। ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ। ଆଉ ତୁମ୍ଭେ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତେଣୁ ହାରୋଣ, ଇଲିୟାସର ଓ ଈଥାମର ମୋଶାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ। ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତେବେଳେ ସମାଗମ-ତମ୍ବୁରେ ପ୍ରବେଶ କରିବ ତୁମ୍ଭେମାନେ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବ ନାହିଁ। ଯଦି ତୁମ୍ଭେମାନେ ତାହା କର ତେବେ ତୁମ୍ଭେମାନେ ମରିବ। ଏହି ବ୍ୟବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ପାଳିତ ହେବ। ତାହାଦ୍ୱାରା ତୁମ୍ଭେମାନେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଭାବରେ ଜାଣି ପାରିବ। ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାମାନ ଦେଇଥିଲେ, ମୋଶା ସେ ସମସ୍ତ ବ୍ୟବସ୍ଥା ଇସ୍ରାଏଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସେହିସବୁ ବ୍ୟବସ୍ଥା ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ।” ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର। ମୋର ନିର୍ଦ୍ଦେଶ ଅନୁସାରେ ତୁମ୍ଭେମାନେ ସେହି ଶସ୍ୟ ନୈବେଦ୍ୟ ଏକ ପବିତ୍ର ସ୍ଥାନରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦେଲି। “ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ। ଯାହା ସେମାନେ ଦୋଳନୀୟ ନୈବେଦ୍ୟ ସହିତ ଉତ୍ତୋଳନୀୟ ଚଟୁଆ ଓ ଟଙ୍ଗାଯାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।” ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ତାହା ଦ‌‌‌‌ଗ୍‌‌‌‌ଧ ହୋଇ ସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିୟାସର ଓ ଈଥାମରଙ୍କ ଉପରେ ରାଗି କହିଲେ, “ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦେଇଛନ୍ତି। ଦେଖ ପବିତ୍ର ସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭେମାନେ ତାହା ମୋ’ ଆଦେଶାନୁସାରେ ପବିତ୍ର ସ୍ଥାନରେ ଭୋଜନ କରିବା ଉଚିତ୍।” ମାତ୍ର ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହୋମବଳି ଉତ୍ସର୍ଗ କଲେ। ତଥାପି ମୋ’ ପ୍ରତି ଏହା ଘଟିଲା। ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା’ନ୍ତି ତେବେ ତାହା କ’ଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା’ନ୍ତା?” ଯେତେବେଳେ ମୋଶା ଏହା ଶୁଣିଲେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା। ମାଂସ ଭୋଜନ କରିବାର ବିଧି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରୁ ଏହି ସମସ୍ତ ଜୀବ ଭୋଜନ କରିବ। ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ଦୁଇ ଭାଗରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ। “କେତେକ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି। ମାତ୍ର ସେମାନଙ୍କର ଖୁରା ଦୁଇଫାଳରେ ବିଭକ୍ତ ନୁହେଁ, ସେଭଳି ପ୍ରାଣୀଙ୍କୁ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେମାନଙ୍କ ମଧ୍ୟରେ ଓଟ, ଶାଫନ୍ ଓ ଠେକୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ। *** *** ଆଉ କେତେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସେମାନେ ପାକୁଳି କରନ୍ତି ନାହିଁ। ସେଗୁଡ଼ିକୁ ମଧ୍ୟ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ୟ ତୁମ୍ଭମାନଙ୍କ ପାଇଁ ଅଶୁଚି। ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବ ନାହିଁ କି ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ। ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ସାମୁଦ୍ରିକ ଖାଦ୍ୟ ସମ୍ବନ୍ଧୀୟ ବିଧି “ସମୁଦ୍ର ଓ ନଦୀରେ ବାସ କରୁଥିବା ଜଳଜନ୍ତୁ ମଧ୍ୟରୁ ଯାହାର ଡେଣା ବା କାତି ଅଛି, ସେଗୁଡ଼ିକ ତୁମ୍ଭେମାନେ ଭୋଜନ କରି ପାରିବ। ମାତ୍ର ସମୁଦ୍ର କିମ୍ବା ନଦୀରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧ୍ୟରେ, ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେମାନଙ୍କୁ ତୁମ୍ଭେ ଭୋଜନ କରିବ ନାହିଁ। ସଦାପ୍ରଭୁ କୁହନ୍ତି ସେଗୁଡ଼ିକ ଘୃଣ୍ୟଜୀବ, ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବା ଉଚିତ୍ ନୁହେଁ କି ସେମାନଙ୍କର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ। *** ଜଳଚରମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ। ପକ୍ଷୀମାନେ ଯେଉଁମାନେ କି ଅଭକ୍ଷ୍ୟ “ପକ୍ଷୀମାନଙ୍କ ମଧ୍ୟରୁ ଯେଉଁମାନେ ଘୃଣାଯୋଗ୍ୟ ଓ ଭୋଜନଯୋଗ୍ୟ ନୁହନ୍ତି, ସେମାନେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ। ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ। ପୁଣି ସମସ୍ତ ପ୍ରକାର ଡାମରା କାଉ। ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ, ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ। ଦୀର୍ଘଗଳ ହଂସ, ପାଣିଭେଳା ଓ ଶାଗୁଣା। ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଗ୍ଭମଗିକା। କୀଟପତଙ୍ଗ ଭକ୍ଷ୍ୟ ବିଷୟକ ବିଧି “ପୁଣି ଗ୍ଭରି ପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୁମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବ। ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ। “ମାତ୍ର ଏମାନଙ୍କ ବ୍ୟତୀତ ଗ୍ଭରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବ। ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପଶୁମାନଙ୍କ ସମ୍ବନ୍ଧୀୟ ଅଧିକ ବ୍ୟବସ୍ଥା “ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କୁ ସ୍ପର୍ଶ କରିବ ସେ ଅଶୁଚି ହେବ। ପୁଣି ଗ୍ଭରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାଦରେ ଗ୍ଭଳନ୍ତି, ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କ ଶବ ସ୍ପର୍ଶ କରିବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। *** ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି। ଉରୋଗାମୀ ଜନ୍ତୁମାନଙ୍କ ବିଷୟରେ ବିଧି “ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। ସେମାନେ ହେଲେ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ଼ ଏଣ୍ଡୁଅ। ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ। ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଅଶୁଚି ପ୍ରାଣୀମାନଙ୍କ ବିଷୟରେ ବିଧି “ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା’ପରେ ଶୁଚି ହେବ। ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ। ପୁଣି ସେହି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ୟ ଉପରେ ପଡ଼େ ତାହା ମଧ୍ୟ ଅଶୁଚି ହେବ। ଯେକୌଣସି ପାନୀୟ, ପାତ୍ର ମଧ୍ୟରେ ଥିଲେ ତାହା ଅଶୁଚି ହେବ। ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ, ତାହା ଅଶୁଚି ହେବ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ଯିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। “କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହେବ। ମାତ୍ର ଯେକେହି ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ। ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ। ମାତ୍ର ଯଦି ବିହନ ପାଣିରେ ଥିବ, ଯେବେ ସେମାନଙ୍କର ଶବର କିଛି ଅଂଶ ପଡ଼େ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। “ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ। ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ। ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।” ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷୟରେ ମଧ୍ୟ ଏହି ବ୍ୟବସ୍ଥା ଅଟେ। ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷୟରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ୟବସ୍ଥା ଅଟେ। ତେଣୁ ସେମାନେ କେଉଁ ପ୍ରାଣୀ ଭକ୍ଷ୍ୟ ଓ କେଉଁ ପ୍ରାଣୀ ଅଭକ୍ଷ୍ୟ ଜାଣି ପାରିବେ। ପ୍ରଥମ ସନ୍ତାନର ମା ମାନଙ୍କ ପାଇଁ ବିଧି ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ସ୍ତ୍ରୀ ଧର୍ମର ଅଶୌଚ ସମୟ ପରି ସାତ ଦିନଯାଏ ଅଶୁଚି ରହିବ। ଅଷ୍ଟମ ଦିନରେ ବାଳକ ନିଶ୍ଚୟ ସୁନ୍ନତ ହେବ। ପୁଣି ସେ ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ନିଜର ଶୌଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥାରେ ରହିବ। ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। ମାତ୍ର ଯେବେ ଜଣେ ସ୍ତ୍ରୀ କନ୍ୟା ପ୍ରସବ କରେ, ସେହିଭଳି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା’ପରେ ତା’ର ଦେହର ରକ୍ତସ୍ରାବରୁ ଶୁଦ୍ଧ ହେବା ପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍। “ତା’ପରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ବଳିଦାନ ନିମନ୍ତେ ଏକବର୍ଷୀୟ ଏକ ମେଷ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ। ଯଦି ଜଣେ ସ୍ତ୍ରୀ ମେଷ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ୟରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ଉତ୍ସର୍ଗ କରାଯିବ। ଯାଜକ ସେଗୁଡ଼ିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା’ର ପ୍ରାୟଶ୍ଚିତ ହୁଏ ଏବଂ ତା’ର ଶୁଦ୍ଧି ହୁଏ। ପୁତ୍ର ବା କନ୍ୟା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ୟବସ୍ଥା ଅଟେ।” ଚର୍ମରୋଗ ସମ୍ବନ୍ଧୀୟ ନିୟମ ପୁଣି ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚି‌‌କ୍‌‌‌କଣ ଚିହ୍ନ ହୁଏ କିମ୍ବା ତା’ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍। ତହୁଁ ଯାଜକ ତା’ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ। “ସମୟେ ସମୟେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦେଖାଯାଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନ ଥାଏ, ତେବେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ। ସପ୍ତମ ଦିନରେ ଯାଜକ ସେହି ଚିହ୍ନକୁ ଦେଖିବ। ଯଦି ସେହି ଘା’ ବଦଳି ନ ଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଆହୁରି ସାତ ଦିନ ଅନ୍ୟମାନଙ୍କଠାରୁ ପୃଥକ କରି ରଖିବ। ପୁଣି ସାତ ଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା’ ମଳିନ ହୋଇଯାଇଥାଏ ଘା’ ଚର୍ମରେ ଆଉ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହେବା ଉଚିତ୍। “ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦେଖାଇଲା ପରେ ଯେବେ ତା’ର ଘା’ ଚର୍ମ ଉପରେ ବ୍ୟାପେ, ତେବେ ସେ ପୁନର୍ବାର ଯାଜକକୁ ଦେଖାଇବ। ଯାଜକ ଯଦି ଦେଖିବ ସେହି କ୍ଷତି ଚର୍ମରେ ବ୍ୟାପିଲା, ତେବେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠରୋଗ। “କୌଣସି ଲୋକଠାରେ କୁଷ୍ଠରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଅଣାଯିବ। ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମରେ ଶ୍ୱେତବର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚାମାଂସ ବୃଦ୍ଧି ପାଉଥାଏ। ତେବେ ତାହା ଶରୀରର ଚର୍ମରେ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ କରିବ ନାହିଁ, କାରଣ ସେ ଅଶୁଚି। “ସମୟେ ସମୟେ କୁଷ୍ଠରୋଗ ଲୋକର ସମଗ୍ର ଶରୀରକୁ ବ୍ୟାପି ଥାଏ। ସେହି କୁଷ୍ଠରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତେବେଳେ ଯାଜକ ସେହି ଲୋକର ସମସ୍ତ ଶରୀର ଦେଖିବ। ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଛି, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ। ଯଦି ତା’ର ଶରୀରରେ କଞ୍ଚାମାଂସ ପ୍ରକାଶ ପାଏ, ତେବେ ସେ ଅଶୁଚି ହେବ। ଯେତେବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠରୋଗ। “ଯଦି ସେହି କଞ୍ଚାମାଂସ ବଦଳି ଶ୍ୱେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଆସିବ। ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସେହି ଘା’ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି। “ଜଣେ ବ୍ୟକ୍ତିର ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ପରେ, ଯଦି ସେହି ବଥ ସ୍ଥାନରେ ଶ୍ୱେତବର୍ଣ୍ଣ ଫୁଲା କିମ୍ବା ରକ୍ତ ଶ୍ୱେତବର୍ଣ୍ଣ ଚି‌‌କ୍‌‌‌କଣ ଚିହ୍ନ ହୁଏ, ତେବେ ସେ ତାହା ଯାଜକକୁ ଦେଖାଇବ। ଯାଜକ ଦେଖିବ ଯଦି ତାହାର ସେହି ଘା’ ଚର୍ମର ନୀଚ୍ଚସ୍ଥ ହୋଇଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘା’। ମାତ୍ର ଯଦି ଯାଜକ ଦେଖିବ, ସେଥିରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ ତେବେ ଯାଜକ ତାହାକୁ ସାତ ଦିନ ପୃଥକ କରି ରଖିବ। ଆଉ ଯଦି ତାହା ଚର୍ମରେ ବ୍ୟାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗ ଘା’। ମାତ୍ର ଯଦି ସେହି ଚି‌‌କ୍‌‌‌କଣ ଚିହ୍ନ ସ୍ୱସ୍ଥାନରେ ଥାଇ ଆଉ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ। “ଯଦି ଚର୍ମ ଉପରେ ପୋଡ଼ାର ଗୋଟିଏ ଘା’ ଥାଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ୱେତବର୍ଣ୍ଣ କିମ୍ବା ଶ୍ୱେତବର୍ଣ୍ଣ ଚି‌‌କ୍‌‌‌କଣ ଚିହ୍ନ ହୁଏ, ତେବେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ୱଳ ଚିହ୍ନରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହୋଇଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠରୋଗ ଅଟେ। *** ମାତ୍ର ଯଦି ଯାଜକ ଦେଖିବ, ସେହି ଚି‌‌କ୍‌‌‌କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ। ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମରେ ବ୍ୟାପି ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗର ଘା’। ଯଦି ଉଜ୍ଜ୍ୱଳ ଚିହ୍ନ ସେହି ଗୋଟିଏ ସ୍ଥାନରେ ରହି ବୃଦ୍ଧି ନ ପାଏ ଓ ମଳିନ ହୋଇଥାଏ, ତେବେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେହେତୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ। “ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା’ ହେଲେ ଯାଜକ ସେହି ଘା’ ଦେଖିବ। ଯାଜକ ସେହି ଘା’ ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦେଖାଯାଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ। ପୁଣି ଯାଜକ ଯଦି ଦେଖିବ ସେହି ଘା’ ଚର୍ମର ନୀଚସ୍ଥ ହୋଇ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଲୋକକୁ ସାତ ଦିନ ପୃଥକ ରଖିବ। ସପ୍ତମ ଦିନରେ ଯାଜକ ସେହି ଲୋକର ଘା’ ଦେଖିବ। ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହୋଇ ନ ଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା ହେବ ନାହିଁ ଓ ଯାଜକ ସେହି ଛଉଥିବା ଲୋକକୁ ଆଉ ସାତ ଦିନ ପୃଥକ କରି ରଖିବ। ପୁଣି ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ। ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ। ମାତ୍ର ଶୁଚି ହେଲା ପରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ। ତେବେ ଯାଜକ ସେହି ଲୋକକୁ ପୁନର୍ବାର ଦେଖିବ। ଯଦି ସେହି ଛଉ ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ। ସେହି ଲୋକ ଅଶୁଚି। ଯଦି ଯାଜକ ଦୃଷ୍ଟିରେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉ ଆରୋଗ୍ୟ ହୋଇଅଛି, ସେ ଶୁଚି ହୋଇଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ। “ଯଦି କୌଣସି ବ୍ୟକ୍ତିର ଚର୍ମରେ ଧଳା ଛଉ ହୋଇଥାଏ। ତେବେ ଯାଜକ ସେହି ଛଉ ଦେଖିବ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚି‌‌କ୍‌‌‌କଣ ଚିହ୍ନ ଅଳ୍ପ ମଳିନ ଶ୍ୱେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ଯାଦୁ ରୋଗ ବୋଲି ବିବେଚିତ ହେବ ଓ ସେହି ଲୋକ ଶୁଚି। “ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡ଼ି ଯାଏ ତେବେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ। ଆଉ ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ, ସେ ମଧ୍ୟ ଶୁଚି। ଯଦି ଚନ୍ଦା ମୁଣ୍ଡରେ କିମ୍ବା ଚନ୍ଦା କପାଳରେ ରକ୍ତ ଶ୍ୱେତବର୍ଣ୍ଣ ଘା’ ହୁଏ, ତେବେ ତାହା ଚନ୍ଦା କପାଳରେ ବା ମୁଣ୍ଡରେ ଉତ୍ପନ୍ନ ଚର୍ମ ରୋଗ। ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ୱେତବର୍ଣ୍ଣ ଘା’ର ଫୁଲା ଦେଖାଯାଏ, ତେବେ ସେ କୁଷ୍ଠରୋଗରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା’ ହୋଇଛି। “ପୁଣି ଯେଉଁ ଲୋକ କୁଷ୍ଠରୋଗୀ, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ। ପୁଣି “ଅଶୁଚି, ଅଶୁଚି” ବୋଲି ଚିତ୍କାର କରିବ। ତାହାଠାରେ ଯେତେ ଦିନଯାଏ ଘା’ ରହିବ, ସେତେ ଦିନଯାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣିର ବାହାରେ ତାହାର ବାସସ୍ଥାନ ରହିବ। “ଆଉ ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ, ତାହା ତନ୍ତରେ ବୁଣା ହେଉ କିମ୍ବା ହାତରେ ବୁଣା ହେଉ କିମ୍ବା ତାହା ଚର୍ମରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ହେଉ। *** ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ ବୁଣା କିମ୍ବା ଶିଲାଇ କପାଡ଼ା କିମ୍ବା କୌଣସି ଚର୍ମ ଜିନିଷରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତେବେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦେଖାଇ ଦିଆଯିବ। ଯାଜକ ସେହି ଦାଗ ଦେଖିବ ଓ ସେହି ଦାଗଥିବା ଦ୍ରବ୍ୟକୁ ସାତ ଦିନ ପୃଥକ ରଖିବ। ସେ ସପ୍ତମ ଦିନରେ ସେହି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ରରେ କି ବୁଣା କିମ୍ବା ଉ‌‌‌ଲ୍‌‌‌ରେ ଶିଲାଇ କପଡ଼ା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସି ଚର୍ମ ଜିନିଷରେ ସେହି ଦାଗ ଯଦି ବଢ଼ିଥାଏ ତେବେ ତାହା କ୍ଷୟ କୁଷ୍ଠ ଓ ସେହି ବସ୍ତ୍ର ଅଶୁଚି ଅଟେ। ତେଣୁ ସେହି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡ଼ାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦ‌‌‌‌ଗ୍‌‌‌‌ଧ କରାଯିବ। କାରଣ ତାହା କ୍ଷୟ କୁଷ୍ଠ, ସେହି ବସ୍ତ୍ର କିମ୍ବା ଚର୍ମ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ ହେବା ଉଚିତ୍। *** “ଯାଜକ ଦେଖିବ ଯଦି ସେହି ଦାଗ ବଢ଼ି ନାହିଁ, ତେବେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡ଼ାର ଜିନିଷ ହେଉ ତାହା ପାଣିରେ ଧୌତ କରାଯିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆଯିବା ଉଚିତ୍। ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟକୁ ଧୋଇବାକୁ ଆଜ୍ଞା ଦେବ। ପୁଣି ସାତ ଦିନ ତାକୁ ପୃଥକ କରି ରଖିବ। ଆଉ ତାହା ଧୂଆ ହେଲା ପରେ ଯାଜକ ଦେଖିବ, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚୟ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ। “ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ। ତଥାପି ଯଦି ସେହି ବସ୍ତ୍ରରେ କି ଚର୍ମରେ, ସେହି ଦାଗ ଥାଏ ଓ ତାହା ବଢ଼େ, ତାକୁ ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ। ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ୟକୁ ଧୋଇଲା ପରେ ସେହି ଦାଗ ଗ୍ଭଲିଯାଏ, ତେବେ ତାହା ଦ୍ୱିତୀୟ ଥର ଧୂଆଯିବ ଓ ତହିଁରେ ତାହା ଶୁଚି ହେବ।” ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ୟ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହା ଅଟେ। କୁଷ୍ଠରୋଗୀ ଶୁଚି ହେବାର ବିଧି ସଦାପ୍ରଭୁ ମୋଶାଙ୍କୁ କହିଲେ, “କୁଷ୍ଠରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା, “ସେ ଯାଜକ ନିକଟକୁ ଆସିବ ଓ ଯାଜକ ତାକୁ ଦେଖିବ। ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ। ଯଦି ଲୋକଟି ସୁସ୍ଥ ତେବେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତିର ପତ୍ର ନେବା ପାଇଁ ଆଜ୍ଞା ଦେବ। ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦେବ। ତା’ପରେ ସେ ସେହି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନେଇ ସେହି ସ୍ରୋତଜଳ ଉପରେ ବଧ କରାଯାଇଥିବା ପକ୍ଷୀର ରକ୍ତରେ ସେହିସବୁକୁ ବଡ଼ାଇବ। ପୁଣି ଯାଜକ ସେହି କୁଷ୍ଠରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନେଇ କ୍ଷେତ୍ରଆଡ଼େ ଛାଡ଼ିଦେବ। “ତା’ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତଦ୍ଦ୍ୱାରା ସେ ଶୁଚି ହେବ। ତା’ପରେ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହାରେ ରହିବ। ସପ୍ତମ ଦିନରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢ଼ିରେ ଓ ଭ୍ରୂଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳରେ ସ୍ନାନ କରି ଶୁଚି ହେବ। “ଅଷ୍ଟମ ଦିନରେ ସେ କୁଷ୍ଠରୋଗୀ ଦୁଇ ନିଖୁଣ ମେଷବତ୍ସ, ଏକବର୍ଷୀୟା ଏକ ନିଖୁଣ ମେଷବତ୍ସା, ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେବ। ତହୁଁ ଶୁଚିକାରୀ ଯାଜକ ସେହି ଶୋଧନୀୟ ଲୋକକୁ ଓ ସେହିସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ। ଆଉ ଯାଜକ ଗୋଟିଏ ଅଣ୍ଡିରା ମେଷବତ୍ସ ଓ ସେହି ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେଇ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେସବୁ ଦୋଳନୀୟ କରାଯିବ। ତା’ପରେ ସେ ଯାଜକ ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମବଳି ବଧ କରାଯାଏ ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ୟ ଯାଜକର ଅଟେ। ତାହା ମହାପବିତ୍ର ଅଟେ। “ତା’ପରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ, ପୁଣି ଯାଜକ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। ଆଉ ଯାଜକ ସେହି ଏକ ଲୋଗ୍ ତୈଳରୁ କିଛି ନେଇ ନିଜର ବାମ ହସ୍ତର ପାପୁଲିରେ ଢାଳିବ। ତା’ପରେ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଦକ୍ଷିଣ ଅଙ୍ଗୁଳି ବୁଡ଼ାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। ପୁଣି ଯାଜକ ଆପଣା ବାମ ପାପୁଲିରେ ଅବଶିଷ୍ଟ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। ଯେଉଁଠାରେ ଦୋଷାର୍ଥକ ବଳିର ରକ୍ତ ଆଗରୁ ଲଗାଇଥିଲା। ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୋଧନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହାପାଇଁ ପ୍ରାୟଶ୍ଚିତ କରିବ। “ତା’ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୋଧନୀୟ ଲୋକର ଅଶୌଚ ହେତୁ ପ୍ରାୟଶ୍ଚିତ କରିବ। ଏହା ପରେ ସେ ହୋମବଳି ବଧ କରିବ। ତତ୍ପରେ ଯାଜକ ହୋମବଳି ଓ ଶସ୍ୟ ନୈବେଦ୍ୟ ଆଣି ଯଜ୍ଞବେଦିରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ ଓ ସେ ଶୁଚି ହେବ। “ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ୟ ଦେବାକୁ ଅକ୍ଷମ, ତେବେ ସେ ନିଜର ପ୍ରାୟଶ୍ଚିତ ପାଇଁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସା ଓ ଶସ୍ୟ ନୈବେଦ୍ୟରୂପେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ। ପୁଣି ସେହି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ୟ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ। “ଆଉ ଅଷ୍ଟମ ଦିନରେ ସେହି ଲୋକ ସମସ୍ତ ଦ୍ରବ୍ୟ ଆଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସେହି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖରେ ତା’ର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହେବ। ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍ ତୈଳ ନେବ। ତା’ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳନ କରିବ। ତା’ପରେ ଯାଜକ ସେହି ଦୋଷାର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମେଷବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନେଇ ଯାଜକ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। ଆଉ ମଧ୍ୟ ଯାଜକ ସେହି ତୈଳରୁ କିଛି ନେଇ ନିଜ ବାମହସ୍ତ ପାପୁଲିରେ ଢାଳିବ। ଆଉ ଯାଜକ ନିଜର ଦକ୍ଷିଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। ଆଉ ମଧ୍ୟ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳିରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନରେ ଲଗାଇବ। ପୁଣି ଯାଜକ ଶୋଧନୀୟ ଲୋକ ପାଇଁ ପ୍ରାୟଶ୍ଚିତ କରିବାକୁ ନିଜ ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ। “ପୁଣି ସେ ତା’ର ପ୍ରାପ୍ତିର ସାଧ୍ୟ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ। ତାହାର ପ୍ରାପ୍ତିର ସାଧ୍ୟ ଅନୁସାରେ ଶସ୍ୟ ନୈବେଦ୍ୟ ସହିତ ଗୋଟିଏ ପାପାର୍ଥକ ବଳିରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶୋଧନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବ। ଫଳରେ ଲୋକଟି ଶୁଚି ହେବ।” ଯେଉଁ କୁଷ୍ଠରୋଗର ଘା’ଯୁକ୍ତ ଲୋକ ନିଜ ଶୌଚ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା ଅଟେ। ଗୃହସ୍ଥିତ କୁଷ୍ଠରୋଗର ଦାଗ ପାଇଁ ବିଧି ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ, ତୁମ୍ଭେମାନେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶରେ କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ, ତେବେ ସେହି ଗୃହମାଲିକ ଯାଜକ ନିକଟକୁ ଆସି କହିବ, ‘ମୋ’ ଗୃହରେ ଦାଗ ସୃଷ୍ଟି ହେଲାପରି ମୋତେ ଦେଖାଯାଉଛି।’ “ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନେବାକୁ ଆଜ୍ଞା ଦେବ, ଯେପରି ସେଗୁଡ଼ିକ ଅଶୁଚି ନ ହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହରେ ପ୍ରବେଶ କରିବ। ଯାଜକ ସେହି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲ ଭିତରେ ବସି ଯାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୋଇଥିବ ଓ ତାହା କାନ୍ଥର ନୀଚରୁ ଦେଖାଯିବ। ତେବେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତ ଦିନ ରୁଦ୍ଧ କରି ରଖିବ। “ସପ୍ତମ ଦିନରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥରେ ସେହି ଦାଗ ବଢ଼ିଥାଏ। ତେବେ ଯାଜକ ସେହି ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ। ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। ତା’ପରେ ସେହି ବ୍ୟକ୍ତି ନୂତନ ପ୍ରସ୍ତର ନେଇ କାନ୍ଥରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲେପ ଲଗାଇବ। “ଯଦି କାନ୍ଥରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଗ୍ଭଞ୍ଛିଲା ପରେ ଓ ନୂତନ ଲେପନ କଲାପରେ ଯେବେ ସେହି ଦାଗ ପୁନର୍ବାର କାନ୍ଥରେ ଫୁଟି ବାହାରେ, ତେବେ ଯାଜକ ଆସି ଦେଖିବ। ଆଉ ଯଦି ସେହି ଦାଗ ବୃଦ୍ଧି ପାଇଥାଏ ତେବେ ସେ ଗୃହରେ କ୍ଷୟକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ। ତାହାହେଲେ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। ସେହି ଗୃହ ରୁଦ୍ଧ ଥିଲାବେଳେ ଯଦି କେହି ସେହି ଘର ଭିତରେ ପ୍ରବେଶ କରିଥାଏ, ସେହି ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯଦି କେହି ସେହି ଘରେ ଭୋଜନ କରିଥିବ କିମ୍ବା ଶୟନ କରିଥିବ ତେବେ ସେ ତା’ର ବସ୍ତ୍ର ଧୋଇବ। “ଗୃହ ପୁନଃନିର୍ମାଣ ଓ ପୁନଃଲେପନ ଶେଷ ହେଲା ପରେ, ଯାଜକ ସେହି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତେବେ ସେ ତାହା ଶୁଚି ବୋଲି ଘୋଷଣା କରିବ। କାରଣ ଦାଗ ଉଭେଇ ଯାଉଛି। “ପୁଣି ସେହି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନେବା ଉଚିତ୍। ଜଳସ୍ରୋତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍। ତା’ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନେଇ ହତ୍ୟା କରିବ ଓ ସେହି ପକ୍ଷୀର ରକ୍ତ, ସେହି ଜଳସ୍ରୋତରେ ବୁଡ଼ାଇବ ଓ ସେହି ଘରେ ସାତଥର ଛିଞ୍ଚିବ। ସେହିସବୁ ଜିନିଷ ବ୍ୟବହାର କରି ସେ ଗୃହଟିକୁ ଶୁଚି କରିବ। ତା’ପରେ ଯାଜକ ସେହି ଜୀଅନ୍ତା ପକ୍ଷୀକୁ ନଗର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ। ଏହିପରି ସେ ଗୃହ ପାଇଁ ପ୍ରାୟଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।” କୁଷ୍ଠରୋଗର ଯେକୌଣସି ଘା’ ଓ ଛଉର ଏହିସବୁ ବ୍ୟବସ୍ଥା। ପୁଣି ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠ ପାଇଁ, ଆଉ ଫୁଲା, ଦାଗ ଓ ଚି‌‌କ୍‌‌‌କଣ ଚିହ୍ନ ପାଇଁ, ଏହିସବୁ ହେଉଛି ବ୍ୟବସ୍ଥା। ଆଉ ମଧ୍ୟ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି ଏହା ଜାଣିବା ପାଇଁ ଏସବୁ ବିଧି ଅଟେ। ଦେହରେ ପ୍ରମେହ ରୋଗର ବିଧି ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ମଧ୍ୟ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହେବା ଉଚିତ୍। କ୍ଷରଣ ଗ୍ଭଲିଥାଉ କିମ୍ବା ବନ୍ଦ ହୋଇଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ। “ପ୍ରମେହ ରୋଗୀ ଯେଉଁ ଶଯ୍ୟାରେ ଶୟନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁସବୁ ପଦାର୍ଥ ଉପରେ ବସିବ ତାହା ମଧ୍ୟ ଅଶୁଚି ହେବ। ଯଦି କୌଣସି ବ୍ୟକ୍ତି ସେହି ବ୍ୟକ୍ତିର ବିଛଣାକୁ ଛୁଏଁ, ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକୌଣସି ବସ୍ତୁ ଉପରେ ସେହି କ୍ଷରଣକାରୀ ବସିଥାଏ, ଯଦି ସେହି ବସ୍ତୁ ଉପରେ ଯେକେହି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ମଧ୍ୟ ଅଶୁଚି ରହିବ। ଆଉ ଯଦି କେହି କ୍ଷରଣକାରୀଙ୍କୁ ଛୁଇଁବ ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “କ୍ଷରଣକାରୀ ବ୍ୟକ୍ତି ଯଦି ଶୁଚି ଲୋକ ଉପରେ ଛେପ ପକାଏ ତେବେ ସେ ବ୍ୟକ୍ତି ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। କ୍ଷରଣକାରୀ ଯେଉଁ ଘୋଡ଼ାର ସାଜ ଉପରେ ବସେ ସେ ମଧ୍ୟ ଅଶୁଚି ହେବ। ଆଉ ଯଦି କେହି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ପୁଣି କ୍ଷରଣକାରୀ ନିଜର ହାତ ଜଳରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତେବେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତେବେ ସେହି ପାତ୍ରକୁ ଭାଙ୍ଗି ଦିଆଯିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତେବେ ତାହା ଜଳରେ ଧୁଆଯିବା ଉଚିତ୍। “କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ। ଅଷ୍ଟମ ଦିନରେ ସେହି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକକୁ ଅର୍ପଣ କରିବ। ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଆଉ ସେହି ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ ହେବ। କାରଣ ତାଙ୍କର କ୍ଷରଣ ପାଇଁ। “ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ସମସ୍ତ ଶରୀରକୁ ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯଦି କୌଣସି ବସ୍ତ୍ରରେ କିମ୍ବା ଚର୍ମରେ ବୀର୍ଯ୍ୟପାତ ହୁଏ, ସେଗୁଡ଼ିକୁ ଜଳରେ ଧୌତ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ଅଶୁଚି ରହିବ। ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶୟନ କରେ ଓ ତା’ର କାର୍ଯ୍ୟ ସ୍ଖଳନ ଘଟେ, ତେବେ ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ। “ଆଉ ଯଦି କୌଣସି ସ୍ତ୍ରୀର ରଜସ୍ୱଳା ହୁଏ ଓ ତା’ର ଦେହରୁ ରକ୍ତ କ୍ଷରିତ ହୁଏ, ତେବେ ସେ ସାତ ଦିନ ପର୍ଯ୍ୟନ୍ତ ଅଶୌଚ ରହିବ। ଯେକେହି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ସେହି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ୟ ଅଶୁଚି ହେବ। ଯଦି କୌଣସି ବ୍ୟକ୍ତି ତା’ର ଶଯ୍ୟା ଛୁଇଁବ ସେ ତା’ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ତା’ର ବସିବା ଆସନରେ ବସିବ, ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ମଧ୍ୟ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ତା’ର ଶଯ୍ୟା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଯଦି ରଜସ୍ୱାଳା ସମୟରେ କୌଣସି ପୁରୁଷ ସେହି ସ୍ତ୍ରୀଲୋକ ସହିତ ଦୈହିକ ସମ୍ପର୍କ ରଖେ, ସେ ମଧ୍ୟ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ ତାହା ଅଶୁଚି ହେବ। “ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡ଼ା ଯଦି କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲା ପରେ ଯଦି ରକ୍ତସ୍ରାବ ହୁଏ, ତେବେ ରକ୍ତସ୍ରାବ ହେଉଥିବ ପର୍ଯ୍ୟନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ। ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ। ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା’ପରେ ସେ ଶୁଚି ହେବ। ତା’ପରେ ଅଷ୍ଟମ ଦିନରେ ସେହି ସ୍ତ୍ରୀଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ଯାଜକକୁ ଅର୍ପଣ କରିବ। ତା’ପରେ ସେ ଯାଜକ ସେଥିମଧ୍ୟରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସ୍ତ୍ରୀଲୋକଙ୍କୁ ପ୍ରାୟଶ୍ଚିତ କରାଇବ। “ଏଣୁ ତୁମ୍ଭେ ଇସ୍ରାଏଲ ସନ୍ତନଗଣଙ୍କୁ ଅଶୁଚି ବିଷୟରେ ସତର୍କ କରିଦେବ। ଯଦି ତୁମ୍ଭେ ସେମାନଙ୍କୁ ବିଧି ବିଷୟରେ ନ ଜଣାଇବ, ତେବେ ସେମାନେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦେବେ। ଏଥିପାଇଁ ସେମାନେ ମୃତ୍ୟୁବରଣ କରିବେ।” ଧାତୁ ସ୍ରାବ ଓ ବିର୍ଯ୍ୟ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହା ଦ୍ୱାରା ଅଶୁଚି ହୁଏ। ପୁଣି ଏହିସବୁ ବିଧି ରଜସ୍ୱାଳା ନାରୀ, ବିର୍ଯ୍ୟ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ୱଳା ନାରୀ ସହିତ ଶୟନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହେବ। ପ୍ରାୟଶ୍ଚିତ୍ତର ଦିନ ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନୈବେଦ୍ୟ ଦେଲାବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦକ ସମ୍ମୁଖରେ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦେବା। “ହାରୋଣ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ପ୍ରାୟଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହୋମବଳି ରୂପେ ଏକ ମେଷଛୁଆ ପ୍ରାୟଶ୍ଚିତ ଦିନ ଉତ୍ସର୍ଗ କରିବ। ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର। “ପୁଣି ହାରୋଣ ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହୋମବଳି ପାଇଁ ଏକ ମେଷ ନେବ। ତା’ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ। “ତା’ପରେ ହାରୋଣ ଦୁଇଟି ଛାଗ ସମାଗମ-ତମ୍ବୁର ଦ୍ୱାର ଦେଶରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ପୁଣି ହରୋଣ ସେହି ଦୁଇ ଛାଗ ବିଷୟରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ (ଅଜାଜେଲ) ନିମନ୍ତେ ହେବ। “ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ। କିନ୍ତୁ ଗୁଲିବାଣ୍ଟ ଦ୍ୱାରା ଅଜାଜେଲ ନିମନ୍ତେ ସିଦ୍ଧାନ୍ତ କରାଯାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖରେ ଜୀଅନ୍ତା ଛିଡ଼ା କରାଯିବ। ମରୁଭୂମିର ବାହାରକୁ ଅଜାଜେଲ ଏହି ଛାଗକୁ ପଠାଇବା ଦ୍ୱାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାୟଶ୍ଚିତ କରିବ। “ତା’ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଉହ୍ମେଇରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧିଧୂପ ନେଇ ବିଚ୍ଛେଦ ବସ୍ତ୍ରରେ ଭିତରକୁ ଯିବ। ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦେବା ଉଚିତ୍। ତାହାଦ୍ୱାରା ନିୟମ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ। ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ। “ଏହା ପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେହିପରି ତାହାର ରକ୍ତ ନେଇ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ ଶୌଚ କରିବ। ଇସ୍ରାଏଲ ଲୋକମାନଙ୍କ ଅଶୌଚ ଓ ପାପ ପାଇଁ ସେ ପ୍ରାୟଶ୍ଚିତ କରିବ। ହାରୋଣ ସମାଗମ-ତମ୍ବୁ ପାଇଁ ସେହିପରି କରିବ, କାରଣ ଏହା ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରେ। “ସେହି ସମୟରେ ହାରୋଣ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇସ୍ରାଏଲର ସମସ୍ତ ସମାଜ ପାଇଁ ଯେପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ନାହାନ୍ତି ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମଣିଷ ରହିବେ ନାହିଁ। ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ଯଜ୍ଞବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନେଇ ଯଜ୍ଞବେଦିର ଶୃଙ୍ଗ ଉପରେ ଗ୍ଭରିଆଡ଼େ ଦେବ। ତା’ପରେ ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତଥର ଛିଞ୍ଚି ଅଶୁଚି ବେଦିକୁ ଶୁଦ୍ଧ କରିବ ଓ ଇସ୍ରାଏଲ ଲୋକମାନଙ୍କ ଅଶୌଚରୁ ତାହା ଶୁଚି କରିବ। “ଏହି ପ୍ରକାରେ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ। ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ। ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ। “ତା’ପରେ ହାରୋଣ ସମାଗମ-ତମ୍ବୁକୁ ଆସିବ। ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢ଼ି ଦେବ। ସେ ସେଗୁଡ଼ିକୁ ସମାଗମ-ତମ୍ବୁରେ ଛାଡ଼ିଦେବ। ତା’ପରେ ସେ କୌଣସି ପବିତ୍ର ସ୍ଥାନରେ ନିଜର ଶରୀରକୁ ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ଆଉ ସେ ପାପାର୍ଥକ ବଳିର ମେଦ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। “ପୁଣି ଯେଉଁ ଲୋକ ତ୍ୟାଗର (ଅଜାଜେଲରେ) ଛାଗକୁ ନେଇ ଛାଡ଼ିଥାଏ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍। ତା’ପରେ ଛାଉଣିରେ ପ୍ରବେଶ କରିବ। “ଯେଉଁ ପାପାର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାଯାଇ ପ୍ରାୟଶ୍ଚିତ ହେବା ପାଇଁ ଥିଲା, ସେମାନଙ୍କର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣି ବାହାରକୁ ନେଇ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବେ। ଯେଉଁ ଲୋକ ସେଗୁଡ଼ିକୁ ଦ‌‌‌‌ଗ୍‌‌‌‌ଧ କରିବ, ସେ ତା’ର ବସ୍ତ୍ର ଧୋଇବା ଉଚିତ୍ ଓ ତା’ର ସମସ୍ତ ଶରୀର ଜଳରେ ଭଲ ଭାଗରେ ଧୋଇବ ଏବଂ ତା’ପରେ କେବଳ ସେ ଛାଉଣିରେ ପ୍ରବେଶ କରିବ। “ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ। କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କରାଯିବ। ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହେବ। ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମ ଦିନ, ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି। “ପୁଣି ପିତା ବଦଳରେ ଯେଉଁ ପୁତ୍ର ମହାଯାଜକତ୍ୱ ପଦରେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ମହାଯାଜକ ପ୍ରାୟଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ। ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ। ପ୍ରାଣୀମାନଙ୍କୁ ବଧ କରିବା ଓ ଭକ୍ଷ୍ୟଣ କରିବାର ବିଧି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ସଦାପ୍ରଭୁଙ୍କ ଆଜ୍ଞା ବିଷୟରେ କୁହ। ଯଦି କେହି ଗାଈ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ, ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ। ଏଣୁ ଇସ୍ରାଏଲର ସନ୍ତାନଗଣ ନିଜ ନିଜର ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେ ସମସ୍ତ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ। ତା’ପରେ ସେ ଯାଜକ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ସେହି ମେଦ ଦ‌‌‌‌ଗ୍‌‌‌‌ଧ କରିବ। ତହିଁରେ ସେମାନେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ୟଭିଗ୍ଭର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। “ତୁମ୍ଭେ ସବୁ ଲୋକଙ୍କୁ କହିବ, ଇସ୍ରାଏଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯେବେ ହୋମବଳି କି ବଳିଦାନ କରେ, ତେବେ ସେ ସେହି ବଳିଦାନ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନ କରିବ ତେବେ ସେ ନିଜ ଲୋକମାନଙ୍କଠାରୁ ପୃଥକ ରହିବ। “ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା। କାରଣ ରକ୍ତରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ଯଜ୍ଞବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ମୂଲ୍ୟରେ ରକ୍ତ ହିଁ ପ୍ରାୟଶ୍ଚିତ କରେ। ତେଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହୁଛୁ, ତୁମ୍ଭମାନଙ୍କ ମଧ୍ୟରୁ କେହି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ। “ଆଉ କୌଣସି ଇସ୍ରାଏଲୀୟ ହେଉ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ହେଉ, ଯଦି ମୃଗୟା କରି କୌଣସି ପଶୁ ବା ପକ୍ଷୀକୁ ଖାଦ୍ୟ ପାଇଁ ବଧ କରେ, ତେବେ ସେ ତାହାର ରକ୍ତ ଭୁମିରେ ଢାଳି ଧୂଳିରେ ଢାଙ୍କିବ। କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତରେ ହିଁ ଥାଏ। ଏଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭେମାନେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତା’ର ପ୍ରାଣ। ଯେକେହି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ। “ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂ ମୃତ ପଶୁ ଭୋଜନ କରେ, ତେବେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହେବ। ଯଦି ସେ ତା’ର ବସ୍ତ୍ର ନ ଧୂଏ କିମ୍ବା ସ୍ନାନ ନ କରେ, ତେବେ ସେ ପାପର ଅପରାଧ ବହନ କରିବ।” ଦୈହିକ ସମ୍ପର୍କ ବିଷୟରେ ବ୍ୟବସ୍ଥା ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ। ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ ଓ ତଦନୁସାରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେମାନେ ଆପଣା କୁଟୁମ୍ବ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ତୁମ୍ଭମାନଙ୍କର ପିତା ପ୍ରତି ଅସମ୍ମାନ ହେବ। ତେଣୁ ନିଶ୍ଚୟ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ। “ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ। “ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ୟ‌ଦ୍‌ ବଂଶଧର। “ତୁମ୍ଭେ ତୁମ୍ଭ ବିମାତା କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛି ଓ ସେ ତୁମ୍ଭର ଭଗିନୀ, ତା’ ସହିତ ଯୌନ ସମ୍ପର୍କ ରଖିବ ନାହିଁ। “ତୁମ୍ଭେ ନିଜର ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସମ୍ପର୍କୀୟ। ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ୟ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଙ୍କର ଅତି ନିକଟ ସମ୍ପର୍କୀୟା। ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନୟ କର ନାହିଁ। ସେ ତୁମ୍ଭର ଖୁଢ଼ୀ। “ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ଯୌନ ସମ୍ପର୍କ ରଖିବ ନାହିଁ। “ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହେବ। “ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତାହାର ପୌତ୍ରୀ କିମ୍ବା ଦୌହିତ୍ରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେମାନେ ତା’ର ନିକଟ ସମ୍ପର୍କୀୟ। ଏପ୍ରକାର ଯୌନ ସମ୍ପର୍କ ଭୟଙ୍କର ଭାବରେ ନୀତି ବିରୁଦ୍ଧ। “ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ। “ପୁଣି କୌଣସି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେସମୟରେ ସେ ଅଶୁଚି ଅଟେ। “ପୁଣି ତୁମ୍ଭେ କୌଣସି ପ୍ରତିବାସୀ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖି ନିଜକୁ ଅଶୁଚି କରିବ ନାହିଁ। “ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ। “ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ୟ ପାପ। “ତୁମ୍ଭେ କୌଣସି ପଶୁ ସହିତ ଯୌନ ସମ୍ପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଏହା ପ୍ରକୃତି ବିରୋଧ। “ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ନିଜକୁ ଅଶୁଚି କର ନାହିଁ। କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉ‌ଦ୍‌ଗାର କରୁଅଛି। “ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ବିଧି ପାଳନ କରିବ। ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି। ତୁମ୍ଭେମାନେ ଯଦି ସେହି ଘୃଣାଯୋଗ୍ୟ କର୍ମ କର, ତେବେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉ‌ଦ୍‌ଗାର କଲା, ସେହିପରି ସେ ତୁମ୍ଭମାନଙ୍କୁ ବି ଉ‌ଦ୍‌ଗାର କରିବ। ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” ଇସ୍ରାଏଲ ପରମେଶ୍ୱରଙ୍କ ଅଧିକାରରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ। “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପିତାମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମୋର ବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। “ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। “ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ତାହା ଗୃହୀତ ହେବା ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ। ବଳିଦାନ ଦିନ କିମ୍ବା ତା’ର ପରଦିନ ତାହା ଭୋଜନ କରାଯିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତେବେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଯେବେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ। ତେବେ ତାହା ଘୃଣ୍ୟଯୋଗ୍ୟ ଓ ଅଗ୍ରାହ୍ୟ ହେବ। ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ ରହିବ। “ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ। ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସମ୍ପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ରରେ ପଡ଼ିଥିବା ଫଳ ସାଉଣ୍ଟିବ ନାହିଁ। ସେଗୁଡ଼ିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡ଼ିଦେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ତୁମ୍ଭେମାନେ ଗ୍ଭେରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ୟା କହିବ ନାହିଁ। ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ। “ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ। “ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ବସ୍ତୁ ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେମାନେ ବିଗ୍ଭରରେ ପକ୍ଷପାତ କରିବ ନାହିଁ, ତୁମ୍ଭେମାନେ ଦରିଦ୍ର ପ୍ରତି ସ୍ୱତନ୍ତ୍ର ସୁବିଧା ଦେବ ନାହିଁ କିମ୍ବା ବିଗ୍ଭରରେ ଧନୀ ପ୍ରତି ଅଧିକ ଗୁରୁତ୍ୱ ଦେବ ନାହିଁ। ତୁମ୍ଭର ପଡ଼ୋଶୀମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରିବ। ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ କିମ୍ବା ପ୍ରତିବାସୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ଆମ୍ଭେ ସଦାପ୍ରଭୁ। “ତୁମ୍ଭେ ହୃଦୟରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ୟାୟ କରେ ତେବେ ତାକୁ ଅନୁଯୋଗ କରିବ, ମାତ୍ର ତାକୁ କ୍ଷମା ଦେବ। ତା’ହେଲେ ତୁମ୍ଭେ ପାପର ଭାଗି ହେବ ନାହିଁ। ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ। “ତୁମ୍ଭେମାନେ ଆମ୍ଭର ବିଧିସକଳ ପାଳନ କରିବ। ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ। ପୁଣି ନିଜ କ୍ଷେତରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ। “ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ଯୌନ ସମ୍ପର୍କ ରଖେ ତେବେ ସେ ଦଣ୍ଡନୀୟ ହେବ। ଅବଶ୍ୟ ତା’ର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ସ୍ତ୍ରୀଲୋକ ମୁକ୍ତ ନୁହେଁ। ପୁଣି ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି ଅର୍ଥାତ୍ ଦୋଷାର୍ଥକ ମେଷ ଆଣିବ। ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଦୋଷାର୍ଥକ ମେଷ ଦ୍ୱାରା ସେ ଯେଉଁ ପାପଗୁଡ଼ିକ କରିଅଛି, ସେହି ପାପଗୁଡ଼ିକ ସକାଶେ ସେ ପ୍ରାୟଶ୍ଚିତ କରିବ ଓ ସେହି ପାପଗୁଡ଼ିକ କ୍ଷମା ହେବ। “ଭବିଷ୍ୟତରେ ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶରେ ପ୍ରବେଶ କରିବ। ତୁମ୍ଭେମାନେ ଭୋଜନାର୍ଥେ ସେତେବେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭେମାନେ ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ୟବହାର କରିବ ନାହିଁ। କାରଣ ତାହା ଅଶୁଚି। ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାରରୂପେ ପବିତ୍ର ହେବ। ତା’ପରେ ପଞ୍ଚମ ବର୍ଷରେ ତୁମ୍ଭେମାନେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ। “ଆଉ ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ। “ତୁମ୍ଭେମାନେ ନିଜ ନିଜ ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ। ପୁଣି ତୁମ୍ଭେମାନେ ମୃତ ଲୋକ ପାଇଁ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦେହରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେ ନିଜର କନ୍ୟାକୁ ବେଶ୍ୟା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ପାପରେ ପରିପୂର୍ଣ୍ଣ ହେବ। “ତୁମ୍ଭେମାନେ ଆମ୍ଭ ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ। ସେମାନଙ୍କ ନିକଟକୁ ଗଲେ, ସେମାନଙ୍କର ଦ୍ୱାରା ଅପବିତ୍ର ହେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ। “ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ। ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ତୁମ୍ଭେମାନେ ବିଗ୍ଭର କଲାବେଳେ କିମ୍ବା ମାପ କି ତୌଲ କଲାବେଳେ ଅଧର୍ମ କରିବ ନାହିଁ। ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହେବ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ଏଣୁ ତୁମ୍ଭେମାନେ ମୋର ସମସ୍ତ ବ୍ୟବସ୍ଥା ଓ ସମସ୍ତ ବିଧି ମାନ୍ୟକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।” ପ୍ରତିମାପୂଜା ବିରୁଦ୍ଧରେ ସତର୍କବାଣୀ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଉ ମଧ୍ୟ ତୁମ୍ଭ ଇସ୍ରାଏଲ ସନ୍ତାନଗଣଙ୍କୁ କହିବ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କେହି ହେଉ କିମ୍ବା ସେମାନଙ୍କ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ୟରୁ କେହି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାକୁ ପଥର ମାରି ହତ୍ୟା କରିବେ। ମୁଁ ମଧ୍ୟ ତା’ ବିରୁଦ୍ଧରେ ଛିଡ଼ା ହେବି। ତା’ର ଦେଶର ଲୋକମାନଙ୍କଠାରୁ ପୃଥକ ରଖିବି। କାରଣ ସେ ମୋର ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମୋର ପବିତ୍ର ନାମକୁ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ନିଜର ସନ୍ତାନମାନଙ୍କୁ ଦେଇଅଛି। ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାଯିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି, ତେବେ ମୁଁ ସେହି ଲୋକ ବିରୁଦ୍ଧରେ ଓ ତା’ର ବଂଶ ବିରୁଦ୍ଧରେ ଯିବି, ସେମାନଙ୍କର ମୋଲକ୍ ଦେବତା ସହିତ ଜଡ଼ିତ ହେବା କାରଣରୁ, ତା’ର ଦେଶବାସୀଠାରୁ ତାକୁ ଓ ତା’ର ଅନୁସରଣକାରୀମାନଙ୍କୁ ଦୂରେଇ ରଖିବି। “ଯେଉଁ ଲୋକ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ବ୍ୟଭିଗ୍ଭର କରିବାକୁ ଅନୁସରଣ କରେ, ସେହି ପ୍ରାଣୀ ବିରୁଦ୍ଧରେ ଆମ୍ଭେ ଯିବା। ଯେହେତୁ ସେ ଆମ୍ଭ ପ୍ରତି ଅବିଶ୍ୱସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ୟରୁ ପୃଥକ ରଖିବା। “ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ମନେରଖ, ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କରିବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କୁ ପବିତ୍ର କଲି। “ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ। ଯୌନ ସମ୍ପର୍କୀୟ ପାପଗୁଡ଼ିକ ପାଇଁ ଦଣ୍ଡ “ଯଦି କୌଣସି ପୁରୁଷ ତା’ର ପ୍ରତିବାସୀର ଭାର୍ଯ୍ୟା ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ୟଭିଗ୍ଭର ପାଇଁ ଅପରାଧୀ ଓ ଉଭୟେ ମୃତ୍ୟୁବରଣ କରିବା ଉଚିତ୍। ଯଦି କୌଣସି ବ୍ୟକ୍ତି ତା’ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା’ର ପିତାର ଅଟେ। “ଯଦି କୌଣସି ଲୋକ ତା’ର ପୁତ୍ରବଧୂ ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ହତ୍ୟା କରାଯିବା ଉଚିତ୍। ସେମାନେ ଅତି ଜଘନ୍ୟ ଅପରାଧ କରିଛନ୍ତି ଓ ସେମାନେ ମୃତ୍ୟୁଦଣ୍ଡ ପାଇବେ। “ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀଲୋକ ପରି ଯୌନ ସମ୍ପର୍କ ରଖେ, ତେବେ ସେମାନେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସେମାନେ ମୃତ୍ୟୁଦଣ୍ଡ ପାଇବା ଉଚିତ୍। ସେମାନେ ସେମାନଙ୍କର ଅପରାଧ ବହନ କରିବେ। “ଯଦି କେହି କୌଣସି ସ୍ତ୍ରୀ ସହିତ ଓ ତା’ର ମାତା ସହିତ ଯୌନକ୍ରିୟା କରେ, ତେବେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବ। ଏପରି ଜଘନ୍ୟ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧ୍ୟରେ ନ ହୁଏ। “ଯଦି କେହି କୌଣସି ପଶୁକୁ ସଙ୍ଗମ କରେ, ତେବେ ସେ ନିଶ୍ଚୟ ହତ ହେବ ଓ ତୁମ୍ଭେମାନେ ମଧ୍ୟ ସେହି ପଶୁକୁ ବଧ କରିବ। ଯେବେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତେବେ ସେହି ସ୍ତ୍ରୀ ଓ ସେହି ପଶୁ ଉଭୟଙ୍କୁ ବଧ କରାଯିବ। ସେମାନେ ନିଶ୍ଚିତ ହତ ହେବେ। ସେମାନଙ୍କର ମୃତ୍ୟୁଜନିତ ଅପରାଧ ପାଇଁ ସେମାନେ ଦାୟୀ ହେବେ। “ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା’ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା’ର ପରିଣାମ ଭୋଗ କରିବ। “ଯଦି କେହି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖେ, ତେବେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍। ସେମାନେ ଅପରାଧୀ କାରଣ ସେମାନେ ତା’ର ମାସିକ କ୍ଷରଣ ଅନାବୃତ କରିଛନ୍ତି। “ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସମ୍ପର୍କୀୟ ସହିତ ଅପରାଧ ହେବ ଓ ସେଥିପାଇଁ ସେମାନେ ନିଜ ନିଜ ଅପରାଧ ବହନ କରିବେ। “ଜଣେ ବ୍ୟକ୍ତି ନିଜ କକାର ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖିବ, ଏହା କରିବା ଦ୍ୱାରା ସେ ତାଙ୍କର କକାକୁ ଅସମ୍ମାନ ଦେଖାଇବ। ସେହି ସ୍ତ୍ରୀର ଶାରୀରିକ ସମ୍ପର୍କ, ସେ ଲୋକର କକା ପାଇଁ ଆରକ୍ଷିତା। ଉଭୟେ ପୁତୁରା ଓ ଖୁଢ଼ୀ ଅପରାଧ ପାଇଁ ଦଣ୍ଡିତ ହେବେ ଓ ସେମାନେ ନିଃସନ୍ତାନ ହୋଇ ମରିବେ। “ଯଦି କେହି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ଯ୍ୟ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସେହି ସ୍ତ୍ରୀ ତା’ର ଭାଇର ଅଟେ। ସେମାନଙ୍କର ସନ୍ତାନ ଜନ୍ମ ହେବ ନାହିଁ। “ଏଣୁ ତୁମ୍ଭେମାନେ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ବିଧି ମାନ୍ୟ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶରେ ବାସ କରିବାକୁ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉ‌ଦ୍‌ଗାର କରିବ ନାହିଁ। ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ତଡ଼ି ଦେଉଛୁ, ସେମାନଙ୍କ ଆଚରଣ ତୁମ୍ଭେମାନେ କରିବ ନାହିଁ। କାରଣ ସେମାନେ ସେହିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସେମାନଙ୍କୁ ଘୃଣା କଲୁ। ମୁଁ ତୁମ୍ଭଙ୍କୁ କହିଲି, ସେମାନଙ୍କର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠାରେ ଦୁଧ ଓ ମଧୁ ବହି ଯାଉଥାଏ। “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ଏବଂ ମୁଁ ଅନ୍ୟ ଦେଶଗୁଡ଼ିକଠାରୁ ତୁମ୍ଭମାନଙ୍କୁ ପୃଥକ କଲି। ତେଣୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପ୍ରଭେଦ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉରୋଗାମୀ ପ୍ରାଣୀ ମଧ୍ୟ ଖାଇବ ନାହିଁ। ଆମ୍ଭେ ସେଗୁଡ଼ିକୁ ଘୃଣାଯୋଗ୍ୟ କରିଅଛୁ। ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭେମାନେ ଯେପରି ଆମ୍ଭର ହେବ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ କରିଅଛୁ। “ଯେଉଁ ପୁରୁଷ ବା ସ୍ତ୍ରୀ ଭୂତୁଡ଼ିଆ ବା ଗୁଣିଆ ହେବ ସେମାନେ ନିଶ୍ଚୟ ହତ ହେବେ। ଲୋକମାନେ ସେମାନଙ୍କୁ ପଥର ଫିଙ୍ଗି ବଧ କରିବେ। ସେମାନେ ନିଶ୍ଚିତ ନିହତ ହେବେ।” ଯାଜକମାନଙ୍କ ପାଇଁ ବିଧି ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ୟୁବ୍ୟକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କେବଳ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ୟା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହେବ। ପୁଣି ନିଜର ଅବିବାହିତା ଭଗିନୀର ମୃତ୍ୟୁ ହେଲେ ସେ ତା’ ପାଇଁ ଅଶୁଚି ହେବ। ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ୟୁରେ ନିଜକୁ ଅଶୁଚି କରିବ ନାହିଁ। “ଆଉ ଯାଜକଗଣ ସେମାନଙ୍କର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ। ସେମାନେ ନିଶ୍ଚୟ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ପବିତ୍ର ହେବେ। ସେମାନେ ସେମାନଙ୍କର ପରମେଶ୍ୱରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସେମାନେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ୱରଙ୍କ ଖାଦ୍ୟ ସେମାନେ ଦିଅନ୍ତି। ତେଣୁ ସେମାନେ ନିଶ୍ଚୟ ପବିତ୍ର ହେବା ଉଚିତ୍। “ଜଣେ ଯାଜକ ତା’ର ପରମେଶ୍ୱରଙ୍କର ପବିତ୍ର ସେବକ। ତେଣୁ ସେ କୌଣସି ବେଶ୍ୟାକୁ, କଳିଙ୍କିନୀକୁ କିମ୍ବା ସ୍ୱାମୀ ପରିତ୍ୟକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ। ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର। “ଆଉ କୌଣସି ଯାଜକର କନ୍ୟା ବ୍ୟଭିଗ୍ଭରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ୟ ଅପବିତ୍ର କରେ। ତେଣୁ ସେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ ହେବ। “ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି, ଆଉ ଯିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀରେ ନିଯୁକ୍ତ ହୋଇଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ। ସେ ଗୃହ ଭିତରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ୟ ଯିବ ନାହିଁ। ଆଉ ଜଣେ ମହାଯାଜକ ପରମେଶ୍ୱରଙ୍କ ପବିତ୍ର ସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳ ତାହା ମସ୍ତକରେ ଢଳାଯାଇ ତାଙ୍କୁ ମହାଯାଜକ ପଦରେ ଅଭିଷିକ୍ତ କରାଯାଇଛି। ଆମ୍ଭେ ସଦାପ୍ରଭୁ ଅଟୁ। “ମହାଯାଜକ କେବଳ ଜଣେ ଅନୁଢ଼ାକୁ ବା କୁମାରୀକୁ ବିବାହ କରିବ। ସେ ବିଧବା, ପରିତ୍ୟକ୍ତା, କଳଙ୍କିନୀ କିମ୍ବା ବେଶ୍ୟାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ୟରୁ କେବଳ ଏକ କୁଆଁରୀ କନ୍ୟାକୁ ବିବାହ କରିବା ଉଚିତ୍। ଆଉ ସେ ନିଜ ଲୋକମାନଙ୍କ ମଧ୍ୟରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ପରମେଶ୍ୱରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ। ବିଶେଷ କରି ଅନ୍ଧଲୋକ, କି ଛୋଟା, କି ବିକୃତ ନାସିକା, କି ଅଧିକାଙ୍ଗ। କି ଭଗ୍ନପଦ, କି ଭଗ୍ନହସ୍ତ, କି କୁଜା, କି ବାମନ, କି ଖୁଣ ଥିବା ଚକ୍ଷୁ, କି ଯାଦୁରୋଗୀ, କି କାଛୁରୋଗୀ, କି ଭଗ୍ନକୋଷ। “ହାରୋଣ ଯାଜକର ବଂଶଧର ମଧ୍ୟରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ବେଦି ନିକଟକୁ ଯାଇପାରିବ ନାହିଁ। ଆଉ ତା’ର ଖୁଣ ଥିବାରୁ ସେ ଯଜ୍ଞବେଦି ନିକଟକୁ ଶସ୍ୟ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ। ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ। ମାତ୍ର ବିଚ୍ଛେଦବସ୍ତ୍ରର ଭିତରକୁ ଯିବ ନାହିଁ କିମ୍ବା ଯଜ୍ଞବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ର ସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।” ଏହିପରି ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ ଏହିସବୁ କହିଲେ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ’ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ। “ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି, ଅବା ସେ ଯାହା ଦ୍ୱାରା ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଁଏ। ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ। ସୂର୍ଯ୍ୟାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ତାହାର ଅଟେ। “ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। “ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି। କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ। ମାତ୍ର ଯାଜକର ରୂପାରେ କିଣା ଯାଇଥିବା କ୍ରୀତଦାସ ସେହି ପବିତ୍ର ଖାଦ୍ୟ ଭୋଜନ କରି ପାରିବ। ଆଉ ତା’ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରି ପାରିବେ। ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ। ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ। “ଯଦି କେହି ଅଜ୍ଞାତସାରରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତେବେ ସେ ଦ୍ରବ୍ୟର ମୂଲ୍ୟର ଏକ ପଞ୍ଚମାଂଶ ଅଧିକ ମୂଲ୍ୟ ଯାଜକକୁ ପବିତ୍ର ନୈବେଦ୍ୟ ରୂପେ ପରିଶୋଧ କରିବ। “ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ। ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।” ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇସ୍ରାଏଲ ବଂଶର ହୁଅନ୍ତୁ କିମ୍ବା ସେମାନଙ୍କ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ନୈବେଦ୍ୟ ଆଣନ୍ତି। ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ। *** “ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ। ଅନ୍ଧ, ଖଞ୍ଜ, ଛୋଟା, ଆବୁଆ, ଜାଦୁଆ, କି ରୁ‌‌‌‌ଗ୍‌‌‌‌ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସେମାନଙ୍କୁ ସଦାପ୍ରଭୁଙ୍କୁ ନୈବେଦ୍ୟ ରୂପେ ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ନାହିଁ। “ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ। “ଆଉ ମଧ୍ୟ ଯେଉଁ ପ୍ରାଣୀର କୋଷ ମୋଡ଼ା କି ଛେଗ୍ଭ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳିଦାନ କରିବ ନାହିଁ। “ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ୱରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସେଗୁଡ଼ିକ ଆଘାତପ୍ରାପ୍ତ ହୋଇଥାଇ ପାରନ୍ତି କିମ୍ବା ସେମାନଙ୍କଠାରେ ଖୁଣ ଥାଇପାରେ। ତେଣୁ ସେଗୁଡ଼ିକ ଗ୍ରାହ୍ୟ ହେବ ନାହିଁ।” ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେତେବେଳେ କୌଣସି ଗୋରୁ କି ମେଷ କି ଛାଗ ଜନ୍ମ ହୁଅନ୍ତି ସାତ ଦିନ ପର୍ଯ୍ୟନ୍ତ ତା’ର ମା ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଗ୍ରାହ୍ୟ ହେବ। ଗାଈ କିମ୍ବା ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ। “ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ। ତୁମ୍ଭେମାନେ ସେହି ଦିନ ସମସ୍ତ ମାଂସ ଭକ୍ଷ୍ୟଣ କରିବ, ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ। ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା। ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” ସ୍ୱତନ୍ତ୍ର ବିଶ୍ରାମ ଦିନ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି। ବିଶ୍ରାମ ଦିନ “ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ। ନିସ୍ତାରପର୍ବ “ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ। ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ। ତାଡ଼ିଶୂନ୍ୟ ରୋଟୀର ପର୍ବ “ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ। ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।” ପ୍ରଥମ ଶସ୍ୟଅମଳର ପର୍ବ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଟେକିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍। “ପୁଣି ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ମେଷବତ୍ସ ଗୋଟିଏ ଉତ୍ସର୍ଗ କରିବ। ପୁଣି ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ସେହି ଦିନ ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ହେବ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପେୟନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବ। ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ। ପେଣ୍ଟିକଷ୍ଟ ପର୍ବ “ଅନନ୍ତର ସେହି ବିଶ୍ରାମବାର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପେ ବିଡ଼ା ଆଣିଲ ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ। ଏହିରୂପେ ତୁମ୍ଭେ ବିଶ୍ରାମ ଦିନ ପରେ ସପ୍ତମ ଦିନଠାରୁ, ପଗ୍ଭଶ୍ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତୁମ୍ଭେମାନେ ନିଜ ନିଜ ଘରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଉପହାର ହେବ। “ପୁଣି ତୁମ୍ଭେମାନେ ସେହି ରୋଟୀ ସହିତ ଏକବର୍ଷୀୟ ସାତୋଟି ନିଖୁଣ ମେଷବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମେଷ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହୋମବଳି ହେବ। ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ହେବ। ତା’ପରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀୟ ମେଷବତ୍ସ ଉତ୍ସର୍ଗ କରିବ। “ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମେଷବତ୍ସ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଦୋଳାଇବ। ତାହା ସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଠିକ୍ ସେହି ଦିନ ତୁମ୍ଭେମାନେ ଏକ ପବିତ୍ର ସଭା ପାଇଁ ଘୋଷଣା କରିବ। ସେହି ଦିନ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। “ଆଉ ତୁମ୍ଭେମାନେ ଶସ୍ୟ କାଟିଲାବେଳେ, କ୍ଷେତ୍ରରୁ ସମସ୍ତ ଶସ୍ୟ ନିଃଶେଷ କରି କାଟିବ ନାହିଁ। ଆଉ ତଳେ ପଡ଼ିଥିବା ଶସ୍ୟକୁ ସାଉଁଟିବ ନାହିଁ। ତୁମ୍ଭେମାନେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” ତୂରୀଧ୍ୱନିର ପର୍ବ ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। ତୁମ୍ଭେମାନେ ସେହି ଦିନ କୌଣସି ବ୍ୟବସାୟିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବ।” ପ୍ରାୟଶ୍ଚିତ୍ତର ଦିନ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ। “ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା’ର ଲୋକମାନଙ୍କଠାରୁ ପୃଥକ ରହିବ। ଯଦି କୌଣସି ପ୍ରାଣୀ ସେହି ଦିନ କୌଣସି କର୍ମ କରେ ତେବେ ଆମ୍ଭେ ତାହା ଲୋକମାନଙ୍କ ମଧ୍ୟରେ ତାକୁ ବିନାଶ କରିବୁ। ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ। ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।” ପତ୍ରକୁଟୀର ପର୍ବ ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ। ପ୍ରଥମ ଦିନରେ ପବିତ୍ର ସଭା ହେବ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବ ନାହିଁ। ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ। “ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ୱତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସେଥିରେ ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କୁ ନୈବେଦ୍ୟ, ହୋମବଳି, ଶସ୍ୟ ନୈବେଦ୍ୟ, ବଳିଦାନ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭେମାନେ ପବିତ୍ର ସଭାରେ ଘୋଷଣା କରିବା ଉଚିତ୍ ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ। “ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ। ପୁଣି ତୁମ୍ଭେମାନେ ପ୍ରତି ବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା, ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ। ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ରହିବ। ଇସ୍ରାଏଲ ବଂଶଧର ସମସ୍ତେ ପତ୍ରକୁଟୀରରେ ବାସ କରିବେ। ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ପତ୍ରକୁଟୀରରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ୟ‌ଦ୍‌ ବଂଶଧର ଜାଣି ପାରିବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷୟରେ କହିଲେ। ପ୍ରଦୀପ ରୂଖା ଓ ପବିତ୍ର ରୋଟୀ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସେମାନେ ପ୍ରତିଦିନ ପ୍ରଦୀପ ଜ୍ୱଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପେଷା ଯାଇଥିବା ଜୀତ ତୈଳ ଆଣିବେ। ହାରୋଣ ସମାଗମ-ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା। ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୁଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ଜଳାଇ ରଖିବ। “ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ, ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ। ସୁବର୍ଣ୍ଣ ମେଜ ଉପରେ ପ୍ରତି ଧାଡ଼ିରେ ଛଅ ଛଅ କରି ଦୁଇ ଧାଡ଼ିରେ ସେହିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖରେ ରଖିବ। ଆଉ ରୋଟୀ ପରିବର୍ତ୍ତେ ସ୍ମରଣାର୍ଥକ ନୈବେଦ୍ୟରୂପେ ପ୍ରତି ଧାଡ଼ିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦେବ। ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖରେ ରୋଟୀ ସବୁ ସମୟ ପାଇଁ ରଖିବ। ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଏହା ଅନନ୍ତକାଳୀନ ବିଧି ହେବା ଉଚିତ୍। ସେହି ରୋଟୀ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କର ହେବ। ଆଉ ସେମାନେ ସେହି ରୋଟୀକୁ ଏକ ପବିତ୍ର ସ୍ଥାନରେ ଭକ୍ଷ୍ୟଣ କରିବା ଉଚିତ୍। କାରଣ ସେଗୁଡ଼ିକ ସଦାପ୍ରଭୁଙ୍କ ନୈବେଦ୍ୟର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସେମାନଙ୍କର ଅଂଶ ହେବ।” ଜଣେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କୁ ଶାପ ଦେଲା ଅନନ୍ତର ଜଣେ ମିଶରୀୟ ପୁରୁଷର ଔରସରେ ଇସ୍ରାଏଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇସ୍ରାଏଲ ପୁତ୍ର, ଇସ୍ରାଏଲୀୟମାନଙ୍କ ଛାଉଣି ଭିତରକୁ ଗଲା। ସେ ଛାଉଣିରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା। ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା। ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା’ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା’ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ। ଆଉ ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ। ଯେକେହି ଆପଣା ସଦାପ୍ରଭୁଙ୍କ ନାମରେ ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହେବ। “ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ। ଯେକେହି କୌଣସି ପଶୁକୁ ହତ୍ୟା କରେ ସେ ମାରିଥିବା ପଶୁର ପ୍ରାଣ ଫେରାଇ ଆଣି ତା’ର କ୍ଷତିପୂରଣ ଦେବ। “ଯଦି କୌଣସି ବ୍ୟକ୍ତି ନିଜ ପ୍ରତିବାସୀକୁ ଆଘାତ କରେ, ତେବେ ସମପରିମାଣର ଆଘାତ ସେହି ଲୋକକୁ ଦିଆଯିବ। କ୍ଷତ ବଦଳରେ କ୍ଷତ, ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ, ମନୁଷ୍ୟ ଶରୀରରେ ଯିଏ ଯେଉଁପରି ଆଘାତ କରିଅଛି ତାହା ପ୍ରତି ସେହି ପ୍ରକାର ଆଘାତ କରାଯିବ। ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ। “ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ୟବସ୍ଥା ହେବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” ତା’ପରେ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ କହିବାରୁ ସେମାନେ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ। ଭୂମି ବିଶ୍ରାମର ସମୟ ଅନନ୍ତର ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ କରିବ। ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜ କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ। ମାତ୍ର ସପ୍ତମ ବର୍ଷରେ ଭୁମିକୁ ତୁମ୍ଭେମାନେ ବିଶ୍ରାମ ଦେବ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ମହାବିଶ୍ରାମ ହେବ। ତୁମ୍ଭେମାନେ ନିଜ କ୍ଷେତ୍ରରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡ଼ିବ ନାହିଁ। ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ହୋଇଥିବ, ତାକୁ ତୁମ୍ଭେମାନେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ। “ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହେବ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ୟର ଅଭାବ ହେବ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ। ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ୟାନ୍ୟ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହେବ। ଯୋବେଲ ମୁକ୍ତିର ବର୍ଷ “ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତ ବର୍ଷ ଗଣନା କରିବ, ତାହା ଦ୍ୱାରା ସେହି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଗ୍ଭଶ ବର୍ଷ ହେବ। ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ନିଜର ସମଗ୍ର ଦେଶରେ ତୂରୀ ବଜାଇବ। ପୁଣି ତୁମ୍ଭେ ପଗ୍ଭଶତମ ବର୍ଷକୁ ପବିତ୍ରରୂପେ ବିବେଚନା କରିବ। ସମୁଦାୟ ଦେଶରେ ପ୍ରତ୍ୟେକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ‘ଯୋବେଲ’ (ମହୋଲ୍ଲାସ ଉତ୍ସବ) ହେବ। ତୁମ୍ଭେମାନେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫେରିଯିବ ଓ ପ୍ରତ୍ୟେକ ନିଜ ନିଜ ବଂଶ ନିକଟକୁ ଫେରିଯିବ। ସେହି ପଗ୍ଭଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ। ତୁମ୍ଭେମାନେ କ୍ଷେତ୍ରରେ ଶସ୍ୟ ବୁଣିବ ନାହିଁ କିମ୍ବା ଆପେ ବଢ଼ିଥିବା ଶସ୍ୟ କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। କାରଣ ସେହି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ। ସେ ମହୋଲ୍ଲାସ-ଉତ୍ସବ ବର୍ଷରେ ପ୍ରତ୍ୟେକ ନିଜ ନିଜ ଅଧିକାରକୁ ଫେରିଯିବା ଉଚିତ୍। “ତୁମ୍ଭେ ଯେତେବେଳେ ତୁମ୍ଭର ପ୍ରତିବାସୀ ନିକଟରେ ଜମି ବିକ୍ରୟ କରିବ, ସେତେବେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତେବେଳେ କିଣିବ, ତେବେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ୟା ଅନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟା ଅନୁସାରେ ସେ ତୁମ୍ଭଠାରେ ବିକ୍ରୟ କରିବ। ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତା ଅନୁସାରେ ମୂଲ୍ୟ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ୟା ଅନୁସାରେ ଭୂମି ଜାତ ଦ୍ରବ୍ୟ ବିକ୍ରୟ କରିବ। ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ଆମ୍ଭର ବ୍ୟବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହାହେଲେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରି ପାରିବ। ପୁଣି ଭୁମିରେ ପ୍ରଚୁର ଶସ୍ୟ ଉତ୍ପନ୍ନ ହେବ। ତୁମ୍ଭେମାନେ ତୃପ୍ତିରେ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ। “ତୁମ୍ଭେମାନେ କହିପାର, ‘ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କ’ଣ ଖାଇବୁ।’ ସେଥିପାଇଁ ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନି ବର୍ଷର ଅମଳ ଦେବ। ତୁମ୍ଭେମାନେ ଅଷ୍ଟମ ବର୍ଷରେ ଯେତେବେଳେ ବୁଣିବ ସେତେବେଳେ ତୁମ୍ଭେମାନେ ପୁରାତନ ଶସ୍ୟ ଖାଉଥିବ। ତୁମ୍ଭେମାନେ ନବମ ବର୍ଷ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେହି ପୁରାତନ ଶସ୍ୟ ଖାଇବ। ଭୂସମ୍ପତ୍ତି ଆଇନ “ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରୟ କରି ପାରିବ ନାହିଁ। ତୁମ୍ଭେମାନେ କେବଳ ଆମ୍ଭ ସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ। ଲୋକମାନେ ସେମାନଙ୍କର ଭୂମି ବିକ୍ରୟ କରି ପାରନ୍ତି, ମାତ୍ର ପରିବାର ସେହି ଜମି ସର୍ବଦା ଫେରି ପାଇବେ। ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହୋଇ ନିଜର ଭୂମି ବିକ୍ରୟ କରେ ତେବେ ତାହାର ମୁକ୍ତିକର୍ତ୍ତା ନିକଟ ସମ୍ପର୍କୀୟ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ। ଯଦି ସେହି ବ୍ୟକ୍ତିର ନିକଟ ସମ୍ପର୍କୀୟ କେହି ତା’ର ଭୂମି ମୁକ୍ତ କରିବାକୁ ନ ଥାଏ, ତେବେ ସେ ନିଜେ ଅଧିକ ଧନ ଲାଭ କଲା ପରେ ତା’ର ଭୂମି ମୁକ୍ତ କରିବ। ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫେରି ପାଇବ। ଯେବେ ସେ ଲୋକ ନିଜର ଅଧିକାର ଫେରାଇ ନେବାକୁ ଯଥେଷ୍ଟ ଅର୍ଥ ନ ପାଏ, ତେବେ ସେ ଯାହା ବିକ୍ରୟ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ କ୍ରୟକର୍ତ୍ତା ହସ୍ତରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫେରିଯିବ। “ଆଉ ଯଦି କେହି ପ୍ରାଚୀର ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ। ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରିବାର ଅଧିକାର ରହିବ। ଯଦି ନଗରରେ ସେହି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହୋଇଥାଏ, ତେବେ ପଞ୍ଜିକା ବର୍ଷ ସମ୍ପୂର୍ଣ୍ଣ ହେଲେ ମଧ୍ୟ ତାହା ବିକ୍ରେତା ବ୍ୟକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରୟ କର୍ତ୍ତାର ହୋଇ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷରେ ମଧ୍ୟ ତାହା ମୁକ୍ତ ହୋଇ ପାରିବ ନାହିଁ। ମାତ୍ର ଗ୍ରାମଗୁଡ଼ିକର ଗୃହମାନ ପ୍ରାଚୀର ଦ୍ୱାରା ଘେରାଉ ହୋଇ ନାହିଁ। ସେହି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ରେତା ନିକଟକୁ ଫେରିଯିବ। “ମାତ୍ର ଲେବୀୟମାନଙ୍କର ନଗରମାନ, ସେଠାରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସେମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ। ଯଦି କେହି ଲେବୀୟଠାରୁ ଏକ ଗୃହ କ୍ରୟ କରେ ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ, କାରଣ ଇସ୍ରାଏଲୀୟ ମଧ୍ୟରେ ଲେବୀୟମାନଙ୍କ ଗୃହସବୁ ସେମାନଙ୍କର ଅଟେ। ମାତ୍ର ଲେବୀୟମାନଙ୍କ ନଗରର ଗ୍ଭରିପାଖରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ, କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର। କ୍ରୀତଦାସ ମାଲିକଙ୍କ ପାଇଁ ନିୟମ “ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତେବେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ। ତୁମ୍ଭେ ତା’ଠାରୁ ଋଣ ବାବଦରେ କୌଣସି ସୁଧ ନେବ ନାହିଁ। ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ। ତାକୁ ଟଙ୍କା ଧାର ଦେଇ ତା’ଠାରୁ ସୁଧ ଆଦାୟ କର ନାହିଁ। ଆଉ ତାକୁ ଅନ୍ନ ଦେଇ ତା’ଠାରୁ ଲାଭ ଗ୍ରହଣ କର ନାହିଁ। ଯେ ତୁମ୍ଭର ପରମେଶ୍ୱର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆମ୍ଭେ ଅଟୁ। “ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ। ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ। ତା’ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫେରିଯିବ। କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସେମାନେ ପୁନର୍ବାର ଆଉ କ୍ରୀତଦାସ ହେବେ ନାହିଁ। ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ୱାମୀରୂପେ ବ୍ୟବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କୁ ଭକ୍ତି କରିବ। “ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତେବେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ କ୍ରୀତଦାସଦାସୀ କିଣିବ। ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସେମାନଙ୍କର ପରିବାରର ସଭ୍ୟ ତୁମ୍ଭ ଦେଶରେ ଜନ୍ମନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ତୁମ୍ଭେ କିଣି ପାରିବ। ସେମାନେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହେବେ। ତୁମ୍ଭେମାନେ ନିଜ ଅନ୍ତେ ଆପଣା ଭବିଷ୍ୟତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସେମାନଙ୍କୁ ଦେଇ ପାରିବ। ସେମାନେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହୋଇ ରହିବେ। ମାତ୍ର ତୁମ୍ଭେମାନେ ନିଜ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ଉପରେ କଠୋର କର୍ତ୍ତୃତ୍ୱ କରିବ ନାହିଁ। “ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ପ୍ରବାସୀ କି ବିଦେଶୀ ଧନୀ ହୋଇଯାଏ ଓ ତୁମ୍ଭର ସ୍ୱଦେଶୀ ଲୋକ ଦରିଦ୍ର ହୋଇଯାଏ, ଆଉ ସେହି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ, ତେବେ ସେ ବ୍ୟକ୍ତି ପରେ ମୁକ୍ତ ହୋଇ ପାରିବ। ତାହାର ଜ୍ଞାତି ମଧ୍ୟରୁ କେହି ତାକୁ ମୁକ୍ତ କରି ପାରିବ। ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରି ପାରିବ। ଆଉ ତା’ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରି ପାରିବ କିମ୍ବା ତାହାର ସ୍ୱହସ୍ତରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ୟ ମୁକ୍ତ କରି ପାରିବ। “ତହିଁରେ ତାହାର ବିକ୍ରୟ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟା ଅନୁସାରେ ତାହାର ମୂଲ୍ୟ ହେବ; ବର୍ତ୍ତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ ହେବ। ଯେବେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନେକ ବର୍ଷ ବାକିଥାଏ ତେବେ କ୍ରୟ ମୂଲ୍ୟର ଏକ ବଡ଼ ଅଂଶ ତାକୁ ଫେରାଇ ଦେବ। ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ତାହା ସହିତ ସେ ଗଣନା କରିବ, ସେହି ବର୍ଷ ଅନୁସାରେ ସେ ଆପଣା କ୍ରୟ ମୂଲ୍ୟର ଏକ ଛୋଟ ଅଂଶ ତାକୁ ଫେରାଇ ଦେବ। ମାତ୍ର ସେହି ବ୍ୟକ୍ତି ତା’ ସହିତ ଜଣେ କ୍ଷଣସ୍ଥାୟୀ ଘରୋଇ ସାହାଯ୍ୟକାରୀ ହିସାବରେ ରହିବ। ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠୋର କର୍ତ୍ତୃତ୍ୱ କରି ପାରିବେ ନାହିଁ। “ଯଦି ତାକୁ କେହି ମୁକ୍ତ ନ କରେ, ତେବେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷରେ ମୁକ୍ତ ହୋଇ ବାହାରି ଯିବ। କାରଣ ଇସ୍ରାଏଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ଦାସତ୍ୱରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ପରମେଶ୍ୱରଙ୍କୁ ମାନି ଚଳିବାର ପୁରସ୍କାର “ତୁମ୍ଭେମାନେ ନିଜ ପାଇଁ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। “ତୁମ୍ଭେମାନେ ଆମ୍ଭର ସ୍ୱତନ୍ତ୍ର ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ। “ତୁମ୍ଭେ ଯଦି ତାହା କର, ତେବେ ଆମ୍ଭର କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ। ଯଦି ତୁମ୍ଭେ ତାହା କର, ଆମ୍ଭେ ଠିକ୍ ଋତୁରେ ବର୍ଷା କରିବା, ଆଉ ତୁମ୍ଭେମାନେ ସର୍ବଦା ଆମ୍ଭର କରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭେମାନେ ବୃଷ୍ଟି ପାଇ ପାରିବ। ଭୂମି ଯଥେଷ୍ଟ ଶସ୍ୟ ଉତ୍ପନ୍ନ କରିବ ଓ ବୃକ୍ଷଗୁଡ଼ିକ ପ୍ରଚୁର ଫଳଧାରଣ କରିବେ। ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନ କାଳ ଦ୍ରାକ୍ଷା ସଂଗ୍ରହ କାଳ ପର୍ଯ୍ୟନ୍ତ ଗ୍ଭଲିବ ଓ ଦ୍ରାକ୍ଷା ସଂଗ୍ରହ କାଳ ବୀଜବପନ କାଳ ପର୍ଯ୍ୟନ୍ତ ଲାଗିବ, ପୁଣି ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ନିରାପଦରେ ଆପଣା ଦେଶରେ ବାସ କରିବ। ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭେମାନେ ଶୟନ କଲାବେଳେ କେହି ତୁମ୍ଭମାନଙ୍କୁ ଭୟ ଦେଖାଇବେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂରେଇ ଦେବା ଏବଂ ତୁମ୍ଭ ଦେଶରେ ଶତ୍ରୁ ପ୍ରବେଶ କରି ପାରିବ ନାହିଁ। “ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ‌‌ଖ‌ଡ଼୍‌ଗରେ ଧରାଶାୟୀ ହେବେ। ତୁମ୍ଭମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଶତ୍ରୁ ପକ୍ଷରୁ ଶହେ ଲୋକଙ୍କୁ ଘଉଡ଼ାଇ ଦେବେ ଓ ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବେ ତୁମ୍ଭମାନଙ୍କ ‌‌ଖ‌ଡ଼୍‌ଗରେ ତୁମ୍ଭମାନଙ୍କର ଶତ୍ରୁର ବିନାଶ ଘଟିବ। “ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେବା, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା। ତୁମ୍ଭେମାନେ ବହୁକାଳ ପର୍ଯ୍ୟନ୍ତ ପୁରାତନ ଶସ୍ୟକୁ ଭୋଜନ କରିବ। ପୁଣି ନୂତନ ଶସ୍ୟଅମଳ ବେଳକୁ ରଖିବା ପାଇଁ ପୁରାତନ ଶସ୍ୟକୁ ବାହାର କରିବ। ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ। ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନା ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଆଉ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ। ଆମ୍ଭେ ତୁମ୍ଭମାନଙ୍କୁ ଦାସ ହେବାରୁ ରକ୍ଷା କଲୁ। ଆମ୍ଭେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ତୁମ୍ଭମାନଙ୍କର ଯୁଆଳିର ଯୋତ ଭାଙ୍ଗି ଅଛୁ ଓ ତୁମ୍ଭେମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ। ପରମେଶ୍ୱରଙ୍କ ଅବଜ୍ଞାପାଇଁ ଦଣ୍ତ “ତୁମ୍ଭେମାନେ ଯଦି ଆମ୍ଭର ବାକ୍ୟରେ ମନୋଯୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତେବେ ଏହିସବୁ ଅଘଟଣମାନ ଘଟିବ। ତୁମ୍ଭେମାନେ ଯଦି ଆମ୍ଭର ବ୍ୟବସ୍ଥା ଅବଜ୍ଞା କର ଓ ଆମ୍ଭର ଆଜ୍ଞାକୁ ଘୃଣା କର ଓ ଆମ୍ଭର ଆଜ୍ଞାକୁ ଅନୁସରଣ ନ କର, ତେବେ ତୁମ୍ଭେମାନେ ଆମ୍ଭର ଚୁକ୍ତି ଲଙ୍ଘନ କରିବ। ଯଦି ତୁମ୍ଭେମାନେ ତାହା କର, ତେବେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯକ୍ଷ୍ମା ଓ ଜ୍ୱର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷୟ କରିବ। ଆଉ ତୁମ୍ଭେମାନେ ବୃଥାରେ ବୀଜ ବୁଣିବ, କାରଣ ଶତ୍ରୁମାନେ ତାକୁ ଖାଇଯିବେ। ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ। “ଏସବୁ ହେଲା ପରେ ଯେବେ ତୁମ୍ଭେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ତେବେ ଆମ୍ଭେ ତୁମ୍ଭମାନଙ୍କର ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦେବା। ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ୟ ଓ ଭୂମିକୁ ପିତ୍ତଳତୁଲ୍ୟ କରିବା। ତୁମ୍ଭେମାନେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ। “ଆଉ ଯଦି ତୁମ୍ଭେମାନେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଳେଶ ଦେବା। ତୁମ୍ଭେମାନେ ଯେତେ ଅଧିକ ପାପ କରିବ ସେତେ ଅଧିକ ଦଣ୍ତ ପାଇବ। ତୁମ୍ଭମାନଙ୍କ ପ୍ରତିକୂଳରେ ଆମ୍ଭେ ବନ୍ୟପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ ବଧ କରିବେ, ସେମାନେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ୟକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ୟ ହେବ। “ଏହାସବୁ ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ପରିବର୍ତ୍ତନ ହେବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ, ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ସକାଶେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ‌‌ଖ‌ଡ଼୍‌ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ହେବ। ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରିବା, ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ। “ଏହା ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ। ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା। ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ। ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନ ସକଳ ଶୂନ୍ୟ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ। ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟଜ୍ଞାନ କରିବେ। ଆଉ ଆମ୍ଭେ ନାନାଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହେବ। “ତା’ପରେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣ ଦେଶରେ ରହିବ, ତା’ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପଭୋଗ କରିବ। ବ୍ୟବସ୍ଥା ଅନୁସାରେ ଭୂମି ପ୍ରତି ସାତ ବର୍ଷରେ ଆପଣା ବିଶ୍ରାମ ଏକ ବର୍ଷ ନେବ। ତୁମ୍ଭେ ବାସ କରୁଥିଲାବେଳେ ଯେଉଁ ବିଶ୍ରାମ ପାଇ ନ ଥିଲ। ସ୍ଥାନ ଶୂନ୍ୟ ଥିଲାବେଳେ ସେ ବିଶ୍ରାମ ଗ୍ରହଣ କରିବ। ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ‌‌ଖ‌ଡ଼୍‌ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ। ପୁଣି କେହି ନ ଗୋଡ଼ାଇଲେ ହେଁ ‌‌ଖ‌ଡ଼୍‌ଗ ସମ୍ମୁଖରେ, ସେପରି ଏକ ଅନ୍ୟ ଉପରେ ଝୁଣ୍ଟି ପଡ଼ିବେ। “ଆଉ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବାକୁ ତୁମ୍ଭମାନଙ୍କର ବଳ ପାଇବ ନହିଁ। ତୁମ୍ଭେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କର ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ। ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଦୁଃଖ ଭୋଗିବେ ଏବଂ ଶତ୍ରୁର ଦେଶରୁ ଉଚ୍ଛେଦ ହେବେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷମାନଙ୍କର ଅପରାଧ ହେତୁ ସେମାନେ କଷ୍ଟ ଭୋଗ କରିବେ ନାହିଁ। ଚିରକାଳ ଆଶା “ମାତ୍ର ଲୋକମାନେ ସେମାନଙ୍କର ପାପ ସ୍ୱୀକାର କରି ପାରନ୍ତି ଓ ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଅପରାଧ ସ୍ୱୀକାର କରି ପାରନ୍ତି ଓ ସେମାନେ ଆମ୍ଭ ବିରୁଦ୍ଧରେ ପାପ କରିଛନ୍ତି ବୋଲି ସ୍ୱୀକାର କରି ପାରନ୍ତି। ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ। ତେବେ ଆମ୍ଭେ ଯାକୁବ ସହିତ, ଇ‌‌‌ସ୍‌‌‌ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା। “ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅବର୍ତ୍ତମାନର ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ବିଧି ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବ୍ୟବସ୍ଥା ଘୃଣା କଲା। ସେମାନେ ପ୍ରକୃତରେ ପାପୀ, ମାତ୍ର ଯଦି ସେମାନେ ସାହାଯ୍ୟ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ, ସେମାନେ ଶତ୍ରୁଗଣଙ୍କ ଦେଶରେ ଥିଲେ ମଧ୍ୟ ଆମ୍ଭେ ସେମାନଙ୍କ କଥା ଶୁଣିବା, ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସେମାନଙ୍କ ସହିତ ଆପଣା ନିୟମ ଭଙ୍ଗ ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ। କିମ୍ବା ସେମାନଙ୍କୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ। ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷଙ୍କ ସହିତ କରିଥିବା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ଅଟୁ।” ଏହିସବୁ ବ୍ୟବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇସ୍ରାଏଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମୋଶାଙ୍କୁ ସୀନୟ ପର୍ବତରେ ଦେଇଥିଲେ ଓ ମୋଶା ଇସ୍ରାଏଲର ଲୋକମାନଙ୍କୁ ତାହା ଦେଲେ। ଶପଥମାନ ଗୁରୁତ୍ୱପୂର୍ଣ୍ଣ ଅଟେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ୟକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ୟରେ ମାନସିକ କରେ, ତେବେ ତା’ର ମୂଲ୍ୟ ଯାଜକ ଦ୍ୱାରା ନିରୂପିତ ହେବ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ୱରଙ୍କର ହେବ। ଯଦି ଲୋକମାନେ ସେହି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାନ୍ତି ତେବେ ସେମାନେ ନିରୂପିତ ମୂଲ୍ୟ ଦେଇ ଫେରାଇ ଆଣିବେ। କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଗ୍ଭଶ୍ ଶେକଲ ରୂପା ହେବ। ଆଉ କୋଡ଼ିଏରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀଲୋକର ନିରୂପିତ ମୂଲ୍ୟ ତିରିଶ୍ ଶେକଲ ରୂପା ହେବ। ଆଉ ପଞ୍ଚମ ବର୍ଷରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ କୋଡ଼ିଏ ଶେକଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶେକଲ ରୂପା ହେବ। ପୁଣି ଏକ ମାସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶେକଲ ରୂପା ହେବ। ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ ପନ୍ଦର ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ। “ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ୟ ଦେଇ ପାରିବ ନାହିଁ, ତେବେ ତାକୁ ଯାଜକ ନିକଟକୁ ଅଣାଯିବ, ଯାଜକ ତାହାର ମୂଲ୍ୟ ନିରୂପିଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ। ସଦାପ୍ରଭୁଙ୍କ ପ୍ରତି ଉପହାର “କେତେକ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇ ପାରିବ, ସେହି ପଶୁଗୁଡ଼ିକ ମଧ୍ୟରୁ ଯଦି କେହି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସେହି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହୋଇଥିବ। କାରଣ ସେହି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ୟକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତେବେ ସେ ତା’ ବଦଳରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳରେ ମନ୍ଦ ପଶୁ କି ମନ୍ଦ ବଦଳରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତେବେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହେବେ। “କେତେକ ପ୍ରାଣୀ ଅଛନ୍ତି ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରାଯାଇ ପାରିବ ନାହିଁ। ସେପରି ଅଶୁଚି ପଶୁ ହୋଇଥିଲେ ଯାଜକ ସମ୍ମୁଖକୁ ଅଣାଯିବ। ପୁଣି ସେହି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ହେବ। ଯଦି ସେ ଲୋକ କୌଣସି ମତେ ତାକୁ ଫେରାଇ ନେବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ହେବ। ଏକ ଗୃହର ମୂଲ୍ୟ ନିରୂପଣ “ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତେବେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ଅଧିକ ଦେବ, ତା’ପରେ ସେ ଗୃହ ତା’ର ହେବ। ଭୂସମ୍ପତ୍ତିର ମୂଲ୍ୟ ନିରୂପଣ “ଆଉ ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ତେବେ ତାହାର ମୂଲ୍ୟ ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ; ଏକ ହୋମର-ପରିମିତ ଯବ-ବିହନର ମୂଲ୍ୟ ପଗ୍ଭଶ୍ ଶେକଲ ରୂପା ହେବ। ଯଦି ଜଣେ ମନୁଷ୍ୟ ମହୋଲ୍ଲାସ-ଉତ୍ସବ ବର୍ଷରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟା ଅନୁସାରେ ତା’ ସହିତ ମୂଲ୍ୟର ଗଣନା କରିବ। ପୁଣି ତଦନୁସାରେ ତା’ର ନିରୂପିତ ମୂଲ୍ୟରୁ ଊଣା କରାଯିବ। ଯଦି ସେହି ବ୍ୟକ୍ତି ତା’ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତେବେ ସେ କ୍ଷେତ୍ରମୂଲ୍ୟ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ୟ ଯୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହେବ। ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସେହି କ୍ଷେତ୍ରଟି ଯାଜକମାନଙ୍କର ହେବ। ଯଦି ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରାଯାଇଛି, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ। ମାତ୍ର ସେହି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶେଷ ଉପହାର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ଓ ତହିଁରେ ଯାଜକର ଅଧିକାର ହେବ। “ଯଦି କେହି ଆପଣା ସମ୍ପତ୍ତି ନୁହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, ତେବେ ଯାଜକ ତା’ର ନିରୂପିତ ମୂଲ୍ୟ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସେହି ଦିନ ତା’ର ନିରୂପିତ ମୂଲ୍ୟ ଦେବ। ସେହି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ୟ ହେବ। ମହୋଲ୍ଲାସ-ଉତ୍ସବ ବର୍ଷରେ ସେହି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫେରିଯିବ। “ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, କୋଡ଼ିଏ ଗେରାରେ ଏକ ଶେକଲ ହୁଏ। ପ୍ରାଣୀମାନଙ୍କର ମୂଲ୍ୟ ନିରୂପଣ “ପଶୁମାନଙ୍କ ମଧ୍ୟରୁ ଗୋରୁ ହେଉ କି ମେଷ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ। ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ ଓ ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। ସେ ଯଦି ମୁକ୍ତ କରି ନ ପାରେ ତେବେ ଯାଜକ ତାହା ନିରୂପିତ ମୂଲ୍ୟରେ ବିକ୍ରୀ କରିବ। ସ୍ୱତନ୍ତ୍ର ଉପହାର “ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶେଷ ଉପହାର ଉତ୍ସର୍ଗ କରେ, ଏହା ବ୍ୟକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହୋଇପାରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହେବ ନାହିଁ। ପ୍ରତ୍ୟେକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ। “ମନୁଷ୍ୟ ମଧ୍ୟରେ ଯେ ବର୍ଜିତ ହେବ, ସେ କେବେ ମୁକ୍ତ ହୋଇ ପାରିବ ନାହିଁ, ସେ ନିଶ୍ଚିନ୍ତ ହତ ହେବ। “ଭୂମିର ଶସ୍ୟ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଯଦି କେହି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। “ପୁଣି ଗୋମେଷାଦି ପଲରୁ ଦଶମାଂଶ ଯାଜକ ନେବ। ପ୍ରତି ଦଶ ଗୋଟିରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ୟ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତେବେ ଉଭୟ ପଶୁ ପବିତ୍ର ହେବେ ଓ ତାହା ମୁକ୍ତ କରାଯିବ ନାହିଁ।” ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ମୋଶାଙ୍କୁ ପ୍ରଦାନ କରିଥିଲେ। ମୋଶା ଇସ୍ରାଏଲ ଲୋକଙ୍କୁ ଗଣନା କଲେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ ମଧ୍ୟରେ ମେଶାଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରତ୍ୟେକ ପୁରୁଷ ଲୋକର ନାମ ତାଲିକା କର। ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସେହି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ଯିଏ କି ସୈନ୍ୟମାନଙ୍କ ସହିତ ଯାଇ ପାରିବେ। ତୁମ୍ଭେ ଓ ହାରୋଣ ସେମାନଙ୍କର ବିଭାଗ ଅନୁସାରେ ସେମାନଙ୍କୁ ତାଲିକାଭୁକ୍ତ କର। ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ। ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି; ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର। ଶିମିୟୋନ ପରିବାରବର୍ଗର, ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ। ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ। ଇଷାଖର ପରିବାରବର୍ଗର, ସୂୟାରର ପୁତ୍ର ନଥନେଲ। ସବୁଲୂନ ପରିବାରବର୍ଗର, ହେଲୋନର ପୁତ୍ର ଇଲୀୟାବ। ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା। ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ।(ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)। ବିନ୍ୟାମୀନ ପରିବାରବର୍ଗର, ଗିଦିୟୋନିର ପୁତ୍ର ଅବୀଦାନ। ଦାନ ପରିବାରବର୍ଗର ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର। ଆଶେର ପରିବାରବର୍ଗର, ଅକ୍ରଣର ପୁତ୍ର ପଗୀୟେଲ। ଗାଦ୍ ପରିବାରବର୍ଗର, ଦ୍ୟୂୟେଲର ପୁତ୍ର ଇଲୀୟାସଫ। ନପ୍ତାଲି ପରିବାରବର୍ଗର, ଐନନର ପୁତ୍ର ଅହୀର।” ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ। ଆଉ ଯେଉଁମାନେ ବଛା ଯାଇଥିଲେ, ମୋଶା ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ। ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ। ଏହିରୂପେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟର ମରୂଭୂମିରେ ସେମାନଙ୍କୁ ଗଣନା କଲେ। ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା। ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500 ଶିମିୟୋନ ବଂଶର ସେମାମାନଙ୍କର ପିତୃଗୃହ, ନାମ ଏବଂ ସଂଖ୍ୟା କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ୟ ବିଭାଗରେ ଦାଖଲ ହେବାକୁ ଯୋଗ୍ୟ। ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 59,300 ଗା‌ଦ୍‌ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଗାଦ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 45,650 ଯିହୁଦା ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 74,600 ଇଷାଖର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 54,400 ସବୂଲୂନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 57,400 ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଇଫ୍ରୟିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 40,500 ମନଃଶି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ମନଃଶି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 32,200 ବିନ୍ୟାମୀନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ବିନ୍ୟାମୀନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 35,400 ଦାନ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 62,700 ଆଶେର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଆଶେର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 41,500 ନପ୍ତାଲି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 53,400 ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ। ଏହିରୂପେ ଇସ୍ରାଏଲର ସମସ୍ତ ଲୋକ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ନିଜ ନିଜ ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା। ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ। କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ। “ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ। ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ। ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ। ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଶିବିର ଅଲଗା ଅଲଗା ଦଳରେ ବିଭକ୍ତ କଲେ। ପ୍ରତ୍ୟେକର ନିଜ ଧ୍ୱଜା ରହିବା ଉଚିତ୍। କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।” ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ। ଛାଉଣିର ବ୍ୟବସ୍ଥା ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ; “ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା’ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ। “ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ। ତାଙ୍କର ସୈନ୍ୟ ସଂଖ୍ୟା 74,600 “ଯିହୁଦା ଗୋଷ୍ଠୀର ପାଖରେ ଇଷାଖର ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ସୂୟାରର ପୁତ୍ର ନଥନେଲ, ଇଷାଖର ଲୋକମାନଙ୍କର ଅଧିପତି ହେବ। ସେହି ସୈନ୍ୟ ସଂଖ୍ୟା 54,600 ହେବେ। “ସବୁଲୂନର ଗୋଷ୍ଠୀ ମଧ୍ୟ ଯିହୁଦାର ପାର୍ଶ୍ୱରେ ଛାଉଣି ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀୟାବ ସବୁଲୂନର ଲୋକମାନଙ୍କର ଅଧିପତି ହେବ। ତାହାର ସୈନ୍ୟ ସଂଖ୍ୟା 57,400 ହେବ। “ଯିହୁଦା ଛାଉଣିର ସମୁଦାୟ ସୈନ୍ୟ ସଂଖ୍ୟା 186,400 ସେମାନେ ପ୍ରଥମେ ଅଗ୍ରସର ହେବେ। “ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 46,500 “ରୁବେ‌ନ୍‌ର ଗୋଷ୍ଠୀ ଛାଉଣି ପାଖରେ ଶିମିୟୋନ ପରିବାରବର୍ଗ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମିୟୋନ ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 59,300 “ରୁବେ‌ନ୍‌ର ଲୋକମାନଙ୍କ ଛାଉଣି ପାଖରେ ଗାଦ୍ ଗୋଷ୍ଠୀ ଛାଉଣି ସ୍ଥାପିତ ହେବ। ରୂୟେଲର ପୁତ୍ର ଇଲୀୟାସଫ ଗାଦ୍ ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 45,650 “ରୁବେନ୍ ଛାଉଣିର ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 151,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ। “ଏହା ପରେ ଲେବୀୟମାନଙ୍କ ଛାଉଣି ସହିତ ସମାଗମ-ତମ୍ବୁ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ସେମାନେ ସେହି ନିୟମରେ ଅଗ୍ରସର ହେବେ, ଯେପରି ଛାଉଣି ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ୱଜା ପାଖରେ ସର୍ବଦା ରହିବେ। “ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500 “ଇଫ୍ରୟିମ ଗୋଷ୍ଠୀ ଛାଉଣିର ପରେ ମନଃଶି ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲିୟେଲ ମନଃଶି ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 32,200 “ବିନ୍ୟାମୀନ ଗୋଷ୍ଠୀ ଇଫ୍ରୟିମ ଗୋଷ୍ଠୀ ଭୟରେ ଛାଉଣି ସ୍ଥାପନ କରିବେ। ପୁଣି ଗିଦିୟୋନିର ପୁତ୍ର ଅବୀନାସ ବିନ୍ୟାମୀନ ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 35,400 “ଇଫ୍ରୟିମ ଛାଉଣିର ଗଣ୍ୟ ସୈନ୍ୟସଂଖ୍ୟା 108,100 ସେମାନେ ତୃତୀୟରେ ଅଗ୍ରସର ହେବେ। “ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 62,700 “ଦାନ ଗୋଷ୍ଠୀର ଛାଉଣି ପାଖରେ ଆଶେର ଗୋଷ୍ଠୀର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର ସନ୍ତାନଗଣର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 41,500 “ନପ୍ତାଲି ଗୋଷ୍ଠୀର ଛାଉଣି ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହେବ। ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 53,400 “ଦାନ ଛାଉଣିରେ ମୋଟ ମନୁଷ୍ୟମାନଙ୍କର ସଂଖ୍ୟା 157,600 ସେମାନେ ସେମାନଙ୍କର ଧ୍ୱଜା ଧରି ସମସ୍ତଙ୍କ ପଛରେ ଅଗ୍ରସର ହେବେ।” ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଲେବୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଗଣନା କଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ଇସ୍ରାଏଲର ଲୋକମାନେ ସେ ସମସ୍ତ କଲେ। ସେମାନେ ନିଜ ନିଜ ବଂଶ ନିକଟରେ ନିଜ ନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ। ହାରୋଣଙ୍କର ବଂଶ ଯାଜକ ସେହି ଦିନ ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କ ସଙ୍ଗେ କଥା ହେଲେ, ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି। ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା’ପରେ ଅବୀହୂ, ଇଲିୟାସର ଓ ଈଥାମର। ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁମାନେ ଯାଜକରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକତ୍ୱ ପଦ କରିବା ପାଇଁ ନିଯୁକ୍ତ କରିଥିଲେ। ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ। ଲେବୀୟମାନେ ଯେଉଁମାନେ ଯାଜକଙ୍କର ସହକାରୀ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। ସେମାନଙ୍କର ସମାଗମ-ତମ୍ବୁ ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ। ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ। “ଆଉ ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା। “ପୁଣି ତୁମ୍ଭେ ହାରୋଣ, ତା’ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ। “ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।” ଅନନ୍ତର ସଦାପ୍ରଭୁ ସୀନୟ ମରୁଭୂମିରେ ମୋଶାଙ୍କୁ ପୁଣି କହିଲେ, “ଲେବୀୟମାନଙ୍କୁ ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବୟସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ। ଲେବୀର ତିନି ପୁତ୍ର ଥିଲେ ଓ ସେମାନଙ୍କର ନାମ ହେଲା ଗେର୍ଶୋନ, କହାତ୍ ଓ ମରାରି। ଗେର୍ଶୋନ ପରିବାରବର୍ଗର ନାମ ଲି‌ବ୍‌ନି ଓ ଶିମିୟି। ପୁଣି ଆପଣା ବଂଶ ଅନୁସାରେ କହାତର ପରିବାରବର୍ଗର ନାମ ଅମ୍ରମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ। ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି। ଏମାନେ ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କ ବଂଶ। ଗେର୍ଶୋନଠାରୁ ଲି‌ବ୍‌ନି ବଂଶ ଓ ଶିମିୟିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀୟ ବଂଶ। ଏମାନଙ୍କ ମଧ୍ୟରେ ଓ ଏକ ମାସରୁ ଅଧିକ ବୟସ୍କ ବାଳକ ଗଣନା ଅନୁସାରେ 7,500 ହେଲେ। ଗେର୍ଶୋନୀୟ ପରିବାରବର୍ଗ ପଶ୍ଚିମ ଦିଗରେ ପବିତ୍ର ତମ୍ବୁର ପଶ୍ଚାତ ଭାଗରେ ଛାଉଣି ସ୍ଥାପନ କରିବେ। ପୁଣି ଲାୟେଲର ପୁତ୍ର ଇଲୀୟାସଫ ଗେର୍ଶୋନୀୟ ପରିବାରବର୍ଗର ଅଧିପତି ଥିଲା। ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା। ସେମାନେ ପବିତ୍ର ତମ୍ବୁର ପ୍ରାଙ୍ଗଣରେ ଓ ବେଦିରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ। ପୁଣି କହା‌‌ତ୍‌ଠାରୁ ଅମ୍ରମୀୟ ବଂଶ ଯି‌ଷ୍‌ହରିୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ ହେଲେ। ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ସଂଖ୍ୟା କହାତୀୟ ପରିବାରବର୍ଗର 8,300 ଓ ସେମାନେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିଯୁକ୍ତ ହେଲେ। କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ପବିତ୍ର ତମ୍ବୁ ନିକଟରେ ଛାଉଣି ସ୍ଥାପନ କରିବେ। ଇଲୀଷାଫନ୍ ଉଷୀୟେଲର ପୁତ୍ର କହାତୀୟ ପରିବାରବର୍ଗର ଅଧିପତି ହେବ। ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ। ଯାଜକ ହାରୋଣର ପୁତ୍ର ଇଲିୟାସର ସମସ୍ତଙ୍କ ମଧ୍ୟରେ ପ୍ରଧାନ ଲେବୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷୟର କାର୍ଯ୍ୟ କରନ୍ତି ସେମାନଙ୍କର ତତ୍ତ୍ୱାବଧାନ କରିବ। ମହଲୀୟ ପରିବାରବର୍ଗ ଏବଂ ମୂଶୀୟ ପରିବାରବର୍ଗ ମରାରୀୟଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ପରିବାର ଅନ୍ତର୍ଭୁକ୍ତ। ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ। ଆଉ ଅବୀହୟଲର ପୁତ୍ର ସୂରୀୟେଲ ମରାରି ପରିବାରବର୍ଗର ଅଧିପତି ହେବ। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। ମରାରି ପରିବାରର ସଭ୍ୟମାନେ କାଠପଟାଗୁଡ଼ିକ, ଅର୍ଗଳଗୁଡ଼ିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟର ଦାୟିତ୍ୱ ବହନ କରିବେ। ସେମାନେ ମଧ୍ୟ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣରେ ବ୍ୟବହାର ହୁଏ ଏହି ସମସ୍ତର ଦାୟିତ୍ୱ ନେବେ। ମୋଶା, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖରେ ଛାଉଣି ସ୍ଥାପନ କରିବେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ପବିତ୍ର ସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ଯାଏ, ତାକୁ ମୃତ୍ୟୁଦଣ୍ତ ଦିଆଯିବ। ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାରେ ଲେବୀୟମାନଙ୍କୁ ଗଣନା କଲେ। ଲେବୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ୟା 22,000 ହେଲେ। ଲେବୀୟମାନଙ୍କ ପ୍ରଥମଜାତ ସନ୍ତାନଙ୍କ ସ୍ଥାନ ଗ୍ରହଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବୟସ୍କ ସମସ୍ତ ଗଣନା କର ଓ ସେମାନଙ୍କର ନାମ ତାଲିକା କର। ମୁଁ ସଦାପ୍ରଭୁ, ମୁଁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳରେ ଲେବୀୟମାନଙ୍କୁ ଗ୍ରହଣ କରିବି। ପୁଣି ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳରେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବି।” ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଇସ୍ରାଏଲର ଲୋକ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। ପୁଣି ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟାନୁସାରେ ସେମାନଙ୍କର ସଂଖ୍ୟା 22,273 ହେଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ। ଇସ୍ରାଏଲରେ ଲେବୀୟମାନଙ୍କଠାରୁ 273 ଅଧିକ ପ୍ରଥମଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚୟ ମୁକୁଳା ଯିବେ। ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶେକଲ ନେବ। କୋଡ଼ିଏ ଗେରାରେ ଏକ ଶେକଲ। ସେହି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ୟ ଦିଅ।‌” ତେଣୁ ମୋଶା ସେହି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ। ଇସ୍ରାଏଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1365 ଶେକଲ ନେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସେହି ମୁକ୍ତି ମୂଲ୍ୟ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ। କହାତ ପରିବାରର କାର୍ଯ୍ୟ ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର। ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ଯୋଗ୍ୟ ସେମାନଙ୍କୁ ଗଣନା କର। ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର ଯତ୍ନ ନେବା କହାତ ପରିବାରବର୍ଗର କାର୍ଯ୍ୟ ଅଟେ। “ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ। ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା’ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ। “ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍। ତା’ପରେ ସେ ସମସ୍ତ ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା’ପରେ ଶିଶୁକଚର୍ମରେ ଆଚ୍ଛାଦନ କରିବେ। ତା’ପରେ ସେମାନେ ସେହି ସାଙ୍ଗୀ କଡ଼ା ଭିତରେ ପୁରାଇବେ। “ଏହା ପରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୋକର ଦ୍ୱୀପରୁଖା, ତାହାର ପ୍ରଦୀପ, ତାହାର ଅଙ୍ଗାରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଚ୍ଛାଦନ କରିବା ଉଚିତ୍। ପୁଣି ସେମାନେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧ୍ୟରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ। “ପୁଣି ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢାଙ୍କିବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ପୁରାଇବେ। “ତା’ପରେ ସେମାନେ ସେବାର୍ଥକ ସମସ୍ତ ପବିତ୍ର ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ଗୁଡ଼ାଇ ରଖିବେ। ସେମାନେ ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଏବଂ ତା’ପରେ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ। “ପୁଣି ସେମାନେ ଯଜ୍ଞବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣି ରଙ୍ଗର ବସ୍ତ୍ର ବିଛାଇବେ। ଆଉ ତା’ଉପରେ ସେମାନେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ଯଜ୍ଞବେଦିରେ ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତା’ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ଲଗାଇବେ। “ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ। “ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।” ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ। ମାତ୍ର ସେମାନେ ମହାପବିତ୍ର ସ୍ଥାନରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରକୁ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। ସେମାନେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସେମାନେ ଯେତେବେଳେ ଯିବା ପାଇଁ ସଜାଡ଼ୁଛନ୍ତି। କାରଣ ଯଦି ସେମାନେ ତାହା କରନ୍ତି, ତେବେ ସେମାନେ ମରିଯିବେ।” ଗେର୍ଶୋନବଂଶର ସେବାକାର୍ଯ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର। ଯେଉଁମାନେ ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ମଧ୍ୟରେ ଓ ସମାଗମ-ତମ୍ବୁରେ ସେବା କରି ପାରିବେ, ସେମାନଙ୍କୁ ଗଣନା କର। “ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନ ବଂଶର ସେବା ଏହି। ସେମାନେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ-ତମ୍ବୁର ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର ବହନ କରିବେ। ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ଯଜ୍ଞବେଦି, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହନ କରିବେ ଓ ସେହିସବୁରେ ଯେଉଁ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବା ଉଚିତ୍। ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍। ସମାଗମ-ତମ୍ବୁରେ ଗେର୍ଶୋନୀୟ ପରିବାରବର୍ଗଙ୍କୁ ଏହି ସେବା ଦିଆଯାଏ। ଈଥାମର ଯାଜକ ହାରୋଣଙ୍କ ପୁତ୍ର ସେମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରିବେ।” ମରାରି ବଂଶର ସେବାକାର୍ଯ୍ୟ “ତୁମ୍ଭେ ମରାରି ସନ୍ତାନଗଣର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ପର୍ଯ୍ୟନ୍ତ ବୟସ୍କ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରି ପାରିବେ, ସେମାନଙ୍କୁ ଗଣନା କରିବ। ଏହି ଦାୟିତ୍ୱ ସେମାନେ ବହନ କରି ପାରିବେ, ସେମାନେ ସମାଗମ-ତମ୍ବୁର କାଠପଟାସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍। ସେମାନେ ପ୍ରାଙ୍ଗଣର ବାଡର ଖମ୍ବକୁ, ସେଗୁଡ଼ିକର ଭିତ୍ତିକୁ, ସେଗୁଡ଼ିକର ଖିଲକୁ, ସେଗୁଡ଼ିକର ରଜ୍ଜକୁ, ତାହା ସହିତ ସଂଯୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ କାର୍ଯ୍ୟଭାର ବହନ କରିବାକୁ ଦେବା ଉଚିତ୍। ସମାଗମ-ତମ୍ବୁରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦେଖା ରେଖା କରିବାର ଦାୟିତ୍ୱ ହେବ।” ଲେବୀୟ ବଂଶ ଅନନ୍ତର ମୋଶା, ହାରୋଣ ଓ ଇସ୍ରାଏଲର ନେତାଗଣ କହାତୀୟ ଲୋକମାନଙ୍କୁ ସେମାନଙ୍କର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ, ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେବେ, ସେମାନଙ୍କୁ ଗଣନା କଲେ। ଏହି କର୍ମପାଇଁ ଯୋଗ୍ୟ କହାତୀୟ ବଂଶର ଲୋକମାନଙ୍କ ସଂଖ୍ୟା 2750 ହେଲା। ଏହିମାନେ କହାତୀୟ ବଂଶର ଲୋକ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ସେମାନଙ୍କୁ ଗଣନା କଲେ। ଆଉ ମଧ୍ୟ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ। ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ ସେମାନଙ୍କୁ ଗଣା ଗଲା। ଗେର୍ଶୋନ ବଂଶରେ ପିତୃଗୃହ ଅନୁସାରେ ଗଣନା କରାଯିବାରୁ ସେମାନଙ୍କ ସଂଖ୍ୟା 2630 ହେଲା। ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗରେ ଗଣ୍ୟ ହେଲେ ଓ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ। ଆଉ ମଧ୍ୟ ମରାରି ବଂଶ ମଧ୍ୟରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ। ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ, ସେମାନେ ଗଣ୍ୟ ହେଲେ। ସେମାନେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ଯିବାରୁ ସେମାନଙ୍କ ସଂଖ୍ୟା 3200 ହେଲା। ଏମାନେ ମରାରି ସନ୍ତାନଗଣର ବଂଶରେ ଗଣ୍ୟ ହୋଇଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ। ତେଣୁ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଲେବୀୟମାନଙ୍କୁ ସେମାନଙ୍କର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ। ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ଓ ଭାର ବହିବା କର୍ମରେ ନିଯୁକ୍ତି ହେଲେ, ସେମାନେ ସମସ୍ତେ ଗଣା ଗଲେ। ସେମାନଙ୍କ ସଂଖ୍ୟା 8580 ହେଲା। ମୋଶାଙ୍କୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ସେ ସେମାନଙ୍କର ସେବା ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ୟ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶାଙ୍କ ଦ୍ୱାରା ଏହା କରାଗଲା। ଶୁଚି ସମ୍ବନ୍ଧୀୟ ନିୟମ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ମନୁଷ୍ୟକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମେହ ଓ ଯିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚୟ ଛାଉଣିରୁ ବାହାରକୁ ଯିବ, ଇସ୍ରାଏଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ। ପୁରୁଷ ବା ସ୍ତ୍ରୀ ଯିଏ ହେଉନା କାହିଁକି ଛାଉଣିର ବାହାରେ ତୁମ୍ଭେ ସେମାନଙ୍କୁ ରଖିବ। ଯଦ୍ଦ୍ୱାରା ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି କରିବେ ନାହିଁ।” ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ଓ ସେମାନଙ୍କୁ ଛାଉଣିର ବାହାରେ ରଖିଲେ। ଦୋଷ ପାଇଁ ପରିଶୋଧ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଅପରାଧ କରେ, ତେବେ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ଅପରାଧ କରିଛନ୍ତି। ସେମାନେ ଦୋଷୀ। ତେଣୁ ସେ ଲୋକ ଆପଣାକୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ପାଇଁ କ୍ଷତିପୂରଣ ଦେବ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଛି ତାକୁ ପରିଶୋଧ କରିବ। ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା’ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ। “ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ। ପ୍ରତ୍ୟେକ ମନୁଷ୍ୟର ଅଧିକାରରେ ଥିବା ସବୁକିଛି ତା’ର ନିଜର ହୋଇ ରହିଥାଏ, ଯେପର୍ଯ୍ୟନ୍ତ ସେ ତାହା ଅର୍ପଣ କରି ନାହିଁ। ଯାହା ଜଣେ ମନୁଷ୍ୟ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହେବ।” ସନ୍ଦେହୀ ସ୍ୱାମୀଗଣ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ମନୁଷ୍ୟର ସ୍ତ୍ରୀ ଯେବେ ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ ଲଘଂନ କରେ, ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା’ର ସ୍ୱାମୀର ଦୃଷ୍ଟି ଅଗୋଚରରେ ଦୈହିକ ସମ୍ପର୍କ ରଖେ। ସେ ଯଦି କଳୁଷିତ ହୋଇଥାଏ, ତା’ ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ କିମ୍ବା ସେ କର୍ମ ବେଳେ ଧରା ପଡ଼ି ନ ଥାଏ, ଆଉ ଯେବେ ତା’ର ସ୍ୱାମୀ ସନ୍ଦେହ କରେ, ଯେତେବେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦେହ କରେ ଯେତେବେଳେ ସେ କଳୁଷିତ କର୍ମ କରି ନ ଥାଏ। ତେବେ ସେହି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା’ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥିରେ ସଂଯୋଗ କରିବ ନାହିଁ, କାରଣ ତାହା ଈର୍ଷାର ଶସ୍ୟ ନୈବେଦ୍ୟ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରାଗଲା। “ତା’ପରେ ଯାଜକ ସେ ସ୍ତ୍ରୀଲୋକକୁ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା କରାଇବ। ଯାଜକ ଗୋଟିଏ ମାଟି ପାତ୍ରରେ ପବିତ୍ର ଜଳ ନେବ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନେଇ ପାଣିରେ ପକାଇବ। ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ଯାହା ତା’ର ଦୋଷକୁ ଅନାବୃତ କରେ, ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ। “ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ‘ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ଶରୀର ମିଳନ ନ ଥାଏ, ତୁମ୍ଭେ ଯେତେବେଳେ ତୁମ୍ଭ ସ୍ୱାମୀକୁ ବିବାହ କରିଥିଲ, ତେବେ ଏହି ଶାପଯୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମାତ୍ର ଯେବେ ତୁମ୍ଭେ ସ୍ୱାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହୋଇଥାଅ ଓ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ଶୟନ କରିଥାଅ, ତେବେ ତୁମ୍ଭେ କଳୁଷିତ ହୋଇଛ। ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।’ “ଏବଂ ଯାଜକ ସେହି ସ୍ତ୍ରୀକୁ କହିବ ସଦାପ୍ରଭୁ ତୁମ୍ଭଙ୍କୁ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅଭିଶପ୍ତ କରନ୍ତୁ, ଯେତେବେଳେ ସଦାପ୍ରଭୁ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପକାଇବେ। ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’ “ତା’ପରେ ଯାଜକ ସେହି ଅଭିଶାପଗୁଡ଼ିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସେହି ଶାପଗୁଡ଼ିକ ପାଣିରେ ଧୋଇଦେବ। ତା’ପରେ ଯାଜକ ସେହି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସେହି ଶାପଜନକ ତିକ୍ତଜଳ ତା’ର ଉଦରରେ ପ୍ରବେଶ କରିବ ଏବଂ କଷ୍ଟ ଦେବାର କାରଣ ହେବ, ଯଦି ସେ ଦୋଷୀ। “ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉଠାଇବ, ଏବଂ ବେଦି ଉପରକୁ ଆଣିବ। ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦ‌ଗ୍‌ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ। ଯେବେ ସେହି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା’ର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତେବେ ସେହି ଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ଯନ୍ତ୍ରଣା ଦେବ। ତାହାର ପ୍ରଜନନ ଅଙ୍ଗ ଫୁଲିବ ଏବଂ ଓହଳି ପଡ଼ିବ। ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଶାପ ସ୍ୱରୂପ ହେବ। କିନ୍ତୁ ଯଦି ସେହି ସ୍ତ୍ରୀ ଅସତ୍ୟ ବ୍ୟବହାର ନ କରିଥାଏ କିନ୍ତୁ ପବିତ୍ର, ତେବେ ସେହି ଅଭିଶାପରୁ ମୁକ୍ତ ହେବ ଏବଂ ଗର୍ଭଧାରଣ କରିବ। “ଏହା ଈର୍ଷାଜନକ ବ୍ୟବସ୍ଥା, ଯଥା: ସ୍ତ୍ରୀ ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମୀ ହୋଇ ଅଶୁଚି ହେଲେ। ଯଦି ଜଣେ ମନୁଷ୍ୟ ଏହି ବିଷୟରେ ତା’ର ସ୍ତ୍ରୀକୁ ସନ୍ଦେହ କରେ, ସେ ସେହି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।” ନାସରୀୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହେବା ନିମନ୍ତେ ବିଶେଷ ନାସରୀୟ ପ୍ରତିଜ୍ଞା କରିବା ଉଚିତ୍। ତେବେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ୍ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ। “ତାହାର ପ୍ରତିଜ୍ଞା ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ତା’ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ। “ନାସରୀୟ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ଯିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ। ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସେମାନଙ୍କୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି, ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ଆଉ ଯଦି ନାସରୀୟ ବ୍ରତ ପାଳନ କରୁଥିବା ବ୍ୟକ୍ତିର ନିକଟରେ ରହୁଥିବା ବ୍ୟକ୍ତି ମରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତେବେ ସେ ଶୌଚ ଦିନରେ ଆପଣା ମସ୍ତକ ଲଣ୍ତା କରିବ। ପୁଣି ଅଷ୍ଟମ ଦିନରେ ନାସରୀୟ ଦୁଇଟି କପୋତ କିମ୍ବା ପାରା ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନୈବେଦ୍ୟ ରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧରେ ଯେଉଁ ପାପ ନାସରୀୟ କଲା, ତହିଁ ଲାଗି ପ୍ରାୟଶ୍ଚିତ କରିବ ଓ ସେ ସେହି ଦିନ ପୁନର୍ବାର ତା’ର ମସ୍ତକ ପବିତ୍ର କରିବ। ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହେବ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା। “ସେହି ମନୁଷ୍ୟ ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ ନାସରୀୟ ପ୍ରତିଜ୍ଞା ବ୍ୟବସ୍ଥା ଅନୁସାରେ ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆସିବ। ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭେଟି ଆଣିବ, ଗୋଟିଏ ଏକବର୍ଷୀୟ ହୃଷ୍ଟପୁଷ୍ଟ ପୁଂ ମେଷ ହୋମବଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୁଷ୍ଟ ମେଷ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୁଷ୍ଟ ଅଣ୍ତିରା ମେଣ୍ଢା ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ। ସେ ଉତ୍ସର୍ଗ କରିବ, ଏକ ଡାଲା ତାଡ଼ିଶୂନ୍ୟ ରୋଟୀ ଭଲ ମଇଦାରେ, ତେଲ ମିଶାଇ ବନାଇବ ଏବଂ ତାଡ଼ିଶୂନ୍ୟ ସରୁ ପିଠା ତେଲ ତାହା ଉପରେ ଦେଇ ବନା ହେବ। ଓ ତହିଁର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ। “ତା’ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍। ଏହା ପରେ ସେ ତାଡ଼ିଶୂନ୍ୟ ରୋଟୀର ଡାଲା ଏବଂ ମେଷକୁ ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। “ପୁଣି ନାସରୀୟ ବ୍ରତରେ ଥିବା ସମୟରେ ସେହି ବ୍ୟକ୍ତି ସମାଗମ-ତମ୍ବୁର ସମ୍ମୁଖରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନେଇ ମଙ୍ଗଳାର୍ଥକ ନୈବେଦ୍ୟକୁ ଦ‌ଗ୍‌ଧ କରୁଥିବା ଅଗ୍ନିରେ ପକାଇବ। “ନାସରୀୟ ବ୍ରତରେ ଥିବା ବ୍ୟକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସେହି ମେଷର ରନ୍ଧା ହୋଇଥିବା ସ୍କନ୍ଧ, ଗୋଟିଏ ତାଡ଼ିଶୂନ୍ୟ ପିଠା ସେହି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦେବ। ତା’ପରେ ଯାଜକ ଦୋଳନୀୟ ନୈବେଦ୍ୟ ତାହା ସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେକିବ, ସେହି ଛାତି ଓ ଗୋଡ଼ ନୈବେଦ୍ୟ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା’ପରେ ସେହି ନାସରୀୟ ବ୍ରତ କରିଥିବା ବ୍ୟକ୍ତି ଦ୍ରାକ୍ଷାରସ ପାନ କରି ପାରିବ। “ଏହି ହେଉଛି ବ୍ୟବସ୍ଥା, ଯେଉଁ ଲୋକ ବିଶେଷ ନାସରୀୟ ବ୍ରତ କରେ। ସେ ଏହି ନୈବେଦ୍ୟ ଆଣିବ, ଏତଦ୍ ବ୍ୟତିତ ଯଦି ସେ ଅନ୍ୟକିଛି ନେଇପାରିବ, ସେ ନିଶ୍ଚୟ ଯାହା ପ୍ରତିଜ୍ଞା କରିଛି ତାହା କରିବ।” ଯାଜକମାନଙ୍କ ଆଶୀର୍ବାଦ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ, ‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦରେ ରଖନ୍ତୁ। ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।’ ତା’ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।” ଉତ୍ସଗୀକୃତ ପବିତ୍ର ତମ୍ବୁ ଅନନ୍ତର ଯେଉଁ ଦିନ ମୋଶା ପବିତ୍ର ତମ୍ବୁର କାର୍ଯ୍ୟ ଶେଷ କଲେ, ସେ ତୈଳ ଦେଇ ଏହାକୁ ଅଭିଷିକ୍ତ କଲେ ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ପବିତ୍ର କଲେ। ସେହି ଦିନ ଇସ୍ରାଏଲ ଅଧିପତିଗଣ ସଦାପ୍ରଭୁଙ୍କୁ ସେମାନଙ୍କ ପରିବାରବର୍ଗର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗାଈ ଆଣିଲେ। ପ୍ରତ୍ୟେକ ନେତୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନେତୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ଼ ଆଣିଲେ। ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନେ ଯାହା ଆଣିଛନ୍ତି ଗ୍ରହଣ କର, ସମାଗମ-ତମ୍ବୁର ସେବା ନିମନ୍ତେ ଅଛନ୍ତି। ଏହା ଲେବୀୟମାନଙ୍କୁ ଦିଅ ସେମାନଙ୍କର କାର୍ଯ୍ୟ ଅନୁସାରେ।” ତେଣୁ ମୋଶା ସେହି ଶଗଡ଼ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ। ଗେର୍ଶୋନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଗ୍ଭରି ଗୋରୁ ଦେଲେ। ହାରୋଣ ଯାଜକର ପୁତ୍ର ସେମାନଙ୍କର କାର୍ଯ୍ୟ ଅନୁସାରେ, ମରାରି ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଗ୍ଭରି ଶଗଡ଼ ଓ ଆଠଟି ଗାଈ ଦେଲେ। ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସେମାନଙ୍କର ପବିତ୍ର କାର୍ଯ୍ୟ ଥିଲା କାନ୍ଧରେ ଜିନିଷ ବହନ କରିବା। ଅଧିପତିଗଣ ମଧ୍ୟ ଦାନ କଲେ, ଯେତେବେଳେ ମୋଶା ଯଜ୍ଞବେଦି ଉତ୍ସର୍ଗ କଲେ ଅର୍ଥାତ୍ ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ। ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।” ବାର ଅଧିପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଧିପତି ନିଜ ନିଜ ଉପହାର ଦେଲେ। ଏହି ଉପହାର ଗୁଡ଼ିକ ହେଲା: ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ। ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା। ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା। ପ୍ରତ୍ୟେକ ଅଧିପତି ଦଶ ଶେକଲ ଓଜନର ସୁନା ଗ୍ଭମଚ ଅଗରୁ ପୂର୍ଣ୍ଣ କରି ଆଣିଲେ। ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ। ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା। ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା। ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା। ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆପଣା ଉପହାର ଉତ୍ସର୍ଗ କଲା। ପଞ୍ଚମ ଦିନ ଶିମିୟୋନ ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ସଲୁମୀୟେଲ ତାହାର ଉପହାର ଦେଲେ। ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା। ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା। ଅଷ୍ଠମ ଦିନରେ ଗମଲିୟେଲ ପଦାହସୂରର ପୁତ୍ର, ତାହାର ଉପହାର ଆଣିଲା। ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା। ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା। ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା। ତହୁଁ ଏହିସବୁ ଦ୍ରବ୍ୟ ବେଦିର ଅଭିଷେକ ଦିନ, ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ଯଥା: ବାରଟି ରୂପାର ଥାଳୀ, ବାରଟି ରୂପାର ଗିନା ଓ ବାରଟି ସୁବର୍ଣ୍ଣ ଗ୍ଭମଚ। ପ୍ରତ୍ୟେକ ରୂପା ପାତ୍ର 130 ଶେକଲ ପ୍ରତ୍ୟେକ ରୂପାଗିନା ସତୁରି ଶେକଲ ଏହି ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଅଧିକୃତ ମାପ ଅନୁସାରେ ଷାଠିଏ ପାଉଣ୍ତ ଓଜନ ଥିଲା। ଉପଯୁକ୍ତ ମାପ ଅନୁସାରେ ପ୍ରତ୍ୟେକ ସ୍ୱର୍ଣ୍ଣ ଗ୍ଭମଚରେ ବାର ଧୂମ୍ମପୂର୍ଣ ସୁଗନ୍ଧି ଥିଲା, ଏ ସମସ୍ତ ଗ୍ଭମଚର ସ୍ୱର୍ଣ୍ଣ ଦଶ ଶେକଲ ଥିଲା। ହୋମବଳି ନିମନ୍ତେ ସମୁଦାୟ ବାରଟି ଗୋରୁ, ବାରଟି ମେଷ ଓ ଏକବର୍ଷୀୟ ବାରଟି ମେଷବତ୍ସ, ଏବଂ ଏହିସବୁ ବଳିଦାନ ସହିତ ଶସ୍ୟ ନୈବେଦ୍ୟ ମଧ୍ୟ ଯିବ। ପାପାର୍ଥକ ବଳିଦାନ ନିମନ୍ତେ ବା ରୋଟୀ ଛାଗ ଥିଲା। ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକବର୍ଷୀୟ ଷାଠିଏ ମେଷବତ୍ସ ଅଧିପତିମାନେ ଉପହାର ଦେଲେ, ମୋଶା ଯଜ୍ଞବେଦିକୁ ପ୍ରତିଷ୍ଠା କଲାପରେ ଏହିସବୁ ଉପହାର ଦିଆଗଲା। ଏହା ପରେ ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କଲାବେଳେ, ନିୟମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ର ଉପରୁ, କିରୁବଦ୍ୱୟ ମଧ୍ୟରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ୱର ମୋଶାଙ୍କ ସହିତ କଥା ହେଲେ। ଦୀପରୁଖା ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, “ହାରୋଣଙ୍କୁ କୁହ, ମୁଁ ଦେଖାଇଥିବା ସ୍ଥାନରେ ସାତୋଟି ପ୍ରଦୀପ ରଖିବେ। ଯାହାଫଳରେ ସାତୋଟି ପ୍ରଦୀପ ଦୀପ ବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।” ହାରୋଣ ସେହିପରି କଲେ, ଯେପରି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଦୀପ ଗୁଡ଼ିକୁ ସଜାଡ଼ିଲେ, ଯେଉଁଥିପାଇଁ ସେଗୁଡ଼ିକ ଦୀପରୁଖାର ସମ୍ମୁଖ ସ୍ଥାନକୁ ଆଲୋକିତ କରି ପାରିବେ। ସେହିସବୁ ଦୀପରୁଖା ଆଧାର ଓ ତା’ର ଉପରର ଫୁଲ ଗୁଡ଼ିକ ପିଟା ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ମୁତାବକ ମୋଶା ଦୀପରୁଖା ନିର୍ମାଣ କଲେ। ଉତ୍ସର୍ଗୀକୃତ ଲେବୀୟଗଣ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର। ସେମାନଙ୍କ ଶୁଚି କରିବାକୁ ଏହିରୂପେ କର। ସେମାନଙ୍କ ଉପରେ ଶୁଦ୍ଧ ଜଳ ସିଞ୍ଚନ କର ଓ ସେମାନେ ନିଜ ନିଜ ସମଗ୍ର ଶରୀର କ୍ଷୌର କରିବେ ଏବଂ ବସ୍ତ୍ର ଧୋଇବେ। ଏହିପରି ସେମାନେ ନିଜକୁ ନିଜେ ଶୁଚି କରନ୍ତୁ। “ତା’ପରେ ସେମାନେ ଏକ ଗୋବତ୍ସ ଓ ତା’ ସହିତ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ। ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ତା’ପରେ ସମସ୍ତ ଇସ୍ରାଏଲ ସନ୍ତାନଗଣ ମଣ୍ତଳୀକି ଏକତ୍ର କରିବ। ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ଉଚିତ୍। ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ଉପରେ ସେମାନଙ୍କର ହସ୍ତ ରଖିବେ। ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିବେ। “ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କୁ ଇସ୍ରାଏଲ ସନ୍ତାନମାନଙ୍କଠାରୁ ପୃଥକ୍ କରିବ। ସେମାନେ ମୋର ହେବେ। “ପୁଣି ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, ତା’ପରେ ସେମାନେ ସେବାକରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ। କାରଣ ସେମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ସନ୍ତାନ ବଦଳରେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। ସେହି ଦିନ ମୁଁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲି, ମୁଁ ଇସ୍ରାଏଲର ପ୍ରଥମଜାତ ସନ୍ତାନଙ୍କୁ ମୋ’ ନିମନ୍ତେ ପବିତ୍ର କଲି। ଏଣୁ ସମସ୍ତ ଇସ୍ରାଏଲର ପ୍ରଥମଜାତ ଉଭୟ ମନୁଷ୍ୟ ଓ ପଶୁଗୁଡ଼ିକ ମୋର ହେବ। ପୁଣି ଇସ୍ରାଏଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳରେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ। ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।” ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ। ପୁଣି ଲେବୀୟମାନେ ନିଜକୁ ଶୌଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଉତ୍ସର୍ଗ କଲେ ଓ ହାରୋଣ ସେମାନଙ୍କୁ ଶୁଚି କିବା ପାଇଁ ପ୍ରାୟଶ୍ଚିତ କଲେ। ତା’ପରେ ଲେବୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖରେ ଆପଣା ଆପଣା ସେବାକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ସେମାନଙ୍କ ପ୍ରତି କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହା ହେଉଛି ଲେବୀୟମାନଙ୍କ ବ୍ୟବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲେବୀୟମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହେବେ। ପୁଣି ସେମାନେ ପଗ୍ଭଶ୍ ବର୍ଷ ବୟସ୍କ ହେଲେ ସେବା କର୍ମରୁ ଅବସର ନେଇ ଆଉ ସେବାକରିବେ ନାହିଁ। ତଥାପି ସେମାନେ ପଗ୍ଭଶ୍ ବର୍ଷ ବୟସରେ ମଧ୍ୟ ସମାଗମ-ତମ୍ବୁରେ ଆପଣା ଭ୍ରାତାମାନଙ୍କୁ ସେବାକାର୍ଯ୍ୟରେ ସାହାଯ୍ୟ କରିବେ। କିନ୍ତୁ ସେମାନେ ନିଜ ମତାମତ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ସେମାନଙ୍କ ପ୍ରତି ଉଚିତ୍ କରିବ।” ନିସ୍ତାରପର୍ବ ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ ପାଳନ କରନ୍ତୁ। ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।” ତହୁଁ ମୋଶା ଇସ୍ରାଏଲ ଲୋକମାନଙ୍କୁ ନିସ୍ତାରପର୍ବ ପାଳନ କରିବା ପାଇଁ କହିଲେ। ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ। ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ। ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?” ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।” ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ। ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ। ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା’ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ। “ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।” ମେଘ ଓ ଅଗ୍ନି ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା। ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ। କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ। ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ। ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ। ରୂପାର ତୂରୀସମୂହ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପାରେ ନିର୍ମିତ ହେବ। ତୁମ୍ଭେ ଲୋକମାନଙ୍କୁ ଏକତ୍ରିତ କରିବା ପାଇଁ ଓ ସେଗୁଡ଼ିକୁ ଯାତ୍ରାଆରମ୍ଭରେ ବ୍ୟବହାର କରିବ। ସେମାନେ ଯେତେବେଳେ ଦୁଇଟି ତୂରୀ ବଜାଇବେ ସମସ୍ତ ଲୋକମାନେ ସମାଗମ-ତମ୍ବୁରେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍। ଯଦି ସେମାନେ ଏକ ତୂରୀ ବଜାଇବେ ତେବେ ପରିବାରବର୍ଗର ଅଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍। “ଯଦି ତୁମ୍ଭେମାନେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ଯାତ୍ରା କରିବା ଉଚିତ୍। ପୁଣି ତୁମ୍ଭେମାନେ ଦ୍ୱିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଲୋକମାନଙ୍କର ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ। ଲୋକମାନଙ୍କୁ ଏକତ୍ରିତ କରିବା ସମୟରେ ତୁମ୍ଭେମାନେ ଲଗାତର ଅଧା ସ୍ୱର ନୁହଁ, ଦୀର୍ଘସ୍ୱର କରି ତୂରୀ ବଜାଇବ। କେବଳ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହେବ। “ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯାଉଛ, ତୁମ୍ଭେମାନେ ତୂରୀରେ ରଣବାଦ୍ୟ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତ୍ରୁଗଣଠାରୁ ରକ୍ଷା କରିବେ। ଆଉ ମଧ୍ୟ ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ୱରଙ୍କ ସମ୍ମୁଖରେ ସ୍ମରଣାର୍ଥେ କରାଯିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” ଇସ୍ରାଏଲ ଲୋକମାନଙ୍କର ସେମାନଙ୍କର ଛାଉଣିକୁ ଯାତ୍ରା ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ବିଂଶତମ ଦିନରେ ସେହି ମେଘ ସାକ୍ଷ୍ୟରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା। ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା। ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ। ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ୱଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କର ଅଧିନାୟକ ଥିଲେ। ଆଉ ସୂୟାରର ପୁତ୍ର ନଥନେଲ ଇଷାଖର ଗୋଷ୍ଠୀର ସେନାଧ୍ୟକ୍ଷ ଥିଲେ। ତା’ପରେ ସବୂଲୂନ ସନ୍ତାନଗଣର ବଂଶ ଯାତ୍ରାକଲେ ଓ ହେଲୋ‌ନ୍‌ର ପୁତ୍ର ଇଲୀୟାବ୍ ତାଙ୍କର ଅଧ୍ୟକ୍ଷ ଥିଲେ। ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ। ତା’ପରେ ରୁବେନ୍ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କର ଅଧିନାୟକ ଥିଲେ। ତା’ପରେ ଆସିଲେ ଶିମିୟୋନ ସନ୍ତାନଗଣର ବଂଶ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ସେମାନଙ୍କର ଅଧିନାୟକ ଥିଲେ। ତା’ପରେ ଗା‌ଦ୍‌ର ଗୋଷ୍ଠୀ ଆସିଲେ ଓ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ସେମାନଙ୍କର ଅଧିନାୟକ ଥିଲେ। ତା’ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। ଏଥିଉତ୍ତାରେ ଇଫ୍ରୟିମ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟର ଅଧିନାୟକ ଥିଲେ। ତା’ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସେମାନଙ୍କର ଅଧିନାୟକ ଥିଲେ ପଦାହସୂରର ପୁତ୍ର ଗମଲିୟେଲ। ତତ୍ପରେ ବିନ୍ୟାମୀନ ଗୋଷ୍ଠୀ ଆସିଲେ ଓ ଗିଦିୟୋନିର ପୁତ୍ର ଅବୀଦାନ ସେମାନଙ୍କର ଅଧିନାୟକ ଥିଲେ। ଦାନ ଗୋଷ୍ଠୀର ବିଭାଗର ଧ୍ୱଜା ପରେ ଗ୍ଭଳିତ ହେଲା। ସେମାନେ ପଶ୍ଚା‌‌ତ୍‌‌ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷ ସେମାନଙ୍କର ଅଧିନାୟକ ଥିଲେ। ତା’ପରେ ଆସିଲେ ଆଶେର ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀୟେଲ ତାଙ୍କର ସେନାଧ୍ୟକ୍ଷ ଥିଲେ। ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସେମାନଙ୍କର ଅଗ୍ରଭାଗରେ ଥିଲେ। ଏହି କ୍ରମରେ ଇସ୍ରାଏଲ ଲୋକମାନଙ୍କର ଯାତ୍ରା ସେମାନଙ୍କର ବର୍ଗ ଅନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ। ତା’ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।” କିନ୍ତୁ ହୋବବ କହିଲା, “ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମୋର ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫେରିଯିବି।” ତା’ପରେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ ନାହିଁ, ମରୁଭୂମି ମଧ୍ୟରେ ଆମ୍ଭର ଛାଉଣି ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହେବ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ଯିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ଉତ୍ତମ ଜିନିଷ ଦେବେ, ତାହା ଆମ୍ଭେମାନେ ତୁମ୍ଭ ସହିତ ବାଣ୍ଟ କରିବୁ।” ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା। ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସେମାନଙ୍କୁ ବାଟ କଢ଼ାଇଲେ, ଯେତେବେଳେ ସେମାନେ ସେମାନଙ୍କର ଛାଉଣିରୁ ଯାତ୍ରାରମ୍ଭ କଲେ। ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହେବା ବେଳେ ମୋଶା କହନ୍ତି, “ସଦାପ୍ରଭୁ ଉଠ, ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହୁଅନ୍ତୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।” ଆଉ ପବିତ୍ର ସିନ୍ଦୁକ ଅଟକି ଗଲାବେଳେ ମୋଶା କହନ୍ତି, “ହେ ସଦାପ୍ରଭୁ ତୁମ୍ଭେ ଇସ୍ରାଏଲର ହଜାର ହଜାର ଲୋକଙ୍କ ପ୍ରତି ଫେର।” ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି ତା’ପରେ ଲୋକମାନେ ସଦାପ୍ରଭୁଙ୍କଠାରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା। ତେଣୁ ଲୋକମାନେ ମୋଶାଙ୍କ ନିକଟରେ ସାହାଯ୍ୟ ପାଇଁ କ୍ରନ୍ଦନ କଲେ। ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। ତେଣୁ ସେହି ସ୍ଥାନର ନାମ ତବିୟେରା ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା। ସତୁରି ବୟସ୍କ ପ୍ରାଚୀନଗଣ ତା’ପରେ ସେମାନଙ୍କ ମଧ୍ୟରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ଇସ୍ରାଏଲର ଲୋକମାନେ ସେମାନଙ୍କ ସହିତ ଯୋଗ ଦେଲେ ଏବଂ ପାଟି କଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ। ମାତ୍ର ଏବେ ଆମ୍ଭେମାନେ ଦୁର୍ବଳ ହୋଇ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ,।” ଆଉ ସେହି ମାନ୍ନା ଧନିଆ ବୀଜଗୁଡ଼ିକ ସଦୃଶ ହେବ। ଲୋକମାନେ ଏଣେ ତେଣେ ବୁଲି ମାନ୍ନା ସଂଗ୍ରହ କଲେ, ଚକିରେ ତାକୁ ପେଷିଲେ, କିମ୍ବା କୁଟଣୀରେ ତାହା ଚୂର୍ଣ କରି କରେଇରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳରେ ପକ୍ୱ ପିଠାପରି ତା’ର ସ୍ୱାଦ ହେଲା। ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲାବେଳେ ତା’ ସହିତ ମାନ୍ନା ଝଡିଲା। ଏହା ପରେ ଲୋକମାନେ ସମୁଦାୟ ପରିବାର ସହିତ ନିଜ ନିଜ ତମ୍ବୁଦ୍ୱାରା ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ଆଉ ମଧ୍ୟ ମୋଶା ଅସନ୍ତୁଷ୍ଟ ହେଲେ। ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମୋ’ ଉପରେ କ୍ରୋଧ ଦେଖାଉଛ? କାହିଁକି ଆପଣ ମୋ’ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ? କ’ଣ ସେମାନେ ସମସ୍ତେ ମୋ’ଠାରୁ ଜନ୍ମ ହୋଇଛନ୍ତି? ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ପ୍ରତିଜ୍ଞା କରିଥିଲ ମୁଁ ସେମାନଙ୍କୁ ଶିଶୁ ପରି କ’ଣ ବୋହି ନେବି? ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’ ମୁଁ ଏକାକୀ ଏତେ ଲୋକଙ୍କର ଭାର ବହନ କରି ପାରିବି ନାହିଁ, କାରଣ ଏହା ମୋ’ ପାଇଁ ଅସହ୍ୟ ଅଟେ। ଆଉ ଯଦି ତୁମ୍ଭେ ମୋ’ ପ୍ରତି ଏପରି ପଥରେ ବ୍ୟବହାର କରିବାକୁ ଯାଉଅଛ, ତେବେ ବିନୟ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତେବେ ମୋତେ ମାରିଦିଅ ପଛେ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସେମାନଙ୍କୁ ସମାଗମ-ତମ୍ବୁ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଛିଡ଼ା ହେବା ଉଚିତ୍। ମୁଁ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବ ନାହିଁ, ସେଥିପାଇଁ ସେମାନେ ମଧ୍ୟ ତୁମ୍ଭ ସହିତ ଦାୟିତ୍ୱ ଭାର ବହନ କରିବେ। “ଲୋକମାନଙ୍କୁ କୁହ, କାଲି ପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭେମାନେ ମାଂସ ଖାଇବ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କହିଅଛ, ‘କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!’ ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦେବେ। ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ ତାହା ନୁହେଁ। ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?‌’” ତେବେ ମୋଶା କହିଲେ, “ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ!’ ସେମାନଙ୍କୁ ଯୋଗାଇବା ପାଇଁ ପଲ ମଧ୍ୟରୁ ସମସ୍ତ ଗୋମେଷ ବଧ କଲେ ମଧ୍ୟ ଏକ ମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସେମାନଙ୍କୁ ଯଥେଷ୍ଟ ନୁହେଁ!” ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “କ’ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭେମାନେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ୟ ତୁମ୍ଭ ପ୍ରତି ସତ ହେବ।” ତେବେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ଛିଡ଼ା କରାଇଲେ। ତା’ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମୋଶାଙ୍କୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତେବେଳେ ସେମାନଙ୍କ ଉପରେ ଆତ୍ମା ଅବସ୍ଥାନ କଲା, ସେମାନେ ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ, ଏବଂ ସେମାନେ ଆଉ ବନ୍ଦ କଲେ ନାହିଁ। ମାତ୍ର ଛାଉଣି ମଧ୍ୟରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମେଦଦ୍ ରହିଲେ, ଯଦିଓ ସେମାନେ ତାଲିକାରେ ଥିଲେ, ସେମାନେ ତମ୍ବୁ ବାହାରକୁ ଆସି ନ ଥିଲେ। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥାନ କଲା ଓ ସେମାନେ ଛାଉଣି ମଧ୍ୟରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ। ତହୁଁ ଜଣେ ଯୁବକ ଦୌଡ଼ି ଯାଇ ମୋଶାଙ୍କୁ କହିଲା, “ଇଲଦଦ୍ ଓ ମେଦଦ୍ ଛାଉଣି ଭିତରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର କରୁଅଛନ୍ତି।” ତହିଁରେ ନୂନର ପୁତ୍ର ଯିହୋଶୂୟ ମୋଶାଙ୍କୁ କହିଲେ, “ହେ ମୋହର ମୁନିବ ମୋଶା, ସେମାନଙ୍କୁ ସ୍ଥଗିତ କରନ୍ତୁ।” ଯିହୋଶୂୟ ଯୁବକ ସମୟରୁ ମୋଶାଙ୍କର ଜଣେ ମନୋନୀତ ସହକାରୀ ଥିଲେ। ମୋଶା ଉତ୍ତର ଦେଲେ, “ତୁମ୍ଭେ ମୋ’ ସକାଶୁ କ’ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ୟ‌ଦ୍‌ବାଣୀ କରିବା ପାଇଁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ।” ଏହା ପରେ ମୋଶା ଓ ଇସ୍ରାଏଲ ପ୍ରାଚୀନଗଣ ଛାଉଣିକି ଗମନ କଲେ। ଭାଟୋଇ ପକ୍ଷୀଙ୍କ ଆଗମନ ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ସେମାନଙ୍କର ସଂଖ୍ୟା ଏତେ ଅଧିକ ହେଲା ଯେ ସେମାନେ ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ଯ୍ୟନ୍ତ ବ୍ୟାପି ରହିଲେ। ସେମାନେ ଭୂମିଠାରୁ ପ୍ରାୟ ଦୁଇ ଫୁଟ ବହଳରେ ଗଦା ହୋଇଗଲେ। ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି ଦଶ ବୁଶେଲରୁ ଊଣା ସଂଗ୍ରହ କଲା ନାହିଁ। ଆଉ ସେମାନେ ନିଜ ପାଇଁ ଛାଉଣିର ଗ୍ଭରିଆଡ଼େ ତାହା ବିଛାଇ ରଖିଲେ। ସେମାନଙ୍କ ଦନ୍ତ ମଧ୍ୟରେ ମାଂସ ଥିଲାବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କ ଉପରେ ପ୍ରଜ୍ୱଳିତ ହେଲା। ତହୁଁ ସଦାପ୍ରଭୁ ସେମାନଙ୍କୁ ମହାମାରୀରେ ସଂହାର କଲେ ଓ ସେହି ସ୍ଥାନରେ ସେମାନେ କବର ନେଲେ। ତେଣୁ ସେହି ସ୍ଥାନର ନାମ କିବ୍ରୋତ୍-ହତ୍ତାବା ହେଲା। କାରଣ ସେମାନେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସେହି ସ୍ଥାନରେ କବର ଦେଲେ। ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହ‌ତ୍‌ସେରୋତକୁ ଯାତ୍ରା କରି ସେହିଠାରେ ରହିଲେ। ମରିୟମ ଓ ହାରୋଣଙ୍କର ମୋଶାଙ୍କ ବିଷୟରେ ଅଭିଯୋଗ ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ। ସେମାନେ କହିଲେ, “ସଦାପ୍ରଭୁ କ’ଣ ମୋଶାଙ୍କ ସହିତ କେବଳ କଥା କହିଅଛନ୍ତି? ସେ କ’ଣ ଆମ୍ଭମାନଙ୍କ ସହିତ କଥା କହି ନାହାନ୍ତି?” ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ। ମୋଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ନମ୍ର ଥିଲେ। ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।” ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ। ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ। ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟ‌ଦ୍‌ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି। ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ। ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?” ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ। ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ। ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ମହାଶୟ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ; ଏଣୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। ମାତାର ଗର୍ଭରୁ ନିର୍ଗତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।” ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।” ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତା’ର ପିତା ତା’ର ମୁହଁରେ ଛେପ ପକାଇଥା’ନ୍ତା, ସେ କ’ଣ ସାତ ଦିନ ଲଜ୍ଜିତା ହୋଇ ନ ଥା’ନ୍ତା? ତେଣୁ ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ, ଅନ୍ୟମାନଙ୍କଠାରୁ ରୁଦ୍ଧା ହୋଇ ରହୁ, ତା’ପରେ ସେ ଛାଉଣି ଭିତରକୁ ଆସି ପାରିବ।” ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ। ତା’ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ। ଗୁପ୍ତଚରଙ୍କ କିଣାନ ଗମନ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ। ସେହି ପ୍ରଧାନମାନଙ୍କର ନାମ ଏହି: ରୁବେନ୍ ଗୋଷ୍ଠୀବର୍ଗ ମଧ୍ୟରୁ ସ‌କ୍‌‌କୁରର ପୁତ୍ର ଶମ୍ମୂୟ। ଶିମିୟୋନ ଗୋଷ୍ଠୀବର୍ଗ ମଧ୍ୟରୁ ହୋରିର ପୁତ୍ର ଶାଫଟ। ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍। ଇଷାଖର ଗୋଷ୍ଠୀବର୍ଗ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ। ଇଫ୍ରୟିମ ଗୋଷ୍ଠୀବର୍ଗ ମଧ୍ୟରୁ ନୂନର ପୁତ୍ର ହୋଶେୟ। ବିନ୍ୟାମୀନ ଗୋଷ୍ଠୀବର୍ଗ ମଧ୍ୟରୁ ରାଫୁର ପୁତ୍ର ପ‌ଲ୍‌ଟି। ସବୁଲୂନ ଗୋଷ୍ଠୀବର୍ଗ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ। ଯୋଷେଫ ଗୋଷ୍ଠୀବର୍ଗ ସୂଷିର ପୁତ୍ର ଗଦ୍ଦି ମନଃଶି ଗୋଷ୍ଠୀର ଅଟେ। ଦାନ ଗୋଷ୍ଠୀବର୍ଗ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ। ଆଶେର ଗୋଷ୍ଠୀବର୍ଗ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର। ନପ୍ତାଲି ଗୋଷ୍ଠୀବର୍ଗ ମଧ୍ୟରୁ ବ‌ପ୍‌ସିର ପୁତ୍ର ନହବି। ଗାଦ୍ ଗୋଷ୍ଠୀବର୍ଗ ମଧ୍ୟରୁ ମାଖିର ପୁତ୍ର ଗୂୟେଲ। ମୋଶା ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ଯ୍ୟ କରିବାକୁ ସେହି ଦେଶ ପଠାଇ ଥିଲେ, ମୋଶା ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ। ଆଉ ମୋଶା ଏମାନଙ୍କୁ କିଣାନ ଦେଶରେ ଗୁପ୍ତଚର କାର୍ଯ୍ୟ କରିବାକୁ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନେଗେଭକୁ ଯାଅ ଏବଂ ତା’ପରେ ପର୍ବତମୟ ଦେଶକୁ ଯାଅ। ପୁଣି ସେହି ଦେଶ କିପରି, ତହିଁର ବାସିନ୍ଦାମାନେ ବଳବାନ୍ କି ଦୁର୍ବଳ ଓ ସେମାନେ ଅଳ୍ପ କି ଅନେକ ସେ ବିଷୟରେ ଅନୁସନ୍ଧାନ କର। ପୁଣି ସେମାନେ ଯେଉଁ ଦେଶରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ତାହା ମଧ୍ୟ ଅନୁସନ୍ଧାନ କର। ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା। ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା। ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ। ଇସ୍ରାଏଲର ଲୋକମାନେ ଯେଉଁ ଉପତ୍ୟକାରେ ଦ୍ରାକ୍ଷାପେଣ୍ଡା କାଟି ଥିଲେ, ସେଥି ସକାଶେ ସେହି ସ୍ଥାନ ଇଷ୍କୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା। ସେମାନେ ଗ୍ଭଳିଶ୍ ଦିନ ସେହି ଦେଶ ଅନୁସନ୍ଧାନ କଲାପରେ ଫେରି ଆସିଲେ। ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ। ତଥାପି ସେହି ଦେଶ ନିବାସୀମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ। ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।” କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।” ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।” ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲର ଲୋକମାନଙ୍କ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଯେଉଁ ଦେଶର ମଧ୍ୟଦେଇ ଆମ୍ଭେମାନେ ଯାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭେମାନେ ଯେତେ ଲୋକଙ୍କୁ ସେଠାରେ ଦେଖିଲୁ ସେମାନେ ବଡ଼ ଡେଙ୍ଗା। ସେଠାରେ ଆମ୍ଭେମାନେ ଅନାକର ନେଫଲିମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସେମାନଙ୍କ ଦୃଷ୍ଟିରେ ଆମ୍ଭେମାନେ ଝିଣ୍ଟିକା ପରି ହେଲୁ।” ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି ସମସ୍ତ ମଣ୍ତଳୀ ସେହି ରାତ୍ରିରେ ଛାଉଣିରେ ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଇସ୍ରାଏଲ ଲୋକମାନେ ସମସ୍ତେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସେମାନଙ୍କ ଆଗରେ ଅଭିଯୋଗ କଲେ, “ଯଦି ଆମ୍ଭେମାନେ ସେହି ମିଶର ଦେଶରେ କିମ୍ବା ମରୁଭୂମିରେ ମରିଯାଇଥା’ନ୍ତୁ, ତେବେ ଭଲ ହୋଇଥା’ନ୍ତା। ସଦାପ୍ରଭୁ ଆମ୍ଭମାନଙ୍କୁ ଖ‌ଡ଼୍‌ଗରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫେରି ଯିବାଟା ଆମ୍ଭମାନଙ୍କ ପକ୍ଷରେ ଭଲ ହୁଅନ୍ତା।” ସେମାନେ ପରପ୍ପର ମଧ୍ୟରେ କଥା ହେଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରାଧାନ କରି ମିଶରକୁ ଫେରିଯିବା।” ତହିଁରେ ମୋଶା ଓ ହାରୋଣ ଏତେ ବ୍ୟତିବ୍ୟସ୍ତ ହୋଇଗଲେ ଯେ, ସେମାନେ ଇସ୍ରାଏଲର ଲୋକମାନଙ୍କ ଆଗରେ ମୁହଁ ମାଡ଼ି ଭୂମିରେ ପଡ଼ିଗଲେ। ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ। ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ। ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ, ସେହି ଦେଶ ଦୁ‌ଗ୍‌ଧମଧୁପ୍ରବାହୀ ଅଟେ। ତେଣୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଅ ନାହିଁ, ଆଉ ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ସେମାନେ ଆମ୍ଭମାନଙ୍କର ଖାଦ୍ୟ ସ୍ୱରୂପ। ସେମାନଙ୍କର ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଭୟ କର ନାହିଁ।” ମାତ୍ର ସମସ୍ତ ମଣ୍ତଳୀ ସେମାନଙ୍କୁ ପଥର ମାରି ହତ୍ୟା କରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ମହିମା ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା। ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେକାଳ ମୋତେ ପ୍ରତ୍ୟାଖ୍ୟାନ କରିବେ? ଆଉ ସେମାନଙ୍କ ମଧ୍ୟରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସତ୍ତ୍ୱେ, କେତେ ଦିନ ସେମାନେ ମୋତେ ଅବିଶ୍ୱାସ କରିବେ? ମୁଁ ମହାମାରୀଦ୍ୱାରା ସେମାନଙ୍କୁ ସଂହାର କରିବି ଓ ସେମାନଙ୍କର ଅଧିକାର ଛଡ଼େଇ ନେବି। ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଜାତି କରିବି।” ତା’ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିଶରୀୟ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ। ପୁଣି ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ, ସେମାନେ ଶୁଣିଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, କାରଣ ତୁମ୍ଭେ ସେମାନଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ। ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସେମାନେ କହିବେ, ‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏଣୁ ସେ ସେମାନଙ୍କୁ ମରୁଭୂମିରେ ବଧ କରିଅଛନ୍ତି।’ “ଯେପରି ତୁମ୍ଭେ କହିଅଛ, ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ। ‘ସଦାପ୍ରଭୁ କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ଓ ଅପରାଧୀ ଓ ବ୍ୟବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦେଇଥା’ନ୍ତି।’ ମୁଁ ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।” ସଦାପ୍ରଭୁ କହିଲେ, “ଯେପରି ତୁମ୍ଭେ ମୋତେ ଅନୁରୋଧ କଲ, ମୁଁ ସେମାନଙ୍କୁ କ୍ଷମା ଦେଲି। କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ହେବ। ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି, ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ଏମାନଙ୍କ ମଧ୍ୟରୁ କେହି ସେ ଦେଶ ଦେଖି ପାରିବେ ନାହିଁ। କାରଣ ସେମାନେ ମୋତେ ଅବଜ୍ଞା କରିଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବେ ନାହିଁ। ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ। ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭେମାନେ ଫେରି ଲୋହିତ ସାଗର ପଥଦେଇ ମରୁଭୂମିକୁ ଗମନ କରିବା ଉଚିତ୍।” ସଦାପ୍ରଭୁ ଲୋକମାନଙ୍କୁ ଶାସ୍ତି ଦେଲେ ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ମୋ’ ବିରୁଦ୍ଧରେ ଅଭିଯୋଗ କରାଯାଉଛି, ମୁଁ କେତେକାଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇସ୍ରାଏଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି। ସେମାନଙ୍କୁ କୁହ, ‘ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସେମାନେ ଯାହା ଅଭିଯୋଗ କରିଛନ୍ତି’ ତାହା ହିଁ ମୁଁ କରିବି। ତୁମ୍ଭେମାନେ ଏହି ମରୁଭୂମି ମଧ୍ୟରେ ମରିବ। କୋଡ଼ିଏ ବର୍ଷରୁ ଅଧିକ ବୟସ୍କ ତୁମ୍ଭମାନଙ୍କ ମଧ୍ୟରୁ ଗଣ୍ୟ ହୋଇଥିବା ଲୋକମାନେ ସମ୍ପୂର୍ଣ୍ଣ ସଂଖ୍ୟା ଅନୁସାରେ ଯେଉଁମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ। ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆଯିବ। କିନ୍ତୁ ସେମାନଙ୍କୁ ମୁଁ ସେହି ସ୍ଥାନକୁ ଆଣିବି। ଆଉ ତୁମ୍ଭେମାନେ ଯେଉଁ ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲ, ସେମାନେ ତାହା ଉପଭୋଗ କରିବେ। ମାତ୍ର ତୁମ୍ଭେମାନେ ଏହି ମରୁଭୂମିରେ ମୃତ୍ୟୁବରଣ କରିବ। “‘ତୁମ୍ଭମାନଙ୍କ ସନ୍ତାନଗଣ ଗ୍ଭଳିଶ୍ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣ କରିବେ ଓ ସେମାନେ ତୁମ୍ଭମାନଙ୍କର ଅବିଶ୍ୱସ୍ତତା ପାଇଁ ଯନ୍ତ୍ରଣା ଭୋଗ କରିବେ। ତୁମ୍ଭମାନଙ୍କ ଶବ ଏହି ମରୁଭୂମିରେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଗ୍ଭରର, ତୁମ୍ଭେ ତୁମ୍ଭର ପାପର ଫଳ ଭୋଗିବ। ଗୋଟିଏ ବର୍ଷ ଗୋଟିଏ ଦିନ ହିସାବରେ ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ସେହି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତେଣେ ବୁଲିବ, ତା’ପରେ ମୋର କ୍ରୋଧ ତୁମ୍ଭେ ଜାଣିବ।’ “ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମୋ’ ବିଷୟରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହୋଇଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚୟ ପ୍ରତିଫଳ କରିବି। ସେମାନେ ଏଠାରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।‌” ଯେଉଁ ଲୋକମାନଙ୍କୁ ମୋଶା ସେ ଦେଶ ଅନୁସନ୍ଧାନ କରିବାକୁ ପ୍ରେରଣ କରିଥିଲେ, ସେମାନେ ଫେରି ଆସି ସେହି ଦେଶର ଅଖ୍ୟାତି ପ୍ରଗ୍ଭର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧରେ ଅଭିଯୋଗ ଆଣିଲେ। ଯେଉଁମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସେ ଦେଶର ଅପଖ୍ୟାତି ପ୍ରଗ୍ଭର କରିଥିଲେ, ସେମାନେ ସଦାପ୍ରଭୁଙ୍କ ଉପସ୍ଥିତରେ ମହାମାରୀ ଦ୍ୱାରା ମଲେ। ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ। ଲୋକମାନେ କିଣାନ ଦେଶକୁ ଯିବାକୁ ଚେଷ୍ଟା କଲେ ଆଉ ମୋଶା ଇସ୍ରାଏଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶୟ ବିଳାପ କଲେ। ତହୁଁ ସେମାନେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି ସେମାନେ କହିଲେ, “ଦେଖ ଆମ୍ଭେମାନେ ଏଠାରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଥିଲେ, ସେହି ସ୍ଥାନକୁ ଯିବା, କାରଣ ଆମ୍ଭେମାନେ ପାପ କରିଅଛୁ।” ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ। ତୁମ୍ଭେମାନେ ଉପରକୁ ଯାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାନ୍ତି। ତେଣୁ ତୁମ୍ଭେ ଅକ୍ଳେଶରେ ଶତ୍ରୁମାନଙ୍କଦ୍ୱାରା ପରାସ୍ତ ହେବ। ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ଅଛନ୍ତି, ତୁମ୍ଭେମାନେ ଖ‌ଡ଼୍‌ଗରେ ନିହତ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ୱାସଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।” ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଓ ମୋଶା ସେମାନଙ୍କ ସହିତ ଗଲେ ନାହିଁ। ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ପରାସ୍ତକରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ। ବଳିଦାନ ସମ୍ବନ୍ଧୀୟ ବିଧି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ। ତୁମ୍ଭେ ଯେତେବେଳେ ପ୍ରବେଶ କରିବ ମୁଁ ସେହି ଦେଶ ଦେଉଛି ତୁମ୍ଭେ କେବେ ପ୍ରବେଶ କରିବ। ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ୱେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ। “ଯେଉଁ ଲୋକ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରୁଛି, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ। ପ୍ରତ୍ୟେକ ଥର ତୁମ୍ଭେ ଏକ ମେଷବତ୍ସ ହୋମାର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପେୟନୈବେଦ୍ୟ ପ୍ରସ୍ତୁତ କରିବା ଉଚିତ୍। “ଆଉ ଏକ ମେଷ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ଏକ ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ। ପୁଣି ତୁମ୍ଭେ ପେୟନୈବେଦ୍ୟ ନିମନ୍ତେ ହିନର ଏକ ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ। “ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ଉତ୍ସର୍ଗ କର, ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଆଣିବା ଉଚିତ୍। ଆଉ ମଧ୍ୟ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟନୈବେଦ୍ୟ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ। ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ, ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାଯିବା ଉଚିତ୍। ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟା ଅନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରାମାଣେ ସେହିରୂପେ କରିବ। “ପ୍ରତ୍ୟେକ ନାଗରୀକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ୟବସ୍ଥା ଅନୁସାରେ ଏହିସବୁ କାର୍ଯ୍ୟ କରିବ। ଯଦି ତୁମ୍ଭ ସହିତ ବାସ କରୁଥିବା ଜଣେ ବିଦେଶୀ ଲୋକ କିମ୍ବା ସେ ସମନ୍ଧରେ କୌଣସି ବିଦେଶୀଗତ ସ୍ଥାୟୀ ଅଧିବାସୀ କିମ୍ବା ଯେକେହି ତୁମ୍ଭ ସହିତ ଦୀର୍ଘଦିନ ଧରି ବାସ କରୁଥିବା ଲୋକ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଅର୍ପଣ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭ ପ୍ରତି ପ୍ରଯୁଜ୍ୟ ହେଉଥିବା ସମାନ ପଦ୍ଧତି ତା’ ପାଇଁ ଅନୁସୃତ ହେବା ଉଚିତ୍। ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ହେବ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟିରେ ତୁମ୍ଭେମାନେ ଓ ବିଦେଶୀମାନେ ସମାନ। ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ମୂଳ ବ୍ୟକ୍ତି ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ବିଧି ହେବ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛି, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏହିରୂପେ କରିବ। ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍। ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍। ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ। “ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ସେ ସମସ୍ତ ଆଜ୍ଞା ଦେଇଛନ୍ତି। ସେହିସବୁ ଆଜ୍ଞା ସଦାପ୍ରଭୁ ଦେବା ଦିନଠାରୁ ପୁରୁଷାନୁକ୍ରମେ ଚିରକାଳ ପାଳନ କରିବା ଉଚିତ୍। ଯଦି ତାହା ମଣ୍ତଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ ତେବେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍। “ଆଉ ଯାଜକ ଇସ୍ରାଏଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାୟଶ୍ଚିତ କରିବା ଉଚିତ୍; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି। ଇସ୍ରାଏଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସେହି ସମସ୍ତ ଲୋକମାନେ ଭୁଲ୍ କରିଥିଲେ। “ଆଉ ଯଦି ଜଣେ ବ୍ୟକ୍ତି ଅନିଛାରେ ପାପ କରେ, ତେବେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀୟ ଏକ ଛାଗବତ୍ସ ଆଣିବା ଉଚିତ୍। ଯେଉଁ ଲୋକ ଅନିଛାରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାଯିବ। ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଛାରେ କରାଯାଇଥିବା ପାପର ପ୍ରାୟଶ୍ଚିତ ନିମନ୍ତେ ଏକା ବ୍ୟବସ୍ଥା ହେବ। “ଯଦି ଯେଉଁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ପାପକର୍ମ କରେ ସେ ଇସ୍ରାଏଲୀୟ କି ବିଦେଶୀ ମୂଳ ସ୍ଥାୟୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତେବେ ସେ ବ୍ୟକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହେବ। କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଙ୍ଗ କଲା, ତେଣୁ ସେ ବ୍ୟକ୍ତି ନିଶ୍ଚିତ ବହିସ୍କାର ହେବ ଓ ତା’ର ପାପ ସେ ବହନ କରିବ।” ବିଶ୍ରାମବାରରେ ଏକବ୍ୟକ୍ତି କାର୍ଯ୍ୟ କରିବା ସେତେବେଳେ ଇସ୍ରାଏଲ ଥିବା ସମୟରେ ଗୋଟିଏ ବ୍ୟକ୍ତିକୁ ବିଶ୍ରାମ ବାରରେ କାଠ ସଂଗ୍ରହ କରୁଥିବାର ଦେଖିଲେ। ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସେମାନେ ମୋଶା ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା’ର ଗ୍ଭରିପଟେ ଏକତ୍ରିତ ହେଲେ। ଆଉ ସେମାନେ ତାହାକୁ ସେଠାରେ ରଖିଲେ। କାରଣ ତା’ ପ୍ରତି କି ପ୍ରକାର ଶାସ୍ତି ବିଧାନ ହେବ ସେମାନେ ଜାଣି ନ ଥିଲେ। ତା’ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟକୁ ଆଇନ ସଙ୍ଗତ ଦଣ୍ତ ଦିଆଯିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରେ ପଥର ପକାଇ ବଧ କରିବେ।” ତେଣୁ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ଫିଙ୍ଗି ହତ୍ୟା କଲେ। ପରମେଶ୍ୱରଙ୍କ ଆଜ୍ଞାକୁ ସ୍ମରଣ କରିବାର ମାର୍ଗ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସେମାନେ ନିଜ ନିଜ ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍। ତୁମ୍ଭେମାନେ ଯେପରି ସେହି ଝାଲର ଏକାଠି ବନ୍ଧା ହୋଇଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଗ୍ଭର କର ନାହିଁ। ତୁମ୍ଭେମାନେ ମୋର ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ ହେବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବାକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।” କେତେକ ଅଧିପତି ମୋଶାଙ୍କ ବିପକ୍ଷ ହୁଅନ୍ତି ଲେବୀର ଏକ ବଂଶଧର କୋରହ, କୋରହ ଯି‌ଷ୍‌ହରର ପୁତ୍ର, ତା’ର ପିତା କହାତ ଏବଂ ରୁବେ‌ନ୍‌ର ତିନି ଜଣ ମଧ୍ୟରୁ ଦାଥନ ଓ ଅବୀରାମ, ଇଲିୟାବର ଦୁଇ ପୁତ୍ର ପେଲତର ପୁତ୍ର ଓନ୍। ଇସ୍ରାଏଲର ଲୋକମାନଙ୍କର 250 ଜଣ ନେତୃର୍ବଗ ମୋଶାଙ୍କ ବିରୁଦ୍ଧରେ ଗଲେ। ସେମାନେ ଏକତ୍ର ହୋଇ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ କହିଲେ, “ତୁମ୍ଭେମାନେ ନିଜକୁ ବହୁତ ଗୁରୁତର ଦେଖାଇଲ। ମଣ୍ତଳୀର ପ୍ରତ୍ୟେକ ବ୍ୟକ୍ତି ପବିତ୍ର ଓ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ବାସ କରୁଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ମଣ୍ତଳୀ ଉପରେ କାହିଁକି ପ୍ରଭୁତ୍ୱ ଦେଖାଉଛ?” ତା’ପରେ ମୋଶା ଏହା ଶୁଣି ନିଜକୁ ନମ୍ର କରି ମୁହଁ ମାଡ଼ି ପଡ଼ି ରହିଲେ। ତା’ପରେ ମୋଶା କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, “ସଦାପ୍ରଭୁ କାଲି ଦେଖାଇବେ, କିଏ ପ୍ରକୃତରେ ତାଙ୍କ ଲୋକ ଓ କିଏ ପ୍ରକୃତରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି। ହେ କୋରହ, ତୁମ୍ଭେ ଓ ତୁମ୍ଭର ଅନୁଗାମୀମାନେ ଏହା କରିବା ଉଚିତ୍। ବିଶେଷ ଅଙ୍ଗାରଧାନୀ ନିଅ। କାଲି ତହିଁରେ ଅଗ୍ନି ଦିଅ। ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ। ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ ସେ ହିଁ ପବିତ୍ର ହେବ। ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ବହୁ ଦୂରକୁ ଗ୍ଭଲି ଯାଇଛ, ତୁମ୍ଭେମାନେ ଭ୍ରାନ୍ତିପୂର୍ଣ୍ଣ।” ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ। ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କୁ ଇସ୍ରାଏଲ ମଣ୍ତଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିୟୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ଯଥେଷ୍ଟ ନୁହଁ କି? ସଦାପ୍ରଭୁ ତୁମ୍ଭଙ୍କୁ ଓ ତୁମ୍ଭର ସମସ୍ତ ଲେବୀ ସନ୍ତାନଗଣଙ୍କୁ ସାହାଯ୍ୟ କରିବାକୁ ତାଙ୍କର ନିକଟବର୍ତ୍ତୀ କରିଅଛନ୍ତି। ଏହା କ’ଣ ତୁମ୍ଭମାନଙ୍କ ପକ୍ଷରେ କ୍ଷୁଦ୍ର କଥା? ଆଉ ତୁମ୍ଭେମାନେ ଯାଜକ ହେବାକୁ ଚେଷ୍ଟା କରୁଛ? ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଇଅଛ। ହାରୋଣ କିଛି ଅବିଧି କରି ନାହାନ୍ତି। ମାତ୍ର ତୁମ୍ଭେମାନେ ତାଙ୍କର ବିପକ୍ଷରେ ଅଭିଯୋଗ କରିଅଛ।” ତା’ପରେ ମୋଶା ଇଲୀୟାବର ପୁତ୍ର ଦାଥନକୁ ଓ ଅବୀରାମକୁ ଡାକିବାକୁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ। ତୁମ୍ଭେ ଆମ୍ଭମାନଙ୍କୁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ। ଏହା କ’ଣ କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହେବାକୁ ଗ୍ଭହୁଁଛ। ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ଆଣି ନାହଁ, ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠାରେ ଆମ୍ଭେମାନେ ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର‌ର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ୟମାନଙ୍କୁ ଠକିବ କି? ନା ଆମ୍ଭେମାନେ ଯାଉ ନାହୁଁ।” ତେଣୁ ମୋଶା ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରି ନାହିଁ, ମୁଁ ସେମାନଙ୍କଠାରୁ ଗୋଟିଏ ଗଧ ମଧ୍ୟ ନେଇ ନାହିଁ। ତେଣୁ ତୁମ୍ଭେ ଏମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ।” ତା’ପରେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମୀ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହୁଅ। ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମୀ ସେଠାରେ କାଲି ରହିବା ଉଚିତ୍। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଦିଅ। ପୁଣି ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ପ୍ରତ୍ୟେକ 250 ପୁରୁଷ ଏହା କରିବା ଉଚିତ୍। ତୁମ୍ଭେ ଏବଂ ହାରୋଣ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଙ୍ଗାରଧାନୀ ଆଣିବା ଉଚିତ୍।” ତେଣୁ ସେମାନେ ପ୍ରତ୍ୟେକ ନିଜ ନିଜ ବିଶେଷ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ। ପୁଣି ତାହା ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ନିକଟରେ ଠିଆ ହେଲେ। ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ-ତମ୍ବୁଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ଉପସ୍ଥିତ ହେଲେ, ସେତେବେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା। ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଏହି ମଣ୍ତଳୀଠାରୁ ପୃଥକ୍ ହୁଅ, ଆମ୍ଭେ ଏକନିମିଷରେ ସେମାନଙ୍କୁ ସଂହାର କରିବା।” ତହୁଁ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳୀର କେହି ପାପ କରେ, ସମସ୍ତ ମଣ୍ତଳୀକୁ ଉତ୍ପିଡ଼ୀନ କରିବା ଉଚିତ୍ କି?” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ମଣ୍ତଳୀକୁ କୁହ, କୋରହ, ଦାଥନ ଓ ଅବୀରାମର ତମ୍ବୁଠାରୁ ଗ୍ଭଲି ଯାଆନ୍ତୁ।” ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇସ୍ରାଏଲର ନେତୃବର୍ଗ ସେମାନଙ୍କୁ ଅନୁସରଣ କଲେ। ତହୁଁ ମୋଶା ମଣ୍ତଳୀକି କହିଲେ, “ବିନୟ କରୁଅଛି ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣିରୁ ଉଠିଯାଅ ଏବଂ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ। ନଚେତ୍ ତୁମ୍ଭେମାନେ ସେମାନଙ୍କ ପାପ ଲାଗି ବିନଷ୍ଟ ହେବ।” ଏଥିରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁଠାରୁ ଗ୍ଭଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପିଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ। ତା’ପରେ ମୋଶା କହିଲେ, “ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦେବି ଯେ ସଦାପ୍ରଭୁ ମୋତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁ ନାହିଁ ବୋଲି ତୁମ୍ଭେମାନେ ଜାଣିବ। ଯଦି ଏହି ଲୋକମାନେ ସ୍ୱାଭାବିକ ଭାବରେ ମରନ୍ତି, ତେବେ ବୁଝିବେ ସଦାପ୍ରଭୁ ମୋତେ ପଠାଇନାହାନ୍ତି। ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବଶ୍ୱ ଗ୍ରାସ କରେ, ସେମାନଙ୍କୁ ଜିଅନ୍ତା କବର ଦିଅ, ତେବେ ତୁମ୍ଭେମାନେ ହୃ‌ଦ୍‌ବୋଧ କରିବ ଯେ, ସେମାନେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।” ମୋଶା ତାଙ୍କର ଏହି ବକ୍ତବ୍ୟ ଶେଷ କରିବା ମାତ୍ରେ ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା। ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସେମାନଙ୍କର ସକଳ ସମ୍ପତ୍ତି ଗ୍ରାସ କଲା। ଏହିରୂପେ ସେମାନେ ଜିଅନ୍ତା କବର ନେଲେ ଓ ପୃଥିବୀ ସେମାନଙ୍କୁ ଗ୍ଭପି ଦେଲା। ଏଥିରେ ସେମାନେ ମଣ୍ତଳୀରୁ ପୋଛି ହୋଇଗଲେ। ଏଥିରେ ଇସ୍ରାଏଲ ଲୋକମାନେ ସେମାନଙ୍କର କରୁଣ ଚିତ୍କାର ଶୁଣି ଏଣେ ତେଣେ ପଳାୟନ କଲେ। ଆଉ ସେମାନେ କହିଲେ, “ପୃଥିବୀ ଆମ୍ଭମାନଙ୍କୁ ମଧ୍ୟ ଗ୍ରାସ କରିବ।” ଏହା ପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ସେହି 250 ଧୂପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯାଜକ ହାରୋଣର ପୁତ୍ର ଇଲୀୟାସରକୁ କୁହ, ସେ ଅଗ୍ନି ମଧ୍ୟରୁ ସେହି ସମସ୍ତ ବିଶେଷ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସେଠାରେ ବିଞ୍ଚିଦେଉ। ସେମାନେ ମୋ’ ବିରୁଦ୍ଧରେ ପାପ କରିଥିଲେ, ତେଣୁ ସେମାନଙ୍କର ଜୀବନ ଗଲା। ମାତ୍ର ସେହି ବିଶେଷ ଅଙ୍ଗାରଧାନୀ ଗୁଡ଼ିକ ପବିତ୍ର, କାରଣ ସେଗୁଡ଼ିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇଥିଲା। ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ଯଜ୍ଞବେଦିର ଆଚ୍ଛାଦକ ନିମନ୍ତେ ବ୍ୟବହୃତ ହେଉ। ଏହିସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ।” *** ତେଣୁ ଇଲୀୟାସର ସେହି ଦ‌ଗ୍‌ଧ ଲୋକମାନଙ୍କର କଂସାର ଅଙ୍ଗାରଧାନୀ ଏକତ୍ରିତ କଲା। ସେମାନେ ଯଜ୍ଞବେଦିର ଧାତୁ ଆଚ୍ଛାଦକ ରୂପେ ଏହାକୁ ପିଟି କଲେ। ଏହି ଧାତୁ ଆଚ୍ଛାଦକ ଇସ୍ରାଏଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣଙ୍କ ପରିବାର ବ୍ୟତୀତ ଅନ୍ୟ କେହି ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କେହି ଏହି ସେବା କରିବ, ସେ କୋରହଙ୍କ ପରିବାରବର୍ଗ ପରି ହେବ ବୋଲି ଯାହା ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଜଣାଇ ଥିଲେ। ହାରୋଣ ଲୋକମାନଙ୍କୁ ରକ୍ଷା କରନ୍ତି ତା’ ପରଦିନ ଇସ୍ରାଏଲ ସମସ୍ତ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ ଯେ, “ସେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ୟା କଲେ।” ଯେତେବେଳେ ଲୋକମାନେ ମୋଶା ଓ ହାରୋଣ ବିରୁଦ୍ଧରେ ଏକତ୍ରିତ ହେଲେ, ସେମାନେ ବୁଲିପଡ଼ିଲେ ଓ ସମାଗମ-ତମ୍ବୁକୁ ଦେଖିଲେ ଯେ, ତାହା ମେଘରେ ଆଚ୍ଛାଦିତ ହୋଇଥିଲା ଏବଂ ସଦାପ୍ରଭୁଙ୍କର ମହିମା ଦେଖାଯାଉଥିଲା। ତା’ପରେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ ଏହି ମଣ୍ତଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” ଏଥିରେ ମୋଶା ଓ ହାରୋଣ ମୁହଁ ମାଡ଼ି ପଡ଼ିଲେ। ତା’ପରେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ। ଏଥିରେ ଧୂପ ଦେଇ ଶୀଘ୍ର ମଣ୍ତଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ଅତି କ୍ରୋଧିତ ହୋଇଛନ୍ତି, ମହାମାରୀ ବ୍ୟାପି ଗଲାଣି।” ତେଣୁ ହାରୋଣ ମୋଶାଙ୍କ କହିବା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳକୁ ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା। ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କଲେ। ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତା’ପରେ ମହାମାରୀ ନିବୃତ୍ତ ହେଲା। କୋରହର କଥା ହେତୁ ମରିଥିବା ଲୋକଙ୍କୁ ଛାଡ଼ି 14,700 ଲୋକ ଏହି ମହାମାରୀରେ ମଲେ। ତହୁଁ ମହାମାରୀ ନିବୃତ୍ତ ହେବାରୁ ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ। ପରମେଶ୍ୱର ହାରୋଣଙ୍କୁ ମହାନ ଯାଜକ ରୂପେ ପ୍ରମାଣ କରନ୍ତି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ପ୍ରତ୍ୟେକ ପରିବାର ପାଇଁ ସେମାନଙ୍କ ପରିବାରବର୍ଗର ନେତୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡ଼ି ନିଅନ୍ତୁ। ସେହି ଆଶାବାଡ଼ି ଉପରେ ସେହି ବ୍ୟକ୍ତିର ନାମ ଲେଖ। ପୁଣି ତୁମ୍ଭେ ଲେବୀର ଆଶାବାଡ଼ିରେ ହାରୋଣର ନାମ ଲେଖିବ। କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଆଶାବାଡ଼ି ହେବ। ସମାଗମ-ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁଖରେ ଏହିସବୁ ଆଶାବାଡ଼ି ସେହିଠାରେ ରଖ, ଯେଉଁ ସ୍ଥାନରେ ମୁଁ ତୁମ୍ଭ ସହିତ ଦେଖା କରେ। ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡ଼ି ପଲ୍ଲବିତ ହେବ। ଆଉ ଇସ୍ରାଏଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସେମାନେ ନିବୃତ୍ତ ରହିବେ।” ଯେତେବେଳେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, ସେମାନଙ୍କର ପିତୃଗୃହ ଅନୁସାରେ ସେମାନଙ୍କର ନେତୃବର୍ଗମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଶାବାଡ଼ି ନେଲେ। ଏହିରୂପେ ସେମାନେ ବାରଟି ଆଶାବାଡ଼ି ତାକୁ ଦେଲେ। ସେଥି ମଧ୍ୟରେ ହାରୋଣଙ୍କର ଏକ ଆଶାବାଡ଼ି ଥିଲା। ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖର ନିୟମ ତମ୍ବୁରେ ସମସ୍ତ ସହଯୋଗୀମାନଙ୍କୁ ରଖିଲେ। ଏହା ପରେ ଆରଦିନ ମୋଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କରି ସାକ୍ଷ୍ୟ ସିନ୍ଦୁକ ଦେଖିଲେ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡ଼ି ଅଙ୍କୁରିତ ହୋଇଅଛି, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ୱ ବାଦାମ ଫଳିଲା। ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହିସବୁ ଆଶାବାଡ଼ି ଆଣି ଇସ୍ରାଏଲର ସମସ୍ତ ଲୋକଙ୍କୁ ଦେଖାଇଲେ, ସେମାନେ ତାହା ଦେଖି ପ୍ରତ୍ୟେକେ ନିଜ ନିଜ ଆଶାବାଡ଼ି ନେଲେ। ତା’ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣଙ୍କ ଆଶାବାଡ଼ିକୁ ନିୟମ ତମ୍ବୁ ସମ୍ମୁଖରେ ରଖ। ଏହା ଆମ୍ଭ ବିରୁଦ୍ଧରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ୱରୂପ ରଖାଯିବ। ସେମାନେ ମୋ’ ବିରୁଦ୍ଧରେ ଅଭିଯୋଗରୁ ନିବୃତ୍ତ ହେବେ ଓ ମୁଁ ସେମାନଙ୍କୁ ଆଉ ହତ୍ୟା କରିବି ନାହିଁ।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ। ଏହା ପରେ ଇସ୍ରାଏଲର ଲୋକମାନେ ମୋଶାଙ୍କୁ କହିଲେ, “ଆମ୍ଭେ ଜାଣୁ ଆମ୍ଭେମାନେ ମରିବୁ। ଆମ୍ଭେମାନେ ବିନଷ୍ଟ ହୋଇଅଛୁ, ଆମ୍ଭେମାନେ ବିନଷ୍ଟ ହେବୁ। ଯେକେହି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ’ଣ ସତ୍ୟ ଆମ୍ଭେ ସମସ୍ତେ ପ୍ରାଣ ଛାଡ଼ି ବିନଷ୍ଟ ହେବା?” ଯାଜକମାନଙ୍କର ଓ ଲେବୀମାନଙ୍କର କାର୍ଯ୍ୟ ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ। ତୁମ୍ଭେ ଲେବୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସାହାଯ୍ୟ କରିବେ। ଯେତେବେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ। ସେମାନେ ତୁମ୍ଭକୁ ବିବରଣୀ ଦେବେ ଓ ପବିତ୍ର ତମ୍ବୁର ରକ୍ଷାର ଦାୟିତ୍ୱ ନେବେ। କିନ୍ତୁ ସେମାନେ ପବିତ୍ର ପାତ୍ର ନିକଟକୁ କିମ୍ବା ଯଜ୍ଞବେଦି ନିକଟକୁ ଯିବେ ନାହିଁ। ତେଣୁ ସେମାନେ ମରନ୍ତି ନାହିଁ, ତୁମ୍ଭେ ମଧ୍ୟ ନୁହଁ। ସେମାନେ ତୁମ୍ଭ ସହିତ ଯୋଗ ଦେଇ ତୁମ୍ଭର ସମସ୍ତ ସେବାକର୍ମ ସହିତ ସମାଗମ-ତମ୍ବୁର ରକ୍ଷଣୀୟ ଦାୟିତ୍ୱ ନେବେ। ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ। “ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ। ଆଉ ଆମ୍ଭେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭ ଭ୍ରାତୃଗଣ ଲେବୀମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ଯେପରି ସଦାପ୍ରଭୁଙ୍କର ଓ ସମାଗମ-ତମ୍ବୁର ସେବା କରି ପାରିବେ, ସେମାନେ ତୁମ୍ଭଙ୍କୁ ଉପହାର ସ୍ୱରୂପ ଦେଲେ। କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।” ତା’ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ମୋତେ ଦିଆଯାଇଥିବା ଉପହାରର ଦାୟୀତ୍ୱ ମୁଁ ତୁମ୍ଭକୁ ଦେଲି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ୟ ସେମାନଙ୍କର ଚିରସ୍ଥାୟୀ ଅଂଶ ହେବ। ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦ‌ଗ୍‌ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ। ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରତ୍ୟେକ ପୁରୁଷ ପବିତ୍ର ସ୍ଥାନରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହେବ। “ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ। “ଇସ୍ରାଏଲ ଲୋକମାନେ ମୋ’ ଉଦ୍ଦେଶ୍ୟରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦେଲୁ। ସେମାନେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱଫଳ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ, ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ବିଧିସମ୍ମତ ଶୁଚି ବ୍ୟକ୍ତି ତାହା ଭୋଜନ କରିବ। “ଇସ୍ରାଏଲରେ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ସମସ୍ତ ଦ୍ରବ୍ୟ ତୁମ୍ଭର ହେବ। ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍। ଯେତେବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା’ର ନିରୂପିତ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ। “ମାତ୍ର ତୁମ୍ଭେ ଗୋରୁ କିମ୍ବା ମେଷ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସେମାନେ ପବିତ୍ର, ତୁମ୍ଭେ ଯଜ୍ଞବେଦି ଉପରେ ସେମାନଙ୍କର ରକ୍ତ ଛିଞ୍ଚିବ ଏବଂ ସେମାନଙ୍କର ମେଦକୁ ଦ‌ଗ୍‌ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ହେବ। ଆଉ ସେମାନଙ୍କର ମାଂସ, ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହେବ। ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।” ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର। “ପୁଣି ଇସ୍ରାଏଲର ଲୋକମାନେ ଯେଉଁ ଏକ ଦଶମାଂଶ ଦେବେ, ଲେବୀ ଗୋଷ୍ଠୀର ଲୋକମାନେ ଏହା ଉପଭୋଗ କରିବେ, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେବାକାର୍ଯ୍ୟ ପାଇଁ ପରିଶୋଧରେ ମୁଁ ଏହା ଲେବୀୟମାନଙ୍କୁ ଦେଲି। ମାତ୍ର ଇସ୍ରାଏଲର ଅନ୍ୟମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। ସେମାନେ ଆସିଲେ ମରିବେ। ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ। କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀୟ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲି। ଏଣୁ ମୁଁ କହିଲି, ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ। ଠିକ୍ ଶସ୍ୟ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହେବ। ଏହିରୂପେ ତୁମ୍ଭେମାନେ ଇସ୍ରାଏଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦେବ। ଇସ୍ରାଏଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେବେ, ତୁମ୍ଭେମାନେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। “ମୋଶା ଲେବୀୟମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇସ୍ରାଏଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ୟ ଓ ଦ୍ରାକ୍ଷାରସ ତୁଲ୍ୟ ଗ୍ରହଣ କରାଯିବା ଉଚିତ୍। ପୁଣି ତୁମ୍ଭେମାନେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନରେ ତାହା ଭୋଜନ କରିବ। କାରଣ ତାହା ସମାଗମ-ତମ୍ବୁରେ କରିଥିବା ସେବାକାର୍ଯ୍ୟର ପୁରସ୍କାର ଅଟେ। ଆଉ ସେହି ଉତ୍ତମ ଦ୍ରବ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ତୁମ୍ଭେମାନେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ନ ମରିବ ସେଥିପାଇଁ ଇସ୍ରାଏଲ ଲୋକମାନଙ୍କର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।” ଲାଲରଙ୍ଗ ଗାଭୀର ଭସ୍ମ ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି ଆଜ୍ଞା ବିଧି ଦେଇ ଅଛନ୍ତି। ଇସ୍ରାଏଲର ଲୋକମାନଙ୍କୁ କୁହ, ଯାହାଠାରେ ଖୁଣ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ଲାଲ ରଙ୍ଗର ଗାଈ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। ତହୁଁ ତୁମ୍ଭେମାନେ ସେହି ଗାଈକୁ ଇଲିୟାସର ଯାଜକକୁ ଦେବ। ସେ ତାହାକୁ ଛାଉଣି ବାହାରକୁ ଆଣି ବଧ କରିବ। ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ। ଆଉ ଜଣେ ତାହାର ଦୃଷ୍ଟି ଗୋଚରରେ ସେହି ଗାଈକି ଦ‌ଗ୍‌ଧ କରିବ, ସେ ତାହାର ଗୋମୟ ସହିତ ଚର୍ମ, ମାଂସ ଓ ରକ୍ତ ଦ‌ଗ୍‌ଧ କରିବ। ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ। ତା’ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା’ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯେଉଁ ଲୋକ ସେହି ଗାଈକି ଦ‌ଗ୍‌ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଏହା ପରେ କୌଣସି ଶୁଚିଲୋକ ସେହି ଗାଈର ଭସ୍ମ ସଂଗ୍ରହ କରି ଛାଉଣି ବାହାରେ କୌଣସି ଶୁଚି ସ୍ଥାନରେ ରଖିବ। ସେହି ଭସ୍ମ ଇସ୍ରାଏଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାଯିବ। ତାହା ଶୁଚି କରଣାର୍ଥେ ଉତ୍ସର୍ଗ ଅଟେ। “ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ। ଯଦି କେହି କୌଣସି ମନୁଷ୍ୟର ଶବ ଛୁଏଁ, ତେବେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା’ର ଅଶୌଚ ତାହାଠାରେ ରହିବ। “କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ। ଢାଙ୍କୁଣି ନ ଥିବା ପ୍ରତ୍ୟେକ ମେଲାପାତ୍ର ଅଶୁଚି ହେବ। ପୁଣି କେହି ଯଦି ଖୋଲା କ୍ଷେତ୍ରରେ ଯୁଦ୍ଧରେ ନିହତ ମୃତ ଦେହ, ମନୁଷ୍ୟ ଅସ୍ଥି କିମ୍ବା କବର ଛୁଏଁ, ତେବେ ସେ ସାତ ଦିନ ଯାଏ ଅଶୁଚି ରହିବ। “ପୁଣି ଲୋକମାନେ ସେହି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦ‌ଗ୍‌ଧ ଭସ୍ମ ନେବେ ଓ ତାକୁ ଏକ ପାତ୍ରରେ ରଖି ପ୍ରବାହଜଳ ସେଥିରେ ଢାଳିବେ। ତା’ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ। “ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ। “ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି। ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।” ମରିୟମର ମୃତ୍ୟୁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା। ମୋଶାଙ୍କର ଭ୍ରମ ସେହି ସ୍ଥାନରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ରିତ ହେଲେ। ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ। ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଗ୍ଭହୁଁଛ ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏଠାରେ ମରିବୁ? ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।” ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସେମାନଙ୍କ ପ୍ରତି ପ୍ରକାଶିତ ହେଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆଶାବାଡ଼ି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭେମାନେ ସେମାନଙ୍କ ସମ୍ମୁଖରେ ସେହି ଶୈଳକୁ ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ସେହି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସେମାନଙ୍କର ପଶୁଗଣଙ୍କୁ ଜଳ ପାନ କରାଇବ।” ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ସମ୍ମୁଖରେ ପଡ଼ିଥିବା ଆଶାବାଡ଼ି ନେଲେ। ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।” ଏହା ପରେ ମୋଶା ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡ଼ିରେ ସେହି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସେମାନଙ୍କର ପଶୁଗଣ ଜଳପାନ କଲେ। ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ସମ୍ମୁଖରେ ମୋ’ଠାରେ ବିଶ୍ୱାସ କଲ ନାହିଁ ଏବଂ ଲୋକମାନଙ୍କ ଆଗରେ ମୋତେ ପବିତ୍ର ରୂପେ ସମ୍ମାନ ଦେଲ ନାହିଁ। ଏଣୁ ତୁମ୍ଭେମାନେ ଏହି ଲୋକମାନଙ୍କୁ ସେହି ଦେଶ ଭିତରକୁ ନେବ ନାହିଁ, ଯାହା ମୁଁ ସେମାନଙ୍କୁ ଦେଇଛି।” ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ। ଇଦୋମ ଇସ୍ରାଏଲକୁ ଯିବାକୁ ନ ଦେବା ଅନନ୍ତର ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, “ତୁମ୍ଭର ଭ୍ରାତା ଇସ୍ରାଏଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଳେଶ ଘଟି ଅଛି ଜାଣ। ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ। ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ। ଆମ୍ଭେ ବିନୟ କରୁଅଛୁ, ଦୟାକରି ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦେଇ ଯିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ କେବଳ ରାଜପଥ ଦେଇ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ଯ୍ୟନ୍ତ ଦକ୍ଷିଣ କିମ୍ବା ବାମକୁ ଯିବୁ ନାହିଁ।” କିନ୍ତୁ ଇଦୋମ କହିଲେ, “ତୁମ୍ଭେମାନେ ଆମ୍ଭ ଦେଶ ମଧ୍ୟଦେଇଯିବ ନାହିଁ, ଗଲେ ଆମ୍ଭେ ଖ‌ଡ଼୍‌ଗ ନେଇ ତୁମ୍ଭ ବିରୁଦ୍ଧରେ ଲଢ଼ିବା।” ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭେମାନେ କେବଳ ତୁମ୍ଭ ସଡ଼କ ଦେଇ ଯିବୁ। ଯଦି ଆମ୍ଭେମାନେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ, ଆମ୍ଭେମାନେ କେବଳ ତୁମ୍ଭ ଦେଶ ଦେଇ ପାଦରେ ଯିବୁ। ଆମ୍ଭେମାନେ ଆଉକିଛି କରିବୁ ନାହିଁ।” ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, “ନା!” ତା’ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ନେଇ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ବାହାରିଲେ। ଏହିପରି ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେଲେ ନାହିଁ। ତେଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଯାଇ ଅନ୍ୟ ବାଟରେ ଗଲେ। ହାରୋଣଙ୍କ ମୃତ୍ୟୁ ସମସ୍ତ ଇସ୍ରାଏଲର ଲୋକମାନେ କାଦେଶରୁ ହୋର ପର୍ବତକୁ ଯାତ୍ରା କଲେ। ହୋର ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ହାରୋଣର ଏହା ମୃତ୍ୟୁ ସମୟ ଓ ସେ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବ। ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମୋ’ ବିରୁଦ୍ଧରେ ବିଦ୍ରୋହ କଲ। “ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିୟାସରକୁ ହୋର ପର୍ବତ ଉପରକୁ ନେଇଯାଅ। ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢ଼ିନେବା ଉଚିତ୍ ଓ ତା’ର ପୁତ୍ର ଇଲିୟାସରକୁ ସେଗୁଡ଼ିକ ପିନ୍ଧାଇ ଦେବା ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ଯିବ।” ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶା, ହାରୋଣ ଓ ଇଲିୟାସର ଇସ୍ରାଏଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖରେ ହୋର ପର୍ବତକୁ ଉଠିଲେ। ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା’ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ। ଇସ୍ରାଏଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ୟୁ ଜାଣିଲେ। ତେଣୁ ପ୍ରତ୍ୟେକ ଇସ୍ରାଏଲୀୟ ତିରିଶ୍ ଦିନ ପର୍ଯ୍ୟନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ। କିଣାନବଂଶୀୟଙ୍କ ସହିତ ଯୁଦ୍ଧ କିଣାନ ବଂଶୀୟ ରାଜା ଆରାଦ ଦକ୍ଷିଣ ପ୍ରଦେଶରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇସ୍ରାଏଲର ଲୋକମାନେ ଅଥାରୀମର ପଥ ଦେଇ ଆସୁଛନ୍ତି। ତେଣୁ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବନ୍ଦୀ କଲେ। ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।” ତହୁଁ ସଦାପ୍ରଭୁ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେ କିଣାନୀୟମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ସମସ୍ତ ନଗର ବର୍ଜ୍ଜନୀୟ ରୂପେ ବିନାଶ ହେଲା। ତେଣୁ ସେହି ସ୍ଥାନର ନାମ ହର୍ମା ହେଲା। ପିତ୍ତଳ ସର୍ପ ତା’ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।” ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ। ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ। ମୋୟାବକୁ ଯାତ୍ରା ଅନନ୍ତର ଇସ୍ରାଏଲର ଲୋକମାନେ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ। ତାହାପରେ ଓବୋତରୁ ଯାତ୍ରା କରି ପୂର୍ବ ଦିଗରେ ମୋୟାବର ପୂର୍ବଦିଗସ୍ଥିତ ମରୁଭୂମିରେ ଇୟୀଅବାରୀମରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ। ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣ୍ଣୋନ ନଦୀର ଅନ୍ୟ ପାର୍ଶ୍ୱ ମରୁଭୂମିରେ ଛାଉଣି ସ୍ଥାପନ କଲେ। କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା। ଏଥିନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା: “ଘୂର୍ଣିବାୟୁରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା। ଘାଟିର ଗଡ଼ାଣିଗୁଡ଼ିକ ଯେଉଁଗୁଡ଼ିକ ଆରର ନିବାସ ଆଡ଼େ ଯାଇଥିଲା ଏବଂ ସେଗୁଡ଼ିକ ମୋୟାବର ସୀମାରେ ଅବସ୍ଥିତ ଥିଲା।” ସେଠାରୁ ସେମାନେ ବେର ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର। ମୁଁ ସେମାନଙ୍କୁ ଜଳ ଦେବି।” ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାଇଲେ: “ହେ କୂପଜଳ, ଉଚ୍ଛୁଳିଉଠ, ତହିଁ ଉଦ୍ଦେଶ୍ୟରେ ଗାନ କର। ରାଜାମାନେ ଓ ଅଧିପତିମାନେ ସେହି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସେମାନଙ୍କର ଆଶାବାଡ଼ିରେ ଓ ରାଜଦଣ୍ଡରେ ତାହା ଖୋଳିଛନ୍ତି। ଏହା ମରୁଭୂମି ମଧ୍ୟରେ ଏକ ଉପହାର ଅଟେ।” ଲୋକମାନେ ମତ୍ତାନରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ ଯାତ୍ରା କଲେ। ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା। ସୀହୋନ ଓ ଓଗ ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ, “ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।” ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ। ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା’ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ। ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହି‌ଷ୍‌ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ। କାରଣ ହି‌ଷ୍‌ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ। ଏଥିନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହି‌ଷ୍‌ବୋନକୁ ଆସ, ସୀହୋନ ନଗର ନିର୍ମିତ ହେଉ ଓ ଦୃଢ଼ିଭୂତ ହେଉ। ହି‌ଷ୍‌ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି। ଏକ ଶିଖା ସୀହୋନ ନଗରରୁ ବାହାରିଲା। ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା। ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ। ତା’ର ପୁତ୍ରଗଣ ପଳାୟନ କରିଛନ୍ତି, ତା’ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି। ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହି‌ଷ୍‌ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି। ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ। ହି‌ଷ୍‌ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା। ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।” ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ। ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ। ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହି‌ଷ୍‌ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।” ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ। ବିଲିୟମ ଓ ମୋୟାବର ରାଜା ତା’ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସି‌ପ୍‌ପୋରର ପୁତ୍ର ବାଲାକ୍ ଦେଖିଲେ। ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ। ମୋୟାବ ମିଦିୟନୀୟ ପ୍ରାଚୀନଗଣକୁ କହିଲେ ଯେ, “ଏହିସବୁ ଲୋକମାନେ ଗାଈପରି ସମଗ୍ର ଇସ୍ରାଏଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଗ୍ଭଟିଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଗ୍ଭଟି ପକାଇବେ।” ସେ ସମୟରେ ବାଲାକ୍ ମୋୟାବର ରାଜା ଥିଲେ। ସେ ସି‌ପ୍‌ପୋର ପୁତ୍ର ଥିଲେ। ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲା‌କ୍‌‌ର ବାର୍ତ୍ତା ଥିଲା, “ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି। ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।” ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ। ତହୁଁ ବିଲିୟମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି।” ତହୁଁ ମୋୟାବର ଅଧିପତିମାନେ ବିଲିୟମ ସହିତ ରାତ୍ରି ଯାପନ କଲେ। ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?” ବିଲିୟମ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସି‌ପ୍‌ପୋରର ପୁତ୍ର ବାଲାକ୍ ମୋ’ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି। ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ସେମାନେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମୋ’ ତରଫରୁ ସେମାନଙ୍କୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମର୍ଥ ହେବୁ ଓ ସେମାନଙ୍କୁ ତଡ଼ି ଦେଇ ପାରିବୁ।” କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।” ଏଥିରେ ବିଲିୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଦେଶକୁ ଗ୍ଭଲିଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ।” ତେଣୁ ମୋୟାବର ଅଧିପତିମାନେ ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲିୟମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।” ଏହା ପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିୟମ ନିକଟକୁ ପଠାଇଲେ। ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସି‌ପ୍‌ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ। ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।” ଏଥିରେ ବିଲିୟମ ବାଲା‌କ୍‌‌ର ଦାସମାନଙ୍କୁ କହିଲେ, “ଯଦି ବାଲାକ୍ ସୁନା, ରୂପାରେ ପରିପୂର୍ଣ୍ଣ ନିଜର ଗୃହକୁ ମୋତେ ଦେଇ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଜ୍ଞା ବାହାରକୁ ଯାଇ ପାରିବି ନାହିଁ। ମାତ୍ର ମୁଁ ତୁମ୍ଭମାନଙ୍କୁ ବିନୟ କରୁଛି, ତୁମ୍ଭେମାନେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠାରେ ରୁହ। ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି।” ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।” ବିଲିୟମ ଓ ତାଙ୍କର ଗଧ ତା’ ପରଦିନ, ବିଲିୟମ ନିଜର ଗଧ ଉପରେ ଆରୋହଣ କରି ମୋୟାବର ଅଧିପତିମାନଙ୍କ ସହିତ ଗମନ କଲେ। ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ। ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖ‌ଡ଼୍‌ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା। ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ। ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମର ଗୋଡ଼ କାନ୍ଥରେ ଘସି ହୋଇଗଲା। ତେଣୁ ସେ ପୁନର୍ବାର ଗଧକୁ ଗ୍ଭବୁକ ମାରିଲେ। ଏହା ପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଗଧକୁ ବାମ କିମ୍ବା ଡାହାଣକୁ ଫେରିବାର ସ୍ଥାନ ନ ଥିଲା। ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମକୁ ପିଠିରେ ଧରି ତଳେ ଶୋଇ ପଡ଼ିଲା। ଏଥିରେ ବିଲିୟମର କ୍ରୋଧ ପ୍ରଜ୍ୱଳିତ ହେଲା ଓ ଗଧକୁ ଆପଣା ଆଶାବାଡ଼ିରେ ପ୍ରହାର କଲେ। ତହୁଁ ସଦାପ୍ରଭୁ ଗଧ ମୁଖରେ ଭାଷା ଦେଲେ, ତେଣୁ ସେ ବିଲିୟମକୁ କହିଲା, “ମୁଁ ତୁମ୍ଭର କ’ଣ କଲି? କାହିଁକି ତୁମ୍ଭେ ରାଗି ମୋତେ ତିନିଥର ପ୍ରହାର କଲ?” ତହୁଁ ବିଲିୟମ ଗଧକୁ କହିଲା, “କାରଣ ତୁମ୍ଭେ ମୋତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମୋ’ ହାତରେ ଖଣ୍ତା ଥା’ନ୍ତା, ମୁଁ ତୋତେ ବର୍ତ୍ତମାନ ହତ୍ୟା କରିଥା’ନ୍ତି।” ପୁଣି ଗଧ ବିଲିୟମକୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯେଉଁ ଗଧ ଉପରେ ଚଢ଼ି ଆସିଅଛ, ମୁଁ କ’ଣ ତୁମ୍ଭର ସେହି ଗଧ ନୁହେଁ? ମୁଁ କ’ଣ ଅତୀତରେ ତୁମ୍ଭ ପ୍ରତି କେବେ ଏପରି ବ୍ୟବହାର କରିଥିଲି?” ତହୁଁ ସେ କହିଲା, “ନା।” ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖ‌ଡ଼୍‌ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, “ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତ୍ରୁରୂପେ ଆସିଅଛି, ଯେହେତୁ ତୁମ୍ଭର ଯାତ୍ରା ଭୁଲ୍ ଅଟେ। ତୁମ୍ଭର ଗଧ ମୋତେ ଦେଖି ତିନିଥର ମୋ’ ସମ୍ମୁଖରୁ ଗ୍ଭଲିଗଲା। ସେ ଯେବେ ମୋ’ ସମ୍ମୁଖରୁ ଫେରି ଯାଇ ନ ଥା’ନ୍ତା, ତେବେ ନିଶ୍ଚୟ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥା’ନ୍ତି।” ତହୁଁ ବିଲିୟମ ସଦାପ୍ରଭୁଙ୍କ ଦୂତକୁ କହିଲା, “ମୁଁ ପାପ କରିଅଛି, କାରଣ ତୁମ୍ଭେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ। ଏହା ମୁଁ ଜାଣି ନ ଥିଲି। ମୋ’ ଯାତ୍ରା ଯଦି ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଗୃହକୁ ଫେରିଯିବି।” ତା’ପରେ ସଦାପ୍ରଭୁଙ୍କ ଦୂତ ବିଲିୟମକୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ।” ତହୁଁ ବିଲିୟମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା। ବାଲାକ୍ ଶୁଣିଲା ଯେ, ବିଲିୟମ ଆସୁଅଛି, ତେଣୁ ସେ (ବାଲାକ୍) ମୋୟାବ ନଗରକୁ ବିଲିୟମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣ୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତରେ ସେହି ନଗର ଥିଲା। ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?” ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।” ଏହା ପରେ ବିଲିୟମ ବାଲାକ୍ ସହିତ ଗମନ କରି କିରିୟତ ହୁଷୋତରେ ଉପସ୍ଥିତ ହେଲା। ତହୁଁ ବାଲାକ୍ କିଛି ଗାଈ ଓ ମେଷ ବଳିଦାନ କରି ବିଲିୟମ ତାହାର (ବାଲାକ୍) ସଙ୍ଗୀ ଅଧିପତିମାନଙ୍କୁ ମାଂସ ଦେଲେ। ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ। ବିଲିୟମର ପ୍ରଥମ ବାର୍ତ୍ତା ତା’ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।” ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ। ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।” ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାକୁ କହିଲେ, “ତୁମ୍ଭେ ବାଲାକ୍ ନିକଟକୁ ଫେରିଯାଅ, ତାକୁ ଏହିରୂପେ କୁହ।” ତେଣୁ ବିଲିୟମ ବାଲାକ୍ ନିକଟକୁ ଫେରି ଯାଇ ଦେଖିଲେ, ବାଲାକ୍ ତଥାପି ଯଜ୍ଞବେଦି ନିକଟରେ ଛିଡ଼ା ହୋଇଛନ୍ତି ଓ ମୋୟାବର ଅଧିପତିଗଣ ତାଙ୍କ ସହିତ ଛିଡ଼ା ହୋଇ ଅଛନ୍ତି। ତହୁଁ ବିଲିୟମ କହିଲେ, “ମୋୟାବର ରାଜା ବାଲାକ୍, ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି। ‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ। ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’ ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି ମୁଁ କିପରି ତାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି? ମୁଁ ସେମାନଙ୍କୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସେମାନଙ୍କୁ ଗିରି ଶ୍ରେଣିରୁ ଦେଖୁଅଛି। ସେମାନେ ନିଜ ପାଇଁ ବଞ୍ଚନ୍ତି। ସେମାନେ ନିଜକୁ ଦେଶର ଏକ ଅଂଶ ବୋଲି ବିବେଚନା କରନ୍ତି ନାହିଁ। ଯାକୁବର ପରିବାରକୁ କିଏ ଗଣିପାରିବ? ଯେହେତୁ ସେମାନେ ଧୂଳି କଣିକାପରି? ଏପରିକି ଇସ୍ରାଏଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ୟ କେହି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ୟ ରୂପେ ମୋତେ ମରିବାକୁ ଦିଅ। ମୋର ଭବିଷ୍ୟଦ୍ ଇସ୍ରାଏଲର ତୁଲ୍ୟ ହେଉ।” ଏଥିରେ ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କ’ଣ କଲ? ଆମ୍ଭେ ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ କଲ।” ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?” ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।” ବାଲାକ୍ ବିଲିୟମକୁ ପି‌ସ୍‌ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ। ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।” ସଦାପ୍ରଭୁ ବିଲିୟମ ସହିତ ସାକ୍ଷାତ କଲେ ଓ ତାହାର ମୁଖରେ ବାକ୍ୟ ଦେଲେ, “ତୁମ୍ଭେ ବାଲାକ୍ ନିକଟକୁ ଯାଅ ଏବଂ ତାକୁ ଏହା କୁହ। ତହୁଁ ସେ ବାଲାକ୍ ନିକଟକୁ ଫେରି ଆସିଲେ ଏବଂ ତାକୁ ନିଜର ଯଜ୍ଞବେଦି ନିକଟରେ ଛିଡ଼ା ହୋଇଥିବାର ଦେଖିଲେ। ମୋୟାବର କୁଳୀନମାନେ ମଧ୍ୟ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କ’ଣ କହିଲେ?” ବିଲିୟମଙ୍କ ଦ୍ୱିତୀୟବାର୍ତ୍ତା ତା’ପରେ ବିଲିୟମ କହିଲେ, “ହେ ବାଲାକ୍, ଉଠ ଏବଂ ମୋ’ କଥା ଶୁଣ, ହେ ସି‌ପ୍‌ପୋରର ପୁତ୍ର, ଦୟାକରି ମୋ’ କଥାକୁ ତୁମ୍ଭର କର୍ଣ୍ଣ ଦିଅ। ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା! ଦେଖ, ସଦାପ୍ରଭୁ ମୋତେ ଆଶୀର୍ବାଦ କରିବାକୁ ଆଜ୍ଞା ଦେଇଛନ୍ତି। ସେ ନିଜେ ମଧ୍ୟ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନ ପାରେ। ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇସ୍ରାଏଲ ମଧ୍ୟରେ ପାପ ଦେଖି ନାହାନ୍ତି। ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କ ରାଜାଙ୍କର ଜୟଧ୍ୱନୀ ସେମାନଙ୍କ ମଧ୍ୟରେ ଥିଲା। ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣି ଅଛନ୍ତି। ସେମାନେ ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ। କୈଣସି ଶକ୍ତି ଯାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇସ୍ରାଏଲକୁ ନିବୃତ୍ତ କରି ପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ; ‘ପରମେଶ୍ୱର କି କର୍ମ କରିଅଛନ୍ତି।’ ଦେଖ ସେହି ଲୋକମାନେ ସିଂହ ବିକ୍ରମରେ ଲଢ଼ୁଛନ୍ତି। ସେମାନେ ସିଂହ ପରି ଉଠୁଛନ୍ତି। ଯେପର୍ଯ୍ୟନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ, ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ।” ଅନନ୍ତର ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।” ବିଲିୟମ ବାଲା‌କ୍‌‌କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।” ତା’ପରେ ବାଲାକ୍ ବିଲିୟମକୁ କହିଲେ, “ମୁଁ ବିନୟ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବି। ଏହା ଏପରି ହୋଇପାରେ, ପରମେଶ୍ୱର ଦୟାପୂର୍ବକ ହୋଇ ସେ ସ୍ଥାନରେ ତୁମ୍ଭକୁ ଶାପ ଦେବାକୁ ଅନୁମତି ଦେଇ ପାରନ୍ତି।” ଏଣୁ ବାଲାକ୍ ବିଲିୟମ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ। ତହୁଁ ବିଲିୟମ ବାଲା‌କ୍‌‌କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।” ତେଣୁ ବାଲାକ୍ ସେହି ଅନୁସାରେ କଲେ ଓ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ। ବିଲିୟମଙ୍କ ତୃତୀୟ ବାର୍ତ୍ତା ବିଲିୟମ ହୃ‌ଦ୍‌ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା। ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା’ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା। ଆଉ ବିଲିୟମ କହିଲା, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ। ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ। ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା’ର ଚକ୍ଷୁଗୁଡ଼ିକ ଖୋଲା ଥିଲା। “ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କେଡ଼େ ମନୋହର। ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ। ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ, ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ, ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ, ସେମାନଙ୍କର ରାଜ୍ୟ ଉନ୍ନତ ହେବ। “ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣିଛନ୍ତି। ସେମାନେ, ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ। ସେମାନେ ସେମାନଙ୍କର ବିରୋଧୀମାନଙ୍କୁ ପରାସ୍ତ କରିବେ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ୱାରା ସେମାନଙ୍କୁ ଭେଦ କରିବେ। “ଇସ୍ରାଏଲ ବସିପଡ଼ୁଛି ଓ ସିଂହତୁଲ୍ୟ ଶୟନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକେହି ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହେବ। ଯେକେହି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହେବ।” ବାଲାକ୍ ବିଲିୟମକୁ ରାଗିଗଲା। ବାଲାକ୍ ବିଲିୟମକୁ କହିଲା, “ମୁଁ ମୋର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ନିମନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସେମାନଙ୍କୁ ତିନିଥର ଆଶୀର୍ବାଦ କଲ। ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।” ତହୁଁ ବିଲିୟମ ବାଲା‌କ୍‌କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି। ‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’ ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।” ବିଲିୟମଙ୍କ ଶେଷବାର୍ତ୍ତା ଏଥିରେ ବିଲିୟମ କହିଲେ, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା। ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ। ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ। ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା’ର ଆଖିଗୁଡ଼ିକ ଖୋଲିଥାଏ। “ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ‌‌ଉ‌‌ତ୍‌‌ଥିତ‌ ହେବ। ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ। ଇସ୍ରାଏଲ ଶକ୍ତିଶାଳୀ ହେବ। ସେ ଇଦୋମ ଅଧିକାର କରିବ। ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ। “ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ। ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।” ଏହା ପରେ ସେ ଅମାଲେକ ପ୍ରତି ଦୃଷ୍ଟିକରି ଗୀତରେ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା। ମାତ୍ର ତାହା ମଧ୍ୟ ବିନଷ୍ଟ ହେବ।” ତହୁଁ ସେ କେନୀୟମାନଙ୍କ ଆଡ଼କୁ ମୁହଁ କରି କହିଲା, “ତୁମ୍ଭେ ଭାବୁଛ, ତୁମ୍ଭର ଦେଶ ଅତି ଦୃଢ଼ ଓ ତୁମ୍ଭର ଗୃହଗୁଡ଼ିକ ପଥୁରିଆ ଜାଗାର ଶୀର୍ଷରେ ଥିବା ପକ୍ଷୀବସା ପରି। କିନ୍ତୁ କେନୀୟମାନେ କ୍ଷୟପ୍ରାପ୍ତ ହେବେ। ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।” ତା’ପରେ ବିଲିୟମ କହିଲା, “ଯେତେବେଳେ ପରମେଶ୍ୱର ଏହା କରନ୍ତି, ସେତେବେଳେ କିଏ ବଞ୍ଚିବ? ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।” ତା’ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା। ପିୟୋରରେ ଇସ୍ରାଏଲ ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ। ସେମାନଙ୍କର ଭଣ୍ତ ଦେବତାଙ୍କୁ ବଳିଦେବା ନିମନ୍ତେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ବଳିଦାନ ଭୋଜନ କଲେ ଓ ସେମାନଙ୍କ ଭଣ୍ତ ଦେବତାଗଣଙ୍କୁ ପୂଜା କଲେ। ଇସ୍ରାଏଲ ନିଜକୁ ବାଲପୟୋରଙ୍କ ସହିତ ଯୋଗ ଦେଇଥିଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ସହିତ ବହୁତ କ୍ରୋଧ କଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।” ତେଣୁ ମୋଶା ଇସ୍ରାଏଲର ନେତୃବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ପରିବାର ବାଲପିୟୋର ସହିତ ଯୋଗ ଦେଇଥିବା ଲୋକମାନଙ୍କୁ ବାହାର କର ଓ ସେମାନଙ୍କୁ ହତ୍ୟା କର।” ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିୟନୀୟା ସ୍ତ୍ରୀ କି ଆଣିଲା। ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ବିଳାପ କରୁଥିଲେ। ତେଣୁ ହାରୋଣ ଯାଜକର ପୌତ୍ର, ଇଲିୟାସରର ପୁତ୍ର ପୀନହସ୍ ତାହା ଦେଖି ମଣ୍ତଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। ତା’ପରେ ସେ ତମ୍ବୁ ଭିତରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପେଟକୁ ବର୍ଚ୍ଛାରେ ବିଦୀର୍ଣ୍ଣ କଲା, ଫଳରେ ଇସ୍ରାଏଲ ମଧ୍ୟରେ ମହାମାରୀ ବନ୍ଦ ହୋଇ ଗଲା। ତଥାପି ଏହି ମହାମାରୀରେ 24,000 ଲୋକ ମରିଥିଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ପୀନହସ୍ ଯାଜକ ହାରୋଣର ନାତି ଏବଂ ଇଲିୟାସରର ପୁତ୍ର ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧ ଦେଖାଇବା ପାଇଁ ମୋତେ ଅଟକାଇଲେ। ମୋତେ କ୍ରୋଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ୍ ସେଥିରେ ବ୍ୟତିବ୍ୟସ୍ତ ହୋଇଗଲେ। ତେଣୁ ମୁଁ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ହତ୍ୟା କଲି ନାହିଁ। ପୀନହ‌ସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶେଷ ପ୍ରତିଜ୍ଞା କରୁଛି। ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।” ଇସ୍ରାଏଲର ଯେଉଁ ପୁରୁଷ ମିଦିୟନୀୟ ସ୍ତ୍ରୀ ସହିତ ନିହତ ହୋଇଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂ ଶିମିୟୋନ ପରିବାରବର୍ଗର ନେତୃବର୍ଗ ଥିଲେ। ପୁଣି ସେହି ମିଦିୟନୀୟା ସ୍ତ୍ରୀଲୋକ ଯିଏ ଇସ୍ରାଏଲର ପୁତ୍ର କସବୀ ସହିତ ହତ ହୋଇଥିଲା, ସେ ସୂରର କନ୍ୟା ଥିଲା। ସୂର ମିଦିୟନୀୟ ପରିବାରବର୍ଗର ଏକ ମୁଖ୍ୟ ଥିଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଦିୟନୀୟ ଲୋକମାନେ ତୁମ୍ଭର ଶତ୍ରୁ ତୁମ୍ଭେ ସେମାନଙ୍କୁ ବଧ କର। ସେମାନେ ପିୟୋରରେ ତୁମ୍ଭକୁ ଠକି ଦେଲେ। ସେମାନେ ମିଦିୟନୀୟ ନେତାର କନ୍ୟା କସବୀ ସହିତ ତୁମ୍ଭକୁ ଠକି ଦେଇଛନ୍ତି। ସେହି ସ୍ତ୍ରୀ ଲୋକଟି ମହାମାରୀରେ ନିହତ ହେଲା। ଯାହା ପିୟୋରରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।” ଲୋକମାନଙ୍କର ଗଣନା ମହାମାରୀ ପରେ, ସଦାପ୍ରଭୁ ମୋଶା ଓ ହାରୋଣର ପୁତ୍ର ଯାଜକ ଇଲିୟାସରକୁ କହିଲେ, “ଇସ୍ରାଏଲର ପୁରୁଷ ଲୋକମାନଙ୍କ ମଧ୍ୟରୁ ନିଜ ନିଜ ପିତୃଗୃହାନୁସାରେ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ସୈନ୍ୟଶ୍ରେଣୀରେ ଭୁକ୍ତ କରିବାକୁ ଗଣନା କର।” ମୋଶା ଓ ଇଲିୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପର ଇସ୍ରାଏଲର ଲୋକମାନଙ୍କୁ ମୋୟାବ ପଦାରେ ଏହା କହିଲେ। “ସେମାନେ କହିଲେ, ଯେଉଁ ପୁରୁଷମାନେ କୋଡ଼ିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସେହି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମୋଶାଙ୍କୁ ଆଦେଶ କରିଥିଲେ, ଯେତେବେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।” ରୁବେନ୍ ଇସ୍ରାଏଲର ପ୍ରଥମ ପୁତ୍ର। ରୁବେ‌ନ୍‌ର ପୁତ୍ରଗଣ ଓ ଗୋଷ୍ଠୀଗୁଡ଼ିକ ହେଲେ, ହନୋକରୁ ହନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ। ହିଷ୍ରୋଣଠାରୁ ହିଷ୍ରୋଣୀୟ ପରିବାର; କର୍ମ୍ମୀଠାରୁ କର୍ମ୍ମୀୟ ପରିବାର। ଏମାନେ ହେଲେ ରୁବେ‌ନ୍‌ର ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ୟା ହେଲା 43,730 ପଲ୍ଲୂର ସନ୍ତାନ ଇଲୀୟାବ। ଆଉ ଇଲୀୟାବର ତିନିପୁତ୍ର ଯଥା: ନମୂୟେଲ, ଦାଥନ୍ ଓ ଅବୀରାମ। କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଯାଇଥିଲେ। ସେତେବେଳେ ପୃଥିବୀ ସେମାନଙ୍କୁ ଓ କୋରହକୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ପରେ ସେମାନେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କେତ ଚିହ୍ନ ସ୍ୱରୂପ ଥିଲା। କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ। ଏହି ପୁରୁଷମାନେ ହେଲେ ଶିମିୟୋନର ପରିବାରବର୍ଗ। ନମୂୟେଲଠାରୁ ନମୂୟେଲୀୟ ଗୋଷ୍ଠୀ ଏବଂ ଯାମୀନଠାରୁ ଯାମୀନୀୟ ଗୋଷ୍ଠୀ ଏବଂ ଯାଖୀନଠାରୁ ଯାଖୀନୀୟ ଗୋଷ୍ଠୀ। ସେରହଠାରୁ ସେରହୀୟ ଗୋଷ୍ଠୀ; ଶୌଲଠାରୁ ଶୌଲୀୟ ଗୋଷ୍ଠୀ, ଶିମିୟୋନୀୟ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 22,200 ଥିଲା। ଗାଦ୍ ପରିବାରବର୍ଗର ଏହି ସନ୍ତାନଗଣ ହେଲେ: ସିଫୋନଠାରୁ ସିଫୋନୀୟ ଗୋଷ୍ଠୀ; ହଗିଠାରୁ ହଗୀୟ ଗୋଷ୍ଠୀ; ଶୂନିଠାରୁ ଶୂନୀୟ ଗୋଷ୍ଠୀ; ଓଷ୍ଣିଠାରୁ ଉଷ୍ଣୀୟ ଗୋଷ୍ଠୀ; ଏରିଠାରୁ ଏରୀୟ ଗୋଷ୍ଠୀ। ଅରୋଦିଠାରୁ ଅରୋଦୀୟ ଗୋଷ୍ଠୀ; ଅରେଲିଠାରୁ ଅରେଲୀୟ ଗୋଷ୍ଠୀ; ଗାଦ୍ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 40,500ଥିଲେ। ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶେଲାଠାରୁ ଶେଲାୟୀୟ ଗୋଷ୍ଠୀ, ପେରସଠାରୁ ପେରସୀୟ ଗୋଷ୍ଠୀ; ସେରହଠାରୁ ସେରହୀୟ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶରେ ହତ୍ୟା କରାଯାଇଥିଲେ। *** ଏହି ସକଳ ସନ୍ତାନଗଣ ହେଲେ ପେରସ ଗୋଷ୍ଠୀ: ହିଷ୍ରୋଣଠାରୁ ହିଷ୍ରୋଣୀୟ ଗୋଷ୍ଠୀ; ହାମୂଲଠାରୁ ହାମୂଲୀୟ ଗୋଷ୍ଠୀ। ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 76,500 ଥିଲେ। ଇଷାଖର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ତୋଲୟଠାରୁ ତୋଲୟୀୟ ଗୋଷ୍ଠୀ; ପୂୟଠାରୁ ପୂୟୀୟ ଗୋଷ୍ଠୀ। ଯାଶୂବଠାରୁ ଯାଶୂବୀୟ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀୟ ଗୋଷ୍ଠୀ। ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 64,300 ଥିଲେ। ସବୁଲୂନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ସେରଦଠାରୁ ସେରଦୀୟ ଗୋଷ୍ଠୀ; ଏଲୋନଠାରୁ ଏଲୋନୀୟ ଗୋଷ୍ଠୀ, ଯହଲେଲଠାରୁ ଯହଲେଲୀୟ ଗୋଷ୍ଠୀ। ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 60,500 ହେଲେ। ଯୋଷେଫଙ୍କ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରୟିମ। ଏମାନେ ପ୍ରତ୍ୟେକ ଏକ ଏକ ପରିବାରବର୍ଗ ହେଲେ। ମନଃଶି ପରିବାରଗୁଡ଼ିକ ହେଲେ: ମାଖୀରଠାରୁ ମାଖୀରୀୟ ଗୋଷ୍ଠୀ ମାଖୀରର ପୁତ୍ର ଗିଲିୟଦ, ଗିଲିୟଦଠାରୁ ଗିଲିୟଦୀୟ ଗୋଷ୍ଠୀ। ଗିଲିୟଦ ପରିବାରବର୍ଗ ହେଲେ: ଇୟେଷରଠାରୁ ଇୟେଷ୍ରୀୟ ଗୋଷ୍ଠୀ; ହେଲେକଠାରୁ ହେଲକୀୟ ଗୋଷ୍ଠୀ: ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ଗୋଷ୍ଠୀ; ଶେଖମଠାରୁ ଶେଖମୀୟ ଗୋଷ୍ଠୀ; ଶମୀଦଠାରୁ ଶମୀଦାୟୀୟ ଗୋଷ୍ଠୀ; ହେଫରଠାରୁ ହେଫରୀୟ ଗୋଷ୍ଠୀ। ସେହି ହେଫରର ପୁତ୍ର ସଲଫାଦର ପୁତ୍ର ନ ଥିଲା, କେବଳ ପାଞ୍ଚୋଟି କନ୍ୟା ଥିଲା। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତିର୍ସା ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 52,700 ଥିଲେ। ଇଫ୍ରୟିମ ପରିବାରବର୍ଗର ଗୋଷ୍ଠୀଗୁଡ଼ିକ ହେଲେ: ଶୂଥଲହଠାରୁ ଶୂଥଲହୀୟ ଗୋଷ୍ଠୀ, ବେଖରଠାରୁ ବେଖ୍ରୀୟ ଗୋଷ୍ଠୀ, ତହନଠାରୁ ତହନୀୟ ଗୋଷ୍ଠୀ। ଏମାନେ ଶୂଥଲହର ବଂଶଧର ଥିଲେ। ଏରଣଠାରୁ ଏରଣୀୟ ଗୋଷ୍ଠୀ। ଇଫ୍ରୟିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 32,500 ଥିଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶ ଅନୁସାରେ ଯୋଷେଫର ସନ୍ତାନ। ବିନ୍ୟାମୀନର ପରିବାରବର୍ଗ ହେଲେ: ବେଲାଠାରୁ ବେଲାୟୀୟ ଗୋଷ୍ଠୀ; ଅସବେଲଠାରୁ ଅସବେଲୀୟ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀୟ ଗୋଷ୍ଠୀ। ଶୂଫମଠାରୁ ଶୂଫମୀୟ ଗୋଷ୍ଠୀବର୍ଗ; ହୂଫମଠାରୁ ହୂଫମୀୟ ଗୋଷ୍ଠୀ। ବେଲାର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀୟ ଗୋଷ୍ଠୀ; ନାମାନଠାରୁ ନାମାନୀୟ ଗୋଷ୍ଠୀ। ବିନ୍ୟାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,600 ଥିଲେ। ଦାନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଶୂହମଠାରୁ ଶୂହମୀୟ ଗୋଷ୍ଠୀ, ଶୂହମୀୟ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ହେଲେ 64,400 ଆଶେର ପରିବାରବର୍ଗର ପରିବାରଗୁଡ଼ିକ ହେଲେ: ଯିମ୍ନଠାରୁ ଯିମ୍ନୀୟ ଗୋଷ୍ଠୀ; ଯି‌ସ୍‌ବିଠାରୁ ଯି‌ସ୍‌ବୀୟ ଗୋଷ୍ଠୀ; ବରିୟଠାରୁ ବରିୟୀୟ ଗୋଷ୍ଠୀ। ବରିୟର ପରିବାରଗୁଡ଼ିକ ହେଲେ ଏହିମାନେ: ହେବରଠାରୁ ହେବରୀୟ ଗୋଷ୍ଠୀ; ମଲକୀୟେଲଠାରୁ ମଲକୀୟେଲୀୟ ଗୋଷ୍ଠୀ। ଆଶେରର ମଧ୍ୟ ଏକ କନ୍ୟା ଥିଲା, ତା’ର ନାମ ସାରହ। ଆଶେରର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ଥିଲା 53,400 ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡ଼ିକ ହେଲେ: ଯହସୀୟେଲଠାରୁ ଯହସୀୟେଲୀୟ ଗୋଷ୍ଠୀ; ଗୂନିଠାରୁ ଗୂନୀୟ ଗୋଷ୍ଠୀ। ଯେତ୍ସରଠାରୁ ଯେତ୍ସରୀୟ ଗୋଷ୍ଠୀ, ଶିଲ୍ଲେମଠାରୁ ଶିଲ୍ଲେମୀୟ ଗୋଷ୍ଠୀ। ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,400 ଥିଲା। ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା 601,730 ଥିଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ନାମ ସଂଖ୍ୟା ଅନୁସାରେ ସେମାନଙ୍କ ମଧ୍ୟରେ ଅଧିକାର ପାଇଁ ଦେଶ ବିଭକ୍ତ ହେବ। ଯାହାର ବଡ଼ ଗୋଷ୍ଠୀ ତାକୁ ଅଧିକ ଭୂମି ଦେବ ଓ ଯାହାର ଛୋଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦେବ। ପ୍ରତ୍ୟେକ ଗୋଷ୍ଠୀକୁ ତା’ର ଆକାର ଅନୁସାରେ ଭୂମି ଦିଆଯିବା ଉଚିତ୍। ତୁମ୍ଭେ ଗୁଲିବାଣ୍ଟ ଦ୍ୱାରା ଦେଶ ଭାଗ କରିବା ଉଚିତ୍। ସେମାନେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍। ଉଭୟ ଛୋଟ ଓ ବଡ଼ ଗୋଷ୍ଠୀଗଣ ଲୋକସଂଖ୍ୟା ଅନୁସାରେ ଗୁଲିବାଣ୍ଟ କରି ସେମାନଙ୍କର ଭୂମି ନିର୍ଦ୍ଧାରଣ କରାଯିବା ଉଚିତ୍।” ସେମାନେ ମଧ୍ୟ ଲେବୀର ପରିବାରବର୍ଗଙ୍କୁ ଗଣନା କଲେ। ଲେବୀୟ ପରିବାରବର୍ଗଗୁଡ଼ିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀୟ ଗୋଷ୍ଠୀ; କହାତଠାରୁ କହାତୀୟ ଗୋଷ୍ଠୀ; ମରାରିଠାରୁ ମରାରୀୟ ଗୋଷ୍ଠୀ। ଏହିସବୁ ଗୋଷ୍ଠୀଗୁଡ଼ିକ ମଧ୍ୟ ଲେବୀୟ ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ଲିବ୍ନୀୟ ଗୋଷ୍ଠୀ, ହିବ୍ରୋଣୀୟ ଗୋଷ୍ଠୀ, ମହଲୀୟ ଗୋଷ୍ଠୀ, ମୂଶୀୟ ଗୋଷ୍ଠୀ ଏବଂ କୋରହୀୟ ଗୋଷ୍ଠୀ। କହାତ ଅମ୍ରମର ପିତା ଥିଲେ। ସେହି ଅମ୍ରମର ସ୍ତ୍ରୀ ଯୋକେବଦ । ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ। ହାରୋଣଠାରୁ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର ଜନ୍ମ ହେଲେ। କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହୋଇ ନାହିଁ। ଲେବୀୟମାନଙ୍କର ସମୁଦାୟ ଏକ ମାସର ପୁରୁଷ ଓ ବୟଜ୍ୟେଷ୍ଠ ସଂଖ୍ୟା 23,000 ହେଲା। କିନ୍ତୁ ସେମାନଙ୍କୁ ଇସ୍ରାଏଲର ଲୋକ ବୋଲି ଗଣନା କରାଗଲା ନାହିଁ, କାରଣ ଇସ୍ରାଏଲର ଲୋକମାନଙ୍କର ପରି ସେମାନଙ୍କୁ ଭୂମି ଦିଆଗଲା ନାହିଁ। ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସୀମାର ମୋୟାବ ପଦାରେ ଇସ୍ରାଏଲର ଲୋକମାନଙ୍କୁ ମୋଶା ଓ ଯାଜକ ଇଲିୟାସର ଗଣନା କଲେ। ମାତ୍ର ସୀନୟ ମରୁଭୂମିରେ ଇସ୍ରାଏଲ ଲୋକମାନଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏମାନଙ୍କ ମଧ୍ୟରେ ନ ଥିଲା। ସେହି ଲୋକମାନେ ସମସ୍ତେ ମୃତ୍ୟୁବରଣ କରିଥିଲେ। କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ। ସଲଫାଦର କନ୍ୟାଗଣ ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତର୍ସା। ଏହି ପାଞ୍ଚ ଜଣ ମୋଶା, ଇଲିୟାସର ଯାଜକ, ଅଧିପତି ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ, “ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା। ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇଯିବ, ଯେହେତୁ ତାଙ୍କର କୌଣସି ପୁତ୍ର ନ ଥିଲେ। ତେଣୁ ଆମ୍ଭ ପିତୃବଂଶୀୟ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବେଦନ କଲେ। ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଲଫାଦର କନ୍ୟାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ। ତେଣୁ ସେମାନଙ୍କୁ ତାହା ଦିଅ, ଯାହା ସେମାନଙ୍କର ପିତା ପାଇଥା’ନ୍ତେ। “ଆଉ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଏହି ବିଧି ପ୍ରଚଳନ କର, ‘ଯଦି କୌଣସି ଲୋକର ପୁତ୍ର ନ ଥାଇ ମୃତ୍ୟୁବରଣ କରେ, ତେବେ ତାହାର ଅଧିକାର ତା’ର କନ୍ୟା ଗ୍ରହଣ କରିବ। ଯଦି ତାହାର କନ୍ୟା ବା ପୁତ୍ର ନ ଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। ପୁଣି ଯଦି ତାହାର ଭାଇ ନ ଥାଏ ତେବେ ତାହାର ଅଧିକାର ତା’ର ପିତାର ଭାଇମାନଙ୍କୁ ଦେବ। ଆଉ ଯେବେ ତା’ର ପିତାର ଭାଇମାନେ ନ ଥା’ନ୍ତି, ତେବେ ତାହାର ପରିବାର ମଧ୍ୟରୁ ଏବଂ ନିକଟ ସମ୍ପର୍କୀୟ ଜ୍ଞାତିକୁ ତାହାର ଅଧିକାର ଦେବ। ଏହା ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବିଗ୍ଭରବିଧି ହେବ। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି ଆଜ୍ଞା ଦେଲେ।‌’” ଯିହୋଶୂୟ ନୂତନ ଅଧିପତି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ୟ ତୁମ୍ଭେ ମଧ୍ୟ ତୁମ୍ଭ ପୂର୍ବପୁରୁଷଗଣ ନିକଟକୁ ଯିବ। ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।) ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, “ସଦାପ୍ରଭୁ ପ୍ରତ୍ୟେକ ପ୍ରାଣୀ ସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନୟ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିଯୁକ୍ତ କରନ୍ତୁ। ମୁଁ ତୁମ୍ଭଙ୍କୁ ବିନୟ କରୁଛି ଏକ ପ୍ରତିନିଧି ବାଛିବାକୁ, ଯିଏ ସେମାନଙ୍କୁ ଆଗେଇ ନେବ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହି ପ୍ରକାରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମେଷପଲ ତୁଲ୍ୟ ହେବେ ନାହିଁ।” ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେ ଉପଯୁକ୍ତ ବ୍ୟକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ। ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା’ର ଆଦେଶ ଦିଅ। “ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇସ୍ରାଏଲର ଲୋକମାନେ ତାଙ୍କୁ ମାନିବେ। ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’” ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରତ୍ୟେକ କର୍ମ କଲେ; ସେ ଯିହୋଶୂୟଙ୍କୁ ଯାଜକ ଇଲିୟାସର ସମ୍ମୁଖରେ ଓ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ। ଦୈନିକ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ସେମାନେ ମୋର ନୈବେଦ୍ୟ ମୋର ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମୋ’ ନିକଟକୁ ଆଣିବେ। ସେମାନଙ୍କୁ କୁହ, ସେମାନେ ନିମ୍ନରେ ଦର୍ଶାଯାଇଥିବା ଉପହାରଗୁଡ଼ିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁଣ ଦୁଇଟି ମେଷବତ୍ସ ଉତ୍ସର୍ଗ କରିବେ। ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟା କାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ। ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଅର୍ଦ୍ଧହିନର ପେଷା ତୈଳମିଶ୍ରିତ ଅର୍ଦ୍ଧହିନର ସରୁ ମଇଦା ଦେବ।” ଏହା ନିତ୍ୟ ହୋମବଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ସୀନୟ ପର୍ବତରେ ନିରୂପିତ ହୋଇଥିଲା। “ପୁଣି ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟନୈବେଦ୍ୟ ଦେବ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ପେୟନୈବେଦ୍ୟରୂପେ ଦ୍ରାକ୍ଷାରସ ଢାଳିବ। ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ, ସେହିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ। ବିଶ୍ରାମ ଦିନର ନୈବେଦ୍ୟ “ଆଉ ବିଶ୍ରାମ ଦିନରେ, ଏକ ବର୍ଷୀୟ ଦୁଇଟି ନିଖୁଣ ମେଷବତ୍ସ ଓ ତୈଳମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। ଏହି ହୋମବଳି, ନିତ୍ୟ ହୋମବଳି, ପେୟନୈବେଦ୍ୟ ସହିତ ପ୍ରତି ବିଶ୍ରାମବାରରେ ଉତ୍ସର୍ଗ କରିବ। ମାସିକ ସମାଗମ “ଆଉ ପ୍ରତିମାସର ପ୍ରଥମ ଦିନରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇଟି ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ବିଶେଷ ହୋମବଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହୋଇ ଥିବେ। ପୁଣି ପ୍ରତ୍ୟେକ ଷଣ୍ଢ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; ପୁଣି ପ୍ରତ୍ୟେକ ମେଷଶାବକ ନିମନ୍ତେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଦେବ। ତହିଁରେ ସଦାପ୍ରଭୁଙ୍କୁ ତାହା ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଏକ ଷଣ୍ଢ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପେୟନୈବେଦ୍ୟ ହେବ; ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ ମାସିକ ହୋମବଳି ହେବ। ହୋମବଳି ଓ ପେୟନୈବେଦ୍ୟ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବ। ନିସ୍ତାରପର୍ବ “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ସଦାପ୍ରଭୁଙ୍କର ନିସ୍ତାରପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିବସରେ ଉତ୍ସବ ହେବା ଉଚିତ୍; ଏହା ସାତ ଦିନ ଯାଏ ପାଳିତ ହେବା ଉଚିତ୍ ଓ ଏହି ସାତ ଦିନ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବା ଉଚିତ୍। ପ୍ରଥମ ଦିନରେ ଏକ ପବିତ୍ର ସଭା ହେବା ଉଚିତ୍। ସେଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହୋମବଳି ରୂପେ ଦୁଇଟି ଷଣ୍ଢ ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ଏକ ବର୍ଷିୟ ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡ଼ିକ ଖୁଣ ନ ଥିବ। ଗୋଟିଏ ଗୋବତ୍ସ ପାଇଁ ଦେଢ଼ ହିନ ପ୍ରତ୍ୟେକ ଅଣ୍ତିରା ମେଷ ପାଇଁ ଏକ ହିନ ଏବଂ ପ୍ରତ୍ୟେକ ମେଷଶାବକ ପାଇଁ ଅର୍ଦ୍ଧହିନ ହିସାବରେ ତୈଳାକ୍ତ ସରୁ ମଇଦା ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବା ଉଚିତ୍। *** ତୁମ୍ଭ ପାଇଁ ପ୍ରାୟଶ୍ଚିତ କରିବାକୁ ପାପାର୍ଥକ ନୈବେଦ୍ୟ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍। ତୁମ୍ଭେମାନେ ପ୍ରତ୍ୟହ ପ୍ରାତଃକାଳୀନ ହୋମବଳି ଛଡ଼ା ଏ ସମସ୍ତ ଉତ୍ସର୍ଗ କରିବ। “ଏହି ବିଧି ଅନୁସାରେ ତୁମ୍ଭେମାନେ ସାତ ଦିନ ଯାଏ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟରୂପେ ସୁବାସିତ ନୈବେଦ୍ୟ ଉପହାର ଉତ୍ସର୍ଗ କରିବା ଉଚିତ୍। ଏହା ନିତ୍ୟ ହୋମବଳି ଓ ତହିଁର ପେୟନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗୀତ ହେବ। “ତା’ପରେ ସପ୍ତମ ଦିନରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହେବ ଓ ସେଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସାପ୍ତାହିକ ପର୍ବ (ପେଣ୍ଟିକଷ୍ଟ) “ପୁଣି ପ୍ରଥମ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମ୍ଭେମାନେ ସାପ୍ତାହିକ ପର୍ବରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ ସେଦିନ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ଢ, ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ମେଷଶାବକକୁ ହୋମବଳି ରୂପେ ଉତ୍ସର୍ଗ କରିବା ଉଚିତ୍। ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦା ଭକ୍ଷ୍ୟ ନୈବେଦ୍ୟ, ପୁଣି ସାତ ମେଷବତ୍ସ ମଧ୍ୟରୁ ପ୍ରତି ମେଷବତ୍ସ ନିମନ୍ତେ ଏକ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; *** ଆଉ ତୁମ୍ଭମାନଙ୍କ ପ୍ରାୟଶ୍ଚିତ କରଣାର୍ଥେ ଏକ ଛାଗ ଉତ୍ସର୍ଗ କରିବ; ତୁମ୍ଭେମାନେ ପ୍ରତିଦିନର ହୋମବଳି, ତହିଁର ଭକ୍ଷ୍ୟ ନୈବେଦ୍ୟ ସେମାନଙ୍କର ସମସ୍ତ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକ ନିଖୁଣ ହେବା ଉଚିତ୍। ତୂରୀଧ୍ୱନିର ପର୍ବ “ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମେଷ ଓ ସାତୋଟି ଏକବର୍ଷୀୟ ମେଷଶାବକ ହୋମବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଗୋଟିଏ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ଆଉ ଶସ୍ୟ ନୈବେଦ୍ୟରୂପେ ଉତ୍ସର୍ଗ ହେବ। ଓ ସାତୋଟି ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ। ପୁଣି ତୁମ୍ଭର ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ। ପ୍ରାୟଶ୍ଚିତ୍ତର ଦିନ “ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ। ପୁଣି ତହିଁରେ ଶସ୍ୟ ନୈବେଦ୍ୟରୂପେ ଏକ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଏକ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ନେବ। ଓ ସାତ ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍। ପତ୍ରକୁଟୀର ପର୍ବ “ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ରୂପେ ତେରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଶସ୍ୟ ନୈବେଦ୍ୟ ରୂପେ ପ୍ରତି ଷଣ୍ଢ ପାଇଁ ଦେଢ଼ ହିନ, ପ୍ରତି ଅଣ୍ତିରା ମେଷ ପାଇଁ ଏକ ହିନ, ଓ ପ୍ରତି ମେଷବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। “ଆଉ ଦ୍ୱିତୀୟ ଦିନରେ, ବାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍। “ଆଉ ଉତ୍ସବର ତୃତୀୟ ଦିନରେ ଏଗାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ। “ଆଉ ଚତୁର୍ଥ ଦିନରେ, ଦଶ ଗୋଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଓ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍। “ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି, ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିଗୁଡ଼ିକ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍। “ଆଉ ପର୍ବର ଷଷ୍ଠ ଦିନରେ ଆଠଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍। “ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍। “ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ସଦାପ୍ରଭୁଙ୍କୁ ହୋମବଳିରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୈଣସି ଖୁଣ ନ ଥିବ। ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି, ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ। “ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।” ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ। ବିଶେଷ ପ୍ରତିଜ୍ଞା ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି। “କୌଣସି ପୁରୁଷ ଯେବେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କଲେ, ତେବେ ସେ ଆପଣା ବାକ୍ୟ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ୟ ଅନୁସାରେ ସମସ୍ତ ସାଧନ କରିବ। “ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ, ଯଦି ତା’ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନ କରେ ତେବେ, ତା’ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାଯିବ। ଯଦି ତା’ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସେଗୁଡ଼ିକ ପାଳନ କରାଯିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦେବେ, ଯେହେତୁ ତା’ର ପିତା ତାକୁ ଏହା କରିବା ପାଇଁ ମନା କଲେ। “ସେ ଶପଥ କିମ୍ବା ଅସାଧାରଣ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପାରେ। ପୁଣି ତା’ର ସ୍ୱାମୀ ତାହା ଶୁଣି କୌଣସି ଅଭିଯୋଗ ନ କରେ, ତେବେ ତା’ର ପ୍ରତିଜ୍ଞା ପାଳନ ହେବ ଓ ସେ କରିଥିବା ଶପଥ ପାଳନ କରାଯିବ। ମାତ୍ର ଯଦି ତା’ର ସ୍ୱାମୀ ଏ ବିଷୟରେ ଶୁଣେ ଓ ତାହାକୁ ତା’ର ପ୍ରତିଜ୍ଞା ତାକୁ ପାଳନ କରିବାକୁ ବାରଣ କରେ, ତେବେ କରାଯାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି। “ମାତ୍ର ବିଧବା କି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ମାନତ କଲେ, ସେ ଯେକୌଣସି ବିଷୟରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ। “କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପାରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପାରେ। ପୁଣି ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତା’ର ସମସ୍ତ ପ୍ରତିଜ୍ଞା ପାଳନ ହେବ, ପୁଣି ସେ ଯେଉଁ ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହେବ। ମାତ୍ର ତା’ର ସ୍ୱାମୀ ଯଦି ଶୁଣିବା ପରେ ତାକୁ ଅସ୍ୱୀକାର କରେ, ତେବେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନେଇଥିବା ଶପଥସବୁ ବାତିଲ ହୋଇଯିବ। ତା’ର ସ୍ୱାମୀ ପ୍ରତିଜ୍ଞା ଭଙ୍ଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ। ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, କିମ୍ବା ତାହା ସ୍ୱାମୀ ଭଙ୍ଗ କରିପାରେ। ଯଦି ତା’ର ସ୍ୱାମୀ ଶୁଣିବା ପରଠାରୁ ନୀରବ ହୋଇ ରହେ, ତେବେ ତା’ର ପ୍ରତିଜ୍ଞାଗୁଡ଼ିକ ପାଳନ କରାଯିବ କାରଣ ତା’ର ସ୍ୱାମୀ ନୀରବ ହୋଇ ରହିଲା, ଯେତେବେଳେ ସେ ଏବିଷୟରେ ଶୁଣିଲା। କିନ୍ତୁ ଯଦି ସେ ପରେ ତା’ର (ସ୍ତ୍ରୀ) ଶପଥକୁ ପ୍ରତ୍ୟାଖ୍ୟାନ କରେ (ପ୍ରଥମ ଦିନପରେ) ତାହାହାଲେ ସେ (ସ୍ୱାମୀ) ତା’ର (ସ୍ତ୍ରୀର) ଦୋଷ ବହନ କରିବ।” ପୁରୁଷ ଓ ତାହାର ସ୍ତ୍ରୀ ବିଷୟରେ, ପିତା ଓ ପିତ୍ରାଳୟର ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହିସବୁ ଆଜ୍ଞା ଦେଲେ। ଇସ୍ରାଏଲ ସନ୍ତାନଗଣଙ୍କର ମିଦିୟନୀୟମାନଙ୍କ ବିପକ୍ଷରେ ସଂଗ୍ରାମ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କ ସକାଶେ ମିଦିୟନୀୟମାନଙ୍କ ଉପରେ ପ୍ରତିଶୋଧ ନିଅ। ତା’ପରେ ତୁମ୍ଭେ ମୃତ୍ୟୁବରଣ କରିବ।” ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର କେତେକ ଲୋକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର, ସେମାନେ ମିଦିୟନୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ଯୁଦ୍ଧ କରିବେ। ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର। ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।” ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀ‌ନ୍‌ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ। ତହୁଁ ସେମାନେ ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ସେମାନେ ପ୍ରତ୍ୟେକ ପୁରୁଷଙ୍କୁ ବଧ କଲେ। ସେମାନେ ଇବି, ରେକମ୍, ସୂର, ହୂର ଓ ରେବା ଏହି ପାଞ୍ଚ ଜଣ ମିଦିୟନୀୟ ରାଜାଙ୍କୁ ହତ୍ୟା କଲେ। ଆଉ ମଧ୍ୟ ବିୟୋରର ପୁତ୍ର ବିଲିୟମକୁ ମଧ୍ୟ ସେମାନେ ଖ‌ଡ଼୍‌ଗରେ ହତ୍ୟା କଲେ। ଇସ୍ରାଏଲର ଲୋକମାନେ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସେମାନେ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ। ତା’ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦ‌ଗ୍‌ଧ କଲେ। ଆଉ ସେମାନେ ଲୁଟିତ ଦ୍ରବ୍ୟ ସହ ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ। ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ। ତା’ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ। ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ। ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି? ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିୟମର ପରାମର୍ଶରେ ପିୟୋରଠାରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆଗେଇ ନେଇଥିଲେ। ସେଥି ସକାଶେ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ମହାମାରୀ ହେଲା। ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର। ମାତ୍ର ଯେଉଁ ଯୁବତୀ କନ୍ୟାମାନେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିବାର ଜ୍ଞାତ ହୋଇ ନାହାନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ। ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମନୁଷ୍ୟ ହତ୍ୟା କରିଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସେମାନେ ସାତ ଦିନ ଛାଉଣି ବାହାରେ ରହିବେ। ସେମାନେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବା ଉଚିତ୍। ତୁମ୍ଭେମାନେ ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛେଳି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।” ତହୁଁ ଇଲିୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି। ତୁମ୍ଭେମାନେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ୟ ଅଗ୍ନିରେ ଦ‌ଗ୍‌ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବା ଉଚିତ୍। ଯେଉଁ ଦ୍ରବ୍ୟ ଅଗ୍ନିରେ ପକାଯାଇ ପାରିବ ନାହିଁ ତାକୁ ଜଳରେ ଧୋଇ ଶୁଚି କରିବ। ତୁମ୍ଭେମାନେ ସପ୍ତମ ଦିନରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭେମାନେ ଶୁଚି ହେବ; ତା’ପରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରି ପାରିବ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓ ଇଲିୟାସର ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ସୈନ୍ୟମାନଙ୍କ ଦ୍ୱାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ୟର ସଂଖ୍ୟା କର। ସେହିସବୁ ଜିନିଷକୁ ସମାନ ଭାବରେ ସୈନ୍ୟମାନଙ୍କ ମଧ୍ୟରେ ଓ ସମସ୍ତ ମଣ୍ତଳୀ ମଧ୍ୟରେ ବାଣ୍ଟି ଦିଅ। ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ, ଓ ମେଷମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚଶହରେ ଗୋଟିଏ ଲେଖାଏଁ ଜୀବ ସଂଗ୍ରହ କର। ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ। ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍‌ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।” ତହୁଁ ମୋଶାଙ୍କୁ ସଦାପ୍ରଭୁ ଯେଉଁ ଆଜ୍ଞା ଦେଇଥିଲେ ସେହି ଅନୁସାରେ ମୋଶା ଓ ଇଲିୟାସର ଯାଜକ କଲେ। ଯୁଦ୍ଧରେ ଲୁଣ୍ଠିତ ଦ୍ରବ୍ୟ ମଧ୍ୟରେ 675,000 ମେଷ ଥିଲେ। 72,000 ଗୋରୁ। 61,000 ଗଧ ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ। ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। ସେହି ମେଷ ମଧ୍ୟରୁ ସେମାନେ 675 ସଦାପ୍ରଭୁଙ୍କୁ ମେଷ କର ସ୍ୱରୂପ ଦେଲେ। ଆଉ ସେମାନଙ୍କର 36,000 ଗୋରୁ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। ସେମାନଙ୍କର 30,500 ଗଧ ମଧ୍ୟରୁ ସଦାପ୍ରଭୁଙ୍କର ସେଥିରେ ଏକଷଠି ଗଧ କର ସ୍ୱରୂପ ଥିଲା। ପୁଣି ସେମାନଙ୍କର 16,000 ସ୍ତ୍ରୀ ଲୋକ ମଧ୍ୟରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ। ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡ଼ା ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ ସନ୍ତାନଗଣକୁ ଦେଇଥିଲେ। ମଣ୍ତଳୀ ସେହି ଅର୍ଦ୍ଧାଂଶ ଅନୁସାରେ 337,500 ମେଷ ପାଇଲେ। 36,000 ଗୋରୁ। 30,500 ଗଧ, ଆଉ 16,000 ସ୍ତ୍ରୀ ଲୋକ ଥିଲେ। ତହୁଁ ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ପଗ୍ଭଶ୍ ପ୍ରତିଶତ ଅଂଶରୁ ମୋଶା ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଗ୍ଭଶ୍ ମଧ୍ୟରୁ ଗୋଟିଏ ଲେଖାଏଁ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲେବୀୟମାନଙ୍କୁ ଦେଲେ। ଏହା ପରେ ସୈନ୍ୟବାହିନୀର ନେତୃବର୍ଗ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିମାନେ ମୋଶାଙ୍କ ନିକଟକୁ ଆସିଲେ। ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି। ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।” ତହୁଁ ମୋଶା ଓ ଯାଜକ ଇଲିୟାସର ସେମାନଙ୍କଠାରୁ ଏହି ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ନେଇଗଲେ। ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଉପହାର ସ୍ୱରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ ଉପହାର 420 ପାଉଣ୍ତ ଓଜନ ଥିଲା। ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ୟର ଅବଶିଷ୍ଟ ଭାଗ ରଖି ନେଇଥିଲେ। ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ। ଯର୍ଦ୍ଦନ ନଦୀର ପୂର୍ବସ୍ଥ ବିଭିନ୍ନ ବଂଶ ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ। ତେଣୁ ଗା‌ଦ୍‌ର ସନ୍ତାନଗଣ ଓ ରୁବେ‌ନ୍‌ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ। ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହି‌ଷ୍‌ବୋନ, ଇଲିୟାଲୀ, ସି‌ବ୍‌ମା, ନବୋ ଓ ବିୟୋନ। *** ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସେବକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଯର୍ଦ୍ଦନ ସେପାରିକୁ ନିଆ ନ ଯାଉ।” ମୋଶା, ଗାଦ୍ ଓ ରୁବେ‌ନ୍‌ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍? ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ନଦୀ ପାର ହୋଇ ସେ ଦେଶକୁ ଯିବା ପାଇଁ ତୁମ୍ଭେମାନେ କାହିଁକି ସେମାନଙ୍କୁ ନିରୁତ୍ସାହିତ କରୁଛ? ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ। କାରଣ ସେମାନେ ଇଷ୍କୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ। ଏଣୁ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ। ‘ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇ‌ସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତ୍ତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବେ ନାହିଁ, କାରଣ ସେମାନେ ମୋତେ ଅନୁସରଣ କଲେ ନାହିଁ। କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’ “ଏହିରୂପେ ଇସ୍ରାଏଲର ଲୋକମାନଙ୍କ ଉପରେ ସଦାପ୍ରଭୁ କ୍ରୋଧ କଲେ, ସେ ସମସ୍ତ ଦୁଷ୍ଟ ପିଢ଼ି ନ ମଲା ପର୍ଯ୍ୟନ୍ତ, ସେ ସମସ୍ତଙ୍କୁ ଗ୍ଭଳିଶ୍ ବର୍ଷଯାଏ ମରୁଭୂମିରେ ଭ୍ରମଣ କରାଇଲେ। ଏଠାକୁ ଦେଖ, ତୁମ୍ଭେମାନେ ତୁମ୍ଭ ପିତୃଗଣଙ୍କ ପରି କାର୍ଯ୍ୟ କଲ, ତୁମ୍ଭେମାନେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢ଼ି ସଦାପ୍ରଭୁଙ୍କୁ ଇସ୍ରାଏଲର ଲୋକମାନଙ୍କ ପ୍ରତି କ୍ରୋଧିତ କରାଉଛ। ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଅନୁସରଣ ନ କର, ସେ ଇସ୍ରାଏଲକୁ ମରୁଭୂମିରେ ଛାଡ଼ି ଦେବେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।” ମାତ୍ର ରୁବେ‌ନ୍‌ର ଗୋଷ୍ଠୀ ଓ ଗାଦ୍ ଗୋଷ୍ଠୀର ଲୋକମାନେ ମୋଶାଙ୍କୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ମେଷମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ପିଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା। ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ, ଆଉ ଆମ୍ଭେମାନେ ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ। ଇସ୍ରାଏଲର ଲୋକମାନେ ପ୍ରତ୍ୟେକ ସେମାନଙ୍କର ଭୂମି ନ ପାଇବା ପର୍ଯ୍ୟନ୍ତ, ଆମ୍ଭେମାନେ ଆମ୍ଭେ ନିଜ ଘରକୁ ଫେରିଯାଉ ନାହିଁ। ଆଉ ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ନେବୁ ନାହିଁ। କାରଣ ଯର୍ଦ୍ଦନ ଏହି ପାର୍ଶ୍ୱରେ ଆମ୍ଭମାନଙ୍କ ଅଧିକାର ରହିଅଛି।” ତେଣୁ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେବେ ଏହିସବୁ କରିବ, ତେବେ ଏହି ଭୂମି ତୁମ୍ଭର ଅଧିକୃତ ହେବ। କିନ୍ତୁ ତୁମ୍ଭର ସୈନ୍ୟମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଆଗେଇ ଯିବେ। ତୁମ୍ଭର ସୈନ୍ୟମାନେ ଯର୍ଦ୍ଦନ ଅତିକ୍ରମ କରି ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ଯେପର୍ଯ୍ୟନ୍ତ ସଦାପ୍ରଭୁ ତାଙ୍କର ଶତ୍ରୁଗଣଙ୍କୁ ସେହି ଭୂମିରୁ ତଡ଼ି ଦେଇ ନାହାନ୍ତି। ଯେତେବେଳେ ସେହି ଦେଶ ଅକ୍ତିଆର ହୁଏ, ତା’ହାଲେ ତୁମ୍ଭେମାନେ ଗୃହକୁ ଫେରି ପାରିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁ ଓ ଇସ୍ରାଏଲଙ୍କଠାରେ ନିରପରାଧୀ ହେବ। ଆଉ ସେହି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭେମାନେ ଅଧିକାର କରିବ। ମାତ୍ର ତୁମ୍ଭେମାନେ ଯେବେ ତାହା ନ କର, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭେମାନେ ଦଣ୍ତିତ ହେବ। ତୁମ୍ଭେମାନେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ମେଷଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।” ତା’ପରେ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୁନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭେମାନେ କର୍ମ କରିବୁ। ଆମ୍ଭମାନଙ୍କର ସ୍ତ୍ରୀ, ପିଲାମାନେ ଓ ପଶୁସକଳ ଗିଲିୟଦର ନଗରମାନଙ୍କରେ ରହିବେ। ମାତ୍ର ଆମ୍ଭମାନଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଗରେ ଯର୍ଦ୍ଦନ ନଦୀ ପାର ହୋଇ ଯୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୁନିବ କହନ୍ତି।” ତହୁଁ ମୋଶା ସେମାନଙ୍କ ବିଷୟରେ ଇଲିୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। ପୁଣି ମୋଶା ସେମାନଙ୍କୁ କହିଲେ, “ଯଦି ଗାଦ୍ ଗୋଷ୍ଠୀର ଓ ରୁବେନ୍ ପରିବାରର ସୈନ୍ୟମାନେ ତୁମ୍ଭ ସହିତ ଯୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗରେ ଯାଆନ୍ତି, ତେବେ ତୁମ୍ଭେମାନେ ଅଧିକାରାର୍ଥେ ସୁତ୍ରରେ ସେମାନଙ୍କୁ ଗିଲିୟଦ ଦେଶ ଦେବା ଉଚିତ୍। ଯଦି ସେମାନଙ୍କର ସୈନ୍ୟମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନ ହୁଅନ୍ତି, ସେମାନେ ନିଶ୍ଚୟ ତୁମ୍ଭମାନଙ୍କ ସହିତ କିଣାନ ଦେଶରେ ଭୂମି ପାଇବେ।” ତହୁଁ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦେଇଛନ୍ତି ତଦନୁସାରେ ଆମ୍ଭେମାନେ କର୍ମ କରିବୁ। ଆମ୍ଭମାନଙ୍କର ସୈନ୍ୟମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୋଇ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।” ତେଣୁ ମୋଶା ଗାଦ୍ ଗୋଷ୍ଠୀଗଣକୁ, ରୁବେନ୍ ଗୋଷ୍ଠୀଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ, ବାଶନର ରାଜା ଓ‌ଗ୍‌ର ରାଜ୍ୟ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ। ଗା‌ଦ୍‌ର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋୟେରକୁ ପୁନଃନିର୍ମାଣ କଲେ। ଅ‌‌ଟ୍‌‌ରୋତ୍-ଶୋଫନ, ଯାସେର ଓ ଜଗବିହ, ବୈ‌ତ୍‌ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ। ରୁବେନ୍ ଗୋଷ୍ଠୀଗଣ ହି‌ଷ୍‌ବୋନ୍, ଇଲିୟାଲୀ ଓ କିରିୟାଥୟିମଙ୍କୁ। ପୁଣି ନାମାନ୍ତରରେ ନବୋ, ବା‌ଲ୍‌ମିୟୋଲ୍ ଓ ସି‌ବ୍‌ମା, ଏହି ସମସ୍ତ ନଗର ନିର୍ମାଣ କଲେ। ସେମାନେ ଅନ୍ୟ ସହରମାନଙ୍କୁ ସେମାନଙ୍କର ମୂଳ ନାମରେ ଡାକିଲେ। ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିୟଦଙ୍କୁ ଆକ୍ରମଣ କଲେ ଓ ଇମୋରୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କର ଭୁମି ନେଇଗଲେ। ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲେ। ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କର ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଯାୟୀର ରଖିଲା। ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା। ଇସ୍ରାଏଲୀୟଙ୍କର ମିଶରରୁ ଯାତ୍ରା ମୋଶା ଓ ହାରୋଣ ଇସ୍ରାଏଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ଯାତ୍ରା କରିଥିଲେ, ତାହାର ବିବିରଣ ଏହି। ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କର ଯାତ୍ରା ଅନୁସାରେ ସେମାନଙ୍କର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସେମାନେ ଗମନ କରିଥିଲେ, ସେହିସବୁ ଯାତ୍ରାର ବିବରଣ ଏହି। ପ୍ରଥମ ମାସର ପଞ୍ଚଦଶ ଦିନରେ, ସେମାନେ ରାମିଷେଷଠାରୁ ଯାତ୍ରା କଲେ। ଇସ୍ରାଏଲର ଲୋକମାନେ ମିଶରବାସୀଙ୍କ ଆଗରେ ଦାମ୍ଭିକତାର ସହକାରେ ବାହାରି ଗଲେ। ଏହା ନିସ୍ତାରପର୍ବର ପରବର୍ତ୍ତି ଦିନ ଥିଲା। ଆଉ ମିଶରୀୟମାନେ ସେହିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ୟୁବରଣ କଲେ, ଯେତେବେଳେ ସଦାପ୍ରଭୁ ସେମାନଙ୍କର ପ୍ରଥମଜାତମାନଙ୍କୁ ହତ୍ୟାକଲେ ଓ ସେମାନଙ୍କର ଦେବଗଣଙ୍କ ବିପକ୍ଷରେ ନ୍ୟାୟ ଆଣିଲେ। ଇସ୍ରାଏଲର ଲୋକମାନେ ରାମିଷେଷଠାରୁ ଯାତ୍ରା କରି ସୁ‌କ୍‌କୋତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୁ‌କ୍‌କୋତରୁ ଯାତ୍ରା କରି ମରୁଭୂମିର ସୀମାରେ ଏଥମରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫେରି ଆସିଲେ। ସେମାନେ ମି‌ଗ୍‌ଦୋଲ ନିକଟରେ ଛାଉଣି ସ୍ଥାପନ କଲେ। ଏହା ପରେ ସେମାନେ ‌ପୀହହୀରୋ‌‌ତ୍‌ର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ଯାତ୍ରା କରି ମାରାରେ ଛାଉଣି ସ୍ଥାପନ କଲେ। ପୁଣି ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫସାଗର ନିକଟରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୂଫସାଗର ନିକଟରୁ ଯାତ୍ରା କରି ସୀନ୍ ମରୁଭୂମିରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୀନ୍ ମରୁଭୂମିରୁ ଯାତ୍ରା କଲେ ଓ ‌ଦ‌‌ପ୍‌‌କାରେ ଛାଉଣି ସ୍ଥାପନ କଲେ। ସେମାନେ ‌ଦ‌‌ପ୍‌‌କାରୁ ଯାତ୍ରା କରି ଆଲୂଶରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆଲୂଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ। ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା। ସେମାନେ ରଫୀଦୀମରୁ ଯାତ୍ରା କଲେ ଓ ସୀନୟ ମରୁଭୂମିରେ ଛାଉଣି ସ୍ଥାପନ କଲେ। ସେମାନେ ସୀନୟ ମରୁଭୂମିରୁ ଯାତ୍ରା କରି କିବ୍ରୋ‌‌‌ତ୍‌‌‌ହତ୍ତାବାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ କିବ୍ରୋ‌‌‌ତ୍‌‌‌ହତ୍ତାବାରୁ ଯାତ୍ରା କରି ହ‌ତ୍‌ସେରୋତରେ ଛାଉଣି ସ୍ଥାପନ କଲେ। ଆଉ ସେମାନେ ହ‌ତ୍‌ସେରୋତରୁ ଯାତ୍ରା କରି ରି‌ତ୍‌ମାରେ ଛାଉଣି ସ୍ଥାପନ କଲେ। ଏହା ପରେ ସେମାନେ ରି‌ତ୍‌ମାରୁ ଯାତ୍ରା କରି ରିମ୍ମୋନରେ ପେରସରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ରିମ୍ମୋନ ପେରସରୁ ଯାତ୍ରା କରି ଲି‌ବ୍‌ନାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଲି‌ବ୍‌ନାରୁ ଯାତ୍ରା କରି ରି‌ସ୍‌ସାରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ରି‌ସ୍‌ସାରୁ ଯାତ୍ରା କରି କହେଲା‌ତ୍‌ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ କହେଲା‌ତ୍‌ରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ। ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ତେରହରୁ ଯାତ୍ରା କରି ମି‌ତ୍‌କାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ମି‌ତ୍‌କାରୁ ଯାତ୍ରା କରି ହ‌ଶ୍‌ମୋନାରେ ଛାଉଣି ସ୍ଥାପନ କଲେ। ତତ୍ପରେ ସେମାନେ ହ‌ଶ୍‌ମୋନାରୁ ଯାତ୍ରା କରି ମଷେରୋତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ମଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗି‌‌ଦ୍‌‌‌ଗଦରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ହୋର୍ହଗି‌‌ଦ୍‌‌‌ଗଦରୁ ଯାତ୍ରା କରି ଯ‌‌ଟ୍‌‌ବାଥାରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଯ‌‌ଟ୍‌‌ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆବ୍ରୋଣାରୁ ଯାତ୍ରା କରି ଇ‌ତ୍‌ସିୟୋନ ଗେବରରେ ଛାଉଣି ସ୍ଥାପନ କଲେ। ସେମାନେ ଇ‌ତ୍‌ସିୟୋନ-ଗେବରରୁ ଯାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ କାଦେଶରୁ ଯାଇ ଇଦୋମ ଦେଶ ସୀମାରେ ଅବସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ। ଏହା ପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ। ପୁଣି ଇସ୍ରାଏଲର ଲୋକମାନେ ମିଶରରୁ ବାହାର ହୋଇ ଆସିବାର ଗ୍ଭଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ। ଆଉ ହୋର ପର୍ବତରେ ହାରୋଣ ମୃତ୍ୟୁବରଣ କରିବା ସମୟରେ ସେ 123 ବର୍ଷ ବୟସ୍କ ଥିଲେ। କିଣାନୀୟ ରାଜା ଆରାଦର ନେଗେଭରେ ଶୁଣିଲେ ଯେ, ଇସ୍ରାଏଲର ଲୋକମାନେ ଆସୁଥିଲେ। ତା’ପରେ ସେମାନେ ହୋର ପର୍ବତରୁ ଯାତ୍ରା କରି ସ‌ଲ୍‌ମୋନାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସ‌ଲ୍‌ମୋନାରୁ ଯାଇ ପୂନୋନରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ପୂନୋନ ତ୍ୟାଗ କରି ଓବୋତରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ସୀମାସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗା‌ଦ୍‌ରେ ଛାଉଣି ପକାଇଲେ। ପୁଣି ସେମାନେ ଦୀବୋନ୍-ଗା‌ଦ୍‌ରୁ ଯାତ୍ରା କରି ଅ‌ଲ୍‌ମୋନ-ଦି‌ବ୍‌ଲାଥୟିମରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଅଲେମାନ-ଦି‌ବ୍‌ଲାଥୟିମରୁ ଯାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଅବାରୀମ ପର୍ବତରୁ ବାହାରି ଯିରୀହୋ ସେପାରିରେ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ। ସେମାନେ ଯର୍ଦ୍ଦନ ପାର୍ଶ୍ୱବର୍ତ୍ତୀ ବୈତଯିଶୀମୋତଠାରୁ ଆବେଲ ଶିଟୀମ୍ ପର୍ଯ୍ୟନ୍ତ ମୋୟାବ ପଦାରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ଯିରୀହୋସ୍ଥିତ ଯର୍ଦ୍ଦନ ସେପାରିରେ ମୋୟାବ ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାରହେବ ଏବଂ କିଣାନ ଦେଶରେ ପ୍ରବେଶ କରିବ, ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍। ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସେହି ଦେଶ ଦେଇଅଛୁ। ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ନିଜ ନିଜ ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାନୁସାରେ ଯାହାର ବାଣ୍ଟ ଯେଉଁଠି ହେବ ସେ ତାକୁହିଁ ନେବ। ଏହିରୂପେ ତୁମ୍ଭେମାନେ ଆପଣା ପିତୃବଂଶାନୁସାରେ ଅଧିକାର କରିବ। “ଯଦି ତୁମ୍ଭେମାନେ ସେହି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡ଼ି ବାହାର କରି ନ ଦେବ, ଯେଉଁମାନେ ବାସ କରିବେ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ତୁମ୍ଭେମାନେ ବାସ କରିବ, ସେମାନେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ। ଯଦି ତୁମ୍ଭେମାନେ ସେମାନଙ୍କୁ ତୁମ୍ଭ ଦେଶରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତେବେ ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।” କିଣାନର ଚତୁଃସୀମା ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ: “ଯେତେବେଳେ ତୁମ୍ଭେମାନେ କିଣାନ ଦେଶରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହେବ। ଏଗୁଡ଼ିକ ସେହି ଦେଶର ସୀମା ହେବ। ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତର ପର୍ଯ୍ୟନ୍ତ ହେବ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣୟେର ଦକ୍ଷିଣ ଦେଇ ହ‌ତ୍‌ସର-ଅଦରକୁ ଆସି ଅ‌ସ୍‌‌ମୋନ ପର୍ଯ୍ୟନ୍ତ ଯିବ। ଏହା ପରେ ସେହି ସୀମା ଅ‌ସ୍‌‌ମୋନରୁ ମିଶର ନଦୀ ଆଡ଼କୁ ବିସ୍ତୃତ ହେବ ଓ ସେହି ଭୂମଧ୍ୟସାଗର ନିକଟରେ ଶେଷ ହେବ। ଭୂମଧ୍ୟସାଗର ପଶ୍ଚିମ ସୀମା ହେବ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଏହା ଭୂମଧ୍ୟସାଗରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ହେବ। ହୋରଠାରୁ ଏହି ସୀମା ଆରମ୍ଭ ହୋଇ ହମାତ ପର୍ଯ୍ୟନ୍ତ ବିସ୍ତୃତ ହୋଇ ସଦାଦ୍ ନିକଟରେ ଶେଷ ହେବ। ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ଯ୍ୟନ୍ତ ବିସ୍ତୃତ ହୋଇ ହ‌ତ୍‌ସର-ଐନନରେ ଶେଷ ହେବ। ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହ‌ତ୍‌ସର-ଐନନଠାରୁ ଆରମ୍ଭ ହୋଇ ଶଫାମ୍ ପର୍ଯ୍ୟନ୍ତ ଯିବ। ସେହି ସୀମା ଶଫାମ୍‌ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରି‌ବ୍‌ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ। ପୁଣି ସେ ସୀମା ଯର୍ଦ୍ଦନ ଦେଇ ଯିବ ଓ ମୃତ ସମୁଦ୍ର ନିକଟରେ ଶେଷ ହେବ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହେବ।” ତେଣୁ ମୋଶା ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବାକୁ ଆଜ୍ଞା ଦେଇଅଛନ୍ତି, ତୁମ୍ଭେମାନେ ଯାହାକୁ ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି। ରୁବେନ୍, ଗାଦ୍ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସେମାନଙ୍କର ଅଧିକାର ପାଇଛନ୍ତି। ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ଯିରୀହୋ ପୂର୍ବଦିଗରେ ଯର୍ଦ୍ଦନର ଆରପାରିରେ ସେମାନଙ୍କର ଅଧିକାର ପାଇଅଛନ୍ତି।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସେମାନେ ହେଉଛନ୍ତି ଯାଜକ ଇଲିୟାସର ଓ ନୂନର ପୁତ୍ର ଯିହୋଶୂୟ। ପୁଣି ତୁମ୍ଭେମାନେ ଦେଶ ଭାଗ କରିବା ନିମନ୍ତେ ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନେତୃବର୍ଗ ବାଛିବ। ସେହି ଅଧିପତିଗଣଙ୍କର ନାମ ଏହି: ଯିହୁଦା ଗୋଷ୍ଠୀବର୍ଗରୁ ଯିଫୁନ୍ନିର ପୁତ୍ର କାଲେବ୍। ଶିମିୟୋନର ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ଶମୂୟେଲ। ବିନ୍ୟାମୀନ ଗୋଷ୍ଠୀବର୍ଗରୁ କିଶଲୋନର ପୁତ୍ର ଇଲୀଦଦ୍। ଆଉ ଦାନ ଗୋଷ୍ଠୀବର୍ଗରୁ ଯଗ୍ଳିର ପୁତ୍ର ବୁ‌‌କ୍‌‌କି। ଯୋଷେଫ ବଂଶଧର ମଧ୍ୟରୁ ମନଃଶି ଗୋଷ୍ଠୀରୁ ଏଫୋଦର ପୁତ୍ର ହନ୍ନୀୟେଲ। ପୁଣି ଇଫ୍ରୟିମ ଗୋଷ୍ଠୀବର୍ଗରୁ ଶିପ୍ତନର ପୁତ୍ର କମୂୟେଲ। ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣ୍ଣକର ପୁତ୍ର ଇଲୀଷାଫନ୍। ଇଷାଖର ଗୋଷ୍ଠୀବର୍ଗରୁ ଅ‌ସ୍‌‌ସନର ପୁତ୍ର ପ‌ଲ୍‌ଟିୟେଲ। ପୁଣି ଆଶେର ଗୋଷ୍ଠୀବର୍ଗରୁ ଶଲୋମିର ପୁତ୍ର ଅହୀହୂଦ୍। ନପ୍ତାଲି ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ପଦହେଲ୍।” କିଣାନ ଦେଶରେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ। ଲେବୀୟମାନଙ୍କ ନଗର ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ଆପଣା ଆପଣା ଅଧିକୃତ ଭାଗରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେବ। ଲେବୀୟମାନେ ଏହି ନଗରଗୁଡ଼ିକ ଅଧିକାର କରିବେ ଓ ସେଠାରେ ବାସ କରିବେ ଏବଂ ସେମାନଙ୍କର ପଶୁଗୁଡ଼ିକୁ ଗ୍ଭରଣଭୂମିରେ ଚରାଇବେ। ଲେବୀୟମାନେ ଯେଉଁ ଗ୍ଭରଣଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1500 ଫୁଟ ଦୂରରେ ରହିବ। ଚତୁର୍ପାର୍ଶ୍ୱର ଖୋଲା ମାପ 3000 ଫୁଟ ହେବ। ନଗରଟି ସେହି ଭୂମିର ମଝିରେ ରହିବ। ତାହା ନଗର ପାଇଁ ଗ୍ଭରଣଭୂମି ହେବ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁସବୁ ନଗର ଦେବ ତହିଁରୁ ଛଅଟି ଆଶ୍ରୟ ନଗର ହେବ। ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ତାହା ଛଡ଼ା ଆହୁରି ବୟାଳିଶ୍‌ଟି ନଗର ହେବ। ସର୍ବମୋଟ ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଗ୍ଭଳିଶ୍‌ଟି ନଗର ଦେବ। ତୁମ୍ଭେମାନେ ସେମାନଙ୍କୁ ନଗର ସହିତ ଗ୍ଭରଣଭୂମି ଦେବ। ଇସ୍ରାଏଲ ବୃହତ ପରିବାରବର୍ଗ ଅଧିକ ନଗର ନେବେ। ଏବଂ ତୁମ୍ଭେମାନେ ଛୋଟ ପରିବାରବର୍ଗଠାରୁ ଅଳ୍ପ ନେବ। ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କର ଅଂଶ ଅନୁସାରେ ଲେବୀୟମାନଙ୍କୁ କିଛି ନଗର ଦେବେ।” ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ, ନିଜ ନିଜ ଆଶ୍ରୟ ନଗର ହେବା ନିମନ୍ତେ କେତେ ଗୁଡ଼ିଏ ନଗର ନିରୂପଣ କରିବ; କେହି ଅନିଛାରେ କାହାକୁ ହତ୍ୟା କରେ, ସେହିସବୁ ନଗରକୁ ଯାଇପାରିବ। ଏହି ନଗରଗୁଡ଼ିକ ହତ୍ୟାକାରୀ ପାଇଁ ନିରାପଦ ଅଟେ, ସେହି ବ୍ୟକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାୟିତ୍ୱ ହତ୍ୟାକାରୀକୁ ଦଣ୍ତିତ କରିବା, ହତ୍ୟାକାରୀକୁ ମଣ୍ତଳୀ ନିକଟରେ ବିଗ୍ଭର ପାଇଁ ଉପସ୍ଥିତ ନକଲା ପର୍ଯ୍ୟନ୍ତ। ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ। ତୁମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହା ସବୁ ଆଶ୍ରୟ ନଗର ହେବ। ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ। “ଯଦି କେହି ଲୌହ ନିର୍ମିତ ଅସ୍ତ୍ରଦ୍ୱାରା କାହାରିକୁ ବଧ କରେ, ତେବେ ସେ ନରହତ୍ୟାକାରୀ ଓ ସେ ପ୍ରାଣଦଣ୍ତ ପାଇବ। ଆଉ ଯେଉଁ ପଥରଦ୍ୱାରା ଜଣକର ମୃତ୍ୟୁ ହୋଇପାରିବ, ସେପରି ଏକ ପଥର ଦ୍ୱାରା ଯଦି କେହି କାହାରିକୁ ଆଘାତ କରି ମାରିଦିଏ, ତେବେ ସେ ନରହତ୍ୟାକାରୀ ଓ ତା’ର ଅବଶ୍ୟ ପ୍ରାଣଦଣ୍ତ ହେବ। ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ରରେ ଜଣେ ମରିପାରିବ, ସେପରି ଏକ ଅସ୍ତ୍ର ବ୍ୟବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥିରେ ସେ ମରେ, ତେବେ ସେ ନରହତ୍ୟାକାରୀ ଓ ସେ ଅବଶ୍ୟ ମୃତ୍ୟୁଦଣ୍ତ ପାଇବ। ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ। “ଆଉ ଯେବେ କେହି ହିଂସା କରି କାହାକୁ ଆପଣା ହସ୍ତରେ ଆଘାତ କରେ, ଅବା କିଛି ଗୋଟିଏ ତା’ ଉପରକୁ ଫିଙ୍ଗିଦିଏ ଓ ସେଥିରେ ସେହି ଅନ୍ୟ ବ୍ୟକ୍ତି ମରେ, ତେବେ ଆଘାତକାରୀ ହତ୍ୟାକାରୀ ବୋଲି ବିବେଚିତ ହେବ ଓ ସେ ପ୍ରାଣଦଣ୍ଡରେ ଦଣ୍ତିତ ହେବ। ଯେଉଁ ବ୍ୟକ୍ତି ହତ୍ୟା କରିଥିଲା ତାକୁ ମୃତବ୍ୟକ୍ତିର ପରିବାରର କୌଣସି ସଦସ୍ୟ ତାକୁ ଦେଖିଲା ମାତ୍ରେ ହତ୍ୟା କରିବେ। *** “ମାତ୍ର ଯେବେ କେହି ବିନା ଶତ୍ରୁତାରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଛାରେ କିଛି ଫୋପାଡ଼ି ଦିଏ ଏବଂ ସେଥିରେ ସେହି ବ୍ୟକ୍ତିକୁ ହତ୍ୟା କରେ, ଅବା କେହି ଅଜାଣତରେ ଏକ ବଡ଼ ପଥର ଫିଙ୍ଗି କାହାକୁ ହତ୍ୟା କରେ, ଏହା ଜଣେ ବ୍ୟକ୍ତିକୁ ହତ୍ୟା କରିପାରେ କିନ୍ତୁ ପଥର ଫୋପାଡ଼ିବା ସମୟରେ କାହାରିକୁ ଦେଖି ନ ଥିଲା ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ, ତେବେ ମଣ୍ତଳୀ ସେହି ହତ୍ୟାକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଗ୍ଭର କରିବେ। ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା ସେହି ଆଶ୍ରୟ ନଗରରେ ମଣ୍ତଳୀ ପୁନର୍ବାର ତାହାକୁ ପହଞ୍ଚାଇ ଦେବେ; ଆଉ ଯେଉଁ ପର୍ଯ୍ୟନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାଯାଜକର ମୃତ୍ୟୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ। “ସେହି ହତ୍ୟାକାରୀ ଆଶ୍ରୟ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ଯାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର ସୀମାର ବାହାରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତେବେ ସେ ରକ୍ତପାତରେ ଅପରାଧୀ ହେବ ନାହିଁ। *** ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରୟ ନଗରରେ ମହାଯାଜକର ମୃତ୍ୟୁ ପର୍ଯ୍ୟନ୍ତ ରହିବ। ମାତ୍ର ମହାଯାଜକର ମୃତ୍ୟୁ ହେଲା ପରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଭୂମିକି ଫେରି ଯାଇପାରିବ। ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ଏହିସବୁ ବିଗ୍ଭର ବିଧି ଚିରସ୍ଥାୟୀ ହେବ। “ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କଲେ ମୃତ୍ୟୁଦଣ୍ତ ଦିଆଯିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକ ପ୍ରତିକୂଳରେ ପ୍ରାଣଦଣ୍ତ ଦେବା ନିମନ୍ତେ ଗ୍ରାହ୍ୟ ହେବ ନାହିଁ। “ଆହୁରି ମୃତ୍ୟୁଦଣ୍ଡରେ ଦଣ୍ତିତ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣ କରାଯାଇ ନ ପାରେ। ତାକୁ ନିଶ୍ଚିତ ଭାବରେ ହତ୍ୟା କରାଯିବ। “ପୁଣି କୌଣସି ହତ୍ୟାକାରୀ ଆଶ୍ରୟ ନଗରରୁ ପଳାଇଯାଇ ପୁନର୍ବାର ଆପଣା ଦେଶକୁ ଫେରି ଆସିବାକୁ ଅନୁମତି ଦେବା ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣୀୟ ନୁହେଁ, ମହାଯାଜକ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ। “ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ୟାକାରୀର ମୃତ୍ୟୁ ବ୍ୟତୀତ କୌଣସି ପ୍ରକାର ପ୍ରାପ୍ୟ ଦେଶର ପାପକୁ ଧୋଇ ପାରିବ ନାହିଁ। ତୁମ୍ଭେମାନେ ଯେଉଁ ଦେଶରେ ଅଛ, ମୁଁ ସେଠାରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ୱୟଂ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରୁଅଛି।” ସଲଫାଦର କନ୍ୟାମାନଙ୍କର ଭୂମି ତା’ପରେ ଗିଲିୟଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିୟଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ଯୋଷେଫଙ୍କର ପୁତ୍ର ଥିଲେ, ମୋଶାଙ୍କ ଓ ଇସ୍ରାଏଲ ଲୋକମାନଙ୍କର ଅଧିପତିମାନେ ସେମାନଙ୍କ ସମ୍ମୁଖରେ ପ୍ରାସ୍ତାବ କଲେ। ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। ଯଦି ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କାହାରି ସଙ୍ଗେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ସେମାନଙ୍କ ଅଧିକାର ସେମାନଙ୍କ ସ୍ୱାମୀ ପରିବାରବର୍ଗରେ ଯୁକ୍ତ ହେବ। ଯେତେବେଳେ ମହୋଲ୍ଲାସ-ଉତ୍ସବ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପାଳନ କରାଯିବ, ସେମାନଙ୍କର ସମ୍ପତ୍ତି ଅଧିକାର ସେମାନେ ବିବାହ କରିଥିବା ପରିବାରକୁ ଗ୍ଭଲିଯିବ। ଏହି ପ୍ରକାରେ ସେମାନଙ୍କର ସମ୍ପତ୍ତିର ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆଯିବ।” ତହୁଁ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆଜ୍ଞା ଦେଇ କହିଲେ, “ଯୋଷେଫଙ୍କ ପରିବାରବର୍ଗର ଏହି ଲୋକମାନେ ଯଥାର୍ଥ କହୁଛନ୍ତି। ସଦାପ୍ରଭୁ ସଲଫାଦରଙ୍କ କନ୍ୟାମାନଙ୍କ ସମ୍ବନ୍ଧରେ ଏହି ନିଷ୍ପତ୍ତି ଦେଇ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କେହି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍। ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ଯିବା ଉଚିତ୍ ନୁହେଁ। ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରଖିବା ଉଚିତ୍। କୌଣସି ନାରୀ ଯିଏ ନିଜର ପିତୃ ଅଧିକାର ପାଇଛି, ତା’ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ଆପଣା ସମ୍ବନ୍ଧୀୟ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ। ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ଯିବା ଉଚିତ୍ ନାହିଁ। ଇସ୍ରାଏଲର ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କ ଅଧିକାର ମଧ୍ୟରେ ରହିବେ।” ସଦାପ୍ରଭୁ ମୋଶାଙ୍କୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ୟାମାନେ ସେହି ଅନୁସାରେ କର୍ମ କଲେ। ଏଣୁ ସଲଫାଦରଙ୍କ କନ୍ୟାଗଣ ଯଥା: ମହଲା, ତିର୍ସା, ହ‌ଗ୍‌‌‌ଲା, ମି‌ଲ୍‌କା ଓ ନୋୟା, ସେମାନଙ୍କ ପିତୃବ୍ୟ ପୁତ୍ରମାନଙ୍କୁ ବିବାହ କଲେ। ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା। ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ। ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହ‌ତ୍‌ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ। ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ। କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ। ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ। ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ। “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ। ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ। ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’” ମୋଶା ନେତାମାନଙ୍କୁ ବାଛିଲେ ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ। ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ। କିନ୍ତୁ ମୁଁ ଏକାକି ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ। ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’ “ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’ “ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି। “ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ। ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା’ର ସମାଧାନ କରି ଦେବି।’ ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ। ଗୁପ୍ତଗ୍ଭେରମାନେ କିଣାନ ଦେଶକୁ ଗଲେ “ଏହା ପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ହୋରେବ ପରିତ୍ୟାଗ କଲୁ। ଏବଂ ଇମୋରୀୟମାନଙ୍କର ପର୍ବତମୟ ଦେଶକୁ ଯାତ୍ରା କଲୁ। ଆମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ଯିବା ବାଟରେ ଦେଖିଲୁ, ତା’ ମଧ୍ୟଦେଇ ଯାଇ କାଦେଶ ବର୍ଣ୍ଣେୟରେ ପହଞ୍ଚିଲୁ। ଏହା ପରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଇମୋରୀୟମାନଙ୍କର ପର୍ବତମୟ ଦେଶ ଦେବେ, ସେହିଠାରେ ଆମ୍ଭେମାନେ ଏବେ ଉପସ୍ଥିତ। ଦେଖ, ସଦାପ୍ରଭୁ ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ଦେଇଛନ୍ତି। ଯାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନିରାଶ ହୁଅ ନାହିଁ।’ “କିନ୍ତୁ ତୁମ୍ଭେମାନେ ମୋ’ ନିକଟକୁ ଆସିଲ ଏବଂ କହିଲ, ‘ଆସ ଆମ୍ଭମାନଙ୍କ ଆଗରେ ଲୋକମାନଙ୍କୁ ପଠାଇବା, କିଏ ସେହି ଦେଶକୁ ଆମ୍ଭ ପାଇଁ ଗୋପନରେ ସନ୍ଧାନ କରିବ ଏବଂ ତଥ୍ୟ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେବ। କେଉଁ ପଥ ଦେଇ ଆମ୍ଭମାନଙ୍କର ଯିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ଯିବା ଉଚିତ୍।’ “ମୁଁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଜଣେ କରି ବାର ଜଣଙ୍କୁ ବାଛିଲି। ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ। ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’ “କିନ୍ତୁ ତୁମ୍ଭେ ସେ ଦେଶକୁ ଯିବାକୁ ମନା କରିଦେଲ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିଦ୍ରୋହାଚରଣ କଲ। ତୁମ୍ଭେମାନେ ଆପଣାର ତୁମ୍ଭମାନଙ୍କର ତମ୍ବୁକୁ ଯାଇ ଅଭିଯୋଗ କରି କହିଲ, ‘ସଦାପ୍ରଭୁ ଆମ୍ଭକୁ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି। ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା’ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’ “ତେଣୁ ମୁଁ ତୁମ୍ଭମାନଙ୍କୁ କହିଲି, ‘ତ୍ରାସ କର ନାହିଁ କି ଭୟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଛନ୍ତି। ସେ ମିଶରରେ ଯେପରି କରିଥିଲେ, ଏହିଠାରେ ମଧ୍ୟ ସେହିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ। ମରୁଭୂମିରେ ତୁମ୍ଭେମାନେ ଦେଖିଅଛ, ମନୁଷ୍ୟମାନେ ଆପଣା ସନ୍ତାନମାନଙ୍କୁ ବୋହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏହିଠାରେ ପହଞ୍ଚିବା ପର୍ଯ୍ୟନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।’ “କିନ୍ତୁ ତଥାପି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ। ଯେତେବେଳେ ତୁମ୍ଭେମାନେ ଯାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ଯାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନିରୂପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦେଖାଇବା ପାଇଁ ସେ ରାତ୍ରିରେ ଅଗ୍ନିଶିଖା, ଦିନରେ ମେଘସ୍ତମ୍ଭ ଦ୍ୱାରା ଗମନ କଲେ। ଲୋକମାନଙ୍କୁ କିଣାନରେ ପ୍ରବେଶ ନିଷେଧ “ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କ୍ରୋଧ କଲେ। ସେ ଦୃଢ଼ ପ୍ରତିଜ୍ଞା କରି କହିଲେ। ‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’ “ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। କିନ୍ତୁ ତୁମ୍ଭର ସହକର୍ମୀ ପରିଗ୍ଭରକ ନୂନର ପୁତ୍ର ଯିହୋଶୂୟ ସେ ସ୍ଥାନରେ ପ୍ରବେଶ କରିବ। ତାକୁ ସାହସ ଦିଅ। ଯେହେତୁ ସେ ଇସ୍ରାଏଲକୁ ତାଙ୍କର ଭୂମିକୁ ଅଧିକାର କରାଇବ।’ “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ କହୁଥିଲ, ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ତୁମ୍ଭର ପିଲାମାନେ ଲୁଟିତ ହେବେ। କିନ୍ତୁ ସେହି ପିଲାମାନେ ସେହି ଦେଶକୁ ଯିବେ ଏବଂ ସେମାନଙ୍କୁ ସେହି ସ୍ଥାନ ଦେବା। ତୁମ୍ଭର ଦୋଷ ପାଇଁ, ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦେବା ନାହିଁ। କାରଣ ସେମାନଙ୍କର ଭଲମନ୍ଦ ବିଗ୍ଭର କରିବାର ଜ୍ଞାନ ନାହିଁ। ସେମାନେ ବହୁତ ସାନ, ସେମାନେ ଠିକ୍ ଭୁଲ୍ ବୁଝିପାରୁ ନାହାନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସେହି ଦେଶ ସବୁ ଦେବ। କିନ୍ତୁ ତୁମ୍ଭେମାନେ ସୂଫସାଗର ପଥଦେଇ ପ୍ରାନ୍ତରକୁ ଫେରିଯାଅ।’ “ଏହା ପରେ ତୁମ୍ଭେମାନେ କହିଲ, ‘ମୋଶା, ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଆମ୍ଭେ ଯୁଦ୍ଧ କରିବା।’ “ଏହା ପରେ ତୁମ୍ଭେମାନେ ନିଜ ନିଜର ଯୁଦ୍ଧଅସ୍ତ୍ର ଧରି ପର୍ବତ ଉପରକୁ ଯିବାକୁ ଅଗ୍ରସର ହେଲ। ତୁମ୍ଭେମାନେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ୟମୟ ଦେଶ ଅଧିକାର କରିବାକୁ ସୁବିଧା ହେବ। “କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ମନାକର, ସେଠାକୁ ଯାଇ ଯୁଦ୍ଧ କରିବା ପାଇଁ। କାରଣ ଆମ୍ଭେ ସେମାନଙ୍କ ସହିତ ଯିବୁ ନାହିଁ, ତେଣୁ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ପରାସ୍ତ କରିବେ।’ “ମୁଁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କର ଆଦେଶ ବିରୁଦ୍ଧରେ ବିଦ୍ରୋହ କଲ। ନିଜ ବଳରେ ଯୁଦ୍ଧ କରିବା ପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଚଢ଼ିଲ। କିନ୍ତୁ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ ଓ ସେମାନେ ମହୁମାଛି ପରି ସେମାନଙ୍କୁ ତଡ଼ି ଦେଲେ। ସେମାନେ ତୁମ୍ଭମାନଙ୍କୁ ସେୟୀରର ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ। ଏହା ପରେ ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସି ସାହାଯ୍ୟ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସେମାନଙ୍କର କ୍ରନ୍ଦନ ଶୁଣିଲେ ନାହିଁ। ତେଣୁ ତୁମ୍ଭେମାନେ କାଦେଶରେ ବହୁଦିନ ପର୍ଯ୍ୟନ୍ତ ରହିଲ। ଇସ୍ରାଏଲ ମରୁଭୂମିରେ ଇତଃସ୍ତତ ଭ୍ରମଣ କଲେ “ଏହା ପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭେମାନେ ସେହିପରି କଲୁ। ଆମ୍ଭେମାନେ ସୂଫସାଗର ମଧ୍ୟଦେଇ ମରୁଭୂମି ଆଡ଼େ ଯାତ୍ରା କଲୁ। ଆମ୍ଭେମାନେ ସେୟୀର ପର୍ବତରେ ବହୁତ ଦିନ ଧରି ଭ୍ରମଣ କଲୁ। ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେମାନେ ଏହି ପର୍ବତର ଚତୁର୍ପାର୍ଶ୍ୱରେ ବହୁତ ଦିନ ଧରି ଭ୍ରମଣ କରିଅଛ, ତେଣୁ ଉତ୍ତର ଦିଗ ଆଡ଼କୁ ଯାଅ। ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସେୟୀର ଦେଇ ଯିବାକୁ ହେବ। ସେହି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସେମାନେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ! ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି। ଏଷୌର ଲୋକମାନଙ୍କୁ, ତୁମ୍ଭେମାନେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମୁଦ୍ରା ଦେବାକୁ ହେବ। ମନେରଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯିବାର ସେ ମଧ୍ୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଦୀର୍ଘ ଗ୍ଭଳିଶ୍ ବର୍ଷ ଧରି ତୁମ୍ଭର ସହାୟ ହୋଇ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାନ୍ତି।’ “ତେଣୁ ଆମ୍ଭେମାନେ ଆମ୍ଭର ଭାତୃଗଣ ସେୟୀର ନିବାସୀ ଏଷୌମାନଙ୍କ ପାଖଦେଇ ଗଲୁ, ସେଠାରୁ ଏଲତ୍ ଓ ଇ‌‌ତ୍‌‌ସିୟୋନ-ଗେବର ପଦାଭୂମିରେ ପଥଠାରୁ ଯାତ୍ରା କରି ସେଠାରୁ ଆମ୍ଭେ ଫେରି ମୋୟାବ ପ୍ରାନ୍ତର ପଥଦେଇ ଯାତ୍ରା କଲୁ। ଆରଠାରେ ଇସ୍ରାଏଲ “ସଦାପ୍ରଭୁ ମୋତେ କହିଲେ, ‘ମୋୟାବର ଲୋକମାନଙ୍କର କ୍ଷତି କର ନାହିଁ। ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ମୁଁ ସେମାନଙ୍କର କୌଣସି ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। ସେମାନେ ଲୋଟର ଭବିଷ୍ୟଦ୍ ବଂଶଧର। ମୁଁ ସେମାନଙ୍କୁ ଆର ନଗର ସେମାନଙ୍କର ବଂଶଧର ରୂପେ ଦେଇଅଛି।‌’” ଅତୀତରେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ। ସେମାନେ ଶକ୍ତିଶାଳୀ ଥିଲେ, ସେମାନେ ବହୁତ ସଂଖ୍ୟକ ଥିଲେ। ଏବଂ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ। ଅନାକୀୟ ଲୋକମାନେ ରଫାୟୀୟମାନଙ୍କର ଏକ ଅଂଶ ଥିଲେ। ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ। ହୋରୀୟ ଲୋକମାନେ ସେଠାରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ସେଠାରୁ ତଡ଼ି ଦେଲେ। ସେମାନଙ୍କୁ ବିନାଶ କଲେ ଓ ସେମାନଙ୍କ ସ୍ଥାନରେ ବାସ କଲେ। ଯେପରି ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର ଭୂମିରେ କଲେ। “ସଦାପ୍ରଭୁ ମୋତେ କହିଲେ, ‘ସେରଦ୍ ଉପତ୍ୟକାର ସେ ପାଖକୁ ଯାଅ।’ ତେଣୁ ଆମ୍ଭେ ସେରଦ ଉପତ୍ୟକା ପାର ହେଲୁ। କାଦେଶ ବର୍ଣ୍ଣେୟଠାରୁ ସେରଦ ଉପତ୍ୟକା ପାରହେବା ପର୍ଯ୍ୟନ୍ତ ଆମ୍ଭକୁ ଅଠତିରିଶ୍ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସେହି ସମୟ ମଧ୍ୟରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା। ସଦାପ୍ରଭୁଙ୍କର ହସ୍ତ ସେମାନଙ୍କ ବିପକ୍ଷରେ ସମସ୍ତ ଲୋକମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ଥିଲା। “ସମସ୍ତ ଯୋଦ୍ଧା ଲୋକମାନେ ଉଚ୍ଛିନ୍ନ ହୋଇଗଲା ପରେ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଆଜି ମୋୟାବର ସୀମା ଆର ଦେଇ ଯିବାକୁ ହେବ। ତୁମ୍ଭେମାନେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଞ୍ଚିବ, କିନ୍ତୁ ତୁମ୍ଭେମାନେ ସେମାନଙ୍କୁ କ୍ଳେଶ ଦେବ ନାହିଁ। ସେମାନଙ୍କ ସହିତ ଯୁଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦେବା ନାହିଁ। କାରଣ ସେମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସେମାନଙ୍କୁ ଏହିଦେଶ ଦେଇଅଛୁ।‌’” ସେହି ଦେଶ ରଫାୟୀୟମାନଙ୍କ ଦେଶଭାବେ ଜଣାଶୁଣା। ଅତୀତରେ ରଫାୟୀୟମାନେ ସେଠାରେ ବାସ କରୁଥିଲେ। ଅମ୍ମୋନ ଲୋକମାନେ ସେମାନଙ୍କୁ ସ‌ମ୍‌ସୁମ୍ମୀୟ ବୋଲି କହୁଥିଲେ। ସେଠାରେ ବହୁସଂଖ୍ୟକ ଶକ୍ତିଶାଳୀ ସ‌ମ୍‌ସୁମ୍ମୀୟମାନେ ବାସ କରୁଥିଲେ। ସେମାନେ ବହୁତ ଡେଙ୍ଗା ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅମ୍ମୋନୀୟ ଲୋକମାନଙ୍କର ସହାୟ ହେଲେ ସ‌ମ୍‌ସୁମ୍ମୀୟମାନଙ୍କୁ ବିନାଶ କରିବା ପାଇଁ। ଅମ୍ମୋନୀୟ ଲୋକମାନେ ସ‌ମ୍‌ସୁମ୍ମୀୟ ଲୋକମାନଙ୍କୁ ଅଧିକାର ଚ୍ୟୁତ କରି ସେହିଠାରେ ବାସ କଲେ। ଏବଂ ସେହିଠାରେ ଏବେ ମଧ୍ୟ ବାସ କରୁଛନ୍ତି। ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି। ପରମେଶ୍ୱର ଠିକ୍ ସେହିପରି ମଧ୍ୟ କରିଥିଲେ। କପ୍ତୋରୀୟମାନଙ୍କ ପ୍ରତି ଅବ୍ବୀୟ ଲୋକମାନେ ଘସା ନିକଟବର୍ତ୍ତୀ ସହରରେ ବାସ କରୁଥିଲେ। କିନ୍ତୁ କପ୍ତୋରୀୟ ଲୋକେ ଅବ୍ବୀୟମାନଙ୍କୁ ଧ୍ୱଂସ କଲେ। ସେହି କପ୍ତୋରୀୟ ଲୋକମାନେ ସେମାନଙ୍କଠାରୁ ଅଧିକାର ଛିନ୍ନ କରି ସେଠାରେ ଏବେ ପର୍ଯ୍ୟନ୍ତ ବାସ କରୁଛନ୍ତି। ଇମୋରୀୟ ଲୋକମାନଙ୍କ ସହିତ ଯୁଦ୍ଧ “ସଦାପ୍ରଭୁ ମୋତେ କହିଲେ, ‘ଅର୍ଣ୍ଣୋନ ଉପତ୍ୟକା ପାର ହେବା ପାଇଁ ପ୍ରସ୍ତୁତ ହୁଅ। ଆମ୍ଭେ ହି‌ଷ୍‌ବୋନର ରାଜା ଇମୋରୀୟ ସୀହୋନକୁ ଓ ତାଙ୍କ ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତେଣୁ ତାଙ୍କ ସହିତ ଯୁଦ୍ଧ କର ଓ ତାଙ୍କର ଦେଶ ଅଧିକାର କର। ଆଜି ଆମ୍ଭେ ସବୁଆଡ଼େ ସମସ୍ତଙ୍କ ମନରେ ତୁମ୍ଭ ବିଷୟରେ ଭୟ ସୃଷ୍ଟି କରିବୁ। ସେମାନେ ଏହି ଖବର ପାଇଲା ମାତ୍ରେ ସେମାନେ ବହୁତ ଭୟ କରିବେ ଓ ଭୟରେ ଥରିବେ।’ “ଯେତେବେଳେ ମୁଁ କଦେମୋତ୍ ପ୍ରାନ୍ତରରୁ ହି‌ଷ୍‌ବୋନର ରାଜା ସୀହୋନ ନିକଟକୁ ଦୂତଦ୍ୱାରା ଶାନ୍ତିବାର୍ତ୍ତା ପଠାଇଲି। ସେମାନେ କହିଲେ, ‘ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ। ଆମ୍ଭେ ବାଟେ ବାଟେ ଯିବୁ, ବାମକୁ କିଅବା ଦକ୍ଷିଣକୁ ଯିବୁ ନାହିଁ। ଆମ୍ଭେ ତୁମ୍ଭ ଦେଶରେ ଯେଉଁ ଖାଦ୍ୟ ଖାଇବୁ ଓ ପାନୀୟ ପିଇବୁ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ୟ ଦେବୁ। ତୁମ୍ଭ ଦେଶ ମଧ୍ୟରେ ଆମ୍ଭେ କେବଳ ପଦାଗ୍ଭରଣ କରି ଯିବୁ। ଆମ୍ଭେ ଯର୍ଦ୍ଦନ ନଦୀ ପାର ହେବା ପର୍ଯ୍ୟନ୍ତ ତୁମ୍ଭ ଦେଶ ମଧ୍ୟଦେଇ ଯିବାକୁ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭକୁ ଯେଉଁ ଦେଶ ଦେଇଛନ୍ତି, ସେ ଦେଶକୁ ଯିବା ପାଇଁ ଆମ୍ଭକୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମୋୟାବୀୟମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ଯିବାକୁ ଦେଇଛନ୍ତି, ସେହିପରି ତୁମ୍ଭେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ।’ “କିନ୍ତୁ ହି‌ଷ୍‌ବୋନର ରାଜା ସୀହୋନ୍ ତାଙ୍କ ଦେଶ ମଧ୍ୟଦେଇ ଆମ୍ଭମାନଙ୍କୁ ଯିବାକୁ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ହୃଦୟ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭେମାନେ ସୀହୋନକୁ ପରାସ୍ତ କରି ପାରିବ, ଏବଂ ଆଜି ଆମ୍ଭେ ଜାଣିଲୁ ବାସ୍ତବରେ କ’ଣ ସବୁ ଘଟିଲା। “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ସୀହୋନ ଏବଂ ତାଙ୍କର ରାଜାଙ୍କୁ ସମର୍ପଣ କରିବା। ବର୍ତ୍ତମାନ ଯାଅ ସେହି ଦେଶକୁ ଅଧିକାର କର!’ “ଏହା ପରେ ରାଜା ସୀହୋନ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଯହସ ନାମକ ସ୍ଥାନକୁ ବାହାରି ଆସିଲେ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆମ୍ଭେମାନେ ରାଜା ସୀହୋନକୁ, ତାଙ୍କର ପୁତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲୁ। ସେ ସମୟରେ ରାଜା ସୀହୋନଙ୍କର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲୁ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମେତ ସମସ୍ତ ଲୋକମାନଙ୍କୁ ବଧ କଲୁ। କାହାରିକୁ ଜୀବିତ ରଖିଲୁ ନାହିଁ। ଆମ୍ଭେମାନେ କେବଳ ପଶୁଗଣକୁ ଓ ଯେଉଁ ଯେଉଁ ନଗର ହସ୍ତଗତ କଲୁ ତାହାର ସବୁ ଲୁଟିତ ଦ୍ରବ୍ୟ ଆମ୍ଭେମାନେ ନିଜ ନିଜ ପାଇଁ ଗ୍ରହଣ କଲୁ। ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟେରଠାରୁ ଏବଂ ଉପତ୍ୟକାର ମଧ୍ୟବର୍ତ୍ତୀଠାରୁ ଗିଲିୟଦ ପର୍ଯ୍ୟନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନ ଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭ ସମ୍ମୁଖରେ ସବୁ ସମର୍ପଣ କଲେ। କେବଳ ଅମ୍ମୋନ-ସନ୍ତାନଗଣଙ୍କ ଦେଶ ଅର୍ଥାତ ଯବ୍ବୋକ୍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ, ତହିଁ ନିକଟକୁ ତୁମ୍ଭେମାନେ ଯାଅ ନାହିଁ। ବାଶନ ଲୋକମାନଙ୍କ ସହିତ ଯୁଦ୍ଧ “ଆମ୍ଭେମାନେ ଫେରି ବାଶନକୁ ଗଲୁ। ବାଶନର ରାଜା ଓଗ୍ ଏବଂ ତାହାର ସମସ୍ତ ପ୍ରଜା ଆମ୍ଭ ସହିତ ଯୁଦ୍ଧ କରିବାକୁ ଇଦ୍ରିୟୀକି ବାହାରି ଆସିଲେ। ସଦାପ୍ରଭୁ ମୋତେ କହିଲେ, ‘ଓ‌ଗ୍‌କୁ ଭୟ କର ନାହିଁ, ମୁଁ ନିଷ୍ପତ୍ତି ନେଇଛି ଯେ ତାକୁ ତୁମ୍ଭମାନଙ୍କ ଆଗରେ ସମର୍ପଣ କରିବି। ମୁଁ ମଧ୍ୟ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦେବି। ଇମ୍ମୋରୀୟ ରାଜା ସୀହୋନ ଯିଏକି ସଷବୋରେ ରାଜତ୍ୱ କରୁଥିଲେ, ସେହିପରି ତାହା ପ୍ରତି ମଧ୍ୟ କରିବ।’ “ତେଣୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ବାଶନର ରାଜା ଓଗ୍ ଉପରେ ଆମ୍ଭକୁ ବିଜୟ ପ୍ରଦାନ ଦେଲେ। ଆମ୍ଭେମାନେ ତାଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ହତ୍ୟା କଲୁ ଏବଂ କେହି ଜଣେବି ରହିଲେ ନାହିଁ। ଆମ୍ଭେମାନେ ତାଙ୍କର ସମସ୍ତ ନଗର ହସ୍ତଗତ କଲୁ। ଯଥା ତାଙ୍କର ଥିବା ଷାଠିଏଟିଯାକ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ ଅର୍ଥାତ୍ ବାଶନସ୍ଥ ଓ‌‌ଗ୍‌‌ର ରାଜ୍ୟ ଆମ୍ଭେ ହସ୍ତଗତ କଲୁ। ସମସ୍ତ ନଗର ଗୁଡ଼ିକ ସୁରକ୍ଷିତ ଥିଲା। ସେଗୁଡ଼ିକର ଉଚ୍ଚ ପ୍ରାଚୀର ଥିଲା, ଦ୍ୱାରଥିଲା ଓ ଅର୍ଗଳରେ ସୁରକ୍ଷିତ ଥିଲା। ଏପରି ମଧ୍ୟ କେତେକ ନଗର ଥିଲା ଯାହାର ପ୍ରାଚୀର ନ ଥିଲା। ହି‌ଷ୍‌ବୋନର ରାଜା ସୀହୋନଙ୍କୁ ଯେପରି କରିଥିଲେ, ସେହିପରି ଏଠାରେ ଆମ୍ଭେ ସମସ୍ତଙ୍କୁ ଏପରି କି ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ବିନାଶ କଲୁ। କିନ୍ତୁ ଆମ୍ଭେମାନେ ସମସ୍ତ ପଶୁ ଏବଂ ନଗରରୁ ଲୁଟିତ ଦ୍ରବ୍ୟସବୁ ନିଜ ନିଜ ପାଇଁ ଗ୍ରହଣ କଲୁ। “ଏହି ପ୍ରକାରରେ, ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହାତରୁ ଅର୍ଣ୍ଣୋନ ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ। ସୀଦୋନୀୟମାନେ ସେହି ହର୍ମୋଣକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର କହନ୍ତି। ଆମ୍ଭେମାନେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲିୟଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।” ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓ‌‌ଗ୍‌‌ର ଖଟଟି ଲୁହାରେ ତିଆରି ହୋଇଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଗ୍ଭରି ହାତ। ସେହି ଖଟଟି ଏବେ ମଧ୍ୟ ରବ୍ବାରେ ଅଛି ଯେଉଁଠାରେ ଅମ୍ମୋନ ସନ୍ତାନଗଣ ବାସ କରୁଛନ୍ତି। ଯର୍ଦ୍ଦନ ନଦୀର ପୂର୍ବପଟସ୍ଥ ଭୂମି “ତେଣୁ ଆମ୍ଭେମାନେ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟରଠାରୁ ସେହି ସମସ୍ତ ଦେଶ ନିଜର କରଗତ କଲୁ, ସେଥିରୁ ମୁଁ ଗିଲିୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତାହାର ନଗରଗୁଡ଼ିକୁ ରୁବେନ୍ ବଂଶକୁ ଓ ଗାଦ୍ ବଂଶକୁ ଦେଲି। ମୁଁ ଗିଲିୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ୟ ଅର୍ଥାତ ଓ‌ଗ୍‌ର ରାଜ୍ୟ, ସମୁଦାୟ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।” ଯାହାକି ରଫାୟୀୟ ଦେଶ ଭାବେ ଜଣା। ମନଃଶିର ପୁତ୍ର ଯାୟୀର ଗଶ୍ୱରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର (ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସେହି ଅଞ୍ଚଳକୁ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ଯ୍ୟନ୍ତ ବାଶନକୁ ହବୋତ୍-ଯାୟୀର ବୋଲି ଡକାଯାଏ। “ମୁଁ ଗିଲିୟଦ ମାଖୀରକୁ ଦେଲି। ଏବଂ ଗିଲିୟଦଠାରୁ ଅର୍ଣ୍ଣୋନ୍-ଉପତ୍ୟକା ପର୍ଯ୍ୟନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ୟସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସେଠାରୁ ଅମ୍ମୋନୀୟମାନଙ୍କର ସୀମା ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ ମୁଁ ରୁବେନ୍ ଓ ଗାଦ୍ ଗୋଷ୍ଠୀକୁ ଦେଲି। ତାହାର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯର୍ଦ୍ଦନ ନଦୀ ମରୁଭୂମି ଥିଲା। ଉତ୍ତରରେ କିନ୍ନେରତ ସମୁଦ୍ରଠାରୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ଦକ୍ଷିଣରେ ପି‌ସ୍‌ଗାର ଗଡ଼ାଣିଠାରୁ ପୂର୍ବ ପର୍ଯ୍ୟନ୍ତ। “ସେହି ସମୟରେ ମୁଁ ସେହି ଗୋଷ୍ଠୀୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଲି: ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ଯର୍ଦ୍ଦନ କୂଳସ୍ଥ ଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ ବୀର ଗୋଷ୍ଠୀୟମାନେ ସୂସଜ୍ଜ ହୋଇ ତୁମ୍ଭମାନଙ୍କ ଭାଇମାନଙ୍କର ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ। ତୁମ୍ଭମାନଙ୍କର ସ୍ତ୍ରୀ, ତୁମ୍ଭମାନଙ୍କର ଛୋଟ ପିଲା ଏବଂ ତୁମ୍ଭର ପଶୁମାନେ ଏହିଠାରେ ବାସ କରିବେ। ମୁଁ ତୁମ୍ଭମାନଙ୍କୁ ଯେଉଁ ନଗର ଗୁଡ଼ିକ ଦେଇଛି। ମୁଁ ଜାଣେ ତୁମ୍ଭମାନଙ୍କର ଅନେକ ପଶୁ ଅଛନ୍ତି। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଇସ୍ରାଏଲୀୟ ଭାତୃଗଣମାନଙ୍କୁ ସାହାଯ୍ୟ କର। ଯେପର୍ଯ୍ୟନ୍ତ ସେମାନେ ସଦାପ୍ରଭୁଙ୍କ ଦତ୍ତ ଯର୍ଦ୍ଦନ ସେପାରିସ୍ଥ ଭୂମିରେ ବାସ କରନ୍ତି। ସେମାନେ ତୁମ୍ଭମାନଙ୍କ ପରି ଭୂମି ପାଇବା ପର୍ଯ୍ୟନ୍ତ, ସେମାନଙ୍କୁ ସାହାଯ୍ୟ କର। ଏହା ପରେ ତୁମ୍ଭେମାନେ ତୁମ୍ଭଙ୍କୁ ଦିଆଯାଇଥିବା ଏହି ନିଜ ନିଜ ଦେଶକୁ ଫେରିଯିବ।’ “ଏହା ପରେ ମୁଁ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହି ଦୁଇ ରାଜାଙ୍କ ପାଇଁ ଯାହା କରିଛନ୍ତି ତୁମ୍ଭେ ତାହା ଦେଖିଛ। ତୁମ୍ଭେ ଯେଉଁ ରାଜ୍ୟକୁ ଯାଉଛ ସେମାନଙ୍କ ପାଇଁ ସଦାପ୍ରଭୁ ସେହିପରି କରିବେ। ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ।’ ମୋଶାଙ୍କୁ କିଣାନ ଦେଶ ଯିବାକୁ ମନା “ଏହା ପରେ ମୁଁ ସଦାପ୍ରଭୁଙ୍କୁ ଅନୁରୋଧ କଲି। ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏମନ୍ତ ପରମେଶ୍ୱର ଆଉ କିଏ ଅଛି।’ ମୁଁ ବିନତି କରୁଛି, ମୋତେ ସେପାରିକି ଯିବାକୁ ଦିଅ, ଯର୍ଦ୍ଦନର ସେପାରିସ୍ଥ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ୍ ଦେଖିବାକୁ ଦିଅ।’ “ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ କଲେ ଓ ମୋ’ କଥା ଶୁଣିଲେ ନାହିଁ। ଆଉ ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭର ଯଥେଷ୍ଟ ହେଲାଣି। ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ। ପି‌ସ୍‌ଗାର ଶୃଙ୍ଗକୁ ଚଢ଼ିଯାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡ଼େ ତୁମ୍ଭ ନିଜ ଆଖିରେ ସେହି ଦେଶକୁ ଦେଖ, କାରଣ ତୁମ୍ଭେ କେବେ ଯର୍ଦ୍ଦନ ନଦୀ ପାର ହେବ ନାହିଁ। କିନ୍ତୁ ଯିହୋଶୂୟଙ୍କୁ ଆଜ୍ଞା ଦିଅ, ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ। କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ। ତୁମ୍ଭେମାନେ ଯେଉଁ ଦେଶ ଦେଖିବ। ତାହା ସେ ସେମାନଙ୍କୁ ଅଧିକାର କରାଇବ।’ “ଏହିରୂପେ ଆମ୍ଭେମାନେ ବୈ‌‌ତ୍‌‌ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସକଲୁ।” ମୋଶା ଲୋକମାନଙ୍କୁ ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ କହିଲେ “ବର୍ତ୍ତମାନ ହେ ଇସ୍ରାଏଲ ମୁଁ ଯେଉଁ ନିୟମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ବାକ୍ୟରେ ଆଉ କିଛି ମିଶାଅ ନାହିଁ। କିଅବା ତା’ଠାରୁ କିଛି ଊଣାକରି ପାଳନ କର ନାହିଁ। ସମ୍ପୂର୍ଣ୍ଣ ଭାବେ ସେହି ବାକ୍ୟମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ମାନ। “ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମ ବାଲପିୟୋରରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବାଲପିୟୋରର ପଶ୍ଚା‌ଦ୍‌ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ହତ୍ୟା କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲେ, ତୁମ୍ଭମାନଙ୍କର ସେହି ଲୋକମାନେ ଏବେ ବଞ୍ଚିଛନ୍ତି। “ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ। ତେଣୁ ଏହି ବ୍ୟବସ୍ଥାସବୁ ପାଳନ କର ଏବଂ ସେଗୁଡ଼ିକ ଅଭ୍ୟାସ କର କାରଣ ବହୁତ ଦେଶମାନଙ୍କ ମଧ୍ୟରେ ଏହା ତୁମ୍ଭର ଜ୍ଞାନ ଓ ବୁଝାମଣା ହେବ। ଏହି ବ୍ୟବସ୍ଥା ଶୁଣିଲାପରେ ସେମାନେ କହିବେ ଯେ, ‘ଇସ୍ରାଏଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବୁଝାମଣା ଶକ୍ତି ଅଛି।’ “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀୟମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ। ଯେଉଁସବୁ ଯଥାର୍ଥା ବିଧି ଓ ବ୍ୟବସ୍ଥା ଯେପରି ଶିକ୍ଷା ଆଦି ଦେଇଅଛି, ତାହା ତୁଲ୍ୟ କୌଣସି ଜାତିଗଣ ମଧ୍ୟରେ ନାହିଁ। କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ। ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’ ତେଣୁ ସେମାନେ ମୋର ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲେ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାରରେ ବ୍ୟାପ୍ତ ହୋଇଥିଲା ଓ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା। ଏହା ପରେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ। ତା’ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ। ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ। “ସେହି ଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସେହି ଅଗ୍ନିଶିଖାରୁ କଥା କହିବା ସମୟରେ (ହୋରେବରେ) ତୁମ୍ଭେମାନେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ। ତେଣୁ ସାବଧାନ ହୁଅ, ନଚେତ୍ ତୁମ୍ଭେମାନେ ଧ୍ୱଂସ ହେବ। ଯଦି ତୁମ୍ଭେମାନେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜୀବିତ ପୁରୁଷ ବା ସ୍ତ୍ରୀ ପରି ହୋଇଥିବ। ଏପରି କୌଣସି ପ୍ରତିମା ପଶୁ ପରି ବା ପକ୍ଷୀ ପରି କର ନାହିଁ। ଏପରି କୌଣସି ପ୍ରାଣୀର ପ୍ରତିମା ତିଆରି କର ନାହିଁ ଯାହା ଭୂମିରେ ଗୁରୁଣ୍ଡି ଗୁରୁଣ୍ଡି ଯାଏ ବା ସମୁଦ୍ରର ମାଛ ତୁଲ୍ୟ ହୋଇଥାଏ। ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲୁହା ତରଳା ଯାଉଥିବା ଚୁଲ୍ଲାରୁ କାଢ଼ି ଆଣିବା ତୁଲ୍ୟ, ମିଶରରୁ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ୟବାନ ଲୋକ ହେବା ପାଇଁ ଆଣିଛନ୍ତି, ତୁମ୍ଭେମାନେ ଯେପରି ଆଜି ହୋଇଛ। “ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ ହେଲେ। ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ। ଏଣୁ ମୁଁ ଏହି ଦେଶରେ ମରିବି। ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ। ମାତ୍ର ତୁମ୍ଭେମାନେ ଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ। ତୁମ୍ଭେମାନେ ଆପଣା ବିଷୟରେ ସାବଧାନ ହୁଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାଶୋରିଯିବ ନାହିଁ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଈର୍ଷାପରାୟଣ ପରମେଶ୍ୱର ଏବଂ ସେ ଅଗ୍ନି ସ୍ୱରୂପ ଧ୍ୱଂସ କରନ୍ତି, ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି। “ତୁମ୍ଭେମାନେ ସେ ଦେଶରେ ବହୁତ ଦିନ ବସବାସ କରିବ। ସେଠାରେ ତୁମ୍ଭମାନଙ୍କର ପୁତ୍ର ଓ ନାତିମାନେ ମଧ୍ୟ ବାସ କରିବେ। ତୁମ୍ଭେମାନେ ସେଠାରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକୁ କ୍ଷୁର୍ଣ୍ଣ କରିବ। ଯେତେବେଳେ ତୁମ୍ଭେମାନେ ଏପରି କରିବ, ପରମେଶ୍ୱର ତୁମ୍ଭମାନଙ୍କ ଉପରେ କ୍ରୋଧ କରିବେ। ତେଣୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ୱର୍ଗ ଓ ପୃଥିବୀକୁ ସାକ୍ଷୀରଖି କହୁଅଛି, ତୁମ୍ଭେମାନେ ଯଦି ଏପରି କର, ତେବେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶକୁ ଯାଉଛ, ସେହି ଦେଶରୁ ଶୀଘ୍ର ସେଠାରୁ ନିଃଶେଷରୂପେ ବିନଷ୍ଟ ହେବ। ତୁମ୍ଭେମାନେ ସେଠାରେ ଦୀର୍ଘଜୀବୀ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ, ତୁମ୍ଭେମାନେ ଅଳ୍ପ ସଂଖ୍ୟକ ହୋଇ ଅବଶିଷ୍ଟ ରହିବ। ସେଠାରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଠମୟ ଓ ପ୍ରସ୍ତରମୟ ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ। କିନ୍ତୁ ସେହି ସ୍ଥାନରେ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଅନ୍ୱେଷଣ କରିବ। ତେବେ ତୁମ୍ଭେମାନେ ଯଦି ହୃଦୟତାର ସହକାରେ ତାଙ୍କୁ ଅନ୍ୱେଷଣ କର ତେବେ ତୁମ୍ଭେ ତାଙ୍କୁ ପାଇପାରିବ। ଯେତେବେଳେ ତୁମ୍ଭେମାନେ ବିପଦରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ, ସେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରିବ ଓ ତାଙ୍କର ସମସ୍ତ ଅନୁଶାସନ ମାନିବ। ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଜଣେ ଦୟାଳୁ ପରମେଶ୍ୱର ଅଟନ୍ତି, ସେ ତୁମ୍ଭମାନଙ୍କୁ ତ୍ୟାଗ କରିବେ ନାହିଁ, କି ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଛନ୍ତି ତାହା ଭୂଲି ଯିବେ ନାହିଁ। ପରମେଶ୍ୱରଙ୍କର ମହାନ କର୍ମକୁ ସ୍ମରଣ କର “ଏହା ପୂର୍ବରୁ ଏପରି ମହାନ କାର୍ଯ୍ୟ କେବେ ଦେଖିଛ କି? କଦାପି ନୁହେଁ କାରଣ ଅତୀତକୁ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରୁ ଦେଖ। ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନଠାରୁ ପୃଥିବୀର ଗ୍ଭରିଆଡ଼େ ଏପରି ମହାନ କାର୍ଯ୍ୟ କେହି କରିଛି। ଏପରି ମହାକାର୍ଯ୍ୟ ଘଟିବାର ଆଉ କେହି ଶୁଣିଛ କି? ନାଁ! ତୁମ୍ଭେ ଯେପରି ଶୁଣିଅଛ, ସେପରି ଅନ୍ୟ କୌଣସି ଦେଶୀୟ ଲୋକ ପରମେଶ୍ୱରଙ୍କର କଥା ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ? ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି। ଏହିସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେମାନେ ଜାଣି ପାରିବ, ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାଙ୍କ ଭିନ୍ନ ଆଉ କେହି ନାହିଁ। ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ। “ସେମାନଙ୍କ ପରେ ସେମାନଙ୍କ ଭବିଷ୍ୟଦ୍ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳରେ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ, ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭମାନଙ୍କ ଆଗରୁ ତଡ଼ି ଦେଇଛନ୍ତି। ସେ ସେମାନଙ୍କ ଦେଶରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦେଲେ, ଯାହା ଆଜି ହୋଇଛି। “ଏଥିପାଇଁ ତୁମ୍ଭେମାନେ ଆଜି ଏହା ଚିନ୍ତା ଓ ହୃଦୟଙ୍ଗମ କରିବା ଉଚିତ୍ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସ୍ୱର୍ଗର ଉପରେ ଓ ପୃଥିବୀ ତଳେ ଅଛନ୍ତି, ଅନ୍ୟ କେହି ନୁହେଁ। ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।” ମୋଶା ସୁରକ୍ଷା ସହରଗୁଡ଼ିକୁ ବାଛିଲେ ଏହା ପରେ ମୋଶା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ତିନୋଟି ନଗର ସଂରକ୍ଷଣ କଲେ। ଯେପରି କେହି ଆପଣା ପ୍ରତିବାସୀକୁ ପୂର୍ବେ ହିଂସା ନ କରି ଅଜ୍ଞାତ ସାରରେ ହତ୍ୟା କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚିପାରେ। ଯଥା ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତରରେ ବେତ୍ସର, ଗାଦୀୟମାନଙ୍କ ନିମନ୍ତେ ରାମୋତ୍ ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍। ମୋଶାଙ୍କ ବ୍ୟବସ୍ଥାର ପରିଚୟ ଏହା ପରେ ମୋଶା ଇସ୍ରାଏଲୀୟ ସନ୍ତାନଗଣର ସମ୍ମୁଖରେ ଏହି ପରମେଶ୍ୱରଙ୍କ ବ୍ୟବସ୍ଥା କଲେ। ଏହିସବୁ ପ୍ରମାଣିତ ବାକ୍ୟ, ନିୟମ, ବ୍ୟବସ୍ଥା ଯାହାକି ମୋଶା ଇସ୍ରାଏଲର ଲୋକମାନଙ୍କୁ ଦେଲେ, ଯେତେବେଳେ ମିଶରରୁ ବାହାରି ଆସିଲେ। ସିୟୋନ ଦେଶରେ ଇମୋରୀୟମାନଙ୍କର ରାଜା ଯିଏକି ଯର୍ଦ୍ଦନ ନଦୀର ବିପରିତ ପାର୍ଶ୍ୱରେ ଥିବା ବୈ‌‌‌ତ୍‌‌‌ପିୟୋର ସମ୍ମୁଖରେ ହି‌ଷ୍‌ବୋନ୍ ଉପତ୍ୟକାରେ ଶାସନ କରୁଥିଲେ। କାରଣ ମିଶରରୁ ବାହାରି ଆସିବା ବେଳେ ମୋଶା ଓ ଇସ୍ରାଏଲର ଲୋକମାନେ ତାଙ୍କୁ ପରାସ୍ତ କଲେ। ଏବଂ ସେମାନେ ତା’ର ଭୂମିକୁ ବାଶନର ରାଜା ଓ‌‌ଗ୍‌‌ର ଭୂମିକୁ ଅଧିକାର କଲେ। ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଇମୋରୀୟମାନଙ୍କର ଦୁଇ ରାଜା ଥିଲେ। ଏହି ଦେଶ ଅରୋୟେରଠାରୁ ଅର୍ଣ୍ଣୋନ ଉପତ୍ୟକା ଧାରେ ଧାରେ ସିୟୋନ ପର୍ଯ୍ୟନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏବଂ ଅସେଦୋଦ୍ ପି‌ସ୍‌ଗାର ଅଧଃସ୍ଥିତ ପଦା ଭୂମିରେ ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ। ଦଶ ଆଜ୍ଞା ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ। ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ, ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। “ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ। “ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ। ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା। ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ। ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। ସପ୍ତାହର ଛଦିନ ସମସ୍ତ କର୍ମ କର। କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି। ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି। ‘ତୁମ୍ଭେ ନରହତ୍ୟା କରିବ ନାହିଁ। ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ। ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ। ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ। ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’” ଲୋକମାନେ ପରମେଶ୍ୱରଙ୍କୁ ଭୟ କରୁଥିଲେ ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ। “ମାତ୍ର ପର୍ବତ ଅଗ୍ନିରେ ଜଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ଶବ୍ଦ ଶୁଣିଲ। ଏହା ପରେ ତୁମ୍ଭମାନଙ୍କର ଗୋଷ୍ଠୀର ମୁଖ୍ୟ ଓ ପ୍ରାଚୀନ ମୋ’ ନିକଟକୁ ଆସିଲେ। ସେମାନେ କହିଲେ, ଦେଖ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ବାକ୍ୟ ଶୁଣିଅଛୁ। ଆମ୍ଭେମାନେ ଆଜି ଦେଖିଲୁ ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ। କିନ୍ତୁ ଯଦି ଆମ୍ଭେମାନେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଅଧିକ ଶୁଣୁ, ତା’ ନ ହେଲେ ଆମ୍ଭେମାନେ ମୃତ୍ୟୁବରଣ କରିବୁ। ସେହି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ୱଂସ କରିବ। ଆମ୍ଭେମାନେ ମରିବାକୁ ଗ୍ଭହୁଁ ନାହୁଁ। ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ। ହେ ମୋଶା ଯାଅ ଓ ଶୁଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ଯାହା ଶୁଣିଛ, ତାହା ଆମ୍ଭମାନଙ୍କୁ କୁହ ଏବଂ ଆମ୍ଭେମାନେ ତାହା ପାଳନ କରିବୁ।’ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ “ତୁମ୍ଭେମାନେ ମୋତେ ଯେତେବେଳେ ଏପରି କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର କଥା ଶୁଣି ମୋତେ କହିଲେ, ‘ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସେହି କଥା ଶୁଣିଅଛୁ। ସେମାନେ ଯାହା କହିଛନ୍ତି ଭଲ କହିଛନ୍ତି। ଆମ୍ଭେ ଗ୍ଭହୁଁ ତାଙ୍କର ଭାବନାର ପରିବର୍ତ୍ତନ ଘଟୁ। ଆମ୍ଭେ ଗ୍ଭହୁଁ ସେମାନେ ହୃଦୟତାର ସହକାରେ ଆମ୍ଭକୁ ସମ୍ମାନ କରି ଆମ୍ଭର ବାକ୍ୟ ପାଳନ କରନ୍ତୁ। ଏହା ପରେ ସେମାନଙ୍କର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳୀନ ମଙ୍ଗଳ ହେବ। “‘ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ନିଜ ନିଜ ତମ୍ବୁକୁ ଫେରିଯାଅ। ମାତ୍ର ତୁମ୍ଭେ ଏହି ସ୍ଥାନରେ ମୋ’ ନିକଟରେ ଠିଆ ହୁଅ। ମୁଁ ତୁମ୍ଭକୁ ଆଜ୍ଞା, ନିୟମ ଏବଂ ଶାସନସବୁ କହିବି, ମୁଁ ସେମାନଙ୍କୁ ସେମାନଙ୍କର ଅଧିକାର ଦେବି। ଯାହାକି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ଉଚିତ୍ ଏବଂ ସେମାନେ ସେହି ଦେଶରେ ତାହା ମାନିବା ଉଚିତ୍।’ “ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ। ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ। ସର୍ବଦା ପରମେଶ୍ୱରଙ୍କୁ ପ୍ରେମ କର ଓ ତାଙ୍କର ଆଜ୍ଞା ପାଳନ କର “ଏହିସବୁ ଆଜ୍ଞା, ବ୍ୟବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋତେ କହିଲେ। ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେଦି ଦେଶରେ ତୁମ୍ଭେମାନେ ଏହି ବ୍ୟବସ୍ଥା ପାଳନ କରିବା ଉଚିତ୍। ଏହା ଏପରି ଅଟେ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତୁଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିୟମ ପାଳନ କରିବା ପାଇଁ ମୁଁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହେବ। ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ। “ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭେମାନେ ତାହାକୁ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଗ୍ଭଲିବା ବେଳେ, ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କର ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। “ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକୁ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗୁଡ଼ିକ ସହିତ ଏହା ତୁମ୍ଭମାନଙ୍କୁ ଦେବେ, ଯେଉଁଗୁଡ଼ିକ ତୁମ୍ଭେମାନେ ନିର୍ମାଣ କରି ନାହଁ ଏବଂ ଯେଉଁଗୁଡ଼ିକ ବୃହତ ଓ ସୁନ୍ଦର ଅଟେ। ଉତ୍ତମ ସାମଗ୍ରୀରେ ପରିପୂର୍ଣ୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, କୂଅସବୁ ଯାହା ତୁମ୍ଭେ ଖୋଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଯାହାକୁ ତୁମ୍ଭେମାନେ ରୋପଣ କଲ ନାହିଁ, ସେଗୁଡ଼ିକ ତୁମ୍ଭେମାନେ ଭୋଗ କରି ତୃପ୍ତ ହେବ। “ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ। ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚା‌ଦ୍‌ଗାମୀ ହେବ ନାହିଁ। ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି। “ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଦୂର କରି ଦେବେ, ଯେ ରୂପେ ସେ କହିଛନ୍ତି। ପରମେଶ୍ୱରଙ୍କ କାର୍ଯ୍ୟ ବିଷୟରେ ତୁମ୍ଭର ସନ୍ତାନମାନଙ୍କୁ ଶିକ୍ଷା ଦିଅ “ଭବିଷ୍ୟତରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଦେଇଛନ୍ତି, ସେସବୁର ଅଭିପ୍ରାୟ କ’ଣ?’ ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ। ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ। ସେ ଦେଶରେ ପରମେଶ୍ୱର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ। ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରି ପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’ ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ “ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ। ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ। ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ। କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା’ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ। ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ “ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି। କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ। “ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ। କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ। ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର। “ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ। ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ। “ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ। ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’ ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି। ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ। “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ। ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ। ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ। “ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ। ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି। ସଦାପ୍ରଭୁଙ୍କୁ ସ୍ମରଣ କର “ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି। ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି। ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ନିର୍ଗତ ହୁଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷୁଧିତ କରିଅଛନ୍ତି, ସେ ତୁମ୍ଭକୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ଏହି ଗ୍ଭଳିଶ୍ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭମାନଙ୍କର ପାଦ ଫୁଲିଲା ନାହିଁ। ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା’ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି। “ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକୁ ନେଇ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶିରେ, ଝରଣାରେ ଓ ଗଭୀର ଜଳସ୍ରୋତରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦେଇ ଝରିଯାଏ। ଏହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ଅଟେ। ସେହି ଦେଶ ମଧ୍ୟ ଜୀତତୈଳ ଓ ମଧୁମୟ ଅଟେ। ସେଠାରେ ତୁମ୍ଭେମାନେ ପ୍ରଚୁର ପରିମାଣର ଖାଦ୍ୟ ପାଇବ। ସେଠାରେ ତୁମ୍ଭମାନଙ୍କର ଆବଶ୍ୟକ ଦ୍ରବ୍ୟମାନ ଉପଲବ୍ଧ ହେବ। ସେହି ଦେଶର ପଥର ଲୁହା ଅଟେ, ତୁମ୍ଭେମାନେ ସେଠାକାର ପର୍ବତରୁ ପିତ୍ତଳ ଖୋଳି ପାରିବ। ଆଉ ତୁମ୍ଭେମାନେ ସେଠାରେ ଖାଦ୍ୟରେ ତୃପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ୟବାଦ କରିବ। ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି। ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ। ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ। ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି। ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚ‌‌କ୍‌‌ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ। ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର। ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି। “କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ। ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ। ସଦାପ୍ରଭୁ ଇସ୍ରାଏଲର ସହାୟ ହେବେ “ହେ ଇସ୍ରାଏଲର ଲୋକମାନେ, ଶୁଣ! ତୁମ୍ଭେମାନେ ଆଜି ଯର୍ଦ୍ଦନ ନଦୀ ପାର ହୋଇ ଯାଉଛ, ଜାତିମାନଙ୍କୁ ତଡ଼ିଦେବା ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସେମାନଙ୍କର ବୃହତ ନଗରଗୁଡ଼ିକ ଏବଂ ସେମାନଙ୍କର ପ୍ରାଚୀରଗୁଡ଼ିକ ଆକାଶକୁ ଛୁଏଁ। ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାୟ ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାରୁ ଏହା ଶୁଣିଅଛ। ଯେ, ‘ସେମାନଙ୍କ ସମ୍ମୁଖରେ କେହି ଛିଡ଼ା ହେବାକୁ ସାହସ କରନ୍ତି ନାହିଁ।’ ଏଣୁ ଆଜି ଏହା ଜ୍ଞାତ ହୁଅ, ଯେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନିସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରେ ନତ କରିବେ। ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ। “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲାପରେ ତୁମ୍ଭେ ଏପରି କୁହ ନାହିଁ ଯେ, ‘ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।’ ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି। ଏହା ତୁମ୍ଭେମାନେ ଜାଣ, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ। ସଦାପ୍ରଭୁଙ୍କର କ୍ରୋଧକୁ ସ୍ମରଣ କର “ତୁମ୍ଭେମାନେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୋଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭେମାନେ ତାହା ପାଶୋରି ଯାଅ ନାହିଁ। ତୁମ୍ଭେ ମିଶର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇଅଛ। ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି। ସେତେବେଳେ ମୁଁ ପର୍ବତରେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲି, ମୁଁ ଖାଦ୍ୟ କିଅବା ଜଳପାନ ମଧ୍ୟ କଲି ନାହିଁ। ତା’ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା। “ଆଉ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତରଫଳକ, ଅର୍ଥାତ ନିୟମର ପ୍ରସ୍ତରଫଳକ ମୋତେ ଦେଲେ। ସଦାପ୍ରଭୁ ମୋତେ କହିଲେ, ‘ଉଠ, ଏସ୍ଥାନରୁ ଶୀଘ୍ର ତଳକୁ ଯାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ତୁମ୍ଭର ସେହି ଲୋକମାନେ ନିଜକୁ ଦୁର୍ନୀତିଗ୍ରସ୍ତ କରିଅଛନ୍ତି। ମୁଁ ସେମାନଙ୍କୁ ଯେଉଁ ପଥ ନିର୍ଦ୍ଦେଶ ଦେଇଥିଲି ତହିଁରୁ ସେମାନେ ଶୀଘ୍ର ବିମୁଖ ହେଲେ। ସେମାନେ ସେମାନଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।’ “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ, ଆଉ ଏମାନେ ଶକ୍ତଗ୍ରୀବ ଲୋକ। ଆମ୍ଭକୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଓ ଆକାଶ ମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା। ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।’ ସୁବର୍ଣ୍ଣ ବାଛୁରି “ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜଳୁଥିଲା। ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳ ମୋର ଦୁଇ ହସ୍ତରେ ଥିଲା। ଆଉ ମୁଁ ଦେଖିବାକୁ ପାଇଲି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଅଛ। ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ। ତେଣୁ ମୁଁ ସେହି ପ୍ରସ୍ତରଫଳକ ଦ୍ୱୟକୁ ତଳେ ଫିଙ୍ଗି ଦେଲି ଏବଂ ତାହା ତୁମ୍ଭମାନଙ୍କ ସମ୍ମୁଖରେ ଭାଙ୍ଗିଗଲା। ତୁମ୍ଭେମାନେ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ଯାହାକି ସଦାପ୍ରଭୁଙ୍କୁ କ୍ରୋଧିତ କଲା, ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁଁ ଅନ୍ନ ଭୋଜନ କିଅବା ଜଳପାନ କଲି ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୟ କଲି, ମାତ୍ର ସଦାପ୍ରଭୁ ସେଥିରେ ମଧ୍ୟ ମୋର କଥା ଶୁଣିଲେ। ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ, ମୁଁ ସେ ସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା’ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା’ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା। ଇସ୍ରାଏଲକୁ କ୍ଷମା କରିବା ପାଇଁ ମୋଶା ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ “ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋ‌‌‌ତ୍‌‌‌ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ। ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ। “ଏହିପରି ମୁଁ, ମୁହଁ ମାଡ଼ି ଗ୍ଭଳିଶ୍ ଦିନ ଗ୍ଭଳିଶ୍ ରାତି ସଦାପ୍ରଭୁଙ୍କ ସମ୍ମୁଖରେ ପଡ଼ି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ‘ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ। ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ୍ ହସ୍ତଦ୍ୱାରା ମିଶରରୁ ବାହାର କରି ଆଣିଅଛ। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ। ସେହି ଦେଶ, ଯେଉଁ ଦେଶରୁ ତୁମ୍ଭେ ସେମାନଙ୍କୁ ବାହାର କରି ଆଣିଛ ତୁମ୍ଭ ବିଷୟରେ କହିବ। ସେମାନେ କହିବେ, “ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯିବାକୁ ସମର୍ଥ ହେଲେ ନାହିଁ ଏବଂ ସେ ସେମାନଙ୍କୁ ଯେହେତୁ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତରରେ ସେମାନଙ୍କୁ ହତ୍ୟା କରିବାକୁ ବାହାର କରି ଆଣିଛନ୍ତି।” ତଥାପି ସେମାନେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସେମାନଙ୍କ ଉପରେ ଅଛି। ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁଦ୍ୱାରା ବାହାର କରି ଆଣିଅଛ।’ ନୂତନ ପ୍ରସ୍ତର ପଟା “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର। ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’ “ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି। ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ। ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।” ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା। ଏହା ପରେ ସେଠାରୁ ସେମାନେ ଗୁ‌ଦ୍‌ଗୋଦାକୁ ଯାତ୍ରା କଲେ ଓ ଗୁ‌ଦ୍‌ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ। ସେ ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀ ପରିବାରବର୍ଗଙ୍କୁ ପୃଥକ କରିଛନ୍ତି। ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର। “ପ୍ରଥମଥର ପରି ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପର୍ବତରେ ରହିଲି। ଏହିଥର ମଧ୍ୟ ପରମେଶ୍ୱର ମୋ’ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଗ୍ଭହିଁଲେ ନାହିଁ। ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କୁ ଆଗେଇ ନିଅ। ପୁଣି ମୁଁ ଯେଉଁ ଦେଶ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛି, ସେମାନେ ସେହି ଦେଶରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।’ ସଦାପ୍ରଭୁ ବାସ୍ତବରେ କ’ଣ ଗ୍ଭହାନ୍ତି “ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ। ତେଣୁ ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି। ଏହା ତୁମ୍ଭର ମଙ୍ଗଳାର୍ଥ, ତାହା ତୁମ୍ଭେମାନେ ପାଳନ କର। “ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର। କେବଳ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ଏବଂ ସେମାନଙ୍କ ପରେ ସେମାନଙ୍କର ବଂଶଧରମାନଙ୍କୁ ବାଛିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିଲେ। ସେମାନଙ୍କ ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଜାତି ମଧ୍ୟରୁ ତୁମ୍ଭ ଜାତିଗଣଙ୍କୁ ମନୋନୀତ କରିଛନ୍ତି। “ଏଥିପାଇଁ ତୁମ୍ଭେମାନେ ହୃଦୟର ସୁନ୍ନତ ହେବା ଉଚିତ୍ ଏବଂ ଆଉ ଅଧିକ ଜି‌ଦ୍‌ଖୋର ହେବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। ସେ ପିତୃହୀନ ଓ ବିଧବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକି ଅନ୍ନବସ୍ତ୍ର ଦେଇ ପ୍ରେମ କରନ୍ତି। ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିଶର ଦେଶରେ ବିଦେଶୀ ଥିଲ। “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭେ ଯାହା ଯାହା ଦେଖୁଛ ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ପାଇଁ କରିଛନ୍ତି। ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି। ସଦାପ୍ରଭୁଙ୍କୁ ସ୍ମରଣ କର “ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବା ଉଚିତ୍। ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍। ଆଜି ମନେରଖ ତୁମ୍ଭଙ୍କୁ ଶିକ୍ଷା ଦେବା ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନୁହନ୍ତି ସେହି ସମସ୍ତ ବିଷୟ ଘଟିବାର ଦେଖିଲ ଏବଂ ତା’ ମାଧ୍ୟମରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ଯ୍ୟ କର୍ମ ସେ କରନ୍ତି। ତୁମ୍ଭେମାନେ ତାଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟସବୁ ଦେଖିଛ, ସେ ମିଶରର ରାଜା ଫାରୋଙ୍କୁ ଏବଂ ସମଗ୍ର ମିଶରକୁ କ’ଣ କଲେ, ତୁମ୍ଭେମାନେ ଦେଖିଛ। ତୁମ୍ଭର ପିଲାମାନେ ଜାଣି ନାହାନ୍ତି କିନ୍ତୁ ତୁମ୍ଭେମାନେ ଜାଣିଛ ଓ ଦେଖିଛ ଯେ, ପରମେଶ୍ୱର ମିଶରର ସୈନ୍ୟ, ତାଙ୍କର ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ କିପରି ଭାବେ ସୂଫସାଗରରେ ନିକ୍ଷେପ କରିଛନ୍ତି। ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କୁ କିଭଳି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛନ୍ତି। ଏହି ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଇଁ ସେ ମରୁଭୂମିରେ ଯାହା କଲେ ତୁମ୍ଭେମାନେ ସବୁକିଛି ଦେଖିଲ। ତୁମ୍ଭେମାନେ ଦେଖିଛ ରୁବେ‌ନ୍‌ର ପୁତ୍ର ଇଲୀୟାବର ସନ୍ତାନ ଦାଥନୁ ଓ ଅବୀରାମ ପ୍ରତି ଯାହା ଯାହାସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚା‌ତ୍‌ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ। “ତେଣୁ ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁଁ ଯାହାସବୁ ତୁମ୍ଭମାନଙ୍କୁ କହିବି। ତେବେ ତୁମ୍ଭେମାନେ ଶକ୍ତିଶାଳୀ ହେବ ଏବଂ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ। ସେଥିପାଇଁ ତୁମ୍ଭେମାନେ ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀତ ଦେଶରେ ଦୀର୍ଘ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ପନିପରିବା ବଗିଗ୍ଭରେ ଯେପରି ବୀଜ ବପନ କର, ସେହିପରି ମିଶର ଦେଶର ଗ୍ଭରାଗଛରେ ତୁମ୍ଭେମାନେ ପାଣି ଦେଉଥିଲ, ଯେଉଁଠାରୁ ତୁମ୍ଭେମାନେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସେପରି ନୁହେଁ। ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ। ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ। “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ, ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ। ମୁଁ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ରରେ ତୃଣ ଦେବି। ତୁମ୍ଭମାନଙ୍କର ଭୋଜନ କରିବାକୁ ଯଥେଷ୍ଟ ହେବ ଏବଂ ତୃପ୍ତ ହେବ।’ “ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ୱଳିତ ହେବ। ଏବଂ ସେ ଆକାଶ ରୁଦ୍ଧ କଲେ ବର୍ଷା ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ। “ଏଣୁ ତୁମ୍ଭେମାନେ ମୋହର ସେହି ସକଳ ବାକ୍ୟ ନିଜ ନିଜ ହୃଦୟରେ ଧାରଣ କର (ହୃଦୟରେ ଲିପିବଦ୍ଧ କର)। ନିଜ ନିଜ ହସ୍ତରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷୁ ଦ୍ୱୟରେ ଭୂଷଣ ସ୍ୱରୂପ ହେଉ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହଦ୍ୱାରରେ ଥିବା ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତୁଲ୍ୟ ହେବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକୁ ଓ ତାହାଙ୍କଠାରେ ଦୃଢ଼ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେମାନେ ଯତ୍ନପୂର୍ବକ ପାଳନ କରିବ, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ, ଏବଂ ତୁମ୍ଭେମାନେ, ତୁମ୍ଭମାନଙ୍କଠାରୁ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକୁ ଅଧିକାର କରିବ। ଯେଉଁଠାରେ ତୁମ୍ଭର ପାଦ ପଡ଼ିବ, ସେ ସ୍ଥାନ ତୁମ୍ଭମାନଙ୍କର ହେବ। ପ୍ରାନ୍ତରରୁ ଲିବାନୋନ ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। ତୁମ୍ଭମାନଙ୍କ ବିପକ୍ଷରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସକ୍ଷମ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ପ୍ରତିଜ୍ଞାନୁସାରେ ସମଗ୍ର ଦେଶରେ ତୁମ୍ଭେ ଯେଉଁଠିକୁ ଯାଅ, ତୁମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ। ଇସ୍ରାଏଲଙ୍କର ପସନ୍ଦ: ଆଶୀର୍ବାଦ ବା ଅଭିଶାପ “ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଛି ତୁମ୍ଭେମାନେ ସେଥିରୁ ଗୋଟିଏକୁ ବାଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞାମାନ ଯଦି ମାନ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି, ତେବେ ତୁମ୍ଭେମାନେ ଆଶୀର୍ବୀଦ ପାଇବ। ଯଦି ତୁମ୍ଭେମାନେ ତାହା ସବୁ ପାଳନ ନ କର ତେବେ ତୁମ୍ଭେମାନେ ଅଭିଶାପ ପାଇବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପାଳନ ନ କର ଓ ଅନ୍ୟ ଦେଶୀୟ ଦେବଗଣଙ୍କର ପଶ୍ଚା‌ତ୍‌ଗମନ କର, ତେବେ ଅଭିଶାପ ପାଇବ। “ଆଉ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ୍ ପର୍ବତରେ ସେହି ଅଭିଶାପ ରଖିବ। ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗି‌‌ଲ୍‌‌ଗଲ୍ ସମ୍ମୁଖସ୍ଥ ପଦାନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋ‌ନ୍‌ତୋଟା ନିକଟରେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ। ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ। ଏଥିପାଇଁ ତୁମ୍ଭେମାନେ ସମସ୍ତ ବ୍ୟବସ୍ଥା ଓ ବିଧି ପାଳନ କରିବ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି। ସଦାପ୍ରଭୁଙ୍କର ଉପାସନାସ୍ଥଳ “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ। ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ। “ସେହି ଲୋକମାନେ ସେମାନଙ୍କର ଦେବଗଣଙ୍କୁ ସେମାନେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ସେହି ଉପାସନା କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍। ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ। ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। “ଏପରି ତୁମ୍ଭେମାନେ କର ନାହିଁ, ଯାହାର ଦୃଷ୍ଟିରେ ଯାହା ଭଲ, ସେହିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନରେ କରୁଅଛୁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସେଠାକୁ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ପାର ହୋଇଯିବ ଓ ସେଠାରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଗଣଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେବେ, ଏବଂ ତୁମ୍ଭେମାନେ ନିର୍ଭୟରେ ବାସ କରିବ। ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ। ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। ସାବଧାନ ହେବ, ଯେଉଁ ସ୍ଥାନସବୁ ଦେଖିବ ପ୍ରତ୍ୟେକ ସ୍ଥାନରେ ହୋମବଳି ଉତ୍ସର୍ଗ କରିବ ନାହିଁ। ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କେବଳ ସେହି ସ୍ଥାନରେ ତୁମ୍ଭେମାନେ ତୁମ୍ଭମାନଙ୍କର ହୋମବଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଇଛନ୍ତି, ତାହା ସବୁ ସେହିଠାରେ ଉତ୍ସର୍ଗ କରିବା ଉଚିତ୍। “ତୁମ୍ଭେମାନେ ଯେଉଁଠାରେ ବାସ କରିବ, ସେଠାରେ ତୁମ୍ଭେମାନେ କୃଷ୍ଣସାର ଓ ମୃଗ ଜାତୀୟ ସୁସ୍ଥ ପ୍ରାଣୀ ବଧ କରି ଆପଣା ଇଚ୍ଛାମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଶୁଚି ଓ ଅଶୁଚି ଲୋକମାନେ ମଧ୍ୟ ଏହି ମାଂସ ଭକ୍ଷ୍ୟଣ କରି ପାରିବେ। ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ। ଜଳତୁଲ୍ୟ ତାହା ଭୂମିରେ ଢାଳି ଦେବ। “କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ। ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ। “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକୁ ବଢ଼ାଇବେ। ଯେତେବେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭେମାନେ ହୁଏତ ତାଙ୍କର ମନୋନୀତ ସ୍ଥାନର ବହୁ ଦୂରରେ ବାସ କରୁଥିବ। ଏହା ଯଦି ଅଧିକ ଦୂର ହୁଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହୁଅ, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କର ଦତ୍ତ ଯେକୌଣସି ପଶୁର ମାଂସ ଖାଇ ପାରିବ। ତୁମ୍ଭେମାନେ ସେହି ପଶୁକୁ ନିଅ, ତାକୁ ବଧକର ଓ ନିଜ ଫାଟକ ଭିତରେ ଭୋଜନ କର। ମୁଁ ଯେପରି ଆଜ୍ଞା କଲି, ତୁମ୍ଭେମାନେ ଏପରି କରିବା ଉଚିତ୍। ତୁମ୍ଭେମାନେ ଏହି ମାଂସ ଯେଉଁଠାରେ ବାସ କଲେ ମଧ୍ୟ ସେହିଠାରେ ଖାଇ ପାରିବ। *** ତୁମ୍ଭେମାନେ କୃଷ୍ଣସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଏହା ଭୋଜନ କରି ପାରିବେ। କୃଷ୍ଣସାର ଓ ମୃଗ ମାଂସ ଭୋଜନ ପରି ଶୁଚି ଲୋକ ଓ ଅଶୁଚି ଲୋକେ ସମସ୍ତେ ଏହାକୁ ଭୋଜନ କରି ପାରିବେ। କିନ୍ତୁ ସାବଧାନ, ସେମାନଙ୍କର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ। ଜଳ ଢାଳିବା ପରି ରକ୍ତକୁ ଭୂମିରେ ଢାଳି ଦେବ। ତାହାକୁ ଖାଇବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ। “ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ। ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ। “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେହି ଦେଶସବୁକୁ ଉଚ୍ଛିନ୍ନ କରିବାକୁ ଯାଉଛନ୍ତି, ଯେଉଁମାନଙ୍କର ଭୂମି ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତା’ପରେ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ। ସେମାନଙ୍କୁ ବିନାଶ କଲାପରେ, ତୁମ୍ଭେମାନେ ବହୁତ ସାବଧାନ ହେବା ଉଚିତ୍। ଯେପରି ସେମାନଙ୍କର ଫାନ୍ଦରେ ପଡ଼ି ସେମାନଙ୍କ ଦେବଗଣଙ୍କର ପୂଜା ନ କର। ସାବଧାନ ହୁଅ ଯେ, ତୁମ୍ଭେ ସେମାନଙ୍କର ଦେବତାମାନଙ୍କୁ ଅନୁସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ‘ସେହି ଗୋଷ୍ଠୀମାନେ କିପରି ସେମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ, ଆମ୍ଭେମାନେ ମଧ୍ୟ ସେପରି କରିବୁ?, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦ‌‌ଗ୍‌‌ଧ କରନ୍ତି। “ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ। ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତା “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚା‌ଦ୍‌ଗାମୀ ହେବା ଓ ସେମାନଙ୍କ ସେବା କରିବା।’ ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚା‌ଦ୍‌ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ। “ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି। ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ। ସେହି ବ୍ୟକ୍ତିର କଥା ତୁମ୍ଭେମାନେ ଶୁଣିବା ଉଚିତ୍ ନୁହଁ। ସେମାନଙ୍କ ପାଇଁ ଅନୁକମ୍ପା ଦେଖାଅ ନାହିଁ। ତାଙ୍କୁ ମୁକ୍ତି ଦିଅ ନାହିଁ କି ତାଙ୍କୁ ସୁରକ୍ଷା ଦିଅ ନାହିଁ। ମାତ୍ର, ତୁମ୍ଭେ ସେହି ବ୍ୟକ୍ତିକୁ ହତ୍ୟା କରିବ। ତୁମ୍ଭେ ତାଙ୍କୁ ପଥରରେ ଛେଚି ହତ୍ୟା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରେଇ ନେବାକୁ ଗ୍ଭହାନ୍ତି। ଆଉ ସେ ହେଉଛନ୍ତି ସେହି ସଦାପ୍ରଭୁ ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। ଯେଉଁଠାରେ ତୁମ୍ଭେମାନେ ଦାସ ପରି ଥିଲ। *** ତେଣୁ ସମସ୍ତ ଇସ୍ରାଏଲୀୟମାନେ ଏ ବିଷୟରେ ଶୁଣିବେ ଓ ଭୟଭୀତ ହେବେ। ଆଉ ଇସ୍ରାଏଲୀୟମାନେ ଏପରି ପୂନର୍ବାର ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ। “ହୁଏତ ତୁମ୍ଭେମାନେ ତୁମ୍ଭମାନଙ୍କର ଏକ ନଗର ବିଷୟରେ ଖରାପ କଥା ଶୁଣିଥାଅ। ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ବାସ କରିବା ପାଇଁ ଦେବାକୁ ଯାଉଛନ୍ତି। କେତେକ ମନ୍ଦ ଲୋକ କହି ପାରନ୍ତି, ‘ଆସ ଆମ୍ଭେ ଅନ୍ୟ ଦେବତାମାନଙ୍କର ସେବା କରିବା।’ ଏହା କହି ସେମାନେ ସେମାନଙ୍କ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦେବତାମାନଙ୍କୁ ତୁମ୍ଭେମାନେ କେବେ ଜାଣି ନ ଥିଲ)। ତେବେ ତୁମ୍ଭେ ବୁଝିବ, ଖୋଜିବ, ଭଲରୂପେ ପଗ୍ଭରି ବୁଝିବ। ଯଦି ତାହା ସତ୍ୟ ହୁଏ ଓ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇ ଅଛି, ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନୀବାସୀଙ୍କୁ ଖଣ୍ଡାରେ ଆଘାତ କରିବ। ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଣ୍ତା ଧାରରେ ବର୍ଜିତ ରୂପେ ଧ୍ୱଂସ କରିବ। ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦ‌‌ଗ୍‌‌ଧ କର । ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ। ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ। ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଆଜ୍ଞା ମାନ ଯାହା ମୁଁ (ମୋଶା) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କର। ତାହାହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ। ଇସ୍ରାଏଲ ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଲୋକ “ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ। କାହିଁକି ଜାଣ, କାରଣ ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ। ତୁମ୍ଭେମାନେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ୟରୁ ସେ ତୁମ୍ଭକୁ ପସନ୍ଦ କରିଛନ୍ତି। ଏହି ଖାଦ୍ୟ ଇସ୍ରାଏଲୀୟମାନଙ୍କର ଭୋଜନ ପାଇଁ ଅନୁମତି “ସଦାପ୍ରଭୁଙ୍କର ଘୃଣ୍ୟଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହି ସକଳ ପଶୁଗଣ ଭୋଜନ କରି ପାରିବ। ଯଥା: ଗାଈ, ମେଣ୍ଢା ଓ ଛେଳି। ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ। ପଶୁଗଣ ମଧ୍ୟରୁ ଯେତେ ପଶୁର ବିଭକ୍ତ ଖୁରା ଓ ଦ୍ୱିଖଣ୍ଡ ଖୁରା ବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ। ତୁମ୍ଭେମାନେ ଓଟ, ଠେକୁଆ କିମ୍ବା ଶାଫ‌ନ୍‌ମାନଙ୍କୁ ଖାଇବ ନାହିଁ। ସେମାନେ ପାକୁଳି କରନ୍ତି, କିନ୍ତୁ ସେମାନଙ୍କର ଖୁରା ଦୁଇଫାଳ ବିଶିଷ୍ଟ। ତେଣୁ ସେହି ପଶୁଗୁଡ଼ିକ ତୁମ୍ଭମାନଙ୍କ ଖାଦ୍ୟ ପାଇଁ ଅପବିତ୍ର। ତୁମ୍ଭେମାନେ ଘୁସୁରି ଖାଇବା ଉଚିତ୍ ନୁହଁ। କାରଣ ତାଙ୍କର ଖୁରା ଦୁଇଫାଳ ବିଶିଷ୍ଟ କିନ୍ତୁ ସେମାନେ ପାକୁଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘୁସୁରି ଅପବିତ୍ର ଅଟେ। ଏପରିକି ମୃତ ଘୁସୁରି ଶବକୁ ଛୁଅ ନାହିଁ। “ତୁମ୍ଭେମାନେ କାତିଥିବା ବା ଡେଣା ଥିବା ମାଛ ଖାଇ ପାରିବ। କିନ୍ତୁ ଜଳରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେଗୁଡ଼ିକ ଖାଅ ନାହିଁ, କାରଣ ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ। “ତୁମ୍ଭେମାନେ ଯେକୌଣସି ଶୁଚି ପକ୍ଷୀ ଭୋଜନ କରି ପାରିବ। କିନ୍ତୁ ତୁମ୍ଭେମାନେ ଏହି ପକ୍ଷୀମାନଙ୍କୁ ଭୋଜନ କରିବ ନାହିଁ ଯଥା: ଉତ୍କ୍ରୋଶ ହାଡ଼ଭଙ୍ଗା ଓ ବହୀରି, ଗୃଧ୍ର, ଚିଲ, ବାଜ, ଆପଣା ଜାତି ଅନୁସାରେ ସମସ୍ତ ଡାମରାକାଉ, ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ ଓ ଆପଣା ଜାତି ଅନୁସାରେ ଛଞ୍ଚାଣ, କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ, ପାଣି ଭେଳା, ଶାଗୁଣା ଓ ପାଣିକୁଆ, ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା। “ଗମନକାରୀ ପକ୍ଷବାନ ଜନ୍ତୁ ସକଳ ତୁମ୍ଭମାନଙ୍କ ପାଇଁ ଅଶୁଚି। ସେମାନଙ୍କୁ ଖାଇବ ନାହିଁ। ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକି ଭୋଜନ କରି ପାରିବ। “ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ। “ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା’ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ। ଦଶମାଂଶ ଦେବ “ପ୍ରତ୍ୟେକ ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ଦଶମାଂଶ ସାଇତି ରଖିବ। ଏହିସବୁ ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସେହି ସ୍ଥାନକୁ ଯାଅ। ସେହି ସ୍ଥାନରେ ତୁମ୍ଭ ଶସ୍ୟର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦେବା ଉଚିତ୍ ଓ ତୁମ୍ଭ ପଶୁର ପ୍ରଥମଜାତ ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ। ଯଦି ତୁମ୍ଭେ ସେହି ସ୍ଥାନରୁ ଦୂରରେ ବାସ କର ଏବଂ ସମସ୍ତ ଦ୍ରବ୍ୟ ସହିତ ସେଠାକୁ ଯିବାକୁ ସହଜ ନ ହୁଏ ଯେଉଁଠାରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସେହି ସ୍ଥାନଠାରୁ ବହୁତ ଦୂର ଯେଉଁଠାରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି। ତେବେ ତୁମ୍ଭେମାନେ ସେହି ଶସ୍ୟସବୁକୁ ଟଙ୍କା ଆକାରରେ ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ। ତୁମ୍ଭେ ଯାହା ଇଚ୍ଛା କର, ଗୋରୁ, ଛେଳି, ଦ୍ରାକ୍ଷାରସ, କିଅବା ଯାହାକିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଗ୍ଭହେଁ ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ। ତୁମ୍ଭେମାନେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ। କିନ୍ତୁ ଏକଥା ଭୂଲିଯାଅ ନାହିଁ ଯେ, ଆପଣା ନଗର ଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ, କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଧିକାର ପାଇ ନାହିଁ। ତେଣୁ ତୁମ୍ଭେ ଖାଦ୍ୟରେ ତାଙ୍କୁ ଭାଗ ଦେବ। “ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ୱାର ଭିତରେ ସଞ୍ଚୟ କରି ରଖିବ। ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। ଋଣ ଛାଡ଼ର ବିଶେଷ ବର୍ଷ “ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ। ଏହାର ବ୍ୟବସ୍ଥା ଏହିପରି ହେବ ଯେକେହି ଆପଣା ପ୍ରତିବାସୀକୁ କରଜ ଦେଇଛି ତାହା ସେ ଛାଡ଼ କରିଦେବ। ସେ ତା’ର ପଡ଼ୋଶୀଙ୍କୁ ଋଣ ପରିଶୋଧ ନିମନ୍ତେ ପଗ୍ଭରିବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ବ୍ୟବସ୍ଥା ଅନୁଯାୟୀ ସେ ଏହାକୁ ଋଣ ଛାଡ଼ର ବର୍ଷ ଘୋଷଣା କରିଛନ୍ତି। ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ଏହି ଋଣ ପରିଶୋଧ କରି ପାରିବ କିନ୍ତୁ ଆପଣା ଭାଇ ଇସ୍ରାଏଲୀୟବାସୀଙ୍କୁ ତାହା ଛାଡ଼ କରିଦେବ। ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି। କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ। ତେବେ ତାଙ୍କର ପ୍ରତିଜ୍ଞା ଅନୁସାରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭେମାନେ ଅନେକ ରାଷ୍ଟ୍ରମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭେମାନେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତୁମ୍ଭ ଉପରେ କେହି ଶାସନ କରି ପାରିବେ ନାହିଁ। “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ। ତୁମ୍ଭେ ସେମାନଙ୍କ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନୁସାରେ ତୁମ୍ଭେ ତାଙ୍କୁ ଯଥେଷ୍ଟ ରୂପେ ଋଣ ଦେବ। “ଏପରି କାହାକୁ ଋଣ ଦେବାକୁ ମନା କର ନାହିଁ, ଯେହେତୁ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହୋଇଗଲାଣି ବୋଲି। ତୁମ୍ଭମାନଙ୍କ ମଧ୍ୟରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନୁହଁ। ସାବଧାନ ହୁଅ, ଗୋଟିଏ ନିଃଶ୍ୱ ଲୋକ ପ୍ରତି କୃପଣ ହୁଅ ନାହିଁ! କାରଣ ଯଦି ସେହି ବ୍ୟକ୍ତି ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକେ, ତେବେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବେଚନା କରାଯିବ। “ତୁମ୍ଭେମାନେ ନିଶ୍ଚିତ ଭାବରେ ହୃଦୟର ସହିତ ତାଙ୍କୁ ଦେବା ଉଚିତ୍। ତାଙ୍କୁ ଦେବା ବେଳେ ତୁମ୍ଭେ କୁଣ୍ଠିତ ହେବା ଉଚିତ୍ ନୁହେଁ। କାରଣ ସେହି କର୍ମ ହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ବିଷୟରେ ଧ୍ୟାନ ଦିଅ, ସଦାପ୍ରଭୁ ସେଥିରେ ତୁମ୍ଭକୁ ଆଶୀର୍ବାଦ କରିବେ। ଦେଶରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହୁଛୁ, ତୁମ୍ଭେମାନେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର। କ୍ରିତଦାସମାନଙ୍କୁ ମୁକ୍ତ କରିଦେବା “ତୁମ୍ଭେମାନେ ତୁମ୍ଭମାନଙ୍କର ସେବା କରିବା ପାଇଁ ଯେଉଁ ଏବ୍ରୀୟ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭେମାନେ ସେମାନଙ୍କୁ ଛଅ ବର୍ଷ ରଖିପାରିବ। କିନ୍ତୁ ସପ୍ତମ ବର୍ଷ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ମୁକ୍ତ କରିବ। କିନ୍ତୁ ତୁମ୍ଭେମାନେ ଯେତେବେଳେ ତୁମ୍ଭର କ୍ରିତଦାସମାନଙ୍କୁ ମୁକ୍ତ କରିବ, ସେତେବେଳେ ସେମାନଙ୍କୁ ମୁକ୍ତ ହସ୍ତରେ ଯିବାକୁ ଦେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କର ପଶୁ ମଧ୍ୟରୁ କିଛି, କିଛି ଶସ୍ୟ ଏବଂ କିଛି ଦ୍ରାକ୍ଷାରସ ସେମାନଙ୍କୁ ଦେବା ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ୟରୁ କିଛି ନିଶ୍ଚିତ ଭାବରେ ସେମାନଙ୍କୁ ଦେବା ଉଚିତ୍। ମନେରଖ, ଯେ ତୁମ୍ଭେମାନେ ମିଶର ଦେଶରେ ସମ୍ପୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୁକ୍ତ କଲେ। ଏଥିପାଇଁ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି। “କିନ୍ତୁ ଏପରି ହୋଇପାରେ କୌଣସି ଦାସ ତୁମ୍ଭକୁ ଏପରି କହିପାରେ, ‘ମୁଁ ତୁମ୍ଭକୁ ଛାଡ଼ିଯିବି ନାହିଁ।’ ସେପରି କହିପାରେ କାରଣ ସେ ତୁମ୍ଭ ନିକଟରେ ସୁଖରେ ଥାଇପାରେ। ସେ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରୁଥାଏ। ତେବେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକୁ ଫୋଡ଼। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ଠିକ୍ ଏହିପରି କରିବା ଉଚିତ୍। “ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ। କାରଣ ସେ ଛଅ ବର୍ଷ ଭିତରେ ଏକ ବେତନଜୀବିର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ। ପ୍ରଥମଜାତ ସନ୍ତାନଙ୍କ ପାଇଁ ନିୟମ “ତୁମ୍ଭେମାନେ ଆପଣା ଗୋରୁ ପଲରୁ ଓ ମେଷ ପଲରୁ ଜନ୍ମ ହୋଇଥିବା ପ୍ରଥମ ଅଣ୍ତିରା ଛୁଆକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମଜାତକ ଦ୍ୱାରା କିଛି କର୍ମ କରିବ ନାହିଁ। ମେଷପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛେଦନ କରିବ ନାହିଁ। ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପସ୍ଥିତିରେ ତାହା ଭୋଜନ କରିବ। “ଯଦି ସେହି ପଶୁଠାରେ କୌଣସି ଖୁଣ ଥାଏ, ଯଥା ସେ ଯଦି ଛୋଟା, କଣା କିମ୍ବା କୌଣସି ମନ୍ଦ ଖୁଣ ଯୁକ୍ତ ଥାଏ ତେବେ ତୁମ୍ଭେ ତାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ପାରିବ ନାହିଁ। କିନ୍ତୁ ନିଜ ଫାଟକ ଭିତରେ ତୁମ୍ଭେମାନେ ତାକୁ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ଣସାର ଓ ହରିଣ ମାଂସ ଭୋଜନ କରିବାର ନିୟମ ଯାହା ଏହି ମାଂସ ଭୋଜନ କରିବାର ନିୟମ ଠିକ୍ ତାହା। ତୁମ୍ଭେମାନେ କେବଳ ତା’ର ରକ୍ତ ଭୋଜନ କରି ପାରିବ ନାହିଁ। ତୁମ୍ଭେମାନେ ଜଳପରି ତାହାକୁ ଭୂମିରେ ଢାଳି ଦେବ। ନିସ୍ତାରପର୍ବ “ଆବୀବ ମାସର ପର୍ବକୁ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ନିସ୍ତାରପର୍ବ ପାଳନ କର। କାରଣ ଆବୀବ ମାସରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ରାତ୍ରିକାଳରେ ମିଶରରୁ ବାହାର କରି ଆଣିଲେ। ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି। ତୁମ୍ଭେମାନେ ଏହି ପର୍ବରେ ଖମିର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ। ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ। “ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେଠାରେ ନିସ୍ତାରପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସନ୍ଧ୍ୟା ସମୟର, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସେହି ସମୟରେ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଅଣା ହୋଇଥିଲା। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହୁଁ ତୁମ୍ଭେ ପ୍ରଭାତରେ ଆପଣା ତମ୍ବୁକୁ ଫେରିଯିବ। ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ। ସପ୍ତାହର ପର୍ବ “ତୁମ୍ଭେମାନେ କ୍ଷେତ୍ରର ଶସ୍ୟ ଛେଦନ କରିବାର ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ୱେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ। ପୁଣି ତୁମ୍ଭେ ଯେ ମିଶରରେ ଦାସ ଥିଲୁ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ। କୁଟୀର ପର୍ବ “ତୁମ୍ଭେମାନେ ଯେତେବେଳେ ଖଳାରୁ ଶସ୍ୟ ସଂଗ୍ରହ କରି ସାରିଲା ପରେ ଓ ଯେତେବେଳେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ସଂଗ୍ରହ କଲାପରେ ସାତ ଦିନ ପାଇଁ କୁଟୀରପର୍ବ ପାଳନ କରିବ। ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର, କନ୍ୟା, ଦାସ, ଦାସୀ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ। ସଦାପ୍ରଭୁଙ୍କର ମନୋନୀତ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହେବା ଉଚିତ୍। “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ। ଲୋକମାନଙ୍କ ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀଗଣ “ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ୱାରା ଦତ୍ତ ସମସ୍ତ ସହର ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରତ୍ୟେକ ଗୋଷ୍ଠୀୟ ଏପରି କରିବା ଉଚିତ୍। ଏବଂ ସେହି ଲୋକମାନେ ସେମାନଙ୍କୁ ଶାସନ କରିବେ ଓ ନ୍ୟାୟ ସୁରକ୍ଷିତ କରିବେ। ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। ଯାହା ସର୍ବୋତଭାବେ ଯଥାର୍ଥ, ତୁମ୍ଭେ ତା’ର ଅନୁଗାମୀ ହୁଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ। ପ୍ରତିମାଗୁଡ଼ିକୁ ପରମେଶ୍ୱର ଘୃଣା କରନ୍ତି “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ। ମୂର୍ତ୍ତିଗୁଡ଼ିକ ସକାଶେ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଘୃଣା କରନ୍ତି। କେବଳ ନିଖୁଣ ପ୍ରାଣୀକୁ ବଳି ଉତ୍ସର୍ଗ କର “ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଉତ୍ସର୍ଗ କରିବ ବାଛୁରି ହେଉ କିଅବା ମେଷ ହେଉ, ସେମାନଙ୍କର କୌଣସି ଖୁଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାହାକୁ ଘୃଣା କରନ୍ତି। ମୂର୍ତ୍ତିପୂଜା ପାଇଁ ଦଣ୍ତ “ଯଦି କେତେକ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିୟମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମୋ’ ଆଦେଶ ବିରୁଦ୍ଧରେ ଯାଆନ୍ତି, ଯେକୌଣସି ନଗର ମଧ୍ୟରେ ଯେଉଁଗୁଡ଼ିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି ଏବଂ ତାଙ୍କର ନିୟମ ଭଙ୍ଗ କରନ୍ତି। ଏବଂ ଅନ୍ୟ ଦେବଗଣର ସେବା କରନ୍ତି ଓ ସୂର୍ଯ୍ୟ, ଚନ୍ଦ୍ର କିଅବା କୌଣସି ଆକାଶୀୟ ବାହିନୀକୁ ପୂଜା କରନ୍ତି ଯାହା ମୁଁ ଆଦେଶ ଦେଇ ନାହିଁ। ଯଦି ତୁମ୍ଭେମାନେ ଏପରି କିଛି ଶୁଣ, ତେବେ ତୁମ୍ଭେ ଏଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ୟ ତେବେ ଜାଣିବ ଇସ୍ରାଏଲର ଘୋର ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି। ତେବେ ଏପରି ଅପକର୍ମ କରିଥିବା ସେହି ଲୋକଙ୍କୁ ଦଣ୍ତିତ କରିବ। ତୁମ୍ଭେ ସେହି ଲୋକଟିକୁ ନଗରଦ୍ୱାର ବାହାରକୁ ଆଣି ପଥର ଫିଙ୍ଗି ତାକୁ ସମସ୍ତଙ୍କ ଆଗରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ କେବଳ ଜଣେ ସାକ୍ଷୀ ପାଇଲେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍ ନୁହଁ। କିନ୍ତୁ ଯଦି ତା’ର ଦୁଇଟି ବା ଦୁଇଟିରୁ ଅଧିକ ସାକ୍ଷୀ ଥାଏ ତେବେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍। ସାକ୍ଷୀମାନେ ପ୍ରଥମେ ସେହି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହା ପରେ ଅନ୍ୟ ସମସ୍ତ ଲୋକେ ତାକୁ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଷ୍ଟ ଲୋକମାନଙ୍କୁ ବାହାର କରିବ। ନ୍ୟାୟାଳୟର କଠିନ ନିଷ୍ପତ୍ତି “ଏପରି କେତେକ ଘଟିପାରେ ଯାହାକି ତୁମ୍ଭମାନଙ୍କ ବିଗ୍ଭର ପାଇଁ ତୁମ୍ଭମାନଙ୍କୁ କଷ୍ଟ ହୋଇପାରେ। ଏପରିକି ରକ୍ତପାତ, ଚୁକ୍ତି ବିବାଦ, ବିବାଦ ମଧ୍ୟରେ ଆଘାତ ଦେଖାଯାଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହୁଏ, ତେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିରୂପିତ ସ୍ଥାନକୁ ସମସ୍ତେ ଆସିବ। ତୁମ୍ଭେ ଲେବୀ ପରିବାରବର୍ଗର ଯାଜକମାନଙ୍କ ପାଖକୁ ଓ ବିଗ୍ଭରକର୍ତ୍ତା ନିକଟକୁ ଯିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭେମାନେ ବୁଝିବ ତହିଁରେ ସେମାନେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ। ତେଣୁ ସଦାପ୍ରଭୁ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ। ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଗ୍ଭରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ ଓ ତୁମ୍ଭେମାନେ ସେହିପରି କରିବ। ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତାହାକୁ ବଦଳାଇବ ନାହିଁ। “ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍। ଇସ୍ରାଏଲର ସମସ୍ତ ଲୋକେ ଏକଥା ଶୁଣିବେ, ସେମାନେ ଭୟ କରିବେ ଓ ଆଉ ଏପରି କରିବାକୁ କେହି ସାହସ କରିବେ ନାହିଁ। କିପରି ରାଜା ବାଛିବ “ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶମଧ୍ୟକୁ ପ୍ରବେଶ କରିବ। ତୁମ୍ଭେମାନେ ସେଠାରେ ବାସ କରିବ। ଏହା ପରେ ତୁମ୍ଭେମାନେ ଏପରି କହିବ ଯେ, ‘ଅନ୍ୟ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କରିବା।’ ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭେମାନେ ଆପଣା ଭାତୃଗଣମାନଙ୍କ ମଧ୍ୟରୁ ଜଣକୁ ଆପଣା ଉପରେ ରାଜାଭାବେ ନିଯୁକ୍ତ କରିବ। ଯିଏ ତୁମ୍ଭର ଭାଇ ନୁହେଁ ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା ଭାବେ ମନୋନୀତ କରିବ ନାହିଁ। କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’ କିଅବା ରାଜାମାନେ ଅନେକ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ, ତେବେ ସେ ବିପଥଗାମୀ ହେବ। ଯେଉଁ ଲୋକ ରାଜା ହେବ, ସେ ଆପଣା ପାଇଁ ଅଧିକ ସୁନା ଓ ରୂପା ରଖିପାରିବ ନାହିଁ। “ଏବଂ ସେ ଯେତେବେଳେ ଶାସନ କରିବାକୁ ସିଂହାସନରେ ବସେ, ଲେବୀୟ ଯାଜକମାନେ ରଖିଥିବା ନଳାକାର ନିୟମ ପୁସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍। ଏବଂ ତାହା ତାଙ୍କ ନିକଟରେ ରହିବ। ଏବଂ ସେ ତାକୁ ଯାବଜ୍ଜୀବନ ପାଠ କରିବ। ତହିଁରେ ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିକ୍ଷା କରିବ। ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା’ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ। ଯାଜକ ଓ ଲେବୀମାନଙ୍କୁ ସମର୍ଥନ “ଲେବୀୟ ପରିବାରବର୍ଗ ଇସ୍ରାଏଲଙ୍କଠାରୁ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହେବେ, ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। ସେହି ଲେବୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରୁ ଅଧିକାର ପାଇବେ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସଦାପ୍ରଭୁ ହିଁ ସେମାନଙ୍କର ଅଧିକାର। “ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ। ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଆପଣା ତୈଳର, ଆପଣା ମେଷ ଲୋମର ପ୍ରଥମ ଭାଗ ଯାଜକଗଣଙ୍କୁ ନିଶ୍ଚିତ ଦେବ। କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି। “ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ଇଚ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ। ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ। ଇସ୍ରାଏଲୀୟମାନେ ଅନ୍ୟ ଦେଶୀୟମାନଙ୍କ ପରି ରହିବେ ନାହିଁ “ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ। ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦ‌‌ଗ୍‌‌ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ। ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ। କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ। ସଦାପ୍ରଭୁଙ୍କର ବିଶେଷ ଭବିଷ୍ୟ‌ଦ୍‌ବକ୍ତା “ସେହି ଅନ୍ୟ ଦେଶୀୟ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭେମାନେ ଦେଶରୁ ତଡ଼ି ଦେଉଛ। ସେହି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ଯାଦୁକାରୀ କଥା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଏପରି କରିବାକୁ ଦେବେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କ କଥାକୁ ପାଳନ କରିବ। ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’ “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟ‌ଦ୍‌ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’ କିପରି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାକୁ ଜାଣିବ “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟ‌ଦ୍‌ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟ‌ଦ୍‌ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ। ତୁମ୍ଭେମାନେ ଭାବୁଥିବ ଯେ, ‘ଆମ୍ଭେ କିପରି ଜାଣିବୁ ଯେ ଭବିଷ୍ୟ‌ଦ୍‌ବକ୍ତା ଯାହା କହୁଛନ୍ତି ତାହା ପରମେଶ୍ୱରଙ୍କଠାରୁ ଆସୁଛି କି ନାହିଁ।’ ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କହେ ସେ ସଦାପ୍ରଭୁଙ୍କ ନାମ ଅନୁସାରେ କହୁଅଛି, କିନ୍ତୁ ସେପରି ଯଦି କିଛି ନ ହୁଏ, ତେବେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାନ୍ତି। ତୁମ୍ଭେମାନେ ଏହା ଜାଣିବ ଯେ ସେହି ଭବିଷ୍ୟ‌ଦ୍‌ବକ୍ତା ଜଣକ ତାଙ୍କର ମନରୁ ଏପରି କହୁଛନ୍ତି। ତୁମ୍ଭେମାନେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ। ନିରାପଦ ନଗରୀ “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ତାହା ଅନ୍ୟ ଦେଶୀୟମାନଙ୍କର ଅଟେ। ସଦାପ୍ରଭୁ ସେହି ଜାତିମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେହିଠାରେ ବାସ କରିବ। ତୁମ୍ଭେମାନେ ତାଙ୍କର ଗୃହ ଓ ସହରଗୁଡ଼ିକ ଅଧିକାର କରିବ। ଏବଂ ଏଗୁଡ଼ିକ ହେବାପରେ, ତୁମ୍ଭେମାନେ ସେହି ଦେଶକୁ ତିନି ଭାଗରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରତ୍ୟେକ ଅଂଶରେ ଏକ ନଗର ନିର୍ମାଣ କର ଯାହାକି ସେହି ଅଞ୍ଚଳ ମଧ୍ୟବର୍ତ୍ତୀ ହେବ। ଏବଂ ଏହା ପରେ ସେହି ନଗରକୁ ସବୁଆଡ଼ୁ ରାସ୍ତା ନିର୍ମାଣ କର। ଏହା ପରେ ସେଠାରେ ଯେକେହି ଦୁର୍ଘଟଣା ବଶତଃ ଅନ୍ୟକୁ ହତ୍ୟା କରେ, ସେ ସେହି ନିରାପଦ ନଗରକୁ ଯାଇ ନିରାପଦରେ ରହିପାରେ। *** “ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ। ଉଦାହରଣ ସ୍ୱରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକୁ କାଠ କାଟିବାକୁ ଯାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରୁ ବାହାରି କାଠରେ ନ ବାଜି ଅନ୍ୟ ଲୋକ ଜଣକୁ ଆଘାତ କରେ ଏବଂ ସେହି ଲୋକ ଜଣକର ମୃତ୍ୟୁ ଘଟେ। ଯେଉଁ ଲୋକ ଟାଙ୍ଗିଆ ବୁଲାଉଥିଲା। ସେ ସେହି ତିନି ନଗରକୁ ପଳାଇଯାଇ ନିରାପଦରେ ରହିପାରିବ। ଯଦି ନଗରଟି ସେଠାରୁ ବହୁତ ଦୂରରେ ଥାଏ। ଯଦି ସେଠାକୁ ଶୀଘ୍ର ଦୌଡ଼ି ନ ଯାଇପାରେ ତେବେ ରକ୍ତର ପ୍ରତିହନ୍ତା ତପ୍ତତିତ୍ତ ହୋଇ ନରହତ୍ୟା କାରୀର ପଛେ ଗୋଡ଼ାଇ ଦୂରପଥ ସକାଶୁ ତାହାକୁ ଧରି ଜୀବନରେ ମାରି ଦେବ। ମାତ୍ର ସେହି ଲୋକ ପ୍ରାଣଦଣ୍ତ ଯୋଗ୍ୟ ନୁହେଁ। କାରଣ ତାହା ପୂର୍ବରୁ ତାହାକୁ ହିଂସା କରୁ ନ ଥିଲା। ଏଥିପାଇଁ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକୁ କହୁଅଛି, ଯେଉଁ ନଗରୀଗୁଡ଼ିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବ। “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସେମାନଙ୍କୁ ଦେବାକୁ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦେବେ। ସେ ଏପରି କରିବେ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସର୍ବାନ୍ତକରଣରେ, ମୁଁ ଆଜି କହୁଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର ଏବଂ ତାଙ୍କର ଗ୍ଭହିଁବା ଅନୁସାରେ ତୁମ୍ଭେମାନେ ଚଳ। ଏହା ପରେ ପରମେଶ୍ୱର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭେମାନେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସେଗୁଡ଼ିକ ପୂର୍ବ ନିରାପଦ ନଗର ସହିତ ସଂଯୁକ୍ତ କରିବ। ତେବେ ଆଉ ନିରୀହ ଲୋକ କେହି ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ମୃତ୍ୟୁବରଣ କରିବେ ନାହିଁ। ଏବଂ ତୁମ୍ଭେମାନେ ନିରୀହମାନଙ୍କର ରକ୍ତପାତରେ ଦୋଷୀ ହେବ ନାହିଁ। “ଏହା ଏପରି ହୋଇପାରେ ଯେ, କେହି ଜଣେ ଲୁଚି ରହିବ ଏବଂ ଫାନ୍ଦରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକୁ ସେ ଘୃଣା କରେ ତାକୁ ହତ୍ୟା କରିବାକୁ ଏବଂ ତାକୁ ହତ୍ୟା କରିବା ପରେ, ଧରାଯାଉ ସେ ସେହି ନଗରମାନଙ୍କରୁ ଏକ ନଗରକୁ ଦୌଡ଼େ ଓ ଏକ ନିରାପଦ ନଗରରେ ରହେ। ଯଦି ଏପରି ଘଟେ, ତେବେ ତା’ର ନଗରର ପ୍ରାଚୀନମାନେ ତାକୁ ଡାକି ପଠାଇବେ ଏବଂ ତାକୁ ଫେରାଇ ଆଣିବେ। ଏବଂ ତାହାକୁ ହତ୍ୟା କରିବା ପାଇଁ ରକ୍ତର ପ୍ରତିହନ୍ତାର ହସ୍ତରେ ସମର୍ପଣ କରିବେ। ଏବଂ ତାକୁ ହତ୍ୟା କରାଯିବା ଉଚିତ୍। ତୁମ୍ଭେମାନେ ତା’ ପାଇଁ ଦୁଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧୀ ଲୋକକୁ ହତ୍ୟାକରି ପାପ କରିଛି। ତୁମ୍ଭେମାନେ ଇସ୍ରାଏଲରୁ ନିରୀହମାନଙ୍କର ରକ୍ତପାତ ଦୋଷରୁ ମୁକ୍ତି ପାଇବା ଉଚିତ୍। ତାହାହେଲେ କେବଳ ତୁମ୍ଭମାନଙ୍କର ମଙ୍ଗଳ ହେବ। ସମ୍ପତ୍ତିର ଚିହ୍ନଟ “ତୁମ୍ଭେମାନେ ଭୂମିରେ ଥିବା ପଥର ଚିହ୍ନକୁ ଘୁଞ୍ଚାଇବ ନାହିଁ। ଏହି ପଥର ଚିହ୍ନ ଅତୀତରେ ଦିଆଯାଇଥିବା ଭୂମିକୁ ଚିହ୍ନଟ କରିବା ପାଇଁ ସେହି ପଥର ଚିହ୍ନକୁ ପରିବର୍ତ୍ତନ କରିବ ନାହିଁ। ସେହି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦେବେ। ସାକ୍ଷୀଗଣ “ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା’ର ଦୋଷ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ। ସେହି ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇଟି, ତିନୋଟି ସାକ୍ଷୀ ଯଥେଷ୍ଟ ହେବ। “ଧରାଯାଉ ଜଣେ ଅଧର୍ମୀ ଲୋକ ତା’ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବା ପାଇଁ ଛିଡ଼ା ହୁଏ। ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗରେ ଛିଡ଼ା ହେବେ। ବିଗ୍ଭରକର୍ତ୍ତାମାନେ ନିଶ୍ଚୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବେ। ସଠିକ୍ ଭାବରେ ଅନୁସନ୍ଧାନ କରିବେ। ଆଉ ଯଦି ସେମାନେ ଦେଖିଲେ ସେହି ଲୋକ ମିଥ୍ୟା ସାକ୍ଷ୍ୟ ଦେଇଛି, ତେବେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହା ପ୍ରତି ସେହିପରି କରିବ ଏବଂ ଏହି ପ୍ରକାରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍ଟତା ଦୂର କରିବା ଉଚିତ୍। ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ। ସେହି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ। “ସେହି ଲୋକମାନଙ୍କୁ ଦଣ୍ତଦେବା ସମୟରେ ତୁମ୍ଭେମାନେ ଦୁଃଖ କରିବା ଉଚିତ୍ ନୁହଁ। ଯଦି କେହି ଜଣେ ଅନ୍ୟ ଜୀବନ ନେଇ ଥାଏ ତେବେ ତାକୁ ତାହାର ଜୀବନ ଦେବା ଉଚିତ୍। ନିୟମ ଏପରି ହେବ, ଆଖି ପାଇଁ ଆଖି ଦେବାକୁ ପଡ଼ିବ, ଦାନ୍ତ ପାଇଁ ଦାନ୍ତ ଦେବାକୁ ପଡ଼ିବ, ହାତ ବଦଳରେ ହାତ ଓ ଗୋଡ଼ ବଦଳରେ ଗୋଡ଼ ଦେବାକୁ ପଡ଼ିବ। ଯୁଦ୍ଧର ନିୟମ “ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି। “ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ, ‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ। କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’ “ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ‘ଯେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା’ର ଆପଣା ଗୃହକୁ ଯାଉ। ନଚେତ୍ ସେ ଯେବେ ମରିଯାଏ, ତେବେ ଅନ୍ୟ ଲୋକ ସେ ଗୃହରେ ପ୍ରବେଶ କରିବ। ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ କାରଣ ଯଦି ସେ ଯୁଦ୍ଧରେ ମରିଯାଏ, ତେବେ ଅନ୍ୟ କେହି ସେହି ଜମିକୁ ଭୋଗ କରିବ। ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ୱୀକୃତି ହୋଇଛି କିନ୍ତୁ ତାକୁ ଏପର୍ଯ୍ୟନ୍ତ ବିବାହ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ। ଯଦି ସେ ଯୁଦ୍ଧରେ ମରିଯାଏ, ଅନ୍ୟ କେହି ତାକୁ ବିବାହ କରିବ।’ “ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା’ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’ ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ। “ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର। ଯଦି ସେମାନେ ତୁମ୍ଭମାନଙ୍କ ସନ୍ଧିରେ ରାଜି ହୋଇ ତୁମ୍ଭମାନଙ୍କ ନଗର ଗୁଡ଼ିକ ପାଇଁ ଦ୍ୱାର ଉନ୍ମୁକ୍ତ କରନ୍ତି, ତେବେ ସେହି ସହରର ସମସ୍ତ ଲୋକମାନେ ତୁମ୍ଭ ପାଇଁ କାମ କରିବାକୁ ବାଧ୍ୟ ଏବଂ ତୁମ୍ଭମାନଙ୍କର ଦାସ ହେବେ। ଯଦି ସେହି ନଗରର ଲୋକମାନେ ତୁମ୍ଭର ସନ୍ଧିରେ ରାଜି ନ ହୁଅନ୍ତି। ତୁମ୍ଭମାନଙ୍କ ସହିତ ଯୁଦ୍ଧ କରନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଘେରି ଯିବ। ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବ। କିନ୍ତୁ ସ୍ତ୍ରୀ, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ୟ ତୁମ୍ଭ ନିଜ ପାଇଁ ନେଇଯାଅ। ତୁମ୍ଭେ ଯାହା ବ୍ୟବହାର କରିବାକୁ ଗ୍ଭହଁ ତୁମ୍ଭର ନେବା ଓ ବ୍ୟବହାର କରିବା ଉଚିତ୍। ଏହିସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ୟ ଦ୍ରବ୍ୟ ରୂପେ ଦେଇଛନ୍ତି। ଯେଉଁସବୁ ନଗର ଏହି ପାଖାପାଖି ଗୋଷ୍ଠୀୟମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର। “ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ। ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ। କାରଣ ସେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ପାଇଁ। ସେମାନେ ତାଙ୍କ ଦେବଗଣଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ। “ଯେତେବେଳେ ତୁମ୍ଭେମାନେ ବାହୁବଳଦ୍ୱାରା ଅବରୋଧ କରିବ। ସେତେବେଳେ ତୁମ୍ଭେମାନେ ନଗରମାନଙ୍କରେ ଥିବା ଗଛମାନଙ୍କୁ କାଟିବ ନାହିଁ। ତୁମ୍ଭେମାନେ ତାହାର ଫଳ ଖାଇ ପାରିବ। ସେହି ବୃକ୍ଷମାନେ ତୁମ୍ଭର ଶତ୍ରୁ ନୁହନ୍ତି ତେଣୁ ସେମାନଙ୍କୁ ତୁମ୍ଭେ କାଟିବ ନାହିଁ। କିନ୍ତୁ ତୁମ୍ଭେମାନେ ଫଳ ନ ଫଳୁଥିବା ବୃକ୍ଷମାନକୁ କାଟି ପାରିବ। ସେଥିରେ ତୁମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣ କରି ସେହି ନଗର ବିରୁଦ୍ଧରେ ଯୁଦ୍ଧ କରିବ। ସେହି ନଗର ପତନ ପର୍ଯ୍ୟନ୍ତ ତୁମ୍ଭେ ଏହିପରି କରିବ। ଯଦି କୌଣସି ବ୍ୟକ୍ତି ମୃତ ଅବସ୍ଥାରେ ମିଳେ “ଧରାଯାଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କ ଅଧିକାରାର୍ଥେ ସେହି ଦେଶରେ ଯେଉଁ କ୍ଷେତ ଦେଇଛନ୍ତି, ସେହି ଭୂମିର କ୍ଷେତ୍ର ମଧ୍ୟରେ ଯେବେ କୌଣସିଠାରେ ଏକ ମୃତ ଶରୀର ମିଳେ, ତାକୁ ହତ୍ୟା କରିଥିବା ଲୋକ ଯଦି ଜଣା ନ ପଡ଼େ। ତେବେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତୁର୍ପାର୍ଶ୍ୱରେ ଥିବା ପ୍ରତ୍ୟେକ ନଗରକୁ ମାପିବେ। ସେହି ମୃତ ଲୋକଠାରୁ ଯେଉଁ ନଗର ନିକଟବର୍ତ୍ତୀ ହେବ, ତା’ର ପ୍ରାଚୀନବର୍ଗ ଗୋଠରୁ ଏପରି ବାଛୁରି ନେବେ ଯାହା କେବେ କାମ କରି ନାହିଁ କିଅବା ଯୁଆଳି ଟାଣି ନାହିଁ। ସେହି ନଗରର ପ୍ରାଚୀନବର୍ଗମାନେ ସେହି ବାଛୁରିକୁ ଏକ ଜଳ ଉପତ୍ୟକାକୁ ନେବେ ଯେଉଁଠାରେ ଜଳପ୍ଳାବିତ ହେଉଥିବ ଓ ସେହି ସ୍ଥାନ କେବେ ଗ୍ଭଷ କରାଯାଇ ନ ଥିବ କିଅବା କୌଣସି ବୃକ୍ଷ ସେଠାରେ ଲଗାଯାଇ ନ ଥିବ। ଏହା ପରେ ସେହି ଉପତ୍ୟକାରେ ଉକ୍ତ ବାଛୁରିଟିର ବେକକୁ ଭାଙ୍ଗି ଦେବେ। ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ। ଏହା ପରେ ମୃତ ଲୋକର ବନ୍ଧୁବାନ୍ଧବ ଓ ସେହି ନଗରର ସମସ୍ତ ପ୍ରଚୀନବର୍ଗ, ଉପତ୍ୟକାରେ ସେହି ବାଛୁରି ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ। ଏବଂ ସେମାନେ ଉତ୍ତର ଦେଇ କହିବେ, ‘ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ। କିଅବା ଏହାକୁ କିଏ ହତ୍ୟା କରିଛି ଆମ୍ଭେ ଏହା ଦେଖି ନାହୁଁ। ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ। ତୁମ୍ଭମାନଙ୍କ ମଧ୍ୟରୁ ନିରୀହମାନଙ୍କର ହତ୍ୟା ଜନିତ ପାପ ମୋଚନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କାର୍ଯ୍ୟ କରିବା ଉଚିତ୍। ଯୁଦ୍ଧରେ ବନ୍ଦୀ ହୋଇଥିବା ନାରୀ “ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେମାନେ ସେମାନଙ୍କୁ ବନ୍ଦୀକରି ଘେନିଯାଅ। ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ ଯେବେ ତାହାକୁ ବିବାହ କରିବାକୁ ଇଚ୍ଛା କର, ତେବେ ତୁମ୍ଭେ ତାହାକୁ ଆପଣା ଗୃହକୁ ଆଣିବ ପୁଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ। ଆଉ ତା’ପରେ ସେ ବନ୍ଦୀଥିବା ଅବସ୍ଥାରେ ପିନ୍ଧିଥିବା ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକ ମାସ ବିଳାପ କରିବ। ଏହା ପରେ ତୁମ୍ଭେ ତା’ ସହିତ ମିଳାମିଶା ସହବାସ କରିବ ଓ ତା’ର ସ୍ୱାମୀ ହେବ ଏବଂ ସେ ତୁମ୍ଭର ସ୍ତ୍ରୀ ହେବ। ଯେବେ ତାହା ଉପରେ ତୁମ୍ଭେ ସନ୍ତୁଷ୍ଟ ନୁହଁ, ତେବେ ତୁମ୍ଭେ ତାକୁ ଛାଡ଼ପତ୍ର ଦେବ ଏବଂ ତା’ର ଇଚ୍ଛା ଅନୁସାରେ ତାକୁ ଯିବାକୁ ଦେବ। ମାତ୍ର ଟଙ୍କା ବିନିମୟରେ ତାକୁ କାହାକୁ ବିକିବ ନାହିଁ। ତୁମ୍ଭେ ତା’ ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ। ଜ୍ୟେଷ୍ଠ ସନ୍ତାନ “ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ। ଯେତେବେଳେ ସେହି ଲୋକ ତା’ର ସମ୍ପତ୍ତି ବାଣ୍ଟିବ ତା’ର ପିଲାମାନଙ୍କ ମଧ୍ୟରେ ଜ୍ୟେଷ୍ଠତାର ଅଧିକାର ସେ ପ୍ରିୟର ପୁତ୍ରକୁ ଦେଇ ପାରିବ ନାହିଁ। ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା’ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା’ର ଅଟେ। ଯେଉଁ ସନ୍ତାନମାନେ ମାନିବାକୁ ବାରଣ କରନ୍ତି “ଯେବେ କାହାର ପୁତ୍ର ଅବାଧ୍ୟ ଓ ପିତାମାତାଙ୍କ କଥା ପାଳନ ନ କରେ, ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସେମାନଙ୍କ ତାଗି‌ଦ୍‌ସତ୍ତ୍ୱେ ସେ ତାହା ପ୍ରତି କର୍ଣ୍ଣପାତ ମଧ୍ୟ କରେ ନାହିଁ। ତେବେ ତାହାର ପିତାମାତା ତାହାକୁ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକୁ ନେବା ଉଚିତ୍। ସେମାନେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତୁ, ‘ଆମ୍ଭ ପୁତ୍ର ଅବାଧ୍ୟ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ୟଧିକ ଖାଦ୍ୟ ଓ ପ୍ରଚୁର ଦ୍ରାକ୍ଷାରସ ପାନ କରୁଛି।’ ତା’ପରେ ନଗରର ବ୍ୟକ୍ତିମାନେ ତାକୁ ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରୁ ମନ୍ଦ ଦୂର କରିବା ଉଚିତ୍। ଇସ୍ରାଏଲର ଲୋକମାନେ ଏହା ଶୁଣି ଭୟଭୀତ ହେବେ। ଅପରାଧୀମାନଙ୍କୁ ହତ୍ୟାକରି ଗଛରେ ଟଙ୍ଗାଇ ଦିଆଯାଏ “ଯଦି କୌଣସି ବ୍ୟକ୍ତି କୌଣସି ଦୋଷ କରେ ଯାହାକି ମୃତ୍ୟୁଦଣ୍ତ ଯୋଗ୍ୟ ହୁଏ, ତାକୁ ହତ୍ୟା କରାଯିବା ଉଚିତ୍” ଏବଂ ତା’ର ଶରୀରକୁ ଗୋଟିଏ ଗଛରେ ଝୁଲାଇ ଦେବା ଉଚିତ୍। କିନ୍ତୁ ତା’ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା’ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ। ଅନ୍ୟାନ୍ୟ ନିୟମଗୁଡ଼ିକ “ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମେଷ ବଣା ହୋଇ ଯିବାର, ତୁମ୍ଭେ ନିଶ୍ଚୟ ତାହାକୁ ତାଙ୍କର ମାଲିକକୁ ଫେରାଇ ଦେବ। ଯଦି ତା’ର ମାଲିକ ତୁମ୍ଭଠାରୁ ଦୂରରେ ବାସ କରୁଥାଏ, କିଅବା ତୁମ୍ଭେ ତା’ର ମାଲିକକୁ ଜାଣି ନ ଥାଅ, ତେବେ ତାକୁ ତୁମ୍ଭ ଗୃହକୁ ନେଇଯାଅ। ତୁମ୍ଭେ ସେମାନଙ୍କୁ ତୁମ୍ଭ ପାଖରେ ତା’ର ମାଲିକ ଖୋଜି ଖୋଜି ଆସିବା ପର୍ଯ୍ୟନ୍ତ ରଖିପାରିବ। ଏହା ପରେ ତୁମ୍ଭେମାନେ ତା’ର ମାଲିକକୁ ସେମାନଙ୍କୁ ଫେରାଇ ଦେବା ଉଚିତ୍। ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗର୍ଦ୍ଦଭ ପାଇଲେ ମଧ୍ୟ ତୁମ୍ଭେ ତାହା ପ୍ରତି ଠିକ୍ ସେହିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବ। ଯଦି ସେମାନଙ୍କର ଲୁଗା କିଅବା ଅନ୍ୟ କିଛି ଦ୍ରବ୍ୟ ସେମାନେ ହରାଇଥା’ନ୍ତି। “ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡ଼ି ଯିବାର ଦେଖିବ ତୁମ୍ଭେ ସେମାନଙ୍କୁ ଉଠାଇ ଦେବ କିଅବା ଉଠାଇବାରେ ସାହାଯ୍ୟ କରିବ। “ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କେବେବି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ। “ପଥ ପାର୍ଶ୍ୱସ୍ଥ କୌଣସି ଗଛରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କିଅବା ଡିମ୍ବ ଥାଏ ଏବଂ ସେହି ଡିମ୍ବ ଉପରେ ବା ପକ୍ଷୀ ଛୁଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତେବେ ତୁମ୍ଭେ ପକ୍ଷୀ ସହିତ ଛୁଆକୁ ଆଣିବ ନାହିଁ। ତୁମ୍ଭେ ତୁମ୍ଭମାନଙ୍କ ପାଇଁ ପକ୍ଷୀ ଛୁଆମାନଙ୍କୁ ଆଣି ପାରିବ କିନ୍ତୁ ତା’ର ମା’ ପକ୍ଷୀକୁ ମୁକ୍ତ କରିଦେବ। ଯଦି ତୁମ୍ଭେମାନେ ଏହି ନିୟମଗୁଡ଼ିକ ମାନିବ ତେବେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହେବ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହେବ। “ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ। ଏହିସବୁ ବସ୍ତୁ ଏକାଠି ରଖିବା ନିଷେଧ “ତୁମ୍ଭେମାନେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବୁଣା ଯାଇଥିଲା ବା ଯେଉଁ ଫଳ ଫଳିଛି, ସେଗୁଡ଼ିକ ତୁମ୍ଭକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ନାହିଁ। “ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଡ଼ି ଗ୍ଭଷ କରିବ ନାହିଁ। “ଏପରି ପୋଷାକ ପିନ୍ଧ ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତାରେ ପ୍ରସ୍ତୁତ ହୋଇଥିବ। “ତୁମ୍ଭେ ଆପଣା ଶରୀରରେ ଉତ୍ତରୀୟ ବସ୍ତ୍ର ଗ୍ଭରି ଅଞ୍ଚଳରେ ଝୁମ୍ପା ବନାଇବ। ବିବାହ ନିୟମଗୁଡ଼ିକ “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା’ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ। ଯଦି ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତା’ର ଦୁର୍ନାମ କରେ କି, ‘ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ ମାତ୍ର ସହବାସ କାଳରେ ଏହାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।’ ତେବେ ସେହି କନ୍ୟାର ପିତାମାତା ତାହାର କୁମାରୀତ୍ୱର ପ୍ରମାଣ କୌମାର୍ଯ୍ୟର ଚିହ୍ନ ନେଇ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। ସେହି କନ୍ୟାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, ‘ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ। ମାତ୍ର ସେ ତାକୁ ଘୃଣା କଲା, ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦକଥା ଆରୋପ କରି କହୁଅଛି କି, “ଆମ୍ଭେ ତୁମ୍ଭ କନ୍ୟାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।” ମାତ୍ର ଆମ୍ଭ କନ୍ୟାର କୁମାରୀତ୍ୱର ଚିହ୍ନ ଏହି।’ ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ। କାରଣ ସେ ଇସ୍ରାଏଲୀୟ ଏକ କନ୍ୟା ଉପରେ ଦୁର୍ନାମ ଦେଇଛି। ତହିଁରେ ସେ ତା’ର ଭାର୍ଯ୍ୟା ହେବ। ସେ ତାହାକୁ ଯାବଜ୍ଜୀବନ ପାଇଁ ତ୍ୟାଗ କରି ପାରିବ ନାହିଁ। “ମାତ୍ର କଥା ଯେବେ ସତ୍ୟ ହେବ ଯେ କନ୍ୟାର କୁମାରୀତ୍ୱର ଚିହ୍ନ ଦେଖା ନ ଯାଏ। ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍। ଶାରୀରୀକ ପାପ “ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ଯୌନ ସମ୍ପର୍କ ଥିବାର ଦେଖିବାକୁ ତୁମ୍ଭେ ପାଅ। ସେ ଦୁହିଁଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂରକରିବା ଉଚିତ୍। “ଯେବେ କୌଣସି କୁମାରୀତ୍ୱ କନ୍ୟା ସହିତ କୌଣସି ପୁରୁଷ ପ୍ରତି ବା‌‌ଗ୍‌‌ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। ତେବେ ତୁମ୍ଭେମାନେ ସେହି ଦୁଇଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ। ଏବଂ ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂର କରିବା ଉଚିତ୍। “କିନ୍ତୁ ଧରାଯାଉ ଏକ କୁମାରୀ କନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ପୁରୁଷ ତାକୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରେ, ତେବେ କେବଳ ସେହି ପୁରୁଷକୁ ହତ୍ୟା କରାଯିବା ଉଚିତ୍। କିନ୍ତୁ ତୁମ୍ଭେମାନେ ସେହି କନ୍ୟା ପ୍ରତି କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ତ ଯୋଗ୍ୟ ପାପ ନାହିଁ। କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧକରେ, ଏହି କଥା ଠିକ୍ ସେହିପରି ଅଟେ। କାରଣ ସେହି ପୁରୁଷ ଜଣକ ସେହି କାର୍ଯ୍ୟାରତ ବାଳିକାକୁ କ୍ଷେତ୍ର ମଧ୍ୟରେ ପାଇ ତାକୁ ଆକ୍ରମଣ କଲା। ସେ ସାହାଯ୍ୟ ପାଇଁ ଡାକ ପକାଇଲା ତଥାପି ତାକୁ ରକ୍ଷା କରିବାକୁ କେହି ନ ଥିଲେ, “ଯଦି କୌଣସି ପୁରୁଷ ଅବା‌‌ଗ୍‌‌ଦତ୍ତା କୁମାରୀତ୍ୱ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି। ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ। “କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ। କେଉଁ ଲୋକମାନେ ଉପାସନା କରି ପାରିବେ “ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିୟମାନୁଯାୟୀ ହୋଇ ନ ଥାଏ, ତେବେ ସେହିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବେ ନାହିଁ। “ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ। କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ। ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲିୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ଲେଉଟାଇ ଆଶୀର୍ବାଦ କଲେ। ତୁମ୍ଭେ ଯାବଜ୍ଜୀବନ ଅନନ୍ତକାଳ ପର୍ଯ୍ୟନ୍ତ ଅମ୍ମୋନୀୟ ଓ ମୋୟାବୀୟ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ। ଇସ୍ରାଏଲୀୟମାନେ କେଉଁମାନଙ୍କୁ ଗ୍ରହଣ କରିବେ “ତୁମ୍ଭେମାନେ ଇଦୋମୀୟ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ। କାରଣ ସେମାନେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭେମାନେ ମିଶରୀୟମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ କାରଣ ତୁମ୍ଭେମାନେ ସେମାନଙ୍କ ଦେଶରେ ବିଦେଶୀପରି ବାସ କରୁଥିଲ। ସେମାନଙ୍କ ତୃତୀୟ ପୁରୁଷ ପରେ, ସେମାନେ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରି ପାରିବେ। ସୈନ୍ୟମାନଙ୍କର ଛାଉଣିକୁ ପରିଷ୍କାର ରଖିବ “ଯେତେବେଳେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରୁ ଦୂରେଇ ରହିବ। ତୁମ୍ଭମାନଙ୍କ ମଧ୍ୟରେ ଯେବେ କୌଣସି ବ୍ୟକ୍ତି ରାତ୍ରି ଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ। ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ। ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟାସ୍ତ ହେବାପରେ ସେ ଛାଉଣି ମଧ୍ୟକୁ ପ୍ରବେଶ କରିବ। “ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକସ୍ଥାନ କରିବ। ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖୋଳିବା ଉଚିତ୍ ଓ ଅନ୍ତନାଡ଼ିରୁ ଯାହା ବାହାରେ ତାକୁ ପୋତି ପକାଇବା ଉଚିତ୍ । ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ହସ୍ତରେ ତୁମ୍ଭର ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି। ଏଥିପାଇଁ ତୁମ୍ଭର ଛାଉଣି ସର୍ବଦା ପବିତ୍ର ହେବା ଉଚିତ୍। ଅନ୍ୟାନ୍ୟ ନିୟମଗୁଡ଼ିକ “ଯଦି ଜଣେ ଦାସ ତା’ର ମୁନିବ ନିକଟରୁ ତୁମ୍ଭ ନିକଟକୁ ପଳାଇ ଆସିବ, ତେବେ ତୁମ୍ଭେ ତାକୁ ତା’ର ମୁନିବଙ୍କ ହସ୍ତରେ ସମର୍ପଣ କରିବ ନାହିଁ। ସେ ତୁମ୍ଭର କୌଣସି ଏକ ନଗର ଦ୍ୱାର ମଧ୍ୟରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବା ଉଚିତ୍, ତୁମ୍ଭେମାନେ ତାକୁ ଶୋଷଣ କିଅବା ଠକିବା ଉଚିତ୍ ନୁହେଁ। “ଇସ୍ରାଏଲର ସ୍ତ୍ରୀଲୋକ ବା ପୁରୁଷ କେହି ମନ୍ଦିରର ବେଶ୍ୟାରୂପେ ସେବା କରିବା ଉଚିତ୍ ନୁହେଁ। ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ଅଟନ୍ତି। “ତୁମ୍ଭେ ଯେତେବେଳେ ଅନ୍ୟ ଇସ୍ରାଏଲକୁ ଋଣ ଦିଅ, ତା’ର ସୁଧ ମାଗ ନାହିଁ। ତାକୁ ସୁନା, ରୂପା, ଖାଦ୍ୟଦ୍ରବ୍ୟ କିଅବା ଅନ୍ୟ କିଛି ସୁଧ ନିଅ ନାହିଁ। ଯାହା ଜଣେ ବ୍ୟକ୍ତି ଦେଇ ପାରିବ। ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ସୁଧ ଗ୍ରହଣ କରି ପାରିବ। କିନ୍ତୁ ତୁମ୍ଭେମାନେ କୌଣସି ଇସ୍ରାଏଲ ଲୋକଠାରୁ ସୁଧ ନେବା ଉଚିତ୍ ନୁହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭେ ଯାହା କରୁଛ ପ୍ରତ୍ୟେକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିୟମ ଅନୁସରଣ କର, ତେବେ ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ଆଶୀର୍ବାଦର ପାତ୍ର ହେବ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବୀଦ କରିବେ। “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନସିକ କଲେ ତାହା ଦେବାକୁ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହେବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ। କିନ୍ତୁ ଯଦି ତୁମ୍ଭେ ମାନସିକ ନ କର ତେବେ ତହିଁରେ ତୁମ୍ଭର ପାପ ହେବ ନାହିଁ। ଯାହା ତୁମ୍ଭ ଓଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ। ତୁମ୍ଭେ ନିଜ ମୁଖରେ ପ୍ରତିଜ୍ଞା କର ଯେପରି ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନସିକ କରିଅଛ, ସେହି ଅନୁସାରେ କରିବ। “ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ର‌କୁ ଗଲେ ସ୍ୱେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ଅବଶିଷ୍ଟ ରଖିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ ଆପଣା ହାତରେ ଶିଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ଶସ୍ୟ କାଟି ଆଣି ପାରିବ ନାହିଁ। “ଜଣେ ଲୋକ ଏକ ସ୍ତ୍ରୀକୁ ବିବାହ କରି ଗ୍ରହଣ କଲାପରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହାଠାରେ ଅନୁଗ୍ରହ ନ ପାଏ। ତେବେ ସେହି ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବାହାର କରିଦେବା ଉଚିତ୍। ସେ ସ୍ତ୍ରୀ ତା’ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ। ଧରାଯାଉ ତା’ ନୂତନ ସ୍ୱାମୀ ତାକୁ ଭଲ ପାଇଲା ନାହିଁ ଓ ତାକୁ ମଧ୍ୟ ଛାଡ଼ପତ୍ର ଦେଲା କିଅବା ନୂତନ ସ୍ୱାମୀର ମୃତ୍ୟୁ ହୁଏ, ତେବେ ମଧ୍ୟ ତା’ର ପ୍ରଥମ ସ୍ୱାମୀ ତାକୁ ଆଉ ପୁନଃ ବିବାହ କରିବା ଉଚିତ୍ ନୁହଁ। ସେ କଳୁଷିତ ହୋଇ ସାରିବା ପରେ, କାରଣ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ଆଗରେ ଘୃଣ୍ୟ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରିବା ପାଇଁ ଦେଉଛନ୍ତି ତାକୁ ପାପରେ ଦୋଷୀ କରାଅ ନାହିଁ। *** “ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହୋଇଥାଏ ତେବେ ସେ ସୈନ୍ୟଦଳରେ ଯୋଗ ଦେବ ନାହିଁ। କିଅବା ତାଙ୍କୁ କୌଣସି ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟଭାର ଦିଆଯିବ ନାହିଁ। ଏକ ବର୍ଷ ପାଇଁ ତାକୁ ସ୍ୱାଧୀନଭାବେ ବୁଲି ଖୁସୀ କରିବାକୁ ଦିଆଯିବ ସେ ତା’ର ନୂତନ ସ୍ତ୍ରୀକୁ ଧରି ଗୃହରେ ମନୋରଞ୍ଜନ କରି, ବାସ କରିବ। “କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବା ସହିତ ସମାନ। “ଧରାଯାଉ କୌଣସି ମନୁଷ୍ୟ ଯେବେ ତାଙ୍କର ପଡ଼ୋଶୀକୁ ଅପହରଣ କରେ ଓ ସେ ତାକୁ ଯଦି ଦାସରୂପେ ବ୍ୟବହାର କରେ, ବା ତାହାକୁ ବିକ୍ରୟ କରେ, ତେବେ ସେହି ଅପହରଣକର୍ତ୍ତାକୁ ହତ୍ୟା କରାଯିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧ୍ୟରୁ ସେହି ଦୁଷ୍କର୍ମ ଦୂର କରିବା ଉଚିତ୍। “ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍। ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର। “ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ। ତୁମ୍ଭେ ସର୍ବଦା ବାହାରେ ଛିଡ଼ା ହୋଇ ରହିବ। ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକ ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। ଧରାଯାଉ, ସେ ଜଣେ ଗରିବ ଲୋକ। ତେବେ ତୁମ୍ଭେ ତା’ର ବନ୍ଧକ ଦ୍ରବ୍ୟ ରଖିବା ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହଁ। ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ। “ତୁମ୍ଭେ କଦାପି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ଉପଦ୍ରବ କରିବ ନାହିଁ। ସେ ଇସ୍ରାଏଲୀୟ ହେଉ ବା ବିଦେଶୀୟ ହେଉ। ସନ୍ଧ୍ୟା ପୂର୍ବରୁ ତାହାକୁ ତାହାର ବେତନ ଦେବ। କାରଣ ସେ ଦୁଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ। “ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ। “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ। “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ। “ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ୍ ଲାଗେ, ସେମାନେ ନ୍ୟାୟଳୟକୁ ଯିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ। ଯଦି ଦୋଷୀଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଗ୍ଭରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ। ତୁମ୍ଭେ କାହାରିକୁ ଗ୍ଭଳିଶ୍ ପ୍ରହାରରୁ ଅଧିକ ଦେବ ନାହିଁ। ଯଦି ତୁମ୍ଭେ କାହାକୁ ଗ୍ଭଳିଶ୍ ଥରରୁ ଅଧିକ ପ୍ରହାର କର ତେବେ ଏହା ଜଣାଯିବ ତୁମ୍ଭ ପାଇଁ ତାହାର ଜୀବନ ତୁଚ୍ଛ ଅଟେ। “ବଳଦମାନେ ବେଁଙ୍ଗଲାରେ ବୁଲିବା ସମୟରେ ସେମାନଙ୍କର ମୁହଁ ବାନ୍ଧିବ ନାହିଁ। “ଯଦି ଦୁଇଭାଇ ଏକତ୍ର ବାସ କରୁଥା’ନ୍ତି, ଯଦି ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା’ର ଅନ୍ୟ ଭାଇଜଣକ ତାକୁ ବିବାହ କରିବ ଓ ତାହା ସହିତ ସହବାସ କରିବ। ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତା’ର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ। ତହିଁରେ ତାହାର ନାମ ଇସ୍ରାଏଲରୁ ଲୁପ୍ତ ହେବ ନାହିଁ। ଯଦି ସେହି ଲୋକର ଭାଇ ସେହି ସ୍ତ୍ରୀ ଲୋକକୁ ଗ୍ରହଣ କରିବାକୁ ମନାକରେ ତେବେ ସେହି ସ୍ତ୍ରୀ ନଗରଦ୍ୱାରରେ ପ୍ରାଚୀନବର୍ଗ ନିକଟକୁ ଯାଇ ଅଭିଯୋଗ କରି କହିବ ଯେ, ‘ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।’ ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ। ତହିଁରେ ଯେବେ ସେ ଛିଡ଼ା ହୋଇ କହେ ଯେ, ‘ତାହାକୁ ଗ୍ରହଣ କରିବାକୁ ଆମ୍ଭର ଇଚ୍ଛା ନାହିଁ।’ ତେବେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁହଁରେ ଛେପ ପକାଇବ। ପୁଣି ପ୍ରତ୍ୟୁତ୍ତର କରି କହିବ, ‘ଯେକୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହିରୂପେ କରାଯିବ।’ ଇସ୍ରାଏଲ ମଧ୍ୟରେ ‘ଚ୍ୟୁତ ପାଦୁକ ବଂଶ’ ବୋଲି କୁହାଯିବ। “ଦୁଇଜଣଙ୍କ ମଧ୍ୟରେ ଯଦି ବିବାଦ ସୃଷ୍ଟି ହୁଏ। ସେମାନଙ୍କ ମଧ୍ୟରୁ କାହାର ସ୍ତ୍ରୀ ଆସି ଯଦି ତା’ର ସ୍ୱାମୀକୁ ସାହାଯ୍ୟ କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାର କରି ଗୁପ୍ତାଙ୍ଗକୁ ଧରେ। ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦୁଃଖ କରିବାର କିଛି ନାହିଁ। “ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ। ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ। ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ। ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ଘୃଣା କରନ୍ତି। ଯେଉଁମାନେ ଠକନ୍ତି, ଓଜନରେ କମ୍ ଦିଅନ୍ତି। ହଁ ସେ ଏହିପରି ଲୋକମାନଙ୍କୁ ଅତି ଘୃଣା କରନ୍ତି। ଅମାଲେକୀୟମାନଙ୍କୁ ଧ୍ୱଂସ କରିବ “ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକୀୟ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ। ତୁମ୍ଭେ ଶାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚା‌ଦ୍‌ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ। ଏହା ସ୍ମରଣ କର। ଏଥିପାଇଁ ତୁମ୍ଭେମାନେ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବ। ତୁମ୍ଭେମାନେ ଏପରି କରିବ ଯେତେବେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶରେ ପ୍ରବେଶ କରିବ। ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରୁ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ। ପ୍ରଥମ ଅମଳ “ତୁମ୍ଭେମାନେ ଖୁବ୍ ଶୀଘ୍ର ପ୍ରବେଶ କରିବ, ସେହି ଦେଶରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭଙ୍କୁ ଦେବେ। ତୁମ୍ଭେମାନେ ସେଠାରେ ବାସ କରିବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶରେ ଭୂମିରୁ ଫଳିଥିବା ସମସ୍ତ ଫଳ ଓ ପରିବାରୁ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗୁଡ଼ିରେ ତାହା ନେଇ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକୁ ତୁମ୍ଭେ ଯିବ। ତୁମ୍ଭେ ସେହି ସମୟରେ ଯାଜକ ନିକଟକୁ ଯିବା ଉଚିତ୍ ଏବଂ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ବାସ କରୁଅଛୁ। ଏହା ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଘୋଷଣା କରୁଅଛୁ।’ “ଏହା ପରେ ଯାଜକ ତୁମ୍ଭ ହାତରୁ ଗ୍ଭଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ। ତା’ପରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ,‘ଜଣେ ବୁଲୁଥିବା, ଅରାମୀୟ ଲୋକ ମୋର ପିତା ଥିଲେ ଓ ସେ ମିଶରକୁ ଗଲେ ଏବଂ ସେଠାରେ ଅଳ୍ପ କେତେକ ଲୋକ ସହିତ ବାସ କଲେ। ସେଠାରେ ସେ ଜାତୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଶକ୍ତିଶାଳୀ ହେଲେ। ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ। ଏହା ପରେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକୁ ହୃଦୟଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ। ତା’ପରେ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଓ ମହାତ୍ରାସ ଦ୍ୱାରା ଓ ନାନା ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମମାନ ଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଏହା ପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଛନ୍ତି ଓ ଏହି ଦେଶ ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଛନ୍ତି। ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକୁ ଯେଉଁ ଦେଶ ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।’ “ଏହା ପରେ ତୁମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ପ୍ରଣାମ କରିବ। ଏହା ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁସବୁ ମଙ୍ଗଳ କରିଛନ୍ତି, ସେ ସବୁରେ ତୁମ୍ଭେ ଓ ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ ତୁମ୍ଭେମାନେ ସମସ୍ତେ ଆନନ୍ଦ କରିବ। “ତୃତୀୟ ବର୍ଷରେ ଅର୍ଥାତ୍ ଦଶମାଂଶ ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟ ଆଦିର ଦଶମାଂଶ ଦେବାର ସମାପ୍ତ କଲାପରେ ତୁମ୍ଭେମାନେ ଲେବୀୟକୁ, ବିଦେଶୀକି, ପିତୃହୀନକୁ ଓ ବିଧବାକୁ ତାହା ଦେବ। ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ। ତେଣୁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ନିଶ୍ଚୟ ଏହା କହିବ, ‘ତୁମ୍ଭର ସମସ୍ତ ଆଜ୍ଞା ଅନୁସାରେ ମୁଁ ଆପଣା ଗୃହରୁ ସମସ୍ତ ପବିତ୍ର ଖାଦ୍ୟ ବାହାର କରି ନେଇଛି। ଏବଂ ଲେବୀୟକୁ, ବିଦେଶୀମାନଙ୍କୁ, ପିତୃମାତୃହୀନମାନଙ୍କୁ ଓ ବିଧବାମାନଙ୍କୁ ଦେଇଅଛି। ମୁଁ ତୁମ୍ଭର କୌଣସି ଆଜ୍ଞା ଲଘଂନ କରି ନାହିଁ କିଅବା ସେଗୁଡ଼ିକ ପାଶୋରି ନାହିଁ। ମୁଁ ଆପଣା ସେବା ସମୟରେ ତହିଁରୁ କିଛି ଭୋଜନ କରି ନାହିଁ। କିଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେଇଅଛି। ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁଁ ପାଳନ କରିଛି। ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର। ଏବଂ ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶକୁ ଆଶୀର୍ବାଦ କର।’ ସଦାପ୍ରଭୁଙ୍କର ନିର୍ଦ୍ଦେଶମାନ ପାଳନ କର “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ପାଳନ କରିବ। ତୁମ୍ଭେମାନେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ୱର ଶୁଣ। ଏବଂ ସଦାପ୍ରଭୁ ଆଜି ତାଙ୍କ ପ୍ରତିଜ୍ଞା ଅନୁସାରେ ଘୋଷଣା କରିଛନ୍ତି ଯେ, ତୁମ୍ଭେ ତାଙ୍କର ସଞ୍ଚିତ ଜାତି ହେବ ଓ ତାଙ୍କର ସମସ୍ତ ଆଜ୍ଞା ମାନିବା ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରୁ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ୟାତି ଓ ସମ୍ମାନ ଦେବେ। ଏବଂ ତୁମ୍ଭେମାନେ ତାଙ୍କର ନିଜର ପବିତ୍ର ଲୋକ ହେବ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।” ଲୋକଙ୍କ ପାଇଁ ପଥରର ସ୍ମୃତି ଫଳକ ମୋଶା ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଛି, ସେଗୁଡ଼ିକ ପାଳନ କର। ଯେଉଁ ଦିନ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ନଦୀ ପାରହେଲ ଏବଂ ସେହି ଦେଶରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି। ସେହି ଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲେପନ କରିବ। ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁ‌‌ଗ୍‌‌ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ। “ପୁଣି ଆଜି ମୁଁ ଯେଉଁ ପ୍ରସ୍ତର ଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ପରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚୂନରେ ଲେପିବ। ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ଅର୍ଥାତ୍ ପଥରରେ ଏକ ଯଜ୍ଞବେଦି ନିର୍ମାଣ କରିବ। ସେହି ପଥର କାଟିବାରେ ଲୁହା ବ୍ୟବହାର କରିବ ନାହିଁ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯଜ୍ଞବେଦି ସମସ୍ତ ଅଚଞ୍ଛା ପଥରରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭେମାନେ ସେହି ସ୍ଥାନରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିବା ଉଚିତ୍। ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ସୁନ୍ଦରଭାବେ ଖୋଳି ଲେଖିବ।” ନିୟମ ନ ମାନିଲେ ଅଭିଶପ୍ତ ହେବେ ମୋଶା ଓ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ ନୀରବରେ ଅନୁଧ୍ୟାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଲୋକ ହେଲ। ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ କଥାରେ କର୍ଣ୍ଣପାତ କର ଓ ଆଜି ମୁଁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତୁମ୍ଭଙ୍କୁ ଆଜ୍ଞା କରୁଅଛି। ତାହା ପାଳନ କର।” ସେହି ଦିନ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେ ଯର୍ଦ୍ଦନ ପାର ହେବାପରେ ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ଯୋଷେଫ ଓ ବିନ୍ୟାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚୟ ଛିଡ଼ା ହେବ। ଏବଂ ରୁବେନ୍, ଗାଦ୍, ଆଶେର, ସବୂଲୂନ୍, ଦାନ, ନପ୍ତାଲି ଗୋଷ୍ଠୀୟକୁ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ। “ଏବଂ ସମସ୍ତ ଲେବୀୟମାନେ ଖୁବ୍ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ, “‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’ “ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’। “ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍’। “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପ୍ରତିବାସୀର ଭୂମିର ଚିହ୍ନ ଘୁଞ୍ଚାଏ, ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ଅନ୍ଧକୁ ବାଟ ଭୂଲାଏ, ସେ ଲୋକ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ୟାୟ କରିବାରେ ବାଧା ଦିଏ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା’ର ପିତାର ସେ ତାକୁ ଅନାବରଣ କରିଥାଏ।” “ଏଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁମାନେ ସେମାନଙ୍କ ଭଉଣୀ ବା ପିତୃକନ୍ୟା ବା ମାତୃକନ୍ୟା ସହିତ ଯୌନ ସମ୍ପର୍କ ରଖେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ଆମେନ୍।’ “ଲେବୀୟମାନେ କହିବେ, ‘ଯେକେହି ଆପଣା ଶାଶୁ ସଙ୍ଗେ ଯୌନ ସମ୍ପର୍କ ରକ୍ଷାକରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପଡ଼ୋଶୀକୁ ଗୋପନରେ ହତ୍ୟା କରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକୁ ହତ୍ୟା କରିବାକୁ ଅର୍ଥ ନିଏ ସେ ଅଭିଶପ୍ତ ହେଉ?’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’ “ଲେବୀୟମାନେ କହିବେ, ‘ଯେଉଁ ଲୋକ ଏହି ବ୍ୟବସ୍ଥାର ପାଳନ କରେ ନାହିଁ କିମ୍ବା ଅନୁସରଣ କରେ ନାହିଁ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’ ନିୟମ ମାନୁଥିବା ଲୋକେ ଆଶୀର୍ବାଦ ପ୍ରାପ୍ତ ହେବେ “ବର୍ତ୍ତମାନ ତୁମ୍ଭେମାନେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସ୍ୱର ଶୁଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି, ତେବେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହୁ ଉଚ୍ଚରେ ରଖିବେ। ଏହି ସମସ୍ତ ଆଶୀର୍ବାଦ ତୁମ୍ଭେମାନେ ଗ୍ରହଣ କରିବ ଏବଂ ସେଗୁଡ଼ିକ ତୁମ୍ଭ ପାଖକୁ ଆସିବ। କାରଣ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ସ୍ୱର ଶୁଣିଛ। “ତୁମ୍ଭେମାନେ ଏହି ନଗରରେ ଆଶୀର୍ବାଦ ପ୍ରାପ୍ତ ହେବ ଓ କ୍ଷେତ୍ରରେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହୁ ସନ୍ତାନ ଦେବେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତୁମ୍ଭ ପଶୁମାନଙ୍କୁ ମଧ୍ୟ ବହୁ ଶାବକ ଦେବେ, ସେ ମଧ୍ୟ ତୁମ୍ଭମାନଙ୍କର ବାଛୁରି ଓ ମେଣ୍ଢାମାନଙ୍କୁ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ପାତ୍ର ଖାଦ୍ୟରେ ପୂର୍ଣ୍ଣ କରିବେ। ଯେତେବେଳେ ତୁମ୍ଭେମାନେ ଆସିବ ଓ ବାହାରକୁ ଯିବ, ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ। “ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତୁମ୍ଭ ଶତ୍ରୁମାନଙ୍କୁ ବିନାଶ କରିବେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉଠିବେ। ସେମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ବାଟରେ ଆସିବେ ଓ ସାତୋଟି ବାଟରେ ପଳାୟନ କରିବେ। “ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ଯ୍ୟରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଦେଇଥିବା ଦେଶ ଉପରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସେହିପରି କରିବେ କାରଣ ତୁମ୍ଭେମାନେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ। ଏହା ପରେ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୟ କରିବେ। “ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନେକ ସନ୍ତାନରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲରେ ପରିପୂର୍ଣ୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ। ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖୋଲିବେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ। କିନ୍ତୁ ତୁମ୍ଭେ ସେମାନଙ୍କଠାରୁ କିଛି ଉଧାର ଆଣିବ ନାହିଁ। ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥିରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗୁଳ କରିବେ ନାହିଁ। ଏହିପରି ସବୁ ହେବ, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିୟମ ମାନି ଚଳିବ। ଯାହା ଆଜି ମୁଁ ତୁମ୍ଭମାନଙ୍କୁ କହୁଅଛ। ଆଜି ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରୁ କେବେ ବିମୁଖ ହୁଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକୁ ଫେରିବ ନାହିଁ। ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ଅନୁସରଣ କିଅବା ଉପାସନା କରିବ ନାହିଁ। ଯେଉଁମାନେ ନିୟମ ନମାନିବେ ଅଭିଶପ୍ତ ହେବ “କିନ୍ତୁ ତୁମ୍ଭେମାନେ ଯଦି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ବାକ୍ୟ ନ ଶୁଣ, ଯତ୍ନଶୀଳ ନ ହୁଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିୟମ ପାଳନ ନ କର, ଯାହା ମୁଁ ତୁମ୍ଭମାନଙ୍କୁ ଦେଉଛି, ତେବେ ଏହି ଅଭିଶାପଗୁଡ଼ିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ। “ସଦାପ୍ରଭୁ ତୁମ୍ଭମାନଙ୍କୁ ନଗରରେ ଓ କ୍ଷେତ୍ରରେ ଅଭିଶାପ ଦେବେ। ତୁମ୍ଭମାନଙ୍କର ଖାଇବା ପାତ୍ର ଅଭିଶପ୍ତ ହେବ। ସେଥିରେ ଖାଦ୍ୟ ରହିବ ନାହିଁ। ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦେବେ ଏବଂ ତୁମ୍ଭେମାନେ ବହୁ ସନ୍ତାନର ଅଧିକାରୀ ହେବ ନାହିଁ। ସେ ତୁମ୍ଭର କ୍ଷେତ୍ରକୁ ଅଭିଶପ୍ତ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହେବ ନାହିଁ। ସେ ତୁମ୍ଭର ପଶୁମାନଙ୍କୁ ଅଭିଶାପ ଦେବେ, ତାଙ୍କର ଅନେକ ଶାବକ ହେବେ ନାହିଁ। ସେ ତୁମ୍ଭର ଗାଈ ଓ ମେଷମାନଙ୍କୁ ମଧ୍ୟ ଅଭିଶାପ ଦେବେ। ପ୍ରବେଶ କରିବା ବେଳେ ଓ ବାହାରକୁ ଯିବା ବେଳେ ତୁମ୍ଭେ ଶାପଗ୍ରସ୍ତ ହେବ। “ତୁମ୍ଭେ ଯଦି କୁକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମୁଖ ହୁଅ, ତେବେ ସର୍ବଦା ସେ ତୁମ୍ଭର ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ଯ୍ୟରେ ହତୋତ୍ସାହ ଓ ଅସୁବିଧା ଜନ୍ମିବ। ତୁମ୍ଭେ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତୁମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠାରୁ ବିମୁଖ ହୋଇଛ ଓ ତାଙ୍କଠାରୁ ଦୂରେଇ ରହିଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭକୁ ମହାମାରୀ ରୋଗରେ ଆକ୍ରାନ୍ତ କରିବେ। ତୁମ୍ଭେମାନେ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେହି ଦେଶରୁ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। ସଦାପ୍ରଭୁ ତୁମ୍ଭକୁ ରୋଗ, ଜ୍ୱର ଓ ଜ୍ୱଳାରେ ଦଣ୍ତିତ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କୁ ଅତ୍ୟଧିକ ଉତ୍ତାପ ଦେବେ ଯେଉଁଥିରେ ତୁମ୍ଭେମାନେ ଉତ୍ତମ ବର୍ଷା ପାଇବ ନାହିଁ। ତୁମ୍ଭର ଫସଲ ବର୍ଷା ଅଭାବରେ ମରିଯିବ। ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସମସ୍ତ କୁକର୍ମମାନ ଘଟିବ। ଆକାଶ ପିତ୍ତଳ ପରି ଦେଖାଯିବ ଏବଂ ଭୂମି ଲୁହାପରି ଦେଖାଯିବ। ସଦାପ୍ରଭୁ ତୁମ୍ଭକୁ ବର୍ଷା ଦେବେ ନାହିଁ। ଆକାଶରୁ କେବଳ ଧୂଳି ଓ ବାଲି ବର୍ଷା କରିବେ। ତୁମ୍ଭମାନଙ୍କର ଧ୍ୱଂସ ହେବା ପର୍ଯ୍ୟନ୍ତ ଏହିପରି ଲାଗି ରହିବ। “ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁମାନଙ୍କ ହାତରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ଯୁଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତୋଟି ବାଟରେ ପଳାୟନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥିରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ। ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତୁ, ପକ୍ଷୀମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ଘଉଡ଼ାଇବା ପାଇଁ କେହି ନ ଥିବେ। “ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀୟ ବଥ, ଅର୍ଶ, ଜାଦୁ ଓ କୁଣ୍ଡିଆଣି ଦ୍ୱାରା ଆଘାତ କରିବେ, ଯେପରି ମିଶରୀୟମାନଙ୍କୁ କରିଥିଲେ। ଏଥିରୁ ତୁମ୍ଭେମାନେ ଆରୋଗ୍ୟ ହୋଇ ପାରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ଚିତ୍ତ ସ୍ତ‌ବ୍‌ଧତା ଦ୍ୱାରା ଆଘାତ କରିବେ। ତୁମ୍ଭେମାନେ ଦିନ ବେଳେ ମଧ୍ୟ ଅନ୍ଧଙ୍କ ପରି ଦରାଣ୍ତି ହେବ। ତୁମ୍ଭେମାନେ ଆପଣା କାର୍ଯ୍ୟରେ ସର୍ବଦା କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ତ ଓ ଲୁଣ୍ଠିତ ହେବ। କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବେ। “ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକୁ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥିରେ ଅନ୍ୟ ଜଣେ ବାସ କରିବ। ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା’ର ଫଳସବୁ ଖାଇବ। ତୁମ୍ଭେ ସେଥିରୁ କିଛି ପାଇବ ନାହିଁ। ଲୋକମାନେ ତୁମ୍ଭ ସମ୍ମୁଖରେ ତୁମ୍ଭର ଗୋବତ୍ସାମାନଙ୍କୁ ବଧ କରିବେ। କିନ୍ତୁ ତୁମ୍ଭେ ତା’ର ମାଂସ ଖାଇ ପାରିବ ନାହିଁ। ଲୋକମାନେ ତୁମ୍ଭର ଗଧମାନ ନେଇ ଯିବେ। ସେମାନେ ତାହା ତୁମ୍ଭକୁ ଫେରାଇବେ ନାହିଁ। ତୁମ୍ଭର ଶତ୍ରୁମାନେ ତୁମ୍ଭର ମେଷମାନଙ୍କୁ ନେଇଯିବେ କିନ୍ତୁ ଉଦ୍ଧାର କରିବାକୁ କେହି ନ ଥିବେ। “ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟମାନଙ୍କୁ ଦିଆଯିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହୁଁ ଗ୍ଭହୁଁ ଦିନ ଯିବ। କିନ୍ତୁ ତୁମ୍ଭେମାନେ କିଛି କରି ପାରିବ ନାହିଁ। କିନ୍ତୁ ପରମେଶ୍ୱର ତୁମ୍ଭର କୌଣସି ସାହାଯ୍ୟ କରିବେ ନାହିଁ। “ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନେଇଯିବେ। ଏବଂ ତୁମ୍ଭେ ସର୍ବଦା କେବଳ ଉପଦ୍ରବ ଗ୍ରସ୍ତ ଓ ନିର୍ଯ୍ୟାତନା ଭୋଗ କରିବ। ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହେବ। ସଦାପ୍ରଭୁ ତୁମ୍ଭର ଜାନୁ ଓ ଜଙ୍ଘ ଓ ତଳିପାରୁ ମସ୍ତକ ଯାଏ ବ୍ୟଥାଦାୟୀ ବଥଦ୍ୱାରା ତୁମ୍ଭକୁ ଆଘାତ କରିବେ। ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ। “ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କଲ ତୁମ୍ଭର ସେହି ରାଜାକୁ ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ନିର୍ବାସିତ କରିବେ। ଏବଂ ସେଠାରେ ତୁମ୍ଭେମାନେ କାଠ ପଥର ଦେବତାମାନଙ୍କର ସେବା କରିବ। ସେଠାରେ ତୁମ୍ଭେମାନେ ନିଜେ ଏକ ଭୟାନକ ଦୃଶ୍ୟରେ ପରିଣତ ହେବ, ସେହି ସମସ୍ତ ଜାତିମାନଙ୍କ ଆଗରେ ଅପମାନର ଓ ଉପହାସର ପାତ୍ର ହେବ। ଯେଉଁଠାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ। ଅସଫଳତାର ଅଭିଶାପ “ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହିନେବ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ। ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ। କାରଣ ପୋକମାନେ ତାହା ଖାଇ ପକାଇବେ। ତୁମ୍ଭର ସମସ୍ତ କ୍ଷେତରେ ଜୀତ ବୃକ୍ଷ ହେବ। କିନ୍ତୁ ତୁମ୍ଭେମାନେ ତୈଳ ସଂଗ୍ରହ କରିବାକୁ ସମର୍ଥ ହେବ ନାହିଁ। କାରଣ ଭୂମିରେ ତା’ର ସମସ୍ତ ଫଳ ଝଡି ପଡ଼ିବ। ତୁମ୍ଭେମାନେ ପୁତ୍ରକନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ କାରଣ ସେମାନେ ବନ୍ଦୀ ହୋଇଯିବେ। ପଙ୍ଗପାଳ ଦଳ ତୁମ୍ଭର ସମସ୍ତ ଫସଲ ଓ ବୃକ୍ଷ ସବୁ ଖାଇଯିବେ। ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହେବେ। ତୁମ୍ଭେମାନେ ଯେଉଁ ଶକ୍ତିର ଅଧିକାରୀ ହୋଇଥିବ, ତାହା ଲୋପ ପାଇବ। ବିଦେଶୀମାନେ ତୁମ୍ଭକୁ ଋଣ ଦେବେ। କିନ୍ତୁ ତୁମ୍ଭମାନଙ୍କ ପାଖରେ ଅର୍ଥ ନ ଥିବ ଋଣ ପ୍ରତିଶୋଧ ପାଇଁ। ସେମାନେ ମସ୍ତକ ପରି ତୁମ୍ଭମାନଙ୍କୁ ପରିଗ୍ଭଳନା କରିବେ। ତୁମ୍ଭେମାନେ ଲାଙ୍ଗୁଡ଼ ତୁଲ୍ୟ ତାଙ୍କଦ୍ୱାରା ପରିଗ୍ଭଳିତ ହେବ। “ସବୁ ଅଭିଶାପ ତୁମ୍ଭ ନିକଟକୁ ଆସିବ ତୁମ୍ଭେ ନଷ୍ଟ ହେବା ପର୍ଯ୍ୟନ୍ତ। କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଓ ବ୍ୟବସ୍ଥାମାନ ମାନିଲ ନାହିଁ। ସବୁ ଅଭିଶାପ ତୁମ୍ଭ ଉପରେ ଓ ପୁରୁଷାନୁକ୍ରମେ ତୁମ୍ଭ ବଂଶ ଉପରେ ରହିବ। ଏହା ଚିହ୍ନସ୍ୱରୂପ ଓ ସଦାପ୍ରଭୁଙ୍କର ବିଗ୍ଭରର ପ୍ରମାଣ ହୋଇ ରହିବ। “କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ। ତେଣୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୃଷାରେ ଓ ଉଲଙ୍ଗତାରେ ଏବଂ ସବୁପ୍ରକାର ଅଭାବରେ ସେମାନଙ୍କର ଦାସକର୍ମ କରିବ। ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ଯାଏ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ। ଗୋଟିଏ ଶତ୍ରୁଜାତିର ଅଭିଶାପ “ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି । ସେହି ଲୋକମାନେ ଅତ୍ୟନ୍ତ କୃର ହେବେ। ବୃଦ୍ଧ ଲୋକମାନଙ୍କ ପ୍ରତି ମଧ୍ୟ ସେମାନେ ଦୟା ଦେଖାଇବେ ନାହିଁ। ସେମାନେ ତୁମ୍ଭର ପିଲାମାନଙ୍କ ପ୍ରତି ମଧ୍ୟ ଦୟା ଦେଖାଇବେ ନାହିଁ। ସେମାନେ ତୁମ୍ଭର ପଶୁ ଓ ବଢ଼ିଥିବା ଶସ୍ୟ ନେଇଯିବେ। ତୁମ୍ଭମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ସେମାନେ ସମସ୍ତ ଦ୍ରବ୍ୟ ନେଇଯିବେ। ସେମାନେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ୟ ରଖିବେ ନାହିଁ। ମଦ, ତେଲ, ଗାଈ, ମେଷ କିଅବା ଛେଳି ଅବଶିଷ୍ଟ କିଛି ରଖିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ସେମାନେ ନେଇଯିବେ। “ଅନ୍ୟ ଜାତୀୟମାନେ ତୁମ୍ଭମାନଙ୍କୁ ଘେରାଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକୁ ଆକ୍ରମଣ କରିବେ। ତୁମ୍ଭେମାନେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ଼ ପାଚେରୀ ତୁମ୍ଭମାନଙ୍କୁ ସୁରକ୍ଷା ଦେବ ମାତ୍ର ତାହା ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ସେହି ପାଚେରୀମାନ ଭାଙ୍ଗି ପଡ଼ିବ। ସଦାପ୍ରଭୁ ଦେଇଥିବା ଦେଶରେ ସବୁଆଡ଼େ ଶତ୍ରୁମାନଙ୍କର ଛାଉଣି ହୋଇଯିବ। ତୁମ୍ଭେମାନ ବହୁତ ଦୁଃଖ କଷ୍ଟ ଭୋଗ କରିବ। ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦେବେ ନାହିଁ। ତୁମ୍ଭେମାନେ ଭୋକରେ ରହିବ। ତୁମ୍ଭେମାନେ ଏତେ ଭୋକରେ ରହିବ ଯେ ତୁମ୍ଭେମାନେ ଆପଣା ପୁତ୍ରକନ୍ୟାମାନଙ୍କୁ ଖାଇ ଯିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶୁ ସନ୍ତାନମାନଙ୍କୁ ତୁମ୍ଭେମାନେ ଭକ୍ଷ୍ୟଣ କରିବ। “ଏପରିକି ତୁମ୍ଭମାନଙ୍କ ମଧ୍ୟରେ ଥିବା ଦୟାଳୁ ଭଦ୍ରଲୋକ ମଧ୍ୟ ଅତି କୃର ହୋଇ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠୁର ହେବ। ସେ ମଧ୍ୟ ତା’ର ସ୍ତ୍ରୀ ପାଇଁ ନିଷ୍ଠୁର ହେବ ଯାହାକୁ ସେ ବହୁତ ଭଲ ପାଉଥିଲା। ଏବଂ ସେ ମଧ୍ୟ ତା’ର ପିଲାମାନଙ୍କ ପାଇଁ ନିଷ୍ଠୁର ହେବ। ସେ ତା’ର ପିଲାମାନଙ୍କର ମାଂସ ଖାଇଯିବ ଏବଂ ଆଉ କାହାକୁ ତାହା ଖାଇବାକୁ ଦେବ ନାହିଁ। ଏପରିକି ସେ ତା’ର ପରିବାରରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଦେବ ନାହିଁ। ଏହା ସେ କରିବ, ଯେତେବେଳେ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କର ନଗରଗୁଡ଼ିକୁ କରାୟତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟରେ ଯନ୍ତ୍ରଣା ଦେବେ। “ଏପରିକି ତୁମ୍ଭମାନଙ୍କ ମଧ୍ୟରେ ଥିବା ଦୟାଳୁ ସ୍ତ୍ରୀଲୋକ ମଧ୍ୟ ନିଷ୍ଠୁର ହୋଇ ଉଠିବ। ସେ ତା’ର ଜୀବନକୁ ଏପରି ଉତ୍ସର୍ଗ କରିଥିଲା ଯେ ସେ କେବେ ତା’ର ପାଦ ପଦାକୁ ବାହାର କରି ନ ଥିଲା। ସେ ତା’ର ସ୍ୱାମୀ, ତା’ର ପିଲାମାନଙ୍କ ପ୍ରତି ନିଷ୍ଠୁର ହେବ। ଏପରି ହେବ ସେହି ସ୍ତ୍ରୀ ଲୋକ ଯେଉଁ ପିଲାକୁ ଜନ୍ମ ଦେବ ତାକୁ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ୟକୁ ସେ ଖାଇ ପକାଇବ। ଯେତେବେଳେ ଶତ୍ରୁମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସେହି ସମୟରେ ଏପରି କର୍ମମାନ ଘଟିବ। “ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବ। ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ। ତୁମ୍ଭେମାନେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ୟାଧି ବ୍ୟାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭୀତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସେହିସବୁ ମନ୍ଦକର୍ମମାନ ଭିଆଇବେ। ବ୍ୟବସ୍ଥା ପୁସ୍ତକରେ ଲେଖା ନ ଥିବା ରୋଗବ୍ୟାଧି ମଧ୍ୟ ତୁମ୍ଭ ପାଇଁ ସଦାପ୍ରଭୁ ଆଣିବେ। ତୁମ୍ଭମାନଙ୍କର ବିନାଶ ହେବା ପର୍ଯ୍ୟନ୍ତ ସେ ସବୁକୁ ସେ ଗ୍ଭଲୁ ରଖିବେ। ତୁମ୍ଭମାନଙ୍କର ସଂଖ୍ୟା ତାରାମାନଙ୍କ ପରି ବହୁତ ହୋଇଥିବ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ରହିଯିବେ। କାରଣ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟପ୍ରତି ଧ୍ୟାନ ଦେଲ ନାହିଁ। “ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖୁସୀ କରି ଓ ତୁମ୍ଭମାନଙ୍କର ସଂଖ୍ୟା ବଢ଼ାଇ। ଠିକ୍ ସେହିପରି ସଦାପ୍ରଭୁ ଆନନ୍ଦ ଖୁସୀ ଦେବେ ତୁମ୍ଭମାନଙ୍କୁ ହ୍ରାସକରି ଓ ବିନାଶ କରି। ତୁମ୍ଭେମାନେ ଅଧିକାର କରିବାକୁ ଯାଉଥିବା ଦେଶକୁ ଅନ୍ୟମାନେ ଅଧିକାର କରି ନେବେ। ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ। ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତି ପୂଜା କରିବ। “ତୁମ୍ଭେମାନେ ସେହି ଗୋଷ୍ଠୀୟମାନଙ୍କ ମଧ୍ୟରେ କିଛି ଶାନ୍ତି ପାଇବ ନାହିଁ ଓ ସେଠାରେ ତୁମ୍ଭ ପାଦର କିଛି ବିଶ୍ରାମ ହେବ ନାହିଁ। ସଦାପ୍ରଭୁ ତୁମ୍ଭର ମନକୁ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗୁଡ଼ିକ ଆଙ୍କାକ୍ଷାରେ ଅବସନ୍ନ କରି ଦେବେ ଏବଂ ସେ ତୁମ୍ଭକୁ ଦୁଃଖ ପୂର୍ଣ୍ଣ କରିବେ। ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ। ପୁଣି ତୁମ୍ଭେ ରାତ୍ରଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ। ତୁମ୍ଭେ ଯେଉଁ ଆଶଙ୍କା କରିବ; ତୁମ୍ଭ ହୃଦୟର ସେହି ଆଶଙ୍କା ହେତୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ହେତୁ ସକାଳ ହେଲେ, ତୁମ୍ଭେମାନେ କହିବ, ‘ଆହା ସନ୍ଧ୍ୟା ହୁଅନ୍ତା କି।’ ପୁଣି ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିବ, ‘ଦିନ ହୁଅନ୍ତା କି।’ କାରଣ ତୁମ୍ଭେମାନେ ଏପରି ଭୟାଭୟତା ଦୃଶ୍ୟମାନ ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜରେ ମିଶରକୁ ପଠାଇ ଦେବେ। ମୁଁ କହୁଅଛି, ତୁମ୍ଭେମାନେ କଦାପି ସେହି ଦେଶକୁ ଯିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସେହିଠାକୁ ପଠାଇବେ। ମିଶରରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ କ୍ରିତଦାସ ଭାବେ ବିକ୍ରି ହେବାକୁ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କେହି କ୍ରୟ କରିବେ ନାହିଁ।” ମୋୟାବ ଦେଶରେ ଚୁକ୍ତି ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ, ମୋଶା ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକତ୍ରିତ କଲେ ଓ କହିଲେ, “ତୁମ୍ଭେମାନେ ଦେଖିଛ ଯେ ମିଶରରେ ସଦାପ୍ରଭୁ କିପରି କାର୍ଯ୍ୟମାନ କରିଛନ୍ତି। ତୁମ୍ଭେମାନେ ମଧ୍ୟ ଦେଖିଛ, ସଦାପ୍ରଭୁ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ। ତୁମ୍ଭେମାନେ ଦେଖିଛ ସଦାପ୍ରଭୁ ସେମାନଙ୍କୁ କିଭଳି ଭାବରେ କଷ୍ଟ ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ଚମତ୍କାର ଆଶ୍ଚର୍ଯ୍ୟ କର୍ମମାନ ଦେଖିଛ। କିନ୍ତୁ ଏପରିକି ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମମାନ ବୁଝି ପାରିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ଠିକ୍ ଭାବେ ବୁଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହାସବୁ ଶୁଣିଲ। ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ୍ ବର୍ଷ ମରୁ ଅଞ୍ଚଳରେ ଆଗେଇ ଆଣିଲେ ତୁମ୍ଭେମାନେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରି ନ ଥିଲା। ତୁମ୍ଭର ଜୋତା ମଧ୍ୟ ନଷ୍ଟ ହୋଇ ନ ଥିଲା। ତୁମ୍ଭେ ଆସିବା ସମୟରେ ସାଥୀରେ ଖାଦ୍ୟ ଆଣି ନ ଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନେଇଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭେମାନେ ବୁଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। “ତୁମ୍ଭେମାନେ ଏହି ସ୍ଥାନକୁ ଆସିଲାପରେ ହି‌ଷ୍‌ବୋନର ରାଜା ସୀହୋନ୍ ଓ ବାଶନର ରାଜା ଓଗ୍ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭେମାନେ ସେମାନଙ୍କୁ ପରାସ୍ତ କଲୁ। କିନ୍ତୁ ଆମ୍ଭେ ସେହି ଦେଶ ତାଙ୍କଠାରୁ ଛଡ଼ାଇ ଆଣି ରୁବେନ୍ ବଂଶ ଓ ଗାଦ୍ ବଂଶ ଏବଂ ମନଃଶିର ଅର୍ଦ୍ଧ ବଂଶଧରଙ୍କୁ ଦେଲୁ। ସେଥିପାଇଁ ତୁମ୍ଭେମାନେ ସମସ୍ତ ନିର୍ଦ୍ଦେଶ ଚୁକ୍ତି ଅନୁସାରେ ମାନିବା ଉଚିତ୍, ତେବେ ତୁମ୍ଭେମାନେ ଯେଉଁସବୁ କର୍ମ କରିବ ସେଥିରେ ତୁମ୍ଭେମାନେ ସମସ୍ତ କୁଶଳତା ପାଇବ। “ଆଜି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସମ୍ମୁଖରେ ଛିଡ଼ା ହୋଇଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ ଓ ଇସ୍ରାଏଲର ସମସ୍ତ ପୁରୁଷ ଏହିଠାରେ ଉପସ୍ଥିତ ଅଛନ୍ତି। ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ୟ ଏହିଠାରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦେଇଛନ୍ତି ଏବଂ ପାଣି ଯୋଗାଇଛନ୍ତି। ତୁମ୍ଭେମାନେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଚୁକ୍ତି କରିବା ପାଇଁ ଏଠାରେ ଛିଡ଼ା ହୋଇଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚୁକ୍ତି କରୁଛନ୍ତି। ଏହି ଚୁକ୍ତି ସହିତ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସ୍ୱତନ୍ତ୍ର ପବିତ୍ର ଲୋକ ଭାବରେ ଗ୍ରହଣ କରୁଛନ୍ତି। ଏବଂ ସେ ନିଜେ ତୁମ୍ଭମାନଙ୍କର ପରମେଶ୍ୱର ହେବେ। ସେ ତୁମ୍ଭକୁ ଏହିକଥା କହିଥିଲେ। ସେ ତୁମ୍ଭର ପୂର୍ବପୁରୁଷଗଣଙ୍କ ସଙ୍ଗରେ ଏହି ଚୁକ୍ତି କରିଥିଲେ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ସହିତ। ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନୁଯାୟୀ କେବଳ ତୁମ୍ଭମାନଙ୍କ ସହିତ ନୁହେଁ। ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତୁମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛ। କିନ୍ତୁ ଏହି ଚୁକ୍ତି ମଧ୍ୟ ଆମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ମଧ୍ୟ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାନ୍ତି। “ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭେମାନେ ମିଶରରେ କିପରି ଥିଲୁ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହୁ ଦେଶ ଅତିକ୍ରାନ୍ତ କରି ଆସିଲୁ। ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ ଓ ସେମାନଙ୍କ କାଠ, ପଥର, ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ। ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ। “ଆଉ ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ‘ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟରେ କାଠିନ୍ୟ ଅନୁସାରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହେବ।’ ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତ‌‌‌‌ତ୍‌‌‌‌କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ। *** “ଭବିଷ୍ୟତରେ ତୁମ୍ଭର ଭବିଷ୍ୟଦ୍ ବଂଶଧରଗଣ ଓ ବହୁ ଦୂର ସ୍ଥାନରୁ ଆସୁଥିବା ବିଦେଶୀଗଣ ବିନାଶ ଓ ବିପର୍ଯ୍ୟୟ ଦେଖିବେ, ଯାହା ସଦାପ୍ରଭୁ ଦେଶକୁ ଆଘାତ କରିଛନ୍ତି। ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ। “ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, ‘ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କ’ଣ?’ ତହିଁରେ ଲୋକମାନେ କହିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିଶର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ସେମାନେ ତ୍ୟାଗ କରିଅଛନ୍ତି। ଯେଉଁ ଦେବତାମାନଙ୍କୁ ସେମାନେ ଜାଣି ନ ଥିଲେ ଓ ସେ ସେମାନଙ୍କୁ ନେଇ ନ ଥିଲେ, ସେମାନେ ଯାଇ ସେହି ଅନ୍ୟ ଦେବତାଗଣର ପୂଜା କଲେ ଓ ସେମାନଙ୍କର ସେବା କଲେ। ଏଣୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ତତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ସେମାନଙ୍କୁ ଅନ୍ୟ ଦେଶରେ ନିକ୍ଷେପ କଲେ, ଯେଉଁଠାରେ ସେମାନେ ଆଜି ଅଛନ୍ତି।’ “ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର ମାତ୍ର ଆମ୍ଭେମାନେ ଯେମନ୍ତ ଏହି ବ୍ୟବସ୍ଥାର ସବୁ ବାକ୍ୟ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ବଂଶାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର। ଇସ୍ରାଏଲୀୟମାନେ ସେମାନଙ୍କ ଦେଶକୁ ଫେରିବେ “ମୁଁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହା ସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟପାଇଁ ଆଶୀର୍ବାଦ ଓ ମନ୍ଦକାର୍ଯ୍ୟ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ପଠାଇବେ। ସେଠାରେ ତୁମ୍ଭେମାନେ ସ୍ମରଣ କରିବ। ସେହି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ୟ ସମସ୍ତ ମନ ପ୍ରାଣ ଦେଇ ମାନିବ, ଯାହା ମୁଁ ଆଜି ତୁମ୍ଭକୁ ଆଜ୍ଞା ଦେଇଛି। ତେବେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ପ୍ରତି ଦୟାବାନ ହେବେ। ସଦାପ୍ରଭୁ ପୁନ୍ନରାୟ ମୁକ୍ତ କରିବେ। ସେ ତୁମ୍ଭମାନଙ୍କୁ ସେଠାରୁ ଫେରାଇ ଆଣିବେ, ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହୁତ ଦୂରକୁ ପଠାଇଥିଲେ ମଧ୍ୟ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫେରାଇ ଆଣିବେ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକୁ ଫେରାଇ ଆଣି ସେହି ଦେଶସବୁ ତୁମ୍ଭମାନଙ୍କୁ ଦେବେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହେବେ ଯେ, କେବେବି ଏତେ ନ ଥିଲା। ତୁମ୍ଭେମାନେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କୁ ପ୍ରେମ କରିବ। ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ। “ତେବେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ଏପରି ଘଟିବ। କାରଣ ସେମାନେ ତୁମ୍ଭମାନଙ୍କୁ କ୍ଳେଶ ଦିଅନ୍ତି ଓ ଘୃଣା କରନ୍ତି। ଏବଂ ତୁମ୍ଭେମାନେ ପୁନ୍ନରାୟ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁଁ ଆଜି ତୁମ୍ଭମାନଙ୍କୁ କହୁଅଛି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହୁ ସନ୍ତାନ ଦେଇ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସେମାନଙ୍କ ବହୁସଂଖ୍ୟକ ବାଛୁରି ହେବ। ସେ ତୁମ୍ଭର କ୍ଷେତ୍ରକୁ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ୟ ପ୍ରଦାନ କରିବ। ସଦାପ୍ରଭୁ ପୁଣି ଥରେ ତୁମ୍ଭଠାରେ ଆନନ୍ଦିତ ହେବେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠାରେ ଆନନ୍ଦିତ ଥିଲେ। କିନ୍ତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକର ସମସ୍ତ ନିୟମ ବିଧି ମାନି ଚଳିବାକୁ ପଡ଼ିବ। ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନିକଟକୁ ଯେବେ ଫେରି ଆସ। ଜୀବନ ନା ମୃତ୍ୟୁ “ଆଜି ମୁଁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଲି ତାହା ତୁମ୍ଭମାନଙ୍କ ପାଇଁ ଅତି କଠୋର ନୁହେଁ, କିଅବା ଦୂରବର୍ତ୍ତୀ ନୁହେଁ। ଏହା ସ୍ୱର୍ଗରେ ନାହିଁ, ସେଥିପାଇଁ ତୁମ୍ଭେମାନେ କହିବ ଯେ, ‘ଆମ୍ଭମାନଙ୍କ ପାଇଁ କିଏ ସ୍ୱର୍ଗକୁ ଯିବ ତାହା ଆଣିବା ପାଇଁ ଯେଉଁଥିରେ ଆମ୍ଭେ ପାଳନ କରି ପାରିବୁ।’ ଏହି ନିର୍ଦ୍ଦେଶ ସମୁଦ୍ରର ଆର ପାରିରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, ‘କିଏ ସମୁଦ୍ର ପାର ହୋଇ ଆମ୍ଭମାନଙ୍କ ପାଇଁ ତାହା ଆଣି ଶୁଣାଇବେ ଓ ଆମ୍ଭେ ଶୁଣିବୁ।’ ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖୁବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟିରେ ଅଛି। ତୁମ୍ଭମାନଙ୍କର ହୃଦୟରେ ଅଛି। ତେଣୁ ତୁମ୍ଭେମାନେ ଏହା କରି ପାରିବ। “ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ। ମୁଁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ତାଙ୍କୁ ଅନୁସରଣ କରି ତାଙ୍କର ବାକ୍ୟମାନ, ନିୟମ ବିଧି ପାଳନ କର। ତେବେ ତୁମ୍ଭେମାନେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢ଼ିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଥିବା ଦେଶରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକୁ ତୁମ୍ଭେମାନେ ଅଧିକାର କରିବା ପାଇଁ ଯାଉଛ। ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର। ତେବେ ତୁମ୍ଭେମାନେ ଧ୍ୱଂସ ହେବ। ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମୁଖ ହେବ। ଯର୍ଦ୍ଦନର ସେପାରିସ୍ଥ ଭୂମିରେ ଯେଉଁଠାକୁ ତୁମ୍ଭେମାନେ ଯିବା ପାଇଁ ପ୍ରସ୍ତୁତ ସେଠାରେ ତୁମ୍ଭେମାନେ ବେଶିଦିନ ବଞ୍ଚିପାରିବ ନାହିଁ। “ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ। ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ ଜୀବନ ଦେବେ ସେହି ଦେଶରେ, ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କୁ କହିଥିଲେ।” ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ। ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’ କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ। “ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓ‌ଗ୍‌କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ। ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ। ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।” ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।” ମୋଶା ବ୍ୟବସ୍ଥା ଲେଖିଲେ ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ। ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ। ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ। ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ। ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।” ସଦାପ୍ରଭୁ ମୋଶା ଓ ଯିହୋଶୂୟଙ୍କୁ ଡାକିଲେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ମୃତ୍ୟୁର ସମୟ ଆସିଗଲା। ଯିହୋଶୂୟଙ୍କୁ ଡାକ, ତୁମ୍ଭେ ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ। ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ। ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁ ଦ୍ୱାର ଉପରେ ସ୍ଥିର ହୋଇ ରହିଲା। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ। ଏହା ପରେ ଏହି ଲୋକମାନେ ଉଠିବେ। ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନରେ ବିଦେଶୀୟ ଦେବଗଣର ଅନୁଗାମୀ ହୋଇ ବ୍ୟଭିଗ୍ଭର କରିବେ ଓ ଆମ୍ଭକୁ ତ୍ୟାଗ କରିବେ। ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ। ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା’ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’ ଆମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ନାହିଁ, କାରଣ ସେମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଛନ୍ତି। “ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇସ୍ରାଏଲ ଲୋକମାନଙ୍କୁ ଶିକ୍ଷା ଦିଅ। ତେବେ ଏହି ସଙ୍ଗୀତ ମୋ’ ପାଇଁ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ସାକ୍ଷୀ ହେବ। ଆମ୍ଭେ ସେମାନଙ୍କୁ ସେହି ଦେଶକୁ ନେଇଯିବା, ଯେଉଁ ଦେଶ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛୁ। ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶକୁ ସେମାନେ ଗଲା ପରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତି ଓ ହୃଷ୍ଟପୁଷ୍ଟ ହେବେ। ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ସେମାନେ ମୋର ନିୟମକୁ ପ୍ରତ୍ୟାଖାନ କରିବେ ଓ ଲଙ୍ଘନ କରିବେ। ତା’ପରେ ସେହିସବୁ କ୍ଳେଶ ଓ ଅମଙ୍ଗଳର କାର୍ଯ୍ୟମାନ ସେମାନଙ୍କ ପାଇଁ ଘଟିବ। ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ସେହି ସମୟରେ ସେହି ଲୋକମାନେ ସେହି ଗୀତ ସ୍ମରଣ କରିବେ। ଏହି ଗୀତ ସେମାନଙ୍କ ବିରୁଦ୍ଧରେ ସାକ୍ଷୀରୂପେ କାର୍ଯ୍ୟ କରିବ। ମୁଁ ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ଆଣିବା ପୂର୍ବରୁ ସେମାନଙ୍କର ପ୍ରକୃତି ଜାଣିଥିଲି।” ତେଣୁ ସେହି ଦିନ ମୋଶା ସେହି ସଙ୍ଗୀତ ଲେଖିଲେ ଏବଂ ସେ ଇସ୍ରାଏଲକୁ ସେହି ସଙ୍ଗୀତ ଶିକ୍ଷା ଦେଲେ। ତା’ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।” ଇସ୍ରାଏଲୀୟମାନଙ୍କୁ ମୋଶାଙ୍କର ସତର୍କ ମୋଶା ଯତ୍ନପୂର୍ବକ ସେହି ବ୍ୟବସ୍ଥା ପୁସ୍ତକରେ ସମସ୍ତ ଲେଖିଲେ। ସେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବାହାକମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ଏହି ବ୍ୟବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଭିତରେ ରଖ। ତାହା ସେଠାରେ ତୁମ୍ଭ ବିରୁଦ୍ଧରେ ସାକ୍ଷୀରୂପେ ରହିବ। ମୁଁ ଜାଣେ ତୁମ୍ଭେମାନେ ଶକ୍ତଗ୍ରୀବ ଅଟ। ମୁଁ ଜାଣେ ତୁମ୍ଭେ ତୁମ୍ଭ ବାଟରେ ଚଳିବାକୁ ଗ୍ଭହଁ। ଦେଖ ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମୋର ମରଣ ପରେ ତୁମ୍ଭେମାନେ କେତେ ଅଧିକ ନ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ମାନିବ ନାହିଁ। ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମୋ’ ନିକଟରେ ଏକତ୍ର କର। ମୁଁ ସେମାନଙ୍କୁ ଏହି କଥାମାନ କହିବି। ସ୍ୱର୍ଗ ଓ ପୃଥିବୀ ମୋର ସାକ୍ଷୀ ହେବେ। ମୁଁ ଜାଣେ ମୋର ମୃତ୍ୟୁ ପରେ ତୁମ୍ଭେମାନେ ଅତିଶୟ ଦୁର୍ନୀତିଗ୍ରସ୍ତ ହେବ। ତୁମ୍ଭେମାନେ ମୋର ନିର୍ଦ୍ଦେଶିତ ପଥରୁ ବିଚ୍ୟୁତ ହେବ। ଭବିଷ୍ୟତରେ ତୁମ୍ଭମାନଙ୍କ ପାଇଁ ବହୁତ ଅମଙ୍ଗଳ ହେବ। କାରଣ ତୁମ୍ଭେମାନେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟିରେ ମନ୍ଦ। ତୁମ୍ଭେମାନେ ଦୁଷ୍କର୍ମ କରି ତାଙ୍କୁ କ୍ରୋଧାନ୍ୱିତ କରିବ।” ମୋଶାଙ୍କ ସଙ୍ଗୀତ ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମୋଶା ସେମାନଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ। “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି, ପୃଥିବୀ ମୋର ବାକ୍ୟ ଶୁଣ। ମୋର ଉପଦେଶ ବର୍ଷା ପରି ବର୍ଷିବ। ମୋର ବାଣୀ ଶିଶିର ପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ। ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର। “ସେତ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର। ସେ ଉତ୍ତମ ଓ ସତ୍ୟ। ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି। ସେମାନେ ତାଙ୍କର ସନ୍ତାନ ନୁହନ୍ତି। ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ। ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି, ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି। “ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର। ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ। ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ, ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ। ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ। ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ଯାକୁବ ତାଙ୍କର ଅଧିକାରର ବାଣ୍ଟ। “ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ, ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ। ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି। ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି। ଉତ୍କ୍ରୋଶପକ୍ଷୀ ତା’ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ, ସେମାନେ ଯେତେବେଳେ ପଡ଼ିଯା’ନ୍ତି ସେ ତା’ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ। ଏବଂ ତା’ର ନିରାପତ୍ତା ପାଇଁ ସେ ତା’ର ଡେଣା ମଧ୍ୟକୁ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସେହିପରି। ସଦାପ୍ରଭୁ ଏକାକୀ ଯାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦେବଗଣ ନ ଥିଲେ। ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ। ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ। ସଦାପ୍ରଭୁ ଇସ୍ରାଏଲ ଗୋଦଧି ଓ ଛାଗଦୁ‌‌ଗ୍‌‌ଧ ଦେବା ସହିତ ମେଷ ମେଦ, ବାଶନଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ଦେଲେ। “କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା। ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ। ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ। ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ। ସେମାନେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ। ସେମାନେ ବଳିଦାନ କଲେ ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ବାସ୍ତବରେ ଦେବତା ନୁହନ୍ତି। ଯେଉଁମାନେ ନୂତନ ଦେବଗଣ ଥିଲେ, ସେମାନେ ତାଙ୍କୁ ଜାଣି ନ ଥିଲେ। ସେହି ନୂତନ ଦେବଗଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ୟ ଜାଣି ନ ଥିଲେ। ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ। ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ। “ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ, କାରଣ ତା’ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ। ତେଣୁ ସଦାପ୍ରଭୁ କହିଲେ, ‘ଆମ୍ଭେ ତାଙ୍କଠାରୁ ଦୂର ହେବା, ତା’ପରେ ଦେଖିବା ତାଙ୍କର କ’ଣ ହେଉଛି। ସେମାନେ ବିଦ୍ରୋହୀ ଲୋକ ସେମାନେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ୱସ୍ତତା ନାହିଁ ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ। ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ। ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି। ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି। ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ, ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି। ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ। ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ। “‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅମଙ୍ଗଳ ଦେବା। ଆମ୍ଭେ ଆପଣା ବାଣସବୁ ସେମାନଙ୍କ ଉପରେ ବ୍ୟୟ କରିବା। ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ। ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ। ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ, ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି। ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ। ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ। ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ। ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ। “‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ। ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ। କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ। ଶତ୍ରୁମାନେ ବୁଝି ପାରୁ ନ ଥିବେ। ସେମାନେ ଏପରି କହି ପାରନ୍ତି, “ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’” “ଇସ୍ରାଏଲର ଲୋକମାନେ ଯୁକ୍ତିହୀନ। ସେମାନେ ବୁଝିପାରନ୍ତି ନାହିଁ। ଯଦି ସେମାନେ ବୁଦ୍ଧିଆ ହୁଅନ୍ତେ, ସେମାନେ ବୁଝିପାରନ୍ତେ, ସେମାନେ ଜାଣିପାରନ୍ତେ କ’ଣ ଘଟିବାକୁ ଯାଉଛି ସେମାନଙ୍କ ପାଇଁ। ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ? ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ? ତାହା ଘଟିବ କେବଳ ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି। ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ। ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ। ଏପରିକି ଆମ୍ଭର ଶତ୍ରୁଗଣ ତାହା ଜାଣନ୍ତି। ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗମୋରର ଦ୍ରାକ୍ଷା ତୁଲ୍ୟ। ସେମାନଙ୍କର ଦ୍ରାକ୍ଷାଫଳ ବିଷାକ୍ତ। ସେମାନଙ୍କର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ। ସେମାନଙ୍କର ଦ୍ରାକ୍ଷାରସ ସର୍ପ ବିଷ ତୁଲ୍ୟ ବିଷମୟ ଅଟେ। “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ଏହାକୁ ସଞ୍ଚିତ ରଖିଛୁ। ଆମ୍ଭେ ଏହାକୁ କ’ଣ ଭଣ୍ତାରରେ ସାଇତି ରଖି ନାହୁଁ। ମୁଁ ପ୍ରତିଶୋଧ ନେବି। ମୁଁ ସେମାନଙ୍କର ପ୍ରାପ୍ୟ ଦେବି। ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’ “ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସେମାନେ ତାଙ୍କର ଦାସ। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବା ବିଷୟରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିଯାଇଛି ଏବଂ ସେମାନେ କିଛି ନୁହଁ, କେବଳ ଆତ୍ମରକ୍ଷାହୀନ ଓ ଭୀତସ୍ରତ। ଏହା ପରେ ସଦାପ୍ରଭୁ ପୁଣି କହିବେ, ‘ସେମାନଙ୍କର ଦେବତାମାନେ କାହାନ୍ତି? ଯେଉଁ “ଶୈଳ”ରେ ସେମାନେ ଆଶ୍ରୟ ନେଲେ ସେ କାହିଁ। ସେମାନଙ୍କର ଭଣ୍ତ ଦେବତା, ଯେଉଁମାନେ ବଳି ମେଦ ଭୋଜନ କଲେ ଏବଂ ଯେଉଁମାନେ ପେୟନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି? ସେମାନେ ଆସି ସେମାନଙ୍କ ସାହାଯ୍ୟ କରନ୍ତୁ। ସେମାନେ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ। “‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ। ଆଉ କୌଣସି ଅନ୍ୟ ଦେବତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବନ ଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ। କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ ଆମ୍ଭେ ଆକାଶ ଆଡ଼େ ହାତ ଉଠାଇ କହୁ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟୁ। ଆମ୍ଭେ ଆପଣା ବଜ୍ରତୁଲ୍ୟ ଖ‌ଡ଼୍‌ଗରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା। ମୋର ବାଣମାନ ତାଙ୍କ ରକ୍ତରେ ମାତାଲ ହେବ ଏବଂ ମୋ’ ଖ‌ଡ଼୍‌ଗ ମୋର ଶତ୍ରୁମାନଙ୍କର ମାଂସକୁ ଗ୍ରାସ କରିବ, ସେମାନଙ୍କର ରକ୍ତ ରଂଜିତ ଶରୀରରୁ କେଶପୂର୍ଣ୍ଣ ମୁଣ୍ଡ ପର୍ଯ୍ୟନ୍ତ।’ “ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ। ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ। ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।” ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ। ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ, ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ। କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।” ମୋଶା ନବୋ ପର୍ବତ ଉପରକୁ ଗଲେ ସେହି ଦିନ ମୋଶାଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେ ଅବାରୀମ ପର୍ବତ ଉପରକୁ ଯାଅ। ଯିରୀହୋ ସମ୍ମୁଖସ୍ଥ ମୋୟାବ ଦେଶସ୍ଥ ନବୋ ପର୍ବତ ଉପରକୁ ଯାଅ। ଏହା ପରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଦେବାକୁ ଥିବା ଦେଶ ତୁମ୍ଭେ ଦେଖି ପାରିବ। ତୁମ୍ଭର ଭାଇ ହାରୋଣ ଯେପରି ହୋର ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକୁ ଗଲା, ଠିକ୍ ସେହିପରି ତୁମ୍ଭେ ସେଠାରେ ପର୍ବତର ଶିର୍ଷ ଦେଶରେ ମୃତ୍ୟୁବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ୱର୍ଗସ୍ଥ ଲୋକମାନଙ୍କ ନିକଟକୁ ଗ୍ଭଲିଯିବ। କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ। ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସେହି ଦେଶ, ଯାହା ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ ଯାଉଅଛୁ। କିନ୍ତୁ ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।” ମୋଶା ଲୋକମାନଙ୍କୁ ଆଶୀର୍ବାଦ କଲେ ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ। ମୋଶା ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁ ସୀନୟରୁ ଉଜ୍ଜ୍ୱଳ ଆଲୋକରେ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ। ସେ ଆଲୋକବର୍ତ୍ତୀକା ରୂପେ ପାରଣ ପର୍ବତରୁ ପ୍ରକାଶିତ ହେଲେ। ସେ ଦଶହଜାର ପବିତ୍ର ପ୍ରାଣୀଙ୍କ ସହିତ ଆସିଲେ। ତାହାଙ୍କ ଦକ୍ଷିଣ ହସ୍ତରୁ ଅଗ୍ନିଶିଖା ଆସିଲା। ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ। ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ। ମୋଶା ଆମ୍ଭକୁ ନିୟମ ଗୁଡ଼ିକ ଶିକ୍ଷା ଦେଲେ, ତାହା ଯାକୁବର ଲୋକମାନଙ୍କର ଚିରସ୍ଥାୟୀ ଅଧିକାର। ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସଦାପ୍ରଭୁ ଯିଶୁରୁଣରେ ରାଜାଥିଲେ। ରୁବେ‌‌‌ନ୍‌‌କୁ ଆଶୀର୍ବାଦ “ରୁବେନ୍ ବଞ୍ଚିରହୁ, ଏବଂ ତାଙ୍କର ମୃତ୍ୟୁ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ୟକ ନ ହୁଅନ୍ତୁ।” ଯିହୁଦାକୁ ଆଶୀର୍ବାଦ ଯିହୁଦାଙ୍କ ପ୍ରତି ଆଶୀର୍ବାଦ ଏହି, “ହେ ସଦାପ୍ରଭୁ, ଯିହୁଦା ଯେତେବେଳେ ସାହାଯ୍ୟ ପ୍ରାର୍ଥନା କରିବ ତାଙ୍କୁ ସାହାଯ୍ୟ କର। ତା’ର ନିଜ ଲୋକଙ୍କ ନିକଟକୁ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାଯ୍ୟ କର।” ଲେବୀକୁ ଆଶୀର୍ବାଦ ମୋଶା ଲେବୀଙ୍କ ବିଷୟରେ ଏହି କଥା କହିଲେ, “ଲେବୀ ତୁମ୍ଭର ଅନୁସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତୁମ୍ମୀମ୍ ଓ ଊରୀମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି। ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ। ମିରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବିରୋଧ କଲ ଏବଂ ତୁମ୍ଭେ ସେଠାରେ ଜାଣିଲ ଯେ, ସେ ତୁମ୍ଭର ଲୋକ। ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲେ, ଆମ୍ଭେ ତାହାକୁ ଦେଖି ନାହୁଁ, ସେ ଆପଣା ଭାଇମାନଙ୍କୁ ମଧ୍ୟ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲେ ନାହିଁ। କିନ୍ତୁ ସେମାନେ ତୁମ୍ଭର ବାକ୍ୟ ମାନି ଅଛନ୍ତି। ତୁମ୍ଭର ନିୟମ ରକ୍ଷା କରିଛନ୍ତି। ସେମାନେ ଯାକୁବଙ୍କୁ ତୁମ୍ଭର ଶିକ୍ଷା ଓ ଇସ୍ରାଏଲରେ ତୁମ୍ଭର ବ୍ୟବସ୍ଥା ଶିଖାଇବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପକାଠି ଓ ତୁମ୍ଭ ଯଜ୍ଞବେଦି ଉପରେ ହୋମବଳି ରଖିବେ। “ହେ ସଦାପ୍ରଭୁ, ତା’ର ସମ୍ପତ୍ତିକୁ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି, ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କର ବଳ ଭାଙ୍ଗି ପକାଅ। ଯେପରି ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।” ବିନ୍ୟାମୀନଙ୍କର ଆଶୀର୍ବାଦ ମୋଶା ବିନ୍ୟାମୀନଙ୍କ ବିଷୟରେ କହିଲେ, “ସଦାପ୍ରଭୁଙ୍କର ପ୍ରିୟ ଲୋକେ ବିନ୍ୟାମୀନଙ୍କ ନିକଟରେ ନିର୍ଭୟରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।” ଯୋଷେଫଙ୍କ ଆଶୀର୍ବାଦ ମୋଶା ଯୋଷେଫଙ୍କ ବିଷୟରେ କହିଲେ, “ସଦାପ୍ରଭୁ, ଯୋଷେଫଙ୍କର ଭୂମିକୁ ଆଶୀର୍ବାଦ କରନ୍ତୁ। ସଦାପ୍ରଭୁ ଆକାଶରୁ ଶିଶିର ବିନ୍ଦୁ ଓ ଧରଣୀ ଗଭୀରକୁ ତାଙ୍କର ଭୂମି ଯଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗୁଡ଼ିକ ବାରିଧିରେ ପରିପୂର୍ଣ୍ଣ କରନ୍ତୁ। ସୂର୍ଯ୍ୟ ତାଙ୍କୁ ଉତ୍ତମ ଫଳ ଦିଅନ୍ତୁ। ସେ ପ୍ରତ୍ୟେକ ମାସରେ ଉତ୍ତମ ଫଳ ଦାନ କରୁ। ପୁରାତନ ପର୍ବତମାନ ଉତ୍ତମ ଦ୍ରବ୍ୟମାନରେ ପରିପୂର୍ଣ୍ଣ ହେଉ। ପୃଥିବୀ ତା’ର ଉତ୍ତମତା ଯୋଷେଫଙ୍କୁ ଦେଉ। ଯିଏ ଜଳନ୍ତା ବୁଦାରେ ବାସ କରନ୍ତି ତାହାଙ୍କୁ ଆଶୀର୍ବାଦ କରନ୍ତୁ। ଯୋଷେଫଙ୍କ ମସ୍ତକରେ ଆଶୀର୍ବାଦ ପଡ଼ୁ। ଯିଏ କି ଭାଇମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ। ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ। ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ। ସେମାନେ ମନଃଶିର ହଜାର ହଜାର ଲୋକପରି, ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।” ସବୂଲୂନ୍ ଓ ଇଷାଖରଙ୍କୁ ଆଶୀର୍ବାଦ ମୋଶା ସବୂଲୂନଙ୍କ ବିଷୟରେ ଏହିକଥା କହିଲେ, “ହେ ସବୂଲୂନ୍, ଯେତେବେଳେ ତୁମ୍ଭେ ବାହାରକୁ ଯାଉଛ, ଖୁସୀ ହୁଅ। ଇଷାଖର ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦିତ ହୁଅ। ସେମାନେ ଲୋକମାନଙ୍କୁ ପର୍ବତକୁ ଡାକିବେ। ସେଠାରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତଧନ ଉପଭୋଗ କରିବେ।” ଗା‌ଦ୍‌ର ଆଶୀର୍ବାଦ ମୋଶା ଗା‌ଦ୍‌ର ବିଷୟରେ ଏହିସବୁ କହିଲେ, “ପରମେଶ୍ୱରଙ୍କର ପ୍ରଶଂସା ଗାନ କର ଯେ ଗା‌ଦ୍‌କୁ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶୋଇ ରହେ ଓ ଅପେକ୍ଷା କରେ। ଏହା ପରେ ଅପେକ୍ଷା କରି ପଶୁମାନଙ୍କୁ ଚିରି ବିଦୀର୍ଣ୍ଣ କରେ। ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସୁରକ୍ଷିତ ଅଛି। ସେ ଲୋକମାନଙ୍କର ନେତୃବର୍ଗଙ୍କ ପାଖକୁ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇସ୍ରାଏଲବାସୀ ପାଇଁ ମଙ୍ଗଳ।” ଦା‌ନ୍‌ର ଆଶୀର୍ବାଦ ମୋଶା ଦା‌ନ୍‌ର ବିଷୟରେ ଏହିକଥା କହିଲେ, “ଦାନ୍ ହେଉଛନ୍ତି ସିଂହ ଛୁଆ ପରି। ସେ ବାସନାରୁ କୁଦାମାରେ।” ନପ୍ତାଲିଙ୍କର ଆଶୀର୍ବାଦ ମୋଶା ନପ୍ତାଲିଙ୍କ ବିଷୟରେ ଏହିକଥା କହିଲେ, “ନପ୍ତାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହେବ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।” ଆଶେରର ଆଶୀର୍ବାଦ ମୋଶା ଆଶେରଙ୍କର ବିଷୟରେ ଏହିକଥା କହିଲେ, “ଆଶେର ସନ୍ତାନ ସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହେବ। ଏବଂ ସେ ଆପଣା ପାଦ ତୈଳରେ ବୁଡ଼ାଉ। ତୁମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହେବ। ତୁମ୍ଭର ଜୀବନକାଳ ମଧ୍ୟରେ ତୁମ୍ଭେ ଶକ୍ତିଶାଳୀ ହେବ।” ମୋଶା ପରମେଶ୍ୱରଙ୍କର ପ୍ରଶଂସା କଲେ “ହେ ଯିଶୁରୁଣ, ପରମେଶ୍ୱରଙ୍କ ପରି ଆଉ କେହି ନାହିଁ। ସେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆକାଶରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ। ପରମେଶ୍ୱର ଅନନ୍ତକାଳସ୍ଥାୟୀ, ସେ ହେଉଛନ୍ତି ତୁମ୍ଭର ନିରାପଦର ସ୍ଥାନ। ପରମେଶ୍ୱରଙ୍କର ଶକ୍ତି ଅନନ୍ତକାଳ। ସେ ତୁମ୍ଭ ପାଇଁ ସୁରକ୍ଷା ଦେଉଛନ୍ତି। ପରମେଶ୍ୱର ତୁମ୍ଭ ଦେଶରୁ ତୁମ୍ଭ ଶତ୍ରୁମାନଙ୍କୁ ବିତାଡ଼ିତ କରିବେ। ସେ କହିବେ, ‘ଶତ୍ରୁମାନଙ୍କୁ ବିନାଶ କର।’ ତେଣୁ ଇସ୍ରାଏଲୀୟମାନେ ନିରାପଦରେ ବାସ କରି ପାରିବେ। ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସ ମୟ ଦେଶରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ। ହେ ଇସ୍ରାଏଲୀୟ, ତୁମ୍ଭେମାନେ ଆଶୀର୍ବାଦ ଯୁକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହେବେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖ‌ଡ଼୍‌ଗ ସ୍ୱରୂପ। ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସେମାନଙ୍କ ପବିତ୍ର ସ୍ଥାନସବୁ ଦଳନ କରିବ।” ମୋଶାଙ୍କର ମୃତ୍ୟୁ ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।‌’” ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ। ସଦାପ୍ରଭୁ ମୋୟାବ ଦେଶରେ ବୈ‌‌‌ତ୍‌‌‌ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାହାଙ୍କୁ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା। ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ। ଯିହୋଶୂୟ ନୂତନ ନେତା ହେଲେ ସେ ମଲା ପୂର୍ବରୁ ମୋଶା ଯିହୋଶୂୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିଯୁକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିଯୁକ୍ତି କଲେ। ଏହା ପରେ ନୂନର ପୁତ୍ର ଯିହୋଶୂୟ ଜ୍ଞାନ ଦାୟକ ଆତ୍ମାରେ ପରିପୂର୍ଣ୍ଣ ହେଲେ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯିହୋଶୂୟଙ୍କ କଥା ଶୁଣିଲେ, ଯେପରି ସେମାନେ ମୋଶାଙ୍କ କଥା ଶୁଣିଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ। ଇସ୍ରାଏଲ ଆଉ ଏପରି ଭବିଷ୍ୟ‌ଦ୍‌ବକ୍ତା ଦେଖି ନ ଥିଲେ। ଯିଏକି ସଦାପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ ଓ ସଦାପ୍ରଭୁଙ୍କ ସହିତ ମୁହାଁମୁହିଁ କଥା ହୋଇଥିଲେ। ସଦାପ୍ରଭୁ ମୋଶାଙ୍କୁ ମିଶରରେ ମହାନ ଆଶ୍ଚର୍ଯ୍ୟ କର୍ମମାନ କରିବାକୁ ପଠାଇଲେ। ଫାରୋ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସେହିସବୁ ଆଶ୍ଚର୍ଯ୍ୟ କର୍ମମାନ ଦେଖିଲେ। କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଜି ପର୍ଯ୍ୟନ୍ତ ଏପରି ମହା ଆଶ୍ଚର୍ଯ୍ୟ କର୍ମମାନ କରି ନାହାନ୍ତି ଯାହା ମୋଶା କରି ଦେଖାଇଛନ୍ତି। ମୋଶାଙ୍କ ଦ୍ୱାରା ହୋଇଥିବା ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସମସ୍ତ ଇସ୍ରାଏଲ ଲୋକ ଦେଖିଛନ୍ତି। ସଦାପ୍ରଭୁ ଇସ୍ରାଏଲକୁ ଆଗେଇ ନେବା ପାଇଁ ଯିହୋଶୂୟଙ୍କୁ ବାଛିଲେ ମୋଶା ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପୁତ୍ର ଯିହୋଶୂୟ ମୋଶାଙ୍କର ପରିଗ୍ଭରକ ଥିଲେ। ମୋଶାଙ୍କର ମୃତ୍ୟୁ ପରେ, ସଦାପ୍ରଭୁ ଯିହୋଶୂୟକୁ କହିଲେ. “ମୋର ସେବକ ମୋଶାର ମୃତ୍ୟୁ ହୋଇଅଛି। ବର୍ତ୍ତମାନ ତୁମ୍ଭେ ଏହି ଲୋକମାନଙ୍କୁ ନେଇ ଯର୍ଦ୍ଦନ ନଦୀ ପାର ହୋଇ ଯାଅ। ମୁଁ ଯେଉଁ ଦେଶସବୁ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ କହିଅଛି, ତୁମ୍ଭେ ସେହି ଦେଶକୁ ଯାଅ। ଯେଉଁ ଯେଉଁ ସ୍ଥାନରେ ତୁମ୍ଭର ପାଦ ପଡ଼ିବ, ସେ ସବୁ ସ୍ଥାନ ମୁଁ ମୋଶା ସହିତ କରିଥିବା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କୁ ଦେବି। ହିତ୍ତୀୟମାନଙ୍କ ସମସ୍ତ ଦେଶ ସହିତ ଭୂମଧ୍ୟସାଗର ପର୍ଯ୍ୟନ୍ତ ଓ ପଶ୍ଚିମରେ ମହାନ ଫରାତ୍ ନଦୀ ପାଖର ମରୁଭୂମି ଓ ଲିବାନୋ‌ନ୍‌ର ସମସ୍ତ ଭୂମି ତୁମ୍ଭର ହେବ। ମୁଁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମୋଶା ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କେହି ସମର୍ଥ ହୋଇ ପାରିବେ ନାହିଁ। ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ମୁଁ ତୁମ୍ଭକୁ ପରିତ୍ୟାଗ କରିବି ନାହିଁ। “ଯିହୋଶୂୟ, ତୁମ୍ଭେ ବଳବାନ୍ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗେଇ ନିଅ, ଯେପରି କି ସେମାନେ ସେମାନଙ୍କର ଦେଶ ଅଧିକାର କରି ପାରିବେ। ମୁଁ ତାଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଯେ, ମୁଁ ସେମାନଙ୍କୁ ସେହି ଦେଶ ଦେବି। କିନ୍ତୁ ତୁମ୍ଭେ ବଳବାନ ଓ ସାହସୀ ହୁଅ। ଅନ୍ୟ କଥା ମାନିବାକୁ ତୁମ୍ଭେ ନିଶ୍ଚିତ ମୋର ଦାସ ମୋଶାଙ୍କର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତେବେ ତୁମ୍ଭେ ଯେଉଁ କର୍ମ କରିବ ସେଥିରେ ଉତ୍ତୀର୍ଣ୍ଣ ହେବ। ସର୍ବଦା ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ସମ୍ମୁଖରୁ ବିଚଳିତ ନ ହେଉ। ଦିନରାତି ଏହି ନିୟମ ପୁସ୍ତକକୁ ପଠନ କର। ତେବେ ତୁମ୍ଭେ ନିଶ୍ଚିତ ହୋଇ ପାରିବ। ଏହି ନିୟମକୁ ପାଳନ କର, ଯାହା ଏହି ପୁସ୍ତକରେ ଲେଖା ହୋଇ ଅଛି। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେ ବୁଦ୍ଧିମାନ ଓ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେବ, ଯାହା ତୁମ୍ଭେ କରିବ। ମନେରଖ, ମୁଁ ତୁମ୍ଭକୁ ସାହସୀ ଓ ଶକ୍ତିଶାଳୀ ହେବା ପାଇଁ ନିର୍ଦ୍ଦେଶ ଦେଇଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।” ଯିହୋଶୂୟ ଆଦେଶ ଦେଲେ ତେଣୁ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, “ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯଥେଷ୍ଟ ସାମଗ୍ରୀ ପ୍ରସ୍ତୁତ କର। ତିନି ଦିନ ମଧ୍ୟରେ ଆମ୍ଭକୁ ଯର୍ଦ୍ଦନ ନଦୀ ପାର ହୋଇଯିବାକୁ ହେବ। ଆମ୍ଭେମାନେ ଯିବୁ ଏବଂ ସେହି ଦେଶ ଅଧିକାର କରିବୁ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି।’” ତା’ପରେ ଯିହୋଶୂୟ ରୁବେନୀୟ ଗୋଷ୍ଠୀବର୍ଗଙ୍କୁ ଓ ଗାଦୀୟ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କୁ କହିଲେ, “ମନେରଖ, ସଦାପ୍ରଭୁଙ୍କର ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦେବେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦେବେ। ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ଯର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦେଇଛନ୍ତି। ସେମାନେ ସେଠାରେ ସେମାନଙ୍କର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ରରେ ସୁସଜ୍ଜିତ ହୋଇ ଯର୍ଦ୍ଦନ ନଦୀ ପାର ହେବା ଉଚିତ୍। ତୁମ୍ଭେ ସେମାନଙ୍କୁ ସେମାନଙ୍କ ଭୂମି ଫେରାଇବା ପାଇଁ କରୁଥିବା ଯୁଦ୍ଧରେ ସାହାଯ୍ୟ କରିବା ଉଚିତ୍। ସଦାପ୍ରଭୁ ତୁମ୍ଭକୁ ବିଶ୍ରାମ କରିବା ପାଇଁ ଏକ ବିଶ୍ରାମ ସ୍ଥାନ ଦେଇଛନ୍ତି। ଏବଂ ତୁମ୍ଭମାନଙ୍କ ଭାଇମାନଙ୍କ ପାଇଁ ସେ ତାହା କରିବେ, କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବ, ସେମାନେ ସ୍ଥାନ ଅଧିକାର କରିବା ପର୍ଯ୍ୟନ୍ତ, ଯାହାକି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଦେଇଛନ୍ତି। ତା’ପରେ ତୁମ୍ଭେ ଯର୍ଦ୍ଦନର ପୂର୍ବରେ ଅବସ୍ଥିତ ତୁମ୍ଭର ସ୍ୱଦେଶକୁ ଫେରି ଆସିବ। ଯାହାକି ସଦାପ୍ରଭୁଙ୍କର ଦାସ ମୋଶା ତୁମ୍ଭକୁ ଦେଇଛନ୍ତି।” ତା’ପରେ ଯିହୋଶୂୟଙ୍କୁ ଉତ୍ତର ଦେଇ ଲୋକମାନେ କହିଲେ, “ତୁମ୍ଭେ ଆମ୍ଭକୁ ଯେଉଁ ଆଦେଶ ଦେଇଅଛ, ଆମ୍ଭେ ତାହା ପାଳନ କରିବୁ। ତୁମ୍ଭେ ଯେଉଁଠାକୁ କହିବ, ଆମ୍ଭେ ଯିବୁ। ଆମ୍ଭେମାନେ ତୁମ୍ଭଙ୍କୁ ମାନିବୁ, ଯେପରି ଆମ୍ଭେ ମୋଶାଙ୍କୁ ମାନିଥିଲୁ। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ରୁହନ୍ତୁ ଯେପରି ମୋଶାଙ୍କ ସହିତ ଥିଲେ। ସେଥିପାଇଁ ଯଦି କୌଣସି ଲୋକ ତୁମ୍ଭଙ୍କୁ ଅବମାନନା କରେ ଅବା କୌଣସି ଲୋକ ତୁମ୍ଭର ବିରୁଦ୍ଧାଚରଣ କରେ, ସେ ଲୋକକୁ ହତ୍ୟା କରାଯିବ। ତେଣୁ ସାହସୀ ଓ ଶକ୍ତିଶାଳୀ ହୁଅ।” ଯିରୀହୋ ନଗରରେ ଗୁପ୍ତଚରଗଣ ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।” ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା। କେହି ଲୋକ ଯିରୀହୋର ରାଜାଙ୍କୁ ଏ କଥା ଜଣାଇଲା, “ଗତ ରାତ୍ରିରେ ଇସ୍ରାଏଲର କେତେକ ଲୋକ ଆମ୍ଭ ଦେଶର ଦୁର୍ବଳତା ଖୋଜିବା ପାଇଁ ଏହି ସ୍ଥାନକୁ ଆସିଲେ।” ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।” ଏଥିରେ ସେ ସ୍ତ୍ରୀଲୋକ ସେହି ଦୁଇ ଜଣଙ୍କୁ ଲୁଗ୍ଭଇ ରଖିଲା। କିନ୍ତୁ ସ୍ତ୍ରୀଲୋକଟି କହିଲା, “ହଁ, ଦୁଇ ଜଣ ଲୋକ ମୋ’ ପାଖକୁ ଆସିଥିଲେ, କିନ୍ତୁ ସେମାନେ କେଉଁଠାରୁ ଆସିଥିଲେ ମୁଁ ଜାଣି ପାରିଲି ନାହିଁ। ସନ୍ଧ୍ୟା ସମୟରେ ଯେତେବେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସେହି ଲୋକମାନେ ଏ ସ୍ଥାନ ପରିତ୍ୟାଗ କରି ଗ୍ଭଲିଗଲେ। ମୁଁ ଜାଣେ ନାହିଁ ସେମାନେ କେଉଁଠାକୁ ଗଲେ। କିନ୍ତୁ ତୁମ୍ଭେ ଯଦି ଶୀଘ୍ର ସେମାନଙ୍କୁ ଅନୁଧାବନ କର, ତେବେ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଧରି ପାରିବ।” ରାହାବ ଏହିସବୁ କଥା ସେମାନଙ୍କୁ କହିଲା, କିନ୍ତୁ ବାସ୍ତବରେ ସେ ସେମାନଙ୍କୁ ଛାତ ଉପରେ ଛଣ କାଠିଗଦା ଭିତରେ ଲୁଗ୍ଭଇ ରଖିଥିଲା। ତେଣୁ ସେହି ଲୋକମାନେ ଗୁପ୍ତଚର ପଛରେ ଗୋଡ଼ାଇ ଗୋଡ଼ାଇ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ନଗରବାସୀଗଣ ନଗରଦ୍ୱାର ବନ୍ଦ କଲେ। ସେମାନେ ରାତ୍ରିଶୟନ ପାଇଁ ପ୍ରସ୍ତୁତ ହେବା ସମୟରେ ରାହାବ ଗୁପ୍ତଚରମାନଙ୍କ ପାଖକୁ ଛାତ ଉପରକୁ ଯାଇ କହିଲା, “ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି। ଆମ୍ଭେମାନେ ଭୟ କରୁଅଛୁ କାରଣ ଆମ୍ଭେ ଶୁଣିଛୁ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛନ୍ତି। ଆମ୍ଭେ ଜାଣୁ ତୁମ୍ଭେ ମିଶରରୁ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକୁ ଶୁଖାଇ ଦେଲେ। ଆମ୍ଭେ ଆହୁରି ଜାଣୁ ତୁମ୍ଭେ କିପରି ଯର୍ଦ୍ଦନ ପୂର୍ବ ପାରିସ୍ଥ ସୀହୋନ ଓ ଓଗ୍ ନାମକ ଦୁଇଜଣ ଇମୋରୀୟ ରାଜାଙ୍କୁ ବିନାଶ କରିଅଛ। ଆମ୍ଭେମାନେ ଏହିପରି ମର୍ମନ୍ତୁକ କଥାମାନ ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ଯାଇଛୁ ଏବଂ କେହି ତୁମ୍ଭ ବିପକ୍ଷରେ ଯୁଦ୍ଧ କରିବା ପାଇଁ ସାହସ କରୁ ନାହାନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ୱର ଅଟନ୍ତି। ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। ମୋତେ କୁହ ଯେ ତୁମ୍ଭେ ମୋର ପରିବାରବର୍ଗକୁ ବଞ୍ଚାଇ ରଖିବ। ମୋର ପିତା, ମାତା, ଭାଇମାନଙ୍କୁ, ଭଉଣୀମାନଙ୍କୁ ଏବଂ ତାଙ୍କର ସମସ୍ତ ପରିବାରବର୍ଗଙ୍କୁ ରକ୍ଷା କରିବ। ଦୟାକରି ଆମ୍ଭମାନଙ୍କ ଜୀବନକୁ ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ପ୍ରତିଜ୍ଞା କର।” ସେମାନେ ଏଥିରେ ସମ୍ମତ ହେଲେ ଓ କହିଲେ, “ତୁମ୍ଭେ ଯେବେ ଆମ୍ଭେମାନେ ଯାହା କରୁଛୁ ପ୍ରକାଶ ନ କରିବ, ତେବେ ଆମ୍ଭମାନଙ୍କର ପ୍ରାଣ ବଦଳରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବୁ। ଆଉ ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦେବେ, ଆମ୍ଭେ ତୁମ୍ଭ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦର୍ଶନ କରିବୁ।” ସେହି ସ୍ତ୍ରୀଲୋକଟିର ଘର ନଗରର ପ୍ରାଚୀର ଉପରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀଲୋକଟି ଏକ ଦଉଡ଼ି ସାହାଯ୍ୟରେ ଝରକା ଦେଇ ଏ ଲୋକମାନଙ୍କୁ ଖସି ଯିବାକୁ ସାହାଯ୍ୟ କଲା। ତା’ପରେ ସେ ସ୍ତ୍ରୀଲୋକଟି କହିଲା, “ପର୍ବତମୟ ଦେଶ ମଧ୍ୟକୁ ଯାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକୁ ସକ୍ଷମ ହେବେ ନାହିଁ। ସେଠାରେ ତିନି ଦିନ ଲୁଚି ରୁହ, ଯେତେବେଳେ ରାଜାଙ୍କର ଲୋକମାନେ ଫେରି ଆସିବେ ତୁମ୍ଭେମାନେ ତୁମ୍ଭ ବାଟରେ ଗ୍ଭଲିଯିବ।” ସେମାନେ ସ୍ତ୍ରୀଲୋକଟିକୁ କହିଲେ, “ଆମ୍ଭେ ତୁମ୍ଭକୁ କଥା ଦେଇଛୁ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରୁ ମୁକ୍ତ ହୋଇ ପାରିବୁ। ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ। ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା’ର ନିଜର ଭୁଲ ହେବ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ କରୁଅଛୁ। ଆମ୍ଭେ ଯାହା କରିଅଛୁ, ଯଦି ତୁମ୍ଭେ ଏହା କାହା ଆଗରେ ପ୍ରକାଶ କର, ତେବେ ଆମ୍ଭେ ଏ ଚୁକ୍ତିରୁ ବିରତ ହେବୁ।” ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା’ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା’ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା। ସେହି ଲୋକମାନେ ସେ ସ୍ଥାନ ପରିତ୍ୟାଗ କରି ପର୍ବତରେ ପହଞ୍ଚିଲେ। ସେମାନେ ସେଠାରେ ତିନି ଦିନ ରହିଲେ, ରାଜାଙ୍କର ଲୋକମାନେ ସେମାନଙ୍କୁ ଗ୍ଭରିଆଡ଼େ ଖୋଜା ଖୋଜି କଲେ। ତିନି ଦିନ ପରେ, ରାଜାଙ୍କ ଲୋକମାନେ ଖୋଜିବା ବନ୍ଦ କରି ନିଜ ସହରକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ଦୁଇଜଣ ଲୋକ ପର୍ବତରୁ ଓହ୍ଲାଇ ନଦୀ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଫେରି ଆସିଲେ। ଯାହାସବୁ ଘଟିଥିଲା, ସେମାନେ ତାହା ବର୍ଣ୍ଣନା କଲେ। ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।” ଯର୍ଦ୍ଦନ ନଦୀରେ ଅଲୌକିକ ଘଟଣା ଘଟିଲା ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ। ତିନି ଦିନ ପରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ। ନେତୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, “ଯେତେବେଳେ ଲେବୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ନିୟମ-ସିନ୍ଦୁକକୁ ନେଇ ଯିବେ, ତୁମ୍ଭେମାନେ ସମସ୍ତେ ସେମାନଙ୍କୁ ଅନୁସରଣ କରିବା ଉଚିତ୍। କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସେମାନଙ୍କର ଅଧିକ ନିକଟବର୍ତ୍ତୀ ହେବ ନାହିଁ। ତାଙ୍କ ପଛରେ 2000 ହାତ ପର୍ଯ୍ୟନ୍ତ ତୁମ୍ଭ ଓ ନିୟମ-ସିନ୍ଦୁକ ମଧ୍ୟରେ ବ୍ୟବଧାନରେ ରହିବ। ତୁମ୍ଭେ ଏ ବାଟ ଦେଇ ଆଗରୁ ଯାଇ ନାହଁ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଅନୁସରଣ କର, ତେବେ ତୁମ୍ଭେମାନେ ଜାଣି ପାରିବ ଯେ, ତୁମ୍ଭେମାନେ କେଉଁ ରାସ୍ତାରେ ଯିବା ଉଚିତ୍।” ତା’ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।” ତା’ପରେ ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଉଠାଅ ଏବଂ ଲୋକମାନଙ୍କର ସମ୍ମୁଖରେ ନଦୀ ମଧ୍ୟରେ ଏହା ବହି ନିଅ।” ତେଣୁ ଯାଜକମାନେ ନିୟମ-ସିନ୍ଦୁକ ବହନ କରି ଲୋକମାନଙ୍କର ଆଗେ ଆଗେ ଗ୍ଭଲିଲେ। ତା’ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ମୁଁ ତୁମ୍ଭକୁ ସମୁଦାୟ ଇସ୍ରାଏଲ ସମ୍ମୁଖରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥିରେ ଲୋକମାନେ ଜାଣିବେ ଯେ ମୁଁ ଯେପରି ମୋଶାଙ୍କ ସହିତ ଥିଲି, ତୁମ୍ଭ ସହିତ ସେହିପରି ଅଛି। ନିୟମ-ସିନ୍ଦୁକ ବାହକ ଯାଜକମାନଙ୍କୁ କୁହ, ‘ପାଣିରେ ପଶିବା ପୂର୍ବରୁ ଯର୍ଦ୍ଦନ ନଦୀ କୂଳରେ ଠିଆ ହୋଇ ରୁହ।’” ତା’ପରେ ଯିହୋଶୂୟ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଏହିଠାକୁ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର କଥାମାନ ଶୁଣ। ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ। ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ପାର ହୋଇ ତୁମ୍ଭମାନଙ୍କ ଆଗରେ ଯାଉଅଛି, ଯେହେତୁ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହେଉଅଛ। ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ। ଯେତେବେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବହନ କରି ଯର୍ଦ୍ଦନ ନଦୀରେ ପ୍ରବେଶ କରିବେ, ଯର୍ଦ୍ଦନର ପ୍ରବାହ ବନ୍ଦ ହୋଇଯିବ। ଯର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହୋଇ ସ୍ଥଗିତ ରହିବ।” ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା’ର ପ୍ରବାହ ବନ୍ଦ ହୋଇଗଲା। ତା’ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି। ଲୋକମାନଙ୍କ ସ୍ମରଣ ପାଇଁ ଅ‌ଦ୍‌ଭୂତ ଶିଳା ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।” ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା’ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।” ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି। ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ । ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ। ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ । ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ। ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ। ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ଯର୍ଦ୍ଦନ ନଦୀ ମଧ୍ୟରୁ ବାହାରକୁ ଆସିବା ପାଇଁ।” ତେଣୁ ଯିହୋଶୂୟ ନିର୍ଦ୍ଦେଶ ଦେଇ ଯାଜକମାନଙ୍କୁ, କହିଲେ, “ଯର୍ଦ୍ଦନ ନଦୀରୁ ବାହାରକୁ ଆସ।” ଯାଜକମାନେ ଯିହୋଶୂୟଙ୍କୁ ମାନିଲେ। ସେମାନେ ସେହି ପବିତ୍ର ସିନ୍ଦୁକକୁ ଧରି ନଦୀରୁ କୂଳକୁ ଆସିଲେ। ଯେତେବେଳେ ଯାଜକମାନଙ୍କର ପାଦ ନଦୀରୁ ବାହାରି ଆସିଲା, ଯର୍ଦ୍ଦନ ନଦୀ ପୂର୍ବପରି ବହିବାକୁ ଲାଗିଲା। ଏହି ନଦୀ ପୂର୍ବପରି ତା’ର କୂଳ ଲଙ୍ଘନ କଲା। ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ। ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗି‌ଲ୍‌ଗ‌ଲ୍‌ଠାରେ ସ୍ଥାପନ କଲେ। ତା’ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।” ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ। ଇସ୍ରାଏଲୀୟମାନେ ସୁନ୍ନତ ହେଲେ ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।” ତେଣୁ ଯିହୋଶୂୟ ଛୁରୀମାନ ତିଆରି କରି ଗିବିୟୋତ ହ‌ର୍‌ଲୋତ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣଙ୍କର ସୁନ୍ନତ କରାଇଲେ। ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ। *** *** *** ଯିହୋଶୂୟ ସେମାନଙ୍କର ସୁନ୍ନତ ଶେଷ କଲେ। ଲୋକମାନେ ସତେଜ ହେବା ପର୍ଯ୍ୟନ୍ତ ସେମାନଙ୍କର ସ୍ଥାନରେ ରହିଲେ। କିଣାନରେ ପ୍ରଥମ ନିସ୍ତାରପର୍ବ ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି। ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ। The Commander of the Lord’s Army ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା’ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା’ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?” ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।” ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?” ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ। ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ। ତେଣୁ ଯିହୋଶୂୟଙ୍କୁ ସଦାପ୍ରଭୁ ପୁଣି ଥରେ କହିଲେ, “ଦେଖ, ଯିରୀହୋ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ସୈନ୍ୟମାନଙ୍କୁ ପରାସ୍ତ କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେବି। ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍। ସାତୋଟି ମେଷ ତୂରୀ ସହିତ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ସମ୍ମୁଖକୁ ଯିବେ। ଆଉ ସପ୍ତମ ଦିନରେ ତୁମ୍ଭେମାନେ ସାତଥର ନଗର ପ୍ରଦକ୍ଷିଣ କରିବା ଉଚିତ୍ ଓ ଯାଜକମାନେ ମେଷର ତୂରୀ ବଜାଇବା ଉଚିତ୍। ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।” The Battle Against Jericho ତେଣୁ ନୂନର ପୁତ୍ର ଯିହୋଶୂୟ ସମସ୍ତ ଯାଜକମାନଙ୍କୁ ଏକତ୍ରିତ କଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପବିତ୍ର ନିୟମ-ସିନ୍ଦୁକ ଆଣ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀ ବଜାଇବେ।” ତା’ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ଯାଅ, ସହରରେ ପ୍ରଦକ୍ଷିଣ କର। ସୈନ୍ୟମାନେ ପବିତ୍ର ସିନ୍ଦୁକର ଆଗରେ ରହିଲେ।” ଯିହୋଶୂୟ ଲୋକମାନଙ୍କୁ କହି ସାରିବା ପରେ, ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଗ୍ଭଲିଲେ ଏବଂ ସେମାନେ ଗ୍ଭଲିବା ସମୟରେ ସାତୋଟି ତୂରୀ ବଜାଇ ବଜାଇ ଗ୍ଭଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଧରି ତାଙ୍କ ପଛେ ପଛେ ଗ୍ଭଲିଲେ। ସୈନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମେଷ ତୂରୀ ବଜାଉଥିଲେ ସେମାନଙ୍କର ସମ୍ମୁଖରେ ଗ୍ଭଲିଲେ। ପ୍ରହରୀଗଣ ପବିତ୍ର ନିୟମ-ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ସେମାନେ ଏହିପରି ଭାବରେ ଅବିରତ ମେଷ ତୂରୀ ବଜାଇ ସହର ପରିକ୍ରମଣ କଲେ। ଯିହୋଶୂୟ ଲୋକମାନଙ୍କୁ ଆଦେଶ ଦେଲେ, “ଯୁଦ୍ଧ ଡାକରା ଦିଅ ନାହିଁ ମୁଁ ନ କହିବାଯାଏ ତୁମ୍ଭର ସ୍ୱର ଶୁଣିବାକୁ ଦିଅ ନାହିଁ। ତା’ପରେ ମୁଁ କହିଲେ, ତୁମ୍ଭେ ଯୁଦ୍ଧ ଡାକରା ଦେଇ ପାରିବ।” ଏହିପରି ଭାବରେ ଯିହୋଶୂୟ ପବିତ୍ର ସିନ୍ଦୁକ ସହିତ ଯାଜକ ଓ ସୈନ୍ୟଗଣଙ୍କୁ ଥରେ ସହର ପରିକ୍ରମା କରାଇଲେ। ଏହା ପରେ ସେମାନେ ଛାଉଣିକୁ ଫେରି ଆସି ବିଶ୍ରାମ ନେଲେ। ପ୍ରଭାତରେ ଯିହୋଶୂୟ ବିଛଣା ତ୍ୟାଗ କଲେ ଓ ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ବାହାରିଲେ। ଏବଂ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀରେ ତିଆରି ତୂରୀ ବଜାଇ ବଜାଇ ଗ୍ଭଲିଲେ। ସଶସ୍ତ୍ର ସୈନିକମାନେ ମଧ୍ୟ ସେମାନଙ୍କ ଆଗରେ ଗ୍ଭଲିଲେ। ପଛପଟର ପ୍ରହରୀମାନେ ପବିତ୍ର ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ଏହିପରି ଭାବରେ ସେମାନେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ। ଏହିପରି ଭାବରେ ଦ୍ୱିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହା ପରେ ଛାଉଣିକୁ ଫେରି ଆସିଲେ। ଏହିପରି ଭାବରେ ସେମାନେ ଛଅ ଦିନ ପର୍ଯ୍ୟନ୍ତ କଲେ। ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ। ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ। ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ବ୍ୟଭିଗ୍ଭରଣୀ ରାହାବ, ସେହି ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ। ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।” ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ। ଲୋକମାନେ ସହରରେ ଧ୍ୱଂସର ଲୀଳା ଚଳାଇଲେ। ସେମାନେ ସେଠାରେ ଥିବା ସମସ୍ତ ଜୀବିତ ବସ୍ତୁକୁ ଧ୍ୱଂସ କଲେ। ସେମାନେ ଯୁବକମାନଙ୍କୁ ହତ୍ୟା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀଲୋକମାନଙ୍କୁ, ପଶୁ, ମେଷ ଏବଂ ଗଧମାନଙ୍କୁ ହତ୍ୟା କଲେ। ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।” ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା’ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ। ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ। ଯିହୋଶୂୟ ରାହାବକୁ ଓ ତା’ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି। ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ, “ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ, ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।” ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା। ଆଖ‌ନ୍‌ର ପାପ କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ। ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେ‌ଲ୍‌ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ। ଏହା ପରେ ଲୋକମାନେ ଯିହୋଶୂୟ ନିକଟକୁ ଫେରି ଆସିଲେ। ସେମାନେ କହିଲେ, “ଅୟ ବହୁତ ଦୁର୍ବଳ, ସେମାନଙ୍କୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସେଠାକୁ ମାତ୍ର ଦୁଇ ତିନି ହଜାର ଲୋକ ଯୁଦ୍ଧ କରିବା ପାଇଁ ପଠାନ୍ତୁ। ସେଠାରେ ସମସ୍ତ ସୈନ୍ୟ ନିୟୋଜିତର ଆବଶ୍ୟକତା ନାହିଁ। ସେଠାରେ ଖୁବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ଅଛନ୍ତି।” ତେଣୁ ମାତ୍ର 3000 ସୈନ୍ୟ ଅୟକୁ ଗଲେ। କିନ୍ତୁ ଅୟର ଲୋକମାନେ ଛତିଶ୍ ଜଣ ଇସ୍ରାଏଲୀୟଙ୍କୁ ହତ୍ୟା କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଲେ। ଅୟର ଲୋକମାନେ ସେମାନଙ୍କର ପଛେ ଗୋଡ଼େଇ ଗୋଡ଼େଇ ଆଣି ଶବାରୀମ ପର୍ଯ୍ୟନ୍ତ ଆଣିଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ଭୟଭୀତ ହେଲେ ଓ ସେମାନେ ସାହସ ହରାଇଲେ। *** ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ। ଯିହୋଶୂୟ କହିଲେ, “ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ’ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା’ନ୍ତୁ। ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ’ଣ କରିବୁ? କିଣାନୀୟମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷୟରେ ଶୁଣିବେ। ସେମାନେ ଆମ୍ଭକୁ ଘେରି ଆକ୍ରମଣ କରିବେ ଓ ବିନାଶ ମଧ୍ୟ କରିବେ। ତା’ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକୁ ରକ୍ଷା କରିବ?” ତେଣୁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି ଅଧୋମୁଖ ହୋଇ ଭୂମିରେ ପଡ଼ିଅଛ? ଛିଡ଼ା ହୁଅ! ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ’ଠାରୁ ଏହା ଗ୍ଭେରି କରିଛନ୍ତି। ତା’ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ। ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। “ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ। “‘ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା’ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା’ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ। ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା’ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’” ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ । ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ। ତା’ପରେ ସେ ଯିହୁଦାର ପରିବାରର ପରିବାରବର୍ଗକୁ ଉପସ୍ଥିତ କଲେ। ସେରହ ଗୋଷ୍ଠୀ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଲା। ତା’ପରେ ସେରହ ପରିବାରର ସମସ୍ତ ସଭ୍ୟ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେଲେ। ଜିମିରିର ପରିବାର ବଛାଗଲା। ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖ‌ନ୍‌କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା। ତା’ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।” ଆଖନ୍ ଉତ୍ତରରେ କହିଲା, “ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି। ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ତିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ ଏକ ପାଉଣ୍ତ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଏବଂ ସେଗୁଡ଼ିକୁ ମୋ’ ତମ୍ବୁ ମଧ୍ୟରେ ପୋତି ଅଛି। ଆଉ ରୂପା କୋଟ୍ ତଳେ ଅଛି।” ଯିହୋଶୂୟ କିଛି ଲୋକଙ୍କୁ ଛାଉଣିକୁ ପଠାଇଲେ। ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ବୁ ତଳେ ପୋତା ହୋଇ ଥିବାର ଦେଖିଲେ। ରୂପାଗୁଡ଼ିକ କୋଟ୍ ତଳେ ଥିଲା। ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ବୁର ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇ ଦେଲେ। ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖ‌ନ୍‌କୁ ଓ ତା’ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା’ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ। ତା’ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା’ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ। ଆଖ‌ନ୍‌କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖ‌ନ୍‌କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ। ଅୟ ଧ୍ୱଂସ ହେଲା ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି। ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା’ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।” ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ। ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ। ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ। ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ। ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ। “ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।” ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ। ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ। ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା। ଏହା ପରେ ଯିହୋଶୂୟ 5000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା। ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ। ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି। ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ। ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ। ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ। ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ। ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ। ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା। ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ। କିନ୍ତୁ ଅୟର ରାଜାଙ୍କୁ ଜୀବିତ ଅବସ୍ଥାରେ ଯିହୋଶୂୟଙ୍କ ନିକଟକୁ ଆଣିଲେ। ଯୁଦ୍ଧର ବିବରଣ ଯୁଦ୍ଧ ସମୟରେ ଇସ୍ରାଏଲର ସୈନିକମାନେ ଅୟ ସୈନ୍ୟମାନଙ୍କ ପଛରେ ଗୋଡ଼ାଇ କ୍ଷେତ ଓ ମରୁଭୂମି ଅଞ୍ଚଳକୁ ଆଣିଲେ। ସେମାନେ ସେହିଠାରେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଇସ୍ରାଏଲ ସୈନ୍ୟମାନେ ଅୟକୁ ଫେରି ଆସିଲେ ଏବଂ ଅୟ ସହରରେ ଜୀବିତ ଲୋକମାନଙ୍କୁ ଓ ସୈନ୍ୟମାନଙ୍କୁ ହତ୍ୟା କଲେ। ସେହି ଦିନ ଅୟର ସମସ୍ତ ଲୋକମାନେ ମଲେ। ସେମାନେ ପ୍ରାୟ ସ୍ତ୍ରୀ ଓ ପୁରୁଷ ମିଶି 12,000 ଲୋକ ହେବେ। ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ନିଜ ହାତରେ ଧରିଥିବା ବର୍ଚ୍ଛାକୁ ବିସ୍ତାର କରିଥିଲେ। ଏହାକୁ ଯିହୋଶୂୟ ସଙ୍କୁଚିତ କଲେ ନାହିଁ। ଇସ୍ରାଏଲର ଲୋକମାନେ ଅୟ ସହରରେ ସମସ୍ତ ପଶୁ ଓ ଦ୍ରବ୍ୟଗୁଡ଼ିକ ନିଜ ନିଜ ପାଇଁ ନେଲେ। ସେମାନେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହୋଶୂୟଙ୍କୁ ଆଜ୍ଞା କରିଥିଲେ। ଏହା ପରେ ଯିହୋଶୂୟ ଅୟ ସହରକୁ ପୋଡ଼ି ପାଉଁଶ କଲେ। ସେ ଏକ ଧ୍ୱଂସ ସ୍ତୁପରେ ପରିଣତ କଲେ ଏବଂ ଏହା ଆଜିଯାଏ ଅନୁର୍ବର ସ୍ଥାନ ହୋଇ ରହିଛି। ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି। ଆଶୀର୍ବାଦ ଓ ଅଭିଶାପ ପଠନ ଏହା ପରେ ଯିହୋଶୂୟ ଏବଲ ପର୍ବତ ଉପରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣକୁ ଯେ ରୂପେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥର ଲେଖାନୁସାରେ ଯହିଁ ଉପରେ କୌଣସି ମଣିଷ ଲୁହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥରରେ ଯଜ୍ଞବେଦି ସେ ନିର୍ମାଣ କଲେ। ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ସେହି ସ୍ଥାନରେ ଯିହୋଶୂୟ ପ୍ରସ୍ତର ଫଳକ ଉପରେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକ ଲେଖିଲେ। କାରଣ ତାହା ଇସ୍ରାଏଲ ଲୋକମାନଙ୍କୁ ଦେଖାଇବାକୁ ଯିହୋଶୂୟ ଏହା କଲେ। ଇସ୍ରାଏଲର ସମସ୍ତ ଲୋକମାନେ, ସେମାନଙ୍କ ପ୍ରାଚୀନବର୍ଗ, ନେତୃବର୍ଗ, ସେମାନଙ୍କର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦୁକ ସମ୍ମୁଖରେ ଛିଡ଼ା ହେଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଏବଲ ପର୍ବତ ଆଗରେ ଓ ଅର୍ଦ୍ଧେକ ଗରିଷୀମ ପର୍ବତ ଆଗରେ ଛିଡ଼ା ହେଲେ। ସଦାପ୍ରଭୁଙ୍କ ପବିତ୍ର ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସେମାନେ ଠିଆ ହେଲେ। ସେମାନେ ଏପରି କଲେ କାରଣ ସଦାପ୍ରଭୁଙ୍କର ସେବକ ମୋଶା ଇସ୍ରାଏଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦେଇଥିଲେ। ଏହା ପରେ ବ୍ୟବସ୍ଥା ପୁସ୍ତକରେ ଲେଖାଯାଇଥିବା ଉଭୟ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ ଶବ୍ଦ ସେ ପାଠକଲେ। ଇସ୍ରାଏଲର ସମସ୍ତ ଲୋକମାନେ ସେଠାରେ ଉପସ୍ଥିତ ଥିଲେ। ସେଠାରେ ମଧ୍ୟ ସମସ୍ତ ସ୍ତ୍ରୀଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ଉପସ୍ଥିତ ଥିଲେ। ବିଦେଶୀମାନେ ଇସ୍ରାଏଲଗଣ ସହିତ ବାସ କରୁଥିଲେ। ଏବଂ ସେଠାରେ ଯିହୋଶୂୟ ସମସ୍ତ ନିୟମ ପାଠ କରିଥିଲେ, ଯାହାକି ମୋଶାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଗିବିୟୋନୀୟମାନେ ଯିହୋଶୂୟଙ୍କୁ ଠକିଲେ ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋ‌ନ୍‌ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ। ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ। ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ। ତା’ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ। ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ। ଏହିପରି ଭାବରେ ସେମାନେ ଗି‌ଲ୍‌ଗଲ୍ ନିକଟସ୍ଥ ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।” ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।” ଏଥିରେ ହିବ୍ବୀୟମାନେ ଉତ୍ତର ଦେଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କର ଦାସ।” କିନ୍ତୁ ଯିହୋଶୂୟ ପଗ୍ଭରିଲେ, “ତୁମ୍ଭେମାନେ କିଏ? ତୁମ୍ଭେମାନେ କେଉଁଠାରୁ ଆସିଅଛ?” ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭର ସେବକଗଣ। ଆମ୍ଭେମାନେ ବହୁତ ଦୂର ଦେଶରୁ ଆସିଅଛୁ। ଆମ୍ଭେମାନେ ଆସିଲୁ, କାରଣ ଆମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟମାନ ବିଷୟରେ ଶୁଣିଲୁ। ସେ କିପରି ମିଶରରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ ତାହା ଆମ୍ଭେ ଜାଣିବାକୁ ପାଇଲୁ। ଏବଂ ଯର୍ଦ୍ଦନ ପୂର୍ବପାରିସ୍ଥ ହି‌ଷ୍‌ବୋନ୍ ରାଜା ସୀହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇମୋରୀୟମାନଙ୍କ ଦୁଇଜଣ ରାଜାଙ୍କୁ କେମିତି ପରାଜିତ କଲ, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶରେ ଲୋକମାନେ କହିଲେ, ‘ତୁମ୍ଭମାନଙ୍କର ଯାତ୍ରାପାଇଁ ପ୍ରଚୁର ଖାଦ୍ୟ ନେଇ ଯାଅ ଏବଂ ଇସ୍ରାଏଲୀୟମାନଙ୍କ ସହିତ ସାକ୍ଷାତ କର।’ ତାଙ୍କୁ କୁହ, ‘ଆମ୍ଭେମାନେ ତୁମ୍ଭର ଦାସ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚୁକ୍ତି କର।’ “ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି। ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।” ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ। ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ। ସେମାନେ ତିନି ଦିନ ପରେ ସେମାନଙ୍କ ସହିତ ଚୁକ୍ତି କଲେ, ଇସ୍ରାଏଲର ଲୋକମାନେ ହୃଦୟଙ୍ଗମ କଲେ ଯେ, ସେମାନେ ଇସ୍ରାଏଲ ଛାଉଣି ନିକଟରେ ବାସ କରୁଛନ୍ତି। ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ। ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ। କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ। ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ। ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ। ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ। ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।” ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭର ଅଧୀନ। ତୁମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।” ତେଣୁ ଗିବିୟୋନୀୟମାନେ ସେମାନଙ୍କର କ୍ରୀତଦାସ ହୋଇ ରହିଲେ। କିନ୍ତୁ ଯିହୋଶୂୟ ସେମାନଙ୍କୁ ଜୀବିତ ରଖିଲେ। ଯିହୋଶୂୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନୁମତି ଦେଇ ନ ଥିଲେ। ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି। The Day the Sun Stood Still ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା’ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି। ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ। ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀ‌ଶ୍‌ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା। “ମୋ’ ନିକଟକୁ ଆସ ଏବଂ ଗିବିୟୋନକୁ ଆକ୍ରମଣ କରିବା ପାଇଁ ସାହାଯ୍ୟ କର। ଗିବିୟୋନୀୟମାନେ ଯିହୋଶୂୟ ଓ ଇସ୍ରାଏଲୀୟ ବାସୀମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି।” ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀ‌ଶ୍‌ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ। ଗିବିୟୋନୀୟମାନେ ଗି‌ଲ୍‌ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।” ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗି‌ଲ୍‌ଗ‌ଲ୍‌ରୁ ଯାତ୍ରା କଲେ। ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ତୁମ୍ଭର ସମ୍ମୁଖୀନ ହୋଇ ପାରିବେ ନାହିଁ।” ତେଣୁ ଯିହୋଶୂୟ ସୈନ୍ୟମାନଙ୍କ ସହିତ ଅଗ୍ରସର ହୋଇ ଅକସ୍ମାତ୍ ସେମାନଙ୍କୁ ଗି‌ଲ୍‌ଗ‌ଲ୍‌ରୁ ରାତ୍ରିସାରା ଆକ୍ରମଣ କଲେ। ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମ‌କ୍‌କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ। ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ। ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ। “ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ। ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।” ତେଣୁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ଯାଶେର୍ ପୁସ୍ତକରେ ଲେଖା ଅଛି। ଆଉ ସୂର୍ଯ୍ୟ ଆକାଶର ମଝି ସ୍ଥାନରେ ସ୍ତବ୍ଧ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ। ଏହା ପରେ ଯିହୋଶୂୟ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀ ସହିତ ଗି‌ଲ୍‌ଗଲ୍ ଛାଉଣିକି ଲେଉଟି ଆସିଲେ। ଏଥି ମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମ‌କ୍‌କେଦା ଗୁମ୍ଫାରେ ନିଜ ନିଜକୁ ଲୁଗ୍ଭଇଲେ। ତେଣୁ ସେହି ପାଞ୍ଚ ରାଜା ପାଳାଇ ମ‌କ୍‌କେଦା ଗୁମ୍ଫାରେ ଲୁଚି ରହିଛନ୍ତି। ଏ କଥା ଯିହୋଶୂୟ ଯେତେବେଳେ ଜାଣିଲେ, ଯିହୋଶୂୟ କହିଲେ, “ବଡ଼ ବଡ଼ ପ୍ରସ୍ତର ଫଳକ ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ଜଗିବା ପାଇଁ ଲୋକ ନିଯୁକ୍ତ କର। ତୁମ୍ଭେମାନେ ବନ୍ଦ କର ନାହିଁ। ତୁମ୍ଭର ଶତ୍ରୁମାନଙ୍କ ପଛରେ ଗୋଡ଼ଅ। ସେମାନଙ୍କୁ ପଛରୁ ଆକ୍ରମଣ କର। ସେମାନଙ୍କର ଲୋକମାନଙ୍କୁ ସେମାନଙ୍କର ନଗରରେ ପହଞ୍ଚିବାକୁ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ଦେଇଛନ୍ତି।” ଏହିପରି ଭାବରେ ଯିହୋଶୂୟ ଏବଂ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟାକଲେ। କିନ୍ତୁ କେତେକ ଶତ୍ରୁ ଖସିଯାଇ ସେମାନଙ୍କର ସୁଦୃଢ଼ ନଗରରେ ଲୁଚି ରହିଲେ। ଯୁଦ୍ଧ ପରେ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକ ମ‌କ୍‌କେଦା ଛାଉଣିକୁ ଫେରି ଆସିଲେ। କିନ୍ତୁ ସେ ଦେଶରେ କୌଣସି ଲୋକ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ କିଛି କହିବାକୁ ସାହସ କଲେ ନାହିଁ। ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।” ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀ‌ଶ୍‌ର ଏବଂ ଇଗ୍ଲୋନର ରାଜାମାନେ। ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ। ଏହା ପରେ ଯିହୋଶୂୟ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, “ଯୋଦ୍ଧା ଏବଂ ସାହସୀ ହୁଅ! ଭୟ କର ନାହିଁ! ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଦେଖାଇବି, ସଦାପ୍ରଭୁ ଭବିଷ୍ୟତରେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭେମାନେ ଭବିଷ୍ୟତରେ ଯୁଦ୍ଧ କରିବ।” ଏହା ପରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚଟା ଗଛ ଡାଳରେ ଟଙ୍ଗାଇଲେ। ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଗଛରେ ଝୁଲି ରହିଥିଲେ। ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି। ଏହା ପରେ ଯିହୋଶୂୟ ସେହି ଦିନ ମ‌କ୍‌କେଦା ଅକ୍ତିଆର କରି ‌‌ଖ‌ଡ଼୍‌ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମ‌କ୍‌କେଦା ରାଜା ପ୍ରତି କଲେ। ଦକ୍ଷିଣାବର୍ତ୍ତ ନଗରଗୁଡ଼ିକ କରଗତ କଲେ ତା’ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟମାନେ ମ‌କ୍‌କେଦାରୁ ଲି‌‌ବ୍‌‌ନାକୁ ଗଲେ। ଏବଂ ସେ ସହରକୁ ଆକ୍ରମଣ କଲେ। ସଦାପ୍ରଭୁ ସେହି ନଗରକୁ ତା’ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ। ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟ ଲୋକ ଲି‌‌ବ୍‌‌ନା ପରିତ୍ୟାଗ କରି ଲାଖୀ‌ଶ୍‌କୁ ଗଲେ। ଯିହୋଶୂୟ ଏବଂ ତାଙ୍କର ସୈନ୍ୟମାନେ ସେ ସହରକୁ ସେନା ଛାଉଣି କରି ରଖିଲେ। ଏବଂ ତାହାକୁ ଆକ୍ରମଣ କଲେ। ସଦାପ୍ରଭୁ ଲାଖୀ‌ଶ୍‌କୁ ପରାସ୍ତ କରିବାକୁ ସହାୟ ହେଲେ। ସେମାନେ ଦ୍ୱିତୀୟ ଦିନରେ ସେ ସହରକୁ ପରାସ୍ତ କଲେ। ଇସ୍ରାଏଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ଯେପରି ଭାବରେ ଲି‌‌ବ୍‌‌ନାରେ କରିଥିଲେ। ଗେଷ‌‌ର୍‌‌ର ରାଜା ହୋରମ ଲାଖୀ‌ଶ୍‌ରକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ଯିହୋଶୂୟ ତାଙ୍କୁ ଓ ତାଙ୍କର ସୈନ୍ୟବାହିନୀକୁ ଓ ସମସ୍ତଙ୍କୁ ହତ୍ୟା କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଲାଖୀ‌ଶ୍‌ରୁ ଇଗ୍ଲୋ‌ନ୍‌କୁ ଗଲେ। ସେଠାରେ ସେମାନେ ସେନାଛାଉଣି କରି ସହରକୁ ଆକ୍ରମଣ କଲେ। ସେହି ଦିନ ସେମାନେ ସହରକୁ ନିଜ ଅଧୀନକୁ ଆଣିଲେ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, ଯେପରି ଲାଖୀ‌ଶ୍‌ରେ ହତ୍ୟା କରିଥିଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଇଗ୍ଲୋ‌ନ୍‌ରୁ ହିବ୍ରୋଣକୁ ଗଲେ। ତା’ପରେ ସେମାନେ ହିବ୍ରୋଣକୁ ଆକ୍ରମଣ କଲେ। ସେମାନେ ହିବ୍ରୋଣ ଏବଂ ତା’ ପାଖରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଇଗ୍ଲୋ‌ନ୍‌ରେ ଠିକ୍ ଯେପରି ସେମାନେ ଇଗ୍ଲୋ‌ନ୍‌କୁ ଧ୍ୱଂସ କରିଥିଲେ, ସେହିପରି ସେମାନେ ହିବ୍ରୋଣକୁ ଧ୍ୱଂସ କଲେ ଏବଂ ଏହାର ରାଜାଙ୍କୁ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ହତ୍ୟା କଲେ ଓ ଧ୍ୱଂସ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଦବୀରକୁ ଫେରିଲେ ଏବଂ ସେହି ସହରକୁ ଆକ୍ରମଣ କଲେ। ସେମାନେ ଦବୀର ସହରକୁ ନିଜର କରଗତ କଲେ, ତାହାର ରାଜାଙ୍କୁ ମଧ୍ୟ କରଗତ କଲେ। ଏବଂ ତା’ର ନିକଟରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଏବଂ ସେ ସହରକୁ ଧ୍ୱଂସ କରି ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ସେମାନେ ହିବ୍ରୋଣ ସହରକୁ ଓ ଲି‌‌ବ୍‌‌ନା ଓ ଏହାର ରାଜାଙ୍କୁ କଲାପରି, ଦବୀର ସହରକୁ ଧ୍ୱଂସ କଲେ। ଏହିପରି ଯିହୋଶୂୟ ସମସ୍ତ ପର୍ବତମୟ ଦେଶ ନେଗେଭ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀୟ ରାଜାଙ୍କୁ ମଧ୍ୟ ହତ୍ୟା କଲେ। ସେ କାହାରିକୁ ସେଠାରେ ଜୀବିତ ଛାଡ଼ିଲେ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ। ଯିହୋଶୂୟ ସେମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ଓ ଗିବିୟୋନ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ। ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କୁ ଏକାବେଳକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲବାସୀ ଗି‌ଲ୍‌ଗ‌ଲ୍‌ଠାରେ ଥିବା ଶିବିରକୁ ଫେରିଲେ। ଉତ୍ତର ଭାଗର ନଗରଗୁଡ଼ିକୁ ପରାସ୍ତ କଲେ ହା‌ତ୍‌ସୋର ରାଜା ଯାବୀନ୍ ଏହିକଥା ଶୁଣିଲେ। ତେଣୁ ସେ ମନସ୍ଥ କଲେ, କେତେକ ରାଜାମାନଙ୍କର ସୈନ୍ୟବାହିନୀକୁ ଏକତ୍ର କରିବେ। ସେ ମାଦୋନର ରାଜା ଯୋବବ, ଶିମ୍ରୋଣର ରାଜା ଓ ଅ‌କ୍‌ଷଫର ରାଜାଙ୍କୁ ବାର୍ତ୍ତା ପଠାଇଲେ। ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ। ଯାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ତହିଁରେ ସେମାନେ ନିଜର ସୈନ୍ୟମାନଙ୍କ ସହିତ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କ ସହିତ ଏକତ୍ରିତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ୟ ଛାଉଣି। ଏହା ଦେଖା ଯାଉଥିଲା ସତେ ଯେପରି, ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ, ଶସ୍ୟକ୍ଷେତ୍ର ପରି। ସମସ୍ତ ରାଜାମାନେ ଏକ ଛୋଟ ନଦୀ ମେରୋମ୍ କୂଳରେ ଏକତ୍ରିତ ହେଲେ। ଏବଂ ଏହି ଛାଉଣିରେ ସମସ୍ତ ସୈନ୍ୟମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠାରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ। ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେ ସମସ୍ତ ସୈନ୍ୟମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ସହାୟ ହେବି। ଆସନ୍ତା କାଲି ଏହି ସମୟରେ ତୁମ୍ଭେମାନେ ସେମାନଙ୍କୁ ହତ୍ୟା କରିବ। ତୁମ୍ଭେମାନେ ସେମାନଙ୍କର ଘୋଡ଼ାମାନଙ୍କୁ ଛୋଟା କରି ଦେବ ଓ ରଥଗୁଡ଼ିକୁ ପୋଡ଼ି ଦେବ।” ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ସୈନ୍ୟବାହିନୀ ସହିତ ଆସି ହଠାତ୍ ମେରୋମ୍ ନଦୀ କୂଳରେ ସେମାନଙ୍କୁ ଆକ୍ରମଣ କଲେ। ସଦାପ୍ରଭୁ ଇସ୍ରାଏଲର ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ। ଇସ୍ରାଏଲୀୟମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋ‌‌‌ତ୍‌‌‌ମୟିମ୍ ପର୍ଯ୍ୟନ୍ତ ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ। ସେମାନେ ସମସ୍ତଙ୍କୁ ସଂହାର କଲେ। ଯିହୋଶୂୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡ଼ାମାନଙ୍କୁ ଛୋଟା କରି ଦେଲେ ଓ ରଥଗୁଡ଼ିକ ପୋଡ଼ି ଦେଲେ। ଏହା ପରେ ଯିହୋଶୂୟ ଫେରି ଆସିଲେ ଓ ହା‌ତ୍‌ସୋର ସହରକୁ କରଗତ କଲେ ଓ ତା’ର ରାଜାକୁ ଖଣ୍ଡାରେ ଆଘାତ କଲେ। ପୂର୍ବରୁ ହା‌ତ୍‌ସୋର ସେହିସବୁ ରାଜ୍ୟର ମୂଖ୍ୟ ସହର ଥିଲା। ଇସ୍ରାଏଲର ସୈନ୍ୟମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ସେମାନେ ସହରର ସମସ୍ତ ଲୋକକୁ ଧ୍ୱଂସ କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ତା’ପରେ ସେମାନେ ହା‌ତ୍‌ସୋର ସହରକୁ ଅଗ୍ନି ସଂଯୋଗ କଲେ। ଯିହୋଶୂୟ ସେ ସମସ୍ତ ରାଜକୀୟ ସହରଗୁଡ଼ିକ ନିଜ ଅଧୀନକୁ ଆଣିଲେ ଓ ସେମାନଙ୍କର ରାଜାମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସମ୍ପୂର୍ଣ୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହରର ରାଜାଗଣକୁ ଧ୍ୱଂସ କଲେ। ସଦାପ୍ରଭୁଙ୍କ ସେବକ ମୋଶା ଏହିପରି ଭାବରେ ଆଜ୍ଞା କରିଥିଲେ। ମାତ୍ର ନିଜ ନିଜ କୁଦ ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହା‌ତ୍‌ସୋର ବିନା ଆଉ କୌଣସି ନଗର ଇସ୍ରାଏଲ ଦ‌ଗ୍‌ଧ କଲେ ନାହିଁ। ତାହା ଯିହୋଶୂୟ ଦ‌ଗ୍‌ଧ କଲେ। ଆଉ ଇସ୍ରାଏଲର ସନ୍ତାନଗଣ ସେହିସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣଙ୍କୁ ନିଜ ନିଜ ପାଇଁ ଲୁଟ୍ କରି ନେଲେ। କିନ୍ତୁ ସେମାନେ ସମସ୍ତ ଲୋକମାନଙ୍କୁ ସେମାନଙ୍କ ଖଣ୍ତା ଦ୍ୱାରା ହତ୍ୟା କଲେ। ସେମାନେ କୌଣସି ବ୍ୟକ୍ତିକୁ ଜୀବିତ ରହିବା ପାଇଁ ଦେଲେ ନାହିଁ। ବହୁ ଦିନ ପୂର୍ବରୁ ସଦାପ୍ରଭୁ ନିଜର ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ। ଯିହୋଶୂୟ ମଧ୍ୟ ସେହିପରି କାର୍ଯ୍ୟ କରିଥିଲେ। ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାମାନ ଦେଇଥିଲେ, ସେ ସବୁ କଥାରୁ କୌଣସିଟିକୁ ଅନ୍ୟଥା କଲେ ନାହିଁ। ଏହିପରି ଯିହୋଶୂୟ ସେହିସବୁ ପ୍ରବେଶ ଓ ସେଠାକାର ପର୍ବତମୟ ଦେଶ ଓ ସମସ୍ତ ନେଗେଭ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳ ଭୂମିକୁ ନିଜ ଅଧୀନକୁ ଆଣିଲେ। ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବା‌ଲ୍‌ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ହତ୍ୟା କଲେ। ଯିହୋଶୂୟ ଏହିସବୁ ରାଜାମାନଙ୍କ ସଙ୍ଗେ ବହୁ ସମୟ ଧରି ଯୁଦ୍ଧ କଲେ। କେବଳ ଗୋଟିଏ ନଗର ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କଲେ। ତାହା ଥିଲା ଗିବିୟୋନ ନିବାସୀ ହିବ୍ବୀୟ। ଅନ୍ୟ ସମସ୍ତ ସହର ଯୁଦ୍ଧରେ ଧ୍ୱଂସପ୍ରାପ୍ତ ହେଲା। ସଦାପ୍ରଭୁ ସେମାନଙ୍କର ହୃଦୟ କଠିନ କଲେ। ଯେପରି ସେମାନେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବା ପାଇଁ ଆସିବେ ଓ ସମ୍ପୂର୍ଣ୍ଣ ରୂପେ ବିନା କରୁଣାରେ ଧ୍ୱଂସ ହେବେ। ଏହା ମୋଶାଙ୍କୁ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ହେଲା। ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ, ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ନିବାସ କଲେ। ଇସ୍ରାଏଲ ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ହେଲେ ଜୀବିତ ରହିଲେ ନାହିଁ। କେବଳ ଘସାରେ ଗାଥ୍ ଓ ଅ‌‌ସ୍‌‌ଦୋଦରେ କେହି କେହି ରହିଗଲେ। ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। ରାଜାମାନେ ଇସ୍ରାଏଲମାନଙ୍କ ଦ୍ୱାରା ପରାସ୍ତ ହେଲେ ଯର୍ଦ୍ଦନର ପୂର୍ବପାର୍ଶ୍ୱସ୍ଥ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନେ ନିଜ ଅଧୀନକୁ ଆଣିଲେ। ଅର୍ଣ୍ଣୋନ୍ ପର୍ବତଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ। ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କର ସହରର ସୀହୋନ ରାଜାଙ୍କୁ ପରାସ୍ତ କଲେ ଓ ଅର୍ଣ୍ଣୋନ ଗିରି ସଙ୍କଟ ନିକଟସ୍ଥ ଆରେୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲିୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବୋକ୍ ନଦୀ ପର୍ଯ୍ୟନ୍ତ ଶାସନ କଲେ। ସେମାନେ ମଧ୍ୟ ଯର୍ଦ୍ଦନର ପୂର୍ବ ଉପତ୍ୟକାଠାରୁ ଗାଲିଲୀହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈ‌ତ୍‌ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବତୀର ପର୍ଯ୍ୟନ୍ତ ଓ ପି‌‌ସ୍‌‌ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ ରାଜତ୍ୱ କଲେ। ସେମାନେ ମଧ୍ୟ ବାଶନର ରାଜା ଓ‌ଗ୍‌କୁ ପରାସ୍ତ କଲେ। ଓଗ୍ ଥିଲେ, ରଫାୟୀୟ ବଂଶଧର, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ଶାସନ କରୁଥିଲେ। ଓଗ୍ ମଧ୍ୟ ହର୍ମୋଣ ପର୍ବତରେ, ସଲଖାରେ, ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହି‌ଷ୍‌ବୋ‌ନ୍‌ର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲିୟଦର ଅର୍ଦ୍ଧ ଦେଶରେ ଶାସନ କରୁଥିଲେ। ସଦାପ୍ରଭୁଙ୍କର ଦାସ ମୋଶା ଏବଂ ଇସ୍ରାଏଲର ଲୋକମାନେ ସେ ରାଜାଗଣଙ୍କର ଦେଶକୁ ପରାସ୍ତ କରିଥିଲେ। ମୋଶା ସେମାନଙ୍କର ଦେଶଗୁଡ଼ିକ ଗାଦୀୟ, ରୁବେନୀୟ ପରିବାରବର୍ଗଙ୍କୁ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ଦେଲେ। ଇସ୍ରାଏଲର ଲୋକମାନେ ମଧ୍ୟ ଯର୍ଦ୍ଦନର ପଶ୍ଚିମ ପାର୍ଶ୍ୱସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହୋଶୂୟ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ। ଯିହୋଶୂୟ ସେହି ଦେଶଗୁଡ଼ିକୁ ବାରଟି ପରିବାରବର୍ଗ ମଧ୍ୟରେ ବାଣ୍ଟି ଦେଇଥିଲେ। ସେହି ଦେଶଗୁଡ଼ିକ ସଦାପ୍ରଭୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେହି ଲିବାନୋ‌ନ୍‌ର ବାଲଗା‌ଦ୍‌ଠାରୁ ସେୟୀରର ହାଲକ ପର୍ଯ୍ୟନ୍ତ ଉପତ୍ୟକାଗୁଡ଼ିକ ଥିଲା। ପର୍ବତମୟ ଦେଶ, ତଳଭୂମି, ଯର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗୁଡ଼ିକ, ନେଗେଭ ଓ ମରୁଭୂମି ହୀତ୍ତୀୟ ଇମୋରୀୟ, କିଣାନୀୟ, ପିରିଷୀୟ, ଓ ହିବ୍ବୀୟମାନେ ସେଠାରେ ବାସ କଲେ। ସେହିସବୁ ରାଜାମାନଙ୍କର ତାଲିକା ନିମ୍ନରେ ଦିଆଗଲା: ଯିରୀହୋର ରାଜା 1 ବୈଥେ‌ଲ୍‌ର ନିକଟସ୍ଥ ଅୟର ରାଜା 1 ଯିରୁଶାଲମର ରାଜା 1 ହିବ୍ରୋଣର ରାଜା 1 ଯର୍ମୂତର ରାଜା 1 ଲାଖୀ‌ଶ୍‌ର ରାଜା 1 ଇଗ୍ଲୋନର ରାଜା 1 ଗେଷ‌‌ର୍‌‌ର ରାଜା 1 ଦବୀରର ରାଜା 1 ଗେଦରର ରାଜା 1 ହର୍ମାର ରାଜା 1 ଅରାଦର ରାଜା 1 ଲି‌‌ବ୍‌‌ନାର ରାଜା 1 ଅଦୁଲ୍ଲମର ରାଜା 1 ମ‌କ୍‌କେଦାର ରାଜା 1 ବୈଥେ‌ଲ୍‌ର ରାଜା 1 ତପୂହର ରାଜା 1 ହେଫରର ରାଜା 1 ଅଫେକର ରାଜା 1 ଲାଶାରୋଣର ରାଜା 1 ମାଦୋନର ରାଜା 1 ହା‌ତ୍‌ସୋରର ରାଜା 1 ଶିମ୍ରୋଣ ମରୋଣର ରାଜା 1 ଅ‌କ୍‌ଷଫର ରାଜା 1 ତାନ କର ରାଜା 1 ମଗିଦ୍ଦୋର ରାଜା 1 କେଦଶର ରାଜା 1 କର୍ମିଲସ୍ଥ ଯଗ୍ନିଯାମର ରାଜା 1 ଦୋର ଉପପର୍ବତସ୍ଥିତ ଦୋରର ରାଜା 1 ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1 ତିର୍ସାର ରାଜା 1 ସେମାନେ ପରାସ୍ତ କରିଥିବା ସର୍ବମୋଟ ରାଜାମାନଙ୍କ ସଂଖ୍ୟା 31 ଅଧିକୃତ ନ ହୋଇଥିବା ଦେଶ ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି। ତୁମ୍ଭେ ଏପର୍ଯ୍ୟନ୍ତ ଯେଉଁ ଦେଶଗୁଡ଼ିକ ତୁମ୍ଭ ଅଧୀନକୁ ନେଇ ନାହଁ, ସେଗୁଡ଼ିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳୀ, ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ। ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା’ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ଦକ୍ଷିଣରେ ବାସ କରୁଥିବା ଅବ୍ବୀୟମାନଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ତୁମ୍ଭକୁ କିଣାନୀୟମାନଙ୍କର ସମସ୍ତ ଦେଶକୁ ଏବଂ ସୀଦୋୟନୀୟମାନଙ୍କର ମିୟାରା ଓ ଅଫେକ୍ ଓ ଇମୋରୀୟମାନଙ୍କର ସୀମା ପର୍ଯ୍ୟନ୍ତ ପରାସ୍ତ କରିବାକୁ ହେବ। ତୁମ୍ଭେ ଏପର୍ଯ୍ୟନ୍ତ ଗିବଲିୟମାନଙ୍କ ଦେଶକୁ ପରାସ୍ତ କରି ନାହଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବା‌ଲ୍‌ଗା‌ଦ୍‌ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବାନୋନ୍। ଏମାନଙ୍କୁ ପରାସ୍ତ କରିବ। “ସୀଦୋନୀୟ ଲୋକମାନେ ଯେଉଁ ଦେଶରେ ବାସ କରୁଛନ୍ତି, ଲିବାନୋ‌ନ୍‌ଠାରୁ ମିଷ୍ରଫୋ‌‌‌ତ୍‌‌‌ମୟିମ ପର୍ଯ୍ୟନ୍ତ ଦେଶରେ କିନ୍ତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବୁ। ତୁମ୍ଭେ ମୋ’ ଆଜ୍ଞାନୁସାରେ ସେହି ଦେଶ ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଭୂମି ବଣ୍ଟନ କରିଦିଅ।” ଦେଶଗୁଡ଼ିକର ବଣ୍ଟନ ରୁବେ‌ନ୍‌ର ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସେମାନଙ୍କର ଦେଶକୁ ନେଇ ଯାଇଛନ୍ତି। ସଦାପ୍ରଭୁଙ୍କର ସେବକ ମୋଶା, ତାଙ୍କୁ ଏହି ଦେଶଗୁଡ଼ିକ ଦେଇଛନ୍ତି। ତାହା ଯର୍ଦ୍ଦନ ନଦୀର ପୂର୍ବ ଭାଗରେ। ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି। ସେହି ସମସ୍ତ ସହରରେ ଇମୋରୀୟମାନଙ୍କର ରାଜା ସୀହୋନ ସେହି ଦେଶରେ ରାଜତ୍ୱ କରୁଥିଲେ। ସେ ହି‌ଷ୍‌ବୋନରେ ଶାସନ କରୁଥିଲେ। ସେହି ଦେଶ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଥିଲା। ଗିଲିୟଦ ଓ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ ସୀମା ପର୍ଯ୍ୟନ୍ତ ଥିଲା। ରାଜା ଓ‌ଗ୍‌ର ସମସ୍ତ ରାଜ୍ୟ ସେହି ଦେଶରେ ଥିଲା ରଫାୟୀୟମାନଙ୍କ ବଂଶଧର। ରାଜା ବାଶନରେ ଶାସନ କରୁଥିଲେ। ପୂର୍ବ କାଳରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିୟୀରେ ଶାସନ କରୁଥିଲେ। ଅତୀତର ମୋଶା ସେହି ଲୋକମାନଙ୍କର ଦେଶକୁ କରଗତ କରିଥିଲେ। ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି। କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା। ମୋଶା ରୁବେନ୍ ପରିବାରବର୍ଗର ପ୍ରତ୍ୟେକଙ୍କୁ ସେମାନଙ୍କର ଗୋତ୍ରାନୁସାରେ ଅଧିକାର ଦେଲେ। ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା। ହି‌ଷ୍‌ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମ‌ତ୍‌ବାଲ ଓ ବୈ‌ତ୍‌ବାଲ ମିୟୋନ। ଯହସ୍, କଦେମୋତ୍ ଓ ମେଫାତ୍। କିରିୟାଥୟିମ୍, ସି‌‌ବ୍‌‌ମା ଓ ତଳ ଭୂମିର ପର୍ବତସ୍ଥ ସେରତ୍ ସହର। ବୈ‌ଥ୍‌ପିୟୋର, ଅସଦୋତ୍, ପି‌‌ସ୍‌‌ଗା, ବୈ‌ଥ୍‌ଯିଶିମୋତ୍ ତହିଁର ଏହି ସମସ୍ତ ନଗର। ଏହିପରି ସମତଳର ସମସ୍ତ ନଗରକୁ ମିଶାଇ ଓ ଇମୋରୀୟର ରାଜା ସୀହୋନ, ଯିଏ ହି‌ଷ୍‌ବୋନରେ ରାଜତ୍ୱ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକୁ ମିଶାଇ ଏହି ଦେଶ ଗଠିତ ହେଲା। ମୋଶା ତାଙ୍କୁ ଓ ମିଦିୟନର ନେତୃବର୍ଗ ଓ ସୀହୋନର ରାଜପୁତ୍ରମାନଙ୍କୁ ମଧ୍ୟ ଇବି, ରେକମ, ସୂର, ହର ଓ ରେବାକୁ ପରାସ୍ତ କଲେ। ଇସ୍ରାଏଲ ସନ୍ତାନଗଣ ଖଣ୍ଡାରେ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ, ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ହତ୍ୟା କରିଥିଲେ। ଆଉ ଯର୍ଦ୍ଦନ ନଦୀ, ରୁବେ‌ନ୍‌କୁ ଦିଆଯାଇଥିବା ଦେଶର ସୀମା ଥିଲା। ରୁବେନ୍ ପରିବାରବର୍ଗର ଗୋଷ୍ଠୀ ତାଲିକାଭୁକ୍ତ ସହର ଓ କ୍ଷେତ ପାଇଲେ। ଏହା ହେଉଛି ସେହି ଭୂମି, ଯାହାକୁ ଗାଦ୍ ବଂଶଧରମାନଙ୍କୁ ଗୋଷ୍ଠୀଅନୁସାରେ ମୋଶା ଦାନ କରିଥିଲେ। ମୋଶା ମଧ୍ୟ ପ୍ରତ୍ୟେକ ବଂଶଧରକୁ ଜମି ଦାନ କରିଥିଲେ। ଯାସେରମାନଙ୍କର ଭୂମି ଏବଂ ଗିଲିୟଦର ସମସ୍ତ ସହର ମୋଶା ସେମାନଙ୍କୁ ଦେଲେ। ସେ ମଧ୍ୟ ଅମ୍ମୋନ ସନ୍ତାନଗଣର ଅର୍ଦ୍ଧେକ ଜମିକୁ ଦାନ କରିଥିଲେ। ତାହା ଅରୋୟେର ପୂର୍ବସ୍ଥିତ ରବ୍ବାରଠାରେ ଥିଲା। ହ‌ିଷ୍‌ବୋ‌ନ୍‌ଠାରୁ ରାମତ୍ ମି‌‌ସ୍‌‌ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ। ବୈଥାରମର ଓ ବୈଥାନିମ୍ରାର ଓ ସୁ‌କ୍‌କୋ‌ତ୍‌ର ଓ ସଫୋ‌ନ୍‌ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହି‌ଷ୍‌ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା। ଏହି ସ୍ଥାନ ଯାହାକି ମୋଶା ଗାଦ୍ ପରିବାରବର୍ଗଙ୍କୁ ଦେଇଥିଲେ। ତାଲିକାଭୁକ୍ତ ସମସ୍ତ ସହର ସେହି ଦେଶରେ ସାମିଲ୍ ଥିଲା। ମୋଶା ସେହି ଦେଶକୁ ପ୍ରତ୍ୟେକ ଗାଦୀୟ ଗୋଷ୍ଠୀକୁ ଦେଲେ। ଆଉ ମୋଶା ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ସେମାନଙ୍କର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ଦେଶକୁ ଦେଲେ। ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓ‌ଗ୍‌ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା। ଅର୍ଦ୍ଧେକ ଗିଲିୟଦ, ଅଷ୍ଟାରୋତ୍, ଇଦ୍ରିୟୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପୁତ୍ର ମାଖୀରର ବଂଶଧରଗଣଙ୍କୁ ଏହିସବୁ ଦେଶ ଦିଆଯାଇଥିଲା। ଅର୍ଦ୍ଧେକ ଉତ୍ତରାଧିକାରୀ ଏହି ଦେଶ ପାଇଲେ। ମୋଶା ଏହି ଭୂମିଗୁଡ଼ିକ ଏହି ପରିବାରବର୍ଗକୁ ଦେଲେ। ଯେତେବେଳେ ଲୋକମାନେ ମୋୟାବଠାରେ ଛାଉଣି କରିଥିଲେ, ମୋଶା ଏପରି କଲେ। ଏହା ଯର୍ଦ୍ଦନ ନଦୀର ଆରପାରିର ଯିରୀହୋର ପୂର୍ବରେ ଥିଲା। ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ। ଯାଜକ ଇଲିୟାସର ନୂନର ପୁତ୍ର ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧ୍ୟରେ ବଣ୍ଟା ହେବ। ସଦାପ୍ରଭୁ ବହୁ ଦିନ ପୂର୍ବରୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ। ମୋଶା ଯର୍ଦ୍ଦନର ପୂର୍ବ ପାରିରେ ଦୁଇଟି ବଂଶ ଓ ଅର୍ଦ୍ଧବଂଶକୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। କିନ୍ତୁ ସେ ଲେବୀୟମାନଙ୍କୁ କୌଣସି ଦେଶ ଦେଇ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ। ବାରଟି ବଂଶଧରଙ୍କୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। ଯୋଷେଫଙ୍କର ପୁତ୍ରଗଣ ଦୁଇଟି ବଂଶରେ ବିଭକ୍ତ ହେଲେ। ସେମାନେ ହେଲେ, ମନଃଶି ଓ ଇଫ୍ରୟିମ। ଏବଂ ପ୍ରତ୍ୟେକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲେବୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସେମାନଙ୍କୁ କେବଳ ଏକ ଛୋଟ ସହର ବାସ କରିବା ପାଇଁ ଅଧିକାର ଦିଆ ଯାଇଥିଲା। ସେହି ସହର ଗୁଡ଼ିକ ହେଲା, ପ୍ରତ୍ୟେକ ପରିବାରବର୍ଗର ଦେଶ, ସେମାନଙ୍କର ପଶୁମାନେ ଚରିବା ପାଇଁ କିଛି ପଡ଼ିଆ ଦିଆଯାଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ଦେଲେ, ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ କିପରି ଭାବରେ ଭୂମିବାଣ୍ଟ ହେବ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କର ନିର୍ଦ୍ଦେଶମତେ ଭୂମିଗୁଡ଼ିକ ସେମାନଙ୍କ ଭିତରେ ଭାଗ କରି ନେଲେ। କାଲେବ୍ ତାଙ୍କର ଭୂମି ପାଇଲେ ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗି‌ଲ୍‌ଗ‌ଲ୍‌ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ। ମୋତେ ଯେତେବେଳେ ଗ୍ଭଳିଶ୍ ବର୍ଷ ବୟସ ହୋଇଥିଲା, ସଦାପ୍ରଭୁଙ୍କ ସେବକ ମୋଶା ମୋତେ ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣେୟଠାରୁ ପଠାଇ ଥିଲେ। ମୁଁ ଯାହା ସଂଗ୍ରହ କଲି ତାହା ମୋଶାଙ୍କୁ ଜଣାଇଲି। ମୋର ସାଙ୍ଗରେ ଅନ୍ୟ ଯେଉଁ ଲୋକମାନେ ଯାଇଥିଲେ, ସେମାନେ ଲୋକମାନଙ୍କୁ ନିରୁତ୍ସାହିତ କଲେ, ସେମାନଙ୍କ ଖବରରେ। ମୁଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗତ ହୋଇ ରହିଲି। ତେଣୁ ସେହି ଦିନ, ମୋଶା ମୋ’ଠାରେ ପ୍ରତିଜ୍ଞା କଲେ, ‘ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହେବ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁଁ ତୁମ୍ଭକୁ ସେ ଭୂମି ଦେବି କାରଣ ତୁମ୍ଭେ ମୋର ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହୋଇ ରହିଲ।’ “ବର୍ତ୍ତମାନ ସଦାପ୍ରଭୁ ମୋତେ ଏହି 45 ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି, ଯେହେତୁ ସେ କହିଥିଲେ। ସଦାପ୍ରଭୁ ମୋଶାଙ୍କୁ ଏହା କହିଲା ସମୟରୁ ଆମ୍ଭେ ମରୁଭୂମିରେ ଭ୍ରମଣ କରୁଥିଲୁ। ବର୍ତ୍ତମାନ ମୋତେ 85 ବର୍ଷ ହେଲାଣି। ମୁଁ ଆଜି ଠିକ୍ ସେହିପରି ଶକ୍ତିଶାଳୀ ଅଛି ଯେତେବେଳେ ମୋଶା ମୋତେ ପଠାଇ ଥିଲେ, ସେତେବେଳେ ମୁଁ ଯେପରି ଶକ୍ତିଶାଳୀ ଥିଲି। ମୁଁ ସେତେବେଳେ ଯେପରି ଯୋଦ୍ଧା ଥିଲି, ବର୍ତ୍ତମାନ ମଧ୍ୟ ଯୁଦ୍ଧ କରିବା ପାଇଁ ସେହିପରି ଯୋଦ୍ଧା ଅଛି। ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।” ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେ‌‌ବ‌ଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ। ଏବଂ ସେହି ସହର ଆଜି ପର୍ଯ୍ୟନ୍ତ ସେହି ଯିଫୁନ୍ନିର ପୁତ୍ର କାଲେ‌ବ୍‌ର ବଂଶଧରମାନେ ଭୋଗ କରୁଛନ୍ତି। ସେମାନେ ହେଲେ କନିସୀୟ, ଯେଉଁମାନେ କି ହିବ୍ରୋଣକୁ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାରରେ ଅଛି କାରଣ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ରୂପେ ଅନୁଗତ ଥିଲେ। ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା। ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା। ଯିହୁଦାମାନଙ୍କ ପାଇଁ ଭୂମି ଯିହୁଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ପରିବାରବର୍ଗନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ମରୁଭୂମିର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା। ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଥିଲା। ଏହି ସୀମା ଦକ୍ଷିଣ ଦିଗର ଅକ୍ରବ୍ଦୀମ ଘାଟି ଦେଇ ସିନ୍ ପର୍ଯ୍ୟନ୍ତ ଗଲା। ପୁଣି ଦକ୍ଷିଣରେ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା ତହିଁ ହିଷ୍ରୋଣ ଦେଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା। ଏହି ସୀମା ଅ‌ସ୍‌ମୋନରୁ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ। ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଯାଏ ଥିଲା। ଉତ୍ତର ସୀମା ଯର୍ଦ୍ଦନ ପ୍ରାନ୍ତରରେ ସମୁଦ୍ରର ଅଖାତଠାରୁ ଥିଲା। ଏହା ପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈ‌ଥ୍‌ଅରାବାର ଉତ୍ତର ଦେଇ ଗଲା। ତହୁଁ ସେ ସୀମା ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା। ବୋହନ ଥିଲେ ରୁବେ‌ନ୍‌ର ପୁତ୍ର। ଏହିପରି ଭାବରେ ସେହି ସୀମା ଆଖୋର ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ଗି‌ଲ୍‌ଗଲ୍ ଆଡ଼କୁ ଯାଇ ଉତ୍ତର ଦିଗକୁ ଯାଇଛି ଓ ଐନ୍ ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ଶେଷଭାଗ ଐ‌ନ୍‌-ରୋଗେଲ୍ ନିକଟରେ ଥିଲା। ସେହି ସୀମା ହିନ୍ନୋମ ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ନଗର ଆଡ଼କୁ ଗଲା, ଏହାକୁ ଯିରୁଶାଲମ କହନ୍ତି। ଏହିପରି ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଗଲା। ଏହା ରଫାୟିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ଯ୍ୟନ୍ତ ଥିଲା। ସେହି ସ୍ଥାନଠାରୁ ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା। ପୁଣି ସେହି ସୀମା କିରିୟାଥ-ଯିୟାରୀମ୍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା। ଏହା ପରେ ସେହି ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ୍ ନାମରେ ପ୍ରସିଦ୍ଧ ଯିୟାରୀମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଥିଲା। ତହୁଁ ସେ ବୈ‌ଥ୍‌ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଥିଲା। ଏହା ପରେ ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ସେଠାରୁ ସେ ଶ‌କ୍‌କେରୋନ୍ ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଓ ବାଲା ପର୍ବତରେ ପଡ଼ି ଯବନିୟେଲ ପର୍ଯ୍ୟନ୍ତ ଥିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା। ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ନିଜ ନିଜ ବଂଶ ଅନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା। ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେ‌ବ୍‌କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ। କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରକୁ ତଡ଼ି ଦେଲେ। ଏହା ପରେ କାଲେବ୍ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ପୂର୍ବକାଳରେ ସେହି କିରିୟଥ ସେଫର ନାମରେ ବିଖ୍ୟାତ ଥିଲା। କାଲେବ୍ କହିଲେ, “ମୁଁ କିରିୟଥ ସେଫରକୁ ଆକ୍ରମଣ କରିବାକୁ ଗ୍ଭହେଁ। ଯେଉଁ ଲୋକ ମୋ’ ସହିତ ସହଯୋଗ କରି କିରିୟଥ ସେଫରକୁ ପରାସ୍ତ କରିବାରେ ସାହାଯ୍ୟ କରିବ ମୁଁ ମୋର କନ୍ୟା ଅ‌କ୍‌ଷାରକୁ ତାଙ୍କ ସହ ବିବାହ ଦେବି।” କାଲେ‌‌ବ୍‌‌ର ଭାଇ କ‌ନସର ପୁତ୍ର ଅତ୍ନୀୟେଲ ସେ ସହରକୁ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ୟା ଅ‌କ୍‌ଷାକୁ ଅତ୍ନୀୟେଲ ସହିତ ବିବାହ ଦେଲେ। ଅ‌କ୍‌ଷା ଅତ୍ନୀୟେଲ ସହିତ ଯିବାକୁ ବାହାରନ୍ତେ, ଅ‌କ୍‌ଷା ଅତ୍ନୀୟେଲକୁ କହିଲେ ତାଙ୍କ ବାପାଙ୍କୁ କିଛି ଭୂମି ମାଗିବା ପାଇଁ। ଅ‌କ୍‌ଷାର ତାଙ୍କ ପିତାଙ୍କ ପାଖକୁ ଗଲେ। ଯେତେବେଳେ ସେ ତାଙ୍କ ଗଧରୁ ଓହ୍ଲାଇ ପଡ଼ିବା ସମୟରେ କାଲେବ୍ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ଆଉ କ’ଣ ଦରକାର?” ଅ‌କ୍‌ଷା ଉତ୍ତର ଦେଲେ, “ଆପଣ ମୋତେ ଆଶୀର୍ବାଦ କରନ୍ତୁ। କାରଣ ଆପଣ ମୋତେ ନେଗେଭର ଟାଙ୍ଗରା ଭୂମି ଦେଇଛନ୍ତି। ଦୟାକରି ଜଳ ନିର୍ଝର ମୋତେ ଦିଅନ୍ତୁ।” ତେଣୁ କାଲେବ୍ ସେ ଯାହା ଗ୍ଭହିଁଲେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ। ଏହି ଦେଶ ଯିହୁଦା ପରିବାରବର୍ଗର ଅଧିକାର ନିମନ୍ତେ ଦିଆଯାଇଥିଲା। ନେଗେଭର ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର ମଧ୍ୟ। କୀନା, ଦୀମୋନା, ଅଦାଦା, କେଦଶ୍, ହା‌ତ୍‌ସୋର, ଯିତ୍ନନ୍, ସୀଫ, ଟେଲମ୍, ବାଲୋତ୍, ହା‌ତ୍‌ସୋର-ହଦତ୍ତା, କରିୟୋଥ-ହିଷ୍ରୋଣ, ଅମାମ୍, ଶମା, ମେଲାଦା, ହ‌ତ୍‌ସର-ଗଦ୍ଦା, ହି‌ଷ୍‌ମୋନ୍, ବୈ‌ଥ୍‌ପେଲଟ, ହ‌ତ୍‌ସର-ଶିୟାଲ, ‌ବେ‌ର୍‌ଶେବା, ବିଷିୟୋଥିୟା, ବାଲା, ଇୟୀମ୍, ଏ‌ତ୍‌ସମ୍, ଇଲତୋଲଦ୍, କସୀଲ, ହର୍ମା, ସି‌କ୍‌ଲଗ୍, ମ‌ଦ୍‌ମନ୍ନା, ସ‌ନ୍‌ସନ୍ନା, ଲବାୟୋତ୍, ଶିଲହୀମ୍, ଐନ୍, ରିମ୍ମୋନ୍ ସହର ସମେତ ମୋଟରେ ଅଣତିରି‌ଶ୍‌ଟି ନଗର ଅଟେ। ଯିହୁଦାର ବଂଶ ପଶ୍ଚିମ ପର୍ବତ ପାର୍ଶ୍ୱସ୍ଥ ତଳଭୂମି ନଗରଗୁଡ଼ିକ ଅଧିକାରକୁ ନେଲେ। ସେଗୁଡ଼ିକ ହେଲା, ଇଷ୍ଟାୟୋଲ, ସରିୟ ଓ ଆ‌‌ସ୍‌‌ନା, ସାନୋହ, ଐ‌ନ୍‌ଗନ୍ନୀମ୍, ତପୂହ, ଐନମ୍, ଯର୍ମୂତ୍, ଅଦୁଲ୍ଲମ୍, ସୋଖୋ, ଅସେକା, ଶାରୟିମ୍, ଅଦୀଥୟିମ୍, ଗଦେରା ଓ ଗଦେରାଥୟିମ୍, ଏହିପରି କ୍ଷେତ ସମେତ ଚଉଦ ନଗର ଥିଲା। ଯିହୁଦା ପରିବାର ବଂଶମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆ ଯାଇଥିଲା, ଯଥା, ସନାନ୍, ହଦାଶା, ମି‌ଗ୍‌‌ଦଲଗାଦ, ଦିଲିୟନ୍, ମି‌‌ସ୍‌‌ପୀ, ଯକ୍ତେଲ, ଲାଖୀଶ୍, ବସ୍କତ୍, ଇଗ୍ଲୋନ୍, କବ୍ବୋନ୍, ଲହମମ, କିତୀଶ୍, ଗଦେରୋତ୍, ବୈଥ୍-ଦାଗୋନ୍, ନୟମା, ମ‌କ୍‌କେଦା ଗ୍ରାମ ସମେତ ଏହିପରି ଷୋହଳ ନଗର ଥିଲା ଏବଂ ଏଥିର ଚତୁର୍ପାର୍ଶ୍ୱସ୍ଥ ଭୂମି ସମୂହ। ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ନେଲେ, ସେଗୁଡ଼ିକ ହେଲା, ଲି‌‌ବ୍‌‌ନା, ଏଥର୍, ଅଶନ୍, ଯିପ୍ତହ, ‌ଅସ୍‌‌ନା, ନ‌ତ୍‌ସୀବ୍, କିୟୀଲା, ଅ‌କ୍‌ଷୀବ, ମାରେଶା ଗ୍ରାମ ସମେତ ଏହିପରି ନଅ ଗୋଟି ନଗର ଥିଲା। ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ତାଙ୍କ ଅଧିକାରକୁ ଆଣିଲେ, ସେଗୁଡ଼ିକ ହେଲା, ଇକ୍ରୋଣ, ତା’ର ଉପନଗର ଓ ତା’ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ। ସେମାନେ ମଧ୍ୟ ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗୁଡ଼ିକ ନେଲେ। ଅସଦୋଦ, ତା’ର ଉପନଗର, ଓ ଗ୍ରାମମାନ, ଘସା, ତହିଁର ଉପନଗର ଓ ଗ୍ରାମଗୁଡ଼ିକ, ମିଶରର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ। ଯିହୁଦାର ଲୋକମାନଙ୍କୁ ପର୍ବତମୟ ଦେଶରେ ଶାମୀର, ଯତ୍ତୀର ଓ ସୋଖୋ, ଦନ୍ନା, କିରିୟଥ-ସନ୍ନା, ଅନାବ୍, ଇଷ୍ଟିମୋୟ, ଆନୀମ୍, ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମେତ ଏଗାରଟି ନଗର ଥିଲା। ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ନଗରଗୁଡ଼ିକ ଦିଆଯାଇ ଥିଲା। ସେଗୁଡ଼ିକ ହେଲା ଅରାବ୍, ଦୂମା, ଇଶିୟନ୍, ଯାନୁମ୍, ବୈତ୍ତପୂହ ଓ ଅଫେକା, ହୁ‌ମ୍‌ଟା, କିରିୟଥ୍-ଅର୍ବ ହିବ୍ରୋଣ ଓ ସୀୟୋର, ଏହିପରି ନଅ ଗୋଟି ସହର ଓ ତା’ର ଚତୁର୍ପାର୍ଶ୍ୱରେ ଥିବା ସହର ସମୂହ। ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆଗଲା। ସେଗୁଡ଼ିକ ହେଲା, ମାୟୋନ୍ କର୍ମିଲ୍, ସୀପ୍, ଯୁଟା, ଯିଷ୍ରୀୟେଲ, ଯ‌ଗ୍‌ଦିୟାମ, ସାନୋହ, କୟିନ, ଗିବିୟା, ତିମ୍ନା, ଏହିସବୁ ଗ୍ରାମ ସମେତ ଦଶ ନଗର ଓ ଗ୍ରାମ ସମେତ ଥିଲା। ଯିହୁଦାର ଲୋକମାନଙ୍କୁ ମଧ୍ୟ ଏ ସହରଗୁଡ଼ିକ ଦିଆ ଯାଇଥିଲା। ଯଥା: ହଲହୁଲ, ବୈ‌ଥ୍‌ସୁର, ଗଦୋର, ମାରତ୍, ବୈଥନୋତ୍, ଇ‌ଲ୍‌ତକୋନ, ଏହିସବୁ ସହର ସମେତ ଛଅଟି ନଗର ଥିଲା। ସେମାନଙ୍କୁ ଆଉ ଦୁଇଟି ସହର ଦିଆ ଯାଇଥିଲା। ସେଗୁଡ଼ିକ ହେଲା ରବ୍ବା ଏବଂ କିରିୟଥ୍-ବାଲ। ପ୍ରାନ୍ତରରେ ସେମାନଙ୍କୁ ମଧ୍ୟ କିଛି ସହର ଦିଆଯାଇଥିଲା। ସେଗୁଡ଼ିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା, ନି‌‌ବ୍‌‌ଶନ୍, ଲବଣ ନଗର ଓ ଐ‌ନ୍‌ଗଦୀ, ଏହିସବୁ ଗ୍ରାମ ସମେତ ଛଅ ନଗର ଥିଲା। ମାତ୍ର ଯିହୁଦା ସନ୍ତାନଗଣ ଯିରୁଶାଲମ ନିବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ଏହି ହେତୁ ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ଯିହୁଦା ସନ୍ତାନଗଣ ସହିତ ଯିରୁଶାଲମରେ ବାସ କରୁଛନ୍ତି। ଇଫ୍ରୟିମ ଓ ମନଃଶି ପାଇଁ ଦେଶ ଯୋଷେଫଙ୍କର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ଯର୍ଦ୍ଦନ ନଦୀ ନିକଟସ୍ଥ ଯିରୀହୋଠାରୁ ଆରମ୍ଭ କରି ଯିରୀହୋର ଜଳ ନିକଟବର୍ତ୍ତୀ ଯାଏ ବ୍ୟାପିଥିଲା। ଏହାର ସୀମା ଯିରୀହୋଠାରୁ ପର୍ବତମୟ ଦେଶ ବୈଥେଲ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏହା ପରେ ଏହାର ସୀମା ବୈଥେ‌ଲ୍‌ଠାରୁ (ଲୁସ) ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା। ପଶ୍ଚିମରେ ଯଫଲେଟୀୟ ସୀମା ଆଡ଼େ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗେଷର୍ ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା। ଏହିପରି ଯୋଷେଫଙ୍କର ସନ୍ତାନ ମନଃଶି ଏବଂ ଇଫ୍ରୟିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରୟିମ ଓ ମନଃଶି ଯୋଷେଫଙ୍କର ସନ୍ତାନ ଥିଲେ। ଏହି ଭୂମି ଇଫ୍ରୟିମ ଲୋକଙ୍କୁ ଅଧିକାର ପାଇଁ ଦିଆ ଯାଇଥିଲା। ଏହାର ପୂର୍ବ ସୀମା ଉଚ୍ଚ ସୀମା ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କର ଅଧିକାର ସୀମା ହେଲା। ସେ ସୀମା ପଶ୍ଚିମ ଦିଗରେ ମି‌କ୍‌ମଥତ୍ ଉତ୍ତରରେ ବାହାରି ଗଲା। ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍ ଶିଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ପୂର୍ବ ଦିଗରେ ଯାନୋହ ଯାଏ ଗଲା। ଏହା ପରେ ଯାନୋହଠାରୁ ଅଟାରୋତ୍ ଓ ନାରତ୍ ଦେଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା। ତହୁଁ ଏହାର ସୀମା ପଶ୍ଚିମ ତପୂହଠାରୁ କାନ୍ନା ନଦୀଦେଇ ଗଲା ଓ ଏହାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ନିଜ ନିଜ ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର। ଏହା ଛଡ଼ା ମନଃଶି ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ ସନ୍ତାନଗଣର ପୃଥକୀକୃତ ଗ୍ରାମ ସମେତ ବହୁତ ନଗର ଥିଲା। କିଣାନୀୟମାନଙ୍କୁ ଗେଷରକୁ ତଡ଼ିବା ପାଇଁ। କିନ୍ତୁ ଇଫ୍ରୟିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଇଫ୍ରୟିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀୟ ଲୋକମାନେ ଇଫ୍ରୟିମ ଲୋକମାନଙ୍କର ଦାସ ହୋଇ ରହିଲେ। ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା। ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ। ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହ‌ଗ୍‌ଲା, ମି‌ଲ୍‌କା ଓ ତିର୍ସା। ଏହି ଝିଅମାନେ ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ସେନାପତିଗଣଙ୍କ ପାଖକୁ ଗଲେ। କନ୍ୟାଗଣ କହିଲେ, “ଆମ୍ଭମାନଙ୍କ ପୁରୁଷ ସମ୍ପର୍କୀୟମାନଙ୍କ ପରି ଆମ୍ଭକୁ ଭୂମି ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।” ତେଣୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସେମାନଙ୍କର ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ। ତେଣୁ ମନଃଶିର ବଂଶଧର ଯର୍ଦ୍ଦନ ନଦୀର ପଶ୍ଚିମ ପଟରୁ ଦଶ ଗୋଟି ଅଞ୍ଚଳ ଏବଂ ଅଧିକ ଦୁଇଟି ଅଞ୍ଚଳ ଗିଲିୟଦ ଓ ବାଶନ ଯର୍ଦ୍ଦନ ନଦୀର ଆର ପାରିରେ ନେଲେ। ତେଣୁ ଏହିପରି ଭାବରେ ସେ ସ୍ତ୍ରୀଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିୟଦର ଭୂମିକୁ ଅବଶିଷ୍ଟ ମନଃଶି ବଂଶଧରକୁ ଅଧିକାର ଦିଆଗଲା। ମନଃଶିର ଅଞ୍ଚଳ ଥିଲା ଆଶେର ଓ ମି‌କ୍‌ମଥତ୍ ମଧ୍ୟବର୍ତ୍ତୀ, ଏହା ଥିଲା ଶିଖିମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରୁ ଐନ୍ନ-ତପୂହନିବାସୀମାନଙ୍କ ନିକଟବର୍ତ୍ତୀ ଥିଲା। ତପୂହର ଚତୁର୍ପାର୍ଶ୍ୱସ୍ଥ ସମସ୍ତ ଭୂମି ମନଃଶିର ଅଧିକାରରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧୀନରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମାରେ ଥିଲା ଏବଂ ଏହା ଇଫ୍ରୟିମମାନଙ୍କ ଅଧିକାରରେ ରହିଲା। ମନଃଶିର ସୀମା ଦକ୍ଷିଣରୁ କାନ୍ନା ନଦୀ ପର୍ଯ୍ୟନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧୀନରେ ରହିଲା। କିନ୍ତୁ ନଗରଟି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସୀମାଠାରୁ ଆରମ୍ଭ କରି ପଶ୍ଚିମର ସମୁଦ୍ର ପର୍ଯ୍ୟନ୍ତ ଥିଲା। ଦକ୍ଷିଣ ଭାଗରେ ଥିବା ଭୂମି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ଉତ୍ତରରେ ଥିବା ଭୂମି ମନଃଶିର ସନ୍ତାନମାନଙ୍କ ଅଧିକାରରେ ରହିଲା। ଏବଂ ଏହାର ସୀମା ଥିଲା ସମୁଦ୍ର। ଏହି ସୀମା ଉତ୍ତରରେ ଆଶେର ସୀମାକୁ ଛୁଇଁ ଥିଲା। ଏବଂ ଇଷାଖର ଭୂମି ପୂର୍ବରେ ଥିଲା। ଇଷାଖର ଓ ଆଶେର ମଧ୍ୟରେ ବୈ‌ଥ୍‌ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା’ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐ‌ନ୍‌ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ। ତଥାପି ମନଃଶିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। କିନ୍ତୁ ଇସ୍ରାଏଲବାସୀଗଣ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେମାନେ କିଣାନୀୟମାନଙ୍କୁ ବେଠିକାମ କରିବାକୁ ବାଧ୍ୟ କଲେ। କିନ୍ତୁ ସେମାନେ କିଣାନୀୟମାନଙ୍କୁ ସେଠାରୁ ତଡ଼ିଦେବା ପାଇଁ ବାଧ୍ୟ କଲେ ନାହିଁ। ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।” ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।” ଯୋଷେଫଙ୍କର ଲୋକମାନେ କହିଲେ, “ଏହା ସତ୍ୟ ଯେ ଇଫ୍ରୟିମର ପର୍ବତମୟ ଦେଶ ଆମ୍ଭ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସେଠାରେ କିଣାନୀୟ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସେମାନଙ୍କର ଲୁହାର ରଥ ଅଛି। ଏବଂ ଯିଷ୍ରିୟେଲ ଉପତ୍ୟକା ତାଙ୍କ ଅଧୀନରେ ଅଛି। ବୈ‌ଥ୍‌ଶାନି ଏବଂ ତା’ର ଉପସହର ଗୁଡ଼ିକ ସେହି ଅଞ୍ଚଳର ଅଟେ।” ଏହା ପରେ ଯିହୋଶୂୟ ଯୋଷେଫଙ୍କର ଲୋକମାନଙ୍କୁ, “ଇଫ୍ରୟିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, “ତୁମ୍ଭେ ବହୁପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରୁ ଅଧିକ ପାଇବା ଉଚିତ୍।” ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।” ଅବଶିଷ୍ଟ ଭୂମିକୁ ବାଣ୍ଟି ନେଲେ ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ। ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି। ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ। ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ। କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନ‌କ୍‌ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ। ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।” ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା’ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।” ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ। ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ। ବିନ୍ୟାମୀନ ବଂଶଧରଙ୍କ ପାଇଁ ଭୂମି ବିନ୍ୟାମୀନର ପରିବାରବର୍ଗଗଣ ଯିହୁଦା ଓ ଯୋଷେଫଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭୂମି ପାଇଲେ। ବିନ୍ୟାମୀନ ପ୍ରତ୍ୟେକ ପରିବାରବର୍ଗର ଲୋକମାନେ ସେମାନଙ୍କର ଭାଗ ପାଇଲେ। ଏହି ଭୂମି ଯାହାକି ବିନ୍ୟାମୀନ ପରିବାରବର୍ଗଙ୍କ ପାଇଁ ସ୍ଥିର କରାଯାଇଥିଲା। ସେମାନଙ୍କର ଉତ୍ତର ସୀମା ଯର୍ଦ୍ଦନ ନଦୀଠାରୁ ଆରମ୍ଭ ହେଲା। ଏହାର ସୀମା ଉତ୍ତରରେ ଯିରୀହୋରୁ ଲାଗିଥିଲା। ଏହା ପରେ ଏହାର ସୀମା ପଶ୍ଚିମରେ ପର୍ବତମୟ ଦେଶକୁ ଲାଗିଥିଲା। ଏହାର ସୀମା ପୂର୍ବ ପଟରେ ବୈଥାବନ ପର୍ଯ୍ୟନ୍ତ ଲାଗିଥିଲା। ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା। ସେଠାରୁ ସେ ସୀମା ଲାଗି ରହିଲା। ପଶ୍ଚିମରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯିହୁଦା ସନ୍ତାନଗଣର କିରିୟଥ-ବାଲ୍ ବା କିରିୟଥ-ଯିୟାରୀମ୍ ନାମକ ଏକ ନଗର ପର୍ଯ୍ୟନ୍ତ। ଏହା ଥିଲା ସେମାନଙ୍କର ପଶ୍ଚିମ ସୀମା। ଏହାର ଦକ୍ଷିଣ ସୀମା କିରିୟଥ୍-ଯିୟାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗରେ ଏହାର ସୀମା ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଥିଲା। ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା। ଏହାର ସୀମା ଉତ୍ତର ଦିଗଠାରୁ ଐନଶେମସ ପର୍ଯ୍ୟନ୍ତ ଲାଗିଥିଲା। ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ପର୍ଯ୍ୟନ୍ତ ଓ ସେଠାରୁ ଗଲୀଲୋ‌ତ୍‌ଠାରୁ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଲାଗିଥିଲା। ଉତ୍ତର ଦିଗରେ ପଦା ଭୂମିର ସମ୍ମୁଖ ପାର୍ଶ୍ୱଠାରୁ ପଦାଭୂମି ପର୍ଯ୍ୟନ୍ତ ଲାଗି ଥିଲା। ଏହାର ସେହି ସୀମା ବୈଥ-ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଲାଗି ରହିଥିଲା। ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତଭାଗ ଥିଲା। ଏହା ଥିଲା ଏହାର ଦକ୍ଷିଣ ସୀମା। ଯର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ୟାମୀନଙ୍କର ପରିବାରବର୍ଗ ସେମାନଙ୍କର ଗୋଷ୍ଠୀ ଅନୁସାରେ ତାହା ଅଧିକାର କଲେ। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହୋ ଓ ବୈଥ୍-ଅଗ୍ଲା ଓ ଏମ‌କ୍‌କ‌‌‌ତ୍‌‌‌ଶିସ୍। ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍। ଅବ୍ବୀମ, ପାରା ଓ ଅଫ୍ରା। କଫରମ୍ମୋନି, ଅଫନି ଓ ଗେବା, ଗ୍ରାମ ସମେତ ଏହିପରି ଭାବରେ ବାରଟି ନଗର ଥିଲା। ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍, ମି‌‌ସ୍‌‌ପୀ, କଫୀରା, ମୋ‌ତ୍‌ସା, ରେକମ୍, ଯିର୍ପେଲ୍, ତରଲା, ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା। ଶିମିୟୋନମାନଙ୍କ ପାଇଁ ଭୂମି ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା। ସେମାନେ ଯାହାସବୁ ପାଇଲେ ତାହା ସବୁ ହେଲା, ‌ବେ‌ର୍‌ଶେବା ଓ ମୋଲାଦା। ହ‌ତ୍‌ସରଶିୟାଲ୍ ଓ ବାଲା ଏବଂ ଏ‌ତ୍‌ସମ୍। ଇଲତୋଲଦ୍, ବଥୁଲ୍ ଓ ହର୍ମା ସିକ୍ଳଗ୍ ବୈଥ-ମର୍କାବୋତ୍ ଓ ହ‌ତ୍‌ସର ସୂଷୀମ୍ ବୈଥଲବାୟୋତ୍, ଶାରୁହନ୍ ଗ୍ରାମ ସମେତ ଏହିପରି ଭାବରେ ତେରଟି ନଗର ଥିଲା। ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମେତ ଏହିପରି ଗ୍ଭରୋଟି ନଗର ଥିଲା। ବାଲ‌‌‌ତ୍‌‌‌-ବେର ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ସହରସବୁ ପାଇଲେ। ସେହି ଭୂମି ଶିମିୟୋନଙ୍କର ପରିବାରବର୍ଗକୁ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରତ୍ୟେକ ପରିବାର ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। ଶିମିୟୋନ ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏଥିପାଇଁ ଶିମିୟୋନ ସନ୍ତାନଗଣ ସେମାନଙ୍କର ଅଧିକାର ମଧ୍ୟରେ ଅଧିକାର ପାଇଲେ। ସବୂଲୂନ ପାଇଁ ଭୂମି ସବୂଲୂନର ପରିବାରବର୍ଗ, ସେମାନଙ୍କର ଗୋଷ୍ଠୀମାନଙ୍କ ପ୍ରତିଜ୍ଞାନୁସାରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ଯ୍ୟନ୍ତ ଥିଲା। ଏହିପରି ଭାବରେ ସେମାନଙ୍କର ସୀମା ପଶ୍ଚିମରେ ମରିୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଥିଲା। ପୁଣି ସାରୀଦରୁ ପୂର୍ବ ଦିଗରେ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଲାଗିଥିଲା। ଏହି ସୀମା ଦାବରତକୁ ଲାଗି ଯାଫିୟ ପର୍ଯ୍ୟନ୍ତ ଥିଲା। ସେଠାରୁ ପୂର୍ବ ଦିଗ ଦେଇ, ଗାଥ୍-ହେଫର ମଧ୍ୟଦେଇ ଏ‌ତ୍‌କା‌‌‌ତ୍‌‌‌ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣ ପର୍ଯ୍ୟନ୍ତ ଲାଗିଥିଲା। ଉତ୍ତର ଦିଗରେ ସେହି ସୀମା ଘେରି ରହିଥିଲା ହନ୍ନାଥୋନ ପର୍ଯ୍ୟନ୍ତ। ଏହାର ସୀମା ଯିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଲାଗିଥିଲା। କଟତ୍, ନହଲୋଲ୍, ଶିମ୍ରୋଣ, ଯିଦାଲା ଓ ବୈ‌ଥ୍‌ଲେହମ ଗ୍ରାମ ସମେତ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା। ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନୁସାରେ ସେମାନଙ୍କର ଅଧିକାର ଥିଲା ଇଷାଖରଙ୍କ ନିମନ୍ତେ ଭୂମି ଭୂମିର ଚତୁର୍ଥ ଅଂଶ ଇଷାଖର ପରିବାରବର୍ଗକୁ ଦିଆଗଲା। ପ୍ରତ୍ୟେକ ପରିବାର ସେଥିରୁ ଭାଗ ପାଇଲେ। ନିମ୍ନରେ ଦିଆଯାଇଥିବା ଭୂମିଗୁଡ଼ିକ ଉକ୍ତ ପରିବାରବର୍ଗଙ୍କୁ ଦିଆଗଲା। ସେମାନେ ହେଲେ ଯିଷ୍ରିୟେଲ, କସୁଲ୍ଲୋତ ଓ ସୁନେମ୍। ହଫାରୟିମ୍, ଶୀୟୋନ ଓ ଅନହରତ୍। ରାବ୍ବୀତ୍, କିଶିୟୋନ ଓ ଏବସ୍। ରେମତ୍ ଐନ୍-ଗନ୍ନୀମ୍ ଐ‌ନ୍‌-ହଦ୍ଦା ଓ ବୈ‌ଥ୍‌ପ‌ତ୍‌ସେସ୍। ଏସବୁର ସୀମା ତାଙ୍କର ତାବୋର ଶହ‌ତ୍‌ସୀସ୍ ଓ ବୈ‌ଥ୍‌ଶେମଶ ପର୍ଯ୍ୟନ୍ତ ଥିଲା। ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳଟି ନଗର ସେମାନଙ୍କର ଅଧୀନରେ ଥିଲା। ଏହି ସହର ଓ ଗ୍ରାମଗୁଡ଼ିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗୁଡ଼ିକ ସେମାନଙ୍କର ବଂଶାନୁସାରେ ପାଇଲେ। ଆଶେର ବଂଶଧରମାନଙ୍କର ଭୂମି ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ। ଯେଉଁ ଭୂମିସବୁ ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକର ମଧ୍ୟରେ ହିଲକତ୍, ହଲୀ, ବେଟନ୍ ଓ ଅକଷଫ୍ ଥିଲା। ଅଲମେଲକ୍, ଅମିୟାଦ୍ ଓ ମିଶାଲ୍ ଏବଂ ଏହା ପଶ୍ଚିମ ଦିଗରେ କର୍ମିଲ ଶୀହୋର୍-ଲିବନତ୍ ପର୍ଯ୍ୟନ୍ତ ଥିଲା। ଏହା ପରେ ଏହାର ସୀମା ପୂର୍ବ ଦିଗରେ ବୈଥଦାଗୁନ୍ ଆଡ଼େ ଥିଲା। ଏହି ସୀମା ବୈଥ୍ଏମକ୍ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଥିଲା। ଏହାର ବାମ ଦିଗରେ ଥିଲା କାବୂଲ୍। ଏହାର ସୀମା ଇବ୍ରୋଣ, ରହୋବ୍ ହମ୍ମୋନ୍, କାନ୍ନା ଓ ସୁଦୂର ମହାସୀଦୋନ୍ ପର୍ଯ୍ୟନ୍ତ ଲାଗିଥିଲା। ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା। ଉମ୍ମା, ଅଫେକ୍ ଓ ରହୋବ ଏହିପରି ଗ୍ରାମ ସମେତ ବାଇଶିଟି ନଗର ଥିଲା। ଯେଉଁଟାକି ଆଶେରର ପରିବାରବର୍ଗକୁ ଦିଆଯାଇଥିଲା। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ନିଜ ନିଜର ପ୍ରାପ୍ୟ ଭୂମି ଭାଗ ପାଇଲେ। ନପ୍ତାଲିର ବଂଶଧରଙ୍କର ଭୂମି ଏହାର ଷଷ୍ଠାଂଶଟି ନପ୍ତାଲିର ପରିବାରବର୍ଗଙ୍କୁ ଦିଆଗଲା। ଏବଂ ସେହି ପରିବାରବର୍ଗର ପ୍ରତ୍ୟକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। ସେମାନେ ଯେଉଁସବୁରୁ ଭୂମି ପାଇଥିଲେ, ସେ ସବୁର ସୀମା ଏହିପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେ‌ଲ୍‌ଫଠାରୁ ଆରମ୍ଭ ହେଲା। ଏହାର ସୀମା ଆଦାମୀ ଯ‌‌ବ୍‌‌ନିୟେଲଠାରୁ ନେକ୍‌ବ ମଧ୍ୟଦେଇ ଗଲା। ଏହାର ସୀମା ଲ‌କ୍‌କୁମ ଓ ଯର୍ଦ୍ଦନ ନଦୀ ଶେଷଭାଗ ଯାଏ ଲାଗିଥିଲା। ଏହାର ସୀମା ପଶ୍ଚିମ ଦିଗରେ ଅ‌‌ସ୍‌‌ନୋ‌ତ୍‌ତାବୋରକୁ ଲାଗିଥିଲା। ସେଠାରୁ ହୁ‌କ୍‌କୋକ୍ ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଯର୍ଦ୍ଦନ ନିକଟ ଯିହୁଦା ପର୍ଯ୍ୟନ୍ତ ଲାଗିଥିଲା। ଏହାର ସୀମାରେ କେତେଗୁଡ଼ିଏ ଶକ୍ତିଶାଳୀ ନଗର ଥିଲା। ସେଗୁଡ଼ିକ ହେଲା ସବୀମ, ସେର, ହମ୍ମତ, ର‌କ୍‌କତ୍ ଓ କିନ୍ନେରତ୍। ଆଦାମା, ରାମା ଓ ହା‌ତ୍‌ସୋର, କେଦଶ, ଇଦ୍ରିୟୀ ଓ ଐନ ହା‌ତ୍‌ସୋର, ଯିରୋଣ ମି‌ଗ୍‌ଦଲେଲ, ହୋରେମ୍ ବୈଥଂନାତ୍, ବୈ‌ଥ୍‌ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା। ସେହି ପରିବାରବର୍ଗର ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। ଦାନ୍ ବଂଶଧରମାନଙ୍କ ଭୂମି ଏହା ପରେ ଦାନ୍ ପରିବାରବର୍ଗମାନଙ୍କୁ ସପ୍ତମ ବାଣ୍ଟ ଉଠିଲା, ସେହି ଭୂମିର ସମସ୍ତ ଭାଗଟି ଦିଆଗଲା। ଏହିସବୁ ଭୂମି ଯାହାକି ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ହେଲା ସରିୟ, ଇଷ୍ଟାୟୋଲ, ଇରଶେମଶ, ଶା‌ଲ୍‌ବୀମ୍, ଅୟାଲୋନ୍ ଓ ଯି‌ତ୍‌ଲା, ଏଲୋନ୍, ତିମ୍ନାଥା ଓ ଇକ୍ରୋଣ, ଇ‌ଲ‌ତ୍‌କୀ, ଗିବୋଥୋନ ଓ ବାଲତ୍, ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍। ମେୟକୋନ୍, ର‌କ୍‌କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ। କିନ୍ତୁ ଦାନ୍ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସୁବିଧାର ସମ୍ମୁଖୀନ ହେଲେ। ସେଠାରେ ତାଙ୍କର ବହୁତ ଶକ୍ତିଶାଳୀ ଶତ୍ରୁ ଥିଲେ। ଏବଂ ଦା‌ନ୍‌ର ଲୋକମାନେ ସେମାନଙ୍କୁ ଏତେ ସହଜରେ ପରାସ୍ତ କରି ପାରି ନ ଥିଲେ। ଯେଉଁଥିପାଇଁ ଦାନ୍ ବଂଶଧରମାନେ ଇସ୍ରାଏଲର ଉତ୍ତର ଦିଗକୁ ଗଲେ। ଏବଂ ଲେଶ‌‌ମ୍‌‌ମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ଲେଶ‌‌ମ୍‌‌ମାନଙ୍କୁ ଯୁଦ୍ଧରେ ପରାସ୍ତ କଲେ। ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ହତ୍ୟା କଲେ। ତେଣୁ ଦା‌ନ୍‌ର ଲୋକମାନେ ଲେଶ‌‌ମ୍‌‌ମାନଙ୍କର ସହରରେ ବାସ କଲେ। ଏବଂ ଦା‌ନ୍‌ର ପୂର୍ବପୁରୁଷଙ୍କ ନାମାନୁସାରେ ଲେଶ‌ମ୍‌ର ନାମ ଦାନ ରଖିଲେ। ଏହି ସମସ୍ତ ନଗର, ଗ୍ରାମସବୁ ଓ ସେମାନଙ୍କର କ୍ଷେତସବୁ ଦା‌ନଙ୍କ ପରିବାରବର୍ଗଙ୍କୁ ହିଁ ଦିଆଗଲା। ପ୍ରତ୍ୟେକ ବଂଶଧର ସେମାନଙ୍କ ବଂଶ ଅନୁସାରେ ଅଧିକାର ପାଇଲେ। ଯିହୋଶୂୟ ପାଇଁ ଭୂମି ଏହିପରି ଭାବରେ ସେମାନଙ୍କ ମୂଖ୍ୟ ଭୂମିକୁ ଭାଗ କଲେ ଓ ସେଗୁଡ଼ିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶେଷ କରିଲା ପରେ, ଇସ୍ରାଏଲୀୟ ଲୋକମାନେ ସ୍ଥିର କଲେ ନୂନର ପୁତ୍ର ଯିହୋଶୂୟଙ୍କୁ କିଛି ଭୂମି ଦେବାକୁ। ଏହିସବୁ ଭୂମି ତାଙ୍କୁ ଦିଆଯିବା ପାଇଁ ପ୍ରତିଜ୍ଞା କରାଯାଇଥିଲା। ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ, ଏହିସବୁ ଭୂମି ଦେବା ପାଇଁ। ତେଣୁ ସେମାନେ ଯିହୋଶୂୟଙ୍କୁ ଏହିସବୁ ନଗର ଦେଇଥିଲେ। ଇଫ୍ରୟିମ ପର୍ବତମୟ ଦେଶରେ ତିମତ୍-ସେରହ। ତେଣୁ ସେ ସେଠାରେ ନଗର ଗଠନ କରି ବାସ କଲେ। ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ। ନଗରଗୁଡ଼ିକର ନିରାପତ୍ତା ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ମୁଁ ମୋଶାଙ୍କ ଦ୍ୱାରା ତୁମ୍ଭକୁ ନିର୍ଦ୍ଦେଶ ଦେଇଥିଲି। ମୋଶା ତୁମ୍ଭକୁ କହିଥିଲେ, ତୁମ୍ଭେମାନେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ। ଯଦି କୌଣସି ନରହତ୍ୟାକାରୀ ଭୁଲରେ ଓ ଅଜ୍ଞାତସାରରେ କାହାକୁ ବଧ କରେ ସେ ସେହି ନିରାପଦ ସହରକୁ ପଳାଇ ଯାଇପାରେ। ତେଣୁ ସେହିସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ। ଏହି କଥା ଜଣେ ପଳାୟନକାରୀ ନିଶ୍ଚିତ କରିବ। “ନିଜ ସହରରୁ ପଳାୟନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ଯ୍ୟନ୍ତ ଦୌଡ଼ି ସେଠାରେ ବନ୍ଦ କରିବା ଉଚିତ୍। ତା’ ପ୍ରତି କ’ଣ ଘଟିଲା ସେ ନିହାତି ମୂଖ୍ୟ ଲୋକମାନଙ୍କୁ କହିବ। ତା’ପରେ ମୂଖ୍ୟମାନେ ତାକୁ ନଗରରେ ପ୍ରବେଶ କରିବାକୁ ଅନୁମତି ଦେବେ। ସେମାନେ ତାକୁ ସେମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେଇ ପାରନ୍ତି। କିନ୍ତୁ ଯେଉଁ ଲୋକମାନେ ତା’ ପଛରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସେମାନେ ଆସି ଏହି ନଗରରେ ପହଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକୁ ପ୍ରତିଶୋଧ ନେବା ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦୁର୍ଘଟଣା ବଶତଃ ଜଣେ ବ୍ୟକ୍ତିକୁ ହତ୍ୟା କରିଥିଲା। ସେ ରାଗି କରି କିମ୍ବା ଦ୍ୱେଷରେ ବା ଇଚ୍ଛାକରି ତାକୁ ହତ୍ୟା କରି ନ ଥିଲା। ଏହା ଦୁର୍ଘଟଣା ବଶତଃ ହୋଇଥିଲା। ସେହି ଲୋକଟି ସେଠାରେ ସେହି ପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ସେ ବିଗ୍ଭରକ ମଣ୍ଡଳୀ ସାକ୍ଷାତରେ ଠିଆ ହୋଇଥିବେ। ପୁଣି ସେହି ସମୟରେ ମହାଯାଜକର ମୃତ୍ୟୁ ହେବାଯାଏ, ସେ ସେହି ନଗରରେ ବାସ କରିବ। ଏହା ପରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ନିଜର ସେହି ନଗରକୁ ଓ ନିଜ ଗୃହକୁ ଫେରିଯିବ।” ତେଣୁ ଇସ୍ରାଏଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହା “ନିରାପଦ ସହର” ନାମରେ ପରିଚିତ। ସେହି ସହରଗୁଡ଼ିକ ଥିଲା। ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ୍ ଓ ଯିହୁଦାର ପର୍ବତମୟ ଦେଶରେ କିରିୟଥ-ଅର୍ବ (ହିବ୍ରୋଣ) ପ୍ରତିଷ୍ଠା କଲେ। ଏହା ପରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେ‌ତ୍‌ସର ଓ ଗାଦ୍ ବଂଶର ଗିଲିୟଦରେ ରାମୋତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ। ସେମାନଙ୍କ ମଧ୍ୟରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଛାରେ ଜଣେ ବ୍ୟକ୍ତିକୁ ହତ୍ୟାକରେ, ତାକୁ ଯେକୌଣସି ନିରାପଦ ସହରକୁ ଯିବା ପାଇଁ ଅନୁମତି ଦିଆଯିବ। ତା’ହେଲେ ସେହି ମନୁଷ୍ୟଟି ନିରାପଦ ହେବ ଏବଂ ପ୍ରତିଶୋଧ ପାଇଁ ଗୋଡ଼ାଇଥିବା ସମ୍ପର୍କୀୟମାନଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ ନାହିଁ। ନ୍ୟାୟାଳୟରେ ବିଗ୍ଭର ହେବା ପର୍ଯ୍ୟନ୍ତ ସେହି ନିରାପଦ ସହରରେ ରହିବ। ଲେବୀୟ ଏବଂ ଯାଜକମାନଙ୍କ ପାଇଁ ସହର ଏହା ପରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ। ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗରରେ ଲେବୀୟର ଶାସକଗଣ ତାହାଙ୍କୁ କହିଲେ, “ସଦାପ୍ରଭୁ ମୋଶାଙ୍କୁ ଆଦେଶ ଦେଇଛନ୍ତି। ସେ ଏହିପରି ଆଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ଭୂମି ଦେବ, ଯେଉଁଠାରେ ଆମ୍ଭର ପଶୁମାନେ ଚରାବୁଲା କରି ପାରିବେ।” ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ୟକୁ ସମ୍ମାନ ଦେଲେ ଓ ମାନି ନେଲେ। ସେମାନେ ଲେବୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶୁ ଚରିବା ପାଇଁ ନିଜର ଅଧିକାର ମଧ୍ୟରୁ। କହାତୀୟ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଯିହୁଦା ବଂଶରୁ, ଶିମିୟୋନ ବଂଶରୁ ଓ ବିନ୍ୟାମୀନ ବଂଶରୁ ତେରଟି ନଗର ପାଇଲେ। କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରୁ ଦଶ ନଗର ପାଇଲେ। ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରୁ ଏବଂ ଆଶେର ବଂଶ, ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେରଟି ନଗର ପାଇଲେ। ମରାରି ସନ୍ତାନଗଣ ନିଜ ନିଜ ବଂଶାନୁସାରେ ରୁବେନ୍ ବଂଶ, ଗାଦ୍ ବଂଶ, ସବୂଲୂନ ବଂଶରୁ ଏହିପରି ବାରଟି ନଗର ପାଇଲେ। ଏହିପରି ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ଭାବରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ। ଏବଂ ସେମାନେ ଯିହୁଦା ସନ୍ତାନଗଣ ବଂଶରୁ ଓ ଶିମିୟୋନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗୁଡ଼ିକ ଦାନ କଲେ ତାହାର ନାମ ଲିଖିତ ଅଛି। ପ୍ରଥମ ପସନ୍ଦ ସହର ଭିତରେ ଲେବୀୟମାନଙ୍କୁ ଦିଆଗଲା କହାତର ବଂଶୀୟମାନଙ୍କର ହେଲା। ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରିୟଥ୍ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନୁସାରେ ଏହି ସ୍ଥାନର ନାମ ଅର୍ବ ରଖାଯାଇ ଥିଲା। ସେହି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସେମାନେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଅଧିକାର କରିବାକୁ ଦେଲେ। ତେଣୁ ସେମାନେ ହାରୋଣଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସେମାନେ ମଧ୍ୟ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲି‌‌ବ୍‌‌ନା ସହର ଦେଲେ। ଯତ୍ତୀର ଓ ତହିଁ ତଳଭୂମି, ଇଷ୍ଟମୋୟ ଓ ତା’ର ତଳଭୂମି। ହୋଲୋନ୍, ତା’ର ତଳଭୂମି, ଦବୀର ଓ ତା’ର ତଳଭୂମି। ଐନ୍ ଓ ତହିଁର ତଳଭୂମି, ଯୁଟା ଓ ତହିଁର ତଳଭୂମି, ବୈ‌ଥ୍‌ଶେମଶ୍ ଓ ତା’ର ତଳଭୂମି ସେହି ଦୁଇ ବଂଶରୁ ଏହିପରି ନଅ ଗୋଟି ନଗର ଦେଲେ। ପୁଣି ବିନ୍ୟାମୀନ ବଂଶରୁ ଗିବିୟୋନ ଓ ତା’ର ତଳଭୂମି, ଗେବା ଓ ତା’ର ତଳଭୂମି, ଅନାଥୋତ୍ ଓ ତା’ର ତଳଭୂମି, ଅ‌ଲ୍‌ମୋନ୍ ଓ ତା’ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ। ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ହେଲା। କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲେବୀୟମାନଙ୍କ ବଂଶ ସମୂହ ଇଫ୍ରୟିମ ବଂଶରୁ ସେମାନଙ୍କର ନିଜର ନଗର ବାଣ୍ଟି ନେଲେ। ଇଫ୍ରୟିମ ପର୍ବତମୟ ଦେଶରୁ ଶିଖିମି, ଗେଷର ସହର ସେମାନଙ୍କୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା। କି‌ବ୍‌‌ସୟିମ୍ ଓ ତା’ର ତଳଭୂମି, ବୈ‌ଥ୍‌ହୋରଣ ଓ ତା’ର ତଳଭୂମି ଏହିପରି ସେମାନଙ୍କ ଗ୍ଭରିଟି ନଗର ଦେଲେ। ଦାନ ପରିବାରବର୍ଗ ଇ‌ଲ‌ତ୍‌କୀ ଓ ଗିବ୍ବଥୋନ୍ ସେମାନଙ୍କୁ ଦେଲେ। ଅୟାଲୋନ ଓ ତା’ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ। ମନଃଶିର ଅର୍ଦ୍ଧ ବଂଶରୁ ତାନକ୍ ଓ ତା’ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା’ର ତଳଭୂମି ଏହିପରି ଦୁଇଟି ନଗର ଦେଲେ। କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳଭୂମି ସମେତ ଦଶ ଗୋଟି ନଗର ହେଲା। ଗେର୍ଶୋନ୍ ପରିବାର ମଧ୍ୟ ଲେବୀୟ ପରିବାରବର୍ଗରୁ ଥିଲେ। ମନଃଶିର ଅର୍ଦ୍ଧବଂଶ ବାଶନ ଅନ୍ତର୍ଗତ ଗୋଲନ୍ ନଗର ନିରାପତ୍ତାର ନଗର ଏବଂ ବିଷ୍ଟରା ଓ ତା’ର ତଳଭୂମି ଏହି ଦୁଇଟି ନଗର ଦେଲେ। ଇଷାଖର ପରିବାରବର୍ଗକୁ କିଶିୟୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା’ର ତଳଭୂମି, ଯର୍ମୂତ୍ ଓ ତା’ର ତଳଭୂମି ଐନ-ଗନ୍ନିମ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ। ଏବଂ ଆଶେର ବଂଶରୁ ମିଶାଲ୍ ଓ ତା’ର ତଳଭୂମି, ଅ‌‌ବ୍‌‌ଦୋନ୍ ଓ ତା’ର ତଳଭୂମି। ହିଲକତ୍ ଓ ତା’ର ତଳଭୂମି, ରହୋବ୍ ଓ ତା’ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ। ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତା’ର ତଳଭୂମି, ହମୋତ୍-ଦୋର ଓ ତା’ର ତଳଭୂମି, କର୍ତ୍ତନ ଓ ତା’ର ତଳଭୂମି, ଏହିପରି ଭାବରେ ସେହି ତିନୋଟି ନଗର ଦେଲେ। ନିଜ ନିଜ ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ପାଇଲେ। ଏହା ପରେ ସେମାନେ ମରାରି ସନ୍ତାନଗଣର ପରିବାରବର୍ଗନୁସାରେ ଅବଶିଷ୍ଟ ଲେବୀୟ ଗୋଷ୍ଠୀଙ୍କୁ, ସବୂଲୂନ ବଂଶରୁ ଯଗ୍ନିୟାମ୍ ଓ ତା’ର ତଳଭୂମି କାର୍ତ୍ତା ଓ ତା’ର ତଳଭୂମି, ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସେମାନଙ୍କୁ ଗ୍ଭରୋଟି ସହର ଓ କ୍ଷେତ୍ର ଦେଲେ। ରୁବେନ୍ ବଂଶରୁ ବେ‌ତ୍‌ସର ତଳଭୂମି, ଯହସ ଓ ତା’ର ତଳଭୂମି। କଦେମୋତ୍ ଓ ତା’ର ତଳଭୂମି, ମେଫାତ୍ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ। ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା’ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ। ହି‌ଷ୍‌ବୋନ୍, ଯାସେର ଓ ତା’ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ। ଏହିପରି ଭାବରେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନୁସାରେ ସେମାନେ ବାରଟି ନଗର ପାଇଲେ। ଏହିପରି ଭାବରେ ଲେବୀୟମାନେ ଅଠଗ୍ଭଳିଶ୍‌ଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାରରେ ଥିଲା। ଏହି ପ୍ରତ୍ୟେକ ସହର ସହିତ ତା’ର ଚତୁର୍ପାର୍ଶ୍ୱରେ ତଳଭୂମି ଥିଲା। ଏହା ସମସ୍ତ ପଶୁମାନଙ୍କ ପାଇଁ କ୍ଷେତ ଥିଲା। ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇସ୍ରାଏଲୀୟବାସୀଙ୍କ ସମ୍ମୁଖରେ ତାକୁ ପୁରଣ କଲେ। ସେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସେମାନଙ୍କୁ ଦେଲେ। ଲୋକମାନେ ସେ ଜମିକୁ ନିଜ ଅଧିକାରକୁ ନେଲେ ଓ ସେଠାରେ ବାସ କଲେ। ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ କରିଥିବା ତାଙ୍କର ସମସ୍ତ ଶପଥ ଅନୁସାରେ ଗ୍ଭରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କର ଆଗରେ ଠିଆ ହୋଇ ପାରିଲେ ନାହିଁ। ସଦାପ୍ରଭୁ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ୟରୁ ଗୋଟିଏ ହେଲେ କଥା ବିଫଳ ହେଲା ନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା। ତିନୋଟି ପରିବାରବର୍ଗ ସେମାନଙ୍କର ସ୍ୱଗୃହକୁ ଫେରିଗଲେ ଏହା ପରେ ଯିହୋଶୂୟ ରୁବେ‌ନ୍‌ର ଗା‌ଦ୍‌ର ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ନେଇ ଏକ ସଭା ଡାକିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ମୋଶା ଥିଲେ ସଦାପ୍ରଭୁଙ୍କର ସେବକ। ମୋଶା ଯାହା କହିଥିଲେ, ତୁମ୍ଭେମାନେ ତାଙ୍କର ବାକ୍ୟ ଅନୁସାରେ ସମସ୍ତ କାର୍ଯ୍ୟ କରିଅଛ ଏବଂ ସର୍ବୋପରି ତୁମ୍ଭେମାନେ ମୋର ଆଜ୍ଞା ମାନିଅଛ। ଏବଂ ସବୁ ସମୟରେ ତୁମ୍ଭେମାନେ ଇସ୍ରାଏଲବାସୀଙ୍କୁ ସହଯୋଗ କରିଅଛ। ତୁମ୍ଭେମାନେ ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ବାକ୍ୟକୁ ଠିକ୍ ଭାବରେ, ଅତି ସତର୍କତାର ସହକାରେ ପାଳନ କରିଛ ଏବଂ ତୁମ୍ଭେମାନେ ଏହି ଆଜ୍ଞା ପାଳନ କଲ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର। କିନ୍ତୁ ମନେରଖ-ସର୍ବଦା ମୋଶା ଦେଇଥିବା ନିୟମକୁ ନିଶ୍ଚୟ ପାଳନ କରିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ତାଙ୍କ ଆଦେଶ ସର୍ବଦା ମାନି ଚଳିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ତାହା ମନପ୍ରାଣ ଦେଇ ପାଳନ କରିବ।” ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ମୋଶା ମନଃଶିର ଅର୍ଦ୍ଧବଂଶକୁ ବାଶନରେ ଅଧିକାର ଦେଇଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ଅଧିକାର ଦେଲେ। ଆହୁରି ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ। ସେ କହିଲେ, “ତୁମ୍ଭେମାନେ, ତୁମ୍ଭମାନଙ୍କର ବହୁତ ଧନ ସମ୍ପଦ ଓ ପଶୁଗଣ ସହିତ ଘରକୁ ଯାଅ। ତୁମ୍ଭମାନଙ୍କର ବହୁତ ଦାମି ସୁନାରୂପା ଅଳଙ୍କାର ଇତ୍ୟାଦି ଅଛି। ତୁମ୍ଭମାନଙ୍କର ବହୁତ ସୁନ୍ଦର ପୋଷାକ ମଧ୍ୟ ଅଛି। ଯେଉଁଗୁଡ଼ିକ କି ତୁମ୍ଭେମାନେ ତୁମ୍ଭ ଶତ୍ରୁମାନଙ୍କଠାରୁ ଛଡ଼ାଇ ଆଣିଥିଲ। ଗୃହକୁ ଫେରିଯାଅ ଏବଂ ସେଗୁଡ଼ିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧ୍ୟରେ ବାଣ୍ଟି ଦିଅ।” ତେଣୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ବଂଶଧରର ଲୋକମାନେ ଇସ୍ରାଏଲ ବଂଶଧରଙ୍କଠାରୁ ବିଦାୟ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠାରେ ସେମାନେ ଥିଲେ। ସେମାନେ ସେ ସ୍ଥାନ ଛାଡ଼ି ଗିଲିୟଦକୁ ଗଲେ। ସେମାନେ ସେଠାରୁ ତାଙ୍କ ସ୍ୱଭୂମିକୁ ଗଲେ ଯାହାକି ମୋଶା ସେମାନଙ୍କୁ ଦେଇଥିଲେ। ସଦାପ୍ରଭୁ ମୋଶାଙ୍କୁ ମଧ୍ୟ ସେ ଭୂମି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରୁବେନ୍, ଗାଦ୍ ଏବଂ ମନଃଶିର ପରିବାର ଲୋକମାନେ ଗିଲିୟଦକୁ ଫେରିଗଲେ। ସେ ସ୍ଥାନଟି ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ କିଣାନୀୟ ଦେଶ ଅନ୍ତର୍ଗତ ଥିଲା। ସେହି ସ୍ଥାନରେ ସେମାନେ ଏକ ସୁନ୍ଦର ଯଜ୍ଞବେଦି ସ୍ଥାପନ କଲେ। କିନ୍ତୁ ଇସ୍ରାଏଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋରେ ରହିଥିଲେ। ସେମାନେ ସେ ଯଜ୍ଞବେଦି କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକୁ ନିର୍ମାଣ କରିଛନ୍ତି ବୋଲି। ସେମାନେ ମଧ୍ୟ ଏହି ଯଜ୍ଞବେଦିଟି କିଣାନୀୟ ଦେଶର ସୀମା ଅନ୍ତର୍ଗତ ଗିଲିୟଦଠାରେ କରାଯାଇଛି, ଶୁଣିବାକୁ ପାଇଲେ। ଏହା ଯର୍ଦ୍ଦନ ପାଖସ୍ଥ ଇସ୍ରାଏଲ ସନ୍ତାନଗଣଙ୍କ ଅଧିକୃତ ପାର୍ଶ୍ୱରେ ଥିଲା। ସମସ୍ତ ଇସ୍ରାଏଲ ପରିବାରବର୍ଗଗଣ ସେହି ତିନି ବଂଶ ଉପରେ ରାଗିଲେ। ଯୁଦ୍ଧ କରିବା ପାଇଁ ନିଷ୍ପତ୍ତି କଲେ। ସେମାନେ ଯୁଦ୍ଧକୁ ଯିବା ପାଇଁ ଶିଲୋଠାରେ ଏକତ୍ରିତ ହେଲେ। ଏଣୁ ଇସ୍ରାଏଲର ଲୋକମାନେ କିଛି ଲୋକଙ୍କୁ ରୁବେନ୍, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସେମାନଙ୍କର ନେତୃତ୍ୱ ପୀନହସ୍ ନେଇଗଲେ, ଯେ କି ଥିଲେ ଇଲିୟାସର ଯାଜକର ପୁତ୍ର। ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ। ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ। “ଇସ୍ରାଏଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରୁଅଛି, କାହିଁକି ତୁମ୍ଭେମାନେ ଇସ୍ରାଏଲର ସଦାପ୍ରଭୁଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କଲ? ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲ? ଏହା କ’ଣ ସଦାପ୍ରଭୁଙ୍କ ନୀତି ବାହାରେ ନୁହେଁ? ଏହା ତୁମ୍ଭେମାନେ ଠିକ୍ ରୂପେ ଜାଣ। ପିୟୋରରେ କ’ଣ ଘଟିଲା ତାହାକୁ ମନେ ପକାଅ? ଆମ୍ଭେମାନେ ସେହି ମହାପାପ ପାଇଁ ଏପର୍ଯ୍ୟନ୍ତ କଷ୍ଟ ଭୋଗୁଅଛୁ। ସଦାପ୍ରଭୁ ଇସ୍ରାଏଲର ବହୁ ବାସିନ୍ଦାକୁ ମହାମାରୀଦ୍ୱାରା ରୁ‌ଗ୍‌ଣ କଲେ। ଆମ୍ଭେମାନେ ମଧ୍ୟ ସେହି ମହାମାରୀ ଏପର୍ଯ୍ୟନ୍ତ ଭୋଗୁଅଛୁ। ବର୍ତ୍ତମାନ ତୁମ୍ଭେମାନେ ଠିକ୍ ସେହି ପାପ କରୁଛ! ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କଲ। ତୁମ୍ଭେମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେମାନେ ଏପରି ବ୍ୟବହାର କାହିଁକି ଦେଖାଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇସ୍ରାଏଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହେବେ। “‘ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛୁକ ହୁଏ, ତେବେ ତୁମ୍ଭେମାନେ ଆମ୍ଭ ନିକଟକୁ ପଳାଇ ଆସ। ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସେହି ଅଧିକାର ଦେଶକୁ ଆସେ। କିନ୍ତୁ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ଯଜ୍ଞବେଦି ସ୍ଥାପନ କର ନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯେଉଁ ଯଜ୍ଞବେଦି ଅଛି ତା ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ ନ କର। “‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା’ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା’ର ପାପ ପାଇଁ ମଲା। ଏବଂ ତା’ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’” ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇସ୍ରାଏଲ ପରିବାରବର୍ଗର ମୂଖ୍ୟମାନଙ୍କୁ ଉତ୍ତର ଦେଇ କହିଲେ, “ପରମେଶ୍ୱର, ସଦାପ୍ରଭୁ ଆମ୍ଭର ପରମେଶ୍ୱର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ୱର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲୁ। ଆମ୍ଭେମାନେ ମଧ୍ୟ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁ। ଆମ୍ଭେମାନେ କ’ଣ କରିଛୁ ତୁମ୍ଭେମାନେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ୱାସ କର କି ବିଗ୍ଭର କର ଆମ୍ଭେମାନେ କିଛି ଭୁଲ୍ କରିଛୁ, ତେବେ ତୁମ୍ଭେମାନେ ଆମ୍ଭକୁ ହତ୍ୟା କରିପାର। ଯଦି ଆମ୍ଭେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କରି ଥାଉ, ତେବେ ସଦାପ୍ରଭୁ ଆମ୍ଭକୁ ସ୍ୱହସ୍ତରେ ଦଣ୍ତ ଦିଅନ୍ତୁ। ତୁମ୍ଭେମାନେ କ’ଣ ବିଶ୍ୱାସ କରୁଛ ଯେ ଆମ୍ଭେମାନେ ଏହି ଯଜ୍ଞବେଦିରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ’ଣ ତିଆରି କରିଛୁ? ନାଁ ଆମ୍ଭେ ଏଥିପାଇଁ ଏହାକୁ ତିଆରି କରି ନାହୁଁ। ତେବେ କାହିଁକି ଆମ୍ଭେମାନେ ଯଜ୍ଞବେଦି ନିର୍ମାଣ କଲୁ? ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଗ୍ଭର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ କି ସମ୍ପର୍କ। ସଦାପ୍ରଭୁ ଯର୍ଦ୍ଦନ ସେପାରିରେ ଆମ୍ଭକୁ ଭୂମି ଦେଇଛନ୍ତି। ଏହାର ଅର୍ଥ ଯର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭେମାନେ ଆଶଙ୍କା କରୁଅଛୁ ଯେ ଯେତେବେଳେ ତୁମ୍ଭମାନଙ୍କ ପିଲାମାନେ ବଡ଼ ହୋଇ ଦେଶ ଶାସନ କରିବେ ସେମାନେ ବିଶ୍ୱାସ କରିବେ ନାହିଁ ଯେ ଆମ୍ଭେମାନେ ତୁମ୍ଭର ଲୋକ ବୋଲି। ସେମାନେ ଯେତେବେଳେ ବଡ଼ ହୋଇ ଶାସନ କରିବେ, ସେମାନେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, ‘ତୁମ୍ଭେ, ରୁବେନ୍, ଗାଦ୍, ଆମ୍ଭମାନଙ୍କର ଅଂଶ ନୁହଁ।’ ଏହା ପରେ ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କ ପିଲାମାନଙ୍କୁ ସେଠାରେ ଉପାସନା କରିବାକୁ ମନା କରି ପାରନ୍ତି। “ତେଣୁ ଆମ୍ଭେମାନେ ନିଷ୍ପତ୍ତି ନେଲୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ। କିନ୍ତୁ ଆମ୍ଭେ ଏହାକୁ ହୋମବଳି ପାଇଁ ତିଆରି କରି ନାହୁଁ। ଏହାର ବାସ୍ତବ କାରଣ ହେଲା, ଆମ୍ଭେମାନେ ଏ ଯଜ୍ଞବେଦି ଆମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରଗଣଙ୍କ ପାଇଁ ତିଆରି କରିଛୁ କାରଣ ସେମାନେ ଏହା ଦେଖିଲା ପରେ ଜାଣି ପାରିବେ ଯେ ତୁମ୍ଭେମାନେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭେମାନେ ମଧ୍ୟ ସେହି ସଦାପ୍ରଭୁଙ୍କୁ ଉପାସନା କରୁଅଛୁ। ଏହି ଯଜ୍ଞବେଦି ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭେମାନେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ୟ ନୈବେଦ୍ୟ, ସହଭାଗିତାର ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବୁ। ତେଣୁ ଭବିଷ୍ୟତରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ। ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’ “ବାସ୍ତବରେ ଆମ୍ଭେ କେବେ ସଦାପ୍ରଭୁଙ୍କର ବିରୋଧରେ ଯାଇ ନାହୁଁ। ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଚଳୁଅଛୁ। ଆମ୍ଭେ ଏହା ଜାଣୁ ଯେ, ଗୋଟିଏ ମାତ୍ର ପବିତ୍ର ଯଜ୍ଞବେଦି ଅଛି ଯାହାକି ପରମେଶ୍ୱରଙ୍କ ଆବାସ ସମ୍ମୁଖସ୍ଥିତ। ସେହି ଯଜ୍ଞବେଦି ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର।” ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି। ତେଣୁ ଯାଜକ ପୀନହସ୍ କହିଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମ୍ଭେ ଜାଣିଲୁ ଯେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କରି ନାହିଁ। ଆମ୍ଭେ ଖୁସୀ ଯେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ କୌଣସି ଦଣ୍ତ ଦେଇ ନାହାନ୍ତି।” ଏହା ପରେ ପୀନହ‌ସ୍‌ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ୟାଗ କରି ଗୃହକୁ ଫେରିଲେ। ସେମାନେ ରୁବେନ୍, ଗାଦ୍ ବଂଶର ଲୋକମାନଙ୍କୁ ସେହି ଗିଲିୟଦରେ ଛାଡ଼ି କିଣାନ ଦେଶକୁ ଫେରି ଆସିଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଫେରି ଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ। ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି। ରୁବେନ୍ ବଂଶଧର ଓ ଗାଦ୍ ବଂଶଧର ସେହି ବେଦିର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧରେ ଏହାର ଏହି ହେଉଛି ସାକ୍ଷୀ।” ଯିହୋଶୂୟ ଇସ୍ରାଏଲଗଣଙ୍କୁ ଉତ୍ସାହିତ କଲେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ। ଏହି ସମୟରେ ସମସ୍ତ ଇସ୍ରାଏଲର ପ୍ରାଚୀନବର୍ଗ, ସେମାନଙ୍କର ପ୍ରଧାନ, ସେମାନଙ୍କର ବିଗ୍ଭରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ହୋଇଗଲି। ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି। “ତୁମ୍ଭେମାନେ ନିଶ୍ଚିତ ଯତ୍ନଶୀଳ ହେବ ସଦାପ୍ରଭୁଙ୍କର ସେହି ବାକ୍ୟକୁ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁମ୍ଭେମାନେ ମୋଶାଙ୍କ ଦ୍ୱାରା ଲିଖିତ ନିୟମ ପୁସ୍ତକର ସମସ୍ତ କଥାକୁ ଠିକ୍ ଠିକ୍ ଭାବେ ପାଳନ କରିବ। କେବେ ବି ସେ ନିୟମରୁ ବିଚ୍ୟୁତ ହେବ ନାହିଁ। ଏପରି ମଧ୍ୟ ବହୁତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ, ସେମାନଙ୍କର ନିଜର ପ୍ରଭୁଙ୍କୁ ମାନୁଛନ୍ତି। ସେମାନଙ୍କ ସହିତ ବନ୍ଧୁତା ରଖ ନାହିଁ। ସେମାନଙ୍କ ପ୍ରଭୁଙ୍କର ପୂଜା କର ନାହିଁ। କି ସେମାନଙ୍କର ସେବା କର ନାହିଁ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ। “ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ। ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ। “କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ। ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଓ ଘଉଡ଼ାଇ ଦେବାରେ ତୁମ୍ଭର ପକ୍ଷ ହେବେ ନାହିଁ। ଏହି ଲୋକମାନେ ତୁମ୍ଭ ପାଇଁ ଏକ ଫାଶ ପରି ହେବେ। ସେମାନେ ତୁମ୍ଭ ପିଠି ପାଇଁ ଗ୍ଭବୁକ୍ ପରି ଓ ତୁମ୍ଭ ଆଖି ପାଇଁ କଣ୍ଟା ପରି ହେବେ। ଯେପର୍ଯ୍ୟନ୍ତ ତୁମ୍ଭେ ସେହି ଉତ୍ତମ ଦେଶ ଛାଡ଼ିବା ପାଇଁ ବାଧ୍ୟ ନ ହୋଇଛ, ଯାହା ସଦାପ୍ରଭୁ ତୁମ୍ଭଙ୍କୁ ଦେଇଥିଲେ। “ମୋର ମୃତ୍ୟୁ ସମୟ ନିକଟ ହେଲାଣି। ତୁମ୍ଭେମାନେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦେଇଛନ୍ତି। ଏବଂ ତୁମ୍ଭ ପାଇଁ କ’ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦେଇଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକୁ ସବୁ ଦେଇଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ସେହିପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ୟ ହେବାକୁ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭୁଲ୍ କର, ତେବେ ତୁମ୍ଭ ପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦେଇଥିବା ଉତ୍ତମ ଦେଶରୁ ତୁମ୍ଭକୁ ଦୂରକୁ ନେଇଯିବେ। ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।” ଯିହୋଶୂୟ ବିଦାୟ ନେଲେ ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ। ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ। କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା’ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇ‌‌ସ୍‌‌ହାକ। ଏବଂ ଇ‌‌ସ୍‌‌ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା’ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ। “‘ଏହା ପରେ ମୁଁ, ମୋଶା ଓ ହାରୋଣକୁ ସେହି ସ୍ଥାନକୁ ପଠାଇଲି। ଆଉ ମୁଁ ଗ୍ଭହିଁଥିଲି ମୋର ଲୋକମାନଙ୍କୁ ମିଶରରୁ ଫେରାଇ ଆଣିବା ପାଇଁ। ମିଶର ମଧ୍ୟରେ ଶକ୍ତିଶାଳୀ କାର୍ଯ୍ୟ କରି ମୁଁ ସେମାନଙ୍କୁ ପୀଡ଼ା ଦେଲି। ଏହା ପରେ ମୁଁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲି। ଏହିପରି ଭାବରେ ମୁଁ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ମିଶରରୁ ନେଇ ଆସିଲି। ମିଶରୀୟମାନେ ରଥ ଓ ରଥାରୋହୀ ସହିତ ସୂଫସାଗର ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ। ମିଶରୀୟ ରଥାରୋହୀ ଓ ଅଶ୍ୱାରୋହୀ ମଧ୍ୟ ଥିଲେ। ତେଣୁ ଲୋକମାନେ ମୋତେ ପ୍ରାର୍ଥନା କଲେ, ‘ହେ ପ୍ରଭୁ, ଆମ୍ଭକୁ ସାହାଯ୍ୟ କର।’ ମୁଁ ମିଶରୀୟମାନଙ୍କ ପାଇଁ ବହୁ ଅସୁବିଧା କରାଇଲି । ଏବଂ ମିଶରୀୟମାନଙ୍କ ଉପରେ ସମୁଦ୍ରକୁ ଆଚ୍ଛନ୍ନ କରାଇଲି। ତୁମ୍ଭେମାନେ ଦେଖିଅଛ, ମୁଁ ମିଶରୀୟ ସୈନ୍ୟମାନଙ୍କୁ କି ଅବସ୍ଥା କରିଛି। ଏହା ପରେ ତୁମ୍ଭେମାନେ ସେହି ମରୁ ଅଞ୍ଚଳରେ ଦୀର୍ଘଦିନ ଧରି ବାସ କଲ। ଏହା ପରେ ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ପୂର୍ବପାର୍ଶ୍ୱରେ ବାସ କରୁଥିବା ଇମୋରୀୟମାନଙ୍କର ଦେଶକୁ ଆଣିଲି। ଏହା ପରେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲି। ଏହିପରି ତୁମ୍ଭେ ସେମାନଙ୍କର ଦେଶକୁ ଅଧିକାର କଲ। ଏବଂ ସେମାନଙ୍କୁ ବିନାଶ କଲ। “‘ଏହା ପରେ ସି‌‌‌ପ୍‌‌‌ପୋରର ପୁତ୍ର ବାଲାକ୍ ଯେ କି ମୋୟାବର ରାଜା ଥିଲା ସେ ପ୍ରସ୍ତୁତ ହେଲା। ଇସ୍ରାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କର ରାଜା ବିୟୋର ପୁତ୍ର ବିଲିୟମକୁ ପଠାଇଲା। ସେ ତୁମ୍ଭମାନଙ୍କୁ ଶାପ ଦେବା ପାଇଁ ବିଲିୟମକୁ ପଠାଇଲା। କିନ୍ତୁ ମୁଁ ସଦାପ୍ରଭୁ ବିଲିୟମର କଥାକୁ ଧ୍ୟାନ ଦେଲି ନାହିଁ। ସେ ତୁମ୍ଭକୁ ବହୁବାର ଆଶୀର୍ବାଦ କଲା। ଏବଂ ମୁଁ ତୁମ୍ଭକୁ ତା’ର ଶକ୍ତି କବଳରୁ ରକ୍ଷା କଲି। “‘ଏହା ପରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋକୁ ଗଲ। ଯିରୀହୋ ନଗରର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତୁମ୍ଭେମାନେ ମଧ୍ୟ ଇମୋରୀୟ, ପିରିଷୀୟ, କିଣାନୀୟ, ହିତ୍ତୀୟ, ଗିର୍ଗାଶୀୟ, ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ହାତରେ ସମର୍ପଣ କଲି। ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ। “‘ମୁଁ ସଦାପ୍ରଭୁ ସେହି ଦେଶକୁ ତୁମ୍ଭକୁ ଦେଲି। ତୁମ୍ଭେମାନେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହଁ। ମୁଁ ତୁମ୍ଭକୁ ଯେଉଁ ସହର ଦେଲି ତାକୁ ତୁମ୍ଭେ ତିଆରି କରି ନ ଥିଲ। ମୁଁ ଏଗୁଡ଼ିକୁ ତୁମ୍ଭକୁ ଦେଲି। ଏବଂ ତୁମ୍ଭେମାନେ ସେହି ଦେଶ ଓ ସହରରେ ବାସ କରୁଛ। ସେଗୁଡ଼ିକ ମୁଁ ଦେଇଅଛି। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ କରି ନ ଥିଲ ତାହା ତୁମ୍ଭେମାନେ ଭୋଗ କରୁଅଛ।’” ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର। “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!” ଏହା ପରେ ସେହି ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ କେବେ ସଦାପ୍ରଭୁଙ୍କ ଅନୁସରଣରୁ ବିଚ୍ୟୁତ ହେବୁ ନାହିଁ। ଆମ୍ଭେମାନେ କଦାପି ଅନ୍ୟ ଦେବତାମାନଙ୍କୁ ପୂଜା କରିବୁ ନାହିଁ। ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅ‌ଦ୍‌ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।” ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହା ସତ୍ୟ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବାକୁ ସକ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ପରମେଶ୍ୱର ପବିତ୍ର। ଅନ୍ୟ ଦେବତାର ସେବା କଲେ ପରମେଶ୍ୱର ତାଙ୍କର ଲୋକମାଲଙ୍କୁ ଘୃଣା କରନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭେମାନେ ଏହିପରି ଭାବରେ ତାଙ୍କର ବିରୁଦ୍ଧାଚରଣ କର। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।” କିନ୍ତୁ ସେହି ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନା, ଆମ୍ଭେମାନେ ସଦାପ୍ରଭୁଙ୍କୁ ହିଁ ସେବା କରିବୁ।” ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସେବା ଉପାସନା କରୁଛ ବୋଲି?” ଲୋକମାନେ ଉତ୍ତର ଦେଇ କହିଲେ, “ହଁ, ଏହା ସତ୍ୟ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ ରହିଲୁ। ଆମ୍ଭେମାନେ ସଦାପ୍ରଭୁଙ୍କର ଉପାସନା କରିବୁ।” ଏହା ପରେ ଯିହୋଶୂୟ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଥିବା ଭଣ୍ତ ଦେବତାମାନଙ୍କୁ ଫୋପାଡ଼ି ଦିଅ ଏବଂ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କର।” ଏହା ପରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କରିବୁ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ୟ ମାନି ଚଳିବୁ।” ତେଣୁ ସେହି ଦିନ ଯିହୋଶୂୟ ସେହି ଲୋକମାନଙ୍କ ସହିତ ଏକ ଚୁକ୍ତି କଲେ। ଯିହୋଶୂୟ ଏହି ଚୁକ୍ତିନାମା ଶିଖିମ୍ ସହରରେ କଲେ। ଏହା ସେମାନଙ୍କ ପାଇଁ ଅନୁସରଣ କରିବାର ଏକ ନିୟମ ସ୍ୱରୂପ ହେଲା। ଯିହୋଶୂୟ ଏହାକୁ ଲେଖି ରଖିଲେ, ସଦାପ୍ରଭୁଙ୍କ ନିୟମ ପୁସ୍ତକରେ ଏବଂ ଏକ ବୃହତ୍ତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନବୃକ୍ଷମୂଳେ ସ୍ଥାପନ କଲେ। ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରତ୍ୟେକ କଥାକୁ ଏହା ଶୁଣି ଅଛି। ତେଣୁ ଏହା ସାକ୍ଷୀ ହୋଇ ଠିଆ ହେବ, ଯାହା ଫଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବିରୁଦ୍ଧରେ ଯାଅ ନାହିଁ।” ଏହା ପରେ ଯିହୋଶୂୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକୁ ଫେରିଯିବା ପାଇଁ କହିଲେ। ତେଣୁ ପ୍ରତ୍ୟେକ ଲୋକ ନିଜ ନିଜ ଦେଶକୁ ଫେରିଗଲେ। ଯିହୋଶୂୟଙ୍କର ମୃତ୍ୟୁ ଏହା ପରେ ନୂନର ପୁତ୍ର, ସଦାପ୍ରଭୁଙ୍କର ସେବକ ଯିହୋଶୂୟଙ୍କର ମୃତ୍ୟୁ ହେଲା। ତାଙ୍କୁ ସେତେବେଳେ 110 ବର୍ଷ ହୋଇଥିଲା। ଏହା ପରେ ଲୋକମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍-ସେରହରେ ତାଙ୍କର ନିଜର ଜମି ମଧ୍ୟରେ ତାଙ୍କୁ କବର ଦେଲେ। ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତ୍ୟୁପରେ ମଧ୍ୟ ସେମାନେ ସଦାପ୍ରଭୁଙ୍କର ଉପାସନା କଲେ। ସେମାନଙ୍କର ବୟୋଜ୍ୟେଷ୍ଠଗଣ ବଞ୍ଚିଥିଲା ଯାଏ ସେମାନେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇସ୍ରାଏଲକୁ ଯାହା କରିଥିଲେ। ଯୋଷେଫଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା। ହାରୋଣର ପୁତ୍ର, ଇଲିୟାସର ମଲେ, ଓ ଇଫ୍ରୟିମର ପାର୍ବତ୍ୟମୟ ଦେଶର ଗିବିୟାଠାରେ ତାଙ୍କୁ କବର ଦିଆଗଲା। ତାଙ୍କର ପୁତ୍ର ପୀନହ‌ସ୍‌କୁ ଗିବିୟୋନ ଦିଆଗଲା। ଯିହୁଦା କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଯିହୋଶୂୟଙ୍କର ମୃତ୍ୟୁପରେ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ସେମାନେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ?” ସଦାପ୍ରଭୁ ଇସ୍ରାଏଲୀୟଙ୍କୁ କହିଲେ, “ସର୍ବପ୍ରଥମେ ଯିହୁଦାର ପରିବାରବର୍ଗ ଯିବେ। ମୁଁ ସେମାନଙ୍କୁ ସେହି ଭୂମି ଦେବାକୁ ଅନୁମତି ଦେବି।” ଯିହୁଦାର ପରିବାରବର୍ଗ ସେମାନଙ୍କର ଭାଇମାନେ ଶିମିୟୋନର ପରିବାରବର୍ଗକୁ ସାହାଯ୍ୟ ମାଗିଲେ। ଯିହୁଦା ଲୋକମାନେ କହିଲେ, “ଭାଇମାନେ, ସଦାପ୍ରଭୁ ଆମ୍ଭକୁ କିଛି ଭୂମି ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାଯ୍ୟ କରିବୁ।”ଶିମିୟୋନର ଲୋକମାନେ ସେମାନଙ୍କର ଭୂମି ପାଇଁ ସେମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ରାଜି ହେଲେ। ତା’ପରେ ଯିହୁଦାର ଲୋକମାନେ ଆକ୍ରମଣ କରିବାକୁ ଗଲେ। କିଣାନୀୟ ଓ ପିରିଷୀୟମାନଙ୍କୁ ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ଯିହୁଦାର ଲୋକମାନେ 10,000 ଲୋକଙ୍କୁ ବେଷକରେ ହତ୍ୟା କଲେ। ଯିହୁଦାର ଲୋକମାନେ ବେଷକର ଶାସକଙ୍କୁ ବେଷକ ସହରରେ ପାଇଲେ ଏବଂ ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସେମାନେ କିଣାନୀୟ ଏବଂ ପିରିଷୀୟଙ୍କୁ ପରାସ୍ତ କଲେ। ବେଷକର ଶାସକ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯିହୁଦାର ଲୋକମାନେ ତାଙ୍କୁ ଗୋଡ଼େଇଲେ ଏବଂ ତାଙ୍କୁ ଧରି ଥିଲେ। ଯେତେବେଳେ ସେମାନେ ତାଙ୍କୁ ଧରିଲେ, ସେମାନେ ତାଙ୍କର ବୁଢ଼ା ଅଙ୍ଗୁଳିକୁ ଏବଂ ପାଦର ବୁଢ଼ା ଅଙ୍ଗୁଳିକୁ କାଟି ନେଇଥିଲେ। ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷ‌କ୍‌କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା। ଯିହୁଦାର ଲୋକମାନେ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ଯିହୁଦାର ଲୋକମାନେ ସେମାନଙ୍କୁ ଖଣ୍ତା ଦ୍ୱାରା ହତ୍ୟା କଲେ ଓ ସହରକୁ ପୋଡ଼ି ଦେଲେ । ଏହା ପରେ ଯିହୁଦାର ଲୋକମାନେ କିଣାନୀୟ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ପର୍ବତମୟ ଦେଶରେ ନେଗେଭରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ। ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ। କାଲେବ୍ ଓ ତାଙ୍କର କନ୍ୟା ଯିହୁଦାର ଲୋକମାନେ ସେ ସ୍ଥାନକୁ ପରିତ୍ୟାଗ କଲେ। ସେମାନେ ଦବୀର ସହର ଅଭିମୁଖେ ସେମାନଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଅତୀତ କାଳରେ ଦବୀର ନାମ ଥିଲା କିରିୟଥ ସେଫର। ଯିହୁଦାର ଲୋକମାନେ ଯୁଦ୍ଧ ଆରମ୍ଭ କଲା ପୂର୍ବରୁ, କାଲେବ୍ ସେମାନଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲେବ କହିଲା, “ମୁଁ କିରିୟଥ ସେଫର ବିରୁଦ୍ଧରେ ଯୁଦ୍ଧ କରିବାକୁ ଗ୍ଭହେଁ। ଯେଉଁ ଲୋକ ସେ ସହରକୁ ପରାସ୍ତ କରିବ, ମୁଁ ତା’ ସହିତ ମୋର କନ୍ୟା ଅ‌କ୍‌ଷାରକୁ ବିବାହ ଦେବି।” କାଲେ‌ବ୍‌ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କ‌ନ୍‌ସର। କ‌ନ୍‌ସରର ପୁତ୍ର ଅତ୍ନୀୟେଲ। ଅତ୍ନୀୟେଲ କରିୟଥ-ସେଫରର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅ‌କ୍‌ଷାରକୁ ବିବାହ ଦେଲେ। ତାଙ୍କର ସ୍ୱାମୀ ଅତ୍ନୀୟେଲଙ୍କୁ ସଙ୍ଗରେ ଯିବା ସମୟରେ, ଅ‌କ୍‌ଷାର ତାଙ୍କ ପିତାକୁ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକୁ, ତାଙ୍କୁ ଉପଦେଶ ଦେଲେ। ଯେତେବେଳେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ, କାଲେବ୍ ତାଙ୍କୁ ପଗ୍ଭରିଲେ, “ଭୁଲ୍ କ’ଣ?” ଅ‌କ୍‌ଷାର ‌‌‌କାଲେ‌ବଙ୍କୁ କହିଲେ, “ମୋତେ ଆଶୀର୍ବାଦ କର। ଆପଣ ମୋତେ ଦକ୍ଷିଣରେ ଭୂମି ଦେଇଛନ୍ତି, ଯାହାକି ଶୁଷ୍କ, ମୋତେ କିଛି ଜଳ ନିର୍ଝର ଭୂମି ଦିଅନ୍ତୁ।” ଏହା ପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସେହି ଭୂମି ତାଙ୍କୁ ଦେଲେ। କିଣାନୀୟମାନେ ଖଜୁରୀପୁରସ୍ଥର ସହର ଯିରୀହୋକୁ ପରିତ୍ୟାଗ କଲେ ଏବଂ ଯିହୁଦାର ଲୋକମାନଙ୍କ ସହିତ ଯିହୁଦାର ମରୁଅଞ୍ଚଳରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କେନୀୟ ଲୋକମାନେ ମୋଶାଙ୍କର ଶ୍ୱଶୁର ଘର ପରିବାରରୁ ଥିଲେ। ଯିହୁଦା ଓ ତାଙ୍କର ଭାଇମାନେ ମିଶି ଶିମିୟୋନ ପରିବାରବର୍ଗ ସହିତ ଗଲେ, ସେମାନେ ସଫାତ୍ ବାସୀ କିଣାନୀୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଏବଂ ସେହି ନଗରର ନାମ ହେଲା ହର୍ମା। ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ପକ୍ଷରେ ଥିଲେ। ସଦାପ୍ରଭୁ ପର୍ବତମୟ ଦେଶକୁ ସେମାନଙ୍କର ଅଧିକାରକୁ ଆଣିଲେ। କିନ୍ତୁ ଯିହୁଦାର ଲୋକମାନେ ତଳଭୂମିଗୁଡ଼ିକୁ ସେମାନଙ୍କର ଅଧୀନକୁ ଆଣିପାରି ନ ଥିଲେ। କାରଣ ସେଠାରେ ଯେଉଁ ଲୋକମାନେ ବାସ କରୁଥିଲେ, ସେମାନେ ଲୌହ ନିର୍ମିତ ରଥ ବ୍ୟବହାର କରୁଥିଲେ। କାଲେ‌ବ୍‌କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେ‌ବ୍‌କୁ ଦିଆଗଲା। କାଲେ‌ବ୍‌ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ। ବିନ୍ୟାମୀନର ପରିବାରବର୍ଗମାନେ ଯିରୁଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଆଜିଯାଏ ମଧ୍ୟ ବିନ୍ୟାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି। ଯୋଷେଫଙ୍କ ଲୋକମାନେ ବୈଥେଲ୍ ଅଧିକାର କଲେ ଯୋଷେଫଙ୍କର ପରିବାରବର୍ଗ ବୈଥେ‌‌ଲ୍‌‌ର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅତୀତରେ ବୈଥେ‌‌ଲ୍‌‌ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷେଫଙ୍କର ପରିବାରବର୍ଗଙ୍କ ପଟରେ ଥିଲେ। ଯୋଷେଫଙ୍କର ପରିବାରବର୍ଗ କିଛି ଅନୁଚରଗଣଙ୍କୁ ବୈଥେ‌‌ଲ୍‌‌କୁ ପଠାଇଲେ। *** ଯେତେବେଳେ ଅନୁଚରମାନେ ଦେଖିଲେ କେହି ଜଣେ ନଗରରୁ ବାହାରକୁ ଆସୁଛି ସେହି ଅନୁଚରମାନେ ସେହି ଲୋକକୁ କହିଲେ, “ଆମ୍ଭମାନଙ୍କୁ ଗୁପ୍ତ ପଥ ଦେଖାନ୍ତୁ ଯେଉଁ ବାଟ ଦେଇ ଆମ୍ଭେ ସହରକୁ ଆକ୍ରମଣ କରିବୁ। ଯଦି ତୁମ୍ଭେ ଆମ୍ଭକୁ ସାହାଯ୍ୟ କର, ତେବେ ଆମ୍ଭେମାନେ ତୁମ୍ଭକୁ ମାରିବୁ ନାହିଁ।” ସେହି ବ୍ୟକ୍ତିଜଣକ ଅନୁଚରମାନଙ୍କୁ ସହରର ଗୁପ୍ତପଥ ଦେଖାଇ ଥିଲେ। ଯୋଷେଫଙ୍କର ପରିବାରବର୍ଗ ଖଣ୍ଡାରେ ବୈଥେ‌‌ଲ୍‌‌ର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେହି ଲୋକଙ୍କୁ ମାରି ନ ଥିଲେ ଯିଏ ସେମାନଙ୍କୁ ଗୁପ୍ତପଥ ଦେଖାଇଥିଲେ। ସେମାନେ ତାଙ୍କୁ ଓ ତାହାର ପରିବାରବର୍ଗକୁ ସ୍ୱାଧୀନ ଭାବରେ ଯିବାକୁ ଅନୁମତି ଦେଲେ। ସେହି ଲୋକ, ହିତ୍ତୀୟମାନେ ବାସ କରୁଥିବା ସ୍ଥାନକୁ ଗଲେ ଏବଂ ଏମିତିକି ଆଜି ସେହି ସହର ଲୂସ୍ ନାମରେ ପରିଚିତ। ଅନ୍ୟ ପରିବାରବର୍ଗମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ କିଣାନୀୟ ବୈ‌ଥ୍‌ସା‌ନ୍‌ର ସହରଗୁଡ଼ିକରେ, ତାନକ, ଦୋରା, ଯିବ୍ଲିୟିମ, ମଗିଦ୍ଦୋ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱରେ ଅଧିକ ଛୋଟ ସହରମାନଙ୍କରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସେହି ସହରରୁ ସେହି ଲୋକମାନଙ୍କୁ ତଡ଼ିବାକୁ ସକ୍ଷମ ହେଲେ ନାହିଁ। ତେଣୁ ସେଠାରେ କିଣାନୀୟମାନେ ବାସ କଲେ। ଏହା ପରେ ଇସ୍ରାଏଲର ଲୋକମାନେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ସେମାନଙ୍କର କ୍ରୀତଦାସ କରିବା ପାଇଁ ସେମାନେ କିଣାନୀୟମାନଙ୍କୁ ବାଧ୍ୟ କଲେ। କିନ୍ତୁ କିଣାନୀୟମାନଙ୍କୁ ତଡ଼ିଦେବାକୁ ସେମାନେ ସକ୍ଷମ ହୋଇ ନ ଥିଲେ। ଇଫ୍ରୟିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗେଷ‌ର୍‌ରେ କିଣାନୀୟ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରୟିମ କିଣାନୀୟ ଲୋକମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଇଫ୍ରୟିମ କିଣାନୀୟମାନଙ୍କ ସହିତ ମିଶି ରହିବାକୁ ଲାଗିଲେ। ଠିକ୍ ସେହିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତେକ କିଣାନୀୟ ନିବାସୀ ବାସ କରୁଥିଲେ, କି‌ଟ୍‌ରୋଣ ଓ ନହଲୋ‌‌ଲ୍‌‌ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସେମାନଙ୍କୁ ତଡ଼ି ଦେଇ ନ ଥିଲେ। ସେହି କିଣାନୀୟ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସେମାନଙ୍କୁ କ୍ରୀତଦାସ ଭାବରେ ଖଟାଇଲେ। ଆଶେର ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶେର ପରିବାରବର୍ଗର ଲୋକମାନେ ଯେଉଁମାନେ ସେମାନଙ୍କ ସହିତ ଅ‌କ୍‌କୋନିବାସୀ, ସୀଦୋନ୍, ଅହଲବ୍, ଅକଷୀବ, ହିଲବା, ଅଫିକ୍ ଓ ରୋହବରୁ ବସବାସ କରୁଥିଲେ, ସେହି ଲୋକମାନଙ୍କୁ ବିତାଡ଼ିତ କଲେ ନାହିଁ। ଆଶେରୀୟ ଲୋକମାନେ କିଣାନୀୟକୁ ସେମାନଙ୍କର ଦେଶରୁ ତଡ଼ି ଦେଇ ନ ଥିଲେ। ତେଣୁ କିଣାନୀୟ ଲୋକମାନେ ଆଶେରୀୟମାନଙ୍କ ସହିତ ନିରନ୍ତର ମିଶି ରହୁଥିଲେ। ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନପ୍ତାଲି ଲୋକମାନେ ବୈ‌ଥ୍‌ଶେମଶ ଓ ବେ‌ଥ୍‌ନା‌ତ୍‌ମାନେ ଲୋକମାନଙ୍କୁ ତଡ଼ିଦେଇ ନ ଥିଲେ। ତେଣୁ ନପ୍ତାଲିର ଲୋକମାନେ ସେହି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀୟମାନେ ନପ୍ତାଲି ଲୋକମାନଙ୍କର କ୍ରୀତଦାସ ରୂପେ କାର୍ଯ୍ୟ କଲେ। ଇମୋରୀୟମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ। ସେମାନଙ୍କୁ ତଳଭୂମିକୁ ଆସିବାକୁ ଦେଲେ ନାହିଁ। ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷେଫଙ୍କର ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସେମାନେ କ୍ରୀତଦାସ ହୋଇ ରହିଲେ। ଇମୋରୀୟ ଲୋକମାନଙ୍କର ଭୂମିର ସୀମା ଅକ୍ରବ୍ବୀମ ଘାଟି ଶୈଳଠାରୁ ଏବଂ ପର୍ବତ ଦେଶ ଶିଳା ସୀମା ମଧ୍ୟରେ ଥିଲା। ବୋଖୀମଠାରେ ସଦାପ୍ରଭୁଙ୍କର ଜଣେ ଦୂତ ସଦାପ୍ରଭୁଙ୍କର ଦୂତ ଗି‌‌ଲ୍‌‌ଗ‌‌ଲ୍‌‌ର ନଗରରୁ ବୋଖୀମକୁ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତ ଇସ୍ରାଏଲବାସୀଙ୍କୁ ନିମ୍ନଲିଖିତ ବାର୍ତ୍ତା ଦେଲେ, “ମୁଁ ତୁମ୍ଭମାନଙ୍କୁ ମିଶରରୁ ଆଣିଲି। ମୁଁ ଯେଉଁ ଭୂମି ତୁମ୍ଭଙ୍କୁ ଦେଲି, ତାହା ମୁଁ ତୁମ୍ଭର ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁଁ କହିଲି ଯେ, ମୁଁ ତୁମ୍ଭମାନଙ୍କ ସହିତ ଚୁକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ। କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ। “ବର୍ତ୍ତମାନ ମୁଁ ତୁମ୍ଭକୁ ଏହିକଥା କହୁଅଛି, ‘ମୁଁ କେବେ ଅନ୍ୟ ଲୋକମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭର ଏକ ସମସ୍ୟା ହେବେ। ସେମାନେ ତୁମ୍ଭ ପ୍ରତି ଫାନ୍ଦ ସ୍ୱରୂପ ହେବେ ଓ ସେମାନଙ୍କର ଦେବତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ୱରୂପ ହେବେ।’” ଯେତେବେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇସ୍ରାଏଲବାସୀଙ୍କୁ କହିଲେ, ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। ତେଣୁ ଇସ୍ରାଏଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠାରେ ଇସ୍ରାଏଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ବଳିଦାନ କଲେ। ଅମାନ୍ୟ ଓ ପରାସ୍ତ ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ। ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ। ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ। ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ। ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା। ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବା‌‌ଲ୍‌‌ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ। ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ। ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ। ଏହା ପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କୁ ସେମାନଙ୍କ ଉପରେ ନିଯୁକ୍ତି କଲେ। ଏବଂ ସେହି ବିଗ୍ଭରକର୍ତ୍ତାଗଣ, ସେମାନଙ୍କର ଧନସମ୍ପତ୍ତି ଯେଉଁମାନେ ନେଇଥିଲେ, ସେହି ଶତ୍ରୁମାନଙ୍କ ହାତରୁ ସେମାନଙ୍କୁ ଉଦ୍ଧାର କଲେ। କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ। ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କୁ ବାଛିଲେ, ସେ ତାଙ୍କ ସଙ୍ଗରେ ଥିଲେ ଓ ସେ ସେମାନଙ୍କ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ହେଲେ, ଯେତେବେଳେ ସେମାନେ ଦୁଃଖ ଓ ତାଡ଼ନାରେ ଆସକ୍ତ ଥିଲେ। କିନ୍ତୁ ଏହା ପରେ ପ୍ରତ୍ୟେକ ବିଗ୍ଭରକର୍ତ୍ତାଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପୁଣି ଥରେ ଦୁର୍ନୀତିଗ୍ରସ୍ତ ହେଲେ। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅତି ମନ୍ଦ ବ୍ୟବହାର କଲେ। ସେମାନେ ମିଥ୍ୟାବାଦୀ ଦେବତାଙ୍କୁ ଅନୁସରଣ କଲେ ଓ ପୂଜା ଆରାଧନା କଲେ। ସେମାନେ ସେମାନଙ୍କର ମନ୍ଦ ବିଗ୍ଭର କିମ୍ବା ସେମାନଙ୍କର ଜି‌ଦ୍‌ଖୋର୍ ବଦଳାଇଲେ ନାହିଁ। ତେଣୁ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ଉପରେ କ୍ଷୁବ୍ଧ ହେଲେ। ଏବଂ ସେ କହିଲେ, “ମୁଁ ଯେଉଁ ନିୟମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହି ଜାତି ତାହା ଉଲଙ୍ଘନ କରିଛି। ସେମାନେ ମୋର କଥା ଶୁଣିଲେ ନାହିଁ। ତେଣୁ ଯିହୋଶୂୟଙ୍କ ମରଣ କାଳରେ ଅବଶିଷ୍ଠ ଭୂମିକୁ ମୁଁ ଆଉ କେବେ କୌଣସି ଦେଶକୁ ତଡ଼ିବି ନାହିଁ। ମୁଁ ଏହି ଜାତି ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବି, ଦେଖ, ଯଦି, ସେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯେମିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।” ତେଣୁ ସଦାପ୍ରଭୁ ସେହି ଜାତିକୁ ଭୂମିରେ ରହିବା ପାଇଁ ଅନୁମତି ଦେଲେ। ସେ ସେମାନଙ୍କୁ ଜବରଦସ୍ତ ଶୀଘ୍ର ଦେଶ ପରିତ୍ୟାଗ କରାଇଲେ ନାହିଁ, ଅଥବା ଯିହୋଶୂୟଙ୍କ ହସ୍ତରେ ସମର୍ପଣ କଲେ ନାହିଁ। ସଦାପ୍ରଭୁ ସେହି ଭୂମିରେ ରହିବା ପାଇଁ ସେହି ଜାତିକୁ ଅନୁମତି ଦେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ କେହି ହେଲେ ଜଣେ ସେହି ସମୟରେ କିଣାନ ଦେଶକୁ ଯୁଦ୍ଧରେ ହରାଇବାକୁ ଲଢ଼େଇ କରି ନ ଥିଲେ। ତେଣୁ ସଦାପ୍ରଭୁ ସେହି ଭୂମିରୁ ଅନ୍ୟ ଜାତିକୁ ବିତାଡ଼ିତ କରି ନ ଥିଲେ। ସଦାପ୍ରଭୁ ଏହିପରି କଲେ, ଇସ୍ରାଏଲକୁ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରୁଦ୍ଧରେ ଯୁଦ୍ଧ କରି ନ ଥିଲେ। ସଦାପ୍ରଭୁ ଭୂମିକୁ ପରିତ୍ୟାଗ କରି, ଏହି ଜାତିର ଶୁଚି ଅଟେ। *** ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବା‌‌ଲ୍‌‌ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସେହି ଜାତିଗୁଡ଼ିକ ଭୂମିରେ ପରିତ୍ୟାଗ କଲେ। ସଦାପ୍ରଭୁ ଦେଖିବାକୁ ଗ୍ଭହିଁଲେ, ଯଦି ଏହି ଲୋକମାନେ ମୋଶାଙ୍କ ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ୱାରା ଦେଖାଯାଇଥିବା ଆଦେଶଗୁଡ଼ିକ ମାନୁଛନ୍ତି। ଇସ୍ରାଏଲୀୟ କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ, ଏବଂ ଯିବୂଷୀୟ ସହିତ ବାସ କଲେ। ଇସ୍ରାଏଲୀୟ ସେହି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସେମାନେ ସେମାନଙ୍କର ଝିଅମାନଙ୍କୁ ସେହି ଲୋକମାନଙ୍କର ପୁଅମାନଙ୍କ ସହିତ ବିବାହ କରିବାକୁ ଅନୁମତି ଦେଲେ। ଏହା ବ୍ୟତିତ ଇସ୍ରାଏଲୀୟ ସେହି ଲୋକମାନଙ୍କର ଦେବତାଗଣଙ୍କୁ ପୂଜା କଲେ। ପ୍ରଥମ ବିଗ୍ଭରକ ହେଲେ ଅତ୍ନୀୟେଲ ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲୀୟ ଲୋକମାନେ ସବୁ ପ୍ରକାର କର୍ମରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷୁରେ ପାପ ଥିଲା। ଏବଂ ବା‌‌ଲ୍‌‌ଦେଶର ଦେବତାଗଣର ଆଶେରା ଦେବିଗଣର ପୂଜା କଲେ ଏବଂ ସଦାପ୍ରଭୁଙ୍କ ବିଷୟସବୁ ପାଶୋରି ଗଲେ। ସଦାପ୍ରଭୁଙ୍କ କୋପ ଇସ୍ରାଏଲବାସୀଙ୍କ ଉପରେ ପଡ଼ିଲା। ତେଣୁ ସେ ଅରାମ ନହରୟିମର ରାଜା କୂଶନରିଶିୟାଥୟିମର ହସ୍ତରେ ଇସ୍ରାଏଲବାସୀଙ୍କୁ ପରାସ୍ତ କଲେ। ତେଣୁ ଇସ୍ରାଏଲବାସୀମାନେ ଆଠ ବର୍ଷ ପର୍ଯ୍ୟନ୍ତ ତାଙ୍କର ସେବା କଲେ। ଏହା ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନଙ୍କୁ ସାହାଯ୍ୟ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସେହି ଲୋକର ନାମ ଥିଲା ଅତ୍ନୀୟେଲ। ସେ ଥିଲେ ‌‌‌କାଲେ‌ବଙ୍କର ସାନ ଭାଇ କ‌ନ୍‌ସରର ପୁତ୍ର। ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ପ୍ରବେଶ କଲାରୁ, ସେ ଇସ୍ରାଏଲର ଲୋକମାନଙ୍କର ବିଗ୍ଭର କଲେ, ଓ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିୟାଥୟିମକୁ ଅରାମୀୟର ରାଜାଙ୍କୁ ହରାଇବାରେ ଅତ୍ନୀୟେଲଙ୍କ ସାହାଯ୍ୟ କରିଥିଲେ ଓ ସେ ତାଙ୍କୁ ଆୟତ କଲେ। ଅତଏବ, କ‌ନ୍‌ସର ପୁତ୍ର ଅତ୍ନୀୟେଲ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ସେହି ଭୂମି ଶାନ୍ତିରେ ରହିଲା। ବିଗ୍ଭରକ ଏହୂଦ ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ। ରାଜା ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟ ସହିତ ସଂଯୁକ୍ତ ତିଆରି କଲେ। ସେମାନେ ଇସ୍ରାଏଲକୁ ଆକ୍ରମଣ କଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ ଏବଂ ଖର୍ଜ୍ଜୁରପୁର (ଯିରୀହୋ)ରୁ ତଡ଼ି ଦେଲେ। ଏବଂ ଇସ୍ରାଏଲମାନଙ୍କ ଖର୍ଜ୍ଜୁରପୁରର ସହରକୁ ଅଧିକାର କଲେ। ମୋୟାବର ରାଜା ଇଗ୍ଲୋନ ଇସ୍ରାଏଲ ଉପରେ ଅଠର ବର୍ଷ ଶାସନ କଲେ। ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ। ଏହୂଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ଦୈର୍ଘ୍ୟ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ୱିଧାର ବିଶିଷ୍ଟ ଥିଲା। ଏହାକୁ ତାଙ୍କର ଦକ୍ଷିଣ ଜଂଘରେ ବସ୍ତ୍ର ଭିତରେ ବାନ୍ଧି ରଖିଲେ। ତେଣୁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଉପହାର ନେଲେ। ଇଗ୍ଲୋନ୍ ବଡ଼ ମୋଟା ଲୋକ ଥିଲେ। ସେ ଭେଟୀ ନେଇସାରିବା ପରେ ସେହି ଉପହାର ବହନ କରିଥିବା ଲୋକମାନଙ୍କୁ ସେଠାରୁ ପଠାଇ ଦେଲେ। ସେମାନେ ରାଜପ୍ରାସାଦଠାରୁ ଗଲେ। ଏହୂଦ ଜାଣିଲେ ଏବଂ ମୂର୍ତ୍ତୀ ନିକଟ ଗି‌‌ଲ୍‌‌ଗଲ୍ ସ୍ଥଳକୁ ଗଲେ, ତା’ପରେ ସେ ଫେରି ଆସି ରାଜାଙ୍କୁ ଭେଟି ଏହୂଦ କହିଲେ, “ମୁଁ ଆପଣାଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ରାଜା ତାଙ୍କୁ ନୀରବ ରହିବା ପାଇଁ କହିଲେ ଓ ସେ ନିଜ ଲୋକମାନଙ୍କୁ ଘର ଛାଡ଼ିବାକୁ କହିଲେ। ଏହୂଦ ରାଜାଙ୍କ ନିକଟକୁ ଗଲେ। ସେହି ସମୟରେ, ଇଗ୍ଲୋନ ଉଚ୍ଚ ସିଂହାସନ ମଞ୍ଚ ଉପରେ ବସିଥିଲେ, ଏହା କେବଳ ତାଙ୍କର ଥିଲା। ତେଣୁ ଏହୂଦ କହିଲେ, “ଆପଣାଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ ବାର୍ତ୍ତା ଅଛି।” ତେଣୁ ରାଜା ତାଙ୍କର ସିଂହାସନ ଉପରୁ ଉଠି ପଡ଼ିଲେ। ସେ ଏହୂଦଙ୍କର ଖୁବ୍ ନିକଟକୁ ଆସିଲେ। ଯେତେବେଳେ ରାଜା ଉଠି ପଡ଼ିଲେ, ଏହୂଦ ତାଙ୍କର ବାମ ହାତରେ ବ୍ୟବହୃତ ଖଣ୍ତା ଦକ୍ଷିଣ ଜଂଘରୁ ବାହାର କଲେ ଏବଂ ରାଜାଙ୍କର ପେଟରେ ଭୂଷି ଦେଲେ। ଏହୂଦ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ପୁରାଇଲାବେଳେ, ତାଙ୍କର ‌‌ଖ‌ଡ଼୍‌ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ‌‌ଖ‌ଡ଼୍‌ଗ ବାହାର କଲେ ନାହିଁ। ଇଗ୍ଲୋନ ‌‌ଖ‌ଡ଼୍‌ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା। ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା’ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ। ତାହାପରେ ଏହୂଦ ମୂଖ ଛାଡ଼ିଲେ ଏବଂ ଇଗ୍ଲୋନର ଦାସମାନେ ଆସିଲେ। ଯେତେବେଳେ ସେମାନେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହୋଇଥିଲା, ଦାସମାନେ କହିଲେ, “ରାଜା ତାଙ୍କର ନିଜର କୋଠରୀ ମଧ୍ୟରେ ଆରାମ ନେଉଛନ୍ତି।” ତେଣୁ ସେମାନେ ସେଠାରେ ବହୁତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗୁଡ଼ିକ ଆଦୌ ଖୋଲିଲା ନାହିଁ। ସର୍ବଶେଷରେ ଦାସମାନେ ସେମାନଙ୍କର ଧୈର୍ଯ୍ୟ ହରାଇଲେ। ସେମାନେ ଗ୍ଭବି ପାଇ କବାଟ ଖୋଲିଲେ ଓ ଭିତରେ ପ୍ରବେଶ କଲେ। ଚଟାଣ ଉପରେ ରାଜା ମରି ପଡ଼ିଥିବାର ସେମାନେ ଦେଖିଲେ। ଦାସମାନେ ରାଜାଙ୍କ ପାଇଁ ସେଠାରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ ସେ ସ୍ଥାନ ଛାଡ଼ି ପଳାଇଗଲେ। ଏହୂଦ ମୂର୍ତ୍ତି ବାଟଦେଇ ସିୟୀରାକୁ ପଳାଇଗଲେ। ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ। ଏହୂଦ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, “ମୋତେ ଅନୁସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ ଲୋକମାନଙ୍କୁ, ତୁମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି।” ତେଣୁ ଇସ୍ରାଏଲୀୟ ମୋୟାବୀୟଙ୍କ ବିରୁଦ୍ଧରେ ତାଙ୍କୁ ଅନୁସରଣ କଲେ। ସେମାନେ ଯର୍ଦ୍ଦନ ନଦୀର ଅଳ୍ପ ଗଭୀର ସ୍ଥାନରେ ଅକ୍ତିଆର କଲେ। ଯାହା ମୋୟାବକୁ ବ୍ୟାପିଗଲା ଏବଂ କାହାରିକୁ ନଦୀ ପାରି ହେବାକୁ ଅନୁମତି ଦେଲେ ନାହିଁ। ଇସ୍ରାଏଲର ଲୋକମାନେ ମୋୟାବର 10,000 ସାହସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ୟା କଲେ। କୌଣସି ଗୋଟିଏ ହେଲେ ମୋୟାବର ଲୋକଙ୍କୁ ପଳାଇ ଯିବାକୁ ସେମାନେ ଦେଲେ ନାହିଁ। ଏହିପରି ମୋୟାବ ଦେଶ ସେହି ଦିନ ଇସ୍ରାଏଲ ଅଧୀନରେ ବଶିଭୂତ ହେଲା। ତେଣୁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ରହିଲା। ବିଗ୍ଭରକ ଶ‌ମ୍‌ଗର ଏହୂଦଙ୍କ ପରେ ଇସ୍ରାଏଲୀୟମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶ‌ମ୍‌ଗର, ଅନାତର ପୁତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ହତ୍ୟା କଲେ। ସେ ମଧ୍ୟ ଇସ୍ରାଏଲକୁ ରକ୍ଷା କଲେ। ଦବୋରା ବିଗ୍ଭର କାରିଣୀ ଏହୂଦଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟମାନ ପୁନର୍ବାର କଲେ। ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା’ର ସେନାପତି ଥିଲା। ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ। ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା। ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। ମୁଁ ଯାବୀ‌ନ୍‌ର ସେନାପତି ସୀଷରାକୁ ଆଗେଇ ନେବି, ତା’ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’” ଏହା ପରେ ବାରକ୍ ଦବୋରାଙ୍କୁ କହିଲେ, “ମୁଁ ଯାଇ ଏପରି କରିବି ଯଦି ତୁମ୍ଭେ ମୋ’ ସହିତ ଯିବ। ଯଦି ତୁମ୍ଭେ ମୋ’ ସହିତ ନ ଯିବ ତେବେ ମୁଁ ଯିବି ନାହିଁ।” ତେଣୁ ସେ କହିଲେ, “ମୁଁ ତୁମ୍ଭ ସହିତ ଯିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡ଼କୁ ଯିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀଲୋକ ଦ୍ୱାରା ସୀଷରାକୁ ପରାସ୍ତ କରିବେ।” ତେଣୁ ଦବୋରା ବାରକ୍ ସହିତ କେଦଶକୁ ଗଲେ। ବାରକ୍ କେଦଶ ସହରର ସବୂଲୂନ୍ ପରିବାରବର୍ଗ ଓ ନପ୍ତାଲିର ଲୋକମାନଙ୍କୁ ଏକତ୍ରିତ କରିଥିଲେ। ଅତଏବ, ସେ 10,000 ସୈନ୍ୟ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ। ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ। କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ। ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ। ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ। ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ। ବାରକ୍ ସୀଷରା ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶମୟ ପର୍ଯ୍ୟନ୍ତ ସେମାନଙ୍କୁ ପଛେ ପଛେ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଣ୍ତା ଦ୍ୱାରା ହଣା ହୋଇ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ। କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହା‌ତ୍‌ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ। ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା’ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ। ତା’ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’” କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା’ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା। ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା। ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ। ଦିନକୁ ଦିନ ଇସ୍ରାଏଲର ଲୋକମାନେ ଅଧିକ ପରାକ୍ରମରୁ ପରାକ୍ରମଶାଳୀ ହେଲେ, ସେମାନେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ ଏବଂ ଶେଷରେ ହତ୍ୟା କଲେ। ଦବୋରାର ସଙ୍ଗୀତ ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ। “ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର। “ହେ, ରାଜଗଣ ଶୁଣ, ହେ ଭୂପତି ଗଣ କର୍ଣ୍ଣ ଡେର। ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି। ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। “ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା। ଆକାଶ ବିନ୍ଦୁ ପାତ କଲା ମେଘମାଳା ଜଳପାତ କଲା। ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା। ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା! “ଅନା‌ତ୍‌ର ପୁତ୍ର ଶ‌ମ୍‌ଗର ସମୟରେ ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା। ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ। “ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ । “ପରମେଶ୍ୱର ନୂତନ ନେତାମାନଙ୍କୁ ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇସ୍ରାଏଲର 40,000 ମଧ୍ୟରେ ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ। “ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି, ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ୟବାଦ କର! “ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଗ୍ଭରେ ବସିବା ଲୋକମାନେ, ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର। ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରକୁ ଓହ୍ଲାଇ ଆସିଲେ। “ଜାଗ, ଜାଗ, ଦବୋରା! ଜାଗ, ଜାଗ, ଗାନ କର! ଜାଗ ବାରକ୍! ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର! “ତା’ପରେ ବଞ୍ଚି ରହି ଯାଇଥିବା ବ୍ୟକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜୟୀ ହେଲେ, ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜୟୀ ହେଲେ। “ଇଫ୍ରୟିମର ସନ୍ତାନଗଣ ଆସିଲେ। ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ। ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗରେ ଥିଲେ। ଇଷାଖର ଯେମିତି ବାରକ୍ ମଧ୍ୟ ସେମିତି ଥିଲା। ସେମାନେ ତଳ ଭୂମିଆଡ଼େ ମାଡ଼ିଗଲେ। “ରୁବେ‌ନ୍‌ର ସ୍ରୋତସମୂହ ଗୁରୁତର ମନୋଭାବନା ହେଲା। ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ? ମେଷପଲ ମଧ୍ୟ ବଂଶୀନାଦ ଶୁଣିବାକୁ, କିଅବା ରୁବେ‌ନ୍‌ର ସମୂହରେ ସ୍ରୋତ ମନୋଭାବନା ହେଲା ଗୁରୁତର! ଗିଲିୟଦ ଲୋକମାନେ ଯର୍ଦ୍ଦନ ନଦୀ ସେପାରିରେ ସେମାନଙ୍କ ଛାଉଣିରେ ବାସ କଲେ। ଆଉ ଦାନ ଜାହାଜଗୁଡ଼ିକରେ କାହିଁକି ରହିଲା? ଆଶେର ସମୁଦ୍ର ତୀରେ ବସି ରହିଥିଲା। ସେ ନିଜ ବନ୍ଦର ନିକଟରେ ବାସକଲା। “ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନପ୍ତାଲି କ୍ଷେତ୍ରରେ ପ୍ରାଣପଣ କଲା। କୀଣାନୀୟ ରାଜାମାନେ ଯୁଦ୍ଧ କରିଥିଲେ। ସେମାନେ କୌଣସି ସିନ୍ଦୁକ ପାଇ ନ ଥିଲେ। ସେମାନେ ମାଗିଦୋର ଜଳତୀରସ୍ଥ, ତାନକରେ ଯୁଦ୍ଧ କରିଥିଲେ। ତାରାଗଣ ସେମାନଙ୍କ ବିରୁଦ୍ଧରେ ଆକାଶରୁ ଯୁଦ୍ଧ କଲେ। ଆକାଶରେ ସେମାନଙ୍କର ପଥରୁ ସେମାନେ ସୀଷରା ବିପକ୍ଷରେ ଯୁଦ୍ଧ କରିଥିଲେ। କୀଶୋନ୍ ନଦୀ ପୁରୁଣା ନଦୀ ଭଷାଇ ନେଲା ସେଷରା ଲୋକ। ହେ ମୋର ପ୍ରାଣ, ତୁମ୍ଭ ବଳରେ ଅଗ୍ରସର ହୁଅ। ଅଶ୍ୱମାନଙ୍କର ଖୁରା ଭୂମିକୁ ମନ୍ଥି ପକାଇଲା। ସେବରା ଘୋଡ଼ା କୁଦାମାରୀ ପଳାଇଲା। “ସଦାପ୍ରଭୁଙ୍କର ଦୂତ କହିଗଲେ, ‘ମେରୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସେମାନଙ୍କ ସୈନ୍ୟ ସଦାପ୍ରଭୁଙ୍କୁ ସାହାଯ୍ୟ କରିବାକୁ ଆସି ନ ଥିଲେ।’ ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ସ୍ତ୍ରୀ ଯାୟେଲ ଧନ୍ୟ ହେବେ। ତମ୍ବୁ ନିବାସିନୀମାନଙ୍କ ମଧ୍ୟରେ ଧନ୍ୟ ହେବେ। ସୀଷରା ଜଳ ମାଗିଲେ ସେ ତାଙ୍କୁ କ୍ଷୀର ଦେଲେ। ରାଜ ଉପଯୁକ୍ତ ପାତ୍ରରେ ଦଧି ଆଣି ତାଙ୍କୁ ଦେଲେ। ଯାୟେଲ ଗୋଟିଏ ହାତରେ ମେଖଣା ଧରି ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା। ତାହାର ପାଦତଳେ ନଇଁ ପଡ଼ିଲା, ପାଦତଳେ ସେ ଲୋଟି ପଡ଼ିଲା, ପାଦତଳେ ସେ ଶୋଇ ପଡ଼ିଲା। ଯେଉଁଠାରେ ସେ ଶୋଇ ପଡ଼ିଲା ସେହିଠାରେ ସେ ମଲା। “ସୀଷରାର ମା ଝରକା ପାଖରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦେଇ ଗ୍ଭହୁଁଥିଲା। ସେ ଏହା ଚିନ୍ତା କରି କାନ୍ଦୁଥିଲା, ‘ସୀଷରାର ରଥ ବିଳମ୍ବ କାହିଁକି? ତଥାପି, ମୁଁ କାହିଁକି ତା’ର ରଥ ଶବ୍ଦ ଶୁଣି ପାରୁ ନାହିଁ?’ “ତା’ର ସବୁଠୁଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦେଲା, ପ୍ରକୃତରେ ସେ ତାକୁ ଏକ ଉତ୍ତର ଦେଲା। ‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀକୁ ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି। ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି। ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ, ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’ “ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିପରି ବିନଷ୍ଟ ହୁଅନ୍ତୁ। ମାତ୍ର, ତାଙ୍କର ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରି ସୂର୍ଯ୍ୟ ତୁଲ୍ୟ ହୁଅନ୍ତୁ।” ଏହା ପରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ମିଦିୟନୀୟ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ। ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ। ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ। ସେମାନେ ଛାଉଣି ସ୍ଥାପନ କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କଲେ। ଇସ୍ରାଏଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡ଼ିଲେ ନାହିଁ। ଏପରିକି ସେମାନେ ମେଷ, ଗୋରୁ କିମ୍ବା ଗଧ କିଛି ଛାଡ଼ିଲେ ନାହିଁ। ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ। ଇସ୍ରାଏଲ ସନ୍ତାନଗଣ ବହୁତ ଗରିବ ହୋଇଗଲେ। କାରଣ ଏହି ମିଦିୟନୀୟମାନଙ୍କ ପାଇଁ। ତେଣୁ ଇସ୍ରାଏଲ ସନ୍ତାନଗଣ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ମିଦିୟନୀୟ ଲୋକମାନେ ସେମାନଙ୍କୁ ଏତେ କଷ୍ଟ ଦେଲେ ଯେ, ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ତେଣୁ ସଦାପ୍ରଭୁ ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଇସ୍ରାଏଲକୁ ପ୍ରେରଣ କଲେ। ସେହି ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲି ଓ ଦାସତ୍ୱରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ କଲି। ମୁଁ ତୁମ୍ଭକୁ ଶକ୍ତିଶାଳୀ ମିଶରୀୟମାନଙ୍କଠାରୁ ଉଦ୍ଧାର କଲି। ମୁଁ ତୁମ୍ଭମାନଙ୍କୁ ସେହିମାନଙ୍କଠାରୁ ରକ୍ଷା କଲି, ଯେଉଁମାନେ ତୁମ୍ଭକୁ କିଣାନରେ ଉପଦ୍ରବ କଲେ। ମୁଁ ସେମାନଙ୍କୁ ସେମାନଙ୍କର ଦେଶରୁ ଘଉଡ଼ାଇ ଦେଲି ଓ ସେହି ଦେଶ ତୁମ୍ଭକୁ ଦେଲି।’ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।” ସଦାପ୍ରଭୁଙ୍କର ଦୂତ ଗିଦିୟୋନକୁ ଦର୍ଶନ ଦେଲେ ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା’ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ। ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗରେ ଦର୍ଶନ ଦେଲେ ଓ କହିଲେ, “ହେ ମହାବିକ୍ରମଶାଳୀ ଲୋକ ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।” ଏହା ପରେ ଗିଦିୟୋନ ତାଙ୍କୁ କହିଲେ, “ହେ ପ୍ରଭୁ, ମୁଁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥା’ନ୍ତି। ତେବେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରି ନାହାନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ଯ୍ୟ କଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିୟନୀୟର ହସ୍ତରେ ସମର୍ପଣ କରିଅଛନ୍ତି।” ତା’ପରେ ସଦାପ୍ରଭୁ ଗିଦିୟୋନକୁ ଅନାଇଲେ ଏବଂ କହିଲେ, “ତୁମ୍ଭର ନିଜର ଶକ୍ତିକୁ ବ୍ୟବହାର କର। ଯାଅ ଏବଂ ମିଦିୟନ ହସ୍ତରୁ ଇସ୍ରାଏଲର ଲୋକମାନଙ୍କୁ ରକ୍ଷା କର। ମୁଁ ତୁମ୍ଭମାନଙ୍କୁ ଏହି ଅଭିଯାନରେ ପଠାଉଛି।” କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।” ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।” ଏହିପରେ ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ, ତେବେ ମୋତେ ପ୍ରମାଣ ଦିଅ ଯେ ପ୍ରକୃତରେ ଆପଣ ମୋ’ ସହିତ କଥାବାର୍ତ୍ତା ହେଉଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।” ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।” ତେଣୁ ଗିଦିୟୋନ ଭିତରକୁ ଯାଇ ଏକ ଛାଗବତ୍ସକୁ ରାନ୍ଧିଲେ। କୋଡ଼ିଏ ପାଉଣ୍ତ ମଇଦାର ଏକ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ଗିଦିୟୋନ ମାଂସକୁ ଗୋଟିଏ ଝୁଡ଼ିରେ ଓ ଝୋଳକୁ ଅନ୍ୟ ପାତ୍ରରେ ରଖିଲେ, ଏହିଗୁଡ଼ିକ ଆଣି ଅଲୋନବୃକ୍ଷ ନିକଟରେ ରଖିଲେ। ପରମେଶ୍ୱରଙ୍କର ଦୂତ ଗିଦିୟୋନକୁ କହିଲେ, “ଏହି ତାଡ଼ିଶୂନ୍ୟ ପିଠାସବୁ ଏହି ମାଂସ ନେଇ ସେହି ପଥର ଉପରେ ରଖ ଓ ତା’ ଉପରେ ଝୋଳ ଢାଳ।” ତାଙ୍କୁ ଯେପରି କରିବାକୁ କୁହାଗଲା, ସେ ସେହିପରି କଲେ। ଏହା ପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତରେ ଥିବା ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ରୋଟୀକୁ ସ୍ପର୍ଶ କଲେ। ଏହା ପରେ ପଥରରୁ ଅଗ୍ନି ବାହାରିଲା ଏବଂ ତା’ ଉପରେ ଥିବା ମାଂସ ଓ ପିଠା ସମ୍ପୂର୍ଣ୍ଣ ପୋଡ଼ିଗଲା। ତା’ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ୟ ହୋଇଗଲେ। ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!” କିନ୍ତୁ ସଦାପ୍ରଭୁ ଗିଦିୟୋନକୁ କହିଲେ, “ଶାନ୍ତ ହୁଅ! ଭୟ ନ କର! ତୁମ୍ଭର ମୃତ୍ୟୁ ହେବ ନାହିଁ!” ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ। ଗିଦିୟୋନ ‌ବା‌ଲ୍‌ଦେବତାଙ୍କ ଯଜ୍ଞବେଦି ଭାଙ୍ଗିଲେ ସେହି ରାତ୍ରିରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ତୁମ୍ଭ ପିତାଙ୍କର ଏକ ଷଣ୍ଢ, ଯାହାକୁ ସାତ ବର୍ଷ ହୋଇଛି ତାକୁ ନିଅ। ତୁମ୍ଭ ପିତାଙ୍କର ‌ବା‌ଲ୍‌ଦେବତା ନିମନ୍ତେ ଥିବା ଯଜ୍ଞବେଦି ଭାଙ୍ଗି ପକାଅ। ସେହି ବେଦି ନିକଟରେ ଥିବା ଆଶେରାର ମୂର୍ତ୍ତିକୁ କାଟି ପକାଅ। ଏହା ପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ଯଜ୍ଞବେଦି ନିର୍ମାଣ କର। ଏହି ଯଜ୍ଞବେଦିକୁ ଉଚ୍ଚସ୍ଥାନରେ ନିର୍ମାଣ କର। ସେହି ଷଣ୍ଢଟିକୁ ହୋମବଳିରୂପେ ସେହି ଯଜ୍ଞବେଦି ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହୋମବଳି ଦ‌ଗ୍‌ଧ କରିବା ପାଇଁ ସେହି ଯଜ୍ଞବେଦି ନିକଟରେ ଥିବା ଆଶେରା ସ୍ତମ୍ଭର କାଠକୁ ବ୍ୟବହାର କର।” ତେଣୁ ଗିଦିୟୋନ ତାଙ୍କର ସେବକଙ୍କ ମଧ୍ୟରୁ ଦଶ ଜଣଙ୍କୁ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସେହିପରି କଲେ। କିନ୍ତୁ ଗିଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟରେ ଏହି କାର୍ଯ୍ୟ ଦିନରେ ନ କରି ରାତ୍ରି ସମୟରେ କଲେ। ତା’ ପରଦିନ ପ୍ରଭାତରେ ସହରର ଲୋକମାନେ ଦେଖିଲେ ‌ବା‌ଲ୍‌ଦେବତାଙ୍କ ପାଇଁ ହୋଇଥିବା ଯଜ୍ଞବେଦି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଇଛି। ଏବଂ ସେମାନେ ଦେଖିଲେ ଆଶେରା ସ୍ତମ୍ଭ ମଧ୍ୟ କଟାଯାଇଛି। ଏବଂ ସେମାନେ ମଧ୍ୟ ନିରୀକ୍ଷଣ କଲେ ଯେ, ବୋହିନେବା ନିର୍ମିତ ଯଜ୍ଞବେଦି ଉପରେ ଏକ ଷଣ୍ଢ ଉତ୍ସର୍ଗ କରାଯାଇଥିଲା। ସହରର ଲୋକମାନେ ପରସ୍ପର କୁହାକୁହି ହେଲେ। “କିଏ ଏହା କରିଛି? ସମସ୍ତେ ଖୋଜିବା ଓ ତଦନ୍ତ ନେବା ପରେ,” କେହି ଜଣେ ତାଙ୍କୁ କହିଲେ, “ଯୋୟାଶର ପୁତ୍ର ଗିଦିୟୋନ ଏପରି କରିଛି।” ତେଣୁ ସହରର ସମସ୍ତ ଲୋକ ଯୋୟାଶ ନିକଟକୁ ଗଲେ ଏବଂ ତାକୁ କହିଲେ। “ତୋର ପୁଅକୁ ବାହାର କର, ସେ ବାଲ୍-ଦେବତାର ଯଜ୍ଞବେଦିକୁ ଧ୍ୱଂସ କରିଛି ଏବଂ ଆଶେର ସ୍ତମ୍ଭକୁ କାଟି ପକାଇଛି ଯାହାକି ଯଜ୍ଞବେଦି ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପୁଅ ନିଶ୍ଚିତ ମରିବ।” ଏହା ପରେ ଯୋୟାଶ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ କ’ଣ ବା‌‌ଲ୍‌‌କୁ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ଯିଏ ବାଲ୍ ସକାଶେ ଯୁକ୍ତି କରେ, ସକାଳେ ତାକୁ ମୃତ୍ୟୁ ଦଣ୍ତ ଦିଆଯିବ। ଯଦି ‌ବା‌ଲ୍‌ଦେବତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ଯିଏ ତା’ର ଯଜ୍ଞବେଦି ଭାଙ୍ଗି ଅଛି।” ଯୋୟାଶ କହିଲେ, “ଯଦି ଗିଦିୟୋନ ତା’ର ଯଜ୍ଞବେଦି ଭାଙ୍ଗିଛି ତେବେ, ବାଲ୍ ତାକୁ ନ୍ୟାୟାଳୟକୁ ନେଇଯାଉ।” ତେଣୁ ସେହି ଦିନ ଯୋୟାଶ ଗିଦିୟୋନର ଏକ ନୂତନ ନାମ, ଯିରୁବ୍ବାଲ୍ ରଖିଲେ। ମିଦିୟନୀୟ ଲୋକମାନଙ୍କୁ ଗିଦିୟୋନମାନେ ପରାସ୍ତ କଲେ ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ନିଜକୁ ଏକତ୍ରିତ କରାଇଲେ। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେହି ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିଷ୍ରିୟେଲର ତଳ ଭୂମିରେ ଛାଉଣି ସ୍ଥାପନ କଲେ। ଯେହେତୁ ସଦାପ୍ରଭୁଙ୍କର ଆତ୍ମା ଗିଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲେ, ଅବୀୟେଷ୍ରୀୟର ଲୋକମାନେ ନିବିଡ଼ ଭାବରେ ତାକୁ ଅନୁସରଣ କଲେ। ଗିଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକୁ ଦୂତ ପଠାଇଲେ। ସେହି ଦୂତମାନେ ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଲେ। ଆଶେର, ସବୂଲୂନ ଏବଂ ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ନିକଟକୁ ସେହି ବାର୍ତ୍ତା ପଠାଗଲା। ତେଣୁ ସେହିସବୁ ପରିବାରବର୍ଗମାନେ ମଧ୍ୟ ଗିଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗଦେବାକୁ ଗଲେ। ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କହିଥିଲ, ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ। ଏହାର ସତ୍ୟତା ଦେଖାଅ। ମୁଁ ଖଳାରେ ମେଷଚମଡ଼ା ପକାଇବି ଯଦି ଖଳାରେ ପଡ଼ିଥିବା ଚମଡ଼ା ଉପରେ କେବଳ କାକର ପଡ଼ିବ ଏବଂ ଭୂମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ତୁମ୍ଭେ ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ରକ୍ଷା କରୁଛ,।” ଏବଂ ତାହା ଠିକ୍ ସେହିପରି ହିଁ ଘଟିଥିଲା। ଗିଦିୟୋନ ତା’ ପରଦିନ ପ୍ରଭାତରେ ଉଠି ସେହି ଚମଡ଼ାକୁ ଏକତ୍ର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା। ଏହା ପରେ ଗିଦିୟୋନ ପରମେଶ୍ୱରଙ୍କୁ କହିଲେ, “ମୋ’ ଉପରେ କ୍ରୋଧିତ ହୁଅ ନାହିଁ। ମୋତେ କେବଳ ଆଉ ଗୋଟିଏ କଥା ପଗ୍ଭରିବାକୁ ଅନୁମତି ଦିଅ। ଏହି ଚମଡ଼ାଦ୍ୱାରା ମୋତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡ଼ାଟି ଶୁଖିଯାଉ ଏବଂ ତା’ର ଗ୍ଭରିପାଖରେ ଥିବା ଭୂମି କାକରରେ ଓଦା ଦେଉ।” ସେହି ରାତ୍ରିରେ ପରମେଶ୍ୱର ଠିକ୍ ସେହିପରି କଲେ, ଚମଡ଼ାଟି ଶୁଷ୍କ ହୋଇଗଲା କିନ୍ତୁ ଭୂମିର ଚତୁର୍ପାର୍ଶ୍ୱ କାକର ଦ୍ୱାରା ଓଦା ରହିଲା। ତା’ ପରଦିନ ପ୍ରତ୍ୟୁଷ୍ୟରେ ଯିରୁବ୍ବାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ମିଦିୟନ ଲୋକମାନଙ୍କର ଛାଉଣି ସେମାନଙ୍କର ଉତ୍ତରରେ ମୋରି ପର୍ବତ ନିକଟ ତଳଭୂମିରେ ଥିଲା। ଏହା ପରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ମିଦିୟନମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କରିବି। କିନ୍ତୁ ତୁମ୍ଭର ଏତେ ସୈନ୍ୟ ଅଛନ୍ତି ଯେ ମୁଁ ସେମାନଙ୍କୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ୟମାନେ ଭାବିବେ ଯେ, ସେମାନେ ନିଜ ଶକ୍ତି ବଳରେ ଶତ୍ରୁମାନଙ୍କୁ ପରାସ୍ତ କରିଛନ୍ତି। ଇସ୍ରାଏଲର ଲୋକମାନେ ମୋତେ ଭୂଲିଯାଆନ୍ତୁ ବୋଲି ଓ ସେମାନେ ନିଜକୁ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତୁ ବୋଲି ମୁଁ ଗ୍ଭହେଁ ନାହିଁ। ତେଣୁ ସେମାନଙ୍କ ପାଇଁ ଏକ ଘୋଷଣା କର, ସେମାନଙ୍କୁ କୁହ, ‘ଯେଉଁ ଲୋକମାନେ ଯୁଦ୍ଧକୁ ଭୟ କରୁଛନ୍ତି, ସେମାନେ ଗିଲିୟଦ ପାହାଡ଼ ଛାଡ଼ି ସ୍ୱଗୃହକୁ ଫେରିଯିବା ଉଚିତ୍।’” ପାଖାପାଖି 22,000 ଲୋକ ଗିଲିୟଦ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସେଠାରେ 10,000 ସୈନ୍ୟ ରହିଥିଲେ। ଏହା ପରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ତଥାପି ବହୁତ ସୈନ୍ୟଗଣ ଅଛନ୍ତି। ସେମାନଙ୍କୁ ଜଳ ଭିତରକୁ ନିଅ, ମୁଁ ତୁମ୍ଭ ପାଇଁ ସେମାନଙ୍କୁ ପରୀକ୍ଷା କରିବି। ଯଦି ମୁଁ କୁହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ,’ ‘ସେ ତୁମ୍ଭର ଅନୁସରଣ କରିବା ଉଚିତ୍,’ କିନ୍ତୁ ଯଦି ମୁଁ କହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ ନାହିଁ,’ ସେ ତୁମ୍ଭର ଅନୁସରଣ କରିବା ଉଚିତ୍ ନୁହଁ।” ତେଣୁ ଗିଦିୟୋନ ସେମାନଙ୍କୁ ପାଣି ଭିତରକୁ ନେଇଗଲେ। ସେଠାରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କର। ଯେଉଁମାନେ କୁକୁର ପରି ନିଜ ଜିଭରେ ଗ୍ଭକୁ ଗ୍ଭକୁ କରି ପାଣି ପିଇବେ, ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଓ ଯେଉଁମାନେ ନଇଁପଡ଼ି ପାଣି ପିଅନ୍ତି, ସେହି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।” ଏଥିରେ 300 ଲୋକ ନିଜ ନିଜ ହାତରେ ମୁହଁରେ ହାତ ଦେଇ କୁକୁରପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ। ଏବଂ ଅନ୍ୟ ସମସ୍ତ ଲୋକ ଜଳ ପାନକରିବା ପାଇଁ ଆଣ୍ଠୁମାଡ଼ି ନଇଁ ପଡ଼ିଲେ। ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ମୁଁ ଏହି 300 ଲୋକଙ୍କୁ ବ୍ୟବହାର କରିବି ଯେଉଁମାନେ କୁକୁର ପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ, ମୁଁ ସେମାନଙ୍କ ଦ୍ୱାରା ତୁମ୍ଭକୁ ସାହାଯ୍ୟ କରିବି ଓ ମିଦିୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସେମାନଙ୍କ ସ୍ୱଗୃହକୁ ଫେରାଇ ଦିଅ।” ତେଣୁ ଗିଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକୁ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସେହି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକୁ ଗ୍ଭଲିଗଲେ। ମିଦିୟନୀୟମାନଙ୍କର ଛାଉଣି ସେମାନଙ୍କର ତଳ ଉପତ୍ୟକାରେ ଥିଲା। ରାତ୍ରି ସମୟରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ। ସେମାନଙ୍କୁ ପରାସ୍ତ କରିବାରେ ମୁଁ ତୁମ୍ଭମାନଙ୍କୁ ଅନୁମତି ଦେବି। ଯଦି ତୁମ୍ଭେ ଏକା ଯିବାକୁ ଭୟ କରୁଛ ତେବେ ତୁମ୍ଭ ସହିତ ତୁମ୍ଭର ସେବକ ଫୁରାକୁ ନେଇଯାଅ। ମିଦିୟନୀୟମାନଙ୍କର ଛାଉଣିକୁ ଯାଅ। ସେମାନଙ୍କର କଥାସବୁ ଶୁଣ। ତେବେ ସେମାନଙ୍କୁ ଆକ୍ରମଣ କରିବାକୁ ତୁମ୍ଭେମାନେ ଭୟ କରିବ ନାହିଁ।” ତେଣୁ ଗିଦିୟୋନ ଓ ତାଙ୍କର ସେବକ ଫୁରା ମିଦିୟନୀୟର ଶିବିର ପାଖକୁ ଗଲେ। ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ। ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।” ସେହି ଲୋକଟିର ବନ୍ଧୁ ଏହି ସ୍ୱପ୍ନର ଅର୍ଥ ବୁଝି ପାରିଲା, ସେ କହିଲା, “ଇସ୍ରାଏଲରୁ ଆସିଥିବା ଯୋୟାସର ପୁତ୍ର ଗିଦିୟୋନଙ୍କର ‌‌ଖ‌ଡ଼୍‌ଗ ଏହା ଛଡ଼ା ଆଉ କିଛି ନୁହେଁ। ପରମେଶ୍ୱର ମିଦିୟନୀୟମାନଙ୍କୁ ଓ ସମସ୍ତ ଶିବିରକୁ ତାଙ୍କ ହସ୍ତରେ ଦେଇଛନ୍ତି।” ସେହି ସ୍ୱପ୍ନ ଓ ଏହାର ଅର୍ଥ ଶୁଣିସାରିବା ପରେ ଗିଦିୟୋନ ନତମସ୍ତକ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣିକୁ ଫେରିଗଲେ। ସେଠାରେ ସେ ଇସ୍ରାଏଲର ସୈନ୍ୟମାନଙ୍କୁ କହିଲେ, “ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।” ଏହା ପରେ ଗିଦିୟୋନ ସେହି 300 ସୈନ୍ୟଙ୍କୁ ତିନି ଦଳରେ ବିଭକ୍ତ କଲେ। ତା’ପରେ ସେ ସେମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୂରୀ ଓ ଗୋଟିଏ ଗୋଟିଏ ଶୂନ୍ୟ ପାତ୍ର ଦେଲେ। ପ୍ରତ୍ୟେକ ପାତ୍ର ମଧ୍ୟରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା। ଏହା ପରେ ଗିଦିୟୋନ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ମୋତେ ଅନୁସରଣ କର ଏବଂ ଦେଖ ମୁଁ ଯାହା କରୁଛି ତୁମେ ସେହିପରି କର। ମୋ’ ପଛରେ ସେନା ଛାଉଣିର ସୀମା ପର୍ଯ୍ୟନ୍ତ ଆସ। ମୁଁ ଯେତେବେଳେ ସେମାନଙ୍କର ଛାଉଣିର ସୀମା ପାଖରେ ପହଞ୍ଚିବି। ମୁଁ ଯେପରି କରିବି ତୁମ୍ଭେମାନେ ଠିକ୍ ସେହିପରି କରିବ। ତୁମ୍ଭେମାନେ ସମସ୍ତେ ଶତ୍ରୁ ଛାଉଣିକୁ ଘେରାଉ କରିବ ଏବଂ ମୁଁ ଏବଂ ମୋ’ ସଙ୍ଗରେ ଥିବା ସୈନ୍ୟମାନେ ଆମ୍ଭର ତୂରୀ ବଜାଇବୁ। ତା’ପରେ ତୁମ୍ଭେମାନେ ତୁମ୍ଭର ତୂରୀ ବଜାଇବ ଏବଂ ତୁମ୍ଭେମାନେ ସମସ୍ତେ ଏକା ସ୍ୱରରେ କହିବ, ‘ସଦାପ୍ରଭୁଙ୍କ ପାଇଁ ଓ ଗିଦିୟୋନର ପାଇଁ।’” ତେଣୁ ଗିଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣି ପାଖରେ ପହଞ୍ଚିଲେ। ସେତେବେଳେ ମିଦିୟନୀୟମାନେ ସେମାନଙ୍କର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ୟରାତ୍ରି ସମୟ ଥିଲା। ଏହି ସମୟରେ ଗିଦିୟୋନ ଓ ତା’ର ଲୋକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇବାକୁ ଲାଗିଲେ ଓ ସେମାନଙ୍କର ଜାରଗୁଡ଼ିକୁ ଭାଙ୍ଗି ଚୁ‌ର୍‌ମାର୍ କରି ପକାଇଲେ। ଏହା ପରେ ତିନି ଗୋଟି ଦଳର ସମସ୍ତ ସୈନିକମାନେ ସେମାନଙ୍କର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସେହି ଲୋକମାନେ ସେମାନଙ୍କର ବାମ ହସ୍ତରେ ମଶାଲ ଓ ଦକ୍ଷିଣ ହସ୍ତରେ ସେମାନଙ୍କର ତୂରୀଗୁଡ଼ିକ ଧରିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ସଦାପ୍ରଭୁଙ୍କ ପାଇଁ ‌‌ଖ‌ଡ଼୍‌ଗଟିଏ ଏବଂ ଗିଦିୟୋନ ପାଇଁ ‌‌ଖ‌ଡ଼୍‌ଗଟିଏ।” ଗିଦିୟୋନର ସୈନ୍ୟମାନେ ଛାଉଣିର ଚତୁର୍ପାର୍ଶ୍ୱରେ ନିଜ ନିଜ ସ୍ଥାନରେ ଛିଡ଼ା ହେଲେ। ମିଦିୟନୀୟମାନେ ଆକସ୍ମିକ ବିପଦରେ ପଡ଼ିଲେ ଏବଂ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ। ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ‌‌ଖ‌ଡ଼୍‌ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍‌ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ। ଏହା ପରେ ସୈନ୍ୟମାନେ, ଯେଉଁମାନେ କି ନପ୍ତାଲି ପରିବାରବର୍ଗ, ଆଶେର ଏବଂ ମନଃଶି ଥିଲେ, ସେମାନେ ଏକତ୍ରିତ ହୋଇ ମିଦିୟନୀୟମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଗିଦିୟୋନ ପର୍ବତମୟ ଦେଶ ଇଫ୍ରୟିମକୁ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, “ଓହ୍ଲାଇ ଆସ ଏବଂ ମିଦିୟନୀମାନଙ୍କ ସୈନ୍ୟଗଣକୁ ଆକ୍ରମଣ କର। ଯର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣ। ମିଦିୟନୀୟମାନେ ସେଠାରେ ପହଞ୍ଚିବା ପୂର୍ବରୁ ଏପରି କର।” ତେଣୁ ସେମାନେ ଇଫ୍ରୟିମର ଲୋକମାନଙ୍କୁ ଏକତ୍ରିତ କଲେ। ସେମାନେ ବୈଥେ-ବାରା ଅଞ୍ଚଳ ପର୍ଯ୍ୟନ୍ତ ନିୟନ୍ତ୍ରଣ କଲେ। ଇଫ୍ରୟିମର ଲୋକମାନେ ମିଦିୟନର ଦୁଇ ନେତୃବର୍ଗଙ୍କୁ ଅକ୍ତିଆର କଲେ। ସେମାନେ ସେବ୍ ଓ ଓରେବ୍ ଥିଲେ। ଇଫ୍ରୟିମ ଲୋକମାନେ ଓରେବଙ୍କୁ, ଓରେବ୍-ଶୈଳ ନିକଟରେ ହତ୍ୟା କଲେ। ସେମାନେ ସେବକୁ ସେବର ଦ୍ରାକ୍ଷାକୁଣ୍ଡ ନିକଟରେ ହତ୍ୟା କଲେ। ସେମାନେ ମିଦିୟନୀୟକୁ ନିରନ୍ତର ଘଉଡ଼ାଇବାକୁ ଲାଗିଲେ ଏବଂ ସେ ଓରେବ୍ ଓ ସେବର ମସ୍ତକକୁ ଗିଦିୟୋନ ନିକଟକୁ ଆଣିଲେ। ସେହି ସମୟରେ ଗିଦିୟୋନ ଯର୍ଦ୍ଦନ ନଦୀର ଆର ପାରିରେ ଥିଲେ। ଇଫ୍ରୟିମ ଲୋକମାନେ ଗିଦିୟୋନଙ୍କ ସହିତ କ୍ରୋଧ ହେଲେ। ସେମାନେ ଗିଦିୟୋନଙ୍କୁ ଦେଖିବା ମାତ୍ରେ ପଗ୍ଭରିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ କାହିଁକି ଏପରି ବ୍ୟବହାର କଲ? ତୁମ୍ଭେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା ପୂର୍ବରୁ ଆମକୁ କହିଲ ନାହିଁ କାହିଁକି?” କିନ୍ତୁ ଗିଦିୟୋନ ସେମାନଙ୍କୁ କହିଲେ, “ତୁମ୍ଭ ତୁଳନାରେ ମୁଁ କ’ଣ ପାଇଛି? ଏହା ସତ୍ୟ ନୁହେଁ କି, ତୁମ୍ଭେ ମୋର ପରିବାର ଅବୀୟେସର ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତା’ଠାରୁ ଅଧିକ ଦ୍ରାକ୍ଷା ତୁମ୍ଭେମାନେ ଜମିରେ ଛାଡ଼ିଛ? ଠିକ୍ ସେହିପରି, ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ମିଦିୟନର ଓରେବ୍ ଓ ସେବ୍ ଦୁଇ ନେତୃବର୍ଗଙ୍କୁ ସମର୍ପଣ କଲେ, କିନ୍ତୁ ମୋର ଫଳକୁ ତୁମ୍ଭ ସହିତ କିପରି ତୁଳନା କରିବି?” ସେମାନେ ଗିଦିୟୋନଙ୍କ କଥାରେ ଶାନ୍ତ ହେଲେ। ଗିଦିୟୋନ ମିଦିୟନୀୟଙ୍କର ଦୁଇଟି ରାଜାଙ୍କୁ ବନ୍ଦୀ କଲେ ଏହା ପରେ ଗିଦିୟୋନ ଓ ତାଙ୍କର 300 ଲୋକ ଯର୍ଦ୍ଦନ ନଦୀ ପାର ହେଲେ। ସେମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ଥିଲେ। ଗିଦିୟୋନ ସୁକ୍‌କୋତର ନାଗରିକମାନଙ୍କୁ କହିଲେ, “ମୋର ସୈନ୍ୟମାନଙ୍କୁ କିଛି ଖାଦ୍ୟଦିଅ। ମୋର ସୈନ୍ୟମାନେ ଅତ୍ୟନ୍ତ କ୍ଳାନ୍ତ। ତଥାପି ମଧ୍ୟ ଆମ୍ଭେମାନେ ମିଦିୟନର ରାଜା ସେବହ ଓ ସଲମୁନ୍ନକୁ ଗୋଡ଼ାଉଛୁ।” ସୁକ୍‌କୋତର ନେତୃବର୍ଗମାନେ ଗିଦିୟୋନଙ୍କୁ କହିଲେ, “ସେବହ ଓ ସଲମୁନ୍ନଙ୍କୁ ଏପର୍ଯ୍ୟନ୍ତ ଅକ୍ତିଆର କରି ନାହଁ? ଆମ୍ଭେ ତୁମ୍ଭର ସୈନ୍ୟଙ୍କୁ କାହିଁକି ଖାଦ୍ୟ ଦେବୁ?” ତେଣୁ ଗିଦିୟୋନ କହିଲେ, “ଏହି କାରଣରୁ ଯେତେବେଳେ ସଦାପ୍ରଭୁ ମୋତେ ସେବହ ଓ ସଲମୁନ୍ନକୁ ଅକ୍ତିଆର କରିବା ପାଇଁ ସାହାଯ୍ୟ କରନ୍ତି। ମୁଁ ଏଠାକୁ ଫେରି ଆସିବି ଏବଂ ତା’ପରେ ମୁଁ ତୁମ୍ଭର ମାଂସକୁ ପ୍ରାନ୍ତରରେ କାନକୋଳି କଣ୍ଟା ଦ୍ୱାରା ଫୋଡ଼ିବି।” ଗିଦିୟୋନ ସେହି ସ୍ଥାନରୁ ପନୂୟେଲକୁ ଗଲେ ଓ ସେଠାରେ ଲୋକମାନଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ, ଯେପରି ସେ ସୁକ୍‌କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ସୁକ୍‌କୋତର ଲୋକମାନଙ୍କ ପରି ପନୂୟେଲର ଲୋକମାନେ ଉତ୍ତର ଦେଲେ। ତେଣୁ ଗିଦିୟୋନ ପନୂୟେଲର ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।” ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ। ଏହା ପରେ ଗିଦିୟୋନ ନୋବହ ଓ ଯ‌ଗ୍‌ବିହର ସହରଗୁଡ଼ିକର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥଦେଇ ଗଲେ। ସେ କାରକ ନଗରରେ ପହଞ୍ଚିଲେ ଏବଂ ଶତ୍ରୁ ଛାଉଣିକୁ ଆକ୍ରମଣ କଲେ। ଯେତେବେଳେ ସେମାନେ ଆକ୍ରମଣକୁ ଆଶା କରି ନ ଥିଲେ। ସେବହ ଓ ସଲମୁନ୍ନ ମିଦିୟନୀୟମାନଙ୍କର ରାଜା ଦୌଡ଼ି ପଳାଇଲେ। କିନ୍ତୁ ଗିଦିୟୋନ ସେମାନଙ୍କୁ ଗୋଡ଼ଇଲେ ଓ ସେମାନଙ୍କୁ କାବୁ କଲେ। ଗିଦିୟୋନ ଏବଂ ତାଙ୍କର ସୈନ୍ୟମାନେ ଶତ୍ରୁ ସୈନ୍ୟବାହିନୀକୁ ପରାସ୍ତ କଲେ। ଏହା ପରେ ଯୋୟାଶର ପୁତ୍ର ଗିଦିୟୋନ ଯୁଦ୍ଧରୁ ଫେରି ଆସିଲେ। ସେମାନେ ହେରସର ଘାଟିଦେଇ ଯୁଦ୍ଧରୁ ଫେରି ଆସିଲେ। ତା’ପରେ ସେ ସୁକ୍‌କୋତ ସହରର ଜଣେ ଯୁବକକୁ ଅକ୍ତିଆର କଲେ ଓ ତାକୁ କେତେକ ପ୍ରଶ୍ନ ପଗ୍ଭରିଲେ। ସେହି ସୁକ୍‌କୋତର ଯୁବକ ସୁକ୍‌କୋତ ସହରର ସତସ୍ତରି ଜଣ ନେତୃବର୍ଗଙ୍କର ନାମ ଲେଖିଲେ। ଏହା ପରେ ଗିଦିୟୋନ ସୁକ୍‌କୋତ ସହରକୁ ଫେରି ଆସିଲେ। ସେ ସେହି ସହରର ଲୋକମାନଙ୍କୁ କହିଲେ, “ଏହିଠାରେ ସେବହ ଓ ସଲମୁନ୍ନ ଅଛନ୍ତି। ତୁମ୍ଭେମାନେ ଏହାକହି ମୋତେ ବିଦ୍ରୂପ କଲ, ‘ଆମ୍ଭେ କାହିଁକି ତୁମ୍ଭ କ୍ଳାନ୍ତ ସୈନିକମାନଙ୍କୁ ଖାଦ୍ୟ ଦେବୁ? ତୁମ୍ଭେମାନେ ଏପର୍ଯ୍ୟନ୍ତ ସେବହ ଓ ସଲମୁନ୍ନକୁ ଧରି ନାହଁ।’” ଗିଦିୟୋନ ସୁକ୍‌କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ ଓ ସେମାନଙ୍କୁ କାନକୋଳି କଣ୍ଟାରେ ବାଡ଼େଇଲେ। ଗିଦିୟୋନ ପନୂୟେଲର ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସେହି ସହରରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ଏହା ପରେ ଗିଦିୟୋନ ସେବହ ଓ ସଲମୁନ୍ନକୁ କହିଲେ “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ହତ୍ୟା କଲ ସେମାନେ କିପରି ଲୋକ ଥିଲେ?” ସେବହ ଓ ସଲମୁନ୍ନ ଉତ୍ତର ଦେଲେ, “ସେହି ଲୋକମାନେ ତୁମ୍ଭପରି ଥିଲେ। ସେମାନେ ପ୍ରତ୍ୟେକେ ରାଜକୁମାର ଥିଲେ।” ଗିଦିୟୋନ କହିଲେ, “ସେମାନେ ମୋର ଭାଇ ଥିଲେ। ମୋର ମା’ର ପୁତ୍ର! ଯେହେତୁ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସେମାନଙ୍କୁ ମାରି ନ ଥା’ନ୍ତ ତେବେ ମୁଁ ତୁମ୍ଭକୁ ବର୍ତ୍ତମାନ ମାରି ନ ଥା’ନ୍ତି।” ଏହା ପରେ ଗିଦିୟୋନ ଯେଥରକୁ କହିଲେ, ଯେ କି ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, “ଏହି ରାଜାମାନଙ୍କୁ ହତ୍ୟାକର।” କିନ୍ତୁ ଯେଥର ଜଣେ ବାଳକ ଥିବାରୁ ଭୟ କଲେ। ତେଣୁ ସେ ତାଙ୍କର ‌‌ଖ‌ଡ଼୍‌ଗ ବାହାର କଲେ ନାହିଁ। ଏହା ପରେ ସେବହ ଓ ସ‌ଲ୍‌ମୁନ୍ନ କହିଲେ, “ଆସ ଓ ତୁମ୍ଭେ ନିଜେ ଆମ୍ଭଙ୍କୁ ହତ୍ୟା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନୁଷ୍ୟ। ତୁମ୍ଭେ ଏହା କରି ପାରିବ।” ତେଣୁ ଗିଦିୟୋନ ଉଠି ପଡ଼ିଲେ ଓ ସେମାନଙ୍କୁ ହତ୍ୟା କଲେ। ସେମାନଙ୍କ ଓଟମାନଙ୍କ ଗଳାରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢ଼ି ନେଲେ। ଗିଦିୟୋନ ଗୋଟିଏ ଏଫୋଦ ତିଆରି କଲେ ଇସ୍ରାଏଲର ଲୋକମାନେ ଗିଦିୟୋନଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ମିଦିୟନୀୟମାନଙ୍କଠାରୁ ରକ୍ଷା କରିଅଛ, ତେଣୁ ତୁମ୍ଭେ ଆମ୍ଭର ଶାସକ ହୁଅ। ଆମ୍ଭେ ତୁମ୍ଭକୁ, ତୁମ୍ଭର ସନ୍ତାନମାନଙ୍କୁ ଆମ୍ଭର ଶାସକ ଭାବେ ଗ୍ଭହୁଁ।” କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।” ଗିଦିୟୋନ ଇସ୍ରାଏଲୀୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି, ତୁମ୍ଭେମାନେ ଯୁଦ୍ଧରେ ନେଇଯାଇଥିବା ସୁବର୍ଣ୍ଣ କର୍ଣ୍ଣ କୁଣ୍ଡଳ ମୋତେ ଦିଅ।” ହାରିଥିବା ଇସ୍ରାଏଲୀୟଙ୍କର ସୁବର୍ଣ୍ଣର କର୍ଣ୍ଣ କୁଣ୍ଡଳକୁ ସେମାନେ ନେଇଯାଇଥିଲେ। ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତା’ ମଧ୍ୟରେ ନିଜ ନିଜର ଲୁଟିତ ନଥ ପକାଇଲେ। ସେଥିରେ ଚନ୍ଦ୍ରହାର, ଝୁମୁକା ଓ ମିଦିୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାହାର ପ୍ରାର୍ଥୀତ, ସୁବର୍ଣ୍ଣ ନଗର ପରିମାଣ 1700 ଶେକଲ ସୁନା ହେଲା। ଗିଦିୟୋନ ଏହିସବୁ ସୁବର୍ଣ୍ଣରେ ଏକ ଏଫୋଦ ତିଆରି କଲେ। ସେ ଏହାକୁ ସେମାନଙ୍କ ନଗର ଅଫ୍ରାରେ ରଖିଲେ। ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ସେହି ଏଫୋଦକୁ ଉପାସନା କଲେ। ଏହିପରି ଭାବରେ, ଏଫୋଦକୁ ଉପାସନା କରି ଇସ୍ରାଏଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱାସୀ ହେଲେ। ଏହି ଏଫୋଦ ଗିଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ୱରୂପ ହେଲା, ଯାହାକି ସେମାନଙ୍କର ପାପର କାରଣ ହେଲା। ଗିଦିୟୋନଙ୍କର ମୃତ୍ୟୁ ଇସ୍ରାଏଲ ଅଧୀନରେ ରହିବା ପାଇଁ, ମିଦିୟନର ଲୋକମାନେ ବାଧ୍ୟ କରାଗଲେ। ସେମାନେ ଆଉ କିଛି ଅସୁବିଧାରେ ପଡ଼ିଲେ ନାହିଁ। ତେଣୁ ଗିଦିୟୋନ ବଞ୍ଚିଥିବା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ଦେଶ ଶାନ୍ତିରେ ରହିଲା। ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ। ଗିଦିୟୋନଙ୍କର ନିଜର ସତୁରିଜଣ ସନ୍ତାନ ଥିଲେ। ତାଙ୍କର ବହୁତ ସନ୍ତାନ ଥିଲେ କାରଣ ତାଙ୍କର ବହୁତ ପତ୍ନୀ ଥିଲେ। ଗିଦିୟୋନଙ୍କର ଶିଖିମଠାରେ ଏକ ଉପପତ୍ନୀ ଥିଲା। ସେହି ଉପପତ୍ନୀର ଏକ ପୁତ୍ର ଥିଲା ଯାହାର ନାମ ଥିଲା ଅବୀମେଲକ୍। ଯୋୟାଶର ପୁତ୍ର ଗିଦିୟୋନ ଅତ୍ୟଧିକ ବାର୍ଦ୍ଧକ୍ୟରେ ପହଞ୍ଚି ମୃତ୍ୟୁବରଣ କଲେ। ଅବୀୟେଷ୍ରୀୟମାନଙ୍କ ଅଫ୍ରାର ସହରରେ ତାଙ୍କ ପିତା ଯୋୟାଶର ନିଜର କବରରେ ଗିଦିୟୋନକୁ କବର ଦିଆଗଲା। ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ‌ବା‌ଲ୍‌ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ। ଇସ୍ରାଏଲର ଲୋକମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ଭୁଲିଗଲେ। ଯଦିଓ ସେ ସେମାନଙ୍କର ଗ୍ଭରିପାଖରେ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ। ଇସ୍ରାଏଲର ଲୋକମାନେ ଯିରୁବ୍ବା‌ଲ୍‌ର ପରିବାର ପ୍ରତି ଆନୁଗତ୍ୟ ରହିଲେ ନାହିଁ। ଯଦିଓ ସେମାନଙ୍କ ପାଇଁ ସେ ବହୁତ କାର୍ଯ୍ୟ କରିଥିଲେ। ଅବୀମେଲକ୍ ରାଜା ହେଲେ ଅବୀମେଲକ୍ ଥିଲା ଯିରୁବ୍ବା‌ଲ୍‌ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା’ର ମାର ସମସ୍ତ ପରିବାରକୁ କହିଲା। “ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବା‌ଲ୍‌ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’” ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚା‌‌ଦ୍‌ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।” ତେଣୁ ପ୍ରାଚୀନମାନେ ତାକୁ ବା‌‌ଲ୍‌‌ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ। ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା’ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବା‌ଲ୍‌ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା’ର ନାମ ଯୋଥମ୍ ଥିଲା। ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ। ଯୋଥମର କାହାଣୀ ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ, “ମୋ’ କଥା ଶୁଣ, ତା’ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ। “ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’ “ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’ “ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’ “କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’ “ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’ “କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’ “ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’ “କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋ‌ନ୍‌ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’ “ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା’ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ। ତା’ପରେ ସେହି ବିଷୟରେ ଚିନ୍ତାକର, ମୋର ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମୋର ପିତା ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ସେ ତା’ ଜୀବନକୁ ବାଜି ଲଗାଇ ମିଦିୟନୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ମୋର ପିତାଙ୍କର ପରିବାର ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତୁରି ପୁତ୍ରଙ୍କୁ ଗୋଟିଏ ପଥରରେ ହତ୍ୟା କଲ। ତୁମ୍ଭେମାନେ ଅବୀମେଲକକୁ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସମ୍ପର୍କୀୟ। ସେ ହେଉଛି ମୋର ପିତାଙ୍କର ଦାସୀ ପୁତ୍ର। ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ। କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦ‌ଗ୍‌ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।” ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା। ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ। ଅବୀମେଲକ୍ ଯିରୁବ୍ବା‌ଲ୍‌ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ। ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ। ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ। ଏବଦର ପୁତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ଶିଖିମକୁ ଗଲା। ଶିଖିମର ନେତୃବର୍ଗମାନେ ତାଙ୍କ ଉପରେ ବିଶ୍ୱାସ କଲେ। ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା’ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ। ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବା‌ଲ୍‌ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା’ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ? ତୁମ୍ଭେ ଯଦି ମୋତେ ତୁମ୍ଭର ଆଦେଶକାରୀ କର, ମୁଁ ଅବୀମେଲକକୁ ବିନଷ୍ଟ କରିଥା’ନ୍ତି। ମୁଁ ତାଙ୍କୁ କହନ୍ତି, ‘ତୁମେ ତୁମ୍ଭର ସୈନ୍ୟକୁ ପ୍ରସ୍ତୁତ କର ଏବଂ ଯୁଦ୍ଧ କରିବାକୁ ବାହାରି ଆସ।’” ସବୂଲ୍ ଥିଲା ଶିଖିମ ନଗରର ନେତା। ସବୂଲ୍ ଜାଣିବାକୁ ପାଇଲା ଯେ, ଏବଦର ପୁତ୍ର ଗାଲ୍ ଯାହା କହିଥିଲା ଏବଂ ଏ କଥାରେ ସେ କ୍ରୋଧାନ୍ୱିତ ହେଲା। ସବୂଲ୍ ଅରୁମାହରେ ଅବୀମେଲକ୍ ନିକଟକୁ ଦୂତ ପଠାଇଲେ ଏବଂ ସେମାନେ କହିଲେ, “ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଛନ୍ତି। ସେମାନେ ସମସ୍ତ ସହରକୁ ତୁମ୍ଭ ବିରୁଦ୍ଧରେ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି। ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷେତରେ ଲୁଚି ରୁହ। ଏହା ପରେ ଯେତେବେଳେ ପ୍ରଭାତ ହେବ, ନଗରକୁ ଆକ୍ରମଣ କର। ଗାଲ୍ ତା’ର ଲୋକମାନଙ୍କ ସହିତ ଯେତେବେଳେ ବାହାରି ଆସେ, ତୁମ୍ଭ ଦ୍ୱାରା ଯେପରି ହେବ ସେହିପରି କର।” ତେଣୁ ଅବୀମେଲକ୍ ଏବଂ ତା’ର ସୈନ୍ୟମାନେ ରାତ୍ରିରେ ଉଠି ନଗରକୁ ଗଲେ। ସେହି ସୈନ୍ୟମାନେ ଗ୍ଭରିଟି ଦଳରେ ଭାଗ ହେଲେ ଏବଂ ସେମାନେ ଶିଖିମ ନଗର ନିକଟରେ ଲୁଚି ରହିଲେ। ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗର ପ୍ରବେଶ ଦ୍ୱାରରେ ଛିଡ଼ା ହେଲା ଓ ଅବୀମେଲକ୍ ଓ ତା’ର ଲୋକମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ। ଗାଲ୍ ସୈନ୍ୟମାନଙ୍କୁ ଦେଖିଲା। ଗାଲ୍ ସବୂଲକୁ କହିଲେ, “ପର୍ବତରୁ ଓହ୍ଲାଇ ଆସୁଥିବା ସୈନ୍ୟମାନଙ୍କୁ ଦେଖ।” କିନ୍ତୁ ସବୂଲ ତାଙ୍କୁ କହିଲା, “ପର୍ବତର ଛାଇ ତୁମ୍ଭକୁ ଲୋକମାନଙ୍କ ପରି ଦେଖାଯାଉଛି।” କିନ୍ତୁ ଗାଲ୍ ପୁଣି କହିଲା, “ଦେଖ କେତେକ ଲୋକ ନାଭେଲ ଭୂମିରୁ ଓହ୍ଲାଇ ଆସୁଛନ୍ତି। ଆଉ ଏକ ଦଳ ମିଓନିର୍ନମ ଅଲୋନବୃକ୍ଷର ପଥଦେଇ ଆସୁଛନ୍ତି।” ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।” ତେଣୁ ଗାଲ୍ ଶିଖିମର ନେତୃବର୍ଗଙ୍କୁ ନେତୃତ୍ୱ କରି ବାହାର ହୋଇ ଅବୀମେଲକ୍ ସହିତ ଯୁଦ୍ଧ କଲା। ଅବୀମେଲକ୍ ତାଙ୍କ ପଛେ ପଛେ ଗୋଡ଼ାଇଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ଯ୍ୟନ୍ତ ଗାଲର ଅଧିକାଂଶ ଲୋକମାନେ ମୃତ୍ୟୁବରଣ କଲେ। ଏହା ପରେ ଅବୀମେଲକ୍ ଅରୁମାରେ ରହିଲେ। ତା’ପରେ ସବୂଲ୍ ଗା‌ଲ୍‌କୁ ଓ ତା’ର ଭାତୃଗଣକୁ ତଡ଼ି ଦେଲା। ସେ ସେମାନଙ୍କୁ ଶିଖିମରେ ବାସ କରିବାକୁ ଅନୁମତି ଦେଲା ନାହିଁ। ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯିବା ବେଳେ କେହି ଜଣେ ଅବୀମେଲକକୁ ଖବର ଦେଲା। ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ନେଇ ସେମାନଙ୍କୁ ତିନି ଦଳରେ ବିଭକ୍ତ କଲେ। ସେମାନେ କ୍ଷେତରେ ନିଜକୁ ଲୁଗ୍ଭଇ ରଖିଲେ ଏବଂ ଯେତେବେଳେ ସେମାନେ ଲୋକମାନଙ୍କୁ ସହରରୁ ବାହାରି ଆସୁଥିବାର ଦେଖିଲେ, ସେମାନଙ୍କୁ ଆକ୍ରମଣ କଲେ। ପୁଣି ଅବୀମେଲକ୍ ତା’ର ଦଳ ପ୍ରବେଶ ଫାଟକ ସମ୍ମୁଖରେ ଛିଡ଼ା ହେଲେ। ଏବଂ ଅନ୍ୟ ଦୁଇଦଳ ବାହାରକୁ ଦୌଡ଼ିଲେ ଏବଂ କ୍ଷେତରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କଲେ। ଅବୀମେଲକ୍ ସେହି ଦିନ ଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗର ହସ୍ତଗତ କରି ନଗରରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ୟା କଲେ। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ। ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷୟରେ ଶୁଣିଲେ। ସେମାନେ ଏ‌‌ଲ୍‌‌ବରୀତ୍ ମନ୍ଦିରର ସବୁଠାରୁ ନିରାପଦ ସ୍ଥାନରେ ଏହା ଜାଣିବାକୁ ପାଇଲେ। ଅବୀମେଲକ୍ ଜାଣିବାକୁ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରିତ ହୋଇଥିଲେ। ଏହା ପରେ ଅବୀମେଲକ୍ ଓ ତାଙ୍କର ସମସ୍ତ ଲୋକମାନେ ସ‌‌ଲ୍‌‌ମୋନ୍ ପର୍ବତକୁ ଚଢ଼ିଲେ। ଅବୀମେଲକ୍ କୁହ୍ରାଡ଼ି ନେଇ ବୃକ୍ଷରୁ କେତେକ ଡାଳ ହାଣିଲେ। ସେ ସେଗୁଡ଼ିକ ଉଠାଇଲେ ଏବଂ ସେଗୁଡ଼ିକ ନିଜ କାନ୍ଧରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, “ଯଥାଶୀଘ୍ର, ମୁଁ ଯାହା କଲି ତୁମ୍ଭେ ତାହା କର।” ତେଣୁ ସମସ୍ତ ଲୋକମାନେ ଅବୀମେଲକକୁ ଅନୁସରଣ କଲେ ଓ ଏଲବେରିଥର ମନ୍ଦିର ସୁରକ୍ଷା କୋଠରୀ ସମ୍ମୁଖରେ ଶାଖାଗୁଡ଼ିକ ଗଦା କଲେ। ତା’ପରେ ସେମାନେ ଏହାକୁ ଅଗ୍ନି ସଂଯୋଗ କଲେ। ଏହି ପ୍ରକାରେ ଶିଖିମର ସମସ୍ତ ମାଲିକମାନେ ମୃତ୍ୟୁବରଣ କଲେ। ସେଠାରେ ପାଖାପାଖି 1000 ପୁରୁଷ ଓ ସ୍ତ୍ରୀ ଥିଲେ। ଅବୀମେଲକର ମୃତ୍ୟୁ ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ। କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ। ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦ‌ଗ୍‌ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ। ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା। ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା’ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା। ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ। ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ। ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବା‌ଲ୍‌ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା। ବିଗ୍ଭରକ ତୋଲୟ ଅବୀମେଲକର ମୃତ୍ୟୁପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କୁ ଇସ୍ରାଏଲବାସୀଙ୍କୁ ରକ୍ଷା କରିବା ପାଇଁ ପଠାଇଲେ। ସେହି ବିଗ୍ଭରକଙ୍କ ନାମ ଥିଲା ତୋଲୟ। ସେ ଥିଲା ପୂୟାର ପୁତ୍ର। ଦୋଦୟର ପୁତ୍ର ପୂୟାର ଥିଲା। ତୋଲୟ ଥିଲା ଇଷାଖର ପରିବାରବର୍ଗ। ଯାହାକି ଇଫ୍ରୟିମ ପର୍ବତମୟ ଦେଶ ଶାମୀର ସହରରେ ତୋଲୟ ବାସ କଲା। ତୋଲୟ ଇସ୍ରାଏଲ ପାଇଁ ତେଇଶ୍ ବର୍ଷ ପାଇଁ ବିଗ୍ଭରକ ରହିଲା। ଏହା ପରେ ତୋଲୟ ମୃତ୍ୟୁବରଣ କଲେ ଓ ଶାମୀରରେ ତାଙ୍କୁ କବର ଦିଆଗଲା। ବିଗ୍ଭରକ ଯାୟୀର ଏହା ପରେ ପରମେଶ୍ୱର ଆଉ ଜଣେ ବିଗ୍ଭରକଙ୍କୁ ପଠାଇଲେ। ତାଙ୍କର ନାମ ଥିଲା ଯାୟୀର ଯେ କି ଥିଲେ ଗିଲିୟଦର ଅଧିବାସୀ। ଯାୟୀର ଇସ୍ରାଏଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହୋଇ ରହିଲେ। ଯାୟୀରଙ୍କର ତିରି‌ଶ୍‌ଟି ପୁତ୍ର ଥିଲେ। ଯେଉଁମାନେ କି ତିରି‌ଶ୍‌ଟି ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରି‌ଶ୍‌ଟି ସହର ଥିଲା। ସେହି ସହରଗୁଡ଼ିକୁ ଯାୟୀର ସହର ନାମରେ ଆଜି ପର୍ଯ୍ୟନ୍ତ ନାମିତ କରାଯାଇଛି। ସେହିସବୁ ସହରଗୁଡ଼ିକ ଗିଲିୟଦ ଦେଶରେ ଅଛି। ଯାୟୀରଙ୍କର ମୃତ୍ୟୁପରେ ତାଙ୍କୁ କାମୋନରେ କବର ଦିଆଗଲା। ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ‌ବା‌ଲ୍‌ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ। ସେହିବର୍ଷ ସେମାନେ ଇସ୍ରାଏଲୀୟଙ୍କୁ ବିନାଶ ଓ ଅତ୍ୟାଗ୍ଭର କଲେ। ଅଠର ବର୍ଷ ପର୍ଯ୍ୟନ୍ତ, ଇସ୍ରାଏଲୀୟମାନେ ଯେଉଁମାନେ କି ଯର୍ଦ୍ଦନ ନଦୀର ଅନ୍ୟ ପାର୍ଶ୍ୱରେ ଗିଲିୟଦର ଅଞ୍ଚଳରେ ବାସ କଲେ ଏବଂ ସେମାନଙ୍କ ସକାଶେ କଷ୍ଟ ଭୋଗ କଲେ। ସେହି ଦେଶ ଯେଉଁଠାରେ ଅମୋରୀତ୍ ବାସ କରୁଥିଲେ। ଅମ୍ମୋନୀୟମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇ ଗଲେ। ଅମ୍ମୋନୀୟମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ବଡ଼ କଷ୍ଟର କାରଣ ହେଲେ। ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ‌ବା‌ଲ୍‌ଦେବତାଗଣଙ୍କର ପୂଜା କରିଅଛୁ।” ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ତୁମ୍ଭମାନଙ୍କୁ ମିସ୍ରୀୟ ଓ ଇମୋରୀୟ, ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରୁ ଉଦ୍ଧାର କଲି। ତୁମ୍ଭେମାନେ ମୋ’ ପାଖରେ କ୍ରନ୍ଦନ କଲ ଯେତେବେଳେ, ସୀଦୋନୀୟମାନେ, ଆମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କୁ ଅତ୍ୟାଗ୍ଭର କଲେ। ମୁଁ ମଧ୍ୟ ସେମାନଙ୍କଠାରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲି। କିନ୍ତୁ ତୁମ୍ଭେମାନେ ମୋତେ ପରିତ୍ୟାଗ କରି ଅନ୍ୟ ଦେବଗଣଙ୍କର ପୂଜା କଲ। ତେଣୁ ମୁଁ ପୁନ୍ନରାୟ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି। ତୁମ୍ଭେମାନେ ଯେଉଁ ଦେବତାଗଣଙ୍କୁ ପୂଜା କରିବାକୁ ମନୋନୀତ କରିଛ। ସେମାନଙ୍କ ପାଖକୁ ଯାଅ ଓ ତାଙ୍କୁ ଉଦ୍ଧାର କରିବାକୁ କୁହ। ତୁମ୍ଭର ଦୁଃଖ ସମୟରେ ସେମାନେ ତୁମ୍ଭର ରକ୍ଷା କରନ୍ତୁ।” କିନ୍ତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, “ଆମେ ପାପ କରିଛୁ। ତୁମ୍ଭର ଯାହା ଇଚ୍ଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।” ଏହା ପରେ ସେମାନେ ନିଜ ମଧ୍ୟରୁ ବିଦେଶୀ ଦେବଗଣଙ୍କୁ ଦୂର କରିଦେଲେ ଏବଂ ସଦାପ୍ରଭୁଙ୍କର ସେବା କଲେ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କର ଦୁଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ। ଯିପ୍ତହଙ୍କୁ ନେତାରୂପେ ବଛାଗଲା ଅମ୍ମୋନୀୟମାନେ ଗିଲିୟଦରେ ସେମାନଙ୍କର ଛାଉଣି ସ୍ଥାପନ କଲେ ଏବଂ ଇସ୍ରାଏଲ ଲୋକମାନେ, ଏକତ୍ରିତ ହେଲେ ଓ ମି‌ସ୍‌ପୀରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ତା’ପରେ ଗିଲିୟଦୀୟର ଲୋକମାନଙ୍କର ଅଧିପତିମାନେ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ଉପରେ ଯିଏ ଆକ୍ରମଣ କରିବାକୁ ନେତୃତ୍ୱ ନେବ। ସେ ଗିଲିୟଦରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ୱ କରିବ।” ଯିପ୍ତହ ନାମକ ଜଣେ ଲୋକ ଗିଲିୟଦର ପରିବାରବର୍ଗର ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲିୟଦ ତାଙ୍କର ପିତା ଥିଲେ। ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” ସେଥିରେ ଯିପ୍ତହ ନିଜର ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ୍ ଦେଶରେ ବାସ କଲା। ସେଥିରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଯିପ୍ତହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ। କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। ଯେତେବେଳେ ଅମ୍ମୋନୀୟମାନେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ଗିଲିୟଦର ନେତୃବର୍ଗ ପ୍ରାଚୀନବର୍ଗ ଯିପ୍ତହଙ୍କୁ ପାଇବାକୁ ଟୋବ୍ ଦେଶକୁ ଗଲେ। ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ ସନ୍ତାନଗଣ ସହିତ ଯେମନ୍ତ ଯୁଦ୍ଧ କରିବାକୁ ଗ୍ଭହୁଁଛୁ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।” ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ବଳପୂର୍ବକ ମୋର ପିତୃଗୃହରୁ ତଡ଼ି ଦେଇଥିଲ। ତୁମେ ମୋତେ ଘୃଣା କର। ଯେତେବେଳେ ତୁମ୍ଭର ଅସୁବିଧା ହୁଏ, ତେବେ କାହିଁକି ତୁମ୍ଭେ ଏବେ ମୋ’ ପାଖକୁ ଆସିଛ?” ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଏଇଥିପାଇଁ ଆମ୍ଭେ ତୁମ୍ଭ ପାଖକୁ ଆସିଅଛୁ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଏବଂ ଗିଲିୟଦରେ ନେତା ହୁଅ।” ଏହା ପରେ ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋତେ ଫେରାଇ ନେଉଛ, ଯଦି ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବାକୁ ମୋତେ ସହାୟ ହୁଅନ୍ତି ତେବେ ମୁଁ ତୁମ୍ଭମାନଙ୍କର ନେତା ହେବି।” ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।” ତେଣୁ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କ ସହିତ ଯିପ୍ତହ ଗଲେ। ଲୋକମାନେ ତାଙ୍କୁ ସେମାନଙ୍କର ମୁଖ୍ୟ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମି‌ସ୍‌ପୀରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା ପୁନରାବୃତ୍ତି କଲେ। ଯିପ୍ତହଙ୍କର ଅମ୍ମୋନ ରାଜାଙ୍କୁ ବାର୍ତ୍ତା ଯିପ୍ତହ ଅମ୍ମୋନୀୟର ରାଜାଙ୍କ ନିକଟକୁ ଦୂତ ପଠାଇ କହିଲେ, “ଅମ୍ମୋନୀୟ ଓ ଇସ୍ରାଏଲୀୟ ମଧ୍ୟରେ ସମସ୍ୟା କ’ଣ? କାହିଁକି ତୁମ୍ଭେମାନେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଆସିଅଛ?” ଅମ୍ମୋନୀୟର ରାଜା ଯିପ୍ତହଙ୍କର ଦୂତକୁ କହିଲେ, “ଆମ୍ଭେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଛୁ କାରଣ ଇସ୍ରାଏଲ ଲୋକମାନେ ଅମ୍ମୋନୀୟଙ୍କର ଭୂମିକୁ ବଳପୂର୍ବକ ଅଧିକାର କରି ନେଇଛନ୍ତି। ଯେତେବେଳେ ସେମାନେ ମିଶରରୁ ଆସିଲେ। ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସେହି ଭୂମିକୁ ନିର୍ବିଘ୍ନରେ ଆମ୍ଭମାନଙ୍କୁ ଫେରାଇ ଦିଅ।” ତେଣୁ ଦୂତଗଣ ଏହି ଖବର ଆଣି ଯିପ୍ତହକୁ ଦେଲେ। ଏହା ପରେ ଯିପ୍ତହ ପୁନର୍ବାର ଅମ୍ମୋନର ରାଜା ନିକଟକୁ ଦୂତ ପଠାଇଲେ। ସେମାନେ ଏହି ବାର୍ତ୍ତା ନେଇ ଗଲେ। “ସେଥିପାଇଁ ଯିପ୍ତହ କହନ୍ତି, ମୋୟାବର ଭୂମି କିମ୍ବା ଅମ୍ମୋନର ଭୂମି ଇସ୍ରାଏଲ ଦ୍ୱାରା ବଳପୂର୍ବକ ଅଧିକୃତ ହୋଇ ନାହିଁ। ଯେତେବେଳେ ଇସ୍ରାଏଲର ଲୋକମାନେ ମିଶର ପରିତ୍ୟାଗ କଲେ, ସେମାନେ ମରୁଭୂମିକୁ ଗଲେ। ଇସ୍ରାଏଲୀୟମାନେ ସୂଫସାଗରକୁ ଗଲେ ଓ ତା’ପରେ କାଦେଶକୁ ଗଲେ। ଇସ୍ରାଏଲ ଇଦୋମର ରାଜାଙ୍କ ନିକଟକୁ ଏହା କହି ଦୂତମାନଙ୍କୁ ପଠାଇଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ।’ ମାତ୍ର ଇଦୋ‌ମ୍‌ର ରାଜା ଏ କଥା ଶୁଣିଲେ ନାହିଁ। ପୁଣି ସେହି ପ୍ରକାର ଇସ୍ରାଏଲ ମୋୟାବର ରାଜା ନିକଟକୁ ଦୂତମାନଙ୍କୁ ପଠାଇଲେ। ସେ ମଧ୍ୟ ମନା କଲା। ତେଣୁ ଇସ୍ରାଏଲ କାଦେଶରେ ରହିଲେ। “ଏହା ପରେ ଇସ୍ରାଏଲ ଲୋକମାନେ ଇଦୋମ ଓ ମୋୟାବ ଦେଶର ମରୁଭୂମି ଦେଇ ଗଲେ। ସେମାନେ ମୋୟାବ ଦେଶର ପୂର୍ବକୁ ଯାତ୍ରା କଲେ। ସେମାନେ ଅର୍ଣ୍ଣୋନର ସେପାରିରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ମୋୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମୋୟାବର ସୀମା ଥିଲା। “ଏହା ପରେ ଇସ୍ରାଏଲ ହି‌ଷ୍‌ବୋନର ଇମୋରୀୟ ରାଜା ସୀହୋନ୍ ନିକଟକୁ ଦୂତ ପଠାଇଲେ, ‘ଆମ୍ଭକୁ ତୁମ୍ଭର ଦେଶ ମଧ୍ୟଦେଇ ଆମ୍ଭ ଦେଶକୁ ଯିବାକୁ ଅନୁମତି ଦିଅ।’ କିନ୍ତୁ ସୀହୋନ ନିଜର ସୀମାଦେଇ ଇସ୍ରାଏଲକୁ ଯିବାକୁ ଦେଲା ନାହିଁ। ସୀହୋନ୍ ନିଜର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। କିନ୍ତୁ ସଦାପ୍ରଭୁ ସୀହୋନର ସମସ୍ତ ଲୋକମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ଇସ୍ରାଏଲ ସେମାନଙ୍କୁ ପରାସ୍ତ କଲେ। ଏହିପରି ଭାବରେ ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ଦେଶକୁ ବଳପୂର୍ବକ ଅଧିକାର କଲେ। ତେଣୁ ଇସ୍ରାଏଲ ଅର୍ଣ୍ଣୋନ ନଦୀଠାରୁ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ ଓ ମରୁଭୂମିଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇମୋରୀୟମାନଙ୍କୁ ସେମାନଙ୍କର ଦେଶଠାରୁ ଜୋର ଜବରଦସ୍ତ ତଡ଼ିଲେ ଓ ତାଙ୍କର ଲୋକମାନଙ୍କୁ ସେହି ଭୂମି ଦେଲେ। ତୁମ୍ଭେ କ’ଣ ଭାବୁଛ ଯେ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ଏଠାରୁ ତଡ଼ି ଦେଇ ପାରିବ? ତୁମ୍ଭମାନଙ୍କର ଦେବତା ସେହି କମୋଶ ତୁମ୍ଭମାନଙ୍କୁ ଯେଉଁ ଦେଶ ଦିଅନ୍ତି, ସେହି ଦେଶ ତୁମ୍ଭେମାନେ ଅଧିକାର କରି ପାରିବ। ସେହିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅମ୍ମୋନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭେମାନେ ଅଧିକାର କରିବୁ। ମୋତେ କୁହ, ତୁମ୍ଭେ କ’ଣ ମୋୟାବ ରାଜା ସି‌ପ୍‌ପୋରର ପୁତ୍ର ବାଲାକଠାରୁ କିଛି କ’ଣ ଅଧିକ? ସେ କ’ଣ କେବେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ସେ କ’ଣ କେବେ ଇ‌ଶ୍‌ମାୟେଲ ସହିତ ଯୁଦ୍ଧ କରିଥିଲେ? ଇସ୍ରାଏଲ 300 ବର୍ଷ ହେଲା ହି‌ଷ୍‌ବୋନ୍ ତା’ର ଉପନଗରରେ, ପୁଣି ଆରୋୟର ଓ ତହିଁର ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁ ଅଛନ୍ତି। ଏଥି ମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ଦେଲ? ଆମ୍ଭେ ଇସ୍ରାଏଲର ଲୋକ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହୁଁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରି ଭୁଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇସ୍ରାଏଲ ଲୋକମାନଙ୍କ ଓ ଅମ୍ମୋନର ଲୋକମାନଙ୍କ ମଧ୍ୟରେ ବିଗ୍ଭରକର୍ତ୍ତା ହୁଅନ୍ତୁ।” ତଥାପି ଅମ୍ମୋନର ରାଜା ଯିପ୍ତହଙ୍କ ବାର୍ତ୍ତା ଶୁଣିଲେ ନାହିଁ। ଯିପ୍ତହର ପ୍ରତିଜ୍ଞା ଏହା ପରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହ ଉପରେ ଅଧିଷ୍ଠାନ କଲା। ସେ ଗିଲିୟଦ ଓ ମନଃଶି ଦେଇ ଗଲେ। ସେ ଗିଲିୟଦ ଦେଇ ମି‌ସ୍‌ପୀକୁ ଗଲେ ଏବଂ ଅମ୍ମୋନୀୟଙ୍କ ଦେଇ ଅତିକ୍ରମ କଲେ। ସେହି ସମୟରେ ଯିପ୍ତହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, “ଯଦି ତୁମ୍ଭେ ଅମ୍ମୋନ ଲୋକମାନଙ୍କୁ ମୋ’ ହସ୍ତରେ ସମର୍ପଣ କର, ତେବେ ମୁଁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧରୁ ନିରାପଦରେ ଫେରି ଆସିବି। ସେହି ସମୟରେ ମୋ’ ଘର ଭିତରୁ ପ୍ରଥମେ ଯିଏ ମୋତେ ଅଭ୍ୟର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହେବ। ମୁଁ ତାହାଙ୍କୁ ହୋମବଳି ରୂପେ ଉତ୍ସର୍ଗ କରିବି।” ଏହା ପରେ ଯିପ୍ତହ ଅମ୍ମୋନ ସନ୍ତାନଗଣ ଦେଶକୁ ଗଲେ। ଯିପ୍ତହ ସେମାନଙ୍କ ସହିତ ଯୁଦ୍ଧ କଲେ। ସଦାପ୍ରଭୁ ଯିପ୍ତହର ସହାୟ ହେଲେ ସେମାନଙ୍କୁ ପରାସ୍ତ କରିବା ପାଇଁ। ଯିପ୍ତହ ଆରୋୟରଠାରୁ ଆରମ୍ଭ କରି ମିନ୍ନୀତ ଅବେଲ-କରାମୀମ୍ ପର୍ଯ୍ୟନ୍ତ କୋଡ଼ିଏଟି ନଗରକୁ ପରାସ୍ତ କଲେ ଏବଂ ସେମାନଙ୍କର ସମସ୍ତ ବାସିନ୍ଦାମାନଙ୍କୁ ହତ୍ୟା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇସ୍ରାଏଲୀୟମାନଙ୍କ ଦ୍ୱାରା ପରାସ୍ତ ହେଲେ। ଯିପ୍ତହ ମି‌ସ୍‌ପୀକୁ ଗଲେ, ସେ ତାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କର ଝିଅ ତାଙ୍କୁ ଦେଖିବାକୁ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରା ନେଇ ନାଚି ନାଚି କରି ଆସିଥିଲା। ସେ ଥିଲା ଯିପ୍ତହଙ୍କର ଏକମାତ୍ର ଅଲିଅଳି କନ୍ୟା। ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ଯିପ୍ତହଙ୍କର ଏହି ଝିଅ ବ୍ୟତୀତ ଆଉ କୌଣସି ପୁଅଝିଅ ନ ଥିଲେ। ଯେତେବେଳେ ଯିପ୍ତହ ଦେଖିଲେ ତାଙ୍କର କନ୍ୟା ଯେ କି ପ୍ରଥମେ ଗୃହରୁ ବାହାର ହୋଇ ତାଙ୍କୁ ଦେଖା ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, “ହେ ମୋର କନ୍ୟା! ତୁମ୍ଭେ ମୋତେ ଧ୍ୱଂସ କରିଦେଲ। ତୁମ୍ଭେ ମୋର ଦୁଃଖର କାରଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ପ୍ରତିଜ୍ଞା ଫେରାଇ ନେଇପାରିବି ନାହିଁ।” ଯିପ୍ତହର କନ୍ୟା କହିଲା, “ହେ ମୋର ପିତା, ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମୋ’ ପ୍ରତି ସେହି ଅନୁସାରେ କର। ଯେହେତୁ, ସଦାପ୍ରଭୁ ତୁମ୍ଭର ଶତ୍ରୁ ଅମ୍ମୋନୀୟମାନଙ୍କୁ ପରାସ୍ତ କରିବାରେ ତୁମ୍ଭଙ୍କୁ ସାହାଯ୍ୟ କଲେ।” ସେ ଆହୁରି ତାଙ୍କ ପିତାଙ୍କୁ କହିଲା, “କିନ୍ତୁ ପ୍ରଥମେ ମୋ’ ପାଇଁ ଏହିପରି କର। ମୋତେ ପ୍ରଥମେ ଦୁଇମାସ ଏକୁଟିଆ ରହିବାକୁ ଦିଅ। ତହିଁରେ ମୁଁ ମୋର ସାଙ୍ଗମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ନିଜର କୁମାରିତ୍ୱ ବିଷୟରେ ବିଳାପ କରିବି।” ଯିପ୍ତହ କହିଲେ, “ଯାଅ” ଏବଂ ସେହିପରି କର। ମୋତେ ଦୁଇମାସ ପାଇଁ ରହିବାକୁ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତା’ର କୁମାରିତ୍ୱ ବିଷୟରେ ବିଳାପ କଲେ। ଦୁଇମାସ ଶେଷରେ ଯିପ୍ତହର କନ୍ୟା ତାଙ୍କର ପିତାଙ୍କ ନିକଟକୁ ଫେରି ଆସିଲେ। ଯିପ୍ତହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠାରେ ଶପଥ କରିଥିଲେ। ଯିପ୍ତହଙ୍କର କନ୍ୟା କାହାରି ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ତେଣୁ ଏହା ଇସ୍ରାଏଲର ଏକ ପ୍ରଥା ରୂପେ ରହିଗଲା। ପ୍ରତି ବର୍ଷ ଇସ୍ରାଏଲୀୟ କନ୍ୟାମାନେ ଗିଲିୟଦୀୟ ଯିପ୍ତହ କନ୍ୟାର ଦୁଃଖର ସ୍ମରଣାତ୍ସବକୁ ବର୍ଷକେ ଗ୍ଭରି ଦିନ ପାଇଁ ପାଳନ କଲେ। ଏହା ସେଠାରେ ଏକ ପରମ୍ପରା ହେଲା। ଯିପ୍ତହ ଏବଂ ଇଫ୍ରୟିମ ଇଫ୍ରୟିମ ପରିବାରବର୍ଗ ସେମାନଙ୍କର ସୈନ୍ୟମାନଙ୍କୁ ଡାକି ଏକତ୍ରିତ କଲେ। ଏହା ପରେ ସେମାନେ ସିଫନ୍ ସହରକୁ ନଦୀ ପାରହୋଇ ଗଲେ। ସେମାନେ ଯିପ୍ତହକୁ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକୁ କାହିଁକି ଡାକିଲ ନାହିଁ? ଆମ୍ଭେ ତୁମ୍ଭ ସହିତ ତୁମ୍ଭ ଘରକୁ ପୋଡ଼ିଦେବୁ।” ଯିପ୍ତହ ସେମାନଙ୍କୁ ଉତ୍ତର ଦେଲେ, “ଅମ୍ମୋନୀୟମାନଙ୍କ ସହିତ ମୋର ଓ ମୋର ଲୋକମାନଙ୍କର ବଡ଼ ବିବାଦ ଥିଲା। ତେଣୁ ମୁଁ ମୋର ଲୋକମାନଙ୍କ ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲି। ମୁଁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭେମାନେ ଆସିଲ ନାହିଁ। ତୁମ୍ଭେମାନେ ମୋତେ ସାହାଯ୍ୟ କଲ ନାହିଁ। ଏଥିଯୋଗୁଁ ମୁଁ ମୋର ଜୀବନକୁ ବାଜି ଲଗାଇଲି। ମୁଁ ନଦୀ ପାର ହୋଇ ଅମ୍ମୋନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମୋତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?” ଏହା ପରେ ଯିପ୍ତହ ଗିଲିୟଦର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ଏବଂ ଇଫ୍ରୟିମ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, କାରଣ ସେମାନେ ଗିଲିୟଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସେମାନେ କହିଲେ, “ହେ ଗିଲିୟଦର ଲୋକମାନେ, ତୁମ୍ଭେମାନେ ଇଫ୍ରୟିମ ଓ ମନଃଶିର ମଧ୍ୟରେ ବାସ କରୁଥିବା ଇଫ୍ରୟିମର ଶରଣାସ୍ଥି।” ଗିଲିୟଦର ଲୋକମାନେ ଇଫ୍ରୟିମର ଲୋକମାନଙ୍କୁ ପରାସ୍ତ କଲେ। ଗିଲିୟଦର ଲୋକମାନେ ଯର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକୁ ନିଜ କବଳକୁ ନେଇଗଲେ, ଯେଉଁଠାରେ ଲୋକମାନେ ଯର୍ଦ୍ଦନ ପାର ହୁଅନ୍ତି। ଇଫ୍ରୟିମର କୌଣସି ପଳାତକ ଲୋକ ନଦୀ ପାର ହୋଇଯିବାକୁ କହିଲେ, “ମୋତେ ନଦୀ ପାର ହେବାକୁ ଦିଅ।” ଗିଲିୟଦର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଇଫ୍ରୟିମ ଲୋକ?” ଯଦି ସେ କହେ “ନାଁ,” ସେମାନେ ତାଙ୍କୁ “‘ଶିବ୍ବୋଲେତ୍’ ଶବ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି।” ଇଫ୍ରୟିମର ଲୋକମାନେ ସେହି ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସେମାନେ ଏହାର ଭୁଲ୍ ଉଚ୍ଚାରଣ କଲେ, “ଶିବ୍ବୋଲେତ୍”, କାରଣ ସେ ଶବ୍ଦଟିକୁ ଠିକ୍ ଭାବରେ ଉଚ୍ଚାରଣ କରି ପାରିଲା ନାହିଁ। ସେମାନେ ଏହିପରି ତାଙ୍କୁ କରାୟତ୍ତ କଲେ ଓ ଯର୍ଦ୍ଦନ ନଦୀ କୂଳରେ ତାକୁ ହତ୍ୟା କଲେ। ଏହିପରି ଭାବରେ ସେମାନେ ମୋଟ 42,000 ଇଫ୍ରୟିମର ଲୋକଙ୍କୁ ହତ୍ୟା କରିଥିଲେ। ଯିପ୍ତହ ଇସ୍ରାଏଲରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହା ପରେ ଗିଲିୟଦଠାରେ ଯିପ୍ତହ ମୃତ୍ୟୁବରଣ କରିବାରୁ ତାଙ୍କୁ ଗିଲିୟଦରେ କବର ଦିଆଗଲା। ବିଗ୍ଭରକ ଇ‌ବ୍‌ସନ୍ ଯିପ୍ତହଙ୍କ ପରେ ଇସ୍ରାଏଲରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇ‌ବ୍‌ସନ୍। ସେ ଥିଲେ ବୈ‌ଥ୍‌ଲେହମ ସହରର ଲୋକ। ଇ‌ବ୍‌ସ‌ନଙ୍କର ତିରି‌ଶ୍‌ଟି ପୁତ୍ର ଓ ତିରି‌ଶ୍‌ଟି କନ୍ୟା ଥିଲେ। ସେ ତାଙ୍କର ତିରିଶ୍ କନ୍ୟାକୁ ସେହି ଲୋକମାନଙ୍କ ସହିତ ବିବାହ ଦେଲେ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ସେ ତିରି‌ଶ୍‌ଟି କନ୍ୟାକୁ ମନୋନୀତ କଲେ, ତାଙ୍କର ପୁତ୍ରମାନଙ୍କ ସହିତ ବିବାହ କରିବା ପାଇଁ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ଇ‌ବ୍‌ସନ୍ ସାତ ବର୍ଷ ଧରି ଇସ୍ରାଏଲର ବିଗ୍ଭରକ ହୋଇ ରହିଲେ, ଯେତେବେଳେ ଇ‌ବ୍‌ସନ୍ ମୃତ୍ୟୁବରଣ କଲେ, ସେ ବୈଥଲେହ‌ମ୍‌ରେ କବର ନେଲେ। ବିଗ୍ଭରକ ଏଲୋନ୍ ଇ‌ବ୍‌ସ‌ନଙ୍କ ପରେ ଏଲୋନ୍ ନାମକ ଜଣେ ଲୋକ ବିଗ୍ଭରକ ହେଲେ। ସେ ଥିଲେ ସବୂଲୂନ୍ ପରିବାରବର୍ଗର ଲୋକ। ସେ ଇସ୍ରାଏଲ ଉପରେ ଦଶ ବର୍ଷ ବିଗ୍ଭରକ ରହିଲେ। ଏହା ପରେ ଏଲୋନ୍ ମୃତ୍ୟୁବରଣ କରିବାରୁ ତାଙ୍କୁ ସବୂଲୁନ୍ ପରିବାରବର୍ଗର ଅୟାଲୋନରେ କବର ଦିଆଗଲା। ବିଗ୍ଭରକ ଅ‌ବ୍‌ଦୋ‌ନ୍‌ ଏଲୋନଙ୍କର ମୃତ୍ୟୁପରେ ହିଲ୍ଲେଲର ପୁତ୍ର ଅ‌ବ୍‌ଦୋ‌ନ୍‌ ଇସ୍ରାଏଲର ବିଗ୍ଭରକ ହେଲେ। ସେ ଫେରିୟାଥୋନ ସହରର ଥିଲେ। ଅ‌ବ୍‌ଦୋ‌ନଙ୍କର ଗ୍ଭଳି‌ଶ୍‌ଟି ପୁତ୍ର ଓ ତିରି‌ଶ୍‌ଟି ନାତି ଥିଲେ। ସେମାନେ ସତୁରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇସ୍ରାଏଲ ଉପରେ ରାଜତ୍ୱ କଲେ। ଏହା ପରେ ସେ ମୃତ୍ୟୁବରଣ କରିବାରୁ ତାଙ୍କୁ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫେରିୟାଥୋନରେ କବର ଦିଆଗଲା। ଶା‌ମ୍‌ଶୋ‌ନଙ୍କର ଜନ୍ମ ପୁନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟମାନ ଇସ୍ରାଏଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତରେ ସେମାନଙ୍କୁ ଗ୍ଭଳିଶ୍ ବର୍ଷ ଯାଏ ସମର୍ପଣ କଲେ। ଏହା ପରେ ସରିୟନିବାସୀ ଜଣେ ଲୋକ ଯାହାର ନାମ ଥିଲା ମାନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବନ୍ଧ୍ୟା। କାରଣ ସେ କୌଣସି ପିଲାକୁ ଜନ୍ମ ଦେବାକୁ ଅକ୍ଷମ ଥିଲା। ସଦାପ୍ରଭୁ ମାନୋହର ସ୍ତ୍ରୀକୁ ପ୍ରସନ୍ନ ହେଲେ, ଏବଂ ତାଙ୍କୁ କହିଲେ, “ତୁମ୍ଭେ ଆଜି ଯାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସ୍ପର୍ଶ କରିବ ନାହିଁ। କୌଣସି ଅଶୁଚି ସାମଗ୍ରୀ ଖାଇବ ନାହିଁ। ସାବଧାନ ହୁଅ। କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପାଇଁ ଯାଉଛ। ତା’ର ମସ୍ତକରେ କ୍ଷୁର ଲାଗିବ ନାହିଁ। ସେ ଗର୍ଭରେ ଥିବା ସମୟରୁ ନାସରୀୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହୋଇଅଛି। ସେ ପଲେଷ୍ଟୀୟମାନଙ୍କ କବଳରୁ ଇସ୍ରାଏଲକୁ ଉଦ୍ଧାର କରିବ।” ଏହା ପରେ ସେହି ସ୍ତ୍ରୀଲୋକଜଣକ ତା’ର ସ୍ୱାମୀକୁ କହିଲା ଯାହାସବୁ ଘଟିଗଲା। ସେ କହିଲା, “ପରମେଶ୍ୱରଙ୍କର ଜଣେ ଲୋକ ମୋ’ ନିକଟକୁ ଆସିଲେ ଯିଏ କି ପରମେଶ୍ୱରଙ୍କ ଦୂତପରି ଦେଖାଯାଉଥିଲେ। ସେ ଅତି ଭୟଙ୍କର ଦେଖାଯାଉଥିଲେ। ସେ କେଉଁଠୁ ଆସିଥିଲେ, ମୁଁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମୋତେ କହିଲେ ନାହିଁ। କିନ୍ତୁ ସେ ମୋତେ କହିଲେ, ‘ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତେଣୁ ତୁମ୍ଭେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ୟ ସେବନ କରିବା ଉଚିତ୍ ନୁହଁ କିମ୍ବା ଅଶୁଚି ଖାଦ୍ୟ ଖାଇବା ଉଚିତ୍ ନୁହଁ। କାରଣ ଶିଶୁଟିକୁ ପରମେଶ୍ୱରଙ୍କୁ ସମର୍ପଣ କରାଯିବ। ସେ ଜନ୍ମରୁ ମରଣ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ନାସରୀୟ ହେବ।’” ଏହା ପରେ ମାନୋହ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲା, “ହେ ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, ପରମେଶ୍ୱରଙ୍କର ଲୋକଙ୍କୁ ଆମ୍ଭ ନିକଟକୁ ପୁନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନେବ ଆମ୍ଭେ ତା’ ପାଇଁ କି କର୍ତ୍ତବ୍ୟ କରିବୁ। ସେ ଆମ୍ଭମାନଙ୍କୁ କୁହନ୍ତୁ।” ପରମେଶ୍ୱର ମାନୋହର ପ୍ରାର୍ଥନା ଶୁଣିଲେ। ସେହି ସଦାପ୍ରଭୁଙ୍କର ଦୂତ ପୁନ୍ନରାୟ ସେହି ସ୍ତ୍ରୀଲୋକ ପାଖକୁ ଆସିଲେ, ସେହି ସ୍ତ୍ରୀ ଜଣକ ଯେତେବେଳେ କ୍ଷେତରେ ତାଙ୍କ ସ୍ୱାମୀଙ୍କ ବିନା ଏକା ଥିଲେ, ସେହି ସମୟରେ ଦୂତ ତାଙ୍କ ନିକଟକୁ ଆସିଲେ। ତେଣୁ ସ୍ତ୍ରୀଲୋକଟି ତାଙ୍କ ସ୍ୱାମୀ ନିକଟକୁ ଶୀଘ୍ର ଦୌଡ଼ି ଗଲା ଓ କହିଲା, “ସେଦିନ ଯେଉଁ ଲୋକ ମୋ’ ନିକଟକୁ ଆସିଥିଲେ ସେ ଲୋକ ପୁନର୍ବାର ଦେଖା ଦେଲେ।” ମାନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପଛେ ପଛେ ଗଲା। ଏବଂ ମାନୋହ ତାଙ୍କୁ ପଗ୍ଭରିଲେ, “ଆପଣ କ’ଣ ସେହି ଲୋକ ଯିଏ କି ମୋ’ ସ୍ତ୍ରୀଙ୍କୁ ଆଗରୁ ଦେଖା ଦେଇଥିଲେ?” ଦୂତ ଜଣକ କହିଲେ “ହଁ, ମୁଁ?” ତେଣୁ ମାନୋହ କହିଲା, “ଯେବେ ତୁମ୍ଭର ବାକ୍ୟ ପୂରଣ ହେଉଛି, ବାଳକର ଜୀବନ ପ୍ରତି କି ପ୍ରକାର କାର୍ଯ୍ୟ ପ୍ରଦର୍ଶନ ହେବ? ସେ କ’ଣ କରିବ?” ସଦାପ୍ରଭୁଙ୍କର ଦୂତ ମାନୋହକୁ କହିଲେ, “ମୁଁ ଯାହା କହିଲି, ତୁମ୍ଭର ସ୍ତ୍ରୀ ସମସ୍ତ ପାଳନ କରିବା ଉଚିତ୍। ସେ ଦ୍ରାକ୍ଷାରସ କିମ୍ବା କୌଣସି ମାଦକ ଦ୍ରବ୍ୟ ପାନ କରିବା ଉଚିତ୍ ନୁହଁ। ସେ କୌଣସି ଅଶୁଚି ଖାଦ୍ୟ ଭୋଜନ କରିବା ଉଚିତ୍ ନୁହଁ। ମୁଁ ତାଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେଗୁଡ଼ିକୁ ସେ ପାଳନ କରନ୍ତୁ।” ଏହା ପରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛୁ, ଆପଣ ଆମ୍ଭ ସହିତ କିଛି ସମୟ ରୁହନ୍ତୁ। ଆମ୍ଭେ ଆପଣଙ୍କ ପାଇଁ ଏକ ଯୁବାଛେଳି ପ୍ରସ୍ତୁତ କରିବୁ।” ସଦାପ୍ରଭୁଙ୍କର ଦୂତ ମାନୋହଙ୍କୁ କହିଲେ, “ତୁମ୍ଭେ ମୋତେ ଅଟକାଇ ରଖିଲେ ବି ମୁଁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିପାର।” ସେ ମନୁଷ୍ୟ ଯେ ସଦାପ୍ରଭୁଙ୍କର ଦୂତ ଏ କଥା ମାନୋହ ଜାଣି ନ ଥିଲା। ଏହା ପରେ ମାନୋହ ପଗ୍ଭରିଲା, ସଦାପ୍ରଭୁ, “ଆପଣଙ୍କର ନାମ କ’ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ପ୍ରଶଂସା କରିବୁ।” ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭେ ମୋ’ ନାମ କାହିଁକି ପଗ୍ଭରୁଛ? ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅଟେ।” ଏହା ପରେ ମାନୋହ ଏକ ଛେଳି ଓ ତହିଁର ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅ‌ଦ୍‌ଭୂତ କାର୍ଯ୍ୟ କଲେ, ଯେତେବେଳେ ମାନୋହ ଓ ତା’ର ସ୍ତ୍ରୀ ଦେଖୁଥିଲେ। ମାନୋହ ଏବଂ ତାଙ୍କର ସ୍ତ୍ରୀ କ’ଣ ସବୁ ଘଟୁଛି ତାହା ଦେଖୁଥା’ନ୍ତି। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ୱର୍ଗକୁ ଗ୍ଭଲିଗଲେ। ଏହା ପରେ ସେହି ଦମ୍ପତ୍ତି ଭୂମିରେ ପଡ଼ିଗଲେ। ବାସ୍ତବରେ ମାନୋହ ବୁଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହା ପରେ ସଦାପ୍ରଭୁଙ୍କର ଦୂତ ଆଉ ମାନୋହ ଓ ତାଙ୍କର ସ୍ତ୍ରୀକୁ କେବେ ପୁଣି ଦେଖା ଦେଲେ ନାହିଁ। ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!” କିନ୍ତୁ ତା’ର ସ୍ତ୍ରୀ ଉତ୍ତର ଦେଲା, “ସଦାପ୍ରଭୁ ଆମ୍ଭକୁ ମାରିବାକୁ ଗ୍ଭହାନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକୁ ଗ୍ଭହିଁଥା’ନ୍ତେ, ତେବେ ସେ ଆମ୍ଭର ହୋମବଳି ଓ ଶସ୍ୟ ନୈବେଦ୍ୟ ଗ୍ରହଣ କରି ନ ଥା’ନ୍ତେ। ସେ ଆମ୍ଭକୁ ଏପରି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖାଇ ନ ଥା’ନ୍ତେ ଓ ଏହିସବୁ କଥା କହି ନ ଥା’ନ୍ତେ।” ଏହା ପରେ ସେହି ସ୍ତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସେ ତାଙ୍କର ନାମ ଶା‌ମ୍‌ଶୋନ୍ ରଖିଲେ। ଶା‌ମ୍‌ଶୋନ୍ ସଦାପ୍ରଭୁଙ୍କର ଆଶୀର୍ବାଦରେ ବଢ଼ିବାକୁ ଲାଗିଲେ। ସଦାପ୍ରଭୁଙ୍କର ଆତ୍ମା ତା’ର ଅନ୍ତରରେ କାମ କରିବାକୁ ଆରମ୍ଭ କଲା, ଯେତେବେଳେ ସେ ମହନୀ-ଦାନରେ ଥିଲା, ଯାହାକି ସରିୟ ଓ ଇଷ୍ଟାୟୋଲ ନଗର ଦ୍ୱୟ ମଧ୍ୟରେ ଥିଲା। ଶା‌ମ୍‌ଶୋ‌ନଙ୍କର ବିବାହ ଶା‌ମ୍‌ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀକୁ ଦେଖିଲେ। ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।” ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?” କିନ୍ତୁ ଶା‌ମ୍‌ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।” ଶା‌ମ୍‌ଶୋ‌ନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ। ଶା‌ମ୍‌ଶୋନ୍ ତାଙ୍କର ପିତାମାତାଙ୍କ ସହିତ ତିମ୍ନାକୁ ଗଲେ। ସେମାନେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ରେ ଏକ ଯୁବା ସିଂହ ଗର୍ଜନ କରି ଶା‌ମ୍‌ଶୋନ୍ ଉପରକୁ କୁଦା ମାରିଲା। ଶା‌ମ୍‌ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ। ଏହିପରି ଭାବରେ ଶା‌ମ୍‌ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶା‌ମ୍‌ଶୋ‌ନଙ୍କୁ ପସନ୍ଦ କଲା। କିଛି ଦିନ ପରେ, ସେ ସେହି ସ୍ତ୍ରୀଲୋକଟିକୁ ବିବାହ କରିବାକୁ ଆସିଲେ। ସେହି ରାସ୍ତାରେ ସେ ସେହି ମୃତ ସିଂହର ଶରୀରକୁ ଦେଖିଲେ। ସେ ଦେଖିଲେ ଯେ, କିଛି ମହୁମାଛି ସେଥିରେ ମହୁ ଫେଣା ତିଆରି କରିଛନ୍ତି। ଶା‌ମ୍‌ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶା‌ମ୍‌ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ। ଶା‌ମ୍‌ଶୋ‌ନଙ୍କର ପିତା ସେହି ପଲେଷ୍ଟୀୟ ସ୍ତ୍ରୀଲୋକଟିକୁ ଦେଖିବାକୁ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସେମାନେ ସେଠାରେ ଏକ ଭୋଜି ଦେଲେ। ସେମାନେ ଶା‌ମ୍‌ଶୋ‌ନ୍‌କୁ ଦେଖିବା ପରେ ତାହାଙ୍କ ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ୍ ଜଣ ମିତ୍ର ଆଣିଲେ। ଏହା ପରେ ଶା‌ମ୍‌ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି। ଯଦି ତୁମ୍ଭେ କେହି ଉତ୍ତର ବାହାର କରି ନ ପାର, ତେବେ ତୁମ୍ଭେମାନେ ମୋତେ ତିରି‌ଶ୍‌ଟି ମସିନା ବସ୍ତ୍ର ଓ ତିରି‌ଶ୍‌ଟି ସାଜ ପୋଷାକ ଦେବ।” ତେଣୁ ସେହି ତିରିଶ୍ ଜଣ ଲୋକ ପଗ୍ଭରିଲେ, “ତୁମ୍ଭେ ତୁମ୍ଭର ପ୍ରହେଳିକା କୁହ, ଆମ୍ଭେ ତାକୁ ଶୁଣିବାକୁ ଗ୍ଭହୁଁଅଛୁ।” ଶା‌ମ୍‌ଶୋନ୍ ସେମାନଙ୍କୁ ସେହି ପ୍ରହେଳିକା ଶୁଣାଇଲେ। “ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।” ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ। କିନ୍ତୁ ସେମାନେ ସେହି ଗ୍ଭତୁର୍ଯ୍ୟ ପ୍ରଶ୍ନ ତିନି ଦିନରେ ବାହାର କରି ପାରିଲେ ନାହିଁ। ଚତୁର୍ଥ ଦିନରେ ସେମାନେ ଶା‌ମ୍‌ଶୋ‌ନଙ୍କର ସ୍ତ୍ରୀଙ୍କୁ କହିଲେ, ଗ୍ଭତୁର୍ଯ୍ୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତୁମ୍ଭେ ସ୍ୱାମୀଙ୍କୁ କୁହ, ନ ହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦ‌ଗ୍‌ଧ କରିବୁ। “ତୁମ୍ଭେ ଆମ୍ଭମାନଙ୍କୁ ଗରିବ କରିବା ପାଇଁ ନିମନ୍ତ୍ରଣ କଲ କି?” ଶା‌ମ୍‌ଶୋ‌ନ୍‌ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।” ଶା‌ମ୍‌ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?” ଶା‌ମ୍‌ଶୋ‌ନ୍‌ର ସ୍ତ୍ରୀ ଅବଶିଷ୍ଟ ସାତ ଦିନ ଯାକ କାନ୍ଦିଲା। ତେଣୁ ଶେଷରେ ଭୋଜିର ସପ୍ତମ ଦିନରେ ଶା‌ମ୍‌ଶୋନ୍ ପ୍ରହେଳିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା’ପରେ ସେ ଯାଇ ତା’ର ଲୋକମାନଙ୍କୁ ସେହି ଉତ୍ତର କହି ଦେଲା। ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ, “ମଧୁଠାରୁ ମଧୁର ଆଉ କ’ଣ? ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?” ଶା‌ମ୍‌ଶୋନ୍ ସେମାନଙ୍କୁ କହିଲେ, “ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।” ଶା‌ମ୍‌ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା’ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ। ଶା‌ମ୍‌ଶୋନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକୁ ନେଲେ ନାହିଁ। ବିବାହରେ ତାଙ୍କର ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଉତ୍ତମ ବନ୍ଧୁର ସେ ସ୍ତ୍ରୀ ହେଲେ। ଶା‌ମ୍‌ଶୋନ୍ ପଲେଷ୍ଟୀୟମାନଙ୍କ ପାଇଁ ଅସୁବିଧା କଲେ ଅମଳ ସମୟରେ ଶା‌ମ୍‌ଶୋନ୍ ଗୋଟିଏ ଯୁବା ଛେଳି ଉପହାର ଧରି ନିଜର ସ୍ତ୍ରୀକୁ ଦେଖିବାକୁ ଗଲେ ଏବଂ ସେ କହିଲେ, “ମୁଁ ମୋର ସ୍ତ୍ରୀକୁ ଦେଖିବାକୁ ଯାଇପାରେ କି?” କିନ୍ତୁ ସେଥିରେ ତା’ର ପିତା ଶା‌ମ୍‌ଶୋ‌ନ୍‌କୁ ଯିବାକୁ ଅନୁମତି ଦେଲେ ନାହିଁ। ତାଙ୍କର ପିତା ଶା‌ମ୍‌ଶୋ‌ନଙ୍କୁ କହିଲେ, “ମୁଁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ୟନ୍ତ ଘୃଣା କର। ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରଙ୍କୁ ଦେଲି। ତା’ର ସାନ ଭଉଣୀ ତା’ଠାରୁ ବହୁତ ସୁନ୍ଦର ତାହାକୁ ଗ୍ରହଣ କର।” କିନ୍ତୁ ଶା‌ମ୍‌ଶୋନ୍ ତାଙ୍କୁ କହିଲେ, “ପଲେଷ୍ଟୀୟମାନଙ୍କୁ ଦୁଃଖ ଦେବା ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମୋତେ ଆଉ କୌଣସି ଲୋକ ଦୋଷାରୋପ କରି ପାରିବେ ନାହିଁ।” ଏହା ପରେ ଶା‌ମ୍‌ଶୋନ୍ 300 ବିଲୁଆ ଧରି ଯୋଡ଼ା ଯୋଡ଼ା କରି ଗୋଟିଏର ଲାଙ୍ଗୁଡ଼କୁ ଅନ୍ୟ ଗୋଟିଏ ଲାଙ୍ଗୁଡ଼ରେ ବାନ୍ଧି ଦେଲେ। ତା’ପରେ ସେ ପ୍ରତ୍ୟେକର ଯୋଡ଼ାଏ ଲାଙ୍ଗୁଡ଼ରେ ଏକ ମଶାଲ ବାନ୍ଧି ଦେଲେ। ତହୁଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ ମଧ୍ୟକୁ ସେମାନଙ୍କୁ ଛାଡ଼ି ଦେଲେ। ଯେତେବେଳେ ସେମାନେ ଶସ୍ୟବିଡ଼ାର କ୍ଷେତ ଦେଇ, ଦ୍ରାକ୍ଷାକ୍ଷେତ୍ର ଦେଇ ଏବଂ ଅଲିଭ୍ କ୍ଷେତ ଦେଇ ଗଲେ, ସବୁକିଛି ପୋଡ଼ି ପାଉଁଶ ହୋଇଗଲା। ପଲେଷ୍ଟୀୟ ଲୋକମାନେ ପଗ୍ଭରିଲେ, “ଏପରି କିଏ କଲା?” କେହି ଜଣେ ତାଙ୍କୁ କହିଲା, “ଶା‌ମ୍‌ଶୋନ୍ ଯେ କି ତିମ୍ନୀୟର ଜ୍ଜାଇଁ ଏପରି କରିଅଛି। ସେ ଏପରି କରିଛନ୍ତି କାରଣ ତାଙ୍କର ଶ୍ୱଶୁର ଶା‌ମ୍‌ଶୋ‌ନଙ୍କର ଭାର୍ଯ୍ୟାଙ୍କୁ ତାଙ୍କର ବନ୍ଧୁଙ୍କୁ ବିବାହ ଦେଇ ଦେଲେ।” ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କର ସ୍ତ୍ରୀ ଓ ତାଙ୍କ ସ୍ତ୍ରୀର ପିତାଙ୍କୁ ଅଗ୍ନିରେ ଦ‌ଗ୍‌ଧ କଲେ। ଶା‌ମ୍‌ଶୋନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ମୋ’ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଅଛ। ମୁଁ ମଧ୍ୟ ତୁମ୍ଭ ପ୍ରତି ଖରାପ ବ୍ୟବହାର ଦେଖାଇବି, ମୁଁ ତୁମ୍ଭ ଉପରେ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଚୁପ୍ ହେବି ନାହିଁ।” ଏହା ପରେ ଶା‌ମ୍‌ଶୋନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ। ଏବଂ ଏହା ପରେ ସେ ଏକ ଗୁମ୍ଫାରେ ଯାଇ ବାସ କଲେ ଯେଉଁ ଗୁମ୍ଫାର ନାମ ଥିଲା ଏଟ‌ମ୍‌ ଶୈଳ। ତେଣୁ ପଲେଷ୍ଟୀୟମାନେ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ। ସେମାନଙ୍କର ସୈନ୍ୟ ଯୁଦ୍ଧ ପାଇଁ ସେଠାରେ ନିଜକୁ ପ୍ରସ୍ତୁତ କଲେ। ସେମାନଙ୍କର ସୈନ୍ୟମାନେ ସେଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ, ଯିହୁଦା ପରିବାରବର୍ଗର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ହେ ପଲେଷ୍ଟୀୟଗଣ, ତୁମ୍ଭେମାନେ କାହିଁକି ଆମ୍ଭ ସହିତ ଯୁଦ୍ଧ କରିବା ପାଇଁ ଆସିଛ?” ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଶା‌ମ୍‌ଶୋ‌ନଙ୍କୁ ନେବା ପାଇଁ ଆସିଅଛୁ। ଆମ୍ଭେ ତାଙ୍କୁ ଆମ୍ଭର ବନ୍ଦୀ କରିବାକୁ ଗ୍ଭହୁଁ। ସେ ଆମ୍ଭର ଲୋକଙ୍କ ସହିତ ଯାହା କଲେ, ଆମ୍ଭେ ତାଙ୍କୁ ଦଣ୍ତ ଦେବା ପାଇଁ ଗ୍ଭହୁଁ।” ଏହା ପରେ ଯିହୁଦାର 3000 ପରିବାରବର୍ଗ ଶା‌ମ୍‌ଶୋ‌ନଙ୍କ ଏଟ‌ମ୍‌ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ଶା‌ମ୍‌ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।” ଏହା ପରେ ସେମାନେ ଶା‌ମ୍‌ଶୋ‌ନଙ୍କୁ କହିଲେ, “ଆମ୍ଭେମାନେ ଆସିଛୁ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦେବୁ।” ଶା‌ମ୍‌ଶୋନ୍ ଯିହୁଦା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତିଜ୍ଞା କର ତୁମ୍ଭେମାନେ ମୋତେ ହତ କରିବ ନାହିଁ।” ଯିହୁଦାର ଲୋକମାନେ କହିଲେ, “ଆମ୍ଭେ ଏହି ପ୍ରସ୍ଥାବରେ ରାଜିଅଛୁ। ଆମ୍ଭେ କେବଳ ତୁମ୍ଭକୁ ଧରିବୁ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦେବୁ। ଆମ୍ଭେ ପ୍ରତିଜ୍ଞା କରୁଛୁ ତୁମ୍ଭକୁ କେବେ ହତ୍ୟା କରିବୁ ନାହିଁ।” ତେଣୁ ସେମାନେ ଦୁଇଟି ନୂତନ ରସିରେ ଶା‌ମ୍‌ଶୋ‌ନ୍‌କୁ ବାନ୍ଧି ଶୈଳ ବାହାରକୁ ଆଣିଲେ। ସେ ଯେତେବେଳେ ଲିହୀ ରାଜ ପ୍ରାସାଦରେ ପହଞ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକୁ ଆସିଲେ। ସେମାନେ ଖୁସୀରେ ଜୟ ଜୟ ଧ୍ୱନି କରୁଥିଲେ। ଏହା ପରେ ତାଙ୍କ ଉପରକୁ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ଆସିଲା, ସେ ଶକ୍ତିଶାଳୀ ହୋଇ ଉଠିଲେ। ଶା‌ମ୍‌ଶୋନ୍ ଦୌଡ଼ିଟିକୁ ଛିଣ୍ତାଇ ଦେଲେ, ତାଙ୍କ ହାତରୁ ଦଉଡ଼ିଗୁଡ଼ିକ ମିଳାଇ ଗଲାପରି ଏବଂ ପୋଡ଼ାସୂତା ପରି ଝରି ପଡ଼ିଲା। ଶା‌ମ୍‌ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ। ଏହା ପରେ ଶା‌ମ୍‌ଶୋନ୍ କହିଲେ, “ଗଧର ହନୁହାଡ଼ ଫୁଙ୍ଗି ମୁଁ 1000 ପୁରୁଷ ପଦାକଲି!” ଯେତେବେଳେ ଶା‌ମ୍‌ଶୋନ୍ ଏ କଥା କହିଲେ, ତା’ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମ‌ତ୍‌ଲିହୀ (ଥୋମଣି ଗିରି) ରହିଲା। ଶା‌ମ୍‌ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।” ପରମେଶ୍ୱର ଲିହୀସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରିବାରୁ ତହିଁରୁ ଜଳ ନିର୍ଗତ ହେଲା। ଶା‌ମ୍‌ଶୋନ୍ ସେହି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫେରି ଆସିଲା। ସେ ଏହି ସ୍ଥାନର ନାମ ଐ‌ନ୍‌ହ‌କ୍‌କରୀ ଦେଲେ। ଯାହାକି ଏବେ ପର୍ଯ୍ୟନ୍ତ ଲିହୀରେ ଅଛି। ତେଣୁ ଶା‌ମ୍‌ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା। ଶା‌ମ୍‌ଶୋନ୍ ଘସା ନଗରକୁ ଗଲେ ଦିନେ ଶା‌ମ୍‌ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା’ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ। କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶା‌ମ୍‌ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁ‌ପ୍‌ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବା।” କିନ୍ତୁ ଶା‌ମ୍‌ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା’ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ। ଶା‌ମ୍‌ଶୋନ୍ ଓ ଦଲୀଲା ଏହା ପରେ ଶା‌ମ୍‌ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀଲୋକର ପ୍ରେମରେ ପଡ଼ିଗଲେ। ଯେ କି ଥିଲା ସୋରେକ୍ ଉପତ୍ୟକାର ଜଣେ ସ୍ତ୍ରୀଲୋକ। ତେଣୁ ପଲେଷ୍ଟୀୟ ନେତୃବର୍ଗମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “ଆମ୍ଭେ ଜାଣିବାକୁ ଗ୍ଭହୁଁ ସେ କେଉଁଠାରୁ ବଳ ପାଉଛି, ତୁମ୍ଭେ ଚତୁରତାର ସହ ତାଙ୍କ ପାଖରୁ ଏହି ଗୁପ୍ତ ରହସ୍ୟ ଆଦାୟ କର। ଆମ୍ଭେ ଜାଣିବାକୁ ଗ୍ଭହୁଁ, ତାକୁ କିପରି କାବୁ କରି ହେବ। ଯାହାଫଳରେ ଆମ୍ଭେ ଯେକୌଣସି ପ୍ରକାରେ ବନ୍ଦୀ କରି ପାରିବୁ। ଯଦି ତୁମ୍ଭେ ଏହା କରି ପାରିବ ତେବେ ତୁମ୍ଭକୁ ଆମ୍ଭେ ପ୍ରତ୍ୟେକ 1100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।” ତେଣୁ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ଦୟାକରି କୁହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ୟକ୍ତି ତୁମ୍ଭକୁ ବାନ୍ଧି ପାରିବ?” ଶା‌ମ୍‌ଶୋନ୍ ଉତ୍ତର ଦେଇ କହିଲେ, “ଯାହା କେବେ ଶୁଷ୍କ ହୋଇ ନାହିଁ। ଏପରି ସାତୋଟା କଞ୍ଚାତନ୍ତୁରେ ଯେବେ ସେମାନେ ମୋତେ ବାନ୍ଧିବେ। ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକପରି ହୋଇ ଯିବି।” ଏହା ପରେ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୋଟା କଞ୍ଚାତନ୍ତ ଆଣି ସେହି ସ୍ତ୍ରୀଲୋକଟିକୁ ଦେଲେ। ସେଥିରେ ସେ ଶା‌ମ୍‌ଶୋ‌ନଙ୍କୁ ବାନ୍ଧିଲା। ସେ ସମୟରେ କେତେକ ଲୋକ ପରବର୍ତ୍ତୀ କୋଠରୀରେ ଲୁଚି ରହିଲେ। ତେଣୁ ସେ ସେମାନଙ୍କୁ କହିଲା, “ଶା‌ମ୍‌ଶୋନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତୁମ୍ଭ ପାଖକୁ ଆସିଛନ୍ତି!” କିନ୍ତୁ ଶା‌ମ୍‌ଶୋନ୍ ଅନାୟାସରେ ଧନୁର ଗୁଣକୁ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡ଼ି ପରି ଛିଣ୍ତିଗଲା। ଏହିପରି ସେମାନେ ତାଙ୍କର ବଳର ଗୁପ୍ତ ରହସ୍ୟ ଜାଣି ପାରିଲେ ନାହିଁ। ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ତୁମ୍ଭେ ମୋତେ ବୋକା ବନେଇଲ ଓ ମିଥ୍ୟା କହିଲ। ଏବେ ତୁମ୍ଭେ କେଉଁଥିରେ ବନ୍ଧାଯାଇପାର କୁହ।” ତହିଁରେ ସେ ତାକୁ କହିଲେ, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ। ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକଙ୍କ ପରି ହୋଇଯିବି।” ତେଣୁ ଦଲୀଲା ନୂତନ ରଜ୍ଜୁ ନେଇ ତାହାଙ୍କୁ ବାନ୍ଧିଲା। ସେତେବେଳେ ଅକ୍ତିଆର କରିବାକୁ ଉତ୍କଣ୍ଠିତ ଲୋକମାନେ ପରବର୍ତ୍ତୀ କୋଠରୀରେ ଲୁଚି ରହିଥିଲେ। ତା’ପରେ ସେ କହିଲା, “ଶା‌ମ୍‌ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହୁ ଉପରେ ଥିବା ରଜ୍ଜୁ ସବୁକୁ ଛିଣ୍ତାଇ ପକାଇଲେ। ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲେ, “ତୁମ୍ଭେ ପୁନର୍ବାର ମୋତେ ନିର୍ବୋଧ ବନେଇଲ ଓ ମିଛ କହିଲ! ତୁମ୍ଭେ କାହିଁରେ ବନ୍ଧାଯାଇପାର, ମୋତେ କୁହ।” ତହିଁରେ ସେ ତାକୁ କହିଲେ, “ଯେବେ ତୁମ୍ଭେ ବୁଣା ଯାଉଥିବା ସୂତାରେ ମୋର ମସ୍ତକର ସାତ ବେଣୀ ବୁଣିବ ଏବଂ ଏହାକୁ ଏକ ଖିଲରେ ଜୋ‌ର୍‌ରେ ବାନ୍ଧିବ, ତେବେ ମୁଁ ସାଧାରଣ ମଣିଷପରି ଦୁର୍ବଳ ହୋଇଯିବି।” ଶା‌ମ୍‌ଶୋନ୍ ଶୋଇଥିବା ବେଳେ ସେ ତାଙ୍କର ବାଳକୁ ଗୋଟିଏ ସୂତା ବାହାର କରି ସାତୋଟି ବେଣୀ କଲା ଏବଂ ଗୋଟିଏ ତମ୍ବୁ ଖିଲରେ ବାନ୍ଧି ଦେଲା ଏବଂ ତା’ପରେ ସେ ତାଙ୍କୁ କହିଲା, “ଶା‌ମ୍‌ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” ତେଣୁ ସେ ଖିଲକୁ, ସୂତାକୁ ଓ ତନ୍ତୁକୁ ଉପାଡ଼ି ପକାଇଲେ। ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ତୁମ୍ଭେ ପୁଣି ଥରେ ମୋତେ ମିଛ କହିଲ, ତୁମ୍ଭେ କିପରି କହି ପାରୁଛ, ‘ମୁଁ ତୁମ୍ଭକୁ ଭଲ ପାଏ,’ ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ? ତୁମ୍ଭର ମହାବଳ କେଉଁଥିରେ ଅଛି ମୋତେ କହି ନାହଁ। ତୁମ୍ଭେ ମୋତେ ତିନିଥରଯାକ ବୋକା ବନାଇଲ।” ଦିନପରେ ଦିନ ସେ ଶା‌ମ୍‌ଶୋ‌ନଙ୍କୁ ଏତେ ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ଣା ହୋଇଗଲେ ଯେ, ନିଜେ ମରିଗଲେ ବୋଲି ସେ ଅନୁଭବ କଲେ। ଶେଷରେ ଶା‌ମ୍‌ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।” ଦଲୀଲା ଦେଖିଲା ଶା‌ମ୍‌ଶୋନ୍ ତାକୁ ସମସ୍ତ ଗୁପ୍ତ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନେତୃବର୍ଗମାନଙ୍କୁ ଜଣାଇ ଦେଲା। ସେ କହିଲା, “ଏହି ଥର ଆସ, କାରଣ ଶା‌ମ୍‌ଶୋନ୍ ମୋତେ ତାଙ୍କର ସମସ୍ତ ରହସ୍ୟ କହିଦେଇଛନ୍ତି।” ତେଣୁ ନେତୃବର୍ଗ ଦଲୀଲା ନିକଟକୁ ଆସିଲେ ଏବଂ ମୁଦ୍ରା ଆଣିଲେ। ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା’ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା’ପରେ ଆଉ ଜଣେ ଲୋକ ଡକାଇ ତା’ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶା‌ମ୍‌ଶୋ‌ନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶା‌ମ୍‌ଶୋ‌ନ୍‌ର ସାମର୍ଥ୍ୟ ଗ୍ଭଲିଗଲା। ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ଶା‌ମ୍‌ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶା‌ମ୍‌ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ। ପଲେଷ୍ଟୀୟ ଲୋକମାନେ ଶା‌ମ୍‌ଶୋ‌ନଙ୍କୁ ଅକ୍ତିଆର କଲେ। ସେମାନେ ତାଙ୍କର ଆଖିକୁ ଉପାଡ଼ି ଦେଲେ। ପୁଣି ତାଙ୍କୁ ଘସାକୁ ଆଣି ପିତ୍ତଳ ବେଢ଼ିରେ ବାନ୍ଧିଲେ। ଆଉ ସେ କାରାଗାରରେ ଚକି ପେଶିଲେ। କିନ୍ତୁ ଶା‌ମ୍‌ଶୋ‌ନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା। ପଲେଷ୍ଟୀୟମାନେ ଏକତ୍ରିତ ହୋଇ ଜୟଲାଭ ଉତ୍ସବ ପାଳନ କଲେ। ସେମାନେ ସେମାନଙ୍କର ଦାଗୋନ୍ ଦେବତା ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କଲେ। ସେମାନେ କହିଲେ, “ଶା‌ମ୍‌ଶୋ‌ନଙ୍କୁ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦେବତା ଆମ୍ଭମାନଙ୍କୁ ସାହାଯ୍ୟ କଲେ। ଯେ କି ଆମ୍ଭର ଶତ୍ରୁ ଥିଲା।” ଯେତେବେଳେ ପଲେଷ୍ଟୀୟ ଲୋକମାନେ ଶା‌ମ୍‌ଶୋ‌ନଙ୍କୁ ଦେଖିଲେ ସେମାନେ ତାଙ୍କର ଦେବତାର ପ୍ରଶଂସା ଗାନ କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କୁ ଆମ୍ଭର ଶତ୍ରୁକୁ ଅକ୍ତିଆର କରିବାରେ ସାହାଯ୍ୟ କଲେ। ଏହି ଲୋକ ଆମ୍ଭର ଦେଶକୁ ଧ୍ୱଂସ କରିଥିଲା। ଏହି ଲୋକ ଆମ୍ଭର ଅନେକ ଲୋକମାନଙ୍କୁ ହତ୍ୟା କରିଥିଲା।” ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶା‌ମ୍‌ଶୋ‌ନଙ୍କୁ ତା’ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶା‌ମ୍‌ଶୋ‌ନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା’ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। ଜଣେ ସେବକ ଶା‌ମ୍‌ଶୋ‌ନ୍‌ର ହାତ ଧରିଥିଲା। ଶା‌ମ୍‌ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।” ସେହି ମନ୍ଦିର ନରନାରୀମାନଙ୍କ ସହିତ ଭରପୁର ଥିଲା। ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସେଠାରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାୟ ନରନାରୀ ତିନି ହଜାର ଛିଡ଼ା ହୋଇଗଲେ। ସେମାନେ ଶା‌ମ୍‌ଶୋ‌ନଙ୍କୁ ଉପହାସ କରୁଥିଲେ। ଏହା ପରେ ଶା‌ମ୍‌ଶୋନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ! ମୋତେ ଭୁଲି ଯାଅ ନାହିଁ। ପ୍ରଭୁ, ଦୟାକରି ମୋତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳରେ ମୁଁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦେଇ ପାରିବି ଏବଂ ଏକ ମୁଷ୍ଟିଘାତରେ ସେମାନଙ୍କଠାରୁ ପ୍ରତିଶୋଧ ନେବି। ଯେଉଁମାନେ ମୋର ଦୁଇ ଆଖି ଉପାଡ଼ି ଦେଇଛନ୍ତି।” ମନ୍ଦିର ମଧ୍ୟସ୍ଥ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭରାଥିଲା, ଶା‌ମ୍‌ଶୋନ୍ ତହିଁରେ ଗୋଟିକୁ ଡାହାଣ ହାତରେ ଓ ଅନ୍ୟଟିକୁ ବାମ ହାତରେ ଧରି ତା’ଉପରେ ଆଉଜି ପଡ଼ିଲେ। ପୁଣି ଶା‌ମ୍‌ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସହିତ ମୋର ପ୍ରାଣ ଯାଉ।” ଏହାକହି ସେ ସ୍ତମ୍ଭଗୁଡ଼ିକ ତାଙ୍କର ସମସ୍ତବଳ ଖଟାଇ ପେଲି ଦେଲେ। ଛାତଟି ପଡ଼ିଗଲା ଓ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ଲୋକ ମୃତ୍ୟୁବରଣ କଲେ। ଏହିପରି ତାଙ୍କର ଜୀବନ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅପେକ୍ଷା ତାଙ୍କର ମରଣ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଥିଲା। ଏହା ପରେ ତାଙ୍କର ଭାତୃଗଣ ଓ ପିତୃଗୃହସ୍ଥ ପରିବାର ଆସିଲେ ଓ ତାଙ୍କର ମୃତ ଶରୀରକୁ ନେଇଗଲେ। ସେମାନେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନରେ କବର ଦେଲେ, ଯେଉଁଟାକି ସରିୟର ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ। ସେ କୋଡ଼ିଏ ବର୍ଷ ଧରି ଇସ୍ରାଏଲମାନଙ୍କର ବିଗ୍ଭରକ ଥିଲେ। ମୀଖାର ପ୍ରତିମାଗୁଡ଼ିକ ମୀଖା ନାମକ ଜଣେ ବ୍ୟକ୍ତି ଇଫ୍ରୟିମ ପର୍ବତମୟ ଦେଶରେ ବାସ କରୁଥିଲା। ମୀଖା ତା’ର ମା’କୁ କହିଲା, “ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1100 ଖଣ୍ତ ରୂପା ଗ୍ଭେରି ହୋଇଥିଲା ଏବଂ ତୁମ୍ଭେ ଶାପ ଦେଉଥିବାର ମୁଁ ଶୁଣିଲି। ସେହି ରୂପା ମୋ’ ପାଖରେ ଅଛି, ମୁଁ ଏହା ଦେଖିଲି।” ତା’ର ମା ତାକୁ କହିଲା, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ମୋର ପୁତ୍ର।” ମୀଖା ସେହି 1100 ଖଣ୍ତ ରୂପା ତା’ର ମା’କୁ ଫେରାଇ ଦେଲା। ଏହା ପରେ ତା’ର ମା ତାକୁ କହିଲେ, “ମୁଁ ସେହି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶେଷ ଉପହାର ରୂପେ ଅର୍ପଣ କରିବି। ମୁଁ ଏହା ମୋର ପୁତ୍ରକୁ ଦେବି, ଯାହାଫଳରେ ସେ ଏକ ମୂର୍ତ୍ତି କରି ତାକୁ ରୂପା ଆଚ୍ଛାଦନ କରି ପାରିବ। ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।” କିନ୍ତୁ ମୀଖା ସେହି ରୂପା ଖଣ୍ଡକୁ ତା’ର ମାକୁ ଫେରାଇ ଦେଲା। ତା’ର ମା ଦୁଇଶହ ଖଣ୍ତ ରୂପା ସୁନାରିକୁ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା। ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନେକ ମୂର୍ତ୍ତିଗୁଡ଼ିକ ଥିଲା। ସେ ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଯାଜକ ରୂପେ ନିଯୁକ୍ତ କଲା। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟିରେ ଯାହା ଭଲ ଲାଗିଲା, ସେ ତାହା କଲା। ସେଠାରେ ଜଣେ ଲେବୀୟ ଯୁବକ ଯିହୁଦାର ବୈ‌ଥ୍‌ଲେହମର ଥିଲା। ସେ ଯିହୁଦାର ପରିବାରବର୍ଗରେ ବାସ କରି ଆସୁଥିଲା। ସେ ଯେଉଁଠାରେ ସ୍ଥାନ ପାଇ ପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ନଗରରୁ, ଅର୍ଥାତ୍ ବୈ‌ଥ୍‌ଲେହମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରୟିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା। ତହିଁରେ ମୀଖା ତାହାକୁ ପଗ୍ଭରିଲା, “ତୁମ୍ଭେ କେଉଁଠାରୁ ଆସିଲ?” ସେ ଉତ୍ତର କରି କହିଲା, “ମୁଁ ବୈ‌ଥ୍‌ଲେହମ୍ ଯିହୁଦାର ଏକ ଲେବୀୟ ଲୋକ। ମୁଁ ବାସ କରିବାକୁ ଗୋଟିଏ ସ୍ଥାନ ଖୋଜୁଛି।” ମୀଖା କହିଲା, “ମୋ’ ସଙ୍ଗେ ତୁମେ ବାସ କର। ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦେବି।” ମୀଖା ଯାହା କହିଲା, ସେହି ଲେବୀୟ ତାହା କଲା। ତହିଁରେ ସେ ଲେବୀୟ ଲୋକ ଗଲା। ଏହା ପରେ ସେହି ଲେବୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। ଏହା ପରେ ମୀଖା ଦ୍ୱାରା ଯାଜକ ଭାବରେ ନିଯୁକ୍ତ ହୋଇ ସେହି ଯୁବା ଲୋକ ମୀଖାର ଗୃହରେ ରହିଲା। ତା’ପରେ ମୀଖା କହିଲା, “ବର୍ତ୍ତମାନ ମୁଁ ଜାଣେ ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ଜଣେ ଲେବୀୟ ପରିବାରବର୍ଗ ମୋର ଯାଜକ ହେଲା।” ଦାନ୍ ଲୟିଶ ନଗରକୁ କରଗତ କଲେ ସେହି ସମୟରେ ଇସ୍ରାଏଲ ମଧ୍ୟରେ ରାଜା ନ ଥିଲେ। ସେହି ସମୟରେ ଦାନ୍ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖୋଜୁଥିଲେ। କାରଣ ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭୂମି ପାଇ ନ ଥିଲେ। ଏଣୁ ଦା‌ନ୍‌ର ପରିବାରବର୍ଗ ସେମାନଙ୍କ ପରିବାରବର୍ଗରୁ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟାୟୋଲଠାରୁ ପଠାଇଲେ, ସେମାନେ ସେମାନଙ୍କୁ କହିଲେ, “ଯାଅ ଏବଂ ଆଉ କିଛି ଅଧିକ ଦେଶ ଅନୁସନ୍ଧାନ କର।” ସେହି ପାଞ୍ଚ ଜଣ ଇଫ୍ରୟିମ-ପର୍ବତମୟସ୍ଥ ଦେଶସ୍ଥିତ ମୀଖାର ଗୃହରେ ରାତ୍ରି ଯାପନ କଲେ। ସେମାନେ ମୀଖାର ଗୃହ ନିକଟରେ ଥିବା ବେଳେ ସେହି ଲେବୀୟ ଯୁବକର କଥା ଶୁଣିଲେ। ସେମାନେ ଏହା ଚିହ୍ନି ପାରିଲେ, ତେଣୁ ସେମାନେ ଘର ଭିତରକୁ ଯାଇ ତାକୁ ପଗ୍ଭରିଲେ, “ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭର ଏଠାରେ କ’ଣ ଅଛି?” ସେ ଉତ୍ତରରେ କହିଲା, ମୀଖା ମୋ’ ପ୍ରତି ଏହିପରି କରିଛନ୍ତି। “ସେ ମୋତେ ବେତନ ଦେଇ ଏଠାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି” ତେଣୁ ସେମାନେ ତାହାକୁ କହିଲେ, “ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ। ପରମେଶ୍ୱରଙ୍କ ନିକଟରେ ପଗ୍ଭର ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ। ତାହା ଆମ୍ଭେ ଜାଣିବାକୁ ଗ୍ଭହୁଁ।” ତହୁଁ ଯାଜକ ତାଙ୍କୁ କହିଲା, “କୁଶଳରେ ଯାଅ। ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।” ଏହା ପରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶରେ ପହଞ୍ଚିଲେ। ସେଠାରେ ସେମାନେ ଦେଖିଲେ, ସୀଦୋନୀୟମାନଙ୍କ ଶାସନରେ ଲୋକମାନେ କିପରି ନିରାପଦରେ ରହୁଥିଲେ। ସେହି ଦେଶରେ ଶାନ୍ତି ଥିଲା, ସେମାନଙ୍କର ସବୁକିଛି ଯଥେଷ୍ଟ ଥିଲା। ସେଠାରେ ଅତ୍ୟାଗ୍ଭରୀ ଶାସକ ନ ଥିଲେ। ଆଉ ସେମାନେ ସୀଦୋନଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା। ଏହା ପରେ ସେମାନେ ସରିୟ ଓ ଇଷ୍ଟାୟୋଲରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଗ୍ଭରିଲେ, “କ’ଣ ତୁମେ ଶିକ୍ଷା କଲ?” ତହିଁରେ ସେମାନେ କହିଲେ, “ଉଠ, ସେମାନଙ୍କର ପ୍ରତିକୂଳରେ ଯିବା। କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭେମାନେ କାହିଁକି ଚୁପ ରହିଛ। ସେହି ଦେଶକୁ ଯିବାକୁ ଓ ସେ ଦେଶକୁ ଅଧିକାରକୁ ଆଣିବା ପାଇଁ ଅଳସ କର ନାହିଁ। ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।” ତେଣୁ ଦାନ୍ ପରିବାରବର୍ଗରୁ 600 ଲୋକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ ସରିୟ ଓ ଇଷ୍ଟାୟୋଲ ପରିତ୍ୟାଗ କଲେ। ସେମାନେ ଲୟିଶକୁ ଯିବା ବାଟରେ ଯିହୁଦାର କିରିୟତ ଯିୟାରୀମ ନଗରରେ ଛାଉଣି ସ୍ଥାପନ କଲେ। ସେହି କାରଣରୁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ମହନୀଦାନ୍ ବୋଲି ପରିଚିତ। ଯାହାକି କିରିୟତ ଯିୟାରୀମର ପଶ୍ଚିମରେ ଅଛି। ସେହି ସ୍ଥାନଠାରୁ 600 ଲୋକ ଇଫ୍ରୟିମ ପର୍ବତମୟ ଦେଶକୁ ଯାତ୍ରା କଲେ। ତା’ପରେ ସେମାନେ ଆସି ମୀଖାର ଘରେ ପହଞ୍ଚିଲେ। ତେଣୁ ସେହି ପାଞ୍ଚ ଜଣ ଯେଉଁମାନେ ଲୟିଶ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ସେମାନଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ସେଠାରେ ଏକ ଏଫୋଦ ଅଛି। ସେଠାରେ ଗୃହ ଦେବତାଗଣ ଅଛନ୍ତି ଓ ଏକ ଖୋଦିତ ପ୍ରତିମା ଅଛି। ଏହା ତୁମ୍ଭେମାନେ କ’ଣ ଜାଣ? ତେଣୁ ବର୍ତ୍ତମାନ କ’ଣ କରିବାକୁ ହେବ ବିବେଚନା କର।” ସେମାନେ ମୀଖାର ଗୃହ ପାଖରେ ଅଟକି ଗଲେ। ଯେଉଁଠାରେ ଲେବୀୟ ଲୋକ ଜଣକ ବାସ କରୁଥିଲା। ସେମାନେ ସେହି ଲେବୀୟ ଯୁବକକୁ ପଗ୍ଭରିଲେ କିପରି ଅଛନ୍ତି ବୋଲି। ଦାନ୍ ପରିବାରବର୍ଗର 600 ଲୋକ ଅସ୍ତ୍ରରେ ସଜ୍ଜିତ ହୋଇଥିଲେ। ସେମାନେ ଫାଟକ ନିକଟରେ ଛିଡ଼ା ହେଲେ। ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ। ତା’ପରେ ସେମାନେ ଭିତରକୁ ପ୍ରବେଶ କରି ଏଫୋଦକୁ, ଗୃହ ଦେବତାଙ୍କୁ ଓ ଖୋଦିତ ପ୍ରତିମାକୁ ନେଇଗଲେ। ସେହି ସମୟରେ ଯାଜକ ଫାଟକ ନିକଟରେ ଅସ୍ତ୍ରରେ ସଜ୍ଜିତ ହୋଇ ସେହି 600 ଲୋକ ସହିତ ଛିଡ଼ା ହୋଇଗଲେ। ଯାଜକ ଘରେ ପ୍ରବେଶ କରିଥିବା ପାଞ୍ଚ ଜଣଙ୍କୁ ପଗ୍ଭରିଲେ, “ତୁମ୍ଭେମାନ କ’ଣ କରୁଅଛ?” *** ସେମାନେ ତାକୁ ଚୁପ୍ ହେବା ପାଇଁ କହିଲେ। ସେମାନେ ତାକୁ କହିଲେ, “ତୁମ୍ଭର ହାତ ତୁମ୍ଭର ପାଟିରେ ଦିଅ ଏବଂ ଆମ୍ଭମାନଙ୍କୁ ଅନୁସରଣ କର। ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କର ଯାଜକ ହୁଅ। ତୁମ୍ଭେ ଗୋଟିଏ ଲୋକର ଗୃହ ଦେବତାର ଯାଜକ ହେବା ଭଲ ନା ଇସ୍ରାଏଲର ଗୋଷ୍ଠୀ ଓ ପରିବାରବର୍ଗ ଉପରେ ଯାଜକ ହେବା ଭଲ?” ଏଥିରେ ଯାଜକର ମନ ଆନନ୍ଦିତ ହେଲା। ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଳା ପ୍ରତିମାମାନ ନେଇ ଲୋକମାନଙ୍କ ସଙ୍ଗରେ ଗ୍ଭଲିଗଲା। ଏହା ପରେ ସେମାନେ ବୁଲି ପଡ଼ିଲେ ଓ ସେହି ସ୍ଥାନ ପରିତ୍ୟାଗ କଲେ। ସେମାନେ ସେମାନଙ୍କର ବାଳକ, ପଶୁଗଣ ଓ ସେମାନଙ୍କର ସମସ୍ତ ସାମଗ୍ରୀ ସେମାନଙ୍କ ଆଗରେ ରଖିଲେ। ସେମାନେ ମୀଖାର ଗୃହର ଅଳ୍ପ ଦୂରରେ ଥିଲେ। ସେତେବେଳେ ମୀଖାର ନିକଟରେ ବାସ କରୁଥିବା ଲୋକମାନେ ଦା‌ନ୍‌ର ଲୋକମାନଙ୍କୁ ଗୋଡ଼ାଇଲେ ଓ ସେମାନଙ୍କୁ ଧରିଲେ। ସେମାନେ ଦା‌ନ୍‌ର ଲୋକମାନଙ୍କ ଉପରେ ପାଟି କଲେ। ତା’ପରେ ଦା‌ନ୍‌ର ଲୋକମାନେ ବୁଲିପଡ଼ି ମୀଖାଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରିତ କରିଛ?” ସେ ଉତ୍ତରରେ କହିଲେ, “ମୋର ହାତରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମୋର ଯାଜକକୁ ତୁମ୍ଭେମାନେ ନେଇ ଯାଇଛ। ମୋର ଆଉ କ’ଣ ବାକି ଅଛି? ତଥାପି ତୁମ୍ଭେ ପଗ୍ଭରୁଛ, ‘ସମସ୍ୟା କ’ଣ?’” ତହିଁରେ ଦା‌ନ୍‌ର ଲୋକମାନେ ତାଙ୍କୁ କହିଲେ, “ଆମ୍ଭ ସହିତ ତର୍କ ନ କରିବା ତୁମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ କ୍ରୋଧିତ କରିପାରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସେମାନେ ତୁମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକୁ ଆକ୍ରମଣ କରି ପାରନ୍ତି ଓ ହତ୍ୟା କରି ପାରନ୍ତି।” ଏହା ପରେ ଦାନ୍ ସନ୍ତାନଗଣ ନିଜ ପଥରେ ଅଗ୍ରସର ହେଲେ। ପୁଣି ମୀଖା ସେମାନଙ୍କୁ ନିଜଠାରୁ ଅଧିକ ବଳବାନ ଦେଖି ନିଜ ଗୃହକୁ ଫେରି ଗଲେ। ତା’ପରେ ସେମାନେ ମୀଖାର ପ୍ରତିମା ଓ ତାହାର ଯାଜକକୁ ଛାଡ଼ି ଲୟିଶରେ ପହଞ୍ଚିଲେ। ସେମାନେ ସେହି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସେଠାରେ ଶାନ୍ତିରେ ଓ ନିରାପଦରେ ବାସ କରୁଥିଲେ। ସେମାନେ ‌‌ଖ‌ଡ଼୍‌ଗରେ ଲୋକମାନଙ୍କୁ ହତ୍ୟା କଲେ ଓ ନଗରକୁ ଅଗ୍ନିରେ ଦ‌ଗ୍‌ଧ କଲେ। ପୁଣି ତାଙ୍କର କେହି ଉଦ୍ଧାର କର୍ତ୍ତା ନ ଥିଲେ। କାରଣ ତାହା ସୀଦୋନଠାରୁ ଦୂର ଥିଲା, ସେମାନଙ୍କର ଅନ୍ୟ ଲୋକମାନଙ୍କ ସହିତ ଚୂକ୍ତି ନ ଥିଲା। ଲୟିଶ ବୈ‌ଥ୍‌ରହୋବର ଓ ନିକଟସ୍ଥ ତଳ ଭୂମିରେ ଥିଲା। ଏହା ପରେ ସେମାନେ ନୂତନ ନଗର ନିର୍ମାଣ କରି ସେଠାରେ ବାସ କଲେ। ଯେହେତୁ ସେମାନେ ଇସ୍ରାଏଲର ଜଣେ ପୁତ୍ର ଦା‌ନ୍‌ର ଭବିଷ୍ୟଦ୍ ବଂଶଧର ଥିଲେ, ସେମାନେ ସେହି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବରେ ସେହି ନଗରର ନାମ ଲୟିଶ ଥିଲା। ଏଣୁ ଦାନ୍ ପରିବାରବର୍ଗ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସେମାନଙ୍କର ଯାଜକରୂପେ ସେମାନେ ମୋଶାଙ୍କର ପୁତ୍ର ଗେର୍ଶୋନ ବଂଶଧର ଯୋନାଥନକୁ ନିଯୁକ୍ତ କଲେ। ଇସ୍ରାଏଲୀୟମାନେ ନିର୍ବାସିତ ହେବା ପର୍ଯ୍ୟନ୍ତ ଯୋନାଥନ ଓ ତାଙ୍କର ପୁତ୍ରମାନେ ଦାନ୍ ପରିବାରବର୍ଗର ଯାଜକ ହୋଇ ରହିଲେ। ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ। ଜଣେ ଲେବୀୟ ବ୍ୟକ୍ତି ଓ ତା’ର ଉପପତ୍ନୀ ସେହି ସମୟରେ ଇସ୍ରାଏଲୀୟମାନଙ୍କର କେହି ରାଜା ନ ଥିଲେ। ଇଫ୍ରୟିମ ପର୍ବତମୟ ଦେଶର ବହୁ ଦୂରରେ ଜଣେ ଲେବୀୟ ବ୍ୟକ୍ତି ବାସ କରୁଥିଲେ। ଯିହୁଦାର ବୈ‌ଥ୍‌ଲେହମର ତାଙ୍କର ଜଣେ ଦାସୀ ଥିଲା। କିନ୍ତୁ ସେହି ସ୍ତ୍ରୀ ଜଣକ ତାଙ୍କ ସହିତ ତର୍କ କରି ତା’ର ପିତୃ ଗୃହକୁ ଗ୍ଭଲିଗଲା। ସେ ସେଠାରେ ଗ୍ଭରିମାସ ଧରି ରହିଲେ। ଏହା ପରେ ତା’ର ସ୍ୱାମୀ ତା’ ପାଖକୁ ଦେଖିବାକୁ ଗଲେ ଓ ତାକୁ ନମ୍ରତାରେ କହିଲେ କାଳେ ସେ ତାଙ୍କ ସହିତ ଫେରି ଆସିବ। ସେ ତାଙ୍କର ଗୋଟିଏ ଯୋଡ଼ା ଗଧ ଓ ତାଙ୍କର ଦାସ ସହିତ ସେଠି ପହଞ୍ଚିଲେ। ସେହି ଲେବୀୟ ଲୋକଟିକୁ ଦେଖି ସେହି ସ୍ତ୍ରୀଲୋକ ଜଣକର ପିତା ବହୁତ ଖୁସୀ ହୋଇଗଲେ ଓ ତାଙ୍କୁ ପାଛୋଟି ନେବା ପାଇଁ ବାହାରକୁ ବାହାରି ଆସିଲେ। ସେହି ସ୍ତ୍ରୀଲୋକଟିର ପିତା ଲେବୀୟ ଲୋକଜଣଙ୍କୁ ତାଙ୍କ ଘରକୁ ପାଛୋଟି ନେଲେ। ଏବଂ ସେ ଦିନ ସେଠାରେ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ। ତେଣୁ ସେହି ଲେବୀୟ ଲୋକଜଣକ ସେଠାରେ ତିନି ଦିନ ଧରି ରହିଲେ। ସେ ତାଙ୍କ ଶ୍ୱଶୁର ଘରେ ଖାଇପିଇ ଶୋଇ ରହିଲେ। ଚତୁର୍ଥ ଦିନ ସେହି ସ୍ଥାନ ଛାଡ଼ିବା ପାଇଁ ପ୍ରଭାତରୁ ଉଠି ପ୍ରସ୍ତୁତ ହେଲେ। ସ୍ତ୍ରୀଲୋକଟିର ବାପା କହିଲା, “ପ୍ରଥମେ କିଛି ଖାଅ, ଖାଇ ସାରିବା ପରେ ତୁମେ ଯାଇପାର।” ତେଣୁ ଲେବୀୟ ଲୋକ ଏବଂ ତାଙ୍କ ଶ୍ୱଶୁର ଏକ ସାଙ୍ଗରେ ଖିଆପିଆ କଲେ। ଏହା ପରେ ସେହି ଯୁବତୀର ପିତା ତାଙ୍କୁ କହିଲେ, “ଦୟାକରି ଆଜି ରାତ୍ରି ଏହିଠାରେ ରହିଯାଅ ଏବଂ ନିଜକୁ ଉପଭୋଗ କର।” ତେଣୁ ସେହି ଲୋକଦ୍ୱୟ ବସି ଭୋଜନ କଲେ। ଲେବୀୟ ଲୋକ ଜଣକ ଯିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କୁ ଗୋଟିଏ ରାତ୍ରି ରହିବା ପାଇଁ ଅନୁରୋଧ କଲେ। ଏହା ପରେ ପଞ୍ଚମ ଦିନ ଲେବୀୟ ଲୋକଜଣକ ଅତି ପ୍ରତ୍ୟୁଷରୁ ଉଠି ଯିବାକୁ ବାହାରିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅନୁରୋଧ କଲେ, “ପ୍ରଥମେ କିଛି ଖିଆ ପିଆ କର।” ତେଣୁ ସେମାନେ ଏକତ୍ର ଉପରଓଳି ପର୍ଯ୍ୟନ୍ତ ଖାଇ ପିଇ ମଉଜ କଲେ। ଏହା ପରେ ସେହି ଲେବୀୟ ଲୋକ ଜଣକ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସେବକମାନେ ଯିବା ପାଇଁ ଉଠିଲେ। କିନ୍ତୁ ସେହି ସମୟରେ ସେହି ଯୁବତୀର ପିତା କହିଲେ, “ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରି ଏହିଠାରେ ରହିଯାଅ, ଏବଂ ତୁମ୍ଭେ ନିଜକୁ ଉପଭୋଗ କର। ଆସନ୍ତା କାଲି ପର୍ଯ୍ୟନ୍ତ ଏଠାରେ ରହିଯାଅ। ଆସନ୍ତାକାଲି ପ୍ରଭାତରୁ ତୁମ୍ଭେ ଉଠି ତୁମ୍ଭ ବାଟରେ ତୁମ୍ଭେ ଗ୍ଭଲିଯିବ।” କିନ୍ତୁ ଲେବୀୟ ଲୋକଜଣକୁ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗୁ ନ ଥିଲା। ତେଣୁ ସେ ପ୍ରସ୍ତୁତ ହେଲା ଏବଂ ତା’ର ଉପପତ୍ନୀ ଓ ଗଧ ଦୁଇଟିକୁ ଧରି ଗ୍ଭଲିଗଲା, ସେ ଯିବୂଷ ପର୍ଯ୍ୟନ୍ତ ଯାତ୍ରା କଲେ। ଦିନ ସରିଆସିବା ବେଳକୁ ସେମାନେ ଯିବୂଷ ନିକଟରେ ଥିଲେ। ତେଣୁ ତାଙ୍କର ଦାସ ତାଙ୍କର ମୁନିବକୁ କହିଲେ, “ଗ୍ଭଲ ଏହିଠାରେ ରହିଯିବା ରାତ୍ରିଟି ଏହିଠାରେ କଟାଇ ଦେବା।” କିନ୍ତୁ ତାଙ୍କର ମୁନିବ ଲେବୀୟ ଲୋକଜଣକ ତାଙ୍କୁ କହିଲେ, “ନା, ଆମ୍ଭେ ଏହି ବିଚିତ୍ର ନଗରରେ ରହିବା ନାହିଁ। ସେହି ଲୋକମାନେ ଇସ୍ରାଏଲୀୟ ନୁହନ୍ତି। ଆମ୍ଭେମାନେ ଗିବିୟାକୁ ଯିବା।” ଲେବୀୟ ଲୋକଜଣକ କହିଲେ, “ଆସ ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯିବା, ପୁଣି ଗିବିୟା କି ରାମାରେ ରାତ୍ରି କାଟିବା।” ତେଣୁ ସେମାନେ ଆପଣା ପଥରେ ଗ୍ଭଲିଗଲେ। ବିନ୍ୟାମୀନ ପରିବାରବର୍ଗର ଅଧୀନରେ ଥିବା ଗିବିୟା ନିକଟରେ ପହଞ୍ଚିଲା ବେଳେ ସୂର୍ଯ୍ୟ ଅସ୍ତ ହେଉଥିଲା। ତେଣୁ ସେମାନେ ଗିବିୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ସେମାନେ ନଗରରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରି ଯାପନ କରିବା ପାଇଁ କେହି ସେମାନଙ୍କୁ ନିମନ୍ତ୍ରଣ କଲା ନାହିଁ। ସେତେବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ନିଜର କ୍ଷେତ୍ରରୁ ସ୍ୱକର୍ମସାରି ଫେରୁଥିଲା। ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବିୟାରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନୀୟ ଥିଲେ। ସେ ଲୋକ ଅନାଇ ନଗରର ଛକରେ ସେହି ପଥିକକୁ ବସିଥିବାର ଦେଖିଲା, ଏବଂ ସେହି ବୃଦ୍ଧ ଲୋକଜଣକ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ? ତୁମ୍ଭେ କେଉଁଠାକୁ ଯାଉଅଛ?” ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଯିହୁଦାର ବୈ‌ଥ୍‌ଲେହମରୁ ଆସୁଅଛୁ ଏବଂ ପର୍ବତମୟ ଦେଶ ଇଫ୍ରୟିମର ଅଗମ୍ୟ ଅଞ୍ଚଳକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ, ଆମ୍ଭେମାନେ ବୈ‌ଥ୍‌ଲେହମକୁ ଯାଇଥିଲୁ। ଏବେ ମୁଁ ମୋର ଗୃହକୁ ଯାଉଅଛି। ମାତ୍ର ବର୍ତ୍ତମାନ ମୋତେ ଆପଣା ଗୃହକୁ ନେବାକୁ କେହି ନାହିଁ। ଆମ୍ଭମାନଙ୍କ ପାଖରେ ଆମ୍ଭର ଗଧପାଇଁ ନଡ଼ା ଓ ଶସ୍ୟ ଅଛି। ମୋ’ ପାଇଁ ମୋର ଉପପତ୍ନୀ ପାଇଁ ଓ ମୋର ସେବକମାନଙ୍କ ପାଇଁ ଯେଉଁମାନେ ମୋ’ ସହିତ ଅଛନ୍ତି, ସେମାନଙ୍କ ପାଇଁ ପ୍ରଚୁର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭେମାନେ କିଛି ଅଭାବ ବୋଧ କରୁ ନାହୁଁ।” ତେଣୁ ସେହି ବୃଦ୍ଧଲୋକ ଜଣକ କହିଲା, “ତୁମ୍ଭେ ଶାନ୍ତିରେ ରୁହ। ମୁଁ ତୁମ୍ଭର ସମସ୍ତ ଆବଶ୍ୟକତାର ଯତ୍ନ ନେବି। ଦୟାକରି ନଗରର ଛକରେ ରାତ୍ରିଯାପନ କର ନାହିଁ।” ଏହା ପରେ ସେ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା। ପୁଣି ସେମାନେ ପାଦ ଧୋଇ ଭୋଜନ କଲେ। ସେମାନେ ଖାଉଥିବା ବେଳେ ଓ ଉପଭୋଗ କରୁଥିବା ବେଳେ ସହରରୁ କେତେକ ଦୁଷ୍ଟ ଲୋକ ଗୃହ ଗ୍ଭରିପାଖରେ ଘେରିଗଲେ। ସେମାନେ କବାଟରେ ବାଡ଼େଇବା ଆରମ୍ଭ କଲେ। ସେମାନେ ଗୃହମାଲିକ ସେହି ବୃଦ୍ଧ ଲୋକଙ୍କୁ ପାଟି କରି କହିଲେ, “ସେହି ଲୋକକୁ ଗୃହରୁ ବାହାର କରି ଆଣ ଯିଏ ତୁମ୍ଭର ଅତିଥି। ଆମ୍ଭେ ତା’ ସହିତ ରତିକ୍ରିୟା କରିବୁ।” ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି। ଦେଖ, ଏଠାରେ ମୋର ଝିଅ, ଯେ କି କୁମାରୀ ଅଛି। ଏବଂ ଏହିଠାରେ ତା’ର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହା ହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ୟ କାର୍ଯ୍ୟ କର ନାହିଁ।” କିନ୍ତୁ ସେହି ଦୁଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବେଦନ ପ୍ରତି ଧ୍ୟାନ ଦେଲେ ନାହିଁ। ତେଣୁ ସେହି ଲେବୀୟ ଲୋକ ଜଣକ, ନିଜର ଉପପତ୍ନୀକୁ ଘରୁ ବାହାର କଲେ। ତା’ପରେ ସେହି ଲୋକମାନେ ରାତ୍ରିସାରା ତା’ ସହିତ ରତିକ୍ରିୟା କଲେ ଏବଂ ପ୍ରଭାତରେ ଦାସୀକୁ ଛାଡ଼ି ଦେଲେ। ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଗୃହ ଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା। ଏହା ପରେ ତା’ର ପ୍ରଭୁ ଉଠି ନିଜ ବାଟରେ ଯିବା ପାଇଁ ଦ୍ୱାର ଫିଟାଇଲା ଏବଂ ତା’ର ଉପପତ୍ନୀକୁ ଦ୍ୱାର ସମ୍ମୁଖରେ ପଡ଼ିଥିବାର ପାଇଲା। ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। ଲେବୀୟ ତାକୁ କହିଲା, “ଉଠ, ଗ୍ଭଲ” ଆମ୍ଭେମାନେ ଆମ୍ଭ ରାସ୍ତାରେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ। ତେଣୁ ସେ ତାକୁ ଗଧ ଉପରକୁ ନେଲା ଏବଂ ଆପଣା ସ୍ଥାନକୁ ପ୍ରସ୍ଥାନ କଲା। ଏହା ପରେ ସେ ନିଜ ଗୃହରେ ପହଞ୍ଚି ଗୋଟିଏ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା। ଏଥିରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସେମାନେ କହିଲେ, “ଇସ୍ରାଏଲୀୟଗଣ ମିଶର ଦେଶ ପରିତ୍ୟାଗ କଲାଠାରୁ ଆଜି ପର୍ଯ୍ୟନ୍ତ ଏପରି ଜିନିଷ କେବେ କରାଯାଇ ନାହିଁ କି କେବେ ଦେଖାଯାଇ ନାହିଁ। ଏହି ବିଷୟରେ ଚିନ୍ତା କର, ସିଦ୍ଧାନ୍ତରେ ଉପନୀତ ହୁଅ ଏବଂ ଏହାକୁ ଉଚ୍ଚାରଣ କର।” ଇସ୍ରାଏଲ ଓ ବିନ୍ୟାମୀନୀୟମାନଙ୍କ ମଧ୍ୟରେ ଯୁଦ୍ଧ ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମି‌ସ୍‌ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ। ଇସ୍ରାଏଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସେଠାରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣ ସେହି ସମାଜରେ ରହିଲେ। ‌‌ଖ‌ଡ଼୍‌ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 400,000। ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇସ୍ରାଏଲର ସମସ୍ତ ଲୋକ ମି‌ସ୍‌ପୀରେ ଏକତ୍ରିତ ହୋଇଛନ୍ତି। ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭମାନଙ୍କୁ କୁହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?” ଲେବୀୟ ଲୋକ, ଯିଏ କି ହତ୍ୟା କରାଯାଇଥିବା ସ୍ତ୍ରୀଲୋକର ପ୍ରଭୁ, ସେମାନଙ୍କୁ କହିଲା, ଯାହା ସେମାନଙ୍କ ପ୍ରତି ଘଟିଯାଇଥିଲା। ସେ କହିଲା, “ମୋର ଉପପତ୍ନୀ ଏବଂ ମୁଁ ସେହି ବିନ୍ୟାମୀନୀୟ ଦେଶକୁ ଯାଇଥିଲୁ। ଆମ୍ଭେମାନେ ସେଠାରେ ରାତ୍ରି ଯାପନ କଲୁ। କିନ୍ତୁ ସେହି ରାତ୍ରିରେ ଗିବିୟାର ଅଧିପତି ସେଠାକୁ ଆସିଲେ। ଯେଉଁଠାରେ ମୁଁ ରହୁଥିଲି। ସେମାନେ ସେ ଗୃହକୁ ଘେରିଗଲେ। ଏବଂ ସେମାନେ ଗ୍ଭହିଁଲେ ମୋତେ ମାରିଦେବା ପାଇଁ ସେମାନେ ମୋର ଉପପତ୍ନୀଙ୍କୁ ଧର୍ଷଣ କଲେ। ଏବଂ ସେ ମରିଗଲା। ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା’ପରେ ମୁଁ ତା’ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଇସ୍ରାଏଲର ସମସ୍ତ ଲୋକଗଣ କୁହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭେମାନେ କ’ଣ କରିବା।” ଏହା ପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡ଼ିଲେ ଓ କହିଲେ, “ଆମ୍ଭମାନଙ୍କ ମଧ୍ୟରୁ କେହି ଗୃହକୁ ଯିବା ନାହିଁ। କେହି କାହାର ସ୍ୱଗୃହକୁ ଫେରିବା ନାହିଁ। ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହିପରି କରିବୁ, ଗୁଲିବାଣ୍ଟ କ୍ରମେ ତା’ର ପ୍ରତିକୂଳରେ ଯିବୁ। ଆମ୍ଭେମାନେ 100 ଜଣ ଲୋକମାନଙ୍କରୁ ଦଶ ଜଣଙ୍କୁ, 1000 ଜଣରୁ 100 ଜଣଙ୍କୁ, ଆମ୍ଭର ସୈନ୍ୟବାହିନୀର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲୁ। ତେଣୁ ସୈନିକମାନେ ବିନ୍ୟାମୀନର ଗିଲିୟଦକୁ ଆକ୍ରମଣ କରିବେ। ସେମାନେ ସେହି ଲୋକମାନଙ୍କୁ ସେମାନଙ୍କର କୁକର୍ମ ଯୋଗୁଁ ଇସ୍ରାଏଲରେ ଦଣ୍ତ ଦେବେ।” ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଜଣେ ଲୋକପରି ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। ଏହା ପରେ ଇସ୍ରାଏଲ ପରିବାରବର୍ଗ ବିନ୍ୟାମୀନର ସମୁଦାୟ ପରିବାରବର୍ଗ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଛି? ଗିବିୟାର କୁକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କର, ଯାହାଫଳରେ ଆମ୍ଭେମାନେ ସେମାନଙ୍କୁ ହତ୍ୟା କରି ପାରିବୁ ଏବଂ ଇସ୍ରାଏଲରୁ ଦୁଷ୍ଟତା ଦୂର କରିଦେବୁ।” ମାତ୍ର ବିନ୍ୟାମୀନ ଆପଣା ସମ୍ପର୍କୀୟ ଇସ୍ରାଏଲ ଲୋକମାନଙ୍କର କଥା ଅନୁସାରେ ସମ୍ମତ ହେଲେ ନାହିଁ। ପୁଣି ବିନ୍ୟାମୀନ ପରିବାରବର୍ଗର ଲୋକମାନେ ନଗରମାନରୁ ବାହାରି ଗିବିୟାକୁ ଯାଇ ଇସ୍ରାଏଲର ଅନ୍ୟ ବଂଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେହି ଦିନ ନଗରମାନଙ୍କରୁ ଆସନ୍ତା ବିନ୍ୟାମୀନ ସନ୍ତାନଗଣର 26,000 ‌‌ଖ‌ଡ଼୍‌ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ। ଏହି ଲୋକମାନଙ୍କ ମଧ୍ୟରେ 700 ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ୟ ନ ହରାଇ ସେମାନେ ଗୋଟିଏ କେଶକୁ ମଧ୍ୟ ବାଟୁଳି ଦ୍ୱାରା ଲକ୍ଷ୍ୟଭେଦ କରି ପାରନ୍ତି। ବିନ୍ୟାମୀନ ପରିବାରବର୍ଗ ବ୍ୟତୀତ ଇସ୍ରାଏଲର 400,000 ‌‌ଖ‌ଡ଼୍‌ଗଧାରୀ ଗଣତି ହେଲେ। ସେମାନେ ସମସ୍ତେ ତାଲିମ ପ୍ରାପ୍ତ ସୈନିକ ଥିଲେ। ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।” ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।” ଏହା ପରେ ଇସ୍ରାଏଲ ଲୋକମାନେ ସକାଳୁ ଉଠିଲେ ଓ ଗିବିୟା ନିକଟରେ ସେମାନଙ୍କର ଛାଉଣି ସ୍ଥାପନ କଲେ।” ତା’ପରେ ଇସ୍ରାଏଲୀୟମାନେ ବିନ୍ୟାମୀନ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ ଓ ଗିବିୟାଠାରେ ଯୁଦ୍ଧ କଲେ। ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ। ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?” ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ। *** ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନ ସୈନ୍ୟମାନଙ୍କର ନିକଟବର୍ତ୍ତୀ ହେଲେ। ଦ୍ୱିତୀୟ ଦିନରେ ବିନ୍ୟାମୀନ ପରିବାରବର୍ଗର ସୈନ୍ୟଗଣ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗିବିୟାରୁ ବାହାରି ଆସିଲେ। ଏହିଥର ବିନ୍ୟାମୀନ ତାଲିମପ୍ରାପ୍ତ ସୈନ୍ୟଗଣ ଇସ୍ରାଏଲର 18,000 ସୈନ୍ୟଙ୍କୁ ହତ୍ୟା କଲେ। ଯେଉଁମାନେ କି ସେମାନଙ୍କର ତାଲିମପ୍ରାପ୍ତ ସୈନିକ ଥିଲେ। ଏହା ପରେ ଇସ୍ରାଏଲର ସମସ୍ତ ଲୋକ ବୈଥେଲହମକୁ ଗଲେ। ସେହି ସ୍ଥାନରେ ସେମାନେ ବସି ସଦାପ୍ରଭୁଙ୍କୁ ଗୁହାରି ଜଣାଇଲେ। ସେମାନେ ସେଠାରେ ଦିନ ତମାମ କିଛି ଖାଇଲେ ନାହିଁ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ହୋମବଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ। ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଗ୍ଭରିଲେ, ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବୈଥେ‌ଲ୍‌ଠାରେ ଥିଲା। ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?” ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।” ଏହା ପରେ ଇସ୍ରାଏଲର କିଛି ସୈନିକ ଗିବିୟା ନଗରର ଚତୁର୍ପାର୍ଶ୍ୱରେ ଲୁଚିରହିଲେ। ଇସ୍ରାଏଲର ସୈନ୍ୟମାନେ ତୃତୀୟ ଦିନ ଗିବିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ପୂର୍ବଥର ପରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିଲେ। ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗିବିୟାରୁ ବାହାରି ଆସିଲେ। ଇସ୍ରାଏଲର ସୈନ୍ୟମାନେ ପଳାୟନ କଲେ ଓ ବିନ୍ୟାମୀନ ସୈନ୍ୟମାନେ ସେମାନଙ୍କର ପଛରେ ଗୋଡ଼ାଇଲେ। ଏହି ପ୍ରକାରେ ସେମାନେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକୁ ପଛରେ ଛାଡ଼ି ଯିବାର କଲେ। ବିନ୍ୟାମୀନର ସୈନ୍ୟମାନେ ପୂର୍ବଥର ପରି ଇସ୍ରାଏଲର କେତେକ ସୈନ୍ୟମାନଙ୍କୁ ମାରିବାକୁ ଲାଗିଲେ। ଏହିପରି ଭାବରେ ତିରିଶ୍ ଜଣ ସୈନ୍ୟ ହତ ହେଲେ। ସେମାନେ କେତେକ ଲୋକଙ୍କୁ କ୍ଷେତ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଡ଼କରେ ହତ୍ୟା କଲେ। ଗୋଟିଏ ରାସ୍ତା ଗିବିୟାକୁ ପଡ଼ିଥିଲା, ଅନ୍ୟଟି ବୈଥେ‌ଲ୍‌କୁ। ବିନ୍ୟାମୀନର ଲୋକମାନେ ସେମାନଙ୍କ ମଧ୍ୟରେ କୁହା କୁହି ହେଲେ, “ଆମ୍ଭେ ପୂର୍ବପରି ଜିତିବୁ।” ଇସ୍ରାଏଲର ଲୋକମାନେ ଦୌଡ଼ିପଳାଇଲେ। କିନ୍ତୁ ଏହା ଏକ ଗ୍ଭତୁରୀ ଥିଲା। ସେମାନେ ଗ୍ଭହୁଁଥିଲେ ବିନ୍ୟାମୀନ ଲୋକମାନେ ସେମାନଙ୍କର ନଗରରୁ ବାହାରି ରାସ୍ତାକୁ ପଳାଇ ଆସନ୍ତୁ। ତେଣୁ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ସ୍ଥାନରୁ ଉଠି ଦୌଡ଼ିଲେ। ସେମାନେ ସମସ୍ତେ ଗୋଟିଏ ଜାଗାରେ ରୁଣ୍ଡ ହେଲେ। ସେହି ସ୍ଥାନର ନାମ ଥିଲା ବା‌ଲ୍‌ତାମର। ଇସ୍ରାଏଲର କେତେକ ଲୋକ ଗିବିୟାର ପଶ୍ଚିମରେ ଲୁଚି ରହୁଥିଲେ। ପୂର୍ବ ଗିବିୟାରେ, ସେମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଓ ଗିବିୟାକୁ ଆକ୍ରମଣ କଲେ। 10,000 ଉତ୍ତମ ତାଲିମପ୍ରାପ୍ତ ସୈନିକମାନେ ଗିବିୟାକୁ ଆକ୍ରମଣ କଲେ। ଏହା ଏକ ଭୟଙ୍କର ଯୁଦ୍ଧ ଥିଲା କିନ୍ତୁ ବିନ୍ୟାମୀନ ସୈନ୍ୟମାନେ ଅନୁଭବ କରି ପାରିଲେ ନାହିଁ ଯେ, ଏକ ଦୁର୍ଘଟଣା ସେମାନଙ୍କ ଉପରେ ଘଟିବାକୁ ଯାଉଛି। ସଦାପ୍ରଭୁ ଇସ୍ରାଏଲର ସୈନ୍ୟମାନଙ୍କ ଦ୍ୱାରା ବିନ୍ୟାମୀନମାନଙ୍କୁ ପରାସ୍ତ କଲେ। ସେହି ଦିନ ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର 25,100 ସୈନ୍ୟମାନଙ୍କୁ ହତ୍ୟା କଲେ। ସେ ସମସ୍ତ ସୈନ୍ୟମାନେ ମୁଖ୍ୟତଃ ଯୁଦ୍ଧ ପାଇଁ ତାଲିମ ନେଇଥିଲେ। ତେଣୁ ବିନ୍ୟାମୀନ ଲୋକମାନେ ଦେଖିଲେ ଯେ ସେମାନେ ହାରି ଯିବେ। ଇସ୍ରାଏଲର ସୈନ୍ୟମାନେ ପଛକୁ ଫେରିଲେ। ସେମାନେ ବୁଲିଗଲେ କାରଣ ସେମାନେ ବିନ୍ୟାମୀନମାନଙ୍କ ଉପରେ ହଠାତ୍ ଆକ୍ରମଣ କରିବା ପାଇଁ ଗ୍ଭହୁଁଥିଲେ। ଯେଉଁ ଲୋକମାନେ ଗିବିୟାରେ ଲୁଚି ରହିଥିଲେ ସେହିମାନେ ଆକ୍ରମଣ ଆରମ୍ଭ କରିଦେଲେ। ସେଠାରେ ଲୁଚିଥିବା ଲୋକମାନେ ଗିବିୟାକୁ ଆକ୍ରମଣ କରିଦେଲେ। ସେମାନେ ନଗରର ଗ୍ଭରିଆଡ଼େ ବ୍ୟାପିଗଲେ ଏବଂ ନଗରରେ ଖଣ୍ତା ଦ୍ୱାରା ପ୍ରତ୍ୟେକଙ୍କୁ ହତ୍ୟା କଲେ। ବର୍ତ୍ତମାନ ଯେଉଁ ଇସ୍ରାଏଲୀୟ ଲୋକମାନେ ଲୁଚି ରହିଲେ, ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ନଗରରୁ ବୃହତ୍ ଧୂମ ମେଘ ଉଠାଇବେ। ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ନିଷ୍ପତ୍ତି ହୋଇଯାଇ ଥିଲା। ବିନ୍ୟାମୀନର ସୈନ୍ୟମାନେ ପ୍ରାୟ ତିରିଶ୍ ଜଣ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ହତ୍ୟା କଲେ। ତେଣୁ ବିନ୍ୟାମୀନୀୟମାନେ ନିଜକୁ ନିଜେ କହିଲେ, “ଆମ୍ଭେମାନେ ଠିକ୍ ପୂର୍ବ ପରି ଜୟ କରୁଛୁ।” କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ୟାମୀନର ସୈନ୍ୟମାନେ ବୁଲିକରି ଗ୍ଭହିଁଲେ ଏବଂ ଦେଖିଲେ କ’ଣ ସବୁ ଗ୍ଭଲୁଛି। ସେମାନେ ବୁଲିପଡ଼ି ଦେଖିଲେ ଯେ, ନଗରରେ ନିଆଁ ଜଳୁଛି। ଏହା ପରେ ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ିବା ବନ୍ଦ କରିଦେଲେ। ସେମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହୋଇଗଲେ। ବିନ୍ୟାମୀନର ସୈନ୍ୟମାନେ ଭୟଭୀତ ହୋଇଗଲେ। ସେମାନେ ଅନୁଭବ କଲେ ଯେ, ଏକ ଭୟଙ୍କର ବିପଦ ସେମାନଙ୍କ ଉପରକୁ ଆସୁଅଛି। ତେଣୁ ବିନ୍ୟାମୀନୀୟ ସୈନିକମାନେ ଇସ୍ରାଏଲ ସୈନ୍ୟଙ୍କ ପାଖରୁ ଦୌଡ଼ି ପଳାଇବାକୁ ଲାଗିଲେ। ସେମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ। କିନ୍ତୁ ସେମାନେ ଏପରି କରି ମଧ୍ୟ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇସ୍ରାଏଲର ସୈନ୍ୟମାନେ ନଗର ବାହାରକୁ ବାହାରି ଆସିଲେ ଏବଂ ସେମାନଙ୍କୁ ହତ୍ୟା କଲେ। ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ସୈନ୍ୟମାନଙ୍କ ଚତୁର୍ପାର୍ଶ୍ୱରେ ଘେରିଗଲେ ଓ ସେମାନଙ୍କ ପଛରେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ବିଶ୍ରାମ ଦେଲେ ନାହିଁ । ଇସ୍ରାଏଲର ସୈନ୍ୟମାନେ ଗିବିୟାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ। ଏହିପରି ଭାବରେ ବିନ୍ୟାମୀନୀୟର 18,000 ଯୋଦ୍ଧା ସୈନିକଙ୍କୁ ହତ୍ୟା କଲେ। ବିନ୍ୟାମୀନୀୟ ସୈନ୍ୟମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ । ସେମାନେ ରିମ୍ମୋନ ଶୈଳ ନିକଟକୁ ଦୌଡ଼ିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନୀୟ 5000 ସୈନିକଙ୍କୁ ରାସ୍ତା ଉପରେ ହତ୍ୟାକଲେ। ଏବଂ ସେମାନେ ପଳାୟନକାରୀ ବିନ୍ୟାମୀନୀୟ ସୈନ୍ୟମାନଙ୍କୁ ଗିଦିୟୋମ୍ ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ। ସେଠାରେ ଇସ୍ରାଏଲର ସୈନ୍ୟମାନେ ଆହୁରି 2000 ବିନ୍ୟାମୀନର ସୈନ୍ୟମାନଙ୍କୁ ହତ୍ୟା କଲେ। ସେହି ଦିନ 25,000 ଲୋକ ବିନ୍ୟାମୀନୀୟ ସୈନ୍ୟମାନଙ୍କ ମଧ୍ୟରୁ ମରିଗଲେ। ଯେଉଁମାନେ କି ବୀରତାର ସହକାରେ ଯୁଦ୍ଧ ଚଳାଇ ଥିଲେ। କିନ୍ତୁ 600 ସୈନିକ ବିନ୍ୟାମୀନୀୟଙ୍କର ମରୁଭୂମିକୁ ଦୌଡ଼ି ପଳାୟନ କଲେ। ସେମାନେ ରିମ୍ମୋନ୍ ଶୈଳ ନିକଟକୁ ପଳାଇ ସେଠାରେ ଗ୍ଭରିମାସ ଧରି ରହିଲେ। ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ଦେଶକୁ ଫେରିଗଲେ। ସେମାନେ ପ୍ରତ୍ୟେକ ସହରର ପ୍ରତ୍ୟେକ ଲୋକମାନଙ୍କୁ ହତ୍ୟା କଲେ, ଯେଉଁମାନଙ୍କୁ ସେମାନେ ଭେଟିଲେ। ସେମାନେ ପଶୁମାନଙ୍କୁ ହତ୍ୟା କଲେ ଓ ସେମାନଙ୍କର ସମ୍ମୁଖରେ ଯାହା ପଡ଼ିଲା ସେଗୁଡ଼ିକୁ ସେମାନେ ଧ୍ୱଂସ କଲେ। ପୁଣି ସେମାନେ ଯେଉଁ ସହରରେ ପ୍ରବେଶ କଲେ ତାକୁ ଅଗ୍ନିରେ ପୋଡ଼ି ପକାଇଲେ। ବିନ୍ୟାମୀନର ଲୋକମାନଙ୍କ ପାଇଁ ପତ୍ନୀମାନଙ୍କ ହାସଲ ମି‌ସ୍‌ପୀରେ ଇସ୍ରାଏଲର ସୈନ୍ୟମାନେ ଏକ ପ୍ରତିଜ୍ଞା କଲେ। ସେମାନଙ୍କର ପ୍ରତିଜ୍ଞା ଏହିପରି ଥିଲା, “ଆମ୍ଭମାନଙ୍କ ମଧ୍ୟରୁ କେହି ବିନ୍ୟାମୀନ ପରିବାରବର୍ଗକୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବେ ନାହିଁ।” ଇସ୍ରାଏଲର ଲୋକମାନେ ବୈଥେଲହମକୁ ଗଲେ ଏବଂ ସେଠାରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ କରୁଣ ଭାବରେ ଜୋ‌ର୍‌ରେ ରୋଦନ କଲେ। ସେମାନେ ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ଇସ୍ରାଏଲର ପରମେଶ୍ୱର। ଇସ୍ରାଏଲୀୟ ପ୍ରତି ଏପରି ବିପଦ କାହିଁକି ପଡ଼ିଲା? ଏବଂ କାହିଁକି ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଗୋଟିଏ ହଜି ଯାଉଛି।” ତା’ ପରଦିନ ଠିକ୍ ସକାଳେ ଇସ୍ରାଏଲର ଲୋକମାନେ ଏକ ଯଜ୍ଞବେଦି ସ୍ଥାପନ କଲେ। ସେମାନେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହା ପରେ ସେମାନେ ପଗ୍ଭରିଲେ, “ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡ଼େ ଫେରିଲା ନାହିଁ?” ସେମାନେ ଏହି ପ୍ରଶ୍ନ ପଗ୍ଭରିଲେ କାରଣ ସେମାନେ ଏକ ଗମ୍ଭୀର ଶପଥ କରିଥିଲେ। ସେମାନେ ସେହି ଲୋକମାନଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମି‌ସ୍‌ପୀକୁ ଆସିଲେ ନାହିଁ। ଇସ୍ରାଏଲର ଲୋକମାନେ ବିନ୍ୟାମୀନର ସମ୍ପର୍କୀୟମାନଙ୍କ ପାଇଁ ଦୁଃଖ କଲେ, ବିନ୍ୟାମୀନର ଲୋକମାନେ କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ପରିବାରବର୍ଗ ଉଚ୍ଛିନ୍ନ ହେଲା। ଆମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଅଛୁ ଯେ ବିନ୍ୟାମୀନ ପରିବାରବର୍ଗର କୌଣସି ଲୋକଙ୍କୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବୁ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖୋଜିବା ବିଷୟରେ ଆମ୍ଭେମାନେ କ’ଣ କରିବା?” ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଏପରି କେଉଁ ପରିବାରବର୍ଗ, “ମି‌ସ୍‌ପୀରେ ସଦାପ୍ରଭୁଙ୍କ ନିକଟକୁ ଆସିଲା ନାହିଁ।” ଏବଂ ବାସ୍ତବରେ ସେମାନେ ଅନ୍ୟ ଇସ୍ରାଏଲମାନଙ୍କ ସହିତ ଯାବେଶ୍ ଗିଲିୟଦରୁ କେହି ମିଶିବାକୁ ଆସି ନ ଥିଲେ। ଇସ୍ରାଏଲର ଲୋକମାନେ ଗଣନା କରି ଦେଖିଲେ କେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାନ୍ତି। ସେମାନେ ଦେଖିଲେ ଯେ ଯାବେଶ୍ ଗିଲିୟଦରୁ କେହି ଆସି ନାହାନ୍ତି। ତେଣୁ ଇସ୍ରାଏଲର ଲୋକମାନେ 12,000 ସାହସୀ ସୈନ୍ୟମାନଙ୍କୁ ଯାବେଶ୍ ଗିଲିୟଦକୁ ପଠାଇଲେ। ସେମାନେ ସେହି ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦକୁ ଯାଅ ସେଠାକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ୟା କର। ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭେମାନେ ନିଶ୍ଚିତ ଯାବେଶ୍ ଗିଲିୟଦର ସମସ୍ତ ପୁରୁଷମାନଙ୍କୁ ହତ୍ୟା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରତ୍ୟେକ ସ୍ତ୍ରୀକୁ ହତ୍ୟା କରିବ। ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ଯୌନ ସମ୍ପର୍କ ନ ଥିବ ସେମାନଙ୍କୁ ହତ୍ୟାକର ନାହିଁ।” ତେଣୁ ସେହି ସୈନ୍ୟମାନେ ଠିକ୍ ସେହିପରି କଲେ। ସେହି 12,000 ସୈନ୍ୟମାନେ ଏପରି 400 ଯୁବତୀଙ୍କୁ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ନ ଥିଲା। ସେହି ସୈନ୍ୟମାନେ ଯାବେଶ୍ ଗିଲିୟଦରୁ ସେହି ସ୍ତ୍ରୀଲୋକମାନଙ୍କୁ ଶୀଲୋ ନିକଟର ଛାଉଣିକୁ ନେଇ ଆସିଲେ। ଯାହାକି କିଣାନ ଦେଶରେ ଥିଲା। ଏହିପରି ଇସ୍ରାଏଲର ଲୋକମାନେ ବିନ୍ୟାମୀନୀୟମାନଙ୍କ ପାଖକୁ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠାରେ ରହୁଥିବା ବିନ୍ୟାମୀନ ଲୋକମାନଙ୍କ ସହିତ ଶାନ୍ତି ଚୁକ୍ତି ପ୍ରଦାନ କଲେ। ସେହି ସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ। ଇସ୍ରାଏଲର ଲୋକମାନେ ଯେଉଁମାନଙ୍କୁ ସେମାନେ ଜୀବିତ ରଖିଥିଲେ, ସେମାନଙ୍କୁ ଯାବେଶ୍ ଗିଲିୟଦର ସ୍ତ୍ରୀଲୋକମାନଙ୍କୁ ବିବାହ କରିବା ପାଇଁ ଅନୁମତି ଦେଲେ। କିନ୍ତୁ ବିନ୍ୟାମୀନର ସମସ୍ତ ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ତ୍ରୀଲୋକ ନ ଥିଲେ। ଲୋକମାନେ ବିନ୍ୟାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦୁଃଖ ଅନୁଭବ କଲେ, କାରଣ ସଦାପ୍ରଭୁ ଇସ୍ରାଏଲରେ ଅନ୍ୟ ପରିବାରବର୍ଗଠାରୁ ସେମାନଙ୍କୁ ଅଲଗା କଲେ। ଇସ୍ରାଏଲର ଅଧିପତିମାନେ କହିଲେ, “ବିନ୍ୟାମୀନ ପରିବାରବର୍ଗ ମଧ୍ୟରୁ ସ୍ତ୍ରୀମାନେ ମରା ଯାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କ’ଣ କରିବା? ବିନ୍ୟାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସେମାନଙ୍କର ବଂଶ ରକ୍ଷା କରିବା ଉଚିତ୍। ତା’ ନ ହେଲେ ଇସ୍ରାଏଲରୁ ପରିବାରବର୍ଗ ଲୋପ ପାଇଯିବେ। କିନ୍ତୁ ଆମ୍ଭେ ଆମ୍ଭର ଝିଅମାନଙ୍କୁ ସେମାନଙ୍କୁ ବିବାହ ଦେବା ନାହିଁ। ଆମ୍ଭେମାନେ ଏହିପରି ପ୍ରତିଜ୍ଞା କରିଅଛୁ, ‘ଯେକେହି ବିନ୍ୟାମୀନକୁ କନ୍ୟା ଦେବ ସେ ଶାପଗ୍ରସ୍ତ ହେବ ବୋଲି ଆମ୍ଭେ ସଦାପ୍ରଭୁଙ୍କଠାରେ ଶପଥ ନେଇଛୁ।’ ସେମାନେ କହିଲେ, ଶୀଲୋରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସେଠାରେ ହୁଏ।” ଶୀଲୋ ବୈଥେ‌ଲ୍‌ର ଉତ୍ତରରେ ଥିଲା, ବୈଥେଲଠାରୁ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକୁ ଥିଲା। ତେଣୁ ଇସ୍ରାଏଲର ନେତୃବର୍ଗ ବିନ୍ୟାମୀନଙ୍କୁ ସେମାନଙ୍କର ଯୋଜନା ବିଷୟରେ କହିଲେ। ସେମାନେ କହିଲେ, “ଦ୍ରାକ୍ଷାକ୍ଷେତ୍ରକୁ ଯାଅ ଓ ଲୁଚି ରୁହ। ଆଉ ଯେତେବେଳେ ଶୀଲୋର କନ୍ୟାମାନେ ଭୋଜି ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିବେ ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକ ନିଜ ନିଜ ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଧରି ବିନ୍ୟାମୀନ ଦେଶକୁ ଗ୍ଭଲିଯାଅ। ଯେତେବେଳେ ସେମାନଙ୍କ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ଆପତ୍ତି କରିବାକୁ ଆସିବେ। ଆମ୍ଭେମାନେ କହିବୁ, ‘ଦୟାକରି ବିନ୍ୟାମୀନୀୟମାନଙ୍କୁ ଅନୁଗ୍ରହ କର। ଯଦିଓ ସେମାନେ ତୁମ୍ଭମାନଙ୍କର ସ୍ତ୍ରୀଲୋକମାନଙ୍କୁ ନେଇଯାଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ନାହିଁ। ତୁମ୍ଭେ ନିରୀହ ଅଟ, ଏପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ତୁମ୍ଭର କନ୍ୟାଗଣଙ୍କୁ ବିବାହ ଦେଲ, ଏଥିପାଇଁ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।’” ଏଣୁ ଏହା ଅନୁସାରେ ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ କଲେ। ଯେତେବେଳେ ଯୁବତୀମାନେ ନାଚୁଥିଲେ, ପ୍ରତ୍ୟେକ ଲୋକମାନେ ଜଣେ ଜଣେ ଯୁବତୀମାନଙ୍କୁ ଧରିଲେ, ସେମାନଙ୍କୁ ନେଇଗଲେ ଏବଂ ବିବାହ କଲେ। ତା’ପରେ ସେମାନେ ସେମାନଙ୍କର ଦେଶକୁ ଫେରି ଆସିଲେ। ବିନ୍ୟାମୀନୀୟ ଲୋକମାନେ ପୁନ୍ନରାୟ ସେମାନଙ୍କର ନଗର ନିର୍ମାଣ କଲେ ଓ ସେଠାରେ ବାସ କରିବାକୁ ଆରମ୍ଭ କଲେ। ଏହା ପରେ ଇସ୍ରାଏଲର ଲୋକମାନେ ସେମାନଙ୍କର ନିଜ ପରିବାରବର୍ଗକୁ ଏବଂ ସେମାନଙ୍କର ପରିବାରକୁ ଏବଂ ନିଜ ଦେଶରେ ଥିବା ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେ ସମୟରେ ଇସ୍ରାଏଲ ଲୋକମାନଙ୍କର କେହି ରାଜା ନ ଥିଲେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଯାହା ସେମାନଙ୍କ ପାଇଁ ଠିକ୍ ମଣୁଥିଲେ ତାହା କରୁଥିଲେ। ଯିହୁଦାରେ ଦୁର୍ଭିକ୍ଷ ସେହି ସମୟରେ ଯେତେବେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏଲିମେଲକ ନାମକ ଜଣେ ଲୋକ ଯିହୁଦାସ୍ଥିତ ନିଜର ଗୃହ ବୈ‌ଥ୍‌ଲେହେମକୁ ପରିତ୍ୟାଗ କଲା ଏବଂ ସେ ତା’ର ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ମୋୟାବ ଦେଶରେ ବାସ କରିବାକୁ ଗଲା। ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈ‌ଥ୍‌ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ। ଏହା ପରେ ନୟମୀର ସ୍ୱାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା’ର ଦୁଇ ପୁତ୍ର ବଞ୍ଚି ରହିଲେ। ତା’ର ପୁତ୍ରମାନେ ମୋୟାବର ଯୁବତୀଙ୍କୁ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣକର ନାମ ଥିଲା ଋତ। ସେମାନେ ମୋୟାବରେ ଦଶ ବର୍ଷ ବାସ କଲେ। ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା। ନୟମୀ ତା’ର ଗୃହକୁ ଫେରି ଗଲା ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା’ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ। ତେଣୁ ସେ ତା’ର ପୁତ୍ର ବଧୂମାନଙ୍କୁ ଧରି ତା’ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା। ଏହା ପରେ ନୟମୀ ତା’ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ। ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା’ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ। କିନ୍ତୁ ପୁତ୍ରବଧୂମାନେ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକୁ ଯିବାକୁ ଗ୍ଭହୁଁ।” କିନ୍ତୁ ନୟମୀ କହିଲେ, “ନା, ମୋର କନ୍ୟାଗଣ, ତୁମ୍ଭେ ତୁମ୍ଭର ସ୍ୱଗୃହକୁ ଫେରିଯାଅ। ତୁମ୍ଭେମାନେ ଆଉ କାହିଁକି ମୋ’ ସହିତ ଯିବ? ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ତ ଗର୍ଭରେ ଆଉ ସନ୍ତାନ ନାହାନ୍ତି, ଯେଉଁମାନେ କି ତୁମ୍ଭର ସ୍ୱାମୀ ହୋଇ ଥା’ନ୍ତେ। ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି? ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।” ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା’ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା। ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା’ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।” କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ। ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।” ଗୃହକୁ ଆସିଲେ ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ। ନୟମୀ ଏବଂ ଋତ ବୈ‌ଥ୍‌ଲେହମକୁ ଗଲେ। ସେମାନେ ଯେତେବେଳେ ବୈ‌ଥ୍‌ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?” କିନ୍ତୁ ନୟମୀ ସେହି ଲୋକମାନଙ୍କୁ କହିଲେ, “ମୋତେ ନୟମୀ ବୋଲି ଡାକ ନାହିଁ, ମୋତେ ମାରା ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ମୋର ଜୀବନକୁ ଦୁଃଖପୂର୍ଣ୍ଣ କରିଅଛନ୍ତି। ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।” ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା’ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈ‌ଥ୍‌ଲେହମକୁ ଫେରି ଆସିଲେ। ଋତ ବୋୟାଜଙ୍କୁ ସାକ୍ଷାତ କଲେ ବୈଥିଲେହମରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋୟାଜ। ବୋୟାଜ ଥିଲେ ଏଲିମେଲକର ପରିବାରରୁ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧୁ। ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।” ନୟମୀ କହିଲେ, “ଯାଅ ମୋର କନ୍ୟା।” ତେଣୁ ଋତ କ୍ଷେତକୁ ଗଲା। ସେ ଶ୍ରମିକମାନଙ୍କୁ ଅନୁସରଣ କରି ସମସ୍ତ ଶସ୍ୟ ସାଉଁଟିବାକୁ ଲାଗିଲା। ଯେଉଁସବୁକୁ ଶ୍ରମିକମାନେ ଛାଡ଼ି ଯାଇଥିଲେ, ସେହି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟାଜର କ୍ଷେତରେ ଘଟିଥିଲା ଯିଏ କି ଏଲିମେଲକର ପରିବାରର ଥିଲା। ଏହା ପରେ ବୋୟାଜ ବୈ‌ଥ୍‌ଲେହମରୁ ନିଜର କ୍ଷେତକୁ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ୟର୍ଥନା କଲା, “ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତୁ।” ସେମାନେ ଉତ୍ତର ଦେଲେ, “ସଦାପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା ପରେ ବୋୟାଜ ତା’ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?” ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ। ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।” ଏହା ପରେ ବୋୟାଜ ଋତକୁ କହିଲେ, “ଆଗୋ ମୋର କନ୍ୟା, ମୋର କଥା ଶୁଣ। ମୋ’ କ୍ଷେତରୁ ତୁମ୍ଭେ ନିଜ ପାଇଁ ଶସ୍ୟ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକୁ ଯିବା ଦରକାର ନାହିଁ। ମାତ୍ର ମୋର ଦାସୀଗଣଙ୍କ ପଛରେ ଯାଅ। ଦେଖ ସେମାନେ କେଉଁ କ୍ଷେତକୁ ଯାଉଛନ୍ତି, ସେମାନଙ୍କୁ ଅନୁସରଣ କର। ମୁଁ ସେ ଯୁବକମାନଙ୍କୁ ସତର୍କ କରାଇ ଦେଉଛି ସେମାନେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯେବେ ତୃଷାର୍ତ୍ତ ଅନୁଭବ କରିବ, ତେବେ ତୁମ୍ଭେ ଯାଇ ମୋର ଲୋକମାନେ ପିଉଥିବା ପାଣିପାତ୍ରରୁ ପାଣି ପିଇପାରିବ।” ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।” ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ। ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପୁରସ୍କାର ଦେବେ। ତୁମ୍ଭକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ କରନ୍ତୁ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲ ଏବଂ ସେ ତୁମ୍ଭଙ୍କୁ ରକ୍ଷା କରିବେ।” ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।” ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।” ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା। ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା। ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ। ତା’ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।” ନୟମୀ ବୋୟାଜଙ୍କ ବିଷୟରେ ଶୁଣିଲେ ଋତ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାର୍ଯ୍ୟ କଲା। ସେ ଶସ୍ୟ ସଂଗ୍ରହ କଲା ପରେ, ସେ ଏଗୁଡ଼ିକୁ ତୁଷରୁ ଅଲଗା କଲା। ଏହା ଓଜନ କଲାରୁ ଅର୍ଦ୍ଧ ବୁଶେଲ ବାର୍ଲି ହେଲା। ଋତକୁ ଏହା ପରେ ଶସ୍ୟଗୁଡ଼ିକ ନେଇ ନଗରକୁ ଯାଇ ତା’ର ଶାଶୁକୁ ଦେଲା ଏବଂ ସାଙ୍ଗରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦେଲା। ତା’ର ଶାଶୁ ତାକୁ ପଗ୍ଭରିଲେ, “ଆଜି ତୁମ୍ଭେ କେଉଁଠାରୁ ଏହି ଶସ୍ୟ ସଂଗ୍ରହ କଲ? କେଉଁଠାକୁ ତୁମ୍ଭେ ଗଲ ଓ କାମ କଲ? ଯିଏ ତୁମ୍ଭକୁ ଶସ୍ୟ ଦେଲା, ସେ ଧନ୍ୟ ହେଉ।” ଏହା ପରେ ଋତ ଯାହାଙ୍କ ସହିତ କାର୍ଯ୍ୟ କରିଥିଲା ତା’ ବିଷୟରେ ତାକୁ କହିଲେ। “ମୁଁ ଆଜି ଯେଉଁ ଲୋକର କାର୍ଯ୍ୟ କରୁଥିଲି, ତାଙ୍କର ନାମ ଥିଲା ବୋୟାଜ।” ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ୟରୁ ଜଣେ ଅଟନ୍ତି।” ଏହା ପରେ ମୋୟାବ ଦେଶୀୟ ଋତ କହିଲା, “ବୋୟାଜ ଫେରି ଆସିବାକୁ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଗ୍ଭରିଲେ, ଯେପର୍ଯ୍ୟନ୍ତ ଅମଳ ଶେଷ ହୋଇ ନାହିଁ।” ଏହା ପରେ ନୟମୀ ତା’ର ପୁତ୍ରବଧୂ ଋତକୁ କହିଲେ, “ଏହା ତୁମ୍ଭ ପାଇଁ ଅତି ଉତ୍ତମ ଯେ ତୁମ୍ଭେ ସେହି ସ୍ତ୍ରୀଲୋକମାନଙ୍କ ସଙ୍ଗେ କାର୍ଯ୍ୟ କରିବ। ଯଦି ତୁମ୍ଭେ ଅନ୍ୟର କ୍ଷେତରେ କାର୍ଯ୍ୟ କର ତେବେ କେତେକ ଲୋକ ତୁମ୍ଭର ଅସୁବିଧା କରି ପାରନ୍ତି।” ତେଣୁ ଋତ ବୋୟାଜଙ୍କର ସେହି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଟ ଭାବରେ କାର୍ଯ୍ୟ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପର୍ଯ୍ୟନ୍ତ ସଂଗ୍ରହ କରି ଗ୍ଭଲିଲେ। ତା’ପରେ ସେ ଗହମ ଅମଳ ଶେଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କଲେ, ଏବଂ ତାଙ୍କର ଶାଶୁଙ୍କ ସହିତ ରହିବାକୁ ଲାଗିଲା। ଶସ୍ୟଅମଳ ଖଳା ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ। ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି। ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ। ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।” ଏହା ପରେ ଋତ ଉତ୍ତର ଦେଲା, “ତୁମ୍ଭେ ଯାହା କହିଲ, ମୁଁ ତାହା ନିଶ୍ଚିତ କରିବି।” ଏଣୁ ଋତ ସେହି ଖଳାକୁ ଯାଇ ନିଜର ଶାଶୁର କଥା ଅନୁସାରେ କାର୍ଯ୍ୟମାନ କଲା। ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା। ମଧ୍ୟରାତ୍ର ସମୟରେ ସେହି ଲୋକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ତା’ର ପାଦ ନିକଟରେ ଏକ ସ୍ତ୍ରୀ ଶୟନ କରିଛି। ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?” ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି। ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ। ହେ ଯୁବତୀ, ଭୟ କର ନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁଁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହୁତ ଭଲ। ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ’ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ। ଆଜି ରାତି ଏହିଠାରେ ରୁହ। ଆସନ୍ତା କାଲି ସକାଳେ ମୁଁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହୁଅନ୍ତି ତେବେ ଉତ୍ତମ କଥା। ଯେବେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମରେ ପ୍ରତିଜ୍ଞା କରୁଅଛି, ମୁଁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। ତେଣୁ ସକାଳ ପର୍ଯ୍ୟନ୍ତ ଏହିଠାରେ ଶୟନ କର।” ତେଣୁ ଋତ ସକାଳ ପର୍ଯ୍ୟନ୍ତ ବୋୟାଜର ପାଦତଳେ ଶୟନ କଲା। ଅନ୍ଧାର ଥାଉ ଥାଉ ଲୋକମାନେ ଚିହ୍ନିବା ପୂର୍ବରୁ ଋତ ଉଠି ପଡ଼ିଲେ। ବୋୟାଜ ତାଙ୍କୁ କହିଲେ, “ଏ କଥା ଯେପରି କେହି ନ ଜାଣନ୍ତି ଯେ, ଜଣେ ସ୍ତ୍ରୀଲୋକ ଏଠାରେ ଏହି ଖଳାରେ ଥିଲା।” ଏହା ପରେ ବୋୟାଜ ଋତଙ୍କୁ କହିଲେ, “ତୁମ୍ଭର ଗ୍ଭଦର ମେଲାଇ ଧର।” ତହିଁରେ ଋତ ମେଲାଇ ଧରିଲା ଓ ବୋୟାଜ ଏକ ବୁଶେଲ ବାର୍ଲି ତହିଁରେ ଢାଳି ଦେଲେ। ତା’ପରେ ସେ ତାକୁ ପିଠିରେ ପକାଇ ଦେଲେ ସେ (ସ୍ତ୍ରୀ) ସହରକୁ ଫେରିଗଲା। ଯେତେବେଳେ ଋତ ଘରକୁ ଆସିଲା, ତା’ର ଶାଶୁ ତାକୁ ପଗ୍ଭରିଲେ, “ହେ ମୋର କନ୍ୟା ସବୁକିଛି କେମିତି ହେଲା?” ତା’ପରେ ଋତ ଲୋକଟି କରିଥିବା ସବୁକିଛି ବର୍ଣ୍ଣନା କଲା। ତା’ପରେ ସେ (ସ୍ତ୍ରୀ) କହିଲା, “ବୋୟାଜ ଏହି ଯବ ଉପହାର ଦେଇଛନ୍ତି। ବୋୟାଜ କହିଲେ, ବିନା ଉପହାରରେ ତୁମ୍ଭେ ତୁମ୍ଭ ଶାଶୁଙ୍କ ନିକଟକୁ ଯିବା ଉଚିତ୍ ନୁହେଁ।” ନୟମୀ କହିଲା, “ହେ କନ୍ୟା, ଏହି ବିଷୟ କ’ଣ ହେବ, ଏହା ତୁମ୍ଭେ ଜାଣିବା ପର୍ଯ୍ୟନ୍ତ, ଧୈର୍ଯ୍ୟ ଧର, କାରଣ ସେହି ମନୁଷ୍ୟ କାର୍ଯ୍ୟ ଶେଷ ନକଲା ପର୍ଯ୍ୟନ୍ତ ବସିପାରିବ ନାହିଁ। ଆମ୍ଭେମାନେ ଜାଣୁ ଯେ ଦିନ ସରିବା ପୂର୍ବରୁ କ’ଣ ହେବ।” ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା। ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।” ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା’ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା। ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।” ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।” ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।” ବହୁ ଦିନ ପୂର୍ବରୁ ଯେତେବେଳେ ଲୋକମାନେ ସେମାନଙ୍କର କଠଉ ଅନ୍ୟକୁ ଦିଅନ୍ତି, ଏହା ଇସ୍ରାଏଲରେ ବନ୍ଧକ ସମ୍ପତ୍ତି ମୁକୁଳାଇବାର ସାକ୍ଷୀ ଅଟେ। ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା’ର ପାଦୁକା କାଢ଼ି ତାଙ୍କୁ ଦେଲା। ଏହା ପରେ ବୋୟାଜ, ପ୍ରାଚୀନବର୍ଗ ଓ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁଁ ଆଜି ନୟମୀଠାରୁ ସମସ୍ତ କିଣୁଅଛି। ଯାହାକି ସବୁ ଏଲିମେଲକ, କିଲିୟୋନ ଏବଂ ମହଲୋନର ଥିଲା। ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା’ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।” ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ, “ରାହେଲ ଓ ଲେୟାପରି ଯିଏ କି ଇସ୍ରାଏଲର ଗୃହ ନିର୍ମାଣ କଲେ, ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ ତୁମ୍ଭର ଗୃହକୁ ଆଣନ୍ତୁ। ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ ଓ ବୈ‌ଥ୍‌ଲେହମରେ ପ୍ରସିଦ୍ଧ ହୁଅ। ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାରେ ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।” ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ, “ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି। ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ। ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ରେମ କରିବ।” ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା’ର ପ୍ରତିପାଳନ କଲା। ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା’ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା। ଋତ ଏବଂ ବୋୟାଜର ପରିବାର ପେରସର ବଂଶାବଳୀ ଏହି ପ୍ରକାର, ପେରସର ପୁତ୍ର ହିଷ୍ରୋଣ, ହିଷ୍ରୋଣର ପୁତ୍ର ଅରାମ ଓ ଅରାମର ପୁତ୍ର ଅମ୍ମୀନାଦବ, ଅମ୍ମୀନାଦବର ପୁତ୍ର ନହଶୋନ୍ ଓ ନହଶୋନର ପୁତ୍ର ସ‌ଲ୍‌ମୋନ, ସ‌ଲ୍‌ମୋନର ପୁତ୍ର ବୋୟାଜ ଓ ବୋୟାଜର ପୁତ୍ର ଓବେଦ, ଓବେଦର ପୁତ୍ର ଯିଶୟ ଓ ଯିଶୟର ପୁତ୍ର ଦାଉଦ। ଇ‌ଲ୍‌କାନା ଓ ତାଙ୍କ ପରିବାର ଶୀଲୋଠାରେ ଉପାସନା କଲେ ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ। ଇ‌ଲ୍‌କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ। ପ୍ରତି ବର୍ଷ ଇ‌ଲ୍‌କାନା ତା’ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହ‌ଫ୍‌ନି ଓ ପୀନହସ୍। ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା’ର ସ୍ତ୍ରୀ ପନିନ୍ନା ଏବଂ ତା’ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା। ଇ‌ଲ୍‌କାନା ମଧ୍ୟ ତା’ର ସ୍ତ୍ରୀ ହାନ୍ନାକୁ ତା’ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ। ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା। ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ। ତା’ର ସ୍ୱାମୀ ଇ‌ଲ୍‌କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।” ହାନ୍ନାର ପ୍ରାର୍ଥନା ଖାଇପିଇ ସାରିବା ପରେ ହାନ୍ନା ଚୁ‌ପ୍‌ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା। ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା। ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା’ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା’ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା’ର ବାଳ କାଟିବା ପାଇଁ କୌଣସି କ୍ଷୁର ତା’ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।” ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା’ର ପାଟିକୁ ଦେଖୁଥିଲେ। ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା’ର ଓଷ୍ଠ ହଲୁଥିଲା। ମାତ୍ର ତା’ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ। ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।” ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି। ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।” ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।” ତା’ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା’ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ। ତା’ ପରଦିନ ପ୍ରଭାତରେ ଇ‌ଲ୍‌କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ଶାମୁୟେଲର ଜନ୍ମ ତା’ପରେ ଇ‌ଲ୍‌କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ। ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।” ଏହା ପରେ ଇ‌ଲ୍‌କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ। କିନ୍ତୁ ହାନ୍ନା ଗଲା ନାହିଁ, ଏବଂ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ଛାଡ଼ିଲା ପରେ ମୁଁ ତାକୁ ନେଇଯିବି। ତା’ପରେ ସେ ସଦାପ୍ରଭୁଙ୍କର ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।” ତା’ପରେ ତା’ର ସ୍ୱାମୀ ଇ‌ଲ୍‌କାନା ତାକୁ କହିଲା, “ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଏଠାରେ ରୁହ। ସଦାପ୍ରଭୁ ତାଙ୍କର ବାକ୍ୟ ପୂର୍ଣ୍ଣ କରନ୍ତୁ ।” ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଗୃହରେ ରହିଲା ଓ ପିଲାର ଦେଖାଗ୍ଭହାଁ କଲା। ହାନ୍ନା ଶାମୁୟେଲଙ୍କୁ ଶୀଲୋଠାରେ ଏଲିଙ୍କ ନିକଟକୁ ନେଲା ଏହା ପରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା’ ସହିତ ପିଲାଟିକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା। ସେତେବେଳେ ବାଳକଟି ଛୋଟ ଥିଲା। ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ଗୋବତ୍ସ ବଧ କଲେ ଓ ବାଳକକୁ ଏଲି ନିକଟକୁ ଆଣିଲେ। ତା’ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା। ମୁଁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମୋତେ ମଞ୍ଜୁର କରିଛନ୍ତି। ସେଥିପାଇଁ ବର୍ତ୍ତମାନ ମୁଁ ତାକୁ ସଦାପ୍ରଭୁଙ୍କ ସେବା କରିବା ପାଇଁ ଉତ୍ସର୍ଗ କରୁଛି। ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।” ଏହା ପରେ ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ ପ୍ରଣାମ କଲେ। ହାନ୍ନା ଧନ୍ୟବାଦ ଦେଲା ହାନ୍ନା ପ୍ରାର୍ଥନା କରି କହିଲା, “ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି। ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି। ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି। ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ। ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ, କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି। ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି। ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି। ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ, ସେମାନେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା ସେ ଦୁଃଖିତା ହୋଇଅଛି। ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି। ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି। ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି ବା ଧନବାନ୍ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି। ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ। ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି। ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି। ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ। ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ। ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ। ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ ଓ ସେ ଆପଣା ରାଜାକୁ ବଳ ଦେବେ। ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।” ଏହା ପରେ ଇ‌ଲ୍‌କାନା ରାମାସ୍ଥିତ ଆପଣା ଘରକୁ ଗଲା। କିନ୍ତୁ ବାଳକ ଶାମୁୟେଲ ଯାଜକ ଏଲି ଅଧୀନରେ ଥାଇ ସଦାପ୍ରଭୁଙ୍କର ସେବା କଲା। ଏଲିଙ୍କର ଦୁଷ୍ଟ ପୁତ୍ରମାନେ ଏଲିଙ୍କର ପୁତ୍ରମାନେ ପାପୀ ଥିଲେ ଏବଂ ସେମାନେ ସଦାପ୍ରଭଙ୍କୁ ଜାଣନ୍ତି ନାହିଁ । ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରିବା ଉଚିତ୍। ଯେତେବେଳେ କେହି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୁଳ ଧରି ଆସେ। ଆଉ ଯାଜକର ସେବକ ମାଂସକୁ ତସଲା ବା ହଣ୍ଡାରୁ ବାହାର କରିବା ପାଇଁ କଣ୍ଟା ଗ୍ଭମୁଚର ବ୍ୟବହାର କରିବା ଉଚିତ୍। କଣ୍ଟା ଗ୍ଭମୁଚ ଦ୍ୱାରା ଯେତିକି ସେବକ ଆଣି ଥାଏ କେବଳ ସେତିକି ହିଁ ଯାଜକ ନେବା ଉଚିତ୍। ଇସ୍ରାଏଲ ଲୋକମାନେ ଯେଉଁମାନେ ଶିଲୋକୁ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହାକି ଯାଜକଗଣ ନୈବେଦ୍ୟ ପ୍ରତି କରିବା ଉଚିତ୍। କିନ୍ତୁ ଯାଜକଗଣ ଯେପରି ବ୍ୟବହାର କରିବା ଉଚିତ୍, ଏଲିର ପୁତ୍ରଗଣ ସେପରି ବ୍ୟବହାର କଲେ ନାହିଁ। ଏପରିକି ସେହି ମାଂସର ମେଦ ଯଜ୍ଞବେଦିରେ ଦ‌ଗ୍‌ଧ ହେବା ପୂର୍ବରୁ, ସେମାନଙ୍କର ସେବକମାନେ ସେହି ବଳିଦାନ ଉତ୍ସର୍ଗ କରୁଥିବା ବ୍ୟକ୍ତି ପାଖକୁ ଗଲେ ଏବଂ କହିଲେ, “ପୋଡ଼ିବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତୁମ୍ଭଠାରୁ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କେବଳ କଞ୍ଚାମାଂସ ଗ୍ରହଣ କରିବେ।” ଏଥିରେ ଯେବେ ସେ ଲୋକ ତାହାକୁ କହେ, “ପ୍ରଥମେ ମେଦ ଦ‌ଗ୍‌ଧ ହେବାକୁ ଦିଅ, ତା’ପରେ ତୁମ୍ଭେ ଯେତେ ଗ୍ଭହଁ ସେତେ ନିଅ।” ତେବେ ସେ ଯାଜକର ସେବକ କହିଥାଏ। ମାତ୍ର “ଏହିକ୍ଷଣି ତାହା ମୋତେ ଦେବାକୁ ହେବ। ଯଦି ତୁମ୍ଭେ ମୋତେ ନ ଦିଅ, ତାହାହେଲେ ମୁଁ ଜୋର୍ କରି ନେଇଯିବି।” ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷରେ ସେହି ଏଲିଙ୍କ ପୁତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସେହି ଲୋକମାନେ ସଦାପ୍ରଭୁଙ୍କର ନୈବେଦ୍ୟ ତୁଚ୍ଛଜ୍ଞାନ କଲେ। ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ। ଆହୁରି ମଧ୍ୟ ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମୁୟେଲ ପାଇଁ ଗୋଟିଏ ସାନ ବସ୍ତ୍ର ବନାଇଥିବା, ତାହା ସେ ତାଙ୍କ ପାଖକୁ ଆଣିବ। ପୁଣି ଏଲି ଇ‌ଲ୍‌କାନାକୁ ଓ ତା’ର ସ୍ତ୍ରୀକୁ ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପୁତ୍ର ପ୍ରାର୍ଥନା କରୁଥିବା ସ୍ଥାନକୁ ନିଆ ହେଉ ଏବଂ ତା’ପରେ ସଦାପ୍ରଭୁଙ୍କୁ ଦେଲେ।” ଏହା ପରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥି ମଧ୍ୟରେ ବାଳକ ଶାମୁୟେଲ ସଦାପ୍ରଭୁଙ୍କ ଉପସ୍ଥିତିରେ ବଢ଼ିଲା। ଏଲି ଦୁଷ୍ଟ ପୁତ୍ରମାନଙ୍କୁ ଶାସନ କରିବାରେ ବିଫଳ ହେଲେ ଏଲି ଅତି ବୃଦ୍ଧ ହେଲେ। ପୁଣି ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲକୁ ଯାହା ଯାହା କଲେ ଓ ଯିଏ କି ସମାଗମ-ତମ୍ବୁର ପ୍ରବେଶ ନିକଟରେ ସେବା କାରୀଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ତାଙ୍କ ଦ୍ୱାରା ଶୁଣା ହେଲା। ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣିଅଛି। ନାହିଁ, ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ଭଲ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ। ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?” ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା। କିନ୍ତୁ ବାଳକ ଶାମୁୟେଲ କ୍ରମେ କ୍ରମେ ବଡ଼ ହେଲା ଆଉ ପରମେଶ୍ୱରଙ୍କର ଓ ଲୋକମାନଙ୍କର ଅନୁଗ୍ରହ ପାତ୍ର ହେଲା। ଏଲିଙ୍କ ପରିବାର ବିଷୟରେ ଭୟଙ୍କର ଭବିଷ୍ୟ‌ଦ୍‌ବାଣୀ ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି। ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ। ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ’ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’ “ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ। ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ। ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ। ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କୁ ଆପଣା ଯଜ୍ଞବେଦିରୁ ଆସୁଥିବା ମୁଁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୋର ଯଜ୍ଞବେଦିରେ ସେବା କରିବ। ସେମାନେ ତୁମ୍ଭର ପରିବାର ଧ୍ୱଂସ ପାଇଁ କାନ୍ଦୁଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସେମାନଙ୍କର ଯୌବନାବସ୍ଥାରେ ମରିବେ। ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ। ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ। ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’” ଶାମୁୟେଲକୁ ପରମେଶ୍ୱରଙ୍କ ଡାକରା ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା। ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ। ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ, ସେତେବେଳେ ସଦାପ୍ରଭୁ ଶାମୁୟେଲକୁ ଡାକିଲେ ଓ ଶାମୁୟେଲ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।” ଶାମୁୟେଲ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?” ସେ କହିଲେ, “ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।” ଏବଂ ସେ ଶୋଇଲେ। ଏହା ପରେ ସଦାପ୍ରଭୁ “ଶାମୁୟେଲ” ବୋଲି ଆଉ ଥରେ ଡାକିଲେ, ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କିହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?” ସେ ଉତ୍ତର ଦେଲେ, “ହେ ମୋର ପୁତ୍ର, ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।” ସେ ସମୟରେ ଶାମୁୟେଲ ସଦାପ୍ରଭୁଙ୍କୁ ଜାଣି ନ ଥିଲା, କାରଣ ସଦାପ୍ରଭୁ ତାଙ୍କଠାରେ ତାଙ୍କର ବାକ୍ୟ କଥା ପ୍ରକାଶ କରି ନ ଥିଲେ। ଏହା ପରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି ଆପଣ ମୋତେ ଡାକିଲେ ପରା,” ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି ଏହା ଏଲି ବୁଝିଲେ। ତେଣୁ ଏଲି ଶାମୁୟେଲକୁ କହିଲେ, “ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।’” ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। ଏହା ପରେ ସଦାପ୍ରଭୁ ଆସିଲେ ଏବଂ ସେଠାରେ ଛିଡ଼ା ହେଲେ, ଆଗ ଥର ପରି ସେ “ଶାମୁୟେଲ, ଶାମୁୟେଲ” ବୋଲି ଡାକିଲେ। ତା’ପରେ ଶାମୁୟେଲ ଉତ୍ତର ଦେଲେ, “ମୋତେ କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।” ତା’ପରେ ସଦାପ୍ରଭୁ ଶାମୁୟେଲକୁ କହିଲେ, “ଦେଖ, ମୁଁ ଇସ୍ରାଏଲରେ କିଛି ଗୋଟେ କରିବି, ସେହି ସମସ୍ତେ ଯେଉଁମାନେ ଏବିଷୟରେ ଶୁଣିବେ, ମନ ଦୁଃଖ କରିବେ। ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ। ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା’ର ବଂଶକୁ ଦଣ୍ତ ଦେବି, ଯେହେତୁ ତା’ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା’ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ। ମୁଁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ୱାରା ଶସ୍ୟ ନୈବେଦ୍ୟ ଉତ୍ସର୍ଗ ଦ୍ୱାରା କେବେ ପ୍ରାୟଶ୍ଚିତ ହେବ ନାହିଁ।” ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ। ଏଥୁ, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।” ତା’ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ’ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।” ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ। ତା’ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।” ତା’ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ। ତା’ପରେ ଶାମୁୟେଲ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ବୋଲି ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀୟ ଜ୍ଞାତ ହେଲେ। ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଶାମୁୟେଲକୁ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋରେ ଶାମୁୟେଲ ନିକଟରେ ତାଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ। ଆଉ ଶାମୁୟେଲର କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପୁତ୍ରମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କୁକାର୍ଯ୍ୟ କରି ଗ୍ଭଲିଲେ। ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ପରାଜିତ କଲେ ଏହା ପରେ ଇସ୍ରାଏଲୀୟମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ଏବନ୍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫ୍ରେକରେ ଛାଉଣି ସ୍ଥାପନ କଲେ। ଏହା ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ନିଜକୁ ପ୍ରସ୍ତୁତ କଲେ। ଯୁଦ୍ଧ ସମୟରେ ଇସ୍ରାଏଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାଜିତ ହେଲେ; ଓ 4000 ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ। ତା’ପରେ ଇସ୍ରାଏଲୀୟ ସୈନ୍ୟଗଣ ଛାଉଣି ନିକଟକୁ ଫେରି ଆସିଲେ। ତା’ପରେ ପ୍ରାଚୀନଗଣ ପଗ୍ଭରିଲେ, “ସଦାପ୍ରଭୁ କାହିଁକି ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କଲେ? ଆସ, ଆମ୍ଭେମାନେ ଶିଲୋଠାରୁ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବେ।” ତା’ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ। ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକି ଆସନ୍ତେ ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନି କଲେ, ଯେ ପୃଥିବୀ କମ୍ପିଲା। ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନିର ଅଭିପ୍ରାୟ କ’ଣ?” ଆଉ ସେମାନେ ଜାଣିଲେ, ଯେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଇସ୍ରାଏଲର ଛାଉଣିକି ଅଣାଗଲା। ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, “ପରମେଶ୍ୱର ଛାଉଣିକି ଆସି ଅଛନ୍ତି, ଆହୁରି ମଧ୍ୟ ସେମାନେ କହିଲେ, ହାୟ! ଆମ୍ଭେମାନେ ଅସୁବିଧାରେ ଅଛୁ। ଏହା ପୂର୍ବରୁ ଏପରି କେବେ ହୋଇ ନାହିଁ। ହାୟ! ଏହି ବଳବାନ୍ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ଭୟଙ୍କର ରୋଗ ଓ ମହାମାରୀ ଦ୍ୱାରା ମିସ୍ରୀୟମାନଙ୍କୁ ଆଘାତ କରିଥିଲେ। ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ଓ ସାହସୀ ହୁଅ। ପୁରୁଷ ପଣରେ ଯୁଦ୍ଧ କର। ତହିଁରେ ଏବ୍ରୀୟମାନେ ଆମ୍ଭର ଦାସ ହୋଇଥିଲେ, ତେଣୁ ତୁମ୍ଭେମାନେ ନିଶ୍ଚୟ ସେମାନଙ୍କର ଦାସ ହୋଇ ପାରିବ ନାହିଁ। ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।” ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲୀୟମାନେ ପରାସ୍ତ ହୋଇ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଫେରିଗଲେ, ସେତେବେଳେ ଅତି ମହାସଂହାର ହେଲା, କାରଣ ସେଥିରେ ଇସ୍ରାଏଲର 30,000 ପଦାତିକ ସୈନ୍ୟ ମରି ପଡ଼ିଲେ। ପୁଣି ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଧରିଲେ। ଆଉ ଏଲିଙ୍କର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ହତ ହେଲେ। ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବିନ୍ୟାମୀନିୟ ଲୋକ ଯୁଦ୍ଧଭୂମି ଛାଡ଼ି ଦେଲା ଓ ସାରା ରାସ୍ତାରେ ଶୀଲୋ ଆଡ଼କୁ ଦୌଡ଼ିଲା। ତା’ର ବସ୍ତ୍ରଗୁଡ଼ିକ ଚିରିଗଲା ଏବଂ ତା’ର ମସ୍ତକରେ ମାଟି ଥିଲା। ସେହି ଦିନ ସେ ଶୀଲୋରେ ପହଞ୍ଚିଲା ସେହି ସମୟରେ ଏଲି ଫାଟକ ପାଖରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନିମନ୍ତେ ତାଙ୍କର ହୃଦୟ ଉତ୍କଣ୍ଠିତ ଥିଲା। ଇତ୍ୟବସରରେ ସେହିଲୋକ ସମ୍ବାଦ ଦେଲା ଏବଂ ନଗରଯାକ ଉଚ୍ଚସ୍ୱରରେ କାନ୍ଦି ଉଠିଲେ। ତା’ପରେ ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କ’ଣ?” ତହୁଁ ସେହି ଲୋକ ଶୀଘ୍ର ଏଲିଙ୍କୁ ସମ୍ବାଦ ଦେଲା। ସେ ସମୟରେ ଏଲି ଅଠାନବେ ବର୍ଷ ବୟସ୍କ ହୋଇଥିଲେ ଓ ଅନ୍ଧ ହୋଇଥିବାରୁ ସେ ଦେଖି ପାରିଲେ ନାହିଁ। ତା’ପରେ ସେହି ଲୋକଟି ଏଲିଙ୍କୁ କହିଲା, “ମୁଁ ଏକ ସୈନ୍ୟ ଯିଏ କି ଏବେ ଯୁଦ୍ଧରୁ ଫେରି ଆସିଲି।” ମୁଁ ଆଜି ଯୁଦ୍ଧରୁ ଦୌଡ଼ି ପଳାଇ ଆସିଲି। ତା’ପରେ ଏଲି ତାକୁ ପଗ୍ଭରିଲେ, “ହେ ପୁତ୍ର, କ’ଣ ହେଲା?” ତହୁଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦେଇ କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଇସ୍ରାଏଲୀୟ ସୈନ୍ୟବାହିନୀ ତାଙ୍କର ବହୁତ ସୈନ୍ୟ ହରାଇଲେ। ତୁମ୍ଭର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।” ଯେତେବେଳେ ଏଲି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଗଲା ଓ ସେ ମୃତ୍ୟୁବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶ୍ ବର୍ଷ ଇସ୍ରାଏଲର ନେତୃତ୍ୱ ନେଲେ। ଗୌରବ ସମାପ୍ତ ହୋଇଗଲା ସେ ସମୟରେ ଏଲିର ପୁତ୍ରବଧୂ ପୀନହ‌ସ୍‌ର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା’ର ପ୍ରସବକାଳ ନିକଟ ଥିଲା ଏହା ଶୁଣିବା ପରେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଧରା ପଡ଼ିଲା। ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କଲେ। ଅତି ପ୍ରସବକାଳୀନ ଯନ୍ତ୍ରଣା ଭୋଗ କରୁ କରୁ ସେ ପ୍ରସବ କଲା। ତା’ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ। ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା’ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।”ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ। ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା। ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କୁ କଷ୍ଟ ଦେଲା ଏଥି ମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏବନ୍-ଏଜରରୁ ଅ‌ସ୍‌ଦୋଦକୁ ନେଇ ଯାଇଥିଲେ। ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅ‌ସ୍‌ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋ‌ନ୍‌ର ମୂର୍ତ୍ତି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁମାଡ଼ି ଭୂମିରେ ପଡ଼ିଅଛି। ଦାଗୋ‌ନ୍‌ର ଲୋକମାନେ ପୁନର୍ବାର ଉଠାଇ ସ୍ୱସ୍ଥାନରେ ରଖିଲେ। ପୁଣି ସେମାନେ ପରଦିନ ପ୍ରଭାତରେ ଯେତେବେଳେ ଉଠିଲେ ଦାଗୋନ୍ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା ଏବଂ ବାହୁଗୁଡ଼ିକ ଓ ମୁଣ୍ଡ କଟା ହୋଇଥିଲା ଏବଂ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହୋଇ ରହିଥିଲା। ଏଥିପାଇଁ ଦାଗୋ‌ନ୍‌ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍ ମନ୍ଦିରକୁ ଆସନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ଅ‌ସ୍‌ଦୋଦସ୍ଥିତ ଦାଗୋନ୍ ମନ୍ଦିରର ଦ୍ୱାରବନ୍ଧକୁ ମାଡ଼ନ୍ତି ନାହିଁ। ଅ‌ସ୍‌ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ। ଏହିପରି ଅ‌ସ୍‌ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।” ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଆମ୍ଭେମାନେ କ’ଣ କରିବା?” ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଗା‌ଥ୍‌କୁ ନିଆଯାଉ।” ତା’ପରେ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା। ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ। ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।” ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,” କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା। ପୁଣି ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ସ୍ୱର୍ଗକୁ ଉଠିଲା। ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକକୁ ନିଜ ଘରକୁ ପଠାଇ ଦିଆଗଲା ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା। ତା’ପରେ ସେମାନେ ସେମାନଙ୍କର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ସହ ଆମ୍ଭେ କ’ଣ କରିବାକୁ ହେବ?” ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକୁ ଫେରାଇବାକୁ ହେବ। ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।” ତା’ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?” ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ। ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ। ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ। “ସେଥିପାଇଁ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର, ଦୁଇଟି ଯୁଆଳି ଯୋଗ୍ଭ ହୋଇ ନ ଥିବା ଦୁହାଳି ଗାଈ ଆଣ। ଏହିପରି ଦୁଇଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକି ଗୁହାଳରେ ଭର୍ତ୍ତି କର। ସଦାପ୍ରଭୁଙ୍କ ସିନ୍ଦୁକକୁ ସେହି ଶଗଡ଼ ଉପରେ ରଖ ଓ ସୁବର୍ଣ୍ଣର ନ‌କ୍‌ସାକୁ ଥଳି ଭିତରେ ସିନ୍ଦୁକ ପାର୍ଶ୍ୱରେ ରଖ। ଏହିସବୁ ନ‌କ୍‌ସାଗୁଡ଼ିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶ୍ୱରଙ୍କୁ ଉପହାର। ତା’ପରେ ଶଗଡ଼କୁ ତା’ର ରାସ୍ତାରେ ପଠାଇ ଦିଅ। ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।” ତା’ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ। ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ। ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ। ସେହି ସମୟରେ ବୈ‌ଥ୍‌-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ। ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା। ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନ‌କ୍‌ସାକୁ ବିରାଟ ପଥର ଉପରେ ରଖିଲେ। ତା’ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। *** ତହୁଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ। ଏହିପରି ଭାବରେ ପଲେଷ୍ଟୀୟମାନେ ସେମାନଙ୍କର ପାପ ପାଇଁ ପରମେଶ୍ୱରଙ୍କଠାରେ ସୁବର୍ଣ୍ଣର ଅର୍ବୁଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକ୍ରୋଣ ପାଇଁ ଗୋଟିଏ। ସେମାନେ ମଧ୍ୟ ସୁବର୍ଣ୍ଣର ମୂଷିକମାନଙ୍କର ନ‌କ୍‌ସା ପଠାଇଲେ। ଏହି ସୁବର୍ଣ୍ଣ ମୂଷିକମାନଙ୍କର ସଂଖ୍ୟା, ପାଞ୍ଚ ଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ୟା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶେମଶର ଲୋକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ପଥର ଉପରେ ରଖିଲେ। ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ। ଏବଂ ବୈ‌ଥ୍‌-ଶେମଶର ଲୋକମାନେ କହିଲେ, “ସଦାପ୍ରଭୁ ପବିତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ କିଏ ଛିଡ଼ା ହୋଇପାରେ? ଏଠାରୁ କେଉଁଠାକୁ ଏହି ସିନ୍ଦୁକକୁ ନିଆଯିବ?” ତହୁଁ ସେମାନେ କିରିୟଥ୍-ଯିୟାରୀମୀୟ ନିକଟକୁ ଦୂତଗଣଙ୍କୁ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଫେରାଇ ଦେଇଛନ୍ତି। ତୁମ୍ଭେମାନେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକୁ ତୁମ୍ଭମାନଙ୍କର ନଗରକୁ ନେଇ ଯାଅ।” ଅନନ୍ତର କିରିୟଥ-ଯିୟାରୀମୀୟ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ସେମାନେ ପର୍ବତସ୍ଥିତ ଅବୀନାଦବର ଗୃହକୁ ତାହା ଆଣିଲେ। ସଦାପ୍ରଭୁଙ୍କ ସିନ୍ଦୁକ ଜଗିବାକୁ ତା’ର ପୁତ୍ର ଇଲିୟାସରକୁ ବିଶେଷ ଉତ୍ସବ ମାଧ୍ୟମରେ ପବିତ୍ର କଲେ। ସଦାପ୍ରଭୁଙ୍କ ସିନ୍ଦୁକ କିରିୟଥ୍-ଯିୟାରୀମରେ କୋଡ଼ିଏ ବର୍ଷ ରହିଲା। ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ ଇସ୍ରାଏଲର ସମସ୍ତ ଲୋକମାନେ ପୁନର୍ବାର ସଦାପ୍ରଭୁଙ୍କୁ ଅନୁସରଣ କରିବା ଆରମ୍ଭ କଲେ। ତା’ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।” ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ। ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମି‌ସ୍‌ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।” ଇସ୍ରାଏଲୀୟମାନେ ମି‌ସ୍‌ପୀରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗରେ ତାହା ଢାଳିଲେ। ସେମାନେ ସେହି ଦିନ ଉପବାସ ପାଳନ କଲେ। ସେମାନେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।” ଶାମୁୟେଲ ମି‌ସ୍‌ପୀରେ ଇସ୍ରାଏଲୀୟମାନଙ୍କର ବିଗ୍ଭର କଲେ। ପଲେଷ୍ଟୀୟମାନେ ଶୁଣିଲେ ଯେ ଇସ୍ରାଏଲୀୟମାନେ ମି‌ସ୍‌ପୀରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇସ୍ରାଏଲୀୟମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଯେତେବେଳେ ଇସ୍ରାଏଲୀୟମାନେ ଏହା ଶୁଣିଲେ, ସେମାନେ ଭୟ କଲେ। ଇସ୍ରାଏଲୀୟମାନେ ଶାମୁୟେଲଙ୍କୁ କହିଲେ, “ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରୁ ଆମକୁ ରକ୍ଷା କରିବାକୁ ପରମେଶ୍ୱରଙ୍କୁ ଗୁହାରି କର।” ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ଶାମୁୟେଲ ନୈବେଦ୍ୟ ଦ‌ଗ୍‌ଧ କରିବା ସମୟରେ ପଲେଷ୍ଟୀୟମାନେ ଯୁଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗରେ ଖୁବ୍ ଜୋ‌ର୍‌ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ୱନ୍ଦରେ ପଡ଼ିଗଲେ, ସେଥିପାଇଁ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲୀୟମାନେ ମି‌ସ୍‌ପୀରୁ ପଲେଷ୍ଟୀୟଙ୍କୁ ଅନୁଧାବନ କଲେ। ସେମାନେ ବୈଥ୍-କର ପର୍ଯ୍ୟନ୍ତ ସେମାନଙ୍କୁ ଅନୁଧାବନ କଲେ। ସେମାନେ ପଲେଷ୍ଟୀୟ ସୈନ୍ୟମାନଙ୍କୁ ସେହି ରାସ୍ତାରେ ହତ୍ୟା କଲେ। ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମି‌ସ୍‌ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।” ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ। ପଲେଷ୍ଟୀୟମାନେ ଇସ୍ରାଏଲର ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସହର ଛଡ଼ାଇ ନେଇଥିଲେ? କିନ୍ତୁ ଇସ୍ରାଏଲୀୟମାନେ ସେହି ସହରଗୁଡ଼ିକୁ ଫେରାଇ ନେଲେ। ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା। ଶାମୁୟେଲ ତାଙ୍କର ଜୀବନସାରା ଇସ୍ରାଏଲର ନେତୃତ୍ୱ ନେଲେ। ସେ ପ୍ରତି ବର୍ଷ ଦେଶର ଚତୁର୍ଦ୍ଦିଗ ଯାତ୍ରା କରନ୍ତି। ସେ ବୈଥେଲ୍, ଗି‌ଲ୍‌ଗଲ୍ ଓ ମି‌ସ୍‌ପୀ ପ୍ରଭୃତି ସ୍ଥାନକୁ ଯାତ୍ରା କଲେ। ସେ ଲୋକଙ୍କୁ ଅନୁଧ୍ୟାନ କରି ଶାସନ ଚଳାଇଲେ। ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ। ଇସ୍ରାଏଲୀୟମାନଙ୍କ ରାଜାପାଇଁ ପ୍ରାର୍ଥନା ଯେତେବେଳେ ଶାମୁୟେଲ ବୃଦ୍ଧ ବୟସରେ ଉପନୀତ ହେଲେ, ସେ ତାଙ୍କ ପୁତ୍ରମାନଙ୍କୁ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେବା ପାଇଁ ଓ ବିଗ୍ଭର କରିବା ପାଇଁ ପଠାଇଲେ। ଶାମୁୟେଲଙ୍କ ବଡ଼ପୁଅ ଯୋୟେଲ ଏବଂ ଦ୍ୱିତୀୟ ପୁତ୍ର ଅଦୟ ବେ‌ର୍‌ଶେବାର ଲୋକମାନଙ୍କର ନେତୃତ୍ୱ ନେଲେ ଓ ବିଗ୍ଭର କଲେ। ଶାମୁୟେଲଙ୍କ ପୁଅମାନେ ତାଙ୍କପରି ଜୀବନଯାପନ କଲେ ନାହିଁ। ସେମାନେ ଉତ୍କୋଚ ନେଉଥିଲେ। ସେମାନେ ଉତ୍କୋଚ ନେଇ ଦରବାରରେ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ। ତେଣୁ ସମସ୍ତ ବୟସ୍କ ନେତୃବୃନ୍ଦ ଏକାଠି ହୋଇ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ଯାତ୍ରା କଲେ। ଇସ୍ରାଏଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ହୋଇଯାଇଛ ଏବଂ ତୁମ୍ଭର ପୁଅମାନେ ତୁମ୍ଭପରି ଜୀବନଯାପନ କରୁ ନାହାନ୍ତି। ତେଣୁ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।” ତେଣୁ ବୟସ୍କ ଭଦ୍ରବ୍ୟକ୍ତିମାନେ ନେତୃତ୍ୱ ପାଇଁ ଜଣେ ରାଜା ଗ୍ଭହିଁଲେ। ଶାମୁୟେଲ ଏହାକୁ ଏକ ଭୁଲ୍ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମୁୟେଲ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଲୋକମାନଙ୍କ ମତ ଅନୁସାରେ କାର୍ଯ୍ୟ କର। ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି। ସେମାନେ ମୋତେ ସେମାନଙ୍କର ରାଜା ରୂପେ ପ୍ରତ୍ୟାଖାନ କରିଛନ୍ତି। ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ଯ୍ୟନ୍ତ ତାହା ଦୋହରାଉଛନ୍ତି। ସେମାନେ ମୋତେ ପରିତ୍ୟାଗ କଲେ ଓ ମୋ’ ବଦଳରେ ଅନ୍ୟ ଦେବତାମାନଙ୍କର ସେବା କଲେ। ସେଥିପାଇଁ ସେମାନେ ତୁମ୍ଭ ସହିତ ଏପରି ବ୍ୟବହାର କରୁଛନ୍ତି। ତେଣୁ ଲୋକମାନଙ୍କ କଥା ଶୁଣ ଏବଂ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ କର। କିନ୍ତୁ ସେମାନଙ୍କୁ ସତର୍କ କରାଇଦିଅ ଯେ, ସେମାନଙ୍କ ପାଇଁ ରାଜା କ’ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।” ଯେଉଁ ଲୋକମାନେ ରାଜା ଗ୍ଭହୁଁଥିଲେ, ଶାମୁୟେଲ ସେମାନଙ୍କୁ ସଦାପ୍ରଭୁଙ୍କ ବାଣୀ ଶୁଣାଇଲେ। ଶାମୁୟେଲ କହିଲେ, “ତୁମ୍ଭ ଉପରେ ଯିଏ ରାଜତ୍ୱ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତୁମ୍ଭ ପୁତ୍ରମାନଙ୍କୁ ତା’ର ସେବା କରିବା ପାଇଁ ଓ ସୈନ୍ୟବାହିନୀର ସେବା କରିବା ପାଇଁ ବାଧ୍ୟ କରିବ। ସେମାନେ ଯୁଦ୍ଧରେ ସେନାବାହିନୀର ଯୋଦ୍ଧା ଓ ରଥାରୋହୀ ହେବେ। ତୁମ୍ଭ ପୁତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡ଼ିବେ। “ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ। “ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ। “ଆଉ ସେ ତୁମ୍ଭମାନଙ୍କ ଝିଅମାନଙ୍କୁ ନେଇ ସୁବାସିତ ଅତର ତିଆରି କରିବାକୁ କହିବ। ସେ ମଧ୍ୟ ତୁମ୍ଭର ଝିଅମାନଙ୍କୁ ତା’ ପାଇଁ ରୋଷେଇ କାର୍ଯ୍ୟରେ ଓ ସେକିବା କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବ। “ସେ ତୁମ୍ଭଠାରୁ ନେଇଥିବା ଶସ୍ୟକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ମଧ୍ୟରୁ ଉତ୍ତମ କ୍ଷେତ୍ରକୁ ନେଇ ତା’ର ଅଧିକାରୀମାନଙ୍କୁ ବାଣ୍ଟିବେ। ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନେଇ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦେବ। “ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନେଇଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ ଓ ଗଧମାନଙ୍କୁ ନେଇଯିବେ ଏବଂ ସେମାନଙ୍କୁ ନିଜ କାର୍ଯ୍ୟରେ ବିନିଯୋଗ କରିବେ। ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନେଇଯିବେ। “ଏବଂ ତୁମ୍ଭେମାନେ ରାଜାଙ୍କର କ୍ରୀତଦାସ ହୋଇ ରହିବ। ଦିନ ଆସିବ ଯେତେବେଳେ ତୁମ୍ଭେ ବାଛିଥିବା ରାଜାଙ୍କୁ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦେବେ ନାହିଁ।” କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକୁ ଭୃକ୍ଷେପ କଲେ ନାହିଁ। ସେମାନେ କହିଲେ, “ନା, ଆମ୍ଭକୁ ଶାସନ କରିବା ପାଇଁ ରାଜା ଦରକାର। ତା’ପରେ ଆମ୍ଭେ ଅନ୍ୟ ଦେଶସହ ସମକକ୍ଷ ହୋଇ ପାରିବୁ। ଆମ୍ଭର ରାଜା ଆମ୍ଭର ନେତୃତ୍ୱ ନେବେ। ସେ ଆମ୍ଭମାନଙ୍କୁ ଯୁଦ୍ଧକୁ କଡ଼େଇ ନେବେ ଏବଂ ଆମ୍ଭର ଯୁଦ୍ଧ ପରିଗ୍ଭଳନା କରିବେ।” ଶାମୁୟେଲ ଲୋକମାନଙ୍କ କଥା ଶୁଣିଲେ ଏବଂ ସଦାପ୍ରଭୁଙ୍କୁ ସେ ସବୁ କଥାକୁ ଶୁଣାଇଲେ। ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନେ ଯାହା କହୁଛନ୍ତି ତୁମ୍ଭେ ଶୁଣ ଏବଂ ସେମାନଙ୍କୁ ଏକ ରାଜା ଦିଅ।” ଶାମୁୟେଲ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜଣେ ରାଜା ପାଇବ। ତୁମ୍ଭେମାନେ ସମସ୍ତେ ଘରକୁ ଫେରିଯାଅ।” ଶାଉଲ ତାଙ୍କ ବାପାଙ୍କ ଗଧର ଯତ୍ନ ନେଲେ ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା। କୀ‌ଶ୍‌ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ। ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ୍ ଶାଉଲକୁ କହିଲେ, “ତୁମ୍ଭେ ଗ୍ଭକରମାନଙ୍କ ମଧ୍ୟରୁ ଜଣକୁ ନେଇ ଗଧମାନଙ୍କର ସନ୍ଧାନ ନିଅ।” ଶାଉଲ ଗଧମାନଙ୍କୁ ଖୋଜିବା ପାଇଁ ଗଲେ। ସେ ଇଫ୍ରୟିମ ପର୍ବତ ଅଞ୍ଚଳ ଦେଇ ଗଲେ, ତା’ପରେ ଶାଲିଶା ପ୍ରଦେଶ ଦେଇ ଗଲେ। କିନ୍ତୁ ସେ ଦୁହେଁ ନିରାଶ ହେଲେ। ତେଣୁ ସେମାନେ ଶାଲୀମ୍ ପ୍ରଦେଶ ଦେଇ ଗଲେ ସେଠାରୁ ନିରାଶ ହେବାରୁ ବିନ୍ୟାମୀନଙ୍କ ପ୍ରବେଶ ଦେଇଗଲେ। ସେଠାରେ ମଧ୍ୟ ନିରାଶ ହେଲେ। ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା’ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।” ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟ‌ଦ୍‌ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।” ତା’ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।” ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା’ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।” ଶାଉଲ ଗ୍ଭକରକୁ କହିଲେ, “ଏହା ଏକ ଉତ୍ତମ ବୁଦ୍ଧି। ଗ୍ଭଲ ଯିବା,” ତା’ପରେ ସେମାନେ ପରମେଶ୍ୱରଙ୍କ ଲୋକଙ୍କ ନଗରକୁ ଯାତ୍ରା ଆରମ୍ଭ କଲେ। ଶାଉଲ ଏବଂ ଗ୍ଭକର ପାର୍ବତ୍ୟାଞ୍ଚଳ ଦେଇ ଯାତ୍ରା କଲେ। ସେମାନେ ଯିବା ରାସ୍ତାରେ କେତେକ ଯୁବତୀଙ୍କୁ ଦେଖିଲେ। ଯୁବତୀମାନେ ପାଣି ନେବା ପାଇଁ ଆସିଥିଲେ। ଶାଉଲ ଓ ତାଙ୍କ ଗ୍ଭକର ଯୁବତୀମାନଙ୍କୁ ପଗ୍ଭରିଲେ, “ଧର୍ମାତ୍ମା ଏଠାରେ ଅବସ୍ଥାନ କରୁଛନ୍ତି କି?” (ଅତୀତରେ ଇସ୍ରାଏଲୀୟମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ “ଧର୍ମାତ୍ମା” କହୁଥିଲେ। ଯଦି ସେମାନେ ପରମେଶ୍ୱରଙ୍କଠାରୁ କିଛି ମାଗିବା ପାଇଁ ଗ୍ଭହୁଁଥିଲେ, ସେମାନେ କହିଲେ, “ଆସ ଧର୍ମାତ୍ମା ନିକଟକୁ ଯିବା।”) *** *** ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି। ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା’ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।” ଶାଉଲ ଏବଂ ତାଙ୍କ ଗ୍ଭକର ଆଗକୁ ଗ୍ଭଲିଲେ। ସେମାନେ ସହରରେ ପହଞ୍ଚିବା ମାତ୍ରେ ଦେଖିଲେ ଶାମୁୟେଲ ଠିକ୍ ସେ ସମୟରେ ସହରରୁ ଉପାସନା ସ୍ଥାନକୁ ଆସୁଛନ୍ତି। ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ, “ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।” ଶାମୁୟେଲ ଶାଉଲକୁ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, “ଏହି ସେହି ଲୋକ, ମୁଁ ଯାହା କଥା କହୁଥିଲି ସେ ମୋର ଲୋକମାନଙ୍କୁ ଶାସନ କରିବ।” ଶାଉଲ ଫାଟକ ପାଖରେ ଠିଆ ହୋଇଥିବା ଜଣେ ଲୋକଙ୍କୁ ପରମେଶ୍ୱରଙ୍କ ଲୋକଙ୍କୁ ଭେଟିବାର ଦିଗ ପଗ୍ଭରିଲେ। ଏ ବ୍ୟକ୍ତି ଜଣକ କିନ୍ତୁ ଶାମୁୟେଲ ଥିଲେ, ଶାଉଲ କହିଲେ, “କ୍ଷମା କରିବେ, ଆପଣ ପରମେଶ୍ୱରଙ୍କ ଲୋକଙ୍କ ଘର ବତେଇ ଦେବେ କି?” ଶାମୁୟେଲ କହିଲେ, “ମୁଁ ପରମେଶ୍ୱରଙ୍କ ଲୋକ। ମୋତେ ଅନୁସରଣ କର ମୁଁ ଉଚ୍ଚସ୍ଥାନକୁ ନେଇଯିବି। ତୁମ୍ଭେ ଏବଂ ତୁମ୍ଭ ଦାସ ମୋ’ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭେମାନେ ଘରକୁ ଫେରିଯିବ। ଏବଂ ମୁଁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।” ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?” ଶାମୁୟେଲ ଶାଉଲ ଏବଂ ତାଙ୍କ ଦାସକୁ ଭୋଜନ ସ୍ଥାନକୁ ନେଲେ। ସେ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟେବୁଲ୍ ପାଖରେ ଶାଉଲଙ୍କୁ ଏବଂ ତାଙ୍କର ଦାସ ତିରିଶ୍ ଜଣ ନିମନ୍ତ୍ରିତ ଅତିଥି ମଧ୍ୟରେ ପ୍ରଦାନ କଲେ। ଶାମୁୟେଲ ରୋଷେଇଆକୁ ନିର୍ଦ୍ଦେଶ ଦେଲେ, “ମୁଁ ତୁମ୍ଭକୁ ରଖିବାକୁ କହି ଦେଇଥିବା ମାଂସ ଆଣ।” ରୋଷେଇଆ ଚଟୁଆ ମାଂସ ଆଣି ଶାଉଲଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଲା। ଶାମୁୟେଲ କହିଲେ, “ତୁମ୍ଭେ ତୁମ୍ଭ ଟେବୁ‌ଲ୍‌ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶେଷ ସମୟ ପାଇଁ ଯେତେବେଳେ ଏକତ୍ରିତ ହେବା ପାଇଁ ମୁଁ ଲୋକମାନଙ୍କୁ ଡାକିଲି।” ତା’ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ। ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ ଏବଂ ଶାଉଲ ଶୋଇବା ପାଇଁ ଗଲେ। ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ। ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା। ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ। ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’” ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେ‌ଲ୍‌କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ। ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ। ତା’ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ। ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟ‌ଦ୍‌ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ। ସମ୍ଭବତଃ ସେହି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। “ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗି‌ଲ୍‌ଗ‌ଲ୍‌କୁ ଯିବ। ତା’ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।” ଶାଉଲ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପରି ହେଲେ ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା। ଶାଉଲ ଏବଂ ତାଙ୍କର ସେବକ ଜିବେଥ୍ଇଲୋହି‌ମ୍‌କୁ ଗଲେ। ସେହି ସ୍ଥାନରେ ଶାଉଲ ଦଳେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ଭିତରେ ନାଚି, ଗାଈ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ। ଏଥିରେ ଯେଉଁମାନେ ପୂର୍ବରୁ ଶାଉଲଙ୍କୁ ଜାଣିଥିଲେ ସେମାନେ ଦେଖିଲେ ଯେ, ସେ ଭବିଷ୍ୟ‌ଦ୍‌ବକ୍ତାଙ୍କ ପରି ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଗହଣରେ ନାଚୁଥିଲେ ଓ ଗାଉଥିଲେ। ତା’ପରେ ଲୋକମାନେ ପରସ୍ପର କୁହାକୁହି ହେବାକୁ ଲାଗିଲେ, “କୀ‌ଶ୍‌ର ପୁତ୍ର ପ୍ରତି କ’ଣ ଘଟିଲା? ଶାଉଲ କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?” ତହିଁରେ ସେହି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, “ଆଚ୍ଛା! ଏହା ଜଣାଯାଏ ଶାଉଲ ଜଣେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ନେତା” ଏହେତୁ “ଶାଉଲ କି ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ବଡ଼ ପ୍ରବାଦ ହୋଇ ଉଠିଲା। ଶାଉଲ ଘରେ ପହଞ୍ଚିଲେ ତା’ପରେ ସେ ଭବିଷ୍ୟ‌ଦ୍‌ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକୁ ଗଲେ। ଶାଉଲଙ୍କ କକା ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ।” ଶାଉଲ ଉତ୍ତର ଦେଲା, “ଗଧ ଖୋଜିବାକୁ ଯାଇଥିଲୁ। କିନ୍ତୁ ସେମାନେ ନ ମିଳିବାରୁ ଆମ୍ଭେ ଶାମୁୟେଲ ନିକଟକୁ ଦେଖାକରିବାକୁ ଆସିଲୁ।” ଏଥିରେ ଶାଉଲଙ୍କ ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଛି ଶାମୁୟେଲ ତୁମ୍ଭକୁ କ’ଣ କହିଲେ ମୋତେ କୁହ।” ଶାଉଲ ଉତ୍ତରରେ କହିଲେ, “ସେ କହିଲେ ଯେ, ଗଧମାନେ ମିଳି ଗଲେଣି।” କିନ୍ତୁ ଶାଉଲ ତା’ର କକାକୁ ଶାମୁୟେଲ ଦ୍ୱାରା କୁହାଯାଇଥିବା ରାଜତ୍ୱ ବିଷୟରେ କହିଲେ ନାହିଁ। ଶାମୁୟେଲ ଶାଉଲଙ୍କୁ ରାଜା ପଦରେ ଘୋଷଣା କଲେ ଶାମୁୟେଲ ଇସ୍ରାଏଲବାସୀଙ୍କୁ ମି‌ସ୍‌ପୀରେ ଏକତ୍ରିତ ହେବା ପାଇଁ ଡକାଇଲେ। ସେ ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲି, ମୁଁ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିୟନ୍ତ୍ରଣରୁ ତୁମ୍ଭକୁ ରକ୍ଷା କଲି।’ କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।” ଏପ୍ରକାରେ ଶାମୁୟେଲ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କୁ ଏକତ୍ରିତ କରନ୍ତେ, ପ୍ରଥମତଃ ବିନ୍ୟାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା। ଶାମୁୟେଲ କହିଲେ ଯେ, ବିନ୍ୟାମୀନ ପରିବାରବର୍ଗଙ୍କୁ ଏକ ଏକ ପରି ଆଗକୁ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା’ପରେ ଶାମୁୟେଲ ସେହି ପରିବାରବର୍ଗର ପ୍ରତ୍ୟେକ ଲୋକଙ୍କୁ ଆଗକୁ ଆସିବାକୁ କହିଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲ ବଛାଗଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲଙ୍କୁ ସେଠାରେ ଖୋଜାଗଲା, କିନ୍ତୁ ସେଠାରେ ଲୋକମାନେ ଶାଉଲଙ୍କୁ ଖୋଜି ପାଇଲେ ନାହିଁ। ତା’ପରେ ଲୋକମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଏପର୍ଯ୍ୟନ୍ତ ଶାଉଲ ଏଠାକୁ ଆସିଛନ୍ତି କି?” ସଦାପ୍ରଭୁ କହିଲେ, “ସେ ଏଠାରେ ଥିବା ସାମଗ୍ରୀମାନଙ୍କ ମଧ୍ୟରେ ନିଜକୁ ଗୋପନ ରଖିଛି।” ଲୋକମାନେ ଖୋଜିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧ୍ୟରେ ଛିଡ଼ା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ। ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।” ତା’ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।” ଶାମୁୟେଲ ଲୋକମାନଙ୍କୁ ବନ୍ଧୁତାର ନିୟମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତା’ପରେ ଶାମୁୟେଲ ଲୋକମାନଙ୍କୁ ନିଜ ନିଜ ଘରକୁ ଯିବାକୁ କହିଲେ। ଶାଉଲ ମଧ୍ୟ ଗିବିୟାରେ ଥିବା ତାଙ୍କ ଘରକୁ ଫେରିଲେ। କେତେକ ସାହସୀ ବ୍ୟକ୍ତି ଯେଉଁମାନଙ୍କ ହୃଦୟ ପରମେଶ୍ୱର ସ୍ପର୍ଶ କରିଥିଲେ, ସେମାନେ ଶାଉଲଙ୍କୁ ଅନୁସରଣ କଲେ। କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ନାହଶ ଅମ୍ମୋନୀୟଙ୍କ ରାଜା ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଳାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ । ପ୍ରାୟ ଏକ ମାସ ପରେ ଅମ୍ମୋନୀୟ ନାହଶ ଏବଂ ତାଙ୍କ ସେନା ଯାବେଶ୍ ଗିଲିୟଦ ଛାଉଣି ସ୍ଥାପନ କଲେ। ଯାବେ‌‌‌ଶ୍‌‌ର ଲୋକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିୟମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବୁ।” ଅମ୍ମୋନୀୟ ନାହଶ ତାଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷୁ ଉପୁଡ଼ା ଗଲେ ମୁଁ ତା’ପରେ ନିୟମ ସ୍ଥିର କରିବି। ତଦ୍ଦ୍ୱାରା ସମସ୍ତ ଇସ୍ରାଏଲୀୟ ଲଜ୍ଜିତ ହେବେ।” ଯାବେ‌‌‌ଶ୍‌‌ର ନେତାମାନେ କହିଲେ, “ଆମ୍ଭକୁ ସାତ ଦିନ ସମୟ ଦିଅ, ଆମ୍ଭେ ସାରା ଇସ୍ରାଏଲକୁ ଦୂତଗଣଙ୍କୁ ପଠାଇବୁ ଯଦି ଆମ୍ଭକୁ କେହି ସାହାଯ୍ୟ ନ କରନ୍ତି, ତେବେ ତୁମ୍ଭ ନିକଟକୁ ଆସିବୁ ଓ ସମର୍ପଣ କରିବୁ।” ଶାଉଲ ଯାବେ‌‌‌ଶ୍‌‌-ଗିଲିୟ‌‌‌‌ଦ୍‌‌‌‌କୁ ରକ୍ଷା କଲେ ଗିବିୟା ଦୂତ ଶାଉଲ ବାସ କରୁଥିବା ସହରରେ ଲୋକମାନଙ୍କୁ ଏହି କଥା କହିବାରୁ ଲୋକମାନେ ଦୁଃଖରେ କ୍ରନ୍ଦନ କରିବାକୁ ଲାଗିଲେ। ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକୁ ଯାଇଥିଲେ। ସେ ସେଠାରୁ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, “ତୁମ୍ଭର କ’ଣ ହୋଇଛି ତୁମ୍ଭେମାନେ ଏପରି କାନ୍ଦୁଛ କାହିଁକି?” ତା’ପରେ ଲୋକମାନେ ତାଙ୍କୁ ଯାବେ‌‌‌ଶ୍‌‌ର ଦୂତମାନେ କହିଥିବା ସମସ୍ତ କଥା କହିଲେ। ଶାଉଲ ସମସ୍ତ କଥା ଶୁଣିଲେ। ତା’ପରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କ ଦେହରେ ଅତିଶୟ ପ୍ରଜ୍ୱଳିତ ହେଲା। ଶାଉଲ କ୍ରୋଧରେ ଜର୍ଜରିତ ହେଲେ। ଶାଉଲ ହଳେ ବଳଦ ଆଣି ସେମାନଙ୍କୁ ଖଣ୍ତ ଖଣ୍ତ କରି କାଟିଲେ। ତା’ପରେ ସେ ଟୁକୁରାଗୁଡ଼ିକୁ ଦୂତଗଣକୁ ଦେଲେ। ସେ ଏହା ଇସ୍ରାଏଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, “ଯଦି କେହି ଶାଉଲ ଏବଂ ଶାମୁୟେଲଙ୍କୁ ଅନୁସରଣ ନ କରନ୍ତି, ତେବେ ସେମାନଙ୍କର ଗାଈଗୁଡ଼ିକୁ ଏପରି ଖଣ୍ତ ଖଣ୍ତ କରି ଦିଆଯିବ।” ତା’ପରେ ଏହି ବାର୍ତ୍ତା ପାଇବାପରେ ସଦାପ୍ରଭୁଙ୍କଠାରେ ଲୋକମାନଙ୍କର ଭୀତ ସଞ୍ଚାର ହେବାରୁ ସେମାନେ ଏକତ୍ରିତ ହୋଇ ଗୋଟିଏ ମଣିଷ ପରି ଆସିଲେ। ଶାଉଲ ବେସକରେ ଲୋକମାନଙ୍କୁ ଏକାଠି କଲେ। ସେଠାରେ ଇସ୍ରାଏଲରୁ 300,000 ଲୋକ ଯିହୁଦାରୁ 30,000 ଲୋକ ଉପସ୍ଥିତ ହେଲେ। ଶାଉଲ ଏବଂ ତାଙ୍କ ସୈନ୍ୟମାନେ ଯାବେ‌‌‌ଶ୍‌‌ର ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦର ଲୋକମାନଙ୍କୁ କୁହ ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ସେମାନେ ମୁକ୍ତ ହେବେ।” ଦୂତମାନେ ଫେରି ଶାଉଲଙ୍କ ବାର୍ତ୍ତା ଯାବେ‌‌‌ଶ୍‌‌ର ଲୋକମାନଙ୍କୁ କହିଲେ ଏବଂ ସେମାନେ ବହୁତ ଖୁସୀ ହେଲେ। ତା’ପରେ ଯାବେ‌‌‌ଶ୍‌‌ର ଲୋକମାନେ ଅମ୍ମୋନୀୟ ନାହଶକୁ କହିଲେ, “ଆସନ୍ତା କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆସିବୁ। ତୁମ୍ଭର ଯାହା ଇଚ୍ଛା ହେବ ତାହା ଆମ୍ଭମାନଙ୍କ ପ୍ରତି କରିବ।” ତା’ ପରଦିନ ପ୍ରଭାତରେ ଶାଉଲ ତାଙ୍କ ସୈନ୍ୟମାନଙ୍କୁ ତିନିଭାଗ କରି ସୂର୍ଯ୍ୟୋଦୟ ସମୟରେ ଅମ୍ମୋନୀୟ ଶିବିରରେ ଅତର୍କିତଆକ୍ରମଣ କଲେ। ସେମାନେ ସେମାନଙ୍କର ପ୍ରହରୀସବୁ ପରିବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରୁ ଶାଉଲ ଏବଂ ତାଙ୍କ ସୈନ୍ୟ ତାଙ୍କୁ ପରାସ୍ତ କଲେ ଅମ୍ମୋନୀୟମାନେ ବିଭିନ୍ନ ଆଡ଼େ ଦୌଡ଼ି ପଳାଇଲେ। ସୈନ୍ୟମାନେ ଏପରି ପଳାୟନ କଲେ ଯେ, ଦୁଇଟି ସୈନ୍ୟ ଏକତ୍ରିତ ହୋଇ ପାରିଲେ ନାହିଁ। ତା’ପରେ ଲୋକମାନେ ଶାମୁୟେଲଙ୍କୁ ପଗ୍ଭରିଲେ, “ଯେଉଁମାନେ ଶାଉଲଙ୍କୁ ବିରୁଦ୍ଧ କରୁଥିଲେ ସେମାନେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ୟା କରିବୁ।” ଶାଉଲ କହିଲେ, “ନା! ଆଜି କାହାକୁ ହତ୍ୟା କର ନାହିଁ। ସଦାପ୍ରଭୁ ଆଜି ଇସ୍ରାଏଲୀୟମାନଙ୍କୁ ରକ୍ଷା କରିଛନ୍ତି।” ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗି‌ଲ୍‌ଗ‌ଲ୍‌କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।” ତା’ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ। ଶାମୁୟେଲ ରାଜାଙ୍କ ବିଷୟରେ କହିଲେ ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି। ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି। ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧ‌କ୍‌କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।” ଇସ୍ରାଏଲୀୟମାନେ ଉତ୍ତର ଦେଲେ, “ନା! ତୁମ୍ଭେ ଏପରି ଖରାପ କାମ କେବେ ବି କରି ନାହଁ। ତୁମ୍ଭେ ଆମକୁ ଠକି ନାହଁ କିମ୍ବା ଆମ୍ଭଠାରୁ କିଛି ନେଇ ନାହଁ।” ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସେମାନେ ଦୃଢ଼ କରିବାକୁ ସାକ୍ଷୀ ରହିଲେ ଯେ ତୁମ୍ଭ ବିରୁଦ୍ଧରେ ଜାଣିଲେ ମୁଁ କିଛି ଭୁଲ୍ କରି ନାହିଁ।” ଲୋକମାନେ କହିଲେ, “ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ୟ।” ଶାମୁୟେଲ ଲୋକମାନଙ୍କୁ କହିଲେ, “ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ନିଯୁକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ବାହାର କରି ଆଣିଥିଲେ। ଆହୁରି ମଧ୍ୟ ଶୁଣ ମୁଁ ତୁମ୍ଭକୁ ସଦାପ୍ରଭୁଙ୍କ ତୁମ୍ଭମାନଙ୍କ ପ୍ରତି ଅଲୌକିକତା ଓ ତୁମ୍ଭ ପୂର୍ବପୁରୁଷଙ୍କ କଥା କହିବି। “ଯାକୁବ ମିଶରକୁ ଗଲା ଉତ୍ତାରୁ ମିଶରୀୟମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକୁ ଦୁର୍ବିସହ କରିଦେଲେ। ତେଣୁ ସେମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ପଠାଇଲେ। ସେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ଆଣିଲେ ଏବଂ ଏହି ସ୍ଥାନରେ ବାସ କରାଇଲେ। “କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହା‌ତ୍‌ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ। ତା’ପରେ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଛୁ ଯେହେତୁ ଆମ୍ଭେ ସଦାପ୍ରଭୁଙ୍କୁ ତ୍ୟାଗ କରି ‌ବା‌ଲ୍‌ଦେବଗଣର ଏବଂ ଅଷ୍ଟାରୋତ୍ ଦେବଗଣର ପୂଜା କରୁଛୁ। ଏବେ ଆମ୍ଭମାନଙ୍କୁ ଶତ୍ରୁ କବଳରୁ ରକ୍ଷା କର, ଆମ୍ଭେମାନେ ତୁମ୍ଭର ଉପାସନା କରିବୁ।’ “ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବା‌‌‌ଲ୍‌‌‌କୁ, ବଦା‌‌ନ୍‌‌‌‌‌କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ। ତା’ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ। ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି। ବର୍ତ୍ତମାନ ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସେବା କର, ଯେବେ ତୁମ୍ଭେମାନେ ତାଙ୍କର ବାକ୍ୟ ଶୁଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରୁଦ୍ଧରେ ନ ଯାଅ, ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ରକ୍ଷା ପାଇବ । କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ ‌କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ। “ବର୍ତ୍ତମାନ ଧିର ହୋଇ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ମହତ୍ କାର୍ଯ୍ୟ କରିବେ ଦେଖ। ବର୍ତ୍ତମାନ ଗହମ କାଟିବାର ସମୟ । କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।” ତେଣୁ ଶାମୁୟେଲ ସଦାପ୍ରଭୁଙ୍କୁ ଡାକିଲେ, ସେହି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବୁଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ। ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।” ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟଭୀତ ହୁଅ ନାହିଁ। ଏହା ସତ୍ୟ ତୁମ୍ଭେମାନେ ଏହିସବୁ ବହୁତ ମନ୍ଦକାର୍ଯ୍ୟ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କର ନାହିଁ। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କର ସେବା କର। ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି। “ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି। ମୋ’ ପକ୍ଷରେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହେବି ନାହିଁ। ଯଦି ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦେବି, ତେବେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି। ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସ‌‌ତ୍‌‌ଶିକ୍ଷା ଦେବା ଗ୍ଭଲୁ ରଖିବି। କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କ ସେବା କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ କ୍ରମାଗତ କୁକର୍ମ କରିବାରେ ଆଗ୍ରହ ପ୍ରକାଶ କର, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଧ୍ୱଂସ ହେବ।” ଶାଉଲ ପ୍ରଥମେ ଭୁଲ୍ କଲେ ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ। ଶାଉଲ ଇସ୍ରାଏଲରୁ 3000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2000 ମି‌କ୍‌ମ‌ସ୍‌ରେ ବୈଥେ‌ଲ୍‌ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ। ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।” ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ। ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।” ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗି‌ଲ୍‌ଗ‌ଲ୍‌ରେ ଏକତ୍ରିତ ହେବାକୁ ଡକା ହେଲେ। ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ। ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗି‌ଲ୍‌ଗ‌ଲ୍‌ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ। ଶାମୁୟେଲ କହିଲେ ସେ ଗି‌ଲ୍‌ଗ‌ଲ୍‌ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗି‌ଲ୍‌ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ। ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ। ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ। ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?” ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ଏକଜୁଟ ହୋଇଛନ୍ତି। ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗି‌ଲ୍‌ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’” ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ। ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।” ମି‌କ୍‌ମ‌ସ୍‌ରେ ଯୁଦ୍ଧ ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗି‌ଲ୍‌ଗଲ୍ ପରିତ୍ୟାଗ କଲେ। ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି। ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ। ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ସେମାନଙ୍କ ଶିବିର ସ୍ଥାପନ କଲେ। ପଲେଷ୍ଟୀୟମାନେ ସେ ଅଞ୍ଚଳରେ ରହୁଥିବା ସ୍ରାଏଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କର ସୁଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣ ଆକ୍ରମଣ କରିବାକୁ ଆରମ୍ଭ କଲେ। ସେମାନେ ତିନି ଦଳରେ ବିଭକ୍ତ ହୋଇ ଦଳେ ଶୂୟାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକୁ ଗଲେ। ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି। କୌଣସି ଇସ୍ରାଏଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନ ଥିଲେ ସେମାନଙ୍କର ଭୟଥିଲା ଏହା ଦ୍ୱାରା ଇସ୍ରାଏଲୀୟମାନେ ‌‌ଖ‌ଡ଼୍‌ଗ ବା ବର୍ଚ୍ଛା ନିର୍ମାଣ କରି ପାରିବେ। ପଲେଷ୍ଟୀୟମାନେ କେବଳ ଲୁହା ଶାଣ ଦେବା କାମ ଛୁରୀ, ଫାଳ, କୁହ୍ରାଡ଼ି ଓ କୋଡ଼ି ପ୍ରଭୃତିରେ ଇସ୍ରାଏଲୀୟମାନେ ସେଠାକୁ ଯାଉଥିଲେ। ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀୟାଂଶ ପାଉନସ୍ ରୂପା ଏବଂ କୁହ୍ରାଡ଼ି ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ। ଏଣୁ ଯୁଦ୍ଧ ସମୟରେ କୌଣସି ଇସ୍ରାଏଲୀୟଙ୍କ ପାଖରେ ‌‌ଖ‌ଡ଼୍‌ଗ କିମ୍ବା ବର୍ଚ୍ଛା ନ ଥିଲା, କେବଳ ଶାଉଲ ଏବଂ ତାଙ୍କ ପୁତ୍ର ଯୋନାଥନଙ୍କ ପାଖରେ ଲୌହ ଅସ୍ତ୍ର ଥିଲା। ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ। ଯୋନାଥନ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ। ସେ ସମୟରେ ଶାଉଲ ଗିବିୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳରେ ଥିଲେ। ପ୍ରାୟ 600 ଲୋକ ତାଙ୍କ ପାଖରେ ଥିଲେ। ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହ‌ସ୍‌ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର। ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ। ଯୋନାଥନ ସିଧା ରାସ୍ତାଦେଇ ପଲେଷ୍ଟୀୟ ଶିବିରକୁ ଯିବାକୁ ଯୋଜନା କଲେ ସେ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ପଥରସବୁ ଥିଲା। ଘାଟୀର ଏକ ପାର୍ଶ୍ୱରେ ବୋ‌ତ୍‌ସେସ୍ ନାମକ ଏବଂ ଅନ୍ୟ ପାର୍ଶ୍ୱରେ ସେନି ନାମକ ଶିଳାଖଣ୍ତ ଥିଲା। ଗୋଟିଏ ପଥର ଉତ୍ତର ଦିଗସ୍ଥ, ଉତ୍ତର ଆଡ଼କୁ ମି‌କ୍‌ମସ୍ ଆଡ଼କୁ ଏବଂ ଅନ୍ୟ ପଥରଟି ଦକ୍ଷିଣସ୍ଥ ଗେବା ଆଡ଼କୁ ମୁହାଁଇଥିଲା। ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।” ସାହାଯ୍ୟକାରୀ ଯୁବକ ଯୋନାଥନଙ୍କୁ କହିଲା, “ତୁମ୍ଭେ ଯାହା ଭଲ ଭାବୁଛ କର ଏବଂ ତୁମ୍ଭ ସହିତ ସାରାପଥରେ ଅଛି।” ଯୋନାଥନ ଉତ୍ତର ଦେଲେ, “ଆମ୍ଭେ ସେ ଉପତ୍ୟକାକୁ ଅତିକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କୁ ଦେଖିବାକୁ ଦେବା। ଯଦି ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ ଆଡ଼କୁ ଆସିବା’, ତେବେ ଆମ୍ଭେମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ଆଡ଼କୁ ଯିବା ନାହିଁ। ଯଦି ପଲେଷ୍ଟୀୟମାନେ ଆମ୍ଭକୁ କହିବେ ‘ଆମ୍ଭମାନଙ୍କ ପାଖକୁ ଉଠି ଆସ’ ତେବେ ଆମ୍ଭେ ସେମାନଙ୍କ ପାଖକୁ ଯିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ଦେଇଛନ୍ତି। ଆଉ ଏହା ଏକ ପରାଜୟର ଚିହ୍ନ ହେବ।” ତେବେ ସେ ଦୁହେଁ ପଲେଷ୍ଟୀୟଙ୍କ ପ୍ରହରୀମାନଙ୍କ ନିକଟରେ ଆପଣଙ୍କୁ ଦେଖା ଦେଲେ। ପଲେଷ୍ଟୀୟ ପ୍ରହରୀମାନେ କହିଲେ, “ଦେଖ! ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାତରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଛନ୍ତି।” ପଲେଷ୍ଟୀୟ ଶିବିରରେ ଥିବା ପ୍ରହରୀମାନେ ବଡ଼ ପାଟିରେ ଯୋନାଥନ ଓ ତାଙ୍କ ଭୃତ୍ୟକୁ କହିଲେ, “ଏଠାକୁ ଆସ, ଆମ୍ଭେ ତୁମ୍ଭେ ଦୁହିଁଙ୍କୁ ଉଚିତ୍ ଶିକ୍ଷା ଦେବୁ।” ଯୋନାଥନ ତାଙ୍କ ଭୃତ୍ୟକୁ କହିଲେ, “ମୋତେ ଅନୁସରଣ କରି ପାହାଡ଼ ପର୍ଯ୍ୟନ୍ତ ଆସ। ସଦାପ୍ରଭୁ ଆମ୍ଭକୁ ଇସ୍ରାଏଲଠାରୁ ପଲେଷ୍ଟୀୟକୁ ପରାଜୟ କରିବା ପାଇଁ ପଠାଇଛନ୍ତି।” ଏଥିରେ ଯୋନାଥନ ନିଜର ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲେ ଓ ତାହାର ସାହାଯ୍ୟକାରୀ ତାଙ୍କ ପଛେ ପଛେ ଗଲା। ସେମାନେ ସେହି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲେ ଓ ଯେଉଁମାନେ ଆଗରେ ଥିଲେ ସେମାନଙ୍କୁ ହତ୍ୟା କଲେ ଏବଂ ତାଙ୍କର ସାହାଯ୍ୟକାରୀ ପଛରେ ଯୋନାଥନଙ୍କ ଦ୍ୱାରା ଆହତ ହୋଇଥିବା ଲୋକମାନଙ୍କୁ ହତ୍ୟା କଲା। ଅଧା ଏକର ଜମିରେ ଯୋନାଥନ ଏବଂ ତାଙ୍କର ସାହାଯ୍ୟକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡ଼ିଏ ଜଣଙ୍କୁ ହତ୍ୟା କଲେ। *** ସମସ୍ତ ପଲେଷ୍ଟୀୟ ସୈନ୍ୟମାନେ ଯେଉଁମାନେ ସେହି କ୍ଷେତ୍ରରେ ଥିଲେ, ଯେଉଁମାନେ ଛାଉଁଣିରେ ଥିଲେ, ଯେଉଁମାନେ ଦୁର୍ଗରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରୁ ସାହସୀ ସୈନ୍ୟମାନେ ମଧ୍ୟ ଭୟ କଲେ। ଯେପରି ସେଠାରେ ଭୂମିକମ୍ପ ହେଲା ଏହି ବିଭୀଷିକା ପରମେଶ୍ୱର ପଠାଇଥିଲେ। ସେତେବେଳେ ବିନ୍ୟାମୀନ ପ୍ରଦେଶର ଗିବିୟାରେ ଶାଉଲଙ୍କ ସୈନ୍ୟମାନେ ଦେଖିଲେ ପଲେଷ୍ଟୀୟ ସୈନ୍ୟମାନେ ଏଣେତେଣେ ଦୌଡ଼ୁଛନ୍ତି। ଶାଉଲ ତାଙ୍କ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ ଗଣନା କର। ମୁଁ ଜାଣିବାକୁ ଗ୍ଭହେଁ କିଏ ଛାଉଣି ତ୍ୟାଗ କରିଛନ୍ତି।” ଯେତେବେଳେ ସେମାନେ ଗଣନା କରନ୍ତେ ଯୋନାଥନ୍ ଏବଂ ତାଙ୍କ ସାହାଯ୍ୟକାରୀ ଛାଉଣି ତ୍ୟାଗ କରିଛନ୍ତି। ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ। ଶାଉଲ ଯାଜକ ଅହୀୟଙ୍କ ସହ କଥା ହେବା ବେଳେ ପଲେଷ୍ଟୀୟ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ଶାଉଲ ଅଧୈର୍ଯ୍ୟ ହୋଇ ଉଠିଲେ ଏବଂ ଯାଜକ ଅହୀୟକୁ କହିଲେ, “ବନ୍ଦ କର! ତୁମ୍ଭ ହାତ ଏଫୋଦରୁ କାଢ଼ିଆଣ।” ଶାଉଲ ସୈନ୍ୟମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଯୁଦ୍ଧଭୂମିକୁ ପଠାଇଲେ। ପଲେଷ୍ଟୀୟ ସୈନ୍ୟମାନେ ଏମିତି ଦ୍ୱନ୍ଦରେ ପଡ଼ିଗଲେ ଯେ, ଏପରିକି ସେମାନେ ନିଜ ନିଜ ‌‌ଖ‌ଡ଼୍‌ଗ ଆପଣା ସାଥୀ ସୈନ୍ୟ ବିରୁଦ୍ଧରେ ଉଠାଉଥିଲେ। ଯେଉଁ ଏବ୍ରୀୟମାନେ ପଲେଷ୍ଟୀୟମାନଙ୍କ ଛାଉଣିରେ ସେବା କରୁଥିଲେ। ବର୍ତ୍ତମାନ ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକଙ୍କ ସହିତ ଯୋଗ ଦେଲେ। ସେହି ଇସ୍ରାଏଲୀୟ ଯେଉଁ ସୈନ୍ୟମାନେ ଇଫ୍ରୟିମ ପର୍ବତମୟ ଅଞ୍ଚଳରେ ଲୁଚି ଥିଲେ, ସେମାନେ ମଧ୍ୟ ସମ୍ବାଦ ଶୁଣି ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ ଓ ପଲେଷ୍ଟୀୟଙ୍କୁ ଗୋଡ଼ାଇଲେ। ଏହିପରି ସଦାପ୍ରଭୁ ସେଦିନ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପ୍ରତ୍ୟେକ ସୈନ୍ୟ ଶାଉଲଙ୍କ ସହିତ ଥିଲେ। ପ୍ରାୟ 10,000 ଲୋକ ଶାଉଲଙ୍କୁ ସାହାଯ୍ୟ କରୁଥିଲେ। ଇଫ୍ରୟିମ ପର୍ବତ ଦେଶର ସମସ୍ତ ସହରକୁ ଯୁଦ୍ଧ ବ୍ୟାପିଗଲା। ଶାଉଲ ପୁନର୍ବାର ଏକ ଭୁଲ୍ କଲେ କିନ୍ତୁ ଶାଉଲ ସେଦିନ ପୁଣି ଏକ ଭୁଲ୍ କଲେ। ଯେତେବେଳେ ସୈନ୍ୟମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ହେଲେ, ଶାଉଲ ସେମାନଙ୍କୁ, “ଯଦି କୌଣସି ଲୋକ ସନ୍ଧ୍ୟା ପୂର୍ବରୁ କିମ୍ବା ଶତ୍ରୁ ବିନାଶ କରିବା ପୂର୍ବରୁ ଖାଦ୍ୟ ଗ୍ରହଣ କରେ, ତେବେ ସେ ଦଣ୍ତିତ ହେବ।” ସେ ସେମାନଙ୍କୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ୟ କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ। ଯୁଦ୍ଧ ହେତୁ ଲୋକମାନେ ବଣକୁ ଆସିଲେ। ସେମାନେ ମୃତ୍ତିକା ଉପରେ ମହୁଫେଣା ଥିବାର ଦେଖିଲେ। ସେମାନେ ମହୁଫେଣା ପାଖକୁ ଗଲେ କିନ୍ତୁ ଖାଇଲେ ନାହିଁ। ସେମାନେ ସେମାନଙ୍କର ପ୍ରତିଜ୍ଞା ଭାଙ୍ଗିଯିବାରେ ଭୟଥିଲା *** କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷୟରେ ଜାଣି ନ ଥିଲେ। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ୟ କରିଥିବା କଥା ସେ ଜାଣି ନ ଥିଲେ। ଯୋନାଥନ ହାତରେ ବାଡ଼ି ଥିଲା, ସେ ବାଡ଼ିର ଅଗ୍ରଭାଗ ଦ୍ୱାରା କିଛି ମହୁ ବାହାର କରି ଆଣିଲେ ଏବଂ ଖାଇଲେ ଏବଂ ବହୁତ ଆଶ୍ୱସ୍ତ ବୋଧ କଲେ। ଜଣେ ସୈନିକ ଯୋନାଥନକୁ କହିଲା, “ତୁମ୍ଭ ବାପା ସୈନ୍ୟମାନଙ୍କୁ ବାଧ୍ୟ କରିଛନ୍ତି ଯିଏ ଆଜି ଖାଇବ, ସେ ଦଣ୍ତିତ ହେବ। ତେଣୁ ଲୋକମାନେ ଖାଇ ନାହାନ୍ତି ଓ ଦୁର୍ବଳ ଅନୁଭବ କରୁଛନ୍ତି।” ଯୋନାଥନ କହିଲେ, “ମୋ’ ବାପା ଏ ଦେଶକୁ ବହୁତ ସମସ୍ୟା ଆଣିଛନ୍ତି। ଦେଖ! ମୁଁ ଅଳ୍ପ ମହୁ ଖାଇ କିପରି ଆଶ୍ୱସ୍ତ ବୋଧ କରୁଛି। ଯଦି ଆମ୍ଭେ ଲୁଣ୍ଠିତ ହୋଇଥିବା ଖାଦ୍ୟ ଖାଇଥା’ନ୍ତୁ କେତେ ଭଲ ହୋଇଥା’ନ୍ତା? ଆମ୍ଭେ ଅଧିକାଂଶ ପଲେଷ୍ଟୀୟଙ୍କୁ ହତ୍ୟା କରି ପାରିଥା’ନ୍ତୁ।” ପୁଣି ସେଦିନ ଇସ୍ରାଏଲୀୟମାନେ ପଲେଷ୍ଟୀୟଙ୍କୁ ପରାସ୍ତ କଲେ। ସେମାନେ ମି‌କ୍‌ମ‌‌‌ସ୍‌ଠାରୁ ଅୟାଲୋନ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କଲେ। ତେଣୁ ସେମାନେ କ୍ଳାନ୍ତ ଓ କ୍ଷୁଧିତ ହୋଇପଡ଼ିଲେ। ସେମାନେ ମେଣ୍ଢା, ଗାଈ, ବାଛୁରି ପଲେଷ୍ଟୀୟଙ୍କଠାରୁ ଛଡ଼ାଇ ଆଣିଲେ। ଇସ୍ରାଏଲର ଲୋକମାନେ ଏତେ ଭୋକିଲା ହୋଇଥିଲେ ଯେ ସେମାନେ ପଶୁମାନଙ୍କୁ ହତ୍ୟା କରି ରକ୍ତମିଶା କଞ୍ଚାମାଂସ ଖାଇଲେ। ଜଣେ ବ୍ୟକ୍ତି ଶାଉଲଙ୍କୁ କହିଲେ, “ଦେଖନ୍ତୁ ଲୋକମାନେ ରକ୍ତମିଶା ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି।” ଶାଉଲ କହିଲେ, ତୁମ୍ଭେ ପାପ କରିଅଛ, ବର୍ତ୍ତମାନ ଗୋଟିଏ ପଥରେ ମୋ’ ସମ୍ମୁଖେ ଗୁଡ଼ାଅ। ଶାଉଲ କହିଲେ, “ଯାଅ ଓ ସମସ୍ତଙ୍କୁ କୁହ ସେମାନଙ୍କର ବଳଦ ଓ ମେଷ ମୋ’ ନିକଟକୁ ଆଣିବା ପାଇଁ। ତା’ପରେ ସେମାନେ ନିଶ୍ଚୟ ଏଠାରେ ବଳଦ ଓ ମେଷକୁ ବଧ କରିବେ ଓ ଖାଇବେ। ରକ୍ତମିଶା କଞ୍ଚାମାଂସ ଖାଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କର ନାହିଁ।” That night everyone brought their animals and killed them there. ପୁଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କଲେ। ଶାଉଲ ହିଁ ନିଜେ ସେହି ଯଜ୍ଞବେଦି ନିର୍ମାଣ କରିବାକୁ ଆରମ୍ଭ କଲେ। ଶାଉଲ କହିଲେ, “ଗ୍ଭଲ! ଆଜି ରାତ୍ରିରେ ପଲେଷ୍ଟୀୟମାନଙ୍କ ପଛରେ ଯିବା। ଆମ୍ଭେ ତାଙ୍କର ସର୍ବସ୍ୱ ଲୁଣ୍ଠନ କରିବା, ସେମାନଙ୍କୁ ହତ୍ୟା କରିବା।” ସୈନ୍ୟମାନେ କହିଲେ, “ଆପଣ ଯାହା ଉଚିଚ ଭାବୁଛନ୍ତି ତାହା ହିଁ କରନ୍ତୁ।” କିନ୍ତୁ ପୂଜକ କହିଲେ, “ଆପଣ ଏଥିପାଇଁ ପରମେଶ୍ୱରଙ୍କ ଅନୁମତି ଲୋଡ଼ନ୍ତୁ।” ତେଣୁ ଶାଉଲ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟଙ୍କ ପଛରେ ଯିବି କି? ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କୁ ପରାସ୍ତ କରିବାକୁ ଦେବ କି?” କିନ୍ତୁ ପରମେଶ୍ୱର ନୀରବ ରହିଲେ। ତା’ପରେ ଶାଉଲ କହିଲେ, “ସମସ୍ତ ନେତାମାନଙ୍କୁ ମୋ’ ପାଖକୁ ଡାକ। ଆସ ଆମ୍ଭେ ଖୋଜିବା, ଆଜି କିଏ ଏହି ପାପ କଲା। ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ। ତା’ପରେ ଶାଉଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଗୋଟିଏ କଡ଼ରେ ଛିଡ଼ା ହୁଅ। ମୁଁ ଏବଂ ମୋ’ ପୁଅ ଯୋନାଥନ ଅନ୍ୟ ପାର୍ଶ୍ୱରେ ଛିଡ଼ା ହେଉଛୁ।” ସୈନ୍ୟମାନେ ଉତ୍ତର ଦେଲେ, “ଆପଣ ଯାହା ଗ୍ଭହାନ୍ତି ପ୍ରଭୁ।” ତା’ପରେ ଶାଉଲ ପ୍ରାର୍ଥନା କଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କାହିଁକି ତୁମ୍ଭର ଦାସକୁ ଆଜି ଉତ୍ତର ଦେଲ ନାହିଁ? ଯଦି ମୁଁ କିମ୍ବା ମୋ’ ପୁଅ ଆଜି କିଛି ପାପ କରିଥାଉ, ତେବେ ଇଉରିମ୍ ଏବଂ ଇସ୍ରାଏଲୀୟ ପାପ କରିଥା’ନ୍ତି ତେବେ ଥୁମିଅମ୍ ଦିଅନ୍ତୁ।” ତହିଁରେ ଶାଉଲ ଓ ଯୋନାଥନ ବାଛି ନେଲେ ଏବଂ ଅନ୍ୟମାନେ ଛାଡ଼ ପାଇଲେ। ଏଥର ଶାଉଲ କହିଲେ, “ମୁଁ କିମ୍ବା ମୋ’ ପୁଅ ଯୋନାଥନ ମଧ୍ୟରେ ଗୁଲିବାଣ୍ଟ କର,” ଏଥର ଯୋନାଥନ ନିର୍ଣ୍ଣିତ ହେଲା। ଶାଉଲ ଯୋନାଥନଙ୍କୁ କହିଲେ, “କୁହ, ତୁମ୍ଭେ କ’ଣ କରିଛ।” ଯୋନାଥନ ଶାଉଲଙ୍କୁ କହିଲା, “ମୁଁ କେବଳ ମୋ’ ବାଡ଼ିର ଅଗ୍ରଭାଗରେ ଅଳ୍ପ ମହୁ ଆହାର କରିଛି। ଏଇଥିପାଇଁ ମୁଁ କ’ଣ ମରିବି?” ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।” ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ। ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଫେରିଗଲେ। ଶାଉଲ ଇସ୍ରାଏଲ ଶତ୍ରୁ ବିରୁଦ୍ଧରେ ଯୁଦ୍ଧକଲେ ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ। ଶାଉଲ ସାହସୀ ଥିଲେ। ସେ ଇସ୍ରାଏଲୀୟମାନଙ୍କ ଲୁଣ୍ଠନକାରୀଙ୍କୁ ଦମନ କଲେ। ସେ ଏପରିକି ଅମାଲେକୀୟମାନଙ୍କୁ ପରାସ୍ତ କଲେ। ଯୋନାଥନ, ଯି‌ଶ୍‌ବି ଓ ମଲୀଶୂୟ ଶାଉଲଙ୍କର ତିନି ପୁତ୍ର ଥିଲେ। ମେରବ୍ ଓ ମୀଖଲ୍ ତାଙ୍କର ଜ୍ୟେଷ୍ଠା ଓ କନିଷ୍ଠା କନ୍ୟା। ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା। ଏବଂ ତାଙ୍କ ସେନାପତି ଅ‌ବ୍‌ନର ନରର ପୁତ୍ର ଥିଲେ। ନର ଶାଉଲଙ୍କ କକା ଥିଲେ। ଶାଉଲଙ୍କ ପିତା କୀଶ୍ ଓ ଅ‌ବ୍‌ନରର ପିତା ନର, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ। ଶାଉଲ ସାହସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ଯୁଦ୍ଧ କରିଥିଲେ। ସେ ଯେକୌଣସି ସମୟରେ ସାହସୀ ଓ ଯୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣାର ସେନାବାହିନୀରେ ସାମିଲ କରୁଥିଲେ ଓ ସୁରକ୍ଷା ଦେଉଥିଲେ। ଶାଉଲ ଅମାଲେକୀୟମାନଙ୍କୁ ଧ୍ୱଂସ କଲେ ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ‘ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ବାହାରି ଆସିଲେ, ଅମାଲେକୀୟମାନେ ତାଙ୍କୁ କିଣାନ ଯିବାରେ ବାଧା ସୃଷ୍ଟି କରିଥିଲେ। ମୁଁ ଦେଖିଛି ଯାହାସବୁ ଅମାଲେକୀୟମାନେ କରିଛନ୍ତି। ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’” ଶାଉଲ ଟଲାୟୀମରେ ସୈନ୍ୟମାନଙ୍କୁ ଏକଜୁଟ କଲେ। ସେଠାରେ 200,000 ପଦାତିକ ଓ ଅନ୍ୟାନ୍ୟ 10,000 ଲୋକ ଯିହୁଦାର ଥିଲେ। ତା’ପରେ ଶାଉଲ ଅମାଲେକ ସହରକୁ ଗଲେ ଏବଂ ଉପତ୍ୟକାରେ ଅପେକ୍ଷା କଲେ। ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଅମାଲେକ ଛାଡ଼ି ଗ୍ଭଲିଯାଅ। କାରଣ ମୁଁ ଅମାଲେକୀୟଙ୍କ ସହ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଗ୍ଭହେଁ ନାହିଁ। ତୁମ୍ଭେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ି ଆସିବା ବେଳେ ସେମାନଙ୍କୁ ଦୟା ପ୍ରଦର୍ଶନ କରିଥିଲ।” ତେଣୁ କେନୀୟମାନେ ଅମାଲେକ ପ୍ରତ୍ୟାବର୍ତ୍ତନ କଲେ। ଶାଉଲ ଅମାଲେକମାନଙ୍କୁ ପରାସ୍ତ କଲେ। ସେ ହବୀଲାଠାରୁ ମିଶର ସୀମାବର୍ତ୍ତୀ ଶୁରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆକ୍ରମଣ କଲେ। ସେ ଅମାଲେକୀୟ ରାଜା ଆଗା‌ଗ୍‌କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ। ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ। ଶାମୁୟେଲ ଶାଉଲଙ୍କୁ ତାଙ୍କ ପାପ କଥା କହିଲେ ଶାମୁୟେଲ ସଦାପ୍ରଭୁଙ୍କ ପାଖରୁ ଏକ ବାର୍ତ୍ତା ପାଇଲେ। ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ। ଶାମୁୟେଲ ତା’ ପରଦିନ ପ୍ରତ୍ୟୁଷରୁ ଶାଉଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତାରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, “ଶାଉଲ ଯିହୁଦାର କର୍ମିଲ୍ ସହରକୁ ଆସିଥିଲେ। ଶାଉଲ ସେଠାକୁ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡ଼େ ଯାତ୍ରା କରି ସାରିବା ପରେ ଗି‌ଲ୍‌ଗ‌ଲ୍‌ରେ ପହଞ୍ଚିଲେ।” ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।” କିନ୍ତୁ ଶାମୁୟେଲ କହିଲେ, “ତେବେ ଏହା କ’ଣ, ମୁଁ ଶୁଣିଅଛି? ମୁଁ କାହିଁକି ମେଷର ଭେଁ ଭେଁ ଶବ୍ଦ ଶୁଣୁଅଛି ଏବଂ ଗାଈର ହମ୍ବାରବ ଶୁଣୁଛି?” ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।” ଶାମୁୟେଲ ଶାଉଲଙ୍କୁ କହିଲେ, “କହିବା ବନ୍ଦ କର! ସଦାପ୍ରଭୁ ମୋତେ ଗତ ରାତିରେ ଯାହା କରିଛନ୍ତି ତାହା ମୁଁ ତୁମ୍ଭକୁ କହିବି।” ଶାଉଲ ଉତ୍ତର ଦେଲେ, “ମୋତେ କୁହ।” ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା’ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ହତ୍ୟା କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କର।’ କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲ ନାହିଁ କାହିଁକି? ତୁମ୍ଭେ ଗ୍ଭହିଁଲ ସେ ଲୁଟଦ୍ରବ୍ୟ ଗୁଡ଼ିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ।” ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି। ଏବଂ ସୈନ୍ୟମାନେ ଗି‌ଲ୍‌ଗ‌ଲ୍‌ରେ ଉତ୍ତମ ମେଣ୍ଢା ଓ ଗୋରୁମାନଙ୍କୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରେ ବଳିଦାନ ଦେବା ପାଇଁ ରଖିଲେ।” କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି। ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।” ତା’ପରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି। କାରଣ ମୁଁ ସଦାପ୍ରଭୁଙ୍କ ଆଜ୍ଞା ଓ ତୁମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ କଥା ଶୁଣିଲି। ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।” କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।” ଯେତେବେଳେ ଶାମୁୟେଲ ଫେରିଯିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭେଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ। ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ପରମେଶ୍ୱର। ସଦାପ୍ରଭୁ ସବୁଦିନ ପାଇଁ ଏହିଠାରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ୟକ୍ତି ନୁହନ୍ତି ଯେ କି ତାଙ୍କର ମତ ବଦଳାଇ ଦେବେ।” ଶାଉଲ ଉତ୍ତର ଦେଲେ, “ମୁଁ ପାପ କରିଅଛି, କିନ୍ତୁ ଇସ୍ରାଏଲର ଲୋକମାନଙ୍କ ଓ ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋର ସମ୍ମାନ ରଖିବା ପାଇଁ ମୋ’ ସହିତ ଫେରି ଆସ। ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପାସନା କରିବି, ଏଥିପାଇଁ ମୋ’ ସଙ୍ଗେ ଫେରି ଆସ।” ଶାମୁୟେଲ ଶାଉଲଙ୍କ ସହିତ ଫେରିଯା’ନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ। ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗ‌ଗ୍‌କୁ ଆମ୍ଭ ସମ୍ମୁଖକୁ ଆଣ।” ତା’ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।” କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ। ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ। ତା’ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ। ଶାମୁୟେଲ ବୈ‌ଥ୍‌ଲେହମକୁ ଗଲେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈ‌ଥ୍‌ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।” କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।” ସଦାପ୍ରଭୁ କହିଲେ, “ବୈ‌ଥ୍‌ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା’ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।” ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈ‌ଥ୍‌ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?” ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ। ଯେତେବେଳେ ଯିଶୀ ଓ ତା’ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।” କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।” ତା’ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।” ତା’ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।” ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଳାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।” ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?” ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।” ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।” ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି। ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।” ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ। ଏକ ମନ୍ଦ ଆତ୍ମା ଶାଉଲକୁ କଷ୍ଟ ଦେଲା ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି। ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।” ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।” ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈ‌ଥ୍‌ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।” ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।” ତା’ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ। ଏହା ପରେ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାଯ୍ୟକାରୀ ହେଲେ। ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।” ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହସ୍ତରେ ବଜାନ୍ତି। ତହିଁରେ ଶାଉଲ ଆଶ୍ୱାସ ପାଇ ଭଲ ହୁଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ। ଗଲିୟାତ ଇସ୍ରାଏଲକୁ ଟ‌କ୍‌କର ଦିଅନ୍ତି ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ। ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ। ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା। ଗା‌ଥ୍‌ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା। ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।” ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।” ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ। ଦାଉଦ ଯୁଦ୍ଧ ସମ୍ମୁଖକୁ ଗଲେ ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈ‌ଥ୍‌ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ। ଯିଶୀଙ୍କର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପ୍ରଥମ ପୁତ୍ର ଥିଲେ ଇଲୀୟାବ୍ ଓ ଦ୍ୱିତୀୟ ପୁତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ। ଦାଉଦ ଥିଲେ ସବୁଠାରୁ କନିଷ୍ଠ। ତିନି ଜଣ ଜ୍ୟେଷ୍ଠ ପୁତ୍ର ଶାଉଲଙ୍କର ସୈନ୍ୟ ଛାଉଣିରେ ଥିଲେ। କିନ୍ତୁ ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବୈ‌ଥ୍‌ଲେହମକୁ ସମୟ ସମୟରେ ଯାଆ ଆସ କରୁଥା’ନ୍ତି। ସେହି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଇସ୍ରାଏଲର ସୈନ୍ୟ ସମ୍ମୁଖକୁ ଆସୁଥାଏ। ଦିନେ ଯିଶୀ ନିଜର ପୁତ୍ର ଦାଉଦଙ୍କୁ କହିଲେ, “ସୈନ୍ୟ ଛାଉଣିରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନେଇ ଯାଅ। ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।” ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।” ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ। ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ। ଇସ୍ରାଏଲର ସମସ୍ତ ସୈନ୍ୟଗଣ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତି ଭୟଭୀତ ହେଲେ। ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା’ର ପିତୃ ଗୃହକୁ ନିଷ୍କର କରିବେ।” ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।” ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହାକୁ ପୁରସ୍କୃତ କରାଯିବ। ଦାଉଦ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା’ର ଜ୍ୟେଷ୍ଠଭ୍ରାତା ଇଲୀୟାବ ଶୁଣିଲା। ଇଲୀୟାବର କ୍ରୋଧ ଦାଉଦ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ ଏଠାକୁ କାହିଁକି ଆସିଲୁ? ପ୍ରାନ୍ତରରେ ମେଣ୍ଢାମାନଙ୍କୁ କାହା ପାଖରେ ଛାଡ଼ିଲୁ? ମୁଁ ତୋ’ ଗର୍ବ ଓ ମନର ଦୁଷ୍ଟତା ଜାଣେ। କାରଣ ତୁ କେବଳ ଯୁଦ୍ଧ ଦେଖିବା ପାଇଁ ଆସିଛୁ।” ଦାଉଦ ଉତ୍ତର ଦେଲେ, “ମୁଁ ଏବେ କ’ଣ କଲି, ଏମିତି ମୁଁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।” ଦାଉଦ ଅନ୍ୟ ଲୋକମାନଙ୍କ ପାଖକୁ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ। ଦାଉଦଙ୍କ ଏହିପରି କଥା ଯେତେବେଳେ ଲୋକମାନେ ଶୁଣିଲେ, ସେମାନେ ତାକୁ ଶାଉଲଙ୍କ ନିକଟକୁ ନେଇଗଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ। ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।” ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।” କିନ୍ତୁ ଦାଉଦ ଶାଉଲଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭର ଦାସ, ଆପଣା ପିତାର ମେଷ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଗୋଟିଏ ମେଷକୁ ନେଇଗଲା। ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା’ର ଦାଢ଼ି ଧରି ତାହାକୁ ମାରି ଦେଲି। ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି। ସଦାପ୍ରଭୁ ମୋତେ ସିଂହ ଓ ଭାଲୁ ନିକଟରୁ ରକ୍ଷା କରିଛନ୍ତି। ସଦାପ୍ରଭୁ ମୋତେ ପଲେଷ୍ଟୀୟଠାରୁ ରକ୍ଷା କରିବେ।” ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାଅ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।” ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। ଦାଉଦ ଆପଣା ବସ୍ତ୍ର ଉପରେ ‌‌ଖ‌ଡ଼୍‌ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ। ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚି‌କ୍‌କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ। ଦାଉଦ ଗଲିୟାତକୁ ବଧ କଲେ ପଲେଷ୍ଟୀୟ ଧୀରେ ଧୀରେ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତା’ର ଢାଲବାହକ ତା’ର ଆଗେ ଆଗେ ଗ୍ଭଲିଲା। ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କୁ ଦେଖିଲେ ଓ ତାକୁ ତୁଚ୍ଛ ଜ୍ଞାନ କଲେ କାରଣ ଦାଉଦ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା’ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।” ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ‌‌ଖ‌ଡ଼୍‌ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ଏଠାରେ ରୁଣ୍ଡ ହୋଇଥିବା ସବୁ ଲୋକମାନେ ଜାଣିବେ ଯେ, ସଦାପ୍ରଭୁ ‌‌ଖ‌ଡ଼୍‌ଗ ଓ ବର୍ଚ୍ଛାଦ୍ୱାରା ରକ୍ଷା କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।” ଏହା ପରେ ସେହି ପଲେଷ୍ଟୀୟ ଦାଉଦକୁ ଆକ୍ରମଣ କରିବାକୁ ଉଠି ପଡ଼ିଲା ଏବଂ ଦାଉଦର ନିକଟରୁ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭେଟିବାକୁ ସୈନ୍ୟବାହିନୀ ଆଡ଼େ ଦୌଡ଼ିଲେ। ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା’ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହିପରି ଭାବରେ ଦାଉଦ ବାଟୁଳି ଓ ପଥର ଦ୍ୱାରା ସେହି ପଲେଷ୍ଟୀୟକୁ ପରାସ୍ତ କଲେ ଓ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ‌‌ଖ‌ଡ଼୍‌ଗ ନ ଥିଲା। ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିୟାତର ‌‌ଖ‌ଡ଼୍‌ଗ ଖାପରୁ କାଢ଼ି ତାହାର ମସ୍ତକ ଛେଦନ କଲେ। ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। ଇସ୍ରାଏଲର ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତା’ପରେ ସେମାନେ ପଲେଷ୍ଟୀୟମାନଙ୍କୁ ହତ୍ୟା କରି ଶାରୟିମ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପକାଇଲେ। ଇସ୍ରାଏଲର ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ଲେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ। ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୁଶାଲମକୁ ଆଣିଲେ କିନ୍ତୁ ତା’ର ଅସ୍ତ୍ର ଆପଣା ଗୃହରେ ରଖିଲେ। ଶାଉଲ ଦାଉଦଙ୍କୁ ଭୟ କରିବାକୁ ଆରମ୍ଭ କଲେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅ‌‌ବ୍‌‌ନରକୁ କହିଲେ, “ଅ‌‌ବ୍‌‌ନର ଏ ଯୁବକ କାହାର ପୁତ୍ର?” ଅ‌‌ବ୍‌‌ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।” ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?” ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅ‌‌ବ୍‌‌ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା। ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?” ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈ‌ଥ୍‌ଲେହମୀୟ ଯିଶୀର ପୁତ୍ର।” ଦାଉଦ ଓ ଯୋନାଥନଙ୍କର ଘନିଷ୍ଟ ବନ୍ଧୁତା ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ। ଶାଉଲ ସେହି ଦିନ ଦାଉଦଙ୍କୁ ତାଙ୍କ ସହିତ ରଖିଲେ ଓ ଘରକୁ ଯିବାକୁ ଦେଲେ ନାହିଁ। ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ। ଯୋନାଥନ ଆପଣା ଦେହରୁ ବସ୍ତ୍ର କାଢ଼ି ଦାଉଦଙ୍କୁ ଦେଲେ। ଆପଣା ବସ୍ତ୍ର, ‌‌ଖ‌ଡ଼୍‌ଗ, ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାହାଙ୍କୁ ଦେଲେ। ଶାଉଲ ଦାଉଦଙ୍କର ସଫଳତା ଉପରେ ଦୃଷ୍ଟି ଦେଲେ ଶାଉଲ ଦାଉଦଙ୍କୁ ବହୁତ ଯୁଦ୍ଧକୁ ପଠାଇଲେ ଓ ସେ କୃତକାର୍ଯ୍ୟ ହେଲେ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମେତ ସମସ୍ତଙ୍କୁ ଖୁସୀ କଲା। ଏପରି ହେଲା ଯେ, ଯେତେବେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫେରିଲେ। ଇସ୍ରାଏଲର ସମସ୍ତ ନଗରର ସ୍ତ୍ରୀଲୋକମାନେ ରାଜା ଶାଉଲଙ୍କୁ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତୁମ୍ଭୁରା ବଜାଇ ଆନନ୍ଦରେ ନାଚିଲେ ଓ ଗାଇଲେ। ଆଉ ସେହି ସ୍ତ୍ରୀମାନେ ନୃତ୍ୟ କରୁ କରୁ ଗାଇଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ” ଏଥିରେ ଶାଉଲ ଅତି ରାଗିଗଲେ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ। ଏଣୁ ସେ ଚିନ୍ତା କଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭକୁ କେବଳ ସହସ୍ର ସହସ୍ର ଜୟୀ ବୋଲି କହିଲେ। ରାଜ୍ୟ ପାଇବା ଛଡ଼ା ତା’ର ଆଉ କ’ଣ ପାଇବାର ବାକି ଅଛି?” ସେହି ଦିନଠାରୁ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଈର୍ଷା ଓ ଘୃଣାରେ ତାଙ୍କୁ ଦୃଷ୍ଟି ପକାଇଲେ। ଶାଉଲ ଦାଉଦଙ୍କୁ ଭୟ କଲେ ପରଦିନ ପରମେଶ୍ୱରଙ୍କଠାରୁ ଯେତେବେଳେ ମନ୍ଦ ଆତ୍ମା ଶାଉଲଙ୍କୁ ଅକ୍ତିଆର କଲା, ସେ ତାଙ୍କ ଗୃହ ମଧ୍ୟରେ ଅବାନ୍ତର କାର୍ଯ୍ୟ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ। ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, “ମୁଁ ଦାଉଦକୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇଥର ଘୁଞ୍ଚିଗଲେ। ପୁଣି ଶାଉଲ ଦାଉଦଙ୍କୁ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କଲେ। ଶାଉଲ ଆପଣା ନିକଟରୁ ଦାଉଦଙ୍କୁ ଦୂରକୁ ପଠେଇ ଦେଲେ ଓ ତାଙ୍କୁ 1000 ସୈନ୍ୟ ଉପରେ ଆପଣାର ସେନାପତି କଲେ। ଯୁଦ୍ଧରେ ସେ ସୈନ୍ୟମାନଙ୍କର ନେତୃତ୍ୱ ନେଲେ। ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେଲେ। ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ରରେ ବିଜୟୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କୁ ଭୟ କରିବାକୁ ଲାଗିଲେ। କିନ୍ତୁ ଇସ୍ରାଏଲର ସମସ୍ତ ଲୋକ ଓ ଯିହୁଦାର ସମସ୍ତେ ଦାଉଦଙ୍କୁ ଭଲ ପାଇଲେ। ସେମାନେ ତାଙ୍କୁ ଭଲ ପାଇଲେ, କାରଣ ସେ ଯୁଦ୍ଧରେ ସେମାନଙ୍କର ନେତୃତ୍ୱ ନେଇଛନ୍ତି ଓ ସେମାନଙ୍କ ସକାଶେ ଯୁଦ୍ଧ କରିଛନ୍ତି। ଶାଉଲ ଦାଉଦଙ୍କ ସହିତ ନିଜ ଝିଅର ବିବାହ ଯୋଜନା କିନ୍ତୁ ଶାଉଲ ଦାଉଦଙ୍କୁ ମାରିଦେବା ପାଇଁ ଗ୍ଭହିଁଲେ ଏବଂ ଶାଉଲ ଏକ ଉପାୟ ଚିନ୍ତା କଲେ। ଶାଉଲ କହିଲେ, “ଦାଉଦ ମେରବ୍ ନାମକ ମୋର ଜ୍ୟେଷ୍ଠ କନ୍ୟାକୁ ଦେଖ। ମୁଁ ତାକୁ ତୁମ୍ଭକୁ ବିବାହ ଦେବି। ତା’ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହେବ। ତୁମ୍ଭେ ମୋର ସନ୍ତାନ ପରି, ତା’ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ଯୁଦ୍ଧ କର।” ଶାଉଲ ଚିନ୍ତାକଲେ, “ମୁଁ ତାକୁ ହତ୍ୟା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହୁଏତ ତାକୁ ହତ୍ୟା କରି ପାରନ୍ତି।” କିନ୍ତୁ ଦାଉଦ ଉତ୍ତର ଦେଲେ, “ମୁଁ ଏକ ଉଚ୍ଚ ପରିବାରର ନୁହେଁ କି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ନୁହେଁ, ମୁଁ କିପରି ରାଜାଙ୍କର ଝିଅକୁ ବିବାହ କରି ପାରିବି।” ତେଣୁ ଦାଉଦ ମେର‌‌ବ୍‌‌କୁ ବିବାହ କରିବା ପାଇଁ ସମୟ ଆସନ୍ତେ, ଶାଉଲ, ମହୋଲାତୀୟ ଅଦ୍ରୀୟେଲ ସହିତ ମେର‌‌ବ୍‌‌ର ବିବାହ କରିଦେଲେ। ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା ଓ ଲୋକମାନେ ଶାଉଲଙ୍କୁ ଏ କଥା କୁହନ୍ତେ, ମୀଖଲ ଯେ ଦାଉଦଙ୍କୁ ପ୍ରେମ କରୁଛି ଶାଉଲ ଏ କଥା ଶୁଣି ଖୁସୀ ହେଲେ। ଶାଉଲ ଭାବିଲେ, “ମୁଁ ମୀଖଲ ମାଧ୍ୟମରେ ଦାଉଦକୁ ଫାସରେ ପକାଇ ଦେବି। ମୁଁ ମୀଖଲକୁ ଦାଉଦଙ୍କ ସହିତ ବିବାହ ଦେବି। ଏବଂ ତା’ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦେବେ।” ତେଣୁ ଶାଉଲ ଦାଉଦଙ୍କୁ ଦ୍ୱିତୀୟ ଥର ପାଇଁ କହିଲେ, “ତୁମ୍ଭେ ଆଜି ମୋର କନ୍ୟାକୁ ବିବାହ କରିପାର।” ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, “ତୁମ୍ଭେ ଦାଉଦଙ୍କୁ ବ୍ୟକ୍ତିଗତ ଭାବରେ କୁହ ଯେ, ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସେମାନଙ୍କର ଅଧିକାରୀଗଣ ମଧ୍ୟ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତୁମ୍ଭେ ତାଙ୍କର କନ୍ୟାକୁ ବିବାହ କରିବା ଉଚିତ୍।” ଶାଉଲଙ୍କ ଦାସମାନେ ଏ କଥା ଦାଉଦଙ୍କୁ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭେ କ’ଣ ଭାବୁଛ ରାଜାଙ୍କର ଜ୍ୱାଇଁ ହେବା ଅତି ସହଜ? ମୋର ଏତେ ଅର୍ଥ ନାହିଁ ଯାହାକି ମୁଁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରି ପାରିବି। ମୁଁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମୋର ଅଳ୍ପ ମାନ୍ୟ।” ଶାଉଲର ଦାସମାନେ ଦାଉଦ କ’ଣ କହିଲା ତାହା ଶାଉଲଙ୍କୁ କହିଲେ। ଶାଉଲ ସେମାନଙ୍କୁ କହିଲେ, “ତୁମ୍ଭେ ଦାଉଦଙ୍କୁ ଏ କଥା କୁହ, ‘ରାଜା ଗ୍ଭହାନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅ ପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରୁ ପ୍ରତିଶୋଧ ନେବାକୁ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସୁନ୍ନତ ଚର୍ମ ଗ୍ଭହାନ୍ତି।’” ପଲେଷ୍ଟୀୟମାନଙ୍କ ଦ୍ୱାରା ଦାଉଦଙ୍କୁ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା। ଶାଉଲଙ୍କର ଦାସମାନେ ଦାଉଦଙ୍କୁ ଏପରି ଶୁଣାନ୍ତେ ଦାଉଦ ରାଜି ହୋଇଗଲେ। ଦାଉଦ ବହୁତ ଖୁସୀ ହେଲେ ଯେ ତାଙ୍କୁ ଏକ ରାଜାଙ୍କର ଜ୍ୱାଇଁ ହେବା ପାଇଁ ସୁଯୋଗ ମିଳିଛି। ତେଣୁ ସେ ହଠାତ୍ ଯଥାକାର୍ଯ୍ୟ କଲା। ଦାଉଦ ଓ ତା’ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ। ସେମାନେ ଦୁଇ ଶହ ପଲେଷ୍ଟୀୟମାନଙ୍କୁ ବଧ କଲେ। ଦାଉଦ 200 ପଲେଷ୍ଟୀୟମାନଙ୍କର ସୁନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କୁ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହୁଁଥିଲେ ରାଜାଙ୍କର ଜ୍ୱାଇଁ ହେବା ପାଇଁ। ଶାଉଲ ତାଙ୍କର କନ୍ୟା ମୀଖଲକୁ ଦାଉଦ ସହ ବିବାହ ଦେଲେ। ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ୟ ଦେଖିଲେ ଯେ ତାଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କରୁଅଛି। ତେଣୁ ଶାଉଲ ଦାଉଦଙ୍କୁ ଅଧିକ ଭୟ କଲେ। ଶାଉଲ ସର୍ବଦା ଦାଉଦଙ୍କର ବିରୋଧୀ ହୋଇ ରହିଲେ। ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇସ୍ରାଏଲୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରତ୍ୟେକ ଥର ଦାଉଦ ସେମାନଙ୍କୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ୟ ପାଇଲେ। ଯୋନାଥନ ଦାଉଦଙ୍କୁ ସାହାଯ୍ୟ କଲେ ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ। ଯୋନାଥନ ଦାଉଦଙ୍କୁ ସତର୍କ କରାଇ କହିଲେ, “ମୋର ପିତା ତୁମ୍ଭକୁ ମାରିବାକୁ ଗ୍ଭହାନ୍ତି। ତୁମ୍ଭେ ପ୍ରାତଃକାଳରେ ସାବଧାନ ସହକାରେ କୌଣସି ଜାଗାରେ ଲୁଚି ରୁହ। ତୁମ୍ଭେ ଯେଉଁଠାରେ ଲୁଚିଥିବ, ମୁଁ ସେ ସ୍ଥାନ ନିକଟକୁ ଯାଇ ମୋର ପିତାଙ୍କ ସହିତ ତୁମ୍ଭ ବିଷୟରେ କଥୋପକଥନ ହେବି। ଯଦି ମୁଁ କିଛି ଦେଖେ ତେବେ ମୁଁ ତୁମ୍ଭକୁ ଜଣାଇବି।” *** ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷୟରେ ଭଲ କଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, “ମହାରାଜ ଆପଣା ଦାସ ଦାଉଦଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ। କାରଣ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ। ତା’ର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି। ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।” ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।” ଯୋନାଥନ ଦାଉଦଙ୍କୁ ଡାକିଲେ ଓ ତାଙ୍କୁ ସମସ୍ତ କଥା ଶୁଣାଇଲେ। ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲେ, ତହିଁରେ ଦାଉଦ ପୂର୍ବ ପରି ଶାଉଲଙ୍କ ପାଖରେ ରହିଲେ। ଶାଉଲ ଦାଉଦଙ୍କୁ ମାରିବାକୁ ପୁନର୍ବାର ଚେଷ୍ଟା କଲେ ପୁନର୍ବାର ଯୁଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କଲେ, ସେ ଏତେ ଜୋ‌ର୍‌ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟରେ ଦୌଡ଼ି ପଳାଇଲେ। କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ। ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା। ସେହି ରାତ୍ରିରେ ଦାଉଦ ପଳାୟନ କଲେ। ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।” ତା’ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ। ମୀଖଲ ଗୃହର ଦେବତାଙ୍କୁ ଲୁଗାରେ ଘୋଡ଼ାଇ ଦେଲା। ତା’ପରେ ସେ ପ୍ରତିମୂର୍ତ୍ତିକୁ ବିଛଣା ମଧ୍ୟରେ ପୁରାଇ ଦେଲା। ସେ ମଧ୍ୟ ଛାଗ ଚମଡ଼ାକୁ ତହିଁର ମସ୍ତକରେ ଘୋଡ଼ାଇ ଦେଲା। ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, “ସେ ପିଡ଼ୀତ ଅଛନ୍ତି।” ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, “ତାହାକୁ ଶଯ୍ୟାରେ ମୋ’ ପାଖକୁ ଆଣ। ମୁଁ ତାକୁ ହତ୍ୟା କରିବି।” ଯେତେବେଳେ ଦୂତମାନେ ଗୃହ ଭିତରକୁ ଯାଇ ଦେଖନ୍ତେ, ସେମାନେ ଶଯ୍ୟା ଉପରେ ପ୍ରତିମୂର୍ତ୍ତି ଦେବତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି। ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।” ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?” ଦାଉଦ ରାମାସ୍ଥିତ ସେନାଛାଉଣିକୁ ଗଲେ ଦାଉଦ ପଳାୟନ କରି ରକ୍ଷା ପାଇଲେ ଓ ରାମାରେ ଶାମୁୟେଲ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ। ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟୋତରେ ଅଛି। ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ଭବିଷ୍ୟ‌ଦ୍‌ବକ୍ତା ଦଳକୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତି ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ। ତହିଁରେ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ଏହିକଥା ଶାଉଲଙ୍କୁ ଜଣାଇ ଦିଆଯା’ନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ, ଶାଉଲ ପୁନର୍ବାର ତୃତୀୟ ଥର ପାଇଁ ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ଶେଷରେ ଶାଉଲ ନିଜେ ରାମାକୁ ଗଲେ ଓ ସେଠାରେ ଥିବା ବୃହତ କୂପ ନିକଟରେ ଉପସ୍ଥିତ ହେଲେ, ପୁଣି ସେ ପଗ୍ଭରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?” ଜଣେ କହିଲା, “ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।” ତେଣୁ ଶାଉଲ ରାମା ନିକଟସ୍ଥ ନାୟୋତକୁ ଗଲେ। ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ତା’ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?” ଦାଉଦ ଓ ଯୋନାଥନ ଏକ ଚୁକ୍ତି କଲେ ଦାଉଦ ନାୟୋତଠାରୁ ରାମାକୁ ପଳାୟନ କଲେ। ଦାଉଦ ଯୋନାଥନଙ୍କ ପାଖକୁ ଯାଇ ପଗ୍ଭରିଲେ, “ମୁଁ କ’ଣ ଭୁଲ୍ କଲି, ମୁଁ ତୁମ୍ଭ ପିତାଙ୍କ ବିରୁଦ୍ଧରେ କ’ଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମୋତେ ମାରିବାକୁ ଗ୍ଭହୁଁଛନ୍ତି?” ଯୋନାଥନ ତାଙ୍କ ଉତ୍ତରରେ କହିଲେ, “ତାହା ସତ୍ୟ ହୋଇ ପାରିବ ନାହିଁ। ମୋର ବାପା ମୋତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ସାଧାରଣ କଥା ହୋଇଥାଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଉ, ସେ ସର୍ବଦା ମୋ’ ସହିତ ପରାମର୍ଶ କରନ୍ତି। ମୋତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକୁ ଗ୍ଭହିଁଲେ? ନା! ଏହା ସତ୍ୟ ନୁହେଁ?” କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା’ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।” ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାହା ଗ୍ଭହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି।” ତା’ପରେ ଦାଉଦ କହିଲେ, “ଦେଖ ଆସନ୍ତା କାଲି ଅମାବାସ୍ୟାର ଭୋଜି। ମୋତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡ଼ିବ କିନ୍ତୁ ମୋତେ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଲୁଚିବାକୁ ଅନୁମତି ଦିଅ। ଯଦି ତୁମ୍ଭର ବାପା ଭୋଜିରେ ମୋର ଅନୁପସ୍ଥିତ ଲକ୍ଷ୍ୟ କରନ୍ତି, ତୁମ୍ଭେ ତାଙ୍କୁ କୁହ, ‘ଦାଉଦ ତା’ର ବୈ‌ଥ୍‌ଲେହମସ୍ଥିତ ତା’ର ପରିବାରର ଗୃହକୁ ଯିବ ବୋଲି, ତାକୁ ଯିବାକୁ ଦେବା ପାଇଁ ଅନୁରୋଧ କଲା। କାରଣ ତାଙ୍କର ପରିବାର ସେଠାରେ ସେମାନଙ୍କର ବାର୍ଷିକ ବଳିଦାନ କରାଯିବ।’ ଯଦି ତୁମ୍ଭର ବାପା କହନ୍ତି, ‘ଠିକ୍ ଅଛି,’ ମୁଁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତେବେ ତୁମ୍ଭେ ଜାଣିବ ଯେ ସେ ମୋତେ ମାରିବାକୁ ସ୍ଥିର କରିଛନ୍ତି। ଯୋନାଥନ ମୋ’ ଉପରେ ଦୟାକର, ମୁଁ ତୁମ୍ଭର ଦାସ ଅଟେ। ତୁମ୍ଭେ ମୋ’ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲ। ଯଦି ମୁଁ ଦୋଷି ତେବେ ତୁମ୍ଭେ ମୋତେ ମାରି ଦିଅ। କିନ୍ତୁ ଦୟାକରି ମୋତେ ତୁମ୍ଭ ପିତାଙ୍କ ପାଖକୁ ନିଅ ନାହିଁ।” ଯୋନାଥନ କହିଲେ, “କଦାପି ନୁହେଁ। ଯଦି ମୁଁ ଏହା ଜାଣେ ଯେ ମୋର ବାପା ତୁମ୍ଭକୁ ମାରିବାକୁ ଯୋଜନା କରିଛନ୍ତି ତେବେ ମୁଁ ତୁମ୍ଭକୁ ସତର୍କ କରାଇ ଦେବି।” ଦାଉଦ କହିଲେ, “କିଏ ମୋତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରୁକ୍ଷ ଭାବରେ ଉତ୍ତର ଦିଅନ୍ତି?” ତା’ପରେ ଯୋନାଥନ କହିଲେ, “ଆସ ଆମ୍ଭେ ବିଲକୁ ପଳାଇବା,” ଯୋନାଥନ ଏବଂ ଦାଉଦ ସାଥୀ ହୋଇ ବିଲକୁ ପଳାଇ ଗଲେ। ଯୋନାଥନ ଦାଉଦଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତିଜ୍ଞା କରୁଅଛି, ମୁଁ ମୋର ବାପାଙ୍କଠାରୁ କାଲି ବୁଝିବି। ତାଙ୍କର ଧାରଣା ତୁମ୍ଭ ସମ୍ବନ୍ଧରେ ଭଲ କି ତିକ୍ତ, ତା’ପରେ ତୃତୀୟ ଦିନ ମୁଁ ତୁମ୍ଭ ପାଖକୁ କ୍ଷେତକୁ ନିଶ୍ଚିତ ଖବର ପଠାଇବି। ଯଦି ମୋର ବାପା ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହାନ୍ତି ମୁଁ ତୁମ୍ଭକୁ ଜଣାଇ ଦେବି। ମୁଁ ତୁମ୍ଭକୁ ନିରାପଦରେ ପଠାଇ ଦେବି। ମୁଁ ଯଦି ଏହା ନ କରେ ସଦାପ୍ରଭୁ ମୋତେ ନିଶ୍ଚୟ ଦଣ୍ତ ଦେବେ। ସଦାପ୍ରଭୁ ଯେପରି ମୋର ବାପାଙ୍କ ସହିତ ଅଛନ୍ତି ସେହିପରି ତୁମ୍ଭ ସହିତ ରୁହନ୍ତୁ। ମୁଁ ବଞ୍ଚିଥିବାଯାଏ ମୋତେ ଦୟା ଦେଖାଅ। ଏବଂ ମୁଁ ମଲାପରେ, ମୋ’ ପରିବାର ପ୍ରତି ତୁମ୍ଭର ଦୟା ଦେଖାଇବା ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତ୍ରୁକୁ ପୃଥିବୀରୁ ବିନାଶ କରିବେ।” ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚୁକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ଦଣ୍ତ ଦିଅନ୍ତୁ। ତା’ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା’ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ। ଯୋନାଥନ ଦାଉଦଙ୍କୁ କହିଲେ, “ଆସନ୍ତାକାଲି ଅମାବାସ୍ୟା। ତୁମ୍ଭର ଆସନ ଖାଲି ହେଲେ ମୋ’ ବାପା ତୁମ୍ଭକୁ ଖୋଜିବେ। ତୃତୀୟ ଦିନ ସେହି ସ୍ଥାନକୁ ଯାଅ, ଯେଉଁଠାରେ ତୁମ୍ଭେ ଲୁଚି ରହିଥିଲ। ଯେତେବେଳେ ଅସୁବିଧା କେବଳ ଆରମ୍ଭ ହେବ, ସେ ପର୍ବତ ପାଖରେ ଅପେକ୍ଷାରେ ରହିବ। ତୃତୀୟ ଦିନ ମୁଁ ସେହି ପର୍ବତପାଖକୁ ଯିବି ଏବଂ ମୁଁ ଅଭିନୟ କରିବି ଯେପରି ମୁଁ ଲକ୍ଷ୍ୟକରି ତୀର ମାରିବି। ତା’ପରେ ମୁଁ ସେ ପିଲାକୁ ତୀରଗୁଡ଼ିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତେବେ ମୁଁ ସେ ପିଲାକୁ କହିବି, ‘ତୁମ୍ଭେ ବହୁତ ଦୂରକୁ ଯାଇଅଛ ତୀରଗୁଡ଼ିକ ମୋ’ ପାଖାପାଖି ଅଛି। ଫେରି ଆସ ଏବଂ ସେଗୁଡ଼ିକ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେଠାରୁ ବାହାରି ଆସିବ। ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭେ ନିରାପଦ, ତୁମ୍ଭ ଉପରେ ବିପଦ ନାହିଁ। ଯଦି ଅସୁବିଧା ଥାଏ ତେବେ ମୁଁ ସେ ବାଳକକୁ କହିବି, ‘ତୀରଗୁଡ଼ିକ ବହୁତ ଦୂର ପଳାଇଛି। ଯାଅ ସେଗୁଡ଼ିକୁ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେ ସ୍ଥାନ ଛାଡ଼ି ପଳାଇ ଯିବ। ସଦାପ୍ରଭୁ ତୁମ୍ଭକୁ ଦୂରକୁ ପଠାଇ ଦେବେ। ପ୍ରଭୁ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନେରଖ ଆମ ଭିତରେ ଏପରି ଚୁକ୍ତି ହୋଇଛି।” ତା’ପରେ ଦାଉଦ ନିଜକୁ ଲୁଗ୍ଭଇ ରଖିଲେ। ଶାଉଲଙ୍କର ଭୋଜିରେ ଲକ୍ଷ୍ୟ ଅମାବାସ୍ୟା ଭୋଜିଦିନ ରାଜା ଆସିଲେ ଏବଂ ଭୋଜନ ପାଇଁ ବସିଲେ। ରାଜା ସବୁଥର ବସିଲା ପରି କାନ୍ଥ ନିକଟରେ ଥିବା ଆସନରେ ବସିଲେ। ଯୋନାଥନ ଶାଉଲଙ୍କୁ ମୁହଁ କରି ବସିଲେ। ଅ‌‌ବ୍‌‌ନର ଶାଉଲଙ୍କ ପାଖରେ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ୟ ରହିଲା। ସେଦିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, “ଦାଉଦର କିଛି ହୋଇଛି। ସେ ପ୍ରାୟ ଶୁଚି ନାହିଁ।” ତା’ ପରଦିନ ମାସର ଦ୍ୱିତୀୟ ଦିନ ଦାଉଦଙ୍କର ସ୍ଥାନ ମଧ୍ୟ ଶୂନ୍ୟ ରହିଲା। ତା’ପରେ ଶାଉଲ ତାଙ୍କର ପୁତ୍ର ଯୋନାଥନଙ୍କୁ ପଗ୍ଭରିଲେ, “କାହିଁକି ଯିଶୀର ପୁଅ ଗତକାଲି ଏବଂ ଆଜି ଏଠାକୁ ଭୋଜନ କରିବାକୁ ଆସିଲେ ନାହିଁ?” ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈ‌ଥ୍‌ଲେହମକୁ ଯିବା ପାଇଁ ମୋତେ କହିଲେ। ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈ‌ଥ୍‌ଲେହମରେ ହେବାର ଅଛି । ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।” ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା’ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ। ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।” ଯୋନାଥନ ତା’ର ପିତାଙ୍କୁ ପଗ୍ଭରିଲେ, “ଦାଉଦକୁ କାହିଁକି ମାରିବ? ତା’ର ଅପରାଧ କ’ଣ?” କିନ୍ତୁ ଶାଉଲ ଯୋନାଥନଙ୍କୁ ମାରିବା ପାଇଁ ତା’ ଉପରକୁ ବର୍ଚ୍ଛା ଫୋପାଡ଼ିଲେ। ତେଣୁ ଯୋନାଥନ ଜାଣିଲେ ତାଙ୍କ ବାପା ଦାଉଦଙ୍କୁ ମାରିବା ପାଇଁ ବହୁତ ଆଗ୍ରହୀ। ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ। ଦାଉଦ ଏବଂ ଯୋନାଥନ ଉଭୟେ ବିଦାୟ ନେଲେ ତା’ ପରଦିନ ସକାଳେ ଯୋନାଥନ ସେହି କ୍ଷେତକୁ ଗଲେ। ସେମାନଙ୍କର ଯୋଜନା ଅନୁସାରେ ସେ ଦାଉଦଙ୍କୁ ସାକ୍ଷାତ କରିବାକୁ ଗଲେ। ଯୋନାଥନ ତାଙ୍କ ସହିତ ଏକ ଛୋଟ ବାଳକକୁ ମଧ୍ୟ ନେଲେ। ଯୋନାଥନ ସେହି ବାଳକକୁ କହିଲେ, “ତୁମ୍ଭେ ଦୌଡ଼ି ଯାଇ ମୁଁ ଯେଉଁ ତୀର ମାରିଲି ସେଗୁଡ଼ିକୁ ଗୋଟାଇ ଆଣ।” ବାଳକଟି ଦୌଡ଼ିବାକୁ ଲାଗିଲା ଏବଂ ଯୋନାଥନ ସେ ବାଳକ ମୁଣ୍ଡ ଉପରେ ତୀରଗୁଡ଼ିକୁ ମାରିଲେ। ବାଳକଟି ତୀର ପଡ଼ିଥିବା ସ୍ଥାନ ପାଖକୁ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲେ, “ତୀରଗୁଡ଼ିକ ତୋ’ ଆଗରେ ପଡ଼ିଛି।” ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା’ର ମୁନିବକୁ ଆଣି ଦେଲା। କ’ଣ ଗ୍ଭଲିଥିଲା ବାଳକଟି ଏ ବିଷୟରେ କିଛି ଜାଣି ନ ଥିଲା। କେବଳ ଯୋନାଥନ ଓ ଦାଉଦ ଏ କଥା ଜାଣିଥିଲେ। ଯୋନାଥନ ବାଳକଟିକୁ ଧନୁ ଏବଂ ତୀରଗୁଡ଼ିକ ଦେଲେ। ତା’ପରେ ସେ ବାଳକକୁ କହିଲେ, ସହରକୁ ଫେରିଯାଅ। ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ। ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।” ଦାଉଦ ଯାଜକ ଅହୀମେଲକକୁ ଦେଖିବାକୁ ଗଲେ ତା’ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକୁ ଫେରିଗଲେ। ଦାଉଦ ନୋବକୁ ଗଲେ। ଯାଜକ ଅହୀମେଲକକୁ ଦେଖା କରିବାକୁ ଗଲେ। ଅହୀମେଲକ ଦାଉଦକୁ ଦେଖିବା ପାଇଁ ବାହାରକୁ ଆସିଲେ ଓ ସେ ଭୟରେ ଥରୁଥିଲେ। ଅହୀମେଲକ ଦାଉଦଙ୍କୁ ପଗ୍ଭରିଲେ, “ତୁମ୍ଭେ କାହିଁକି ଏକା ଆସିଛ? ତୁମ୍ଭ ସହିତ ଆଉ କେହି ଆସିଲେ ନାହିଁ କାହିଁକି?” ଦାଉଦ ଅହୀମେଲକକୁ କହିଲେ, “ରାଜା ମୋତେ ଏକ ଗୁରୁତର ଆଦେଶ ସହ ପଠାଇଛନ୍ତି। ସେ ମୋତେ କହିଲେ, ‘ଏ ଅଭିଯାନ ଆଉ କାହାକୁ ଜଣାଇବ ନାହିଁ। ମୁଁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏ କଥା ଜାଣିବା ଉଚିତ୍ ନୁହେଁ।’ କେଉଁଠାରେ ମୋତେ ଦେଖା କରିବା ପାଇଁ ମୁଁ ମୋ’ ଲୋକମାନଙ୍କୁ କହିଛି। ତୁମ୍ଭ ପାଖରେ ବର୍ତ୍ତମାନ କି ଖାଦ୍ୟ ଅଛି? ମୋତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମୋତେ ଖାଇବାକୁ ଦିଅ।” ଯାଜକ ଦାଉଦଙ୍କୁ କହିଲେ, “ମୋ’ ପାଖରେ ଏଠାରେ ସାଧାରଣ ରୋଟୀ ନାହିଁ। ମୋ’ ପାଖରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇ ପାରିବେ ଯଦି ସେମାନେ କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯଦି ଯୌନ ସମ୍ପର୍କ ରଖି ନ ଥିବେ।” ଦାଉଦ ଯାଜକଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯୌନ ସମ୍ପର୍କ ନାହିଁ। ମୋର ଲୋକମାନେ ସର୍ବଦା ଶରୀରକୁ ପବିତ୍ର ରଖିଥା’ନ୍ତି। ଯେତେବେଳେ ଆମ୍ଭେ ଯୁଦ୍ଧକୁ ଯାଉ ଏପରିକି ସାଧାରଣ ଅଭିଯାନ ହେଲେ ବି ଏବଂ ଆଜି ତ ଏକ ସ୍ୱତନ୍ତ୍ର ଦିନ ଅଟେ, କାରଣ ଆମ୍ଭର ଅଭିଯାନ ଆଜି ବହୁତ ସ୍ୱତନ୍ତ୍ର।” ଏଠାରେ ପବିତ୍ର ରୋଟୀ ଛଡ଼ା ଆଉ କୌଣସି ରୋଟୀ ନାହିଁ। ତେଣୁ ଯାଜକ ଦାଉଦକୁ ଏହି ପବିତ୍ର ରୋଟୀ ଦେଲେ। ଏହା ପବିତ୍ର ରୋଟୀସବୁକୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଥିଲେ। ପ୍ରତ୍ୟେକ ଦିନ ସେ ଏହି ରୋଟୀ ସେଠାରୁ କାଢ଼ି ନେଇ ତଟକା ରୋଟୀ ସେହିଠାରେ ରଖନ୍ତି। ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା । ଦାଉଦ ଅହୀମେଲକକୁ କହିଲେ, “ଏଠାରେ ତୁମ୍ଭ ହାତରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁଁ ଆପଣା ‌‌ଖ‌ଡ଼୍‌ଗ ବା ଅସ୍ତ୍ରଶସ୍ତ୍ର ସାଥୀରେ ଆଣି ନାହିଁ। ଯେଣୁ ରାଜାଙ୍କ ଅଭିଯାନ ଶୀଘ୍ର କରିବାକୁ ପଡ଼ିବ।” ଯାଜକ ଉତ୍ତର ଦେଲେ, “ଏଠାରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିୟାତର ଅଟେ। ଏହାକୁ ତୁମ୍ଭେ ତାକୁ ଏଲୀୟ ଉପତ୍ୟକାରେ ହତ୍ୟା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛରେ ବସ୍ତ୍ର ଗୁଡ଼ା ହୋଇ ରଖା ଯାଇଛି। ଏହାକୁ ତୁମ୍ଭେ ନେଇପାର ଯଦି ତୁମ୍ଭେ ଗ୍ଭହଁ।” ଦାଉଦ ଉତ୍ତର ଦେଲେ, “ଏହାକୁ ମୋତେ ଦିଅ। ଗଲିୟାତର ଖଣ୍ତାପରି ଏପରି ଖଣ୍ତା ଆଉ ନାହିଁ।” ଦାଉଦ ଗା‌ଥ୍‌ର ଶତ୍ରୁ ନିକଟକୁ ପଳାୟନ କଲେ ସେହି ଦିନ ଦାଉଦ ଶାଉଲଙ୍କଠାରୁ ପଳାୟନ କଲେ। ଦାଉଦ ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କ ନିକଟକୁ ପଳାଇଲେ। ଆଖୀ‌ଶ୍‌ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ” ସେମାନେ ଯାହା କହୁଥିଲେ ସେସବୁକୁ ଦାଉଦ ବହୁତ ଧ୍ୟାନ ଦେଉଥିଲେ। ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କୁ ଦାଉଦ ଭୟ କରିଗଲେ। ତେଣୁ ଦାଉଦ ନିଜର ବ୍ୟବହାର ବଦଳାଇ ଦେଲେ ଓ ସେମାନଙ୍କ ନିକଟରେ ଅତି ବାତୁଳ ପରି ଦେଖାଇ କବାଟକୁ ଆଞ୍ଚୁଡ଼ିଲେ ଓ ତାଙ୍କର ଲାଳ ଦାଢ଼ି ବାଟେ ମଧ୍ୟ ବହିବାକୁ ଲାଗିଲା। ଆଖୀଶ୍ ଦାସମାନଙ୍କୁ କହିଲେ, “ଏ ଲୋକଟିକୁ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭେମାନେ ତାକୁ ମୋ’ ପାଖକୁ ଆଣିଲ? ସେ କହିଲେ, ମୋର ବହୁତ ବାତୁଳ ଲୋକ ଏଠାରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକୁ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମୋ’ ଘରକୁ ଆଉ ଥରେ ଆଣିବ ନାହିଁ।” ଦାଉଦ ଭିନ୍ନ ଭିନ୍ନ ସ୍ଥାନମାନଙ୍କୁ ଗଲେ ଦାଉଦ ଗାଥ୍ ପରିତ୍ୟାଗ କଲେ। ସେ ସେଠାରୁ ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ। ଦାଉଦର ଭାଇମାନେ ଓ ସମ୍ପର୍କୀୟମାନେ ମଧ୍ୟ ଜାଣିଲେ ଯେ ସେ ଅଦୁଲ୍ଲମରେ ଅଛନ୍ତି। ସେମାନେ ସେଠାକୁ ଦାଉଦକୁ ଦେଖା କରିବାକୁ ଗଲେ। ଦାଉଦଙ୍କ ସହିତ ବହୁତ ଲୋକ ଥିଲେ ଯେଉଁମାନେ ବିପଦରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନରେ ଶାନ୍ତି ପାଇ ନାହାନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥୀ ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲେ। ଦାଉଦ ଅଦୁଲ୍ଲମ ଛାଡ଼ି ମୋୟାବ ଦେଶର ମି‌ସ୍‌ପୀକୁ ଗଲେ। ଦାଉଦ ମୋୟାବର ରାଜାଙ୍କୁ କହିଲେ, “ମୁଁ ଆପଣଙ୍କୁ ଅନୁରୋଧ କରି କହୁଅଛି, ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଦିଅ। ପରମେଶ୍ୱର ମୋ’ ଉପରେ କ’ଣ କରିବେ ମୋର ଜାଣିବା ପର୍ଯ୍ୟନ୍ତ ସେମାନଙ୍କୁ ଏଠାରେ ରହିବାକୁ ଦିଅ।” ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ। କିନ୍ତୁ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ଦୁର୍ଗରେ ରୁହ ନାହିଁ। ତୁମ୍ଭେ ଯିହୁଦାକୁ ଯାଅ।” ତେଣୁ ଦାଉଦ ସେସ୍ଥାନ ପରିତ୍ୟାଗ କରି ହେରତ୍ ବଣକୁ ଗଲେ। ଶାଉଲ ଅହୀମେଲକ ପରିବାରକୁ ହତ୍ୟା କଲେ ଶାଉଲ ଜାଣିବାକୁ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷୟରେ ଜାଣିବାକୁ ପାଇଲେ ଯେ ସେମାନେ କେଉଁଠାରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବିୟାସ୍ଥିତ ରାମାର ଏକ ଗଛ ମୂଳରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘେରି ରହିଥିଲେ। ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ ଯିଶୀର ପୁତ୍ର କ’ଣ ତୁମ୍ଭ ପ୍ରତି ଜଣଙ୍କୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ? ଏଥିପାଇଁ ତୁମ୍ଭେ କ’ଣ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି କହିଲ ନାହିଁ ଯେତେବେଳେ ମୋର ପୁତ୍ର ଯିଶୀର ପୁତ୍ର ସହିତ ନିୟମ କଲା, ତୁମ୍ଭମାନଙ୍କ ମଧ୍ୟରୁ କେହି ମୋ’ କଥା ଚିନ୍ତା କଲ ନାହିଁ। ଯେତେବେଳେ ମୋର ପୁତ୍ର ଦାଉଦକୁ ଓ ସେବକମାନଙ୍କୁ ମୋ’ ବିରୁଦ୍ଧରେ ଉତ୍ତେଜିତ କଲା ମୋ’ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଏବଂ ଲୁଚି କରି ମୋତେ ଆକ୍ରମଣ କରିବା ପାଇଁ।” ଶାଉଲଙ୍କର ଦାସ ନିକଟରେ ଛିଡ଼ା ହୋଇଥିବା ଇଦୋମୀୟ ଦୋୟେଗ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି। ଅହୀମେଲକ ଦାଉଦଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାହାକୁ ଖାଦ୍ୟ ଦ୍ରବ୍ୟ ଓ ପଲେଷ୍ଟୀୟର ଖଣ୍ତା ଦେଲେ।” ତେଣୁ ରାଜା ଅହୀଟୂବର ପୁତ୍ର ଅହୀମେଲକ ଯାଜକକୁ ଓ ନୋବ ନିବାସୀ ତା’ର ପିତୃବଂଶିୟ ସମସ୍ତ ଯାଜକକୁ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। ଏଥିରେ ଶାଉଲ କହିଲେ, “ହେ ଅହୀଟୂବର ପୁତ୍ର, ତୁମ୍ଭେ ଶୁଣ,” ସେ ଉତ୍ତର ଦେଲେ, “ହେ ମୋର ପ୍ରଭୁ ମୁଁ ଏଠାରେ ଅଛି।” ପୁଣି ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜି ଯିଶୀର ପୁତ୍ର ମୋ’ ବିରୁଦ୍ଧରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକୁ ରୋଟୀ ଓ ଖଣ୍ତା ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତା’ ପାଇଁ ପ୍ରାର୍ଥନା କରିଅଛ।” ଅହୀମେଲକ ରାଜାଙ୍କୁ ଉତ୍ତର ଦେଲେ, “ଆପଣଙ୍କ ସମସ୍ତ ଦାସମାନଙ୍କ ମଧ୍ୟରେ, ଦାଉଦ ପରି କିଏ ବିଶ୍ୱାସୀ, ସେତ ମହାରାଜାଙ୍କ ଜ୍ୱାଇଁ ଏବଂ ଦାଉଦ ହେଉଛନ୍ତି ଆପଣଙ୍କର ଦେହରକ୍ଷୀମାନଙ୍କର ମୁଖ୍ୟ, ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସମ୍ମାନ କରନ୍ତି। ଏହା ପ୍ରଥମ ଦିନ ନ ଥିଲା, ମୁଁ ଦାଉଦ ନିମନ୍ତେ ପ୍ରାର୍ଥନା କଲି, ମୋତେ କିମ୍ବା ମୋର ପରିବାରକୁ କାହାକୁ ଦୋଷାରୋପ କରନ୍ତୁ ନାହିଁ। ଆମ୍ଭେ ଆପଣଙ୍କର ଦାସଗଣ। କ’ଣ ହେଉଛି ଏହା ମୁଁ କିଛି ଜାଣେ ନାହିଁ।” କିନ୍ତୁ ରାଜା କହିଲେ, ଅହୀମେଲକ, “ତୁମ୍ଭେ ଏବଂ ତୁମ୍ଭର ସମସ୍ତ ସମ୍ପର୍କୀୟ ମରିବ।” ରାଜା ତାଙ୍କ ନିକଟରେ ଥିବା ଦେହ ରକ୍ଷୀକୁ ଆଦେଶ ଦେଲେ, “ଯାଅ, ପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କର।” ଏହିପରି କର କାରଣ ସେମାନେ ସମସ୍ତେ ଦାଉଦଙ୍କର ସପକ୍ଷରେ ଅଛନ୍ତି। ସେମାନେ ଜାଣିଲେ ଦାଉଦ ଏଠାରୁ ପଳାୟନ କରିଛି, କିନ୍ତୁ ସେମାନେ ମୋତେ ଜଣାଇଲେ ନାହିଁ। କିନ୍ତୁ ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କର ଯାଜକଙ୍କୁ ହତ୍ୟା କରିବା ପାଇଁ ମନା କଲେ। ତେଣୁ ରାଜା ଦୋୟେଗକୁ ଆଦେଶ ଦେଲେ, “ତୁମ୍ଭେ ଯାଅ ଏବଂ ଯାଜକଗଣଙ୍କୁ ବଧକର।” ତେଣୁ ଇଦୋମୀୟ ଦୋୟେଗ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କୁ ହତ୍ୟା କଲା। ସେ ଯାଜକମାନଙ୍କର ନୋବ୍ ନଗରକୁ ଖଣ୍ଡାରେ ଆଘାତ କଲା, ଦୋୟେଗ ନୋ‌‌ବ୍‌‌ର ସମସ୍ତ ଲୋକମାନଙ୍କୁ ହତ୍ୟା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ୟପାୟୀ ଶିଶୁ ଏବଂ ସେମାନଙ୍କର ଗାଈ, ଗଧ ଓ ମେଷମାନଙ୍କୁ ହତ୍ୟା କଲା। କିନ୍ତୁ ଅହୀଟୂବର ପୁତ୍ର ଅହୀମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା। ଅବିୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କଲେ। ଦାଉଦ ଅବିୟାଥରକୁ କହିଲେ, “ଇଦୋମୀୟ ଦୋୟେଗ ସେଠାରେ ଉପସ୍ଥିତ ଥିବା ବେଳେ ମୁଁ ସେହି ଦିନ ଜାଣିଥିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ, ତୁମ୍ଭ ପିତୃଗୃହସ୍ଥ ସମସ୍ତଙ୍କୁ ହତ୍ୟା କରାଯାଇଛି ଏବଂ ମୁଁ ସେମାନଙ୍କର ମୃତ୍ୟୁର ଦାୟୀଅଟେ। ତୁମ୍ଭେ ମୋ’ ସଙ୍ଗେ ରୁହ, ଭୟ କର ନାହିଁ କାରଣ ଯେ ମୋତେ ମାରିବାକୁ ଗ୍ଭହେଁ, ସେ ତୁମ୍ଭକୁ ମଧ୍ୟ ମାରିବାକୁ ଗ୍ଭହୁଁଛି। କିନ୍ତୁ ତୁମ୍ଭେ ମୋ’ ପାଖରେ ସୁରକ୍ଷିତ ରହିବ।” କିୟୀଲାରେ ଦାଉଦ ଲୋକମାନେ ଦାଉଦଙ୍କୁ କହିଲେ, “ଦେଖ, ପଲେଷ୍ଟୀୟମାନେ କିୟୀଲାମାନଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଖଳାରୁ ଶସ୍ୟ ଗ୍ଭେରି କରୁଛନ୍ତି।” ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।” ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ କେତେ ଭୟ କରୁଅଛୁ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ ଚିନ୍ତା କର କେତେ ଅଧିକ ଭୟ ନ କରିବା?” ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଗଲେ, ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସେମାନଙ୍କର ପଶୁମାନଙ୍କୁ ନେଇଗଲେ। ଏହିପରି ଭାବରେ ଦାଉଦ କିୟୀଲାର ଲୋକମାନଙ୍କୁ ରକ୍ଷା କଲେ। ଯେତେବେଳେ ଅହୀମେଲକର ପୁତ୍ର ଅବିୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଲା, ସେତେବେଳେ ଏକ ଏଫୋଦ ହାତରେ ଆଣିଥିଲା। ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।” ଶାଉଲ ତାଙ୍କର ସମସ୍ତ ସୈନ୍ୟମାନଙ୍କୁ ଏକତ୍ରିତ ହେବା ପାଇଁ ଆଦେଶ ଦେଲେ। ଏବଂ ସେମାନେ କିୟୀଲାରେ ଯାଇ ଦାଉଦ ଓ ତା’ର ଲୋକମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ। ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।” ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ଶୁଣିବାକୁ ପାଇଲି ଯେ, ଶାଉଲ ମୋ’ ପାଇଁ କିୟୀଲାକୁ ଧ୍ୱଂସ କରିବାର ଯୋଜନା ପ୍ରସ୍ତୁତ କରିଛି। ଶାଉଲ କ’ଣ କିୟୀଲାକୁ ଆସିବ? କିୟୀଲାର ଲୋକମାନେ କ’ଣ ମୋତେ ତାଙ୍କ ହାତରେ ସମର୍ପି ଦେବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଏ କଥା ତୁମ୍ଭ ଦାସକୁ ଜଣାଅ।” ତହିଁରେ ସଦାପ୍ରଭୁ ଉତ୍ତର ଦେଲେ, “ଶାଉଲ ଆସିବ।” ଆଉଥରେ ଦାଉଦ ପଗ୍ଭରିଲେ, “କିୟୀଲାର ଲୋକମାନେ କ’ଣ ମୋତେ ଓ ମୋର ଲୋକମାନଙ୍କୁ ତାଙ୍କ ହସ୍ତରେ ଧରାଇ ଦେବେ?” ସଦାପ୍ରଭୁ ଉତ୍ତର ଦେଲେ, “ହଁ ସେମାନେ କରିବେ।” ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲା ପରିତ୍ୟାଗ କରି ଗ୍ଭଲିଗଲେ। ପ୍ରାୟ 600 ଲୋକ ଦାଉଦଙ୍କ ସାଥୀରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତେଣେ ବୁଲିବାକୁ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିୟୀଲା ଛାଡ଼ି ପଳାୟନ କରିଛି। ତେଣୁ ଶାଉଲ ସେହି ସହରକୁ ଗଲେ ନାହିଁ। ଶାଉଲ ଦାଉଦଙ୍କର ପିଛା କଲେ ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ। ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ। ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ପାଖକୁ ଗଲେ। ତାଙ୍କୁ ପରମେଶ୍ୱରଙ୍କଠାରେ ଏକ ଦୃଢ଼ ବିଶ୍ୱାସ କରିବାରେ ସାହାଯ୍ୟ କଲେ। ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।” ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସୀଫୀୟ ଲୋକମାନେ ଦାଉଦଙ୍କ ବିଷୟରେ ଶାଉଲଙ୍କୁ କହିଲେ ଏହା ପରେ ସୀଫୀୟ ଲୋକମାନେ ଗିବିୟାକୁ ଶାଉଲଙ୍କ ପାଖକୁ ଆସି କହିଲେ, “ଦାଉଦ ଆମ୍ଭମାନଙ୍କ ଅଞ୍ଚଳରେ ଦକ୍ଷିଣ ଦିଗରେ ହଖୀଲା ପର୍ବତର ହୋରେଶର ସୁରକ୍ଷା ସ୍ଥାନ କିଲ୍ଲାରେ ଲୁଚି ରହିଅଛି। ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ ରାଜାଙ୍କ ହସ୍ତ ଦାଉଦଙ୍କୁ ସମର୍ପଣ କରିବା ଦାୟିତ୍ୱ ଆମ୍ଭର।” ଶାଉଲ କହିଲେ, “ତୁମ୍ଭେ ମୋତେ ସାହାଯ୍ୟ କରିଥିବାରୁ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେମାନେ ଯାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକୁ ଯାଏ ଓ କିଏ ତାକୁ ଦେଖିଛି। ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଛି ଯେ, ସେ ଅତି ସତର୍କତାର ସହ ଚଳୁଛି। ଦାଉଦ ଯେଉଁ ଯେଉଁ ସ୍ଥାନରେ ଲୁଚେ ସେହି ସେହି ସ୍ଥାନ ଖୋଜ ଏବଂ ମୋ’ ପାଖରେ ଆସି ସମସ୍ତ ବିଷୟରେ ଜଣାଅ। ତା’ପରେ ମୁଁ ତୁମ୍ଭ ସହିତ ଯିବି। ଯଦି ଦାଉଦ ଏହି ଅଞ୍ଚଳରେ ଥାଏ, ମୁଁ ତାଙ୍କୁ ଖୋଜି ବାହାର କରିବି। ଏପରିକି ମୁଁ ତାକୁ ଯିହୁଦାର ପ୍ରତ୍ୟେକ ପରିବାରର ଜରିଆରେ ଖୋଜିବି।” ତେଣୁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫକୁ ଗଲେ। ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ମାୟୋନ୍, ତାହା ଯେଶିମନର ଦକ୍ଷିଣରେ ଆରବ ନିକଟରେ ଥିଲା। ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ। ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ। ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକୁ ଆକ୍ରମଣ କଲେଣି।” ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକୁ ଛାଡ଼ି ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ। ତେଣୁ ସେମାନେ ସେହି ସ୍ଥାନର ନାମ “ପିଛିଳ ଶୈଳ” ନାମ ଦେଲେ। ଏହା ପରେ ଦାଉଦ ସେ ସ୍ଥାନରେ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ। ଦାଉଦ ଶାଉଲଙ୍କୁ ଲଜ୍ଜିତ କଲେ ଏହା ପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚା‌‌ଦ୍‌ଗମନରୁ ଫେରିଲା ପରେ ଲୋକମାନେ ଶାଉଲଙ୍କୁ କହିଲେ ଯେ, “ଦାଉଦ ଐନଗଦୀସ୍ଥ ମରୁଭୂମିରେ ଅଛି।” ତେଣୁ ଶାଉଲ ଇସ୍ରାଏଲରୁ 3000 ଜଣ ବଛା ଯାଇଥିବା ଲୋକମାନଙ୍କୁ ନେଇ ଦାଉଦ ଓ ତା’ର ଲୋକମାନଙ୍କୁ ବନଛାଗର ଶୈଳରେ ଖୋଜିଲେ। ସେହି ବାଟରେ ଥିବା ମେଷଶାଳାରେ ପହଞ୍ଚି ସେଠାରେ ଥିବା ଗୁମ୍ଫା ନିକଟକୁ ଯାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା’ର ଲୋକମାନେ ଗୁମ୍ଫାର ଦୂର ପଛରେ ଲୁଚିଥିଲେ। ଦାଉଦଙ୍କର ଲୋକମାନେ କହିଲେ, “ସଦାପ୍ରଭୁ ଯେଉଁ ଦିନ ବିଷୟରେ କହିଥିଲେ, ‘ଆଜି ହେଉଛି ସେହି ବିଶେଷ ଦିନ। ସଦାପ୍ରଭୁ ତୁମ୍ଭଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା’ର ପ୍ରତି କର।’” ତା’ପରେ ଦାଉଦ ଗୁରୁଣ୍ଡି ଗୁରୁଣ୍ଡି ଶାଉଲଙ୍କ ପାଖକୁ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକୁ କାଟି ଦେଲେ। କିନ୍ତୁ ଶାଉଲ ଦାଉଦଙ୍କୁ ଦେଖି ପାରି ନ ଥିଲେ। ତା’ପରେ ଦାଉଦ ଅନୁତପ୍ତ କଲେ ଶାଉଲର ଲୁଗାଧଡ଼ି କାଟି ନେଇଥିବାରୁ। ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ବାରଣ କଲେ ଯେ, ମୋର ସ୍ୱାମୀ ବିରୁଦ୍ଧରେ ପୁଣି ଏପରି କରିବା ଉଚିତ୍। ମୋର ହସ୍ତ ତାଙ୍କ ବିରୁଦ୍ଧରେ ଉଠାଇବା, ଏହା ମୋ’ ପାଇଁ ଠିକ୍ ହେବ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।” ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛରେ ଯିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ୟଥା ଅନୁଭବ କରିବା ଏବଂ ସେମାନଙ୍କୁ ଶାଉଲଙ୍କ ବିରୁଦ୍ଧରେ ଯିବା ଅଟକାଇଲେ। ଶାଉଲ ଗୁମ୍ଫାରୁ ବାହାରିଲେ ଓ ସେଠାରୁ ପଥଗମନ କଲେ। ଦାଉଦ ଗୁମ୍ଫାରୁ ବାହାରିଲେ, ଶାଉଲଙ୍କୁ ପାଟି କରି କହିଲେ, “ହେ ମୋର ପ୍ରଭୁ ମହାରାଜ!” ଶାଉଲ ପଛକୁ ଗ୍ଭହିଁଲେ, ଦାଉଦ ନତମସ୍ତକ ହୋଇ ଭୂମିକୁ ଗ୍ଭହିଁ ରହିଲେ। ଦାଉଦ ଶାଉଲଙ୍କୁ କହିଲେ, “ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶୁଣିଲ ଯେତେବେଳେ ଲୋକମାନେ କହିଲେ, ‘ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।’ ମୁଁ ଗ୍ଭହିଁ ନ ଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ୱଚକ୍ଷୁରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗୁମ୍ଫା ଭିତରେ ମାରିବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ମୁଁ ତୁମ୍ଭକୁ ମାରିବାକୁ ଇଚ୍ଛା କଲି ନାହିଁ। ମୋର ତୁମ୍ଭ ପ୍ରତି ଦୟା ଆସିଲା। ମୁଁ କହିଲି, ‘ମୁଁ ମୋର ପ୍ରଭୁଙ୍କୁ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ୱାରା ବଛା ଯାଇଥିବା ରାଜା।’ ଦେଖ, ମୋ’ ହାତରେ ଥିବା ଲୁଗା ଖଣ୍ଡକୁ। ମୁଁ ଏହାକୁ ତୁମ୍ଭ ଲୁଗା ଧଡ଼ିରୁ କାଟିଅଛି। ମୁଁ ତୁମ୍ଭକୁ ମାରି ପାରିଥା’ନ୍ତି କିନ୍ତୁ ମୁଁ ମାରି ନାହିଁ। ମୁଁ ତୁମ୍ଭକୁ ବର୍ତ୍ତମାନ ବୁଝିବାକୁ ଦେଉଛି। ମୁଁ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁଛି ଯେ ମୁଁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନ ଥିଲି। ମୁଁ ତୁମ୍ଭ ପ୍ରତି କେବେ ଅନ୍ୟାୟ କରି ନାହିଁ। କିନ୍ତୁ ତୁମ୍ଭେ ମୋତେ ଆଘାତ କରିଅଛ ଏବଂ ମାରିବାକୁ ମଧ୍ୟ ଗ୍ଭହିଁଅଛ। ସଦାପ୍ରଭୁ ମୋର ଓ ତୁମ୍ଭ ଭିତରେ ବିଗ୍ଭର କରନ୍ତୁ ଓ ତୁମ୍ଭେ ମୋ’ଠାରେ କରିଥିବା ଭୁଲ୍ ଯୋଗୁଁ ସଦାପ୍ରଭୁ ତା’ର ଦଣ୍ତ ଦିଅନ୍ତୁ। କିନ୍ତୁ ମୁଁ ତୁମ୍ଭ ସହିତ ଯୁଦ୍ଧ କରିବି ନାହିଁ। ପୁରୁଣା କଥା ଅଛି, ‘ଦୁଷ୍ଟଠାରୁ ଦୁଷ୍ଟତା ବାହାରେ।’ “ମୁଁ କଦାପି ମନ୍ଦକାର୍ଯ୍ୟ କରି ନାହିଁ। ମୁଁ ଗୋଟିଏ ମନ୍ଦ ବ୍ୟକ୍ତି ନୁହେଁ। ମୁଁ ତୁମ୍ଭକୁ ଆଘାତ କରିବି ନାହିଁ। ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଛନ୍ତି? ତୁମ୍ଭେ କାହା ପଛରେ ଗୋଡ଼ଉଛ? ଗୋଟିଏ ମଲା କୁକୁର ପଛରେ, ଗୋଟିଏ ଡାଆଂଶ ପଛରେ ତୁମ୍ଭେ ଗୋଡ଼ଉଛ। ସଦାପ୍ରଭୁ ବିଗ୍ଭରକର୍ତ୍ତା ହୁଅନ୍ତୁ। ତୁମ୍ଭ ଓ ମୋ’ ଭିତରେ ସେ ବିଗ୍ଭର କରନ୍ତୁ। ସଦପ୍ରଭୁ ମୋର ପକ୍ଷରେ ବିଗ୍ଭର କରନ୍ତୁ ଏବଂ ପ୍ରମାଣ କରନ୍ତୁ ଯେ ମୁଁ ଠିକ୍ ଅଛି। ସଦାପ୍ରଭୁ ମୋତେ ତୁମ୍ଭଠାରୁ ରକ୍ଷା କରନ୍ତୁ।” ଦାଉଦ ଶାଉଲଙ୍କୁ ଏହା କହି ସାରିବା ପରେ ଶାଉଲ କହିଲେ, “ମୋର ପୁତ୍ର ଦାଉଦ, ଏ କ’ଣ ତୁମ୍ଭର କଥା,” ତା’ପରେ ଶାଉଲ କାନ୍ଦିବାକୁ ଆରମ୍ଭ କଲେ, ସେ ଜୋ‌ର୍‌ରେ କାନ୍ଦିଲେ। ଶାଉଲ କହିଲେ, “ତୁମ୍ଭେ ମୋ’ ଅପେକ୍ଷା ସତ୍ ବ୍ୟକ୍ତି ଅଟ। ତୁମ୍ଭେ ମୋ’ ପ୍ରତି ଭଲ ବ୍ୟବହାର ଦେଖାଇଛ। କିନ୍ତୁ ମୁଁ ତୁମ୍ଭ ପ୍ରତି ଖରାପ ବ୍ୟବହାର କରିଥିଲି। ତୁମ୍ଭେ ମୋତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ଯ୍ୟ କରିଛ, ସଦାପ୍ରଭୁ ମୋତେ ତୁମ୍ଭକୁ ଦେଇଥିଲେ କିନ୍ତୁ ତୁମ୍ଭେ ମୋତେ ହତ୍ୟା କଲ ନାହିଁ। ଯେତେବେଳେ ଜଣେ ମନୁଷ୍ୟ ନିଜର ଶତ୍ରୁକୁ ପାଏ ସେ ତାକୁ ଭଲରେ ଯିବାକୁ ଦିଏ ନାହିଁ। ତା’ ପ୍ରତି ଉତ୍ତମ ବ୍ୟବହାର କରେ ନାହିଁ। ଏଣୁ ଆଜି ମୋ’ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦିଅନ୍ତୁ। ମୁଁ ଜାଣେ ତୁମ୍ଭେ ଇସ୍ରାଏଲର ରାଜା ହେବ। ତୁମ୍ଭେ ଇସ୍ରାଏଲକୁ ଶାସନ କରିବ। ମୋ’ ସମ୍ମୁଖରେ ତୁମ୍ଭେ ଏକ ପ୍ରତିଜ୍ଞା କର। ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କର ଯେ ମୋର ମୃତ୍ୟୁ ପରେ ମଧ୍ୟ ତୁମ୍ଭେ ମୋର ବଂଶଧରକୁ ନିପାତ କରିବ ନାହିଁ ଓ ପ୍ରତିଜ୍ଞା କର ଯେ, ମୋର ପିତାଙ୍କର ପରିବାରରୁ ମୋର ନାମକୁ ଲୋପ କରିବ ନାହିଁ।” ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା’ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ। ଦାଉଦ ଓ ମୂର୍ଖ ନାବଲ ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ। ତା’ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ। ମାୟୋନରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3000 ମେଣ୍ଢା ଏବଂ 1000 ଛେଳି ଥିଲା। ସେ ଲୋକ ଜଣକ କର୍ମିଲକୁ ମେଣ୍ଢାମାନଙ୍କର ଲୋମ କାଟିବାକୁ ଯାଇଥିଲା। ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା। ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି। ଦାଉଦ 10ଜଣ ଯୁବକଙ୍କୁ କହିଲେ ଶୁଣ, “କର୍ମିଲକୁ ଯାଅ ଓ ନାବଲକୁ ମୋର ‘ନମସ୍କାର’ ଜଣାଅ।” ଦାଉଦ କହିଲେ ତୁମ୍ଭେ ଯାଇ ଏହିପରି କୁହ, ଯେ, “ତୁମ୍ଭେ ଚୀରଜୀବି ହୁଅ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ୱ ମଙ୍ଗଳ ହେଉ। ମୁଁ ଶୁଣିଲି ତୁମ୍ଭର ମେଷପାଳକମାନେ ମେଷମାନଙ୍କର ଲୋମ କାଟୁଛନ୍ତି। କିଛି ସମୟ ପାଇଁ ତୁମ୍ଭର ମେଷପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭେମାନେ ସେମାନଙ୍କର କୌଣସି କ୍ଷତି କରି ନାହୁଁ କି କର୍ମିଲରେ ଥିବା ସମୟରେ ସେମାନଙ୍କର କିଛି ହଜି ନାହିଁ। ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ ସତ କହିବେ। ମୋର ଯୁବକ ଲୋକମାନଙ୍କୁ ଦୟାକର। ଆମ୍ଭେମାନେ ଏହି ଖୁସୀ ସମୟରେ ତୁମ୍ଭ ପାଖକୁ ଆସିଛୁ। ବିନୟ କରୁଅଛୁ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।” ଦାଉଦଙ୍କର ଲୋକମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହିଲେ। ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି। ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?” ଦାଉଦର ଲୋକମାନେ ନିଜ ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେ ସବୁ କଥା ତାଙ୍କୁ ଜଣାଇଲେ। ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧ,” ତେଣୁ ସେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦ ମଧ୍ୟ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖରେ ରହିଲେ। ଅବୀଗଲ କଷ୍ଟକୁ ନିବାରଣ କଲା ଯୁବକମାନଙ୍କ ମଧ୍ୟରୁ ଜଣେ ନାବଲର ସ୍ତ୍ରୀ ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ନିମନ୍ତେ ମରୁଭୂମିରୁ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ଖରାପ ଭାବିଲେ। ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ଆମ୍ଭେମାନେ କ୍ଷେତ୍ରରେ ମେଣ୍ଢାଙ୍କୁ ନେଇ ଥିବା ସମୟରେ ଦାଉଦଙ୍କର ଲୋକମାନେ ଆମ ସହିତ ଥିଲେ। ସେମାନେ ଆମର କିଛି ନେଇ ନାହାନ୍ତି କି ଆମର କିଛି କ୍ଷତି କରି ନାହାନ୍ତି। ଦାଉଦର ଲୋକମାନେ ଆମ୍ଭମାନଙ୍କୁ ଦିନରାତି ସର୍ବଦା ନିରାପତ୍ତା ଦେଇଛନ୍ତି। ଆମ୍ଭେ ଯେତେବେଳେ ମେଷମାନଙ୍କୁ ନେଇ କ୍ଷେତରେ ଥିବା ସମୟରେ ସେମାନେ ଆମର ଚତୁର୍ଦ୍ଦିଗରେ ପ୍ରାଚୀର ସଦୃଶ ଥିଲେ। ବର୍ତ୍ତମାନ ଚିନ୍ତାକର ଓ କ’ଣ କରାଯାଇ ପାରିବ ସ୍ଥିର କର। ଆମର ସ୍ୱାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସୁଅଛି। ଏପରି ଦୁଷ୍ଟ ବ୍ୟକ୍ତିକୁ କେହି କିଛି କହି ନ ପାରେ, କାଳେ ସେ ତା’ର ମନ ପରିବର୍ତ୍ତନ କରିବ।” ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା। ତା’ପରେ ଅବୀଗଲ ତା’ର ଦାସମାନଙ୍କୁ କହିଲା, “ମୋ’ ଆଗେ ଆଗେ ଗ୍ଭଲ, ଦେଖ, ମୁଁ ତୁମ୍ଭ ପଛେ ପଛେ ଯାଉଛି।” କିନ୍ତୁ ସେ ତା’ର ସ୍ୱାମୀକୁ ଏ କଥା ଜଣାଇଲା ନାହିଁ। ଅବୀଗଲ ଗଧ ପିଠିରେ ଚଢ଼ି ପର୍ବତର ତଳକୁ ଆସନ୍ତେ ସେ ଦେଖିଲେ, ଦାଉଦ ଓ ସେମାନଙ୍କର ଲୋକମାନେ ତା’ର ବିପରୀତ ଦିଗରୁ ଆସୁଛନ୍ତି। ଦାଉଦ ଅବୀଗଲଙ୍କୁ ଦେଖିବା ପୂର୍ବରୁ କହୁଥିଲେ, “ମୁଁ ନାବଲର ସମ୍ପତ୍ତିକୁ ମରୁଭୂମିରେ ଜଗିଲି। ମୁଁ ଭାବୁଥିଲି ଏହାର ଗୋଟିଏ ହେଲେ ମେଷ ନ ହଜୁ। ମୁଁ ଏହା କରୁଥିଲି ମୋର କିଛି ସ୍ୱାର୍ଥ ନ ଥିଲା। କିନ୍ତୁ ତା’ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମୋ’ ପ୍ରତି ଖରାପ ବ୍ୟବହାର ଦେଖାଇଲା। ଯଦି ତା’ ପରଦିନ ସକାଳ ପର୍ଯ୍ୟନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁଁ ବଞ୍ଚିବାକୁ ଦିଏ, ତାହାହେଲେ ପରମେଶ୍ୱର ମୋତେ ଦଣ୍ତ ଦିଅନ୍ତୁ।” ଠିକ୍ ସେହି ସମୟରେ ଅବୀଗଲ ପହଞ୍ଚିଗଲା, ଯେତେବେଳେ ଅବୀଗଲ ଦାଉଦଙ୍କୁ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ଓହ୍ଲାଇ ପଡ଼ି ନତମସ୍ତକ ହୋଇ ଦାଉଦ ସମ୍ମୁଖରେ ସମ୍ମାନ ଜଣାଇଲା। ଅବୀଗଲ ଦାଉଦଙ୍କ ଚରଣରେ ପଡ଼ି କହିଲା, “ହେ ମୋର ପ୍ରଭୁ, ମୋର କଥା ଟିକେ ଶୁଣନ୍ତୁ। ଯାହାସବୁ ଘଟିଗଲା, ସେଥିରେ ମୋତେ ଦୋଷ ଦିଅନ୍ତୁ। ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା’ର ନାମକୁ ସାର୍ଥକ କରିଛି। ତା’ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି। ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ। ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ। ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ। ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ। ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷରେ ଦୋଷୀ ହେବ ନାହିଁ। ଯେତେବେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ଦାସୀକୁ ମନେରଖ।” ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋ’ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ। ତୁମ୍ଭର ସୁବିଗ୍ଭର ଧନ୍ୟ ହେଉ ଓ ଆଜି ମୋତେ ନିରୀହମାନଙ୍କର ରକ୍ତପାତ କରିବାରୁ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ। ସଦାପ୍ରଭୁ ମୋତେ ତୁମ୍ଭକୁ ଆଘାତ କରିବାରୁ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେପର୍ଯ୍ୟନ୍ତ ଅଛନ୍ତି, ଯଦି ତୁମ୍ଭେ ମୋତେ ସାକ୍ଷାତ କରିବା ପାଇଁ ଶୀଘ୍ର ଆସି ନ ଥା’ନ୍ତ, ପ୍ରତ୍ୟୁଷ ବେଳକୁ ନାବଲ ପରିବାର କେହି ଜଣେ ପୁରୁଷ ଜୀବିତ ରହି ନ ଥା’ନ୍ତା।” ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାକୁ କହିଲେ, “ଭଲରେ ତୁମ୍ଭେ ଘରକୁ ଯାଅ, ଦେଖ, ମୁଁ ତୁମ୍ଭ କଥା ଶୁଣିଲି ଓ ତୁମ୍ଭକୁ ଗ୍ରହଣ କଲି।” ନାବଲର ମୃତ୍ୟୁ ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା’ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ। ତା’ ପରଦିନ ସକାଳେ ତା’ର ନିଶା କମିଲା ପରେ ତା’ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା’ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା’ର ହୃ‌‌ତ୍‌‌କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା। ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ। ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା’ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।” ତା’ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ। ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।” ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।” ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ। ଦାଉଦ ମଧ୍ୟ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ ତହିଁରେ ସେ ଦୁହେଁ ତା’ର ସ୍ତ୍ରୀ ହେଲେ। ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପ‌ଲ୍‌ଟିକି ଦେଇଥିଲେ। ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିରେ ପ୍ରବେଶ କଲେ ସୀଫୀୟରୁ ଲୋକମାନେ ଗିବିୟାକୁ ଶାଉଲଙ୍କୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, “ଦାଉଦ ଯେଶିମନର ହଖୀଲା ପର୍ବତରେ ଆପଣାକୁ ଲୁଗ୍ଭଇ ଅଛି।” ଶାଉଲ ସୀଫ୍ ମରୁଭୂମିକୁ ଗଲେ, ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର 3000 ବଛା ବଛା ସୈନିକ ନେଇ ସୀଫ୍ ପ୍ରାନ୍ତରକୁ ଗଲେ। ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ସେନା ଛାଉଣି ସ୍ଥାପନ କଲେ। ଦାଉଦ ପ୍ରାନ୍ତରରେ ଲୁଚିଥିଲେ। ସେ ଅନୁଭବ କଲେ ଯେ, ସେଠାରେ ଶାଉଲ ତାଙ୍କ ପଛେ ପଛେ ଅନୁସରଣ କରିଥିଲେ। ଦାଉଦ ଗୁପ୍ତଚର ପଠାଇ ନିଶ୍ଚୟ ଆସିଛନ୍ତି ବୋଲି ଜାଣିଲେ। ଦାଉଦ ଶାଉଲଙ୍କର ଛାଉଣି ସ୍ଥାନକୁ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସେନାପତି, ନରର ପୁତ୍ର ଅ‌‌ବ୍‌‌ନରର ଶୋଇବା ଜାଗା ଦେଖିଲେ। ଶାଉଲ ସେନା ଛାଉଣିର ମଧ୍ୟ ଭାଗରେ ଶୋଇଥିଲେ। ସୈନ୍ୟମାନେ ତାଙ୍କୁ ବେଢ଼ି ରହିଥିଲେ। ଦାଉଦ ହିତ୍ତୀୟ ଅହୀମେଲକକୁ ଓ ସରୁୟାରର ପୁତ୍ର ଯୋୟାବର ଭ୍ରାତା, ଅବୀଶୟକୁ ପଗ୍ଭରିଲେ, “ମୋ’ ସଙ୍ଗରେ ଶାଉଲଙ୍କ ଛାଉଣି ନିକଟକୁ କିଏ ଯିବ।” ତହିଁରେ ଅବୀଶୟ ଉତ୍ତର ଦେଲା, “ମୁଁ ତୁମ୍ଭ ସଙ୍ଗେ ଯିବି।” ଯେତେବେଳେ ରାତ୍ରି ଥିଲା ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିକୁ ଗଲେ। ଶାଉଲ ଛାଉଣି ମଧ୍ୟ ଭାଗରେ ଶୋଇଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖରେ ଭୂମିରେ ମରା ହୋଇଅଛି। ଅ‌‌ବ୍‌‌ନର ଓ ଅନ୍ୟ ସୈନିକମାନେ ମଧ୍ୟ ନିଦରେ ଶୋଇଥିଲେ। ଅବୀଶୟ ଦାଉଦଙ୍କୁ କହିଲା, “ଆଜି ପରମେଶ୍ୱର ତୁମ୍ଭକୁ ତୁମ୍ଭ ଶତ୍ରୁକୁ ପରାସ୍ତ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏହି ବର୍ଚ୍ଛାରେ ତାକୁ ଭୂମିରେ ବଧ କରିବାକୁ ଅନୁମତି ଦିଅ। ମୁଁ ତାକୁ ଏକାଥରେ ହତ୍ୟା କରିବି।” କିନ୍ତୁ ଦାଉଦ ଅବୀଶୟକୁ କହିଲେ, “ଶାଉଲଙ୍କୁ ମାର ନାହିଁ। ଯେକୌଣସି ଲୋକ ଯେବେ ସଦାପ୍ରଭୁଙ୍କ ଦ୍ୱାରା ବଛା ଯାଇଥିବା ରାଜାଙ୍କୁ ବଧ କରିବ ତାଙ୍କୁ ପ୍ରଭୁ ଦଣ୍ତ ଦେବେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କୁ ଦଣ୍ତ ଦେବେ। ଶାଉଲ ସାଧାରଣ ମୃତ୍ୟୁବରଣ କରି ପାରନ୍ତି କିମ୍ବା ସେ ଯୁଦ୍ଧକୁ ଯାଇ ମରିବେ। କିନ୍ତୁ ମୁଁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମୋତେ ତାଙ୍କଦ୍ୱାରା ବଛା ଯାଇଥିବା ରାଜାଙ୍କୁ ଆଘାତ କରିବାକୁ ନ ଦିଅନ୍ତୁ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ତା’ପରେ ଆମ୍ଭେମାନେ ଯିବା।” ତେଣୁ ଦାଉଦ ଶାଉଲଙ୍କ ପାଖରେ ଥିବା ପାଣିପାତ୍ର ବର୍ଚ୍ଛାକୁ ସାଙ୍ଗରେ ଆଣିଲେ ଓ ତା’ପରେ ଦାଉଦ ଓ ଅବୀଶୟ ସେ ସ୍ଥାନ ପରିତ୍ୟାଗ କରି ଆସିଲେ। କୌଣସି ଲୋକ ଜାଣି ପାରିଲେ ନାହିଁ କ’ଣ ସବୁ ଘଟିଗଲା। କୌଣସି ଲୋକ ଏହାକୁ ଦେଖି ନ ଥିଲେ। କୌଣସି ଲୋକ ମଧ୍ୟ ନିଦରୁ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ୟ ଶୋଇ ପଡ଼ିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦେଇଥିଲେ। ଦାଉଦ ପୁଣି ଥରେ ଶାଉଲଙ୍କୁ ଲଜ୍ଜିତ କଲେ ଦାଉଦ ପାହାଡ଼ ଆର ପାଖକୁ ଯାଇ ଦୂରରେ ପର୍ବତ ଶିଖରରେ ଠିଆ ହେଲେ, ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଦୂର ଥିଲା। ଦାଉଦ ସୈନ୍ୟମାନଙ୍କୁ ଓ ନରର ପୁତ୍ର ଅ‌‌ବ୍‌‌ନରକୁ ଡାକି କହିଲେ, “ହେ ଅ‌‌ବ୍‌‌ନର ତୁମ୍ଭେ ମୋତେ ଉତ୍ତର ଦିଅ।” ଅ‌‌ବ୍‌‌ନର ଉତ୍ତର ଦେଲା, “ତୁମ୍ଭେ କିଏ? ତୁମ୍ଭେ କାହିଁକି ରାଜାଙ୍କୁ ଡାକୁଛ?” ଦାଉଦ ଅ‌‌ବ୍‌‌ନରକୁ କହିଲେ, “ତୁମ୍ଭେ କ’ଣ ଜଣେ ପୁରୁଷ ନୁହଁ? ତୁମ୍ଭେ ଇସ୍ରାଏଲରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତେବେ ତୁମ୍ଭେ କାହିଁକି ନିଜର ପ୍ରଭୁ ରାଜାଙ୍କୁ ଜଗିଲ ନାହିଁ? ତୁମ୍ଭର ପ୍ରଭୁ ରାଜାଙ୍କୁ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣିକୁ ଆସିଥିଲା। ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କୁ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମୁଣ୍ଡ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖୁଛ।” ଶାଉଲ ଦାଉଦଙ୍କ ସ୍ୱର ଜାଣିଥିଲେ। ଶାଉଲ କହିଲେ, “ଏହା କ’ଣ ତୁମ୍ଭ ସ୍ୱର ହେ ମୋହର ପୁତ୍ର ଦାଉଦ?” ଦାଉଦ ଉତ୍ତର ଦେଲେ, “ହଁ, ଏହା ମୋର ସ୍ୱର ଅଟେ। ହେ ମୋର ପ୍ରଭୁ, ମୋର ମହାଶୟ।” ଦାଉଦ ପୁଣି କହିଲେ, “ମହାଶୟ ତୁମ୍ଭେ କାହିଁକି ମୋର ପଛେ ପଛେ ଗୋଡ଼ଉଛ? ମୁଁ କ’ଣ ଅପରାଧ କଲି? କେଉଁ ଦୋଷ ମୁଁ କରିଛି? ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’ ବର୍ତ୍ତମାନ ତୁମ୍ଭେ ମୋତେ ସଦାପ୍ରଭୁଙ୍କଠାରୁ ଦୂରରେ ମରିବାକୁ ଦିଅ ନାହିଁ। ଇସ୍ରାଏଲର ରାଜା ଗୋଟିଏ ଡାଆଁଶର ଅନ୍ୱେଷଣରେ କିମ୍ବା ପର୍ବତରେ ଏକ ତିତ୍ତିରି ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବାହାରି ଆସିଛନ୍ତି।” ତା’ପରେ ଶାଉଲ କହିଲେ, “ମୁଁ ପାପ କଲି, ହେ ମୋର ପୁତ୍ର ଦାଉଦ ଫେରି ଆସ। ମୁଁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମୋର ଜୀବନ ତୁମ୍ଭ ନିକଟରେ ବହୁମୂଲ୍ୟ ହେଲା। ମୁଁ ମୁର୍ଖତାର କର୍ମ କରିଅଛି ଓ ଅତିଶୟ ଭୁଲ୍ କରିଅଛି।” ଦାଉଦ ଉତ୍ତର ଦେଲେ, “ଏହିଠାରେ ରାଜାଙ୍କର ବର୍ଚ୍ଛା ଅଛି। ତୁମ୍ଭର ଜଣେ ଲୋକକୁ ପଠାଇ ଏହାକୁ ନେଇ ଯାଅ। ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦିଅନ୍ତି। ସେ ତାକୁ ସତ୍ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଏବଂ ଭୁଲ୍ କାର୍ଯ୍ୟ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ଆଜି ସମର୍ପଣ କଲେ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ମୁଁ ହତ୍ୟା କରି ନାହିଁ। ଆଜି ମୁଁ ଦେଖାଇ ଦେଲି ଯେ ମୋର ଦୃଷ୍ଟିରେ ତୁମ୍ଭର ପ୍ରାଣ ମହାନ, ସେହିପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋର ପ୍ରାଣ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ଦେଖାଇ ଦେବେ। ସଦାପ୍ରଭୁ ମୋତେ ସମସ୍ତ ଦୁଃଖରୁ ଉଦ୍ଧାର କରନ୍ତୁ।” ତା’ପରେ ଶାଉଲ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ହେ ମୋର ପୁତ୍ର, ଦାଉଦ, ତୁମ୍ଭେ ମହାନ କାର୍ଯ୍ୟ କରିବ ଓ ତୁମ୍ଭେ ମଧ୍ୟ ସେଥିରେ ସଫଳ ହେବ।” ଦାଉଦ ତାଙ୍କ ବାଟରେ ଗଲେ ଓ ଶାଉଲ ତାଙ୍କ ଗୃହକୁ ଫେରିଲେ। ଦାଉଦ ପଲେଷ୍ଟୀୟମାନଙ୍କ ସହିତ ବାସ କଲେ କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, “ମୁଁ ଦିନେ ଶାଉଲଙ୍କ ହାତରେ ଧରା ହେବି। ଏହା ସବୁଠୁ ଭଲ ହେବ। ମୁଁ ପଲେଷ୍ଟୀୟମାନଙ୍କ ଦେଶକୁ ଯାଇ ନିଜକୁ ରକ୍ଷା କରିବି। ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳ ଖୋଜି ନିରାଶ ହେବ। ଏହିପରି ଭାବରେ ମୁଁ ତାଙ୍କର ହସ୍ତରୁ ରକ୍ଷା ପାଇବି।” ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇସ୍ରାଏଲ ପରିତ୍ୟାଗ କଲେ। ମାୟୋକର ପୁତ୍ର ଆଖୀଶ୍ ନାମକ ଗା‌ଥ୍‌ର ରାଜା ନିକଟକୁ ଗଲେ। ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସେମାନଙ୍କର ପରିବାରମାନଙ୍କ ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦୁଇଜଣ ସ୍ତ୍ରୀ ବାସ କଲେ। ସେମାନେ ହେଲେ ଯିଷ୍ରିୟେଲୀରୁ ଅହୀନୋୟମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲା। ଲୋକମାନେ ଶାଉଲଙ୍କୁ କହିଲେ, ଦାଉଦ ଗା‌ଥ୍‌କୁ ପଳାଇ ଅଛି। ଏ କଥା ଜାଣିବା ପରେ ସେ ଆଉ ତାଙ୍କର ଅନ୍ୱେଷଣ କଲେ ନାହିଁ। ଦାଉଦ ଆଖୀ‌ଶ୍‌‌କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ଖୁସୀ ତେବେ ମୋତେ ତୁମ୍ଭ ସହରରେ ଏକ ସ୍ଥାନ ଦିଅ। ମୁଁ କେବଳ ତୁମ୍ଭର ଦାସ ଓ ମୁଁ ସେଠାରେ ବାସ କରିବି, କିନ୍ତୁ ତୁମ୍ଭ ସହିତ ଏ ରାଜକୀୟ ସହରରେ ନୁହଁ।” ସେହି ଦିନ ଆଖୀଶ୍ ଦାଉଦଙ୍କୁ ସିକ୍ଳଗ୍ ନଗର ଦେଲା ଏବଂ ସିକ୍ଳଗ୍ ନଗର ଅଦ୍ୟାପି ସିକ୍ଳଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଏକ ବର୍ଷ ଗ୍ଭରି ମାସ ବାସ କଲେ। ରାଜା ଆଖୀ‌ଶ୍‌‌କୁ ଦାଉଦ ନିର୍ବୋଧ ବନାଇଲେ ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ। ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସେମାନଙ୍କର ମେଷ, ଗାଈ, ବଳଦ, ଗଧ, ଓଟ, ଏବଂ ସେମାନଙ୍କର ଲୁଗାପଟା ଆଣି ଆଖୀ‌ଶ୍‌‌କୁ ଦେଉଥିଲେ। କିନ୍ତୁ ଦାଉଦ ସେମାନଙ୍କ ମଧ୍ୟରୁ କୌଣସି ଲୋକଙ୍କୁ ବଞ୍ଚିବାକୁ ଅନୁମତି ଦେଲେ ନାହିଁ। ଦାଉଦ ଏହିପରି ପ୍ରତ୍ୟେକ ଥର କଲେ, ପ୍ରତ୍ୟେକ ଥର ଆଖୀଶ୍ ଦାଉଦଙ୍କୁ ପଗ୍ଭରୁ ଥିଲା, ତୁମ୍ଭେ ଆଜି କେଉଁଠାକୁ ଚଢ଼ାଉ କରିବା ପାଇଁ ଗଲ? ଦାଉଦ କହିଲେ, “ଆମ୍ଭେ ଯିହୁଦାର ଦକ୍ଷିଣ ଅଞ୍ଚଳ ଓ ଯିରହମେଲୀୟଙ୍କ ଦକ୍ଷିଣ ଅଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣ ଅଞ୍ଚଳ” ବିରୁଦ୍ଧରେ ଯୁଦ୍ଧ କଲୁ। ଦାଉଦ କଦାପି ଗା‌ଥ୍‌କୁ ଆଣିବାକୁ କାହାରିକୁ ଜୀବିତ ରଖୁ ନ ଥିଲେ। ସେ ଭାବୁଥିଲେ, “ଯଦି ଆମ୍ଭେ ଲୋକକୁ ଜୀବିତ ଛାଡ଼ୁ, ସେ ଲୋକମାନେ ଆଖୀ‌ଶ୍‌‌କୁ ସବୁ କହି ଦେବେ, ବାସ୍ତବରେ ମୁଁ କ’ଣ କରୁଥିଲି।” ସେ ସର୍ବଦା ଏହା କରୁଥିଲେ ସେ ଯେପର୍ଯ୍ୟନ୍ତ ପଲେଷ୍ଟୀୟ ଦେଶରେ ରହୁଥିଲେ। ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି ନିଜକୁ ନିଜେ କହିଲା, “ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲେଣି, ଇସ୍ରାଏଲୀୟମାନେ ଦାଉଦଙ୍କୁ ବହୁତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମୋର ଦାସ ହୋଇ ଚିରଦିନ ରହିବ।” ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ କିଛିଦିନ ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୈନ୍ୟମାନଙ୍କୁ ଏକତ୍ରିତ କରୁଥିଲେ। ଆଖୀଶ୍ ଦାଉଦଙ୍କୁ କହିଲା, “ତୁମ୍ଭେ ବୁଝି ପାରୁଛ କି ଯେ ତୁମ୍ଭେ ଏବଂ ତୁମ୍ଭର ଲୋକମାନେ ନିଶ୍ଚିତ ମୋ’ ସହିତ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯିବ।” ଦାଉଦ ଆଖୀ‌ଶ୍‌‌କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କ’ଣ କରିବ ଆପଣ ଜାଣିବେ।” ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ଠିକ୍ ଅଛି, ମୁଁ ତୁମ୍ଭକୁ ଜୀବନସାରା ମୋର ଦେହରକ୍ଷୀ ସ୍ୱରୂପେ ନିଯୁକ୍ତ କରିବି।” ଶାଉଲ ଓ ଐନଠାରେ ଥିବା ସ୍ତ୍ରୀଲୋକ ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ। ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଶୂନେମରେ ତାଙ୍କର ସେନା ଛାଉଣି ପ୍ରସ୍ତୁତ କରୁଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟବାସୀଙ୍କୁ ଏକତ୍ରିତ କରି ଗି‌ଲ୍‌ବୋୟରେ ସେନା ଛାଉଣି ସ୍ଥାପନ କଲେ। ଶାଉଲ ପଲେଷ୍ଟୀୟମାନଙ୍କର ସେନା ଛାଉଣିକି ଦେଖି ଭୟ କଲେ। ତାଙ୍କର ହୃଦୟ ଭୟରେ ଚୁ‌ର୍‌ମାର ହୋଇଗଲା। ଯେତେବେଳେ ଶାଉଲ ସଦାପ୍ରଭୁଙ୍କୁ ପଗ୍ଭରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ୱପ୍ନଦ୍ୱାରା କିମ୍ବା ଊରୀମ୍ ଦ୍ୱାରା ନା ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍ତର କଲେ ନାହିଁ। ତା’ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, “ମୋ’ ପାଇଁ ଏକ ସ୍ତ୍ରୀଲୋକ ଖୋଜ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହୋଇ ପାରିବ। ମୁଁ ତାକୁ ପଗ୍ଭରିବି ଯାହାସବୁ ଘଟିବାକୁ ଯାଉଛି।” ତାଙ୍କର ଦାସମାନେ ତାଙ୍କୁ କହିଲେ, “ଐନ ନଗରରେ ଏହିପରି ଏକ ସ୍ତ୍ରୀଲୋକ ଅଛି।” ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।” କିନ୍ତୁ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଇସ୍ରାଏଲ ଦେଶରୁ ବିତାଡ଼ିତ କରିଛି। ତୁମ୍ଭେ ମୋତେ ଫାନ୍ଦରେ ପକାଇ ମାରିବା ପାଇଁ ଗ୍ଭହୁଁଛ।” ଶାଉଲ ସଦାପ୍ରଭୁଙ୍କର ନାମ ନେଇ ପ୍ରତିଜ୍ଞା କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।” ସ୍ତ୍ରୀଲୋକଟି କହିଲା, “ମୁଁ କାହାକୁ ତୁମ୍ଭ ନିକଟକୁ ଉଠାଇ ଆଣିବି।” ସେ କହିଲେ, “ମୋ’ ପାଖକୁ ଶାମୁୟେଲଙ୍କୁ ଉଠାଇ ଆଣ।” ସେ ସ୍ତ୍ରୀଲୋକଟି ଶାମୁୟେଲଙ୍କୁ ଦେଖି ରଡ଼ି କରିବାକୁ ଲାଗିଲା। ସେ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ମୋତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।” ରାଜା ସ୍ତ୍ରୀଲୋକଟିକୁ କହିଲେ, “ଭୟ କର ନାହିଁ, ତୁମ୍ଭେ କ’ଣ ଦେଖୁଛ?” ସ୍ତ୍ରୀଲୋକ ଜଣକ କହିଲା, “ମୁଁ ଦେଖୁଛି ଏକ ଶକ୍ତି ଭୂମିରୁ ବାହାରୁଛି।” ଶାଉଲ ତାଙ୍କୁ ପଗ୍ଭରିଲେ, “ସେ କିପରି ଦେଖିବାକୁ!” ସେ ସ୍ତ୍ରୀଲୋକ ଜଣକ ଉତ୍ତର ଦେଲା, “ସେ ଜଣେ ବୃଦ୍ଧଙ୍କ ପରି ଦେଖା ଯାଉଛି ଓ ସେ ରାଜକୀୟ ପୋଷାକ ପିନ୍ଧିଛନ୍ତି।” ତେଣୁ ଶାଉଲ ଜାଣିଲେ ଏ ହେଉଛନ୍ତି ଶାମୁୟେଲ, ତେଣୁ ସେ ଶାମୁୟେଲଙ୍କୁ ଭୂମିଷ୍ଟ ପ୍ରଣାମ କଲେ। ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?” ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।” ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ? ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ନିଜ ପାଇଁ ସେହିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତୁମ୍ଭଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭର ପଡ଼ୋଶୀ ଦାଉଦଙ୍କୁ ଦେଇଛନ୍ତି। ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି। ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଆସନ୍ତା କାଲି ମୋ’ ସହିତ ଏହିଠାରେ ରହିବ।” ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କ କଥାରେ ତାଙ୍କର ବହୁତ ଭୟ ଜାତ ହେଲା। ଶାଉଲ ମଧ୍ୟ ବହୁତ ଦୁର୍ବଳ ଥିଲେ। କାରଣ ସେ ସେଦିନ ଓ ରାତି କିଛି ଆହାର କରି ନ ଥିଲେ। ସେହି ସ୍ତ୍ରୀଲୋକଟି ଶାଉଲଙ୍କ ନିକଟକୁ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, “ଦେଖ, ମୁଁ ତୁମ୍ଭର ଦାସୀ ମୁଁ ତୁମ୍ଭକୁ ସମ୍ମାନ କରୁଛି। ମୁଁ ମୋର ଜୀବନକୁ ସଙ୍କଟାପୂର୍ଣ୍ଣ କରି ତୁମ୍ଭେ ଯାହା କହିଲ, ମୁଁ ତାହା କଲି। ଦୟା ପୂର୍ବକ ମୋ’ କଥା ଟିକେ ଶୁଣନ୍ତୁ। ଆପଣଙ୍କୁ କିଛି ଖାଦ୍ୟ ଦେବା ପାଇଁ ଅନୁମତି ଲୋଡ଼ୁଛି। ଆପଣ ନିଶ୍ଚିତ ଖାଇବେ, ତା’ପରେ ଆପଣ ଶକ୍ତି ପାଇ ଆପଣା ବାଟରେ ଗ୍ଭଲିଯିବେ।” କିନ୍ତୁ ସେ କହିଲେ, ଶାଉଲ ମନା କଲେ, “ମୁଁ କିଛି ଖାଇବି ନାହିଁ।” ଶାଉଲର ଦାସମାନେ ଓ ସେହି ସ୍ତ୍ରୀଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତୁତ କଲେ। ଶେଷରେ ଶାଉଲ ସେମାନଙ୍କର କଥା ରକ୍ଷା କଲେ ଓ ଭୂମିରୁ ଉଠିଲେ ଓ ବସିଲେ। ସେହି ସ୍ତ୍ରୀଲୋକଟାର ଏକ ସୁସ୍ଥସବଳ ବାଛୁରି ତା’ର ଗୃହରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନେଇ ଦଳିଲା ଓ ତାକୁ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା। ସେହି ସ୍ତ୍ରୀଲୋକଟି ଖାଦ୍ୟଦ୍ରବ୍ୟ ନେଇ ଶାଉଲ ଓ ତା’ର ଦାସମାନଙ୍କୁ ପରଷିଲା, ଶାଉଲ ଏବଂ ଦାସମାନେ ଖାଇଲେ। ସେହି ରାତ୍ରିରେ ସେମାନେ ସେ ସ୍ଥାନ ପରିତ୍ୟାଗ କଲେ। “ଦାଉଦ ଆମ ସହିତ ଯାଇ ପାରିବ ନାହିଁ!” ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ। ଦାଉଦ ଏବଂ ତାଙ୍କର ସୈନ୍ୟମାନେ ଆଖୀଶ୍ ସହିତ ପଛେ ପଛେ ଆଗେଇଲେ। ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏବ୍ରୀୟମାନେ ଏଠାରେ କ’ଣ କରୁଛନ୍ତି?” ଅଖୀଶ୍ ପଲେଷ୍ଟୀୟ ଶାସକମାନଙ୍କୁ କହିଲେ, “ଏ ହେଉଛନ୍ତି ଦାଉଦ। ଦାଉଦ ହେଉଛନ୍ତି ଜଣେ ଇସ୍ରାଏଲର ରାଜା ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ। ଦାଉଦ ମୋ’ ସହିତ ବହୁତ ଦିନ ହେଲା ରହିଲେଣି। ସେ ଶାଉଲଙ୍କୁ ଛାଡ଼ି ମୋ’ ପାଖରେ ରହିବା ଦିନଠାରୁ ମୁଁ ତାଙ୍କଠାରେ କୌଣସି ଦୋଷ ପାଇ ନାହିଁ।” କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା’ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ। ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା, ‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର, ଦାଉଦ ହତ୍ୟା କଲେ ଅୟୁତ ଅୟୁତ’” ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। ଶାନ୍ତିରେ ଫେରିଯାଅ। ପଲେଷ୍ଟୀୟ ଶାସକମାନଙ୍କ ବିରୁଦ୍ଧରେ କିଛି କର ନାହିଁ।” ତେଣୁ ଦାଉଦ ଆଖୀ‌ଶ୍‌‌କୁ କହିଲେ, “ମୁଁ କ’ଣ ତୃଟି କରିଅଛି କି? ମୁଁ ତୁମ୍ଭର ଦାସ ତୁମ୍ଭ ପାଖକୁ ଆସିଲା ଦିନରୁ ମୋର କିଛି ଭୁଲ୍ କାମ ତୁମ୍ଭେ ଦେଖିଛ କି? ନାଁ, କାହିଁକି ମୁଁ ମୋର ସଦାପ୍ରଭୁଙ୍କ ବିରୁଦ୍ଧରେ ଥିବା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ପାରିବି ନାହିଁ?” ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’ ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁଁ ଦେଇଥିବା ଜାଗାକୁ ଫେରିଯିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥା ପ୍ରତି ଦୃଷ୍ଟି ଦେବ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ଯ୍ୟୋଦୟ ମାତ୍ରେ ଫେରିଯିବା ଭଲ।” ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ। ଅମାଲେକୀୟମାନେ ସିକ୍ଳଗ୍ ଆକ୍ରମଣ କଲେ ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଳ‌ଗ୍‌ରେ ପହଞ୍ଚିଲେ। ସେମାନେ ଦେଖିଲେ ଅମାଲେକୀୟମାନେ ସିକ୍ଳଗ ଆକ୍ରମଣ କରିଥିଲେ। ଅମାଲେକୀୟ ଲୋକମାନେ ନେଗେଭ ଆକ୍ରମଣ କରି ଓ ସିକ୍ଳ‌ଗ୍‌କୁ ଆକ୍ରମଣ କରି ସହରରେ ନିଆଁ ଲଗାଇ ଦେଇଥିଲେ। ସେମାନେ ସିକ୍ଳ‌ଗ୍‌ର ସମସ୍ତ ସ୍ତ୍ରୀଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସେମାନେ ସମସ୍ତ ବୃଦ୍ଧ ଓ ସମସ୍ତ ଯୁବକମାନଙ୍କୁ ବନ୍ଦୀ କରି ଆଣିଥିଲେ। ସେମାନେ କାହାରିକୁ ମାରି ଦେଇ ନ ଥିଲେ। ସେମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ନିଜ ନିଜ ପଥରେ ନେଇ ଯାଇଥିଲେ। ଯେତେବେଳେ ଦାଉଦ ଓ ତା’ର ଲୋକମାନେ ସିକ୍ଳ‌ଗ୍‌କୁ ଆସିଲେ। ସେମାନେ ଦେଖିବାକୁ ପାଇଲେ, ସହର ଜଳୁଅଛି। ସେମାନଙ୍କର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଅମାଲେକୀୟମାନେ ସେମାନଙ୍କୁ ନେଇ ଯାଇଛନ୍ତି। ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସେମାନେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକୁ ଦୁର୍ବଳ ହୋଇ ପଡ଼ିଲେ। ଅମାଲେକୀୟମାନେ ମଧ୍ୟ ଦାଉଦଙ୍କର ଦୁଇ ସ୍ତ୍ରୀକୁ ନେଇ ଯାଇଅଛନ୍ତି। ଅହୀନମ୍ ଯିଷ୍ରିୟେଲୀୟା ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ। ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ। ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ’ ପାଖକୁ “ଏଫୋଦ ଆଣ।” ତା’ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?” ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।” ଦାଉଦ ଓ ତାଙ୍କ ଲୋକମାନେ ଜଣେ ମିଶରୀୟ ଦାସକୁ ପାଇଲେ ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନେଇ ବିଷୋର ନଦୀ ନିକଟରେ ପହଞ୍ଚିଲେ। ସେଠାରେ 200 ଲୋକ ରହିଲେ, କାରଣ ସେମାନେ ସେଠାରେ ଅତ୍ୟନ୍ତ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନେଇ ଅମାଲେକୀୟମାନଙ୍କ ପଛରେ ଗୋଡ଼ାଇଲେ। *** ଦାଉଦଙ୍କର ଲୋକମାନେ କ୍ଷେତରେ ଜଣେ ମିଶରୀୟକୁ ପାଇଲେ। ତାଙ୍କୁ ସେମାନେ ଦାଉଦଙ୍କ ନିକଟକୁ ଆଣିଲେ। ସେମାନେ ତାହାକୁ ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କି‌ସ୍‌ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ। ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, “ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?” ସେ କହିଲା, “ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ। ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।” ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।” ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।” ଦାଉଦ ଅମାଲେକୀୟମାନଙ୍କୁ ପରାଜିତ କଲେ ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ। ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ। ଦାଉଦ ପ୍ରତ୍ୟେକ ଜିନିଷ ଫେରି ପାଇଲେ, ଯେଉଁଗୁଡ଼ିକୁ ଅମାଲେକୀୟମାନେ ନେଇଯାଇ ଥିଲେ। ଏପରିକି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମଧ୍ୟ। ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ। ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।” ସମସ୍ତ ଲୋକଙ୍କର ସମାନ ଭାଗ ହେବ ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକୁ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହେତୁ ତାଙ୍କ ପଛେ ଆସି ପାରି ନ ଥିଲେ, ସେମାନେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକୁ ବାହାରି ଆସିଲେ। ଦାଉଦ ସେମାନଙ୍କ ନିକଟକୁ ଯାଇ ତାଙ୍କର କୁଶଳବାର୍ତ୍ତା ପଗ୍ଭରିଲେ। କିଛି ଦୁଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗରେ ଯାଇଥିଲେ। ସେହି ଖଳ ପ୍ରକୃତିର ଲୋକମାନେ କହିଲେ, “ଏହି ଯେଉଁ 200 ଜଣ ଲୋକ ଆମ୍ଭ ସଙ୍ଗେ ଯାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ୟ ସେମାନଙ୍କୁ ଦେବା ନାହିଁ। ସେମାନଙ୍କୁ କେବଳ ସେମାନଙ୍କର ପିଲା ଓ ସ୍ତ୍ରୀ ଫେରାଇ ଦିଅ।” ଦାଉଦ ଉତ୍ତର ଦେଲେ, “ହେ ମୋର ଭାଇମାନେ, ସେପରି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷୟରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମ୍ଭକୁ ଆକ୍ରମଣ କରୁଥିବା ସୈନ୍ୟମାନଙ୍କୁ ପରାସ୍ତ କରାଇଲେ। ତୁମ୍ଭମାନଙ୍କର କଥା କିଏ ଶୁଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରୀରେ ଯିଏ ଯୁଦ୍ଧକୁ ଯାଇଥିଲା ସେ ମଧ୍ୟ ଓ ଯିଏ ଭଣ୍ତାରର ଦାୟିତ୍ୱରେ ଥିଲା ସେ ମଧ୍ୟ ସମାନ ଭାଗ ପାଇବ।” ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି। ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା’ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।” ଅମାଲେକୀୟମାନଙ୍କ ନିକଟରୁ ଆଣିଥିବା ଦ୍ରବ୍ୟ ଦାଉଦ କିଛି ବୈଥେ‌ଲ୍‌ର ପ୍ରାଚୀନମାନଙ୍କୁ, ନେଗେଭର ରାମା ଓ ଯତ୍ତୀର ନେତାମାନଙ୍କ ନିକଟକୁ ପଠାଇଲେ। ଅରୋୟର, ଶିଫମୋତ୍ ଓ ଇଷ୍ଟିମୋୟମାନଙ୍କ ନିକଟକୁ କିଛି ପଠାଇଲେ। ସେ କେତେକଙ୍କୁ ରାଖଲ୍ ଓ ଯିରହମେଲୀୟମାନଙ୍କ ସହର କେନିତ୍ ସହର ପଠାଇଲେ। ହର୍ମା, କୋରାଶନ୍, ଅଥାକ୍, ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ। ଶାଉଲଙ୍କର ମୃତ୍ୟୁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗି‌ଲ୍‌ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା। ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ର ବିରୁଦ୍ଧରେ ଭୟଙ୍କର ଯୁଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂୟଙ୍କୁ ହତ୍ୟା କଲେ। ଯୁଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରୁଦ୍ଧରେ ଧନୁର୍ଦ୍ଧାରିମାନେ ଅତି ଦୟନୀୟ ଭାବେ ତୀରମାରି ଶାଉଲକୁ ଆଘାତ କଲେ। ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ। ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିଯାଇଛନ୍ତି। ତେଣୁ ସେ ତା’ର ଖଣ୍ତା ବାହାର କରି ନିଜ ଖଣ୍ଡାରେ ଶାଉଲଙ୍କ ନିକଟରେ ମୃତ୍ୟୁବରଣ କଲା। ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ। ପଲେଷ୍ଟୀୟମାନେ ଶାଉଲଙ୍କ ମୃତ୍ୟୁରେ ଆନନ୍ଦ କଲେ ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା’ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ। ତା’ ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖରେ ରହିଯାଇଥିବା ପଦାର୍ଥଗୁଡ଼ିକ ନେବାକୁ ଆସିଲେ। ସେମାନେ ଦେଖିବାକୁ ପାଇଲେ ଯେ ଗି‌ଲ୍‌ବୋୟ ପର୍ବତ ଉପରେ ଶାଉଲ ଏବଂ ତା’ର ତିନି ପୁତ୍ର ନିହତ ହୋଇ ପଡ଼ି ରହିଛନ୍ତି। ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ୟାଦିକୁ ନେଇଗଲେ। ପଲେଷ୍ଟୀୟମାନେ ନିଜ ନିଜର ଦେବଗଣ ଗୃହ ବା ମନ୍ଦିରକୁ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡ଼କୁ ଖବର ଦେଇ ପଠାଇଲେ। ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜୁଆ ଇତ୍ୟାଦିକୁ ଆଷ୍ଟାରୋତ୍ ଦେବୀଙ୍କ ମନ୍ଦିରରେ ରଖିଲେ। ପଲେଷ୍ଟୀୟମାନେ ମଧ୍ୟ ଶାଉଲଙ୍କ ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରେ ଟାଙ୍ଗି ରଖିଲେ। ଯାବେ‌‌‌ଶ୍‌‌-ଗିଲିୟଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ। ତେଣୁ ଯାବେ‌‌‌ଶ୍‌‌ର ସୈନ୍ୟମାନେ ବୈ‌ଥ୍‌ଶା‌‌ନ୍‌‌‌‌‌କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା’ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେ‌‌‌ଶ୍‌‌କୁ ଆଣିଲେ। ଯାବେ‌‌‌ଶ୍‌‌ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ। ତା’ପରେ ସେହି ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଅସ୍ଥି ସଂଗ୍ରହ କରି ଆଣି ଯାବେ‌‌‌ଶ୍‌‌ଠାରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକୁ ସମାଧି ଦେଲେ। ତା’ପରେ ଯାବେ‌‌‌ଶ୍‌‌ର ଲୋକମାନେ ଶୋକ ସନ୍ତାପ୍ତ ଭାବରେ ଦୁଃଖରେ ଶୋକ ପାଳନ ନିମନ୍ତେ ସାତ ଦିନ ବିନା ଆହାରରେ ଶୋକ ପାଳନ କଲେ। ଦାଉଦ ଶାଉଲଙ୍କର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳ‌ଗ୍‌କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ। ତା’ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣିରୁ ଜଣେ ସୈନ୍ୟ ସିକ୍ଳ‌ଗ୍‌କୁ ଆସିଲା। ସେ ଲୋକଟି ଅତ୍ୟନ୍ତ ଦୁଃଖିତ ଥିଲା। ତା’ର ବସ୍ତ୍ର ଚିରି ଯାଇଥିଲା ଏବଂ ତା’ ମୁଣ୍ଡରେ ମାଟି ବୋଳି ହୋଇଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକୁ ଆସି ଭୂମିଷ୍ଠ ପ୍ରଣାମ କଲା। ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?” ସେ ଲୋକଟି ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଇସ୍ରାଏଲୀୟ ଛାଉଣିରୁ ପଳାଇ ଆସିଛି।” ଦାଉଦ ସେହି ଲୋକଟିକୁ ପଗ୍ଭରିଲେ, “ଏ ଯୁଦ୍ଧରେ କିଏ ଜିତିଲା?” ଲୋକଟି ଉତ୍ତରରେ କହିଲା, “ଆମ୍ଭର ଲୋକମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ, ବହୁତ ଲୋକ ଯୁଦ୍ଧରେ ମୃତ୍ୟୁବରଣ କଲେ, ଏପରିକି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମୃତ୍ୟୁବରଣ କଲେ।” ଦାଉଦ ସେହି ଯୁବ ସୈନିକକୁ ପଗ୍ଭରିଲେ, “ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମୃତ୍ୟୁବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?” ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗି‌ଲ୍‌ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।” ଶାଉଲ ପଛକୁ ଗ୍ଭହିଁ ମୋତେ ଦେଖିଲେ ଓ ଡାକିଲେ, ମୁଁ ମଧ୍ୟ ଉତ୍ତର ଦେଲି। ଶାଉଲ ମୋତେ ପଗ୍ଭରିଲେ, ତୁମ୍ଭେ କିଏ? ମୁଁ ଉତ୍ତର ଦେଲି ମୁଁ ଜଣେ ଅମାଲେକୀୟ ଲୋକ। ତା’ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’ ସେ ଗଭୀର ଭାବରେ ଆହତ ହୋଇଥିଲେ। ମୁଁ ଜାଣିଲି ସେ ବଞ୍ଚିବେ ନାହିଁ, ତେଣୁ ମୁଁ ତାଙ୍କୁ ମାରିଦେଲି, ତା’ପରେ ମୁଁ ତାଙ୍କ ମୁଣ୍ଡରୁ ମୁକୁଟ ଓ ବାହୁରୁ ବାଜୁ କାଢ଼ିଲି, ଏବଂ ମୁଁ ମୋର ପ୍ରଭୁଙ୍କ ନିକଟକୁ ନେଇ ଆସିଲି।” ତା’ପରେ ଦାଉଦ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲେ, ଏବଂ ଦାଉଦଙ୍କ ନିକଟରେ ଥିବା ସମସ୍ତ ଲୋକ ମଧ୍ୟ ଦାଉଦଙ୍କ ପରି କଲେ। ସେମାନେ ଦୁଃଖରେ କାନ୍ଦିଲେ ଏବଂ ସେମାନେ ମଧ୍ୟ ଦିନସାରା କିଛି ଖାଇଲେ ନାହିଁ। ସେମାନେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତ୍ୟୁବରଣ କଲେ ଏବଂ ସଦାପ୍ରଭୁଙ୍କର ବହୁତ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧରେ ହତ ହେଲେ। ତେଣୁ ସେମାନେ କାନ୍ଦିଲେ ଓ ଶୋକ ପାଳନ କଲେ। ଦାଉଦ ଅମାଲେକୀୟ ଯୁବକକୁ ମାରିବାକୁ ଆଦେଶ ଦେଲେ ତା’ପରେ, ଦାଉଦ ସେହି ଯୁବକ ସହିତ କଥା ହେଲେ, ଯିଏ ତାଙ୍କୁ ଶାଉଲଙ୍କର ମୃତ୍ୟୁ ବିଷୟରେ କହିଥିଲା ଏବଂ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ସେ ଉତ୍ତର ଦେଲା, “ମୁଁ ଜଣେ ବିଦେଶୀର ପୁତ୍ର। ମୁଁ ଜଣେ ଅମାଲେକୀୟ।” ତା’ପରେ ଦାଉଦ ତାକୁ ପଗ୍ଭରିଲେ, “ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ହତ୍ୟା କରିବା ପାଇଁ ଭୟ କଲ ନାହିଁ।” ଦାଉଦ ଅମାଲେକୀୟଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ମୃତ୍ୟୁ ପାଇଁ ଦାୟୀ, ତୁମ୍ଭେ ନିଜେ କହୁଛ ଯେ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ତୁମ୍ଭେ ହତ୍ୟା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।” ଦାଉଦ ତାଙ୍କର ଜଣେ ଦାସଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲେକୀୟଙ୍କୁ ହତ୍ୟା କର। ତେଣୁ ସେ ଏହି ଅମାଲେକୀୟଙ୍କୁ ହତ୍ୟା କଲେ। *** ଶାଉଲ ଓ ଯୋନାଥନଙ୍କ ପାଇଁ ଦାଉଦଙ୍କର ଦୁଃଖଭରା ଗୀତ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ପାଇଁ ଦାଉଦ ଏକ ଦୁଃଖଦ ଗୀତ ଗାଇଲେ। ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ଯିହୁଦୀୟମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦେବା ପାଇଁ ଆଦେଶ ଦେଲେ। ଏହାକୁ “ଧନୁ” କୁହାଯାଏ। ଏହା ଯାଶେର ପୁସ୍ତକରେ ଲେଖାଅଛି। “ହେ ଇସ୍ରାଏଲ, ତୁମ୍ଭର ସୌନ୍ଦର୍ଯ୍ୟ ତୁମ୍ଭର ପର୍ବତକୁ ଭାଙ୍ଗି ଦେଲା। ଦେଖ! କେମିତି ସେହି ବୀରଗଣଙ୍କର ପତନ ହେଲା।” ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ। ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ। “ହେ ଗି‌ଲ୍‌ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସେଠାରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଳରେ ଅଭିଷିକ୍ତ ହେଲା ନାହିଁ। ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ ଓ ଶାଉଲଙ୍କର ‌‌ଖ‌ଡ଼୍‌ଗ ରିକ୍ତ ହୋଇ ଫେରେ ନାହିଁ। “ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ। ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ। ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ ଓ ସିଂହଠାରୁ ବଳବାନ ଥିଲେ। ହେ ଇସ୍ରାଏଲର କନ୍ୟାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ଖଚିତ କଲେ। “ବୀରମାନେ ଯୁଦ୍ଧରେ ପତିତ ହେଲେ। ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ। ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି। ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି। ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା। ବୀରମାନେ ଯୁଦ୍ଧରେ ପତିତ ହେଲେ ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।” ଦାଉଦ ଓ ତାଙ୍କ ଲୋକମାନେ ହିବ୍ରୋଣକୁ ଗଲେ ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?” ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।” ତା’ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?” ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।” ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ। ଦାଉଦ ତାଙ୍କର ଲୋକମାନଙ୍କୁ ଓ ସେମାନଙ୍କର ପରିବାରବର୍ଗମାନଙ୍କୁ ସାଙ୍ଗରେ ନେଇଗଲେ। ଏବଂ ସେମାନେ ସମସ୍ତେ ସେହି ହିବ୍ରୋଣ ସହରରେ ଓ ତା’ର ପାଖାପାଖି ସହରରେ ବାସ କଲେ। ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା’ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।” ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି। ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।” ଈ‌ଶ୍‌ବୋଶତ୍ ରାଜା ହେଲେ ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ। ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ। ଈ‌ଶ୍‌ବୋଶତ୍ ଥିଲେ ଶାଉଲଙ୍କର ପୁତ୍ର। ସେ ଯେତେବେଳେ ଇସ୍ରାଏଲର ରାଜା ହେଲେ ତାଙ୍କୁ ସେତେବେଳେ 40 ବର୍ଷ ବୟସ ହୋଇଥିଲା। ସେ ମାତ୍ର ଦୁଇ ବର୍ଷ ପାଇଁ ରାଜତ୍ୱ କରିଥିଲେ। କିନ୍ତୁ ଯିହୁଦାର ଲୋକମାନେ ଦାଉଦଙ୍କୁ ରାଜା ଭାବରେ ମାନୁଥିଲେ। ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ। ସାଘାଂତିକ ପ୍ରତିଦ୍ୱନ୍ଦିତା ନରର ପୁତ୍ର ଅ‌‌ବ୍‌‌ନର ଓ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନେ ମହନୟିମରୁ ଗିବିୟୋନକୁ ଗଲେ। ସରୁୟାର ପୁତ୍ର ଯୋୟା‌‌ବ୍‌ ‌ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ୟ ଗିବିୟୋନକୁ ଗଲେ। ସେମାନେ ଅ‌‌ବ୍‌‌ନର ଏବଂ ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖରେ ଭେଟିଲେ। ଯୋୟାବର ଦଳ ପୋଖରୀର ଏକ ପାର୍ଶ୍ୱରେ ବସିଲା ବେଳେ ଅ‌‌ବ୍‌‌ନରର ଦଳ ପୋଖରୀର ଅନ୍ୟ ପାର୍ଶ୍ୱରେ ବସିଲେ। ଅ‌‌ବ୍‌‌ନର ଯୋୟାବକୁ କହିଲେ, “ଯୁବକ ସୈନ୍ୟମାନେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।” ଯୋୟାବ ଉତ୍ତର ଦେଲେ, “ହଁ ପ୍ରତିଯୋଗିତା ହେଉ।” ତେଣୁ ଯୁବକ ସୈନ୍ୟମାନେ ଉଠିଲେ, ଦୁଇ ଦଳ ସେମାନଙ୍କର ସୈନ୍ୟମାନେ ପ୍ରତିଯୋଗିତା ପାଇଁ ଗଣତି ହେଲେ। ସେମାନେ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶତ୍ ପାଇଁ ପ୍ରତିଯୋଗିତା କରିବା ପାଇଁ ବିନ୍ୟାମୀନ ବଂଶରୁ ବାର ଜଣଙ୍କୁ ବାଛିଲେ। ଏବଂ ସେମାନେ ଦାଉଦଙ୍କର କର୍ମଗ୍ଭରୀ ମଧ୍ୟରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ସୈନ୍ୟ ଏକ ଆରେକର ମସ୍ତକ ଧରିଲେ ଏବଂ ଏକ ଆରେକକୁ ‌‌ଖ‌ଡ଼୍‌ଗରେ ଭୂଷିଲେ। ତେଣୁ ସେମାନେ ଏକତ୍ର ପଡ଼ିଗଲେ। ତେଣୁ ସେହି ସ୍ଥାନର ନାମ “ତୀ‌କ୍ଷ୍‌ଣ ‌‌ଖ‌ଡ଼୍‌ଗ କ୍ଷେତ୍ର” ବୋଲି ଡକାଯାଏ। ସେହି ସ୍ଥାନଟି ଗିବିୟୋନରେ ଥିଲା। ସେହି ପ୍ରତିଯୋଗିତା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହେଲା। ଦାଉଦର ସୈନ୍ୟମାନେ ସେଦିନ ଅ‌‌ବ୍‌‌ନର ଓ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ। ଅ‌‌ବ୍‌‌ନର ଅସାହେ‌ଲ୍‌କୁ ହତ୍ୟା କଲେ ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି। ଅସାହେଲ୍ ଅ‌‌ବ୍‌‌ନର ପଛେ ପଛେ ଦୌଡ଼ିଗଲା। ଏବଂ ତାଙ୍କ ପଛେ ପଛେ ଯିବା ଆରମ୍ଭ କଲା। ଅ‌‌ବ୍‌‌ନର ପଛକୁ ଅନାଇ କହିଲା, “ଅସାହେଲ୍ ଏ କି ତୁମ୍ଭେ?” ସେ ଉତ୍ତର କଲା, “ହଁ, ମୁଁ।” ଅସାହେ‌ଲ୍‌କୁ ହତ୍ୟା କରିବା ପାଇଁ ଅ‌‌ବ୍‌‌ନର ଗ୍ଭହୁଁ ନ ଥିଲେ। ତେଣୁ ଅ‌‌ବ୍‌‌ନର ଅସାହେ‌ଲ୍‌କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା’ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ। ଅ‌‌ବ୍‌‌ନର ଆଉଥରେ ଅସାହେ‌ଲ୍‌କୁ କହିଲେ, “ମୋ’ ପଛେ ଗୋଡ଼ାଇବା ବନ୍ଦ କର ନଚେତ୍ ମୁଁ ତୁମ୍ଭକୁ ହତ୍ୟା କରିବି। ମୁଁ ତୁମ୍ଭକୁ ହତ୍ୟା କଲେ ତୁମ୍ଭର ଭାଇ ଯୋୟାବକୁ କିପରି ମୁହଁ ଦେଖାଇବି?” କିନ୍ତୁ ଅସାହେଲ୍ ଅ‌‌ବ୍‌‌ନର ପଛରେ ଦୌଡ଼ିବାରୁ ବିରତ ହେଲା ନାହିଁ। ତେଣୁ ଅ‌‌ବ୍‌‌ନର ବର୍ଚ୍ଛାର ମୁନରେ ତା’ର ପେଟକୁ ଭୂଷି ଦେବାରୁ ତାହା ପିଠି ଦେଇ ବାହାରି ଗଲା। ତେଣୁ ସେ ସେହିଠାରେ ମରିଗଲା। ଯୋୟାବ ଓ ଅବୀଶୟ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ ଅସାହେ‌ଲ୍‌ର ମୃତ ଶରୀର ଭୂମି ଉପରେ ସେହିଠାରେ ପଡ଼ି ରହିଥିଲା। ଯେତେ ଲୋକ ସେ ବାଟ ଦେଇ ଦୌଡ଼ୁ ଥିଲେ, ସମସ୍ତେ ସେହିଠାରେ ଅଟକି ଗଲେ। କିନ୍ତୁ ଯୋୟାବ ଓ ଅବୀଶୟ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ, ସେମାନେ ଯେତେବେଳେ ଅମା ପର୍ବତ ନିକଟରେ ପହଞ୍ଚିଲେ, ସେତେବେଳକୁ ସୂର୍ଯ୍ୟାସ୍ତ ହୋଇଯାଇ ଥିଲା। ଗିବିୟୋନ ମରୁଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରୁ ଅମା ପର୍ବତ ଉପସ୍ଥିତ। ବିନ୍ୟାମୀନର ପରିବାରବର୍ଗ ଅ‌‌ବ୍‌‌ନର ଚତୁର୍ପାର୍ଶ୍ୱରେ ପର୍ବତର ଶିର୍ଷରେ ଘେରି ରହିଥିଲେ। ଅ‌‌ବ୍‌‌ନର ଯୋୟାବକୁ ଡାକି କହିଲେ, “ଆମ୍ଭେ ନିଶ୍ଚିତ ଯୁଦ୍ଧ କରୁଥିବା ଓ ପରସ୍ପରକୁ ଚିରଦିନ ହତ୍ୟା କରୁଥିବା କି? ତୁମ୍ଭେ ନିଶ୍ଚିତରେ ଜାଣ ଯେ, ଏହା ଦୁଃଖଦ ପୂର୍ଣ୍ଣ ଶେଷ ହେବ। ତୁମ୍ଭମାନଙ୍କର ଲୋକମାନଙ୍କୁ କୁହ ସେମାନଙ୍କର ଭାଇମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ।” ତା’ପରେ ଯୋୟାବ କହିଲା, “ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହିପରି କହି ନ ଥା’ନ୍ତ, ଲୋକମାନେ ସେମାନଙ୍କର ନିଜର ଭାଇମାନଙ୍କ ପଛରେ ପ୍ରଭାତ ପର୍ଯ୍ୟନ୍ତ ଗୋଡ଼ାଉ ଥା’ନ୍ତେ।” ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା’ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ। ଅ‌‌ବ୍‌‌ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ଯର୍ଦ୍ଦନ ଉପତ୍ୟକା ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ନଦୀ ପାର ହେଲେ ଓ ସେମାନେ ମହନୟିମକୁ ପହଞ୍ଚିବା ପର୍ଯ୍ୟନ୍ତ ଦିନସାରା ଗମନ କଲେ। ଯୋୟାବ ପଶ୍ଚା‌‌ଦ୍‌ଧାବନ ବନ୍ଦ କରି ଗଣି ଦେଖିଲେ, ଅସାହେ‌ଲ୍‌କୁ ମିଶାଇ ଦାଉଦଙ୍କର ସୈନ୍ୟମାନଙ୍କ ମଧ୍ୟରୁ ଊଣାଇଶ ଜଣ ନାହାନ୍ତି। କିନ୍ତୁ ଦାଉଦଙ୍କର ସୈନ୍ୟମାନେ ବିନ୍ୟାମୀନ ପରିବାରରୁ 360 ଜଣ ଅ‌‌ବ୍‌‌ନର‌ର ଲୋକମାନଙ୍କୁ ମାରି ଦେଇଥିଲେ। ଦାଉଦର ସୈନ୍ୟମାନେ ଅସାହେ‌ଲ୍‌ର ଶରୀରକୁ ଆଣି ବୈ‌ଥ୍‌ଲେହମ ସ୍ଥିତ ତା’ର ପିତାଙ୍କର କବରରେ କବର ଦେଲେ। ପୁଣି ଯୋୟାବ ଓ ତା’ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବୁଲିଲେ। ଏବଂ ସକାଳ ହେଲା ବେଳକୁ ସେମାନେ ହିବ୍ରୋଣ ନିକଟରେ ପହଞ୍ଚି ଯାଇଥିଲେ। ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଯୁଦ୍ଧ ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧ୍ୟରେ କ୍ରମାଗତ ଯୁଦ୍ଧ ଗ୍ଭଲିଲା। ଦାଉଦ ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ଶାଉଲର ପରିବାର, ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା। ହିବ୍ରୋଣଠାରେ ଦାଉଦଙ୍କର ଛଅ ପୁତ୍ର ଜନ୍ମ ହେଲେ ଦାଉଦଙ୍କର ଅନେକ ପୁତ୍ର ହିବ୍ରୋଣରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପୁତ୍ର ଥିଲେ ଅମ୍ନୋନ୍, ଯିଷ୍ରିୟେଲୀୟାର ତାଙ୍କର ସ୍ତ୍ରୀ ଅହୀନୋୟମଠାରୁ ଜନ୍ମ ହେଲେ। କର୍ମିଲୀୟ ନାବ‌ଲ୍‌ର ସ୍ତ୍ରୀ ଅବୀଗ‌ଲ୍‌ଙ୍କଠାରୁ ଜନ୍ମ ହେଲେ ଦ୍ୱିତୀୟ ପୁତ୍ର କିଲାବ୍ ଏବଂ ତୃତୀୟ ପୁତ୍ର ହେଲେ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାରର ପୁତ୍ର। ଚତୁର୍ଥ ପୁତ୍ର ଜନ୍ମ ହେଲେ, ତାଙ୍କର ନାମ ଅଦୋନୀୟ, ଅଦୋନୀୟର ମାତା ହେଲେ, ହଗୀତ୍ ଏବଂ ପଞ୍ଚମ ପୁତ୍ର ହେଲେ ଶଫଟୀୟ ସେ ଅବିଟଲର ପୁତ୍ର। ଷଷ୍ଠ ପୁତ୍ର ହେଲେ, ଯିତ୍ରିୟମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପୁତ୍ର। ଏହିପରି ଛଅଟି ପୁତ୍ର ଦାଉଦଙ୍କର ହିବ୍ରୋଣରେ ଜନ୍ମ ହେଲେ। ଅ‌‌ବ୍‌‌ନର‌ ଦାଉଦଙ୍କ ସହିତ ଯୋଗଦେବା ପାଇଁ ନିର୍ଣ୍ଣୟ କଲେ ଶାଉଲ ବଂଶ ଓ ଦାଉଦ ବଂଶ ଯୁଦ୍ଧ ଲାଗିବା ସମୟରେ ଅ‌‌ବ୍‌‌ନର‌ ଶାଉଲଙ୍କ ଗୃହ ମଧ୍ୟରେ ନିଜକୁ ବଳବାନ୍ କଲା। ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରି‌ସ୍‌ପା, ସେ ଅୟାର କନ୍ୟା ଥିଲା। ଈ‌ଶ୍‌ବୋଶତ୍ ଅ‌‌ବ୍‌‌ନର‌କୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?” ଅ‌‌ବ୍‌‌ନର‌ ଈ‌ଶ୍‌ବୋଶ‌ତ୍‌ର କଥା ଶୁଣି ଅତି ରାଗରେ କହିଲା, “ମୁଁ ତ ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ବନ୍ଧୁମାନଙ୍କୁ ଦୟା କରୁଅଛି। ମୁଁ ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ’ ଉପରେ ଆରୋପ କରୁଅଛ। ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।” *** ଈ‌ଶ୍‌ବୋଶତ୍ ଅତ୍ୟନ୍ତ ଭୟରେ ସବୁ କଥା ଅ‌‌ବ୍‌‌ନର‌କୁ କହିପାରି ନ ଥିଲା। ଅ‌‌ବ୍‌‌ନର‌ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ ଏବଂ କହିଲେ, “ଏ ଦେଶକୁ କିଏ ଶାସନ କରିବା ଯୋଗ୍ୟ ବ୍ୟକ୍ତି ବୋଲି ତୁମ୍ଭେ ଭାବୁଛ? ମୋ’ ସହିତ ତୁମ୍ଭେ ଏକ ଚୁକ୍ତି କର ଏବଂ ସମଗ୍ର ଇସ୍ରାଏଲ ଉପରେ ତୁମ୍ଭେ ରାଜତ୍ୱ କରିବା ପାଇଁ ମୁଁ ତୁମ୍ଭକୁ ସାହାଯ୍ୟ କରିବି।” ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।” ଦାଉଦ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି” । ଈ‌ଶ୍‌ବୋଶତ୍ ଲୋକ ପଠାଇ ଲୟିଶର ପୁତ୍ର ପ‌ଲ୍‌ଟିୟେଲ୍ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। ତା’ର ସ୍ୱାମୀ ରୋଦନ କଲା ଏବଂ ବହୁରୀମ ପର୍ଯ୍ୟନ୍ତ ତାକୁ ଅନୁସରଣ କଲା। ତା’ପରେ ଅ‌‌ବ୍‌‌ନର‌ ପ‌ଲ୍‌ଟିୟେ‌ଲ୍‌ଙ୍କୁ କହିଲା, “ଯାଅ, ଫେରିଯାଅ,” ତା’ପରେ ସେ ଫେରିଗଲା। ଅ‌‌ବ୍‌‌ନର‌ ଏହି ବାର୍ତ୍ତା ଇସ୍ରାଏଲର ନେତାଙ୍କ ପାଖକୁ ପଠାଇଲେ। ସେ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ରାଜା କରିବା ପାଇଁ ଅପେକ୍ଷା କରି ଆସୁଅଛ। ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଥିଲେ ଯେତେବେଳେ ସେ କହିଲେ, ‘ମୁଁ ମୋର ଇସ୍ରାଏଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ଅନ୍ୟ ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ରକ୍ଷା କରିବି। ମୁଁ ଏହା ମୋର ପ୍ରିୟ ଦାସ ଦାଉଦଙ୍କ ଦ୍ୱାରା ହିଁ କରିବି।’” ଅ‌‌ବ୍‌‌ନର‌ ଏହିସବୁ କଥାଗୁଡ଼ିକ ଦାଉଦଙ୍କୁ ହିବ୍ରୋଣଠାରେ କହିଲେ, ଏବଂ ବିନ୍ୟାମୀନ ବଂଶଧରକୁ କହିଲେ। ଅ‌‌ବ୍‌‌ନର‌ଙ୍କର ଏହିକଥା ଇସ୍ରାଏଲର ଲୋକମାନଙ୍କୁ ଓ ବିନ୍ୟାମୀନ ପରିବାରବର୍ଗର ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା। ତା’ପରେ ଅ‌‌ବ୍‌‌ନର‌ ଦାଉଦଙ୍କ ପାଖକୁ ହିବ୍ରୋଣକୁ ଆସିଲେ। ଅ‌‌ବ୍‌‌ନର‌ ତାଙ୍କ ସହିତ କୋଡ଼ିଏ ଜଣ ଲୋକଙ୍କୁ ସାଙ୍ଗରେ ଆଣିଥିଲେ। ଅ‌‌ବ୍‌‌ନର‌ ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଦାଉଦ ଏକ ଭୋଜି ଦେଲେ। ଅ‌‌ବ୍‌‌ନର‌ ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା’ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅ‌‌ବ୍‌‌ନର‌କୁ ଯିବାକୁ ଅନୁମତି ଦେଲେ ଏବଂ ଅ‌‌ବ୍‌‌ନର‌ ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ। ଅ‌‌ବ୍‌‌ନର‌ଙ୍କର ମୃତ୍ୟୁ ଯୋୟାବ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫେରିଲେ। ଏବଂ ସେମାନେ ସେମାନଙ୍କ ସହିତ ଶତ୍ରୁମାନଙ୍କଠାରୁ ବହୁ ମୂଲ୍ୟବାନ ପଦାର୍ଥ ସଙ୍ଗରେ ଆଣିଥିଲେ। ଅ‌‌ବ୍‌‌ନର‌ ହିବ୍ରୋଣରେ ସେତେବେଳେ ଦାଉଦଙ୍କ ସଙ୍ଗରେ ନ ଥିଲେ। କାରଣ ସେ ତାଙ୍କୁ ଯିବାକୁ ଦେଇଥିବାରୁ ସେ ସେଠାରୁ ଶାନ୍ତିରେ ସ୍ଥାନ ପରିତ୍ୟାଗ କରିଥିଲେ। ଯୋୟାବ ଓ ତାଙ୍କର ସୈନ୍ୟମାନେ ହିବ୍ରୋଣଠାରେ ପହଞ୍ଚିଲେ। ସୈନ୍ୟମାନେ ଯୋୟାବକୁ କହିଲେ, “ନରର ପୁତ୍ର ଅ‌‌ବ୍‌‌ନର‌ ଦାଉଦଙ୍କ ନିକଟକୁ ଆସିଥିଲା ଓ ଦାଉଦ ଅ‌‌ବ୍‌‌ନର‌କୁ ଶାନ୍ତିରେ ଯିବାକୁ ଦେଲେ। ସେଥିପାଇଁ ସେ ନିରାପଦରେ ଫେରିଗଲା।” ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅ‌‌ବ୍‌‌ନର‌ ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ। ଆପଣ ଜାଣନ୍ତି ଅ‌‌ବ୍‌‌ନର‌ ହେଉଛି ନରର ପୁତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକୁ ଛଳନା କରିବାକୁ ଆସିଥିଲା ଓ ଆପଣ କ’ଣ କରୁଥିଲେ ତାହା ଖୋଜିବାକୁ ସେ ଆସିଥିଲା।” ଯୋୟାବ ଦାଉଦଙ୍କ ନିକଟରୁ ଆସିଲେ ଏବଂ ସିରା ନିକଟରେ ଥିବା ଅ‌‌ବ୍‌‌ନର‌ଙ୍କ ନିକଟକୁ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରୁ ଅ‌‌ବ୍‌‌ନର‌କୁ ଫେରାଇ ଆଣିଲେ। କିନ୍ତୁ ଏ କଥା ଦାଉଦଙ୍କୁ ଅଜଣା ଥିଲା। ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ। ଦାଉଦ ଅ‌‌ବ୍‌‌ନର‌ଙ୍କ ପାଇଁ କାନ୍ଦିଲେ ଏହା ପରେ ଦାଉଦ ଏ କଥା ଜାଣିବାକୁ ପାଇଲେ, ଏବଂ କହିଲେ, “ନରର ପୁତ୍ର ଅ‌‌ବ୍‌‌ନର‌ ରକ୍ତପାତ ବିଷୟରେ ସବୁ ବେଳେ ମୁଁ ଓ ମୋର ରାଜ୍ୟ ନିର୍ଦ୍ଦୋଷୀ। ସଦାପ୍ରଭୁ ଏହି ବିଷୟରେ ଜାଣନ୍ତି। ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।” ଯୋୟାବ ଓ ତା’ର ଭାଇ ଅବୀଶୟ ଅ‌‌ବ୍‌‌ନର‌କୁ ହତ୍ୟା କଲେ, କାରଣ ଅ‌‌ବ୍‌‌ନର‌ ସେମାନଙ୍କର ଭାଇ ଅସାହେ‌ଲ୍‌କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ। ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦୁଃଖଦ ବସ୍ତ୍ର ପିନ୍ଧ, ଅ‌‌ବ୍‌‌ନର‌ ପାଇଁ ରୋଦନ କର।” ସେମାନେ ହିବ୍ରୋଣଠାରେ ଅ‌‌ବ୍‌‌ନର‌କୁ କବର ଦେଲେ। ରାଜା ଦାଉଦ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହୋଇ ରୋଦନ କଲେ। *** ରାଜା ଦାଉଦ ଅ‌‌ବ୍‌‌ନର‌ ଚିତାରେ ଛିଡ଼ା ହୋଇ ଏହି ଦୁଃଖ ଗୀତ ବୋଲିଲେ, “ଅ‌‌ବ୍‌‌ନର‌ ଏକ ଦୁଷ୍ଟ ଦୋଷୀପରି ମଲା କି? ଅ‌‌ବ୍‌‌ନର‌ ତୁମ୍ଭ ହାତ ବନ୍ଧା ନ ଥିଲା କି? ତୁମ୍ଭ ପାଦରେ ଶିଙ୍କୁଳି ନ ଥିଲା, ତଥାପି, ତୁମ୍ଭକୁ ଦୁଷ୍ଟ ଲୋକମାନେ ମାରି ଦେଲେ।” ତା’ପରେ ସମସ୍ତ ଲୋକ ଅ‌‌ବ୍‌‌ନର‌ ପାଇଁ ରୋଦନ କଲେ। ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।” ସମସ୍ତ ଲୋକ ଏ କଥା ବୁଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟିରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦୟଙ୍ଗମ କଲେ। ଏହିପରି ନରର ପୁତ୍ର ଅ‌‌ବ୍‌‌ନର‌କୁ ହତ୍ୟା କରିବା ଯେ ରାଜାଙ୍କ ଆଡ଼କୁ ହୋଇ ନାହିଁ, ଏ କଥା ସେଦିନ ଇସ୍ରାଏଲର ସମସ୍ତ ଲୋକ ବୁଝିଲେ। ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା। ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।” ଶାଉଲଙ୍କ ପରିବାରକୁ ସମସ୍ୟା ଆସିଲା ଶାଉଲର ପୁତ୍ର ଈ‌ଶ୍‌ବୋତ୍ ଶୁଣିବାକୁ ପାଇଲେ ଯେ ଅ‌‌ବ୍‌‌ନର‌ ହିବ୍ରୋଣରେ ମୃତ୍ୟୁବରଣ କରିଛି। ଈ‌ଶ୍‌ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହୋଇପଡ଼ିଲେ। ଦୁଇଜଣ ପୁରୁଷ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌‌ତ୍‌‌କୁ ଦେଖିବାକୁ ଗଲେ। ଏହି ଦୁଇଜଣ ପୁରୁଷ ସୈନ୍ୟମାନଙ୍କର ଅଧିନାୟକ ଥିଲେ। ସେମାନେ ରେଖବ୍ ଓ ବାନା, ବେରୋତୀୟ ରିମ୍ମୋଣର ପୁତ୍ର ଥିଲେ। ସେମାନେ ବେରୋତୀୟ ନଗରର ବିନ୍ୟାମୀନ ପରିବାରବର୍ଗରେ ଗଣିତ ଥିଲେ। କିନ୍ତୁ ସମସ୍ତ ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ବାସ କରୁଛନ୍ତି। ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶ‌‌ତ୍‌‌ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା’ପରେ ତା’ର ଦୁଇ ଗୋଡ଼ ଛୋଟା ହୋଇଗଲା। ରେଖବ୍ ଓ ବାନା, ଯିଏ କି ବେରୋତୀୟ ରିମ୍ମୋଣର ପୁତ୍ର। ସେମାନେ ମଧ୍ୟାହ୍ନ ସମୟରେ ଈ‌ଶ୍‌ବୋଶ‌‌ତ୍‌‌ଙ୍କ ଗୃହରେ ପ୍ରବେଶ କଲେ। ସେହି ସମୟରେ ଈ‌ଶ୍‌ବୋଶତ୍ ବିଶ୍ରାମ ନେଉଥିଲେ, କାରଣ ସେହି ଅପରାହ୍ନ ବହୁତ ଗରମ ଥିଲା। ରେଖବ ଓ ବାନା ଈ‌ଶ୍‌ବୋଶ‌‌ତ୍‌‌ର ଗୃହରେ ପ୍ରବେଶ କଲେ, ସତେ ଯେପରି ସେମାନେ ଗହମ ନେବାକୁ ଆସିଛନ୍ତି। ଈ‌ଶ୍‌ବୋଶତ୍ ସେହି ସମୟରେ ତାଙ୍କର ଶୋଇବା ଘରେ ବିଛଣା ଉପରେ ବିଶ୍ରାମ ନେଉଥିଲେ। ସେହି ସମୟରେ ରେଖବ୍ ଓ ବାନା ତାଙ୍କର ପେଟରେ ‌‌ଖ‌ଡ଼୍‌ଗ ଭୂଷି ହତ୍ୟା କଲେ ଓ ତାଙ୍କର ମୁଣ୍ଡ କାଟି ତାଙ୍କ ସହିତ ନେଇ ଆସିଲେ। ସେମାନେ ଯର୍ଦ୍ଦନ ଉପତ୍ୟକା ଦେଇ ରାତିସାରା ଗ୍ଭଲିଲେ। *** ସେମାନେ ଆସି ହିବ୍ରୋଣରେ ପହଞ୍ଚିଲେ ଏବଂ ସେମାନେ ଦାଉଦଙ୍କୁ ଈ‌ଶ୍‌ବୋଶ‌‌ତ୍‌‌ର କଟାମୁଣ୍ଡ ଦେଲେ। ରେଖବ୍ ଓ ବାନା ଦାଉଦଙ୍କୁ କହିଲେ, “ଏହିଠାରେ ଆପଣଙ୍କର ଶତ୍ରୁର ମୁଣ୍ଡ ପଡ଼ିଅଛି। ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶତ୍, ଯିଏ କି ଆପଣଙ୍କୁ ମାରିବାକୁ ଗ୍ଭହିଁଥିଲା। ସଦାପ୍ରଭୁ, ଆଜି ପ୍ରଭୁ ମୋର ରାଜା ଆପଣଙ୍କ ପାଇଁ ଶାଉଲ ଓ ତାଙ୍କର ପରିବାରକୁ ଦଣ୍ତିତ କରିଛନ୍ତି।” ତଥାପି ଦାଉଦ ରିମ୍ମୋଣର ପୁତ୍ରଗଣ ରେଖବ୍ ଓ ବାନାକୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। କିନ୍ତୁ ଯେତେବେଳେ ଜଣେ ନିଜକୁ ଶୁଭବାର୍ତ୍ତା ଆଣିଛି ବୋଲି ମନେ କରି ମୋତେ କହିଲା, ‘ଦେଖନ୍ତୁ ଶାଉଲ ମରିଅଛି।’ ମୁଁ ତାକୁ ପୁରଷ୍କାର ଦେବା ପରିବର୍ତ୍ତେ ଯାହା ସେ ଆଶା କରିଥିଲା, ତାକୁ ‌‌ଖ‌ଡ଼୍‌ଗ ଦ୍ୱାରା ସିକ୍ଳ‌ଗ୍‌ରେ ହତ୍ୟା କଲି। ତେଣୁ ମୁଁ ତୁମ୍ଭକୁ ହତ୍ୟା କରିବି ଓ ତୁମ୍ଭମାନଙ୍କୁ ଏହି ଭୂମିରୁ ଉଚ୍ଛିନ୍ନ କରିବି। କାରଣ ତୁମ୍ଭେ ଦୁଷ୍ଟ ପ୍ରକୃତିର ଲୋକ, ଏକ ଧର୍ମପରାୟଣ ଲୋକକୁ ହତ୍ୟା କରିଛ, ଯେତେବେଳେ ସେ ତା’ର ନିଜ ଗୃହରେ ତା’ର ଶଯ୍ୟାରେ ବିଶ୍ରାମ ନେଉଥିଲା।” ତେଣୁ ରାଜା ଦାଉଦ ତାଙ୍କର ଯୁବା ସୈନିକମାନଙ୍କୁ ରେଖବ ଓ ବାନାକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ସୈନ୍ୟମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝୁଲାଇ ଦେଲେ। ଏବଂ ଈ‌ଶ୍‌ବୋଶ‌‌ତ୍‌‌ର ମସ୍ତକ ନେଇ ହିବ୍ରୋଣରେ ଅ‌‌ବ୍‌‌ନର‌ କବରରେ କବର ଦେଲେ। ଇସ୍ରାଏଲୀୟମାନେ ଦାଉଦଙ୍କୁ ରାଜା କଲେ ତା’ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର। ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’” ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ। ଯେତେବେଳେ ଦାଉଦଙ୍କୁ ତିରିଶ୍ ବର୍ଷ ବୟସ ହୋଇଥିଲା, ସେ ରାଜତ୍ୱ କରିବା ଆରମ୍ଭ କଲେ। ସେ ଗ୍ଭଳିଶ୍ ବର୍ଷ ଧରି ରାଜତ୍ୱ କଲେ। ହିବ୍ରୋଣରେ ସେ ଯିହୁଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୁଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ। ଦାଉଦ ଯିରୁଶାଲମ ନଗରକୁ ଜୟ କଲେ ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ। ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର। ସେହି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ଯେଉଁମାନେ ଯିବୂଷୀୟମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ପାଣିନଳ ମଧ୍ୟଦେଇ ଯିବା ଉଚିତ୍ ଓ ସେହିସବୁ ଛୋଟା ଓ ଅନ୍ଧ ଲୋକମାନଙ୍କ ପାଖକୁ ପହଞ୍ଚିବା ଉଚିତ୍।” ସେଥିପାଇଁ ଲୋକମାନେ କହନ୍ତି, “ଅନ୍ଧ ଓ ଛୋଟାମାନେ ଗୃହ ଭିତରକୁ ଆସି ପାରିବେ ନାହିଁ।” ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ। ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ। ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ। ଦାଉଦ ହିବ୍ରୋଣରୁ ଯିରୁଶାଲମକୁ ଗଲେ। ସେଠାରେ ସେ ଅନେକ ସ୍ତ୍ରୀମାନଙ୍କୁ ଓ ଅନେକ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସେଠାରେ ତାଙ୍କଠାରୁ ଅନେକ ପିଲା ଜନ୍ମ ହେଲେ। ଏହିସବୁ ପୁତ୍ର ଯେଉଁମାନେ ଯିରୁଶାଲମରେ ଦାଉଦଙ୍କ ଔରସରୁ ଜନ୍ମ ହେଲେ। ସେମାନେ ହେଲେ, ଶମ୍ମୂୟ, ଶୋବବ୍, ନାଥନ୍ ଓ ଶଲୋମନ୍। ୟିଭର, ଇଲୀଶୂୟ, ନେଫଗ୍ ଓ ଯାଫିୟ, ଇଲୀଶାମା, ଇଲୀୟାଦା ଓ ଇଲୀଫେଲଟ ନାମରେ ଜଣା। ଦାଉଦ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ପଲେଷ୍ଟୀୟମାନେ ଜାଣିବାକୁ ପାଇଲେ ଯେ, ସମଗ୍ର ଇସ୍ରାଏଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କୁ ବଚ୍ଛା ଯାଇଛି। ତେଣୁ ଦାଉଦଙ୍କୁ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କୁ ଖୋଜିଲେ। ତେଣୁ ଦାଉଦ ଏହା ଜାଣି ପାରି ଯିରୁଶାଲମରେ ଥିବା ଗଡ଼ ଭିତରେ ଯାଇ ଲୁଚିଲେ। ପଲେଷ୍ଟୀୟମାନେ ଫେରି ରଫାୟିମ୍ ଉପତ୍ୟକାରେ ସେନାଛାଉଣି ପକାଇଲେ। ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?” ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।” ତା’ପରେ ଦାଉଦ ବାଲ୍-ପରାସୀମକୁ ଗଲେ, ଏବଂ ସେଠାରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକୁ ଭାଙ୍ଗି ବହି ନେଇଯାଏ।” ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ “ବାଲ୍-ପରାସୀମ ରଖିଥିଲେ। ସେହି ସ୍ଥାନରେ ପଲେଷ୍ଟୀୟମାନେ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଛାଡ଼ି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସେହିସବୁ ମୂର୍ତ୍ତିଗୁଡ଼ିକୁ ଦୂରେଇ ଦେଲେ। ଆଉଥରେ ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ଛାଉଣି ପକାଇଲେ। ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା’ପରେ ସଦାପ୍ରଭୁ ତାଙ୍କୁ କହିଲେ, “ସେଠାରେ ଆଗକୁ ଯାଅ ନାହିଁ। ତୁମ୍ଭେମାନେ ସେମାନଙ୍କ ପଛରେ ଯାଅ ଏବଂ ତୂ‌ତ୍‌ବୃକ୍ଷ ଆର ପାର୍ଶ୍ୱରେ ସେମାନଙ୍କୁ ପଛପଟୁ ଆକ୍ରମଣ କର। ତୁମ୍ଭେମାନେ ସେହି ତୂ‌ତ୍‌ବୃକ୍ଷ ତୋଟା ଉପରେ ସୈନ୍ୟମାନଙ୍କର ପଦାଗ୍ଭରଣର ଶବ୍ଦ ପରି ଶବ୍ଦ ଶୁଣି ପାରିବ। ତେବେ ତୁମ୍ଭେମାନେ ସେମାନଙ୍କୁ ଶୀଘ୍ର ଆକ୍ରମଣ କରିବ, କାରଣ ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଯିବେ ଏବଂ ତୁମ୍ଭମାନଙ୍କ ସକାଶେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।” ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେହିପରି କଲେ ଓ ଗେବାଠାରୁ ଗେଷର୍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ନିଆଗଲା ଦାଉଦ ଆଉ ଥରେ ବଛା ବଛା 30,000 ସୈନ୍ୟମାନଙ୍କୁ ଇସ୍ରାଏଲରେ ଏକତ୍ରିତ କଲେ। ଦାଉଦ ଏବଂ ତାଙ୍କର ଲୋକମାନେ ଯିହୁଦାର ବାଲିକୁ ଗଲେ। ସେମାନେ ବାଲିର ଯିହୁଦାଠାରୁ ପ୍ରଭୁଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ଆଣିବାକୁ ଗଲେ। ସେହି ପବିତ୍ର ସିନ୍ଦୁକ ସଦାପ୍ରଭୁଙ୍କର ସିଂହାସନ ତୁଲ୍ୟ ଥିଲା। ସେହି ପବିତ୍ର ସିନ୍ଦୁକ ଉପରେ କିରୁବଦୂତମାନଙ୍କର ପ୍ରତିମୂର୍ତ୍ତିମାନ ଥିଲା ଏବଂ ସଦାପ୍ରଭୁ ସେମାନଙ୍କ ଉପରେ ବସୁଥିଲେ। ଦାଉଦର ଲୋକମାନେ ସେହି ପବିତ୍ର ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାରକୁ ଆଣିଲେ। ସେଇ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସେମାନେ ଏହି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏକ ନୂଆ ଶଗଡ଼ରେ ଲଦିଲେ ଏବଂ ଅବୀନାଦବର ପୁତ୍ର ଉଷ ଅହୀୟୋ ସେହି ନୂଆ ଶଗଡ଼କୁ ଚଲେଇଲେ। ସେମାନେ ପର୍ବତସ୍ଥ ଶିର୍ଷଦେଶରେ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆଣିଲେ ଓ ଉଷ ପବିତ୍ର ସିନ୍ଦୁକ ପାର୍ଶ୍ୱରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦୁକ ଆଗେ ଆଗେ ଗ୍ଭଲିଲା। ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗରେ ଦେବଦାରୁ କାଠରେ ତିଆରି ନାନା ପ୍ରକାର ବାଦ୍ୟଯନ୍ତ୍ର ବୀଣା ଓ ନେବଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନାଚୁ ଥିଲେ। ସେମାନେ ନାଖୋନ ନାମକ ଶସ୍ୟ ମର୍ଦ୍ଦନ ସ୍ଥାନରେ ପହଞ୍ଚିଲେ। ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବଢ଼ାଇ ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ଧରି ନେଲେ। ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରୁ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ । ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପାଖରେ ମୃତ୍ୟୁବରଣ କଲେ। ସଦାପ୍ରଭୁ ଉଷକୁ ମାରି ଦେଇଥିବାରୁ ଦାଉଦ ବ୍ୟତିବ୍ୟସ୍ତ ହେଲେ ଓ ସେହି ସ୍ଥାନର ନାମ “ପେରସ୍ଉଷ” ରଖିଲେ। ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ପେରସ୍ଉଷ ରହିଅଛି। ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।” ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ ନାହିଁ। ଦାଉଦ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ନେଇ ଗାଥ୍‌ର ଓବେଦଇଦୋମର ଗୃହରେ ରଖିଲେ। ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସେଠାରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦଇଦୋମ ଓ ତାଙ୍କର ପରିବାରକୁ ଆଶୀର୍ବାଦ କଲେ। ତା’ପରେ ଲୋକମାନେ ଦାଉଦକୁ କହିଲେ, “ଓବେଦଇଦୋମ, ତା’ର ପରିବାର ଓ ତା’ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶୀର୍ବାଦ ପାଇଛନ୍ତି କାରଣ ସେଠାରେ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଅଛି।” ତେଣୁ ଦାଉଦ ଓବେଦଇଦୋମଙ୍କ ଘରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିବାକୁ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହୋଇ ଏହା କଲେ। ଯେଉଁ ଲୋକମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବହିଥିଲେ ସେମାନେ ଛଅ ପାହୁଣ୍ଡ ଆସିଲା ପରେ ସେଠାରେ ଅଟକିଲେ ଓ ଦାଉଦ ସେଠାରେ ଏକ ଗୋରୁ ବଳି ଦେଲେ ଓ ଏକ ମୋଟା ବାଛୁରି ମଧ୍ୟ ବଳି ଦେଲେ। ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ। ଏହିପରି ଭାବରେ ଦାଉଦ ଓ ଇସ୍ରାଏଲୀୟମାନେ ଆନନ୍ଦ ଉଲ୍ଲାସରେ ଜୟଧ୍ୱନି କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନଗର ମଧ୍ୟକୁ ନେଇ ଆସିଲେ। ଶାଉଲଙ୍କ ଝିଅ ମୀଖଲ ଝରକାରେ ଗ୍ଭହିଁ ଥିଲେ। ଯେତେବେଳେ ସେ ଦେଖିଲେ, ପବିତ୍ର ସିନ୍ଦୁକ ଦାଉଦ ନଗରକୁ ଆସିଲା, ଏବଂ ସେ ଯେତେବେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ନାଚୁଛନ୍ତି, ସେ ବ୍ୟତିବ୍ୟସ୍ତ ହେଲେ। ସେ ହୃଦୟରେ ତାଙ୍କୁ ତୁଚ୍ଛ ବୋଲି ଭାବିବାକୁ ଲାଗିଲେ। ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା’ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଦାଉଦ ମଧ୍ୟ ଇସ୍ରାଏଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶୁଷ୍କ ଦ୍ରାକ୍ଷା ଦେଲେ ଓ ତା’ପରେ ଲୋକମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ମୀଖଲ ରାଜା ଦାଉଦଙ୍କୁ ଗାଳି ଦେଲେ ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, “ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।” ତା’ପରେ ଦାଉଦ ମୀଖଲକୁ କହିଲେ, “ତାହାତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା। ସେତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତି କରିବାକୁ ମୋତେ ମନୋନୀତ କରିଛନ୍ତି। ଏହି ହେତୁ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ କରିବି। ମୁଁ ଏପରିକି ଏହାଠାରୁ ଆହୁରି ମର୍ଯ୍ୟାଦାହୀନ ଓ ନିଜକୁ ଅପମାନିତ କରିବି। ତା’ପରେ ତୁମ୍ଭେ ଯେଉଁ ଦାସୀମାନଙ୍କ ବିଷୟରେ କହିଲ, ମୋତେ ସମ୍ମାନ କରିବେ ଓ ମୋ’ ପାଇଁ ଗର୍ବ ଅନୁଭବ କରିବେ।” ଏହି ଯୋଗୁଁ ଶାଉଲଙ୍କର କନ୍ୟା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ନିସନ୍ତାନ ଥିଲେ। ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଲେ ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ। ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।” ନାଥନ ରାଜା ଦାଉଦଙ୍କୁ କହିଲେ, “ତୁମ୍ଭର ଯାହା ଇଚ୍ଛା ତାହା କର, କାରଣ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।” କିନ୍ତୁ ସେହି ରାତ୍ରିରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକୁ ଆସିଲା: ଏହା ଥିଲା, “ତୁମ୍ଭେ ଯାଅ ଓ ମୋର ଦାସ ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହିଛନ୍ତି। ତୁମ୍ଭେ ମୋର ବାସସ୍ଥାନ ଗୃହ ନିର୍ମାଣ କରିବାକୁ ଉଦ୍ଧିଷ୍ଟ ବ୍ୟକ୍ତି ନୁହଁ। ମୁଁ ଇସ୍ରାଏଲୀୟ ସନ୍ତାନଗଣକୁ ମିଶରରୁ ବାହାର କରି ଆଣିବାଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହିଁ। ମାତ୍ର ମୁଁ ଏକ ତମ୍ବୁ ମଧ୍ୟରେ ଯାତାୟାତ କଲି। ମୁଁ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେ ସବୁ ସ୍ଥାନକୁ ଗମନାଗମନ କଲି, ମୁଁ ମୋର ଇସ୍ରାଏଲର ଏହିପରି କୌଣସି ପରିବାରବର୍ଗ ମୋ’ ପାଇଁ ଏରସ କାଠରେ ଏକ ସୁନ୍ଦର ଗୃହ ନିର୍ମାଣ କରିବାକୁ କହି ନାହିଁ।’ “ତେଣୁ ଏବେ ତୁମ୍ଭେ ମୋ’ ଦାସ ଦାଉଦକୁ ଏପରି କୁହ, ‘ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭକୁ ଆଣିଲି। ଯେତେବେଳେ ତୁମ୍ଭେ ଗ୍ଭରଣଭୂମିରେ ମେଷପଲଗୁଡ଼ିକ ପଛରେ ଅନୁସରଣ କରୁଥିଲ। ମୁଁ ତୁମ୍ଭକୁ ମୋର ଇସ୍ରାଏଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନେଇ ଆସିଲି। ଏହା ପରେ ତୁମ୍ଭେ ଯେଉଁ ସ୍ଥାନକୁ ଗଲ, ମୁଁ ତୁମ୍ଭ ସହିତ ଗଲି ଓ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଧ୍ୱଂସ କଲି ଏବଂ ମୁଁ ତୁମ୍ଭକୁ ପୃଥିବୀର ବିଖ୍ୟାତ ଲୋକମାନଙ୍କ ମଧ୍ୟରୁ ଜଣେ କରିବି। ମୁଁ ମୋର ଇସ୍ରାଏଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସେଠାରେ ସେମାନଙ୍କୁ ସ୍ଥାପିତ କଲି। ଏବଂ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ପୂର୍ବରୁ ମୁଁ ବିଗ୍ଭରକଗଣଙ୍କୁ ପଠାଇ ଅଛି। ଅତୀତରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଥିଲେ, କିନ୍ତୁ ତାହା ଆଉ କେବେ ହେବ ନାହିଁ। ପରମେଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରୁ ଓ ପରିବାରରୁ ରାଜାଗଣ କରିବେ । *** “‘ଯେତେବେଳେ ତୁମ୍ଭେ ମୃତ୍ୟୁବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧ୍ୟରେ କବର ଦିଆଯିବ। ତା’ପରେ ମୁଁ ତୁମ୍ଭର ଔରଷରୁ ରାଜା କରିବି ଏବଂ ତାଙ୍କର ରାଜ୍ୟ ସ୍ଥାପନ କରିବି। ସେ ମୋ’ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁଁ ତା’ର ରାଜ୍ୟକୁ ଚିରଦିନ ପାଇଁ ଶକ୍ତିଶାଳୀ କରିବି। ମୁଁ ତା’ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି। ମୁଁ କେବେ ତା’ ପ୍ରତି ମୋର କରୁଣା ଓ ପ୍ରେମ ବନ୍ଦ କରିବି ନାହିଁ। ମୁଁ ଶାଉଲଠାରୁ ମୋର ପ୍ରେମ ଓ କରୁଣା ଦୂର କଲି, କିନ୍ତୁ ମୁଁ ତୁମ୍ଭକୁ ସେପରି କରିବି ନାହିଁ। ତୁମ୍ଭ ପରିବାର ଓ ତୁମ୍ଭ ରାଜତ୍ୱ ଓ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରିକୃତ ହେବ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’” ନାଥନ ଏ ସମସ୍ତ ବାକ୍ୟ ଦର୍ଶନ ଅନୁସାରେ ସେ ପରମେଶ୍ୱରଙ୍କର ବାକ୍ୟଗୁଡ଼ିକ ଅନୁସାରେ ଦାଉଦଙ୍କୁ କହିଲେ। ଦାଉଦ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ତା’ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ, ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ? ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି? ଏଣୁ ଦାଉଦ ତୁମ୍ଭକୁ ଆଉ କ’ଣ କହିପାରେ? କାରଣ ହେ ପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁ ଅଛ। ତୁମ୍ଭେ ତୁମ୍ଭର ସେବକ ପାଇଁ ଏହିସବୁ ମହାନ କାର୍ଯ୍ୟ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷୟ ଜାଣିବା ନିମନ୍ତେ ମୋତେ ନିର୍ଦ୍ଧାରଣ କରିଅଛ। ହେ! ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭପରି ଅନ୍ୟ କେହି ନୁହେଁ। ତୁମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର କେହି ନୁହନ୍ତି। ଆମ୍ଭେ ତାହା ଜାଣୁ, ଯେହେତୁ ଆମ୍ଭେମାନେ ତୁମ୍ଭର କାର୍ଯ୍ୟକଳାପ ବିଷୟରେ ଶୁଣିଅଛୁ। “ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସେମାନେ ଗୋଟିଏ ବିଶେଷ ଲୋକ ଅଟନ୍ତି। ସଦାପ୍ରଭୁ ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସେମାନଙ୍କ ପାଇଁ ମହତ କର୍ମ ଓ ତୁମ୍ଭ ଦେଶ ପାଇଁ ଆଶ୍ଚର୍ଯ୍ୟ କର୍ମ କରନ୍ତି। ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହୋଇଅଛ। “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ତୁମ୍ଭର ଦାସ ବିଷୟରେ ଓ ତାହାର ପରିବାର ବିଷୟରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମୋର ପରିବାରକୁ ଗୋଟିଏ ରାଜ ବଂଶରେ ପ୍ରତିଷ୍ଠା କର। ତା’ହେଲେ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହେବ। ଲୋକମାନେ କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲରେ ଶାସନ କରନ୍ତି। ଏବଂ ତୁମ୍ଭର ସେବକ ଦାଉଦର ବଂଶଧର ତୁମ୍ଭର ସେବା କରିବାରେ ଶକ୍ତିଶାଳୀ ହୁଅନ୍ତୁ।’ “ତୁମ୍ଭ ସକାଶେ, ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଏହା ମୋତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, ‘ମୁଁ ତୁମ୍ଭର ପରିବାରକୁ ମହାନ କରିବି।’ ସେଥିପାଇଁ ମୁଁ ତୁମ୍ଭର ସେବକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି। ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ହେଉଛ ପରମେଶ୍ୱର ଓ ଆପଣଙ୍କର ବାକ୍ୟ ସତ୍ୟ। ପୁଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। ବର୍ତ୍ତମାନ, ମୋର ପରିବାରକୁ ଆଶୀର୍ବାଦ କର। ପରମେଶ୍ୱର, ସେମାନେ ତୁମ୍ଭର ଚିରଦିନ ସେବା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ଛିଡ଼ା ହେବା ପାଇଁ ସୁଯୋଗ ଦିଅନ୍ତୁ। ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମୋର ପରିବାରକୁ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହୁ।” ଦାଉଦ ଅନେକ ଯୁଦ୍ଧରେ ବିଜୟ ହେଲେ ଏହା ପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କଠାରୁ ତାଙ୍କ ରାଜଧାନୀର କର୍ତ୍ତୃତ୍ୱ ନେଲେ। ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା’ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ। ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। ଦାଉଦ ତା’ଠାରୁ 1700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ। ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କିନ୍ତୁ ଦାଉଦ ସେହି 22,000 ଅରାମୀୟମାନଙ୍କୁ ପରାସ୍ତ କଲେ। ତା’ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ। ଦାଉଦ ହଦଦେଷର ଅଧିକାରୀମାନଙ୍କ ପାଖରେ ଥିବା ସୁବର୍ଣ୍ଣ ଢାଲଗୁଡ଼ିକ ଛଡ଼ାଇ ଆଣିଲେ। ଦାଉଦ ସେହି ସୁବର୍ଣ୍ଣ ଢାଲଗୁଡ଼ିକ ଯିରୁଶାଲମକୁ ନେଇ ଆସିଲେ। ଦାଉଦ ମଧ୍ୟ ହଦଦେଷର ସହର ବେଟହ ଓ ବେରୋଥାରୁ ବହୁତ ଦ୍ରବ୍ୟ ଓ ଅପାର ପିତ୍ତଳ ନେଇ ଆସିଲେ। ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି। ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ। ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ। ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ। ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ। ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ। ଦାଉଦଙ୍କର ଶାସନ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ। ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ। ଅହୀଟୂବର ପୁତ୍ର ସାଦୋକ୍ ଓ ଅବିୟାଥରର ପୁତ୍ର ଅହୀମେଲକ ଯାଜକ ଥିଲେ। ସରାୟ ଲେଖକ ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଦାୟିତ୍ୱରେ ଥିଲେ। ଏବଂ ଦାଉଦଙ୍କର ପୁତ୍ରମାନେ ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ ଥିଲେ। ଶାଉଲଙ୍କର ପରିବାର ପ୍ରତି ଦାଉଦଙ୍କର ଦୟା ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।” ସୀବଃ ନାମକ ଏକ ଗ୍ଭକର ଶାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମୁଖକୁ ଡକା ହୋଇଥିଲା। ଏବଂ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ସୀବଃ?” ସେ ଉତ୍ତର ଦେଇ କହିଲା, “ହଁ ଆଜ୍ଞା, ମୁଁ ଆପଣଙ୍କର ଦାସ ସୀବଃ।” ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।” ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।” ରାଜା ଦାଉଦ ସୀବଃଙ୍କୁ କହିଲେ, “ସେ ପୁତ୍ର କେଉଁଠାରେ ଅଛି?” “ସେ ପୁତ୍ର ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଘରେ ଅଛି।” ଯୋନାଥନର ପୁତ୍ରକୁ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲୋ-ଦବାରରେ ମାଖୀରଙ୍କ ଅମ୍ମୀୟେଲର ପୁତ୍ର ଘରକୁ ପଠାଇଲେ। ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା। ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।” ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,” ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।” ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।” ତା’ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ। ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।” ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ। ମଫୀବୋଶ‌‌ତ୍‌‌ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶ‌‌ତ୍‌‌ର ଦାସ ହୋଇ ରହିଲେ। ମଫୀବୋଶ‌‌ତ୍‌‌ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ। ହାନୂନ୍ ଦାଉଦଙ୍କର ଲୋକଙ୍କୁ ଲଜ୍ଜିତ କଲେ ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା’ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା। ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା’ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ। କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂ‌‌ନ୍‌‌‌‌‌କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।” ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା’ପରେ ସେ ସେମାନଙ୍କୁ ବିଦା କଲା। ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।” ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ। ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ। ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।” ତା’ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ। ତା’ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା। ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା। ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା। ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ। ବ‌‌ତ୍‌‌ଶେବା ସହିତ ଦାଉଦଙ୍କର ସାକ୍ଷାତ ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ। କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବ‌‌ତ୍‌‌ଶେବା।” ଦାଉଦ ବ‌‌ତ୍‌‌ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। କିନ୍ତୁ ବ‌‌ତ୍‌‌ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।” ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ ତା’ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।” ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। ତା’ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।” ତା’ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।” ତା’ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?” ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା’ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।” ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।” ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। ତା’ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା’ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା। ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ ତା’ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା’ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।” ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ। ତା’ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’” ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା’ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।” ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋ‌ର୍‌ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।” ଦାଉଦ ବ‌‌ତ୍‌‌ଶେବା ସହିତ ବିବାହ କଲେ ଏହା ପରେ ଊରିୟର ଭାର୍ଯ୍ୟା ତା’ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବ‌‌ତ୍‌‌ଶେବାକୁ ନିଜ ଗୃହକୁ ଡକାଇଲେ। ତା’ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ। ନାଥନ ଦାଉଦଙ୍କ ସହିତ ଆଳାପ କଲେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପଠାଇଲେ। ନାଥନ ଯାଇ ଦାଉଦଙ୍କୁ କହିଲେ, “ଏକ ନଗରରେ ଦୁଇଜଣ ଲୋକ ଥିଲେ। ସେଥି ମଧ୍ୟରୁ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ। ଧନୀ ଲୋକର ବହୁତ ଗାଈ, ବଳଦ ଓ ମେଣ୍ଢାପଲ ଥିଲା। ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ଢା ଛୁଆ ବ୍ୟତୀତ ଆଉ କିଛି ନ ଥିଲା। ସେ ମଧ୍ୟ ତାକୁ କିଣି ପାଳୁଥିଲା। ତା’ ସଙ୍ଗେ ଓ ତା’ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ମେଣ୍ଢା ଛୁଆଟି ତା’ର ନିଜ ତୁଣ୍ଡରୁ ଆହାର ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତା’ର କୋଳରେ ମଧ୍ୟ ଶୟନ କଲା। ସେହି ମେଣ୍ଢା ଛୁଆଟି ସେ ଗରିବ ଲୋକଟିର ଝିଅପରି ବଢ଼ିଲା। “ତା’ପରେ ଜଣେ ଯାତ୍ରୀ ଆସିଲେ ଓ ସେହି ଧନୀ ଲୋକଙ୍କୁ ଦେଖିଲେ। ତହିଁରେ ସେହି ଧନୀ ଲୋକଟି, ତା’ ନିକଟକୁ ଆସିଥିବା ଅତିଥି ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେଇ ମେଣ୍ଢା ଖାଇବାକୁ ଦେବାକୁ ଇଚ୍ଛା କଲା ନାହିଁ। ମାତ୍ର ସେହି ଦରିଦ୍ର ଲୋକଟିର ମେଣ୍ଢା ଛୁଆଟିକୁ ନେଇ ଅତିଥିଙ୍କ ପାଇଁ ରାନ୍ଧିଲା।” ଏ କଥା ଶୁଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପୁଣି ଦାଉଦ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ। ସେ ଏପରି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଣ୍ଢାର ଗ୍ଭରିଗୁଣ ଫେରାଇ ଦେବ।” ନାଥନ ଦାଉଦଙ୍କୁ ତାଙ୍କ ପାପ ବିଷୟରେ କହିଲେ ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ହେଉଛ ସେହି ଧନୀ ଲୋକ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହିଛନ୍ତି, ‘ମୁଁ ତୁମ୍ଭକୁ ଇସ୍ରାଏଲର ରାଜା କରିବାକୁ ପସନ୍ଦ କଲି। ମୁଁ ତୁମ୍ଭକୁ ଶାଉଲଠାରୁ ରକ୍ଷା କଲି। ମୁଁ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତା’ର ସ୍ତ୍ରୀମାନଙ୍କୁ ଦେଲି। ଇସ୍ରାଏଲ ଓ ଯିହୁଦାକୁ ଶାସନ କରିବା ପାଇଁ ମଧ୍ୟ ତୁମ୍ଭଙ୍କୁ ଦେଲି। ଯଦି ଏହା ଅଳ୍ପ ହେଲା, ତେବେ ମୁଁ ତୁମ୍ଭକୁ ଅଧିକ ଦେଇଥା’ନ୍ତି। ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକୁ ଅବଜ୍ଞା କଲ? ସେ ଯାହା ଭୁଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀୟ ଊରିୟକୁ ମାରି ତା’ ସ୍ତ୍ରୀକୁ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅମ୍ମୋନୀୟମାନଙ୍କ ଖଣ୍ତାଦ୍ୱାରା ଊରିୟକୁ ମାରି ଅଛ। ତେଣୁ ‌‌ଖ‌ଡ଼୍‌ଗ ତୁମ୍ଭର ପରିବାରର ଜୀବନ ନେବା ଚିରଦିନ ଗ୍ଭଲୁରଖିବ। କାରଣ ହିତ୍ତୀୟ ଊରିୟର ସ୍ତ୍ରୀକୁ ନେଇ ତୁମ୍ଭର ସ୍ତ୍ରୀ କରି ମୋତେ ତୁଚ୍ଛ ଜ୍ଞାନ କରିଅଛ।’ “ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ। ତୁମ୍ଭେ ବ‌‌ତ୍‌‌ଶେବା ସହିତ ଗୋପନରେ ଶୟନ କଲ, କିନ୍ତୁ ମୁଁ ତୁମ୍ଭକୁ ଦଣ୍ତ ଦେବି ସମସ୍ତ ଇସ୍ରାଏଲଙ୍କ ସମ୍ମୁଖରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।’” ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।” ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ। କିନ୍ତୁ ତୁମ୍ଭେ ଏହି କୁକର୍ମ କରି ସଦାପ୍ରଭୁଙ୍କୁ ବହୁତ ଅସମ୍ମାନ ଦେଖାଇଅଛ। ତେଣୁ ଜନ୍ମ କରୁଥିବା ପୁତ୍ରଗଣ ନିଶ୍ଚୟ ମରିବ।” ଦାଉଦ ଓ ବ‌‌ତ୍‌‌ଶେବାଙ୍କ ପିଲାର ମୃତ୍ୟୁ ତା’ପରେ ନାଥନ ଗୃହକୁ ଫେରିଗଲେ। ସଦାପ୍ରଭୁ ଊରିୟର ସ୍ତ୍ରୀଠାରୁ ଜନ୍ମ ଦାଉଦର ସନ୍ତାନକୁ ଅତ୍ୟନ୍ତ ପୀଡ଼ିତ କରି ଦେଲେ। ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମି ଉପରେ ପଡ଼ି ରହିଲେ। ଦାଉଦଙ୍କ ପରିବାରର ବୟସ୍କମାନେ ଦାଉଦଙ୍କୁ ଭୂମିରୁ ଉଠାଇବାକୁ ଗ୍ଭହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସେମାନଙ୍କ ସହିତ ଭୋଜନ କଲେ ନାହିଁ। ଏହିପରି ସପ୍ତମ ଦିନରେ ପିଲାଟି ମରିଗଲା, କିନ୍ତୁ ସେମାନେ ଭୟରେ ଦାଉଦଙ୍କୁ ଏ କଥା ଜଣାଇଲେ ନାହିଁ, ସେମାନେ ନିଜ ଭିତରେ କୁହାକୁହି ହେଲେ, “କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ୍ଭ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତ୍ୟୁ ବିଷୟରେ କହିଥା’ନ୍ତୁ, ସେ ତା’ର ନିଜର କ୍ଷତି କରିଥା’ନ୍ତା। ସେଥିପାଇଁ ସେମାନେ ଏହା କହିଲେ ନାହିଁ।” କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫୁସରୁଫାସର ହେଉଛନ୍ତି। ତେଣୁ ଦାଉଦ ବୁଝିପାରିଲେ ଯେ ପିଲାଟି ମରି ଯାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଗ୍ଭରିଲେ, “କ’ଣ ପିଲାଟି ମରିଗଲା?” ତାଙ୍କର ଦାସମାନେ ଉତ୍ତର ଦେଲେ, “ହଁ ସେ ପିଲାଟି ମରିଗଲା।” ତା’ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା’ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ। ଦାଉଦଙ୍କୁ ତାଙ୍କର ଦାସମାନେ ପଗ୍ଭରିଲେ, “ଆପଣ ଏପରି ବ୍ୟବହାର କାହିଁକି କଲେ? ଯେତେବେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକୁ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିଯିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।” ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’ କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁଁ କାହିଁକି ଆଉ ଉପବାସ କରିବି। ମୁଁ କ’ଣ ପିଲାଟିର ଜୀବନ ଫେରାଇ ଆଣି ପାରିବି। ଦିନେ ମୁଁ ତା’ ନିକଟକୁ ଯିବି କିନ୍ତୁ ସେ ମୋ’ ନିକଟକୁ ଆସି ପାରିବ ନାହିଁ।” ଶଲୋମନର ଜନ୍ମ ତା’ପରେ ଦାଉଦ ବ‌‌ତ୍‌‌ଶେବାକୁ ସାନ୍ତ୍ୱନା ଦେଲେ ଓ ତାଙ୍କ ସହିତ ଯୌନ ସମ୍ପର୍କ ରଖିଲେ ଓ ସେ ଗର୍ଭବତୀ ହେଲେ ଓ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କୁ ପ୍ରେମ କଲେ। ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା’ର ନାମ ଶଲୋମନ ଯିଦୀଦିୟପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ। ଦାଉଦ ରବ୍ବାକୁ ଆୟତ୍ତ କଲେ ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ। ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକୁ ସୁରକ୍ଷା ଦେଉଥିବା ଦୁର୍ଗକୁ ଅକ୍ତିଆର କରିଛି। ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରିତ କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ। ନୋହିଲେ ମୁଁ ଏହାକୁ ହସ୍ତଗତ ଓ ମୋ’ ନାମାନୁସାରେ ଖ୍ୟାତ କରିବି।” ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ। ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ତାହା ଏକ ମହଣ ପରିମିତ ସୁନା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଖଚିତ ହୋଇଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ମଧ୍ୟ ସେହି ନଗରରୁ ଲୁଟ୍ କରି ବହୁମୂଲ୍ୟ ସାମଗ୍ରୀ ନେଇଗଲେ। ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ। ଅମ୍ନୋନ ଓ ତାମର ଦାଉଦଙ୍କର ଏକ ପୁତ୍ର ଥିଲା, ଯାହାର ନାମ ଥିଲା ଅବଶାଲୋମ। ଅବଶାଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସୁନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପୁତ୍ର ଥିଲା ଅମ୍ନୋନ। ଅମ୍ନୋନ ନିଜର ସାବତ ଭଉଣୀ ତାମରକୁ ଭଲପାଇ ବସିଲା ଓ ତା’ ପ୍ରେମରେ ତାକୁ ଜ୍ୱର ଆସିଗଲା। ତାମର ଅନୁଢ଼ା ଥିଲା। ଅମ୍ନୋନ ତାକୁ ବହୁତ ଗ୍ଭହୁଁଥିଲା, କିନ୍ତୁ ତା’ ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ। ଅମ୍ନୋନର ଯୋନାଦବ୍ ନାମକ ଜଣେ ଚତୁର ବନ୍ଧୁ ଥିଲା, ଯିଏ କି ଶିମିୟର ପୁତ୍ର। ଶିମିୟ ଦାଉଦଙ୍କର ଭାଇ ଥିଲା। ସେ ଅମ୍ନୋନକୁ ପଗ୍ଭରିଲା, “ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଛ। ତୁମ୍ଭେ ମୋତେ କ’ଣ ତାହା କହିବ ନାହିଁ?” ତା’ପରେ ଅମ୍ନୋନ କହିଲା, “ମୁଁ ଅବଶାଲୋମର ଭଉଣୀ ତାମରକୁ ଭଲ ପାଏ।” ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ଦୟାକରି ମୋର ଭଉଣୀ ତାମରକୁ ମୋ’ ପାଖକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’” ରାଜା ଦେଖିବାକୁ ଆସିବା ସମୟରେ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା। ଅମ୍ନୋନ କହିଲା, “ମୋ’ ଭଉଣୀ ତାମରକୁ ଆସିବାକୁ ଦିଅନ୍ତୁ ଏବଂ ସେ ମୋ’ ଆଗରେ ଦୁଇଟି ପିଠା କରିବ, ତା’ପରେ ମୁଁ ସେଗୁଡ଼ିକ ତା’ ହାତରୁ ଖାଇବି।” ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।” ଯେତେବେଳେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା, ସେତେବେଳେ ସେ ଶଯ୍ୟାରେ ଥିଲା। ତେଣୁ ତାମର ଚକଟା ମଇଦା ନେଇ ଦଳି ଅମ୍ନୋନ ଦେଖୁଥିବା ବେଳେ ପିଠା ପ୍ରସ୍ତୁତ କରି ତାକୁ ପାକ କଲା। ସେ କରେଇରୁ ପିଠାଗୁଡ଼ିକ କାଢ଼ିନେଇ ତା’ ଆଗରେ ରଖିଲା। ଏବଂ ସେ ଖାଇବାକୁ ମନାକଲା ଏବଂ ଅମ୍ନୋନ କହିଲା, “ସମସ୍ତଙ୍କୁ ବାହାରକୁ ପଠେଇ ଦିଅ।” ଏବଂ ସମସ୍ତେ କୋଠରୀରୁ ବାହାରି ଗଲେ। ଅମ୍ନୋନ ତାମର ସହିତ ବଳତ୍କାର କଲା ତା’ପରେ ଅମ୍ନୋନ ତାମରକୁ କହିଲା, “ଖାଦ୍ୟ ଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରୁ ତାହା ଭୋଜନ କରିବି।” ଏଥିରେ ତାମର ନିଜେ ତିଆରି କରିଥିବା ପିଠା ନେଇ ଅମ୍ନୋନର ଶୟନ କକ୍ଷକୁ ଗଲା। ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, “ଆସ ମୋର ଭଉଣୀ ମୋ’ ପାଖରେ ଶୟନ କର।” ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ। ଯଦି ତୁମ୍ଭେ ଏହା କର, ମୁଁ ଲଜ୍ଜାରୁ କେବେ ମୁକ୍ତ ହୋଇ ପାରିବି ନାହିଁ। ଏବଂ ଇସ୍ରାଏଲରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବେଚିତ ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।” ତଥାପି ଅମ୍ନୋନ ତାହାର କଥା ଶୁଣିଲା ନାହିଁ। ମାତ୍ର ସେ ତା’ଠାରୁ ବଳବାନ୍ ହେବାରୁ ତାହାକୁ ବଳତ୍କାର କରି ତା’ ସଙ୍ଗେ ଶୟନ କଲା। ତା’ପରେ ଅମ୍ନୋନ ତାକୁ ଅତି ଘୃଣା କଲା, ସେ ତାକୁ ଯେପରି ପ୍ରେମ କରିଥିଲା, ତା’ ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, “ଉଠ ଏଠାରୁ ଗ୍ଭଲିଯାଅ।” ସେଥିରେ ସେ କହିଲା, “ମୋତେ ଏହିପରି ଅବସ୍ଥାରେ ଦୂରେଇ ଦିଅ ନାହିଁ। ତୁମ୍ଭେ ମୋ’ ପ୍ରତି ବର୍ତ୍ତମାନ ଯାହା କଲ, ତା’ଠାରୁ ମଧ୍ୟ ଏହା ଅଧିକରୁ ଅଧିକ ମନ୍ଦ ହେବ।” କିନ୍ତୁ ସେ ତା’ର କଥାକୁ ଶୁଣିଲା ନାହିଁ। ତା’ପରେ ଅମ୍ନୋନ ତା’ର ଦାସକୁ ଡାକି କହିଲା, “ଏହାକୁ ମୋ’ ପାଖରୁ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।” ତେଣୁ ଅମ୍ନୋନଙ୍କର ଦାସ ତାକୁ ଘରୁ ବାହାର କରି କବାଟ ବନ୍ଦ କରି ଦେଲା। ତାମର ଏକ ଦୀର୍ଘ ଛାପାବସ୍ତ୍ର ପିନ୍ଧି ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ ପଛେ କବାଟ ଦେଇଦେବାରୁ ସେ ନିଜର ମୁଣ୍ଡରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରେଖା ଚିରି ଦେଲା। ତା’ପରେ ସେ ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ସେଠାରୁ ପ୍ରସ୍ଥାନ କଲା। ତୁମ୍ଭ ସହିତ ତୁମ୍ଭର ଭାଇ ଅମ୍ନୋନ ଅଛି କି? “ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ ବିଷୟରେ ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅ ନାହିଁ।” ଏହା ପରେ ସେ ନିଜର ସହୋଦର ଅବଶାଲୋମର ଗୃହରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସେଠାରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା। ମାତ୍ର ରାଜା ଦାଉଦ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ। ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା। ଅବଶାଲୋମଙ୍କର ପ୍ରତିଶୋଧ ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବା‌ଲ୍‌ହା‌ତ୍‌ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।” ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।” ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ। ଏଥିରେ ଅବଶାଲୋମ କହିଲା, “ଯଦି ଆପଣ ଆସୁନାହାନ୍ତି, ତେବେ ମୋର ଭାଇ ଅମ୍ନୋନକୁ ଆମ ସଙ୍ଗରେ ଯିବାକୁ ଅନୁମତି ଦିଅନ୍ତୁ।” ରାଜା ତାଙ୍କୁ କହିଲେ, “ସେ କାହିଁକି ତୁମ୍ଭ ସଙ୍ଗେ ଯିବ?” ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜ ପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ। ଅମ୍ନୋନଙ୍କର ହତ୍ୟା ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।” ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ। ଅମ୍ନୋନଙ୍କର ମୃତ୍ୟୁ ବିଷୟରେ ଦାଉଦ ଶୁଣିଲେ ସେମାନେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।” ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ। ସେତେବେଳେ ଦାଉଦଙ୍କର ଭାଇ ଶିମିୟର ପୁତ୍ର ଯୋନାଦବ୍ ପହଞ୍ଚିଲା ଓ କହିଲା, “ନା! ସମସ୍ତଙ୍କୁ ହତ୍ୟା କରାଯାଇ ନାହିଁ। ମାତ୍ର ଅମ୍ନୋନକୁ ହତ୍ୟା କରାଗଲା। ଅମ୍ନୋନ ତାମରକୁ ଧର୍ଷଣ କରିବା ଦିନଠାରୁ ଅବଶାଲୋମ ଏହି ଷଡ଼ଯନ୍ତ୍ର କରି ଆସୁଅଛି। ଏଣୁ ସମସ୍ତ ରାଜପୁତ୍ର ମରିଛନ୍ତି ବୋଲି ମୋର ପ୍ରଭୁ, ମହାରାଜ ମନରେ ନ ଘେନନ୍ତୁ। କାରଣ କେବଳ ଅମ୍ନୋନ ମରିଛି।” ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା। ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି। ତେଣୁ ଯୋନାଦବ୍, ରାଜା ଦାଉଦଙ୍କୁ କହିଲା, “ଦେଖ ମୁଁ ଠିକ୍ କହୁଅଛି, ଦେଖ, ରାଜାଙ୍କର ପୁତ୍ରମାନେ ଆସୁଛନ୍ତି।” ଏହା କହି ସାରିବା ପରେ ରାଜକୁମାରଗଣ ଆସି ସେଠାରେ ପହଞ୍ଚି ଗଲେ ଏବଂ ସେମାନେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ। ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ। ଅବଶାଲୋମ ଗଶୂରକୁ ପଳାୟନ କଲେ ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା। ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା। ଦାଉଦ ତାଙ୍କର ମନ ଅବଶାଲୋମ ଆଡ଼େ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ନୋନର ମୃତ୍ୟୁ ଜାଣି ସାନ୍ତ୍ୱନା ପ୍ରାପ୍ତ ହେଲେ। ଯୋୟାବ ଏକ ଜ୍ଞାନୀ ସ୍ତ୍ରୀକୁ ଦାଉଦଙ୍କ ନିକଟକୁ ପଠାଇଲେ ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶାଲୋମ ଆଡ଼େ ଅଛି। ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର। ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା’ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।” ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।” ତହିଁରେ ରାଜା ପଗ୍ଭରିଲେ, “କ’ଣ ତୁମ୍ଭର ଅସୁବିଧା କରୁଛି?” ସେ ଉତ୍ତର ଦେଲା, “ମୁଁ ସତ୍ୟ କହୁଅଛି ମୁଁ ବିଧବା ସ୍ତ୍ରୀ, ମୋର ସ୍ୱାମୀ ମରିଯାଇଛି। ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା। ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା’ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା’ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା’ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା’ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।” ତା’ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।” ତକୋୟର ସେହି ସ୍ତ୍ରୀଲୋକଟି ରାଜାଙ୍କୁ କହିଲା, “ହେ ମୋର ସଦାପ୍ରଭୁ, ଏ ଅପରାଧଟି ମୋ’ ଉପରେ ଓ ମୋ’ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।” ତା’ପରେ ରାଜା କହିଲେ, “କେହି ଯଦି ତୁମ୍ଭକୁ କିଛି କହେ, ତାକୁ ମୋ’ ସମ୍ମୁଖକୁ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।” ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା’ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।” ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା’ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା’ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।” ସେ କହିଲା, “ମୋର ରାଜା ସଦାପ୍ରଭୁ ଦୟାକରି ମୋତେ କିଛି କହିବା ପାଇଁ ଦିଅନ୍ତୁ।” ତା’ପରେ ରାଜା ଉତ୍ତର ଦେଲେ, “ତୁମ୍ଭେ କୁହ।” ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି। ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି। ମୋର ପ୍ରଭୁ ଓ ମହାରାଜ ମୁଁ ଏହି କଥାଗୁଡ଼ିକ କହିବାକୁ ଆପଣଙ୍କ ନିକଟକୁ ଆସିଲି କାରଣ ଲୋକମାନେ ମୋତେ ଭୟ ଦେଖାଇଲେ। ତେଣୁ ନିଜକୁ ଭାବିଲି, ‘ମୁଁ ମହାରାଜାଙ୍କୁ କହିବି, ହୋଇପାରେ, ମହାରାଜ ମୋତେ ସାହାଯ୍ୟ କରି ପାରନ୍ତି। ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ। ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।” ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା’ର ଉତ୍ତର ଦେବ।” ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।” ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?” ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ। ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।” ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।” ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।” ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା। କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା’ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ। ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ସୁନ୍ଦର ଯୁବକ କେହି ନ ଥିଲେ। ଲୋକମାନେ ତା’ର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିଲେ। ତା’ର ପାଦରୁ ମସ୍ତକ ପର୍ଯ୍ୟନ୍ତ କେଉଁଠାରେ ଖୁଣ ନ ଥିଲା। ତା’ ମୁଣ୍ଡରେ ବାଳ ଭାରୀ ହେବାରୁ ସେ ତାକୁ କାଟିଲା। ପ୍ରତି ବର୍ଷ ତା’ ମୁଣ୍ଡରୁ 200 ଶେକଲ ବାଳ ବାହାରେ। ଅବଶାଲୋମର ତିନି ପୁତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ୟ ଭାରୀ ସୁନ୍ଦରୀ ଥିଲେ। ଅବଶାଲୋମ ତାଙ୍କୁ ଦେଖିବା ପାଇଁ ଯୋୟାବଙ୍କୁ ବାଧ୍ୟକଲେ ଅବଶାଲୋମ ଯିରୁଶାଲମରେ ଦୁଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କୁ ଦେଖା କରିପାରୁ ନ ଥିଲେ। କାରଣ ତାଙ୍କୁ ଏପରି ଅନୁମତି ଦିଆଯାଇ ନ ଥିଲା। ଅବଶାଲୋମ ଯୋୟାବଙ୍କ ନିକଟକୁ ଖବର ପଠାଇଲେ। ତାଙ୍କ ତରଫରୁ ରାଜାଙ୍କ ସମ୍ମୁଖକୁ ଯିବା ପାଇଁ। କିନ୍ତୁ ଯୋୟାବ ଆସିବାକୁ ଓ ଦେଖା କରିବାକୁ ମନା କରି ଦେଲା। ଅବଶାଲୋମ ଦ୍ୱିତୀୟ ଥର ତାଙ୍କୁ ଡକାଇଲେ, କିନ୍ତୁ ସେ ଆସିବାକୁ ମନା କଲେ। ତେଣୁ ଅବଶାଲୋମ ତା’ର କର୍ମଗ୍ଭରୀମାନଙ୍କୁ କହିଲେ, “ଦେଖ, ଯୋୟାବର କ୍ଷେତ ଠିକ୍ ମୋର କ୍ଷେତ ପାଖରେ ଏବଂ ସେ ସେଥିରେ ବାର୍ଲୀ ଗ୍ଭଷ କରିଛି। ତୁମ୍ଭେମାନେ ଯାଅ ଓ ତାକୁ ପୋଡ଼ି ଦିଅ।” ତେଣୁ ଅବଶାଲୋମର ଲୋକମାନେ ଗଲେ ଓ ନିଆଁ ଲଗାଇ ଦେଲେ। ଯୋୟାବ ଉଠି ଅବଶାଲୋମର ଗୃହକୁ ଆସିଲେ। ଯୋୟାବ ଅବଶାଲୋମକୁ କହିଲା, “କାହିଁକି ତୁମ୍ଭର ଦାସମାନେ ମୋ’ ବିଲରେ ନିଆଁ ଲଗାଇଲେ?” ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।” ଅବଶାଲୋମ ରାଜା ଦାଉଦଙ୍କ ସହିତ ଦେଖା କରିବାକୁ ଗଲେ ତା’ପରେ ଯୋୟାବ ଯାଇ ରାଜାଙ୍କୁ ଏ କଥା ଜଣାଇଲା। ତା’ପରେ ରାଜା ଅବଶାଲୋମକୁ ପାଖକୁ ଡକାଇଲେ, ସେ ଆସି ରାଜାଙ୍କୁ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶାଲୋମକୁ ଚୁମ୍ବନ କଲେ। ଅବଶାଲୋମ ବହୁତ ମିତ୍ର ବନାଇଲେ ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ। ଅବଶାଲୋମ ପ୍ରତ୍ୟୁଷରୁ ଉଠି ରାଜ ଦ୍ୱାରର ପଥପାର୍ଶ୍ୱରେ ଆସି ଠିଆ ହୁଏ। ଯେତେବେଳେ କୌଣସି ଲୋକ ରାଜାଙ୍କ ନିକଟକୁ ବିଗ୍ଭର ନ୍ୟାୟ ପାଇବା ପାଇଁ ଆସିଲେ, ଅବଶାଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, “ତୁମ୍ଭେ କେଉଁ ନଗରରୁ ଆସିଛ?” ସେ ଲୋକ ଉତ୍ତର ଦେଲା, “ମୁଁ ଇସ୍ରାଏଲର ଏହି ଗୋଷ୍ଠୀୟ ଲୋକ ଅଟେ।” ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।” ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା’ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।” ଯଦି କେହି ତାକୁ ପ୍ରଣାମ କରିବାକୁ ଆସେ ତେବେ ସେ ତାକୁ ଧରି ଚୁମ୍ବନ କରୁଥିଲେ। ଇସ୍ରାଏଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇସ୍ରାଏଲ ଲୋକମାନଙ୍କର ହୃଦୟକୁ ଜୟ କଲେ। ଅବଶାଲୋମ ଦାଉଦଙ୍କର ରାଜ୍ୟ ନେବା ପାଇଁ ଯୋଜନା କଲେ ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ। ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’” ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।” ତା’ପରେ ସେ ହିବ୍ରୋଣକୁ ଗଲେ। ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’” ଯେଉଁ 200 ଲୋକ ଅବଶାଲୋମ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ, ସେମାନେ ତାଙ୍କ ସହିତ ଯିରୁଶାଲମ ପରିତ୍ୟାଗ କଲେ। ସେମାନେ ଜାଣି ନ ଥିଲେ କ’ଣ ତାଙ୍କର ଯୋଜନା। ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ। ଅବଶାଲୋମଙ୍କ ଯୋଜନା ବିଷୟରେ ଦାଉଦ ଜାଣିବାକୁ ପାଇଲେ ଏହା ପରେ ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମଙ୍କ ଉପରେ ଅଛି।” ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।” ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କୁ କହିଲେ, “ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତୁତ ଅଛୁ।” ଦାଉଦ ଓ ତାଙ୍କର ଲୋକମାନେ ରକ୍ଷା ପାଇଲେ ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ। ରାଜା ଗ୍ଭଲି ଗଲେ ଓ ତାଙ୍କ ପଛେ ପଛେ ସମସ୍ତ ଲୋକ ଗଲେ। ସେମାନେ ଶେଷ ମୁଣ୍ଡରେ ଥିବା ଗୃହରେ ଅଟକି ଗଲେ। ପୁଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ୍ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେମାନେ ସମସ୍ତେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକ ଥିଲେ। ସେମାନେ ସମସ୍ତେ ରାଜାଙ୍କର ଆଗରେ ପାର ହୋଇ ଗଲେ। ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ। ତୁମ୍ଭେମାନେ ଏବେ ମୋ’ ସହିତ ଯୋଗ ଦେଇଛ, କାହିଁକି ମୁଁ ତୁମ୍ଭମାନଙ୍କୁ ଏ ସ୍ଥାନରୁ ସେସ୍ଥାନରୁ ଏଣେ ତେଣେ ବୁଲାଇବି? ଆମ୍ଭେମାନେ ଯୁଆଡ଼େ ପାରିବୁ ସେଆଡ଼େ ଯିବୁ। ତୁମ୍ଭେ ତ କାଲି ଆସିଲ, ଆଜି କ’ଣ ଆମ୍ଭେ ତୁମ୍ଭକୁ ନେଇ ଏଣେ ତେଣେ ସାଙ୍ଗରେ ବୁଲାଇବା? ଫେରିଯାଅ ଓ ତୁମ୍ଭ ଭାଇମାନଙ୍କୁ ମଧ୍ୟ ତୁମ୍ଭ ସହିତ ନିଅ। ଦୟା ଓ ସତ୍ୟତା ତୁମ୍ଭର ସହବର୍ତ୍ତୀ ହେଉ।” ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜା ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କ ସହିତ ରହିବି। ମୁଁ ଆପଣଙ୍କର ଦାସ। ଜୀବନରେ ବା ମୃତ୍ୟୁରେ ମୁଁ ଆପଣଙ୍କ ସହିତ ରହିବି।” ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାଙ୍କର ସମସ୍ତ ଲୋକ ଏବଂ ତାଙ୍କ ସହିତ ଥିବା ସମସ୍ତ ବାଳକ ମଧ୍ୟ ଅଗ୍ରସର ହୋଇଗଲେ ଓ କିଦ୍ରୋଣ ନଦୀ ପାର ହୋଇଗଲେ। ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ। ସାଦୋକ ଓ ସମସ୍ତ ଲେବୀୟ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଆସିଲେ। ଯିରୁଶାଲମ ନଗରରେ ସେମାନେ ପରମେଶ୍ୱରଙ୍କର ପବିତ୍ର ନିୟମ-ସିନ୍ଦୁକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହୋଇ ଆସିବା ପର୍ଯ୍ୟନ୍ତ ଅବିୟାଥର ପ୍ରାର୍ଥନା କଲେ । ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ। କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।” ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ। ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।” ଏଣୁ ସାଦୋକ ଓ ଅବିୟାଥର ପୁନର୍ବାର ଯିରୁଶାଲମକୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ। ଅହୀଥୋଫଲଙ୍କ ବିରୁଦ୍ଧରେ ଦାଉଦଙ୍କ ପ୍ରାର୍ଥନା ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ। ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା’ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।” ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା। ସେଥିରେ ଦାଉଦ ତାଙ୍କୁ କହିଲେ, “ତୁମ୍ଭେ ଯଦି ମୋ’ ସହିତ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋର ଭାର ସଦୃଶ ହେବ। କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’ ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ। ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।” ତା’ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ। ଦାଉଦଙ୍କ ସହିତ ସୀବଃଙ୍କ ସାକ୍ଷାତ ଦାଉଦ ପର୍ବତ ଶୃଙ୍ଗ ପାର ହୋଇ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇଟି ଗଧ ସଙ୍ଗରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପେଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳୀନ ଫଳ ଏବଂ ଏକ କୁମ୍ଫା ଦ୍ରାକ୍ଷାରସ ଥିଲା। ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?” ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।” ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।” ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’” ତା’ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।” ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।” ଦାଉଦଙ୍କୁ ଶିମିୟିର ଅଭିଶାପ ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା’ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା। ଶିମିୟି ଗାଳି ଦେଉ ଦେଉ ଦାଉଦ ଓ ତାଙ୍କର ସୈନ୍ୟମାନଙ୍କ ଉପରକୁ ପଥର ଫିଙ୍ଗୁ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ୟଦଳ ଓ ଲୋକମାନେ ଦାଉଦଙ୍କୁ ଘେରି କରି ରହିଥିଲେ। ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ। ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।” ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, “ଏ ମଲା କୁକୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦିଅନ୍ତୁ ମୁଁ ପାର ହୋଇ ତା’ର ମୁଣ୍ଡ କାଟି ଆଣିବି।” କିନ୍ତୁ ରାଜା କହିଲେ, “ସରୁୟାର ପୁତ୍ରମାନେ, କାହିଁକି ତୁମ୍ଭେମାନେ ମୋ’ ବିଷୟରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମିୟି ମୋତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକୁ କହିଛନ୍ତି, ମୋତେ ଅଭିଶାପ ଦେବା ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରି ପାରିବ, ଜିନିଷଗୁଡ଼ିକ ବିଷୟରେ ସେ କରନ୍ତି?” ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି। ଏହା ହୋଇପାରେ ଯେ, ସଦାପ୍ରଭୁ ମୋ’ ପ୍ରତି ଅନ୍ୟାୟ ହେଉଥିବାର ଦେଖିବେ ଏବଂ ଶିମିୟିର ଅଭିଶାପ ବଦଳରେ ସେ ମୋତେ ଆଶୀର୍ବାଦ କରିବେ।” ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିୟି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତାରେ ଅନୁସରଣ କରୁଥିଲା ଓ ଅଭିଶାପ ଦେଉଥିଲା। ଏବଂ ସେ ତାଙ୍କୁ ପଥର ଫିଙ୍ଗୁଥାଏ ଓ ଧୂଳି ପକାଉ ଥାଏ। ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ଯର୍ଦ୍ଦନ ନଦୀ କୂଳରେ ପହଞ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଳାନ୍ତ ହୋଇଯାଇ ଥିଲେ। ତେଣୁ ସେମାନେ ସେଠାରେ ବିଶ୍ରାମ ନେଲେ ଓ କ୍ଳାନ୍ତ ମେଣ୍ଟାଇଲେ। ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଯିରୁଶାଲମକୁ ଫେରି ଆସିଲେ। ଦାଉଦଙ୍କର ସାଙ୍ଗ ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ହୂଶୟ ଅବଶାଲୋମକୁ କହିଲା, “ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ।” ଅବଶାଲୋମ ହୂଶୟକୁ କହିଲେ, “ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ୱସ୍ତ ନୁହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?” ହୂଶୟ ଅବଶାଲୋମକୁ କହିଲା, “ସଦାପ୍ରଭୁ ଓ ଏହି ସମୁଦାୟ ଇସ୍ରାଏଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁଁ ତୁମ୍ଭର ସମର୍ଥନ କରିବି ଏବଂ ତୁମ୍ଭ ସହିତ ମୁଁ ରହିବି। ମୁଁ କାହାର ସେବା କରିବି, ଅତୀତରେ ମୁଁ ତୁମ୍ଭର ପିତାଙ୍କର ସେବା କରିଛି। ତେଣୁ ମୁଁ ବର୍ତ୍ତମାନ ତୁମ୍ଭର ସେବା କରିବି।” ଅବଶାଲୋମ ଅହୀଥୋଫଲଙ୍କୁ ପରାମର୍ଶ ପାଇଁ ପଗ୍ଭରିଲେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ।” ଅହୀଥୋଫଲ ଅବଶାଲୋମକୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କରିବାକୁ ଯାଅ। ଏହା ସମୁଦାୟ ଇସ୍ରାଏଲୀୟମାନେ ଶୁଣିବେ। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭକୁ ଘୃଣା କରନ୍ତି। ତାହାହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦେବା ପାଇଁ ଅଧିକ ଉତ୍ସାହିତ ହେବେ।” ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା’ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ। ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ବୋଲି ବିବେଚନା କରାଯାଏ। ଦାଉଦ ଓ ଅବଶାଲୋମ ଉଭୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କଲେ। ଦାଉଦଙ୍କ ବିଷୟରେ ଅହୀଥୋଫଲଙ୍କ ପରାମର୍ଶ ଅହୀଥୋଫଲ ଅବଶାଲୋମକୁ କହିଲା, “ମୁଁ 12,000 ଲୋକ ବାଛିବି ଓ ଆଜି ରାତିରେ ଦାଉଦଙ୍କର ପଛେ ଯାଅ। ସେ କ୍ଳାନ୍ତ ଓ ଦୁର୍ବଳ ଥିବା ବେଳେ ମୁଁ ତାହାକୁ ଆକ୍ରମଣ କରି ଭୟ ଦେଖାଇବି, ତହିଁରେ ସମସ୍ତ ଲୋକମାନେ ପଳାୟନ କରିବେ। ମୁଁ କେବଳ ରାଜାଙ୍କୁ ହତ୍ୟା କରିବି। ତା’ପରେ ମୁଁ ସମସ୍ତ ଲୋକଙ୍କୁ ଫେରାଇ ଆଣିବି। ଯଦି ଦାଉଦ ମରିଯାଏ, ତେବେ ମୁଁ ସମସ୍ତ ଲୋକଙ୍କୁ ଶାନ୍ତିରେ ଫେରାଇ ଆଣିବି।” ଏ କଥା ଅବଶାଲୋମ ଓ ତାଙ୍କର ସମସ୍ତ ଇସ୍ରାଏଲର ନେତୃବର୍ଗମାନଙ୍କର ମନକୁ ପାଇଲା। କିନ୍ତୁ ଅବଶାଲୋମ କହିଲେ, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ’ଣ କହୁଅଛି ଶୁଣିବା।” ହୂଶୟ ଅହୀଥୋଫଲଙ୍କର ପରାମର୍ଶକୁ ନଷ୍ଟ କଲେ ତେଣୁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ଅବଶାଲୋମ ତାଙ୍କୁ କହିଲା, “ଅହୀଥୋଫଲ ଏପରି କହୁଅଛି, ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯେବେ ନ କରିବା ତେବେ ତୁମ୍ଭେ କୁହ।” ହୂଶୟ ଅବଶାଲୋମକୁ କହିଲା, “ଅହୀଥୋଫଲଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନୁହେଁ।” ହୂଶୟ ପୁଣି କହିଲା, “ଆପଣ ନିଜର ବାପାଙ୍କୁ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସେମାନେ ବୀର ଓ କ୍ଷେତ୍ରରେ ଛୁଆ ହରା ବନ୍ୟ ଭଲ୍ଲୁକପରି। ପୁଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। ଦେଖନ୍ତୁ, ସେ ଏବେ କୌଣସି ଗୁମ୍ଫାରେ, ରାସ୍ତାରେ କି ଅନ୍ୟ କୌଣସି ସ୍ଥାନରେ ଲୁଚୁଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମେ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶୁଣିବେ, ସେମାନେ ଭାବିବେ, ‘ଅବଶାଲୋମର ଅନୁସରଣକାରୀମାନେ ହତାଶ ହେଉଛନ୍ତି।’ ତା’ପରେ ଯଦିଓ ସାହସୀ ଲୋକମାନଙ୍କ ପରି ଯେଉଁମାନେ ଗୋଟିଏ ସିଂହ ପରି ସାହସୀ ଅଟନ୍ତି, ଭୟଭୀତ ହେବେ। କାରଣ ସମସ୍ତ ଇସ୍ରାଏଲୀୟଗଣ ଜାଣନ୍ତି ଯେ, ତୁମ୍ଭର ପିତା ଗୋଟିଏ ସାହସୀ ଯୋଦ୍ଧା ଏବଂ ତାଙ୍କର ଲୋକମାନେ ମଧ୍ୟ ବଳଶାଳୀ ଅଟନ୍ତି। “ମାତ୍ର ମୋର ମନ୍ତ୍ରଣା ଏହି ଯେ, ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲୀୟମାନେ ସମୁଦ୍ର ଓ ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହୁଅନ୍ତୁ। ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ। ସେଥିପାଇଁ ସେମାନେ ଯେଉଁଠାରେ ଲୁଚନ୍ତୁ ନା, ଆମ୍ଭେମାନେ ସେଠାରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବାପରି ତାଙ୍କ ଉପରେ ପଡ଼ିବୁ। ଏବଂ ଆମ୍ଭେମାନେ ଦାଉଦ ଓ ତାଙ୍କର ଲୋକମାନଙ୍କୁ ହତ୍ୟା କରିବୁ ଜଣକୁ ବି ଜୀବନ୍ତ ଛାଡ଼ିବୁ ନାହିଁ। ଆହୁରି ଯେବେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲୀୟମାନେ ସେହି ନଗରକୁ ଦଉଡ଼ି ନେଇ ପଳାୟନ କରିବେ ଓ ଆମ୍ଭେମାନେ ନଗରର ପ୍ରାଚୀରକୁ ଭାଙ୍ଗି ଦେବୁ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ଉପତ୍ୟକାକୁ ଟାଣିଦେବୁ।” ଅବଶାଲୋମ ଓ ସମସ୍ତ ଇସ୍ରାଏଲୀୟ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ ଥିଲା।” ସେମାନେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକାରେ ଅବଶାଲୋମକୁ ଦଣ୍ତ ଦେବା ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ। ଦାଉଦଙ୍କୁ ହୂଶୟଙ୍କର ଚେତାବନୀ ହୂଶୟ ଏହିସବୁ ସାଦୋକ ଓ ଅବିୟାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକୁ ଓ ଇସ୍ରାଏଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦେଇଥିଲା। ମାତ୍ର ମୁଁ ଏପରି ମନ୍ତ୍ରଣା ଦେଲି। “ତେଣୁ ଶୀଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକୁ ପଠାଅ ଏବଂ ତାଙ୍କୁ କୁହ। ସେହିଠାରେ ରାତ୍ରି କଟାଅ ନାହିଁ, ଯେଉଁଠାରେ ଲୋକମାନେ ମରୁଭୂମି ଭିତରକୁ ପାର ହୋଇଥିଲେ। ଏକାଥରେ ଯର୍ଦ୍ଦନ ନଦୀ ପାର ହୋଇ ଗ୍ଭଲିଯାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହେବେ।” ଯାଜକର ପୁତ୍ର ଯୋନାଥନ ଓ ଅହୀମାସ୍ ଐ‌ନ୍‌ରୋଗେଲରେ ଅପେକ୍ଷା କରୁଥିଲେ, ଯେହେତୁ ସେମାନେ ନଗର ଭିତରକୁ ଯିବାକୁ ଗ୍ଭହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରୁ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା’ପରେ ସେମାନେ ଗଲେ ଓ ରାଜା ଦାଉଦଙ୍କୁ କହିଲେ। ମାତ୍ର ଏକ ପିଲା ସେମାନଙ୍କୁ ଦେଖି ଅବଶାଲୋମକୁ ଜଣାଇଲା। ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତା’ର ପ୍ରାଙ୍ଗଣରେ ଏକ କୂଅ ଥିବାରୁ ସେମାନେ ସେଠାରେ ଲୁଚି ଗଲେ। ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣି ନେଇ କୂଅ ମୁହଁରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲେ। ଏଣୁ କିଛି ଜଣା ପଡ଼ିଲା ନାହିଁ। ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଗ୍ଭରିଲେ, “ଅହୀମାସ ଓ ଯୋନାଥନ କାହାନ୍ତି?” ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।” ତହିଁରେ ସେମାନେ ଖୋଜି ନ ପାଇବାରୁ ଯିରୁଶାଲମକୁ ଫେରିଗଲେ। ଏଣୁ ସେମାନେ ଗଲାପରେ ସେ ଦୁଇ ଜଣ କୂଅ ମଧ୍ୟରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ। ସେମାନେ ଦାଉଦଙ୍କୁ କହିଲେ, “ଆପଣମାନେ ଏଠାରୁ ଶୀଘ୍ର ନଦୀ ପାର ହୋଇ ଗ୍ଭଲି ଯାଆନ୍ତୁ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିପରି ଭାବରେ ମନ୍ତ୍ରଣା ଦେଇଛନ୍ତି।” ଏହା ପରେ ଦାଉଦ ଓ ତାଙ୍କର ସମସ୍ତ ସାଙ୍ଗଲୋକ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ପ୍ରଭାତ ଆଲୁଅ ସମୟକୁ ଯେ ଯର୍ଦ୍ଦନ ପାର ହୋଇ ଯାଇ ନ ଥିଲା। ଏହିପରି କେହି ହେଲେ ରହିଲେ ନାହିଁ। ଅହୀଥୋଫଲଙ୍କର ଆତ୍ମହତ୍ୟା ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା। ଅବଶାଲୋମ ଯର୍ଦ୍ଦନ ନଦୀ ପାର ହେଲେ ଏହା ପରେ ଦାଉଦ ମହନୟିମକୁ ଆସିଲେ। ଅବଶାଲୋମ ଓ ତା’ର ସମର୍ଥନକାରୀ ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀ ପାର ହେଲେ। ଅବଶାଲୋମ ଯୋୟାବଙ୍କୁ ସ୍ଥାନାନ୍ତର କରି ଅମାସାଙ୍କୁ ସୈନ୍ୟଦଳର ମୂଖ୍ୟ ଭାବରେ ନିଯୁକ୍ତି କଲେ। ଏହି ଅମାସା ଇସ୍ମାଏଲୀୟ ଯେଥରଙ୍କର ପୁତ୍ର ଥିଲେ। ଅମାସାର ମା’ ଥିଲେ ଅବୀଗଲ, ଯିଏ କି ସରୁୟାଙ୍କର ଭଉଣୀ ନାହଶଙ୍କର କନ୍ୟା ଥିଲେ। ଯିଏ କି ଯୋୟାବଙ୍କର ମା’ ଥିଲେ। ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲିୟଦ ଦେଶରେ ଛାଉଣି ସ୍ଥାପନ କଲେ। ଶୋବି, ମାଖୀର ଓ ବର୍ସିଲ୍ଲୟ ଯେତେବେଳେ ଦାଉଦ ମହନୟିମରେ ପହଞ୍ଚିଲେ, ସେ ସେଠାରେ ଶୋବି, ମାଖୀର ଏବଂ ବର୍ସିଲ୍ଲୟଙ୍କୁ ଭେଟିଲେ। ଶୋବି ରବ୍ବାରୁ ଅମ୍ମୋନୀୟ ନାହଶଙ୍କର ପୁତ୍ର ଥିଲେ। ମାଖୀର ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ଥିଲେ। ବର୍ସିଲ୍ଲୟ ରୋଗଲୀମନିବାସୀ ଗିଲିୟଦୀୟ ଥିଲେ। ଅମ୍ମୋନୀୟମାନେ ବିଛଣା, ମାଠିଆ, ଅନ୍ୟାନ୍ୟ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ଯବ, ମଇଦା, ଭଜାଶସ୍ୟ, ଶିମ, ମସୁର ଏବଂ ଭଜା ବିରି। ସେମାନେ ମଧ୍ୟ ମହୁ, ଦହୀ, ମେଷ ଏବଂ ଲହୁଣୀ ଆଣିଲେ। ସେମାନେ ଏହିସବୁ ସାମଗ୍ରୀଗୁଡ଼ିକ ଦାଉଦ ଓ ତାଙ୍କର ଲୋକମାନଙ୍କ ଆଗରେ ଉତ୍ସର୍ଗ କଲେ। କାରଣ ସେମାନେ କହିଲେ, “ଲୋକମାନେ ମରୁଭୂମିରେ ନିଶ୍ଚିତ କ୍ଷୁଧାର୍ତ୍ତ, କ୍ଳାନ୍ତ ଓ ତୃଷାର୍ତ୍ତ ହୋଇଥିବେ।” ଦାଉଦ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଦାଉଦ ଲୋକମାନଙ୍କୁ ଗଣି 1000 ଜଣରେ ଜଣେ ଓ ପ୍ରତି 100 ଜଣରେ ଜଣେ ଲେଖାଏ ମୁଖିଆଙ୍କୁ ନିଯୁକ୍ତ କଲେ। ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍‌ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।” ଲୋକମାନେ କହିଲେ, “ଆପଣ ଆମ୍ଭ ସହିତ ନିଶ୍ଚୟ ଯିବେ ନାହିଁ। କାରଣ ଆମ୍ଭେମାନେ ପଳାଇଲେ ଅବଶାଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିରି କରିବେ ନାହିଁ। ଆମ୍ଭମାନଙ୍କରୁ ଅର୍ଦ୍ଧେକ ମୃତ୍ୟୁବରଣ କଲେ ହେଁ, ସେମାନେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗରରେ ସାହାଯ୍ୟ ପାଇଁ ରୁହନ୍ତୁ।” ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଉତ୍ତମ ବିଗ୍ଭର କର ମୁଁ ତାହା କରିବି।” ଏହା ପରେ ସେ ନଗର ଫାଟକ ପାର୍ଶ୍ୱରେ ଛିଡ଼ା ହେଲେ ଓ ହଜାର ଲୋକ ଦଳ ଦଳ ହୋଇ ବାହାରି ଆସିଲେ। ରାଜା ଯୋୟାବ ଅବୀଶୟ ଓ ଇତ୍ତୟକୁ ଆଦେଶ ଦେଇ କହିଲେ, “ମୋ’ ପାଇଁ ଅବଶାଲୋମ ପ୍ରତି ଭଦ୍ର ବ୍ୟବହାର କର।” ଯେତେବେଳେ ରାଜା ଏହି ଆଦେଶ ସମସ୍ତ ଅଧିପତିମାନଙ୍କୁ ଦେଲେ, ସମସ୍ତ ଲୋକ ଏ କଥା ଶୁଣି ପାରିଲେ। ଦାଉଦଙ୍କର ସେନା ଅବଶାଲୋମଙ୍କର ସେନାକୁ ପରାଜିତ କଲେ ଏହିପରି ଦାଉଦଙ୍କର ଲୋକମାନେ ଇସ୍ରାଏଲୀୟ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବଣରେ ଯୁଦ୍ଧ ହେଲା। ସେଠାରେ ଇସ୍ରାଏଲୀୟ ଲୋକମାନେ ଦାଉଦଙ୍କ ସୈନ୍ୟମାନଙ୍କ ଆଗରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ବହୁତ କ୍ଷତି ହେଲା ଏବଂ 20,000 ଲୋକ ସେଠାରେ ମୃତ୍ୟୁବରଣ କଲେ। ଦେଶଯାକ ଯୁଦ୍ଧ ବ୍ୟାପିଗଲା। ପୁଣି ସେଦିନ ‌‌ଖ‌ଡ଼୍‌ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା। ଅବଶାଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦେଖା ହେଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ି ଥିଲା। ସେ ଯେତେବେଳେ ଖଚରରେ ଆରୋହଣ କରୁଥିଲା, ସେ ଖସିଯିବା ପାଇଁ ଗ୍ଭହୁଁଥିଲା ସେହି ସମୟରେ ଏକ ବିରାଟ ଅଲୋ‌ନ୍‌ବୃକ୍ଷରେ ତା’ର ମୁଣ୍ଡ ଧ‌କ୍‌କା ହେଲା ଏବଂ ବାଳଗୁଡ଼ାକ ଗଛ ଡାଳରେ ଲାଗି ଭୂମିର ଉପରେ ଝୁଲି ରହିଲା। ଯେତେବେଳେ ଖଚରଟି ସେହି ବାଟେ ଦୌଡ଼ିଥିଲା। ସେହି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକୁ ଜଣାଇ ଦେଲା, “ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗା ହୋଇଥିବାର ଦେଖିଲି।” ଯୋୟାବ ସେ ଲୋକକୁ କହିଲେ, “ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ ମୁଁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦେଇଥା’ନ୍ତି।” ସେ ଲୋକଟି ଯୋୟାବକୁ କହିଲା, “ମୁଁ ସେ ରାଜପୁତ୍ରକୁ ମାରି ପାରି ନ ଥା’ନ୍ତି, ମୋତେ ଆପଣ ଯେତେ ଧନ ଦେଲେବି। ବା 1000 ଖଣ୍ତ ରୂପା ଦେଲେ ମଧ୍ୟ ଏକାର୍ଯ୍ୟ ଅସମ୍ଭବ। କାରଣ ଆମ୍ଭେମାନେ ରାଜାଙ୍କର ଆଦେଶ ତୁମ୍ଭ ପ୍ରତି, ଅବୀଶୟ ପ୍ରତି ଓ ଇତ୍ତୟ ପ୍ରତି ଶୁଣିଥିଲୁ। ରାଜାଙ୍କର ଆଦେଶ ଥିଲା, ‘ସାବଧାନ, ଅବଶାଲୋମକୁ ଆଘାତ କର ନାହିଁ।’ ଯଦି ମୁଁ ଅବଶାଲୋମକୁ ହତ୍ୟା କରିଥା’ନ୍ତି, ରାଜା ଏ କଥା ଜାଣିଥା’ନ୍ତେ ଏବଂ ଆପଣ ମୋର ରକ୍ଷା କରିବାକୁ ଆସି ନ ଥା’ନ୍ତେ।” ଯୋୟାବ କହିଲେ, “ମୁଁ ଏଠାରେ ତୁମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।” ଅବଶାଲୋମ ତଥାପି ଜୀବିତ ଅବସ୍ଥାରେ ଅଲୋ‌ନ୍‌ଗଛରେ ଝୁଲୁଥିଲା। ଯୋୟାବ ଏକ ତ୍ରିଶୁଳ ନେଇ ଅବଶାଲୋମର ଛାତିରେ ଆଘାତ କଲେ। ଯୋୟାବଙ୍କର ଦଶ ଜଣ ଯୁବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ। ସେହି ସୈନିକମାନେ ଅବଶାଲୋମର ଚତୁର୍ପାର୍ଶ୍ୱରେ ଏକତ୍ରିତ ହୋଇ ତାକୁ ହତ୍ୟା କଲେ। ଯୋୟାବ ତୂରୀ ବଜାଇ ଇସ୍ରାଏଲୀୟମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ। ତା’ପରେ ଯୋୟାବର ଲୋକମାନେ ଅବଶାଲୋମର ମୃତ ଶରୀରକୁ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକୁ ପଥର ପକେଇ ପୋତି ଦେଲେ। ଯେଉଁ ଇସ୍ରାଏଲୀୟମାନେ ଅବଶାଲୋମଙ୍କର ସାଙ୍ଗ ଦେଇଥିଲେ, ସେମାନେ ସେମାନଙ୍କର ଗୃହକୁ ପଳାୟନ କଲେ। ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକାରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, “ମୋର ନାମକୁ ଜୀବିତ ରଖିବା ପାଇଁ ମୋର ପୁତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ।” ସେହି ନାମ ଅଦ୍ୟପି “ଅବଶାଲୋମର ସମାଧି ସ୍ତୁପ” ରହିଅଛି। ଯୋୟାବଙ୍କର ସମ୍ବାଦ ଦାଉଦଙ୍କ ପାଖକୁ ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।” ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।” ଏହା ପରେ ଯୋୟାବ କୂଶୀୟରୁ ଆସିଥିବା ଲୋକକୁ କହିଲେ, “ତୁମ୍ଭେ ଯାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କୁ କୁହ।” ତେଣୁ କୂଶୀୟ ତାଙ୍କୁ ପ୍ରଣାମ କରି ଦାଉଦଙ୍କ ନିକଟକୁ କହିବାକୁ ଦୌଡ଼ିଲା। କିନ୍ତୁ ସାଦୋକର ପୁତ୍ର ଅହୀମାସ ପୁନର୍ବାର ଯୋୟାବକୁ ଅନୁରୋଧ କଲା, “ଯାହା ହେଉନା ପଛେ, ମୋତେ ମଧ୍ୟ ସେଇ କୂଶୀୟମାନଙ୍କ ପଛରେ ଦାଉଦଙ୍କ ଆଡ଼କୁ ଧାଇଁବାକୁ ଦିଅ।” ଯୋୟାବ କହିଲେ, “ମୋ’ ପୁତ୍ର, ତୁମ୍ଭେ କାହିଁକି ଏ ଖବର ନେବାକୁ ଇଚ୍ଛା କର? ଏହା ପାଇଁ କୌଣସି ପୁରସ୍କାର ପାଇବ ନାହିଁ।” ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।” ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।” ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା। ଦାଉଦ ସମ୍ବାଦ ଶୁଣିଲେ ଦାଉଦ ନଗରର ଦୁଇ ଫାଟକର ମଧ୍ୟରେ ବସିଥିଲେ। ତା’ପରେ ଜଣେ ପ୍ରହରୀ ଦ୍ୱାର ଛାତର କାନ୍ଥ ଉପରକୁ ଯାଇ ଦେଖିଲା ଜଣେ ଲୋକ ଦୌଡ଼ି ଦୌଡ଼ି ଆସୁଅଛି। ପ୍ରହରୀଟି ରାଜା ଦାଉଦଙ୍କୁ କହିଲା, ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।” ଲୋକ ଜଣକ ସହରର ନିକଟରୁ ନିକଟତର ହେଲା। ପ୍ରହରୀ ଆଉ ଜଣେ ଦୌଡ଼ି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ୱାରପାଳକୁ ଡାକି କହିଲା, “ଦେଖ! ଆଉ ଜଣେ ଲୋକ ଦୌଡ଼ି ଆସୁଅଛି।” ରାଜା କହିଲେ, “ସେ ମଧ୍ୟ ଖବର ଆଣୁଅଛି।” ପ୍ରହରୀ ଜଣକ କହିଲା, “ମୁଁ ଭାବୁଛି ପ୍ରଥମ ଲୋକଟି ସାଦୋକର ପୁତ୍ର ଅହୀମାସ୍।” ରାଜା କହିଲେ, “ଅହୀମାସ ଜଣେ ଉତ୍ତମ ଲୋକ। ସେ ନିଶ୍ଚିତ ଏକ ଭଲ ଖବର ନେଇ ଆସିଥିବ।” ଅହୀମାସ ଉଚ୍ଚସ୍ୱରରେ କହିଲା, “ସବୁ ମଙ୍ଗଳ!” ଅହୀମାସ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କଲା। ଅହୀମାସ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ। ମୋର ସଦାପ୍ରଭୁ ସେହିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରୁଦ୍ଧରେ ଯାଉଥିଲେ।” ରାଜା ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?” ଅହୀମାସ ଉତ୍ତର ଦେଲା, “ଯୋୟାବ ମୋତେ ଯେତେବେଳେ ପଠାଇଲେ, ମୁଁ ଦେଖିଲି ଏକ ମହା ଲୋକ ଗହଳି। କିନ୍ତୁ ଏହା କ’ଣ ଥିଲା ମୁଁ ଜାଣି ପାରିଲି ନାହିଁ।” ତା’ପରେ ରାଜା କହିଲେ, “ଏଠାରୁ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର।” ଅହୀମାସ ସେଠାରୁ ଯାଇ ଅନ୍ୟତ୍ର ଠିଆ ହୋଇ ଅପେକ୍ଷା କଲା। ଠିକ୍ ତା’ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।” ରାଜା କୂଶୀୟକୁ ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?” କୂଶୀୟ ଉତ୍ତର ଦେଲା, “ମୋର ପ୍ରଭୁ ମହାରାଜାଙ୍କର ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁ ଲୋକମାନେ ଆଗେଇ ଆସିଥିଲେ, ସମସ୍ତେ ସେହି ଯୁବକ ଅବଶାଲୋମ ପରି ହୁଅନ୍ତୁ।” ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।” ଯୋୟାବ ଦାଉଦଙ୍କୁ ଗାଳି ଦେଲେ ଲୋକମାନେ ଯୋୟାବକୁ ଏ ଖବର ଜଣାଇଲେ। ସେମାନେ ଯୋୟାବକୁ କହିଲେ, “ଦେଖନ୍ତୁ ରାଜା ଅବଶାଲୋମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ୟ କରୁଛନ୍ତି।” ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।” ସୈନ୍ୟମାନେ ନଗରକୁ ପ୍ରବେଶ କରୁଥିଲେ, ଯେପରି ସେମାନଙ୍କର ପରାସ୍ତ ସୈନିକମାନେ ଲଜ୍ଜା ବସତଃ ନଗରରେ ପ୍ରବେଶ କରନ୍ତି। ରାଜା ତାଙ୍କର ମୁହଁକୁ ଢାଙ୍କି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ, “ହେ ମୋର ପୁତ୍ର ଅବଶାଲୋମ, ହେ ମୋର ପୁତ୍ର ଅବଶାଲୋମ।” ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି। କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ। ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।” ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ। ଦାଉଦ ପୁଣି ଥରେ ରାଜା ହେଲେ ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି। ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।” ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ? ତୁମ୍ଭେମାନେ ମୋର ଭାଇ, ତୁମ୍ଭେ ହେଉଛ ମୋର ପରିବାରବର୍ଗ, ତେବେ ତୁମ୍ଭେମାନେ ରାଜାଙ୍କୁ ଫେରାଇ ଆଣିବାରେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?’ ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’” ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।” ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗି‌ଲ୍‌ଗ‌ଲ୍‌ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ। ଶିମିୟି ଦାଉଦଙ୍କୁ କ୍ଷମା ମାଗିଲେ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମିୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ରାଜା ଦାଉଦଙ୍କୁ ଭେଟିବା ପାଇଁ ଆସିଲେ। ବିନ୍ୟାମୀନ ପରିବାରବର୍ଗର 1000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା। ଶିମିୟି ରାଜାଙ୍କୁ କହିଲା, “ହେ ସଦାପ୍ରଭୁ ମୋର ପ୍ରଭୁ, ମୁଁ କରିଥିବା ପାପ ବିଷୟରେ ଚିନ୍ତା କର ନାହିଁ। ଆପଣ ଯିରୁଶାଲମରୁ ଗଲାପରେ ମୁଁ ଯେଉଁ କୁକର୍ମ କରିଛି ତାହାକୁ ସ୍ମରଣ କରନ୍ତୁ ନାହିଁ। ଆପଣ ଜାଣନ୍ତି ଯେ ମୁଁ ପାପ କରିଛି। ଯେଉଁଥିପାଇଁ ଯୋଷେଫଙ୍କର ବଂଶରୁ ମୁଁ ପ୍ରଥମ ବ୍ୟକ୍ତି, ମୁଁ ଆଜି ମୋର ପ୍ରଭୁ ମହାରାଜାଙ୍କୁ ଭେଟିବାକୁ ଆସିଲି।” କିନ୍ତୁ ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମିୟିକୁ ଆମେ ନିଶ୍ଚିତ ମାରିଦେବୁ କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତକୁ ଶାପ ଦେଇ ଅଛି।” ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।” ତା’ପରେ ରାଜା ଶିମିୟିକୁ କହିଲେ, “ତୁମ୍ଭେ ମରିବ ନାହିଁ।” ରାଜା ଏହା ଶିମିୟି ନିକଟରେ ଶପଥ କଲେ। ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବାକୁ ଗଲେ ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା’ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା’ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା। ଯେତେବେଳେ ମଫୀବୋଶତ୍ ରାଜାଙ୍କୁ ଯିରୁଶାଲମରେ ଦେଖା କଲା, “ରାଜା ପଗ୍ଭରିଲେ ତୁମ୍ଭେ କାହିଁକି ମୋ’ ସହିତ ଗଲ ନାହିଁ?” ମଫୀବୋଶତ୍ ଉତ୍ତର ଦେଲା, “ହେ ମୋର ପ୍ରଭୁ ମହାରାଜ, ମୋର ଦାସ ମୋତେ ପ୍ରବଞ୍ଚନା କଲା। ମୁଁ ତ ଛୋଟା ତେଣୁ ମୁଁ ମୋ’ ଦାସ ସୀବଃକୁ କହିଲି, ‘ଏକ ଗଧ ସଜାଇବା ପାଇଁ, ଯେଉଁଥିରେ ମୁଁ ଯାଇ ମୋର ରାଜାଙ୍କୁ ଦେଖା କରିବି।’ କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ। ଆପଣ ମୋର ଜେଜେବାପାଙ୍କର ସମସ୍ତ ପରିବାରକୁ ହତ୍ୟା କରି ପାରିଥା’ନ୍ତେ, କିନ୍ତୁ ଆପଣ ତାହା କଲେ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହି ହେତୁ ଏବେ ମହାରାଜାଙ୍କ ନିକଟରେ ଆଉ ଆପତ୍ତି କରିବା ପାଇଁ ମୋର କେଉଁ ଅଧିକାର ଅଛି?” ରାଜା ମଫୀବୋଶତକୁ କହିଲେ, “ତୁମ୍ଭର ସମସ୍ୟା ବିଷୟରେ ଆଉ କିଛି କୁହ ନାହିଁ। ମୁଁ କହୁଅଛି ତୁମ୍ଭେ ଓ ସୀବଃ ସେହି ଭୂମିକୁ ବାଣ୍ଟି ନିଅ।” ମଫୀବୋଶତ୍ ରାଜାଙ୍କୁ କହିଲେ, “ହେଉ, ମୋର ପ୍ରଭୁ ମହାରାଜା, ଆପଣ ନିରାପଦରେ ଗୃହକୁ ଫେରି ଆସିଛନ୍ତି, ତାହା ହିଁ ଯଥେଷ୍ଟ। ତେଣୁ ସୀବଃ ସବୁକିଛି ନେଇଯାଉ।” ଦାଉଦ ବର୍ସିଲ୍ଲୟଙ୍କୁ ନିଜ ସହିତ ଆସିବାକୁ କହିଲେ ଗିଲିୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା। ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ସୁରକ୍ଷା ଦେବା ପାଇଁ ତାଙ୍କ ସଙ୍ଗେ ପାର ହୋଇଗଲା। ବର୍ସିଲ୍ଲୟ ଜଣେ ଅତି ବୃଦ୍ଧ ଲୋକ ଥିଲା। ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଅତି ବଡ଼ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାହାଙ୍କୁ ଖାଦ୍ୟ ସାମଗ୍ରୀ ସମସ୍ତ ଯୋଗାଉ ଥିଲା। ଦାଉଦ ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସହିତ ନଦୀ ପାର ହୋଇ ଆସ। ମୁଁ ତୁମ୍ଭକୁ ଯିରୁଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।” କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି? ମୁଁ ଅଶୀ ବର୍ଷର ଜଣେ ବୃଦ୍ଧ। ମୁଁ ଭଲମନ୍ଦ ବାରିବା ପାଇଁ ବହୁତ ଦକ୍ଷ। ମୁଁ ଯାହା ଭୋଜନ କି ପାନକରେ କ’ଣ ତହିଁର ସ୍ୱାଦ ଭଲ ଭାବରେ ବାରିପାରେ? ମୁଁ ଗାୟକ କି ଗାୟୀକାମାନଙ୍କର ସ୍ୱର ବାରିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଭାର ସ୍ୱରୂପ ହେବି? ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ମୁଁ ଏତେଗୁଡ଼ିଏ ସାମଗ୍ରୀ ଦରକାର କରେ ନାହିଁ। ଯାହା ଆପଣ ମୋତେ ପୁରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି। ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି‌ମ୍‌ହ‌‌ମ୍‌କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।” ତା’ପରେ ରାଜା ଉତ୍ତର ଦେଲେ, “କି‌ମ୍‌ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।” ଦାଉଦ ଗୃହକୁ ଫେରିଲେ ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ। ରାଜା ଯର୍ଦ୍ଦନ ପାର ହୋଇ ଗି‌ଲ୍‌ଗ‌ଲ୍‌କୁ ଗଲେ ଓ କି‌ମ୍‌ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ। ଇସ୍ରାଏଲୀୟମାନେ ଯିହୁଦାର ଲୋକମାନଙ୍କ ସହିତ ଯୁକ୍ତିତର୍କ କଲେ ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।” ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଲେ, “ରାଜା ଆମ୍ଭମାନଙ୍କ ବଂଶର ଅନ୍ତର୍ଭୁକ୍ତ ଅଟନ୍ତି। ତେବେ ତୁମ୍ଭେମାନେ କାହିଁକି କ୍ରୋଧ କରୁଅଛ? ଆମ୍ଭେମାନେ ରାଜାଙ୍କର ଖର୍ଚ୍ଚରେ କିଛି ଖାଇ ନାହୁଁ କିମ୍ବା ରାଜା ଆମ୍ଭକୁ ଭେଟି ଦେଇ ନାହାନ୍ତି?” ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?” କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା। ଶେବଃ ଇସ୍ରାଏଲକୁ ଦାଉଦଙ୍କଠାରୁ ଦୂରେଇ ନେଲେ ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ପରିତ୍ୟାଗ କଲେ ଓ ବିଖ୍ରିର ପୁତ୍ର ଶେବଃର ଅନୁସରଣ କଲେ। ମାତ୍ର ଯର୍ଦ୍ଦନଠାରୁ ଯିରୁଶାଲମ ପର୍ଯ୍ୟନ୍ତ ଯିହୁଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ। ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ। ତା’ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।” ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା। ଶେବଃକୁ ହତ୍ୟା କରିବାକୁ ଦାଉଦ ଅବୀଶୟକୁ କହିଲେ ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମୋର ଅଧିକାରୀମାନଙ୍କୁ ନେଇ ତାଙ୍କ ପଛେ ପଛେ ଯାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।” ତେଣୁ ଯୋୟାବ ଯିରୁଶାଲମ ଛାଡ଼ି ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲା। ଯୋୟାବ ସହିତ, କରେଥୀୟ, ପଲେଥୀୟ ଓ ସମସ୍ତ ବୀରମାନେ ବାହାରିଲେ। ଯୋୟାବ ଅମାସାକୁ ହତ୍ୟା କଲେ ସେମାନେ ଗିବିୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସେମାନଙ୍କର ସମ୍ମୁଖକୁ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ‌‌ଖ‌ଡ଼୍‌ଗ ତାହାର କଟି ଦେଶରେ ବନ୍ଧାଥିଲା। ପୁଣି ସେ ଯାଉ ଯାଉ ତାହା ପଡ଼ିଗଲା। ତେଣୁ ଯୋୟାବ ଏହାକୁ ଉଠାଇଲା ଓ ଧରିଲା। ଯୋୟାବ ଅମାସାକୁ ପଗ୍ଭରିଲା, “କି ଭାଇ ତୁମ୍ଭର ମଙ୍ଗଳ?” ତହୁଁ ଯୋୟାବ ଅମାସାକୁ ଚୁମ୍ବନ କରିବା ପାଇଁ ନିଜର ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। ମାତ୍ର ଯୋୟାବର ହସ୍ତସ୍ଥିତ ‌‌ଖ‌ଡ଼୍‌ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ‌‌ଖ‌ଡ଼୍‌ଗରେ ତା’ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା’ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ। ଦାଉଦଙ୍କର ଲୋକମାନେ ଶେବଃର ଅନୁସନ୍ଧାନରେ ଲାଗି ରହିଲେ ଯୋୟାବ ଓ ତା’ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ। ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।” ସେ ସମୟରେ ଅମାସା ରାଜପଥ ମଧ୍ୟରେ ନିଜ ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ଯୁବକ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜପଥରୁ କ୍ଷେତ୍ରକୁ ନେଇଗଲା। ତା’ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡ଼ାଇ ଦେଲା। ଯେତେ ଲୋକ ତା’ର ନିକଟ ଦେଇ ଆସିଲେ, ପ୍ରତ୍ୟେକକୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା। ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ। ଶେବଃ ବୈ‌ଥ୍‌ମାଖାସ୍ଥିତ ଆବେଲକୁ ପଳାୟନ କଲେ ଶେବଃ ଇସ୍ରାଏଲର ସମସ୍ତ ପରିବାରବର୍ଗ ମଧ୍ୟଦେଇ ଆବେଲ୍, ବୈ‌ଥ୍‌ମାଖା ଗମନ କଲା। ସମସ୍ତ ବେରୀୟମାନେ ଏକତ୍ରିତ ହେଲେ, ଓ ତା’ର ପଛେ ପଛେ ଗମନ କଲେ। ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈ‌ଥ୍‌ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ। ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତି ସ୍ତ୍ରୀ ଡାକି କହିଲା, “ଶୁଣ ଶୁଣ, ମୁଁ ବିନୟ କରୁଅଛି ଯୋୟାବକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ। ମୁଁ ତା’ ସହିତ କଥାବାର୍ତ୍ତା କରିବାକୁ ଗ୍ଭହୁଁଛି।” ଯୋୟାବ ସ୍ତ୍ରୀଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସେହି ସ୍ତ୍ରୀ ପଗ୍ଭରିଲା, “ତୁମ୍ଭେ କ’ଣ ଯୋୟାବ?” ଯୋୟାବ ଉତ୍ତର ଦେଲେ, “ହଁ, ମୁଁ ଯୋୟାବ ଅଟେ।” ତେଣୁ ସେହି ସ୍ତ୍ରୀଲୋକଟି କହିଲା, “ମୋ’ କଥା ଟିକେ ଶୁଣ।” ଯୋୟାବ କହିଲେ, “ମୁଁ ଶୁଣୁଅଛି।” ତା’ପରେ ସ୍ତ୍ରୀଲୋକଟି କହିଲା, “ପୂର୍ବକାଳରେ ଲୋକମାନେ କହୁଥିଲେ, ‘ଲୋକେ ଆବେ‌ଲ୍‌ରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ସେମାନେ ଯାହା ଦରକାର କଲେ ତାହା ପାଇପାରିବେ।’ ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?” ଯୋୟାବ ଉତ୍ତର ଦେଲେ, “ମୁଁ କୌଣସି ଜିନିଷ ଧ୍ୱଂସ କରିବାର ଦରକାର ନାହିଁ। ମୁଁ ତୁମ୍ଭର ସହର ଧ୍ୱଂସ କରିବାର ଦରକାର ନାହିଁ। କିନ୍ତୁ ତୁମ୍ଭର ସହରରେ ଇଫ୍ରୟିମ ପର୍ବତମୟ ଦେଶୀୟ ଲୋକ ଅଛି ଯାହାର ନାମ ଶେବଃ, ସେ ବିଖ୍ରିର ପୁତ୍ର। ସେ ରାଜାଙ୍କର ବିରୁଦ୍ଧାଚରଣ କରୁଅଛି। ତାକୁ ମୋତେ ଦିଅ ମୁଁ ଏଠାରୁ ପରିତ୍ୟାଗ କରିବି।” ସେହି ସ୍ତ୍ରୀ ଯୋୟାବକୁ କହିଲା, “ଠିକ୍ ଅଛି ପ୍ରାଚୀର ଦେଇ ତା’ର ମସ୍ତକ ତୁମ୍ଭର ନିକଟକୁ ପକାଯିବ।” ତା’ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପୁତ୍ର ଶେବଃର ମୁଣ୍ଡ କାଟି ପ୍ରାଚୀର ଉପର ଦେଇ ଯୋୟାବ ନିକଟକୁ ଫୋପାଡ଼ି ଦେଲେ। ତେଣୁ ଯୋୟାବ ତୂରୀ ବଜାଇଲେ ଏବଂ ଲୋକମାନେ ଓ ସୈନ୍ୟମାନେ ନିଜ ନିଜ ତମ୍ବୁକୁ ପଳାୟନ କଲେ, ଯୋୟାବ ଯିରୁଶାଲମକୁ ରାଜାଙ୍କ ନିକଟକୁ ଆସିଲେ। ଦାଉଦଙ୍କର କର୍ମଗ୍ଭରୀ ସଂପ୍ରଦାୟ ସେ ସମୟରେ ଯୋୟାବ ସମସ୍ତ ଇସ୍ରାଏଲର ସୈନ୍ୟଦଳର ଦଳପତି ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ମୁଖ୍ୟ ଥିଲେ। ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ। ଶିବା ଥିଲା ଲେଖକ, ପୁଣି ସାଦୋକ୍ ଓ ଅବିୟାଥର ଯାଜକ ଥିଲେ। ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ବ୍ୟକ୍ତିଗତ ଯାଜକ ଥିଲା। ଶାଉଲଙ୍କର ପରିବାର ଦଣ୍ତିତ ହେଲେ ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା’ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।” ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉ‌‌‌‌ଦ୍‌‌‌‌ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ। ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?” ତହିଁରେ ଗିବିୟୋନୀୟମାନେ ରାଜାଙ୍କୁ କହିଲେ, “ଆମ୍ଭମାନଙ୍କୁ କ୍ଷତି ପୂରଣ ଦେବା ପାଇଁ କିମ୍ବା ତାଙ୍କ ବଂଶରେ ଯଥେଷ୍ଟ ସୁନା କି ରୂପା ନାହିଁ। କିନ୍ତୁ ଇସ୍ରାଏଲରେ କାହାକୁ ହତ୍ୟା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।” ତା’ପରେ ସେ କହିଲେ, “ତୁମ୍ଭେମାନେ ଯାହା ଗ୍ଭହିଁବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।” ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରୁଦ୍ଧରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନ ରହୁ ଓ ସେଠାରୁ ବିତାଡ଼ିତ ହେଉ। ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ। ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲଙ୍କର ଗିବିୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।” ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା। କିନ୍ତୁ ସେ ସେମାନଙ୍କୁ ଶାଉଲର ଦୁଇ ପୁତ୍ର ଅମୌଣି ଓ ମଫୀବୋଶ‌‌ତ୍‌‌କୁ ଦେଲେ, ଯାହାର ମାତା ଅୟାର କନ୍ୟା ରି‌ସ୍‌ପା ଥିଲେ। ସେ ମଧ୍ୟ ସେମାନଙ୍କୁ ମେରାବଙ୍କର ପାଞ୍ଚପୁତ୍ର ଦେଲେ। ମେରାବ ଦାଉଦଙ୍କର କନ୍ୟା ଯିଏ କି ମହୋଲ୍ଲାର ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲକୁ ବିବାହ କରିଥିଲେ। ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ। ଦାଉଦ ଏବଂ ରି‌ସ୍‌ପା ବର୍ତ୍ତମାନ ଅୟାର କନ୍ୟା ରି‌ସ୍‌ପା ଅଖା ନେଇ ଶସ୍ୟଅମଳ ଋତୁର ଆରମ୍ଭରୁ ବର୍ଷା ହେବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସେହି ଶରୀରଗୁଡ଼ିକୁ ଜଗିବାକୁ ସେଠାରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ। ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରି‌ସ୍‌ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା। ସେତେବେଳେ ଦାଉଦ ଯାଇ ଯାବେ‌‌‌ଶ୍‌‌-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗି‌ଲ୍‌ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍‌ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେ‌‌‌ଶ୍‌‌-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ। ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀ‌ଶ୍‌ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ। ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଏହା ପରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଳାନ୍ତ ହେଲେ। ସେ ସମୟ ଇ‌ଶ୍‌ବୀବନୋବ୍ ନାମରେ ତିନିଶ ଶେକଲ ପରିମିତି ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶ ଜାତ ଜଣେ ନୂତନ ‌‌ଖ‌ଡ଼୍‌ଗରେ ସସଜ୍ଜ ହୋଇ ଦାଉଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା। ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାହାଙ୍କ ନିକଟରେ ଶପଥ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ, ଇସ୍ରାଏଲ ଏକ ମହାନ ନେତାଙ୍କୁ ହରାଇବ।” ଏହା ପରେ ପୁଣି ଥରେ ଗୋବରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା। ଏହା ପରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବରେ ଯୁଦ୍ଧ ହେଲା। ସେଥିରେ ବୈ‌ଥ୍‌ଲେହମୀୟ ଯାରେ-ଓରଗୀମର ପୁତ୍ର ଇ‌ଲ୍‌ହାନନ୍ ତନ୍ତି ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲିୟାତକୁ ବଧ କଲା। ଏହା ପରେ ପୁଣି ଥରେ ଗାଥ୍‌ରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିୟିର ପୁତ୍ର ଯୋନାଥନ ତାହାକୁ ବଧ କଲା। ଏହି ଗ୍ଭରିଜଣ ଗାଥ୍‌ରେ ଦୀର୍ଘକାୟ ବଂଶରେ ଜନ୍ମି ଥିଲେ, ଏବଂ ସେମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଲୋକମାନଙ୍କ ହସ୍ତରେ ହତ ହେଲେ। ସଦାପ୍ରଭୁ ନିକଟରେ ଦାଉଦଙ୍କର ପ୍ରଶଂସାର ଗୀତ ଯେଉଁ ସମୟରେ ସଦାପ୍ରଭୁ ଯାବତୀୟ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କଲେ। ସଦାପ୍ରଭୁ ମୋର ଶୈଳ ଏବଂ ମୋର ଦୁର୍ଗ, ମୋର ନିରାପଦସ୍ଥାନ। ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି, ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ, ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି। ସେମାନେ ମୋତେ ପରିହାସ କଲେ, କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ମୋର ଶତ୍ରୁମାନେ ସର୍ବଦା ମୋତେ ମାରିବାକୁ ଚେଷ୍ଟା କରିଛନ୍ତି। ମୃତ୍ୟୁର ଲହରୀ ମୋତେ ବେଷ୍ଟନ କଲା, ବନ୍ୟାଜଳ ମୋତେ ମୃତ୍ୟୁର ଗହ୍ୱରକୁ ନେଇଗଲା। କବରର ରଶି ମୋର ଗ୍ଭରିପଟେ ଥିଲା। ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖରେ ପଡ଼ିଥିଲା। ମୁଁ ଫାନ୍ଦରେ ପଡ଼ି ସହାୟତା ପାଇଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି। ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି, ସେ ଆପଣା ମନ୍ଦିରରେ ଥାଇ ମୋର ଡାକ ଶୁଣିଲେ। ସେ ମୋର ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ। ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ସ୍ୱର୍ଗ ରାଜ୍ୟର ମୂଳଦୂଆ ଟଳମଳ ଓ କମ୍ପିତ ହେଲା, କାରଣ ସଦାପ୍ରଭୁ କ୍ରୋଧିତ ଥିଲେ। ପରମେଶ୍ୱରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କର ମୁଖରୁ ବାହାରିଲା। ଜ୍ୱଳନ୍ତ ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା। ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା। ସେ ଉଡ଼ୁଥିଲେ, ସେ କିରୁବଦୂତଗଣ ଉପରେ ଆରୋହଣ କରି ଉ‌ଡ୍‌ଡୀୟମାନ ହେଲେ। ସେ ବାୟୁର ପକ୍ଷ ଉପରେ ଦେଖାଗଲେ। ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତରେ ଲୁଚି ଗଲେ, ସତେ ଯେମିତି ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳି ଯୁକ୍ତ ମେଘ ଭିତରେ ଲୁଚି ଗଲେ। ତାଙ୍କର ଚତୁର୍ଦ୍ଦିଗର ଉଜ୍ଜ୍ୱଳ ଆଲୋକଗୁଡ଼ିକ ଜ୍ୱଳନ୍ତ ଅଗ୍ନିକଣା ସଦୃଶ। ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ। ସେ ସର୍ବୋପରିସ୍ଥ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ। ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ। ସେ ଶତ୍ରୁମାନଙ୍କୁ ଛି‌ନ୍‌ଛତ୍ର କଲେ। ସଦାପ୍ରଭୁ ବିଜୁଳି ଦ୍ୱାରା ସେମାନଙ୍କୁ ଉ‌‌‌‌ଦ୍‌‌‌‌ବିଗ୍ନ କଲେ। ସଦାପ୍ରଭୁଙ୍କ ଗର୍ଜନରେ ତାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା। ସଦାପ୍ରଭୁ ଉର୍ଦ୍ଧରୁ ମୋତେ ହସ୍ତ ବଢ଼ାଇ ଉଦ୍ଧାର କଲେ। ସଦାପ୍ରଭୁ ସେହି ଗଭୀର ଜଳରୁ ହାତ ବଢ଼ାଇ ମୋତେ ଟେକି ଆଣିଲେ। ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ, ସେମାନେ ମୋତେ ଘୃଣା କରୁଥିଲେ। ମୋର ଶତ୍ରୁମାନେ ମୋ’ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ। ମୁଁ ଯେତେବେଳେ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ଥିଲେ। ସଦାପ୍ରଭୁ ମୋତେ ଭଲ ପାଆନ୍ତି, ତେଣୁ ସେ ମୋତେ ରକ୍ଷା କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ। ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି, ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। କାରଣ ମୁଁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ। ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ନ ଥିଲି। ମୁଁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଅଛି। ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ। ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ ଓ ନିର୍ମଳ ରଖେ। ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ୍ କରି ନାହିଁ। ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। ହେ ସଦାପ୍ରଭୁ, ଯଦି କେହି ପ୍ରକୃତରେ ତୁମ୍ଭଙ୍କୁ ଭଲପାଏ, ତା’ପରେ ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ। ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦିଅ। ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ। ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକୁ ଚୂର୍ଣ୍ଣ କର। ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ। ମୋର ଅନ୍ଧକାରକୁ ଆଲୋକମୟ କରିବ। ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ। ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ। ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ। ପରମେଶ୍ୱର ମୋର ଦୃଢ଼ ଦୁର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି। ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି। ସେ ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମୋର ବାହୁଗୁଡ଼ିକ ଏକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ। ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବାରେ ସାହାଯ୍ୟ କଲ। ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁଦ୍ୱାରା ସାହାଯ୍ୟ କଲ। ମୋର ଗୋଡ଼ ଓ ଗଣ୍ତିକୁ ଦୃଢ଼ କର, ତେଣୁ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ। ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସେମାନଙ୍କୁ ଗୋଡ଼ାଇବି, ସେମାନଙ୍କୁ ଧ୍ୱଂସ ନ କରିବା ଯାଏ। ସେମାନେ ବିନାଶ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ। ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିଅଛି, ମୁଁ ସେମାନଙ୍କୁ ପରାସ୍ତ କରିଅଛି। ସେମାନେ ପୁନରାୟ ଉଠିପାରି ନାହାନ୍ତି। ହଁ, ସେମାନେ ମୋର ପାଦତଳେ ପଡ଼ି ଅଛନ୍ତି। ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଅଛ। ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଅଛ। ତୁମ୍ଭେ ମୋତେ ସୁଯୋଗ ଦେଇଅଛ ମୋର ଶତ୍ରୁର ବେକକୁ ଧରିବା ପାଇଁ ଓ ମୁଁ ମୋର ଶତ୍ରୁକୁ ଧ୍ୱଂସ କରିଅଛି। ସେମାନେ ସାହାଯ୍ୟ ପାଇଁ ଚିତ୍କାର କଲେ, କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ। ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ, କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ। ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି, ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି। ସେମାନଙ୍କୁ ଛତରାଇ ଦେଲି। ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ସେହିସବୁ ରାଜ୍ୟର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ। ବିଦେଶୀମାନେ ମୋତେ ମାନିବେ। ସେମାନେ ଯେତେବେଳେ ମୋର ଆଜ୍ଞା ଶୁଣିବେ, ସେମାନେ ମୋର ଆଜ୍ଞାବହ ହେବେ। ସେମାନେ ଭୟରେ ଦୁର୍ବଳ ହୋଇଯିବେ। ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ। ସଦାପ୍ରଭୁ ଜୀବିତ! ମୁଁ ମୋର ଶୈଳକୁ ପ୍ରଶଂସା କରେ! ପରମେଶ୍ୱର ମହାନ। ସେ ହିଁ ସେଇ ଶୈଳ ଯିଏ ମୋତେ ରକ୍ଷା କରନ୍ତି। ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି। ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି। ପରମେଶ୍ୱର ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି। ଯେଉଁ ଲୋକମାନେ ମୋ’ ବିରୁଦ୍ଧରେ ଉଠିଛନ୍ତି, ସେମାନଙ୍କୁ ପରାସ୍ତ କରିବାରେ ତୁମ୍ଭେ ମୋତେ ସାହାଯ୍ୟ କଲ। ତୁମ୍ଭେ ମୋତେ ସେହି ନିର୍ଦ୍ଦୟଲୋକମାନଙ୍କଠାରୁ ରକ୍ଷା କଲ। ହେ ସଦାପ୍ରଭୁ, ସେଥିପାଇଁ ମୁଁ ମୋର ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭର ପ୍ରଶଂସା କରେ। ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ଗାଏ। ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି। ଦାଉଦଙ୍କର ଶେଷ ବାକ୍ୟ ଏଗୁଡ଼ିକ ଦାଉଦଙ୍କର ଶେଷ କଥା, “ଯିଶୀର ପୁତ୍ର ଦାଉଦ କହନ୍ତି ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି, ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା। ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ, ‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ, ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ। ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ। ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ, ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ, ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’ “ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି। ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ। ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ। “କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ। ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି। ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ, ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ। ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ। ସେଗୁଡ଼ିକ ନିଆଁରେ ପୋଡ଼ାଯିବ।” ତିନି ମହାଯୋଦ୍ଧା ଦାଉଦ କହିଲେ ଏଗୁଡ଼ିକ ସେହି ସାହସୀ ବ୍ୟକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖୋମନୀୟ ଯାବେଶ୍ ବଶେବତ୍ ବିଶେଷତଃ ଦଳର ମୁଖ୍ୟ ଥିଲେ। ସେ ଏକ କାଳୀନ 800 ଲୋକକୁ ବର୍ଚ୍ଛାରେ ବଧ କରିଥିଲା। ତା’ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ। ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଳାନ୍ତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକୁ ଶକ୍ତ ଭାବରେ ଧରି ଯୁଦ୍ଧ କରିବା ଗ୍ଭଲୁ ରଖିଲେ। ପୁଣି ସେହି ଦିନ ସଦାପ୍ରଭୁ ଏକ ବିରାଟ ଜୟ କରାଇଲେ ଏବଂ ଲୋକମାନେ ତାଙ୍କୁ ଲୁଣ୍ଠନ କରିବାକୁ ଅନୁସରଣ କଲେ। ତା’ପରେ ହରାରୀୟ ଆଗିର ପୁତ୍ର ଶମ୍ମ ସେଠାରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୋଇଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାୟନ କଲେ। କିନ୍ତୁ ଶମ୍ମ କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜୟ ସାଧନ କଲେ। ତା’ପରେ ରାଜାଙ୍କର ବିଶେଷ ଦଳର ତିନି ଜଣ ଲୋକ ଶସ୍ୟଅମଳ ସମୟରେ ଗଲେ ଓ ଅଦୁଲ୍ଲମ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳ ଭୂମିରେ ଛାଉଣି ସ୍ଥାପନ କରିଥିଲେ। ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈ‌ଥ୍‌ଲେହମରେ ଥିଲେ। ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ କେହି ବୈ‌ଥ୍‌ଲେହମରେ ନଗରଦ୍ୱାର ନିକଟସ୍ଥ କୂଅରୁ ଜଳ ଦିଅନ୍ତା କି।” ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈ‌ଥ୍‌ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ। ଦାଉଦ କହିଲେ, “ହେ ସଦାପ୍ରଭୁ, ମୁଁ ନିଶ୍ଚୟ ଏହି ପାଣି ପିଇବି ନାହିଁ। ଏହା ସେହି ମଣିଷର ରକ୍ତ ପିଇବା ପରି ହେବ, ଯେଉଁମାନେ ମୋ’ ପାଇଁ ସେମାନଙ୍କ ପାଇଁ ଉତ୍ସର୍ଗ କରିଦେଲେ।” ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସେହି ତିନି ବୀର କରିଥିଲେ। ଅନ୍ୟ ସାହସିକ ସୈନ୍ୟ ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶୟ ମୁଖ୍ୟ ଥିଲେ। ସେ 300 ଲୋକ ବିରୁଦ୍ଧରେ ନିଜର ବର୍ଚ୍ଛା ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧ୍ୟରେ ବିଖ୍ୟାତ ହେଲା। ସେ ଏହି ତିନିଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା। ଏହି ହେତୁ ସେ ସେମାନଙ୍କର ସେନାପତି ହେଲା। ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା। ତା’ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କ‌ବ୍‌ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା। ବନାୟ ଏକ ମିସ୍ରୀୟ ମହାପୁରୁଷଙ୍କୁ ହତ୍ୟା କଲା। ସେହି ମିସ୍ରୀୟ ହାତରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାୟର ହାତରେ ଏକ ଯଷ୍ଟି ଥିଲା, ବନାୟ ତା’ର ହାତରୁ ବର୍ଚ୍ଛା ଛଡ଼ାଇ ଆଣିଲା ଓ ତା’ର ବର୍ଚ୍ଛାରେ ତାକୁ ବଧ କଲା। ଯିହୋୟାଦାର ପୁତ୍ର ବନାୟ ଏହିପରି ସାହସିକ କାର୍ଯ୍ୟମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧ୍ୟରେ ବିଖ୍ୟାତ ଥିଲା। ବନାୟ ତିରିଶ୍ ଜଣ ବୀର ଅପେକ୍ଷା ଅଧିକ ବିଖ୍ୟାତ ଥିଲା। ତଥାପି ସେ ପ୍ରଥମ ତିନି ଜଣ ବୀରଙ୍କ ତୁଲ୍ୟ ନ ଥିଲା। ଆଉ ଦାଉଦ ତାକୁ ନିଜର ପ୍ରହରୀ ଦଳ ଉପରେ ନିଯୁକ୍ତି କଲେ। ତିରିଶ୍ ଜଣ ମହା ଯୋଦ୍ଧା ଯୋୟାବର ଭ୍ରାତା ଅସାହେଲ୍ ଉକ୍ତ ତିରିଶ୍ ଜଣ ମଧ୍ୟରେ ଜଣେ ଥିଲା। ସେହି ତିରିଶ୍ ଜଣ ବୀରମାନଙ୍କ ମଧ୍ୟରେ ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇ‌ଲ୍‌ହାନନ୍ ଥିଲା। ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା, ପ‌ଲ୍‌ଟୀୟ ହେଲସ୍, ତକୋୟୀୟ ଇକ୍କୋଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ, ଅହୋହୀୟ ସ‌ଲ୍‌ମୋନ୍, ନଟୋଫାତୀୟରୁ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବିୟା ନିବାସୀ ରୀବୟର ପୁତ୍ର ଇତ୍ତୟ। ପିରିୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ, ଅର୍ବତୀୟ ଅବିୟ‌ଲ୍‌ବୋନ, ବରହୂମୀୟ ଅ‌ସ୍‌ମାବତ୍ ଶା‌ଲ୍‌ବୋନୀୟ ଇଲିୟହବା, ଯାଶେନର ପୁତ୍ରଗଣ, ଯୋନାଥନ ହରାରୀୟ ଶମ୍ମ, ଅରାରୀୟ ଶାରରର ପୁତ୍ର ଅହୀୟାମ, ମାଖାତୀୟର ପୌତ୍ର ଅହ‌ସ୍‌ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ, କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ, ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ, ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ, ଇଥ୍ରୀୟ ଈରା, ଇଥ୍ରୀୟ ଗାରେବ୍, ହିତ୍ତୀୟ ଊରିୟ, ସର୍ବସୁଦ୍ଧା ସଇଁତିରିଶ୍ ଜଣ। ଦାଉଦ ତାଙ୍କର ସୈନ୍ୟମାନଙ୍କୁ ଗଣନା କରିବା ପାଇଁ ନିଷ୍ପତ୍ତି ନେଲେ ସଦାପ୍ରଭୁ ପୁନ୍ନରାୟ ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେଇଲେ। ତେଣୁ ଦାଉଦ ଆଦେଶ ଦେଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।” ରାଜା ଦାଉଦ ତାଙ୍କର ସେନାପତି ଯୋୟାବକୁ ଡାକି କହିଲେ, “ତୁମ୍ଭେମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ବଂଶ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।” କିନ୍ତୁ ଯୋୟାବ ରାଜାଙ୍କୁ କହିଲେ, “ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ 100 ଗୁଣ ବୃଦ୍ଧି କରାନ୍ତୁ ଓ ମୋ’ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। କାହିଁକି ରାଜା ସେହି କାର୍ଯ୍ୟ କରିବାକୁ ଗ୍ଭହାନ୍ତି?” ରାଜା ଦାଉଦ ଗୁରୁତର ସହକାରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସେନାଧ୍ୟକ୍ଷଙ୍କୁ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସେନାଧ୍ୟକ୍ଷମାନେ ରାଜାଙ୍କ ପାଖରୁ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ। ସେମାନେ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ସେମାନେ ଅରୋୟେରରେ ସେନା ଛାଉଣି ପକାଇଲେ। ସେମାନଙ୍କର ଛାଉଣି ସହରର ଦକ୍ଷିଣ ପାର୍ଶ୍ୱରେ ରହିଲା। ସହରଟି ଗାଦ୍ ଉପତ୍ୟକାର ମଧ୍ୟରେ ଅବସ୍ଥିତ ଥିଲା, ଯାହାକି ଯାସେର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ତା’ପରେ ସେମାନେ ପୂର୍ବରେ ଥିବା ଗିଲିୟ‌‌‌‌ଦ୍‌‌‌‌କୁ ଓ ତହତୀମ୍ ହ‌‌‌‌ଦ୍‌‌‌‌ଶି ଦେଶକୁ ଗଲେ। ତା’ପରେ ସେମାନେ ବୁଲି ସୀଦୋନକୁ ଆସିଲେ। ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ‌ବେ‌ର୍‌ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ। ଏହା ତାଙ୍କୁ 9ମାସ 20ଦିନ ସମୟ ଲାଗିଲା। ଏହା ପରେ ସେମାନେ ଯିରୁଶାଲମକୁ ଫେରି ଆସିଲେ। ଯୋୟାବ ରାଜାଙ୍କୁ ଗଣନାର ଚିଠା ଦେଲେ। ଇସ୍ରାଏଲରେ ‌‌ଖ‌ଡ଼୍‌ଗଧାରୀ 800,000 ବଳବାନ ଲୋକ ଓ ଯିହୁଦାର 500,000 ଲୋକ ଥିଲେ। ସଦାପ୍ରଭୁ ଦାଉଦଙ୍କୁ ଦଣ୍ତମାନ ଦେଲେ ଏହା ପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦୟ ଦୁଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଛି। ହେ ସଦାପ୍ରଭୁ, ମୁଁ ଆପଣଙ୍କୁ ବିନୟ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁଁ ଅତି ମୁର୍ଖର କର୍ମ କରିଅଛି।” ଯେତେବେଳେ ଦାଉଦ ପ୍ରଭାତରେ ଶଯ୍ୟା ତ୍ୟାଗ କଲେ ସେତେବେଳେ ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟ‌ଦ୍‌ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ ଗା‌‌‌‌ଦ୍‌‌‌‌କୁ କହିଲେ, “ଦାଉଦ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖିଅଛୁ ସେଥି ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତୁ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବୁ।’” ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ଏହି ତିନୋଟି ମଧ୍ୟରୁ ଗୋଟିକୁ ବାଛ। 1, ତୁମ୍ଭ ପାଇଁ, ତୁମ୍ଭ ଦେଶ ପାଇଁ ସାତ ବର୍ଷ ଦୁର୍ଭିକ୍ଷ ହେବ। 2, ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ତିନି ମାସ ପର୍ଯ୍ୟନ୍ତ ଗୋଡ଼ାଇବେ। 3, ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ। ଏହିସବୁ କଥା ବିଷୟରେ ଭାବ ଏବଂ ଏହି ତିନି କଥାରୁ ଗୋଟିକୁ ବାଛ। ଏବଂ ମୁଁ ସଦାପ୍ରଭୁଙ୍କୁ ତୁମ୍ଭର ପସନ୍ଦ ଜଣାଇ ଦେବି। ଯେହେତୁ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି।” ଦାଉଦ ଗା‌‌‌‌ଦ୍‌‌‌‌କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।” ତେଣୁ ସଦାପ୍ରଭୁ ଇସ୍ରାଏଲକୁ ମହାମାରୀ ପଠାଇଲେ। ଏହି ପ୍ରତ୍ୟୁଷରୁ ଆରମ୍ଭ ହୋଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ଭଲୁ ରହିଲା। ତେଣୁ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ 70,000 ଲୋକ ମୃତ୍ୟୁବରଣ କଲେ। ଦୂତ ଯିରୁଶାଲମକୁ ଧ୍ୱଂସ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦୁଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କୁ କହିଲେ, “ଯେଉଁ ଲୋକମାନଙ୍କୁ ମାରିଅଛ ତାହା ଯଥେଷ୍ଟ, ତୁମ୍ଭ ହସ୍ତ ନତ କର।” ଏହି ସମୟରେ ସେହି ଦୂତ ଯିବୂଷୀୟ ଅରୌଣାରେ ଶସ୍ୟ ମର୍ଦ୍ଦନ ସ୍ଥାନ ନିକଟରେ ଥିଲେ। ଦାଉଦ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନକୁ କିଣିଲେ ପୁଣି ଦାଉଦ ସେହି ସଂହାରକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି। ମାତ୍ର ଏହି ମେଷଗଣ କ’ଣ କଲେ? ବିନୟ କରୁଅଛି ତୁମ୍ଭ ହସ୍ତ ମୋ’ ପ୍ରତିକୂଳରେ ଓ ମୋ’ ପିତୃଗୃହର ପ୍ରତିକୂଳରେ ହେଉ।” ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାହାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।” ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗା‌ଦ୍‌ର ବାକ୍ୟନୁସାରେ ଉଠି ଗଲେ। ସେତେବେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ୟ ଓ ତାଙ୍କର ଦାସମାନେ ତାଙ୍କ ଆଡ଼କୁ ଆସୁ ଅଛନ୍ତି। ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। ପୁଣି ଅରୌଣା ପଗ୍ଭରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି କାରଣରେ ଆସିଲେ?” ସଦାପ୍ରଭୁଙ୍କ ପାଇଁ ବେଦି ତିଆରି କରିବାକୁ ମୁଁ ତୁମ୍ଭର ଖଳାର ଭୂମି କିଣିବାକୁ ଆସିଅଛି। ତା’ପରେ ମହାମାରୀ ବନ୍ଦ ହେବ। ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେମନ୍ତ ମହାମାରୀ ନିବୃତ୍ତ ହେବ। ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବ। କାରଣ ତୁମ୍ଭଠାରୁ ଶସ୍ୟ ମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।” ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋ’ ପ୍ରଭୁ ମହାରାଜା ଆପଣଙ୍କୁ ଯାହା ଭଲ ଲାଗେ ତାହା ଦେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ ହୋମବଳି ନିମନ୍ତେ ଏହି ବୃଷକୁ ଓ କାଠ ନିମନ୍ତେ ଏହି ଶସ୍ୟ ମର୍ଦ୍ଦନ ଯନ୍ତ୍ର ସଜ୍ଜ ଅଛି। ହେ ମହାରାଜ, ଅରୌଣା ଏ ସମସ୍ତ ମହାରାଜାଙ୍କୁ ଦେଉଅଛି।” ପୁଣି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।” ତହିଁରେ ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଗ୍ଭଶ୍ ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ। ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା। ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ। ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ। ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?” *** ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ। ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟ‌ଦ୍‌ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ। ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ। ମାତ୍ର ସେ ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ। ନାଥନ ଓ ବ‌ତ୍‌ଶେବା ଶଲୋମନ ସପକ୍ଷରେ କହିଲେ ଏଥିରେ ନାଥନ ଶଲୋମନଙ୍କର ମାତା ବ‌ତ୍‌ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ? ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି। ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’ ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।” ଏଥିରେ ବ‌ତ୍‌ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। ବ‌ତ୍‌ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା’ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?” ବ‌ତ୍‌ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’। ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ। ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ। ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ। ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା’ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।” ବ‌ତ୍‌ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟ‌ଦ୍‌ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ। ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟ‌ଦ୍‌ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା’ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ? କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’ କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି। ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?” ତା’ପରେ ରାଜା ଦାଉଦ କହିଲେ, “ବ‌ତ୍‌ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ତା’ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।” ତା’ପରେ ବ‌ତ୍‌ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!” ଶଲୋମନ ନୂତନ ରାଜାରୂପେ ମନୋନୀତ ତା’ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ। ତା’ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ। ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟ‌ଦ୍‌ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’ ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।” ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ। ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।” ତେଣୁ ଯାଜକ ସାଦୋକ, ଭବିଷ୍ୟ‌ଦ୍‌ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ। ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା’ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।” ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା। ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?” ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।” ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି। ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। ତା’ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟ‌ଦ୍‌ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା’ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚା‌ତ୍‌ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ। ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ। *** ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’” ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ। ଅଦୋନିୟ ମଧ୍ୟ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା ତା’ପରେ କେହି ଜଣେ ଶଲୋମନକୁ ସମ୍ବାଦ ଦେଲା, “ଅଦୋନୀୟ ତୁମ୍ଭକୁ ଭୟ କରୁଅଛି। ତେଣୁ ସେ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡ଼ିବା ପାଇଁ ମନା କରି କହୁଅଛି, ‘ଶଲୋମନ ରାଜା ଆପଣା ଦାସ ଅଦୋନିୟକୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଜ୍ଞା କରି କୁହନ୍ତୁ।’” ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା’ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।” ତା’ପରେ ରାଜା ଶଲୋମନ କେତେକ ଲୋକଙ୍କୁ ଅଦୋନିୟ ନିକଟକୁ ପଠାଇଲେ। ସେମାନେ ଅଦୋନିୟକୁ ଶଲୋମନ ନିକଟକୁ ଆଣିଲେ। ଅଦୋନିୟ ରାଜା ଶଲୋମନଙ୍କୁ ପ୍ରଣାମ କଲା। ଶଲୋମନ ତାହାକୁ କହିଲେ, “ନିଜ ଘରକୁ ଯାଅ।” ରାଜା ଦାଉଦଙ୍କ ମୃତ୍ୟୁ ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ, “ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ। ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’” ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା’ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା। ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ। “ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ। “ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି। ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।” ତା’ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ। ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା। ତା’ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବ‌ତ୍‌ଶେବା ନିକଟକୁ ଆସିଲେ। ବ‌ତ୍‌ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?” ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି। ମୋର ତୁମ୍ଭକୁ କିଛି କହିବାର ଅଛି।” ବ‌ତ୍‌ଶେବା କହିଲେ, “କୁହ।” ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା। ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।” ବ‌ତ୍‌ଶେବା କହିଲେ, “କ’ଣ ଇଚ୍ଛା କରୁଛ?” ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।” ତା’ପରେ ବ‌ତ୍‌ଶେବା କହିଲେ, “ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।” ତେଣୁ ବ‌ତ୍‌ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। ବ‌ତ୍‌ଶେବା କହିଲେ, “ତୁମ୍ଭ ନିକଟରେ ମୋର ଏକ ଛୋଟ ନିବେଦନ ଅଛି, ମୋତେ ନାସ୍ତି କରିବ ନାହିଁ।” ତହୁଁ ରାଜା କହିଲେ, “ହେ ମାତା, କୁହ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।” ତେଣୁ ବ‌ତ୍‌ଶେବା କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ।” ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।” ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା’ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ। ସଦାପ୍ରଭୁ ମୋତେ ଇସ୍ରାଏଲର ରାଜା କରିଛନ୍ତି, ସେ ମୋତେ ମୋର ପିତା ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରଖିଛନ୍ତି ଓ ମୋତେ ମୋର ପରିବରକୁ ରାଜ୍ୟ ଦେଇଛନ୍ତି। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ଯେକୌଣସି ମତେ ଅଦୋନିୟ ଆଜି ନିଶ୍ଚୟ ହତ ହେବ।” ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା। ତା’ପରେ ରାଜା ଯାଜକ ଅବିୟାଥରକୁ କହିଲେ, “ତୁମ୍ଭେ ଅନାଥୋତ ସ୍ଥିତ ତୁମ୍ଭର ଗୃହକୁ ଯାଅ। କାରଣ ତୁମ୍ଭେ ଯଦିଓ ମୃତ୍ୟୁ ଯୋଗ୍ୟ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉ ନାହିଁ, କାରଣ ତୁମ୍ଭେ ମୋର ପିତା ଦାଉଦଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମୋ’ ପିତାଙ୍କର କଠିନ ସମୟରେ ସେହି ପ୍ରକାର ବିପଦ ଗୁଡ଼ିକରେ ଭାଗୀ ହୋଇଥିଲ।” ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ। ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା। ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦି ନିକଟରେ ଅଛି। ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ଆଦେଶ ଦେଲେ, ଯାଅ, ତାକୁ ହତ୍ୟା କର। ତା’ପରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, “ରାଜା କହନ୍ତି, ‘ବାହାରକୁ ଆସ।’” କିନ୍ତୁ ସେ କହିଲା, “ନା, ମୁଁ ଏଠାରେ ମରିବି।” ତେଣୁ ବନାୟ ରାଜାଙ୍କ ପାଖକୁ ଗଲେ ଏବଂ ସେ ଯାହା କହିଥିଲେ ତାହାର ତଥ୍ୟ ଦେଲେ। ତା’ପରେ ରାଜା ବନାୟକୁ ଆଦେଶ ଦେଲେ, “ସେ ଯେପରି କହିଅଛି, ସେହିପରି କର। ସେହିଠାରେ ତାକୁ ହତ୍ୟା କର ଓ କବର ଦିଅ। ତାହାହେଲେ ଯୋୟାବ ନିରୀହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସେହି ପାପରୁ ମୁଁ ଓ ମୋର ପରିବାର ମୁକ୍ତ ହେବୁ। ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ। ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା’ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।” ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା। ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ। ତା’ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ। ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।” ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା। ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି। ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ। ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗା‌ଥ୍‌କୁ ଯାଇଥିଲା ଓ ପୁଣି ଫେରି ଆସିଲା। ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ। ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ? ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ। ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।” ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା’ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ। ଜ୍ଞାନ ପାଇଁ ଶଲୋମନଙ୍କ ପ୍ରାର୍ଥନା ତା’ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସେହି ସମୟରେ ସେ ନିଜ ପାଇଁ ପ୍ରାସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନରେ ବଳିଦାନ କରୁଥିଲେ। ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ରେମ ପ୍ରକାଶ କଲେ। କେବଳ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନରେ ଧୂପ ଜଳାଇଲେ। ଶଲୋମନ ବଳିଦାନ ନିମନ୍ତେ ଗିବିୟୋନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସେ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।” ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ। ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ। ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି। ସେମାନଙ୍କର ସଂଖ୍ୟା ଅଗଣନୀୟ। ତେଣୁ ଜଣେ ଶାସକ ନିଶ୍ଚୟ ବହୁତ ନିଷ୍ପତ୍ତି କରିବ। ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?” ଶଲୋମନଙ୍କ ଏହି ବିଷୟ ମାଗିବାରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ। ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ। ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ। ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।” ତା’ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ୱର ତାଙ୍କୁ ସ୍ୱପ୍ନାଦେଶ କରିଛନ୍ତି। ତେଣୁ ସେ ଯିରୁଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଦଣ୍ଡାୟମାନ ହୋଇ ହୋମବଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ। ଶଲମୋନଙ୍କ ଜ୍ଞାନର ପ୍ରମାଣ ଦିନେ ଦୁଇଜଣ ବେଶ୍ୟା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ। ଜଣେ ସ୍ତ୍ରୀଲୋକ କହିଲା, “ହେ ମୋର ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହୋଇଥିଲୁ। ସେହି ଘରେ ତା’ ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି। ମୋହର ପ୍ରସବର ତୃତୀୟ ଦିବସରେ ଏହି ସ୍ତ୍ରୀଲୋକ ମଧ୍ୟ ଏକ ସନ୍ତାନ ପ୍ରସବ କଲା। ସେହି ଘରେ ଆମ୍ଭ ଦୁହିଁଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ନ ଥିଲେ। ଦିନେ ରାତ୍ରିରେ ଏହି ସ୍ତ୍ରୀଲୋକ ତା’ର ପିଲା ଉପରେ ଲଦି ହୋଇ ଶୋଇ ପଡ଼ିବାରୁ ତା’ର ପିଲାଟି ମରିଗଲା। ତେଣୁ ସେହି ମଧ୍ୟରାତ୍ରିରେ ମୁଁ ଶୋଇଥିଲା ବେଳେ ସେ ମୋର ସନ୍ତାନକୁ ନେଇଯାଇ ତା’ର ମୃତ ସନ୍ତାନକୁ ମୋ’ କୋଳରେ ଶୁଆଇ ଦେଲା। ପରଦିନ ପ୍ରଭାତରେ ମୁଁ ଯେତେବେଳେ ମୋର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମୋର ସନ୍ତାନ ନୁହେଁ।” କିନ୍ତୁ ଅନ୍ୟ ସ୍ତ୍ରୀଲୋକଟି କହିଲା, “ନା, ଜୀବିତ ସନ୍ତାନଟି ମୋର ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।” ମାତ୍ର ପ୍ରଥମ ସ୍ତ୍ରୀ କହିଲା, “ନା, ତୁମ୍ଭେ ଭୁଲ୍ କହୁଛ, ମୃତ ସନ୍ତାନଟି ତୁମ୍ଭର ପୁଅ ଓ ଜୀବିତ ସନ୍ତାନଟି ମୋର ପୁଅ।” ଏହିପରି ସେମାନେ ରାଜାଙ୍କ ସମ୍ମୁଖରେ ଗୁହାରି କଲେ। ତତ୍ପରେ ରାଜା ଶଲୋମନ କହିଲେ, “ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।” ଏଣୁ ରାଜା ଶଲୋମନ ଗୋଟିଏ ‌‌ଖ‌ଡ଼୍‌ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ। ପୁଣି ରାଜା କହିଲେ, “ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦେଇଦିଅ।” ଦ୍ୱିତୀୟ ସ୍ତ୍ରୀଲୋକଟି କହିଲା, “ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହେବ ନାହିଁ।” ମାତ୍ର ପ୍ରଥମ ସ୍ତ୍ରୀଲୋକ ଯିଏ ପିଲାଟିର ପ୍ରକୃତ ମା, ତା’ର ଅନ୍ତଃକରଣ ପିଲାଟି ପ୍ରତି ବିଳପି ଉଠିଲା। ତେଣୁ ସେ ରାଜାଙ୍କୁ କହିଲା, “ହେ ମୋର ମହାରାଜ, ଜୀବିତ ପିଲାଟିକୁ ତାକୁ ଦେଇ ଦିଅନ୍ତୁ, କିନ୍ତୁ କୌଣସି ମତେ ତାକୁ ବଧ କରନ୍ତୁ ନାହିଁ।” ତା’ପରେ ରାଜା ଶଲୋମନ କହିଲେ, “ପ୍ରଥମ ସ୍ତ୍ରୀଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମା, ପିଲାଟିକୁ ତାକୁ ଦିଅ।” ତାକୁ ହତ୍ୟା କର ନାହିଁ। ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି। ଶଲୋମନଙ୍କ ସାମ୍ରାଜ୍ୟ ଏହିପରି ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଏହିମାନେ ଥିଲେ ତାଙ୍କର ଅଧିପତି ଯେ କି ତାଙ୍କୁ ରାଜ୍ୟ ଶାସନରେ ସାହାଯ୍ୟ କରୁଥିଲେ। ସେମାନେ ସାଦୋକର ପୁତ୍ର ଯାଜକ ଅସରିୟ ପୁତ୍ରଗଣ ଥିଲେ। ଯଥା: ସାଦୋକର ପୁତ୍ର ଅସରିୟ ଯାଜକ। ଶୀଶାର ପୁତ୍ର ଇଲୀହୋରଫ ଓ ଅହିୟ ଉଭୟ ବିଗ୍ଭରାଳୟରେ ଯାହା ହେଉଥିଲା ସେମାନେ ଲେଖୁଥିଲେ। ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲିପିକାର। ଯିହୋୟାଦାର ପୁତ୍ର ବନାୟ ଥିଲା ସୈନ୍ୟବାହିନୀର ସେନାପତି ସାଦୋକ ଓ ଅବିୟାଥର ଯାଜକ ଥିଲେ। ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ। ଅହୀଶାର୍ ରାଜାଙ୍କର ପ୍ରାସାଦର ଦାୟିତ୍ୱରେ ଥିଲେ। ଅ‌ବ୍‌ଦର ପୁତ୍ର ଅଦୋନୀରାମ୍ କ୍ରୀତଦାସମାନଙ୍କର ରାଜ୍ୟପାଳ ଥିଲେ। ଶଲୋମନ ସମଗ୍ର ଇସ୍ରାଏଲକୁ ବାର ଭାଗରେ ବିଭକ୍ତ କରି ବାର ଜଣ ଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗାଇଲେ। ପ୍ରତ୍ୟେକ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ଏଗୁଡ଼ିକ ହେଉଛି ବାର ଜଣ ଦେଶାଧ୍ୟକ୍ଷଙ୍କ ନାମ: ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର। ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର। ଅରୁବୋତରେ ବିନ୍-ହେଷଦ୍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ବିନ୍-ହେଷଦ୍ ଅଧୀନ ଥିଲା। ସମୁଦାୟ ଦୋର ଉପପର୍ବତ ବିନ୍-ଅବୀନାଦ‌ବ୍‌ର ଅଧୀନ ଥିଲା। ସେ ଶଲୋମନଙ୍କର କନ୍ୟା ଟାଫତକୁ ବିବାହ କରିଥିଲା। ତାନକ୍ ଓ ମଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ ମହୋଲା ଓ ଯଗୂମିୟାମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମସ୍ତ ବୈଥ୍-ଶାନରେ ଅହୀଲୂଦର ପୁତ୍ର ବାନା ରାଜ୍ୟପାଳ ଥିଲେ। ବିନ୍-ଗେବର ରାମୋତ୍-ଗିଲିୟଦର ଶାସକ ଥିଲେ। ମନଃଶିର ପୁତ୍ର ଯାୟୀରର ଗିଲିୟଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅ‌ର୍‌ଗୋବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା। ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍। ନପ୍ତାଲିରେ ଅହୀମାସ୍ ଶାସକ ଥିଲେ ଯିଏ କି ଶଲୋମନଙ୍କର କନ୍ୟା ବାସମ‌ତ୍‌କୁ ବିବାହ କରିଥିଲା। ଆଶେର ଓ ବାଲୋରେ ହୂଶୟର ପୁତ୍ର ବାନା। ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍ ଶାସକ ଥିଲେ। ବିନ୍ୟାମୀନରେ ଏଲାର ପୁତ୍ର ଶିମିୟି ଶାସକ ଥିଲେ। ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓ‌ଗ୍‌ର ଗିଲିୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। ଇସ୍ରାଏଲ ଓ ଯିହୁଦାରେ ବହୁ ଲୋକ ଥିଲେ। ସେମାନେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅସଂଖ୍ୟ ଥିଲେ। ମାତ୍ର ସେମାନେ ଯଥେଷ୍ଟ ଖାଦ୍ୟ ପାନୀୟ ସହିତ ସୁଖରେ କାଳାତିପାତ କରୁଥିଲେ। ଶଲୋମନ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ଶାସନ କଲେ। ଏହି ଦେଶଗୁଡ଼ିକ ଶଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହୋଇ ରହିଲେ। ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ: 30 ମହଣ ସରୁ ମଇଦା, 60 ମହଣ ସୁଜୀ, 10 ଗୋଟି ପୁଷ୍ଟ ଗୋରୁ, 20 ଗୋଟି ଗୋରୁ ଚରାସ୍ଥାନରୁ, 100 ମେଷ, ଏହାଛଡ଼ା ଅନେକ ହରିଣ, କୃଷ୍ଣସାର, ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲେ। *** ଶଲୋମନ ତି‌‌‌‌ପ୍‌‌‌‌ସହଠାରୁ ଘସା ପର୍ଯ୍ୟନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡ଼ିକ ଉପରେ ଶାସନ କଲେ। ତାଙ୍କ ରାଜ୍ୟର ଚତୁର୍ଦ୍ଦିଗର ସୀମାରେ ଶାନ୍ତି ଥିଲା। ଶଲୋମନଙ୍କ ରାଜତ୍ୱ କାଳରେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷମୂଳରେ ନିରାପଦରେ ଅବସ୍ଥାନ କରୁଥିଲେ। ଶଲୋମନଙ୍କର ରଥଗୁଡ଼ିକ ନିମନ୍ତେ 4000 ଅଶ୍ୱଶାଳା ଓ 12,000 ଅଶ୍ୱାରୋହୀ ଥିଲେ। ପ୍ରତି ମାସ ସେହି ବାର ଜଣ ରାଜ୍ୟପାଳମାନଙ୍କ ମଧ୍ୟରୁ ଜଣେ ଶଲୋମନ ରାଜା ଦ୍ୱାରା ନିଯୁକ୍ତି ହେଲେ। ରାଜାଙ୍କର ସେହିମାନଙ୍କ ପାଇଁ ଯେଉଁମାନେ ଖାଇବା ଟେବୁ‌ଲ୍‌‌‌ରେ ଅଂଶ ନେଲେ, ସେମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଊଣା ନ କରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗାଇଲେ। ସେହି ଶାସକଗଣ ସେମାନଙ୍କର କର୍ତ୍ତବ୍ୟ ଅନୁସାରେ ଦ୍ରୁତଗାମୀ ଅଶ୍ୱଗୁଡ଼ିକୁ ବାର୍ଲି ଓ କୁଟା ଯୋଗାଇଲେ। ଆଉ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ନିରୂପିତ କର୍ମାନୁସାରେ ଅଶ୍ୱ ଦ୍ରୁତଗାମୀ ବାହନଗୁଡ଼ିକ ପାଇଁ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ। ଶଲୋମନଙ୍କର ଜ୍ଞାନ ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା। ପୂର୍ବ ଦେଶୀୟ ଓ ମିଶରୀୟ ଲୋକମାନଙ୍କ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ଥିଲା। ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାୟୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ୍ ଓ କ‌ଲ୍‌‌‌କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ଯଶ ସମସ୍ତ ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। ତାଙ୍କ ଜୀବନ କାଳ ମଧ୍ୟରେ ସେ 3000 ନୀତିକଥା ଓ 1005 ଗୀତ ରଚନା କଲେ। ସେ ପ୍ରକୃତି ସମ୍ବନ୍ଧରେ ମଧ୍ୟ ବହୁକଥା ଜାଣିଲେ। ସେ ଲିବାନୋ‌ନ୍‌ର ଏରସ ବୃକ୍ଷ ବିଷୟରେ ଓ ପ୍ରାଚୀରରେ ଜନ୍ମିଥିବା ଏସୋବ ତୃଣ ବିଷୟରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବିଷୟରେ ଶିକ୍ଷା ଦେଲେ। ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷୟରେ ଶୁଣିଲେ, ସେମାନଙ୍କର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ। ଶଲୋମନ ଓ ହୀରମ୍ ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ଶଲୋମନ ହୀରମ୍ ନିକଟକୁ ଏହିକଥା କହି ପଠାଇଲେ, “ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ। ମାତ୍ର ଏବେ ସଦାପ୍ରଭୁ ମୋର ପରମେଶ୍ୱର ଚତୁର୍ଦ୍ଦିଗରେ ଶାନ୍ତି ଦେଇ ଅଛନ୍ତି। ବର୍ତ୍ତମାନ ମୋର ଶତ୍ରୁ କେହି ନାହାନ୍ତି କି ବିପଦର ଆଶଙ୍କା ନାହିଁ। “ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି। ତେଣୁ ଏବେ ମୋ’ ପାଇଁ ଲିବାନୋ‌ନ୍‌ରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମୋର ଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗରେ ଥିବେ; ପୁଣି ଆପଣଙ୍କ କହିବାନୁସାରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦେବି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।” ଯେତେବେଳେ ହୀରମ୍ ଏହିକଥା ଶୁଣିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଓ କହିଲେ, “ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଯେ, ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦେଇଛନ୍ତି।” ତା’ପରେ ହୀରମ୍ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, “ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦେବଦାରୁ କାଠ ଦେବା ପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।” ମୋର ଲୋକମାନେ ଲିବାନୋ‌‌‌ନ୍‌‌‌ଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନରେ ମୁଁ ସମୁଦ୍ର ପଥରେ ଭେଳାବାନ୍ଧି ପଠାଇ ସେଠାରେ ଫିଟାଇ ଦେବି, ସେଠାରୁ ଆପଣ ନେଇଯିବେ। ଏବଂ ମୋର ରାଜକୀୟ ପ୍ରାସାଦକୁ ଖାଦ୍ୟ ପଠାଇ ମୋ’ ପ୍ରତି ଅନୁକମ୍ପା କରିବେ।” ତେଣୁ ହୀରମ୍ ଶଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ୍ କାଠ ଦେଲେ। ଯାହା ସେ ଦରକାର କଲେ। ଶଲୋମନ ଏହି ସେବା ବଦଳରେ 20,000 ମହଣ ଗହମ ଓ 20,000 ମହଣ ଅଲିଭ ତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ୟରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ। *** ପୁଣି ସଦାପ୍ରଭୁ ପ୍ରତିଜ୍ଞାନୁସାରେ ଶଲୋମନକୁ ଜ୍ଞାନ ଦେଲେ ଆଉ ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ହେଲା ଓ ସେ ଦୁହେଁ ପରସ୍ପର ଚୁକ୍ତି କଲେ। ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ। ରାଜା ଶଲୋମନ ଆଦୋନୀରା‌ମ୍‌କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋ‌ନ୍‌ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ। ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ। ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ। ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ। ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ। ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା। ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା। ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା। ଶଲୋମନ ମନ୍ଦିରର ମୂଖ୍ୟ ପାର୍ଶ୍ୱରେ ଏକ ଧାଡ଼ିରେ କୋଠରୀ ନିର୍ମାଣ କଲେ। ଏହି କୋଠରୀଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସେହି ଧାଡ଼ିର କୋଠରୀଗୁଡ଼ିକ ତିନି ମହଲା ଉଚ୍ଚ ଥିଲା। କୋଠରୀଗୁଡ଼ିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସେଗୁଡ଼ିକର କଢ଼ିକାଠଗୁଡ଼ିକ କାନ୍ଥ ଭିତରକୁ ଲାଗି ନ ଥିଲା। ସେହି ମନ୍ଦିରର କାନ୍ଥଟି ଉପରକୁ ସରୁ ହୋଇ ଯାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡ଼ିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କୋଠରୀଗୁଡ଼ିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କୋଠରୀଗୁଡ଼ିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ୱିତୀୟ ମହଲାର କୋଠରୀଗୁଡ଼ିକ ସାତ ହାତ ବିଶିଷ୍ଟ ଥିଲା। ସେହି ଗୃହର କାନ୍ଥ ନିର୍ମାଣରେ ବୃହତ୍ ପ୍ରସ୍ତରମାନ ବ୍ୟବହୃତ ହୋଇଥିଲା। ବ୍ୟବହୃତ ପ୍ରସ୍ତରଗୁଡ଼ିକ ଖଣିରେ କଟାଯାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡ଼ି କିମ୍ବା ‌‌କଟାଳୀ ଆଦି ଶବ୍ଦ ଶୁଣା ଯାଉ ନ ଥିଲା। ତଳ କୋଠରୀଗୁଡ଼ିକର ପ୍ରବେଶ ପଥ ଦକ୍ଷିଣ ଦିଗରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦେଇ ମଧ୍ୟମ ଚଟାଣର କୋଠରୀଗୁଡ଼ିକୁ ଓ ତୃତୀୟ ଚଟାଣର କୋଠରୀଗୁଡ଼ିକୁ ଯାଉଥିଲେ। ଏହିପରି ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ ଓ ଏରସ କାଠର କଡ଼ି ଓ ପଟାଦ୍ୱାରା ମନ୍ଦିରକୁ ଆଚ୍ଛାଦନ କଲେ। ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା। ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା। “ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହେବ, ଆମ୍ଭର ସମସ୍ତ ବ୍ୟବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଗ୍ଭଲିବ ତେବେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସେହି ବାକ୍ୟ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ। ଇସ୍ରାଏଲର ସନ୍ତାନଗଣ ମଧ୍ୟରେ ଆମ୍ଭେ ମନ୍ଦିରରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣା ଇସ୍ରାଏଲର ଲୋକମାନଙ୍କୁ ପରିତ୍ୟାଗ କରିବା ନାହିାଁ” ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ। ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡ଼ିକ ଏରସ କାଠର ପଟାରେ ଆଚ୍ଛାଦିତ ହୋଇଥିଲା। ଗୋଟିଏ ବି ପଥର ଦେଖାଗଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦନ କରାଗଲା। ସେହି ମନ୍ଦିରର ପଶ୍ଚା‌ତ୍‌ଭାଗରେ ଭିତରକୁ କୋଡ଼ିଏ ହାତ ଦୈର୍ଘ୍ୟର ଏକ କୋଠରୀ ନିର୍ମିତ ହେଲା ଓ ତା’ର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ହେଲା। ଏହି କୋଠରୀଟି ମହାପବିତ୍ର ସ୍ଥାନ ନାମରେ କଥିତ ହେଲା। ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କୋଠରୀ ମନ୍ଦିରର ମୁଖ୍ୟ ଅଂଶ ଥିଲା ଓ ଏହା ଗ୍ଭଳିଶ୍ ହାତ ଲମ୍ବ ଥିଲା। ସେହି ଗୃହର କାନ୍ଥଗୁଡ଼ିକ ଏରସ କାଠର କଳିକାରେ ଆଚ୍ଛାଦିତ ହେଲା ଓ ପଥର ଦେଖାଗଲା ନାହିଁ। ସେହି କାନ୍ଥଗୁଡ଼ିକୁ ଆଚ୍ଛାଦନ କରିଥିବା ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା। ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗରେ ଏକ କୋଠରୀ ପ୍ରସ୍ତୁତ କଲେ। ଏହି ଗର୍ଭାଗାରଟି କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ଚଉଡ଼ା ଓ କୋଡ଼ିଏ ହାତ ଉଚ୍ଚ ଥିଲା। ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା। ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା। ବଢ଼େଇମାନେ ଜୀତ କାଠରେ ଦଶ ହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବଦୂତଗଣ ନିର୍ମାଣ କଲେ ଓ ସେହି ପକ୍ଷବିଶିଷ୍ଟ କିରୁବଦୂତ ଦୁଇଟିକୁ ସେହି ମହାପବିତ୍ର ସ୍ଥାନରେ ସ୍ଥାପନ କଲେ। ଉଭୟ କିରୁବଦୂତ ଏକା ପରି ଥିଲେ। ପ୍ରତ୍ୟେକ କିରୁବଦୂତଙ୍କର ଦୁଇଟି ଲେଖାଏଁ ପକ୍ଷ ଥିଲା। ପ୍ରତ୍ୟେକ ପକ୍ଷ ପାଞ୍ଚ ହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଦୂରତା ଥିଲା। *** *** ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା। ସେହି କିରୁବ ଦୁଇଟି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲେ। ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା। ଉଭୟ କୋଠରୀର ଚଟାଣ ମଧ୍ୟ ସୁବର୍ଣ୍ଣରେ ଆବୃତ ହୋଇଥିଲା। ମହାପବିତ୍ର ସ୍ଥାନର କବାଟ ଜୀତ କାଠରେ ନିର୍ମିତ ହୋଇଥିଲା, ଦୁଆରବନ୍ଧଟିର ପାଞ୍ଚୋଟି ପାଖ ଥିଲା। ଏହିରୂପେ ସେ ଜୀତ କାଠରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ୍ଣରେ ମଣ୍ତନ କଲେ। ମୁଖ୍ୟ କୋଠରୀର ପ୍ରବେଶ ଦ୍ୱାରରେ ଜୀତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା। ତତ୍ପରେ ସେ ଦେବଦାରୁ କାଠରେ ଦୁଇଟି କବାଟ କଲେ। ପ୍ରତ୍ୟେକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦିତ ହୋଇଥିଲା ଓ ସେହି ଖୋଦିତ ଆକୃତିଗୁଡ଼ିକୁ ସୁବର୍ଣ୍ଣରେ ମଣ୍ତନ କରାଗଲା। ତା’ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା। ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା। ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା। ଶଲୋମନଙ୍କର ପ୍ରାସାଦ ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା। ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା “ଲିବାନୋ‌ନ୍‌ର ଅରଣ୍ୟ-ଗୃହ” ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ। ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଗ୍ଭଳିଶ କଡ଼ି ଉପରେ ଏରସ କାଠର ଛାତ କଲେ, ପ୍ରତି ଧାଡ଼ିରେ ପନ୍ଦରଟି ଲେଖାଏଁ କଡ଼ି ଥିଲା। ପ୍ରତ୍ୟେକ ପାର୍ଶ୍ୱ କାନ୍ଥରେ ତିନି ଧାଡ଼ି ଝରକା ଥିଲା ଓ ପରସ୍ପର ସେଗୁଡ଼ିକ ସମ୍ମୁଖାସମ୍ମୁଖୀ ଥିଲେ। ପ୍ରତ୍ୟେକର ଶେଷରେ ତିନୋଟି କବାଟ ଥିଲା। ସବୁ କବାଟ ଖୋଲା ଥିଲା ଓ ତା’ର ଦ୍ୱାରବନ୍ଧ ବର୍ଗାକାର ଥିଲା। ଆହୁରି ମଧ୍ୟ ସେ “ସ୍ତମ୍ଭ ସଦୃଶ ବାରଣ୍ତା” କଲେ। ଏହା ପଗ୍ଭଶ୍ ହାତ ଦୀର୍ଘ, ତିରିଶ୍ ହାତ ଚଉଡ଼ା ଥିଲା ଓ ବାରଣ୍ତାର ସମ୍ମୁଖରେ ଏକ ସ୍ତମ୍ଭରେ ଭରାଦିଆ ଯାଇଥିବା ପରଦା ଥିଲା। ସେ ମଧ୍ୟ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲେ ଓ ଏହାକୁ “ନିୟମର ପ୍ରଶସ୍ତ ଗୃହ” କହିଲେ। ସେହି କୋଠରୀ ଚଟାଣଠାରୁ ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ଥିଲା। ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ। ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା। ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। କେତେକ ପ୍ରସ୍ତର ଦଶ ହାତ ଓ କେତେକ ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। ସେହି ପ୍ରସ୍ତରର ଅଗ୍ରଭାଗରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଓ ଏରସ କାଠର କଡ଼ି ଥିଲା। ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା। ଅନନ୍ତର ରାଜା ଶଲୋମନ ଲୋକ ପଠାଇ ସୋରରୁ ହୀରମ୍ ନାମକ ଏକ ଲୋକକୁ ଅଣାଇଲେ। ହୀରମ୍ ଇସ୍ରାଏଲର ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତା’ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ୍ ଜଣେ ନିପୁଣ ପିତ୍ତଳ କାରୀଗର ଥିଲା। ରାଜା ଶଲୋମନ ସେହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ଯ୍ୟରେ ନିଯୁକ୍ତ କଲେ। ହୀରମ୍ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ଯାହାର ଉଚ୍ଚତା ଅଠର ହାତ ଓ ଗୋଲେଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା। ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରତ୍ୟେକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା। ସେ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲା। ସେ ପ୍ରତ୍ୟେକ ଜାଲିର ସ୍ତମ୍ଭର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡ଼ି ଡାଳିମ୍ବାକୃତି ନିର୍ମାଣ କଲା। ମୁଣ୍ତାଳିରେ ମଧ୍ୟ ତଦ୍ରୂପ କଲା। ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନରେ ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା। ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା। ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା। ପୁଣି ସେ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପରେ ରଖିଲା। ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା। ତା’ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା’ର ନାମ ଦେଲା “ସମୁଦ୍ର”। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା। ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖରେ ଏକ ଫନ୍ଦ ଥିଲା। ଫନ୍ଦ ତଳେ ଦୁଇଧାଡ଼ି ପିତ୍ତଳର ଲାଭା ଥିଲା। ସେହି ଲାଭାଗୁଡ଼ିକ ଚୌବାଗ୍ଭ ସହିତ ଏକ ଖଣ୍ତ କରି ନିର୍ମାଣ କରାଯାଇ ଥିଲା। ଏହି କୁଣ୍ତ ବାର ଗୋଟି ଷଣ୍ଢ ଉପରେ ସ୍ଥାପିତ ହୋଇଥିଲା। ସେହି ଷଣ୍ଢଗୁଡ଼ିକ ତିନି ଦଳରେ ସଜା ହୋଇଥିଲେ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ଢମାନଙ୍କର ପଶ୍ଚା‌ତ୍‌ଭାଗ କୁଣ୍ତ ମଝି ଆଡ଼କୁ ଥିଲା। କୁଣ୍ତ ସେମାନଙ୍କ ଉପରେ ରଖାଯାଇଥିଲା। ସେହି ପାତ୍ରର ମୋଟେଇ ଗ୍ଭରି ଅଙ୍ଗୁଳି ଥିଲା। ତା’ର ଫନ୍ଦ କପର ଫନ୍ଦ ପରି କିଅବା ପୁଷ୍ପର ପାଖୁଡ଼ା ସଦୃଶ ଥିଲା। ସେହି ଚୌବାଗ୍ଭ 2000 ମହଣ ଧାରଣ କରୁଥିଲା। ତା’ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା। ସେହି ଶଗଡ଼ଗୁଡ଼ିକର ଗଠନ ଚତୁର୍ଭୁଜାକାର ଓ ଫ୍ରେମ୍ ମଝିରେ ବିଟ ଥିଲା। ଯଥା: ସେ ସବୁର ମଧ୍ୟଦେଶ ଥିଲା ଓ ସେହିସବୁ ମଧ୍ୟଦେଶ ବିଟମାନଙ୍କ ମଧ୍ୟରେ ଥିଲା। ପୁଣି ବିଟର ମଧ୍ୟବର୍ତ୍ତି ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୁବଦୂତମାନେ ଥିଲେ। ବିଟ ଉପରେ ଏକ ବଇଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। ପ୍ରତ୍ୟେକ ବୈଠିକିର ଗ୍ଭରୋଟି ପିତ୍ତଳମୟ ଚକ ଓ ପିତ୍ତଳର ଅଖ ଗ୍ଭରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। ଉପରେ ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତୁଃଷ୍କୋଣ ଥିଲା। ଏହାର ବ୍ୟାସ ଦେଢ଼ ହାତ ଥିଲା। ସେହି ଥାକରେ କଂସାରେ ବହୁତ ନ‌କ୍‌ସା ଅଙ୍କା ଯାଇଥିଲା। ଫ୍ରେମ୍ ତଳେ ଗ୍ଭରୋଟି ଚକ ଥିଲା ଓ ଚକଗୁଡ଼ିକର ବ୍ୟାସ ଦେଢ଼ ହାତ ଥିଲା। ଚକଗୁଡ଼ିକର କାଠ ଗୋଟିଏ ଖଣ୍ତ ଥିଲା। ଆଉ ସେହି ଚକଗୁଡ଼ିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନେମି, ନାଭି ଓ ଅର ସବୁ ଢଳା ପିତ୍ତଳରେ ନିର୍ମିତ ହୋଇଥିଲା। ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା। ଆଉ ପ୍ରତି ଖଟୁଲି ମୁଣ୍ତରେ ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବେଢ଼ା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ୟ ଦେଶ ତାହା ସହିତ ନିର୍ମିତ ହୋଇଥିଲା। ସେଇ ଖଟୁଲିର ଓ ଫ୍ରେ‌ମ୍‌ର ପାର୍ଶ୍ୱରେ କିରୁବଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବି ଖୋଦିତ ହୋଇଥିଲା। ଏହିସବୁ ଛବିଗୁଡ଼ିକ ଖଟୁଲିର ସବୁଆଡ଼େ ଖୋଦିତ କରାଯାଇ ଥିଲା ଓ ଖଟୁଲିର ଚତୁର୍ପାର୍ଶ୍ୱରେ ଥିବା ଫ୍ରେ‌ମ୍‌ରେ ଫୁଲସବୁ ଖୋଦିତ ହୋଇଥିଲା। ହୀରମ୍ ଦଶ ଗୋଟି ଖଟୁଲି ନିର୍ମାଣ କଲା। ପ୍ରତ୍ୟେକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇ ଗୋଟିଏ ଛାଞ୍ଚରେ ଢାଳି ସେ ସେଗୁଡ଼ିକୁ ନିର୍ମାଣ କରିଥିଲା। ସେ ଦଶ ଗୋଟି ଖଟୁଲି ଉପରେ ରହିବା ପାଇଁ ଦଶ ଗୋଟି ମାଠିଆ ନିର୍ମାଣ କଲା। ପ୍ରତ୍ୟେକ ମାଠିଆର ବ୍ୟାସ ଗ୍ଭରି ହାତ ଥିଲା ଓ ପ୍ରତ୍ୟେକ ମାଠିଆ ଗ୍ଭଳିଶ୍ ମହଣ ଧାରଣ କରୁଥିଲା। ପୁଣି ସେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ବାମ ପାର୍ଶ୍ୱରେ ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କୋଣରେ ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା। ହୀରମ୍ ଏହିସବୁ ପ୍ରକ୍ଷାଳନ ପାତ୍ର, ଛୋଟ କରଚୁଲ୍ଲୀ ଏବଂ ଛୋଟ ତାଟିଆଗୁଡ଼ିକ ନିର୍ମାଣ କଲା। ସେ ଶଲୋମନଙ୍କ ଇଚ୍ଛାନୁସାରେ ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତ ହେଲା। ଯଥା: 2 ଗୋଟି ସ୍ତମ୍ଭ; 2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ; 2 ଗୋଟି ଜାଲି; 400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ; 10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ; ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି; ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା। Huram made everything King Solomon wanted. ସେଗୁଡ଼ିକ ସୁନ୍ଦର ପିତ୍ତଳରେ ନିର୍ମିତ ହୋଇଥିଲା। *** *** *** *** *** ଶଲୋମନ ସମସ୍ତ ଜିନିଷ ନିର୍ମାଣରେ ବ୍ୟବହୃତ ପିତ୍ତଳକୁ ଓଜନ କଲେ ନାହିଁ। କାରଣ ତା’ର ପରିମାଣ ଏତେ ଅଧିକ ଥିଲା ଯେ ତାହା ଓଜନ କରିବା ସମ୍ଭବ ନ ଥିଲା। ରାଜା ଯର୍ଦ୍ଦନ ପଦାରେ ସୁ‌କ୍‌କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚି‌କ୍‌କଣ ଭୂମିରେ ତାହା ନିର୍ମାଣ କରିବାକୁ ଆଦେଶ ଦେଲେ। ସେଗୁଡ଼ିକୁ ପିତ୍ତଳ ତରଳାଇ ଓ ଛାଞ୍ଚରେ ଢାଳି ତିଆରି କରାଗଲା। *** ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହୁତ ସାମଗ୍ରୀ ସୁବର୍ଣ୍ଣର ପାଇଲେ। ଏଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରି ହେଲା। ସେଗୁଡ଼ିକ ଯଥା: ସ୍ୱର୍ଣ୍ଣବେଦି, ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ, ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ, ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ। *** *** ଏହିରୂପେ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ରାଜା ଶଲୋମନ ସମ୍ପୂର୍ଣ୍ଣ କଲେ। ସେ ମନ୍ଦିର ନିମନ୍ତେ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡ଼ିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ରଖିଲେ। ସଦାପ୍ରଭୁଙ୍କ ମନ୍ଦିରରେ ତାଙ୍କର ନିୟମ-ସିନ୍ଦୁକ ତା’ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ। ଇସ୍ରାଏଲର ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସରେ ଏଥାନୀମ ନାମକ ଏକ ବିଶେଷ ପର୍ବ ଦିନରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରିତ ହେଲେ। ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହେବାପରେ ଯାଜକମାନେ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଉଠାଇଲେ। ସେମାନେ ସଦାପ୍ରଭୁଙ୍କ ଯୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ-ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଏବଂ ତାଟିଆଗୁଡ଼ିକ ସମାଗମ-ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବାରେ ଯାଜକମାନଙ୍କୁ ଲେବୀୟମାନେ ସାହାଯ୍ୟ କଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା। ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ। କିରୁବମାନଙ୍କର ପକ୍ଷ ସମଗ୍ର ନିୟମ-ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା। ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖରେ ଥିବା ପବିତ୍ର ସ୍ଥାନରୁ ଦେଖା ଯାଉଥିଲା, ମାତ୍ର ବାହାରୁ ଦେଖା ଯାଉ ନ ଥିଲା। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ସେହି ପବିତ୍ର ସିନ୍ଦୁକରେ କେବଳ ଦୁଇଟି ପ୍ରସ୍ତର ଫଳକ ଥିଲା। ହୋରେବ ନିକଟରେ ମୋଶା ଏହି ଫଳକ ଦୁଇଟିକୁ ରଖିଥିଲେ ଯେତେବେଳେ ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତେବେଳେ ସଦାପ୍ରଭୁ ଏହି ହୋରେବରେ ଇସ୍ରାଏଲୀୟଙ୍କ ପାଇଁ ନିୟମ କରିଥିଲେ। ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମହାପବିତ୍ର ସ୍ଥାନରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘରେ ପରିପୂର୍ଣ୍ଣ ଥିଲା। ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା। ତା’ପରେ ଶଲୋମନ କହିଲେ, “ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି। ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି। ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।” ଇସ୍ରାଏଲର ସମସ୍ତ ପୁତ୍ରଗଣ ସେଠାରେ ଦଣ୍ଡାୟମାନ ହୋଇଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସେମାନଙ୍କୁ ଆଶୀର୍ବାଦ କଲେ। ତା’ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନାରେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କର, ଯାହା ସେ ମୋର ପିତା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ, ସଦାପ୍ରଭୁ ନିଜେ ପୂରଣ କରିଛନ୍ତି। ସଦାପ୍ରଭୁ ମୋର ପିତାଙ୍କୁ କହିଲେ। ‘ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବାଠାରୁ ଏପର୍ଯ୍ୟନ୍ତ କୌଣସି ସହରକୁ ଇସ୍ରାଏଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ। କିନ୍ତୁ ବର୍ତ୍ତମାନ ଆମ୍ଭେ ଯିରୁଶାଲମକୁ ମନୋନୀତ କରିଅଛୁ ଯେଉଁଠାରେ ଆମ୍ଭେ ସମ୍ମାନିତ ହେବା ଓ ଆମ୍ଭର ଲୋକମାନଙ୍କ ଉପରେ ଶାସନ କରିବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।’ “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମୋର ପିତା ଦାଉଦ ବିଶେଷ ଭାବରେ ମନସ୍ଥ କରିଥିଲେ। ମାତ୍ର ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଚ୍ଛା ଅଛି, ତୁମ୍ଭର ଏହି ଇଚ୍ଛା ଉତ୍ତମ ଅଟେ। କିନ୍ତୁ ତୁମ୍ଭେ ସେହି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।’ “ସଦାପ୍ରଭୁଙ୍କର ସେହି ପ୍ରତିଜ୍ଞା ଆଜି ସଫଳ ହୋଇଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେଲି ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମର ସମ୍ମାନାର୍ଥେ ସେହି ମନ୍ଦିର ନିର୍ମାଣ କଲି। ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ଏହି ନିୟମ-ସିନ୍ଦୁକ ମଧ୍ୟରେ ଅଛି। ସେହି ନିୟମ-ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହରେ ନିରୂପଣ କରିଅଛି।” ତା’ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଛିଡ଼ା ହେଲେ ଓ ଇସ୍ରାଏଲର ସମଗ୍ର ସମାଜ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କଲେ। ଏବଂ କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ। ତୁମ୍ଭେ ଆପଣାର ସେବକ, ମୋର ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ୟ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳରେ ତାହା ପୂରଣ କରିଅଛ। ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ। “କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ? ତଥାପି ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବେଦନ କରୁଅଛି, ଯେହେତୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ‘ମୋର ନାମ ସେଠାରେ ସମ୍ମାନ୍ୱିତ ହେବ।’ ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିରରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି। ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇସ୍ରାଏଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସେମାନଙ୍କର ପ୍ରାର୍ଥନା ମନୋଯୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ୱର୍ଗ। ଆମ୍ଭେ ବିନତି କରୁଅଛୁ ସେହିଠାରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର। “ଯଦି କେହି ନିଜ ପ୍ରତିବାସୀ ବିରୁଦ୍ଧରେ କିଛି ପାପ କରେ ତେବେ ତାକୁ ଏହି ମନ୍ଦିରର ଯଜ୍ଞବେଦି ନିକଟକୁ ଅଣାଯିବ। ସଂପୃକ୍ତ ବ୍ୟକ୍ତି ଜଣକ ସେହି ଭୁଲ୍ କରିଥିବା ବ୍ୟକ୍ତି ଜଣକ ବିରୁଦ୍ଧରେ ଶାପ ଦେବ। ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତେବେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସେଇ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଧୋଷ ତେବେ, ତା’ର ଧାର୍ମିକତା ଅନୁଯାୟୀ ତାକୁ ପୁରସ୍କୃତ କର। “ସମୟ ସମୟରେ ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଓ ସେଥିପାଇଁ ଶତ୍ରୁଦ୍ୱାରା ପରାସ୍ତ ହେବେ। ଯଦି ତୁମ୍ଭ ନିକଟକୁ ଫେରି ଆସି ତୁମ୍ଭ ନାମର ପ୍ରଶଂସା ଉତ୍ସର୍ଗିକୃତ ଭାବରେ କରନ୍ତି ଓ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି। ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଇସ୍ରାଏଲ ଲୋକର ପାପସବୁ କ୍ଷମା କର ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ସେଠାକୁ ପୁନର୍ବାର ଫେରାଇ ଆଣ। “ସମୟ ସମୟରେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ହେତୁ ସେମାନଙ୍କର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା’ପରେ ସେମାନେ ମନ୍ଦିରରେ ପ୍ରାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସେମାନେ ସେମାନଙ୍କର ପାପ ସ୍ୱୀକାର କରିବେ ଏବଂ ଏଥିରୁ ଫେରି ଆସିବେ କାରଣ ତୁମ୍ଭେ ସେମାନଙ୍କୁ କଷ୍ଟ ଦେଇଛ। ତେଣୁ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସେବକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବାରେ ଶିକ୍ଷା ଦିଅ ଓ ତା’ପରେ ତୁମ୍ଭ ଦେଶରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଥିଲ। “ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଶସ୍ୟ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ୱାରା ନଷ୍ଟ ହୁଏ, ଶତ୍ରୁମାନଙ୍କଦ୍ୱାରା ନଗର ସମୂହ ଆକ୍ରମିତ ହୋଇ ଅବରୁଦ୍ଧ ହୁଏ ଓ ଯେବେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି। ଯେତେବେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇସ୍ରାଏଲୀୟ ତୁମ୍ଭର ଯେକୌଣସି ଲୋକ ତା’ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସେମାନଙ୍କର ହାତ ଏହି ମନ୍ଦିର ଆଡ଼କୁ ବଢ଼େଇ ତୁମ୍ଭକୁ ପ୍ରାର୍ଥନା କରନ୍ତି। ତୁମ୍ଭେ ଆପଣାର ବାସସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ କ୍ଷମା କର ଏବଂ ସାହାଯ୍ୟ କର। କେବଳ ତୁମ୍ଭେ ଜାଣ ଲୋକମାନେ କ’ଣ ଚିନ୍ତା କରୁଛନ୍ତି। ତେଣୁ ସେଇ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭରରେ ସାଧୁତା ଦେଖାଅ। ତାହା କର ତାହାହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସେମାନେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲ। “କେବଳ ଇସ୍ରାଏଲର ଲୋକେ ନୁହନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷୟରେ ଶୁଣିବେ। ସେମାନେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ। *** ତୁମ୍ଭେ ତୁମ୍ଭର ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ; ସେହି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସେମାନଙ୍କୁ ଫଳ ଦିଅ; ତାହାହେଲେ ସେମାନେ ଇସ୍ରାଏଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ୟ ସବୁ ସ୍ଥାନରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ୟରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ। “କେବେ କେବେ ତୁମ୍ଭର ଲୋକ ତୁମ୍ଭର ଆଦେଶରେ ଶତ୍ରୁ ବିପକ୍ଷରେ ଯୁଦ୍ଧ କରିବାକୁ ଗଲାବେଳେ ତୁମ୍ଭର ଏହି ମନୋନୀତ ସ୍ଥାନରେ ତୁମ୍ଭ ସମ୍ମାନାର୍ଥେ ମୋ’ ଦ୍ୱାରା ନିର୍ମିତ ମନ୍ଦିରରେ ପ୍ରାର୍ଥନା କରିବେ। ସେତେବେଳେ ତୁମ୍ଭେ ତୁମ୍ଭ ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ ଫଳ ଦିଅ। “ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରତ୍ୟେକ ଲୋକ ପାପ କରନ୍ତି। ତୁମ୍ଭେ ସେମାନଙ୍କ ଉପରେ କ୍ରୋଧାନ୍ୱିତ ହେବ ଓ ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ କରାଇବ। ସେମାନଙ୍କର ଶତ୍ରୁ ସେମାନଙ୍କୁ ବନ୍ଦୀକରି ଦୂର ଦେଶକୁ ନେଇଯିବେ। ସେହି ଦୂର ଦେଶରେ ବନ୍ଦୀରୂପେ ଥିବା ବେଳେ, ଯଦି ସେମାନେ ସେମାନଙ୍କର କୁକର୍ମ ପାଇଁ ସେଠାରେ ଅନୁତାପ କରନ୍ତି ଏବଂ ସ୍ୱୀକାର କରନ୍ତି, ‘ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।’ ଯଦି ସେହି ବନ୍ଦୀମାନେ ସେହି ଦୂର ଦେଶରେ ସେମାନଙ୍କର ହୃଦୟ ସହକାରେ ତୁମ୍ଭ ପ୍ରତି ଫେରନ୍ତି। ପୁଣି ତୁମ୍ଭେ ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ଦେଇଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫେରି ଆସନ୍ତି। ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କୁ ସମର୍ଥନ କର। ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ସେହି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହୋଇଥିବା ସେହି ଲୋକମାନଙ୍କୁ କ୍ଷମା କର। ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କ ପ୍ରତି ଦୟାଳୁ ହେବାକୁ ଦିଅ। ମନେରଖ ଯେ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭେ ସେମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ଏହା ଏପରି ସଦୃଶ୍ୟ ଯେ, ତୁମ୍ଭେ ସେମାନଙ୍କୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଅଛ। “ହେ ସଦାପ୍ରଭୁ ପରମେଶ୍ୱର, ଦୟାକରି ମୋର ତଥା ଇସ୍ରାଏଲର ସମସ୍ତ ଲୋକଙ୍କର ପ୍ରାର୍ଥନା ଶୁଣ। ସେମାନେ ଯେତେବେଳେ ପ୍ରାର୍ଥନା କରନ୍ତି, ସେ ସମୟରେ ତାହା ଶୁଣ। କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶେଷ ଲୋକ ବୋଲି ତୁମ୍ଭେ ଅନ୍ୟ ସମସ୍ତ ଦେଶଠାରୁ ପୃଥକ କରିଅଛ।” ଏହି ପ୍ରାର୍ଥନା କଲାବେଳେ ରାଜା ଶଲୋମନ ଯଜ୍ଞବେଦି ସମ୍ମୁଖରେ ଆଣ୍ଠୁମାଡ଼ି ଓ ସ୍ୱର୍ଗଆଡ଼େ ହସ୍ତ ପ୍ରସାରଣ କଲେ। ତା’ପରେ ସେ ଛିଡ଼ା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ। ତତ୍ପରେ ସେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ସମସ୍ତ ଇସ୍ରାଏଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ, “ସଦାପ୍ରଭୁ ଯିଏ ଆପଣାର ପ୍ରତିଜ୍ଞାନୁସାରେ ଇସ୍ରାଏଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମୋଶାଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡ଼ିକର ଗୋଟିଏ ହେଲେ ବିଫଳ ହୋଇ ନାହିଁ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂରେଇ ଯାଆନ୍ତୁ ନାହିଁ। ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ପ୍ରତି ଆନୁଗତ୍ୟ ରହିବୁ। ବିଶ୍ୱସ୍ତଭାବରେ ସଦାପ୍ରଭୁଙ୍କର ନିୟମ, ଆଦେଶ ଓ ବ୍ୟବସ୍ଥା ଯାହା ଆମ୍ଭର ପୂର୍ବପୁରୁଷଗଣଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ପାଳନ କରି ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରିବୁ। ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ସମ୍ମୁଖରେ ମୋର ପ୍ରାର୍ଥନା ଓ ଅନୁରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସେବକ ଓ ତାଙ୍କର ଇସ୍ରାଏଲ ଲୋକମାନଙ୍କର ଆବଶ୍ୟକତାର ଯତ୍ନ ନେବାକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଅଛି। ଏହା ଦ୍ୱାରା ସଦାପ୍ରଭୁ ଯେ ପରମେଶ୍ୱର ଓ ତାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ। ତୁମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ୟତରେ ପାଳନ କରିବାକୁ ସର୍ବାନ୍ତଃକରଣରେ ସ୍ଥିର କର।” ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। ରାଜା ଶଲୋମନ ଓ ଇସ୍ରାଏଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 120,000 ମେଷ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ସମଗ୍ର ଇସ୍ରାଏଲର ଲୋକେ ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗ କଲେ। ଆଉ ମଧ୍ୟ ସେହି ଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସେଠାରେ ସେ ହୋମବଳି, ଶସ୍ୟ ନୈବେଦ୍ୟ ଓ ସହଭାଗିତାର ବଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦି ଅତି ଛୋଟ ଥିଲା। ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ। ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ। ପରମେଶ୍ୱର ପୁନର୍ବାର ଶଲୋମନଙ୍କ ନିକଟକୁ ଆସିଲେ ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ। ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିୟୋନରେ ଦର୍ଶନ ଦେଇଥିଲେ, ସେହିପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ। ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦେଇ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସେବା କରିବ। ଯଦି ତୁମ୍ଭେ ସେହି ପରି କର ଏବଂ ଆମ୍ଭର ନିୟମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ। ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇସ୍ରାଏଲର ଶାସକ ହେବ। ତ‌ଦ୍‌ନୁସାରେ ଆମ୍ଭେ ଇସ୍ରାଏଲରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା। “ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ। *** ଏହି ମନ୍ଦିର ଧ୍ୱଂସ ହେବ। ପ୍ରତ୍ୟେକ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହେବେ ଓ କହିବେ, ‘ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ଯ୍ୟ କଲେ?’ ତହିଁରେ ଲୋକମାନେ ଉତ୍ତର ଦେଇ ଥାଆନ୍ତେ, ‘ଏହା ଘଟିଲା କାରଣ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ କାର୍ଯ୍ୟ ଘଟାଇଲେ।’” ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା। କୋଡ଼ିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡ଼ିକ ଦେଲେ, କାରଣ ହୀରମ୍ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣରେ ଶଲୋମନଙ୍କୁ ସାହାଯ୍ୟ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦେବଦାରୁ କାଠ ଓ ସୁବର୍ଣ୍ଣ ଯୋଗାଇ ଥିଲେ। ହୀରମ୍ ଶଲୋମନଙ୍କ ଦତ୍ତ ନଗରଗୁଡ଼ିକୁ ଦେଖିବାକୁ ସୋରରୁ ଆସିଲେ, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ। ତେଣୁ ସେ କହିଲା, “ହେ ମୋର ଭାଇ, ଏସବୁ କି ନଗର ମୋତେ ଦେଇଅଛ?” ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ଅଦ୍ୟାପି ସେ ଦେଶର ନାମ କାବୁଲ ଅଛି। ପୁଣି ହୀରମ୍ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ। ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ୟ କରିଥିଲେ। ତତ୍ପରେ ସେ ମିଲ୍ଲୋ, ଯିରୁଶାଲମର ପ୍ରାଚୀର, ହା‌ତ୍‌ସୋର, ମଗିଦ୍ଦୋ ଓ ଗେଷର୍ ନିର୍ମାଣ କରିବାରେ ସେମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ। ପୂର୍ବେ ମିଶରର ରାଜା ଗେଷର୍ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ତାକୁ ପୋଡ଼ି ଦେଲେ। ସେ ତନ୍ନିବାସୀ କିଣାନୀୟମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ଫାରୋ ଯୌତୁକ ସ୍ୱରୂପ ସେହି ନଗରକୁ ଶଲୋମନଙ୍କୁ ଦାନ କଲେ। ଶଲୋମନ ଗେଷର୍ ଓ ଅଧଃସ୍ଥିତ ବୈଥୋରୋଣ ନଗର ନିର୍ମାଣ କଲେ। ସେ ମଧ୍ୟ ଯର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦମୋର ସହର ନିର୍ମାଣ କଲେ। ରାଜା ଶଲୋମନ ଶସ୍ୟ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ୱାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ଯିରୁଶାଲମରେ, ଲିବାନୋ‌ନ୍‌ରେ ଓ ତାଙ୍କ ଶାସନାଧୀନ ଦେଶ ବ୍ୟତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ। ସେ ଦେଶରେ କେବଳ ଇସ୍ରାଏଲୀୟ ସନ୍ତାନ ନ ଥିଲେ। ଏପରିକି ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ। ଇସ୍ରାଏଲୀୟମାନେ ସେମାନଙ୍କୁ ବିନାଶ କରିବାକୁ କ୍ଷମ ହୋଇ ନ ଥିଲେ। ମାତ୍ର ଶଲୋମନ ସେମାନଙ୍କୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସେମାନେ ଦାସ ହୋଇ ରହିଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା, ରାଜଭୃତ୍ୟ, ଅଧିପତି, ସେନାପତି, ରଥାରୋହୀ ଓ ଅଶ୍ୱାରୋହୀମାନଙ୍କ ଅଧ୍ୟକ୍ଷ ଥିଲେ। ସେମାନଙ୍କ ମଧ୍ୟରୁ 550 ଜଣ ଶଲୋମନଙ୍କର କାର୍ଯ୍ୟର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ୟକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ଫାରୋର କନ୍ୟା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ୱାରା ନିର୍ମିତ ବୃତତ୍ ପ୍ରାସାଦରେ ବାସ କଲେ। ତା’ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ। ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ବର୍ଷରେ ତିନିଥର ଧୂପ ଜଳାଇଲେ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଅନନ୍ତର ଶଲୋମନ ରାଜା ଇଦୋମ ଦେଶରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇ‌ତ୍‌ସିୟୋନ ଗେବରରେ ଜାହାଜମାନ ନିର୍ମାଣ କଲେ। ପୁଣି ହୀରମ୍ ସେହି ଜାହାଜରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ। ଆଉ ସେମାନେ ଓଫୀରକୁ ଯାଇ ସେଠାରୁ 420 ତାଳନ୍ତ ସୁନା ଶଲୋମନ ରାଜାଙ୍କ ନିକଟକୁ ଆଣିଲେ। ଶିବାର ରାଣୀ ଶଲୋମନଙ୍କୁ ସାକ୍ଷାତ କରିବାକୁ ଆସିଲେ ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ। ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ। ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା। ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ। ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’ ସେ ଶଲୋମନଙ୍କୁ କହିଲେ, “ମୁଁ ନିଜ ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ବିଷୟରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ। ମୁଁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖିରେ ଦେଖିଅଛି। ଯାହାସବୁ ମୁଁ ଶୁଣିଥିଲି, ତୁଳନାତ୍ମକ ମୁଁ ତାହା ପାଇଛି, ଜିନିଷଗୁଡ଼ିକ ମୁଁ ଏଠାରେ ଯାହା ଦେଖୁଛି ବହୁତ ବଡ଼ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ୱର୍ଯ୍ୟର କଥା ଯାହା ମୋତେ ଲୋକମାନେ କହିଥିଲେ, ତା’ଠାରୁ ବହୁତ ଅଧିକ। ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।” ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ୟ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ ଏତେ ପରିମାଣର କେହି ଇସ୍ରାଏଲକୁ କେବେ ଦେଇ ନ ଥିଲେ। ହୀରମଙ୍କର ଜାହାଜରେ ଓଫୀରରୁ ସୁନା ଆସିଥିଲା, ସେହିସବୁ ଜାହାଜରେ ମଧ୍ୟ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା। ସେହି ଚନ୍ଦନ କାଠରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାୟକମାନଙ୍କ ପାଇଁ ବୀଣା ଓ ବେହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କେହି କେବେ ପୂର୍ବରୁ ଇସ୍ରାଏଲକୁ ଆଣି ନ ଥିଲେ ଏବଂ ତା’ପରଠାରୁ କେହି ସେହିପରି ଚନ୍ଦନକାଠ ପୁନର୍ବାର ଦେଖି ନ ଥିଲେ। ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ୟ ଉପହାରମାନ ଦେଲେ। ଆଉ ମଧ୍ୟ ରାଣୀଙ୍କ ମାଗିବାନୁସାରେ ସେ ସମସ୍ତ ଜିନିଷ ଦେଲେ। ଏହା ପରେ ରାଣୀ ଓ ତାଙ୍କର ଦାସମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ। Solomon’s Great Wealth ପ୍ରତି ବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା। କାର୍ଗ ଜାହାଜର ସୁବର୍ଣ୍ଣ ବ୍ୟତୀତ ରାଜା ଶଲୋମନ ମିଶ୍ରିତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ୟବସାୟରୁ ସୁବର୍ଣ୍ଣ ପାଇଲେ। ସେ ମଧ୍ୟ ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲରେ 600 ଶେକଲ ସୁନା ଲାଗିଲା। ଆଉ ମଧ୍ୟ ସେ ପିଟା ସୁନାରେ 300 ଛୋଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲରେ 300 ସେର ସୁନା ଲାଗିଲା। ରାଜା ସେ ସବୁକୁ ଲିବାନୋନ-ଅରଣ୍ୟ ନାମକ ଗୃହରେ ରଖିଲେ। ଆଉ ମଧ୍ୟ ରାଜା ହାତୀ ଦାନ୍ତରେ ଏକ ବଡ଼ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣରେ ଛାଉଣି କଲେ। ସେହି ସିଂହାସନକୁ ଯିବାକୁ ଛଅଟି ପାବଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼େ ଗୋଲାକାର ଥିଲା। ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସେହି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଆଉ ସେହି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖରେ ଦୁଇଟି ଲେଖାଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏପରି ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା। ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସୁନାରେ ତିଆରି ହୋଇଥିଲା। ଲିବାନୋନ-ଅରଣ୍ୟ କୋଠାର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୂପାର କୌଣସି ଜିନିଷ ରାଜପ୍ରାସାଦରେ ନ ଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କେହି ପଗ୍ଭରୁ ନ ଥିଲେ। ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ୟ ଜାହାଜ ସମୁଦ୍ରରେ ଥିଲା, ଯାହାକି ପ୍ରତି ତିନି ବର୍ଷରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମୟୂର ନେଇ ଆସୁଥିଲା। ଶଲୋମନ ପୃଥିବୀର ସର୍ବଶ୍ରେଷ୍ଠ ରାଜା ଥିଲେ। କାରଣ ଐଶ୍ୱର୍ଯ୍ୟରେ ଓ ଧନରେ ତାଙ୍କଠାରୁ ଅଧିକ କୌଣସି ରାଜା ନ ଥିଲେ। ଅଧିକନ୍ତୁ ପରମେଶ୍ୱର ଶଲୋମନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ। ପ୍ରତି ବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭେଟି ଆଣି ରାଜାଙ୍କୁ ଦେଖା କରୁଥିଲେ। ସେମାନେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଭେଟି ଆଣୁଥିଲେ। ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ। ରାଜା ଇସ୍ରାଏଲକୁ ଅତ୍ୟନ୍ତ ଧନଶାଳୀ କରି ଗଢ଼ିଲେ। ଯିରୁଶାଲମ ନଗରରେ ରୂପା ସାଧାରଣତ ପଥର, ଇଟା ସଦୃଶ୍ୟ ହେଲା। ପ୍ରାଚୁର୍ଯ୍ୟ ହେତୁ ଏରସ କାଠକୁ ନିମ୍ନ ଭୂମିସ୍ଥ ଡିମ୍ବିରି ବୃକ୍ଷ ତୁଲ୍ୟ କଲେ। ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ। ମିଶରର ଏକ ଏକ ରଥର ମୂଲ୍ୟ 600 ରୌପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ୱର ମୂଲ୍ୟ 150 ରୌପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସେହି ରଥ ଓ ଅଶ୍ୱକୁ ହିତ୍ତୀୟ ଅରାମୀୟ ରାଜାଙ୍କୁ ବିକ୍ରି କଲେ। ଶଲୋମନ ଓ ତାଙ୍କର ଅନେକ ପତ୍ନୀ ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ। ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ। ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ। ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ। ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମି‌ଲ୍‌‌‌କମର ଉପାସନା କଲେ। ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚା‌ଦ୍‌ଗାମୀ ହେଲେ ନାହିଁ। ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ତା’ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ। ଶଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କ୍ରୋଧ ହେଲେ। ଅତୀତରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ। ସେ ଶଲୋମନଙ୍କୁ ଇସ୍ରାଏଲର ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ଦେବଗଣର ପଶ୍ଚା‌ଦ୍‌ଗାମୀ ନ ହେବାକୁ ଆଜ୍ଞା ଦେଇଥିଲେ। ମାତ୍ର ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ନାହିଁ। ସଦାପ୍ରଭୁ ଶଲୋମନକୁ କହିଲେ, “ଯେହେତୁ ତୁମ୍ଭେ ଆମ୍ଭର ନିୟମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ୟ ଛଡ଼େଇ ନେଇ ତୁମ୍ଭର ଦାସକୁ ଦେବୁ। ଯେହେତୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥାରେ ତୁମ୍ଭଠାରୁ ରାଜ୍ୟ ନେବା ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲା ପରେ ତାଙ୍କଠାରୁ ରାଜ୍ୟ ଛଡ଼େଇ ନେବା। ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।” ଶଲୋମନଙ୍କର ଶତ୍ରୁଗଣ ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲେ। ଏହା ଯାହା ହୋଇଥିଲା, ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସେନାପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦେବାକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ୟା କଲେ। ଯୋୟାବ ଓ ସମସ୍ତ ଇସ୍ରାଏଲୀୟ ଇଦୋମରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀୟ ପୁରୁଷମାନଙ୍କୁ ମାରି ଦେଲେ। ମାତ୍ର ସେତେବେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତେକ ଦାସ ସହିତ ମିଶରକୁ ପଳାଇ ଯାଇଥିଲା। ସେମାନେ ମିଦିୟନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତେକ ଲୋକଙ୍କ ସହିତ ମିଶରକୁ ଯାଇ ମିଶରର ରାଜା ଫାରୋଙ୍କୁ ସାହାଯ୍ୟ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ। ଫାରୋ ହଦ‌ଦଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ। ତା’ପରେ ତହପନେ‌ଷ୍‌ର ଭଗିନୀ ଓ ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା, ତାହାର ନାମ ଗନୁବତ୍ ହେଲା। ତା’ପରେ ତହପନେଷ୍ ଗନୁବ‌‌ତ୍‌କୁ ଫାରୋଙ୍କର ପ୍ରାସାଦରେ ତାଙ୍କର ପିଲାମାନଙ୍କ ସହିତ ବଢ଼ିଲେ। ମିଶରରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ସେନାପତି ଯୋୟାବ ମଧ୍ୟ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, “ମୋତେ ସ୍ୱଦେଶକୁ ଯିବାକୁ ଦିଅ।” କିନ୍ତୁ ଫାରୋ କହିଲେ, “ମୁଁ ଏଠାରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦେଇଛି। ତୁମ୍ଭର କ’ଣ ଅଭାବ ହେଲା ଯେ ତୁମ୍ଭେ ସ୍ୱଦେଶକୁ ଯିବାକୁ ଗ୍ଭହୁଁଛ?” ହଦଦ୍ ଉତ୍ତର କଲେ, “ଦୟାକରି ମୋତେ ସ୍ୱଦେଶକୁ ଯିବାକୁ ଦିଅନ୍ତୁ।” ପୁଣି ପରମେଶ୍ୱର ଇଲିୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା। ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସେହିମାନଙ୍କର ଦଳପତି ହେଲେ। ତା’ପରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲେ। ରଷୋଣ ଅରାମରେ ରାଜତ୍ୱ କଲା। ସେ ଇସ୍ରାଏଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇସ୍ରାଏଲର ଯାବଜ୍ଜୀବନ ବିପକ୍ଷ ହୋଇଥିଲା। ରଷୋଣ ଓ ହଦଦ୍ ଇସ୍ରାଏଲର ଅତି ଉତ୍ପାତର କାରଣ ଥିଲେ। ତା’ପରେ ଶଲୋମନଙ୍କର ଦାସ ଯାରବିୟାମ ମଧ୍ୟ ରାଜାଙ୍କର ବିପକ୍ଷରେ ବିଦ୍ରୋହ କଲେ। ସେ ସରେଦା ନଗର ନିବାସୀ ଇଫ୍ରୟିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁୟା, ସେ ଜଣେ ବିଧବା ଥିଲେ। ଏଠାରେ କୈଫିୟତ ଯୋଗ୍ୟ ଅଟେ ଯେ, କିପରି ଓ କାହିଁକି ଯାରବିୟାମ, ରାଜାଙ୍କ ବିରୁଦ୍ଧରେ ଉଠିଲେ। ସେହି ଦିନଗୁଡ଼ିକରେ ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ। ସେ ସମୟରେ ଯାରବିୟାମ ମହାବିକ୍ରମଶାଳୀ ଯୁବକ ଥିଲେ। ସେହିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ନ୍ୟସ୍ତ କଲେ। ଥରେ ଯାରବିୟାମ ଯିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ସହିତ ତାଙ୍କର ବାଟରେ ଦେଖା ହେଲା। ଅହିୟ ଏକ ନୂତନ ବସ୍ତ୍ର ପରିଧାନ କରିଥିଲେ ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ। ତା’ପରେ ଅହିୟ ଆପଣା ଦେହର ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା। ତତ୍ପରେ ଅହିୟ ଯାରବିୟାମଙ୍କୁ କହିଲା, “ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରିଦେବା ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। ମୋର ସେବକ ଦାଉଦ ସକାଶେ ଓ ମୋର ପ୍ରିୟ ଯିରୁଶାଲମ ନଗରୀ ସକାଶେ ଯେଉଁଟାକି ସମଗ୍ର ଇସ୍ରାଏଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦେବି। ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା’ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ। ମୁଁ ଶଲୋମନର ପରିବାରରୁ ରାଜ୍ୟ ଛଡ଼େଇ ନେବି। କିନ୍ତୁ ମୋର ସେବକ ଦାଉଦ ନିମନ୍ତେ ଯିଏ କି ମୋର ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା’ର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିବାକୁ ଦେବି। ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ କାଢ଼ି ନେବା ଆଉ ଯାରବିୟାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନେବ। ତା’ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦେବି। ଯାହା ଫଳରେ ମୋର ସେବକ ଦାଉଦର ବଂଶ ଯିରୁଶାଲମରେ ମୋ’ ଆଗରେ ରାଜତ୍ୱ କରିବ। ସେହି ସହରରେ ମୋର ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି। ତୁମ୍ଭର ମହା ସନ୍ତୋଷାନୁଯାୟୀ ମୁଁ ତୁମ୍ଭକୁ ଇସ୍ରାଏଲ ଉପରେ ଶାସନ କରାଇବି। ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି। ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଳେଶ ଦେବା, ମାତ୍ର ତାହା ଚିରକାଳ ନୁହେଁ।’” ଶଲୋମନଙ୍କର ମୃତ୍ୟୁ ଏହି କାରଣରୁ ଶଲୋମନ ଯାରବିୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ଯାରବିୟାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମିଶରରେ ରହିଲେ। ଶଲୋମନଙ୍କ ରାଜତ୍ୱ କାଳରେ ବହୁ ମହାନ ଓ ବୁଦ୍ଧିମାନ କାର୍ଯ୍ୟ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଶଲୋମନ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ। ତା’ପରେ ଶଲୋମନ ମୃତ୍ୟୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗରରେ କବର ପାଇଲେ। ତା’ପରେ ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ। ଗୃହଯୁଦ୍ଧ ଏଥିମଧ୍ୟରେ ନବାଟର ପୁତ୍ର ଯାରବିୟାମ ଯେ କି ଶଲୋମନଙ୍କ ଛାମୁରୁ ପଳାଇ ଯାଇଥିଲେ ଓ ମିଶରରେ ଏଯାଏ ଥିଲେ, ସେ ଶଲୋମନଙ୍କ ମୃତ୍ୟୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରୟିମ ପର୍ବତସ୍ଥ ସିରେଦାକୁ ପ୍ରତ୍ୟାବର୍ତ୍ତନ କଲେ। ଶଲୋମନଙ୍କ ମୃତ୍ୟୁ ହେଲା ଓ ନିଜ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ରିହବିୟାମ ନୂଆ ରାଜା ହେଲେ। ଇସ୍ରାଏଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିୟାମକୁ ସେମାନଙ୍କର ରାଜା କଲେ। ରିହବିୟାମ ମଧ୍ୟ ରାଜା ହେବାକୁ ଶିଖିମକୁ ଗଲେ। ଲୋକମାନେ ତାଙ୍କୁ କହିଲେ, *** *** “ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଲେ। କାର୍ଯ୍ୟରୁ ଗୁରୁଭାର ଓ ଭାରୀ ଯୁଆଳି ଆମ୍ଭ ଉପରେ ଦେଇଥିଲେ, ତାହା ତୁମ୍ଭେ ହାଲୁକା କର। ତାହାହେଲେ ଆମ୍ଭେ ତୁମ୍ଭର ସେବା କରିବୁ।” ରିହବିୟାମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯାଅ, ତିନି ଦିନ ପରେ ମୋ’ ନିକଟକୁ ଆସ, ମୁଁ କହିବି।” ତେଣୁ ଲୋକମାନେ ଗ୍ଭଲିଗଲେ। ଶଲୋମନଙ୍କ ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିୟାମ ସେହି ପ୍ରାଚୀନମାନଙ୍କୁ ପରାମର୍ଶ ଦେବାକୁ କହିଲେ, “ସେହି ଲୋକମାନଙ୍କୁ କି ଉତ୍ତର ଦେବି ମୋତେ ମନ୍ତ୍ରଣା ଦିଅ।” ପ୍ରାଚୀନମାନେ ତାଙ୍କୁ କହିଲେ, “ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସେମାନଙ୍କୁ ଗୋଟିଏ ସଂକ୍ଷେପପୂର୍ଣ ଉତ୍ତର ଦିଅ। ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।” କିନ୍ତୁ ରିହବିୟାମ ସେହି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ଯୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢ଼ିଥିଲେ ଓ ତାଙ୍କର ସାଙ୍ଗ ଓ ଉପଦେଷ୍ଟା ଥିଲେ। ରିହବିୟାମ ସେମାନଙ୍କୁ କହିଲେ, “ସେହି ଲୋକମାନେ ମୋତେ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ରଖିଛନ୍ତି, ଦୟାକରି ତାହା ହାଲୁକା କର।’ ସେମାନଙ୍କୁ ଉତ୍ତର ଦେବାକୁ ତୁମ୍ଭେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?” ରାଜାଙ୍କୁ ସେହି ଯୁବ ବନ୍ଧୁମାନେ କହିଲେ, “ସେହି ଲୋକମାନେ ତୁମ୍ଭକୁ ଆସି କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।’ ତୁମ୍ଭେ ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କ କଟିଠାରୁ ମୋଟା। ମୋର ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭାରୀ ଯୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡ଼ିଲା ଯନ୍ତ୍ରଣା ପରି ତୁମ୍ଭକୁ ତୀ‌‌‌କ୍ଷ୍‌‌‌ଣ କୋରଡ଼ା ବ୍ୟବହାର କରିବି, ଯାହାଦ୍ୱାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହେବ।’” ରିହବିୟାମଙ୍କ କହିବାନୁସାରେ, “ତିନି ଦିନ ପରେ ଯାରବିୟାମ ଓ ଇସ୍ରାଏଲର ସମସ୍ତ ଲୋକ ତାଙ୍କ ନିକଟରେ ପହଞ୍ଚିଲେ।” ସେତେବେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସେମାନଙ୍କୁ କଟୁ ଭାଷା ପ୍ରୟୋଗ କଲେ। ପୁଣି ଯୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସାରେ ସେ ଲୋକମାନଙ୍କୁ କହିଲେ, “ମୋର ପିତା ଯେତିକି କାର୍ଯ୍ୟ ଦେଉଥିଲେ ମୁଁ ତା’ ଅପେକ୍ଷା ଆହୁରି ଅଧିକ କାର୍ଯ୍ୟ ଦେବି। ସେ ତୁମ୍ଭମାନଙ୍କୁ କୋରଡ଼ାରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତୀ‌‌‌କ୍ଷ୍‌‌‌ଣ କୋରଡ଼ାରେ ଶାସ୍ତି ଦେବି, ଯାହାର ଆଘାତ ବିଛା କାମୁଡ଼ିଲା ପରି ଯନ୍ତ୍ରଣା ଦାୟକ ଏବଂ ତୁମ୍ଭେମାନେ ଆଘାତରେ କ୍ଷତାକ୍ତ ହେବ।” ରାଜା ଲୋକମାନଙ୍କ ଅନୁରୋଧ ପୂରଣ କରିବାକୁ ମନା କରିଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲେ, ସେ ଗ୍ଭହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ଯାରବିୟା‌ମ୍‌କୁ ଯାହା ଅହିୟ ଶୀଲୋନୀୟଙ୍କ ଦ୍ୱାରା କୁହା ହୋଇଥିଲା। ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ? ଆମ୍ଭେ ଯିଶୀର କିଛି ଭୂମି ପାଉ କି? ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।” ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ। ତଥାପି ଇସ୍ରାଏଲର ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କରେ ବାସ କରୁଥିଲେ ରିହବିୟାମ ସେମାନଙ୍କ ଉପରେ ଶାସନ କଲେ। ଏହା ପରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇସ୍ରାଏଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା’ପରେ ରିହବିୟାମ ଶୀଘ୍ର ନିଜ ରଥରେ ଆରୋହଣ କରି ଯିରୁଶାଲମକୁ ପଳାୟନ କଲେ। ତେଣୁ ଇସ୍ରାଏଲର ଲୋକମାନେ ଦାଉଦ ବଂଶ ବିପକ୍ଷରେ ବିଦ୍ରୋହ କଲେ ଓ ଏବେ ମଧ୍ୟ ସେମାନେ ଦାଉଦ ବଂଶର ବିଦ୍ରୋହୀ ହୋଇ ରହିଛନ୍ତି। ଇସ୍ରାଏଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ଯାରବିୟାମ ଫେରି ଆସିଛନ୍ତି। ସେମାନେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାହାଙ୍କୁ ରାଜା କଲେ। କେବଳ ଯିହୁଦା ପରିବାରବର୍ଗ ଦାଉଦଙ୍କ ପରିବାରର ଅନୁଗାମୀ ହେଲେ। ରିହବିୟାମ ଯିରୁଶାଲମରେ ପହଞ୍ଚିଲେ ଓ ଯିହୁଦୀୟ ବିନ୍ୟାମୀନ ବଂଶକୁ ଏକତ୍ରିତ କଲେ। ସେ 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। ସଦାପ୍ରଭୁ ପରମେଶ୍ୱରଙ୍କ ଲୋକ ଶମୟିୟକୁ ଏହା କହିଲେ। “ଯିହୁଦାର ରାଜା ଶଲୋମନର ପୁତ୍ର ରିହବିୟାମକୁ ପୁଣି ଯିହୁଦାର ଓ ବିନ୍ୟାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ। ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେ ନିଶ୍ଚୟ ତୁମ୍ଭମାନଙ୍କ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ତୁମ୍ଭେମାନେ ସମସ୍ତେ ନିଜ ନିଜ ଗୃହକୁ ଫେରିଯାଅ। କାରଣ ଏହିକାର୍ଯ୍ୟ ମୋ’ ଦ୍ୱାରା ହୋଇଅଛି।’” ତେଣୁ ରିହବିୟାମଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫେରିଗଲେ। ଏହି ସମୟରେ ଯାରବିୟାମ ଇଫ୍ରୟିମର ପର୍ବତମୟ ଦେଶ ଶିଖିମକୁ ଦୃଢ଼ କରି ସେଠାରେ ବାସ କଲେ। ପରେ ସେ ପିନୂୟେଲ ନଗରକୁ ଯାଇ ଏହାକୁ ସୁଦୃଢ଼ କଲେ। ଯାରବିୟାମ ନିଜକୁ ନିଜେ ଚିନ୍ତା କଲେ, “ଯଦି ଲୋକମାନେ ଯିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିରରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ଯାଆନ୍ତି, ତେବେ ସେମାନେ ପୁନର୍ବାର ଦାଉଦଙ୍କ ପରିବାର ଦ୍ୱାରା ଶାସିତ ହେବାକୁ ଗ୍ଭହିଁବେ। ସେମାନେ ଯିହୁଦାର ରାଜା ରିହବିୟାମଙ୍କ ଅନୁଗାମୀ ହେବେ ଓ ମୋତେ ବଧ କରିବେ।” *** ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସେମାନେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, “ତୁମ୍ଭର ଯିରୁଶାଲମକୁ ଉପାସନା କରିବା ପାଇଁ ଯିବା ଦରକାର ନାହିଁ। ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।” ରାଜା ଯାରବିୟାମ ଗୋଟିକୁ ବୈଥେ‌ଲ୍‌ରେ ଓ ଅନ୍ୟଟିକୁ ଦା‌ନ୍‌ରେ ସ୍ଥାପନ କଲେ। ଏହା ଏକ ଭୟଙ୍କର ପାପ, କାରଣ ଇସ୍ରାଏଲର ଲୋକମାନେ ବୈଥେଲ୍ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ। ଏହା ପରେ ଯାରବିୟାମ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲେବୀକୁ ଛାଡ଼ି ଇସ୍ରାଏଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ। ରାଜା ଯାରବିୟାମ, ଯିହୁଦାର ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥେ‌ଲ୍‌ସ୍ଥିତ ହୋମବେଦି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥେ‌ଲ୍‌ଠାରେ ଗୋବତ୍ସର ସମ୍ମାନାର୍ଥେ ନୈବେଦ୍ୟ ଉତ୍ସର୍ଗ କଲେ ଏବଂ ସେ ମଧ୍ୟ ଉଚ୍ଚସ୍ଥଳୀରେ ସେବା କରିବା ପାଇଁ ଯାଜକମାନଙ୍କୁ ବାଛିଲେ। ତେଣୁ ରାଜା ଯାରବିୟାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନରେ ବୈଥେଲସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ। ଆଉ ମଧ୍ୟ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥେ‌ଲ୍‌ର ଯଜ୍ଞବେଦିକି ଗଲେ। ପରମେଶ୍ୱର ବୈଥେଲ୍ ବିପକ୍ଷରେ କହନ୍ତି ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯା‌ରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ, “ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦ‌ଗ୍‌ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’” ଆଉ ସେହି ପରମେଶ୍ୱରଙ୍କ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲେ, “ଭବିଷ୍ୟତରେ ଏହା ହେବ। ‘ଏଇ ଦେଖ, ଏହି ବେଦି ଖଣ୍ତ ଖଣ୍ତ ହୋଇ ଭାଙ୍ଗି ପଡ଼ିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।’” ବୈଥେ‌ଲ୍‌ରେ ଯଜ୍ଞବେଦି ବିଷୟରେ ପରମେଶ୍ୱରଙ୍କ ଲୋକଙ୍କ ମୁହଁରୁ ରାଜା ଯାରବିୟାମ ଏହି ବାର୍ତ୍ତା ଶୁଣିଲେ। ସେ ସେହି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, “ତାକୁ ବନ୍ଦୀ କର!” ମାତ୍ର ରାଜା ତାହା ବିରୁଦ୍ଧରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତ‌ତ୍‌କ୍ଷଣାତ୍ ପକ୍ଷାଘାତ ହୋଇଗଲା। ଆଉ ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ସଙ୍କେତ ଦେଇଥିଲେ, ବଳିଦାନର ଯଜ୍ଞବେଦି ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା ଓ ଭସ୍ମ ଅଜାଡ଼ି ହୋଇ ପଡ଼ିଲା। ତା’ପରେ ରାଜା ଯାରବିୟାମ ପରମେଶ୍ୱରଙ୍କ ଲୋକକୁ ନିବେଦନ କରି କହିଲେ, “ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ମୋରବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।” ତେଣୁ ପରମେଶ୍ୱରଙ୍କ ଲୋକ ପ୍ରାର୍ଥନା କଲେ, ରାଜାଙ୍କର ପକ୍ଷାଘାତ ବାହୁ ଭଲ ହୋଇଗଲା। ତା’ପରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ଗୃହକୁ ଆସ। ମୋ’ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦେବା ପାଇଁ ଯାଉଅଛି।” ମାତ୍ର ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲେ, “ତୁମ୍ଭେ ଆପଣା ରାଜ୍ୟର ଅର୍ଦ୍ଧେକ ଅଂଶ ଦେଲେ ମଧ୍ୟ ମୁଁ ତୁମ୍ଭ ସହିତ ଯିବି ନାହିଁ। ଆଉ ମଧ୍ୟ ମୁଁ ଏ ସ୍ଥାନରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ। କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମଧ୍ୟ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସେହି ପଥରେ ଫେରିବ ନାହିଁ।” ତେଣୁ ସେ ବୈଥେ‌ଲ୍‌କୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫେରି ଅନ୍ୟ ପଥରେ ଫେରିଲା। ସେ ସମୟରେ ବୈଥେ‌ଲ୍‌ରେ ଜଣେ ପ୍ରାଚୀନ ଭବିଷ୍ୟ‌ଦ୍‌ବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥେ‌ଲ୍‌ରେ ପରମେଶ୍ୱରଙ୍କ ଲୋକ ଯାହା ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ସେମାନେ ପରମେଶ୍ୱରଙ୍କ ଲୋକ ଯାରବିୟାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ୟ ଆପଣା ପିତାଙ୍କୁ ଜଣାଇଲେ। ସେମାନଙ୍କ ପିତା ସେମାନଙ୍କୁ ପଗ୍ଭରିଲେ, “ସେ କେଉଁ ପଥରେ ଫେରିଲେ?” ପରମେଶ୍ୱରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ଯାଇଥିଲେ, ତାହା ସେମାନେ ତାଙ୍କର ପିତାଙ୍କୁ ଦେଖାଇଲେ। ବୃଦ୍ଧ ଯାଜକ ତା’ର ପୁତ୍ରମାନଙ୍କୁ ତା’ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶୀଘ୍ର ଯାତ୍ରା କଲେ। ଏହା ପରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ତାଙ୍କୁ ଗୋଟିଏ ଅଲୋନ ବୃକ୍ଷମୂଳରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ ଉତ୍ତର କଲେ, “ହଁ, ମୁଁ।” ତେଣୁ ସେ ତାଙ୍କୁ ଅନୁରୋଧ କଲେ, “ମୋ’ ଗୃହକୁ ଆସ ଓ ମୋ’ ସହିତ ଭୋଜନ କର।” ମାତ୍ର ପରମେଶ୍ୱରଙ୍କ ଲୋକ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ଯାଇ ପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନରେ ପାନ ବା ଭୋଜନ କରିବି ନାହିଁ। କାରଣ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ‘ତୁମ୍ଭେ ଏଠାରେ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ଏବଂ ଯେଉଁ ପଥ ଦେଇ ଆସିଥିଲ, ସେହି ପଥ ଦେଇ ଫେରି ଯାଅ ନାହିଁ।’” ଏଥିରେ ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା’ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।” ତେଣୁ ପରମେଶ୍ୱରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ଯାଇ ଅନ୍ନ ଭୋଜନ ଓ ଜଳପାନ କଲେ। ଯେତେବେଳେ ସେମାନେ ମେଜ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ୟ ସେହି ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯିଏ କି ତାଙ୍କୁ ତା’ର ଘରକୁ ଆଣିଥିଲା। ଯିହୁଦାର ସେହି ପରମେଶ୍ୱରଙ୍କ ଲୋକଙ୍କୁ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ସଦାପ୍ରଭୁ କହନ୍ତି, ତୁମ୍ଭେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରି ନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଆଜ୍ଞା ଦେଲେ। ସଦାପ୍ରଭୁ ତୁମ୍ଭକୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫେରି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ଯିବ ନାହିଁ।” ପରମେଶ୍ୱରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ୟ‌ଦ୍‌ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ୟାଗ କଲା। ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ। ଏହା ପରେ ସେହି ପଥରେ ଯାଉଥିବା କେତେକ ଲୋକ ଶବଟି ପଡ଼ିଥିବାର ଓ ଶବ ନିକଟରେ ସିଂହ ଠିଆ ହୋଇଥିବାର ଦେଖିଲେ। ତା’ପରେ ସେମାନେ ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ। ଏହା ଶୁଣିକି ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଯିଏ ପରମେଶ୍ୱରଙ୍କ ଲୋକକୁ ଫେରାଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦେଇଥିଲେ, ସେ କହିଲେ, “ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ୱାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ହେଲା, ଯାହା ସେ ତାକୁ କହିଥିଲେ।” ତା’ପରେ ସେହି ଭବିଷ୍ୟ‌ଦ୍‌ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, “ମୋର ଗଧଟିକୁ ସଜାଇ ଦିଅ।” ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ। ସେହି ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା ବାହାରି ଗଲେ ଓ ପଥ ମଧ୍ୟରେ ସେହି ଶବ ପଡ଼ିଥିବାର ଦେଖିଲେ। ଶବ ନିକଟରେ ସେହି ଗଧ ଓ ସିଂହ ଛିଡ଼ା ହୋଇଥିଲେ। ସିଂହ ଶବଟିକୁ ଖାଇ ନ ଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନ ଥିଲା। ସେହି ପ୍ରାଚୀନ ଭବିଷ୍ୟ‌ଦ୍‌ବକ୍ତା ସେହି ଶବଟିକୁ ନିଜ ଗଧ ପିଠିରେ ରଖିଲେ। ଶୋକ କରିବା ପାଇଁ ଓ କବର ଦେବା ପାଇଁ ସେହି ଶବକୁ ଆପଣା ନଗରକୁ ଆଣିଲେ। ସେ ପ୍ରାଚୀନ ଭବିଷ୍ୟ‌ଦ୍‌ବକ୍ତା ସେହି ଶବକୁ ନିଜ ପିତୃଲୋକଙ୍କ କବରରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, “ହେ ମୋର ଭାଇ, ମୁଁ ତୁମ୍ଭ ପାଇଁ ବିଶେଷ ଦୁଃଖିତ।” ସେ ଶବଟିକୁ କବର ଦେଲାପରେ ସେହି ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଲୋକ କବର ପାଇଅଛି ମୋତେ ସେହି ସ୍ଥାନରେ କବର ଦେବ ଓ ତାହାର ଅସ୍ଥି ନିକଟରେ ମୋର ଅସ୍ଥି ରଖିବ। କାରଣ ସେ ବୈଥେଲସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରିୟାର ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁ ସେହି ଲୋକ ମାଧ୍ୟମରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହେବ।” ଏହି ଘଟଣା ପରେ ମଧ୍ୟ ରାଜା ଯାରବିୟାମ କୌଣସି ପରିବର୍ତ୍ତନ ହେଲେ ନାହିଁ। ସେ ନାନା ମନ୍ଦକର୍ମ କରି ଗ୍ଭଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀରେ ଯାଜକ ନିଯୁକ୍ତ କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହେବାକୁ ଇଚ୍ଛା କଲା, ସେ ତାକୁ ନିଯୁକ୍ତ କଲେ। ସେହି ପାପ ଯାରବିୟାମ ବଂଶକୁ ଓ ତା’ର ରାଜ୍ୟକୁ ଧ୍ୱଂସ ଓ ବିଲୋପ କରିବାର କାରଣ ହେଲା। ଯାରବିୟାମଙ୍କ ପୁତ୍ର ମୃତ୍ୟୁବରଣ କଲେ ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ। ଯାରବିୟାମ ନିଜର ପତ୍ନୀକୁ କହିଲେ, “ତୁମ୍ଭେ ଯେପରି ମୋର ପତ୍ନୀ ବୋଲି ଜଣା ନ ପଡ଼ିବ, ସେହିପରି ଛଦ୍ମ ବେଶରେ ଶୀଲୋକୁ ଯାଅ। ସେଠାରେ ଅହିୟ ଭବିଷ୍ୟ‌ଦ୍‌ବକ୍ତା ବାସ କରନ୍ତି। ସେ ମୋତେ କହିଥିଲେ ମୁଁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜା ହେବି। ତା’ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।” ରାଜା ଯାରବିୟାମଙ୍କ ନିର୍ଦ୍ଦେଶ ଅନୁସାରେ ଯାରବିୟାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ଗୃହକୁ ଗଲେ। ଅତ୍ୟନ୍ତ ବୃଦ୍ଧ ହୋଇଯାଇ ଥିବାରୁ ଅହିୟ ଅନ୍ଧ ହୋଇ ଯାଇଥିଲେ। କିନ୍ତୁ ସଦାପ୍ରଭୁ ଅହିୟକୁ କହିଲେ, “ଏହାକୁ ଦେଖ, ଯାରବିୟାମର ପତ୍ନୀ ନିଜର ପୁତ୍ରର ଭାଗ୍ୟ ବିଷୟରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡ଼ିତ ଅଛି।” ତାହାକୁ ତୁମ୍ଭେ ମୋର ବାର୍ତ୍ତା କହିବା ଉଚିତ୍। ଯେତେବେଳେ ସେ ଆସେ ସେ ଅନ୍ୟ ଜଣେପରି ଛଳନା କରିବ। ଅହିୟ ତା’ର ପାଦଶବ୍ଦ ଦ୍ୱାରଦେଶରେ ଶୁଣି କହିଲେ, “ହେ ଯାରବିୟାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କାହିଁକି ଦେଖାଉଛ? ମୁଁ ଏକ ଦୁଃସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଯାରବିୟାମକୁ କୁହ ଯେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମୋର ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲି। ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭକୁ ଦେଲି। ମାତ୍ର ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋତେ ଅନୁସରଣ କଲ ନାହିଁ। ସେ ମୋର ସମସ୍ତ ଆଦେଶ ମନପ୍ରାଣ ଦେଇ ପାଳନ କଲା। ସେ କେବଳ ମୋ’ ଦୃଷ୍ଟିରେ ଯାହା ଭଲ ତାହା କଲା। କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ। ହେ ଯାରବିୟାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ତୁମ୍ଭ ପରିବାରର ପ୍ରତ୍ୟେକ ପୁରୁଷଙ୍କୁ ମୁଁ ହତ୍ୟା କରିବି। ଅଗ୍ନି ଯେପରି ଘାସକୁ ପୋଡ଼ି ପାଉଁଶ କରିଦିଏ, ସେହିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବି। ଯାରବିୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।’” ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ। ପୁଣି ସମଗ୍ର ଇସ୍ରାଏଲ ତା’ର ମୃତ୍ୟୁରେ ଶୋକ କରିବ ଓ ତାକୁ ନେଇ କବର ଦେବ। ସେ ହେଉଛି ଯାରବିୟାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯାରବିୟାମର ପରିବାରରେ କେବଳ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ। ସଦାପ୍ରଭୁ ଇସ୍ରାଏଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସେହି ନୂଆ ରାଜା ଯାରବିୟାମ ପରିବାରକୁ ଖୁବ୍ ଶୀଘ୍ର ଧ୍ୱଂସ କରିବେ। ତା’ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।” ଏହା ପରେ ଯାରବିୟାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା। ସେ ଗୃହର ଦ୍ୱାରବନ୍ଧ ନିକଟରେ ନ ପହଞ୍ଚୁଣୁ ତା’ର ପୁତ୍ର ମଲା। ସମଗ୍ର ଇସ୍ରାଏଲ ତା’ ପାଇଁ ଶୋକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିୟଙ୍କୁ ଯାହା ଯାହା କହିଥିଲେ, ସେହିପରି ସମସ୍ତ କାର୍ଯ୍ୟ ଘଟିଲା। ଏହି ଯାରବିୟାମଙ୍କର ସମସ୍ତ କାର୍ଯ୍ୟକଳାପ, ତା’ର ରାଜ୍ୟ ଶାସନର ପ୍ରକୃତ କଥା ଓ ସେ କିପରି ଯୁଦ୍ଧ କଲେ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି। ଯାରବିୟାମ ବାଇଶ ବର୍ଷ ପାଇଁ ରାଜତ୍ୱ କଲେ। ତାଙ୍କର ମୃତ୍ୟୁପରେ ସେ ନିଜର ପିତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ନାଦବ୍ ରାଜତ୍ୱ କଲେ। ଯିହୁଦାର ରାଜା ରିହବିୟାମ ଶଲୋମନଙ୍କର ପୁତ୍ର ରିହବିୟାମ ଏକଗ୍ଭଳିଶ ବର୍ଷ ବୟସରେ ରାଜା ହେଲେ। ସେ ଯିରୁଶାଲମରୁ ଯିହୁଦାରେ ସତର ବର୍ଷ ରାଜତ୍ୱ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇସ୍ରାଏଲ ମଧ୍ୟରୁ ସେହି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କର୍ମରେ ଲିପ୍ତ ରହିଲେ। ସେମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ଯ୍ୟ କରି ସଦାପ୍ରଭୁଙ୍କୁ କୋପାନ୍ୱିତ କରାଇଲେ। ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। ଆଉ ମଧ୍ୟ ସେ ଭୂମିରେ ପୁରୁଷ ବେଶ୍ୟା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସେହି କୁକର୍ମ ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ କରୁଥିଲେ। ତେଣୁ ପରମେଶ୍ୱର ସେହି ଜାତିଠାରୁ ଭୂମି ଛଡ଼ାଇ ଏବଂ ଏହା ଇସ୍ରାଏଲୀୟମାନଙ୍କୁ ଦେଇଥିଲେ। ରିହବିୟାମଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ମିଶରର ରାଜା ଶୀଶକ୍ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କଲେ। ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ୟତୀତ ସୁବର୍ଣ୍ଣର ଢାଲସବୁ ନେଇଗଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନେଇଥିଲେ। ତେଣୁ ରିହବିୟାମ ସୁବର୍ଣ୍ଣ ଢାଲ ବଦଳରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ। ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରୀମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ଯ୍ୟ ସମାପ୍ତି ପରେ ସେମାନେ ଫେରି ଆସି ପ୍ରହରୀଶାଳାର କାନ୍ଥରେ ଢାଲଗୁଡ଼ିକୁ ରଖୁଥିଲେ। ରିହବିୟାମଙ୍କ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧରେ ରତ ରହୁଥିଲେ। ରିହବିୟାମଙ୍କ ମୃତ୍ୟୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବରରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିୟାମ ରାଜା ହେଲେ। ଯିହୁଦାର ରାଜା ଅବିୟାମ ଯାରବିୟାମଙ୍କ ଇସ୍ରାଏଲରେ ରାଜତ୍ୱ କରିବାର ଅଷ୍ଟାଦଶ ବର୍ଷରେ ଅବିୟାମ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ତିନି ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲେ। ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ। ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ। ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ। ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ରତ ରହୁଥିଲେ। ଅବିୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯେପର୍ଯ୍ୟନ୍ତ ସେ ରାଜା ଥିଲେ, ଅବିୟାମ ଓ ଯାରବିୟାମ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା। ଯେତେବେଳେ ଅବିୟାମ ମଲେ ତାଙ୍କୁ ପିତୃ ଲୋକଙ୍କ ସହିତ ଦାଉଦ ନଗରରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ। ଆସା ଯିହୁଦାର ରାଜା ଇସ୍ରାଏଲରେ ଯାରବିୟାମଙ୍କ ବିଂଶତମ ବର୍ଷ ରାଜତ୍ୱ କାଳରେ ଆସା ଯିହୁଦାର ରାଜା ହେଲେ। ଆସା ଯିରୁଶାଲମରେ 41 ବର୍ଷ ରାଜତ୍ୱ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲା। ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ନ୍ୟାୟ ଓ ଯଥାର୍ଥ ଥିଲା, ସେହିପରି ଉତ୍ତମ କାର୍ଯ୍ୟମାନ କଲେ। ଆସା ପୁରୁଷ ବେଶ୍ୟାମାନଙ୍କୁ ସେ ଦେଶରୁ ତଡ଼ି ଦେଲେ ଓ ନିଜର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ଦୂର କରିଦେଲେ। ଆସା ମଧ୍ୟ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡ଼ିତ କଲେ, କାରଣ ସେ ଆଶେରା ଦେବତା ନାମରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସେହି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡ଼ି ପକାଇଲେ। ଆସା ଉଚ୍ଚସ୍ଥଳୀ ସବୁ ଧ୍ୱଂସ କଲେ ନାହିଁ, ମାତ୍ର ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ। ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ୱରଙ୍କୁ ଦେଲେ। ସେମାନେ ସେମାନଙ୍କର ସୁବର୍ଣ୍ଣ ଓ ରୌପ୍ୟ ଉପହାରଗୁଡ଼ିକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିରରେ ଦେଲେ। ପୁଣି ଆସା ଯିହୁଦାରେ ରାଜତ୍ୱ କଲାବେଳେ ଯାବଜ୍ଜୀବନ ଇସ୍ରାଏଲର ରାଜା ବାଶାଙ୍କ ସହିତ ଯୁଦ୍ଧରେ ରତ ରହିଲେ। ବାଶା ଯିହୁଦା ବିରୁଦ୍ଧରେ ଯୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ଯିବାକୁ ଦେଲେ ନାହିଁ କିମ୍ବା ସେଠାରୁ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇସ୍ରାଏଲର ରାମା ନଗରକୁ ସୁଦୃଢ଼ କଲେ। ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ସେ ହିଷିୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବି‌ନ୍‌ହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ। ଆସା ଏହିବାର୍ତ୍ତା ପଠାଇ କହିଲେ, “ମୋର ପିତା ଓ ତୁମ୍ଭ ମଧ୍ୟରେ ଶାନ୍ତିର ଚୁକ୍ତି ହୋଇଥିଲା। ବର୍ତ୍ତମାନ ମୁଁ ମଧ୍ୟ ତୁମ୍ଭ ସହିତ ସେହି ଶାନ୍ତିର ଚୁକ୍ତି ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭେଟି ପଠାଉଛି। ଦୟାକରି ଇସ୍ରାଏଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମୋ’ ରାଜ୍ୟ ଛାଡ଼ି ଗ୍ଭଲିଯିବ।” ରାଜା ବି‌ନ୍‌ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈ‌‌‌ଥ୍‌‌‌ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ। ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ଼ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡ଼ି ତିର୍ସାରେ ବାସ କଲେ। ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ଼ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିଆଣ। ସେଥିରେ ରାଜା ଆସା, ବିନ୍ୟାମୀନର ଗେବା ଓ ମି‌ସ୍‌ପା ନଗର ଦୃଢ଼ କଲେ। ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିୟା ଓ ଯେଉଁ ନଗର ଗୁଡ଼ିକୁ ସେ ସୁଦୃଢ଼ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ୟବସ୍ଥାରେ ପାଦରେ ଏକ ରୋଗ ହେଲା। ଏହା ପରେ ଆସା ମୃତ୍ୟୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତାଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଯିହୋଶାଫଟ୍ ରାଜତ୍ୱ କଲେ। ନାଦବ୍ ଇସ୍ରାଏଲର ରାଜା ଯିହୁଦାରେ ଆସାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯାରବିୟାମଙ୍କ ପୁତ୍ର ନାଦବ୍ ଇସ୍ରାଏଲର ରାଜା ହେଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ଯାରବିୟାମଙ୍କ ପରି ପାପ କଲେ, ଯିଏ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ। ଇଷାଖର ପରିବାରବର୍ଗୀୟ ଅହିୟର ପୁତ୍ର ବାଶା ନାଦବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ବାଶା ପଲେଷ୍ଟୀୟ ନିକଟରେ ତାଙ୍କୁ ବଧ କଲେ, ଯେତେବେଳେ ନାଦବ୍ ଓ ସମସ୍ତ ଇସ୍ରାଏଲ ଗିବ୍ବଥୋନ ଅବରୋଧ କଲେ। ଯିହୁଦାରେ ରାଜା ଆସାଙ୍କ ତୃତୀୟ ବର୍ଷରେ ବାଶା ନାଦ‌ବ୍‌ଙ୍କୁ ବଧ କରି ସେହି ପଦରେ ରାଜତ୍ୱ କଲେ। ଇସ୍ରାଏଲର ରାଜା ବାଶା ବାଶା ରାଜା ହେବା ମାତ୍ରେ ଯାରବିୟାମଙ୍କ ପରିବାରକୁ ଧ୍ୱଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହିୟ ମାଧ୍ୟମରେ ଯେଉଁ କଥା କହିଥିଲେ ତଦନୁସାରେ ବାଶା ଯାରବିୟାମଙ୍କ ବଂଶରୁ ଜଣଙ୍କୁ ଛାଡ଼ିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ। ଏହିସବୁ ଘଟିଗଲା କାରଣ ଯାରବିୟାମ ନିଜେ ନାନା ପାପ କଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ତଦ୍ଦ୍ୱାରା ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କରାଇଲେ। ନାଦ‌ବ୍‌ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟକଳାପ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଆସା ଓ ବାଶାଙ୍କ ମଧ୍ୟରେ ସେମାନଙ୍କ ଯାବଜ୍ଜୀବନ ଯୁଦ୍ଧ ଲାଗି ରହିଲା। ଯିହୁଦାରେ ଆସା ରାଜତ୍ୱ କରିବାର ତୃତୀୟ ବର୍ଷରେ ଅହିୟଙ୍କ ପୁତ୍ର ବାଶା ଇସ୍ରାଏଲର ରାଜା ହେଲେ। ବାଶା ତିର୍ସାରେ ଚବିଶ ବର୍ଷ ରାଜତ୍ୱ କଲେ। ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଯାରବିୟାମଙ୍କ ପରି ପାପ କରି ଗ୍ଭଲିଲେ। ଯାରବିୟାମ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ। ଅନନ୍ତର ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁ ହନାନିର ପୁତ୍ର ଯେହୂଙ୍କୁ କହିଲେ, “ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ। ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ଯାରବିୟାମର ପରିବାରକୁ ଧ୍ୱଂସ କରିଥିଲି। ବାଶାର କେହି ଯଦି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ରରେ ମରିବେ ପକ୍ଷିମାନେ ସେମାନଙ୍କୁ ଖାଇବେ।” ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ଯ୍ୟକଳାପ ଇସ୍ରାଏଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ବାଶା ମୃତ୍ୟୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସାରେ କବର ପାଇଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଏଲା ରାଜା ହେଲେ। ସଦାପ୍ରଭୁ, ବାଶା ଓ ତା’ର ପରିବାରର ବିପକ୍ଷରେ ଭବିଷ୍ୟ‌ଦ୍‌ବକ୍ତା ହନାନିୟଙ୍କ ପୁତ୍ର ଯେହୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ଯ୍ୟଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧିତ କଲେ। ଯାରବିୟାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସେଇ କାର୍ଯ୍ୟ କଲେ। ସଦାପ୍ରଭୁ ମଧ୍ୟ କ୍ରୋଧିତ ଥିଲେ କାରଣ ସେ ସମସ୍ତ ଯାରବିୟାମ ପରିବାରକୁ ହତ୍ୟା କଲେ। ଏଲା, ଇସ୍ରାଏଲର ରାଜା ଯିହୁଦାରେ ଆସାର ଛବିଶ୍ ବର୍ଷ ରାଜତ୍ୱ କାଳରେ ବାଶାର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜତ୍ୱ କଲେ। ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା। ସେତେବେଳେ ସିମ୍ରି ଗୃହ ମଧ୍ୟକୁ ପ୍ରବେଶ କରି ଏଲାଙ୍କୁ ହତ୍ୟା କଲେ। ଯିହୁଦାର ରାଜା ଆସାଙ୍କର ସତାଇଶ୍ ବର୍ଷ ରାଜତ୍ୱ କାଳରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇସ୍ରାଏଲର ରାଜା ହେଲେ। ସିମ୍ରି ଇସ୍ରାଏଲର ରାଜା ସିମ୍ରି ରାଜା ହେଲା ପରେ ସେ ବାଶାଙ୍କର ସମୁଦାୟ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ୟା କଲେ। ଏପରିକି ଜଣେ ପୁରୁଷକୁ ସେ ଛାଡ଼ିଲେ ନାହିଁ। ସଦାପ୍ରଭୁ ବାଶାଙ୍କ ବିରୁଦ୍ଧର ବାକ୍ୟ ଅନୁସାରେ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କୁ ସିମ୍ରି ବାଶାଙ୍କର ସମଗ୍ର ବଂଶକୁ ଧ୍ୱଂସ କଲେ। ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମରେ ଲିପ୍ତ ରହିଲେ ଓ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। ସେମାନଙ୍କର ବହୁତ ମୂର୍ତ୍ତି ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ। ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଯିହୁଦାରେ ଆସାଙ୍କ ସତାଇଶ୍ ବର୍ଷ ରାଜତ୍ୱ କାଳରେ ସିମ୍ରି ଇସ୍ରାଏଲର ରାଜା ହେଲେ। ସେ ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। ଛାଉଣିରେ ଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଗୁପ୍ତ ଚକ୍ରାନ୍ତ ଦ୍ୱାରା ରାଜାଙ୍କୁ ମାରି ରାଜା ହୋଇଛନ୍ତି। ସେମାନେ ଅମ୍ରିନାମକ ଜଣେ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କରାଇଲେ। ତେଣୁ ଅମ୍ରି ଏବଂ ସମଗ୍ର ଇସ୍ରାଏଲ ଲୋକ ଗିବ୍ବଥୋନ ତ୍ୟାଗ କରି ତିର୍ସା ଆକ୍ରମଣ କଲେ। ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ। ସିମ୍ରି ତା’ର ପାପ ପାଇଁ ମଲା। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଗ୍ଭଲିଲେ ଓ ଯାରବିୟାମଙ୍କ ପରି ପାପ ପଥରେ ଗଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ଫଳରେ ସମଗ୍ର ଇସ୍ରାଏଲ ପାପଗ୍ରସ୍ତ ହେଲା। ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧରେ ଚକ୍ରାନ୍ତ ବିଷୟରେ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅମ୍ରି ଇସ୍ରାଏଲର ରାଜା ସେ ସମୟରେ ଇସ୍ରାଏଲର ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତି‌ବ୍‌ନିକି ରାଜା କରିବା ପାଇଁ ତା’ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତି‌ବ୍‌ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତି‌ବ୍‌ନି ନିହତ ହେଲେ ଓ ଅମ୍ରି ରାଜା ହେଲେ। ଯିହୁଦାରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ୱ କାଳରେ ଅମ୍ରି ଇସ୍ରାଏଲର ରାଜା ହେଲେ। ଅମ୍ରି ଇସ୍ରାଏଲରେ ବାରବର୍ଷ ରାଜତ୍ୱ କଲେ। ସେହି ବାରବର୍ଷ ମଧ୍ୟରୁ ଛଅ ବର୍ଷ ତିର୍ସାରେ ରାଜତ୍ୱ କଲେ। ମାତ୍ର ସେ ଶେମରଙ୍କୁ ଦୁଇ ତଳାନ୍ତ ରୂପା ଦେଇ ଶମରୋଣ୍ ପର୍ବତ କ୍ରୟ କଲେ। ସେ ଶମରୋଣ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସେହି ପର୍ବତର ମାଲିକର ନାମ ଶେମରର ନାମାନୁସାରେ ନଗରର ନାମ ଶମରିୟା ରଖିଲେ। ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ କରିଥିଲେ ଅମ୍ରି ସେହି ପାପ କଲେ ଓ ଇସ୍ରାଏଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ। ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅମ୍ରିଙ୍କର ମୃତ୍ୟୁପରେ ସେ ଶମରିୟାରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ। ଆହାବ, ଇସ୍ରାଏଲର ରାଜା ଯିହୁଦାରେ ଆସାଙ୍କ ରାଜତ୍ୱ କାଳର ଅଠତିରିଶ୍ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲର ରାଜା ହେଲେ। ଆହାବ ଇସ୍ରାଏଲର ଶମରିୟା ନଗରରେ ବାଇଶ ବର୍ଷ ରାଜତ୍ୱ କଲେ। ଆହାବ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କ ପରି ପାପ କରିବା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ସେ ସୀଦୋନର ରାଜା ଇ‌ତ୍‌ବାଲଙ୍କର କନ୍ୟା ଈଷେବଲକୁ ବିବାହ କଲେ ଓ ସୀଦୋନର ‌ବା‌ଲ୍‌ଦେବତାଙ୍କୁ ପୂଜା କରିବାକୁ ଓ ସେବା କରିବାକୁ ଆରମ୍ଭ କଲେ। ଆହାବ ଶମରିୟାରେ ‌ବା‌ଲ୍‌ଦେବତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସେହି ମନ୍ଦିରରେ ଏକ ଯଜ୍ଞବେଦି ତିଆରି କଲେ। ଆହାବ ଉପାସନା କରିବା ପାଇଁ ଆଶେରା ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତି କଲେ। ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା। ଏଲିୟ ଓ ଅନାବୃଷ୍ଟି ସମୟ ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।” ତତ୍ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଏ ସ୍ଥାନ ଛାଡ଼ି ପୂର୍ବ ଦିଗକୁ ଯାଅ ଓ ଯର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ। ସେହି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।” ଏଲିୟ ସଦାପ୍ରଭୁଙ୍କ ଆଜ୍ଞାନୁସାରେ କାର୍ଯ୍ୟ କଲେ। ସେ ଯର୍ଦ୍ଦନ ପୂର୍ବପାରିସ୍ଥ କରୀତ୍ ନଦୀ ନିକଟକୁ ଯାଇ ବାସ କଲେ। ପୁଣି କାଉମାନେ ପ୍ରାତଃକାଳରେ ରୋଟୀ ଓ ମାଂସ ଓ ସନ୍ଧ୍ୟାବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ। ଅନାବୃଷ୍ଟି ହେତୁ କିଛି କାଳପରେ ଝରଣାଗୁଡ଼ିକ ଶୁଷ୍କ ହୋଇଗଲା। ତତ୍ପରେ ସଦାପ୍ରଭୁ ଏଲିୟକୁ କହିଲେ, “ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।” ତେଣୁ ଏଲିୟ ସାରିଫ‌ତ୍‌କୁ ଗଲେ। ସେ ନଗର ଦ୍ୱାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିୟ ତାକୁ କହିଲେ, “ତୁମ୍ଭ ପାତ୍ରରେ କିଛି ଜଳ ପିଇବାକୁ ଆଣ।” ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିୟ ପୁନର୍ବାର ଡାକି କହିଲେ, “ମୋର ଅନୁରୋଧ ମୋ’ ପାଇଁ ଖଣ୍ଡେ ରୋଟୀ ମଧ୍ୟ ଆଣ।” ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ‌ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା’ପରେ କ୍ଷୁଧାରେ ମରିବୁ।” ଏଲିୟ ସେହି ବିଧବାକୁ କହିଲେ, “ଦୁଃଖ କର ନାହିଁ। ଘରକୁ ଯାଇ ତୁମ୍ଭ କହିବାନୁସାରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ ଛୋଟ ପିଠା କରି ମୋ’ ନିକଟକୁ ଆଣ। ତା’ପରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’” ତେଣୁ ସେ ସ୍ତ୍ରୀଲୋକଟି ଘରକୁ ଗଲା ଓ ଏଲିୟଙ୍କ ବାକ୍ୟାନୁସାରେ କାର୍ଯ୍ୟ କଲା। ଏଲିୟ, ସେହି ସ୍ତ୍ରୀଲୋକ ଓ ତା’ର ପୁତ୍ର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ଭୋଜନ କରିବାକୁ ଥିଲା। ସେହି ମଇଦା କଳସ ଓ ତୈଳପାତ୍ର କେବେ ଶୂନ୍ୟ ହେଲା ନାହିଁ। ସଦାପ୍ରଭୁ ଏଲିୟ ମାଧ୍ୟମରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା। କିଛିଦିନ ଉତ୍ତାରେ ସେହି ସ୍ତ୍ରୀଲୋକର ପୁତ୍ରଟି ଅସୁସ୍ଥ ହେଲା। ତା’ର ପୀଡ଼ା ଏତେ ବଢ଼ିଗଲା ଯେ ତା’ର ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଗଲା। ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?” ତହୁଁ ଏଲିୟ ତାକୁ କହିଲେ, “ତୁମ୍ଭ ପୁତ୍ରକୁ ମୋତେ ଦିଅ।” ଏଲିୟ ତା’ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କୋଠରୀକୁ ନେଇଯାଇ ଆପଣା ଶଯ୍ୟାରେ ତାକୁ ଶୁଆଇ ଦେଲେ। ତା’ପରେ ଏଲିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ସ୍ତ୍ରୀଲୋକଟି ମୋତେ ତା’ର ଗୃହରେ ଆଶ୍ରୟ ଦେଇଛି। ତୁମ୍ଭେ ତା’ର ପୁତ୍ରକୁ ବଧ କରି ତା’ ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?” ତା’ପରେ ଏଲିୟ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା’ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।” ସଦାପ୍ରଭୁ ଏଲିୟର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ୱାସ ନେବାକୁ ଆରମ୍ଭ କଲା ଓ ପୁଣି ଜୀବନ ଫେରି ପାଇଲା। ତା’ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।” ତହୁଁ ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ ମୁଁ ଏହା ଏବେ ଜାଣିଲି।” ଏଲିୟ ଓ ବାଲଙ୍କ ଭବିଷ୍ୟ‌ଦ୍‌ବକ୍ତାଗଣ ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।” ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ। ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ। ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ। ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।” ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ। ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?” ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।” ତା’ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?” ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି। ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି। ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି। ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି। ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।” ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।” ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ। ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?” ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବା‌ଲ୍‌‌‌ର ପୂଜା କରିବା ଆରମ୍ଭ କଲ। ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ‌ବା‌ଲ୍‌ଦେବତାର 450 ଭବିଷ୍ୟ‌ଦ୍‌ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।” ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ। ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।” କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ। ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଅଛି, ମାତ୍ର ବା‌ଲ୍‌‌‌ର 450 ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି। ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟ‌ଦ୍‌ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ। ବାଲ୍ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।” ତା’ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ। ଏଲିୟ ବାଲ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।” ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ। ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।” ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା। ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ। ତା’ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ। ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ। ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ। ତା’ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ। ତା’ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା’ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ। ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା। ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।” ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।” ତା’ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ। ପୁନର୍ବାର ବର୍ଷାର ଆଗମନ ତତ୍ପରେ ଏଲିୟ ରାଜା ଆହାବଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଇ ଭୋଜନପାନ କର। କାରଣ ପ୍ରବଳ ବର୍ଷା ଆସୁଅଛି।” ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ। ତା’ପରେ ଏଲିୟ ତାଙ୍କର ସେବକକୁ କହିଲେ, “ସମୁଦ୍ର ଆଡ଼କୁ ଅନାଅ।” ତହୁଁ ସେ ଉଠିଲା ଏବଂ ସମୁଦ୍ର ଆଡ଼କୁ ଅନାଇଲା ଏବଂ କହିଲା, “ମୁଁ କିଛି ଦେଖୁ ନାହିଁ।” ଏହିପରି ଭାବରେ ଏଲିୟ ତାଙ୍କୁ ସାତଥର ଯାଇ ଆସିବାକୁ କହିଲେ। ସପ୍ତମ ଥରରେ ସେବକ ଫେରି ଆସି କହିଲା, “ମୁଁ ମନୁଷ୍ୟର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।” ବର୍ତ୍ତମାନ ଏଲିୟ ସେବକକୁ କହିଲେ, “ଯାଅ ଏବଂ ଆହାବଙ୍କୁ କୁହ: ତୁମ୍ଭର ରଥ ପ୍ରସ୍ତୁତ କରି ଘରକୁ ଗ୍ଭଲି ଯାଆନ୍ତୁ ନଚେତ୍ ବର୍ତ୍ତମାନ ବର୍ଷା ତୁମ୍ଭର ଯାତ୍ରାକୁ ଅଟକାଇବ।” ଅଳ୍ପକ୍ଷଣ ପରେ ଆକାଶ କଳା ମେଘରେ ଆବୃତ ହୋଇ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହୋଇଗଲା। ଆହାବ ତାଙ୍କର ରଥରେ ବସି ଯିଷ୍ରିୟେଲକୁ ଗଲେ। ସଦାପ୍ରଭୁଙ୍କ ଶକ୍ତି ଏଲିୟଙ୍କ ଉପରେ ପଡ଼ିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କ ଆଗେ ଆଗେ ଦୌଡ଼ିଗଲେ। ହୋରେବ (ସୀନୟ) ଶୃଙ୍ଗରେ ଏଲିୟ ଆହାବ ଏଲିୟଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ‌‌ଖ‌ଡ଼୍‌ଗରେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ହତ୍ୟା କରିଥିଲେ, ସେ ସମସ୍ତ ଈଷେବଲକୁ ଜଣାଇଲେ। ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।” ଯେତେବେଳେ ଏଲିୟ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସେବକ ସହିତ ଯିହୁଦାର ‌ବେ‌ର୍‌ଶେବାକୁ ଗ୍ଭଲିଗଲେ ଓ ତାକୁ ସେ ସେଠାରେ ଛାଡ଼ିଲେ। ଏଲିୟ ପ୍ରାନ୍ତର ଭିତରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳରେ ବସି ପଡ଼ିଲେ ଓ ନିଜର ମୃତ୍ୟୁ ପାଇଁ ପ୍ରାର୍ଥନା କରି କହିଲେ, “ଏହା ଯଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମୋର ପ୍ରାଣ ନିଅ, କାରଣ ମୁଁ ମୋର ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।” ତା’ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।” ଅନନ୍ତର ଏଲିୟ ଦେଖିଲେ ତାଙ୍କର ମୁଣ୍ତ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶୟନ କଲେ। ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।” ତେଣୁ ଏଲିୟ ଉଠି ଭୋଜନ ପାନ କଲେ। ସେ ଖାଦ୍ୟରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପରମେଶ୍ୱରଙ୍କ ପର୍ବତ ହୋରେବ ପହଞ୍ଚିଲା ପର୍ଯ୍ୟନ୍ତ ଗ୍ଭଲି ଗ୍ଭଲି ଗଲେ। ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ। ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?” ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।” ତା’ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା’ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା। ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?” ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।” ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। ଆଉ ନି‌ମ୍‌ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେ‌‌ଲ୍‌‌ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟ‌ଦ୍‌ବକ୍ତା ରୂପେ ଅଭିଷେକ କର। ତହିଁରେ ଯେଉଁ ଲୋକ ହସାୟେଲର ‌‌ଖ‌ଡ଼୍‌ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ‌‌ଖ‌ଡ଼୍‌ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। ମୁଁ ଇସ୍ରାଏଲରେ 7000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ‌ବା‌ଲ୍‌ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।” ଇଲୀଶାୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ହେଲେ ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା’ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।” ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।” ତା’ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା’ପରେ ସେ ଏଲିୟଙ୍କ ପଶ୍ଚା‌ଦ୍‌ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ। ବି‌ନ୍‌ହଦଦ୍ ଓ ଆହାବ ଯୁଦ୍ଧ କଲେ ଅରାମର ରାଜା ବି‌ନ୍‌ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ତା’ପରେ ଇସ୍ରାଏଲର ରାଜା ଆହାବ ନଗର ଭିତରକୁ ଦୂତଗଣ ପ୍ରେରଣ କଲେ। ସେହି ବାର୍ତ୍ତା ଥିଲା, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେମାନେ ତୁମ୍ଭର ସମସ୍ତ ରୂପା, ସୁନା ମୋତେ ଦେବ। ଆଉ ମଧ୍ୟ ତୁମ୍ଭର ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋତେ ଦେଇଦେବ।’” ଇସ୍ରାଏଲର ରାଜା ଉତ୍ତର ଦେଲେ, “ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ଆପଣଙ୍କର।” ତା’ପରେ ଦୂତମାନେ ଆହାବଙ୍କ ନିକଟକୁ ଫେରି ଆସି କହିଲେ, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେ ଆପଣା ରୂପା, ସୁନା, ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋ’ ହସ୍ତରେ ସମର୍ପଣ କର ବୋଲି ମୁଁ କହି ପଠାଇଲି। ଆସନ୍ତାକାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମୋର ଦାସମାନଙ୍କୁ ପଠାଇବି, ସେମାନେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହାକିଛି ମୂଲ୍ୟବାନ ଜିନିଷ ପାଇବେ ସେମାନେ ନେଇଯିବେ।’” ତେଣୁ ରାଜା ଆହାବ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, “ମୁଁ ବିନୟ କରି କହୁଛି, ବିଗ୍ଭର କର, ବି‌ନ୍‌ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମୋର ଭାର୍ଯ୍ୟା, ମୋର ସନ୍ତାନଗଣ, ମୋର ସୁନା, ରୂପା ନେବାକୁ ଲୋକ ପଠାଇଲା ଓ ସେ ସବୁ ଦେବାକୁ ମୁଁ ସମ୍ମତ ହେଲି। ମାତ୍ର ସେ ବର୍ତ୍ତମାନ ସବୁକିଛି ନେବାକୁ ଗ୍ଭହୁଁଛି।” ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, “ଆପଣ ତାଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥିରେ ସମ୍ମତ ହୁଅନ୍ତୁ ନାହିଁ।” ବର୍ତ୍ତମାନ ଆହାବ ବି‌ନ୍‌ହଦ‌ଦଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, “ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ୱିତୀୟରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।” ରାଜା ବି‌ନ୍‌ହଦ‌ଦଙ୍କର ଦୂତମାନେ ରାଜାଙ୍କ ନିକଟକୁ ବାର୍ତ୍ତା ନେଇ ଫେରିଗଲେ। ତା’ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବି‌ନ୍‌ହଦ‌ଦ୍‌ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।” ରାଜା ଆହାବ ଉତ୍ତର ଦେଲେ, “ବି‌ନ୍‌ହଦ‌ଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।” ରାଜା ବି‌ନ୍‌ହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ। ତେଣୁ ସେମାନେ ପ୍ରସ୍ତୁତ ହୋଇ ନଗର ବିରୁଦ୍ଧରେ ଆକ୍ରମଣ କରିବାକୁ ବାହାରିଲେ। ସେହି ସମୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’” ତହୁଁ ଆହାବ କହିଲେ, “କାହାଦ୍ୱାରା ପରାଜିତ କରାଇବେ?” ଭବିଷ୍ୟ‌ଦ୍‌ବକ୍ତା ଉତ୍ତର ଦେଲେ, “ଯୁବା ଲୋକମାନଙ୍କ ଦ୍ୱାରା ‘ଯେଉଁମାନେ ରାଜାଙ୍କର ଅଧିକାରୀମାନଙ୍କର ସାହାଯ୍ୟକାରୀ ଥିଲେ।’” ତା’ପରେ ରାଜା କହନ୍ତି, “କିଏ ଯୁଦ୍ଧ ଆରମ୍ଭ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେବା ପାଇଁ ଯାଉଛି?” ସେ କହିଲେ, “ତୁମ୍ଭେ।” ତେଣୁ ଆହାବ ପ୍ରଦେଶର ଯୁବା ଅଧିପତିମାନଙ୍କୁ ଏକତ୍ରିତ କରି ଗଣିଲେ। ସେମାନଙ୍କ ସଂଖ୍ୟା 232 ହେଲା। ତା’ପରେ ଇସ୍ରାଏଲର ସୈନ୍ୟମାନଙ୍କୁ ଏକତ୍ରିତ କରି ଗଣି ଦେଖିଲେ, ସେମାନଙ୍କ ସଂଖ୍ୟା 7000 ହେଲା। ମଧ୍ୟାହ୍ନରେ ଯେତେବେଳେ ରାଜା ବି‌ନ୍‌ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ। ପ୍ରଦେଶର ଯୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବି‌ନ୍‌ହଦ‌ଦ୍‌ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିୟାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ। ତେଣୁ ବି‌ନ୍‌ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।” ଏହା ମଧ୍ୟରେ ପ୍ରଦେଶର ଯୁବା ଅଧିପତିମାନେ ସେହି ଆକ୍ରମଣର ନେତୃତ୍ୱ ନେଲେ ଓ ଇସ୍ରାଏଲର ସୈନ୍ୟମାନେ ତାଙ୍କର ଅନୁସରଣ କଲେ। ଇସ୍ରାଏଲର ପ୍ରତ୍ୟେକ ଯୋଦ୍ଧା ତାଙ୍କ ବିରୁଦ୍ଧରେ ଆସିଥିବା ଶତ୍ରୁମାନଙ୍କୁ ବଧ କଲେ, ତା’ପରେ ଇସ୍ରାଏଲୀୟମାନେ ଅରାମୀୟମାନେ ପଳାୟନକାରୀମାନଙ୍କ ପଛରେ ଗୋଡ଼ଇଲେ। ଅରାମର ରାଜା ବି‌ନ୍‌ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ପୃଷ୍ଠରେ ପଳାଇଯାଇ ନିଜକୁ ରକ୍ଷା କଲେ। ରାଜା ଆହାବ ଅରାମର ସମସ୍ତ ଅଶ୍ୱ ଓ ରଥକୁ ଅଧିକାର କରିବାର ନେତୃତ୍ୱ ନେଲେ ଓ ଅରାମୀୟମାନଙ୍କୁ ସମୂଳେ ପରାଜିତ କଲେ। ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, “ଅରାମର ରାଜା ବି‌ନ୍‌ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।” ବି‌ନ୍‌ହଦ‌ଦଙ୍କ ପୁନଃ ଆକ୍ରମଣ ବି‌ନ୍‌ହଦ‌ଦ୍‌ର ଅଧିକାରୀମାନେ ତାଙ୍କୁ କହିଲେ, “ଇସ୍ରାଏଲର ଦେବତାଗଣ ପର୍ବତଗଣର ଦେବତାଗଣ ଅଟନ୍ତି, ତେଣୁ ଇସ୍ରାଏଲୀୟମାନେ ବିଜୟୀ ହେଲେ। ଆମ୍ଭେମାନେ ପର୍ବତରେ ଯୁଦ୍ଧ କରି ହାରିଲୁ। ମାତ୍ର ଆମ୍ଭେମାନେ ଯଦି ପଦାରେ ଯୁଦ୍ଧ କରୁ, ତେବେ ଆମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବୁ। ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ୟଗ୍ଭଳନା ଦାୟିତ୍ୱ ବତିଶ୍ ରାଜାମାନଙ୍କ ବଦଳରେ ସେନାପତିମାନଙ୍କ ହସ୍ତରେ ଦିଅନ୍ତୁ। ଆଉ ଆପଣ ହରାଇଥିବା ସୈନ୍ୟ ବଦଳରେ ସୈନ୍ୟ, ଅଶ୍ୱ ବଦଳରେ ଅଶ୍ୱ ଓ ରଥ ବଦଳରେ ରଥ ସଂଗ୍ରହ କରନ୍ତୁ। ଆମ୍ଭେମାନେ ପଦାରେ ଲଢ଼ିବା। ପୁଣି ଆମ୍ଭେମାନେ ନିଶ୍ଚୟ ସେମାନଙ୍କ ଅପେକ୍ଷା ବଳବା‌ନ୍‌ ହେବା ଓ ଜିତିବା।” ରାଜା ସେମାନଙ୍କର ପ୍ରସ୍ଥାବ ଗ୍ରହଣ କଲେ ଓ ସେହିରୂପେ କାର୍ଯ୍ୟ କଲେ। ଅନନ୍ତର ପରବର୍ଷ ବସନ୍ତରେ ବି‌ନ୍‌ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ। ଇସ୍ରାଏଲୀୟ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀୟ ସୈନ୍ୟଗଣ ଆଡ଼କୁ ମାଡ଼ି ଗ୍ଭଲିଲେ। ସେମାନେ ଅରାମୀୟମାନଙ୍କ ବିପରୀତ ପାର୍ଶ୍ୱରେ ଶିବିର ସ୍ଥାପନ କଲେ। ମାତ୍ର ଇସ୍ରାଏଲର ସୈନ୍ୟଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦେଖା ଯାଉଥିଲା ବେଳେ ଅରାମୀୟମାନେ ସମଗ୍ର ଦେଶରେ ବ୍ୟାପି ଯାଇଥିଲେ। ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, “ସଦାପ୍ରଭୁ କୁହନ୍ତି, ‘ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।’” ଦୁଇ ସୈନ୍ୟବାହିନୀ ସାତ ଦିନ ଧରି ସମ୍ମୁଖାସମ୍ମୁଖୀ ହୋଇ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନରେ ଯୁଦ୍ଧ ଆରମ୍ଭ ହେଲା ଓ ଇସ୍ରାଏଲୀୟ ସୈନ୍ୟମାନେ ଗୋଟିଏ ଦିନରେ ଅରାମୀୟ ସୈନ୍ୟମାନଙ୍କ ମଧ୍ୟରୁ 100,000 ପଦାତିକ ସୈନ୍ୟ ବଧ କଲେ। ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବି‌ନ୍‌ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ। ତାଙ୍କର ଦାସମାନେ ସେମାନଙ୍କୁ କହିଲ, “ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।” ତହୁଁ ସେମାନେ କଟିରେ ଅଖା ପିନ୍ଧି ଓ ମୁଣ୍ତରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଇ ବିନୟର ସହିତ କହିଲେ, “ତୁମ୍ଭର ଦାସ ବି‌ନ୍‌ହଦଦ୍ କହୁଛି, ‘ଦୟାକରି ମୋତେ ବଞ୍ଚାନ୍ତୁ।’” ଆହାବ ଉତ୍ତର ଦେଲେ, “ସେ କ’ଣ ତଥାପି ବଞ୍ଚିଛି? ସେ ତ ମୋରଭାଇ।” ବି‌ନ୍‌ହଦ‌ଦ୍‌ର ଲୋକମାନେ ଜାଣିବାକୁ ଗ୍ଭହିଁଲେ, ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ଦୟା ଦେଖାଇବେ କି ନା, ସେମାନେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ୟକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ୟତା ଜାଣିବା ପାଇଁ ଆହାବ ଯେତେବେଳେ ବି‌ନ୍‌ହଦ‌ଦଙ୍କୁ ଭାଇ ବୋଲି ଡାକିଲା, ସେମାନେ ସଙ୍ଗେ ସଙ୍ଗେ କହିଲେ, “ହଁ! ବି‌ନ୍‌ହଦଦ୍ ତୁମ୍ଭର ଭାଇ।” ତହୁଁ ରାଜା ଆହାବ କହିଲେ, “ମୋ’ ନିକଟକୁ ତାଙ୍କୁ ଆଣ।” ବି‌ନ୍‌ହଦଦ୍ ଯେତେବେଳେ ଆସିଲେ ଆହାବ ତାଙ୍କୁ ନେଇ ନିଜ ରଥରେ ବସାଇଲେ। ସେତେବେଳେ ବି‌ନ୍‌ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।” ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ମୁକ୍ତ କଲେ। ଜଣେ ଭବିଷ୍ୟ‌ଦ୍‌ବକ୍ତା ଆହାବ ବିରୁଦ୍ଧରେ କହିଲେ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ମଧ୍ୟରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, “ମୋତେ ମାର!” ସେ ଏ କଥା ସଦାପ୍ରଭୁଙ୍କ ଆଜ୍ଞାରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା। ତେଣୁ ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ତ୍ୟାଗ କଲାବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ।” ଯେତେବେଳେ ଦ୍ୱିତୀୟ ଭବିଷ୍ୟ‌ଦ୍‌ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା। ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, “ମୁଁ ବିନୟ କରୁଅଛି, ତୁମ୍ଭେ ମୋତେ ମାର!” ସେହି ଲୋକଟି ତାକୁ ମାରି ମାରି କ୍ଷତ ବିକ୍ଷତ କଲା। ତେଣୁ ଭବିଷ୍ୟ‌ଦ୍‌ବକ୍ତା ଆପଣା ମୁଖରେ ବସ୍ତ୍ର ଆବୃତ କରି ଛଦ୍ମ ବେଶରେ ରହିଲା ଓ ତାକୁ କେହି ଜାଣି ପାରିଲେ ନାହିଁ। ସେ ପଥ ମଧ୍ୟରେ ସେହି ଦେଶରେ ରାଜାଙ୍କୁ ଅପେକ୍ଷା କରି ରହିଲା। ରାଜା ତା’ବାଟ ଦେଇ ଗଲାବେଳେ ସେ ରାଜାଙ୍କୁ କହିଲା, “ମୁଁ ଯୁଦ୍ଧ ଭୂମିକୁ ଯାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତ୍ରୁ ସୈନ୍ୟକୁ ଆଣି ମୋତେ କହିଲେ, ‘ଏହି ଲୋକଟିକୁ ଜଗ, ଯଦି ସେ ପଳାୟନ କରେ ତେବେ ତୁମ୍ଭେ ତା’ ବଦଳରେ ତୁମ୍ଭର ଜୀବନ ଦେବ। ନଚେତ୍ ଏକତାଳନ୍ତ ରୂପା ଦେବ।’ ମୁଁ ଏଣେ ତେଣେ କାର୍ଯ୍ୟରତ ଥିଲା ବେଳେ ସେ ଖସିଗଲା।” ତହିଁରେ ଇସ୍ରାଏଲର ରାଜା କହିଲେ, “ତୁମ୍ଭେ ଶତ୍ରୁକୁ ଛାଡ଼ି ଦେଇଥିବାରୁ ଦୋଷୀ ହୋଇଅଛ। ତୁମ୍ଭର ନିଜର ବାକ୍ୟସବୁ ତୁମ୍ଭର ନିଷ୍ପତ୍ତି ଉଚ୍ଚାରଣ କରେ।” ଏହା ପରେ ସେହି ଭବିଷ୍ୟ‌ଦ୍‌ବକ୍ତା ତା’ର ମୁହଁରୁ ବସ୍ତ୍ର କାଢ଼ିନେଲା। ଇସ୍ରାଏଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। ତତ୍ପରେ ସେ ଭବିଷ୍ୟ‌ଦ୍‌ବକ୍ତା ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା’ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।’” ତା’ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ। ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ। ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।” ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।” ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ। ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?” ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା’ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।” ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।” ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ। ସେହି ପତ୍ରରେ ସେ ଏହା ଲେଖିଥିଲେ: “ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ। ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା’ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।” ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ। ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ। ତା’ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ। ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।” ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା’ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।” ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ। ଏହି ସମୟରେ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା: “ଶମରିୟାର ବାସିନ୍ଦା ଇସ୍ରାଏଲର ରାଜା ଆହାବ ନିକଟକୁ ଯାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି; ସେ ତା’ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ଯାଇଛି। ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, ‘ତୁମ୍ଭେ ନାବୋତକୁ ହତ୍ୟା କରିଛ ଓ ତା’ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଅଛି, ଯେଉଁ ସ୍ଥାନରେ ନାବୋତର ମୃତ୍ୟୁ ହୋଇଛି, ସେହି ସ୍ଥାନରେ ତୁମ୍ଭର ମୃତ୍ୟୁ ହେବ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନରେ ଗ୍ଭଟି ଖାଇଥିଲେ, ସେହି ସ୍ଥାନରେ ତୁମ୍ଭର ରକ୍ତ ମଧ୍ୟ ଗ୍ଭଟିବେ।’” ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।” ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ। ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି। ତୁମ୍ଭ ପରିବାରର ଭାଗ୍ୟ ସେହି ଭଳି ହେବ, ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଅଛ।’ ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ। ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।’” ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ। ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ। ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ। ସଦାପ୍ରଭୁଙ୍କର ଏହି ବାକ୍ୟ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ଉପସ୍ଥିତ ହେଲା, “ଆହାବ ତା’ର କୁକର୍ମ ବିଷୟରେ ଅନୁତାପ କରି ମୋ’ ସମ୍ମୁଖରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହେତୁ ମୁଁ ବର୍ତ୍ତମାନ ତା’ର ଜୀବନରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା’ର ପୁତ୍ର ରାଜା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ଏବଂ ତା’ପରେ ତା’ର ପରିବାର ପ୍ରତି ବିପର୍ଯ୍ୟୟ ଆଣିବି।” ମୀଖାୟ ଆହାବଙ୍କୁ ସତର୍କ କରନ୍ତି ଅନନ୍ତର ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଅରାମ ମଧ୍ୟରେ ଶାନ୍ତି ବିରାଜମାନ କଲା। ତତ୍ପରେ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଆହାବଙ୍କୁ ସାକ୍ଷାତ କରିବାକୁ ଆସିଲେ। ଏହି ସମୟରେ ଆହାବ ତାଙ୍କର ଅଧିକାରୀମାନଙ୍କୁ କହିଲେ, “ରାମୋତ୍ ଗିଲିୟଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭେମାନେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭେମାନେ ନୀରବରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫେରାଇ ନେଇ ନାହୁଁ।” ତେଣୁ ଆହାବ ଯିହୋଶାଫ‌ଟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ମୋ’ ସହିତ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯାଉଛ?” ଯିହୋଶାଫଟ୍ କହିଲେ, “ହଁ, ମୁଁ ଯୁଦ୍ଧରେ ଯୋଗ ଦେବି। ମୋର ସୈନ୍ୟବାହିନୀ ଓ ଅଶ୍ୱାରୋହୀ ତୁମ୍ଭ ସହିତ ଯୁଦ୍ଧରେ ଯୋଗ ଦେବେ। କିନ୍ତୁ ମୁଁ ବିନୟ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ୟ ପଗ୍ଭରିବା।” ତେଣୁ ଆହାବ 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?” ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।” କିନ୍ତୁ ଯିହୋଶାଫଟ୍ କହିଲେ, “ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି କି? ଯଦି ସେଠାରେ ଅଛନ୍ତି, ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କର ବାକ୍ୟ ପଗ୍ଭରନ୍ତୁ।” ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।” ତେଣୁ ରାଜା ଆହାବ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, “ଇମ୍ଳର ପୁତ୍ର ମୀଖାୟଙ୍କୁ ଶୀଘ୍ର ଆଣ।” ସେହି ସମୟରେ ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିୟାର ପ୍ରବେଶଦ୍ୱାର ନିକଟବର୍ତ୍ତୀ ମଲୋରେ ନିଜ ନିଜ ସିଂହାସନରେ ବସିଥିଲେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରୁଥିଲେ। କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’” ଅନ୍ୟ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ତାଙ୍କ ସହିତ ଏକମତ ହୋଇ କହିଲେ, “ରାମୋତ୍-ଗିଲିୟ‌ଦ୍‌କୁ ଯାଅ ଓ ଅରାମୀୟ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧରେ ଜୟଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତରେ ସେମାନଙ୍କୁ ପରାସ୍ତ କରାଇବେ।” ଏହି ସମୟରେ ଆହାବଙ୍କ ଅଧିକାରୀ ମୀଖାୟଙ୍କ ନିକଟକୁ ଯାଇ କହିଲା, “ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନୟ କରୁଛି ତୁମ୍ଭେ ସେମାନଙ୍କ ପରି ମଙ୍ଗଳର ବାକ୍ୟ ରାଜାଙ୍କ ସପକ୍ଷରେ କୁହ।” ତହୁଁ ମୀଖାୟ କହିଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।” ତା’ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?” ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।” ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।” ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’” ଆହାବ ଯିହୋଶାଫ‌ଟଙ୍କୁ କହିଲେ, “ଦେଖ, ମୁଁ କ’ଣ କହି ନ ଥିଲି, ମୀଖାୟ କେବେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ୟ‌ଦ୍‌ବାଣୀ ମୋ’ ବିଷୟରେ କରିବ ନାହିଁ।” ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି। ସଦାପ୍ରଭୁ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ରାଜା ଆହାବକୁ କୁମନ୍ତ୍ରଣା ଦେବାକୁ ଯିବ, ସେ ଯେପରି ରାମୋତ୍-ଗିଲିୟ‌ଦ୍‌କୁ ଯାଇ ଅରାମୀୟ ବିରୁଦ୍ଧରେ ଯୁଦ୍ଧ କରି ମୃତ୍ୟୁବରଣ କରିବ।’ ଏଥିରେ କେହି ସ୍ୱର୍ଗଦୂତଗଣ ଏକମତ ହେଲେ ନାହିଁ, ସେମାନଙ୍କର କ’ଣ କରିବା ଉଚିତ୍। ତା’ପରେ ଜଣେ ସ୍ୱର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ କହିଲା, ‘ମୁଁ ତା’ ପ୍ରତି ପ୍ରତାରଣା କରିବି।’ ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’” ମୀଖାୟ ଶେଷରେ କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ମିଥ୍ୟା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ଼ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।” ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?” ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।” ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ। ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।” ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।” ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟ‌ଦ୍‌କୁ ଗଲେ। ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ। ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫ‌ଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ। ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।” ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଳାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା। ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା। ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ। ଯିହୁଦାର ରାଜା ଯିହୋଶାଫଟ୍ ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦାର ରାଜା ହେଲେ। ଯିହୋଶାଫଟ୍ ପଞ୍ଚତିରିଶ୍ ବର୍ଷ ବୟସରେ ରାଜା ହେଲେ ଓ ସେ ପଚିଶ୍ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ୟା। ଯିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ନାହିଁ। ସେ ସମୟରେ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ। ପୁଣି ଯିହୋଶାଫଟ୍ ଇସ୍ରାଏଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ। ଯିହୋଶାଫଟ୍ ଅତି ସାହସୀ ଥିଲେ ଓ ସେ ବହୁ ଯୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଯିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ୟାମାନେ ଥିଲେ ସେମାନଙ୍କୁ ସେ ଦେଶରୁ ତଡ଼ି ଦେଲେ। ସେହି ସମୟରେ ଇଦୋମରେ କେହି ରାଜା ନ ଥିଲେ। ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରତିନିଧି ତା’ର ଶାସନ ଚଳାଇଲେ। ଯିହୋଶାଫଟ୍ ଓଫୀରକୁ ଯାଇ ସୁନା ଆଣିବା ସକାଶେ ତର୍ଶୀଶର କେତେକ ବାଣିଜ୍ୟ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲା ନାହିଁ। କାରଣ ସେହି ଜାହାଜଗୁଡ଼ିକ ଇ‌ତ୍‌ସିୟୋନ୍ ଗେବରରେ ଭାଙ୍ଗିଗଲା। ଇସ୍ରାଏଲର ରାଜା ଆହାବଙ୍କ ପୁତ୍ର ଅହସିୟ ଯିହୋଶାଫ‌ଟଙ୍କୁ କହିଲେ, ମୋର ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜରେ ଯିବେ, ମାତ୍ର ଯିହୋଶାଫଟ୍ ଏଥିରେ ରାଜି ହେଲେ ନାହିଁ। ଯିହୋଶାଫ‌ଟଙ୍କ ମୃତ୍ୟୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବରପ୍ରାପ୍ତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ୍ ରାଜା ହେଲେ। ଇସ୍ରାଏଲର ରାଜା ଅହସିୟ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ। ଅହସିୟ ଆପଣା ପିତା ଆହାବ, ମାତା ଇଷେବଲ ଓ ନବାଟଙ୍କ ପୁତ୍ର ଯାରବିୟାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବା‌ଲ୍‌ର ଉପାସନା ଓ ସେବା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା’ ଉପରେ କ୍ରୋଧ କଲେ, ଯେପରି ତା’ର ପିତାଙ୍କ ଉପରେ କରିଥିଲେ। ଅହସିୟଙ୍କ ପାଇଁ ଏକବାର୍ତ୍ତା ଅନନ୍ତର ଆହାବଙ୍କ ମୃତ୍ୟୁପରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହାଚରଣ କଲେ। ଏକଦା ଅହସିୟ ତାଙ୍କର ଶମରିୟାସ୍ଥିତ ଗୃହର ଛାତ ଉପରୁ ଝରକା ଦେଇ ପଡ଼ି ଆହତ ହେଲେ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, “ଯାଅ, ମୁଁ ଏହି ଆଘାତରୁ ଆରୋଗ୍ୟ ଲାଭ କରିବି କି ନାହିଁ, ଏହା ଇକ୍ରୋଣର ଯାଜକ ବାଲ୍-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।” ମାତ୍ର ସଦାପ୍ରଭୁଙ୍କ ଦୂତ ତି‌‌‌‌ଶ୍‌ବୀୟ ଏଲିୟଙ୍କୁ କହିଲେ, “ଯାଅ, ଶମରିୟା ରାଜାଙ୍କର ଦୂତମାନଙ୍କୁ ଭେଟ ଓ ସେମାନଙ୍କୁ କୁହ, ‘ଇସ୍ରାଏଲରେ କ’ଣ ଇସ୍ରାଏଲର ପରମେଶ୍ୱର ନାହାନ୍ତି ଯେ, ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ? ପୁଣି ଅହସିୟଙ୍କୁ କୁହ, ଯେହେତୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦେଲ, ଏଥିପାଇଁ ସଦାପ୍ରଭୁ ଏହା କୁହନ୍ତି, ତୁମ୍ଭେ ଆଉ ତୁମ୍ଭର ଶଯ୍ୟାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ୟୁବରଣ କରିବ।’” ଏଲିୟ ଅହସିୟଙ୍କ ଦାସମାନଙ୍କୁ ଏହା କହି ପରିତ୍ୟାଗ କଲେ। ବାର୍ତ୍ତାବହମାନେ ଅହସିୟଙ୍କ ନିକଟକୁ ଫେରି ଆସନ୍ତେ, ଅହସିୟ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଶୀଘ୍ର ଫେରି ଆସିଲ?” ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’” ଅହସିୟ ବାର୍ତ୍ତାବହମାନଙ୍କୁ ପଗ୍ଭରିଲେ, “ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?” ବାର୍ତ୍ତାବହମାନେ ଅହସିୟଙ୍କୁ ଉତ୍ତର କଲେ, “ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା’ର କଟିରେ ଏକ ଚମଡ଼ାର ପଟୁକା ବନ୍ଧା ଥିଲା।” ତା’ପରେ ଅହସିୟ କହିଲେ, “ସେ ପ୍ରକୃତରେ ତି‌‌‌‌ଶ୍‌ବୀୟ ଏଲିୟ।” Ahaziah Calls for Elijah ଅନନ୍ତର ଅହସିୟ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟଙ୍କ ନିକଟକୁ ପଠାଇଲେ। ଅଧିନାୟକ ଉପରକୁ ଯାଇ ଏଲିୟଙ୍କୁ ମିଶିଲେ ଯିଏ ପର୍ବତ ଉପରେ ବସିଥିଲେ ଓ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ଦୟାକରି ‘ତଳକୁ ଆସ।’” କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି। ଏଲିୟ ସେହି ପଗ୍ଭଶ୍ ଲୋକ ଅଧିନାୟକଙ୍କୁ କହିଲେ, “ଯଦି ମୁଁ ପରମେଶ୍ୱରଙ୍କ ଲୋକ ହୋଇଥାଏ, ତେବେ ସ୍ୱର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।” ତେଣୁ ସ୍ୱର୍ଗରୁ ଅଗ୍ନି ଆସି ଅଧିନାୟକଙ୍କ ସହିତ ତାଙ୍କର ପଗ୍ଭଶ୍ ଲୋକଙ୍କୁ ଦ‌ଗ୍‌ଧିଭୂତ କଲା। ପୁନର୍ବାର ଅହସିୟ ଆଉ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟ ନିକଟକୁ ପଠାଇଲେ। ସେ ଅଧିନାୟକ ଏଲିୟଙ୍କୁ ପୂର୍ବପରି କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, ‘ଦୟାକରି ତଳକୁ ଆସ।’” ଏଲିୟ ସେ ଅଧିନାୟକଙ୍କୁ କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।” ତେଣୁ ଅଗ୍ନି ସ୍ୱର୍ଗରୁ ଆସି ଅଧିନାୟକ ସହିତ ତା’ର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କଲା। ଏହା ପରେ ଅହସିୟ ତୃତୀୟ ଥର ଅଧିନାୟକ ସହିତ ପଗ୍ଭଶ୍ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାୟକ ଏଲିୟ ନିକଟକୁ ଯାଇ ଏଲିୟଙ୍କ ଆଗରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମୋର ଜୀବନ ସହିତ ମୋର ପଗ୍ଭଶ୍ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ। ଅଗ୍ନି ସ୍ୱର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସେମାନଙ୍କର ପଗ୍ଭଶ୍ ଲୋକଙ୍କୁ ପୋଡ଼ି ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।” ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିୟଙ୍କୁ କହିଲେ, “ଅଧିନାୟକଙ୍କ ସହିତ ଯାଅ, ତାଙ୍କୁ ଭୟ କର ନାହିଁ।” ତେଣୁ ଏଲିୟ ଅହସିୟଙ୍କ ନିକଟକୁ ଗଲେ। ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।” ଯିହୋରାମ ଅହସିୟଙ୍କ ସ୍ଥାନ ନେଲେ ସଦାପ୍ରଭୁ ଏଲିୟଙ୍କ ଦେଇ କହିଥିବା ଅନୁସାରେ ଅହସିୟଙ୍କର ମୃତ୍ୟୁ ହେଲା। ତାଙ୍କର ପୁତ୍ର ନ ଥିବାରୁ ଅହସିୟଙ୍କ ପରେ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ପୁତ୍ର ଯିହୋରାମର ଦ୍ୱିତୀୟ ବର୍ଷ ରାଜତ୍ୱ କାଳରେ ଯିହୋରାମ ତାଙ୍କ ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ। ଅହସିୟଙ୍କ ଅନ୍ୟ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗି‌ଲ୍‌‌‌ଗ‌‌ଲ୍‌‌ଠାରୁ ସେମାନଙ୍କର ରାସ୍ତାରେ ଥିଲେ। ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେ‌ଲ୍‌କୁ ଯିବାକୁ କହିଛନ୍ତି।” ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେ‌ଲ୍‌କୁ ଗଲେ। ବୈଥେ‌ଲ୍‌ର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?” ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।” ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।” ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ। ଯିରୀହୋର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?” ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।” ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।” ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ। ପୁନଶ୍ଚ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚା‌ତ୍‌ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ। ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ’ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।” ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।” ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।” ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା’ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ। ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ତା’ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା’ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ। ଭବିଷ୍ୟ‌ଦ୍‌ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।” ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।” ତା’ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।” ସେମାନେ ଦଳେ ଭବିଷ୍ୟ‌ଦ୍‌ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ। ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।” ଇଲୀଶାୟ ଜଳକୁ ନିର୍ମଳ କରନ୍ତି ନଗରର ଲୋକମାନେ ଇଲୀଶାୟ ନିକଟକୁ ଯାଇ କହିଲେ, “ମହାଶୟ ତୁମ୍ଭେ ଦେଖି ପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ୟନ୍ତ ଦୂଷିତ ହୋଇଯାଇଛି, ତେଣୁ ଭୂମି ଉତ୍ତମ ଶସ୍ୟ ଦେଉ ନାହିଁ।” ଇଲୀଶାୟ କହିଲେ, “ମୋତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।” ତହୁଁ ଲୋକମାନେ ପାତ୍ରଟିଏ ଆଣି ଇଲୀଶାୟଙ୍କୁ ଦେଲେ। ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’” ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ୟାନୁସାରେ ତାହା ଆଜି ପର୍ଯ୍ୟନ୍ତ ନିର୍ମଳ ରହିଅଛି। କେତେକ ବାଳକ ଇଲୀଶାୟଙ୍କୁ ପରିହାସ କରନ୍ତି ଅନନ୍ତର ଇଲୀଶାୟ ବୈଥେ‌ଲ୍‌କୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତେକ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, “ଆରେ ଚନ୍ଦା ମୁଣ୍ତିଆ! ଉପରକୁ ଯା, ଆରେ ଚନ୍ଦା ମୁଣ୍ତିଆ ଉପରକୁ ଯା!” ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା’ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ। ଏହା ପରେ ଇଲୀଶାୟ ବୈଥେ‌ଲ୍‌ରୁ କର୍ମିଲ ପର୍ବତକୁ ଓ ସେଠାରୁ ଶମରିୟାକୁ ଗଲେ। ଯିହୋରାମ୍ ଇସ୍ରାଏଲର ରାଜା ହେଲେ ଆହାବଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ ଯିହୁଦାର ରାଜା ଯିହୋଶାଫଟଙ୍କର ଅଷ୍ଟାଦଶ ବର୍ଷର ରାଜତ୍ୱ କାଳରେ ରାଜା ହେଲେ ଓ ଇସ୍ରାଏଲରେ ବାରବର୍ଷ ରାଜ୍ୟ କଲେ। ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ୟ ନ ଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବା‌ଲ୍‌‌‌ର ସ୍ତମ୍ଭଗୁଡ଼ିକୁ ଦୂର କରିଦେଲେ। ତଥାପି ନବା‌ଟ୍‌ଙ୍କ ପୁତ୍ର ଯାରବିୟାମ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ୟ ସେହି ପାପଗୁଡ଼ିକର ଆସକ୍ତ ହେଲେ। ଯାରବିୟାମ ଏହି ପାପଗୁଡ଼ିକୁ ବନ୍ଦ କଲେ ନାହିଁ। ମୋୟାବ ଇସ୍ରାଏଲର ବିରୁଦ୍ଧାଚରଣ କରନ୍ତି ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ। ମାତ୍ର ଆହାବଙ୍କ ମୃତ୍ୟୁପରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧାଚରଣ କଲେ। ସେତେବେଳେ ରାଜା ଯିହୋରାମ୍ ଶମରିୟାରୁ ଯାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ତତ୍ପରେ ଯିହୋରାମ୍ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ନିକଟକୁ ଦୂତ ପଠାଇ କହିଲେ, “ମୋୟାବର ରାଜା ମୋ’ ବିରୁଦ୍ଧରେ ଦ୍ରୋହାଚରଣ କରିଛି, ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବାକୁ ମୋୟାବ ବିରୁଦ୍ଧରେ ଯିବ କି?” ଯିହୋଶାଫଟ୍ କହିଲେ, “ହଁ, ମୁଁ ତୁମ୍ଭ ସହିତ ଯୋଗ ଦେବି। ଆମ୍ଭେ ଏକ ବୃହତ ସେନା ସ୍ୱରୂପେ ଏକତ୍ରିତ ଯୋଗଦେବା। ମୋର ଲୋକ ତୁମ୍ଭ ଲୋକପରି ଓ ମୋର ଅଶ୍ୱ ତୁମ୍ଭର ଅଶ୍ୱପରି।” ତିନି ରାଜା ଇଲୀଶାୟଙ୍କ ପରାମର୍ଶ ଗ୍ଭହିଁଲେ ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।” ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା। ଶେଷରେ ଇସ୍ରାଏଲର ରାଜା ଯିହୋରାମ୍ କହିଲେ, “ହାୟ, ସଦାପ୍ରଭୁ ମୋୟାବ ହସ୍ତରେ ସମର୍ପଣ କରିବାକୁ ଆମ୍ଭ ତିନି ଜଣଙ୍କୁ ଏକତ୍ର ଡାକିଛନ୍ତି।” ମାତ୍ର ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଏପରି କେହି ଭବିଷ୍ୟ‌ଦ୍‌ବକ୍ତା କ’ଣ ଏଠାରେ ନାହାନ୍ତି, ଯାହାଙ୍କ ଦେଇ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?” ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ କହିଲେ, “ଶାଫଟର ପୁତ୍ର ଇଲୀଶାୟ ଯେ ଏଲିୟ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।” ତହୁଁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପାଖରେ ଅଛି।” ତେଣୁ ଇସ୍ରାଏଲର ରାଜା, ଯିହୋଶାଫଟ୍ ଓ ଇଦୋମର ରାଜା ଇଲୀଶାୟଙ୍କୁ ଭେଟ କରିବାକୁ ଗଲେ। ଏଥିରେ ଇଲୀଶାୟ ଇସ୍ରାଏଲର ରାଜା ଯିହୋରା‌‌ମଙ୍କୁ କହିଲେ, “ମୋ’ ପାଖରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତାମାତାଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଯାଅ।” ଇସ୍ରାଏଲର ରାଜା ଉତ୍ତର ଦେଲେ, “ନାଁ ଆମ୍ଭେ ତୁମ୍ଭଙ୍କୁ ଦେଖିବାକୁ ଆସିଲୁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକି ଅଛନ୍ତି।” ପୁଣି ଇଲୀଶାୟ କହିଲେ, “ମୁଁ ଯିହୁଦାର ରାଜା ଯିହୋଶାଫ‌ଟଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମୟଙ୍କର ସେବା କରେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ପ୍ରତିଜ୍ଞା କରୁଛି, କେବଳ ଯିହୋଶାଫ‌ଟଙ୍କ ସକାଶେ ମୁଁ ଏଠାକୁ ଆସିଲି। ଯଦି ଯିହୋଶାଫଟ୍ ଏଠି ନ ଥା’ନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥା’ନ୍ତି। ମୁଁ ତୁମ୍ଭ ଆଡ଼େ ସମ୍ପୂର୍ଣ୍ଣ ଦୃଷ୍ଟି ପକାଇ ନ ଥା’ନ୍ତି। ତଥାପି ଜଣେ ବୀଣାବାଦକକୁ ଆଣ।” ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା। ତା’ପରେ ଇଲୀଶାୟ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ଉପତ୍ୟକାରେ ଗାତମାନ ଖୋଳ।’ ସଦାପ୍ରଭୁ ଏହା ମଧ୍ୟ କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳରେ ପରିପୂର୍ଣ୍ଣ ହେବ। ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସମସ୍ତ ଗୋମେଷାଦି ପଶୁମାନେ ଜଳପାନ କରିବେ।’ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ। ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ସୁଦୃଢ଼ ଓ ଉତ୍ତମ ନଗରଗୁଡ଼ିକୁ ଧ୍ୱଂସ କରିବ। ପ୍ରତ୍ୟେକ ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇବ। ନିର୍ଝରଗୁଡ଼ିକର ଜଳକୁ ଅଟକାଇ ଓ ପ୍ରତ୍ୟେକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡ଼ି ବିନାଶ କରିବ।” ଏହା ପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦେଇ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା। ମୋୟାବୀୟମାନେ ଶୁଣିଲେ ଯେ ରାଜାମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସେମାନେ ସମସ୍ତେ ଏପରିକି ଅତ୍ୟଧିକ ବୃଦ୍ଧମାନେ ମଧ୍ୟ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ଯୁଦ୍ଧ ପାଇଁ ସୀମାନ୍ତରେ ଅପେକ୍ଷା କରି ରହିଲେ। ମୋୟାବୀୟମାନେ ପ୍ରଭାତରେ ଉଠିଲା ବେଳେ ସେହି ସମୟରେ ସୂର୍ଯ୍ୟ ଜଳ ଉପରେ ଚମୁକୁ ଥିଲା। ସେମାନେ ଏହାକୁ ସେମାନଙ୍କର ରକ୍ତ ତୁଲ୍ୟ ରଙ୍ଗପରି ଦେଖିଲେ। ମୋୟାବୀୟମାନେ କହିଲେ, “ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ବିନଷ୍ଟ ହୋଇଛନ୍ତି। ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ସେମାନଙ୍କର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସେହି ମୃତ ଶରୀରରୁ ମୂଲ୍ୟବାନ ଜିନିଷମାନ ଲୁଟିବା।” ଯେତେବେଳେ ମୋୟାବୀୟମାନେ ଇସ୍ରାଏଲୀୟମାନଙ୍କ ଶିବିରରେ ପହଞ୍ଚିଲେ, ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ସେମାନେ ଯୁଦ୍ଧ ଭୂମିରୁ ପଳାୟନ କଲେ। ଇସ୍ରାଏଲୀୟ ଲୋକମାନେ ସେମାନଙ୍କୁ ଘଉଡ଼ାଇ ଦେଇ ମୋୟାବ ଭିତକୁ ପ୍ରବେଶ କଲେ। ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀ‌ର୍‌ହେରସ‌ତ୍‌ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ। ପୁଣି ମୋୟାବର ରାଜା ଦେଖିଲେ ଯେ ଯୁଦ୍ଧ ତାଙ୍କ ପାଇଁ ଅତି ଅସହ୍ୟ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ୟାକରି ସେମାନଙ୍କ ଦ୍ୱାରା ଭଙ୍ଗାଯିବା, ସେ ତାଙ୍କର 700 ‌‌ଖ‌ଡ଼୍‌ଗଧାରୀ ସୈନ୍ୟ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ। ତହୁଁ ସେ ଆପଣାର ଉତ୍ତରାଧିକାରୀ ଜ୍ୟେଷ୍ଠପୁତ୍ରଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ, ଯିଏ କି ପରବର୍ତ୍ତୀ ରାଜା ହୋଇଥା’ନ୍ତେ। ତାଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ। ଏଥିରେ ଇସ୍ରାଏଲ ଲୋକମାନଙ୍କର ବିପର୍ଯ୍ୟୟ ବଢ଼ିଲା। ତେଣୁ ଇସ୍ରାଏଲୀୟମାନେ ମୋୟାବ ପରିତ୍ୟାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ। ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଧବା ଇଲୀଶାୟଙ୍କୁ ସାହାଯ୍ୟ ଭିକ୍ଷା କରନ୍ତି ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।” ତହୁଁ ଇଲୀଶାୟ କହିଲେ, “ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ଏବେ କୁହ, ତୁମ୍ଭ ଘରେ କ’ଣ ଅଛି?” ତହୁଁ ସ୍ତ୍ରୀଲୋକଟି କହିଲା, “ଏକ ତୈଳ ପାତ୍ର ଛଡ଼ା ମୋର ଘରେ ଆଉ କିଛି ନାହିଁ।” ତା’ପରେ ଇଲୀଶାୟ କହିଲେ, “ଯାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡ଼ିକ ଧାର କରି ଆଣ। ସେମାନଙ୍କର ଅନେକ ଶୂନ୍ୟ ପାତ୍ର ଥିବ, ସେଗୁଡ଼ିକୁ ସବୁ ଆଣ। ତା’ପରେ ତୁମ୍ଭ ଘରକୁ ଯାଇ ଦ୍ୱାର ବନ୍ଦ କର। କେବଳ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସେହି ଘରେ ରହିବ। ତା’ପରେ ସେହି ପାତ୍ରମାନଙ୍କରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।” ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା’ର ଦୁଇପୁତ୍ର ମାତ୍ର ରହିଲେ। ତା’ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ। ସେ ଅନେକ ପାତ୍ର ପୂର୍ଣ୍ଣ କଲା। ଶେଷରେ ତା’ର ପୁଅମାନଙ୍କୁ କହିଲା, “ମୋତେ ଆଉ ଗୋଟିଏ ପାତ୍ର ଦିଅ।” ମାତ୍ର ପୁଅମାନଙ୍କ ମଧ୍ୟରୁ ଗୋଟିଏ ପୁଅ କହିଲା ସମସ୍ତ ପାତ୍ର ପୂର୍ଣ୍ଣ ହୋଇଅଛି, “ଆଉ କୌଣସି ପାତ୍ର ନାହିଁ।” ସେହି ସମୟରେ ସେ ପାତ୍ରରୁ ତୈଳ ବନ୍ଦ ହେଲା। ତା’ପରେ ସ୍ତ୍ରୀଲୋକଟି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, “ଏବେ ଯାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶୋଧ କର ଓ ଅବଶିଷ୍ଟ ଅର୍ଥରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।” ଶୁନେମର ଜଣେ ସ୍ତ୍ରୀଲୋକ ଇଲୀଶାୟଙ୍କୁ ଏକ କୋଠରୀ ଦିଅନ୍ତି ଏକଦା ଇଲୀଶାୟ ଶୁନେମକୁ ଗଲେ। ସେଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନ ଭୋଜନ ଦେବାକୁ ବଳାଇଲା। ଏହା ପରେ ଇଲୀଶାୟ ଯେତେଥର ସେହି ବାଟ ଦେଇ ଗଲେ ସେତେଥର ସେଠାରେ ଅନ୍ନ ଭୋଜନ କଲେ। ସ୍ତ୍ରୀଲୋକଟି ଦିନେ ତା’ର ସ୍ୱାମୀକୁ କହିଲେ, “ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟ ଦେଇ ସର୍ବଦା ଯାତାୟାତ କରୁଛନ୍ତି, ସେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି। ତେଣୁ ମୁଁ ତୁମ୍ଭକୁ ବିନୟ କରୁଛି, ତୁମ୍ଭେ ଆମ୍ଭର ଛାତ ଉପରେ ଗୋଟିଏ ଛୋଟ କୋଠରୀ ନିର୍ମାଣ କର ଓ ସେଥିରେ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସେଠାରେ ରହିବ।” ଦିନେ ଇଲୀଶାୟ ସେହି ସ୍ତ୍ରୀଲୋକର ଗୃହକୁ ଆସିଲେ ଓ ସେହି କୋଠରୀରେ ଯାଇ ଶୟନ କଲେ। ପୁଣି ସେ ନିଜର ଦାସ ଗିହେଜୀକୁ କହିଲେ, “ସେହି ଶୁନେମୀୟା ସ୍ତ୍ରୀଙ୍କୁ ଡାକ।” ତହିଁରେ ଦାସ ତାହାକୁ ଡାକିଲେ ଓ ସେ ଇଲୀଶାୟଙ୍କ ସମ୍ମୁଖରେ ଛିଡ଼ା ହେଲେ। ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, “ବର୍ତ୍ତମାନ ସେହି ସ୍ତ୍ରୀଲୋକକୁ ଏହା କୁହ, ‘ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନେଇ ସେବା କରିଛ। ଆମ୍ଭେମାନେ ତୁମ୍ଭ ପାଇଁ କ’ଣ କରି ପାରିବୁ? ରାଜା କିମ୍ବା ସେନାପତିଙ୍କ ନିକଟରେ ତୁମ୍ଭ ସପକ୍ଷରେ କିଛି କହିବାକୁ ଇଚ୍ଛା କରୁଛ କି?’” ତହୁଁ ସ୍ତ୍ରୀଲୋକଟି ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ଭଲରେ ବାସ କରୁଛି।” ଇଲୀଶାୟ ଗିହେଜୀକୁ କହିଲେ, “ତେବେ ତା’ ପାଇଁ କ’ଣ କରାଯିବ?” ଗିହେଜୀ ଉତ୍ତର କଲେ, “ମୁଁ ଜାଣେ ତା’ର ପୁତ୍ର ନାହିଁ ଓ ତା’ର ସ୍ୱାମୀ ବୃଦ୍ଧ।” ତା’ପରେ ଇଲୀଶାୟ କହିଲେ, “ତାକୁ ଡାକ।” ତେଣୁ ଗିହେଜୀ ତାହାକୁ ଡାକିଲେ ଓ ସେ ଆସି ଦ୍ୱାର ନିକଟରେ ଛିଡ଼ା ହେଲା। ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।” ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।” ଶୁନେମୀୟାର ଏକ ପୁତ୍ର ଲାଭ ସ୍ତ୍ରୀଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲା ପରି, ପର ବସନ୍ତ ଋତୁରେ ସେ ଏକ ପୁତ୍ରକୁ ଜନ୍ମ କଲା। ପିଲାଟି ବଢ଼ିବାକୁ ଲାଗିଲା। ଦିନେ ସେ କ୍ଷେତକୁ ଯାଇ ଲୋକମାନେ ଓ ତା’ର ପିତା ଶସ୍ୟ କାଟୁଥିବା ବେଳେ ତାଙ୍କ ନିକଟକୁ ଗଲା। ପିଲାଟି ତା’ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।” ତା’ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା’ର ମାତାଙ୍କ ନିକଟକୁ ନେଇଯାଅ।” ଦାସ ପିଲାଟିକୁ ତା’ର ମାତା ନିକଟକୁ ନେଇଗଲା। ପିଲାଟି ତା’ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା। ସ୍ତ୍ରୀଲୋକଟି ଇଲୀଶାୟଙ୍କୁ ଦେଖା କରିବାକୁ ଯାଆନ୍ତି ଏହା ପରେ ସ୍ତ୍ରୀଲୋକଟି ଉପର କୋଠରୀକୁ ଯାଇ ପରମେଶ୍ୱରଙ୍କ ଲୋକର ଖଟ ଉପରେ ପୁଅକୁ ଶୁଆଇ ଦେଇ ଦ୍ୱାର ବନ୍ଦ କରି ବାହାରକୁ ଆସିଲା। ସେ ସ୍ତ୍ରୀଲୋକଟି ତା’ର ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମୋ’ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଶୀଘ୍ର ଆଣି ଫେରି ଆସିବି।” ଏଥିରେ ତା’ର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ଆଜି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ଯିବ? ଆଜିତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।” ତହୁଁ ତାଙ୍କ ସ୍ତ୍ରୀ କହିଲା, “ତୁମ୍ଭେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହେବ।” ତା’ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସେବକକୁ କହିଲେ, “ଦ୍ରୁତଗତିରେ ଗର୍ଦ୍ଦଭକୁ ଚଲାଅ ଓ ମୋର ଆଦେଶ ନ ପାଇବା ପର୍ଯ୍ୟନ୍ତ ଗତି ଧୀର କର ନାହିଁ।” ଏହିରୂପେ ସେ କର୍ମିଲ ପର୍ବତରେ ପହଞ୍ଚି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ। ଇଲୀଶାୟ ମଧ୍ୟ ଦୂରରୁ ତାଙ୍କୁ ଆସୁଥିବାର ଦେଖି ନିଜର ଦାସ ଗିହେଜୀକି କହିଲେ, “ଦେଖ, ଏହି ଶୁନେମୀୟା ସ୍ତ୍ରୀ ଏଠାକୁ ଆସୁଛି। ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’” ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।” ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା’ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ’ଠାରୁ ଗୋପନ ରଖିଲେ।” ତା’ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’” ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।” ଏଥିରେ ବାଳକର ମା କହିଲା, “ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ଇଲୀଶାୟ ଉଠି ତାଙ୍କ ପଛେ ପଛେ ଗ୍ଭଲିଲେ। ଇଲୀଶାୟ ଓ ଶୁନେମୀୟା ପହଞ୍ଚିବା ପୂର୍ବରୁ ଗିହେଜୀ ସ୍ତ୍ରୀଲୋକଟିର ଘରେ ପହଞ୍ଚିଲା। ସେ ଆଶାବାଡ଼ିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶବ୍ଦ ହେଲା ନାହିଁ। ତା’ପରେ ଗିହେଜୀ ଫେରି ଆସି ଇଲୀଶାୟଙ୍କୁ ଭେଟି ଜଣାଇଲା, “ବାଳକଟି ଉଠିଲା ନାହିଁ।” ଶୁନେମୀୟାର ପୁତ୍ର ପୁନର୍ଜୀବନ ଲାଭ କଲା ଅନନ୍ତର ଇଲୀଶାୟ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥାରେ ଶଯ୍ୟା ଉପରେ ଶୋଇଛି। ତତ୍ପରେ ଇଲୀଶାୟ ଗୃହର ଦ୍ୱାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧ୍ୟରେ ରହିଲେ। ତା’ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଇଲୀଶାୟ ଶଯ୍ୟା ଉପରକୁ ଯାଇ ବାଳକଟିର ଉପରେ ଶୟନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ଣ ହେବା ପର୍ଯ୍ୟନ୍ତ ସେ ତାହା ଉପରେ ନିଜକୁ ଲମ୍ବେଇ ରଖିଲେ। ତା’ପରେ ଇଲୀଶାୟ ଉଠିପଡ଼ି ଗୃହ ମଧ୍ୟରେ ଏଣେ ତେଣେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡ଼ିଲେ। ଏଥିରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖୋଲିଲା। ଇଲୀଶାୟ ତାଙ୍କର ଦାସ ଗିହେଜୀକୁ ଡାକି କହିଲେ, “ଶୁନେମୀୟାକୁ ଡାକ।” ଗିହେଜୀ ଶୁନେମୀୟାକୁ ଡାକିବାରୁ ସେ ଇଲୀଶାୟ ନିକଟକୁ ଆସିଲେ। ତହୁଁ ଇଲୀଶାୟ କହିଲେ, “ତୁମ୍ଭ ପୁତ୍ରକୁ ନିଅ।” ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା’ପରେ ପୁଅକୁ ଧରି ବାହାରକୁ ଆସିଲେ। ଇଲୀଶାୟ ଓ ବିଷାକ୍ତ ପାକ ଅନନ୍ତର ଇଲୀଶାୟ ପୁନର୍ବାର ଗି‌ଲ୍‌‌‌ଗ‌ଲ୍‌‌‌କୁ ଫେରିଗଲେ। ସେହି ସମୟରେ ସେଠାରେ ସେହି ଭୂମିରେ ଦୁର୍ଭିକ୍ଷ ପଡ଼ିଥିଲା। ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, “ହଣ୍ତା ଚୁଲିରେ ବସାଅ ଓ ଭବିଷ୍ୟ‌ଦ୍‌ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ୟଞ୍ଜନ ପାକ କର।” ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷେତକୁ ଗଲା। ମାତ୍ର ସେ ଏକ ବନ୍ୟଲତା ପାଇ ତାହାର ଫଳରେ ଅଣ୍ଟି ପୂର୍ଣ୍ଣ କଲା। ସେହି ଫଳକୁ ଆଣି କାଟି ପାତ୍ରରେ ଭରିଲା। କିନ୍ତୁ ସେମାନେ କି ଫଳ ବୋଲି ଜାଣି ପାରିଲେ ନାହିଁ। ତହୁଁ ସେମାନେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତେବେଳେ ସେମାନେ ଭୋଜନ କରିବାକୁ ଆରମ୍ଭ କଲେ, ସେମାନେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ବିଷ ଅଛି।” ତେଣୁ ସେମାନେ ସେ ଖାଦ୍ୟ ଖାଇ ପାରିଲେ ନାହିଁ। ମାତ୍ର ଇଲୀଶାୟ କହିଲେ, “କିଛି ମଇଦା ଆଣ।” ସେମାନେ କିଛି ମଇଦା ଆଣିଲେ ଓ ଇଲୀଶାୟ ସେହି ପାତ୍ରରେ ପକାଇଲେ। ତା’ପରେ ସେ କହିଲେ, “ଲୋକମାନଙ୍କୁ ପରସ, ବର୍ତ୍ତମାନ ସେମାନେ ଖାଇ ପାରନ୍ତି।” ବାସ୍ତବରେ ହଣ୍ଡାରେ ଏହି ସମୟରେ କିଛି ମନ୍ଦ ରହିଲା ନାହିଁ। ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ଖୁଆଇଲେ ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳରେ ରୋଟୀ ଅର୍ଥାତ୍ କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶୀଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।” ତହୁଁ ଇଲୀଶାୟଙ୍କ ସେବକ କହିଲା, “ଏଠାରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦେବି?” ମାତ୍ର ଇଲୀଶାୟ କହିଲେ, “ଏହି ଖାଦ୍ୟ ସେମାନଙ୍କୁ ଦିଅ। କାରଣ ସଦାପ୍ରଭୁ କହନ୍ତି, ‘ସେମାନେ ଭୋଜନ କରିବେ, ତଥାପି ଖାଦ୍ୟ ବଳିବ।’” ତା’ପରେ ଇଲୀଶାୟଙ୍କ ସେବକ ସେହି ଲୋକମାନଙ୍କ ସମ୍ମୁଖରେ ଖାଦ୍ୟ ରଖିଲେ। ସେମାନେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଉଚ୍ଛିଷ୍ଟ ରଖିଲେ। ନାମାନଙ୍କ ସମସ୍ୟା ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ। ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।” ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ। ତା’ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।” ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।” ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।” ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।” ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।” ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ। କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’” ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା। ଏହା ପରେ ନାମାନ୍ ଓ ତା’ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।” ମାତ୍ର ଇଲୀଶାୟ କହିଲେ, “ମୁଁ ସଦାପ୍ରଭୁଙ୍କ ସେବା କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।” ନାମାନ୍ ତାଙ୍କୁ ବହୁତ ଅନୁରୋଧ କଲେ ମଧ୍ୟ ସେ ମନା କରିଦେଲେ। ଏଥିରେ ନାମାନ୍ କହିଲେ, “ଆପଣ ଏହା ଯଦି ସ୍ୱୀକାର ନ କରନ୍ତି, ତେବେ ମୁଁ ବିନୟ କରୁଛି, ମୋ’ ପାଇଁ ଏହା କରନ୍ତୁ। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ବଳିଦାନ କି ହୋମବଳି ଉତ୍ସର୍ଗ କରିବ ନାହିଁ। ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।” ତା’ପରେ ଇଲୀଶାୟ ନାମା‌ନଙ୍କୁ କହିଲେ, “ଶାନ୍ତିରେ ଯାଅ।” ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ। କିନ୍ତୁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ଦାସ ଗିହେଜୀ କହିଲା, “ଦେଖ, ମୋର ପ୍ରଭୁ ଇଲୀଶାୟ ଏହି ଅରାମୀୟ ନାମା‌ନ୍‌ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଶପଥ କରୁଛି, ଏହା ପଛେ ପଛେ ଯାଇ ତାହାଠାରୁ କିଛି ନେବି।” ତେଣୁ ଗିହେଜୀ ନାମାନଙ୍କୁ ଅନୁସରଣ କଲା। ନାମାନ୍ ଦେଖିଲେ କେହି ଜଣେ ତାଙ୍କର ପଛରେ ଦୌଡ଼ୁଛି। ତେଣୁ ସେ ରଥରୁ ଓହ୍ଲାଇ ତାଙ୍କୁ ଅଭିନନ୍ଦନ କଲେ ଓ ପଗ୍ଭରିଲେ, “ସମସ୍ତ କୁଶଳତ?” ଏହା ପରେ ଗିହେଜୀ କହିଲା, “ହଁ, ସବୁ କୁଶଳ। ମୋର ମହାଶୟ ଇଲୀଶାୟ ମୋତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ‘ଦେଖ ଏହିକ୍ଷଣି ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁତ୍ରଗଣ ମଧ୍ୟରୁ ଦୁଇଜଣ ଯୁବକ ଆସିଲେ, ମୁଁ ବିନୟ କରୁଛି ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’” ଏଥିରେ ନାମାନ୍ କହିଲେ, “ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ଗିହେଜୀକୁ ବହୁ ଅନୁରୋଧ କଲେ ରୂପା ନେବାକୁ। ସେ ଦୁଇ ତଳାନ୍ତ ରୂପା ରହିଥିବା ଦୁଇଟି ଥଳୀ ନେଲା ଏବଂ ଦୁଇ ଶହ ସାଜ ପୋଷାକ ନେଲା। ନାମାନ ଏସବୁ ଜିନିଷଗୁଡ଼ିକୁ ଗିହେଜୀର ଦୁଇ ଯୁବକ ସାହାଯ୍ୟକାରୀଗଣଙ୍କୁ ଦେଲା ଏବଂ ସେମାନେ ଏହିସବୁ ଗିହେଜୀ ଆଗରେ ବହନ କରି ନେଲେ। ଗିହେଜୀ ଉପପର୍ବତ ନିକଟରେ ପହଞ୍ଚି ସେମାନଙ୍କଠାରୁ ସମସ୍ତ ଦ୍ରବ୍ୟ ନେଇ ଗୃହ ଭିତରେ ଲୁଗ୍ଭଇ ରଖିଲା ଓ ସେହି ଦୁଇଜଣ ଦାସଙ୍କୁ ବିଦାୟ ଦେବାରୁ ସେମାନେ ଗ୍ଭଲିଗଲେ। ଏହା ପରେ ସେ ଭିତରକୁ ଯାଇ ଆପଣା ମହାଶୟ ସମ୍ମୁଖରେ ଛିଡ଼ା ହେଲା। ତହୁଁ ଇଲୀଶାୟ ଗିହେଜୀକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଗିହେଜୀ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।” ଏଥିରେ ଇଲୀଶାୟ ତାକୁ କହିଲେ, “ଏହା ସତ୍ୟ ନୁହେଁ କି? ସେ ଲୋକ ତୁମ୍ଭକୁ ଭେଟିବାକୁ ଯେତେବେଳେ ନିଜ ରଥରୁ ଫେରି ଆସିଲା, ସେତେବେଳେ ମୋର ଅନ୍ତଃକରଣ ତୁମ୍ଭ ସାଥୀରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମେଷ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ’ଣ ସମୟ ନୁହେଁ? ଏଣୁ ନାମା‌ନ୍‌ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।” ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା। ଇଲୀଶାୟ ଓ କୁହ୍ରାଡ଼ି ଲୁହା ଅନନ୍ତର ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ। ଆମ୍ଭେମାନେ ବିନୟ କରି କହୁଅଛୁ, ଆମ୍ଭେମାନେ ଯର୍ଦ୍ଦନ ନଦୀ କୂଳକୁ ଯାଇ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ କଡ଼ିକାଠ ଆଣି ନିଜ ନିଜ ବସତି ପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।” ଇଲୀଶାୟ ଉତ୍ତର ଦେଲେ, “ଏହା ଉତ୍ତମ, ଯାଇ ତାହା କର।” ତନ୍ମଧ୍ୟରୁ ଜଣେ କହିଲା, “ବିନୟ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।” ଇଲୀଶାୟ କହିଲେ, “ଭଲ କଥା, ମୁଁ ତୁମ୍ଭମାନଙ୍କ ସହିତ ଯିବି।” ତହୁଁ ଇଲୀଶାୟ ସେମାନଙ୍କ ସହିତ ଯର୍ଦ୍ଦନ ନଦୀକୁ ଗଲେ। ସେମାନେ କାଠ କାଟିବା ଆରମ୍ଭ କଲେ। ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ିଟିର ଲୁହା ବେଣ୍ଟରୁ ଖସି ପାଣିରେ ପଡ଼ିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, “ହାୟ, ମୋର ପ୍ରଭୁ, ମୁଁ କୁହ୍ରାଡ଼ିକୁ ମାଗି ଆଣିଥିଲି।” ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?” ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା’ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା। ତା’ପରେ ସେ କହିଲେ, “ତାହା ଉଠାଇ ନିଅ।” ତା’ପରେ ସେ ହାତ ବଢ଼ାଇ ତାହା ନେଲା। ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।” ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।” ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ। ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।” ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।” ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।” ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।” ତା’ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ। ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା। ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?” ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।” ତା’ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।” ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ। ତା’ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।” ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ। ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା’ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ। ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।” ତା’ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?” ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ‌‌ଖ‌ଡ଼୍‌ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।” ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ। ଏକ ଭୟଙ୍କର ଦୁର୍ଭିକ୍ଷ ଶମରିୟାକୁ ଆଘାତ କରେ ଏହା ପରେ ଅରାମର ରାଜା ବି‌ନ୍‌ହଦଦ୍ ନିଜର ସମସ୍ତ ସୈନ୍ୟ ଏକତ୍ର କରି ଶମରିୟାକୁ ଯାଇ ଘେରିଗଲେ ଓ ଆକ୍ରମଣ କଲେ। ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା। ଥରେ ଇସ୍ରାଏଲର ରାଜା ନଗରର ଚତୁର୍ପାର୍ଶ୍ୱ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, “ହେ ମୋର ପ୍ରଭୁ, ମହାରାଜ! ବିନୟ କରୁଛି ମୋତେ ସାହାଯ୍ୟ କରନ୍ତୁ।” ଇସ୍ରାଏଲର ରାଜା କହିଲେ, “ଯଦି ସଦାପ୍ରଭୁ ତୁମ୍ଭକୁ ସାହାଯ୍ୟ ନ କରନ୍ତି ତେବେ ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ମୋ’ ପାଖରେ ତୁମ୍ଭକୁ ଦେବାକୁ କିଛି ନାହିଁ। ଶସ୍ୟ ଖଳାରେ ଶସ୍ୟ ନାହିଁ କି ଦ୍ରାକ୍ଷାକ୍ଷେତ୍ରରେ ଦ୍ରାକ୍ଷାରସ ନାହିଁ।” ଆଉ ରାଜା ପଗ୍ଭରିଲେ, “ତୁମ୍ଭର ଦୁଃଖ କ’ଣ?” ସ୍ତ୍ରୀଲୋକଟି ଉତ୍ତର କଲା, “ଏହି ସ୍ତ୍ରୀଲୋକଟି ମୋତେ କହିଲା, ‘ତୁମ୍ଭ ପୁତ୍ରଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ମାରି ଖାଇବା। ଆସନ୍ତା କାଲି ମୋର ପୁଅକୁ ଖାଇବା।’ ତେଣୁ ଆମ୍ଭେମାନେ ମୋର ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀଲୋକକୁ କହିଲି, ‘ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭେମାନେ ତାକୁ ମାରି ଖାଇବା।’ କିନ୍ତୁ ସେ ତା’ ପୁଅକୁ ଲୁଗ୍ଭଇ ଅଛି।” ସେହି ସ୍ତ୍ରୀଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତେବେଳେ ସେମାନେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ୟସ୍ତ ବୋଲି ଜଣା ଯାଉଥିଲେ। ରାଜା କହିଲେ, “ଯଦି ଇଲୀଶାୟର ମସ୍ତକ ତାହା ଦେହରେ ରହେ, ଆଜି ଦିନଠାରୁ ଶେଷ ଯାଏ ସଦାପ୍ରଭୁ ମୋତେ ଦଣ୍ତ ଦେଇ ପାରନ୍ତି।” ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା’ର ପଛରେ।” ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?” ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’” ସେନାପତି ଯିଏ ରାଜା ଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।” କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ? ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।” ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ। କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।” ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ। କୁଷ୍ଠୀମାନେ ଶତ୍ରୁ ଶିବିରରେ ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା’ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ। ତା’ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।” କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।” ତା’ପରେ ଦ୍ୱାରୀମାନେ ଚିତ୍କାର କରି ଏ ସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ। ସେହି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, “ଅରାମୀୟ ସୈନ୍ୟମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସେମାନେ ଜାଣନ୍ତି ଆମ୍ଭେମାନେ କ୍ଷୁଧାର୍ତ୍ତ। ତେଣୁ ସେମାନେ ଶିବିରରୁ ବାହାରି କ୍ଷେତ୍ର ମଧ୍ୟରେ ଲୁଚି ରହିଛନ୍ତି। ସେମାନେ ଭାବିଛନ୍ତି, ‘ଯେତେବେଳେ ଆମ୍ଭେମାନେ ନଗରରୁ ବାହାରିବା ସେମାନେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗରରେ ପ୍ରବେଶ କରିବେ।’” ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ୟରୁ ଜଣେ କହିଲା, “ନଗର ବାହାରେ ଅବଶିଷ୍ଟ ଥିବା ପାଞ୍ଚୋଟି ଅଶ୍ୱରେ କେତେକ ଲୋକ ଯାଇ ଦେଖନ୍ତୁ। ନଗରରେ ସେହି ଅଶ୍ୱଗୁଡ଼ିକ ପଳାଇଛନ୍ତି, କିନ୍ତୁ ଇସ୍ରାଏଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସେହିପରି ସେମାନେ ମରିବେ।” ତେଣୁ ସେମାନେ ଅଶ୍ୱ ସହିତ ଦୁଇଟି ରଥ ନେଲେ। ରାଜା ସେମାନଙ୍କୁ ଅରାମୀୟ ସୈନ୍ୟମାନଙ୍କ ପଛେ ପଠାଇଲେ। ରାଜା ସେମାନଙ୍କୁ କହିଲେ, “ଯାଅ ଏବଂ ଦେଖ କ’ଣ ଘଟିଛି?” ଅରାମୀୟ ସୈନ୍ୟମାନେ ଯାଇଥିବା ପଥରେ ସେମାନେ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ସମଗ୍ର ପଥଟି ଅରାମୀୟମାନଙ୍କର ଦ୍ରୁତ ପଳାୟନରେ ଛାଡ଼ି ଯାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କରେ ପୂର୍ଣ୍ଣ ଥିଲା। ସେମାନେ ଫେରି ଆସି ରାଜାଙ୍କୁ ଏହା ଜଣାଇଲେ। ତା’ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀୟମାନଙ୍କ ଛାଉଣିରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥିରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ଝୁଡ଼ି ସରୁ ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରାଗଲା। ରାଜା ତାଙ୍କ ଅତି ନିକଟ ସେନାପତିଙ୍କୁ ନଗରଦ୍ୱାର ରକ୍ଷା କରିବାକୁ ନିଯୁକ୍ତ କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲାବେଳେ ସେମାନେ ସେନାପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତେବେଳେ ଇଲୀଶାୟ ଗୃହକୁ ଯାଇଥିଲେ ଇଲୀଶାୟ ଯାହା କହିଥିଲେ ତାହା ହିଁ ସବୁ ଘଟିଲା। ଇଲୀଶାୟ ରାଜାଙ୍କୁ କହିଥିଲେ, “କାଲି ପ୍ରାୟ ଏହି ସମୟରେ ଶମରିୟାର ନଗର ଦ୍ୱାରରେ ଜଣେ ଲୋକ ଏକ ଝୁଡ଼ି ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରିବ।” ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।” ସେହିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ୱାରରେ ତାକୁ ଦଳି ଦେବାରୁ ସେ ମଲା। ରାଜା ଓ ଶୁନେମୀୟା ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।” ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା। ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା। ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା। ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।” ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।” ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା, ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା’ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ। ବି‌ନ୍‌ହଦ‌ଦ୍‌ ହସାୟେଲକୁ ଇଲୀଶାୟଙ୍କ ନିକଟକୁ ପ୍ରେରଣ ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବି‌ନ୍‌ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବି‌ନ୍‌ହଦ‌ଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି” ତତ୍ପରେ ରାଜା ବି‌ନ୍‌ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।” ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳି‌ଶ୍‌ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବି‌ନ୍‌ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?” ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’” ଇଲୀଶାୟ ହସାୟେଲ ସମ୍ବନ୍ଧରେ ଭବିଷ୍ୟ‌ଦ୍‌ବାଣୀ ଶୁଣାନ୍ତି ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ। ତହୁଁ ହସାୟେଲ ପଗ୍ଭରିଲେ, “ହେ ମୋର ମହାଶୟ, କାହିଁକି ରୋଦନ କଲେ?” ଇଲୀଶାୟ ଉତ୍ତର କଲେ, “ତୁମ୍ଭେ ଇସ୍ରାଏଲୀୟଙ୍କ ସନ୍ତାନଗଣଙ୍କ ପାଇଁ ଅନିଷ୍ଟର କାରଣ କରିବାକୁ ଯାଉଛ, ଏହା ମୁଁ ଜାଣେ। ମୁଁ ଏହି ନିମନ୍ତେ ରୋଦନ କରୁଛି, କାରଣ ତୁମ୍ଭେ ସେମାନଙ୍କର ସୁଦୃଢ଼ ନଗରଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧିଭୂତ କରିବ, ସେମାନଙ୍କର ଯୁବକମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବ, ସେମାନଙ୍କର ଶିଶୁସନ୍ତାନକୁ ଭୂମିରେ କଗ୍ଭଡ଼ି ମାରିବ ଓ ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।” ହସାୟେଲ କହିଲେ, “ମୁଁ ତ ସେପରି ଶକ୍ତିଶାଳୀ ନୁହେଁ, ମୁଁ ସେହି ସାମରିକ କୃତିବ ପାରିବ ନାହିଁ?” ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇଛନ୍ତି ତୁମ୍ଭେ ଅରାମର ରାଜା ହେବ।” ତା’ପରେ ହସାୟେଲ ଇଲୀଶାୟଙ୍କଠାରୁ ବିଦାୟ ନେଇ ରାଜାଙ୍କ ନିକଟକୁ ଗଲେ। ବି‌ନ୍‌ହଦଦ୍ ହସାୟେଲଙ୍କୁ କହିଲେ, “ଇଲୀଶାୟ ତୁମ୍ଭକୁ କ’ଣ କହିଛନ୍ତି।” ହସାୟେଲ ଉତ୍ତର କଲେ, “ଇଲୀଶାୟ କହିଲେ ଯେ, ଆପଣ ନିଶ୍ଚୟ ବଞ୍ଚିବେ।” ହସାୟେଲ ବି‌ନ୍‌ହଦ‌ଦଙ୍କୁ ହତ୍ୟା କଲେ ମାତ୍ର ପରଦିନ ହସାୟେଲ ଏକ ପତଳା ବସ୍ତ୍ର ନେଇ ଜଳରେ ବୁଡ଼ାଇଲେ ଓ ରାଜା ବି‌ନ୍‌ହଦ‌ଦ୍‌ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ସେ ମଲେ ଓ ହସାୟେଲ ତାଙ୍କ ପଦରେ ରାଜତ୍ୱ କଲେ। ଯିହୋରାମଙ୍କ ଶାସନ ଆରମ୍ଭ ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ। ଯିହୋରାମଙ୍କୁ ଯେତେବେଳେ ବତିଶ୍ ବର୍ଷ ହୋଇଥିଲା, ସେ ରାଜ୍ୟ ଉପରେ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରାମ ଇସ୍ରାଏଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ସେ ଆହାବ ବଂଶାନୁସାରେ ଚଳିଲେ, କାରଣ ସେ ଆହାବଙ୍କ କନ୍ୟାକୁ ବିବାହ କରିଥିଲେ। ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ୟରୁ ଜଣେ ସର୍ବଦା ରାଜା ହେବ। ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧରେ ଇଦୋମୀୟମାନେ ବିଦ୍ରୋହ କଲେ ଓ ସେମାନେ ସେମାନଙ୍କର ଏକ ରାଜା ବାଛିଲେ। ତା’ପରେ ଯିହୋରାମ ଓ ତାଙ୍କର ସମସ୍ତ ରଥ ସାୟୀରକୁ ଯାତ୍ରା କଲେ। ଇଦୋମୀୟ ସୈନ୍ୟମାନେ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଗଲେ। ଯିହୋରାମ ଓ ତାଙ୍କର ସେନାଧ୍ୟକ୍ଷମାନେ ସେମାନଙ୍କୁ ଆକ୍ରମଣ କଲେ। ସେଥିରେ ଶତ୍ରୁମାନେ ପ୍ରାଣଭୟରେ ଦୌଡ଼ି ପଳାୟନ କଲେ। ମାତ୍ର ଯିହୋରାମଙ୍କର ସମସ୍ତ ସୈନ୍ୟ ନିଜ ନିଜ ତମ୍ବୁକୁ ଫେରି ଆସିଲେ। ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି। ଠିକ୍ ସେହି ସମୟରେ ଲି‌ବ୍‌ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ। ଯିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ଯ୍ୟାବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇଅଛି। ଯିହୋରାମ ମୃତ୍ୟୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତା’ପରେ ଯିହୋରାମଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜା ହେଲେ। ଅହସିୟ ତାଙ୍କର ଶାସନ ଆରମ୍ଭ କଲେ ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲ ଭୂଖଣ୍ତର ରାଜା ଦ୍ୱାଦଶ ବର୍ଷରେ ଯିହୋରାମଙ୍କ ପୁତ୍ର ଅହସିୟ ଯିହୁଦାର ରାଜା ହେଲେ। ଅହସିୟଙ୍କୁ ଯେତେବେଳେ ବାଇଶି ବର୍ଷ ହୋଇଥିଲା, ସେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏକ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅଥଲିୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ। ଅହସିୟ ମଧ୍ୟ ଆହାବର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ। ହସାୟେଲଙ୍କ ଯୁଦ୍ଧ ବିରୁଦ୍ଧରେ ଯୋରାମ ଆହତ ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ। ରାଜା ଯୋରାମ, ସେ ତା’ର କ୍ଷତର ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲେ। ଯୋରାମ ପୀଡ଼ିତ ହେବା ଯୋଗୁଁ, ଯିହୁଦାର ରାଜା ଅହସିୟ ଯିହୋରାମଙ୍କୁ ଦେଖା କରିବାକୁ ଯିଷ୍ରିୟେଲକୁ ଗଲେ। ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ। ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା’ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ। ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା’ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।” ତେଣୁ ସେହି ଯୁବକ, ଭବିଷ୍ୟ‌ଦ୍‌ବକ୍ତା ରାମୋତ୍-ଗିଲିୟଦକୁ ଗଲେ। ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?” ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।” ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା’ପରେ ଯୁବ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ। ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା। କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’” ତା’ପରେ ସେହି ଯୁବା ଭବିଷ୍ୟ‌ଦ୍‌ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ। ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?” ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା’ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।” ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟ‌ଦ୍‌ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’” ତା’ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା’ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।” ଯେହୂ ଯିଷ୍ରିୟେଲକୁ ଗଲେ ଅନନ୍ତର ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫ‌ଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ। ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ। ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।” ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ। ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।” ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?” ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’” ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।” ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।” ତା’ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’” ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।” ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନି‌ମ୍‌ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଳାଉଛନ୍ତି।” ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।” ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ। ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?” ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?” ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।” ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ। ଯେହୂ ତାଙ୍କର ସାରଥି ବି‌ଦ୍‌କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚା‌ତ୍‌ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର। ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା’ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।” ଯିହୁଦାର ରାଜା ଅହସିୟ ଏହା ଦେଖି ପଳାୟନ କଲେ। ସେ ଉଦ୍ୟାନ ଗୃହ ଦେଇ ପଳାୟନ କରୁଥିବା ବେଳେ ଯେହୂ ତାଙ୍କ ପଛେ ପଛେ ଯାଇ କହିଲେ, “ଅହସିୟଙ୍କୁ ମଧ୍ୟ ସେହି ରଥରେ ଆଘାତ କର।” ତେଣୁ ସେମାନେ ଯିବଲିୟମ ନିକଟସ୍ଥ ଗୂର ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଓ ସେ ମଗିଦ୍ଦୋକୁ ପଳାଇ ସେଠାରେ ମୃତ୍ୟୁବରଣ କଲେ। ଅହସିୟଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ଯିରୁଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବରରେ ତାଙ୍କୁ କବର ଦେଲେ। ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ୱର ଏକାଦଶ ବର୍ଷରେ ଅହସିୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ। ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ ତା’ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ। ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି ତୁମ୍ଭେ ଶାନ୍ତିରେ ଅଛ କି?” ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?” ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ। ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।” ତା’ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ। ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା’ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।” ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା’ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ। ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତି‌‌‌‌ଶ୍‌ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ। ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’” ଯେହୂ ଶମରିୟାର ପ୍ରାଚୀନବର୍ଗଙ୍କୁ ଲେଖନ୍ତି ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା: “ଏହି ଚିଠି ପାଇବା ମାତ୍ରେ, ତୁମ୍ଭେମାନେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ଉତ୍ତମ ଓ ଯୋଗ୍ୟତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ୱମାନ ଅଛି ଓ ତୁମ୍ଭେମାନେ ଏକ ସୁଦୃଢ଼ ନଗରରେ ବାସ କରୁଛ, ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି। ତେଣୁ ସେହି ଯୋଗ୍ୟତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛ ଓ ତୁମ୍ଭେମାନେ ଆପଣା ପ୍ରଭୁର ପରିବାର ପାଇଁ ଯୁଦ୍ଧ କର।” *** ମାତ୍ର ଯିଷ୍ରିୟେଲର ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହୋଇ ପଡ଼ିଲେ। ସେମାନେ କହିଲେ, “ଯେତେବେଳେ ସେ ଦୁଇ ରାଜା ଯେହୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?” ତେଣୁ ଗୃହାଧ୍ୟକ୍ଷ, ନଗର ରାଜ୍ୟପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହିକଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭେମାନେ ତାହା ସବୁ ପାଳନ କରିବୁ, ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିରରେ ଭଲ ତାହା ଆପଣ କରନ୍ତୁ।” ଶମରିୟାରେ ପ୍ରାଚୀନଗଣ ଆହାବଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି। ତା’ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।” ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା। ଯେତେବେଳେ ନେତୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସେମାନେ ସେହି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନେଇ ବଧ କଲେ, ସେମାନେ ସେହି କଟାମୁଣ୍ତକୁ ଡାଲାରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ। ତା’ପରେ ଦୂତ ଆସି ଯେହୂଙ୍କୁ କହିଲା, “ସେମାନେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।” ତା’ପରେ ଯେହୂ କହିଲେ, “ସେଗୁଡ଼ିକୁ ନଗରର ଦ୍ୱାର ଦେଶରେ ଦୁଇଟି ଗଦାକରି ସକାଳ ପର୍ଯ୍ୟନ୍ତ ରଖ।” ପ୍ରଭାତରେ ଯେହୂ ବାହାରକୁ ଯାଇ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତୁମ୍ଭେମାନେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭେମାନେ ସେମାନଙ୍କୁ ବଧ କଲ। ଏବେ ତୁମ୍ଭେମାନେ ଜାଣ ସଦାପ୍ରଭୁ ଯାହା ଆହାବ ବଂଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିୟ ଦ୍ୱାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।” ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ। ଯେହୂ ଅହସିୟଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରନ୍ତି ଯେହୂ ଯିଷ୍ରିୟେଲ ତ୍ୟାଗ କରି ଶମରିୟାକୁ ଗଲେ। ସେ ପଥ ମଧ୍ୟରେ ମେଷପାଳକମାନଙ୍କ ଛାଉଣି ନିକଟରେ ଅଟକି ଗଲେ। ଯେଉଁଠାରେ ସେମାନେ ସେମାନଙ୍କ ମେଷଠାରୁ ଲୋମ କାଟିଥିଲେ। ଯେହୂ ଯିହୁଦାର ରାଜା ଅହସିୟଙ୍କ ସମ୍ପର୍କୀୟମାନଙ୍କୁ ଦେଖି ପଗ୍ଭରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସିୟ ରାଜାଙ୍କର ସମ୍ପର୍କୀୟ। ଆମ୍ଭେମାନେ ରାଜାଙ୍କର ସନ୍ତାନମାନଙ୍କର ଓ ରାଣୀଙ୍କର ସନ୍ତାନମାନଙ୍କର ମଙ୍ଗଳ କାମନା କରିବାକୁ ଯାଉଅଛୁ।” ତା’ପରେ ଯେହୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, “ଏମାନଙ୍କୁ ଜୀବନ୍ତ ଧର।” ଯେହୂଙ୍କର ଦାସମାନେ ଅହସିୟଙ୍କର ସମ୍ପର୍କୀୟମାନଙ୍କୁ ଜୀବନ୍ତ ଧରିଲେ ଓ ମେଷଛେଦନ ଗୃହର ବର୍ତ୍ତ ନିକଟରେ ସେହି ବୟାଳିଶ୍ ଜଣଙ୍କୁ ବଧ କଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?” ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।” ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।” ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ। ଯେହୂ କହିଲେ, “ମୋ’ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମୋର କିପରି ଦୃଢ଼ ଆସ୍ଥା ତାହା ଦେଖି ପାରିବ।” ତେଣୁ ସେ ଯେହୂଙ୍କର ରଥରେ ଆରୋହଣ କଲେ। ଯେହୂ ଶମରିୟାକୁ ଆସି ଆହାବଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିୟଙ୍କୁ କହିବାନୁସାରେ ଯେହୂ ସେ ସମସ୍ତଙ୍କୁ ହତ୍ୟା କଲେ। ଯେହୂ ବାଲ୍ ଉପାସକମାନଙ୍କୁ ଡାକନ୍ତି ପୁଣି ଯେହୂ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଡାକି କହିଲେ, “ଆହାବ ବା‌ଲ୍‌‌‌ର ଅଳ୍ପ ସେବା କଲା, ମାତ୍ର ଯେହୂ ତା’ର ବହୁତ ସେବା କରିବ। ବର୍ତ୍ତମାନ ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ତା’ର ସମସ୍ତ ପୂଜକଙ୍କୁ ଓ ତା’ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।” ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବା‌ଲ୍‌‌‌ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା। ପୁଣି ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ଆୟୋଜନ କର।” ଆଉ ଯାଜକମାନେ ତାହା ଘୋଷଣା କଲେ। ତା’ପରେ ଯେହୂ ଇସ୍ରାଏଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବା‌ଲ୍‌‌‌ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କେହି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବା‌ଲ୍‌‌‌ର ପୂଜକ ବାଲ୍ ମନ୍ଦିରରେ ପହଞ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା। ଯେହୂ ବସ୍ତ୍ରାଗାରର ଅଧ୍ୟକ୍ଷକୁ ଆଦେଶ ଦେଲେ, “ସମସ୍ତ ବା‌ଲ୍‌‌‌ର ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ।” ତେଣୁ ସେ ବସ୍ତ୍ର ବାହାର କରି ଆଣିଲା। ତା’ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।” ଏହା ପରେ ବା‌ଲ୍‌‌‌ର ପୂଜକମାନେ ବଳିଦାନ ଓ ହୋମବଳି କରିବାକୁ ଭିତରକୁ ଗଲେ। ଯେହୂ ନିଜର ଅଶୀ ଜଣଙ୍କୁ ବାହାରେ ନିଯୁକ୍ତ କରିଥିଲେ। ସେ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କ ମଧ୍ୟରୁ ଯେପରି ଜଣେ କେହି ପଳାଇ ନ ଯାଆନ୍ତି। ଯଦି ଜଣେ କେହି ପଳାଇ ଯାଏ, ଯେଉଁ ଲୋକ ତାକୁ ଛାଡ଼ି ଦେଇ ଥିବ, ସେ ତା’ର ଜୀବନ ତା’ର ବଦଳରେ ଦେବ।” ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।” ତେଣୁ ସେମାନେ ‌‌ଖ‌ଡ଼୍‌ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ। ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ। ସେମାନେ ବା‌ଲ୍‌‌‌ର ସ୍ମରଣାର୍ଥକ ପ୍ରସ୍ତରଗୁଡ଼ିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳୟ କଲେ। ସେଗୁଡ଼ିକ ଆଜିଯାଏ ବ୍ୟବହାର ହେଉଛି। ଏହିରୂପେ ଯେହୂ ଇସ୍ରାଏଲରୁ ବାଲ୍ ପୂଜା ଦୂର କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦା‌ନ୍‌ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ। ଇସ୍ରାଏଲରେ ଯେହୂଙ୍କ ଶାସନ ଅନନ୍ତର ସଦାପ୍ରଭୁ ଯେହୂକୁ କହିଲେ, “କାରଣ ମୋ’ ଦୃଷ୍ଟିରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମୋର ଇଚ୍ଛା ଅନୁସାରେ ତୁମ୍ଭେ ଆହାବର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲ ସିଂହାସନରେ ରାଜତ୍ୱ କରିବେ।” ତଥାପି ଯେହୂ ସଦାପ୍ରଭୁଙ୍କର ଆଦେଶଗୁଡ଼ିକ ପୂର୍ଣ୍ଣହୃଦୟରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପାରିଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ହସାୟେଲଙ୍କ ଇସ୍ରାଏଲ ଧ୍ୱଂସ ସେହି ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ। ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା। ଯେହୂଙ୍କ ମୃତ୍ୟୁ ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ପରାକ୍ରମ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯେହୂଙ୍କ ମୃତ୍ୟୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହୋୟାହସ ଇସ୍ରାଏଲରେ ରାଜା ହେଲେ। ଶମରିୟାରେ ଇସ୍ରାଏଲ ଉପରେ ଯେହୂ ଅଠାଇଶ୍ ବର୍ଷ ରାଜତ୍ୱ କଲେ। ଅଥଲିୟା ରାଜପୁତ୍ରମାନଙ୍କୁ ଯିହୁଦାରେ ହତ୍ୟା କରନ୍ତି ଅନନ୍ତର ଅହସିୟଙ୍କର ମାତା ଅଥଲିୟା ନିଜ ପୁତ୍ରର ମୃତ୍ୟୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ। ମାତ୍ର ଯୋରାମଙ୍କ ରାଜକନ୍ୟା, ଅହସିୟଙ୍କର ଭଗିନୀ ଯିହୋଶେବା ଯେତେବେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲେ, ସେ ପୁତ୍ରମାନଙ୍କ ମଧ୍ୟରୁ ଯୋୟାଶକୁ ନେଇଗଲେ। ସେ ଶିଶୁ ଯୋୟାଶ ଓ ତାହାର ଧାତ୍ରୀକୁ ନେଇ ଶୟନାଗାରରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିୟାଠାରୁ ହତ ହେଲା ନାହିଁ। ତା’ପରେ ଯୋୟାଶ ଓ ଯିହୋଶେବା ସଦାପ୍ରଭୁଙ୍କ ମନ୍ଦିରରେ ଛଅ ବର୍ଷ ଗୋପନରେ ରହିଲେ ଓ ସେତେବେଳେ ଅଥଲିୟା ଯିହୁଦାରେ ରାଜତ୍ୱ କଲେ। ଏହା ପରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଅଣାଇ ସେମାନଙ୍କୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନେଲା, ଆଉ ସେ ସେମାନଙ୍କ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିରରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ର ଯୋୟାଶକୁ ଦେଖାଇଲା। ତା’ପରେ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଏହା ନିଶ୍ଚୟ କରିବ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଶ୍ରାମ ଦିନରେ ଏହି ପ୍ରାସାଦକୁ ପ୍ରହରା ଦେବାକୁ ନିଶ୍ଚୟ ଆସିବ। ଅନ୍ୟ ଏକତୃତୀୟାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀୟାଂଶ ପ୍ରହରୀମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭେମାନେ ପୁରା ଦ‌ମ୍‌ରେ ପ୍ରାସାଦକୁ ଜଗିବ। ପୁଣି ବିଶ୍ରାମ ବାରରେ ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ଯାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ଯୋୟାଶଙ୍କୁ ରକ୍ଷା କରିବେ। ତୁମ୍ଭେମାନେ ରାଜା ଯୋୟାଶକୁ ବେଷ୍ଟନ କରି ରହିବ। ସେ ଯେତେବେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚୟ ରହିବ। ତୁମ୍ଭେମାନେ ସର୍ବଦା ଅସ୍ତ୍ରରେ ସଜ୍ଜିତ ହୋଇ ରହିବ। ଯେକୌଣସି ଲୋକ ତୁମ୍ଭର ଅତି ନିକଟକୁ ଆସେ ତାକୁ ହତ୍ୟା କରାଯିବ।” ଯିହୋୟାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ୟକ୍ଷମାନେ ତଦନୁସାରେ ପାଳନ କଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନରେ କାର୍ଯ୍ୟକୁ ଯାଉଥିଲେ ଓ ଯେଉଁମାନେ କାର୍ଯ୍ୟକୁ ଯାଉ ନ ଥିଲେ, ଏହି ଲୋକମାନେ ଯିହୋୟାଦା ଯାଜକ ନିକଟକୁ ଗଲେ। ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିରରେ ରଖିଥିଲେ, ଯାଜକ ସେସବୁ କାଢ଼ି ସେମାନଙ୍କୁ ଦେଇ ଦେଲେ। ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ବାମପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ରାଜାଙ୍କ ଚତୁର୍ପାର୍ଶ୍ୱରେ ହସ୍ତରେ ଅସ୍ତ୍ର ଧରି ଠିଆ ହୋଇ ରହିଲେ। ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।” ଏଥିରେ ଅଥଲିୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା। ଅଥଲିୟା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡ଼ା ହେବା କଥା ସେଇଠି ଛିଡ଼ା ହୋଇଛନ୍ତି। ରାଜାଙ୍କ ନିକଟରେ ସେନାପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥିରେ ଅଥଲିୟା ନିଜର ବସ୍ତ୍ର ଚିରି “ରାଜଦ୍ରୋହ! ରାଜଦ୍ରୋହ!” ବୋଲି ଚିତ୍କାର କଲା। ଏଥିରେ ଯାଜକ ଯିହୋୟାଦା ସୈନ୍ୟମାନଙ୍କର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ, “ଅଥଲିୟାକୁ ମନ୍ଦିର ବାହାରକୁ ନେଇଯାଅ। ଯିଏ ତା’ର ପଶ୍ଚାତ ଧାବନ କରୁଛି, ନିଶ୍ଚୟ ହତ୍ୟା କରାଯିବ। ତାକୁ କିମ୍ବା ତା’ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତରେ ହତ୍ୟା କର ନାହିଁ।” ତହୁଁ ଅଥଲିୟା ଅଶ୍ୱଦ୍ୱାରର ପଥଦେଇ ରାଜଗୃହକୁ ଗଲାବେଳେ ସେମାନେ ତାକୁ ଧରି ବଧ କଲେ। ତା’ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ। ଏଥି ଉତ୍ତାରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସେଠାରେ ମନ୍ଦିରର ଯଜ୍ଞବେଦିଗୁଡ଼ିକ ଓ ବା‌ଲ୍‌‌‌ର ପ୍ରତିମାଗୁଡ଼ିକୁ ଭାଙ୍ଗି ଚୂର୍ଣ୍ଣ କରିଦେଲେ। ସେମାନେ ମଧ୍ୟ ବା‌ଲ୍‌‌‌ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ। ତା’ପରେ ଯାଜକ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କଲେ। ପୁଣି ସେ ଯାଜକ ସେନାପତିମାନଙ୍କୁ, କରୀୟମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଗ୍ଭଲିଲେ। ସେମାନେ ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ତା’ପରେ ଯୋୟାଶ ସିଂହାସନ ଉପରେ ଉପବିଷ୍ଟ ହେଲେ। ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିୟା ‌‌ଖ‌ଡ଼୍‌ଗରେ ନିହତ ହେଲା। ଯୋୟାଶ ସାତ ବର୍ଷ ବୟସରେ ରାଜତ୍ୱ କଲେ। ଯୋୟାଶଙ୍କ ଶାସନ ଆରମ୍ଭ ଇସ୍ରାଏଲରେ ଯେହୂଙ୍କ ରାଜତ୍ୱର ସପ୍ତମ ବର୍ଷରେ ଯୋୟାଶଙ୍କ ଶାସନ ଆରମ୍ଭ ହେଲା। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତା ‌ବେ‌ର୍‌ଶେବା ନିବାସିନୀ ସିବିୟା ନାମରେ ଖ୍ୟାତ ଥିଲେ। ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା। ତଥାପି ସେ, ଉଚ୍ଚସ୍ଥଳୀ ଗୁଡ଼ିକୁ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସେହି ଉଚ୍ଚ ସ୍ଥାନମାନଙ୍କରେ ଧୂପ ଜଳାଇଲେ। ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।” *** ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ୱର ତେଇଶ୍ ବର୍ଷ ପର୍ଯ୍ୟନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ। ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।” ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନ ନେବାକୁ ସମ୍ମତ ହେଲେ। ଏବଂ ମଧ୍ୟ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ। ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା’ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ। ତା’ପରେ ଲୋକମାନେ ସେହି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକାଇଲେ। ଯେତେବେଳେ ରାଜାଙ୍କ ସଚୀବ ଓ ମହାଯାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହୋଇଗଲା, ସେମାନେ ଆସି ତାକୁ ନେଇଗଲେ ଓ ଥଳିରେ ରଖି ଗଣିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ, ବଢ଼େଇମାନଙ୍କୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ଯ୍ୟ ମରାମତିରେ ଏହି ଟଙ୍କା ଦେଲେ। ସେମାନେ ମଧ୍ୟ ପ୍ରସ୍ତର କାରିଗର, ପ୍ରସ୍ତର ‌‌କଟାଳୀମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ସେହି ମୁଦ୍ରାକୁ ବ୍ୟବହାର କଲେ। ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରାରେ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ତ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟପାତ୍ର ନିର୍ମାଣ କଲେ ନାହିଁ। ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରୀରେ ବ୍ୟୟ କରାଗଲା। *** ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ। କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା। ଯୋୟାଶ୍ ହସାୟେଲଙ୍କଠାରୁ ଯିରୁଶାଲମକୁ ରକ୍ଷା କରନ୍ତି ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା’ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ। ଏଥିରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍, ଯିହୋରାମ ଓ ଅହସିୟ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତୁ ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାରରେ ଏବଂ ରାଜପ୍ରାସାଦରେ ରଖାଯାଇଥିବା ସୁବର୍ଣ୍ଣ ଆଦି ମୂଲ୍ୟବାନ ଦ୍ରବ୍ୟଗୁଡ଼ିକୁ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ, ତେଣୁ ସେ ଆଉ ଯିରୁଶାଲମ ବିରୁଦ୍ଧରେ ଗଲେ ନାହିଁ। ଯୋୟାଶଙ୍କ ମୃତ୍ୟୁ ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ କଳାପ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଏହା ପରେ ଯୋୟାଶଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ତାଙ୍କୁ ବଧ କଲେ। ଶିମିୟତର ପୁତ୍ର ଯୋଷା‌ଖ୍‌ର ଓ ଶୋମରର ପୁତ୍ର ଯିହୋଷାବଦ୍ ନାମକ ଯୋୟାଶଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ। ତା’ପରେ ସେମାନେ ଦାଉଦ ନଗରରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଅମ‌ତ୍‌ସିୟ ରାଜ୍ୟ କଲେ। ଯିହୋୟାହ‌ସଙ୍କ ଶାସନ ଆରମ୍ଭ ଯିହୁଦାର ରାଜା ଅହସିୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ୱର ତ୍ରୟବିଂଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରିୟାରେ ଇସ୍ରାଏଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ୱ କଲେ। ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ସେ ଅନୁସରଣ କଲେ, ଯାହା ସେ ଇସ୍ରାଏଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ। ଏଥିରେ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ କ୍ରୋଧାନ୍ୱିତ ହେଲେ। ତେଣୁ ସେ ଅରାମର ରାଜା ହସାୟେଲ ଓ ତାଙ୍କର ପୁତ୍ର ବି‌ନ୍‌ହଦଦ୍ ଶାସନର ଅଧୀନରେ ଇସ୍ରାଏଲକୁ ଦିର୍ଘ ସମୟ ପାଇଁ ଦେଲେ। ସଦାପ୍ରଭୁଙ୍କର ଇସ୍ରାଏଲୀୟମାନଙ୍କ ଉପରେ ଦୟା ତା’ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ। ତେଣୁ ସଦାପ୍ରଭୁ ଇସ୍ରାଏଲର ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳରେ ଇସ୍ରାଏଲୀୟମାନେ ଅରାମୀୟମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ। ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ। ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ। ଯିହୋୟାହସଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କାର୍ଯ୍ୟାବଳୀ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅନନ୍ତର ଯିହୋୟାହସଙ୍କ ମୃତ୍ୟୁ ହେଲା ଓ ଲୋକମାନେ ଶମରିୟାରେ ତାଙ୍କ ପୂର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ୟ ଶାସନ କଲେ। ଇସ୍ରାଏଲରେ ଯୋୟାଶଙ୍କ ଶାସନ ଯିହୁଦାର ଯୋୟାଶ୍ ରାଜାଙ୍କ ସଇଁତିରିଶ୍ ବର୍ଷ ରାଜତ୍ୱ କାଳରେ ଯିହୋୟାହସଙ୍କ ପୁତ୍ର ଯୋୟାଶ୍ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଯାଇ ଷୋହଳ ବର୍ଷ ରାଜ୍ୟ ଶାସନ କଲେ। ଇସ୍ରାଏଲର ରାଜା ଯୋୟାଶ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟଙ୍କ ପୁତ୍ର ଯାରବିୟାମ, ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରିଥିଲେ ସେହି ସମାନ ପାପ ଅନୁସରଣ କଲେ ଯିଏ ଇସ୍ରାଏଲର ପାପର କାରଣ ହେଲା। ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାରେ ରାଜା ଅମ‌ତ୍‌ସିୟ ସଙ୍ଗେ ଯୁଦ୍ଧ କରିଥିଲେ ତାହା ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯୋୟାଶଙ୍କ ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ଯାରବିୟାମ ତାଙ୍କ ଅନ୍ତେ ସିଂହାସନରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇସ୍ରାଏଲର ରାଜାମାନଙ୍କ ସହିତ ଶମରିୟାରେ କବର ପ୍ରାପ୍ତ ହେଲେ। ଇଲୀଶାୟଙ୍କୁ ଯୋୟାଶଙ୍କ ପରିଦର୍ଶନ ଇଲୀଶାୟ ପୀଡ଼ିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ୟୁବରଣ କଲେ। ଇସ୍ରାଏଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ ପାଇଁ ଏହା ସମୟ କି?” ଇଲୀଶାୟ ଯୋୟାଶଙ୍କୁ କହିଲେ, “ଧନୁ ଓ ବାଣଗୁଡ଼ିକ ଧର।” ଯୋୟାଶ୍ ଧନୁ ଓ ବାଣଗୁଡ଼ିକ ଧରିଲେ। ତା’ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, “ଧନୁରେ ତୁମ୍ଭହାତ ଦିଅ।” ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା’ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ। ଇଲୀଶାୟ କହିଲେ, “ପୂର୍ବ ଦିଗରେ ଥିବା ଝରକା ଖୋଲ।” ଯୋୟାଶ୍ ଝରକା ଖୋଲିଲେ। ତା’ପରେ ଇଲୀଶାୟ କହିଲେ, “ତୀର ନିକ୍ଷେପ କର।” ଯୋୟାଶ୍ ତୀର ମାରିଲେ। ତା’ପରେ ଇଲୀଶାୟ କହିଲେ, “ଏହା ହେଉଛି ସଦାପ୍ରଭୁଙ୍କ ଜୟର ବାଣ, ଅରାମ ବିପକ୍ଷରେ ଜୟର ବାଣ, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ପରାସ୍ତ କରି ବିନାଶ କରିବ।” ପୁଣି ଇଲୀଶାୟ କହିଲେ, “ତୀରଗୁଡ଼ିକ ନିଅ।” ସେ ତୀରଗୁଡ଼ିକ ନେଲେ। ତା’ପରେ ଇଲୀଶାୟ ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର।” ଯୋୟାଶ ତିନିଥର ଭୂମିକୁ ଆଘାତ କଲେ, ତା’ପରେ ସେ ନିବୃତ୍ତ ହେଲେ। ପରମେଶ୍ୱରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହୋଇ କହିଲେ, “ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହୋଇଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ହରାଇଥା’ନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କେବଳ ତିନିଥର ପାଇଁ ହରାଇବ।” ଇଲୀଶାୟଙ୍କ କବରେ ଏକ ଅଲୌକିକ କାର୍ଯ୍ୟ ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ। କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା। ଯୋୟାଶ ଇସ୍ରାଏଲ ନଗରକୁ ପୁନର୍ବାର ଜୟ କରନ୍ତି ଯିହୋୟାହସଙ୍କ ରାଜତ୍ୱ କାଳର ସମସ୍ତ ସମୟ ଅରାମର ରାଜା ହସାୟେଲ ଇସ୍ରାଏଲର କ୍ଳେଶର କାରଣ ହେଲେ। ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ। ହସାୟେଲଙ୍କ ମୃତ୍ୟୁପରେ ବି‌ନ୍‌ହଦଦ୍ ନୂଆ ରାଜା ହେଲେ। ତାଙ୍କର ମୃତ୍ୟୁ ପୂର୍ବରୁ ଯୋୟାଶଙ୍କର ପିତା ଯିହୋୟାହ‌ସଙ୍କଠାରୁ ନଗରଗୁଡ଼ିକୁ ହସାୟେଲ ଅଧିକାର କରି ନେଲେ। ଯିହୋୟାହ‌ସଙ୍କ ପୁତ୍ର ଯୋୟାଶ ହସାୟେ‌ଲ୍‌‌‌ର ପୁତ୍ର ବି‌ନ୍‌ହଦ‌ଦଙ୍କଠାରୁ ସେହି ନଗରଗୁଡ଼ିକ ପୁନର୍ବାର ନେଲେ। ଯୋୟାଶ୍ ବି‌ନ୍‌ହଦ‌ଦଙ୍କୁ ତିନିଥର ପରାସ୍ତ କରି ଇସ୍ରାଏଲର ନଗରଗୁଡ଼ିକୁ ନେଇଥିଲେ। ଯିହୁଦାରେ ଅମ‌ତ୍‌ସିୟ ଶାସନ ଆରମ୍ଭ କରନ୍ତି ଇସ୍ରାଏଲର ରାଜା ଯିହୋୟାହ‌ସଙ୍କ ପୁତ୍ର ଯୋୟାଶଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମ‌ତ୍‌ସିୟ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ପଚିଶ୍ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ୍ ବର୍ଷ ଯିରୁଶାଲମରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ଯିହୋୟଦ୍ଦନ୍ ଓ ସେ ସ୍ତ୍ରୀ ଯିରୁଶାଲମ ନିବାସିନୀ ଥିଲେ। ପୁଣି ଅମ‌ତ୍‌ସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ଯୋୟାଶଙ୍କର କୃତ କର୍ମାନୁସାରେ କର୍ମ କଲେ। ସେ ଉଚ୍ଚସ୍ଥଳୀଗୁଡ଼ିକ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କରେ ବଳିଦାନ କଲେ ଓ ଧୂପ ଜଳାଇଲେ। ସେତେବେଳେ ଅମ‌ତ୍‌ସିୟଙ୍କର ରାଜ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ୟାକାରୀ ଥିଲେ। ସେମାନଙ୍କୁ ବଧ କଲେ। ମାତ୍ର, ସେ ହତ୍ୟାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହୋଇଛି ଯେ, “ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହେବେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ୟୁଦଣ୍ତ ପାଇବେ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ଦଣ୍ତିତ ହେବେ।” ଅମ‌ତ୍‌ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ। ଅମ‌ତ୍‌ସିୟଙ୍କ ଯୋୟାଶ୍ ବିରୁଦ୍ଧରେ ଯୁଦ୍ଧ ଅମ‌ତ୍‌ସିୟ ଯେହୂଙ୍କ ପୌତ୍ର ଓ ଯିହୋୟାହ‌ସଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ସନ୍ଦେଶ ବାହକ ପଠାଇଲେ, ଇସ୍ରାଏଲର ରାଜା କହୁଛନ୍ତି, “ଆସ, ଆମ୍ଭେମାନେ ପରସ୍ପର ସମ୍ମୁଖା ସମ୍ମୁଖୀ ହୋଇ ଯୁଦ୍ଧ କରିବା।” ଇସ୍ରାଏଲର ରାଜା ଯୋୟାଶ ଯିହୁଦାର ରାଜା ଅମ‌ତ୍‌ସିୟ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋ‌ନ୍‌ର କଣ୍ଟକଲତା ଏର‌ସ୍‌ବୃକ୍ଷ ନିକଟକୁ କହି ପଠାଇଲେ, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।’ ମାତ୍ର ଲିବାନୋ‌ନ୍‌ର ଏକ ବନ୍ୟ ପଶୁ ସେହି ବାଟ ଦେଇ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦରେ ଦଳି ଦେଲା। ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।” ମାତ୍ର ଅମ‌ତ୍‌ସିୟ ଯୋୟାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ଯୋୟାଶ ଓ ଅମ‌ତ୍‌ସିୟ ଯିହୁଦାର ବୈ‌‌‌ଥ୍‌‌‌ଶେମଶରେ ପରସ୍ପର ଯୁଦ୍ଧରେ ସମ୍ମୁଖୀନ ହେଲେ। ଇସ୍ରାଏଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରତ୍ୟେକ ଲୋକ ନିଜ ନିଜ ତମ୍ବୁକୁ ପଳାୟନ କଲେ। ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈ‌‌‌ଥ୍‌‌‌ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ। ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ। ପୁଣି ଯୋୟାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମ‌ତ୍‌ସିୟଙ୍କ ସଙ୍ଗେ କି ପ୍ରକାର ଯୁଦ୍ଧ କଲେ ସେ ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯୋୟାଶଙ୍କର ମୃତ୍ୟୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯାରବିୟାମ ନୂତନ ରାଜା ରୂପେ ପରିଚିତ ହେଲେ। ଅମ‌ତ୍‌ସିୟଙ୍କ ମୃତ୍ୟୁ ଇସ୍ରାଏଲ ରାଜା ଯିହୋୟାହସଙ୍କର ପୁତ୍ର ଯୋୟାଶଙ୍କର ମୃତ୍ୟୁ ପରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମ‌ତ୍‌ସିୟ ପନ୍ଦର ବର୍ଷ ବଞ୍ଚିଲେ। ଅମ‌ତ୍‌ସିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଓ ପରାକ୍ରମ, ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅନନ୍ତର ଯିରୁଶାଲମରେ ଲୋକମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀ‌ଶ୍‌କୁ ପଳାଇଲେ। ମାତ୍ର ସେମାନେ ଲାଖୀ‌ଶ୍‌କୁ ଲୋକ ପଠାଇ ତାଙ୍କୁ ବଧ କଲେ। ପୁଣି ସେମାନେ ତାଙ୍କର ମୃତ ଶବକୁ ଅଶ୍ୱପୃଷ୍ଠରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ଯିରୁଶାଲମର ଦାଉଦ ନଗରରେ କବର ଦେଲେ। ଅସରିୟ ଯିହୁଦାରେ ରାଜ୍ୟ ଶାସନ କରନ୍ତି ଅନନ୍ତର ଯିହୁଦାର ସମସ୍ତ ଲୋକ ଅମ‌ତ୍‌ସିୟଙ୍କର ଷୋହଳ ବର୍ଷର ପୁତ୍ର ଅସରିୟଙ୍କୁ ତାଙ୍କ ପିତାଙ୍କ ପଦରେ ରାଜା କଲେ। ଅମ‌ତ୍‌ସିୟ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିୟ ଏଲତ୍ ନଗରକୁ ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ। ଯାରବିୟାମ ଇସ୍ରାଏଲରେ ରାଜ୍ୟ ଶାସନ କଲେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ରାଜା ଅମ‌ତ୍‌ସିୟଙ୍କ ରାଜତ୍ୱର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କର ପୁତ୍ର ଯାରବିୟାମ ଶମରିୟାରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ୱ କଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ ନିଜେ କରିଥିଲେ, ତାହା ଇସ୍ରାଏଲୀୟମାନଙ୍କୁ ମଧ୍ୟ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅମିତ୍ତୟଙ୍କ ପୁତ୍ର ଗା‌ଥ୍‌ହେଫର ନିବାସୀ ଆପଣା ସେବକ ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ଯାରବିୟାମ ଦଖଳ କଲେ। କାରଣ ସଦାପ୍ରଭୁ ଇସ୍ରାଏଲୀୟମାନଙ୍କର ଦୟନୀୟ ଯନ୍ତ୍ରଣା ଦେଖିଲେ, ଯେଉଁମାନେ ଦୋଷି ଓ ମୁକ୍ତ ଥିଲେ। କାରଣ ଇସ୍ରାଏଲକୁ ସାହାଯ୍ୟ କରିବାକୁ କେହି ନ ଥିଲେ। ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ। ଯାରବିୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା, ସମସ୍ତ ପରାକ୍ରମ, ସେ କି ପ୍ରକାର ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପରି ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅନନ୍ତର ଯାରବିୟାମଙ୍କ ମୃତ୍ୟୁ ହେଲା ଓ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କ ପୁତ୍ର ଜିଖରିୟ ଇସ୍ରାଏଲର ରାଜା ହେଲେ। ଯିହୁଦାରେ ଅସରିୟଙ୍କ ରାଜତ୍ୱ ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମ‌ତ୍‌ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ। ଷୋଡ଼ଶ ବର୍ଷ ବୟସରେ ଅସରିୟ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ବାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଖଲିୟା ଓ ସେ ଯିରୁଶାଲମ ନିବାସିନୀ ଥିଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଅସରିୟ ଯଥାର୍ଥ କର୍ମମାନ କଲେ। ଠିକ୍ ସେହିପରି ତାଙ୍କର ପିତା ଅମ‌ତ୍‌ସିୟ ପରି ସେ କରିଥିଲେ। ମାତ୍ର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସେଠାରେ ବଳିଦାନ କଲେ ଓ ଧୂପ ଜଳାଇଲେ। ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ। ଅସରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅସରିୟଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ଅସରିୟଙ୍କର ମୃତ୍ୟୁପରେ, ଯୋଥମ୍ ଅସରିୟଙ୍କ ପୁତ୍ର ନୂତନ ରାଜା ରୂପେ ପରିଚିତ ହେଲେ। ଜିଖରିୟଙ୍କ ଇସ୍ରାଏଲ ଉପରେ ସଂକ୍ଷିପ୍ତ ଶାସନ ଯିହୁଦାରେ ଅସରିୟଙ୍କର ରାଜତ୍ୱର ଅଠତିରିଶ୍ ବର୍ଷରେ ଯାରବିୟାମଙ୍କ ପୁତ୍ର ଜିଖରିୟ ଶମରିୟାରେ ଇସ୍ରାଏଲ ଉପରେ ଛଅ ମାସ ଶାସନ କଲେ। ଯିଖରିୟ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଗ୍ଭଲିଲେ। ଯେଉଁଗୁଡ଼ିକ ସଦାପ୍ରଭୁଙ୍କ ଦୃଷ୍ଟିରେ ଭୁଲ୍ ବୋଲି ବିବେଚିତ ହୁଏ। ନବାଟଙ୍କ ପୁତ୍ର ଯାରବିୟାମ ଯିଏ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ ସେ ସେହି ପାପ ପଥରୁ ବିମୁଖ ହେଲେ ନାହିଁ। ଆଉ ଯାବେଶଙ୍କ ପୁତ୍ର ଶଲ୍ଲୁମ ଜିଖରିୟଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ। ଜିଖରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ, ପରାକ୍ରମ ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ୟ ସତ୍ୟ ହେଲା। ସେ ଯେହୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ, ତାହା ସେହିପରି ଘଟିଲା। ଶଲ୍ଲୁମଙ୍କ ଇସ୍ରାଏଲ ଉପରେ ଅଳ୍ପକାଳ ଶାସନ ଯିହୁଦାରେ ଉଷିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଯାବେଶଙ୍କ ପୁତ୍ର ଶଲ୍ଲୁମ ଇସ୍ରାଏଲରେ ରାଜା ହେଲେ। ସେ ଶମରିୟାରେ ଏକ ମାସ ପାଇଁ ଶାସନ କଲେ। ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଆସି ଶମରିୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିୟାରେ ଆଘାତ କରି ବଧ କଲେ ଓ ତାଙ୍କ ପଦରେ ରାଜ୍ୟ କଲେ। ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିୟଙ୍କ ବିରୁଦ୍ଧରେ କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମନହେ‌ମଙ୍କ ଇସ୍ରାଏଲ ଉପରେ ଶାସନ ଶଲ୍ଲୁମଙ୍କ ମୃତ୍ୟୁ ପରେ ମନହେମ୍ ତିର୍ସାଠାରୁ, ତି‌‌‌‌ପ୍‌‌‌‌ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସେମାନେ ନଗରର ଫାଟକସବୁ ତାଙ୍କ ପାଇଁ ଖୋଲିବାକୁ ଅମାନ୍ୟ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ। ଯିହୁଦାରେ ଅସରିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଗାଦିଙ୍କର ପୁତ୍ର ମନହେମ୍ ଇସ୍ରାଏଲରେ ରାଜା ହେଲେ ଓ ସେ ଶମରିୟାରେ ଦଶ ବର୍ଷ ରାଜତ୍ୱ କଲେ। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହାସବୁ ପାପ ଓ ଘୃଣ୍ୟ, ସେସବୁ କର୍ମ କରି ଗ୍ଭଲିଲେ। ସେ କେବେହେଲେ ପାପ କରିବାରୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ଯାରବିୟାମ ଇସ୍ରାଏଲୀୟମାନଙ୍କୁ କରାଇଥିଲେ। ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ। ପୁଣି ମନହେମ୍ ଏହି ଟଙ୍କା ଇସ୍ରାଏଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାୟ କଲେ। ପ୍ରତ୍ୟେକ ଧନଶାଳୀ ଲୋକଠାରୁ ପଗ୍ଭଶ୍ ଶେକଲ ଲେଖାଏଁ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇସ୍ରାଏଲ ପରିତ୍ୟାଗ କଲେ ଓ ନିଜ ଦେଶକୁ ଫେରିଗଲେ। ମନହେ‌ମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କ୍ରିୟା ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମନହେ‌ମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିୟ ତାଙ୍କ ପଦରେ ରାଜ୍ୟ କଲେ। ଇସ୍ରାଏଲରେ ପକହିୟଙ୍କ ଶାସନ ଯିହୁଦାର ଅସରିୟଙ୍କ ରାଜତ୍ୱର ପଗ୍ଭଶ୍ ବର୍ଷରେ ମନହେ‌ମଙ୍କ ପୁତ୍ର ପକହିୟ ଇସ୍ରାଏଲରେ ରାଜା ହେଲେ ଓ ସେ ଦୁଇ ବର୍ଷ ଶମରିୟାରେ ଶାସନ କଲେ। ପକହିୟ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ କଲେ। ସେ ପାପ କାର୍ଯ୍ୟରୁ ବିମୁଖ ହେଲେ ନାହିଁ, ଯାହା ଯାରବିୟାମ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ରମଲିୟଙ୍କ ପୁତ୍ର ପେକହ, ପେକହିୟଙ୍କର ସୈନ୍ୟବାହିନୀର ଜଣେ ସେନାପତି ରାଜପ୍ରାସାଦ ରେ ପେକହିୟକୁ ହତ୍ୟା କଲେ। ଯେତେବେଳେ ରାଜାଙ୍କୁ ସେ ହତ୍ୟା କଲେ, ତାଙ୍କ ସହିତ ପଗ୍ଭଶ୍ ଗିଲିୟଦୀୟ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ। ଏହି ପକହିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଇସ୍ରାଏଲରେ ପେକହଙ୍କ ଶାସନ ଯିହୁଦାରେ ଅସରିୟଙ୍କର ରାଜତ୍ୱର ବାବନ ବର୍ଷରେ ରମଲିୟଙ୍କର ପୁତ୍ର ପେକହ ଶମରିୟାରେ ଇସ୍ରାଏଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ ଶାସନ କଲେ। ପେକହ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ। ଆଉ ସେ ମଧ୍ୟ ନବାଟଙ୍କ ପୁତ୍ର ଯାରବିୟାମ ପରି ଇସ୍ରାଏଲୀୟମାନଙ୍କୁ ପାପ କରାଇଲେ। ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା। ଏହା ପରେ ଏଲାଙ୍କର ପୁତ୍ର ହୋଶେୟ ରମଲିୟଙ୍କର ପୁତ୍ର ପେକହଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ୱର କୋଡ଼ିଏ ବର୍ଷରେ ତାଙ୍କର ପଦରେ ରାଜ୍ୟ କଲେ। ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯୋଥମଙ୍କ ଯିହୁଦାରେ ଶାସନ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ। ଯୋଥମ୍ ପଚିଶ୍ ବର୍ଷ ବୟସରେ ରାଜା ହେଲେ ଓ ଷୋହଳ ବର୍ଷ ଯିରୁଶାଲମରେ ରାଜ୍ୟ ଶାସନ କଲେ। ତାଙ୍କର ମାତାଙ୍କ ନାମ ଯିରୁଶା ଓ ସେ ସାଦୋକର କନ୍ୟା ଥିଲେ। ଯୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ଉଚ୍ଚସ୍ଥଳୀଗୁଡ଼ିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ୟ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ୍ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ୱାର ନିର୍ମାଣ କଲେ। ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିୟା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀ‌ନ୍‌କୁ ଓ ରମଲିୟର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ। ଅନନ୍ତର ଯୋଥମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦରେ ରାଜ୍ୟ କଲେ। ଆହସ ଯିହୁଦାର ରାଜା ହୁଅନ୍ତି ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ। ଆହାସଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ସେ ରାଜା ହେଲେ ଓ ଯିରୁଶାଲମରେ ଷୋହଳ ବର୍ଷ ରାଜ୍ୟ କଲେ। ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ନ ଥିଲେ। ସେ କୁକର୍ମମାନ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉଚିତ୍ ନ ଥିଲା। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପରି ବସବାସ କଲେ। ଜଘନ୍ୟ ପାପ ପ୍ରଥା ଅନୁସାରେ ସେ ତାଙ୍କର ପୁତ୍ରକୁ ଅଗ୍ନିରେ ବଳିଦାନ କଲେ। ଯାହା ଜାତିମାନଙ୍କ ଦ୍ୱାରା ଅନୁକରଣ ହୋଇଥିଲା, ତେଣୁ ସଦାପ୍ରଭୁ ଭୂମିରୁ ସେମାନଙ୍କୁ ଜୋର୍ କରି ତଡ଼ି ଦେଲେ, ଯେତେବେଳେ ଇସ୍ରାଏଲମାନେ ଆସିଲେ। ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ। ସେତେବେଳେ ଅରାମର ରାଜା ର‌ତ୍‌ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। ସେ ସମୟରେ ଅରାମର ରାଜା ର‌ତ୍‌ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀମାନଙ୍କୁ ଏଲ‌ତ୍‌ରୁ ତଡ଼ି ଦେଲେ। ସେଠାରେ ଅରାମୀୟମାନେ ଆସି ଅଦ୍ୟାବଧି ବାସ କରୁଛନ୍ତି। ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।” ଆଉ ମଧ୍ୟ ଆହସ୍ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସୁବର୍ଣ୍ଣ ଓ ରୌପ୍ୟ ନେଲେ ଓ ଅଶୂରର ରାଜା ନିକଟକୁ ଉପହାର ସ୍ୱରୂପ ପଠାଇଲେ। ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ। ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା’ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ। ତା’ପରେ ଯାଜକ ଉରିୟ ରାଜା ଆହାସ ଦମ୍ମେଶକରୁ ପଠାଇଥିବା ଯଜ୍ଞବେଦିର ନମୁନା ଅନୁସାରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା। ରାଜା ଆହାସ୍ ଯେତେବେଳେ ଦମ୍ମେଶକରୁ ଆସିଲେ। ସେ ଯଜ୍ଞବେଦି ଦେଖିଲେ ଓ ଯଜ୍ଞବେଦି ନିକଟକୁ ଯାଇ ତା’ ଉପରେ ବଳିଦାନ କଲେ। ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଭକ୍ଷ୍ୟ ନୈବେଦ୍ୟ ଦ‌ଗ୍‌ଧ କରି, ଆପଣା ପେୟନୈବେଦ୍ୟ ଢାଳି ଓ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଯଜ୍ଞବେଦି ଉପରେ ଛିଞ୍ଚିଲେ। ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦି ଆଣିଲେ, ଯେଉଁଟାକି ଆହା‌‌ସ୍‌‌ଙ୍କ ଯଜ୍ଞବେଦି ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ୟସ୍ଥଳରେ ଥିଲା। ଏହା ତାଙ୍କର ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ରଖିଲେ। ରାଜା ଆହସ୍ ଉରିୟ ଯାଜକଙ୍କୁ ଆଦେଶ ଦେଲେ, “ପ୍ରଭାତ କାଳୀନ ହୋମବଳି, ସନ୍ଧ୍ୟାକାଳୀନ ଭକ୍ଷ୍ୟନୈବେଦ୍ୟ, ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ଲୋକଙ୍କ ହୋମବଳି, ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ତୁମ୍ଭେ ଦ‌ଗ୍‌ଧ କରିବା ଉଚିତ୍ ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ଅନ୍ୟ ନୈବେଦ୍ୟ ବୃହତ୍ ଯଜ୍ଞବେଦି ଉପରେ ଛିଞ୍ଚ। କିନ୍ତୁ ମୁଁ ପରମେଶ୍ୱରଙ୍କଠାରୁ ଉତ୍ତର ପାଇବାକୁ ପିତ୍ତଳ ଯଜ୍ଞବେଦି ବ୍ୟବହାର କରିବି” ଯାଜକ ଉରିୟ ରାଜା ଆହାସଙ୍କ ଆଜ୍ଞାନୁସାରେ ସମସ୍ତ କାର୍ଯ୍ୟ କଲେ। ପୁଣି ଆହାସ୍ ରାଜା ବୈଠିକିଗୁଡ଼ିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲେ। ଆଉ ବଡ଼ ଟ୍ୟାଙ୍କ୍ ତଳେ ଯେଉଁ ପିତ୍ତଳ ନିର୍ମିତ ଷଣ୍ଢ ଥିଲା, ସେସବୁର ଉପରୁ ତାକୁ ନେଇ ଏକ ପ୍ରସ୍ତର ଚଟାଣ ଉପରେ ରଖିଲେ। ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ। ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଆହାସଙ୍କର ମୃତ୍ୟୁ ହେଲା ଓ ସେ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ହିଜକିୟ ଶାସନ କଲେ। ଇସ୍ରାଏଲରେ ହୋଶେୟଙ୍କ ଶାସନ ଆରମ୍ଭ ଯିହୁଦାରେ ଆହସଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରିୟାରେ ଇସ୍ରାଏଲ ଉପରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ ଓ ସେ ନଅ ବର୍ଷ ରାଜତ୍ୱ କଲେ। ହୋଶେୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ମାତ୍ର ତାଙ୍କ ପୂର୍ବରୁ ଶାସନ କରୁଥିବା ଇସ୍ରାଏଲ ରାଜାମାନଙ୍କ ପରି ସେ ଖରାପ ନ ଥିଲେ। ତାଙ୍କ ବିରୁଦ୍ଧରେ ଅଶୂରର ରାଜା ସ‌ଲ୍‌‌‌ମନେଷର ଯୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧୀନସ୍ଥ କଲେ। ତେଣୁ ହୋଶେୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ୟକ୍ତିଗତ ଭାବରେ ଦାନ ଦେଲେ। ପରେ ହୋଶେୟ ମିଶରର ରାଜା ସୋଙ୍କ ନିକଟକୁ ଦୂତ ପଠାଇ ସାହାଯ୍ୟ ପାଇଁ ପଗ୍ଭରିଲେ। ଅଶୂରର ରାଜା ହୋଶେୟଙ୍କର ଏ ଚକ୍ରାନ୍ତ ବିଷୟରେ ଜାଣିବାକୁ ପାଇଲେ। ହୋଶେୟ ମଧ୍ୟ ତାଙ୍କ ନିକଟକୁ ଏହି ବର୍ଷ ବାର୍ଷିକ ଭେଟି ପଠାଇଲେ ନାହିଁ। ଏଣୁ ଅଶୂରର ରାଜା ହୋଶେୟଙ୍କୁ ବନ୍ଦୀ କରି କରାଗାରରେ ରଖିଲେ। ଅଶୁରର ରାଜା ଇସ୍ରାଏଲର ବହୁସ୍ଥାନଗୁଡ଼ିକୁ ଆକ୍ରମଣ କଲେ ଓ ଶମରିୟାକୁ ଆସି ତା’ ବିରୁଦ୍ଧରେ ତିନି ବର୍ଷ ଧରି ଯୁଦ୍ଧ କଲେ। ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଅଶୂରର ରାଜା ଶମରିୟା ଅଧିକାର କଲେ। ସେ ଇସ୍ରାଏଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା ଓ ସେମାନଙ୍କୁ ଗୋଶୋନ ନଗରର ହାବୋର ନଦୀର ହଲହରେ ଓ ମାଦୀୟମାନଙ୍କ ନାନା ଦେଶରେ ରଖିଲେ। ଏସବୁ ଘଟିବାର କାରଣ ହେଲା ଇସ୍ରାଏଲୀୟମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପକର୍ମ କରିଥିଲେ। ଯେଉଁ ସଦାପ୍ରଭୁ ସେମାନଙ୍କୁ ମିଶରରୁ ଆଣି ଥିଲେ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିଥିଲେ, ସେମାନେ ତାଙ୍କୁ ପୂଜା ନ କରି ଅନ୍ୟ ଦେବତାମାନଙ୍କୁ ପୂଜା କଲେ। ଜାତିମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟଗୁଡ଼ିକ ସେମାନେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ, ଯେତେବେଳେ ଇସ୍ରାଏଲ ଲୋକମାନେ ଆସିଲେ। ଆଉ ମଧ୍ୟ ଇସ୍ରାଏଲୀୟମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଗୁପ୍ତ ପାପରେ ଲିପ୍ତ ହେଲେ। ପୁଣି ଦୁର୍ଗଠାରୁ ଆରମ୍ଭ କରି ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଚ୍ଚସ୍ଥଳୀମାନ ସେମାନେ ନିର୍ମାଣ କଲେ। ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଉପରେ ଓ ପ୍ରତ୍ୟେକ ହରିତ୍ ବର୍ଣ୍ଣ ବୃକ୍ଷମୂଳରେ ସ୍ମରଣାର୍ଥକ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ। ପୁଣି ସେଠାରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କରେ ସଦାପ୍ରଭୁଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଦେଶୀୟମାନଙ୍କ ପରି ସେମାନେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ। “ପୁଣି ତୁମ୍ଭେମାନେ ଏହି କର୍ମ କରିବ ନାହିଁ, ଏହିରୂପେ ଯେଉଁ ଦେବତାମାନଙ୍କ ବିଷୟରେ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ପୂଜା କଲେ।” ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।” ମାତ୍ର ସେମାନେ ଶୁଣିଲେ ନାହିଁ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ପରି ଅବାଧ୍ୟ ହେଲେ। ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସେମାନଙ୍କର ପରମେଶ୍ୱର ଏହା ବିଶ୍ୱାସ କଲେ ନାହିଁ। ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ସେମାନଙ୍କ ପିତୃଗଣଙ୍କ ସହିତ କୃତ ତାଙ୍କର ନିୟମ ଓ ସେମାନଙ୍କର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ସେମାନେ ସଦାପ୍ରଭୁଙ୍କ ଚେତାବନୀ ଶୁଣିବାକୁ ଅମାନ୍ୟ କଲେ। ସେମାନେ ମୂଲ୍ୟହୀନ ମୂର୍ତ୍ତିଗୁଡ଼ିକୁ ଅନୁସରଣ କଲେ, ପୂଜା କଲେ ଏବଂ ସେମାନେ ନିଜେ ମୂଲ୍ୟହୀନ ହୋଇଗଲେ। ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସେମାନଙ୍କୁ ଆଦେଶ ଦେଇଥିଲେ, “ସେମାନେ ଯାହା କରନ୍ତି ତୁମ୍ଭେମାନେ ତାହା କର ନାହିଁ।” ଯାହା ସଦାପ୍ରଭୁ ସେମାନଙ୍କୁ କରିବାକୁ ମନା କରିଥିଲେ, ସେମାନେ ତାହା କଲେ। ପୁଣି ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ତ୍ୟାଗ କଲେ। ସେମାନେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ସେମାନେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବା‌ଲ୍‌‌‌ର ସେବା କଲେ। ଆଉ ସେମାନେ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ବଳିଦାନ କଲେ। ସେମାନେ ଭବିଷ୍ୟ‌ଦ୍‌ବାଣୀ କରିବା ପାଇଁ ଯାଦୁବିଦ୍ୟା, ଡାହାଣି ବିଦ୍ୟା ଓ ଜ୍ୟୋତିଷବିଦ୍ୟାଗୁଡ଼ିକ ବ୍ୟବହାର କଲେ। ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ସେମାନେ ନିଜକୁ ବିକ୍ରୟ କଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତ୍ୟନ୍ତ କ୍ରୋଧ ହେଲେ ଓ ସେମାନଙ୍କୁ ନିଜ ଦୃଷ୍ଟିରୁ ଦୂରେଇ ଦେଲେ। କେବଳ ଯିହୁଦାର ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ। ଯିହୁଦାର ଲୋକମାନେ ମଧ୍ୟ ଅପରାଧୀ ଏବଂ ଏପରିକି ଯିହୁଦାର ଲୋକମାନେ ମଧ୍ୟ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ମାନିଲେ ନାହିଁ। ସେମାନେ ଇସ୍ରାଏଲର ଲୋକମାନଙ୍କର ପ୍ରଥାକୁ ଅନୁସରଣ କଲେ। ଏଣୁ ସଦାପ୍ରଭୁ ସମସ୍ତ ଇସ୍ରାଏଲୀୟଙ୍କୁ ଅଗ୍ରାହ୍ୟ କଲେ। ସେ ସେମାନଙ୍କୁ କ୍ଳେଶ ଦେଲେ। ସେମାନଙ୍କୁ ବିନାଶକାରୀମାନଙ୍କ ହସ୍ତରେ ସମର୍ପଣ କଲେ। ଶେଷରେ ସେ ସେମାନଙ୍କୁ ନିଜ ଦୃଷ୍ଟି ପଥରୁ ଦୂରେଇ ଦେଲେ ଓ ସେମାନଙ୍କୁ ପରିତ୍ୟାଗ କଲେ। ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇସ୍ରାଏଲକୁ ଛିନ୍ନ କଲେ। ଆଉ ସେମାନେ ନବାଟର ପୁତ୍ର ଯାରବିୟାମଙ୍କୁ ସେମାନଙ୍କର ରାଜା କଲେ। ଯାରବିୟାମ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ନିବୃତ୍ତ କଲେ ଓ ସେମାନଙ୍କୁ ମହାପାପ କରାଇଲେ। ତେଣୁ ଇସ୍ରାଏଲୀୟମାନେ ଯାରବିୟାମଙ୍କ କୃତ ସମସ୍ତ ପାପ କଲେ। ସେମାନେ ତାଙ୍କ ସେହି ପାପଗୁଡ଼ିକ କରିବାରୁ ବିମୁଖ ହେଲେ ନାହିଁ। ଶେଷରେ ସଦାପ୍ରଭୁ ଆପଣା ଭବିଷ୍ୟ‌ଦ୍‌ବକ୍ତା ସେବକମାନଙ୍କ ଦ୍ୱାରା ଯେପରି କହିଥିଲେ ତଦନୁସାରେ ଇସ୍ରାଏଲକୁ ସେ ନିଜ କୃପାଦୃଷ୍ଟିରୁ ଦୂରେଇ ଦେଲେ। ତେଣୁ ଇସ୍ରାଏଲୀୟମାନେ ଇସ୍ରାଏଲରୁ ନିର୍ବାସିତ ହୋଇ ଅଶୂରରେ ରହିଲେ। ସେମାନେ ଆଜିଯାଏ ସେଠାରେ ରହି ଆସୁଛନ୍ତି। Foreigners Settle in Israel ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅବ୍ବା, ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲୀୟମାନଙ୍କ ବଦଳରେ ଶମରିୟାର ବିଭିନ୍ନ ନଗରରେ ସ୍ଥାପନ କଲେ। ତହୁଁ ସେମାନେ ଶମରିୟା ଅଧିକାର କରି ସେଠାରେ ନାନା ନଗରରେ ବାସ କଲେ। ଏହି ଲୋକମାନେ ଶମରିୟାରେ ଯେତେବେଳେ ବାସ କରିବାକୁ ଆରମ୍ଭ କଲେ ସେତେବେଳେ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସେମାନଙ୍କୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ। ଏଣୁ କେତେକ ଲୋକ ଅଶୁରର ରାଜାକୁ କହିଲେ, “ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିୟାରେ ରଖିଲେ, ସେହି ଦେଶର ଦେବତାମାନଙ୍କର ନିୟମ ଜାଣନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ହତ୍ୟା କରିବାକୁ ପଠାଉଛନ୍ତି। କାରଣ ସେହି ଲୋକମାନେ ସେହି ଦେଶର ଦେବତାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ।” ତେଣୁ ଅଶୂର ରାଜା ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ବାଛିଅଛ, ସେମାନଙ୍କ ମଧ୍ୟରୁ ସେଠାକୁ ନେଇଯାଅ। ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେ ସ୍ୱଦେଶୀୟ ଦେବତାର ବିଧି ଲୋକମାନଙ୍କୁ ଶିଖାଉ।” ତେଣୁ ଅଶୂରର ଲୋକମାନେ ଶମରିୟାରୁ ଆଣିଥିବା ଯାଜକମାନଙ୍କ ମଧ୍ୟରୁ ଜଣକୁ ବୈଥେ‌ଲ୍‌କୁ ନେଇଗଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟ କରିବା ଉଚିତ୍, ତାହା ସେମାନଙ୍କୁ ଶିକ୍ଷା ଦେଲେ। ମାତ୍ର ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଦେବତା ନିର୍ମାଣ କଲେ। ସେମାନେ ତାଙ୍କର ଦେବତାମାନଙ୍କୁ ଉଚ୍ଚସ୍ଥାନମାନଙ୍କରେ ପୂଜା କଲେ। ଯେଉଁସବୁ ମନ୍ଦିର ଶମରିୟାର ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ୟରୁ ସେମାନେ ମିଥ୍ୟା ଦେବତାମାନଙ୍କୁ ସେମାନଙ୍କର ସମସ୍ତ ନଗରଗୁଡ଼ିକରେ ସ୍ଥାପନ କଲେ। ଯେଉଁଠାରେ ସେମାନେ ବାସସ୍ଥଳୀ କଲେ। ପୁଣି ବାବିଲୀୟ ଲୋକମାନେ ସୁ‌କ୍‌କୋତ୍-ବନୋତ୍ ମିଥ୍ୟା ଦେବତା ତିଆରି କଲେ। ହମାତୀୟ ଲୋକମାନେ ଅଶୀମା ମିଥ୍ୟା ଦେବତା ତିଆରି କଲେ ଓ କୂଥୀୟ ଲୋକମାନେ ମଧ୍ୟ ନେର୍ଗଲ ମିଥ୍ୟା ଦେବତା ମାନ ତିଆରି କଲେ। ଅବ୍ବୀୟ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ୟା ଦେବତାମାନଙ୍କୁ ତିଆରି କଲେ ଓ ସମ୍ପର୍କୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍ ଓ ଅନମ୍ମେଲକ୍ ଦେବତାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜ ସନ୍ତାନମାନଙ୍କୁ ଦ‌ଗ୍‌ଧ କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ଉଚ୍ଚସ୍ଥଳୀରେ ଯାଜକଗଣଙ୍କୁ ନିଯୁକ୍ତ କଲେ। ସେମାନେ ସେମାନଙ୍କୁ ଲୋକମାନଙ୍କ ମଧ୍ୟରୁ ବାଛିଲେ। ଏହି ଯାଜକମାନେ ସେହି ଉଚ୍ଚସ୍ଥଳୀରେ ମନ୍ଦିରସବୁରେ ପଶୁଗୁଡ଼ିକ ବଳିଦାନ କଲେ। ସେମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସେମାନେ ମଧ୍ୟ ସେମାନଙ୍କର ଦେଶର ଦେବତାମାନଙ୍କର ସେବା କଲେ। ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇସ୍ରାଏଲୀୟମାନଙ୍କର ବିଧି ଓ ଆଜ୍ଞା ସେମାନେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇସ୍ରାଏଲ ନାମ ଦେଇଥିଲେ। ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି। ଇସ୍ରାଏଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ନିଶ୍ଚୟ ପୂଜା କରିବ ନାହିଁ କିମ୍ବା ସେମାନଙ୍କର ସେବା କରିବ ନାହିଁ। ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଭୟ କରିବ ନାହିଁ କିମ୍ବା ସେମାନଙ୍କର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ। ତୁମ୍ଭେମାନେ କେବଳ ସଦାପ୍ରଭୁଙ୍କୁ ନିଶ୍ଚୟ ଭୟ କରିବ, ଯିଏ ମହାପରାକ୍ରମ ଦ୍ୱାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭେମାନେ ନିଶ୍ଚୟ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ। ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେଉଁ ଯେଉଁ ବିଧି, ଶାସନବ୍ୟବସ୍ଥା ଓ ଶିକ୍ଷାସମୂହ ଲେଖି ଅଛନ୍ତି। ତୁମ୍ଭେମାନେ ତାହା ସଦାକାଳ ପାଳନ କରିବାକୁ ମନୋଯୋଗ କରିବ। ଆଉ ଅନ୍ୟ ଦେବଗଣଙ୍କୁ ତୁମ୍ଭେମାନେ ଭୟ କରିବ ନାହିଁ। ମୁଁ ତୁମ୍ଭମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି, ତୁମ୍ଭେମାନେ ପାଶୋରିବା ଉଚିତ୍ ନୁହଁ। ଅନ୍ୟ ଦେବତାମାନଙ୍କୁ ତୁମ୍ଭେମାନେ ଭୟ କିମ୍ବା ସମ୍ମାନ କରିବା ଉଚିତ୍ ନୁହଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ କେବଳ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତ୍ରୁଠାରୁ ଉଦ୍ଧାର କରିବେ।” ମାତ୍ର ଇସ୍ରାଏଲୀୟମାନେ ତାହା ଶୁଣିଲେ ନାହିଁ। ସେମାନେ ପୂର୍ବ ରୀତି ଅନୁସାରେ କାର୍ଯ୍ୟ କରି ଗ୍ଭଲିଲେ। ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସେମାନେ ମଧ୍ୟ ଭଣ୍ତ ଦେବତାମାନଙ୍କର ସେବା କଲେ। ସେମାନଙ୍କର ପୁତ୍ର ଓ ପୌତ୍ରଗଣ ମଧ୍ୟ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସେହିପରି କାର୍ଯ୍ୟ କରି ଆସୁଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଏହିସବୁ କରୁଛନ୍ତି। ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ। ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ। ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ। ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ। ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ। ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଅଶୂରୀୟମାନଙ୍କ ଶମରିୟା ଅଧିକାର ଅନନ୍ତର ଯିହୁଦାର ରାଜା ହିଜକିୟଙ୍କର ରାଜତ୍ୱର ଚତୁର୍ଥ ବର୍ଷରେ ଓ ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ୱର ସପ୍ତମ ବର୍ଷରେ ଅଶୂରର ରାଜା ସ‌ଲ୍‌‌‌ମନେଷର ଶମରିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ତାଙ୍କୁ ଅବରୋଧ କଲେ। ତୃତୀୟ ବର୍ଷ ଶେଷରେ ସେମାନେ ତାକୁ ଅଧିକାର କଲେ। ହିଜକିୟଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଓ ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଏହା ଅଧିକୃତ ହେଲା। ଏହା ପରେ ଅଶୂରର ରାଜା ଇସ୍ରାଏଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନେଇ ହଲହରେ, ହାବୋରରେ, (ଗୋଶନ୍ ନଦୀ କୂଳରେ) ଓ ମାଦୀୟମାନଙ୍କ ବିଭିନ୍ନ ନଗରରେ ସେମାନଙ୍କୁ ରଖିଲେ। ଏସବୁ ଘଟିବାର କାରଣ ହେଲା ସେମାନେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସେମାନେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ। ଅଶୂର ଯିହୁଦା ଅଧିକାର କରିବାକୁ ପ୍ରସ୍ତୁତ ହୁଏ ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସ‌ନ୍‌ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ। ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀ‌ଶ୍‌କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ’ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ। ତେଣୁ ହିଜକିୟ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରମାନରେ ଥିବା ସମସ୍ତ ରୂପା ତାଙ୍କୁ ଦେଇ ଦେଲେ। ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ଦେଶରେ ଓ ସ୍ତମ୍ଭମାନଙ୍କରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ। ଅଶୂରର ରାଜା ଯିରୁଶାଲମକୁ ଲୋକ ପ୍ରେରଣ କରନ୍ତି ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ର‌ବ୍‌ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ। ପୁଣି ସେମାନେ ରାଜା ହି‌ଲ୍‌‌‌କିୟଙ୍କୁ ଡାକନ୍ତେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ। ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ର‌ବ୍‌ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି, ‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ? ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ? ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ। ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।” ‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ। ‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’” ତା’ପରେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍‌ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।” କିନ୍ତୁ ଆଦେଶକାରୀ ସେମାନଙ୍କୁ କହିଲେ, “ମୋର ମହାଶୟ କେବଳ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ୟ ମୁଁ କହିବି। ମୁଁ ସେମାନଙ୍କୁ ଜଣାଇଦେବାକୁ ଗ୍ଭହେଁ ଯେ, ସେମାନେ ତୁମ୍ଭମାନଙ୍କ ସହିତ ସେମାନଙ୍କର ବିଷ୍ଠା ଖାଇବେ ଓ ସେମାନଙ୍କର ମୂତ୍ର ପିଇବେ।” ତା’ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ, ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ। ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।” ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା’ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା’ର ନିଜ କୂଅରୁ ଜଳପାନ କରି ପାରିବ। ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ। ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’ ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା! ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା! ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ’ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?” ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍‌ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।” ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ। ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସହିତ ହିଜକିୟଙ୍କର ପରାମର୍ଶ ରାଜା ହିଜକିୟ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ୟସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍‌ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ। ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।” ହିଜକିୟଙ୍କର ଉଚ୍ଚ ଅଧିକାରୀମାନେ ଯିଶାଇୟଙ୍କୁ ଦେଖିବାକୁ ଗଲେ। ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭର ମହାଶୟ ହିଜକିୟଙ୍କୁ ଏହି ସମ୍ବାଦ ଦିଅ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥାରେ ଭୀତ ହୁଅ ନାହିଁ।” ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା’ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା’ର ନିଜ ଦେଶରେ ‌‌ଖ‌ଡ଼୍‌ଗ ଦ୍ୱାରା ବଧ କରିବି।’” ଅଶୂରର ରାଜାର ପୁନର୍ବାର ହିଜକିୟଙ୍କୁ ସତର୍କବାଣୀ ଅନନ୍ତର ଅଶୂରୀୟ ରାଜା ଲାଖୀ‌ଶ୍‌କୁ ପ୍ରସ୍ଥାନ କରିଛି ବୋଲି ର‌ବ୍‌ଶାକି ଶୁଣି ଫେରିଗଲା ଓ ଲି‌ବ୍‌ନା ବିରୁଦ୍ଧରେ ତାକୁ ଯୁଦ୍ଧ କରୁଥିବାର ଦେଖିଲା। ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି ଜନରବ ଶୁଣିଲା, “ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତେଣୁ ଅଶୂରର ରାଜା ପୁନର୍ବାର ହିଜକିୟ ନିକଟକୁ ଦୂତମାନଙ୍କୁ ପଠାଇ କହିଲା। “ତୁମ୍ଭେମାନେ ଯିହୁଦାର ରାଜା ହିଜକିୟଙ୍କୁ ଏହିକଥା କହିବ, ‘ତୁମ୍ଭର ପରମେଶ୍ୱର ଯାହାଙ୍କୁ ବିଶ୍ୱାସ କର ତୁମ୍ଭମାନଙ୍କୁ କଥାରେ ଭୁଲ୍ ବାଟରେ ନ ନିଅନ୍ତୁ, ଯିରୁଶାଲମ ଅଶୂରୀୟ ରାଜାଙ୍କ ଦ୍ୱାରା ଅଧିକୃତ ହେବ ନାହିଁ। ଦେଖ, ତୁମ୍ଭେମାନେ ମଧ୍ୟ ଶୁଣିଅଛ ଯେ, ଅଶୂରୀୟ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଅଛନ୍ତି। ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ନା! ଆଉ ମଧ୍ୟ ମୋର ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେ‌ତ୍‌ସଫ ଦେଶୀୟମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସେମାନଙ୍କର ଦେବତାଗଣ ସେମାନଙ୍କୁ ଉଦ୍ଧାର କରି ପାରିଲେ ନାହିଁ? ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବୟିମ, ହେନା ଓ ଅବ୍ବାର ରାଜଗଣ? ସେମାନେ ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି।’” ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା’ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ। ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ଏ ସମଗ୍ର ବିଶ୍ୱର ପରମେଶ୍ୱର ଅଟ। ଆଉ ମଧ୍ୟ ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସ‌ନ୍‌ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ। ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶକୁ ଧ୍ୱଂସ କରିଅଛନ୍ତି। ଅଶୂରର ରାଜାମାନେ ସେମାନଙ୍କ ଜାତିର ଦେବତାଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧିଭୂତ କଲେ। ଅବଶ୍ୟ ସେମାନେ ପ୍ରକୃତ ଦେବତାଗଣ ନ ଥିଲେ। ମନୁଷ୍ୟକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସେହି ରାଜାମାନେ ସେଗୁଡ଼ିକୁ ବିନାଶ କଲେ। ତେଣୁ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।” ହିଜକିୟଙ୍କୁ ସଦାପ୍ରଭୁଙ୍କର ଉତ୍ତର ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସ‌ନ୍‌ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ। “ଏହା ହେଉଛି ସ‌ନ୍‌ହେରୀବ୍ ବିଷୟରେ ସଦାପ୍ରଭୁଙ୍କ ବାର୍ତ୍ତା: ‘ସିୟୋନର ଅନୁଢ଼ା କନ୍ୟା ତୁମ୍ଭକୁ ତାଚ୍ଛଲ୍ୟ କରେ। ସେ ତୁମ୍ଭକୁ ପରିହାସ କରିଅଛି। ଯିରୁଶାଲମର କନ୍ୟା ତୁମ୍ଭ ଆଡ଼େ ତୁମ୍ଭକୁ ମୁଣ୍ତ ହଲାଇ ଅଛି। କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧରେ କହିଲା? ତେଣୁ ତୁମ୍ଭେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ଯ୍ୟ କଲ। ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ଧି‌କ୍‌କାର କରିଅଛ। ତୁମ୍ଭେ କହିଲ, “ମୁଁ ମୋର ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଆସିଲି। ମୁଁ ଲିବାନୋ‌ନ୍‌ର ଅଭ୍ୟନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏର‌‌‌ସବୃକ୍ଷ ଓ ତାହାର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ଲିବାନୋ‌ନ୍‌ର ଉର୍ଦ୍ଧକୁ ଗଲି। ଆମ୍ଭେ ନୂତନ ସ୍ଥାନରେ କୂପ ଖୋଳିଅଛୁ ଓ ଜଳପାନ କରିଅଛୁ। ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିଅଛୁ ଓ ଦେଶରେ ପଦ ଗ୍ଭରଣ କରିଅଛୁ।” ତୁମ୍ଭେ କ’ଣ ଏହା ଶୁଣି ନାହଁ, ପରମେଶ୍ୱର କ’ଣ କହିଲେ? ଯେ କିପରି ଆମ୍ଭେ ପୁରାତନ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ। ଆମ୍ଭେ ପ୍ରାଚୀର ବେଷ୍ଟିତ ନଗରମାନ ଧ୍ୱଂସ କରି ସେ ସବୁକୁ ଢିପ କରିବା। ଆମ୍ଭେ ଏହା ଘଟିବା ପାଇଁ କରିଅଛୁ। ଏଣୁ ସେ ନଗର ଗୁଡ଼ିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସେମାନେ ହତାଶ ଓ ଉ‌ଦ୍‌ବିଗ୍ନ ହେଲେ। ସେମାନେ କ୍ଷେତର ଶାକ ଓ ନବୀନ ତୃଣ ପରି, ଗୃହଛାତ ଉପରିସ୍ଥ ଘାସ ଏହା ବଢ଼ିବା ପୂର୍ବରୁ ଶୁଷ୍କ ହେଉଛି। ମାତ୍ର କେତେବେଳେ ତୁମ୍ଭର ବସିବାର, ବାହାରକୁ ଯିବାର ଭିତରକୁ ଆସିବାର ଓ ମୋ’ ସହିତ ତୁମ୍ଭ ଧୈର୍ଯ୍ୟଚ୍ୟୁତ ହେବାର ଆମ୍ଭେ ଜାଣୁ। ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧି‌କ୍‌କାର ଆମ୍ଭର କର୍ଣ୍ଣଗୋଚର ହୋଇଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକାରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠାଧରରେ ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସେହି ବାଟରେ ତୁମ୍ଭଙ୍କୁ ଫେରାଇ ଦେବା।’” ହିଜକିୟଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା “ହେ ହିଜକିୟ, ଏହା ତୁମ୍ଭ ପ୍ରତି ମୋର ସାହାଯ୍ୟର ଚିହ୍ନ ହେବ। ଏହି ବର୍ଷ ତୁମ୍ଭେମାନେ ସ୍ୱୟଂ କ୍ଷେତରେ ବଢ଼ିଥିବା ଶସ୍ୟ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ୟ କାଟିବ ଓ ତୁମ୍ଭଦ୍ୱାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ। ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସେମାନଙ୍କର ପରିବାରରେ କେହି ଗୁଣାରେ ବଢ଼ିପାଇବେ। ଅଳ୍ପ କେତେକ ମୃତ୍ୟୁରୁ ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ଯିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ। “ତେଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କୁହନ୍ତି। ‘ସେ ଏହି ନଗରକୁ ଆସିବ ନାହିଁ ନଗରରେ ତୀର ନିକ୍ଷେପ କରିବ ନାହିଁ। ସେ ଏହି ନଗର ବିରୁଦ୍ଧରେ ଢାଲ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡ଼ାଣିଆ ମଞ୍ଚ ନିର୍ମାଣ କରିବ ନାହିଁ। ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସେହି ବାଟରେ ଫେରିଯିବ। ସେ ଏ ନଗରକୁ ଆସିବ ନାହିଁ। ମୁଁ ଏହି ନଗରକୁ ରକ୍ଷା କରିବି। ମୋ’ ନିଜ ସକାଶେ ଓ ମୋର ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦେବି।’” ଅଶୂରୀୟ ସୈନ୍ୟବାହିନୀ ବିନାଶ ହୁଅନ୍ତି ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ। ତେଣୁ ଅଶୂରର ରାଜା ସ‌ନ୍‌ହେରୀବ୍ ପ୍ରସ୍ଥାନ କଲା ଓ ନିନିବୀରେ ଅବସ୍ଥାନ କଲା। ଏକଦା ସ‌ନ୍‌ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା’ର ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାହାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା’ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା। ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’” ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। “ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା’ପରେ ହିଜକିୟ ଅତିଶୟ ରୋଦନ କଲେ। ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, “ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ। ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’” ତା’ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।” ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ। ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?” ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।” ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।” ତା’ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା। ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ ସେ ସମୟରେ ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ। ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା। ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?” ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।” ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?” ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।” ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ। ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।” ତା’ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।” ହିଜକିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅନନ୍ତର ହିଜକିୟଙ୍କର ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ। ଯିହୁଦାରେ ମନଃଶିଙ୍କର କୁଶାସନର ଆରମ୍ଭ ମନଃଶି ବାରବର୍ଷ ବୟସରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହୀ‌ଫ୍‌ସୀବା ଥିଲା। ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିଲେ ସେହିମାନଙ୍କର ଘୃଣ୍ୟକର୍ମ ସେ କଲେ। ତାଙ୍କର ପିତା ହିଜକିୟ ଯେଉଁ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଥିଲେ, ସେ ପୁନର୍ବାର ସେଗୁଡ଼ିକୁ ନିର୍ମାଣ କଲେ। ଇସ୍ରାଏଲର ଆହାବ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ଆଉ ମଧ୍ୟ ସେ ସ୍ୱର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସେମାନଙ୍କର ସେବା କଲେ। ପୁଣି “ଆମ୍ଭେ ଯିରୁଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ମନ୍ଦିରରେ ସେ ଯଜ୍ଞବେଦି ନିର୍ମାଣ କଲେ। ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ। ମନଃଶି ଆପଣା ପୁତ୍ରକୁ ଅଗ୍ନିରେ ଉତ୍ସର୍ଗ କଲେ। ସେ ଶୁଭ ଶୁଭ କହିବାର ବିଦ୍ୟା, ଗଣକତା, ଯାଦୁବିଦ୍ୟା, ଭୂତ ପ୍ରେତ ଓ ଗୁଣୀ ଗାରେଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହେଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ, ଯଦ୍ଦ୍ୱାରା ସଦାପ୍ରଭୁ କ୍ରୋଧିତ ହେଲେ। ପୁଣି ମନଃଶି ଆଶେରାର ଏକ ଖୋଦିତ ମୂର୍ତ୍ତି ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିରରେ ସ୍ଥାପନ କଲେ। କିନ୍ତୁ ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ମୁଁ ସମଗ୍ର ଇସ୍ରାଏଲର ସମସ୍ତ ନଗରଠାରୁ ଯିରୁଶାଲମକୁ ମନୋନୀତ କରିଛି। ଯିରୁଶାଲମର ଏହି ମନ୍ଦିରରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ। ମୁଁ କେବେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଦେଶ ପରିତ୍ୟାଗ କରିବାର କାରଣ ହେବି ନାହିଁ, ଯାହା ମୁଁ ସେମାନଙ୍କର ପୂର୍ବପୁରୁଷଙ୍କୁ ଦେଇଅଛି। ମୁଁ ସେମାନଙ୍କୁ ସେଠାରେ ରହିବାକୁ ଦେବି, କେବଳ ଯଦି ସେମାନେ ମୋର ଆଜ୍ଞା ମାନନ୍ତି ଓ ମୋର ସେବକ ମୋଶା ସେମାନଙ୍କୁ କହିଥିବା ନିତି ନିୟମସବୁ ସେମାନେ ଅନୁସରଣ କରନ୍ତି।” ମାତ୍ର ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ ନାହିଁ। କିଣାନ ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସେମାନଙ୍କୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କୁ ବିନଷ୍ଟ କରାଗଲା, ଯେତେବେଳେ ଇସ୍ରାଏଲୀୟମାନେ ଦେଶକୁ ଆସିଲେ। ସଦାପ୍ରଭୁ ଆପଣା ସେବକ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଏହିକଥା କହିଲେ। “ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣାଯୋଗ୍ୟ କର୍ମ କରିଅଛି। ତାଙ୍କ ପୂର୍ବରୁ ଯେଉଁ ଇମୋରୀୟମାନେ ଥିଲେ ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିଅଛି। ତାଙ୍କର ପ୍ରତିମା ଆରାଧନା ଦ୍ୱାରା ସେ ଯିହୁଦାକୁ ପାପ କରାଇଛି। ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ ଆମ୍ଭେ ଯିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ଯିଏ ଏହି ବିଷୟରେ ଶୁଣିବ ଆଶ୍ଚର୍ଯ୍ୟ ହେବ।” ପୁଣି ଆମ୍ଭେ ଯିରୁଶାଲମ ଉପରେ ଶମରିୟାର ମାପ କରି ରେଖା ଟାଣିବା ଓ ଆହାବ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସେହିପରି ମୁଁ ଯିରୁଶାଲମକୁ ପୋଛି ପକାଇବି। ମୁଁ ମୋର ଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ୟାଗ କରିବି। ମୁଁ ସେମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରେ ସମର୍ପଣ କରିବି। ସେମାନଙ୍କର ଶତ୍ରୁଗଣ ସେମାନଙ୍କୁ ଲୁଟ୍ କରିବେ ଏବଂ ସେମାନେ ସେମାନଙ୍କୁ ବନ୍ଦୀରୂପେ ନେଇଯିବେ। କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି। ପୁଣି ସେମାନେ ସେମାନଙ୍କର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ କ୍ରୋଧ ଜନ୍ମାଇଛନ୍ତି। ପୁଣି ମନଃଶି ବହୁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଯିରୁଶାଲମରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍କର୍ମ କଲେ।’” ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅନନ୍ତର ମନଃଶି ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ “ଉଷର ଉଦ୍ୟାନରେ” କବର ପ୍ରାପ୍ତ ହେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଆମୋନ୍ ରାଜା ହେଲେ। ଆମୋ‌ନଙ୍କ ଅଳ୍ପ ସମୟ ଶାସନ ଆମୋନ୍ ବାଇଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ଯବଟା ନିବାସୀ ହାରୁଷଙ୍କ କନ୍ୟା ଥିଲେ। ଆମୋନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ତାଙ୍କ ପିତାଙ୍କ ପରି ବାସ କଲେ। ସେ ସେହି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ। ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ସେପରି ବାସ କଲେ ନାହିଁ। ଆମୋ‌ନଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହରେ ତାଙ୍କୁ ବଧ କଲେ। ମାତ୍ର ଜନ ସାଧାରଣ ସେହି ହତ୍ୟାକାରୀଙ୍କୁ, ଯେଉଁମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ ବଧ କଲେ। ତା’ପରେ ସେମାନେ ତାଙ୍କର ପୁତ୍ର ଯୋଶିୟଙ୍କୁ ତାଙ୍କ ପଦରେ ରାଜା କରାଇଲେ। ଏହି ଆମୋ‌ନଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଆମୋନ୍ ନିଜ ବଗିଗ୍ଭ ଉଷରରେ କବର ନେଲେ ଓ ତାଙ୍କ ପଦରେ ତାଙ୍କର ପୁତ୍ର ଯୋଶିୟ ରାଜା ହେଲେ। ଯିହୁଦାରେ ଯୋଶିୟଙ୍କ ଶାସନ ଆରମ୍ଭ ଯୋଶିୟ ଆଠ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଦୀଦା ଓ ସେ ବସ୍କତୀୟ ଅଦାୟଙ୍କର କନ୍ୟା ଥିଲେ। ଯୋଶିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ସୁକର୍ମ କଲେ ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କ ଶିକ୍ଷା ମାନ୍ୟ କଲେ। ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହା ସବୁ କଲେ। ମନ୍ଦିର ମରାମତି ପାଇଁ ଯୋଶିୟଙ୍କ ଆଦେଶ ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅ‌ତ୍‌ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ। “ତୁମ୍ଭେ ମହାଯାଜକ ହି‌ଲ୍‌‌‌କିୟ ନିକଟକୁ ଯାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଠିକି ଆଣ। ସେ ସେହି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରୀ ଦିଅନ୍ତୁ। ଆଉ ମଧ୍ୟ ସେ ମନ୍ଦିର ମରାମତିରେ ତତ୍ତ୍ୱବଧାରକ ଯାଜକ ମୁଦ୍ରା ଦିଅନ୍ତୁ। ସେହି ମୁଦ୍ରାକୁ ବଢ଼େଇ, ରାଜମିସ୍ତ୍ରି ଓ ପ୍ରସ୍ତର ଖୋଦନକାରୀଙ୍କୁ ଦେବାରେ ବ୍ୟବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣରେ ବ୍ୟବହୃତ କାଠ ଓ ଖୋଦିତ ପଥର କିଣିବାରେ ସେହି ମୁଦ୍ରାକୁ ବିନିଯୋଗ କରନ୍ତୁ। ସେହି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା’ର ହିସାବ ରଖାଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।” ବ୍ୟବସ୍ଥା ପୁସ୍ତକ ମନ୍ଦିରରୁ ପ୍ରାପ୍ତ ସେତେବେଳେ ମହାଯାଜକ ହି‌ଲ୍‌‌‌କିୟ ଶାଫନ୍ ସମ୍ପାଦକଙ୍କୁ କହିଲା, “ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ତା’ପରେ ଶାଫନ୍ ସେହି ପୁସ୍ତକ ପାଠ କଲେ। ଏହା ପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦେଲା, “ଆପଣଙ୍କ ସେବକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ୱାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।” ତା’ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, “ମହାଯାଜକ ହି‌ଲ୍‌‌‌କିୟ ଏହି ପୁସ୍ତକ ମୋତେ ଦେଇଛନ୍ତି।” ତା’ପରେ ଶାଫନ୍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା। ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକର ବାକ୍ୟ ଶ୍ରବଣ କରି ଆପଣା ଦୁଃଖ ଓ ବ୍ୟସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ। ତା’ପରେ ରାଜା ହି‌ଲ୍‌‌‌କିୟ ଯାଜକକୁ, ଶାଫ‌ନ୍‌ର ପୁତ୍ର ଅହୀକାମକୁ, ମିଖାୟର ପୁତ୍ର ଅ‌କ୍‌ବୋରକୁ, ଶାଫନ୍ ସମ୍ପାଦକ ଓ ଅସାୟ ନାମକ ରାଜ ଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ। ରାଜା ଯୋଶିୟ କହିଲେ, “ତୁମ୍ଭେମାନେ ଯାଅ, ସଦାପ୍ରଭୁଙ୍କୁ ପଗ୍ଭର ମୋ’ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ’ଣ କରିବୁ। ଏହି ପୁସ୍ତକ ବିଷୟରେ ପଗ୍ଭର। ପରମେଶ୍ୱର ଆମ୍ଭ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲେଖା ଥିଲା, ଆମ୍ଭର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନ ଥିଲେ।” ଯୋଶିୟ ଓ ଭବିଷ୍ୟ‌ଦ୍‌ବକ୍ତା ହୁଲଦା ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ। ତା’ପରେ ହୁଲଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ। ‘ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ୟ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା। କାରଣ ଯିହୁଦାର ଲୋକମାନେ ମୋତେ ପରିତ୍ୟାଗ କରିଛନ୍ତି। ସେମାନେ ଅନ୍ୟ ଦେବତାଗଣଙ୍କ ପାଦରେ ଧୂପ ଜଳାଇଛନ୍ତି। ସେମାନେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମୋତେ ଅତି କ୍ରୋଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ।’ “ଯିହୁଦାର ରାଜା ଯୋଶିୟ ସଦାପ୍ରଭୁଙ୍କୁ ପଗ୍ଭରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, ‘ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢ଼ି ଶୁଣିଛ, ମୋର ବାକ୍ୟଗୁଡ଼ିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷୟରେ ଥିଲା। ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନରେ ଘଟିବ। ଏହା ଶୁଣି ତୁମ୍ଭର ହୃଦୟ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମୋ’ ଛାମୁରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି। *** ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତିରେ ସେମାନଙ୍କ ସହିତ କବରରେ ସଂଗୃହୀତ ହେବ। ତୁମ୍ଭେ ଭୟଙ୍କର କ୍ଳେଶ ଦେଖିବ ନାହିଁ। କାରଣ ମୁଁ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।’” ଏହା ପରେ ସେମାନେ ପୁନର୍ବାର ରାଜାଙ୍କୁ ଏହି ସମାଗ୍ଭର ଦେଲେ। ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ। ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ। ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ। ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବା‌ଲ୍‌ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହି‌ଲ୍‌‌‌କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା’ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦ‌ଗ୍‌ଧ କଲେ ଓ ତାହାର ଭସ୍ମ ବୈଥେ‌ଲ୍‌କୁ ନେଇଗଲେ। ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବା‌ଲ୍‌‌‌ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ। ଆଉ ଯୋଶିୟ ସଦାପ୍ରଭୁଙ୍କ ମନ୍ଦିରରୁ ଆଶେରା ମୂର୍ତ୍ତି କାଢ଼ିନେଇ ଯିରୁଶାଲମର ବାହାରେ କିଦ୍ରୋଣ ନଦୀ ନିକଟକୁ ଆଣିଲେ। ସେଠାରେ ସେ ଏହାକୁ ଦ‌ଗ୍‌ଧ କଲେ ଓ ତାକୁ ପେଷି ଧୂଳି କଲେ। ସେହି ଚୂର୍ଣ୍ଣକୁ ନେଇ ସାମାନ୍ୟ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ। ତା’ପରେ ଯୋଶିୟ ରାଜା ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡ଼ିକ ବ୍ୟବହାର କଲେ ଓ ଆଶେରର ସମ୍ମାନ ପାଇଁ ଛୋଟ ଛାଉଣିର ପରଦା ନିର୍ମାଣ କଲେ ଏବଂ ସେଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଗଲା। ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।) *** ତୋଫତ୍ ବେନ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ମେଲକ ମିଥ୍ୟା ଦେବତାର ସମ୍ମାନାର୍ଥେ ଅଗ୍ନିରେ ହୋମ କଲେ। ଯେତେବେଳେ ଯୋଶିୟ ସେହି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହୋମ ସ୍ଥାନକୁ ଅଧିକ ସମୟ ବ୍ୟବହାର ପାଇଁ ବନ୍ଦ କଲେ। ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇ ଗଲେ ଓ ସେହି ସୂର୍ଯ୍ୟ ଦେବତାର ରଥଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କରାଗଲା। ଅତୀତରେ ଯିହୁଦାର ରାଜାମାନେ ଆହସର ଘରର କୋଠରୀର ଛାତ ଉପରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହରରେ ଯେଉଁ ଯଜ୍ଞବେଦିଗୁଡ଼ିକ ନିର୍ମାଣ କରିଥିଲେ ଯୋଶିୟ ସେ ସବୁକୁ ଭାଙ୍ଗି ଚୂର୍ଣ୍ଣ କଲେ ଓ ସେ ଧୂଳିକୁ ନେଇ କିଦ୍ରୋଣ ନଦୀରେ ନିକ୍ଷେପ କଲେ। ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା। ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ। ନବାଟଙ୍କ ପୁତ୍ର ଯାରବିୟାମ ବୈଥେ‌ଲ୍‌ରେ ଯେଉଁ ଯଜ୍ଞବେଦି ନିର୍ମାଣ କରି ଇସ୍ରାଏଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟ ସେହି ପ୍ରସ୍ତରକୁ ପେଷି ଚୂର୍ଣ୍ଣ କଲେ ଓ ଆଶେରା ମୂର୍ତ୍ତିକୁ ଦ‌ଗ୍‌ଧ କଲେ। ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦ‌ଗ୍‌ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି। ତା’ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ। ଯୋଶିୟ ପଗ୍ଭରିଲେ, “ଏହି ସମାଧି ପଥର କ’ଣ, ଯାହା ମୁଁ ଦେଖୁଅଛି?” ସହରର ଲୋକମାନେ ଉତ୍ତର ଦେଲେ, “ଏହା ପରମେଶ୍ୱରଙ୍କ ଲୋକଙ୍କ କବର, ଯିଏ ଯିହୁଦାରୁ ଆସିଲେ ଓ ବୈଥେ‌ଲ୍‌ରେ ତୁମ୍ଭେ କରିଥିବା ଯଜ୍ଞବେଦିର ବଳିଦାନ ଉପରେ ପୂର୍ବରୁ କହିଥିଲେ। ସେ ଏହା ବହୁତ ସମୟ ପୂର୍ବରୁ କହିଥିଲେ।” ତେଣୁ ରାଜା କହିଲେ, “ପରମେଶ୍ୱରଙ୍କ ଲୋକଙ୍କୁ ଏକା ଛାଡ଼ିଦିଅ! ତାଙ୍କର ଅସ୍ଥିଗୁଡ଼ିକୁ ସ୍ଥାନାନ୍ତର କର ନାହିଁ।” ତେଣୁ ସେମାନେ ସେଠାରେ ଶମରିୟାରୁ ଆଗତ ଭବିଷ୍ୟ‌ଦ୍‌ବକ୍ତାର ଅସ୍ଥି ସହିତ ତାଙ୍କର ଅସ୍ଥି ଛାଡ଼ି ଦେଲେ। ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିୟାର ନାନା ନଗରରେ ଉଚ୍ଚସ୍ଥଳୀମାନଙ୍କରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟ ସେ ସବୁ ଧ୍ୱଂସ କଲେ। ବୈଥେ‌ଲ୍‌ରେ ଯେପରି କରିଥିଲେ ସେଠାରେ ମଧ୍ୟ ସେହିପରି କଲେ। ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦ‌ଗ୍‌ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ। ଯିହୁଦାର ଲୋକେ ନିସ୍ତାରପର୍ବ ପାଳନ କରନ୍ତି ତା’ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, “ଏହି ନିୟମ ପୁସ୍ତକର ଯୁକ୍ତିନୁସାରେ ତୁମ୍ଭର ପରମେଶ୍ୱର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାରପର୍ବ ପାଳନ କର।” ପୂର୍ବଦିନଗୁଡ଼ିକରେ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳରେ ବିଗ୍ଭରକମାନେ ଇସ୍ରାଏଲରେ ଶାସନ କଲେ। ଏପରି ନିସ୍ତାରପର୍ବ ପାଳନ କେବେ ହୋଇ ନ ଥିଲା। ସେମାନେ ଯୋଶିୟ ରାଜାଙ୍କର ରାଜତ୍ୱର ଆଷ୍ଟାଦଶ ବର୍ଷରେ ଏହି ନିସ୍ତାରପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୁଶାଲମରେ ପାଳନ କଲେ। ଆହୁରି ଯୋଶିୟ ଯେପରି ସଦାପ୍ରଭୁଙ୍କ ମନ୍ଦିରରେ ହି‌ଲ୍‌‌‌କିୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ଯିରୁଶାଲମ ଦ୍ୱାରା ଆରାଧନା କରୁଥିବା ଯେଉଁ ସମସ୍ତ ମାଧ୍ୟମଗୁଡ଼ିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା ସେ ତାହା ସବୁ ଦୂର କଲେ। ଯୋଶିୟ ସର୍ବାନ୍ତଃକରଣରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଙ୍କ ପରି ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର କୌଣସି ରାଜା ନ ଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନ ଥିଲେ ଓ ତାଙ୍କ ପରେ କେହି ସେପରି ହେଲେ ନାହିଁ। କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ। ସଦାପ୍ରଭୁ କହିଲେ, “ମୁଁ ଯିହୁଦାକୁ ଅପସାରଣ କରିବି, ଯେଭଳି ମୁଁ ଇସ୍ରାଏଲକୁ ମୋର ଦୃଷ୍ଟିରୁ ଅପସାରଣ କରିଛି। ମୁଁ ମୋର ମନୋନୀତ ସହର ଯିରୁଶାଲମକୁ ପରିତ୍ୟାଗ କରିବି।” ମୁଁ ଯେଉଁ ମନ୍ଦିର ବିଷୟରେ କହିଥିଲି, ‘ମୋର ନାମ ସେଠାରେ ରହିବ।’ ଯୋଶିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯୋଶିୟଙ୍କ ମୃତ୍ୟୁ ଯୋଶିୟଙ୍କ ରାଜତ୍ୱ କାଳରେ ମିଶରର ରାଜା ଫାରୋ-ନଖୋଶୂରୀୟ ରାଜା ବିପକ୍ଷରେ ଯୁଦ୍ଧ କରିବାକୁ ଫରାତ ନଦୀ ଆଡ଼କୁ ଯାତ୍ରା କଲେ। ଯୋଶିୟ ଫାରୋ ସହିତ ମଗିଦ୍ଦୋ ନିକଟରେ ଭେଟିବାକୁ ଗଲେ। ସେହିଠାରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ। ଏହା ପରେ ଯୋଶିୟଙ୍କ ସେବକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମଗିଦ୍ଦୋରୁ ଯିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନରେ କବର ଦେଲେ। ଏହା ପରେ ଦେଶର ଲୋକମାନେ ଯୋଶିୟଙ୍କର ପୁତ୍ର ଯିହୋୟାହ‌ସଙ୍କୁ ନେଇ ତାହାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ। ଯିହୋୟାହସ୍ ଯିହୁଦାରେ ରାଜା ହୁଅନ୍ତି ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ। ସେ ମଧ୍ୟ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଫାରୋ-ନଖୋ ଯିହୋୟାହ‌ସଙ୍କୁ ହମାତ୍ ଦେଶସ୍ଥ ରି‌ବ୍‌ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ। ତହୁଁ ଫାରୋ-ନଖୋ ଯୋଶିୟଙ୍କର ପୁତ୍ର ଇଲିୟାକୀମ୍ ଯିଏ ଯୋଶିୟଙ୍କର ସ୍ଥାନରେ ନୂଆ ରାଜା ପଦରେ ଘୋଷଣା କଲେ, ସେ ତାଙ୍କର ନାମ ଯିହୋଯାକୀମ୍ ରଖିଲା। କିନ୍ତୁ ଯିହୋୟାହ‌ସଙ୍କୁ ସେ ମିଶରକୁ ନେଇଗଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା। ଯିହୋୟାକୀମ୍ ଫାରୋକୁ ସେହିସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସାରେ ସେହି ରୌପ୍ୟ ଓ ସୁବର୍ଣ୍ଣ ଦେବା ନିମିତ୍ତ ସେ ଦେଶବାସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦେବା ପାଇଁ ନିରୂପିତ କର ଅନୁସାରେ ଦେଶବାସୀଙ୍କଠାରୁ ସେହି ରୂପା ଓ ସୁନା ଆଦାୟ କଲେ। ଯିହୋୟାକୀମ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ପଚିଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାୟର କନ୍ୟା ଥିଲେ। ଏହି ଯିହୋୟାକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମରେ ଲିପ୍ତ ହେଲେ। ନବୂଖ‌ଦ୍‌ନିତ୍ସରଙ୍କ ଯିହୁଦା ଆଗମନ ଯିହୋୟାକୀ‌ମ୍‌ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦା ଓ ଯିହୋୟାକୀ‌ମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା’ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ। ତେଣୁ ସଦାପ୍ରଭୁ ଯିହୋୟାକୀ‌ମଙ୍କ ବିରୁଦ୍ଧରେ କ‌ଲ୍‌‌‌ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ। ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦାରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହିରୂପେ ସଦାପ୍ରଭୁ ସେମାନଙ୍କୁ ତାଙ୍କ ଦୃଷ୍ଟିରୁ ଦୂରେଇ ଦେଲେ। କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ। ଏହି ଯିହୋୟାକୀ‌ମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଯିହୋୟାକୀ‌ମଙ୍କ ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ରାଜ୍ୟ କଲେ। ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧୀନରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡ଼ି ଆସିଲେ ନାହିଁ। ନବୂଖ‌ଦ୍‌ନିତ୍ସରଙ୍କ ଯିରୁଶାଲମ ଅଧିକାର ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇ‌ଲ୍‌‌‌ନାଥ‌ନ୍‌ର କନ୍ୟା। ଯିହୋୟାଖୀନ୍ ତାଙ୍କ ପିତାଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ। ସେହି ସମୟରେ ନବୂଖ‌ଦ୍‌ନିତ୍ସରଙ୍କ ଅଧିକାରୀମାନେ ଯିରୁଶାଲମକୁ ଆସି ତାଙ୍କୁ ଅବରୋଧ କଲେ। ତା’ପରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଅବରୋଧ ହୋଇଥିବା ନଗରରେ ତାଙ୍କର ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥିତ ହେଲେ। ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା। ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା। ଆଉ ସେ ଯିରୁଶାଲମର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନେଇଗଲେ କେବଳ ଦେଶରେ ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ ଅବଶିଷ୍ଟ କେହି ରହିଲେ ନାହିଁ। ପୁଣି ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ। ଆଉ ମଧ୍ୟ ସେ 7000 ବଳବାନ ସୈନିକ ଓ 1000 ଶିଳ୍ପୀ ଓ କର୍ମଗ୍ଭରୀମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ନେଇଗଲା। ଏମାନେ ସମସ୍ତେ ତାଲିମପ୍ରାପ୍ତ ସୈନିକ ଥିଲେ ଓ ଯୁଦ୍ଧ ଯୋଗ୍ୟ ଥିଲେ। ରାଜା ସିଦିକିୟ ପୁଣି ବାବିଲର ରାଜା ଯିହୋୟାଖୀ‌ନ୍‌ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ। ସିଦିକିୟ ଶାସନ କଲା ବେଳକୁ ତାଙ୍କୁ ଏକୋଇଶ ବର୍ଷ ହୋଇଥିଲା। ସେ ଏଗାର ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ। ସିଦିକିୟ ଯିହୋୟାଖୀ‌ନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ। ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ। ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ସିଦିକିୟ ଶାସନର ଅବସାନ ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ। ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା’ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ। ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ। ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ। ସର୍ବଶେଷରେ ନବୂଖ‌ଦ୍‌ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କ‌ଲ୍‌‌‌ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ। ତହୁଁ କ‌ଲ୍‌‌‌ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚା‌ତ୍‌ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ। ତା’ପରେ ସେମାନେ ରାଜାଙ୍କୁ ଧରି ରି‌ବ୍‌ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ। ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା’ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ। ଯିରୁଶାଲମର ଧ୍ୱଂସ ନବୂଖ‌ଦ୍‌ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସ‌ର୍‌ଦ‌‌ନ୍‌ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା। ନବୂସ‌ର୍‌ଦ‌‌ନ୍‌ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା। ନବୂସ‌ର୍‌ଦ‌‌ନ‌ଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ। ତା’ପରେ ନବୂସ‌ର୍‌ଦ‌‌ନ୍‌ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ। ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର‌ ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ। ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ। ପୁଣି ନବୂସ‌ର୍‌ଦ‌‌ନ୍‌ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା। ନବୂସ‌ର୍‌ଦ‌‌ନ୍‌ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା। *** ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ ପୁଣି ନବୂସ‌ର୍‌ଦ‌‌ନ୍‌ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା। ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ। ତା’ପରେ ନବୂସ‌ର୍‌ଦ‌‌ନ୍‌ ସେମାନଙ୍କୁ ଧରି ହମାତର ରି‌ବ୍‌ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରି‌ବ୍‌ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା। *** ଯିହୁଦାର ରାଜ୍ୟପାଳ ଗଦଲିୟ ବାବିଲର ରାଜା ନବୂଖ‌ଦ୍‌ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ। ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍‌‌ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମି‌ସ୍‌ପାର ଗଦଲିୟ ନିକଟକୁ ଆସିଲେ। ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା’ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।” ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମି‌ସ୍‌ପାରେ ଥିବା କ‌ଲ୍‌‌‌ଦୀୟମାନଙ୍କୁ ବଧ କଲେ। ତା’ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କ‌ଲ୍‌‌‌ଦୀୟମାନଙ୍କୁ ଭୟ କରୁଥିଲେ। ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋ‍ନରେ ତାଙ୍କ ସହିତ ଏପରି ଥିଲା। ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ। ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ। ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା। ଆଦମଙ୍କଠାରୁ ନୋହଙ୍କ ପର୍ଯ୍ୟନ୍ତ ପାରିବାରିକ ଇତିହାସ ଆଦମ, ଶେଥ, ଈନୋଶ, କୟିନାନ, ମହଲଲେଲ, ଯେରଦ, ହନୋକ, ମଥୁଶେଲହ, ଲେମକ, ନୋହ। *** *** ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶେମ, ହାମ, ଯେଫତ୍। ଯେଫତ୍‌ଙ୍କର ବଂଶଧର ଯେଫତ୍‌ଙ୍କର ପୁତ୍ରମାନେ ଥିଲେ: ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେଶକ୍ ଓ ତୀରସ୍। ଗୋମରର ପୁତ୍ରମାନେ ଥିଲେ: ଅସ୍କିନସ୍, ଦୀଫତ୍ ଓ ତୋଗର୍ମ। ଯବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ୍ ଓ ରୋଦାନିମ୍। ହାମରଙ୍କ ବଂଶଧର ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୂଟ୍ ଓ କିଣାନ। ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା। ରୟମାର ସନ୍ତାନମାନେ ଶିବା ଓ ଦଦାନ୍। କୂ‌ଶ୍‌ଙ୍କର ବଂଶଧରମାନଙ୍କ ମଧ୍ୟରୁ ନିମ୍ରୋଦ ନାମକ ଜଣେ ବ୍ୟକ୍ତି ବୃଦ୍ଧିପ୍ରାପ୍ତ ହୋଇ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହେବାକୁ ଲାଗିଲା। ମିଶ୍ରୟୀମ (ମିଶର), ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୂହୀୟମାନଙ୍କର ପିତା ଥିଲେ। ପଥ୍ରୋଷୀୟ, କ‌‌ସ୍‌‌ଲୁହୀୟ ଓ (ପଲେଷ୍ଟୀୟମାନେ କ‌‌ସ୍‌‌ଲୁହରୁ ଆସିଲେ) କପ୍ତୋରୀୟ। କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀୟମାନଙ୍କର ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ; ହିବ୍ବୀୟ, ଅର୍କୀୟ, ସୀନୀୟ; ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କର ମଧ୍ୟ ପିତା ଥିଲେ। ଶେମଙ୍କର ବଂଶଧରଗଣ ଶେମଙ୍କର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫ‌କ୍‌ଷଦ, ଲୁଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍। ଅର୍ଫ‌କ୍‌ଷଦ, ଶେଲହଙ୍କର ପିତା ଥିଲେ। ଶେଲହ ଏବରଙ୍କ ପିତା ଥିଲା। ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପେଲଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧ୍ୟରେ ଭାଷାର ପ୍ରଭେଦ ଜନ୍ମିତ ଥିଲା। ଯକ୍ତନ୍ ପେଲ‌ଗ୍‌ଙ୍କର ଭ୍ରାତା ଥିଲେ। ଏହି ଯକ୍ତନ୍, ଅ‌ଲ୍‌ମୋଦଦ, ଶେଲଫ୍, ହ‌ତ୍‌ସ‌‌ର୍‌ମାବତ୍, ଯେରହ ହଦୋରାମ୍, ଉସଲ, ଦିକ୍ଲା, ଓବଲ, ଅବୀମାୟେଲ, ଶିବା, ଓଫୀର, ହବୀଲା, ଯୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ୟକ୍ତି ଯକ୍ତନର ପୁତ୍ରଗଣ ଥିଲେ। ଶେମଙ୍କର ବଂଶଧରଗଣ ଥିଲେ: ଶେମ, ଅର୍ଫ‌କ୍‌ଷଦ, ଶେଲହ; ଏବର, ପେଲଗ୍, ରିୟ; ସରୁଗ୍, ନାହୋର, ତେରହ, ଅବ୍ରାମଙ୍କୁ ଅବ୍ରହାମ ବୋଲି କୁହାଯାଉଥିଲା। ଅବ୍ରହାମଙ୍କର ପରିବାର ଅବ୍ରହାମଙ୍କର ପୁତ୍ରମାନେ ଥିଲେ: ଇ‌ସ୍‌ହାକ ଓ ଇ‌ଶ୍‌ମାୟେଲ। ସେମାନଙ୍କର ବଂଶଧରଗଣ ଏହିପରି ଥିଲେ: ଇ‌ଶ୍‌ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇ‌ଶ୍‌ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅ‌ଦ୍‌ବେଲ୍, ମି‌ବ୍‌ସମ୍, ମି‌ଶ୍‌ମ, ଦୁମା, ମସା; ହଦଦ୍, ତେମା, ଯିଟୂର, ନାଫୀଶ୍ ଓ କେଦମା। ଏସମସ୍ତେ ଇ‌ଶ୍‌ମାୟେଲଙ୍କର ପୁତ୍ରମାନେ ଥିଲେ। କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍‌ଷନ୍, ମଦାନ୍, ମିଦିୟନ୍, ଯି‌ଶ୍‌ବକ୍, ଓ ଶୂହକୁ ଜନ୍ମ ଦେଲେ। ଯକ୍‌ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍। ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା। ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ। ଇ‌ସ୍‌ହାକଙ୍କ ବଂଶଧର ଅବ୍ରହାମ ଇସ୍‌ହାକଙ୍କର ପିତା ଥିଲେ। ସେହି ଇସ୍‌ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ। ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୂୟେଲ, ଯିୟସ୍, ଯାଲମ୍ ଓ କୋରହ। ଇଲୀଫ‌‌‌ସ୍‌ର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗୟିତମ ଓ କନସ୍। ଇଲୀଫସ୍ ଓ ତିମ୍ନଙ୍କର ଏକ ପୁତ୍ର ଥିଲା, ତା’ର ନାମ ଅମାଲେକ। ରୂୟେଲଙ୍କର ପୁତ୍ରମାନେ ଥିଲେ: ନହତ୍, ସେରହ, ଶମ୍ମ ଓ ମିସା। ସେୟୀରରୁ ଆଗତ ଇଦୋମୀୟ ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍‌ସର ଓ ଦୀଶନ୍। ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ। ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍। ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା। ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇ‌ଶ୍‌ବନ୍, ଯିଥ୍ରନ୍ ଓ କରାଣ। ଏତ୍‌ସରଙ୍କର ପୁତ୍ରମାନେ ଥିଲେ: ବି‌ଲ୍‌ହନ୍, ସାବନ୍ ଓ ଯାକନ୍। ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ। ଏଦୋମର ରାଜାଗଣ ଇସ୍ରାଏଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା: ବିୟୋରଙ୍କର ପୁତ୍ର ବେଲା ପ୍ରଥମ ରାଜା ଥିଲେ। ବେଲାଙ୍କର ନଗରର ନାମ ଥିଲା, ଦି‌ନ୍‌ହାବା। ବେଲାଙ୍କର ମୃତ୍ୟୁ ହୁଅନ୍ତେ, ସେରହଙ୍କର ପୁତ୍ର ଯୋବବ୍ ନୂତନ ରାଜା ହେଲେ। ଯୋବବ୍ ବସ୍ରାରୁ ଆସିଥିଲେ। ଯୋବ‌ବ୍‌ଙ୍କ ମୃତ୍ୟୁ ପରେ ଦେବା‌ଦଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତୈମାନୀୟମାନଙ୍କର ଦେଶରୁ ଆସିଥିଲେ। ହୂଶ‌ମ୍‌ଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମୋୟାବ ଦେଶରେ ମିଦିୟନୀୟଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍। ହଦ‌ଦଙ୍କର ମୃତ୍ୟୁ ପରେ ସମ୍ଳ ନୂତନ ରାଜା ହେଲେ। ଏହି ସମ୍ଳ ମସ୍ରେକାରୁ ଆସିଥିଲେ। ସମ୍ଳଙ୍କ ମୃତ୍ୟୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ। ଶୌଲଙ୍କର ମୃତ୍ୟୁ ପରେ ଅ‌କ୍‌ବୋରଙ୍କ ପୁତ୍ର ବା‌ଲ୍‌ହାନନ୍ ନୂତନ ରାଜା ହେଲେ। ବା‌ଲ୍‌ହାନ‌ନଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ହଦ‌ଦଙ୍କର ନଗରର ନାମ ଥିଲା ପାୟୀ। ହଦ‌ଦଙ୍କ ସ୍ତ୍ରୀଙ୍କର ନାମ ଥିଲା ମହେଟବେଲ୍। ମହେଟବେଲ୍ ମଟ୍ରେଦରଙ୍କ କନ୍ୟା ଥିଲେ। ମଟ୍ରେଦର ମେଷାହବଙ୍କର କନ୍ୟା ଥିଲେ। ତା’ପରେ ହଦ‌ଦଙ୍କର ମୃତ୍ୟୁ ଘଟିଲା। ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିୟା, ଯିଥେତ୍ ଅହଲୀବାମା, ଏଲା, ପୀନୋନ୍, କନସ, ତୈମନ, ମି‌ବ୍‌ସର, ମ‌ଗ୍‌ଦୀୟେଲ ଓ ଈରମ୍। ଏହା ହିଁ ଇଦୋମଙ୍କର ନେତାମାନଙ୍କର ତାଲିକା ଅଟେ। ଇସ୍ରାଏଲଙ୍କର ପୁତ୍ରଗଣ ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ ଦାନ୍, ଯୋଷେଫ, ବିନ୍ୟାମୀନ, ନପ୍ତାଲି, ଗାଦ୍ ଓ ଆଶେର, ଯିହୁଦାଙ୍କର ପୁତ୍ରଗଣ ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍‌ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ। ଯିହୁଦାଙ୍କର ପୁତ୍ରବଧୂ ତାମର ପେରସ ଓ ସେରହଙ୍କୁ ଜନ୍ମ ଦେଲା। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ। ପେରସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ। ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କ‌‌‌ଲ୍‌କୋଲ୍ ଓ ଦେରା। ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇସ୍ରାଏଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡାକି ଆଣିଥିଲେ ଯିଏ କି ଆଖର ଯୁଦ୍ଧରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖରେ ରଖିଥିଲେ, କିନ୍ତୁ ସେ ସେହି ବସ୍ତୁଗୁଡ଼ିକୁ ପରମେଶ୍ୱରଙ୍କୁ ଦେଇ ଦେବାର ଥିଲା। ଏଥ‌ନଙ୍କର ପୁତ୍ର ଥିଲେ ଅସରିୟା। ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ଯିରହମେଲ, ରାମ୍ ଓ କାଲୁବାୟ। ରା‌ମ୍‌ର ବଂଶଧରଗଣ ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ। ନହଶୋନ ସ‌‌ଲ୍‌‌ମାଙ୍କର ପିତା ଥିଲେ। ସ‌‌ଲ୍‌‌ମା ବୋୟାଜଙ୍କ ପିତା ଥିଲେ। ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ। ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ। ନଥନେଲ ଯିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ଯିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦୟ। ଓତ୍‌ସମ ଯିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସେମାନଙ୍କର ଭଉଣୀମାନେ ଥିଲେ ସରୁୟା ଓ ଅବୀଗଲ। ସରୁୟାର ତିନି ପୁତ୍ର ଥିଲେ ଅବୀଶୟ, ଯୋୟାବ ଓ ଅସାହେଲ୍। ଅବୀଗଲ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇ‌ଶ୍‌ମାୟେଲୀୟ ଲୋକଙ୍କ ମଧ୍ୟରୁ ଆସିଥିଲା। ‌‌‌କାଲେ‌ବଙ୍କର ବଂଶଧରଗଣ କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। ‌‌‌କାଲେ‌ବଙ୍କର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହୋଇଥିଲେ। ଅସୂବାର ଯିରୀୟୋତର କନ୍ୟା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ: ଯେଶର, ଶୋବବ୍ ଓ ଅର୍ଦୋନ। ଅସୁବାରଙ୍କର ମୃତ୍ୟୁ ପରେ କାଲେବ ଇଫ୍ରାଥାଙ୍କୁ ବିବାହ କଲେ। କାଲେବ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସେମାନେ ତାହାର ନାମ ହୂର ଦେଲେ। ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲେଲଙ୍କର ପିତା ଥିଲେ। ପରେ, ହିଷ୍ରୋଣ ଷାଠିଏ ବର୍ଷ ବୟସରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିୟ‌ଦଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସଗୂବଙ୍କୁ ଜନ୍ମ ଦେଲେ। ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା, କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା। ହିଷ୍ରୋଣ ମୃତ୍ୟୁବରଣ କଲାପରେ, ‌‌‌କାଲେ‌ବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅ‌ସ୍‌ହୂର। ଅ‌ସ୍‌ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ। ଯିରହମେଲଙ୍କର ବଂଶଧରଗଣ ଯିରହମେଲ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ପୁତ୍ରମାନେ ଥିଲେ ରାମ୍, ବୁନା, ଓରଣ, ଓତ୍‌ସମ ଓ ଅହିୟ। ରାମ୍ ଯିରହମେଲଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ଅଟାରା ନାମରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ଓନମର ମାତା ଥିଲେ। ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର। ଓନମଙ୍କର ପୁତ୍ରମାନେ ଥିଲେ: ଶମ୍ମୟ ଓ ଯାଦା। ଶମ୍ମୟଙ୍କର ପୁତ୍ରମାନେ ଥିଲେ: ନାଦବ ଓ ଅବୀଶୂର। ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା: ଅବୀହୟୀଲ୍। ସେମାନଙ୍କର ଦୁଇ ପୁତ୍ର ଥିଲେ। ସେହି ପୁତ୍ରମାନଙ୍କର ନାମ ଥିଲା: ଅହବାନ୍ ଓ ମୋଲୀଦ୍। ନାଦବଙ୍କର ପୁତ୍ରମାନେ ଥିଲେ: ସେଲଦ୍ ଓ ଅପ୍ପୟିମ। ସେଲଦ୍ ନିଃସନ୍ତାନ ହୋଇ ମୃତ୍ୟୁବରଣ କରିଥିଲେ। ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶ‌ନଙ୍କର ପୁତ୍ର ଥିଲେ: ଅହଲୟ। ଯାଦା ଶମ୍ମୟଙ୍କର ଭ୍ରାତା ଥିଲେ। ଯାଦାଙ୍କର ପୁତ୍ରମାନେ ଥିଲେ: ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲେ। ଯୋନାଥନଙ୍କର ପୁତ୍ରମାନେ ଥିଲେ: ପେଲତ୍ ଓ ସାସା। ଏହା ଯିରହମେଲଙ୍କ ସନ୍ତାନଗଣଙ୍କର ତାଲିକା ଅଟେ। ଶେଶ‌ନଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଶେଶ‌ନଙ୍କର ଯାର୍ହା ନାମରେ ଜଣେ ମିଶରୀୟ କ୍ରୀତଦାସ ଥିଲା। ଶେଶନ୍ ନିଜ ଝିଅକୁ ଯାର୍ହା ସହିତ ବିବାହ ଦେଲେ। ସେମାନଙ୍କର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା: ଅତ୍ତୟ। ଅତ୍ତୟ ନାଥନଙ୍କର ପିତା ଥିଲେ। ନାଥନ ସାବଦ‌କ୍‌ର ପିତା ଥିଲେ। ସାବଦ‌କ୍‌ ଇ‌ଫ୍‌ଲଲଙ୍କର ପିତା ଥିଲେ। ଇ‌ଫ୍‌ଲଲ ଓବେଦଙ୍କର ପିତା ଥିଲେ। ଓବେଦ ଯେହୂଙ୍କର ପିତା ଥିଲେ। ଯେହୂ ଅସରିୟଙ୍କ ପିତା ଥିଲେ। ଅସରିୟ ହେଲେସଙ୍କର ପିତା ଥିଲେ। ହେଲସ୍ ଇଲୀୟାସାଙ୍କ ପିତା ଥିଲେ। ଇଲୀୟାସା ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ। ଶଲ୍ଲୁମ୍ ଯିକମିୟଙ୍କ ପିତା ଥିଲେ ଏବଂ ଯିକମିୟ ଇଲୀଶାମାଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ପରିବାର କାଲେବ୍ ଯିରହମେଲଙ୍କର ଭ୍ରାତା ଥିଲେ। ‌‌‌କାଲେ‌ବଙ୍କର କେତୋଟି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମେଶା। ମେଶା ସୀ‌ଫ୍‌ଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ଆହୁରି ମଧ୍ୟ ପୁତ୍ର ଥିଲେ। ମାରେଶା ହିବ୍ରୋଣଙ୍କ ପିତା ଥିଲେ। ହିବ୍ରୋଣଙ୍କ ପୁତ୍ରମାନେ ଥିଲେ: କୋରହ, ତପୂହ, ରେକମ୍ ଓ ଶେମା। ଶେମା ରହ‌ମ୍‌ଙ୍କ ପିତା ଥିଲେ। ରହମ୍ ଯର୍କୀୟମଙ୍କ ପିତା ଥିଲେ। ରେକମ୍ ଶମ୍ମୟଙ୍କ ପିତା ଥିଲେ। ଶମ୍ମୟ ମାୟୋ‌ନଙ୍କର ପୁତ୍ର ଥିଲେ। ମାୟୋନ୍ ବୈଥ୍-ସୂରଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମୋତ୍‌ସା ଓ ଗାସେସଙ୍କର ମାତା ଥିଲେ। ହାରଣ ଗାସେସଙ୍କର ପିତା ଥିଲେ। ଯେହଦୟଙ୍କର ପୁତ୍ରମାନେ ଥିଲେ: ରେଗମ୍, ଯୋଥମ୍, ଗେଶନ୍, ପେଲଟ, ଐଫା ଓ ଶାଫ୍। ମାଖା ନାମ୍ନୀ ‌‌‌କାଲେ‌ବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ। ମାଖା ଶାଫ ଓ ଶିବାଙ୍କର ମଧ୍ୟ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବେନାର ଓ ଗିବିୟାଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ଝିଅ ଥିଲେ ଅ‌କ୍‌ଷା। ଏହା ‌‌‌କାଲେ‌ବଙ୍କର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର ‌‌‌କାଲେ‌ବଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କଠାରୁ ଜନ୍ମ ହୋଇଥିଲେ। ହୂରଙ୍କର ପୁତ୍ର ଶୋବଲ କିରିୟତ୍-ଯିୟାରୀ‌ମ୍‌ର ପ୍ରତିଷ୍ଠାତା ଥିଲେ। ଶ‌ଲ୍‌ମ ବୈ‌ଥ୍‌ଲେହମର ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍‌ଗାଦର ପ୍ରତିଷ୍ଠାତା ଥିଲେ। ଶୋବଲ କିରିୟତ୍-ଯିୟାରୀମର ପ୍ରତିଷ୍ଠାତା ଥିଲେ। ଏହା ଶୋବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାୟା, ମନୁହୋଥର ଅର୍ଦ୍ଧେକ ଲୋକ; କିରିୟତ୍-ଯିୟାରୀମ ପରିବାର ବର୍ଗମାନେ ଥିଲେ, ଯିତ୍ରୀୟ, ପୁଥୀୟ, ଶୂମାଥୀୟ ଓ ମିଶ୍ରାୟୀୟ। ସରାୟୀୟ ଓ ଇଷ୍ଟାୟୋଲୀୟଗଣ ମିଶ୍ରାୟୀୟରୁ ଆସିଥିଲେ। ଶଲୂମଙ୍କର ବଂଶଧରମାନେ ଥିଲେ, ବୈ‌ଥ୍‌ଲେହମ୍ ନଟୋଫାତୀୟ, ଅଟ୍ରତ୍‌ବେତ୍ ଯୋୟାବ, ମନହୋତୀୟର ସରାରୀୟର ଅର୍ଦ୍ଧେକ ଲୋକ, ଏବଂ ଯାବେ‌‌ସ୍‌‌ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିୟାଥୀୟ, ଶିମିୟଥୀୟ ଓ ସୁଖାଥୀୟ ଥିଲେ। ଏହି କୀନୀୟ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ-ରେଖାବର ପ୍ରତିଷ୍ଠାତା ଥିଲେ। ଦାଉଦଙ୍କର ପୁତ୍ରଗଣ ଦାଉଦଙ୍କର କେତୋଟି ପୁତ୍ର ହିବ୍ରୋଣ ସହରରେ ଜନ୍ମ ହୋଇଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାରରେ ଥିଲା: ଦାଉଦଙ୍କର ପ୍ରଥମଜାତ ପୁତ୍ର ଥିଲେ ଅମ୍ନୋନ୍। ଅମ୍ନୋନଙ୍କର ମାତା ଥିଲେ ଅହୀନୋୟମ। ସେ ଯିଷ୍ରିୟେଲୀୟ ସହରରୁ ଆସିଥିଲେ। ଦ୍ୱିତୀୟ ପୁତ୍ର ଥିଲେ ଦାନିୟେଲ। ତାଙ୍କର ମାତା ଅବୀଗଲ କାର୍ମିଲିୟାରୁ ଆସିଥିଲେ। ତୃତୀୟ ପୁତ୍ର ଥିଲେ ଅବଶାଲୋମ୍। ତାଙ୍କର ମାତା ମାଖା ତ‌ଲ୍‌ମୟଙ୍କର ଝିଅ ଥିଲେ। ଏହି ତ‌ଲ୍‌ମୟ ଗଶୂରର ରାଜା ଥିଲେ। ଚତୁର୍ଥ ପୁତ୍ର ଥିଲେ ଅଦୋନୀୟ। ତାଙ୍କର ମାତା ଥିଲେ ହଗୀତ୍। ପଞ୍ଚମ ପୁତ୍ର ଥିଲେ ଶଫଟୀୟ। ତାଙ୍କର ମାତା ଥିଲେ: ଅବିଟଲ୍। ଷଷ୍ଠ ପୁତ୍ର ଥିଲେ ଯିତ୍ରିୟମ। ତାଙ୍କର ମାତା ଇଗ୍ଲା, ଦାଉଦଙ୍କର ସ୍ତ୍ରୀ ଥିଲେ। ଦାଉଦ ହିବ୍ରୋଣରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହୋଇଥିଲେ। ଦାଉଦ ସେଠାରେ ସାତ ବର୍ଷ ଓ ଛଅମାସ ରାଜତ୍ୱ କଲେ ଏବଂ ତା’ପରେ ସେ ତେତିଶ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ଯିରୁଶାଲମରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହୋଇଥିଲେ। ବତ୍‌ଶୂୟାଙ୍କଠାରୁ ଗ୍ଭରି ସନ୍ତାନ ଜନ୍ମ ହୋଇଥିଲେ। ବତ୍‌ଶୂୟା ଅମ୍ମୀୟେଲଙ୍କ ଝିଅ ଥିଲେ। ଶିମିୟ, ଶୋବବ୍, ନାଥନ ଓ ଶଲୋମନ୍। ଅନ୍ୟ ନଅ ଜଣ ପୁତ୍ର ହେଲେ: ଯିଭର, ଇଲୀଶାମା, ଇଲୀଫେଲଟ୍, ନୋଗହ, ନେଫଗ୍, ଯାଫୀୟ, ଇଲୀୟାଦା, ଇଲୀଶାମା ଓ ଇଲୀଫେଲଟ୍। *** *** ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ୟ ପୁତ୍ରଗଣ ଥିଲେ। ତାମର ସେମାନଙ୍କର ଭଉଣୀ ଥିଲେ। ଦାଉଦଙ୍କ ରାଜତ୍ୱ ପରେ ଯିହୁଦାର ରାଜାଗଣ ଶଲୋମନଙ୍କର ପୁତ୍ର ଥିଲେ ରିହବିୟାମ୍ ଓ ରିହବିୟାମଙ୍କର ପୁତ୍ର ଥିଲେ ଅବିୟ। ଅବିୟଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହୋଶାଫଟ୍। ଯିହୋଶାଫ‌ଟଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିୟ। ଅହସିୟଙ୍କର ପୁତ୍ର ଥିଲେ ଯୋୟାଶ୍। ଯୋୟାଶଙ୍କ ପୁତ୍ର ଥିଲେ ଅମତ୍‌ସିୟ। ଅମତ୍‌ସିୟଙ୍କ ପୁତ୍ର ଥିଲେ ଅସରିୟ। ଅସରିୟଙ୍କ ପୁତ୍ର ଥିଲେ ଯୋଥମ୍। ଯୋଥ‌‌ମଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିୟ। ହିଜକିୟଙ୍କ ପୁତ୍ର ଥିଲେ ମନଃଶି। ମନଃଶିଙ୍କ ପୁତ୍ର ଥିଲେ ଆମୋନ୍। ଆମୋ‌ନଙ୍କ ପୁତ୍ର ଥିଲେ ଯୋଶିୟ। ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍। ଯିହୋୟାକୀ‌ମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍, ତାଙ୍କର ପୁତ୍ର ଥିଲେ ସିଦିକିୟ। ବାବିଲୋନ୍ ଯିହୁଦାକୁ ପରାସ୍ତ କରିବା ପରେ ଦାଉଦଙ୍କର ପରିବାରବର୍ଗ ଯିକନିୟ ବାବିଲୋ‌ନ୍‌ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶ‌ଲ୍‌ଟୀୟେଲ୍, ମ‌ଲ୍‌କୀରାମ୍, ପଦାୟ, ଶିନତ୍‌ସର, ଯିକମିୟ, ହୋଶାମା ଓ ନଦବିୟ। ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ। ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ହଶୂବା, ଓହେଲ, ବେରିଖିୟ, ହସଦିୟ ଓ ଯୁଶବ ହେଷଦ୍। ହନାନିୟଙ୍କର ପୁତ୍ରମାନେ ଥିଲେ ପ୍ଲଟିୟ ଓ ତାଙ୍କର ପୁତ୍ର ଥିଲେ ଯିଶାୟାହ। ତାଙ୍କର ପୁତ୍ର ଥିଲେ: ରଫାୟର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନ ଓ ତାଙ୍କର ପୁତ୍ର ଥିଲେ ଓବଦିୟର ଓ ତାଙ୍କର ପୁତ୍ର ଥିଲେ ଶଖନିୟର। ଶଖନିୟରଙ୍କର ବଂଶଧରମାନଙ୍କର ତାଲିକା ଏହି:ଶମୟିୟ। ଶମୟିୟଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ଯିଗାଲ, ବାରୀହ, ନିୟରିୟ, ଶେମାଯିହ ଓ ଶାଫଟ୍। ନିୟରିୟଙ୍କର ତିନି ପୁତ୍ର ଥିଲେ, ସେମାନେ ହେଲେ ଇଲୀୟୋ-ଐନୟ, ହିଜକିୟ ଓ ଅସ୍ରୀକାମ। ଇଲୀୟୋ-ଐନୟଙ୍କର ସାତ ପୁତ୍ର ଥିଲେ। ସେମାନେ ହେଲେ ହୋଦବିୟ, ଇଲୀୟାଶୀବ, ପ୍ଲାୟ, ଅ‌କ୍‌କବ୍, ଯୋହାନନ୍, ଦଳାୟ ଓ ଅନାନି। ଯିହୁଦାର ଅନ୍ୟାନ୍ୟ ପରିବାରବର୍ଗ ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍। ଶୋବ‌ଲ୍‌ଙ୍କର ପୁତ୍ର ଥିଲେ ରାୟା। ରାୟା ଯହତଙ୍କର ପିତା ଥିଲେ। ଯହତ୍ ଅହୂମୟ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିୟୀୟଙ୍କର ବଂଶଧର ଅଟନ୍ତି। ଐଟ‌‌ମଙ୍କର ପୁତ୍ରମାନେ ଥିଲେ ଯିଷ୍ରିୟେଲ, ଯିଶ୍ମା ଓ ଯି‌ଦ୍‌ବଶ। ଆଉ ସେମାନଙ୍କର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ। ପନୂୟେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ। ଏହି ସମସ୍ତେ ହୂରଙ୍କର ପୁତ୍ରଗଣ ଥିଲେ। ହୂର ଇଫ୍ରାଥଙ୍କର ପ୍ରଥମ ପୁତ୍ର ଥିଲେ ଏବଂ ଇଫ୍ରାଥା ବୈ‌ଥ୍‌ଲେହମର ପ୍ରତିଷ୍ଠାତା ଥିଲେ। ଅସହୂର ତକୋୟଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସେମାନଙ୍କର ନାମ ଥିଲା ହିଲା ଓ ନାରା। ନାରାଙ୍କର ପୁତ୍ରମାନେ ଥିଲେ ଅହୁଷମ୍, ହେଫର, ତୈମିନିକି ଓ ଅହସ୍ତରିକି। ଅସହୂରଙ୍କଠାରୁ ନାରା ଏହି ପୁତ୍ରମାନଙ୍କୁ ଜନ୍ମ ଦେଇଥିଲେ। ହିଲାଙ୍କର ପୁତ୍ରମାନେ ଥିଲେ ସେରତ, ଯିତ୍‌ସୋହର, ଓ ଇତ୍‌ନନ୍। କୋ‌ଜ୍‌ ଆନୁବ୍, ହ‌କ୍‌କୋସଙ୍କର ଓ ଅହହେଲଙ୍କ ପିତା ଥିଲେ। ଅହହେଲ ହାରୁମଙ୍କ ପୁତ୍ର ଥିଲେ। ଯାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲେ। ତାଙ୍କର ମାତା କହିଲେ, “ମୁଁ ତାହାର ନାମ ଯାବେଷ୍ ଦେଇଅଛି, କାରଣ ତାହାକୁ ଜନ୍ମ ଦେବା ସମୟରେ ମୋତେ ଅତିଶୟ ଯନ୍ତ୍ରଣା ହୋଇଥିଲା।” ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ। କଲୂବ୍ ଶୁହଙ୍କ ଭ୍ରାତା ଥିଲେ। କଲୂବ୍ ମହୀରଙ୍କ ପିତା ଥିଲେ। ମହୀର ଇଷ୍ଟୋନର ପିତା ଥିଲେ। ଇଷ୍ଟୋନ ବୈ‌ଥ୍‌ରାଫା, ପାସେହ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହ‌‌ସଙ୍କର ପିତା ଥିଲେ। ଏହି ବ୍ୟକ୍ତିଗଣ ରେକା ନିବାସୀ ଥିଲେ। କନସଙ୍କର ପୁତ୍ରମାନେ ଥିଲେ ଅତ୍ନୀୟେଲ ଓ ସରାୟ, ଅତ୍ନୀୟେଲଙ୍କର ପୁତ୍ରମାନେ ଥିଲେ ହଥତ୍ ଓ ମିୟୋନୋଥୟ। ମିୟୋନୋଥୟ ଅଫ୍ରାଙ୍କର ପିତା ଥିଲେ। ଏବଂ ସରାୟ ଯୋୟାବଙ୍କର ପିତା ଥିଲେ। ଯୋୟାବ କାରିଗର ଉପତ୍ୟକା ସହରର ପ୍ରତିଷ୍ଠାତା ଥିଲେ। ଏହି ସହର କାରିଗର ଉପତ୍ୟକା ନାମରେ ଡକାଯାଏ। ସେହି ସ୍ଥାନର ଅଧିବାସୀମାନେ ଏହି ନାମ ବ୍ୟବହାର କରୁଥିଲେ। କାରଣ ଏହାର ଲୋକମାନେ ଖୁବ୍ ଦକ୍ଷ କାରିଗର ଥିଲେ। କାଲେବ୍ ଯିଫୁନ୍ନିଙ୍କର ପୁତ୍ର ଥିଲେ। ‌‌‌କାଲେ‌ବଙ୍କର ପୁତ୍ରମାନେ ଥିଲେ ଈରୁ, ଏଲା ଓ ନୟମ। ଏଲାଙ୍କର ପୁତ୍ର ଥିଲେ କନସ୍। ଯିହଲିଲେଙ୍କର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିୟ ଓ ଅସାରେଲ। ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମେରଦ, ଏଫର ଓ ଯାଲୋନ୍। ମେରଦଙ୍କର ବିଥୀୟା ନାମ୍ନୀ ଜଣେ ମିଶରୀୟା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିୟମ, ଶମ୍ମୟ ଓ ଇଷ୍ଟିମୋୟଙ୍କର ପିତା ଯି‌ଶ୍‌ବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ଯିହୁଦୀୟ ପତ୍ନୀ ଯେରଦ୍ ହେବର ଓ ଯିକୂଥୀୟେଲଙ୍କୁ ଜନ୍ମ ଦେଲେ। ଯେରଦ୍ ଗେଦାରଙ୍କ ପିତା ଥିଲେ। ହେବର୍ ସୋଖଙ୍କର ପିତା ଥିଲେ ଏବଂ ଯିକୂଥୀୟେଲ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥୀୟାଙ୍କର ଥିଲେ। ବିଥୀୟା ଫାରୋଙ୍କର କନ୍ୟା ଥିଲେ। ସେ ମେରଦଙ୍କର ମିଶରୀୟା ପତ୍ନୀ ଥିଲେ। *** ମେରଦଙ୍କର ସ୍ତ୍ରୀ ନହମଙ୍କର ଭଗିନୀ ଥିଲେ। ମେରଦଙ୍କ ସ୍ତ୍ରୀଙ୍କ ପୁତ୍ରମାନେ କିୟୀଲା ଓ ଇଷ୍ଟିମୋୟଙ୍କ ପିତା ଥିଲେ। କିୟୀଲା ଗର୍ମୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ ଓ ଇଷ୍ଟିମୋୟ-ମାଖାତୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ। ଶିମୋନର ପୁତ୍ରମାନେ ଥିଲେ ଅମ୍ନୋନ୍, ରିଣ୍ଣ, ବି‌ନ୍‌ହାନନ ଓ ତୀଲୋନ। ଯିଶୟିଙ୍କ ପୁତ୍ରମାନେ ଥିଲେ: ସୋହେତ୍ ଓ ବି‌ନ୍‌ସୋହେତ୍। ଶେଲା ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲେକାର ପିତା ଏର ଓ ମାରେଶାଙ୍କର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବେୟରେ ଥିବା କାର୍ପାସ କାର୍ଯ୍ୟର କର୍ତ୍ତା ଥିଲେ। ଯୋକୀମ ଏବଂ କୋଷେବାର ଲୋକେ, ଯୋୟାଶ ଓ ସାରଫ ମୋୟାବିୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ବୈଥଲେହିମକୁ ଫେରି ଯାଇଥିଲେ। ଏହି ଲେଖାଗୁଡ଼ିକ ଅତି ପ୍ରାଚୀନ ଅଟେ। ଶେଲାଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସେମାନେ ତନାୟିମ ଓ ଗଦେରାରେ ବାସ କରୁଥିଲେ। ସେମାନେ ସେହି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ। ଶିମିୟୋନଙ୍କ ସନ୍ତାନଗଣ ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂୟେଲ, ଯାମୀନ, ଯାରୀବ, ସେରହ ଓ ଶୌଲ। ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମି‌ବ୍‌ସମ୍। ମି‌ବ୍‌ସ‌ମଙ୍କର ପୁତ୍ର ଥିଲେ ମି‌‌ସ୍‌‌ମ। ମି‌‌ସ୍‌‌ମଙ୍କର ପୁତ୍ର ଥିଲେ ହାମୁୟେଲ। ହାମୁୟେଲଙ୍କର ପୁତ୍ର ଥିଲେ ସାକ୍କୁର। ସାକ୍କୁରଙ୍କର ପୁତ୍ର ଥିଲେ ଶିମୟି। ଶିମୟିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ୟା ଥିଲେ। କିନ୍ତୁ ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ୟାନ୍ୟ ପରିବାରଗୁଡ଼ିକ ପରି ସେମାନଙ୍କର ପରିବାରବର୍ଗ ବଡ଼ ନ ଥିଲା। ଶିମୟିଙ୍କର ବଂଶଧରମାନେ ‌ବେ‌ର୍‌ଶେବା, ମୋଲାଦାର, ହତ୍‌ସରସୁୟାଲ, ବିଲ୍ଲା, ଏତସମ, ତୋଲଦ୍, ବଥୂୟେଲ, ହର୍ମା, ସିକ୍ଳଗ, ବେ‌ଥ୍‌କର୍ମାବୋଦ, ହତ୍‌ସର, ସୂଷୀମ, ବୈଥବିରୀ ଓ ସାରୟିମରେ ବାସ କରୁଥିଲେ। ଦାଉଦ ରାଜା ହେବା ପର୍ଯ୍ୟନ୍ତ ସେମାନେ ସେହିସବୁ ନଗରରେ ବାସ କରୁଥିଲେ। ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ମୋନ, ତୋଖେନ୍ ଓ ଆଶନ୍। ବାଲ୍ ପରି କେତୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ୟ ଥିଲା। ଏହିସବୁ ସ୍ଥାନରେ ସେମାନେ ବାସ କରୁଥିଲେ। ଆହୁରି ମଧ୍ୟ ସେମାନେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ। ଏହା ହେଉଛି ସେମାନଙ୍କ ପରିବାରବର୍ଗର ନେତାମାନଙ୍କର ତାଲିକା। ସେମାନେ ଥିଲେ ମଶୋବବ୍, ଯମ୍ଲେକ୍, ଯୋଶ ଅମତ୍‌ସିୟରଙ୍କ ପୁତ୍ର ଯୋୟେଲ, ଯୋଶିବିୟଙ୍କ ପୁତ୍ର ଯେହୂ, ସରାୟଙ୍କ ପୁତ୍ର ଅଦୀୟେଲ୍, ଇଲିୟୋ-ଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ୍, ଯିଶୀମିୟେଲ, ବନାୟ ଓ ଶିଫୀଙ୍କ ପୁତ୍ର ସୀଷଃ। ଶିଫିୟି ଆଲ୍ଲୋନଙ୍କ ପୁତ୍ର ଓ ଆଲ୍ଲୋନ ଯିଦାୟଙ୍କ ପୁତ୍ର, ଯିଦାୟ ଶମୟିଙ୍କ ପୁତ୍ର ଓ ଶିମିୟି ଶମୟିୟଙ୍କ ପୁତ୍ର ଥିଲେ। ଏହି ବ୍ୟକ୍ତିମାନଙ୍କର ପରିବାର ବୃଦ୍ଧିଲାଭ କରି ଅତି ବୃହତ୍ ହେଲା। *** *** *** *** ସେମାନେ ଉପତ୍ୟକାର ପୂର୍ବ ପାର୍ଶ୍ୱସ୍ଥ ଗଦୋର ସହରର ବର୍ହିଦେଶରେ ଥିବା ସ୍ଥାନକୁ ଗମନ କଲେ। ସେମାନେ ନିଜର ପଶୁ ଓ ମେଷ ପଲ ନିମନ୍ତେ ଗ୍ଭରଣଭୂମି ଖୋଜିବାକୁ ସେହି ସ୍ଥାନକୁ ଗଲେ। ସେମାନେ ସେଠାରେ ପ୍ରଚୁର ଘାସରେ ଭରା ଅତ୍ୟୁତ୍ତମ ଗ୍ଭରଣଭୂମି ପାଇଲେ। ସେଠାରେ ସେମାନେ ଅନେକ ଉତ୍ତମସ୍ଥାନ ମଧ୍ୟ ପାଇଲେ। ସେହି ସ୍ଥାନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତରେ ହା‌‌ମଙ୍କ ବଂଶଧରମାନେ ସେଠାରେ ବାସ କରୁଥିଲେ। ହିଜକିୟ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସେହି ଲୋକମାନେ ଗଦୋରକୁ ଆସିଲେ ଓ ହା‌‌ମଙ୍କ ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହମାତୀୟ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରିଦେଲେ। ସେହି ଲୋକମାନେ ସେଠାରେ ବାସ କରୁଥିବା ମିୟନୀୟ ଲୋକମାନଙ୍କ ସହିତ ମଧ୍ୟ ଯୁଦ୍ଧ କଲେ। ସେମାନେ ସମସ୍ତେ ମିୟନୀୟ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ୟ ସେଠାରେ କୌଣସି ମିୟନୀୟ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସେଠାରେ ବସବାସ କରିବାକୁ ଆରମ୍ଭ କଲେ। ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସେୟୀରର ପାର୍ବତ୍ୟମୟ ଦେଶକୁ ଗମନ କଲେ। ଯିଶୟିଙ୍କର ପୁତ୍ରମାନେ ସେହି ଲୋକମାନଙ୍କୁ ପଥ କଢ଼ାଇ ନେଇଗଲେ। ସେହି ପୁତ୍ରମାନେ ଥିଲେ: ପ୍ଲଟିୟ, ନିୟରିୟ, ରଫାୟ ଓ ଉଷୀୟେଲ। ଶିମିୟୋନୀୟ ଲୋକମାନେ ସେହି ସ୍ଥାନରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେଠାରେ କେବଳ ଅଳ୍ପମାତ୍ର ଅମାଲେକୀୟ ଲୋକ ରହିଲେ। ଆଉ ଏହି ଶିମିୟୋନୀୟ ଲୋକମାନେ ସେମାନଙ୍କୁ ବଧ କଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଶିମିୟୋନୀୟ ଲୋକମାନେ ସେୟୀରରେ ବସବାସ କରି ଆସିଅଛନ୍ତି। ରୁବେ‌ନଙ୍କର ବଂଶଧରଗଣ ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେ‌ନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା। ରୁବେ‌ନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ। *** *** ଯୋୟେଲଙ୍କ ବଂଶଧରମାନଙ୍କର ନାମ ଏହି: ଶିମୟିୟ ଯୋୟେଲଙ୍କ ପୁତ୍ର, ଗୋଗ୍ ଶିମୟିୟଙ୍କ ପୁତ୍ର ଓ ଶିମିୟି ଗୋ‌ଗ୍‌ଙ୍କ ପୁତ୍ର ଥିଲେ। ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବା‌ଲ୍‌ ରାୟାଙ୍କ ପୁତ୍ର। ବେରା ବା‌ଲ୍‌ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପି‌ଲ୍‌ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେ‌ନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ। ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା’ପରେ ଜିଖରିୟ। ବେଲା ଆସ‌‌ସ୍‌‌ରଙ୍କ ପୁତ୍ର ଥିଲେ। ଆସ‌‌ସ୍‌‌ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ। ବେଲାଙ୍କ ବଂଶଧରମାନ ପୂର୍ବଦିଗରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିୟଦରେ ସେମାନଙ୍କର ଅନେକ ଗୋପଲ ଥିବାରୁ ସେମାନେ ସେହି ସ୍ଥାନରେ ବାସ କରୁଥିଲେ। ଶାଉଲ ରାଜା ଥିବା ସମୟରେ ବେଲାଙ୍କ ବଂଶଧରମାନେ ହାଗରୀୟ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହାଗରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେମାନେ ତମ୍ବୁ ଗୃହରେ ବାସ କରୁଥିଲେ ଓ ଗିଲିୟଦର ପୂର୍ବ ପାର୍ଶ୍ୱସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ। ଗା‌ଦ୍‌ର ବଂଶଧରଗଣ ଗା‌ଦ୍‌ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ। ଯୋୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ୱିତୀୟ ନେତା ଥିଲେ। ଏହା ପରେ ଯାନୟ ନେତା ହେଲେ। ସେମାନଙ୍କ ପିତ୍ରାଳୟରେ ସାତ ଜଣ ଭ୍ରାତା ଏହିପରି ଥିଲେ ମୀଖାୟେଲ, ମଶୁଲ୍ଲମ, ଶେବା, ଯୋରୟ, ଯାକନ୍, ସୀୟ ଓ ଏବର୍। ଏହି ବ୍ୟକ୍ତିମାନେ ଅବୀହେଲିୟର ବଂଶଧର ଥିଲେ। ଅବୀହେଲିୟ ହୂରିଙ୍କର ପୁତ୍ର ଥିଲେ। ହୂରି ଯାରୋହଙ୍କ ପୁତ୍ର, ଯାରୋହ ଗିଲିୟଦଙ୍କ ପୁତ୍ର। ଗିଲିୟଦ୍ ମୀଖାୟେଲଙ୍କ ପୁତ୍ର, ମୀଖାୟେଲ ଯିହିଶୟଙ୍କ ପୁତ୍ର, ଯିହିଶୟ ଯହଦୋଙ୍କ ପୁତ୍ର, ଯହଦୋ ବୂ‌ଷ୍‌ଙ୍କ ପୁତ୍ର ଥିଲେ। ଅହି ଅ‌ବ୍‌ଦିୟେଲଙ୍କ ପୁତ୍ର, ଅ‌ବ୍‌ଦିୟେଲ ଗୂନିଙ୍କ ପୁତ୍ର ଥିଲେ। ଅହି ସେମାନଙ୍କ ପରିବାରର ନେତା ଥିଲେ। ଗା‌ଦ୍‌ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ। ଯୋଥମ୍ ଓ ଯାରବିୟାମଙ୍କ ସମୟରେ, ଗା‌ଦ୍‌ର ଗୋଷ୍ଠୀ ଇତିହାସରେ ଏହି ବ୍ୟକ୍ତିମାନଙ୍କର ନାମ ଲିଖିତ ହୋଇଥିଲା। ଯୋଥମ୍ ଯିହୁଦାର ରାଜା ଓ ଯାରବିୟାମ ଇସ୍ରାଏଲର ରାଜା ଥିଲେ। କେତେକ ସୈନ୍ୟ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ରୁବେ‌ନଙ୍କର ବଂଶଧରମଧ୍ୟରୁ, ଗା‌ଦ୍‌ର ବଂଶଧରମଧ୍ୟରୁ ଏବଂ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗର ବଂଶଧରମଧ୍ୟରୁ 44,760 ଜଣ ସାହସୀ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ସେମାନେ ଢାଲ ଓ ‌‌ଖ‌ଡ଼୍‌ଗ ଧାରଣ କରିଥିଲେ ଏବଂ ସେମାନେ ଧନୁ ଓ ତୀର ଗ୍ଭଳନାରେ ନିପୁଣ ଥିଲେ। ସେମାନେ ହାଗରୀୟ ଲୋକ ଓ ଯିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ଆରମ୍ଭ କଲେ। ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ। ସେମାନେ ହାଗରୀୟ ଲୋକମାନଙ୍କର ପଶୁଗଣକୁ ନେଇଗଲେ। ସେମାନେ 50,000 ଓଟ, 250,000 ମେଷ, 2000 ଗଧ ଓ 100,000 ଲୋକଙ୍କୁ ନେଇଗଲେ। ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ। ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ। ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ। କିନ୍ତୁ ଏହି ନେତାମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ସେମାନେ ସେହି ଲୋକମାନଙ୍କର ମିଥ୍ୟା ଦେବତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ୱର ସେମାନଙ୍କ ସମ୍ମୁଖରେ ନଷ୍ଟ କରିଥିଲେ। ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂ‌ଲ୍‌ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପି‌ଲ୍‌ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂ‌ଲ୍‌ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି। ଲେବୀଙ୍କ ବଂଶଧରଗଣ ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି। କହାତଙ୍କର ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷହାର, ହିବ୍ରୋଣ ଓ ଉଷିୟେଲ। ଅମ୍ରାମ୍ର ସନ୍ତାନମାନେ ଥିଲେ ହାରୋଣ, ମୋଶା ଓ ମରିୟମ୍। ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୁ, ଇଲିୟାସର ଓ ଈଥାମର। ଇଲିୟାସର ପୀ‌ନ୍‌ହସଙ୍କ ପିତା ଥିଲେ। ପୀ‌ନ୍‌ହସ୍ ଅବିଶୂୟଙ୍କ ପିତା ଥିଲେ। ଅବିଶୂୟ ବୁ‌କ୍‌କିଙ୍କ ପିତା ଥିଲେ। ବୁ‌କ୍‌କି ଉଷିଙ୍କ ପିତା ଥିଲେ। ଉଷି ସରହିୟଙ୍କ ପିତା ଥିଲେ। ସରହିୟ ମରାୟୋତଙ୍କ ପିତା ଥିଲେ। ମରାୟୋତ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂ‌ବ୍‌ଙ୍କ ପିତା ଥିଲେ। ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ୍ ଅହୀମାସଙ୍କ ପିତା ଥିଲେ। ଅହୀମାସ ଅସରିୟଙ୍କ ପିତା ଥିଲେ। ଅସରିୟ ଯୋହାନ‌ନଙ୍କ ପିତା ଥିଲେ। ଯୋହାନନ୍ ଅସରିୟଙ୍କ ପିତା ଥିଲେ (ଶଲୋମନ୍ ଯିରୁଶାଲମରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେଠାରେ ଏହି ଅସରିୟ ଯାଜକ ଭାବେ କାର୍ଯ୍ୟ କରୁଥିଲେ)। ଅସରିୟ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂ‌ବ୍‌ଙ୍କ ପିତା ଥିଲେ। ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁ‌ମ୍‌ଙ୍କ ପିତା ଥିଲେ। ଶଲ୍ଲୁମ୍ ହି‌ଲ୍‌‌‌କିୟଙ୍କ ପିତା ଥିଲେ। ହି‌ଲ୍‌‌‌କିୟ ଅସରିୟଙ୍କ ପିତା ଥିଲେ। ଅସରିୟ ସରାୟଙ୍କ ପିତା ଥିଲେ। ସରାୟ ଯିହୋସାଦକଙ୍କ ପିତା ଥିଲେ। ସଦାପ୍ରଭୁ ଯେତେବେଳେ ଯିହୁଦା ଓ ଯିରୁଶାଲମକୁ ନିର୍ବାସିତ କଲେ, ଯିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗଲେ। ସଦାପ୍ରଭୁ ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ନିର୍ବାସନରେ ପଠାଇଲେ। ଲେବୀଙ୍କର ଅନ୍ୟାନ୍ୟ ବଂଶଧରଗଣ ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି। ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲି‌ବ୍‌ନି ଓ ଶିମିୟି। କହାତଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ। ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ଲେବୀଙ୍କ ଗୋଷ୍ଠୀଗୁଡ଼ିକର ଏହା ହିଁ ଏକ ତାଲିକା ଅଟେ। ସେମାନଙ୍କ ପିତାଗଣଙ୍କର ନାମାନୁସାରେ ହିଁ ସେମାନଙ୍କର ନାମ ତାଲିକାଭୁକ୍ତ ହୋଇଅଛି। ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ: ଲି‌ବ୍‌ନି ଗେର୍ଶୋନଙ୍କ ପୁତ୍ର ଥିଲେ। ଯହତ୍, ଲି‌ବ୍‌ନିଙ୍କ ପୁତ୍ର ଥିଲେ। ସିମ୍ମ ଯହତଙ୍କ ପୁତ୍ର ଥିଲେ। ଯୋୟାହ ସିମ୍ମଙ୍କ ପୁତ୍ର ଥିଲେ। ଇଦ୍ଦୋ ଯୋୟାହଙ୍କ ପୁତ୍ର ଥିଲେ। ସେରହ ଇଦ୍ଦୋଙ୍କ ପୁତ୍ର ଥିଲେ। ଯିୟତ୍ରୟ ସେରହଙ୍କର ପୁତ୍ର ଥିଲେ। ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଅସୀରଙ୍କ ପୁତ୍ର ଥିଲେ, ଅବୀୟାସଫ୍ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଅସୀର ଅବୀୟାସ‌ଫ୍‌ଙ୍କ ପୁତ୍ର ଥିଲେ। ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିୟେଲ ତହତ୍‌ଙ୍କ ପୁତ୍ର ଥିଲେ। ଊଷିୟ ଉରିୟେଲଙ୍କ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ। ଇ‌ଲ୍‌କାନାଙ୍କ ପୁତ୍ରମାନେ ଥିଲେ ଅମାସୟ ଓ ଅହୀମୋତ୍। ସୋଫୀୟ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ। ଇଲୀୟାବ୍ ନହାତଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲିୟା‌ବ୍‌ଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯିରୋହ‌ମ୍‌ଙ୍କ ପୁତ୍ର ଥିଲେ। ଶାମୁୟେଲ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଶାମୁୟେଲଙ୍କ ପୁତ୍ରମାନେ ଥିଲେ: ଯୋୟେଲ ଜ୍ୟେଷ୍ଠ ପୁତ୍ର ଓ ଅବୀୟ କନିଷ୍ଠ ପୁତ୍ର। ଏହିମାନେ ମରାରିଙ୍କ ପୁତ୍ର ଥିଲେ: ମହଲି ମରାରିଙ୍କ ପୁତ୍ର ଥିଲେ। ଲି‌ବ୍‌ନି ମହଲିଙ୍କ ପୁତ୍ର ଥିଲେ। ଶିମିୟ ଲି‌ବ୍‌ନିଙ୍କ ପୁତ୍ର ଥିଲେ। ଉଷଃ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଉଷଃଙ୍କ ପୁତ୍ର ଥିଲେ। ହଗିୟ ଶିମିୟିଙ୍କ ପୁତ୍ର ଥିଲେ। ଅସାୟ ହଗିୟଙ୍କ ପୁତ୍ର ଥିଲେ। ମନ୍ଦିରର ବାଦ୍ୟକାରୀଗଣ ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ। ଏହି ବ୍ୟକ୍ତିମାନେ ପବିତ୍ର ତମ୍ବୁ ମଧ୍ୟରେ ସଙ୍ଗୀତ ଗାନ କରି ସେବାକାର୍ଯ୍ୟ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ-ତମ୍ବୁ ବୋଲି ମଧ୍ୟ କୁହା ଯାଉଥିଲା। ଶଲୋମନ ଯିରୁଶାଲମରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନେ ସେବାକାର୍ଯ୍ୟ କଲେ। ସେମାନଙ୍କ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦିଆଯାଇଥିବା ନିୟମାବଳୀକୁ ସୂଗ୍ଭରୁରୂପେ ପାଳନ କରି ସେମାନେ ସେବାକାର୍ଯ୍ୟ କଲେ। ସଙ୍ଗୀତ ଦ୍ୱାରା ସେବାକାର୍ଯ୍ୟ କରୁଥିବା ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ, ଗାୟକ ହେମନ୍। ହେମନ୍ ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଶାମୁୟେଲଙ୍କ ପୁତ୍ର ଥିଲେ। ଶାମୁୟେଲ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯିରୋହ‌ମ୍‌ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେ‌ଲ୍‌ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ। ତୋହ ସୂ‌ଫ୍‌ଙ୍କ ପୁତ୍ର ଥିଲେ। ସୂ‌ଫ୍‌ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ମାହତ୍‌ଙ୍କ ପୁତ୍ର ଥିଲେ। ମାହତ୍ ଅମାସୟଙ୍କ ପୁତ୍ର ଥିଲେ। ଅମାସୟ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଅସରିୟଙ୍କ ପୁତ୍ର ଥିଲେ। ଅସରିୟ ସିଫନିୟର ପୁତ୍ର ଥିଲେ। ସିଫନିୟର ତହତ୍‌ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ। କୋରହ ଯି‌ଷ୍‌ହରଙ୍କ ପୁତ୍ର ଥିଲେ। ଯି‌ଷ୍‌ହର କହାତଙ୍କ ପୁତ୍ର ଥିଲେ। କହାତ୍ ଲେବୀଙ୍କ ପୁତ୍ର ଥିଲେ। ଲେବୀ ଇସ୍ରାଏଲଙ୍କ ପୁତ୍ର ଥିଲେ। ହେମ‌ନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମ‌ନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ। ଶିମିୟ ମୀଖାୟେଲଙ୍କ ପୁତ୍ର ଥିଲେ। ମୀଖାୟେଲ ବାସେୟଙ୍କ ପୁତ୍ର ଥିଲେ। ବାସେୟ ମ‌ଲ୍‌କିୟରଙ୍କ ପୁତ୍ର ଥିଲେ। ମ‌ଲ୍‌କିୟର ଇତ୍‌ନିଙ୍କ ପୁତ୍ର ଥିଲେ। ଇତ୍‌ନି ସେରହଙ୍କ ପୁତ୍ର ଥିଲେ। ସେରହ ଅଦାୟାଙ୍କ ପୁତ୍ର ଥିଲେ। ଅଦାୟା ଏଥ‌ନଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିୟଙ୍କ ପୁତ୍ର ଥିଲେ। ଶିମିୟ ଯହତଙ୍କ ପୁତ୍ର ଥିଲେ। ଯହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲେବୀଙ୍କ ପୁତ୍ର ଥିଲେ। ମରାରିଙ୍କ ବଂଶଧରମାନେ ହେମନ୍ ଓ ଆସ‌ଫ୍‌ଙ୍କ ଆତ୍ମୀୟ ଥିଲେ। ସେମାନେ ହେମ‌ନଙ୍କ ବାମ ପାର୍ଶ୍ୱସ୍ଥ ସଙ୍ଗୀତ ଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ। ମାଲ୍ଲୁକ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ଅମତ୍‌ସିୟଙ୍କ ପୁତ୍ର ଥିଲେ। ଅମତ୍‌ସିୟ ହି‌ଲ୍‌‌‌କିୟଙ୍କ ପୁତ୍ର ଥିଲେ। ହି‌ଲ୍‌‌‌କିୟ ଅ‌ମ୍‌ସିଙ୍କ ପୁତ୍ର ଥିଲେ। ଅ‌ମ୍‌ସି ବାନିଙ୍କ ପୁତ୍ର ଥିଲେ। ବାନି ଶେମରଙ୍କ ପୁତ୍ର ଥିଲେ। ଶେମର ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲେବୀଙ୍କ ପୁତ୍ର ଥିଲେ। ହେମନ୍ ଓ ଆସ‌ଫ୍‌ଙ୍କ ଭ୍ରାତାମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ଲେବୀଙ୍କ ଗୋଷ୍ଠୀମାନଙ୍କୁ ଲେବୀୟ ମଧ୍ୟ କୁହାଯାଉଥିଲା। ପବିତ୍ର ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଲେବୀୟମାନେ ମନୋନୀତ ହୋଇଥିଲେ। ପରମେଶ୍ୱରଙ୍କ ଗୃହରେ ପବିତ୍ର ତମ୍ବୁ ରହିଥିଲା, କିନ୍ତୁ କେବଳ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହୋମବଳି, ଯଜ୍ଞବେଦି ସୁଗନ୍ଧିବେଦି ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆଯାଇ ଥିଲା। ପରମେଶ୍ୱରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ଯ୍ୟ ଏବଂ ଇସ୍ରାଏଲ ପାଇଁ ମଧ୍ୟ ପ୍ରାୟଶ୍ଚିତ କରନ୍ତି। ମୋଶା ପରମେଶ୍ୱରଙ୍କ ସେବକ, ଯେଉଁ ସମସ୍ତ ନୀତି ଓ ଆଇନ ଦେଇଥିଲେ ସେହିସବୁ ସେମାନେ ପାଳନ କଲେ। ହାରୋଣଙ୍କ ବଂଶଧରଗଣ ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ: ଇଲିୟାସର ହାରୋଣଙ୍କ ପୁତ୍ର ଥିଲେ। ପୀ‌ନ୍‌ହସ୍ ଇଲିୟାସରଙ୍କ ପୁତ୍ର ଥିଲେ। ଅବୀଶୂୟ ପୀ‌ନ୍‌ହ‌‌ସ୍‌‌ଙ୍କ ପୁତ୍ର ଥିଲେ। ବୁ‌କ୍‌କି ଅବୀଶୂୟଙ୍କ ପୁତ୍ର ଥିଲେ। ଉଷି ବୁ‌କ୍‌କିଙ୍କ ପୁତ୍ର ଥିଲେ। ସରହିୟ ଉଷିଙ୍କ ପୁତ୍ର ଥିଲେ। ମରାୟୋତ୍ ସରହିୟଙ୍କ ପୁତ୍ର ଥିଲେ। ଅମରିୟ ମରାୟୋତ୍‌ଙ୍କ ପୁତ୍ର ଥିଲେ। ସାଦୋକ ଅହୀଟୂ‌ବ୍‌ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକଙ୍କ ପୁତ୍ର ଥିଲେ। ଲେବୀୟ ଗୋଷ୍ଠୀ ନିମନ୍ତେ ବାସସ୍ଥାନ ଏହି ସମସ୍ତ ସ୍ଥାନରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସେମାନଙ୍କୁ ଦତ୍ତ ହୋଇଥିବା ଦେଶରେ ସେମାନେ ଛାଉଣି ମଧ୍ୟରେ ବାସ କଲେ। ଲେବୀୟ ଲୋକମାନଙ୍କୁ ଦିଆଯାଇଥିବା ଦେଶରେ କହାତୀୟମାନେ ପ୍ରଥମ ଅଂଶ ପାଇଲେ। ସେମାନଙ୍କୁ ହିବ୍ରୋଣ ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷେତ୍ରମାନ ଦତ୍ତ ହେଲା। କିନ୍ତୁ ସେମାନେ ସହରଠାରୁ ଦୂରରେ ଥିବା କ୍ଷେତ୍ର ଓ ଗ୍ରାମସବୁ ଯିଫୁନ୍ନିର ପୁତ୍ର ‌‌‌କାଲେ‌ବଙ୍କୁ ଦେଲେ। ହାରୋଣର ବଂଶଧରମାନଙ୍କୁ ଦିଆଯାଇଥିବା ଆଶ୍ରୟ ନଗର ସବୁ ହିବ୍ରୋଣ, ଲି‌ବ୍‌ନା, ଯତ୍ତୀର, ଇଷ୍ଟିମୋୟ, ହିଲେନ୍, ଦବୀର ଏବଂ ସେମାନଙ୍କର କ୍ଷେତ। ଆଶନ୍, ବୈଥ୍-ଶେମଶ ଏବଂ ସେମାନଙ୍କର କ୍ଷେତ। ବିନ୍ୟାମୀନ ଗୋଷ୍ଠୀଠାରୁ ସେମାନେ ଗିବିୟୋନ, ଗେବା, ଆଲେମତ୍ ଓ ଅନାଥୋତ୍ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱର କ୍ଷେତ ସହର ସହିତ ପ୍ରାପ୍ତ ହେଲା। କହାତୀୟମାନଙ୍କୁ ତେରଟି ନଗର ଦିଆଗଲା। କହାତୀୟମାନଙ୍କୁ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଦଶଗୋଟି ସହର ଦିଆଯାଇଥିଲା। ଗେର୍ଶୋନଙ୍କ ଗୋଷ୍ଠୀ ତେର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ଇଷାଖର, ଆଶେର, ନପ୍ତାଲି ଓ ବାଶନ ଅଞ୍ଚଳରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସେହି ନଗରଗୁଡ଼ିକ ପ୍ରାପ୍ତ ହେଲେ। ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ରୁବେନ୍, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସେହି ସମସ୍ତ ନଗର ପ୍ରାପ୍ତ ହେଲେ। ସେମାନେ ଗୁଲିବାଣ୍ଟଦ୍ୱାରା ସେହି ନଗରସବୁ ପ୍ରାପ୍ତ କଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ସେହିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲେବୀୟମାନଙ୍କୁ ଦେଇ ଦେଲେ। ସେହି ସମସ୍ତ ନଗରୀ ସେମାନେ ଯିହୁଦା, ଶିମିୟୋନ୍, ଓ ବିନ୍ୟାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହୋଇଥିଲେ। ଯେଉଁଗୁଡ଼ିକର ନାମ ଗୁଲିବାଣ୍ଟରେ ଉଲ୍ଲେଖ କରାଯାଇଛି। ଇଫ୍ରୟିମ୍ ଗୋଷ୍ଠୀ କହାତ୍‌ର କେତେକ ପରିବାର କିଛି ନଗରୀଗୁଡ଼ିକ ଦେଲେ। ଇଫ୍ରୟିମର ପାର୍ବତ୍ୟମୟ ଦେଶରେ, ସେମାନଙ୍କୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗେଷର୍ ଓ ସେମାନଙ୍କର କ୍ଷେତ୍ରଗୁଡ଼ିକ ଦିଆଗଲା। ଯକମିୟାମ୍, ବୈ‌ଥ୍‌ହୋରଣ ସେମାନଙ୍କର କ୍ଷେତସବୁ। ଅୟାଲୋନ୍ ଓ ଗାଥ୍-ରିମ୍ମୋନ୍ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ସେମାନେ ସେହି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ। ଇସ୍ରାଏଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନେର ଓ ବିଲିୟମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସେହି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ। ଅନ୍ୟ ଲେବୀୟ ଗୋଷ୍ଠୀଗୁଡ଼ିକ ବାସସ୍ଥାନ ପାଇଲେ ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଭୂମି ପାଇଲେ, ସେମାନେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଗ୍ଭରଣଭୂମି ସହ ପାଇଲେ। ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମୋତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ। ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ୟ ସେମାନେ ଲାଭ କଲେ। *** ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଆଶେରର ପରିବାରବର୍ଗଠାରୁ ମଶାଲ୍, ଅ‌ବ୍‌ଦୋନ, ହୁ‌‌କ୍‌‌କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ। *** ଗେର୍ଶୋନଙ୍କ ପରିବାର ଆହୁରି ମଧ୍ୟ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲିଲୀର କେଦଶ, ହମ୍ମୋନ୍ ଓ କିରିୟାଥୟିମ୍ ସହର ମଧ୍ୟ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ। ଲେବୀୟ ଲୋକମାନଙ୍କ ମଧ୍ୟରେ ଆଉ କେବଳ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସେମାନେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମୋନ ଓ ତାବୋର୍ ସହରଗୁଡ଼ିକ ଗ୍ଭରଣଭୂମି ସହିତ ପ୍ରାପ୍ତ ହେଲେ। ମରାରି ବଂଶ ଆହୁରି ମଧ୍ୟ ରୁବେନ୍ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବେ‌ତ୍‌ସର୍ ସହର, ଯହସ, କଦେମୋତ୍ ଓ ମେଫାତ୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ରୁବେନ୍ ଗୋଷ୍ଠୀ ଯିରୀହୋ ନଗରର ପୂର୍ବ ପାର୍ଶ୍ୱ ଓ ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ଲାଭ କଲେ। *** ମରାରି ପରିବାରବର୍ଗ ଗାଦ୍ ଗୋଷ୍ଠୀଠାରୁ ଗିଲିୟଦସ୍ଥ ରାମୋତ୍, ହି‌ଷ୍‌ବୋନ୍ ଓ ଯାସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ। ଇଷାଖରଙ୍କର ବଂଶଧରଗଣ ଇଷାଖରଙ୍କର ଗ୍ଭରି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ତୋଲୟ, ପୂୟ, ଯାଶୂବ୍ ଓ ଶିମ୍ରୋଣ୍। ତୋଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାୟ, ଯିରୀୟେଲ, ଯହମୟ, ଯି‌ବ୍‌ସମ୍ ଓ ଶାମୁୟେଲ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ବ୍ୟକ୍ତିଗଣ ସେମାନଙ୍କର ବଂଶାନୁସାରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସେମାନଙ୍କର ସଂଖ୍ୟା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସେମାନେ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ। ଉଷିଙ୍କର ପୁତ୍ର ଥିଲେ ଯିଷ୍ରାହିୟ। ଯିଷ୍ରାହିୟଙ୍କର ପୁତ୍ରମାନେ ଥିଲେ, ମୀଖାୟେଲ, ଓବଦିୟ, ଯୋୟେଲ ଓ ଯିଶିୟ। ଏହି ପାଞ୍ଚ ଜଣ ଯାକ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କର 36,000 ସୈନିକ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହୋଇ ରହୁଥିଲେ। ସେମାନଙ୍କର ଏକ ବୃହତ୍ ପରିବାର ଥିଲା, କାରଣ ସେମାନଙ୍କର ଅନେକ ସ୍ତ୍ରୀ ଓ ସନ୍ତାନସନ୍ତତି ଥିଲେ। ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ। ବିନ୍ୟାମୀନଙ୍କର ବଂଶଧରଗଣ ବିନ୍ୟାମୀନଙ୍କର ତିନି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ବେଲା, ବେଖର ଓ ଯିଦୀୟେଲ। ବେଲାଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଇ‌ଷ୍‌ବୋନ୍, ଉଷ, ଉଷୀୟେଲ, ଯିରେମୋତ୍ ଓ ଈରୀ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ପରିବାରର ଇତିହାସରୁ ଜଣାଯାଏ ଯେ, ସେମାନଙ୍କ ମଧ୍ୟରେ 22,034 ଜଣ ସୈନିକ ଥିଲେ। ବେଖରଙ୍କର ପୁତ୍ରମାନେ ଥିଲେ: ସମୀର, ଯୋୟାଶ, ଇଲୀୟେଷର, ଇଲିୟୋ-ଐନୟ, ଅମ୍ରି, ଯିରେମୋତ୍, ଅବିୟ, ଅନାଥୋତ୍ ଓ ଆଲେମତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, ସେମାନଙ୍କର ମଧ୍ୟ 20,000 ଜଣ ସୈନିକ ଥିଲେ। ଯିଦୀୟେଲଙ୍କର ପୁତ୍ର ଥିଲେ ବି‌ଲ୍‌ହନ୍। ବି‌ଲ୍‌ହ‌ନଙ୍କର ପୁତ୍ରମାନେ ଥିଲେ: ଯିୟଶ, ବିନ୍ୟାମୀନ, ଏହୂଦ, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର। ଯିଦୀୟେଲଙ୍କ ସବୁ ପୁତ୍ର ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ୟ ଥିଲେ। ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅହେରଙ୍କର ପୁତ୍ର ଥିଲେ। ନପ୍ତାଲିଙ୍କର ବଂଶଧରଗଣ ନପ୍ତାଲିଙ୍କ ପୁତ୍ରମାନେ ଥିଲେ ଯହସିୟେଲ, ଗୂନି, ଯେତ୍‌ସର ଓ ଶଲ୍ଲୁମ୍। ଏବଂ ଏହିମାନେ ବି‌ଲ୍‌ହାଙ୍କର ବଂଶଧର ଥିଲେ। ମନଃଶିଙ୍କର ବଂଶଧର ଏହିମାନେ ମନଃଶିଙ୍କର ବଂଶଧର ଥିଲେ: ମନଃଶି ଓ ତାଙ୍କର ଅରାମୀୟ ଦାସୀଙ୍କଠାରୁ ଅସ୍ରୀୟେଲ ନାମକ ପୁତ୍ର ଜାତ ହୋଇଥିଲା। ସେମାନଙ୍କର ମାଖୀର ନାମକ ମଧ୍ୟ ପୁତ୍ରଟିଏ ଥିଲା। ମାଖୀର ଗିଲିୟଦଙ୍କ ପିତା ଥିଲେ। ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା’ର ଦ୍ୱିତୀୟ ପୁତ୍ରର ନାମ ସ‌‌ଲ୍‌ଫାଦ ଥିଲା। ସ‌‌ଲ୍‌ଫାଦର କେବଳ କନ୍ୟାମାନେ ଥିଲେ। ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହୋଇଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା’ର ଭାଇଙ୍କ ନାମ ଥିଲା ଶେରଶ। ଶେରଶଙ୍କ ପୁତ୍ରମାନେ ଥିଲେ ଉଲମ୍ ଓ ରେକମ୍। ଉଲ‌ମ୍‌ଙ୍କ ପୁତ୍ର ଥିଲେ, ବଦାନ। ଏହିମାନେ ଗିଲିୟଦର ବଂଶଧର ଥିଲେ। ଗିଲିୟଦ ମାଖୀରଙ୍କ ପୁତ୍ର, ମାଖୀର ମନଃଶିଙ୍କ ପୁତ୍ର ଥିଲେ। ମାଖୀରଙ୍କ ଭଉଣୀ ହମ୍ମୋଲେକତ୍, ଈଶହୋଦ୍, ଅବୀୟେଷର ଓ ମହଲାଙ୍କୁ ଜନ୍ମ ଦେଲେ। ଶମୀଦାଙ୍କ ପୁତ୍ରମାନେ ଥିଲେ: ଅହିୟନ୍, ଶେଖମ୍, ଲି‌କ୍‌ହି ଓ ଅନୀୟାମ୍। ଇଫ୍ରୟିମଙ୍କ ବଂଶଧରଗଣ ଇଫ୍ରୟିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରୟିମଙ୍କ ପୁତ୍ର ଥିଲେ ଶୁଥେଲହ। ଶୁଥେଲହଙ୍କର ପୁତ୍ର ଥିଲେ, ବେରଦ। ବେରଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ, ଇଲିୟାଦା। ଇଲିୟାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ ସାବଦ୍। ସାବ‌ଦ୍‌ଙ୍କ ପୁତ୍ର ଥିଲେ ଶୁଥେଲହ। ଗାଥ୍ ନଗରରେ ବଢ଼ିଥିବା କେତେକ ଲୋକ ଏତ୍‌ସର ଓ ଇଲିୟାଦକୁ ବଧ କଲେ। ଏତ୍‌ସର ଓ ଇଲିୟାଦ ଏହି ଲୋକମାନଙ୍କର ଗୋ’ପଲ ଓ ମେଷପଲ ଚରାଇବା ନିମନ୍ତେ ଗା‌ଥ୍‌କୁ ଯାଇଥିବାରୁ ଏହିପରି ଘଟିଲା। ଇଫ୍ରୟିମ, ଏତ୍‌ସର ଓ ଇଲିୟାଦର ପିତା ଥିଲେ। ଏତ୍‌ସର ଓ ଇଲିୟାଦଙ୍କର ମୃତ୍ୟୁ ଘଟିବାରୁ ଇଫ୍ରୟିମ ଅନେକ ଦିନ ପର୍ଯ୍ୟନ୍ତ କ୍ରନ୍ଦନ କଲେ। ଇଫ୍ରୟିମଙ୍କର ପରିବାର ତାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଲେ। ଏହା ପରେ, ଇଫ୍ରୟିମ ତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରୟିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରୟିମ ଏହି ନବଜାତ ପୁତ୍ରର ନାମ ବରୀୟ ଦେଲେ, କାରଣ ତାଙ୍କର ପରିବାରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିଲା। ଇଫ୍ରୟିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈ‌ଥ୍‌ହୋରଣ୍ ଓ ଉଚ୍ଚତର ବୈଥ-ହୋରଣ୍, ଏବଂ ନିମ୍ନତର ଉଷେନ୍ ଶୀରା ଓ ଉଚ୍ଚତର ଉଷେନ୍ ଶୀରା ନିର୍ମାଣ କଲା। ରେଫହ ଇଫ୍ରୟିମଙ୍କ ପୁତ୍ର ଥିଲେ। ରେଶଫ୍ ରେଫ‌ହଙ୍କ ପୁତ୍ର ଥିଲେ। ତେଲହ ରେଶ‌ଫ୍‌ଙ୍କ ପୁତ୍ର ଥିଲେ। ତହନ୍ ତେଲହଙ୍କ ପୁତ୍ର ଥିଲେ। ଲାଦନ୍ ତହ‌ନଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ। ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ। ଏହି ସମସ୍ତ ନଗର ଓ ଦେଶମାନଙ୍କରେ ଇଫ୍ରୟିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବରେ ନାରନ୍, ପଶ୍ଚିମରେ ଗେଷର୍ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ଯ୍ୟନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ। ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍‌ଶାନ, ତାନକ, ମଗିଦ୍ଦୋ ଓ ଦୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଯୋଷେଫଙ୍କ ବଂଶଧରମାନେ ବାସ କରୁଥିଲେ। ଯୋଷେଫ ଇସ୍ରାଏଲଙ୍କ ପୁତ୍ର ଥିଲେ। ଆଶେରଙ୍କ ବଂଶଧରଗଣ ଆଶେରଙ୍କ ପୁତ୍ରମାନେ ଥିଲେ ଯିମ୍ନ, ଯି‌ଶ୍‌ବ, ଯି‌ଶ୍‌ବି ଓ ବରୀୟ। ସେମାନଙ୍କ ଭଗିନୀର ନାମ ଥିଲା ସେରହ। ବରୀୟଙ୍କ ପୁତ୍ରମାନେ ଥିଲେ ହେବର ଓ ମ‌ଲ୍‌କୀୟେଲ। ମ‌ଲ୍‌କୀୟେଲ ବିର୍ଷୋତଙ୍କ ପିତା ଥିଲେ। ହେବର୍, ଯ‌ଫ୍‌ଲେଟ୍, ଶୋମର୍ ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାଙ୍କ ପିତା ଥିଲେ। ଯ‌ଫ୍‌ଲେ‌ଟ୍‌ଙ୍କ ପୁତ୍ରମାନେ ଥିଲେ ପାସକ୍, ବି‌ମ୍‌ହଲ୍ ଓ ଅଶ୍ୱତ୍। ଏହିମାନେ ଯ‌ଫ୍‌ଲେ‌ଟ୍‌ଙ୍କର ସନ୍ତାନ ଥିଲେ। ଶେମରଙ୍କ ପୁତ୍ରମାନେ ଥିଲେ ଅହି, ରୋହଗ, ଯିହୁବ୍ବ ଓ ଅରାମ। ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲେମ। ହେଲେମଙ୍କ ପୁତ୍ରମାନେ ଥିଲେ ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ୍। ଶୋଫହଙ୍କ ପୁତ୍ରମାନେ ଥିଲେ: ସୂହ, ହର୍ଣ୍ଣେଫେର୍, ଶୂୟାଲ୍, ବେରୀ, ଯିମ୍ରି, ବେତ୍‌ସର୍, ହୋଦ, ଶମ୍ମ, ଶି‌ଲ୍‌ଶ ଯିତ୍ରନ୍ ଓ ବେରା। ଯେଥରଙ୍କ ପୁତ୍ରମାନେ ଥିଲେ: ଯିଫୁନ୍ନି, ପିଷ୍ପ ଓ ଅରା। ଉଲ୍ଲଙ୍କ ପୁତ୍ରମାନେ ଥିଲେ: ଆରହ, ହନ୍ନୀୟେଲ ଓ ରିତ୍‌ସିୟ। ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ। ରାଜା ଶାଉଲଙ୍କର ପାରିବାରିକ ଇତିହାସ ବିନ୍ୟାମୀନ ବେଲାଙ୍କ ପିତା ଥିଲେ। ବେଲା ବିନ୍ୟାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ୟାମୀନଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ୟାମୀନଙ୍କ ତୃତୀୟ ପୁତ୍ର ଥିଲେ। ନୋହ ବିନ୍ୟାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ୟାମୀନଙ୍କ ପଞ୍ଚମ ପୁତ୍ର ଥିଲେ। ବେଲାଙ୍କର ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, ଅବୀଶୂୟ, ନାମାନ୍, ଆହୋହ, ଗେରା, ଶଫୂଫନ ଓ ହୂରମ୍। *** *** ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗେବାରେ ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। ନିଜର ଗୃହ ତ୍ୟାଗ କରି ମାନହତକୁ ଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମାନ, ଅହିୟ ଓ ଗେରା। ଗେରା ସେମାନଙ୍କୁ ଗୃହତ୍ୟାଗ କରିବା ନିମନ୍ତେ ବଳପ୍ରୟୋଗ କଲେ। ଗେରା ଉଷ ଓ ଅହୀଦୂଦଙ୍କ ପିତା ଥିଲେ। *** ଶହରୟିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମୋୟାବରେ ଛାଡ଼ପତ୍ର ଦେଲେ। ଏହା ପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ। ଶହରୟିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ୱାରା ଯୋବବ୍, ସିବିୟ, ମେଶା, ମଲକମ୍, ଯିୟୁଶ, ଶଖିୟ, ଓ ମିର୍ମଙ୍କୁ ଜାତ କଲେ। ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। *** ଶହରୟିମ୍ ଓ ହୂଶୀ‌ମ୍‌ଙ୍କର ଆବୀଟୂବ୍ ଇ‌ଲ୍‌ପାଲ ନାମକ ଦୁଇ ପୁତ୍ର ଥିଲେ। ଇ‌ଲ୍‌ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିୟମ, ଶେମଦ୍। ଶେମଦ୍, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ। ବରୀୟ ଓ ଶେମା ଅୟାଲୋନର ନିବାସୀମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ପୁତ୍ରମାନେ ଗାଥ୍‌ର ନିବାସୀମାନଙ୍କୁ ସେମାନଙ୍କ ନଗର ଛାଡ଼ି ଗ୍ଭଲିଯିବା ପାଇଁ ବାଧ୍ୟ କଲେ। ସେମାନଙ୍କର ଭାଇମାନେ ଥିଲେ, ଅହିୟୋ, ଶାଶକ୍ ଓ ଯିରେମୋତ୍, ସବଦିୟ, ଅରାଦ, ଏଦର୍, ମୀଖାୟେଲ, ଯି‌ଶ୍‌ପା ଓ ଯୋହ, ବରୀୟଙ୍କ ପୁତ୍ରଗଣ ଥିଲେ। ଇ‌ଲ୍‌ପା‌ଲ୍‌ଙ୍କ ପୁତ୍ରମାନେ ଥିଲେ: ସବଦିୟ, ମଶୂଲ୍ଲମ୍, ହିଷକି, ହେବର୍, ଯିଷ୍ମରୟ ଓ ଯୋବବ୍। ଶିମିୟିଙ୍କ ପୁତ୍ରମାନେ ଥିଲେ: ଯାକୀମ୍, ସିଖ୍ରି, ସ‌ବ୍‌ଦି, ଇଲୀ-ଐନୟ, ସିଲ୍ଲଥୟ, ଇଲୀୟେଲ, ଅଦାୟା, ବରାୟା ଓ ଶିମ୍ରତ୍। ଶାଶ‌କ୍‌ଙ୍କ ପୁତ୍ରମାନେ ଥିଲେ: ଯି‌ଶ୍‌ପନ୍, ଏବର୍, ଇଲୀୟେଲ, ଅ‌ବ୍‌ଦୋନ, ସିଖ୍ରି, ହାନନ୍, ହନାନିୟ, ଏଲମ୍, ଅନ୍ତୋଥିୟ, ଯି‌ଫ୍‌ଦିୟ ଓ ପନୁୟେଲ। ଯିରୋହମଙ୍କ ପୁତ୍ରମାନେ ଥିଲେ: ଶ‌ମ୍‌ଶରୟ, ଶହରିୟ, ଅଥଲିୟ, ଯାରିଶିୟ, ଏଲିୟ ଓ ସିଖ୍ରି, ଏହି ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପାରିବାରିକ ଇତିହାସରେ ସେମାନଙ୍କୁ ମୁଖ୍ୟ ଭାବେ ଉଲ୍ଲେଖ କରାଯାଇଅଛି। ସେମାନେ ଯିରୁଶାଲମରେ ବାସ କରୁଥିଲେ। ଯିୟେଲ୍ ଗିବିୟୋନଙ୍କ ପିତା ଥିଲେ। ସେ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେ‌ଲ୍‌ଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। ଯିୟେ‌ଲ୍‌ଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅ‌ବ୍‌ଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍, ଗଦୋର, ଅହିୟୋ, ସଖର୍, ଓ ମିକଲୋତ । ମି‌କ୍‌ଲୋତ୍ ଶିମିୟଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ୟ ଯିରୁଶାଲମରେ ସେମାନଙ୍କର ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ। ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂୟ, ଅବୀନାଦବ୍ ଓ ଇ‌ଶ୍‌ବାଲାଙ୍କ ପିତା ଥିଲେ। ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍। ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ। ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମେଲକ୍, ତରେୟ ଓ ଆହସ। ଆହସ୍ ଯିହୋୟାଦାଙ୍କ ପିତା ଥିଲେ। ଯିହୋୟାଦା ଆଲେମତ୍, ଅ‌‌‌ସ୍‌ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍‌ସାଙ୍କ ପିତା ଥିଲେ। ମୋତ୍‌ସା ବିନିୟାଙ୍କ ପିତା ଥିଲେ। ରାଫା ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ୍‌ସେଲ, ଇଲୀୟାସାଙ୍କ ପୁତ୍ର ଥିଲେ। ଆତ୍‌ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇ‌ଶ୍‌ମାୟେଲ, ଶିୟରିୟ, ଓବଦିୟ ଓ ହାନନ। ଆତ୍‌ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏ‌ଶକଙ୍କର କେତେକ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ ଏ‌ଶକଙ୍କର ଜ୍ୟେଷ୍ଠ ପୁତ୍ର, ଯିୟୁଶ୍ ଏ‌ଶକଙ୍କର ଦ୍ୱିତୀୟ ପୁତ୍ର, ଏଲୀଫେଲଟ୍ ତୃତୀୟ ପୁତ୍ର ଥିଲେ। ଉଲ‌ମ୍‌ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ୟ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲ‌ମ୍‌ଙ୍କର ପୁତ୍ରର ଅନେକ ପୁତ୍ର ଓ ନାତିଗଣ ଥିଲେ। ସର୍ବମୋଟ 150 ଜଣ। ଏହି ସମସ୍ତ ବ୍ୟକ୍ତିଗଣ ବିନ୍ୟାମୀନଙ୍କର ବଂଶଧର ଥିଲେ। ଇସ୍ରାଏଲର ସମସ୍ତ ଲୋକଙ୍କର ନାମ ସେମାନଙ୍କ ପରିବାରର ଇତିହାସରେ ଲିଖିତ ହୋଇଅଛି। ସେହି ପାରିବାରିକ ଇତହାସକୁ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି। ଯିରୁଶାଲମରେ ଲୋକମାନେ ଯିହୁଦାକୁ ବଳପୂର୍ବକ ବାବିଲକୁ ନିର୍ବାସିତ କରାଗଲା। କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ନ ଥିଲେ। ଯେଉଁମାନେ ପ୍ରଥମେ ଫେରି ଆସି ସେମାନଙ୍କର ଅଧିକାରରେ ସେଠାରେ ସେମାନଙ୍କର ନଗରରେ ବାସ କଲେ, ସେଥିମଧ୍ୟରୁ କେତେକ ଇସ୍ରାଏଲୀୟ, ଯାଜକଗଣ, ଲେବୀୟଗଣ ଓ ସେବକଗଣ ଥିଲେ। ଏହି ଲୋକମାନେ ଯେଉଁମାନେ ଯିରୁଶାଲମରେ ବାସ କରୁଥିଲେ ସେମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ଓ ମନଃଶିଙ୍କ ଗୋଷ୍ଠୀର ଥିଲେ। ଊଥୟ ଅମ୍ମୀହୂ‌ଦଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପେରସଙ୍କ ଜଣେ ବଂଶଧର ଥିଲେ। ପେରସ୍ ଯିହୁଦାଙ୍କ ପୁତ୍ର ଥିଲେ। ଯିରୁଶାଲମରେ ବାସ କରୁଥିବା ଶୀଲୋନୀୟ ଲୋକମାନେ ଥିଲେ, ଅସାୟ ଜ୍ୟେଷ୍ଠ ପୁତ୍ର ଥିଲେ ଓ ଅସାୟଙ୍କର ପୁତ୍ରମାନେ ଥିଲେ। ଯିରୁଶାଲମରେ ବାସ କରୁଥିବା ସେରହର ଲୋକମାନେ ଥିଲେ, ଯୁୟେଲ ଓ ତାଙ୍କର ଆତ୍ମୀୟମାନେ। ସେମାନେ ସମୁଦାୟ 690 ଜଣ ଥିଲେ। ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିବା ବିନ୍ୟାମୀନ ପରିବାରବର୍ଗର ଥିଲେ: ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋ‌ଦ୍‌ବିୟଙ୍କ ପୁତ୍ର ଥିଲେ। ହୋ‌ଦ୍‌ବିୟ ହସନୁୟେଲଙ୍କ ପୁତ୍ର ଥିଲେ। ଯି‌ବ୍‌ନିୟ ଯିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିୟଙ୍କ ପୁତ୍ର ଥିଲେ। ଶଫଟିୟ ରୂୟେଲଙ୍କ ପୁତ୍ର ଥିଲେ ଏବଂ ରୂୟେଲ ଇ‌ବ୍‌ନିୟଙ୍କ ପୁତ୍ର ଥିଲେ। ବିନ୍ୟାମୀନଙ୍କ ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କ ମଧ୍ୟରୁ 956 ଜଣ ଯିରୁଶାଲମରେ ବାସ କରୁଥିଲେ। ଏହି ସମସ୍ତ ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ଯିରୁଶାଲମରେ ଏହି ଯାଜକମାନେ ବାସ କରୁଥିଲେ: ଯିଦୟିୟ, ଯିହୋୟାରୀବ୍, ଯାଖୀନ୍ ଏବଂ ଅସରିୟ। ଅସରିୟ ହି‌ଲ୍‌‌‌କିୟଙ୍କ ପୁତ୍ର ଥିଲେ। ହି‌ଲ୍‌‌‌କିୟ ମଶୁଲ୍ଲ‌ମ୍‌ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକଙ୍କ ପୁତ୍ର ଥିଲେ। ସାଦୋକ୍ ମରାୟୋତଙ୍କ ପୁତ୍ର ଥିଲେ। ମରାୟୋତ ଅହୀଟୂ‌ବ୍‌ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ୱରଙ୍କ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିବା ବିଶେଷ କାର୍ଯ୍ୟକାରୀ ଥିଲେ। ଆହୁରି ମଧ୍ୟ ସେଠାରେ ଯିରୋହମଙ୍କ ପୁତ୍ର ଅଦାୟା ଥିଲେ। ଯିରୋହମ୍ ପ‌ଶ୍‌ହୂରଙ୍କ ପୁତ୍ର ଥିଲେ। ପ‌ଶ୍‌ହୂର ମ‌ଲ୍‌କିୟଙ୍କ ପୁତ୍ର ଥିଲେ। ଆହୁରି ମଧ୍ୟ ସେଠାରେ ଅଦୀୟେଲଙ୍କ ପୁତ୍ର ମାସୟ ଥିଲେ। ଅଦୀୟେଲ୍ ଯହସେରାଙ୍କ ପୁତ୍ର ଥିଲେ। ଯହସେରା ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମୋତ୍‌ଙ୍କ ପୁତ୍ର ଥିଲେ। ମଶିଲ୍ଲମୋତ୍ ଇମ୍ମେରଙ୍କ ପୁତ୍ର ଥିଲେ। ସମୁଦାୟ 1760 ଜଣ ଯାଜକ ଥିଲେ, ଯେଉଁମାନେ କି ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବାରେ ଦକ୍ଷ ଲୋକ ଥିଲେ। ଲେବୀଙ୍କ ପରିବାରବର୍ଗର ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିଲେ: ହଶୂବ୍‌ଙ୍କ ପୁତ୍ର ଶମୟିୟ। ହଶୂବ୍‌ ଅସ୍ରୀକା‌ମ୍‌ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ମରାରିଙ୍କ ବଂଶଧର ଥିଲେ। ଯିରୁଶାଲମରେ ଏହିମାନେ ମଧ୍ୟ ବାସ କରୁଥିଲେ: ବ‌କ୍‌ବକର, ହେରଶ, ଗାଲଲ୍ ଓ ମତ୍ତନିୟ। ମତ୍ତନିୟ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସ‌ଫ୍‌ଙ୍କ ପୁତ୍ର ଥିଲେ। ଓବଦିୟ ଶମୟିୟଙ୍କ ପୁତ୍ର ଥିଲେ। ଶମୟିୟ ଗାଲ‌ଲଙ୍କ ପୁତ୍ର ଥିଲେ। ଗାଲଲ୍‌ ଯିଦୂଥ‌ନଙ୍କ ପୁତ୍ର ଥିଲେ। ବେରିଖିୟ ଆସାଙ୍କ ପୁତ୍ର ଥିଲେ। ଆସା ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ସେ ନଟୋଫାରେ ଲୋକମାନଙ୍କ ସହରରେ ବାସ କରୁଥିଲେ। ଯିରୁଶାଲମରେ ଏହି ଦ୍ୱାରପାଳମାନେ ବାସ କରୁଥିଲେ: ଶଲ୍ଲୁମ, ଅ‌କ୍‌କୂବ୍, ଟଲମୋନ୍, ଅହୀମାନ ଓ ସେମାନଙ୍କର ଆତ୍ମୀୟବର୍ଗ। ଶଲ୍ଲୁମ୍ ସେମାନଙ୍କର ମୁଖ୍ୟ ଥିଲେ। ଏହି ଲୋକମାନେ ପୂର୍ବଦିଗରେ ରାଜାଙ୍କ ଦ୍ୱାରର ପରବର୍ତ୍ତୀ ପାର୍ଶ୍ୱରେ ଛିଡ଼ା ହେଉଥିଲେ। ଲେବୀଙ୍କ ପରିବାରବର୍ଗର ଏହିମାନେ ଦ୍ୱାରପାଳ ଥିଲେ। ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ ଅବୀୟାସ‌ଫଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ୱାରପାଳ ଥିଲେ। ସେମାନେ କୋରହ ପରିବାରବର୍ଗର ଥିଲେ। ସେମାନେ ମନ୍ଦିରର ସେବାକାର୍ଯ୍ୟ ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁର ଦ୍ୱାର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ସେମାନେ ଠିକ୍ ସେହିପରି କଲେ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ଅତୀତରେ, ଇଲିୟାସରଙ୍କ ପୁତ୍ର ପୀ‌ନ୍‌ହସ୍ ସେମାନଙ୍କର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ। ପବିତ୍ର ତମ୍ବୁର ପ୍ରବେଶ ଦ୍ୱାରରେ ଜିଖରିୟ ମଶେଲିମିୟଙ୍କ ପୁତ୍ର ଦ୍ୱାରପାଳ ଥିଲେ। ପ୍ରବେଶ ଦ୍ୱାରର ଦ୍ୱାରପାଳ ନିମନ୍ତେ ସମୁଦାୟ 212 ଜଣ ଲୋକଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କର ନାମ ସେମାନଙ୍କ ପରିବାର ଇତିହାସରେ ଓ ସେମାନଙ୍କ ଗ୍ରାମଗୁଡ଼ିକରେ ଲେଖାଯାଇଅଛି। ଦାଉଦ ଓ ଦର୍ଶକ ଶାମୁୟେଲ ସେମାନଙ୍କୁ ସେହି ଜାଗାରେ ନିଯୁକ୍ତ କରିଥିଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଦ୍ୱାରପାଳମାନେ ଓ ସେମାନଙ୍କର ବଂଶଧରମାନେ ସଦାପ୍ରଭୁଙ୍କ ଗୃହ, ପବିତ୍ର ତମ୍ବୁର ସୁରକ୍ଷା ଦାୟିତ୍ୱରେ ଥିଲେ। ଗ୍ଭରିଗୋଟି ପାର୍ଶ୍ୱରେ ଦ୍ୱାରମାନ ଥିଲା: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ। ଦ୍ୱାରପାଳମାନଙ୍କର ଯେଉଁ ଆତ୍ମୀୟମାନେ ଛୋଟ ସହରଗୁଡ଼ିକରେ ବାସ କରୁଥିଲେ, ସେମାନଙ୍କୁ ଆସି କେତେକ ନିର୍ଦ୍ଦିଷ୍ଟ ସମୟରେ ସାହାଯ୍ୟ କରିବାକୁ ପଡ଼ୁଥିଲା। ସେମାନେ ଆସୁଥିଲେ ଓ ପ୍ରତ୍ୟେକ ଥର ଦ୍ୱାରପାଳମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ। ସମସ୍ତ ଦ୍ୱାରପାଳମାନଙ୍କର ମୁଖ୍ୟ ଗ୍ଭରି ଦ୍ୱାରପାଳ ଥିଲେ। ସେମାନେ ଲେବୀୟ ଲୋକ ଥିଲେ। ସେମାନଙ୍କର କାର୍ଯ୍ୟ ଥିଲା, ପରମେଶ୍ୱରଙ୍କ ମନ୍ଦିରରେ ଥିବା ସକଳ କୋଠରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା। ସେମାନେ ସାରା ରାତ୍ରି ପରମେଶ୍ୱରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତରେ ପରମେଶ୍ୱରଙ୍କ ମନ୍ଦିରର ଦ୍ୱାର ଖୋଲିବା ସେମାନଙ୍କର କାର୍ଯ୍ୟ ଥିଲା। ମନ୍ଦିରର ସେବାକାର୍ଯ୍ୟରେ ବ୍ୟବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନେବା କେତେକ ଦ୍ୱାରପାଳଙ୍କର କାର୍ଯ୍ୟ ଥିଲା। ସେମାନେ ସେହି ପାତ୍ରଗୁଡ଼ିକୁ ନେଇଯିବା ସମୟରେ ଗଣି ରଖୁଥିଲେ। ତାହା ପୁଣି, ସେହି ପାତ୍ର ଗୁଡ଼ିକୁ ନେଇଯିବା ସମୟରେ ମଧ୍ୟ ଗଣି ରଖୁଥିଲେ। ଅନ୍ୟ ଦ୍ୱାରପାଳମାନେ କାଠ ଆସବାବପତ୍ର ଓ ବିଶେଷ ପାତ୍ରଗୁଡ଼ିକର ଯତ୍ନ ନେବା ନିମନ୍ତେ ମନୋନୀତ ହୋଇଥିଲେ। ଆହୁରି ମଧ୍ୟ ସେମାନେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ୟ ଓ ବିଶେଷ ତୈଳର ଯତ୍ନ ନେଉଥିଲେ। କିନ୍ତୁ ଯାଜକ ହିଁ ବିଶେଷ ତୈଳର ମିଶ୍ରଣ କାର୍ଯ୍ୟ କରୁଥିଲେ। ମତ୍ତଥିୟ ନାମକ ଜଣେ ଲେବୀୟ ଥିଲେ, ଯିଏ କି ନୈବେଦ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ରୋଟୀ ସେକିବାର କାର୍ଯ୍ୟ କରୁଥିଲେ। ମତ୍ତଥିୟ ଶଲ୍ଲୁ‌ମ୍‌ଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ। କୋରହ ବଂଶଜ କେତେ ଜଣ ଦ୍ୱାରପାଳ ପ୍ରତ୍ୟେକ ବିଶ୍ରାମବାରରେ ମେଜ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ଯ୍ୟ କରୁଥିଲେ। ସେହି ଲେବୀୟ ଗାୟକଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ ଏବଂ ସେମାନେ ମନ୍ଦିର ମଧ୍ୟରେ ଥିବା କୋଠରୀଗୁଡ଼ିକରେ ରହୁଥିଲେ। ସେମାନେ ଅନ୍ୟ କାର୍ଯ୍ୟରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ଯ୍ୟ କରିବା ଦାୟିତ୍ୱ ସେମାନଙ୍କ ଉପରେ ଥିଲା। ସେମାନଙ୍କର ପରିବାରର ଇତିହାସ ଅନୁସାରେ ଏହି ଲେବୀୟଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ, ସେମାନେ ଯିରୁଶାଲମରେ ବାସ କରୁଥିଲେ। ରାଜା ଶାଉଲଙ୍କର ପାରିବାରିକ ଇତିହାସ ଯିୟେଲ ଗିବିୟୋନଙ୍କ ପିତା ଥିଲେ। ଯିୟେଲ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେ‌ଲଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। ଯିୟେ‌ଲଙ୍କ ଜ୍ୟେଷ୍ଠପୁତ୍ରର ନାମ ଥିଲା: ଅ‌ବ୍‌ଦୋ‌ନ୍‌। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ। ଗଦୋର୍, ଅହିୟୋ, ଯିଖରିୟ ଓ ମି‌କ୍‌ଲୋତ୍। ମି‌କ୍‌ଲୋତ୍ ଶିମିୟା‌ମ୍‌ଙ୍କ ପିତା ଥିଲେ। ଯିୟେ‌ଲ୍‌ଙ୍କ ପରିବାର ଯିରୁଶାଲମରେ ସେମାନଙ୍କ ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ। ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂୟ, ଅବୀନାଦବ ଓ ଈଶ୍-ବା‌ଲ୍‌ଙ୍କ ପିତା ଥିଲେ। ଯୋନାଥ‌ନଙ୍କ ପୁତ୍ର ଥିଲେ ମରୀବ୍ବାଲ୍, ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ। ମୀଖାଙ୍କ ପୁତ୍ରମାନେ ଥିଲେ: ପିଥୋନ୍, ମେଲକ, ତହରେୟ ଓ ଆହସ୍। ଆହସ୍ ଯାରହଙ୍କ ପିତା ଥିଲେ। ଯାରହ ଆଲେମତ, ଅ‌‌‌ସ୍‌ମାବତ୍ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍‌ସାଙ୍କ ପିତା ଥିଲେ। ମୋତ୍‌ସା ବିନିୟାଙ୍କ ପିତା ଥିଲେ ଏବଂ ରଫାୟ ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରଫାୟଙ୍କର ପୁତ୍ର ଥିଲେ। ଏବଂ ଆତ୍‌ସେଲ ଇଲୀୟାସଙ୍କ ପୁତ୍ର ଥିଲେ। ଆତ୍‌ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଅସ୍ରୀକାମ୍, ବୋଖରୁ, ଇ‌ଶ୍‌ମାୟେଲ, ଶିୟରିୟ, ଓବଦିୟ ଓ ହାନନ୍। ଏହି ସମସ୍ତ ଆତ୍‌ସେଲଙ୍କ ସନ୍ତାନ ଥିଲେ। ରାଜା ଶାଉଲଙ୍କ ମୃତ୍ୟୁ ପଲେଷ୍ଟୀୟ ଲୋକମାନେ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାୟନ କଲେ। ଅନେକ ଇସ୍ରାଏଲୀୟ ଲୋକ ଗି‌ଲ୍‌ବୋୟ ପର୍ବତ ଉପରେ ନିହତ ହେଲେ। ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ଧରି ହତ୍ୟା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମ‌ଲ୍‌କୀଶୂୟଙ୍କୁ ଧରି ହତ୍ୟା କଲେ। ଶାଉଲଙ୍କ ଚତୁର୍ଦ୍ଦିଗରେ ଯୁଦ୍ଧ କ୍ରମେ ପ୍ରବଳତର ହେବାକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ୱାରା ବିନ୍ଧି ପକାଇଲେ ଏବଂ ସେ ସେମାନଙ୍କ ଶର ଦ୍ୱାରା କ୍ଷତାକ୍ତ ହେଲେ। ଏହା ପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କର ଓ ମୋତେ ସେଥିରେ ବଧ କର। ତେବେ ସେହି ଅସୁନ୍ନତ ବିଦେଶୀମାନେ ଆସି ମୋର ଉପହାସ କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କ ଅସ୍ତ୍ରବାହକ ଭୟ କଲା। ସେ ଶାଉଲଙ୍କୁ ବଧ କଲା ନାହିଁ। ତେଣୁ ଶାଉଲ ନିଜ ‌‌ଖ‌ଡ଼୍‌ଗ ଉପରେ ପଡ଼ିଯାଇ ନିଜକୁ ବଧ କଲେ। ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ୟୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ୟ ନିଜକୁ ବଧ କଲା। ସେ ନିଜ ‌‌ଖ‌ଡ଼୍‌ଗ ମୁନ ଉପରେ ପଡ଼ି ମୃତ୍ୟୁଭୋଗ କଲା। ସେହିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ୟୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ। ଉପତ୍ୟକାରେ ବାସ କରୁଥିବା ସମସ୍ତ ଇସ୍ରାଏଲୀୟ ଯେତେବେଳେ ଅନାଇ ଦେଖିଲେ ଯେ, ସେମାନଙ୍କର ସୈନ୍ୟଦଳ ପଳାୟନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିଅଛନ୍ତି, ତେଣୁ ସେମାନେ ନିଜର ସହର ଛାଡ଼ି ପଳାୟନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସେହି ସହରଗୁଡ଼ିକରେ ବସବାସ କଲେ। ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ ନେବା ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସେମାନେ ଗି‌ଲ୍‌ବୋୟ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ। ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ଯୁଦ୍ଧ ସାଜ ନେଇଗଲେ ଏବଂ ସେମାନେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ରେରଣ କରି, ସେମାନଙ୍କ ଭଣ୍ଡ ଦେବତା ଓ ଲୋକମାନଙ୍କ ପାଖରେ ଏହି ଖବର ପହଞ୍ଚାଇଲେ। ପଲେଷ୍ଟୀୟମାନେ ସେମାନଙ୍କ ଭଣ୍ଡ ଦେବତାର ମନ୍ଦିରରେ ଶାଉଲଙ୍କ ଯୁଦ୍ଧସାଜକୁ ନେଇ ରଖିଲେ। ସେମାନେ ଦାଗୋନ୍ ଦେବତାର ମନ୍ଦିରରେ ଶାଉଲଙ୍କ ମସ୍ତକକୁ ଟଙ୍ଗାଇଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସେହିସବୁ ଯାବେଶ୍-ଗିଲିୟଦରେ ବାସ କରୁଥିବା ଲୋକମାନେ ଶୁଣିଲେ। ଯାବେଶ୍-ଗିଲିୟଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନେଇ ଆସିଲେ। ଯାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସେମାନଙ୍କ ଅସ୍ଥିକୁ କବର ଦେଲେ। ଏହା ପରେ ସେମାନେ ସାତ ଦିନ ପର୍ଯ୍ୟନ୍ତ ଉପବାସ କଲେ। ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ। ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟଭାର ଅର୍ପଣ କଲେ। ଦାଉଦ ଇସ୍ରାଏଲର ରାଜା ହେଲେ ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ। ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’” ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା’ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟ‌ଦ୍‌ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ। ଦାଉଦ ଯିରୁଶାଲମ ଅଧିକାର କଲେ ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା। ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା। ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ। ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା। ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ। ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ। ତିନି ବୀର ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା। ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା: ହ‌କ୍‌ମୋନୀୟ ଯା‌ଶ୍‌ବିୟାମ୍। ଯା‌ଶ୍‌ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯା‌ଶ୍‌ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା। ତା’ପରେ ଅହୋହୀୟ ଦୋଦୟର ପୁତ୍ର ଇଲିୟାସର। ଇଲିୟାସର ଏହି ତିନି ବୀରଙ୍କ ମଧ୍ୟରେ ଜଣେ ଥିଲେ। ଇଲିୟାସର ଦାଉଦଙ୍କ ସହିତ ପଶଦମ୍ମୀମରେ ଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ କରିବା ନିମନ୍ତେ ସେହି ସ୍ଥାନକୁ ଆସିଥିଲେ। ସେହି ସ୍ଥାନରେ ଯବରେ ପରିପୂର୍ଣ୍ଣ କ୍ଷେତଟିଏ ଥିଲା। ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡରି ପଳାୟନ କଲେ। କିନ୍ତୁ ସେହି ତିନି ବୀର ସେହି କ୍ଷେତ ମଧ୍ୟରେ ଠିଆ ହୋଇ ରହିଲେ ଓ ସେମାନଙ୍କର ପ୍ରତିରୋଧ କଲେ। ସେମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଏକ ମହାବିଜୟ ପ୍ରଦାନ କଲେ। ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫାରେ ଥିବା ବେଳେ, ଯେତେବେଳେ ପଲେଷ୍ଟୀୟ ସୈନ୍ୟମାନେ ରଫାୟୀମ ଉପତ୍ୟକାରେ ଛାଉଣି ପକାଇ ଥିଲେ, ତିରିଶ୍ ଜଣ ବୀରଙ୍କ ମଧ୍ୟରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପେଟେଇ ପେଟେଇ ଦାଉଦଙ୍କ ନିକଟରେ ପହଞ୍ଚିଲେ। ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ। ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?” କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈ‌ଥ୍‌ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ। ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ। ଅନ୍ୟାନ୍ୟ ସାହସୀ ସୈନ୍ୟଗଣ ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। ଅବୀଶୟ ତିରିଶ୍ ଜଣ ବୀରଙ୍କଠାରୁ ଦ୍ୱିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ୟରୁ ଅନ୍ୟତମ ନ ହୋଇଥିଲେ ସୁଦ୍ଧା ସେମାନଙ୍କର ନେତା ହୋଇପାରିଥିଲେ। ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ। ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ। ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। ବନାୟ ତିରିଶ୍ ଜଣ ବୀରଙ୍କଠାରୁ ମଧ୍ୟ ବିଖ୍ୟାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ୟରୁ ଜଣେ ନ ଥିଲେ। ଦାଉଦ ବନାୟଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ। ତିରିଶ୍ ଜଣ ବୀର ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ: ଯୋୟାବର ଭ୍ରାତା ଅସାହେଲ୍, ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍; ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍, ତକୋୟୀୟ, ଇ‌କ୍‌କୋଶର ପୁତ୍ର ଇରା, ଅନାଥୋତୀୟ ଅବିୟେଷର; ହୁଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ; ନଟୋଫାତୀୟ ମହରୟ, ନଟୋଫାତୀୟ ବାନାଙ୍କର ପୁତ୍ର ହେଲଦ୍; ବିନ୍ୟାମୀନସ୍ଥ ଗିବିୟାର ରୀବିୟଙ୍କ ପୁତ୍ର ଇତ୍ତୟ, ପିରିୟାଥୋନୀୟ ବନାୟ; ଗାଶ୍ ନଦୀ ତୀରସ୍ଥ ହୂରୟ, ଅର୍ବ୍ବତୀୟ ଅବୀୟେଲ; ବାହରୁମୀୟ ଅ‌‌‌ସ୍‌ମାବତ୍, ଶାଲବେନୀୟ ଇଲୀୟହବ; ଗିଷୋନୀୟ ହାଷେମଙ୍କ ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ; ହରାରୀୟ ସାଖରଙ୍କ ପୁତ୍ର ଅହୀୟାମ୍, ଉରର ପୁତ୍ର ଇଲୀଫାଲ; ମଖେରାତୀୟ ହେଫର୍, ପଲୋନୀୟ ଅହିୟ; କର୍ମିଲୀୟ ହିଷ୍ରୟ, ଇଷବୟଙ୍କ ପୁତ୍ର ନାରୟ; ନାଥନଙ୍କ ଭ୍ରାତା ଯୋୟେଲ, ହଗ୍ରିଙ୍କ ପୁତ୍ର ମିଭର; ଅମ୍ମୋନୀୟ ସେଲକ, ବେରୋତୀର ନହରୟ (ନହରୟ ସରୁୟାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା) ଯିତ୍ରୀୟ ଗାରେବ୍; ହିତ୍ତୀୟ ଊରିୟ, ଅହଲୟର ପୁତ୍ର ସାବଦ୍; ରୁବେ‌ନଙ୍କ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। (ସେ ରୁବେନ୍ ପରିବାର ବର୍ଗର ମୁଖ୍ୟ ଥିଲେ, ଏବଂ ତାଙ୍କ ସହିତ ତିରିଶ୍ ଜଣ ସୈନ୍ୟ ଥିଲେ।); ମାଖାର ପୁତ୍ର ହାନନ୍, ମିତ୍ନୀୟ ଯୋଶାଫଟ; ଅଷ୍ଟାରୋତୀୟ ଉଷିୟ; ଅରୋୟେରୀୟ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ଯିୟୀୟେଲ, ଶିମ୍ରିଙ୍କ ପୁତ୍ର ଯିଦୀୟେଲ, ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା; ମହବୀୟ ଇଲୀୟେଲ, ଇ‌ଲ୍‌ନାମଙ୍କ ପୁତ୍ରଗଣ ଯିରୀବୟ ଓ ଯୋଶବୀୟ; ମୋୟାବୀୟ ଯିତ୍‌ମା; ଇଲୀୟେଲ ଓ ଓବେଦ୍ ଓ ମସୋବାୟିୟ ଯାସୀୟେଲ। ଦାଉଦଙ୍କ ସହିତ ଯୋଗ ଦେଇଥିବା ସାହସୀ ବୀରଗଣ ଦାଉଦ ସିକ୍ଳଗରେ ଥିବା ସମୟରେ ଯେଉଁ ବ୍ୟକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସେମାନଙ୍କର ତାଲିକା ଏହା ଥିଲା। ଦାଉଦ ଯେତେବେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତେବେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରିଥିଲେ। ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ। ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେ‌ଲ୍‌ଟ ଅ‌‌‌ସ୍‌ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ। ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ। ଇଲିୟୁଷୟ, ଯିରେମୋତ୍, ବାଲିୟା, ଶମରିୟ ଓ ହରୂଫୀୟ, ଶଫଟିୟ; ଇ‌ଲ୍‌କାନା, ଯିଶିୟ, ଅସରେଲ, ଯୋୟେଷର ଓ ଯା‌ଶ୍‌ବିୟାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ, ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ। ଗାଦୀୟଗଣ ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ। ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ। ମି‌ଶ୍‌ମନ୍ନା ଚତୁର୍ଥ ସେନାଧ୍ୟକ୍ଷ ଥିଲେ, ଯିରିମିୟ ପଞ୍ଚମ ସେନାଧ୍ୟକ୍ଷ ଥିଲେ, ଅତ୍ତୟ ଷଷ୍ଠ ସେନାଧ୍ୟକ୍ଷ ଥିଲେ, ଇଲୀୟେଲ ସପ୍ତମ ସେନାଧ୍ୟକ୍ଷ ଥିଲେ, ଯୋହାନନ୍ ଅଷ୍ଟମ ସେନାଧ୍ୟକ୍ଷ ଥିଲେ, ଇ‌ଲ୍‌ସାବଦ୍ ନବମ ସେନାଧ୍ୟକ୍ଷ ଥିଲେ, ଯିରିମିୟ ଦଶମ ସେନାଧ୍ୟକ୍ଷ ଥିଲେ, ମ‌ଗ୍‌ବନ୍ନୟ ଏକାଦଶ ସେନାଧ୍ୟକ୍ଷ ଥିଲେ। ଏହି ବ୍ୟକ୍ତିମାନେ ଗା‌ଦ୍‌ର ସୈନ୍ୟଦଳର ନେତା ଥିଲେ। ସେହି ଦଳର ସବୁଠାରୁ ଦୁର୍ବଳ ବ୍ୟକ୍ତି 100 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସେହି ଦଳର ସବୁଠାରୁ ପରାକ୍ରମୀ ବ୍ୟକ୍ତି 1000 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା। ଗାଦ୍ ଗୋଷ୍ଠୀର ଏହି ସୈନ୍ୟମାନେ ବର୍ଷର ପ୍ରଥମ ମାସରେ ଯର୍ଦ୍ଦନ ନଦୀ ପାର ହୋଇଯାଇଥିଲେ। ବର୍ଷର ଏହି ସମୟରେ ଯର୍ଦ୍ଦନ ନଦୀ ବନ୍ୟା ଜଳରେ ପୂର୍ଣ୍ଣ ହୋଇ ରହିଥିଲା। ସେମାନେ ଉପତ୍ୟକାରେ ବାସ କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସେମାନେ ସେହି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦେଇଥିଲେ। ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।” ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ! ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ! ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ! ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ। କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!” ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ। ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା’ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!” ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅ‌ଦ୍‌ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ। ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ। ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା। ଅନ୍ୟ ଲୋକମାନେ ହିବ୍ରୋଣଠାରେ ଦାଉଦଙ୍କ ସହିତ ଯୋଗ ଦେଲେ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା। ଯିହୁଦା ଗୋଷ୍ଠୀରୁ 6800 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଢାଲ ଓ ବର୍ଚ୍ଛା ବହନ କରୁଥିଲେ। ଶିମିୟୋନ ଗୋଷ୍ଠୀରୁ 7100 ଲୋକ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ସେମାନେ ସାହସୀ ସୈନ୍ୟଗଣ ଥିଲେ। ଲେବୀ ଗୋଷ୍ଠୀରୁ 4600 ଲୋକ ଥିଲେ। ଯିହୋୟାଦା ସେହି ଦଳରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ୟ ଥିଲେ। ଯିହୋୟାଦାଙ୍କ ସହିତ 3700 ଲୋକ ଥିଲେ। ସାଦୋକ୍ ମଧ୍ୟ ସେହି ଦଳରେ ଥିଲେ। ସେ ଜଣେ ସାହସୀ ଯୁବା ସୈନ୍ୟ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ଯ୍ୟକାରୀଙ୍କ ସହିତ ଆସିଲେ। ବିନ୍ୟାମୀନ ଗୋଷ୍ଠୀରୁ 3000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ। ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ। ମନଃଶିର ଅର୍ଦ୍ଧେକ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସେମାନଙ୍କୁ ନାମ ଧରି ଡକା ଯାଇଥିଲା। ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ। ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ। ନପ୍ତାଲି ଗୋଷ୍ଠୀରୁ 1000 କାର୍ଯ୍ୟକାରୀ ଥିଲେ। ସେମାନଙ୍କ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢାଲ ଓ ବର୍ଚ୍ଛାଧାରୀ ଥିଲେ। ଦାନ୍ ଗୋଷ୍ଠୀରୁ 28,600 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ। ଆଶେର ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା। ସେହି ସମସ୍ତ ଲୋକମାନେ ସାହସୀ ସୈନ୍ୟ ଥିଲେ। ସେମାନେ ସମ୍ପୂର୍ଣ୍ଣ ଏକମତ ହୋଇ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ୟ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହୋଇଥିଲେ। ସେହି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣରେ ତିନି ଦିନ କଟାଇଲେ। ସେମାନେ ଭୋଜନ କଲେ ଓ ପାନ କଲେ, କାରଣ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଆହୁରି ମଧ୍ୟ ସେମାନଙ୍କର ପଡ଼ୋଶୀ ଇଷାଖର, ସବୁଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ୟ ଲଦି ସେମାନଙ୍କ ନିକଟକୁ ଆଣୁଥିଲେ। ସେମାନେ ବହୁତ ପରିମାଣରେ ମଇଦା, ଡିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କି‌‌‌ସ୍‌ମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମେଷପଲ ନେଇ ଆସୁଥିଲେ। ଇସ୍ରାଏଲ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ନିୟମସିନ୍ଦୁକ ଫେରାଇ ଅଣାଗଲା ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ। ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ। ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।” ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃ‌ଦ୍‌ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ। ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ। ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ। ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଳାଇଲେ। ଦାଉଦ ଓ ଇସ୍ରାଏଲ ସମସ୍ତ ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ ଉତ୍ସବ କରୁଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସେମାନେ ବୀଣା, ସାରଙ୍ଗ, ଢୋଲ, ଗିନି ଓ ତୂରୀ ବାଦ୍ୟସବୁ ବଜାଇଲେ। ସେମାନେ କୀଦୋନସ୍ଥିତ ଶସ୍ୟ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିୟମସିନ୍ଦୁକ ପ୍ରାୟ ପଡ଼ିଯିବା ତୁଲ୍ୟ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା। ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା। ପରମେଶ୍ୱର ଉଷଙ୍କ ପ୍ରତି ଆପଣାର କ୍ରୋଧ ପ୍ରକାଶିତ କଲେ। ଏଥିନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ “ପେରସ-ଉଷ” ନାମରେ ନାମିତ ହୋଇଅଛି। ସେହି ଦିନ ଦାଉଦ ପରମେଶ୍ୱରଙ୍କୁ ଭୟ କଲେ। ଦାଉଦ କହିଲେ, “ମୁଁ ଏଠାକୁ ମୋ’ ନିକଟକୁ ନିୟମସିନ୍ଦୁକକୁ ଆଣିପାରିବି ନାହିଁ।” ତେଣୁ ଦାଉଦ ନିୟମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିୟମସିନ୍ଦୁକକୁ ଓବେଦ୍-ଇଦୋମର ଗୃହରେ ଛାଡ଼ିଦେଇ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ। ନିୟମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ୱ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ। ଦାଉଦଙ୍କ ରାଜ୍ୟ ବୃଦ୍ଧି ପାଇଲା ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ। ଦାଉଦ ଜାଣି ପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇସ୍ରାଏଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇସ୍ରାଏଲ ପାଇଁ ଦାଉଦଙ୍କ ରାଜ୍ୟକୁ ଏକ ବିଶାଳ ରାଜ୍ୟରେ ପରିଣତ କଲେ। ଦାଉଦ ଯିରୁଶାଲମରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ୟାମାନ ଜନ୍ମିଲେ। ଯିରୁଶାଲମରେ ଜନ୍ମ ହୋଇଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି: ଶମ୍ମୁୟ, ଶୋବବ, ନାଥନ, ଶଲୋମନ, ଯିଭର, ଇଲୀଶୂୟ, ଇ‌ଲ୍‌ପେଲଟ୍, ନୋଗହ, ନେଫରା, ଯାଫିୟ, ଇଲୀଶମା, ବିଲିୟାଦା ଓ ଇଲୀଫେଲଟ। ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସେମାନଙ୍କର ଜିନିଷପତ୍ର ଗ୍ଭେରି କରି ନେଇଗଲେ। ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।” ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା। ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀ‌‌ମ୍‌‌ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ। ପଲେଷ୍ଟୀୟ ଲୋକଙ୍କ ଉପରେ ଆଉ ଏକ ବିଜୟ ପଲେଷ୍ଟୀୟମାନେ ରଫାୟୀମ୍ ଉପତ୍ୟକାରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ। ଦାଉଦ ପରମେଶ୍ୱରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ୱର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ୱର କହିଲେ, “ଦାଉଦ, ତୁମ୍ଭେ ଯେତେବେଳେ ଆକ୍ରମଣ କରିବ, ସେତେବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଯିବ ନାହିଁ। ବରଂ ସେମାନଙ୍କ ଚତୁର୍ଦ୍ଦିଗରେ ଯାଇ ତୂ‌ତ୍‌ବୃକ୍ଷ ଆଢ଼ୁଆଳରେ ନିଜକୁ ଲୁଗ୍ଭଅ। ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ଯୁଦ୍ଧ ଯାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ୱର, ତୁମ୍ଭ ସମ୍ମୁଖରେ ଯିବା ଓ ପଲେଷ୍ଟୀୟ ସୈନ୍ୟଦଳକୁ ପରାସ୍ତ କରିବା।” ପରମେଶ୍ୱର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସେହିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ୟଦଳଙ୍କୁ ପରାସ୍ତ କଲେ। ସେମାନେ ଗିବିୟୋନ୍ ସହରଠାରୁ ଗେଷର୍ ସହର ପର୍ଯ୍ୟନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ। ତେଣୁ ଦାଉଦ ସବୁଦେଶରେ ବିଖ୍ୟାତ ହୋଇ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟଭୀତ କରାଇଲେ। ଯିରୁଶାଲମରେ ନିୟମସିନ୍ଦୁକ ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ। ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।” ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ। ଦାଉଦ ହାରୋଣ ଓ ଲେବୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ। କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିୟେଲ ସେମାନଙ୍କର ନେତା ଥିଲେ। ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାୟ ସେମାନଙ୍କର ନେତା ଥିଲେ। ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯୋୟେଲ ସେମାନଙ୍କର ନେତା ଥିଲେ। ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମୟିୟ ସେମାନଙ୍କର ନେତା ଥିଲେ। ହିବ୍ରୋଣଙ୍କ ପରିବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀୟେଲ ସେମାନଙ୍କର ନେତା ଥିଲେ। ଉଷୀୟେଲଙ୍କ ପରିବାରବର୍ଗରୁ 112 ଜଣ ଲୋକ ଆସିଲେ। ଅମ୍ମୀନାଦବ ସେମାନଙ୍କର ନେତା ଥିଲେ। ଦାଉଦ ଯାଜକ ଓ ଲେବୀୟମାନଙ୍କ ସହିତ କଥା ହେଲେ ଏହା ପରେ ଦାଉଦ, ଯାଜକ ସାଦୋକ ଓ ଅବିୟାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲେବୀୟମାନଙ୍କୁ ମଧ୍ୟ ଡାକିଲେ: ଉରିୟେଲ, ଅସାୟ, ଯୋୟେଲ, ଶମୟିୟ, ଇଲୀୟେଲ ଓ ଅମ୍ମୀନାଦବ। ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ। ନିୟମସିନ୍ଦୁକକୁ କିପରି ବହି ନେବାକୁ ହେବ, ତାହା କ’ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଗ୍ଭରି ନ ଥିଲୁ? ତୁମ୍ଭେ କ’ଣ ଲେବୀୟମାନେ ତାହାକୁ ବହନ କରି ନ ଥିଲ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।” ଏହା ପରେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଯାଜକ ଓ ଲେବୀୟମାନେ ନିଜକୁ ପବିତ୍ର କଲେ। ମୋଶା ଯେଉଁପରି ଆଦେଶ ଦେଇଥିଲେ, ସେହିପରି ଭାବରେ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଲେବୀୟମାନେ ବିଶେଷ କାଷ୍ଠଦଣ୍ଡ ବ୍ୟବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସେହିପରି ସେମାନେ ନିୟମସିନ୍ଦୁକକୁ ବହି ନେଲେ। ଗାୟକ ଦଳ ଦାଉଦ, ଲେବୀୟ ନେତାମାନଙ୍କୁ ସେମାନଙ୍କ ଭ୍ରାତାଗଣ ଗାୟକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାୟକମାନେ ସେମାନଙ୍କର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦରେ ଗୀତ ଗାନ କରିବେ। ଏହା ପରେ ଲେବୀୟମାନେ ହେମନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହେମନ ଯୋୟେଲଙ୍କ ପୁତ୍ର ଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ଏଥନ କୁଶାୟାଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ। ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ। ଗାୟକ ହେମନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ। ଯିଖରିୟ, ଅସୀୟେଲ, ଶମୀରାମୋତ୍, ଯିହିୟେଲ, ଉନ୍ନି, ଇଲୀୟାବ, ମାସେୟ ଓ ବନାୟ ଆଲାମୋତ୍ ବୀଣା ବଜାଉଥିଲେ। ମତ୍ତଥିୟ, ଇଲୀଫଲେହୁ, ମ‌କ୍‌ନେୟ, ଓବେଦ୍-ଇଦୋମ୍, ଯିୟୂୟେଲ ଓ ଅସରିୟ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସେମାନଙ୍କର ଏହି କାର୍ଯ୍ୟ ଥିଲା। ଲେବୀୟ ନେତା କନନିୟ ଗାୟନ ଦାୟିତ୍ୱରେ ଥିଲେ। କନନିୟ ସଙ୍ଗୀତ ବିଦ୍ୟାରେ ଅତ୍ୟନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ଯ୍ୟ ଦତ୍ତ ହୋଇଥିଲା। ନିୟମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହୋଇଥିବା ରକ୍ଷୀମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ବେଶଖିୟ ଓ ଇ‌ଲ୍‌କାନା। ଶବନିୟ, ଯୋଶାଫଟ୍, ନଥନେଲ, ଅମାସୟ, ଯିଖରିୟ, ବନାୟ ଓ ଇଲୀୟେଷର, ଏମାନଙ୍କର କାର୍ଯ୍ୟ ଥିଲା, ନିୟମସିନ୍ଦୁକର ସମ୍ମୁଖରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ଯିହିୟ ନିୟମସିନ୍ଦୁକର ଦ୍ୱାରପାଳ ଥିଲେ। ଦାଉଦ, ଇସ୍ରାଏଲର ପ୍ରାଚୀନବର୍ଗ ଓ ସେନାଧ୍ୟକ୍ଷମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସେମାନେ ତାହାକୁ ଓବେଦ୍-ଇଦୋ‌ମ୍‌ଙ୍କ ଗୃହରୁ ନେଇଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ। ପରମେଶ୍ୱର ନିୟମସିନ୍ଦୁକ ବହିନେଇ ଯାଉଥିବା ଲେବୀୟମାନଙ୍କୁ ସାହାଯ୍ୟ କଲେ। ସେମାନେ ସାତ ଗୋଟି ବଳଦ ଓ ସାତୋଟି ମେଣ୍ଢାକୁ ଉତ୍ସର୍ଗ କଲେ। ଦାଉଦ ଓ ନିୟମସିନ୍ଦୁକ ବହୁଥିବା ସମସ୍ତ ଲେବୀୟମାନେ ଓ ଗାୟକ କିଣାନୀୟମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ୟ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ। ଏହିପରି, ଇସ୍ରାଏଲର ସମସ୍ତ ଲୋକ ନିୟମସିନ୍ଦୁକକୁ ନେଇଆସିଲେ। ସେମାନେ ଉଚ୍ଚସ୍ୱର କଲେ, ସେମାନେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ୟ ଓ ତୂରୀ ବଜାଇଲେ, ଆହୁରି ମଧ୍ୟ ସେମାନେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ। ନିୟମସିନ୍ଦୁକ ଯେତେବେଳେ ଦାଉଦଙ୍କ ନଗରରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦେଇ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ୟ ଓ ଆନନ୍ଦ କରୁଅଛନ୍ତି। ସେ ହୃଦୟରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି। ତା’ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କି‌‌‌ସ୍‌ମିସ୍ ଦେଲେ। ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ। ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ। ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ। ଦାଉଦଙ୍କର ଧନ୍ୟବାଦର ଗୀତ ପରମେଶ୍ୱରଙ୍କର ପ୍ରଶଂସା କର, ତାହାଙ୍କ ନାମରେ ବିନତି କର। ସଦାପ୍ରଭୁ ଯେଉଁସବୁ ମହାନ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ। ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ। ପରମେଶ୍ୱରଙ୍କ ପବିତ୍ର ନାମ ପାଇଁ ଗର୍ବ କର। ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ। ପରମେଶ୍ୱର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାଯ୍ୟ ଲୋଡ଼। ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସେହିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ଯ୍ୟମାନ ସ୍ମରଣ କର। ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରଭୁଙ୍କର ମନୋନୀତ ଲୋକ ଅଟନ୍ତି। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ତାଙ୍କର ପରାକ୍ରମ ସର୍ବବ୍ୟାପୀ। ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିୟମ ସ୍ମରଣ କର। ସେ ସହସ୍ର ପୁରୁଷ ନିମନ୍ତେ ସେହି ଆଜ୍ଞାମାନ ଦେଇଅଛନ୍ତି। ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି ଏବଂ ଇ‌ସ୍‌ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର। ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି। ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ। ସଦାପ୍ରଭୁ ଇସ୍ରାଏଲକୁ କହିଲେ, “ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦେବା, ସେହି ପ୍ରତିଜ୍ଞାତ ଭୂମି ତୁମ୍ଭର ହେବ।” ସେଠାରେ ଅଳ୍ପ ସଂଖ୍ୟକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଥିଲେ। ସେମାନେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ, ସେମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗଲେ। କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ। ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଆଘାତ କର ନାହିଁ।” ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ। ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ। ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି। କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ। ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନରେ ଅଛି। ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସା ଗାନ କର। ସଦାପ୍ରଭୁଙ୍କ ମହିମାର ପ୍ରଶଂସା ଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନୈବେଦ୍ୟ ଆଣ। ସୁନ୍ଦରତାରେ ଓ ପବିତ୍ରତାରେ ସଦାପ୍ରଭୁଙ୍କର ଉପାସନା କର। ତାଙ୍କ ସମ୍ମୁଖରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ। ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ। ସର୍ବତ୍ର ଲୋକମାନେ ଏହା କୁହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।” ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ୱର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସେମାନଙ୍କର ଆନନ୍ଦ ପ୍ରକାଶ କରନ୍ତୁ। ସଦାପ୍ରଭୁଙ୍କ ସମ୍ମୁଖରେ ଅରଣ୍ୟର ବୃକ୍ଷଗଣ ଆନନ୍ଦରେ ଜୟଗାନ କରିବେ। କାରଣ ସଦାପ୍ରଭୁ ଆସୁଅଛନ୍ତି। ସେ ଏହି ପୃଥିବୀର ବିଗ୍ଭର କରିବା ନିମନ୍ତେ ଆସୁଅଛନ୍ତି। ଓଃ, ସଦାପ୍ରଭୁଙ୍କର ଧନ୍ୟବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ରେମ ଅନନ୍ତକାଳୀନ ଅଟେ। ସଦାପ୍ରଭୁଙ୍କୁ କୁହ, “ହେ ପରମେଶ୍ୱର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତେବେ, ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତେବେ ଆମ୍ଭେମାନେ ସଙ୍ଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।” ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଯୁଗେ ଯୁଗେ ପ୍ରଶଂସା କର। ତା’ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ। ଓବେଦ୍-ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ମଧ୍ୟ ସେ ସେହି ସ୍ଥାନରେ ଛାଡ଼ିଗଲେ। ଯିଦୂଥୂ‌ନଙ୍କ ପୁତ୍ର ଓବେଦ୍-ଇଦୋମ୍ ଓ ହୋଷ ରକ୍ଷୀ ଥିଲେ। ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହେମନ୍, ଯିଦୂଥୂ‌ନଙ୍କୁ ଓ ଅନ୍ୟ ସମସ୍ତ ଲେବୀୟଗଣଙ୍କୁ ନାମଧରି ମନୋନୀତ କରାଯାଇଥିଲା, “କାରଣ ସଦାପ୍ରଭୁଙ୍କ ପ୍ରେମ ଅନନ୍ତକାଳସ୍ଥାୟୀ।” ହେମନ୍ ଓ ଯିଦୂଥୂନ୍ ସେମାନଙ୍କ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସଂଗୀତମାନ ଗାନ କରାଯିବା ସମୟରେ ସେମାନେ ଅନ୍ୟାନ୍ୟ ବାଦ୍ୟ ମଧ୍ୟ ବଜାଉଥିଲେ। ଯିଦୂଥୂ‌ନଙ୍କ ପୁତ୍ରମାନେ ଦ୍ୱାର ଜଗି ରହୁଥିଲେ। ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ। ଦାଉଦଙ୍କୁ ପରମେଶ୍ୱରଙ୍କ ଦତ୍ତ ପ୍ରତିଜ୍ଞା ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।” ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ୱର ତୁମ୍ଭ ସହିତରେ ଅଛନ୍ତି।” କିନ୍ତୁ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟକୁ ଆସିଲା। ପରମେଶ୍ୱର କହିଲେ, “ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ। ଇସ୍ରାଏଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେ ଗୃହ ମଧ୍ୟରେ ‘ବାସ କରି ନାହୁଁ। ମୁଁ ତମ୍ବୁ ମଧ୍ୟରେ ରହୁଅଛି। ମୁଁ ଇସ୍ରାଏଲ ନିମନ୍ତେ ନେତା ମନୋନୀତ କରିଥିଲି ସେମାନେ ମେଷପାଳକ ତୁଲ୍ୟ ଥିଲେ। ଆମ୍ଭେ ଇସ୍ରାଏଲୀୟମାନଙ୍କ ସହିତ ଗଲା ସମୟରେ କେବେହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ: ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦେବଦାରୁ କାଠରେ ଗୃହ ନିର୍ମାଣ କରି ନାହଁ? *** “ବର୍ତ୍ତମାନ, ଏହିସବୁ ବିଷୟ ମୋର ଦାସ ଦାଉଦକୁ କୁହ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ୟରୁ ଓ ମେଷ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇସ୍ରାଏଲ ଉପରେ ରାଜା କଲୁ। ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା। ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ। ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା। “‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ। ତୁମ୍ଭେ ଯେତେବେଳେ ମୃତ୍ୟୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ଯିବ, ସେତେବେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ୟରୁ ଜଣେ ନୂତନ ରାଜା ହେବ, ଏବଂ ଆମ୍ଭେ ତା’ର ରାଜ୍ୟକୁ ଶକ୍ତିଶାଳୀ କରିବା। ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ୟଭାର ଦେବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ। ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ୟର ଦାୟିତ୍ୱ ଦେବା ଓ ତା’ର ସିଂହାସନ ଚିରକାଳ ତିଷ୍ଠି ରହିବ।’” ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ। ଦାଉଦଙ୍କ ପ୍ରାର୍ଥନା ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି। ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ। ମୁଁ ଆଉ ଅଧିକ କ’ଣ ବା କହିବି? ତୁମ୍ଭେ ମୋ’ ନିମନ୍ତେ ବହୁତ ମହାନ କାର୍ଯ୍ୟମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କେବଳ ତୁମ୍ଭର ଜଣେ ଦାସ ମାତ୍ର ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିମନ୍ତେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛାରେ ତାହା କରିଅଛ। ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ। ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ। ତୁମ୍ଭେ ଚିରକାଳ ନିମନ୍ତେ ଇସ୍ରାଏଲକୁ ଆପଣାର ଲୋକ କରିନେଲ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହେଲ। “ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିକଟରେ ଓ ମୋର ପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସେହି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର। ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତେବେ ଲୋକମାନେ ଏହା କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।’ ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମୋର ପରିବାରକୁ ସଦାସର୍ବଦା ତୁମ୍ଭର ସେବା କରିବା ନିମନ୍ତେ ବଳିଷ୍ଠ କର। “ହେ ମୋର ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମୋତେ ତୁମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମୋ’ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି। ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଅଟ। ଆଉ ହେ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି। ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।” ଦାଉଦ ବିଭିନ୍ନ ଦେଶ ଉପରେ ବିଜୟଲାଭ କଲେ ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ। ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ। ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ। ଦାଉଦ ହଦରେଷରଙ୍କଠାରୁ 1000 ରଥ, 7000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ। ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ। ତା’ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ। ଦାଉଦ ହଦରେଷରଙ୍କ ସେନାପତିମାନଙ୍କଠାରୁ ସୁବର୍ଣ୍ଣ ଢାଲଗୁଡ଼ିକ ନେଇଗଲେ ଓ ସେଗୁଡ଼ିକୁ ଯିରୁଶାଲମକୁ ଆଣିଲେ। ଦାଉଦ ଆହୁରି ମଧ୍ୟ ହଦରେଷରର ଟିଭତ୍ ଓ କୂନ୍ ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସେହି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ୟାନ୍ୟ ବସ୍ତୁ ନିର୍ମାଣ କଲେ। ତୟି ହମାତ ନଗରୀର ରାଜା ଥିଲେ। ହଦରେଷର ସୋବାର ରାଜା ଥିଲେ। ତୟି ଶୁଣିବାକୁ ପାଇଲେ ଯେ, ଦାଉଦ ହଦରେଷରଙ୍କ ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କରିଛନ୍ତି। ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ। ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ। ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ। ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ। ଦାଉଦଙ୍କର ବିଶିଷ୍ଟ ପଦାଧିକାରୀଗଣ ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ। ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ। ସାଦୋକ୍ ଓ ଅହୀମେଲକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମେଲକ୍ ଅବିୟାଥରଙ୍କ ପୁତ୍ର ଥିଲେ। ଶା‌ବ୍‌ଶା ଲିପିକାର ଥିଲେ। ବନାୟ, କରେଥୀୟ ଓ ପଲେଥୀୟ ରକ୍ଷୀମାନଙ୍କର ଦାୟିତ୍ୱରେ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସେବା ନିମନ୍ତେ ମୁଖ୍ୟ ପଦାଧିକାରୀ ଥିଲେ। ଅମ୍ମୋନୀୟମାନେ ଦାଉଦଙ୍କ ଲୋକମାନଙ୍କୁ ଅପମାନିତ କଲେ ନାହଶ୍ ଅମ୍ମୋନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ୟୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ। ଏ ଉତ୍ତାରେ ଦାଉଦ କହିଲେ, “ନାହଶ୍ ମୋ’ ପ୍ରତି ଦୟାଳୁ ହୋଇଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ୍ ପ୍ରତି ଦୟାଳୁ ହେବି।” ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ୟୁ ବିଷୟକ ସାନ୍ତ୍ୱନା ଦେବା ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ ଦେଶକୁ ଗଲେ। କିନ୍ତୁ ଅମ୍ମୋନୀୟ ନେତାମାନେ ହାନୂନଙ୍କୁ କହିଲେ, “ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରକୃତରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦେବା ପାଇଁ କିମ୍ୱା ସାନ୍ତ୍ୱନା ଦେବା ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି? ନା, ତାଙ୍କର ଦାସମାନେ ଆପଣଙ୍କ ବିଷୟରେ ଓ ଆପଣଙ୍କ ଦେଶ ବିଷୟରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।” ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ। ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।” ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ। ଅମ୍ମୋନୀୟ ଲୋକେ 32,000 ରଥ କିଣିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମେଦବା ସହର ନିକଟରେ ଛାଉଣି ସ୍ଥାପନ କଲେ। ଅମ୍ମୋନୀୟ ଲୋକମାନେ ନିଜେ ମଧ୍ୟ ସହରରୁ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ। ଅମ୍ମୋନୀୟ ଲୋକମାନେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅମ୍ମୋନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀକୁ ପଠାଇଲେ। ଅମ୍ମୋନୀୟ ଲୋକମାନେ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇଗଲେ। ସେମାନେ ନଗର-ଦ୍ୱାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାଯ୍ୟ କରିବାକୁ ଆସିଥିଲେ, ସେମାନେ ବାହାରେ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଲେ। ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ୟଦଳ ପ୍ରସ୍ତୁତ ହୋଇଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତରେ ଅଛନ୍ତି। ତେଣୁ ଯୋୟାବ ଇସ୍ରାଏଲର କେତେଜଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସେମାନଙ୍କୁ ଅରାମର ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ। ଯୋୟାବ ଅବୀଶୟଙ୍କ ଅଧୀନରେ ଇସ୍ରାଏଲର ଅବଶିଷ୍ଟ ସୈନ୍ୟଦଳକୁ ରଖିଲେ। ଅବୀଶୟ ଯୋୟାବଙ୍କ ଭ୍ରାତା ଥିଲେ। ସେହି ସୈନ୍ୟମାନେ ଅମ୍ମୋନୀୟ ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ। ଯୋୟାବ ଅବୀଶୟଙ୍କୁ କହିଲେ, “ଯଦି ଅରାମର ସୈନ୍ୟଦଳ ମୋ’ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋତେ ନିତାନ୍ତ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ସୈନ୍ୟଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ଯୁଦ୍ଧ କରିବାକୁ ଆସିଅଛୁ, ଆମ୍ଭେମାନେ ସାହସୀ ଓ ବଳବାନ ହେଉ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।” ଯୋୟାବଙ୍କ ସୈନ୍ୟବାହିନୀ ଅରାମର ସୈନ୍ୟଦଳକୁ ଆକ୍ରମଣ କଲେ। ଅରାମର ସୈନ୍ୟଦଳ ଯୋୟାବ ଓ ତାଙ୍କର ସୈନ୍ୟବାହିନୀଠାରୁ ପଳାୟନ କଲେ। ଅମ୍ମୋନୀୟ ସୈନ୍ୟଦଳ ଦେଖିଲେ ଯେ, ଅରାମର ସୈନ୍ୟଦଳ ପଳାୟନ କରୁଅଛନ୍ତି, ତେଣୁ ସେମାନେ ମଧ୍ୟ ପଳାୟନ କଲେ। ସେମାନେ ଅବୀଶୟ ଓ ତାଙ୍କର ସୈନ୍ୟଦଳଠାରୁ ପଳାୟନ କଲେ। ଅମ୍ମୋନୀୟମାନେ ସେମାନଙ୍କ ନଗରକୁ ଫେରିଗଲେ ଓ ଯୋୟାବ ଯିରୁଶାଲମକୁ ଫେରି ଆସିଲେ। ଅରାମୀୟ ନେତାମାନେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି। ତେଣୁ ସେମାନେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀୟ ଲୋକମାନଙ୍କଠାରୁ ସାହାଯ୍ୟ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ଶୋଫକ୍ ଅରାମରୁ ଆସିଥିବା ହଦରେଷରଙ୍କ ସୈନ୍ୟଦଳର ସେନାପତି ଥିଲେ। ଶୋଫକ୍ ଅନ୍ୟ ଅରାମୀୟ ସୈନ୍ୟଦଳକୁ ମଧ୍ୟ ପରିଗ୍ଭଳିତ କରୁଥିଲେ। ଅରାମୀୟ ଲୋକମାନେ ଯୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସେମାନଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେଲେ। ସେମାନେ ଅରାମୀୟମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ଯୁଦ୍ଧ ନିମନ୍ତେ ନିଜ ସୈନ୍ୟଦଳକୁ ପ୍ରସ୍ତୁତ କଲେ ଓ ସେମାନେ ଅରାମୀୟମାନଙ୍କୁ ଆକ୍ରମଣ କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ 7000 ଅରାମୀୟ ରଥଗ୍ଭଳକ ଓ 40,000 ଅରାମୀୟ ସୈନ୍ୟଙ୍କୁ ହତ୍ୟା କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ ଅରାମୀୟ ସୈନ୍ୟଦଳର ସେନାପତି ଶୋଫକକୁ ମଧ୍ୟ ହତ୍ୟା କଲେ। ହଦରେଷରଙ୍କ ପଦାଧିକାରୀମାନେ ଯେତେବେଳେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି, ସେମାନେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସେମାନେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀୟମାନେ ଅମ୍ମୋନୀୟମାନଙ୍କୁ ଆଉ ସାହାଯ୍ୟ କରିବାକୁ ରାଜି ହେଲେ ନାହିଁ। ଯୋୟାବ ଅମ୍ମୋନୀୟମାନଙ୍କୁ ବିନାଶ କଲେ ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା’ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ। ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସେହି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସେହି ମୁକୁଟରେ ଅତି ମୂଲ୍ୟବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସେହି ମୁକୁଟ ପିନ୍ଧାଗଲା। ଏହା ପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନେକ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେଲେ। ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କୁ କରତ, ଶାବଳ ଓ କୁହ୍ରାଡ଼ି ଦ୍ୱାରା କାର୍ଯ୍ୟ କରିବାକୁ ବାଧ୍ୟ କଲେ। ଦାଉଦ ଅମ୍ମୋନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସେହି ପ୍ରକାର କଲେ। ଏହା ପରେ ଦାଉଦ ଓ ସମସ୍ତ ସୈନ୍ୟବାହିନୀ ଯିରୁଶାଲମକୁ ଫେରିଗଲେ। ପଲେଷ୍ଟୀୟ ସୈନ୍ୟମାନେ ନିହତ ହେଲେ ଏହା ପରେ ଗେଷର୍ ସହରରେ ଇସ୍ରାଏଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ଯୁଦ୍ଧ କଲେ। ସେହି ସମୟରେ ହୂଶାତୀୟ ସିବ୍ବଖୟ ସିପ୍ପୟକୁ ବଧ କଲେ। ଏହି ସିପ୍ପୟ ଦୈତ୍ୟପୁତ୍ରମାନଙ୍କ ମଧ୍ୟରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇସ୍ରାଏଲୀୟମାନଙ୍କର କ୍ରୀତଦାସ ତୁଲ୍ୟ ହୋଇଗଲେ। ଆଉ ଏକ ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ଯୁଦ୍ଧ କଲେ। ଯାୟୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିୟାତର ଭ୍ରାତା ଥିଲେ। ଗଲିୟାତ ଗାଥ୍ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା। ଗାଥ୍ ସହରରେ ପୁଣି ଏକ ଯୁଦ୍ଧ ହେଲା। ସେଠାରେ ଜଣେ ବିରାଟକାୟ ଲୋକ ଥିଲା, ଯାହାର ପ୍ରତ୍ୟେକ ହାତରେ ଛଅଟି ଅଙ୍ଗୁଳି ଓ ପ୍ରତ୍ୟେକ ପାଦରେ ମଧ୍ୟ ଛଅଟି ଅଙ୍ଗୁଳି ଥିଲା। ସେ ମଧ୍ୟ ଜଣେ ଦୈତ୍ୟପୁତ୍ର ଥିଲା। ସେହି ଲୋକ ଇସ୍ରାଏଲକୁ ବିଦ୍ରୂପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଦାଉଦଙ୍କ ଭ୍ରାତା ଥିଲେ। ସେହି ପଲେଷ୍ଟୀୟ ଲୋକମାନେ ଗାଥ୍ ସହରବାସୀ ଦୈତ୍ୟମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସେହି ଦୈତ୍ୟମାନଙ୍କୁ ବଧ କଲେ। ଦାଉଦ ଇସ୍ରାଏଲର ଗଣନା କରି ପାପ କଲେ ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, “ଯାଅ, ଓ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ‌ବେ‌ର୍‌ଶେବା ସହରଠାରୁ ଦାନ ସହର ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତ୍ୟେକ ଜଣକୁ ଗଣନା କର। ଏହା ପରେ ଆସି ମୋତେ ସତ୍ୟ କୁହ, ତେବେ ଦେଶର ଲୋକସଂଖ୍ୟା କେତେ, ତାହା ମୁଁ ଜାଣି ପାରିବି।” କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।” କିନ୍ତୁ ଦାଉଦ ନିଜ ଜି‌ଦ୍‌ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ, ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ୟା ଜଣାଇଲେ। ଇସ୍ରାଏଲ ମଧ୍ୟରେ ‌‌ଖ‌ଡ଼୍‌ଗ ବ୍ୟବହାର କରୁଥିବା 1,100,000 ଜଣ ଲୋକ ଥିଲେ। ଯିହୁଦାରେ ‌‌ଖ‌ଡ଼୍‌ଗ ବ୍ୟବହାର କରୁଥିବା 470,000 ଜଣ ଲୋକ ଥିଲେ। ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା। ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ। ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।” ଗାଦ୍ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ସଦାପ୍ରଭୁ ଗା‌ଦ୍‌କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’” *** ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ‌‌ଖ‌ଡ଼୍‌ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?” *** ଦାଉଦ ଗା‌ଦ୍‌କୁ କହିଲେ, “ମୁଁ ବଡ଼ ସମସ୍ୟାରେ ପଡ଼ିଅଛି। କୌଣସି ମନୁଷ୍ୟ ଦ୍ୱାରା ମୋର ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଗ୍ଭହେଁ ନାହିଁ। ସଦାପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ତେଣୁ ମୋତେ କିପ୍ରକାରେ ଦଣ୍ଡିତ କରାଯିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।” ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ। ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ। ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ‌‌ଖ‌ଡ଼୍‌ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ। ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ହିଁ ପାପ କରିଥିବା ବ୍ୟକ୍ତି! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦେଇଥିଲି। ମୁଁ ମନ୍ଦକାର୍ଯ୍ୟ କଲି। ଇସ୍ରାଏଲର ଲୋକମାନେ କୌଣସି ମନ୍ଦ କରି ନାହାନ୍ତି। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଓ ମୋର ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ୟାଧିକୁ ଦୂର କର।” ଏହା ପରେ ସଦାପ୍ରଭୁଙ୍କର ଦୂତ ଗା‌ଦ୍‌କୁ କଥା କହିଲେ। ସେ କହିଲେ, “ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ କୁହ। ଦାଉଦକୁ ଯିବୂଷୀୟ ଅରଣନର ଶସ୍ୟଦଳିବା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କରିବାକୁ ପଡ଼ିବ।” ଗାଦ୍ ଏହିସବୁ ବିଷୟ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ୟଦଳିବା ସ୍ଥାନକୁ ଗଲେ। ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ୱର୍ଗଦୂତଙ୍କୁ ଦେଖିଲେ। ଅରଣ‌ନଙ୍କ ଗ୍ଭରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ। ଦାଉଦ ଅରଣ‌ନଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ୟଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ। ଦାଉଦ ଅରଣ‌ନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା’ପରେ ଏହି ମହାମାରୀ ଦୂର ହେବ।” ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।” କିନ୍ତୁ ରାଜା ଦାଉଦ ଅରଣ‌ନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।” ତେଣୁ ଦାଉଦ ଅରଣ‌ନଙ୍କୁ ସେହି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାୟ 600 ଶେକଲ ସୁନା ଦେଲେ। ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ଯଜ୍ଞବେଦି ନିର୍ମାଣ କଲେ। ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ୱର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହୋମବଳି, ନୈବେଦ୍ୟ ଉପରେ ସେହି ଅଗ୍ନି ଅବତରଣ କଲା। ଏହା ପରେ ସଦାପ୍ରଭୁ ସ୍ୱର୍ଗଦୂତଙ୍କୁ ତାଙ୍କର ‌‌ଖ‌ଡ଼୍‌ଗ ଖାପରେ ରଖିବାକୁ ଆଦେଶ ଦେଲେ। ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣ‌ନଙ୍କ ଶସ୍ୟଦଳିବା ସ୍ଥାନରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଗିବିୟୋନ ସହରର ଉଚ୍ଚସ୍ଥାନରେ ପବିତ୍ର ତମ୍ବୁ ଓ ହୋମବଳି ନୈବେଦ୍ୟର ବେଦି ଥିଲା। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମୋଶା ପବିତ୍ର ତମ୍ବୁ ନିର୍ମାଣ କରିଥିଲେ। ଦାଉଦ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ୟକୁ ଯାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ୱରଙ୍କ ଦୂତ ଓ ତାଙ୍କର ‌‌ଖ‌ଡ଼୍‌ଗକୁ ଦାଉଦ ଅତ୍ୟନ୍ତ ଭୟ କରୁଥିଲେ। ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିର ଓ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କରିବାର ବେଦି ଏହି ସ୍ଥାନରେ ହିଁ ନିର୍ମିତ ହେବ।” ଦାଉଦ ମନ୍ଦିର ନିମନ୍ତେ ଯୋଜନା ପ୍ରସ୍ତୁତ କଲେ ଇସ୍ରାଏଲ ମଧ୍ୟରେ ବାସ କରୁଥିବା ସମସ୍ତ ବିଦେଶୀୟମାନଙ୍କୁ ଏକତ୍ର ଠୁଳ ହେବା ନିମନ୍ତେ ଦାଉଦ ଆଦେଶ ଦେଲେ। ସେହି ବିଦେଶୀମାନଙ୍କ ମଧ୍ୟରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସେମାନଙ୍କର କାର୍ଯ୍ୟ ଥିଲା। ପ୍ରବେଶ ଦ୍ୱାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାଯାଇ ପାରିଲା ନାହିଁ। ଦାଉଦ ଏତେ ସଂଖ୍ୟକ ଦେବଦାରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାଯାଇ ନ ପାରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ୟ ଦେବଦାରୁ କାଠ ଆଣିଲେ। ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ। ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ। ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି। କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭେ ଅନେକ ଯୁଦ୍ଧ କରିଅଛ ଓ ଅନେକ ଲୋକଙ୍କୁ ହତ୍ୟା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମରେ ମନ୍ଦିର ନିର୍ମାଣ କରି ପାରିବ ନାହିଁ। କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିୟ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତିରେ ଏକ ସମୟ ପ୍ରଦାନ କରିବା। ତା’ପରେ ଚତୁର୍ଦ୍ଦିଗରେ ଥିବା ଶତ୍ରୁମାନେ ତାହାକୁ ବ୍ୟତିବ୍ୟସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହେବା ସମୟରେ ଆମ୍ଭେ ଇସ୍ରାଏଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା। ଶଲୋମନ ଆମ୍ଭ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମୋର ପୁତ୍ର ହେବ ଏବଂ ଆମ୍ଭେ ତାହାର ପିତା ହେବା। ଏବଂ ଆମ୍ଭେ ଶଲୋମନର ରାଜ୍ୟକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇସ୍ରାଏଲ ଉପରେ ସଦାସର୍ବଦା ରାଜତ୍ୱ କରିବ।’” ଦାଉଦ ଆହୁରି ମଧ୍ୟ କହିଲେ, “ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେପରି କହିଅଛନ୍ତି, ସେପରି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଗ୍ଭଳିତ କରି ପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମର ବାଧ୍ୟ ହୋଇ ପାରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ। ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁସବୁ ବ୍ୟବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ୟ ହେବା ନିମନ୍ତେ ଯତ୍ନ କରିବ, ତେବେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ। “ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଅଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ୱର୍ଣ୍ଣ ଦେଇଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦେଇଅଛି। ମୁଁ ଏତେ ପରିମାଣରେ ପିତ୍ତଳ ଓ ଲୁହା ଦେଇଅଛି ଯେ, ତାହା ତୌଲ କରାଯାଇ ନ ପାରେ। ମୁଁ କାଠ ଓ ପ୍ରସ୍ତର ମଧ୍ୟ ଦେଇଅଛି। ଶଲୋମନ, ତୁମ୍ଭେ ସେଥିରେ ଆହୁରି ଯୋଗ କରିପାର। ତୁମ୍ଭର ଅନେକ ପଥରକଟାଳୀ ଓ ବଢ଼େଇ ଅଛନ୍ତି। ପ୍ରତ୍ୟେକ ପ୍ରକାର କାର୍ଯ୍ୟରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି। ସେମାନେ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ଓ ଲୁହା କାର୍ଯ୍ୟରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ୟ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।” ଏହା ପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାଯ୍ୟ କରିବା ପାଇଁ ଇସ୍ରାଏଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ। ଦାଉଦ ଏହି ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ସହିତରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହୋଇଅଛି। ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।” ଲେବୀୟମାନେ ମନ୍ଦିରରେ ସେବାକାର୍ଯ୍ୟ କରିବାର ଯୋଜନା ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇସ୍ରାଏଲର ନୂତନ ରାଜା କଲେ। ଦାଉଦ ଇସ୍ରାଏଲର ସମସ୍ତ ନେତାମାନଙ୍କୁ ଏକତ୍ରିତ କଲେ। ସେ ଯାଜକ ଓ ଲେବୀୟମାନଙ୍କୁ ମଧ୍ୟ ଏକତ୍ର କଲେ। ଯେଉଁ ଲେବୀୟମାନେ 30 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ଥିଲେ, ଦାଉଦ ସେମାନଙ୍କୁ ଗଣନା କଲେ। ସମୁଦାୟ 38,000 ଲେବୀୟ ହେଲେ। ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ। 4000 ଲେବୀୟ ଦ୍ୱାରପାଳ ହେବେ ଏବଂ 4000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।” ଦାଉଦ ଲେବୀୟମାନଙ୍କୁ ତିନି ଗୋଟି ଦଳରେ ବିଭକ୍ତ କଲେ। ସେମାନେ ଲେବୀୟଙ୍କ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ। ଗେର୍ଶୋନ ପରିବାରବର୍ଗ ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିୟି। ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ। ଶିମିୟିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀୟେଲ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ୟ ଥିଲେ। ଶିମିୟିଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ, ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। ଯହତ୍ ଜ୍ୟେଷ୍ଠ ପୁତ୍ର ଓ ସୀଷ ଦ୍ୱିତୀୟ ପୁତ୍ର ଥିଲେ। କିନ୍ତୁ ଯିୟୁଶ୍ ଓ ବରୀୟର ଅନେକ ସନ୍ତାନ ନ ଥିଲେ। ତେଣୁ ଯିୟୂଶ୍ ଓ ବରୀୟଙ୍କୁ ଗୋଟିଏ ପରିବାର ରୂପେ ଗଣ୍ୟ କରାଯାଉ ନ ଥିଲା। କହାତ୍ ପରିବାରବର୍ଗ କହାତଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ ଅମ୍ରାମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ। ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ। ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ। ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର। ଗେର୍ଶୋନଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶବୂୟେଲ। ଇଲୀୟେଷରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରହବିୟ। ଇଲୀୟେଷରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିୟଙ୍କର ଅନେକ ପୁତ୍ର ଥିଲେ। ଯି‌ଷ୍‌ହରର ଜ୍ୟେଷ୍ଠପୁତ୍ର ଥିଲେ ଶଲୋମୀତ୍। ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରୀୟ। ହିବ୍ରୋଣଙ୍କ ଦ୍ୱିତୀୟ ପୁତ୍ର ଥିଲେ ଅମରିୟ। ଯହସୀୟେଲ ତୃତୀୟ ପୁତ୍ର ଓ ଯି‌କ୍‌ମିୟାମ୍ ଚତୁର୍ଥ ପୁତ୍ର ଥିଲେ। ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ମରାରି ପରିବାରବର୍ଗ ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀୟାସର ଓ କୀଶ୍। ଇଲୀୟାସର ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଇଲୀୟାସରଙ୍କ କନ୍ୟାମାନେ ସେମାନଙ୍କର ନିଜ ଆତ୍ମୀୟମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସେମାନଙ୍କର ଆତ୍ମୀୟ ଥିଲେ। ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରେମୋତ୍। ସମୁଦାୟ ତିନି ଜଣ ପୁତ୍ର ଥିଲେ। ଲେବୀୟମାନଙ୍କର କାର୍ଯ୍ୟ ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ। ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି। ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।” ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରିବା ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଲେବୀୟମାନେ ଆହୁରି ମଧ୍ୟ ମନ୍ଦିରର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ମନ୍ଦିରର ସେବା କରିବା କାର୍ଯ୍ୟ ସେମାନଙ୍କର ଥିଲା। ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ। ଲେବୀୟମାନେ ପ୍ରତି ପ୍ରଭାତରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ସେମାନେ ପ୍ରତିଦିନ ସନ୍ଧ୍ୟାରେ ମଧ୍ୟ ଏହିପରି କରୁଥିଲେ। ବିଶେଷ ବିଶ୍ରାମବାର, ଅମାବାସ୍ୟାର ଉତ୍ସବ ଓ ସମସ୍ତ ବିଶେଷ ରୋଟୀମାନଙ୍କରେ ଲେବୀୟମାନେ ସବୁପ୍ରକାର ହୋମବଳି ପ୍ରସ୍ତୁତ କରୁଥିଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଦିନ ସେବାକାର୍ଯ୍ୟ କରୁଥିଲେ। ପ୍ରତିଥର କେତେଜଣ ଲେବୀୟ ସେବାକାର୍ଯ୍ୟ କରିବେ, ଏଥିନିମନ୍ତେ ବିଶେଷ ନିୟମମାନ ଥିଲା। ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ। ଯାଜକମାନଙ୍କର ଦଳ ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା: ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର। କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ। ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲ‌କ୍‌ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ। ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ। ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ। ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ। ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ। ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ। ତୃତୀୟ ଦଳ ଥିଲା ହାରୀମଙ୍କ ଦଳ। ଚତୁର୍ଥ ଦଳ ଥିଲା ସୀୟୋରୀମଙ୍କ ଦଳ। ପଞ୍ଚମ ଦଳ ଥିଲା ମ‌ଲ୍‌କିୟଙ୍କ ଦଳ। ଷଷ୍ଠ ଦଳ ଥିଲା ମିୟାମୀନଙ୍କ ଦଳ। ସପ୍ତମ ଦଳ ଥିଲା ହ‌କ୍‌କୋସଙ୍କ ଦଳ। ଅଷ୍ଟମ ଦଳ ଥିଲା ଅବିୟାଙ୍କ ଦଳ। ନବମ ଦଳ ଥିଲା ଯେଶୂୟଙ୍କ ଦଳ। ଦଶମ ଦଳ ଥିଲା ଶଖନିୟଙ୍କ ଦଳ। ଏକାଦଶ ଦଳ ଥିଲା ଇଲୀୟାଶୀବଙ୍କ ଦଳ। ଦ୍ୱାଦଶ ଦଳ ଥିଲା ଯାକୀମଙ୍କ ଦଳ। ତ୍ରୟୋଦଶ ଦଳ ଥିଲା ହୁପ୍ପଙ୍କ ଦଳ। ଚତୁର୍ଦ୍ଦଶ ଦଳ ଥିଲା ଯେଶବାଙ୍କ ଦଳ। ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ। ଷୋଡ଼ଶ ଦଳ ଥିଲା ଇମ୍ମେରଙ୍କ ଦଳ। ସପ୍ତଦଶ ଦଳ ହେଷୀରଙ୍କ ଦଳ ଥିଲା। ଅଷ୍ଟାଦଶ ଦଳ ହିପ୍ପିଙ୍କ ଦଳ ଥିଲା। ଊନବିଂଶ ଦଳ ଥିଲା ପଥାହିୟଙ୍କ ଦଳ। ବିଂଶ ଦଳ ଥିଲା ଯିହିଷ୍କେଲଙ୍କ ଦଳ। ଏକବିଂଶ ଦଳ ଥିଲା ଯାଖୀନଙ୍କ ଦଳ। ଦ୍ୱାବିଂଶ ଦଳ ଥିଲା ଗାମୂଲଙ୍କ ଦଳ। ତ୍ରୟୋବିଂଶ ଦଳ ଥିଲା ଦଲାୟଙ୍କ ଦଳ। ଚତୁର୍ବିଂଶ ଦଳ ଥିଲା ମାସିୟଙ୍କ ଦଳ। ମନ୍ଦିରରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହୋଇଥିଲେ। ମନ୍ଦିରର ସେବାକାର୍ଯ୍ୟ ପାଇଁ ହାରୋଣଙ୍କ ଦତ୍ତ ନିୟମର ସେମାନେ ବାଧ୍ୟ ହେଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ହାରୋଣଙ୍କୁ ଏହି ନିୟମଗୁଡ଼ିକ ପ୍ରଦାନ କରିଥିଲେ। ଅନ୍ୟ ଲେବୀୟଗଣ ଲେବୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା: ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ୟରୁ: ଶୂୟେଲ, ଶବୂୟେଲଙ୍କ ବଂଶଧରମାନଙ୍କ ମଧ୍ୟରୁ: ଯେହଦିୟ ରହବିୟରୁ: ଯିଶିୟ (ଯିଶିୟ ଜ୍ୟେଷ୍ଠ ପୁତ୍ର ଥିଲେ) ଯି‌ଶ୍‌ହରିୟ ପରିବାରବର୍ଗ ଶଲୋମୀତ୍। ଶଲୋମୀତ୍ ପରିବାରରୁ: ଯହତ୍। ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରିୟ। ଅମରିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯହସୀୟେଲ ତାଙ୍କର ତୃତୀୟ ପୁତ୍ର ଥିଲେ। ଓ ଯି‌କ୍‌ମିୟାମ୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ଉଷୀୟେଲଙ୍କ ପୁତ୍ର ଥିଲେ ମୀଖା। ମୀଖାଙ୍କ ପୁତ୍ର ଥିଲେ ଶାମୀର୍। ଯିଶିୟ ମୀଖାଙ୍କ ଭ୍ରାତା ଥିଲେ। ଯିଶିୟଙ୍କ ପୁତ୍ର ଥିଲେ ଯିଖରିୟ। ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ ମୂଶି ଓ ଯାସିୟ ତାଙ୍କର ପୁତ୍ର ଥିଲେ। ମରାରିଙ୍କ ପୁତ୍ର ଯାସିୟଙ୍କ ପୁତ୍ରମାନେ ଥିଲେ: ବିନୋ, ଶୋହମ୍, ସକୂର ଓ ଇବ୍ରି। ମହଲିଙ୍କ ପୁତ୍ର ଥିଲେ ଇଲିୟାସର। କିନ୍ତୁ ଇଲିୟାସରଙ୍କ ପୁତ୍ର ସନ୍ତାନ ନ ଥିଲେ। କୀଶଙ୍କ ପୁତ୍ର ଥିଲେ ଯିରହମେଲ। ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରେମୋତ୍। ଏହିମାନେ ଲେବୀୟ ଗୋଷ୍ଠୀର ନେତାଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗ ଦ୍ୱାରା ତାଲିକାଭୁକ୍ତ ହେଲେ। ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା। ବାଦ୍ୟକାରୀ ଦଳ ଦାଉଦ ଓ ସେନାଧ୍ୟକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶେଷ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହେମନ ଓ ଯିଦୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ହିଁ ସେମାନଙ୍କର ବିଶେଷ କାର୍ଯ୍ୟ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସେବାକାର୍ଯ୍ୟ କରୁଥିଲେ, ସେମାନଙ୍କର ତାଲିକା ଏହି: ଆସଫଙ୍କ ପରିବାରରୁ: ସ‌କ୍‌କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ। ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ। ହେମନଙ୍କର ଯେଉଁ ପୁତ୍ରମାନେ ସେବାକାର୍ଯ୍ୟ କରୁଥିଲେ, ସେମାନେ ହେଲେ: ବୁ‌କ୍‌କିୟ, ମତ୍ତନିୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନିୟ, ହନାନି, ଇଲୀୟାଥା, ଗିଦ୍ଦଲତି ଓ ରୋମା‌‌ମ୍‌‌ତି-ଏଷର, ଯ‌ଶ୍‌ବକାଶା, ମଲ୍ଲୋଥି, ହୋଥୀର, ମହସୀୟୋତ୍। ଏମାନେ ସମସ୍ତେ ହେମନଙ୍କର ପୁତ୍ରଗଣ ଥିଲେ। ହେମନ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ହେମନଙ୍କୁ ବଳବାନ କରିବେ। ତେଣୁ ହେମନଙ୍କର ଅନେକ ପୁତ୍ର ଜାତ ହେଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। ହେମନ ସଦାପ୍ରଭୁଙ୍କ ମନ୍ଦିରରେ ଗୀତଗାୟନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ସେହି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସେମାନେ ଏହି ପ୍ରକାରେ ପରମେଶ୍ୱରଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ୟକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ଯିଦୁଥୂନ ଓ ହେମନ। ଲେବୀ ଗୋଷ୍ଠୀର ସେହି ବ୍ୟକ୍ତିମାନେ ଓ ସେମାନଙ୍କର ଆତ୍ମୀୟମାନେ ଗାୟନ ବିଦ୍ୟାରେ ତାଲିମପ୍ରାପ୍ତ ହୋଇଥିଲେ। 288 ଜଣ ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା। ପ୍ରଥମରେ, ଆସଫଙ୍କ ପରିବାରରୁ ଯୋଷେଫଙ୍କୁ ମନୋନୀତ କରାଗଲା। ଦ୍ୱିତୀୟରେ, ଗଦଲିୟଙ୍କର ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ତୃତୀୟରେ, ସ‌କ୍‌କୁରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଚତୁର୍ଥରେ ଯିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ପଞ୍ଚମରେ, ନଥନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଷଷ୍ଠରେ ବୁ‌କ୍‌କିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ସପ୍ତମରେ ଯିଶାରେଲାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଅଷ୍ଟମରେ ଯିଶାୟାହଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ନବମରେ ମତ୍ତନୀୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଦଶମରେ ଶିମିୟିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଏକାଦଶରେ, ଅସାରେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଦ୍ୱାଦଶରେ, ହଶବିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ତ୍ରୟୋଦଶରେ, ଶବୂୟେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଚତୁର୍ଦ୍ଦଶରେ, ମତ୍ତଥିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ପଞ୍ଚଦଶରେ, ଯିରେମୋ‌ତ୍‌ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଷୋଡ଼ଶରେ, ହନାନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ସପ୍ତଦଶରେ, ଯ‌ଶ୍‌ବକାଶାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଅଷ୍ଟଦଶରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଊନବିଂଶରେ, ମଲ୍ଲୋଥିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ବିଶଂରେ, ଇଲୀୟାଥାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଏକବିଶଂରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଦ୍ୱାବିଶଂରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ତ୍ରୟୋବିଶଂରେ, ମହସୀୟୋତ୍‌ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଚତୁର୍ବିଶଂରେ, ରୋମା‌ମ୍‌ତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। ଦ୍ୱାରପାଳଗଣ ଦ୍ୱାରପାଳମାନଙ୍କର ଦଳଗୁଡ଼ିକ: କୋରହ ପରିବାରର ଏହିମାନେ ଦ୍ୱାରପାଳ ଥିଲେ। ମଶେଲିମିୟ ଓ ତାଙ୍କର ପୁତ୍ରଗଣ। (ମଶେଲିମିୟ କୋରିଙ୍କର ପୁତ୍ର ଥିଲେ। ସେ ଆସଫଙ୍କ ପରିବାରବର୍ଗରୁ ଆସିଥିଲେ।) ମଶେଲିମିୟଙ୍କର ପୁତ୍ରଗଣ, ଯିଖରିୟ ଜ୍ୟେଷ୍ଠପୁତ୍ର ଥିଲେ। ଯିହୀୟେଲ ଦ୍ୱିତୀୟ ପୁତ୍ର ଥିଲେ। ସବଦିୟ ତୃତୀୟ ପୁତ୍ର ଥିଲେ। ଯତ୍‌ନୀୟେଲ ଚତୁର୍ଥ ପୁତ୍ର ଥିଲେ। ଏଲମ ପଞ୍ଚମ ପୁତ୍ର ଥିଲେ। ଯିହୋହାନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିୟୋ-ଐନୟ ସପ୍ତମ ପୁତ୍ର ଥିଲେ। ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ; ଓବେଦ୍-ଇଦୋମଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଶମୟିୟ। ଯିହୋଷାବଦ୍ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯୋୟାହ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନେଲ ତାଙ୍କର ପଞ୍ଚମ ପୁତ୍ର ଥିଲେ। ଅମ୍ମୀୟେଲ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିୟଲ୍ଲତୟ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ୱର ପ୍ରକୃତରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ। ଶେମୟିୟଙ୍କର ମଧ୍ୟ ପୁତ୍ରମାନେ ଥିଲେ। ଶମୟିୟଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ୟ ଥିଲେ, କାରଣ ସେମାନେ ଅତି ସାହସୀ ଯୋଦ୍ଧା ଥିଲେ। ଶମୟିୟଙ୍କର ପୁତ୍ରମାନେ ଥିଲେ ଅତନି, ରଫାୟେଲ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିୟ। ଇଲିଶାବ‌ଦଙ୍କର ଆତ୍ମୀୟମାନେ ଦକ୍ଷ କାରିଗର ଥିଲେ। ଏହି ସମସ୍ତ ବ୍ୟକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସେହି ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ ଓ ଆତ୍ମୀୟମାନେ ମହାପରାକ୍ରମୀ ଥିଲେ। ସେମାନେ ଅତ୍ୟୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ। ମଶେଲିମିୟଙ୍କର ପୁତ୍ର ଓ ଆତ୍ମୀୟଗଣ ମହାପରାକ୍ରମୀ ଥିଲେ। ସମୁଦାୟ ଅଠର ଜଣ ପୁତ୍ର ଓ ଆତ୍ମୀୟ ଥିଲେ। ଏହିମାନେ ମରାରି ବଂଶର ଦ୍ୱାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହୋଇଥିଲେ। ଦ୍ୱାରପାଳମାନେ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ସିମ୍ରି ଜ୍ୟେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ। ହି‌ଲ୍‌‌‌କିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଟବଲିୟ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଯିଖରିୟ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବମୋଟ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀୟ ଥିଲେ। ଏହିମାନେ ଦ୍ୱାରପାଳମାନଙ୍କ ଦଳର ନେତା ଥିଲେ। ଦ୍ୱାରପାଳମାନେ ଏକ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ, ଠିକ୍ ଯେପରି ସେମାନଙ୍କର ଆତ୍ମୀୟମାନେ କରୁଥିଲେ। ପ୍ରତ୍ୟେକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ୱାର ଦିଆଯାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ୱାର ନିରୂପଣ କରିବା ନିମନ୍ତେ ଗୁଲିବାଣ୍ଟ କରାଯାଉଥିଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାର କରାଯାଉଥିଲା। ଶେଲିମିୟଙ୍କୁ ପୂର୍ବ ପାର୍ଶ୍ୱର ଦ୍ୱାର ଜଗିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହା ପରେ ଶେଲିମିୟଙ୍କ ପୁତ୍ର ଯିଖରିୟଙ୍କ ନିମନ୍ତେ ଗୁଲିବାଣ୍ଟ କରାଗଲା। ଯିଖରିୟ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଯିଖରିୟଙ୍କୁ ଉତ୍ତର ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା। ଓବେଦ୍-ଇଦୋମଙ୍କୁ ଦକ୍ଷିଣ ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା ଓ ଆଉ ଯେଉଁ ଗୃହରେ ବହୁମୂଲ୍ୟ ସାମଗ୍ରୀମାନ ରଖାଯାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା। ଶୁ​ପ୍​ପୀମ୍ ଓ ହୋଷାଙ୍କୁ ପଶ୍ଚିମ ପାର୍ଶ୍ୱ ଦ୍ୱାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ୱାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରତ୍ୟେକ ପରିବାରରୁ ରକ୍ଷକମାନଙ୍କୁ ସେମାନଙ୍କର ସ୍ଥାନରେ ମୁତୟନ କରାଗଲା। ଛଅଜଣ ଲେବୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲେବୀୟ ଭଣ୍ଡାରଗୃହର ପ୍ରତ୍ୟେକ ଦ୍ୱାରରେ ଛିଡ଼ା ହେଲେ। ଗ୍ଭରିଜଣ ପଶ୍ଚିମ ଦିଗରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନରେ ରହିଲେ। ଦ୍ୱାରପାଳମାନଙ୍କର ଏହିସବୁ ଦଳ ଥିଲା। ସେହି ଦ୍ୱାରପାଳମାନେ କୋରହ ଓ ମରାରି ବଂଶର ଥିଲେ। କୋଷାଧ୍ୟକ୍ଷ ଓ ଅନ୍ୟ ପଦାଧିକାରୀଗଣ ଅହିୟ ଲେବୀୟ ଗୋଷ୍ଠୀରୁ ଆସିଥିଲେ। ଅହିୟ ପରମେଶ୍ୱରଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଯେଉଁ ସ୍ଥାନମାନଙ୍କରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାଯାଇଥିଲା। ଅହିୟ ତାହାର ଦାୟିତ୍ୱରେ ମଧ୍ୟ ଥିଲେ। ଲାଦନ୍ ଗେର୍ଶୋନଙ୍କର ପରିବାରରୁ ଆସିଥିଲେ। ଯେହିୟେଲି ଲାଦ‌ନଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଯିହୀୟେଲିଙ୍କ ପୁତ୍ରମାନେ ଥିଲେ ସେଥମ୍ ଓ ସେଥ‌ମଙ୍କ ଭ୍ରାତା ଯୋୟେଲ। ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସେମାନଙ୍କର ଦାୟିତ୍ୱ ଥିଲା। ଅନ୍ୟ ନେତାମାନେ ଅମ୍ରାମୀ, ଯି‌ଷ୍‌ହରୀୟ, ହିବ୍ରୋଣୀୟ ଓ ଉଷିୟେଲଙ୍କ ପରିବାରବର୍ଗରୁ ମନୋନୀତ ହୋଇଥିଲେ। ନେତା ଶବୂୟେଲ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଶବୂୟେଲ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମୋଶାଙ୍କ ପୁତ୍ର ଥିଲେ। ଏହି ସମସ୍ତ ଶବୂୟେଲଙ୍କର ଆତ୍ମୀୟ ଥିଲେ: ଇଲୀୟେଷର ତାଙ୍କର ଆତ୍ମୀୟ ଥିଲେ: ରହବିୟ, ଇଲୀୟେଷରଙ୍କ ପୁତ୍ର। ଯିଶାୟାହ, ରହବିୟଙ୍କ ପୁତ୍ର। ଯୋରାମ, ଯିଶାୟାଦଙ୍କ ପୁତ୍ର। ସିଖ୍ରି ଯୋରାମଙ୍କ ପୁତ୍ର। ଆଉ ଶଲୋମୀତ୍, ସିଖ୍ରିଙ୍କ ପୁତ୍ର। ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ତାହାର ଦାୟିତ୍ୱରେ ଥିଲେ। ସେନାଧ୍ୟକ୍ଷମାନେ ମଧ୍ୟ ମନ୍ଦିର ନିମନ୍ତେ ସାମଗ୍ରୀମାନ ପ୍ରଦାନ କଲେ। ଯୁଦ୍ଧରୁ ପ୍ରାପ୍ତ କେତେକ ବସ୍ତୁ ସେମାନେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେବା ନିମନ୍ତେ ସେମାନେ ସେହିସବୁ ବସ୍ତୁ ପ୍ରଦାନ କଲେ। ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲ; ନେ‌ର୍‌ଙ୍କ ପୁତ୍ର ଅ‌‌ବ୍‌‌ନର‌ ଓ ସରୁୟାର ପୁତ୍ର ଯୋୟାବ। ଶଲୋମୀତ୍ ଓ ତାଙ୍କ ଆତ୍ମୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲୋକମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀ ଗୁଡ଼ିକର ଯତ୍ନ ନେଲେ। କନନିୟ ଯି‌ଷ୍‌ହରୀୟଙ୍କ ପରିବାରରୁ ଆସିଥିଲେ। କନନିୟ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହାରରେ କାର୍ଯ୍ୟ କରିବାର ଦାୟିତ୍ୱ ଥିଲା। ସେମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ପୋଲିସ ଓ ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ। ହିବ୍ରୋଣଙ୍କର ପରିବାରରୁ ହଷବିୟ ଓ ତାଙ୍କର ଆତ୍ମୀୟମାନେ ସଦାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ଓ ଯର୍ଦ୍ଦନ ନଦୀର ପଶ୍ଚିମରେ ଥିବା ରାଜାଙ୍କର ବ୍ୟବସାୟ ଦାୟିତ୍ୱରେ ଥିଲେ। ହଷବିୟଙ୍କ ଦଳରେ 1700 ଜଣ ପରାକ୍ରମୀ ବ୍ୟକ୍ତି ଥିଲେ। ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ଯିରିୟ ସେମାନଙ୍କର ନେତା ଥିଲେ। ଦାଉଦ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ। ଗିଲିୟଦର ଯାସେର ସହରରେ ବାସ କରୁଥିବା ହିବ୍ରୋଣ ପରିବାର ମଧ୍ୟରେ ଏହିପରି କେତେଜଣ ଲୋକ ମିଳିଲେ। ଯିରିୟର ଆତ୍ମୀୟମାନେ ଦକ୍ଷ ଲୋକ ଥିଲେ ସେମାନଙ୍କ ମଧ୍ୟରୁ 2700 ଜଣ ପରିବାରର ମୁଖ୍ୟ ଥିଲେ। ରାଜା ଦାଉଦ ସେମାନଙ୍କୁ ରୁବେନ୍ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ପରମେଶ୍ୱରଙ୍କ ସେବା ପାଇଁ ଏବଂ ରାଜାଙ୍କ କାର୍ଯ୍ୟର ଦାୟିତ୍ୱ ଦେଲେ। ସୈନ୍ୟଦଳଗୁଡ଼ିକ ରାଜାଙ୍କ ସୈନ୍ୟବାହିନୀରେ ସେବାକାର୍ଯ୍ୟ କରୁଥିବା ଇସ୍ରାଏଲୀୟ ଲୋକଙ୍କର ତାଲିକା ଏହି। ପ୍ରତ୍ୟେକ ଦଳକୁ ପ୍ରତି ବର୍ଷର ଗୋଟିଏ ମାସ ନିମନ୍ତେ କାର୍ଯ୍ୟରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ୟାପଟେନ୍, ସେନାଧ୍ୟକ୍ଷ ଓ ପୋଲିସମାନେ ରାଜାଙ୍କର ସେବାକାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ସେନାଦଳରେ 24,000 ଲୋକ ଥିଲେ। ଯା‌ଶ୍‌ବିୟାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାୟିତ୍ୱରେ ଥିଲେ। ଯା‌ଶ୍‌ବିୟାମ ସ‌ବ୍‌ଦୀୟେଲଙ୍କ ପୁତ୍ର ଥିଲେ। ଯା‌ଶ୍‌ବିୟାମଙ୍କ ଦଳରେ 24,000 ଲୋକ ଥିଲେ। ଯା‌ଶ୍‌ବିୟାମ ପେରସଙ୍କ ପରିବାରର ଜଣେ ଥିଲେ। ଯା‌ଶ୍‌ବିୟାମ ପ୍ରଥମ ମାସ ନିମନ୍ତେ ସମସ୍ତ ସେନାଧ୍ୟକ୍ଷମାନଙ୍କର ନେତା ଥିଲେ। ଦୋଦୟ ଦ୍ୱିତୀୟ ମାସ ନିମନ୍ତେ ସୈନ୍ୟଦଳର ଦାୟିତ୍ୱରେ ଥିଲେ। ସେ ଅହୋଦୀୟରୁ ଆସିଥିଲେ। ଦୋଦୟଙ୍କ ଦଳରେ 24,000 ଲୋକ ଥିଲେ। ବନାୟ ତୃତୀୟ ସେନାଧ୍ୟକ୍ଷ ଥିଲେ। ବନାୟ ତୃତୀୟ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଯିହୋୟାଦା ମୁଖ୍ୟ ଯାଜକ ଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ। ସେହି ବନାୟ ହିଁ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ଜଣେ ସାହସୀ ବୀର ଥିଲେ। ବନାୟ ସେହି ଲୋକମାନଙ୍କୁ ପରିଗ୍ଭଳିତ କରୁଥିଲେ। ବନାୟଙ୍କ ପୁତ୍ର ଅମ୍ମୀଷାବଦ ବନାୟଙ୍କ ଦଳର ଦାୟିତ୍ୱରେ ଥିଲେ। ଅସାହେଲ୍ ଚତୁର୍ଥ ସେନାଧ୍ୟକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିୟ ସେନାଧ୍ୟକ୍ଷ ହେଲେ। ଅସାହେଲ୍ ଚତୁର୍ଥ ମାସର ସେନାଧ୍ୟକ୍ଷ ଥିଲେ। ଅସାହେଲଙ୍କ ସୈନ୍ୟଦଳରେ 24,000 ଲୋକ ଥିଲେ। ଯିଷ୍ରାହୀୟର ପଞ୍ଚମ ମାସ ପାଇଁ ପଞ୍ଚମ ସେନାଧ୍ୟକ୍ଷ ଶମ୍ମୋତ୍‌ରେ ଥିଲେ। ତାଙ୍କ ଦଳରେ 24,000 ଲୋକ ଥିଲେ। ଇରା ଷଷ୍ଠ ମାସରେ ସେନାଧ୍ୟକ୍ଷ ଥିଲେ। ଇରା ଇ‌କ୍‌କେଶଙ୍କ ପୁତ୍ର ଥିଲେ। ଇ‌କ୍‌କେଶ ତ‌କ୍‌କୋୟୀୟ ସହର ନିବାସୀ ଥିଲେ। ଇରାଙ୍କ ଦଳରେ 24,000 ଲୋକ ଥିଲେ। ହେଲସ୍ ସପ୍ତମ ସେନାଧ୍ୟକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସେନାଧ୍ୟକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରୟିମୀୟ ଲୋକ। ହେଲସଙ୍କ ଦଳରେ 24,000 ଲୋକ ଥିଲେ। ସିବ୍ବଖୟ ଅଷ୍ଟମ ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ଅଷ୍ଟମ ମାସର ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ହୂଶାତୀୟରୁ ଆସିଥିଲେ। ସିବ୍ବଖୟ ସେରହଙ୍କ ପରିବାରରୁ ଆସିଥିଲେ। ସିବ୍ବଖୟଙ୍କ ଦଳରେ 24,000 ଲୋକ ଥିଲେ। ଅବୀୟେଷର ନବମ ସେନାଧ୍ୟକ୍ଷ ଥିଲେ। ଅବୀୟେଷର ନବମ ମାସର ସେନାଧ୍ୟକ୍ଷ ଥିଲେ। ଅବୀୟେଷର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀୟେଷର ବିନ୍ୟାମୀନ ଗୋଷ୍ଠୀରୁ ଆସିଥିଲେ, ଅବୀୟେଷରଙ୍କ ଦଳରେ 24,000 ଲୋକ ଥିଲେ। ମହରୟ ଦଶମ ସେନାଧ୍ୟକ୍ଷ ଥିଲେ। ମହରୟ ଦଶମ ମାସର ସେନାଧ୍ୟକ୍ଷ ଥିଲେ। ମହରୟ ନଟୋଫାରୁ ଆସିଥିଲେ। ସେ ସେରହଙ୍କ ପରିବାରରୁ ଆସିଥିଲେ। ମହରୟଙ୍କ ଦଳରେ 24,000 ଲୋକ ଥିଲେ। ବନାୟ ଏକାଦଶତମ ସେନାଧ୍ୟକ୍ଷ ଥିଲେ। ବନାୟ ଏକାଦଶ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ପିରିୟାଥୋରୁ ଆସିଥିଲେ। ବନାୟ ଇଫ୍ରୟିମ ପରିବାରବର୍ଗରୁ ଆସିଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ। ହି‌ଲ୍‌ଦୟ ଦ୍ୱାଦଶତମ ସେନାଧ୍ୟକ୍ଷ ଥିଲେ। ହି‌ଲ୍‌ଦୟ ଦ୍ୱାଦଶ ମାସର ସେନାଧ୍ୟକ୍ଷ ଥିଲେ। ହି‌ଲ୍‌ଦୟ ନଟୋଫାରୁ ଆସିଥିଲେ। ହି‌ଲ୍‌ଦୟ ଅବନୀୟେଲ ପରିବାରରୁ ଆସିଥିଲେ। ହି‌ଲ୍‌ଦୟଙ୍କ ଦଳରେ 24,000 ଲୋକ ଥିଲେ। ଗୋଷ୍ଠୀଗୁଡ଼ିକର ନେତାଗଣ ଇସ୍ରାଏଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ: ରୁବେନ୍: ସିଖ୍ରିଙ୍କ ପୁତ୍ର ଇଲୀୟେଷର୍; ଶିମିୟୋନ୍: ମାଖାଙ୍କ ପୁତ୍ର ଶଫଟିୟ; ଲେବୀ: କମୂୟେଲଙ୍କ ପୁତ୍ର ହଶବିୟ; ହାରୋଣ୍: ସାଦୋକ୍; ଯିହୁଦା: ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ୟରୁ ଜଣେ ଥିଲେ।) ଇଷାଖର: ମୀଖାୟେଲଙ୍କ ପୁତ୍ର ଅମ୍ରି; ସବୂଲୂନ୍: ଓବଦିୟଙ୍କ ପୁତ୍ର ଯିଶମୟିମ୍; ନପ୍ତାଲି: ଅସ୍ରୀୟେଲଙ୍କ ପୁତ୍ର ଯିରେମୋତ୍; ଇଫ୍ରୟିମ: ଅସସିୟଙ୍କ ପୁତ୍ର ହୋଶେୟ; ପଶ୍ଚିମ ମନଃଶିର: ପଦାୟଙ୍କ ପୁତ୍ର ଯୋୟେଲ; ପୂର୍ବ ମନଃଶିର: ଯିଖରିୟଙ୍କ ପୁତ୍ର ଯିଦ୍ଦୋ; ବିନ୍ୟାମୀନ: ଅ‌‌ବ୍‌‌ନର‌ଙ୍କ ପୁତ୍ର ଯାସୀୟେଲ; ଦାନ୍: ଯିରୋହ‌ମ୍‌ଙ୍କ ପୁତ୍ର ଅସରେଲ। ଏହି ସମସ୍ତେ ଇସ୍ରାଏଲ ପରିବାରର ନେତାଗଣ ଥିଲେ। ଦାଉଦ ଇସ୍ରାଏଲୀୟମାନଙ୍କୁ ଗଣନା କଲେ ଦାଉଦ ଇସ୍ରାଏଲର ଲୋକମାନଙ୍କୁ ଗଣିବା ନିମନ୍ତେ ସ୍ଥିର କଲେ। ସେଠାରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ଇସ୍ରାଏଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ୟ ଅଗଣ୍ୟ କରିବେ। ତେଣୁ ଦାଉଦ କେବଳ 20 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲୋକଙ୍କୁ ଗଣନା କଲେ। ସରୁୟାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶେଷ କରି ପାରିଲେ ନାହିଁ। ପରମେଶ୍ୱର ଇସ୍ରାଏଲର ଲୋକଙ୍କ ପ୍ରତି କ୍ରୋଧାନ୍ୱିତ ହୋଇଉଠିଲେ। ସେଥିନିମନ୍ତେ “ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ” ଲୋକମାନଙ୍କ ସଂଖ୍ୟା ଲେଖାଯାଇ ନାହିଁ। ରାଜାଙ୍କର କାର୍ଯ୍ୟନିର୍ବାହକଗଣ ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଲୋକମାନଙ୍କର ତାଲିକା ଏହି: ଅଦୀୟେଲଙ୍କ ପୁତ୍ର ଅସମାବତ ରାଜାଙ୍କ ଭଣ୍ଡାରଘର ଦାୟିତ୍ୱରେ ଥିଲେ। ଉଷିୟଙ୍କ ପୁତ୍ର ଯୋନାଥନ କ୍ଷୁଦ୍ର ସହର, ଗ୍ରାମ, କ୍ଷେତ ଓ ଦୁର୍ଗମାନଙ୍କରେ ଥିବା ଭଣ୍ଡାରଘର ଗୁଡ଼ିକର ଦାୟିତ୍ୱରେ ଥିଲେ। କଲୂ‌ବ୍‌ଙ୍କ ପୁତ୍ର ଇଷ୍ରି କ୍ଷେତମାନଙ୍କରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିଲେ। ରାମାଥୀୟଙ୍କ ପୁତ୍ର ଶିମିୟି ଦ୍ରାକ୍ଷାକ୍ଷେତ୍ର‌ଗୁଡ଼ିକର ଦାୟିତ୍ୱରେ ଥିଲେ। ଶିଫମୀର ପୁତ୍ର ଜାବଦି ସଂଗ୍ରହାଗାର ଓ ଦ୍ରାକ୍ଷାକ୍ଷେତମାନଙ୍କରୁ ଆସୁଥିବା ମଦ୍ୟର ଦାୟିତ୍ୱରେ ଥିଲେ। ଗାଦେରୀୟର ବା‌ଲ୍‌ହନନ୍ ପଶ୍ଚିମସ୍ଥ ପାର୍ବତ୍ୟମୟ ଦେଶରେ ଥିବା ଅଲିଭ୍ ବୃକ୍ଷ ଓ ଡିମ୍ବିରି ଜାତୀୟ ବୃକ୍ଷ ସବୁର ଦାୟିତ୍ୱରେ ଥିଲେ। ଯୋୟାଶ ଅଲିଭ ତୈଳରୁ ସଞ୍ଚୟ କରି ରଖିବା ଦାୟିତ୍ୱରେ ଥିଲେ। ଶାରୋଣୀୟ ସିଟ୍ରୟ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାୟିତ୍ୱରେ ଥିଲେ। ଅଦଲୟଙ୍କ ପୁତ୍ର ଶାଫଟ୍ ଉପତ୍ୟକାସ୍ଥ ପଶୁପଲର ଦାୟିତ୍ୱରେ ଥିଲେ। ଇ‌ଶ୍‌ମାୟେଲୀୟ ଓବୀଲ୍ ଓଟମାନଙ୍କର ଦାୟିତ୍ୱରେ ଥିଲେ। ମେରୋଣୋଥୀୟ ଯେହଦୀୟ ଗଧମାନଙ୍କର ଦାୟିତ୍ୱରେ ଥିଲେ। ହାଗରୀୟ ଯାସୀଷ୍ ମେଷମାନଙ୍କର ଦାୟିତ୍ୱରେ ଥିଲେ। ଏହି ସମସ୍ତ ବ୍ୟକ୍ତି ରାଜା ଦାଉଦଙ୍କର ସମ୍ପତ୍ତିର ଦାୟିତ୍ୱରେ ଥିଲେ। ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅ‌କ୍‌ମୋନିଙ୍କ ପୁତ୍ର ଯିହୀୟେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ। ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶୟ ରାଜାଙ୍କ ବନ୍ଧୁ ଥିଲେ। ହୁଶୟ ଅର୍କୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ। ଯିହୋୟାଦା ଓ ଅବିୟାଥର୍ ପରେ ଅହୀଥୋଫଲଙ୍କ ସ୍ଥାନରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହୋୟାଦା ବନାୟଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ୟଦଳର ସେନାପତି ଥିଲେ। ମନ୍ଦିର ନିମନ୍ତେ ରାଜାଙ୍କର ଯୋଜନା ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ। ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି। କିନ୍ତୁ ପରମେଶ୍ୱର ମୋତେ କହିଲେ, ‘ନା, ଦାଉଦ, ତୁମ୍ଭେ ମୋ’ ନାମରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନେକ ଲୋକଙ୍କୁ ହତ୍ୟା କରିଅଛ।’ “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ବାର ଗୋଟି ଗୋଷ୍ଠୀକୁ ପରିଗ୍ଭଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହା ପରେ ସେହି ଗୋଷ୍ଠୀରୁ ସଦାପ୍ରଭୁ ମୋର ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସେହି ପରିବାରରୁ ପରମେଶ୍ୱର ମୋତେ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ କଲେ। ପରମେଶ୍ୱର ମୋତେ ଇସ୍ରାଏଲର ରାଜା କରିବାକୁ ଇଚ୍ଛା କଲେ। ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ୟରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ଏବଂ ଇସ୍ରାଏଲରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି। ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞାର ବାଧ୍ୟ ହେଉଅଛି। ଯଦି ସେ ଆମ୍ଭର ବ୍ୟବସ୍ଥାଗୁଡ଼ିକର ବାଧ୍ୟ ହେବା ଜାରି ରଖିବ, ତେବେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ୟକୁ ଦୃଢ଼ କରିବା।’” ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।” “ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ। ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ର ସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।” ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା। ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ। ଦାଉଦ ଶଲୋମନଙ୍କୁ ଯାଜକ ଓ ଲେବୀୟମାନଙ୍କ ଦଳ ବିଷୟରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ ବିଷୟକ ସମସ୍ତ କାର୍ଯ୍ୟ ଓ ମନ୍ଦିର ସେବାରେ ବ୍ୟବହୃତ ସକଳ ସାମଗ୍ରୀ ବିଷୟରେ କହିଲେ। ମନ୍ଦିରରେ ବ୍ୟବହୃତ ହେବାକୁ ଥିବା ସକଳ ସାମଗ୍ରୀର ନିର୍ମାଣ ନିମନ୍ତେ କେତେ ପରିମାଣର ସ୍ୱର୍ଣ୍ଣ ଓ ରୌପ୍ୟ ବ୍ୟବହୃତ କରାଯିବା ଉଚିତ୍, ତାହା ଦାଉଦ ଶଲୋମନଙ୍କୁ କହିଲେ। ସୁବର୍ଣ୍ଣଦୀପ, ଦୀପରୁଖା ନିମନ୍ତେ ଯୋଜନାମାନ ଥିଲା, ଆଉ ରୌପ୍ୟ ଦୀପ ଓ ଦୀପରୁଖା ନିମନ୍ତେ ମଧ୍ୟ ଯୋଜନାମାନ ଥିଲା। ପ୍ରତିଟି ଦୀପରୁଖା ଓ ତାହାର ଦୀପ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଓ ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ ଶଲୋମନଙ୍କୁ ଜଣାଇଲେ। ଯେଉଁ ଯେଉଁ ସ୍ଥାନମାନଙ୍କରେ ଆବଶ୍ୟକ ସେହି ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାର ଦୀପରୁଖାମାନ ବ୍ୟବହୃତ ହେବାର ଥିଲା। ପବିତ୍ର ରୋଟୀର ମେଜ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ରୌପ୍ୟ ମେଜଗୁଡ଼ିକ ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ଦାଉଦ ତାହା କହିଲେ। କଣ୍ଟାଗ୍ଭମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ପ୍ରତ୍ୟେକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ ଓ ପ୍ରତ୍ୟେକ ରୌପ୍ୟପାତ୍ର ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ କହିଲେ। ସୁଗନ୍ଧିଧୂପର ଯଜ୍ଞବେଦି ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ୟକ ହେବ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ୟ ଶଲୋମନଙ୍କୁ ପରମେଶ୍ୱରଙ୍କ ରଥ-ଦୟାସନ ସହିତ ନିୟମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ୟ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ। ଦାଉଦ କହିଲେ, “ସଦାପ୍ରଭୁ ମୋତେ ପରିଗ୍ଭଳନା ଦେବା ସହିତ ଏହି ସମସ୍ତ ଯୋଜନା ଲିଖିତ ହୋଇଅଛି। ସଦାପ୍ରଭୁ ମୋତେ ଏହି ଯୋଜନାରେ ଲିଖିତ ସମସ୍ତ ବିଷୟ ବୁଝିବାରେ ସାହାଯ୍ୟ କରିଅଛନ୍ତି।” ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ୟ କହିଲେ, “ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ଯ୍ୟ ଶେଷ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର, ମୋର ପରମେଶ୍ୱର, ତୁମ୍ଭ ସହିତରେ ଅଛନ୍ତି। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମ୍ଭକୁ ସାହାଯ୍ୟ କରିବେ। ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ। ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ କାର୍ଯ୍ୟରେ ତୁମ୍ଭକୁ ସାହାଯ୍ୟ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦେବ, ତାହା ସମସ୍ତ କାର୍ଯ୍ୟକାରୀ ଓ ଲୋକମାନେ ପାଳନ କରିବେ।” ମନ୍ଦିର ନିର୍ମାଣ ନିମନ୍ତେ ଭେଟୀ ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମୋର ସାଧ୍ୟମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦେଇଅଛି। ମୁଁ ରୌପ୍ୟରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରୌପ୍ୟ ଦେଇଅଛି। ମୁଁ ପିତ୍ତଳରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦେଇଅଛି। ମୁଁ ଲୌହର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦେଇଅଛି। ମୁଁ କାଠର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦେଇଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖୋଦନ କାର୍ଯ୍ୟ ପାଇଁ ଓ ଗୋମେଦକମଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ୟ ପ୍ରସ୍ତର ଓ ଶୁଭ୍ର ମାର୍ବଲ ପ୍ରସ୍ତର ଦେଇଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଁ ଏହି ପ୍ରକାର ଅନେକ ଅନେକ ସାମଗ୍ରୀ ଦେଇଅଛି। ମୁଁ ମୋର ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଏକ ବିଶେଷ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମୋର ପରମେଶ୍ୱରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତରେ ଗ୍ଭହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି। ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦେଇଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରୌପ୍ୟ ଦେଇଅଛି। ଏହି ରୌପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଧିଷ୍ଟ। ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ସକଳ ବସ୍ତୁ ନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ଦକ୍ଷ କାରିଗରମାନେ ଯେପରି ମନ୍ଦିର ନିମନ୍ତେ ସବୁ ପ୍ରକାରର ବସ୍ତୁ ନିର୍ମାଣ କରି ପାରନ୍ତି, ଏଥିନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ବର୍ତ୍ତମାନ, ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭେମାନେ କେତେଜଣ ଆଜି ନିଜକୁ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛ?” ପରିବାରର ନେତାଗଣ, ଇସ୍ରାଏଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସେନାପତିଗଣ, ସେନାଧ୍ୟକ୍ଷଗଣ ଓ ରାଜାଙ୍କର କାର୍ଯ୍ୟନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସେମାନଙ୍କର ବହୁମୂଲ୍ୟ ବସ୍ତୁସବୁ ଦେଇ ଦେଲେ। ସେମାନେ ଏହି ସମସ୍ତ ବସ୍ତୁ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଦେଲେ: ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ଡାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ। ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ସେମାନେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ଯିହୀୟେଲ ସେହି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ଯିହୀୟେଲ ଗେର୍ଶୋନ୍ ପରିବାରରୁ ଆସିଥିଲେ। ନେତାଗଣ ଆନନ୍ଦ ମଧ୍ୟରେ ଏତେ ପରିମାଣର ଦାନ ଦେଉଥିବାରୁ ଲୋକମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ। ନେତାଗଣ ଉତ୍ତମ ହୃଦୟରେ ମୁକ୍ତ ଭାବରେ ଦାନ କରୁଥିଲେ। ରାଜା ଦାଉଦ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ। ଦାଉଦଙ୍କ ସୁନ୍ଦର ପ୍ରାର୍ଥନା ଏହା ପରେ ଦାଉଦ ଏକତ୍ରିତ ହୋଇଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କଲେ। ଦାଉଦ କହିଲେ, “ହେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଅନନ୍ତକାଳ ଓ ଚିରଦିନ ନିମନ୍ତେ ପ୍ରଶଂସିତ ହୁଅ। ମହାନତା, ପରାକ୍ରମ, ମହିମା, ବିଜୟ ଓ ଗୌରବ ତୁମ୍ଭର ଅଟେ। କାରଣ ସ୍ୱର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷୟ ତୁମ୍ଭର ଅଟେ; ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷୟର ମୁଖ୍ୟ ରୂପେ ପ୍ରଶଂସିତ ହୋଇଅଛ। ଧନ ଓ ସମ୍ମାନ ତୁମ୍ଭଠାରୁ ଆସେ। ତୁମ୍ଭେ ସକଳ ବିଷୟକୁ ଶାସନ କର। ତୁମ୍ଭର ହସ୍ତରେ ପରାକ୍ରମ ଓ ଶକ୍ତି ଅଛି । ଆଉ ତୁମ୍ଭ ହସ୍ତରେ ଯେକୌଣସି ବ୍ୟକ୍ତିକୁ ମହାନ ଓ ପରାକ୍ରମୀ କରାଇବାର କ୍ଷମତା ଅଛି। ବର୍ତ୍ତମାନ, ହେ ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ ଓ ତୁମ୍ଭ ଗୌରଯୁକ୍ତ ନାମର ପ୍ରଶଂସା କରୁଅଛୁ। ଆମ୍ଭେମାନେ କିଏ ଯେ ଏପରି ସ୍ୱେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହେବୁ? ଏହି ସମସ୍ତ ବସ୍ତୁ ମୋ’ଠାରୁ କିଅବା ମୋର ଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କେବଳ ତାହା ତୁମ୍ଭକୁ ଦେଇଅଛୁ। ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କେବଳ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧ୍ୟରେ ଭ୍ରମଣ କରୁଅଛୁ। ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ କେବଳ ଅତିକ୍ରାନ୍ତ ଛାୟା ତୁଲ୍ୟ। ଆମ୍ଭେମାନେ ତାହାକୁ ବନ୍ଦ କରି ନ ପାରୁ। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ଏହି ସମସ୍ତ ବସ୍ତୁ ତୁମ୍ଭର ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକତ୍ର କରିଅଛୁ। ଆମ୍ଭେମାନେ ତୁମ୍ଭ ନାମକୁ ସମ୍ମାନ ଦେବା ନିମନ୍ତେ ଏହି ମନ୍ଦିର ନିର୍ମାଣ କରୁଅଛୁ। କିନ୍ତୁ ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ଓ ସକଳ ବସ୍ତୁ ତୁମ୍ଭର ଅଟେ। ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲଙ୍କର ପରମେଶ୍ୱର ଅଟ। ଅନୁଗ୍ରହ କରି ଯଥାର୍ଥ ବିଷୟ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କର। ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ୱସ୍ତ ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର। ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର। ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।” ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ। ଶଲୋମନ ରାଜା ହେଲେ ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସେମାନେ ସଦାପ୍ରଭୁଙ୍କୁ ହୋମବଳି ଅର୍ପଣ କଲେ। ସେମାନେ 1000 ବଳଦ, 1000 ଅଣ୍ଡିରା ମେଷ, 1000 ମେଷଶାବକ ଓ ପେୟନୈବେଦ୍ୟ ଉତ୍ସର୍ଗ କଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଅନେକ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ। ସେହି ଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ। ଆଉ, ସେମାନେ ଦାଉଦଙ୍କ ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ନିମନ୍ତେ ରାଜା କଲେ। ସେମାନେ ଶଲୋମନଙ୍କୁ ରାଜାରୂପେ ଅଭିଷିକ୍ତ କଲେ ଓ ସେମାନେ ସାଦୋକଙ୍କୁ ଯାଜକରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ସେମାନେ ଏହିପରି କଲେ। ଏହା ପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ୟନ୍ତ ସଫଳ ହେଲେ। ଇସ୍ରାଏଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ୟ ହେଲେ। ସମସ୍ତ ନେତାଗଣ, ସୈନ୍ୟଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ୱୀକାର କଲେ ଓ ତାଙ୍କର ବାଧ୍ୟ ହେଲେ। ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ କଲେ। ଇସ୍ରାଏଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ୍ତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇସ୍ରାଏଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ। ଦାଉଦଙ୍କ ମୃତ୍ୟୁ ଯିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇସ୍ରାଏଲ ଉପରେ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗରରେ ସାତ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। ଏହା ପରେ ଦାଉଦ ଯିରୁଶାଲମ ନଗରରେ ତେତିଶ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। *** ଦାଉଦ ବୃଦ୍ଧ ହେବାରୁ ମୃତ୍ୟୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନଯାପନ କରିଥିଲେ। ଦାଉଦ ଅନେକ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହୋଇଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶଲୋମନ ରାଜା ହେଲେ। ରାଜା ଦାଉଦଙ୍କର କୃତ ସମସ୍ତ ବିଷୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତା, ନାଥନ ଭବିଷ୍ୟ‌ଦ୍‌ବକ୍ତା ଓ ଗାଦ୍ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲେଖାଯାଇଅଛି। ଦାଉଦ ଇସ୍ରାଏଲର ରାଜା ରୂପେ ଯେଉଁ ସମସ୍ତ ବିଷୟ କରିଥିଲେ, ସେହି ଲେଖାଗୁଡ଼ିକ ତାହାର ବିବରଣୀ ପ୍ରଦାନ କରେ। ସେହି ଲେଖାଗୁଡ଼ିକ ଦାଉଦଙ୍କ ପରାକ୍ରମ ଓ ତାଙ୍କ ପ୍ରତି ଘଟିତ ସକଳ ବିଷୟ ବର୍ଣ୍ଣନା କରେ। ଆଉ ସେଗୁଡ଼ିକ ଇସ୍ରାଏଲ ଓ ତାହାର ଚତୁର୍ଦ୍ଦିଗରେ ଥିବା ରାଜ୍ୟଗୁଡ଼ିକ ପ୍ରତି ଘଟିଥିବା ସକଳ ବିଷୟ ବର୍ଣ୍ଣନା କରେ। ଶଲୋମନ ଜ୍ଞାନ ମାଗନ୍ତି ଯେହେତୁ ସଦାପ୍ରଭୁ ପରମେଶ୍ୱର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହେବାକୁ ସକ୍ଷମ ହୋଇଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ୟନ୍ତ ମହାନ କଲେ। ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ। ଏହା ପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। ଯେତେବେଳେ ସେମାନେ ମରୁ ପ୍ରାନ୍ତରରେ ଥିଲେ ସଦାପ୍ରଭୁଙ୍କ ଦାସ ମୋଶା ସେହି ତମ୍ବୁ ନିର୍ମାଣ କରିଥିଲେ। ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ। ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲେଲ ଏକ ପିତ୍ତଳର ଯଜ୍ଞବେଦି ନିର୍ମାଣ କରିଥିଲେ। ଏହି ପିତ୍ତଳର ଯଜ୍ଞବେଦି ଗିବିୟୋନଠାରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିୟୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ। ସମାଗମ-ତମ୍ବୁର ସମ୍ମୁଖରେ ସଦାପ୍ରଭୁଙ୍କ ଆଗରେ ପିତ୍ତଳ ବେଦି ଆଡ଼କୁ ଶଲୋମନ ଗଲେ। ବେଦି ଉପରେ ଶଲୋମନ 1000 ଗୋଟି ସମ୍ପୂର୍ଣ୍ଣ ହୋମବଳି ଅର୍ପଣ କଲେ। ସେହି ରାତ୍ରିରେ ପରମେଶ୍ୱର ଶଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ୱର କହିଲେ, “ଶଲୋମନ, ଆମ୍ଭେ ତୁମ୍ଭକୁ କ’ଣ ଦେବା ବୋଲି ତୁମ୍ଭେ ଗ୍ଭହଁ, ତାହା ଆମ୍ଭକୁ ମାଗ।” ଶଲୋମନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋର ବାପା ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ମୋର ବାପାଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କଲ। ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱର, ମୋର ବାପା ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କରିଛ। ସେଠାରେ ଅନେକ ଲୋକ ଅଛନ୍ତି ସେମାନେ ପୃଥିବୀର ଧୂଳି ସଦୃଶ। ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗରେ କଢ଼ାଇ ନେଇ ପାରିବି। ତୁମ୍ଭର ସାହାଯ୍ୟ ବିନା ଏହି ଲୋକମାନଙ୍କୁ କେହି ଶାସନ କରି ପାରିବ ନାହିଁ।” ପରମେଶ୍ୱର ଶଲୋମନଙ୍କୁ କହିଲେ, “ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଗ୍ଭହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାୟୁ ମଧ୍ୟ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କେବଳ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମୋର ଲୋକମାନଙ୍କୁ ବୁଦ୍ଧିମାନରେ ନିଷ୍ପତ୍ତି ଦେଇପାର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ। ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧିରେ ପୂର୍ଣ୍ଣ କରିବା। ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ୟତରେ ମଧ୍ୟ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।” ତା’ପରେ ଶଲୋମନ ସମାଗମ-ତମ୍ବୁକୁ ତ୍ୟାଗ କଲେ, ଯେଉଁଟାକି ଗିବିୟୋନରେ ଏକ ଉପାସନା ସ୍ଥଳରେ ଥିଲା ଏବଂ ଇସ୍ରାଏଲର ରାଜା ଯିରୁଶାଲମକୁ ଫେରିଗଲେ ଓ ଶାସନ କଲେ। ଶଲୋମନ ତାଙ୍କର ସୈନ୍ୟଦଳ ଓ ସମ୍ପତ୍ତି ଗଠନ କରନ୍ତି ତାଙ୍କର ସୈନ୍ୟଦଳ ନିମନ୍ତେ ଶଲୋମନ ଘୋଡ଼ାସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1400 ଟି ରଥ ଓ 12,000 ଅଶ୍ୱ ସଂଗ୍ରହ କଲେ। ଶଲୋମନ ସେମାନଙ୍କୁ ରଥର ସହରରେ ରଖିଲେ। ଆଉ କେତେକଙ୍କୁ ଶଲୋମନ ଯିରୁଶାଲମରେ ରାଜାଙ୍କ ନିକଟରେ ରଖିଲେ। ଯେତେ ପରିମାଣରେ ପଥର, ଏରସ କାଠ, ସି‌କ୍‌ମୋର କାଠ ଯିରୁଶାଲମରେ ଥିଲା, ରାଜା ସେତେ ପରିମାଣର ସୁନା ଓ ରୂପା ଆଣିଲେ। କ୍ୟୁଏ ଏବଂ ମିଶରରୁ ଶଲୋମନ ଘୋଡ଼ାସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ୟୁଏକୁ ଗଲେ। ଶଲୋମନଙ୍କ ବେପାରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପାମୁଦ୍ରା ଏବଂ ଗୋଟିଏ ଘୋଡ଼ାକୁ 150 ରୂପାମୁଦ୍ରା ଦେଇ କିଣିଲେ। ଏହା ପରେ ବେପାରିମାନେ ଘୋଡ଼ା ଓ ରଥସବୁ ହିତ୍ତୀୟ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ। ମନ୍ଦିର ଓ ପ୍ରାସାଦ ନିର୍ମାଣ ନିମନ୍ତେ ଶଲୋମନଙ୍କ ଯୋଜନା ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ୟ ନିଜ ନିମନ୍ତେ ଏକ ରାଜକୀୟ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ। ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ଯ୍ୟ କରିବା ନିମନ୍ତେ 3600 ତଦାରଖକାରୀଙ୍କୁ ମନୋନୀତ କଲେ। ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି। ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ। “ଆମ୍ଭର ପରମେଶ୍ୱର ଅନ୍ୟ ସମସ୍ତ ଦେବତାଗଣ ଅପେକ୍ଷା ମହାନ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି। ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ। “ବର୍ତ୍ତମାନ, ଆପଣ ମୋ’ ନିକଟକୁ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଓ ଲୌହ କର୍ମରେ ପାରଦର୍ଶୀ ଏକ ବ୍ୟକ୍ତିକୁ ପଠାଇବାକୁ ମୁଁ ଗ୍ଭହେଁ। ସେହି ବ୍ୟକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗାରେ କାର୍ଯ୍ୟ କରିପାରୁଥିବା ଆବଶ୍ୟକ। ମୋର ବାପାଙ୍କ ଦ୍ୱାରା ମନୋନୀତ କାରିଗରମାନଙ୍କ ସହ ସେହି ବ୍ୟକ୍ତି ଯିହୁଦା ଏବଂ ଯିରୁଶାଲମରେ କାର୍ଯ୍ୟ କରିବ। ଆହୁରି ମଧ୍ୟ ଲିବାନୋ‌ନ୍‌ରୁ ମୋ’ ନିକଟକୁ ଦେବଦାରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋ‌ନ୍‌ର କାଠଗଣ୍ଡି କାଟି ଆଣିବାରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମୋର ଦାସମାନେ, ତୁମ୍ଭର ଦାସମାନଙ୍କୁ ସାହାଯ୍ୟ କରିବେ। ମୁଁ ବହୁତ ପରିମାଣର କାଠ ଆବଶ୍ୟକ କରେ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେବ। କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ୟ ଦେଇପାରେ। ମୁଁ ସେମାନଙ୍କ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।” ତା’ପରେ ସୋରର ରାଜା ହୂରମ୍, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତା ଥିଲା: “ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।” ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି। ମୁଁ ମୋର ବାପାଙ୍କ କାରିଗରମାନଙ୍କ ମଧ୍ୟରୁ ଜଣକୁ ତୁମ୍ଭ ନିକଟକୁ ପଠାଇବି। ତାଙ୍କର ମା ଦାନ୍ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ଯ୍ୟ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରି ପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ଯ୍ୟ କରିବେ। “ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି, ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦେବାକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ୟସବୁ ମୋର ଦାସମାନଙ୍କୁ ଦିଅ। ଆଉ ଆମ୍ଭେ ଲିବାନୋ‌ନ୍‌ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା’ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।” ଏହା ପରେ ଇସ୍ରାଏଲ ଦେଶରେ ରହୁଥିବା ପ୍ରତ୍ୟେକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାଯାଇଥିଲା। ସେମାନେ ଦେଶରେ 153,600 ବିଦେଶୀଙ୍କୁ ପାଇଲେ। ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3600 ବିଦେଶୀ ଲୋକଙ୍କୁ କାର୍ଯ୍ୟ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ରୂପେ ବାଛିଲେ। ଶଲୋମନ ମନ୍ଦିର ନିର୍ମାଣ କରନ୍ତି ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା। ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ଦ୍ୱିତୀୟ ମାସରେ ସେ କାର୍ଯ୍ୟ ଆରମ୍ଭ କଲେ। ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ୟବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନେଲାବେଳକୁ ପୁରୁଣା ମାପର ବ୍ୟବହାର କରିଥିଲେ। ମନ୍ଦିରର ସମ୍ମୁଖ ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସମ୍ମୁଖ ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଢାଙ୍କି ଥିଲେ। ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ। ସୌନ୍ଦର୍ଯ୍ୟତା ନିମନ୍ତେ ମନ୍ଦିରରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ୟବହାର କରୁଥିଲେ, ସେଗୁଡ଼ିକ ପର୍ବୟିମ ଦେଶରୁ ଆସିଥିଲା। କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ୱାରସବୁ ଶଲୋମନ ସୁବର୍ଣ୍ଣରେ ଆଚ୍ଛାଦନ କଲେ। କାନ୍ଥରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ। ଏହା ପରେ ଶଲୋମନ ମହାପବିତ୍ର ସ୍ଥାନ ନିର୍ମାଣ କଲେ। ଏହା ମହାପବିତ୍ର ସ୍ଥଳର ଦୈର୍ଘ୍ୟ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ମଡ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା। ସ୍ୱର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ୟ ସୁନାରେ ଆଚ୍ଛାଦନ କଲେ। ଶଲୋମନ ମହାପବିତ୍ର ସ୍ଥାନରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନାରେ ଆଚ୍ଛାଦନ କଲେ। ଏହି କିରୁବଦୂତଗଣଙ୍କ ଡେଣା ପାଞ୍ଚ ହାତ ଲମ୍ବ ଥିଲା। ଡେଣାମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡେଣା କୋଠରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଗୋଟିଏ ଡେଣା କୋଠରୀର ଆର ପାର୍ଶ୍ୱର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଅନ୍ୟ ଡେଣାଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡେଣାକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଏହି କିରୁବଦୂତଗଣଙ୍କର ଡେଣା ମୋଟରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହୋଇଥିଲେ। ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାମୀ ବସ୍ତ୍ର ବ୍ୟବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବଦୂତଗଣର ଆକୃତି ବୁଣିଲେ। ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା। ଶଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗରେ ରଖିଲେ। ଶଲୋମନ 100ଟି ଡାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସେଗୁଡ଼ିକୁ ଜଞ୍ଜିରରେ ଲଗାଇଲେ। ଏହା ପରେ ଶଲୋମନ ମନ୍ଦିର ସମ୍ମୁଖରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାର୍ଶ୍ୱରେ ଓ ଅନ୍ୟଟି ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହେଲା। ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ତମ୍ଭର ନାମ ଶଲୋମନ “ଯାଖୀନ୍” ରଖିଲେ। ଏବଂ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଶଲୋମନ “ବୋୟସ୍” ରଖିଲେ। ମନ୍ଦିର ନିମନ୍ତେ ଆସବାବପତ୍ର ଶଲୋମନ ଏକ ଯଜ୍ଞବେଦି ନିର୍ମାଣ ନିମନ୍ତେ ପିତ୍ତଳ ବ୍ୟବହାର କଲେ। ସେହି ପିତ୍ତଳର ବେଦିଟି କୋଡ଼ିଏ ହାତ ଲମ୍ବା, କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହା ପରେ ଶଲୋମନ ତରଳ କଂସାରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଠିକ୍ ବିପରୀତ ବିନ୍ଦୁ ପର୍ଯ୍ୟନ୍ତ ଦଶ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ୍ ହାତ ଥିଲା। ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାର୍ଶ୍ୱର ଚତୁର୍ଦ୍ଦିଗରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁର୍ପାର୍ଶ୍ୱରେ ଦଶ ହାତ ପର୍ଯ୍ୟନ୍ତ ଦୁଇ ଧାଡ଼ିରେ ସେଗୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାଯିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳେଇ ଠିକ୍ ସ୍ଥାନରେ ବସେଇ ଦିଆଯାଇଥିଲା। ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡକୁ ରଖାଯାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ଯାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ। ଏହି ବୃହତ୍ ପିତ୍ତଳ କୁଣ୍ଡଟି 3000 ମହଣ ମୋଟେଇ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦେଖାଯାଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା। ଶଲୋମନ ଦଶ ଗୋଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ସେହି ବୃହତ୍ କୁଣ୍ତର ଦକ୍ଷିଣ ପାର୍ଶ୍ୱରେ ଏବଂ ଅନ୍ୟ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାର୍ଶ୍ୱରେ ରଖିଲେ। ହୋମବଳିକୁ ଉତ୍ସର୍ଗ କରିବା ପରେ ଧୋଇବା ନିମନ୍ତେ ଏହି ଦଶ ଗୋଟି ପ୍ରକ୍ଷାଳନ ପାତ୍ର ବ୍ୟବହାର କରାଯାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡରେ କେବଳ ଯାଜକମାନେ ପ୍ରକ୍ଷାଳନ କରିବେ। ସେମାନଙ୍କର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶ ଗୋଟି ବତୀଦଣ୍ଡ ନିର୍ମାଣ କଲେ। ସେହି ବତୀଦଣ୍ଡଗୁଡ଼ିକ ମନ୍ଦିରରେ ଖଞ୍ଜାଗଲା। ପ୍ରତ୍ୟେକ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି ବତୀଦଣ୍ଡ ଖଞ୍ଜା ହେଲା। ଶଲୋମନ ଦଶ ଗୋଟି ମେଜ ତିଆରି କରି ମନ୍ଦିରରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି କରି ମେଜ ରଖାଗଲା। ଆଉ 100ଟି ଛୋଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ୟବହାର କଲେ। ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ। ଏହା ପରେ ସେ ସେହି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କୋଣରେ ଥିଲା। ହୂରମ୍ ପାତ୍ର, ବେଲଗ୍ଭ ଓ ବେସିନ୍ ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ୱରଙ୍କ ମନ୍ଦିରରେ ରାଜା ଶଲୋମନଙ୍କ ନିମନ୍ତେ ନିଜର କାର୍ଯ୍ୟ ଶେଷ କଲେ। ହୂରମ୍ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ୍ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘୋଡ଼ାଇବା ନିମନ୍ତେ କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ତିଆରି କରିଥିଲେ। ଏହି ଦୁଇଟି କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ୍ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରତ୍ୟେକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ଯାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘୋଡ଼ାଇ ଥିଲା। ଆହୁରି ହୂରମ୍ ଦଶ ଗୋଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶ ଗୋଟି ଦଣ୍ଡକୁ କୁଣ୍ଡରେ ଖଞ୍ଜିଥିଲେ। ହୂରମ୍ ବିରାଟ ପିତ୍ତଳ କୁଣ୍ଡ ଓ ତା’ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ। ପରମେଶ୍ୱରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଗ୍ଭମୁଚ ହୂରମ୍ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ୱଚ୍ଛ ପିତ୍ତଳରେ ନିର୍ମିତ ହୋଇଥିଲା। ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚରେ ଢାଳିଲେ। ସୁ‌କ୍‌କୋତ ଓ ସରେଦା ସହରର ମଧ୍ୟବର୍ତ୍ତୀ ଯର୍ଦ୍ଦନ ଉପତ୍ୟକାରେ ଏହି ଛାଞ୍ଚଗୁଡ଼ିକ ତିଆରି ହୋଇଥିଲା। ଶଲୋମନ ଏହିପରି ଅନେକ ଜିନିଷ ଏତେ ପରିମାଣରେ ତିଆରି କରିଥିଲେ ଯେ ଏଥିରେ ବ୍ୟବହୃତ ପିତ୍ତଳର ଓଜନ ମାପିବା ପାଇଁ କେହି ଚେଷ୍ଟା କଲେ ନାହିଁ। ଶଲୋମନ ପରମେଶ୍ୱରଙ୍କ ମନ୍ଦିରରେ ବ୍ୟବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ୱର୍ଣ୍ଣ ଯଜ୍ଞବେଦି ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମେଜ ନିର୍ମାଣ କଲେ। ଶଲୋମନ ଦୀପ ଓ ଦୀପଦାନୀ ସବୁ ଶୁଦ୍ଧ ସୁନାରେ ତିଆରି କରାଇଲେ। ମନ୍ଦିର ଭିତରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖରେ ନିୟମାନୁଯାୟୀ ଜଳାଯିବା ନିମନ୍ତେ ଦୀପଗୁଡ଼ିକ ରଖାଯାଇଥିଲା। ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ୟବହାର କରିଥିଲେ। ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନାରେ ତିଆରି କଲେ। ମନ୍ଦିରର ଦ୍ୱାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ୱାରସବୁ ଏବଂ ମୁଖ୍ୟ ଗୃହର ଦ୍ୱାରସବୁ ଶଲୋମନ ସୁନାରେ ତିଆରି କଲେ। ଏହା ପରେ ଶଲୋମନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରତ୍ୟେକ ବିଷୟ ସେ ବ୍ୟବହାର କଲେ। ପ୍ରତ୍ୟେକ ଆସବାବପତ୍ର ଏବଂ ରୂପା ଓ ସୁନାରେ ନିର୍ମିତ ପ୍ରତ୍ୟେକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ୱରଙ୍କ ମନ୍ଦିରର ଭଣ୍ଡାର ଗୃହରେ ରଖିଲେ। ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ। ସପ୍ତମ ମାସରେ ଭୋଜି ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ। ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ। ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା। ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ। ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି। ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା। ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ। ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂ‌ନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ। ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ, “କାରଣ ସେ ମଙ୍ଗଳମୟ। ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।” ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା। ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା। ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ। ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।” ଶଲୋମନଙ୍କର ଭାଷଣ ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ। ଶଲୋମନ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା କର। ସଦାପ୍ରଭୁ ମୋ’ ପିତା ଦାଉଦଙ୍କ ସହିତ କଥା ହେବା ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହା କହିଥିଲେ: ‘ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲର କୌଣସି ପରିବାରବର୍ଗର ନଗରରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହୁଁ। ଆମ୍ଭ ଲୋକ, ଇସ୍ରାଏଲର ଲୋକମାନଙ୍କୁ ନେତୃତ୍ୱ ଦେବା ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହୁଁ। କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’ “ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ। କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ। କିନ୍ତୁ ତୁମ୍ଭେ ନୁହଁ, ତୁମ୍ଭର ନିଜର ପୁତ୍ର ମୋ’ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବ।’ ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇସ୍ରାଏଲର ରାଜା ରୂପେ ମୁଁ ମୋର ପିତାଙ୍କ ଉତ୍ତରାଧିକାରୀ ହୋଇଛି। ସଦାପ୍ରଭୁ ତାହା ହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଅଛି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ କରିଥିବା ବିଶେଷ ଚୁକ୍ତିର ପ୍ରତିନିଧିତ୍ୱ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିରରେ ରଖିଅଛି।” ଶଲୋମନଙ୍କର ପ୍ରାର୍ଥନା ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଠିଆ ହେଲେ। ସେ ଏକତ୍ରିତ ସମଗ୍ର ଇସ୍ରାଏଲର ଲୋକମାନଙ୍କର ସମ୍ମୁଖରେ ଠିଆ ହେଲେ। ଏହା ପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ। ଶଲୋମନ 2.6 ମିଟର ଲମ୍ବ ଓ 2.6 ମିଟର ପ୍ରସ୍ଥ ଓ 1.5 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ୟଭାଗରେ ସ୍ଥାପିତ କରିଥିଲେ। ଏହା ପରେ, ସେ ସେହି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରିତ ହୋଇଥିବା ସମଗ୍ର ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ। ଶଲୋମନ କହିଲେ, “ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର ଆଉ କେହି ନାହାନ୍ତି। ଯେଉଁମାନେ ତୁମ୍ଭକୁ ଅନ୍ତର ସହିତ ମାନନ୍ତି, ତୁମ୍ଭେ ତୁମ୍ଭର ସେହି ଦାସମାନଙ୍କ ସହିତ ନିଶ୍ଚଳ ପ୍ରେମ ରଖିଥାଅ। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିୟମ ରକ୍ଷା କରିଅଛ। ଦାଉଦ ମୋର ପିତା ଥିଲେ। ତୁମ୍ଭେ ଆପଣାର ମୁଖରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ୱାରା ସେହି ପ୍ରତିଜ୍ଞାକୁ ସତ୍ୟରେ ପରିଣତ କରିଅଛ। ବର୍ତ୍ତମାନ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ; ତୁମ୍ଭେ କହିଲ, ‘ଦାଉଦ, ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କରୁ ଜଣେ ସର୍ବଦା ମୋ’ ସମ୍ମୁଖରେ ଇସ୍ରାଏଲର ସିଂହାସନ ଉପରେ ବିରାଜମାନ ହେବ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତେବେ କେବଳ ଏହା ଘଟିବ। ତୁମ୍ଭେ ଯେପରି ମୋର ଆଇ‌ନ୍‌ସବୁ ପାଳନ କରିଅଛ, ସେହିପରି ସେମାନଙ୍କୁ ମଧ୍ୟ ମୋର ଆଇନ୍ ମାନିବାକୁ ପଡ଼ିବ।’ ବର୍ତ୍ତମାନ ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦେଇଥିଲ। “କିନ୍ତୁ ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ପରମେଶ୍ୱର, ପ୍ରକୃତରେ ଏହି ପୃଥିବୀରେ ମନୁଷ୍ୟମାନଙ୍କ ସହିତ ବସବାସ କରିବ ନାହିଁ। ସ୍ୱର୍ଗ ଓ ଉଚ୍ଚତମ ସ୍ୱର୍ଗଗଣ ତୁମ୍ଭକୁ ଧାରଣ କରି ପାରନ୍ତି ନାହିଁ। ଆଉ ଆମ୍ଭେମାନେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପାରେ। କିନ୍ତୁ ମୋ’ ପ୍ରାର୍ଥନାରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ୟାନ ଦିଅ। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଡାକ ପକାଇବା ସମୟରେ ମୋର ଡାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ। ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିବ। ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇସ୍ରାଏଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭେମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର। “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ବିରୁଦ୍ଧରେ ଭୁଲ୍ କାର୍ଯ୍ୟ କରେ, ତାକୁ ଶପଥ କରିବା ପାଇଁ ବାଧ୍ୟ କରାଯାଏ। ଯେତେବେଳେ ସେ ମନ୍ଦିର ମଧ୍ୟରେ ତୁମ୍ଭର ବେଦି ସମ୍ମୁଖରେ ଶପଥ କରିବାକୁ ଆସେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଗ୍ଭର କର ଓ କାର୍ଯ୍ୟ କର। ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷୟ ଦ୍ୱାରା କଷ୍ଟ ଭୋଗ କରାଇଛି, ତାକୁ ସେହି ବିଷୟ ଦ୍ୱାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ୟକ୍ତି ନିର୍ଦ୍ଦୋଷ, ତୁମ୍ଭେ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କର। “ଯଦି ତୁମ୍ଭର ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସେମାନଙ୍କୁ ପରାସ୍ତ କରିପାରେ। ଆଉ ତା’ପରେ, ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ନିକଟକୁ ଫେରି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ୱୀକାର କରନ୍ତି ଏବଂ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି। ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇସ୍ରାଏଲର ପାପ କ୍ଷମା କର। ତୁମ୍ଭେ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ପୁନର୍ବାର ସେଠାକୁ ଫେରାଇ ଆଣ। “ଆକାଶ ରୁଦ୍ଧ ହୋଇ ହୁଏତ ବର୍ଷା ହୋଇ ନ ପାରେ। ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, ତେବେ ଏହା ଘଟିବ। ଆଉ ଯଦି ଇସ୍ରାଏଲର ଲୋକମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭଠାରେ ସ୍ୱୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସେମାନଙ୍କୁ ଦଣ୍ଡ ଦେଇଥାଅ। ଯଦି ସେମାନେ ସେମାନଙ୍କର ପାପ ପାଇଁ ଅନୁତାପ କରନ୍ତି। ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ସେମାନଙ୍କର ପାପସବୁ କ୍ଷମା କର। ଇସ୍ରାଏଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସେମାନେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସେମାନଙ୍କୁ ସେହି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ୟକୁ ବାର୍ତ୍ତା ପଠାଅ। ସେହି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଅଛ। “ଦେଶରେ ହୁଏତ ଦୁର୍ଭିକ୍ଷ ପଡ଼ିପାରେ, କିଅବା ଭୟଙ୍କର ରୋଗ ସବୁ ହୋଇପାରେ, ଅବା ଶସ୍ୟସବୁ ରୋଗଗ୍ରସ୍ତ ହୋଇପାରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କ ନଗର ମଧ୍ୟରେ ଆକ୍ରମଣ କରନ୍ତି, କିଅବା ଯଦି ଇସ୍ରାଏଲରେ କୌଣସି ପ୍ରକାରର ରୋଗ ଦେଖାଯାଏ, ଆଉ, ତା’ପରେ ଇସ୍ରାଏଲର ତୁମ୍ଭର ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ୟା ଓ କ୍ଳେଶ ଜାଣି ସେମାନଙ୍କ ମଧ୍ୟରୁ କେହି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରେ, ଆଉ ଯଦି ସେହି ବ୍ୟକ୍ତି ଏହି ମନ୍ଦିର ଆଡ଼େ ଗ୍ଭହିଁ ତାହାର ହସ୍ତ ପ୍ରସାର କରେ, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ, ଯେଉଁଠାରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରତ୍ୟେକ ବ୍ୟକ୍ତିକୁ ତାହାର ପ୍ରାପ୍ୟନୁସାରେ ଦିଅ। କେବଳ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ୟକ୍ତିର ହୃଦୟରେ କ’ଣ ଅଛ। ତେବେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ଦେଶରେ ଲୋକମାନେ ଯେତେକାଳ ବାସ କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ। “ହୁଏତ ଜଣେ ଅପରିଚିତ ବ୍ୟକ୍ତି ଥାଇପାରେ, ଯିଏ ଜଣେ ଇସ୍ରାଏଲୀୟ ହୋଇ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପାରେ। ସେହି ବିଦେଶୀ ବ୍ୟକ୍ତି ତୁମ୍ଭର ମହାନ ନାମ, ତୁମ୍ଭର ମହାନ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ୟ ଶୁଣି ଆସିପାରେ। ଯେତେବେଳେ ସେହି ବ୍ୟକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଗ୍ଭହିଁ ପ୍ରାର୍ଥନା କରିବ, ତେବେ ତୁମ୍ଭେ ଯେଉଁ ସ୍ୱର୍ଗରେ ବାସ କର, ସେଠାରେ ଥାଇ, ସେହି ବିଦେଶୀ ବ୍ୟକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନାରେ ଉତ୍ତର ଦିଅ। ତେବେ ତୁମ୍ଭର ଲୋକ ଇସ୍ରାଏଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସେହିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ। “ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ରେରଣ କରିବ। ସେମାନେ ତୁମ୍ଭ ଦ୍ୱାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ। ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ। ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିବା ସମୟରେ ସେମାନଙ୍କ ବିନତି ଶୁଣ। ଆଉ, ସେମାନଙ୍କୁ ସାହାଯ୍ୟ କର। “ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ। କିନ୍ତୁ ତାହାପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସେମାନେ କହିବେ, ‘ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଭୁଲ୍ କରିଅଛୁ ଓ ଆମ୍ଭେମାନେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।’ ଆଉ, ତା’ପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ସେମାନଙ୍କର ସମସ୍ତ ହୃଦୟ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫେରିବେ। ଆଉ ସେମାନେ ସେମାନଙ୍କର ଦେଶ, ଯେଉଁ ଦେଶ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଗ୍ଭହିଁ ସେମାନେ ପ୍ରାର୍ଥନା କରିବେ। ଯେତେବେଳେ ଏହା ଘଟିବ, ସ୍ୱର୍ଗରେ ଥାଇ ତୁମ୍ଭେ ତାହା ଶୁଣିବ, ସେମାନେ ସାହାଯ୍ୟ ନିମନ୍ତେ ଅନୁରୋଧ କଲେ, ସେମାନଙ୍କର ପ୍ରାର୍ଥନା ଗ୍ରହଣ କର। ଆଉ ସେମାନଙ୍କୁ ସାହାଯ୍ୟ କର। ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର। ବର୍ତ୍ତମାନ, ହେ ମୋର ପରମେଶ୍ୱର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବେଦନ କରେ। ଆମ୍ଭେମାନେ ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ। “ହେ ସଦାପ୍ରଭୁ ପରମେଶ୍ୱର, ବର୍ତ୍ତମାନ ଜାଗ୍ରତ ହୁଅ, ନିୟମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସେହି ବିଶେଷ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ୱାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷୟରେ ଆନନ୍ଦିତ ହୁଅନ୍ତୁ। ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର। ତୁମ୍ଭର ଅନୁଗତ ଦାସ ଦାଉଦଙ୍କୁ ସ୍ମରଣ କର!” ମନ୍ଦିର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା। ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ। ଇସ୍ରାଏଲର ସମସ୍ତ ଲୋକ ସ୍ୱର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇସ୍ରାଏଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ୟ ଦେଖି ପାରିଲେ। ସେମାନେ ଭୂମି ଉପରେ ସେମାନଙ୍କର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ୟବାଦ କଲେ। ସେମାନେ ଗାଇଲେ, “ସଦାପ୍ରଭୁ ଉତ୍ତମ ଅଟନ୍ତି ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।” ଏହା ପରେ ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। ରାଜା ଶଲୋମନ 22,000 ବଳଦ ଓ 120,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ସମର୍ପଣ କଲେ। ଯାଜକମାନେ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଥିଲେ। ଲେବୀୟଗଣ ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକ ସହିତ ଠିଆ ହୋଇ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାଜକ ଓ ଲେବୀୟମାନେ କହୁଥିଲେ, “ସଦାପ୍ରଭୁଙ୍କ ପ୍ରେମ ଚିରକାଳସ୍ଥାୟୀ ଅଟେ!” ସେମାନେ ଲେବୀୟମାନଙ୍କ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗରେ ଠିଆ ହୋଇ ତୂରୀ ବଜାଇଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗରେ ବେଦିକୁ ଧାର୍ମିକ କାର୍ଯ୍ୟ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖରେ ଥିଲା। ସେଠାରେ ଶଲୋମନ ହୋମବଳି ଓ ସହଭାଗିତାର ନୈବେଦ୍ୟର ଚର୍ବ୍ବୀ ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗକୁ ବ୍ୟବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ଯଜ୍ଞବେଦି ନିର୍ମାଣ କରିଥିଲେ, ତାହା ହୋମବଳି, ଶସ୍ୟ ନୈବେଦ୍ୟ ଓ ଚର୍ବ୍ବୀକୁ ଏକା ବେଳେ ଧାରଣ କରିପାରୁ ନ ଥିଲା। ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସେହି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ। ଅଷ୍ଟମ ଦିନରେ ସେମାନେ ଏକ ପବିତ୍ର ସଭା କଲେ, କାରଣ ସେମାନେ ସାତ ଦିନ ଯଜ୍ଞବେଦିକୁ ଉତ୍ସର୍ଗ କରିବାରେ କଟାଇଲେ। ଆଉ ସେମାନେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ। ସଦାପ୍ରଭୁ ଶଲୋମନଙ୍କ ନିକଟକୁ ଆସିଲେ ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା। ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ। ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ। ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ, ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା। ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ। ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ। “ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ, ତା’ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’ “କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ, ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ। ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’ ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।” ଶଲୋମନ ନିର୍ମାଣ କରିଥିବା ନଗର ସକଳ ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା। ଏହା ପରେ ହୂରମ୍ ରାଜା ଦେଇଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇସ୍ରାଏଲୀୟ ଲୋକଙ୍କୁ ଅନୁମତି ଦେଲେ। ଏହା ପରେ ଶଲୋମନ ସୋବାସ୍ଥିତ ହମାତ୍‌କୁ ଗଲେ ଓ ତାହାକୁ ଅଧିକାର କଲେ। ଶଲୋମନ ମଧ୍ୟ ମରୁଭୂମି ମଧ୍ୟରେ ତ‌ଦ୍‌ମୋର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍‌ରେ ସମସ୍ତ ସହର ନିର୍ମାଣ କଲେ। ଶଲୋମନ ଊର୍ଦ୍ଧ୍ୱସ୍ଥ ବୈ‌ଥ୍‌-ହୋରଣ୍ ଓ ନୀଚ୍ଚସ୍ଥ ବୈଥ୍ ହୋରଣର ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗରେ ପରିଣତ କଲେ। ସେହି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ୱାର ଓ ଦ୍ୱାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା। ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠାରେ ସେ ସୈନ୍ୟମାନଙ୍କ ଛାଉଣି ପକାଇଥିଲେ। ସେ ଆହୁରି ଅନେକ ନଗରସବୁ ନିର୍ମାଣ କଲେ, ଯେଉଁଠାରେ ଯୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ୱାରୋହୀମାନେ ବାସ କରୁଥିଲେ। ଶଲୋମନ ଯିରୁଶାଲମ, ଲିବାନୋ‌ନ୍‌ରେ ଓ ସେ ରାଜା ଥିବା ସମସ୍ତ ଦେଶରେ ଯାହା ନିର୍ମାଣ କରିବାକୁ ଗ୍ଭହିଁଲେ, ତାହା ନିର୍ମାଣ କଲେ। ସେଠାରେ ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ବାସ କରୁଥିଲେ। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି। ଶଲୋମନ ଇସ୍ରାଏଲର ଲୋକମାନଙ୍କୁ କ୍ରୀତଦାସ ହେବା ନିମନ୍ତେ ବାଧ୍ୟ କଲେ ନାହିଁ। ଇସ୍ରାଏଲର ଲୋକମାନେ ଶଲୋମନଙ୍କର ଦୁର୍ଦ୍ଦଷ ଯୋଦ୍ଧା ଥିଲେ। ସେମାନେ ଶଲୋମନଙ୍କର ସାମରିକ ବାହିନୀର ପଦାଧିକାରୀ ଥିଲେ। ସେମାନେ ଶଲୋମନଙ୍କର ଯୁଦ୍ଧ ରଥର ସେନାପତି ଥିଲେ। ଆଉ, ଇସ୍ରାଏଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ନିଯୁକ୍ତ କରିଥିଲେ। ସେଠାରେ 250 ଜଣ ତଦାରଖକାରୀ ଥିଲେ। ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।” ଏହା ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖରେ ସେହି ବଳିବେଦି ନିର୍ମାଣ କରିଥିଲେ। ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ। ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଜକ ଓ ଲେବୀୟମାନେ ଠିକ୍ ସେହିପରି କଲେ, ଯାହା ଶଲୋମନ ସେମାନଙ୍କୁ ମନ୍ଦିରରେ ଏବଂ ଏହାର କୋଷାଗାରରେ କରିବା ପାଇଁ କହିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶେଷ ନ ହେଲା ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ଭଲ ଭାବରେ କରାଗଲା। ଏହା ପରେ ଶଲୋମନ ଇତ୍‌ସିୟୋନ-ଗେବର ଓ ଏଲତ ସହରମାନଙ୍କୁ ଗଲେ। ସେହି ସହରଗୁଡ଼ିକ ଇଦୋମ ଦେଶରେ ସମୁଦ୍ର ନିକଟରେ ଥିଲା। ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂର‌ମ୍‌ଙ୍କ ନିଜସ୍ୱ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂର‌ମ୍‌ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂର‌ମ୍‌ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସେଠାରୁ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ। ଶିବାର ରାଣୀ ଶଲୋମନଙ୍କୁ ଭେଟିବା ନିମନ୍ତେ ଆସନ୍ତି ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା। ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା। ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ। ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ୟ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ। ଏହା ପରେ ସେ ଶଲୋମନଙ୍କୁ କହିଲେ, “ମୁଁ ମୋ’ ଦେଶରେ ଆପଣଙ୍କ ମହାନ କାର୍ଯ୍ୟାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ ଅଟେ। ମୁଁ ଏହି ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଓ ନିଜ ଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ସେହି ଗଳ୍ପଗୁଡ଼ିକୁ ବିଶ୍ୱାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ ଜ୍ଞାନର ଅର୍ଦ୍ଧେକ ସୁଦ୍ଧା ମୋତେ କୁହାଯାଇ ନ ଥିଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି, ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ ଅଟନ୍ତି। ତୁମ୍ଭର ଲୋକମାନେ ଓ ସେବକଗଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ସେମାନେ ଆପଣଙ୍କର ସେବା କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରନ୍ତି। ଆପଣଙ୍କର ସଦାପ୍ରଭୁ ପରମେଶ୍ୱର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠାରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇସ୍ରାଏଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇସ୍ରାଏଲର ରାଜା କରିଅଛନ୍ତି।” ଏହା ପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ୟବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ୟକ୍ତି ଶଲୋମନଙ୍କୁ ଏ ପ୍ରକାର ବିଶୁଦ୍ଧ ମସଲା ଦେଇ ନ ଥିଲା। ହୂର‌ମ୍‌ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ୟ, ସେମାନେ ଆ‌ଲ୍‌ଗମ୍ କାଠ ଓ ବହୁମୂଲ୍ୟ ପଥରସବୁ ଆଣିଲେ। ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆ‌ଲ୍‌ଗମ୍ କାଠକୁ ବ୍ୟବହାର କଲେ। ଶଲୋମନ ଗାୟକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ୟ ନିର୍ମାଣ କରିବା ନିମନ୍ତେ ମଧ୍ୟ ଆ‌ଲ୍‌ଗମ୍ କାଠ ବ୍ୟବହାର କଲେ। ଯିହୁଦା ଦେଶର କୌଣସି ବ୍ୟକ୍ତି ଆ‌ଲ୍‌ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତୁ ନିର୍ମିତ ହେବା ପୂର୍ବରୁ କେବେ ମଧ୍ୟ ଦେଖି ନ ଥିଲେ। ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସେହି ସମସ୍ତ ପ୍ରଦାନ କଲେ। ଶିବାର ରାଣୀ ତାଙ୍କୁ ଦେବା ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣରେ ବସ୍ତୁ ତାଙ୍କୁ ଦେଲେ। ଏହା ପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫେରିଗଲେ। ଶଲୋମନଙ୍କର ଅସୁମାରୀ ଧନସମ୍ପଦ ଏକ ବର୍ଷ ମଧ୍ୟରେ ଶଲୋମନ ଯେତେ ପରିମାଣରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା। ଭ୍ରମଣକାରୀ ବଣିକ ଓ ବ୍ୟବସାୟୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନେଇ ଆସିଲେ। ଶଲୋମନ ପିଟା ସୁନାରୁ 200 ବୃହତ୍ ଢାଲ ନିର୍ମାଣ କଲେ। ପ୍ରତ୍ୟେକଟି ଢାଲ ନିମନ୍ତେ 600 ଶେକଲ ପିଟା ସୁନା ବ୍ୟବହୃତ ହୋଇଥିଲା। ଆହୁରି ମଧ୍ୟ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢାଲ ନିର୍ମାଣ କଲେ। ପ୍ରତ୍ୟେକ ଢାଲ ନିମନ୍ତେ 300 ଶେକଲ ସୁନା ବ୍ୟବହୃତ ହୋଇଥିଲା। ରାଜା ଶଲୋମନ “ଲିବାନୋ‌ନ୍‌ର ଅରଣ୍ୟ” ନାମକ ଗୃହରେ ଏହି ସୁବର୍ଣ୍ଣ ଢାଲଗୁଡ଼ିକ ରଖିଲେ। ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ୟବହାର କଲେ। ସେ ସେହି ସିଂହାସନକୁ ଖାଣ୍ଟି ସୁନା ଦ୍ୱାରା ଆବୃତ କଲେ। ସେହି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନେଲା। ସୁନାରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାର୍ଶ୍ୱରେ ବାହୁଭରାମାନ ଥିଲା। ପ୍ରତ୍ୟେକ ବାହୁଭରାର ପାର୍ଶ୍ୱରେ ଗୋଟିଏ ଲେଖାଏଁ ସିଂହମୂର୍ତ୍ତି ଦଣ୍ଡାୟମାନ ଥିଲା। ଛଅ ଗୋଟି ପାହାଚରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରତ୍ୟେକ ପାହାଚର ଶେଷରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ୟରେ ଏ ପ୍ରକାର ସିଂହାସନ ନିର୍ମିତ ହୋଇ ନ ଥିଲା। ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନରେ ନିର୍ମିତ ହୋଇଥିଲା। “ଲିବାନୋ‌ନ୍‌ର ଅରଣ୍ୟସ୍ଥିତ” ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନାରେ ନିର୍ମିତ ହୋଇଥିଲା। ଶଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ୟ ଦ୍ରବ୍ୟରୂପେ ଗଣ୍ୟ ହେଉ ନ ଥିଲା। ରାଜା ଶଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂର‌ମ୍‌ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନି ବର୍ଷରେ ଥରେ ସେହି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମୟୁରମାନ ବହି ଆଣୁଥିଲେ। ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନରେ ଅତ୍ୟନ୍ତ ମହାନ ହୋଇ ଉଠିଲେ। ପୃଥିବୀର ସମସ୍ତ ରାଜାଗଣ ଶଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଗ୍ଭର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ୱର ଶଲୋମନଙ୍କୁ ସେହିପରି ଜ୍ଞାନ ପ୍ରଦାନ କରିଥିଲେ। ପ୍ରତି ବର୍ଷ ସେହି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନେଇ ଆସୁଥିଲେ। ସେମାନେ ସୁନା, ରୂପା ଦ୍ରବ୍ୟ, ବସ୍ତ୍ର, ଯୁଦ୍ଧସାଜ, ମଶାଲ, ଅଶ୍ୱଗୁଡ଼ିକ ଓ ଖଚରମାନ ଆଣିଲେ। ଅଶ୍ୱ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4000 ଅଶ୍ୱଶାଳା ଥିଲା। ତାଙ୍କର 12,000 ରଥଗ୍ଭଳକ ଥିଲେ। ଶଲୋମନ ସେମାନଙ୍କୁ ତାଙ୍କ ସଙ୍ଗରେ ଯିରୁଶାଲମରେ ଓ ରଥ ନିମନ୍ତେ ନିର୍ମିତ ବିଶେଷ ନଗରଗୁଡ଼ିକରେ ରଖିଲେ। ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ। ରୂପାର ପରିମାଣ ଏତେ ଥିଲା ଯେ, ତାହା ଯିରୁଶାଲମର ଗୋଡ଼ି, ପଥର ତୁଲ୍ୟ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦେବଦାରୁ କାଠ ଥିଲା ଯେ, ତାହା ଡିମ୍ବିରିଗଛ ତୁଲ୍ୟ ଥିଲା, ଯାହା ମାଳଭୂମିରେ ଯଥେଷ୍ଟ ପରିମାଣରେ ବଢ଼େ। ଲୋକମାନେ ମିଶର ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ୱମାନ ଆଣିଲେ। ଶଲୋମନଙ୍କର ମୃତ୍ୟୁ ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟ‌ଦ୍‌ବକ୍ତା, ଅହିୟଙ୍କର ଭବିଷ୍ୟ‌ଦ୍‌ବାଣୀ ଓ ଭବିଷ୍ୟ‌ଦ୍‌ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯା‌ଶ୍‌ବିୟା‌ମ୍‌ଙ୍କ ବିଷୟରେ ଲେଖିଛନ୍ତି। ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ। ରିହବିୟାମ୍ ମୂର୍ଖାମୀର କର୍ମ କରନ୍ତି ରିହବିୟାମ୍ ଶିଖିମ୍ ସହରକୁ ଗଲେ, କାରଣ ଇସ୍ରାଏଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସେଠାକୁ ଯାଇଥିଲେ। ରିହବିୟାମ୍ ମିଶରରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାୟନ କରିଥିଲେ। ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଯାରବିୟାମ୍ ଶୁଣିଲେ ଯେ, ରିହବିୟାମ୍ ନୂତନ ରାଜା ହେବାକୁ ଯାଉଅଛନ୍ତି। ତେଣୁ ଯାରବିୟାମ୍ ମିଶରରୁ ଫେରି ଆସିଲେ। ଇସ୍ରାଏଲର ଲୋକମାନେ ଯାରବିୟା‌ମଙ୍କ ସେମାନଙ୍କ ସଙ୍ଗରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ। ଏହା ପରେ ଯାରବିୟାମ୍ ଓ ଇସ୍ରାଏଲର ସମସ୍ତ ଲୋକ ରିହବିୟାମଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରିହବିୟାମ୍, ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ୟନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସେହି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବୁ।” ରିହବିୟାମ୍ ସେମାନଙ୍କୁ କହିଲେ, “ମୋ’ ନିକଟକୁ ତିନି ଦିନ ପରେ ପୁନର୍ବାର ଆସ।” ତେଣୁ ଲୋକମାନେ ଫେରିଗଲେ। ଏହା ପରେ ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତରେ ତାଙ୍କର ପିତା ଶଲୋମନଙ୍କର ସେବା କରୁଥିଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମୋତେ କେଉଁ ପରାମର୍ଶ ଦେଉଛନ୍ତି?” ବୃଦ୍ଧ ବ୍ୟକ୍ତିମାନେ ରିହବିୟାମଙ୍କୁ କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହେବ ଓ ସେମାନଙ୍କୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କୁ ମଧୁର କଥା କହିବ, ତେବେ ସେମାନେ ଚିରକାଳ ତୁମ୍ଭର ସେବା କରିବେ।” କିନ୍ତୁ ରିହବିୟାମ୍ ବୃଦ୍ଧ ଲୋକମାନେ ଦେଇଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିୟାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସେବା କରୁଥିବା ଯୁବା ଲୋକମାନଙ୍କ ସହିତ କଥା ହେଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭେମାନେ ଏହି ଲୋକମାନଙ୍କୁ କି ପ୍ରକାରେ ଉତ୍ତର ଦେବା ଉଚିତ୍? ମୋର ପିତା ସେମାନଙ୍କ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସେମାନେ ଗ୍ଭହାନ୍ତି।” ଏହା ପରେ ରିହବିୟାମଙ୍କ ସହିତ ବଢ଼ିଥିବା ଯୁବା ଲୋକମାନେ ତାଙ୍କୁ କହିଲେ, “ତୁମ୍ଭ ସହିତ କଥା ହୋଇଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକାରେ ଉତ୍ତର ଦେବା ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସେହି ବୋଝକୁ ହାଲୁକା କର ବୋଲି ଆମ୍ଭେମାନେ ଗ୍ଭହୁଁ।’ କିନ୍ତୁ ସେମାନେ ରିହବିୟାମଙ୍କୁ କହିଲେ, ତୁମ୍ଭେ ସେହି ଲୋକମାନଙ୍କୁ ଏହିପରି କହିବା ଉଚିତ୍; ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କର ଅଣ୍ଟାଠାରୁ ମଧ୍ୟ ମୋଟା। ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’” ତିନି ଦିନ ପରେ, ଯାରବିୟାମ୍ ଓ ଅନ୍ୟ ଲୋକମାନେ ରିହବିୟାମଙ୍କ ନିକଟକୁ ଆସିଲେ। ରାଜା ରିହବିୟାମ୍ ସେମାନଙ୍କୁ “ମୋ’ ନିକଟକୁ ତିନି ଦିନ ପରେ ଆସ” ବୋଲି କହିଥିଲେ। ଏହା ପରେ ରାଜା ସେମାନଙ୍କୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ। ଯୁବା ଲୋକମାନେ ତାଙ୍କୁ ଯେପ୍ରକାର ପରାମର୍ଶ ଦେଇଥିଲେ, ରାଜା ରିହବିୟାମ୍ ଲୋକମାନଙ୍କୁ ସେହି ପ୍ରକାର କଥା କହିଲେ। ସେ କହିଲେ, “ମୋର ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭମାନଙ୍କୁ ଗ୍ଭବୁକ୍ ଦ୍ୱାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଗ୍ଭବୁକ୍ ଦ୍ୱାରା ଦଣ୍ଡ ଦେବି, ଯାହାର ଅଗରେ ମୁନିଆ କଣ୍ଟାମାନ ବାହାରିଥିବ।” ତେଣୁ ରାଜା ରିହବିୟାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ୱର ଏହି ପ୍ରକାରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିୟଙ୍କ ମାଧ୍ୟମରେ ଯାରବିୟା‌ମଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସେପରି ଘଟିଲା ଅହିୟ ଶିଲୋନୀୟ ଲୋକ ଥିଲେ, ଏବଂ ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଇସ୍ରାଏଲର ଲୋକମାନେ ଦେଖିଲେ ଯେ ରାଜା ରିହବିୟାମ୍ ସେମାନଙ୍କର କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ କହିଲେ; “ଆମ୍ଭେମାନେ କ’ଣ ଦାଉଦଙ୍କ ବଂଶର ଅଂଶ ବିଶେଷ ଅଟୁ? ନା! ଆମ୍ଭେମାନେ କ’ଣ ଯିଶୀଙ୍କ ପୁତ୍ରଠାରୁ କିଛି ପାଇଅଛୁ? ନା! ତେଣୁ, ଇସ୍ରାଏଲ ଆସ, ଆମ୍ଭେମାନେ ନିଜ ନିଜ ଗୃହକୁ ଫେରିଯିବା। ଦାଉଦ ତାଙ୍କର ଆତ୍ମୀୟମାନଙ୍କ ଉପରେ ରାଜତ୍ୱ କରନ୍ତୁ।” ଏହା ପରେ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ଗୃହସବୁକୁ ଫେରିଗଲେ। କିନ୍ତୁ ଇସ୍ରାଏଲରେ କେତେକ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିୟାମ୍ ସେହି ଲୋକମାନଙ୍କ ଉପରେ ରାଜତ୍ୱ କଲେ। ଯେଉଁ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା, ହଦୋରାମ ସେମାନଙ୍କ ଦାୟିତ୍ୱରେ ଥିଲେ। ରିହବିୟାମ୍ ତାହାଙ୍କୁ ଇସ୍ରାଏଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇସ୍ରାଏଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ୟା କଲେ। ଏହା ପରେ ରିହବିୟାମ୍ ଦୌଡ଼ି ଯାଇ ତାଙ୍କ ରଥ ଉପରକୁ ଡେଇଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ଯିରୁଶାଲମକୁ ପଳାଇଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହୋଇଅଛନ୍ତି। ରିହବିୟାମ୍ ଯେତେବେଳେ ଯିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ୟରୁ 180,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ୟାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିୟାମ୍ ଯେପରି ତାଙ୍କର ରାଜ୍ୟ ଫେରି ପାଇବେ, ଏଥିନିମନ୍ତେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ସେହି ସୈନ୍ୟମାନଙ୍କୁ ଏକତ୍ର କଲେ। କିନ୍ତୁ ସଦାପ୍ରଭୁଙ୍କଠାରୁ ଶମୟିୟଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମୟିୟ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଥିଲେ। ସଦାପ୍ରଭୁ କହିଲେ, “ଶମୟିୟ ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିୟାମ୍ ଏବଂ ଯିହୁଦା ଓ ବିନ୍ୟାମୀନ ନଗରରେ ବାସ କରୁଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ କୁହ। ସେମାନଙ୍କୁ କୁହ: ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଯାଉ। ଆମ୍ଭେ ଏହା ଘଟାଇଅଛୁ।’” ଅତଏବ ରାଜା ରିହବିୟାମ୍ ଓ ତାଙ୍କର ସୈନ୍ୟଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ୟ ହେଲେ ଓ ଫେରିଗଲେ। ସେମାନେ ଯାରବିୟା‌ମଙ୍କ ଉପରେ ଆକ୍ରମଣ କଲେ ନାହିଁ। ରିହବିୟାମ୍ ଯିହୁଦାକୁ ସୁଦୃଢ଼ କଲେ ରିହବିୟାମ୍ ଯିରୁଶାଲମରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ। ସେ ବୈ‌ଥ୍‌ଲେହେମ, ଐଟମ୍, ତକୋୟର ସମସ୍ତ ନଗରକୁ ସୁଦୃଢ଼ କଲେ। ବୈ‌ଥ୍‌ସୂର୍, ସୋଖୋ, ଅଦୂଲମ୍, ଗାଥ୍, ମାରେଶା, ସୀଫ୍, ଅଦୋରୟିମ୍, ଲାଖୀଶ୍, ଅସେକା, ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା। ଯେତେବେଳେ ରିହବିୟାମ୍ ସେହି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସେଠାରେ ସେନାଧ୍ୟକ୍ଷମାନଙ୍କୁ ସ୍ଥାପନ କଲେ। ସେ ସେହି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ୟ ଯୋଗାଣ କଲେ। ଆହୁରି ମଧ୍ୟ, ରିହବିୟାମ୍ ପ୍ରତ୍ୟେକ ନଗରରେ ଢାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ୟନ୍ତ ଦୃଢ଼ କଲେ। ରିହବିୟାମ୍ ଯିହୁଦା ଓ ବିନ୍ୟାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନରେ ରଖିଲେ। ଇସ୍ରାଏଲର ସମସ୍ତ ଯାଜକ ଓ ଲେବୀୟଗଣ ରିହବିୟାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ଯୋଗ ଦେଲେ। ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ। ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ। ଏହା ପରେ ଇସ୍ରାଏଲ ସେହି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ସେମାନଙ୍କର ପିତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଆସିଲେ। ସେହି ଲୋକମାନେ ଯିହୁଦା ରାଜ୍ୟକୁ ସୁଦୃଢ଼ କଲେ। ଆଉ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବିୟାମଙ୍କର ସପକ୍ଷରେ ରହିଲେ। ସେମାନେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗରେ ଜୀବନ କାଟୁଥିଲେ, ସେହି ସମୟରେ ସେମାନେ ସେହି ମାର୍ଗରେ ଜୀବନ କାଟିଲେ। ରିହବିୟାମଙ୍କ ପରିବାର ରିହବିୟାମ୍ ମହଲତ୍‌କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରେମୋତ୍‌ର। ତାଙ୍କର ମାତା ଥିଲେ ଅବୀହେଲିୟ। ଯିରେମୋତ୍‌ର ଦାଉଦଙ୍କ ପୁତ୍ର ଥିଲେ। ଅବୀହେଲିୟ ଇଲିୟାବଙ୍କ କନ୍ୟା ଥିଲେ। ଇଲିୟାବ୍ ଯିଶୀଙ୍କ ପୁତ୍ର ଥିଲେ। ମହଲତ୍ ରିହବିୟାମଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ: ଯିୟୁଶ୍, ଶମରିୟ ଓ ସହମ। ଏହା ପରେ ରିହବିୟାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶାଲୋମଙ୍କ ଝିଅ ଥିଲେ। ଆଉ ମାଖା ରିହବିୟାମଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ: ଅବିୟ, ଅତୟ, ସୀଷ ଓ ଶଲୋମୀତ୍। ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ। ରିହବିୟାମ୍ ମାଖାର ପୁତ୍ର ଅବିୟଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧ୍ୟରେ ନେତା ହେବା ନିମନ୍ତେ ମନୋନୀତ କଲେ। ରିହବିୟାମ୍ ଅବିୟଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ। ରିହବିୟାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରତ୍ୟେକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ୟାପ୍ତ କରି ରଖିଲେ। ଆଉ ରିହବିୟାମ୍ ତାଙ୍କର ପୁତ୍ରମାନଙ୍କୁ ଯଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ୟ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖୋଜିଲେ। ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ। ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। ଶୀଶ‌କ୍‌ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶ‌କ୍‌ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁ‌କ୍‌କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା। ଏହା ପରେ ଭବିଷ୍ୟ‌ଦ୍‌ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶ‌କ୍‌ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’” ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।” ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶ‌କ୍‌କୁ ବ୍ୟବହାର କରିବା ନାହିଁ। କିନ୍ତୁ ଯିରୁଶାଲମର ଲୋକମାନେ ଶୀଶ‌କ୍‌ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।” ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫେରାଇ ଆଣିଲେ। ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା। ରାଜା ରିହବିୟାମ୍ ଯିରୁଶାଲମରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କୁ ଏକଗ୍ଭଳିଶ ବର୍ଷ ବୟସ ହୋଇଥିଲା। ରିହବିୟାମ୍ ସତର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇ ରହିଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ସଦାପ୍ରଭୁ ଯିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ଯିରୁଶାଲମରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହବିୟାମଙ୍କ ମାତା ଥିଲେ ନୟମା। ନୟମା ଅମ୍ମୋନ ଦେଶରୁ ଆସିଥିଲେ। ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ। ରିହବିୟାମ୍ ଯେତେବେଳେ ରାଜା ଥିଲେ, ତାଙ୍କର ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ କର୍ମସବୁ କରିଥିଲେ, ସେହିସବୁ ଭବିଷ୍ୟ‌ଦ୍‌ବକ୍ତା ଶମୟିୟଙ୍କ ଲିଖିତ ସକଳ ବିଷୟ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷୟରେ ଲିପିବଦ୍ଧ କରାଯାଇଅଛି। ସେହି ବ୍ୟକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିୟାମ୍ ଓ ଯାରବିୟାମ୍ ଏହି ଦୁଇ ରାଜାଙ୍କ ମଧ୍ୟରେ, ସେମାନଙ୍କ ରାଜତ୍ୱ କାଳରେ ସବୁ ସମୟରେ ଯୁଦ୍ଧ ଲାଗି ରହିଥିଲା। ରିହବିୟାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିୟାମଙ୍କୁ ଦାଉଦଙ୍କ ନଗରରେ କବର ଦିଆଗଲା। ଏହା ପରେ ରିହବିୟାମଙ୍କ ପୁତ୍ର ଅବିୟ ନୂତନ ରାଜା ହେଲେ। ଯିହୁଦାର ରାଜା ଅବିୟ ରାଜା ଯାରବିୟା‌ମଙ୍କ ରାଜତ୍ୱର ଅଠର ବର୍ଷରେ ଅବିୟ ଯିହୁଦାର ନୂତନ ରାଜା ହେଲେ। ଅବିୟ ଯିରୁଶାଲମରେ ତିନି ବର୍ଷ ରାଜାରୂପେ ରହିଲେ। ଅବିୟଙ୍କର ମାତା ଥିଲେ ମୀଖାୟା, ସେ ଉରିୟେଲଙ୍କର କନ୍ୟା ଥିଲେ। ଉରିୟେଲ ଗିବିୟା ସହରରୁ ଆସିଥିଲେ। ଅବିୟ ଓ ଯାରବିୟା‌ମଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ଅବିୟଙ୍କ ସୈନ୍ୟଦଳରେ 400,000 ଜଣ ସାହସୀ ସୈନିକ ଥିଲେ। ଅବିୟ ସେହି ସୈନ୍ୟଦଳକୁ ଯୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ଯାରବିୟା‌ମଙ୍କ ସୈନ୍ୟଦଳରେ 800,000 ଜଣ ସାହସୀ ସୈନିକ ଥିଲେ। ଅବିୟଙ୍କ ସହିତ ଏକ ଯୁଦ୍ଧ ନିମନ୍ତେ ଯାରବିୟାମ୍ ପ୍ରସ୍ତୁତ ହେଲେ। ଏହା ପରେ ଇଫ୍ରୟିମର ପାର୍ବତ୍ୟମୟ, ଦେଶସ୍ଥ ସମାରୟିମ୍ ପର୍ବତ ଉପରେ ଅବିୟ ଠିଆ ହେଲେ। ଅବିୟ କହିଲେ, “ଯାରବିୟାମ୍ ଓ ସମଗ୍ର ଇସ୍ରାଏଲ, ମୋ’ କଥା ଶୁଣ! ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ଅଧିକାର ଦେଇଥିଲେ। ପରମେଶ୍ୱର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ। କିନ୍ତୁ ଯାରବିୟାମ୍ ତାଙ୍କର ମାଲିକଙ୍କର ବିରୁଦ୍ଧରେ ଉଠିଲେ। ନବାଟର ପୁତ୍ର ଯାରବିୟାମ୍ ଦାଉଦଙ୍କ ପୁତ୍ର ଶଲୋମନଙ୍କ ଜଣେ ଦାସର ପୁତ୍ର ଥିଲା। ଏହା ପରେ ନିହାତି ଅଯୋଗ୍ୟ, ମନ୍ଦ ଲୋକମାନେ ଯାରବିୟାମର ସାଙ୍ଗୀ ହେଲେ। ଆଉ ଯାରବିୟାମ୍ ଓ ସେହି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିୟାମଙ୍କର ବିପକ୍ଷରେ ଉଠିଲେ। ରିହବିୟାମ୍ ଅଳ୍ପବୟସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିୟାମ୍, ଯାରବିୟାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ। “ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛ। ତୁମ୍ଭେମାନେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରିଦେଲେ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ବାହାର କରିଦେଲ। ଏହା ପରେ ତୁମ୍ଭେମାନେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥା’ନ୍ତି। ଆଉ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଗୋଟିଏ ଅଳ୍ପବୟସ୍କ ବୃଷ ଓ ସାତୋଟି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହୋଇ ପାରିବ। ଜଣେ ଯାଜକ ଯିଏ କି ‘ଅଣଦେବତାମାନଙ୍କର’ ସେବା କରିବ। “କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଯିହୁଦାର ଲୋକମାନେ ପରମେଶ୍ୱରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସେବା କରନ୍ତି, ସେମାନେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲେବୀୟମାନେ ସେମାନଙ୍କୁ ସେମାନଙ୍କର କାମ କରିବାରେ ସାହାଯ୍ୟ କରନ୍ତି। ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝ‌କ୍‌ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ। ପରମେଶ୍ୱର ସ୍ୱୟଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ ରୂପେ ପରମେଶ୍ୱରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇସ୍ରାଏଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ତୁମ୍ଭେମାନେ କେବେ ସଫଳ ହେବ ନାହିଁ।” କିନ୍ତୁ ଯାରବିୟାମ୍ ଅବିୟଙ୍କ ସୈନ୍ୟଦଳର ପଛେ ପଛେ ଗୋପନରେ ଯିବା ନିମନ୍ତେ ଏକ ଦଳ ସୈନ୍ୟଙ୍କୁ ପଠାଇଲେ। ଯାରବିୟା‌ମଙ୍କ ସୈନ୍ୟଦଳ ଯିହୁଦୀୟଙ୍କ ସୈନ୍ୟଦଳର ସମ୍ମୁଖରେ ଥିଲେ। ଯାରବିୟା‌ମଙ୍କ ସୈନ୍ୟଦଳରୁ ଲୁଚି ରହିଥିବା ସୈନ୍ୟମାନେ ଯିହୁଦାର ପଶ୍ଚାତ୍‌ରେ ଥିଲେ। ଅବିୟଙ୍କ ସୈନ୍ୟଦଳରେ ଥିବା ଯିହୁଦାର ସୈନ୍ୟଗଣ ଯେତେବେଳେ ଚତୁର୍ଦ୍ଦିଗକୁ ଗ୍ଭହିଁଲେ, ସେମାନେ ଦେଖିଲେ ଯେ, ଯାରବିୟା‌ମଙ୍କ ସୈନ୍ୟଦଳ ସମ୍ମୁଖରୁ ଓ ପଶ୍ଚାତ୍‌ରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ। ଏହା ପରେ ଯିହୁଦାର ଲୋକମାନେ ଜୋ‌ର୍‌ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଜୋ‌ର୍‌ରେ ଚିତ୍କାର କଲେ, ପରମେଶ୍ୱର ଯାରବିୟାମଙ୍କ ସୈନ୍ୟଦଳକୁ ପରାସ୍ତ କଲେ। ଇସ୍ରାଏଲରୁ ଆଗତ ଯାରବିୟା‌ମଙ୍କ ସମସ୍ତ ସୈନ୍ୟଦଳ ଯିହୁଦାରୁ ଆଗତ ଅବିୟଙ୍କ ସୈନ୍ୟଦଳ ଦ୍ୱାରା ପରାସ୍ତ ହେଲେ। ଇସ୍ରାଏଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାୟନ କଲେ। ପରମେଶ୍ୱର ଇସ୍ରାଏଲର ସୈନ୍ୟଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ୟଦଳକୁ ଆଗେଇ ନେଲେ। ଅବିୟଙ୍କ ସୈନ୍ୟଦଳ ଇସ୍ରାଏଲର ସୈନ୍ୟଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇସ୍ରାଏଲର 500,000 ଜଣ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନିହତ ହେଲେ। ତେଣୁ ସେହି ସମୟରେ ଇସ୍ରାଏଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜୟୀ ହେଲେ। ଯିହୁଦାର ସୈନ୍ୟଦଳ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭର କରିଥିବାରୁ ବିଜୟଲାଭ କଲେ। ଅବିୟଙ୍କ ସୈନ୍ୟଦଳ ଯାରବିୟା‌ମଙ୍କ ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ। ଅବିୟଙ୍କ ସୈନ୍ୟଦଳ ବୈଥଲ, ଯିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ଯାରବିୟା‌ମଙ୍କଠାରୁ ଦଖଲ କରି ନେଲେ। ସେହି ସହର ଓ ସେହି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ର ଗ୍ରାମଗୁଡ଼ିକୁ ମଧ୍ୟ ସେମାନେ ଅଧିକାର କରି ନେଲେ। ଅବିୟ ଜୀବିତ ଥିବା ପର୍ଯ୍ୟନ୍ତ ଯାରବିୟାମ୍ ଆଉ କଦାପି ପରାକ୍ରମୀ ହୋଇପାରିଲେ ନାହିଁ। ସଦାପ୍ରଭୁ ଯାରବିୟା‌ମଙ୍କୁ ବଧ କଲେ। କିନ୍ତୁ ଅବିୟ ପରାକ୍ରମୀ ହୋଇ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ୟାଙ୍କର ପିତା ହେଲେ। ଅବିୟ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଇଦ୍ଦୋ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକମାନଙ୍କରେ ଲେଖାଯାଇଅଛି। ଅବିୟ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଏହା ପରେ ଅବିୟଙ୍କ ପୁତ୍ର ଆସା, ଅବିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାନ୍ତି ଅବସ୍ଥାନ କରିଥିଲା। ଯିହୁଦାର ରାଜା ଆସା ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତମ ଓ ଯଥାର୍ଥ ବିଷୟମାନ କଲେ। ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ। ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସେମାନଙ୍କୁ ସଦାପ୍ରଭୁଙ୍କର ସମସ୍ତ ନିୟମ ଓ ଆଜ୍ଞାଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଆଦେଶ ଦେଲେ। ଆସା ଆହୁରି ମଧ୍ୟ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବେଦିଗୁଡ଼ିକ ଧ୍ୱଂସ କରିଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ୟରେ ଶାନ୍ତି ରହିଲା। ଯିହୁଦାରେ ଶାନ୍ତି ଥିବା ସମୟରେ ଆସା ଯିହୁଦାରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସେହି ବର୍ଷଗୁଡ଼ିକରେ କୌଣସି ଯୁଦ୍ଧ ହୋଇ ନ ଥିଲା। ଆସା ଯିହୁଦାର ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ସହର ଓ ସେଗୁଡ଼ିକର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭେମାନେ ଦୁର୍ଗ, ଦ୍ୱାର ଓ ଦ୍ୱାରର କିଳିଣିସବୁ ନିର୍ମାଣ କରିବା ଆମ୍ଭେମାନେ ଏହି ଦେଶରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କରିଅଛନ୍ତି।” ତେଣୁ ସେମାନେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ। ଆସାଙ୍କର ଯିହୁଦା ବଂଶରୁ 300,000 ଓ ବିନ୍ୟାମୀନ ବଂଶରୁ 280,000 ଲୋକଙ୍କର ଏକ ସୈନ୍ୟଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାୟ ଢାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ୟାମୀନର ଲୋକମାନେ ଛୋଟ ଛୋଟ ଢାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷେପ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ। ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ। ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ। ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।” ଏହା ପରେ ସଦାପ୍ରଭୁ ଇଥିଓପିୟ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ୟଦଳକୁ ବ୍ୟବହାର କଲେ। ଆଉ ଇଥିଓପିୟ ସୈନ୍ୟଦଳ ଦୌଡ଼ି ପଳାଇଗଲେ। ଆସା ଏବଂ ତାଙ୍କ ସୈନ୍ୟଦଳ ଇଥିଓପିୟ ସୈନ୍ୟଦଳଙ୍କ ପଛେ ପଛେ ଗରାର୍ ସହର ପର୍ଯ୍ୟନ୍ତ ଗୋଡ଼ାଇଲେ। ବହୁସଂଖ୍ୟକ ସୈନ୍ୟଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସଦାପ୍ରଭୁ ଓ ତାଙ୍କ ସୈନ୍ୟଦଳ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ ଆସା ଓ ତାଙ୍କର ସୈନ୍ୟଦଳ ଶତ୍ରୁମାନଙ୍କଠାରୁ ଅନେକ ବହୁମୂଲ୍ୟ ପଦାର୍ଥ ଲୁଟି ନେଲେ। ଆସା ଓ ତାଙ୍କର ସୈନ୍ୟଦଳ ଗରା‌ର୍‌ର ନିକଟସ୍ଥ ସମସ୍ତ ସହର ଉପରେ ବିଜୟଲାଭ କଲେ। ସେହି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେହି ସହରଗୁଡ଼ିକରେ ଅନେକ ବହୁମୂଲ୍ୟ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ୟଦଳ ସେହି ସହରଗୁଡ଼ିକରୁ ସେହି ସମସ୍ତ ବହୁମୂଲ୍ୟ ପଦାର୍ଥଗୁଡ଼ିକୁ ନେଇଗଲେ। ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ। ଆସାଙ୍କର ପରିବର୍ତ୍ତନ ପରମେଶ୍ୱର ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ। ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ। କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ। ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ। ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା। କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।” ଆସା ଓବେଦ୍ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟି‌ମ୍‌‌ର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ। ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି। ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ସମୟରେ ସେମାନେ 700 ବଳଦ, 7000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ। ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ। ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା। ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ। ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ। ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା’ ପଦରୁ ମଧ୍ୟ ବିତାଡ଼ିତ କଲେ। ମାଖା ଏକ ଘୃଣ୍ୟ ଆଶେରା ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସେହି ଆଶେରା ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହା ପରେ ସେ କିଦ୍ରୋଣ୍ ଉପତ୍ୟକାରେ ସେହି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ। ଯଦିଓ ଇସ୍ରାଏଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ କରାଯାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦୟ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲା। ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦେଇଥିବା ପବିତ୍ର ଭେଟୀସବୁକୁ ପରମେଶ୍ୱରଙ୍କ ମନ୍ଦିରରେ ଆଣି ରଖିଲେ। ସେହି ବସ୍ତୁଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥିଲା। ଆସାଙ୍କ ରାଜତ୍ୱର ପଞ୍ଚତିରିଶତମ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ। ଆସାଙ୍କର ଶେଷ ବର୍ଷଗୁଡ଼ିକ ଆସା ରାଜା ହେବାର ଛତିଶ୍ ତମ ବର୍ଷରେ, ବାଶା ଯିହୁଦା ଦେଶକୁ ଆକ୍ରମଣ କଲେ। ବାଶା ଇସ୍ରାଏଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ୟବହାର କଲେ। ଆସା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରୁ ରୂପା ଓ ସୁନାସବୁ ଆଣିଲେ। ଆଉ ସେ ରାଜାଙ୍କର ଗୃହ ମଧ୍ୟରେ ଥିବା ରୂପା ଓ ସୁନାସବୁ ଆଣିଲେ। ଏହା ପରେ ଆସା ବି‌ନ୍‌ହଦଦ୍ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ବି‌ନ୍‌ହଦଦ୍ ଅରା‌ମ୍‌ର ରାଜା ଥିଲେ ଓ ସେ ଦମ୍ମେଶକ ସହରରେ ବାସ କରୁଥିଲେ। ଆସାଙ୍କ ବାର୍ତ୍ତା ଥିଲା: “ତୁମ୍ଭର ପିତା ଓ ମୋର ପିତାଙ୍କ ମଧ୍ୟରେ ଯେପରି ଚୁକ୍ତି ସ୍ୱାକ୍ଷର ହୋଇଥିଲା, ଆମ୍ଭ ମଧ୍ୟରେ ମଧ୍ୟ ସେହିଭଳି ଚୁକ୍ତି ହେଉ। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଉଛି। ବର୍ତ୍ତମାନ ତୁମ୍ଭେ ଇସ୍ରାଏଲର ରାଜା ବାଶା ସହିତ ତୁମ୍ଭର ଚୁକ୍ତି ଭଙ୍ଗ କର, ତେବେ ସେ ମୋତେ ଏକା ଛାଡ଼ି ଗ୍ଭଲିଯିବ ଓ ମୋତେ ଆଉ ବ୍ୟସ୍ତ କରିବ ନାହିଁ।” ବି‌ନ୍‌ହଦଦ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇସ୍ରାଏଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବି‌ନ୍‌ହଦଦ୍ ତାଙ୍କ ସୈନ୍ୟଦଳର ସେନାପତିମାନଙ୍କୁ ପଠାଇଲେ। ସେହି ସେନାପତିମାନେ ଇୟୋନ, ଦାନ ଓ ଆବେଲମୟିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସେମାନେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ, ଯେଉଁଠାରେ ଜିନିଷ ଠୁଳ କରି ରଖାଯାଇଥିଲା। ବାଶା ଇସ୍ରାଏଲର ଏହି ସହରଗୁଡ଼ିକ ଉପରେ ଆକ୍ରମଣର ଖବର ଶୁଣିଲା। ତେଣୁ ସେ ରାମା ସହରକୁ ଏକ ଦୁର୍ଗରେ ପରିଣତ କରିବା କାର୍ଯ୍ୟ ବନ୍ଦ କଲା ଏବଂ ସେ ନିଜ ରାଜ୍ୟକୁ ଫେରିଗଲା। ଏହା ପରେ ରାଜା ଆସା ଯିହୁଦାର ସମସ୍ତ ଲୋକଙ୍କୁ ଏକତ୍ର ଡାକିଲେ। ସେମାନେ ରାମା ସହରକୁ ଗଲେ ଓ ବାଶା ଦୁର୍ଗ ନିର୍ମାଣ କରିବା ନିମନ୍ତେ ଯେଉଁ ପ୍ରସ୍ତର ଓ କାଷ୍ଠ ବ୍ୟବହାର କରୁଥିଲା, ତାହା ନେଇଗଲେ। ଆସା ଓ ଯିହୁଦାର ଲୋକମାନେ ଗେବା ଓ ମିସ୍ପା ସହରକୁ ଆହୁରି ଦୃଢ଼ କରିବା ନିମନ୍ତେ ସେହି ପ୍ରସ୍ତର ଓ କାଷ୍ଠଗୁଡ଼ିକୁ ବ୍ୟବହାର କଲେ। ସେହି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, “ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାଯ୍ୟ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେହେତୁ ତୁମ୍ଭେ ସାହାଯ୍ୟ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ୟଦଳ ତୁମ୍ଭଠାରୁ ଖସି ପଳାଇଗଲେ। କୂଶୀୟ ଓ ଲେବୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଥିଲା। ସେମାନଙ୍କର ଅନେକ ରଥ ଓ ରଥଗ୍ଭଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାଯ୍ୟ ନିମନ୍ତେ ଓ ସେହି ବୃହତ୍ ପରାକ୍ରମୀ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାଯ୍ୟ କଲେ।” ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ଅଟନ୍ତି, ସେମାନଙ୍କୁ ସେ ବଳବାନ୍ କରି ପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁର୍ଦ୍ଦିଗରେ ଭ୍ରମଣ କରି ସେହି ଲୋକମାନଙ୍କୁ ତନ୍ନ ତନ୍ନ କରି ଖୋଜନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ଯ୍ୟ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।” ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କ୍ରୋଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳାରେ ନିକ୍ଷେପ କଲେ। ସେହି ସମୟରେ ଆସା ଆଉ କେତେଜଣ ବ୍ୟକ୍ତିଙ୍କ ପ୍ରତି ମଧ୍ୟ ନିଷ୍ଠୁର ଥିଲେ। ଆସା ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ରାଜଗଣଙ୍କର ଇତିହାସ ପୁସ୍ତକରେ ଲେଖା ଯାଇଅଛି। ଆସାଙ୍କ ରାଜତ୍ୱର ଅଣଗ୍ଭଳିଶତମ ବର୍ଷରେ ତାଙ୍କର ପାଦଦ୍ୱୟ ରୋଗଗ୍ରସ୍ତ ହୋଇ ପଡ଼ିଲା। ତାଙ୍କର ରୋଗ ଅତ୍ୟନ୍ତ ଭୟଙ୍କର ହୋଇ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିଲେ ନାହିଁ। ଆସା ଡାକ୍ତରମାନଙ୍କର ସାହାଯ୍ୟ ଲୋଡ଼ିଲେ। ଆସା ତାଙ୍କର ରାଜତ୍ୱର ଏକଗ୍ଭଳିଶତମ ବର୍ଷରେ ମୃତ୍ୟୁବରଣ କଲେ। ଆଉ ଆସା ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ପାଇଲେ। ଆସା ଦାଉଦଙ୍କ ନଗରରେ ନିଜ ନିମନ୍ତେ ଯେଉଁ ସମାଧି ନିର୍ମାଣ କରିଥିଲେ, ଲୋକମାନେ ତାଙ୍କୁ ସେହି ସମାଧିରେ କବର ଦେଲେ। ଲୋକମାନେ ତାଙ୍କୁ ଏପ୍ରକାର ଏକ ଶଯ୍ୟାରେ ରଖିଲେ, ଯାହା ବିଭିନ୍ନ ପ୍ରକାର ମସଲା ଓ ମିଶ୍ରିତ ସୁଗନ୍ଧିତ ଅତରରେ ପୂର୍ଣ୍ଣ ଥିଲା। ଆସାଙ୍କୁ ସମ୍ମାନ ଦେବା ନିମନ୍ତେ ଲୋକମାନେ ଏକ ବିରାଟ ଅଗ୍ନିଦାହ କଲେ। ଯିହୁଦାର ରାଜା ଯିହୋଶାଫଟ୍ ଆସାଙ୍କ ସ୍ଥାନରେ ଯିହୋଶାଫଟ୍ ଯିହୁଦାର ନୂତନ ରାଜା ହେଲେ। ଯିହୋଶାଫଟ୍ ଆସାଙ୍କର ପୁତ୍ର ଥିଲେ। ଯିହୋଶାଫଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସେମାନେ ଇସ୍ରାଏଲ ବିରୁଦ୍ଧରେ ଲଢ଼େଇ କରି ପାରିବେ। ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କରେ ପରିଣତ ହୋଇଥିଲା, ସେ ସେଠାରେ ସୈନ୍ୟମାନଙ୍କୁ ସ୍ଥାପନ କଲେ। ଯିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରୟିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ। ସଦାପ୍ରଭୁ ଯିହୋଶାଫ‌ଟଙ୍କ ସହିତ ଥିଲେ, କାରଣ ଯିହୋଶାଫଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ୟ ଉତ୍ତମ କର୍ମମାନ କରିଥିଲେ। ଯିହୋଶାଫଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ। ଯିହୋଶାଫ‌ଟଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ଯିହୋଶାଫଟ୍ ତାଙ୍କର ଅନ୍ୱେଷଣ କଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇସ୍ରାଏଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ। ସଦାପ୍ରଭୁ ଯିହୋଶାଫ‌ଟଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହୋଶାଫ‌ଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ଯିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା। ଯିହୋଶାଫଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହୋଇଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶେରା ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ। ଯିହୋଶାଫଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପଠାଇଲେ। ଏହା ଯିହୋଶାଫ‌ଟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଘଟିଲା। ସେହି ନେତାମାନେ ଥିଲେ ବି‌ନ୍‌ହୟିଲ, ଓବଦିୟ, ଯିଖରିୟ, ନଥନେଲ୍ ଓ ମୀଖାୟ। ଯିହୋଶାଫ‌ଟ୍‌ ଏହି ନେତାମାନଙ୍କ ସହିତ ଲେବୀୟମାନଙ୍କୁ ମଧ୍ୟ ପଠାଇଲେ। ସେହି ଲେବୀୟମାନେ ଥିଲେ ଶମୟିୟ, ସ‌ବ୍‌ଦିୟ, ଅସାହେଲ୍, ଶମୀରାମୋତ୍, ଯିହୋନାଥନ, ଅଦୋନିୟ, ଟୋବିୟ, ଟୋବଦୋନିୟ, ଇଲୀଶାମା, ଯିହୋରାମ ଓ ଯାଜକମାନଙ୍କୁ ମଧ୍ୟ ପଠାଇଲେ। ସେହି ନେତା ଓ ଲେବୀୟ ଓ ଯାଜକମାନେ ଯିହୁଦାର ଲୋକମାନଙ୍କୁ ଶିକ୍ଷା ଦେଲେ। ସେମାନଙ୍କ ନିକଟରେ “ସଦାପ୍ରଭୁଙ୍କ ନିୟମପୁସ୍ତକ” ଥିଲା। ସେମାନେ ଯିହୁଦାର ସମସ୍ତ ସହର ମଧ୍ୟଦେଇ ଗଲେ ଓ ଲୋକମାନଙ୍କୁ ଶିକ୍ଷା ଦେଲେ। ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସେମାନେ ଯିହୋଶାଫ‌ଟଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ନାହିଁ। କେତେକ ପଲେଷ୍ଟୀୟ ଲୋକ ଯିହୋଶାଫ‌ଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ୟ ସେମାନେ ଯିହୋଶାଫ‌ଟଙ୍କ ନିମନ୍ତେ ରୂପା ଆଣିଲେ। କେତେକ ଆରବୀୟ ଲୋକ ଯିହୋଶାଫ‌ଟଙ୍କ ନିମନ୍ତେ ପଶୁପଲ ଭେଟୀ ସ୍ୱରୂପେ ଆଣିଲେ। ସେମାନେ ତାଙ୍କୁ 7700 ଗୋଟି ଛେଳି ଓ 7700 ଗୋଟି ମେଣ୍ଢା ଦେଲେ। ଯିହୋଶାଫଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହୋଇ ଉଠିଲେ। ସେ ଯିହୁଦା ଦେଶରେ ଅନେକ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। ସେ ଯିହୁଦା ନଗରରେ ବହୁତ କିଛି ରଖିଲେ। ଆଉ ଯିହୋଶାଫଟ୍ ଯିରୁଶାଲମରେ ତାଲିମପ୍ରାପ୍ତ ସୈନ୍ୟମାନଙ୍କୁ ରଖିଲେ। ସେହି ସୈନ୍ୟମାନଙ୍କୁ ସେମାନଙ୍କ ପରିବାରବର୍ଗରେ ତାଲିକାଭୁକ୍ତ କରାଗଲା। ଯିରୁଶାଲମରେ ଅବସ୍ଥାପିତ ସେହି ସୈନ୍ୟମାନଙ୍କର ତାଲିକା ଏହି: ଯିହୁଦା ଗୋଷ୍ଠୀରୁ, ଏହି ଲୋକମାନେ ହଜାର ହଜାର ସୈନ୍ୟଙ୍କର ସେନାପତି ଥିଲେ: ଅଦ୍ମ 300,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। ଯିହୋହାନନ୍ 280,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ, ଅମସିୟ 200,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। ସିଖ୍ରିଙ୍କର ପୁତ୍ର ଅମସିୟ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଶପଥ କରିଥିଲେ। ବିନ୍ୟାମୀନ୍ ଗୋଷ୍ଠୀର ଏହିମାନେ ସେନାଧ୍ୟକ୍ଷ ଥିଲେ: ଇଲିୟାଦାଙ୍କର 200,000 ଜଣ ସୈନ୍ୟ ଥିଲେ, ଯେଉଁମାନେ ଧନୁ, ତୀର ଓ ଢାଲ ବ୍ୟବହାର କରୁଥିଲେ। ଇଲିୟାଦା ଜଣେ ଅତି ସାହସୀ ସୈନ୍ୟ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଯିହଷାବଦଙ୍କର 180,000 ଜଣ ସୈନ୍ୟ ଥିଲେ। ସେହିସବୁ ସୈନ୍ୟମାନେ ରାଜା ଯିହୋଶାଫ‌ଟଙ୍କର ସେବା କରୁଥିଲେ। ଯିହୁଦା ଦେଶସାରା ଥିବା ଦୁର୍ଗଗୁଡ଼ିକରେ ରାଜାଙ୍କର ଆହୁରି ଅନ୍ୟ ଲୋକମାନେ ମଧ୍ୟ ଥିଲେ। ମୀଖାୟ ରାଜା ଆହାବଙ୍କୁ ସତର୍କ କଲେ ଯିହୋଶାଫ‌ଟଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ୟାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା। କିଛି ବର୍ଷ ଉତ୍ତାରେ, ଯିହୋଶାଫଟ୍ ଶମରିୟା ସହରରେ ରାଜା ଆହାବଙ୍କୁ ଭେଟିବା ନିମନ୍ତେ ଗଲେ। ଆହାବ ଯିହୋଶାଫଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନେକ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହୋଶାଫ‌ଟଙ୍କୁ ରାମୋତ-ଗିଲିୟଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ। ଆହାବ ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ରାମୋତ୍-ଗିଲିୟ‌ଦ୍‌କୁ ଆକ୍ରମଣ କରିବା ନିମନ୍ତେ ଯିବ କି?” ଆହାବ ଇସ୍ରାଏଲର ରାଜା ଓ ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ଆହାବଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭ ତୁଲ୍ୟ ଅଟେ ଓ ମୋର ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭେମାନେ ତୁମ୍ଭ ସହିତ ଯୁଦ୍ଧରେ ଯୋଗଦେବା।” ଯିହୋଶାଫଟ୍ ଇସ୍ରାଏଲର ରାଜା ଆହୁରି ମଧ୍ୟ କହିଲେ, “କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।” ତେଣୁ ଇସ୍ରାଏଲର ରାଜା ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏକତ୍ର କଲେ, ସେମାନେ 400 ଜଣ ଥିଲେ। ଆହାବ ସେମାନଙ୍କୁ କହିଲେ, “ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବାକୁ ଯିବା, ନା ନାହିଁ?” ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ, “ଯାଅ, କାରଣ ପରମେଶ୍ୱର ରାମୋତ୍-ଗିଲିୟ‌ଦ୍‌କୁ ରାଜାଙ୍କୁ ଦେବେ।” କିନ୍ତୁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ୟ‌ଦ୍‌ବକ୍ତା ଏଠାରେ ନାହାନ୍ତି କି, ଯାହାକୁ ଆମ୍ଭେ ପଗ୍ଭରି ପାରିବା?” ଏହା ପରେ ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ଏହିଠାରେ ଆହୁରି ଜଣେ ବ୍ୟକ୍ତି ଅଛନ୍ତି। ଆମ୍ଭେମାନେ ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କୁ ପଗ୍ଭରି ପାରିବା। କିନ୍ତୁ ମୁଁ ସେହି ବ୍ୟକ୍ତିଙ୍କୁ ଘୃଣା କରେ, କାରଣ ସେ କେବେ ହେଁ ସଦାପ୍ରଭୁଙ୍କଠାରୁ ମୋ’ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମୋ’ ନିକଟକୁ ମନ୍ଦ ଖବର ଆଣିଛି। ସେହି ବ୍ୟକ୍ତିଙ୍କର ନାମ ହେଲା, ମୀଖାୟ। ସେ ଯିମ୍ଳଙ୍କ ପୁତ୍ର ଅଟନ୍ତି।” କିନ୍ତୁ ଯିହୋଶାଫଟ୍ କହିଲେ, “ଜଣେ ରାଜା ସେପରି କହିବା ଉଚିତ୍ ନୁହେଁ।” ତା’ପରେ ଇସ୍ରାଏଲର ରାଜା ତାଙ୍କର ଜଣେ କର୍ମଗ୍ଭରୀଙ୍କୁ ଡାକିଲେ ଓ ତାକୁ କହିଲେ, “ଶୀଘ୍ର ଯାଅ, ଯିମ୍ଳଙ୍କର ପୁତ୍ର ମୀଖାୟଙ୍କୁ ଏଠାକୁ ନେଇଆସ।” ଏହା ପରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ସେମାନଙ୍କର ରାଜକୀୟ ପୋଷାକ ପିନ୍ଧିଥିଲେ। ସେମାନେ ଶମରିୟା ନଗରର ସମ୍ମୁଖଦ୍ୱାର ନିକଟସ୍ଥ ଶସ୍ୟମର୍ଦ୍ଦନ ଚଟାଣ ନିକଟରେ ସେମାନଙ୍କର ସିଂହାସନମାନଙ୍କରେ ବସିଥିଲେ, ସେହି ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଦୁଇ ରାଜାଙ୍କ ସମ୍ମୁଖରେ ସେମାନଙ୍କର କୀର୍ତ୍ତୀମାନ କହୁଥିଲେ। ସିଦିକିୟ କନାନା ନାମକ ବ୍ୟକ୍ତିର ପୁତ୍ର ଥିଲା। ସିଦିକିୟ ଲୁହାରୁ କେତେକ ତୂରୀ ନିର୍ମାଣ କରିଥିଲା। ସିଦିକିୟ କହିଲା, “ସଦାପ୍ରଭୁ କହନ୍ତି, ‘ସେମାନେ ସମ୍ପୂର୍ଣ୍ଣ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ଏହି ଲୌହ-ତୂରୀ ଅରାମୀୟମାନଙ୍କୁ ବିଦାରିବା ନିମନ୍ତେ ବ୍ୟବହାର କରିବ।’” ସବୁ ଭବିଷ୍ୟ‌ଦ୍‌ବକ୍ତାମାନେ ସେହି ସମାନ କଥା କହିଲେ। ସେମାନେ କହିଲେ, “ରାମୋତ୍-ଗିଲିୟ‌ଦ୍‌ର ସହରକୁ ଯାଅ। ତୁମ୍ଭେ ସଫଳତା ଓ ବିଜୟ ଲାଭ କରିବ। ସଦାପ୍ରଭୁ ରାମୋତ୍-ଗିଲିୟ‌ଦ୍‌କୁ ରାଜାଙ୍କୁ ଦେବେ।” ମୀଖାୟଙ୍କୁ ଯେଉଁ ବାର୍ତ୍ତାବାହକ ଡାକିବାକୁ ଯାଇଥିଲା, ତାଙ୍କୁ କହିଲା, “ମୀଖାୟ, ଶୁଣ, ସବୁ ଭବିଷ୍ୟ‌ଦ୍‌ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସେମାନେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସେମାନେ ଯାହା କହୁଛନ୍ତି, ତୁମ୍ଭେ ମଧ୍ୟ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷୟମାନ କହିବା ଉଚିତ୍।” କିନ୍ତୁ ମୀଖାୟ ଉତ୍ତର ଦେଲେ, “ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାଯାଏ, ମୋ’ ପରମେଶ୍ୱର ଯାହା କହନ୍ତି, ମୁଁ କେବଳ ତାହା କହି ପାରିବି।” ଏହା ପରେ ମୀଖାୟ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, “ମୀଖାୟ, ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବା ନିମନ୍ତେ ଯିବୁ ନା ନାହିଁ?” ମୀଖାୟ ଉତ୍ତର ଦେଲେ, “ଯାଅ ଓ ଆକ୍ରମଣ କର। ତୁମ୍ଭେମାନେ ଅଧିକାର କରିବ ଏବଂ ସେହି ସହର ତୁମ୍ଭର ହେବ।” ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?” ଏହା ପରେ ମୀଖାୟ କହିଲେ, “ମୁଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସେମାନେ ମେଷପାଳକ ବିହୀନ ମେଷତୁଲ୍ୟ ଥିଲେ। ସଦାପ୍ରଭୁ କହିଲେ, ‘ସେମାନଙ୍କର କୌଣସି ନେତା ନାହାନ୍ତି। ପ୍ରତ୍ୟେକ ଲୋକ ନିରାପଦରେ ନିଜ ଗୃହକୁ ଫେରିଯାଉ।’” ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାୟ ମୋ’ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମୋ’ ନିମନ୍ତେ ସେ କେବଳ ଖରାପ ବାର୍ତ୍ତା ଆଣେ।” ମୀଖାୟ କହିଲେ, “ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନରେ ବସିଥିବାର ଦେଖିଲି। ସ୍ୱର୍ଗୀୟ ଦୂତଗଣ ତାଙ୍କର ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ, କେତେକ ତାଙ୍କର ବାମ ପାର୍ଶ୍ୱରେ ଓ କେତେକ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ସଦାପ୍ରଭୁ କହିଲେ, ‘କିଏ ଇସ୍ରାଏଲର ରାଜା ଆହାବଙ୍କୁ ପ୍ରତାରଣା କରିବ, ସେଥିପାଇଁ ତାକୁ ରାମୋତ୍-ଗିଲିୟ‌ଦ୍‌ରେ ହତ୍ୟା କରାଯିବ?’ ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତେକ ଗୋଟିଏ କଥା କହିଲେ ଓ ଆଉ କେତେକ ଆଉ କିଛି କହିଲେ। ଏହା ପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲା। ଆତ୍ମାଟି କହିଲା, ‘ମୁଁ ଆହାବଙ୍କୁ ପ୍ରତାରିତ କରିବି।’ ସଦାପ୍ରଭୁ ଆତ୍ମାକୁ ପଗ୍ଭରିଲେ, ‘କିପରି?’ ସେହି ଆତ୍ମାଟି ଉତ୍ତର ଦେଲା, ‘ମୁଁ ଯିବି ଓ ଆହାବଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମୁଖରେ ଏକ ମିଥ୍ୟାବାଦୀ ଆତ୍ମା ହୋଇଯିବି।’ ଆଉ ସଦାପ୍ରଭୁ କହିଲେ, ‘ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହେବ। ତେଣୁ ଯାଅ ଓ ତାହା କର।’ “ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।” ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ’ଠାରୁ କେଉଁ ବାଟରେ ଗଲେ?” ମୀଖାୟ ଉତ୍ତର ଦେଲେ, “ସିଦିକିୟ, ତୁମ୍ଭେ ନିଜକୁ ଲୁଗ୍ଭଇବା ନିମନ୍ତେ ଯେଉଁ ଦିନ ଭିତର କୋଠରୀକି ଯିବ, ସେହି ଦିନ ତାହା ଜାଣିବ।” ତା’ପରେ ଇସ୍ରାଏଲର ରାଜା କହିଲେ, “ମୀଖାୟଙ୍କୁ ନେଇଯାଅ ଓ ତାଙ୍କୁ ନଗରର ନଗରପାଳ ଆମୋନ ଓ ରାଜାଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ପଠାଇଦିଅ। ଆମୋନ୍ ଓ ଯୋୟାଶଙ୍କୁ କୁହ, ରାଜା ଏହା କହନ୍ତି: ମୀଖାୟଙ୍କୁ ବନ୍ଦୀଶାଳାରେ ପକାଇଦିଅ। ମୁଁ ଯୁଦ୍ଧରୁ ଫେରି ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ୟତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦେବ ନାହିଁ।” ମୀଖାୟ ଉତ୍ତର ଦେଲେ, “ଯଦି ତୁମ୍ଭେ ଯୁଦ୍ଧରୁ ନିରାପଦରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ମାଧ୍ୟମରେ କହି ନାହାନ୍ତି। ସବୁ ଲୋକମାନେ, ମୋ’ କଥା ଶୁଣ।” ଆହାବ ରାମୋତ୍ ଗିଲିୟ‌ଦ୍‌ରେ ହତ ହେଲେ ତେଣୁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ରାମୋତ୍-ଗିଲିୟଦ୍ ସହର ଉପରେ ଆକ୍ରମଣ କଲେ, ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ଯୁଦ୍ଧକୁ ଯିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀୟ ପୋଷାକ ପିନ୍ଧ।” ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ଯୁଦ୍ଧକୁ ଗଲେ। ଅରାମର ରାଜା ତାଙ୍କର ରଥ-ଗ୍ଭଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସେମାନଙ୍କୁ କହିଲେ, “ମହାନ ହେଉ କି ଗୌଣ ହେଉ, କୌଣସି ବ୍ୟକ୍ତି ସହିତ ଯୁଦ୍ଧ କର ନାହିଁ। କିନ୍ତୁ କେବଳ ଇସ୍ରାଏଲର ରାଜା ସହିତ ଯୁଦ୍ଧ କର।” ଯେତେବେଳେ ରଥ-ଗ୍ଭଳକମାନେ ଯିହୋଶାଫ‌ଟଙ୍କୁ ଦେଖିଲେ, ସେମାନେ ଭାବିଲେ, “ସେଠାରେ ଇସ୍ରାଏଲର ରାଜା ଅଛନ୍ତି।” ତେଣୁ ସେମାନେ ଯିହୋଶାଫ‌ଟଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହୋଶାଫଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାଯ୍ୟ କଲେ। ପରମେଶ୍ୱର ରଥ-ଗ୍ଭଳକମାନଙ୍କୁ ଯିହୋଶାଫ‌ଟଙ୍କ ଆଡ଼ୁ ଫେରାଇ ନେଲେ। ଯେତେବେଳେ ସେମାନେ ଦେଖିଲେ ଯେ ଯିହୋଶାଫଟ୍ ଇସ୍ରାଏଲର ରାଜା ନୁହନ୍ତି, ସେମାନେ ତାଙ୍କ ପଛରେ ଆଉ ଗୋଡ଼ାଇଲେ ନାହିଁ। କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ୟହୀନ ଭାବରେ ତା’ ଧନୁକୁ ତୀରଟିଏ ମାରିଲା। ସେହି ତୀରଟି ଆସି ଇସ୍ରାଏଲର ରାଜା ଆହାବଙ୍କ ସମ୍ମୁଖରେ ଏକ ସନ୍ଧି ସ୍ଥାନରେ ବାଜିଲା। ଇସ୍ରାଏଲର ରାଜା ତାଙ୍କର ରଥଗ୍ଭଳକକୁ କହିଲେ, “ରଥକୁ ଫେରାଇ ନିଅ ଓ ମୋତେ ଯୁଦ୍ଧ କ୍ଷେତ୍ରରୁ ନେଇଯାଅ। ମୁଁ ଆଘାତପ୍ରାପ୍ତ ହୋଇଅଛି।” ଦିନ ତମାମ ଯୁଦ୍ଧ ଗ୍ଭଲିଲା। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଗ୍ଭହିଁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ରଥ ଉପରେ ଛିଡ଼ା ହୋଇ ରହିଲେ। ତା’ପରେ ସୂର୍ଯ୍ୟାସ୍ତ ସମୟରେ ସେ ମୃତ୍ୟୁବରଣ କଲେ। ଯିହୁଦାର ରାଜା ଯିହୋଶାଫଟ୍ ନିରାପଦରେ ଯିରୁଶାଲମରେ ନିଜ ଗୃହକୁ ଫେରି ଆସିଲେ। ଦ୍ରଷ୍ଟା ଯେହୂ ଯିହୋଶାଫ‌ଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି। କିନ୍ତୁ ତୁମ୍ଭେ ଜୀବନରେ କେତେକ ଉତ୍ତମ ବିଷୟ କରିଅଛ। ତୁମ୍ଭେ ଏହି ଦେଶରୁ ଆଶେରା ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେଇଅଛ ଓ ତୁମ୍ଭେ ପରମେଶ୍ୱରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତରରେ ସିଦ୍ଧାନ୍ତ ନେଇଅଛ।” ଯିହୋଶାଫଟ୍ ବିଗ୍ଭରାକର୍ତ୍ତାମାନଙ୍କର ମନୋନୟନ କରନ୍ତି ଯିହୋଶାଫଟ୍ ଯିରୁଶାଲମରେ ବାସ କରୁଥିଲେ। ସେ ବେ‌ର୍‌ଶେବାର ଲୋକମାନଙ୍କ ମଧ୍ୟରୁ ଇଫ୍ରୟି‌ମ୍‌‌ର ପାର୍ବତ୍ୟମୟ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ସେହି ଲୋକମାନଙ୍କୁ ଯିହୋଶାଫଟ୍ ପୁଣି ଫେରାଇ ଆଣିଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ। ଯିହୋଶାଫଟ୍ ଯିହୁଦାର ସମସ୍ତ ନଗରରେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗରେ ରହିବା ନିମନ୍ତେ ସେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୋଶାଫଟ୍ ଏହି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସେ ବିଷୟରେ ବିଶେଷ ସାବଧାନ ହୁଅ, କାରଣ ଲୋକମାନେ ବିଗ୍ଭର କଲା ପରି ତୁମ୍ଭେମାନେ ନିଶ୍ଚିତ ସେପରି ବିଗ୍ଭର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତେବେଳେ ତୁମ୍ଭେମାନେ ଗୋଟିଏ ନିଷ୍ପତ୍ତି ନେବ, ସେତେବେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ। ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।” ଯିରୁଶାଲମରେ ଯିହୋଶାଫଟ୍ କେତେକ ଲେବୀୟ, ଯାଜକ ଓ ଇସ୍ରାଏଲୀୟ ବଂଶର ନେତାମାନଙ୍କୁ ବିଗ୍ଭରକର୍ତ୍ତା ରୂପେ ମନୋନୀତ କଲେ। ଯିରୁଶାଲମର ଲୋକମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିୟମ ବ୍ୟବହାର କରିବାର ଥିଲା। ଯିହୋଶାଫଟ୍ ସେମାନଙ୍କୁ କେତେକ ଆଦେଶ ଦେଲେ। ଯିହୋଶାଫଟ୍ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ୱସ୍ତ ଭାବରେ ସେବା କରିବ, ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ। “ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇ‌ଶ୍‌ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।” ଯିହୋଶାଫଟ୍ ଯୁଦ୍ଧର ସମ୍ମୁଖୀନ ହେଲେ ପରେ ମୋୟାବୀୟ, ଅମ୍ମୋନୀୟ ଓ କେତେକ ଅମ୍ମୋନୀୟ ଲୋକ ଯିହୋଶାଫ‌ଟଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ। କିଛି ଲୋକ ଆସି ଯିହୋଶାଫ‌ଟଙ୍କୁ କହିଲେ, “ଇଦୋମରୁ ତୁମ୍ଭ ବିରୁଦ୍ଧରେ ଏକ ବୃହତ୍ ସୈନ୍ୟଦଳ ଆସୁଛନ୍ତି। ସେମାନେ ମୃତସାଗରର ଅପର ପାର୍ଶ୍ୱରୁ ଆସୁଅଛନ୍ତି। ସେମାନେ ହତସସୋନ୍-ତାମରରେ ଆସି ପୁରାପୁରି ପହଞ୍ଚି ସାରିଲେଣି।” (ହତସସୋନ୍-ତାମରକୁ ଐନ୍ ଗଦୀ ବୋଲି ମଧ୍ୟ କୁହାଯାଉଥିଲା।) ଯିହୋଶାଫଟ୍ ଏହା ଶୁଣି ଭୟଭୀତ ହୋଇପଡ଼ିଲେ ଓ କ’ଣ କରିବାକୁ ହେବ, ତାହା ସଦାପ୍ରଭୁଙ୍କୁ ପଗ୍ଭରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦାରେ ଉପବାସର ସମୟ ଘୋଷଣା କଲେ। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଏକତ୍ର ହେଲେ। ସେମାନେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ। ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ। ସେ କହିଲେ, “ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ। ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ। ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶରେ ବାସ କଲେ ଓ ତୁମ୍ଭ ନାମରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସେମାନେ କହିଲେ, ‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ‌‌ଖ‌ଡ଼୍‌ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା’ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’ “କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନରେ ଅମ୍ମୋନ, ମୋୟାବ୍ ଓ ସେୟୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହୋଇଛନ୍ତି। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସେମାନଙ୍କୁ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ଦେଲ ନାହିଁ। ତେଣୁ ଇସ୍ରାଏଲର ଲୋକମାନେ ପଳାଇଗଲେ ଓ ସେହି ଲୋକମାନଙ୍କୁ ମଧ୍ୟ ବିନଷ୍ଟ କଲ ନାହିଁ। କିନ୍ତୁ ଦେଖ, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦେବାକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦେଇଥିଲ। ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।” ଯିହୁଦାର ସମସ୍ତ ଲୋକ ସେମାନଙ୍କ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ସମ୍ମୁଖରେ ଠିଆ ହୋଇଥିଲେ। ଏହା ପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳୀ ମଧ୍ୟରେ ଯିୟୟେଲଙ୍କ ଉପରେ ଅଧିଷ୍ଠିତ ହେଲେ। ଯିୟୟେଲ ଯିଖରିୟଙ୍କ ପୁତ୍ର ଥିଲେ। ଯିଖରିୟ ବନାୟଙ୍କ ପୁତ୍ର ଥିଲେ। ବନାୟ ଯହସୀୟେଲଙ୍କ ପୁତ୍ର ଥିଲେ। ଆଉ ଯହସୀୟେଲ ମତ୍ତାନିୟଙ୍କ ପୁତ୍ର ଥିଲେ। ଯିୟୟେଲ ଜଣେ ଲେବୀୟ ଓ ଆସଫଙ୍କ ବଂଶଧର ଥିଲେ। ଯିୟୟେଲ କହିଲେ, “ରାଜା ଯିହୋଶାଫଟ୍, ଯିହୁଦା ଏବଂ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି: ‘ଏହି ବୃହତ୍ ସୈନ୍ୟଦଳ ବିଷୟରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ଯୁଦ୍ଧ ତୁମ୍ଭର ଯୁଦ୍ଧ ନୁହେଁ, ଏହା ପରମେଶ୍ୱରଙ୍କର ଯୁଦ୍ଧ ଅଟେ। ଆସନ୍ତାକାଲି, ତୁମ୍ଭେମାନେ ସେଠାକୁ ଓହ୍ଲାଇ ଯାଅ ଓ ସେହି ଲୋକମାନଙ୍କ ସହିତ ଯୁଦ୍ଧ କର। ସେମାନେ ସୀସ୍ ନାମକ ଗିରିପଥ ମଧ୍ୟଦେଇ ଆସିବେ। ତୁମ୍ଭେମାନେ ସେମାନଙ୍କୁ ଯେରୂୟେଲ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶେଷମୁଣ୍ଡରେ ପାଇବ। ତୁମ୍ଭମାନଙ୍କର ଏହି ଯୁଦ୍ଧରେ ଯୁଦ୍ଧ କରିବା ଦରକାର ନାହିଁ। ତୁମ୍ଭେମାନେ ନିଜ ସ୍ଥାନରେ ଦୃଢ଼ ହୋଇ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭେମାନେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧରେ ବାହାରି ଯାଅ।’” ଯିହୋଶାଫଟ୍ ତଳକୁ ମୁହଁ କରି ମଥା ନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ମଥାନତ କଲେ। ଆଉ ସେମାନେ ସମସ୍ତେ ସଦାପ୍ରଭୁଙ୍କର ସେବା କଲେ। କହାତୀୟ ପରିବାରବର୍ଗର ଲେବୀୟମାନେ ଓ କୋରହ ଠିଆ ହୋଇ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।” ଯିହୋଶାଫଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହା ପରେ ସେ ଗାୟକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା ପାଇଁ ନିଯୁକ୍ତ କଲେ, ସେମାନେ ପବିତ୍ର ଗ୍ଭେଗା ପରିଧାନ କରିଥିଲେ। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରି ସୈନ୍ୟଦଳର ସମ୍ମୁଖରେ ଯାତ୍ରା କଲେ। ଗାୟକମାନେ ଏହି ଗୀତ ଗାଉଥିଲେ, “ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ।” ସେହି ଲୋକମାନେ ପରମେଶ୍ୱରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମୋନ, ମୋୟାବ ଓ ସେୟୀର ପାର୍ବତ୍ୟାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ପ୍ରହାରିତ ହେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କୁ ହତ୍ୟା ଓ ବିନାଶ କଲେ। ସେମାନେ ସେୟୀରର ଲୋକମାନଙ୍କୁ ହତ୍ୟା କରିବା ପରେ, ପରସ୍ପରକୁ ହତ୍ୟା କଲେ। ଯିହୁଦାର ଲୋକେ ମରୁଭୂମିର ପ୍ରହରୀ ଦୁର୍ଗରେ ପହଞ୍ଚିଲେ। ସେମାନେ ଶତ୍ରୁ ପକ୍ଷର ବୃହତ୍ ସୈନ୍ୟଦଳକୁ ଖୋଜି ବୁଲିଲେ। କିନ୍ତୁ ସେମାନେ କେବଳ ମୃତ ଶରୀରଗୁଡ଼ିକୁ ଭୂମି ଉପରେ ପଡ଼ି ରହିଥିବାର ଦେଖିଲେ। ଜଣେ ସୁଦ୍ଧା ଜୀବିତ ନ ଥିଲା। ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ପଦାର୍ଥସବୁ ଲୁଟି ନେବାକୁ ଆସିଲେ। ସେମାନେ ଅନେକ ବହୁମୂଲ୍ୟ ଦ୍ରବ୍ୟ ପାଇଲେ। ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ସେହି ଦ୍ରବ୍ୟଗୁଡ଼ିକୁ ନିଜ ନିମନ୍ତେ ନେଲେ। ସେହି ଦ୍ରବ୍ୟଗୁଡ଼ିକ ଯିହୋଶାଫଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସେହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ କାଢ଼ିବା ନିମନ୍ତେ ସେମାନଙ୍କୁ ତିନି ଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା। ଚତୁର୍ଥ ଦିନ ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ବରାଖା ଉପତ୍ୟକାରେ ମିଳିତ ହେଲେ। ସେହି ସ୍ଥାନରେ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କଲେ। ତେଣୁ ସେହି ସ୍ଥାନର ନାମ ଆଜି ପର୍ଯ୍ୟନ୍ତ “ବରାଖା ଉପତ୍ୟକା” ହୋଇଅଛି। ତା’ପରେ ଯିହୋଶାଫଟ୍ ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ଫେରାଇ ଯିରୁଶାଲମ ନେଇଗଲେ। ପରମେଶ୍ୱର ସେମାନଙ୍କର ଶତ୍ରୁମାନଙ୍କୁ ଯାହା କରିଥିଲେ, ସେଥିରେ ସେମାନେ ବହୁତ ଖୁସୀ ହେଲେ। ସେମାନେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ଯିରୁଶାଲମକୁ ଗଲେ। ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରୁ ସବୁ ଦେଶ ଓ ରାଜ୍ୟର ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେଥିନିମନ୍ତେ ଯିହୋଶାଫ‌ଟଙ୍କ ରାଜ୍ୟ ଶାନ୍ତି ଲାଭ କଲା। ଯିହୋଶାଫଟଙ୍କ ପରମେଶ୍ୱର ତାଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ। ଯିହୋଶାଫ‌ଟଙ୍କ ଶାସନର ଶେଷ ଯିହୋଶାଫଟ୍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ, ଯେତେବେଳେ ସେ 35 ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ପଚିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶି‌ଲ୍‌ହିରଙ୍କ କନ୍ୟା ଥିଲେ। ଯିହୋଶାଫଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନଯାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ଯିହୋଶାଫଟ୍ ସେହିପରି କର୍ମ କଲେ। କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହୋଇ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ପରମେଶ୍ୱରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହୋଇଥିଲେ। ଯିହୋଶାଫଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହନାନିଙ୍କ ପୁତ୍ର ଯେହୂଙ୍କର ସରକାରୀ ଦଲି‌ଲ୍‌ରେ ଲିପିବଦ୍ଧ ହୋଇ ରହିଅଛି। ଏହି ବିଷୟଗୁଡ଼ିକର ନକଲ କରାଗଲା ଓ ତାହାକୁ “ଇସ୍ରାଏଲର ରାଜାମାନଙ୍କର ଇତିହାସ” ପୁସ୍ତକରେ ଅନ୍ତର୍ଭୁକ୍ତ କରାଗଲା। ପରେ, ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଅହସିୟଙ୍କ ସହିତ ଏକ ଚୁକ୍ତି କଲେ। ଅହସିୟ ମନ୍ଦ କର୍ମ କଲେ। ଯିହୋଶାଫଟ୍ ଅହସିୟଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସେମାନେ ଇତ୍‌ସିୟୋନ-ଗେବର୍ ସହରରେ ଜାହାଜ ନିର୍ମାଣ କଲେ। ଏହା ପରେ ଇଲୀୟେଷର ଯିହୋଶାଫ‌ଟଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କଲେ। ଇଲୀୟେଷରଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀୟେଷର ମାରେଶା ସହରନିବାସୀ ଥିଲେ। ସେ କହିଲେ, “ଯିହୋଶାଫଟ୍, ତୁମ୍ଭେ ଅହସିୟଙ୍କ ସହିତ ଯୋଗ ଦେଲ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ।” ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହୋଶାଫଟ୍ ଓ ଅହସିୟ ସେଗୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ। ଏହା ପରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗରରେ କବର ପାଇଲେ। ଯିହୋଶାଫ‌ଟଙ୍କ ସ୍ଥାନରେ ଯିହୋରାମ୍ ନୂତନ ରାଜା ହେଲେ। ଯିହୋରାମ୍ ଯିହୋଶାଫ‌ଟଙ୍କ ପୁତ୍ର ଥିଲେ।’ ଯିହୋରା‌ମଙ୍କ ଭ୍ରାତାମାନେ ଥିଲେ ଅସରିୟ, ଯିହୀୟେଲ୍, ଯିଖରିୟ, ଅସରିୟାହ, ମୀଖାୟେଲ, ଶ‌ଫ୍‌ଟିୟ। ଏହି ବ୍ୟକ୍ତିମାନେ ଯିହୋଶାଫ‌ଟଙ୍କର ପୁତ୍ରଗଣ ଥିଲେ। ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରା‌ମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ଯିହୁଦାର ରାଜା ଯିହୋରାମ୍ ଯିହୋରାମ୍ ତାଙ୍କର ପିତାଙ୍କର ରାଜ୍ୟପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହା ପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏକ ‌‌ଖ‌ଡ଼୍‌ଗ ବ୍ୟବହାର କଲେ। ସେ ଇସ୍ରାଏଲର କେତେକ ନେତାଙ୍କୁ ମଧ୍ୟ ବଧ କଲେ। ଯିହୋରାମ୍ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ୍ ବର୍ଷ ବୟସ ହୋଇଥିଲା। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ସେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସେହିପରି ଜୀବନ କାଟିଲେ। କାରଣ ଯିହୋରାମ୍ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ। ଆଉ ଯିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ। କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହେତୁ ଦାଉଦଙ୍କ ଗୃହକୁ ଧ୍ୱଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ୱଳାଇ ରଖିବେ। ଯିହୋରା‌ମଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀୟମାନେ ସେମାନଙ୍କର ନିଜର ରାଜାଙ୍କୁ ମନୋନୀତ କଲେ। ତେଣୁ ଯିହୋରାମ୍ ତାଙ୍କର ସମସ୍ତ ସେନାପତିଗଣ ଓ ରଥଗୁଡ଼ିକୁ ନେଇ ଇଦୋମକୁ ଗଲେ। ଯିହୋରାମ୍ ରାତିରେ ଇଦୋମୀୟମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀୟ ସୈନ୍ୟଦଳ ଯିହୋରାମ ଓ ତାଙ୍କ ସୈନ୍ୟଦଳ ତଥା ରଥସବୁକୁ ଚତୁର୍ଦ୍ଦିଗରୁ ଘେରିଗଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହୋଇ ରହିଅଛି। ଲି‌ବ୍‌ନା ସହରର ଲୋକମାନେ ମଧ୍ୟ ଯିହୋରା‌ମଙ୍କ ବିରୁଦ୍ଧରେ ଉଠିଲେ। ଯିହୋରାମ୍ ସଦାପ୍ରଭୁ ପରମେଶ୍ୱରଙ୍କୁ ତ୍ୟାଗ କରିଥିବାରୁ ଏହିପରି ଘଟିଲା। ସେ ଯିହୋରା‌ମଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ଅଟନ୍ତି। ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ। ଯିହୋରାମ୍ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ଏହିପରି ଲେଖାଥିଲା: “ସଦାପ୍ରଭୁ ପରମେଶ୍ୱର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସେହି ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କହନ୍ତି, ‘ଯିହୋରାମ୍, ତୁମ୍ଭ ପିତା ଯିହୋଶାଫଟ୍ ଯେଉଁ ପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେପରି ଜୀବନଯାପନ କରି ନାହଁ। କିନ୍ତୁ ତୁମ୍ଭେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କରିଅଛ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ୟା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସମ୍ପତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ। ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦେବେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ। ତୁମ୍ଭର ଅନ୍ତରେ ଏକ ଭୟଙ୍କର ରୋଗ ହେବ। ତାହା ଦିନକୁ ଦିନ ପ୍ରବଳତର ହେବ। ଶେଷରେ ସେହି ଭୟଙ୍କର ରୋଗ ହେତୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।’” କୂଶୀୟମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀୟମାନଙ୍କୁ ଯିହୋରା‌ମଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ। ସେହି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସେମାନେ ରାଜାଙ୍କ ଗୃହରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହୋରା‌ମଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନେଇଗଲେ। କେବଳ ଯିହୋରା‌ମଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇଯାଇଥିଲା। ଯିହୋରା‌ମଙ୍କ କନିଷ୍ଠ ପୁତ୍ରର ନାମ ଥିଲା ଯିହୋୟାହସ୍। ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହୋରା‌ମଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହୋଇ ପାରିଲା ନାହିଁ। ଆଉ, ଦୁଇ ବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହେତୁରୁ ଯିହୋରା‌ମଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ୟନ୍ତ ଯନ୍ତ୍ରଣା ଭୋଗି ସେ ମୃତ୍ୟୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସେପରି ଯିହୋରା‌ମଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ। ଯିହୋରାମ୍ ରାଜା ହେବା ସମୟରେ ବତିଶ୍ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରା‌ମଙ୍କ ମୃତ୍ୟୁରେ କୌଣସି ବ୍ୟକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହୋରା‌ମଙ୍କୁ ଦାଉଦଙ୍କ ନଗରରେ କବର ଦେଲେ ସତ, କିନ୍ତୁ ଯେଉଁଠାରେ ରାଜାମାନଙ୍କୁ କବର ଦିଆଯାଏ, ସେଠାରେ କବର ଦେଲେ ନାହିଁ। ଯିହୁଦାର ରାଜା ଅହସିୟ ଯିରୁଶାଲମର ଲୋକମାନେ ଅହସିୟଙ୍କୁ ଯିହୋରା‌ମଙ୍କ ସ୍ଥାନରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିୟ ଯିହୋରା‌ମଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀୟ ଲୋକମାନେ ଯିହୋରା‌ମଙ୍କର ଛାଉଣି ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ଯିହୋରା‌ମଙ୍କର ସମସ୍ତ ଜ୍ୟେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ଅହସିୟ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବୟସ୍କ ହୋଇଥିଲେ। ଅହସିୟ ଯିରୁଶାଲମରେ ଗୋଟିଏ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିୟା। ଅଥଲିୟାଙ୍କ ପିତାଙ୍କର ନାମ ଥିଲା ଅମ୍ରି। ଅହସିୟ ମଧ୍ୟ ଆହାବଙ୍କ ପରିବାର ଭଳି ଜୀବନଯାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦକାର୍ଯ୍ୟମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ। ଅହସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ୟ ସେହିପରି କରିଥିଲେ। ଅହସିୟଙ୍କ ପିତାଙ୍କର ମୃତ୍ୟୁପରେ ଆହାବଙ୍କ ପରିବାର ଅହସିୟଙ୍କୁ ପରାମର୍ଶ ଦେବାକୁ ଲାଗିଲେ। ସେମାନେ ଅହସିୟଙ୍କୁ କୁପରାମର୍ଶ ଦେଲେ। ସେହି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନେଲା। ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରା‌ମଙ୍କ ସହିତ ମିଳି ଅରା‌ମ୍‌ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରା‌ମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ। ଯିହୋରାମ୍ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲ୍ ସହରକୁ ଫେରିଗଲେ। ସେ ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋ‌ତ୍‌ରେ ଯୁଦ୍ଧ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ଅହସିୟ, ଯିହୁଦା ରାଜା ଯୋରାମଙ୍କର ପୁତ୍ର, ଆହାବଙ୍କର ପୁତ୍ର ଯିହୋରାମଙ୍କୁ ସାକ୍ଷାତ କରିବା ନିମନ୍ତେ ଯିଷ୍ରିୟେଲ ସହରକୁ ଗଲେ। ଯିହୋରାମ୍ ଯିଷ୍ରିୟେଲ ସହରରେ ଥିଲେ, କାରଣ ସେ ଆହତ ହୋଇଥିଲେ। ଅହସିୟ ଯୋରା‌ମଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେହି ସମୟରେ ହିଁ ପରମେଶ୍ୱର ତାଙ୍କ ପ୍ରତି ମୃତ୍ୟୁ ଘଟାଇଲେ। ଅହସିୟ ଯାଇ ପହଞ୍ଚିଲେ ଓ ଯୋରା‌ମଙ୍କ ସହିତ ଯେହୂଙ୍କୁ ଭେଟିବା ନିମନ୍ତେ ଗଲେ। ଯେହୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯେହୂଙ୍କୁ ମନୋନୀତ କରିଥିଲେ। ଯେହୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯେହୂ ଅହସିୟଙ୍କ ସେବାକାରୀ ଯିହୁଦାର ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ପାଇଲେ। ଯେହୂ ଯିହୁଦାର ସେହି ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ହତ୍ୟା କଲେ। ତା’ପରେ ଯେହୂ ଅହସିୟଙ୍କର ଅନ୍ୱେଷଣ କଲେ। ସେ ଶମରିୟା ସହରରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯେହୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସେମାନେ ଅହସିୟଙ୍କୁ ଯେହୂଙ୍କ ନିକଟକୁ ଆଣିଲେ। ସେମାନେ ଅହସିୟଙ୍କୁ ହତ୍ୟା କଲେ ଓ ତାଙ୍କୁ କବର ଦେଲେ। ସେମାନେ କହିଲେ, “ଅହସିୟ ଯିହୋଶାଫ‌ଟଙ୍କ ବଂଶଧର ଥିଲେ। ଯିହୋଶାଫଟ୍ ଆପଣାର ସମସ୍ତ ହୃଦୟ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ।” ଯିହୁଦା ରାଜ୍ୟକୁ ଏକତ୍ର ରଖିବା ନିମନ୍ତେ ଅହସିୟଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ। ରାଣୀ ଅଥଲିୟା ଅଥଲିୟା ଅହସିୟଙ୍କ ମାତା ଥିଲେ। ଯେତେବେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ୟୁ ହୋଇଅଛି, ସେ ଯିହୁଦାରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରା‌ମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ। ଯୋୟାଶ୍ ଛଅ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମନ୍ଦିରରେ ଯାଜକମାନଙ୍କ ସହିତ ଲୁକାୟିତ ଭାବରେ ରହିଲେ। ସେହି ସମୟରେ ଅଥଲିୟା ଦେଶରେ ରାଣୀ ଭାବରେ ରାଜତ୍ୱ କଲେ। ଯିହୋୟାଦା ଯାଜକ ଓ ରାଜା ଯୋୟାଶ ଛଅ ବର୍ଷ ପରେ, ଯିହୋୟାଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରତ୍ୟେକଙ୍କର 100 ଜଣ ସୈନ୍ୟ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସେହି କପ୍ତାନମାନେ ଥିଲେ: ଯିରୋହା‌ମ୍‌ଙ୍କ ପୁତ୍ର ଅସରିୟ, ଯିହୋୟାଦାରନାଙ୍କ ପୁତ୍ର ଇ‌ଶ୍‌ମାୟେଲ, ଅସରିୟଙ୍କ ପୁତ୍ର ଓବେଦ୍, ଅଦାୟାଙ୍କ ପୁତ୍ର ମାସେୟ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍। ସେମାନେ ଯିହୁଦାର ଗ୍ଭରିଆଡ଼େ ଯାଇ ସବୁ ସହରରୁ ଲେବୀୟମାନଙ୍କୁ ସଂଗ୍ରହ କଲେ। ସେମାନେ ଇସ୍ରାଏଲ ବଂଶର ନେତାମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହା ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ଏକତ୍ରିତ ହୋଇଥିବା ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରରେ ରାଜାଙ୍କ ସହିତ ଏକ ନିୟମ କଲେ। ଯିହୋୟାଦା ସେହି ଲୋକମାନଙ୍କୁ କହିଲେ, “ରାଜାଙ୍କ ପୁତ୍ର ରାଜ୍ୟ କରିବେ। ଦାଉଦଙ୍କ ବଂଶଧରମାନଙ୍କ ବିଷୟରେ ସଦାପ୍ରଭୁ ଏହି ପ୍ରତିଜ୍ଞା କରିଥିଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ: ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯାଜକ ଓ ଲେବୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନରେ କାର୍ଯ୍ୟ କରିବାକୁ ଯିବେ, ସେମାନେ ଦ୍ୱାର ନିକଟରେ ଜଗି ରହିବେ। ତୁମ୍ଭମାନଙ୍କର ଏକ ତୃତୀୟାଂଶ ରାଜାଙ୍କ ଗୃହରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀୟାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ରହିବେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଦେବ ନାହିଁ। କେବଳ ସେବାକାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ ଆସିବାକୁ ଅନୁମତି ଦେବ, କାରଣ ସେମାନେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦେଇଛନ୍ତି, ତାହା ସେମାନଙ୍କୁ କରିବାକୁ ପଡ଼ିବ। ଲେବୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ‌‌ଖ‌ଡ଼୍‌ଗକୁ ସଙ୍ଗରେ ରଖିବେ। ଯଦି କୌଣସି ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତେବେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।” ଯିହୋୟାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲେବୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ଯିହୋୟାଦା, ଯାଜକ ଦଳର କୌଣସି ବ୍ୟକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରତ୍ୟେକ କପ୍ତାନ ଓ ତାଙ୍କର ସବୁ ଲୋକ ସେମାନଙ୍କୁ ଯାହା କୁହାଗଲା ତାହା କଲେ, ସେମାନେ ସେହି ସପ୍ତାହରେ କାର୍ଯ୍ୟରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ। ଯିହୋୟାଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢାଲଗୁଡ଼ିକ ଦେଲେ। ପରମେଶ୍ୱରଙ୍କ ମନ୍ଦିରରେ ସେହି ଅସ୍ତ୍ରଗୁଡ଼ିକ ରଖାଯାଇଥିଲା। ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ। ସେମାନେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସେମାନେ ତାଙ୍କୁ ନିୟମର ଏକ ନକଲ ଦେଲେ। ସେମାନେ ଯୋୟାଶଙ୍କୁ ରାଜା କଲେ। ଯିହୋୟାଦା ଓ ତାଙ୍କ ପୁତ୍ରମାନେ ଯୋୟାଶଙ୍କୁ ରାଜାଭିଷିକ୍ତ କଲେ। ସେମାନେ କହିଲେ, “ରାଜା ଦୀର୍ଘଜୀବୀ ହୁଅନ୍ତୁ!” ଲୋକମାନେ ମନ୍ଦିରକୁ ଦୌଡ଼ିକରି ଯିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିୟା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରରେ ଲୋକମାନଙ୍କ ନିକଟକୁ ଆସିଲେ। ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ୟଦ୍ୱାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହୋଇଥିଲେ। ଉଚ୍ଚାଧିକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଦେଶର ଲୋକେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାୟକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ। ଗାୟକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବାରେ ନେତୃତ୍ୱ ନେଉଥିଲେ। ଏହା ଦେଖି ଅଥଲିୟା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, “ରାଜଦ୍ରୋହ! ରାଜଦ୍ରୋହ!” ଯିହୋୟାଦା ସେନାଧ୍ୟକ୍ଷମାନଙ୍କୁ ନେଇଆସିଲେ। ସେ ସେମାନଙ୍କୁ କହିଲେ, “ଅଥଲିୟାଙ୍କୁ ସୈନ୍ୟଦଳ ମଧ୍ୟରେ ରଖି ବାହାରକୁ ନେଇଯାଅ। ଯଦି କୌଣସି ବ୍ୟକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ‌‌ଖ‌ଡ଼୍‌ଗରେ ବଧ କର।” ଏହା ପରେ ଯାଜକ ସୈନ୍ୟମାନଙ୍କୁ ସାବଧାନ୍ କରିଦେଲେ, “ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଅଥଲିୟାକୁ ବଧ କରିବ ନାହିଁ।” ଏହା ପରେ ଅଥଲିୟା ରାଜାଙ୍କ ଗୃହର ଅଶ୍ୱଦ୍ୱାର ନିକଟକୁ ଆସିବାରୁ ସେହି ଲୋକମାନେ ତାଙ୍କୁ ଧରିଲେ। ଆଉ ସେମାନେ ସେହି ସ୍ଥାନରେ ହିଁ ତାଙ୍କୁ ବଧ କଲେ। ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ। ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବା‌ଲ୍‌ର ମନ୍ଦିରରେ ଥିବା ବେଦି ଓ ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ପକାଇଲେ। ସେମାନେ ବା‌ଲ୍‌ର ଯାଜକ ମତ୍ତାନଙ୍କୁ ବା‌ଲ୍‌ର ଯଜ୍ଞବେଦି ସମ୍ମୁଖରେ ହତ୍ୟା କଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦ‌ଗ୍‌ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ। ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ। ଯିହୋୟାଦା ନିଜ ସହିତ ସେନାଧ୍ୟକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ୱାର ଦେଇ ସେମାନେ ରାଜାଙ୍କ ଗୃହ ମଧ୍ୟରେ ପ୍ରବେଶ କଲେ। ସେହି ସ୍ଥାନରେ ସେମାନେ ରାଜାଙ୍କୁ ସିଂହାସନରେ ବସାଇଲେ। ଯିହୁଦାର ସବୁ ଲୋକ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ଯିରୁଶାଲମ ନଗରରେ ଶାନ୍ତି ବିରାଜିଲା, କାରଣ ଅଥଲିୟା ‌‌ଖ‌ଡ଼୍‌ଗ ଦ୍ୱାରା ନିହତ ହୋଇଥିଲେ। ଯୋୟାଶ୍ ଆଉଥରେ ମନ୍ଦିର ନିର୍ମାଣ କଲେ ଯୋୟାଶ୍ ରାଜା ହେବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିୟା। ସିବିୟା ବେରସେବା ସହରରୁ ଆସିଥିଲେ। ଯାଜକ ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ। ଯିହୋୟାଦା ଯୋୟାଶଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ ଦେଲେ। ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ। ଯୋୟାଶ୍ ଯାଜକ ଓ ଲେବୀୟମାନଙ୍କୁ ଏକତ୍ରିତ କଲେ। ସେ ସେମାନଙ୍କୁ କହିଲେ, “ଯିହୁଦାର ସହରଗୁଡ଼ିକୁ ଯାଅ ଓ ଇସ୍ରାଏଲର ଲୋକମାନେ ପ୍ରତି ବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କର। ଶୀଘ୍ର ଯାଅ ଓ ଏହି କାର୍ଯ୍ୟ କର।” କିନ୍ତୁ ଲେବୀୟମାନେ ଚଞ୍ଚଳ ହେଲେ ନାହିଁ। ତେଣୁ ରାଜ ଯୋୟାଶ୍ ମୁଖ୍ୟଯାଜକ ଯିହୋୟାଦାଙ୍କୁ ଡକାଇଲେ। ରାଜା କହିଲେ, “ଯିହୋୟାଦା, ଯିହୁଦା ଓ ଯିରୁଶାଲମରୁ ସଂଗୃହୀତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲେବୀୟମାନଙ୍କୁ ପଠାଉ ନାହଁ? ସଦାପ୍ରଭୁଙ୍କ ଦାସ ମୋଶା ଓ ଇସ୍ରାଏଲର ଲୋକମାନେ ସେହି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ୟବହାର କରୁଥିଲେ।” ଅତୀତରେ, ଅଥଲିୟାଙ୍କ ପୁତ୍ରମାନେ ପରମେଶ୍ୱରଙ୍କ ମନ୍ଦିର ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସେମାନେ ବାଲ୍-ଦେବଗଣର ପୂଜା କରିବା ନିମନ୍ତେ ବ୍ୟବହାର କରିଥିଲେ। ଅଥଲିୟା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ। ରାଜା ଯୋୟାଶ୍ ଏକ ବା‌କ୍‌ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରର ବାହାର ପାର୍ଶ୍ୱରେ ରଖିବାକୁ ଆଦେଶ ଦେଲେ। ଏହା ପରେ ଲେବୀୟମାନେ ଯିହୁଦା ଓ ଯିରୁଶାଲମରେ ଏକ ଘୋଷଣା କଲେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ ଖଜଣା ଦେବାକୁ ଲୋକମାନଙ୍କୁ କହିଲେ। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ପରମେଶ୍ୱରଙ୍କ ଦାସ ମୋଶା ସେମାନଙ୍କୁ ଖଜଣା ଦେବାକୁ କହିଥିଲେ। ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସେମାନେ ସେମାନଙ୍କର ଟଙ୍କା ଆଣି ସେହି ବା‌କ୍‌ସରେ ପକାଇଲେ। ବା‌କ୍‌ସଟି ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଦାନ ଦେବାକୁ ଲାଗିଲେ। ଏହା ପରେ ଲେବୀୟମାନେ ସେହି ବା‌କ୍‌ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନେଇଗଲେ। ସେମାନେ ଦେଖିଲେ ଯେ, ସେହି ବା‌କ୍‌ସ ଟଙ୍କାରେ ପୂର୍ଣ୍ଣ ହୋଇଥିଲା। ରାଜାଙ୍କ ସଚିବ ଓ ମୁଖ୍ୟ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବା‌କ୍‌ସରୁ ଟଙ୍କାତକ କାଢ଼ି ନେଲେ। ଏହା ପରେ ସେମାନେ ସେହି ବା‌କ୍‌ସରୁ ପୁନର୍ବାର ତାହାର ସ୍ଥାନରେ ରଖି ଦେଲେ। ପ୍ରତିଦିନ ସେମାନେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ। ଏହା ପରେ ରାଜା ଯୋୟାଶ୍ ଓ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେହି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖୋଦନକାରୀ ଓ ବଢ଼େଇମାନଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ଯ୍ୟ ଜାଣିଥିଲେ, ସେମାନେ ସେମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପାରିଶ୍ରମିକ ଦେଇ ନିଯୁକ୍ତ କଲେ। ଯେଉଁ ବ୍ୟକ୍ତିମାନେ ତତ୍ତ୍ୱାବଧାନ କାର୍ଯ୍ୟ କରୁଥିଲେ, ସେମାନେ ଅତି ବିଶ୍ୱସ୍ତ ଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସଫଳ ହେଲା। ପରମେଶ୍ୱରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସେମାନେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସେମାନେ ତାହାକୁ ଆହୁରି ଦୃଢ଼ କଲେ। ଯେତେବେଳେ ଶ୍ରମିକମାନଙ୍କର କାର୍ଯ୍ୟ ସମାପ୍ତ ହେଲା, ସେମାନେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହୋୟାଦାଙ୍କ ନିକଟକୁ ଆଣିଲେ। ସେମାନେ ସେହି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବାରେ ବ୍ୟବହାର କଲେ। ସେହି ସାମଗ୍ରୀଗୁଡ଼ିକ ମନ୍ଦିରର ସେବାକାର୍ଯ୍ୟ ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ୟବହୃତ ହେଲା। ସେମାନେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ କଲେ। ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରତିଦିନ ହୋମବଳି ଉପହାରମାନ ଉତ୍ସର୍ଗ କଲେ। ଯିହୋୟାଦା ବୃଦ୍ଧ ହେଲେ। ସେ ଦୀର୍ଘଜୀବୀ ଥିଲେ, ତା’ପରେ ସେ ମୃତ୍ୟୁବରଣ କଲେ। ଯିହୋୟାଦା 130 ବର୍ଷ ବୟସରେ ମୃତ୍ୟୁବରଣ କଲେ। ଲୋକମାନେ ଯିହୋୟାଦାଙ୍କୁ ଦାଉଦଙ୍କ ନଗରରେ, ଯେଉଁଠାରେ ରାଜାମାନେ କବରପ୍ରାପ୍ତ ହୋଇଛନ୍ତି, ସେହିଠାରେ କବର ଦେଲେ। ଲୋକମାନେ ସେହି ସ୍ଥାନରେ ଯିହୋୟାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳରେ ଇସ୍ରାଏଲ ମଧ୍ୟରେ ପରମେଶ୍ୱରଙ୍କ ନିମନ୍ତେ ଓ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ। ଯିହୋୟାଦାଙ୍କ ମୃତ୍ୟୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ଯୋୟାଶଙ୍କ ସମ୍ମୁଖରେ ପ୍ରଣିପାତ କଲେ। ରାଜା ସେହି ନେତାମାନଙ୍କର କଥା ଶୁଣିଲେ। ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ। ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ। ପରମେଶ୍ୱରଙ୍କର ଆତ୍ମା ଯିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଯିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’” କିନ୍ତୁ ଲୋକମାନେ ଯିଖରିୟଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ । ଯିଖରିୟଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଲୋକମାନେ ଏହା କଲେ। ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଯିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଯିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!” ବର୍ଷର ଶେଷ ଆଡ଼କୁ ଅରାମୀୟ ସୈନ୍ୟଦଳ ଯୋୟାଶଙ୍କ ବିରୁଦ୍ଧରେ ଆସିଲେ। ସେମାନେ ଯିହୁଦା ଓ ଯିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ୟା କଲେ। ସେମାନେ ସବୁ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ। ଅରାମୀୟ ସୈନ୍ୟଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନେଇ ଆସିଥିଲେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଯିହୁଦାର ବୃହତ୍ ସୈନ୍ୟଦଳ ଉପରେ ବିଜୟଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ସେମାନେ ତାଙ୍କୁ ପରିତ୍ୟାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ। ଅରାମୀୟମାନେ ଯୋୟାଶଙ୍କ ନିକଟରୁ ଯେତେବେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଯୋୟାଶଙ୍କର ନିଜ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ଯୋୟାଶ୍ ଯିହୋୟାଦା ଯାଜକଙ୍କର ପୁତ୍ର ଯିଖରିୟଙ୍କୁ ହତ୍ୟା କରିଥିବାରୁ ସେମାନେ ଏହିପରି କଲେ। ସେହି ଭୃତ୍ୟମାନେ ଯୋୟାଶଙ୍କୁ ତାଙ୍କର ଶଯ୍ୟା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ୟୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ, କିନ୍ତୁ ସେମାନେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନରେ କବର ପାଆନ୍ତି, ସେ ସ୍ଥାନରେ କବର ଦେଲେ ନାହିଁ। ଯୋୟାଶଙ୍କ ବିରୁଦ୍ଧରେ ଏହି ଭୃତ୍ୟମାନେ ଷଡ଼ଯନ୍ତ୍ର କରିଥିଲେ; ସାବଦ୍ ଓ ଯିହୋଷାବଦ୍। ସାବ‌ଦ୍‌ଙ୍କ ମାତାଙ୍କର ନାମ ଥିଲା ଶିମିୟତ୍। ଶିମିୟତ୍ ଅମ୍ମୋନରୁ ଆସିଥିଲେ। ଆଉ ଯିହୋଶାବ‌ଦଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମୋୟାବରୁ ଆସିଥିଲେ। ଯୋୟାଶଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧରେ ମହାନ ଭବିଷ୍ୟ‌ଦ୍‌ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ, ସେହିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲେଖାଯାଇ ଅଛି। ଅମତ୍‌ସିୟ ତାଙ୍କ ଉତ୍ତାରେ ନୂତନ ରାଜା ହେଲେ। ଅମତ୍‌ସିୟ ଯୋୟାଶଙ୍କର ପୁତ୍ର ଥିଲେ। ଯିହୁଦାର ରାଜା ଅମତ୍‌ସିୟ ଅମତ୍‌ସିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିହୋୟଦ୍ଦନ୍। ଯିହୋୟଦ୍ଦନ୍ ଯିରୁଶାଲମରୁ ଆସିଥିଲେ। ଅମତ୍‌ସିୟ ସଦାପ୍ରଭୁଙ୍କର ଇଚ୍ଛାନୁଯାୟୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦୟର ସହିତ ତାହା କଲେ ନାହିଁ। ଅମତ୍‌ସିୟ ଜଣେ ପରାକ୍ରମୀ ରାଜା ହେଲେ। ଏହା ପରେ ଯେଉଁ ପଦାଧିକାରୀମାନେ ତାଙ୍କର ପିତା, ରାଜାଙ୍କୁ ହତ୍ୟା କରିଥିଲେ, ସେ ସେହି ପଦାଧିକାରୀମାନଙ୍କୁ ହତ୍ୟା କଲେ। କିନ୍ତୁ ଅମତ୍‌ସିୟ ସେହି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ୟା କଲେ ନାହିଁ, କାରଣ ସେ ମୋଶାଙ୍କ ପୁସ୍ତକରେ ଲିଖିତ ନିୟମକୁ ମାନିଲେ। ସଦାପ୍ରଭୁ ଆଦେଶ ଦେଇଥିଲେ, “ପିତାମାତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଆଉ ସନ୍ତାନମାନଙ୍କୁ ସେମାନଙ୍କ ପିତାମାତାଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଜଣେ ବ୍ୟକ୍ତିକୁ କେବଳ ତା’ର ନିଜର ମନ୍ଦକର୍ମ ପାଇଁ ହତ୍ୟା କରାଯିବା ଉଚିତ୍।” ଅମତ୍‌ସିୟ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସେମାନଙ୍କ ବଂଶାନୁଯାୟୀ ସେମାନଙ୍କୁ ଦଳଭୁକ୍ତ କଲେ ଓ ସେ ସେନାଧ୍ୟକ୍ଷ ଓ ସେନାପତିମାନଙ୍କୁ ସେହି ଦଳଗୁଡ଼ିକର ଦାୟିତ୍ୱରେ ରଖିଲେ। ସେହି ନେତାମାନେ ଯିହୁଦା ଓ ବିନ୍ୟାମୀନର ଆଗତ ସମସ୍ତ ସୈନ୍ୟମାନଙ୍କର ଦାୟିତ୍ୱରେ ଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ସୈନ୍ୟରୂପେ ମନୋନୀତ କରାଯାଇଥିଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସର୍ବମୋଟ 300,000 ଦକ୍ଷ ସୈନ୍ୟମାନେ ବର୍ଚ୍ଛା ଓ ଢାଲ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ। ଅମତ୍‌ସିୟ ମଧ୍ୟ ଇସ୍ରାଏଲରୁ 100,000 ସୈନ୍ୟ ଭଡ଼ାରେ ଆଣିଲେ। ସେ ସେହି ସୈନ୍ୟମାନଙ୍କ ନିମନ୍ତେ 100 ତାଳନ୍ତ ରୂପା ଦେଲେ। କିନ୍ତୁ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଅମତ୍‌ସିୟଙ୍କ ନିକଟକୁ ଆସିଲେ। ପରମେଶ୍ୱରଙ୍କର ସେହି ବ୍ୟକ୍ତି କହିଲେ, “ରାଜା, ଇସ୍ରାଏଲର ସୈନ୍ୟମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଅ ନାହିଁ। ସଦାପ୍ରଭୁ ଇସ୍ରାଏଲର ସହିତରେ ନାହାନ୍ତି। ସଦାପ୍ରଭୁ ଇଫ୍ରୟିମର ଲୋକମାନଙ୍କ ସହିତରେ ନାହାନ୍ତି। ହୋଇପାରେ, ତୁମ୍ଭେ ନିଜକୁ ଦୃଢ଼ ଓ ଯୁଦ୍ଧ ନିମନ୍ତେ ସୁପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ୱର ହିଁ ତୁମ୍ଭକୁ ବିଜୟୀ କିଅବା ପରାଜୟୀ ହେବା ନିମନ୍ତେ ସାହାଯ୍ୟ କରି ପାରନ୍ତି।” ଅମତ୍‌ସିୟ ପରମେଶ୍ୱରଙ୍କ ସେହି ବ୍ୟକ୍ତିଙ୍କୁ କହିଲେ, “କିନ୍ତୁ ମୁଁ ଇସ୍ରାଏଲୀୟ ସୈନ୍ୟଦଳକୁ ଯେଉଁ 100 ତାଳନ୍ତ ରୂପା ଦେଇସାରିଛି, ତାହା ବିଷୟରେ କ’ଣ କରାଯିବ?” ପରମେଶ୍ୱରଙ୍କ ବ୍ୟକ୍ତି ଉତ୍ତର ଦେଲେ, “ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ଯଥେଷ୍ଟ ଅଧିକ ଦେଇପାରନ୍ତି!” ତେଣୁ ଅମତ୍‌ସିୟ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ସେମାନଙ୍କ ଗୃହକୁ, ଇଫ୍ରୟିମକୁ ଫେରାଇ ଦେଲେ। ସେହି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କ୍ରୋଧ କଲେ। ସେମାନେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଗୃହକୁ ଫେରିଗଲେ। ଏହା ପରେ ଅମତ୍‌ସିୟ ଅତ୍ୟନ୍ତ ସାହସୀ ହୋଇ ଉଠିଲେ ଓ ତାଙ୍କର ସୈନ୍ୟଦଳକୁ ଲବଣଉପତ୍ୟକାକୁ କଢ଼ାଇ ନେଲେ। ସେହି ସ୍ଥାନରେ, ଅମତ୍‌ସିୟଙ୍କ ସୈନ୍ୟଦଳ ସେୟୀରର 10,000 ଲୋକଙ୍କୁ ହତ୍ୟା କଲେ। ଯିହୁଦାର ସୈନ୍ୟଦଳ ମଧ୍ୟ ସେୟୀରର 10,000 ଲୋକଙ୍କୁ କରାୟତ କଲେ। ସେମାନେ ସେହି ଲୋକମାନଙ୍କୁ ସେୟୀରରୁ ସେଲାର ଶୀର୍ଷକୁ ନେଇଗଲେ। ସେହି ଲୋକମାନେ ସେତେବେଳେ ଜୀବିତ ଥିଲେ। ଏହା ପରେ ଯିହୁଦାର ସୈନ୍ୟଦଳ ସେହି ଲୋକମାନଙ୍କୁ ସେଲାରୁ ତଳକୁ ଫୋପାଡ଼ି ଦେଲେ, ଆଉ ସେମାନଙ୍କର ଶରୀର ତଳେ ଥିବା ପଥରରେ ପଡ଼ି ଖଣ୍ଡ ବିଖଣ୍ଡ ହୋଇଗଲା। କିନ୍ତୁ ସେହି ସମୟରେ ହିଁ ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାର କେତେକ ସହର ଉପରେ ଆକ୍ରମଣ କରୁଥିଲେ। ସେମାନେ ଶମରିୟାଠାରୁ ବୈ‌ଥ୍‌ହୋରଣ୍ ପର୍ଯ୍ୟନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସେମାନେ 3000 ଲୋକଙ୍କୁ ହତ୍ୟା କଲେ ଓ ଅନେକ ବହୁମୂଲ୍ୟ ସାମଗ୍ରୀମାନ ନେଇଗଲେ। କାରଣ ଅମତ୍‌ସିୟ ସେମାନଙ୍କ ଯୁଦ୍ଧରେ ଯୋଗ ଦେଇ ନ ଥିଲେ। ଅମତ୍‌ସିୟ ଇଦୋମୀୟ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସେୟୀରର ଲୋକମାନେ ଯେଉଁ ଦେବ ପ୍ରତିମାକୁ ପୂଜା କରୁଥିଲେ, ସେଗୁଡ଼ିକୁ ସଙ୍ଗରେ ଆଣିଥିଲେ। ଅମତ୍‌ସିୟ ସେହି ଦେବ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସେହି ଦେବତାମାନଙ୍କର ସମ୍ମୁଖରେ ପ୍ରଣିପାତ କଲେ ଓ ସେ ସେମାନଙ୍କର ନିକଟରେ ଧୂପ ଜ୍ୱଳାଇଲେ। ସଦାପ୍ରଭୁ ଅମତ୍‌ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍‌ସିୟଙ୍କ ନିକଟକୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା କହିଲେ, “ଅମତ୍‌ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।” ଭବିଷ୍ୟ‌ଦ୍‌ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍‌ସିୟ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟ‌ଦ୍‌ବକ୍ତା ନୀରବ ହୋଇଗଲେ, କିନ୍ତୁ ତା’ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।” ଯିହୁଦାର ରାଜା ଅମତ୍‌ସିୟ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହା ପରେ ସେ ଇସ୍ରାଏଲର ରାଜା ଯୋୟାଶଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ଯିହୋୟାହସଙ୍କର ପୁତ୍ର ଥିଲେ। ଯିହୋୟାହସ୍ ଯେହୂଙ୍କ ପୁତ୍ର ଥିଲେ। ଅମତ୍‌ସିୟ ଯୋୟାଶଙ୍କୁ କହିଲେ, “ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭେଟିବା।” ଏହା ପରେ ଯୋୟାଶ୍ ଅମତ୍‌ସିୟଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇସ୍ରାଏଲର ରାଜା ଓ ଅମତ୍‌ସିୟ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ: “ଲିବାନୋ‌ନ୍‌ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋ‌ନ୍‌ର ଏକ ବିରାଟ ଦେବଦାରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, ‘ତୁମ୍ଭର କନ୍ୟା ମୋର ପୁତ୍ରକୁ ବିବାହ କରୁ।’ କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦେଇ ଗ୍ଭଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଲା। ତୁମ୍ଭେ ନିଜକୁ କହିଲ, ‘ମୁଁ ଇଦୋମକୁ ପରାଜିତ କରିଦେଲି!’ ତୁମ୍ଭେ ଗର୍ବୀ ଓ ଅତ୍ୟନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ୟ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବ, ତେବେ ତୁମ୍ଭେ ଓ ଯିହୁଦା ନଷ୍ଟ ହେବ।” କିନ୍ତୁ ଅମତ୍‌ସିୟ ତାହା ଶୁଣିଲେ ନାହିଁ। ଏହା ପରମେଶ୍ୱରଙ୍କ ଆଡ଼ୁ ହେଲା। ପରମେଶ୍ୱର ଇସ୍ରାଏଲ ଦ୍ୱାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦେବତାର ଅନୁଗାମୀ ହୋଇଥିଲେ। ତେଣୁ ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍-ଶେମଶ୍ ସହରରେ ଯିହୁଦାର ରାଜା ଅମତ୍‌ସିୟଙ୍କୁ ସାମ୍ନା-ସାମ୍ନି ହୋଇ ଭେଟିଲେ। ବୈଥ୍-ଶେମଶ୍ ଯିହୁଦାର ଅଞ୍ଚଳ ଅଟେ। ଇସ୍ରାଏଲ ଯିହୁଦାକୁ ପରାସ୍ତ କଲେ। ଯିହୁଦାର ପ୍ରତ୍ୟେକ ଲୋକ ନିଜ ଗୃହକୁ ଦୌଡ଼ି ପଳାଇଲେ। ଯୋୟାଶ୍ ଯିହୁଦାର ରାଜା ଅମତ୍‌ସିୟଙ୍କୁ ବୈଥ୍-ଶେମ‌ଶ୍‌ଠାରେ ଧରିଲେ ଓ ତାଙ୍କୁ ଯିରୁଶାଲମକୁ ନେଇଗଲେ। ଅମତ୍‌ସିୟଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍, ଯୋୟାଶଙ୍କ ପିତାଙ୍କର ନାମ ଥିଲା ଯିହୋୟାହସ୍। ଇସ୍ରାଏଲର ରାଜା ଯୋୟାଶ ଇଫ୍ରୟିମ ଫାଟକଠାରୁ କୋଣସ୍ଥିତ ଫାଟକ ପର୍ଯ୍ୟନ୍ତ ଯିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ। ପରମେଶ୍ୱରଙ୍କ ମନ୍ଦିରରେ ଏବଂ ରାଜାଙ୍କ ପ୍ରାସାଦରେ ସୁନା, ରୂପା ଓ ଆହୁରି ଅନେକ ସାମଗ୍ରୀ ସବୁ ରହିଥିଲା। ଓବେଦ୍-ଇଦୋମ ଏହି ସମସ୍ତର ଦାୟିତ୍ୱରେ ଥିଲେ। କିନ୍ତୁ ଯୋୟାଶ୍ ସେହି ସବୁତକ ସାମଗ୍ରୀ ନେଇଗଲେ। ଏହା ପରେ ଯୋୟାଶ୍ କିଛି ଲୋକଙ୍କୁ ବନ୍ଦୀକରି ନେଇଗଲେ ଓ ଶମରିୟାକୁ ଫେରିଗଲେ। ଯିହୋୟାହ‌ସଙ୍କ ପରେ, ତାଙ୍କ ପୁତ୍ର ଇସ୍ରାଏଲର ରାଜା ଯୋୟାଶଙ୍କର ମୃତ୍ୟୁ ହେଲା, ଯୋୟାଶଙ୍କର ପୁତ୍ର ଅମତ୍‌ସିୟ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ। ଅମତ୍‌ସିୟ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। ଯେତେବେଳେ ଅମତ୍‌ସିୟ ସଦାପ୍ରଭୁଙ୍କର ବାଧ୍ୟ ହେବା ବନ୍ଦ କରିଦେଲେ, ଯିରୁଶାଲମର ଲୋକମାନେ ଅମତ୍‌ସିୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସେମାନେ ସେଠାରେ ଅମତ୍‌ସିୟଙ୍କୁ ହତ୍ୟା କଲେ। ଏହା ପରେ ସେମାନେ ଅମତ୍‌ସିୟଙ୍କ ଶରୀରକୁ ଅଶ୍ୱ ପୃଷ୍ଠରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗରରେ କବର ଦେଲେ। ଯିହୁଦାର ରାଜା ଉଷିୟ ଏହା ପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍‌ସିୟଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ମନୋନୀତ କଲେ। ଅମତ୍‌ସିୟ ଊଷିୟଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବୟସ୍କ ହୋଇଥିବା ସମୟରେ ଏହିପରି ଘଟିଲା। ଊଷିୟ ପୁନର୍ବାର ଏଲତ୍‌ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫେରାଇ ଦେଲେ। ଅମତ୍‌ସିୟ ମୃତ୍ୟୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେବାପରେ ଉଷିୟ ଏହା କଲେ। ଉଷିୟ ରାଜା ହେବା ସମୟରେ ଷୋହଳ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ବାଉନ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିଖଲିୟା। ଯିଖଲିୟା ଯିରୁଶାଲମରୁ ଆସିଥିଲେ। ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କଲେ। ସେ ତାଙ୍କର ପିତା ଅମତ୍‌ସିୟଙ୍କ ପରି ପରମେଶ୍ୱରଙ୍କୁ ମାନିଲେ। ଉଷିୟ ଯିଖରିୟଙ୍କ ଜୀବନକାଳ ମଧ୍ୟରେ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ୟ ହେବାକୁ ହେବ, ତାହା ଯିଖରିୟ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତେବେଳେ ସଦାପ୍ରଭୁଙ୍କର ବାଧ୍ୟ ହେଲେ, ପରମେଶ୍ୱର ତାଙ୍କୁ ସଫଳତା ଦେଲେ। ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯ‌‌ବ୍‌‌ନିର ଓ ଅ‌ସ୍‌ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅ‌ସ୍‌ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ। ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ। ଅମ୍ମୋନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଷିୟଙ୍କ ନାମ ବିଖ୍ୟାତ ହୋଇ ଉଠିଲା, ସେ ବିଖ୍ୟାତ ହେଲେ, କାରଣ ସେ ଅତ୍ୟନ୍ତ ପରାକ୍ରମୀ ଥିଲେ। ଉଷିୟ ଯିରୁଶାଲମର କୋଣସ୍ଥିତ ଦ୍ୱାର, ଉପତ୍ୟକା ଦ୍ୱାର ଓ ପ୍ରାଚୀର ବୁଲିଯାଇଥିବା ସ୍ଥାନରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସେହି ଦୁର୍ଗଗୁଡ଼ିକୁ ଦୃଢ଼ କଲେ। ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ। ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ୟଦଳ ଥିଲା। ସେହି ସୈନିକମାନେ ସଚିବ ଯିୟୂୟେଲ ଓ ପଦାଧିକାରୀ ମାସେୟଙ୍କ ଦ୍ୱାରା ବିଭିନ୍ନ ଦଳରେ ଭର୍ତ୍ତି କରାଯାଇ ଥିଲେ। ହାନାନୀୟ ସେମାନଙ୍କର ନେତା ଥିଲେ। ଯିୟୂୟେଲ୍ ଓ ମାସେୟ ସେହି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀୟ ରାଜାଙ୍କର ଜଣେ ପଦାଧିକାରୀ ଥିଲେ। ସୈନିକମାନଙ୍କ ଉପରେ 2600 ଜଣ ନେତା ଥିଲେ। ସେହି ନେତାମାନେ 307,500 ଜଣ ଲୋକଙ୍କର ଦାୟିତ୍ୱରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ଯୁଦ୍ଧ କରୁଥିଲେ। ସେହି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧରେ ସାହାଯ୍ୟ କରୁଥିଲେ। ଉଷିୟ ସୈନ୍ୟଦଳକୁ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟେଣୀ ପାଇଁ ପଥର ଦେଲେ। ଯିରୁଶାଲମରେ ଉଷିୟ ଚତୁର ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ମେସିନ୍ ସବୁ ନିର୍ମାଣ କଲେ। ସେହି ମେସିନ୍ ଗୁଡ଼ିକ ଦୁର୍ଗ ଓ କୋଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସେହି ମେସିନ୍ ଗୁଡ଼ିକ ତୀର ଓ ପଥର କ୍ଷେପଣ କରିପାରୁ ଥିଲା। ଉଷିୟ ବିଖ୍ୟାତ ହୋଇ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାଯ୍ୟ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହୋଇ ଉଠିଲେ। କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ। ସେମାନେ ଉଷିୟଙ୍କୁ କହିଲେ, ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।” କିନ୍ତୁ ଉଷିୟ କ୍ରୋଧାନ୍ୱିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କ୍ରୋଧ କରୁଥିବା ସମୟରେ ହିଁ କୁଷ୍ଠରୋଗ ତାଙ୍କର କପାଳରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିରରେ, ସୁଗନ୍ଧି ଧୂପର ଯଜ୍ଞବେଦି ନିକଟରେ ଯାଜକମାନଙ୍କ ସମ୍ମୁଖରେ ଘଟିଲା। ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ। ରାଜା ଉଷିୟ ଜଣେ କୁଷ୍ଠରୋଗଗ୍ରସ୍ତ। ସେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିୟନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ୟପାଳ ହେଲେ। ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖା ଯାଇଅଛି। ଉଷିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷେତରେ କବର ପାଇଲେ। କାରଣ ଲୋକମାନେ କହିଲେ, “ଉଷିୟଙ୍କଠାରେ କୁଷ୍ଠରୋଗ ଥିଲା।” ଆଉ ଯୋଥମ୍ ଉଷିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯୋଥମ୍ ଉଷିୟଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ଯୋଥାମ୍ ଯୋଥାମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଥିଲା ଯିରୁଶା। ଯିରୁଶା ସାଦୋକଙ୍କର କନ୍ୟା ଥିଲେ। ଯୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସେହିପରି ପରମେଶ୍ୱରଙ୍କର ବାଧ୍ୟ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ। ଯୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଊର୍ଦ୍ଧ୍ୱସ୍ଥ ଦ୍ୱାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ। ଯୋଥମ୍ ଯିହୁଦାର ପାର୍ବତ୍ୟାଞ୍ଚଳମାନଙ୍କରେ ମଧ୍ୟ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ୟ ମଧ୍ୟରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ। ଯୋଥମ୍ ଅମ୍ମୋନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ୟଦଳ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କଲେ ଓ ସେମାନଙ୍କୁ ପରାସ୍ତ କଲେ। ତେଣୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଅମ୍ମୋନୀୟମାନେ ଯୋଥା‌ମ୍‌ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶେଲ ପରିମାଣର ବାର୍ଲି ଦେଲେ। ଯୋଥମ୍ ବିଶ୍ୱସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କର ବାଧ୍ୟ ହେବାରୁ ପରାକ୍ରମୀ ହୋଇ ଉଠିଲେ। ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ସେ କରିଥିବା ଯୁଦ୍ଧର ବିବରଣୀ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖା ଯାଇଅଛି। ଯୋଥମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଏହା ପରେ ଯୋଥମ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଆହସ୍ ଯୋଥ‌ମ୍‌ଙ୍କ ସ୍ଥାନରେ ରାଜା ହେଲେ। ଆହସ୍ ଯୋଥ‌ମ୍‌ଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ଆହସ୍ ଆହସ୍ ରାଜା ହେବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନଯାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ‌ବା‌ଲ୍‌ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ। ଆହସ୍ ହିନ୍ନୋମ ପୁତ୍ର ଉପତ୍ୟକାରେ ସୁଗନ୍ଧିଧୂପ ଜ୍ୱଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନିରେ ଦ‌ଗ୍‌ଧ କରି ବଳିଦାନ ସ୍ୱରୂପେ ଉତ୍ସର୍ଗ କଲେ। ସେହି ଦେଶରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ୟ ସେହିସବୁ କଲେ। ଇସ୍ରାଏଲର ଲୋକମାନେ ଯେତେବେଳେ ସେହି ଦେଶରେ ପ୍ରବେଶ କଲେ, ସଦାପ୍ରଭୁ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାର କରିଦେଲେ। ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ। ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମର ରାଜାଙ୍କ ଦ୍ୱାରା ଆହ‌ସଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ୟଦଳ ଆହ‌ସଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନେକ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସେହି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନେଇଗଲେ। ସଦାପ୍ରଭୁ ଇସ୍ରାଏଲର ରାଜା ପେକହଙ୍କ ଦ୍ୱାରା ମଧ୍ୟ ଆହ‌ସଙ୍କୁ ପରାସ୍ତ କଲେ। ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ। ସିଖ୍ରି ଇଫ୍ରୟିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମାସେୟଙ୍କୁ, ରାଜପ୍ରାସାଦର ଅଧିକାରୀ ଦାୟିତ୍ୱରେ ଥିବା ଅସ୍ରିକାମଙ୍କୁ ଏବଂ ଇ‌ଲ୍‌କାନା (ଯିଏ କି ରାଜାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଧିକାରୀ) ଙ୍କୁ ହତ୍ୟା କଲେ। ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ। କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟ‌ଦ୍‌ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ। ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ। ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।” ଏହା ପରେ ଇଫ୍ରୟିମର କେତେକ ନେତା ଦେଖିଲେ ଯେ, ଇସ୍ରାଏଲୀୟ ସୈନ୍ୟମାନେ ଯୁଦ୍ଧରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଭେଟିଲେ। ସେହି ନେତାମାନେ ଥିଲେ ଯିହୋହାନ‌ନଙ୍କ ପୁତ୍ର ଅସରିୟ, ମଶିଲୋମୋତ୍‌ଙ୍କ ପୁତ୍ର ବେରିଖିୟ, ଶଲ୍ଲୁମଙ୍କର ପୁତ୍ର ଯହିଷ୍କିୟ ଓ ହ‌ଦ୍‌ଲୟଙ୍କର ପୁତ୍ର ଅମାସା। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ କହିଲେ, “ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭେମାନେ ତାହା କରିବ, ତଦ୍ଦ୍ୱାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ୱ କରିଦେବ ଓ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଭୟଙ୍କର କ୍ରୋଧ କରିବେ।” ତେଣୁ ସେହି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ସେହି ନେତାମାନଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ ଫେରାଇ ଦେଲେ। ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ। ସେହି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ। ଇଦୋମୀୟମାନେ ଲୋକମାନଙ୍କୁ ଧରିଲେ ଓ ସେମାନଙ୍କୁ ବନ୍ଦୀ କରି ନେଇଗଲେ। ତେଣୁ ରାଜା ଆହସ୍, ଅଶୂରୀୟ ରାଜାଙ୍କୁ ସାହାଯ୍ୟ ମାଗିଲେ। *** ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗି‌ମ୍‌ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ। ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ୱସ୍ତ ଥିଲେ। ଅଶୂରୀୟ ରାଜା ତି‌ଲ୍‌ଗତ-ପି‌ଲ୍‌ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ। ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ୟଗଣଙ୍କଠାରୁ କିଛି ମୂଲ୍ୟବାନ୍ ସାମଗ୍ରୀ ନେଲେ। ଆହସ୍ ସେହି ସାମଗ୍ରୀଗୁଡ଼ିକୁ ଅଶୂରୀୟ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହ‌ସଙ୍କୁ କିଛି ସାହାଯ୍ୟ କଲା ନାହିଁ। ରାଜା ଆହ‌ସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ। ଦମ୍ମୋଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହ‌ସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ। ଆହସ୍ ପରମେଶ୍ୱରଙ୍କ ମନ୍ଦିରରୁ ସାମଗ୍ରୀ ସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହା ପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ବନ୍ଦ କରିଦେଲେ। ସେ ଯଜ୍ଞବେଦିସବୁ ନିର୍ମାଣ କଲେ ଓ ସେଗୁଡ଼ିକୁ ଯିରୁଶାଲମର ଗ୍ଭରିଆଡ଼େ ସ୍ଥାପନ କଲେ। ଯିହୁଦାର ସମସ୍ତ ସହରରେ ଅନ୍ୟ ଦେବତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ୟରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହ‌ସଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେ ତାଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କଲେ। ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। ଆହସ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହ‌ସଙ୍କୁ ଯିରୁଶାଲମ ନଗରରେ କବର ଦେଲେ। କିନ୍ତୁ ସେମାନେ ଆହ‌ସଙ୍କୁ ଇସ୍ରାଏଲର ରାଜାମାନଙ୍କର କବର ସ୍ଥାନରେ କବର ଦେଲେ ନାହିଁ। ହିଜକିୟ ଆହ‌ସଙ୍କ ସ୍ଥାନରେ ନୂତନ ରାଜା ହେଲେ ହିଜକିୟ ଆହ‌ସଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ହିଜକିୟ ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଯିଖରିୟଙ୍କ କନ୍ୟା ଥିଲେ। ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ। ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ। ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ। ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ। ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ। ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ। ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ। ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ। ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ। ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।” ଯେଉଁ ଲେବୀୟମାନେ କାର୍ଯ୍ୟ କରିବାକୁ ଆରମ୍ଭ କଲେ, ସେମାନଙ୍କର ତାଲିକା ଏହି: କହାତ୍ ବଂଶର ଅମାସୟଙ୍କ ପୁତ୍ର ମାହତ୍ ଓ ଅସରିୟଙ୍କ ପୁତ୍ର ଯୋୟେଲ ଥିଲେ। ମରାରି ବଂଶଧରର ଅ‌ବ୍‌ଦିଙ୍କ ପୁତ୍ର କୀଶ୍ ଓ ଯିହୋଲିଲେଲଙ୍କ ପୁତ୍ର ଅସରିୟ ଥିଲେ। ଗେର୍ଶୋନ ବଂଶଧରରୁ ସିମ୍ମଙ୍କ ପୁତ୍ର ଯୋୟାହ ଓ ଯୋୟାହଙ୍କ ପୁତ୍ର ଏଦନ୍ ଥିଲେ। ଇଲିଶାଫ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଓ ମତ୍ତନିୟ ଥିଲେ। ହେମ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମିୟି ଥିଲେ। ଯିଦୂଥୂ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୂୟେଲ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ୟରୁ ଶମୟିୟ ଓ ଉଷିୟେଲ ଥିଲେ। *** *** ଏହା ପରେ ଏହି ଲେବୀୟମାନେ ସେମାନଙ୍କର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କଲେ। ସେମାନେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା। ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ। ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ। ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ। ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।” ରାଜା ହିଜକିୟ ପରବର୍ତ୍ତୀ ଦିନ ପ୍ରତ୍ୟୁଷରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ସେମାନେ ସାତ ଗୋଟି ବଳଦ, ସାତୋଟି ମେଷ, ସାତୋଟି ମେଷଶାବକ ଓ ସାତୋଟି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ୱରୂପେ ଉତ୍ସର୍ଗୀକୃତ ହେବାକୁ ଥିଲା। ରାଜା ହିଜକିୟ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ୟା କଲେ ଓ ରକ୍ତକୁ ରଖିଲେ। ଆଉ ସେମାନେ ସେହି ବଳଦର ରକ୍ତକୁ ବେଦି ଉପରେ ସିଞ୍ଚିଲେ। ଏହା ପରେ ଯାଜକମାନେ ମେଷମାନଙ୍କୁ ହତ୍ୟା କଲେ ଓ ମେଷମାନଙ୍କର ରକ୍ତ ଯଜ୍ଞବେଦି ଉପରେ ସିଞ୍ଚନ କଲେ। ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍। *** ଦାଉଦ, ରାଜାଙ୍କ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା। ତେଣୁ ଲେବୀୟମାନେ ଦାଉଦଙ୍କ ବାଦ୍ୟଯନ୍ତ୍ରସବୁ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ ଓ ଯାଜକମାନେ ସେମାନଙ୍କର ତୂରୀ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ। ଏହା ପରେ ହିଜକିୟ ବେଦି ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହୋମବଳି ଉପହାରର ଉତ୍ସର୍ଗ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇସ୍ରାଏଲ ରାଜା ଦାଉଦଙ୍କ ବାଦ୍ୟଯନ୍ତ୍ର ସବୁ ବଜାଗଲା। ହୋମବଳି ଉପହାରର ଉତ୍ସର୍ଗୀକରଣ ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାୟକମାନେ ଗୀତ ଗାନ କଲେ ଓ ତୂରୀବାଦ୍ୟକାରୀମାନେ ତୂରୀ ବଜାଇଲେ। ଉତ୍ସର୍ଗ କାର୍ଯ୍ୟ ଶେଷ ହେବାପରେ, ରାଜା ହିଜକିୟ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ। ରାଜା ହିଜକିୟ ଓ ତାଙ୍କର ପଦାଧିକାରୀମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆଦେଶ ଦେଲେ। ସେମାନେ ଦାଉଦ ଓ ଆସଫ ଭବିଷ୍ୟ‌ଦ୍‌ବକ୍ତାଙ୍କ ରଚିତ ସଙ୍ଗୀତମାନ ଗାନ କଲେ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସେମାନେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ହିଜକିୟ କହିଲେ, “ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭେମାନେ ନିଜକୁ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ୟବାଦର ଉପହାରସବୁ ଆଣ।” ଏହା ପରେ ଲୋକମାନେ ବଳିଦାନ ଓ ଧନ୍ୟବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଗ୍ଭହିଁଲା, ସେ ହୋମବଳି ଉପହାରସବୁ ଆଣିଲା। ସମ୍ମିଳିତ ଜନତା ଏହିପରି ଭାବରେ ହୋମବଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମେଷ ଓ 200 ଗୋଟି ମେଷଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରାଗଲା। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ନୈବେଦ୍ୟ ଥିଲା 600ଟି ଷଣ୍ଢ ଓ 3000 ମେଷ ଓ ଛାଗ। କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହୋମବଳି ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନ ଥିଲେ। ତେଣୁ ସେମାନଙ୍କର ଆତ୍ମୀୟମାନେ ଓ ଲେବୀୟମାନେ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କଲେ। ଲେବୀୟମାନେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସଚେତନ ଥିଲେ। ସେମାନେ ଯାଜକମାନଙ୍କଠାରୁ ମଧ୍ୟ ଅଧିକ ସଚେତନ ଥିଲେ। ସେଠାରେ ଅନେକ ହୋମବଳି ନୈବେଦ୍ୟ ଓ ମଙ୍ଗଳାର୍ଥକ ନୈବେଦ୍ୟ ସ୍ୱରୂପ ଚର୍ବ୍ବୀର ଉତ୍ସର୍ଗ ଓ ପେୟନୈବେଦ୍ୟ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ ଆଉଥରେ ଆରମ୍ଭ ହେଲା। ପରମେଶ୍ୱର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷୟ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିୟ ଓ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସେମାନେ ଆନନ୍ଦିତ ଥିଲେ। ହିଜକିୟ ନିସ୍ତାରପର୍ବ ପାଳନ କଲେ ରାଜା ହିଜକିୟ ଇସ୍ରାଏଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବାର୍ତ୍ତାମାନ ପ୍ରେରଣ କଲେ। ସେ ଇଫ୍ରୟିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ୟ ପତ୍ରମାନ ଲେଖିଲେ। ହିଜକିୟ ସେହି ସମସ୍ତ ଲୋକଙ୍କୁ ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସେମାନେ ସମସ୍ତ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରି ପାରିବେ। ଦ୍ୱିତୀୟ ମାସରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିୟ ତାଙ୍କର ସମସ୍ତ ପଦାଧିକାରୀ ଓ ଯିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ। ସେମାନେ ନିୟମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରି ପାରିଲେ ନାହିଁ। କାରଣ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ଯିରୁଶାଲମରେ ଏକତ୍ରିତ ହୋଇ ନ ଥିଲେ। ଏହି ଚୁକ୍ତି ରାଜା ହିଜକିୟ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା। ତେଣୁ ସେମାନେ ବେ‌ର୍‌ଶେବା ସହରଠାରୁ ଦାନ୍ ସହର ପର୍ଯ୍ୟନ୍ତ ଇସ୍ରାଏଲର ପ୍ରତ୍ୟେକ ସ୍ଥାନରେ ଏହା ଘୋଷଣା କଲେ। ସେମାନେ ଲୋକମାନଙ୍କୁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ଯିରୁଶାଲମକୁ ଆସିବାକୁ କହିଲେ। ମୋଶାଙ୍କ ଦତ୍ତ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର ଭାବେ ନିସ୍ତାରପର୍ବ ପାଳନ କରିବାକୁ କୁହାଯାଇଅଛି, ସେ ପ୍ରକାର ଭାବ ଇସ୍ରାଏଲର ବହୁତ ସଂଖ୍ୟକ ଲୋକ ଅନେକ ବର୍ଷ ଧରି ପାଳନ କରି ନ ଥିଲେ। ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସେହି ପତ୍ରରେ ଏହିପରି ଲେଖାଥିଲା। “ଇସ୍ରାଏଲ ସନ୍ତାନଗଣ, ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ତାଙ୍କ ନିକଟକୁ ଫେରି ଆସ। ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛ ଓ ଅଶୂର ରାଜାର କବଳରୁ ଖସି ଆସିଛ, ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଫେରି ଆସିବ। ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଥିଲେ, କିନ୍ତୁ ସେମାନେ ତାଙ୍କର ବିରୁଦ୍ଧରେ ଗଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଧ୍ୱଂସ କଲେ, ଏହା ତୁମ୍ଭେ ଜାଣ। ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ। ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।” ବାର୍ତ୍ତାବାହକମାନେ ଇଫ୍ରୟିମ ଓ ମନଃଶି ଅଞ୍ଚଳର ପ୍ରତ୍ୟେକ ସହରକୁ ଗଲେ। ସେମାନେ ସବୂଲୂନର ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ୟ ଓ ବିଦ୍ରୂପ କଲେ। କିନ୍ତୁ ଆଶେର୍, ମନଃଶି ଓ ସବୂଲୂନର କେତେକ ଲୋକ ସେମାନଙ୍କୁ ନମ୍ର କଲେ ଓ ଯିରୁଶାଲମକୁ ଗଲେ। ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ। ଅନେକ ଲୋକ ତାଡ଼ୀଶୂନ୍ୟ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ଯିରୁଶାଲମରେ ଦ୍ୱିତୀୟ ମାସରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା। ସେହି ଲୋକମାନେ ଯିରୁଶାଲମରେ ଥିବା ଭଣ୍ଡ ଦେବତାମାନଙ୍କର ଯଜ୍ଞବେଦି ସବୁ ନିଃଶେଷ କରିଦେଲେ। ଆହୁରି ମଧ୍ୟ, ସେମାନେ ଭଣ୍ଡ ଦେବତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବେଦି ନଷ୍ଟ କରିଦେଲେ। ସେମାନେ ସେହି ଯଜ୍ଞବେଦିଗୁଡ଼ିକୁ କିଦ୍ରୋଣ ଉପତ୍ୟକାରେ ଫିଙ୍ଗି ଦେଲେ। ଏହା ପରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶତମ ଦିନରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କଲେ। ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହେଲେ। ସେମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହୋମବଳି ଉପହାର ଆଣିଲେ। ପରମେଶ୍ୱରଙ୍କ ଲୋକ ମୋଶାଙ୍କ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର କୁହାଯାଇଥିଲା, ସେମାନେ ସେହି ପ୍ରକାରେ ସେମାନଙ୍କର ନିୟମିତ ସ୍ଥାନ ଗ୍ରହଣ କଲେ। ଲେବୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା’ପରେ ଯାଜକମାନେ ଯଜ୍ଞବେଦି ଉପରେ ରକ୍ତକୁ ସିଞ୍ଚନ କଲେ। ଦଳରେ ଅନେକ ଲୋକ ଥିଲେ, ଯେଉଁମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସେମାନଙ୍କୁ ନିସ୍ତାରପର୍ବର ମେଷଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହୋଇ ନ ଥିବା ପ୍ରତ୍ୟେକ ବ୍ୟକ୍ତିର ନିମନ୍ତେ ଲେବୀୟମାନେ ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରିବାର ଦାୟିତ୍ୱ ନେଲେ। ଲେବୀୟମାନେ ପ୍ରତ୍ୟେକ ମେଷଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ। ଇଫ୍ରୟିମ, ମନଃଶି, ଇଷାଖର ଓ ସବୂଲୂନର ଅନେକ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସେମାନେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମୋଶାଙ୍କ ବ୍ୟବସ୍ଥା ନିୟମରେ କୁହାଯାଇଥିଲା, ସେହିପରି ପାଳନ କଲେ ନାହିଁ। କିନ୍ତୁ ହିଜକିୟ ସେହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିୟ ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଗ୍ଭହିଁଥିଲେ, କିନ୍ତୁ ସେମାନେ ବ୍ୟବସ୍ଥା ନିୟମାନୁଯାୟୀ ନିଜକୁ ପରିଷ୍କୃତ କରି ପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସେହି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସେହି ପରମେଶ୍ୱର ଅଟ।” *** ସଦାପ୍ରଭୁ ରାଜା ହିଜକିୟଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା କଲେ। ଯିରୁଶାଲମରେ ଇସ୍ରାଏଲର ସନ୍ତାନମାନେ ତାଡ଼ୀଶୂନ୍ୟ ପାଉଁରୋଟୀର ପର୍ବ ସାତ ଦିନ ପର୍ଯ୍ୟନ୍ତ ପାଳନ କଲେ। ସେମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଲେବୀୟ ଓ ଯାଜକମାନେ ପ୍ରତିଦିନ ସେମାନଙ୍କର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ। ସବୁ ଲୋକମାନେ ଆଉ ଅଧିକ ସାତ ଦିନ ରହିବା ନିମନ୍ତେ ସମ୍ମତ ହେଲେ। ସେମାନେ ଆହୁରି ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ପାଳନ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ଯିହୁଦାର ରାଜା ହିଜକିୟ ସମ୍ମିଳିତ ଜନତାକୁ 1000 ବଳଦ ଓ 7000 ମେଷକୁ ହତ୍ୟାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1000 ବଳଦ ଓ 10,000 ମେଷ ଦେଲେ। ଅନେକ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲେବୀୟ ସମସ୍ତେ, ଇସ୍ରାଏଲର ସମସ୍ତ ସମ୍ମିଳିତ ଜନତା ଓ ଇସ୍ରାଏଲୀୟମାନେ ଓ ଯିହୁଦାରେ ବାସ କରୁଥିବା ବିଦେଶୀଗଣ ଅତ୍ୟନ୍ତ ଆନନ୍ଦିତ ଥିଲେ। ତେଣୁ ଯିରୁଶାଲମରେ ମହାଆନନ୍ଦ ହେଲା। ଇସ୍ରାଏଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହୋଇଥିଲା, ଆଉ କେବେ ହେଁ ହୋଇ ନ ଥିଲା। ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା। ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ। ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା। ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା। ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ। ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇସ୍ରାଏଲର ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଖାଦ୍ୟଶସ୍ୟ, ଅଙ୍ଗୁର ରସ, ତୈଳ, ମହୁ, ଓ ସେମାନଙ୍କ କ୍ଷେତ୍ରରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସେମାନେ ସେହି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ଯଥେଷ୍ଟ ଭାବରେ ଯୋଗାଇଲେ। ଇସ୍ରାଏଲୀୟ ଓ ଯିହୁଦୀୟ ଲୋକମାନେ, ଯେଉଁମାନେ ଯିହୁଦାର ନଗରରେ ବାସ କରୁଥିଲେ, ସେମାନଙ୍କର ପଶୁପଲ ଓ ମେଷପଲର ମଧ୍ୟ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟକୁ ଆଣିଲେ। ସେମାନେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ। ଲୋକମାନେ ସେହି ସାମଗ୍ରୀଗୁଡ଼ିକୁ ତୃତୀୟ ମାସ ରେ ଆଣିବାକୁ ଆରମ୍ଭ କଲେ ଓ ସେମାନେ ସେହି ବସ୍ତୁସବୁ ସପ୍ତମ ମାସ ରେ ସଂଗ୍ରହ କରି ରଖିବା ଶେଷ କଲେ। ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ। ଏହା ପରେ ହିଜକିୟ, ଯାଜକ ଓ ଲେବୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷୟରେ ପଗ୍ଭରିଲେ। ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।” ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା। ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ। କନାନିୟ ଓ ତାଙ୍କର ଭ୍ରାତା ଶିମିୟି ଏହି ଲୋକମାନଙ୍କର ତତ୍ତ୍ୱାବଧାରକ ଥିଲେ: ଯିହୀୟେଲ୍, ଅସସିୟ, ନହତ୍, ଅସାହେଲ୍, ଯିରେମୋତ୍, ଯୋଷାବଦ୍, ଇଲୀୟେଲ, ଯିଷ୍ମଖିୟ, ମାହତ୍ ଓ ବନାୟ। ରାଜା ହିଜକିୟ ଓ ପରମେଶ୍ୱର ମନ୍ଦିର ଦାୟିତ୍ୱରେ ଥିବା ପଦାଧିକାରୀ ଅସରିୟ ସେହି ଲୋକମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା। ସେ ଏଦନ୍, ମିନ୍ୟାମିନ, ଯେଶୂୟ, ଶମୟିୟ, ଅମରିୟ ଓ ଶିଖନିୟ କୋରିଙ୍କୁ ସାହାଯ୍ୟ କରୁଥିଲେ। ସେହି ବ୍ୟକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ୱସ୍ତ ଭାବରେ ସେବାକାର୍ଯ୍ୟ କରୁଥିଲେ। ସେମାନେ ସଂଗୃହୀତ ସାମଗ୍ରୀକୁ ସେମାନଙ୍କର ଆତ୍ମୀୟ ଯାଜକମାନଙ୍କୁ ଦେଲେ, ସେମାନେ ବୃଦ୍ଧ ହୁଅନ୍ତୁ ବା ତରୁଣ। ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା। ଯାଜକମାନଙ୍କୁ ସେମାନଙ୍କର ସଂଗୃହୀତ ବସ୍ତୁର ଅଂଶ ଦିଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁଯାୟୀ ବଂଶ ଇତିହାସରେ ତାଲିକାଭୁକ୍ତ ହୋଇଛନ୍ତି, ତହିଁନୁଯାୟୀ କରାଯାଉଥିଲା। କୋଡ଼ିଏ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲେବୀୟମାନେ ସେମାନଙ୍କର ସଂଗୃହୀତ ଅଂଶ ପାଉଥିଲେ। ଏହା ସେମାନଙ୍କର ଦାୟିତ୍ୱ ଓ ସେମାନଙ୍କର ଦଳନୁଯାୟୀ ନିରୂପଣ କରାଯାଉଥିଲା। ଲେବୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ୟାଗଣ ମଧ୍ୟ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲେବୀୟମାନେ ବଂଶର ଇତିହାସରେ ତାଲିକାଭୁକ୍ତ ହୋଇଥିଲେ, ସେମାନଙ୍କ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲେବୀୟମାନେ ସର୍ବଦା ସେବାକାର୍ଯ୍ୟ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ। ଲେବୀୟମାନେ ଯେଉଁ ସହରରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତେଜଣ ଯାଜକଙ୍କର ଶସ୍ୟକ୍ଷେତ୍ର ଥିଲା। ଆଉ ହାରୋଣଙ୍କର କେତେଜଣ ବଂଶଧର ମଧ୍ୟ ସହରମାନଙ୍କରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ୟରୁ ଅଂଶ ଦେବା ନିମନ୍ତେ ଏହି ପ୍ରତ୍ୟେକ ସହରର ଲୋକମାନଙ୍କୁ ସେମାନଙ୍କ ନାମ ଦ୍ୱାରା ମନୋନୀତ କରାଯାଉ ଥିଲା। ଲେବୀୟମାନଙ୍କ ବଂଶର ଇତିହାସରେ ନାମ ଭୁକ୍ତ କରାଯାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ୟର ଅଂଶ ଲାଭ କରୁଥିଲେ। ଅତଏବ ରାଜା ହିଜକିୟ ଯିହୁଦାରେ ଏହି ସମସ୍ତ ଉତ୍ତମ କାର୍ଯ୍ୟ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ୱସ୍ତ ଥିଲେ। ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ। ଅଶୂରର ରାଜା ହିଜକିୟଙ୍କୁ ହଇରାଣ କଲେ ହିଜକିୟ ଏହି ସମସ୍ତ ବିଷୟ ବିଶ୍ୱସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସ‌ନ୍‌ହେରୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସ‌ନ୍‌ହେରୀବ୍ ଓ ତାଙ୍କର ସୈନ୍ୟଦଳ ଦୁର୍ଗଗୁଡ଼ିକର ବାହାରେ ଛାଉଣି ସ୍ଥାପନ କଲେ। ସେ ସେହି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସ‌ନ୍‌ହେରୀବ୍ ନିଜ ନିମନ୍ତେ ଏହିସବୁ ସହର ଜୟ କରିବାକୁ ଇଚ୍ଛା କରୁଥିଲେ। ହିଜକିୟ ଜାଣିଥିଲେ ଯେ, ସ‌ନ୍‌ହେରୀବ୍ ଯିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି। ଏହା ପରେ ହିଜକିୟ ତାଙ୍କର ପଦାଧିକାରୀ ଓ ସେନାଧିକାରୀମାନଙ୍କ ସହିତ କଥା ହେଲେ। ସେମାନେ ସମସ୍ତ ନଗର ବାହାରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସେହି ପଦାଧିକାରୀ ଓ ସେନାଧିକାରୀମାନେ ହିଜକିୟଙ୍କୁ ସାହାଯ୍ୟ କଲେ। ଅନେକ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ୟଦେଇ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସେମାନେ କହିଲେ ଯେ, “ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।” ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ। ଲୋକମାନଙ୍କର ଦାୟିତ୍ୱ ନେବା ନିମନ୍ତେ ହିଜକିୟ ଯୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ୱାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନରେ ସେ ସେହି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ, “ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ୟବାହିନୀ ବିଷୟରେ ଭୟ କର ନାହିଁ କିମ୍ବା ବ୍ୟସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ ଶକ୍ତି ଅଛି। ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ। ଅଶୂରର ରାଜା ସ‌ନ୍‌ହେରୀବ୍ ଓ ତାଙ୍କର ସମସ୍ତ ସୈନ୍ୟଦଳ ଲାଖୀଶ୍ ସହର ନିକଟରେ ଛାଉଣି କଲେ, ଯେପରି ସେମାନେ ତାହାକୁ ଜୟ କରି ପାରନ୍ତି। ଏହା ପରେ ସ‌ନ୍‌ହେରୀବ୍, ଯିହୁଦାର ରାଜା ହିଜକିୟ ଓ ଯିରୁଶାଲମରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ୟମାନଙ୍କୁ ପଠାଇଲା। ହିଜକିୟ ଓ ଯିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସ‌ନ୍‌ହେରୀ‌ବ୍‌ଙ୍କ ଭୃତ୍ୟର ଏକ ବାର୍ତ୍ତା ଥିଲା। ସେମାନେ କହିଲେ, “ଅଶୂରର ରାଜା ସ‌ନ୍‌ହେରୀବ୍ ଏହି କଥା କହନ୍ତି, ‘ତୁମ୍ଭେମାନେ କେଉଁ ବିଷୟରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ଯିରୁଶାଲମରେ ରହୁଅଛ? ହିଜକିୟ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭେମାନେ ଯେପରି କ୍ଷୁଧା ଓ ତୃଷାରେ ମୃତ୍ୟୁବରଣ କରିବ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ଯିରୁଶାଲମରେ ରଖାଯାଉଅଛି। ହିଜକିୟ ତୁମ୍ଭଙ୍କୁ କହେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।” ହିଜକିୟ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ଯଜ୍ଞବେଦି ସବୁ ବାହାର କରି ଦେଲା। ସେ କହିଲା, ଯିହୁଦା ଓ ଯିରୁଶାଲମର ଲୋକମାନେ! ତୁମ୍ଭମାନଙ୍କୁ କେବଳ ଗୋଟିଏ ଯଜ୍ଞବେଦି ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ୱଳାଇବାକୁ ପଡ଼ିବ। ମୋର ପୂର୍ବପୁରୁଷଗଣ ଓ ମୁଁ ଅନ୍ୟାନ୍ୟ ଦେଶର ସମସ୍ତ ଲୋକଙ୍କ ପ୍ରତି କ’ଣ କରିଅଛୁ, ତାହା ତୁମ୍ଭେମାନେ ଅବଶ୍ୟ ଜାଣ। ଅନ୍ୟ ଦେଶର ଦେବତାମାନେ ସେମାନଙ୍କର ନିଜ ଲୋକମାନଙ୍କୁ ରକ୍ଷା କରି ପାରିଲେ ନାହିଁ। ସେହି ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରି ପାରିଲେ ନାହିଁ। ମୋର ପୂର୍ବପୁରୁଷମାନେ ସେହି ଦେଶଗୁଡ଼ିକୁ ଧ୍ୱଂସ କଲେ। ଏପରି କେହି ଦେବତା ନାହିଁ, ଯିଏ ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭେମାନେ କ’ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୋ’ଠାରୁ ରକ୍ଷା କରି ପାରିବ? ତୁମ୍ଭମାନଙ୍କୁ ମୂର୍ଖ ବନେଇବା ଓ ପ୍ରତାରଣା କରିବାକୁ ହିଜକିୟଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ୱାସ କର ନାହିଁ, କାରଣ କୌଣସି ରାଜ୍ୟ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମୋ’ଠାରୁ ବା ମୋର ପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ୱର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମୋତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।’” ଅଶୂର ରାଜାର ଭୃତ୍ୟମାନେ ସଦାପ୍ରଭୁ ପରମେଶ୍ୱର ଓ ପରମେଶ୍ୱରଙ୍କ ଦାସ ହିଜକିୟଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ କଥାସବୁ କହିଲେ। ଅଶୂରର ରାଜା ଆହୁରି ମଧ୍ୟ ଏପରି ପତ୍ରମାନ ଲେଖିଲା, ଯାହା ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସେହି ପତ୍ରଗୁଡ଼ିକରେ ଏହିପରି ଲେଖିଲା: “ଅନ୍ୟ ଦେଶର ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସେହିପ୍ରକାରେ ମଧ୍ୟ ହିଜକିୟର ପରମେଶ୍ୱର ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାହିଁ।” ଏହା ପରେ ଅଶୂରର ରାଜାର ଭୃତ୍ୟମାନେ ଯିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ। ସେହି ଭୃତ୍ୟମାନେ ଯିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସେମାନେ ଯେପରି ଯିରୁଶାଲମ ନଗରକୁ ହସ୍ତଗତ କରି ପାରନ୍ତି, ସେଥିନିମନ୍ତେ ସେହିସବୁ କଥା କହିଲେ। ସେହି ସେବକଗଣ ଏପରି କାର୍ଯ୍ୟ କଲେ, ଯେପରି ଇସ୍ରାଏଲ ପରମେଶ୍ୱର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି। ରାଜା ହିଜକିୟ ଓ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଏହି ସମସ୍ୟା ସମ୍ବନ୍ଧରେ ପ୍ରାର୍ଥନା କଲେ। ସେମାନେ ସ୍ୱର୍ଗ ପ୍ରତି ଅତି ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା’ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ‌‌ଖ‌ଡ଼୍‌ଗରେ ବଧ କଲେ। ଏହି ପ୍ରକାରେ ସଦାପ୍ରଭୁ ହିଜକିୟ ଓ ଯିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସ‌ନ୍‌ହେରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ। ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ। ସେହି ଦିନମାନଙ୍କରେ ହିଜକିୟ ଗୁରୁତର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିୟଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ। କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ। କିନ୍ତୁ ହିଜକିୟ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନେ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତିତ କଲେ। ସେମାନେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିୟ ଜୀବିତ ଥିବା ପର୍ଯ୍ୟନ୍ତ ସଦାପ୍ରଭୁ ସେମାନଙ୍କ ଉପରେ କ୍ରୋଧ କଲେ ନାହିଁ। ହିଜକିୟ ଅନେକ ଧନସମ୍ପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ୟ ମଣିମୁକ୍ତା, ମସଲା, ଢାଲ ଓ ସମସ୍ତ ପ୍ରକାର ଦ୍ରବ୍ୟ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ। ଲୋକମାନେ ହିଜକିୟଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମେଷପଲ ନିମନ୍ତେ ତାଙ୍କର ଗୁହାଳସବୁ ଥିଲା। ହିଜକିୟ ମଧ୍ୟ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମେଷ ଓ ଗୋରୁ ପଲ ପାଇଲେ। ପରମେଶ୍ୱର ହିଜକିୟଙ୍କୁ ପ୍ରଚୁର ଧନରତ୍ନ ଦେଇଥିଲେ। ହିଜକିୟ ହିଁ ଯିରୁଶାଲମରେ ଗୀହୋନ ଝରଣାର ଊର୍ଦ୍ଧ୍ୱସ୍ଥ ଉତ୍ସକୁ ବନ୍ଦ କଲେ ଓ ସେହି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାର୍ଶ୍ୱରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିୟ ଯେଉଁ ସମସ୍ତ କର୍ମ କଲେ, ସେଥିରେ ସଫଳ ହେଲେ। ଥରେ ବାବିଲୀୟ ନେତାମାନେ ହିଜକିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ସେହି ବାର୍ତ୍ତାବାହକମାନେ ଦେଶ ମଧ୍ୟରେ ଘଟିଥିବା ଏକ ଅ‌ଦ୍‌ଭୂତ ଚିହ୍ନ ସମ୍ବନ୍ଧରେ ପଗ୍ଭରିଲେ। ଯେତେବେଳେ ସେମାନେ ଆସିଲେ ସେତେବେଳେ ହିଜକିୟଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିୟଙ୍କ ହୃଦୟରେ ଯାହାକିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ୱର ହିଜକିୟଙ୍କୁ ଏକାକୀ ଛାଡ଼ିଗଲେ। ହିଜକିୟଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ରେମ କଲେ, ତାହା “ଆମ୍ଭମାନଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲେଖା ଯାଇଅଛି। ହିଜକିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିୟଙ୍କୁ ସେହିଠାରେ କବର ଦେଲେ। ହିଜକିୟ ମୃତ୍ୟୁବରଣ କଲାପରେ ଯିହୁଦା ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦେଖାଇଲେ। ମନଃଶି ହିଜକିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ମନଃଶି ହିଜକିୟଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ମନଃଶି ମନଃଶି ଯିହୁଦାର ରାଜା ହେବା ସମୟରେ ବାରବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। ଯେଉଁ ବିଷୟଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସେହିସବୁ କାର୍ଯ୍ୟ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦେଇଥିଲେ, ମନଃଶି ସେହି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ। ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିୟ ଭାଙ୍ଗି ଦେଇଥିଲେ, ମନଃଶି ‌ବା‌ଲ୍‌ଦେବତାଗୁଡ଼ିକ ପାଇଁ ଯଜ୍ଞବେଦିକୁ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖରେ ମସ୍ତକ ଅବନତ କଲେ ଓ ସେହି ଦଳର ତାରକା ଗୁଡ଼ିକୁ ପୂଜା କଲେ। ମନଃଶି ସଦାପ୍ରଭୁଙ୍କ ମନ୍ଦିରରେ ଯଜ୍ଞବେଦିମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷୟରେ ଏହା କହିଲେ, “ଯିରୁଶାଲମରେ ଆମ୍ଭ ନାମ ଚିରକାଳ ରହିବ।” ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ। ମନଃଶି ମଧ୍ୟ ନିଜ ପୁତ୍ରକୁ ବେନ୍-ହୋନ୍ନୋମ ଉପତ୍ୟକାରେ ବଳିରୂପେ ଜ୍ୱଳାଇଲେ। ମନଃଶି କୁହୁକ ବିଦ୍ୟା, ଭବିଷ୍ୟତ କହିବା ଓ ଅଲୌକିକ କାର୍ଯ୍ୟ କଲେ ଏବଂ ସେ ମଧ୍ୟ ଯାଦୁବିଦ୍ୟା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି କହିଥିଲେ, ମନଃଶି ସେହିପରି ଅନେକ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କ୍ରୋଧାନ୍ୱିତ କଲା। ମନଃଶି ଆହୁରି ମଧ୍ୟ ଏକ ଦେବତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ୱରଙ୍କ ମନ୍ଦିର ମଧ୍ୟରେ ରଖିଲେ; ସେହି ମନ୍ଦିର, ଯାହା ବିଷୟରେ ପରମେଶ୍ୱର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ୱର କହିଥିଲେ, “ମୁଁ ଏହି ଗୃହରେ ଓ ଯିରୁଶାଲମରେ ମୋର ନାମ ସ୍ଥାପନ କରିବି, ଯାହା ମୁଁ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସେଠାରେ ଚିରକାଳ ନିମନ୍ତେ ରହିବ। ଆମ୍ଭେ ଇସ୍ରାଏଲକୁ ସେହି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସେମାନଙ୍କୁ ସେହି ସମସ୍ତ ଆଜ୍ଞା, ବ୍ୟବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସେମାନଙ୍କୁ ମୋଶାଙ୍କ ମାଧ୍ୟମରେ ଦେଇଥିଲୁ।” ମନଃଶି ଯିହୁଦାର ଲୋକ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କଲେ। ଇସ୍ରାଏଲୀୟମାନଙ୍କ ପୂର୍ବରୁ ଦେଶର ଯେଉଁ ଜାତିଗଣ ଥିଲେ, ସେମାନଙ୍କଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ, ଆଉ ସଦାପ୍ରଭୁ ସେହି ଅନ୍ୟ ଜାତୀୟମାନଙ୍କୁ ବିନଷ୍ଟ କରିଥିଲେ। ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସେମାନେ ତାଙ୍କର କଥା ଶୁଣିଲେ ନାହିଁ। ତେଣୁ ସଦାପ୍ରଭୁ ସୈନ୍ୟବାହିନୀର ସେନାପତିଙ୍କୁ ଆଣିଲେ, ଯିଏ କି ଅଶୂରର ରାଜାର ସେବା କରୁଥିଲେ ଏବଂ ସେମାନେ ଯିହୁଦାକୁ ଆକ୍ରମଣ କଲେ। ସେହି ସେନାପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସେମାନେ ତାଙ୍କ ଶରୀରରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନେଇଗଲେ। ତାଙ୍କ ଉପରକୁ ଯେତେବେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କଠାରୁ ସାହାଯ୍ୟ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ନମ୍ର କଲେ। ମନଃଶି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ଯିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫେରାଇ ଆଣିଲେ। ଏହା ପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସତ୍ୟ ଅଟନ୍ତି। ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହାରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକାରେ ଥିଲା ଏବଂ ଗୀହୋନ ଝରଣାର ପଶ୍ଚିମ ପାର୍ଶ୍ୱରୁ ମତ୍ସ୍ୟ ଦ୍ୱାରର ପ୍ରବେଶ ପଥ ପର୍ଯ୍ୟନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଥିଲା। ସେ ସେହି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହା ପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ। ମନଃଶି ଅ‌ଦ୍‌ଭୂତ ଦେବତା ମୂର୍ତ୍ତିଗୁଡ଼ିକୁ ବାହାର କରିଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରିଦେଲେ। ସେ ମନ୍ଦିର ଥିବା ପର୍ବତ ଓ ଯିରୁଶାଲମରେ ଯେଉଁସବୁ ଯଜ୍ଞବେଦି ନିର୍ମାଣ କରିଥିଲେ, ସେଗୁଡ଼ିକୁ ନଷ୍ଟ କରିଦେଲେ। ମନଃଶି ସେହିସବୁ ବେଦିକୁ ଯିରୁଶାଲମ ନଗର ବାହାରେ ଫିଙ୍ଗି ଦେଲେ। ଏହା ପରେ ସେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ୟବାଦର ବଳି ଉତ୍ସର୍ଗ ଗଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ। ଲୋକମାନେ ଉଚ୍ଚସ୍ଥାନମାନଙ୍କରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସେମାନେ କେବଳ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟରେ ସେହି ବଳି ଉତ୍ସର୍ଗ କରୁଥିଲେ। ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ୱରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସେହିସବୁ “ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲିପିବଦ୍ଧ ହୋଇ ରହିଅଛି। ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ୱର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା ‘ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକରେ’ ଲେଖାଯାଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସେହି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶେରା ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସେହିସବୁ “ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଏହା ପରେ ମନଃଶି ମୃତ୍ୟୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହରେ କବର ଦେଲେ। ଆମୋନ୍ ମନଃଶିଙ୍କ ସ୍ଥାନରେ ନୂତନ ରାଜା ହେଲେ। ଆମୋନ୍ ମନଃଶିଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ଆମୋନ୍ ଆମୋନ୍ ଯିହୁଦାର ରାଜା ହେବା ସମୟରେ ବାଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସଦାପ୍ରଭୁ ଯାହା ମନ୍ଦକାର୍ଯ୍ୟ ରୂପେ ବିବେଚନା କରନ୍ତି ଆମୋନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମୋନ୍ ସମସ୍ତ ଖୋଦିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ। ଆମୋନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମୋନ୍ ଆହୁରି ଅଧିକରୁ ଅଧିକ ପାପ କଲେ। ଆମୋ‌ନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଆମୋ‌ନଙ୍କୁ ତାଙ୍କର ନିଜ ଗୃହରେ ହତ୍ୟା କଲେ। କିନ୍ତୁ ଯେଉଁ ଭୃତ୍ୟମାନେ ରାଜା ଆମୋ‌ନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟ ଆମୋ‌ନଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ଯୋଶିୟ ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। ଯୋଶିୟ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ଯ୍ୟମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ। ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ। ଲୋକମାନେ ‌ବା‌ଲ୍‌ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ। ଯୋଶିୟ ଯାଜକମାନଙ୍କ ନିଜ ଯଜ୍ଞବେଦି ଉପରେ ସେମାନଙ୍କର ହାଡ଼କୁ ମଧ୍ୟ ଜ୍ୱଳାଇଲେ। ଏହି ପ୍ରକାରେ ଯୋଶିୟ ଯିହୁଦା ଓ ଯିରୁଶାଲମକୁ ପବିତ୍ର କଲେ। ଯୋଶିୟ, ମନଃଶି, ଇଫ୍ରୟିମ୍, ଶିମିୟୋନ ଓ ନପ୍ତାଲି ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସହରରେ ଏହିପରି କଲେ। ସେ ସେହି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶେଷ ପ୍ରତି ମଧ୍ୟ ସେହିରୂପ କଲେ। ଯୋଶିୟ ଯଜ୍ଞବେଦି ଓ ଆଶେରା ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ସେ ଇସ୍ରାଏଲର ସାରା ଦେଶରେ ସମସ୍ତ ସୁଗନ୍ଧବେଦି ଭାଙ୍ଗି ପକାଇଲେ। ଏହା ପରେ ଯୋଶିୟ ଯିରୁଶାଲମକୁ ଫେରିଗଲେ। ତାଙ୍କର ରାଜତ୍ୱର ଅଷ୍ଟାଦଶ ବର୍ଷରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟ, ଶାଫନ୍, ମାସେୟ ଏବଂ ଯୋୟାହଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫା‌ନଙ୍କ ପିତାଙ୍କର ନାମ ଥିଲା ଅତ୍‌ସଲିୟ। ମାସେୟ ନଗରର ନେତା ଥିଲେ ଓ ଯୋୟାହଙ୍କ ପିତାଙ୍କର ନାମ ଥିଲା ଯୋୟାହସ। ଯୋୟାହ ବିତରଣ ରକ୍ଷକ ଥିଲେ। ସେହି ଲୋକମାନେ ପ୍ରଧାନ ଯାଜକ ହି‌ଲ୍‌‌‌କିୟଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦେଇଥିବା ଟଙ୍କା ତାଙ୍କୁ ଦେଲେ। ଲେବୀୟ ଦ୍ୱାରପାଳଗଣ ମନଃଶି, ଇଫ୍ରୟିମ ଓ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ଯିହୁଦା, ବିନ୍ୟାମୀନ ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ୟ ଏହି ଟଙ୍କା ସଂଗ୍ରହ କରିଥିଲେ। ଏହା ପରେ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ। କଟା ହୋଇଥିବା ବିରାଟକାୟ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସେମାନେ ବଢ଼େଇ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ୟବହୃତ ହେଲା। ଅତୀତରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକାଗୁଡ଼ିକର ଯତ୍ନ ନେଇ ନ ଥିଲେ। ସେହି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାୟ ହୋଇଯାଇ ଥିଲା। ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଯିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ। *** ବ୍ୟବସ୍ଥା ନିୟମର ପୁସ୍ତକ ମିଳିଲା ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସେହି ସମୟରେ ହି‌ଲ୍‌‌‌କିୟ ଯାଜକ ମୋଶାଙ୍କ ଦ୍ୱାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଲେ। ହି‌ଲ୍‌‌‌କିୟ ସଚିବ ଶାଫ‌ନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଅଛି!” ହି‌ଲ୍‌‌‌କିୟ ଶାଫ‌ନଙ୍କୁ ସେହି ପୁସ୍ତକଟି ଦେଲେ। ଶାଫନ୍ ସେହି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ଭୃତ୍ୟମାନଙ୍କୁ ଯାହା କରିବାକୁ କହିଅଛ, ତାହା ସେମାନେ କରୁଛନ୍ତି। ସେମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।” ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହି‌ଲ୍‌‌‌କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ। ରାଜା ଯୋଶିୟ ଯେତେବେଳେ ବ୍ୟବସ୍ଥା ନିୟମର ବାକ୍ୟଗୁଡ଼ିକ ପଢ଼ାଯିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ। ଏହା ପରେ ରାଜା ହି‌ଲ୍‌‌‌କିୟ, ଶାଫ‌ନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅ‌ବ୍‌ଦୋ‌ନ୍‌, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ। ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।” ହି‌ଲ୍‌‌‌କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟ‌ଦ୍‌ବକ୍ତ୍ରୀ ହୁ‌ଲ୍‌ଦାଙ୍କ ନିକଟକୁ ଗଲେ। ହୁ‌ଲ୍‌ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍‌ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁ‌ଲ୍‌ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକଗଣ ହୁ‌ଲ୍‌ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। ହୁ‌ଲ୍‌ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’ “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ। ଯୋଶିୟ ନିସ୍ତାରପର୍ବ ପାଳନ କରନ୍ତି ରାଜା ଯୋଶିୟ ଯିରୁଶାଲମରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କଲେ। ପ୍ରଥମ ମାସର ଚତୁର୍ଦ୍ଦଶତମ ଦିବସରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କରାଗଲା। ଯୋଶିୟ ଯାଜକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ସେବାକାର୍ଯ୍ୟ କରୁଥିବା ସମୟରେ ସେ ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ। ଇସ୍ରାଏଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କ ସହିତ ମଧ୍ୟ ଯୋଶିୟ କଥା ହେଲେ। ସେ ସେହି ଲେବୀୟମାନଙ୍କୁ କହିଲେ: “ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା’ ମଧ୍ୟରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇସ୍ରାଏଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ଲୋକ, ଇସ୍ରାଏଲର ଲୋକମାନଙ୍କର ସେବା କର। ତୁମ୍ଭମାନଙ୍କର ପରିବାର ଅନୁଯାୟୀ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ଯ୍ୟସବୁ କରିବାକୁ ଦେଇଛନ୍ତି, ତାହା କର। ଲେବୀୟମାନଙ୍କର ଏକଦଳ ସହ ପବିତ୍ର ସ୍ଥାନରେ ଛିଡ଼ା ହୁଅ। ପ୍ରତ୍ୟେକ ଭିନ୍ନ ଭିନ୍ନ ବଂଶ ନିମନ୍ତେ ଏହିପରି କର। ତେବେ ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରି ପାରିବ। ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେହି ମେଷଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷୟ କରିବାକୁ ଆଦେଶ ଦେଇଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ।” ଯୋଶିୟ ଇସ୍ରାଏଲର ଲୋକମାନଙ୍କୁ 30,000 ମେଷ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ୟା କରିବାକୁ ଦେଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ 3000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ୱ ପଶୁପଲର ଥିଲା। ଯୋଶିୟଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ନିସ୍ତାରପର୍ବରେ ବ୍ୟବହାର କରିବା ନିମନ୍ତେ ସ୍ୱେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହି‌ଲ୍‌‌‌କିୟ, ଯିଖରିୟ ଓ ଯିହୀୟେଲ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାୟିତ୍ୱରେ ଥିଲେ। ସେମାନେ ଯାଜକମାନଙ୍କୁ 2600 ମେଷଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ। ଆହୁରି ମଧ୍ୟ କନାନିୟ, ତାଙ୍କ ଭାଇ ଶମୟିୟ, ନଥନେ‌ଲ୍‌ଙ୍କ ହଶବିୟ, ଯିୟୂୟେଲ ଓ ଯୋଷାବଦ୍ ସହିତ 500 ମେଷ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲେବୀୟମାନଙ୍କୁ ଦେଲେ। ସେହି ଲୋକମାନେ ଲେବୀୟମାନଙ୍କର ନେତାଗଣ ଥିଲେ। ନିସ୍ତାରପର୍ବର ସେବାକାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ସମସ୍ତ ବିଷୟର ପ୍ରସ୍ତୁତ ଶେଷ ହେବାପରେ, ଯାଜକ ଓ ଲେବୀୟମାନେ ସେମାନଙ୍କର ସ୍ଥାନକୁ ଗଲେ। ରାଜା ଏହା ହିଁ ଆଦେଶ ଦେଇଥିଲେ। ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରାଗଲା। ଏହା ପରେ ଲେବୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ଯଜ୍ଞବେଦି ଉପରେ ସେହି ରକ୍ତକୁ ସିଞ୍ଚିଲେ। ଏହା ପରେ ସେମାନେ ବିଭିନ୍ନ ବଂଶକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମୋଶାଙ୍କ ବ୍ୟବସ୍ଥା ନିୟମ ଯେପ୍ରକାର ଶିକ୍ଷା ଦେଇଥିଲା, ସେ ପ୍ରକାରେ ହୋମବଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା। ଲେବୀୟମାନଙ୍କୁ ଯେପ୍ରକାର ଆଦେଶ ଦିଆଯାଇଥିଲା, ସେମାନେ ସେହି ପ୍ରକାରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସେମାନେ ହାଣ୍ଡି, କେ‌ଟ୍‌ଲି ଓ କରେଇରେ ପବିତ୍ର ନୈବେଦ୍ୟଗୁଡ଼ିକୁ ସିଦ୍ଧ କଲେ। ଏହା ପରେ ସେମାନେ ଶୀଘ୍ର ସେହି ମାଂସକୁ ଲୋକମାନଙ୍କୁ ଦେଲେ। ଏହା ସମାପ୍ତ ହେବାପରେ, ଲେବୀୟମାନେ ସେମାନଙ୍କ ନିମନ୍ତେ ଓ ହାରୋଣଙ୍କ ବଂଶଧର ଯାଜକମାନଙ୍କ ନିମନ୍ତେ ମାଂସ ଆଣିଲେ। ଅନ୍ଧକାର ହେବା ପର୍ଯ୍ୟନ୍ତ ଯାଜକମାନେ ଏହି କାର୍ଯ୍ୟରେ ଅତି ବ୍ୟସ୍ତ ରହିଲେ। ସେମାନେ ହୋମବଳି ଉପହାର ଓ ବଳିର ଚର୍ବ୍ବୀ ଜଳାଇବାରେ କଠିନ ପରିଶ୍ରମ କଲେ ଆସ‌ଫ୍‌ଙ୍କ ପରିବାରର ଗାୟକମାନେ ସେହି ସ୍ଥାନରେ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଏବଂ ରାଜାଙ୍କର ଯାଜକ ଯିଦୂଥୂନ୍ ସେମାନଙ୍କୁ ନିଯୁକ୍ତ କରିଥିଲେ। ଦ୍ୱାରପାଳଗଣ ଯେଉଁମାନେ ପ୍ରତ୍ୟେକ ଫାଟକରେ ଥିଲେ, ସେମାନଙ୍କୁ ସେମାନଙ୍କର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସେମାନଙ୍କର ଭ୍ରାତା ଲେବୀୟଗଣ ସେମାନଙ୍କ ପାଇଁ ନିସ୍ତାରପର୍ବର ସାମଗ୍ରୀ ପ୍ରସ୍ତୁତ କରିଥିଲେ। ତେଣୁ ରାଜା ଯୋଶିୟଙ୍କ ଆଦେଶାନୁଯାୟୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସେହି ଦିନ ସମସ୍ତ କାର୍ଯ୍ୟ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହୋମବଳି ଉପହାରସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ଉତ୍ସର୍ଗୀକୃତ ହେଲା। ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ। ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ସମୟଠାରୁ ନିସ୍ତାରପର୍ବ ଆଉ କେବେହେଲେ ଏହିପରି ଭାବରେ ପାଳିତ ହୋଇ ନ ଥିଲା। ଇସ୍ରାଏଲର କୌଣସି ରାଜା କେବେହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟ, ଯାଜକମାନେ, ଲେବୀୟମାନେ ଏବଂ ଯିରୁଶାଲମର ସମସ୍ତ ଲୋକଙ୍କ ସହିତ ସେଠାରେ ଥିବା ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକ ବିଶେଷ ପ୍ରକାରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ। ଯୋଶିୟଙ୍କ ରାଜତ୍ୱର ଅଷ୍ଟାଦଶତମ ବର୍ଷରେ ସେମାନେ ଏହି ନିସ୍ତାରପର୍ବ ପାଳନ କଲେ। ଯୋଶିୟଙ୍କ ମୃତ୍ୟୁ ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।” କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ। ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!” ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ। ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି। ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ। ଯିହୁଦାର ରାଜା ଯିହୋୟାହସ୍ ଯିହୁଦାର ଲୋକମାନେ ଯିହୋୟାହ‌ସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ। ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ। ଏହା ପରେ ମିଶରର ରାଜା ଯିହୋୟାହ‌ସଙ୍କୁ ଯିରୁଶାଲମରୁ ଗାଦିଚୁତ୍ୟ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ। ମିଶରର ରାଜା ଯିହୋୟାହ‌ସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀ‌ମ୍‌ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀ‌ମ୍‌ର ଭାଇ ଯିହୋୟାହ‌ସଙ୍କୁ ମିଶରକୁ ନେଇଗଲେ। ଯିହୁଦାର ରାଜା ଯିହୋୟାକୀମ୍ ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀ‌ମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖ‌ଦ୍‌ନିତ୍ସର ରାଜା ଯିହୋୟାକୀ‌ମଙ୍କୁ ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ। ଯିହୋୟାକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସେହିସବୁ “ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଯିହୋୟାଖୀନ୍, ଯିହୋୟାକୀ‌ମଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯିହୋୟାଖୀନ୍, ଯିହୋୟାକୀ‌ମଙ୍କ ପୁତ୍ର ଥିଲେ। ଯିହୁଦାର ରାଜା ଯିହୋୟାଖୀନ୍ ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ। ଯିହୁଦାର ରାଜା ସିଦିକିୟ ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ। ଯିରୁଶାଲମ ଧ୍ୱଂସ ହେଲା ସିଦିକିୟ ରାଜା ନବୂଖ‌ଦ୍‌ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖ‌ଦ୍‌ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖ‌ଦ୍‌ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖ‌ଦ୍‌ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖ‌ଦ୍‌ନିତ୍ସରଙ୍କୁ ବିଜୟୀ କଲେ। ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। ନବୂଖ‌ଦ୍‌ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।” କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋର‌ସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ। ପାରସ୍ୟର ରାଜା କୋରସ୍ କହନ୍ତି, ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ। କୋରସ୍ ବନ୍ଦୀମାନଙ୍କୁ ଫେରିବାରେ ସାହାଯ୍ୟ କରନ୍ତି। ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣା ନାମାଟି ଏହିପରି ଥିଲା। “ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି। ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି। ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।” ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ। ଆଉ ନବୂଖ‌ଦ୍‌ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା। ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତକୁ ସେମାନଙ୍କୁ ଦେଲେ ଏବଂ ସେ ସେମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତିରେ ଗଣିଲେ। ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1000, ଛୁରୀ 29, ସ୍ୱର୍ଣ୍ଣମୟ ପାନପତ୍ର 30, ରୌପ୍ୟମୟ ପାତ୍ର ମଧ୍ୟମ ପାନ ପାତ୍ର 410 ଏବଂ ଅନ୍ୟାନ୍ୟ ପାତ୍ର 1000। ଏହି ସମସ୍ତ ମିଶି 5400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା। ଫେରିଥିବା ବନ୍ଦୀମାନଙ୍କର ତାଲିକା ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ। ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ‌ବି‌‌‌ଲ୍‌‌ଶନ୍, ମିସ୍ପର, ବି‌‌‌ଗ୍‌ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା। ପରିୟୋଶର ବଂଶଧର 2172 ଜଣ। ଶଫଟିୟର ବଂଶଧର 372 ଜଣ। ଆରହର ବଂଶଧର 775 ଜଣ। ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ ମୋୟାବର ବଂଶଧର 2812 ଜଣ। ଏଲମର ବଂଶଧର 1254 ଜଣ। ସତ୍ତୂର ବଂଶଧର 945 ଜଣ। ସ‌କ୍‌କୟର ବଂଶଧର 760 ଜଣ। ବାନିର ବଂଶଧର 642 ଜଣ। ବେବୟର ବଂଶଧର 623 ଜଣ। ଅସଗଦର ବଂଶଧର 1222 ଜଣ। ଅଦୋନୀକାମର ବଂଶଧର 666 ଜଣ। ବି‌ଗ୍‌ବୟର ବଂଶଧର 2056 ଜଣ। ଅଦୀନର ବଂଶଧର 454 ଜଣ। ହିଜକିୟର ପରିବାରରୁ ଅଟରର ବଂଶଧର 98 ଜଣ। ବେ‌ତ୍‌ସୟର ବଂଶଧର 323 ଜଣ। ଯୋରାହର ବଂଶଧର 112 ଜଣ। ହଶୁମର ବଂଶଧର 223 ଜଣ। ଗିବ୍ବରର ବଂଶଧର 95 ଜଣ। ବୈ‌ଥ୍‌ଲେହମ ବଂଶଧର 123 ଜଣ। ନଟୋଫାର ସହରରୁ 56 ଜଣ। ଅନାଥୋତର ସହରରୁ 128ଜଣ। ଅ‌‌‌‌ସ୍‌‌‌‌ମାବତର ପୁତ୍ରଗଣ 42 ଜଣ। କିରିୟତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ 743 ଜଣ। ରାମାର ଓ ଗେବା ସହରରୁ 621 ଜଣ। ମି‌କ୍‌ମସର ସହରରୁ 122 ଜଣ। ବୈଥେ‌ଲ୍‌ର ଓ ଅୟ ସହରରୁ 223 ଜଣ। ନେବାର ସହରରୁ 52 ଜଣ। ମରାବୀଶ ସହରରୁ 156 ଜଣ। ଅନ୍ୟ ଏଲମ ସହରରୁ 1254 ଜଣ। ହାରୀମ ସହରରୁ 320 ଜଣ। ଲୋଦ ଓ ହାଦୀଦ୍ ଓ ଓନୋ ସହରରୁ 725 ଜଣ। ଯିରୀହୋ ସହରରୁ 345 ଜଣ। ସନାୟା ସହରରୁ 3630 ଜଣ। ଯିଦୟିୟର ଯାଜକମାନଙ୍କର ସଂଖ୍ୟା- ଯେଶୂୟ ପରିବାରରୁ 973 ଜଣ। ଇମ୍ମେର ବଂଶଧର 1052 ଜଣ। ପ‌ଶ୍‌ହୂରର ବଂଶଧର 1247 ଜଣ। ହାରୀମର ବଂଶଧର 1017 ଜଣ। ଲେବୀୟ ପରିବାରବର୍ଗରୁ ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ବଂଶଧର 74 ଜଣ। ଗାୟକମାନଙ୍କ ସଂଖ୍ୟା: ଆସଫର ବଂଶଧର 128 ଜଣ। ମନ୍ଦିର ଦ୍ୱାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ୟା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମୋନ ବଂଶଧରଗଣ, ଆ‌କ୍‌କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବୟର ବଂଶଧରଗଣ ସର୍ବମୋଟ 139 ଜଣ। ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟବ୍ବୟୋତ। କେରୋସ, ସୀୟ, ପାଦିନେ, ଲବାନାର, ହଗାବ, ଅକୂବ, ହାଗବ, ଶ‌‌‌‌‌‌ମ୍‌‌‌‌‌‌ଲୟ, ହାନନ, ଗଦ୍ଦେଲ, ଗହର, ରାୟା, ର‌ତ୍‌ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ, ଉଷ ବଂଶଧରଗଣ, ପାସେହ ବଂଶଧରଗଣ, ବେଷୟ ବଂଶଧରଗଣ, ଆ‌‌‌‌ସ୍‌‌‌‌ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ, ବ‌କ୍‌ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହର୍ହୂର ବଂଶଧରଗଣ, ବ‌‌‌‌ସ୍‌‌‌‌ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ, ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ, ନ‌ତ୍‌ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ, ଶଲୋମନର ଦାସମାନଙ୍କର ବଂଶଧରଗଣ, ସୋଟୟ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ, ଯାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ, ଶଫଟିୟ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହ‌ତ୍‌ସବାୟିମ ବଂଶଧରଗଣ, ଅମୀ ବଂଶଧରଗଣ, ନଥନିୟ ଶଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବମୋଟ 392 ଜଣ। ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ନିଜ ନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ: ଦଲାୟ, ଟୋବିୟ ଓ ନକୋଦର ବଂଶଧର 652 ଜଣ। ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ହବାୟ, ହକୋସ, ବର୍ସିଲ୍ଲୟ, ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ୟାତି ହୋଇଥିଲା। ଏହି ଲୋକମାନେ ସେମାନଙ୍କର ବଂଶାବଳୀର ନଥିପତ୍ର ଖୋଜିଲେ, କିନ୍ତୁ ସେଗୁଡ଼ିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସେମାନଙ୍କୁ ଯାଜକତ୍ୱରୁ ବାହାର କରି ଦିଆଗଲା। ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ। ଏମାନେ ସମସ୍ତେ ମିଶି 42,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7337 ଜଣ। ସେମାନଙ୍କର ମଧ୍ୟ 200 ଜଣ ଗାୟକ ଓ ଗାୟୀକା ଥିଲେ। *** ସେମାନଙ୍କର 736 ଟି ଘୋଡ଼ା ଥିଲା। 245 ଟି ଖଚର, 435 ଟି ଓଟ ଓ 6720 ଟି ଗଧମାନ ଥିଲା। *** ସେହି ଦଳଟି ଆସି ଯିରୁଶାଲମର ସଦାପ୍ରଭୁଙ୍କର ମନ୍ଦିରରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସେହି ମନ୍ଦିର ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। ସେମାନେ ନିଜ ନିଜ ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ 61,000 ଡାରିକ ନାମକ ସ୍ୱର୍ଣ୍ଣମୂଦ୍ରା ଓ 5000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ। ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ। ଯଜ୍ଞବେଦିର ପୁନଃନିର୍ମାଣ ଏହା ପରେ ସପ୍ତମ ମାସରେ ଇସ୍ରାଏଲ ସନ୍ତାନଗଣ ଯିରୁଶାଲମଠାରେ ଏକ ବ୍ୟକ୍ତି ତୁଲ୍ୟ ଏକତ୍ରିତ ହେଲେ। ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ। ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ। ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ। ସପ୍ତମ ମାସର ପ୍ରଥମ ଦିନରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହୋଇ ନ ଥିଲା। ମନ୍ଦିରର ପୁନଃନିର୍ମାଣ ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋ‌ନ୍‌ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ। ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କ‌‌‌‌‌ଦ୍‌‌‌‌‌ମୀୟେଲ ଓ ତା’ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ। ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। ସେମାନେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ, “ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।” ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ। ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସେମାନଙ୍କ ଦୃଷ୍ଟିରେ ଏହି ମନ୍ଦିର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚ ସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦରେ ଜୟଧ୍ୱନି କଲେ। ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା। ଶତ୍ରୁମାନେ ମନ୍ଦିରର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।” *** ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରୁଅଛୁ।” ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ। ସେମାନଙ୍କ ଅଭିପ୍ରାୟ ଦୁର୍ବଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରିମାନଙ୍କୁ ବେତନ ଦେଇ ରଖିଲେ। ଆଉ ଅକ୍ଷଶ୍ୱେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୁଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ। ଶତ୍ରୁମାନେ ଯିରୁଶାଲମର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି ଏହା ପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥୀମାନେ ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲେଖା ଯାଇ ତାହା ଅରାମୀୟ ଭାଷାରେ ଅନୁବାଦ କରାଯାଇଥିଲା। ରହୂମ୍ ମନ୍ତ୍ରୀ ଓ ଶି‌‌‌‌‌‌ମ୍‌‌‌‌‌‌ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୁଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ। ରହୂମ୍ ମନ୍ତ୍ରୀ ଓ ଶି‌‌‌‌‌‌ମ୍‌‌‌‌‌‌ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀମାନେ ଯଥା: ବିଗ୍ଭରକଗଣ, ସେନାପତି, ପାର୍ସୀ ଅଧିକାରୀଗଣ, ଅର୍କବୀୟମାନେ, ବାବିଲୀୟଗଣ ଏବଂ ଶୂଶରୁ ଏଲମୀୟଗଣ। ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନ‌ପ୍‌ପର ଦ୍ୱାରା ଆନୀତ ପୁଣି ଶମରିୟା ନଗରରେ ଓ ଫରାତ୍ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଅନ୍ୟ ଗୋଷ୍ଠୀୟମାନେ ମଧ୍ୟ ଏହା ଲେଖିଲେ। ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା। ଫରାତ୍ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ ଇତ୍ୟାଦି। ଆମ୍ଭେମାନେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ଯିହୁଦୀୟ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସେମାନେ ଯିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସେମାନେ ସେହି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସେମାନେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି। ଆମ୍ଭେମାନେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତେବେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ସେତେବେଳେ ସେହି ଲୋକମାନେ କର, ରାଜସ୍ୱ ବା ମାଶୁଲ ଦେବେ ନାହିଁ। ପୁଣି ଶେଷରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହେବ। ଆମ୍ଭେମାନେ ରାଜାଙ୍କ ନିକଟରେ ଅନୁରକ୍ତ ହେବାକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। ତେଣୁ ଆମ୍ଭେମାନେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ। ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ୱଂସ ହୋଇଅଛି। ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଯଦି ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ। ଏଥିରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶି‌‌‌‌‌‌ମ୍‌‌‌‌‌‌ଶୟର ଓ ସେମାନଙ୍କ ଶମରିୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ। ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇ ଅଛି। ପୁଣି ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯା’ନ୍ତେ ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ବିଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରାଯାଇଅଛି। ମଧ୍ୟ ଯିରୁଶାଲମରେ ପରାକ୍ରାନ୍ତ ରାଜଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ତାବତ୍ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା। ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ଯ୍ୟନ୍ତ ସେ ନଗରର ଯେପରି ନିର୍ମିତ ନୋହିବ ଏଥିପାଇଁ ସେହି ଲୋକମାନଙ୍କୁ ଆଜ୍ଞା କର, ସେମାନେ କାର୍ଯ୍ୟରୁ ନିବୃତ୍ତ ହୋଇବେ। ସାବଧାନ୍, ତୁମ୍ଭେମାନେ ଏ ବିଷୟରେ ହେଳା କର ନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ। ତହିଁରେ ରହୂମର ଓ ଲେଖକ ଶି‌‌‌‌‌‌ମ୍‌‌‌‌‌‌ଶୟର ଓ ସେମାନଙ୍କ ସଙ୍ଗୀମାନଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯା’ନ୍ତେ ସେମାନେ ଶୀଘ୍ର ଯିରୁଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତାଦ୍ୱାରା ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ। ମନ୍ଦିର କାର୍ଯ୍ୟ ବନ୍ଦ ହେଲା ତେଣୁ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରକାର୍ଯ୍ୟ ବନ୍ଦ ହେଲା। ପୁଣି ପାରସ୍ୟ ରାଜା ଦାରିୟାବସର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା। ଏହି ସମୟରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଯିଖରିୟ, ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।” ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ, “ସେମାନେ ପଗ୍ଭରିଲେ, ଏହି ଗାନ୍ଥକମାନଙ୍କ ନାମ କ’ଣ?” ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଓ ପତ୍ରଦ୍ୱାରା ସେହି ବିଷୟରେ ଉତ୍ତର ନଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ ନାହିଁ। ତତ୍ତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରିୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲେଖାଥିଲା। ମହାରାଜ ଦାରିୟାବସଙ୍କର ସର୍ବମଙ୍ଗଳ ଆମ୍ଭେମାନେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, “ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ମନ୍ଦିରକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନ ସହକାରେ ଗ୍ଭଲୁଅଛି ଓ ସେମାନଙ୍କ ହସ୍ତରେ ଏହା ସଫଳ ହେଉ ଅଛି। ଏହା ମଧ୍ୟ ଶୀଘ୍ର ସରିବ। ଆମ୍ଭେମାନେ ସେହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ଯ୍ୟ ବିଷୟରେ କିଛି ପଗ୍ଭରିଲୁ, ତାହା ହେଲା, “ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ପଗ୍ଭରିଲୁ। ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ। ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ, “ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କ୍ରୋଧିତ କରିଥିଲେ। ତେଣୁ ସେ ସେମାନଙ୍କୁ ବାବିଲର ରାଜା କ‌‌‌‌ଲ୍‌‌‌‌‌‌‌ଦୀୟ ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକରି, ଲୋକମାନଙ୍କୁ ବାବିଲକୁ ନେଇଗଲେ। ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ। ଆହୁରି ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ। ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।” ତେଣୁ ଶେଶବସର ଆସି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟାବଧି ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ। ଏଣୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୁଶାଲମରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ। ଦାରିୟାବସଙ୍କର ଆଦେଶ ସେତେବେଳେ ଦାରିୟାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା। ଏବଂ ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥିରେ ଲେଖା ଯାଇଥିଲା। କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୁଶାଲମସ୍ଥିତ ପରମେଶ୍ୱରଙ୍କ ମନ୍ଦିର ବିଷୟରେ ଆଜ୍ଞା କଲେ। ଲୋକମାନଙ୍କ ବଳିଦାନର ସ୍ଥାନ, ସେହି ମନ୍ଦିର ନିର୍ମିତ ହେଉ। ତାହାର ମୂଳଭିତ୍ତି ମ‌‍‌ଜ୍‌‍ବୁତ୍ ହେଉ। ତାହାର ଉଚ୍ଚତା ଷାଠିଏ ହାତ ଓ ତାର ପ୍ରସ୍ଥ ଷାଠିଏ ହାତ ହେଉ। ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ। ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖ‌ଦ୍‌ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ। ଏଣୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଏବଂ ଶଥର ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସାଥୀ ଅଧିକାରୀଗଣ ନଦୀ ସେପାରିସ୍ଥ ତା’ଠାରୁ ଦୂରରେ ରୁହ। ପରମେଶ୍ୱରଙ୍କ ଏହି ମନ୍ଦିରର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ମନ୍ଦିର ସ୍ୱସ୍ଥାନରେ ନିର୍ମାଣ କରନ୍ତୁ। ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୁଶାଲମସ୍ଥ ଯାଜକମାନଙ୍କ ବାକ୍ୟ ଅନୁଯାୟୀ ଯୁବାବୃଷ, ମେଷ, ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସେମାନଙ୍କ ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ। ମୁଁ ଆହୁରି ଆଜ୍ଞା କରୁଅଛି କି ଯେକେହି ସେହି ବାକ୍ୟ ଅନ୍ୟଥା କରିବ ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଠରେ ସେ ବନ୍ଧା ହୋଇ ଟଙ୍ଗାଯିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ। ‌ ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ। ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ। ମନ୍ଦିରର ସମାପନ ଓ ସମର୍ପଣ ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ। ଏଥିରେ ହାଗୟ ଭବିଷ୍ୟ‌ଦ୍‌ବକ୍ତାର ଓ ଇଦ୍ଦୋର ପୁତ୍ର ଯିଖରିୟର ଭବିଷ୍ୟ‌ଦ୍‌ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରିୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ। ଦାରିୟାବସ ରାଜାର ଅଧିକାରର ଷଷ୍ଠବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ମନ୍ଦିର ସମାପ୍ତ ହେଲା। ଏହା ପରେ ଇସ୍ରାଏଲର ଲୋକମାନେ, ଯାଜକମାନେ, ଲେବୀୟମାନେ ଓ ନିର୍ବାସିତର ଅବଶିଷ୍ଟ ଲୋକମାନେ ଆନନ୍ଦରେ ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ। ପୁଣି ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସେମାନେ 100 ବୃଷ, 200 ଅଣ୍ତିରା ମେଷ, 400 ମେଷଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ। ସେମାନେ ମୋଶାଙ୍କ ପୁସ୍ତକର ଲିଖନ ପ୍ରମାଣେ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ସେବା ପାଇଁ ଯାଜକମାନଙ୍କୁ ସେମାନଙ୍କର ଦଳ ଅନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ଦଳ ଅନୁସାରେ ନିଯୁକ୍ତ କଲେ। ନିସ୍ତାରପର୍ବ ଏହା ପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ୱର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ। କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହୋଇଥିଲେ। ଏଣୁ ସେମାନେ ବନ୍ଦୀତ୍ୱର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବରେ ମେଷ ବଳି ବଧ କଲେ। ବଳିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ। ସେମାନେ ସମସ୍ତେ ନିସ୍ତାରପର୍ବରେ ଭୋଜନ କଲେ। ଏବଂ ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସେମାନଙ୍କୁ ଅନନ୍ଦିତ କରିଥିଲେ ଓ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇ ଥିଲେ। ଏଜ୍ରା ଯିରୁଶାଲମକୁ ଆସିଲେ ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହି‌ଲ୍‌‌‌କିୟର ପୁତ୍ର ଥିଲା। ହି‌ଲ୍‌‌‌କିୟ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂ‌‌‌‌ବ୍‌‌‌‌ର ପୁତ୍ର ଥିଲା। ଅହୀଟୂବ୍ ଅମରିୟର ପୁତ୍ର ଥିଲା। ଅମରିୟ ଅସରିୟର ପୁତ୍ର ଥିଲା। ଅସରିୟ ମରାୟୋତର ପୁତ୍ର ଥିଲା। ମରାୟୋତ୍ ସରହିୟର ପୁତ୍ର ଥିଲା। ସରହିୟ ଉଷିର ପୁତ୍ର ଥିଲା। ଉଷି ବୁ‌କ୍‌କିର ପୁତ୍ର ଥିଲା। ବୁ‌କ୍‌କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହ‌ସ୍‌ର ପୁତ୍ର ଥିଲା। ପୀନହ‌ସ୍‌ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ। ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା’ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା। ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ। ଆଉ ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେଇ ସପ୍ତମ ବର୍ଷରେ ଯିରୁଶାଲମରେ ଉପସ୍ଥିତ ହେଲେ। କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୁଶାଲମରେ ଉପସ୍ଥିତ ହେଲେ। ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇସ୍ରାଏଲ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ଶିକ୍ଷା ଦେବାକୁ ଆପଣାକୁ ବିନିଯୋଗ କରିଥିଲେ। ଏଜ୍ରାଙ୍କ ନିକଟକୁ ରାଜା ଅର୍ତ୍ତକ୍ଷସ୍ତଙ୍କ ପତ୍ର ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ। ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ବ୍ୟବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ। ମୁଁ ଆଜ୍ଞା କରୁଅଛି, ଯେ ମୋ’ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୁଶାଲମକୁ ସ୍ୱଇଚ୍ଛାରେ ଯିବାକୁ ମନ କରନ୍ତି। ସେମାନେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ଯା’ନ୍ତୁ। ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ। ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ। ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ୱେଚ୍ଛାପୂର୍ବକ ଯାହା ଦେବେ ସେହିସବୁ ଉପହାର ନେବା ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତ ମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ହେଉଅଛ। ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ। ଆଉ ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। ପୁଣି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ସେବାର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହା ସବୁ ଯିରୁଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। ପୁଣି ତୁମ୍ଭ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ପ୍ରୟୋଜନୀୟ ଯାହା ଯାହା ନେବାକୁ ପଡ଼ିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ। ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡ଼ିବ। ତାହା ସବୁ 100 ତାଳନ୍ତ ପର୍ଯ୍ୟନ୍ତ ରୂପା ଓ 100 ମହଣ ପର୍ଯ୍ୟନ୍ତ ଗହମ ଓ 100 ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଉଛି, ତାହା ସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଠିକ୍ ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ୟବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ। ଆହୁରି ଯାଜକମାନଙ୍କର, ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ମନ୍ଦିରର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭକୁ ଜଣାଉ ଅଛୁ। ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ। ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ। ଏଜ୍ରାଙ୍କର ପରମେଶ୍ୱରଙ୍କୁ ପ୍ରଶଂସା ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି। ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି। ଏଜ୍ରାଙ୍କ ସହିତ ଆସିଥିବା ପ୍ରାଚୀନବର୍ଗଙ୍କ ତାଲିକା ଏହି ନାମଗୁଡ଼ିକ ହେଉଛି ପିତୃବଂଶର ମୁଖ୍ୟମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋ‍ନ୍‍ରୁ ଯିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ଯିରୁଶାଲମକୁ ଆସିଥିଲୁ। ଏହିଠାରେ ସେମାନଙ୍କର ଚିଠା ଦିଆଗଲା। ପୀନହ‌ସ୍‌ର ବଂଶଧରମାନଙ୍କ ମଧ୍ୟରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ୟରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ହଟୂଶ୍। ଶଖନିୟର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ, ପରିୟୋଶର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହୋଇଥିଲେ। ପହତ୍ ମୋୟାବର ବଂଶଧରମାନଙ୍କ ମଧ୍ୟରୁ ସରହିୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ 200 ପୁରୁଷ। ଏବଂ ଜାତୁଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନିୟ ଏବଂ ତାହା ସଙ୍ଗେ 300 ପୁରୁଷ। ଆଉ ଆଦୀନର ବଂଶଧରମାନଙ୍କ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ୍ ପୁରୁଷ। ଏଲମର ବଂଶଧରମାନଙ୍କ ମଧ୍ୟରୁ ଅଥଲିୟର ପୁତ୍ର ଯିଶାୟାହ ଓ ତାଙ୍କ ସଙ୍ଗେ 70 ପୁରୁଷ। ଶଫଟିୟର ବଂଶଧରମାନଙ୍କ ମଧ୍ୟରୁ ମୀଖାୟେଲର ପୁତ୍ର ସବଦିୟ ଓ ତାହା ସଙ୍ଗେ 80 ପୁରୁଷ। ଯୋୟାବର ବଂଶଧରମାନଙ୍କ ମଧ୍ୟରୁ ଯିହିୟେଲର ପୁତ୍ର ଓବଦିୟ ଓ ତାହାଙ୍କ ସଙ୍ଗେ 218 ପୁରୁଷ। ଆଉ ବାନିର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯୋଷିଫିୟର ପୁତ୍ର ଶଲୋମୀତ ଓ ତାହା ସଙ୍ଗେ 160 ପୁରୁଷ। ବେବୟର ବଂଶଧରମାନଙ୍କ ମଧ୍ୟରୁ ବେବୟର ପୁତ୍ର ଯିଖରିୟ ଓ ତାହାଙ୍କ ସଙ୍ଗେ 28ପୁରୁଷ। ଅ‌‌‌‌ସ୍‌‌‌‌ଗଦର ବଂଶଧରମାନଙ୍କ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ 110ପୁରୁଷ। ଅଦୋନୀକାମର ବଂଶଧରମାନଙ୍କ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଇଲିଫେଲଟ୍, ଯିୟୂୟେଲ, ଶମୟିମ ଓ ସେମାନଙ୍କ ସଙ୍ଗେ 60 ପୁରୁଷ। ଆଉ ବି‌ଗ୍‌ବୟ ବଂଶଧରମାନଙ୍କ ମଧ୍ୟରୁ ଊଥୟ ଓ ସବୂଦ୍ ଓ ସେମାନଙ୍କ ସଙ୍ଗେ 70 ପୁରୁଷ। ଯିରୁଶାଲମକୁ ପ୍ରତ୍ୟାବର୍ତ୍ତନ ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ। ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇ‌‌‌‌ଲ୍‌‌‌‌‌‌‌ନାଥନ, ଯାରିବ୍, ଇ‌‌‌‌ଲ୍‌‌‌‌‌‌‌ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇ‌‌‌‌ଲ୍‌‌‌‌‌‌‌ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା’ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି। ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି। ହସବିୟ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ୟରୁ ଯିଶୟାହ ତାହାର ଭାତୃଗଣ ଓ ସେମାନଙ୍କ ପୁତ୍ରଗଣ ଏପରି କୋଡ଼ିଏ ଜଣ। ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥନିୟ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା। ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘୋଷଣା କଲି। କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।” ଏଣୁ ଆମ୍ଭେମାନେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି। ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି। ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟପାତ୍ର ଓ 100 ତାଳନ୍ତ ସୁନା। 1000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି। ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। ସଦାପ୍ରଭୁ ଯିରୁଶାଲମସ୍ଥ ମନ୍ଦିର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପରିବାରର ନେତାମାନଙ୍କର ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁର ସୁରକ୍ଷା କର।” ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିରକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ। ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। ତେଣୁ ଆମ୍ଭେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। ଏହା ପରେ ଚତୁର୍ଥ ଦିନ ସେହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ତୌଲାଯାଇ ଊରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପୀନହ‌ସ୍‌ର ପୁତ୍ର ଏଲିୟାସର ଥିଲା। ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୂୟିର ପୁତ୍ର ନୋୟଦିୟ ଏହି ଲେବୀୟମାନେ ଥିଲେ। ସମଗ୍ର ଦ୍ରବ୍ୟ ଗଣା ଯାଇ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ତୌଲ୍ୟ ଲେଖାଗଲା। ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ଅଣ୍ତିରା ମେଷ, 77 ମେଷଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଥିଲା। ଏହା ପରେ ସେମାନେ ନଦୀ ସେପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ। ଅଣଯିହୁଦୀ ଲୋକମାନଙ୍କ ସହିତ ବିବାହ ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି। ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।” ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି। ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି। ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମୋ’ ଦେହରେ ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ ମୋର ଆଣ୍ଠୁମାଡ଼ି ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି, ହେ ମୋର ପରମେଶ୍ୱର, ମୁଁ ଲଜ୍ଜିତ ହୋଇଅଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ମୁହଁ ଦେଖାଇବାକୁ ଲଜ୍ଜିତ କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କର ମସ୍ତକର ଉପରକୁ ଉଠିଅଛି। ଆମ୍ଭମାନଙ୍କ ଦୋଷ ସ୍ୱର୍ଗସ୍ପର୍ଶୀ ହୋଇଅଛି। ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ‌‌ଖ‌ଡ଼୍‌ଗରେ, ବନ୍ଦୀତ୍ୱରେ ଓ ଅପମାନିତ ହେବା ପାଇଁ ସମର୍ପିତ ହୋଇଅଛୁ। “ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସିତ ଅବସ୍ଥାରେ ଆମ୍ଭମାନଙ୍କୁ ନିଶ୍ଚିତ ଆଶ୍ୱାସନା ଦେବେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ। ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲେ। “ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ! ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି। ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’ “ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ। ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ। “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।” ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ। ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି। ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ। ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।” ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ। ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ। ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ। ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ। ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ। ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।” ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ। କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।” ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତି‌କ୍‌ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ। ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ। ବିଦେଶିନୀ ସ୍ତ୍ରୀମାନଙ୍କୁ ବିବାହ କରିଥିବା ଲୋକମାନଙ୍କର ତାଲିକା ଯାଜକମାନଙ୍କ ବଂଶଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ହେଲେ ଯଥା: ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲିୟ। ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦେବେ ବୋଲି କଥା ଦେଲେ। ଆଉ ଦୋଷୀ ହେବାରୁ ସେମାନେ ନିଜ ନିଜର ଦୋଷ ସକାଶେ ପଲରୁ ଏକ ଏକ ମେଷ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ। ଆଉ ଇମ୍ମେରର ବଂଶଧରମାନଙ୍କ ମଧ୍ୟରୁ ହନାନି ଓ ସବଦିୟ। ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ। ପଶହୂରର ସନ୍ତାନମାନଙ୍କର ମଧ୍ୟରୁ ଇଲୟୋ-ଐନୟ, ମାସେୟ, ଇ‌ଶ୍‌ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲିୟାସା, ଆଉ ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍, ଶିମିୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହିୟ, ଯିହୁଦା ଓ ଇଲୀୟେଷର, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି। ଇସ୍ରାଏଲ ମଧ୍ୟରେ ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମ‌‌‌‌ଲ୍‌‌‌‌‌‌‌କିୟ, ମିୟାମୀନ୍, ଇଲିୟାସର, ମ‌‌‌‌ଲ୍‌‌‌‌‌‌‌କିୟ ଓ ବନାୟ। ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଯିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ। ସତ୍ତୁର ବଂଶଧରଗଣ ମଧ୍ୟରୁ ଇଲିୟୋ-ଐନୟ, ଇଲୀୟାଶୀବ୍, ମତ୍ତନିୟ, ଯିରେମୋତ୍, ଯାବତ୍ ଓ ଅସୀସା। ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନିୟ, ସଜୟ ଓ ଅତ୍ତଲୟ। ଆଉ ବାନିର ବଂଶଧରଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲକ, ଅଦାୟା, ଯାଶୂବ୍, ଶାଲ ଓ ଯିରେମୋତ୍। ଆଉ ପହତ୍ ମୋୟାବର ବଂଶଧରଗଣ ମଧ୍ୟରୁ ଅଦନ, କଲାଲ୍, ବନାୟ, ମାସେୟ, ମତ୍ତିନିୟ, ବତ୍ସଲେଲ, ବନ୍ନୁୟୀ ଓ ମନଃଶି। ହାରିମର ବଂଶଧରଗଣ ମଧ୍ୟରୁ ଇଲୀୟେଷର, ଯିଶିୟ, ମଲ୍ଲିୟ, ଶମୟିୟ, ଶିମିୟୋନ, ବିନ୍ୟାମୀନ, ମଲ୍ଲୂକ ଓ ଶମରିୟ। ହଶୂମର ବଂଶଧରଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି ଓ ଶିମିୟି। ବାନିର ବଂଶଧରଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉୟେଲ, ବନାୟ, ବେଦିୟା, କଲୂହ, ବନିୟା, ମରେମୋତ୍, ଇଲୀୟାଶୀବ୍, ମତ୍ତନିୟ, ମତ୍ତନୟ ଓ ଯାଶୟ। ଏବଂ ବିନ୍ନୁୟି, ଶିମିୟିର ଭବିଷ୍ୟଦ୍ ବଂଶଧର ମଧ୍ୟରୁ ଶେଲିମିୟ, ନାଥନ୍ ଓ ଅଦାୟା, ମଗ୍ନଦହବୟ, ଶାଶୟ, ଶାରୟ, ଅସରେଲ, ଶେଲିମିୟ, ଶମରିୟ, ଶଲ୍ଲୁମ୍, ଅମରିୟ ଓ ଯୋଷେଫ। ନବୋର ବଂଶଧରଗଣ ମଧ୍ୟରୁ ଯିୟୟେଲ, ମତ୍ତଥିୟ, ସାବଦ୍, ସବୀନଃ, ଇଦ୍ଦୋ, ଯୋୟେଲ ଓ ବନାୟ। ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ। ନିହିମିୟାଙ୍କର ପ୍ରାର୍ଥନା ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କି‌ଶ୍‌ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି। ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।” ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି: “ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ। “ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ। “ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’ “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।” ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି। ରାଜା ନିହିମିୟାଙ୍କୁ ଯିରୁଶାଲମକୁ ପଠାଇଥିଲେ ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷରେ ନିଶାନ ମାସରେ ଏହିପରି ଘଟିଥିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତରେ ଦୁଃଖିତ ହୋଇ ନ ଥିଲି। ଏଥିରେ ରାଜା ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ପୀଡ଼ିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡ଼ୁଛ? ମୁଁ ଭାବୁଛି ତୁମ୍ଭର ହୃଦୟ ଦୁଃଖପୂର୍ଣ୍ଣ ଅଛି।” ଏହା ପରେ ମୁଁ ଭୟ କଲି। ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମୋର ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତେବେଳେ ଉଜାଡ଼ି ହୋଇ ପଡ଼ିଛି ଓ ତହିଁର ଦ୍ୱାରସବୁ ଦ‌ଗ୍‌ଧ ହୋଇ ପଡ଼ିଛି ସେତେବେଳେ କାହିଁକି ମୋର ମୁଖ ଦୁଃଖିତ ହେବ ନାହିଁ।” ଏହା ପରେ ରାଜା ମୋତେ କହିଲେ, “ମୋ’ ନିକଟରୁ କ’ଣ ସାହାଯ୍ୟ ତୁମ୍ଭେ ଗ୍ଭହଁ।” ମୁଁ ଉତ୍ତର ଦେବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି। ଏହା ପରେ ମୁଁ ରାଜାଙ୍କୁ ଉତ୍ତର ଦେଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋର ପିତୃ ଲୋକଙ୍କ କବର ନଗରକୁ ମୋତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସେଠାକୁ ଯିବାକୁ ଗ୍ଭହେଁ। ଏବଂ ସେଠାରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭହେଁ।” ରାଣୀ ମଧ୍ୟ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମୋତେ ପଗ୍ଭରିଲେ, “ତୁମ୍ଭର ଯାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କେବେ ଫେରିବ?” ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେବାରୁ ମୁଁ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଲି। ମୁଁ ମଧ୍ୟ ରାଜାଙ୍କୁ କହିଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ିଦିଅନ୍ତି। ଏଥିପାଇଁ ସେମାନଙ୍କ ନିକଟକୁ ମୋ’ ହାତରେ ପତ୍ର ପଠାନ୍ତୁ। ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।” ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ। ତେଣୁ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦେଲି। ତେଣୁ ଦେଶାଧ୍ୟକ୍ଷ ମୋ’ ସହିତ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଲେ। ହାରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି। ନିହିମିୟା ଯିରୁଶାଲମର କାନ୍ଥଗୁଡ଼ିକୁ ପରିଦର୍ଶନ କଲେ ମୁଁ ଯିରୁଶାଲମକୁ ଗଲି ଓ ସେଠାରେ ତିନି ଦିନ ରହିଲି। ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା। ଅନ୍ଧାର ହେବା ମାତ୍ରେ ମୁଁ ଉପତ୍ୟକାର ଧାରଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦ‌ଗ୍‌ଧ ଦ୍ୱାରସବୁ ଦେଖିଲି। ତା’ପରେ ମୁଁ ନିର୍ଝର ଦ୍ୱାର ଓ ରାଜ ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହାନ ପଶୁ ପାଇଁ ଯିବାର ସ୍ଥାନ ନ ଥିଲା। ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାରରେ ଚଢ଼ିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦେଇ ଫେରି ଆସିଲି। ମୁଁ କେଉଁ ଆଡ଼େ ଗଲି ଓ କ’ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ୟ ଯିହୁଦୀୟମାନଙ୍କୁ, ଯାଜକମାନଙ୍କୁ, ମୁଖ୍ୟମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି। ଏହା ପରେ ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ଦେଖି ପାରୁଛ ଆମ୍ଭେମାନେ ଖରାପ ଅବସ୍ଥାରେ ଅଛୁ। ଯିରୁଶାଲମ କିପରି ଉଜାଡ଼ ହୋଇ ପଡ଼ିଛି ଏବଂ ଦ୍ୱାରସବୁ ଅଗ୍ନିରେ ଦ‌ଗ୍‌ଧ ହୋଇଅଛି। ନିନ୍ଦିତ ନ ହେବା ଆସ, ଆସ ପୁଣି ଥରେ ଯିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।” ମୁଁ ମଧ୍ୟ ସେହି ଲୋକମାନଙ୍କୁ ଜଣାଇ ଦେଲି ଯେ, ପରମେଶ୍ୱର ମୋ’ ଉପରେ ଦୟା କରିଛନ୍ତି ଏବଂ ଯାହା ମୋତେ ରାଜା କହିଥିଲେ, ମୁଁ ସେମାନଙ୍କୁ କହିଲି। ତା’ପରେ ସେହି ଲୋକମାନେ ଉତ୍ତର ଦେଲେ, “ତେବେ ଗ୍ଭଲ, ବର୍ତ୍ତମାନ ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିବା।” ତେଣୁ ସେମାନେ ନିଜକୁ ଏହି ଉତ୍ତମ କାମରେ ନିୟୋଜନ କଲେ। କିନ୍ତୁ ହୋରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?” କିନ୍ତୁ ମୁଁ ଏହିପରି କହିଲି, “ସ୍ୱର୍ଗସ୍ଥ ପରମେଶ୍ୱର ଆମ୍ଭର କାର୍ଯ୍ୟ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ଦାସ। ଆମ୍ଭେମାନେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ଯିରୁଶାଲମରେ ତୁମ୍ଭର କିଛି କାର୍ଯ୍ୟ ନାହିଁ।” ପ୍ରାଚୀର ନିର୍ମାଣ କର୍ତ୍ତା ଇଲିୟାଶୀବ ମହାଯାଜକ ଥିଲେ, ଇଲିୟାଶୀବ ଓ ତାଙ୍କର ସାଥୀ ଯାଜକମାନେ ମେଷ ଫାଟକ ଗଠନ କରିବାକୁ ଗଲେ। ସେମାନେ ସେହି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ୱାର ସ୍ଥାପନ କଲେ। ସେମାନେ ସହସ୍ର ଦୁର୍ଗର ଓ ହନନେଲ ଦୁର୍ଗର କାର୍ଯ୍ୟ କଲେ। ଯିରୀହୋର ଲୋକମାନେ ସେମାନଙ୍କ ପରେ କାମ କଲେ। ଇମ୍ରିର ପୁତ୍ର ସ‌କ୍‌କୂର ଯିରୀହୋର ଲୋକମାନଙ୍କ ପରେ କାମ କଲା। ହସନାୟାରର ପୁତ୍ରମାନେ ମତ୍ସ୍ୟଦ୍ୱାର ଗଠନ କଲେ। ସେମାନେ ତାର କଡ଼ି ଚଢ଼ାଇଲେ, ତା’ର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ। ସେମାନଙ୍କ ପରେ ହ‌କ୍‌କୋସର ପୁତ୍ର ଊରିୟ, ଊରିୟର ପୁତ୍ର ମରେମୋତ୍ ତାପର ଅଂଶ ମରାମତି କଲା, ଏବଂ ସେମାନଙ୍କ ପରେ ମଶେଷବେଲର ପୁତ୍ର ବେରିଖିୟ ଓ ବେରିଖିୟର ପୁତ୍ର ମଶୁଲ୍ଲମ୍ ପରବର୍ତ୍ତୀ ଅଂଶ ମରାମତି କଲା। ଆଉ ସେମାନଙ୍କ ପରେ ବାନାର ପୁତ୍ର ସାଦୋକ୍ ପରବର୍ତ୍ତୀ ଅଂଶ ମରାମତି କଲା। ତକୋୟୀୟ ଲୋକମାନେ ମରାମତି କଲେ। ସେମାନଙ୍କ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ହସ୍ତକ୍ଷେପ କଲେ ନାହିଁ। ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସେମାନେ ତହିଁର କଡ଼ି କବାଟ, କ‌‌‌‌ବ୍‌‌‌‌ଜା ଓ ଅର୍ଗଳ ଲଗାଇଲେ। ଗିବିୟୋନୀୟରୁ ମଲାଟିୟ ଓ ମରୋଣୋଥୀୟରୁ ଯାଦୋନ ସେମାନଙ୍କର ପାର୍ଶ୍ୱ ପ୍ରାଚୀରକୁ ମରାମତି କଲେ। ସେହି ଲୋକମାନେ ଗିବିୟୋନ ଓ ମି‌‌‌‌ସ୍‌‌‌‌ପାରୁ ଥିଲେ। ସେମାନେ ନଦୀର ପଶ୍ଚିମାଞ୍ଚଳ ରାଜ୍ୟପାଳ ଦ୍ୱାରା ଶାସିତ ହେଲେ। ହର୍ହୟର ପୁତ୍ର ସ୍ୱର୍ଣ୍ଣକାର ଉଷୀୟେଲ ସେମାନଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀୟ ଯିଏ କି ସୁଗନ୍ଧ ବ୍ୟାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୁଶାଲମ ଦୃଢ଼ କଲେ। ସେମାନଙ୍କ ନିକଟରେ ଯିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ଭଗ୍ନ ପ୍ରାଚୀର ଗଠନ କଲେ। ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ପ୍ରାଚୀର ଗଠନ କଲା। ତା’ ନିକଟକୁ ହ‌ଶ୍‌ବନିୟର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା। ହାରିମର ପୁତ୍ର ମ‌‌‌‌ଲ୍‌‌‌‌‌‌‌କିୟ ଓ ପହତ୍-ମୋୟାବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗ ଗଠନ କଲା। ତାହା ନିକଟରେ ଯିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହଲୋହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ୱାରର ଭଗ୍ନାଂଶ ଗଠନ କଲେ। ସେମାନେ ତାହା ଗଢ଼ି ତାର କବାଟ, କ‌‌‌‌ବ୍‌‌‌‌ଜା, ଅର୍ଗଳସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ଼ କଲେ। ବୈ‌ଥ୍‌ହ‌କ୍‌କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମ‌‌‌‌ଲ୍‌‌‌‌‌‌‌କିୟ ଖତଦ୍ୱାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ଲଗାଇଲା। ମି‌‌‌‌ସ୍‌‌‌‌ପା ପ୍ରଦେଶର ଶାସକ କ‌‌‌‌ଲ୍‌‌‌‌‌‌‌ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ୱାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କ‌‌‌‌ବ୍‌‌‌‌ଜା, ଢାଲ, ଅର୍ଗଳସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ସେ ରାଜାଙ୍କର ରାଜୋଦ୍ୟାନ ଓ ଶେଲା ପୁଷ୍କରୀଣୀ ପ୍ରାଚୀର ମରାମତି କଲେ। ବୈ‌ଥ୍‌ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅ‌‌‌‌ସ୍‌‌‌‌ବୂକର ପୁତ୍ର ନିହିମିୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ମନୁଷ୍ୟକୃତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲେ। ତାର ନିକଟକୁ ଲେବୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତା’ପରେ ଅର୍ଦ୍ଧ କିୟୀଲା ପ୍ରଦେଶର ଅଧ୍ୟକ୍ଷ ହଶବିୟ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ। ସେମାନଙ୍କ ଭାତୃଗଣ କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ। ତାହା ନିକଟରେ ମି‌‌‌‌ସ୍‌‌‌‌ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ। ତା’ର ନିକଟକୁ ସବ୍ବୟର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିୟାଶୀବ୍ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ। ତାପରକୁ ହ‌କ୍‌କୋସର ପୌତ୍ର ଊରିୟର ପୁତ୍ର ମରେମୋତ୍ ଇଲିୟାଶୀବର ଗୃହଦ୍ୱାରଠାରୁ ଇଲିୟାଶୀବର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ। ତା’ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ। ସେମାନଙ୍କ ପରେ ବିନ୍ୟାମୀନ ଓ ହଶୂବ୍ ସେମାନଙ୍କ ଆପଣାମାନଙ୍କ ଗୃହଗୁଡ଼ିକ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। ସେମାନଙ୍କ ପରେ ଅନନିୟର ପୁତ୍ର ମାସେୟ, ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ। ତା’ପରକୁ ହେନାଦଦର ପୁତ୍ର ବେନ୍ନୁୟୀ ଅସରିୟର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀ ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିୟୋଶର ପୁତ୍ର ପଦାୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ଏହି ସମୟରେ ନଥୀନୀୟମାନେ ଜଳଦ୍ୱାରର ପୂର୍ବଦିଗରେ ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ। ତା’ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ। ଯାଜକମାନେ ପ୍ରତ୍ୟେକ ନିଜ ନିଜ ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରଭାଗର ଭଗ୍ନଅଂଶ ଗଠନ କଲେ। ସେମାନଙ୍କ ପରେ ଇ‌‌‌‌‌‌ମ୍‌‌‌‌‌‌ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା’ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ। ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। ତା’ପରେ ମ‌‌‌‌ଲ୍‌‌‌‌‌‌‌କିୟ ନାମକ ଜଣେ ସ୍ୱର୍ଣ୍ଣକାର ସୈନ୍ୟମାନେ ଏକତ୍ରିତ ହେଉଥିବା ଫାଟକ ଆଗରେ ମନ୍ଦିର ଦାସମାନଙ୍କର, ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଭଗ୍ନ ଅଂଶ ମରାମତି କଲେ। କୋଣର ଉଠାଣୀ ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ। ସ‌ନ୍‌ବଲ୍ଲଟ୍ ଏବଂ ଟୋବିୟ ସ‌ନ୍‌ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା। ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?” ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।” ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା। ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।” ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା। ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସ‌ନ୍‌ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅ‌‌‌‌ସ୍‌‌‌‌ଦୋଦୀୟମାନେ ଅତିଶୟ ରାଗି ଗଲେ। ଆଉ ସମସ୍ତେ ଯିରୁଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ। ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ। ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’” ଆଉ ସେମାନଙ୍କ ନିକଟରେ ବାସ କରୁଥିବା ଯିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, “ଗ୍ଭରିଆଡ଼େ ସେମାନେ ଆମ୍ଭର ବିରୋଧୀ ହେବେ।” ଏଣୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କୁ ‌‌ଖ‌ଡ଼୍‌ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।” ଏହା ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣିବାରୁ ଆମ୍ଭେମାନେ ପ୍ରତ୍ୟେକ ପ୍ରାଚୀରରେ ନିଜ ନିଜ କାର୍ଯ୍ୟକୁ ଫେରିଗଲୁ। ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛରେ ରହିଲେ। ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକ ଆପଣା ଆପଣା କଟି ଦେଶରେ ‌‌ଖ‌ଡ଼୍‌ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। ଏହା ପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଜଣେ ଜଣକଠାରୁ ଦୂରରେ ଅଛୁ। ଏଣୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।” ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାହା ଦେଖିବା ସମୟ ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ। ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୁଶାଲମ ଭିତରେ ରୁହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚା‍ଦ୍‍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ। ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।” ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।” ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।” ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। ମୁଁ ଏ ବିଷୟରେ ଚିନ୍ତା କଲି, ତା’ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।” ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।” ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।” ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।” ତା’ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ। ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। ମାତ୍ର ମୋର ପୂର୍ବାବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ ଗ୍ଭଳିଶ୍ ଶେକଲ ରୌପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। ମୁଁ ଯିରୁଶାଲମର ପ୍ରାଚୀର କାର୍ଯ୍ୟରେ ନିଜକୁ ନିୟୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମୋର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ବ୍ୟସ୍ତ ରହିଲେ। ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ। ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା। ହେ ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ଯ୍ୟ କରିଅଛି, ମୋର ତାହା ସବୁ ସ୍ମରଣ କର। ଘୋର ସମସ୍ୟା ଏହା ପରେ ସ‌ନ୍‌ବଲ୍ଲଟ୍, ଟୋବିୟ, ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଶତ୍ରୁମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀରରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ। ସେତେବେଳେ ସ‌ନ୍‌ବଲ୍ଲଟ୍ ଓ ଗେଶମ ମୋ’ ନିକଟକୁ ଲୋକ ପଠାଇ କହିଲେ, “ଆସ ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ସାକ୍ଷାତ କରିବା।” ମାତ୍ର ସେମାନେ ମୋର ହିଂସା କରିବାକୁ ବିଗ୍ଭର କରିଥିଲେ। ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସେହି କାର୍ଯ୍ୟ ବନ୍ଦ କରି ପାରିବି ନାହିଁ।” ସେମାନେ ସେହି ସମବାର୍ତ୍ତା ମୋ’ ପାଖକୁ ଗ୍ଭରି ଥର ପଠାଇଲେ। ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏହା ପରେ ସ‌ନ୍‌ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଚିଠିଦେଇ ପଞ୍ଚମ ଥର ସେହି ସମବାର୍ତ୍ତା ପଠାଇଲା। ସେଥିରେ ଏହିପରି ଲେଖା ଯାଇଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। ‘ଯିହୁଦାରେ ଏକ ରାଜା ଅଛନ୍ତି!’ ବୋଲି ଆପଣା ବିଷୟ ଯିରୁଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କରିଅଛ। “ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏଣୁ ଏବେ ଆସ ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରିବା।” ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କରୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ, ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ।” ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।” ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର ମୋତେ ସବଳ କର।” ଦିନେ ମୁଁ ମହେଟବେଲର ପୁତ୍ର ଦଲାୟ, ଦଲାୟର ପୁତ୍ର ଶମୟିୟ ନିକଟକୁ ଗଲି। ମାତ୍ର ତାକୁ ତା’ର ଗୃହରେ ବନ୍ଦ କରାଯାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା, “ଆସ ଆମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଭିତରେ ସାକ୍ଷାତ କରିବା ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରିବା। କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।” କିନ୍ତୁ ମୁଁ ଶମୟିୟଙ୍କୁ କହିଲି, “ମୋ’ ପରି ଲୋକ କ’ଣ ଦୌଡ଼ି ପଳାଇବ? ମୋ’ ପରି ଲୋକ ପ୍ରାଣ ବଞ୍ଚାଇବା ପାଇଁ ମନ୍ଦିର ଭିତରକୁ ଯିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ଯିବି ନାହିଁ।” ମାତ୍ର ମୁଁ ଜାଣିଲି ଶମୟିୟଙ୍କୁ ପରମେଶ୍ୱର ପଠାଇ ନ ଥିଲେ। ତଥାପି ସେ ମୋ’ ପ୍ରତିକୂଳରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲା। କାରଣ ଟୋବିୟ ଓ ସ‌ନ୍‌ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ। ଏହି ଉଦ୍ଦେଶ୍ୟ ପାଇଁ ତାକୁ ଭଡ଼ାରେ ଅଣା ଯାଇଥିଲା, ଯାହା ଫଳରେ ମୁଁ ଭୟରେ ଏହା କରି ପାପ କରିବି ଏବଂ ତା’ପରେ ସେମାନେ ମୋର ନାମକୁ ଦୁର୍ନାମ ଓ ପରିହାସ କରିବା ପାଇଁ କାରଣ ପାଇବେ। ହେ ପରମେଶ୍ୱର, ଟୋବିୟ ଓ ସ‌ନ୍‌ବଲ‌‌‌ଟ୍‌‌‌ର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ୟ‌ଦ୍‌ବକ୍ତା ନୋୟଦିୟା ସହିତ ଅନ୍ୟ ଯାଜକମାନେ ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରାଚୀର ସମ୍ପୂର୍ଣ୍ଣ ହେଲା ତେଣୁ 52 ଦିନ ମଧ୍ୟରେ ଇଲୂଲ୍ ମାସର ପଞ୍ଚବିଂଶ ଦିନରେ ପ୍ରାଚୀର ସମାପ୍ତ ହେଲା। ପୁଣି ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଏହା ଶୁଣି ଭୟ କଲେ ଓ ସେମାନଙ୍କର ବିଶ୍ୱାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାହାଯ୍ୟରେ ହେଲା, ଏହା ସେମାନେ ବୁଝିଲେ। ଆହୁରି ସେହି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। କାରଣ ସେ ଆରାଃର ପୁତ୍ର ଶଖନିୟର ଜ୍ୱାଇଁ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖିୟର ପୁତ୍ର ମଶୁଲ୍ଲମର କନ୍ୟାକୁ ବିବାହ କରିଥିବାରୁ ଯିହୁଦାର ଅନେକ ଲୋକ ତା’ ନିକଟରେ ଶପଥ କରିଥିଲେ। ସେମାନେ ମୋତେ ତା’ର ଉତ୍ତମ କାର୍ଯ୍ୟ ବିଷୟରେ କହିଲେ ଓ ମୋ’ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା। ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ, ଏହା ପରେ ଆମ୍ଭେ ସମସ୍ତ ଦ୍ୱାରରେ କବାଟ ଲଗାଇଲୁ। ଏହା ପରେ, ମୁଁ ଦ୍ୱାରପାଳ ଗାୟକ ଓ ଲେବୀୟମାନଙ୍କୁ ନିଯୁକ୍ତ କଲି। ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା। ଆଉ ମୁଁ ହନାନିକୁ ଓ ହନାନିୟକୁ କହିଲି, “ଦିନରେ ସୂର୍ଯ୍ୟ ପ୍ରଚଣ୍ତ ନ ହେବା ପର୍ଯ୍ୟନ୍ତ ଯେପରି ଫାଟକ ନ ଖୋଲା ଯାଏ, ଆଉ ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ସୂର୍ଯ୍ୟାସ୍ତ ସମୟରେ ଦ୍ୱାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭେମାନେ ଯିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। କେତେକ ପ୍ରହରୀ ସେମାନଙ୍କ ଶିବିରରେ ଛିଡ଼ା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହର ସମ୍ମୁଖରେ ରହନ୍ତୁ।” ଫେରିଥିବା ବନ୍ଦୀମାନଙ୍କର ତାଲିକା ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧ୍ୟରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା। ଏହା ପରେ ବଂଶାବଳି କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋର ପରମେଶ୍ୱର ମୋ’ ମନରେ ପ୍ରବୃତ୍ତି ଯାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସେମାନଙ୍କର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲେଖା ଯାଇଥିବାର ଦେଖିଲି। ଯେଉଁମାନେ ବନ୍ଦୀରୂପେ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଯିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫେରି ଆସିଲେ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦୀୟମାନଙ୍କୁ କରାୟତ କରିଥିଲେ। ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବି‌‌‌ଲ୍‌‌ଶନ୍, ମମ୍ପର, ବି‌ଗ୍‌ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା। ପରିୟୋଶର ବଂଶଧର 2172 ଜଣ। ଶଫଟିୟର ବଂଶଧର 372 ଜଣ। ଆରହର ବଂଶଧର 652ଜଣ। ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହ‌ତ୍‌ମୋୟାବର ବଂଶଧର 2818 ଜଣ। ଏଲମର ବଂଶଧର 1254 ଜଣ। ସତ୍ତୂର ବଂଶଧର 845 ଜଣ। ସ‌କ୍‌କୟର ବଂଶଧର 760 ଜଣ। ବିନ୍ନୁୟିର ବଂଶଧର 648 ଜଣ। ବେବୟର ବଂଶଧର 628 ଜଣ। ଅ‌‌‌‌ସ୍‌‌‌‌ଗଦର ବଂଶର 2322 ଜଣ। ଅଦୋନୀକାମର ବଂଶଧର 667 ଜଣ। ବି‌ଗ୍‌ବୟର ବଂଶଧର 2067 ଜଣ। ଅଦୀନର ବଂଶଧର 655 ଜଣ। ହିଜକିୟର ଆଟରର ବଂଶଧରରୁ 98 ଜଣ। ହଶୂମର ବଂଶଧର 328 ଜଣ। ବେ‌ତ୍‌ସୟର ବଂଶଧର 324 ଜଣ। ହାରୀଫର ବଂଶଧର 112 ଜଣ। ଗିଦିୟୋନିର ବଂଶଧର 95 ଜଣ। ବୈ‌ଥ୍‌ଲେହମ ଓ ନଟୋଫା ସହରରୁ 188 ଜଣ। ଅନାଥୋତର ଲୋକ 128 ଜଣ। ବେଥ୍-ଅ‌‌‌‌ସ୍‌‌‌‌ମାବତ ସହରରୁ 42 ଜଣ। କିରିୟତ୍ ଯିୟାରୀମ, କଫୀରା ଓ ବେରୋତ ସହରରୁ 743 ଜଣ। ରାମା ଓ ଗେବା ସହରରୁ 621 ଜଣ। ମି‌କ୍‌ମସ ସହରରୁ 122 ଜଣ। ବୈଥେଲ୍ ଓ ଅୟ ସହରରୁ 123 ଜଣ। ଅନ୍ୟ ନବୋ ସହରରୁ 52 ଜଣ। ଅନ୍ୟ ଏଲମ ସହରରୁ 1254 ଜଣ। ହାରୀମ ସହରରୁ 320 ଜଣ। ଯିରୀହୋ ସହରରୁ 345 ଜଣ। ଲୋଦ୍, ହାଦୀଦ୍ ଓ ଓନୋ ସହରରୁ 721 ଜଣ। ସନାୟ ସହରରୁ 3930 ଜଣ। ଯାଜକଗଣ: ଯେଉଁମାନେ ଯିଦୟିୟର ଭବିଷ୍ୟଦ୍ ବଂଶଧର ଓ ଯେଶୂୟ ପରିବାରର ସଭ୍ୟ 973 ଜଣ। ଇମ୍ମେରର ବଂଶଧର 1052 ଜଣ। ପ‌ଶ୍‌ହୂରର ବଂଶଧର 1247 ଜଣ। ହାରିମର ବଂଶଧର 1017 ଜଣ। କ‌‌‌‌‌ଦ୍‌‌‌‌‌ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ। ଗାୟକଗଣ: ଆସଫର ବଂଶଧର 148 ଜଣ। ଏହିମାନେ ହେଲେ ଦ୍ୱାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟ‌‌‌‌ଲ୍‌‌‌‌‌‌‌ମୋନ, ଅ‌କ୍‌କୂବ, ହଟୀଟା ଓ ଶୋବୟ 138 ଜଣ। ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସୂଫା, ଟବ୍ବାୟୋତର ବଂଶଧର। କେରୋସର, ସୀୟର, ପଦୋନ। ଲବାନା, ହଗାବ, ଶ‌‌‌‌ଲ୍‌‌‌‌‌‌‌ମୟ, ହାନନ, ଗିଦ୍ଦେଲ, ଗହର, ରାୟା, ର‍ତ୍‍ସୀନ୍, ନକୋଦ, ଗସମ, ଉଷ, ପାସେହ, ବେଷୟ, ମିୟନୀମ, ନଫୁଷୀମ, ବ‌କ୍‌ବୁକ, ହକୂଫା, ହର୍ବୂର, ବ‌‌‌‌ସ୍‌‌‌‌ଲୂତ, ମହୀଦା, ହର୍ଶା, ବର୍କୋସ, ସୀଷରା, ତେମହ, ନ‌ତ୍‌ସୀହ, ହଟୀଫା। ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ: ସୋଟୟ, ସୋଫେରତ, ପରିଦା, ଯାଳା, ଦର୍କଣ, ଗିଦ୍ଦେଲ, ଶଫଟିୟ, ହଟୀଲା, ପୋଖେରତ୍-ହ‌ତ୍‌ସବାୟିମ ଓ ଆମୋନ, ମନ୍ଦିରର ସମୁଦାୟ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ। ତେଲମେଲହ, ତେ‌‌‌‌ଲ୍‌‌‌‌‌‌‌ହର୍ଶା, କଋବ୍, ଅଦ୍ଦନ ଓ ଇ‌‌‌‌‌‌ମ୍‌‌‌‌‌‌ମୋର, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ ଏହିମାନେ। ଦଲାୟ, ଟୋବିୟ ଓ ନକୋଦ ବଂଶଧର 642 ଜଣ। ଯାଜକମାନଙ୍କ ପରିବାର ମଧ୍ୟରୁ ହବାୟ, ହକୋସ ଓ ବର୍ସିଲ୍ଲୟର ବଂଶଧର। ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ୟାତ ହେଲା। ସେମାନେ ସେମାନଙ୍କର ପରିବାରର ଇତିହାସ ଖୋଜିଲେ, ସେମାନଙ୍କର ମଧ୍ୟରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହୋଇଥିଲେ, ମାତ୍ର ସେମାନେ ପାଇଲେ ନାହିଁ। ତେଣୁ ସେମାନେ ଯାଜକତ୍ୱରୁ ଅଯୋଗ୍ୟ ଘୋଷିତ ହେଲେ। ଶାସନକର୍ତ୍ତା ସେମାନଙ୍କୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ। ଆଉ ସମସ୍ତ ସମାବେଶରେ 42,360 ଜଣ ଥିଲେ। ଏହା ଛଡ଼ା ସେମାନଙ୍କ ଦାସଦାସୀ 7337 ଜଣ ଥିଲେ। ସେମାନଙ୍କର 245 ଜଣ ଗାୟକ ଗାୟୀକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଓଟ, 6720 ଗଧ ଥିଲେ। ପରିବାରର ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1000 ସ୍ୱର୍ଣ୍ଣମୁଦ୍ରା, ପଗ୍ଭଶ୍ କୁଣ୍ତ, 530 ଯାଜକୀୟ ବସ୍ତ୍ର ଦେଲା। ଆଉ ପରିବାରର କେତେକ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ୱର୍ଣ୍ଣମୁଦ୍ରା ଓ 2200 ରୂପାମୁଦ୍ରା ଦେଲେ। ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ୱର୍ଣ୍ଣମୁଦ୍ରା ଓ 2000 ରୂପାମୁଦ୍ରା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ। ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ। ଏଜ୍ରା ବ୍ୟବସ୍ଥାମାନ ପଢ଼ିଲେ ତେଣୁ ସମସ୍ତ ଲୋକମାନେ ଜଳଦ୍ୱାର ନିକଟରେ ଥିବା ଛକରେ ଏକ ମନରେ ଏକତ୍ରିତ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଲିପିକାରଙ୍କୁ କହିଲେ। ସପ୍ତମ ମାସର ପ୍ରଥମ ଦିନରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖରେ ବ୍ୟବସ୍ଥା ପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ। ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ। ଏଜ୍ରା ଯାଜକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠମୟ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାର୍ଶ୍ୱରେ ତାଙ୍କ ନିକଟରେ ମତ୍ତଥିୟ, ଶେମା, ଅନାୟ, ଊରିୟ, ହି‌ଲ୍‌‌‌କିୟ, ମାସେୟ ଠିଆ ହେଲେ, ଏବଂ ତାଙ୍କ ବାମ ପାର୍ଶ୍ୱରେ ପଦାୟ ଓ ମୀଶାୟେଲ, ମ‌‌‌‌ଲ୍‌‌‌‌‌‌‌କିୟ, ହଶୁମ ଓ ହ‌ଶ୍‌ବଦ୍ଦାନା, ଯିଖରିୟ ଓ ମଶୁଲ୍ଲମ ଠିଆ ହେଲେ। ଏହା ପରେ ଏଜ୍ରା ସମସ୍ତ ଲୋକଙ୍କ ସମ୍ମୁଖରେ ସେହି ବ୍ୟବସ୍ଥା ପୁସ୍ତକ ଫିଟାଇଲେ। କାରଣ ଏଜ୍ରା ସମସ୍ତଙ୍କଠାରୁ ଉଚ୍ଚ ସ୍ଥାନରେ ଛିଡ଼ା ହୋଇଥିଲେ। ସେ ବ୍ୟବସ୍ଥା ପୁସ୍ତକ ଫିଟାଇବା ସମୟରେ ସମସ୍ତେ ଛିଡ଼ା ହେଲେ। ତେଣୁ ଏଜ୍ରା ସଦାପ୍ରଭୁ ମହାନ ପରମେଶ୍ୱରଙ୍କର ପ୍ରଶଂସା କଲା। ଏବଂ ସମସ୍ତ ଲୋକ ନିଜ ନିଜର ହସ୍ତ ଉଠାଇ କହିଲେ, “ଆମେନ୍! ଆମେନ୍!” ଯେଶୂୟ, ବାନି, ଶେରେବିୟ, ଯାମୀନ୍, ଅ‌କ୍‌କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ୍, ଅସରିୟ, ଯୋଷାବଦ୍, ହାନନ୍, ପଲାୟ ଏହି ଲୋକମାନେ ଲେବୀୟ ଗୋଷ୍ଠୀର ଥିଲେ। ସେମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିଲେ। ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଏବଂ ତହିଁର ଅର୍ଥ ବୁଝାଇ ଦେଲେ, ଯେଉଁଥିରେ ଲୋକମାନେ ବୁଝି ପାରିଲେ। ଦେଶାଧ୍ୟକ୍ଷ ନିହିମିୟା, ଲିପିକାର ଓ ଯାଜକ ଏଜ୍ରା ଓ ଲେବୀୟମାନେ, ଯେଉଁମାନେ ବୁଝିବାରେ ଲୋକମାନଙ୍କୁ ସାହାଯ୍ୟ କଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ କର ନାହିଁ କି ରୋଦନ କର ନାହିଁ।” ସେମାନେ ଏହା କହିଲେ, କାରଣ ବ୍ୟବସ୍ଥା ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।” ଏହିପରି ଭାବରେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇଲେ। “ତୁମ୍ଭେ ସମସ୍ତେ ନୀରବ ହୁଅ, କାରଣ ଆଜି ପବିତ୍ର ଦିନ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ।” ଏହା ପରେ ସମସ୍ତ ଲୋକମାନେ ଭୋଜନପାନ କରିବାକୁ, ଉପହାର ପଠାଇବାକୁ ଓ ଆନନ୍ଦ କରିବାକୁ ଗ୍ଭଲିଗଲେ, କାରଣ ସେମାନେ ପଢ଼ିଥିବା ବାକ୍ୟର ଅର୍ଥ ବୁଝି ପାରିଲେ। ଏହା ପରେ ଦ୍ୱିତୀୟ ଦିନ, ସମଗ୍ର ଲୋକଙ୍କର ପରିବାରର ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଲିପିକାର ନିକଟରେ ଏକତ୍ରିତ ହେଲେ। ସେମାନେ ମୋଶାଙ୍କର ବ୍ୟବସ୍ଥା ପୁସ୍ତକ ପଢ଼ିଲେ ଏବଂ ତାଙ୍କର ନିର୍ଦ୍ଦେଶ ସବୁ ପାଇଲେ। ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସରେ ଇସ୍ରାଏଲୀୟ ବାସୀମାନେ କ୍ଷଣସ୍ଥାୟୀ କୁଟୀରପର୍ବ ପାଳନ କରିବା ଉଚିତ୍। ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଏହି ବାର୍ତ୍ତା ଯିରୁଶାଲମକୁ ଓ ସେମାନଙ୍କ ସମସ୍ତ ନଗରକୁ ପଠାଇଲେ। “ପର୍ବତମୟ ଦେଶକୁ ଯାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ୟ, ମେହେନ୍ଦି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡ଼ିର କ୍ଷଣସ୍ଥାୟୀ ପତ୍ରକୂଟୀର ତିଆରି କରିବାରେ ବ୍ୟବହାର କର। ଏହିପରି କର କାରଣ ତାହା ବ୍ୟବସ୍ଥା ପୁସ୍ତକରେ ଲିଖିତ ଅଛି।” ତହିଁରେ ଲୋକମାନେ ବାହାରେ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ। ପ୍ରତ୍ୟେକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ପରମେଶ୍ୱରଙ୍କ ଗୃହର ସବୁ ପ୍ରାଙ୍ଗଣରେ ଓ ଜଳ ଦ୍ୱାର ଛକରେ ଓ ଇଫ୍ରୟିମ ଦ୍ୱାର ଛକରେ ଅସ୍ଥାୟୀ କୁଟୀର ନିର୍ମାଣ କଲେ। ନିର୍ବାସିତ ଫେରି ଆସିଥିବା ଲୋକଙ୍କର ସମଗ୍ର ଦଳ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୂନର ପୁତ୍ର ଯିହୋଶୂୟର ସମୟାବଧି ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନଗଣ ସେପରି କରି ନ ଥିଲେ। ଏଣୁ ଏଥିପାଇଁ ବଡ଼ ଆନନ୍ଦ ହେଲା। ଆହୁରି ସେ ପ୍ରଥମ ଦିନାବଧି ଶେଷଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ନିୟମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା। ଇସ୍ରାଏଲୀୟମାନେ ସେମାନଙ୍କର ପାପ ସ୍ୱୀକାର କଲେ ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ। ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଇସ୍ରାଏଲୀୟ ବଂଶ ସେମାନେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇସ୍ରାଏଲୀୟମାନେ ମନ୍ଦିରରେ ଠିଆ ହୋଇ ନିଜର ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପୂର୍ବପୁରୁଷଗଣ କରିଥିବା ପାପ ସ୍ୱୀକାର କଲେ। ସେମାନେ ସେଠାରେ ପ୍ରାୟ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ପାଠ କଲେ। ଏହା ପରେ ସେମାନେ ସେଠାରେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ପାପ ସ୍ୱୀକାର କଲେ ଓ ନତମସ୍ତକ ହୋଇ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ଉପାସନା କଲେ। ଏହା ପରେ, ଯେଶୂୟ, ବାନି, କ‌‌‌‌‌ଦ୍‌‌‌‌‌ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ। ଏହା ପରେ ଲେବୀୟମାନେ: ଯେଶୂୟ, କ‍ଦ୍‍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର। “ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। ତୁମ୍ଭେ ହିଁ ପରମେଶ୍ୱର ଅଟ। ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ। ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରତ୍ୟେକର ଜୀବନଦାତା। ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି। ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ। ତୁମ୍ଭେ ତାଠାରେ ତାର ଅନ୍ତକରଣ ବିଶ୍ୱସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ। ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ। କାରଣ ତୁମ୍ଭେ ଧର୍ମମୟ ଅଟ। ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ। ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା’ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ। କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ ରୁକ୍ଷ ବ୍ୟବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ। ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ। ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ। ତୁମ୍ଭେ ଦିବସରେ ମେଘ ସ୍ତମ୍ଭ ଦ୍ୱାରା, ରାତ୍ରିରେ ସେମାନଙ୍କ ଯିବା ବାଟକୁ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ଗମନ କରାଇଲ। ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ। ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ। ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ। ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ। ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ବ୍ୟବସ୍ଥା ଆଦେଶ କଲ। ସେମାନଙ୍କ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲ। ସେମାନଙ୍କ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ ଆଜ୍ଞା ଦେଲ, ‘ଯାଅ, ଭୂମିକୁ ନିଅ,’ ଯେଉଁଟାକି ତୁମ୍ଭେ ସେମାନଙ୍କୁ ଦେବା ପାଇଁ ଶପଥ କରିଥିଲ। ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ। ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ। ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ। ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ। “ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ, କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’ ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ। ସେତେବେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ। ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନି ମଶାଲକୁ ସେମାନଙ୍କଠାରୁ ଛଡ଼ାଇ ନେଇ ନାହିଁ। ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ। ତୁମ୍ଭେ ସେମାନଙ୍କଠାରୁ ତୁମ୍ଭର ମାନ୍ନା ଛଡ଼ାଇ ନେଲ ନାହିଁ। ସେମାନଙ୍କର ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ। ତୁମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ। ସେମାନଙ୍କର କିଛି ଅଭାବ ହେଲା ନାହିଁ। ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କର ପାଦ ଫୁଲିଲା ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସେମାନେ ସୀହୋନ ଦେଶ ହି‌‌‌‌ଷ୍‌‌‌‌ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ। ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ। ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ। ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ। ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ। ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ। ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ନେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ। ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ। ତଥାପି ସେମାନେ ଅନାଜ୍ଞାବହ ହେଲେ। ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ। ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ। ତୁମ୍ଭର ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ, ସେମାନଙ୍କୁ ହତ୍ୟା କଲେ ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ। ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ ସେମାନେ ସେମାନଙ୍କୁ କ୍ଳେଶ ଦେଲେ। ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ। ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ମାତ୍ର ସେମାନେ ବିଶ୍ରାମ କଲାପରେ, ପୁନର୍ବାର ତୁମ୍ଭ ବିରୁଦ୍ଧରେ କୁକର୍ମମାନ କଲେ। ଏଣୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣଙ୍କ ହସ୍ତରେ ସମର୍ପଣ କଲ। ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆଉ ଅନେକ ଥର ତୁମ୍ଭେ ଆପଣା ଦୟା ଅନୁସାରେ ସେମାନଙ୍କୁ ଉଦ୍ଧାର କଲ। ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ। ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ। କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ। ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ। ସେମାନେ ବହୁତ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ। ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ। “ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭେ ସତର୍କ କଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ ସମର୍ପଣ କଲ। “କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସେମାନଙ୍କୁ ପୁରାପୁରି ଧ୍ୱଂସ କଲ ନାହିଁ। ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ କାରଣ ତୁମ୍ଭେ କୃପାମୟ ଦୟାଳୁ ପରମେଶ୍ୱର ଅଟ। ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର, ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅଶୂରୀୟ ରାଜଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ୟ‌ଦ୍‌ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଳେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ। ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ ଯାହା ଯାହା ଘଟିଅଛି, ସେ ସବୁରେ ତୁମ୍ଭେ ଧର୍ମମୟ ଅଟ। କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ। ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। ପୁଣି ଆମ୍ଭମାନଙ୍କ ରାଜଗଣ, ରାଜପୁତ୍ରଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି। ସେମାନେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଦେଇଥିଲ। ଯେହେତୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫେରି ନାହାନ୍ତି। ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ। ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। ଆଉ ଆମ୍ଭମାନଙ୍କ ପାପ ହେତୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭେମାନେ ମହା କ୍ଳେଶରେ ଅଛୁ। “ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’ ଏହି ଚୁକ୍ତି ପତ୍ରଗୁଡ଼ିକ ଏହିସବୁ ଅଧିକାରୀଙ୍କ ମୋହରରେ ସ୍ୱାକ୍ଷରିତ ହୋଇଥିଲା। ଯଥା: ରାଜ୍ୟପାଳ ନିହିମିୟା ହଖଲିୟଙ୍କ ପୁତ୍ର। ସିଦିକିୟ, ସରାୟ, ଅସରିୟ, ଯିରିମିୟ, ପ‌ଶ୍‌ହୂର, ଅମରିୟ, ମ‌‌‌‌ଲ୍‌‌‌‌‌‌‌କିୟ, ହଟୂଶ୍, ଶବନିୟ, ମଲ୍ଲୂକ, ହାରିମ୍, ମରେମୋତ୍, ଓବେଦିୟ, ଦାନିୟେଲ, ଗିନ୍ନଥୋନ୍, ବାଋକ୍, ମଶୁଲ୍ଲମ୍, ଅବିୟ, ମିୟାମୀନ, ମାସିୟ, ବି‌‌‌‌ଲ୍‌‌‌‌‌‌‌ଗୟ, ଶମୟିୟ, ଏମାନେ ସମସ୍ତେ ଯାଜକ ଥିଲେ। ଲେବୀୟଗଣ ଯଥା: ଅସନିୟର ପୁତ୍ର ଯେଶୂୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କ‌‌‌‌‌ଦ୍‌‌‌‌‌ମିୟେଲ୍। ସେମାନଙ୍କର ଭାତୃଗଣ, ଶବନିୟ, ହୋଦିୟ, କଲିଟ୍, ପଲାୟ, ହାନନ୍, ମୀଖା, ରହୋବ, ହଶବିୟ, ସ‌କ୍‌କୁର, ଶେରେବୀୟ, ଶବନିୟ, ହୋଦିୟ, ବାନି, ବନୀନୁ, ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିୟୋଶ୍, ପହତ୍-ମୋୟାବ, ଏଲମ୍, ସତ୍ତୁ, ବାନି, ବୁନ୍ନି, ଅ‌‌‌‌ସ୍‌‌‌‌ଗଦ୍, ବେବୟ, ଅଦୋନିୟ, ବି‌ଗ୍‌ବୟ, ଆଦୀନ, ଆଟେର, ହିଜକିୟ, ଅସୂର, ହୋଦିୟ, ହଶୁମ୍, ବେ‌ତ୍‌ସୟ, ହାରୀଫ୍, ଅନାଥୋତ୍, ନୋବୟ। ମ‌ଗ୍‌ପୀୟସ, ମଶୁଲ୍ଲମ୍ ଓ ହେଷୀର, ମଶେଷବେଲ, ସାଦୋକ୍, ଯଦ୍ଦୁୟ, ପଲାଟିୟ, ହାନନ୍ ଓ ଅନାୟ, ହୋଶେୟ, ହନାନିୟ, ଓ ହଶୂବ, ହଲୋହେସ, ପିଲହ, ଶୋବେକ, ରହୂମ୍, ହଶ‌‌‌‌ବ୍‌‌‌‌ନା ଓ ମାସେୟ, ଅହିୟ, ହାନନ୍ ଓ ଅନାନ୍, ମଲ୍ଲୂକ୍, ହାରିମ୍ ଏବଂ ବାନା। ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ୱରଙ୍କ ନିକଟରେ ଏକ ଶପଥ କଲେ। ସେମାନେ କହିଲେ, “ଯଦି ଆମ୍ଭେମାନେ ଆମ୍ଭର ଶପଥ ନରଖୁ, ତେବେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ।” ପରମେଶ୍ୱରଙ୍କ ବ୍ୟବସ୍ଥା ତାଙ୍କର ଦାସ ମୋଶାଙ୍କ ଦ୍ୱାରା ଘୋଷଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକାରେ ସଦାପ୍ରଭୁ ପରମେଶ୍ୱରଙ୍କର ବ୍ୟବସ୍ଥା ଓ ନିୟମ ମାନିବା ପାଇଁ ଶପଥ କଲେ। ସେମାନେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସେମାନେ ପରମେଶ୍ୱରଙ୍କର ବ୍ୟବସ୍ଥା ରଖିପାରିବେ। ସେମାନେ ସେମାନଙ୍କର ସ୍ତ୍ରୀଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ସେମାନଙ୍କର ଭାତୃଗଣ, ସେମାନଙ୍କର କୁଳୀନଗଣ ଏହି ଶପଥ ନେବା ପାଇଁ ରାଜି ଥିଲେ। *** ସେମାନେ ପ୍ରତିଜ୍ଞା କରି କହିଲେ, “ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ। “ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ଦିନରେ, କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ। “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବାକାର୍ଯ୍ୟ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀୟାଂଶ ଶେକଲ ରୂପା ପ୍ରତି ବର୍ଷ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟ ପାଇଁ ଦେବୁ। ଅର୍ଥାତ୍ ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ନିମନ୍ତେ। “ଆମ୍ଭେମାନେ ଗୁଲିବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲେବୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ କାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ୟବସ୍ଥାରେ ଯାହା ଲିଖିତ ହୋଇଅଛି ସେହି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଯଜ୍ଞବେଦିରେ ସେହି କାଠଗୁଡ଼ିକ ଜଳାଯିବା ଉଚିତ୍। “ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏ କଥା ଗ୍ରହଣ କରିଥିଲୁ। “ବ୍ୟବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ୟ ନିୟମ କରୁଥିଲୁ। “ଏବଂ ଆମ୍ଭେମାନେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର କୋଠରୀକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ୟର ଏକ ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗରରେ ଏକ ଦଶମାଂଶ ଆଦାୟ କରନ୍ତି। ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ। ଇସ୍ରାଏଲର ଲୋକମାନେ ଏବଂ ଲେବୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତରେ ତାଙ୍କର ଉପହାର ଆଣିବେ। ସେମାନେ ଶସ୍ୟ, ଦ୍ରାକ୍ଷାରସ, ତୈଳ ସେହି କୋଠରୀକୁ ଆଣିବେ, ଯେଉଁଠାରେ ଦାୟିତ୍ୱରେ ଥିବା ଯାଜକମାନେ, ଦ୍ୱାରପାଳଗଣ ଓ ଗାୟକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ “ଆମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିର ପ୍ରତି ହେଳା କରିବୁ ନାହିଁ।” ନୂତନ ଲୋକମାନଙ୍କର ଯିରୁଶାଲମକୁ ପ୍ରବେଶ ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ। ଆଉ ଯେଉଁମାନେ ଯିରୁଶାଲମରେ ବାସ କରିବାକୁ ସ୍ୱଇଚ୍ଛାରେ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶର ଏହି ପ୍ରଧାନବର୍ଗ ଯିରୁଶାଲମରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇସ୍ରାଏଲର ଅନ୍ୟ ନଗରରେ ଲୋକମାନେ, ଯାଜକମାନେ, ଲେବୀୟମାନେ, ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ନିଜ ନିଜ ନଗରରେ ବାସ କଲେ। ଯିହୁଦାର ବଂଶଧରଗୁଡ଼ିକ ମଧ୍ୟରୁ ଓ ବିନ୍ୟାମୀନର ବଂଶଧରଗୁଡ଼ିକ ମଧ୍ୟରୁ, କେତେକ ଲୋକ ଯିରୁଶାଲମରେ ବାସ କଲେ। ଯିହୁଦାର ବଂଶଧରମାନଙ୍କ ମଧ୍ୟରୁ ଉଷିୟର ପୁତ୍ର ଅଥାୟ, ସେହି ଉଷିୟ ଯିଖରିୟର ପୁତ୍ର, ତାଙ୍କର ପୁତ୍ର ଅମରିୟ, ଅମରିୟର ପୁତ୍ର ଶଫଟିୟ, ତାଙ୍କର ପୁତ୍ର ମହଲଲେଲ, ତାଙ୍କର ପୁତ୍ର, ପେରସର ପୁତ୍ରମାନଙ୍କ ମଧ୍ୟରୁ ଜଣେ। ବାଋକର ପୁତ୍ର ମାସେୟ, ବାଋ‌‌‌କ୍‌‌‌କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବର ପୁତ୍ର, ଯୋୟାରୀବ୍ ଯିଖରିୟର ପୁତ୍ର ଥିଲା। ଯିଖରିୟ ଶୀଲୋନିୟମାନଙ୍କର ଭବିଷ୍ୟଦ୍ ବଂଶଧର ଥିଲା। ପେରସର ବଂଶଧର ମୋଟ 468 ଜଣ ବୀର ପୁରୁଷ ଯିରୁଶାଲମରେ ବାସ କଲେ। ବିନ୍ୟାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ଯୋୟେଦର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର ଥିଲା, ପଦାୟ କଲୋୟାର ପୁତ୍ର ଥିଲା, କଲୋୟା ମାସେୟର ପୁତ୍ର ଥିଲା, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର ଥିଲା। ତାଙ୍କର ଭ୍ରାତାଗଣ ସହିତ ଗବ୍ବୟ, ସଲ୍ଲୟ ଆଦି 928 ଜଣ ଥିଲେ। ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ମୁଖ୍ୟ ଥିଲେ। ହସନୟାର ପୁତ୍ର ଯିହୁଦା ନଗରର ଦ୍ୱିତୀୟ ଶାସକ ଥିଲେ। ଏହି ଯାଜକମାନେ ଯେଉଁମାନେ ଯିରୁଶାଲମକୁ ଯାତ୍ରା କରିଥିଲେ। ସେମାନେ ହେଲେ, ଯୋୟାରୀବର ପୁତ୍ର ଯିଦୟିୟ, ଯାଖୀନ, ହି‌ଲ୍‌‌‌କିୟର ପୁତ୍ର ସରାୟ, ହି‌ଲ୍‌‌‌କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହିଟୁ‌‌‌‌ବ୍‌‌‌‌ର ପୁତ୍ର, ସରାୟ ପରମେଶ୍ୱରଙ୍କ ମନ୍ଦିରର ନିରୀକ୍ଷକ ଥିଲେ। ସେମାନଙ୍କର ଆତ୍ମୀୟମାନଙ୍କ ସହିତ ଏକାଠି ହୋଇ ଯେଉଁମାନେ ପରମେଶ୍ୱରଙ୍କ ମନ୍ଦିରରେ କାମ କରୁଥିଲେ ସେମାନେ 822 ଜଣ ଥିଲେ। ଯିରୋହମର ପୁତ୍ର ଅଦାୟା, ପଲଲିୟର ପୁତ୍ର ଯିରୋହମ, ଅ‌‌‌‌‌‌ମ୍‌‌‌‌‌‌ସିର ପୁତ୍ର ପଲଲିୟ, ଯିଖରିୟର ପୁତ୍ର ଅମସି, ପ‌ଶ୍‌ହୂରର ପୁତ୍ର ଯିଖରିୟ, ମଲ୍ଲିୟେଲର ପୁତ୍ର ପ‌ଶ୍‌ହୂର। ଅଦାୟାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସରେଲର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର। ଆଉ ସେମାନଙ୍କ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହ‌ଗ୍‌ଦୋଲୀମର ପୁତ୍ର ସ‌‌‌‌ବ୍‌‌‌‌ଦୀୟେଲ ସେମାନଙ୍କର ନିରୀକ୍ଷକ ଥିଲା। ଲେବୀୟମାନଙ୍କ ମଧ୍ୟରୁ ଯଥା: ହଶୂବର ପୁତ୍ର ଶମୟିୟ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିୟର ପୁତ୍ର, ହସବିୟ ବୁନ୍ନିର ପୁତ୍ର। ଲେବୀୟ ପ୍ରଧାନ ବର୍ଗମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ମନ୍ଦିରର ବାହାର କାର୍ଯ୍ୟର ନିରୀକ୍ଷକ ଥିଲେ। ମୀକାର ପୁତ୍ର ମତ୍ତନିୟ ଯିଏ କି ସ‌‌‌‌ବ୍‌‌‌‌ଦିର ଆସଫର ପୁତ୍ର ଥିଲା, ଯିଏ କି ଶମ୍ମୁୟର ପୁତ୍ର ବ‌କ୍‌ବୁକିୟ ଓ ଅବଦା ସହିତ ଧନ୍ୟବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ଯିଏ କି ଗାଲଲର ପୁତ୍ର, ଗାଲଲ ଯିଏ କି ଯିଦୂଥୂନର ପୁତ୍ର ଥିଲା। ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବମୋଟ୍ 284 ଜଣ ଥିଲେ। ଦ୍ୱାରପାଳ ଅ‌କ୍‌କୁବ୍, ଟ‌‌‌‌ଲ୍‌‌‌‌‌‌‌ମୋନ ଓ ସେମାନଙ୍କର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରୀ ଥିଲେ, ସେମାନେ 172 ଜଣ ଥିଲେ। ଇସ୍ରାଏଲର ଯାଜକମାନଙ୍କର ଓ ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ନିଜ ନିଜର ସମ୍ପତ୍ତିରେ ରହିଲେ। ମନ୍ଦିରର ସେବକମାନେ ଓଫଲ ପର୍ବତରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସେବକମାନଙ୍କର ମୂଖ୍ୟ ଥିଲେ। ଉଷି ଯିରୁଶାଲମରେ ଲେବୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିୟର ପୁତ୍ର, ହଶବିୟ ଯିଏ କି ମତ୍ତନୀୟର ପୁତ୍ର, ମତ୍ତନିୟ ଯିଏ କି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ୱରଙ୍କ ମନ୍ଦିରରେ ସେବା କରୁଥିବା ଗାୟକର ଓ ଆସଫର ବଂଶଧର ଥିଲେ। ରାଜା ଆଜ୍ଞା ଦେଲେ ଯେ, ପ୍ରତ୍ୟେକ ଦିନ ଗାୟକମାନଙ୍କୁ ପୁରସ୍କାର ଦିଆଯିବା ଉଚିତ୍। ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କୁ ଉପଦେଶ ଦେଲେ। ଯିହୁଦାର ଲୋକମାନଙ୍କ ମଧ୍ୟରୁ କେତେକ କ୍ଷେତ୍ରସ୍ଥ ନଗରରେ ଅର୍ଥାତ୍ କିରିୟଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗରରେ, ଯିକ‌‌‌‌ବ୍‌‌‌‌ସେଲ ଓ ତହିଁର ଗ୍ରାମରେ ରହିଲେ। ଯେଶୂୟରେ, ମୋଲାଦାରେ ଓ ବୈ‌ଥ୍‌ପେଲଟରେ, ଆଉ ହ‌ତ୍‌ସର-ଶୁୟାଲରେ, ‌ବେ‌ର୍‌ଶେବା ଓ ତହିଁର ଉପନଗରରେ ରହିଲେ। ଆଉ ସିକ୍କଗରେ, ମକୋନା ଓ ତହିଁର ଉପନଗରରେ ରହିଲେ। ଐନରିମ୍ମୋଣରେ, ସରାୟରେ ଓ ଯର୍ମୁତରେ, ସାନୋହ, ଅଦୁଲ୍ଲମ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଗ୍ରାମରେ ବାସ କଲେ। ଏହିପରି ସେମାନେ ବେ‌ର୍‌ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମୀନ ସନ୍ତାନଗଣ ମଧ୍ୟ ଗେବାଠାରୁ ମି‌କ୍‌ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ବାସ କଲେ। ଅନାଥୋତ, ନୋବ, ଓ ଅନନିୟାରେ ହା‌ତ୍‌ସୋର, ରାମା, ଗିତ୍ତୟିମରେ, ହାଦୀଦ, ସବୋୟିମ, ନବଲ୍ଲାଟରେ, ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଯିହୁଦାରେ ବାସ କରୁଥିବା କେତେକ ଲେବୀୟ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ। ଯାଜକମାନେ ଓ ଲେବୀୟମାନେ ଏହିମାନେ ହେଉଛନ୍ତି ଯାଜକ ଓ ଲେବୀୟ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଲେ, ସେମାନେ ହେଲେ ସରାୟ, ଯିରିମିୟ, ଏଜ୍ରା, ଅମରିୟ, ମଲ୍ଲୂକ, ହଟୂଶ, ଶଖନିୟ, ରହୂମ, ମରେମୋତ୍, ଇଦ୍ଦୋ, ଗିନ୍ନଥୋୟ, ଅବିୟ, ମିୟାମୀନ୍, ମୋୟଦିୟ, ବିଲଗା, ଶମୟିୟ ଓ ଯୋୟାରୀବ, ଯିଦୟିୟ, ସଲ୍ଲୁ, ଆମୋକ, ହି‌ଲ୍‌‌‌କିୟ, ଯିଦୟିୟ। ଏମାନେ ଯେଶୂୟ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧ୍ୟରେ ପ୍ରଧାନ ଥିଲେ। ଲେବୀୟମାନେ ଯଥା: ଯେଶୂୟ, ବିନ୍ନୁୟି, କ‌‌‌‌‌ଦ୍‌‌‌‌‌ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ। ଏହି ମତ୍ତନିୟ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ୟ ଥିଲେ। ସେମାନଙ୍କର ଭାଇ ବ‌କ୍‌ବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ। ଯେଶୂୟ ଯୋୟାକୀ‌‌‌‌‌‌ମ୍‌‌‌‌‌‌ର ପିତା ଥିଲେ, ଯୋୟାକୀମ୍ ଇଲିୟାଶୀବର ପିତା ଥିଲେ ଓ ଇଲିୟାଶୀବ ଯୋୟାଦର ପିତା ଥିଲେ। ଯୋୟାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ ଯୁଦ୍ଦୁୟର ପିତା ଥିଲେ। ପୁଣି ଯୋୟାକୀମର ସମୟରେ ଏହି ଯାଜକଗଣ ସେମାନଙ୍କର ପରିବାରବର୍ଗଗୁଡ଼ିକର ମୁଖ୍ୟ ଥିଲେ, ଯଥା: ସରାୟ ବଂଶର ପ୍ରଧାନ ଥିଲେ ମରାୟ। ଯିରିମିୟ ବଂଶର ମୁଖ୍ୟ ଥିଲେ ହନାନିୟ, ଏଜ୍ରା ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ୍। ଅମରିୟ ପରିବାରର ଯିହୋହାନନ୍ ମୁଖ୍ୟ ଥିଲେ। ମଲ୍ଲୁକ ପରିବାରର ମୁଖ୍ୟ ଥିଲେ ଯୋନାଥନ। ଶବନିୟ ପରିବାରର ମୁଖ୍ୟ ଥିଲେ ଯୋଷେଫ, ଅଦନ୍, ହାରିମ ପରିବାରର ମୁଖ୍ୟ ଥିଲେ। ହି‌ଲ୍‌‌‌କିୟ, ମରାୟୋତ ପରିବାରର ମୁଖ୍ୟ ଥିଲେ। ଯିଖରିୟ, ଇଦ୍ଦୋ ପରିବାରର ମୁଖ୍ୟ ଥିଲେ, ଗିନ୍ନଥୋନ ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ। ସିଖ୍ରି, ଅବିୟ ପରିବାରର ମୁଖ୍ୟ ଥିଲେ। ପି‌‌‌‌ଲ୍‌‌‌‌‌‌‌ଟେୟ, ମିନ୍ୟାମିନ ଓ ମୋୟଦିୟ ପରିବାରର ମୁଖ୍ୟ ଥିଲେ। ଶମ୍ମୁୟ, ବି‌‌‌‌ଲ୍‌‌‌‌‌‌‌ଗା ପରିବାରର ମୁଖ୍ୟ ଥିଲେ। ଯିହୋନାଥନ, ଶମୟିୟ ପରିବାରର ମୁଖ୍ୟ ଥିଲେ। ମତ୍ତନୟ, ଯୋୟାରୀବ ପରିବାରର ମୁଖ୍ୟ ଥିଲେ, ଉଷି, ଯିଦୟିୟ ପରିବାରର ମୁଖ୍ୟ ଥିଲେ। କଲ୍ଲୟ, ସଲ୍ଲୟ ପରିବାରର ମୁଖ୍ୟ ଥିଲେ। ଏବର୍, ଆମୋକ ପରିବାରର ମୁଖ୍ୟ ଥିଲେ, ହଶବିୟ, ହି‌ଲ୍‌‌‌କିୟ ପରିବାରର ମୁଖ୍ୟ ଥିଲେ। ନଥନେଲ ଯିଦୟିୟ ପରିବାରର ମୁଖ୍ୟ ଥିଲେ। ଇଲିୟାଶୀବ, ଯୋୟାହ ଓ ଯୋହାନନ୍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିୟାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ୟ ରୂପେ ବଂଶାବଳିରେ ଲିଖିତ ହେଲେ। ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିୟାଶୀବର ପୁତ୍ର ଯୋହାନନ୍‌ର ସମୟ ପର୍ଯ୍ୟନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା। ଲେବୀୟମାନଙ୍କ ପ୍ରଧାନଗଣ, ହଶବିୟ, ଶେରେବିୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ। ମତ୍ତନିୟ ଓ ବ‌କ୍‌ବୁକିୟ, ଓବଦିୟ, ମଶୁଲ୍ଲମ୍, ଟ‌‌‌‌ଲ୍‌‌‌‌‌‌‌ମୋନ୍, ଅ‌କ୍‌କୁବ୍ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ। ଏମାନେ ସମସ୍ତେ ଯୋଷାଦକର ପୁତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ରାଜ୍ୟପାଳ ନିହିମିୟା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ। ଯିରୁଶାଲମ ପ୍ରାଚୀରର ସମର୍ପଣ ଏହା ପରେ ଯିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୁଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସବୁ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ। ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀୟମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗି‌‌‌‌ଲ୍‌‌‌‌‌‌‌ଗ‌‌‌‌ଲ୍‌‌‌‌‌‌‌ରୁ ଆଉ ଗେବା ଓ ଅ‌‌‌‌ସ୍‌‌‌‌ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ। କାରଣ ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ। *** ଯାଜକମାନେ ଓ ଲେବୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ। ଏହା ପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି। ତହିଁରେ ଏକଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପରଦେଇ ଖତଦ୍ୱାର ଆଡ଼କୁ ଗଲେ। ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତି ବର୍ଗରେ ଅର୍ଦ୍ଧେକ, ଆଉ ଅସରିୟ, ଏଜ୍ରା ଓ ମଶୁଲ୍ଲମ୍, ଯିହୁଦା ଓ ବିନ୍ୟାମୀନ୍ ଓ ଶମୟିୟ ଓ ଯିରିମିୟ। କେତେକ ଯାଜକ ତୂରୀ ନେଇ ଗଲେ। ଯିଖରିୟ ଯିଏ କି, ଯୋନାଥନଙ୍କର ପୁତ୍ର, ଯିଏ କି ଶମୟିୟର ପୁତ୍ର, ଯିଏ କି ମତ୍ତନୀୟଙ୍କର ପୁତ୍ର, ଯିଏ କି ମିଖାୟଙ୍କର ପୁତ୍ର, ଯିଏ କି ସ‌କ୍‌କୁରଙ୍କର ପୁତ୍ର, ଯିଏ କି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମୟିୟ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ, ଯିହୁଦା ଓ ହାନାନୀ। ପରମେଶ୍ୱରଙ୍କର ଏହି ଲୋକମାନେ ପରମେଶ୍ୱରଙ୍କର ସେବକ ଦାଉଦ ନିକଟକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସେମାନଙ୍କ ଆଗରେ ଗଲେ। ତାହାର ଭାତୃଗଣ ଶମୟିୟ ଓ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ୱରଙ୍କ ସେବକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଲିପିକାର ଏଜ୍ରା ସେମାନଙ୍କ ଆଗେ ଆଗେ ଗ୍ଭଲିଲେ। ସେମାନେ ଝର ଫାଟକ ନିକଟରେ ହେଲା ପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହଚ ଉଠିବା ପରେ, ଦାଉଦଙ୍କର ଗୃହ ଉପରେ ଦେଇ ପୂର୍ବ ଆଡ଼େ ଜଳଦ୍ୱାର ଆଡ଼େ ଗଲେ। ତା’ପରେ ଅନ୍ୟ ଦଳ ଧନ୍ୟବାଦ ଉତ୍ସର୍ଗ କରିବାକୁ ବାମ ପାର୍ଶ୍ୱକୁ ଗଲେ। ଲୋକମାନଙ୍କର ଅର୍ଦ୍ଧେକ ଓ ମୁଁ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। ଦୁଇ ଦଳ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରୁଥିଲେ ପରମେଶ୍ୱରଙ୍କ ମନ୍ଦିରରେ ଛିଡ଼ା ହେଲେ। ଅର୍ଦ୍ଧେକ ପଦାଧିକାରୀ ସହିତ ମୁଁ ମଧ୍ୟ ସେପରି କଲି। ଇଲିୟାକୀମ୍, ମାସେୟ, ମିନ୍ୟାମିନ୍, ମୀଖାୟ, ଇଲିୟୋ-ଐନୟ, ଯିଖରିୟ, ହନାନିୟ, ଆଦି ଯାଜକଗଣ ମଧ୍ୟରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ। ଆଉ ମାସେୟ, ଶମୟିୟ, ଇଲିୟାସର, ଉଷି, ଯିହୋହାନନ୍, ମ‌‌‌‌ଲ୍‌‌‌‌‌‌‌କିୟ, ଏଲମ୍ ଓ ଏଷର ସମସ୍ତେ ଠିଆ ହୋଇ ରହିଲେ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରିହିୟ ଗାନ କଲେ। ପୁଣି ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ୱର ସେମାନଙ୍କୁ ମହା ଆନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଯିରୁଶାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ସେହି ଦିନରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିୟମ ଅନୁଯାୟୀ ଆଣିଲେ। ଲୋକମାନଙ୍କୁ କୋଠରୀରେ ନିରୀକ୍ଷଣ କରିବା ପାଇଁ ନିଯୁକ୍ତ କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତି ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦୀୟମାନେ ବହୁତ ଆନନ୍ଦିତ ହୋଇଥିଲେ। ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। ପୂର୍ବକାଳରେ ଦାଉଦ ଓ ଆସଫ୍ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା। ତେଣୁ ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ସେମାନଙ୍କର ଉପହାରଗୁଡ଼ିକ ସମର୍ପଣ କଲେ ଓ ଲେବୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡ଼ିକ ସମର୍ପଣ କଲେ। ନିହିମିୟାଙ୍କର ଶେଷ ନିର୍ଦ୍ଦେଶ ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ। କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ। ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରସ୍ଥିତ କୋଠରୀ ସବୁର ଦାୟିତ୍ୱ ଇଲିୟାଶୀ‌‌‌‌ବଙ୍କୁ ଦିଆଗଲା। ଇଲିୟାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା। ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା। ମୁଁ ଏସବୁ ସମୟରେ ଯିରୁଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ୍ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ପରେ ରାଜାଙ୍କୁ ବିଦାୟ ମାଗିଲି। ଏହା ପରେ ମୁଁ ଯିରୁଶାଲମକୁ ଫେରି ଆସିଲି ଏବଂ ଇଲିୟାଶୀବ୍, ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ମନ୍ଦିରର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷୟରେ ଶୁଣିଲି। ଏହା ମୋତେ ବ୍ୟତିବ୍ୟସ୍ତ କଲା, ଏଣୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦେଲି। ଏହା ପରେ ମୁଁ ଆଜ୍ଞା କରିବାରୁ, ସେମାନେ କୋଠରୀସବୁକୁ ଶୁଚିକଲେ। ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଶସ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି। ମୁଁ ଜାଣିବାକୁ ପାଇଲି ଯେ, ଲେବୀୟମାନଙ୍କ ଅଂଶ ତାଙ୍କୁ ଦିଆଯାଇ ନ ଥିଲା। ତେଣୁ ଲେବୀୟମାନେ ଓ ଗାୟକମାନେ ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ନିଜ ନିଜ ଭୂମିକୁ ଫେରି ଯାଇଥିଲେ। ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, “କାହିଁକି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ଅବହେଳା କଲ?” ଏ ବିଷୟରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ କଲି। ତା’ପରେ ମୁଁ ଲେବୀୟମାନଙ୍କୁ ଏକତ୍ର କଲି ଏବଂ ସେମାନଙ୍କୁ ସେମାନଙ୍କର ନିଜ କ୍ଷେତ୍ରରେ ନିଯୁକ୍ତି କଲି। ତେଣୁ ସମଗ୍ର ଯିହୁଦା ଶସ୍ୟର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ। ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସ‌କ୍‌କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସ‌କ୍‌କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା। ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ବିଷୟ ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ। ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି। ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ। ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ। ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।” ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି। ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ। ତା’ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ। ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି। ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର। ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। ସେମାନଙ୍କ ବାଳକମାନେ ଅଧେ ଅ‌‌‌‌ସ୍‌‌‌‌ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ। ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ। ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?” ମହାଯାଜକ ଇଲିୟାଶୀ‌‌‌‌ବ୍‌‌‌‌ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସ‌ନ୍‌ବଲ‌ଟ୍‌ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ’ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି। ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି। ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋର ପରମେଶ୍ୱର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର। ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ, ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା। ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲ‌ନ୍‌ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ। ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା। ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବି‌ଗ୍‌ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ। ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା। ମାତ୍ର ବାଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। ଏହି ସମୟରେ କର୍ଶନା, ଶେଥର, ଅ‌‌‌‌‌ଦ୍‌‌‌‌‌ମାଥା, ‌ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ। ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।” ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି। କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ। “ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ। “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।” ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା। ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।” ଏଷ୍ଟର ରାଣୀ ତିଆରିହେଲେ ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ। ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ। ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା। ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀ‌ଶ୍‌ର ପ୍ରପୌତ୍ର। ଯେଉଁ ଲୋକମାନେ ଯିହୁଦାର ରାଜା ଯିକନିୟ ସହିତ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ। ସେମାନଙ୍କ ସହିତ କୀଶ୍ ଯିରୁଶାଲମଠାରୁ ନିର୍ବାସିତ ହୋଇଥିଲା। ମର୍ଦ୍ଦଖୟ ଆପଣା ମାମୁଁ କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା, କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନେହମୟୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖୟ ତାହାକୁ ନିଜର କନ୍ୟାରୂପେ ଗ୍ରହଣ କରିଥିଲା। ଯେତେବେଳେ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଗ୍ଭରିତ ହେଲା, ଶୂଶନ୍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା’ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। ଏହା ପରେ, ଏଷ୍ଟର କିପରି ଅଛି ଓ ସେ କ’ଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ନ୍ୟାୟାଳୟରେ ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା। ଦ୍ୱାଦଶ ମାସ ଶେଷରେ, ରାଜା ଅକ୍ଷଶ୍ୱରଶ ନିକଟକୁ ଏକ କୁଆଁରୀ କନ୍ୟାର ଉପସ୍ଥିତ ହେବାର ସମୟ ଆସିଲା। କାରଣ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା। ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା। ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ। ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେ‌ତ୍‌ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା। ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା। ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା। ମର୍ଦ୍ଦଖୟ ଏକ ମନ୍ଦ ଯୋଜନା ବିଷୟରେ ଜାଣିଲେ କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା। ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ହିଁ ସେପରି ତାହାର ଆଜ୍ଞା ପାଳନ କଲା। ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ। ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା। ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା। ଯିହୁଦୀମାନଙ୍କୁ ଧ୍ୱଂସ କରିବା ପାଇଁ ହାମ‌ନ୍‌ର ଯୋଜନା ଥିଲା ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମ‌ନ୍‌କୁ ପ୍ରଣାମ କଲେ। କାରଣ ରାଜା ତାହା ବିଷୟରେ ସେହିପରି ଆଜ୍ଞା ଦେଇଥିଲେ। ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ। ଏଣୁ ରାଜଦ୍ୱାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?” ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମ‌ନ୍‌କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା। ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା। ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା। ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ। ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ। “ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।” ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା। ପୁଣି ରାଜା ହାମ‌ନ୍‌କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।” ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମ‌ନ୍‌ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ। ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉ‌‌‌‌‌ଦ୍‌‌‌‌‌ବିଗ୍ନ ହେଲା। ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ। ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଡ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। ତା’ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା। ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା। ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।” ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। *** ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?” ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶନରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।” *** ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ। ଏଷ୍ଟର ରାଜାଙ୍କୁ କହିଲେ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ। ତା’ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ। ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବା।” ଏଷ୍ଟର କହିଲା, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜିକୁ ଆଗମନ କରନ୍ତୁ।” ଏହା ପରେ ରାଜା କହିଲେ, “ ହାମ‌ନ୍‌କୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରି ପାରିବୁ।” ଏହା ପରେ ରାଜା ଓ ହାମନ୍ ଏଷ୍ଟରର ପ୍ରସ୍ତୁତ ନୈଶ ଭୋଜିକୁ ଆସିଲେ। ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।” ତହିଁରେ ଏଷ୍ଟର କହିଲା, “ମୋର ନିବେଦନ ଓ ପ୍ରାର୍ଥନା ଏହି କି, ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।” ହାମନ୍ ମର୍ଦ୍ଦଖୟଙ୍କ ଉପରେ କ୍ରୋଧ କଲେ ସେଦିନ ହାମନ୍ ଆନନ୍ଦିତ ହୋଇ ଗ୍ଭଲିଗଲା। ମାତ୍ର ହାମନ୍, ରାଜଦ୍ୱାରରେ ନିଜ ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। ତଥାପି ହାମନ୍ ନିଜର କ୍ରୋଧକୁ ନିୟନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତା’ପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶକୁ ଡକାଇ ଆଣିଲା। ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। କିନ୍ତୁ ମୁଁ ପ୍ରତ୍ୟେକଥର ଯିହୁଦୀ ମର୍ଦ୍ଦଖୟକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମୋର କିଛି ଭଲ କରେ ନାହିଁ।” ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।” ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା। ମର୍ଦ୍ଦଖୟକୁ ସମ୍ମାନ କରାଗଲା ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା। ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କର ନପୁଂସକ ବି‌ଗ୍‌ଥନ୍ ଓ ତେରଶ୍ ନାମରେ ଦୁଇଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲା। ଏଣୁ ରାଜା ପଗ୍ଭରିଲେ, “ଏଥିପାଇଁ ମର୍ଦ୍ଦଖୟକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ଯାଇଅଛି?” ରାଜାଙ୍କର ସେବାକାରୀ ଦାସମାନେ କହିଲେ, “ତାହା ପାଇଁ କିଛି କରାଯାଇ ନାହିଁ।” ତେଣୁ ରାଜା ପଗ୍ଭରିଲେ, “ପ୍ରାଙ୍ଗଣରେ କିଏ ଅଛି?” ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠରେ ମର୍ଦ୍ଦଖୟକୁ ଫାଶି ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ୱାର ପ୍ରାଙ୍ଗଣକୁ ଆସିଲା। ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଛିଡ଼ା ହୋଇଅଛି।” ତେଣୁ ରାଜା କହିଲେ, “ସେ ଭିତରକୁ ଆସୁ।” ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ’ଣ କରାଯିବ?” ହାମନ୍ ମନେ ମନେ ଭାବିଲା, “ରାଜା ମୋ’ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?” ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସନ ଏବଂ ଅଶ୍ୱ ଯେଉଁଥିରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ। ଆଉ ସେହି ବସନ ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସେମାନେ ସେହି ରାଜ ବସନ ପିନ୍ଧାନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରାନ୍ତୁ। ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।’” ଏଥିରେ ରାଜା ହାମ‌ନ୍‌କୁ କହିଲା, “ତୁମ୍ଭେ ଏହା ଶୀଘ୍ର କର,” ଯେପରି କହିଲ। “ସେପରି ବସନ ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର, ସେଥିରୁ କିଛି ଊଣା କର ନାହିଁ, ଯାହା ତୁମ୍ଭେ କହିଲ।” ତେଣୁ ହାମନ୍ ସେହି ବସନ ଓ ଅଶ୍ୱନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। “ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।” ଏହିକଥା ତାହାର ଆଗେ ଆଗେ ଘୋଷଣା କଲା। ଏହା ପରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମନ୍ ଶୋକାକୁଳ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା। ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ଯ୍ୟା ସେରଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସେରଶ ତାହାକୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାକୁ ଜୟକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତରେ ନିଶ୍ଚିତ ପତିତ ହେବ।” ସେମାନେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମ‌ନ୍‌କୁ ନେବା ପାଇଁ ଚଞ୍ଚଳ ହେଲେ। ହାମ‌ନଙ୍କୁ ଫାଶି ଦିଆଗଲା ତେଣୁ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଦ୍ରାକ୍ଷାରସ ପାନ କରିବାକୁ ଗଲେ। ସେହି ଦ୍ୱିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, “ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ’ଣ? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ଇଚ୍ଛା କ’ଣ? ତହା ମୋର ଅର୍ଦ୍ଧେକ ରାଜ୍ୟ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦେବି।” ଏହା ପରେ ରାଣୀ ଏଷ୍ଟର କହିଲେ, “ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋହର ନିବେଦନ ଅନୁସାରେ ମୋ’ ପ୍ରାଣ ଓ ମୋର ପ୍ରାର୍ଥନାନୁସାରେ ମୋ’ ଲୋକମାନଙ୍କୁ ମୋତେ ଦିଆଯାଉ। କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।” ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକି କହିଲା, “ଯେ ଏପର୍ଯ୍ୟନ୍ତ କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠାରେ ଅଛି?” ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।” ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା। ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା। ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡ଼ିଲା। ତେଣୁ ରାଜା କହିଲା, “ଏ କ’ଣ ଗୃହ ମଧ୍ୟରେ ମୋ’ ସାକ୍ଷାତରେ ରାଣୀକୁ ବଳାତ୍କାର କରିବ?” ଏହିକଥା ରାଜା ମୁଖରୁ ବାହାରିବା ମାତ୍ରେ ଲୋକମାନେ ହାମ‌ନ୍‌ର ମୁଖ ଢାଙ୍କି ପକାଇଲେ। ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମା‌ନ୍‌ର ଗୃହରେ ସ୍ଥାପିତ ହୋଇଅଛି।” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।” ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମ‌ନ୍‌କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା। ଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜା ଆଦେଶ ଦେଲେ ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମ‌ନ୍‌ର ଗୃହ ଆଦି ଦେଲା। ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା କାରଣ ମର୍ଦ୍ଦଖୟ ସହିତ କି ସମ୍ପର୍କ ତାହା ଜଣାଇ ଦେଇଥିଲା। ଏଥିରେ ରାଜା ହାମ‌ନ୍‌ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମ‌ନ୍‌ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା। ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମ‌ନ୍‌ର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା। ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁରେ ଠିଆ ହେଲା। ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ। ଯେହେତୁ ମୋ’ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?” ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଓ ଯିହୁଦୀୟ ମର୍ଦ୍ଦଖୟକୁ କହିଲା, “ଦେଖ, ମୁଁ ଏଷ୍ଟରକୁ ହାମ‌ନ୍‌ର ଗୃହ ଦେଲି, ଲୋକମାନେ ହାମା‌ନଙ୍କୁ ଫାଶିକାଠରେ ଫାଶି ଦେଇଛନ୍ତି। କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା। ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।” ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ୍ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖୟର ଆଜ୍ଞା ଅନୁସାରେ ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷାରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲେଖାଗଲା। ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା। ରାଜାଙ୍କର ଚିଠିରେ ଲିଖିତ ବିଷୟ ବସ୍ତୁ ଏହି: ପ୍ରତ୍ୟେକ ନଗରରେ ଯିହୁଦୀୟମାନେ ସେମାନଙ୍କର ନିରାପଦ ପାଇଁ ଏକତ୍ରିତ ହେବେ। ସେମାନେ ଧ୍ୱଂସ କରି ପାରିବେ, ତଳିତଳାନ୍ତ କରି ପାରିବେ, ହତ୍ୟା କରି ପାରିବେ, ଯେଉଁମାନେ ସେମାନଙ୍କର ସ୍ତ୍ରୀ ଓ ପିଲାଙ୍କ ପ୍ରତି ଆକ୍ରମଣ କରିବେ, ସେମାନେ ଯେଉଁ ଗୋଷ୍ଠୀୟ ହୋଇଥା’ନ୍ତୁ ନା କାହିଁକି। ଏବଂ ଯିହୁଦୀୟମାନଙ୍କର ଅଧିକାର ଅଛି ସେମାନେ ସେମାନଙ୍କର ଶତ୍ରୁମାନଙ୍କର ସମସ୍ତ ଧନସମ୍ପତ୍ତି ନଷ୍ଟ କରି ପାରିବେ। ସେଦିନ ଥିଲା ଅକ୍ଷଶ୍ୱେରଶ ରାଜାଙ୍କର ତ୍ରୟୋଦଶ ଦିନ ଦ୍ୱାଦଶ ମାସର ଅଦାର ମାସରେ। ଯିହୁଦୀୟମାନଙ୍କୁ ସବୁ ପ୍ରଦେଶରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦେଇଥିଲେ। ସେହି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡ଼କୁ ପଠା ଯାଇଥିଲା। ଏହା ଏକ ବ୍ୟବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶରେ ନିୟମରେ ପରିଣତ କରାଗଲା। ସେହି ରାଜ୍ୟରେ ବାସ କରୁଥିବା ସବୁଜାତୀୟ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ଯିହୁଦୀୟମାନେ ସେହି ଦିନ ପାଇଁ ପ୍ରସ୍ତୁତ ହୋଇଥିଲେ। ଯିହୁଦୀୟମାନଙ୍କୁ ସୁଯୋଗ ଦିଆ ଯାଇଥିଲା ସେମାନଙ୍କର ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ। ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୁଢ଼ ଦୂତମାନେ ରାଜାଙ୍କ ଆଜ୍ଞାରେ ଶୀଘ୍ର ଗ୍ଭଲିଗଲେ, ଏବଂ ଏହା ଶୂଶନ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା। ଏହା ପରେ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢ଼ଣୀ ଓ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା। ଆଉ ଯିହୁଦୀୟମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦୟ ହେଲା। ଏବଂ ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ, ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମ ପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାଲମ୍ବୀ ହେଲେ, ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୟ କଲେ। ଯିହୁଦୀମାନଙ୍କର ଜୟ ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ। ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ। କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା। ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ। ଏହିପରି ଯିହୁଦୀୟମାନେ ଶୂଶନ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। ପୁଣି ପର୍ଶନ୍ଦାଥ ଓ ଦ‌‌‌‌ଲ୍‌‌‌‌‌‌‌ଫୋନ୍ ଓ ଅ‌ସ୍‌ପାଥଙ୍କୁ ଯିହୁଦୀୟମାନେ ହତ୍ୟା କଲେ। ପୋରାଥ, ଅଦଲୀୟ, ଓ ଅରିଦାଥ। ପର୍ମସ୍ତ ଓ ଅରୀଷୟ, ଅରୀଦୟ ଓ ବୟିଷାଥ। ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମ‌ନ୍‌ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ଇଚ୍ଛା କଲେ ନାହିଁ। ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶନରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା। ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶନରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମ‌ନ୍‌ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।” ଏଷ୍ଟର କହିଲେ, “ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡ଼ୁଛି, ତେବେ ଆଜି ପରି କାଲି ମଧ୍ୟ ଶୂଶନରେ ହେଉ। ଏବଂ ହାମ‌ନ୍‌ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଯା’ନ୍ତୁ।” ତା’ପରେ ରାଜା କହିଲେ, “ସେହିପରି ହେଉ!” ଏବଂ ଶୂଶନରେ ଏହି ଆଦେଶ ଦିଆଗଲା। ଏବଂ ସେମାନେ ହାମ‌ନ୍‌ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଇ ଦେଲେ। ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶନରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ। ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ। ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ। ପୂରୀ‌‌‌‌‌‌ମ୍‌‌‌‌‌‌ର ପର୍ବ ମାତ୍ର ଶୂଶନରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି। ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା। ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା। ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ। ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ। କାରଣ ସମୁଦାୟ ଯିହୁଦୀୟ ଲୋକର ଶତ୍ରୁ ଅଗାମୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ “ପୂର” ଅର୍ଥାତ୍ “ଗୁଲିବାଣ୍ଟ” ଦ୍ୱାରା ସେମାନେ ନିଷ୍ପତ୍ତି କରିଥିଲେ। ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସେହି ନିର୍ଦ୍ଦେଶ ଯେ କେବଳ ହାମ‌ନ୍‌ର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସେହି ନିର୍ଦ୍ଦେଶ ହାମନ୍ ଓ ତାର ପରିବାରରେ ଅନିଷ୍ଟ କରାଇଲା ତେଣୁ ହାମନ୍ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟରେ ଝୁଲାଗଲେ। ସେହି ସମୟରେ “ପୂର” ନାମ ଅନୁସାରେ ସେହି ଦୁଇ ନିୟମ ନାମ “ପୂରୀମ୍” ହେଲା ଏବଂ ସେହି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷୟରେ ସେମାନେ ଯାହା ଦେଖିଥିଲେ, ସେମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ଯିହୁଦୀ ମତାବଲମ୍ବି ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ। ସେହି ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ। *** ସମସ୍ତ ପୁରୁଷ ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ସେହି ଦୁଇ ଦିନ ସ୍ମରଣ ଲୁପ୍ତ ହେବ ନାହିଁ। ତା’ପରେ, ଅବୀହେଲିୟର କନ୍ୟା ରାଣୀ ଏଷ୍ଟର ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍ ଦିନ ବିଷୟରେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ୱିତୀୟ ପତ୍ର ଲେଖିଲେ। ତେଣୁ ସେ ରାଜା ଅକ୍ଷଶ୍ୱେରଶଙ୍କର 127ଟି ରାଜ୍ୟର ସମସ୍ତ ଯିହୁଦୀମାନଙ୍କୁ ଶାନ୍ତିର ଓ ସତ୍ୟର ବାର୍ତ୍ତାସବୁ ପଠାଇଲେ। ପୂରୀମ୍ ପାଳନ କରିବା ପାଇଁ ଏହି ତାରିଖ ଗୁଡ଼ିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ଯିହୁଦୀ ମର୍ଦ୍ଦଖୟ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସେମାନଙ୍କର ଉପବାସ ଓ ସାହାଯ୍ୟ ପ୍ରାର୍ଥନାର ଦିନଗୁଡ଼ିକ ଉତ୍ସବ ଦ୍ୱାରା ସ୍ମୃତିରକ୍ଷା କରିବା ନିମନ୍ତେ ସେମାନେ ଏହି ପର୍ବଦିନଗୁଡ଼ିକ ସେମାନଙ୍କ ନିଜ ପାଇଁ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ। ଏହିପରି ଏଷ୍ଟରର ଆଜ୍ଞାଦ୍ୱାରା “ପୂରୀମ୍” ଦିନରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା। ମର୍ଦ୍ଦଖୟଙ୍କ ସମ୍ମାନ ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପରେ କରଧାର୍ଯ୍ୟ କଲେ। ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ। ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାର ଦ୍ୱିତୀୟ ସେନାପତି ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ୱେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା। ଉତ୍ତମ ବ୍ୟକ୍ତି ଆୟୁବ ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା। ଆୟୁବର ସାତୋଟି ପୁତ୍ର ଓ ତିନୋଟି ଝିଅ ଥିଲେ। ଆୟୁବ 7000 ମେଣ୍ଢା, 3000 ଓଟ, 1000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା’ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା। ଆୟୁବର ପୁଅମାନେ ପାଳି ପାଳି କରି ସେମାନଙ୍କ ଘରେ ଭୋଜି ପ୍ରସ୍ତୁତ କଲେ ଏବଂ ସେମାନଙ୍କ ତିନି ଭଉଣୀଙ୍କୁ ଏହି ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କଲେ। ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା’ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା। ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।” ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।” ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି। ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା’ର ପରିବାରକୁ, ତା’ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା’ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ। ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା’ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।” ତା’ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା’ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା’ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା। ଆୟୁବ ସର୍ବସ୍ୱ ହରାଇଲା ଗୋଟିଏ ଦିନ ଭୋଜି ମଧ୍ୟରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ। ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦେଲା, “ବଳଦମାନେ ଜମିରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସେମାନଙ୍କ ନିକଟରେ ଚରୁଥିଲେ। ଶିବାୟୀୟମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନେଇଗଲେ। ସେମାନେ ତୁମ୍ଭର ଦାସମାନଙ୍କୁ ମଧ୍ୟ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ ହେଉଛି କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏ ବିଷୟରେ କହିବାକୁ।” ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛେଳି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦେଲା। ମୁଁ କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷୟରେ କହିବା ପାଇଁ।” ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “କ‌‌ଲ୍‌‌ଦୀୟମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନେଇ ଗଲେ ଓ ସମସ୍ତ ଭୃତ୍ୟମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ କେବଳ ଏକମାତ୍ର ଯିଏ ଏ ବିଷୟରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।” ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, “ଆପଣଙ୍କ ପୁଅ-ଝିଅମାନେ ଯେତେବେଳେ ବଡ଼ ଭାଇର ଘରେ ଦ୍ରାକ୍ଷାରସ ପାନ ଓ ଖାଇବାରେ ବ୍ୟସ୍ତଥିଲେ ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।” ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା’ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା। ସେ ପ୍ରାର୍ଥନା କରି କହିଲା, “ମୁଁ ଯେତେବେଳେ ଏହି ପୃଥିବୀରେ ଜନ୍ମ ଲାଭ କଲି ସେତେବେଳେ ମୁଁ ଲଙ୍ଗଳା ଥିଲି ଓ ମୋ’ ପାଖରେ କିଛି ନ ଥିଲା। ଠିକ୍ ସେହିପରି ମୁଁ ଯେତେବେଳେ ମୃତ୍ୟୁବରଣ କରିବି ଓ ଏ ପୃଥିବୀକୁ ତ୍ୟାଗ କରିବି ସେତେବେଳେ ମଧ୍ୟ ଲଙ୍ଗଳା ଓ ଖାଲି ହାତରେ ଯିବି। ସଦାପ୍ରଭୁ ସବୁକିଛି ଦିଅନ୍ତି ଏବଂ ସବୁକିଛି ନେଇ ଯାଆନ୍ତି। ତେଣୁ ସଦାପ୍ରଭୁଙ୍କ ନାମ ହିଁ ପ୍ରଶଂସା ଯୋଗ୍ୟ।” ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍ କରିଛନ୍ତି ବୋଲି ସେ କହିଲା ନାହିଁ। ଶୟତାନ ଆୟୁବକୁ ଚିନ୍ତାରେ ପକାଇଲା ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଏତେଦିନ ଧରି କେଉଁଠାରେ ଥିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଗ୍ଭରିଆଡ଼େ ବିଚରଣ କରୁଥିଲି।” ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା’ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।” ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ। ଯଦି ଆପଣ ତା’ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।” ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା’ର ଜୀବନକୁ ଛାଡ଼ିଦେବ।” ତା’ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା। ସେଥିପାଇଁ ଆୟୁବ ଅଳିଆଗଦା ପାଖରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ରରେ ନିଜର କ୍ଷତ ହୋଇଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା। ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା’ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!” ଆୟୁବ ତା’ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ। ଆୟୁବର ତିନିବନ୍ଧୁ ତା’ ନିକଟକୁ ଦେଖା କରିବାକୁ ଆସିଲେ ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବି‌‌ଲ୍‌‌ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା’ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ। କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ। ତା’ପରେ ସେହି ତିନି ବନ୍ଧୁ ଆୟୁବ ସହିତ ସାତ ଦିନ ଓ ସାତ ରାତି ଭୂମିରେ ବସିଲେ। ସେମାନଙ୍କ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସେମାନେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସେମାନେ ଦେଖିଲେ ଯେ, ସେ କେତେ ଯନ୍ତ୍ରଣା ଭୋଗୁଛି। ଆୟୁବ ନିଜର ଜନ୍ମଦିନକୁ ଅଭିଶାପ ଦେଲେ ଏହା ପରେ ଆୟୁବ ନିଜର ପାଟି ଖୋଲିଲା ଏବଂ ତା’ର ଜନ୍ମଦିନକୁ ଅଭିଶାପ ଦେଲା। ସେ କହିଲା, “ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ। ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା। ମୁଁ ଗ୍ଭହେଁ ସେହି ଦିନଟି ଅନ୍ଧାର ରହି ଥା’ନ୍ତା ଏବଂ ମୁଁ ଗ୍ଭହେଁ ପରମେଶ୍ୱର ସେହି ଦିନଟିକୁ ଭୁଲି ଯାଆନ୍ତୁ। ମୁଁ ଗ୍ଭହେଁ ଯେ ସେଦିନ ଦିପ୍ତୀ ପ୍ରକାଶିତ ହୋଇ ନ ଥା’ନ୍ତା। ମୁଁ ଗ୍ଭହେଁ ସେହି ଦିନଟି ମୃତ୍ୟୁ ଭଳି ଅନ୍ଧକାର ହୋଇ ରହନ୍ତା। ମୁଁ ଗ୍ଭହେଁ ବାଦଲ ତାକୁ ଲୁଗ୍ଭଇ ଦିଅନ୍ତା। ମୁଁ ଗ୍ଭହେଁ ଯେଉଁ ଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସେହି ଦିନର ଆଲୋକକୁ ଭୟଭୀତ କରାଇଦେଉ। ସେହି ରାତ୍ରିଟିକୁ ଘନ ଅନ୍ଧକାର ଘୋଡ଼ାଇଦେଉ, ସେହି ରାତ୍ରିଟି କ୍ୟାଲେଣ୍ଡରରୁ ଲିଭିଯାଉ। ସେହି ରାତ୍ରିଟିକୁ କୌଣସି ମାସରେ ସ୍ଥାନ ଦିଆ ନ ଯାଉ। ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ। ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ। କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି। ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ, ଯେଉଁ ଦିନ ମୁଁ ଜନ୍ମିଲି। ସେହି ଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମୟ ହୋଇ ଅନ୍ଧକାରରେ ଲୁଚି ଯାଉ। ରାତ୍ରିଟି ପ୍ରଭାତର ପ୍ରତୀକ୍ଷାରେ ରହୁ ଏବଂ ସୂର୍ଯ୍ୟର ପ୍ରଥମ କିରଣ ନ ଦେଖୁ। କାରଣ ସେହି ରାତ୍ରିଟି ମୋର ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ। ସେହି ରାତ୍ରିଟି ମୋତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରି ପାରିଲା ନାହିଁ। ମୁଁ ଜନ୍ମ ସମୟରେ କାହିଁକି ନ ମଲି? ମୁଁ କାହିଁକି ନ ମରି ବଞ୍ଚିଛି? କାହିଁକି ମୋର ମା’ ତାର ଆଣ୍ଠୁରେ ମୋତେ ବସାଇ ରଖିଲା? ମୋର ମା କାହିଁକି ମୋତେ ତା’ର ଛାତିରୁ ସ୍ତନ୍ୟପାନ କରାଇଲା? ମୁଁ ଯଦି ଜନ୍ମ ହେଲା ବେଳେ ମରିଯାଇଥା’ନ୍ତି, ବର୍ତ୍ତମାନ ଶାନ୍ତିରେ ଥା’ନ୍ତି। ମୁଁ ଇଚ୍ଛାକରେ ମୁଁ ଶୋଇ ରହିଥା’ନ୍ତି ଏବଂ ବିଶ୍ରାମ ପାଇଥା’ନ୍ତି। ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତରେ ଏହି ପୃଥିବୀରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ୱଂସାବସ୍ଥାରେ ଅଛନ୍ତି। ମୋତେ ଯଦି ସେହି ଶାସକମାନଙ୍କ ସହିତ କବର ଦିଆଯାଇଥା’ନ୍ତା, ଯେଉଁମାନେ ସେମାନଙ୍କର ଘରଗୁଡ଼ିକ ସୁନା ଓ ରୂପାରେ ଭରିଥିଲେ। ମୁଁ ଯେତେବେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନେଲି? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା। ଦୁଷ୍ଟଲୋକମାନେ କବର ମଧ୍ୟରେ କାହାକୁ ଅସୁବିଧାରେ ପକାନ୍ତି ନାହିଁ, ଏବଂ ଲୋକେ କ୍ଳାନ୍ତ ହେଲେ କବରରେ ବିଶ୍ରାମ ନିଅନ୍ତି। ଏପରିକି ବନ୍ଦୀମାନେ ମଧ୍ୟ କବରରେ ଶାନ୍ତି ପାଆନ୍ତି, କାରଣ ସେଠାରେ ଜଗୁଆଳିର ଶବ୍ଦ ଶୁଣାଯାଏ ନାହିଁ। ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ, ଏପରିକି କ୍ରୀତଦାସମାନେ ମଧ୍ୟ ସେମାନଙ୍କ ମୁନିବଙ୍କଠାରୁ କବରରେ ମୁକ୍ତି ପାଆନ୍ତି। “କାହିଁକି ଜଣେ ପୀଡ଼ିତ ବ୍ୟକ୍ତି ବଞ୍ଚିରହିବା ଉଚିତ୍? କାହିଁକି ଜଣେ ବ୍ୟକ୍ତିକୁ ଜୀବନ ଦେବା ଯାହାର ଆତ୍ମା ତିକ୍ତ? ସେହି ବ୍ୟକ୍ତି ମରିବାକୁ ଗ୍ଭହୁଁଛି ଅଥଚ ମୃତ୍ୟୁ ତା’ ନିକଟକୁ ଆସୁ ନାହିଁ। ସେହି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ୟୁକୁ ଖୋଜି ବୁଲୁଛି। ସେହି ଲୋକମାନେ ସେମାନଙ୍କର କବର ପାଇ ଖୁସୀ ହେବେ, ସେମାନେ ତାଙ୍କର ସମାଧି ପାଇ ଉଲ୍ଲସିତ ହେବେ। କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି। ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି ଏବଂ ମୋର ଲୋତକ ପାଣିପରି ବହିଗଲା। କାରଣ ମୁଁ ଯେଉଁ ବିଷୟରେ ଭୟ କରୁଥିଲି ତାହା ହିଁ ମୋ’ ପ୍ରତି ଘଟିଲା ଏବଂ ଯେଉଁ ବିଷୟରେ ଅତି ଆଶଙ୍କା କରୁଥିଲି ତାହା ମୋ’ ନିକଟରେ ଉପସ୍ଥିତ ହେଲା। ମୁଁ ସ୍ଥିର କରିପାରୁ ନ ଥିଲି। ମୁଁ ନୀରବ ରହୁ ନ ଥିଲି, ମୋର ବିଶ୍ରାମ ନ ଥିଲା, ମୁଁ କେବଳ ବିବ୍ରତ ହେଉଥିଲି।” ଇଲୀଫସ୍ କହିଲା ତୈମନୀୟ ଇଲୀଫସ୍ ଉତ୍ତର ଦେଲେ, ‘ମୁଁ ନିଶ୍ଚୟ କିଛି କହିବି, ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି? ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ। ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି। ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହୋଇଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ। ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ୱାସ କର। ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି। ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ। ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି! ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ। ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି। ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି। ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି। ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି। ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି। ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା। ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା। ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା। ମୁଁ ଭୟଭୀତ ହେଲି ଓ ମୋର ହାତସବୁ ଥରିଲା। ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା ଏବଂ ମୋର ରୋମ ଟାଙ୍କୁରି ଉଠିଲା। ସେହି ଆତ୍ମା ମୋର ସମ୍ମୁଖରେ ଥିଲା କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି। ତା’ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା। ତା’ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି। ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ? ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ? ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ। ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି। ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ। ସେମାନେ ମାଟି ଘରେ ବାସ କରନ୍ତି। ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି। ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ। ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି। ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ, ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’ “ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଗ୍ଭହୁଁଛ, କିନ୍ତୁ କେହି ତୁମ୍ଭକୁ ଉତ୍ତର ଦେବାକୁ ଏଠାରେ ନାହିଁ। ତୁମ୍ଭେ ସ୍ୱର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ। ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ ଓ କ୍ରୋଧ ନିରୀହ ଲୋକକୁ ବଧ କରେ। ମୁଁ ଜଣେ ଏପରି ନିର୍ବୋଧଲୋକକୁ ଦେଖିଛି ଯିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା। ତା’ର ସନ୍ତାନମାନଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ। ସେମାନଙ୍କୁ ଦରବାରରେ କେହି ପକ୍ଷସମର୍ଥନ କଲେ ନାହିଁ। କ୍ଷୁଧାର୍ତ୍ତ ଲୋକେ ସେମାନଙ୍କର ଶସ୍ୟସବୁ ଖାଇଦେଇଛନ୍ତି। ସେହି କ୍ଷୁଧାର୍ତ୍ତ ଲୋକେ ମଧ୍ୟ କଣ୍ଟା ମଧ୍ୟରୁ ଶସ୍ୟକଣାକୁ ନେଇଯାଇଛନ୍ତି। ଲୋଭୀ ଲୋକ ସେମାନଙ୍କର ସବୁକିଛି ଲୁଟି ନେଇଛନ୍ତି। ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ। କିନ୍ତୁ ମଣିଷ ଜନ୍ମ ହୋଇଛି କଷ୍ଟ ସହିବା ଲାଗି, ଯେପରି ନିଶ୍ଚୟ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ। କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗାରେ ଥା’ନ୍ତି ନିଶ୍ଚୟ ପରମେଶ୍ୱରଙ୍କୁ ଡାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି। ଲୋକେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକର୍ମକୁ ବୁଝିପାରନ୍ତି ନାହିଁ, କି ତାଙ୍କର ଅଲୌକିକ କାର୍ଯ୍ୟର ମଧ୍ୟ ଅନ୍ତ ନାହିଁ। ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି। ପରମେଶ୍ୱର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖୀ ସେମାନଙ୍କୁ ଖୁସୀ କରାନ୍ତି। ପରମେଶ୍ୱର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ୟର୍ଥ କରନ୍ତି ଏବଂ ସେମାନଙ୍କୁ ସଫଳତା ଦିଅନ୍ତି ନାହିଁ। ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି, ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ। ସେହି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର, ମଧ୍ୟାହ୍ନରେ ମଧ୍ୟ ସେମାନେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ୟରାତ୍ରି। ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି। ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ। ଯେଉଁ ମନୁଷ୍ୟକୁ ପରମେଶ୍ୱର ସଂଶୋଧନ କରନ୍ତି, ସେ ଭାଗ୍ୟବାନ୍। ତେଣୁ ସେହି ସର୍ବଶକ୍ତିମାନ ପରମେଶ୍ୱର ଯେତେବେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କର ନାହିଁ। ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି। ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ। ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ। ଦୁର୍ଭିକ୍ଷ ସମୟରେ ପରମେଶ୍ୱର ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ। ଯୁଦ୍ଧ ସମୟରେ ତୁମ୍ଭକୁ ‌‌ଖ‌ଡ଼୍‌ଗ ମୁଖରୁ ବଞ୍ଚାଇ ପାରିବେ। ପରମେଶ୍ୱର ତୁମ୍ଭକୁ ଲୋକଙ୍କ ଜିହ୍ୱାର ଅନିଷ୍ଟକର ବାକ୍ୟରୁ ଉଦ୍ଧାର କରି ପାରିବେ। ପରମେଶ୍ୱର ତୁମ୍ଭକୁ ରକ୍ଷା କରିବେ, ତେଣୁ ଯେତେବେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ। ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର। ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ। ତୁମ୍ଭର ପରମେଶ୍ୱରଙ୍କ ସହିତ ଚୁକ୍ତି ହୋଇଛି। ତେଣୁ କ୍ଷେତର ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ୟ ତୁମ୍ଭ ସହିତ ଶାନ୍ତିରେ ରହିବେ। ତୁମ୍ଭେ ଶାନ୍ତିରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି। ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣି ପାରିବ ଏବଂ ଦେଖିବ କିଛି ହଜିଯାଇ ନାହିଁ। ତୁମ୍ଭର ଅନେକ ସନ୍ତାନସନ୍ତତି ହେବେ, ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି। ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ। ଆୟୁବ, ଦେଖ ଆମ୍ଭେମାନେ ଏସବୁ ଜିନିଷ ଅନୁସନ୍ଧାନ କରି ସେମାନଙ୍କୁ ଜାଣିଛୁ ଏବଂ ଏସବୁ ସତ୍ୟ ବୋଲି ମଧ୍ୟ ଜାଣିଛୁ। ତେଣୁ ଆମ୍ଭ କଥା ଶୁଣ ଏବଂ ସେଗୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।” ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା ଏହା ପରେ ଆୟୁବ ଉତ୍ତର ଦେଇ କହିଲା, “ଯଦି ମୋର ଦୁଃଖ ଓଜନ କରାଯାଇ ପାରନ୍ତା। ଯଦି ମୋର ସମସ୍ତ ଦୁର୍ଗତି ତରାଜୁର ଏକ ପାଖରେ ରଖାଯା’ନ୍ତା, ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ। ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି। ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି। ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି। ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି। ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ। ଲବଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯେମିତି କୌଣସି ସ୍ୱାଦ ନ ଥାଏ। ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ। “ମୁଁ ଗ୍ଭହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମୋର ଦରକାର ପରମେଶ୍ୱର ମୋତେ ଦେବେ। ମୁଁ ଇଚ୍ଛା କରେ ପରମେଶ୍ୱର ମୋତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ। ଯଦି ସେ ତାହା କରି ମୋତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷୟରେ ଅନ୍ତତଃ ସାନ୍ତ୍ୱନା ପାଆନ୍ତି, ଏହି ନିଷ୍ଠୁର ଯନ୍ତ୍ରଣା ମଧ୍ୟରେ ମୁଁ ଆନନ୍ଦ ପାଆନ୍ତି, କାରଣ ପରମେଶ୍ୱରଙ୍କ ସେହି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ। ମୋର କ’ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି? ମୁଁ ଜାଣେନା ମୋର କ’ଣ ହେବାକୁ ଯାଉଛି। ସେଥିପାଇଁ ମୋର ଧୈର୍ଯ୍ୟ ଧରିବା ପାଇଁ କୌଣସି କାରଣ ନାହିଁ। ମୁଁ ପଥର ଭଳି ଶକ୍ତ ନୁହେଁ। ମୋର ମାଂସ ତମ୍ବାରେ ତିଆରି ନୁହେଁ। ନିଜକୁ ସାହାଯ୍ୟ କରିବାକୁ ମୋର ଶକ୍ତି ବର୍ତ୍ତମାନ ନାହିଁ। କାରଣ ସମସ୍ତ ସଫଳତା ମୋ’ଠାରୁ କାଢ଼ି ନିଆଯାଇଅଛି। ଜଣେ ବ୍ୟକ୍ତିର ସାଙ୍ଗମାନେ ତା’ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରୁ ବିମୁଖ ହୁଏ। କିନ୍ତୁ ତୁମ୍ଭେ ମୋର ଭାଇମାନେ ମୋ’ ପ୍ରତି ବିଶ୍ୱସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରି ପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସେହି ଉଛୁଳିବା ଝରଣାପରି। କେତେବେଳେ ବରଫରେ ଭର୍ତ୍ତି ହୋଇଯାଏ ଏବଂ ବରଫ ତରଳି ଯାଏ। କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ। and the stream disappears. ବ୍ୟବସାୟୀ ତାଙ୍କ ପଥରୁ ପାଣି ଖୋଜିବା ପାଇଁ ବିମୁଖ ହୁଅନ୍ତି। ସେମାନେ ମରୁଭୂମିକୁ ଗ୍ଭଲିଯାଆନ୍ତି ଓ ହଜିଯାଆନ୍ତି। ମୋର ବ୍ୟବସାୟୀ ପାଣିର ଅନ୍ୱେଷଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି। ସେମାନେ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚୟ ପାଣି ପାଇବେ କିନ୍ତୁ ଶେଷରେ ସେମାନେ ନିରାଶ ହେଲେ। ବର୍ତ୍ତମାନ ତୁମ୍ଭେ ସେହି ସ୍ରୋତଭଳି କିଛି ନୁହଁ। ତୁମ୍ଭେ ମୋର ବିପଦ ଦେଖି ଭୟଭୀତ ହେଉଅଛ କି? ମୁଁ ତୁମ୍ଭକୁ ସାହାଯ୍ୟ ମାଗିଛି କି? ନାଁ, କିନ୍ତୁ ତୁମ୍ଭେ ସ୍ୱଇଚ୍ଛାରେ ମୋତେ ତୁମ୍ଭର ଉପଦେଶ ଦେଉଅଛ। ମୁଁ ତୁମ୍ଭକୁ କହିଛି କି? ‘ମୋତେ ଶତ୍ରୁ କବଳରୁ ଉଦ୍ଧାର କର। ମୋତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।’ ମୋତେ ଶିକ୍ଷା ଦିଅ, ତା’ ଉତ୍ତାରେ ମୁଁ ନୀରବ ରହିବି। ମୋତେ କୁହ ମୁଁ କ’ଣ ଭୁଲ୍ କରୁଛି। ସାଧୁ ବାକ୍ୟ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ଯୁକ୍ତି କିଛି ପ୍ରମାଣ କରୁ ନାହିଁ। ତୁମ୍ଭେ କ’ଣ ମୋତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ? ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ। ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ୟ ଗୁଲିବାଣ୍ଟ କରିବ, ତୁମ୍ଭେ ନିଜର ବନ୍ଧୁକୁ ମଧ୍ୟ ବିକ୍ରି କରିଦେବ। ଏବେ ବର୍ତ୍ତମାନ ତୁମ୍ଭେ ମୋର ମୁହଁ ଦେଖି କୁହ, ମୁଁ ତୁମ୍ଭକୁ ମିଛ କହିବି ନାହିଁ! ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଗ୍ଭର କର ମୁଁ ନିରୀହ ଅଟେ। ମୁଁ ମିଛ କହୁ ନାହିଁ। ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।” ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ? ତା’ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ। ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା’ର ବେତନ ଦିନକୁ ଅପେକ୍ଷା କରେ। ଅନେକ ମାସ ମୋତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆଯାଇ ଥିଲା। ଯେତେବେଳେ ମୁଁ ଶୟନ କରେ, ମୁଁ କହେ, ‘ଆଉ କେତେ ସମୟ ପରେ ଶଯ୍ୟା ତ୍ୟାଗ କରିବି?’ ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ଯ୍ୟନ୍ତ ମୁଁ ବିଛଣାରେ ଛଟପଟ ହୁଏ। ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଛି। “ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ। ପରମେଶ୍ୱର, ସ୍ମରଣ କର, ମୋର ଜୀବନ କେବଳ ଗୋଟିଏ ପ୍ରଶ୍ୱାସ। ମୁଁ କେବେ ଆଉ କୌଣସି ଭଲ ବିଷୟ ଦେଖିବି ନାହିଁ। ତୁମ୍ଭେ ବି ମୋତେ ଆଉ ଦେଖିବ ନାହିଁ। ତୁମ୍ଭେ ମୋତେ ଖୋଜିବ କିନ୍ତୁ ମୁଁ ନ ଥିବି। ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର ଭିତରକୁ ଯାଏ ଏବଂ ସେ ସେଥିରୁ ଫେରି ଆସେ ନାହିଁ। ସେ ଆଉ ତା’ର ଆପଣା ବାସଗୃହକୁ କେବେ ଆସିବ ନାହିଁ। ଏବଂ ତା’ର ସେ ପୁରୁଣା ଘର ମଧ୍ୟ ତାକୁ ଆଉ ଚିହ୍ନିବ ନାହିଁ। “ତେଣୁ ମୁଁ ଆଉ ନୀରବ ରହି ପାରିବି ନାହିଁ, ମୁଁ ମୋର ଆତ୍ମାର ବେଦନା ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମୋର ଆତ୍ମା ତିକ୍ତ ହୋଇଅଛି। ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ? ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି? ଯଦି ମୁଁ କହେ ମୋର ବିଛଣା ମୋତେ ଆନନ୍ଦ ଆଣି ଦେବା ଉଚିତ୍। ମୋର ବିଛଣା ମୋତେ ବିଶ୍ରାମ ଓ ଶାନ୍ତି ଆଣି ଦେବା ଉଚିତ୍। କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ। ତା’ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ। ତେଣୁ ମୁଁ ବଞ୍ଚିବାଠାରୁ ଶ୍ୱାସରୋଧ ହୋଇ ମରିବାକୁ ଅଧିକ ପସନ୍ଦ କରେ। ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ୟାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମୋତେ ଛାଡ଼, ମୋର ବଞ୍ଚିବାର କିଛି ଅର୍ଥ ନାହିଁ। ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ? ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ? କାହିଁକି ମଣିଷକୁ ତୁମ୍ଭେ ପ୍ରତ୍ୟେକ ସକାଳରେ ସାକ୍ଷାତ କର ଏବଂ ତା’ର ପ୍ରତ୍ୟେକ ମୁହୂର୍ତ୍ତକୁ ପରୀକ୍ଷା କର? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ’ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ? ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ। ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ଯିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ସ୍ୱରୂପ ରଖିଛ? ମୁଁ କ’ଣ ତୁମ୍ଭ ପାଇଁ କୌଣସି ସମସ୍ୟା ହୋଇଛି? କାହିଁକି ତୁମ୍ଭେ ମୋତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ? କାହିଁକି ମୋର କୌଣସି ପାପ କ୍ଷମା କରୁ ନାହଁ? କାରଣ ମୁଁ ଶୀଘ୍ର ମରିବି ଓ କବରରେ ଶୟନ କରିବି, ତୁମ୍ଭେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ।” ବିଲଦଦ୍ ଆୟୁବକୁ ଉତ୍ତର ଦେଲା ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର ଦେଇ କହିଲା, “ତୁମ୍ଭେ କେତେକାଳ ଏହିପରି କଥା କହିବ? ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ। ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି? ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି? ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି, ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ, ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ। ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ। “ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ। ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ। ଆମ୍ଭେ କିଛି ଜାଣି ନାହୁଁ ପୃଥିବୀରେ ଆମ୍ଭର ଦିନ ଛାୟା ପରି। ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ। ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ। ବିଲଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ? ଜଳବିନା କ’ଣ ସନ୍ତରା ବଢ଼ିପାରେ। ଯଦି ଜଳ ଶୁଖିଯାଏ, ସେହିସବୁ ବୃକ୍ଷ ମଧ୍ୟ ଶୁଖିଯିବ, ଏପରିକି ଯେତେବେଳେ ସେମାନେ ବଢ଼ୁଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସେମାନେ ଶୁଖି ଯାଆନ୍ତି। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ସେହି ଘାସ ସଦୃଶ। ପରମେଶ୍ୱରଙ୍କୁ ଭୁଲି ଯାଇଥିବା ଲୋକର କୌଣସି ଆଶା ନ ଥାଏ। ସେ ଲୋକର ଆଉ ଯିବା ପାଇଁ କିଛି ନାହିଁ। ତା’ର ସୁରକ୍ଷା ବୁଢ଼ିଆଣୀର ଜାଲପରି। ସେ ଯଦି ତା’ ଉପରେ ଆଉଜି ପଡ଼େ, ତାହା ଛିଣ୍ଡିଯିବ। ସେ ତାକୁ ଧରି ରଖିଲେ ଏହା ତାକୁ ଧରି ରଖି ପାରିବ ନାହିଁ। ସେହି ବ୍ୟକ୍ତି ଏକ ଲତା ସଦୃଶ ଯିଏ ପ୍ରଚୁର ପାଣି ଓ ସୂର୍ଯ୍ୟ କିରଣରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନରେ ବ୍ୟାପି ଥାଏ। ଏହା ତା’ର ଚେର ଦ୍ୱାରା ଗଦାଏ ପଥରକୁ ଗୁଡ଼ାଇ ଦିଏ। ଯଦି ସେହି ଲତାକୁ ତା’ର ନିଜ ସ୍ଥାନରୁ ବିଚ୍ୟୁତ କରାଯାଏ ଏହା ମରିଯିବ ଏବଂ କେହି ଜାଣି ପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠାରେ ଥିଲା। କିନ୍ତୁ ସେ ଗଛ ଖୁସୀ ଥିଲା। ତାହା ଜାଗାରେ ଅନ୍ୟ ଏକ ଲତା ମାଡ଼ିବ। ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ। ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ। ତୁମ୍ଭେ ଓଠରେ ଖୁସୀର ଶବ୍ଦ ଭରି ଦେବେ। ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।” ଆୟୁବ ବିଲଦଦକୁ ଉତ୍ତର ଦେଲା ତା’ପରେ ଆୟୁବ ବିଲଦଦକୁ ଉତ୍ତର ଦେଲା। “ହଁ, ଏହା ସତ୍ୟ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ୱରଙ୍କୁ ଯୁକ୍ତିରେ କିପରି ଜିତି ପାରିବ? ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ବାଦାନୁବାଦ କରି ପାରିବ ନାହିଁ। ପରମେଶ୍ୱର ତାକୁ 1000 ପ୍ରଶ୍ନ କରି ପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ୟଦେଇ ପାରିବ ନାହିଁ। ପରମେଶ୍ୱର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କେହି ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇ କେବେ ଅକ୍ଷତ ରହିପାରିବ ନାହିଁ। ପରମେଶ୍ୱର କ୍ରୋଧ ହେଲେ ପର୍ବତକୁ ମଧ୍ୟ ତା’ ନିଜ ସ୍ଥାନରୁ ହଟାଇ ଦେଇ ପାରନ୍ତି। ଏବଂ ସେହି ପର୍ବତ ମଧ୍ୟ ନିଜେ ଜାଣି ପାରେ ନାହିଁ। ପରମେଶ୍ୱର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି। ପରମେଶ୍ୱର ପୃଥିବୀର ମୂଳଦୁଆ ଦୋହଲାଇ ଦେଇ ପାରନ୍ତି। ପରମେଶ୍ୱର ସୂର୍ଯ୍ୟକୁ କହି ତା’ର ଉଦୟ ହେବାକୁ ବନ୍ଦ କରିଦେଇ ପାରନ୍ତି। ସେ ତାରାଗଣକୁ ଚମକିବା ବନ୍ଦ କରି ଦେଇପାରନ୍ତି। ପରମେଶ୍ୱର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି। ପରମେଶ୍ୱର ସମୁଦ୍ରର ତରଙ୍ଗ ଉପରେ ଗ୍ଭଲନ୍ତି। “ପରମେଶ୍ୱର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି, ଯାହା ଦକ୍ଷିଣ ଆକାଶକୁ ପାରକରେ। ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟର କୌଣସି ଶେଷ ନାହିଁ। ପରମେଶ୍ୱର ମୋ’ ନିକଟରେ ଗମନ କରନ୍ତି। କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ, ପରମେଶ୍ୱର ଯେତେବେଳେ ମୋ’ ନିକଟ ଦେଇ ଯାଆନ୍ତି। ମୁଁ ତାଙ୍କୁ ଚିହ୍ନିପାରେ ନାହିଁ। ଯଦି ପରମେଶ୍ୱର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, ‘ତୁମ୍ଭେ କ’ଣ କରୁଛ?’ ପରମେଶ୍ୱର ତାଙ୍କ କ୍ରୋଧ ଧରିରଖି ପାରିବେ ନାହିଁ। ରାହାବର ସାହାଯ୍ୟକାରୀମାନେ ମଧ୍ୟ ତାଙ୍କୁ ଭୟ କରନ୍ତି। ତେଣୁ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରି ପାରିବି ନାହିଁ ଏବଂ ତାଙ୍କୁ କ’ଣ କହିବି ତାହା ମଧ୍ୟ ଜାଣି ନାହିଁ। ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦେଇ ପାରିବି ନାହିଁ। ମୁଁ ମୋର ବିଗ୍ଭରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପାରେ। ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମୋତେ ଉତ୍ତର ଦିଅନ୍ତି, ମୁଁ ତଥାପି ବିଶ୍ୱାସ କରେ ନାହିଁ ଯେ ସେ ମୋର କଥା ଶୁଣିବେ। ପରମେଶ୍ୱର ମୋତେ ଚକଟି ଦେବା ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମୋତେ ଅଧିକ ଆଘାତ କରିବେ। ପରମେଶ୍ୱର ମୋତେ ପୁନର୍ବାର ନିଶ୍ୱାସ ନେବାକୁ ଦେବେ ନାହିଁ, କିନ୍ତୁ ଅଧିକ କଷ୍ଟ ଦେବେ। ମୁଁ ପରମେଶ୍ୱରଙ୍କୁ ପରାସ୍ତ କରି ପାରିବି ନାହିଁ। ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ୟାୟାଳୟକୁ ନେଇ ପାରିବି ନାହିଁ। ଏବଂ ମୋ’ ପ୍ରତି ସଦୟ ହେବାକୁ ବାଧ୍ୟ କରି ପାରିବି ନାହିଁ। କିଏ ତାଙ୍କୁ ନ୍ୟାୟାଳୟକୁ ଆସିବାକୁ ବାଧ୍ୟ କରି ପାରିବ। ମୁଁ ନିରୀହ ହେଲେ ହେଁ ମୋ’ ନିଜ କଥା ମୋତେ ଦୋଷୀ ସାବ୍ୟସ୍ତ କରିବ। ମୁଁ ନିର୍ଦ୍ଦୋଷ ଏବଂ ମୁଁ ଯାହା କହୁଛି ତାହା ମୋତେ ଦୋଷୀ ସାବ୍ୟସ୍ତ କରୁଛି। ମୁଁ ନିରୀହ, କିନ୍ତୁ କ’ଣ ଚିନ୍ତା କରିବାକୁ ପଡ଼ିବ ମୁଁ ଜାଣେ ନାହିଁ। ମୋ’ ଜୀବନକୁ ମୁଁ ଘୃଣା କରେ। ମୁଁ ନିଜକୁ କହେ, ‘ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ। ନିରୀହ ଲୋକ ମଧ୍ୟ ଦୋଷୀ ବ୍ୟକ୍ତିଭଳି ମରନ୍ତି। ପରମେଶ୍ୱର ସମସ୍ତଙ୍କୁ ସଂହାର କରନ୍ତି।’ ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ୟକ୍ତି ପ୍ରାଣ ହରାଏ, ପରମେଶ୍ୱର କ’ଣ ନିର୍ଦ୍ଦୋଷର ମୃତ୍ୟୁରେ କେବଳ ହସି ପାରିବେ? ଯେତେବେଳେ ଜଣେ ଦୁଷ୍ଟ ବ୍ୟକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ୱର ସେହି ନେତାଙ୍କୁ ଗତିରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି? ଯଦି ପରମେଶ୍ୱର ତାହା ନ କରନ୍ତି, ତେବେ କିଏ? “ମୋର ଦିନ ସବୁ ଶୀଘ୍ର ଗଡ଼ି ଗ୍ଭଲିଛି ଜଣେ ଦୌଡ଼ାଳି ଭଳି। ମୋର ଦିନ ସବୁ ଗଡ଼ି ଗ୍ଭଲିଛି। ମୋ’ ଜୀବନରେ କୌଣସି ସୁଖ ନାହିଁ। ମୋର ଦିନ ସବୁ ଗଡ଼ି ଯାଉଛି ବେଗଶାଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ ଶିକାର ଉପରେ ଝାମ୍ପ ଦେବାକୁ ଉଦ୍ୟତ ଉତ୍କ୍ରୋଶପକ୍ଷୀ ଭଳି। “ମୁଁ ଯଦି କହେ, ‘ମୁଁ ଅଭିଯୋଗ କରିବି ନାହିଁ, ମୁଁ ମୋର ଯନ୍ତ୍ରଣା ଭୁଲି ଯିବି। ମୋ’ ମୁହଁରେ ହସ ଫୁଟାଇବି।’ ଏହା ପ୍ରକୃତରେ କିଛି ପରିବର୍ତ୍ତନ ଘଟାଏ ନାହିଁ, ସେହି ଯନ୍ତ୍ରଣା ଏବେ ବି ମୋତେ ଭୟଭୀତ କରେ। ମୁଁ ଦୋଷୀ ସାବ୍ୟସ୍ତ ହୋଇସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି। ତେଣୁ ମୁଁ କହୁଛି, ‘ସବୁକିଛି ଭୁଲିଯାଅ।’ ଯଦି ମୁଁ ବରଫରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନରେ ଧୋଇ ସଫା କରେ। ତଥାପି ପରମେଶ୍ୱର ମୋତେ ଖସଡ଼ା ଗାତ ମଧ୍ୟକୁ ଠେଲି ଦେବେ। ତା’ପରେ ମୋର ନିଜର ବସ୍ତୁ ମୋତେ ଘୃଣା କରିବ। ପରମେଶ୍ୱର ମୋ’ ଭଳି ମନୁଷ୍ୟ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦେବି। ଆମ୍ଭର କେବେ ଗୋଟିଏ ନ୍ୟାୟାଳୟରେ ଏକତ୍ର ପରସ୍ପର ସାକ୍ଷାତ ହୋଇ ପାରିବ ନାହିଁ। ମୁଁ ଗ୍ଭହେଁ କିଏ ମଧ୍ୟସ୍ଥ ହୁଅନ୍ତା, ଯିଏ ଦୁଇ ପକ୍ଷର କଥା ଶୁଣି ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କେହି ନାହିଁ। ମୁଁ ଗ୍ଭହେଁ କେହି ପରମେଶ୍ୱରଙ୍କ ଦଣ୍ଡ ଦେବାର ବାଡ଼ିଟିକୁ ତାଙ୍କଠାରୁ ନେଇ ଯାଆନ୍ତା? ତେବେ ପରମେଶ୍ୱର ମୋତେ ଭୟଭୀତ କରନ୍ତେ ନାହିଁ। ତେବେ ମୁଁ କହନ୍ତି, ଯାହା ମୁଁ କହିବାକୁ ଗ୍ଭହେଁ ପରମେଶ୍ୱରଙ୍କୁ ଭୟ ନ କରି। କିନ୍ତୁ ବର୍ତ୍ତମାନ ତାହା ମୁଁ କହି ପାରିବି ନାହିଁ। ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି। ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି। ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ। ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି। ଆପଣଙ୍କର ମୋ’ ବିପକ୍ଷରେ କ’ଣ କହିବାର ଅଛି। ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ? ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ। ହେ ପରମେଶ୍ୱର, ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି? ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ’ଣ ସେପରି ଦେଖ? ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ? ତୁମ୍ଭର ଜୀବନ କ’ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ? ତୁମ୍ଭେ ମୋର ଅଧର୍ମ ଓ ପାପକୁ ଖୋଜୁଛ। ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ। କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ। ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ। ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ। ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ। ପୁଣି ମୋତେ ଧୂଳିରେ ମିଶାଇ ଦେବ କି? ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ, ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ। ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ, ତା’ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ। ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ। ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ। ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ, ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ। ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର। ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ, ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ। ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମୋ’ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ। ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ। ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ’ ବିରୁଦ୍ଧରେ ନେଇଆସ ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମୋ’ ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ’ ବିରୁଦ୍ଧରେ ପଠାଇଛ। ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ? ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା’ନ୍ତି। ମୋତେ ଭଲ ହୋଇଥା’ନ୍ତା, ଯଦି ମୁଁ ବଞ୍ଚି ନ ଥା’ନ୍ତି। କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା’ନ୍ତା। ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି, ତେଣୁ ମୋତେ ଛାଡ଼ିଦିଅ। ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ। ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ। ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ। ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ, ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।” ସୋଫର ଆୟୁବକୁ ଉତ୍ତର ଦେଲା ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା। “ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି? ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ। ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ? ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ, ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ? ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ କହୁଛ, ‘ମୋର ଯୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’ ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ ଏବଂ tell you that you are wrong। ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା। ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ? ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ? ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ। ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ? ସେଗୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସେହି ବିଷୟରେ କ’ଣ ଜାଣ? ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ ସମୁଦ୍ରଠାରୁ ଆହୁରି ଗଭୀର। “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ? ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ। ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି। ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ। ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ। କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର। ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା’ହେଲେ ତାକୁ ଦୂର କର ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ। ତା’ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ। ତା’ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ। ତା’ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ। ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚ‌କ୍‌ଚକ୍ ହେବ। ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ। ତା’ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ। ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ। ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ। ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ। ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି, କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ। ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।” ଆୟୁବ ସୋଫରକୁ ଉତ୍ତର ଦେଲା ତା’ପରେ ଆୟୁବ ସେମାନଙ୍କୁ ଉତ୍ତର ଦେଇ କହିଲା, “ତୁମ୍ଭେ ଭାବୁଛ ତୁମ୍ଭେ କେବଳ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ୟ ମରିଯିବ। କିନ୍ତୁ ମୋର ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭଠାରୁ ନ୍ୟୁନ ନୁହେଁ, ଯେକୌଣସି ଲୋକ ଏହା ସତ୍ୟ ବୋଲି ଦେଖି ପାରିବ। “ମୁଁ ମୋର ବନ୍ଧୁମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି। ସେମାନେ କୁହନ୍ତି, ‘ସେ ପରମେଶ୍ୱରଙ୍କୁ ଡାକିଲା ଓ ପରମେଶ୍ୱର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।’ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ସରଳ ତଥାପି ସେମାନେ ମୋତେ ଦେଖି ହସନ୍ତି। ମଶାଲ ତା’ ପାଇଁ ଆବଶ୍ୟକ ନାହିଁ ଯିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସେହିମାନଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି। ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି, ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର। “ତୁମ୍ଭେ ଜନ୍ତୁମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ ଶିକ୍ଷା ଦେବେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ କହିବେ। ତୁମ୍ଭେ ପୃଥିବୀକୁ ପଗ୍ଭର ସେ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ସମୁଦ୍ରର ମାଛକୁ ପଗ୍ଭର ସେ ତୁମ୍ଭକୁ ଜ୍ଞାନ କଥା କହିବ। ଏ କଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଓ ନିଶ୍ୱାସ ନେଇ ବଞ୍ଚୁଥିବା ମଣିଷସବୁ ପରମେଶ୍ୱରଙ୍କ ଶକ୍ତିର ଅଧୀନରେ। କିନ୍ତୁ ଜିହ୍ୱା ଯେପରି ଖାଦ୍ୟର ସ୍ୱାଦ ବାରିପାରେ। କାନ ସେପରି ଶୁଣୁଥିବା ଶବ୍ଦକୁ ବାରିପାରେ। ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।’ କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି। ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ। ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ। ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା’ହେଲେ ପୃଥିବୀ ଶୁଷ୍କ ହୋଇଯାଏ ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା’ହେଲେ ପୃଥିବୀରେ ବନ୍ୟା ହୋଇଯାଏ। ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ। ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି। ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି। କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି। ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି। ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି। ପରମେଶ୍ୱର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ୟ ଛଡ଼ାଇ ନିଅନ୍ତି। ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି। ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି। ପରମେଶ୍ୱର ରାଜ୍ୟକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶେଷରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ୟକୁ ବୃଦ୍ଧି କରନ୍ତି ଏବଂ ତା’ର ଲୋକମାନଙ୍କୁ ବିନାଶ କରନ୍ତି। ପରମେଶ୍ୱର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ୟହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି। ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି। ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି। ଆୟୁବ ଉତ୍ତର ଦେଲା, “ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି। ମୁଁ ତୁମ୍ଭର ପ୍ରତ୍ୟେକ କଥା ଶୁଣିଅଛି। ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ୟ। ଯାହା ତୁମ୍ଭେମାନେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ। ମୁଁ ତୁମ୍ଭ ସହିତ ତର୍କ କରିବାକୁ ଗ୍ଭହୁଁ ନାହିଁ। ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ କହିବାକୁ ଗ୍ଭହେଁ। ମୁଁ ପରମେଶ୍ୱରଙ୍କ ସହିତ ମୋ’ ବିପଦ ସମ୍ପର୍କରେ ଯୁକ୍ତି କରିବାକୁ ଇଚ୍ଛା କରେ। କିନ୍ତୁ ତୁମ୍ଭେମାନେ ଏକ କୁହୁକ ବିଦ୍ୟାକାରୀ ଏବଂ ମୂଲ୍ୟହୀନ ବୈଦ୍ୟ ଅଟ। ମୁଁ ଗ୍ଭହେଁ ତୁମ୍ଭେ ଅନ୍ତତଃ ନୀରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ। “ଏବେ ମୋର ଯୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ୟ ଶୁଣ। ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷରେ ମିଥ୍ୟା କଥା କହିବ? ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ତୁମ୍ଭର ମିଥ୍ୟା କଥା ପରମେଶ୍ୱରଙ୍କ ଦ୍ୱାରା ସମର୍ଥିତ ହେବ? ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ, କେବଳ ସେ ପରମେଶ୍ୱର ବୋଲି? ତୁମ୍ଭେ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ କି? ଯଦି ପରମେଶ୍ୱର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ’ଣ ଭଲ ହେବ ଯେ ତୁମ୍ଭକୁ ପରମେଶ୍ୱର ଠିକ୍ ବୋଲି କହିବେ? ତୁମ୍ଭେ କ’ଣ ସତରେ ଭାବୁଛ ତୁମ୍ଭେ ପରମେଶ୍ୱରଙ୍କୁ ପ୍ରତାରିତ କରିବ, ଯେମିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର? ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ୟାୟାଳୟରେ ଜଣକ ପକ୍ଷ ସମର୍ଥନ କର କାରଣ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତାହାହେଲେ ପରମେଶ୍ୱର ତୁମ୍ଭକୁ ସମାଲୋଚନା କରିବେ। ପରମେଶ୍ୱରଙ୍କ ମହତ୍ତ୍ୱ କ’ଣ ତୁମ୍ଭକୁ ଡରାଇବ ନାହିଁ? ତୁମ୍ଭେ ତାଙ୍କ ଦ୍ୱାରା ଭୟଭୀତ ହେଉ ନାହଁ। ତୁମ୍ଭର ଯୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ୟହୀନ। “ତୁମ୍ଭେ ଚୁପ୍ ରୁହ ଏବଂ ମୋତେ କହିବାକୁ ଦିଅ। ଯାହା ମୋ’ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି। ମୁଁ ନିଜକୁ ବିପଦରେ ପକାଇବି ଏବଂ ମୋ’ ଜୀବନ ନିଜ ହାତରେ ଦେବି। ସେ ମୋତେ ମାରି ଦେଇ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖରେ ମୋର ପକ୍ଷ ପ୍ରସ୍ତୁତ କରିବି। ଯଦି ପରମେଶ୍ୱର ମୋତେ ମୁକ୍ତି ପ୍ରଦାନ କରନ୍ତି, ଏହା କେବଳ ମୋର ସାହସିକ ବକ୍ତବ୍ୟ ପାଇଁ। କୌଣସି ଦୁଷ୍ଟ ବ୍ୟକ୍ତି କେବେ ପରମେଶ୍ୱରଙ୍କ ସମ୍ମୁଖକୁ ଆସିବାକୁ ସାହସ କରିବେ ନାହିଁ। ମୁଁ ଯାହା କରୁଛି, ମୋ’ କଥା ମନୋଯୋଗ ଦେଇ ଶୁଣ। ମୋତେ ବୁଝାଇ କହିବାକୁ ଦିଅ। ମୁଁ ବର୍ତ୍ତମାନ ମୋ’ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ। ମୁଁ ସତର୍କତାର ସହିତ ମୋର ତର୍କ ଉପସ୍ଥାପନ କରିବି। ମୁଁ ଜାଣେ, ମୁଁ ଶେଷରେ ନିଜକୁ ସରଳ ବୋଲି ପ୍ରମାଣିତ କରି ପାରିବି। ଯଦି କୌଣସି ବ୍ୟକ୍ତି ପ୍ରମାଣ କରିପାରେ ଯେ ମୁଁ ଭୁଲ୍ ତା’ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ୍ ହୋଇଯିବି। “ହେ ପରମେଶ୍ୱର ମୋତେ କେବଳ ଦୁଇଟି ବସ୍ତୁ ଦିଅ ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ। ମୋତେ ଦଣ୍ଡ ଦେବା ବନ୍ଦକର, ଏବଂ ମୋତେ ତୁମ୍ଭ ଭୟାବହତାରେ ଭୟଭୀତ କର ନାହିଁ। ତା’ପରେ ମୋତେ ଡାକ ମୁଁ ଉତ୍ତର ଦେବି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ। ମୁଁ କେତେ ପାପ କରିଛି? ମୁଁ କ’ଣ ଅଧର୍ମ କରିଛି? ମୋତେ ମୋର ପାପ ଓ ଭୁଲ୍ ସବୁ ଜଣାଇ ଦିଅ। ହେ ପରମେଶ୍ୱର, ତୁମ୍ଭେ କାହିଁକି ମୋ’ଠାରୁ ଦୂରେଇ ଯାଉଛ ଏବଂ ଶତ୍ରୁଭଳି ବ୍ୟବହାର କରୁଛ? ତୁମ୍ଭେ କ’ଣ ମୋତେ ଡରାଇବାକୁ ଚେଷ୍ଟା କରୁଛ? ମୁଁ ଏକ ପତ୍ର ଯାହାକି ପବନରେ ଉଡ଼ିଯାଏ। ତୁମ୍ଭେ କ’ଣ କୁଟାଖିଆ ପଛରେ ଗୋଡ଼ାଇବ? ହେ ପରମେଶ୍ୱର, ତୁମ୍ଭେ ମୋ’ ବିରୁଦ୍ଧରେ ତିକ୍ତ କଥା କହୁଛ ଏବଂ ହୁଏତ ମୋ’ ଯୌବନର ପାପ ପାଇଁ ମୋତେ ଶାସ୍ତି ପ୍ରଦାନ କରୁଛ। ତୁମ୍ଭେ ମୋ’ ପାଦରେ ବେଡ଼ି ବାନ୍ଧିଛ ଏବଂ ମୋର ପ୍ରତ୍ୟେକ ଆଗେଇବା ପାଦକୁ ଲକ୍ଷ୍ୟ ରଖିଛ ଓ ମୋର ପ୍ରତ୍ୟେକ ଗତିବିଧିକୁ ଲକ୍ଷ୍ୟ କରୁଛ। ତେଣୁ ମୁଁ ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ୁଅଛି ଖଣ୍ଡେ ପଗ୍ଭ କାଠପରି ତଥା ଖଣ୍ଡେ ପୋକଖିଆ କପଡ଼ା ପରି। “ଆମ୍ଭେମାନେ ସମସ୍ତେ ମନୁଷ୍ୟ। ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ। ମଣିଷର ଜୀବନ ଫୁଲ ସଦୃଶ, ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ। ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ, ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ। ଏହା ସତ୍ୟ, କିନ୍ତୁ ପରମେଶ୍ୱର ତୁମ୍ଭେ କ’ଣ ଜଣେ ବ୍ୟକ୍ତିକୁ ଦେଖିବ? ତୁମ୍ଭେ କ’ଣ ମୋ’ ସହିତ ବିଗ୍ଭରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ଯୁକ୍ତି ଉପସ୍ଥାପନା କରିବା? “ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ। ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ’ଣ କେହି ବଦଳାଇ ପାରେ? ତେଣୁ ହେ ପରମେଶ୍ୱର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର। ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ। ଯେପରି ଦିନ ମଜୁରୀଆ କାମ ଶେଷ ପରେ ତା’ର ମଜୁରୀକୁ ଉପଭୋଗ କରିଥାଏ। “ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି। ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ। ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ। ଯଦିଓ ତାହାର ଚେର ଭୂମି ତଳେ ଜୀର୍ଣ୍ଣ ହୋଇଯାଏ ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିଯାଏ। କିନ୍ତୁ ପାଣିର ଗନ୍ଧ ପାଇବା ମାତ୍ରେ ଏହା ତାହାର ଶାଖା ଗୋଟିଏ ଯୁବା ବୃକ୍ଷପରି ବଢ଼ାଇପାରେ। କିନ୍ତୁ ମଣିଷ ଯେତେବେଳେ ମରିଯାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସେପରି ଶେଷ ନିଶ୍ୱାସ ନିଏ ଏବଂ ତା’ପରେ ସେ କେଉଁଠାରେ? ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ। ଠିକ୍ ସେହିପରି, ମଣିଷ ଶୋଇପଡ଼େ ଏବଂ ଆଉ ଉଠେ ନାହିଁ। ଯେପର୍ଯ୍ୟନ୍ତ ସ୍ୱର୍ଗ ଅଛି, ମୃତ ଲୋକ କେବେ ସେହି ନିଦ୍ରାରୁ ଉଠିବେ ନାହିଁ। “ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ପାତାଳରେ ଲୁଗ୍ଭଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ଲୁଗ୍ଭଇ ରଖନ୍ତ, ଯେପର୍ଯ୍ୟନ୍ତ ତୁମ୍ଭର ରାଗ ଶାନ୍ତ ନ ହୋଇଛି। ତା’ପରେ ତୁମ୍ଭେ ମୋତେ ମନେକରିବା ପାଇଁ ଗୋଟେ ସମୟ ଠିକ୍ କରିବ। ମନୁଷ୍ୟ ମଲେ କ’ଣ ପୁଣି ଆଉ ବଞ୍ଚିବ? ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି। ହେ ପରମେଶ୍ୱର, ତୁମ୍ଭେ ମୋତେ ଡାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦେବି। ତା’ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ୟ ହେବ। ତୁମ୍ଭେ ତଥାପି ମୋର ପ୍ରତିଟି ପଦକ୍ଷେପକୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମୋର ପାପଗୁଡ଼ିକୁ ମନେ ପକାଇବ ନାହିଁ। ତୁମ୍ଭେ ମୋର ସମସ୍ତ ପାପକୁ ଏକ ଥଳିରେ ବାନ୍ଧି ଦେଇ ନିଜର ମୋହର ଦେଇ ବାହାରକୁ ଫିଙ୍ଗି ଦେବ। “ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହୋଇଯାଆନ୍ତେ, ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହୋଇ ବିଛାଡ଼ି ହୋଇ ପଡ଼ନ୍ତେ। ପଥର ଉପରେ ପାଣି ବହି ତାକୁ କ୍ଷୟ କରିଦିଏ। ବନ୍ୟା ଭୂମିରୁ ସବୁ ପଟୁମାଟି ପାଣିରେ ପୋଛି ନିଏ। ସେହି ଭଳି ହେ ପରମେଶ୍ୱର ତୁମ୍ଭେ ବ୍ୟକ୍ତିର ସମସ୍ତ ଆଶାକୁ ଧୂଳିସାତ କର। ତୁମ୍ଭେ ତାକୁ ସମ୍ପୂର୍ଣ୍ଣ ପରାସ୍ତ କର ଏବଂ ତାକୁ ଛାଡ଼ିଦିଅ। ତୁମ୍ଭେ ତାକୁ ଦୁଃଖୀ କରାଅ ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ। ଯଦି ତା’ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା’ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖି ପାରେ ନାହିଁ। ସେହି ବ୍ୟକ୍ତି କେବଳ ନିଜ ଶରୀରରେ ଯନ୍ତ୍ରଣାକୁ ଅନୁଭବ କରିପାରେ ଏବଂ କେବଳ ନିଜ ପାଇଁ ଶୋକ କରେ।” ଇଲୀଫସ୍ ଆୟୁବକୁ ଉତ୍ତର ଦେଲା ତା’ପରେ ତୈମନର ଇଲୀଫସ୍ ଆୟୁବକୁ ଉତ୍ତର ଦେଲା, “ଆୟୁବ, ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ, ତେବେ ତୁମ୍ଭେ ବ୍ୟକ୍ତିଗତ ମୂଲ୍ୟହୀନ ମତରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନରେ ଭର୍ତ୍ତି ହୋଇ ରହିବ ନାହିଁ। ତୁମ୍ଭେ କ’ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ୟହୀନ କଥାକୁ ନେଇ ଯୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ। କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ। କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ୱୀକାର କରୁଛି। ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ୟ ମଧ୍ୟରେ। ଏହା ଦ୍ୱାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁ ନାହିଁ ଯେ, ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷୟ ତୁମ୍ଭ ନିଜ ମୁଖ ଦ୍ୱାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦେଖାଉଛ। ତୁମ୍ଭର ନିଜ ଓଠ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଛି। “ଆୟୁବ, ତୁମ୍ଭେ କ’ଣ ପ୍ରଥମ ବ୍ୟକ୍ତି ଜନ୍ମ ହୋଇଛ? ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭରେ ଧାରଣ ହୋଇଥିଲ କି? ତୁମ୍ଭେ ପରମେଶ୍ୱରଙ୍କ ଗୋପନ ଯୋଜନା ବିଷୟରେ କିଛି ଜାଣ କି? ତୁମ୍ଭେ କ’ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ? ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ। ସେହି ପାଚିଲାବାଳିଆ ଓ ବୃଦ୍ଧ ଲୋକମାନେ ଆମ୍ଭମାନଙ୍କ କଥାରେ ଏକମନ ହେବେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ୟ ଆମ୍ଭ ସହିତ ଅଛନ୍ତି। ପରମେଶ୍ୱର ତୁମ୍ଭକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ଯଥେଷ୍ଟ ନୁହେଁ। ଆମ୍ଭେମାନେ ପରମେଶ୍ୱରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ୟରେ ବୁଝାଇ କହିଲୁ। ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ? ତୁମ୍ଭେ କାହିଁକି ସତ୍ୟକୁ ସ୍ୱୀକାର କରୁ ନାହଁ? ତୁମ୍ଭେ ଏହି ଦ୍ୱେଷପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରୁଛ। ‌କ୍ଳା‌‌ସ୍‌‌ର “ମନୁଷ୍ୟ କ’ଣ ସତରେ ଶୁଦ୍ଧ ହୋଇ ପାରିବ? ଜଣେ ସ୍ତ୍ରୀଲୋକଠାରୁ ଜନ୍ମ ହୋଇଥିବା କେହି ଧାର୍ମିକ ହୋଇ ପାରିବ କି? ପରମେଶ୍ୱର ଏମିତିକି ନିଜର ଦୂତମାନଙ୍କୁ ବିଶ୍ୱାସ କରନ୍ତି ନାହିଁ। ପରମେଶ୍ୱରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ୟ ପବିତ୍ର ନୁହେଁ। ମନୁଷ୍ୟମାନେ ଆହୁରି ତା’ଠାରୁ ଖରାପ। ମନୁଷ୍ୟ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ୟ। ସେ ଅଧର୍ମକୁ ଜଳପରି ପାନ କରେ। “ମୋ’ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି। ମୁଁ ତୁମ୍ଭକୁ ସେହି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସେମାନେ ମୋତେ କହିଥିଲେ। ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଏହିସବୁ କହିଥିଲେ। ସେମାନେ କୌଣସି କଥା ମୋ’ଠାରେ ଗୁପ୍ତ ରଖି ନ ଥିଲେ। କେବଳ ସେମାନେ ହିଁ ସେମାନଙ୍କ ଦେଶରେ ବାସ କରୁଥିଲେ। ସେହି ଦେଶରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସେମାନଙ୍କୁ କେହି ବିଚିତ୍ର ମତ ଦେଇ ନ ଥିଲେ। ସେହି ଜ୍ଞାନୀ ଲୋକମାନେ କହିଥିଲେ, “ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ୟକ୍ତି ତା’ର ପ୍ରତ୍ୟେକ ଗଣିତ ବର୍ଷରେ କ୍ଳେଶ ଭୋଗ କରେ। ପ୍ରତ୍ୟେକ ଶବ୍ଦ ତା’ର ଭୟ ସଞ୍ଚାର କରେ। ତା’ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତେବେଳେ ସେ ନିଜକୁ ନିରାପଦ ମଣୁଥାଏ। ଜଣେ ଦୁଷ୍ଟ ବ୍ୟକ୍ତି ବହୁତ ହତାଶ, ତା’ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ୟ ପାଇଁ ଗୋଟିଏ ‌‌ଖ‌ଡ଼୍‌ଗ କେଉଁଠାରେ ହେଲେ ଅପେକ୍ଷା କରିଥାଏ। ସେ ଏଣେତେଣେ ଘୁରିବୁଲେ। କିନ୍ତୁ ତା’ର ଶରୀର ଶେଷରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା’ର ମୃତ୍ୟୁ ନିକଟ ହୋଇ ଆସିଲାଣି। ଚିନ୍ତା ଓ ଦୁଃଖ ଯନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ୱଂସ କରାନ୍ତି। କାରଣ ଦୁଷ୍ଟ ବ୍ୟକ୍ତି ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରେ। ସେ ପରମେଶ୍ୱରଙ୍କ ବିରୁଦ୍ଧରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପରାସ୍ତ କରିବାକୁ ପ୍ରୟାସ କରେ। ସେହି ଦୁଷ୍ଟଲୋକ ଅତ୍ୟନ୍ତ ଶକ୍ତଗ୍ରୀବ। ସେ ଆପଣା କଠିନ ଢାଲ ଧରି ପରମେଶ୍ୱରଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସେ। ଜଣେ ବ୍ୟକ୍ତି ଧନୀ ଓ ମେଦ ବହୁଳ ହୋଇପାରେ। କିନ୍ତୁ ତା’ର ସହର ଧ୍ୱଂସ ପାଇବ। ତା’ର ଗୃହ ଧ୍ୱଂସ ହେବ। ତା’ର ଘର ଶୂନ୍ୟ ହେବ। ଦୁଷ୍ଟ ଲୋକ ବେଶୀଦିନ ଧନୀ ହୋଇପାରନ୍ତି ନାହିଁ। ତା’ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ। ତା’ର ସମ୍ପତ୍ତି ସମଗ୍ର ଦେଶରେ ବ୍ୟାପ୍ତ ହେବ ନାହିଁ। ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହୋଇ ଶୁଖିଯାଏ ଏବଂ ପବନ ତାକୁ ଉଡ଼ାଇ ନିଏ। ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ, ଯେତେବେଳେ ସେ ଅସାର ବିଷୟ ବିଶ୍ୱାସ କରେ। କାରଣ ସେ କିଛି ପାଇବ ନାହିଁ। ତା’ର ଜୀବନ ଶେଷ ହେବା ପୂର୍ବରୁ ଦୁଷ୍ଟ ବ୍ୟକ୍ତି ବୁଢ଼ା ହୋଇ ଦୁର୍ବଳ ହୋଇଯାଇଥିବ, ସେ ଗୋଟିଏ ଶୁଖିଲା ଡାଳ ସଦୃଶ, ପୁଣି ଯାହାକି ଆଉ କେବେ ସବୁଜ ହୋଇ ପାରିବ ନାହିଁ। ଦୁଷ୍ଟଲୋକ ଜଣେ ଅପରିପକ୍ୱ ଲୋକ ଯିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ଯାଏ। ସେହି ବ୍ୟକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ୟ ହରାଇ ବସିବ। କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି। ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି। ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥା’ନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦରେ ପକାଇବେ। ସେମାନେ ସବୁବେଳେ ଯୋଜନା କରୁଥା’ନ୍ତି କିପରି ଲୋକମାନଙ୍କୁ ଠକି ହେବ।” ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର ଦେଲା, “ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି। ତୁମ୍ଭେ ତିନି ଜଣ ମୋତେ ସାନ୍ତ୍ୱନା ନ ଦେଇ ଦୁଃଖ ଦେଉଛ। ତୁମ୍ଭର ଶୂନ୍ୟ ବାକ୍ୟର କ’ଣ ଅନ୍ତ ହେବ ନାହିଁ। ତୁମ୍ଭକୁ ଯୁକ୍ତି କରିବାକୁ କ’ଣ ପ୍ରବର୍ତ୍ତାଉଛି ମୋତେ ଉତ୍ତର ଦିଅ? ମୁଁ ମଧ୍ୟ ସେହିଭଳି କଥା ତୁମ୍ଭକୁ କହିପାରେ, ଯଦି ତୁମ୍ଭର ମୋ’ ଭଳି ବିପଦ ପଡ଼ିଥା’ନ୍ତା। ମୁଁ ମଧ୍ୟ ତୁମ୍ଭ ବିରୁଦ୍ଧରେ ବୁଦ୍ଧିମାନର ବାକ୍ୟ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମୋ’ ମୁଣ୍ଡ ହଲାଇ ପାରନ୍ତି। କିନ୍ତୁ ମୁଁ ତୁମ୍ଭକୁ ମୋର ବାକ୍ୟଦ୍ୱାରା ଉତ୍ସାହିତ କରିଥା’ନ୍ତି, ସାନ୍ତ୍ୱନା ଦେଇଥା’ନ୍ତି ଏବଂ ତୁମ୍ଭର କଷ୍ଟକୁ କମେଇ ଦେଇଥା’ନ୍ତି। “ତଥାପି ମୁଁ ଯଦି କହେ, ମୋ’ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ୟ ମୋତେ ସାହାଯ୍ୟ କରେ ନାହିଁ। କିନ୍ତୁ ବର୍ତ୍ତମାନ ପରମେଶ୍ୱର ପ୍ରକୃତରେ ମୋତେ ନିଃଶେଷ କରି ଦେଇଛନ୍ତି। ତୁମ୍ଭେ ମୋର ପରିବାରକୁ ଧ୍ୱଂସ କରିଛ। ତୁମ୍ଭେ ମୋ’ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମୋତେ ଦୋଷୀ ବୋଲି ଭାବୁଛନ୍ତି। “ପରମେଶ୍ୱର ମୋତେ ଆକ୍ରମଣ କରିଛନ୍ତି। ସେ ମୋ’ ଉପରେ କୋପ କରିବାରୁ ମୋର ଶରୀର ଲୋତକରେ ଭିଜି ଯାଇଛି। ପରମେଶ୍ୱର ମୋ’ ବିରୁଦ୍ଧରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମୋର ଶତ୍ରୁ ମୋତେ ଘୃଣା ଚକ୍ଷୁରେ ଦେଖନ୍ତି। ଲୋକମାନେ ମୋ’ ଗ୍ଭରିକଡ଼ରେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ମୋତେ ଉପହାସ କରନ୍ତି, ଏବଂ ମୋ’ ଗାଲରେ ଗ୍ଭପୁଡ଼ା ମାରନ୍ତି। ପରମେଶ୍ୱର ମୋତେ ଦୁଷ୍ଟ ଲୋକଙ୍କ ହାତରେ ସମର୍ପି ଦେଇଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମୋତେ ଆଘାତ କରିବାକୁ ଅନୁମତି ଦେଇଛନ୍ତି। ମୋର ଗୋଟିଏ ଆରାମଦାୟକ ଜୀବନ ଥିଲା। ତା’ପରେ ସେ ମୋତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମୋର ବେକକୁ ଧରି ମୋତେ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ୟ ଅଭ୍ୟାସ ପାଇଁ ମୋତେ ବ୍ୟବହାର କଲେ। ପରମେଶ୍ୱରଙ୍କ ତୀରବାହକମାନେ ମୋର ଚତୁର୍ପାର୍ଶ୍ୱରେ ଅଛନ୍ତି। ସେ ମୋର ବୃକ‌କ୍‌କୁ ଶରଦ୍ୱାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ। ସେ ମୋର ଅନ୍ତନାଳୀକୁ ଭୂମିରେ ଫିଙ୍ଗିଦିଅନ୍ତି। ପରମେଶ୍ୱର ମୋତେ ବାରମ୍ବାର ଆକ୍ରମଣ କରନ୍ତି। ସେ ଯୁଦ୍ଧ କ୍ଷେତ୍ରର ସୈନିକ ପରି ମୋତେ ଆକ୍ରମଣ କରନ୍ତି। “ମୋର ଦୁଃଖରେ ମୁଁ ମୋର ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି। କାନ୍ଦି କାନ୍ଦି ମୋର ମୁହଁ ଲାଲ ପଡ଼ିଗଲାଣି। ମୋର ଆଖିର ଚତୁର୍ଦ୍ଦିଗରେ କଳା କଳା ଦାଗ ଦିଶିଲାଣି। ମୁଁ ଜୀବନରେ କାହାପ୍ରତି ନିଷ୍ଠୁର ଆଚରଣ କରି ନାହିଁ, ତଥାପି ଏହିସବୁ ଅମଙ୍ଗଳ ମୋତେ ଘଟିଲା। ମୋର ପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ। “ପୃଥିବୀ, ମୋ’ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତାହା ଲୁଗ୍ଭଅ ନାହିଁ। ନ୍ୟାୟ ପାଇଁ ମୋର ଭୀକ୍ଷା ବନ୍ଦ ନ ହେଉ। ଏବେ ବି ବର୍ତ୍ତମାନ ମୋ’ ପାଇଁ ସ୍ୱର୍ଗରାଜ୍ୟରେ କେହି ଜଣେ ଅଛି, ଯିଏ ମୋ’ ପକ୍ଷରେ କଥା କହିବେ। କେହି ଜଣେ ମୋ’ ପାଇଁ ସାକ୍ଷ୍ୟ ଦେବେ। ମୋ’ ମିତ୍ରଗଣ ମୋ’ ପାଇଁ କୁହ, କିପରି ମୋର ଚକ୍ଷୁ ପରମେଶ୍ୱରଙ୍କ ପାଇଁ ଲୁହ ଢାଳି ଦେଉଛି। ସେ ମୋ’ ପାଇଁ ପରମେଶ୍ୱରଙ୍କୁ କୁହନ୍ତି ଯେମିତିକି ଜଣେ ବ୍ୟକ୍ତି ତା’ର ବନ୍ଧୁ ପାଇଁ ଯୁକ୍ତି କରେ। “ଆଉ କିଛି ବର୍ଷ ପରେ ମୁଁ ସେହି ମୃତ୍ୟୁ ରାଜ୍ୟକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ। ମୋର ଆତ୍ମା ଭାଙ୍ଗି ଯାଇଛି। ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି। ମୋ’ ପାଇଁ କବର ଅପେକ୍ଷା କରିଛି। ଲୋକମାନେ ମୋ’ ଗ୍ଭରିପାଖରେ ଛିଡ଼ା ହୋଇ ହସୁଛନ୍ତି। ମୁଁ ସେମାନଙ୍କୁ ଦେଖୁଛି ସେମାନେ ଯେତେବେଳେ ମୋତେ ପରିହାସ ଏବଂ ଅପମାନ କରୁଛନ୍ତି। “ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର। ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ। ତୁମ୍ଭେ ମୋର ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସେମାନେ ଠିକ୍ ବୋଲି ତୁମ୍ଭେ ସେମାନଙ୍କୁ ଚିନ୍ତା କରିବାକୁ ଦେବ ନାହିଁ। ଯଦି କେହି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧରେ କହେ, ‘ତା’ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।’ କିନ୍ତୁ ମୋର ବନ୍ଧୁଗଣ ମୋ’ ବିରୁଦ୍ଧରେ ଗଲେ। ପରମେଶ୍ୱର ମୋର ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ୟ କରିଛନ୍ତି। ଲୋକେ ମୋ’ ମୁହଁରେ ଛେପ ପକାଉଛନ୍ତି। କାରଣ ମୋର ଦୁଃଖ ଯୋଗୁଁ ମୋର ଚକ୍ଷୁ ଅନ୍ଧ ପ୍ରାୟ ହୋଇଗଲାଣି। ମୋର ଶରୀର ଛାଇପରି କ୍ଷୀଣ ହୋଇଗଲାଣି। ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି। ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁ‌ବ୍‌ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ। କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ। “ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ଫେରି ଆସ। ତୁମ୍ଭମାନଙ୍କ ଭିତରୁ କେହି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ। ମୋର ଜୀବନ ସରିସରି ଆସୁଛି। ମୋର ସମସ୍ତ ଯୋଜନା ପଣ୍ଡ ହୋଇଗଲା। ମୋର ସବୁ ଆଶା ଧୂଳିସାତ ହେଲା। ମୋର ମିତ୍ରଗଣ ସବୁ ସନ୍ଦେହରେ ଅଛନ୍ତି। ସେମାନେ ରାତିକୁ ଦିନ ବୋଲି ଭାବନ୍ତି। ସେମାନେ କହନ୍ତି, ଏହା ଶୀଘ୍ର ଆଲୋକିତ ହେବ, ଯେତେବେଳେ ଏହା ଅନ୍ଧକାର ହେଉଛି। “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାର ବିବରଣ କରିବି। ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’ ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି। ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ। ଯଦି ତାହା ମୋର ଆଶା, ତେବେ ଲୋକ ମୋ’ଠାରେ କୌଣସି ଭରସା ପାଇବେ ନାହିଁ। ମୋର ଆଶା କ’ଣ ମୋ’ ସହିତ ମରିଯିବ? ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?” ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା ଏହା ପରେ ଶୂହୀୟ ବି‌‌ଲ୍‌‌ଦଦ ଉତ୍ତର ଦେଇ କହିଲା, “ଆୟୁବ ତୁମ୍ଭେ କେତେବେଳେ କଥା କହିବା ବନ୍ଦ କରିବ? ତୁମ୍ଭେ ଚୁପ୍ ହୁଅ ଏବଂ ଶୁଣ, ଆମ୍ଭକୁ କିଛି କହିବାକୁ ଦିଅ। ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା? ଆୟୁବ, ତୁମ୍ଭର ରାଗ କେବଳ ତୁମ୍ଭକୁ ଆଘାତ କରିବ। କେବଳ ତୁମ୍ଭ ପାଇଁ କ’ଣ ଲୋକେ ପୃଥିବୀକୁ ପରିତ୍ୟାଗ କରିବେ? ତୁମ୍ଭେ କ’ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ୱର ପର୍ବତକୁ ଘୁଞ୍ଚାଇ ଦେବେ? “ହଁ, ଦୁଷ୍ଟ ଲୋକର ଆଲୋକ ଲିଭିଯିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହେବ। ତାଙ୍କ ଘରର ଆଲୋକ ଅନ୍ଧକାରରେ ପରିଣତ ହେବ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିଯିବ। ତାଙ୍କର ଶକ୍ତ ପାଦ କ୍ଷୀଣ ହୋଇଯିବ ଏବଂ ତା’ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ। ତାଙ୍କ ନିଜର ପାଦ ତାଙ୍କୁ ଯନ୍ତା ଭିତରକୁ ଟାଣି ନେବ। ସେ ସେହି ଯନ୍ତା ଭିତରକୁ ଯାଇ ତା’ ଭିତରେ ବନ୍ଦୀ ହେବ। ଗୋଟିଏ ଯନ୍ତା ତା’ର ପାଦକୁ ଧରିନେବ। ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ। ଭୂମିରେ ଲୁକାୟିତ ଗୋଟିଏ ଦଉଡ଼ି ତାକୁ ଫାଶରେ ପକାଇବ। ସେ ପଡ଼ିବାକୁ ଥିବା ଯନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି। ଭୟଙ୍କରତା ତାଙ୍କ ଗ୍ଭରିପାଖରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷେପକୁ ଗୋଡ଼େଇବ। ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି। ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ। ଭୟଙ୍କର ବ୍ୟାଧି ତା’ର ଚମଡ଼ାକୁ ଖାଇଯିବ, ତାହାପରେ ବାହୁ ଓ ଗୋଡ଼କୁ ପଚେଇ ଦେବ। ଦୁଷ୍ଟ ବ୍ୟକ୍ତି ଶେଷରେ ତା’ର ନିରାପଦ ମଣୁଥିବା ଘରୁ ତଡ଼ା ଖାଇବ। ତାକୁ ଧରି ନିଆଯାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ। ତା’ର ବାସଗୃହ ଶୂନ୍ୟ ହୋଇଯିବ। ତା’ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ। ତା’ର ମୂଳ ଶୁଷ୍କ ହୋଇଯିବ ଓ ତା’ର ଉପରର ଡାଳ ଶାଖାପ୍ରଶାଖା ମରିଯିବ। ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କେହି ମନେ ରଖିବେ ନାହିଁ। ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠେଲି ଦେବେ। ସେମାନେ ତାକୁ ଏ ପୃଥିବୀରୁ ତଡ଼ି ଦେବେ। ତା’ର କୌଣସି ସନ୍ତାନସନ୍ତତି ଓ ନାତି ନାତୁଣୀ ହେବ ନାହିଁ। ତା’ ପରିବାରର କେହି ଗୃହରେ ବାସ କରିବା ନିମନ୍ତେ ରହିବେ ନାହିଁ। ପଶ୍ଚିମ ଦେଶର ଲୋକମାନେ ଯେତେବେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହୋଇଛି ସେମାନେ ସ୍ତମ୍ଭିତ ହେବ। ପୂର୍ବ ଦେଶର ଲୋକମାନେ ଏ କଥା ଶୁଣି ଭୟରେ କମ୍ପି ଉଠିବେ। ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି। ଏହା ହିଁ ଘଟିବ ସେ ଲୋକକୁ, ଯିଏ ପରମେଶ୍ୱରଙ୍କୁ ଜାଣେ ନାହିଁ।” ଆୟୁବ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର ଦେଲା, “ତୁମ୍ଭେ କେତେ କାଳ ମୋତେ ଆଘାତ କରିବ ଏବଂ ତୁମ୍ଭ ବାକ୍ୟ ଦ୍ୱାରା ଭାଙ୍ଗିବ? ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମୋତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତେବେଳେ ମୋତେ ଆକ୍ରମଣ କରୁଛ। ଯଦି ବି ସତରେ ପାପ କରିଛି, ଏହା ମୋର ସମସ୍ୟା। ଏହା କୌଣସି ପ୍ରକାରେ ତୁମ୍ଭକୁ ଆଘାତ କରୁ ନାହିଁ। ତୁମ୍ଭେ କେବଳ ମୋ’ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ। ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ। କିନ୍ତୁ ସେ ପରମେଶ୍ୱର ମୋ’ ପ୍ରତି ଭୁଲ୍ କରିଛନ୍ତି? ସେ ମୋତେ ଧରିବାକୁ ନିଜର ଫାନ୍ଦ ବସାଇଲେ। ମୁଁ ଚିତ୍କାର କଲି, କିନ୍ତୁ କେହି ମୋର ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ। ମୁଁ ଚିତ୍କାର କଲି, ମୋତେ ରକ୍ଷା କର! କିନ୍ତୁ ସେଠାରେ ନ୍ୟାୟ ନାହିଁ। ପରମେଶ୍ୱର ମୋର ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି। ପରମେଶ୍ୱର ମୋର ସମ୍ମାନକୁ କାଢ଼ି ନେଇଛନ୍ତି। ସେ ମୋର ମସ୍ତକରୁ ମୁକୁଟ କାଢ଼ି ନେଇଛନ୍ତି। ପରମେଶ୍ୱର ମୋତେ ସବୁ ଦିଗରୁ ଆଘାତ କରୁଛନ୍ତି, ମୁଁ ଶେଷ ନ ହେଲା ଯାଏ। ଉତ୍ପାଡ଼ିତ ବୃକ୍ଷ ତୁଲ୍ୟ, ସେ ମୋର ଆଗକୁ କାଢ଼ି ନେଇଛନ୍ତି। ପରମେଶ୍ୱରଙ୍କ ରାଗ ମୋ’ ବିରୁଦ୍ଧରେ ପ୍ରଜ୍ୱଳିତ ହେବାରେ ଲାଗିଛି। ସେ ମୋତେ ତାଙ୍କର ଶତ୍ରୁ ଭାବୁଛନ୍ତି। ପରମେଶ୍ୱର ତାଙ୍କର ସୈନ୍ୟଦଳମାନଙ୍କୁ ମୋ’ ବିରୁଦ୍ଧରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସେମାନେ ମୋର ଚତୁର୍ପାର୍ଶ୍ୱରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସେମାନେ ମୋର ଛାଉଣିର ଚତୁର୍ପାର୍ଶ୍ୱରେ ଛାଉଣି କରିଛନ୍ତି। “ସେ ମୋର ଭାଇମାନଙ୍କୁ ମୋ’ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି। ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି। ମୋର ଜ୍ଞାତିମାନେ ମୋତେ ଛାଡ଼ି ଗ୍ଭଲିଗଲେ। ମୋର ବନ୍ଧୁମାନେ ମୋତେ ଭୁଲିଗଲେ। ମୋ’ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ୟ ମୋତେ ଏପରି ଦୃଷ୍ଟିରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ। ମୁଁ ଗ୍ଭକରମାନଙ୍କୁ ଡାକିଲେ ସେମାନେ ମୋତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ବି ମୋର ଗ୍ଭକରମାନେ ଉତ୍ତର ଦିଅନ୍ତି ନାହିଁ। ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ। ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି। ଛୋଟ ପିଲାମାନେ ମୋତେ ଦେଖି ଥଟ୍ଟା କରନ୍ତି ଓ ମୋତେ ଖରାପ କଥା କହି ଗାଳି ଦିଅନ୍ତି, ଯେତେବେଳେ ମୁଁ ତାଙ୍କ ପାଖକୁ ଯାଏ। ମୋର ନିକଟତମ ବନ୍ଧୁମାନେ ମୋତେ ଘୃଣା କରନ୍ତି। ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସେମାନେ ମୋ’ ବିରୁଦ୍ଧରେ ଯାଉଛନ୍ତି। “ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି। ମୋର ଚର୍ମ ଓହଳି ପଡ଼ିଲାଣି। ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି। ମୋର ଅଳ୍ପ ଜୀବନ ବାକିଅଛି। “ମୋତେ ଦୟା କର। ମୋର ବନ୍ଧୁଗଣ ମୋତେ ଦୟାକର। କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି। କାହିଁକି ତୁମ୍ଭେ ମୋତେ ଅତ୍ୟାଗ୍ଭର କରୁଛ, ପରମେଶ୍ୱରଙ୍କ ପରି? ତୁମ୍ଭେ ମୋତେ ଆଘାତ ଦେଇ ଦେଇ କ’ଣ କ୍ଳାନ୍ତି ଅନୁଭବ କରୁ ନାହଁ? “ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି। ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ। ମୋର ଲୁହା ଲେଖନୀ ଓ ସୀସା ଦ୍ୱାରା ମୋର ବାକ୍ୟସବୁ ଖୋଦିତ ହେବା ଉଚିତ୍। ସେଗୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖୋଦିତ ହେବା ଉଚିତ୍। ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ। ମୋର ଚମଡ଼ା ଧ୍ୱଂସ ହେଲା ପରି, ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି। ମୁଁ ପରମେଶ୍ୱରଙ୍କୁ ନିଜ ଆଖିରେ ଦେଖିବି। ମୁଁ ମୋର ନିଜ ପାଇଁ ପରମେଶ୍ୱରଙ୍କୁ ଦେଖିବି। ମୁଁ ଇଚ୍ଛାକରେ ମୋର ନିଜ ଆଖି ତାଙ୍କୁ ଦେଖିବ, ଅନ୍ୟ କାହାର ଆଖି ନୁହେଁ। ମୋର ଅତିରିକ୍ତ ଅନୁଭବ ଦ୍ୱାରା, ମୁଁ କ୍ଳାନ୍ତ ହୋଇ ପଡ଼ିଛି। “ତୁମ୍ଭେ ହୁଏତ କହିପାର, ‘ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ୟାର ମୂଳ ମୋ’ଠାରେ ଅଛି।’ କିନ୍ତୁ ତୁମ୍ଭେ ନିଜେ ‌‌ଖ‌ଡ଼୍‌ଗ ଦ୍ୱାରା ଭୟଭୀତ ହେବ। କାରଣ ପରମେଶ୍ୱର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ୱର କେବଳ ତୁମ୍ଭକୁ ଦଣ୍ଡ ଦେବାକୁ ତାଙ୍କର ‌‌ଖ‌ଡ଼୍‌ଗ ବ୍ୟବହାର କରିବେ। ସେତେବେଳେ ତୁମ୍ଭେ ଜାଣିବ ଯେ ଉପଯୁକ୍ତ ସମୟ ଆସିଲେ ସେ ହିଁ ନ୍ୟାୟ ପ୍ରଦାନ କରି ବିଗ୍ଭର କରନ୍ତି।” ସୋଫର ଉତ୍ତର ଦେଲା ତା’ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା, “ମୋର ଉ‌‌‌ଦ୍‌‌‌ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ। ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ। “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ। ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ। *** ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ। ତା’ର ମସ୍ତକ ମେଘକୁ ଛୁଇଁ ପାରେ। କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ। ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’ ସେ ସ୍ୱପ୍ନ ଭଳି ମିଳାଇଯିବ। ଆଉ ତାକୁ କେହି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ। ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ। ତା’ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ। ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ। ତା’ର ନିଜ ହାତ ମଧ୍ୟ ତା’ର ସମ୍ପତ୍ତିକୁ ଫେରାଇ ଦେବ। ଯେତେବେଳେ ସେ ଯୁବକ ଥିଲା, ତା’ର ହାଡ଼ ଶକ୍ତ ଥିଲା। କିନ୍ତୁ ତା’ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ। “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ। ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା’ର ମୁଖରେ ଏହା ଥାଏ। ସେ ମିଠା ତା’ର ପାକସ୍ଥଳୀରେ ବିଷରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ। ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉ‌‌‌ଦ୍‌‌‌ଗାର କରିବ। ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ। ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ। ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ। ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ। ଦୁଷ୍ଟ ଲୋକ ତା’ର ଲାଭ ଫେରାଇବାକୁ ବାଧ୍ୟ ହେବ। ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ। କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି। ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା। “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ। ତା’ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ। ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା’ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ। ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ, ତା’ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ। ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ। ସେ ହୁଏତ ଲୁହା ‌‌ଖ‌ଡ଼୍‌ଗରୁ ରକ୍ଷା ପାଇପାରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ। ସେହି ତମ୍ବାତୀର ତା’ର ପୁରା ଶରୀର ଦେଇ ଗତି କରିବ। ତା’ର ପିଠି ପଟ ଦେଇ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା’ର କଲିଜାକୁ ଚିରିଦେବ, ଏବଂ ତା’ ଉପରେ ଆତଙ୍କ ଆସିବ। ତା’ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। ଅଗ୍ନି ସେ ସବୁ ଧ୍ୱଂସ କରିବ। ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ। ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ। ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ। ପରମେଶ୍ୱରଙ୍କ କୋପର ବନ୍ୟା ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ। ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।” ଆୟୁବ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର ଦେଲା, “ମୁଁ ଯାହା କହୁଛି ମନଦେଇ ଶୁଣ। ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ। ମୁଁ କହିଲା ବେଳେ ଧୈର୍ଯ୍ୟ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମୋ’ କଥାକୁ ବ୍ୟଙ୍ଗ କରିପାର। “ମୁଁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ଧୈର୍ଯ୍ୟ ଧରିପାରୁ ନାହିଁ। ତୁମ୍ଭେ ମୋତେ ଦେଖ ଓ ସ୍ତମ୍ଭିତ ହୁଅ। ତୁମ୍ଭ ମୁହଁରେ ତୁମ୍ଭେ ହାତ ଦେଇ ମୋତେ ଚକିତ ହୋଇ ଗ୍ଭହଁ। ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା। ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ। କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି? କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି? ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି, ସେମାନେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ। ସେମାନଙ୍କ ଘର ସବୁ ନିରାପଦ ଥାଏ। ସେମାନେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ। ସେମାନଙ୍କ ଷଣ୍ଢ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ। ସେମାନଙ୍କ ଗାଈସବୁ ବାଛୁରି ପ୍ରସବ କରେ। ବାଛୁରି ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ। ଦୁଷ୍ଟ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖୋଜିବକୁ ପଠାନ୍ତି। ସେହି ପିଲାମାନେ ଗ୍ଭରିଆଡ଼େ ନୃତ୍ୟ କରନ୍ତି। ସେମାନେ ତବଲା ଓ ବୀଣା ବଜାଇ ନୃତ୍ୟ ଗୀତରେ ମାତନ୍ତି। ଦୁଷ୍ଟ ବ୍ୟକ୍ତି ସାରାଜୀବନ ସୌଭାଗ୍ୟରେ ଦିନ କାଟନ୍ତି। ତା’ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି। କୌଣସି ଯନ୍ତ୍ରଣା ଭୋଗ ନ କରି ସେମାନେ କବରକୁ ଯାଆନ୍ତି। କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଗ୍ଭହୁଁଛ ଆମ୍ଭେ ତାହା ଖାତିରି କରୁ ନାହୁଁ।’ ଦୁଷ୍ଟ ଲୋକମାନେ କହନ୍ତି, ‘ସର୍ବଶକ୍ତିମାନ ପରମେଶ୍ୱର କିଏ ଯେ, ଆମ୍ଭେ ତାଙ୍କର ସେବା କରିବୁ‌! ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା?’ “ଏହା ସତ୍ୟ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ୟ ସେମାନଙ୍କ ହାତରେ ନାହିଁ। ମୁଁ ସେମାନଙ୍କ ଉପଦେଶ ଗ୍ରହଣ କରି ପାରିବି ନାହିଁ। ପରମେଶ୍ୱର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି? ଦୁଷ୍ଟ ଲୋକେ କେତେଥର ବିପଦରେ ପଡ଼ନ୍ତି? କେତେ ଥର ସେମାନେ ପରମେଶ୍ୱରଙ୍କ କ୍ରୋଧର ଶିକାର ହୋଇ ଦଣ୍ଡ ପାଆନ୍ତି? ପବନ କୁଟା ଖଣ୍ଡକୁ ଉଡ଼ାଇ ନେଲାପରି ପରମେଶ୍ୱର କେତେ ଥର ସେମାନଙ୍କୁ ଉଡ଼ାଇ ନିଅନ୍ତି? ବତାଶରେ କେତେ ଥର ସେମାନେ ତୁଷପରି ଉଡ଼ି ଯାଆନ୍ତି? କିନ୍ତୁ ତୁମ୍ଭେ କୁହ, ‘ପରମେଶ୍ୱର ତା’ର ପିତାର ପାପଗୁଡ଼ିକ ପାଇଁ ତା’ର ପୁତ୍ରକୁ ଶାସ୍ତି ଦିଅନ୍ତି।’ ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ। ତା’ହେଲେ ଯାଇ ଦୁଷ୍ଟ ଲୋକ ଜାଣିବ ଯେ, ସେ ତା’ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି। ସେହି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ। ଯେତେବେଳେ ତାକୁ ଦିଆ ଯାଇଥିବା ସମୟ ଶେଷ ହୁଏ ଓ ସେତେବେଳେ ସେ ମରିଯାଏ। ସେ ତା’ର ପଛରେ ଛାଡ଼ି ଯାଇଥିବା ପରିବାର ବିଷୟରେ କାହିଁକି ଭାବିବ? “କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି? ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି। କେହି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ୟ ଲାଭକରି ମୃତ୍ୟୁବରଣ କରେ। ସେ ଏକ ନିରାପଦରେ ଓ ଆରାମଦାୟକ ଜୀବନଯାପନ କରେ। ତା’ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ। ତା’ର ହାଡ଼ ଶକ୍ତ ହୋଇଥାଏ। କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମରେ, ସେ କେତେବେଳେ ମଙ୍ଗଳର ସ୍ୱାଦ ପାଇପାରେ ନାହିଁ। ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି। କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ। “କିନ୍ତୁ ମୁଁ ଜାଣେ ତୁମ୍ଭେ କ’ଣ ଚିନ୍ତା କରୁଛ, ଏବଂ ଏ କଥା ଜାଣେ ତୁମ୍ଭେ ମୋତେ ଆଘାତ ଦେବାକୁ ଗ୍ଭହୁଁଛ। ତୁମ୍ଭେ ମୋତେ କହିପାର, ‘ଜଣେ ଭଲ ଲୋକର ଗୃହକୁ ମୋତେ ଦେଖାଅ। ମୋତେ ମନ୍ଦ ଲୋକ ଯେଉଁଠାରେ ବାସ କରନ୍ତି ଦେଖାଅ।’ “ନିଶ୍ଚୟ ତୁମ୍ଭେ ପଥିକମାନଙ୍କ ସହିତ କଥା ହୋଇଛ। ନିଶ୍ଚୟ ସେମାନଙ୍କ କାହାଣୀକୁ ସ୍ୱୀକାର କରିବ। ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ଯାଆନ୍ତି। ପରମେଶ୍ୱର ରାଗ କଲେ ବି ସେମାନେ ବର୍ତ୍ତି ଯାଆନ୍ତି। କେହି ଦୁଷ୍ଟ ଲୋକକୁ ତା’ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ୟାୟ କଲେ ବି, କେହି ତା’ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ। ତଥାପି ଦୁଷ୍ଟ ବ୍ୟକ୍ତି କବରକୁ ବୁହାଯିବ ଓ ତାକୁ ପ୍ରହରୀ ଜଗିବେ। ଉପତ୍ୟକାର ମାଟି ମଧ୍ୟ ଦୁଷ୍ଟ ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହେବ। ହଜାର ହଜାର ଲୋକ ତା’ର ଶବ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ। “ତେଣୁ ତୁମ୍ଭେ ମୋତେ ତୁମ୍ଭର ବୃଥା କଥାରେ ସାନ୍ତ୍ୱନା ଦେଇ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।” ଇଲୀଫସ୍ ଉତ୍ତର ଦେଲା ତୈମନୀୟ ଇଲୀଫସ୍ ଉତ୍ତର ଦେଇ କହିଲା, “ପରମେଶ୍ୱର କ’ଣ ଆମ୍ଭର ସାହାଯ୍ୟ ଆବଶ୍ୟକ କରନ୍ତି? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଦରକାରୀ ନୁହେଁ। ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ’ଣ ପରମେଶ୍ୱରଙ୍କ ସୁଖର କାରଣ ଅଟେ? ତା’ଦ୍ୱାରା ସର୍ବଶକ୍ତିମାନ ପରମେଶ୍ୱର କ’ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର? ଏହା କ’ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଭିଯୋଗ କଲେ କି? ଏହା କ’ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର? ନା, ଏହାର କାରଣ ତୁମ୍ଭେ ଅତ୍ୟଧିକ ପାପ କରିଛ। ତୁମ୍ଭେ କେବେ ନିବୃତ୍ତ ରହି ନାହଁ। ହୋଇପାରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦେଇଥିଲ ଏବଂ ତାକୁ ବାଧ୍ୟ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦେବାକୁ ପ୍ରମାଣ ସ୍ୱରୂପ ଯାହା ଫଳରେ ସେ ତୁମ୍ଭକୁ ଫେରସ୍ତ କରିବ। ହୋଇପାରେ ତୁମ୍ଭ ଗରିବ ଲୋକଟିର କପଡ଼ା ମଧ୍ୟ ନେଇଛ ବନ୍ଧକ ସ୍ୱରୂପ କରଜ ଦେଇ। ହୋଇପାରେ ତୁମ୍ଭେ ଏହା ବିନାକାରଣରେ କରିଅଛ। ହୋଇପାରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦେଇ ନାହଁ। ଆୟୁବ, ତୁମ୍ଭର ବହୁତ ଗ୍ଭଷ ଜମି ଥିଲା ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ। ଏହାବି ହୋଇପାରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦେଇ ପଠାଇ ଦେଇଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ। ବୋଧହୁଏ ସେଥିପାଇଁ ତୁମ୍ଭ ଗ୍ଭରି କଡ଼ରେ ଫାନ୍ଦ ବସାଯାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହୋଇ ପଡ଼ିଛ। ଏହି କାରଣ ପାଇଁ ଏତେ ଅନ୍ଧକାର ଘଟିଛି ଯେ, ତୁମ୍ଭେ କିଛି ଦେଖି ପାରୁ ନାହଁ, କାହିଁକି ତୁମ୍ଭେ ପ୍ରବଳ ବନ୍ୟାଜଳରେ ଢାଙ୍କି ହୋଇଛ। “ପରମେଶ୍ୱରଙ୍କ ନିବାସସ୍ଥାନ ସ୍ୱର୍ଗର ସବୁଠୁ ଊର୍ଦ୍ଧ୍ୱରେ ନୁହଁ କି? ଦେଖ ନକ୍ଷତ୍ରଗଣ ମଧ୍ୟ କେତେ ଉଚ୍ଚରେ ଅଛନ୍ତି। ଆୟୁବ ତୁମ୍ଭେ ହୁଏତ କହିପାର, ‘ପରମେଶ୍ୱର କ’ଣ ଜାଣନ୍ତି? ପରମେଶ୍ୱର କ’ଣ ସେହି ଘନ ଅନ୍ଧକାର ବାଦଲ ମଧ୍ୟରୁ ଆମ୍ଭକୁ ଦେଖି ବିଗ୍ଭର କରନ୍ତି? ଘନ ବାଦଲ ପରମେଶ୍ୱରଙ୍କୁ ଆମ୍ଭଠାରୁ ଲୁଗ୍ଭଇ ରଖେ, ତେଣୁ ସେ ଆମ୍ଭକୁ ଦେଖି ପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଗ୍ଭଲି ପାରନ୍ତି।’ “ଆୟୁବ ତୁମ୍ଭେ ସେହି ପୁରୁଣା ବାଟରେ ଗ୍ଭଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳରେ ଯାଉଥିଲେ। ସେହି ଦୁଷ୍ଟମାନେ ଧ୍ୱଂସ ପାଇ ସାରିଛନ୍ତି। ସେମାନଙ୍କର ମୃତ୍ୟୁ ସମୟ ଆସିବା ପୂର୍ବରୁ। ସେମାନେ ବନ୍ୟାରେ ଭାସି ଯାଇଛନ୍ତି। ସେହି ଲୋକମାନେ ପରମେଶ୍ୱରଙ୍କୁ କହିଥିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ! ପରମେଶ୍ୱର ସର୍ବଶକ୍ତିମାନ ଆମ୍ଭକୁ କିଛି କରି ପାରନ୍ତି ନାହିଁ।’ ଯଦ୍ୟପି ପରମେଶ୍ୱର ସେମାନଙ୍କ ଗୃହରେ ଉତ୍ତମ ଦ୍ରବ୍ୟ ପୂର୍ଣ୍ଣ କରିଥିଲେ। ମୁଁ ସେହି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ। ଧାର୍ମିକ ଲୋକେ ସେମାନଙ୍କ ଧ୍ୱଂସ ଦେଖିବାକୁ ଗ୍ଭହାନ୍ତି। ଏବେ ସେହି ଧାର୍ମିକ ଲୋକମାନେ ଆନନ୍ଦିତ ହେବେ। ନିରୀହ ଲୋକ ଦୁଷ୍ଟ ଲୋକଙ୍କ ବିଷୟରେ ହାସ୍ୟ କରିବେ। ‘ସତରେ ଆମ୍ଭ ଶତ୍ରୁମାନେ ଧ୍ୱଂସ ହୋଇଛନ୍ତି। ଅଗ୍ନି ସେମାନଙ୍କ ସମ୍ପତ୍ତିକୁ ଜାଳି ଦେଇଛି।’ “ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତିରେ ବାସ କର। ଏହା କଲେ ତୁମ୍ଭେ ଅନେକ ଭଲ ବସ୍ତୁ ପାଇବ। ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା’ ପ୍ରତି ଧ୍ୟାନ ଦିଅ। ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର। ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ୟବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଗ୍ଭର କର। ତୁମ୍ଭର ସୁବର୍ଣ୍ଣ ସେହି ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ସେ ତୁମ୍ଭର ମୂଲ୍ୟବାନ ରୂପା ସଦୃଶ ଅଟନ୍ତି। ତା’ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଉପଭୋଗ କର। ସେମାନେ ତା’ପରେ ପରମେଶ୍ୱରଙ୍କୁ ଅନାଇବେ। ତା’ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡାକ ଶୁଣିବେ। ଯାହାସବୁ ପ୍ରତିଜ୍ଞା ତାଙ୍କଠାରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହେବ। ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚୟ ତାହା ସଫଳ ହେବ। ତା’ହେଲେ ପ୍ରକୃତରେ ତୁମ୍ଭର ଭବିଷ୍ୟତ ଉଜ୍ଜ୍ୱଳ ହେବ। ପରମେଶ୍ୱର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାଯ୍ୟ କରନ୍ତି। ଯିଏ ନିରୀହ ନୁହେଁ ତାକୁ ମଧ୍ୟ ସେ ଉଦ୍ଧାର କରନ୍ତି। ଏହିପରି ଜଣେ ଲୋକ ଉଦ୍ଧାର ହେବ କାରଣ ତୁମ୍ଭର ହସ୍ତ ଶୁଦ୍ଧ ଅଟେ।” ଆୟୁବର ଉତ୍ତର ତା’ପରେ ଆୟୁବ ଉତ୍ତର ଦେଲା, “ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି। ମୁଁ ଇଚ୍ଛା କରେ ମୁଁ ଜାଣିଥା’ନ୍ତି ପରମେଶ୍ୱର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ଯାଇ ହେବ। ମୁଁ ମୋର କଥା ତାଙ୍କ ଆଗରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ଦୋଷ ଏ କଥା ତାଙ୍କ ଆଗରେ ଯୁକ୍ତି ବଳରେ ଉପସ୍ଥାପନା କରିବି। ମୁଁ ଜାଣିବାକୁ ଗ୍ଭହେଁ ପରମେଶ୍ୱର ମୋ’ ଯୁକ୍ତିର କିପରି ଉତ୍ତର ଦେବେ। ପରମେଶ୍ୱରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଗ୍ଭହେଁ। ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ? ନା, ସେ ମୋ’ କଥା ଶୁଣିବେ। ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ୱର ନିଶ୍ଚିତ ମୋ’ କାହାଣୀ କହିବାକୁ ମୋତେ ଦେବେ। ତା’ପରେ ମୋର ବିଗ୍ଭରକର୍ତ୍ତା ମୋତେ ମୁକ୍ତି କରିଦେବ। “କିନ୍ତୁ ମୁଁ ଯଦି ପୂର୍ବକୁ ଯାଏ ପରମେଶ୍ୱର ସେଠାରେ ନାହାନ୍ତି। ମୁଁ ପଶ୍ଚିମକୁ ଯାଏ ସେଠାରେ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ। ଯେତେବେଳେ ପରମେଶ୍ୱର ଉତ୍ତରରେ କାମ କରୁଛନ୍ତି, ମୁଁ ଯଦି ସେଠାରେ ତାଙ୍କୁ ଦେଖି ପାରୁ ନାହିଁ। ପରମେଶ୍ୱର ଯଦି ଦକ୍ଷିଣକୁ ଯାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ। ପରମେଶ୍ୱର ମୋତେ ଜାଣନ୍ତି। ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି। ମୁଁ ସର୍ବଦା ପରମେଶ୍ୱରଙ୍କ ପଥରେ ଗ୍ଭଲିଛି। ମୁଁ କେବେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ। ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି। “କିନ୍ତୁ ପରମେଶ୍ୱର କେବେହେଲେ ବଦଳନ୍ତି ନାହିଁ। କେହି ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇ ପାରିବ ନାହିଁ। ପରମେଶ୍ୱର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି। ପରମେଶ୍ୱର ମୋ’ ପ୍ରତି ଯାହା କରିବାକୁ ଗ୍ଭହାନ୍ତି ତାହା ସେ ନିଶ୍ଚୟ କରିବେ। ତାଙ୍କର ମଧ୍ୟ ମୋ’ ପ୍ରତି ଅନେକ କିଛି କରିବାକୁ ଯୋଜନା ଥିବ। ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଭୟ କରେ। ମୁଁ ଏ କଥା ବୁଝିପାରେ। ତେଣୁ ମୁଁ ପରମେଶ୍ୱରଙ୍କୁ ଭୟ କରେ। ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି। ମୋ’ ଉପରେ ଘଟିଯାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମୋ’ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସେହି କଳା ଅନ୍ଧକାର ମୋତେ ଚୁପ୍ କରି ରଖିପାରବ ନାହିଁ। “କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହେନି? କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତେବେଳେ ସେ ପଦକ୍ଷେପ ନେବେ ତାହା ଜାଣନ୍ତି।” “କେହି କେହି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦେବାକୁ ଚେଷ୍ଟା କରନ୍ତି। କେହି ଅନ୍ୟର ମେଷପଲ ହରଣ କରି ଅନ୍ୟ ଚରାଭୂମିକୁ ନେଇ ଯାଆନ୍ତି। ସେମାନେ ଅନାଥମାନଙ୍କ ଗଧକୁ ଗ୍ଭେରାଇ ନିଅନ୍ତି। କେହି ବିଧବାର ଗାଈ ନେଇ ବନ୍ଧକ ରୂପେ ରଖନ୍ତି ଯେପର୍ଯ୍ୟନ୍ତ ସେ ତା’ର ପ୍ରାପ୍ୟ ପରିଶୋଧ ନ କରିଛି। ସେମାନେ ଗରିବ ଲୋକର ଗୃହରୁ ତଡ଼ିଦେଇ ଏଣେତେଣେ ବୁଲିବାକୁ ଛାଡ଼ିଦିଅନ୍ତି। ଏହି ଗରିବମାନେ ସେମାନଙ୍କ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି। “ଗରିବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ୱେଷଣରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି। ସେମାନେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ୱେଷଣରେ ବୁଲନ୍ତି। ସେମାନେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି। ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିଯାଏ ଫସଲ ଅମଳ କରନ୍ତି। ସେମନେ ନିଶ୍ଚୟ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ସଂଗ୍ରହ କରନ୍ତି। ଗରିବ ଲୋକେ ବିନା ବସ୍ତ୍ରରେ ସାରା ରାତି ଶୟନ କରନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟରେ ଘୋଡ଼ାଇବା ବସ୍ତ୍ର ନ ଥାଏ। ସେମାନେ ପାହାଡ଼ ପର୍ବତରେ ବର୍ଷାରେ ଭିଜନ୍ତି। ଥଣ୍ଡାରୁ ରକ୍ଷା ପାଇବାକୁ ସେମାନଙ୍କ ପାଖରେ କିଛି ନ ଥାଏ। ତେଣୁ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବଡ଼ ପଥର ପାଖରେ ଶରଣ ନିଅନ୍ତି। ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ୟପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସେମାନେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ୱରୂପ ରଖନ୍ତି। ଗରିବ ଲୋକର ବସ୍ତ୍ର ନ ଥିବାରୁ ସେମାନେ ଉଲଗ୍ନ ହୋଇ କାମ କରନ୍ତି। ସେମାନେ ଧାନ ବିଡ଼ା ବୁହନ୍ତି, ତଥାପି ସେମାନେ କ୍ଷୁଧାର୍ତ୍ତ ହୋଇ ଯାଆନ୍ତି। ଗରିବ ଲୋକେ ତେଲ ଉତ୍ପନ୍ନ କରନ୍ତି। ସେମାନେ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ରସ ନେଇ ମଦ୍ୟ ପ୍ରସ୍ତୁତରେ ସାହାଯ୍ୟ କରନ୍ତି, ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ। ସହରରେ ମରୁଥିବା ମନୁଷ୍ୟମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚୟ ଶୁଣିପାରୁଥିବ। ସେହି ଦୁଃଖୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ୱର କାନରେ ଶୁଣି ପାରନ୍ତି ନାହିଁ। “କେତେକ ଲୋକ ଆଲୁଅ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରନ୍ତି। ସେମାନେ ଜାଣିପାରନ୍ତି ନାହିଁ ପରମେଶ୍ୱର କ’ଣ ଗ୍ଭହାନ୍ତି? ପରମେଶ୍ୱର ଗ୍ଭହୁଁଥିବା ରାସ୍ତାରେ ସେମାନେ ଗ୍ଭଲନ୍ତି ନାହିଁ। ହତ୍ୟାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ୟା କରେ ଏବଂ ରାତିରେ ସେ ଗ୍ଭେର ପାଲଟିଯାଏ। ଯେଉଁ ମନୁଷ୍ୟ ବ୍ୟଭିଗ୍ଭର କରେ ରାତି ହେବାକୁ ଅପେକ୍ଷା କରେ। ସେ ଭାବେ, ‘କେହି ତାକୁ ଦେଖି ପାରିବେ ନାହିଁ।’ ତଥାପି ସେ ତା’ର ମୁଖକୁ ଘୋଡ଼ାଇଥାଏ। ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାରରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ କିନ୍ତୁ ଦିନ ବେଳେ ନିଜ ଘରେ କବାଟ କିଳି ଦେଇ ରହିଥାଏ, ଏବଂ ଆଲୁଅଠାରୁ ଦୂରରେ ରୁହେ। ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସେମାନେ ଅନ୍ଧକାରରେ ଭୟାନକତାରେ ଅଭ୍ୟସ୍ତ। “ବନ୍ୟା ଜଳରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିଯାଏ। ଯେଉଁ ଜମିର ସେ ମାଲିକ ଥାଏ ତାହା ଶେଷରେ ତା’ ପାଇଁ ଅଭିଶାପରେ ପରିଣତ ହୁଏ। ତେଣୁ ସେମାନେ ନିଜ କ୍ଷେତରୁ ମଧ୍ୟ ଅଙ୍ଗୁରସଂଗ୍ରହ କରି ପାରନ୍ତି ନାହିଁ। ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନେଇଯାଏ। ଠିକ୍ ସେହିଭଳି ସେ ପାପୀମାନେ କବରକୁ ବୁହା ହେବେ। ଏପରିକି ଦୁଷ୍ଟ ବ୍ୟକ୍ତି ମଲାପରେ ତା’ର ଗର୍ଭଧାରିଣୀ ମା’ ତାକୁ ପାଶୋରିବ। ତା’ର ସୁଗଠିତ ହୃଦୟ ସହିତ ଶରୀର କୀଟମାନଙ୍କ ସୁସ୍ୱାଦୁ ଖାଦ୍ୟ ହେବ। ଲୋକେ ତାକୁ ମନେ ରଖିବେ ନାହିଁ। ସେହି ଦୁଷ୍ଟ ଲୋକଟି ପଗ୍ଭ ବାଡ଼ିପରି ଭାଙ୍ଗି ପଡ଼ିବ। ଦୁଷ୍ଟଲୋକ ବନ୍ଧ୍ୟା ନାରୀକୁ ଆଘାତ କରେ। ଏବଂ ସେ ବିଧବା ନାରୀମାନଙ୍କୁ ସାହାଯ୍ୟ କରିବାକୁ ମନା କରେ। ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ୟବହାର କରନ୍ତି, ଶକ୍ତିଶାଳୀ ଲୋକମାନଙ୍କୁ ଧ୍ୱଂସ କରିବାକୁ। ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସେମାନେ ତାଙ୍କ ନିଜ ଜୀବନ ବିଷୟରେ ନିଶ୍ଚୟତା ନାହିଁ। ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି। ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲେବି ଶେଷରେ ସେମାନେ ଚିରଦିନ ଲାଗି ବିଦାୟ ନେବେ। ସେମାନେ ଶେଷରେ ଶସ୍ୟ କଣାଭଳି କଟା ହେବେ ଠିକ୍ ଅନ୍ୟମାନଙ୍କ ପରି।’ “ମୁଁ ଶପଥ କରି କହିପାରେ ଏସବୁ ସତ୍ୟ ଅଟେ। କିଏ ପ୍ରମାଣ କରିବ ଯେ ମୁଁ ମିଥ୍ୟା କହୁଛି? କିଏ ଦେଖାଇ ଦେଇ ପାରିବ ମୁଁ ଭୁଲ୍ କରୁଛି ବୋଲି?” ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା ଏହା ପରେ ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର କରି କହିଲା, “ପରମେଶ୍ୱର ରାଜ୍ୟ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି। କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି। ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ? କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ। ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି। ଲୋକମାନେ ବହୁତ କମ୍ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।” ଆୟୁବ ବି‌‌ଲ୍‌‌ଦ‌‌ଦ୍‌‌କୁ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର କରି କହିଲା, “କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ! ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ! ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ। କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା? କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା? “ପ୍ରେତଗଣ ପାତାଳରେ ଥିବା ଜଳରେ କମ୍ପି ଉଠନ୍ତି। କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି। ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ। ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି। ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ। ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି। କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ। ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି। ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦି‌ଗ୍‌ବଳୟ ସୃଷ୍ଟି କରନ୍ତି। ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି। ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ। ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି। ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ। ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ। ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି। ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।” ତା’ପରେ ଆୟୁବ ତା’ର କାହାଣୀ ବର୍ଣ୍ଣନା କରି କହିଲା, “ପ୍ରକୃତରେ ପରମେଶ୍ୱର ଜୀବିତ ଏବଂ ଯେତେ ସତ୍ୟ ଭାବରେ ସେ ଅଛନ୍ତି, ସେ ସତରେ ମୋ’ ପ୍ରତି ଅନ୍ୟାୟ କରିଛନ୍ତି। ପରମେଶ୍ୱର, ସର୍ବଶକ୍ତିମାନ ମୋ’ ଜୀବନ ତିକ୍ତ କରିଛନ୍ତି। ଯେପର୍ଯ୍ୟନ୍ତ ମୋ’ ଶରୀରରେ ପ୍ରାଣ ଅଛି ଏବଂ ଯେପର୍ଯ୍ୟନ୍ତ ପରମେଶ୍ୱର ପ୍ରଦତ୍ତ ନିଶ୍ୱାସ ବାୟୁ ମୋ’ ନାକରୁ ନିର୍ଗତ ହେଉଛି। ଏହା ପରେ ମୋ’ ଓଠରୁ ଖରାପ ବିଷୟ ବାହାରିବ ନାହିଁ। ମୋର ଜିହ୍ୱା ମିଥ୍ୟାକଥା କହିବ ନାହିଁ। ମୁଁ କେବେ ମାନିବି ନାହିଁ ତୁମ୍ଭେ ସତ୍ୟ। ମୁଁ ମଲା ପର୍ଯ୍ୟନ୍ତ କହିଯିବି ଯେ, ମୁଁ ନିରପରାଧ ଅଟେ। ମୁଁ ମୋର ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କେବେ ଠିକ୍ ବାଟକୁ ପରିତ୍ୟାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ବିବେକ ମୋତେ ନିନ୍ଦା କରିବ ନାହିଁ। ଲୋକେ ମୋ’ ବିରୁଦ୍ଧରେ ଛିଡ଼ା ହେବେ। ମୁଁ ଆଶା କରୁଛି ମୋର ଶତ୍ରୁମାନେ ଦୁଷ୍ଟ ଲୋକଙ୍କ ଭଳି ଦଣ୍ଡ ପାଇଥିବେ। ପରମେଶ୍ୱରଙ୍କଠାରେ ଆସ୍ଥା ବିହୀନ ବ୍ୟକ୍ତି ମୃତ୍ୟୁ ସମୟରେ କ’ଣ ଆଶା କରିବ? ଯେତେବେଳେ ପରମେଶ୍ୱର ତା’ର ପ୍ରାଣ ନିଅନ୍ତି, ସେହି ଲୋକର କୌଣସି ଆଶା ନ ଥାଏ। ପରମେଶ୍ୱର କ’ଣ ତା’ର ସାହାଯ୍ୟର ଡାକ ଶୁଣିବେ, ଯେତେବେଳେ ତା’ ପ୍ରତି ଅସୁବିଧା ଆସିବ? ସେହି ଲୋକ କ’ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ? ସେ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବା ଉଚିତ୍ ଥିଲା। “ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଶକ୍ତି ସମ୍ପର୍କରେ ଶିକ୍ଷା ଦେବି। ମୁଁ ପରମେଶ୍ୱରଙ୍କ କୌଣସି ଯୋଜନା ତୁମ୍ଭଠାରେ ଲୁଗ୍ଭଇବି ନାହିଁ। ତୁମ୍ଭେ ନିଜ ଆଖିରେ ପରମେଶ୍ୱରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସେହି ବାଜେ କଥା କହୁଛ? “ତେଣୁ ଏହା ହିଁ ପରମେଶ୍ୱରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି। ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା’ର ସମସ୍ତ ସନ୍ତାନ ଯୁଦ୍ଧରେ ମୃତ୍ୟୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ଯଥେଷ୍ଟ ପାଇବେ ନାହିଁ। ତା’ର ସମସ୍ତ ପିଲାମାନେ ମରିବେ ଏବଂ ତା’ର ବିଧବାମାନେ ଦୁଃଖ କରିବେ ନାହିଁ। ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା’ ପ୍ରତି ମଇଳା ପରି। ତା’ର ହୁଏତ ଏତେ ଲୁଗା ଥିବ, ଯାହା ତା’ ପ୍ରତି ମାଟିଗଦା ପରି। କିନ୍ତୁ ଜଣେ ଧାର୍ମିକ ଲୋକ ତା’ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା’ର ରୂପାସବୁ ପାଇବ। ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହେବ କିମ୍ବା ପ୍ରହରୀର ତମ୍ବୁଭଳି ହେବ। ଦୁଷ୍ଟ ବ୍ୟକ୍ତି ଶୋଇବାକୁ ଗଲାବେଳେ ତା’ ପାଖରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖୋଲିବା ମାତ୍ରେ ତା’ର ଧନ ଆଉ ନ ଥିବ। ଆତଙ୍କ ତା’ ବିରୁଦ୍ଧରେ ହଠାତ୍ ବନ୍ୟା ପରି ଆସିବ। ଏବଂ ବାତ୍ୟା ରାତିରେ ଆସି ତାକୁ ଉଡ଼ାଇ ନେଇଯିବ। ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନେବ। ସେ ଚିରଦିନ ପାଇଁ ବିଦାୟ ନେବ, ଝଡ଼ ତାକୁ ତା’ର ଘରୁ ଉଡ଼ାଇ ନେବ। ଦୁଷ୍ଟ ବ୍ୟକ୍ତି ସେହି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସେହି ଝଡ଼ ତାକୁ ନିର୍ଦ୍ଦୟ ଭାବର ଆଘାତ କରିବ। ଲୋକେ ତାକୁ ଦେଖି ତାଳି ମାରିବେ। ଯେତେବେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।” ଜ୍ଞାନର ମହତ୍ତ୍ୱ “ଏପରି ଖଣିସବୁ ଅଛି ଯେଉଁଠାରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି, ଯେଉଁଠାରେ ସୁନାକୁ ତରଳାଇ ଶୁଦ୍ଧ କରାଯାଏ। ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି, ଓ ପଥର ତରଳାଇ ତମ୍ବା ବାହାର କରାଯାଏ। ଶ୍ରମିକମାନେ ହାତରେ ଆଲୁଅ ଧରି ଖଣି ଭିତରକୁ ଯାଆନ୍ତି। ସେ ଗୁମ୍ଫା ଭିତରେ ସେମାନେ ପଥର ସବୁ ଅନ୍ଧକାରରେ ସନ୍ଧାନ କରନ୍ତି। ଶ୍ରମିକମାନେ ଭୂମିରେ ଗଭୀରଗାତ ଖୋଳି ଖଣିଜ ଦ୍ରବ୍ୟର ପଶ୍ଚା‌‌‌ଦ୍‌‌‌ବର୍ତ୍ତୀ ହୁଅନ୍ତି। ସେମାନେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ଯାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କେହି କେବେ ଯାଇ ନ ଥିଲେ। ସେମାନେ ଦଉଡ଼ି ଦ୍ୱାରା ଝୁଲି ଭୂମିର ବହୁ ତଳକୁ ଯାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ୟ ବହୁତ ଦୂର। ଖାଦ୍ୟ ଶସ୍ୟ ଭୂମିର ଉପରେ ହୁଏ କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା। ସତେ ଯେପରିକି ସବୁକିଛି ଅଗ୍ନିଦ୍ୱାରା ତରଳି ଯାଏ। ଭୂମିର ନିମ୍ନ ଭାଗରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରେଣୁ ସେଠାରେ ଥାଏ। ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷୟରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶପକ୍ଷୀ ମଧ୍ୟ ସେଭଳି ଅନ୍ଧାର ବାଟ ଦେଖି ନ ଥାଏ। ବଣୁଆ ଜନ୍ତୁମାନେ ମଧ୍ୟ ସେଭଳି ବାଟରେ ଯାଇ ନ ଥିବେ। ସିଂହମାନେ ମଧ୍ୟ ସେ ବାଟରେ ଯାଇ ନ ଥିବେ। ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି। ସେହି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି। ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି। ସେମାନେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି। ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ। ସେମାନେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି। “କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ? ଜ୍ଞାତ ହେବା ପାଇଁ କେଉଁଠାକୁ ଆମ୍ଭେ ଯିବା? ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ୟ କେତେ। ପୃଥିବୀର ଲୋକେ ଖଣି ଖୋଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ। ମହାସାଗର କହେ, ‘ଜ୍ଞାନ ମୋ’ ପାଖରେ ନାହିଁ।’ ସମୁଦ୍ର କହେ, ‘ତାହା ମୋ’ ପାଖରେ ନାହିଁ।’ ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମୟରେ କିଣି ପାରିବ ନାହିଁ। ଜ୍ଞାନକୁ କିଣିବା ପାଇଁ ପୃଥିବୀରେ ଏତେ ରୂପା ମହଜୁଦ ନାହିଁ। ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ୟ, ଗୋମେଦକ ଓ ନୀଳକାନ୍ତ ମଣି ବଦଳରେ କିଣି ପାରିବ ନାହିଁ। ଜ୍ଞାନ ସୁନା ଓ ମୂଲ୍ୟବାନ ପଥରଠାରୁ ଅଧିମ ମୂଲ୍ୟବାନ। ମୂଲ୍ୟବାନ ସ୍ୱଚ୍ଛ ଉଜ୍ଜ୍ୱଳ ସୁନା ମଧ୍ୟ ଜ୍ଞାନକୁ କିଣି ପାରିବ ନାହିଁ। ଜ୍ଞାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ ଅଧିକ ମୂଲ୍ୟବାନ, ଜ୍ଞାନ ମଧ୍ୟ ମୋତିଠାରୁ ମୂଲ୍ୟବାନ। କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ୟ ଜ୍ଞାନଭଳି ମୂଲ୍ୟବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳରେ ଜ୍ଞାନ କିଣି ପାରିବ ନାହିଁ। “ତେବେ ଜ୍ଞାନ କେଉଁଠାରୁ ଆସେ? ବୁଝିବାର ସ୍ଥାନ କାହିଁ? ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଗ୍ଭଯାଇଛି। ଏପରିକି ଆକାଶରେ ଉଡ଼ୁଥିବା ପକ୍ଷୀମାନେ ମଧ୍ୟ ଜ୍ଞାନକୁ ଦେଖି ପାରିବେ ନାହିଁ। ବିନାଶ ଓ ମୃତ୍ୟୁ ମଧ୍ୟ କହନ୍ତି, ‘ଆମ୍ଭେମାନେ ଜ୍ଞାନକୁ କେଉଁଠାରେ ପାଇ ନାହୁଁ; କେବଳ ଆମ୍ଭେମାନେ ତା’ ବିଷୟରେ ଜନରବ ଶୁଣିଅଛୁ।’ “କେବଳ ପରମେଶ୍ୱର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି। କେବଳ ପରମେଶ୍ୱର ଜାଣନ୍ତି ଜ୍ଞାନ କେଉଁଠାରେ ଅଛି। ପରମେଶ୍ୱର ପୃଥିବୀର ଶେଷ ପର୍ଯ୍ୟନ୍ତ ଦେଖି ପାରନ୍ତି। ସେ ଆକାଶର ନିମ୍ନରେ ଥିବା ସବୁକିଛି ଦେଖି ପାରନ୍ତି। ପରମେଶ୍ୱର ତାଙ୍କର ଶକ୍ତିକୁ ପବନକୁ ଦେଇଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହୋଇ ପାରିବ। ପରମେଶ୍ୱର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠେଇବେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ୟା ଯିବ। ସେହି ସମୟରେ ପରମେଶ୍ୱର ଜ୍ଞାନକୁ ଦେଖିଲେ ଏହାକୁ ଘୋଷଣା କଲେ। ପରମେଶ୍ୱର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ। ପରମେଶ୍ୱର ଲୋକମାନଙ୍କୁ କହିଲେ, ‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ। ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’” ଆୟୁବ ତା’ର କାହାଣୀ କହି ଗ୍ଭଲିଲା ଆୟୁବ ତା’ର କାହାଣୀ ଗ୍ଭଲୁ ରଖିଲା, “ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମୋର ଜୀବନ ଯେପରି ଥିଲା ସେହିପରି ରହନ୍ତା। ପରମେଶ୍ୱର ମୋ’ ଉପରେ ଦୃଷ୍ଟି ରଖିଲେ, ମୋର ଯତ୍ନ ନେଉଥିଲେ। ଯେତେବେଳେ ପରମେଶ୍ୱର ମୋ’ ମୁଣ୍ଡ ଉପରେ ଉଜ୍ଜ୍ୱଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳରେ ମୁଁ ଅନ୍ଧକାରରେ ଗ୍ଭଲିବାକୁ ସକ୍ଷମ ହୋଇଥିଲି। ମୁଁ ସେହି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତେବେଳେ ମୋର ସାଫଲ୍ୟ ଥିଲା ଏବଂ ଯେତେବେଳେ ପରମେଶ୍ୱରଙ୍କର ବନ୍ଧୁତା ମୋର ଗୃହକୁ ଆଶୀର୍ବାଦ କଲେ। ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ୱର ମୋ’ ସହିତ ଥିଲେ ମୋର ପିଲାମାନେ ମୋ’ ଗ୍ଭରି ପାଖରେ ଥିଲେ ସେହି ସମୟକୁ ମୁଁ ଗ୍ଭହେଁ। ଜୀବନ ଅତି ସୁଖକର ଥିଲା। ମୁଁ ମୋର ପାଦକୁ ଦୁ‌ଗ୍‌ଧ ଲହୁଣୀରେ ଧୌତ କରୁଥିଲି। ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା। “ସେହିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନରେ ଲୋକମାନେ ବସି ସଭା କରୁଥିଲେ। ସବୁ ଲୋକମାନେ ମୋତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମୋ’ ଆସିବା ଦେଖି ମୋ’ ବାଟରୁ ଆଡ଼େଇ ହୋଇ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ୱରୂପ ଛିଡ଼ା ହୋଇ ପଡ଼ୁଥିଲେ। ମୋତେ ଦେଖି ନେତାମାନେ ଚୂପ୍ ହୋଇ ଯାଉଥିଲେ ଏବଂ ତାଙ୍କ ମୁଖରେ ହାତ ଦେଉଥିଲେ। ଏପରିକି ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦେଖାଯାଉଥିଲା ଯେପରି ତାଙ୍କର ଜିଭ ପାଟିରେ ଅଟକି ଯାଉଥିଲା। ମୁଁ ଯାହା କହୁଥିଲି ସେମାନେ ତାହା ମନ ଦେଇ ଶୁଣୁଥିଲେ ଏବଂ ଏହା ପରେ ମୋ’ ବିଷୟରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ। କାରଣ ଯେତେବେଳେ କୌଣସି ଗରିବ ଲୋକଟିଏ ସାହାଯ୍ୟ ପାଇଁ ଡାକୁଥିଲା ମୁଁ ତାକୁ ସାହାଯ୍ୟ କରୁଥିଲି। ମୁଁ ମଧ୍ୟ ସେହି ପିଲାମାନଙ୍କୁ ସାହାଯ୍ୟ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସେମାନଙ୍କର ଯତ୍ନ ନେବାକୁ କେହି ନ ଥିଲେ। ଯେଉଁ ମଣିଷ ମରି ଯାଉଥିଲା ସେ ମୋତେ ଆଶୀର୍ବାଦ କଲା। ମୁଁ ସେହି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦେଲି। ଧାର୍ମିକତା ମୋର ବସ୍ତ୍ର ନ୍ୟାୟ ମୋର ଗ୍ଭେଗା ଓ ମୋର ପଗଡ଼ି ଥିଲା। ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି। ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି। ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି, ମୁଁ ତାଙ୍କୁ ବୋହି ନେଉଥିଲି। ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି। ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି। ଦୁଷ୍ଟ ଲୋକର କ୍ଷମତାର ଅପବ୍ୟବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି। “ମୁଁ ଭାବୁଥିଲି, ମୁଁ ମୋ’ ଗୃହରେ ମୃତ୍ୟୁବରଣ କରିବି, କିନ୍ତୁ ମୋର ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହେବ। ମୁଁ ସବୁଦିନ ସ୍ୱାସ୍ଥ୍ୟବାନ କାର୍ଯ୍ୟକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚେର ମାଟିତଳେ ଜଳକୁ ସ୍ପର୍ଶ କରି ଅନେକ ଡାଳ ଶାଖା ପ୍ରଶାଖା ମେଲି କାକରରେ ଭିଜି ଯାଇଥିବ। ମୋ’ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଦିନ ହୋଇଥିବ, ଯାହା ମୋର ଗୌରବରେ ପୂର୍ଣ୍ଣ ହେବା ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ୟ ସାକାର କରୁଥିବ। “ଅତୀତରେ ଲୋକେ ମୋ’ କଥାକୁ ନୀରବରେ ଶୁଣୁଥିଲେ। ଯେତେବେଳେ ସେମାନେ ମୋ’ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ। ମୁଁ ମୋର ବକ୍ତବ୍ୟ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷୟରେ ଶୁଣି ପାରିଲେ, ପରେ ସେମାନଙ୍କର ଆଉ କିଛି କହିବାକୁ ନ ଥାଏ। ମୋର ସମସ୍ତ କଥା ସେମାନଙ୍କ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା। ଲୋକେ ବର୍ଷାକୁ ଅପେକ୍ଷା କଲାପରି ମୋ’ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମୋର କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ। ମୁଁ ସେହି ଲୋକମାନଙ୍କ ସହିତ ହସିଲି ଏବଂ ସେମାନେ ତାହା ବିଶ୍ୱାସ କରି ପାରିଲେ ନାହିଁ। ମୋର ହସ ଦ୍ୱାରା ସେମାନେ ଅଧିକ ଖୁସୀ ଅନୁଭବ କଲେ। ମୁଁ ସେମାନଙ୍କର ନେତା ଥିଲେ ବି ସେମାନଙ୍କ ସଙ୍ଗରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି। ମୁଁ ସୈନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ଥିଲି। ଯେଉଁମାନେ ଦୁଃଖରେ ଥିଲେ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରୁଥିଲି। “କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ’ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି। ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ। ସେହି ଯୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସେମାନେ ମୋତେ ସାହାଯ୍ୟ କରି ପାରିବେ ନାହିଁ। ସେମାନେ ଆଦି ବୃଦ୍ଧ କ୍ଳାନ୍ତ, ସେମାନଙ୍କ ମାଂସପେଶୀରେ ଶକ୍ତି ସାମର୍ଥ ଆଉ ନାହିଁ। ସେମାନେ ମଲା ମଣିଷ ଭଳି। ସେମାନେ ଖାଦ୍ୟ ବିନା ଅନାହାରରେ ସଢ଼ୁଛନ୍ତି। ବାଧ୍ୟ ହୋଇ ମରୁଭୂମିର ଶୁଖିଲା ଧୂଳିରେ ପେଟ ପୁରାଉଛନ୍ତି। ସେମାନେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି ଓ ରୋତମ ବୃକ୍ଷର ଚେର ଖାଇ ବଞ୍ଚନ୍ତି। ସେମାନେ ବାଧ୍ୟ ହୋଇ ଅନ୍ୟମାନଙ୍କଠାରୁ ପଳାୟନ କରନ୍ତି। ଗ୍ଭେରକୁ ଦେଖିଲା ପରି, ଲୋକମାନେ ସେମାନଙ୍କ ଉପରେ ପାଟି କରନ୍ତି। ଶୁଖିଲା ନଦୀ ଶଯ୍ୟା, ପାହାଡ଼ ଗୁମ୍ଫା ଓ ମାଟିରେ ଥିବା ଗାତରେ ସେମାନେ ରହିବାକୁ ବାଧ୍ୟ। ସେମାନେ ବୁଦାରେ ରହି ଗଧପରି ବୋବାନ୍ତି ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି। ସେମାନେ ଦଳେ ଅଯୋଗ୍ୟ ନାମହୀନ ଲୋକ। ଯିଏ କି ବାଧ୍ୟ ହୋଇ ଦେଶ ଛାଡ଼ିଥିଲେ। “ବର୍ତ୍ତମାନ ସେହି ଲୋକମାନଙ୍କର ପୁଅମାନେ ମୋତେ ନେଇ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମୋ’ ନାଁ ଏକ ଅପଶବ୍ଦରେ ପରିଣତ ହୋଇଛି। ସେହି ଯୁବକମାନେ ମୋତେ ଘୃଣା କରନ୍ତି। ମୋ’ଠାରୁ ଦୂରେଇ ଛିଡ଼ା ହୁଅନ୍ତି ଏବଂ ସେମାନେ ଭାବନ୍ତି ମୋ’ଠାରୁ ବହୁତ ଭଲ ଏପରିକି ସେମାନେ ମୋ’ ମୁହଁରେ ଛେପ ପକାନ୍ତି। ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି। ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି। ସେମାନେ ମୋର ଡାହାଣ ପଟରୁ ଆକ୍ରମଣ କରନ୍ତି। ସେମାନେ ମୋର ପାଦକୁ ମୋ’ଠାରୁ ଠେଲି ଦିଅନ୍ତି ଯାହା ମୁଁ ଗୋଟିଏ ଆକ୍ରାନ୍ତ ହୋଇଥିବା ସହର ମୋ’ ପାଚେରୀ ବିରୁଦ୍ଧରେ ସେମାନେ ମାଟିର ମଞ୍ଚ ନିର୍ମାଣ କରନ୍ତି। ସେମାନେ ମୋର ରାସ୍ତାକୁ ଜଗନ୍ତି। ମୁଁ ଯାହା ଫଳରେ ପଳାୟନ କରିପାରେ ନାହିଁ। ମୋତେ ଧ୍ୱଂସ କରିବାରେ ସେମାନେ ସଫଳ ହୁଅନ୍ତି। ସେମାନେ କାହାରି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ। ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି। ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି। ମୁଁ ଭୟରେ ଥରୁଅଛି। ବାୟୁ ଜିନିଷସବୁକୁ ଉଡ଼ାଇ ନେଲାଭଳି ସେମାନେ ମୋର ସମ୍ମାନକୁ ଉଡ଼େଇ ନେଉଛନ୍ତି। ମେଘଭଳି ମୋର ନିରାପତ୍ତା ହଜିଯାଉଛି। “ବର୍ତ୍ତମାନ ମୋର ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ଶୀଘ୍ର ମୁଁ ମରିଯିବି। ଯନ୍ତ୍ରଣାର ଦିନଗୁଡ଼ିକ ମୋତେ ମାଡ଼ି ବସିଲାଣି। ମୋର ଦେହର ସମସ୍ତ ହାଡ଼ ରାତିରେ ଯନ୍ତ୍ରଣା ଦିଏ। ମୋର କଷ୍ଟ କେବେ ମୋତେ ଚୋବେଇବା ବନ୍ଦ କରେ ନାହିଁ। ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି, ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି। ପରମେଶ୍ୱର ମୋତେ କାଦୁଅରେ ଫିଙ୍ଗି ଦେଲେ ଓ ମୁଁ ମଇଳା ଓ ପାଉଁଶ ଭଳି ହୋଇଗଲି। “ପରମେଶ୍ୱର ତୁମ୍ଭର ସାହାଯ୍ୟ ପାଇଁ ମୁଁ ଚିତ୍କାର କରେ, କିନ୍ତୁ ତୁମ୍ଭେ ଉତ୍ତର ଦିଅ ନାହିଁ। ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ। ହେ ପରମେଶ୍ୱର, ତୁମ୍ଭେ ଜୋର ପବନ ଦ୍ୱାରା ମୋତେ ଉଡ଼ାଇ ଦିଅ। ତୁମ୍ଭେ ମୋତେ ଝଡ଼ ଗ୍ଭରିଆଡ଼େ ଫିଙ୍ଗିଦିଅ। ପରମେଶ୍ୱର ବତାଶରେ ଉଡ଼ିଯିବାକୁ ମୋତେ ଅନୁମତି ଦିଅ। ତୁମ୍ଭେ ଝଡ଼ରେ ମୋତେ ଫିଙ୍ଗିଦିଅ। ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ। ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ। “କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି ଏବଂ ସାହାଯ୍ୟ ପାଇଁ କାନ୍ଦୁଛି। ହେ ପରମେଶ୍ୱର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି। ଦୀନ ଦୁଃଖୀଙ୍କ ପାଇଁ ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି। କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ। ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ। ମୋର ଅନ୍ତନାଳୀ ଆଲୋଡ଼ିତ ହେଉଛି। ଯନ୍ତ୍ରଣାର ଶେଷ ନାହିଁ ଏବଂ ବର୍ତ୍ତମାନ ମାତ୍ର ଯନ୍ତ୍ରଣା ଆରମ୍ଭ ହୋଇଛି। ଶୋକ କରି ମୁଁ ଗ୍ଭରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ୱନା ପାଏ ନାହିଁ। ମୁଁ ପ୍ରାର୍ଥନା ସଭାରେ ଛିଡ଼ା ହୁଏ ଓ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ। ବଣର କୁକୁର ଓ ମରୁଭୂମିର ଓଟପକ୍ଷୀ ଭଳି ମୁଁ ଏକୁଟିଆ। ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି। ଜ୍ୱରରେ ମୋର ଦେହରେ ଭୀଷଣ ତାତି। ବିଷାଦର ଗୀତ ଗାଇବା ପାଇଁ ମୋର ବୀଣା ବନ୍ଧା ହୋଇଛି। କରୁଣ କ୍ରନ୍ଦନ କଲାଭଳି ମୋର ବଂଶୀ ଶବ୍ଦ ସୃଷ୍ଟି କରୁଛି। “ମୁଁ ମୋର ଚକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ଯଦ୍ଦ୍ୱାରା କି ମୁଁ ତାକୁ ଗ୍ଭହିଁବି। ସର୍ବଶକ୍ତିମାନ ପରମେଶ୍ୱର ଲୋକଙ୍କ ପ୍ରତି କ’ଣ କରନ୍ତି? ପରମେଶ୍ୱର ତାଙ୍କ ବାସସ୍ଥଳ ସ୍ୱର୍ଗରୁ କିପରି ଲୋକମାନଙ୍କୁ ବେତନ ଦିଅନ୍ତି। ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି। ମୁଁ ଯାହାକରେ ବା ପଦକ୍ଷେପ ଗ୍ରହଣ କରେ, ପରମେଶ୍ୱର ସେ ସବୁ ଜାଣନ୍ତି ଓ ଦେଖନ୍ତି। “ମୁଁ କେବେ ମିଥ୍ୟା କହି ନାହିଁ କି ଲୋକଙ୍କୁ ଠକି ନାହିଁ। ଯଦି ପରମେଶ୍ୱର ଯଥାର୍ଥ ମାନଦଣ୍ଡ ବ୍ୟବହାର କରନ୍ତି, ତେବେ ସେ ଜାଣି ପାରିବେ ମୁଁ ନିରପରାଧୀ। ମୁଁ ଯଦି ଠିକ୍ ବାଟରୁ ଆଡ଼େଇ ଯାଏ, ଯଦି ମୋର ଆଖି ହୃଦୟକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମୋର ହାତ ପାପରେ ମଳିନ ହୁଏ। ତେବେ ପରମେଶ୍ୱର ଜାଣିବେ। ତେବେ ଅନ୍ୟ ଲୋକ ସେହି ଶସ୍ୟ ଖାଇଲେ ତାହା ଠିକ୍ ହେବ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦେଲି। “ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ଯ୍ୟ କରିବା ପାଇଁ ତା’ର ଦ୍ୱାର ଦେଶରେ ଅପେକ୍ଷା କରିଥାଏ, ତେବେ ମୋର ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପାରେ, ଅନ୍ୟ ଜଣେ ପୁରୁଷ ତାକୁ ଶଯ୍ୟା ସଙ୍ଗିନୀ କରିବ। କାରଣ ଯୌନାଗ୍ଭର ପାପ ନିନ୍ଦନୀୟ। ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍। ଯୌନାଗ୍ଭର ପାପ ହେଉଛି ଏଭଳି ଏକ ଅଗ୍ନି ସବୁକିଛିକୁ ଧ୍ୱଂସ କଲା ପର୍ଯ୍ୟନ୍ତ ଜଳୁଥାଏ। ଏହା ମୋର କରିଥିବା ସମସ୍ତ କାର୍ଯ୍ୟକୁ ନଷ୍ଟ କରିଦେଇ ପାରେ। “ମୁଁ ଯଦି ମୋର କ୍ରୀତଦାସଙ୍କ ପ୍ରତି ନ୍ୟାୟ କରିବାକୁ ମନା କରିଥାଏ। ସେତେବେଳେ ମୋ’ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଥାଏ। ତେବେ ପରମେଶ୍ୱରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ’ଣ କରିବି? ମୁଁ ଯାହା କରିଛି ତା’ର ବ୍ୟାଖ୍ୟା କରିବାକୁ ପରମେଶ୍ୱର ଯଦି କହନ୍ତି ତେବେ ମୁଁ କି ଉତ୍ତର ଦେବି? ପରମେଶ୍ୱର ମୋର ମା’ର ଶରୀର ଭିତରେ ମୋତେ ସୃଷ୍ଟି କରିଛନ୍ତି। ସେ ମଧ୍ୟ ମୋର ଦାସମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ୱର ଆମ୍ଭକୁ ମା’ର ଗର୍ଭ ଭିତରେ ଗଢ଼ିଛନ୍ତି। “ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ। ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି। ମୁଁ କେବେ ଖାଦ୍ୟରେ କୃପଣ ନୁହେଁ। ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ। ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି। ସାରା ଜୀବନ ବିଧବାମାନଙ୍କ ଯତ୍ନ ନେଇଛି। ଯେତେବେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ, ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେତେବେଳେ ଦେଖିଛି, ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି। ଅନାଥ ବାଳକକୁ ମୁଁ କେବେ ହାତ ଉଠାଏ ନାହିଁ ବରଂ ମୋର ଫାଟକ ପାଖରେ ସାହାଯ୍ୟ କାମନା କରି ଛିଡ଼ା ହୋଇ ଥିବାର ମୁଁ ତାକୁ ଦେଖେ। ମୁଁ ଯଦି କେବେ ତାହା କରିଥାଏ, ତେବେ ମୋର ବାହୁ ଖଞ୍ଜାରୁ ଭାଙ୍ଗିଯାଉ ଓ ତାହା କାନ୍ଧ ଉପରୁ ପଡ଼ିଯାଉ। କିନ୍ତୁ ସେହିସବୁ କଦର୍ଯ୍ୟ କାମ ଭିତରୁ କୌଣସି ମୁଁ କେବେ କରି ନାହିଁ। ପରମେଶ୍ୱରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମୋତେ ଭୟଭୀତ କରେ। “ମୋର ସମ୍ପତ୍ତିକୁ ମୁଁ କେବେ ବିଶ୍ୱାସ କରେ ନାହିଁ। ପରମେଶ୍ୱରଙ୍କ ସାହାଯ୍ୟକୁ ବିଶ୍ୱାସ କରେ। ଖାଣ୍ଟି ସୁନାକୁ ମୁଁ କେବେ କହେ ନାହିଁ, ‘ତୁ ମୋର ଆଶା।’ ମୁଁ ଧନୀ ଥିଲି। କିନ୍ତୁ ତାହା ମୋତେ ଗର୍ବି କରି ନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମୋତେ ଖୁସୀ ପରିପାରି ନାହିଁ। ଦୀପ୍ତିମାନ ସୂର୍ଯ୍ୟ କି ସ୍ମରଣୀୟ ଚନ୍ଦ୍ରକୁ ମୁଁ କେବେ ଉପାସନା କରି ନାହିଁ। ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି ମୋର ନିର୍ବୋଧତା ନାହିଁ। ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ୟ। ଯଦି ମୁଁ ସେହି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ମୁଁ ଅବିଶ୍ୱସ୍ତ ହୋଇଥା’ନ୍ତି। “ମୋର ଶତ୍ରୁମାନେ ଯେତେବେଳେ ଧ୍ୱଂସ ହୋଇ ଯାଆନ୍ତି, ସେତେବେଳେ ମୁଁ ଖୁସୀ ହୁଏ ନାହିଁ। ସେମାନଙ୍କ ବିପଦ ସମୟରେ ମୁଁ କେବେ ହସେ ନାହିଁ। ମୋର ଶତ୍ରୁମାନଙ୍କୁ ଅଭିଶାପ ଦେଇ ଓ ସେମାନଙ୍କ ମୃତ୍ୟୁ କାମନାରେ ମୋର ମୁଖକୁ ପାପଯୁକ୍ତ ହେବାକୁ ଦେଇ ନାହିଁ। ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି। ମୋ’ ଗୃହ ମଧ୍ୟକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି, ଯେଭଳି କି ରାତିରେ ରାସ୍ତାରେ ଶୋଇବାକୁ ପଡ଼ିବ ନାହିଁ। ଅନ୍ୟ ଲୋକମାନେ ସେମାନଙ୍କର ପାପକୁ ଗୁପ୍ତ ରଖିବାକୁ ଗ୍ଭହାନ୍ତି। ମୁଁ କେବେ ମୋର ଦୋଷକୁ ଲୁଗ୍ଭଏ ନାହିଁ। ଅନ୍ୟ ଲୋକମାନେ କ’ଣ କହିବେ ତାହାକୁ ମୁଁ କେବେ ଭୟ କରି ନାହିଁ। ସେହି ଭୟ ମୋତେ କେବେ ନୀରବ କରାଇ ନାହିଁ। ବାହାରକୁ ଯିବା ପାଇଁ ମୋତେ କେବେ ପ୍ରତିରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କେବେ ଭୟ କରି ନାହିଁ। “ମୁଁ କାମନା କରେ ମୋ’ କଥା ଜଣେ କେହି ଶୁଣ। ମୋ’ ପକ୍ଷର କଥା କହିବାକୁ ମୋତେ ଦିଆଯାଉ। ମୁଁ ଗ୍ଭହେଁ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଉତ୍ତର ଦିଅନ୍ତୁ। ମୁଁ କ’ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଗ୍ଭହେଁ ସେ ତାହା ଲେଖି ଦିଅନ୍ତୁ। ସେହି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି। ତାହାକୁ ମୋ’ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି। ଯଦି ପରମେଶ୍ୱର ତାହା କରନ୍ତି, ତେବେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦେବି। ଜଣେ ନେତାଭଳି ମୋର ମୁଣ୍ଡ ଟେକି ମୁଁ ପରମେଶ୍ୱରଙ୍କ ପାଖକୁ ଆସିବି। “ମୋର ଜମି ମୁଁ କାହାଠାରୁ ଗ୍ଭେରି କରି ନାହିଁ। ଏହା ଗ୍ଭେରି କରିଥିବା କଥା କେହି ମୋତେ ଦୋଷ ଦେଇ ପାରିବେ ନାହିଁ। ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରାପ୍ୟ ଦେଇଛି। ଜମିର ଯିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନେବାକୁ ମୁଁ କେବେ ଚେଷ୍ଟା କରି ନାହିଁ। ଯଦି ମୁଁ କେବେ ବି ସେହିସବୁ ଭୁଲ୍ କାମ କରିଥାଏ, ତେବେ ମୋ’ ଜମିରେ ଗହମ ଓ ଯଅ ବଦଳରେ କଣ୍ଟା ଓ ବାଳୁଙ୍ଗା ଉଠୁ।” ଏବଂ ତା’ପରେ ଆୟୁବର କଥା ସମାପ୍ତ ହେଲା। ଇଲୀହୂ ଆଲୋଚନାରେ ଭାଗ ନେଲା ଏହା ପରେ ଆୟୁବର ତିନି ବନ୍ଧୁ ଉତ୍ତର ଦେବାକୁ କ୍ଷାନ୍ତ ହେଲେ। କାରଣ ସେମାନେ ଦେଖିଲେ, ଆୟୁବ ନିଜ ଆଖିରେ ଧାର୍ମିକ ଅଟେ। କିନ୍ତୁ ସେଠାରେ ଜଣେ ଯୁବକ ଇଲୀହୂ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀୟ ନାମକ ଜଣେ ବ୍ୟକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାରଣ ଆୟୁବ ନିଜେ ଠିକ୍ ବୋଲି ଘୋଷଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ୱର ଭୁଲ୍। ଇଲୀହୂ ମଧ୍ୟ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାରଣ ଆୟୁବର ତିନିବନ୍ଧୁ ଆୟୁବର ଯୁକ୍ତିର ଉତ୍ତର ଦେଇପାରିଲେ ନାହିଁ। ତଥାପି ସେମାନେ ଆୟୁବକୁ ଦୋଷ ଦେଲେ। ଇଲୀହୂ ସେଠାରେ ସବୁଠାରୁ ସାନ ଥିଲା। ସେ ମଧ୍ୟ ସବୁ କଥା ଶୁଣିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ତା’ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ। କିନ୍ତୁ ତା’ପରେ ଇଲୀହୂ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା। ତା’ପରେ ଇଲୀହୂ କହିବାକୁ ଆରମ୍ଭ କଲା। ସେ କହିଲା, “ମୁଁ ଜଣେ ଯୁବକ ମାତ୍ର ଏବଂ ଆପଣମାନେ ବୟସ୍କ ଲୋକ। ସେଥିପାଇଁ ମୁଁ ଯାହା ଚିନ୍ତା କରୁଛି ତାହା ଆପଣଙ୍କୁ କହିବାକୁ ଭୟ କରୁଛି। ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍। ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି। ସେମାନେ ଅନେକ କଥା ଶିଖିଛନ୍ତି।’ କିନ୍ତୁ ମଣିଷ ଭିତରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ୱାସ ଯାହା ସେମାନଙ୍କୁ ସମସ୍ତ ବୁଝାମଣା ଦେଇଥାଏ। ବୟସ୍କ ଲୋକମାନେ କେବଳ ଜ୍ଞାନୀ ନୁହନ୍ତି, ଏହା ନୁହେଁ ଯେ କେବଳ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି। “ତେଣୁ ଦୟାକରି ମୋ’ କଥା ଶୁଣନ୍ତୁ। ଏବଂ ମୁଁ କ’ଣ ଭାବୁଛି ତାହା କହିବି। ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ଧୈର୍ଯ୍ୟର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି। ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହୋଇ ଶୁଣିଲି। ଆପଣମାନଙ୍କ ମଧ୍ୟରୁ ଜଣେ କେହି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରି ପାରିଲା ନାହିଁ, କିମ୍ବା ତାଙ୍କର ଯୁକ୍ତିର ଉତ୍ତର ଦେଇପାରିଲ ନାହିଁ। ଆପଣ ତିନି ଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରିଅଛନ୍ତି। ଆୟୁବର ଯୁକ୍ତିର ଉତ୍ତର ପରମେଶ୍ୱର ନିଶ୍ଚୟ ଦେବା ଉଚିତ୍, ଲୋକମାନେ ନୁହନ୍ତି। ଆୟୁବ ତାଙ୍କ ଯୁକ୍ତି ମୋ’ ଆଗରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନି ଜଣ ବ୍ୟବହାର କରିଥିବା ଯୁକ୍ତିକୁ ମୁଁ ବ୍ୟବହାର କରିବି ନାହିଁ। “ଆୟୁବ, ଏହି ଲୋକମାନେ ଯୁକ୍ତିରେ ହାରିଗଲେ। ସେମାନଙ୍କର ଅଧିକ କିଛି କହିବାର ନାହିଁ। ସେମାନଙ୍କର କୌଣସି ଅତିରିକ୍ତ ଉତ୍ତର ମଧ୍ୟ ନାହିଁ। ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି କିନ୍ତୁ ବର୍ତ୍ତମାନ ସେମାନେ ନୀରବ। ସେମାନେ ତୁମ୍ଭସହ ଯୁକ୍ତି କରିବା ବନ୍ଦ କରି ଦେଇଛନ୍ତି। ସେଥିପାଇଁ ମୁଁ ବର୍ତ୍ତମାନ ମୋର ଉତ୍ତର ଦେବି। ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି। ମୋର ବହୁତ କିଛି କହିବାର ଅଛି ଯେ, ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି। ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ। ମୁଁ ଏକ ନୂଆ ମଦ୍ୟ କୁମ୍ଫା ପରି ଯାହା ଫାଟିଯିବା ପାଇଁ ପ୍ରସ୍ତୁତ। ତେଣୁ ମୁଁ ନିଶ୍ଚୟ କହିବି। ତା’ପରେ ମୁଁ ବିଶ୍ୱାସ ଅନୁଭବ କରିବି। ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି। ଅନ୍ୟ ବ୍ୟକ୍ତିମାନଙ୍କୁ ମୁଁ ଯେଭଳି ବ୍ୟବହାର କରେ, ଆୟୁବ ସହିତ ମୁଁ ସେଭଳି ବ୍ୟବହାର କରିବି। ତା’ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ୍ ତାହା ମୁଁ କହିବି। ଗୋଟିଏ ବ୍ୟକ୍ତିଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ଅଧିକ ଭଲ ବ୍ୟବହାର କରି ପାରିବି ନାହିଁ। ଯଦି ମୁଁ କରେ ପରମେଶ୍ୱର ମୋତେ ଦଣ୍ଡ ଦେବେ। “ଆୟୁବ ବର୍ତ୍ତମାନ ମୋର କଥା ଶୁଣ। ଯେଉଁ ବିଷୟ ମୁଁ କହୁଛି, ତାହା ସାବଧାନ ହୋଇ ଶୁଣ। ମୁଁ କହିବା ପାଇଁ ପ୍ରସ୍ତୁତ। ମୋର ହୃଦୟ ନିର୍ମଳ, ସେଥିପାଇଁ ମୁଁ ସ‌‌‌ତ୍‌‌‌ବାକ୍ୟ ହିଁ କହିବି। ମୁଁ ଜାଣିଥିବା ବିଷୟରେ ସତ୍ୟହିଁ କେବଳ କହିବି। ପରମେଶ୍ୱରଙ୍କ ଆତ୍ମା ମୋତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ୱାସ ମୋତେ ଜୀବନ ଦେଇଛି। ଆୟୁବ ମୋ’ କଥା ଶୁଣ, ଯଦି ତୁମ୍ଭେ ପାର ମୋତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳରେ ତୁମ୍ଭେ ମୋ’ ସହିତ ଯୁକ୍ତି କରି ପାରିବ। ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଏବଂ ମୁଁ ସମାନ। ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ୱର ମାଟି ହିଁ ବ୍ୟବହାର କରିଛନ୍ତି। ଆୟୁବ ମୋତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠୋର ହେବି ନାହିଁ। “କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି। ତୁମ୍ଭେ କହିଲ, ‘ମୁଁ ପବିତ୍ର, ମୁଁ ନିରୀହ, ମୁଁ କିଛି ଭୁଲ୍ କରି ନାହିଁ, ମୁଁ ଦୋଷୀ ନୁହେଁ। ମୁଁ କିଛି ଭୁଲ୍ କରି ନାହିଁ ଅଥଚ ପରମେଶ୍ୱର ମୋ’ ବିପକ୍ଷରେ। ପରମେଶ୍ୱର ମୋତେ ଶତ୍ରୁଭଳି ବ୍ୟବହାର କରନ୍ତି। ପରମେଶ୍ୱର ମୋର ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି। ମୁଁ ଯାହା କରେ ପରମେଶ୍ୱର ତାହା ଲକ୍ଷ୍ୟ କରନ୍ତି।’ “କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ୱର ଯେକୌଣସି ମଣିଷ ଅପେକ୍ଷା ବଡ଼। ତୁମ୍ଭେ ପରମେଶ୍ୱରଙ୍କ ସହିତ କାହିଁକି ଯୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ତୁମ୍ଭେ ଭାବୁଛ ପରମେଶ୍ୱର ସବୁକଥା ତୁମ୍ଭକୁ ବୁଝାଇ କହିବେ? କିନ୍ତୁ ହୁଏତ ପରମେଶ୍ୱର ଏପରି ଭାବରେ କହନ୍ତି ଯେ ମନୁଷ୍ୟମାନେ ବୁଝିପାରନ୍ତି ନାହିଁ। ପରମେଶ୍ୱର ହୁଏତ ଲୋକଙ୍କୁ ସ୍ୱପ୍ନରେ କହନ୍ତି କିମ୍ବା ରାତିରେ ଦର୍ଶନ ଦେଇ କହନ୍ତି ଯେତେବେଳେ ସେମାନେ ଗଭୀର ନିଦ୍ରା ଯାଇଥା’ନ୍ତି। ତା’ପରେ ସେ ମନୁଷ୍ୟମାନଙ୍କର କାନ ଖୋଲି ଦିଅନ୍ତି ଏବଂ ସେମାନଙ୍କୁ ଭୟଭୀତ କରାନ୍ତି ସେମାନେ ଯାହା ଶୁଣନ୍ତି। ପରମେଶ୍ୱର ଲୋକଙ୍କୁ ମନ୍ଦକାର୍ଯ୍ୟରୁ ନିବୃତ୍ତ କରାଇବାକୁ ଚେତାବନୀ ଶୁଣାନ୍ତି ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି। ପରମେଶ୍ୱର ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯାହା ଫଳରେ ସେ ତା’ର ପ୍ରାଣକୁ ମୃତ୍ୟୁ ଗର୍ତ୍ତରୁ ରକ୍ଷା କରନ୍ତି। ଖ‌ଡ଼୍‌ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ ପରମେଶ୍ୱର ଏହା କରନ୍ତି। “କିମ୍ବା ଜଣେ ବ୍ୟକ୍ତି ବିଛଣାରେ ମଧ୍ୟ ପରମେଶ୍ୱରଙ୍କ ବାଣୀ ଶୁଣିପାରେ ଓ ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଓ ଯନ୍ତ୍ରଣା ସହ୍ୟ କରେ। ପରମେଶ୍ୱର ବ୍ୟଥାଦ୍ୱାରା ସେହି ବ୍ୟକ୍ତିକୁ ଚେତାବନୀ ଦିଅନ୍ତି। ସେହି ବ୍ୟକ୍ତି ଏତେ ଯନ୍ତ୍ରଣା ପାଏ ସତେ ଯେମିତି ତା’ର ସବୁହାଡ଼ କଷ୍ଟ ପାଏ। ସେ ଏତେ ଯନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପାରେ ନାହିଁ। ସେ ଏପରିକି ସୁସ୍ୱାଦୁ ଖାଦ୍ୟକୁ ମଧ୍ୟ ଘୃଣା କରେ। ତା’ର ଶରୀର ଦୁର୍ବଳ ହୋଇଯାଏ। ସେ କ୍ରମେ କ୍ଷୀଣ ହୋଇଯାଏ। ତା’ର ହାଡ଼ସବୁ ପଦାକୁ ଦେଖାଯାଏ। ସେହି ଲୋକ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଯାଏ। ତା’ର ଜୀବନ ମୃତ୍ୟୁର ନିକଟ ହୋଇ ଆସେ। ପରମେଶ୍ୱରଙ୍କର ହଜାରେ ଦୂତ ଅଛନ୍ତି। ସେହି ଦୂତମାନଙ୍କ ମଧ୍ୟରୁ ଜଣେ ହୁଏତ ସେହି ବ୍ୟକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସେହି ଦୂତ ହୁଏତ ସେହି ଲୋକ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ସେ କହିପାରେ। ହୁଏତ ସେହି ଦୂତ ସେହି ଲୋକକୁ କୃପା କରିବେ ଏବଂ ତା’ ତରଫରୁ ପରମେଶ୍ୱରଙ୍କୁ କହି ପାରନ୍ତି, ‘ସେହି ଲୋକ କବରକୁ ଯିବା ପାଇଁ ରକ୍ଷା ପାଉ’ ମୁଁ କ୍ଷତି ପୂରଣ ପାଇଅଛି। ସେହି ଲୋକର ଶରୀର ପୁଣି ସତେଜ ହେବ ଓ ସେ ପୁଣି ସୁସ୍ଥ ସବଳ ହୋଇଯିବ। ସେ ଯେଭଳି ଯୁବକ ଥିଲା ପୁଣି ସେହିଭଳି ହୋଇଯିବ। ସେହି ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ୱର ମଧ୍ୟ ତା’ ପ୍ରତି ପ୍ରସନ୍ନ ହେବେ। ତା’ପରେ ସେ ପରମେଶ୍ୱରଙ୍କର ମୁଖ ଦେଖିବ ଓ ଆନନ୍ଦରେ ଚିତ୍କାର କରି ଉଠିବ, ଯେତେବେଳେ ସେ ମନୁଷ୍ୟଙ୍କୁ ତା’ର ଯଥାର୍ଥ ଅବସ୍ଥା ଫେରାଇ ଦେବେ। ତା’ପରେ ସେହି ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କରି କହିବ, ‘ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦରେ ପରିଣତ କରିଛି। କିନ୍ତୁ ପରମେଶ୍ୱର ମୋତେ ଦଣ୍ଡ ଦେଇ ନାହାନ୍ତି ଯାହାର କି ମୁଁ ହକତାର ଥିଲି। ପରମେଶ୍ୱର ମୋର ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ୟୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରି ପାରିବି।’ “ପରମେଶ୍ୱର ଏ କଥା ବାରମ୍ବାର ସେହି ଲୋକ ପାଇଁ କରନ୍ତି। ସେହି ଲୋକକୁ ଚେତାବନୀ ଦେଇ ତା’ର ଆତ୍ମାକୁ ମୁକ୍ତି ଦେଇ ତାକୁ ମରଣରୁ ରକ୍ଷା କରନ୍ତି। ଫଳରେ ସେ ଲୋକ ତା’ର ଜୀବନ ଆନନ୍ଦରେ ବିତାଇବ। “ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ। ନୀରବ ରୁହ ଏବଂ ମୋତେ କହିବାକୁ ଦିଅ। କିନ୍ତୁ ଆୟୁବ ତୁମ୍ଭେ ଯଦି ମୋ’ କଥାରେ ଏକମତ ନ ହେଉଛ ତା’ହେଲେ ତୁମ୍ଭେ କହିଯାଅ। ତୁମ୍ଭର ଯୁକ୍ତି ମୋତେ କୁହ, ଯାହା ଫଳରେ ମୁଁ ତାକୁ ସଂଶୋଧନ କରି ଦେବି। କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମୋ’ କଥା ଶୁଣ। ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।” ତା’ପରେ ଇଲୀହୂ ତା’ର କଥାକୁ ଜାରିରଖି କହିଲା, “ହେ ଜ୍ଞାନୀମାନେ ମୋ’ କଥା ମନଦେଇ ଶୁଣ, ଯାହା ମୁଁ କହିବାକୁ ଗ୍ଭହୁଁଛି। ହେ ବୁଦ୍ଧିମାନ ମୋ’ କଥାକୁ ଧ୍ୟାନ ଦେଇ ଶୁଣ। କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ୱା ଖାଦ୍ୟର ସ୍ୱାଦ ବାରିବା ପରି। ତେଣୁ ଆସ ଏହିସବୁ ଯୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧ୍ୟରେ। ଆମ୍ଭେ ସମସ୍ତେ ମିଶି ଶିଖିବା, ଭଲ କାହାକୁ କହନ୍ତି। ଆୟୁବ କହେ, ‘ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ୱର ମୋ’ ପ୍ରତି ଉଚିତ୍ ନ୍ୟାୟ କରି ନାହାନ୍ତି। ମୁଁ ନିରପରାଧୀ ହେଲେବି ବିଗ୍ଭର ମୋ’ ବିରୁଦ୍ଧରେ ଯିବାରୁ ମୁଁ ମିଥ୍ୟାବାଦୀରେ ଗଣିତ ହୋଇଅଛି। ମୁଁ ନିରପରାଧୀ ହେଲେବି ମୁଁ ବହୁତ କଷ୍ଟ ସହିଅଛି।’ “ଆୟୁବ ଭଳି ଆଉ କେହି ବ୍ୟକ୍ତି ଅଛନ୍ତି କି? ଆୟୁବ ଖାତିରି କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ। ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, ‘ଜଣେ ଯଦି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।’ “ତୁମ୍ଭେମାନେ ବୁଝାମଣା ସମ୍ପନ୍ନ ମଣିଷ ମୋ’ କଥା ଶୁଣ। କୌଣସି ମନ୍ଦକାର୍ଯ୍ୟ କରିବା ଅର୍ଥାତ୍ ପରମେଶ୍ୱରଙ୍କ ଦ୍ୱାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ୱର କୌଣସି ଭୁଲ୍ କରନ୍ତି ନାହିଁ। ପରମେଶ୍ୱର ଜଣେ ବ୍ୟକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି। ସେ ଲୋକଙ୍କୁ ଯାହା ପ୍ରାପ୍ୟ ତାହା ଦିଅନ୍ତି। ଏହା ହିଁ ସତ୍ୟ ଅଟେ, ପରମେଶ୍ୱର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ୱର ନ୍ୟାୟ ଭ୍ରଷ୍ଟ କରନ୍ତି ନାହିଁ। ପରମେଶ୍ୱରଙ୍କୁ ପୃଥିବୀର ଦାୟିତ୍ୱରେ ରହିବା ପାଇଁ କେହି ମନୋନୀତ କରି ନାହାନ୍ତି। କେହି ତାଙ୍କୁ ସମଗ୍ର ପୃଥିବୀର ଦାୟିତ୍ୱ ଦେଇ ନାହିଁ। ଯଦି ପରମେଶ୍ୱର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ୱାସପ୍ରଶ୍ୱାସକୁ କାଢ଼ି ନେବେ। ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ। ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ। “ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ୟ, ତା’ହେଲେ ମୋ’ କଥା ମନଦେଇ ଶୁଣ। ଯେଉଁ ବ୍ୟକ୍ତି ସଚ୍ଚୋଟ ହେବାକୁ ଘୃଣା କରେ, ସେ କେବେ ଶାସକ ହୋଇ ପାରିବ ନାହିଁ। ଆୟୁବ, ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ ଓ ନ୍ୟାୟପରାୟଣ ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବ। କେହି ଜଣେ ରାଜାକୁ କହେ କି, ‘ତୁମ୍ଭେ ଗୋଟିଏ ଅପଦାର୍ଥ?’ କିମ୍ବା କିଏ ନେତାମାନଙ୍କୁ କହେ, ‘ତୁମ୍ଭେମାନେ ଦୁଷ୍ଟ ଅଟ।’ ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ଲୋକେ ହଠାତ୍ ମଧ୍ୟରାତ୍ରିରେ ହୁଏତ ମରି ଯାଇପାରନ୍ତି। ଲୋକେ ହୁଏତ ବେମାର ହୋଇ ମୃତ୍ୟୁମୁଖରେ ପଡ଼ିପାରନ୍ତି। ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି। “ପରମେଶ୍ୱର ଲୋକମାନଙ୍କର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରନ୍ତି। ପରମେଶ୍ୱର ମଣିଷର ପ୍ରତ୍ୟେକ ପାଦ ଗତିକୁ ଜାଣନ୍ତି। ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କଠାରୁ ଲୁଗ୍ଭଇପାରେ। ପରମେଶ୍ୱର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ। ପରମେଶ୍ୱର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଗ୍ଭର କରିବାକୁ ଦରକାର ମନେ କରନ୍ତି ନାହିଁ। ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ଯ୍ୟ କରନ୍ତି, ପରମେଶ୍ୱର ସେମାନଙ୍କୁ ପ୍ରଶ୍ନ କରନ୍ତି ନାହିଁ। ସେ ସେମାନଙ୍କୁ କେବଳ ଧ୍ୱଂସ କରିଦିଅନ୍ତି। ତାଙ୍କ ସ୍ଥାନରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି। ତେଣୁ ପରମେଶ୍ୱର ଜାଣନ୍ତି ଲୋକେ କ’ଣ କରନ୍ତି। ସେଥିପାଇଁ ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତରେ ପରାଜିତ କରିବେ ଓ ସେମାନେ ଧ୍ୱଂସ ହେବେ। ପରମେଶ୍ୱର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦେବେ। କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି। ପରମେଶ୍ୱର ସେହି ଲୋକମାନଙ୍କୁ ଶାସ୍ତି ଦେବେ, ଯେଉଁଠାରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ। କାରଣ ଦୁଷ୍ଟ ଲୋକେ ପରମେଶ୍ୱରଙ୍କୁ ମାନନ୍ତି ନାହିଁ। ସେହି ମନ୍ଦ ଲୋକମାନେ ପରମେଶ୍ୱର ଯାହା ଗ୍ଭହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ। ସେହି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳରେ ସେହି ଗରିବମାନେ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ୱର ମଧ୍ୟ ସେମାନଙ୍କ ଡାକକୁ ଶୁଣନ୍ତି। କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ। ତା’ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ। ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ। ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା। ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା’ହେଲେ ପରମେଶ୍ୱର ସେହି ବ୍ୟକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି। “ଏହା ଘଟିବ ଯଦି ସେ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ। ହେ ପରମେଶ୍ୱର, ଯଦିଓ ମୁଁ ତୁମ୍ଭକୁ ଦେଖି ପାରୁ ନାହିଁ, ଜୀବନରେ କେଉଁଟା ଠିକ୍ ବାଟ ମୋତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ୍ କରିଛି, ମୁଁ ଆଉ ସେପରି ପୁଣି ଥରେ କରିବି ନାହିଁ।’ ଆୟୁବ, ତୁମ୍ଭେ ଗ୍ଭହୁଁଛ ପରମେଶ୍ୱର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମୋର ନୁହେଁ। ତୁମ୍ଭେ କୁହ ମୋତେ ତୁମ୍ଭେ କ’ଣ ଭାବୁଛ। ଜଣେ ଜ୍ଞାନୀ ବ୍ୟକ୍ତି ମୋ’ କଥା ଶୁଣିବ। ଜଣେ ଜ୍ଞାନୀ ବ୍ୟକ୍ତି କହିବ, ‘ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁହେ। ଆୟୁବ ଯେଉଁ କଥା କୁହେ ସେଥିର କିଛି ଅର୍ଥ ହୁଏ ନାହିଁ।’ ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆଯିବା ଦରକାର। କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦେଲା, ଯେମିତି ଜଣେ ଦୁଷ୍ଟ ବ୍ୟକ୍ତି ଉତ୍ତର ଦେବ। ଆୟୁବର ବିଦ୍ରୋହ ତା’ର ଅନ୍ୟ ପାପ ସହିତ ଯୋଗ କରେ। ଆୟୁବ ଆମ୍ଭ ସମ୍ମୁଖରେ ବସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ୱରଙ୍କ ବିଷୟରେ ଅତ୍ୟଧିକ କୁହେ।” ଇଲୀହୂ କଥା କହି ଗ୍ଭଲିଲା: ସେ କହିଲା, “ଆୟୁବ, ତୁମ୍ଭେ କ’ଣ ଭାବୁଛ ଯେ ଏହା କହିବା ନ୍ୟାୟ? ‘ମୁଁ ଠିକ୍ ମୋର ମକଦ୍ଦମାରେ ପରମେଶ୍ୱରଙ୍କ ବିରୁଦ୍ଧରେ।’ ଏବଂ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ପଗ୍ଭର, ‘ଯଦି ଜଣେ ତାଙ୍କୁ ଖୁସୀ କରିବାକୁ ଚେଷ୍ଟା କରେ, ସେ କ’ଣ ଲାଭ ପାଇବ? ମୁଁ ଯଦି ପାପ ନ କରେ, ତା’ହେଲେ ମୋର କି ଉପକାର ସାଧିତ ହେବ?’ “ଆୟୁବ ମୁଁ ତୁମ୍ଭକୁ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦେବାକୁ ଗ୍ଭହେଁ। ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ୟ କର, ସେ ସବୁ ତୁମ୍ଭଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ। ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ୱରଙ୍କୁ ଆଘାତ କରେ ନାହିଁ। ଯଦି ତୁମ୍ଭେ ଅନେକ ପାପର ଅଧିକାରୀ ହୁଅ, ତେବେ ସେଥିରେ ପରମେଶ୍ୱରଙ୍କର କିଛି ହୁଏ ନାହିଁ। ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ୱରଙ୍କୁ ସାହାଯ୍ୟ କରେ ନାହିଁ। ପରମେଶ୍ୱର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ। ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ। “ଦୁଷ୍ଟ ଲୋକମାନେ ଯେତେବେଳେ ଆଘାତ ପାଆନ୍ତି, ସେମାନେ ସାହାଯ୍ୟ ପାଇଁ ଚିତ୍କାର କରନ୍ତି। ସେମାନେ ଶକ୍ତିମାନ ଲୋକଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି। କିନ୍ତୁ ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି ନାହିଁ। ସେମାନେ କହିବେ ନାହିଁ, ‘କେଉଁଠି ସେହି ପରମେଶ୍ୱର ଅଛନ୍ତି, ଯିଏ ମୋତେ ତିଆରି କରିଛନ୍ତି? ଲୋକମାନେ ଯେତେବେଳେ ନିରାଶ ହୁଅନ୍ତି, ପରମେଶ୍ୱର ସେତେବେଳେ ତାଙ୍କୁ ସାହାଯ୍ୟ କରନ୍ତି। ପରମେଶ୍ୱର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାନ୍ତି?’ “କିମ୍ବା ଯଦି ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି, ତେବେ ପରମେଶ୍ୱର ସେମାନଙ୍କୁ ଉତ୍ତର ଦେବେ ନାହିଁ। କାରଣ ସେହି ଲୋକମାନେ ଅତ୍ୟଧିକ ଗର୍ବୀ। ସେମାନେ ତଥାପି ଭାବନ୍ତି ସେମାନଙ୍କ ଗୁରୁତ୍ୱ ଅତ୍ୟଧିକ। ଏହା ସତ୍ୟ, ସେମାନଙ୍କର ମୂଲ୍ୟହୀନ ମାଗୁଣୀକୁ ପରମେଶ୍ୱର ଶୁଣିବେ ନାହିଁ। ସର୍ବଶକ୍ତିମାନ ପରମେଶ୍ୱର ସେମାନଙ୍କ ପ୍ରତି ମନୋଯୋଗ କରିବେ ନାହିଁ। ଏପରି କମ୍ ଭାବରେ ତୁମ୍ଭେ ଯେତେବେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ, ସେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭର ମାମଲା ତାଙ୍କଠାରେ ପଡ଼ିଛି ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ। “ଆୟୁବ ଭାବେ ପରମେଶ୍ୱର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ। ସେ ଚିନ୍ତା କରେ ପରମେଶ୍ୱର ପାପପ୍ରତି ମନୋଯୋଗ କରନ୍ତି ନାହିଁ। ତେଣୁ ଆୟୁବ, ତାହାର ମୂଲ୍ୟହୀନ କଥା ଜାରି ରଖେ। ଏହା ଅତି ସହଜରେ ଜଣାଯାଏ ଯେ, ଆୟୁବ ଜାଣେ ନାହିଁ ସେ କ’ଣ କହୁଛି।” ଇଲୀହୂ ତା’ର କଥା ଜାରି ରଖି କହିଲା। ସେ କହିଲା “ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର। ଯାହା ଫଳରେ ମୁଁ ମୋରଯୁକ୍ତି ତୁମ୍ଭକୁ ଦେଇ ପାରିବି। ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି। ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି। ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ। ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି। “ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ। ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ। ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ। ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ। ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉ‌‌‌ତ୍‌‌‌ଥାପନ କରନ୍ତି। ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି। ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି। ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ। ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ। ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା’ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ। ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା’ହେଲେ ସେମାନେ ଧ୍ୱଂସ ହେବେ। ସେମାନେ ମୂର୍ଖଙ୍କ ଭଳି ମରିବେ। “ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି। ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି। ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା, ମନ୍ଦିରର ପୁରୁଷ ବେଶ୍ୟାପରି। କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ। “ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ଟେବୁଲରେ ପ୍ରଚୁର ଖାଦ୍ୟ ରହୁ। କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଗ୍ଭରରେ ଦୋଷୀ ସାବ୍ୟସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ୟକ୍ତି ଭଳି ଶାସ୍ତି ପାଇଲ। ତୁମ୍ଭର କ୍ରୋଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳରେ ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନେଇ ନ ଯାଉ। ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାଯ୍ୟ କରିପାରେ ନାହିଁ, କି ଶକ୍ତିଶାଳୀ ଲୋକ ମଧ୍ୟ ତୁମ୍ଭକୁ ସାହାଯ୍ୟ କରିପାରେ ନାହିଁ। ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତିରେ ମିଳାଇ ଯିବାକୁ ଚେଷ୍ଟା କରନ୍ତି। ସେମାନେ ଭାବନ୍ତି ସେମାନେ ପରମେଶ୍ୱରଙ୍କଠାରୁ ଲୁଚିକି ରହିପାରିବେ। ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷୟ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ। “ଦେଖ, ପରମେଶ୍ୱରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ୱର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ। କେହି ପରମେଶ୍ୱରଙ୍କୁ କ’ଣ କାର୍ଯ୍ୟ କରିବେ କହିପାରିବ ନାହିଁ। କେହି ତାଙ୍କୁ କହିପାରିବ ନାହିଁ, ‘ହେ ପରମେଶ୍ୱର, ତୁମ୍ଭେ ଭୁଲ୍ କରିଛ।’ ମନେରଖ, ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରି ଅନେକ ଗୀତ ଲେଖିଛନ୍ତି। ପ୍ରତ୍ୟେକ ଲୋକ ପରମେଶ୍ୱର କ’ଣ କରିଛନ୍ତି ଦେଖି ପାରିବେ। ଦୂର ଦେଶର ଲୋକମାନେ ସେହିସବୁ କଥା ଦେଖି ପାରିବେ। ହଁ, ପରମେଶ୍ୱର ମହାନ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ୱର କେତେ ବର୍ଷରୁ ଅଛନ୍ତି। “ପରମେଶ୍ୱର ଭୂମିରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷାରେ ପରିଣତ କରନ୍ତି। ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା’ ଫଳରେ ବର୍ଷାଜଳ ଅନେକ ଲୋକଙ୍କ ଉପରେ ପଡ଼େ। କେହି ବୁଝିପାରିବେ ନାହିଁ ଯେ, ପରମେଶ୍ୱର ମେଘକୁ ବାହାରେ ବିସ୍ତାର କରନ୍ତି କି ଆକାଶରେ ଘଡ଼ଘଡ଼ି କିପରି ମାରେ। ଦେଖ, ପରମେଶ୍ୱର କେମିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ୟ ଆଚ୍ଛାଦିତ କରି ଦିଅନ୍ତି। ପରମେଶ୍ୱର ସେମାନଙ୍କୁ ବ୍ୟବହାର କରନ୍ତି ଦେଶମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସେମାନଙ୍କୁ ଦେବା ପାଇଁ। ପରମେଶ୍ୱର ନିଜ ହାତରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଗ୍ଭହୁଁଥିବା ଜାଗାମାନଙ୍କୁ ମାରନ୍ତି। ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ୟ ଆଗାମୀ ଝଡ଼ ବତାସ ଆସିବା ଜାଣି ପାରନ୍ତି। “ବିଜୁଳି ଓ ଘଡ଼ଘଡ଼ି ମୋତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟରେ କମ୍ପି ଉଠେ। ସମସ୍ତେ ଶୁଣ! ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ଭଳି ଶୁଣାଯାଏ। ସେହି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ୱରଙ୍କ ପାଟିରୁ ବାହାରେ। ପରମେଶ୍ୱର ତାଙ୍କର ବିଜୁଳିକୁ ମାରନ୍ତି, ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ୟ ଝଲସାଇ ଦିଏ। ତା’ପରେ ବିଜୁଳି ମାରିବା ପରେ ପରମେଶ୍ୱରଙ୍କ ବଜ୍ର ଗମ୍ଭିର କଣ୍ଠସ୍ୱର ଶୁଣାଯାଏ, ପରମେଶ୍ୱର ତାଙ୍କର ଚମତ୍କାର ସ୍ୱରରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ମାରେ। ପରମେଶ୍ୱରଙ୍କ ଘଡ଼ଘଡ଼ି କଣ୍ଠସ୍ୱର ଅ‌‌‌ଦ୍‌‌‌ଭୂତ ଧରଣର ସେ ଅନେକ ମହାନ କାର୍ଯ୍ୟ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ। ପରମେଶ୍ୱର ବରଫକୁ କହନ୍ତି: ‘ପୃଥିବୀ ଉପରେ ପଡ଼।’ ଏବଂ ପରମେଶ୍ୱର ବର୍ଷାକୁ କହନ୍ତି ‘ପୃଥିବୀରେ ଢାଳି ହୁଅ।’ ପରମେଶ୍ୱର ତାହା କରନ୍ତି, ଯଦ୍ଦ୍ୱାରା ସମସ୍ତ ଲୋକ ଜାଣି ପାରିବେ ପରମେଶ୍ୱର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ’ଣ କରି ପାରନ୍ତି। ଏହା ତାଙ୍କର ପ୍ରମାଣ ଅଟେ। ପଶୁମାନେ ସେମାନଙ୍କ ଆଶ୍ରୟସ୍ଥଳକୁ ଦୌଡ଼ି ପଳାନ୍ତି ଓ ସେଠାରେ ରୁହନ୍ତି। ଦକ୍ଷିଣ ଦିଗରୁ ବତାସ ମାଡ଼ି ଆସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆସେ। ପରମେଶ୍ୱରଙ୍କ ନିଶ୍ୱାସରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ଯାଏ। ପରମେଶ୍ୱର ବାଦଲକୁ ଜଳରେ ପୂର୍ଣ୍ଣ କରନ୍ତି ଓ ସେହି ମେଘରେ ବିଜୁଳି ସୃଷ୍ଟି କରିଛନ୍ତି। ପରମେଶ୍ୱର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି। ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି। “ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ଯ୍ୟସବୁ ପରମେଶ୍ୱର କରନ୍ତି। ଆୟୁବ, ତୁମ୍ଭେ ଜାଣ କି ପରମେଶ୍ୱର କିପରି ବାଦଲକୁ ନିୟନ୍ତ୍ରଣ କରନ୍ତି? ତୁମ୍ଭେ ଜାଣ କି ପରମେଶ୍ୱର ତାଙ୍କର ବିଜୁଳି ଚମକାନ୍ତି? ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶରେ କିପରି ଓହଳି ରୁହନ୍ତି? ସେହି ଅଲୌକିକ କାର୍ଯ୍ୟର ମେଘ ତ କେବଳ ଗୋଟିଏ ଉଦାହରଣ ଓ ପରମେଶ୍ୱର ମଧ୍ୟ ସେସବୁ ଜାଣନ୍ତି। କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କେବଳ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତେବେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହୋଇ ଯାଏ। ଏବଂ ଦେଶ ନୀରବ ହୋଇଯାଏ। ଆୟୁବ, ତୁମ୍ଭେ କ’ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ୱରଙ୍କୁ ସାହାଯ୍ୟ କରି ପାରିବ ଏବଂ ମାର୍ଜିତ ପିତ୍ତଳ ପରି ଚ‌କ୍‌ଚକ୍ କରି ପାରିବ? “ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ୱରଙ୍କୁ କ’ଣ କହିବା। ଆମ୍ଭକୁ କ’ଣ କହିବାକୁ ହେବ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛୁ। ମୁଁ ପରମେଶ୍ୱରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହେବାକୁ ଗ୍ଭହେଁ। ଏହା ଧ୍ୱଂସକୁ ଡାକି ଆଣିବା ସହିତ ସମାନ ହେବ। କେହି ସୂର୍ଯ୍ୟଙ୍କୁ ଗ୍ଭହିଁ ପାରିବେ ନାହିଁ। ଏହାର ଉଜ୍ଜ୍ୱଳ କିରଣ ଆକାଶରେ ଝଲମଲ କରେ, ଯେତେବେଳେ ବାଦଲ ସବୁ ବାୟୁଦ୍ୱାରା ଅପସରିଯାଏ। ପରମେଶ୍ୱର ମଧ୍ୟ ଠିକ୍ ସେହିପରି, ତାଙ୍କର ସୁବର୍ଣ୍ଣମୟ ମହିମା ପବିତ୍ର ପର୍ବତ ମଧ୍ୟରୁ ଚି‌କ୍‌ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ କିରଣ ବିଚ୍ଛୁରିତ ହୋଇଥାଏ। ସର୍ବଶକ୍ତିମାନ ପରମେଶ୍ୱର ମହାନ ଅଟନ୍ତି। ଆମ୍ଭେ ପରମେଶ୍ୱରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଗ୍ଭରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦେବାକୁ ଗ୍ଭହାନ୍ତି ନାହିଁ। ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।” ପରମେଶ୍ୱର ଆୟୁବଙ୍କୁ କହିଲେ ତା’ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଉତ୍ତର ଦେଇ କହିଲେ, “କିଏ ଏହି ଅଜ୍ଞାନୀ ବ୍ୟକ୍ତି ଯିଏ କି ଏଭଳି ନିର୍ବୋଧ କଥା କହୁଛି? ଆୟୁବ, ଜଣେ ମଣିଷ ପରି ଛିଡ଼ା ହୋଇଯାଅ, ଯାହା ଫଳରେ ମୁଁ ତୁମ୍ଭକୁ ପ୍ରଶ୍ନ ପଗ୍ଭରି ପାରିବି ଏବଂ ତୁମ୍ଭେ ମୋତେ ଉତ୍ତର ଦେଇ ପାରିବ। “ଆୟୁବ, ତୁମ୍ଭେ କେଉଁଠାରେ ଥିଲ, ଯେତେବେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମୋତେ ଉତ୍ତର ଦିଅ। ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହେବ? ଏକ ମାପିବା ରେଖା ଦ୍ୱାରା କିଏ ଏହି ପୃଥିବୀକୁ ମାପଚୁପ କରିଥିଲା? ପୃଥିବୀ କାହା ଉପରେ ସ୍ଥିର ରହିଛି? କିଏ ଏହି ସ୍ଥାନରେ ପ୍ରଥମ ପଥର ରଖିଲା? ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତେବେଳେ ହେଲା ସ୍ୱର୍ଗଦୂତଗଣ ଆନନ୍ଦରେ ଚିତ୍କାର କଲେ। “ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତେବେଳେ ଏହା ଗଭୀର ଭାବରେ ପୃଥିବୀରେ ପ୍ରବାହିତ ହେଲା? ସେତେବେଳେ ମୁଁ ତାକୁ ମେଘଦ୍ୱାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧ୍ୟରେ ଗୁଡ଼ାଇ ରଖିଲି। ମୁଁ ସମୁଦ୍ର ପାଇଁ ସୀମା ନିରୂପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦେଲି। ମୁଁ ସମୁଦ୍ରକୁ କହିଲି, ‘ତୁମ୍ଭେ ଏତିକି ବାଟ ପର୍ଯ୍ୟନ୍ତ ଆସିବ, ତା’ଠାରୁ ଅଧିକା ନୁହେଁ। ଏହି ସ୍ଥାନରେ ତୁମ୍ଭେ ଗର୍ବି ଢେଉ ଆସି ବନ୍ଦ ହେବ।’ “ଆୟୁବ, ତୁମ୍ଭେ କେବେ ତୁମ୍ଭର ଜୀବନକାଳ ମଧ୍ୟରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହେବା ପାଇଁ କି ଦିନ ଆରମ୍ଭ ହେବା ପାଇଁ? ଆୟୁବ ତୁମ୍ଭେ କେବେ ସକାଳର ସୂର୍ଯ୍ୟ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ? ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖୋଜି ବାହାର କରିଛ? ସେମାନଙ୍କ ଆଲୋକ ଦ୍ୱାରା ପୃଥିବୀ ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା। ଯେତେବେଳେ ଏହା ଏକ ମୋହର ଦ୍ୱାରା ମୋହରାଙ୍କିତ ହେଲା। ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ। ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ। କାରଣ ଏହାର ପ୍ରଖର କିରଣ ସେମାନଙ୍କୁ ମନ୍ଦ କରିବାକୁ ମନା କରେ। “ଆୟୁବ ତୁମ୍ଭେ ସମୁଦ୍ରର ଗଭୀର ସ୍ଥାନକୁ କେବେ ଯାଇଛ କି, ଯେଉଁଠାରୁ ସମୁଦ୍ରର ଆରମ୍ଭ? ତୁମ୍ଭେ କେବେ ସମୁଦ୍ରର ନିମ୍ନ ଦେଶରେ ଗ୍ଭଲିଛ କି? ଆୟୁବ ତୁମ୍ଭେ କେବେ ମୃତ୍ୟୁ ଦେଶର ଦ୍ୱାରକୁ ଦେଖିଛ କି? ତୁମ୍ଭେ କେବେ ସେହି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନେଇଯାଏ। ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ। “ଆୟୁବ, ଆଲୋକ କେଉଁଠାରୁ ଆସେ? ଅନ୍ଧକାର କେଉଁଠାରୁ ଆସେ। ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା’ର ପୂର୍ବ ସ୍ଥାନକୁ ଫେରାଇ ଦେଇ ପାରିବ କି? ତୁମ୍ଭେ ସେ ସ୍ଥାନକୁ କିପରି ଯାଇପାରିବ ଜାଣିଛ କି? ନିଶ୍ଚୟ ତୁମ୍ଭେ ଏ କଥା ସବୁ ଜାଣିଛ। ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ୟ ଅଟ। ତୁମ୍ଭେ ବଞ୍ଚିଥିଲ ମୁଁ ଯେତେବେଳେ ଏହିସବୁ ଗଢ଼ିଥିଲି, ନୁହେଁ କି? “ଆୟୁବ, ତୁମ୍ଭେ କେବେ ମୋର ଭଣ୍ଡାର ଘରକୁ ଯାଇଛ କି, ଯେଉଁଠାରେ କି ମୁଁ ବରଫ ଏବଂ କୁଆପଥର ରଖିଛି? ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ, କଷ୍ଟ ସମୟ ପାଇଁ ଯୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚୟ କରିଛି। ତୁମ୍ଭେ ସେହି ସ୍ଥାନକୁ ଯାଇଛ କି ଯେଉଁଠାରୁ ସୂର୍ଯ୍ୟ ଉଦୟ ହୁଏ ଏବଂ ଯେଉଁଠାରୁ ପୂର୍ବବାୟୁ ସାରା ପୃଥିବୀରେ ଗ୍ଭରିଆଡ଼େ ବିଚ୍ଛୁରିତ ହୋଇଯାଏ? ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶରେ ଖାଲ ଖୋଳି ରଖିଛି? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି? କିଏ ବର୍ଷା ତିଆରି କରନ୍ତି ଏପରି ଜାଗାରେ ଯେଉଁଠାରେ କେହି ମନୁଷ୍ୟ ରହନ୍ତି ନାହିଁ? ସେହି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ। ଘାସ ଉଠିବାକୁ ଆରମ୍ଭ କରେ। ବର୍ଷାର କ’ଣ ପିତା ଅଛି? କିଏ କାକର ବୁନ୍ଦା ତିଆରି କରେ? ବରଫର କ’ଣ ମାତା ଅଛି? କିଏ କୁଆପଥରର ଜନ୍ମଦାତା ଅଟେ? ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ। ଏପରିକି ସମୁଦ୍ର ଜଳ ମଧ୍ୟ ଜମାଟ ବାନ୍ଧି ଯାଏ। “ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି? ତୁମ୍ଭେ କ’ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ? ତୁମ୍ଭେ କ’ଣ ଭାଲୁକୁ ତା’ର ଛୁଆମାନଙ୍କ ସହିତ କଢ଼େଇ ନେବ? ତୁମ୍ଭେ ଆକାଶ ମଣ୍ଡଳର ନିୟମସବୁ ଜାଣ କି? ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି? “ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦେଇ ପାରିବ, ସେମାନେ ବର୍ଷାରେ ତୁମ୍ଭକୁ ଘୋଡ଼ାଇ ପାରିବେ? ତୁମ୍ଭେ ବିଜୁଳି କି ଡାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ‘ଆମ୍ଭେ ଏଠାରେ ଅଛୁ; ମହାଶୟ, ଆପଣ କ’ଣ ଗ୍ଭହାନ୍ତି।’ ଏହା କ’ଣ ତୁମ୍ଭେ ଯେଉଁଠାକୁ ଯିବ ତୁମ୍ଭ ସାଥୀରେ ଯାଇପାରିବ କି? “ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ? କିଏ ତାଙ୍କ ଭିତରେ ଜ୍ଞାନ ଭର୍ତ୍ତୀ କରେ? ଏପରି କିଏ ବୁଦ୍ଧିମାନ ଅଛି, ଯିଏ ମେଘକୁ ଗଣିପାରେ ଏବଂ କିଏ ତାଙ୍କୁ ବ‌କ୍‌ସିସ୍ ଦେଇ ତାଙ୍କ ବୃଷ୍ଟି ଢାଳି ଦେବ? ତେଣୁ ଧୂଳି ରାସ୍ତା କାଦୁଅରେ ପରିଣତ ହୁଏ ଏବଂ ମାଟିମୁଣ୍ଡା ଲାଗିଯାଆନ୍ତି। “ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି? ତୁମ୍ଭେ ସେମାନଙ୍କ ଭୋକିଲା ଶାବକକୁ ଖାଦ୍ୟ ଦିଅ କି? ସେହି ସିଂହମାନେ ତାଙ୍କ ଗୁମ୍ଫା ଭିତରେ। ସେମାନେ ଘାସ ଭିତରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଥା’ନ୍ତି। କିଏ ଡାମରା କାଉକୁ ଖାଦ୍ୟ ଯୋଗାଇ ଦିଏ? ଯେତେବେଳେ ତା’ର ଶାବକମାନେ ପରମେଶ୍ୱରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲାବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ? “ଆୟୁବ ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ? ତୁମ୍ଭେ କେବେ ଦେଖିଛ କି ମା ହରିଣକୁ ତା’ର ଛୁଆ ଦେବାର? ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା? ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ? ସେହି ପଶୁମାନେ ପଡ଼ିରହି ଗର୍ଭ ଯନ୍ତ୍ରଣା ଭୋଗକରି ତା’ର ପିଲାମାନଙ୍କୁ ଜନ୍ମ ଦିଅନ୍ତି। ସେହି ପଶୁ ଛୁଆମାନେ କ୍ଷେତରେ ବଡ଼ ସବଳ ହୋଇଯା’ନ୍ତି। ତା’ପରେ ସେମାନେ ମା’କୁ ଛାଡ଼ି ଗ୍ଭଲିଯାଆନ୍ତି, ଆଉ ଫେରନ୍ତି ନାହିଁ। “ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି? ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି। ମୁଁ ସେହି ବଣୁଆ ଗଧ ପାଇଁ ମରୁଭୂମିକୁ ତା’ର ବାସସ୍ଥାନ କରିଛି। ମୁଁ ସେହି ଲୁଣିଆ ସ୍ଥାନକୁ ସେମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି। ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି। କେହି ସେମାନଙ୍କୁ ନିୟନ୍ତ୍ରଣ କରି ପାରିବେ ନାହିଁ। ବଣୁଆ ଗଧମାନେ ପାହାଡ଼ରେ ବାସ କରନ୍ତି, ତାହା ସେମାନଙ୍କ ଚରିବା ସ୍ଥାନ। ସେହି ସ୍ଥାନରେ ସେମାନେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି। “ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି? ସେ ତୁମ୍ଭ ଗୁହାଳରେ ରହିବ କି? ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଦେବ କି, ଯଦ୍ଦ୍ୱାରା ତୁମ୍ଭେ ଆପଣା ଭୂମି ଗ୍ଭଷ କରିବ? ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ’ଣ ତା’ ଉପରେ ନିର୍ଭର କରି ପାରିବ ତୁମ୍ଭ କାମ କରିବା ପାଇଁ? ତୁମ୍ଭେ ତା’ ଉପରେ ନିର୍ଭର କରି ପାରିବ କି? ତୁମ୍ଭର ଶସ୍ୟଅମଳ କରିବା ପାଇଁ ଶସ୍ୟସବୁ ଖଳାକୁ ଆଣିବାକୁ? “ଓଟ ପକ୍ଷୀ ଉତ୍ତେଜନାରେ ଡେଣା ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ। ଏହାର ଡେଣା ବଗ ପରି ନୁହେଁ। ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ ଏବଂ ସେମାନେ ବାଲିରେ ଉଷ୍ଣ ହୁଅନ୍ତି। ଓଟ ପକ୍ଷୀ ଭୁଲିଯାଏ ହୁଏତ ତା’ର ଅଣ୍ଡା ଉପରେ କିଏ ଚଢ଼ିଯିବ କିମ୍ବା କୌଣସି ବଣୁଆ ଜନ୍ତୁ ତା’ର ଅଣ୍ଡାକୁ ଭାଙ୍ଗି ଦେବେ। ଓଟପକ୍ଷୀ ତା’ର ଶାବକମାନଙ୍କୁ ଛାଡ଼ିକି ଯାଏ। ସେ ତା’ର ଶାବକମାନଙ୍କୁ ନିଜର ଛୁଆ ପରି ବ୍ୟବହାର କରେ ନାହିଁ। ତା’ର ଛୁଆ ମରିଗଲେ ସେ ଖାତିରି କରେ ନାହିଁ, ଯେପରି ସମସ୍ତ କାମ କିଛି ହେଲା ନାହିଁ। କାରଣ ମୁଁ ସେହି ଓଟପକ୍ଷୀକୁ ଜ୍ଞାନ ଦେଇ ନାହିଁ। ସେହି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ୟ ତାକୁ ସେପରି କରିଛି। କିନ୍ତୁ ସେହି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ। ସେ ଘୋଡ଼ା ଓ ତା’ର ସବାରୀକୁ ଦେଖି ହସି ପଳାଏ। କାରଣ ସେ କୌଣସି ଘୋଡ଼ାଠାରୁ ଅଧିକ ବେଗରେ ଦୌଡ଼ିପାରେ ନାହିଁ। “ଆୟୁବ ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି? ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି? ତୁମ୍ଭେ ସେହି ଘୋଡ଼ାକୁ ପତଙ୍ଗପରି କୁଦିବାର ଶକ୍ତି ଦେଇଅଛ କି? ସେହି ଘୋଡ଼ା ଲୋକ ଦେଖିଲେ ବଡ଼ ପାଟିରେ ରବ କରେ। ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସୀଥାଏ। ସେ ଭୂମିରେ ତା’ର ଖୁରା ଦ୍ୱାରା ରାମ୍ପୁଡ଼ି ପକାଏ। ସେ ଯୁଦ୍ଧ କ୍ଷେତ୍ରରେ ଖୁବ ଜୋ‌ର୍‌ରେ ଦୌଡ଼ିପାରେ। ଘୋଡ଼ା ଭୟରେ ହସେ। ସେ ଭୟଭୀତ ନୁହେଁ, ସେ ଯୁଦ୍ଧ ଭୂମିରୁ ପଳାୟନ କରିବ ନାହିଁ। ଯୋଦ୍ଧା ଘୋଡ଼ା ପିଠିରେ ବସି ତୂଣିର ବାନ୍ଧି ଥାଏ। ବର୍ଚ୍ଛା, ଢାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ଯ୍ୟ କିରଣରେ ଝଲମଲ କରୁଥାଏ। ଘୋଡ଼ା ଅତ୍ୟଧିକ ଉତ୍ତେଜିତ ହୁଏ। ସେ ଭୂମି ଉପରେ ଖୁବ୍ ଜୋ‌ର୍‌ରେ ଦୌଡ଼େ। ସେ ତୂରୀ ଶବ୍ଦ ଶୁଣି ସ୍ଥିର ହୋଇ ଠିଆ ହୋଇ ରହିପାରେ ନାହିଁ। ଯେତେବେଳେ ତୂରୀ ଆଦି ବାଦ୍ୟ ଶୁଣେ ଘୋଡ଼ା ମଧ୍ୟ ପାଟିକରେ ‘ହୁରେ!’ ସେ ଦୂରରୁ ଯୁଦ୍ଧର ବାସନା ଓ ସେନାପତିମାନଙ୍କର ହୁଙ୍କାର ଜାଣି ପାରେ। “ଆୟୁବ, ତୁମ୍ଭେ ଉତ୍କ୍ରୋଶପକ୍ଷୀକୁ ଉଡ଼ାଇବା ଶିଖାଇଛ କି? ତାକୁ ତା’ର ଡେଣା କିପରି ମେଲାଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି? ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି? ଉତ୍କ୍ରୋଶପକ୍ଷୀ ପର୍ବତର ଢାଲୁତଟରେ ବାସ କରେ। ପର୍ବତର ଢାଲୁତଟ ହେଉଛି ତା’ର ଦୁର୍ଗ। ଉତ୍କ୍ରୋଶପକ୍ଷୀ ତା’ର ଶିକାରକୁ ଦୂର ବସାରୁ ଦେଖି ପାରେ। ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ। ଉତ୍କ୍ରୋଶପକ୍ଷୀ ଏକତ୍ରିତ ହୁଅନ୍ତି, ଯେଉଁଠାରେ ଶବସବୁ ଥାଏ। ଏବଂ ତା’ର ଛୁଆମାନେ ମଧ୍ୟ ରକ୍ତ ଶୋଷନ୍ତି।” ସଦାପ୍ରଭୁ ଆୟୁବକୁ ଉତ୍ତର ଦେଇ କହିଲେ, “ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ। ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।” ତା’ପରେ ଆୟୁବ ପରମେଶ୍ୱରଙ୍କୁ ଉତ୍ତର ଦେଇ କହିଲା, “ମୁଁ ଅତି ନିକୃଷ୍ଟ କଥା କହିବାକୁ! ମୁଁ ବା ତୁମ୍ଭକୁ କି ଉତ୍ତର ଦେବି? ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ। ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି। ମୁଁ କହିଛି କିନ୍ତୁ ଆଉ ଥରେ କହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା’ଠାରୁ ଅଧିକ କିଛି କହି ପାରିବି ନାହିଁ।” ତା’ପରେ ସଦାପ୍ରଭୁ ଆୟୁବକୁ ସେହି ଝଡ଼ ଭିତରୁ ଉତ୍ତର ଦେଲେ। ସଦାପ୍ରଭୁ କହିଲେ, “ଆୟୁବ, କଟିବନ୍ଧନ କରି ଜଣେ ମନୁଷ୍ୟ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା’ର ଉତ୍ତର ଦେବାକୁ ପ୍ରସ୍ତୁତ ହୁଅ। “ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ। ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ? ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି, ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ? ଯଦି ତୁମ୍ଭେ ପରମେଶ୍ୱରଙ୍କ ପରି, ତା’ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ୱରଙ୍କ ସହ ସମକକ୍ଷ, ତା’ହେଲେ ତୁମ୍ଭେ ପରମେଶ୍ୱରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର। ଯଦି ତୁମ୍ଭେ ପରମେଶ୍ୱରଙ୍କ ତୁଲ୍ୟ, ତା’ହେଲେ ତୁମ୍ଭେ ତୁମ୍ଭର କ୍ରୋଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦେଇପାର। ସେହି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ। ହଁ ଆୟୁବ, ସେହି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସେମାନଙ୍କୁ ନମ୍ର କର। ଦୁଷ୍ଟମାନଙ୍କୁ ସେମାନେ ଛିଡ଼ା ହୋଇଥିବା ସ୍ଥାନରେ ହିଁ ଦଳି ଦିଅ। ସବୁ ଗର୍ବୀ ଲୋକମାନଙ୍କୁ ମାଟିରେ ପୋତିଦିଅ। ସେମାନଙ୍କର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତରେ ରଖିଦିଅ। ଆୟୁବ, ଯଦି ତୁମ୍ଭେ ଏସବୁ କରି ପାରିବ ତା’ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି ଏବଂ ମୁଁ ସ୍ୱୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ। “ଆୟୁବ, ତୁମ୍ଭେ ବହେମୋତକୁ ଦେଖ। ମୁଁ ପରମେଶ୍ୱର, ସେହି ବହେମୋତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ୟ ମୁଁ ସୃଷ୍ଟି କରିଛି। ବହେମୋତ ଗାଈପରି ଘାସ ଖାଏ। ବହେମୋତର ଶରୀରରେ ଅତ୍ୟଧିକ ଶକ୍ତି ଅଛି। ତା’ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ। ବହେମୋତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା’ର ଗୋଡ଼ର ମାଂସପେଶୀ ଅତି ଶକ୍ତ। ବହେମୋତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା’ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ। ବହେମୋତ ପରମେଶ୍ୱରଙ୍କ ସୃଷ୍ଟିରେ ସର୍ବୋତ୍ତମ। ଅନ୍ୟ କେହି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା’ର ‌‌ଖ‌ଡ଼୍‌ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ। ବହେମୋତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ। ଯେଉଁଠାରେ ଜଙ୍ଗଲୀ ପ୍ରାଣୀମାନେ ଖୋଜାବୁଲା କରନ୍ତି। ବହେମୋତ ପଦ୍ମବନ ତଳେ ଶୟନ କରେ। ବହେମୋତ ନଳବଣରେ ନିଜକୁ ଲୁଗ୍ଭଇ ରଖିପାରେ। ପଦ୍ମପତ୍ର ସବୁ ତା’ର ଛାୟାରେ ବହେମୋତକୁ ଲୁଗ୍ଭଇ ରଖିପାରେ। ସେ ନଦୀ କୂଳରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ। ଯଦି ନଦୀରେ ବନ୍ୟା ଆସେ ବହେମୋତ ସେଠାରୁ ପଳାଇଯିବ ନାହିଁ। ସେ ଭୟଭୀତ ହୁଏ ନାହିଁ। ଯଦିଓ ଯର୍ଦ୍ଦନ ନଦୀର ପାଣି ତା’ ନାକ ପର୍ଯ୍ୟନ୍ତ ପହଞ୍ଚେ। କେହି ବହେମୋତର ଆଖିକୁ ଅନ୍ଧ କରିପାରେ ନାହିଁ ଏବଂ ଯନ୍ତାରେ ଧରିପାରେ ନାହିଁ। “ଆୟୁବ ତୁମ୍ଭେ ବନଶୀ କଣ୍ଟାରେ ଲିବିୟାଥନକୁ ଧରି ପାରିବ କି? ତୁମ୍ଭେ ତା’ର ଜିଭକୁ ରସିରେ ବାନ୍ଧିପାରିବ କି? ତୁମ୍ଭେ ତା’ ନାକରେ ରସି ପୁରାଇ ପାରିବ କି? ତା’ର ଦାନ୍ତ ମାଢ଼ିରେ ଅଙ୍କୁଶ ପୁରାଇ ପାରିବ କି? ଲିବିୟାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ? ସେ ତୁମ୍ଭକୁ କୋମଳ ଶବ୍ଦରେ କଥା କହିବ କି? ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି? ତୁମ୍ଭେ ଲିବିୟାଥନ ସହିତ ଖେଳିପାରିବ କି? ତୁମ୍ଭେ ପକ୍ଷୀ ସହିତ ଖେଳିଲା ଭଳି ତା’ ସହିତ ଖେଳି ପାରିବ କି? ତୁମ୍ଭେ ତାକୁ ଏକ ରସିରେ ବାନ୍ଧି ତୁମ୍ଭର ଦାସୀକୁ ତା’ ସହିତ ଖେଳାଇ ପାରିବ କି? କୈବର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି? ସେମାନେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ୟବସାୟୀମାନଙ୍କୁ ବିକିବେ କି? ତୁମ୍ଭେ ତା’ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି? “ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିୟାଥନ ଉପରେ ହାତ ରଖ, ତୁମ୍ଭେ କେବେ ଆଉଥରେ କରିବ ନାହିଁ! ଭାବ ସେ କି ପ୍ରକାର ଯୁଦ୍ଧ ହେବ। ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରି ପାରିବ? ଭୁଲି ଯାଅ! କୌଣସି ଭରସା ନାହିଁ! ତା’ ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହେବ। କୌଣସି ମନୁଷ୍ୟ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। “ଏବଂ କେଉଁ ମନୁଷ୍ୟ ତା’ ବିରୁଦ୍ଧରେ ଠିଆ ମଧ୍ୟ ହୋଇ ପାରିବ ନାହିଁ। କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ୱର୍ଗରେ ଯାହାକିଛି ଅଛି, ସେ ସବୁ ମୋର ଅଧୀନ ଅଟେ। “ମୁଁ ତୁମ୍ଭକୁ ଲିବିୟାଥନର ଗୋଡ଼, ତା’ର ବଳ ଓ ମନୋହର ଆକାର ବିଷୟରେ କିଛି କହିବି। କୌଣସି ବ୍ୟକ୍ତି ତା’ର ଚର୍ମକୁ କଣା କରି ପାରିବେ ନାହିଁ। ତା’ର ଚର୍ମ ଯୁଦ୍ଧସଜ୍ଜା ସ୍ୱରୂପ। କୌଣସି ବ୍ୟକ୍ତି ତା’ର ମାଢ଼ିକୁ ଖୋଲିବାକୁ ସକ୍ଷମ ହେବ ନାହିଁ। ତା’ର ଦାନ୍ତ ଲୋକଙ୍କୁ ଭୟଭୀତ କରେ। ତା’ର ପିଠି ଧାର ଧାର ଢାଲ ପରି, ଯାହାକି ଦୃଢ଼ ଭାବରେ ସଂଯୁକ୍ତ ହୋଇଥାଏ। ସେଗୁଡ଼ିକ ଏତେ ପାଖାପାଖି ଥାଏ ତା’ ମଧ୍ୟରେ ପବନ ମଧ୍ୟ ପଶିପାରେ ନାହିଁ। ସେଗୁଡ଼ିକ ଗୋଟିଏ ଅନ୍ୟ ସହିତ ସଂଯୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାଯାଇ ପାରିବ ନାହିଁ। ଯେତେବେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହାରେ, ତା’ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ। ତା’ର ମୁଖରୁ ଜ୍ୱଳନ୍ତ ଅଗ୍ନିକଣାର ମଶାଲ ବିଦ୍ୟୁତ୍ ପରିବାହକ ଦ୍ୱାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ। ତା’ର ନାକରୁ ଧୂଆଁ ବାହାରେ ସତେ ଯେମିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହାରେ। ତା’ର ନିଶ୍ୱାସ ଅଙ୍ଗାରକୁ ଜଳାଇ ପାରେ। ତା’ ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ। ତା’ର ବେକ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ରେ ତା’ ନିକଟରୁ ଦୌଡ଼ି ପଳାଇଯା’ନ୍ତି। ତା’ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ। ତା’ର ହୃତପିଣ୍ଡ ପଥର ସଦୃଶ। ଏହା ପେଷଣଶାଳାର ତଳ ପଥର ସଦୃଶ। ସେ ଯେତେବେଳେ ଉଠେ, ବଳବାନ ଲୋକମାନେ ମଧ୍ୟ ଭୟଭୀତ ହୋଇଯା’ନ୍ତି। ସେ ଯେତେବେଳେ ଲାଞ୍ଜ ବୁଲାଏ ସେମାନେ ଦୌଡ଼ି ପଳାନ୍ତି। ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିୟାଥନକୁ ବାଜେ, କିନ୍ତୁ କେବଳ ସେସବୁ ଡେଇଁ ପଡ଼ି ଫେରି ଆସେ। ସେହି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ। ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ। ଏହା ତମ୍ବାକୁ ପଗ୍ଭକାଠ ପରି ଭାଙ୍ଗି ପକାଏ। ତୀର ତାହାକୁ ଦଉଡ଼ାଇ ପାରେ ନାହିଁ। ପଥର ଡେଇଁ ପଡ଼ି କୁଟା ପରି ଫେରି ଆସେ। ଯେତେବେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା’ ଦେହରେ ଲାଗିଲା। ସେ ଅଟ୍ଟହାସ୍ୟ କରେ ଯେତେବେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି। ତା’ର ତଳ ପେଟର ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅରେ ଘୋଷାରି ହୋଇ ଗଲାବେଳେ ବେଙ୍ଗଳାରେ ବାଡ଼େଇବା ପରି ଚିହ୍ନ ଛାଡ଼ିଯାଏ। ଲେବିୟାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତେଲ ଫୁଟେ। ଲେବିୟାଥନ ଯେତେବେଳେ ତହିଁରେ ତା’ ପଛେ ପଛେ ପଥ ଛାଡ଼ିଯାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା’ ପଛ ଆଡ଼େ ଧଳାଫେଣ ଛାଡ଼ିଯାଏ। ପୃଥିବୀରେ ଲିବିୟାଥନ ପରି ଆଉ ଦ୍ୱିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯେକି କାହାରିକୁ ଭୟ କରେ ନାହିଁ। ଲେବିୟାଥନ ସବୁଠାରୁ ଗର୍ବୀ ପଶୁକୁ ବି ନୀଚ୍ଚ ଭାବରେ ଦେଖେ। ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସେହି ଲେବିୟାଥନକୁ ସୃଷ୍ଟି କରିଛି।” ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଲା ତା’ପରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, “ହେ ସଦାପ୍ରଭୁ ମୁଁ ଜାଣେ ଆପଣ ସବୁକିଛି କରି ପାରନ୍ତି। ତୁମ୍ଭେ ଯାହା କର ବା କରିବାକୁ ଗ୍ଭହଁ, କେହି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ପଗ୍ଭରିଲ, ‘କିଏ ଏହି ଜ୍ଞାନହୀନ ମଣିଷ, ଯିଏ ନିର୍ବୋଧ ଭଳି କଥା କହୁଛି?’ ହେ ସଦାପ୍ରଭୁ, ମୁଁ ସେହି ବିଷୟରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସେହିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ତାହା ମୋ’ ବୁଝିବା ଶକ୍ତିର ବାହାରେ। “ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା। ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଗ୍ଭରିବା ଓ ତୁମ୍ଭେ ତା’ର ଉତ୍ତର ଦେବ।’ ହେ ସଦାପ୍ରଭୁ, ଅତୀତରେ ମୁଁ ତୁମ୍ଭ ବିଷୟରେ ଶୁଣିଥିଲି। କିନ୍ତୁ ଆଜି ମୁଁ ସ୍ୱଚକ୍ଷୁରେ ତୁମ୍ଭକୁ ଦେଖିଲି। ହେ ସଦାପ୍ରଭୁ, ମୁଁ ଫେରେଇ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖେଦିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମୋର ମନ ପରିବର୍ତ୍ତନ କରିଛି।” ସଦାପ୍ରଭୁ ଆୟୁବକୁ ତା’ର ସମ୍ପତ୍ତି ଫେରାଇ ଦେଲେ ସଦାପ୍ରଭୁ ଆୟୁବ ସହିତ କଥା ଶେଷ କଲା ପରେ ସେ ତୈମନୀୟ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲିଫ‌‌‌ସ୍‌‌‌କୁ କହିଲେ, “ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କ୍ରୋଧିତ। କାରଣ ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି। ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା’ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।” ତେଣୁ ତୈମନୀୟ ଇଲୀଫସ୍, ଶୂହୀୟ ବିଲଦଦ୍ ଓ ନାମାଥୀୟ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା’ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ। ଆୟୁବ ତା’ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା’ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା’ର ଦୁଇଗୁଣ ସେ ଦେଲେ। ତା’ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ। ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା’ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6000 ଓଟ, 1000 ହଳ ବଳଦ, 1000 ମାଈ ଗଧ ପାଇଲେ। ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା। ଆୟୁବ ତା’ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କ‌‌‌ତ୍‌‌‌ସୀୟା ଓ ତୃତୀୟ ଝିଅର ନାମ କେରଣହା‌ପ୍‌ପୁକ୍ ରଖିଲା। ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ। ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା। ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା। ପ୍ରଥମ ପୁସ୍ତକ (ଗୀତସଂହିତା 1-41) ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ, ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ, ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ। ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି। ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ, ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ। ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ। ଦୁଷ୍ଟ ଲୋକମାନେ ସେପରି ନୁହନ୍ତି। ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ। ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ। ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ। କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି, ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି। କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି? କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି? ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି। ସେହି ନେତାମାନେ କୁହନ୍ତି, “ଆସ ଆମ୍ଭେ ପରମେଶ୍ୱର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା। ଆସ ସେମାନଙ୍କଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହୋଇଯିବା।” କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’ ସେମାନଙ୍କ ଏପରି କଥାକୁ ପରିହାସ କରିବେ। କିନ୍ତୁ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ କୁହନ୍ତି, “ମୁଁ ଏହି ବ୍ୟକ୍ତିକୁ ରାଜା ହେବାକୁ ପସନ୍ଦ କରିଛି ଏବଂ ସେ ସିୟୋନ ପର୍ବତରେ ଶାସନ କରିବ। ସିୟୋନ ହେଉଛି ମୋର ପବିତ୍ର ପର୍ବତ।” ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ନେତାମାନଙ୍କୁ ସ୍ଥାପନ କରିଅଛି। *** ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି। ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି ଓ ତୁମ୍ଭେ ମୋର ପୁତ୍ର ହେଲ। ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ। ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ୱଂସ କରିଦେଇ ପାରିବ।” ଏଣୁ ହେ ରାଜାଗଣ ତୁମ୍ଭେ ବୁଦ୍ଧିମାନ ହୁଅ। ହେ ଶାସକଗଣ ଏହି କଥାକୁ ଶିକ୍ଷା କର। ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ। ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ। ଏହା ହେଉଛି ଦାଉଦଙ୍କର ନିଜ ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ। “ହେ ସଦାପ୍ରଭୁ, ମୋର ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମୋ’ ବିରୁଦ୍ଧରେ ଲାଗିଛନ୍ତି। ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି। ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।” କିନ୍ତୁ ହେ ସଦାପ୍ରଭୁ, ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ। ତୁମ୍ଭେ ମୋର ମହିମା। ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାହଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ। ମୁଁ ଶୋଇଲି ଓ ବିଶ୍ରାମ ନେଲି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହେବି, କାରଣ ସଦାପ୍ରଭୁ ମୋତେ ସର୍ବଦା ରକ୍ଷା କରନ୍ତି। ହଜାର ହଜାର ସୈନ୍ୟମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଲେ ସୁଦ୍ଧା ମୁଁ ସେହି ଶତ୍ରୁମାନଙ୍କୁ କେବେ ଭୟ କରିବି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ୱର ତୁମ୍ଭେ ଆସ ଓ ମୋତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ, ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ। ହେ ସଦାପ୍ରଭୁ ଶେଷରେ ତୁମ୍ଭର ହିଁ ବିଜୟ ହେବ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର। ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋର ଧର୍ମସ୍ୱରୂପ ପରମେଶ୍ୱର, ମୋତେ ଉତ୍ତର ଦିଅ। ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ। ମୋ’ ପ୍ରତି ସଦୟ ହୁଅ। ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର। ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ? ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ? କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି। ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ। ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି, ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର। ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର। ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ? ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।” ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସୀ। ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ, ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ। ମୁଁ ବିଛଣାରେ ଶାନ୍ତିରେ ଶୟନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ। ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ ମୋର କଥା ଶୁଣନ୍ତୁ। ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି। ହେ ମୋର ପରମେଶ୍ୱର ଓ ରାଜା ମୋର ପ୍ରାର୍ଥନା ଶୁଣ। ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ। ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ। କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ। ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ। ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର। ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ। ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ, ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି। ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି। ହେ ସଦାପ୍ରଭୁ ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର। ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି। ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ, ଓ ମୋର ପଥକୁ ସରଳ କର। ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ। ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି। ସେମାନଙ୍କର ପାଟି ଏକ କବର ସ୍ୱରୂପ। ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି। ହେ ପରମେଶ୍ୱର ସେମାନଙ୍କୁ ଶାସ୍ତି ଦିଅ। ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ। ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର। କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି। ପରମେଶ୍ୱର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର। ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର, ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର। ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ। ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର। ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ। ମୋତେ ସୁସ୍ଥ କର କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି। ମୋର ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ। ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର। ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର। ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମୋତେ ରକ୍ଷା କର। ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୋର ବିଛଣା ମୋର ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି। ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ। ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ। କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି। ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି। ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ। ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଏହି ଗୀତ, ଏହି ଗୀତଟି ଶିଗାୟୋନ ଯିଏକି କୂଶଙ୍କର ପୁତ୍ର ଏବଂ ବିନ୍ୟାମୀନୀୟ ପରିବାରର ଅନ୍ତର୍ଭୁକ୍ତ। ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର। ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ। ମୋତେ ସେମାନେ ବୋହି ନେଇଯିବେ। ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ। ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ କିଛି ଭୁଲ୍ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ। ଯେବେ ମୋର ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ, ମାତ୍ର ବିନା କାରଣରେ ଯେ ମୋର ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି। ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ। ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ। ମୋର ଜୀବନକୁ ଭୂମିରେ ଦଳି ପକାଉ। ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ। ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର। ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର। ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର। ଯେଉଁମାନେ କି ତୁମ୍ଭ ରାଜ୍ୟର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇଛନ୍ତି। ହେ ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର କର। ମୋର ମଧ୍ୟ ବିଗ୍ଭର କର। ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍। ପ୍ରମାଣ କର ଯେ ମୁଁ ନିରପରାଧ। ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର। ହେ ପରମେଶ୍ୱର ତୁମ୍ଭେ ଅତ୍ୟନ୍ତ ମହାନ ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର। ପରମେଶ୍ୱର ସବୁବେଳେ ଯଥାର୍ଥ ହୃଦୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତି, ତେଣୁ ପରମେଶ୍ୱର ମୋତେ ନିଶ୍ଚୟ ରକ୍ଷା କରିବେ। ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି। ଯଦି ପରମେଶ୍ୱର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ। ପରମେଶ୍ୱର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଥା’ନ୍ତି। କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ୟସ୍ତ ଥା’ନ୍ତି। ସେମାନେ ଗୋପନ ଯୋଜନା କରନ୍ତି ଓ ମିଥ୍ୟା ମଧ୍ୟ କହନ୍ତି। ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ। ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ। ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି। ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ। ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ। ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି। ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ। “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ? କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ? କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?” କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ। ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ। ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ। ଆକାଶର ଉଡ଼ୁଥିବା ପକ୍ଷୀମାନେ ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ। ପ୍ରଧାନ ବାଦ୍ୟକର ନିମନ୍ତେ ବେ‌‌ନ୍‌‌ର ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ। ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ। ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି। ତୁମ୍ଭେ ମୋତେ ଅତି ଆନନ୍ଦ ଦେଇଛ। ହେ ସର୍ବୋପରିସ୍ଥ ପରମେଶ୍ୱର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି। ଯେତେବେଳେ ସେମାନେ ମୋ’ଠାରୁ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ, ମୋର ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ୱଂସ ହେଲେ। ତୁମ୍ଭେ ହେଉଛ ସବୁଠାରୁ ବିଗ୍ଭରବନ୍ତ। ତୁମ୍ଭେ ସିଂହାସନରେ ବିଗ୍ଭରପତିର ଆସନ ଅଳଙ୍କୃତ କରି ବସୁଛ। ହେ ସଦାପ୍ରଭୁ, ତୁମ୍ଭେ ମୋ’ କଥା କର୍ଣ୍ଣପାତ କଲ ଓ ତା’ପରେ ମୋ’ ପାଇଁ ନିଷ୍ପତ୍ତି ନେଲ। ତୁମ୍ଭେ ସେହି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସେହି ଦୁଷ୍ଟ ଲୋକଙ୍କୁ ମଧ୍ୟ ଧ୍ୱଂସ କରିଛ। ତୁମ୍ଭେ ସେହି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇଛ। ଆଜି ସେହିମାନଙ୍କ ମଧ୍ୟରୁ କେହି ଜୀବିତ ନାହାନ୍ତି। ଶତ୍ରୁମାନେ ନିଶ୍ଚିହ୍ନ ହୋଇଛନ୍ତି। ହେ ସଦାପ୍ରଭୁ ତୁମ୍ଭେ ସେମାନଙ୍କର ନଗରକୁ ଧ୍ୱଂସ କରିଛ। ବର୍ତ୍ତମାନ କେବଳ ଭଙ୍ଗା ଅଟ୍ଟାଳିକାର ଧ୍ୱଂସାବଶେଷ ବିଦ୍ୟମାନ। ଆଜି ସେମାନଙ୍କୁ ମନେ ପକାଇବା ପାଇଁ କିଛି ଅବଶେଷ ବାକିରହି ନାହିଁ। କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ୟମାନ, ସେ ତାହଙ୍କର ରାଜ୍ୟକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି। ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଗ୍ଭର ପ୍ରଦର୍ଶନ କରନ୍ତି। ସେ ସବୁ ରାଜ୍ୟମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରନ୍ତି। କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି। ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି। ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସେମାନେ ତୁମ୍ଭକୁ ବିଶ୍ୱାସ କରିବେ। ହେ ସଦାପ୍ରଭୁ ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ। ହେ ସିୟୋନ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର। ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ। ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର। ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି। ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର। ତା’ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।” ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି। କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି। ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି। ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ମନ୍ଦ ଲୋକ ଅଟନ୍ତି। ସେମାନେ ମୃତ୍ୟୁ ସ୍ଥାନକୁ ଯିବେ। ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି। ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ। କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର। ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି। ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି। -ସେଲା- ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ? ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ। ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି। ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି। ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ। ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି। ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ। ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି। ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ। ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।” ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି। ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି। ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି। ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି। ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସେହି ନିରୀହ ଲୋକମାନେ ସହଜରେ ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି। ବାରମ୍ବାର ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକମାନଙ୍କର କ୍ଷତି କରନ୍ତି। ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି। ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି। ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।” ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର। ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ! ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ। କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି? କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ। ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ। ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର। ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର। ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ। ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି। ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର। ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ। ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର। ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର। ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ। ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ। ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?” ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସେମାନେ ଅନ୍ଧାରରେ ଲୁଚି ରହନ୍ତି। ସେମାନେ ଧନୁରେ ଗୁଣ ଚଢ଼ାନ୍ତି। ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି। ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି। ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ? ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ, ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି। ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି। ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି। ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ। କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି, ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ। ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୋତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି। ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି। ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି। ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ। ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ। ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ। ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।” କିନ୍ତୁ ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି। ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି। କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।” ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ। ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ। ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ। ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର। ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ। ଦାଉଦଙ୍କର ଗୀତ ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ? ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ? କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ? କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ? କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି? କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ? ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ। ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି। ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।” ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି। ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ। ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି। କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି। ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ। ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।” ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି। ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ, ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ। ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି। କିନ୍ତୁ ପ୍ରତ୍ୟେକ ମଣିଷ ଆଜି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି। ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି। ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି। ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ। ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି? କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି। ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। *** ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା। ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତାହାହେଲେ ଯାକୁବ ଆହ୍ଲାଦିତ ହେବ। ଇସ୍ରାଏଲ ବହୁତ ଖୁସୀ ହେବ। ଦାଉଦଙ୍କର ଗୀତ ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ? କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ? କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ, ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ। ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ। ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ। ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ। ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ। ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ। ଦାଉଦଙ୍କର ମିକ୍ତାମ୍ ଗୀତ ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ। ମୁଁ ସଦାପ୍ରଭୁଙ୍କୁ କହିଅଛି, “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ। ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।” ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି। କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି। ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ। ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ। ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର। ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ, ମୋର ଅଧିକାର ମଧ୍ୟ ଅତି ସୁନ୍ଦର। ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି। ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି। ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି। ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ। ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ। ଏପରିକି ମୋର ଶରୀର ନିରାପଦରେ ରହିବ। କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ। ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ। ଯେହେତୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ। ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ମୋ’ ପାଇଁ ଚିରଦିନ ନିତ୍ୟ ସୁଖ ଭୋଗ ଆଣିଦେବ। ଦାଉଦଙ୍କର ପ୍ରାର୍ଥନା ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି। ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି, ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର। ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ, ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ। ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ। ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ’ଠାରେ କିଛି ଭୁଲ ଦେଖି ନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ। ମୁଁ ଯଥାସାଧ୍ୟ ଚେଷ୍ଟା କରିଛି ତୁମ୍ଭର ଆଦେଶ ମାନିବାକୁ। ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ। ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ। ତେଣୁ ବର୍ତ୍ତମାନ ମୋର କଥା ଶୁଣ। ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର। ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର। ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ। ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ। ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ। ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି। ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର। ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି। ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ। ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି। ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି। ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ। ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର। ତୁମ୍ଭେ ଆପଣା ଖ‌ଡ଼୍‌ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର। ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର। ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ। ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି। ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି। ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ। ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ, ମୁଁ ତୁମ୍ଭକୁ ଭଲ ପାଏ।” ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ। ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ। ପରମେଶ୍ୱର ମୋର ଢାଲ ସଦୃଶ। ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ। ସେମାନେ ମୋତେ ପରିହାସ କଲେ, କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ। ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି, କବରର ରଶି ମୋର ଗ୍ଭରିଆଡ଼େ ଥିଲା, ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା। ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି। ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି, ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ। ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ। ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ। ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା। ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ। ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ। ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ। ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା। ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ। ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି। ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା। ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା। ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ। ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ। ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ। ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ। ସେମାନେ ମୋତେ ଘୃଣା କରୁଥିଲେ। ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ। ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ। ସଦାପ୍ରଭୁ ମୋତେ ଭଲ ପାଆନ୍ତି। ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ। ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ। ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ। ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ। ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି। ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି। ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ। ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ। ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ। ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ। ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର। କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର। ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର। ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର। ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ। ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ। ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ। ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି। ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି। ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ। ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ। ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ। ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ। ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର, ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ। ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି। ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ। ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି। ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ। ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ। ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ। ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି। ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ, କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ। ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ। ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି। ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି। ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି। ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ସେହିସବୁ ରାଜ୍ୟର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ। ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ। ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ। ସେମାନେ ଭୟରେ ଦୁର୍ବଳ ହୋଇଯିବେ। ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ। ସଦାପ୍ରଭୁ ଜୀବନ୍ତ ଅଟନ୍ତି। ମୁଁ ସେହି ଶୈଳକୁ ପ୍ରଶଂସା କରେ। ପରମେଶ୍ୱର ମୋତେ ରକ୍ଷା କରନ୍ତି। ସେ ମହାନ ଅଟନ୍ତି। ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି। ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ। ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ। ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ। ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ। ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ। ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି। ଦାଉଦଙ୍କର ଏକ ଗୀତ ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ। ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ। ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ। ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା। କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ। ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ। ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି। ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ। ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ। ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ। ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ। ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ। ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି। ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ। ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ। ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ। ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ। ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ। ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ। ସେଗୁଡ଼ିକ ସର୍ବତୋଭାବେ ସତ୍ୟ। ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ। ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ। ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ। କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର। ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର। ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ। ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ ସମସ୍ତ ପାପରୁ ମୁକ୍ତ ହୋଇ ପାରିବି। ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ। ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ। ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ। ଦାଉଦଙ୍କର ଏକ ଗୀତ। ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ। ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ। ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ। ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ। ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା। ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ। ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି। ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି। ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି। କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି। ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ। ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜୟୀ ଦଳ। ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ। ଦାଉଦଙ୍କର ଏକ ଗୀତ। ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ। ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ। ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର। ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ। ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ। ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ। ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ? ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ। ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ। ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ। ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ, ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ, ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ଧ୍ୱଂସ କରିବେ। ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ। କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ। ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ। ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ। ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ। ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ। ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ। ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ? ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ? ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି। ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ। ତୁମ୍ଭେ ରାଜାର ଆସନରେ ଆସୀନ। ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ। ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ। ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ। ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ। ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ। ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ। କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ, ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି। ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି। ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି। ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି। ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।” ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ। ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି। ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି। ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି। ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି। ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ। ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ। ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି। ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି। ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ। ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି। ମୋର ଅସ୍ଥିସବୁ ଭାଙ୍ଗି ଯାଉଛି। ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି। ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି। ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ। “କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି। ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି। ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି। ମୋର ପଞ୍ଜରା ସବୁ ଗଣି ହୋଇ ଯାଉଛି ଓ ସେହି ଲୋକମାନେ ମୋ’ ଆଡ଼କୁ କ୍ରୁର ଦୃଷ୍ଟିରେ ଗ୍ଭହୁଁଛନ୍ତି। ସେହି ଲୋକମାନେ ମୋର ବସ୍ତୁସବୁ ନିଜ ଭିତରେ ବାଣ୍ଟି ନେଲେ। ସେମାନେ ମୋର ଗ୍ଭେଗାକୁ ବାଜି ଲଗାନ୍ତି। ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ। ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର। ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର। ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର। ମୋତେ ସିଂହ ମୁଖରୁ ଉଦ୍ଧାର କର। ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ। ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି। ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି। ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର। ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର। ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ। କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ। ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ। ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ। ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି। ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ। ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର। ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ। ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ। କାରଣ ସେ ହେଉଛନ୍ତି ରାଜା। ସେ ସବୁ ରାଜ୍ୟକୁ ଶାସନ କରନ୍ତି। ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ। ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ। ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ। ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ। ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ, ଯାହାସବୁ ପରମେଶ୍ୱର କରିଛନ୍ତି। ଦାଉଦଙ୍କର ଏକ ଗୀତ। ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି, ମୋର କିଛି ଅଭାବ ହେବ ନାହିଁ। ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି। ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି। ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି। ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ। କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ। ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ। ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ। ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ। ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି। ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ। ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି। ଦାଉଦଙ୍କର ସଙ୍ଗୀତ। ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି। ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି। କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ? ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି, ଯାହାଙ୍କର ହୃଦୟ ଓ ମନ ନିର୍ମଳ, ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ। ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି। ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି। ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। କିଏ ସେହି ଗୌରବମୟ ରାଜା? ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି। ହେ ଫାଟକ ସବୁ ଖୋଲି ଯାଅ। ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ। କିଏ ସେହି ଗୌରବମୟ ରାଜା? ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କେବେ ନିରାଶ ହେବି ନାହିଁ। ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ। ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ। କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ। ସେମାନେ କିଛି ପାଇବେ ନାହିଁ। ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର। ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର। ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ। ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ। ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ। ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର। ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ। ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ। ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ। ସଦାପ୍ରଭୁ ହିଁ ପ୍ରକୃତରେ ମହାନ। ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି। ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି। ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି। ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର। କାରଣ ତୁମ୍ଭେ ମହାନ। ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା’ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି। ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ ଓ ତା’ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ। ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି। ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି। ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ। ମୋତେ ବିପଦରୁ ମୁକ୍ତ କର। ମୋର ସମସ୍ୟାର ସମାଧାନରେ ସହାୟକ ହୁଅ। ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର। ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ। ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି। ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର। ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି। ତେଣୁ ମୋତେ ନିରାଶ କର ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ। ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର। ହେ ପରମେଶ୍ୱର, ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କ ଶତ୍ରୁ କବଳରୁ ରକ୍ଷା କର। ଦାଉଦଙ୍କର ସଙ୍ଗୀତ। ହେ ସଦାପ୍ରଭୁ, ମୋର ବିଗ୍ଭର କର। ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି। ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ। ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ ମୋର ହୃଦୟ ଓ ମନକୁ ପରିଷ୍କାର କର। ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ। ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ। ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି। ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ, ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ। ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ। ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି। କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ। ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର। ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି। ଦାଉଦଙ୍କର ଗୀତ। ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା। ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ। ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ। ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ। ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି, ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି। ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ଧ୍ୱଂସ କରିଦେବାକୁ ଗ୍ଭହାନ୍ତି। ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ। ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ। ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ, “ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।” ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ। ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ। ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ। ମୋର ଶତ୍ରୁମାନେ ମୋତେ ଘେରି ଗଲେଣି। କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ। ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି। ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି। ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି। ହେ ସଦାପ୍ରଭୁ, ମୋର ଡାକ ଶୁଣ। ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ। ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ। ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି। ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ। ମୋତେ ସାହାଯ୍ୟ କର। ମୋତେ ଦୂର କର ନାହିଁ। ମୋତେ ପରିତ୍ୟାଗ କର ନାହିଁ। ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା। ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ। ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି। ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର। ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ। ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି। ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି। ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି। ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ, ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି। ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସିକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର। ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ। ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ। ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି। ମୋ’ ନିବେଦନ ଟିକେ ଶୁଣ। ମୋ’ ପ୍ରତି କୃପା ପ୍ରଦର୍ଶନ କର। ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ ବୋଲି ଗଣ ନାହିଁ। ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି। ସଦାପ୍ରଭୁ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ। ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ। ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ନା, ସେମାନେ କିଛି ବୁଝନ୍ତି ନାହିଁ। ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା ହେଉ, କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି। ସଦାପ୍ରଭୁ ହିଁ ମୋର ବଳ। ସେ ମୋର ଢାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ। ମୁଁ ଅତି ଖୁସୀ। ମୁଁ ଆଜି ପ୍ରଶଂସାର ଗୀତ ଗାଇବି। ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ହିଁ ତା’ର ଏକମାତ୍ର ବଳ। ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର। ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର। ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର। ଦାଉଦଙ୍କର ଗୀତ। ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର। ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର। ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି। ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି। ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ। ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ। ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି। ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି। ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ। ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ। ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ। ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ। ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି। ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ। ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ। ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ। ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି। ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ। ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ। ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର। ପରମେଶ୍ୱର କ୍ରୋଧିତ ହୁଅନ୍ତି। ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”। କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି। ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ। ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ, ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ। କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ, ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି। ତେଣୁ ହେ ପରମେଶ୍ୱର, ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି। ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ? ମୁଁ କବର ଭିତରକୁ ଗଲେ କ’ଣ ଲାଭ? ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି। ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ। ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର। ହେ ସଦାପ୍ରଭୁ ମୋର ସହାୟ ହୁଅ।” ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମୋତେ ସାହାଯ୍ୟ କଲ। ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ। ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ। ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ। ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମୋତେ ତୁମ୍ଭେ ନିରାଶ କର ନାହିଁ। ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର। ହେ ପରମେଶ୍ୱର, ମୋ’ ନିବେଦନ ଶୁଣ। ଶୀଘ୍ର ଆସି ମୋତେ ଉଦ୍ଧାର କର। ମୋତେ ଚଟାଣ ସଦୃଶ ରକ୍ଷା କର। ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର। ମୋର ନିରାପତ୍ତା ବଳୟ ହୁଅ। ମୋତେ ରକ୍ଷା କର। ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ। ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ। ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି। ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର। ତୁମ୍ଭେ ମୋର ନିରାପଦ ସ୍ଥଳ। ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ। ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମୋତେ ରକ୍ଷା କର। ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ। ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ। ପରମେଶ୍ୱର ଦୟାର ସାଗର। ତେଣୁ ମୋତେ ସୁଖରେ ରଖନ୍ତି। ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା। ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ। ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ। ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି। ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି। ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି। ମୋର ଜୀବନ ଦୁଃଖରେ ସରିଯିବ। ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି। ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି, ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି। ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି। ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି। ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ, ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି। ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି। ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ। ତୁମ୍ଭେ ହିଁ ମୋର ପରମେଶ୍ୱର। ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର। କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି। ସେମାନଙ୍କଠାରୁ ମୋତେ ରକ୍ଷା କର। ଆପଣା ସେବକକୁ ଦୟାକର ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ତୁମ୍ଭେ ମୋତେ ନିରାଶ କରିବ ନାହିଁ। ଦୁଷ୍ଟ ଲୋକମାନେ ନିରାଶ ହେବେ। ସେମାନେ ନୀରବରେ କବରକୁ ଯିବେ। ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ। ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି। ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ। ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ। ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ। ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି। ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର। ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ। ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ। ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।” କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ। ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ। ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି, କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି। ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ। ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ। ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ। ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ। ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ। ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ, ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ। ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି। ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି। ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ। ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ। ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର। ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର। ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି। ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର। କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।” ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି, କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ। ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ। ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ। ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର। ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ। ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର। ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର। ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି। ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ। ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା। ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ। ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍। କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ। ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି। ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି। କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ। ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି। କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି। ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ ଦୃଷ୍ଟିପାତ କରନ୍ତି। ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ ନିରୀକ୍ଷଣ କରନ୍ତି। ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି। ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ। ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ। ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ। ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି। ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି। ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି। ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି। ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା। ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି। ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି। ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା। ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ। ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ। ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ। ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ। ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି। ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର। ତାଙ୍କ ନାମର ମହିମା କୀର୍ତ୍ତନ କର। ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି। ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ। ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର। ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ। ଏଥିରେ ଲଜ୍ଜିତ ହେବାର କିଛି ନାହିଁ। ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ। ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି, ସେ ସେମାନଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ। ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ। ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି। ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ। ହେ ପିଲାମାନେ, ଆସ ମୋ’ କଥା ଶୁଣ; କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି। ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ। ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ। ମନ୍ଦକାର୍ଯ୍ୟ କରିବା ବନ୍ଦ କର। କେବଳ ଉତ୍ତମ କାର୍ଯ୍ୟ କର। ଶାନ୍ତି ପାଇଁ କାର୍ଯ୍ୟ କର। ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼। ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି। ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି। ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ। ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି। ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି। ସେ ସେମାନଙ୍କୁ ଉଦ୍ଧାର କରନ୍ତି। ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ। ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ। କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ। ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ। ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ। ଦାଉଦଙ୍କର ଗୀତ ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର। ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ ଉଠାଅ। ଜାଗ୍ରତ ହୁଅ, ମୋର ସହାୟ ହୁଅ। ଏକ ବର୍ଚ୍ଛା ଓ କୁନ୍ତ ଧର ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର। ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।” କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର। ସେମାନଙ୍କୁ ଘଉଡ଼ାଇ ଦିଅ। ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର। ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ। ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ। ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ। ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ। ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ। ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ। ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ। ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି। ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ। ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।” କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି। ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ। ମୁଁ କେବଳ ଭଲ କାର୍ଯ୍ୟ କରିଛି। କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ। ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି। ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି। ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ? ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି। ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି। ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ। ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି। ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ। ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି। ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ। ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ। ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ। ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ। ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ? ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି। ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ। ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର। ସେମାନେ ସିଂହ ତୁଲ୍ୟ ଅଟନ୍ତି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ। ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ। ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ। ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ। ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି। ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି। ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।” ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି। ତେଣୁ ତୁମ୍ଭେ ନୀରବ ରୁହ ନାହିଁ। ମୋତେ ପରିତ୍ୟାଗ କର ନାହିଁ। ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର। ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର। ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ। ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।” ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।” ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ। ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି। ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ। ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ। କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ। ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି। କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ। ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।” ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ। ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ। ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ। ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।” ସେହି ଲୋକ ଆପଣାକୁ ମିଥ୍ୟା କହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ। ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ। ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ। ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ। ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ। ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର। ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି। ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ। ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ। ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ। ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି। ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ। ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି। ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି। ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।” ଦାଉଦଙ୍କର ଗୀତ। ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ। ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ। ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ। ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ। ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ। ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ। ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି। କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର। ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ। କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି, ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ। ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି। ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ। ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ ଓ ସେମାନେ ଶାନ୍ତି ଉପଭୋଗ କରିବେ। ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି। ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି। କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି। ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି। ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି। ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି। କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ। ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ। ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ। କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ। କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ। ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି। ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ। ଯେତେବେଳେ ବିପଦ ଆସେ ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ। ଯେତେବେଳେ ଦୁର୍ଭିକ୍ଷ ପଡ଼ିବ ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ। କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ। ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ। ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ। ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ। କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ। ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ। କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ। ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି। ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି। ସେମାନେ ଝୁଣ୍ଟି ପଡ଼ିବେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି। ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି। ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି। ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ। ତେଣୁ ତା’ର ପିଲାମାନେ ଏକ ଆଶୀର୍ବାଦସୂଚକ। ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର, ତା’ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ। ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ, ତେଣୁ ସେମାନେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ। ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ। ସେମାନେ ସେଠାରେ ଚିରଦିନ ବାସ କରିବେ। ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ। ତା’ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ। ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ। ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି। ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ। ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ। ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ। ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା। କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ। ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ। କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ। ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ। ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ। ଦାଉଦଙ୍କ ସ୍ମରଣୀୟ ଗୀତ। ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ। କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ। ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି। ତୁମ୍ଭେ ମୋତେ ଦଣ୍ଡ ଦେଲ। ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି। ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ। ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି। ମୁଁ ଅତ୍ୟନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ। ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି। ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି। ମୁଁ ଆଜି ନଇଁ ଯାଇଛି। ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି। ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା। ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା। ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି। ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ। ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ। ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି। ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି। ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ। ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି। ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି। ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି। ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ। ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି। ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ। ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ। “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ। ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।” ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି, ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ। ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି। ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ। ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି। ସେମାନେ ଅନେକ ଥର ମିଥ୍ୟା କହିଛନ୍ତି। ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ। ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ। ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି। ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ। ହେ ମୋର ପରମେଶ୍ୱର ମୋର ନିକଟରେ ରୁହ। ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର। ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର। ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ। ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି। ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ। ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମୋର ମୁଖକୁ ବନ୍ଦ ରଖିବି।” ତେଣୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ। କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି। ମୁଁ ଅତି କ୍ରୋଧିତ ଥିଲି। ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି। ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି। ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ? ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି? ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ। ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ। ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି? ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା। ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର। ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ। ମୁଁ ମୋର ପାଟି ଖୋଲି ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ଯାହା କରିବା କଥା ତାହା କରିଛ। ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ। ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ। ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର। ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ। ହେ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ। ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି। ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ। ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ। ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ। ସେ ମୋତେ ଟେକି ଧରିଲେ। ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ। ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ। ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା। ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ। ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ। ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ। କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ, ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ। ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ। ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି। ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି। ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି। ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ। ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ। ହେ ସଦାପ୍ରଭୁ ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି। ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ। ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ’ଠାରେ ଲୁଗ୍ଭଅ ନାହିଁ। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।” ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି। ସେମାନେ ଅନେକ ଯାହାକି ଗଣିବା କଷ୍ଟକର। ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ। ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି। ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର। ହେ ସଦାପ୍ରଭୁ ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର। ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି। ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର। ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ। ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି। ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ। କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି। ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି। ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।” ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମୋର ପରମେଶ୍ୱର ଆଉ ବିଳମ୍ବ କର ନାହିଁ। ମୋତେ ସାହାଯ୍ୟ କର ଓ ମୋତେ ଉଦ୍ଧାର କର। ଦାଉଦଙ୍କର ଗୀତ। ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି। ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ। ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି। ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।” ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି। ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।” ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ। ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି। ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି। ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି। ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି। ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି ଓ ସେଥିପାଇଁ ବେମାର ଅଛି। ସେ ଆଉ ଭଲ ହେବ ନାହିଁ।” ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି। କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି। ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର। ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି। ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ। ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ। ମୁଁ ନିରପରାଧ ଥିଲି। ତୁମ୍ଭେ ମୋତେ ସାହାଯ୍ୟ କରିଲ। ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ। ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ। ଆମେନ୍, ଆମେନ୍। ଦ୍ୱିତୀୟ ଖଣ୍ଡ (ଗୀତସଂହିତା 42-72) ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ। ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ। ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ। ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି? ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି। ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି? ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?” ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ। ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ, ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି। ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ? “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମୋତେ ରକ୍ଷା କରିବେ। ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।” ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ । ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ, ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ। ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ। ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି। ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି। ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର। ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ? କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?” ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି, ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?” ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି? ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମୋତେ ଉଦ୍ଧାର କରିବେ। ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ। ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ। ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ। ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ। କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ? ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ କାହିଁକି ମୁଁ ଏତେ ଦୁଃଖ ପାଇବି। ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ। ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ। ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ। ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ। ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି। ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି। ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ? ମୁଁ କାହିଁକି ଏତେ ଅଧୀର ହେଉଛି? ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି। ସେ ମୋତେ ରକ୍ଷା କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍। ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ। ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି। ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ। ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ। ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ। ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ। ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ। ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ। ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ। ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ। ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ। ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ। ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ, କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ। ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ। ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ। ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ। କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ। ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ। ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ। ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ। ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ। ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ। ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ। ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି। ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି। ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି। ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି। ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି। ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ, ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ। ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ। ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ। ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ। ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ। ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ। ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ। ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ? ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା। ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି। ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି। ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ। ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ। ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। କାହିଁକି ତୁମ୍ଭେ ଶୋଇ ରହିଛ? ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ। ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ? ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ? ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି। ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି। ହେ ପରମେଶ୍ୱର, ଜାଗ୍ରତ ହୁଅ। ଆମ୍ଭକୁ ସାହାଯ୍ୟ କର। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର। ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ। ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ, ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ। ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ, ନିପୁଣ ଲେଖକର କଲମରୁ ଆସିଲା ପରି। ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ। ହେ ବୀର, ତୁମ୍ଭର ଖ‌ଡ଼୍‌ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶୋଭା ପାଉ। ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ। ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ। ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭେଦ କରିବାକୁ ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ। ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ। ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ। ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି। ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି। ହେ ରାଜକୁମାରୀ, ଶୁଣ। ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ, ଓ ତୁମ୍ଭର ପରିବାରକୁ ଭୁଲିଯାଅ। ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ। ସେ ତୁମ୍ଭର ନୂତନ ପତି ହେବେ, ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍। ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ। ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ। ତା’ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି। ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ, ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି। ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ। ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ। ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ। ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ। ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ। ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ। ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ। ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ, ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ। ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ। ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି। ପରମେଶ୍ୱର ସେହି ନଗରୀରେ ବାସ କରନ୍ତି। ଏହା କେବେ ବି ଧ୍ୱଂସ ପାଇବ ନାହିଁ। ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି। ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି। ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ। ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ। ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି। ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ। ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ। ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର। ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।” ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ। ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି। ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି। ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି। ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି। ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ। ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି, ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ। ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର। ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତେଣୁ ତାଙ୍କର ମହିମା ଗାନ କର। ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି। ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି। ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ। ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି। କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ। ସଦାପ୍ରଭୁ ମହାନ ଅଟନ୍ତି। ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି। ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ। ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ। ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ, ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି। ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସେମାନେ ସେହି ନଗର ଆଡ଼କୁ ଗମନ କଲେ। କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ। ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ। ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା ଓ ସେମାନେ ଭୟରେ ଥରି ଉଠିଲେ। ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା। ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ। କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ। ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି। ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ। ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ। ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି। ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ। ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ। ଯିହୁଦାର ସହର ସବୁ ଉଲ୍ଲସିତ। କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି। ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର। ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ। ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ। ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ। ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ, ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ, ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ ଓ ବୁଦ୍ଧିମାନର କଥା କହିବି। ମୁଁ ସେ ସବୁ ଯେ ଶୁଣି ଅଛି ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି। ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି? ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ। ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି। ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ। ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ ତା’ର ଜୀବନକୁ ପ୍ରାୟାଶ୍ଚିତ କରି ପାରିବ। କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ, ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା’ର ଶରୀରକୁ ରକ୍ଷା କରି ପାରିବ, ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ। ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି। ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ, ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ। ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି। କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ। ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ। ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ। ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି। ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି। ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ। ତା’ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ। ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ, ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ। କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ। ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ। କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ। ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି। ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ। ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ। ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ। ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା’ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି। ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ। ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ, ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ। ଆସ‌ଫ୍‌ର ଗୋଟିଏ ଗୀତ। ସଦାପ୍ରଭୁ ପରମେଶ୍ୱର କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି। ପରମ ସୌନ୍ଦର୍ଯ୍ୟମୟୀ ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ। ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ। ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି। ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ, ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି। ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ। ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।” ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା। ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ, ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ। ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର। ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ, ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ। ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ। ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ। ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି। ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା’ନ୍ତି ସେମାନଙ୍କର ମାଲିକ ମୁଁ ଅଟେ। ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ। ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ। ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା’ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା’ନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ। ମୁଁ ଷଣ୍ଢର ମାଂସ ଖାଏ ନାହିଁ। ମୁଁ ଛେଳିର ରକ୍ତ ପିଏ ନାହିଁ।” ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର। ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା’ପରେ ତୁମ୍ଭେ ଆମ୍ଭର ମହିମା କରିବ।” ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି, “ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ଠିକ୍ ନୁହେଁ। କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର। ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା’ସହ ଦୌଡ଼ିଯାଇ ମିଶିଯାଅ। ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ। ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ। ତୁମ୍ଭେ ନିରବିଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ, ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ। ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହି ପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି। ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ। ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ, ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି। ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ। ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।” ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋ’ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମୋର ସମସ୍ତ ପାପ କ୍ଷମା କର। ମୋ’ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମୋତେ ପବିତ୍ର କର। ମୁଁ ଜାଣେ ମୁଁ ପାପ କରିଛି। ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି। ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ। ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା। ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ, ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର। ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର। ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ। ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ। ମୋର ପାପ ସବୁ ପୋଛିଦିଅ। ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର! ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ। ତୁମ୍ଭଠାରୁ ମୋତେ ଦୂର କର ନାହିଁ! ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ। ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା! ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର। ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି। ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ। ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର। ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ! ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି। ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ। ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ। ତା’ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି। ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି। ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ। ହେ ପରମେଶ୍ୱର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର। ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ। ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ। ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି? ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ। ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀ‌କ୍ଷ୍‌ଣ। ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ! ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ। ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ। ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ। ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ। ସେମାନେ ତୁମ୍ଭକୁ ପରିହାସ କରି କହିବେ। “ଦେଖ, ତାଙ୍କୁ କ’ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ। ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।” କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ। ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି। ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍। କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି। ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର, ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ। ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି। ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି ପରମେଶ୍ୱରଙ୍କୁ ଅନ୍ୱେଷଣ କରେ। ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି। ସେ ସମସ୍ତେ ଅଶୁଚି ହୋଇଛନ୍ତି। କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କେହି ନାହିଁ! ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ? ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।” କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ। ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ। ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ। ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ ଇସ୍ରାଏଲକୁ ଆସନ୍ତା କି! ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ, ସେତେବେଳେ ଯାକୁବ ଆନନ୍ଦିତ ହେବେ ଏବଂ ଇସ୍ରାଏଲ ଉଲ୍ଲସିତ ହେବେ। ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ। ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ। ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ। ମୋହର ଗୁହାରି ଶୁଣ। ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ, ମୋର ପ୍ରଭୁ ମୋର ସମର୍ଥନ କରିବେ। ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର। ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର। ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି। ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ। ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ। ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି। ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର। ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ। ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ। ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ। ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ। ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ। ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ। ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ। ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି। ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି। ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି। ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି। ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି। ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର। ସେମାନଙ୍କର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି। ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ ଦୋଷ ଓ ଅସଭ୍ୟତା ପୁରି ରହିଛି। ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ। ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା, ମୁଁ ସହନ୍ତି। ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି, ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି। କିନ୍ତୁ ତୁମ୍ଭେ ମୋର ସହଯୋଗୀ, ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି। ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ। ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ। ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ, ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ। କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି। ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ। ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ। ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି! ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି, ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ। ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି, ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ। ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ। ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ। ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚି‌କ୍‌କଣ। କିନ୍ତୁ ତା ହୃଦୟରେ ଘୃଣା ଅଛି। ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖ‌ଡ଼୍‌ଗ ତୁଲ୍ୟ କାଟନ୍ତି। ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ, ତହିଁରେ ସେ ତୁମ୍ଭର ଯତ୍ନ ନେବେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ। ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି। ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍। ହେ ପରମେଶ୍ୱର, ମୋତେ ଦୟା କର। ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ। ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି। ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ, ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ୱର, ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର କରେ। ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ। ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ। ଲୋକମାନେ ମୋତେ କ’ଣ କରି ପାରିବେ? ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି। ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି। କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ। ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ। ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି। ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି। ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ। ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର। ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି। ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି। ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ। ତେଣୁ ମୁଁ ଭୟ କରିବି ନାହିଁ। ଲୋକମାନେ ମୋର କ’ଣ କରିବେ! ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି। କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ, ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ। ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ। ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି। ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋ’ ଉପରେ ଦୟାକର। ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି। ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି। ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ! ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମୋତେ ଆକ୍ରମଣ କରନ୍ତି, ସେ ସେମାନଙ୍କୁ ଲଜ୍ଜିତ କରନ୍ତି। ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି। ମୋର ଜୀବନ ସଙ୍କଟପୂର୍ଣ୍ଣ। ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି। ସେମାନେ ମଣିଷ ଖିଆ ସିଂହ ପରି। ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ। ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ। ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ। ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ। ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି। ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି। କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି। ମୋର ହୃଦୟ ସ୍ଥିର ଅଟେ। ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ। ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି। ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ! ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି। ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି। ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି। ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି। ପରମେଶ୍ୱର, ସ୍ୱର୍ଗ ଉପରେ ଉଠ। ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ। ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍। ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି? ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି? ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ। ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି। ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ। ସେମାନେ ଜନ୍ମଠାରୁ ମିଥ୍ୟାବାଦୀ। ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି। ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି। ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି। ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ। ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ। ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ। ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ। ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ। ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି। ଜଣେ ଧାର୍ମିକ ଲୋକ ଯେତେବେଳେ ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ। ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।” ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର। ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର। କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର। ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର। ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ। ମୁଁ କୌଣସି ଦୋଷ କରି ନାହିଁ। କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି। ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ! ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର! ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ। ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ। ସେହି ଦୁଷ୍ଟ ଲୋକମାନେ କୁକୁର ପରି। ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି। ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ। ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ। ଯେହେତୁ ସେମାନେ ଖରାପ କଥା କହନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର। ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର। ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି। ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ। ପରମେଶ୍ୱର ମୋତେ ଭଲପା’ନ୍ତି। ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ। ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ। ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି। ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର। ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି। ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର। ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ। ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର। ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ, ପରମେଶ୍ୱର ଇସ୍ରାଏଲର ଶାସକ। ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି। ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି। ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି। ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି। ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି। କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ। ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ। ମୁଁ ତୁମ୍ଭର ସ୍ତୁତିଗାନ କରିବି। କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ, ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ। ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ। ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର। ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ। ଏହାର ଫାଟକକୁ ମରାମତି କର, କାରଣ ଏହାର ପତନ ହେଉଅଛି। ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ। ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ। ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ। ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ। ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ। ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର। ପରମେଶ୍ୱର ତାଙ୍କ ମନ୍ଦିରରେ କହିଲେ, “ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି। ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି। ମୁଁ ଶିଖିମ ଓ ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି। ଗିଲିୟଦ ଓ ମନଃଶି ମୋର ହେବେ। ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ। ଯିହୁଦା ମୋର ରାଜଦଣ୍ଡ ହେବ। ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମୋର ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।” କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ? କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ? ପରମେଶ୍ୱର, ତୁମ୍ଭେ ନୁହଁ କି? କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ। ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ। *** ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ। ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ। ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ। କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ। ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ। ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ। ମୋର ପ୍ରାର୍ଥନାରେ ମନୋଯୋଗ କର। ମୁଁ ଯେତେବେଳେ ଭୟଭୀତ ହୁଏ, ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନେଇଯାଅ। ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ! ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ। ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ। ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି। ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ। ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର। ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ। ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ। ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର। ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି। ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ। ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ। ମୋର ପରିତ୍ରାଣ ତାଙ୍କଠାରୁ ଆସେ। ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି। ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ। ମୁଁ ଧ୍ୱଂସରୁ ନିରାପଦ ରହିବି। କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ ଓ ହତ୍ୟା କରିବାକୁ ଚେଷ୍ଟା କରିବ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି। ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି। ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି, କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି। ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମୋର ଆଶା ଆସେ। ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି। ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ। ମୁଁ ଧ୍ୱଂସରୁ ନିରାପଦ ରହିବି। ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ। ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର। ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି। ଦୌରାତ୍ମ୍ୟରେ ଭରସା କର ନାହିଁ। ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ଯଦି ତୁମ୍ଭେ ଧନୀ ହେଲେ ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ। ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି: “ପରମେଶ୍ୱର ବଳବାନ୍ ଅଟନ୍ତି।” ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ। ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ। ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି। ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ। ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ। ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି। ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ। ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି। ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି। ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି। ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ। ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି। ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ। କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ। ସେମାନେ ନିଜ କବରରେ ମିଶି ଯିବେ। ସେମାନଙ୍କୁ ଖ‌ଡ଼୍‌ଗରେ ହତ୍ୟା କରାଯିବ। ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ। କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ। ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି। ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର। ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ। ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି, ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି। ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି। ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।” କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।” ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ। କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ ଏବଂ ଦୁଷ୍ଟମାନେ ଆଘାତ ହେବେ। ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ। ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ। ତା’ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ। ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ ଏବଂ ସେ ଯାହା କରିଛନ୍ତି ସେମାନେ ତାହା ଶିକ୍ଷା କରିବେ। ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ। ସେମାନେ ତାହାଙ୍କର ଶରଣାଗତ ହେବେ। ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ। ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହ‌କ୍‌ଦାର। ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ। ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ। ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ, ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ। କେତେ ଭାଗ୍ୟବାନ୍ ସେମାନେ, ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ ରଖିବା ପାଇଁ ମନୋନୀତ କର। ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ। ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ ଓ ଯାହା ଯଥାର୍ଥ ତାହା କର। ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି। ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ। ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ। ଯେଉଁସବୁ ଅ‌ଦ୍‌ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି। ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ। ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ। ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ। ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ। ତୁମ୍ଭେ ପୃଥିବୀର ମାଟିକୁ ନରମ କର। ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ। ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ। ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ। ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର। ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି। ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି। ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ। ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର! ତାହାଙ୍କ ନାମର ମହିମା ଗାନ କର। ସ୍ତୁତି ଗାନ କରି ଗୌରବାନ୍ୱିତ କର। ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସେମାନେ ତୁମ୍ଭକୁ ଭୟ କରନ୍ତି। ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି। ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ। ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ। ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି। ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି। ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର। ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି। ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି। ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ। ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ। ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି। ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି। ମୁଁ ତୁମ୍ଭ ଆଗରେ ଶପଥ କରିଛି। ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି। *** ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି। ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି। ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି। ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି। ମୁଁ ତାଙ୍କର ପ୍ରଶଂସା କରିଥିଲି। ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ। ପରମେଶ୍ୱର ମୋର କଥା ଶୁଣିଅଛନ୍ତି। ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି। ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି। ସେ ମୋର ପ୍ରାର୍ଥନା ଶୁଣିଛନ୍ତି। ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି। ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ। ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ। ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ। ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ। ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। ଭୂମି ତା’ର ଫସଲ ଦିଏ। ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ। ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ। ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର। ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ। ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ, ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ଯେପରି ନିଆଁରେ ମହମ ତରଳି ଯାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ। ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି। ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ୱରଙ୍କର ପ୍ରଶଂସା ହେଉ। ଯିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ। ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି। ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ। ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ। ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା। ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ। ତୁମ୍ଭର ଲୋକମାନେ ସେଠାରେ ବାସ କଲେ। ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ। ତୁମ୍ଭର ଲୋକମାନେ ଉତ୍ତମ ଖବର ଘୋଷଣା କରିବାକୁ ବାହାରି ଗଲେ। “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ। ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ। ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ। ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।” ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ। ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ। ବାଶନ ପର୍ବତ ମହାନ ପର୍ବତ ଅଟେ, ଯାହାର ବୃହତ ଶୃଙ୍ଗ ଅଛି। ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ? ପରମେଶ୍ୱର ଏହାକୁ ପ୍ରେମ କରନ୍ତି। ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ। ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ। ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି, ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି। ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି। ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି। ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି। ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି। ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ। ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।” ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି। ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି। ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି। ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର। ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ। ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି। ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି। ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି। ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି। ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ, ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ। ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ। ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” ଦଣ୍ଡ ଦିଅ। ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସେହି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି। ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ। ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର। ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର। ପରମେଶ୍ୱରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ। ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି। ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ। ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି। ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର। ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ। ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି। ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି। କେବଳ ମୁଁ ବୁଡ଼ିଯିବା ଉପରେ। ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି। ମୋର କଣ୍ଠ ଯନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି। ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି। ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ। ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି। ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି। ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି। ସେମାନେ ମିଛରେ ମୋତେ ଗ୍ଭେର କହିଲେ ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ। ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ। ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ। ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ। ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ। ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି। ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି। ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ। ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ। ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ। ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି। ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ ଏବଂ ଲୋକମାନେ ମୋତେ ପରିହାସ କରନ୍ତି। ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି। ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ ତୁମ୍ଭେ ମୋତେ ଗ୍ରହଣ କରିନିଅ। ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ। ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି। ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ। ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ। ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ। ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ। କବର ମୋତେ ଗିଳି ନ ଦେଉ। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ। ତେଣୁ ମୋତେ ଉତ୍ତର ଦିଅ। ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ। ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ। ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ। ଆସ ମୋର ପ୍ରାଣ ରକ୍ଷା କର, ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ। ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା ଓ ଅପମାନିତ କରିଛନ୍ତି। ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ। ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି, କେହି ସହାନୁଭୂତି ଦେଖାଇଲେ ନାହିଁ। ମୁଁ ଲୋକମାନଙ୍କୁ ଖୋଜିଲି, କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ, କେହି ସହାନୁଭୂତି ଦେଖାଇଲେ ନାହିଁ। ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ। ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା। ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ। ସେମାନେ ଅନ୍ଧ ହୁଅନ୍ତୁ। ସେମାନଙ୍କ ଅଣ୍ଟା ନଇଁ ଯାଉ। ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ। ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ। ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର। କେହି ଜୀବିତ ନ ରୁହନ୍ତୁ। ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି। ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ। ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ। ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ। ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ। ମୁଁ ଦୁଃଖୀ ଓ ଶୋକାକୁଳ ଅଟେ। ହେ ପରମେଶ୍ୱର, ମୋତେ ଉଦ୍ଧାର କର। ମୋତେ ରକ୍ଷା କର। ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି। ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ। ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ। ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି, ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ। ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ ତାଙ୍କର ପ୍ରଶଂସା କରନ୍ତୁ। ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ। ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ। ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ। ହେ ପରମେଶ୍ୱର, ମୋତେ ରକ୍ଷା କର! ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର! ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ନିରାଶ ଓ ଅପମାନିତ କର! ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି। ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର। ଲୋକମାନେ ମୋତେ ପରିହାସ କରନ୍ତି। ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି। ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି, ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।” ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର! ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ। ସଦାପ୍ରଭୁ ବିଳମ୍ବ କର ନାହିଁ। ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି। ମୋତେ ନିରାଶ ହେବାକୁ ଦିଅ ନାହିଁ। କାରଣ ତୁମ୍ଭେ ଯଥାର୍ଥ ଅଟ। ମୋତେ ଉଦ୍ଧାର କର ଓ ବଞ୍ଚାଅ। ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର। ମୋର ଦୁର୍ଗ ହୁଅ। ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି। ମୋର ନିରାପଦର ସ୍ଥାନ, ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ। ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର। ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର। ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା। ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି। ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି। ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ। ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି। ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ, ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି। ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି। ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ। ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ। ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି। ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ। ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ। ପରମେଶ୍ୱର ତାଙ୍କୁ କରିତ୍ୟାଗ କରିଛନ୍ତି। ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।” ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ, ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର। ମୋର ଶତ୍ରୁମାନଙ୍କୁ ପରାସ୍ତ କର! ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର। ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଅପମାନିତ ହୁଅନ୍ତୁ। କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି। ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ, ଯେପରିକି କେତେଥର ଗଣତି କରି ପାରିବ ନାହିଁ। ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି। ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି। ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି। ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି। ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି। ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର। ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି। ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ। ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର। ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ। ମୋ’ ଜୀବନକୁ ପୁନଃସ୍ଥାପନ କର। ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ। ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ। ତା’ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି। ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ। ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି। ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ, କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ ପରାସ୍ତ ଓ ଅପମାନିତ ହେବେ। ଶଲୋମନଙ୍କର ଗୀତ। ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ। ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ। ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ। ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ। ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ। ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ। ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ। ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ। ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର। ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ। ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ। ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ। ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ। ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ। ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି ଆଣନ୍ତୁ। ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ। ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି। ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି। ରାଜା ସେମାନଙ୍କୁ ଜୀବିତ ରଖନ୍ତି। ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି। ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ରାଜା ଦୀର୍ଘଜୀବୀ ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ। କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ। କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ। ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର। କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି। ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍। ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ। ତୃତୀୟ ପୁସ୍ତକ (ଗୀତସଂହିତା 73-89) ଆସଫର ପ୍ରଶଂସା ଜନିତ ପ୍ରାର୍ଥନା। ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି। କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା। ମୋର ବିଶ୍ୱାସ ପ୍ରାୟ ହରାଇଲି। ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି, ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି। ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ। ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ। ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ। ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି। ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି। ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି। ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି। ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି। ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ। ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି। ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି। ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି, ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି। ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!” ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି। ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି। କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି? କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି? ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି। ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ। ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି। କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା। ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା। ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି। ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ। ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି। ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ। ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି, ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ। ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା ରାକ୍ଷସ ପରି ଅଦୃଶ୍ୟ କରିଦିଅ। ମୁଁ ନିର୍ବୋଧ ଥିଲି, ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି। ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି। *** ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ। ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ। ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ। ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ। ମୋର ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି। ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି। ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ। ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ। ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି। ଆସଫର ମସ୍କୀଲ୍। ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ? ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ। ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ। ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ। ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ। ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ। ଜଙ୍ଗଲରେ କୁରାଢ଼ୀ ବ୍ୟବହାର କରୁଥିବା ଲୋକମାନଙ୍କ ପରି ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ। ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ। ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ। ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା, କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ। ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ, ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ। ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି। କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ। ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ? ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ? ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ। ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ। ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କଲ। ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ। ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ। ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ। ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ। ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ, ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ। ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ। ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ। ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ, କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ। ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ। ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ। ଆମ୍ଭମାନଙ୍କ ଚୁକ୍ତି ପୂରଣ କର। ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା। କଷ୍ଟ ପାଉଥିବା ଲୋକମାନଙ୍କୁ ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ। ଗରିବ ଏବଂ ଅଭାବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ। ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର! ତୁମ୍ଭର ଶତ୍ରୁମାନଙ୍କର ଉ‌ଦ୍‌ଘୋଷ କେବେ ଭୁଲିଯାଅ ନାହିଁ। ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି। ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ। ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି। ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ, ମୁଁ ନିରପେକ୍ଷଭାବେ ବିଗ୍ଭର କରିବି। ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି, କିନ୍ତୁ ମୁଁ ତାକୁ ସ୍ଥିର କରିବି। “କିଛି ଲୋକ ବହୁତ ଗର୍ବୀ, ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି। କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।‌”’ *** କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ। ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ। ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି। ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ। ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି। ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି। ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।” ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ। ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍। ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ। ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ। ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ। ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି। ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ। ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ, ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ। ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର। ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ। ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ, ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ, ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି। *** ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ। ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି, ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି। ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି। ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ। ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ। ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ। ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ। ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ। ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ ମୁଁ ଚିନ୍ତା କରେ। ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା। ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି? ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ? ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି? ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି? ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି? ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?” ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି, ‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?” ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ। ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ। ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି। ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି। ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ। ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ। ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ। ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା। ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ। ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ। ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା। ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା। ବିଜୁଳି ଜଗତକୁ ଆଲୋକମୟ କଲା। ପୃଥିବୀ କମ୍ପିତ ହେଲା। ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ। ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ। ଅଫସର ମସ୍କୀଲ୍। ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ। ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି। ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର। ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ। ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ। ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ। ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ। ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ। ପରମେଶ୍ୱର ଆମର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ, ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ। ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ। ତା’ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ। ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ। ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ। ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ। ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ। ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୋଦ୍ଧରେ ଗଲେ। ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ। ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା। ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ। ସେମାନେ ପରମେଶ୍ୱରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ। ସେମାନେ ତାଙ୍କର ବ୍ୟବସ୍ଥା ମାନିବାକୁ ଅସ୍ୱୀକାର କଲେ। ସେମାନେ ପରମେଶ୍ୱର କରିଥିବା ମହତ କାର୍ଯ୍ୟ ଭୁଲିଗଲେ। ପରମେଶ୍ୱର ସେମାନଙ୍କୁ ଦେଖାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ। ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ। ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ। ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ। ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ। ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ ଏବଂ ଏହାର ଜଳ ନଦୀପରି ବୋହିଲା। ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ। ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ। ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ, ଯାହା ସେମାନେ ଇଚ୍ଛା କରିଥିଲେ। ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ, “କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ? ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା, ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?” ସେହି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ, ପରମେଶ୍ୱର ଯାକୁବ ଉପରେ ବହୁତ କ୍ରୋଧ ହେଲେ ଓ ପରମେଶ୍ୱର ଇସ୍ରାଏଲ ବିରୁଦ୍ଧରେ ବହୁତ କ୍ରୋଧାନ୍ୱିତ ହେଲେ। କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ। ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ ବୋଲି ସେମାନେ ବିଶ୍ୱାସ କଲେ ନାହିଁ। କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ୱାର ଖୋଲିଲେ। ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ। ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ। ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ। ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବହାଇଲେ ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ। ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ। ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ଭିତରେ ପଡ଼ିଲେ। ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ। ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ। ସେମାନେ ସେମାନଙ୍କର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ। ତେଣୁ ସେମାନଙ୍କ ପାଟିରେ ଖାଦ୍ୟ ଅବିଚଳିତ ଥିଲା, ପରମେଶ୍ୱର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କ୍ରୋଧ ହେଲେ, ଏବଂ ସେମାନଙ୍କ ମଧ୍ୟରୁ ସବୁଠୁ ସ୍ୱାସ୍ଥ୍ୟବାନ ଲୋକଙ୍କୁ ହତ୍ୟା କଲେ। ସେ ଇସ୍ରାଏଲର ଉତ୍ତମ ଯୁବକମାନଙ୍କୁ ତଳକୁ ଖସାଇ ଆଣିଲେ। କିନ୍ତୁ ଏହି ଲୋକମାନେ ପୁନ୍ନରାୟ ପାପ କଲେ! ସେମାନେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କଲେ ନାହିଁ, ଯାହା ପରମେଶ୍ୱର କରିଥିଲେ। ପରମେଶ୍ୱର ସେମାନଙ୍କର ଦିନଗୁଡ଼ିକୁ ନିଶ୍ୱାସ ପରି ଶୀଘ୍ର ସମାପ୍ତ କଲେ। ସେ ସେମାନଙ୍କର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ। ଯେତେବେଳେ ପରମେଶ୍ୱର ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଲେ, ଅନ୍ୟମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଉତ୍କଣ୍ଠିତ ହେଲେ। ସେମାନେ ମନେ କଲେ ଯେ, ପରମେଶ୍ୱର ସେମାନଙ୍କର ଶୈଳ ଥିଲେ ଏବଂ ସେହି ସର୍ବୋପରିସ୍ଥ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ। କିନ୍ତୁ ସେମାନେ ନିଷ୍କପଟ ନ ଥିଲେ, ଏବଂ ସେମାନେ ତାଙ୍କୁ ମିଛ କହିଲେ। ସେମାନଙ୍କର ହୃଦୟ ପରମେଶ୍ୱରଙ୍କ ପ୍ରତି ପ୍ରକୃତରେ ନ ଥିଲା। ସେମାନେ ତାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ। କିନ୍ତୁ ପରମେଶ୍ୱର ସ୍ନେହଶୀଳ ଥିଲେ ଓ ସେମାନଙ୍କର ପାପଗୁଡ଼ିକ କ୍ଷମା କଲେ, ସେମାନଙ୍କୁ ଧ୍ୱଂସ କଲେ ନାହିଁ। ପରମେଶ୍ୱର ତାଙ୍କର କ୍ରୋଧକୁ ଅନେକ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କ୍ରୋଧ ହେବାରେ ନିୟନ୍ତ୍ରଣ କରି ନ ଥିଲେ। ଆଉ ପରମେଶ୍ୱର ସ୍ମରଣ କଲେ ସେମାନେ ମନୁଷ୍ୟମାତ୍ର, ସେମାନେ ବାୟୁତୁଲ୍ୟ, ଯାହା ବହିଯାଏ ଏବଂ ଫେରି ଆସେ ନାହିଁ। ସେହି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ତାଙ୍କୁ ଦୁଃଖିତ କଲେ। ସେମାନେ ବାରମ୍ବାର ପରମେଶ୍ୱରଙ୍କୁ ପରୀକ୍ଷା କଲେ। ସେମାନେ ପ୍ରକୃତରେ ଇସ୍ରାଏଲର ପବିତ୍ର ସ୍ୱରୂପଙ୍କୁ ବିରକ୍ତ କଲେ। ସେହି ଲୋକମାନେ ପରମେଶ୍ୱରଙ୍କର ଶକ୍ତିକୁ ଭୁଲିଗଲେ। ସେମାନେ ଭୁଲିଗଲେ ଯେ, ପରମେଶ୍ୱର ସେମାନଙ୍କୁ ସେମାନଙ୍କର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ। ସେମାନେ ମିଶରର ଆଶ୍ଚର୍ଯ୍ୟ କର୍ମ ଏବଂ ସିୟୋନ କ୍ଷେତ୍ରର ଆଶ୍ଚର୍ଯ୍ୟ କର୍ମମାନ ଭୁଲିଗଲେ। ପରମେଶ୍ୱର ନଦୀର ଜଳକୁ ରକ୍ତ ସ୍ରୋତରେ ପରିଣତ କଲେ। ମିଶରୀୟମାନେ ପିଇବା ପାଇଁ ପାଣି ପାଇଲେ ନାହିଁ। ପରମେଶ୍ୱର ସେମାନଙ୍କ ମଧ୍ୟରୁ ଦଂଶକ ଝିଙ୍କ ପଠାଇଲେ। ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ସେମାନଙ୍କୁ ବିନାଶ କଲେ। ପରମେଶ୍ୱର ସେମାନଙ୍କ ଫସଲକୁ କୀଟ ପଠାଇଲେ। ସେମାନଙ୍କର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ। ସେ ଶିଳାଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମଦ୍ୱାରା ସେମାନଙ୍କ ବୃକ୍ଷ ଧ୍ୱଂସ କଲେ। ପରମେଶ୍ୱର କୁଆପଥର ଦ୍ୱାରା ସେମାନଙ୍କ ପଶୁଗଣଙ୍କୁ ଓ ସେମାନଙ୍କ ପଲଗଣଙ୍କୁ ପ୍ରଜ୍ୱଳିତ ବଜ୍ରାଘାତରେ ବଧ କଲେ। ପରମେଶ୍ୱର ଆପଣା କ୍ରୋଧ ମିଶର ଉପରେ ଦେଖାଇଲେ। ସେମାନଙ୍କ ବିରୁଦ୍ଧରେ ଦୂତଦଳ ପଠାଇଲେ। ପରମେଶ୍ୱର ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସେମାନଙ୍କ ଜୀବନକୁ ସମାପ୍ତ କଲେ। ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ। ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ। ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ। ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତେଣୁ ସେମାନେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ। ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ, ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ। ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ। ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ। କିନ୍ତୁ ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ ନାହିଁ। ପରମେଶ୍ୱରଙ୍କଠାରୁ ବିମୁଖ ହୋଇ ଇସ୍ରାଏଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ୱାସଘାତକତା କଲେ। ସେମାନେ ଗୋଟିଏ ବୁମେରାଂ ତୁଲ୍ୟ ହେଲେ। ଯାହା ଫେରିଗଲା ଓ ଅନ୍ୟ ଦିଗେରେ ଗ୍ଭଲିଗଲା। କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ। ପରମେଶ୍ୱର ଏହା ଶୁଣିଲେ ଓ କ୍ରୋଧ ହେଲେ। ଏବଂ ସେ ସମ୍ପୂର୍ଣ୍ଣଭାବେ ଇସ୍ରାଏଲବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ୟାଗ କଲେ। ସେହି ତମ୍ବୁରେ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ରହୁଥିଲେ। ସେ ତାଙ୍କର ଶକ୍ତିର ପ୍ରତୀକକୁ କରାୟତ୍ତ କରିବା ପାଇଁ ଦେଲେ। ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ। ପରମେଶ୍ୱର ସେମାନଙ୍କ ସହିତ ବହୁତ ନିରାଶ ଥିଲେ। ସେ ନିଜ ଲୋକମାନଙ୍କୁ ମଧ୍ୟ ଖ‌ଡ଼୍‌ଗରେ ସମର୍ପି ଦେଲେ। ଯୁବକମାନେ ଅଗ୍ନିରେ ପୋଡ଼ି ମଲେ। ଏବଂ ସେମାନଙ୍କ କନ୍ୟାମାନଙ୍କର ବିବାହରେ ବିବାହ-ଗୀତ ଶୁଣାଗଲା ନାହିଁ। ଯାଜକଗଣଙ୍କୁ ହତ୍ୟା କରାଗଲା। କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ। ଶେଷରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ୟଧିକ ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ। ପୁଣି ପରମେଶ୍ୱର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ୱର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ। କିନ୍ତୁ ସେ ଯୋଷେଫ ପରିବାରକୁ ଅଗ୍ରାହ୍ୟ କଲେ। ପରମେଶ୍ୱର ଇଫ୍ରୟିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ। ନାଁ, ପରମେଶ୍ୱର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ। ପରମେଶ୍ୱର ଉଚ୍ଚତମ ସ୍ୱର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ। ଚିରସ୍ଥାୟୀ ପୃଥିବୀ ତୁଲ୍ୟ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ। ପରମେଶ୍ୱର ଦାଉଦଙ୍କୁ ତାଙ୍କର ବିଶେଷ ଦାସରୂପେ ମନୋନୀତ କଲେ ଓ ମେଷ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ। ସେ ଦାଉଦଙ୍କୁ ମେଷ ଓ ମେଷଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାୟିତ୍ୱ ଦେଲେ। କାରଣ ଇସ୍ରାଏଲୀୟ ଓ ଯାକୁବର ଲୋକମାନେ, ପରମେଶ୍ୱରଙ୍କର ସମ୍ପତ୍ତି ଥିଲେ। ଏବଂ ପବିତ୍ର ହୃଦୟରେ ଦାଉଦ ସେହି ଇସ୍ରାଏଲବାସୀଙ୍କର ନେତୃତ୍ୱ ନେଲେ ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗେଇ ନେଲେ। ଆସଫର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି। ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି। ତୁମ୍ଭର ସ‌ଦ୍‌ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି। ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ। ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ। ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ। ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ? ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ? ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ, ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ। ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି। ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି। ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ! ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ। ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର। ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। “ସେମାନଙ୍କର ପରମେଶ୍ୱର କାହାନ୍ତି?” ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ। ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ। ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ। ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର। ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ। ତା’ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ। ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ। ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ। ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ। ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର। ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର। ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ? କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ? ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ। ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ। ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର। ତୁମ୍ଭେ ମିଶରରୁ ଗୋଟିଏ “ଦ୍ରାକ୍ଷାଲତା” ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର। ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା। “ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା। ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା। ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ? ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି। ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ, ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି। ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ। ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ। ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ। ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର। ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା ମନୁଷ୍ୟ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ। ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା। ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର। ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ। ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର। ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। ଗୀତ ଆରମ୍ଭ କର ଓ ଦାରା ବଜାଅ, ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର। ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ। କାରଣ ଏହା ଇସ୍ରାଏଲ ପାଇଁ ନିୟମ। ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ। ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ। ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ। ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ। ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା। ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ। ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ, ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ। ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ। ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। ତୁମ୍ଭର ମୁଖ ବଡ଼ କରି ଖୋଲ, ଆମ୍ଭେ ଖୁଆଇ ଦେବା। “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ। ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ। ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ। ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ? ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା। ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା। ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ। ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।” ଆସଫର ଗୀତ। ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି। ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?” “ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର। ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର। “ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।” ମୁଁ (ପରମେଶ୍ୱର) କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ। ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।” ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର! ସମସ୍ତ ଜାତିଗଣ ତୁମ୍ଭର ଅଟେ। ଆସଫର ଏକ ପ୍ରଶଂସା ଗୀତ। ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ! ହେ ପରମେଶ୍ୱର, ଦୟାକରି କିଛି କୁହ! ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ। ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି। ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ। ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।” ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି। ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି। *** ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି। ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି। ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ, ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ। ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା। ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର, ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର। ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ୟ କରିବେ।” ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର। ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି ଶତ୍ରୁମାନଙ୍କୁ ଧ୍ୱଂସ କର। ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର। ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର। ହେ ପରମେଶ୍ୱର ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସେମାନଙ୍କୁ ଅପମାନିତ କର ଓ ବିନାଶ କର। ଏହା ପରେ ସେମାନେ ଜାଣିବେ ଯେ, ଯାହାର ନାମ ଯିହୋବାଃ, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ। ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ। ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ ବାସ୍ତବରେ ସୁନ୍ଦର ଅଟେ। ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ। ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ। ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି। ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ, ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ। ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି। ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି, ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି। ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ। ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି। ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର। ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର। ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର। ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ। ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ। ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍। ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ। ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ। ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ। ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ। ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ। ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ। ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର। ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କ୍ରୋଧିତ ହୋଇ ରହିବ? ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ। ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ। ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ। ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ। ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ। ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି। ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ। ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ। ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ। ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ। କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ। ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର! ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର। ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ। ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି। ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି, ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ। ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ। ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି। ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ। ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ। ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ। ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ। ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ। ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହେବାକୁ ଶିଖିବି। ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର, ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ। ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି। ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ। ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ। ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି। ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି। ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ। ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର। ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର। ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ। ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ। ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ। କୋରହ ସନ୍ତାନଗଣର ଏକ ଗୀତ। ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ। ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି। ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି। ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।” ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି। “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।” ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ। *** *** ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ। “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।” କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍। ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି। ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ। ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। ମୋର ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିଯିବି। ମୁଁ ଜଣେ ଶକ୍ତି ହରାଇଥିବା ପ୍ରାୟ ମୃତ ଲୋକପରି ହୋଇଅଛି। ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ। ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି ଏବଂ ଲୋକମାନେ ଏ ବିଷୟରେ ସବୁ ଭୁଲିଗଲେ ଓ ସହାୟ ନାହିଁ। ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ। ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ। ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସେମାନେ ମୋ’ଠାରୁ ଦୂରେଇ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ। କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି। ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର? ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ? ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ। ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମୋତେ ସାହାରା ଦିଅ। ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି। ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ? ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ? ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ। ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି। ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା। ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ। ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ’ଠାରୁ ଦୂରେଇ ରଖିଅଛ। ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି। ଇଷ୍ରାହୀୟ ଏଥନର ମସ୍କୀଲ୍। ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି। ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି। ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି। ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।” ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି। ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ। ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ। “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ। ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି। ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ। ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ। ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ। ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ। ତୁମ୍ଭେ ରାହାବକୁ ପରାସ୍ତ କରିଅଛ। ସେ ଏକ ଶବପରି ଥିଲା। ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ। ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି। ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି। ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ। ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ। ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ। ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି। ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ। ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି। ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି। ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ। ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ। ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ, “ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ। ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ। ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ। ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା। ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ। ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା। ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା ଏବଂ ତାଙ୍କୁ ବିଜୟୀ କରିବା। ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା। ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା, ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’ ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା। ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ। ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ। ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ। ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା। ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି ଏବଂ ମୋ’ ଆଜ୍ଞା ନ ପାଳନ୍ତି, ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା। ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା। ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ। ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ। ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ। ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ। ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ। ଏହା ଆକାଶପରି ଚିରଦିନ ପାଇଁ ରହିବ।” କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ। ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ। ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ। ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ। ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି। ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି। ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ। ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ। ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ। ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ। ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ। ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ। ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ। ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ। ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ? ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ? ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ? ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ। ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ। ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା। ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ। ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି। ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି, ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି। ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍! ଆମେନ୍! ଚତୁର୍ଥ ପୁସ୍ତକ (ଗୀତସଂହିତା 90-106) ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା। ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ। ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ। ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ। ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ। ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ ଓ ରାତ୍ରିର ଅଳ୍ପ ସମୟପରି। ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି। ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି। ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ। ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ। ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ। ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ। ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ। ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ। ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ। ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ। ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ। ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ। କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ। କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ। ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ। ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ? ଆପଣା ଦାସ ପ୍ରତି ଦୟା କର। ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର। ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ। ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ। ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ। ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ। ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର। ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ, ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ। ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ, ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ। ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।” ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ। ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ। ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ। କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ। ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ। ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ। ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ, କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ। ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ। ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ! ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ। ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ। ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ। ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ, ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ। ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ। ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ। ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା। ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା। ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା। ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।” ବିଶ୍ରାମବାର ନିମିତ୍ତକ ଗୀତ। ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ। ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ। ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ ସୂ-ଗୀତ ଗାନ କରିବା ଭଲ। ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି। ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି। ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର। ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ, କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ। ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି। ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ। ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ। ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ। କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି। ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ। ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ। ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି। ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି। ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ। ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ। ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ। ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ। ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ। ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ। ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି, ଏହା ଯେପରି ଟଳମଳ ହୋଇ ନ ଯାଏ। ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା, ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ। ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ। ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ। ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ। ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ। ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ। ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦେଖାଅ। ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି। ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ? ସଦାପ୍ରଭୁ ଆଉ କେତେ କାଳ? ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ? ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ? ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି। ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି। ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି। ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି। ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ। କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ। ହେ ପଶୁବତ୍ ଲୋକମାନେ, ତୁମ୍ଭେ କେବେ ବୁଦ୍ଧି ପାଇବ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟା କର ଏବଂ ବୁଝ। ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ’ଣ ଶୁଣିପାରୁ ନାହାନ୍ତି! ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି। ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ? ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର। ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ। ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର, ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର। ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ। ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ। ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ? ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ, ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା। ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା। ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ। ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ। ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି। ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ, ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର। ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି। ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ। ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା, ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି। ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର। ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି। ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର। ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି। ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା। ସେ ହେଉଛନ୍ତି ଆମ୍ଭର ପରମେଶ୍ୱର, ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ। ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି। ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜି‌ଦ୍‌ଖୋର ହୁଅ ନାହିଁ। ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ। ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ। ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ, ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି। ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’ ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’” ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର। ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ। ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି। ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ। ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ। ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ। ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା। ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ। ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ। ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି। ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା! ପୃଥିବୀ ସୁସ୍ଥିର ରହିବ। ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ। ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ। ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ। ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ। ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ। ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି। ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି ତାଙ୍କର ଶତ୍ରୁଗଣକୁ ବିନାଶ କରେ। ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ। ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ, ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ। ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି। ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି। ସେହି ଲୋକମାନେ ଲଜ୍ଜିତ ହେବେ। ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ। ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି। ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି। ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ। ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ। ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି! ସେ ଆପଣା ସ‌ଦ୍‌ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି। ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି। ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି। ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର। ଏକ ପ୍ରଶଂସାର ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି! ତାଙ୍କର ପବିତ୍ର ଦକ୍ଷିଣ ହସ୍ତ ତାଙ୍କୁ ଆଉଥରେ ଗୌରବ ଆଣିଛି। ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି। ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି। ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ କର। ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର। ବଂଶୀ ବଜାଅ ଓ ତୂରୀ ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର। ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର। ନଦନଦୀଗଣ କରତାଳି ଦିଅ! ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର। ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଗ୍ଭର ଓ ନ୍ୟାୟ କରିବେ। ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ। ସଦାପ୍ରଭୁ ସିୟୋନରେ ମହାନ ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି। ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା ଓ ଭୟ କରନ୍ତୁ, ଏହା ପବିତ୍ର ଅଟେ। ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି। ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ। ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ। ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର। ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି। ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ। ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ। ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ, ସେମାନେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିୟମ ବ୍ୟବସ୍ଥା ଦେଲେ। ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ। ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ। ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି। ଧନ୍ୟବାଦାର୍ଥକ ଗୀତ। ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର। ଆନନ୍ଦରେ ସଦାପ୍ରଭୁଙ୍କର ସେବା କର। ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ! ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ। ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ। ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର। ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରେମ ଚିରକାଳସ୍ଥାୟୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା। ଦାଉଦଙ୍କର ଏକ ଗୀତ। ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି। ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି। ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ। ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି। ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ। ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି, ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି। ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ୱଂସ କରିଦେବି। ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ। ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ। ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ, ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ। କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ। ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ। ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ। ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି, ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି। ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ! ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ। ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ। ମୋ’ ପ୍ରତି କର୍ଣ୍ଣପାତ କର। ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ। ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି। ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ। ମୋର ଶକ୍ତିସବୁ ଶେଷ ହୋଇଯାଇଛି। ମୁଁ ଯେପରି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି। ମୋର ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି। ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି, ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି। ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି ମୁଁ ଶୋଇପାରେ ନାହିଁ। ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି। ମୋତେ ସେମାନେ ପରିହାସ କରନ୍ତି। ମୋର ଦୁଃଖ ହିଁ ଏକମାତ୍ର ଭୋଜନ। ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି। କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ। ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ। ମୋର ଜୀବନ ପ୍ରାୟ ଶେଷ ହୋଇଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର। ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ। ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସେହି ଯଥାର୍ଥ ସମୟ ଆସିଅଛି। ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ। ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି। ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି। ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ। ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ। ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ। ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ। ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ। ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ। ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ। ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ। ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ। ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ। ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ। ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ। ସମସ୍ତ ଜାତି ଏକତ୍ରିତ ହେବେ ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ। ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି, ସେ ମୋର ଆୟୁ ଊଣା କରିଛନ୍ତି। ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର। ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ। ପୃଥିବୀ ଓ ଆକାଶ ଦିନେ ଶେଷ ହେବ, କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ। ତାହା ସବୁ ବସ୍ତ୍ରପରି ସେସବୁ ବଦଳାଇ ଦେବ। କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ। ତୁମ୍ଭେ ଚିରକାଳ ରହିବ। ଆମ୍ଭେମାନେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।” ଦାଉଦଙ୍କର ଏକ ଗୀତ। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର। ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ। ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି। ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି। ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି। ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି। ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି ଯୁବକ କରନ୍ତି। ସଦାପ୍ରଭୁ ନ୍ୟାୟବାନ୍। ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି। ପରମେଶ୍ୱର ମୋଶାଙ୍କୁ ଆପଣା ପଥ ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ। ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ। ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ, କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା। ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ। ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି। ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି। ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି। ମଣିଷ ଜୀବନ ଘାସପରି। ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି। କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି। କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି, ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି। ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି, ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ। ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି ଏବଂ ସେ ସବୁଆଡ଼େ ଶାସନ କରନ୍ତି। ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି। ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର। ତୁମ୍ଭେମାନେ ତାଙ୍କର ସେବକ ଅଟ। ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର। ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର, ସମସ୍ତେ ତାଙ୍କର ପ୍ରଶଂସା କର। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ। ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ। ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ। ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି ସଦୃଶ କର। ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ। ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା। କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା। ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା। ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା। ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ। ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ। ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ। ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ। ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ। ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି। ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି। ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି। ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି। ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି। ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ। ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ। ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି। ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରୟ। ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ। ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ। ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି। ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି। ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି। ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି। ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି। ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ। ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ। ମହାସାଗରକୁ ଦେଖ, ଏହା କେତେ ମହାନ! ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି। ସେଗୁଡ଼ିକୁ ଗଣନା କରି ହେବ ନାହିଁ। ତହିଁରେ ଜାହାଜ ଯାତାୟାତ କରେ। ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ। ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ, ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି। ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ। ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ, ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି, ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ। ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର। ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ! ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ। ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ। ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ। ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି। ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି। ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ। ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ। ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ। ତାଙ୍କର ନାମକୁ ଡାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ତାଙ୍କର ପ୍ରଗ୍ଭରିତ କର। ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ। ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ। ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ। ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ। ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ। ତୁମ୍ଭେ ହେଉଛ ତାଙ୍କର ସେବକ, ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି। ସେ ଚିରଦିନ ଚୁକ୍ତି ମନେ ରଖନ୍ତି। ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି। ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ୱର ଇସ୍‌ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ। ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ। ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ। ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା ଏବଂ ସେହି ଭୂମି ତୁମ୍ଭର ହେବ।” ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ। ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ। ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ। କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ। ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।” ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ। ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ। ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା। ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ। ସେମାନେ ଏକ ଲୁହାର କଡ଼ା ତା’ର ବେକରେ ପକାଇଲେ। ଯୋଷେଫ କ୍ରୀତଦାସ ହୋଇ ରହିଲା ତା’ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ। ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା। ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ। ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ। ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ। ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ। ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ। ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ। ଏହା ପରେ ଇସ୍ରାଏଲ ମିଶରକୁ ଆସିଲା। କିନ୍ତୁ ଯାକୁବ ହାମ ଦେଶରେ ବାସ କଲା। ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ। ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ। ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ। ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ। ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା ହାମ ଦେଶରେ ବହୁ ଅ‌ଦ୍‌ଭୂତ କାର୍ଯ୍ୟମାନ କରାଇଲେ। ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ, କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ। ସେ ସେମାନଙ୍କର ଜଳକୁ ରକ୍ତ କଲେ ଓ ସେମାନଙ୍କର ମାଛସବୁ ମରିଗଲେ। ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା। ପରମେଶ୍ୱର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହୋଇଗଲେ। ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା। ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ। ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସେମାନେ ଅସଂଖ୍ୟ ଥିଲେ। ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ। ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ। ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ। ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ। ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ। କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ। ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ। ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ। ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ। ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା। ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା। ପରମେଶ୍ୱର ଆପଣା ପବିତ୍ର ବାକ୍ୟ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ। ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ। ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ। ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ। ପରମେଶ୍ୱରଙ୍କର ପ୍ରଶଂସା କର! ସଦାପ୍ରଭୁଙ୍କର ପ୍ରଶଂସା କର! ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ! ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ! ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ। ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି। ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି। ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ। ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି। ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ। ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି। ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ। କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ। ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି। ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ! ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ। ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ। ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ। କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ। ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ। ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ। ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ। ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା। ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା। ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦ‌‌ଗ୍‌‌ଧ କଲା। ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ। ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ। ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ। ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ। ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ। ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ, କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ। କିନ୍ତୁ ତା’ପରେ ସେହି ଲୋକମାନେ କିଣାନର ଆଶ୍ଚର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ମନା କଲେ। ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଯେ ପରମେଶ୍ୱର ସେଠାରେ ବାସ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବେ। ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ। ତେଣୁ ପରମେଶ୍ୱର ସେମାନଙ୍କୁ ମରୁଭୂମିରେ ବିନାଶ କରିବା ପାଇଁ ଶପଥ କଲେ। ପରମେଶ୍ୱର ପ୍ରତିଜ୍ଞା କଲେ ଯେ, ଅନ୍ୟ ଦେଶରେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧରଙ୍କୁ ପରାସ୍ତ କରିବେ। ସେହି ଅନ୍ୟ ଦେଶ ମଧ୍ୟରେ ସେ ସେମାନଙ୍କ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ। ଏହା ପରେ ପରମେଶ୍ୱରଙ୍କ ଲୋକମାନେ ବାଲ୍-ପିୟୋରର ସେବା କଲେ। ସେମାନେ ଅନ୍ୟ ଦେବତାମାନଙ୍କଠାରେ ବଳି ଦିଆଯାଇଥିବା ପଶୁମାନଙ୍କର ମାଂସ ଭକ୍ଷ୍ୟଣ କଲେ। ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ। ତେଣୁ ସେ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରଦର୍ଶନ କଲେ। କିନ୍ତୁ ପୀନହସ୍ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ତା’ର ମହାମାରୀ ଦୂର କଲେ। ପରମେଶ୍ୱର ଜାଣିଲେ ପୀନହସ୍ ସୁକର୍ମ କଲା। ପରମେଶ୍ୱର ତାଙ୍କୁ ଅନନ୍ତକାଳ ମନେ ରଖିଲେ। ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା। ସେ ଲୋକମାନେ ମୋଶାଙ୍କୁ ବିରକ୍ତ କଲେ। ତେଣୁ ମୋଶା କିଛି ନ ବିଗ୍ଭରି କହିବାକୁ ଲାଗିଲେ। କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ, କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ। ସେମାନେ ଅନ୍ୟ ଦେଶୀୟଙ୍କ ସଙ୍ଗେ ମିଶିଲେ ଏବଂ ସେମାନଙ୍କ କ୍ରିୟାସକଳ କଲେ। ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ, ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ। ଏପରିକି ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର ପିଲାମାନଙ୍କୁ ଅନ୍ୟ ଦେବତାଙ୍କ ନିକଟରେ ବଳି ଦେଲେ। ପରମେଶ୍ୱରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ୟା କଲେ। ସେମାନେ ମଧ୍ୟ ସେମାନଙ୍କ ନିଜ ସନ୍ତାନମାନଙ୍କୁ ହତ୍ୟା କରି ମିଥ୍ୟା ଦେବଗଣ ନିକଟରେ ବଳି ଦେଲେ। ତେଣୁ ଭୂମି, ହତ୍ୟା ପାପରେ ଦୂଷିତ ହୋଇଗଲା। ତେଣୁ ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟଦ୍ୱାରା ଅପବିତ୍ର ହୋଇଥିଲେ। ପରମେଶ୍ୱରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ୱାସୀ ହେଲେ ନାହିଁ। ଅନ୍ୟ ଦେଶୀୟ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ୟ ସେପରି କାର୍ଯ୍ୟ କଲେ। ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ। ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ। ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ। ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା। ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ। ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ। କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ। ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ। ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ। ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ ଦୟା ଦେଖାଇଲେ। ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ। ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ। ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ। ସମସ୍ତ ଲୋକ କହନ୍ତୁ “ଆମେନ୍!” ସଦାପ୍ରଭୁଙ୍କର ପ୍ରଶଂସା କର। ପଞ୍ଚମ ପୁସ୍ତକ (ଗୀତସଂହିତା 107-150) ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ। ତାଙ୍କର ଦୟା ଅନନ୍ତକାଳସ୍ଥାୟୀ। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍। ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି। ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ। ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ। ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ। ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ, କିନ୍ତୁ ସେମାନେ ପାଇଲେ ନାହିଁ। ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ। ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ। ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ। ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍ କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି। ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ ଅନ୍ଧକାରରେ ଥିଲେ। କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ। ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ। ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ ଅସୁବିଧାର ସମ୍ମୁଖୀନ କଲେ। ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲେ। ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ। ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ। ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ। ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ। ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି। ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ। କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ ଏବଂ ସେମାନେ ଅଧର୍ମାଚରଣ କଲେ। ସେହି ଲୋକମାନେ ବହୁତ ରୁ‌‌ଗ୍‌‌ଣ ଥିଲେ। ଖାଦ୍ୟ ପରିତ୍ୟାଗ କରିଥିଲେ। ସେମାନେ ପ୍ରାୟ ମୃତବତ୍ ରହିଥିଲେ। ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ। ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ। ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ। କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ ନୌକାରେ ସମୁଦ୍ର ପାର ହୁଅନ୍ତି। ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ଓ ସମୁଦ୍ର ଜଳରେ ତାଙ୍କର ଅ‌ଦ୍‌ଭୂତ କାର୍ଯ୍ୟ ଦେଖନ୍ତି। ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା। ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା। ସେମାନେ ସେହି ଢେଉରେ ଆକାଶକୁ ଉଠିଲେ ଓ ଏହା ପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ। ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି। ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ। ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ। ପରମେଶ୍ୱର ବତାସକୁ ସ୍ଥିର କଲେ ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ। ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ, କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ। ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର, ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି। ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍ ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍। ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି। ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି। କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି। ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି। ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି। ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି। ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ ଏବଂ ଭଲ ଫସଲ ଅମଳ କରି ପାରନ୍ତି। ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି। ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି। ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ। ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ। ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ। ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ। କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି। ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ। ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ। ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍। ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ। ହେ ପରମେଶ୍ୱର, ମୁଁ ଗୀତ ଗାନ ଓ ପ୍ରଶଂସା କରିବି, ମୋର ପ୍ରାଣ ଜାଗ୍ରତ ହୁଅ। ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି। ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି। ସଦାପ୍ରଭୁ ତୁମ୍ଭର ପ୍ରେମ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ। ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ। ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ। ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ। ମୋ’ ପ୍ରାର୍ଥନାର ଉତ୍ତର ଦିଅ। ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର। ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, “ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି। ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି। ମୁଁ ଶିଖି‌ମ୍‌କୁ ସେମାନଙ୍କୁ ଦେବି। ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେବି। ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ। ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର। ଇଦୋମ୍ ମୋର ପାଦୁକା ବହିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜୟଧ୍ୱନି କରିବି।” କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? କିଏ ମୋତେ ସେହି ସକଳ ସହରକୁ ନେବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ। ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ। ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର। ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ। କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ। ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ, ନୀରବ ରୁହ ନାହିଁ। ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି। ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ। ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି। ମୁଁ ସେମାନଙ୍କୁ ପ୍ରେମ କଲି। କିନ୍ତୁ ସେମାନେ ମୋତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି। ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି। ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ। ମୁଁ ସେମାନଙ୍କୁ ପ୍ରେମ କଲି କିନ୍ତୁ ସେମାନେ ମୋତେ ଘୃଣା କଲେ। ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର। କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ। ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ। ତାଙ୍କର ଜୀବନ କାଳ ଛୋଟ ହେଉ। ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ। ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ। ତାଙ୍କର ଘର ଉଜୁଡ଼ି ଯାଉ। ସେମାନେ ସବୁ ଭିକାରୀ ହୁଅନ୍ତୁ। ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ। ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ। ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ। ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା’ର ନାମକୁ ଲୁପ୍ତ କରିଦିଅନ୍ତୁ। ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ। ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ। କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ, ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି। ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ। ଅଭିଶାପ ତା’ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା’ର ଶରୀରର ତୈଳ ହେଉ। ଅଭିଶାପ ଦୁଷ୍ଟବ୍ୟକ୍ତି ବସ୍ତ୍ର ପରି ହେଉ ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।‌” ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି, ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ। ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ। ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ। କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର। ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି। ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି। ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି। ମୋର ଆଣ୍ଠୁ ଦୁର୍ବଳ ହୋଇଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି। ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି। ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି। ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର। ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର। ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ। ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା। ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ। ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ। ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି। ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ। ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି। କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି, ଏବଂ ପରମେଶ୍ୱର ସେମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି। ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ। ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।” ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ, ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର। ତୁମ୍ଭ ପରାକ୍ରମର ଦିନରେ, ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ, ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ। ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ। ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। “ଯାଜକ ମ‌ଲ୍‌କୀଷେଦକଙ୍କ ପରି ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।” ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ। ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ। ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ। ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ। ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ। ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି। ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ। ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ। ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି। ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ। ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ। ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ। ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ। ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର। ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ। ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି, ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ, ତା’ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ। ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ। ସେହି ଲୋକର ପରିବାର ଧନଶାଳୀ ହେବେ ଏବଂ ତା’ର ଧର୍ମ ଚିରକାଳସ୍ଥାୟୀ ହେବ। ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ। ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ। ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ। ସେହି ଲୋକ କଦାପି ବିଚଳିତ ହେବ ନାହିଁ। ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ। ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ। ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ। ସେହି ଲୋକ ସୁସ୍ଥିର ଥାଏ। ସେ କେବେ ଭୟ କରେ ନାହିଁ। ସେ ତା’ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ। ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା’ର ଧର୍ମ ଏକ। ଚିରକାଳସ୍ଥାୟୀ। ସେ ବିଜୟ ଏବଂ ସମ୍ମାନ ପାଇବ। ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ। ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ। ସଦାପ୍ରଭୁଙ୍କର ପ୍ରଶଂସା କର! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ଅଦ୍ୟାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ। ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ। ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ। କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ। ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ। ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ ଦେଖିବାକୁ ତଳକୁ ଗ୍ଭହିଁଲେ। ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି। ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି। ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି। ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ । କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର! ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ, ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ। ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ। ଇସ୍ରାଏଲ ତାଙ୍କର ରାଜ୍ୟ ହେଲା। ସୂଫସାଗର ତାହା ଦେଖି ଘୁଞ୍ଚି ଗଲା। ଯର୍ଦ୍ଦନ ନଦୀ ଉଜାଣି ବହିଲା। ପର୍ବତଗଣ ମେଷପରି ଡେଇଁଲେ। ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ। ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ? ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ? ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ? ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ? ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ ସମ୍ମୁଖରେ କମ୍ପିତ ହୁଅ। ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ। ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ। କାହିଁକି ଅନ୍ୟ ଦେଶୀୟମାନେ କହିବେ ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ? ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି। ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି। ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ। ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ। ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ। ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ। ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ। ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ। ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ। ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ ସେହିପରି ହେବେ! ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ। ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ। ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ। ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି। ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ। ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ। ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ସ୍ୱର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି। ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି। ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଧନ୍ୟବାଦ କରିବା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ମୁଁ ତାଙ୍କୁ ପ୍ରେମ କରେ, କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି। ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ ଉତ୍ତର ଦେଲେ। ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା। କବର ତା’ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି। ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି, ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!” ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି। ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ। ହେ ମୋର ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି। ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ। ମୋର ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କର। ଜୀବିତମାନଙ୍କ ଦେଶରେ ମୁଁ ସଦାପ୍ରଭୁଙ୍କ ସେବା କରିବି। ଏପରିକି ମୁଁ ଯେବେ କହିଲି, “ମୁଁ ବହୁତ କଷ୍ଟ ପାଛଅଛି” ତଥାପି ମୁଁ ବିଶ୍ୱାସ କଲି। ମୁଁ ଯେତେବେଳେ ଭୟରେ ଥିଲି, କହିଲି, “ସମସ୍ତ ମନୁଷ୍ୟ ମିଥ୍ୟାଗ୍ଭରୀ ଅଟନ୍ତି।” ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ? ସେ ମୋତେ ରକ୍ଷା କଲେ। ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି। ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି। ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ। ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର। ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି। ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି। ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି। ମୁଁ ତାଙ୍କର ଯିରୁଶାଲମରେ ଥିବା ମନ୍ଦିରକୁ ଯିବି। ସଦାପ୍ରଭୁଙ୍କର ପ୍ରଶଂସା କର! ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି! ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ଇସ୍ରାଏଲ ଏବେ କହନ୍ତୁ, “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ, “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, “ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।” ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ। ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମୋତେ କ’ଣ କରି ପାରିବେ। ସଦାପ୍ରଭୁ ମୋର ସାହାଯ୍ୟକାରୀ। ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି। ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ। ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ। ଶତ୍ରୁମାନେ ମୋତେ ଘେରି ଯାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି। ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି। ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି। ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ। କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି। ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମୋତେ ରକ୍ଷା କଲେ। ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ। ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ। ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି। ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ। ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି। ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ। କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ। ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି। ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ। ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ। ତାହା କୋଣର ପ୍ରଧାନ ପଥର ହୋଇଅଛି। ଏହାସବୁ ସଦାପ୍ରଭୁଙ୍କ କର୍ମ, କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ। ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା। ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।” ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ। ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।” ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି। ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ। ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ଆଲେଫ୍ ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ! ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ! ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି। ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ। ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି। ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତେବେ ମୁଁ ଲଜ୍ଜିତ ହେବି ନାହିଁ। ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି, ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି। ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମୋତେ ଏକୁଟିଆ କରି ଛାଡ଼ ନାହିଁ। ବୈତ୍ ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ ତା’ର ଜୀବନକୁ ପବିତ୍ର କରି ପାରିବ? ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି। ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର। ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି, ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି। ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ। ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି। ତୁମ୍ଭର ବାକ୍ୟରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି। ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି। ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ। ଗିମେଲ୍ ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର, ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି। ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି। ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମୋ’ଠାରୁ ଲୁଗ୍ଭଅ ନାହିଁ। ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଗ୍ଭହେଁ। ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି। ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର। ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି। ଏପରିକି ଅଧିପତିମାନେ ଶିଖନ୍ତି ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି। ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି। ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ। ସେମାନେ ମୋର ଅତି ଆପଣାର ଆଦେଶଦାତା। ଦାଲତ୍ ମୁଁ ମରିବା ବେଳେ ଧୂଳିରେ ଗଡ଼େ। ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ। ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି। ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ। ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ। ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର। ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି। ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ। ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର। ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ। ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି। ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି। ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ। ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ। ହେ ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ। ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି। ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ। ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ। ମୋତେ ଧନୀ ହେବା ପରିବର୍ତ୍ତେ ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର। ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ। ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର। ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ। ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ। ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ। ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ। ବୌ ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର। ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି, ଯେଉଁମାନେ ମୋତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ। ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ। ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି। ତେଣୁ ମୁଁ ମୁକ୍ତ ହେବି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ। ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହେବି ନାହିଁ। ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି। ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି। ସୟିନ୍ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର। ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି। ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ। ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି। ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ। ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ। ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି। ମୋର ଗୃହରେ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ। ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ। ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ। ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ। ହେତ୍ ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା। ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର। ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି। ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ। ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ। ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ ମଧ୍ୟରାତ୍ରିରେ ଉଠିଥାଏ। ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି, ମୁଁ ସେମାନଙ୍କର ବନ୍ଧୁ। ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ। ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ। ଟେଟ୍ ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ। ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ। ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି। ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି। ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି। ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର। ମୋତେ ତୁମ୍ଭର ନିୟମସବୁ ଶିଖାଅ। ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି। ସେହି ଲୋକମାନେ ବହୁତ ମୂର୍ଖ। ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ। ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା, ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ। ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ। ଇୟୂଦ୍ ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି? ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ। ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ। କାରଣ ମୁଁ ତୁମ୍ଭଠାରେ ଭରସା କରେ। ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ। ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ। ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ। ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ। ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ। ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ। ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି। ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ। ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ। ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ। ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ, ତେବେ ମୁଁ ଲଜ୍ଜିତ ହେବି ନାହିଁ। କଫ୍ ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ। ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି, ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ? ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ। କେତେଦିନ ମୁଁ ବଞ୍ଚିବି? ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ। ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ। ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ। ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି। ମୋତେ ସାହାଯ୍ୟ କର! ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ। ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ। ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ। ଲାମଦ୍ ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି। ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି। ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି। କାରଣ ସବୁକିଛି ତୁମ୍ଭର ଦାସମାନେ। ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି, ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି। ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ। ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ। ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି। ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି, ତୁମ୍ଭର ବ୍ୟବସ୍ଥା ଛଡ଼ା। ମେମ୍ ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ। ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି। ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି। ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍। କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ। ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ। ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି, ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି। ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ, କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ। ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ ମହୁଠାରୁ ଅଧିକ ମଧୁର ଲାଗେ। ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ। ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ। ନୂନ୍ ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ, ଓ ମୋର ପଥ ପାଇଁ ଆଲୋକ ଅଟେ। ତୁମ୍ଭର ବିଗ୍ଭର ଉତ୍ତମ ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ। ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ। ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର। ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ। ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ, କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ। ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ। ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମୋତେ ବହୁ ଆନନ୍ଦ ଦିଏ। ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମୋର ପୁରସ୍କାର ହେବ। ସାମକ୍ ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ। କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି। ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ। ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ, ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି। ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି। ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ। ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି। ମୁଁ ସର୍ବଦା ତୁମ୍ଭର ନିୟମ ମାନିବି। ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି। ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ। ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି। ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ। ଅଇନ୍ ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି। ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ। ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସେବକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ। ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ, ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ। ମୁଁ ତୁମ୍ଭର ସେବକ ଅଟେ। ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ। ତୁମ୍ଭର ବ୍ୟବସ୍ଥାମାନ ଶିଖାଅ। ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି। କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି। ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ। ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ। ପେ ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ। ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ। ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ। ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ। ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ। ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର। ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର। ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ। ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି। ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ। ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି। ସାଦେ ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ। ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ। ତୁମ୍ଭେ ଆପଣା ନିୟମ ଦେଇଅଛ। ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ। ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି। ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି। କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି। ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା, ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ। ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ। ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ। ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ। କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ। ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ। ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି। କଫ ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ। ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି, ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି। ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ୟରେ ଭରସା କରେ। ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ ରାତ୍ରି ଉଜାଗର ରହିଲି। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ। ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ। ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି। ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ। ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ। ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ। ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି। ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ। ରେଶ୍ ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର। ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ। ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ। କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ। ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ। ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ। ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ। ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ। ମୁଁ ସେମାନଙ୍କୁ ଘୃଣାକରେ। ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ। ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ। ଶିନ୍ ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି। କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ। ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ, ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ। ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ। ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ। ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ, ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ। ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର। ମୁଁ ତୁମ୍ଭର ଆଦେଶସବୁ ପାଳନ କଲି। ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି। ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ। ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି। ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି। ତୌ ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର। ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର। ମୁଁ ତୁମ୍ଭର ପ୍ରଶଂସା ଗାନ କରିବି। କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ। ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି। କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ। ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି। ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ। ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର। ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ। ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ। ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ। ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ। ମନ୍ଦିର ଆରୋହଣର ଗୀତ। ମୁଁ ଆପଣା ବିପଦ ସମୟରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମୋତେ ଉତ୍ତର ଦେଲେ। “ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର। ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।” ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ? କ’ଣ ପାଇବ ତୁମ୍ଭେ ଜାଣ କି? ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀ‌କ୍ଷ୍‌ଣ ଶର ଓ ଗରମ କୋଇଲା ପରମେଶ୍ୱର ଆଣିବେ। ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ। ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି। ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ, କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି। ଏକ ଆରୋହଣ ଗୀତ। ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ? ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା। ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ। ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ। ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ। କି କେବେ ଶୋଇବେ ନାହିଁ। ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି। ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ। ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ। ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ଦାଉଦ ମନ୍ଦିର ଯିବା ସମୟରେ ଗୀତ। ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ, “ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।” ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ। ଯିରୁଶାଲମ ସହର ଭଳି ତିଆରି ହୋଇଅଛି, ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍। ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି। ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି। ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ। ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ। ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। “ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ। ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।” ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ। ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ, ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ। ଏକ ଆରୋହଣ ଗୀତ। ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ। ତୁମ୍ଭେ ସ୍ୱର୍ଗରେ ରାଜାପରି ବସ। କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି। ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ। ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ! ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ। ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି। ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ। ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା? ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ। କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ। ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ? ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ। ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ ଜଳରାଶି ପରି ମଗ୍ନ କରିଥା’ନ୍ତେ। ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା। ଗର୍ଜୁଥିବା ଜଳରାଶି ଆମ୍ଭକୁ ବୁଡ଼ାଇ ଦେଇଥା’ନ୍ତା। ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି। ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି। ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ। ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା, ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ। ଆରୋହଣ ଗୀତ। ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ। ସେମାନେ କେବେ ମଧ୍ୟ ଥରିବେ ନାହିଁ। ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ। ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି। ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ। ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ। ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର। ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ। ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା। ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।” ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭେମାନେ ଖୁସୀ ଅଟୁ। ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର, ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ। ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ। ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ, ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ। ଶଲୋମନଙ୍କର ରଚିତ ଆରୋହଣ ଗୀତ। ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ। ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି। ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି। ଯୁବକର ପୁତ୍ରଗଣ ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ। ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ, ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି। ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ, ସେ ହେଉଛି ଭାଗ୍ୟବାନ୍। ଆରୋହଣ ଗୀତ। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି। ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ। ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ। ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ। ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ। ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। ଏକ ଆରୋହଣ ସଙ୍ଗୀତ। ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ। ଇସ୍ରାଏଲ, ଏହାକୁ ଆଉଥରେ କୁହ। ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ। ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି। ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା। କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ। ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ। ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ। ସେମାନେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ। ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ। ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ! କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।” ଏକ ଆରୋହଣ ଗୀତ। ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି। ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ। ସାହାଯ୍ୟ ପାଇଁ ମୋର ଡାକ ଶୁଣ। ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର, ତେବେ କେହି ବଞ୍ଚିବେ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି। ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି। ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି। ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ, ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ। ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି। ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ। ଏକ ଆରୋହଣ ସଙ୍ଗୀତ। ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇ ନାହିଁ। ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ। ଏକ ଶିଶୁ ତା’ର ମା କୋଳରେ ଥିବାପରି ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ। ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ। ଆରୋହଣ ଗୀତ। ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର। ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ। “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି। ମୁଁ ଶୟନ କରିବି ନାହିଁ। ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ। ମୁଁ ମୋର ଗୃହକୁ ଯିବି ନାହିଁ ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।” ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ। ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ। ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା। ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ, ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ। ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ। ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ। ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ, “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା। “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି, ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।” ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ। ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ। ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ। ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ। ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ। ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।” ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ। ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି। ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ। ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ। ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି। ଆରୋହଣ ଗୀତ। ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ! ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର। ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା, ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ। ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର। ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର। ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି। ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ। ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ। ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି। ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ। ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି। ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି। ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ। ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ। ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ। ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ। ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓ‌ଗ୍‌କୁ ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ। ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ। ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ। ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ। ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି। ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା। ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ। ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ। ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ। ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ। ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ସେମାନଙ୍କ ତୁଲ୍ୟ ହେବେ। ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର। ଯିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ଦେବତାମାନଙ୍କର ଦେବତାର ପ୍ରଶଂସା କର। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର। ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର। ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ, ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ। ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ, ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ। ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ବାଶନର ରାଜା ଓ‌ଗ୍‌କୁ ପରାସ୍ତ କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି। ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର! ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ ସେଠାରେ ବସି ରୋଦନ କଲୁ। ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ। ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ। ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ: “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି ବିଦେଶରେ ଗାନ କରି ପାରିବା! ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ, ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ। ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ କେବେ ଭୁଲେ, ତେବେ ମୋର କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ। ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ। ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର। ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର! ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।” ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ! ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ। ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ। ଦାଉଦଙ୍କର ଗୀତ ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି। ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ। ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି। ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ। ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ, ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ। ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ, କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ। ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି। କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ’ଣ କରୁଛନ୍ତି। ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ। ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ। ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ। ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ। ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ। ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ। ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ। ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ। ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ, ମୁଁ କ’ଣ କହିବାକୁ ଯାଉଛି। ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ। ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ। ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ। ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ। ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ। ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି। ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ, ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା। ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ, “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ ମୋତେ ଆଚ୍ଛାଦନ କରିବ।” କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ। ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ। ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ। ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ। ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା, ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ। ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ। ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ। ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ, କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି। ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର। ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ। ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି। ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି। ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ। ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ। ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ। ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି। ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼। ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ। ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ। ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର। ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର। ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ସେମାନଙ୍କର ଜିହ୍ୱା ବିଷଧର ସର୍ପପରି, ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର। ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ। ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି। ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି। ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର। ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର। ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ। ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ। ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର। ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ। ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ। ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର। ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ। ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର। ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର। ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ। ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ। ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ। ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ। ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ। ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। ଯଥା ଶୀଘ୍ର ମୋତେ ସାହାଯ୍ୟ କର। ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର। ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର। ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ। ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର। ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର। ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହେବ। ଯଦି ସେ ମୋତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ୱାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ। ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ। ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି। ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ। ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି। ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି। ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ। ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି। ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ। ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ। ସେହି ଅବସରରେ ମୁଁ ରକ୍ଷା ପାଏ। ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା। ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ। ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି। ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି। ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି। ମୋର ଚତୁର୍ପାର୍ଶ୍ୱରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ। କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ: “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।” ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି। ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ। ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର। ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି। ଧାର୍ମିକମାନେ ମୋ’ ସହିତ ପାଳନ କରିବେ, କାରଣ ତୁମ୍ଭେ ମୋର ଯତ୍ନ ନେଲ। ଦାଉଦଙ୍କର ଏକ ଗୀତ। ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ। ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ। ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି। ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି। ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ। ମୁଁ ମୋର ସାହସ ହରାଉଛି। ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷୟରେ ଭାବେ। ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ। ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ। ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ। ମୁଁ ମୋର ସାହସ ହରାଇଛି। ମୋ’ଠାରୁ ଦୂରେଇ ଯାଅ ନାହିଁ। ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି। ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ। କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି। ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର। ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ। ତୁମ୍ଭେ ମୋର ପରମେଶ୍ୱର, ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ। ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ, ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର। ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା ମୋର ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର। କାରଣ ମୁଁ ତୁମ୍ଭର ସେବକ ଅଟେ। ଦାଉଦଙ୍କ ଗୀତ ସଦାପ୍ରଭୁ ମୋର ଶୈଳ, ତାହଙ୍କର ପ୍ରଶଂସା ହେଉ। ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି। ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମୋତେ ଉଦ୍ଧାର କରନ୍ତି। ସେ ମୋର ଢାଲ, ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ। ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି। ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ? ମନୁଷ୍ୟ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ। ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ। ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ। ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ। ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର। ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର। ସେହି ଶତ୍ରୁଗଣ ମିଥ୍ୟାବାଦୀ, ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି। ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି। ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର। ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର। ସେହି ଶତ୍ରୁମାନେ ମିଥ୍ୟାବାଦୀ, ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି। ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ। ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ। ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ। ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି। ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ। ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ। ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି। ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ। ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ। ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ। ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ, ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ। ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ। ମୁଁ ତୁମ୍ଭ ଅ‌ଦ୍‌ଭୂତ କର୍ମ ବିଷୟ ଧ୍ୟାନ କରିବି। ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ। ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି। ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ। ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ, ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ। ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ। ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ। ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ। ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ। ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ। ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ। ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି। ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି। କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ। ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ। ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ। ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି। ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ। ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି! ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍। ସଦାପ୍ରଭୁଙ୍କର ପ୍ରଶଂସା କର! ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର। ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି। ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ। ଲୋକମାନେ ମରନ୍ତି ଓ କବର ନିଅନ୍ତି। ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ। କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ, ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି। ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ। ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି। ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି। ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି। ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ। ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ। ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର! କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ! ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ। ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି। ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି। ସେ ତାରାଗଣଙ୍କୁ ଗଣନା କରନ୍ତି। ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି। ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ। ତାଙ୍କର ବୁଝାମଣା ଅସୀମ। ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି। ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ। ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର। ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି। ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି। ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ ତାଙ୍କୁ ଖୁସୀ କରି ପାରନ୍ତି ନାହିଁ। ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି, ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି। ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର! ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି, ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି। ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି। ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ। ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି। ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି। ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି, ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ। ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି, ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ। ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ! ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି। ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର! ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର! ସ୍ୱର୍ଗରୁ ତାଙ୍କର ପ୍ରଶଂସା କର! ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର। ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର! ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର। ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର। ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍ କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ। ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ। ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର! ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ, ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି। ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ। ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି। ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର। ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି। ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ ପରମେଶ୍ୱରଙ୍କ ପ୍ରଶଂସା କର। ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ। ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର! ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର। ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ। ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି। ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି। ସେ ସେମାନଙ୍କୁ ରକ୍ଷା କଲେ। ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର! ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର। ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖ‌ଡ଼୍‌ଗମାନ ଧରନ୍ତୁ। ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ। ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ। ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ। ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ। ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର! ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର। ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର। ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର। ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର! ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର। ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର। ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର। ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର! ଉପକ୍ରମ ଏହି ହିତୋପଦେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇସ୍ରାଏଲର ରାଜା ଥିଲେ। ଏହି ହିତୋପଦେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସେମାନେ ଜାଣି ପାରିବେ କେଉଁ କାର୍ଯ୍ୟଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ୟମାନ ସାହାଯ୍ୟ କରିବ। ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହା ଦ୍ୱାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ୟାୟ ଶିକ୍ଷା କରିବେ। ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ। ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ। ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି। ଶଲୋମନ ତାଙ୍କ ପୁତ୍ରଙ୍କୁ ଉପଦେଶ ଦେଲେ ହେ ମୋର ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତେବେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ୟାଗ କର ନାହିଁ। ତୁମ୍ଭର ପିତା ଓ ମାତା, ଯାହାକିଛି ଶିକ୍ଷା ଦିଅନ୍ତି, ସେହି ବାକ୍ୟଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ। ହେ ମୋର ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସେହିପରି ଲୋକମାନେ ତୁମ୍ଭକୁ କୁକାର୍ଯ୍ୟ କରାଇବାକୁ ପ୍ରବର୍ତ୍ତାଇବେ। ସେମାନଙ୍କୁ ତୁମ୍ଭର ସମ୍ମତି ଦିଅ ନାହିଁ। ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ। ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା। ଆମ୍ଭେମାନେ ତହିଁରୁ ସବୁପ୍ରକାର ବହୁମୂଲ୍ୟ ଧନ ପାଇବା। ଲୁଟିତ ଦ୍ରବ୍ୟରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା। ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।” ହେ ମୋର ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ। ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି। ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥା’ନ୍ତି। କିନ୍ତୁ କୌଣସି ପକ୍ଷୀ ଆଗରେ ଜାଲ ବିଛାଇବା ବ୍ୟର୍ଥ ଅଟେ। ତେଣୁ ଏହି ଲୋକମାନେ ଗୁପ୍ତରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ବାସ୍ତବରେ ସେମାନେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥା’ନ୍ତି। ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ। ଜଣେ ଉତ୍ତମ ସ୍ତ୍ରୀର ଜ୍ଞାନ ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପରେ ଉଚ୍ଚ ସ୍ୱରରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା’ର ସ୍ୱର ଶୁଣାଏ। ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ। ନଗର ଦ୍ୱାରର ପ୍ରବେଶ ସ୍ଥାନରେ, ନଗର ମଧ୍ୟରେ ଆପଣାର ବାକ୍ୟ ଉଚ୍ଚାରଣ କରି କହେ। “ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି। “କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ। ତୁମ୍ଭେମାନେ ମୋର ସମସ୍ତ ବାକ୍ୟକୁ ହେୟ ଜ୍ଞାନ କଲ। ମୋର କୌଣସି ଅନୁଯୋଗକୁ ଗ୍ଭହିଁଲ ନାହିଁ। ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ୱଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାୟୁ ପରି ତୁମ୍ଭକୁ ପୋଡ଼ି ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହେବ। “ଯେତେବେଳେ ଏହିସବୁ ଘଟିବ, ତୁମ୍ଭେମାନେ ମୋର ସାହାଯ୍ୟ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାଯ୍ୟ କରିବି ନାହିଁ। ତୁମ୍ଭେମାନେ ମୋତେ ଖୋଜିବ। କିନ୍ତୁ ତୁମ୍ଭେମାନେ ମୋତେ ପାଇବ ନାହିଁ। ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ନାହିଁ, କାରଣ ତୁମ୍ଭେମାନେ ମୋର ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭେମାନେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ ତୁମ୍ଭେମାନେ ନାସ୍ତି କଲ। ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ। ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ। “କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ। ମାତ୍ର ଯେଉଁ ଲୋକ ମୋର ବାକ୍ୟ ମାନି ଚଳେ। ସେ ନିରାପଦରେ ବାସ କରିବ, ତା’ର ଅମଙ୍ଗଳ ହେବ ନାହିଁ।” ଜ୍ଞାନ ବାକ୍ୟ ଗ୍ରହଣ କର ହେ ମୋର ପୁତ୍ର, ମୋର ବାକ୍ୟ ଗ୍ରହଣ କର। ମୋର ନିର୍ଦ୍ଦେଶ ମନେରଖ। ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀ‌କ୍ଷ୍‌ଣ ମନ ପ୍ରୟୋଗ କର। ସୁବିବେଚନା ପ୍ରତି ଡାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର। ନ୍ୟାୟ ରୂପା ତୁଲ୍ୟ ଅଟେ, ତାକୁ ଖୋଜ। ପୋତାଧନ ପରି ତା’ର ଅନ୍ୱେଷଣ କର। ଯଦି ତୁମ୍ଭେ ଏପରି କର। ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ। ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। ସେ ସ‌ତ୍‌ଲୋକଙ୍କ ପାଇଁ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି। ସେ ନିରୀହ ଲୋକମାନଙ୍କର ଢାଲ ସ୍ୱରୂପ ଅଟନ୍ତି। ସେ ଯେଉଁ ଲୋକମାନେ ନ୍ୟାୟ ପଥରେ ଗ୍ଭଲନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି। ତେଣୁ ତୁମ୍ଭେ ଧାର୍ମିକତା, ସୁବିଗ୍ଭର, ନ୍ୟାୟ, ଓ ମଙ୍ଗଳର ପ୍ରତ୍ୟେକ ସୁପଥ ଜାଣିବ। ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ବିଦ୍ୟା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହେବ। ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହେବ। ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି। ସେମାନେ ସତ୍ୟପଥ ପରିତ୍ୟାଗ କରି କୁପଥରେ ବାସ କରନ୍ତି। ସେମାନେ ଆନନ୍ଦ ପାଆନ୍ତି, ଯେତେବେଳେ ସେମାନେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସେମାନେ ଉପଭୋଗ କରନ୍ତି। ସେମାନଙ୍କର ରାସ୍ତା ମୋଡ଼ି ହେବା ଅବସ୍ଥା, ସେମାନଙ୍କର ରାସ୍ତା ବକ୍ର ଅଟେ। ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ଯିଏ ବ୍ୟଭିଗ୍ଭରୀ ଗ୍ଭଟୁବାଦିନୀ ଲୋକଠାରୁ ମଧ୍ୟ ରକ୍ଷା କରିବ। ସେ ଯୁବାବସ୍ଥାରେ ବିବାହ କରିଥିବ। କିନ୍ତୁ ସେ ତା’ର ସ୍ୱାମୀକୁ ଛାଡ଼ି ଥିବ। ପରମେଶ୍ୱରଙ୍କଠାରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ଯିବ। ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ୟୁ ଆଡ଼କୁ ଗୋଡ଼େଇବ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗେଇ ନେବ। ସେ ନିଜେ ଏକ କବରପରି, ଯେଉଁମାନେ ତା’ର ନିକଟକୁ ଯାଆନ୍ତି ସେମାନେ ସେମାନଙ୍କର ଜୀବନ ହରାଇବେ, ସେମାନେ ଫେରି ପାରିବେ ନାହିଁ। ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାଯ୍ୟ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହେବ। ସରଳ ଲୋକମାନେ ଦେଶରେ ବାସ କରିବେ। ନିର୍ଦ୍ଦୋଷୀମାନେ ତହିଁରେ ରହିବେ। ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପୀଡ଼ନ ହେବେ। ସ‌‌‌ତ୍‌‌‌ମାର୍ଗ ଅନୁସରଣକାରୀମାନଙ୍କର ଜୀବନ ସୁଦୀର୍ଘ ହେବ ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ। ମୋର ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମୟ ଓ ଶାନ୍ତି ପ୍ରଦାୟକ ହେବ। ପ୍ରେମ, ବିଶ୍ୱାସ ଏବଂ ସତ୍ୟତା ତୁମ୍ଭକୁ କେବେ ପରିତ୍ୟାଗ କରିବା ଉଚିତ୍ ନୁହଁ। ଆପଣା ଗଳାରେ ସେଗୁଡ଼ିକ ବାନ୍ଧି ରଖ। ଆପଣା ହୃଦୟରେ ସେଗୁଡ଼ିକ ଲେଖିରଖ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ। ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ। ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ। ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ। ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ। ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ। ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ। ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର। କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି। ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ। ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ। ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ। ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି। ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି। ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା’ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ। ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ। ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ। ହେ ମୋର ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର। ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଗ୍ଭଲିବ। ତୁମ୍ଭେ କେଉଁଠାରେ ଝୁଣ୍ଟିବ ନାହିଁ। ଶୟନ ସମୟରେ ତୁମ୍ଭର ଭୟ ହେବ ନାହିଁ। ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ। କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ। ଯେତେବେଳେ ତୁମ୍ଭେ ପାରିବ, ସେତେବେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଦିଅ। “କାଲି ଆସ, ଏପରି କୁହ ନାହିଁ।” ଯେତେବେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ୱାସ କରି ତୁମ୍ଭ ପାଖରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କର ନାହିଁ। ବିନା କାରଣରେ ତୁମ୍ଭର ପଡ଼ୋଶୀକୁ ବିଗ୍ଭରାଳୟକୁ ନିଅ ନାହିଁ। ସେ ଯଦି ନିର୍ଦ୍ଦୋଷ ହୋଇଥାଏ, ତେବେ ତାଙ୍କ ପ୍ରତି ଏପରି କର ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ। କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ରେମ କରନ୍ତି, କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି। ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧରେ ଥା’ନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି। ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ଜ୍ଞାନବାନଙ୍କର ଜୀବନ ସେମାନଙ୍କୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସେମାନଙ୍କୁ ଲଜ୍ଜା ଦିଏ। A Father’s Advice About Wisdom ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର। କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ। ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି। ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହେବ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦରେ ରଖିବ। “ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତେବେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦେବ। ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।” ହେ ମୋର ପୁତ୍ର, ମୋର କଥା ଶୁଣ, ମୋର କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାୟୁ ହେବ। ମୁଁ ତୁମ୍ଭକୁ ଜ୍ଞାନ ମାର୍ଗରେ ପରିଗ୍ଭଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି। ତୁମ୍ଭେ ଗଲାବେଳେ ତୁମ୍ଭର ପାଦ ଫାନ୍ଦରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ। ଉପଦେଶମାନ ଦୃଢ଼ତାରେ ଗ୍ରହଣ କର। ତାହାକୁ ପରିତ୍ୟାଗ କର ନାହିଁ। ଏହା ଉପରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ। ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସେମାନଙ୍କ ପରି ବାସ କର ନାହିଁ। ସେମାନଙ୍କ ପରି ହେବାକୁ ଚେଷ୍ଟା କର ନାହିଁ। ସେମାନଙ୍କ ପଥରୁ ଦୂରେଇ ରୁହ, ତହିଁର ନିକଟକୁ ଯାଅ ନାହିଁ। ତହିଁରୁ ବିମୁଖ ହୋଇ ଗ୍ଭଲିଯାଅ। ମନ୍ଦ ଲୋକମାନେ ମନ୍ଦକାର୍ଯ୍ୟ ନ କଲା ପର୍ଯ୍ୟନ୍ତ ସେମାନଙ୍କୁ ନିଦ ହୁଏ ନାହିଁ। ଯଦି ସେମାନେ କାହାକୁ ଆଘାତ ନ କରନ୍ତି, ସେମାନେ ଶୟନ କରିବେ ନାହିଁ। ମନ୍ଦ କି ଅସତ୍ୟ କାମ କରିବା ସେମାନଙ୍କର ଖାଦ୍ୟ ଓ ପାନୀୟ! ଏହା ବ୍ୟତୀତ ସେମାନେ ବଞ୍ଚିପାରିବେ ନାହିଁ। ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ, କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ସେମାନେ ଜାଣନ୍ତି ନାହିଁ। ହେ ମୋର ପୁତ୍ର, ତୁମ୍ଭେ ମୋର ବାକ୍ୟ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦେଇ ମୋ’ କଥା ଶୁଣ। ମୋର ବାକ୍ୟ ପ୍ରତି ବିମୁଖ ହୁଅ ନାହିଁ। ମୋର ବାକ୍ୟସବୁ ସର୍ବଦା ସ୍ମରଣ କର। ମୋର ବାକ୍ୟ ଯେଉଁମାନେ ଗ୍ରହଣ କରନ୍ତି, ସେମାନେ ଧନ୍ୟ। ସେମାନେ ସ୍ୱଚ୍ଛତା ଦ୍ୱାରା ଅଙ୍ଗକୁ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି। ତୁମ୍ଭର ହୃଦୟକୁ ଅତି ଯତ୍ନର ସହ ପରିଗ୍ଭଳିତ କର। ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ। ତୁମ୍ଭର ମୁଖରୁ ଅସତ୍ୟ ବାକ୍ୟ ବାହାରି ନ ଆସୁ। ମିଥ୍ୟା କୁହ ନାହିଁ। ଲକ୍ଷ୍ୟସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ୱୟକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ। ଧାର୍ମିକଠାରୁ ତୁମ୍ଭକୁ ଦୂରେଇ ନିଅ ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ। ବ୍ୟଭିଗ୍ଭର ନିବାରଣର ଜ୍ଞାନ ହେ ମୋର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ। ମୋର ବୁଦ୍ଧି ପାଇଁ କାନ ଡେର। ତେବେ ତୁମ୍ଭେ ଚତୁର ହେବ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ। ପର ସ୍ତ୍ରୀ ସୁନ୍ଦର ହୋଇପାରେ, ତା’ର ମୁଖରୁ ମଧୁର ବାକ୍ୟ ଶୁଣାଯାଏ। କିନ୍ତୁ ଶେଷରେ ସେ ତିକ୍ତତା ଓ ଯନ୍ତ୍ରଣା ଆଣିବ। ଯନ୍ତ୍ରଣା ଯାହା ବିଷତୁଲ୍ୟ ଓ ତୀ‌କ୍ଷ୍‌ଣ ଖଣ୍ଡାତୁଲ୍ୟ ଆଘାତ କରେ। ସେ ହେଉଛି ମୃତ୍ୟୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନେଇଯିବ। ତା’ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର। ବର୍ତ୍ତମାନ ପୁତ୍ରମାନେ, ମୋର ବାକ୍ୟ ଶ୍ରବଣ କର। ମୋର ବାକ୍ୟ ପାଶୋର ନାହିଁ। ସେହି ସ୍ତ୍ରୀଠାରୁ ତୁମ୍ଭେ ଦୂରେଇ ରୁହ। ଏପରିକି ତା’ର ଗୃହର ଦ୍ୱାର ନିକଟକୁ ମଧ୍ୟ ଯାଅ ନାହିଁ। ଯଦି ତୁମ୍ଭେ ତାହା କର, ତେବେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦୟଲୋକମାନେ ସବୁକିଛି ନେଇଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ଯ୍ୟ କରି ସଂଗ୍ରହ କରିଥିବ। ଅପରିଚିତ ଲୋକମାନେ ତୁମ୍ଭ ବଳରେ ବଳୀୟାନ ହେବେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ। ଜୀବନର ଶେଷ ଭାଗରେ ତୁମ୍ଭର ମାଂସ ଓ ଶରୀର କ୍ଷୟ ପାଇବ। ତୁମ୍ଭେ ସେତେବେଳେ ବିଳାପ କରିବ। ସେତେବେଳେ ତୁମ୍ଭେ କହିବ, “କାହିଁକି ମୁଁ ମୋର ପିତାଙ୍କ କଥା ଶୁଣିଲି ନାହିଁ। ମୁଁ କାହିଁକି ମୋର ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହେବାକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି। *** ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ଯନ୍ତ୍ରଣା ଜନସମାବେଶ ଆଗରେ ପଡ଼ିଲି।” ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ। ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିଯିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ। ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ। ତୁମ୍ଭର ନିର୍ଝର ଆଶୀର୍ବାଦରେ ପ୍ରାପ୍ତ ହେଉ। ତୁମ୍ଭେ ସେହି ସ୍ତ୍ରୀକୁ ଉପଭୋଗ କର ଯାହାକୁ ଯୌବନକାଳରେ ବିବାହ କରିଥିଲ। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି ତା’ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା’ର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। ହେ ମୋ’ ପୁତ୍ର ପରକୀୟା ସ୍ତ୍ରୀଠାରେ ପାଗଳ ହୁଅ ନାହିଁ। ବ୍ୟଭିଗ୍ଭରିଣୀର ଘନିଷ୍ଟତାକୁ ଆଲିଙ୍ଗନ କର ନାହିଁ। ସଦାପ୍ରଭୁ ମନୁଷ୍ୟର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ ପଥକୁ ସମାନ କରନ୍ତି। ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା’ର ନିଜ ପାପ ରୂପକ ଦୌଡ଼ିରେ ବନ୍ଧା ହେବ। ସେ ତା’ର ନିର୍ବୋଧତା ଦ୍ୱାରା ବିପଥଗାମୀ ହେବ। ସେ ଶୃଙ୍ଖଳାର ଅଭାବ ଯୋଗୁଁ ମୃତ୍ୟୁବରଣ କରିବ। ଋଣରେ ମଧ୍ୟସ୍ଥି ହୁଅ ନାହିଁ ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ? ଯଦି ତୁମ୍ଭେ କର, ତେବେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ୱାରା ଫାନ୍ଦରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାଯାଇ ଅଛ। ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ। ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ଯାଅ ନାହିଁ। ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି। ଅଳସୁଆ ପଣିଆର ବିପଦଗୁଡ଼ିକ ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର। ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି। ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି। ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ? ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।” କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା’ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ। ପାପାଧମ ବ୍ୟକ୍ତି ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି। ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। ତା’ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ। କିନ୍ତୁ ତା’ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ। ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ। ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା, ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ। ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବେଗଗାମୀ ଚରଣ। ମିଥ୍ୟା ସାକ୍ଷୀ, ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ। Warning Against Adultery ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ। ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନେବ। ସେମାନଙ୍କର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଗ୍ଭଟୁବାକ୍ୟଠାରୁ ଦୂରେଇ ରଖୁ। ତୁମ୍ଭ ହୃଦୟରେ ସେହି ସୁନ୍ଦର ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ତା’ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ। ବ୍ୟଭିଗ୍ଭରିଣୀକୁ ପାଉଁରୋଟୀର ଦାମ ଦେବାକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦେବାକୁ ପଡ଼ିବ। ଯଦି କେହି ଲୋକ ତା’ର ବକ୍ଷ ଦେଶରେ ନିଆଁ ରଖିବ, ତେବେ ତାହା ପୋଡ଼ି ଯିବ। ଯଦି କେହି ଲୋକ ଜ୍ୱଳନ୍ତା ଅଙ୍ଗାର ଉପରେ ଗ୍ଭଲେ, ତେବେ ତା’ର ପାଦ ପୋଡ଼ିଯିବ। ଏହା ଠିକ୍ ସେହିପରି ହେବ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶୟନ କରିବ। ଯେକେହି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ଯାଇପାରିବ ନାହିଁ। ଭୋକିଲା ଯୋଗୁଁ ଯଦି ଗ୍ଭେରି କରେ। ତେବେ ଲୋକେ ତାକୁ ଘୃଣା କରିବେ। ମାତ୍ର ଯଦି ଧରାପଡ଼େ, ତେବେ ତାକୁ ସାତଗୁଣ ଫେରାଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ହେବ। ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା’ର ନିଜର ବିନାଶ ଆଣିବ। ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା’ର କଳଙ୍କ ମାର୍ଜିତ ହେବ ନାହିଁ। ସେହି ସ୍ତ୍ରୀର ସ୍ୱାମୀ ନିତାନ୍ତ ଈର୍ଷାପରାୟଣ ହେବ। ତା’ର ସ୍ୱାମୀ ନିତାନ୍ତ କ୍ରୋଧତ ହେବ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ। ଯେକୌଣସି ମୂଲ୍ୟ ତା’ର କ୍ରୋଧକୁ ଶାନ୍ତ କରି ପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା’ର କ୍ରୋଧ ଶାନ୍ତ ହେବ ନାହିଁ। ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ। ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର। ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ। ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର। ତେବେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ୟଭିଗ୍ଭରିଣୀ ସ୍ତ୍ରୀଙ୍କଠାରୁ ମଧ୍ୟ ରକ୍ଷା କରିବ। ଦିନେ ମୁଁ ମୋର ଝରକା ଜାଲିପରଦା ଦେଇ ଗ୍ଭହୁଁଥିଲି। ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି। ସେ ବ୍ୟଭିଗ୍ଭରିଣୀ ଗୃହ ନିକଟସ୍ଥ ଗଳି ଦେଇ, ଯିବା ବେଳେ ତା’ର ଗୃହକୁ ଥିବା ପଥରେ ଗ୍ଭଲିଲା। ଏହା ଥିଲା ସୂର୍ଯ୍ୟାସ୍ତ ହେବା ସମୟର। ସନ୍ଧ୍ୟା ଆରମ୍ଭ ହେଉଥିଲା। ସେହି ସ୍ତ୍ରୀ ତା’ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ୟାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦୟରେ ଚତୁରୀ ଥିଲା। ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା ଥିଲା। ତା’ର ପାଦ ଆଦୌ ଗୃହରେ ରହୁ ନ ଥିଲା। ସେ କେତେବେଳେ ରାସ୍ତାର ଉପରେ ଥାଏ, କେତେବେଳେ ଛକରେ ଥାଏ। ସେ ପ୍ରତ୍ୟେକ କୋଣରେ ଛଳନାର ସହିତ ଅପେକ୍ଷା କରେ। ସେହି ସ୍ତ୍ରୀ ଜଣକ ସେହି ଯୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖରେ କହିଲା, ମଙ୍ଗଳାର୍ଥକ ବଳି ଅଛି। “ଆଜି ମୁଁ ମୋର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି। ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି। ମୁଁ ସୃଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି। ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି। ଆସ ଆମ୍ଭେମାନେ ପ୍ରଭାତଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେବା। ମୋର ସ୍ୱାମୀ ଘରେ ନାହାନ୍ତି, ସେ ଦୂର ଯାତ୍ରା କରିଛନ୍ତି। ସେ ତୋଡ଼ାଏ ଟଙ୍କା ସାଙ୍ଗରେ ନେଇ ଯାଇଛନ୍ତି। ସେ ପୂର୍ଣ୍ଣିମା ଦିନରେ ଫେରିବେ।” ସେହି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା’ର ଗ୍ଭଟୁ ବାକ୍ୟରେ ତାକୁ ଟାଣି ନେଲା। ସେ ତା’ର ପଥ ଅନୁସରଣ କଲା, ଯେପରି ଗୋରୁ କଂସେଇଖାନାକୁ ଯାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଗ୍ଭଲି ଯାଉଥିଲା। ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା’ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି। ଏଣୁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ମୋ’ କଥାରେ ମନୋନିବେଶ କର। ତୁମ୍ଭର ହୃଦୟ ସେହି ବେଶ୍ୟାମାନଙ୍କର ପଛରେ ନ ରହୁ। ତୁମ୍ଭେ ତା’ର ପଥରେ ବିପଥଗାମୀ ହୁଅ ନାହିଁ। ସେ ଅନେକଙ୍କୁ କ୍ଷତବିକ୍ଷତ କରିଅଛି। ସେ ମଧ୍ୟ ଅନେକଙ୍କୁ ହତ୍ୟା କରିଅଛି। ତା’ର ଗୃହ ସିଧାସଳଖ କବରକୁ ଯିବା ପାଇଁ ବାଟ। ଯାହା ମୃତ୍ୟୁର ଆଳୟକୁ ଯାଏ। ଜ୍ଞାନ ଓ ଉତ୍ତମ ସ୍ତ୍ରୀ ଶୁଣ, ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡାକୁଛନ୍ତି। ମୋ’ ପଥ ପାର୍ଶ୍ୱସ୍ଥ ଉଚ୍ଚସ୍ଥାନରେ ଠିଆ ହୁଏ। ସେ ପ୍ରତ୍ୟେକ ସଂଯୋଗ ରାସ୍ତାରେ ଠିଆ ହୁଏ। ସେ ନଗରଦ୍ୱାର ନିକଟରେ ଠିଆ ହୁଏ ଏବଂ ଡାକେ। ଜ୍ଞାନୀ କହେ, “ହେ ମନୁଷ୍ୟଗଣ ମୁଁ ତୁମ୍ଭମାନଙ୍କୁ ଡାକୁଅଛି। ମୁଁ ପ୍ରତ୍ୟେକ ଲୋକଙ୍କୁ ଡାକେ। ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭେମାନେ ସୁବିବେଚନା କର। ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷୟ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମୋ’ ପାଟିରୁ ବାହାରିବ। ମୋର ବାକ୍ୟସବୁ ସତ୍ୟ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ। ମୁଁ ଯାହା କହେ, ତାହା ସତ୍ୟ ଓ ଯଥାର୍ଥ। ମୋର ବାକ୍ୟରେ ମିଥ୍ୟା କିମ୍ବା କୁଟିଳତା ନ ଥାଏ। ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ। ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ। ମୋର ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ୟବାନ୍। ଏହା ମଧ୍ୟ ଗିନି ସୁନାଠାରୁ ମୂଲ୍ୟବାନ୍। ଜ୍ଞାନ ମୁକ୍ତାଠାରୁ ମୂଲ୍ୟବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ୟବାନ। ଜ୍ଞାନ କ’ଣ କରିପାରେ “ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ। ଯଦି କେହି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତେବେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ। ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋ’ଠାରେ ଥାଏ। ମୁଁ ହିଁ ‘ସୁବିବେଚନା’ ମୋ’ଠାରେ ବଳ ଅଛି। ମୋ’ ମାଧ୍ୟମରେ ରାଜାମାନେ ରାଜତ୍ୱ କରନ୍ତି। ଶାସନକର୍ତ୍ତାମାନେ ମୋ’ ଦ୍ୱାରା ଯଥାର୍ଥ ବିଗ୍ଭର କରନ୍ତି। ମୋ’ ଦ୍ୱାରା ରାଜକୁମାରୀ ଏବଂ ଶ୍ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି। ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମୋର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଆନ୍ତି। ମୋ’ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ୟର ସମ୍ପତ୍ତି ଓ ଧାର୍ମିକତା ଦେଉଛି। ମୋର ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମୋର ଆୟୁ ରୂପା ଅପେକ୍ଷା ଉତ୍ତମ ଅଟେ। ମୁଁ ଧାର୍ମିକତାର ମାର୍ଗରେ, ବିଗ୍ଭରର ପଥ ମଧ୍ୟରେ ଗମନ କରେ। ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରେ। “ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାଙ୍କ କର୍ମ ସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। ଅନାଦିକାଳରୁ ଅବା ଆଦ୍ୟ କାଳାବଧି, ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। ଯେତେବେଳେ ଗଭୀର ସମୁଦ୍ର ନ ଥିଲା, ଏବଂ ଯେତେବେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହୋଇଥିଲି। ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରୁ, ମୁଁ ଜନ୍ମ ହୋଇଥିଲି। ସେସମୟରେ ଭୂମି କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ। ଯେଉଁ ସମୟରେ ସେ ସ୍ୱର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ। ସେ ସମୟରେ ମୁଁ ସେଠାରେ ଥିଲି। ସେ ମେଘକୁ ଆକାଶରେ ଝୁଲାଇଲେ, ଯେତେବେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ। ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପାରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ। ସେହି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି। ସେ ସୃଷ୍ଟି କରିଥିବା ପୃଥିବୀରେ ମୁଁ ଉପଭୋଗ କଲି। ମୋର ଆନନ୍ଦ ଲୋକମାନଙ୍କ ସହିତ ଥିଲା। “ଏଥିପାଇଁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ଯଦି ତୁମ୍ଭେମାନେ ମୋର ପଥ ଧରିବ, ତୁମ୍ଭେ ଧନ୍ୟ ହେବ। ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ୟ କର ନାହିଁ। ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ। ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ। ଯେଉଁ ଲୋକ ମୋତେ ପାଏ, ସେ ଜୀବନ ପାଏ। ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ। କିନ୍ତୁ ଯେ ମୋର ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁସବୁ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭୟ କରନ୍ତି।” ଜ୍ଞାନୀ ଏବଂ ଦୁଷ୍ଟ ଜ୍ଞାନ ତା’ର ଗୃହ ନିର୍ମାଣ କରିଅଛି। ସେ ତା’ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।” ଜଣେ ଯିଏ ଗୋଟିଏ ମନୁଷ୍ୟକୁ ଭର୍ତ୍ସନା କରେ, ଯିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ। ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। ଯଦି ଜ୍ଞାନୀକୁ ଉପଦେଶ ଦେବ ସେ ଆହୁରି ଜ୍ଞାନବାନ ହେବ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ୟକ୍ତିକୁ ଶିକ୍ଷା ଦେବ, ତା’ର ପାଣ୍ଡିତ୍ୟ ବୃଦ୍ଧି ପାଇବ। ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ୱରୂପଙ୍କ ବିଷୟକ ଜ୍ଞାନର ସୁବିବେଚନା ଅଟେ। କାରଣ ମୋ’ ଦ୍ୱାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବୀ ହେବ। ଯଦି ତୁମ୍ଭେ ଜ୍ଞାନୀ ଅଟ, ତେବେ ନିଜକୁ ନିଜେ ତୁମ୍ଭେ ଲାଭବାନ ହେବ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ। Foolishness­-the Othe Woman ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ୱରରେ ନିର୍ବୋଧ ବିଷୟରେ କହେ। ସେ କିଛି ବୁଝିପାରେ ନାହିଁ। ସେ ଆପଣା ଗୃହଦ୍ୱାର ନିକଟରେ ଓ ନଗରରେ ଉଚ୍ଚ ସ୍ଥାନରେ ଆସନ ପାରି ବସିବ। ଯେତେବେଳେ ଲୋକମାନେ ନିଜ ନିଜ ପଥରେ ସଳଖ କରିଯା’ନ୍ତି, ସେହି ପଥିକମାନଙ୍କୁ ଡାକି କହେ, “ଯେ ଅବୋଧ ସେ ଏଠାକୁ ଆସୁ,” ସେ ମୂର୍ଖ ଲୋକକୁ ଏହି କଥା କହେ। କିନ୍ତୁ ସେ କହେ, “ଯଦି ତୁମ୍ଭେ ଜଳ ଗ୍ଭେରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଗ୍ଭେରି କର, ତାହା ତୁମ୍ଭ ନିଜ ଦ୍ୱାରା ପ୍ରସ୍ତୁତ ରୋଟୀଠାରୁ ସ୍ୱାଦିଷ୍ଟ।” ସେହି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ରେତାତ୍ମା ତା’ର ଗୃହରେ ଅଛି ବୋଲି, ଏବଂ ତା’ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି ବୋଲି। ଶଲୋମନଙ୍କର ହିତୋପଦେଶ ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତୋପଦେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା’ର ମାତାର ଦୁଃଖ ବଢ଼ାଏ। ଯଦି ଜଣେ କୁକର୍ମ କରି ଧନ ଅର୍ଜ୍ଜନ କରେ, ତେବେ ତାହା କାର୍ଯ୍ୟରେ ଲାଗେ ନାହିଁ। ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ। ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ୟକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି। ଅଳସୁଆ ଦରିଦ୍ର ହେବ; ପରିଶ୍ରମୀ ଲୋକ ଧନୀ ହେବ। ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ୟ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ୟକ୍ତି ଏହି ସମୟରେ ଶୋଇପଡ଼େ, ତାହା ଲଜ୍ଜାଜନକ। ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୁଏ। ଧାର୍ମିକ ଲୋକମାନେ ଆଦର ସହକାରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ୟକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ। ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ଯୁକ୍ତି କରେ ଓ ନିଜକୁ ବିପର୍ଯ୍ୟୟ ଆଡ଼କୁ ଟାଣିନିଏ। ଜଣେ ସଚ୍ଚୋଟ ବ୍ୟକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିଯାଏ। ଜଣେ ଯିଏ ସତ୍ୟକୁ ଲୁଗ୍ଭଏ, ସେ ଅସୁବିଧାର କାରଣ ଅଟେ। ଜଣେ ଯିଏ ଖୋଲାଖୋଲି ଭାବରେ କଥା କୁହେ, ଶାନ୍ତି ବିରାଜିତ କରେ। ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର, କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ୟ ବଢ଼ାଏ। ହିଂସା କଳି ଆଣେ, କିନ୍ତୁ ପ୍ରେମ ସବୁ ଅଧର୍ମକୁ କ୍ଷମା କରେ। ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି। ଜ୍ଞାନୀମାନେ ଜ୍ଞାନ ସଞ୍ଚୟ କରନ୍ତି, କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ। ଧନୀ ଲୋକର ଧନ ତା’ର ଦୃଢ଼ ନଗର ସଦୃଶ, କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସେମାନଙ୍କର ବିନାଶ ଆଣେ। ଧାର୍ମିକର ପରିଶ୍ରମ ପୁଣ୍ୟଜନକ, ପୁଣି ଅଧାର୍ମିକର ଆୟ ପାପଜନକ। ଯେଉଁ ବ୍ୟକ୍ତି ଉପଦେଶ ଶୁଣେ, ସେ ଜୀବନ ପଥରେ ଆଗେଇ ଗ୍ଭଲେ, କିନ୍ତୁ ଯେଉଁ ବ୍ୟକ୍ତି ଅନୁଯୋଗ ତ୍ୟାଗ କରେ, ସେ ଲୋକମାନଙ୍କୁ କୁପଥରେ ନିଏ। ଯେ ହିଂସା ଆଚରଣ କରେ, ତା’ର ଓଷ୍ଠାଧର ମିଥ୍ୟାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ। ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ୍। ଧାର୍ମିକ ପୁରୁଷମାନଙ୍କର ବାକ୍ୟଗୁଡ଼ିକ ମନୋନୀତ ରୂପାତୁଲ୍ୟ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ୟ ନ ଥାଏ। ଧାର୍ମିକର ଓଷ୍ଠାଧର, ଅନେକଙ୍କୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନୀମାନେ ନିର୍ବୋଧତା କାରଣରୁ ମୃତ୍ୟୁବରଣ କରନ୍ତି। ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ। କୁକର୍ମ କରିବା ନିର୍ବୋଧର ଆନନ୍ଦ, ସେହିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର। ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆଯାଇଥାଏ। ଯେତେବେଳେ ଘୂର୍ଣ୍ଣିବାୟୁ ବହେ, ଦୁଷ୍ଟ ଲୋକ ଅନ୍ତର୍ଦ୍ଧାନ ହୋଇଯିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାୟୀ ସ୍ୱରୂପ ରହେ। ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସେହିପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ, ସଦାପ୍ରଭୁଙ୍କ ବିଷୟକ ଭୟର ଦିନ ବଢ଼ାଏ! ମାତ୍ର ଦୁଷ୍ଟର ବର୍ଷ ଶେଷ କରାଯିବ। ଧାର୍ମିକ ଲୋକମାନେ ଆଶା କରୁଥିବା ଆନନ୍ଦ ଆଣିଦିଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଆଶା ଧ୍ୱଂସ ପାଇବ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି। ଧାର୍ମିକ ଲୋକମାନେ ନିରାପଦରେ ରହିବେ, କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦେଶରୁ ବାହାର କରି ଦିଆଯିବ। ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ୱା ଉଚ୍ଛିନ୍ନ ହେବ। ଧାର୍ମିକ ଲୋକମାନେ କ’ଣ କହିବାକୁ ହେବ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧାରେ ପକାଏ। ସଦାପ୍ରଭୁ ମିଥ୍ୟାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ୍ ଓଜନକୁ ଭଲ ପାଆନ୍ତି। ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ। ସତ୍ୟପ୍ରିୟ ଲୋକମାନଙ୍କର ସରଳତା ସେମାନଙ୍କୁ ପଥ ଦେଖାଇବ, କିନ୍ତୁ ବିଶ୍ୱାସଘାତ ଲୋକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ। ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହେବ। କିନ୍ତୁ ଦୁଷ୍ଟର ଦରଜା ସେମାନଙ୍କ ଦୁଷ୍ଟତା ଦ୍ୱାରା ଧ୍ୱଂସ ହେବ। ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ। କିନ୍ତୁ ବିଶ୍ୱାସଘାତକ ଲୋକ ସେମାନଙ୍କ ଅଭିଳାଷ ଦ୍ୱାରା ଧରା ପଡ଼ିବେ। ଯେତେବେଳେ ଦୁଷ୍ଟ ମରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ୱଂସ ହୁଏ। ଜଣେ ଧାର୍ମିକ ମନୁଷ୍ୟ ସମସ୍ୟାରୁ ରକ୍ଷା ପାଏ ଏବଂ ତା ବଦଳରେ ଏହା ଦୁଷ୍ଟ ମନୁଷ୍ୟ ଉପରକୁ ଆସେ। ଜଣେ ଦୁଷ୍ଟ ମନୁଷ୍ୟ ତା’ର କୁବାକ୍ୟଗୁଡ଼ିକରେ ତା’ର କୁମୁଖରେ ପ୍ରତିବାସୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ଜ୍ଞାନର ସହିତ ସେମାନଙ୍କୁ ରକ୍ଷା କରନ୍ତି। ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ। ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତେବେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ। ଯିଏ ଆପଣାର ପ୍ରତିବାସୀକୁ ତାଛଲ୍ୟ ମନୋଭାବ ଦେଖାଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହୋଇ ରହେ। କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ଯାଏ ବିଶ୍ୱାସରେ ବିଶ୍ୱାସଘାତକତା କରେ। କିନ୍ତୁ ଜଣେ ବିଶ୍ୱସନୀୟ ଲୋକ ଗୁପ୍ତକଥା ଲୁଗ୍ଭଇ ରଖେ। ଗୋଟିଏ ଜାତି ଠିକ୍ ଦେଖାଶୁଣା ଅଭାବ ଯୋଗୁଁ ଧ୍ୱଂସ ହୋଇଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ୱାରା ସଫଳତା ଆସିଥାଏ। ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ୟ କ୍ଳେଶ ପାଏ। ମାତ୍ର ଲଗା ହେବାକୁ ଯେ ଘୃଣା କରେ ସେ ନିରାପଦ ଥାଏ। ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରଖେ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି। ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦୟ ସେ ଆପଣା ଶରୀରକୁ ଦୁଃଖ ଦିଏ। ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି। ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ। ଜଣେ ପ୍ରବଞ୍ଚକ ମନୁଷ୍ୟ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ହୁଏ, କିନ୍ତୁ ଯିଏ ନିଷ୍ଠାପର ଜୀବନଯାପନ କରେ, ପ୍ରଭୁ ତାକୁ ଭଲ ପାଆନ୍ତି। ଏହା ନିଶ୍ଚିତ ସତ୍ୟ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ। ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସେହିପରି ଯେପରି ଘୁଷୁରିର ଥୋମଣିରେ ସୁବର୍ଣ୍ଣ ଥାଏ। ଧାର୍ମିକମାନଙ୍କର ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ ଅଟେ। କେହି କେହି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସେମାନେ ଉନ୍ନତି କରିବେ ଏବଂ ସେ ଯିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା’ର ଶୋଷ ମେଣ୍ଟା ହେବ। ଜଣେ ବ୍ୟକ୍ତି ଯିଏ ତା’ର ଶସ୍ୟ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦେବେ। କିନ୍ତୁ ଯେକେହି ଶସ୍ୟ ବିକ୍ରୟ କରେ ଇଚ୍ଛା ଏବଂ ନ୍ୟାୟ ସହିତ ତା’ର ମସ୍ତକକୁ ଆଶୀର୍ବାଦ ମିଳେ। ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଗ୍ଭହେଁ, ତା’ ପ୍ରତି ସେହିପରି ଘଟେ। ଆପଣା ଧନରେ ଯେ ନିର୍ଭର ରଖେ, ସେ ସତେଜ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତେଜ ପତ୍ରପରି ପ୍ରଫୁଲ୍ଲ ହେବ। ଜଣେ ଯିଏ ଆପଣା ପରିବାରକୁ ସମସ୍ୟାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ୟକ୍ତିର ଦାସ ହେବ। ଧାର୍ମିକ ବ୍ୟକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ଯିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ। ଭଲ ଲୋକମାନେ ପୃଥିବୀରେ ପୁରସ୍କୃତ ହେବେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ। ଯଦି ଜଣେ ଜ୍ଞାନୀ ହେବାକୁ ଗ୍ଭହେଁ, ସେ ତା’ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମୂର୍ଖ। ସ‌‌‌ତ୍‌‌‌ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା’ନ୍ତି। କିନ୍ତୁ ଯେଉଁ ବ୍ୟକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହେବ। କୁପଥ ଦ୍ୱାରା କେହି ସୁରକ୍ଷିତ ହେବ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦରେ ରହିବେ। ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ। ଲଜ୍ଜାଦାୟୀନୀ ସ୍ତ୍ରୀ ତା’ର ହାଡ଼ ସବୁର କ୍ଷୟ ସ୍ୱରୂପ। ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ। ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି। ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସେମାନଙ୍କ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ୟ ସେମାନେ ସ୍ମୃତିରେ ହିଁ ରହନ୍ତି। ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜି‌‌‌ଦ୍‌‌‌ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ। ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ, ଯିଏ ନିଜକୁ ମହତ୍ତ୍ୱ ବୋଲି ଛଳନା କରେ, କିନ୍ତୁ ତା’ ପାଖରେ ଯଥେଷ୍ଟ ଖାଦ୍ୟ ନ ଥାଏ। ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି। ଯେଉଁ ଲୋକ ଆପଣା ଭୂମି ଚଷେ, ସେ ଯଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ। ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ। ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ। ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହେବ। ଅଜ୍ଞାନର ପଥ ତା’ର ନିଜ ଦୃଷ୍ଟିରେ ଯଥାର୍ଥ ମାତ୍ର ଜ୍ଞାନବାନମାନେ ପରାମର୍ଶ ଶୁଣନ୍ତି। ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ; କିନ୍ତୁ ବିଜ୍ଞ ମନୁଷ୍ୟ ଅପମାନକୁ ଉପେକ୍ଷା କରେ। ସତ୍ୟବାଦୀମାନେ ନ୍ୟାୟପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ୟାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି। ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଦ୍ୱିଶାଣିତ ‌‌ଖ‌ଡ଼୍‌ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ। ମିଥ୍ୟାବାଦୀର କଥା କେବଳ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ୟତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ। ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦୟ ଆନନ୍ଦପ୍ରଦ ହୁଏ। ଧାର୍ମିକ ପ୍ରତି କୌଣସି ବିପର୍ଯ୍ୟୟ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ୟା ହେବ। ମିଥ୍ୟାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ୟ କୁହନ୍ତି, ସେମାନେ ତାଙ୍କର ସୁଖକର ଲୋକମାନେ ଅଟନ୍ତି। ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ। ଜଣେ କର୍ମଶୀଳଙ୍କ ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆଲୋକ ଦାସ ହେବ। ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ। ଧାର୍ମିକ ଲୋକ ଆପଣା ପ୍ରତିବାସୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ। ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମର ପକ୍ଷରେ ରହେ। ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗରେ ମୃତ୍ୟୁ ନ ଥାଏ। ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକାରେ ଶୁଣେ, କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ। ଉତ୍ତମ ଲୋକମାନେ ସେମାନଙ୍କର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି, ମାତ୍ର ବିଶ୍ୱାସଘାତକ ଲୋକମାନେ ହିଂସାରୁ ଭୋଗ କରୋ ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା’ର ଜୀବନ ରକ୍ଷା କରେ, ଯେ ଚିନ୍ତା ନ କରି କହେ ସେ ବିନାଶ ପ୍ରାପ୍ତ ହୁଏ। ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା’ର ଇଚ୍ଛାନୁସାରେ ଫଳ ଭୋଗ କରେ। ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ, ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ। ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ, ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ। କେହି କେହି ଆପଣାକୁ ଧନୀ ବୋଲି ପରିଚୟ ଦିଅନ୍ତି। କିନ୍ତୁ ତା’ର କିଛି ନ ଥାଏ, ମାତ୍ର କେତେକଙ୍କର ଧନ ଥାଇ ମଧ୍ୟ ସେମାନେ ଦରିଦ୍ର ପରି ଆଚରଣ କରନ୍ତି। ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ ସ୍ୱରୂପ, ମାତ୍ର ଦରିଦ୍ରଲୋକ ଧମକ ଶୁଣେ ନାହିଁ। ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ୱଳ ପରି ଆଲୋକ ଦିଏ। ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି। ଅସତ୍ୟ ଉପାୟରେ ଅର୍ଜିଥିବା ଧନ ଧ୍ୱଂସ ପାଇବ, ମାତ୍ର ସତ୍ୟ ଅର୍ଜିତ ଧନ ବୃଦ୍ଧି ପାଇବ। ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ, ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ୱରୂପ। ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ। ଜ୍ଞାନୀ ଲୋକର ଶିକ୍ଷା ଜୀବନରେ ଝର ସ୍ୱରୂପ ଅଟେ, ସେ ମୃତ୍ୟୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ। ଜଣେ ମନୁଷ୍ୟ ଯିଏ ଭଲ ଉପଦେଶ ଦିଏ ଅନୁଗ୍ରହ ଲାଭ କରେ, କିନ୍ତୁ ପ୍ରତାରକଗଣ ସେମାନଙ୍କୁ ବିପର୍ଯ୍ୟୟକୁ ଆଗେଇ ନିଅନ୍ତି। ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ। ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ, ମାତ୍ର ବିଶ୍ୱସ୍ତ ଦୃଢ଼ ସ୍ୱାସ୍ଥ୍ୟଜନକ। ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। ମାତ୍ର ଯେ ଅନୁଯୋଗ ଗ୍ରହଣ କରେ, ସେ ମର୍ଯ୍ୟାଦା ପାଏ। ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ୟାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷୟ। ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହେବ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ। ପାପୀମାନଙ୍କ ପଛରେ ମନ୍ଦ ଅନୁସରଣ କରେ, ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ। ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ। ଯେଭଳି ଗରିବ ଲୋକ ତା’ର ଜମି ଗ୍ଭଷ କରେ ସେ ପ୍ରଚୁର ଶସ୍ୟ ପାଇପାରେ, କିନ୍ତୁ ଅନ୍ୟାୟ କାରଣରୁ ଏହା ବିନାଶ ହୁଏ। ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ରେମ କରେ, ସେ ଯଥା ସମୟରେ ଶାସ୍ତି ପାଏ। ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ। ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା’ର ଅଜ୍ଞାନତାରେ ସ୍ୱହସ୍ତରେ ତା’ର ଗୃହକୁ ଧ୍ୱଂସ କରେ। ଯେଉଁ ଜନ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ, ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ। ଅଜ୍ଞାନର କଥା ସର୍ବଦା ସମସ୍ୟା ଆଣେ, କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ। ଯଦି ଗୋରୁଗୁଡ଼ିକ ସେଠାରେ ନାହାନ୍ତି, କାର୍ଯ୍ୟ ପାଇଁ ଶସ୍ୟ ଘର ଶୂନ୍ୟ ଅଟେ, ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ। ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, ମାତ୍ର ମିଥ୍ୟାବାଦୀ ସାକ୍ଷୀ ମିଥ୍ୟାଚରଣ କରେ। ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ, ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ୟା ସହଜ ଅଟେ। ମୂର୍ଖ ଲୋକର ବନ୍ଧୁ ହୁଅ ନାହିଁ, ତା’ଠାରୁ ଶିକ୍ଷା ପାଇବାକୁ କିଛି ନ ଥାଏ। ଚତୁର ଲୋକମାନେ ଜ୍ଞାନୀ, କାରଣ ସେମାନେ ଯେପରି ଭାବରେ ରହନ୍ତି, ସେପରି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସେହି କଥା ଭାବନ୍ତି। ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି, ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ। ଯଦି ଜଣେ ଲୋକ ଦୁଃଖ କରେ, ତା’ର ଅନ୍ତରର ବେଦନା ଅନ୍ୟ କେହି ଜାଣନ୍ତି ନାହିଁ; ସେହିପରି ଜଣେ ଲୋକ ଆନନ୍ଦ ପାଇଲେ ତା’ର ଆନନ୍ଦ ଅନ୍ୟ କେହି ଅନୁଭବ କରିପାରେ ନାହିଁ। ଦୁଷ୍ଟମାନଙ୍କର ଗୃହ ନିପାତ ହେବ, ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହେବ। ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ। ଏପରିକି ହସୁଥିବା ବେଳେ ହୃଦୟ ବ୍ୟଥା କରିପାରେ ଏବଂ ଖୁସୀର ସମାପ୍ତି ଦୁଃଖର ହୋଇପାରେ। ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ। ନିର୍ବୋଧ ଯାହାସବୁ ଶୁଣେ, ବିଶ୍ୱାସ କରେ, ମାତ୍ର ଜ୍ଞାନୀମାନେ ପ୍ରତ୍ୟେକ କଥାକୁ ଅନୁଶୀଳନ କରନ୍ତି। ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଅନ୍ତି। ଜଣେ ଯିଏ ହଠାତ୍ କ୍ରୋଧିତ ହୁଏ, ମୂର୍ଖାମୀର କାର୍ଯ୍ୟ କରେ, କିନ୍ତୁ ଜଣେ ବ୍ୟକ୍ତି ଯିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ। ଅନଭିଜ୍ଞ ଲୋକମାନେ ନିର୍ବୋଧ ହୋଇ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନରେ ବିଭୂଷିତ ହେବେ। ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗରେ ପରାସ୍ତ ହୋଇ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗରେ ମଥାନତ କରିବେ। ଦରିଦ୍ର ଆପଣା ପ୍ରତିବାସୀରେ ହିଁ ଘୃଣିତ ହୁଅନ୍ତି, ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି। ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ। ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସେମାନେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସେଠାରେ ସତ୍ୟ ଓ ଦୟା ଥାଏ। ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଗ୍ଭଲୁରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ। ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା। ସତ୍ୟ ସାକ୍ଷୀ ତା’ର ପ୍ରାଣ ରକ୍ଷା କରେ, ମାତ୍ର ମିଥ୍ୟା ପ୍ରବଞ୍ଚନା ଜନକ। ସଦାପ୍ରଭୁ ବିଷୟକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସେଠାରେ ଆଶ୍ରୟସ୍ଥାନ ପାଇବେ। ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ୱରୂପ। ଏହା ମୃତ୍ୟୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ। ଅଧିକ ଜନସଂଖ୍ୟା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ। ଯେ କ୍ରୋଧରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ଯିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ। ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ, ପୁଣି ଈର୍ଷା ହାଡ଼ର କ୍ଷୟ ସ୍ୱରୂପ। ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା’ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ଯିଏ ଦରିଦ୍ରକୁ ଦୟାକରେ, ସେ ତା’ର ନିର୍ମାଣ କର୍ତ୍ତା ସମ୍ମାନ ବ୍ୟକ୍ତି ହୁଏ। ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ। ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ, ମାତ୍ର ମୂର୍ଖମାନଙ୍କ ମଧ୍ୟରେ ଏହା ନ ଥାଏ। ଧାର୍ମିକତା ରାଜ୍ୟକୁ ଉନ୍ନତି ଆଣିଥାଏ, ମାତ୍ର ପାପ ଯେକୌଣସି ଦେଶର ଅପମାନ ଅଟେ। ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି। କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ। ଜଣେ ଜ୍ଞାନୀ ଲୋକ ତା’ର ଚିନ୍ତାଧାରା ଭଲ ଭାବରେ କହିପାରେ, କିନ୍ତୁ ନିର୍ବୋଧ ନିର୍ବୋଧତାକୁ ବଖାଣେ। ସଦାପ୍ରଭୁ ସର୍ବଦା ସବୁଠାରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ୟ ନୀରିକ୍ଷଣ କରନ୍ତି। ଶାନ୍ତିର ବାକ୍ୟ ଜୀବନର ବୃକ୍ଷ ସ୍ୱରୂପ, ମାତ୍ର କୁଟିଳ ବାକ୍ୟ ଆତ୍ମା ନଷ୍ଟ କରେ। ଅଜ୍ଞାନ ଆପଣା ପିତାର ଶାସନକୁ ଅବହେଳା କରେ, ମାତ୍ର ବିଜ୍ଞୋଚିତ ବ୍ୟକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି। ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆୟରେ ସବୁବେଳେ କଷ୍ଟ ଥାଏ। ଜ୍ଞାନୀମାନଙ୍କର ବାକ୍ୟ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସେପରି କରେ ନାହିଁ। ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି। ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି। ଜଣେ ଯିଏ ଜ୍ଞାନର ପଥ ତ୍ୟାଗ କରେ, ପୁଣି ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମରିବ। ମୃତ୍ୟୁ ଓ ବିନାଶ ସଦାପ୍ରଭୁଙ୍କ ଆଗରେ ଖୋଲା ପଡ଼ିଥାଏ। ଲୋକମାନଙ୍କର ହୃଦୟର ଅଭିପ୍ରାୟ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା ଜଣେ ନିନ୍ଦୁକ ଅନୁଯୋଗ ପାଇବାକୁ ଭଲ ପାଆନ୍ତି ନାହିଁ। ସେମାନେ କଦାପି ଜ୍ଞାନୀ ଲୋକମାନଙ୍କ ନିକଟକୁ ଯାଆନ୍ତି ନାହିଁ। ଗୋଟିଏ ଆନନ୍ଦିତ ହୃଦୟ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦୟର ଦୁଃଖ ସହିତ, ଆତ୍ମା ଦୁଃଖୀ ହେବ ଏବଂ ଭାଙ୍ଗି ଯାଏ। ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ। ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଭୋଜି ଅଟେ। ଅଶାନ୍ତି ଯୁକ୍ତି ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପ ସମ୍ପତ୍ତି ଭଲ। ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ରେମଥିବା ସ୍ଥାନରେ ଶାକାନ୍ନ ଭଲ। କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ଧୈର୍ଯ୍ୟ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ। ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ। ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ। ନିର୍ବୋଧ ପ୍ରତି, ଅଜ୍ଞାନତା କୌତୁହଳପୂର୍ଣ୍ଣ, ମାତ୍ର ବୁଦ୍ଧିମାନ୍ ଲୋକ ଆପଣା ଗତି ଯଥୋଚିତ୍ କରନ୍ତି। ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ୱାରା ତାହା ସ୍ଥିରୀକୃତ ହୁଏ। ଉତ୍ତମ ଉତ୍ତର ଦେଇ ଜଣେ ଆନନ୍ଦ ପାଏ, କିନ୍ତୁ କେତେ ଭଲ ଯଥୋଚିତ କଥା ଯଥୋଚିତ ସମୟରେ ଅଟେ। ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ। ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ। ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ୟ ଅଟେ। ମାତ୍ର ସ୍ୱଳ୍ପ କଥା ଆନନ୍ଦ ଦାୟକ। ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ। ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କହେ। ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥା’ନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି। ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଗ୍ଭର ଅସ୍ଥିଗୁଡ଼ିକୁ ପୁଷ୍ଟି ଯୋଗାଏ। ଯେଉଁ କର୍ଣ୍ଣ ଜୀବନ ଦାୟକ ଅନୁଯୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ। ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ। ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। ମନୁଷ୍ୟ କଳ୍ପନା କରେ। କିନ୍ତୁ ନିର୍ଣ୍ଣୟ ସଦାପ୍ରଭୁଙ୍କ ପାଖରୁ ଆସେ। ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି। ସଦାପ୍ରଭୁଙ୍କଠାରେ ତୁମ୍ଭର ସମସ୍ତ କାର୍ଯ୍ୟ ସମର୍ପଣ କର। ତେବେ ତୁମ୍ଭେ ସବୁ କାର୍ଯ୍ୟରେ ଜୟଯୁକ୍ତ ହେବ। ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଗ୍ଭରରେ ଦୁଷ୍ଟମାନେ ବିନାଶ ହେବେ। ସଦାପ୍ରଭୁ ସେହିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦେହରେ ଦଣ୍ଡିତ କରିବେ। ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ ହୁଏ। ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି। ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା’ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି। ଅନ୍ୟାୟରେ ପ୍ରଚୁର ରୋଜଗାର ଅପେକ୍ଷା, ଧାର୍ମିକତାରେ ଅଳ୍ପ ରୋଜଗାର ହିଁ ଭଲ ଅଟେ। ମନୁଷ୍ୟର ମନ ଆପଣାର ପଥ ବିଷୟରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଗ୍ଭଲିବାକୁ ନିର୍ଦ୍ଦେଶ କରନ୍ତି। ଯେତେବେଳେ ରାଜା ଯାହା କହନ୍ତି ତାହା ନିୟମ ହୋଇଯାଏ। ତେଣୁ ତା’ର ବିଗ୍ଭର ସ୍ୱଚ୍ଛ ହେବା ଉଚିତ୍। ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ୟବହାର କରିବାକୁ ବଟଖରାସବୁ ତିଆରି କଲେ। କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷୟ, ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ। ଧର୍ମଯୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସେମାନେ ଯଥାର୍ଥ କରନ୍ତି ଯେଉଁମାନେ ପ୍ରେମ କରନ୍ତି। ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ। ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶେଷ ବର୍ଷାର ମେଘସ୍ୱରୂପ। ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବେଚନା ପାଇବା ରୂପାଠାରୁ ଅଧିକ ମୂଲ୍ୟବାନ। ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂରରେ। ଯେଉଁ ଲୋକ ଆପଣା ପଥ ଜଗି ଗ୍ଭଲେ, ସେ ଆପଣା ପ୍ରାଣ ରକ୍ଷା କରେ। ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ। ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହେବା ଭଲ। ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, ସେ ସାଫଲ୍ୟ ଅର୍ଜ୍ଜନ କରେ। ପୁଣି ସେହି ଲୋକ ଧନ୍ୟ ଯେ ସଦାପ୍ରଭୁଙ୍କଠାରେ ନିର୍ଭର କରେ। କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣି ପାରିବେ। ବାକ୍ୟର ମିଷ୍ଟତା ପାଣ୍ଡିତ୍ୟ ବଢ଼ାଏ। ସ‌ଦ୍‌ବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ୱରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି। ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା’ର ବାକ୍ୟ ପାଣ୍ଡିତ୍ୟ ବଢ଼ାଏ। ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ। ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ୟ କରେ। ତା’ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିଯାନ କରନ୍ତି। ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ୟଗୁଡ଼ିକ ଅଗ୍ନିପରି ଜଳେ। କୁଟିଳ ମନୁଷ୍ୟ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ୱ ନଷ୍ଟ କରନ୍ତି। ଅତ୍ୟାଗ୍ଭରୀ ଆପଣା ମିତ୍ରଗଣକୁ ଭୁଲିଯାଏ। ଏବଂ ପ୍ରତିବାସୀକୁ କୁପଥରେ କଢ଼ାଇ ନିଏ। ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷୟ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧରେ, ମନ୍ଦକର୍ମ ସିଦ୍ଧ କରୁଥାଏ। ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ। ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ବିଜୟୀଠାରୁ ଭଲ। ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ। ବିବାଦଯୁକ୍ତ ଭୋଜିରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ। ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ। ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି। କୁକ୍ରିୟାକାରୀ ଲୋକ ଦୁଷ୍ଟ କଥା ଶୁଣେ । ପୁଣି ମିଥ୍ୟାବାଦୀ ଅନ୍ୟ ଲୋକର ମିଥ୍ୟାରେ କର୍ଣ୍ଣପାତ କରେ। ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେକେହି ଅନ୍ୟ ଲୋକର ବିପଦରେ ଆନନ୍ଦ କରେ, ସେ ଦଣ୍ଡ ପାଇବ। ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ। ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସେହିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ। ଗୋଟିଏ ଉତ୍କୋଚ ଗୋଟିଏ ଯାଦୁ ପଥର ପରି, ଏହା ଜଣେ ଦେଇଥିବାର ଆଖିରେ ଅଟେ, ସେ ଯେଉଁ ଦିଗରେ ଘୂରେ, ସେ କୃପାଲାଭ କରେ। ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତେବେ ସେ ତୁମ୍ଭର ବନ୍ଧୁ ହେବ। ମାତ୍ର ତା’ର ଦୋଷକୁ ଯେବେ ତୁମ୍ଭେ ମନେ ପକାଇବ, ତେବେ ତୁମ୍ଭର ବନ୍ଧୁତ୍ୱ ନଷ୍ଟ ହେବ। ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁଯୋଗ ଅଧିକ କାଟେ। ଦୁର୍ଜନ କେବଳ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦେବା ପାଇଁ ଜଣେ କଠୋର ହୃଦୟ ଦୂତକୁ ପଠାଯିବ। ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ୟକୁ ପଛେ ଭେଟୁ ମାତ୍ର ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ। ଯେଉଁ ଲୋକ ଭଲ ବଦଳରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ। ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ। ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ଭାବେ ଘୃଣିତ। ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ ଧନ ଥିଲେ ତାହା ମୂଲ୍ୟହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳରେ ଜ୍ଞାନ କ୍ରୟ କରିପାରେ ନାହିଁ। ବନ୍ଧୁ ସର୍ବଦା ପ୍ରେମ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ। ନିର୍ବୋଧଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ। ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ। ଯାହାର ହୃଦୟ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ୟ ଖରାପ ସେ ବିପଦରେ ପଡ଼େ। ମୂର୍ଖର ଜନ୍ମଦାତା ଆପଣାର ଶୋକ ସଞ୍ଚୟ କରେ, ଏବଂ ମୂଢ଼ର ପିତା ଆନନ୍ଦ ପାଇବ ନାହିଁ। ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ। ଦୁଷ୍ଟ ଲୋକ ନ୍ୟାୟରୁ ବଞ୍ଚିବାକୁ ଲୁଚେଇ କରି ଉତ୍କୋଚ ନିଏ। ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ। ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ। ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦେବା କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦେବା ଯଥାର୍ଥ ନୁହେଁ। ଯେ ଅଳ୍ପ କଥା କହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ। ଅଜ୍ଞାନୀମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ। ଯେ ଆପଣାକୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ୱଜ୍ଞାନ ପ୍ରତ୍ୟାଖାନ କରେ। ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ। ଦୁଷ୍ଟ ଆସିଲେ ଅବଜ୍ଞା ଆସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆସେ। ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳତୁଲ୍ୟ। ପୁଣି ଜ୍ଞାନରେ ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ। ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଗ୍ଭରରେ ଧାର୍ମିକ ପ୍ରତି ଅନ୍ୟାୟ କରିବା ଭଲ ନୁହେଁ। ମୂର୍ଖର କଥା ବିବାଦରେ ପ୍ରବର୍ତ୍ତେ। ପୁଣି ତା’ର କଥା ମାଡ଼ ଖାଇବାକୁ ଡାକେ। ମୂର୍ଖର କଥା ତା’ର ବିନାଶର କାରଣ। ପୁଣି ତା’ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ। ନିନ୍ଦାର ବାକ୍ୟଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ଯାଏ। ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ। ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି। ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତରେ ଏହା ଉଚ୍ଚ ପ୍ରାଚୀର ସ୍ୱରୂପ, ଯେକେହି ହେଲେ ଚଢ଼ି ପାରିବେ ନାହିଁ। ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ। ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବେଚନା ହୁଏ ଓ ଲଜ୍ଜିତର କାରଣ ହୁଏ। ଯେତେବେଳେ ଜଣେ ମନୁଷ୍ୟ ଅସୁସ୍ଥ ହୁଏ ତା’ର ଆତ୍ମା ତା’ର ଅସୁସ୍ଥତାକୁ ସହିପାରେ, କିନ୍ତୁ କେହି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପାରେ ନାହିଁ। ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ। ମନୁଷ୍ୟର ଭେଟୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ। ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ଯ୍ୟନ୍ତ ସେ ଅନ୍ୟ ଲୋକ ଦ୍ୱାରା ପରୀକ୍ଷା ହୋଇ ନାହିଁ। ଗୁଲିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ। ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ। ମନୁଷ୍ୟର ଉଦର ତା’ର ମୁଖ ଫଳରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥାରେ ତୃପ୍ତ ହୁଏ। ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ। ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ। ଦରିଦ୍ର ଲୋକ ବିନୟ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ। ଯେ ଅନେକ ମିତ୍ର କରେ, ସେମାନେ ତାଙ୍କର ବିନାଶର କାରଣ ହୋଇପାରନ୍ତି। ମାତ୍ର ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଟ ହୋଇ ରହନ୍ତି। ଗରିବ ହେଲେ ମଧ୍ୟ ସେ ସାଧୁତା; ସେ ମୂର୍ଖ, ମିଛୁଆ, ଠକଠାରୁ ନିଶ୍ଚିତ ଭଲ। ଜ୍ଞାନହୀନ ଜୀଜ୍ଞାଷୁ ହେବାର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି। ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା’ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ। ଧନ ବହୁମିତ୍ର ଲାଭ କରେ, ମାତ୍ର ଦରିଦ୍ରତା ବନ୍ଧୁ ନାଶ କରେ। ଯେଉଁ ଲୋକ ଅନ୍ୟ ବିରୁଦ୍ଧରେ ମିଥ୍ୟା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ। ଅନେକ ଲୋକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରତ୍ୟେକ ଲୋକ ସେହି ଲୋକର ବନ୍ଧୁ ହୁଅନ୍ତି ଯିଏ ଉପହାର ଦିଏ। ଦରିଦ୍ର ଲୋକଙ୍କୁ ତା’ର ପରିବାର ମଧ୍ୟ ଭଲ ପାଏ ନାହିଁ। ତା’ର ମିତ୍ରମାନେ ତା’ଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସେମାନଙ୍କର ସାହାଯ୍ୟ ପାଇଁ ଭିକ୍ଷା କରେ, କିନ୍ତୁ ସେମାନେ ତା’ର ନିକଟକୁ ଯାଆନ୍ତି ନାହିଁ। ଯଦି ଜଣେ ଲୋକ ତା’ ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହେବ। ଯେ ବିବେଚନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ। ମିଥ୍ୟା ସାକ୍ଷୀ ଦଣ୍ଡିତ ହେବ। ମିଥ୍ୟାବାଦୀ ଧ୍ୱଂସ ପାଇବ। ମୂର୍ଖ ଲୋକ କେବେହେଲେ ଧନୀ ହୋଇ ପାରିବ ନାହିଁ। ଯେପରି ଅଧିପତି ଉପରେ ଦାସର କର୍ତ୍ତୃତ୍ୱ। ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ଯ୍ୟ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ। ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା’ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ। ମୂର୍ଖ ପୁତ୍ର ତା’ର ପିତାର ଦୁଃଖର କାରଣ ହେବ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି। ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ। ଆଳସ୍ୟ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ। ଆଜ୍ଞା ପାଳନକାରୀ ଆପଣା ପ୍ରାଣ ରକ୍ଷା କରେ। ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ। ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା’ର ବିନାଶର କାରଣ ହେବ। ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ। ଯେହେତୁ ତୁମ୍ଭେ ତାକୁ ଥରେ ଉଦ୍ଧାର କଲେ ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ। ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର। ମନୁଷ୍ୟର ମନରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହେବ। ଜଣେ ଲୋକ ତାଙ୍କର ବିଶ୍ୱାସ ଜରିଆରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଯିଏ ଯାହାକୁ ବିଶ୍ୱାସ କରାଯାଇପାରେ ନାହିଁ। ସଦାପ୍ରଭୁ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ଶାନ୍ତିରେ ବାସ କରି ପାରିବ। ବିପଦ ତା’ର ନିକଟରେ ଯାଇ ପାରିବ ନାହିଁ। ଅଳସୁଆ ଆପଣା ଥାଳିରେ ହାତ ବୁଡ଼ାଇଲେ ଆଉଥରେ ତା’ର ମୁହଁକୁ ନେବାକୁ ଇଚ୍ଛା କରେ ନାହିଁ। ନିନ୍ଦକକୁ ପ୍ରହାର କଲେ, ନିର୍ବୋଧଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ୟକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ। ଯେଉଁ ପୁତ୍ର ଆପଣା ପିତାର ଧନ ଗ୍ଭେରି କରେ ଏବଂ ଆପଣା ମାତାକୁ ତଡ଼ି ଦିଏ, ସେ ଗୋଟିଏ ଲଜ୍ଜାକର ଓ ଅପମାନ ଜନକ ପୁତ୍ର ଅଟେ। ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ୟୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ। ପାଷାଣ୍ଡ ସାକ୍ଷୀ ନ୍ୟାୟ ବିଗ୍ଭରକୁ ନିନ୍ଦା କରେ ଏବଂ ଦୁଷ୍ଟ ଲୋକର ମୁଖମଣ୍ଡଳ ଅନିଷ୍ଟରେ ପରିପୂର୍ଣ୍ଣ। ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ। ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ। ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା’ର ଜୀବନ ପ୍ରତି ବିପଦ ଆଣେ। ଯେକୌଣସି ନିର୍ବୋଧ ସର୍ବଦା ଯୁକ୍ତି କରେ। ତେଣୁ ତୁମ୍ଭେ ସର୍ବଦା ସେହି ଲୋକକୁ ସମ୍ମାନ କର ଯେ ଯୁକ୍ତି କରିବାକୁ ବାରଣ କରେ। ଜଣେ ଅଳସୁଆ ତା’ର ଅଳସୁଆପଣ ଯୋଗୁଁ ଶସ୍ୟ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖୋଜିଲେ ପାଏ ନାହିଁ। ମନୁଷ୍ୟ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସେହି ଗଭୀର ଜଳକୁ କାଢ଼ି ପାରିବ। ବହୁତ ଲୋକମାନଙ୍କ ମଧ୍ୟରେ ଜଣେ ପ୍ରଭୁଭକ୍ତ ଖୋଜ, କିନ୍ତୁ କିଏ ଖୋଜି ପାରିବ ଜଣେ ଲୋକ ଯିଏ କି ପ୍ରକୃତରେ ବିଶ୍ୱାସନୀୟ। ଯେଉଁ ଧାର୍ମିକ ଲୋକ ସରଳତାରେ ବାସ କରେ, ତା’ ଉତ୍ତାରେ ତା’ର ପୁତ୍ରଗଣ, ସନ୍ତାନଗଣ ଧନ୍ୟ ହୁଅନ୍ତି। ଯେଉଁ ରାଜା ବିଗ୍ଭର ସ୍ଥାନରେ ବସେ, ସେ ନିଜର ସ୍ୱଚକ୍ଷୁରେ ଅସତ୍ୟ ବିଷୟସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି। “ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ। ନାନା ପ୍ରକାର ମାପ ଓଜନରେ ଯେଉଁମାନେ ଠକନ୍ତି, ସେମାନେ ସଦାପ୍ରଭୁଙ୍କଠାରେ ଘୃଣିତ। ଏପରିକି ଜଣେ ଛୋଟ ପିଲା କରୁଥିବା କର୍ମରୁ ଜଣାଯାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ। କାନରେ ଶୁଣିବା ଆଖିରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି। ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହେବ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ। କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ୟ ବହୁତ ଅଧିକ।” ମାତ୍ର ଆପଣା ବାଟରେ ଗଲାବେଳେ ଦର୍ପ କରେ। ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁ ଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ୟବାନ୍ ଅଟେ। ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ। ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଠା ଲାଗେ। ମାତ୍ର ପଛରେ ତା’ର ପାଟି ଗୋଡ଼ିରେ ପୂର୍ଣ୍ଣ ହେବ। ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହେବ। ମାତ୍ର ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଯାଅ ଭଲ ପରାମର୍ଶ ଗ୍ରହଣ କର। ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା’ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ, ଯେ ଗପିବାକୁ ଭଲ ପାଏ। ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା’ର ପ୍ରଦୀପ ଲିଭିଯିବ। ଧନ ସମ୍ପତ୍ତି ହଠାତ୍ ମିଳିପାରେ ଓ ସହଜରେ ଲାଭ ହୁଏ, ପୁଣି ଶେଷରେ ଆଶୀର୍ବାଦଯୁକ୍ତ ହେବ ନାହିଁ। “ମୁଁ ତାଙ୍କୁ ଫେରାଇ ଦେବି ଏହିପରି ଚିନ୍ତା କର ନାହିଁ,” ଯଦି କେହି କିଛି ତୁମ୍ଭ ବିରୁଦ୍ଧରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ। ଲୋକମାନଙ୍କୁ ଓଜନ ଓ ମାପରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷୟ, ଅର୍ଥାତ ଦଣ୍ଡିରେ ଠକିବା ନିତାନ୍ତ ଖରାପ। ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ, ତେଣୁ ମନୁଷ୍ୟ ଆପଣା ବାଟ ଠିକ୍ ରୂପେ ବୁଝିପାରେ ନାହିଁ। ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି। ଏବଂ ତା’ପରେ ସେହି ପ୍ରତିଜ୍ଞା ପୁନଃବିଗ୍ଭର କରାଯାଏ। ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ୟରୁ ଅଗାଡ଼ି ଅଲଗା କଲାପରି ତା’ ଉପରେ ସେ ଚକ୍ର ବୁଲାଏ। ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷୟ ପରିପ୍ରକାଶ କରେ। ଦୟା ଓ ସତ୍ୟତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ। ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା। ଅସତ ମାର୍ଗ କ୍ଷତିଜନକ ପ୍ରହାରରେ ପରିଷ୍କାର କରେ, ଆଘାତ ନିଜ ଅନ୍ତରାଳୟକୁ ପ୍ରଭାବିତ କରେ। କୃଷକ ତା’ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା’ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା’ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ। ମନୁଷ୍ୟ ଯାହା କର୍ମ କରେ ତାହା ତା’ର ଦୃଷ୍ଟିରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦୟ ସବୁ ତୌଲନ୍ତି। ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଗ୍ଭର ସଦାପ୍ରଭୁଙ୍କ ପ୍ରିୟ ବିଷୟ। ଦୁଷ୍ଟ ଲୋକମାନଙ୍କର ଗର୍ବ ଗ୍ଭହାଣି ଓ ଗର୍ବିତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦେଖାଯାଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ। ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧରେ। କେବଳ ଦାରିଦ୍ର୍ୟ ଆଡ଼କୁ ପଥ ଦେଖାଏ। ଯଦି ତୁମ୍ଭେ ଠକିକରି ଧନ ଅର୍ଜ୍ଜନ କରିଥାଅ, ସେହି ଧନ ଶୀଘ୍ର ଗ୍ଭଲିଯିବ, ଠିକ୍ ବାଷ୍ପପରି। ସେହି ଧନ ମୃତ୍ୟୁ ଆଡ଼କୁ ପରିଗ୍ଭଳିତ ହେବ। ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ବିନାଶ କରିବ। ଯେହେତୁ ସେମାନେ ନ୍ୟାୟ କର୍ମ କରିବାକୁ ନାସ୍ତି କରନ୍ତି। ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ। କଳିହୁଡ଼ି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ। ଦୁଷ୍ଟ ଲୋକର ମନ ସର୍ବଦା ଅନିଷ୍ଟ ପାଞ୍ଚେ। ପୁଣି ତା’ର ଦୃଷ୍ଟିରେ ତା’ର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ। ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ। ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟରେ ବିବେଚନା କରେ। ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ କିପରି ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ। ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ। ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ। ପୁଣି ଅଣ୍ଟିରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ। ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ। ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ୟୁ ଲୋକ ମଧ୍ୟରେ ଶେଷ ହେବ। ଯେଉଁ ଲୋକ ଆମୋଦ ଭଲପାଏ, ସେ ଦରିଦ୍ର ହେବ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହେବ ନାହିଁ। ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ, ପୁଣି ବିଶ୍ୱାସଘାତକ ସରଳ ଲୋକର ବଦଳି ସ୍ୱରୂପ। କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ। ଜ୍ଞାନବାନର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶେଷ କରେ। ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚା‌‌‌ତ୍‌‌‌ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ। ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ୱଂସ କଲେ ସେମାନେ ବିଶ୍ୱାସ କରନ୍ତି। ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ ସେ କ୍ଳେଶରୁ ଆପଣା ପ୍ରାଣକୁ ରକ୍ଷା କରେ। ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଆତ୍ମଗର୍ବ ଦେଖାଏ। ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ। କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି। ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ତାହା କଲେ ବହୁତ ଘୃଣିତ ହୁଏ। ମିଥ୍ୟାସାକ୍ଷୀ ବିନଷ୍ଟ ହେବ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହେବ। ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ। ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ। ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ସର୍ବଦା ଆସେ। ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ। ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି। ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ। କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ। ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ। ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ। ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ। ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ। ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ। ଯେଉଁ ଲୋକ ହୃଦୟରେ ପବିତ୍ର ତା’ର କଥା ଅନୁଗ୍ରହ ଯୁକ୍ତ, ସେ ରାଜାର ବନ୍ଧୁ ହୋଇ ପାରିବ। ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରଖେ। ମାତ୍ର ବିଶ୍ୱାସଘାତକର ସେ ବିନାଶ କରନ୍ତି। ଆଳସ୍ୟ ଲୋକ କହେ, “ବାହାରେ ସିଂହ ଅଛି। ମୁଁ ସଡ଼କରେ ହତ ହେବି।” ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ। ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ। ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ। ତିରିଶ୍ ଗୋଟି ଜ୍ଞାନ ଉପଦେଶ ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ। ତୁମ୍ଭେ ଖୁସୀ ହେବ, ଯଦି ତୁମ୍ଭେ ସେମାନଙ୍କୁ ମନେ ରଖିବ ଏବଂ ଆବୃତ୍ତି କରିବ। ମୁଁ ତୁମ୍ଭକୁ ବର୍ତ୍ତମାନ ସେହି ଶିକ୍ଷା ଦେବି। ତେଣୁ ସଦାପ୍ରଭୁଙ୍କଠାରେ ତୁମ୍ଭେ ବିଶ୍ୱାସ କରିବ। ମୁଁ ତୁମ୍ଭମାନଙ୍କ ପାଇଁ ତିରି‌ଶ୍‌ଟି ସତ୍ୟତାରୂପ ବାକ୍ୟ ଲେଖିଅଛି। ସେଗୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ। ଏହି ସତ୍ୟତା ରୂପକ ବାକ୍ୟ ତୁମ୍ଭକୁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷା ଦେବ। ଏହା ପରେ ତୁମ୍ଭେମାନେ ଉତ୍ତମ ଶିକ୍ଷା ଦେଇ ପାରିବ। — 1 — ଦରିଦ୍ର ଲୋକଠାରୁ ଗ୍ଭେରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସେହି ଦରିଦ୍ର ଲୋକମାନଙ୍କୁ ନ୍ୟାୟରୁ ବଞ୍ଚିତ କର ନାହିଁ। ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ। — 2 — ରାଗୀ ଲୋକ ସଙ୍ଗରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ। ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ। — 3 — ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ। ଯଦି ତୁମ୍ଭେ ଋଣ ନ ଦେଇ ପାରିବ, ତେବେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶଯ୍ୟା ହରାଇବ? — 4 — ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ। — 5 — ଯଦି ଜଣେ ଲୋକ ତା’ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ। — 6 — ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର। ଯେବେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳାରେ ଛୁରି ଆପେ ରଖ। ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେହେତୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ। — 7 — ଧନୀ ହେବାକୁ ନିଜକୁ କ୍ଳାନ୍ତ କର ନାହିଁ। କେତେବେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ। ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶପକ୍ଷୀ ପରି ଡେଣା ପାଏ ଏବଂ ଉଡ଼ିଯାଏ। — 8 — ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ଯିଏ କୃପଣ ଏବଂ ତାହାର ସୁସ୍ୱାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ। ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ୟ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପାରେ, “ଖାଅ ପିଅ” କିନ୍ତୁ ତାହା ତା’ର ଅନ୍ତରର କଥା ନୁହେଁ। ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉ‌‌‌ଦ୍‌‌‌ଗାର କରିବ ଏବଂ ତୁମ୍ଭର ତା’ ପ୍ରତି ପ୍ରଶଂସା ବେକାର ହୋଇଯିବ। — 9 — ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ। ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ। — 10 — ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ। କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ। — 11 — ଉପଦେଶରେ ତୁମ୍ଭର ହୃଦୟ ଓ କର୍ଣ୍ଣ ଦ୍ୱାରା ଜ୍ଞାନର ବାକ୍ୟକୁ ଗ୍ରହଣ କର। — 12 — ପିଲାକୁ ଶାସ୍ତି ଦେବାକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ିରେ ବାଡ଼େଇଲେ ହେଁ ସେ ମରିବ ନାହିଁ। ତୁମ୍ଭେ ତାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। — 13 — ହେ ମୋର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ବିଶେଷରେ ମୋର ମନ ହୃଷ୍ଟ ହେବ। ତୁମ୍ଭେ ଯଥାର୍ଥ କଥା କହିଲେ ମୋର ହୃଦୟ ଆନନ୍ଦିତ ହେବ। — 14 — ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର। ଯେହେତୁ ତୁମ୍ଭର ସର୍ବଦା ଭବିଷ୍ୟତ ଅଛି, ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ। — 15 — ହେ ମୋର ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ୟପଥରେ କଢ଼ାଇ ନିଅ। ସେହି ଜଣକ ପରି ହୁଅ ନାହିଁ, ଯିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପେଟୁ ମାଂସ ଭକ୍ଷ୍ୟକ ଅଟେ। ମାତାଲମାନେ ଓ ପେଟୁ ଦରିଦ୍ର ପିଡ଼ୀତ ହେବ। ପୁଣି ସେମାନଙ୍କୁ ଚିରା ବସ୍ତ୍ରରେ ଘୋଡ଼ାଇ ଦିଏ। — 16 — ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। ସତ୍ୟତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବେଚନା କ୍ରୟ କର। ଧାର୍ମିକର ପିତା ଅତିଶୟ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ। ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ। — 17 — ହେ ମୋର ପୁତ୍ର, ତୁମ୍ଭର ହୃଦୟ ମୋତେ ଦିଅ। ତୁମ୍ଭର ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ। ବେଶ୍ୟା ହେଉଛି ଗଭୀର ଖାତ ତୁଲ୍ୟ। ଜଣେ ବ୍ୟଭିଗ୍ଭରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ୟ ଅଟେ। ଜଣେ ଖରାପ ସ୍ତ୍ରୀଲୋକ ଗ୍ଭେର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ୟମାନଙ୍କ ମଧ୍ୟରେ ଅବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ାଏ। — 18 — ଯେଉଁମାନେ ଅତ୍ୟନ୍ତ ମଦ୍ୟପ ଏବଂ ସବୁ ସମୟ ମଦ୍ୟ ପାନରେ ଉପଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ। ସେହିମାନଙ୍କର ବହୁତ ଝଗଡ଼ା ଓ ଯୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦେଖାଯାଏ। ସେ ନିଜେ ନିଜେ ତା’ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ। *** ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ରରେ ଚକମକ ଦେଖାଯାଏ ଓ ସହଜରେ ଗଳାଧଃକରଣ ହେଲେ ମଧ୍ୟ ତୁମ୍ଭେ ତାକୁ ଅନାଅ ନାହିଁ। ଶେଷରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ। ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ୱନ୍ଦପୂର୍ଣ୍ଣ ହେବ। ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ ଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକତୁଲ୍ୟ ହେବ। ତୁମ୍ଭେ କହିବ, “ସେମାନେ ମୋତେ ମାରିଲେ, ମାତ୍ର ମୋର କ୍ଷତି ହୋଇ ନାହିଁ। ସେମାନେ ମୋତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଗ୍ଭହେଁ।” — 19 — ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ। ସେମାନେ ମନରେ ଦୌରାତ୍ମ୍ୟ କଳ୍ପନା କରନ୍ତି। ସେମାନେ ଅନିଷ୍ଟ କରିବା ପାଇଁ କହନ୍ତି। — 20 — ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ। ଜ୍ଞାନରେ ତାହାର କୋଠରୀ ସବୁ ବହୁମୂଲ୍ୟ ଓ ମନୋରମ ବସ୍ତ୍ରରେ ପରିପୂର୍ଣ୍ଣ ହୁଏ। — 21 — ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି। ଯୁଦ୍ଧ କରିବା ପୂର୍ବରୁ ଯତ୍ନରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ଯୁଦ୍ଧରେ ଜୟ କରିବାକୁ ଗ୍ଭହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ୍। — 22 — ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତେବେଳେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି। — 23 — ଯେଉଁ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି, ଲୋକମାନେ ସେମାନଙ୍କୁ କୁସନ୍ଧାନୀ ବୋଲି କହିବେ। ଏବଂ ସେମାନେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ। ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ। — 24 — ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ। — 25 — ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର। ତୁମ୍ଭେ ଏପରି କୁହ ନାହିଁ, “ଏହା ମୋର କର୍ତ୍ତବ୍ୟ ନୁହେଁ।” ଯେହେତୁ ସଦାପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ’ଣ ସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ଯ୍ୟ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ। — 26 — ହେ ମୋର ପୁତ୍ର, ତୁମ୍ଭେ ମହୁ ଖାଅ। ଯେହେତୁ ତାହା ଭଲ। ତୁମ୍ଭେ ମଧୁ ଗ୍ଭଖି ଖାଅ, ଯେହେତୁ ତାହା ତୁମ୍ଭକୁ ସୁସ୍ୱାଦୁ ଲାଗିବ। ଠିକ୍ ସେହିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତେବେ ତୁମ୍ଭର ଭବିଷ୍ୟତ ରହିବ ଏବଂ ତୁମ୍ଭର ଆଶା କେବେ ଶେଷ ହେବ ନାହିଁ। — 27 — ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ। ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି। — 28 — ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ। ଯଦି ତୁମ୍ଭେ ଏପରି କର, ତାହା ମଧ୍ୟ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମରେ ତୁମ୍ଭମାନଙ୍କ ପ୍ରତି ଖୁସୀ ହେବେ ନାହିଁ। ଏହା ପରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାଯ୍ୟ କରି ପାରନ୍ତି। — 29 — ମନ୍ଦକର୍ମକାରୀମାନଙ୍କ ସକାଶେ ଚିନ୍ତିତ ହୁଅ ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ। ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ୟତ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ। — 30 — ହେ ମୋର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସେହି ଲୋକମାନଙ୍କ ସହିତ ଜଡ଼ିତ ହୁଅ ନାହିଁ। ଯେଉଁମାନେ ସେମାନଙ୍କର ବିପକ୍ଷରେ ଅଛନ୍ତି। କାରଣ ସେମାନଙ୍କର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସେମାନଙ୍କର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି। ଅଧିକ ଜ୍ଞାନର କଥା ଏହିସବୁ ମଧ୍ୟ ଜ୍ଞାନୀମାନଙ୍କର କଥା ଅଟେ; ବିଗ୍ଭର ସର୍ବଦା ଯଥାର୍ଥ ହେବା ଉଚିତ୍, ଏଥିରେ ପକ୍ଷପାତିତା ହେବା ଉଚିତ୍ ନୁହେଁ। ସେହି ଧାର୍ମିକ ଯିଏ ଏକ ଦୋଷୀ ମନୁଷ୍ୟକୁ କହେ, ‘ତୁମ୍ଭେ ନିରୀହ ଅଟ,’ ଲୋକମାନେ ତାଙ୍କୁ ଅଭିଶାପ ଦେବେ। ଏପରିକି ଅନ୍ୟ ଗୋଷ୍ଠୀୟମାନେ ନିନ୍ଦା କରିବେ। ଯେଉଁମାନେ ନିଜର ଦୋଷକୁ ସାବ୍ୟସ୍ତ କରନ୍ତି, ସେମାନେ ଧନବାନ୍ ହୁଅନ୍ତି। ସେମାନେ ଭଲ ଆଶୀର୍ବାଦ ଲାଭ କରନ୍ତି। ଯିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠରେ ଚୁମ୍ବନ ତୁଲ୍ୟ। ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର। ଆପଣା ନିମନ୍ତେ ସେହି କ୍ଷେତ୍ର ପ୍ରସ୍ତୁତ କର। ଏହା ପରେ ଆପଣା ଗୃହ ନିର୍ମାଣ କର। ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବାସୀର ବିପକ୍ଷରେ ସାକ୍ଷୀ ହୁଅ ନାହିଁ। ମିଥ୍ୟା କୁହ ନାହିଁ। “ସେ ମୋ’ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏପରି କୁହ ନାହିଁ।” ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧଲୋକର ଦ୍ରାକ୍ଷାକ୍ଷେତ୍ର ଦେଇ ଗଲି। ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି। ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି। ଦିନ ବେଳେ ଗଡ଼ିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦେଇ ତୁମ୍ଭେ ଯଦି ଶୋଇ ରୁହ, ତେବେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ୟକ୍ତି ତୁଲ୍ୟ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହେବ। ଶଲୋମନଙ୍କ ହିତୋପଦେଶ ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତୋପଦେଶ। ଏହି ହିତୋପଦେଶ ଗୁଡ଼ିକ ଯିହୁଦାର ରାଜା ହି‌‌‌ଷ୍‌‌‌କୀୟର ଲୋକମାନେ ଲେଖି ଥିଲେ। ବିଷୟ ଗୋପନ କରିବା ପରମେଶ୍ୱରଙ୍କ ଗୌରବ। ଏହି ବିଷୟ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ। ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନରେ କ’ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ। ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ। ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତାହାହେଲେ ତାଙ୍କର ସିଂହାସନ ଧାର୍ମିକତାରେ ସ୍ଥାପିତ ହେବ। ରାଜାର ଛାମୁରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ। ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ। ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ। ଯଦି କେହି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତେବେ ତୁମ୍ଭେ ଲଜ୍ଜିତ ହେବ। ଯଦି ପ୍ରତିବାସୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀୟତାକୁ ପ୍ରକଟ କର ନାହିଁ। ଯଦି ତୁମ୍ଭେ କୌଣସି ଲୋକର ଗୋପନୀୟତାକୁ ପ୍ରକାଶ କର, ତେବେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କେବେ ଦୂର ହେବ ନାହିଁ। ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସେହି ରୂପାର ରଗ୍ଭଇ ରଖିବା ପରି। ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ୟାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ୟାନ୍ୟ ଅଳଙ୍କାରଠାରୁ ମୂଲ୍ୟବାନ ଅଟେ। ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ। ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି। ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ। ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ। ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ। ଜଣେ ଯିଏ ତା’ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ‌‌ଖ‌ଡ଼୍‌ଗ ଓ ତୀ‌‌‌କ୍ଷ୍‌‌‌ଣ ବାଣ ସ୍ୱରୂପ ଭୟଙ୍କର ଅଟେ। ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ। ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ। ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ। ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ। ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେହିପରି ଖଚୁଆର ଜିହ୍ୱା କ୍ରୋଧ ଦୃଷ୍ଟିର ଉତ୍ପାଦକ। କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ। ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ। ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗରେ ବିଚଳିତ ଧାର୍ମିକ ଠିକ୍ ସେହିପରି ଅଟେ। ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସେହିପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ। ଜଣେ ଯିଏ ନିଜକୁ ଆୟତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ୟ ଅଟେ। ମୂର୍ଖମାନଙ୍କ ସମ୍ବନ୍ଧରେ ହିତୋପଦେଶ ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେହିପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ ଅଟେ। ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ। ଅଶ୍ୱ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର। ମୂର୍ଖକୁ ତା’ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତେବେ ତୁମ୍ଭେ ମଧ୍ୟ ତାହାର ତୁଲ୍ୟ ହେବ। ମୂର୍ଖକୁ ତା’ର ଅଜ୍ଞାନତାନୁସାରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ। ମୂର୍ଖ ମାଧ୍ୟମରେ ଯେ ସମାଗ୍ଭର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ। ଲେଙ୍ଗେଡ଼ାର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି। ପ୍ରସ୍ତରକୁ ବାଟୁଳିରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ୟବହାର୍ଯ୍ୟହୀନ, ସେହିପରି ନିର୍ବୋଧକୁ ସମ୍ମାନ ଦେବା ଅଟେ। ମତ୍ତଲୋକର ହସ୍ତରେ କଣ୍ଟକ ଉଠାଯିବା ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି ଅଟେ। ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ ଯେ ମୂର୍ଖ ପଥିକକୁ ବେତନ ଦିଏ ଓ ଯେ ମଦୁଆକୁ ବେତନ ଦିଏ। ଆପଣା ବାନ୍ତି ପ୍ରତି ଫେରିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତାରେ କର୍ମ କରିବା ମୂର୍ଖ ସେପରି। ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ। ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।” କବଜାରେ ଯେପରି କବାଟ ଝୁଲେ, ଠିକ୍ ସେହିପରି ଅଳସୁଆ ଆପଣା ଶଯ୍ୟାରେ ଥାଇ ଝୁଲୁଥାଏ। ଅଳସୁଆ ଥାଳିରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନେବାକୁ ଥକିଯାଏ। ସାତ ଜଣ ସୁବିଗ୍ଭରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ୍। ଜଣେ ପଥିକ ଯିଏ ଯୁକ୍ତିତର୍କରେ ଜଡ଼ିତ ହୁଏ, ଯାହା ତା’ର ସମ୍ପର୍କରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ୟ ଅଟୋ ଆପଣା ପ୍ରତିବାସୀକି ଯେଉଁ ଲୋକ ଭୁଲାଇ କହେ, “ମୁଁ କୌତୁକ କରୁଛି।” ସେ ଅଗ୍ନିବାଣ, ତୀର ଓ ମୃତ୍ୟୁ ନିକ୍ଷେପକାରୀ ବାତୁଳ ପରି ଅଟେ। *** କାଠ ବିନା ଯେପରି ନିଆଁ ଲିଭିଯାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହୋଇଯାଏ। ଯେପରି ଭାବରେ ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସେହିପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ ଆରମ୍ଭ କରିଥାଏ। ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳୟକୁ ଗ୍ଭଲିଯାଏ। ଅନୁରାଗୀ କଥା ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ ଅଟେ। ଘୃଣାକାରୀ ନିଜ କଥାରେ କପଟ କରେ, କିନ୍ତୁ ସେ ହୃଦୟରେ ପ୍ରବଞ୍ଚନା ରଖେ। ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ। ଯେହେତୁ ତା’ର ହୃଦୟରେ ସାତୋଟା ଘୃଣ୍ୟ ବିଷୟ ଥାଏ। ତାହାର ଘୃଣା କପଟରେ ଆପଣାକୁ ଆବୃତ୍ତ କଲେ ହେଁ, ତା’ର ମନ୍ଦତା ସଭାରେ ପ୍ରକାଶ ପାଏ। ଯେ ଗାତ ଖୋଳେ, ସେ ଆପେ ହିଁ ସେହି ଗାତରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା’ ଉପରକୁ ଲେଉଟି ଥାଏ। ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଗ୍ଭଟୁବାଦୀ କଥା ସର୍ବନାଶ କରେ। କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ’ଣ ଘଟିବାକୁ ଯାଉଛି। ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ। ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ୱାରା ଯେଉଁ ସମସ୍ୟା ଆସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ। କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ। ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ। ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା’ର ବିଶ୍ୱସନୀୟତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାଯାଇ ପାରିବ ନାହିଁ। ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ୟକୁ କୌଣସି ତିକ୍ତ ଦ୍ରବ୍ୟସବୁ ମିଷ୍ଟ ଲାଗେ। ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ୟ ଅଟେ। ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୂପ କରେ। ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ। ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ। ହେ ମୋର ପୁତ୍ର, ଜ୍ଞାନବାନ୍ ହୁଅ, ମୋର ମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି। ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଗ୍ଭଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ। ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ। ଜଣେ ଯିଏ “ଅତି ପ୍ରଭାତରୁ” ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳରେ ଅଭିଶାପ ଭାବେ ଗ୍ରହଣ କରେ। ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି। ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାୟୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ। ଯେପରି ଲୁହା ଲୁହାକୁ ଧାର କରେ, ସେପରି ବନ୍ଧୁ ତା’ର ବନ୍ଧୁତ୍ୱର ମନକୁ ତୀ‌କ୍ଷ୍‌ଣ କରେ। ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ। ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦୟକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ। ଯେପରି କବର ଓ ବିନାଶସ୍ଥାନ କେବେ ହେଁ ତୃପ୍ତ ନୁହେଁ, ସେହିପରି ମଧ୍ୟ ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ। କୋୟିରେ ରୂପା, ଉହ୍ମେଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ। ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତା’ର ଅଜ୍ଞାନତା ଛାଡ଼ିବ ନାହିଁ। ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମରୂପେ ମନୋଯୋଗ କର। ସମ୍ପତ୍ତି ସର୍ବଦା ସ୍ଥାୟୀ ନୁହେଁ। ମୁକୁଟ ମଧ୍ୟ ପୁରୁଷାନୁକ୍ରମେ ରହେ ନାହିଁ। ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହୀତ ହୁଏ। ମେଷ ଛୁଆମାନେ ତୁମ୍ଭର ବସ୍ତ୍ର ଦେବେ। ମାତ୍ର ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ। ଛେଳି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ଯଥେଷ୍ଟ ହେବ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ୟ ଉପଜୀବିକା ହେବ। ଦୁଷ୍ଟ ଲୋକମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି। ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତେବେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସେମାନେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ। ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଣ କରନ୍ତି, ସେହି ରାଜା ପ୍ଳାବନକାରୀ ବୃଷ୍ଟି ପରି। ବ୍ୟବସ୍ଥା ତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସେମାନଙ୍କୁ ବିରୋଧ କରନ୍ତି। ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ଏହି ବିଷୟକୁ ଭଲରେ ବୁଝନ୍ତି। ଜଣେ ଗରିବ ଲୋକ ଯିଏ ଦୋଷହୀନ ଭାବରେ ଜୀବନଯାପନ କରେ, ସେ ସେହି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହୋଇଛି। ଯେଉଁ ଲୋକ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ। ଯେଉଁମାନେ ସୁଧ ଓ ବୁଦ୍ଧିଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସେମାନେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚୟ କରନ୍ତି। ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ଯିବାକୁ ଭୁଲାଏ। ସେ ନିଜେ ଗାତରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହେବେ। ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ। ଧାର୍ମିକମାନେ ଜୟ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଗ୍ଭନ୍ତି। ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ। ଯେଉଁ ଲୋକ ସର୍ବଦା ଭୟ ରଖେ, ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ। ଯେମନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସେହିପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି। ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ। ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ। ତାକୁ କେହି ଅଟକାଇବେ ନାହିଁ। ସେହି ଜଣେ ଯିଏ ନିର୍ଦ୍ଦୋଷ ଭାବରେ ଜୀବନଯାପନ କରେ, ସେ ନିଜକୁ ରକ୍ଷା କରେ। କିନ୍ତୁ ଜଣେ ଯିଏ ତା’ର ନିଜ ପଥକୁ ବିପଥରେ ନିଏ ସେ ଅକସ୍ମାତ୍ ପଡ଼ିଯିବ। ଆପଣା ଭୂମିକୁ ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହେବ, ତାହାର ଯଥେଷ୍ଟ ଦରିଦ୍ରତା ପାଇବ। ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ। ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ନିଶ୍ଚିତ ଦଣ୍ଡିତ ହେବ। ଜଣେ ବିଗ୍ଭରକ ଜଣକର ମୁହଁ ଦେଖି ବିଗ୍ଭର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନେଇ ବିଗ୍ଭର କରିବା ଉଚିତ୍ ନୁହେଁ। କୃପଣ ମନୁଷ୍ୟ ଧନୀ ହେବାକୁ ବ୍ୟଗ୍ର। ମାତ୍ର ତାହାକୁ ଦାରିଦ୍ର୍ୟ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ। ମୁହଁରେ ଗ୍ଭଟୁବାକ୍ୟ କହିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ। ଯେ ଆପଣା ମାତା କି ପିତାଙ୍କର ଧନ ଅପହରଣ କରି କହେ, “ଏଥିରେ କିଛି ଅଧର୍ମ ନାହିଁ,” ସେ ସଂହାରକର ସଙ୍ଗୀ ଅଟେ। ଜଣେ ଲୋଭି ମନୁଷ୍ୟ କଳହ ସୃଷ୍ଟି କରେ। କିନ୍ତୁ ସେହି ମନୁଷ୍ୟ ଯିଏ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ସେ ଉନ୍ନତି କରିବ। ଯେଉଁ ଲୋକ ନିଜ ବଳ ଉପରେ ବିଶ୍ୱାସ ରଖେ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନରେ ଗ୍ଭଲେ, ବିପର୍ଯ୍ୟୟରୁ ରକ୍ଷା ପାଇବ। ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହେବ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନେକ ଅଭିଶାପ ପାଇବ। ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଗ୍ଭନ୍ତି। ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି। ଯେଉଁ ଲୋକ ଥରକୁଥର, ଅନୁଯୋଗ ପାଇ ମଧ୍ୟ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହେବ। ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି। ଯେଉଁ ପୁତ୍ର ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଖୁସୀ ରଖେ। ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ। ରାଜା ସୁବିଗ୍ଭର ଦ୍ୱାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ଯିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ୱଂସ କରେ। ଯେଉଁ ଲୋକ ଆପଣା ପ୍ରତିବାସୀର ଗ୍ଭଟୁବାଦ କରେ, ସେ ତା’ର ପାଦ ପାଇଁ ଫାନ୍ଦ ବିଛାଏ। ମନ୍ଦ ଲୋକର ଅଧର୍ମରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ। ଧାର୍ମିକ ଲୋକ ଦରିଦ୍ର ଲୋକର ନ୍ୟାୟ ପାଇଁ ଯତ୍ନବାନ୍ ଥା’ନ୍ତି। ମାତ୍ର ତାହା ଜାଣିବା ପାଇଁ ମୂର୍ଖ ଲୋକର ବୁଦ୍ଧି ନାହିଁ। ନିନ୍ଦକ ମନୁଷ୍ୟ ନଗରରେ ଅସୁବିଧା ପ୍ରଜ୍ୱଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ୟମାନେ କ୍ରୋଧକୁ ଶାନ୍ତ କରନ୍ତି। ଯେତେବେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗରେ ବିଗ୍ଭରାଳୟକୁ ଯାଏ, ମୂର୍ଖ ଲୋକ ରାଗି ଯାଏ ଏବଂ ଯୁକ୍ତି କରେ ଏବଂ ସେଠାରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ। ରକ୍ତପାତ ପ୍ରିୟ ଲୋକମାନେ, ସିଦ୍ଧ ବ୍ୟକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ୟାୟବାନ ଲୋକ ତା’ର ଜୀବନକୁ ରକ୍ଷା କରେ। ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ। ଶାସନକର୍ତ୍ତା ଯଦି ମିଥ୍ୟାକୁ ଶୁଣନ୍ତି, ତେବେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହେବେ। ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି। ଯେଉଁ ରାଜା ବିଶ୍ୱସ୍ତ ରୂପେ ଦୀନହୀନମାନଙ୍କର ବିଗ୍ଭର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହେବ। ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା’ର ଇଚ୍ଛାରେ ଛାଡ଼ି ଦେଲେ, ସେ ତା’ର ମାତାକୁ ଲଜ୍ଜା ଦିଏ। ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସେମାନଙ୍କର ନିପାତ ଦେଖିବେ। ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦେବ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦେବ। ଯଦି ଏକ ଜାତି ପରମେଶ୍ୱରଙ୍କର ପ୍ରକାଶିତବାକ୍ୟ ଦ୍ୱାରା ନ ଗ୍ଭଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କର ନିୟମ ମାନି ଚଳେ, ସେ ଆଶୀର୍ବାଦ ପାଏ। ମାତ୍ର କଥାରେ ସେବକକୁ ସଂଶୋଧିତ କରାଯାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିୟା କରେ ନାହିଁ। ଯଦି ଜଣେ କିଛି ଚିନ୍ତା ନ କରି କିଛି କହେ, ତା’ ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠାରେ ଭରସା ରଖିଲେ ଭଲ। ଯଦି ତୁମ୍ଭେ ତୁମ୍ଭ ସେବକକୁ ତା’ର ବାଲ୍ୟକାଳରୁ ଅଧିକ ପ୍ରଶ୍ରୟ ଦିଅ, ସେ ଜି‌‌‌ଦ୍‌‌‌ଖୋର୍ ସେବକ ହୋଇଯିବ। ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତେକ ପାପ କରିବସନ୍ତି। ଯଦି ଜଣେ ଲୋକ ଗର୍ବୀ ତେବେ ତାହା ତାକୁ ଧ୍ୱଂସ କରିବ। ଯଦି ଜଣେ ଲୋକ ବିନମ୍ର, ତେବେ ସମ୍ମାନ ପାଇବ। ଗ୍ଭେରର ଭାଗୀଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଗ୍ଭରାଳୟରେ ବାଧ୍ୟ ହୁଏ କହିବାକୁ, ତେବେ ସେ ସତ୍ୟ କହିବାକୁ ବହୁତ ଭୟ କରିବ। ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ। ଅନେକ ଶାସନକର୍ତ୍ତାର ପାଖରୁ ନ୍ୟାୟ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ୟର ପ୍ରକୃତ ବିଗ୍ଭର ସଦାପ୍ରଭୁଙ୍କଠାରୁ ଆସିଥାଏ। ଅଧର୍ମକାରୀ ଲୋକ ଧାର୍ମିକର ଘୃଣାର ବିଷୟ, ପୁଣି ସରଳ ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷୟ ହୁଏ। ଯାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ ଉପଦେଶ ଏଗୁଡ଼ିକ ହେଉଛି ଯାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଇଥୀୟେଲ ଓ ଉକଲଙ୍କ ପାଇଁ ବାର୍ତ୍ତା। ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧଲୋକ। ମୋ’ଠାରେ ମନୁଷ୍ୟର ବିବେଚନା ନାହିଁ। ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ୱରଙ୍କ ବିଷୟରେ ମଧ୍ୟ ମୋର ଜ୍ଞାନ ନାହିଁ। କିଏ କେବେ ସ୍ୱର୍ଗକୁ ଯାଇଛି ଏବଂ ତଳକୁ ଫେରି ଆସିଛି? କୌଣସି ଲୋକ ତା’ର ମୁଷ୍ଟିରେ ବାୟୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ାରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ? ତାଙ୍କର ପୁତ୍ରର ନାମ କ’ଣ? ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠାରେ ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ ଅଟନ୍ତି। ତେଣୁ ପରମେଶ୍ୱରଙ୍କର ବାକ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କର ନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦେବେ, ଏବଂ ତୁମ୍ଭେ ମିଥ୍ୟା କହୁଛ ବୋଲି ପ୍ରମାଣିତ ହେବ। ହେ ସଦାପ୍ରଭୁ, ମୋର ମଲା ପୂର୍ବରୁ ମୋତେ ଦୁଇଟି ବର ଦିଅ। ମୋତେ ସହାୟ ହୁଅ, ମୁଁ ଯେପରି ମିଥ୍ୟା ନ କହେ, ମୋତେ ଅତ୍ୟଧିକ ଧନୀ କି ଅତ୍ୟଧିକ ଗରିବ କର ନାହିଁ। ମୋର ପ୍ରତ୍ୟେକ ଦିନର ଆବଶ୍ୟକତା କେବଳ ପୂରଣ କର। ଯଦି ମୋର ଆବଶ୍ୟକତାଠାରୁ ଅଧିକ ଥାଏ, ତେବେ ମୁଁ ହୁଏତ ଚିନ୍ତା କରିପାରେ ଯେ, ମୁଁ ପରମେଶ୍ୱରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତେବେ ମୁଁ ଗ୍ଭେରି ହୁଏତ କରିବି ଓ ପରମେଶ୍ୱରଙ୍କ ନାମକୁ ଲଜ୍ଜା ଆଣିବି। ଦାସର ପ୍ରଭୁ ସମ୍ମୁଖରେ ତା’ର କୁତ୍ସାରଟନା କର ନାହିଁ। ଯଦି ତୁମ୍ଭେ ଏପରି କୁହ, ମୁନିବ ତୁମ୍ଭକୁ ବିଶ୍ୱାସ କରିବ ନାହିଁ। ତୁମ୍ଭକୁ ସେ ଅପରାଧୀ ବୋଲି ବିବେଚନା କରିବ। କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧରେ କହନ୍ତି। ଏବଂ ସେମାନେ ସେମାନଙ୍କର ମାତାଙ୍କୁ ସମ୍ମାନ ଦେଖାଇ ନାହାନ୍ତି। କେତେକ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ସେମାନେ ଅତ୍ୟନ୍ତ ଖରାପ ଲୋକ ଅଟନ୍ତି। କେତେକ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନେ ବହୁତ ଭଲ। ସେମାନେ ଭାବନ୍ତି ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ। କେତେକ ଲୋକ ଅଛନ୍ତି, ସେମାନଙ୍କର ବାକ୍ୟ ଖଣ୍ଡାଧାରଠାରୁ ତୀ‌‌‌କ୍ଷ୍‌‌‌ଣ। ସେମାନଙ୍କର ଦାନ୍ତ ଛୁରୀପରି ଅଟେ। ସେମାନେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ୟବହାର କରନ୍ତି। କେତେକ ଲୋକ ଅଛନ୍ତି ସେମାନେ ସବୁ ନେବାକୁ ଗ୍ଭହାନ୍ତି। ସେମାନେ ସର୍ବଦା କହନ୍ତି, “ମୋତେ ଦିଅ, ମୋତେ ଦିଅ।” ଏପରି ତିନୋଟି କଥାରେ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି। ଏବଂ ଚତୁର୍ଥଟି କେବେହେଲେ କହେ ନାହିଁ, “ମୋର ପାଖରେ ଯଥେଷ୍ଟ ଅଛି।” ମୃତ୍ୟୁର ସ୍ଥାନ, ବନ୍ଧ୍ୟା ସ୍ତ୍ରୀ, ଜଳରେ ଅତୃପ୍ତ ଭୂମି ଓ ଅଗ୍ନି ଯେଉଁମାନେ କହନ୍ତି ନାହିଁ, ଯଥେଷ୍ଟ ହେଲା। ଯେଉଁ ବ୍ୟକ୍ତି ତା’ର ପିତାଙ୍କୁ ପରିହାସ କରେ ଓ ତା’ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହେବ। ଏହିପରି ତା’ ପାଇ ହେବ। ତା’ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡାମରା କାଉମାନେ ସେଗୁଡ଼ିକୁ ଖାଇଯିବେ। ତିନି କଥା ମୋତେ ରହସ୍ୟ ପରି ଲାଗେ। ପୁଣି ଗ୍ଭରି କଥା ମୁଁ ଜାଣେ ନାହିଁ। ଆକାଶରେ ଉତ୍କ୍ରୋଶପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି। ସେହିପରି ବ୍ୟଭିଗ୍ଭରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କହେ, “ମୁଁ କିଛି ଅଧର୍ମ କରି ନାହିଁ।” ତିନି କଥାର ଭାରରେ ପୃଥିବୀ କମ୍ପିତ ହୁଏ। ପୁଣି ଗ୍ଭରି କଥାର ଭାରରେ ମଧ୍ୟ ତାହା ସେ ସହିପାରେ ନାହିଁ। ଦାସର ଭାର ଯେତେବେଳେ ସେ ରାଜତ୍ୱ କରେ, ମୂର୍ଖର ଭାର ଯେତେବେଳେ ସେ ଆହାରରେ ପରିତୃପ୍ତ। କେହି ଭଲ ପାଉ ନ ଥିବା ସ୍ତ୍ରୀଲୋକକୁ ଯାହାର ବିବାହ ହୋଇଯାଏ। ଏବଂ ଗ୍ଭକରାଣୀର ଭାର ଯେତେବେଳେ ସେ ତା’ର ମାଲିକାଣିର ସ୍ଥାନ ନିଏ। ଗ୍ଭରି ପ୍ରାଣୀ ପୃଥିବୀରେ ସାନ, ମାତ୍ର ସେମାନେ ଅତିଶୟ ଜ୍ଞାନବାନ୍ ଅଟନ୍ତି। ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶୟ ଜ୍ଞାନବାନ, ସେମାନେ ଗ୍ରୀଷ୍ମ ସମୟରେ ସେମାନଙ୍କର ଖାଦ୍ୟ ସଞ୍ଚୟ କରି ରଖନ୍ତି। ଶାଫନ୍ ଜନ୍ତୁଗଣ ଶକ୍ତିହୀନ ଜାତି, ମାତ୍ର ସେମାନେ ଶୈଳରେ ଆପଣାର ବସା ନିର୍ମାଣ କରନ୍ତି। ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ଦଳବଦ୍ଧ ହୋଇ ଗମନ କରନ୍ତି। ଝିଟିପିଟି ହସ୍ତଦ୍ୱାରା ଧରେ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ। ତିନିପ୍ରାଣୀ ଗୌରବଶାଳୀ ଅଟନ୍ତି, ଯେତେବେଳେ ସେମାନେ ସୈନିକ ରୀତିରେ ଅଗ୍ରସର ହୁଅନ୍ତି। ପୁଣି ଗ୍ଭରିପ୍ରାଣୀ ଗୌରବଶାଳୀ ଅଟନ୍ତି ଯେତେବେଳେ ସେମାନେ ଗ୍ଭଲନ୍ତି। ସମସ୍ତ ପଶୁମାନଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ସିଂହ, କାହାକୁ କେବେ ଭୟ କରେ ନାହିଁ। ଯୁଦ୍ଧାଶ୍ୱ, ଛାଗ ଓ ରାଜା ଯାହା ବିରୁଦ୍ଧରେ କେହି ଉଠେ ନାହିଁ। ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ। କାରଣ ଯେପରି ଦୁ‌ଗ୍‌ଧମନ୍ଥନରୁ ଲହୁଣୀ ବାହାରେ ଓ ନାସିକା ମନ୍ଥନରେ ରକ୍ତ ବାହାରେ, ଠିକ୍ ସେହିପରି କ୍ରୋଧ ମନ୍ଥନରେ ବିବାଦ ବାହାରେ। ରାଜା ଲମୂୟେଲଙ୍କର ଜ୍ଞାନପୂର୍ଣ୍ଣ ବାକ୍ୟ ଏହା ହେଉଛି ରାଜା ଲମୂୟେଲଙ୍କର ଉପଦେଶ ପୂର୍ଣ୍ଣ ବାକ୍ୟ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ। ତୁମ୍ଭେ ହେଉଛ ମୋର ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସେହି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି। ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସେମାନେ ରାଜାମାନଙ୍କୁ ଧ୍ୱଂସ କଲେ। ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ। ଯଦି ସେମାନେ ପାନ କରନ୍ତି, ସେମାନେ ସବୁ ନିୟମ ଭୁଲି ଯାଆନ୍ତି ଏବଂ ଗରିବ ଲୋକମାନଙ୍କ ବିପକ୍ଷରେ ନ୍ୟାୟ କରନ୍ତି। ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ। ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଳେଶ ଭୁଲି ଯାଆନ୍ତୁ। ତୁମ୍ଭର ପାଟି ଫିଟାଅ ଓ ସେମାନଙ୍କ ପାଇଁ କୁହ, ଯେଉଁମାନେ ସେମାନଙ୍କ ପାଇଁ କହିପାରିବେ ନାହିଁ, କଷ୍ଟରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ। ମୁଖ ଫିଟାଇ ଯଥାର୍ଥ ବିଗ୍ଭର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଗ୍ଭର କର। ଉପଯୁକ୍ତ ସ୍ତ୍ରୀ ଏହା ଅତ୍ୟନ୍ତ କଷ୍ଟ “ଏକ ଗୁଣବତୀ ସ୍ତ୍ରୀ ପାଇବା” ତା’ର ମୂଲ୍ୟ ମୁକ୍ତାଠାରୁ ଅଧିକ ମୂଲ୍ୟବାନ ଅଟେ। ତା’ର ସ୍ୱାମୀର ହୃଦୟ ତାଠାରେ ନିର୍ଭର କରେ। ସେ କଦାପି ଦରିଦ୍ର ହେବ ନାହିଁ। ସେ ଜୀବନସାରା ସ୍ୱାମୀର ମଙ୍ଗଳ କରେ। ସେ ତାଙ୍କୁ କେବେ ଅସୁବିଧାରେ ପକାଏ ନାହିଁ। ସେ ମେଷଲୋମ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। ସେ ବାଣିଜ୍ୟ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ। ସେ ରାତ୍ରି ଥାଉଥାଉ ଉଠେ, ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ। ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। ସେ ଜଣେ ବଳବାନ୍ କାର୍ଯ୍ୟକାରୀ ସ୍ତ୍ରୀ ସେ ସବୁ ସମୟ କଠିନ ପରିଶ୍ରମ କରେ। ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ। ସେ ନୋଟିକି ହାତ ବଢ଼ାଏ, ପୁଣି ତା’ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ। ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଏ। ସେ କେବେହେଲେ ନିଜର ପରିବାର ବିଷୟରେ ଶୀତ ଋତୁରେ ଦୁଃଖିନୀ ହୁଏ ନାହିଁ। ଯେତେବେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି। ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ। ଲୋକମାନେ ତା’ର ସ୍ୱାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ। ସେ ଜଣେ ଉତ୍ତମ ବ୍ୟବସାୟୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେ‌‌ଲ୍‌‌ଟ ପ୍ରସ୍ତୁତ କରେ ଓ ତାକୁ ବ୍ୟବସାୟୀମାନଙ୍କୁ ବିକେ। ସେ ପ୍ରଶଂସାରେ ଯୋଗ୍ୟା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା’ର ଭବିଷ୍ୟତ ଦେଖି ପାରେ। ସେ ଜ୍ଞାନପୂର୍ଣ୍ଣ କଥା କହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ। ସେ କେବେ ଅଳସୁଆ ହୁଏ ନାହିଁ। ସେ ତା’ର ଗୃହର ପ୍ରତ୍ୟେକ ଦ୍ରବ୍ୟର ଯତ୍ନ ନିଏ। ତା’ର ସନ୍ତାନମାନେ ତାକୁ ଧନ୍ୟ ବୋଲି କହନ୍ତି। ତା’ର ସ୍ୱାମୀ ତା’ର ପ୍ରଶଂସା କରେ। “ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।” ଲାବଣ୍ୟ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ। ସେ ପାଇବାର ଉପଯୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା’ ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିଯାଇଛି ଲୋକମାନଙ୍କ ନଗର ଦ୍ୱାରରେ ତାହାର ପ୍ରଶଂସା ଆଣିଦିଏ। ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର। ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ? ପୃଥିବୀ ଚିରକାଳସ୍ଥାୟୀ ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି। ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ। ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ। ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। କୌଣସି କଥା ନୂଆ ନୁହେଁ ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ। ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା। ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ। ଜ୍ଞାନ କ’ଣ ଆନନ୍ଦ ଦେଇପାରେ? ମୁଁ ଉପଦେଶକ ଯିରୁଶାଲମରେ ଇସ୍ରାଏଲର ଉପରେ ରାଜା ଥିଲି। ମୁଁ ମନୋଯୋଗ କଲି ଅଧ୍ୟୟନ ପାଇଁ ଏବଂ ଜ୍ଞାନ ଦ୍ୱାରା ସବୁକିଛି ବୁଝିବା ପାଇଁ ଯାହା ସ୍ୱର୍ଗତଳେ ହୁଏ। ଏହି କାର୍ଯ୍ୟ, ଯାହା ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଇଛନ୍ତି ବ୍ୟସ୍ତ ରହିବାକୁ ଅତି ଅପ୍ରିତିକର ଅଟେ। ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି। ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ। ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?” ତା’ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚା‌‌‌ତ୍‌‌‌ଧାବନ ବୋଲି ମୁଁ ଜାଣିଲି। ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ। “କୌତୁକ” କ’ଣ ଆନନ୍ଦ ଦେଇପାରେ? ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ? ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ। କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ? ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା। ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି। ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା। ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା। ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା। ଏହାର ଉତ୍ତର ଜ୍ଞାନ ହୋଇପାରେ ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା’ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି। ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି। ତେଣୁ ମୁଁ ଆପଣା ମନେ ମନେ କହିଲି,“ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।” ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ? ଜୀବନରେ କ’ଣ ବାସ୍ତବରେ ଖୁସୀ ଅଛି? ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ଯ୍ୟତଳେ ସମସ୍ତ ବିଷୟ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି। ସୂର୍ଯ୍ୟତଳେ ମୁଁ ଯହିଁରେ ପରିଶ୍ରାନ୍ତ ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମୋର ଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ଯିବାକୁ ହେବ। କେହି ଜଣେ ସବୁକିଛି ନିୟନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନରେ ମୁଁ ଜ୍ଞାନ ବଳରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହେବ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ୟ ଅସାର ଅଟେ। ତେଣୁ ସୂର୍ଯ୍ୟ ତଳେ ମୁଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେ ସବୁ ବିଷୟରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି। କାରଣ ଜଣେ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ୟକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ଯିବ। ଏ ମଧ୍ୟ ଅସାର ଏବଂ ପବନକୁ ଧରିବା ପରି। ସୂର୍ଯ୍ୟ ତଳେ ଜଣେ ମନୁଷ୍ୟ ପରିଶ୍ରମ କରି ଓ ହୃଦୟକୁ ଦୁଃଖ ଦେଇ କ’ଣ ପାଏ? କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା’ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର। ଏପରି କେହି ଅଛି କି ଯିଏକି ମୋ’ଠାରୁ ସୁଖୀ ହେବା ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା, ପିଇବା, ଏବଂ କରିଥିବା କାର୍ଯ୍ୟକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ୱରଙ୍କଠାରୁ ଆସେ। *** ପରମେଶ୍ୱର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ୱର ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ୱର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାୟିତ୍ୱ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାୟୁକୁ ଧରିବା ପରି। ଗୋଟିଏ ସମୟ ଅଛି ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ। ଜନ୍ମ ହେବାର ଏକ ସମୟ ଅଛି, ଏବଂ ମରିବା ପାଇଁ ମଧ୍ୟ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି, ବୃକ୍ଷ ଉପାଡ଼ିବା ପାଇଁ ମଧ୍ୟ ଏକ ସମୟ ଅଛି। ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି। ଧ୍ୱଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି। କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି। ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି। ଅନ୍ୱେଷଣ କରିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି। ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି। ଚିରିବାର ସମୟ ଅଛି ଓ ସିଲେଇ କରିବାର ମଧ୍ୟ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ୟ ସମୟ ଅଛି। ପ୍ରେମ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ୟ ସମୟ ଅଛି। ଯୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ୟ ସମୟ ଅଛି। ପରମେଶ୍ୱର ତାଙ୍କ ସଂସାରକୁ ନିୟନ୍ତ୍ରଣ କଲେ ଜଣେ ବ୍ୟକ୍ତି ତା’ର ସମସ୍ତ ପରିଶ୍ରମରୁ କ’ଣ ଲାଭ ପାଏ? ମୁଁ ଦେଖିଲି, ସମସ୍ତ କଠିନ କାର୍ଯ୍ୟ ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ ଦେଇଥିଲେ। ପରମେଶ୍ୱର ଏହା ଠିକ୍ ସମୟରେ ପ୍ରତ୍ୟେକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ୟ ଲୋକମାନଙ୍କ ମନରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସେମାନେ କେବେହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରତ୍ୟେକ ଜିନିଷ ପରମେଶ୍ୱର କରିଅଛନ୍ତି। ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଖୁସୀ ରହିବା ଓ ସେମାନେ ନିଜକୁ ଉପଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ। ଯଦି ଜଣେ ବ୍ୟକ୍ତି ଖାଦ୍ୟ, ପାନୀୟ ଓ ଉତ୍ତମ ଦ୍ରବ୍ୟ ତା’ ପରିଶ୍ରମ ବଳରେ ଉପଭୋଗ କରି ପାରିଲା, ତେବେ ତାହା ପରମେଶ୍ୱରଙ୍କଠାରୁ ଉପହାର। ମୁଁ ଜାଣେ ଯେ, ପରମେଶ୍ୱର ଯାହାକିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ, ତାହା ବୃଦ୍ଧି ବା ହ୍ରାସ କରାଯାଇ ନ ପାରେ। ପରମେଶ୍ୱର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦେବେ। ଯାହାସବୁ ଏଠାରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ୱର ସେସବୁ ଜିନିଷ ଖୋଜନ୍ତି ତାହା ଅତୀତ ହୋଇଛି। ପୁଣି ଥରେ ମୁଁ ସୂର୍ଯ୍ୟ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ୟାୟ ସ୍ଥାନରେ, ଦୁଷ୍ଟତା ସେଠାରେ ଥିଲା, ଏବଂ ଯେଉଁଠାରେ ଧାର୍ମିକତା ରହିବା ଉଚିତ୍ ଥିଲା, ସେଠାରେ ଜଣେ ଦୁରାଗ୍ଭର ଥିଲା। ମୁଁ ମନେ ମନେ କହିଲି: “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଗ୍ଭର କରିବେ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।” ଲୋକମାନେ କ’ଣ ପଶୁମାନଙ୍କ ପରି ଅଟନ୍ତି? ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷୟରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, “ପରମେଶ୍ୱର ସେମାନଙ୍କୁ ଦେଖାଇ ଦେବାକୁ ଗ୍ଭହାନ୍ତି ଯେ, ସେମାନେ ପଶୁ ତୁଲ୍ୟ। ଜଣେ ମନୁଷ୍ୟ ପଶୁଠାରୁ କ’ଣ ଉତ୍ତମ? ନାଁ! କାରଣ ମନୁଷ୍ୟ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ୟ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ‘ପ୍ରାଣବାୟୁ’ ଏକାପରି। କ’ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ୟ ମଧ୍ୟରେ କୌଣସି ଉନ୍ନତି ଅଛି କି? ପ୍ରତ୍ୟେକ ଜିନିଷ ଅବଶ୍ୟ ଅର୍ଥହୀନ। ମୃତ ମନୁଷ୍ୟ ଓ ପଶୁର ଶରୀର ଏକା ପ୍ରକାରରେ ବିନାଶ ହୁଏ। ସେମାନେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀରେ ମିଶିଗଲେ। ମନୁଷ୍ୟର ଆତ୍ମା ସ୍ୱର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷୟରେ କହି ପାରିବ?” ସେଥିପାଇଁ ମୁଁ ଦେଖିଲି ଯେ, କେବଳ ନିଜ ସ୍ୱକର୍ମରେ ଆନନ୍ଦ କରିବା ବ୍ୟତୀତ ମନୁଷ୍ୟ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହା ହିଁ ତା’ର ଅଧିକାର। ଆଉ ଏହା ପରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫେରାଇ ଆଣିପାରିବ? ମରିଯିବାଟା କ’ଣ ଭଲ? ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ। ମୁଁ ନିଷ୍ପତ୍ତି ନେଲି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ୟବାନ୍। ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ। କାହିଁକି କାର୍ଯ୍ୟ କଠିନ ଅଟେ? ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା’ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ। କିଛି ଲୋକ କହନ୍ତି, “ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତେବେ ତୁମେ ଉପବାସରେ ମୃତ୍ୟୁ ଭୋଗ କରିବ।” ସଂଘର୍ଷ କରି ଦୁଇ ହାତ ପୂର୍ଣ୍ଣକର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ। ଏହା ପରେ ମୁଁ ପୁନ୍ନରାୟ ସୂର୍ଯ୍ୟ ତଳେ ଅସାର ଦେଖିଲି। ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା’ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା’ର ଚକ୍ଷୁ କିଅବା ତା’ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ। ବନ୍ଧୁ ଓ ପରିବାର ଶକ୍ତି ଯୋଗାନ୍ତି ଏକ ଜଣରୁ ଦୁଇଜଣ ଭଲ। କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ଯଦି ଜଣେ ବ୍ୟକ୍ତି ପଡ଼ିଯାଏ, ତେବେ ତା’ର ସାଙ୍ଗ ତାକୁ ଉଠାଇବାକୁ ସାହାଯ୍ୟ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କେହି ସେଠାରେ ନ ଥାଏ। ଆହୁରି ଦୁଇଜଣ ଏକତ୍ର ଶୟନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହୋଇ ପାରିବ। ଯେକେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ। ଲୋକ, ରାଜନୀତି ଏବଂ ଖ୍ୟାତି ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଗ୍ଭହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ଯୁବା ଲୋକ ଭଲ। କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା। ଆହୁରି ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା। ମୁଁ ଦେଖି ପାରୁଛି ଯେ, ପୃଥିବୀରେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ଯାତାୟାତ କରୁଛନ୍ତି, ସେମାନେ ପରବର୍ତ୍ତୀ ଯୁବକକୁ ଅନୁସରଣ କଲେ, ଯିଏ କି ତା’ର ସାଙ୍ଗ, ତାଙ୍କର ସ୍ଥାନ ନେବେ। ଅସଂଖ୍ୟ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପରେ ଆସିବେ ସେମାନେ ସେହି ପ୍ରଥମ ଜ୍ଞାନୀ ଯୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ୟ ଅସାର ଓ ପବନର ପଶ୍ଚା‌‌‌ତ୍‌‌‌ଗମନ କଲା ପରି। ପ୍ରତିଜ୍ଞା କରିବା ସମୟରେ ସାବଧାନତା ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ। ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ, ଏବଂ ଜଣେ ମୂର୍ଖ ବହୁତ କହେ। ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର। ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି। ସମ୍ପତ୍ତି ସୁଖ କିଣି ପାରିବ ନାହିଁ ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା’ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ। ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା’ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ। ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ। ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା’ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା’ର କିଛି ନ ଥାଏ। ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” ସେ ବିଷାଦରେ ତା’ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ। ଜୀବନର କର୍ମରୁ ଆନନ୍ଦ କର ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା’ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା’ର ସବୁକିଛି। ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। ସତ୍ୟରେ, ଜଣେ ବ୍ୟକ୍ତି ତା’ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି। ସମ୍ପଦ କେବେ ସୁଖ ଆଣିପାରିବ ନାହିଁ ମୁଁ ସୂର୍ଯ୍ୟ ତଳେ ଏକ ଦୁଃଖର ବିଷୟ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପରେ କଠିନ ଗ୍ଭପ ପକାଏ। ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା’ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ। ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ। ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ। ସେ ସୂର୍ଯ୍ୟ ଦେଖି ନାହିଁ କି ସେ ବିଷୟରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି? ମନୁଷ୍ୟ ତା’ର ନିଜ ପେଟ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ କାହିଁକି? ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ? ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ। ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ। ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ? କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ? ଉପଦେଶକର ଗୁଚ୍ଛ ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ୟକ୍ତିର ଜନ୍ମଦିନ ଅପେକ୍ଷା ମୃତ୍ୟୁର ଦିନ ଯଥେଷ୍ଟ ଭଲ ଅଟେ। ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ। କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍। ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ। ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ। ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ। ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା ଭଲ। ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ୟ ସେହିପରି, ଏହା ମଧ୍ୟ ଅର୍ଥହୀନ। ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବେକ ନଷ୍ଟ କରେ। ବିଷୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ତ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ। ଶୀଘ୍ର କ୍ରୋଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ। ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?” ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ ଏହା ପଗ୍ଭରିବ ନାହିଁ। ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣରେ ଲାଭ ଦେଇଥାଏ। କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ। ପରମେଶ୍ୱରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କେହି ଠିକ୍ କରି ପାରିବ ନାହିଁ। ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ। ଲୋକମାନେ ପ୍ରକୃତରେ ଧାର୍ମିକ ହୋଇ ପାରିବେ ନାହିଁ ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା’ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ। ତୁମ୍ଭେମାନେ ନିଜକୁ ଅତି ଧାର୍ମିକ ବୋଲି ଦେଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦେଖାଇ ହୁଅ ନାହିଁ। କାହିଁକି ଏଥିରେ ତୁମ୍ଭେ ନିଜକୁ ବିନାଶ କରିବ? ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ? ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ। ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ। ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ। ଯାହା ତୁମ୍ଭଙ୍କୁ କୁହାଯାଇଛି, ସମସ୍ତ କଥାରେ ମନୋଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ। କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ। ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।” ସବୁକିଛି ଆମ୍ଭର ବୁଝାମଣାର ବାହାରେ, ଏସବୁ କିଏ ବୁଝିପାରିବ? ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚା‌‌‌ତ୍‌‌‌ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି। ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି। ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା’ର ହୃଦୟ ଏକ ଯନ୍ତାପରି। ତା’ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ। ଉପଦେଶକ କହିଲେ, “ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି। ମୁଁ ବାରମ୍ବାର ଖୋଜିଲି ଏବଂ ମୁଁ ପାଇଲି ନାହିଁ। ହଜାରରେ ଗୋଟିଏ ପୁରୁଷ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସେମାନଙ୍କ ମଧ୍ୟରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ। “ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।” ଜ୍ଞାନ ଓ କ୍ଷମତା ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା’ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ। ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ। ଭୟ କର ନାହିଁ, ତାଙ୍କର ଉପସ୍ଥିତିରେ ବାହାରି ଯାଅ, ବିଳମ୍ବ କର ନାହିଁ ଯେତେବେଳେ ବାଣିଜ୍ୟ ମନ୍ଦ ଅଟେ। ମନେରଖ ରାଜା ଯାହା ଗ୍ଭହିଁବେ ତାଙ୍କ ଇଚ୍ଛାରେ କରିବେ। ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ । ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା’ର ଉପାୟ ଜାଣେ। ସମସ୍ତ ବିଷୟରେ ଉପଯୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାୟ ଅନେକ କଷ୍ଟ ପାଆନ୍ତି। ଏବଂ ସେ ଜାଣେ ନାହିଁ କ’ଣ ଘଟିବାକୁ ଯାଉଛି। କାରଣ କେହି କହି ପାରିବେ ନାହିଁ ଭବିଷ୍ୟତରେ କ’ଣ ହେବ। କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ଯିବା ସମୟରେ ଅଟକାଇ ପାରିବ। କେହି ମୃତ୍ୟୁକୁ ଅଟକାଇ ପାରିବ ନାହିଁ। ଯୁଦ୍ଧ ସମୟରେ ଜଣେ ସୈନିକ ତା’ର ମନଇଚ୍ଛା କୌଣସି ସ୍ଥାନକୁ ଯାଇପାରିବ ନାହିଁ। ଠିକ୍ ସେହିପରି ଯଦି ଜଣେ ମନୁଷ୍ୟ କୁକର୍ମ କରେ, ସେହି କୁକର୍ମରୁ ସେ ରକ୍ଷା ପାଇବ ନାହିଁ। ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ। ତା’ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ। ନ୍ୟାୟ ପୁରସ୍କାର ଓ ଦଣ୍ଡ ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ। ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ। ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ। କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରି ପାରିବ ନାହିଁ। କାରଣ ସେ ପରମେଶ୍ୱରଙ୍କୁ ଭୀତ କରେ ନାହିଁ। ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା’ପରେ ମୁଁ କହିଲି, ଏହା ଅସାର ଅଟେ। ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ। ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି। ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ। ମୃତ୍ୟୁ କ’ଣ ନ୍ୟାୟ? ମୁଁ ଏହିସବୁ ବିଷୟରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସେମାନଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ହାତରେ। କେହି ଜାଣେ ନାହିଁ, ତାକୁ ପ୍ରେମ କରାଯିବ କି ଘୃଣା କରାଯିବ। ଏସବୁ ଭବିଷ୍ୟତ ଉପରେ ନିର୍ଭର କରେ। “ଏପରିକି ସେମାନଙ୍କର ପ୍ରେମ ଓ ଘୃଣା ପରମେଶ୍ୱରଙ୍କ ହାତରେ ଅଛି।” ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅଶୌଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରତ୍ୟେକଙ୍କ ପାଇଁ ସବୁକିଛି ସମାନ। ଯାହାସବୁ ସୂର୍ଯ୍ୟ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସେହିପରି ଶେଷ ହୁଏ। ଏବଂ ଲୋକମାନେ ଯେତେବେଳେ ଜୀବିତ ଥା’ନ୍ତି, ସେମାନଙ୍କର ହୃଦୟ ଦୁଷ୍ଟତା ଓ ମୂର୍ଖାମୀରେ ପୁରିଥାଏ। ଏହା ପରେ ସେମାନେ ମୃତ ଲୋକମାନଙ୍କ ପାଖକୁ ଯାଆନ୍ତି। କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧ୍ୟରେ ମିଶ୍ରିତ ତାହାର ଭରସା ଥାଏ। ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକୁର ମଧ୍ୟ ଭଲ ଅଟେ। ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ। ଯେପରି ସେମାନଙ୍କର ପ୍ରେମ, ଠିକ୍ ସେହିପରି ସେମାନଙ୍କର ଘୃଣା ଓ ଈର୍ଷା ନଷ୍ଟ ହୁଏ। ଏବଂ ସୂର୍ଯ୍ୟ ତଳେ ଯାହାକିଛି କରାଯାଏ, ତହିଁରେ ଅନନ୍ତକାଳ ସେମାନଙ୍କର କୌଣସି ଅଂଶ ନ ଥାଏ। ଯେତେବେଳେ ପାର ଜୀବନକୁ ଉପଭୋଗ କର ତୁମ୍ଭେ ଆପଣା ମାର୍ଗରେ ଯାଅ। ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି। ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ। ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ। ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ। ଜୀବନ ସୌ-ଭାଗ୍ୟ ନୁହେଁ ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ। କାରଣ ମନୁଷ୍ୟ ତା’ର କ’ଣ ହେବାକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ୟଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସେହିପରି ଲୋକମାନେ ଦୈବଦୁର୍ବିପାକର ଶିକାର ହୁଅନ୍ତି। ଜ୍ଞାନୀର କ୍ଷମତା ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମୋ’ ଦୃଷ୍ଟିରେ ମହତ ଥିଲା। ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ। ଏପରି ସମୟରେ ତହିଁ ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା। ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା। ତଥାପି ସେହି ଦରିଦ୍ର ଲୋକଙ୍କୁ କେହି ସ୍ମରଣ କଲା ନାହିଁ। ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ। ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ। ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ। କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି। ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ। ମୁର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ। ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ। କାରଣ ଜଣେ ଶାସକ ତୁମ୍ଭ ଉପରେ ରାଗିଛନ୍ତି, ସେଥିପାଇଁ ପଳାଇଯାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁ‌‌ଲ୍‌‌କୁ ମଧ୍ୟ ଅତିକ୍ରମ କରିପାରେ। କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ଅନିଷ୍ଟ କ୍ଷାନ୍ତ ହୁଏ। ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଲି। ଏକ ଭୁଲ୍ ଯାହା ଶାସନକର୍ତ୍ତାଠାରୁ ଆସିଥାଏ। ମୂର୍ଖମାନଙ୍କୁ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଦିଆଯାଏ, ଯେତେବେଳେ ଧନୀମାନଙ୍କୁ ଗୁରୁତ୍ୱହୀନ କାର୍ଯ୍ୟ ଦିଆଯାଏ। ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପଦଗତିରେ ଗମନ କରିବାର ଦେଖିଅଛି। ପ୍ରତି କାର୍ଯ୍ୟରେ ବିପଦ ଅଛି ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତା’ଦ୍ୱାରା ଆଘାତ ପାଇବ। ପୁଣି ଯେ କାଠ ଚିରେ, ସେ ତାହା ଦ୍ୱାରା ଆପଦଗ୍ରସ୍ତ ହେବ। କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା’ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ। ସର୍ପ ମନ୍ତ୍ର ମୁ‌ଗ୍‌ଧ ହେବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ୟକ। ଜ୍ଞାନୀର କଥା ତା’ ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ। ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ମନ୍ଦ ପାଗଳାମୀ ଅଟେ। ମୂର୍ଖ ବହୁ କଥା କହେ। ତଥାପି କ’ଣ ହେବ ମନୁଷ୍ୟ ଜାଣେ ନାହିଁ। ଆଉ ତା’ପରେ କ’ଣ ଘଟିବ, କେହି ତାକୁ ଜଣାଇ ପାରିବ ନାହିଁ। ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାକୁ ହୁଏ ତାହା ସେ ଜାଣେ ନାହିଁ। କର୍ମର ମୂଲ୍ୟ ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ। ହେ ଦେଶ, ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ। ଆଳସ୍ୟ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହରେ ଛିଦ୍ର ହୁଏ। ଖୁସୀ ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ। ନିରର୍ଥକ ଗଳ୍ପାକାର ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ୟ ଦିଅ ନାହିଁ। ଆଉ ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ। କାରଣ ଏକ ଛୋଟ ପକ୍ଷୀ ସେହି ବାର୍ତ୍ତା ନେଇଯିବ ଓ ସେ କଥା ଉତ୍ତର ଦେବ। ଭବିଷ୍ୟତକୁ ସାହସିକତାର ସହକାରେ ସମ୍ମୁଖୀନ କର ତୁମ୍ଭେ ଯେଉଁଠାକୁ ଯାଅ, ଉତ୍ତମ କାର୍ଯ୍ୟ କର। କିଛି ସମୟ ପରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫେରି ଆସିବ। ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ। କେତେଗୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହେବ। ଯଦି ମେଘମାଳା ବର୍ଷାବିନ୍ଦୁରେ ପୂର୍ଣ୍ଣ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପୃଥିବୀରେ ପାଣି ଢାଳି ଦେବେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗରେ ପଡ଼େ ତେବେ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ ରହିବ। ଯଦି ଗୋଟିଏ ଲୋକ ଛୋଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହାହେଲେ ସେ କେବେହେଲେ ଛୋଟ ଗଛ ରୋପଣ କରିବାକୁ ସକ୍ଷମ ହେବ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଗ୍ଭହିଁବ ତେବେ ସେ ଅମଳ କରି ପାରିବ ନାହିଁ। ତୁମ୍ଭେ ବାୟୁର ଗତି ଜାଣି ପାରିବ ନାହିଁ। ଏବଂ ତୁମ୍ଭେ ଜାଣି ପାରିବ ନାହିଁ ମା’ ପେଟରେ ଶିଶୁଟି କିପରି ବଢ଼େ। ଠିକ୍ ସେହିପରି ପରମେଶ୍ୱର କ’ଣ କରନ୍ତି ତୁମ୍ଭେ ଜାଣି ପାରିବ ନାହିଁ। ସେ ପ୍ରତ୍ୟେକ କଥା ଘଟାନ୍ତି। ତୁମ୍ଭେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୀଜ ବୁଣ ଏବଂ ତା’ପରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟାବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ୟାରେ ବୁଣିଥିଲ କିଅବା ପ୍ରାୟ ଉଭୟ ଭଲ ବଢ଼ିବ। ପ୍ରକୃତରେ ଆଲୋକ ସୁଖ ଦାୟକ, ପୁଣି ସୂର୍ଯ୍ୟାଲୋକ ଦେଖିବା ଆଶ୍ଚର୍ଯ୍ୟ ଅଟେ। ତୁମ୍ଭେ ଆପଣା ଜୀବନର ପ୍ରତ୍ୟେକ ଦିନକୁ ଉପଭୋଗ କରିବା ଉଚିତ୍, ତୁମ୍ଭେ ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହୁଛ। କିନ୍ତୁ ମନେରଖ, ନିଶ୍ଚିତରେ ତୁମ୍ଭେମାନେ ମରିବ। ମନେରଖ ଯେ ତୁମ୍ଭେମାନେ ଯେତେଦିନ ବଞ୍ଚିଛ ତା’ଠାରୁ ଅଧିକ ମୃତ ହୋଇ ରହିବ ଏବଂ ତୁମ୍ଭେମାନେ ସେହି ସମସ୍ତ ସମୟ ନିରର୍ଥକ। ଯୁବାବସ୍ଥାରେ ପରମେଶ୍ୱରଙ୍କର ସେବାକର ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା’ର ବିଗ୍ଭର କରିବେ। ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂରରେ ରଖ, କାରଣ ବାଲ୍ୟାବସ୍ଥା ଏବଂ ଯୌବନ ଅର୍ଥହୀନ ଅଟେ। ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।” ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ। ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ। ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ। ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା’ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ। ମୃତ୍ୟୁ ସେହି ସମୟରେ ରୂପାର ତାର ହୁଗୁଳା ହେବ ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ। କୂଅରେ ଏକ ପାତ୍ର ଭାଙ୍ଗିବା ପରି ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି। ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ। ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର। ସମାଧାନ ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ। ଉପଦେଶକ ସଠିକ୍ ଶବ୍ଦ ଖୋଜିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ୟ ଓ ସିଦ୍ଧ, ସେଗୁଡ଼ିକ ଲେଖିଲେ। ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ। କିନ୍ତୁ ମୋର ପୁତ୍ର, ସେଥିରେ ଯାହା ଯୋଗ କରାଯାଇଛି ତା’ ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ୟଧିକ ପଠନ ତୁମ୍ଭକୁ ଅତ୍ୟନ୍ତ କ୍ଳାନ୍ତ ପ୍ରଦାନ କରିବ। ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଗ୍ଭରରେ ଆଣିବେ। ଶଲୋମନଙ୍କର ପରମଗୀତର ଗୀତଗୁଡ଼ିକ। ସ୍ତ୍ରୀ ପୁରୁଷକୁ ଭଲପାଏ ମୋତେ ଚୁମ୍ବନ ଦିଅ। ତୁମ୍ଭ ପାଟିରେ ମୋତେ ଚୁମ୍ବନ ଦିଅ। ତୁମ୍ଭର ପ୍ରେମ ଦ୍ରାକ୍ଷାରସଠାରୁ ଉତ୍ତମ। ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି। ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି। ପୁରୁଷମାନଙ୍କ ପାଇଁ ଯିରୁଶାଲମର ସ୍ତ୍ରୀମାନେ ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ। ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି। ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ଆଗୋ ଯିରୁଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ। ମୋତେ ଦେଖ ନାହିଁ କାରଣ ସୂର୍ଯ୍ୟ ମୋତେ କଳା କରିଅଛି। ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ। ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ। ସେ (ସ୍ତ୍ରୀ) ତାହାଙ୍କୁ (ପୁ) କହେ ହେ ମୋର ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ଗୋରୁଗାଈ ଚରାଉ ଅଛ? ମଧ୍ୟାହ୍ନରେ କେଉଁଠାରେ ଶୟନ କରାଉ ଅଛ, ତାହା ମୋତେ ଜଣାଅ। ତୁମ୍ଭ ସାଙ୍ଗ ଗହଣରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀଲୋକପରି ହେବି? ସେ (ପୁ) ତାହାଙ୍କୁ (ସ୍ତ୍ରୀ) କହେ ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚୟ ତୁମ୍ଭେ ଜାଣ କ’ଣ କରିବାକୁ ହେବ। ମେଷମାନଙ୍କୁ ଅନୁସରଣ କର ଏବଂ ତୁମ ମେଷଗଣଙ୍କୁ ମେଷପାଳକ ତମ୍ବୁ ନିକଟରେ ଚରାଅ। ଆଗୋ ମୋର ପ୍ରିୟେ ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି। ତୁମ୍ଭର ଗାଲରେ ଗଣ୍ଡ ଯୁଗଳ, ତୁମ୍ଭ ଗଳା ଦେଶରେ ରତ୍ନହାରରେ ସୁଶୋଭିତ। ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି। ସେ (ସ୍ତ୍ରୀ) କହିଲେ ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋ’ ଜଟାମାଂସୀର ସୁବାସ ବ୍ୟାପ୍ତ ହେଲା। ମୋର ପ୍ରିୟତମ, ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି। ମୋ’ ପ୍ରିୟତମ, ମୋ’ ପ୍ରତି ଐନଗଦିର ଦ୍ରାକ୍ଷାକ୍ଷେତ୍ର‌ସ୍ଥ ହେନା ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି। ସେ (ପୁ) କହିଲେ ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ। ଦେଖ, ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ। ସେ (ସ୍ତ୍ରୀ) କହିଲେ ଦେଖ, ହେ ମୋର ପ୍ରିୟତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶଯ୍ୟା ତାଜା ସବୁଜ ଘାସ ଅଟେ। ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା। ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ। ସେ (ପୁ) କହିଲେ ହେ ମୋର ପ୍ରିୟେ, କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ ସେହିପରି ତୁମ୍ଭେ ଯୁବତୀଗଣ ମଧ୍ୟରେ ମୋର ପ୍ରିୟା। ସେ (ସ୍ତ୍ରୀ) କହିଲେ ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା। ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ। ମୋ’ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା। କି‌‌‌ସ୍‌‌‌ମିସ୍ ପିଠା ଦେଇ ମୋତେ ଶକ୍ତିଶାଳୀ କର ଓ ସେଓ ଦେଇ ମୋତେ ସତେଜ କରି ଦିଅ, କାରଣ ମୁଁ ପ୍ରେମ ସହିତ ପୀଡ଼ିତା। ତାହାଙ୍କ ବାମହସ୍ତ ମୋ’ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମରେ ମୋ’ଠାରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଜଗାଅ ନାହିଁ। ସେ (ସ୍ତ୍ରୀ) ପୁନର୍ବାର କହିଲେ ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁ ଅଛନ୍ତି। ମୋହର ପ୍ରିୟତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ୟ। ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି, ପ୍ରାଚୀର ପଛେ ଠିଆ ହୋଇଅଛନ୍ତି। ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି। ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ। କାରଣ ଦେଖ ଶୀତ ଗ୍ଭଲିଯାଇଛି ଓ ବୃଷ୍ଟି ବନ୍ଦ ହୋଇଯାଇଛି। ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି। ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି। ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି। ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି। ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।” ସେ (ପୁ) କହିଲେ ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମନୋହର। ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା ଛୋଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି। ହେ ମୋର ପ୍ରିୟତମ, ତୁମ୍ଭେ ମୋର, ମୁଁ ତୁମ୍ଭର ଅଟେ। ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି। ହେ ମୋର ପ୍ରିୟତମ, ଯେତେବେଳେ ଦିନ ଆସେ ଓ ଛାଇ ତୁମ୍ଭଠାରୁ ଗଡ଼ିଯାଏ, ଫେରି ଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ୟ ହୁଅ। ସେ (ସ୍ତ୍ରୀ) କହିଲେ ରାତ୍ରିରେ ବିଛଣାରେ ମୁଁ ମୋର ନର ମଣିଷକୁ ଖୋଜିଲି ଯାହାକୁ ମୁଁ ପ୍ରେମ କରେ। ମୁଁ ତାହାଙ୍କୁ ଖୋଜିଲି। କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ। ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖୋଜିବି। ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ। ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ। ମୁଁ ସେମାନଙ୍କୁ ପଗ୍ଭରିଲି, “ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି?” ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ପରେ ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ମୁଁ ପାଇଲି। ମୁଁ ତାହାଙ୍କୁ ମୋର ମାର ଗୃହର କୋଠରୀକୁ ନେଇଗଲି, ଯେଉଁଠାରେ ମୁଁ ଗର୍ଭରେ ସଞ୍ଚାରିତ ହୋଇଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ଯିବାକୁ ଦେଲି ନାହିଁ। ସେ (ସ୍ତ୍ରୀ) ଲୋକମାନଙ୍କୁ କହିଲେ ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହେବା ଯାଏ ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ। ସେ (ପୁ) ଏବଂ ତାଙ୍କର ଅନୁଢ଼ା କନ୍ୟା ସିଏ କିଏ ଅଟେ, ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି? ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ। ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି। ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି। ସେ ସମସ୍ତେ ‌‌ଖ‌ଡ଼୍‌ଗଧାରି ଓ ଯୁଦ୍ଧରେ ନିପୁଣ। ରାତ୍ରିକାଳରେ ଆଶଙ୍କା ହେତୁ। ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ‌‌ଖ‌ଡ଼୍‌ଗ ବନ୍ଧା ଥାଏ। ଶଲୋମନ ରାଜା ଆପଣା ପାଇଁ ଲିବାନୋ‌ନ୍‌ର କାଠର ଏକ ପାଲିଙ୍କି ନିର୍ମାଣ କଲେ। ସେ ତହିଁରେ ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର ଏବଂ ତହିଁର ଭିତର ପାଖଗୁଡ଼ିକ, ପ୍ରେମ ନିମନ୍ତେ ଯିରୁଶାଲମର ଚତୁର୍ପାର୍ଶ୍ୱର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ୱାରା ସଜ୍ଜିତ ହୋଇଥିଲା। ଆଗୋ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନରେ ଓ ତାହାଙ୍କ ମନର ଆନନ୍ଦ ଦିନରେ ତାହାଙ୍କ ମାତା ତାହାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ ହେ ମୋର ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦେଖାଯାଅ। ତୁମ୍ଭ ନେତ୍ର କପୋତ ତୁଲ୍ୟ, ତୁମ୍ଭର କେଶ ଗିଲିୟଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ୟ। ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା, ସ୍ନାନରୁ ଉ‌‌‌ତ୍‌‌‌ଥିତ ମେଷୀ ପଲ ତୁଲ୍ୟ। ସେଗୁଡ଼ିକୁ ଯଥାର୍ଥ ଭାବରେ ମାନିଛି ଏବଂ ସେଗୁଡ଼ିକ ମଧ୍ୟରୁ କେହି ହଜି ନାହାନ୍ତି। ତୁମ୍ଭର ଓଷ୍ଠାଧର ଉଜ୍ଜ୍ୱଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡାଳିମ୍ବ ଖଣ୍ଡ ତୁଲ୍ୟ। ତୁମ୍ଭର ବେକ ସେହି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ଯାଇଥିଲା। ତୁମ୍ଭର ସ୍ତନଯୁଗଳ ଶୋଶନ ପୁଷ୍ପ ବନରେ ଚରିବାର ଯାଆଁଳା ହରିଣ ଛୁଆ ତୁଲ୍ୟ। ଦିବସ ନ ଆସିବା ପର୍ଯ୍ୟନ୍ତ ଓ ଛାୟା ବହି ନ ଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ଯିବି। ଆଗୋ ମୋର ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ଯାଏ ସୁନ୍ଦରୀ। ତୁମ୍ଭଠାରେ କୌଣସି ଖୁଣ ନାହିଁ। ଆଗୋ ମୋର ପ୍ରିୟେ, ମୋ’ ସଙ୍ଗେ ଲିବାନୋ‌ନ୍‌ରୁ ଆସ। ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣରୁ ଏବଂ ସିଂହମାନଙ୍କ ଗୁମ୍ଫାରୁ ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ। ହେ ମୋର ଭଉଣୀ, ହେ ମୋର କନ୍ୟା, ତୁମ୍ଭେ ମୋର ହୃଦୟକୁ ତୁମ୍ଭର ଚକ୍ଷୁର ଗୋଟିଏ ଗ୍ଭହାଣିରେ ଏବଂ ଗୋଟିଏ ଅଳଙ୍କାର ହାରରେ ଗ୍ଭେରି କରିଅଛି। ଆଗୋ ମୋର ଭଗିନୀ, ହେ ମୋର ପ୍ରିୟେ, ତୁମ୍ଭର ପ୍ରେମ କେମନ୍ତ ମନୋରମ। ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା ଉତ୍ତମ। ଆଗୋ ମୋର ପ୍ରିୟେ, ମହୁଫେଣାରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠାଧର ମହୁ ଝରେ। ଦୁ‌ଗ୍‌ଧମଧୁ ତୁମ୍ଭ ଜିହ୍ୱା ତଳେ ଥାଏ। ତୁମ୍ଭ ବସ୍ତ୍ରର ସୁଗନ୍ଧି ଲିବାନୋ‌ନ୍‌ର ସୁଗନ୍ଧ ତୁଲ୍ୟ। ମୋର ଭଗିନୀ, ମୋର ପ୍ରିୟେ, ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା। ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ। ସେଠାରେ ହେନା ଗ୍ଭରାଗଛ ଅଛି। ସେଠାରେ ଜଟାମାଂସୀ ଓ କେଶର, ବଚ ଓ ଡାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି। ତୁମ୍ଭେ ଉଦ୍ୟାନର ଏକ ଝରଣା, ଅମୃତ ଜଳର କୂପ ଓ ଲିବାନୋ‌ନ୍‌ରୁ ପ୍ରବାହିତ ସ୍ରୋତ ଅଟ। ସେ (ସ୍ତ୍ରୀ) କହିଲେ ହେ ଉତ୍ତରୀୟ ବାୟୁ, ଜାଗ। ଦକ୍ଷିଣ ବାୟୁ, ଆସ। ମୋ’ ଉଦ୍ୟାନର ସୁଗନ୍ଧି ଯେପରି ଗ୍ଭରିଆଡ଼େ ବିଚ୍ଛୁରିତ ହେବ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପରେ ପ୍ରବାହିତ ହୁଅ। ମୋହର ପ୍ରିୟତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ। ସେ (ପୁ) କହିଲେ ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି। ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁ‌ଗ୍‌ଧପାନ କରିଅଛି। ଆସ ପରସ୍ପର ସହିତ ଆମୋଦ କରିବା। ଆସ ପ୍ରେମରେ ମତ୍ତ ହୋଇଯିବା। ସ୍ତ୍ରୀଲୋକମାନେ ପ୍ରେମିକମାନଙ୍କୁ କହିଲେ ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର। ହଁ, ଯଥେଷ୍ଟ ପ୍ରେମକୁ ପାନ କର। ସେ (ସ୍ତ୍ରୀ) କହିଲେ ମୁଁ ନିଦ୍ରିତା ଥିଲି, ମାତ୍ର ମୋର ହୃଦୟ ଜାଗ୍ରତ ଥିଲା। ଏତ ମୋ’ ପ୍ରିୟତମଙ୍କ ରବ। ସେ ଦ୍ୱାରରେ ଆଘାତ କରି କହୁଛନ୍ତି, “ଆଗୋ ମୋର ଭଗିନୀ, ମୋର ପ୍ରିୟେ, ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ। କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।” “ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଗ୍ଭହୁଁ ନାହିଁ। ମୁଁ ମୋର ପାଦ ଧୌତ କରିଅଛି, ମୁଁ ସେଗୁଡ଼ିକୁ ମଇଳା କରିବା ପାଇଁ ଗ୍ଭହୁଁ ନାହିଁ।” ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ, ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପରେ ମୋର ହସ୍ତରୁ ଗନ୍ଧରସ ଓ ମୋ’ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି। ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ। ମୋର ଆତ୍ମା ମୋତେ ଛାଡ଼ିଗଲା, ଯେତେବେଳେ ସେ କହିଲେ। ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ। ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ। ସେମାନେ ମୋତେ ପ୍ରହାର କଲେ। ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମୋ’ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ। ଆଗୋ ଯିରୁଶାଲମର କନ୍ୟାଗଣ। ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କ ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ। ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ। ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ? ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ। ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ। ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ। ଦୁ‌ଗ୍‌ଧରେ ଧୌତ ଓ ଯଥା ସ୍ଥାନରେ ସ୍ଥାପିତ। ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ ସୁଗନ୍ଧି ତୃଣର ତଟ ସ୍ୱରୂପ। ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ ତହିଁରୁ ଦ୍ରବ ଗନ୍ଧରସ ଝରେ। ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ। ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ। ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର। ହେ ଯିରୁଶାଲମର କନ୍ୟାଗଣ, ସେ ମୋହର ପ୍ରିୟତମ, ସେ ମୋହର ସହୋଦର। ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) କହନ୍ତି ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ। ତୁମ୍ଭର ପ୍ରିୟତମ କୁଆଡ଼େ ଯାଇଛନ୍ତି। ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେମନ୍ତ ଖୋଜି ପାରିବା ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଆଡ଼କୁ ଯାଇଛନ୍ତି କୁହ। ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ସ୍ତ୍ରୀଲୋକମାନଙ୍କୁ ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି। ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର। ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି। ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ ଆଗୋ ମୋର ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ଯିରୁଶାଲମ ପରି ଶୋଭାବତୀ, ଧ୍ୱଜାଧାରି ସୈନ୍ୟପରି ଭୟଙ୍କରୀ। ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲିୟଦର ଚଟାଣରୁ ତଳକୁ ଆସୁଥିବା ଏକ ଛେଳିପଲ ତୁଲ୍ୟ। ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ‌‌ଉ‌‌ତ୍‌‌ଥିତ‌ା ମେଷୀପଲ ତୁଲ୍ୟ। ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ। ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡାଳିମ୍ବ ତୁଲ୍ୟ ଦୁଇଟି ଫାଳ। ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି। ମାତ୍ର ମୋ’ କପୋତୀ, ମୋର ନିପୁଣାଟି ଅଦ୍ୱିତୀୟା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିୟ ଯିଏ ତାକୁ ଗର୍ଭଧାରଣ କଲେ। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ। ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ପ୍ରଶଂସା କଲେ ଏହି ଯେ ଅରୁଣ ତୁଲ୍ୟ ଉଦୀୟମନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧତା, ଧ୍ୱଜା ବିଶିଷ୍ଟ ସୈନ୍ୟତୁଲ୍ୟ ଭୟଙ୍କର, ସେ କିଏ? ସେ (ସ୍ତ୍ରୀ) କହିଲେ ମୁଁ ଡିମ୍ବିରି ବୃକ୍ଷ କାଟିବାକୁ ସଦ୍ୟ ଗ୍ଭରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି। ମୁଁ ଅନୁଭବ କଲା ପୂର୍ବରୁ ମୁଁ ମୋ’ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖରେ ପାଇଲି। ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଡାକିଲେ ହେ ଶୂଲେମିୟେର ନାରୀ, ଫେରି ଆସ, ଫେରି ଆସ ଆମ୍ଭେମାନେ ତୁମ୍ଭକୁ ଦେଖିବା ପାଇଁ ଗ୍ଭହୁଁଛୁ। ଯେତେବେଳେ ସେ ମହନୟିମ ନୃତ୍ୟ କରୁଛି, କାହିଁକି ତୁମ୍ଭେମାନେ ଶୂଲେମିୟା ନାରୀକୁ ଅନାଇବ? ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ। ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ପାତ୍ର ତୁଲ୍ୟ। ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ୟ। ତୁମ୍ଭର ସ୍ତନ ଯୁଗଳ ହରିଣର ଯାଆଁଳା ଛୁଆ ପରି। ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ ହି‌‌‌ଶ୍‌‌‌ବୋନ୍ ସେରାବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋ‌ନ୍‌ର ଦୁର୍ଗ ତୁଲ୍ୟ। ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ। ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି। ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ। ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ। ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ୟ ହେଉ। ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ। ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ, ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ। ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ’ ପ୍ରତି ଅଛି। ଆସ, ମୋର ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯିବା। ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା। ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଆମ୍ଭେମାନେ ଦେଖିବା। ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି। ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି। ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କେହି ମୋତେ ଖରାପ ଭାବିବେ ନାହିଁ। ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନେଇଯା’ନ୍ତି। ସେ ମୋତେ ଶିକ୍ଷା ଦିଅନ୍ତେ। ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ, ମୋହର ଡାଳିମ୍ବ ରସ ପାନ କରାନ୍ତି। ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ ତାହାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ ଓ ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରିବ। ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, ମୋ’ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ। ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ? ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି। ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ। ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ। ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ। ହୃଦୟର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ। ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ। କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ। ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ, ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ। ତାଙ୍କର (ସ୍ତ୍ରୀ) ଭାଇମାନଙ୍କ କଥା ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି। ଏପର୍ଯ୍ୟନ୍ତ ତା’ର ସ୍ତନ ବୃଦ୍ଧି ହୋଇ ନାହିଁ। ଯଦି ଜଣେ ଲୋକ ଆସେ ଏବଂ ତାକୁ ବିବାହ କରିବାକୁ ପଗ୍ଭରେ, ତେବେ ଆମ୍ଭେମାନେ କ’ଣ କରିବା? ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ। ତେବେ ଆମ୍ଭେମାନେ ତାକୁ ରୂପା ଗହଣାରେ ଢାଙ୍କି ଦେବୁ। ଯଦି ସେ ଏକ ଦ୍ୱାର ପରି ହୁଏ, ତେବେ ଆମ୍ଭେମାନେ ତାକୁ ଏରସ ପଟାରେ ଆବରଣ କରିଦେବୁ। ସେ (ସ୍ତ୍ରୀ) ତା’ର ଭାଇମାନଙ୍କୁ ଉତ୍ତର ଦେଲେ ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁରେ ଦୁର୍ଗସ୍ୱରୂପ। ସେହି ସମୟରେ ସେ ମୋତେ ଜଣକ ପରି ବିବେଚନା କଲା, ଯିଏ ତୃପ୍ତି ଆଣେ। ସେ (ପୁ) କହିଲେ ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ। ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ 1000 ରୂପାମୁଦ୍ରା ଦେବାକୁ ପଡ଼ିଲା। ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର। ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ। ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ। ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ। ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ। ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ। ପରମେଶ୍ୱରଙ୍କର ତାଙ୍କ ସନ୍ତାନଗଣଙ୍କ ବିରୁଦ୍ଧରେ ଅଭିଯୋଗ ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି, “ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି। ଗାଈ ତା’ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ, ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ। ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।” ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି। ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ। ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ। “ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି। Warnings for Jerusalem ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ର‌ରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’ ଏହା ସତ୍ୟ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା’ ନ ହୋଇଥିଲେ ଆମ୍ଭେମାନେ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥା’ନ୍ତୁ। ହେ ସଦୋମର ପ୍ରାଚୀନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହମୋରାର ଲୋକମାନେ, ପରମେଶ୍ୱରଙ୍କ ଶିକ୍ଷାସମୂହ ପ୍ରତି ଧ୍ୟାନ ଦିଅ। ପରମେଶ୍ୱର କୁହନ୍ତି, “ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ? ମୁଁ ମେଷର ଓ ହୃଷ୍ଟପୁଷ୍ଟ ଗୋରୁଗାଈର ମେଦର ହୋମବଳି ପ୍ରତି ବିତୃଷ୍ଣା ହୋଇ ଯାଇଛି। ମୁଁ ଆଉ ଷଣ୍ଢ, ମେଷ ଓ ଛାଗମାନଙ୍କର ରକ୍ତ ଗ୍ଭହେଁ ନାହିଁ। “ଯେତେବେଳେ ତୁମ୍ଭେମାନେ ମୋତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭେମାନେ ମୋର ପ୍ରାଙ୍ଗଣରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା? “ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ। ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ। “ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ। “ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ। ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।” ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ। “ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ। ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।” ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି। ଯିରୁଶାଲମ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନୁହେଁ ପରମେଶ୍ୱର କୁହନ୍ତି, “ଯିରୁଶାଲମ ଏକ ନଗର ଯାହା ମୋ’ ପ୍ରତି ବିଶ୍ୱସ୍ତ ଥିଲା। କିଏ ଏହାକୁ ଏକ ବ୍ୟଭିଗ୍ଭରିଣୀରେ ପରିଣତ କଲା? ଯିରୁଶାଲମ ନ୍ୟାୟ ପୂର୍ଣ୍ଣ ହେବା ଉଚିତ୍। ଯିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ୟାକାରୀମାନଙ୍କର ବାସସ୍ଥାନରେ ପରିଣତ ହୋଇଛି। “ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି। ଉତ୍ତମଗୁଣ ଦୁର୍ବଳ ହୋଇଛି। ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’ ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି। ଲୋକମାନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ୟବହାର କରନ୍ତି। ସେହିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ି ନେବି ଓ ତୁମ୍ଭମାନଙ୍କୁ ପବିତ୍ର କରିବି। ଆଦ୍ୟ ସମୟ ପରି ମୁଁ ବିଗ୍ଭରକାରୀଗଣଙ୍କୁ ଫେରାଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନ କରିବି। ତା’ପରେ ତୁମ୍ଭେ ‘ଉତ୍ତମ ଓ ବିଶ୍ୱସ୍ତ ନଗରୀ ବୋଲି କଥିତ ହେବ।”’ ପରମେଶ୍ୱର ଉତ୍ତମ ଏବଂ ସେ ନ୍ୟାୟ ବିଗ୍ଭର କରନ୍ତି। ତେଣୁ ସେ ସିୟୋନକୁ ରକ୍ଷା କରିବେ ଏବଂ ଲୋକମାନେ ତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ। ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ। ତୁମ୍ଭେମାନେ ପୂଜା କରିବାକୁ ବାଛିଥିବା ଅଲୋନଗଛ ଓ ସ୍ୱତନ୍ତ୍ର ବଗିଗ୍ଭ ପାଇଁ ଭବିଷ୍ୟତରେ ଲୋକମାନେ ଲଜ୍ଜିତ ହେବେ। ଏହା ଘଟିବ କାରଣ ତୁମ୍ଭେମାନେ ଶୁଷ୍କ ପତ୍ର ବିଶିଷ୍ଟ ଅଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହେବ। ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହେବେ ଏବଂ ସେମାନଙ୍କର କର୍ମ ଅଗ୍ନିକଣା ସଦୃଶ ହେବ। ସେହି ବଳବାନ୍ ଲୋକମାନେ ଓ ସେମାନଙ୍କର କର୍ମ ସବୁ ଅଗ୍ନିରେ ପୋଡ଼ି ଦେବେ। ସେହି ଅଗ୍ନିକୁ କେହି ନିର୍ବାପିତ କରି ପାରିବେ ନାହିଁ। God’s Message to Judah and Jerusalem ଆମୋସଙ୍କ ପୁତ୍ର ଯିଶାଇୟ ଯିହୁଦା ଓ ଯିରୁଶାଲମ ବିଷୟରେ ଯେଉଁ ଦର୍ଶନ ପାଇଥିଲେ ତାହାର ବୃତ୍ତାନ୍ତ। ଶେଷ ଦିନରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ। ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ। ବହୁ ଲୋକ ସେଠାକୁ ଯିବେ। ସେମାନେ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯିବା। ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଆମ୍ଭେମାନେ ଯିବା। ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ପଥ ବିଷୟରେ ଶିକ୍ଷା ଦେବେ। ଆମ୍ଭେମାନେ ତାହା ଅନୁସରଣ କରିବା।” ପରମେଶ୍ୱରଙ୍କର ଶିକ୍ଷାସମୂହ-ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମରେ ସିୟୋନ ପର୍ବତରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହେବ। ତା’ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ। ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ। ସେମାନେ ‌‌ଖ‌ଡ଼୍‌ଗରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛାରେ ଦାଆ ତିଆରି କରିବେ। ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ। ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ। ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର। ମୁଁ ଏହା କହୁଛି, କାରଣ ତୁମ୍ଭେମାନେ ଯାକୁବ ବଂଶକୁ ପରିତ୍ୟାଗ କରିଛ। ତୁମ୍ଭେମାନେ ସେହି ଲୋକ ଯେଉଁମାନେ କି ପୂର୍ବଦେଶୀୟମାନଙ୍କ ଆଗ୍ଭରରେ ପରିପୂର୍ଣ୍ଣ। ତୁମ୍ଭେମାନେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ୟ‌ଦ୍‌ବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀୟମାନଙ୍କର ସେହି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନେଇଛନ୍ତି। ତୁମ୍ଭମାନଙ୍କର ଦେଶ ସୁନା ଓ ରୂପାରେ ପରିପୂର୍ଣ୍ଣ। ସେଠାରେ ଧନରତ୍ନର ସୀମା ନାହିଁ। ତୁମ୍ଭମାନଙ୍କର ଦେଶ ମଧ୍ୟ ଅଶ୍ୱରେ ପରିପୂର୍ଣ୍ଣ ଓ ସେଠାରେ ରଥର ସୀମା ନାହିଁ। ଆଉମଧ୍ୟ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ୱାରା ପୂଜିତ ପ୍ରତିମାରେ ପରିପୂର୍ଣ୍ଣ। ସେହି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ୱହସ୍ତ ନିର୍ମିତ ଓ ସେମାନେ ସେଗୁଡ଼ିକୁ ପୂଜା କରୁଛନ୍ତି। ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସେମାନେ ଅଧୋଗାମୀ ହୋଇଛନ୍ତି। ତେଣୁ ଏହା ନିଶ୍ଚିତ ଯେ, ପରମେଶ୍ୱର କେବେ ସେମାନଙ୍କୁ କ୍ଷମା କରିବେ ନାହିଁ। ଯାଅ, ମାଟିତଳେ ଓ ପର୍ବତର ପୃଷ୍ଠଭାଗରେ ନିଜକୁ ଲୁଗ୍ଭଅ! କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କର ସର୍ବଶକ୍ତିମାନ ଓ ଶକ୍ତି ନିକଟରେ ଭୟଭୀତ। ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସେହି ଅହଙ୍କାରୀଗଣ ଲଜ୍ଜାରେ ଅବନତ ହେବେ। ମାତ୍ର ସେତେବେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ। ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସେହି ଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦେବେ। ସେତେବେଳେ ସେହି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ। ସେହି ଅହଙ୍କାର ଲୋକମାନେ ଲିବାନୋନ ଓ ବାଶନର ଦେବଦାରୁ ଓ ଅଲୋନଗଛ ପରି ଉଚ୍ଚ ଓ ମହାନ ହେବେ। ମାତ୍ର ସଦାପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ। ସେହି ଅହଙ୍କାରୀ ମାନବ ପର୍ବତ ଓ ପାହାଡ଼ ସଦୃଶ ଉନ୍ନତ ଓ ଉଚ୍ଚ ହେବେ। ଆଉମଧ୍ୟ ସେହି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଶାସ୍ତି ଦେବେ। ପୁଣି ସେହି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। ସେତେବେଳେ ଲୋକମାନେ ଗର୍ବିତ ହେବାରୁ ନିବୃତ୍ତ ହେବେ। ସେହି ଗର୍ବିତ ମାନବ ନମ୍ର ହେବେ ଏବଂ କେବଳ ସେହି ଦିନରେ ସଦାପ୍ରଭୁ ଉଚ୍ଚରେ ରହିବେ। ପୁଣି ସମସ୍ତ ପ୍ରତିମା ଲୁପ୍ତ ହେବେ। ସେତେବେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନଶକ୍ତି ଦେଖି ଭୟଭୀତ ହେବେ। ସଦାପ୍ରଭୁ ପୃଥିବୀକୁ ଏପରି କମ୍ପିତ କରିବେ ଯେ, ଲୋକମାନେ ଭୟଭୀତ ହୋଇ ପର୍ବତ ଗୁମ୍ଫାରେ ଓ ପୃଥିବୀର ଗର୍ତ୍ତରେ ଲୁଚିବେ। ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ। ସଦାପ୍ରଭୁ ପୃଥିବୀରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ୱର୍ଯ୍ୟ ପୂର୍ବକ ମହିମାକୁ ଭୟଭୀତ ହୋଇ ଗୁମ୍ଫାରେ ସେମାନଙ୍କୁ ଲୁଗ୍ଭଇ ରଖିବେ। ତୁମ୍ଭେମାନେ ପ୍ରାଣବାୟୁଧାରୀ ମନୁଷ୍ୟ ଉପରେ ବିଶ୍ୱାସ ରଖିବ ନାହିଁ। ମନୁଷ୍ୟମାତ୍ରେ ମୃତ୍ୟୁ ସୁନିଶ୍ଚିତ। ଏମାନେ ଯେ ଈଶ୍ୱରଙ୍କ ପରି ବଳବାନ୍ ଏହା ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହେଁ। ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ। ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟ‌ଦ୍‌ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ। ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ। ପରମେଶ୍ୱର କୁହନ୍ତି, “ସେମାନଙ୍କ ଉପରେ ଶାସନ କରିବା ପାଇଁ ମୁଁ ଯୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସେମାନଙ୍କୁ ପରିଗ୍ଭଳନା କରିବେ। ଜଣେ ଅନ୍ୟ ଜଣଙ୍କ ଦ୍ୱାରା ଓ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ପ୍ରତିବାସୀ ଦ୍ୱାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ୟକ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଯତ୍ନ ନେବେ ନାହିଁ। ସାଧାରଣ ବ୍ୟକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।” ସେତେବେଳେ କେହିଜଣେ ବ୍ୟକ୍ତି ନିଜ ପରିବାର ମଧ୍ୟରୁ ଜଣକୁ ଧରି କହିବେ, “ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହେବ। ତୁମ୍ଭେ ଏହି ନିପାତିତ ରାଜ୍ୟର ଅଧିପତି ହେବ।” ମାତ୍ର ସେହି ଭାଇଟି ଉଚ୍ଚସ୍ୱରରେ କହିବ, “ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ଗୃହରେ ପ୍ରଚୁର ଖାଦ୍ୟ ଓ ବସ୍ତ୍ର ନାହିଁ। ମୋତେ ତୁମ୍ଭେମାନେ ତୁମ୍ଭର ଶାସନକର୍ତ୍ତା କର ନାହିଁ।” ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି। ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି। ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ। ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ। ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ। ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି। ଆପଣାର ଲୋକମାନଙ୍କ ସମ୍ବନ୍ଧରେ ପରମେଶ୍ୱରଙ୍କ ନିଷ୍ପତ୍ତି ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ। ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ। ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି। ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ। ସଦାପ୍ରଭୁ ପୁଣି କୁହନ୍ତି, “ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠା ବୋଲି ଦେଖାଇ ହୋଇ ମଥା ଉନ୍ନତ୍ତ କରି ବୁଲନ୍ତି। ସେମାନେ କଟାକ୍ଷପାତ କରି ଚଞ୍ଚଳ ଗତିରେ ଗ୍ଭଲିଲାବେଳେ ସେମାନଙ୍କର ପାଦର ନୂପୁର ରୁଣୁଝୁଣୁ ହୁଏ।” ମୋର ପ୍ରଭୁ ସେହି ସିୟୋନ କନ୍ୟାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସେହି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ। ସେହି ସମୟରେ, ସଦାପ୍ରଭୁ ସେହି ସ୍ତ୍ରୀଲୋକମାନେ ଗର୍ବ କରୁଥିବା ଜିନିଷଗୁଡ଼ିକୁ ସେମାନଙ୍କଠାରୁ କାଢ଼ିନେବେ। ସେ ସେମାନଙ୍କ ପାଦରୁ ନୂପୁର ଏବଂ ସେମାନଙ୍କ ବେକରୁ ଚନ୍ଦ୍ରାହାର କାଢ଼ିନେବେ।’ ଆଉ ମଧ୍ୟ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନେବେ। ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ ମୁଦି ଓ ନୋଥ, ଉତ୍ସବ କାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ ଓ ଟଙ୍କା ଥଳି ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ। ସେହି ସ୍ତ୍ରୀଲୋକମାନଙ୍କର ସୁଗନ୍ଧ ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ଓ କ୍ଲେଦରେ, କଟିବସ୍ତ୍ର ରଜ୍ଜୁରେ ସୁନ୍ଦର ମଥା ବିନା କେଶରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ରରେ ସେମାନଙ୍କ ସୌନ୍ଦର୍ଯ୍ୟ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ। ସେହି ସମୟରେ ତୁମ୍ଭର ପୁରୁଷଗଣ ‌‌ଖ‌ଡ଼୍‌ଗ ଘାତରେ ଓ ଯୋଦ୍ଧାଗଣ ଯୁଦ୍ଧରେ ନିହତ ହେବେ। ସିୟୋନ ନଗରରେ ଦ୍ୱାରଦେଶ ଶୋକ ଓ ବିଳାପରେ ମୁଖରିତ ହେବ। ଯିରୁଶାଲମ ଗ୍ଭେରଦ୍ୱାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ୟ ହୋଇ ପଡ଼ି ରହିବ। ସେ ଭୂମି ଉପରେ ବସି କେବଳ ବିଳାପ କରିବ। ସେହି ସମୟରେ ସାତ ଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହାହେଲେ ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ କରିବୁ। ଆମ୍ଭମାନଙ୍କୁ କେବଳ ତୁମ୍ଭର ନାମରେ ଖ୍ୟାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।” ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ। ସେହି ସମୟରେ ସିୟୋନ ଓ ଯିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ୱତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହେବେ। ଏହା ସେହି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ୱତନ୍ତ୍ର ତାଲିକାରେ ଥିବେ ଓ ସେହି ତାଲିକାଭୁକ୍ତ ଲୋକେ କେବଳ ବଞ୍ଚି ରହିବେ। ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ। ସେତେବେଳେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସରେ ପରମେଶ୍ୱର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରିରେ ଜ୍ୱଳନ୍ତ ଅଗ୍ନିଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହେବ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘରେ ଆଚ୍ଛାଦିତ ହେବ। ପ୍ରତ୍ୟେକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହେବ। ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ। ଇସ୍ରାଏଲ ପରମେଶ୍ୱରଙ୍କ ସ୍ୱତନ୍ତ୍ର ବଗିଗ୍ଭ ବର୍ତ୍ତମାନ ମୋର ପ୍ରିୟତମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟି ମୋର ପ୍ରିୟତମ ପ୍ରଭୁ ଓ ଇସ୍ରାଏଲର ଦ୍ରାକ୍ଷାକ୍ଷେତ୍ର ବିଷୟରେ ଅଟେ। ମୋର ପ୍ରିୟତମ ପ୍ରଭୁଙ୍କର ଉର୍ବର ପର୍ବତ ଉପରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ମୋର ପ୍ରିୟତମ କ୍ଷେତଟିକୁ ଖୋଳି ପଥର ପରିଷ୍କାର କଲେ। ସେଥିରେ ଅତି ଉତ୍ତମ ଦ୍ରାକ୍ଷାଲତା ରୋପଣ କଲେ। ସେ କ୍ଷେତର ମଧ୍ୟଭାଗରେ ଗୋଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲେ ଏବଂ ସେ ଦ୍ରାକ୍ଷାକୁଣ୍ଡ ତିଆରି କଲେ। ସେ ଭଲ ଅଙ୍ଗୁର ଧରିବା ପାଇଁ ଅପେକ୍ଷା କଲେ, କିନ୍ତୁ ଉତ୍ତମ ପରିବର୍ତ୍ତେ ବନ୍ୟ ଦ୍ରାକ୍ଷାଫଳ ଫଳିଲା। ତେଣୁ ପରମେଶ୍ୱର କହିଲେ, “ହେ ଯିରୁଶାଲମ ଓ ଯିହୁଦାର ଲୋକମାନେ ମୋର ଓ ମୋର ଦ୍ରାକ୍ଷାକ୍ଷେତ ବିଷୟରେ ବିଗ୍ଭର କର। ମୋର ଏହି ଦ୍ରାକ୍ଷାକ୍ଷେତ ପାଇଁ ମୁଁ ଅଧିକ କ’ଣ କରି ପାରିଥା’ନ୍ତି? ଯାହା କରିବା କଥା ମୁଁ ସବୁ କରିଥିଲି। ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବ ବୋଲି ଆଶା କରିଥିଲି, ମାତ୍ର ସେଥିରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା। ଏହା କାହିଁକି ଘଟିଲା? “ବର୍ତ୍ତମାନ ମୁଁ ମୋର ଦ୍ରାକ୍ଷାକ୍ଷେତ ପାଇଁ କ’ଣ କରିବି ତାହା ତୁମ୍ଭମାନଙ୍କୁ କହିବି। ଏହି କ୍ଷେତକୁ ରକ୍ଷା କରୁଥିବା କଣ୍ଟାବାଡ଼କୁ ମୁଁ କାଢ଼ିନେବି ଏବଂ ତାକୁ ପୋଡ଼ି ଦେବି। ସେହି ପଥର ପ୍ରାଚୀରକୁ ଭାଙ୍ଗିପକାଇବି ଏବଂ ସେଗୁଡ଼ିକୁ ପଦଦଳିତ କରିବି। ମୋର ସେହି ଦ୍ରାକ୍ଷାକ୍ଷେତକୁ ଉଜାଡ଼ି ନେବି। କୌଣସି ବ୍ୟକ୍ତି ସେ ଗଛ ଗୁଡ଼ିକର ଯତ୍ନ ନେବ ନାହିଁ କିମ୍ବା ସେହି କ୍ଷେତରେ କେହି କୋଡ଼ାକୋଡ଼ି କରିବେ ନାହିଁ। ସେଠାରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ସେହି କ୍ଷେତରେ ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମେଘକୁ ଆଦେଶ ଦେବି।” ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ। ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା। ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା। ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ। ତୁମ୍ଭେ ସବୁ ଅତି ନିକଟତର ହୋଇ ବାସ କରିବ। ତୁମ୍ଭେମାନେ ଏପରି ଲଗାଲଗି ଘର କରିବ ଯେ, କୌଣସି ଟିକିଏ ହେଲେ ସ୍ଥାନ ଘର ଘର ମଧ୍ୟରେ ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ଯେପରିକି ତୁମ୍ଭେମାନେ ଏକାକି ବାସ କରିବ। ସମଗ୍ର ଦେଶରେ ତୁମେମାନେ କେବଳ ଏକମାତ୍ର ଗୋଷ୍ଠୀ ରହିବ। ସର୍ବଶକ୍ତିମାନ ସଦାପ୍ରଭୁ ଏହା ମୋତେ କହିଲେ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, “ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛି ସେ ସମସ୍ତ ଧ୍ୱଂସ ହେବ। ଯେଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛି ସେ ସବୁ ନିବାସଶୂନ୍ୟ ହେବ। ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।” ତୁମ୍ଭେମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠ, ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ସୁରାରେ ଉନ୍ମତ୍ତ ହୁଅ। ତୁମ୍ଭେମାନେ ଭୋଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ଯ୍ୟ ଲକ୍ଷ୍ୟ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛି ମାତ୍ର ତୁମ୍ଭେମାନେ ତାହା ଲକ୍ଷ୍ୟ କର ନାହିଁ। ତେଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣ ହେବ। ସଦାପ୍ରଭୁ କୁହନ୍ତି, “ମୋର ଲୋକମାନେ ନିର୍ବାସିତ ହୁଅନ୍ତି। କାରଣ ସେମାନେ ମୋତେ ଜାଣୁ ନାହାନ୍ତି। ଇସ୍ରାଏଲର କେତେକ ବ୍ୟକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତ ବୋଲି ବିବେଚିତ ହୁଅନ୍ତି। ମାତ୍ର, ସେହି ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଭୋକିଲା ଥିବେ ଏବଂ ଯେଉଁମାନେ ସାଧାରଣ ଜୀବନରେ ବସବାସ କରନ୍ତି, ଅତ୍ୟନ୍ତ ତୃଷାର୍ତ୍ତ ହେବେ। ତା’ପରେ ସେମାନେ ମୃତ୍ୟୁବରଣ କରିବେ। ସିୟୋନ ମୃତ୍ୟୁର ସ୍ଥାନ ହେବ ଓ ସେ ଅଧିକରୁ ଅଧିକ ଲୋକ ଗିଳି ପକାଇବ। ସେହି ମୃତ୍ୟୁର ସ୍ଥାନ ତା’ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ୟବାନ ଲୋକ, ସାଧାରଣ ଲୋକ ଏବଂ ଖୁସୀମିଜାସିଆଲୋକ ତା ଦ୍ୱାରା ଜାଲରେ ଧରା ପଡ଼ିବେ।” ସେହି ଲୋକମାନେ ନମ୍ର ହେବେ। ସେହି ମହାନ ଲୋକମାନେ ସେମାନଙ୍କର ମଥାନତ କରିବେ ଓ ଭୂମିକୁ ମୁଖ କରିବେ। ସଦାପ୍ରଭୁ ସର୍ବଶକ୍ତିମାନ ଉତ୍ତମ ବିଗ୍ଭର କରିବେ ଏବଂ ଲୋକମାନେ ସେ ମହାନ ବୋଲି ଜାଣିବେ। ପବିତ୍ର ପରମେଶ୍ୱର ଧାର୍ମିକତା ଆଣିବେ ଓ ଲୋକମାନେ ତାଙ୍କୁ ଭକ୍ତି କରିବେ। ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ତାଙ୍କ ଦେଶରୁ ବିତାଡ଼ିତ କରିବେ ଓ ଦେଶ ଜନଶୂନ୍ୟ ହେବ। ମେଷମାନେ ଇଚ୍ଛାନୁସାରେ ବିଚରଣ କରିବେ। ମେଷଶାବକମାନେ ଧନୀଲୋକଙ୍କର ଜମିରେ ବିଚରଣ କରିବେ। ସେହି ଲୋକମାନଙ୍କୁ ଲକ୍ଷ୍ୟ କର। ଲୋକମାନେ ଶକଟ ରଜ୍ଜୁରେ ଟାଣିଲା ପରି ସେମାନେ ଅସାରତା ରୂପକ ରଜ୍ଜୁରେ ଅପରାଧ ଓ ପାପକୁ ପଛରୁ ଟାଣନ୍ତି। ସେହି ଲୋକମାନେ କୁହନ୍ତି, “ଆମ୍ଭେମାନେ ଇଚ୍ଛା କରୁଛୁ ଯେ ପରମେଶ୍ୱର ତାଙ୍କର ଯୋଜନାମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ। ତା’ପରେ ଆମ୍ଭେମାନେ କ’ଣ ଘଟିବ ଜାଣିବୁ। ଆମ୍ଭେମାନେ ଆଶା କରୁ ପରମେଶ୍ୱରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାହେଲେ ତାଙ୍କର ଇଚ୍ଛା କ’ଣ ଆମ୍ଭେମାନେ ଜାଣି ପାରିବୁ।” ସେହି ଲୋକମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣି ସେମାନେ ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମନେ କରନ୍ତି, ସେମାନେ ସନ୍ତାପର ପାତ୍ର। ସେମାନେ ମଧ୍ୟ ନିଜକୁ ଭାବନ୍ତି ଯେ ସେମାନେ ଅତି କର୍ମଠ ଓ ବୁଦ୍ଧିମାନ। ସେମାନେ ଦ୍ରାକ୍ଷାରସ ପାନ କରିବାରେ ପ୍ରସିଦ୍ଧ ଓ ମଦ୍ୟ ମିଶ୍ରିତ କରିବାରେ ଦକ୍ଷ। ଦୋଷୀକୁ କ୍ଷମା କରିବାକୁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଲେ ସେମାନେ ଲାଞ୍ଚ ନେବେ। ମାତ୍ର ସେମାନେ ଉତ୍ତମ ଲୋକଙ୍କୁ ନ୍ୟାୟ ବିଗ୍ଭର ଦିଅନ୍ତି ନାହିଁ। ସେହି ଲୋକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ। ସେମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବରେ ପୋଛି ହୋଇଯିବେ, ଯେପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିରେ ପୋଡ଼ି ଭସ୍ମ ହୋଇଯାଏ। ଯେପରି ବୃକ୍ଷର ମୂଳ ସଢ଼ିଯାଇ ଧୂଳି ହୋଇଯାଏ ଓ ପୁଷ୍ପ ଅଗ୍ନିରେ ଭସ୍ମୀଭୂତ ହୋଇ ତା’ର ପାଉଁଶ ପବନରେ ଉଡ଼ିଯାଏ ସେହିପରି ସେମାନଙ୍କର ବଂଶଧର ଧ୍ୱଂସ ପାଇଯିବେ। କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କର ଶିକ୍ଷାସମୂହକୁ ଅବଜ୍ଞା କରିଛନ୍ତି ଓ ଇସ୍ରାଏଲର ପବିତ୍ର ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଛନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ। ପରମେଶ୍ୱର ଇସ୍ରାଏଲକୁ ଦଣ୍ଡଦେବାକୁ ସୈନ୍ୟବାହିନୀ ଆଣିବେ ଦେଖ, ପରମେଶ୍ୱର ଦୂରଦେଶୀୟ ଗୋଷ୍ଠୀମାନଙ୍କ ପ୍ରତି ସଙ୍କେତ ଦେଉଛନ୍ତି। ସେ ତାଙ୍କର ଧ୍ୱଜା ଉତ୍ତୋଳନ କରି ସେମାନଙ୍କୁ ଡାକିବାକୁ ସିଟି ବଜାଉଛନ୍ତି। ଦୂର ଦେଶରୁ ଶତ୍ରୁ ଆସୁଛନ୍ତି। ସେମାନେ ଏତେ ଦ୍ରୁତ ଗତିରେ ଆସୁଛନ୍ତି ଯେ, ଦେଶମଧ୍ୟରେ ଖୁବ୍ ଶୀଘ୍ର ପ୍ରବେଶ କରିବେ। ସେହି ଶତ୍ରୁଗଣ କେବେ ଅବଶ ହେବେ ନାହିଁ କି ସେମାନଙ୍କର ପତନ ହେବ ନାହିଁ। ସେମାନେ କେବେ ଢୁଳାଇବେ ନାହିଁ କି ଶୋଇଯିବେ ନାହିଁ। ସେମାନଙ୍କର କଟିବନ୍ଧନ କେବେ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ। ସେହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀ‌‌‌କ୍ଷ୍‌‌‌ଣ ଏବଂ ଧାରୁଆ ଓ ସେମାନଙ୍କର ଧନୁଗୁଡ଼ିକ ଗୁଣଯୁକ୍ତ। ସେମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓ ସେମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶରେ ସୃଷ୍ଟି ହୁଏ। ସେହି ଶତ୍ରୁଗଣ ସିଂହପରି ଗର୍ଜନ କରୁଛନ୍ତି। ସେହି ଗର୍ଜନ ଯୁବା ସିଂହର ଗର୍ଜନ ସଦୃଶ। ସେମାନେ ଲୋକମାନଙ୍କ ପଛରେ ଅନୁଧାବନ କରନ୍ତି, ଯେପରି ସେମାନେ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ପଛରେ ଦୌଡ଼ନ୍ତି। ସେମାନେ ଲୁଣ୍ଠିତ ଦ୍ରବ୍ୟ ନେଇଯାଆନ୍ତି ଏବଂ ସେଠାରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। ତେଣୁ “ସିଂହ” ଗର୍ଜନର ରବ, ସମୁଦ୍ର ଗର୍ଜନ ସଦୃଶ ସେମାନେ ଲୋକମାନଙ୍କ ଉପରେ ଗର୍ଜନ କରିବେ। ବନ୍ଦୀମାନେ ଯେତେବେଳେ ଗ୍ଭହିଁବେ ସେତେବେଳେ ସେମାନେ କେବଳ ଅନ୍ଧକାର ଦେଖିବେ। ସମସ୍ତ ଦୀପ୍ତି ଗ୍ଭଲିଯାଇ କେବଳ ଘନ ମେଘମାଳାରେ ଅନ୍ଧକାର ହୋଇଥିବେ। ଯିଶାଇୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା। ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।” ସେଠାରେ ଯଜ୍ଞବେଦି ଉପରେ ଜ୍ୱଳନ୍ତ ଅଗ୍ନି ଥିଲା। ସେହି ଦୂତଗଣଙ୍କ ମଧ୍ୟରୁ ଜଣେ ଚିମୁଟା ସାହାଯ୍ୟରେ ଗୋଟିଏ ଜ୍ୱଳନ୍ତ କୋଇଲା ଆଣିଲା ଓ ସେହି ଉତ୍ତପ୍ତ ଅଙ୍ଗାର ଧରି ମୋ’ ନିକଟକୁ ରହିଆସିଲା। ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା’ପରେ ସେ କହିଲେ, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲେ।” ତା’ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?” ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!” ତା’ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’ ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ’ଠାରୁ ସୁସ୍ଥତା ପାଇବେ।” ତା’ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?” ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।” ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦେବେ। ଦେଶରେ ବିସ୍ତୃତ ଅଞ୍ଚଳ ଜନଶୂନ୍ୟ ହେବ। ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ ଓ ଅନ୍ୟମାନେ ଧ୍ୱଂସ ପାଇବେ। ଏମାନେ ଅଲୋନଗଛ ସଦୃଶ ହେବେ। ଅଲୋନ ଗଛ ହଣା ହେଲା ପରେ ତା’ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ। ଆରାମର ଦୁଃଖ ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ। ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ। ତା’ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ। “ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’” ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।” ଇମ୍ମାନୁୟେଲ-ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି ତା’ପରେ ସଦାପ୍ରଭୁ ଆହସଙ୍କୁ କହି ଗ୍ଭଲିଲେ। ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।” ମାତ୍ର ଆହସ କହିଲେ, “ମୁଁ ପ୍ରମାଣ ସ୍ୱରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଗ୍ଭହେଁ ନାହିଁ।” ତା’ପରେ ଯିଶାଇୟ କହିଲେ, “ହେ ଦାଉଦଙ୍କର ବଂଶ! ସାବଧାନ ହୋଇ ଶୁଣ। ତୁମ୍ଭେମାନେ ତୁଚ୍ଛମାନବର ଧୈର୍ଯ୍ୟକୁ ପରୀକ୍ଷା କରିଛ ବୋଲି ମୋର ପ୍ରଭୁ ପରମେଶ୍ୱରଙ୍କ ଧୈର୍ଯ୍ୟକୁ ପରୀକ୍ଷା କରି ପାରିବ ନାହିଁ। ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ। ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତା’ର ନାମ ସେ ଇମ୍ମାନୁୟେଲ ଦେବ। ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ। ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ। ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ୟ କରିବା ଜାଣିବା ପୂର୍ବରୁ ତୁମ୍ଭେମାନେ ଇଫ୍ରୟିମକୁ ଓ ଅରାମକୁ ତ୍ୟାଗ କରିବା। କାରଣ “ତୁମ୍ଭେମାନେ ସେହି ଦୁଇ ରାଜାଙ୍କୁ ଘୃଣା କରିଅଛ। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିବେ। ସେହି ଦୁଃସମୟ ତୁମ୍ଭ ଲୋକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରମେଶ୍ୱର କ’ଣ କରିବେ? ସେ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆଣିବେ। “ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରରେ ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ। ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମି ମାନଙ୍କରେ ବାସ କରିବେ। ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ। “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ। ସେହି ଗାଈର ପ୍ରଚୁର ଦୁ‌ଗ୍‌ଧରେ ସେ ଦଧି ଖାଇବେ ଓ ସେ ଦେଶର ପ୍ରତ୍ୟେକ ଲୋକ ଦଧି ଓ ମଧୁ ଭକ୍ଷ୍ୟଣ କରିବେ। ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ। ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ। ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।” ଅଶୂର ଶୀଘ୍ର ଆସିବେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ବୃହତ ଫଳକ ନେଇ ଏକ ସ୍ୱତନ୍ତ୍ର ଲେଖନୀ ସାହାଯ୍ୟରେ ତା’ଉପରେ ଏହି କଥାସବୁ ଲେଖ। ତାହା ହେଉଛି, ‘ମହେର-ଶାଲଲ-ହାଶ୍-ବସ୍।’ ଏହାର ଅର୍ଥ ହେଉଛି, ‘ଖୁବ୍ ଶୀଘ୍ର ଲୁଣ୍ଠନ ଓ ଗ୍ଭେରି ହେବ।’” ବିଶ୍ୱସ୍ତ ସାକ୍ଷୀ ହେବାକୁ ମୁଁ କେତେକ ଲୋକ ସଂଗ୍ରହ କଲି। ସେହି ବିଶ୍ୱସ୍ତ ସାକ୍ଷୀ ହେବେ ଉରିୟ ଯାଜକ ଓ ଯିବୋରିଖିୟର ପୁତ୍ର ସଖରିଅ। ଏହି ଲୋକମାନେ ସେହି ବାକ୍ୟ ଲେଖିବାକୁ ଲକ୍ଷ୍ୟ କଲେ। ତା’ପରେ ମୁଁ ଭବିଷ୍ୟ‌ଦ୍‌ବକ୍ତ୍ରୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲ-ହାଶ୍-ବସ୍ ରଖ।” ଏ ନାମ କାହିଁକି ରଖାଯିବ। କାରଣ ବାଳକଟି “ପିତାମାତା” ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ୱର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିୟାରୁ ନେଇଯାଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦେଇ ଦେବେ।’ ପୁନର୍ବାର ସଦାପ୍ରଭୁ ମୋତେ କହିଲେ। ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।” ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧରେ ଆଣିବି। ସେମାନେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ୟାର ସ୍ରୋତ ପରି ପ୍ରବଳ ପରାକ୍ରମୀ ହୋଇ ଆସିବେ। ବନ୍ୟାଜଳ କୂଳ ଲଙ୍ଘନ କଲାପରି ସେମାନେ ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ। “ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।” ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭେମାନେ ପରାସ୍ତ ହେବ। ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ। ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି ତୁମ୍ଭେମାନେ ପରାଜିତ ହେବ। ତୁମ୍ଭେମାନେ ଯୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ୟ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭର ସୈନ୍ୟମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହେବ। କାହିଁକି ଏହା ଘଟିବ। କାରଣ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। ଯିଶାଇୟଙ୍କ ପ୍ରତି ସତର୍କବାଣୀ ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମୋତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହେବାକୁ ସେ ମୋତେ ସତର୍କ କରି କହିଲେ। “ପ୍ରତ୍ୟେକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ୱାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର। ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ। ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ। ଯିଶାଇୟ କହିଲେ, “ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମୋର ଶିକ୍ଷାଗୁଡ଼ିକୁ ଭବିଷ୍ୟତ ପାଇଁ ରକ୍ଷାକର। ମୋର ଶିଷ୍ୟମାନଙ୍କ ପାଇଁ ଏହା କର।” ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି। ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି। ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି। “ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’ କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?” ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ। ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା’ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ। ଯଦି ସେମାନେ ତାଙ୍କର ଦେଶର ଗ୍ଭରିଆଡ଼କୁ ଦୃଷ୍ଟିପାତ କରିବେ ତେବେ ସେମାନେ କେବଳ ଦୁଃଖ ଓ ଯାତନାରୂପକ ଅନ୍ଧକାର ଦେଖିବେ ଓ ସେହି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ୟାଗ କରିବାକୁ ବାଧ୍ୟ ହେବେ। ପୁଣି ସେହି ଅନ୍ଧକାରରେ ଆବଦ୍ଧ ହୋଇଥିବା ବ୍ୟକ୍ତି ନିଜକୁ ସେଥିରୁ ଉଦ୍ଧାର କରି ପାରିବେ ନାହିଁ। ଗୋଟିଏ ନୂତନ ଦିବସ ଆସୁଛି ଅତୀତରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପରେ ପରମେଶ୍ୱର ସେ ଦେଶଗୁଡ଼ିକ ମହାନ କରିଦେଲେ। ସମୁଦ୍ର ନିକଟବର୍ତ୍ତୀ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ ଗାଲିଲୀର ଅଣଯିହୂଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ। ସେହି ଲୋକମାନେ ଅନ୍ଧକାରରେ ଚଲାବୁଲା କରୁଥିଲେ, ମାତ୍ର ସେମାନେ ଏକ ମହାନ ଆଲୋକ ଦେଖିଛନ୍ତି। ସେମାନେ ମୃତ୍ୟୁରୂପକ ଅନ୍ଧକାର ମଧ୍ୟରେ ବାସ କରୁଥିଲେ, ମାତ୍ର ସେହି “ଉଜ୍ଜ୍ୱଳ ଆଲୋକ’ ସେମାନଙ୍କୁ ଦୀପ୍ତିମୟ କରିଛି। ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ। ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ। ଯୁଦ୍ଧରେ ବ୍ୟବହୃତ ସମସ୍ତ ପାଦୁକା ଧ୍ୱଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ୟ ଧ୍ୱଂସ ପାଇବ। ସେ ସମସ୍ତ ଅଗ୍ନିରେ ନିକ୍ଷେପ କରାଯିବ। ଯେତେବେଳେ ଏକ ସ୍ୱତନ୍ତ୍ର ବାଳକ ଜନ୍ମ ନେବେ ସେତିକି ବେଳେ ଏହା ଘଟିବ। ପରମେଶ୍ୱର ଆମ୍ଭମାନଙ୍କୁ ଏକ ପୁତ୍ର ଦେବେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ “ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଯିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହେବେ।” ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ। ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ ମୋର ସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ରେରଣ କଲେ। ସେହି ବାର୍ତ୍ତା ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟ କରିବ। ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ। ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି। “ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।” ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ। ତା’ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା’ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ। ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ। ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ। ଏଠାରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବୁଝାଉଛି। ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ। ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି। ଭ୍ରଷ୍ଟାଗ୍ଭର ଜ୍ୱଳନ୍ତ ଅଗ୍ନିତୁଲ୍ୟ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା’ପରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ୟକୁ ଜାଳିଦିଏ। ଶେଷରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ୟ ଧୂମ ହୋଇ ଉପରକୁ ଉଠେ। ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନିରେ ଦ‌ଗ୍‌ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ୟକ୍ତି ତା’ର ଭାଇକୁ ସାହାଯ୍ୟ କରନ୍ତି ନାହିଁ। ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା’ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ। ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ। ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ। ଯେଉଁମାନେ ଅଧର୍ମ ବ୍ୟବସ୍ଥା କରନ୍ତି ସେ ଆଇନ ପ୍ରଣୟନକାରୀମାନଙ୍କୁ ଧ୍ୟାନ ଦିଅ। ଯେଉଁ ନିୟମ ପ୍ରଣୟନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମୟ ଓ ଜଟିଳ କରିବା ପାଇଁ ଲେଖନ୍ତି। ସେମାନେ ସନ୍ତାପର ପାତ୍ର। ସେହି ବ୍ୟବସ୍ଥାକାରୀଗଣ ଦରିଦ୍ରମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରନ୍ତି ନାହିଁ। ସେମାନେ ଦରିଦ୍ରମାନଙ୍କର ଅଧିକାରକୁ ଛିନ୍ନ କରନ୍ତି। ସେମାନେ ମଧ୍ୟ ବିଧବା ଓ ଅନାଥର ଧନ ଲୁଣ୍ଠନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାନ୍ତି। ହେ ବ୍ୟବସ୍ଥାକାରୀଗଣ, ପ୍ରତିଫଳ ଦେବାର ଦିନରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭେମାନେ ସେତେବେଳେ କ’ଣ କରି ପାରିବ, ସାହାଯ୍ୟ ପାଇଁ ତୁମ୍ଭେମାନେ କାହା ନିକଟକୁ ଦୌଡ଼ିବ? ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାଯ୍ୟ କରିବ ନାହିଁ। ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ। God Will Punish Assyria’s Pride ପରମେଶ୍ୱର କହିବେ, “ମୁଁ ଅଶୂରକୁ ଏକ ଯଷ୍ଟିରୂପେ ବ୍ୟବହାର କରିବି। ଏହି କ୍ରୋଧରୂପକ ଦଣ୍ଡ ଇସ୍ରାଏଲକୁ ଶାସ୍ତି ଦେବେ। ପ୍ରଭୁ ବିହୀନ ଦେଶକୁ ମୁଁ ଅଶୂରକୁ ପ୍ରେରଣ କରିବି। ସେହି ଲୋକମାନଙ୍କ ଉପରେ ମୁଁ କ୍ରୋଧିତ ଏବଂ ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ମୁଁ ଅଶୂରକୁ ଆଦେଶ ଦେବି। ସେ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କଠାରୁ ଧନସମ୍ପଦ ନେଇ ଆସିବ। ଇସ୍ରାଏଲ ରାସ୍ତାର ଧୂଳି ସଦୃଶ ଅଶୂରର ପଦଦଳିତ ହେବ। “ମାତ୍ର ମୁଁ ଅଶୂରକୁ ବ୍ୟବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମୋ’ ପାଇଁ ଏକ ଅସ୍ତ୍ର। ଅଶୂର କେବଳ ଲୋକମାନଙ୍କୁ ଧ୍ୱଂସ କରିବାକୁ ଇଚ୍ଛାକରେ। ସେ କେବଳ ଅନେକ ଗୋଷ୍ଠୀକୁ ଧ୍ୱଂସ କରିବାକୁ ମନ୍ତ୍ରଣା କରେ। ଅଶୂର ନିଜକୁ ନିଜେ କହିହୁଏ, ‘ମୋର ସମସ୍ତ ପ୍ରାଚୀନଗଣ ରାଜା ସଦୃଶ। କ‌‌ଲ୍‌‌ନୋ ନଗର କର୍କମୀଶର ତୁଲ୍ୟ ଅଟେ। ପୁଣି ଅର୍ପଦ ନଗର ହମାତ୍ ତୁଲ୍ୟ ଅଟେ। ଶମରିୟା ନଗର ଦମ୍ମେଶକ ପରି ଅଟେ। ମୁଁ ସେହି ଭ୍ରଷ୍ଟାଗ୍ଭରୀ ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସେଗୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସେହି ଲୋକମାନେ ପୂଜା କରୁଛନ୍ତି ସେଗୁଡ଼ିକ ଯିରୁଶାଲମ ଓ ଶମରିୟାର ପ୍ରତିମାଗୁଡ଼ିକଠାରୁ ଶ୍ରେଷ୍ଠତର। ମୁଁ ଶମରିୟା ଓ ତା’ର ପ୍ରତିମାଗୁଡ଼ିକୁ ଅଧିକାର କଲି। ସେହିପରି ମଧ୍ୟ ଯିରୁଶାଲମ ଓ ତା’ର ଲୋକମାନଙ୍କ ଦ୍ୱାରା ନିର୍ମିତ ପ୍ରତିମାଗୁଡ଼ିକୁ ମୁଁ ପରାସ୍ତ କରିବି।’” ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ। ଅଶୂରର ରାଜା କହେ, “ମୁଁ ଅତି ଜ୍ଞାନୀ, ମୋର ଜ୍ଞାନ ଓ ଶକ୍ତି ବଳରେ ମୁଁ ବହୁ ମହାନ କାର୍ଯ୍ୟ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ୟ ତା’ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ। ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା’ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା’ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।” ଗୋଟିଏ କୁହ୍ରାଡ଼ି କ’ଣ ତା’ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ। ଅଶୂର ଭାବେ ସେ ମହାନ। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା’ ବିରୁଦ୍ଧରେ ଏକ ଭୟଙ୍କର ବ୍ୟାଧି ପଠାଇବେ। ଗୋଟିଏ ରୋଗୀ ତା’ର ଓଜନ ହରାଇଲା ପରି ଅଶୂର ତା’ର ଅର୍ଥ ଓ ସାମର୍ଥ୍ୟ ହରାଇବ। ତା’ପରେ ଅଶୂରର ସମସ୍ତ ଗୌରବ ଧ୍ୱଂସ ପାଇବ। ଏହା ଅଶୂରର ସମସ୍ତ ଧ୍ୱଂସ କରିବା ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନି ସଦୃଶ ହେବ। ଇସ୍ରାଏଲର ଜ୍ୟୋତିଃ ଗୋଟିଏ ଜ୍ୱଳନ୍ତ ଅଗ୍ନି ପରି ହେବେ। ସେହି ଧର୍ମସ୍ୱରୂପ ଏକ ଶିଖା ସଦୃଶ ହେବେ। ସେହି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ। ତା’ପରେ ସେହି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷେତକୁ ପୋଡ଼ି ପକାଇବେ। ଶେଷରେ ସମସ୍ତ ଜିନିଷ ଏହି ଅଗ୍ନିଶିଖାରେ ବଳି ପଡ଼ିବ। କେବଳ ବଣରେ ଅଳ୍ପ କେତୋଟି ବୃକ୍ଷ ବଞ୍ଚି ରହିବେ ଯାହାକୁ କି ଗୋଟିଏ ବାଳକ ଗଣି ପାରିବ। ସେହି ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ। ସେମାନେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବା ଶିକ୍ଷା କରିବେ। ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ୟ ପୁଣି ପରାକ୍ରାନ୍ତ ପରମେଶ୍ୱରଙ୍କୁ ଅନୁସରଣ କରିବେ। ଯଦିଓ ଇସ୍ରାଏଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସେମାନେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ୱଂସ ପାଇବ। ପରମେଶ୍ୱର ତୁମ୍ଭର ଦେଶ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି। ତା’ପରେ ଧାର୍ମିକତା ନଦୀର ବନ୍ୟାଜଳ ସଦୃଶ ଦେଶମଧ୍ୟକୁ ବହି ଆସିବ। ମୋ’ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ନିଶ୍ଚିତ ଭାବରେ ଏହି ଦେଶକୁ ଧ୍ୱଂସ କରିବେ। ମୋର ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, “ହେ ମୋର ସିୟୋନ ନିବାସୀଗଣ, ତୁମ୍ଭେମାନେ ଅଶୂରକୁ ଭୟ କର ନାହିଁ, ଯଦ୍ୟପି ଅତୀତରେ ମିଶର ତୁମ୍ଭମାନଙ୍କୁ ଯଷ୍ଟିରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ। ଯେତେବେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦେଇସାରିଛି, ସେତେବେଳେ ମୋର କ୍ରୋଧ ପ୍ରଶମିତ ହେବ।” ତା’ପରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତରେ ଓରେବ୍ ଶୈଳରେ ମିଦିୟନର ହତ୍ୟା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲାବେଳେ ସେ ସେହିପରି କରିବେ। ଆଉ ଅତୀତରେ ସଦାପ୍ରଭୁ ଯେପରି ତାଙ୍କର ଯଷ୍ଟି ସମୁଦ୍ର ଉପରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦେଇ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସେହିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ। ସେ ଦିନରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସେହି ଦୁଃଖ ବୋଝ ତୁମ୍ଭ ସ୍କନ୍ଧରେ ଯୁଆଳି ସଦୃଶ ହେବ। ମାତ୍ର ସେହି ଯୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆଯିବ। ସେହି ବୋଝ ରୂପକ ଯୁଆଳି ତୁମ୍ଭର ଶକ୍ତି ବଳରେ ଭଗ୍ନ ହେବ। ଅଶୂର ସୈନ୍ୟବାହିନୀଙ୍କ ଇସ୍ରାଏଲ ଆକ୍ରମଣ ସୈନ୍ୟବାହିନୀ “ଅୟାତରେ” ପ୍ରବେଶ କରିବେ। ସେମାନେ “ମିଗ୍ରୋଣ ଖଳା” ମଧ୍ୟଦେଇ ଯିବେ ଓ “ମି‌କ୍‌ମ‌‌ସରେ” ଗନ୍ତାଘରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ। ସେମାନେ “ଘାଟି” ନିକଟରେ ନଦୀ ଅତିକ୍ରମ କରିବେ। ସେମାନେ ଗେବାରେ ଶୟନ କରିବେ। ରାମା କମ୍ପିତ ହେବ। ଶାଉଲର ଗିବିୟାରେ ଲୋକମାନେ ପଳାୟନ କରିବେ। ହେ ଗଲ୍ଲୀମର କନ୍ୟା, ଉଚ୍ଚସ୍ୱରରେ ପାଟି କର। ହେ ଲୟିଶ, ଶୁଣ। ଅନାଥୋତ୍ ତାକୁ ଉତ୍ତର ଦିଅ। ମ‌‌ଦ୍‌‌ମେନା ଲୋକମାନେ ପଳାୟନ କରୁଛନ୍ତି। ପୁଣି ଗେବୀମ୍ ନିବାସୀମାନେ ଲୁଚୁଛନ୍ତି। ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ। ଦେଖ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମରେ ଏହା କରିବେ। ମହାନ ଓ ପ୍ରଧାନ ବ୍ୟକ୍ତିମାନଙ୍କୁ ଛେଦନ କରାଯିବ। ସେହି ଉନ୍ନତମାନେ ନତ ହେବେ। ସଦାପ୍ରଭୁ ତାଙ୍କର କୁଠାର ସାହାଯ୍ୟରେ ଅରଣ୍ୟକୁ କାଟି ପକାଇବେ। ଲିବାନୋ‌ନ୍‌ର ମହାନ ବୃକ୍ଷର ପତନ ଘଟିବ। ଶାନ୍ତିରାଜା ଅସୁଛନ୍ତି ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା’ର ମୂଳରୁ ଶାଖା ବଢ଼ିବ, ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ। ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ। ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ। ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା’ର ଅଣ୍ଟାର ବଳୟ ସଦୃଶ ହେବ। *** ସେ ସମୟରେ ଗଧିଆଗୁଡ଼ିକ ମେଷ ଶାବକମାନଙ୍କ ସହିତ ଶାନ୍ତିରେ ବାସ କରିବେ। ଛେଳିଛୁଆ ସହିତ ବାଘ ଏକତ୍ର ଶାନ୍ତିରେ ଶୋଇବେ। ବାଛୁରି, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତିରେ ବାସ କରିବେ। ଏପରିକି ଗୋଟିଏ ଛୋଟ ପିଲା ସେମାନଙ୍କୁ ଅଡ଼ାଇବ। ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତିରେ ବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶୋଇବେ। ସିଂହମାନେ ଗାଈପରି ନଡ଼ା ଖାଇବେ। ଏପରିକି ସର୍ପ ମଧ୍ୟ କାହାରିକୁ ଆଘାତ କରିବ ନାହିଁ। ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ। କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। ସେହି ସମୟରେ ଏକ ବିଶେଷ ବ୍ୟକ୍ତି ଯିଶୟର ପରିବାରରୁ ଧ୍ୱଜା ସ୍ୱରୂପ ଆସିବେ। ସେହି ଧ୍ୱଜା ତାଙ୍କ ଚତୁର୍ଦ୍ଦିଗରେ ଏକତ୍ରିତ ହେବାକୁ ଦେଖାଇବେ। ଆଉ ମଧ୍ୟ ଗୋଷ୍ଠୀୟମାନଙ୍କୁ ଉଚିତ୍ କର୍ମ କରିବାକୁ ନିର୍ଦ୍ଦେଶ ଦେବ। ସେହି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହେବ ଓ ଗୌରବାନ୍ୱିତ ହେବ। ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ। ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ। ସେ ସମୟରେ ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କେହି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରୟିମକୁ କଷ୍ଟ ଦେବ ନାହିଁ। ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ। ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ। ପରମେଶ୍ୱରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ୱରଙ୍କ ପରି ହେବ। ପରମେଶ୍ୱରଙ୍କ ପ୍ରତି ପ୍ରଶଂସା ଗାନ ସେହି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ। ପରମେଶ୍ୱର ମୋର ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ୱାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମୋତେ ରକ୍ଷା କରନ୍ତି। ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।” ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ। ତାହାହେଲେ ତୁମ୍ଭେମାନେ ସୁଖୀ ହେବ। ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମରେ ପ୍ରାର୍ଥନା କର। ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।” ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ। ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର। ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ। ପରମେଶ୍ୱର କହିଲେ, “ବୃକ୍ଷଲତା ଶୂନ୍ୟ ପର୍ବତ ଉପରେ ଏକ ଧ୍ୱଜା ଟେକ। ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକ। ସେମାନଙ୍କୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ୱାର ଦେଇ ସେମାନେ ପ୍ରବେଶ କରନ୍ତୁ। ପୁଣି ପରମେଶ୍ୱର କହିଲେ, “ମୁଁ ସେହି ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କଠାରୁ ଅଲଗା କରିଥିଲି। ମୁଁ ସେମାନଙ୍କୁ ନିଜେ ଆଦେଶ ଦେବି। ମୁଁ ବୃଦ୍ଧ, ମୋର ଉତ୍ତମ ଲୋକମାନଙ୍କୁ ଏକତ୍ରିତ କରିଛି, ସେମାନେ ଲୋକମାନଙ୍କୁ ଦଣ୍ଡ ଦେବେ। ମୁଁ ଏହି ସୁଖୀ ଲୋକମାନଙ୍କ ପାଇଁ ଗର୍ବିତ। “ପର୍ବତମାନଙ୍କରେ ହେଉଥିବା କୋଳାହଳ ପ୍ରତି ଧ୍ୟାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ୟର ଲୋକେ ଏକତ୍ରିତ ହୋଇଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ୟବାହିନୀକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି। ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ୟବାହିନୀ ବହୁଦୂର ଦେଶରୁ ଆସିବେ। ସେମାନେ ଦିଗନ୍ତ ବାହାରୁ ଆସିବେ। ଏହି ସୈନ୍ୟବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ୱରୂପ ବ୍ୟବହାର କରିବେ ଓ ତାଙ୍କ କ୍ରୋଧଭାବ ପ୍ରକାଶ କରିବେ। ଏହି ବାହିନୀ ସମଗ୍ର ଦେଶକୁ ଧ୍ୱଂସ କରିବେ।” ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତେବେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ୱର ସର୍ବଶକ୍ତିମାନ ଏହା ଘଟିବାକୁ ଦେବେ। ଲୋକମାନେ ସେମାନଙ୍କର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦେବ। ପ୍ରତ୍ୟେକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ପରି ସେମାନଙ୍କର ଭୟ ସେମାନଙ୍କୁ ଅନୁରୂପ ବେଦନା ଦେବ। ସେମାନଙ୍କର ମୁଖମଣ୍ଡଳ ନିଆଁ ପରି ଲାଲ ହେବ। ଲୋକମାନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ଯ୍ୟ ହେବେ। ବାବିଲ ବିପକ୍ଷରେ ପରମେଶ୍ୱରଙ୍କ ବିଗ୍ଭର ଦେଖ, ସଦାପ୍ରଭୁଙ୍କର ସେ ଭୟଙ୍କର ଦିବସ ଆସୁଅଛି। ପରମେଶ୍ୱର ଅତ୍ୟନ୍ତ କ୍ରୁଦ୍ଧ ହେବେ ଓ ଦେଶକୁ ଧ୍ୱଂସ କରିବେ। ପାପୀମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିବେ। ସେତେବେଳେ ସ୍ୱର୍ଗ ଅନ୍ଧକାରମୟ ହେବ ଓ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ଆଲୋକ ଦେବେ ନାହିଁ। ପରମେଶ୍ୱର କୁହନ୍ତି, “ପୃଥିବୀରେ ଅମଙ୍ଗଳ ଘଟିବାର ମୁଁ କାରଣ ହେବି। ମୁଁ ମନ୍ଦାଗ୍ଭରୀଙ୍କୁ ସେମାନଙ୍କର ପାପ ଲାଗି ଦଣ୍ଡ ଦେବି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦେଖାଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି। ଦୁର୍ଲୋଭ ସୁବର୍ଣ୍ଣ ପରି ଅଳ୍ପ, କେତେକ ଉତ୍ତମ ଲୋକ ରହିବେ ଓ ସେମାନେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ୱଳ ଭାବରେ ଦୀପ୍ତି ବିକାଶ କରିବେ। ସଦାପ୍ରଭୁଙ୍କ କ୍ରୋଧରେ ଆକାଶମଣ୍ଡଳ କମ୍ପିତ ହେବ ଓ ଦିବସରେ ପୃଥିବୀ ସ୍ଥାନଚ୍ୟୁତ ହେବ।” ଯେଉଁ ଦିନ ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର କ୍ରୋଧ ପ୍ରକାଶ କରିବେ ସେହି ଦିନ ଏହା ଘଟିବ। ଆହତ ହରିଣ ଓ ପାଳକହୀନ ମେଷପାଳକମାନଙ୍କ ପରି ବାବିଲର ଲୋକମାନେ ପଳାୟନ କରିବେ। ସେମାନେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହେବେ। ମାତ୍ର ଶତ୍ରୁଗଣ ବାବିଲନୀୟଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରିବେ ଓ ଯେତେବେଳେ ସେମାନଙ୍କୁ ଧରିବେ ‌‌ଖ‌ଡ଼୍‌ଗରେ ସେମାନଙ୍କୁ ହତ୍ୟା କରିବେ। ସେମାନଙ୍କର ଗୃହମାନଙ୍କରୁ ସମସ୍ତ ଦ୍ରବ୍ୟ ଲୁଣ୍ଠିତ ହେବ। ସେମାନଙ୍କର ଭାର୍ଯ୍ୟାମାନେ ଧର୍ଷିତା ହେବେ ଓ ସେମାନଙ୍କର ଦୃଷ୍ଟି ଗୋଚରରେ ସେମାନଙ୍କର ଛୋଟ ପିଲାମାନେ ମୃତ୍ୟୁ ପର୍ଯ୍ୟନ୍ତ କୋରଡ଼ା ପାଇବେ। ପରମେଶ୍ୱର କୁହନ୍ତି, “ବାବିଲର ବିପକ୍ଷରେ ଆକ୍ରମଣ ପାଇଁ ମୁଁ ମାଦୀୟମାନଙ୍କୁ ନିୟୋଜିତ କରିବି। ରୌପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ୟ ମାଦୀୟର ସୈନ୍ୟମାନେ କେବେ ଆକ୍ରମଣରୁ ନିବୃତ୍ତ ହେବେ ନାହିଁ। ସେହି ସୈନ୍ୟମାନେ ବାବିଲ ଆକ୍ରମଣ କରି ତା’ର ଯୁବକମାନଙ୍କୁ ହତ୍ୟା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସେମାନେ ଦୟା ଦେଖାଇବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନଷ୍ଟ କରିବେ। “ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ। ମାତ୍ର ସେ ଆଉ ସୁନ୍ଦର ହୋଇ ରହିବ ନାହିଁ। ଲୋକମାନେ ଭବିଷ୍ୟତରେ ଆଉ ସେଠାରେ ବାସ କରିବେ ନାହିଁ। ଆରବୀୟମାନେ ଆଉ ସେଠାରେ ତମ୍ବୁ ପକାଇବେ ନାହିଁ। ମେଷପାଳକମାନେ ସେମାନଙ୍କର ମେଷମାନଙ୍କୁ ସେଠାରେ ଚରାଇବା ପାଇଁ ଆଣିବେ ନାହିଁ। ସେହି ମରୁଭୂମିରେ କେବଳ କେତେକ ବନ୍ୟପ୍ରାଣୀ ବାସ କରିବେ। ବାବିଲନୀୟମାନେ ସେମାନଙ୍କ ନିଜ ଗୃହରେ ଆଉ ରହିବେ ନାହିଁ। ସେହି ଗୃହଗୁଡ଼ିକ ପେଗ୍ଭ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ୟଛାଗ ସେଠାରେ ନୃତ୍ୟ କରିବେ। ବାବିଲର ସୁନ୍ଦର ପ୍ରାସାଦମାନଙ୍କରେ ଶୃଗାଳ ଓ କେନ୍ଦୁଆମାନେ ଭୁକିବେ। ବାବିଲ ସମ୍ପୂର୍ଣ୍ଣ ଧ୍ୱଂସ ହେବ। ସେ ସମୟ ଖୁବ୍ ନିକଟ ଓ ମୁଁ ସେ ଧ୍ୱଂସର ଦିନକୁ ଆଉ ଅଧିକ ବିଳମ୍ବ କରିବି ନାହିଁ।” ଇସ୍ରାଏଲ ଗୃହକୁ ଫେରିବ ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା’ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ। ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ। ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠୋର କାର୍ଯ୍ୟକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦେବେ। କାରଣ ଅତୀତରେ ତୁମ୍ଭେମାନେ ଦାସ ଥିଲ ଓ କଠିନ କାର୍ଯ୍ୟ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସେହି କ୍ଳେଶ ଦୂର କରିବେ। ବାବିଲ ରାଜାଙ୍କ ବିଷୟରେ ଏକ ସଙ୍ଗୀତ ସେହି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷୟରେ ଏହି ଉପହାସ ଗୀତ ଗାନ କରିବ। ସେହି ଅତ୍ୟାଗ୍ଭରୀ ନିଷ୍ଠୁର ରାଜା କିପରି ଶାସନ କରୁଥିଲେ ମାତ୍ର ବର୍ତ୍ତମାନ ତାହା ଶେଷ ହୋଇଛି। ସଦାପ୍ରଭୁ ସେହି ଦୁଷ୍ଟାଗ୍ଭରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦେଇଛନ୍ତି। ସେମାନଙ୍କର କ୍ଷମତା କାଢ଼ି ନେଇଛନ୍ତି। ବାବିଲର ରାଜା କ୍ରୋଧରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କେବେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଗ୍ଭରୀ ଶାସକ ଦୂରେଇ ଯାଉ ନ ଥିଲେ। ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ। ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ। ଏପରିକି ଲିବାନୋ‌ନ୍‌ର ଦେବଦାରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସେହି ଗଛଗୁଡ଼ିକ ମଧ୍ୟ କହିବେ, “ରାଜା ଆମ୍ଭକୁ ଛେଦନ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।” ମୃତ୍ୟୁର ରାଷ୍ଟ୍ର ପାତାଳ ଉତ୍ତୋଳିତ ହୋଇପଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସେହି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସେମାନେ ସେହି ରାଜାମାନଙ୍କୁ ନୀଗ୍ଭବସ୍ଥା କରିବେ। ସେମାନେ ତୁମ୍ଭକୁ ସ୍ୱାଗତ କରିବା ପାଇଁ ସତର୍କ ରହିବେ। ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, “ବର୍ତ୍ତମାନ ତୁମ୍ଭେମାନେ ଆମ୍ଭ ପାଇଁ ମୃତ ପ୍ରାୟ। ତୁମ୍ଭେମାନେ ଆମ୍ଭମାନଙ୍କ ପାଇଁ ସମାନ।” ତୁମ୍ଭର ବଡ଼ିମା ରସାତଳଗାମୀ ହୋଇଛି। ତୁମ୍ଭ ବୀଣାର ସ୍ୱର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘୋଷଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷ୍ୟଣ କରିବ। ତୁମ୍ଭେ ସେମାନଙ୍କ ଉପରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ। ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛେଦନ କରାଯାଇଛି। ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, “ଆମ୍ଭେ ପରମେଶ୍ୱରଙ୍କ ପରି ସ୍ୱର୍ଗାରୋହଣ କରିବା। ଆମ୍ଭେ ସ୍ୱର୍ଗର ଊର୍ଦ୍ଧ୍ୱକୁ ଯିବା, ଆମ୍ଭେ ପରମେଶ୍ୱରଙ୍କ ତାରକାର ଊର୍ଦ୍ଧ୍ୱରେ ସିଂହାସନ ସ୍ଥାପନ କରିବା। ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପରେ ଉପବିଷ୍ଟ ହେବା ଓ ସେହି ପର୍ବତରେ ପରମେଶ୍ୱରଙ୍କୁ ସାକ୍ଷାତ କରିବା। ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଉପରକୁ ଉଠିବା ଏବଂ ପରମେଶ୍ୱରଙ୍କ ତୁଲ୍ୟ ସର୍ବୋପରିସ୍ଥ ହେବା।” କିନ୍ତୁ ତାହା ଘଟିଲା ନାହିଁ। ତୁମ୍ଭେ ଈଶ୍ୱରଙ୍କ ସହିତ ସ୍ୱର୍ଗକୁ ଯାଇ ନ ଥିଲ। ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଥିଲ। ଲୋକମାନେ ତୁମ୍ଭକୁ ଗ୍ଭହିଁବେ ଓ ତୁମ୍ଭ ବିଷୟରେ ଚିନ୍ତା କରିବେ। ସେମାନେ ଦେଖିବେ ତୁମ୍ଭେମାନେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, “ଏହା କ’ଣ? ସେମାନେ ସେହି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ୟର ଦୁଃଖର କାରଣ ହୋଇଥିଲେ। ଏ କ’ଣ ସେହି ଲୋକ ଯେ କି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ ଓ ସେଗୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ, ପୁଣି ଯୁଦ୍ଧରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ?” ପୃଥିବୀର ସମସ୍ତ ରାଜନ୍ୟବର୍ଗ ମୃତ୍ୟୁପରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧିରେ ବିଶ୍ରାମ ନେଲେ। ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ। ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ ନିଜ କବର ବାହାରେ ପଡ଼ି ରହିଛ। ଅନେକ ରାଜା ମୃତ୍ୟୁବରଣ କରିଛନ୍ତି ଓ ନିଜ ନିଜ କବରରେ ସମାଧିସ୍ଥ ହୋଇଛନ୍ତି। ତୁମ୍ଭେ ସେମାନଙ୍କ ପରି କବରସ୍ଥ ହେବ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ୱଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ୟା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ୱଂସ ପଥ ଅନୁସରଣ କରିବେ ନାହିଁ। ସେମାନେ ସେହି କୁକାର୍ଯ୍ୟରୁ ନିବୃତ୍ତ ହେବେ। ସେମାନଙ୍କ ଦୋଷ ଯୋଗୁଁ ସେମାନଙ୍କର ପିଲାମାନଙ୍କୁ ହତ୍ୟା କର। ଯେପରିକି ସେମାନଙ୍କର ବଂଶଧର ପୁନର୍ବାର ଦେଶର ଶାସକ ହେବେ ନାହିଁ ଓ ଜଗତକୁ ସେମାନଙ୍କ ନଗରରେ ପରିପୂର୍ଣ୍ଣ କରିବେ ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, “ମୁଁ ସେମାନଙ୍କ ବିପକ୍ଷରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ୱଂସ କରିବି। ତା’ର ସମସ୍ତ ଲୋକଙ୍କୁ ଉଚ୍ଛିନ୍ନ କରିବି। ଆଉ ମଧ୍ୟ ସେମାନଙ୍କର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ୱଂସ କରିବି।” ସଦାପ୍ରଭୁ ନିଜେ ଏହିସବୁ କହିଥିଲେ। ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।” ପରମେଶ୍ୱର ଅଶୂରକୁ ମଧ୍ୟ ଦଣ୍ଡ ଦେବେ ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, “ମୁଁ ଶପଥ କରୁଛି, ମୁଁ ଯାହା ଗ୍ଭହିଁଥିଲି ତାହା ହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସେହିପରି ମଧ୍ୟ ଘଟିବ। ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ। ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।” ଯେତେବେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କେହି ନିବୃତ୍ତ କରି ପାରିବେ ନାହିଁ। ଆଉ ମଧ୍ୟ ଯେତେବେଳେ ସେ ଲୋକମାନଙ୍କୁ ଦଣ୍ଡ ଦେବାକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥିରେ ତାଙ୍କୁ କେହି ଅଟକାଇବେ ନାହିଁ। ପଲେଷ୍ଟୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଆହସ୍ ରାଜାଙ୍କ ମୃତ୍ୟୁ ବର୍ଷରେ ଏହି ଦୁଃଖ ବାର୍ତ୍ତା ଦିଆ ଯାଇଥିଲା। ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ। ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି। ନଗରର ଦ୍ୱାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ। ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ। ଉତ୍ତର ଦିଗକୁ ଗ୍ଭହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ୟ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ। ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ। ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।” ମୋୟାବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ମୋୟାବ ବିଷୟରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରିରେ ମୋୟାବର ଆର ନଗରରୁ ସୈନ୍ୟମାନେ ସମସ୍ତ ଧନ ନେଇଗଲେ ଏବଂ ତାକୁ ମଧ୍ୟ ଧ୍ୱଂସ କଲେ। ଆଉ ମଧ୍ୟ ଦିନେ ରାତ୍ରିରେ ସୈନ୍ୟମାନେ ମୋୟାବର ବୀର ନଗରରୁ ସମସ୍ତ ଧନ ନେଇଗଲେ ଓ ସେ ନଗରକୁ ମଧ୍ୟ ଧ୍ୱଂସ କଲେ। ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି। ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି। ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି। ମୋୟାବର ସବୁ ସ୍ଥାନରେ, ଘର ଉଚ୍ଚସ୍ଥାନମାନଙ୍କରେ ଓ ରାସ୍ତାମାନଙ୍କରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି। ହି‌ଶ୍‌ବୋନ୍ ଓ ଇଲିୟାଲି ଅତି ଉଚ୍ଚସ୍ୱରରେ କ୍ରନ୍ଦନ କରୁଛନ୍ତି। ସେମାନଙ୍କର ରବ ଯହସ୍ ପର୍ଯ୍ୟନ୍ତ ଶୁଣା ଯାଇଛି। ଏପରିକି ମୋୟାବର ସୈନ୍ୟମାନେ ଭୟରେ କମ୍ପିତ ହୋଇ ଆର୍ତ୍ତନାଦ କରୁଛନ୍ତି। ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ଲତ୍-ଇଲୀଶୀୟା ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି। ସେମାନେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନୟିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି। ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ। ସବୁଜ ବୃକ୍ଷଗୁଡ଼ିକ ରହିବନି। ଲୋକମାନେ ସେମାନଙ୍କର ନିଜ ନିଜର ସମସ୍ତ ଦ୍ରବ୍ୟ ଏକାଠି କରିବେ ଓ ମୋୟାବ ପରିତ୍ୟାଗ କରିବେ। ସେ ସମସ୍ତ ଦ୍ରବ୍ୟକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ। ମୋୟାବର ସବୁ ସ୍ଥାନରେ କ୍ରନ୍ଦନର ରୋଳ ଶୁଣାଯିବ। ସେହି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ଲୟିମ୍ ଓ ବେରେଲୀମ୍ ପର୍ଯ୍ୟନ୍ତ ଶୁଣାଯିବ। ଦୀମୋନର ଜଳସମୂହ ରକ୍ତମୟ ହେବ। ମୁଁ ଦୀମୋନ ପ୍ରତି ଅଧିକ ଦୁଃଖ ଆଣିବି। ମୋୟାବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ମୁଁ ଏକ ସିଂହ ଆଣିବି ଯେ କି ସେମାନଙ୍କୁ ଭକ୍ଷ୍ୟଣ କରିବ। ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ। ମୋୟାବର କନ୍ୟାଗଣ ଅର୍ଣ୍ଣୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାଯ୍ୟ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପରେ, ପକ୍ଷୀ ଛୁଆମାନେ ଏଣେତେଣେ ଧାଇଁଲା ପରି ସେମାନେ ଧାଇଁବେ। ସେମାନେ କୁହନ୍ତି, “ଆମ୍ଭମାନଙ୍କୁ ସାହାଯ୍ୟ କର, ଆମ୍ଭେମାନେ କ’ଣ କରିବୁ ମନ୍ତ୍ରଣା ଦିଅ। ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାୟା ମଧ୍ୟାହ୍ନ ସୂର୍ଯ୍ୟ ତାପରୁ ରକ୍ଷା କରେ। ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଗ୍ଭଇ ରଖ। କାରଣ ଆମ୍ଭେମାନେ ତାଙ୍କଠାରୁ ପଳାଇ ଆସିଛୁ। ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ। ମୋୟାବର ଲୋକମାନଙ୍କୁ ତାଙ୍କର ଘରୁ ଜୋର୍ କରି ତଡ଼ି ଦିଆ ଯାଇଛି। ତେଣୁ ସେମାନଙ୍କୁ ତୁମ୍ଭ ଦେଶରେ ବାସ କରିବାକୁ ଦିଅ। ସେମାନଙ୍କ ଶତ୍ରୁଠାରୁ ସେମାନଙ୍କୁ ଲୁଗ୍ଭଇ ରଖ।” କାରଣ ଲୁଣ୍ଠନ ବନ୍ଦ ହେବ। ଶତ୍ରୁ ପରାଜିତ ହେବେ। ଆଘାତ କାରୀମାନେ ଦେଶରୁ ବିଦାୟ ନେବେ। ତା’ପରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହେବେ। ସେ ବିଶ୍ୱସ୍ତ, ଦୟାଳୁ ଓ ସ୍ନେହୀ ହେବେ। ସେ ନ୍ୟାୟ ବିଗ୍ଭର କରିବେ ଓ ଧର୍ମରେ ସମସ୍ତ କାର୍ଯ୍ୟ ସାଧନ କରିବେ। ଏହା ଶୁଣା ଯାଉଛି ଯେ, ମୋୟାବ ଅତ୍ୟନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କ୍ରୋଧୀ ମାତ୍ର, ତା’ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ। ଏହି ଅହଙ୍କାର ଯୋଗୁଁ ସମସ୍ତ ମୋୟାବ କଷ୍ଟ ଭୋଗିବ। ମୋୟାବର ସମସ୍ତ ଲୋକ କ୍ରନ୍ଦନ କରିବେ। ସେମାନେ ଦୁଃଖିତ ହେବେ। ଅତୀତରେ ତାଙ୍କର ଯାହା ଥିଲା ସେଗୁଡ଼ିକୁ ସେ ଇଚ୍ଛା କରିବେ। ସେମାନେ ହେରସତରର ଶୁଷ୍କ କି‌‌ସ୍‌‌ମି‌‌ସ୍‌‌ର ପିଠା ପାଇଁ ଇଚ୍ଛା କରିବେ। ଲୋକମାନେ ଦୁଃଖିତ ହେବେ କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ର କ୍ଷେତସବୁ ଓ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀୟ ପାଇଁ ତିଆରି କରାଯାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ୟବହାର କରାଯାଏ, ଯାହାର ମୂଳ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। “ମୁଁ ଯାସେର ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସେମାନଙ୍କର ଦ୍ରାକ୍ଷାଲତା ସବୁ ଧ୍ୱଂସ ପାଇଛି। ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲି ସହିତ ଲୋତକ ଜଳରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ୟଅମଳ ହେବ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ୱନି ରହିବ ନାହିଁ। ଉର୍ବରାକ୍ଷେତରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହେବ ଏବଂ ଦ୍ରାକ୍ଷାକ୍ଷେତ୍ର‌ରେ ଗାନ ଓ ଆନନ୍ଦ ଧ୍ୱନି ଶୁଣାଯିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡରେ ପଦରେ ଗ୍ଭପି କେହି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତି କରିଅଛୁ। ତେଣୁ ମୁଁ ଦୁଇଟି ନଗର ମୋୟାବ ଓ କୀରହେରସ ପାଇଁ ବିଶେଷ ଭାବରେ ଦୁଃଖିତ। ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ। ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସେମାନେ ଏତେ ଦୁର୍ବଳ ଯେ ସେଥିରେ ସେମାନେ କୃତାର୍ଥ ହେବେ ନାହିଁ। ସଦାପ୍ରଭୁ ଅନେକ ଥର ମୋୟାବ ବିଷୟରେ ଏହିସବୁ କହିଥିଲେ। ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ତିନି ବର୍ଷ ମଧ୍ୟରେ ସେହିସବୁ ଲୋକମାନେ ଓ ସେମାନଙ୍କର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହେବ ଯେ ଗଣନା ଯୋଗ୍ୟ ହେବ ନାହିଁ।” God’s Message to Aram ଦମ୍ମେଶକ ପ୍ରତି ଶୋକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, “ଦମ୍ମେଶକ ଆଉ ନଗର ହୋଇ ରହିବ ନାହିଁ। ସେ ଧ୍ୱଂସ ପାଇବ। କେବଳ ଧ୍ୱଂସ ବିଧ୍ୱସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ। ଅରୋୟର ନଗରକୁ ଲୋକମାନେ ପରିତ୍ୟାଗ କରିବେ। ସେହି ଶୂନ୍ୟ ସହରର ମେଷପଲ ସ୍ୱାଧୀନ ଭାବରେ ବିଚରଣ କରିବେ। ଭୟ ଦେଖାଇବାକୁ ସେଠାରେ କେହି ନ ଥିବେ। ଇସ୍ରାଏଲର ଦୁର୍ଗନଗର, ଦମ୍ମେଶକର ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇସ୍ରାଏଲର ଖ୍ୟାତି ଲୋକଙ୍କ ପରି ସେମାନେ ମଧ୍ୟ କାଢ଼ି ନିଆଯିବେ।” ସେହି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦେଖାଯିବ। “ରଫାୟିମ ଉପତ୍ୟକାରେ ଶସ୍ୟଅମଳ ବେଳେ ଯେପରି ଘଟିବ ସେହିପରି ଘଟିବ। ଶସ୍ୟକ୍ଷେତ୍ରରେ ଶସ୍ୟ ସଂଗ୍ରହ କଲାବେଳେ ଶସ୍ୟର ସୀସା ଶସ୍ୟରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲାବେଳେ ସେହିପରି ଘଟିବ। “ସେହି ସମୟ ଲୋକମାନେ ଜୀତବୃକ୍ଷର ଫଳ ସଂଗ୍ରହ କଲାପରି ହେବ। ସେମାନେ ଜୀତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିଯିବ। ଫଳବାନ୍ ଗଛରେ ମଧ୍ୟ ଗ୍ଭରି ପାଞ୍ଚଟା ଫଳ ତୋଳିଲା ବେଳେ ରହିଯିବ। ସେହିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ।” ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ। ସେଦିନ ଲୋକମାନେ ସେମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସେମାନଙ୍କର ଦୃଷ୍ଟି ପବିତ୍ର ଧର୍ମସ୍ୱରୂପଙ୍କ ପ୍ରତି ପଡ଼ିବ। ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ। ସେଦିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ୟ ହୋଇଯିବ। ସେଗୁଡ଼ିକ ଇସ୍ରାଏଲ ଆସିବା ଭୟରେ ପର୍ବତ ଓ ଅରଣ୍ୟ ତୁଲ୍ୟ ହୋଇଯିବେ। ଅତୀତରେ ଇସ୍ରାଏଲ ଭୟରେ ସେମାନେ ପଳାୟନ କରିଥିଲେ। ପୁଣି ସେମାନେ ଭବିଷ୍ୟତରେ ଇସ୍ରାଏଲ ଆସିବା ଭୟରେ ଧ୍ୱଂସ ପାଇଯିବେ। ଏହା ଘଟିବ କାରଣ ତୁମ୍ଭେମାନେ ଆପଣା ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ଭୁଲି ଯାଇଛ। ପରମେଶ୍ୱର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହଁ। ତୁମ୍ଭେମାନେ ବିଦେଶରୁ ସୁନ୍ଦର ସୁନ୍ଦର ଦ୍ରାକ୍ଷାଗ୍ଭରା ଆଣି ରୋପଣ କରୁଛ ମାତ୍ର ତାହା କେବେ ଫଳିବ ନାହିଁ। ତୁମ୍ଭ ଦ୍ରାକ୍ଷାଗ୍ଭରା ଦିନେ ରୋପଣ କରୁଛ ଓ ତା’ର ଗ୍ଭରିପଟେ ବାଡ଼ ଦେଇ ଯତ୍ନ ନେଉଛ। ପରଦିନ ପ୍ରାତଃକାଳରେ ସେଗୁଡ଼ିକ ପୁଷ୍ପିତ ହେବାର ଦେଖୁଛ। ମାତ୍ର ଯେତେବେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସେଗୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦେଇଛି। ଅନେକ ଗୋଷ୍ଠୀର କୋଳାହଳ ଶୁଣ। ସେମାନେ ସମୁଦ୍ରର ଗର୍ଜନ ତୁଲ୍ୟ ଘୋର ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସେମାନେ ଯେପରି ପ୍ରବଳ ବନ୍ୟା ଜଳ ସଦୃଶ ମାଡ଼ି ଆସୁଛନ୍ତି। ନାନା ଦେଶୀୟ ଲୋକମାନେ ସେହି ତରଙ୍ଗ ସଦୃଶ ହେବେ। ପରମେଶ୍ୱର ସେମାନଙ୍କୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସେମାନେ ପଳାୟନ କରିବେ। ବାୟୁରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ୟାରେ ଧୂଳି ଉଡ଼ିଲା ପରି ସେମାନେ ତାଡ଼ିତ ହେବେ। ସନ୍ଧ୍ୟାରେ ସେମାନେ ଭୟଭୀତ ହେବେ ଓ ପ୍ରଭାତ ପୂର୍ବରୁ ଲୋପ ପାଇଯାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣକାରୀ ସେଠାରେ କିଛି ଦେଖିବାକୁ ପାଇବେ ନାହିଁ। କୂଶଦେଶ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସେହି ଦେଶ ପୋକମାନଙ୍କର ପକ୍ଷର ଶବ୍ଦରେ ପରିପୂର୍ଣ୍ଣ। ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ, କ୍ଷିପ୍ର ଗତିରେ ଗ୍ଭଲୁଥିବା ଦୂତମାନଙ୍କୁ, ଶକ୍ତିଶାଳୀ ଓ ଦୀର୍ଘକାୟ ପାଖକୁ ଯାଅ, ସବୁଆଡ଼େ ଲୋକମାନେ ଶକ୍ତିଶାଳୀ ଓ ଦୀର୍ଘକାୟ ଲୋକଙ୍କୁ ଭୟ କରନ୍ତି। ସେମାନେ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରନ୍ତି। ସେମାନଙ୍କର ଦେଶ ନଦୀମାନଙ୍କ ଦ୍ୱାରା ବିଭକ୍ତି ହୋଇ ଆସିଅଛନ୍ତି। ଲକ୍ଷ୍ୟ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ। ଜଗତର ସମସ୍ତ ନିବାସୀ ଦେଖିବେ ସେହି ଗୋଷ୍ଠୀ ବିନଷ୍ଟ ହେଉଛି। ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପରେ ଧ୍ୱଜା ଉଡ଼ି ସଙ୍କେତ ଦିଏ। ସେହି ଦୀର୍ଘକାୟ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ। ଯୁଦ୍ଧରେ ତୂରୀ ବାଜି ଘୋଷଣା କଲାପରି ସେମାନେ ସ୍ପଷ୍ଟ ଭାବରେ ଏହା ଶୁଣିବେ। ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି। ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା’ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା’ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ। ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।” ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ। ମିଶର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା’ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ। ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା’ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ। ମିଶରୀୟମାନେ ବିଭ୍ରାନ୍ତ ହେବେ। ସେମାନେ କ’ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଗ୍ଭରିବେ। ଆଉ ମଧ୍ୟ ସେମାନେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନେବେ। ମାତ୍ର ସେମାନଙ୍କର ଉପଦେଶ ଅର୍ଥହୀନ ହେବ।” ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।” ନୀଳନଦୀ ଶୁଷ୍କ ହେବ ଏବଂ ନଦୀଗୁଡ଼ିକ ଜଳଶୂନ୍ୟ ହେବ। ସମସ୍ତ ନଦୀ ଦୁର୍ଗନ୍ଧ ହେବ। ମିଶରର ସମସ୍ତ ନାଳ ଶୁଷ୍କ ହୋଇ ଜଳଶୂନ୍ୟ ହେବ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ। ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ। “ଯେଉଁ କୈବର୍ତ୍ତମାନେ ବନଶୀ ସାହାଯ୍ୟରେ ନୀଳନଦୀରୁ ମାଛ ଧରୁଥିଲେ, ସେମାନେ ଦୁଃଖିତ ହେବେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣିରେ ଜାଲ ପକାଉଥିଲେ ହତାଶ ହେବେ। ସେମାନଙ୍କର ଜୀବିକା ପାଇଁ ନୀଳନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିଯିବ। ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ। ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହେବେ। ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି। ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ। ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି। ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି। ଅଧିପତିମାନେ ମିଶର ପାଇଁ କିଛି କରି ପାରିବେ ନାହିଁ। ସେମାନେ, “ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ ସେମାନେ ତାହା କରି ପାରିବେ ନାହିଁ।” ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ। ମିଶର ପ୍ରତି ଯିହୁଦା ତ୍ରାସଜନକ ହେବ। ମିଶରର ଯେକୌଣସି ବ୍ୟକ୍ତି ଯିହୁଦାର ନାମ ଶୁଣିବ ଭୟରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶରରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି। ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ। ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ। ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା’ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ। ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ। ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ। ସେହି ସମୟରେ ମିଶରରୁ ଅଶୂର ପର୍ଯ୍ୟନ୍ତ ଏକ ରାଜପଥ ନିର୍ମିତ ହେବ। ତା’ପରେ ଅଶୂରର ଲୋକମାନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ। ସେ ସମୟରେ ଇସ୍ରାଏଲ, ଅଶୂର ଓ ମିଶର ଏକତ୍ରିତ ହେବେ ଓ ରାଜ୍ୟକୁ ନିୟନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହେବେ। ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, “ହେ ମିଶରୀୟମାନେ, ତୁମ୍ଭେମାନେ ମୋର ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭେମାନେ ସମସ୍ତେ ଆଶୀର୍ବାଦର ପାତ୍ର।” ଅଶୂର ମିଶର ଓ କୂଶକୁ ପରାସ୍ତ କରିବ ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ। ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅ‌‌ଦ୍‌‌ଭୂତ ଲକ୍ଷଣ ସ୍ୱରୂପ ଅଟେ। ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ। ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା’ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।” ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?” ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା “ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି। ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ହେ ଏଲମ୍! ଯାଅ ଯୁଦ୍ଧ କର। ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି। ସେହି ଭୟଙ୍କର ଦୃଶ୍ୟ ଦେଖି ମୋର ପେଟ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି। ସେହି ଯନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ମୋତେ କଷ୍ଟ ଦେଉଛି। ମୁଁ ସେ ସମସ୍ତ ଶୁଣି ଭୟଭୀତ ହୋଇ ପଡ଼ିଛି। ମୁଁ ଏତେ ଭୀତ ଯେ ଭୟରେ ଥରୁଅଛି। ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି। ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି। ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସେମାନେ, “ମେଜ ସଜାନ୍ତି, ଭୋଜନ ଓ ପାନ କରନ୍ତି। ସେହି ସମୟରେ ସୈନ୍ୟମାନେ କୁହନ୍ତି, ପ୍ରହରୀ ନିଯୁକ୍ତ କର, ହେ ଅଧିପତିଗଣ ଉଠ, ଢାଲ ତୈଳାନ୍ତ କର।” ମୋର ପ୍ରଭୁ ମୋତେ କହିଲେ, “ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର। ସେ ଯାହା ଦେଖିବ ତାହା ସେପରି ପ୍ରକାଶ କରିବ। ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।” ତା’ପରେ ଦିନେ, ସେ ପ୍ରହରୀ କହିଲା, “ହେ ମୋର ପ୍ରଭୁ, ପ୍ରତିଦିନ, ଦିନ ବେଳେ ମୁଁ ନିରନ୍ତର ଦୁର୍ଗରେ ଠିଆ ହୋଇ ଜଗି ରହିଥାଏ, ଓ ପ୍ରତି ରାତିରେ ମୁଁ ଆପଣା ପହରା ସ୍ଥାନରେ ସତର୍କ ଦୃଷ୍ଟି ରଖିଥାଏ। ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।” ତା’ପରେ ଜଣେ ଦୂତ କହିଲା, “ବାବିଲ ପରାସ୍ତ ହୋଇଛି ଓ ବାବିଲର ପତନ ହୋଇଛି। ତା’ର ପ୍ରତିମାଗୁଡ଼ିକ ଭାଙ୍ଗି ଭୂମିସାତ୍ ହୋଇଛି।” ଯିଶାଇୟ କହିଲେ, “ହେ ମୋର ଲୋକମାନେ, ମୁଁ ଇସ୍ରାଏଲ ପରମେଶ୍ୱର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭେମାନେ ଶସ୍ୟ ଖଳାରେ ଶସ୍ୟପରି ଦଳିଦେବ।” God’s Message About Dumah ଦୁମା ବିଷୟରେ ଶୋକବାର୍ତ୍ତା। ଜଣେ ସେୟୀରଠାରୁ ମୋତେ ଡାକି କହିଲେ, “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?” ପ୍ରହରୀ ଉତ୍ତର କଲା, “ପ୍ରଭାତ ଆସୁଅଛି, ମାତ୍ର ତା’ପରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି, ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।” ଆରବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଆରବ ବିଷୟକ ଦୁଃଖବାର୍ତ୍ତା। ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧ୍ୟରେ ରାତ୍ରି ଯାପନ କଲେ। ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ। ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ। କାରଣ ସେମାନେ ଉନ୍ମୁକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଳେଶଦାୟକ ଯୁଦ୍ଧରୁ ରକ୍ଷା ପାଇବାକୁ ପଳାୟନ କଲେ। ମୋର ପ୍ରଭୁ ସଦାପ୍ରଭୁ ମୋତେ ସେଗୁଡ଼ିକ ଘଟିବ ବୋଲି କହିଲେ। “ଏକ ବର୍ଷ ମଧ୍ୟରେ ବେତନ ଜୀବିର ବର୍ଷ ପ୍ରମାଣେ କେଦରର ସମସ୍ତ ଗୌରବ ଲୁପ୍ତ ହେବ। ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି। ଯିରୁଶାଲମ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଦର୍ଶନ ଉପତ୍ୟକା ସମ୍ବନ୍ଧୀୟ ଏକ ଦୁଃଖବାର୍ତ୍ତା: ତୁମ୍ଭମାନଙ୍କର କ’ଣ ହୋଇଛି? ତୁମ୍ଭେମାନେ କାହିଁକି ଛାତ ଉପରକୁ ଯାଇଅଛ? ହେ ଆନନ୍ଦ ଧ୍ୱନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ‌‌ଖ‌ଡ଼୍‌ଗରେ ନିହତ ହୋଇ ନାହାନ୍ତି କିମ୍ବା ଯୁଦ୍ଧରେ ମରି ନାହାନ୍ତି। ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାୟନ କଲେ। ମାତ୍ର ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ହେଲେ। ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ। ମାତ୍ର ସେମାନେ ଦୂରକୁ ପଳାୟନ କଲେ। ତେଣୁ ମୁଁ କହୁଛି, “ମୋତେ ଗ୍ଭହଁ ନାହିଁ। ମୋତେ କାନ୍ଦିବାକୁ ଦିଅ। ମୋ’ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କର ନାହିଁ।” ସଦାପ୍ରଭୁ ଏକ ସ୍ୱତନ୍ତ୍ର ଦିନ ବାଛିଛନ୍ତି। ସେହି ଦିନ ସେଠାରେ ବିଦ୍ରୋହ ଓ ବ୍ୟାକୁଳତା ଦେଖା ଦେବ। ଦର୍ଶନ ଉପତ୍ୟକାରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସେହି ଲୋକମାନେ ଉପତ୍ୟକାରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପରେ ଆର୍ତ୍ତନାଦ କରିବେ। ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟମାନେ ତୁଣୀର ଧରି ଯୁଦ୍ଧକୁ ଗଲେ ଓ ତୀର ଢାଲ ଅନାବୃତ କଲେ। ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ। ସେହି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲ। ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭେମାନେ ସେହି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ। ତୁମ୍ଭେମାନେ ଯିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ। ଆଉ ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ସ୍ଥାନରେ ବଡ଼ ଜଳାଶୟ ଖୋଳିଲ। ତୁମ୍ଭେମାନେ ନିଜର ସୁରକ୍ଷା ପାଇଁ ଏ ସବୁ କଲ। ମାତ୍ର ଯେ ଏହାକୁ ସାଧନ କଲେ ସେ ସୃଷ୍ଟିକର୍ତ୍ତାଙ୍କୁ ତୁମ୍ଭେ ବିଶ୍ୱାସ କଲ ନାହିଁ। ଦୀର୍ଘକାଳ ଧରି ଯେ ଏହାକୁ ଗଢ଼ିଲେ, ତୁମ୍ଭେମାନେ ତାଙ୍କୁ ଆଦର କଲ ନାହିଁ। ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ। ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି: “ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର। ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର। ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା କାରଣ କାଲି ଆମ୍ଭେମାନେ ମରିବା।” ସଦାପ୍ରଭୁ ସର୍ବଶକ୍ତିମାନ ସ୍ୱୟଂ ମୋର କର୍ଣ୍ଣରେ ପ୍ରକାଶ କଲେ, “ତୁମ୍ଭମାନଙ୍କର ଅପରାଧ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ପାଇବ ନାହିଁ।” ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ। ଶୀବନ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ, “ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠାରେ ଏକ କବର ଖୋଳୁଛ?” ଯିଶାଇୟ କହିଲେ, “ସେହି ଲୋକକୁ ଦେଖ। ସେ ଉଚ୍ଚ ସ୍ଥାନରେ ଆପଣା ପାଇଁ କବର ଖୋଳି ଅଛି। ଶୈଳରେ ନିଜ ପାଇଁ ବାସସ୍ଥାନ ଖୋଦନ କରିଅଛି। “ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦେବେ। ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦେବେ ଯେଉଁଠାରେ ତୁମ୍ଭେ ମରିବ। “ତୁମ୍ଭେ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥଗୁଡ଼ିକ ପାଇଁ ଗର୍ବ କରିବ, ମାତ୍ର ପ୍ରଭୁଙ୍କ ଗୃହରେ ଏହା ନିକୃଷ୍ଟ ବୋଲି ପ୍ରମାଣିତ ହେବ। *** ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦେବି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ। ଆଉ ସେଦିନ ଆମ୍ଭେ ଆପଣା ଦାସ ହି‌ଲ୍‌‌‌କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା। ସେଦିନ ମୁଁ ତୁମ୍ଭର ପରିଧାନ ନେଇ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କର୍ତ୍ତୃତ୍ୱାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ଯିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହେବ। “ପୁଣି ମୁଁ ଦାଉଦ ବଂଶର ଗ୍ଭବି ତାହାର କାନ୍ଧରେ ରଖିବି। ସେ ଦ୍ୱାର ଖୋଲିଲେ କେହି ବନ୍ଦ କରି ପାରିବେ ନାହିଁ। ପୁଣି ସେ ବନ୍ଦ କଲେ କେହି ଖୋଲିବେ ନାହିଁ। ମୋର ସେହି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ। ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନରେ ବିଦ୍ଧ କରିବି। ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପରେ ଟଙ୍ଗାଇବେ। ସମସ୍ତ ବୟସ୍କ ଓ ଛୋଟ ପିଲାମାନେ ତା’ଉପରେ ନିର୍ଭର କରିବେ। ସେହି ଲୋକମାନେ ପାନପାତ୍ର ଅବଧି କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।” “ସେଦିନ ସେହି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନରେ ବିଦ୍ଧ ହୋଇଥିଲା ତାହା ଦୁର୍ବଳ ହୋଇଯିବ ଓ ଭାଙ୍ଗି ତଳେ ପଡ଼ିଯିବ। ସେହି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥିରେ ଟଙ୍ଗା ଯାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଯିବ। ତା’ପରେ ମୁଁ ଯାହା କହୁଛି ଏହା ଘଟିବ।” କାରଣ ସଦାପ୍ରଭୁ ଏହା କହି ଅଛନ୍ତି। ସୋର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା: “ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।” କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା। ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା “ସୀଦୋନର” ବଣିକ। ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ। ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ। ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ ଓ ଅନ୍ୟ ଦେଶରେ ବିକ୍ରୟ କଲେ। ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି: “ମୋର ପିଲା ନାହାନ୍ତି। ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।” ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ ଓ ବ୍ୟଥିତ ହେବ। ହେ ଜାହାଜଗଣ, ତୁମ୍ଭେମାନେ ତର୍ଶୀଶକୁ ଫେରିଯାଅ। ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ହାହାକାର କର। ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା। ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା। ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି। ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି। ସେଠିକାର ବଣିକଗଣ ରାଜ ତୁଲ୍ୟ। ତା’ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି? ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି। ହେ ତର୍ଶୀଶର କନ୍ୟାଗଣ, ତୁମ୍ଭେ ଫେରି ଯାଅ ଏବଂ ନିଜର ଜମିରେ ଗ୍ଭଷ କର, କାରଣ ତୁମ୍ଭର ଆଶ୍ରୟସ୍ଥଳ ଧ୍ୱଂସ ପାଇଯାଇଛି। ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି। ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ, ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।” ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।” ମାତ୍ର କ‌‌ଲ୍‌‌ଦୀୟମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀୟମାନେ ତାକୁ ଆକ୍ରମଣ କରି ତା’ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା’ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି। ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି। ହେ ତର୍ଶୀ‌ଶ୍‌ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି। ସୋର ବିଷୟରେ ଲୋକେ ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପରେ ସୋର ପ୍ରତି ବେଶ୍ୟାର ଗୀତ ଅନୁଯାୟୀ ଘଟିବ। “ହେ ବିସ୍ତୃତ ବେଶ୍ୟେ! ବୀଣା ନେଇ ନଗର ଭ୍ରମଣ କର। ମଧୁର ତାଳରେ ବଜାଅ ଓ ଅନେକ ଗୀତ ଗାଅ। ତାହାହେଲେ ତୁମ୍ଭେମାନେ ସ୍ମୃତି ପଥରେ ଆସିବ।” ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା’ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ। ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା’ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ। ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି। ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ। ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ। ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି। ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ। ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି। ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି। ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି। ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।” ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି। କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି। ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ, ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ। ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ। କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ। ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ଦୂରଦେଶର ଲୋକମାନେ, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।” ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ। ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ। କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି। ମୁଁ ସନ୍ତାପର ପାତ୍ର ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି। ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।” ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସେମାନଙ୍କ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି। ଯେତେବେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାୟନ କରିବେ, ସେମାନେ ସେତେବେଳେ ଗର୍ତ୍ତରେ ପଡ଼ିବେ। ସେମାନଙ୍କ ମଧ୍ୟରୁ କେତେକ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦରେ ପଡ଼ିବେ।” କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି। ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି। ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି ଓ ସେହି ଭାରରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ। ସେଦିନ ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ସୈନ୍ୟଙ୍କୁ ସୀମାନ୍ତଙ୍କୁ ଊର୍ଦ୍ଧ୍ୱରେ ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀରେ ପ୍ରତିଫଳ ଦେବେ। ବନ୍ଦୀମାନେ କୂପରେ ଏକତ୍ରିତ ହେଲାପରି ସେମାନେ ଏକତ୍ରିତ ହେବେ। ସେମାନଙ୍କ ମଧ୍ୟରୁ କେତେକ ବନ୍ଦୀଗୃହରେ ରୁଦ୍ଧ ହେବେ। ବହୁ ଦିନ ପରେ ସେମାନେ ଦଣ୍ଡିତ ହେବେ। ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ ଓ ସୂର୍ଯ୍ୟ ଲଜ୍ଜିତ ହେବେ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗାନ ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଅଛ। ତୁମ୍ଭେ ପୁରାତନ କାଳରେ ଯାହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହୋଇଛି। ତୁମ୍ଭେ ଯାହାସବୁ କହିଥିଲ, ତାହା ହିଁ ଘଟିଅଛି। ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ୱଂସ କରିଅଛ ଓ ବର୍ତ୍ତମାନ ତାକୁ ଏକ ପଥର ଗଦାରେ ପରିଣତ କରିଅଛ। ବିଦେଶୀମାନଙ୍କ ରାଜପ୍ରାସାଦକୁ ବିନଷ୍ଟ କରିଛ ଓ ତାହା କେବେ ପୁନର୍ବାର ନିର୍ମିତ ହେବ ନାହିଁ। ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ। ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ୟା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ୟ ଗୃହ ମଧ୍ୟରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରୟସ୍ଥଳ। ଶୁଷ୍କ ଦେଶରେ ତାପକୁ ଦୂର କଲାପରି ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ। ମେଘରେ ଛାୟା ଯେପରି ଗରମ ଦିନରେ ତାପକୁ କୋମଳ କରେ, ତୁମେ ପରମେଶ୍ୱର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ। ତାଙ୍କର ସେବକମାନଙ୍କ ପାଇଁ ପରମେଶ୍ୱରଙ୍କ ବଡ଼ ଭୋଜି ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ। ସମସ୍ତ ଗୋଷ୍ଠୀମାନଙ୍କ ଉପରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତରେ “ବିନାଶ” କରିବେ। ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। ସେତେବେଳେ ଲୋକେ ଏହି କଥା କହିବେ, “ଏହି ଆମର ପରମେଶ୍ୱର ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ, ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।” ଏହି ପର୍ବତ ଉପରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ। ମାତ୍ର ଖାତକୁଣ୍ଡରେ କୁଟା ଦଳିତ ହେଲାପରି ମୋୟାବ ନିଜ ସ୍ଥାନରେ ଦଳିତ ହେବ। ଯଦିଓ ସନ୍ତରଣକାରୀ ପରି ହସ୍ତ ପ୍ରସାରଣ କରିବେ ସଦାପ୍ରଭୁ ତାଙ୍କର ହସ୍ତ ବିସ୍ତାର କରିବେ। ଲୋକମାନେ ଯେଉଁ ବିଷୟରେ ଗର୍ବ କରନ୍ତି ଓ ଯାହାସବୁ ତାଙ୍କ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ବିଷୟ ତଳକୁ ଆଣି ଦିଏ। ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳିରେ ମିଶାଇ ଦେବେ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସାଗୀତି ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ। ସେହି ଦ୍ୱାର ଉନ୍ମୁକ୍ତ କର ଯେପରି ଧାର୍ମିକ ଓ ପରମେଶ୍ୱରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରି ପାରିବେ। ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ। ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି। ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଊର୍ଦ୍ଧ୍ୱସ୍ଥିତ ସେହି ଲୋକମାନଙ୍କୁ ଦଣ୍ଡ ଦେବେ। ସେମାନଙ୍କୁ ଭୂମିସାତ୍ କରି ଧୂଳିରେ ମିଶାଇ ଦେବେ। ତା’ପରେ ଦରିଦ୍ର ଓ ନମ୍ର ଲୋକମାନେ ସେହି ଧ୍ୱଂସ ସ୍ଥାନ ଉପରେ ବିଚରଣ କରିବେ। ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର। ମାତ୍ର ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗର ନ୍ୟାୟକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ। ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ। ଯେତେବେଳେ ତୁମ୍ଭର ଶାସନ ସକଳ ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ। ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ ସେମାନେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ। ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ। ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ଯ୍ୟ ସାଧନ କରିଅଛ। ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର। ପରମେଶ୍ୱର ତାଙ୍କ ସେବକଙ୍କୁ ନୂତନ ଜୀବନ ଦେବେ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପରେ ରାଜତ୍ୱ କରୁଥିଲେ। ମାତ୍ର ଆମ୍ଭେମାନେ ତୁମ୍ଭର ନାମକୁ କେବଳ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ। ସେମାନେ ମୃତ, ସେମାନେ ଜୀବନ ଫେରି ପାଇବେ ନାହିଁ। ସେମାନେ ଭୂତପରି ଯେଉଁମାନେ କେବେହେଲେ ଉଠିବେ ନାହିଁ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ବିବେଚନା କରି ତୁମ୍ଭେ ସଂହାର କରିଅଛ ଏବଂ କେହି ସେମାନଙ୍କୁ ମନେ ରଖିବେ ନାହିଁ। ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ୱିତ ହୋଇଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ। ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ। ଅନ୍ତଃସତ୍ତ୍ୱା ନାରୀ ଗର୍ଭବେଦନାରେ ବ୍ୟଥିତ ହୋଇ ଯେପରି କ୍ରନ୍ଦନ କରେ, ଆମ୍ଭେମାନେ ସେହିପରି ତୁମ୍ଭ ସହିତ ନ ଥିଲା ବେଳେ ହୋଇଅଛୁ। ଆମ୍ଭେମାନେ ଗର୍ଭବେଦନା ପାଇଅଛୁ, କିନ୍ତୁ ବ୍ୟଥିତା ହୋଇ ବାୟୁ ଜନ୍ମ ଦେଇଛୁ। ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ କି ନଗରବାସୀ ଭୂମିଷ୍ଠ ହୋଇ ନାହାନ୍ତି। ମାତ୍ର ସଦାପ୍ରଭୁ କୁହନ୍ତି: “ତୁମ୍ଭର ମୃତମାନେ ଜୀବିତ ହେବେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ୱାସ ନେବା ଆରମ୍ଭ କରିବେ। ହେ ଧୂଳିନିବାସୀଗଣ ଉଠ, ଆନନ୍ଦ କର, କାରଣ ତୁମ୍ଭେମାନେ ପ୍ରଭାତରେ ତୃଣ ଉପର ଶିଶିର ତୁଲ୍ୟ ଭୂମି ମୃତମାନଙ୍କୁ ଜନ୍ମ ଦେବ।” ବିଗ୍ଭର: ପୁରସ୍କାର କିମ୍ବା ଦଣ୍ଡ ହେ ମୋର ଲୋକମାନେ, ତୁମ୍ଭେମାନେ ଅନ୍ତରାଳୟରେ ପ୍ରବେଶ କରି ଦ୍ୱାର ରୁଦ୍ଧ କର। ପରମେଶ୍ୱରଙ୍କ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ ଅଳ୍ପସମୟ ନିଜକୁ ଲୁଗ୍ଭଅ। ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସେମାନଙ୍କର ଅପରାଧ ଲାଗି ଶାସ୍ତି ଦେବାକୁ ନିଜ ସ୍ଥାନ ପରିତ୍ୟାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ। ସେଦିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ‌‌ଖ‌ଡ଼୍‌ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବିୟାଥନକୁ ଶାସ୍ତି ଦେବେ ଓ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ସଂହାର କରିବେ। ସେଦିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ୟରେ ଗାନ କରିବେ। “ମୁଁ, ସଦାପ୍ରଭୁ ସେହି ଉଦ୍ୟାନକୁ ରକ୍ଷା କରିବି। ଯଥା ସମୟରେ ସେଥିରେ ଜଳ ସେଚନ କରିବି। ଦିବାରାତ୍ରି ତାକୁ ଜଗି ରହିବି ଯେପରି କେହି ତା’ର କିଛି କ୍ଷତି କରିବେ ନାହିଁ। ମୋ’ଠାରେ କ୍ରୋଧ ନାହିଁ। ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ। ମାତ୍ର ଯଦି କେହି ନିରାପତ୍ତା ପାଇଁ ମୋ’ ସହିତ ଶାନ୍ତି ସ୍ଥାପନ କରେ, ତେବେ ସେ ଶାନ୍ତି ସ୍ଥାପନ କରୁ। ଲୋକମାନେ ମୋ’ ନିକଟକୁ ଆସିବେ। ସେମାନେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା’ର ଚେର ବାନ୍ଧିବ। ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ। ଏ ପୃଥିବୀ ଫଳ ଫୁଲରେ ପରିପୂର୍ଣ୍ଣ ହେବ।” ପରମେଶ୍ୱର ଇସ୍ରାଏଲକୁ ଦୂରକୁ ପଠାଇବେ ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦେବେ। ଯେପରି ଲୋକମାନଙ୍କୁ ଅତୀତରେ ଶତ୍ରୁଗଣ ପ୍ରହାର କରିଛନ୍ତି ସଦାପ୍ରଭୁ ସେହିପରି ପ୍ରହାର କରିବେ। ସେମାନେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସେହିପରି ସଦାପ୍ରଭୁ ନିହତ କରିବେ। ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ। ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ। ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ। ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ। କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ। ସେଦିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ଏକତ୍ରିତ କରିବେ। ପୁଣି ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଗୋଟି ଗୋଟି ହୋଇ ସଂଗୃହୀତ ହେବ। ସେଦିନ ଗୋଟିଏ ବଡ଼ ମେଷର ଶିଙ୍ଗା ବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ। ଉତ୍ତର ଇସ୍ରାଏଲକୁ ସତର୍କବାଣୀ ଶମରିୟାକୁ ଗ୍ଭହଁ! ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ “ରମଣୀୟ ପୁଷ୍କର ମୁକୁଟ” ସଦୃଶ, ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ। ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ। ଇଫ୍ରୟିମର ମତ୍ତ ଲୋକମାନଙ୍କ “ଦର୍ପସ୍ୱରୂପ ମୁକୁଟ’ ପଦ ତଳେ ଦଳିତ ହେବ। ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’ ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ। ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ। ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ। ତା’ପରେ ସଦାପ୍ରଭୁ ବିଗ୍ଭର ନିମନ୍ତେ ବିଗ୍ଭରକଙ୍କୁ ବିଗ୍ଭର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ୱାରରେ ଯୁଦ୍ଧରେ ଫେରାଇ ଦିଅନ୍ତି ସେମାନଙ୍କ ପାଇଁ ବଳସ୍ୱରୂପ ହେବେ। ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି। ସମସ୍ତ ମେଜ ବାନ୍ତିରେ ପରିପୂର୍ଣ୍ଣ। ସେଠାରେ ମଇଳା ପାଇଁ ଯଥେଷ୍ଟ କୋଠରୀ ନ ଥିଲା। ପରମେଶ୍ୱର ତାଙ୍କ ଦାସମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି “ସଦାପ୍ରଭୁ ଜ୍ଞାନ ଶିକ୍ଷା ଦେବାକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଗ୍ଭର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁ‌ଗ୍‌ଧ ପୋଷ୍ୟ ଶିଶୁ ସଦୃଶ ବୁଝିବାକୁ ଅକ୍ଷମ। ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢଙ୍ଗରେ କୁହନ୍ତି, କାରଣ ଏ ତ: “ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ ସେଠି ଅଳ୍ପ।” ସଦାପ୍ରଭୁ ଅ‌‌ଦ୍‌‌ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ। ଅତୀତରେ ପରମେଶ୍ୱର ସେମାନଙ୍କୁ କହିଥିଲେ “ଏଠାରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମୟ ସ୍ଥାନରେ ଯେଉଁମାନେ ଆରାମ ଗ୍ଭହୁଁଛ ଆସି ଆରାମ କର।” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। ତେଣୁ ପରମେଶ୍ୱରଙ୍କର ବାକ୍ୟ ବିଦେଶୀ ଭାଷାରେ କୁହାଯାଏ: “ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି; ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ, ସେଠି ଅଳ୍ପ।” କାରଣ ଲୋକମାନେ ଇଚ୍ଛାନୁସାରେ କାର୍ଯ୍ୟ କଲେ। ତେଣୁ ସେମାନେ ପଛକୁ ପଡ଼ି ଭଗ୍ନ ହେଲେ। ସେମାନେ ଫାନ୍ଦରେ ପଡ଼ିଲେ ଓ ଧୃତ ହେଲେ। ପରମେଶ୍ୱରଙ୍କ ବିଗ୍ଭରରେ କେହି ଛାଡ଼ ପାଇବେ ନାହିଁ ହେ ଯିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।” ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ। “ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।”ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ। ମୃତ୍ୟୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହେବ, ପାତାଳ ସହିତ ସନ୍ଧି କିଛି କାମ ଦେବ ନାହିଁ। “କେତେକ ଲୋକ ତୁମ୍ଭମାନଙ୍କୁ ଶାସ୍ତି ଦେବାକୁ ଆସିବେ। ପ୍ରଳୟରୂପୀ ଜଳ କୋରଡ଼ା ସଦୃଶ ତୁମ୍ଭମାନଙ୍କୁ ପାଦରେ ଦଳି ଦେବେ। ଏହା ବହୁ ସମୟ ଆସି ତୁମ୍ଭକୁ ନେବ। ଏହା ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାବେଳେ ପ୍ରକାଶିତ ହେବ। “ଆଉ ଯେତେବେଳେ ତୁମ୍ଭେ ବୁଝ, ତାହା ଅତି ଭୟଙ୍କର ହେବ। ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶଯ୍ୟା ଛୋଟ ହେବ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରି ପାରିବ ନାହିଁ। ” ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅ‌‌ଦ୍‌‌ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ। ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ। କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ। ସଦାପ୍ରଭୁ ନ୍ୟାୟରେ ଦଣ୍ଡ ଦିଅନ୍ତି ତୁମ୍ଭେମାନେ ମନୋଯୋଗ ସହକାରେ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦିଅ ଓ ଗ୍ରହଣ କର। କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ? କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନରେ ଯବ ଏବଂ କ୍ଷେତ୍ରର ସୀମାରେ ଜହ୍ନା ବୁଣିଥାଏ। ଆମ୍ଭର ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦେଖାଇ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। କୃଷକ କ’ଣ କଳାଜିରାକୁ କୌଣସି ତୀ‌କ୍ଷ୍‌ଣ ପତ୍ରରେ ପେଷେ? ସେ କ’ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ? ସେ ଯଷ୍ଟି ବ୍ୟବହାର କରି ସେମାନଙ୍କୁ ଅମଳ କରେ। ଜଣେ ସ୍ତ୍ରୀଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ୱଗଣକୁ ଚୂର୍ଣ୍ଣ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ଯ୍ୟ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତରେ ସେ ଜ୍ଞାନରେ ମହାନ। ଯିରୁଶାଲମ ପାଇଁ ପରମେଶ୍ୱରଙ୍କ ପ୍ରେମ ପରମେଶ୍ୱର କୁହନ୍ତି, “ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର। ବର୍ଷକୁ ବର୍ଷ ଯୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ। ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ୟ ହେବ। “ପୁଣି ମୁଁ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବି। ତୁମ୍ଭ ବିପକ୍ଷରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳରେ ତାହା ତୁମ୍ଭକୁ ଅନୁରୋଧ କରିବ। ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁ‌ସ୍‌ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।” ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ। ବହୁ ଜାତିଗଣ ଅରୀୟେଲ ବିପକ୍ଷରେ ଯୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳୀନ ସ୍ୱପ୍ନ ଓ ଦର୍ଶନ ତୁଲ୍ୟ ହେବ। ଯେପରି ସ୍ୱପ୍ନରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବରେ ସେହି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥା’ନ୍ତି, ଠିକ୍ ସେହିପରି ସେହି ଜାତିଗଣ ସିୟୋନ ପାଇଁ ସେମାନଙ୍କର ଇଚ୍ଛା ଅନୁସାରେ କିଛି କରି ପାରିବେ ନାହିଁ। ସେହିପରି ସିୟୋନ ପର୍ବତର ବିପକ୍ଷରେ ଯୁଦ୍ଧ କରୁଥିବା ବହୁ ଗୋଷ୍ଠୀଗଣ ନିଜ ଇଚ୍ଛା ଅନୁସାରେ ପାଇବେ ନାହିଁ। ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି। ସେ ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ। ପୁଣି ଭବିଷ୍ୟ‌ଦ୍‌ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ। ସେସବୁ ଜିନିଷର ଦୃଶ୍ୟବଦ୍ଧ ପୁସ୍ତକ ପରି! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦେବ ଯିଏ ପଢ଼ିପାରିବ ଏବଂ କହିବ, “ଏହାକୁ ପଢ଼। ସେ କହିବ, ମୁଁ କରି ନ ପାରେ, ଏହା ବନ୍ଦ ଅଛି।” ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।” ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ’ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ। ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅ‌‌ଦ୍‌‌ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।” ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।” ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଇବ। କୁମ୍ଭକାର କ’ଣ ମାଟିର ତୁଲ୍ୟ ହେବ? ନିର୍ମିତ ବସ୍ତୁ କ’ଣ ନିର୍ମାଣ କର୍ତ୍ତା ବିଷୟରେ କହିବ, “ଏ ବ୍ୟକ୍ତି ମୋତେ ନିର୍ମାଣ କରି ନାହିଁ।” ପୁଣି ଗଢ଼ାବସ୍ତୁ କ’ଣ ବ୍ୟକ୍ତି ବିଷୟରେ କହିବ, “ଏ ବ୍ୟକ୍ତିର ବୁଦ୍ଧି ନାହିଁ।” ସୁସମୟ ଆସୁଛି ଏହା ସତ୍ୟ ଯେ, ଅତି ଅଳ୍ପ ସମୟ ପରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ରରେ ପରିଣତ ହେବ ଓ ଫଳବତୀ କ୍ଷେତ୍ର ଅରଣ୍ୟରେ ପରିଣତ ହେବ। ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ। ସଦାପ୍ରଭୁଙ୍କଠାରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କଠାରେ ଉଲ୍ଲାସ କରିବେ। ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହୋଇଛନ୍ତି ଓ ଅଧର୍ମକାର୍ଯ୍ୟ କରୁଥିବା ବ୍ୟକ୍ତି ଧ୍ୱଂସ ହୋଇଛନ୍ତି। ସେମାନେ କଥାରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ୱାରରେ ଦୋଷଯୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି। ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ। ସେମାନେ ଯେତେବେଳେ ମୋର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧ୍ୟରେ ଦେଖିବେ ସେତେବେଳେ ସେମାନେ ମୋର ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ୟ ଯାକୁବର ଧର୍ମସ୍ୱରୂପକୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଓ ଭକ୍ତି କରିବେ। ବହୁ ମନ୍ଦ କର୍ମରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହେବେ ଓ ଅଭିଯୋଗକାରୀ ତତ୍ତ୍ୱକଥା ଶିଖିବେ।” ଇସ୍ରାଏଲ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ୍ ମାତ୍ର ମିଶରକୁ ନୁହେଁ ସଦାପ୍ରଭୁ କହିଲେ, “ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସେମାନେ ମନ୍ତ୍ରଣା କରନ୍ତି ମାତ୍ର ସାହାଯ୍ୟ ଗ୍ଭହାନ୍ତି ନାହିଁ। ସେମାନେ ପାପ ଉପରେ ପାପ କରି ଗ୍ଭଲନ୍ତି ମାତ୍ର ମୋର ଆତ୍ମା ଦ୍ୱାରା ନୁହେଁ। ତେଣୁ ସେମାନେ ସନ୍ତାପର ପାତ୍ର। ଏହି ସନ୍ତାନଗଣ ମୋତେ ନ ପଗ୍ଭରି ଫାରୋଙ୍କ ବଳରେ ବଳୀୟାନ ହେବାକୁ ଓ ମିଶରରେ ଆଶ୍ରୟ ନେବାକୁ ମିଶର ଯାତ୍ରା କରନ୍ତି। “ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରୟ ଦେଇ ପାରିବ ନାହିଁ। କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋୟନରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନେଷକୁ ଆସିଛନ୍ତି। ସେମାନେ ହତାଶ ହେବେ କାରଣ ଯେଉଁ ବ୍ୟକ୍ତିମାନଙ୍କ ଉପରେ ସେମାନେ ସାହାଯ୍ୟ ପାଇଁ ବିଶ୍ୱାସ କରିବେ, ସେମାନେ ସାହାଯ୍ୟ କରିବେ ନାହିଁ। ସେମାନେ ଲଜ୍ଜା ଏବଂ କଳଙ୍କ ପାଇବେ।” ଯିହୁଦା ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି। ସେହି ମିଶର ବୃଥା ଓ ମିଥ୍ୟାରେ ସାହାଯ୍ୟ କରେ। ତେଣୁ ମୁଁ ତାକୁ “ନିଷ୍କର୍ମା ରାହାବ” ବୋଲି ନାମକରଣ କରିଛି। ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ଯ୍ୟନ୍ତ ରହିବ। ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ। ସେମାନେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ। ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର। ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ିଦିଅ। ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।” ଯିହୁଦାର ସାହାଯ୍ୟ କେବଳ ପରମେଶ୍ୱରଙ୍କଠାରୁ ଆସେ ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର କରୁଛ। ସେହି ପାପ ପତନ ହେବ, ଠିକ୍ ଯେପରି ଉଚ୍ଚ କାନ୍ଥରେ ଫାଟ ଦେଇ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ। ତୁମ୍ଭେମାନେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ତାହା ଏପରି ଅଦରକାରୀ ହେବ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥିରେ ଚୁଲ୍ଲୀରୁ ନିଆଁ ଆଣି ହେବ ନାହିଁ କି କୁଣ୍ଡରୁ ପାଣି ନେଇ ହେବ ନାହିଁ।” ମୋର ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କୁହନ୍ତି, “ତୁମ୍ଭେମାନେ ଯଦି ମୋ’ ନିକଟକୁ ଫେରି ଆସିବ ତେବେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ୱାସ ରଖିଲେ ବନ୍ଦ ହେବ।” ମାତ୍ର ତୁମ୍ଭେମାନେ ଅସମ୍ମତ ହେଲ। ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ। ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ। ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ। ସଦାପ୍ରଭୁଙ୍କର ସନ୍ତାନଗଣ ଯିରୁଶାଲମର ସିୟୋନ ପର୍ବତରେ ବାସ କରିବେ। ତୁମ୍ଭେମାନେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ। ପୁଣି ତୁମ୍ଭେମାନେ ଯଦି ଭୁଲ୍ କର କିମ୍ବା ଭୁଲ୍ ବାଟରେ ଯାଅ, ଦକ୍ଷିଣକୁ କିମ୍ବା ବାମରେ ଗଲାବେଳେ ପଛରୁ ଏକ ସ୍ୱର ଶୁଣିବ, “ଏ ହେଉଛି ପଥ, ଏହି ପଥରେ ଗମନ କର।” ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।” ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ। ତୁମ୍ଭମାନଙ୍କର ଗ୍ଭଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଗ୍ଭଲୁଣି ଓ କୁଲାରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ। ଯେଉଁଦିନ ଗଣହତ୍ୟା ହେବ ଓ ଦୁର୍ଗସବୁ ପତିତ ହେବ। ସେହି ଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କରେ ଝରଣା ଓ ଜଳସ୍ରୋତ ପ୍ରବାହିତ ହେବ। ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସେହି ଦିନ ଚନ୍ଦ୍ରର ଦୀପ୍ତି ସୂର୍ଯ୍ୟର ଦୀପ୍ତିପରି ଉଜ୍ଜ୍ୱଳ ହେବ। ପୁଣି ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତିତୁଲ୍ୟ ସାତଗୁଣ ଉଜ୍ଜ୍ୱଳ ଦେଖାଯିବ। ଦେଖ! ସଦାପ୍ରଭୁଙ୍କର ନାମ କ୍ରୋଧରେ ପ୍ରଜ୍ୱଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ୱା ସର୍ବଗ୍ରାସକ ଅଗ୍ନି ତୁଲ୍ୟ। ସଦାପ୍ରଭୁଙ୍କର ଆତ୍ମା ନଦୀର ପ୍ଳାବିତ ସ୍ରୋତ ତୁଲ୍ୟ ସର୍ବଦେଶୀୟ ଲୋକମାନଙ୍କୁ ‘ଅସାରତା ରୂପକ ଗ୍ଭଲୁଣୀରେ’ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି। ଆଉ ସେହି ଗୋଷ୍ଠୀ ସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ। ସେହି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭେମାନେ ଆନନ୍ଦରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେହିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ। ପୁଣି ସଦାପ୍ରଭୁ ତାଙ୍କ କ୍ରୋଧର ପ୍ରଚଣ୍ଡତା ଉଚ୍ଚସ୍ୱରରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କ୍ରୋଧରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ୟ ସମସ୍ତ ଜିନିଷ ଭସ୍ମ କରି ଦେବ। ପୁଣି ସଦାପ୍ରଭୁଙ୍କର କ୍ରୋଧ ଝଡ଼, ତୋଫାନ ଓ ଶିଳାବୃଷ୍ଟି ତୁଲ୍ୟ ହେବ। ସଦାପ୍ରଭୁଙ୍କ ରବ ଶୁଣି ଅଶୂର ଭୟଭୀତ ହେବ। ସେ ତାକୁ ଏକ ଦଣ୍ଡରେ ଆଘାତ କରିବେ। ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣାରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତିରେ ସେ ଅଶୂରର ପତନ ଘଟାଇବେ। ତୋଫତ୍ ବହୁକାଳରୁ ନିର୍ମିତ ହୋଇଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହୋଇଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥିରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ସ୍ରୋତପରି ପ୍ରଜ୍ୱଳିତ ହୋଇ ପୋଡ଼ି ପକାଏ। ଇସ୍ରାଏଲ ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରିବା ଉଚିତ୍ ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର। ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ୟକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଗ୍ଭରୀମାନଙ୍କ ପ୍ରତିକୂଳରେ ଓ ଅଧର୍ମାଗ୍ଭରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧରେ ଉଠିବେ। ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ। ସଦାପ୍ରଭୁ ମୋତେ କହିଲେ, “ଯେତେବେଳେ ସିଂହ ଓ ଯୁବା ସିଂହ ଶିକାର ଧରେ ଓ ସେହି ମୃତ ପ୍ରାଣୀ ଉପରେ ସେତେବେଳେ ବହୁ ମେଷପାଳକ ତା’ ବିରୁଦ୍ଧରେ ଗର୍ଜନ କଲେ ହେଁ ସେ କେବେ ଭୟଭୀତ ହୁଏ ନାହିଁ।” ସେହିପରି ସଦାପ୍ରଭୁ ସର୍ବଶକ୍ତିମାନ ସିୟୋନ ପର୍ବତରେ ଓ ତା’ର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ। ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସେହିପରି ସର୍ବଶକ୍ତିମାନ ସଦାପ୍ରଭୁ ଯିରୁଶାଲମକୁ ରକ୍ଷା କରିବେ। ସେ ତାକୁ “ଉଦ୍ଧାର ଓ ନିସ୍ତାର” କରିବେ। ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହୋଇଅଛ, ତାଙ୍କ ନିକଟକୁ ଫେରି ଆସ। କାରଣ ତୁମ୍ଭେମାନେ ପ୍ରତ୍ୟେକ ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ପ୍ରତିମାଗୁଡ଼ିକୁ ପୂଜା କରି ପାପ କରିଛ। ତେଣୁ ସେଗୁଡ଼ିକୁ ତୁମ୍ଭେମାନେ ପକାଇ ଦେବ। ଏହା ସତ୍ୟ ସେଦିନ ଅଶୂର ‌‌ଖ‌ଡ଼୍‌ଗରେ ପତିତ ହେବ। ମାତ୍ର ତାହା ମନୁଷ୍ୟର ‌‌ଖ‌ଡ଼୍‌ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହେବ ମାତ୍ର ତାହା ମନୁଷ୍ୟ ‌‌ଖ‌ଡ଼୍‌ଗରେ ନୁହେଁ। ପୁଣି ସେ ‌‌ଖ‌ଡ଼୍‌ଗରେ ସମ୍ମୁଖରୁ ପଳାୟନ କରିବ। ତା’ର ଯୁବକମାନେ କ୍ରୀତଦାସ ହେବେ। ଆଉ ତା’ର ଶୈଳ ଅନ୍ତର୍ହିତ ହେବ। ତା’ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ। ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।” ଅଧିପତିଗଣ ଉତ୍ତମ ଓ ନ୍ୟାୟପରାୟଣ ହେବା ଉଚିତ୍ ଦେଖ, ଜଣେ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିଗଣ ନ୍ୟାୟରେ ଶାସନ କରିବେ। ଯଦି ଏହା ଘଟିବ, ତେବେ ସେହି ମାନବ ବତାସରୁ ଆଶ୍ରୟସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରୟ, ଶୁଷ୍କ ଭୂମିରେ ଜଳସ୍ରୋତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାୟା ପ୍ରଦାୟକ ଶୈଳ ସଦୃଶ ହେବ। ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ। ଦ୍ୱନ୍ଦରେ ପଡ଼ିଥିବା ବ୍ୟକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ। ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ। କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦୟରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ଯ୍ୟ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦେବ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ। ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍। ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସେହି ଉତ୍ତମ ଆଚରଣରେ ସେ ସ୍ଥିର ରହେ। କଠୋର ସମୟ ଆସୁଛି ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ। ହେ ବିଶ୍ୱସ୍ତା ନାରୀଗଣ, ମୋ’ ବାକ୍ୟରେ କର୍ଣ୍ଣପାତ କର। ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ବର୍ଷକ ପରେ ଉ‌‌ଦ୍‌‌ବିଗ୍ନା ହେବ। କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ। ହେ ଶାନ୍ତିପ୍ରିୟ ନାରୀଗଣ, ତୁମ୍ଭେମାନେ କମ୍ପିତା ହେବ। ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ଉ‌‌ଦ୍‌‌ବିଗ୍ନା ହେବ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶରେ ଚଟ ବାନ୍ଧ। ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ। ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର। ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରିକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ। ଆତ୍ମା ଊର୍ଦ୍ଧ୍ୱରୁ ଆସିବା ପର୍ଯ୍ୟନ୍ତ ଏହିସବୁ ଗ୍ଭଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହୋଇଛି, ତା’ପରେ ମରୁଭୂମି ଠିକ୍ ବିଗ୍ଭରରେ ପାଇବେ ଏବଂ ଫଳ ବଗିଗ୍ଭ ଜଙ୍ଗଲରେ ପରିଣତ ହେବ। ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଗ୍ଭର ବାସ କରିବ ଓ ଉର୍ବର କ୍ଷେତରେ ଧାର୍ମିକତା ବସତି ସ୍ଥାପନ କରିବ। ପୁଣି ସେହି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହେବ। ମୋର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ନିରାପଦ ତମ୍ବୁରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ। ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଜଳ ସ୍ଥାନରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହାରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭେମାନେ ଧନ୍ୟ। The Lord Will Show His Power ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ। ସେତେବେଳେ ଲୋକମାନେ କହିବେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭେମାନେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ୱରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ। ତୁମ୍ଭର ଶକ୍ତିଶାଳୀ କୋଳାହଳରେ ଗୋଷ୍ଠୀଗଣ ପଳାୟନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।’ ପତଙ୍ଗ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହୀତ ହେବ। ଯେପରି ପତଙ୍ଗମାନେ ଡିଆଁ ମାରନ୍ତି, ସେହିପରି ବହୁଲୋକ ତା’ ଉପରେ ଡିଆଁ ମାରିବେ। ସଦାପ୍ରଭୁ ଉନ୍ନତ, କାରଣ ସେ ଊର୍ଦ୍ଧ୍ୱ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ୟାୟ ବିଗ୍ଭର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି। ହେ ଯିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷୟକ, ତାହା ସେ ଦିଅନ୍ତି। ମାତ୍ର ଶୁଣ, ସେମାନଙ୍କର ପରାକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶୟ ରୋଦନ କରୁଛନ୍ତି। ରାଜପଥ ଧ୍ୱଂସପ୍ରାପ୍ତ ହୋଇଛି। ସେଠାରେ କେହି ପଥିକ ଦେଖାଯିବେ ନାହିଁ। ସେମାନେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କେହି ହେଲେ ସମ୍ମାନ ହୋଇ ନାହାନ୍ତି। ଦେଶ ଜଟିଳ ସମସ୍ୟା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦେଖା ଯାଉଛି, ଶାରୋଣ ଅରଣ୍ୟ ତୁଲ୍ୟ ଦେଖା ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହୋଇଛି। ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା। ତୁମ୍ଭେମାନେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ। ପୁଣି ଲୋକମାନେ ଚୂନପରି ଭସ୍ମିଭୂତ ହେବେ ଓ ଅଗ୍ନିରେ ଇଟା ଓ କଣ୍ଟକପରି ଶୀଘ୍ର ଦ‌ଗ୍‌ଧିଭୂତ ହେବେ। “ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନ ଆଣି ମୋ’ କୃତ କର୍ମର କଥା ଶୁଣ ଏବଂ ମୋ’ ନିକଟବର୍ତ୍ତୀ ସମୂହ, ଏହାକୁ ମୋର ପରାକ୍ରମ ସ୍ୱୀକାର କର।” ସିୟୋନର ପାପୀଗଣ ଭୟଭୀତ, ମନ୍ଦାଗ୍ଭରୀଗଣ ହଠାତ୍ କମ୍ପିତ ହେଉଛନ୍ତି। “ଆମ୍ଭମାନଙ୍କ ମଧ୍ୟରୁ କେହି ସର୍ବଗ୍ରାସୀ ଅଗ୍ନିରେ ବାସ କରି ପାରିବ? ପୁଣି କେହି କେବେ ଅନନ୍ତକାଳ ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନିରେ ବାସ କରି ପାରିବ?’’ ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି। ସେହି ଲୋକମାନେ ଉଚ୍ଚ ସ୍ଥାନରେ ବାସ କରିବେ। ସେମାନେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗରେ ସୁରକ୍ଷିତ ହେବେ। ସେମାନଙ୍କର ଭକ୍ଷ୍ୟ ଓ ଜଳର ଅଭାବ ରହିବ ନାହିଁ। ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ। ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା? ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।” ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ। କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ। *** *** “ମୁଁ ପୀଡ଼ିତ” ବୋଲି ସେଠାକାର ନିବାସୀ କହିବ ନାହିଁ। ସେଠାକାର ନିବାସୀମାନଙ୍କର ପାପ କ୍ଷମା କରାଯିବ। ପରମେଶ୍ୱର ତାଙ୍କର ଶତ୍ରୁକୁ ଦଣ୍ଡ ଦେବେ ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ। କାରଣ ସଦାପ୍ରଭୁ ଦେଶୀୟ ସମସ୍ତଙ୍କ ବିପକ୍ଷରେ ଓ ସମସ୍ତ ସୈନ୍ୟସାମନ୍ତଙ୍କ ପ୍ରତିକୂଳରେ ତାଙ୍କର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବେ ଓ ସେ ମଧ୍ୟ ସେ ସମସ୍ତଙ୍କର ବିନାଶର କାରଣ ହେବେ। ସେହି ନିହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ। ସେମାନଙ୍କ ଶବ ଦୁର୍ଗନ୍ଧ ଦେବ ଓ ସେମାନଙ୍କର ରକ୍ତ ପର୍ବତଗୁଡ଼ିକରେ ବୋହି ଯିବ। ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ୟ କ୍ଷୟପ୍ରାପ୍ତ ହେବେ ଏବଂ ମୋଡ଼ା କାଗଜ ଭଳି ସେ ଗୁଡ଼ାଇ ହୋଇଥିବେ। ଦ୍ରାକ୍ଷାଲତାର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ୟ ବିହୀନ ହେବେ ଏବଂ ପଡ଼ିଯିବେ। ସଦାପ୍ରଭୁ କୁହନ୍ତି, “ଏହା ଘଟିବ ଯେତେବେଳେ ଆମ୍ଭର ‌‌ଖ‌ଡ଼୍‌ଗ ପରିତୃପ୍ତ ରୂପେ ପାନ କରିଛି।” ଦେଖ, ବିଗ୍ଭର ସାଧନ ନିମନ୍ତେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କ ଉପରେ ପଡ଼ିବ। ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ। ତେଣୁ ମେଷ, ବନ୍ୟ ଗୋରୁ, ବୃଷଭ ଏବଂ ଯୁବା ବୃଷଭ ଆସିବେ। ସେମାନଙ୍କ ରକ୍ତରେ ପରିପୂର୍ଣ୍ଣ ହେବ ଓ ସେମାନଙ୍କ ଚର୍ବ୍ବୀରେ ଭୂମି ଆଚ୍ଛାଦିତ ହେବ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ। ଏହା ସିୟୋନର ଦିବା ସମ୍ବନ୍ଧୀୟ ପ୍ରତିଫଳର ବର୍ଷ। ଆଉ ମଧ୍ୟ ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ। ସେହି ଭୂମି ପ୍ରଜ୍ୱଳିତ ଝୁଣା ହେବ। ସେହି ଅଗ୍ନି ଦିବାରାତ୍ରି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ। ସେଥିରୁ ଚିରକାଳ ଧୂମ ନିର୍ଗତ ହେବ। ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ। ଅନନ୍ତକାଳ ପର୍ଯ୍ୟନ୍ତ ତାହା ମଧ୍ୟଦେଇ କେହି ଗମନ କରିବେ ନାହିଁ। ପାଣି ଭେଳା ଓ ଝିଙ୍କ ତାହା ଅଧିକାର କରିବେ। ଆଉ ପେଗ୍ଭ ଓ ଡାମରା କାଉର ତାହା ମଧ୍ୟରେ ବାସ କରିବେ। ପୁଣି ସେ ସ୍ଥାନ “ଶୂନ୍ୟ ମରୁଭୂମି” ବୋଲି ଡକା ହେବ। ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ। ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ। ସେଠାରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ୱାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ୱାରା ଆଚ୍ଛାଦିତ ହେବ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହେବ। ସେଠାରେ ବନ୍ୟପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ୟଛାଗ ତା’ର ସାଥୀମାନଙ୍କୁ ଡାକିବ ଓ ନିଶାଚରମାନେ ସେଠାରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ। ପେଗ୍ଭଗଣ ସେଠାରେ ବାସ କରିବେ ଏବଂ ପରିବାରକୁ ବୃଦ୍ଧି କରିବେ। ଚିଲମାନେ ନିଜର ସଙ୍ଗିନୀ ସହିତ ମିଳିତ ହେବେ। ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର। ସେଥିରେ ଲିଖିତ ଅଛି ସେମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ରହିବେ ନାହିଁ। କେହି ନିଜର ସଙ୍ଗିନୀକୁ ଛାଡ଼ିବ ନାହିଁ। କାରଣ ମୋର ମୁଖଦ୍ୱାରା ଏହି ଆଜ୍ଞା କରିଛନ୍ତି ଓ ତାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଛି। ପରମେଶ୍ୱର ପୁଣି ସେମାନଙ୍କର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି। ସେମାନେ ତାହା ଚିରକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ। ପରମେଶ୍ୱର ତାଙ୍କର ସନ୍ତାନଗଣଙ୍କୁ ସୁଖ ପ୍ରଦାନ କରନ୍ତି ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ। ତା’ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋ‌ନ୍‌ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ। ତୁମ୍ଭେମାନେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର। ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହୋଇ ଦେଖି ପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣରେ ଶ୍ରବଣ କରିବେ। ଖଞ୍ଜଲୋକ ହରିଣ ତୁଲ୍ୟ ନିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ। ମରିଚିକା ଜଳାଶୟ ହେବ। ଶୁଷ୍କ ମରୁଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କ ବାସ ସ୍ଥାନରେ ନଳ ଓ ତଣ୍ଡିବଣ ଜନ୍ମିବ। ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ। ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦେବାକୁ ସେଠାରେ ନ ଥିବେ। ସେମାନେ ସେଠାରେ ଦେଖାଯିବେ ନାହିଁ। କେବଳ ମୁକ୍ତିପ୍ରାପ୍ତ ଲୋକମାନେ ତା’ଉପରେ ବିଚରଣ କରିବେ। ପୁଣି ପରମେଶ୍ୱରଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ। ସେମାନେ ଆନନ୍ଦରେ ଗାନ କରି କରି ସିୟୋନରେ ଉପସ୍ଥିତ ହେବେ। ଚିରନ୍ତନ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ। ଅଶୂରୀୟମାନଙ୍କ ଯିହୁଦା ଆକ୍ରମଣ ରାଜା ହିଜକିୟଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ୱ କାଳରେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ। ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ତାଙ୍କର ସେନାଧ୍ୟକ୍ଷଙ୍କୁ ଏକ ବିଶାଳ ସୈନ୍ୟବାହିନୀ ଦେଇ ଲାଖି‌ଶ୍‌ଠାରୁ ଯିରୁଶାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା। ଯିରୁଶାଲମର ତିନି ଜଣ ବ୍ୟକ୍ତି ସେନାଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ହେଲେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହ ରକ୍ଷୀ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ। ଆଦେଶକର୍ତ୍ତା ସେମାନଙ୍କୁ କହିଲା,“ଏବେ ତୁମ୍ଭେମାନେ ହିଜକିୟଙ୍କୁ କୁହ, ଅଶୂରର ମହାରାଜା ଏହି କଥା କୁହନ୍ତି, “‘ତୁମ୍ଭେମାନେ କ’ଣ ପାଇଁ ଏତେ ଆତ୍ମନିର୍ଭର ଶୀଳ। ମୁଁ କହୁଛି ଯୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭେମାନେ କାହା ଉପରେ ବିଶ୍ୱାସ କରି ମୋ’ ବିପକ୍ଷରେ ବିଦ୍ରୋହ କରିଛ? ତୁମ୍ଭେମାନେ କ’ଣ ଭଗ୍ନ ଯଷ୍ଟି ସଦୃଶ ମିଶର ଉପରେ ନିର୍ଭର କରୁଛ? ତାହା ଯଦି କରୁଥାଅ ତେବେ ସେ ହାତରେ ଫୋଡ଼ି ହୋଇଯାଇ କଣା କରିଦେବ। ମିଶରର ରାଜା ଫାରୋ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ସମସ୍ତେ କିଛି ସାହାଯ୍ୟ ପାଇବେ ନାହିଁ। “‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।” “‘ଏହା ସତ୍ତ୍ୱେ, ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଗ୍ଭହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସେମାନଙ୍କ ପାଇଁ ଯଦି ଅଶ୍ୱ ଆରୋହଣକାରୀମାନଙ୍କୁ ଖୋଜି ପାରିବ, ତେବେ ମୁଁ ତୁମ୍ଭଙ୍କୁ 200 ଅଶ୍ୱ ଦେବି। ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ? “‘ବର୍ତ୍ତମାନ ତୁମ୍ଭେ କ’ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାଯ୍ୟରେ ଏହି ସ୍ଥାନକୁ ଧ୍ୱଂସ କରି ପାରିବି? ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”’” ତା’ପରେ ଇଲିୟାକୀମ୍, ଶି‌‌‌ବ୍‌‌‌ନ ଓ ଯୋୟାହ ରବ୍‌ଶାକିକି କହିଲେ, “ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀୟ ଭାଷାରେ କୁହନ୍ତୁ। କାରଣ ଆମ୍ଭେମାନେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ।” ମାତ୍ର ର‌ବ୍‌ଶାକି କହିଲା, “ମୋର ପ୍ରଭୁ କ’ଣ ମୋତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି? ସେ କ’ଣ ମୋତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସେମାନଙ୍କ ନିକଟକୁ ପଠାଇ ନାହାନ୍ତି?” ତା’ପରେ ର‌ବ୍‌ଶାକି ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ କହିଲେ। ମହାରାଜା ଅଶୂରର ରାଜାଙ୍କର ଏହି ବାର୍ତ୍ତା ଶୁଣ: ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକିୟଙ୍କୁ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ କ୍ଷମ ହେବେ ନାହିଁ। ହିଜକିୟଙ୍କ କଥା ବିଶ୍ୱାସ କର ନାହିଁ। “ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ। ସେ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦେବେ ନାହିଁ।” ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା’ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର। ତୁମ୍ଭମାନଙ୍କୁ ସ୍ୱଦେଶକୁ ନେଇଯିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କାର୍ଯ୍ୟ କର। ସେହି ନୂତନ ଦେଶରେ ତୁମ୍ଭେମାନେ ଉତ୍ତମ ଶସ୍ୟ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷାକ୍ଷେତ୍ର‌ମାନ ଲାଭ କରିବ।” ହିଜକିୟ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ୟାନ ଦିଅ। ସେ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।” ମାତ୍ର କୌଣସି ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛି? ନା। ହମାତ ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ଠାରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତା ମୋ’ ହସ୍ତରୁ ନିଜ ନିଜ ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋ’ ହସ୍ତରୁ ଯିରୁଶାଲମକୁ ଉଦ୍ଧାର କରିବେ। ମାତ୍ର ଯିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦେମାତ୍ର ଉତ୍ତର କଲେ ନାହିଁ। “କାରଣ ରାଜା ହିଜକିୟ ଉତ୍ତର ନ ଦେବା ପାଇଁ ଆଦେଶ ଦେଇଥିଲେ।” ତା’ପରେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହାଧ୍ୟକ୍ଷ ଇଲିୟାକୀମ୍। ଲେଖକ ଗି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍‌ଶାକିର କଥାସବୁ ତାକୁ ଜଣାଇଲେ। ହିଜକିୟଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା ରାଜା ହିଜକିୟ ସେ ସମସ୍ତ ଶୁଣିଲା ପରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ପୁଣି ହିଜକିୟ ରାଜା ଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଗି‌‌‌ବ୍‌‌‌ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ପିନ୍ଧାଇ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।” ରାଜା ହିଜକିୟଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ପହଞ୍ଚିଲେ। ଯିଶାଇୟ ସେମାନଙ୍କୁ କହିଲେ, “ଏହି କଥା ତୁମ୍ଭର ପ୍ରଭୁ ହିଜକିୟଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ‘ଅଶୂର ରାଜାର ଦାସମାନେ “ବାଳକମାନଙ୍କୁ” ନିନ୍ଦା କରିବାର ଯେଉଁ କଥା ଶୁଣିଅଛ! ତହିଁରେ ଭୟଭୀତ ହୁଅ ନାହିଁ। *** ଦେଖ, ଆମ୍ଭେ ଅଶୂରୀୟ ରାଜା ମଧ୍ୟରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫେରିଯିବ। ସେତେବେଳେ ତାହାରି ନିଜ ଦେଶରେ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ନିପାତ କରିବା।”’ ଅଶୂରୀୟ ସୈନ୍ୟବାହିନୀ ଯିରୁଶାଲମ ତ୍ୟାଗ କରନ୍ତି ପ୍ରଧାନ ସେନାପତି ଫେରିଗଲେ ଏବଂ ସେତେବେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀ‌‌‌ଶ୍‌‌‌ର ସେନା ଛାଉଣି ଛାଡ଼ିଛନ୍ତି। ସେନାପତି ଲି‌‌‌ବ୍‌‌‌ନାରେ ରାଜା ଯୁଦ୍ଧ କରୁଥିବାର ଦେଖିଲା। ଅଶୂରର ରାଜା ଶୁଣିବାକୁ ପାଇଲେ, “ରାଜା ତିହୀକ କୂଶ ଦେଶରେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି,” ଯେତେବେଳେ ଅଶୂରର ରାଜା ଏ କଥା ଶୁଣିଲେ, ସେ ହିଜକିୟ ପାଖକୁ ଦୂତଗଣ ପଠାଇଲେ ଏବଂ କହିଲେ, ହିଜକିୟକୁ ଏହିକଥା କହିବା ପାଇଁ ସେ ଦୂତଗଣ ପଠାଇଛନ୍ତି, “ଯିରୁଶାଲମ ଅଶୂରୀୟ ରାଜାଙ୍କର ହସ୍ତଗତ ହେବ ନାହିଁ। ‘ଏହିକଥା କହି ତୁମ୍ଭ ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ଯେପରି ନ ଭୁଲାନ୍ତି।” ଦେଖ, ଅଶୂରୀୟ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି, ତାହା ତୁମ୍ଭେମାନେ ଶୁଣିଅଛ। ଆଉ ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ମୋର ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେ‌‌‌ତ୍‌‌‌ଶଫ୍ ଦେଶୀୟମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କ’ଣ ସେମାନଙ୍କୁ ଉଦ୍ଧାର କଲେ? ହମାତ, ଅର୍ପଦ, ସଫର୍ବୟିମ ନଗର, ହେନା ଓ ଅବ୍ବା ରାଜା କାହାନ୍ତି? ସେମାନେ ସମସ୍ତେ ବିନାଶ ହୋଇଛନ୍ତି।’” ହିଜକିୟ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ହିଜକିୟ ଦୂତଙ୍କଠାରୁ ଏକ ଲେଖା ନେଲେ ଓ ପାଠ କଲେ। ତା’ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି କହିଲା। ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, “ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। ହେ ସଦାପ୍ରଭୁ ଦୟାକରି କର୍ଣ୍ଣ ଦେଇ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖୋଲି ଦେଖ। ପୁଣି ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ସ‌‌‌ନ୍‌‌‌ହେରୀବ ଯାହାକିଛି ପଠାଇଛି, ତାହାର ସେହିସବୁ କଥା ଶୁଣ। ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରୀୟ ରାଜାମାନେ ସମସ୍ତ ଦେଶକୁ ଏବଂ ସେମାନଙ୍କ ଭୂମିକୁ ଧ୍ୱଂସ କରିଛନ୍ତି। ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି। ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।” ହିଜକିୟଙ୍କ ପ୍ରତି ପରମେଶ୍ୱରଙ୍କ ଉଦ୍ଧାର ତା’ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର। “ସ‌‌‌ନ୍‌‌‌ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, ‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ଯିରୁଶାଲମର କନ୍ୟା ତୁମ୍ଭକୁ ହୀନ ଦୃଷ୍ଟିରେ ଦେଖିଛି। ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ? କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ? ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ। ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି? ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, “ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ ମୁଁ ଲିବାନୋନକୁ ପରାସ୍ତ କରିଅଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା’ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି। ପୁଣି ତା’ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ। ଆମ୍ଭେ କୂପ ଖୋଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା’ ଉପରେ ପଦଗ୍ଭରଣା କରିଅଛୁ।” “ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ’ଣ ଶୁଣି ନାହଁ, “ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ? ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ୱଂସ କରି ଢିପି କରିବ, ଏହା ଆମ୍ଭେ ଏବେ ସଫଳ କରିଅଛୁ। ଏଣୁ ସେହି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସେମାନେ ହତାଶ ଓ ବିଭ୍ରାନ୍ତ ହେଲେ। ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ। ମାତ୍ର ତୁମ୍ଭେ କେବେ ଉଠିବ, ବସିବ, ବାହାରକୁ ଯିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ। ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହୋଇଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠରେ ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସେହି ବାଟରେ ତୁମ୍ଭେମାନେ ଫେରିଯିବ।”” ହିଜକିୟଙ୍କ ପାଇଁ ସଦାପ୍ରଭୁଙ୍କ ବାର୍ତ୍ତା ତା’ପରେ ସଦାପ୍ରଭୁ ହିଜକିୟଙ୍କୁ କହିଲେ, “ଏହା ତୁମ୍ଭ ପାଇଁ ଏକ ଚିହ୍ନ ହେବ। ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟରୁ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ୟଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ। “ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସେମାନେ ବୃକ୍ଷପରି ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ। ଏଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହିକଥା କହନ୍ତି, “ସେ ଏହି ନଗରକୁ ଆସିବ ନାହିଁ କି ଏହି ନଗରକୁ ତୀର ମାରିବ ନାହିଁ। ପୁଣି ତା ସମ୍ମୁଖକୁ ଢାଲ ଧରି ଆସିବ ନାହିଁ କି ତାହା ବିରୁଦ୍ଧରେ ଆକ୍ରମଣ କରିବାକୁ ବନ୍ଧ ବାନ୍ଧିବ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ଯେଉଁ ବାଟଦେଇ ଆସିଥିଲା ସେହି ବାଟରେ ଫେରିଯିବ। ସେ ଏ ନଗରକୁ ଆସିବ ନାହିଁ। ମୁଁ ମୋ’ ନିମନ୍ତେ ଓ ମୋର ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷରେ ରହିବି।” The Assyrian Army Is Destroyed ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ। ତେଣୁ ଅଶୂର ରାଜା ସ‌‌‌ନ୍‌‌‌ହେରୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସେଠାରେ ବାସ କଲା। ଦିନେ ସ‌‌‌ନ୍‌‌‌ହେରୀବ ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କଲାବେଳେ ତା’ର ଦୁଇ ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ୱ କଲା। ହିଜକିୟଙ୍କର ପୀଡ଼ିତାବସ୍ଥା ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ,“ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’” ଏଥିରେ ହିଜକିୟ ମନ୍ଦିର ଆଡ଼େ ମୁହଁ ଫେରାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, “ହେ ସଦାପ୍ରଭୁ, ମୁଁ ବିନୟ କରି କହୁଅଛି, ମୁଁ ବିଶ୍ୱସ୍ତ ଭାବରେ ସର୍ବାନ୍ତଃକରଣରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର।” ଏହା କହି ହିଜକିୟ ଅତିଶୟ ରୋଦନ କଲା। ସେତେବେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ। “ତୁମ୍ଭେ ହିଜକିୟ ନିକଟକୁ ଯାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ସଦାପ୍ରଭୁ ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆୟୁ ପନ୍ଦରବର୍ଷ ବଢ଼ାଇବା।’ ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନେବି।’” ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହେବ। “ଦେଖ, ମୁଁ ଆହସର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫେରାଇ ଆଣିବି।” Hezekiah’s Song ଯିହୁଦାର ରାଜା ହିଜକିୟ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲା ପରେ ଏହା ଲେଖାଗଲା। ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି। ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ। ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ। ମେଷପାଳକର ତମ୍ବୁକୁ ତା’ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ’ଠାରୁ ଦୂରୀକୃତ କରାଯାଇଛି। ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମୋତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ। ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି। ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ। ମୁଁ କପୋତ, ଗ୍ଭତକ ଓ ସାରସ ପକ୍ଷୀ ପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମୋତେ ସାହାଯ୍ୟ କର।” ମୁଁ କ’ଣ କହିବି? ଯେତେବେଳେ ସେ ମୋତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମୋର ଆତ୍ମା ତିକ୍ତତା ସକାଶେ ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି। ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି। ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ ମୋର ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ। ଦେଖ, ମୋର ଦୁଃଖ ଗ୍ଭଲିଯାଇଛି, ବର୍ତ୍ତମାନ ମୋର ଶାନ୍ତି ଆସିଛି। ମାତ୍ର ତୁମ୍ଭେ ମୋତେ ପ୍ରେମ କରି ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମୋତେ କ୍ଷମା କରି ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ। ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ। ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି। ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା’ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ। ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ। ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।” ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ତୁମ୍ଭେ ଡିମ୍ବିରିକୁ ଏକତ୍ର ଛେଚ ଏବଂ ତୁମ୍ଭର କ୍ଷତରେ ଲଗାଅ। ତାହାହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।” ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ, “ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ? ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?” ବାବିଲରୁ ଦୂତଗଣ ସେହି ସମୟରେ ବାବିଲ ରାଜା ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା। ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା’ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା। ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?” ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।” ଯିଶାଇୟ ପଗ୍ଭରିଲେ, “ସେମାନେ ତୁମ୍ଭ ଗୃହରେ କ’ଣ ଦେଖିଅଛନ୍ତି?” ହିଜକିୟ ଉତ୍ତର କଲେ, “ମୋ’ ଗୃହରେ ଯାହାସବୁ ଥିଲା ମୁଁ ସେ ସମସ୍ତ ତାଙ୍କୁ ଦେଖାଇଲି। ଏପରି କୌଣସି ଜିନିଷ ମୋ’ ଭଣ୍ଡାରରେ ନାହିଁ ଯାହାକି ମୁଁ ତାଙ୍କୁ ଦେଖାଇ ନାହିଁ।” ଏଥିରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ। ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’ ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନେଇଯିବେ ଓ ସେମାନଙ୍କୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକାରେ ନପୁଂସକ କରି ରଖିବେ।” ସେତେବେଳେ ହିଜକିୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ ତାହା ଉତ୍ତମ।” ସେ ପୁଣି କହିଲା, “କାରଣ ମୋ’ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।” ଇସ୍ରାଏଲର ଦଣ୍ଡ ସମାପ୍ତି ତୁମ୍ଭର ପରମେଶ୍ୱର ଏହା କୁହନ୍ତି, “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ। ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ। ‘ତାହାର ସଂଗ୍ରାମ ଶେଷ ହୋଇଛି ଓ ତାହାର ପାପକୁ କ୍ଷମା କରାଯାଇଛି।’ ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।” ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର। ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର। ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।” ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।” ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?” ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ। ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ। ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଳାନ ହୁଏ। କାରଣ ତାହା ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ। ତେଣୁ ଲୋକମାନେ ନିଶ୍ଚିତ ତୃଣ ସ୍ୱରୂପ। “ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ପରିତ୍ରାଣ: ପରମେଶ୍ୱରଙ୍କ ସୁସମ୍ବାଦ ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର, ଉଚ୍ଚ ପର୍ବତକୁ ଯାଅ। ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର। ଜୋ‌ର୍‌ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।” ଦେଖ, ମୋର ପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନେଇ ଆସୁଛନ୍ତି ଓ ତାଙ୍କର ବାହୁ ବଳରେ ସେ କର୍ତ୍ତୃତ୍ୱ କରିବେ। ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି। ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ। ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ। ସେମାନଙ୍କର ମାମାନେ ପଛେ ପଛେ ଯିବେ। ପରମେଶ୍ୱର ଜଗତ ସୃଷ୍ଟି କଲେ; ସେ ଏହାକୁ ଶାସନ କରନ୍ତି କିଏ ନିଜର ହସ୍ତ ପାପୁଲିରେ ସମୁଦ୍ର ଜଳରାଶି ମାପିଅଛି? କିଏ ନିଜର ହସ୍ତ ଗ୍ଭଖଣ୍ଡରେ ଅନନ୍ତ ଆକାଶକୁ କଳନା କରିଅଛି? ପୁଣି କିଏ ଗୌଣୀରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି? କିଏ ପର୍ବତଗୁଡ଼ିକୁ ନିକିତିରେ ଓ ଉପପର୍ବତକୁ ତରାଜୁରେ ତଉଲି ଅଛି? କେହି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦେଇଅଛି କି? ପୁଣି ମନ୍ତ୍ରୀ ହୋଇ କେହି ତାଙ୍କୁ ନିର୍ଦ୍ଦେଶ ଦେଇଅଛି କି? ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି? କେହି ତାଙ୍କୁ ଶିକ୍ଷା ଦେଇଥିଲା କି? କିଏ ତାଙ୍କୁ ବିଗ୍ଭରର ପଥ ଶିଖାଇଲା? କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦେଲା? ନା, ସଦାପ୍ରଭୁ ବିବେଚନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ। ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ। ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନେଇ ତାଙ୍କ ତରାଜୁରେ ରଖନ୍ତି, ତେବେ ସେ ସବୁ ନିକିତିରେ ଧୂଳିକଣା ତୁଲ୍ୟ ହେବ। ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି। ପୁଣି ଲିବାନୋ‌ନ୍‌ର ସମସ୍ତ ବୃକ୍ଷ ସଦାପ୍ରଭୁଙ୍କ ଜାଳ ପାଇଁ ଯଥେଷ୍ଟ ନୁହେଁ ଓ ତାହାର ସମସ୍ତ ପଶୁ ହୋମବଳି ପାଇଁ ଯଥେଷ୍ଟ ନୁହେଁ। ସମସ୍ତ ଗୋଷ୍ଠୀ ପରମେଶ୍ୱରଙ୍କ ତୁଳନାରେ ଅତି ନଗଣ୍ୟ ତୁଚ୍ଛ। ସେମାନେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ୟ ଗଣ୍ୟ ଅଟନ୍ତି। People Cannot Imagine What God Is Like ତେବେ ପରମେଶ୍ୱରଙ୍କୁ ତୁମ୍ଭେ କାହା ସହିତ ତୁଳନା କରି ପାରିବ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ? ନା। କେତେକ ବ୍ୟକ୍ତି କାଠ ଓ ପଥରରେ ମୂର୍ତ୍ତି ଗଢ଼ନ୍ତି ଓ ସେଗୁଡ଼ିକ ଦେବତା ବୋଲି କୁହନ୍ତି। କେତେଜଣ ଏହାକୁ ଉର୍ବର ମୂର୍ତ୍ତିକାରେ ଏବଂ ବଣିଆ ତାହା ସୂତାରେ ଛାଉଣି କରେ ଆଉ ତା’ ପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ। ସେ ଖଣ୍ଡିଏ କାଠ ସଂଗ୍ରହ କରେ ତାହା ଯେପରି ଯିବ ନାହିଁ। ସେ ଜଣେ ନିଖୁଣ କାରିଗର କରିବାର ବାଛେ। ଗୋଟିଏ “ପ୍ରତିମା” ନିର୍ମାଣ କରିବାରେ ଯାହାକି ପଡ଼ିଯିବ ନାହିଁ। ତୁମ୍ଭେମାନେ କ’ଣ ଜାଣି ନାହଁ। ତୁମ୍ଭେମାନେ କ’ଣ ଶୁଣି ନାହଁ? ଆଦ୍ୟକାଳରୁ ତୁମ୍ଭମାନଙ୍କୁ କ’ଣ ଜଣାଇ ଦିଆଯାଇ ନାହିଁ। ଏ ଜଗତରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚୟ ଜାଣିଛ। ସଦାପ୍ରଭୁ ପ୍ରକୃତ ପରମେଶ୍ୱର। ସେ ଭୂମଣ୍ଡଳ ଉପରେ ଉପବିଷ୍ଟ। ତାଙ୍କ ତୁଳନାରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଗ୍ଭନ୍ଦୁଆ ତୁଲ୍ୟ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ୟ ତାକୁ ନିସ୍ତାର କରନ୍ତି। ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ। ପୃଥିବୀରେ ତାଙ୍କ ସୂକ୍ଷ୍ମ ବିଗ୍ଭରକର୍ତ୍ତାମାନଙ୍କୁ ସେ ମୂଲ୍ୟହୀନ କରନ୍ତି। ସେହି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସେମାନଙ୍କର ଚେର ମାଟିକୁ ଯିବା ପୂର୍ବରୁ ପରମେଶ୍ୱର “ଗ୍ଭରାକୁ” ଫୁଙ୍କି ଦିଅନ୍ତି। ସେଥିରେ ସେ ମରିଯାଇ ଶୁଷ୍କ ହୋଇଯାଏ। ଓ ଘୂର୍ଣ୍ଣିବାୟୁ ତାକୁ ନଡ଼ାପରି ଉଡ଼ାଇ ନିଏ। ତେଣୁ ସେହି ପବିତ୍ର ସ୍ୱରୂପ କୁହନ୍ତି, “ଆମ୍ଭେ କ’ଣ କାହା ସହିତ ତୁଳନୀୟ ହୋଇ ପାରିବା? କାରଣ କେହି ଆମ୍ଭ ସହିତ ସମାନ ନୁହେଁ।” ଆକାଶକୁ ଦେଖ! କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି? କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି? ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ୟ ହଜେ ନାହିଁ। ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ? ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା ପ୍ରଗ୍ଭର କରୁଛ? ମୋର ପଥ, “ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମୋର ବିଗ୍ଭର ପରମେଶ୍ୱରଙ୍କର ଜ୍ଞାନର ଅତୀତ ବୋଲି କହୁଅଛ।” ତୁମ୍ଭେ କ’ଣ ଜାଣି ନାହଁ? ତୁମ୍ଭେ କ’ଣ ଶୁଣି ନାହଁ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ୱର। ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ୟ। ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି। ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ ଓ ଯୁବକମାନେ ଟଳି ପଡ଼ିବେ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ନୂତନ ବଳ ପାଆନ୍ତି। ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି। ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ। ସଦାପ୍ରଭୁ ଶାଶ୍ୱତ ସୃଷ୍ଟିକର୍ତ୍ତା ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ। ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ‌‌ଖ‌ଡ଼୍‌ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି। ସେ ସେମାନଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରେ ଓ ନିରାପଦରେ ଅଗ୍ରସର ହୁଏ। ସେ କେବେ ନ ଯାଇଥିବା ପଥରେ ବିଭିନ୍ନ ସ୍ଥାନକୁ ଯାଏ। କିଏ ଆଦ୍ୟରୁ ପୁରୁଷକୁ ପୁରୁଷ ଧରି ଏକ କାର୍ଯ୍ୟ ସାଧନ କରିଅଛି? ଆମ୍ଭେ ସଦାପ୍ରଭୁ, ଆଦି ଓ ଶେଷକାଳ ପର୍ଯ୍ୟନ୍ତ ସଙ୍ଗରେ ଥାଉ, ଆମ୍ଭେ ସେହି ଅଟୁ। ଦ୍ୱୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।’ “ସେମାନେ ପରସ୍ପରକୁ ସାହାଯ୍ୟ କଲେ ଓ ସାହସୀ ହେବାକୁ ପରସ୍ପରକୁ ଉତ୍ସାହିତ କଲେ। ଏହିପରି ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା, ‘ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,’ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।” ସଦାପ୍ରଭୁ ହିଁ ଆମ୍ଭମାନଙ୍କୁ ରକ୍ଷା କରିବେ “ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ। ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’ ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ ମନୋନୀତ କରିଅଛୁ। ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଦେଖ, କେତେକ ବ୍ୟକ୍ତି ତୁମ୍ଭ ଉପରେ କ୍ରୋଧ ହୋଇଛନ୍ତି। ମାତ୍ର ସେମାନେ ଲଜ୍ଜିତ ଓ ଅପମାନିତ ହେବେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସେମାନେ ତୁଚ୍ଛ ବସ୍ତୁଭଳି ବିନଷ୍ଟ ହେବେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କର ଅନ୍ୱେଷଣ କରିବ। ମାତ୍ର ସେମାନଙ୍କର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ତୁଚ୍ଛ ହେବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ‘ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’ ହେ କୀଟରୂପୀ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା” ସଦାପ୍ରଭୁ କୁହନ୍ତି, “ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି। ଦେଖ, ମୁଁ ତୁମ୍ଭକୁ ତୀ‌କ୍ଷ୍‌ଣ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ୟ-ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବି, ତୁମ୍ଭେ କୃଷକ ଶସ୍ୟକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ୟ କରିବ। ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’ “ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ସେମାନେ ଜଳ ପାଆନ୍ତି ନାହିଁ। ସେମାନଙ୍କର ଜିହ୍ୱା ତୃଷାରେ ଶୁଖିଯାଏ। ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଉତ୍ତର ଦେବା। ଆମ୍ଭେ ଇସ୍ରାଏଲର, ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ। ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା। ଆମ୍ଭେ ପ୍ରାନ୍ତରରେ ଏରସ, ବାବଲ, ମେହେନ୍ଦି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ଲଗାଇବା। ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ ଏବଂ ବିବେଚନା କରିବେ ଯେ ସଦାପ୍ରଭୁଙ୍କ ହସ୍ତ ଏହିକାର୍ଯ୍ୟ କରିଅଛି ଓ ଇସ୍ରାଏଲର ପରମେଶ୍ୱର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି।” ସଦାପ୍ରଭୁ ମିଥ୍ୟା ଦେବତାଗଣଙ୍କୁ ଆହ୍ୱାନ କରନ୍ତି ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର। ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।”ଆଦ୍ୟରେ କ’ଣ ଘଟିଥିଲା ଓ ଭବିଷ୍ୟତରେ କ’ଣ ଘଟିବ, ଆମ୍ଭକୁ କୁହ। ତାହାହେଲେ ଶେଷଫଳ କ’ଣ ହେବ ଆମ୍ଭେ ବିବେଚନା କରିବା। “ଏହା ପରେ କ’ଣ ଘଟିବ ତୁମ୍ଭେମାନେ ପ୍ରକାଶ କର। ତାହାହେଲେ ଆମ୍ଭେ ଜାଣିବୁ ତୁମ୍ଭେମାନେ ପ୍ରକୃତରେ ଦେବତାଗଣ। କେଉଁଠି ଯଦି ଆମ୍ଭେମାନେ ପ୍ରକୃତରେ ଭୟ କିମ୍ବା ଭୟଭୀତ ହେବା ଯେବେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷୟ ଆମ୍ଭକୁ କହିବ। “ଦେଖ, ତୁମ୍ଭେମାନେ ଭଣ୍ଡ ଦେବତା ଓ ତୁମ୍ଭେମାନେ କୌଣସି କାର୍ଯ୍ୟର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସେମାନେ ଘୃଣାର ପାତ୍ର।” ସଦାପ୍ରଭୁ ପ୍ରମାଣ କରନ୍ତି ଯେ, ସେ ଏକମାତ୍ର ପରମେଶ୍ୱର “ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ୱାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ୟବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରତ୍ୟେକ ଶାସକକୁ ଦଳିତ କରିବ। “କିଏ ଆଦ୍ୟରୁ ଏହା ପ୍ରକାଶ କରିଅଛି? ତାହାହେଲେ ଆମ୍ଭେମାନେ ପରମେଶ୍ୱର ବୋଲି ଜାଣିବା। ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ପ୍ରକାଶ କରିଅଛି କି? ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ। ନା, ପ୍ରକାଶକାରୀ କେହି ନାହିଁ କି ଦେଖାଇବା ଲୋକ କେହି ନାହିଁ। ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ୟ କେହି ନାହିଁ। ଆମ୍ଭେ ସଦାପ୍ରଭୁ ଏବଂ ପ୍ରଥମେ ସିୟୋନକୁ କହିବା, ‘ସେମାନଙ୍କୁ ଦେଖ। ଏବଂ ପୁଣି ଯିରୁଶାଲମକୁ ସୁସମାଗ୍ଭର ଦେଇ ଆମ୍ଭେ ଜଣେ ଦୂତ ପଠାଇବା।’” ଆମ୍ଭେ ଅନାଇଲା ବେଳେ କେହି ନାହିଁ। ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ। ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ। ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର। ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦାସ “ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ। ସେ ରାଜପଥରେ ଉଚ୍ଚସ୍ୱରରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ। ଏପରିକି ସେ ଗୋଟିଏ ଛେଗ୍ଭନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ୟାୟ ବିଗ୍ଭର କରିବେ ଓ ସତ୍ୟ ଉ‌‌ଦ୍‌‌ଘାଟନ କରିବେ। ସେ ପୃଥିବୀରେ ନ୍ୟାୟ ବିଗ୍ଭର ପ୍ରତିଷ୍ଠା ନ କରିବା ପର୍ଯ୍ୟନ୍ତ ନିସ୍ତେଜ କିମ୍ବା ହୀନବଳ ହେବେ ନାହିଁ। ଆଉ ଦ୍ୱୀପନିବାସୀ ତାଙ୍କର ପ୍ରଗ୍ଭରରେ ବିଶ୍ୱାସ ରଖିବେ।’ ସଦାପ୍ରଭୁ ଜଗତର ସୃଷ୍ଟିକର୍ତ୍ତା ଓ ଶାସନକର୍ତ୍ତା ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ସକଳ ଆତୟାତ ବ୍ୟକ୍ତିମାନଙ୍କୁ ଜୀବନ ଦିଅନ୍ତି, ସେହି ସଦାପ୍ରଭୁ ପ୍ରକୃତ ପରମେଶ୍ୱର ଏହି କଥା କୁହନ୍ତି। “ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ୱାନ କରୁଅଛି। ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି। ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିଯୁକ୍ତ ଚିହ୍ନ ଦେବି, ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି। ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ, କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ ଓ ଅନ୍ଧକାରରେ ସଢୁଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାରକୁ ଆଣିବ। “ମୁଁ ସଦାପ୍ରଭୁ ଓ ତାହା ହିଁ ମୋର ନାମ। ମୋର ପ୍ରଶଂସା ଓ ମହିମା ମୁଁ ସେହି ଖୋଦିତ ପ୍ରତିମାଗଣକୁ ଦେବି ନାହିଁ। ଦେଖ, ଆଦ୍ୟ ବିଷୟ ସିଦ୍ଧ ହେଲା। ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ। ଭବିଷ୍ୟତରେ କ’ଣ କ’ଣ ଘଟିବ, ତାହା ତୁମ୍ଭକୁ ଜଣାଉ।” ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗୀତ ହେ ଦ୍ୱୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀୟ ଲୋକମାନେ, ତୁମ୍ଭେମାନେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷୟରେ ଗାନ କର। ପ୍ରାନ୍ତର ଓ ତା’ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠାରେ କେଦାର ବାସ କରେ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଶେଲା ନିବାସୀମାନେ ଆନନ୍ଦରେ ଓ ଶାନ୍ତିରେ ବାସ କରନ୍ତି, ସେମାନେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ୱରରେ ଗାନ କରନ୍ତୁ। ସେମାନେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ ଓ ଦ୍ୱୀପ ସମୂହ ମଧ୍ୟରେ ତାଙ୍କର ପ୍ରଶଂସା ପ୍ରଗ୍ଭର କରନ୍ତୁ। ସଦାପ୍ରଭୁ ମହାନ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତେଜିତ କରିବେ ଓ ସେ ଘୋର ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ। ପରମେଶ୍ୱର ଅତ୍ୟନ୍ତ ଧୈର୍ଯ୍ୟଶୀଳ “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ। ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ୱୀପରେ ପରିଣତ କରିବୁ ଓ ଜଳାଶୟକୁ ଶୁଷ୍କ କରିବୁ। ତା’ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ। କିନ୍ତୁ କେତେକ ଲୋକ ମୋର ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ। ଯେଉଁମାନେ ଖୋଦିତ ପ୍ରତିମାଗଣକୁ କିମ୍ବା ମୃତ୍ତିକାରେ ନିର୍ମିତ ଦେବତାମାନଙ୍କୁ ବିଶ୍ୱାସ କରନ୍ତି, କେବେ ସେମାନେ ହତାଶ ହୋଇ ଲଜ୍ଜିତ ହେବେ। ଇସ୍ରାଏଲ ପରମେଶ୍ୱରଙ୍କୁ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲା “ହେ ବଧିରମାନେ ଶୁଣ! ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଦୃଷ୍ଟି ଦିଅ।” ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ? ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ? ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା ଦାସ ସବୁଠାରୁ ଅଧିକ ଅନ୍ଧ। ମୋର ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋଯୋଗ କରୁ ନାହିଁ। ତା’ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।” ସଦାପ୍ରଭୁ ନିଜର ଶିକ୍ଷା ବ୍ୟବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ। ଏହି ଲୋକମାନଙ୍କୁ ଦେଖ। ସେମାନେ ଅପହୃତ ଓ ଲୁଣ୍ଠିତ। ସେମାନେ ଗର୍ଭରେ ପାଶବଦ୍ଧ ଓ କାରାଗାରରେ ଲୁଗ୍ଭ ଯାଇଛନ୍ତି। ସେମାନଙ୍କର ଧନ ଲୁଣ୍ଠିତ ହୋଇଛି। ସେମାନଙ୍କୁ ଉଦ୍ଧାର କରିବାକୁ କେହି ନାହାନ୍ତି। ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟକୁ “ଫେରାଇ ଦେବା” ପାଇଁ କହିବାକୁ ମଧ୍ୟ କେହି ନାହିଁ। ଏହି କଥାକୁ ଶ୍ରବଣ କରିବାକୁ ଓ ଶ୍ରବଣ କରି ଭବିଷ୍ୟତ ନିମନ୍ତେ ମନୋଯୋଗ କରିବାକୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କେହି ଅଛି କି? ଯାକୁବକୁ ଲୁଣ୍ଠିତ ହେବା ପାଇଁ ଇସ୍ରାଏଲକୁ ଅପହରଣ କରିବା ପାଇଁ କିଏ ଅପହରଣକାରୀଙ୍କ ହସ୍ତରେ ସମର୍ପଣ କଲେ? ଏସବୁ ସଦାପ୍ରଭୁ ହିଁ କରାଇଲେ। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ତାଙ୍କ ଦର୍ଶିତ ପଥରେ ଗମନ କରି ନାହୁଁ। ଇସ୍ରାଏଲର ଲୋକମାନେ ମଧ୍ୟ ତାଙ୍କ ବାକ୍ୟ ଶୁଣି ନାହାନ୍ତି। ତେଣୁ ସଦାପ୍ରଭୁ ତାଙ୍କର କ୍ରୋଧ ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ସେମାନଙ୍କ ଉପରେ ଢାଳି ଦେଲେ। ଫଳରେ ତା’ର ଚତୁର୍ଦ୍ଦିଗରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନିରେ ଦ‌ଗ୍‌ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋଯୋଗ କଲା ନାହିଁ। ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦ‌ଗ୍‌ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା। “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ। ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ। ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।” ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ। ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି। ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” “ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।” ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କ‌‌ଲ୍‌‌ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ। ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।” ପରମେଶ୍ୱର ତାଙ୍କ ଲୋକଙ୍କୁ ପୁନର୍ବାର ରକ୍ଷା କରିବେ ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି, “ଯେଉଁ ଲୋକମାନେ ରଥ, ଅଶ୍ୱ, ସୈନ୍ୟ ଓ ବୀରଗଣଙ୍କୁ ନେଇ ମୋ’ ବିପକ୍ଷରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସେମାନେ କେବେ ଉଠିବେ ନାହିଁ। ସେମାନେ ଧ୍ୱଂସ ହେବେ ଓ ଛଣପଟ ପରି ଲିଭିଯିବେ। ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ। “ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ। ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ। ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ୟ କ୍ରୟ କରିବାକୁ ରୌପ୍ୟ ମୁଦ୍ରା ଦେଇ ନାହଁ। କିମ୍ବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ୱାରା ଆମ୍ଭକୁ ଦାସ୍ୟ କର୍ମ କରାଇଛ ଓ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ। “ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ। ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ। ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ। ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦେବା ଓ ଇସ୍ରାଏଲକୁ ନିନ୍ଦିତ କରିବା। ସଦାପ୍ରଭୁ ହିଁ ପରମେଶ୍ୱର “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ। ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ। “ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା। ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ। “ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’” ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ। “ତୁମ୍ଭେମାନେ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଭେ ସର୍ବଦା କହିଛୁ ଭବିଷ୍ୟତରେ କ’ଣ ଘଟିବ। ତୁମ୍ଭେମାନେ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରମେଶ୍ୱର ନାହାନ୍ତି। ଅନ୍ୟ ‘ଶୈଳ’ ନାହିଁ। ଆମ୍ଭେ ଜାଣୁ ଆମ୍ଭେ ହିଁ ଏକମାତ୍ର।” ନିରର୍ଥକ ମିଥ୍ୟା ଦେବତା ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେ ସବୁ ଅସାର, ଯଦିଓ ଲୋକେ ସେଗୁଡ଼ିକୁ ଆଦର କରନ୍ତି। ସେଗୁଡ଼ିକ ଉପକାରୀ ନୁହନ୍ତି। ସେହି ଲୋକମାନେ ସାକ୍ଷୀ ହେଲେ ବି ସେମାନେ ଲଜ୍ଜିତ ହେବେ। ସେମାନେ କିଛି ଦେଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ। କିଏ ଏପରି ଦେବତା ନିର୍ମାଣ କରିଛି ଯିଏ ଅଦରକାରୀ ଏବଂ ହାନିକାରକ? କିଏ ଏପରି ପ୍ରତିମା ଗଠନ କରିଛି? ଯେଉଁ ଶ୍ରମିକଗଣ ସେହି ପ୍ରତିମା ନିର୍ମାଣ କରିଛନ୍ତି, ସେମାନେ ମନୁଷ୍ୟ ମାତ୍ର, ସେମାନେ ପରମେଶ୍ୱର ନୁହନ୍ତି। ସେମାନେ ସମସ୍ତେ ଯଦି ଏକତ୍ରିତ ହୋଇ ଆଲୋଚନା କରିବେ, ତେବେ ସେମାନେ ସମ୍ପୂର୍ଣ୍ଣ ଲଜ୍ଜିତ ହେବେ ଏବଂ କମ୍ପିତ ହେବେ। କର୍ମକାର ପ୍ରତିମା ଗଢ଼ିଲା ବେଳେ ଲାଲ୍ ଉତ୍ତପ୍ତ ଅଙ୍ଗାରରେ କର୍ମ କରେ ଓ ନିଜର ବଳିଷ୍ଠ ବାହୁ ସାହାଯ୍ୟରେ ହାତୁଡ଼ିରେ ତାହାର ଆକାର ତିଆରି କରେ, ଯେତେବେଳେ ସେ କ୍ଷୁଧାର୍ତ୍ତ ହୁଏ, ତା’ର ଶକ୍ତି ହରାଏ ଓ ଜଳପାନ ନ କଲେ ଦୁର୍ବଳ ହୋଇଯାଏ। ଅନ୍ୟ ଜଣେ ଶ୍ରମିକ ସୁତାଧରି ସିନ୍ଦୂରରେ ଚିହ୍ନ ହୋଇ କାଠ ଉପରେ ରନ୍ଦା ବୁଲାଇ ପ୍ରତିମାର ଆକୃତି କରେ। ସେ ତା’ର ହତିଆର ଓ ମାପ ଯନ୍ତ୍ର ବ୍ୟବହାର କରି ଠିକ୍ ମନୁଷ୍ୟ ଆକୃତିର ପ୍ରତିମା ଗଢ଼େ। ସେ ପ୍ରତିମାଗୁଡ଼ିକ ଘରେ କିମ୍ବା ମନ୍ଦିରରେ ରହିବା ପାଇଁ ମନୁଷ୍ୟର ସୁନ୍ଦରତାରେ ମନୁଷ୍ୟର ପ୍ରତିମାରେ ତିଆରି ହୋଇଛି। ସେ ନିଜ ପାଇଁ ଏରସ, ତର୍ସୀ ଓ ଅଲୋନବୃକ୍ଷ କାଟେ। ସେ ସେଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧ୍ୟରେ ବଢ଼ାଇଥାଏ। ମାତ୍ର ସେ ଦେବଦାରୁ ରୋପଣ କରେ, ତେବେ ବର୍ଷା ତାକୁ ବଢ଼ାଇବାରେ ସାହାଯ୍ୟ କରେ। ସେହି ବ୍ୟକ୍ତି ଏରସକୁ ଜାଳେଣି ରୂପେ ବ୍ୟବହାର କରେ। ସେ ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଅଗ୍ନି ସଂଯୋଗ କରି ତାପ ପାଏ। ସେ ସେହି ନିଆଁରେ ରୋଟୀ ତିଆରି କରେ, ଆଉ ମଧ୍ୟ ସେହି କାଠର କିଛି ଅଂଶରେ ଦେବତା କରି ତାକୁ ପୂଜା କରେ ଓ ଏକ ଖୋଦିତ ପ୍ରତିମା କରି ତାହା ସମ୍ମୁଖରେ ଦଣ୍ଡବତ କରେ। ଅଧା କାଠ ସେ ଅଗ୍ନିରେ ପୋଡ଼େ ଓ ଅନ୍ୟ ଅର୍ଦ୍ଧେକରେ ସେ ମାଂସ ରାନ୍ଧି ଭୋଜନ କରେ। ସେଥିରେ ସେ ତୃପ୍ତ ହୁଏ। ଆଉ ମଧ୍ୟ ସେ ଅଗ୍ନି ଜାଳି ତାପ ପାଏ ଓ କହେ, “ଆମ୍ଭେ ଉଷ୍ମ ହେଲୁ ଓ ଆମ୍ଭେମାନେ ଆଲୋକ ଦେଖି ପାରିଲୁ।” ଯେଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରହେ ସେ ସେଥିରେ ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ ଓ ତାକୁ ଦେବତା ବୋଲି କହେ। ସେ ତାହା ଆଗରେ ଦଣ୍ଡବତ ହୋଇ ପୂଜା କରେ। ଏବଂ ତାକୁ ପ୍ରାର୍ଥନା କରି କହେ, “ତୁମ୍ଭେ ଆମ୍ଭର ଦେବତା, ଆମ୍ଭକୁ ରକ୍ଷା କର।” ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି। ସେହି ଲୋକମାନେ ଭାବି ନ ଥା’ନ୍ତି। ସେମାନେ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥା’ନ୍ତି। ସେମାନେ ବୁଝନ୍ତି ନାହିଁ ଯେ, “ଅଧା କାଠ ପୋଡ଼ି ଆମ୍ଭେ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରରେ ରୋଟୀ ସେକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶରେ ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାଯୋଗ୍ୟ। ପୁଣି ସେ କାଠ ଆଗରେ ଦଣ୍ଡବତ ହେଲୁ।” ଯେ ଭସ୍ମ ଭୋଜନ କରେ, ସେ ନିଜର ଜୀବନକୁ ରକ୍ଷା କରିପାରେ ନାହିଁ। ମୋ’ ଦକ୍ଷିଣ ହସ୍ତରେ ଏହି ସମସ୍ତ ବିଷୟରେ କ’ଣ କୌଣସି ମିଥ୍ୟା ନାହିଁ? କହିପାରେ ନାହିଁ। “ଏଣୁ ତା’ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।” ସଦାପ୍ରଭୁ ପ୍ରକୃତ ପରମେଶ୍ୱର, ଇସ୍ରାଏଲକୁ ସାହାଯ୍ୟ କରନ୍ତି “ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେମାନେ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଭେ ସୃଷ୍ଟି କରିଅଛୁ। ତେଣୁ ତୁମ୍ଭେମାନେ ଆମ୍ଭର ଦାସ। ହେ ଇସ୍ରାଏଲ, ଆମ୍ଭକୁ ଭୁଲିବ ନାହିଁ। ମେଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ। ପବନରେ ମେଘ ଗ୍ଭଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି। ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।” ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି। ହେ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ୱନି କର। ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ବୃକ୍ଷ ସମୂହ, ତୁମ୍ଭେମାନେ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଭୁଙ୍କର ପ୍ରଶଂସା ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇସ୍ରାଏଲକୁ ଗୌରବାନ୍ୱିତ କରିବେ। ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି। ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତ କେହି ନାହିଁ।” ଆମ୍ଭେ ମିଥ୍ୟାବାଦୀମାନଙ୍କର ମିଥ୍ୟାକୁ ପ୍ରମାଣ କରୁ। ଆମ୍ଭେ ନିର୍ବୋଧମାନଙ୍କର ଯାଦୁକାରୀ କାର୍ଯ୍ୟ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓ ସେମାନଙ୍କର ଜ୍ଞାନକୁ ଅଜ୍ଞାନତାରେ ପରିଣତ କରୁ। ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ଯିହୁଦା ପୁନଃନିର୍ମାଣ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।” “ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।” ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’” ଇସ୍ରାଏଲକୁ ମୁକ୍ତ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି, “ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ। ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା। ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା। ତାହାହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ୱାନ କରୁଥିଲୁ। ଆମ୍ଭେ ଇସ୍ରାଏଲର ପରମେଶ୍ୱର ଏହା ମଧ୍ୟ ତୁମ୍ଭେ ଜାଣି ପାରିବ। ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ। ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ। ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ। ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା। ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସମସ୍ତ ଲୋକେ ଜାଣିବେ ଯେ ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ସଦାପ୍ରଭୁ ଓ ଅଦ୍ୱିତୀୟ ଆଉ କେହି ନାହିଁ। ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ୟ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ୟ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ। “ହେ ଆକାଶମଣ୍ଡଳ, ତୁମ୍ଭେ ବିଜୟ, ଧର୍ମ ଓ ନ୍ୟାୟ ମେଘ ଆକାରରେ ବର୍ଷଣ କର। ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ; ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ। ପରମେଶ୍ୱର ତାଙ୍କ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି “ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା’ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ। ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ’ଣ ପିତାକୁ ପ୍ରଶ୍ନ କରୁଛନ୍ତି। ‘ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦେଇଛ?’ ସେମାନେ ମଧ୍ୟ ତାଙ୍କର ମାକୁ ‘କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”’ ସଦାପ୍ରଭୁ ଯେ ଇସ୍ରାଏଲର ଧର୍ମସ୍ୱରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି, “ହେ ମୋର ସନ୍ତାନଗଣ, ତୁମ୍ଭେମାନେ ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଗ୍ଭର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣ ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ। ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ। ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ। ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି। ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ, କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ। ସେମାନେ ତୁମ୍ଭର ଅନୁସରଣ କରିବେ। ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ, ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି, ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’” ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।, ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ। ପ୍ରତିମା ନିର୍ମାଣକାରୀ ସମସ୍ତେ ଏକା ସଙ୍ଗେ ଅପମାନିତ ହେବେ। ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ; ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ କିମ୍ବା ବିବ୍ରତ ହେବ ନାହିଁ। ସଦାପ୍ରଭୁ ହିଁ ପରମେଶ୍ୱର, ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ସେ ପୃଥିବୀର ମଧ୍ୟ ନିର୍ମାଣକାରୀ, ସେ ଏହାକୁ ସ୍ଥାପନ କଲେ, ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ। ସେ ତାକୁ ବସତି ପାଇଁ ସ୍ଥାପନ କଲେ। “ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି। ଆମ୍ଭେ ଗୋପନରେ କହି ନାହୁଁ କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ। ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ; ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର। ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ, ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।” The Lord Proves He Is the Only God “ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ। ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ। ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭେମାନେ ଆମ୍ଭ ପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ୱର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ। “ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ। ତାହାହେଲେ ଲୋକେ କହିବେ, ‘କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।’” ତାଙ୍କ ନିକଟକୁ ସେମାନେ ଆସିବେ। ଯେଉଁମାନେ ତାଙ୍କ ଉପରେ କ୍ରୋଧ କରିଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ। ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ। ନିରର୍ଥକ ମିଥ୍ୟା ଦେବତା “ବେଲ୍ ଓ ନବୋ ଆମ୍ଭ ସମ୍ମୁଖରେ ଅବନତ ହେବେ। “ସେମାନଙ୍କର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ହୋଇଛନ୍ତି। ସେଗୁଡ଼ିକ ବୋଝପରି ତୁମ୍ଭେମାନେ ବହି ଗ୍ଭଲିଲ, ତାହା କ୍ଳାନ୍ତ ପଶୁମାନଙ୍କ ପାଇଁ କେବଳ ଭାର ହୋଇଅଛି। ସେମାନେ ଅବନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି। ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହୋଇଗଲେ। “ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ। ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା। “ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କେହି ନାହିଁ। ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି। ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା’ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ। “ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର। ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ୱର ଓ ଅଦ୍ୱିତୀୟ, ଆମ୍ଭ ତୁଲ୍ୟ ଅନ୍ୟ କେହି ନାହିଁ। “ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ। ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା। “ହେ ଧର୍ମରୁ ବିରତ କଠିନ ହୃଦୟ ଲୋକେ, ଆମ୍ଭର କଥା ଶୁଣ। ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।” ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା “ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ; ଆଗୋ କ‌‌ଲ୍‌‌ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭେମାନେ ଆଉ କୋମଳ ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ। ପେଷଣା ପଥରରେ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ ଛୋଟ ନଦୀରେ ଗ୍ଭଲିକରି ଯାଅ। ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପ୍ରତିଶୋଧ ନେଲା ବେଳେ କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ। “ମୋର ସନ୍ତାନଗଣ କୁହନ୍ତି, ‘ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।’” “ଆଗୋ କ‌‌ଲ୍‌‌ଦୀୟ କନ୍ୟାଗଣ, ତୁମ୍ଭେମାନେ ଅନ୍ଧାରକୁ ଯାଇ ନୀରବରେ ବସ। କାରଣ ତୁମ୍ଭେମାନେ ‘ରାଜ୍ୟର ଆଉ ରାଣୀ’ ବୋଲି କଥିତ ହେବ ନାହିଁ। “ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ। ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି ବଡ଼ ଭାରି କରି ଥୋଇଲ। ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’ ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ କିମ୍ବା ତା’ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ। ହେ ସୁଖଭୋଗିନୀ! ଏବେ ଏହା ଶୁଣ, ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ, ‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’ ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ। ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ; ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’ ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ, ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’ “ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ; ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ। ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ। ବର୍ତ୍ତମାନ ତୁମ୍ଭେମାନେ ମାୟାବୀ ଯାଦୁବିଦ୍ୟା ଉପରେ ନିର୍ଭର କର, ଯାହା ତୁମ୍ଭେମାନେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭେମାନେ ସେଗୁଡ଼ିକୁ ବ୍ୟବହାରରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭେମାନେ ଜିତିପାର। ତୁମ୍ଭର ତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ। ଏବେ ସେହି ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ। “ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ, ସେମାନେ କୁଟାପରି ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ। ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ। ତାହା ଏପରି ଦ‌ଗ୍‌ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ। ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ। ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।” ପରମେଶ୍ୱର ଜଗତକୁ ଶାସନ କରନ୍ତି ସଦାପ୍ରଭୁ କୁହନ୍ତି, “ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ’ କଥା ଶୁଣ। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ। “କାରଣ ସେମାନେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ। “ପୂର୍ବକାଳରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ତାହା ସବୁ ଘଟିଲା। କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ୟ; ମୋର ବାକ୍ୟ ତୁମ୍ଭେ ବିଶ୍ୱାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ। ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥା’ନ୍ତ, ‘ଆମ୍ଭର ଦେବତା ଏହା କରିଅଛନ୍ତି,’ ପୁଣି କହିଥା’ନ୍ତ ‘ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।’” ଇସ୍ରାଏଲକୁ ପବିତ୍ର କରିବାକୁ ପରମେଶ୍ୱର ଦଣ୍ଡ ଦିଅନ୍ତି “ତୁମ୍ଭେମାନେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ! ତୁମ୍ଭେମାନେ କ’ଣ ତାହା ପ୍ରକାଶ କରିବ ନାହିଁ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ୱର କିଛି ତୁମ୍ଭକୁ ଦେଖାଇଦେବୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ। ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା। ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ। ‘ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥା’ନ୍ତ।’ ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥିଲା; କାରଣ ତୁମ୍ଭେ ଅତି ବିଶ୍ୱାସଘାତ କରିଥିଲ; ଜନ୍ମରୁ ତୁମ୍ଭେ ଅଧର୍ମାଗ୍ଭରୀ ବୋଲି ଖ୍ୟାତ ହୋଇଥିଲ; ଆମ୍ଭେ ଜାଣିଲୁ। “ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କ୍ରୋଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛିନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ। “ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନିରେ ପକାଇ ପରିଷ୍କାର କରନ୍ତି ସେପରି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ମେଇରେ ପକାଇ ପରିଷ୍କାର କରିବୁ। ଆମ୍ଭେ କେବଳ ନିଜ ପାଇଁ, ନିଜ ସକାଶେ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦେବା ନାହିଁ। “ହେ ଯାକୁବ, ଆମ୍ଭ ଆହୂତ ଇସ୍ରାଏଲ, ତୁମ୍ଭେମାନେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ୟ ଓ ଅନ୍ତ। ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି। “ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର; ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?” ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି। ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କ‌‌ଲ୍‌‌ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ। “ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ, ନିଜେ ତାଙ୍କୁ ଆଣିଅଛୁ; ସେ ନିଜ ପଥରେ କୃତକାର୍ଯ୍ୟ ହେବ। ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।” ପୁଣି “ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି। ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର, ତୁମ୍ଭର ମଙ୍ଗଳ ପାଇଁ ତୁମ୍ଭକୁ ଶିକ୍ଷା ଦେଉ ଓ ତୁମ୍ଭକୁ ଉଚିତ୍ ମାର୍ଗରେ ଗମନ କରିବାକୁ ନିର୍ଦ୍ଦେଶ ଦେଉ। ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥା’ନ୍ତ, ତେବେ ତୁମ୍ଭର ଶାନ୍ତି ନଦୀତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ତୁମ୍ଭ ନିକଟକୁ ଆସିଥା’ନ୍ତା। ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା’ନ୍ତ ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା’ନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହୋଇ ନ ଥା’ନ୍ତା।” ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କ‌‌ଲ୍‌‌ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।” ସଦାପ୍ରଭୁ ଯଦିଓ ମରୁଭୂମିରୁ ସେମାନଙ୍କୁ ନେଲେ, ସେମାନେ ତୃଷାର୍ତ୍ତ ହେଲେ ନାହିଁ। ସେ ସେମାନଙ୍କ ପାଇଁ ଶୈଳରୁ ଜଳସ୍ରୋତ ବୁହାଇଲେ; ଆଉ ମଧ୍ୟ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା। ମାତ୍ର ସଦାପ୍ରଭୁ କୁହନ୍ତି, “ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।” ପରମେଶ୍ୱର ତାଙ୍କର ପ୍ରିୟ ଦାସଙ୍କୁ ଆହ୍ୱାନ କରନ୍ତି ହେ ଦ୍ୱୀପ ସମୂହର ଲୋକମାନେ, ମୋ’ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମୋ’ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ସଦାପ୍ରଭୁ ତାଙ୍କର ସେବା ପାଇଁ ମୋତେ ଆହ୍ୱାନ କରିଛନ୍ତି। ମୁଁ ମାତୃଗର୍ଭରେ ଥିବା କାଳରୁ ସେ ମୋର ନାମ ଉଲ୍ଲେଖ କରିଛନ୍ତି। ସଦାପ୍ରଭୁ ତାଙ୍କର ବାକ୍ୟ ପ୍ରଗ୍ଭର ପାଇଁ ମୋତେ ପଠାଇଛନ୍ତି। ତେଣୁ ସେ ମୋର ମୁଖକୁ ତୀ‌‌‌କ୍ଷ୍‌‌‌ଣ ‌‌ଖ‌ଡ଼୍‌ଗ ସ୍ୱରୂପ କରିଛନ୍ତି। ନିଜର ହସ୍ତ ଛାୟାରେ ସେ ମୋତେ ଲୁଗ୍ଭଇ ରଖିଛନ୍ତି ଓ ସେ ମୋତେ ଶାଣିତ ବାଣସ୍ୱରୂପ କରି ନିଜର ତୁଣୀରରେ ଲୁଗ୍ଭଇ ରଖିଛନ୍ତି। ସେ ପୁଣି ମୋତେ କହିଲେ, “ତୁମ୍ଭେ ମୋର ଦାସ, ତୁମ୍ଭେ ଇସ୍ରାଏଲ, ତୁମ୍ଭଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।” ମାତ୍ର ମୁଁ କହିଲି, “ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତାରେ ମୋର ଶକ୍ତି ବ୍ୟୟ କରିଅଛି। ତଥାପି ନିଶ୍ଚୟ ମୋର ବିଗ୍ଭର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମୋର ପରମେଶ୍ୱରଙ୍କଠାରେ ଅଛି। ପୁଣି ମୋତେ ତାଙ୍କର ସେବକ ହେବା ପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମୋତେ ମାତୃଗର୍ଭରେ ସୃଷ୍ଟି କଲେ। ସେହି ସଦାପ୍ରଭୁ ମୋତେ ଏବେ କୁହନ୍ତି, “କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋର ପରମେଶ୍ୱର ମୋର ବଳସ୍ୱରୂପ ହୋଇଅଛନ୍ତି।” ପୁଣି ସଦାପ୍ରଭୁ କହିଲେ, “ତୁମ୍ଭେ ଯାକୁବର ପରିବାରବର୍ଗକୁ ଉ‌‌‌ତ୍‌‌‌ଥାପନ କରିବା ପାଇଁ ଓ ଇସ୍ରାଏଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ। ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ଯେପରି ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ଆମ୍ଭ କୃତ ପରିତ୍ରାଣ ସ୍ୱରୂପ ହେବ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତିସ୍ୱରୂପ କରିବା।” ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇସ୍ରାଏଲର ମୁକ୍ତିଦାତା ଓ ତା’ର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ୱସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, “ତାଙ୍କ ସକାଶେ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।” This will happen for the LORD. The Holy One of Israel is the one who chose you, and he can be trusted. ପରିତ୍ରାଣର ଦିନ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା। ତୁମ୍ଭେ ବନ୍ଦୀଗଣଙ୍କୁ ‘ବାହାରି ଯାଅ ବୋଲି,’ ‘ଅନ୍ଧକାରସ୍ଥିତ’ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀ ସକଳ ସେମାନଙ୍କର ଚରାସ୍ଥାନ ହେବ। ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ; ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ। “ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ। “ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।” ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି। ମାତ୍ର ସିୟୋନ କହେ, “ସଦାପ୍ରଭୁ ମୋତେ ପରିତ୍ୟାଗ କରିଛନ୍ତି। ମୋର ପ୍ରଭୁ ମୋତେ ଭୁଲି ଯାଇଛନ୍ତି।” “ଜଣେ ସ୍ତ୍ରୀଲୋକ ତା’ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ? ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ? ଏମାନେ ତାହା କରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ। ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି। ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛିନ୍ନ କରିଛନ୍ତି ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ। ତୁମ୍ଭର ଚକ୍ଷୁ ମେଲାଇ ଚତୁର୍ଦ୍ଦିଗକୁ ଦେଖ। ସେମାନେ ସମସ୍ତେ ଏକତ୍ରିତ ହୋଇ ତୁମ୍ଭ ଆଡ଼କୁ ଆସୁଛନ୍ତି।” ସଦାପ୍ରଭୁ କୁହନ୍ତି, “ମୋର ଜୀବନରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ୟା ପରି ପରିଧାନ କରିବେ। “ତୁମ୍ଭେ ନଷ୍ଟ ଓ ଶୂନ୍ୟ ଅଟ। ସେହିମାନଙ୍କ ପାଇଁ, ସେହି ଭୂମି ଲୋକାରଣ୍ୟ, ଯେଉଁମାନେ ସେଠାରେ ବାସ କରିବେ। ସେହିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂରେଇ ଯିବ। କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ‘ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’ ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ?’” ସଦାପ୍ରଭୁ, ମୋର ପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ୱଜା ଟେକିବା। ତାହାହେଲେ ସେମାନେ ତୁମ୍ଭର ପୁତ୍ରଗଣଙ୍କୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଇବେ। ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।” ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ୟ ହରଣ କରାଯାଇ ପାରିବ କି? କିମ୍ବା ବନ୍ଦୀ ହୋଇଥିବା ଲୋକମାନେ ମୁକ୍ତ ହୋଇ ପାରିବେ କି? ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, “ବୀରଦ୍ୱାରା ବନ୍ଦୀଲୋକ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା। “ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା; ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି ସେମାନେ ନିଜ ରକ୍ତରେ ମତ୍ତ ହେବେ, ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।” ଇସ୍ରାଏଲ ସେମାନଙ୍କ ପାପପାଇଁ ଦଣ୍ଡିତ ହେଲା ସଦାପ୍ରଭୁ ଏହିକଥା କୁହନ୍ତି, “ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ। ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ। ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ? ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ? ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ? ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ। ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ। ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ ଓ ଚଟବସ୍ତ୍ରରେ ସେହିସବୁର ଆଚ୍ଛାଦନ କରୁ।” ପରମେଶ୍ୱରଙ୍କ ସେବକ ପ୍ରକୃତ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। ମୋର ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣକୁ ମୁକ୍ତ କରିଛନ୍ତି; ପୁଣି ମୁଁ ତାଙ୍କର ବିରୁଦ୍ଧାଗ୍ଭରୀ ହୋଇ ନାହିଁ କିମ୍ବା ପଛକୁ ଫେରି ନାହିଁ। ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ। ମୋର ପ୍ରଭୁ ସଦାପ୍ରଭୁ ମୋତେ ସାହାଯ୍ୟ କରିବେ; ତେଣୁ ସେମାନଙ୍କର ଅପମାନ ମୋତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମୋର ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହେବି ନାହିଁ। ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ। ଦେଖ, ସଦାପ୍ରଭୁ, ମୋର ପ୍ରଭୁ ମୋତେ ସାହାଯ୍ୟ କରିବେ। ତେଣୁ କିଏ ମୋତେ ଦୋଷୀ କରିବ? ସେମାନେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହେବେ ଓ କୀଟ ସେଗୁଡ଼ିକୁ ଗ୍ରାସ କରିବ। ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସେବକର ବାକ୍ୟ ପାଳନ କରେ? ପୁଣି ଯେ ଆଲୋକ ବିନା ଅନ୍ଧକାରରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ହେଉ। “ଦେଖ, ତୁମ୍ଭେମାନେ ନିଜ ନିଜ ପଥରେ ବଞ୍ଚିବାକୁ ଗ୍ଭହୁଁଛ। ତୁମ୍ଭେମାନେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନିଖୁଣ୍ଟାରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭେମାନେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋ’ ହସ୍ତରୁ ଏହା ତୁମ୍ଭେମାନେ ପାଇବ, ତୁମ୍ଭେମାନେ ଶୋକରେ ଶୟନ କରିବ।” ଇସ୍ରାଏଲ ଅବ୍ରହାମ ସଦୃଶ ହେବା ଉଚିତ୍ “ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲା, ତାହା ପ୍ରତି ଦୃଷ୍ଟିପାତ କର। ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।” ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ। “ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ଅବଧାନ କର; ହେ ଆମ୍ଭର ଦେଶୀୟ ଲୋକମାନେ, ଆମ୍ଭ କଥାରେ କର୍ଣ୍ଣପାତ କର। ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଗ୍ଭର ସ୍ଥାପନ କରିବା। ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଗ୍ଭର କରିବ। ଦ୍ୱୀପଗଣ ଆମ୍ଭ ଅପେକ୍ଷାରେ ରହିବେ ଓ ଆମ୍ଭର ପରାକ୍ରମରେ ଆଶା ରଖିବେ। ତୁମ୍ଭେମାନେ ସ୍ୱର୍ଗମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ ଓ ଭୂମଣ୍ଡଳ ବସ୍ତୁ ତୁଲ୍ୟ ଜୀର୍ଣ୍ଣ ହେବ। ଆଉ ମଧ୍ୟ ପୃଥିବୀବାସୀ ସେହିପରି ମୃତ୍ୟୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ଧର୍ମାଗ୍ଭର ଲୁପ୍ତ ହେବ ନାହିଁ। ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମୋର ଶିକ୍ଷା ହୃଦୟରେ ଧରି ରଖନ୍ତି, ଦୟାକରି ମୋ’ କଥା ଶୁଣ, ତୁମ୍ଭେମାନେ ଦୁଷ୍ଟ ଲୋକଙ୍କ ଅପମାନରେ ଭୟଭୀତ ହୁଅ ନାହିଁ। କାରଣ ସେମାନେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସେମାନଙ୍କୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସେମାନଙ୍କୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହେବ।” ପରମେଶ୍ୱରଙ୍କ ସ୍ୱପରାକ୍ରମ ତାଙ୍କର ସନ୍ତାନମାନଙ୍କୁ ରକ୍ଷା କରିବ ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ। ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି? ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି? ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ, ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ। ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହେବେ ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ। ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?” ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି। ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି ଓ ତାଙ୍କର କୋପ କାହିଁ? ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ। ପୁଣି ସେ ମରି ଗର୍ତ୍ତକୁ ଯିବ ନାହିଁ। କିମ୍ବା ତାହାର ଖାଦ୍ୟର ଅଭାବ ହେବ ନାହିଁ। “ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ।” ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ। “ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’” ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ! କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ। ଯିରୁଶାଲମ ଅନେକ ସନ୍ତାନ ଜନ୍ମ ଦେଇଛି, ମାତ୍ର ସେମାନଙ୍କ ମଧ୍ୟରେ ତାକୁ ବାଟ କଢ଼ାଇ ନେବାକୁ କେହି ନାହାନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସେମାନଙ୍କ ମଧ୍ୟରେ କେହି ତାହା ହାତଧରି ନେବା ପାଇଁ ନାହାନ୍ତି। ଦୁଇଟି ବିଷୟ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ୟତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ‌‌ଖ‌ଡ଼୍‌ଗ। ତେଣୁ କିଏ ତୁମ୍ଭ ପାଇଁ ବିଳାପ କରିବ? କିଏ ତୁମ୍ଭକୁ ସାନ୍ତ୍ୱନା ଦେବ? ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହୋଇଅଛନ୍ତି। ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶରେ ଆବଦ୍ଧ ହୁଏ। ସେମାନେ ସଦାପ୍ରଭୁଙ୍କ କୋପରେ ଓ ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ। ଏଣୁ ଦୟାକରି ଏହା ଶୁଣ, ହେ ଯିରୁଶାଲମ, ତୁମ୍ଭେ ଦ୍ରାକ୍ଷାରସର କୁହୁକରେ ମତ୍ତ ନୁହଁ, କିନ୍ତୁ ତୁମ୍ଭେ ମତ୍ତୁଆଲା ଅଟ। ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷରେ ସେହି ପରମେଶ୍ୱର ଏହି କଥା କୁହନ୍ତି, “ଦେଖ, ଆମ୍ଭେ ‘କୋପରୂପକ ପାନପାତ୍ର’ ତୁମ୍ଭ ହସ୍ତରୁ କାଢ଼ି ନେଇ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦେବୁ ନାହିଁ। ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନାଗମନ କରିଛନ୍ତି।” ଇସ୍ରାଏଲ ସୁରକ୍ଷିତ ହେବ ହେ ସିୟୋନ, ଉଠ, ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ, ଯିରୁଶାଲମ! ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର। କାରଣ ଏହି ସମୟ ମଧ୍ୟରେ ତୁମ୍ଭ ମଧ୍ୟକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ। ତୁମ୍ଭେ ନିଜ ଦେହର ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ୟା ଯିରୁଶାଲମ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢିଲା କର। ସଦାପ୍ରଭୁ ଏହି କଥା କୁହନ୍ତି, “ତୁମ୍ଭେମାନେ ବିନା ମୂଲ୍ୟରେ ବିବ୍ରତ ହୋଇଥିଲ, ଆଉ ବିନା ମୂଲ୍ୟରେ ମୁକ୍ତ ହେବ।” ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି, “ଆମ୍ଭର ଲୋକମାନେ ପ୍ରବାସ କରିବାକୁ ମିଶର ଯାଇଥିଲେ। ମାତ୍ର ଅଶୂରୀୟମାନେ ବିନା କାରଣରେ ସେମାନଙ୍କ ଉପରେ ଅତ୍ୟାଗ୍ଭର କଲେ।” ସଦାପ୍ରଭୁ କୁହନ୍ତି, “ବର୍ତ୍ତମାନ ଦେଖ, କ’ଣ ସବୁ ଘଟୁଅଛି। ବିନା କାରଣରେ ମୋର ଲୋକମାନଙ୍କୁ ନିଆ ଯାଉଅଛି। ସେମାନଙ୍କ ଉପରେ ସେହି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।” ତେଣୁ ସଦାପ୍ରଭୁ କୁହନ୍ତି, “ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସେହି ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ। ହଁ ଦେଖ, ଆମ୍ଭେ ସେହି।” ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।” ଶୁଣ, ତୁମ୍ଭ ପ୍ରହରୀଗଣ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି। ସେମାନେ ଏକତ୍ର ଆନନ୍ଦଧ୍ୱନି କରୁଛନ୍ତି। କାରଣ ସେମାନେ ପ୍ରତ୍ୟେକ ସ୍ୱଚକ୍ଷୁରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ୟାବର୍ତ୍ତନ ଦେଖୁଛନ୍ତି। ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି। ସଦାପ୍ରଭୁ ସର୍ବଦେଶୀୟଙ୍କ ସମ୍ମୁଖରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରତ୍ୟେକ ତାଙ୍କର ପରିତ୍ରାଣ ଦେଖିବେ। ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ। ତୁମ୍ଭେମାନେ ତା’ମଧ୍ୟରୁ ଗ୍ଭଲିଯାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭେମାନେ ଶୁଚି ହୁଅ। ତୁମ୍ଭେମାନେ ତରତର ହୋଇ ଯାଅ ନାହିଁ କିମ୍ବା ତୁମ୍ଭେମାନେ ପଳାତକପରି ପଳାୟନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ଅନୁସରଣ କରିବେ। God’s Suffering Servant “ଆମ୍ଭର ଦାସକୁ ଦେଖ, ସେ ସୁବିବେଚନା ପୂର୍ବକ ବ୍ୟବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ୱିତ ହେବେ। “ଅନେକ ଆମ୍ଭର ସେବକକୁ ଦେଖି ବିବ୍ରତ ହେବେ। କାରଣ ତାଙ୍କର ଆକୃତି ମନୁଷ୍ୟ ଆକୃତିଠାରୁ ଏପରି ବିକୃତ ହେବ ଯେ ତାଙ୍କୁ ଅନେକ ମନୁଷ୍ୟ ବୋଲି ଚିହ୍ନିବେ ନାହିଁ। ତେଣୁ ସେ ଅନେକ ଦେଶୀୟମାନଙ୍କୁ ଚମକାଇ ଦେବେ। ରାଜାମାନେ ତାଙ୍କ ସମ୍ମୁଖରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ ତାହା ସେମାନେ ବୁଝିବେ।” ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ। ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ। ମାତ୍ର ସେ ଆମ୍ଭର ଦୁଃଖ ଯାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭେମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ। ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ଯ୍ୟ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରିଦେଲେ। ତାଙ୍କର କ୍ଷତରେ ଆମ୍ଭେମାନେ ଆରୋଗ୍ୟ ଲାଭ କଲୁ। ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି। ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହୋଇ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମେଷ ଶାବକ ତୁଲ୍ୟ ଓ ଲୋମ ଛେଦନକାରୀଙ୍କ ସମ୍ମୁଖରେ ନିରୀହ ମେଷ ତୁଲ୍ୟ ସେ ନିଜର ମୁଖ ଫିଟାଇଲେ ନାହିଁ। ଲୋକମାନେ ବଳପୂର୍ବକ ତାଙ୍କୁ ବିଗ୍ଭର ପାଇଁ ଧରି ନେଲେ ଓ ଉପଯୁକ୍ତ ବିଗ୍ଭର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବେଚନା କଲା? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ। ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା। ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ। ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ। “ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ। ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।” ପରମେଶ୍ୱର ଆପଣା ଲୋକଙ୍କୁ ଗୃହକୁ ଆଣନ୍ତି “ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର। ହେ ଗର୍ଭବେଦନାରହିତ ନାରୀ! ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର। କାରଣ ସଦାପ୍ରଭୁ କୁହନ୍ତି, “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।” “ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସେମାନେ ତୁମ୍ଭର ବାସ ସ୍ଥାନର ଯବନିକା ସବୁ ବିସ୍ତାର କରନ୍ତୁ। ବ୍ୟୟର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର। କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ। ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ; କିମ୍ବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ। ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ। କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। “କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।” “ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ, ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା। ଅତି କ୍ରୋଧରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଗ୍ଭଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା।” ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି। “କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ। ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି: “ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।” “ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ ଓ ସାନ୍ତ୍ୱନା ବିରହିତ ନଗରୀ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା। ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା, ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା। ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ସେମାନଙ୍କର ପରମ ଶାନ୍ତି ହେବ। ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ; କାରଣ ତୁମ୍ଭେ ଭୟଭୀତ ହେବ ନାହିଁ, ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ। ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧରେ ଏକମତ ହୋଇପାରନ୍ତି, କିନ୍ତୁ ସେମାନେ ମୋ’ ପ୍ରତି ଯେକେହି ତୁମ୍ଭ ବିରୁଦ୍ଧରେ ଯାଏ, ସେ ସେମାନଙ୍କ ପତିତକୁ ବହନ କରିବେ। “ଦେଖ, ଯେଉଁ କମାର କୋଇଲାରେ ଅଗ୍ନିଦେଇ ତାଉ କରେ ଓ ଆପଣା କାର୍ଯ୍ୟ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ‘ବିନାଶପାଇଁ’ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ। “ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।” ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।” ପରମେଶ୍ୱରଦତ୍ତ “ଖାଦ୍ୟ” ପ୍ରକୃତ ସନ୍ତୋଷ ଦିଏ “ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ। ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ। କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।” ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ୱାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଅଛନ୍ତି। ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଯେହେତୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳିଅଛି। ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାର୍ଥନା କର। ଦୁଷ୍ଟାଗ୍ଭରୀ ତା’ର ମନ୍ଦକାର୍ଯ୍ୟ ଓ ଅଧାର୍ମିକ ତା’ର ମନ୍ଦ ଚିନ୍ତା ପରିତ୍ୟାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦେବେ। ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ। ପରମେଶ୍ୱରଙ୍କୁ ଲୋକେ ବୁଝିବେ ନାହିଁ ସଦାପ୍ରଭୁ କୁହନ୍ତି, “ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ। ସଦାପ୍ରଭୁ ସ୍ୱୟଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର ସେହିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।” “ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆସେ, ପୁନର୍ବାର ଫେରି ଯାଏ ନାହିଁ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବାରେ ସାହାଯ୍ୟ କରେ ଓ ଭୋଜନକାରୀକୁ ଶସ୍ୟ ଯୋଗାଏ। ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ। “ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି ଶାନ୍ତିରେ ଆଗେ ଆଗେ ଯିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ। କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ ଓ କେବେ ଧ୍ୱଂସ ହେବ ନାହିଁ।” ସମସ୍ତ ଗୋଷ୍ଠୀ ସଦାପ୍ରଭୁଙ୍କୁ ଅନୁସରଣ କରିବେ ସଦାପ୍ରଭୁ ଏହିସବୁ କହିଛନ୍ତି, “ତୁମ୍ଭେମାନେ ନ୍ୟାୟ ପଥ ଏବଂ ତୁମ୍ଭର କର୍ତ୍ତବ୍ୟକୁ ଧର୍ମାନୁସାରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ। ଯେଉଁ ବ୍ୟକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ୍ତ ରଖେ, ସେ ଧନ୍ୟ।” ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ନ କହୁ ଯେ, ସଦାପ୍ରଭୁ ମୋତେ ଆପଣା ଲୋକଠାରୁ ନିଶ୍ଚୟ ପୃଥକ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହୋଇ ପାରିବି ନାହିଁ।” କାରଣ ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି, ସେମାନଙ୍କୁ ଆମ୍ଭେ ଆମ୍ଭ ମନ୍ଦିର ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା।” “କେତେକ ବିଦେଶୀୟ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଏବଂ ତାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି। ସେମାନେ ବିଶ୍ରାମ ଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି। ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହରେ ସେମାନଙ୍କୁ ଆନନ୍ଦିତ କରିବା। ସେମାନଙ୍କର ନୈବେଦ୍ୟ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ୟାତ ହେବ।” ସଦାପ୍ରଭୁ ମୋର ପ୍ରଭୁ ଏହିସବୁ କହିଛନ୍ତି, “ଆମ୍ଭେ ଇସ୍ରାଏଲର ଦୂରିକୃତ ଲୋକମାନଙ୍କୁ ସଂଗ୍ରହ କରିବୁ ଓ ସେମାନଙ୍କ ବ୍ୟତୀତ ତାହା ନିକଟରେ ଥିବା ଅନ୍ୟ ଲୋକମାନଙ୍କୁ ସଂଗ୍ରହ କରିବୁ।” ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର। ତାହାର ପ୍ରହରୀଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସେମାନେ ନିର୍ବାକ ଶ୍ୱାନ, ସେମାନେ ଭୁକିପାରନ୍ତି ନାହିଁ। ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ ଓ ଶୋଇ ରହିବାକୁ ଭଲ ପାଆନ୍ତି। ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ। ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି। ପ୍ରତ୍ୟେକ କୁହନ୍ତି, “ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନରେ ମତ୍ତ ହେବା; ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ ଏବଂ ତାହା ଅପରିମିତ ମହାଦିନ ହେବ।” ଇସ୍ରାଏଲ ପରମେଶ୍ୱରଙ୍କ ଅନୁସରଣ କରେ ନାହିଁ ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି। ମାତ୍ର ସେମାନେ ଶାନ୍ତିରେ ପ୍ରବେଶ କରିବେ ଓ ଯେଉଁମାନେ ଧର୍ମ ନିଷ୍ଠାରେ ଗ୍ଭଲନ୍ତି, ସେମାନେ ନିଜର ଶଯ୍ୟାରେ ଶାନ୍ତିରେ ବିଶ୍ରାମ କରିବେ। “ହେ ଯାଦୁକାର ଓ ବ୍ୟଭିଗ୍ଭରିଣୀ ଓ ବ୍ୟଭିଗ୍ଭରିଣୀର ସନ୍ତାନଗଣ ନିକଟକୁ ଆସ। ତୁମ୍ଭେମାନେ କାହାକୁ ଉପହାସ କରୁଅଛ? ତୁମ୍ଭେମାନେ କାହା ଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ? ତୁମ୍ଭେମାନେ କ’ଣ ଅଧର୍ମାଗ୍ଭରୀର ସନ୍ତାନ ଓ ଅନାଗ୍ଭର ବଂଶ ନୁହଁ? ଅଲୋନବୃକ୍ଷ ତଳେ ତୁମ୍ଭର କ’ଣ ଶାରୀରିକ ସମ୍ବନ୍ଧ କରି ନାହଁ? ପ୍ରତ୍ୟେକ ହରିତ୍ ବୃକ୍ଷ ତଳେ ତୁମ୍ଭେ କ’ଣ ନିଜକୁ ଉପଭୋଗ କରୁ ନାହଁ? ତୁମ୍ଭେମାନେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ ସନ୍ତାନଗଣକୁ କ’ଣ ବଳିଦାନ କରୁ ନାହଁ? ଉପତ୍ୟକାର ଚି‌କ୍‌କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର; ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ ଓ ନୈବେଦ୍ୟ ଉତ୍ସର୍ଗ କରିଅଛ। ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା? ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ନିଜର ଶଯ୍ୟା ପାତିଅଛ ଓ ସେସ୍ଥାନକୁ ମଧ୍ୟ ବଳିଦାନ କରିବାକୁ ଯାଇଅଛ। ପୁଣି କବାଟ ଓ ଚୌକାଠର ପଛରେ ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ; କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ଯାଇଅଛ। ତୁମ୍ଭେ ନିଜର ଶଯ୍ୟା ବଢ଼ାଇ ସେମାନଙ୍କ ସହିତ ଚୁକ୍ତି କରିଅଛି। ତୁମ୍ଭେ ଯେଉଁଠାରେ ଶଯ୍ୟା ଦେଖିଲ ତାହା ଭଲ ପାଇଅଛ। ତୁମ୍ଭେ ତୈଳ ନେଇ ରାଜା ନିକଟକୁ ଯାଇଅଛ ଓ ନିଜର ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ। ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ ଓ ନିଜକୁ ପାତାଳ ପର୍ଯ୍ୟନ୍ତ ମୃତ୍ୟୁର ସ୍ଥାନ ହତଗର୍ବ କରିଅଛ। ତୁମ୍ଭେ ଦୀର୍ଘପଥ ଯାତ୍ରା ଯୋଗୁଁ ଯଦିଓ କ୍ଳାନ୍ତ ହୋଇଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତେଜ ହେଲ, ତେଣୁ ତୁମ୍ଭେ କ୍ଳାନ୍ତ ଅନୁଭବ କଲ ନାହିଁ। ତାହାର ସକାଶୁ ଏପରି କ୍ଳେଶ ଓ ଭୀତା ଯେ, ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ଭୁଲି ଯାଇଅଛ? ତୁମ୍ଭେ ସେଥିରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ’ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ? ତୁମ୍ଭେ କ’ଣ ଆମ୍ଭକୁ ଭୟ କରୁ ନାହଁ? ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା। ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ। ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସେମାନେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ। ଗୋଟିଏ ନିଃଶ୍ୱାସ ସେ ସମସ୍ତଙ୍କୁ ନେଇଯିବ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତରେ ଅଧିକାରୀ ହେବ।” ସଦାପ୍ରଭୁ ତାଙ୍କ ସନ୍ତାନମାନଙ୍କୁ ରକ୍ଷା କରିବେ ପୁଣି ସେ କହିବେ, “ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର। ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।” କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ। ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କ୍ରୋଧ କରିବା ନାହିଁ। ଯଦି କରିବା ତାହାହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ। ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ କୃଦ୍ଧ ହୋଇ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଗ୍ଭଇ କ୍ରୁଦ୍ଧ ହେଲୁ; ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଗ୍ଭଲିଲା। ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି। ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।” ମାତ୍ର ଦୁଷ୍ଟମାନେ ତରଙ୍ଗାୟିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ ଓ ତାହାର ଜଳରେ ପଙ୍କ ଓ କାଦୁଅ ଉଠେ। ଆମ୍ଭର ପରମେଶ୍ୱର କୁହନ୍ତି; “ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।’ ପରମେଶ୍ୱରଙ୍କ ଅନୁଗାମୀ ହେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯିବ ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ। ତାହାହେଲେ ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରିବେ ଓ ମୋର ପଥ ବିଷୟରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀୟ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ପୂଜାବିଧାନ ବିଷୟ ଆମ୍ଭକୁ ପଗ୍ଭରନ୍ତି ଓ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି। ସେମାନେ କୁହନ୍ତି, “ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?” ମାତ୍ର ସଦାପ୍ରଭୁ କୁହନ୍ତି, “ଦେଖ, ତୁମ୍ଭେମାନେ ନିଜର ସୁଖପାଇଁ ଉପବାସ ଦିନ ଉପବାସ କରିଅଛ ଓ ବଳପୂର୍ବକ ନିଜର ଦାସମାନଙ୍କୁ କଷ୍ଟ ଦେଇଅଛ। ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସା ଗାନ ଯେପରି ଊର୍ଦ୍ଧ୍ୱରେ ଶୁଣାଯିବ, ସେଥିପାଇଁ ତୁମ୍ଭେମାନେ ଉପବାସ କରୁ ନାହଁ। ମନୁଷ୍ୟ ଏହି ପ୍ରକାର ଉପବାସଦ୍ୱାରା ନିଜର ପ୍ରାଣକୁ କ୍ଳେଶ ଦେଉ, ଆମ୍ଭେ କ’ଣ ଏହି ପ୍ରକାର ଦିନ ମନୋନୀତ କରିଅଛୁ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ତଳେ ବିଛାଇ ତା’ଉପରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ? “ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ଯୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦେବାର ଓ ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ? ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?” ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ‘ଧର୍ମ’ ତୁମ୍ଭର ସମ୍ମୁଖବର୍ତ୍ତୀ ହେବ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚା‌ତ୍‌ବର୍ତ୍ତୀ ହେବ। ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।” ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦେଇଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତେବେ ତୁମ୍ଭେ ଅନ୍ଧକାରରେ ଦୀପ୍ତିମାନ ହେବ ଏବଂ ତୁମ୍ଭ ଗ୍ଭରିଦିଗରେ ଥିବା ଗାଢ଼ ଅନ୍ଧକାର ଦ୍ୱିପହରର ସୂର୍ଯ୍ୟ ପରି ଦେଖାଯିବ। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନେବେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ୟ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହେବ। ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।” ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫେରାଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ; ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; “ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା।” କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହୋଇଅଛି। ଦୁଷ୍ଟାଗ୍ଭରୀଗଣ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଉଚିତ୍ ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ। ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି। କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି। ସେମାନେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେକେହି ସେହି ଅଣ୍ଡା ଖାଏ ସେ ମୃତ୍ୟୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସେମାନଙ୍କୁ ଫୁଟାଏ, ସେଥିରୁ କାଳସର୍ପ ବାହାରେ। ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ। ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ। ସେମାନଙ୍କର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସେମାନେ ନିର୍ଦ୍ଦୋଷରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା। ସେମାନଙ୍କ ପଥରେ ଧ୍ୱଂସ ଓ ବିନାଶ ଥାଏ। ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ। ଇସ୍ରାଏଲର ପାପ ଦୁଃଖ ଆଣେ ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ। ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ। ଆଲୋକକୁ ଅପେକ୍ଷା କରୁ, ମାତ୍ର ଅନ୍ଧକାରରେ ଭ୍ରମଣ କରୁ। ଆମ୍ଭେମାନେ ଅନ୍ଧଲୋକ ପରି କାନ୍ଥ ପାଖରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ। ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ। ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି। କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ। ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା। ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ୟା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ। ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି ଓ ଧର୍ମ ଦୂରରେ ଠିଆ ହୋଇଅଛି। ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ। ତେଣୁ ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ। ପୁଣି ସଦାପ୍ରଭୁ ଏହା ଦେଖିଲେ ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ। ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା। ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ। ସେ ପାପ କର୍ମର ପରିମାଣ ଅନୁସାରେ ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ। ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ। ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ। ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ। ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।” ପରମେଶ୍ୱର ଆସୁଛନ୍ତି “ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି। କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ। ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ। ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ, ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି। ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ। “ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ। କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ। କେଦରର ସମସ୍ତ ମେଷ ତୁମ୍ଭ ନିକଟରେ ଏକତ୍ରିତ ହେବେ ଓ ନବାୟୋତର ମେଷପଲ ତୁମ୍ଭର ସେବା କରିବେ। ସେମାନେ ଆମ୍ଭଦ୍ୱାରା ଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦି ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ୱରୂପ ମନ୍ଦିରକୁ ଭୂଷିତ କରିବା। ଏମାନେ କିଏ, ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି? ପ୍ରକୃତରେ ଦ୍ୱୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇସ୍ରାଏଲର ପବିତ୍ରସ୍ୱରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଛନ୍ତି। ଆଉ ମଧ୍ୟ ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ରାଜାମାନେ ତୁମ୍ଭର ସେବା କରିବେ। କାରଣ “ଆମ୍ଭେ ନିଜର କ୍ରୋଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ, ମାତ୍ର ନିଜର ଅନୁଗ୍ରହରେ ତୁମ୍ଭକୁ କରୁଣା କରିବୁ। ତୁମ୍ଭ ନଗରୀର ଦ୍ୱାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ। ସେଗୁଡ଼ିକ ଦିବାରାତ୍ରି ବନ୍ଦ ହେବ ନାହିଁ। ତେଣୁ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ଓ ତା’ ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ। କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ। ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ। ଲିବାନୋ‌ନ୍‌ର ଗୌରବ ତୁମ୍ଭ ନିକଟକୁ ଆସିବ। ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା। ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହେବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ’ ବୋଲି ସମ୍ବୋଧନ କରିବେ। “ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହୋଇଥିବାରୁ କେହି ତୁମ୍ଭ ମଧ୍ୟଦେଇ ଯାତାୟାତ କଲେ ନାହିଁ। ତା’ ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷାନୁକ୍ରମେ ଆନନ୍ଦସ୍ୱରୂପ କରିବା। ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ। ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ। “ଆମ୍ଭେ ପିତ୍ତଳ ପରିବର୍ତ୍ତେ ସୁବର୍ଣ୍ଣ, ଲୁହା ପରିବର୍ତ୍ତେ ରୌପ୍ୟ, କାଠ ପରିବର୍ତ୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତ୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ। ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ ଓ ବିନାଶର କଥା ଆଉ ଶୁଣାଯିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’ ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ। “ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ। ତୁମ୍ଭର ସୂର୍ଯ୍ୟ ଅସ୍ତମିତ ହେବ ନାହିଁ କିଅବା ତୁମ୍ଭର ଚନ୍ଦ୍ର ଅପସାରିତ ହେବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। “ଆଉ ମଧ୍ୟ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହେବେ। ସେମାନେ ଅନନ୍ତକାଳ ଯାଏ ଦେଶ ଶାସନ କରିବେ। ମୋ’ ଗୌରବକୁ ଦେଖାଇବା ପାଇଁ ସେମାନେ ମୋ’ ଦ୍ୱାରା ଲଗା ହୋଇଥିବା ଗଛର ଫଳ ସଦୃଶ। କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାରରେ ପରିଣତ ହେବ ଓ କ୍ଷୁଦ୍ରତମ ଦୁର୍ବଳ ବ୍ୟକ୍ତି ବଳବାନ୍ ଗୋଷ୍ଠୀରେ ପରିଣତ ହେବ। ଆମ୍ଭେ ସଦାପ୍ରଭୁ ଯଥା କାଳରେ ଏହା ଶୀଘ୍ର ଘଟାଇବା।” ସଦାପ୍ରଭୁଙ୍କର ମୁକ୍ତିର ବାର୍ତ୍ତା ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି। କେତେବେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ୱର ଦୁଷ୍ଟାଗ୍ଭରୀଙ୍କ ଉପରେ ପ୍ରତିଶୋଧ ନେବେ ଓ ଶୋକାର୍ତ୍ତମାନଙ୍କୁ ସାନ୍ତ୍ୱନା କରିବେ। ସେ ସବୁ ପ୍ରଗ୍ଭର କରିବାକୁ ପରମେଶ୍ୱର ମୋତେ ପ୍ରେରଣ କରିଛନ୍ତି। ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’ “ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ। “ବିଦେଶୀୟମାନେ ତୁମ୍ଭ ମେଷପଲ ଚରାଇବା ପାଇଁ ଛିଡ଼ା ହେବେ ଓ ସେମାନଙ୍କର ସନ୍ତାନମାନେ ତୁମ୍ଭ ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରରେ କାର୍ଯ୍ୟ କରିବେ। ମାତ୍ର ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଯାଜକ’ ବୋଲି ଖ୍ୟାତ ହେବ। ଲୋକମାନେ ତୁମ୍ଭମାନଙ୍କୁ ‘ଆମ୍ଭମାନଙ୍କର ପରିଗ୍ଭଳକ’ ବୋଲି ଡାକିବେ। ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଗର୍ବିତ ହେବ। “ଲଜ୍ଜା ପରିବର୍ତ୍ତେ ସେମାନେ ଦୁଇଗୁଣ ସମ୍ମାନ ପାଇବେ। ପୁଣି ଅପମାନ ପରିବର୍ତ୍ତେ ସେମାନେ ନିଜ ନିଜ ଅଧିକାରରେ ଆନନ୍ଦ କରିବେ। ଏଥିପାଇଁ ସେମାନେ ନିଜ ଦେଶରେ ଦୁଇଗୁଣ ଅଂଶ ପାଇବେ ଓ ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ। କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟ ବିଗ୍ଭରକୁ ଭଲ ପାଉ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ଚୁକ୍ତି କରିବା। ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।” ପରମେଶ୍ୱରଙ୍କ ସେବକ ପରିତ୍ରାଣ ଆଣିବେ “ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି। କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ, ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।” ନୂତନ ଯିରୁଶାଲମ-ଏକ ଧର୍ମପୂର୍ଣ୍ଣ ନଗରୀ ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ଯିରୁଶାଲମରେ ପ୍ରକଟ ନ ହୋଇଛି, ସେ ପର୍ଯ୍ୟନ୍ତ ଆମ୍ଭେ ତା’ ନିମନ୍ତେ ବିଶ୍ରାମ ନେବା ନାହିଁ। ପ୍ରଭାତରେ ଦୀପ୍ତି ଲାଭ କରିବା ପରି ମୁଁ ଯିରୁଶାଲମରେ ବିଜୟ ଗ୍ଭହେଁ। ସେତେବେଳେ ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖରେ ଏକ ନୂତନ ନାମରେ ଖ୍ୟାତ ହେବ। ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ। ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ; କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’ କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି। ଜଣେ ଯୁବକ ଯେପରି ଜଣେ କନ୍ୟାକୁ ପ୍ରେମ କରେ, ସେହିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି ତା’ର କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ। “ହେ ଯିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ କି ଦିନ କି ରାତି ନୀରବ ରହିବେ ନାହିଁ।” ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭେମାନେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ। ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେପର୍ଯ୍ୟନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଗ୍ଭର ଚକ୍ଷୁରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ଆନନ୍ଦ ଉଠାଅ। ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ୱାରା ଶପଥ କରିଛନ୍ତି, “ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭର ଶତ୍ରୁଗଣଙ୍କୁ ଖାଦ୍ୟ ନିମନ୍ତେ ନିଶ୍ଚୟ ଦେବା ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସେହି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ। ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସେମାନଙ୍କୁ, ସେମାନଙ୍କ ଖାଇ ପାରିବେ ଏବଂ ସେମାନଙ୍କର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ। ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସେମାନେ ମୋ’ ପବିତ୍ର ଅଗଣାରେ ପାନ କରିବେ।” ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ। ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର। ରାଜପଥ ଉଚ୍ଚକର। ପଥରୁ ପଥରଗୁଡ଼ିକୁ ବାହାର କରିଦିଅ ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ। ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’” ଲୋକମାନେ ସେମାନଙ୍କୁ ଡାକିବେ, “ପବିତ୍ର ସଦାପ୍ରଭୁଙ୍କର ଲୋକ,” “ମୁକ୍ତି ହୋଇଥିବା ଲୋକମାନେ।” ତୁମ୍ଭେ ପରିଣତ ହେବ ଗୋଟିଏ “ପରମେଶ୍ୱରଙ୍କର ଅପରିତ୍ୟକ୍ତା ନଗରୀ,” ଏବଂ “ଅନ୍ୱେଷଣ” ବୋଲି ଡାକିଲେ। ସଦାପ୍ରଭୁ ତାଙ୍କର ସନ୍ତାନଙ୍କୁ ବିବେଚନା କରନ୍ତି ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ? ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ? ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।” “ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି?” ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ। ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ। ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ। କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି। ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ। ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ। ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା। ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।” ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କ ପ୍ରତି ସଦୟ ହୋଇଛନ୍ତି ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା। ସଦାପ୍ରଭୁ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର କରିବେ ନାହିଁ, ସେମାନେ ଆମ୍ଭର ସନ୍ତାନ।” ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ। ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ। ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ। ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ। ସେତେବେଳେ ସେ ପ୍ରାଚୀନ କାଳ ଓ ମୋଶା ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମେଷପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ଯିଏ କି ସେମାନଙ୍କ ମଧ୍ୟରେ ନିଜର ପବିତ୍ରଆତ୍ମାକୁ ସ୍ଥାପନ କଲେ, ସେ କାହାନ୍ତି? ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ ମୋଶାଙ୍କୁ ପରିଗ୍ଭଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି? ଯେ ସମୁଦ୍ର ମଧ୍ୟରେ ବାଟ କଢ଼ାଇ ନେଲେ ଓ ଅଶ୍ୱତୁଲ୍ୟ ଗମନ କରାଇଲେ ମରୁଭୂମିରେ ଯିଏ କି ଝୁଣ୍ଟିଲେ ନାହିଁ, ସେ କାହାନ୍ତି? ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ଯାଆନ୍ତି ସେହିପରି ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ। ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ୱିତ କରିବାକୁ ନିଜ ଲୋକମାନଙ୍କୁ ଗ୍ଭଳିତ କର। ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ୱତ ପ୍ରେମ କାହିଁ? ତୁମ୍ଭର କୋହ ଓ ଦୟା କାହିଁ? ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ। ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ? ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ୱରୂପ ଗୋଷ୍ଠୀଗଣଙ୍କ ପାଇଁ ଫେରି ଆସ। ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ; ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସେହି ପବିତ୍ର ମନ୍ଦିରକୁ ପଦଦଳିତ କଲେ। ଯେଉଁମାନଙ୍କୁ ତୁମ୍ଭେ କେବେ ଶାସନ କରି ନାହଁ ଓ ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଦୀର୍ଘକାଳ ସେହି ଲୋକମାନଙ୍କ ପରି ଆମ୍ଭେ ହୋଇଅଛୁ। ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତେବେ ସବୁକିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ପ୍ରବାହିତ ହୁଅନ୍ତେ। ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ଏଥି ସକାଶେ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ ପର୍ବତଗୁଡ଼ିକ ଜ୍ୱଳନ୍ତ ଝାଟି ସଦୃଶ ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହେବେ। ଯେତେବେଳେ ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତା’ପରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗରେ କମ୍ପନ କରିବାକୁ ଆରମ୍ଭ କରିବ। କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର କଥା ଶୁଣି ନାହାନ୍ତି କିମ୍ବା କର୍ଣ୍ଣଗୋଚର ହୋଇ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ। ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ। ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ। ତୁମ୍ଭ ନାମରେ ପୂଜା କରିବାକୁ ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ ନିଜକୁ ଉତ୍ତେଜିତ କରିବାକୁ କେହି ନାହିଁ। କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହୋଇଅଛି ଓ ଆମ୍ଭମାନଙ୍କ ପାପଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ। ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ। ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ। ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଅଛି। ସିୟୋନ ପ୍ରାନ୍ତର ହୋଇଅଛି ଓ ଯିରୁଶାଲମ ଧ୍ୱଂସ ହୋଇଅଛି। ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କରୁଥିଲେ, ଆମ୍ଭମାନଙ୍କର ସେହି ପବିତ୍ର ଓ ରମଣୀୟ ଗୃହ ଅଗ୍ନିରେ ଦ‌ଗ୍‌ଦିଭୂତ ହୋଇଅଛି, ଆଉ ମଧ୍ୟ ଆମ୍ଭମାନଙ୍କର ମୂଲ୍ୟବାନ ପଦାର୍ଥଗୁଡ଼ିକ ବିନଷ୍ଟ ହୋଇଅଛି। ହେ ସଦାପ୍ରଭୁ, ଏସବୁ ହେଲା ପରେ ମଧ୍ୟ ତୁମ୍ଭେ କ’ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ? ତୁମ୍ଭେ କ’ଣ ନୀରବ ରହି ଆମ୍ଭମାନଙ୍କୁ କ୍ଳେଶ ଦେଇ ଗ୍ଭଲିବ? ସମସ୍ତ ଲୋକ ପରମେଶ୍ୱରଙ୍କ ବିଷୟରେ ଶିକ୍ଷା କରିବେ ସଦାପ୍ରଭୁ କହିଲେ, “ଯେଉଁମାନେ ଆମ୍ଭ ବିଷୟରେ ପଗ୍ଭରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଲୁ, ଯେଉଁମାନେ ଆମ୍ଭକୁ ଖୋଜିଲେ ନାହିଁ, ଆମ୍ଭେ ସେମାନଙ୍କୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀୟମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସେମାନଙ୍କୁ ‘ଆମ୍ଭକୁ ଦେଖ, ଆମ୍ଭକୁ ଦେଖ’ ବୋଲି କହିଲୁ। “ଯେଉଁମାନେ ନିଜ ନିଜ ଚିନ୍ତାନୁସାରେ କୁପଥରେ ଗମନ କରନ୍ତି, ସେହି ବିଦ୍ରୋହାଗ୍ଭରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ। ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି। ସେମାନେ କବରସ୍ଥାନ ମଧ୍ୟରେ ବସନ୍ତି ଓ ଗୁମ୍ଫା ମଧ୍ୟରେ ରାତ୍ରି ଯାପନ କରନ୍ତି। ସେମାନେ ଶୂକର ମାଂସ ଭକ୍ଷ୍ୟଣ କରନ୍ତି ଓ ସେମାନଙ୍କ ପାତ୍ରରେ ଦୂଷିତ ମାଂସ ଝୋଳ ଥାଏ। “ମାତ୍ର ସେହି ଲୋକମାନେ କୁହନ୍ତି, ‘ସେସ୍ଥାନରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭେମାନେ ତୁମ୍ଭ ଅପେକ୍ଷା ପବିତ୍ର।’ କିନ୍ତୁ ସେହି ଲୋକମାନେ ଆମ୍ଭ ନାସିକାର ଧୂମସ୍ୱରୂପ ଓ ଦିନସାରା ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।” ଇସ୍ରାଏଲ ନିଶ୍ଚୟ ଦଣ୍ଡିତ ହେବ “ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା।” ସଦାପ୍ରଭୁ କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦେବା।” କାରଣ “ସେମାନେ ପର୍ବତଗୁଡ଼ିକ ଉପରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସେମାନଙ୍କ କାର୍ଯ୍ୟର ମାନ କଳନା କରି ପ୍ରତିଫଳ ସେମାନଙ୍କ କୋଳରେ ଦେବା।” ସଦାପ୍ରଭୁ ଏହିକଥା କୁହନ୍ତି, “ଯେତେବେଳେ ଦ୍ରାକ୍ଷାଫଳରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥିରେ ଆଶୀର୍ବାଦ ଅଛି, ସେହିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ। ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି ସ୍ଥାପନ କରିବେ। ଆଉ ଯେଉଁମାନେ ଆମ୍ଭକୁ ଅନ୍ୱେଷଣ କରନ୍ତି ସେମାନଙ୍କ ପାଇଁ ଶାରୋଣ ଏକ ମେଷମାନଙ୍କର ଗ୍ଭରଣଭୂମି ଓ ଆଖୋର ଉପତ୍ୟକା ଗୋପଲର ଶୟନସ୍ଥଳ ହେବ। “ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀ ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ। ତୁମ୍ଭମାନଙ୍କୁ ଆମ୍ଭେ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।” ସେହି ସକାଶେ ମୋର ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, “ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଗ୍ଭରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲାବେଳେ ତୁମ୍ଭେମାନେ ଲଜ୍ଜିତ ହେବ। ଆମ୍ଭର ଦାସମାନେ ଆନନ୍ଦରେ ଗାନ କରିବେ କାରଣ ସେମାନଙ୍କ ହୃଦୟ ସୁଖରେ ପରିପୂର୍ଣ୍ଣ। ମାତ୍ର ତୁମ୍ଭେ ମନ୍ଦାଗ୍ଭରୀଗଣ ହୃଦୟର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ୟ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ। ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ। “ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।” ନୂତନ ସମୟ ଆସୁଅଛି “କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ। ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ଯିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ। “ପୁଣି ଆମ୍ଭେ ଯିରୁଶାଲମରେ ଆନନ୍ଦ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଉଲ୍ଲାସ କରିବା। ସେଠାରେ ଆଉ ବିଳାପର ଧ୍ୱନି ଓ କ୍ରନ୍ଦନର ସ୍ୱର ଶୁଣାଯିବ ନାହିଁ। କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ, ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ। “ସେହି ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ। ସେମାନେ ନିର୍ମାଣ କରିଥିବା ଗୃହରେ ଅନ୍ୟ ଲୋକ ବାସ କରି ପାରିବେ ନାହିଁ ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ। ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ। ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସେମାନେ ଓ ସେମାନଙ୍କର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହେବେ। ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା। ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।” ସଦାପ୍ରଭୁ ଏହା କୁହନ୍ତି। ପରମେଶ୍ୱର ସମସ୍ତ ଗୋଷ୍ଠୀର ବିଗ୍ଭର କରିବେ ସଦାପ୍ରଭୁ ଏହିକଥା କୁହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ? ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଅଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।” ମାତ୍ର “ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦେବା। ଯେ ଗୋବଧ କରେ ସେ ନରହତ୍ୟାକାରୀ ପରି ହୁଏ, ଯେ ମେଷଶାବକ ବଳିଦାନ କରେ ଯେ କୁକୁରର ବେକ କାଟିଲା ଲୋକପରି ହୁଏ, ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକପରି ହୁଏ। ସେମାନେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସେମାନଙ୍କର ଆତ୍ମା ନିଜର ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ। ମୁଁ ସେମାନଙ୍କ ପ୍ରତି କଠୋର ହେବି ଓ ଆଣିବି ଯାହା ସେମାନେ ଭୟ କରନ୍ତି କାରଣ ସେମାନେ ଉତ୍ତର କଲେ ନାହିଁ, ଯେତେବେଳେ ମୁଁ ସେମାନଙ୍କୁ ଡାକିଲି ଏବଂ ଶୁଣିଲେ ନାହିଁ ଯେତେବେଳେ ସେମାନେ କୁହା ହେଲେ। ସେମାନେ ସବୁକିଛି କଲେ ଯାହା ମୋର ଚକ୍ଷୁରେ ମନ୍ଦ ବୋଲି ବୁଝା ହେଲା। ସେମାନେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।” ତୁମ୍ଭେ ଯେଉଁ ଦିନ ସଦାପ୍ରଭୁଙ୍କ ବାକ୍ୟରେ କମ୍ପିତ ହେଉଅଛ, ତାଙ୍କର ବାକ୍ୟ ଶୁଣ। “ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି; ସେମାନେ କହି ଅଛନ୍ତି, ‘ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହୁଅନ୍ତୁ,’ ମାତ୍ର ସେମାନେ ଲଜ୍ଜିତ ହେବେ।” ଶାସ୍ତି ଓ ଏକ ନୂତନ ଗୋଷ୍ଠୀ ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ। “କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା’ର ସନ୍ତାନଗଣଙ୍କୁ ପ୍ରସବ କଲା। *** ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?” ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?” ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ। ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା’ର ଆନନ୍ଦ ପାଇଁ ଉଲ୍ଲାସ କର। ତହିଁରେ ତୁମ୍ଭେମାନେ ତାହାର ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ତା’ର “ଦୁ‌ଗ୍‌ଧ” ଦୋହନ କରି ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ। ସଦାପ୍ରଭୁ ଏହା କହନ୍ତି, “ଏହା ଶାନ୍ତି ରୂପେ ତା’ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ। ମା ଯେପରି ତା’ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।” ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ। ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ। ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ। କାରଣ ସଦାପ୍ରଭୁ ଅଗ୍ନି ଓ ‌‌ଖ‌ଡ଼୍‌ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ। ସଦାପ୍ରଭୁ ପୁଣି କୁହନ୍ତି, “ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ଯିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ୟଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ସମସ୍ତେ ଏକତ୍ର ବିନଷ୍ଟ ହେବେ।” “କାରଣ ଆମ୍ଭେ ସେମାନଙ୍କର କାର୍ଯ୍ୟ ଓ ଶିକ୍ଷାପ୍ରଣାଳୀ ଜାଣୁ, ସର୍ବଦେଶୀୟ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ। ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। ସଦାପ୍ରଭୁ କୁହନ୍ତି, ଇସ୍ରାଏଲର ଲୋକମାନେ ଯେପରି ପବିତ୍ର ପାତ୍ରରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ୱ ଉପରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ଯିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ୱରୂପ ଆସିବ। ଆଉ ମଧ୍ୟ ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ପାଇଁ ଲୋକ ଗ୍ରହଣ କରିବୁ।” ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ “କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି। ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମୋ’ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମ ଦିନ ଆସିବ। “ପୁଣି ସେମାନେ ବାହାରେ ଯାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସେମାନଙ୍କର କୀଟ ମରିବ ନାହିଁ କିମ୍ବା ସେମାନଙ୍କର ଅଗ୍ନି ନିର୍ବାପିତ ହେବ ନାହିଁ। ଆଉ ମଧ୍ୟ ସେମାନେ ସମସ୍ତେ ମର୍ତ୍ତ୍ୟର ଘୃଣାର ପାତ୍ର ହେବେ।” ଏହା ହେଉଛି ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ବାକ୍ୟ। ହି‌ଲ୍‌‌‌କିୟଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ୟରୁ ଜଣେ ଯିଏ କି ଅନାଥୋତ୍ ପ୍ରଦେଶର ବିନ୍ୟାମୀନଙ୍କର ଗୋଷ୍ଠୀର ଥିଲେ। ଆମୋନଙ୍କ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ୱର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ। ଯିରିମିୟଙ୍କୁ ପରମେଶ୍ୱରଙ୍କ ଡାକରା ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। “ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।” ତା’ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।” ମାତ୍ର ସଦାପ୍ରଭୁ ମୋତେ କହିଲେ, “ଆମ୍ଭେ ଜଣେ ବାଳକ ବୋଲି, ‘କୁହ ନାହିଁ।’ କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ। ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।” ଏହା ସଦାପ୍ରଭୁ କହନ୍ତି। ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ, “ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ। ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।” ଦୁଇ ଦର୍ଶନ ଏହା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ଯଥା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।” ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ୟ ସଫଳ କରାଯାଇଛି।” ପୁଣି ଦ୍ୱିତୀୟ ଥର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ତାହା ହେଲା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଲି, “ମୁଁ ଫୁଟନ୍ତା ପାଣି ପୂର୍ଣ୍ଣ ଏକ ରନ୍ଧା ହଣ୍ଡା ଦେଖୁଅଛି ଓ ତାହାର ମୁହଁ ଉତ୍ତର ଦିଗରୁ ଢଳିଅଛି।” ତା’ପରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।” ସଦାପ୍ରଭୁ ପୁଣି କହିଲେ, “ଏହା ହେବ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟ ସମୂହର ସମୁଦାୟ ଗୋଷ୍ଠୀକୁ ଡାକିବା।” “ତେଣୁ ସେମାନେ ଆସି ଯିରୁଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ନିଜ ନିଜ ସିଂହାସନ ସ୍ଥାପନ କରିବେ। ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧରେ ଆମ୍ଭର ବିଗ୍ଭର ପ୍ରକାଶ କରିବା କାରଣ ସେମାନେ ଦୁଷ୍ଟ ପ୍ରକୃତିର ଲୋକ। ସେମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି, ସେମାନେ ଅନ୍ୟ ଦେବତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି। “ଏଣୁ ତୁମ୍ଭ ବିଷୟରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ। ସେମାନଙ୍କ ପାଇଁ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ। ତୁମ୍ଭେ ସେମାନଙ୍କ ପାଇଁ ଭୟଭୀତ ହେଲେ ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ କରିବା। କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ। ଯଦିଓ ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ, ସେମାନେ ତୁମ୍ଭକୁ ଜୟ କରି ପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା।” ଏହା ସଦାପ୍ରଭୁ କହନ୍ତି। ଯିହୁଦା ବିଶ୍ୱସ୍ତ ନ ଥିଲା ଆଉ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା: “ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ: “‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ, ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ, ଯେଉଁ ଭୂମିରେ କିଛି ଜନ୍ମେ ନାହିଁ। ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲର ଲୋକମାନେ ପବିତ୍ର। ସେମାନେ ସଦାପ୍ରଭୁଙ୍କର ପ୍ରଥମ ସଂଗୃହୀତ ଫଳ। ଯେଉଁମାନେ ସେମାନଙ୍କୁ ଗ୍ରାସ କରନ୍ତି ସେମାନେ ଦୋଷୀ ଗଣାଯିବେ ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”’ ଏହା ସଦାପ୍ରଭୁ କହନ୍ତି ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି ଓ ଅସାର ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ଅସାର ହୋଇଅଛନ୍ତି? ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ, ‘ଯେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରରେ ମରୁଭୂମି ଓ ଗର୍ତ୍ତମୟ ଦେଶରୁ ଆଉ ନିର୍ଜନ ଓ ମୃତ୍ୟୁଛାୟାରୂପ ଦେଶରୁ, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶ ମଧ୍ୟରୁ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି?’ ପୁଣି ସଦାପ୍ରଭୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି, ଯେଉଁଠାରେ ତୁମ୍ଭେମାନେ ଅତି ଉତ୍ତମ ଖାଦ୍ୟ ଓ ଫଳ ଭୋଜନ କରିବ। ମାତ୍ର ତୁମ୍ଭେମାନେ ପ୍ରବେଶ କଲାପରେ ମୋ’ ଦେଶକୁ ‘ଅଶୁଚି’ ଓ ମୋର ବିରୁଦ୍ଧାଚରଣ କଲ। “ଯାଜକମାନେ କହିଲେ ନାହିଁ ଯେ, ‘ସଦାପ୍ରଭୁ କାହାନ୍ତି,’ ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବା‌‌ଲ୍‌‌ଦେବ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚା‌‌ଦ୍‌‌ଗମନ କଲେ।” ତେଣୁ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧରେ ଆମ୍ଭେ ଏକ ମକଦ୍ଦମା କରିବା। ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ। ଆଉ କେଦରକୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବେଚନା କରି ଦେଖ, ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି? କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି, ଯଦିଓ ସେମାନେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି? ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି, ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ। “ହେ ସ୍ୱର୍ଗ, ଚକିତ ଓ ଭୟରେ କମ୍ପିତ ହୁଅ।” ସଦାପ୍ରଭୁ ଏହା କହିଲେ। “କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ। “ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ? ସେମାନେ କ’ଣ ଆଜନ୍ମ କିଙ୍କର? ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି? ଯୁବା ସିଂହାସନ ତାହା ଉପରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସେମାନେ ତାହାର ଦେଶସବୁ ଧ୍ୱଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦ‌ଗ୍‌ଧ କରିଅଛନ୍ତି ଓ ତାହାକୁ ଜନଶୂନ୍ୟ କରିଅଛନ୍ତି। ଅଧିକନ୍ତୁ ନୋଫର ଓ ତଫ‌ନ୍‌ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି। ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ୱର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନେବା ବେଳେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିଅଛ। ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ? ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି। “ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ। ହେ ଯିହୁଦା, ମୁଁ ତୁମ୍ଭକୁ ସ୍ୱତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତେବେ ତୁମ୍ଭେ କାହିଁକି ବନ୍ୟ ଦ୍ରାକ୍ଷାଲତା ହେଲ? ଯଦିଓ ତୁମ୍ଭେ ସୋଢ଼ାରେ ନିଜକୁ ଧୌତ କରିଅଛ ଓ ବହୁତ ସାବୁନ ବ୍ୟବହାର କରିଅଛ, ତଥାପି ତୁମ୍ଭର ଦୋଷ ଆମ୍ଭ ଦୃଷ୍ଟିରେ କ୍ଷାରିତ ନ ହୋଇ ସେହିପରି ରହିଅଛି।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି। “ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, ‘ଆମ୍ଭେ ଅଶୁଚି ହୋଇ ନାହୁଁ ଓ ବା‌ଲ୍‌ଦେବଗଣର ପଶ୍ଚା‌‌ଦ୍‌‌ଗାମୀ ହୋଇ ନାହୁଁ?’ ଉପତ୍ୟକାରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ। ଆଉ ତୁମ୍ଭେ ପ୍ରାନ୍ତରରେ ବାସ କରୁଥିବା ବନ୍ୟ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାୟୁ ଆଘ୍ରାଣ କରେ। କିଏ ତା’ର କାମ ଲି‌ପ୍‌ସାରୁ ଅବରୋଧ କରି ପାରିବେ? ତାହାର ଅନ୍ୱେଷଣକାରୀମାନଙ୍କର ଆପଣାମାନଙ୍କ କ୍ଳାନ୍ତ କରିବାର ଦରକାର ନାହିଁ। ସେମାନେ ତାଙ୍କର ନିୟମିତ ମାସରେ ତାକୁ ସହଜରେ ପାଇପାରିବେ। ହେ ଯିହୁଦୀ, ତୁମ୍ଭେ ନିଶ୍ଚିତ ଯେ, ସେ ଦେବଗଣଙ୍କ ପଶ୍ଚା‌‌ଦ୍‌‌ଗମନରୁ ନିବୃତ୍ତ ହେବା ଉଚିତ୍ ଓ ସେ ଦେବଗଣଙ୍କ ନିମନ୍ତେ ନିଜର କଣ୍ଠ ଶୁଷ୍କ କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେ କହିଲ, ‘ଆଉ ଦରକାର ନାହିଁ, କାରଣ ଆମ୍ଭେ ସେହି ବିଦେଶୀୟ ଦେବଗଣଙ୍କୁ ପୂଜା କରିଅଛୁ ଓ ସେମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହେବୁ, ସେମାନଙ୍କୁ ଆମ୍ଭେ ଛାଡ଼ିବୁ ନାହିଁ।’ “ଗ୍ଭେର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେହିପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି। ସେମାନେ ଏକ କାଠ ମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ଖଣ୍ଡେ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।’ ସେମାନେ ସେଥିପାଇଁ ଲଜ୍ଜିତ ହେବେ। ପୁଣି ସେମାନେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।’ ମାତ୍ର ତୁମ୍ଭେମାନେ ନିଜ ପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଆସନ୍ତୁ ଓ ଯଦି ପାରନ୍ତି ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ୟାନୁସାରେ ତୁମ୍ଭର ଦେବତାମାନେ ଅଛନ୍ତି “ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଅଛ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ପାପ କରିଅଛ।” ଏହା ସଦାପ୍ରଭୁ କହନ୍ତି। “ଆମ୍ଭେ ବୃଥାରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦେଇଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭେମାନେ ଠିକ୍ ବାଟକୁ ଫେରିଲ ନାହିଁ। ତୁମ୍ଭେମାନେ ତୁମ୍ଭ ‌‌ଖ‌ଡ଼୍‌ଗରେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ହତ୍ୟା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ୟ ସେମାନଙ୍କୁ ଗ୍ରାସ କରିଅଛ।” ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟପ୍ରତି ଧ୍ୟାନ ଦିଅ। “ଆମ୍ଭେ କ’ଣ ଇସ୍ରାଏଲ ପ୍ରତି ପ୍ରାନ୍ତରସ୍ୱରୂପ କିଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, ‘ଆମ୍ଭେମାନେ ବନ୍ଧନମୁକ୍ତ ହୋଇଅଛୁ, ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’ ଜଣେ ଯୁବତୀ କ’ଣ ନିଜର ଅଳଙ୍କାରକୁ ଭୁଲିପାରେ? ଜଣେ କନ୍ୟା କ’ଣ ତା’ର ପୋଷାକକୁ ଭୁଲି ପାରିବ? କିନ୍ତୁ ମୋର ଲୋକମାନେ ମୋତେ ଅସଂଖ୍ୟ ଥର ପାଶୋରି ଅଛନ୍ତି। “ହେ ଯିହୁଦା, ତୁମ୍ଭେ ତୁମ୍ଭ ପ୍ରେମିକମାନଙ୍କୁ ଖୋଜିବାରେ ନିପୁଣା। ଏପରିକି ତୁମ୍ଭେ ଦୁଷ୍ଟା ସ୍ତ୍ରୀମାନଙ୍କୁ କିପରି ଏହା କରିବାକୁ ହୁଏ ଶିକ୍ଷା ଦେଲ। ତୁମ୍ଭ ହସ୍ତରେ ଦରିଦ୍ର ନିର୍ଦ୍ଦୋଷ ପ୍ରାଣର ରକ୍ତ ଦେଖାଯାଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣରେ ରକ୍ତପାତ କରିଅଛ। ତୁମ୍ଭେ କହିବାକୁ ଲାଗୁଛ, ‘ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ୱର ତାଙ୍କର କ୍ରୋଧକୁ ଆମଠାରୁ ଦୂରେଇ ନେବେ।’ ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଗ୍ଭର କରିବା କାରଣ ତୁମ୍ଭେ କହୁଛ, ‘ଆମ୍ଭେ ନିର୍ଦ୍ଦୋଷୀ।’ ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଗ୍ଭଲିଛ, ଏତେ ଅବହେଳିତ ଭାବରେ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେହିପରି ମିଶରର ବିଷୟରେ ଲଜ୍ଜିତା ହେବ। ଆଉ ତୁମ୍ଭେ ମିଶରରୁ ମଧ୍ୟ ବାହାରି ଯିବ ଓ ଲଜ୍ଜାରେ ତୁମ୍ଭେ ଆପଣା ମୁହଁ ଲୁଗ୍ଭଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ତୁମ୍ଭେମାନେ ସେମାନଙ୍କ ସାହାଯ୍ୟ ଦ୍ୱାରା ଉନ୍ନତି କରି ପାରିବ ନାହିଁ। “ଯଦି କୌଣସି ପୁରୁଷ ତା’ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତେବେ ତା’ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ। ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।” ଏହା ସଦାପ୍ରଭୁ କହନ୍ତି। “ନିଷ୍ଫଳ ପର୍ବତକୁ ଦେଖ। କେଉଁଠାରେ ତୁମ୍ଭେ ବ୍ୟଭିଗ୍ଭର କରି ନାହଁ? ଯେପରି ଜଣେ ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେହିପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ୱାସନୀୟତା ଓ ଦୁଷ୍କର୍ମ ଦ୍ୱାରା ଦେଶକୁ ‘ଅଶୁଚି’ କରିଅଛ। ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହୋଇଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ୟାର ଭଂଗୀ ଓ ଲଜ୍ଜାହୀନ ଗ୍ଭହାଣି ବଜାୟ ରଖିଛ ଓ ଲଜ୍ଜିତ ହେବାକୁ ଅସ୍ୱୀକାର କରୁଛ। କିନ୍ତୁ ତୁମ୍ଭେ ଆମ୍ଭକୁ ଏହି ସମୟଠାରୁ ପ୍ରାର୍ଥନା କରି କହିବ, ହେ ମୋର ‘ପିତା’, ‘ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ।’ ତୁମ୍ଭେ ପୁଣି କୁହ, ‘ପରମେଶ୍ୱର କ’ଣ ସଦାକାଳ କୃଦ୍ଧ ହୋଇଥିବେ? ତାଙ୍କର କ୍ରୋଧ ଚିରକାଳ ରହିବ ନାହିଁ।’ “ଆଉ ତୁମ୍ଭେ କଥା କହୁଅଛ ତଥାପି ଦୁଷ୍କର୍ମ କରିବାରେ ଲାଗିଛ ଏବଂ ନିଜ ପଥରେ ଗ୍ଭଲିଛ।” ଇସ୍ରାଏଲ ଓ ଯିହୁଦା ଦୁଇ ବିଶ୍ୱାସଘାତିନୀ ଭଉଣୀ ଯିହୁଦାରେ ଯୋଶିୟ ରାଜାଙ୍କ ଶାସନ କାଳରେ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ଯାହା କରିଅଛ, ତାହା କ’ଣ ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ଯାଇ ବ୍ୟଭିଗ୍ଭର କରିଅଛି। ସେ ଏହିସବୁ ଅପକର୍ମ କଲାପରେ ମୁଁ ଇସ୍ରାଏଲକୁ କହିଲି, ‘ତୁମ୍ଭେ ମୋ’ ନିକଟକୁ ଫେରି ଆସିବା ଉଚିତ୍? ମାତ୍ର ସେ ଫେରି ଆସିଲା ନାହିଁ ଆଉ ତାହାର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା। ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଗ୍ଭର କରିବା ହେତୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ୟ ଯାଇ ବ୍ୟଭିଗ୍ଭର କଲା। ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା। ଏସବୁ ସତ୍ତ୍ୱେ ଇସ୍ରାଏଲର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କେବଳ ଛଳନା କଲା।” ଏହା ସଦାପ୍ରଭୁ କହନ୍ତି। ଆଉ ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦେଖାଇଅଛି। ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ, “‘ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ, ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ। ଆମ୍ଭେ ଦୟାବାନ,’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’ ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ ଏବଂ ସେମାନଙ୍କ ସହିତ ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।” ତୁମ୍ଭେ ମୋର କଥା ମାନିଲ ନାହିଁ। ସଦାପ୍ରଭୁ କହନ୍ତି, “ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ୟରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା। ତା’ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଳାଇବେ। ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଯେତେବେଳେ ତୁମ୍ଭେମାନେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ।” “ସେତେବେଳେ ଲୋକମାନେ ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବିଷୟରେ ଆଉ କହିବେ ନାହିଁ। କିଅବା ତାହା ମନରେ ପଡ଼ିବ ନାହିଁ।’ ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ। କି ତାହା ନିକଟକୁ ଯିବେ ନାହିଁ ଅଥବା ତାହା ଆଉ ନିର୍ମିତ ହେବ ନାହିଁ। ଆଉ ସେ ସମୟରେ ଲୋକମାନେ ଯିରୁଶାଲମକୁ ‘ସଦାପ୍ରଭୁଙ୍କ ସିଂହାସନ’ ବୋଲି କହିବେ। ସମଗ୍ର ଦେଶୀୟମାନେ ସଦାପ୍ରଭୁଙ୍କ ନାମରେ ସମ୍ମାନ ଜଣାଇବାକୁ ଯିରୁଶାଲମରେ ଏକତ୍ରିତ ହେବେ। ପୁଣି ସେମାନେ ନିଜର ଅନ୍ତଃକରଣରେ ଦୁଷ୍ଟାଗ୍ଭର ଅବାଧ୍ୟତା ଆଉ ଅନୁସରଣ କରିବେ ନାହିଁ। ସେ ସମୟରେ ଯିହୁଦା ବଂଶ ଇସ୍ରାଏଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।” ଆମ୍ଭେ ସଦାପ୍ରଭୁ କହୁଅଛୁ, “ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା, ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା। ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ। ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ, ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ। ବୃକ୍ଷଶୂନ୍ୟ ପାହାଡ଼ ଉପରେ ଇସ୍ରାଏଲ ଲୋକମାନଙ୍କର ରୋଦନ ତୁମ୍ଭେମାନେ ଶୁଣିବ। ସେମାନେ ଜୋ‌ର୍‌ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି। କାରଣ ସେମାନେ କୁଟିଳ ପଥଗାମୀ ହୋଇଛନ୍ତି ଓ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପାଶୋରି ଦେଇଛନ୍ତି। ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ। ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।” “ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ, କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।” ଉପପର୍ବତସମୂହରେ ପ୍ରତିମା ପୂଜା ନିର୍ବୋଧତା ଥିଲା। ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ୟର୍ଥ ଥିଲେ। ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି। ମାତ୍ର ସେ ଲଜ୍ଜାସ୍ପଦ ବା‌ଲ୍‌ଦେବତା ଆମ୍ଭମାନଙ୍କର ବାଲ୍ୟକାଳରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ, ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଭକ୍ଷ୍ୟଣ କରିଅଛି। ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’” ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ, ତେବେ ମୋ’ ନିକଟକୁ ଫେରି ଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ ଓ ବିପଥଗାମୀ ହୁଅ ନାହିଁ। ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ ‘ସଦାପ୍ରଭୁ ଜୀବିତ।’ ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ। ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ। ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।” କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି, “ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ। ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦୟରୁ ଆବିଳତାକୁ ଦୂର କର। ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ। ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ। କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।” ଉତ୍ତରରୁ ମହା ବିନାଶ ଆସିବ “ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ଯିରୁଶାଲମରେ ଏହିକଥା ପ୍ରଗ୍ଭର କର। ‘ସମଗ୍ର ଦେଶରେ ତୂରୀ ବଜାଅ’ ଓ ଉଚ୍ଚସ୍ୱରରେ ଚିତ୍କାର କର, ‘ତୁମ୍ଭେମାନେ ଏକତ୍ରିତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।’ ସିୟୋନଆଡ଼େ ଧ୍ୱଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାୟନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।” ଏକ ସିଂହ ନିଜ ଗହ୍ୱରରୁ ବାହାରିଅଛି। ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ୱଂସ ହେବ, ଆଉ ସେଗୁଡ଼ିକ ଜନଶୂନ୍ୟ ହେବ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି। ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।” ସେହି ଦିନ ସଦାପ୍ରଭୁ କହିଲେ, “ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ। ଯାଜକଗଣ ଭୟଭୀତ ହେବେ ଓ ଭବିଷ୍ୟ‌ଦ୍‌ବକ୍ତାମାନେ କ’ଣ କହିବାକୁ ହେବ ଜାଣି ପାରିବେ ନାହିଁ।” ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ‌‌ଖ‌ଡ଼୍‌ଗ ଅଛି।” ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, “ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାୟୁ ଆସୁଅଛି। ତାହା ଶସ୍ୟରୁ ତୁଷ ଝାଡ଼ିବା ପାଇଁ ଧୀର ବାୟୁ ନୁହେଁ। ଏହାଠାରୁ ଏକ ଶକ୍ତିଶାଳୀ ବାୟୁ ଆମ୍ଭ ପାଖକୁ ଆସୁଛି। ବର୍ତ୍ତମାନ ଯିହୁଦାର ଲୋକମାନଙ୍କ ବିରୁଦ୍ଧରେ ଆମ୍ଭେ ଆପଣା ଦଣ୍ଡ ଘୋଷଣା କରୁଅଛୁ।” ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ ଓ ଆମ୍ଭେମାନେ ବିନଷ୍ଟ ହେବା। ହେ ଯିରୁଶାଲମ ନିବାସୀଗଣ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦୟକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ। ହଁ ତୁମ୍ଭେ ଯତ୍ନ ସହକାରେ ଶୁଣିବା ଉଚିତ୍, କାରଣ ଦାନରୁ ଏକ ସ୍ୱର ଶୁଣାଯିବ ଏବଂ ଇଫ୍ରୟିମ ପର୍ବତରୁ ଏକ ଦୁଃସମ୍ବାଦ ଆସୁଅଛି। “ତୁମ୍ଭେମାନେ ନାନାଦେଶୀୟମାନଙ୍କୁ ଜଣାଅ, ଯିରୁଶାଲମ ବିରୁଦ୍ଧରେ ଘୋଷଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସେମାନେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧରେ ରଣହୁଙ୍କାର ଛାଡ଼ୁଛନ୍ତି। ସେମାନେ ଶସ୍ୟକ୍ଷେତ୍ର ଜଗୁଆଳି ସଦୃଶ ଯିରୁଶାଲମକୁ ଗ୍ଭରିଆଡ଼େ ଘେରି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସେମାନେ ଆମ୍ଭର ବିଦ୍ରୋହାଗ୍ଭରିଣୀ ହୋଇଅଛନ୍ତି।” “ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟାସବୁ ତୁମ୍ଭ ପ୍ରତି ଦୁଃଖ ଘଟାଇଅଛି। ସେହି ମନ୍ଦ କ୍ରିୟା ତୁମ୍ଭର ଜୀବନକୁ ଦୁଃସହ କରିଛି। ଏହା ଅତ୍ୟନ୍ତ ତିକ୍ତ ଓ ମର୍ମଭେଦକ।” ଯିରିମିୟଙ୍କ ବିଳାପ ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି। ବିନାଶ ପରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧ୍ୟରେ ମୋର ତମ୍ବୁ ଓ ନିମିଷକ ମଧ୍ୟରେ ମୋହର ଯବନିକା ସବୁ ଧ୍ୱଂସ ପାଇବ। ହେ ପ୍ରଭୁ, ମୁଁ କେତେକାଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି? ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ ଏବଂ ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ, ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ। ସେମାନେ କୁକର୍ମ କରିବାରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।” ବିନାଶ ଆସୁଛି ମୁଁ ପୃଥିବୀ ଉପରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ୟ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷେପ କରି ଦେଖିଲି ସେଠାରେ ଆଲୋକ ନ ଥିଲା। ମୁଁ ପର୍ବତମାଳାକୁ ଅନାଇ ଦେଖିଲି ସେଗୁଡ଼ିକ କମ୍ପିତ ହେଉଥିଲେ ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ। ମୁଁ ଗ୍ଭହିଁ ଦେଖିଲି କୌଣସି ମନୁଷ୍ୟ ନ ଥିଲେ ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ। ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ୱଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଏହି ସମସ୍ତ ଧ୍ୱଂସର କାରଣ ଥିଲା। ସଦାପ୍ରଭୁ ଏହି କଥା କହନ୍ତି, “ସମଗ୍ର ଦେଶ ବନ୍ଧ୍ୟା ହେବ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶେଷ କରିବି ନାହିଁ। ତେଣୁ ପୃଥିବୀବାସୀ ଶୋକ କରିବେ ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହେବ। କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନରେ ସ୍ଥିର କରିଅଛୁ। ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହେବୁ ନାହିଁ।” ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦରେ ସମଗ୍ର ନଗରବାସୀ ଭୟରେ ପଳାୟନ କରିବେ। କେତେକ ଗୁମ୍ଫା ମଧ୍ୟରେ ଲୁଚିବେ, କେତେକ ନିବିଡ଼ ଅରଣ୍ୟର ବୁଦା ମଧ୍ୟରେ ଲୁଚିବେ ଓ ଅନ୍ୟ କେତେକ ଶୈଳ ଉପରେ ଚଢ଼ିବେ। ଯିହୁଦାର ସମସ୍ତ ନଗର ପରିତ୍ୟକ୍ତ ହୋଇ ଜନଶୂନ୍ୟ ହେବ। ଆଉ ତୁମ୍ଭେ ଯେତେବେଳେ ବିନଷ୍ଟ ହେବ ସେତେବେଳେ ତୁମ୍ଭେ କ’ଣ କରିବ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାରରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥାରେ ନିଜର ଚକ୍ଷୁରେ ଅଞ୍ଜନ ଦେଇ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ୟ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।” ଯିହୁଦାବାସୀଙ୍କ ଦୁରାବସ୍ଥା ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। ସେମାନେ, ‘ଜୀବତ୍ ସଦାପ୍ରଭୁ’ କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।” ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି। ତେଣୁ ମୁଁ ନିଜକୁ କହିଲି, “ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ, କାରଣ ସେମାନେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ। ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ ଏବଂ କଥାବାର୍ତ୍ତା ହେବାକୁ ଦିଅ। କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।” କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି। ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ। ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ। ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସେମାନେ ବହୁ ଅପରାଧ କରିଛନ୍ତି ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି। ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି। ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ। ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ। ସେମାନେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରତ୍ୟେକ ତା’ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।” ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶୋଧ ନେବା ନାହିଁ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ। “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।” ସଦାପ୍ରଭୁ କହନ୍ତି, “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।” “ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ, ‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭେମାନେ ‌‌ଖ‌ଡ଼୍‌ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’ ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବାୟୁତୁଲ୍ୟ ହେବେ। ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ। ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।” ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି: “ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ୟ ହେବ। ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।” ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ। ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ। ସେମାନଙ୍କର ତୂଣୀର ଖୋଲା କବର ସଦୃଶ, ସେମାନେ ସମସ୍ତେ ବୀର ସୈନିକ। ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ ଓ ରୋଟୀ ଭକ୍ଷ୍ୟଣ କରିବେ। ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ। ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ, ସେମାନେ ସେହିସବୁକୁ ‌‌ଖ‌ଡ଼୍‌ଗରେ ଧ୍ୱଂସ କରିବେ।” ମାତ୍ର ସଦାପ୍ରଭୁ କହନ୍ତି, “ହେ ଯିହୁଦା ଏପରିକି ଯେତେବେଳେ ସେହି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନାହିଁ। ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ। ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ, କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭେମାନେ ଶୁଣ। ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା’ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ। ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ। ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି। ସେମାନେ କେବେ କହିବେ ନାହିଁ ଯେ, ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’ ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି। ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି। କାରଣ ଆମ୍ଭେ ଲୋକମାନଙ୍କ ମଧ୍ୟରେ କେତେକ ଦୁଷ୍ଟ ଲୋକ ଅଛନ୍ତି। ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି। ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ। ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି। ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି। ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରି ପାରନ୍ତି। ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ? ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ ପରିଶୋଧ ନେବ ନାହିଁ?” ପୁଣି ସଦାପ୍ରଭୁ କହନ୍ତି, “ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି। ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ? ଶତ୍ରୁଗଣ ଯିରୁଶାଲମକୁ ଅବରୋଧ କରନ୍ତି ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୁଶାଲମରୁ ପଳାୟନ କର। ତିକୋୟ ନଗରରେ ତୂରୀ ବଜାଅ ଓ ବୈ‌ଥ୍‌ହକେରମରେ ଧ୍ୱଜା ଟେକ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି। ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟା, ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗରେ ନେଇ ତାହା ପାଖକୁ ଆସିବେ, ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ। ପ୍ରତ୍ୟେକ ନିଜ ନିଜ ସ୍ଥାନରେ ପଲ ଚରାଇବେ। “ତୁମ୍ଭେମାନେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭେମାନେ ମଧ୍ୟାହ୍ନରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି। ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।” କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର। ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ। ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ। ଯେପରି କୂପ ତା’ର ଜଳକୁ ସତେଜ ରଖେ, ସେହିପରି ଯିରୁଶାଲମ ତା’ର ଦୁଷ୍ଟତା ସତେଜ ରଖେ। ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ। ହେ ଯିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତେବେ ଆମ୍ଭେ ବିରକ୍ତିରେ ତୁମ୍ଭ ପାଖରୁ ଦୂରେଇ ଯିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ୟରେ ପରିଣତ କରିବା।” ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ଦ୍ରାକ୍ଷା ସଂଗ୍ରହ କଲାପରି ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର: ଏହାର ଶାଖାରେ ହାତ ବୁଲାଅ।” ମୁଁ କାହାକୁ କହିବି? କାହାକୁ ମୁଁ ସତର୍କ କରିବି? କିଏ ବା ମୋ’ କଥା ଶୁଣିବ? ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ। ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ। ଏଣୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି ଓ ମୁଁ ତାହା ଧରି ରଖିବାରେ କ୍ଳାନ୍ତ ହୋଇଅଛି! “ସଦାପ୍ରଭୁଙ୍କ କ୍ରୋଧକୁ ରାସ୍ତାରେ କ୍ରୀଡ଼ାରତ ପିଲାମାନଙ୍କ ଉପରେ ଢାଳି ପକାଅ ଓ ସଭାରେ ଏକତ୍ରିତ ହୋଇଥିବା ଯୁବକମାନଙ୍କ ଉପରେ ଢାଳିଦିଅ, କାରଣ ସ୍ୱାମୀ, ସ୍ତ୍ରୀ, ବୃଦ୍ଧ ଓ ବୟସ୍କ ସମସ୍ତେ ଧରାଯିବେ। ଆଉ ସେମାନଙ୍କ ଗୃହ, ସେମାନଙ୍କର କ୍ଷେତ୍ର ଓ ସେମାନଙ୍କର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆଯିବ।” କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ଆମ୍ଭର ହସ୍ତ ସେମାନଙ୍କ ଉପରେ ବିସ୍ତାର କରିବା।” “ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକ ମିଥ୍ୟାଗ୍ଭରୀ। ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି, ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠାରେ ‘ଶାନ୍ତି’ ଅଛି, ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ। ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି। ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।” ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଛକସ୍ଥାନରେ ଛିଡ଼ା ହୋଇ ଦେଖ, ଆଉ ପୁରାତନ ପଥ ବିଷୟରେ ପ୍ରଗ୍ଭର କରି କୁହ, ଉତ୍ତମ ପଥ କାହିଁ? ଆଉ ସେହି ପଥରେ ଗମନ କର, ତାହାହେଲେ ତୁମ୍ଭେମାନେ ନିଜ ନିଜ ପ୍ରାଣରେ ବିଶ୍ରାମ ପାଇବ। ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ସେ ପଥରେ ଗମନ କରିବୁ ନାହିଁ।’ ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ।’ ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’ ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର। ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା। କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।” ପୁଣି ସଦାପ୍ରଭୁ କହନ୍ତି, “ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବେତ ଆଣିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳି ସବୁ ଗ୍ରହଣୀୟ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।” ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ରଖିବା। ଯାହା ଫଳରେ ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗରେ ଝୁଣ୍ଟି ପଡ଼ିବେ ଓ ପ୍ରତିବାସୀ ଓ ତାଙ୍କର ମିତ୍ର ବିନଷ୍ଟ ହେବେ।” ଆଉ ମଧ୍ୟ ସଦାପ୍ରଭୁ ଏହିକଥା କହନ୍ତି, “ଦେଖ ଉତ୍ତର ଦିଗରୁ ଏକ ସୈନ୍ୟବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତେଜିତ ହେବେ। ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସେମାନେ ଅଶ୍ୱାରୋହଣ କରନ୍ତି। ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।” ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ। ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ କିଅବା ରାସ୍ତାରେ ଗମନ କର ନାହିଁ। କାରଣ ଗ୍ଭରିଆଡ଼େ ଶତ୍ରୁର ‌‌ଖ‌ଡ଼୍‌ଗ ଓ ଆଶଙ୍କା ରହିଛି। ହେ ମୋର ଲୋକମାନେ, ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କର, ଭସ୍ମରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ୟୁରେ ଶୋକ କଲାପରି ଶୋକ କର। ଅତିଶୟ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ୍ ଆକ୍ରମଣ କରିବ। “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ ଓ ନିର୍ମଳ ରୂପେ ନିଯୁକ୍ତ କରିଅଛୁ, ତୁମ୍ଭେ ଯେପରି ମୋ’ ଲୋକମାନଙ୍କୁ ପରୀକ୍ଷା କରି ସେମାନଙ୍କର ପଥ ଜ୍ଞାତ ହୋଇ ପାରିବ। ସେମାନେ ଅତ୍ୟନ୍ତ ଅବାଧ୍ୟ, ଗ୍ଭରିଆଡ଼େ ସେମାନେ ନିନ୍ଦାଗାନ କରନ୍ତି। ସେମାନେ ପିତ୍ତଳ ଓ ଲୁହାପରି, ସେମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି। ସେମାନେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସେମାନେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି। ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।” Jeremiah’s Temple Sermon ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରଦେଶରେ ଠିଆ ହୋଇ ସେଠାରେ ଏହିକଥା ପ୍ରଗ୍ଭର କରି କୁହ। “‘ହେ ଯିହୁଦାର ଲୋକମାନେ, ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଆସୁଛ। ତୁମ୍ଭେମାନେ ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ଶୁଣ। ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେମାନେ ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ଯ୍ୟ କର। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ ବାସ କରାଇବା। ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, “ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଥିବା ଲୋକମାନଙ୍କୁ ବିଶ୍ୱାସ କର ନାହିଁ।” ତୁମ୍ଭେମାନେ ଯଦି ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ଯ୍ୟ କର ତାହାହେଲେ ମୁଁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ବାସ କରାଇବି। ଯଦି ତୁମ୍ଭେମାନେ ଆପଣା ପଡ଼ୋଶୀମାନଙ୍କ ପ୍ରତି ଉତ୍ତମ ହୋଇ ପାରିବ। ତୁମ୍ଭେମାନେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ୟବହାର କରିବ, ଯଦି ତୁମ୍ଭେମାନେ ଏ ସ୍ଥାନରେ ନିର୍ଦ୍ଦୋଷମାନଙ୍କୁ ହତ୍ୟା ନ କରିବ, ଯଦି ତୁମ୍ଭେମାନେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବତାମାନଙ୍କୁ ଅନୁସରଣ ନ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭ ଦତ୍ତ ଦେଶ ଅନନ୍ତକାଳ ପର୍ଯ୍ୟନ୍ତ ଉପଭୋଗ କରିବାକୁ ଦେବା। “‘ମାତ୍ର ତୁମ୍ଭେମାନେ ମିଥ୍ୟା କଥାରେ ବିଶ୍ୱାସ କରୁଅଛ ଯାହାକି ମୂଲ୍ୟହୀନ। ତୁମ୍ଭେମାନେ କ’ଣ ଗ୍ଭେରି, ନରହତ୍ୟା, ବ୍ୟଭିଗ୍ଭର, ମିଥ୍ୟାଶପଥ, ‌ବା‌ଲ୍‌ଦେବ ଉଦ୍ଦେଶ୍ୟରେ ଧୂପଦାନ ଓ ତୁମ୍ଭେମାନେ ଜାଣି ନ ଥିବା ଅନ୍ୟ ଦେବଗଣର ପଶ୍ଚା‌‌ଦ୍‌‌ଗମନ କରିବ? ତୁମ୍ଭେମାନେ ଯଦି ଏହିସବୁ ଦୁଷ୍କର୍ମ କର, ତେବେ ତୁମ୍ଭେମାନେ କ’ଣ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ କହିପାରିବ, “ଆମ୍ଭେମାନେ ଉଦ୍ଧାର ପାଇଲୁଁ?” ଏତେସବୁ ଘୃଣ୍ୟ କର୍ମ କଲାପରେ ମଧ୍ୟ ଏହା କହିପାରିବ? ଆମ୍ଭ ନାମରେ ପ୍ରସିଦ୍ଧିଲାଭ କରିଥିବା ଏହି ମନ୍ଦିର ତୁମ୍ଭମାନଙ୍କ ଦୃଷ୍ଟିରେ କ’ଣ ଗ୍ଭେରମାନଙ୍କର ଗହ୍ୱର ହୋଇଅଛି?”’ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ଜାଣିବ ଯେ ଯାହାସବୁ ହେଉଛି ଆମ୍ଭେ ମଧ୍ୟ ଦେଖୁଅଛୁ। “‘ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମରେ ଖ୍ୟାତ ଶୀଲୋସ୍ଥିତ ଗୃହକୁ ଯାଅ। ସେଠାରେ ଦେଖ ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ଯୋଗୁଁ ଆମ୍ଭେ ସେମାନଙ୍କ ପ୍ରତି କ’ଣ କରୁଅଛୁ।” ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡାକିଲି, କିନ୍ତୁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ। ତେଣୁ ଆମ୍ଭ ନାମରେ ଖ୍ୟାତ ଯିରୁଶାଲମର ମନ୍ଦିରକୁ ଧ୍ୱଂସ କରିବା, ଯେପରି ଶୀଲୋପ୍ରତି ଆମ୍ଭେ କରିଥିଲୁ। ଆଉ ତୁମ୍ଭେମାନେ ଯେଉଁ ଗୃହପ୍ରତି ବିଶ୍ୱାସ ରଖିଛ, ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ସେହି ଗୃହକୁ ଆମ୍ଭେ ଉଚ୍ଛିନ୍ନ କରିବା। ଯେପରି ଇଫ୍ରୟିମରୁ ତୁମ୍ଭମାନଙ୍କର ଭାଇମାନଙ୍କୁ ତଡ଼ି ନେଇଥିଲୁ, ସେହିପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂରେଇ ଦେବା।’ “ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। ସେମାନଙ୍କ ପାଇଁ କାତର ପ୍ରାର୍ଥନା ଉତ୍ସର୍ଗ କର ନାହିଁ। ସେମାନଙ୍କ ସାହାଯ୍ୟ ପାଇଁ ଆମ୍ଭକୁ ନିବେଦନ କର ନାହିଁ, କାରଣ ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ଯିହୁଦାର ନଗର ଓ ଯିରୁଶାଲମର ସଡ଼କ ସବୁରେ ଯାହା କରୁଛନ୍ତି ତାହା କ’ଣ ତୁମ୍ଭେ ଦେଖୁ ନାହଁ? ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସେମାନଙ୍କର ପିତାମାନେ ଅଗ୍ନି ସଂଯୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦେବତା ଉଦ୍ଦେଶ୍ୟରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।” ସଦାପ୍ରଭୁ କହନ୍ତି, “ଏହିସବୁ କରିବା ଦ୍ୱାରା ସେମାନେ କ’ଣ ମୋତେ ବିରକ୍ତ କରନ୍ତି? ସେମାନେ ନିଜେ ଲଜ୍ଜିତ ହୋଇ ନାହାନ୍ତି କି?” ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏକ ସ୍ଥାନ ଉପରେ, ମନୁଷ୍ୟ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପରେ ଆମ୍ଭର କୋପ ଓ କ୍ରୋଧ ଢଳାଯିବ। ତାହା ଅଗ୍ନି ସଦୃଶ ସବୁ ଦ‌ଗ୍‌ଧ କରିବ, ତାକୁ କେହି ଲିଭାଇ ପାରିବେ ନାହିଁ।” ସଦାପ୍ରଭୁ ଉତ୍ସର୍ଗ ଅପେକ୍ଷା ମାନ୍ୟତାକୁ ଅଧିକ ଇଚ୍ଛା କରନ୍ତି ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ତୁମ୍ଭେମାନେ ଯାଅ, ତୁମ୍ଭ ଉତ୍ସର୍ଗୀକୃତ ନୈବେଦ୍ୟରେ ହୋମବଳି ଯୋଗ କର ଏବଂ ମାଂସ ଭକ୍ଷ୍ୟଣ କର। ଯେଉଁ ଦିନ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭେ ମିଶରରୁ ବାହାର କରି ଆଣିଲୁ, ସେଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ ସେମାନଙ୍କୁ କିଛି କହି ନ ଥିଲୁ କିଅବା ଆଜ୍ଞା ଦେଇ ନ ଥିଲୁ। କେବଳ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭେମାନେ ସେହି ପଥରେ ଗ୍ଭଲିଲେ ତୁମ୍ଭମାନଙ୍କର ମଙ୍ଗଳ ହେବ।’ “ମାତ୍ର ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଆମ୍ଭ କଥା ଶୁଣିଲେ ନାହିଁ। ସେମାନେ ସେଥିପ୍ରତି ଧ୍ୟାନ ଦେଲେ ନାହିଁ। ସେମାନେ ଅବାଧ୍ୟ ହୋଇ ନିଜ ନିଜ ମନ୍ତ୍ରଣାରେ ଗ୍ଭଳିତ ହେଲେ। ସେମାନେ ନିଜର ଦୁଷ୍ଟ ଅନ୍ତଃକରଣ ଯୋଗୁଁ ପଶ୍ଚା‌ତ୍‌ବର୍ତ୍ତୀ ହେଲେ, ଅଗ୍ରଗାମୀ ହେଲେ ନାହିଁ। ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସେମାନଙ୍କୁ ପାଇଅଛୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସେମାନେ ଅବାଧ୍ୟ ହୋଇ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଗ୍ଭରୀ ହେଲେ। “ହେ ଯିରିମିୟ, ତୁମ୍ଭେ ଏହିକଥା ସେମାନଙ୍କୁ କହିବ। ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭେ ସେମାନଙ୍କୁ ଆହ୍ୱାନ କରିବ, ମାତ୍ର ସେମାନେ ତୁମ୍ଭକୁ ଉତ୍ତର କରିବେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କୁ କହିବ, ‘ସେମାନେ ହେଉଛନ୍ତି ଏକ ଗୋଷ୍ଠୀ ଯେଉଁମାନେ କି ସଦାପ୍ରଭୁ, ଆପଣା ପରମେଶ୍ୱରଙ୍କ କଥାପ୍ରତି ଅବଧାନ କରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଶିକ୍ଷା ଗ୍ରହଣ କରନ୍ତି ନାହିଁ। ବିଶ୍ୱସନୀୟତା ଉଭେଇ ଯାଇଛି। ଏହା ସେମାନଙ୍କ ମୁଖରୁ ଅଦୃଶ୍ୟ ହୋଇ ଯାଇଛି।’ ହତ୍ୟା ଉପତ୍ୟକା “ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କ୍ରୋଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଛନ୍ତି। ଏହା କର କାରଣ ଯିହୁଦାର ସନ୍ତାନଗଣ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା କଲେ। ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ‘ଅଶୁଚି’ କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତ୍ର ତହିଁ ମଧ୍ୟରେ ରଖିଛନ୍ତି। ସେମାନେ ନିଜ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ଦ‌ଗ୍‌ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କେବେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନରେ ସେ ଭାବ କେବେ ଉଦୟ ହୋଇ ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏପରି ଏକ ସମୟ ଆସୁଛି ଯେତେବେଳେ ତାହା ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ। କାରଣ ଲୋକମାନେ ଆଉ ସ୍ଥାନ ନ ପାଇ ତୋଫ‌‌‌ତ୍‌‌‌ରେ କବର ଦେବେ। ସେତେବେଳେ ମୃତବ୍ୟକ୍ତିଙ୍କ ଶବଗୁଡ଼ିକ ଆକାଶର ପକ୍ଷୀମାନଙ୍କର ଓ ଭୂଚର ପଶୁମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ତଡ଼ିବାକୁ କେହି ଜୀବିତ ରହିବେ ନାହିଁ। ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ଯିରୁଶାଲମର ସଡ଼କମାନଙ୍କରେ ସୁଖ ଓ ଆନନ୍ଦଧ୍ୱନି ଦୂର କରିବା। ବର କନ୍ୟାମାନଙ୍କର ଆମୋଦ ଧ୍ୱନି ଆଉ ଯିରୁଶାଲମରେ ଶୁଣାଯିବ ନାହିଁ। କାରଣ ସମଗ୍ର ଦେଶ ଧ୍ୱଂସ ସ୍ତୁପରେ ପରିଣତ ହେବ।” ସଦାପ୍ରଭୁ କହନ୍ତି, “ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା’ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଓ ଯିରୁଶାଲମ ନିବାସୀଗଣର ଅସ୍ଥିସବୁ ସେମାନଙ୍କ କବରରୁ ବାହାର କରିବେ। ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ। ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।” ପାପ ଓ ଶାସ୍ତି “ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ୟ କୁହ, “‘ମନୁଷ୍ୟ ପଡ଼ିଲେ କ’ଣ ଆଉ ଉଠେ ନାହିଁ? ବିପଥରେ ଗଲେ କ’ଣ ଆଉ ଫେରେ ନାହିଁ? ଯିହୁଦା ଓ ଯିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି? ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି ଓ ସେମାନେ ଫେରିବାକୁ ଅସମ୍ମତ। ଆମ୍ଭେ ସେମାନଙ୍କ କଥା ମନୋଯୋଗ ସହକାରେ ଶୁଣିଲେ ମଧ୍ୟ ସେମାନେ ନ୍ୟାୟକଥା କହିଲେ ନାହିଁ। ସେମାନେ ସେମାନଙ୍କର ପାପଲାଗି ଅନୁତପ୍ତ ନୁହନ୍ତି। ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ପୃଷ୍ଠରେ ଧାବମାନ ହୁଏ ସେମାନେ ସେହିପରି ଆପଣା ଆପଣା ପଥରେ ଦୌଡ଼ନ୍ତି। ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ। “‘ତୁମ୍ଭେମାନେ କହୁଛ ଯେ, “ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି।” ମାତ୍ର ଏହା ସତ୍ୟ ନୁହେଁ। କାରଣ ଅଧ୍ୟାପକଗଣଙ୍କ ମିଥ୍ୟା ଲେଖନୀ ମିଥ୍ୟା ଲେଖିଅଛି। ସେହି “ଜ୍ଞାନୀ ଲୋକମାନେ” ଲଜ୍ଜିତ ହେବେ, ସେମାନେ ଦ୍ୱନ୍ଦରେ ପଡ଼ିବେ ଓ ଫାନ୍ଦରେ ପଡ଼ିବା ପରି ଅନୁଭବ କରିବେ। ଦେଖ, ସେମାନେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ୟାଖାନ କଲେ। ସେମାନଙ୍କୁ କିପରି “ଜ୍ଞାନୀ” ବୋଲି ବିବେଚନା କରାଯିବ? ତେଣୁ ଆମ୍ଭେ ସେମାନଙ୍କର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦେବା ଓ ସେମାନଙ୍କର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦେବା। କାରଣ ଇସ୍ରାଏଲ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ଯ୍ୟନ୍ତ ସମସ୍ତେ ମିଥ୍ୟାଚରଣ କରନ୍ତି। ଯଦିଓ ମୋର ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ “ଶାନ୍ତି” ଅଛି, ବୋଲି କହି ସେମାନେ ସହଜରେ ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ସେତେବେଳେ ସେଠାରେ କୌଣସି ‘ଶାନ୍ତି’ ନ ଥାଏ। ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ। ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’” ସଦାପ୍ରଭୁ ଏହିସବୁ କହନ୍ତି। “‘ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସମସ୍ତ ଶସ୍ୟ ଓ ଫଳ ନେଇଯିବା ଓ ସେମାନଙ୍କୁ ନିରିହ ରୂପେ ସଂହାର କରିବା। ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ ଓ ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଳାନ ହୋଇଯିବେ। ଆମ୍ଭେ ସେମାନଙ୍କୁ ଯାହାସବୁ ଦେଇଅଛୁ, ସେସବୁ ସେମାନଙ୍କଠାରୁ ନେଇଯିବୁ।’” “ଆମ୍ଭେମାନେ କାହିଁକି ଶାନ୍ତଭାବେ ବସିଅଛୁ? ଆସ, ଏକତ୍ରିତ ହୋଇ ଆମ୍ଭେମାନେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଗ୍ଭଲିଯିବା। ଆସ ସେହି ସ୍ଥାନରେ ଆମ୍ଭେ ମୃତ୍ୟୁବରଣ କରିବା। ଯେହେତୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେହେତୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ। ଆମ୍ଭେମାନେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦେବେ ବୋଲି ଇଚ୍ଛା କଲୁ, ମାତ୍ର କେବଳ ବିପଦ ମାଡ଼ି ଆସିଲା। ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପିତ ହେଉଅଛି। କାରଣ ସେମାନେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।” “ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ। ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି। ହେ ପରମେଶ୍ୱର ମୋର ହୃଦୟ ଦୁଃଖରେ ଅଭିଭୂତ, ମୁଁ ଅତ୍ୟନ୍ତ ଭୟଭୀତ ଓ ମୂର୍ଚ୍ଛିତ। ମୋର ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସେମାନେ କହନ୍ତି, “ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି? ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି?” ମାତ୍ର ପରମେଶ୍ୱର କହନ୍ତି, “ସେମାନେ ନିଜର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତ୍ର ସମୂହଦ୍ୱାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।” “ଶସ୍ୟ ସଂଗ୍ରହର ସମୟ ଶେଷ ହେଲା। ଗ୍ରୀଷ୍ମକାଳ ଅତିବାହିତ ହେଲା। ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।” ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି। ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି। ଗିଲିୟଦରେ ଔଷଧ ଅଛି ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି। ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି? ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି। ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ଦୂରେଇ ଯାଇ ପାରନ୍ତି। କାରଣ ସେମାନେ ସମସ୍ତେ ବ୍ୟଭିଗ୍ଭରୀ ଓ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। “ପୁଣି ସେମାନେ ଅସତ୍ୟତା ନିମନ୍ତେ ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି। ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପାଇଁ ନୁହେଁ। କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।” ଏହା ସଦାପ୍ରଭୁ କହନ୍ତି। “ତୁମ୍ଭେମାନେ ପ୍ରତ୍ୟେକ ପ୍ରତିବାସୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ୱାସ କର ନାହିଁ। କାରଣ ପ୍ରତ୍ୟେକ ଭ୍ରାତା ପ୍ରତାରକ ଓ ପ୍ରତ୍ୟେକ ପ୍ରତିବାସୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ। ସେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ ଓ କେବେ ସତ୍ୟକଥା କହିବେ ନାହିଁ। ସେମାନେ ମିଥ୍ୟା କହିବାକୁ ନିଜ ନିଜ ଜିହ୍ୱାକୁ ଶିଖାଇଅଛନ୍ତି। ଥକିବା ପର୍ଯ୍ୟନ୍ତ ସେମାନେ ମନ୍ଦକର୍ମ କରନ୍ତି। ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ ଓ ପ୍ରବଞ୍ଚନା ଲାଗି ରହେ।” ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।” ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ, ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା। ଆମ୍ଭ ଲୋକମାନେ ପାପ କରିଥିବା ହେତୁ ଆଉ ଆମ୍ଭେ କ’ଣ କରି ପାରିବା? ସେମାନଙ୍କର ଜିହ୍ୱା ପ୍ରାଣନାଶକ ବାଣସ୍ୱରୂପ। ତାହା କେବଳ ମିଥ୍ୟା ଓ ପ୍ରବଞ୍ଚନାର କଥା କହେ। ସେମାନେ ମୁହଁରେ ପ୍ରତିବାସୀ ସହିତ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରରେ ସେମାନଙ୍କୁ ବିନାଶ କରିବାକୁ ଯୋଜନା କରନ୍ତି।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ’ଣ ରହିପାରିବା?” ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି। ସେମାନଙ୍କ ନିମନ୍ତେ ଶୋକ କରିବି। କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ। କୌଣସି ଲୋକ ଯାତାୟାତ କରିବେ ନାହିଁ। ପଶୁପଲର ରବ ଶୁଣାଯିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ। “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ୱଂସସ୍ଥାନ କରିବା।” ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ? ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।” ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ। ସେମାନେ କହନ୍ତି, ‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ। ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’ “କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି। ‘ଆମ୍ଭେମାନେ ପ୍ରକୃତରେ ବିନଷ୍ଟ ହୋଇଅଛୁ। ଆମ୍ଭେମାନେ ବିଶେଷ ଭାବରେ ଲଜ୍ଜିତ, କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହୋଇଅଛି ଓ ଆମ୍ଭେମାନେ ଦେଶ ପରିତ୍ୟାଗ କରିଅଛୁ।’” ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ୟ ଗ୍ରହଣ କରୁ। ଆଉ “ତୁମ୍ଭେମାନେ ନିଜ ନିଜ କନ୍ୟାମାନଙ୍କୁ ହାହାକାର କରିବାକୁ ଓ ପ୍ରତ୍ୟେକ ନିଜ ପ୍ରତିବାସିନୀକୁ ବିଳାପ କରିବାକୁ ଶିକ୍ଷା ଦିଅ। “କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି। ଏହା ବାହାରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।” ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ ‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି ସେମାନେ କ୍ଷେତ୍ରରେ ପଡ଼ି ରହିବେ। କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’” ଆଉ ସଦାପ୍ରଭୁ କହନ୍ତି, “ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ, ବଳବାନ୍ ଆପଣା ବଳରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ। ଯଦି କେହି ଦର୍ପ କରିବ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁଙ୍କ ଜଗତରେ ସ୍ନେହ, କରୁଣା ବିଗ୍ଭର ଓ ଧର୍ମସାଧନ କରୁ, କାରଣ ସଦାପ୍ରଭୁ କହନ୍ତି ଏସବୁରେ ଆମ୍ଭର ସନ୍ତୋଷ ଥାଏ।” ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।” ସଦାପ୍ରଭୁ ଓ ପ୍ରତିମାଗଣ ହେ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ ଓ ଆକାଶର ନାନା ଚିହ୍ନରେ ଭୟଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି। ଅନ୍ୟ ଦେଶୀୟମାନଙ୍କର ସକଳ ବିଧି ବ୍ୟବସ୍ଥା ଅସାର କାରଣ ଅରଣ୍ୟରୁ ବୃକ୍ଷ ଚ୍ଛେଦନ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ୟହୀନ। ସେଗୁଡ଼ିକ ଦେବତା ନୁହନ୍ତି। ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି। ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି, ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ। ସେସବୁ ତାଳଗଛ ତୁଲ୍ୟ, କୁନ୍ଦା ଓ କଥା କହନ୍ତି ନାହିଁ। ସେମାନଙ୍କୁ ବହନ କରିବାକୁ ହୁଏ କାରଣ ସେମାନେ ଗ୍ଭଲିପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଅମଙ୍ଗଳ କରି ପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସେମାନଙ୍କର ଶକ୍ତି ନାହିଁ।” ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ। ତେଣୁ ହେ ପରମେଶ୍ୱର, ତୁମ୍ଭେ ସର୍ବଦେଶୀୟମାନଙ୍କ ମଧ୍ୟରେ ମହାନ। ତୁମ୍ଭକୁ କିଏ ଭୟ ନ କରିବ? ତୁମ୍ଭେ ତାହାର ଯୋଗ୍ୟ। ସର୍ବଦେଶୀୟ ମଧ୍ୟରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀୟ, ଐଶ୍ୱର୍ଯ୍ୟଶାଳୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହାନ୍ତି। ଅନ୍ୟ ଦେଶୀୟମାନେ ସମସ୍ତେ ନିର୍ବୋଧ ଓ ଅଜ୍ଞାନ। ସେମାନଙ୍କର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ୟହୀନ। ସେହି ମୂର୍ତ୍ତିଗୁଡ଼ିକ କେବଳ କାଷ୍ଠ ମାତ୍ର। ସେମାନେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଆଣି କାରିଗର ଓ ସ୍ୱର୍ଣ୍ଣକାର ହସ୍ତରେ “ପ୍ରତିମାମାନ” ନିର୍ମାଣ କରାନ୍ତି। ସେଗୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରନ୍ତି। ସେଗୁଡ଼ିକ “ନିପୁଣ ଶିଳ୍ପୀମାନଙ୍କର” କୃତ କର୍ମ। ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି। ସେ ଜୀବନ୍ତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା। ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ। ସଦାପ୍ରଭୁ ପୁଣି କହନ୍ତି, “ତୁମ୍ଭେମାନେ ସେମାନଙ୍କୁ କୁହ, ‘ସେହି ଦେବତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି। ତେଣୁ ସେମାନେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ୱଂସ ଓ ଲୁପ୍ତ ହେବେ।”’ ପରମେଶ୍ୱର ସ୍ୱପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳରେ ପୃଥିବୀ ଉପରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି। ପରମେଶ୍ୱର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀର ଶେଷପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାୟୁ ପ୍ରବାହିତ କରନ୍ତି। ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ। ସେହି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହାସଯୋଗୀ। ଯେତେବେଳେ ସେମାନଙ୍କର ବିନାଶ ସମୟ ଆସିବ, ସେମାନେ ଧ୍ୱଂସ ହେବେ। ମାତ୍ର ଯାକୁବଙ୍କର ପରମେଶ୍ୱର ସେମାନଙ୍କ ପରି ନୁହନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ୱରଙ୍କ ନାମ “ସୈନ୍ୟାଧିପତି ସଦାପ୍ରଭୁ।” ବିନାଶକାଳ ଆସୁଛି ହେ ଅବରୁଦ୍ଧ ଯିହୁଦା ନିବାସୀ, ତୁମ୍ଭେମାନେ ନିଜ ନିଜ ଜିନିଷ ସଂଗ୍ରହ କରି ଦେଶତ୍ୟାଗ କରିବାକୁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଏହିକଥା କହନ୍ତି, “ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦେବା। ସେମାନଙ୍କୁ ଏପରି ଦୁଃଖ ଓ କ୍ଳେଶ ଦେବା ଯେ ସେମାନେ ଉପଯୁକ୍ତ ଶିକ୍ଷା ଲାଭ କରି ପାରିବେ।” ହାୟ, ମୁଁ ଯିରିମିୟ ଅତ୍ୟନ୍ତ କ୍ଷତ ଓ ବେଦନାଗ୍ରସ୍ତ ତଥାପି ମୁଁ କହିଲି, “ଏହା ମୋହର ବେଦନା ଓ ମୋତେ ଏହା ସହିବାକୁ ହେବ।” ମୋର ତମ୍ବୁ ଧ୍ୱଂସ ପାଇଯାଇଛି। ମୋର ତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ଯାଇଅଛି। ମୋର ପିଲାମାନେ ମୋ’ ପାଖରୁ ଗ୍ଭଲି ଯାଇଅଛନ୍ତି। ମୋ’ ପାଖରେ ଆଉ କେହି ନାହାନ୍ତି। ମୋର ତମ୍ବୁକୁ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହାନ୍ତି। କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହୋଇଅଛନ୍ତି, ସେମାନେ, ସଦାପ୍ରଭୁ କ’ଣ ଗ୍ଭହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସେଥିପାଇଁ ସେମାନେ ଉନ୍ନତି କରୁ ନାହାନ୍ତି ଏବଂ ସେମାନଙ୍କର ପିଲାସବୁ ଛିନ୍ନଭିନ୍ନ ହୋଇଅଛନ୍ତି। ଏକ ମହାରବ ଶୁଣ। ସେହି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ୱଂସ କରିବ ଓ ତାହା ଏକ ପ୍ରାନ୍ତରରେ ପରିଣତ ହେବ। ଆଉ ସେଗୁଡ଼ିକ ଶୃଗାଳର ବାସସ୍ଥାନ ହେବ। ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ୟ ତା’ର ନିଜର ଭାଗ୍ୟକୁ ନିୟନ୍ତ୍ରଣ କରି ପାରିବ ନାହିଁ। ସେ କହିପାରେ ନାହିଁ, ତା’ ପାଇଁ କ’ଣ ଘଟିବ। ସେ ପ୍ରକୃତ ନ୍ୟାୟ ଓ ଧର୍ମରେ ବଞ୍ଚିବା ଜାଣୁ ନାହିଁ। ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର। ମାତ୍ର ସୁବିବେଚନାରେ ତାହା କର। କ୍ରୋଧରେ ତାହା କର ନାହିଁ, ଯଦି ତୁମ୍ଭେ ଏପରି କର ତେବେ ଆମ୍ଭେ ଧ୍ୱଂସ ହୋଇଯିବୁ। ଯଦି ତୁମ୍ଭେ ଆପଣା କୋପ ଢାଳୁଅଛ, ତେବେ ଅନ୍ୟ ଦେଶୀୟମାନଙ୍କ ଉପରେ ଢାଳିଦିଅ। କାରଣ ସେମାନେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ। ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ସେମାନେ ଇସ୍ରାଏଲ ବଂଶକୁ ବିନାଶ କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଛନ୍ତି। ନିୟମ ଲଙ୍ଘନ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। ତାହା ହେଉଛି ଏହି, “ହେ ଯିରିମିୟ, ତୁମ୍ଭେ ଏହି ନିୟମର ବାକ୍ୟ ଶୁଣ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଏହା ଜଣାଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ବ୍ୟକ୍ତି ଏହି ନିୟମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ। ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’ “ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁ‌ଗ୍‌ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।” ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।” ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୁଶାଲମର ସବୁ ପଥରେ ଏହିସବୁ ପ୍ରଗ୍ଭର କର, ‘ତୁମ୍ଭେମାନେ ଏହି ନିୟମର ବିଧିସବୁ ଶୁଣ ଓ ସେଗୁଡ଼ିକ ପାଳନ କର। ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ। ମାତ୍ର ସେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରତ୍ୟେକ ନିଜ ନିଜ ଦୁଷ୍ଟ ଅନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସେମାନଙ୍କ ଉପରେ ତାହା ବର୍ତ୍ତାଇଲୁ। ତଥାପି ସେମାନେ ପାଳନ କଲେ ନାହିଁ।’” ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯିହୁଦାର ଲୋକମାନେ ଓ ଯିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ। ସେମାନଙ୍କର ପୂର୍ବପୁରୁଷମାନଙ୍କ ପରି ସେମାନେ ଅଧର୍ମ ଆଚରଣ କରିଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଆମ୍ଭର ବାକ୍ୟ ଅଗ୍ରାହ୍ୟ କଲେ ଓ ଅନ୍ୟ ଦେବଗଣଙ୍କୁ ସେବା କଲେ। ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସେମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।” ଏଣୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା। ସେମାନେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ୟ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ। ଯିହୁଦାର ଲୋକମାନେ ଓ ଯିରୁଶାଲମର ନିବାସୀମାନେ ସେମାନଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସେମାନେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସେହି ବିପଦ ସମୟରେ ସେମାନଙ୍କର ସେହି ମୂର୍ତ୍ତିମାନେ ସେମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। “ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ। “ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସେମାନେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ୱରରେ ସାହାଯ୍ୟ ଭିକ୍ଷା କରିବେ। ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ। “ଆମ୍ଭ ଗୃହରେ ଆମ୍ଭ ପ୍ରିୟ ଯିହୁଦାର କି କାର୍ଯ୍ୟ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ୟଭିଗ୍ଭର କରିଅଛି। ହେ ଯିହୁଦା, ତୁମ୍ଭେ କ’ଣ ଭାବିଛ ତୁମ୍ଭର ସ୍ୱତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ୱଂସରୁ ରକ୍ଷା କରିବ? ତୁମ୍ଭେ କ’ଣ ଚିନ୍ତା କରିଛ ହୋମବଳି ଦ୍ୱାରା ତୁମ୍ଭ ମନ୍ଦକର୍ମର ଶାସ୍ତିରୁ ଉଦ୍ଧାର ପାଇବ?” ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ବୋଧନ କରିଥିଲେ, “ସୁନ୍ଦର ଫଳରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜୀତବୃକ୍ଷ” ବୋଲି। ମାତ୍ର ତାହା ଲୋକାରଣ୍ୟର ମହାଶବ୍ଦ ପରି ସେ ତହିଁ ଉପରେ ଅଗ୍ନି ଜଳାଇବେ ଓ ତାହାର ଶାଖାସବୁ ଜଳି ଯିବ। ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବା‌‌ଲ୍‌‌ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।” ଯିରିମିୟଙ୍କ ବିରୁଦ୍ଧରେ ମନ୍ଦ ଯୋଜନା ସଦାପ୍ରଭୁ ମୋତେ ଜଣାଇଲେ ଯେ ଅନାଥୋତର ଲୋକମାନେ ମୋ’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ସେମାନଙ୍କର କ୍ରିୟା ମୋତେ ସେ ସମୟରେ ଦେଖାଇଲେ। ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।” କିନ୍ତୁ ହେ ସଦାପ୍ରଭୁ, “ତୁମ୍ଭେ ଜଣେ ପ୍ରକୃତ ବିଗ୍ଭରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ମୋତେ ଦେଖାଅ। କାରଣ ମୋର ଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ୱାସ କରିବି।” ଅନାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସେହି ଲୋକମାନେ ଯିରିମିୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର ନାହିଁ, କଲେ ଆମ୍ଭେମାନେ ତୁମ୍ଭକୁ ହତ୍ୟା କରିବୁ।” ତେଣୁ ସଦାପ୍ରଭୁ ସେମାନଙ୍କ ବିଷୟରେ ଏକ ସିଦ୍ଧାନ୍ତ ନେଲେ। ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ଖୁବ୍ ଶୀଘ୍ର ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନଙ୍କର ଯୁବାଗଣ ‌‌ଖ‌ଡ଼୍‌ଗରେ ନିହିତ ହେବେ ଓ ସେମାନଙ୍କର ପୁତ୍ରକନ୍ୟାଗଣ ଦୁର୍ଭିକ୍ଷରେ ମରିବେ। ଅନାଥୋ‌‌‌ତ୍‌‌‌ରେ ଅବଶିଷ୍ଟ କେହି ରହିବେ ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବା ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା।” ଯିରିମିୟ ପରମେଶ୍ୱରଙ୍କ ନିକଟରେ ଅଭିଯୋଗ କରନ୍ତି ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି? ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି? ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନଙ୍କର ମୂଳ ଦୃଢ଼ ହୋଇଅଛି। ସେମାନେ ବଡ଼ ଫୁଲ ଫଳ ଦିଅନ୍ତି। ସେମାନେ ଯଦିଓ ମୁହଁରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିୟ, ମାତ୍ର ପ୍ରକୃତରେ ସେମାନେ ଅନ୍ତଃକରଣରେ ତୁମ୍ଭଠାରୁ ଦୂରରେ ଥା’ନ୍ତି। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ। ତୁମ୍ଭେ ମୋତେ ଦେଖୁଅଛ ଓ ମୋର ହୃଦୟ ପରୀକ୍ଷା କରି ମୋର ମନ କିପରି, ଜାଣୁଅଛ। ସେହି ମନ୍ଦ ଲୋକମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ନିଅ ଓ ହତ୍ୟା ଦିନରେ ସେମାନଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରଖ। କେତେକାଳ ଦେଶ ଶୁଷ୍କ ରହିବ ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି। କାରଣ ଲୋକମାନେ କହିଲେ, “ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।” ଯିରିମିୟଙ୍କୁ ପରମେଶ୍ୱରଙ୍କ ଉତ୍ତର “ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛରେ ଦୌଡ଼ି କ୍ଳାନ୍ତ ହୋଇପଡ଼ିଛ, ତେବେ ଅଶ୍ୱମାନଙ୍କ ସହିତ କିପରି ଋଣ କରି ପାରିବ? ତୁମ୍ଭେ ଯଦି ଶାନ୍ତି ଦେଶରେ ବିବ୍ରତ ହେଉଛ, ତେବେ ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କ’ଣ କରିବ? ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସେହି ଲୋକ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି। ସେମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରି ଉଚ୍ଚସ୍ୱରରେ ଡାକ ପକାଇଛନ୍ତି। ସେମାନେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ। ସଦାପ୍ରଭୁ ତାଙ୍କର ଲୋକ, ଯିହୁଦାକୁ ପରିତ୍ୟାଗ କରନ୍ତି “ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ। ଆମ୍ଭ ନିଜର ଲୋକ ଅରଣ୍ୟ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି। ସେମାନେ ଆମ୍ଭ ବିରୁଦ୍ଧରେ ହୁଙ୍କାର ଦେଇଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ଘୃଣାକରି ଦୂରେଇ ଦେଇଅଛୁ। ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହୋଇଅଛନ୍ତି। ସେମାନେ ତା’ର ବିରୁଦ୍ଧରେ ଗ୍ଭରିଆଡ଼େ ଘେରି ରହିଅଛନ୍ତି, ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ। ଅନେକ ମେଷପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି। ସେମାନେ ଆମ୍ଭର ଭୂମିକୁ ପଦଦଳିତ କରିଅଛନ୍ତି। ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସକରି ପ୍ରାନ୍ତରରେ ପରିଣତ କରିଅଛନ୍ତି। ସେମାନେ ତାହାକୁ ଧ୍ୱଂସିତ, ଶୁଷ୍କ ଓ ମୃତ ଭୂମିରେ ପରିଣତ କରିଅଛନ୍ତି। ତାହା ଏକ ଜନଶୂନ୍ୟ ପ୍ରାନ୍ତର ହୋଇଅଛି। କେହି ଜଣେ ହେଲେ ତା’ର ଯତ୍ନ ନେବାକୁ ରହି ନାହାନ୍ତି। ଧ୍ୱଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ। ସେମାନେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସେମାନେ ବହୁ ପରିଶ୍ରମ କରି ମଧ୍ୟ କିଛି ଫଳ ପାଇ ନାହାନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଯୋଗୁଁ ସେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବେ।” ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିଜ୍ଞା ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା। ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା। ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବା‌‌ଲ୍‌‌ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ। ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି। ପଟୁକାର ସଙ୍କେତ ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।” ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।” ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।” ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା। ତା’ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚା‌‌ଦ୍‌‌ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।” ଯିହୁଦାକୁ ସତର୍କବାଣୀ “ସଦାପ୍ରଭୁ, ‘ଇସ୍ରାଏଲର ପରମେଶ୍ୱର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ,’ ତା’ପରେ ସେମାନେ ତୁମ୍ଭକୁ କହିବେ, ‘ଆମ୍ଭେ କ’ଣ ଜାଣୁ ନାହୁଁ ଯେ, ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ ହେବ?’ ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହା କହନ୍ତି, ଦେଖ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ୟଦ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏବଂ ଯିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା। ପୁଣି ଆମ୍ଭେ ସେମାନଙ୍କର ଜଣକୁ ଅନ୍ୟ ଜଣ ଉପରେ କଗ୍ଭଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପରେ ଏକ ସଙ୍ଗେ କଗ୍ଭଡ଼ିବା।”’ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ସେମାନଙ୍କ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦେଖାଇ ସେମାନଙ୍କୁ ବିନଷ୍ଟ କରିବା।”’ ତୁମ୍ଭେମାନେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ୟୁଚ୍ଛାୟା ଓ ଘୋର ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷାରେ ତୁମ୍ଭେମାନେ ତାଙ୍କର ପ୍ରଶଂସା କର। କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ, ତୁମ୍ଭେମାନେ ଅହଙ୍କାରୀ ବୋଲି ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି। ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି। ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, “ତୁମ୍ଭେମାନେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।” ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି ଓ ତାହାକୁ ଫିଟାଇବାକୁ କେହି ନାହିଁ। ସମଗ୍ର ଯିହୁଦା ନିର୍ବାସିତ ହୋଇଛନ୍ତି। ସେମାନେ ସମସ୍ତେ ବନ୍ଦୀରୂପେ ଉପନୀତ ହୋଇଛନ୍ତି। ହେ ଯିରୁଶାଲମ, ତୁମ୍ଭେମାନେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମେଲି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହୋଇଥିଲା, ତୁମ୍ଭର ସେ ପଲ କାହିଁ? ତୁମ୍ଭେମାନେ କ’ଣ କହିବ ଯେତେବେଳେ ସଦାପ୍ରଭୁ ସେହି ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନିଯୁକ୍ତି କରିବେ ଯେଉଁମାନଙ୍କୁ ତୁମ୍ଭର ମିତ୍ର ହେବା ପାଇଁ ଶିକ୍ଷା ଦିଆଯାଇଥିଲା। ପ୍ରସବ କାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ତୁମ୍ଭେମାନେ ଅନୁଭବ କରିବ, ନୁହେଁ କି? ଯଦି ତୁମ୍ଭେ ନିଜକୁ ପଗ୍ଭରିବ, “ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,” ତେବେ ଉତ୍ତରରେ କୁହାଯିବ ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି। ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ? ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ, ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ। “ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି ତୁମ୍ଭମାନଙ୍କ ଘରୁ ତଡ଼ିଦେଇ ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।” ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭେମାନେ ମୋତେ ପାଶୋରିଲ ଓ ମିଥ୍ୟା ଦେବଗଣରେ ବିଶ୍ୱାସ କଲ। ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ, ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର ନଗ୍ନତା ଦେଖି ପାରି ନ ଥିଲେ। ଆମ୍ଭେ ପର୍ବତଗୁଡ଼ିକ ଉପରେ ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ଯିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତେକାଳ ଏହି ପାପକର୍ମ କରିଗ୍ଭଲିବ?” ଅନାବୃଷ୍ଟି ଓ ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ ଅନାବୃଷ୍ଟି ବିଷୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ଯିହୁଦା ଶୋକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି। ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି। ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି। ସେମାନେ ଲଜ୍ଜିତ ଓ ଘବରା ହୋଇ ଆପଣା ଆପଣା ମସ୍ତକ ଢାଙ୍କନ୍ତି। ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି। ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଗ୍ଭଲିଯାଏ। ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି। ତୃଣ ନ ଥିବାରୁ ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।” “ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭେମାନେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର। କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ। ତୁମ୍ଭେ ଜଣେ ଦ୍ୱନ୍ଦରେ ପଡ଼ିଥିବା ମନୁଷ୍ୟ ତୁଲ୍ୟ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ। ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।” ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।” ଆହୁରି ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ। ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।” ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କୁ ଭିନ୍ନ କଥା କହୁଛନ୍ତି। ସେମାନେ କହନ୍ତି, ‘ତୁମ୍ଭେମାନେ ‌‌ଖ‌ଡ଼୍‌ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ଦୃଢ଼ ଶାନ୍ତି ଦେବେ।’” ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଛନ୍ତି। ଏଣୁ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ‌‌ଖ‌ଡ଼୍‌ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’ “ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି। ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ସେଠାରେ ‌‌ଖ‌ଡ଼୍‌ଗାହତ ଲୋକଙ୍କୁ ଦେଖୁ। ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’” ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା। ହେ ପରମେଶ୍ୱର, ଆମ୍ଭେମାନେ ଆମ୍ଭମାନଙ୍କର ଦୁଷ୍ଟତା ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ। ହଁ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ୟାଖାନ କର ନାହିଁ। ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ। ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ। ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିୟମ ସ୍ମରଣ କର। ତୁମ୍ଭ କୃତ ସେହି ନିୟମ ଭଙ୍ଗ କର ନାହିଁ। ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।” ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ। ପୁଣି ଯେବେ ସେମାନେ ତୁମ୍ଭକୁ ପଗ୍ଭରନ୍ତି, ‘ଆମ୍ଭେମାନେ କେଉଁଠାକୁ ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ: “‘ମୃତ ଲୋକମାନେ କବରକୁ ଯିବେ। ଯେଉଁ ଲୋକମାନେ ଖଣ୍ଡା ଦ୍ୱାରା ହତ ହେବାକୁ ଥିବେ, ସେମାନଙ୍କୁ ଖଣ୍ଡାରେ ହତ୍ୟା କରାଯିବ। ଯେଉଁ ଲୋକମାନଙ୍କ ଭାଗ୍ୟରେ ଦୁର୍ଭିକ୍ଷରେ ପୀଡ଼ିତ ହେବାର ଥିବ, ସେମାନେ ମରୁଡ଼ିରେ ପୀଡ଼ିତ ହେବେ ଏବଂ ଯେଉଁ ଲୋକମାନଙ୍କ ଭାଗ୍ୟରେ ବନ୍ଦୀ ହେବାର ଥିବ ସେମାନେ ବନ୍ଦୀଗୃହକୁ ଯିବେ।’ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଗ୍ଭରି ପ୍ରକାରରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା। ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପରେ ନିଯୁକ୍ତ କରିବା। କାରଣ ଯିହୁଦାର ରାଜା ହିଜକିୟଙ୍କର ପୁତ୍ର ମନଃଶି ଯିରୁଶାଲମରେ ଦୁଷ୍କର୍ମ କଲା, ଆମ୍ଭେ ସେମାନଙ୍କୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହୋଇଯିବେ।’ “କାରଣ ହେ ଯିରୁଶାଲମ, କିଏ ତୁମ୍ଭକୁ ଦୟା କରିବ? କିଏ ତୁମଲାଗି କାନ୍ଦିବ? ତୁମ୍ଭର କୁଶଳତା ବିଷୟ ପଗ୍ଭରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ?” ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ। ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ କୁଲାରେ ପାଛୁଡ଼ି ଅଛୁ। ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ। ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ। ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି। ମୋ’ ଉପସ୍ଥିତିରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ପରି ବହୁସଂଖ୍ୟକ ହେବେ। ମୁଁ ଯୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ୟାହ୍ନରେ ଏକ ବିନାଶକ ଆଣିବି, ସେମାନେ ହଠାତ୍ ଭୟ ଓ ଆତଙ୍କିତ ହେବେ। ସେମାନେ ‌‌ଖ‌ଡ଼୍‌ଗରେ ଲୋକମାନଙ୍କୁ ବିନାଶ କରିବେ। ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ଶତ୍ରୁଗଣଙ୍କ ‌‌ଖ‌ଡ଼୍‌ଗରେ ସମର୍ପଣ କରିବା” ଏହା ସଦାପ୍ରଭୁ କହନ୍ତି। “ସାତ ସନ୍ତାନ ବିଶିଷ୍ଟ ରମଣୀର ସମସ୍ତେ ପ୍ରାଣତ୍ୟାଗ କରିବେ। ସେ ସ୍ତ୍ରୀ କାନ୍ଦି କାନ୍ଦି କ୍ଷୀଣା ହୋଇଯିବ। ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଯିବ। ସେ ଲଜ୍ଜିତା ଓ ଆଶାଶୂନ୍ୟ ହେବ।” ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମୋ’ ପରି ଏକ ଯୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦେଇଛ। ମୁଁ କାହାରିକୁ ଧାର ଦେଇ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ। ଯିରିମିୟକୁ ପରମେଶ୍ୱରଙ୍କ ଉତ୍ତର “ହେ ଯିରିମିୟ, ତୁମ୍ଭେ ଜାଣ ଯେ, ଲୁହା ଭାଙ୍ଗିବା ଅସମ୍ଭବ। ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ। ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା। କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ। ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ ଏକ ଦେଶକୁ କ୍ରୀତଦାସ କରି ନେଇଯିବା। କାରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହୋଇଅଛି। ତାହା ତୁମ୍ଭମାନଙ୍କୁ ଦ‌ଗ୍‌ଧ କରିବ।” ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ; ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ। ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ। ତେଣୁ ମୋତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ। ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ। ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ। ମୋର ବେଦନା ଚିରନ୍ତନ, ମୋର କ୍ଷତ ଦୁରାରୋଗ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ। ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ ଓ ଆମ୍ଭର ସେବା କରିବ, ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି ମୂଲ୍ୟବାନ୍ କଥା କହିବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ। ସେମାନେ ତୁମ୍ଭ ପାଖକୁ ଫେରି ଆସିବେ। ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ। ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ। ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।” ବିନାଶର ଦିନ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମିୟ, ତୁମ୍ଭର ଏହି ସ୍ଥାନରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ରକନ୍ୟା ଜନ୍ମ କରିବା ଉଚିତ୍ ନୁହଁ।” କାରଣ ଏହି ସ୍ଥାନରେ ଜନ୍ମ ନେଇଥିବା ପୁତ୍ର-କନ୍ୟାମାନଙ୍କ ସମ୍ବନ୍ଧରେ, ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ ଓ ସେମାନଙ୍କ ଜନ୍ମଦାତା ପିତୃଗଣଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। “ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିବେ। କେହି ସେମାନଙ୍କ ପାଇଁ ବିଳାପ କରିବେ ନାହିଁ। ସେମାନଙ୍କୁ କେହି କବର ଦେବେ ନାହିଁ। ସେମାନଙ୍କର ଶବ ଭୂମିରେ ଖତ ହେବ। ସେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସଂହାରିତ ହେବେ। ସେମାନଙ୍କର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହେବ।” ତେଣୁ ସଦାପ୍ରଭୁ ଏହି କଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ମୃତ୍ୟୁ ଶୋକ ପାଳିତ ହେଉଥିବା ଗୃହକୁ ଯାଅ ନାହିଁ। ତୁମ୍ଭେ ସେମାନଙ୍କୁ ବିଳାପ ଓ ଦୁଃଖ ଜଣାଇବାକୁ ଯାଅ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ଦୟା କାଢ଼ି ନେଇଅଛୁ।” “ଏହି ଦେଶରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମରିବେ। ସେମାନଙ୍କୁ କେହି କବର ଦେବେ ନାହିଁ କିଅବା ସେମାନଙ୍କ ପାଇଁ କେହି ବିଳାପ କରିବେ ନାହିଁ। ସେମାନଙ୍କ ପାଇଁ କେହି ଦୁଃଖରେ ଆପଣା ଶରୀରରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ। ମୃତ ବ୍ୟକ୍ତିଙ୍କ ଦୁଃଖରେ ଶୋକ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେବାକୁ କେହି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ୟୁରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ୱନା ସୂଚକ ପାତ୍ର କେହି ଦେବେ ନାହିଁ। “ପୁଣି ତୁମ୍ଭର ନିଶ୍ଚୟ ଭୋଜି ହେଉଥିବା ଗୃହକୁ ପାନ କିଅବା ଭୋଜନ ନିମନ୍ତେ ଯିବା ଉଚିତ୍ ନୁହେଁ। କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧ୍ୟରେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି, ଆନନ୍ଦ ରବ ଓ ବରକନ୍ୟାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।’ “ହେ ଯିରିମିୟ, ତୁମ୍ଭେ ଯେତେବେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସେମାନେ ସେତେବେଳେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି? ଆମ୍ଭେମାନେ କି ଅପରାଧ କରିଅଛୁ? ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ କି ପାପ କରିଅଛୁ?’ ତୁମ୍ଭେ ସେମାନଙ୍କୁ ଉତ୍ତରରେ କହିବ, ସଦାପ୍ରଭୁ କହନ୍ତି, ‘ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି।’ ପୁଣି ‘ଅନ୍ୟ ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି। କିନ୍ତୁ ତୁମ୍ଭେ ତୁମ୍ଭ ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ପାପ କରିଅଛ। ତୁମ୍ଭେମାନେ ନିଜ ନିଜ ଦୁଷ୍ଟାନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କରୁଅଛ ଓ ମୋ’ ଆଜ୍ଞା ପାଳନ କରୁ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶରେ ନିକ୍ଷେପ କରିବା। ଆଉ ସେଠାରେ ତୁମ୍ଭେମାନେ ଦିବାରାତ୍ରି ଅନ୍ୟ ଦେବଗଣର ସେବା କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାଯ୍ୟ ବା ଅନୁଗ୍ରହ କରିବା ନାହିଁ।’ “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ। କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି। ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା’ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ। କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ। ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।” ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି। ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ? ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।” ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା। ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା। ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ ଏହା ସେମାନେ ଜାଣିବେ। ପାପ ହୃଦୟରେ ଲିଖିତ “ଯିହୁଦାର ପାପ ଏପରି ଏକ ସ୍ଥାନରେ ଲିଖିତ ହୋଇଅଛି, ଯାହାକୁ ସେମାନେ ଲିଭାଇ ପାରିବେ ନାହିଁ। ସେମାନଙ୍କର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ୱାରା ପଥର ଫଳକରେ ଲିଖିତ ହୋଇଅଛି। ଯେଉଁଟା କି ସେମାନଙ୍କର ହୃଦୟ। ଆଉ ସେମାନଙ୍କର ଯଜ୍ଞବେଦିର ଶିଙ୍ଗରେ ତାହା ଖୋଦିତ ହୋଇଅଛି। ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି ସେତେବେଳେ ସେମାନେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି। ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହେବା ପାଇଁ ଦେବା। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଇଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହେବ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶରେ ତୁମ୍ଭ ଶତ୍ରୁଗଣର ସେବା କରାଇବା। କାରଣ ତୁମ୍ଭେ ଆମ୍ଭର କ୍ରୋଧରୂପକ ଅଗ୍ନି ପ୍ରଜ୍ୱଳିତ କରିଅଛ। ଆଉ ସେହି ଅଗ୍ନିରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହେବ। ସେହି ଲୋକମାନଙ୍କ ଉପରେ ଏପରି ଘଟିବ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ନାହାନ୍ତି।” ଲୋକମାନଙ୍କ ଉପରେ ବିଶ୍ୱାସ ଓ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ସଦାପ୍ରଭୁ କହନ୍ତି, “ଯେଉଁ ମନୁଷ୍ୟ ଲୋକମାନଙ୍କ ଉପରେ ଭରସା ରଖେ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦୟ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଏ ସେ ଶାପଗ୍ରସ୍ତ। ସେହି ମନ୍ଦ ବ୍ୟକ୍ତି ମରୁଭୂମିସ୍ଥିତ ଝାଉଁବୃକ୍ଷ ତୁଲ୍ୟ ହେବ। ସେ ମଙ୍ଗଳ ଉପସ୍ଥିତ ହେବା ଦେଖିବ ନାହିଁ। ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବେ। “ଯେଉଁ ଲୋକ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ଓ ସଦାପ୍ରଭୁ ଯାହାର ବିଶ୍ୱାସଭୂମି, ସେ ଧନ୍ୟ। କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ। ତା’ର ମୂଳ ବିସ୍ତୃତ ହୋଇ ଜଳ ପାଇବ। ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ। ମାତ୍ର ତା’ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ। “ଯାହାର ଅନ୍ତଃକରଣ ସବୁଠାରୁ କପଟମୟ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କେହି ଜାଣି ପାରିବେ ନାହିଁ। ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତା’ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ। ଏକା ତିତ୍ତିରି ପକ୍ଷୀ ଯିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ୟକ୍ତି ଯିଏ ଅନ୍ୟାୟରେ ଧନ ସଂଗ୍ରହ କରେ ତାହାରି ତୁଲ୍ୟ ହେବ। ସେ ନିଜ ଜୀବନ କାଳ ଅଧାରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳରେ ସେ ନିର୍ବୋଧ ହେବ ।” ଆଦିକାଳରୁ ଊର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ ଆମ୍ଭମାନଙ୍କର ଧର୍ମଧାମ ଅଟେ। ହେ ଇସ୍ରାଏଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ୟାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହେବେ। ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି। ଯିରିମିୟଙ୍କ ତୃତୀୟ ଅଭିଯୋଗ ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁସ୍ଥ କଲେ ମୁଁ ପ୍ରକୃତରେ ସୁସ୍ଥ ହେବି। ତୁମ୍ଭେ ଯଦି ମୋତେ ପରିତ୍ରାଣ କର, ତେବେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମୋର ପ୍ରଶଂସାର ଭୂମି। ସେମାନେ ମୋତେ କୁହନ୍ତି, “ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ୟ କାହିଁ? ତାହା ଏବେ ଉପସ୍ଥିତ ହେଉ।” ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ ବେଗଗାମୀ ନ ଥିଲି କିଅବା ମୁଁ ସେହି ବିଭୀଷିକାମୟ ଦିନ ଆସୁ ବୋଲି ଗ୍ଭହୁଁ ନାହିଁ। ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା। ହେ ସଦାପ୍ରଭୁ, ମୋତେ ବିନାଶ କର ନାହିଁ, ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ। ଯେଉଁମାନେ ମୋତେ ଆଘାତ କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ। ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ସେମାନେ ନିରାଶ ହୁଅନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ। ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର। ବିଶ୍ରାମ ଦିନକୁ ପବିତ୍ର ରଖିବା ସଦାପ୍ରଭୁ ମୋତେ ଏହା କହିଲେ, “ହେ ଯିରିମିୟ, ଲୋକମାନଙ୍କର ଫାଟକରେ ଛିଡ଼ା ହୁଅ, ଯେଉଁଠାରେ ଯିହୁଦାର ରାଜାଗଣ ଯାତାୟାତ କରନ୍ତି, ସେହି ଫାଟକରେ, ଯେଉଁ ଫାଟକରେ ଲୋକମାନଙ୍କର ପୁତ୍ରଗଣ ଯାତାୟାତ କରନ୍ତି ଓ ଯିରୁଶାଲମର ସକଳ ଫାଟକରେ ଯାଇ ଠିଆ ହୁଅ ଓ ମୋର ବାର୍ତ୍ତା ପ୍ରଗ୍ଭର କର।” ସେମାନଙ୍କୁ କୁହ, “ହେ ଯିହୁଦାର ରାଜଗଣ, ହେ ସମୁଦାୟ ଯିହୁଦା ଓ ସମସ୍ତ ଇସ୍ରାଏଲର ନିବାସୀ ଓ ତୁମ୍ଭେମାନେ ଯେଉଁମାନେ ଏହି ଫାଟକ ଦେଇ ପ୍ରବେଶ କରୁଅଛ, ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ନିଜ ଜିନିଷ ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହନ କର ନାହିଁ ଏବଂ ଯିରୁଶାଲମର ଫାଟକ ଦେଇ ତାହା ଭିତରକୁ ଆଣ ନାହିଁ। ଆଉ ବିଶ୍ରାମ ଦିନରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ। କିଅବା ତୁମ୍ଭେମାନେ କୌଣସି କାର୍ଯ୍ୟ କର ନାହିଁ। ମାତ୍ର ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ କର। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ। ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସେମାନେ ଅତି ଅବାଧ୍ୟ। ତେଣୁ ସେମାନେ ଦଣ୍ଡିତ ହେଲେ। ସେମାନଙ୍କର କିଛି ମଙ୍ଗଳ ହେଲା ନାହିଁ।’” ମାତ୍ର ସଦାପ୍ରଭୁ କହନ୍ତି, “‘ଯଦି ତୁମ୍ଭେମାନେ ଯତ୍ନ ସହକାରେ ମୋ’ କଥାକୁ ଧ୍ୟାନ ଦିଅ, ଯଦି ତୁମ୍ଭେମାନେ ବିଶ୍ରାମ ଦିନରେ ଯିରୁଶାଲମର ଫାଟକ ଦେଇ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭେମାନେ ସେଇ ଦିନରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗରେ ପାଳନ କର। “‘ତେବେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ୱରେ ଚଢ଼ି ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୁଶାଲମ ନିବାସୀମାନେ ଏହି ନଗରଦ୍ୱାର ମଧ୍ୟରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ। ପୁଣି ଲୋକମାନେ ଯିହୁଦାର ନଗର ସମୂହରୁ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମିନ ଦେଶରୁ ନିମ୍ନ ଭୂମିରୁ, ପାର୍ବତ୍ୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ ସୁଗନ୍ଧି ଧୂପ ଆଉ ଧନ୍ୟବାଦାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ। “‘ମାତ୍ର ତୁମ୍ଭେମାନେ ଯେବେ ଆମ୍ଭର ବାକ୍ୟରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହନ କରି ଯିରୁଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ସେହି ଦ୍ୱାର ସମୂହରେ ଅଗ୍ନି ଜଳାଇବା। ଏହା ଯିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ଯ୍ୟନ୍ତ ଜଳି ରହିବ।’” କୁମ୍ଭକାର ଓ ମାଟି ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ଯାଅ। ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।” ତେଣୁ ମୁଁ କୁମ୍ଭକାର ଗୃହକୁ ଗଲି ଓ ଦେଖିଲି କୁମ୍ଭକାର ଚକ୍ରରେ ମାଟିର କାମ କରୁଛି। ସେ ମାଟିର ପାତ୍ର ନିର୍ମାଣ କରୁଥିବା ବେଳେ ସେଥିରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସାରେ ସଜାଡ଼ି ନୂଆ ପାତ୍ର ନିର୍ମାଣ କଲା। ତା’ପରେ ସଦାପ୍ରଭୁଙ୍କର ବାଣୀ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଇସ୍ରାଏଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ଯ୍ୟ କଲେ। ତୁମ୍ଭେମାନେ ମୋ’ ହସ୍ତରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ। ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା। ମାତ୍ର ଯଦି ସେହି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି ତେବେ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହେବା। ପୁଣି ଏକ ସମୟ ଆସିବ ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା। ପୁଣି ଯେତେବେଳେ ଦେଖିବୁ ଯେବେ ଆମ୍ଭର ଆଜ୍ଞା ପାଳନ ନ କରି ଦୁଷ୍କର୍ମ କରନ୍ତି, ତେବେ ଆମ୍ଭେ ସେମାନଙ୍କ ପାଇଁ ଯେଉଁ ମଙ୍ଗଳ କାମନା କରିଥିଲୁ ତହିଁରୁ ଆମ୍ଭେ କ୍ଷାନ୍ତ ହେବା। “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମ ନିବାସୀଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର ଓ ଆପଣା ଆପଣା ପଥ ସଂଶୋଧନ କରି ସୁକର୍ମ କର।’ ମାତ୍ର ଯିହୁଦାବାସୀ କହନ୍ତି, ‘ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ୟତାନୁସାରେ କର୍ମ କରି ଗ୍ଭଲିବୁ।’” ଏଣୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଏବେ ନାନା ଦେଶୀୟ ଲୋକମାନଙ୍କୁ ପ୍ରଗ୍ଭର କର। ‘କିନ୍ତୁ ଏହା କିଏ ଶୁଣୁଅଛି?’ ଇସ୍ରାଏଲର କୁମାରୀ କନ୍ୟାଗଣ ଅତ୍ୟନ୍ତ ମର୍ମନ୍ତୁକ କାର୍ଯ୍ୟ କରିଅଛନ୍ତି। ତୁମ୍ଭେମାନେ ଜାଣ ଲିବାନୋନ କ୍ଷେତ୍ରସ୍ଥ ଶୈଳ ଉପରିସ୍ଥ ହିମସବୁ କେବେ ତରଳି ଯିବ ନାହିଁ ଓ ଝରଣାର ସୁଶୀତଳ ଜଳ କେବେ ଶୁଷ୍କ ହେବ ନାହିଁ। ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି ଅସାର ଦେବଗଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି। ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି। ସେମାନଙ୍କ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି। ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ। ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି। ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ ଆପଣା ମସ୍ତକ ହରାଇବ। ଆମ୍ଭେ ପୂର୍ବୀୟ ପବନରେ ଚ୍ଛିନ୍ନ ହେଲା ପରେ ଶତ୍ରୁ ସମ୍ମୁଖରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କୁ ସାହାଯ୍ୟ ନ କରି ସେମାନଙ୍କ ପ୍ରତି ବିମୁଖ ହେବା।” The People Plan Evil and Jeremiah Prays ଯିରିମିୟଙ୍କ ଶତ୍ରୁଗଣ କହିଲେ, “ଆସ ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ୟବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ୟ‌ଦ୍‌ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ତେଣୁ ଆସ ଆମ୍ଭେମାନେ ତାଙ୍କୁ ପ୍ରବଞ୍ଚନା ଦ୍ୱାରା ଧ୍ୱଂସ କରିବା। ଆମ୍ଭେମାନେ ତାଙ୍କର କୌଣସି କଥା ଶୁଣିବା ନାହିଁ।” ହେ ସଦାପ୍ରଭୁ, ମୋ’ ପ୍ରତି କର୍ଣ୍ଣପାତ କର ଏବଂ ମୋ’ ସହିତ ଯୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ। ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ? ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି। ମାତ୍ର ସେମାନେ ମୋର ବିନାଶ ନିମନ୍ତେ ଗର୍ତ୍ତ ଖୋଳି ଅଛନ୍ତି। ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ। ସେମାନଙ୍କର ଶତ୍ରୁ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ପରାସ୍ତ କରନ୍ତୁ। ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ। ଯେତେବେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସେମାନଙ୍କ ବିରୁଦ୍ଧରେ ଆଣ, ସେମାନଙ୍କର ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ। କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳି ଅଛନ୍ତି ଓ ମୋ’ ଚରଣ ପାଇଁ ଗୋପନରେ ଫାନ୍ଦ ବସାଇ ଅଛନ୍ତି। ହେ ସଦାପ୍ରଭୁ, ମୋର ବିନାଶ ପାଇଁ ସେମାନଙ୍କର ଯୋଜନା ତୁମ୍ଭେ ଜାଣୁଅଛ। ସେମାନଙ୍କର ଅଧର୍ମ କ୍ଷମା କର ନାହିଁ। ତୁମ୍ଭ ଦୃଷ୍ଟିରେ ସେମାନଙ୍କର ପାପ ଲୋପ କର ନାହିଁ। ତୁମ୍ଭେ ସେମାନଙ୍କୁ ବିନାଶ କର। ଆପଣା କ୍ରୋଧ ସେମାନଙ୍କ ପ୍ରତି ବ୍ୟବହାର କର। ଭଗ୍ନ ପାତ୍ର ସଦାପ୍ରଭୁ ମୋତେ କହିଲେ, “ଯାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।” ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର। ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୁଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ଯିଏ ଶୁଣିବ ସେ ଭୟରେ ଶିହରି ଉଠିବ। କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ସେମାନେ ଏହି ସ୍ଥାନକୁ ପରଦେଶୀୟ ଦେବଗଣରେ ପରିପୂର୍ଣ୍ଣ କରିଛନ୍ତି। ସେମାନେ ପୂର୍ବରୁ ପୂଜା କରୁ ନ ଥିବା ଦେବଗଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦେବଗଣଙ୍କୁ ଜାଣି ନ ଥିଲେ ସେହିମାନଙ୍କୁ ସେମାନେ ଅନୁସରଣ କରୁଛନ୍ତି। ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। ଯିହୁଦାର ରାଜାଗଣ ବା‌ଲ୍‌ଦେବ ଉଦ୍ଦେଶ୍ୟରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସେମାନେ ନିଜର ସନ୍ତାନଗଣଙ୍କୁ ‌ବା‌ଲ୍‌ଦେବ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସେମାନଙ୍କୁ ଏହା କହିବାକୁ ଆଦେଶ କରି ନାହୁଁ କି କହି ନାହୁଁ ଓ ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ। ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। ପୁଣି ସେହି ସ୍ଥାନରେ ଆମ୍ଭେ ଯିହୁଦାର ଓ ଯିରୁଶାଲମର ସମସ୍ତ ସାଜସଜ୍ଜା ବ୍ୟର୍ଥ କରିବା। ତା’ପରେ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କର ‌‌ଖ‌ଡ଼୍‌ଗରେ ଧ୍ୱଂସ ହେବାକୁ ଆମ୍ଭେ ଦେବା। ଆମ୍ଭେ ସେମାନଙ୍କର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦେବା। ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା। ଯେତେବେଳେ ଲୋକମାନେ ଯିରୁଶାଲମ ଦେଇ ଯିବେ, ସେମାନେ ଯାହା ଦେଖିବେ ସେଥିରେ ଆଘାତ ପାଇବେ। ଯେତେବେଳେ ସେମାନେ ଧ୍ୱସ୍ତ ନଗରୀକୁ ଦେଖିବେ, ସେମାନେ ଆତଙ୍କିତ ହେବେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ଶୀସ୍ ଶବ୍ଦ କରିବେ। ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’ “ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ। ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫ‌ତ୍‌ରେ କବର ନେବେ।’ ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’” ତା’ପରେ ଯିରିମିୟ ତୋଫ‌‌‌ତ୍‌‌‌ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ। “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା କାରଣ ସେମାନେ ମୋର ବାକ୍ୟ ନ ମାନି ଅବାଧ୍ୟ ହୋଇଅଛନ୍ତି।’” ଯିରିମିୟ ଓ ପ‌‌‌ଶ୍‌‌‌ହୂର ଯିରିମିୟ ଏହିସବୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପ‌‌‌ଶ୍‌‌‌ହୂର ତାହା ଶୁଣିଲା। ତେଣୁ ପ‌‌‌ଶ୍‌‌‌ହୂର ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନର ଉପର ଫାଟକରେ ଥିବା ହରିକାଠରେ ତାକୁ ବନ୍ଦ କରି ରଖିଲା। ତହିଁ ପରଦିନ ପ‌‌‌ଶ୍‌‌‌ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା’ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପ‌‌‌ଶ୍‌‌‌ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା’ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ। ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ। ପୁଣି ହେ ପ‌‌‌ଶ୍‌‌‌ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହୋଇ ବାବିଲକୁ ଯିବେ। ତୁମ୍ଭେ ସେହି ସ୍ଥାନରେ ମରିବ ଓ ସେଠାରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲ, ସେହି ବନ୍ଧୁମାନେ ମଧ୍ୟ ସେହିଠାରେ ମରିବେ ଓ କବର ନେବେ।’” ଯିରିମିୟଙ୍କ ପଞ୍ଚମ ଅଭିଯୋଗ ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି। ତୁମ୍ଭେ ମୋ’ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ’ଠାରୁ ଜୟ କରିଅଛ। ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରୁଛନ୍ତି। ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ। ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ ଲୋକେ ପ୍ରତିଥର ମୋତେ ଧି‌କ୍‌କାର ଓ ବିଦ୍ରୂପ କରିଛନ୍ତି। ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।” ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ। ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ। ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି। ମୁଁ ବହୁବାର ଅପବାଦ ଶୁଣିଅଛି। ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି। ସେମାନେ ଅଭିଯୋଗ କରି କହନ୍ତି, “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ମିଥ୍ୟା ଓ ମନ୍ଦକଥା କହିବା, ତୁମ୍ଭେମାନେ ମଧ୍ୟ ତାହା କହିବ। ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।” କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି। ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବ ଓ ମୋତେ ପରାସ୍ତ କରି ପାରିବେ ନାହିଁ। ସେମାନେ ଘୋର ଅପମାନିତ ହେବେ କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ। ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ। ସଦାପ୍ରଭୁଙ୍କ ବିଷୟରେ ଗାନ କର, ତାଙ୍କର ପ୍ରଶଂସା କର। କାରଣ ସେ ଦୁଷ୍ଟାଗ୍ଭରୀଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରନ୍ତି। ଯିରିମିୟଙ୍କ ଷଷ୍ଠ ଅଭିଯୋଗ ମୋର ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁ ଦିନ ମୋର ମାତା ମୋତେ ଜନ୍ମ ଦେଲା, ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ। ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା, “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ। ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ। ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ। ଆଉ ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ। କାରଣ, ସେ ମୋତେ ମାତୃ ଗର୍ଭରେ ମାରି ପାରିଲା ନାହିଁ। ତାହା କରିଥିଲେ ମୋର ମାତୃଗର୍ଭ ମୋର କବର ହୋଇଥା’ନ୍ତା ଓ ମୁଁ ଜନ୍ମ ନେଇ ନ ଥା’ନ୍ତି। ମୁଁ କାହିଁକି ଜନ୍ମ ହେଲି? ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ ଅତିବାହିତ ହେଲା। ପରମେଶ୍ୱର ସିଦିକିୟ ରାଜାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି ରାଜା ସିଦିକିୟ ମ‌‌ଲ୍‌‌କିୟର ପୁତ୍ର ପ‌‌‌ଶ୍‌‌‌ହୂରକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ସଦାପ୍ରଭୁଙ୍କର ବାକ୍ୟ ଦେଇ ଯିରିମିୟ ନିକଟକୁ ପଠାଇଲେ। ପ‌‌‌ଶ୍‌‌‌ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।” ତା’ପରେ ଯିରିମିୟ, ସିଫନିୟ ଓ ପ‌‌‌ଶ୍‌‌‌ହୂରଙ୍କୁ କହିଲେ, “ତୁମ୍ଭେମାନେ ସିଦିକିୟଙ୍କୁ ଏହିକଥା କହିବ। ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା। “‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା। ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାଯ୍ୟରେ କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସେମାନେ ମହାମାରୀରେ ମରିବେ। ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ‌‌ଖ‌ଡ଼୍‌ଗରେ ବଧ କରିବେ।’ “ଆଉ ମଧ୍ୟ ତୁମ୍ଭେ ସେ ଲୋକମାନଙ୍କୁ କହିବ, ‘ସଦାପ୍ରଭୁ ଏହିକଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖିଅଛୁ। ଏବଂ ସେହି ଲୋକମାନେ, ଯେଉଁମାନେ ଏହି ନଗର ମଧ୍ୟରେ ରହିବେ, ସେମାନେ ମରିବେ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ମାତ୍ର ସେହି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କ‌‌ଲ୍‌‌ଦୀୟମାନଙ୍କର ପକ୍ଷ ନିଅନ୍ତି, ସେମାନେ ବଞ୍ଚିବେ ଓ ସେମାନେ ସେହିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ୟ ରକ୍ଷା କରିବେ। ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’” “ଆଉ ଯିହୁଦାର ରାଜବଂଶ ବିଷୟରେ ‘ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, “‘ତୁମ୍ଭେମାନେ ପ୍ରଭାତରେ ସୁବିବେଚନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କ୍ରୋଧାଗ୍ନିରେ ଭସ୍ମୀଭୂତ ହେବ ଓ କେହି ତାହାକୁ ନିର୍ବାଣ କରି ପାରିବେ ନାହିଁ।’ “ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ଯିରୁଶାଲମ,” ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭେମାନେ କହୁଅଛ ‘ଆମ୍ଭମାନଙ୍କ ବିପକ୍ଷରେ କେହି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କେହି ପରାସ୍ତ କରି ପାରିବେ ନାହିଁ।’” ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ୟରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନି ତୁମ୍ଭମାନଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଦ୍ରବ୍ୟ ଗ୍ରାସ କରିବ।” ଦୁଷ୍ଟ ରାଜାଗଣଙ୍କ ବିପକ୍ଷରେ ବିଗ୍ଭର ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ଯାଇ ଯିହୁଦାର ରାଜାଙ୍କୁ ଏହି ବାକ୍ୟ କୁହ। ‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ। ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ। ଆଉ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦେଇ ଗୃହରେ ପ୍ରବେଶ କରିବେ। ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’” ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍ ଓ ଲିବାନୋ‌ନ୍‌ର ଶୃଙ୍ଗସ୍ୱରୂପ ଅଟ। ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର ଓ ଜନଶୂନ୍ୟ ନଗରରେ ପରିଣତ କରିବା। ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନିରେ ପକାଇବେ। “ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’ ତହିଁରେ ସେମାନେ ଉତ୍ତର ଦେବେ, ‘ସଦାପ୍ରଭୁ ପରମେଶ୍ୱରଙ୍କ ନିୟମକୁ ପରିତ୍ୟାଗ କରି ଯିହୁଦାବାସୀ ଅନ୍ୟ ଦେବଗଣଙ୍କୁ ପ୍ରଣାମ ଓ ସେବା କରିଥିବାରୁ।’” ରାଜା ଯିହୋୟାସ୍ (ଶଲ୍ଲମ୍)ଙ୍କ ବିରୁଦ୍ଧରେ ବିଗ୍ଭର ତୁମ୍ଭେମାନେ ମୃତ ରାଜାଙ୍କ ସକାଶେ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶୟ କ୍ରନ୍ଦନ କର। କାରଣ ସେ ଆଉ ଫେରିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ। ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ। ଯିହୋୟାସ୍ (ଶଲ୍ଲମ୍) ବନ୍ଦୀତ୍ୱ ଅବସ୍ଥାରେ ଯେଉଁ ସ୍ଥାନକୁ ନୀତ ହୋଇଛି ସେ ସେହି ସ୍ଥାନରେ ମରିବ। ସେ ଆଉ ଏହି ଦେଶ ଦେଖି ପାରିବ ନାହିଁ।” ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ବିପକ୍ଷରେ ବିଗ୍ଭର “ଯିହୋୟାକୀମ୍ ଜଣେ ଅଧର୍ମୀ ରାଜା ଥିଲେ ଯିଏ କି ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ, ଯିଏ ବିନା ମୂଲ୍ୟରେ ଆପଣା ପ୍ରତିବାସୀକି ସେବା କରାଏ ଓ ତାଙ୍କୁ କିଛି ବେତନ ଦିଏ ନାହିଁ। “ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’ ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ। “ହେ ଯିହୋୟାକୀମ୍, ତୁମ୍ଭେ ତୁମ୍ଭ ଗୃହରେ ବହୁ ଏରସ କାଠ ବ୍ୟବହାର କରି ବଡ଼ ରାଜା ହୋଇଯିବ ବୋଲି ଭାବୁଛ କି? ତୁମ୍ଭର ପିତା ଧର୍ମରେ ଖାଦ୍ୟ ପାନୀୟ ଦେଇ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସେଠାରେ ଉନ୍ନତି ହେଲା। ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ ତାଙ୍କର ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, “ଏହାକି ଆମ୍ଭକୁ ଜ୍ଞାତ ହେବାର ନୁହେଁ?” “ମାତ୍ର ହେ ଯିହୋୟାକୀମ୍, ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।” ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ! ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି ତାଙ୍କ ପାଇଁ ବିଳାପ କରିବେ ନାହିଁ। ‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ। ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ। “ହେ ଯିହୁଦା, ତୁମ୍ଭେ ଲିବାନୋ‌ନ୍‌ର ପର୍ବତ ଉପରେ କ୍ରନ୍ଦନ କର। ତୁମ୍ଭେ ବାଶନର ପର୍ବତ ଉପରେ ଉଚ୍ଚ ସ୍ୱରରେ ପାଟି କର ଓ ଅବାରୀମର ପର୍ବତରୁ ବିଳାପ କର। କାରଣ ତୁମ୍ଭର ‘ପ୍ରେମିକମାନେ’ ବିନଷ୍ଟ ହୋଇଅଛନ୍ତି। “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ। ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ। ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହେବ। “ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି ଲିବାନୋ‌ନ୍‌ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।” ଯିହୋୟାକୀ‌‌‌ନଙ୍କ ବିପକ୍ଷରେ ବିଗ୍ଭର ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା। ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ ଓ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା। ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ। ହେ କନିୟ, ତୁମ୍ଭେ ଯେଉଁ ଦେଶକୁ ଫେରିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫେରିପାରିବ ନାହିଁ।” କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ? ହେ ପୃଥିବୀ, ଯିହୁଦା ଦେଶ! ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ କହନ୍ତି, “କନିୟ ବିଷୟରେ ଏହି କଥା ଲେଖ, ‘ସେ ନିଃସନ୍ତାନ ହେବ। ସେ ନିଜ ଜୀବନକାଳ ମଧ୍ୟରେ ଭାଗ୍ୟବାନ୍ ହେବ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନରେ ବସିବ ନାହିଁ, କି ଯିହୁଦା ଉପରେ ଆପଣା ଶାସନ କର୍ତ୍ତୃତ୍ୱ କରି ଭାଗ୍ୟବାନ୍ ହେବ ନାହିଁ।’” ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।” ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି। “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି। The Good “Branch” ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା। ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ। ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ। ଏଣୁକରି ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।’ ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।” ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଙ୍କ ବିପକ୍ଷରେ ବିଗ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ବାର୍ତ୍ତା। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି। ମୋର ଅସ୍ଥିସବୁ କମ୍ପୁଅଛି। ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ୟ ହେତୁ ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ତୁଲ୍ୟ ହୋଇଅଛି। କାରଣ ଯିହୁଦା ପାପୀ ଓ ବ୍ୟଭିଗ୍ଭରୀମାନଙ୍କର ପରିପୂର୍ଣ୍ଣ। ସେମାନେ ବହୁ ଭାବରେ ଅବିଶ୍ୱସ୍ତ ହୋଇଛନ୍ତି। ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ ପ୍ରାନ୍ତରସ୍ଥ ଗ୍ଭରଣଭୂମି ଶୁଷ୍କ ହୋଇଅଛି। ଦେଶ ଶୋକ କରୁଅଛି। ଭବିଷ୍ୟ‌ଦ୍‌ବକ୍ତାଙ୍କର ବ୍ୟବହାର ଓ ପରାକ୍ରମ ନ୍ୟାୟସଙ୍ଗତ ନୁହେଁ। “ଉଭୟ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକଗଣ ସବୁ ମିଛ।” କାରଣ ସଦାପ୍ରଭୁ କହନ୍ତି, “ଏପରିକି ସେମାନେ ମୋ’ ମନ୍ଦିରରେ ଅପକର୍ମ କରୁଥିବାର ମୁଁ ଦେଖିଲି। ତେଣୁ ସେମାନଙ୍କର ପଥ ଅନ୍ଧକାର ଓ ଖସଡ଼ା ହେବ। ସେମାନେ ସେହି ଅନ୍ଧାର ମଧ୍ୟରେ ରହିବେ।” କାରଣ ସଦାପ୍ରଭୁ କହନ୍ତି, “ମୁଁ ସେମାନଙ୍କ ଉପରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।” “ଶମରିୟାର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି। ସେମାନେ ‌ବା‌ଲ୍‌ଦେବ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ଇସ୍ରାଏଲ ଲୋକମାନଙ୍କୁ କୁପଥରେ ଚଳାଇଲେ। ଯିରୁଶାଲମର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଆମ୍ଭେ ସେହି ଭୟଙ୍କର ବିଷୟ ଦେଖୁଅଛୁ। ସେମାନେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୂରାଗ୍ଭରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କ ମଧ୍ୟରୁ କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତାହାର ନିବାସୀଗଣ ହମୋରାର ସମାନ ଅଟନ୍ତି।” ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବିଷୟରେ ଏହା କହନ୍ତି, “ଆମ୍ଭେ ସେମାନଙ୍କୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ଯିରୁଶାଲମର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ୟାପିଯାଇଛି।” ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ। ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି। ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି। ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ। ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି। ସେମାନେ ସେମାନଙ୍କୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’ ପୁଣି ଯେଉଁମାନେ ଅବାଧ୍ୟ ହୋଇ ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି, ସେମାନଙ୍କୁ କୁହାଯାଏ, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’ ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ। କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ। ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ। ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ। ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ। ଆମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସେମାନେ ଆପେ ଆପେ ଧାଇଁଲେ। ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ। ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ, ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ। ଆଉ ସେମାନେ ସେମାନଙ୍କୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।” ସଦାପ୍ରଭୁ କହନ୍ତି, “ଆମ୍ଭେ ପରମେଶ୍ୱର, ଆମ୍ଭେ କି ନିକଟ କି ଦୂର ସବୁସ୍ଥାନରେ ପରମେଶ୍ୱର ଅଟୁ। ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ ସବୁଠାରେ ବ୍ୟାପି ରହିଅଛୁ।” “ପୁଣି ଏପରି କେତେକ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ଯେଉଁମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ’ କହନ୍ତି, ସେମାନଙ୍କ କଥା ଆମ୍ଭେ ଶୁଣିଅଛୁ। ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ? ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ଆପଣା ଆପଣା ପ୍ରତିବାସୀଙ୍କୁ ମିଥ୍ୟା ସ୍ୱପ୍ନ କଥା କହି ମୋର ନାମକୁ ମୋ’ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଗ୍ଭହାନ୍ତି। ଯେପରି ସେମାନଙ୍କର ପୂର୍ବପୁରୁଷଗଣ ବା‌‌ଲ୍‌‌ଦେବ ସକାଶେ ମୋର ନାମ ପାଶୋରି ପକାଇଲେ। ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।” ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।” ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ପୁଣି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ, ନିଜେ ମିଥ୍ୟା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସେମାନଙ୍କର ବିପକ୍ଷ ଅଟେ।” ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।” ସଦାପ୍ରଭୁଙ୍କଠାରୁ ଶୋକବାର୍ତ୍ତା “ତା’ପରେ ଯେତେବେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ୟ‌ଦ୍‌ବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଗ୍ଭରନ୍ତି, ‘ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ’ଣ?’ ସେତେବେଳେ ତୁମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ତର କରିବ, ‘ତୁମ୍ଭେମାନେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ୟାଗ କରିବି।’ ଏହା ସଦାପ୍ରଭୁ କହନ୍ତି। “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କିଅବା ଯାଜକ କିଅବା ଲୋକମାନଙ୍କ ମଧ୍ୟରୁ ଯେକେହି କହେ, ‘ସଦାପ୍ରଭୁଙ୍କର ବାର୍ତ୍ତା ଏକ ଭାରୀ’, ମୁଁ ସେ ଲୋକକୁ ଓ ତାହାର ପରିବାରକୁ ଶାସ୍ତି ଦେବି। ତୁମ୍ଭେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ପଗ୍ଭରିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ‘ସଦାପ୍ରଭୁ କି କଥା କହିଅଛନ୍ତି?’ ତୁମ୍ଭେମାନେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, ‘ସଦାପ୍ରଭୁଙ୍କର ବାର୍ତ୍ତା’ ବୋଝ ବୋଲି। କାରଣ ତୁମ୍ଭେମାନେ ପ୍ରତ୍ୟେକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ୱରଙ୍କ ବାକ୍ୟକୁ କଦର୍ଥ କରିଅଛ। “ତୁମ୍ଭେ ଯଦି ପରମେଶ୍ୱରଙ୍କ ବାର୍ତ୍ତା ଜାଣିବାକୁ ଗ୍ଭହୁଁଛ, ତେବେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏହିକଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ କିମ୍ବା‘ସଦାପ୍ରଭୁ କି କଥା କହିଛନ୍ତି?’ ମାତ୍ର ‘ତୁମ୍ଭେମାନେ ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କୁହ ନାହିଁ। ତୁମ୍ଭେମାନେ ଯଦି ଏହିକଥା କୁହ, ତେବେ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭାରୋକ୍ତି ନ କହିବାକୁ କହିଥିଲୁ, ତଥାପି ତୁମ୍ଭେମାନେ ସେହି ଉଚ୍ଚ ଶବ୍ଦ ବ୍ୟବହାର କଲ?’ ମାତ୍ର ତୁମ୍ଭେମାନେ ଆମ୍ଭର ବାକ୍ୟକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦେଇଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା। ଆମ୍ଭେ ଏପରି ଦୁର୍ନାମ ଓ ଲଜ୍ଜା ତୁମ୍ଭମାନଙ୍କୁ ଚିରକାଳ ଭୋଗକରାଇବା, ଯାହାକୁ ତୁମ୍ଭେମାନେ କେବେ ଭୁଲିପାରିବ ନାହିଁ।”’ ଉତ୍ତମ ଡିମ୍ବିରି ଫଳ ଓ ମନ୍ଦ ଡିମ୍ବିରି ଫଳ ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ଯିହୋୟାକୀ‌‌‌ମ୍‌‌‌ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି। ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା। ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଯିରିମିୟ, ତୁମ୍ଭେ କ’ଣ ଦେଖୁଛ?” ମୁଁ ଉତ୍ତର କଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନଯୋଗ୍ୟ ନୁହେଁ।” ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କ‌‌ଲ୍‌‌ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି। ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା। ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।” “ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା। ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ। ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।” ଯିରିମିୟଙ୍କ ପ୍ରଗ୍ଭରର ସାରାଂଶ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଅଧିକାରର ପ୍ରଥମ ବର୍ଷରେ ଓ ଯୋଶିୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ଅଧିକାରର ଚତୁର୍ଥ ବର୍ଷରେ, ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ଯିହୁଦାର ସମସ୍ତ ଲୋକ ଓ ସମସ୍ତ ଯିରୁଶାଲମ ନିବାସୀ ନିକଟରେ ସେହି ବାକ୍ୟ ପ୍ରଗ୍ଭର କରି କହିଲେ, “ଆମୋନର ପୁତ୍ର ଯିହୁଦାର ରାଜା ଯୋଶିୟର ଅଧିକାରର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ୍ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହୋଇଅଛି। ଆଉ ମୁଁ ପ୍ରତ୍ୟୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ। ପୁଣି ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ବାରମ୍ବାର ଆପଣାର ସମସ୍ତ ଦାସ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି। ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ, କିଅବା ସେ କଥାପ୍ରତି କର୍ଣ୍ଣପାତ କରି ନାହଁ। ସେହି ଭବିଷ୍ୟ‌ଦ୍‌ବକ୍ତାଗଣ କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫେର। ତାହାହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତାହା ମଧ୍ୟରେ ତୁମ୍ଭେମାନେ ବାସ କରିବ। ଆଉ ଅନ୍ୟ ଦେବଗଣର ପଶ୍ଚା‌‌‌ତ୍‌‌‌ଧାବନ କର ନାହିଁ କିଅବା ସେମାନଙ୍କୁ ସେବା ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।” “ତୁମ୍ଭେମାନେ ଆମ୍ଭ କଥାପ୍ରତି ଧ୍ୟାନ ଦେଲ ନାହିଁ।” ତଥାପି ସଦାପ୍ରଭୁ କହନ୍ତି, “ନିଜ ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହେବ।” ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଧ୍ୟାନ ଦେଉ ନାହଁ।” ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ। ଆଉ ମଧ୍ୟ ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦ, ପ୍ରମୋଦ, ଧ୍ୱନି, ବରକନ୍ୟାଙ୍କର ସୁଖ ଓ ହର୍ଷ ଧ୍ୱନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା। ତହିଁରେ ସମଗ୍ର ଦେଶ ଏକ ଶୂନ୍ୟ ମରୁଭୂମିରେ ପରିଣତ ହେବ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ଯ୍ୟନ୍ତ ଦାସ ହୋଇ ରହିବେ। ପୁଣି ସଦାପ୍ରଭୁ କହନ୍ତି, “ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସେହି ଗୋଷ୍ଠୀକି ଓ କ‌‌ଲ୍‌‌ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହାକୁ ସଦାକାଳ ଧ୍ୱଂସସ୍ଥାନ କରିବା। ଆଉ ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଆଉ ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମିୟଙ୍କ ଦ୍ୱାରା ପ୍ରଗ୍ଭରିତ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ସେହି ଦେଶପ୍ରତି ସଫଳ ହେବ। ଏବଂ ସେମାନେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହେବେ। ଆଉ ଆମ୍ଭେ ସେମାନଙ୍କ କାର୍ଯ୍ୟକଳାପନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।” ପୃଥିବୀର ଗୋଷ୍ଠୀମାନଙ୍କ ଉପରେ ବିଗ୍ଭର ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ। ତାହା ପାନ କରି ସେମାନେ ବାନ୍ତିକରି ଏଣେ ତେଣେ ଟଳମଳ ହେବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ପଠାଇଥିବା ‌‌ଖ‌ଡ଼୍‌ଗ ହେତୁ ସେମାନେ ଉନ୍ମତ୍ତ ହେବେ।” ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ତାଙ୍କର କହିବାନୁସାରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି। ମୁଁ ଯିହୁଦା ଓ ଯିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସେହି ପାତ୍ରରୁ ପାନ କରାଇଲି। ସେହି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶୋଚନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ୟବହାର କରନ୍ତି। ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି। ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅ‌‌ସ୍‌‌ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି। ତା’ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି। ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ। ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। ମୁଁ ମଧ୍ୟ ସିମ୍ରୀ, ଐଲମ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ। “ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ‌‌ଖ‌ଡ଼୍‌ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’ “ପୁଣି ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ତାହା ପାନ କରିବ। କାରଣ ଏହି ଯିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିଯାନ ଆରମ୍ଭ କରିଛି। ତାହା ମୋର ନାମକୁ ଧାରଣ କରିଛି। ତୁମ୍ଭେମାନେ କହିପାର ଆମ୍ଭେମାନେ ଦଣ୍ଡିତ ହେବୁ ନାହିଁ। ମାତ୍ର ତୁମ୍ଭେମାନେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପରେ ‌‌ଖ‌ଡ଼୍‌ଗ ଚଳାଇବା।’” ଏହା ସଦାପ୍ରଭୁ କହନ୍ତି। “ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ, ‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ। ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ। ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ। ସମଗ୍ର ପୃଥିବୀରେ ଏକ ଧ୍ୱନି ବ୍ୟାପିଯିବ। କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର କ୍ରୋଧ ଅଛି। ସେ ସେମାନଙ୍କର ବିଗ୍ଭର କରି ଶାସ୍ତି ଦେବେ। ପୁଣି ସେ ଦୁଷ୍ଟାଗ୍ଭରୀମାନଙ୍କୁ ‌‌ ଖ‌ଡ଼୍‌ଗରେ ସମର୍ପଣ କରିବେ।’” ଏହା ସଦାପ୍ରଭୁ କହନ୍ତି। ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ। ସମଗ୍ର ପୃଥିବୀରେ ମହା ତୋଫାନ ଉଠିବ।” ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ଦେଖାଯିବ। ସେମାନଙ୍କ ପାଇଁ ବିଳାପ କରିବାକୁ କେହି ନ ଥିବେ ଓ କବର ଦେବା ପାଇଁ ମଧ୍ୟ କେହି ନ ଥିବେ। ସେମାନେ ଭୂଇଁର ଗୋବର ଖତ ହେବେ। ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ। ପୁଣି ମେଷପାଳକଗଣ ପଳାୟନ କରି ଲୁଚି ପାରିବେ ନାହିଁ। ସେମାନଙ୍କର ଅଧିପତିଗଣ ରକ୍ଷା ପାଇବେ ନାହିଁ। ମୁଁ ମେଷପାଳକମାନଙ୍କର ଚିତ୍କାର ଓ ମେଷପଲର ଅଧିପତିମାନଙ୍କର ସ୍ୱର ଶୁଣିଅଛି। କାରଣ ସଦାପ୍ରଭୁ ସେମାନଙ୍କର ବାସସ୍ଥାନ ଉଜାଡ଼ କରିଅଛନ୍ତି। ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଯୋଗୁଁ ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ୟ ମରୁ ହୋଇଅଛି। ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି। ତାଙ୍କର କ୍ରୋଧ ରୂପକ ‌‌ଖ‌ଡ଼୍‌ଗ ଭୟଙ୍କର ହେବ ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ। ସଦାପ୍ରଭୁଙ୍କ ଗୃହରେ ଯିରିମିୟଙ୍କ ଶିକ୍ଷା ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ପ୍ରାରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ। ସେମାନେ ହୁଏତ ଆମ୍ଭର କଥାପ୍ରତି ଧ୍ୟାନ ଦେବେ ଓ ଆମ୍ଭର ଆଜ୍ଞା ପାଳନ କରିବେ। ହୋଇପାରେ ସେମାନେ କୁପଥରୁ ଫେରିବେ। ତାହାହେଲେ ଆମ୍ଭେ ସେମାନଙ୍କର ଦୁଷ୍ଟତା ଯୋଗୁଁ ସେମାନଙ୍କ ପ୍ରତି ଯେଉଁ ଦଣ୍ଡ ଦେବାକୁ ମନସ୍ଥ କରିଅଛୁ, ସେଥିରୁ ନିବୃତ୍ତ ହେବା। ପୁଣି ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ବ୍ୟବସ୍ଥାନୁସାରେ ଗ୍ଭଲିବ ଓ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦେବ। ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭେମାନେ ସେମାନଙ୍କ କଥା ପ୍ରତି ଅବଧାନ କରି ନାହଁ। ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’” ସଦାପ୍ରଭୁଙ୍କ ମନ୍ଦିରରେ ଯିରିମିୟ ଏହି କଥା କହିଲା ବେଳେ ସମସ୍ତ ଯାଜକ, ଭବିଷ୍ୟ‌ଦ୍‌ବକ୍ତା ଓ ଲୋକମାନେ ଶୁଣିଲେ। ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପରେ ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।” ସେମାନେ ପୁଣି କହିଲେ, “ତୁମ୍ଭେ କିପରି ସଦାପ୍ରଭୁଙ୍କ ନାମରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛ ଯେ, ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହେବ ଓ ଯିରୁଶାଲମ ନଗର ଧ୍ୱଂସ ଓ ନିବାସହୀନ ହେବ।” ସଦାପ୍ରଭୁଙ୍କ ମନ୍ଦିରରେ ସମସ୍ତ ଲୋକ ଯିରିମିୟଙ୍କ ଗ୍ଭରିପଟେ ରୁଣ୍ଡ ହେଲେ। ଅନନ୍ତର ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ। ତା’ପରେ ଯାଜକମାନେ ଓ ଭବିଷ୍ୟ‌ଦ୍‌ବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।” ତା’ପରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେଉଁସବୁ କଥା ଶୁଣିଅଛ, ସେହିସବୁ ଭବିଷ୍ୟ‌ଦ୍‌ବାକ୍ୟ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧରେ ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ। ତେଣୁ ତୁମ୍ଭେମାନେ ନିଜ ନିଜ ଆଚରଣ ଓ କ୍ରିୟା ବଦଳାଅ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ପାଳନ କର। ତାହାହେଲେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଛନ୍ତି, ତାହା କରିବାରୁ ସେ ନିବୃତ୍ତ ହେବେ। ଆଉ ମୋ’ ସମ୍ବନ୍ଧରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର। ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।” ତା’ପରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯିରିମିୟଙ୍କୁ ଏହିସବୁ କହିଛନ୍ତି।” ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ। “ଯିହୁଦାର ରାଜା ହିଜକିୟଙ୍କ ସମୟରେ ମୋରେଷ୍ଟୀୟର ମୀଖା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସିୟୋନ କ୍ଷେତ୍ର ତୁଲ୍ୟ ଗ୍ଭଷ କରାଯିବ ଓ ଯିରୁଶାଲମ ଢିପ ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’ “ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।” ଆହୁରି ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା। ସେ କିରିୟତ୍-ସିୟାରୀମସ୍ଥ ସମୟିୟର ପୁତ୍ର ଉରିୟ; ସେ ଯିରିମିୟର ସମସ୍ତ ବାକ୍ୟପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଥିଲା। ରାଜା ଯିହୋୟାକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିୟଙ୍କ ଭବିଷ୍ୟ‌ଦ୍‌ବାଣୀ ଶୁଣିଲେ। ତା’ପରେ ରାଜା ଯିହୋୟାକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିୟ ଭୟଭୀତ ହୋଇ ମିଶରକୁ ପଳାଇଲା। ମାତ୍ର ରାଜା ଯିହୋୟାକୀମ୍ ଅକବୋରର ପୁତ୍ର ଇ‌‌ଲ୍‌‌ନାଥ‌‌‌ନ୍‌‌‌କୁ ଓ ତାଙ୍କ ସହିତ ଅନ୍ୟ କେତେକ ଲୋକଙ୍କୁ ମିଶରକୁ ପଠାଇଲା। ତହୁଁ ସେମାନେ ଉରିୟକୁ ମିଶରରୁ ଆଣି ଯିହୋୟାକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶରେ ଉରିୟକୁ ‌‌ଖ‌ଡ଼୍‌ଗରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନରେ ତାହାର ଶବ ପକାଗଲା। ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ। ସଦାପ୍ରଭୁ ନବୂଖ‌ଦ୍‌ନିତ୍ସରଙ୍କୁ ଶାସକ କଲେ ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ଶାସନର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ ମୋତେ ଏହି କଥା କହିଲେ, “ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତେକ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ। ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ। ଆଉ ସେମାନଙ୍କୁ ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବ। ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ୱାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ୱଇଚ୍ଛାରେ ଯାହାକୁ ଉଚିତ୍ ମନେ କରିବୁ, ଏହା ଦେଇ ପାରିବୁ। ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ। ପୁଣି ସମୁଦାୟ ଗୋଷ୍ଠୀ ନବୂଖ‌ଦ୍‌ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ। “‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି,”ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା। କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର, ତୁମ୍ଭର ଦିବ୍ୟଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ୱପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଗ୍ଭଟୁକାରମାନଙ୍କର କିଅବା ତୁମ୍ଭର ଯାଦୁକରମାନଙ୍କର କଥା ଶୁଣିବା ଉଚିତ୍ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, “ତୁମ୍ଭେ ବାବିଲୋ‍ନ୍‍ର ରାଜାଙ୍କର ସେବା କରିବା ଉଚିତ୍ ନୁହେଁ।” ମାତ୍ର ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରେଇ ଦେବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛନ୍ତି। “‘କିନ୍ତୁ ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ନିଜ ନିଜର ବେକ ଦେବେ ଓ ତାହାର ଦାସ୍ୟ କର୍ମ କରିବେ,’ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା ଓ ସେମାନେ ସେଠାରେ କୃଷି କାର୍ଯ୍ୟ କରି ବାସ କରିବେ।’” ଅନନ୍ତର ମୁଁ ସେହି ସମସ୍ତ ବାକ୍ୟ ଯିହୁଦାର ରାଜା ସିଦିକିୟକୁ କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସେବା କର। ତହିଁରେ ତୁମ୍ଭେମାନେ ବଞ୍ଚିବ। ପୁଣି ସଦାପ୍ରଭୁ କହନ୍ତି, କାହିଁକି ତୁମ୍ଭେ ଓ ତୁମ୍ଭର ଲୋକମାନେ ଯୁଦ୍ଧରେ, ଦୁର୍ଭିକ୍ଷରେ ଓ ମହାମାରୀରେ ମରିବ? ସଦାପ୍ରଭୁ କହିଲେ, ଯେଉଁମାନେ ବାବିଲୋନ ରାଜାଙ୍କର ସେବା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଘଟିବ। ପୁଣି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ‘ତୁମ୍ଭେମାନେ ବାବିଲ ରାଜାର ସେବା କର ନାହିଁ।’ “ତୁମ୍ଭେମାନେ ସେମାନଙ୍କର କଥାକୁ ଶୁଣିବା ଉଚିତ୍ ନୁହେଁ। କାରଣ ସେମାନେ ମିଥ୍ୟାବାଦୀ ପ୍ରଗ୍ଭର କରନ୍ତି। ପୁଣି ସଦାପ୍ରଭୁ କହନ୍ତି, ‘ମୁଁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବି ନାହିଁ। ସେମାନେ ମିଥ୍ୟା ପ୍ରଗ୍ଭର କରନ୍ତି ଓ ମୋ’ ନାମରେ ତାହା ପ୍ରଗ୍ଭର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦେବି ଓ ତୁମ୍ଭେମାନେ ବିନଷ୍ଟ ହେବ, ତୁମ୍ଭେମାନେ ଓ ସେହି ପ୍ରଗ୍ଭରକ ଭବିଷ୍ୟ‌ଦ୍‌ବକ୍ତାଗଣ ବିନଷ୍ଟ ହେବ।’” ତା’ପରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, “ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହନ୍ତି ଯେ, ‘ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାଯିବ। କିନ୍ତୁ ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ, କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ। ବାବିଲ ରାଜାର ସେବା କର, ତାହାହେଲେ ତୁମ୍ଭେମାନେ ବଞ୍ଚିବ। ଆଉ ଏହି ନଗର ଯିରୁଶାଲମକୁ କାହିଁକି ଧ୍ୱଂସ କରିବାକୁ ଦେବ? ଆଉ ଯଦି ସେମାନେ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କଠାରେ ଥାଏ, ତେବେ ସେମାନେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୁଶାଲମରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁଙ୍କୁ ବିନତି କରନ୍ତୁ। “କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ୱୟ, ସମୁଦ୍ର, ବୈଠିକି ଓ ସମସ୍ତ ବାସନ କୁସନ ସମ୍ବନ୍ଧରେ କହନ୍ତି, ଯାହାକି ଏହି ନଗରରେ ଛାଡ଼ିଛନ୍ତି। ଯେତେବେଳେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ପୁତ୍ର ଯିହୋୟାଖୀ‌‌‌ନ୍‌‌‌ଙ୍କୁ ଓ ଯିହୁଦାର ଓ ଯିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖ‌ଦ୍‌ନିତ୍ସର ବନ୍ଦୀକରି ବାବିଲକୁ ନେଇଗଲେ ସେତେବେଳେ ସେ ସବୁ ଜିନିଷ ନେଇ ନ ଥିଲେ। ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିରରେ, ଯିହୁଦାର ରାଜପ୍ରାସାଦରେ ଓ ଯିରୁଶାଲମରେ ଅବଶିଷ୍ଟ ଥିବା, ସେହି ସମସ୍ତ ବାସନ କୁସନ ବାବିଲକୁ ଅଣାଯିବ। ‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’” ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ଚତୁର୍ଥବର୍ଷର ପଞ୍ଚମ ମାସରେ ଗିବିୟୋନ ନିବାସୀ ଅସୂରର ପୁତ୍ର ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତରେ ମୋତେ ଏହି କଥା କହିଲେ। “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିହୁଦା ଉପରେ ଥିବା ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ଦୁଇ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫେରାଇ ଆଣିବା। ପୁଣି ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’” ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ କହିଲେ। ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ। “ତେଣୁ ହେ ହନାନିୟ, ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ଯେଉଁ କଥା କହୁଅଛି, ତାହା ଶୁଣ। ତୁମ୍ଭର ଓ ମୋର ବହୁ ପୂର୍ବରୁ ଅନେକ ଭବିଷ୍ୟ‌ଦ୍‌ବକ୍ତା ବହୁଦେଶ ଓ ମହାନ ମହାନ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର କରିଅଛନ୍ତି। ଯେଉଁ ଭବିଷ୍ୟ‌ଦ୍‌ବକ୍ତା ଶାନ୍ତିର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରେ ସେହି ଭବିଷ୍ୟ‌ଦ୍‌ବକ୍ତାର ବାକ୍ୟ ସଫଳ ହେଲା ପରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।” ଯିରିମିୟଙ୍କ ସ୍କନ୍ଧରେ ବହନ କରିଥିବା ଯୁଆଳିକୁ ହନାନିୟ କାଢ଼ି ନେଇ ତାହା ଭାଙ୍ଗି ପକାଇଲା। ଆଉ ହନାନିୟ ସବୁ ଲୋକଙ୍କ ସାକ୍ଷାତରେ ବଡ଼ ପାଟିରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ହେବା ପୂର୍ବରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଯୁଆଳି ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’” ଏଥିରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ଆପଣା ବାଟରେ ଗ୍ଭଲିଗଲେ। ହନାନିୟ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ସ୍କନ୍ଧରୁ ଯୁଆଳି ନେଇ ଭାଙ୍ଗିଲା ପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯାଇ ହନାନିୟକୁ କୁହ, ‘ତୁମ୍ଭେ ସିନା କାଠର ଯୁଆଳି ଭାଙ୍ଗି ଦେଲ, ମାତ୍ର ଆମ୍ଭେ ତାହା ବଦଳରେ ଲୁହାର ଯୁଆଳି ପ୍ରସ୍ତୁତ କରିବା।’ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’” ତହିଁରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଭବିଷ୍ୟ‌ଦ୍‌ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ। ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ‘ହେ ହନାନିୟ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ।’” ଆଉ ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା। ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖ‌ଦ୍‌ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ। ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା। ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହି‌ଲ୍‌‌‌କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି। “ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର। ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ। ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।” ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ। ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି। ତା’ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।” ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି। ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା। ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।” ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।” ତୁମ୍ଭେମାନେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ଅଛନ୍ତି।” ତୁମ୍ଭ ସହିତ ବାବିଲକୁ ବନ୍ଦୀ ହୋଇ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷୟରେ ଓ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା। ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ। ଏଣୁ ଆମ୍ଭଦ୍ୱାରା ଯିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।” “କୋଲାୟର ପୁତ୍ର ଆହାବ ଓ ମାସେୟର ପୁତ୍ର ସିଦିକିୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ତେଣୁ ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ସେମାନଙ୍କୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ବଧ କରିବ। ପୁଣି ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ୱରୂପ ପ୍ରଗ୍ଭରିତ ହେବ। ସେହି ଲୋକମାନେ କହିବେ, ‘ବାବିଲର ରାଜା ଯେପରି ସିଦିକିୟ ଓ ଆହାବଙ୍କୁ ଅଗ୍ନିରେ ଦ‌ଗ୍‌ଧ କରିଥିଲେ ସଦାପ୍ରଭୁ ସେମାନଙ୍କୁ ସେହିପରି କରନ୍ତୁ।’ ସେମାନେ ଇସ୍ରାଏଲରେ ଅତି ମନ୍ଦ ଆଚରଣ କରିଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସେମାନେ ଆମ୍ଭ ନାମରେ ମିଥ୍ୟା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।” ଶିମିୟିୟଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଆଉ ମଧ୍ୟ ତୁମ୍ଭେ ନିହିଲାମୀୟ ବଂଶର ଶମୟିୟଙ୍କୁ ଏହି ବାର୍ତ୍ତା ଦେବ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ। ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ। ସମ୍ପ୍ରତି ଯିରିମିୟ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ପରି ଦେଖାଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ?’ ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’” ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା। ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି। ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି,“‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’” ଆଶାର ଶପଥ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।” କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।” ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁ କହିଲେ। ସଦାପ୍ରଭୁ ଏହା କହିଲେ, “ଆମ୍ଭେ ଲୋକମାନଙ୍କର କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, ମାତ୍ର ଶାନ୍ତିର ଶବ୍ଦ ଶୁଣି ନାହୁଁ। “ପ୍ରତ୍ୟେକ ଲୋକଙ୍କୁ ପଗ୍ଭରି ବୁଝ, ସେମାନେ କ’ଣ ପ୍ରସବ ବେଦନା ପାଉଛନ୍ତି? ତାହା ନ ହେଲେ ପ୍ରତ୍ୟେକ ପୁରୁଷ କାହିଁକି ପ୍ରସବ ବେଦନା ପାଇଲା ପରି ଆପଣା କଟିଦେଶରେ ହସ୍ତ ରଖିଛନ୍ତି ଓ ପ୍ରତ୍ୟେକଙ୍କର ମୁଖ ମଳିନ ପଡ଼ିଛି କାହିଁକି? “ଆହା, ସେଦିନ ଅତି ମହାନ। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ। “ସେହି ସମୟରେ” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଯିହୁଦା ଓ ଇସ୍ରାଏଲର ଲୋକମାନଙ୍କ ସ୍କନ୍ଦରୁ ଯୁଆଳି ସବୁ ଭାଙ୍ଗି ପକାଇବା ଓ ସେମାନଙ୍କର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସେମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ। ଏଣୁ ସଦାପ୍ରଭୁ କହନ୍ତି, “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ। କେହି ତାହାକୁ ଭୟ ଦେଖାଇବେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବେଚନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦେବା। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ ଓ ତୁମ୍ଭମାନଙ୍କର ଘା କେବେ ପୂରଣ ହେବ ନାହିଁ। ତୁମ୍ଭମାନଙ୍କର ଘା’ର ଯତ୍ନ କେହି ନେବେ ନାହିଁ, ତେଣୁ ତାହା ସୁସ୍ଥ ହେବ ନାହିଁ। ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି। ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ। ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ? ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ। ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ। ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ। ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକର ବନ୍ଦୀତ୍ୱ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସେମାନେ ଲୁଣ୍ଠିତ ହେବେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ୟ ଅପହରଣ କରନ୍ତି, ଆମ୍ଭେ ସେମାନଙ୍କର ଦ୍ରବ୍ୟ ଅପହରଣ କରାଇବା।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା। କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। ‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’” ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ। ସେହି ସ୍ଥାନମାନଙ୍କରୁ ଧନ୍ୟବାଦ ଓ ଆନନ୍ଦର ଧ୍ୱନି ବାହାରିବ। ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା। ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା। କେହି ସେମାନଙ୍କୁ ଘୃଣା କରିବେ ନାହିଁ। ଯାକୁବର ସନ୍ତାନଗଣ ଇସ୍ରାଏଲର ପୂର୍ବପରି ହେବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା। ଯେଉଁମାନେ ସେମାନଙ୍କ ଉପରେ ଉପଦ୍ରବ କରିବେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ। ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ? ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।” “ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ସର୍ବନାଶକାରୀ ଝଡ଼ ଓ ତୋଫାନ ସଦୃଶ ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ। ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ ହେବା ପର୍ଯ୍ୟନ୍ତ ତାଙ୍କର ପ୍ରଜ୍ୱଳିତ କ୍ରୋଧ ପ୍ରଶମିତ ହେବ ନାହିଁ। ତୁମ୍ଭେମାନେ ଅନ୍ତିମ ସମୟରେ ତାହା ବୁଝିବ।” ନୂତନ ଇସ୍ରାଏଲ ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।” ସଦାପ୍ରଭୁ କହନ୍ତି, “‌‌ଖ‌ଡ଼୍‌ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ, ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।” ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ ଦର୍ଶନ ଦେଲେ ଓ କହିଲେ, “ଆମ୍ଭେ ଚିରସ୍ଥାୟୀ ଭାବରେ ତୁମ୍ଭକୁ ପ୍ରେମ କରି ଆସିଛୁ। ଏଣୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା। “ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହେବ। ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ। ତୁମ୍ଭେ କୃଷକମାନେ ପୁନର୍ବାର ଶମରିୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ। ତୁମ୍ଭେମାନେ ରୋପଣ କରି ତାହାର ଫଳ ଭୋଗ କରିବ। ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର। ଅଗ୍ରଗଣ୍ୟ ଦେଶ ନିମନ୍ତେ ଜୟଧ୍ୱନି କର, ପ୍ରାର୍ଥନା କର ଓ ପ୍ରଶଂସା କର, ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କୁ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ପରିତ୍ରାଣ କର।’ ଆଉ ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା। ପୁଣି ପୃଥିବୀର ପ୍ରାନ୍ତ ଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ, ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀଙ୍କୁ ଏକତ୍ର ସଂଗ୍ରହ କରିବା। ସେମାନେ ବହୁ ସଂଖ୍ୟାରେ ଜନଗହଳି ହୋଇ ଏ ସ୍ଥାନକୁ ଆସିବେ। ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସେମାନଙ୍କୁ ଆଗେଇ ନେବା। ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ ସଳଖ ପଥରେ ଗମନ କରାଇବା। ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ। “ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ଆଉ ଦୂରସ୍ଥ ଦ୍ୱୀପ ସମୂହରେ ତାହା ପ୍ରଗ୍ଭର କରି କୁହ, ‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ। ଆଉ ପାଳକ ଯେପରି ତାହାର ମେଷପଲକୁ ରକ୍ଷା କରେ, ସେପରି ସେ ତାହାକୁ ସୁରକ୍ଷା ଦେବେ।’ କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି। ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ, ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ ଓ ଗୋପଲର ଗୋବତ୍ସ ବହି ଆସିବ ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ। ସେମାନେ ଆଉ ଦୁଃଖୀ ହେବେ ନାହିଁ। ସେତେବେଳେ ଯୁବତୀ ନାରୀମାନେ ଆନନ୍ଦରେ ନୃତ୍ୟ କରିବେ ଓ ଯୁବା ଏବଂ ବୃଦ୍ଧମାନେ ସେମାନଙ୍କ ସହିତ ଯୋଗ ଦେବେ। ଆମ୍ଭେ ସେମାନଙ୍କର ଶୋକକୁ ଆନନ୍ଦରେ ପରିଣତ କରିବା। ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା ଦେବା ଓ ସେମାନଙ୍କୁ ଦୁଃଖ ବଦଳରେ ସୁଖ ଦେବା। ଆଉ ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ପ୍ରଚୁର ଖାଦ୍ୟ ପାଇ ପରିତୃପ୍ତ ହେବେ। ଏହା ସଦାପ୍ରଭୁ କହନ୍ତି।” ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାଯିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା’ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ, କାରଣ ସେମାନେ ମୃତ।” ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ କ୍ରନ୍ଦନରୁ ନିବୃତ୍ତ ହୁଅ ଓ ଚକ୍ଷୁରୁ ଲୋତକ ବନ୍ଦ କର। କାରଣ ତୁମ୍ଭେ ତୁମ୍ଭର କର୍ମାନୁସାରେ ପୁରସ୍କୃତ ହେବ।” ଆଉ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଶତ୍ରୁ ଦେଶରୁ ଫେରି ଆସିବ। ତୁମ୍ଭ ଅନ୍ତିମକାଳ ବିଷୟରେ ପ୍ରତ୍ୟାଶ ଅଛି।” ସଦାପ୍ରଭୁ କହନ୍ତି, ଆଉ “ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣା ଦେଶକୁ ଫେରି ଆସିବେ। ମୁଁ ପ୍ରକୃତରେ ଇଫ୍ରୟିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶାସ୍ତି ଦେଇଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ୟପଶୁ ସଦୃଶ ଥିଲି। ମୋତେ ତୁମ୍ଭ ନିକଟକୁ ଫେରିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମୋର ପରମେଶ୍ୱର। ହେ ସଦାପ୍ରଭୁ, ମୁଁ ଫେରିଲା ପରେ ଅନୁତପ୍ତ ହେଲି। ଶିକ୍ଷା ପାଇଁ ଦୁଃଖରେ ଆପଣା ଊରୁଦେଶକୁ ଆଘାତ କଲି। ମୁଁ ଆପଣା ଯୌବନ କାଳରେ ମନ୍ଦାଗ୍ଭର ଯୋଗୁଁ ଲଜ୍ଜିତ ଓ ବ୍ୟାକୁଳ ହେଲି।’” ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର। ଆମ୍ଭେ ତାହାକୁ ପ୍ରେମ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ। ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।” ଏହା ସଦାପ୍ରଭୁ କହନ୍ତି। “ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥ ପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର। ଯେଉଁ ରାଜପଥରେ ତୁମ୍ଭେ ଗମନ କରିଥିଲ ସେହି ପଥରେ ମନୋନିବେଶ କର। ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ନଗରଗୁଡ଼ିକୁ ଫେରି ଆସ। ହେ ଅବିଶ୍ୱସ୍ତା କନ୍ୟା, ତୁମ୍ଭେ କେତେକାଳ ଏଣେତେଣେ ଭ୍ରମଣ କରିବ? “କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।” ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହନ୍ତି, “ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱରୁ ମୁକ୍ତ କରିବା। ଯିହୁଦା ଦେଶରେ ଓ ତାହାର ନଗର ସକଳରେ ସେମାନେ ପୁନର୍ବାର ଏହା ବ୍ୟବହାର କରିବେ। ‘ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’ “ପୁଣି ଯିହୁଦା ଓ ତାହାର ନଗର ସବୁରେ କୃଷକମାନେ ଓ ପଲ ନେଇ ଭ୍ରମଣକାରୀମାନେ ଏକତ୍ର ଶାନ୍ତିରେ ବାସ କରିବେ। କାରଣ ଆମ୍ଭେ କ୍ଳାନ୍ତ ଓ ଦୁର୍ବଳ ପ୍ରାଣକୁ ବିଶ୍ରାମ ଓ ଶକ୍ତି ପ୍ରଦାନ କରିବା।” ଏହା ଶୁଣିଲା ଉତ୍ତାରେ, ମୁଁ ସୁଖଦାୟକ ନିଦ୍ରାରୁ ଜାଗ୍ରତ ହୋଇ ଗ୍ଭରିଆଡ଼କୁ ଗ୍ଭହିଁଲି। ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନେବା। ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପଶୁମାନଙ୍କୁ ଦ୍ୱିଗୁଣିତ କରିବା। ଅତୀତରେ ଆମ୍ଭେ ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଳେଶ ଦେଇଥିଲୁ। ମାତ୍ର ବର୍ତ୍ତମାନ ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା। ଆଉ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଶକ୍ତିଶାଳୀ କରିବା।” ଏହା ସଦାପ୍ରଭୁ କହନ୍ତି। “ଲୋକେ ଆଉ ଏପରି କଥା କେବେ କହିବେ ନାହିଁ ଯେ: ‘ପିତୃଗଣ ଅମ୍ଳ ଦ୍ରାକ୍ଷା ଫଳ ଖାଇଲେ, ସନ୍ତାନଗଣର ଦାନ୍ତ ଖଟା ହେବ।’ ସଦାପ୍ରଭୁ କହନ୍ତି, ପ୍ରତ୍ୟେକ ଲୋକ ନିଜର ପାପ ଯୋଗୁଁ ମରିବେ। କାରଣ ଅମ୍ଳ ଦ୍ରାକ୍ଷା ଫଳ ଖାଇବା ଲୋକର ଦାନ୍ତ କେବଳ ଖଟା ହେବ।” ନୂତନ ନିୟମ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା। ଏହି ନିୟମ ସେମାନଙ୍କ ପୂର୍ବପୁରୁଷଗଣଙ୍କ ସହ ହୋଇଥିବା ନିୟମ ପରି ହେବ ନାହିଁ। ସେତେବେଳେ ଆମ୍ଭେ ସେମାନଙ୍କୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିୟମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।” ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ପରମେଶ୍ୱରଙ୍କୁ ଜାଣିବାକୁ ସେମାନେ ଆପଣା ଆପଣା ପ୍ରତିବାସୀଙ୍କୁ ଓ ଭ୍ରାତାଙ୍କୁ ଶିକ୍ଷା ଦେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜାଣିବେ। ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ।” ସଦାପ୍ରଭୁ ଇସ୍ରାଏଲକୁ ପରିତ୍ୟାଗ କରିବେ ନାହିଁ ସଦାପ୍ରଭୁ କହନ୍ତି, “ଯିଏ ଦିବସରେ ଆଲୋକ ଦେବା ପାଇଁ ସୂର୍ଯ୍ୟ ଓ ରାତ୍ରିରେ ଜ୍ୟୋତିଃ ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସେହି ହେଉଛନ୍ତି ସୈନ୍ୟାଧିପତି ସଦାପ୍ରଭୁ।” ତା’ପରେ ସଦାପ୍ରଭୁ ଏହା କହନ୍ତି, “ଯେବେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଓ ସମୁଦ୍ର ମୋ’ ନିୟନ୍ତ୍ରଣରେ ନ ରହନ୍ତି, ତେବେ କେବଳ ଇସ୍ରାଏଲ ବଂଶଧର ଆମ୍ଭ ସମ୍ମୁଖରେ ଗୋଟିଏ ଦେଶ ହେବାରୁ ବିରତ ହେବ।” ପୁଣି ସଦାପ୍ରଭୁ ଏହା କହନ୍ତି, “ଯଦି ଲୋକମାନେ ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ ଓ ଅଧଃସ୍ଥ ପୃଥିବୀକୁ ମାପି ପାରିବେ। ତାହାହେଲେ କେବଳ ଆମ୍ଭେ ମଧ୍ୟ ଇସ୍ରାଏଲର ବଂଶଧରଗଣ ଯାହା କଲେ ତାହା ପ୍ରତ୍ୟାଖାନ କରିଦେବା।” ଏହା ସଦାପ୍ରଭୁ କହନ୍ତି। ନୂତନ ଯିରୁଶାଲମ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେତେବେଳେ ଯିରୁଶାଲମ ନଗର ପୁନର୍ବାର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ। ତା’ପରେ ହନନେଲ ଦୁର୍ଗରୁ କୋଣ ଫାଟକ ପର୍ଯ୍ୟନ୍ତ ତାହା ନିର୍ମିତ ହେବ। ଆଉ ସେଠାରୁ ପରିମାପକ ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ସେଠାରୁ ବୁଲି ଗୋୟା ପର୍ଯ୍ୟନ୍ତ ଯିବ। ପୁଣି ଶବ ଭସ୍ମରେ ପୂର୍ଣ୍ଣ ହୋଇଥିବା ଉପତ୍ୟକା, କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ୱ ଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ଆଉ ସେହି ଯିରୁଶାଲମ ନଗର କେବେ ଉତ୍ପାଟିତ ବା ନିପାତିତ ହେବ ନାହିଁ।” ଯିରିମିୟଙ୍କର ଏକ କ୍ଷେତ୍ର କ୍ରୟ ଯିହୁଦାର ରାଜା ସିଦିକିୟର ଦଶମ ବର୍ଷରେ ଅର୍ଥାତ୍ ନବୂଖ‌ଦ୍‌ନିତ୍ସରର ଶାସନର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସେତେବେଳେ ବାବିଲ ରାଜାର ସୈନ୍ୟଗଣ ଯିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ। ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା। ଆଉ ଯିହୁଦାର ରାଜା ସିଦିକିୟ କ‌‌ଲ୍‌‌ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜାର ହସ୍ତରେ ସମର୍ପିତ ହେବ ଓ ସା‌ମ୍‌ନା ସା‌ମ୍‌ନି ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ସେ ତାହା ଦେଖିବ। ପୁଣି ସେ ସିଦିକିୟକୁ ବାବିଲକୁ ଘେନିଯିବ। ଆମ୍ଭେ ଯେପର୍ଯ୍ୟନ୍ତ ତାକୁ ଶାସ୍ତି ନ ଦେଇଛୁ ସେ ପର୍ଯ୍ୟନ୍ତ ସେ ସେଠାରେ ରହିବ।’ ଆଉ ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’” ଯିରିମିୟ ବନ୍ଦୀ ଥିଲା ବେଳେ, “ସଦାପ୍ରଭୁଙ୍କର ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। ଯଥା: ‘ହେ ଯିରିମିୟ, ତୁମ୍ଭ ପିତୃବ୍ୟ ଶଲ୍ଲୂମର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, “ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରୟ କର। କାରଣ ତୁମ୍ଭେ ମୋର ଅତି ନିକଟ ସମ୍ପର୍କୀୟ ଓ ତୁମ୍ଭର କ୍ରୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।”’ “ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’” “ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।” ଆଉ ମୋର ପିତୃବ୍ୟ ପୁଅ ହନନେଲଠାରୁ ଅନାଥୋତସ୍ଥିତ ସେହି କ୍ଷେତ୍ର କ୍ରୟ କଲି ଓ ତାହାର ମୂଲ୍ୟ ସ୍ୱରୂପ ସତର ଶେକଲ ରୂପା ତୌଲି ତାହାକୁ ଦେଲି। ଆଉ ମୁଁ କ୍ରୟ ପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକିତିରେ ରୂପା ତୌଲି ତାହାକୁ ଦେଲି। ତା’ପରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏରେ ସର୍ତ୍ତ ଓ ଚୁକ୍ତି ଲେଖାଯାଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖୋଲା ଥିଲା। ପୁଣି ମୋ’ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ, କ୍ରୟପତ୍ରର ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରିୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି। ଆଉ ସମସ୍ତଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି। “ସୈନ୍ୟାଧିପତି ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେ ଏହି ଦୁଇଖଣ୍ଡ କ୍ରୟ ଦଲିଲ୍ ନିଅ, ଗୋଟିଏ ମୁଦି ଦିଆଯାଇଥିବା ଓ ଅନ୍ୟଟି ଖୋଲା ଓ ତାହା ଯେପରି ଦୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।’ ଆଉ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଭବିଷ୍ୟତରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରିବେ।’” ନେରିୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ପରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି। “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ। ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସେମାନଙ୍କ ପିଲାମାନଙ୍କ ଉପରେ ଦେଉଅଛ। ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ। ତୁମ୍ଭର ମନ୍ତ୍ରଣା ଓ କ୍ରିୟା ମହାନ। ତୁମ୍ଭେ ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କର। ତୁମ୍ଭେ କ୍ରିୟାନୁସାରେ ସମୁଚିତ ଫଳ ସେମାନଙ୍କୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ୟକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ୟକ୍ତି ଦଣ୍ଡିତ ହୁଏ। ହେ ସଦାପ୍ରଭୁ, ତୁମ୍ଭେ ମିଶରରେ ନାନା ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରିଅଛ। ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟରେ ସେହି ଅ‌‌ଦ୍‌‌ଭୂତ ଲକ୍ଷଣ ଦେଖାଉଛ। ପୁଣି ଏହିସବୁ କାର୍ଯ୍ୟ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହୋଇଅଛ। ତୁମ୍ଭେ ସେହି ଅଲୌକିକ ଶକ୍ତି, ଅ‌‌ଦ୍‌‌ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ। “ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ। ପୁଣି ଇସ୍ରାଏଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସେମାନେ ତୁମ୍ଭ କଥା ପ୍ରତି ଧ୍ୟାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ୟବସ୍ଥା ପଥରେ ଗ୍ଭଲିଲେ ନାହିଁ। ତୁମ୍ଭେ ସେମାନଙ୍କୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଲ। “ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି। “ପୁଣି ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ନିଜେ ମୋତେ କହିଲ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ।’ ମାତ୍ର ଯେତେବେଳେ ଏହି ଭୂମି କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି, ମୁଁ କାହିଁକି ମୋର ଅର୍ଥ ନଷ୍ଟ କରିବି?” ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ ହୋଇ କିଛି ନାହିଁ।” ପୁଣି ସଦାପ୍ରଭୁ ଏହା ମଧ୍ୟ କହିଲେ, “ଦେଖ, ଆମ୍ଭେ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ। ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ। ପୁଣି ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ ତାହା ସେମାନଙ୍କ ବାଲ୍ୟକାଳରୁ କରି ଆସୁଛନ୍ତି। ଇସ୍ରାଏଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କେବଳ ଆମ୍ଭକୁ ବିରକ୍ତ କରିଛନ୍ତି।” ଏହା ସଦାପ୍ରଭୁ କହନ୍ତି। “ଆଉ ସେମାନେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ଆମ୍ଭର କ୍ରୋଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂରେଇ ଦେବା। ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି। “ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି। ପୁଣି ସେମାନେ ଆମ୍ଭ ମନ୍ଦିରରେ ସେମାନଙ୍କ ହସ୍ତଦ୍ୱାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ ‘କଳୁଷିତ’ କରିବା ପାଇଁ। “ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବା‌ଲ୍‌ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସେମାନେ ମୋଲକର ଉଦ୍ଦେଶ୍ୟରେ ଆପଣା ପୁତ୍ରକନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ୟକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦେଇ ନାହୁଁ କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସେମାନେ ଏହା କରିଛନ୍ତି। “ତୁମ୍ଭେମାନେ କହୁଅଛ ଯେ, ‘ବାବିଲର ରାଜା ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରୟୋଗ କରି ଏହି ରାଜ୍ୟ ଅଧିକାର କରିବ।’ ମାତ୍ର ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି। ‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା। ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା। ଆଉ ସେମାନେ ଓ ସେମାନଙ୍କର ସନ୍ତାନମାନେ ସେମାନଙ୍କ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା। “‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା। ଆମ୍ଭେ ସେମାନଙ୍କର ମଙ୍ଗଳ ସାଧନ କରି ଖୁସୀ ହେବା। ଆଉ ମଧ୍ୟ ଆମ୍ଭେ ଆପଣା ଆପଣା ମନପ୍ରାଣ ଦେଇ ସେମାନଙ୍କୁ ସ୍ଥାପିତ କରିବା।’” ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସେମାନଙ୍କ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସେହିପରି ଭାବରେ ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ। ପୁଣି ତୁମ୍ଭେମାନେ କହୁଅଛ, ‘ଏହା ମନୁଷ୍ୟ ଓ ପଶୁତୁଲ୍ୟ ଧ୍ୱଂସ ସ୍ଥାନ ହୋଇଅଛି ଓ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି।’ ମାତ୍ର ଭବିଷ୍ୟତରେ ଲୋକମାନେ ଏଠାରେ କ୍ଷେତ୍ର କ୍ରୟ କରିବେ। ଲୋକମାନେ ବିନ୍ୟାମୀନ ପ୍ରଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗର ସମୂହରେ, ପାର୍ବତୀୟ, ପ୍ରଦେଶସ୍ଥ ନାନା ନଗରରେ, ନିମ୍ନ ଭୂମିସ୍ଥ ନଗରମାନଙ୍କରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ୟଦେଇ କ୍ଷେତ୍ର କ୍ରୟ କରିବେ ଓ ଦଲିଲ୍ ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ କରିବା।” ପରମେଶ୍ୱରଙ୍କ ପ୍ରତିଜ୍ଞା ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। “‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କ‌‌ଲ୍‌‌ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ। “‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’ “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।” ଉତ୍ତମ ଶାଖା ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’” ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ। ପୁଣି ଆମ୍ଭ ସମ୍ମୁଖରେ ହୋମବଳି ଶସ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।” ଅନନ୍ତର ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ। ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା’ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ। ଯେପରି ଆକାଶର ତାରା ଗଣା ଯାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ଯାଇପାରିବ ନାହିଁ, ସେହିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲେବୀୟ ପରିବାରବର୍ଗକୁ ଏତେ ସଂଖ୍ୟାରେ ଦାସ ଓ ପରିଗ୍ଭରକ ପଠାଇବା ସେଗୁଡ଼ିକ ମଧ୍ୟ ଆକଳନ ହେବେ।” ଅନନ୍ତର ଯିରିମିୟ ସଦାପ୍ରଭୁଙ୍କର ବାକ୍ୟ ପ୍ରାପ୍ତ ହେଲେ। “ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’” ସଦାପ୍ରଭୁ କହନ୍ତି, “ଯଦି ଦିବାରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ ଓ ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହାହେଲେ ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିବା। ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।” ଯିହୁଦାର ରାଜ ସିଦିକିୟଙ୍କୁ ସତର୍କବାଣୀ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକିୟଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତରେ ଯିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ। ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ୱଚକ୍ଷୁରେ ଦେଖିବ। ସେ ମୁହାଁମୁହିଁ ହୋଇ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ଯିବ। ମାତ୍ର ହେ ଯିହୁଦାର ସିଦିକିୟ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି। ତୁମ୍ଭେ ‌‌ଖ‌ଡ଼୍‌ଗରେ ନିହତ ହେବ ନାହିଁ। ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତିରେ ମୃତ୍ୟୁବରଣ କରିବ। ଯେପରି ସୁଗନ୍ଧ ସେମାନେ ତାଙ୍କ ପାଇଁ ଜାଳି ଥିଲେ, ସେହିପରି ସେମାନେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି “ହାୟ ପ୍ରଭୋ!” ହାୟ ପ୍ରଭୋ! କହି ସେମାନେ ତୁମ୍ଭ ପାଇଁ ବିଳାପ କରିବେ।’” କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ। ତେଣୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ଯିରୁଶାଲମରେ ଯିହୁଦାର ରାଜା ସିଦିକିୟଙ୍କୁ ଏହିସବୁ କଥା କହିଲେ। ସେତେବେଳେ ବାବିଲ ରାଜାର ସୈନ୍ୟ ଯିରୁଶାଲମ ବିରୁଦ୍ଧରେ, ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ ଓ ଲାଖୀଶ ଏବଂ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା। ଲୋକମାନେ ସେମାନଙ୍କର ଗୋଟିଏ ନିୟମ ଭଙ୍ଗ କରନ୍ତି ସିଦିକିୟ ରାଜା ଯିରୁଶାଲମ ଲୋକମାନଙ୍କ ସହିତ ଏହି ନିୟମ କରିଥିଲେ ଯେ ପ୍ରତ୍ୟେକ ନିଜ ନିଜ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେବେ। କେହି ସେମାନଙ୍କୁ ଅର୍ଥାତ୍ ନିଜ ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବେ ନାହିଁ। ସିଦିକିୟ ଏହି ନିୟମ କଲାପରେ ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ପ୍ରତ୍ୟେକ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରିବେ ଓ କେହି ଯିହୁଦୀୟମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିୟମ ଗ୍ରହଣ କଲେ ଓ ପ୍ରତ୍ୟେକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେଲେ। ଏହି ନିୟମରେ ସମସ୍ତେ ସମ୍ମତ ହେଲେ ଓ ସେମାନଙ୍କୁ ଦାସ୍ୟକର୍ମ ଆଉ କରାଇଲେ ନାହିଁ। ମାତ୍ର ତାହାପରେ ସେମାନେ ନିଜ ନିଜ ହୃଦୟ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ଆଣି ଦାସ୍ୟକର୍ମରେ ନିଯୁକ୍ତ କଲେ। ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ହେ ଯିରିମିୟ! ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ୱରୁ ମୁକ୍ତ କରିଥିଲୁ ଓ ସେମାନଙ୍କ ସହିତ ଏହି ନିୟମ କରିଥିଲୁ। ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ପୁଣି ତୁମ୍ଭେମାନେ ଏହା ପରେ ଆପଣା ପ୍ରତିବାସୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମରେ ଖ୍ୟାତ ମନ୍ଦିରରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ। ମାତ୍ର ତେମ୍ଭେମାନେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାୟ ଦେଇଥିଲୁ, ପୁନର୍ବାର ସେମାନଙ୍କୁ ଆଣି ଆପଣା ଆପଣା ଦାସ୍ୟକର୍ମରେ ବାଧ୍ୟ କରି ନିଯୁକ୍ତ କଲ। “ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା। ପୁଣି ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧ୍ୟରେ ଗମନ କରିଛନ୍ତି, ମୁଁ ସେମାନଙ୍କୁ ସେହି ବାଛୁରି ପରି କରିବି। ପୁଣି ଯିହୁଦାର ଅଧିପତିଗଣଙ୍କୁ, ଯିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ୟଦେଇ ଗମନ କଲେ ସେମାନଙ୍କୁ ମଧ୍ୟ ସମର୍ପଣ କରିବା। ଆମ୍ଭେ ସେମାନଙ୍କୁ ସେମାନଙ୍କର ଶତ୍ରୁଗଣ ହସ୍ତରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନଙ୍କର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ୟ ପଶୁମାନଙ୍କର ଖାଦ୍ୟ ହେବ। ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି। ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସେମାନଙ୍କୁ ଆମ୍ଭର ଆଜ୍ଞାରେ ଏହି ନଗରକୁ ଅଣାଇବା। ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନିରେ ଦ‌ଗ୍‌ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ୟ କରି ଧ୍ୱଂସ ସ୍ତୁପରେ ପରିଣତ କରିବା।” ରେଖବୀୟ ବଂଶର ଉତ୍ତମ ଦୃଷ୍ଟାନ୍ତ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱ କାଳରେ ସଦାପ୍ରଭୁଙ୍କ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।” ତହୁଁ ମୁଁ ହବ‌‌‌ତ୍‌‌‌ସିନିୟର ପୌତ୍ର, ଯିରିମିୟର ପୁତ୍ର ଯାଶନିୟକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀୟ ବଂଶକୁ ଏକତ୍ରିତ କରି ସଙ୍ଗରେ ନେଲି। ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା। ପୁଣି ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସ ପୂର୍ଣ୍ଣ କେତେକ ଭାଣ୍ଡ ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।” ମାତ୍ର ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ। ଆଉ ମଧ୍ୟ ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହେବ ନାହିଁ। ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’ ତେଣୁ ଆମ୍ଭେମାନେ ରେଖବୀୟ ବଂଶ ଆମ୍ଭ ପୂର୍ବପୁରୁଷ ଯିହୋନାଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭେମାନେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ରକନ୍ୟାମାନେ କେବେ ଦ୍ରାକ୍ଷାରସ ପାନ କରୁ ନାହୁଁ। ଆଉ ଆମ୍ଭେମାନେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ୟ ରୋପଣ କରୁ ନାହୁଁ। ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ଯ୍ୟ କରି ତମ୍ବୁରେ ବାସ କରୁଅଛୁ। ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯେତେବେଳେ ଯିହୁଦା ଆକ୍ରମଣ କଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କ‌‌ଲ୍‌‌ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ଯୋଗୁଁ ଆମ୍ଭେମାନେ ଯିରୁଶାଲମ ଯିବା,’ ଏଣୁ ଆମ୍ଭେମାନେ ଯିରୁଶାଲମରେ ବାସ କରୁଅଛୁ।” ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।” “ରେଖବର ପୁତ୍ର ଯିହୋନାଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହୋଇ ଆସୁଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରୁ ନାହାନ୍ତି। କାରଣ ସେମାନେ ଆପଣା ପିତୃପୁରୁଷଙ୍କ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଅବଧାନ କରୁ ନାହଁ। ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ। ରେଖବର ପୁତ୍ର ଯିହୋନାଦ‌‌‌ବ୍‌‌‌ର ବଂଶଧରଗଣ ସେମାନଙ୍କ ପ୍ରତି ଆବିଷ୍ଟ ହୋଇଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥାରେ ଅବଧାନ କରି ନାହାନ୍ତି।’ ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସେମାନଙ୍କ ପ୍ରତି ଘଟାଇବା। କାରଣ ଆମ୍ଭେ ସେମାନଙ୍କୁ ଯେଉଁ କଥା କହିଅଛୁ, ସେମାନେ ଶୁଣୁ ନାହାନ୍ତି। ଆଉ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।” ତେଣୁ ଯିରିମିୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ନିଜ ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ।’ ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ହକନ୍ତି, ‘ଆମ୍ଭର ସେବା ନିମନ୍ତେ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକ ଆମ୍ଭ ସମ୍ମୁଖରେ ସର୍ବଦା ଠିଆ ହେବ।’” ରାଜା ଯିହୋୟାକୀମ୍ ଯିରିମିୟଙ୍କ ନଳାକାର ପୁସ୍ତକ ଦହନ କରନ୍ତି ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଯଥା: “ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ। ମୁଁ ତାଙ୍କ ଉପରକୁ ବିପର୍ଯ୍ୟୟ ଆଣିବାର ଯୋଜନା ଶୁଣିଲା ପରେ ଏହା ଏପରି ହୋଇପାରେ, ସେମାନେ ଭୁଲ ରାସ୍ତାରୁ ଫେରି ପାରନ୍ତି ଏବଂ ତା’ପରେ ମୁଁ ସେମାନଙ୍କୁ କ୍ଷମା କରି ଦେବି।” ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ। ତା’ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା। ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର। ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।” ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ। ଏହା ପରେ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ପଞ୍ଚମ ବର୍ଷର ନବମ ମାସରେ ଯିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। ସେତେବେଳେ ବାରୂକ ସେହି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ୟ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ତାହା ପାଠ କଲେ। ବାରୂକ ତାହା ପାଠ କଲାବେଳେ ଶାଫନର ପୌତ୍ର ଗମରିୟର ପୁତ୍ର ମୀଖାୟ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲେ। ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇ‌‌ଲ୍‌‌ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ। ମୀଖାୟ ଲୋକମାନଙ୍କର କର୍ଣ୍ଣଗୋଚରରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ସେମାନଙ୍କୁ ଜଣାଇଲା। ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।” ତା’ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା। ତା’ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ। ସେତେବେଳେ ସେହି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସେମାନେ ବାରୂକକୁ କହିଲେ, “ଆମ୍ଭେମାନେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ୟ ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କୁ ଜଣାଇବୁ।” ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?” ବାରୂକ ଉତ୍ତର କଲେ, “ହଁ,” “ଯିରିମିୟ ଯାହାସବୁ ମୋତେ କହିଲେ, ମୁଁ କାଳି ନେଇ ଏହି ପୁସ୍ତକରେ ସେସବୁ ଲେଖିଲି।” ତାହାପରେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ କୁହ। ଆଉ କେଉଁଠାରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।” ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଇଲୀଶାମା ଲେଖକର କୋଠରୀରେ ଛାଡ଼ିଗଲେ। ସେମାନେ ରାଜା ଯିହୋୟାକୀମ୍ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତାଙ୍କୁ ଜଣାଇଲେ। ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା’ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ। ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା। ଅନନ୍ତର ଯିହୁଦୀ ପୁସ୍ତକରୁ ତିନିଗ୍ଭରି ପତ୍ର ପାଠ କଲାପରେ ରାଜା ଏକ କ୍ଷୁଦ୍ର ଛୁରୀରେ ତାହାକୁ କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ। ଶେଷରେ ସେହି ପାତ୍ର ଅଗ୍ନିରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା। ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ। ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇ‌‌ଲ୍‌‌ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ଯିରହମେ‌‌ଲ୍‌‌କୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅ‌‌‌ବ୍‌‌‌ଦିୟେଲର ପୁତ୍ର ଶେଲିମିୟକୁ ଆଜ୍ଞା କଲେ। ମାତ୍ର ସେମାନେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ଲୁଗ୍ଭଇ ରଖିଥିଲେ। ଯିରିମିୟଙ୍କ ମୁଖନିଃସୃତ ବାକ୍ୟ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦ‌ଗ୍‌ଧ କଲାପରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା: “ହେ ଯିରିମିୟ, ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସେହି ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ। ପୁଣି ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କୁ ତୁମ୍ଭେ ଏହା କହିବ, ‘ସଦାପ୍ରଭୁ ଏହା କହନ୍ତି, “ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ। ଏପରି କଥା ସେଥିରେ ଅଛି? ଏଥି ସକାଶେ ତୁମ୍ଭେ ଏହି ପୁସ୍ତକ ଦ‌ଗ୍‌ଧ କରିଅଛ।” ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ। ପୁଣି ଆମ୍ଭେ ରାଜା ଯିହୋୟାକୀ‌‌‌ମ୍‌‌‌କୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା। ଆଉ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୁଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ଘଟାଇବା। କାରଣ ସେମାନେ ଆମ୍ଭ କଥା ଶୁଣିଲେ ନାହିଁ।”’ ତା’ପରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରିୟର ପୁତ୍ର ବାରୂକକୁ ଦେଲେ। ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦ‌ଗ୍‌ଧ କରିଥିଲେ, ସେହି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ୟ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସେହି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ୟ ଅନେକ ସେହି ପ୍ରକାର କଥା ଏହି ଦ୍ୱିତୀୟ ନଳାକାର ପୁସ୍ତକରେ ଯୋଗ କରାଇଲେ। ଯିରିମିୟଙ୍କୁ ବନ୍ଦୀଶାଳାରେ ରଖାଗଲା ଅନନ୍ତର ଯିହୋୟାକୀ‌‌‌ମ୍‌‌‌ର ପୁତ୍ର କନୀୟର ପଦରେ ଯୋଶିୟର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା। ମାତ୍ର ରାଜା ସିଦିକିୟ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଲେ ନାହିଁ। ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।” ସେତେବେଳେ ଯିରିମିୟ କାରାଗାରରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସାରେ ସ୍ୱାଧୀନ ଭାବରେ ଯାତାୟାତ କରୁଥିଲେ। ଆଉ ମଧ୍ୟ ସେହି ସମୟରେ ଫାରୋର ସୈନ୍ୟ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ଯିରୁଶାଲମ ଦଖଲ କରିଥିବା କ‌‌ଲ୍‌‌ଦୀୟମାନେ ଏ ସମ୍ବାଦ ଶୁଣି ଯିରୁଶାଲମରୁ ଗ୍ଭଲିଗଲେ। ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ହେ ଯିହୁଖଲ ଓ ସିଫନିୟ, ଯିହୁଦାର ରାଜା ସିଦିକିୟ ଆମ୍ଭକୁ ପଗ୍ଭରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭେମାନେ ତାଙ୍କୁ ଯାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟମାନେ ଆସିଛନ୍ତି, ସେମାନେ ନିଜ ଦେଶ ମିଶରକୁ ଫେରିଯିବେ। ପୁଣି କ‌‌ଲ୍‌‌ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦ‌ଗ୍‌ଧ କରିବେ।’ ସଦାପ୍ରଭୁ ଏହି କଥା କହନ୍ତି, ‘କ‌‌ଲ୍‌‌ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଗ୍ଭଲିଯିବେ, ତୁମ୍ଭେମାନେ ଏହି କଥା କହି ନିଜକୁ ଭୁଲାଅ ନାହିଁ। “ବାବିଲର ସୈନ୍ୟ ନିଶ୍ଚୟ ଆମ୍ଭ ସହିତ ରହିବେ।” କାରଣ ସେମାନେ ଯିବେ ନାହିଁ। ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କ‌‌ଲ୍‌‌ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।’” ଯେତେବେଳେ କ‌‌ଲ୍‌‌ଦୀୟମାନେ ଫାରୋର ସୈନ୍ୟମାନଙ୍କ ଭୟରେ ଯିରୁଶାଲମରୁ ଗ୍ଭଲି ଯାଇଥିଲେ, ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ୟ ଅଂଶ ପାଇବା ପାଇଁ ବିନ୍ୟାମୀନ ପ୍ରଦେଶକୁ ଯିବା ନିମନ୍ତେ ଯିରୁଶାଲମରୁ ବାହାରିଲେ। କିନ୍ତୁ ଯେତେବେଳେ ଯିରିମିୟ ବିନ୍ୟାମୀନ ପ୍ରଦେଶର ନଗର ଦ୍ୱାରରେ ପହଞ୍ଚିଲେ, ସେତେବେଳେ ପ୍ରହରୀଗଣଙ୍କ ଅଧ୍ୟକ୍ଷ, ହନାନିୟର ପୌତ୍ର, ଶେଲିମିୟର ପୁତ୍ର, ଯିରିୟ ତାଙ୍କୁ ବନ୍ଦୀ କରି କହିଲା, “ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ୟାଗ କରି କ‌‌ଲ୍‌‌ଦୀୟମାନଙ୍କ ପକ୍ଷ ନେଇଅଛ।” ସେତେବେଳେ ଯିରିମିୟ କହିଲେ, “ଏହା ମିଥ୍ୟା କଥା, ମୁଁ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ।” ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନେଇଗଲା। ଆଉ ସେହି ଅଧିପତିମାନେ ଯିରିମିୟଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାରରେ ରଖିଲେ। କାରଣ ସେମାନେ ଯୋନାଥନ୍ ଗୃହକୁ କାରାଗାରରେ ପରିଣତ କରିଥିଲେ। ସେହି ଲୋକମାନଙ୍କ ଦ୍ୱାରା ଯିରିମିୟ ଖଣାକାର କୋଠରୀରେ ବନ୍ଦୀ ହେଲେ ଓ କ୍ଷୁଦ୍ର କୋଠରୀରେ ଅନେକ ଦିନ ରହିଲେ। ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।” ଆଉ ଯିରିମିୟ ସିଦିକିୟ ରାଜାଙ୍କୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି? ଆପଣମାନେ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବେ ନାହିଁ, ସେମାନେ ଏବେ କାହାନ୍ତି?’ କିନ୍ତୁ ବର୍ତ୍ତମାନ ହେ ମୋର ପ୍ରଭୁ, ମହାରାଜ, ମୋର ଅନୁରୋଧ ରକ୍ଷାକରି ମୋର କଥା ଶ୍ରବଣ କରନ୍ତୁ, ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ପୁନର୍ବାର ପଠାନ୍ତୁ ନାହିଁ। ତାହାହେଲେ ସେଠାରେ ମୁଁ ମରିଯିବି। ମୁଁ ନିବେଦନ କରୁଛି, ମୋର ଏହି ଅନୁରୋଧ ଆପଣଙ୍କ ଛାମୁରେ ଗ୍ରାହ୍ୟ ହେଉ।” ତେଣୁ ସିଦିକିୟ ରାଜାଙ୍କ ଆଜ୍ଞାନୁସାରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୋଟୀ ଶେଷ ନ ହେବା ପର୍ଯ୍ୟନ୍ତ ରୋଟୀବାଲାଙ୍କ ପଲ୍ଲୀରୁ ଗୋଟିଏ ଲେଖାଏଁ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହି ପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ଯିରିମିୟଙ୍କୁ ଏକ କୂପରେ ପକାଯାଏ ଯିରିମିୟଙ୍କ ପ୍ରଗ୍ଭରିତ ବାକ୍ୟ ମତ୍ତନର ପୁତ୍ର ଶଫଟିୟ, ପଶହୂର ପୁତ୍ର ଗଦଲିୟ, ଶେଲିମିୟର ପୁତ୍ର ଯିହଖଲ ଓ ମ‌‌ଲ୍‌‌କିୟର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ। “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ଲୋକ ଏହି ନଗରରେ ରହିବ, ସେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ। ମାତ୍ର ଯେଉଁ ଲୋକ ବାହାର ହୋଇ କ‌‌ଲ୍‌‌ଦୀୟମାନଙ୍କ ନିକଟକୁ ଯିବ ସେ ବଞ୍ଚିବ। ସେମାନେ ମୃତ୍ୟୁରୁ ବଞ୍ଚିବେ ଓ ରକ୍ଷା ପାଇବେ।’ ଆଉ ମଧ୍ୟ ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ନଗର ନିଶ୍ଚୟ ବାବିଲ ରାଜାଙ୍କ ସୈନ୍ୟ ହସ୍ତରେ ସମର୍ପିତ ହେବ ଓ ସେମାନେ ତାହାକୁ ଅଧିକାର କରିବେ।” ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।” ତେଣୁ ରାଜା ସିଦିକିୟ ସେହି ଅଧିପତିମାନଙ୍କୁ କହିଲେ, “ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନରେ ଅଛି। ତୁମ୍ଭେମାନେ ତା’ ବିରୁଦ୍ଧରେ ଯାହା କରିବ ମୁଁ ବାରଣ କରିବି ନାହିଁ।” ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମ‌‌ଲ୍‌‌କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ। କିନ୍ତୁ ଯିରିମିୟ ଖଣାରେ ପତିତ ହୋଇଥିବା କଥା ରାଜଗୃହସ୍ଥିତ ‌ଏବ‌‌ଦ୍‌‌ମେଲକ ନାମକ ଜଣେ ନପୁଂସକ ଲୋକ ଶୁଣିଲା। ସେହି ସମୟରେ ରାଜା ସିଦିକିୟ ବିନ୍ୟାମୀନ ଫାଟକରେ ବସିଥିଲେ। ଏବଦ୍-ମେଲକ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, “ହେ ଆମ୍ଭର ମହାରାଜ! ଏହି ଲୋକମାନେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି। ସେମାନେ ତାହାଙ୍କୁ କୂପରେ ପକାଇ ଅଛନ୍ତି। ସେ ଯେଉଁଠାରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସେଠାରେ ମଲାପରି ଅଛନ୍ତି। କାରଣ ନଗରରେ ଆଉ ରୋଟୀ ନାହିଁ।” *** ତା’ପରେ ରାଜା ସିଦିକିୟ କୁଶୀୟ ଏବଦ୍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ୍ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।” ତହୁଁ ଏବଦ୍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଗଲା ଓ ସେଠାରେ ଭଣ୍ଡାର ଘରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତୁ ଓ ଚିରାକନା ନେଲା। ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମିୟଙ୍କୁ ଦେଲା। କୁଶୀୟ ଏବଦ୍-ମେଲକ ଯିରିମିୟଙ୍କୁ କହିଲା, “ତୁମ୍ଭେ ଏହି ଚିରାକନା ଓ ତ୍ୟକ୍ତ ବସ୍ତ୍ର ଆପଣା ବକ୍ଷ ମୂଳରେ ଦିଅ। ଆମ୍ଭେମାନେ ଯେତେବେଳେ ରଜ୍ଜୁରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥିରେ ତୁମ୍ଭକୁ କଷ୍ଟ ହେବ ନାହିଁ।” ତେଣୁ ଯିରିମିୟ ସେହିପରି କଲେ। ସେହି ଲୋକମାନେ ରଜ୍ଜୁ ସାହାଯ୍ୟରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ସିଦିକିୟ ରାଜା ଯିରିମିୟଙ୍କୁ ଅଧିକ ପ୍ରଶ୍ନ ପଗ୍ଭରିଲେ ତତ୍ପରେ ସିଦିକିୟ ରାଜା ଲୋକ ପଠାଇ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ତୃତୀୟ ପ୍ରବେଶ ଦ୍ୱାର ଦେଇ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, “ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଗ୍ଭରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସତ ସତ କହିବ।” ତହୁଁ ଯିରିମିୟ ସିଦିକିୟଙ୍କୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ ମୋତେ ନିଶ୍ଚୟ ବଧ କରିବେ। ଆଉ ମୁଁ ଯେବେ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋ’ କଥା ଶୁଣିବେ ନାହିଁ।” ତହୁଁ ସିଦିକିୟ ରାଜା ଗୋପନରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।” ତା’ପରେ ଯିରିମିୟ ରାଜା ସିଦିକିୟଙ୍କୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ୱୀକାର କରିବ, ତେବେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦ‌ଗ୍‌ଧ ହେବ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ। ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ୱୀକାର ନ କରିବ, ତେବେ ଏହି ନଗର କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ଏହାକୁ ଦ‌ଗ୍‌ଧ କରିବେ। ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’” ମାତ୍ର ସିଦିକିୟ ରାଜା ଯିରିମିୟଙ୍କୁ କହିଲେ, “ଯେଉଁ ଯିହୁଦୀ ଲୋକମାନେ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଛି। ସେମାନେ ହୁଏତ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ। ଆଉ ସେମାନେ ମୋତେ ଆଘାତ ଦେବେ।” କିନ୍ତୁ ଯିରିମିୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନୟ କରୁଛି, ମୋ’ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ରହିବ। ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ୟ ନ ମାନି କ‌‌ଲ୍‌‌ଦୀୟମାନଙ୍କର ଅଧୀନତା ସ୍ୱୀକାର ନ କରିବ, ତେବେ ସଦାପ୍ରଭୁ ମୋତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା। ଦେଖନ୍ତୁ, ଯିହୁଦାର ରାଜଗୃହରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ, ‘ତୁମ୍ଭର ବନ୍ଧୁମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି, ଆଉ ଏବେ ତୁମ୍ଭର ପାଦ ପଙ୍କରେ ନିମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’ “ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।” ତା’ପରେ ସିଦିକିୟ ଯିରିମିୟଙ୍କୁ କହିଲେ, “ମୋର ତୁମ୍ଭ ସହିତ କଥା ହେବା କେହି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ। ଆଉ ମୁଁ ତୁମ୍ଭ ସହିତ କଥା ହୋଇଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତେବେ ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଗ୍ଭଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ’ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହାହେଲେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’ ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’” ଏହା ପରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସେମାନେ ଯିରିମିୟଙ୍କୁ ପ୍ରଶ୍ନ ପଗ୍ଭରିବା ବନ୍ଦ କଲେ। କାରଣ କେହି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ। ତେଣୁ ଯିରୁଶାଲମ ଅଧିକୃତ ହେବା ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ଯିରୁଶାଲମର ପତନ ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ। ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା। ତା’ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସ‌‌‌ମ୍‌‌‌ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମା‌ଗ୍‌ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ। ତହୁଁ ଯିହୁଦାର ରାଜା ସିଦିକିୟ ଓ ସମସ୍ତ ସୈନ୍ୟଗଣ ସେମାନଙ୍କୁ ଦେଖି ପଳାୟନ କଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ। ପୁଣି ସେମାନେ ପ୍ରାନ୍ତର ଆଡ଼େ ଗ୍ଭଲିଲେ। ମାତ୍ର କ‌‌ଲ୍‌‌ଦୀୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକିୟ ନିକଟରେ ପହଞ୍ଚିଲେ। ସେମାନଙ୍କୁ ଧରି ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ୟବସ୍ଥା କଲେ। ବାବିଲ ରାଜା ରି‌‌‌ବ୍‌‌‌ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ। ପୁଣି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନେବାକୁ ପିତ୍ତଳ ଶୃଙ୍ଖଳରେ ବାନ୍ଧିଲେ। କ‌‌ଲ୍‌‌ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦ‌ଗ୍‌ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ବାବିଲ ରାଜାର ନବୂଷରଦନ୍ ନାମକ ଜଣେ ପ୍ରହରୀବର୍ଗର ସେନାପତି ଯିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା। କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା। ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦ‌‌‌ନ୍‌‌‌କୁ ଏହି ଆଜ୍ଞା ଦେଲେ। “ତୁମ୍ଭେ ଯିରିମିୟଙ୍କୁ ଦେଖ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।” ତେଣୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ସେନାଧ୍ୟକ୍ଷ ନବୂଶସବନ୍ ଓ ନେର୍ଗଲ-ଶରେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡକାଇଲେ। ସେମାନେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟର ହସ୍ତରେ ସମର୍ପଣ କଲେ। ଗଦଲିୟ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧ୍ୟରେ ବାସ କଲେ। ସଦାପ୍ରଭୁଙ୍କଠାରୁ ‌ଏବ‌‌ଦ୍‌‌-ମେଲକଙ୍କ ପ୍ରତି ଏକ ବାର୍ତ୍ତା ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ ଯାଇ କୁଶୀୟ ଏବ‌‌ଦ୍‌‌-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତରେ ସଫଳ ହେବାର ଦେଖିବ।’ ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ। ଆଉ ହେ ‌ଏବ‌‌ଦ୍‌‌-ମେଲକ, ଆମ୍ଭେ ତୁମ୍ଭକୁ ନିଶ୍ଚୟ ରକ୍ଷା କରିବା। ତୁମ୍ଭେ ‌‌ଖ‌ଡ଼୍‌ଗରେ ନିହତ ହେବ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ ରଖିଛ।’” ଏହି ବାକ୍ୟ ସଦାପ୍ରଭୁଙ୍କଠାରୁ ଆସିଥିଲା। ଯିରିମିୟଙ୍କ ବନ୍ଦୀରୁ ମୁକ୍ତ ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସେତେବେଳେ ପ୍ରହରୀବର୍ଗର ସେନାପତି, “ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳକର କଥା କହିଥିଲେ। ସଦାପ୍ରଭୁ ତାଙ୍କ କହିବାନୁସାରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ। ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ। ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେକୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ଯାଅ।” ତା’ପରେ ନବୂଷରଦନ୍ ଯିରିମିୟଙ୍କୁ କିଛି ଖାଦ୍ୟ ଓ ପାରିତୋଷିକ ଦେଇ ବିଦାୟ କଲେ। ତେଣୁ ଯିରିମିୟ ମିସ୍ପାରେ ଅହୀକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ଯିହୁଦାରେ ତାଙ୍କ ସଙ୍ଗେ ବାସ କଲେ। ଗଦଲିୟଙ୍କ ସ୍ୱଳ୍ପ ଶାସନ ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି। ଯେଉଁମାନେ ମି‌‌ସ୍‌‌ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତ‌‌‌ନ୍‌‌‌ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ। ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ସେହି ସୈନ୍ୟମାନଙ୍କ ଓ ସେମାନଙ୍କର ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ। ବାବିଲ ରାଜାର ସେବାକାରି ଏହି ଦେଶରେ ବାସ କର। ଏଥିରେ ତୁମ୍ଭମାନଙ୍କର ମଙ୍ଗଳ ହେବ। ଆଉ ଦେଖ, ଯେଉଁ କ‌‌ଲ୍‌‌ଦୀୟମାନେ ଆମ୍ଭ ନିକଟକୁ ମି‌‌ସ୍‌‌ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।” ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି। ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ। ଆହୁରି କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ। ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ। ତାହାପରେ କାରେହର ପୁତ୍ର ଯୋହାନନ୍ ମି‌‌ସ୍‌‌ପାରେ ଗଦଲିୟକୁ ଗୋପନରେ କହିଲେ, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ବଧ କରିବି। ଆଉ କେହି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?” କିନ୍ତୁ ଅହୀକାମର ପୁତ୍ର ଗଦଲିୟ କାରେହର ପୁତ୍ର ଯୋହାନ‌ନ୍‌କୁ କହିଲେ, “ତୁମ୍ଭେ ଇ‌ଶ୍‌ମାୟେଲକୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷୟରେ ଯାହା କହୁଅଛ ତାହା ସତ୍ୟ ନୁହେଁ।” ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମି‌‌ସ୍‌‌ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ। ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇ‌ଶ୍‌ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ। ଆଉ ମଧ୍ୟ ଇ‌ଶ୍‌ମାୟେଲ ମି‌‌ସ୍‌‌ପାରେ ଗଦଲିୟ ସହିତ ଥିବା ସମସ୍ତ ଯିହୁଦୀୟମାନଙ୍କୁ ଓ ବାବିଲର ସୈନ୍ୟମାନଙ୍କୁ ବଧ କଲେ। ଗଦଲିୟକୁ ବଧ କରିବାର ଦିନକ ପରେ ଶିଖିମ, ଶୀଲୋ ଓ ଶମରିୟାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହୋଇ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରି ହସ୍ତରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ନେଇ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସେମାନେ ଗଦଲିୟଙ୍କ ହତ୍ୟା ଖବର ଜାଣି ନ ଥିଲେ। *** ଇ‌ଶ୍‌ମାୟେଲ ମି‌‌ସ୍‌‌ପାକୁ ସେହି ଅଶୀଜଣ ପୁରୁଷଙ୍କୁ ଭେଟିବା ପାଇଁ ଗଲା ଓ ଗଲାବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସେମାନଙ୍କୁ ସାକ୍ଷାତ କରି କହିଲା, “ଅହୀକାମର ପୁତ୍ର ଗଦଲିୟକୁ ଦେଖିବାକୁ ଆସ।” ଯେତେବେଳେ ସେମାନେ ନଗରର ମଧ୍ୟସ୍ଥାନକୁ ଆସିଲେ, ଇ‌ଶ୍‌ମାୟେଲ ଓ ତା’ର ସଙ୍ଗୀମାନେ ସେମାନଙ୍କୁ ବଧ କଲେ ଏବଂ ସେମାନଙ୍କୁ ଏକ ଗାତ ମଧ୍ୟରେ ଫୋପାଡ଼ି ଦେଲେ। ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇ‌ଶ୍‌ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇ‌ଶ୍‌ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ। ଇ‌ଶ୍‌ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା। ଏହା ପରେ ଇ‌ଶ୍‌ମାୟେଲ, ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା। କାରେହର ପୁତ୍ର ଯୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସେନାପତିଗଣ ଇ‌ଶ୍‌ମାୟେଲର ଦୁଷ୍କର୍ମସବୁ ଜାଣିଲେ। ତେଣୁ ଯୋହାନନ୍ ତାହାର ସମସ୍ତ ସେନାପତିମାନଙ୍କୁ ନେଇ ନଥନିୟର ପୁତ୍ର ଇ‌ଶ୍‌ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟୋନସ୍ଥିତ ଏକ ବିରାଟ ଜଳାଶୟ ନିକଟରେ ତାହାକୁ ଭେଟିଲେ। ସେତେବେଳେ ଇ‌ଶ୍‌ମାୟେଲ ସଙ୍ଗରେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନ‌ନ୍‌କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ। ତା’ପରେ ଇ‌ଶ୍‌ମାୟେଲ ଯେଉଁ ଲୋକମାନଙ୍କୁ ମି‌‌ସ୍‌‌ପାକୁ ବନ୍ଦୀ କରି ନେଇଯାଇଥିଲା, ସେମାନେ ସମସ୍ତେ କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ। ମାତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଆଠଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା। ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମି‌‌ସ୍‌‌ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ। ମିଶରକୁ ପଳାୟନ ଯୋହାନନ୍ ଓ ଅନ୍ୟ ସେନାପତିଗଣ କ‌‌ଲ୍‌‌ଦୀୟମାନଙ୍କୁ ଭୟ କଲେ। କାରଣ ଇ‌ଶ୍‌ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କ‌‌ଲ୍‌‌ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈ‌ଥ୍‌ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ। ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଗଲେ। ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ। ଆଉ ଆମ୍ଭମାନଙ୍କର କେଉଁ ପଥରେ ଯିବା ଉଚିତ୍ ଓ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।” ତା’ପରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି। ଆଉ ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହାବି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ ରଖିବି ନାହିଁ।” ତା’ପରେ ସେମାନେ ଯିରିମିୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯେବେ ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହୁଅନ୍ତୁ। ସେହି ବାକ୍ୟ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ। କାରଣ ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହେବ।” ଅନନ୍ତର ଦଶ ଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। ତା’ପରେ ଯିରିମିୟ କାରେହର ପୁତ୍ର ଯୋହାନ‌‌‌ନ୍‌‌‌କୁ, ତାହାର ସଙ୍ଗୀ ସମସ୍ତ ସେନାପତିଙ୍କୁ ଓ ଛୋଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡାକି କହିଲେ। “ତୁମ୍ଭେମାନେ ମୋତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବେଦନ କରିବାକୁ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯଦି ତୁମ୍ଭେମାନେ ଯିହୁଦାରେ ବାସ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ୱଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ୟ ଆଣିଥିବାରୁ ଦୁଃଖିତ। ତୁମ୍ଭେମାନେ ଯେଉଁ ବାବିଲ ରାଜାଙ୍କୁ ଭୟ କରୁଥିଲ, ତାଙ୍କୁ ଆଉ ଭୟ କର ନାହିଁ।’ ସଦାପ୍ରଭୁ କହନ୍ତି, ‘ତାଙ୍କୁ ତୁମ୍ଭେମାନେ ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା। ସେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇ ତୁମ୍ଭମାନଙ୍କୁ ଏହି ଦେଶକୁ ଫେରାଇ ଆଣିବେ।’ ଆଉ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ,’ ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରୁଛ। ଆଉ ମଧ୍ୟ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ମିଶର ଦେଶକୁ ଯିବା ଓ ସେଠାରେ ବାସ କରିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସେଠାରେ ଆମ୍ଭେମାନେ ଖାଦ୍ୟର ଅଭାବ ଭୋଗିବା ନାହିଁ।’ ଏଣୁ ହେ ଯିହୁଦାର ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେମାନେ ମିଶରକୁ ଯିବା ପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ। ତୁମ୍ଭେମାନେ ଯେଉଁ ‌‌ଖ‌ଡ଼୍‌ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପଛେ ପଛେ ଯାଇ ମିଶରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୟଭୀତ, ତାହା ମିଶର ଦେଶରେ ତୁମ୍ଭମାନଙ୍କ ପଛେ ପଛେ ଲାଗି ରହିବ ଓ ସେହିଠାରେ ତୁମ୍ଭେମାନେ ମରିବ। ଯେଉଁମାନେ ମିଶରରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ପାଇଁ ଏହି ପ୍ରକାର ଘଟିବ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର ପାଇବେ ନାହିଁ।’ “ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’ “ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’ ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ। ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।” ଏବଂ ତା’ପରେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଲୋକମାନଙ୍କୁ କ’ଣ କହିବା ପାଇଁ ଗ୍ଭହିଁଥିଲେ, ଯିରିମିୟ ତାହା କହିବା ଶେଷ କରୁ ନ କରୁଣୁ। ହୋଶିୟର ପୁତ୍ର ଅସରିୟ, କାରେହର ପୁତ୍ର ଯୋହାନନ୍ ଓ ଅନ୍ୟ କେତେକ ଅହଙ୍କାରୀ ଲୋକ କ୍ରୋଧାନ୍ୱିତ ହୋଇ ଯିରିମିୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାନ୍ତି, ‘ତୁମ୍ଭେମାନେ ମିଶରରେ ଯାଇ ପ୍ରବାସ କର ନାହିଁ।’ କିନ୍ତୁ ନେରିୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କ‌‌ଲ୍‌‌ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନେଇଯିବେ।” ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ। ମାତ୍ର ସଦାପ୍ରଭୁଙ୍କ ବାକ୍ୟ ମାନିବା ପରିବର୍ତ୍ତେ କାରେହର ପୁତ୍ର ଯୋହାନନ୍ ଓ ସମସ୍ତ ସେନାପତି ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଓ ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେଉଁ ଲୋକମାନେ ଯିହୁଦାରେ ପ୍ରବାସ କରିବାକୁ ଫେରି ଆସିଥିଲେ, ସେମାନଙ୍କୁ ମିଶରକୁ ନେଲେ। ସେମାନେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ୟାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ ଆଉ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ନେରିୟର ପୁତ୍ର ବାରୂକକୁ ମିଶରକୁ ନେଲେ। ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଅବଧାନ କଲେ ନାହିଁ। ତେଣୁ ସେମାନେ ମିଶରକୁ ଯାଇ ତଫ‌‌‌ନ୍‌‌‌ହେଷ ସହରରେ ଉପସ୍ଥିତ ହେଲେ। ଅନନ୍ତର ତଫ‌‌‌ନ୍‌‌‌ହେଷରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କେତେଗୁଡ଼ିଏ ବୃହତ୍ ପ୍ରସ୍ତର ନେଇ ତଫ‌‌‌ନ୍‌‌‌ହେଷରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଗ୍ଭଇ ରଖ। ସେମାନଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଗ୍ଭକର ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆସିବା ପାଇଁ ଆଦେଶ ଦେଇଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଗ୍ଭଇ ରଖିଅଛୁ, ତାହା ଉପରେ ଆପଣା ରାଜକୀୟ ଚନ୍ଦ୍ରାତାପ ବିସ୍ତାର କରିବ। ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ। ନବୂଖ‌ଦ୍‌ନିତ୍ସର ମିଶର ଦେଶସ୍ଥ ସମସ୍ତ ଦେବାଳୟରେ ଅଗ୍ନି ସଂଯୋଗ କରିବ। ସେ ସେଗୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନେଇଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସେହିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶରରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ। ଆଉ ମଧ୍ୟ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ଯ୍ୟ ଦେବର ମନ୍ଦିରରେ ଥିବ, ସେଗୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।’” ମିଶରସ୍ଥିତ ଯିହୁଦୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯିରୁଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭେମାନେ ଦେଖିଅଛ। ଆଉ ସେଗୁଡ଼ିକ ଜନମାନବ ଶୂନ୍ୟ ପ୍ରସ୍ତର ଗଦାରେ ଆଜି ପରିଣତ ହୋଇଅଛି। କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ। ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, “ତୁମ୍ଭେମାନେ ଏହି ଘୃଣ୍ୟ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।” ମାତ୍ର ସେମାନେ ସେମାନଙ୍କର କଥା ଶୁଣିଲେ ନାହିଁ। ସେମାନେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ନ ଜଳାଇବା ପାଇଁ ଭବିଷ୍ୟ‌ଦ୍‌ବକ୍ତାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ। ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’ “ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେମାନେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ? ଏହା ଦ୍ୱାରା ତୁମ୍ଭେମାନେ ନିଜ ନିଜ ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ। ତୁମ୍ଭେମାନେ ଏହି ଯେ ମିଶର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନରେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ବିନଷ୍ଟ ହେବ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହେବ। ଯିହୁଦା ନଗରର ଓ ଯିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସେମାନଙ୍କର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦେଇଛ କି? ଏପରିକି ଏବେ ମଧ୍ୟ ସେମାନେ ନମ୍ର ହୋଇ ନାହାନ୍ତି କିଅବା ଆମ୍ଭ ପ୍ରତି ଭକ୍ତିଭାବ ଦେଖାଇ ନାହାନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ବିଧି ଓ ବ୍ୟବସ୍ଥା ଅନୁସାରେ ସେମାନେ ଆଚରଣ କରି ନାହାନ୍ତି।’ “ଏଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ ଓ ସମଗ୍ର ଯିହୁଦା ବିପକ୍ଷରେ ଅମଙ୍ଗଳ ଓ ଧ୍ୱଂସ ଘଟାଇବା ପାଇଁ ମନସ୍ଥ କରିଅଛୁ। ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ। ଆଉ ଆମ୍ଭେ ଯେପରି ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୁଶାଲମକୁ ଦଣ୍ଡ ଦେଇଥିଲୁ, ସେହିପରି ମିଶର ଦେଶରେ ବାସ କରୁଥିବା ପ୍ରବାସୀମାନଙ୍କୁ ଦଣ୍ଡ ଦେବୁ। ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରିଯାଇ ସେଠାରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କେହି ଫେରିଯିବେ ନାହିଁ।’” ସେତେବେଳେ ବହୁ ସ୍ତ୍ରୀଲୋକ ଯିହୁଦାର ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଉଥିଲେ। ସେମାନଙ୍କର ସ୍ୱାମୀମାନେ ଏହା ଜାଣିଲେ ମଧ୍ୟ ସେମାନଙ୍କୁ ନିବୃତ୍ତ କରୁ ନ ଥିଲେ। ସେମାନଙ୍କ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସେହି କଥା ଆମ୍ଭେମାନେ ଶୁଣିବୁ ନାହିଁ। ଆମ୍ଭେ ନିଶ୍ଚିତ କରିବୁ ଯେହେତୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭେମାନେ ପେୟନୈବେଦ୍ୟ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇଲୁ ଏବଂ ସୁଖରେ ଥିଲୁ। କୌଣସି ଅମଙ୍ଗଳ ଆମ୍ଭ ପ୍ରତି ଘଟି ନ ଥିଲା। ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।” ତା’ପରେ ସେହି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କ ସ୍ୱାମୀମାନଙ୍କର ଅନୁମତିରେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇଲୁ, ପେୟନୈବେଦ୍ୟ ଢାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।” ତା’ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କୁ କହିଲେ, ଯେଉଁମାନେ ତାଙ୍କୁ ପ୍ରତ୍ୟୁତ୍ତର କରିଥିଲେ। “ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ’ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ’ଣ ତାଙ୍କ ମନେ ପଡ଼ିଲା ନାହିଁ? ତା’ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି। ଏ ସମସ୍ତ ଅମଙ୍ଗଳ ଘଟିବାର କାରଣ ହେଉଛି, ତୁମ୍ଭେମାନେ ଅନ୍ୟ ଦେବତା ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କରି ନାହଁ, ପୁଣି ତାଙ୍କର ବ୍ୟବସ୍ଥା ଓ ବିଧି ପ୍ରମାଣ ବାକ୍ୟାନୁସାରେ ଆଚରଣ କରି ନାହଁ।” ତା’ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିଶର ଦେଶରେ ଥିବା ଯିହୁଦାର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ସ୍ତ୍ରୀଲୋକମାନେ କହିଥିଲ, “ଆମ୍ଭେମାନେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଓ ପେୟନୈବେଦ୍ୟ ଢାଳିବା ପାଇଁ ଯେଉଁ ଶପଥ କରିଅଛୁ ତାହା ଅବଶ୍ୟ ସିଦ୍ଧ କରିବୁ।” ତେଣୁ ତୁମ୍ଭେମାନେ ଆଗେଇ ଗ୍ଭଲ, ତୁମ୍ଭମାନଙ୍କର ଶପଥ ଦୃଢ଼ କର ଓ ତୁମ୍ଭମାନଙ୍କର ଶପଥ ସିଦ୍ଧ କର।’ ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ‘ଦେଖ, ମୁଁ ଆପଣା ମହାନାମରେ ଶପଥ କରିଅଛି, ମିଶର ଦେଶସ୍ଥ ଯିହୁଦୀ ଲୋକ ମୋର ନାମର ବ୍ୟବହାର କରିବ ନାହିଁ। “ସେମାନେ କେବେ କହିବେ ନାହିଁ, ନିଶ୍ଚିତରେ ସଦାପ୍ରଭୁ ଅଛନ୍ତି।” ଆଉ ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସେମାନଙ୍କୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ଯିହୁଦୀ ନିଃଶେଷ ହେବା ପର୍ଯ୍ୟନ୍ତ ‌‌ଖ‌ଡ଼୍‌ଗ, ଓ ଦୁର୍ଭିକ୍ଷର ମୃତ୍ୟୁ ଲାଗି ରହିବ। ‌‌ଖ‌ଡ଼୍‌ଗରୁ ରକ୍ଷା ପାଇ ଅଳ୍ପ କେତେକ ଲୋକ ମିଶରରୁ ଯିହୁଦାକୁ ଫେରିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକେ, ସେମାନେ ଜାଣିବେ କାହାର ବାକ୍ୟ ବିଶ୍ୱାସ ଯୋଗ୍ୟ, ମୋର ନା ସେମାନଙ୍କର।” ପୁଣି ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପାଇଁ ପ୍ରମାଣ ସ୍ୱରୂପ ହେବ। ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭମାନଙ୍କର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ। ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’” ବାରୁକଙ୍କ ପ୍ରତି ଏକ ବାର୍ତ୍ତା ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ନେରିୟର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିବା ବେଳେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ତାକୁ ଏହି କଥା କହିଲେ। “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି। ‘ହେ ବାରୂକ, ତୁମ୍ଭେ ମୋତେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମୋର ଯନ୍ତ୍ରଣାରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଳାନ୍ତ ହେଉଅଛି ଓ ଯନ୍ତ୍ରଣାରେ ଥରୁଅଛି, ଯେହେତୁ ମୋର କିଛି ବିଶ୍ରାମ ନାହିଁ।”’ ତେଣୁ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, ‘ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାୟ ଯିହୁଦାରେ ଏହା କରିବୁ। ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ ବିଷୟ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ଆମ୍ଭେ ସେସବୁ ସ୍ଥାନରେ ତୁମ୍ଭର ପ୍ରାଣ ରକ୍ଷା କରିବା।”’ ବିଭିନ୍ନ ଗୋଷ୍ଠୀ ସମ୍ବନ୍ଧରେ ବାର୍ତ୍ତା ବିଭିନ୍ନ ଗୋଷ୍ଠୀଗଣ ବିଷୟରେ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ମିଶର ସମ୍ବନ୍ଧରେ ବାର୍ତ୍ତା ମିଶର ଦେଶ ସମ୍ବନ୍ଧରେ ଏହି ବାର୍ତ୍ତା। ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ଅଧିକାରର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ମିଶରର ରାଜା ଫାରୋ-ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟ ସାମନ୍ତ ବିଷୟକ କଥା। “ତୁମ୍ଭେମାନେ ଚର୍ମରେ ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ଅଗ୍ରସର ହୁଅ। ହେ ଅଶ୍ୱାରୋହୀଗଣ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର। ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ। କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ। ଆମ୍ଭେ କ’ଣ ଦେଖୁଅଛୁ? ସେମାନେ ଉ‌‌ଦ୍‌‌ବିଗ୍ନ ହୋଇ ପଛକୁ ଫେରୁଛନ୍ତି। ସେମାନଙ୍କର ବୀରଗଣ ପରାସ୍ତ ହୋଇଛନ୍ତି ଓ ପଛକୁ ନ ଗ୍ଭହିଁ ଶୀଘ୍ର ଶୀଘ୍ର ପଳାୟନ କରୁଛନ୍ତି। ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ଭରି ଯାଇଛି।” ସଦାପ୍ରଭୁ ଏହିସବୁ କହନ୍ତି। “ଦ୍ରୁତଗାମୀ ଲୋକ ପଳାୟନ କରି ପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିବେ ଓ ସେମାନଙ୍କର ପତନ ହେବ। ସେ କିଏ ଯେ କି ନୀଳନଦୀପରି ଉଠୁଅଛି ଓ ନଦୀ ସମୂହର ଜଳରାଶି ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି? ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ୟ ଉଠୁଅଛି। ତା’ର ଜଳରାଶି ନଦୀ ସମୂହର ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି। ଆଉ ସେ କହୁଅଛି, ‘ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଳାବିତ କରିବି, ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।’ ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ। “କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ। ‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି। “ହେ ମିଶରର ଅନୂଢ଼ା କନ୍ୟା, ତୁମ୍ଭେ ଗିଲିୟଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ୟ ତାହା ବ୍ୟର୍ଥ ହେବ, ତୁମ୍ଭେ ଆରୋଗ୍ୟ ହେବ ନାହିଁ। ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ। ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ ହେବ। କାରଣ ‘ବୀର ସୈନିକ’ ଅନ୍ୟ ଜଣେ ‘ବୀର ସୈନିକ’ ଉପରେ ଝୁଣ୍ଟି ପଡ଼ିବ ଓ ସେ ଦୁହେଁ ଏକତ୍ର ପଡ଼ିବେ।” ବାବିଲର ରାଜା ନବୂଖ‌ଦ୍‌ନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ କହିଲେ, “ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର, ମି‌ଗ୍‌ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ, ‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’ “ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ୟୁବରଣ କରିବେ ଓ ସେମାନେ ସ୍ଥିର ହୋଇ ଛିଡ଼ା ହୋଇ ପାରିବେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ତଳେ ଠେଲି ପକାଇ ଦେବେ। ସେହି ସୈନ୍ୟଗଣ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ। ସେମାନେ ପୁଣି କହିବେ, ‘ଉଠ, ଆମ୍ଭେମାନେ ‌‌ଖ‌ଡ଼୍‌ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇଯିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫେରିଯିବା।’ ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ, ‘ଫାରୋ କେବଳ ଜଣେ ଅହଙ୍କାରୀ, ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ଯିଏ କି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ। ହେ ମିଶରର କନ୍ୟା, ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ୱଂସପ୍ରାପ୍ତ ଓ ଦ‌ଗ୍‌ଧିଭୂତ ହେବ। ସେଠାରେ କେହି ଲୋକ ବାସ କରିବେ ନାହିଁ। “ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ। ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ। ସେମାନେ ପଳାୟନ କରିବେ। ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ। କାରଣ ସେମାନଙ୍କର ବିପଦର ଦିନ ଆସୁଅଛି ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ। ମିଶର ସର୍ପତୁଲ୍ୟ ଶବ୍ଦକରି ପଳାଇବାକୁ ଚେଷ୍ଟା କରିବ। ମାତ୍ର ଶତ୍ରୁଗଣ ତା’ର ନିକଟରୁ ନିକଟତର ହେବେ। ସେମାନେ କାଠ ‌‌କଟାଳୀ ସଦୃଶ କୁହ୍ରାଡ଼ି ନେଇ ତା’ ବିରୁଦ୍ଧରେ ଆକ୍ରମଣ କରିବେ।” ସଦାପ୍ରଭୁ କହନ୍ତି, “ମିଶରର ସୈନ୍ୟ ଅରଣ୍ୟ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି। ମିଶର ଲଜ୍ଜିତା ହେବ। ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।” ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା। ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।” ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।” ଉତ୍ତର ଇସ୍ରାଏଲ ପାଇଁ ଏକ ବାର୍ତ୍ତା “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା । ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।” ସଦାପ୍ରଭୁ କହନ୍ତି, “ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ଆମ୍ଭେ ସେମାନଙ୍କୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା। ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।” ପଲେଷ୍ଟୀୟମାନଙ୍କ ବିଷୟରେ ଏକ ବାର୍ତ୍ତା ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହନ୍ତି, “ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାଯ୍ୟ ପାଇଁ ହାହାକାର କରିବେ। “ସେମାନେ ଧାବମାନ ଅଶ୍ୱଗଣର ଖୁରା ଶବ୍ଦ, ରଥସମୂହର ଗ୍ଭଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହେବେ ଯେ ସେମାନେ ସେମାନଙ୍କର ପିଲାମାନଙ୍କୁ ସାହାଯ୍ୟ କରିବେ ନାହିଁ। ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ। ଘସାର ଲୋକମାନେ ଦୁଃଖିତ ହୋଇ ସେମାନଙ୍କର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହୋଇଅଛନ୍ତି। ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ନିଜକୁ କାଟିବ? “ହେ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ, ତୁମ୍ଭେ କେତେ କାଳପରେ ଯୁଦ୍ଧରୁ କ୍ଷାନ୍ତ ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ। ମାତ୍ର ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ କିପରି କ୍ଷାନ୍ତ ହେବ? ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଅଛନ୍ତି। ସେ ଅସ୍କିଲୋନ୍ ବିରୁଦ୍ଧରେ ଓ ସମୁଦ୍ର ତୀର ବିରୁଦ୍ଧରେ ତାହାକୁ ନିଯୁକ୍ତ କରିଅଛନ୍ତି।” ମୋୟାବ ବିଷୟରେ ଏକ ବାର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋୟାବ ବିଷୟରେ ଏହା କହନ୍ତି, “ନବୋ ଧ୍ୱଂସ ହେବ, କିରିୟାଥୟିମ ଲଜ୍ଜିତ ହେବ। ତାହା କବଳିତ ହେବ ଏବଂ ପର୍ବତଗଣ ଲଜ୍ଜିତ ଓ ଭଗ୍ନ ହେବ। ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ। ହୋରୋନୟିମଠାରୁ କ୍ରନ୍ଦନର ଓ ମହାବିନାଶର ଶବ୍ଦ ଶୁଣ। ମୋୟାବ ଧ୍ୱଂସ ପାଇବ ଓ ତାହାର ଛୋଟ ପିଲାମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରିବେ। କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି ଉପରକୁ ଉଠିବେ। ଯେହେତୁ ହୋରୋନୟିମର ଗଡ଼ାଣି ପଥରେ ସେମାନେ ବିନାଶ ହେତୁ ସଙ୍କଟ ସୂଚକ କ୍ରନ୍ଦନ ଶୁଣିଅଛନ୍ତି। ପଳାୟନ କର! ପଳାଇ ଯାଇ ଆପଣା ଆପଣା ପ୍ରାଣ ରକ୍ଷା କର। ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ଉଡ଼ିଯାଅ। “ତୁମ୍ଭେମାନେ ନିଜ କର୍ମରେ ଓ ଧନ ସମ୍ପତ୍ତିରେ ନିର୍ଭର କରିଅଛ। ଏଣୁ ତୁମ୍ଭେମାନେ ଧରାଯିବ। ଆଉ କମୋଶ ତା’ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ। ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହେବ ଓ ଉଚ୍ଚଭୂମି ଧ୍ୱଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ। ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ, ତାହାର ସମସ୍ତ ନଗର ଧ୍ୱଂସ ପାଇବ ଓ ତା’ ମଧ୍ୟରେ କେହି ବାସ କରିବେ ନାହିଁ। ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ‌‌ଖ‌ଡ଼୍‌ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ। “ମୋୟାବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମୋୟାବ ଏକ ପାତ୍ରସ୍ଥ ମଦ ତୁଲ୍ୟ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ। କିଅବା ସେ ବନ୍ଦୀ ହୋଇ ଯାଇ ନାହିଁ, ଏଣୁ ତା’ର ସ୍ୱାଦ ତା’ ମଧ୍ୟରେ ଅଛି। ତାହାର ସୁବାସ ବିକୃତ ହୋଇ ନାହିଁ।” ଆଉ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢାଳି ପକାଇବା। ସେମାନେ ସେହି ପାତ୍ରକୁ ଢାଳି ଦେବେ ଓ ପାତ୍ରଗୁଡ଼ିକୁ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।” ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ। “ତୁମ୍ଭେମାନେ କହିପାରିବ ନାହିଁ ‘ଆମ୍ଭେମାନେ ବୀର ଓ ଯୁଦ୍ଧରେ ସାହସୀ।’ ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବେ। ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।” ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି। “ମୋୟାବର ଶେଷ ଅବସ୍ଥା ଉପସ୍ଥିତ। ଆଉ ସେ ଖୁବ୍ ଶୀଘ୍ର ଧ୍ୱଂସ ଲାଭ କରିବ। ମୋୟାବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, ‘ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହୋଇଅଛି।’ “ହେ ଦୀବୋନ ନିବାସୀଗଣ, ତୁମ୍ଭେମାନେ ନିଶ୍ଚିତରେ ତୁମ୍ଭମାନଙ୍କ ଶୋଭାରୁ ଓହ୍ଲାଇ ଅସି ଧୂଳିରେ ବସ। କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି। “ହେ ଆରୋୟର ନିବାସୀଗଣ; ତୁମ୍ଭେମାନେ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଗ୍ଭର କ’ଣ ଘଟିଅଛି? “ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି। ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ମୋୟାବ ଧ୍ୱଂସ ହୋଇଅଛି ବୋଲି ଅର୍ଣ୍ଣୋନରେ ପ୍ରଗ୍ଭର କର। ମୋୟାବ ସମସ୍ତ ଉଚ୍ଚ ଭୂମିମାନଙ୍କରେ ଓ ନିକଟବର୍ତ୍ତୀ ନଗର ଯଥା: ହଲୋନ, ଯହସ ଓ ମେଫାତରେ ପ୍ରଗ୍ଭର କର। ଦୀବୋନ, ନବୋ ଓ ବୈଥ-ଦି‌‌‌ବ୍‌‌‌ଲାଥୟିମ, କିରିୟାଥୟିମ୍, ବୈ‌‌‌‌ଥ୍‌‌‌‌ଗାମୁର୍, ଓ ବୈ‌‌‌‌ଥ୍‌‌‌‌ମିୟୋନ୍ କିରିୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଗ୍ଭର ଦଣ୍ଡ ଉପସ୍ଥିତ ହୋଇଅଛି। ସଦାପ୍ରଭୁ କହନ୍ତି ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।” “ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି। ତେଣୁ ସେ ନିଜ ବାନ୍ତିରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ। “ହେ ମୋୟାବ, ଇସ୍ରାଏଲ ତୁମ୍ଭ ଦୃଷ୍ଟିରେ ପରିହାସର ପାତ୍ର ହୋଇଥିଲା। ସତେ ଯେମିତି ସେ ଗ୍ଭେରମାନଙ୍କ ମଧ୍ୟରେ ଧରାଯାଇଥିଲା, ତୁମ୍ଭେ ସେପରି ବ୍ୟବହାର କଲ। ତୁମ୍ଭେ ହତାଶରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା’ ବିଷୟରେ କୁହ। ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ତୁମ୍ଭମାନଙ୍କ ନଗରସବୁ ତ୍ୟାଗ କରି ଶୈଳମାନଙ୍କରେ ବାସ କର। ଏବଂ ଏକ କପୋତ ପରି ହୁଅ ଯିଏ କି ତା’ର ବସା ଗିରିପଥର ମୁହଁ ପାର୍ଶ୍ୱରେ ତିଆରି କରେ।” “ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ମାତ୍ର ତାହା କିଛି ନୁହେଁ ଓ ସେମାନଙ୍କର ଗର୍ବସବୁର କିଛି ମାନେ ନାହିଁ। ଏହା ଭିତ୍ତିହୀନ ବୋଲି ପ୍ରମାଣ ହେବ। ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା’ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା। ହେ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା। ମୋୟାବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହୋଇଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ୟ କରିଅଛି। ଆଉ ଆଗକୁ କେହି ଆନନ୍ଦ ଉଲ୍ଲାସରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ୱନି ଲୋପ ପାଇବ। “ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି। ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବର ଉଚ୍ଚସ୍ଥଳୀରେ ବଳିଦାନକାରୀଙ୍କୁ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାନକାରୀଙ୍କୁ ଲୋପ କରିବା।” “ଆମ୍ଭର ହୃଦୟ ମୋୟାବ ପାଇଁ ଦୁଃଖିତ ଓ ତା’ ପାଇଁ ଆମ୍ଭ ହୃଦୟ ମୃତ୍ୟୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ୟ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀପରି ବାଜୁ ଅଛି। କାରଣ ସେମାନଙ୍କର ଧନ ସମ୍ପଦସବୁ ଅପହରଣ କରାଯାଇଅଛି। ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି। ମୋୟାବର ସମସ୍ତ ଗୃହର ଛାତ ଉପରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ୟୁର ଶୋକ ବ୍ୟାପି ଯାଇଛି।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।” “ମୋୟାବ ଭଗ୍ନ ହୋଇଅଛି, ତା’ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।” ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ ଏବଂ ମୋୟାବ ବିରୁଦ୍ଧରେ ତା’ର ପକ୍ଷ ବିସ୍ତାର କରିବ। ମୋୟାବ ଅଧିକୃତ ହେବ, ତା’ର ଦୃଢ଼ ଦୁର୍ଗସବୁ ହସ୍ତଗତ ହେବ। ଆଉ ସେତେବେଳେ ମୋୟାବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହେବ। ମୋୟାବ ଲୁପ୍ତ ହେବ ଓ ସେ ଏକ ଗୋଷ୍ଠୀ ହୋଇ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।” ତେଣୁ ସଦାପ୍ରଭୁ କହନ୍ତି, “ହେ ମୋୟାବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି। ଯେତେବେଳେ ଲୋକମାନେ ଭୟରେ ଦୌଡ଼ିବେ, ସେମାନେ ଖାତ ଭିତରେ ପଡ଼ିବେ ଏବଂ ଯେତେବେଳେ ସେମାନେ ଖାତରୁ ବାହାରକୁ ପଡ଼ିବେ, ସେମାନେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମୋୟାବ ଉପରେ ଶାସ୍ତିର ବର୍ଷ ଆଣିବି।” “ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଆଶ୍ରୟ ନେବେ ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ। କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରୁ ଓ ସୀହୋନରୁ ଅଗ୍ନି ନିର୍ଗତ ହୋଇ ମୋୟାବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ। ହେ ମୋୟାବ, ତୁମ୍ଭକୁ ଧିକ୍, କମୋଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ। “ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷକାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱ ସ୍ଥାନରୁ ଫେରାଇ ଆଣିବା।” ମୋୟାବ ବିଷୟରେ ଏହା ଶେଷ ବିଗ୍ଭର। ଅମ୍ମୋନ ବିଷୟରେ ଏକ ବାର୍ତ୍ତା ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ହେ ଅମ୍ମୋନୀୟ ସନ୍ତାନଗଣ, ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି? ତେବେ ମି‌‌ଲ୍‌‌କମ୍ କାହିଁକି ଗା‌ଦ୍‌ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?” ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଧ୍ୱନି ଶୁଣାଯିବ। ରବ୍ବା ଧ୍ୱଂସ ପାଇବ ଓ ତାହା ଏକ ଜନଶୂନ୍ୟ ଢିପି ହେବ। ତା’ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।” ଏହା ସଦାପ୍ରଭୁ କହନ୍ତି। “ହେ ହି‌‌‌ଶ୍‌‌‌ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର। କାରଣ ଅୟ ଧ୍ୱଂସ ପାଇଲା। ହେ ରବ୍ବାର କନ୍ୟାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼, କାରଣ ମି‌‌ଲ୍‌‌କ‌‌‌ମ୍‌‌‌ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ। ତୁମ୍ଭେମାନେ ତୁମ୍ଭମାନଙ୍କର ଶକ୍ତି ଓ ଧନ ସମ୍ପଦ ଉପରେ ଦର୍ପ କରୁଅଛ। ଏଥିପାଇଁ ତୁମ୍ଭେମାନେ କହୁଅଛ ଆମ୍ଭମାନଙ୍କ ପାଖକୁ କେହି ଆସିବେ ନାହିଁ।” କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା। ତୁମ୍ଭେମାନେ ଏଣେତେଣେ ଧାବିତ ହେବ, ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।” ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।” ଇଦୋମ ବିଷୟରେ ଏକ ବାର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି, “ତୈମନରେ ଆଉ କ’ଣ ଜ୍ଞାନ ନାହିଁ? ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି? ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି? ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ। ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା’ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା। “ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ କିଛି ଫଳ ଗଛରେ ଛାଡ଼ିଥା’ନ୍ତି। ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି, ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ। କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ ଏବଂ ତା’ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ। ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ। ତା’ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ। ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଆମ୍ଭେ ସେମାନଙ୍କୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।” ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।” ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।” ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି; ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି। ଯଥା: “ତୁମ୍ଭେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ, ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ। “ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧ୍ୟରେ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଘୃଣାଯୋଗ୍ୟ କରିଅଛୁ। ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ ନିଜକୁ ମହାନ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।” ଏହା ସଦାପ୍ରଭୁ କହନ୍ତି। “ଇଦୋମ ଧ୍ୱଂସ ହେବ ଓ ଅନ୍ୟମାନଙ୍କ ନିକଟରେ ବିସ୍ମୟର ପାତ୍ର ହେବ। ତାହା ନିକଟ ଦେଇ ଗମନକାରୀ ବିସ୍ମିତ ହେବେ ଓ ତା’ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ। ସଦୋମ ଓ ହମୋରାର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ୟ ହେବ। କୌଣସି ଲୋକ ସେଠାରେ ବାସ କରିବ ନାହିଁ କିଅବା କୌଣସି ଶିଶୁ ସେଠାରେ ଜନ୍ମ ହେବ ନାହିଁ।” “ଏବଂ ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଦୂର କରି ଦେବା ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସେମାନଙ୍କ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପରେ ଶାସନ କରିବା ପାଇଁ ଆମ୍ଭେ ନିଯୁକ୍ତ କରିବା। କାରଣ ମୋ’ ପରି କିଏ ଅଛି? ଏପରି ପାଳକ କେହି ଅଛି, ଯିଏ କି ଆମ୍ଭ ସମ୍ମୁଖରେ ଠିଆ ହେବ?” ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ। ଇଦୋମର ପତନ ଶବ୍ଦରେ ପୃଥିବୀ କମ୍ପିତ ହେଉଅଛି। ସେମାନଙ୍କର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ଯ୍ୟନ୍ତ ଶୁଣାଯାଉଛି। ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ, ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ। ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ। ଦମ୍ମେଶକ ବିଷୟରେ ଏକ ବାର୍ତ୍ତା ଦମ୍ମେଶକ ପାଇଁ ଏହି ବାର୍ତ୍ତା, “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି। ସେମାନେ ନିରୁତ୍ସାହିତ ହୋଇଅଛନ୍ତି, ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ। ଦମ୍ମେଶକ ଦୁର୍ବଳ ହୋଇଅଛି। ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି। ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି, ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି। “ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର କିପରି ପରିତ୍ୟକ୍ତ ହୋଇଅଛି। ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।” “ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା ଓ ତାହା ବି‌‌‌ନ୍‌‌‌ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।” କେଦର ଓ ହା‌‌‌ତ୍‌‌‌ସୋର ବିଷୟରେ ବାର୍ତ୍ତା ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ପରାଜିତ କେଦରର ଓ ହା‌‌‌ତ୍‌‌‌ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା। ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର। ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର। ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ। ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ ସେମାନେ ନିଜ ପାଇଁ ନେଇଯିବେ। ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’ ସେମାନେ ଉଚ୍ଚସ୍ୱରରେ କହିବେ।” ସଦାପ୍ରଭୁ କହନ୍ତି, “ହେ ହା‌‌‌ତ୍‌‌‌ସୋର ନିବାସୀଗଣ, ପଳାୟନ କର। ନିରାପଦ ସ୍ଥାନରେ ଲୁଚି ରୁହ। କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛ। ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ସଂକଳ୍ପ କରିଅଛି। ସଦାପ୍ରଭୁ କହନ୍ତି, “ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ସେହିମାନଙ୍କୁ ଆକ୍ରମଣ କର। ଶତ୍ରୁଗଣ ସେମାନଙ୍କର ଓଟଗୁଡ଼ିକୁ ନେଇଯିବେ। ସେମାନଙ୍କର ଅପାର ପଶୁପଲ ଲୁଣ୍ଠିତ ହେବେ। ପୁଣି ଯେଉଁମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ନିକଟକୁ ଗ୍ଭରିଆଡ଼ୁ ବିପଦ ଆଣିବା।” ଏହା ସଦାପ୍ରଭୁ କହନ୍ତି। “ହା‌‌‌ତ୍‌‌‌ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ। କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।” ଏଲମ ବିଷୟରେ ବାର୍ତ୍ତା ଯିହୁଦାର ରାଜା ସିଦିକିୟର ରାଜତ୍ୱର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା। ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଗ୍ଭରି ବାୟୁକୁ ଏଲମ ବିରୁଦ୍ଧରେ ପ୍ରବାହିତ କରାଇବା। ଆଉ ସେହିସବୁ ବାୟୁ ଏଲମକୁ ପୃଥିବୀର ଗ୍ଭରିଆଡ଼େ ଛିନ୍ନଭିନ୍ନ କରିବ। ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ ଏଲମର ପଳାତକ ଯାଇ ନ ଥିବେ। ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କ ପଛରେ ଏକ ‌‌ଖ‌ଡ଼୍‌ଗ ପଠାଇବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।” ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ବାବିଲ ବିଷୟରେ ଏକ ବାର୍ତ୍ତା ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କ‌‌ଲ୍‌‌ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି: “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର। ଧ୍ୱଜା ଉଠାଇ ପ୍ରଗ୍ଭର କର ଓ ଗୋପନ ନ ରଖି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା; ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’ କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ। ସେମାନେ ତାକୁ ଧ୍ୱଂସ କରିବେ। ତାହା ମଧ୍ୟରେ କେହି ବାସ କରିବେ ନାହିଁ, ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ। ସେ ସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ। ସେମାନେ କାନ୍ଦି କାନ୍ଦି ଆସିବେ, ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ। ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ। ସେହିଆଡ଼େ ମୁଖକରି ସେମାନେ କହିବେ, ‘ତୁମ୍ଭେମାନେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’ “ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି। ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି। ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି। ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି। ସେମାନଙ୍କର ଶତ୍ରୁମାନେ କହିଲେ, ‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’ କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି, ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ। “ତୁମ୍ଭେମାନେ ବାବିଲରୁ ପଳାଅ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ। ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ଆଣିବା। ସେମାନେ ତା’ ବିରୁଦ୍ଧରେ ସଜ୍ଜିତ ହୋଇ ଯୁଦ୍ଧ କରିବେ ଓ ବାବିଲ ସେମାନଙ୍କ ଦ୍ୱାରା ଅଧିକୃତ ହେବ। ସେମାନଙ୍କର ବାଣ ନିପୁଣ ବୀର ପୁରୁଷର ବାଣପରି ହେବ। କୌଣସି ବାଣ ବିଫଳ ହେବ ନାହିଁ। ସେମାନେ କ‌‌ଲ୍‌‌ଦୀୟମାନଙ୍କର ସମସ୍ତ ଲୁଣ୍ଠନ କରିବେ। ସଦାପ୍ରଭୁ କହନ୍ତି, ସେମାନେ ନିଜର ସନ୍ତୋଷ ଅନୁସାରେ ଲୁଣ୍ଠନ କରିବେ।” “ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ୱପରି ହେସ୍ରାରାବ କରୁଅଛ। “କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହେବେ। ବାବିଲ ଗୋଷ୍ଠୀଗଣ ମଧ୍ୟରେ ନ୍ୟୁନ ହେବ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହେବ। ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହେବ ଓ ସମ୍ପୂର୍ଣ୍ଣ ଧ୍ୱଂସ ସ୍ଥାନରେ ପରିଣତ ହେବ। ଯେଉଁ ଲୋକ ବାବିଲ ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ। “ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭେମାନେ ବାବିଲ ବିରୁଦ୍ଧରେ ଆପଣା ସୈନ୍ୟ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷେପ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ବାବିଲର ଚତୁର୍ଦ୍ଦିଗରେ ବିଜୟର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହୋଇଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହୋଇଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ୱାରା ଦେୟ ପ୍ରତିଶୋଧ। ତାହାଠାରୁ ପ୍ରତିଶୋଧ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସେହିପରି କର। ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ। ସେମାନେ ନିଜ ନିଜ ଦେଶକୁ ପଳାଇବେ। “ଇସ୍ରାଏଲ ଛିନ୍ନଭିନ୍ନ ହୋଇଥିବା ମେଷ ସ୍ୱରୂପ ସେ ସିଂହମାନଙ୍କ ଦ୍ୱାରା ବିତାଡ଼ିତ ହୋଇଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶେଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।” ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦେଇଥିଲୁ, ସେହିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦେବା। “‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା’ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପରେ ଚରିବ। ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ ଭୋଜନ କରି ପରିତୃପ୍ତ ହେବ।’” ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ, ମାତ୍ର କିଛି ମିଳିବ ନାହିଁ; ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ସେମାନେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।” ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭେ ମରାଥୟିମ୍ ଓ ପକୋଦ ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କର। ସେମାନଙ୍କ ପଛେ ପଛେ ଯାଇ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଃଶେଷ କର। ଆମ୍ଭର ଆଜ୍ଞାକୁ କହିବାନୁସାରେ ପାଳନ କର। “ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାଯାଉଛି। ‘ସମଗ୍ର ପୃଥିବୀରେ ବାବିଲକୁ ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା। ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି। ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ, ଏବଂ ଅଜାଣତରେ ତୁମ୍ଭେ ସେହି ଫାଶରେ ପଡ଼ିଯାଇଛ। ତୁମ୍ଭକୁ ଧରାଗଲା କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲ ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କ‌‌ଲ୍‌‌ଦୀୟମାନଙ୍କ ଦେଶରେ ସେମାନଙ୍କ ପାଇଁ କିଛି କରିବାର ଅଛି। “ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧରେ ଆସ। ତାହାର ଭଣ୍ଡାରସବୁ ଖୋଲିଦିଅ। ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶିପରି ଢିପି କର। ତାହାର କିଛି ଅବଶିଷ୍ଟ ରଖ ନାହିଁ। ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ଯାଆନ୍ତୁ। ସେମାନେ ସନ୍ତାପର ପାତ୍ର, କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା। ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସିୟୋନକୁ ଗ୍ଭଲି ଯାଉଥିଲେ, ସେମାନେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର ସମୟ ଆସିଯାଇଛି। କ‌‌ଲ୍‌‌ଦୀୟମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ୱଂସ କରୁଛନ୍ତି। “ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁରେ ଗୁଣ ଦେବାକୁ ଏକତ୍ରିତ କର। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା’ ପ୍ରତି ସେହିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।” ଏଣୁ ସଦାପ୍ରଭୁ କହନ୍ତି, “ସେହି ଦିନ ତା’ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ ଓ ତା’ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।” “ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷରେ ଅଛୁ।” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଯେହେତୁ ତୁମ୍ଭ ବିରୁଦ୍ଧରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି। ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କେହି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା’ର ନଗରରେ ଅଗ୍ନି ଲଗାଇବା ଓ ସେ ତା’ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଉଭୟ ଇସ୍ରାଏଲ ଓ ଯିହୁଦାର ପୁତ୍ରଗଣ ଅତ୍ୟାଗ୍ଭରିତ ହୋଇଛନ୍ତି। ଯେଉଁ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ନେଲେ ସେମାନେ ସେମାନଙ୍କୁ ଦୃଢ଼ ହସ୍ତରେ ଧରି ରଖିଲେ, ଛାଡ଼ିଲେ ନାହିଁ। ମାତ୍ର ସେମାନଙ୍କର ମୁକ୍ତିଦାତା ବଳବାନ, ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ପୁନର୍ବାର ଫେରାଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉ‌‌ଦ୍‌‌ବିଗ୍ନ କରିବାକୁ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।” ସଦାପ୍ରଭୁ କହନ୍ତି, “କ‌‌ଲ୍‌‌ଦୀୟମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ‌‌ଖ‌ଡ଼୍‌ଗ ବିନାଶ କରିବ। ଗଣକମାନେ ‌‌ଖ‌ଡ଼୍‌ଗରେ ବଧ ହେବ, ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ ‌‌ ଖ‌ଡ଼୍‌ଗ ସୈନ୍ୟମାନଙ୍କୁ ବନାଶ କରିବ, ଫଳରେ ସେମାନେ ଭୟଭୀତ ହେବେ। ଆଉ ସେମାନଙ୍କର ଅଶ୍ୱଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ‌‌ଖ‌ଡ଼୍‌ଗ ବିନାଶ କରିବ ଓ ସେମାନେ ଭୟଭୀତା ସ୍ତ୍ରୀମାନଙ୍କ ପରି ହେବେ। ସେମାନଙ୍କର ଭଣ୍ଡାରସବୁ ‌‌ଖ‌ଡ଼୍‌ଗରେ ବିନଷ୍ଟ ହେବ ଓ ସେସବୁ ଲୁଣ୍ଠିତ ହେବ। ତାହାର ଜଳାଶୟଗୁଡ଼ିକ ‌‌ ଖ‌ଡ଼୍‌ଗର ଆଘାତରେ ଜଳଶୂନ୍ୟ ହେବ। ଆଉ ତା’ର ଖୋଦିତ ପ୍ରତିମାଗଣ ଯୋଗୁଁ ତା’ର ଲୋକମାନେ ନିର୍ବୋଧ ହୋଇଅଛନ୍ତି ଓ ସେମାନଙ୍କ ପାଇଁ ମନ୍ଦଫଳ ଘଟିବ। “ବାବିଲ ଆଉ କେବେ ଜନବସତି ଯୋଗ୍ୟ ହେବ ନାହିଁ। ବନ୍ୟପଶୁ, କେନ୍ଦୁଆମାନେ ସେଠାରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ୟ ହେବ ନାହିଁ।” ସଦାପ୍ରଭୁ କହନ୍ତି, “ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ୱଂସ କରିଥିଲେ, ସେହିପରି ବାବିଲ ଧ୍ୱଂସ ପାଇବ। ସେଠାରେ କେହି ଲୋକ ବାସ କରିବେ ନାହିଁ କି ମନୁଷ୍ୟପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।” “ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି। ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି। ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଉ ବାବିଲର ରାଜା ସେମାନଙ୍କ ବିଷୟରେ ଶୁଣିଲେ ଓ ଭୟଭୀତ ହୋଇପଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଗ୍ଭଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନା ଓ ଯନ୍ତ୍ରଣା ଅନୁଭବ କଲେ।” ପୁଣି ସଦାପ୍ରଭୁ କହନ୍ତି, “ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି ଆମ୍ଭେ ସେମାନଙ୍କୁ ହଠାତ୍, ସେମାନଙ୍କ ଦେଶରୁ ତଡ଼ିଦେବା। କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା, କାରଣ ମୋ’ ପରି କେହି ନୁହନ୍ତି? ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି? ଆମ୍ଭ ସମ୍ମୁଖରେ ଠିଆ ହେଲାପରି ପାଳକ କିଏ ଅଛନ୍ତି?” ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କ‌‌ଲ୍‌‌ଦୀୟମାନଙ୍କ ବିପକ୍ଷରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସେମାନଙ୍କ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ସେମାନଙ୍କର ଚରାଭୂମି ଓ ନିବାସସ୍ଥାନ ଶୂନ୍ୟ ହୋଇଯିବ। ବାବିଲର ପତନ ଘଟିବ ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ। ପୃଥିବୀର ସମସ୍ତ ଗୋଷ୍ଠୀ ସେହି କ୍ରନ୍ଦନର ଶବ୍ଦ ଶୁଣିବେ। ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ‘ଲେବ-କାମାଇ’ ନିବାସୀମାନଙ୍କ ବିରୁଦ୍ଧରେ ଏକ ଶକ୍ତିଶାଳୀ ବିନାଶକ ବାୟୁ ପ୍ରବାହିତ କରାଇବା। ପୁଣି ବିଦେଶୀମାନଙ୍କୁ ବାବିଲ ବିରୁଦ୍ଧରେ ପ୍ରେରଣ କରିବା, ସେମାନେ କୁଲାରେ ଅଗାଡ଼ି ଅଲଗା କଲାପରି ତାହାକୁ ଝାଡ଼ି ଦେଶ ଶୂନ୍ୟ କରିବେ। କାରଣ ବିନାଶ କାଳରେ ତା’ର ଚତୁର୍ଦ୍ଦିଗରେ ସୈନ୍ୟ ଘେରି ରହିବେ। ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁରେ ଗୁଣ ଦେବେ ନାହିଁ କି ସେମାନେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭେମାନେ ତାହାର ଯୁବକଗଣଙ୍କୁ ଦୟା କର ନାହିଁ ଓ ତା’ର ସମସ୍ତ ସୈନ୍ୟଙ୍କୁ ବିନାଶ କର। ବାବିଲର ସୈନ୍ୟମାନେ କ‌‌ଲ୍‌‌ଦୀୟ ଦେଶରେ ମୃତ୍ୟୁବରଣ କରିବେ ଓ ରାଜପଥରେ ଆହତ ହୋଇପଡ଼ିବେ।” ଇସ୍ରାଏଲ ଓ ଯିହୁଦାର ଲୋକମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି। ସେମାନେ ଯଦିଓ ତାଙ୍କର ବିରୁଦ୍ଧାଚରଣ କରି ତାଙ୍କୁ ପରିତ୍ୟାଗ କରିଛନ୍ତି, ତଥାପି ସେ ଧର୍ମସ୍ୱରୂପ ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି। ବାବିଲରୁ ପଳାୟନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଓ ସେ ସେମାନଙ୍କୁ ତା’ର ପ୍ରତିଫଳ ଦେବେ। ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି। ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଛି। ତାହା ପାଇଁ କ୍ରନ୍ଦନ କର, ତାହାର ବେଦନା ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହୋଇ ପାରିବ ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହୋଇପାରିଲା ନାହିଁ। ଆସ, ଆମ୍ଭେମାନେ ତାକୁ ପରିତ୍ୟାଗ କରି ଆପଣା ଆପଣା ଦେଶକୁ ଗ୍ଭଲିଯିବା। ସ୍ୱର୍ଗର ପରମେଶ୍ୱର ତା’ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ। ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି। ଆସ, ଆମ୍ଭେମାନେ ସିୟୋନରେ କହିବା, ସଦାପ୍ରଭୁ ଯାହା କରିଛନ୍ତି। ତୁମ୍ଭେମାନ ବାଣ ତୀ‌‌‌କ୍ଷ୍‌‌‌ଣ କର, ଦୃଢ଼କରି ଢାଲ ଧର। ସଦାପ୍ରଭୁ ମାଦିୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେହେତୁ ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶୋଧ ସ୍ୱରୂପ ତାକୁ ଦଣ୍ଡ ଦେବେ। ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନରେ ନିଯୁକ୍ତ କର। ଗୋପନ ସ୍ଥାନରେ ସୈନ୍ୟ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚୟ ସଫଳ କରିବେ। ହେ ଜଳରାଶି ନିକଟରେ ବାସ କରୁଥିବା ଓ ଧନ ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ବାବିଲ, ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ୱଂସ ହେବାର ସମୟ ଆସିଯାଇଛି। ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି, “ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ୟରେ ପୂର୍ଣ୍ଣ କରିବା। ଆଉ ସେମାନେ ତୁମ୍ଭ ବିରୁଦ୍ଧରେ ବିଜୟର ଜୟକାର କରିବେ।” ସଦାପ୍ରଭୁ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି। ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି। ମାତ୍ର ପ୍ରତ୍ୟେକ ଲୋକ ନିର୍ବୋଧ ଓ ଅଜ୍ଞାନ ଅଟନ୍ତି। ପରମେଶ୍ୱରଙ୍କ କ୍ରିୟା ସେମାନେ ଜାଣନ୍ତି ନାହିଁ। ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛନ୍ତି। କାରଣ ସେ ଛାଞ୍ଚ ଢଳା ପ୍ରତିମା ମିଥ୍ୟା ଓ ଜୀବନ୍ତ ନୁହନ୍ତି। ସେହି ପ୍ରତିମାଗୁଡ଼ିକ ଅସାର ଓ ପ୍ରହେଳିକା ମାତ୍ର। ସେମାନେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ। କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହନ୍ତି। କାରଣ ପରମେଶ୍ୱର ସକଳ ବସ୍ତୁର ସୃଷ୍ଟିକର୍ତ୍ତା, ତାଙ୍କୁ କେହି ଗଢ଼ି ନାହାନ୍ତି। ଇସ୍ରାଏଲ ତାଙ୍କର ନିଜସ୍ୱ ଅଧିକାର। ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। ସଦାପ୍ରଭୁ ପୁଣି କହନ୍ତି, “ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ। ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀକୁ ଧ୍ୱଂସ କଲୁ ଓ ନାନା ରାଜ୍ୟକୁ ସମ୍ପୂର୍ଣ୍ଣ ସଂହାର କଲୁ। ତୁମ୍ଭ ମାଧ୍ୟମରେ ଅଶ୍ୱ ଓ ତା’ର ଆରୋହୀକୁ ଚୂର୍ଣ୍ଣ କଲୁ ଏବଂ ରଥ ଓ ତା’ର ଆରୋହୀକୁ ବିନାଶ କଲୁ। ଆଉ ଆମ୍ଭେ ତୁମ୍ଭ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ, ବୃଦ୍ଧ ଓ ବାଳକ ଏବଂ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା। ପୁଣି ତୁମ୍ଭ ମାଧ୍ୟମରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦେଶାଧ୍ୟକ୍ଷ ଓ ରାଜ୍ୟର ଅଧିପତିଗଣକୁ ଚୂର୍ଣ୍ଣ କଲୁ। ଆଉ ଆମ୍ଭେ ବାବିଲକୁ ଓ କ‌‌ଲ୍‌‌ଦୀୟ ନିବାସୀ ସମସ୍ତଙ୍କୁ ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚରରେ ସେମାନଙ୍କ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦେବା।” ଏହା ସଦାପ୍ରଭୁ କହନ୍ତି। ଆଉ ସଦାପ୍ରଭୁ କହନ୍ତି, “ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ, ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା। ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦ‌ଗ୍‌ଧ ପର୍ବତ କରିବା। ଲୋକମାନେ କୋଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇରହିବ।” “ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍କିନସ୍ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ। ତାହାର ବିରୁଦ୍ଧରେ ସେନାପତିମାନଙ୍କୁ ନିଯୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ୟାରେ ଅଶ୍ୱଗଣ ପଠାଅ। ତାହାର ବିରୁଦ୍ଧରେ ସମସ୍ତ ଗୋଷ୍ଠୀକୁ, ମାଦୀୟ ରାଜଗଣକୁ ସେମାନଙ୍କର ଦେଶାଧ୍ୟକ୍ଷ, ଅଧିପତି ଓ ତାହାର କର୍ତ୍ତୃତ୍ୱାଧୀନ ସମୁଦାୟ ଦେଶକୁ ପ୍ରସ୍ତୁତ କର। ସମଗ୍ର ବାବିଲ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ୱସ୍ତ ବିଧ୍ୱସ୍ତ ଓ ଜନଶୂନ୍ୟ କରିବାକୁ ତାହା ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି। ବାବିଲର ସାହସୀ ଯୋଦ୍ଧାଗଣ ଯୁଦ୍ଧରୁ ଅବସର ନେଇଅଛନ୍ତି। ସେମାନେ ନିଜ ନିଜ ଗଡ଼ ମଧ୍ୟରେ ଅଛନ୍ତି। ସେମାନଙ୍କର ଶକ୍ତି ଦୁର୍ବଳ ହୋଇଅଛି। ସେମାନେ ଭୟଭୀତା ସ୍ତ୍ରୀଲୋକମାନଙ୍କ ପରି ହୋଇଛନ୍ତି। ସେମାନଙ୍କର ବାସସ୍ଥାନ ସବୁ ଦ‌ଗ୍‌ଧ ହୋଇଛି ଓ ସେମାନଙ୍କର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହୋଇଅଛି। ସମଗ୍ର ବାବିଲ ନଗର ଅଧିକୃତ ହୋଇଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ। ପୁଣି ତା’ର ନଦୀପାର ଘାଟସବୁ ଅଧିକୃତ ହୋଇଅଛି ଓ ନଳବଣ ସବୁ ଅଗ୍ନିରେ ଦ‌ଗ୍‌ଧିଭୂତ ହୋଇଅଛି। ଆଉ ତା’ର ଯୋଦ୍ଧାଗଣ ଭୟଭୀତ ହୋଇଅଛନ୍ତି।” କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ବାବିଲ ଏକ ଶସ୍ୟ ମର୍ଦ୍ଦନ ଖଳା ସ୍ୱରୂପ ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।” ସିୟୋନର ଲୋକମାନେ କହିବେ, “ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି। ସିୟୋନ ନିବାସୀଗଣ କହିବେ, ମୋ’ ପ୍ରତି ଓ ମୋର ଆତ୍ମା ପ୍ରତି ବାବିଲ ଯେଉଁ ଦୌରାତ୍ମ୍ୟ କରିଛି ତା’ର ଫଳ ସେ ପାଉ।” ଆଉ ଯିରୁଶାଲମ କହିବ, “ମୋର ରକ୍ତପାତର ଫଳ କ‌‌ଲ୍‌‌ଦୀୟମାନଙ୍କ ଉପରେ ପଡ଼ୁ।” ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦେବା ଓ ତୁମ୍ଭ ପାଇଁ ପ୍ରତିଶୋଧ ନେବା। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦେବା ଓ ତାହାର ନିର୍ଝରକୁ ଶୁଖାଇ ଦେବା। ତା’ପରେ ବାବିଲ ଏକ ଧ୍ୱଂସ ସ୍ତୁପରେ ପରିଣତ ହେବ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହେବ। ଲୋକମାନେ ଏହା ଦେଖି ଆତଙ୍କିତ ହେବେ ଏବଂ ଯେତେବେଳେ ସେମାନେ ଏହା ଦେଖିବେ ‘ଶୀସ୍’ ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହେବ। “ସେମାନେ ଯୁବା ସିଂହ ପରି ଗର୍ଜନ କରିବେ ଓ ସିଂହ ଛୁଆ ପରି ଘୋର ନାଦ କରିବେ।” ସଦାପ୍ରଭୁ କହନ୍ତି, “ସେମାନେ ଉତ୍ତ୍ୟକ୍ତ ହେଲା ପରେ ଆମ୍ଭେ ସେମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସେମାନଙ୍କୁ ଆହ୍ଲାଦିତ କରିବା ପାଇଁ ସେମାନଙ୍କୁ ମତ୍ତ କରିବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ, ଆଉ ଉଠିବେ ନାହିଁ।” “ବାବିଲକୁ ଆମ୍ଭେ ବଧ ଯୋଗ୍ୟ ମେଷ ଓ ଛାଗ ସଦୃଶ ବଧ୍ୟ ସ୍ଥାନକୁ ଆଗେଇ ନେବା। “ଶେଶକ” କିପରି ଅନ୍ୟମାନଙ୍କ ଦ୍ୱାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କେମିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହୋଇଅଛି। ବାବିଲ ଉପରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢେଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ। ବାବିଲର ନଗରସବୁ ଧ୍ୱଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହେବ। ତା’ ମଧ୍ୟରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା’ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନା ଗମନ କରିବେ ନାହିଁ। ତା’ପରେ ଆମ୍ଭେ ବାବିଲର ‌ବା‌ଲ୍‌ଦେବଠାରୁ ପ୍ରତିଶୋଧ ନେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତା’ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିଯିବ। ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ବାବିଲରୁ ପଳାଇ ଯାଅ। ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର। “ତୁମ୍ଭେମାନେ ନିଜ ନିଜ ହୃଦୟକୁ ଦୁର୍ବଳ କର ନାହିଁ। କି ଦେଶ ମଧ୍ୟରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହେବ। ପୁଣି ସେ ଜନରବ ଭୟଙ୍କର ଯୁଦ୍ଧ ବିଷୟରେ ହେବ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହେବ। ଆଉ ସେ ସମୟ ନିଶ୍ଚୟ ଆସିବ, ଯେତେବେଳେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ସମଗ୍ର ବାବିଲ ଲଜ୍ଜିତ ହେବ। ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତାରେ ପତିତ ହେବେ। ସେ ସମୟରେ ସ୍ୱର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବାବିଲ ବିଷୟରେ ଆନନ୍ଦରେ ଚିତ୍କାର କରିବେ। କାରଣ ସଦାପ୍ରଭୁ କହନ୍ତି ଯେ, ଉତ୍ତର ଦିଗରୁ ବିନାଶକଗଣ ଆସିବେ।” “ବାବିଲର ପତନ ନିଶ୍ଚିତ ହେବ, କାରଣ ସେ ଇସ୍ରାଏଲର ଲୋକମାନଙ୍କୁ ନିପାତିତ କରିଅଛି ଓ ପୃଥିବୀର ସମୁଦାୟ ଦେଶର ଲୋକଙ୍କୁ ବଧ କରିଅଛି। ହେ ‌‌ଖ‌ଡ଼୍‌ଗରୁ ବଞ୍ଚିତ ଲୋକମାନେ, ତୁମ୍ଭେମାନେ ଗ୍ଭଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୁଶାଲମକୁ ମନେ ପକାଅ। “ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ, ଆମ୍ଭେମାନେ ଅପମାନିତ ହୋଇଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।” ଏଣୁ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେତେବେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦେବା, ସେତେବେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ ଯନ୍ତ୍ରଣାରେ ଗଁ ଗଁ କରିବେ। ପୁଣି ସଦାପ୍ରଭୁ କହନ୍ତି, ଯଦିଓ ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ ଓ ନିଜର ଦୁର୍ଗଗୁଡ଼ିକୁ ସୁଦୃଢ଼ କରିବ। ତଥାପି ଆମ୍ଭ ପ୍ରେରିତ ବିନାଶକମାନେ ତାହା ମଧ୍ୟରେ ପ୍ରବେଶ କରିବେ ଓ ତାକୁ ଧ୍ୱଂସ କରିବେ।” “ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ। ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ ଓ ନଗର ମଧ୍ୟରୁ ମହାରବ କ୍ଷାନ୍ତ କରିବେ। ଶତ୍ରୁସୈନ୍ୟ ତରଙ୍ଗାୟିତ ମହାସାଗର ସଦୃଶ ଗର୍ଜନ କରି ଆସିବେ ଓ କ‌‌ଲ୍‌‌ଦୀୟମାନେ ସେହି ମହାରବ ଶୁଣିବେ। ବାବିଲ ବିରୁଦ୍ଧରେ ସେମାନେ ଆସିବେ ଓ ତାହାକୁ ଧ୍ୱଂସ କରିବେ। ସେମାନଙ୍କର ବୀରଗଣ ଧରାଯିବେ ଓ ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଯିବ। କାରଣ ସଦାପ୍ରଭୁ ସେମାନଙ୍କର ଦୁଷ୍କର୍ମ ଯୋଗୁଁ ନିଶ୍ଚୟ ପ୍ରତିଫଳ ଦେବେ। ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ ଓ କେବେ ଜାଗ୍ରତ ହେବେ ନାହିଁ।” ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦ‌ଗ୍‌ଧ ହେବ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଳାନ୍ତ ହେବେ। ମାତ୍ର ତାହା କିଛି ସାହାଯ୍ୟ କରିବ ନାହିଁ। ସେମାନେ ସେହି ଅଗ୍ନିଶିଖାରେ ଜାଳେଣି ସ୍ୱରୂପ ଦ‌ଗ୍‌ଧ ହେବେ।” ବାବିଲ ପ୍ରତି ଯିରିମିୟଙ୍କ ଏକ ବାର୍ତ୍ତା ଯିହୁଦାର ଶାସକ ସିଦିକିୟଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ମହସେୟର ପୌତ୍ର, ନେରିୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମିୟ ସରାୟକୁ ଏହି ବାର୍ତ୍ତା ଦେଇଥିଲା। ସରାୟ ଜଣେ ପଦାଧିକାରୀ ଥିଲେ। ଆଉ ଯିରିମିୟ ବାବିଲର ଭବିଷ୍ୟତରେ ଘଟିବାକୁ ଥିବା ସମସ୍ତ ଅମଙ୍ଗଳ କଥା ଏକ ପୁସ୍ତକରେ ଲେଖିଲେ। ଆଉ ଯିରିମିୟ ସରାୟକୁ କହିଲେ, “ହେ ସରାୟ, ତୁମ୍ଭେ ବାବିଲକୁ ଯାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର। ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ୱଂସ ସ୍ଥାନ ହୋଇ ରହିବ। ପୁଣି ଏହା ପାଠ କରି ସାରିଲା ପରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ। ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’ ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ। ଯିରୁଶାଲମର ପତନ ସିଦିକିୟ ଏକୋଇଶ ବର୍ଷ ବୟସରେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲି‌‌‌ବ୍‌‌‌ନା ନିବାସୀ ଯିରିମିୟଙ୍କ କନ୍ୟା ଥିଲା। ସିଦିକିୟ ଯିହୋୟାକୀ‌‌‌ମ୍‌‌‌ଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ନାନା କୁକର୍ମ କଲା। ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ। ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା। ତା’ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ। ସିଦିକିୟ ରାଜାର ଏଗାର ବର୍ଷ ପର୍ଯ୍ୟନ୍ତ ବାବିଲ ସୈନ୍ୟଙ୍କ ଦ୍ୱାରା ଯିରୁଶାଲମ ନଗର ଅବରୁଦ୍ଧ ହୋଇ ରହିଲା। ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ। ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କ‌‌ଲ୍‌‌ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ। ମାତ୍ର କ‌‌ଲ୍‌‌ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ। ତା’ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାକୁ ନେଇଗଲେ। ତା’ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ। ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରି‌‌‌ବ୍‌‌‌ଲାରେ ବଧ କଲା। ତା’ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା। ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା। ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା। ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କ‌‌ଲ୍‌‌ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା। ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଓ କୃଷକ ହେବାକୁ ସେଠାରେ ଛାଡ଼ିଗଲା। ପୁଣି କ‌‌ଲ୍‌‌ଦୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ। ଆଉ ମଧ୍ୟ ସେମାନେ ରନ୍ଧାପାତ୍ର, ବେ‌‌ଲ୍‌‌ଗ୍ଭ, କଇଁଚି, ବେସିନ୍, କରେଇ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିରରେ ଉପାସନା ପାଇଁ ବ୍ୟବହାର ହୁଏ, ତାହା ନେଇଗଲେ। ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ। ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବାରଟି ବୃଷଭ, ଏହାକୁ ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷରେ ବ୍ୟବହୃତ ହୋଇଥିବା କଂସାର ଓଜନ ବହୁତ ଅଧିକ ଥିଲା। ପୁଣି ସେହି ଦୁଇସ୍ତମ୍ଭ ପ୍ରତ୍ୟେକର ଉଚ୍ଚତା ସତେଇଶ୍ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମୋଟା ଓ ତାହା ଫମ୍ପା ଥିଲା। ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା। ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଗ୍ଭରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା। ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା। ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାୟିତ୍ୱରେ ଥିବା ଅଧିପତିଗଣଙ୍କୁ, ନଗରର ସାତ ଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଜଣଙ୍କୁ ବନ୍ଦୀକରି ନେଲା। ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ବନ୍ଦୀକରି ରି‌‌‌ବ୍‌‌‌ଲାକୁ ବାବିଲ ରାଜା ନିକଟକୁ ନେଇଗଲା। ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାରେ ସେମାନଙ୍କୁ ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ଆନୀତ ହେଲା। *** ନବୂଖ‌ଦ୍‌ନିତ୍ସର ଯେଉଁ ଯିହୁଦୀ ଲୋକମାନଙ୍କୁ ବନ୍ଦୀକରି ନେଇଗଲେ, ସେମାନଙ୍କର ସଂଖ୍ୟା ନବୂଖ‌ଦ୍‌ନିତ୍ସରଙ୍କ ରାଜତ୍ୱର ସପ୍ତମ ବର୍ଷରେ ତିନି ସହସ୍ର ତେଇଶ୍ ଜଣ ଥିଲେ। ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷରେ ସେ ଯିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନେଇଗଲେ। ପୁଣି ନବୂଖ‌ଦ୍‌ନିତ୍ସରର ରାଜତ୍ୱର ତ୍ରୟୋବିଂଶ ବର୍ଷରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସାତ ଶହ ପଇଁଗ୍ଭଳିଶ୍ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା। ସବୁ ମିଶି ଗ୍ଭରି ସହସ୍ର ଛଅ ଶହ ଲୋକ ଥିଲେ। ଯିହୋୟାଖୀ‌‌‌ନ୍‌‌‌ଙ୍କ ମୁକ୍ତି ଯିହୁଦାର ରାଜା ଯିହୋୟାଖୀନ୍ ବାବିଲର କାରାଗାରରେ ସଇଁତିରିଶ୍ ବର୍ଷ ବନ୍ଦୀ ହୋଇ ରହିଲେ। ତାଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷରେ ବାବିଲର ରାଜା ଇବିଲ୍-ମରୋଦକ୍ ଯିହୋୟାଖୀ‌‌‌ନ୍‌‌‌ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ୱର ପ୍ରଥମ ବର୍ଷର ଦ୍ୱାଦଶ ମାସର ପଞ୍ଚବିଂଶ ଦିନରେ ଯିହୋୟାଖୀ‌‌‌ନ୍‌‌‌ଙ୍କୁ କାରାଗାରରୁ ମୁକ୍ତ କଲେ। ଆଉ ସେ ତାଙ୍କୁ ମଧୁର ବାକ୍ୟ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ। ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା। ଏହା ପରେ ଯିହୋୟାଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦିଆଗଲା। ଯିରୁଶାଲମର ଧ୍ୱଂସ ପାଇଁ ବିଳାପ ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସେହି ସହର ଲୋକପୂର୍ଣ୍ଣ ଥିଲା, ଯିରୁଶାଲମ ପୃଥିବୀର ମହାନ ନଗରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ୟ ଅଛି। ସେ ଯିଏ କି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାୟୀନୀ ଦାସୀପରି ହୋଇଅଛି। ସେ ରାତ୍ରିରେ ଅତିଶୟ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି; ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ; ତା’ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସେମାନେ ତାହାର ଶତ୍ରୁ ହୋଇଛନ୍ତି। ଯିହୁଦା ବହୁ ଦୁଃଖ ଯୋଗୁଁ ନିର୍ବାସିତ ହୋଇଅଛି। ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ ଓ ସେ ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାକୁ ଧରିଲେ। ସିୟୋନର ସମସ୍ତ ପଥ ଶୋକରେ ପରିପୂର୍ଣ୍ଣ, କାରଣ କେହି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାନ୍ତି। ତାହାର ସମସ୍ତ ଫାଟକ ଶୂନ୍ୟ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା’ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନରେ ବହୁ ପୀଡ଼ା ପାଇଅଛି। ତା’ର ବିପକ୍ଷମାନେ ଜୟଲାଭ କରିଛନ୍ତି ଓ ତା’ର ଶତ୍ରୁଗଣ ସୌଭାଗ୍ୟବାନ୍ ହୋଇଛନ୍ତି। କାରଣ ତା’ର ଅପାର ପାପ ଯୋଗୁଁ ସଦାପ୍ରଭୁ ତାକୁ କ୍ଳେଶ ଦେଇଛନ୍ତି। ତା’ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ୱାରା ନିର୍ବାସିତ ହୋଇଯାଇଛନ୍ତି। ସିୟୋନ କନ୍ୟାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଗ୍ଭଲିଯାଇଛି, ଏହାର ରାଜକୁମାରୀମାନେ ଗ୍ଭରଣଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି ସେମାନଙ୍କୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗରେ ସେମାନେ ଶକ୍ତିହୀନ ହୋଇଛନ୍ତି। ନିଜ ଦୁଃଖ ଓ ଦୁର୍ଗତିର ସମୟରେ, ଯିରୁଶାଲମ ଆପଣା ପୂର୍ବକାଳର ରମଣୀୟ ଦିନସବୁ ସ୍ମରଣ କରୁଅଛି; ଯେତେବେଳେ ତା’ର ଲୋକମାନେ ଶତ୍ରୁମାନଙ୍କ ଦ୍ୱାରା କବଳିତ ହେଲେ, କେହି ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ, ସେତେବେଳେ ତା’ର ଶତ୍ରୁଗଣ ସେମାନଙ୍କର ଧ୍ୱଂସାବସ୍ଥା ଦେଖି ସେମାନଙ୍କୁ ଉପହାସ କଲେ। ଯିରୁଶାଲମ ଅତିଶୟ ପାପ କରିଅଛି, ଏଣୁ ସେ ନଗର ଧ୍ୱଂସପ୍ରାପ୍ତ ହୋଇଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସେମାନେ ତାକୁ ଘୃଣା କରୁଛନ୍ତି। କାରଣ ସେମାନେ ତାକୁ ଗାଳି ଦିଅନ୍ତି। ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି ଓ ପଛକୁ ମୁଖ ଫେରାଉଅଛି। ଯିରୁଶାଲମର ଅପରିଷ୍କାର ଗଳି ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା। ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ। ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ, ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।” ତାହାର ସମସ୍ତ ବିପକ୍ଷମାନେ ସେମାନଙ୍କର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନେଇଗଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିରରେ ପ୍ରବେଶ କରିବାର ପର୍ଯ୍ୟବେକ୍ଷଣ କଲେ। ସେହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀରେ ଯୋଗଦେବାକୁ ଆଦେଶ ଦେଇଥିଲେ। ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସେମାନେ ବଞ୍ଚିବା ଉଦ୍ଦେଶ୍ୟରେ ଖାଦ୍ୟ ପାଇଁ ସେମାନଙ୍କର ମନୋହର ସାମଗ୍ରୀ ସବୁ ଦେଉଛନ୍ତି। ଯିରୁଶାଲମ କହେ, “ହେ ସଦାପ୍ରଭୁ, ଦେଖ, ମୋତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମୋତେ ଘୃଣା କରୁଛନ୍ତି। ହେ ପଥିକଗଣ, ମୋତେ ଗ୍ଭହଁ ଏବଂ ଦେଖ କି ଦାରୁଣ ଯନ୍ତ୍ରଣା ମୁଁ ଭୋଗୁଅଛି। ଏପରି ଯନ୍ତ୍ରଣା ଓ ଦୁଃଖ ଅନ୍ୟ କିଏ ପାଇଛି କି? ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରେ ମୋ’ ପ୍ରତି ଦଣ୍ଡ ବିଧାନ କରିଛନ୍ତି। ସଦାପ୍ରଭୁ ଊର୍ଦ୍ଧ୍ୱରୁ ମୋ’ ଅସ୍ଥିଗୁଡ଼ିକ ମଧ୍ୟରୁ ଅଗ୍ନି ପ୍ରେରଣ କରିଅଛନ୍ତି, ସେ ମୋର ମରଣ ପାଇଁ ଢାଲ ପାତିଛନ୍ତି ଓ ସେଥିରେ ମୋତେ ଗୁଡ଼ାଇ ଦେଇଛନ୍ତି। ସେ ମୋତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି। “ମୋର ପାପରୂପ ଯୁଆଳି ସଦାପ୍ରଭୁଙ୍କ ହସ୍ତରେ ବନ୍ଧା ଯାଇଅଛି। ସଦାପ୍ରଭୁଙ୍କ ସେହି ଯୁଆଳି ମୋ’ ସ୍କନ୍ଧ ଉପରକୁ ଆସିଅଛି, ସେ ମୋତେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି। ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ପାରିବି ନାହିଁ, ସେମାନଙ୍କ ହସ୍ତରେ ସଦାପ୍ରଭୁ ମୋତେ ସମର୍ପଣ କରିଛନ୍ତି। “ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି। ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି। “ଏହିସବୁ ବିଷୟ ପାଇଁ ମୁଁ କ୍ରନ୍ଦନ କରୁଅଛି ଓ ମୋର ଚକ୍ଷୁଯୁଗଳ ଲୋତକପୂର୍ଣ୍ଣ ହୋଇଅଛି। କାରଣ ମୋର ସାନ୍ତ୍ୱନାକାରୀ ମୋର ପ୍ରାଣକୁ ଆଶ୍ୱାସନା ଦେବା କଥା, କିନ୍ତୁ ସେ ମୋ’ଠାରୁ ଦୂରେଇ ଅଛନ୍ତି। ମୋର ସନ୍ତାନଗଣ ଅନାଥ ହୋଇଛନ୍ତି, କାରଣ ମୋର ଶତ୍ରୁଗଣ ସେମାନଙ୍କ ଉପରେ ବିଜୟଲାଭ କରିଛନ୍ତି।” ସିୟୋନ ଆପଣା ହସ୍ତ ପ୍ରସାରଣ କରୁଛି, ମାତ୍ର ତାକୁ ସାହାଯ୍ୟ କରିବାକୁ କେହି ନାହିଁ। ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘେରି ରହିବାକୁ ସଦାପ୍ରଭୁ ଆଦେଶ କରିଛନ୍ତି। ଯିରୁଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି। ବର୍ତ୍ତମାନ ଯିରୁଶାଲମ କହେ, “ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନୟ କରୁଛି, ତୁମ୍ଭେମାନେ ଶୁଣ ଓ ମୋର ଦୁଃଖ ଦେଖ। ମୋର ଯୁବକ, ଯୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି। ମୁଁ ମୋର ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋ’ ପ୍ରତି ପ୍ରବଞ୍ଚନା କଲେ। ମୋର ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ। ସେମାନେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ। “ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା। ମୋର ଅନ୍ତର ବ୍ୟଥିତ ହେଉଛି, କାରଣ ମୁଁ ବିଦ୍ରୋହୀ ଥିଲି। ବାହାରେ ଖଡ଼ଗ ବଧ କରୁଅଛି ଓ ଗୃହ ଭିତରେ ମୃତ୍ୟୁ ରହିଅଛି। ହେ ସଦାପ୍ରଭୁ ଦେଖ, ମୋର ଅନ୍ତର କିପରି ଦହି ମୋହିଁବା ଭଳି ହେଉଛି। “ମୋ’ କଥା ଶୁଣ, ମୁଁ ବିଳାପ କରୁଛି। ମୋତେ ସାନ୍ତ୍ୱନା ଦେବାକୁ କେହି ନାହିଁ। ମୋର ଶତ୍ରୁମାନେ ମୋର ବିପଦକଥା ଶୁଣି ଆନନ୍ଦିତ। ସେମାନେ ଖୁସୀ, କାରଣ ତୁମ୍ଭେ ମୋ’ ପ୍ରତି ତାହା ଘଟାଇଛ। ତୁମ୍ଭେ କହିଥିଲ ଏକ ସମୟରେ ମୋର ଶତ୍ରୁମାନେ ଦଣ୍ଡିତ ହେବେ। ବର୍ତ୍ତମାନ ସେମାନଙ୍କୁ ମୋ’ ତୁଲ୍ୟ କରନ୍ତୁ। “ଆଉ ଦେଖ, ମୋର ଶତ୍ରୁଗଣ କିପରି ଦୁଷ୍ଟତାରେ ପରିପୂର୍ଣ୍ଣ । ମୋର ଅଧର୍ମ ଯୋଗୁଁ ମୋ’ ପ୍ରତି ଯେଉଁପରି ବ୍ୟବହାର କରିଥିଲ, ସେମାନଙ୍କ ପ୍ରତି ସେହି ପ୍ରକାର କର। କାରଣ ମୁଁ ଅନେକ ଥର ବିଳାପ କରୁଛି ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।” ସଦାପ୍ରଭୁ ଯିରୁଶାଲମ ଧ୍ୱଂସ କଲେ ଦେଖ, ସଦାପ୍ରଭୁ କିପରି ଆପଣା କ୍ରୋଧରେ ସିୟୋନ କନ୍ୟାକୁ ମେଘାଚ୍ଛନ୍ନ କରିଛନ୍ତି। ସେ ଇସ୍ରାଏଲର ଗୌରବକୁ ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି। ପୁଣି ତାଙ୍କର କ୍ରୋଧର ଦିନରେ ତାଙ୍କର ପାଦପୀଠ ଇସ୍ରାଏଲକୁ ସ୍ମରଣ କରି ନାହାନ୍ତି। ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ୱଂସ କରିଛନ୍ତି। ସେ ତାହା ପ୍ରତି ଦୟା କରି ନାହାନ୍ତି। ସେ ଆପଣା କ୍ରୋଧରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ୟ ଓ ତା’ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି। ସଦାପ୍ରଭୁ ପ୍ରଚଣ୍ଡ କ୍ରୋଧରେ ଇସ୍ରାଏଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। ସେ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଛନ୍ତି। ସେ ଅଗ୍ନିଶିଖା ପରି ଯାକୁବକୁ ଜ୍ୱଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗରେ ଥିବା ସବୁକିଛି ଗ୍ରାସ କରିଛନ୍ତି। ଆଉ ସଦାପ୍ରଭୁ ଶତ୍ରୁ ପରି ଧନୁରେ ସୂତା ବାନ୍ଧିଥିଲେ ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁଶୋଭିତ କରିଛନ୍ତି। ଯିହୁଦାର ସମସ୍ତ ସୁନ୍ଦର ଲୋକଙ୍କୁ ଶତ୍ରୁପରି ବଧ କରିଅଛନ୍ତି। ପୁଣି ତାଙ୍କର କ୍ରୋଧାଗ୍ନିକୁ ସିୟୋନ କନ୍ୟାର ତମ୍ବୁ ଉପରେ ଢାଳି ଦେଇଅଛନ୍ତି। ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା’ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି। ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସେମାନଙ୍କର ଆବାସ କୁଡ଼ିଆକୁ ନଷ୍ଟ କରି ଦେଇଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦେଇଅଛନ୍ତି। ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମ ଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କ୍ରୋଧରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି। ସଦାପ୍ରଭୁ ଆପଣା ଯଜ୍ଞବେଦି ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା’ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦେଇଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦରେ ସଦାପ୍ରଭୁଙ୍କ ମନ୍ଦିରରେ ଧ୍ୱନି କରୁଛନ୍ତି। ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସେମାନେ ଏକାବେଳକେ ନିସ୍ତେଜ ହୋଇଛନ୍ତି। ତାହାର ନଗରଦ୍ୱାର ସବୁ ଭୂମିସାତ୍ ହୋଇଅଛି, ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ ହୋଇଗଲା। ତା’ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅଛନ୍ତି, ତା’ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା’ର ଭବିଷ୍ୟ‌ଦ୍‌ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇ ନାହାନ୍ତି। ସିୟୋନ କନ୍ୟା, ବୟସ୍କାମାନେ ନୀରବରେ ଭୂମିରେ ବସିଛନ୍ତି। ସେମାନେ ଆପଣା ମସ୍ତକରେ ଧୂଳି ବୋଳି ହୋଇଛନ୍ତି ଓ କଟି ଦେଶରେ ଶୋକ ବସ୍ତ୍ର ବାନ୍ଧିଛନ୍ତି। ଯିରୁଶାଲମର କୁମାରୀମାନେ ଭୂମିକୁ ସେମାନଙ୍କର ମସ୍ତକରେ ଅବନତ କରିଛନ୍ତି। ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ୟଥିତ ହୁଏ। ମୋର ଲୋକମାନଙ୍କର ବିନାଶ ହେତୁ ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହରେ ବାଳକ ବାଳିକା ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି। ସେମାନେ ନିଜ ନିଜ ମାତାକୁ “ଶସ୍ୟ ଓ ଦ୍ରାକ୍ଷାରସ କାହିଁ?” ଏହି କଥା ପଗ୍ଭରୁଛନ୍ତି, ଯେତେବେଳେ ସେମାନେ ମୂର୍ଚ୍ଛା ଯାଆନ୍ତି। ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମା କୋଳରେ ପ୍ରାଣତ୍ୟାଗ କରନ୍ତି। ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ୟା, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ? ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ। ସେମାନେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି। ପଥିକମାନେ ତୁମ୍ଭର ଦୁରାବସ୍ଥାରେ ହାତତାଳି ଦିଅନ୍ତି। ସେମାନେ “ଶୀସ୍” ଶବ୍ଦ କରି ଯିରୁଶାଲମର କନ୍ୟା ପ୍ରତି ମସ୍ତକ ହଲାଇ କହନ୍ତି, “ଏ କ’ଣ ସେହି ନଗରୀ ଯାହାକୁ ଲୋକମାନେ ‘ସୌନ୍ଦର୍ଯ୍ୟମୟୀ ନଗରୀ’ ଓ ‘ସମଗ୍ର ପୃଥିବୀର ଆନନ୍ଦ ସ୍ୱରୂପ’ ବୋଲି କହୁଥିଲେ?” ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସେମାନେ “ଶୀସ୍” ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, “ଆମ୍ଭେମାନେ ତାକୁ ଗ୍ରାସ କରିଅଛୁ, ଆମ୍ଭେମାନେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭେମାନେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।” ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସେହି ବାକ୍ୟ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି ଓ ସେ ତୁମ୍ଭ ବିପକ୍ଷରେ ସେମାନଙ୍କୁ ଉନ୍ନତ କରିଅଛନ୍ତି। ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ। ଉଠ, ରାତ୍ରିର ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳପରି ଢାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖରେ ହାତଯୋଡ଼ି ପ୍ରାର୍ଥନା କର। କାରଣ ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ କ୍ଷୁଧାରେ ଛଟପଟ ହେଉଛନ୍ତି। ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା’ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ? ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତା କ’ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି? ଯୁବକ ଓ ବୃଦ୍ଧ ନଗରର ରାସ୍ତାରେ ପତିତ ହୋଇଛନ୍ତି। ଯୁବକ, ଯୁବତୀ ‌‌ଖ‌ଡ଼୍‌ଗରେ ହତ ହୋଇ ପଡ଼ିଛନ୍ତି। ସଦାପ୍ରଭୁ ସେମାନଙ୍କୁ ଆପଣା କ୍ରୋଧ ଦିନରେ ବଧ କରିଛନ୍ତି ଓ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୋଇଛନ୍ତି। ତୁମ୍ଭେ ମୋର ଚତୁର୍ଦ୍ଦିଗରୁ ଭୟକୁ ଆହ୍ୱାନ କରୁଅଛି, ସତେ ଯେପରି ସେମାନଙ୍କୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇଲେ ନାହିଁ କି କେହି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସେମାନଙ୍କୁ ସଂହାର କରିଅଛି। କ୍ଳେଶର ଫଳ ମୁଁ ସେହି ମନୁଷ୍ୟ, ଯେ କି ସଦାପ୍ରଭୁଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା ପ୍ରହୃତ ହୋଇଥିବା କ୍ଳେଶ ଦେଖିଅଛି। ସଦାପ୍ରଭୁ ମୋତେ ଆଲୋକରେ ନୁହେଁ, ଅନ୍ଧକାର ମଧ୍ୟରେ ଚଳାଇ ଅଛନ୍ତି। ସଦାପ୍ରଭୁ ଦିନସାରା ମୋ’ ବିରୁଦ୍ଧରେ ଆପଣା ହସ୍ତ ପୁନଃ ପୁନଃ ଫେରାଇ ଅଛନ୍ତି। ମୋର ମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମୋର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି। ସଦାପ୍ରଭୁ ମୋର ଚତୁର୍ଦ୍ଦିଗରେ ତିକ୍ତତା ଓ କ୍ଳେଶ ଭରି ଦେଇଅଛନ୍ତି। ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛନ୍ତି। ସଦାପ୍ରଭୁ ମୋତେ ଭାରି ଶୃଙ୍ଖଳରେ ବାନ୍ଧି ଭିତରେ ଅବରୁଦ୍ଧ କରିଅଛନ୍ତି, ଫଳରେ ମୁଁ ବାହାରି ଯାଇପାରିବି ନାହିଁ। ଏପରି କି ମୁଁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମୋ’ ପ୍ରାର୍ଥନା ଶୁଣି ନାହାନ୍ତି। ସେ ପଥରଦ୍ୱାରା ମୋର ପଥ ଅବରୋଧ କରିଅଛନ୍ତି ଓ ମୋର ପଥକୁ ଜଟିଳ କରିଅଛନ୍ତି। ସଦାପ୍ରଭୁ ମୋ’ ପ୍ରତି ଗୋଟିଏ ଭାଲୁ ସଦୃଶ, ଯିଏ ସତର୍କରେ ଯାଏ ଓ ତା’ର ଶିକାର କରିବା ପାଇଁ ଲୁଚି ରୁହେ, ସେହିପରି ଗୋଟିଏ ସିଂହ ସଦୃଶ ଅଟନ୍ତି। ସେ ମୋର ପଥରୁ ମୋତେ ଟାଣି ନେଇ ଖଣ୍ଡ ଖଣ୍ଡ କରିଅଛନ୍ତି ଓ ମୋତେ ଅନାଥ କରିଅଛନ୍ତି। ସେ ତାଙ୍କର ଧନୁରେ ଗୁଣ ଦେଇ ମୋ’ ପ୍ରତି ତାଙ୍କର ତୀରକୁ ଲକ୍ଷ୍ୟ କରିଅଛନ୍ତି। ସେ ମୋର ଅନ୍ତର ମଧ୍ୟକୁ ଶର ନିକ୍ଷେପ କରିଅଛନ୍ତି। ମୁଁ ମୋ’ ନିଜ ଲୋକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ୟ ସଂଗୀତର ଏକ ଉତ୍ସ ହୋଇଅଛି। ସଦାପ୍ରଭୁ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷରେ ମୋତେ ଭରି ଦେଇଅଛନ୍ତି। ସଦାପ୍ରଭୁ ମୋର ଦାନ୍ତସବୁ ପଥରରେ ଭାଙ୍ଗିଛନ୍ତି ଏବଂ ଧୂଳିରେ ମୋତେ ପଦାଘାତ କରିଅଛନ୍ତି। ମୁଁ ଆଉ କେବେ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ଯାଇଛି। ଏଣୁ ମୁଁ କହିଲି, “ସଦାପ୍ରଭୁଙ୍କର ସାହାଯ୍ୟ ମୁଁ ଆଉ ପାଇବି ଏ ଆଶା ମୋର ନାହିଁ।” ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ୱରୂପ। ମୋର ସମସ୍ତ କ୍ଳେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି। ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି। ସଦାପ୍ରଭୁଙ୍କର ପ୍ରେମ ଓ ଦୟା ଶେଷ ହୁଏ ନାହିଁ। ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ। ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।” ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି। ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ। ଯୌବନ କାଳରୁ ସଦାପ୍ରଭୁଙ୍କର ଯୁଆଳି ବହନ କରିବା ଉତ୍ତମ ଅଟେ। ସଦାପ୍ରଭୁ ଯାହାର କାନ୍ଧରେ ଯୁଆଳି ରଖନ୍ତି, ସେ ଏକାକୀ ନୀରବରେ ବସିରହୁ। ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠାରେ ନତମସ୍ତକ ହେଉ, ଏବେବି ଆଶା ଅଛି। ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦେଖାଇ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତୋଷ ପାଇବା ପାଇଁ ଅନୁରୋଧ କରୁ। ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ୟାଗ କରିବେ ନାହିଁ। ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ରେମ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି। ଲୋକମାନଙ୍କୁ କଷ୍ଟ ଦେଇ କିମ୍ବା ଦୟନୀୟ କରି, ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ ପାଦଦଳିତ କରି, ସର୍ବୋପରିସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ନ୍ୟାୟକୁ ବଦଳ କରି, ଏକ ବ୍ୟକ୍ତିକୁ ନ ଦେଖି ତା’ର ମକଦ୍ଦମାରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ। ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ। ପରମେଶ୍ୱର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା। ଯେପର୍ଯ୍ୟନ୍ତ ସେ ବଞ୍ଚିଛି ତା’ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ? ଆମ୍ଭେମାନେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫେରିବା। ଆମ୍ଭେମାନେ ସ୍ୱର୍ଗାଧିନାୟକ ପରମେଶ୍ୱରଙ୍କ ଆଡ଼େ ଆପଣା ହୃଦୟ ଏବଂ ହସ୍ତ ଉଠାଇବା। ଆଉ ଆସ କହିବା, “ଆମ୍ଭେମାନେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍ଭେ କ୍ଷମା କରି ନାହଁ। ତୁମ୍ଭେ ନିଜେ କ୍ରୋଧରେ ଆଚ୍ଛାଦିତ ହୋଇଛ ଏବଂ ତୁମ୍ଭେ ଆମ୍ଭ ପଛରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦୟ ଭାବରେ ବଧ କରିଛ। ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦକରି ତୁମ୍ଭ ନିକଟକୁ ଯାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘରେ ଆଚ୍ଛନ୍ନ କରିଅଛ। ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ୟ ବସ୍ତୁତୁଲ୍ୟ କରିଅଛ। ଆମ୍ଭମାନଙ୍କର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି। ଆମ୍ଭେମାନେ ଭୟଭୀତ ହୋଇଅଛୁ, ଆମ୍ଭେମାନେ ଖାତରେ ପଡ଼ିଅଛୁ ଓ ଆମ୍ଭେମାନେ ଆହତ ଓ ବିନଷ୍ଟ ହୋଇଅଛୁ।” ମୋର ଲୋକମାନଙ୍କର ବିନାଶ ଦେଖି ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି। ମୋର ବିଳାପ ହେତୁ ଅବିରତ ଲୋତକ ଧାରା ବହିବ, ଯେପର୍ଯ୍ୟନ୍ତ ସଦାପ୍ରଭୁ, ସ୍ୱର୍ଗରୁ ନିରୀକ୍ଷଣ ଓ ଦେଖି ନାହାନ୍ତି। ମୋର ସମସ୍ତ କନ୍ୟାଙ୍କର ଦୁର୍ଦ୍ଦଶା ଦେଖି ମୋର ଚକ୍ଷୁ ମୋର ପ୍ରାଣକୁ ଦୁଃଖ ଦିଏ। ବିନା କାରଣରେ ସେମାନେ ମୋର ଶତ୍ରୁ ହୋଇଛନ୍ତି ଓ ପକ୍ଷୀ ପରି ମୋତେ ଶିକାର କରିଛନ୍ତି। ସେମାନେ ମୋତେ କୂପରେ ନିକ୍ଷେପ କରିଛନ୍ତି ଓ ମୋତେ ସଂହାର କରିବାକୁ ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି। ମୋ’ ମସ୍ତକ ଉପରେ ଜଳ ବହିଗଲା ଓ ମୁଁ କହିଲି, “ମୁଁ ଶେଷ ହେଲି।” ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ ତୁମ୍ଭ ନାମରେ ପ୍ରାର୍ଥନା କଲି। ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମୋର ଆର୍ତ୍ତନାଦ ପ୍ରତି ଆପଣ କର୍ଣ୍ଣ ଲୁଗ୍ଭଅ ନାହିଁ। ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, “ଭୟ କର ନାହିଁ।” ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ସପକ୍ଷରେ ପ୍ରତିବାଦ କରିଅଛ, ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ। ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ଅନ୍ୟାୟ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଗ୍ଭର କର। ତୁମ୍ଭେ ମୋର ଶତ୍ରୁମାନଙ୍କର ମୋ’ ପ୍ରତି ହୋଇଥିବା ପ୍ରତିଶୋଧ ଦେଖିଅଛ ଓ ମୋ’ ବିରୁଦ୍ଧରେ ହୋଇଥିବା ସଂକଳ୍ପ ଦେଖିଅଛ। ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ତିରସ୍କାର ଓ ମୋ’ ବିରୁଦ୍ଧରେ ହୋଇଥିବା ସେମାନଙ୍କର ସଂକଳ୍ପ ତୁମ୍ଭେ ଶୁଣିଅଛ। ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି। ତୁମ୍ଭେ ସେମାନଙ୍କର ବସିବାର ଓ ଠିଆ ହେବାର ନିରୀକ୍ଷଣ କରିଛ। ଆଉ ଦେଖ, ସେମାନେ କିପରି ମୋତେ କରୁଛନ୍ତି। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ସେମାନଙ୍କର କର୍ମାନୁସାରେ ପ୍ରତିଫଳ ଦିଅ। ସେମାନଙ୍କୁ ଅଭିଶାପ ଦେବା ପାଇଁ ମନକୁ ଶକ୍ତ କର। କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ। ଯିରୁଶାଲମ ଉପରେ ଆକ୍ରମଣର ଆତଙ୍କ ଦେଖ, ସୁବର୍ଣ୍ଣ କିପରି ମଳିନ ହୋଇଅଛି। ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଅଛି। ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ୟ ଗଣନା କରିଛନ୍ତି। ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ୟପାନ କରାନ୍ତି। ମାତ୍ର ଯିରୁଶାଲମ କନ୍ୟା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହୋଇଛନ୍ତି। ତୃଷା ହେତୁ, ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କେହି ସେମାନଙ୍କୁ ରୋଟୀ ଦିଅନ୍ତି ନାହିଁ। ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ, ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି। ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ। ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି। ଯିରୁଶାଲମ କନ୍ୟାମାନଙ୍କର ପାପ ସଦୋମ ଓ ଗୋମୋରଠାରୁ ଅଧିକ। ସଦୋମ ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହେଲା ଓ କେହି ବ୍ୟକ୍ତି ତାକୁ ଆକ୍ରମଣ କରି ନ ଥିଲେ। ଯିହୁଦାର କେତେକ ଲୋକ ପରମେଶ୍ୱରଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହୋଇଥିଲେ। ସେମାନେ ନିର୍ମଳ ଥିଲେ; ସେମାନେ ହିମ ଅପେକ୍ଷା ଅଧିକ ଶୁଭ୍ର, ଦୁ‌ଗ୍‌ଧଠାରୁ ଅଧିକ ଶୁକ୍ଳ ଥିଲେ। ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସେମାନଙ୍କର କ୍ଳାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା। ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ। ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହୋଇଅଛି। ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ‌‌ଖ‌ଡ଼୍‌ଗରେ ନିହତ ହୋଇଥିବା ଲୋକମାନେ ଭଲ, କାରଣ ସେମାନଙ୍କର ଜୀବନ ସେମାନଙ୍କର ଶୁଷ୍କ ଜମିରେ ଖାଦ୍ୟ ଉତ୍ପନ୍ନ ପାଇଁ ଯେଭଳି, ସେମାନେ କ୍ଷୁଧା ଦ୍ୱାରା ଘସି ହୋଇଛନ୍ତି। ସ୍ନେହମୟୀ ମାମାନେ ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା। ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ ସିୟୋନ ଉପରେ ଢାଳି ଦେଲେ। ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା। ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ। ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ପାପ କଲେ। ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ। ସେହି ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଅନ୍ଧ ଲୋକପରି ରାସ୍ତାରେ ବୁଲିଲେ, ସେମାନେ ରକ୍ତରେ ଅଶୁଚି ହୋଇଥିଲେ। ତେଣୁ କେହି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ। ଲୋକେ ସେମାନଙ୍କୁ ଡାକି କହିଲେ, “ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।” ସେମାନେ ଏଣେ ତେଣେ ବାସହୀନ ହୋଇ ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀୟମାନେ କହିଲେ, “ସେମାନେ ଆମ୍ଭମାନଙ୍କ ସହିତ ଆଉ ଏଠାରେ ପ୍ରବାସ କରିବେ ନାହିଁ।” ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି। ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ। କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ। ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ। ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ। ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭେମାନେ ରାସ୍ତାରେ ଗ୍ଭଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶେଷ ନିକଟ ଅଟେ। ଆମ୍ଭମାନଙ୍କର ଆୟୁ ଶେଷ ହୋଇଛି। ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ। ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ। ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ। ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ। ଆମ୍ଭେମାନେ କହୁଥିଲୁ, “ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।” ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ। ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ, ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ଯିବ। ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ। ହେ ସିୟୋନର କନ୍ୟା, ତୁମ୍ଭ ଅଧର୍ମର ଦଣ୍ଡ ଶେଷ ହୋଇଛି। ତୁମ୍ଭେମାନେ ଆଉ ବନ୍ଦୀତ୍ୱ ସ୍ଥାନକୁ ଯିବ ନାହିଁ। ହେ ଇଦୋମର କନ୍ୟା, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦେବେ। ସେ ତୁମ୍ଭର ପାପସବୁ ଖୋଲି ଦେବେ। ସଦାପ୍ରଭୁଙ୍କୁ ଏକ ବିନତି ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର। ଆମ୍ଭମାନଙ୍କର ଦେଶ ବିଦେଶୀୟମାନଙ୍କର ହସ୍ତଗତ ହୋଇଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀୟମାନେ ଅଧିକାର କରିଛନ୍ତି। ଆମ୍ଭେମାନେ ଅନାଥ ଓ ପିତୃହୀନ ହୋଇଅଛୁ। ଆମ୍ଭମାନଙ୍କ ମାମାନେ ବିଧବା ତୁଲ୍ୟ ହୋଇଛନ୍ତି। ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ। ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି। ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ। ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ। ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି। ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ। ଦାସମାନେ ଆମ୍ଭମାନଙ୍କର ଶାସକ ହୋଇଛନ୍ତି। ସେମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ କେହି ନାହିଁ। ପ୍ରାନ୍ତରରେ ‌‌ଖ‌ଡ଼୍‌ଗ ଥିବାରୁ ଆମ୍ଭେମାନେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ। କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି। ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ। ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ। ଯିହୁଦାର ଯୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ। ପ୍ରାଚୀନବର୍ଗ ନଗରଦ୍ୱାରରେ ଆଉ ବସୁ ନାହାନ୍ତି ଓ ଯୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହୋଇଅଛନ୍ତି। ଆମ୍ଭମାନଙ୍କ ହୃଦୟରୁ ଆନନ୍ଦ ଗ୍ଭଲି ଯାଇଛି। ଆମ୍ଭମାନଙ୍କ ନୃତ୍ୟ ଶୋକରେ ପରିଣତ ହୋଇଅଛି। ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶୋଚନୀୟ ହୋଇଅଛି, କାରଣ ଆମ୍ଭେମାନେ ପାପ କରିଅଛୁ। ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି। ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି। କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ। ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ। ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ? ହେ ସଦାପ୍ରଭୁ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ। ତହିଁରେ ଆମ୍ଭେମାନେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫେରି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର। ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ। ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ଉପକ୍ରମ ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀ‌ନ୍‌ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା। *** *** ସଦାପ୍ରଭୁଙ୍କ ରଥ ପରମେଶ୍ୱରଙ୍କ ସିଂହାସନ ତା’ପରେ ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ତେଜ ବାହାରୁଥିଲା ଓ ଏହାର ମଧ୍ୟଭାଗ ଏକ ଜ୍ୱଳନ୍ତ ଧାତୁ ସଦୃଶ ଦେଖା ଯାଉଥିଲା। ସେହି ମେଘ ମଧ୍ୟରେ ଜୀବନ୍ତ ଗ୍ଭରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। ଏବଂ ପ୍ରତ୍ୟେକ ପ୍ରାଣୀର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ୟ। ଆଉ ସେଗୁଡ଼ିକ ମଜା ଯାଇଥିବା ପିତ୍ତଳ ପରି ଝଟକୁଥିଲା। ଆଉ ସେମାନଙ୍କର ପକ୍ଷ ତଳେ ମନୁଷ୍ୟର ହସ୍ତତୁଲ୍ୟ ହସ୍ତ ଥିଲା। ସେ ଗ୍ଭରି ପ୍ରାଣୀଙ୍କର ମଧ୍ୟରେ ପ୍ରତି ପ୍ରାଣୀର ଗ୍ଭରି ମୁଖ ଓ ଗ୍ଭରି ପକ୍ଷ ଥିଲା। ସେମାନଙ୍କର ପକ୍ଷଗୁଡ଼ିକ ପରସ୍ପର ସଂଯୁକ୍ତ, ଆଉ ସେମାନେ ଗମନ କଲାବେଳେ ପଛକୁ ଫେରିଲେ ନାହିଁ। ପ୍ରତ୍ୟେକ ସମ୍ମୁଖ ଆଡ଼େ ଗମନ କଲେ। ପ୍ରତି ପ୍ରାଣୀର ଗ୍ଭରି ମୁଖ ମଧ୍ୟରୁ ସମ୍ମୁଖ ଭାଗରେ ମନୁଷ୍ୟର ମୁଖ, ଦକ୍ଷିଣ ପାର୍ଶ୍ୱରେ ସିଂହର ମୁଖ, ବାମ ପାର୍ଶ୍ୱରେ ଗୋରୁର ମୁଖ ଓ ପଛ ଭାଗରେ ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ପ୍ରାଣୀଗୁଡ଼ିକର ଡେଣାଗୁଡ଼ିକ ସେମାନଙ୍କୁ ଘୋଡ଼େଇ ରଖିଥିଲା। ପ୍ରତ୍ୟେକ ପ୍ରାଣୀର ଦୁଇଟି ଡେଣା ଏହାର ପାଖରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡେଣା ଏହାର ଦେହକୁ ଆଚ୍ଛାଦନ କରୁଥିଲା। ପୁଣି ସେମାନେ ପ୍ରତ୍ୟେକ ସମ୍ମୁଖ ଭାଗରେ ଗମନ କଲେ। ସେମାନଙ୍କର ନିଜ ଇଚ୍ଛାନୁସାରେ ସେମାନେ ଗତି କଲେ ଓ ସେମାନଙ୍କର ଗମନ କାଳରେ ସେମାନେ ଫେରିଲେ ନାହିଁ। ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସେମାନଙ୍କର ମଧ୍ୟରେ ବୁଲୁଥିବାର ଦେଖାଯାଉଥିଲା। ଏବଂ ସେମାନେ ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲେ। ସେ ଅଗ୍ନି ତେଜୋମୟ ଥିଲା ଓ ତହିଁରୁ ବିଦ୍ୟୁତ୍ ନିର୍ଗତ ହେଲା। ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତିରେ ଏଣେତେଣେ ଦୌଡ଼ିଲେ। ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରତ୍ୟେକ ଜୀବିତ ପ୍ରାଣୀମାନଙ୍କର ଗ୍ଭରି ମୁଖର ସହିତ, ପାର୍ଶ୍ୱରେ ଗୋଟିଏ ଗୋଟିଏ ଚକ ଥିଲା। ସେମାନେ ମଣିପରି ଉଜ୍ଜ୍ୱଳ ଥିଲେ ଏବଂ ସେମାନଙ୍କର ଆକୃତି ସମାନ ଥିଲା ଏବଂ ପ୍ରତ୍ୟେକ ଗୋଟିଏ ଚକ ମଧ୍ୟରେ ଗୋଟିଏ ଚକ ସଦୃଶ ଦେଖାଗଲା। *** ଗମନ କଲାବେଳେ ସେ ଗ୍ଭରିଚକ ଯେକୌଣସି ଗ୍ଭରିଦିଗରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲାବେଳେ ବୁଲୁ ନ ଥିଲା। ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର ଥିଲା; ପୁଣି ସେହି ଗ୍ଭରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେହି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସେହି ଚକସବୁ ଗ୍ଭଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉ‌‌ତ୍‌‌ଥିତ ହେଲା ବେଳେ ଚକଗୁଡ଼ିକ ଉ‌‌ତ୍‌‌ଥିତ ହେଲା। ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ରରେ ଥିଲା। ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ, କାରଣ ସେହି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା। ପୁଣି ସେହି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ପଟିକ ତୁଲ୍ୟ ଉଜ୍ଜ୍ୱଳ ଓ ସ୍ୱଚ୍ଛ ଥିଲା। ଏହା ସେମାନଙ୍କ ମସ୍ତକର ଚତୁର୍ପାର୍ଶ୍ୱରେ ବିସ୍ତାରିତ ଥିଲା। ସେହି ଆସ୍ତରଣ ତଳେ ସେମାନଙ୍କର ପକ୍ଷସବୁ ଏକ ଆରେକର ଆଡ଼େ ପ୍ରସାରିତ ହୋଇଥିଲା; ସେମାନଙ୍କର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖରେ ଦୁଇ ପକ୍ଷ ଓ ସେ ପାଖରେ ଦୁଇ ପକ୍ଷ ଥିଲା। ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ। ଏବଂ ଯେତେବେଳେ ସେମାନେ ଗତି ବନ୍ଦ କଲେ, ସେମାନେ ସେମାନଙ୍କର ପକ୍ଷ ସଙ୍କୁଚିତ କଲେ ଓ ସେତେବେଳେ ସେମାନଙ୍କ ମସ୍ତକର ଉପରିସ୍ଥ ଆସ୍ତରଣ ଉପରେ ଏକ ଶବ୍ଦ ଶୁଣାଗଲା। ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା। ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି। ସେହି ତେଜ ତା’ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି। The Lord Speaks to Ezekiel ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।” ତା’ପରେ ଏକ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କରି ମୋତେ ଠିଆ କରାଇଲା। ତା’ପରେ ସେହି ସ୍ୱର ମୋ’ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା। ତା’ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି। ସେହି ଲୋକମାନେ ସ୍ୱେଚ୍ଛାଗ୍ଭରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଛି। ସେମାନଙ୍କୁ କୁହ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।’ ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ପହଞ୍ଚିଛନ୍ତି। “ହେ ମନୁଷ୍ୟ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁର୍ପାର୍ଶ୍ୱରେ କଣ୍ଟକ ତୁଲ୍ୟ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧ୍ୟରେ ବାସ କରୁଅଛ। କିନ୍ତୁ ସେମାନଙ୍କୁ ଭୟ କର ନାହିଁ। ସେମାନେ ଯାହା କୁହନ୍ତି, ସେଥିରେ ଭୟଭୀତ ହୁଅ ନାହିଁ, ସେମାନଙ୍କ ଗ୍ଭହାଣି ଦ୍ୱାରା ଆତଙ୍କିତ ହୁଅ ନାହିଁ। ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ। “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।” ତା’ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା। ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା। ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।” ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।” ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା। ଏହା ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ଆମ୍ଭର ବାକ୍ୟସବୁ କୁହ। ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀୟ ନିକଟକୁ ପଠାଉ ନାହୁଁ। ଯାହା ଫଳରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହେବ। ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିକଟକୁ ପଠାଉଅଛୁ। ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭେମାନେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସେପରି ଲୋକମାନଙ୍କ ପାଖକୁ ପଠାଇଥା’ନ୍ତୁ, ସେମାନେ ତୁମ୍ଭ କଥା ଶୁଣିଥା’ନ୍ତେ। କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜି‌‌ଦ୍‌‌ଖୋର ଓ କଠିନ ଚିତ୍ତ ଅଟନ୍ତି। ମାତ୍ର ଆମ୍ଭେ ସେମାନଙ୍କ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ, ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ।” ଆହୁରି ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସେହିସବୁ କଥା ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ଯେ, ‘ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।’ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚୟ ସେମାନଙ୍କୁ କୁହ।” ଏହା ପରେ ଆତ୍ମା ମୋତେ ଉପରକୁ ଉଠାଇଲା, ଏବଂ ମୁଁ ମୋର ପଛରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ୱନି ଥିଲା, ଏହା ଶୁଣାଗଲା, “ଧନ୍ୟ ସଦାପ୍ରଭୁଙ୍କର ମହିମା।” ସେହି ଜୀବିତ ପ୍ରାଣୀମାନଙ୍କର ଡେଣା ଦ୍ୱାରା ପରସ୍ପର ଝାଡ଼ି ହେବାର ଶବ୍ଦ ଥିଲା ଏବଂ ସେମାନଙ୍କର ଚକସବୁର ଗର୍ଜନ ଏକ ବଜ୍ରଧ୍ୱନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ୱର ପରି ଉଚ୍ଚ ଥିଲା। ତା’ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା। ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି। The Watchman of Israel ଅନନ୍ତର ସାତ ଦିନ ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟକୁ ଆସିଲା। “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା’ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା’ର ପାପ ପାଇଁ ମରିବ କିନ୍ତୁ ତା’ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି। “ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର। “ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା’ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା’ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ। “କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।” ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠାନ କଲା, ସେହିଠାରେ ସେ ମୋତେ କହିଲେ, “ତୁମ୍ଭେ ଉଠି ପଦା ଭୂମିକୁ ବାହାରି ଯାଅ। ଆମ୍ଭେ ସେହିଠାରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।” ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଥିଲା। ଏବଂ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ଏହା ହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି। ତା’ପରେ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କଲା ଓ ମୋର ପାଦ ଉପରକୁ ନେଇଗଲା। ତା’ପରେ ସେ ମୋତେ କହିଲା, “ଯାଅ, ଏବଂ ତୁମ୍ଭେ ଆପଣା ଗୃହ ମଧ୍ୟରେ ନିଜକୁ ରୁଦ୍ଧ କରି ରଖ, ମାତ୍ର ହେ ମନୁଷ୍ୟ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁରେ ବାନ୍ଧିବେ; ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ। ତା’ପରେ ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ଫଳରେ ତୁମ୍ଭେ ନୀରବ ରହିବ ଓ ସେମାନଙ୍କୁ ଗାଳି ଦେବାକୁ ସମର୍ଥ ହେବ ନାହିଁ। ଯଦିଓ ସେମାନେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି। କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି। Warnings About the Attack of Jerusalem “ହେ ମନୁଷ୍ୟ ପୁତ୍ର ତୁମ୍ଭ ସମ୍ମୁଖରେ ଖଣ୍ଡେ ଇଟା ରଖ ଓ ତହିଁରେ ଯିରୁଶାଲମ ନଗରର ନ‌କ୍‌ସା ଅଙ୍କନ କର। ଏବଂ ସେଗୁଡ଼ିକୁ ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର। ଏବଂ ଗୋଟିଏ ଲୁହାର କରେଇ ନିଅ ଏବଂ ତୁମ୍ଭ ଓ ନଗରର ନ‌କ୍‌ସା ମଧ୍ୟରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହେବ। ଏହା ଇସ୍ରାଏଲୀୟମାନଙ୍କର ଏକ ଚିହ୍ନ ହେବ। “ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ, ତୁମ୍ଭେ ନିଶ୍ଚୟ 390 ଦିନ ଇସ୍ରାଏଲର ଦୋଷବହନ କରିବ। ଏହି ପ୍ରକାରେ ମୁଁ ତୁମ୍ଭକୁ କହୁଅଛି, କେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଦଣ୍ଡିତ ହେବ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ। “ଏହି ସମସ୍ତ ଦିନ ସମାପ୍ତି ପରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାର୍ଶ୍ୱରେ ଶୟନ କରିବ। ଏହି ପ୍ରକାରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସେମାନଙ୍କୁ ଦେଖାଇବ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭେମାନେ ଏହା ଗ୍ଭଳିଶ୍ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।” ପରମେଶ୍ୱର ପୁନର୍ବାର କହିଲେ, “ବର୍ତ୍ତମାନ ଯିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତରେ ଏହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କର। ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପରେ ଅବରୋଧର ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।” ପୁନର୍ବାର ପରମେଶ୍ୱର କହିଲେ, “ତୁମ୍ଭେ ନିଜ ପାଇଁ ଗହମ, ଯବ, ଶିମ, ମସୁର, ଜୋଆର, ଓ ଯନ୍ନା ନେଇ ସେଗୁଡ଼ିକୁ ଗୋଟିଏ ପାତ୍ରରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ଯ୍ୟନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାର୍ଶ୍ୱରେ ପଡ଼ିରହିବ। ସେହି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ। ତୁମ୍ଭେ ପ୍ରତ୍ୟେକ ଦିନ କୋଡ଼ିଏ ଶେକଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ। ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ। ପୁଣି ତୁମ୍ଭେ ସେହି ଖାଦ୍ୟ ଦ୍ରବ୍ୟ ଯବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ୟର ବିଷ୍ଠା ଦ୍ୱାରା ପାକ କରି ସମସ୍ତଙ୍କ ସମ୍ମୁଖରେ ଭୋଜନ କରିବ।” ତା’ପରେ ସଦାପ୍ରଭୁ କହିଲେ, “ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ଜାତିମାନଙ୍କର ମଧ୍ୟରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସେମାନଙ୍କୁ ବଳପୂର୍ବକ ତଡ଼ିଦେବା।” ତା’ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।” ତା’ପରେ ପରମେଶ୍ୱର ମୋତେ କହିଲେ, “ଏହା ଉତ୍ତମ ଅଟେ। ମନୁଷ୍ୟ ବିଷ୍ଠା ବଦଳରେ ମୁଁ ତୁମ୍ଭକୁ ଗୋବର ବ୍ୟବହାର କରିବାକୁ ଦେବି। ତୁମ୍ଭେ ଏହାର ନିଆଁରେ ରୋଟୀ ସେକି ପାରିବ।” ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ। ଅନ୍ନ ଓ ଜଳର ଅଭାବ କାରଣରୁ, ସେମାନେ ପରସ୍ପରକୁ ଦେଖି ଆତଙ୍କିତ ହୋଇଯିବେ ଏବଂ ସେମାନଙ୍କର ପାପ ଯୋଗୁଁ କ୍ଷୀଣ ହୋଇଯିବେ। People of Jerusalem Scattered “ହେ ମନୁଷ୍ୟ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀ‌କ୍ଷ୍‌ଣ ‌‌ଖ‌ଡ଼୍‌ଗରେ ନିଜର ମସ୍ତକ ଓ ଦାଢ଼ି ଖିଅର ହେବ। ତହୁଁ ନିକିତିରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗରେ ବିଭକ୍ତ କର। ତା’ପରେ ଏହାର ଏକ ତୃତୀୟାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲା ପରେ, ସେହି ବାଳକୁ ସେହି ‘ନଗର’ ନ‌କ୍‌ସାର ମଝିରେ ଦ‌ଗ୍‌ଧ କରିବ। ଆଉ ଏକ ତୃତୀୟାଂଶ ‌‌ଖ‌ଡ଼୍‌ଗରେ କାଟ ଓ ‘ନଗର’ ଚତୁର୍ଦ୍ଦିଗରେ ଭିଣି ଦିଅ। ଆଉ ଏକ ତୃତୀୟାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସେମାନଙ୍କୁ ଦୂର ଦେଶ ପର୍ଯ୍ୟନ୍ତ ଅନୁସରଣ କରିବା ଓ ଖଣ୍ଡାରେ ସେମାନଙ୍କୁ ହତ୍ୟା କରିବା। *** ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନେଇ ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ। ଏହି ବାଳଗୁଡ଼ିକରୁ କିଛି ଅଧିକ ନିଅ ଏବଂ ସେଗୁଡ଼ିକ ଅଗ୍ନିରେ ଫୋପାଡ଼ି ଦିଅ ଏବଂ ସେଗୁଡ଼ିକ ଦ‌ଗ୍‌ଧ କର, କାରଣ ଇସ୍ରାଏଲସାରା ଆମ୍ଭେ ଅଗ୍ନି ପଠାଇବା।” ତା’ପରେ ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ଏହା ଯିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧ୍ୟରେ ସ୍ଥାପନ କରିଅଛୁ ଓ ତା’ର ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ଦେଶଗୁଡ଼ିକ ଅଛି। ଆଉ ଯିରୁଶାଲମର ଲୋକମାନେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାନ୍ତି।” ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭେମାନେ ମୋ’ ଆଜ୍ଞାନୁସାରେ ବ୍ୟବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।” ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଜାତିଗୁଡ଼ିକ ମଧ୍ୟରେ ତୁମ୍ଭର ବିଗ୍ଭର କରିବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କେବେ କରି ନାହୁଁ କିଅବା ଭବିଷ୍ୟତରେ କେବେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ହେବ। ଯିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହେବେ ଯେ, ସେମାନଙ୍କ ମଧ୍ୟରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶେଷ ସୀମାରେ ଛିନ୍ନଭିନ୍ନ କରିବା।” ତହୁଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦେବା। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ‌‌ଖ‌ଡ଼୍‌ଗ ନେଇ ଗୋଡ଼ାଇବା। ତା’ପରେ ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ଶେଷ ହେବ ଓ ଆମ୍ଭର କୋପ ଶାନ୍ତ ହେବ। ଏବଂ ସେମାନଙ୍କ ଉପରେ ପ୍ରତିଶୋଧ ନେଇଥିବାରୁ ଆମ୍ଭେ ନିଜେ ଆଶ୍ୱସ୍ତ ହେବା। ତା’ପରେ ଯେତେବେଳେ ସେମାନଙ୍କ ଉପରୁ ମୋର କ୍ରୋଧ ଦୂରେଇ ଯିବ, ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କ୍ରୋଧ ସେମାନଙ୍କ ବିରୁଦ୍ଧରେ କହିଅଛୁ।” ପୁନର୍ବାର ପରମେଶ୍ୱର କହିଲେ, “ହେ ଯିରୁଶାଲମ, ଆମ୍ଭେ ତୁମ୍ଭକୁ ବିନାଶ କରିବା। ତୁମ୍ଭର ଚତୁର୍ଦ୍ଦିଗସ୍ଥ ଦେଶଗୁଡ଼ିକ ଓ ତୁମ୍ଭ ମଧ୍ୟଦେଇ ଯାଉଥିବା ପଥିକଗଣ ତୁମ୍ଭକୁ ଗାଳି ଦେବେ, ପରିହାସ କରିବେ। ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ। ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷେପ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସେଗୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ବନ୍ୟ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭକୁ ନିଃସନ୍ତାନ କରି ଛାଡ଼ି ଦେବେ। ମହାମାରୀ ଓ ରକ୍ତପାତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ। ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଇବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।” Prophecies Against Israel ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସେମାନଙ୍କ ପ୍ରତି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। କୁହ:‘ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ! ସଦାପ୍ରଭୁ, ମୋର ପ୍ରଭୁ ପର୍ବତଗୁଡ଼ିକୁ, ଉପପର୍ବତଗୁଡ଼ିକୁ, ଜଳପ୍ରଣାଳୀ ଓ ଉପତ୍ୟକା ସମୂହକୁ ଏହି କଥା କହନ୍ତି, ଦେଖ ଆମ୍ଭେ ନିଜେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ‌‌ଖ‌ଡ଼୍‌ଗ ଆଣିବା ଓ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା। ଆମ୍ଭେ ତୁମ୍ଭମାନଙ୍କର ହୋମବଳି ନିମନ୍ତେ ଥିବା ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବେଦିକୁ ମଧ୍ୟ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ଫୋପାଡ଼ି ଦେବା। ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଯଜ୍ଞବେଦିଗୁଡ଼ିକରେ ଗ୍ଭରିଆଡ଼େ ବିଞ୍ଚିଦେବା। ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆଯିବ ଓ ଉଚ୍ଚସ୍ଥଳୀସବୁ ଧ୍ୱଂସ କରାଯିବ। ଯାହା ଫଳରେ ତୁମ୍ଭମାନଙ୍କର ଯଜ୍ଞବେଦି କେବେ ପୁଣି ବ୍ୟବହାର ହେବ ନାହିଁ ଓ ତାହା ଭଗ୍ନ ହୋଇ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହେବ। ତୁମ୍ଭର ଧୂପବେଦି ଭଙ୍ଗାଯିବ ଓ ଦୂରରେ ମନୁଷ୍ୟ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ୟାନ୍ୟ ବସ୍ତୁସବୁ ତୁମ୍ଭେ ତିଆରି କଲ, ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯିବ। ତୁମ୍ଭମାନଙ୍କର ଲୋକମାନେ ନିହତ ହେବେ, ତାହାହେଲେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।’” “କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସେମାନେ ‌‌ଖ‌ଡ଼୍‌ଗରୁ ଖସିଯାଇ ଯେତେବେଳେ ନାନା ଦେଶରେ ଛିନ୍ନଭିନ୍ନ ହୋଇ ରହିବେ। ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀୟମାନଙ୍କୁ ବନ୍ଦୀରୂପେ ନିଆଯିବ, ସେମାନେ ମୋତେ ମନେ ରଖିବେ ଏବଂ ଆମ୍ଭେ ସେମାନଙ୍କର ବ୍ୟଭିଗ୍ଭରୀ ହୃଦୟକୁ କିପରି ଦୁଃଖରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂରେଇ ଗଲା ଏବଂ ସେମାନଙ୍କର ବ୍ୟଭିଗ୍ଭରୀ ଆଖି ଯାହା ସେମାନଙ୍କର ମୂର୍ତ୍ତିସବୁକୁ ଅନୁସରଣ କଲା। ସେମାନେ ନିଜେ କରିଥିବା କୁକର୍ମ ପାଇଁ ଓ ସେମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ନିଜକୁ ଘୃଣା କରିବେ। ଯେଉଁଥିପାଇଁ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସେମାନେ ମଧ୍ୟ ହୃଦୟଙ୍ଗମ କରିବେ ଯେ, ଆମ୍ଭେ ବୃଥାରେ କହି ନ ଥିଲୁ, ଯେତେବେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସେମାନଙ୍କ ପ୍ରତି ଏହି ମନ୍ଦକାର୍ଯ୍ୟ କରିବା।” ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ: ଧିକ୍! ସେମାନଙ୍କର ଘୃଣ୍ୟ ଓ ମନ୍ଦକାର୍ଯ୍ୟ ଯୋଗୁଁ ଇସ୍ରାଏଲର ଗୃହ ‌‌ଖ‌ଡ଼୍‌ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହେବ। ଦୂରବର୍ତ୍ତୀ ଲୋକମାନେ ମହାମାରୀରେ ମରିବେ। ନିକଟବର୍ତ୍ତୀ ଲୋକମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ଅବଶିଷ୍ଟ ଲୋକମାନେ ଦୁର୍ଭିକ୍ଷରେ ମରିବେ। କେବଳ ତା’ପରେ ଆମ୍ଭେ ସେମାନଙ୍କ ଉପରେ କ୍ରୋଧିତ ହେବାରୁ ବନ୍ଦ କରିବା। ସେମାନେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତେବେଳେ ସେମାନେ ସେମାନଙ୍କର ମୃତ ଶରୀର ମୂର୍ତ୍ତିମାନଙ୍କ ମଧ୍ୟରେ, ଯଜ୍ଞବେଦି ଗ୍ଭରିପାଖରେ, ପର୍ବତର ଶୀର୍ଷ ଦେଶରେ, ଶୃଙ୍ଗରେ, ପ୍ରତ୍ୟେକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନୈବେଦ୍ୟ ଉତ୍ସର୍ଗ କରୁଥିଲେ, ସେହି ସକଳ ସ୍ଥାନରେ ପାଇବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ଦି‌ବ୍‌ଲା ପ୍ରାନ୍ତର ପର୍ଯ୍ୟନ୍ତ ସେମାନଙ୍କର ସମଗ୍ର ବସତି ସ୍ଥାନକୁ ଧ୍ୱଂସ ଓ ଶୂନ୍ୟ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।” Disaster Is Coming to Jerusalem ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟକୁ ଆସିଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁ ଇସ୍ରାଏଲ ଭୂମିକୁ କହନ୍ତି, “ସମଗ୍ର ଦେଶର ସମାପ୍ତି ଆସିଯାଇଛି। ସମଗ୍ର ଦେଶ ଧ୍ୱଂସ ହେବାର ଅନ୍ତିମକାଳ ଆସିଯାଇଛି। ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭ କ୍ରୋଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦେବା। ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦକାର୍ଯ୍ୟ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ୟ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।” ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦେଖ, ଗୋଟିଏ ପରେ ଗୋଟିଏ ଅମଙ୍ଗଳ ଆସୁଅଛି। ଅନ୍ତିମ କାଳ ଆସୁଅଛି, ଯବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା’ର ବାଟରେ ଆସୁଅଛି। ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିଯାଇଛି। ସେହି ସମୟ ଆସୁଅଛି, ତୁମ୍ଭର ଶେଷ ବିଗ୍ଭର ଦିନ ଅତି ନିକଟ। ସେହି ଦିନଟି ସନ୍ଦେହର ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ। ବର୍ତ୍ତମାନ ଆମ୍ଭେ ଆପଣା କ୍ରୋଧକୁ ତୁମ୍ଭ ଉପରେ ପ୍ରୟୋଗ କରିବା। ଯେପର୍ଯ୍ୟନ୍ତ ଏହା ପ୍ରାଧାନ୍ୟ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସାରେ ବିଗ୍ଭର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁଁ ତୁମ୍ଭକୁ ଦଣ୍ଡିତ କରିବା। ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ଯୋଗୁଁ ଓ ତୁମ୍ଭ ମଧ୍ୟରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଯିଏ ତୁମ୍ଭକୁ ଆଘାତ କରିଛନ୍ତି। “ଦେଖ, ସେହି ଦିନ ଆସୁଅଛି। ତୁମ୍ଭର ଶେଷ ବିଗ୍ଭରାଜ୍ଞା ନିର୍ଗତ ହେଲା, ଯଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହୋଇଅଛି। ଜଣେ ଉଗ୍ର ବ୍ୟକ୍ତି ଏକ ଦୁଷ୍ଟ ଆଶାବାଡ଼ିରେ ପରିଣତ ହୋଇଅଛି, ସେ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ଜନଗହଳି ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ନେତାମାନଙ୍କ ମଧ୍ୟରୁ ଜଣେ ନୁହେଁ। “ସମୟ ଆସିଅଛି, ସେହି ଦିନ ନିକଟବର୍ତ୍ତୀ ହେଉଅଛି। କର୍ତ୍ତା ଆନନ୍ଦ ନ କରୁ ଓ ବିକ୍ରେତା ଶୋକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧ୍ୟରେ ଥିବା ପ୍ରତ୍ୟେକଙ୍କ ଉପରେ ଆସିଯାଇଛି। ବିକ୍ରେତା ବିକ୍ରୟ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କଠାରୁ ଫେରିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ୟ ପାଇଁ ଉଦ୍ଧିଷ୍ଟ। ଏହା ବଦଳା ଯାଇପାରିବ ନାହିଁ। ସେମାନଙ୍କର ପାପ ସକାଶେ, କେହି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହେବେ ନାହିଁ। “ସେମାନେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ଯୁଦ୍ଧକୁ କେହି ଯିବେ ନାହିଁ କାରଣ ଆମ୍ଭର କ୍ରୋଧ ସମସ୍ତ ଜନଗହଳି ଉପରେ ଅଛି। ବାହାରେ ଶତ୍ରୁର ‌‌ଖ‌ଡ଼୍‌ଗ ଓ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ଯିବ ସେ ‌‌ଖ‌ଡ଼୍‌ଗରେ ମରିବ ଓ ଯେ ନଗର ମଧ୍ୟରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀରେ ବିନାଶ ହେବ। “କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି। ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହେବ ଯେ, ତାହା ଉପରକୁ ଉତ୍ତୋଳିତ ହେବ ନାହିଁ। ଆଉ ମଧ୍ୟ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହେବ। ଏବଂ ସେମାନେ ଚଟବସ୍ତ୍ର ପରିଧାନ କରିବେ। ସେମାନେ ଭୟରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜାରେ ଆଚ୍ଛାଦିତ ହେବ ଓ ଦୁଃଖର ଚିହ୍ନ ସ୍ୱରୂପ ସେମାନେ ସେମାନଙ୍କର ମସ୍ତକ ଲଣ୍ଡିତ କରିବେ। ସେମାନେ ନିଜ ନିଜର ରୂପାକୁ ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସେ ସବୁ କିନ୍ତୁ ସେମାନଙ୍କୁ ସଦାପ୍ରଭୁ ଯେତେବେଳେ ତାଙ୍କର କ୍ରୋଧରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସେମାନେ ସେମାନଙ୍କର କ୍ଷୁଧାକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିଅବା ସେମାନଙ୍କର ଉଦର ପୂର୍ଣ୍ଣ କରି ପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସେମାନଙ୍କର କାରଣ ଥିଲା। “ସେହି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାରରେ ଘୃଣ୍ୟ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସେମାନେ ଗର୍ବ କରୁଥିଲେ ଏବଂ ସେମାନେ ସେହି ମୂର୍ତ୍ତିଗୁଡ଼ିକ ପରମେଶ୍ୱରଙ୍କ ମନ୍ଦିରରେ ରଖିଲେ। ତେଣୁ ଆମ୍ଭେ ସେଗୁଡ଼ିକ ସେମାନଙ୍କ ପାଇଁ କଳୁଷିତ ସାମଗ୍ରୀରେ ପରିଣତ କରିଦେବା। ତା’ପରେ ଆମ୍ଭେ ସେହି ମନ୍ଦିରରୁ ଲୁଣ୍ଠନ ସାମଗ୍ରୀ ରୂପେ ବିଦେଶୀମାନଙ୍କ ହସ୍ତରେ ଓ ଲୁଟ ଦ୍ରବ୍ୟରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା ଓ ସେମାନେ ଏହାକୁ କଳୁଷିତ କରିବେ। ଆଉ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା। ସେମାନେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡକାୟତମାନେ ତାହା ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ। “ବନ୍ଦୀମାନଙ୍କ ପାଇଁ ଶିକୁଳି ପ୍ରସ୍ତୁତ କର। କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ହେବ। ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସେମାନେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ୟ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସେମାନଙ୍କର ପବିତ୍ର ପୂଜାସ୍ଥାନ କଳୁଷିତ ହେବ। “ତୁମ୍ଭେମାନେ ବିନାଶ ପାଇଁ ଭୟଭୀତ ହେବ ଓ ତୁମ୍ଭେମାନେ ଶାନ୍ତି ଅନ୍ୱେଷଣ କରିବ ମାତ୍ର କିଛି ପାଇବ ନାହିଁ। ଗୋଟିଏ ବିପର୍ଯ୍ୟୟ ପରେ ଆଉ ଗୋଟିଏ ବିପର୍ଯ୍ୟୟ ଘଟିବ ଓ ଜନରବ ଉପରେ ଜନରବ ହେବ। ତେଣୁ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ। ତୁମ୍ଭମାନଙ୍କର ରାଜା ଶୋକ କରିବେ ଓ ନେତୃବର୍ଗ ଶୋକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହେବ। ଯେହେତୁ ଆମ୍ଭେ ସେମାନଙ୍କର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା। ସେମାନଙ୍କର କର୍ମ ଅନୁସାରେ ସେମାନଙ୍କର ବିଗ୍ଭର କରାଯିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ହୃଦୟଙ୍ଗମ କରିବେ।” Sinful Things Done at the Temple ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା। ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା। ତା’ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା’ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା। ଉପତ୍ୟକାରେ ମୁଁ ଦେଖିଥିବା ଦୃଶ୍ୟ ତୁଲ୍ୟ ସେ ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ବିଦ୍ୟମାନ ଥିଲା। ତହୁଁ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍ତର ଦିଗକୁ ଦେଖ।” ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ଯଜ୍ଞବେଦି ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସେହି ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧିତ ଓ ଈର୍ଷାପରାୟଣ କରିଥିଲା। ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଖ, ସେମାନେ କ’ଣ କରୁଅଛନ୍ତି? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂରେଇ ଯିବା ପାଇଁ ଇସ୍ରାଏଲର ଉତ୍ତରାଧିକାରୀଗଣ ଏଠାରେ ମହା ଘୃଣ୍ୟକର୍ମ କରୁଅଛନ୍ତି। ମାତ୍ର ଏହା ପରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ୟକର୍ମ ଦେଖିବ।” ପୁଣି ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥରେ ଗୋଟିଏ ଛିଦ୍ର ଥିବାର ଦେଖିଲି। ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି। ତା’ପରେ ପରମେଶ୍ୱର ମୋତେ କହିଲେ, “ଭିତରକୁ ଯାଅ ଓ ଏଠାରେ ସେମାନେ ଯେଉଁ ଜଘନ୍ୟ ଘୃଣ୍ୟ କର୍ମମାନ କରୁଅଛନ୍ତି ତାହା ଦେଖ।” ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥରେ ଚିତ୍ରିତ ହୋଇଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର, ଘୃଣ୍ୟ ପଶୁମାନଙ୍କର ଓ ଇସ୍ରାଏଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି। ପୁଣି ସେ ସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କ ମଧ୍ୟସ୍ଥାନରେ ଶାଫନର ପୁତ୍ର ଯାସନିୟ ଠିଆ ହୋଇଅଛି। ପ୍ରତ୍ୟେକ ଲୋକ ନିଜ ନିଜ ଧୂପଦାନୀ ହସ୍ତରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି। ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’” ସେ ଆହୁରି କହିଲେ, “ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତେବେ ସେମାନଙ୍କର ଆହୁରି ଅନେକ ଜଘନ୍ୟ ଘୃଣ୍ୟ କର୍ମମାନ ଦେଖିବ।” ତା’ପରେ ପରମେଶ୍ୱର ମୋତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସେଠାରେ ମୁଁ ଦେଖିଲି ସ୍ତ୍ରୀଲୋକମାନେ ବସି ଭଣ୍ଡ ଦେବତା ତମ୍ମୁଷ ପାଇଁ କ୍ରନ୍ଦନ କରୁଅଛନ୍ତି। ପୁନର୍ବାର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ୟ କର୍ମମାନ ଦେଖିଲ। ଏହା ପରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ୟ କର୍ମମାନ ଦେଖିବ।” ତା’ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ। ତା’ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ ପିନ୍ଧିଛନ୍ତି। ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।” God’s Messengers Punish Jerusalem ତା’ପରେ ପରମେଶ୍ୱର ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ କହିଲେ, ନଗରକୁ ଦଣ୍ଡ ଦେବାକୁ ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆଣ। ସେମାନେ ସମସ୍ତେ ସେମାନଙ୍କର ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ। ତା’ପରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସେମାନଙ୍କର ପ୍ରତ୍ୟେକଙ୍କର ହସ୍ତରେ ବିନାଶକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାର୍ଶ୍ୱରେ ଲେଖକର କାଳି ଦୁଆତ ଥିଲା। ଏବଂ ସେମାନେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ। ଏବଂ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ୱାର ନିକଟକୁ ଯାଇଥିଲା। ତା’ପରେ ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ। ତା’ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।” ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା’ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ। *** ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, “ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ। ଏବଂ ସେମାନେ ଯେତେବେଳେ ସଂହାର କରୁଥିଲେ, ଏକମାତ୍ର ମୋତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଯିରୁଶାଲମ ଉପରେ କୋପ କରି ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ?” ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’ ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।” ଏହା ପରେ ସେହି ଶୁକ୍ଳବସ୍ତ୍ର ପରିହିତ ବ୍ୟକ୍ତି କାଳିଦୁଆତ ନେଇ ଫେରି ଆସିଲା ଏବଂ କହିଲା, “ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ଯ୍ୟ କରିଅଛ।” The Glory of the Lord Leaves the Temple ସେତେବେଳେ ମୁଁ ଉପରକୁ ଗ୍ଭହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସେମାନଙ୍କ ଉପରେ ଦେଖାଗଲା। ଏବଂ ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “କିରୁବଦୂତଗଣର ନିମ୍ନରେ ଥିବା ତୁମ୍ଭେ ସେହି ଘୂର୍ଣ୍ଣୟମାନ ଚକ୍ର ମଧ୍ୟରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ସଂଗ୍ରହ କର ଓ ସେଗୁଡ଼ିକ ଉପରେ ବିଞ୍ଚି ଦିଅ।” ତହିଁରେ ସେହି ବ୍ୟକ୍ତି ଗ୍ଭଲିଗଲା, ଯେହେତୁ ମୁଁ ଦେଖୁଥିଲି। ସେ ପୁରୁଷ ଗଲାବେଳେ କିରୂବଦୂତମାନେ ଗୃହର ଦକ୍ଷିଣପାର୍ଶ୍ୱରେ ଠିଆ ହୋଇଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା। ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ୱାର ଆଡ଼କୁ ଗଲା, ତେଣୁ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ୱଳ ତେଜରେ ପରିପୂର୍ଣ୍ଣ ହେଲା। ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା। ପରମେଶ୍ୱର ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ୟରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନରେ ଥିବା ସ୍ଥାନରୁ ଜ୍ୱଳନ୍ତ କୋଇଲାଗୁଡ଼ିକ ନେବାକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାର୍ଶ୍ୱରେ ଠିଆ ହେଲେ। ତା’ପରେ ସେହି କିରୂବଦୂତମାନଙ୍କ ମଧ୍ୟରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧ୍ୟରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ। ମନୁଷ୍ୟର ହାତପରି ଦେଖାଯାଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦେଖାଗଲା। ତା’ପରେ ମୁଁ ଅନାଇ ଦେଖିଲି ଏକ କିରୂବର ପାର୍ଶ୍ୱରେ ଏକ ଚକ ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାର୍ଶ୍ୱରେ ଏକାଠି ଗ୍ଭରି ଚକ ଥିଲା। ଏବଂ ସେହି ଚକମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା। ସେହି ଗ୍ଭରିଚକର ଆକୃତି ଏକ ପ୍ରକାର ଥିଲା। ସେଗୁଡ଼ିକ ଗୋଟିଏ ଚକ ମଧ୍ୟରେ ଅନ୍ୟ ଚକ ଥିଲା ପରି ଦେଖା ଯାଉଥିଲା। ଗମନ କରିବା ସମୟରେ ସେମାନେ ନିଜ ନିଜର ଗ୍ଭରି ପାର୍ଶ୍ୱରେ ଗମନ କଲେ ଏବଂ ଗତି କଲାବେଳେ ସେମାନେ ଫେରିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲାବେଳେ ମୁହଁ ବୁଲାଇଲେ ନାହିଁ। ପୁଣି ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୁଷ୍ପ ହସ୍ତ, ପକ୍ଷ ଓ ସେହି ଗ୍ଭରିଚକ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ଆଉ “ସେହି ଚକମାନଙ୍କୁ ଘୂର୍ଣ୍ଣାୟମାନ ଚକ ବୋଲି ଡକାଯାଇଥିବାର ମୁଁ ଶୁଣିଲି।” ପ୍ରତ୍ୟେକ କିରୂବର ଗ୍ଭରିମୁଖ ଥିଲା: ପ୍ରଥମ ମୁଖ କିରୁବଦୂତର ମୁଖ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ତା’ପରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସେମାନେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ। ତା’ପରେ କିରୁବଦୂତଗଣ ଊର୍ଦ୍ଧ୍ୱକୁ ଉଠିଲେ। *** କିରୁବମାନେ ଗମନ କଲାବେଳେ ଚକସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ। ସେମାନେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ। ପୁଣି ସେମାନେ ଉପରକୁ ଉଠିବା ବେଳେ ଚକ୍ର ସବୁ ସେମାନଙ୍କ ସଙ୍ଗରେ ଉପରକୁ ଉଠିଲେ। କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ ସବୁରେ ଥିଲା। ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଊର୍ଦ୍ଧ୍ୱକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠିତ ହେଲା। ତା’ପରେ କିରୂବଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମୋ’ ସମ୍ମୁଖରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସେମାନଙ୍କ ସହିତ ଗମନ କଲେ। ଆଉ ସେମାନେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖରେ ଅଟକିଗଲେ ଓ ସେ ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଉପରେ ବିଦ୍ୟମାନ ଥିଲା। ମୁଁ କବାର ନଦୀ କୂଳରେ ପରମେଶ୍ୱରଙ୍କର ମହିମାରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସେମାନେ କିରୁବଦୂତଗଣ ବୋଲି ମୁଁ ଜାଣିଲି। ସେମାନଙ୍କର ପ୍ରତ୍ୟେକର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ଏବଂ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା। ପୁଣି ମୁଁ କବାର ନଦୀ ନିକଟରେ ସେମାନଙ୍କର ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନେ ପ୍ରତ୍ୟେକ ଆଗକୁ ଗମନ କଲେ। Prophecies Against the Leaders ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି। ଏବଂ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି। ଏହି ଲୋକମାନେ କହନ୍ତି, ‘ଆମ୍ଭେମାନେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦେବୁ। ଆମ୍ଭେମାନେ ହଣ୍ଡାରେ ମାଂସ ତୁଲ୍ୟ ଏହି ନଗରରେ ସୁରକ୍ଷିତ।’ ତେଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।” ତା’ପରେ ସଦାପ୍ରଭୁଙ୍କର ଆତ୍ମା ମୋ’ ଉପରେ ଅଧିଷ୍ଠିତ ହେଲେ ଓ ମୋତେ କହିଲେ, “ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଏଲବାସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନରେ ଯେଉଁ ବିଷୟ ଉଠୁଅଛି, ଆମ୍ଭେ ତାହା ଜାଣୁ। ତୁମ୍ଭେମାନେ ଏହି ନଗରରେ ବହୁତ ଲୋକଙ୍କୁ ହତ୍ୟା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବରେ ପୂର୍ଣ୍ଣ କରିଅଛ। ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବା।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। “ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା’ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା। ତୁମ୍ଭେମାନେ ‌‌ଖ‌ଡ଼୍‌ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଗ୍ଭର କରିବା; ତହିଁରେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ। ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ କିଅବା ତୁମ୍ଭେମାନେ ତାହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲ ସୀମା ମଧ୍ୟରେ ତୁମ୍ଭର ବିଗ୍ଭର କରିବା। ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିୟମ ତୁମ୍ଭେମାନେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭେମାନେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।” ଏବଂ ମୁଁ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ବନାୟର ପୁତ୍ର ପ୍ଲଟିୟ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?” Prophecies Against Survivors in Jerusalem ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, ‘ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।’ “ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, ‘ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଜାତିଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସେମାନଙ୍କର ମନ୍ଦିର ସ୍ଥଳ ହେବା। ଏଥିପାଇଁ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଏକତ୍ରିତ କରିବା ଏବଂ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇସ୍ରାଏଲର ଭୂମି ଦେବା। ପୁଣି ସେମାନେ ସେ ଦେଶକୁ ଯିବେ ଓ ତହିଁରେ ଯାବତୀୟ ପ୍ରତିମା ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେ ସ୍ଥାନରୁ ଦୂର କରିବେ। ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା। ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’” The Glory of the Lord Leaves Jerusalem ତା’ପରେ ପରମେଶ୍ୱର କହିଲେ, “କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି। ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା। ଆଉ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା। ତା’ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା’ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା। ତା’ପରେ ସଦାପ୍ରଭୁ ମୋତେ ଯାହା ଯାହା ବିଷୟ ଦେଖାଇ ଥିଲେ, ସେହି ସମସ୍ତ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି। Ezekiel Leaves Like a Captive ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧ୍ୟରେ ବାସ କରୁଅଛ। ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସେମାନଙ୍କ ପାଇଁ କରିଛୁ, ସେମାନେ ଦେଖି ପାରନ୍ତି ନାହିଁ। ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସେମାନେ ବିଦ୍ରୋହୀ ବଂଶ। ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ। “ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭେମାନେ ନିର୍ବାସନକୁ ଯାଉଛ ଏବଂ ସେମାନେ ଦେଖୁଥିବା ସମୟରେ ଯିବାକୁ ପ୍ରସ୍ତୁତ ହୁଅ। ତା’ପରେ ସନ୍ଧ୍ୟା ସମୟରେ ତୁମ୍ଭେମାନେ ବହୁ ଦୂର ଦେଶକୁ ଯାଇଥିବା ପରି ଅଭିନୟ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତେବେଳେ ସେମାନେ ଦେଖୁଛନ୍ତି। ତା’ପରେ କାନ୍ଥରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ୟଦେଇ ବାହାର କରି ନିଅ, ସେମାନେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ। ସେମାନଙ୍କ ଉପସ୍ଥିତିରେ ତୁମ୍ଭର ଥଳିଗୁଡ଼ିକ ସୂର୍ଯ୍ୟାସ୍ତ ସମୟରେ ଆପଣା କାନ୍ଧରେ ବହନ କରି ନେଇଯିବ। ତୁମ୍ଭେ ଯେପରି ଭୂମି ନ ଦେଖି ପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇସ୍ରାଏଲର ଲୋକମାନଙ୍କଠାରେ ବ୍ୟବହାର କରିଛୁ।” ତେଣୁ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି। ଦିନ ବେଳେ ମୁଁ ମୋର ଗଣ୍ଠିଲିପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ଯିବି। ଏବଂ ସନ୍ଧ୍ୟାବେଳେ ମୁଁ କାନ୍ଥରେ ଗୋଟିଏ ଗାତ ଖୋଳିଲି। ଏହା ମୁଁ ଅନ୍ଧାରରେ ନେଲି ଓ ସେମାନଙ୍କ ଉପସ୍ଥିତିରେ କାନ୍ଧରେ ବହିଲି। ପରଦିନ ପ୍ରଭାତକାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି? ସେମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ୟ‌ଦ୍‌ବାଣୀ ଯିରୁଶାଲମସ୍ଥ ଅଧିପତିର ଓ ଇସ୍ରାଏଲର ସମ୍ପର୍କୀୟ ଲୋକମାନଙ୍କ ମଧ୍ୟରେ ସେ ବାସ କରନ୍ତି। ସେମାନଙ୍କୁ କୁହ, ‘ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ।’ ତୁମ୍ଭମାନଙ୍କୁ ନିର୍ବାସିତ କରାଯାଇ ବନ୍ଦୀରୂପେ ପଠାଯିବ। ଏବଂ ତୁମ୍ଭର ନେତା ତା’ର ଜିନିଷପତ୍ର ତା’ କାନ୍ଧରେ ବହିବ ଏବଂ ସୂର୍ଯ୍ୟାସ୍ତ ସମୟରେ କାନ୍ଥରେ ତା’ ପାଇଁ ଖୋଳା ଯାଇଥିବା ମଧ୍ୟଦେଇ ବାହାରିଯିବ ଓ ସେ ତା’ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖି ପାରିବ ନାହିଁ। ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ। ଏବଂ ଯେଉଁମାନେ ତାକୁ ଓ ତା’ର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେ ଏବଂ ତା’ର ସୈନ୍ୟବାହିନୀ ଆମ୍ଭ ଦ୍ୱାରା ସମସ୍ତ ଦିଗରେ ଛିନ୍ନଛତ୍ର ହେବେ। ଆମ୍ଭେ ଆପଣା ‌‌ଖ‌ଡ଼୍‌ଗ ସେମାନଙ୍କ ବିରୁଦ୍ଧରେ ଉଠାଇବା। ଆଉ ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। “କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବି। ତହିଁରେ ସେମାନେ ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ ନିର୍ବାସିର ରୂପେ ବାସ କରିବେ, ସେମାନଙ୍କ ନିକଟରେ ନିଜର ଘୃଣ୍ୟ କର୍ମସବୁ ପ୍ରକାଶ କରିବେ। ଏବଂ ତା’ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।” Shake With Fear ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍କଣ୍ଠାରେ ତୁମ୍ଭେ କମ୍ପିତ ହୋଇ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର। ଏଣୁ ଦେଶବାସୀଙ୍କୁ କୁହ, ‘ଯିରୁଶାଲମ ନିବାସୀ ଓ ଇସ୍ରାଏଲ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସେମାନେ ଉତ୍କଣ୍ଠାରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟରେ ସେମାନଙ୍କର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ୟ ପାଇଁ ସେମାନଙ୍କ ଦେଶ ମଧ୍ୟରେ ଥିବା ସର୍ବସ୍ୱ ଧ୍ୱଂସ ହେବ। ଆଉ ଜନବସତି ନଗରସବୁ ଉଚ୍ଛିନ୍ନ ଓ ଦେଶ ଧ୍ୱଂସ ସ୍ଥାନ ହେବ। ତାହାକଲେ, ତାହା ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।’” Disaster Will Come ତା’ପରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ଇସ୍ରାଏଲରେ ଏହି ପ୍ରବାଦ ନାହିଁ କି? ‘ସମୟ ଗଡ଼ି ଗ୍ଭଲିଛି ଓ ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି।’ “ଏଣୁ ସେହି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ କହନ୍ତି। ଆମ୍ଭେ ସେହି ପ୍ରବାଦ ବନ୍ଦ କରିବା ଓ ଏହା ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ବ୍ୟବହାର ହେବ ନାହିଁ। ‘କିନ୍ତୁ ସେମାନେ କହିବେ, ପ୍ରତ୍ୟେକ ଦର୍ଶନ ସଫଳତା ସନ୍ନିକଟ ହେବାର ସମୟ ପାଖେଇ ଆସୁଅଛି।’ “ମିଥ୍ୟା ଦର୍ଶନ ଓ ଗ୍ଭଟୁବାଦର ଅଲୌକିକ ଶକ୍ତି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଆଉ ରହିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଗ୍ଭହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହେବ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘୋଷଣା କରିବା ଓ ଏହା ଘଟିବ।” ଏହା ହିଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ତତ୍ପରେ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶୀୟ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନେକ ବିଳମ୍ବର କଥା ଓ ତାହା ବହୁବର୍ଷ ପରେ ଭବିଷ୍ୟତକାଳରେ ଘଟିବ। ଏଣୁ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘୋଷଣା କରୁଛୁ ତାହା ବିଳମ୍ବ ହେବ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।’”ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। Warnings Against False Prophets ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁମାନେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କରନ୍ତି। ସେମାନଙ୍କୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟ‌ଦ୍‌ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ। “‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି। ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ। “‘ଏହି ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦର୍ଶନ ପାଆନ୍ତି ଓ ସେମାନଙ୍କର ଅଲୌକିକ ଶକ୍ତି ମିଥ୍ୟା ଅଟେ। ସେମାନେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ପଠାଇ ନ ଥିଲେ ଏବଂ ସେମାନଙ୍କ ବାକ୍ୟ ସତ୍ୟ ହେବ ବୋଲି ଲୋକମାନେ ଆଶା କରନ୍ତି। “‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’” ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଯେହେତୁ ତୁମ୍ଭେମାନେ ମିଥ୍ୟା କଥା କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧରେ ଯିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହନ୍ତି। “ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। “ସେଠାରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭର ଲୋକମାନଙ୍କୁ ଭୁଲବାଟରେ ନେଇଛନ୍ତି, ଯେତେବେଳେ ସେଠାରେ ଶାନ୍ତି ନ ଥାଏ। ଯିଏ କି ପ୍ରାଚୀର ନିର୍ମାଣକାରୀ, ଯିଏ କି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲେପ ଦେଇ ଆଚ୍ଛାଦନ କରିବା ପାଇଁ କେବଳ ଚେଷ୍ଟା କରନ୍ତି। ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି। ଏବଂ କାନ୍ଥ ଯେତେବେଳେ ତଳକୁ ପଡ଼ିଯିବ, ସେତେବେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଗ୍ଭରିବେ ନାହିଁ କି, ‘ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?’” ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ। ତୁମ୍ଭେ ଯେଉଁ ଅମିଶ୍ରିତ ମସଲାରେ କାନ୍ଥକୁ ଲେପନ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହାକୁ ଭୂମିସ୍ତର ସହିତ ସମତଳ କରି ଦେବି, ମୁଁ ଏହାର ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପରେ ପଡ଼ିବ, ତହିଁରେ ତୁମ୍ଭେମାନେ ବିନଷ୍ଟ ହେବ। ଏଣୁ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ଏହିରୂପେ ମୁଁ ସେହି କାନ୍ଥ ଉପରେ ଓ ଯେଉଁମାନେ ମିଶ୍ରିତ ମସଲାରେ ତାହା ପତଳା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ‘ସେହି କାନ୍ଥ ଓ ତାହାର ଲେପନକାରୀମାନେ ନାହାନ୍ତି।’ “ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ଯେଉଁମାନେ ଯିରୁଶାଲମ ବିଷୟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହିଛନ୍ତି। ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ଯାଦୁ ଓଢ଼ଣୀ ମୁଣ୍ଡରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା। ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି, ଦେଖ ତୁମ୍ଭେମାନେ ଯେଉଁ କଙ୍କଣ ଦ୍ୱାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶରେ ପକାଉଛ, ମୁଁ ତା’ର ବିରୋଧୀ ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସେହି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଫାଶରେ ପକାଉଛ ମୁଁ ସେମାନଙ୍କୁ ମୁକ୍ତ କରିବି ଓ ସେମାନେ ମୁକ୍ତ ପକ୍ଷୀ ପରି ଉଡ଼ିଯିବେ। ଏବଂ ମଧ୍ୟ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମୋ’ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସେମାନେ ତୁମ୍ଭମାନଙ୍କ ଫାଶରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହେବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। “‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ। ତେଣୁ ତୁମ୍ଭେମାନେ ଆଉ ମିଥ୍ୟା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭେମାନେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’” Warnings Against Idol Worship ଅନନ୍ତର ଇସ୍ରାଏଲର ପ୍ରାଚୀନଗଣ ମଧ୍ୟରୁ କେତେଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ। ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର; ଏହି ଲୋକମାନେ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଦେଇଅଛନ୍ତି ଏବଂ ସେମାନଙ୍କ ପାପ ସେମାନଙ୍କ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସେମାନଙ୍କୁ କାହିଁକି ମୋତେ ଅନୁସନ୍ଧାନ କରିବାକୁ ଅନୁମତି ଦେବି? ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା’ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ। ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ’ଠାରୁ ଉଚ୍ଛିନ୍ନ ରହିବେ।’ “ତେଣୁ ଇସ୍ରାଏଲ ବଂଶଧରଙ୍କୁ କୁହ! ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ୟାଗ କରି ଘୃଣ୍ୟ ପ୍ରଥାରୁ ମୋ’ ନିକଟକୁ ଫେରି ଆସ। ଯଦି କୌଣସି ଇସ୍ରାଏଲୀୟ କିମ୍ବା ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ୟକ୍ତି ମୋତେ ପରିତ୍ୟାଗ କରେ ଏବଂ ତା’ର ହୃଦୟକୁ ମୂର୍ତ୍ତିମାନଙ୍କଠାରେ ଲଗାଏ, ତା’ ପାଇଁ ତା’ର ପାପ ଏକ ବାଧା ହୁଏ ଏବଂ ତା’ପରେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବା ପାଇଁ ଯାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦେବି। ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ୟାସ୍ପଦ ହେବ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜାଣିବ। ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଏପରି ମୂର୍ଖ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରେ, ତେବେ ମୁଁ ସଦାପ୍ରଭୁ ତାକୁ ଦେଖାଇ ଦେବି ଯେ, ସେ କିପରି ମୂର୍ଖ ଥିଲା। ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ୟ‌ଦ୍‌ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ସମାନ ହେବ। ତେଣୁ ଇସ୍ରାଏଲର ବଂଶଧର ଆଉ ମୋ’ଠାରୁ ବିପଥଗାମୀ ହେବେ ନାହିଁ ଏବଂ ସେମାନଙ୍କର ପାପଦ୍ୱାରା ସେମାନେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। Jerusalem Will Be Punished ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ’ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି। ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି। ପରମେଶ୍ୱର କହିଲେ, “ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ୟକୁ ପଠାଏ ଓ ସେମାନେ ଏହାର ନିବାସୀମାନଙ୍କୁ ହତ୍ୟା କରନ୍ତି ଓ ଏହା ଜନଶୂନ୍ୟ ସ୍ଥାନ ହୁଏ, ତେବେ ହିଂସ୍ରଜନ୍ତୁଙ୍କ ଭୟରେ କୌଣସି ମନୁଷ୍ୟ ସେହି ଦେଶରେ ଯାତାୟାତ କରନ୍ତି ନାହିଁ, ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଲୋକ ସେଠାରେ ଥା’ନ୍ତେ ସେମାନେ କେବଳ ରକ୍ଷା ପାଇଥା’ନ୍ତେ। ସେମାନେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥା’ନ୍ତେ। ଏବଂ ଦେଶ ଏକ ମରୁଭୂମି ହୋଇଯାଇଥା’ନ୍ତା।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ପରମେଶ୍ୱର କହିଲେ, “ଯଦି ମୁଁ ସେହି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧ୍ୟରେ ଯିବା ପାଇଁ ଓ ମନୁଷ୍ୟ ଏବଂ ପଶୁକୁ ହତ୍ୟା କରିବା ପାଇଁ, ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଥା’ନ୍ତେ, ତାହାହେଲେ ସେମାନେ ଆପଣା ଧାର୍ମିକତା ଯୋଗୁଁ କେବଳ ନିଜକୁ ରକ୍ଷା କରି ପାରିଥା’ନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସେମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ରକ୍ଷା କରିପାରି ନ ଥା’ନ୍ତେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି। ପୁଣି ପରମେଶ୍ୱର କହିଲେ, “ଆମ୍ଭେ ଯେବେ ସେହି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା’ ଉପରେ ଢାଳି ଦେଉ, ତେବେ ମନୁଷ୍ୟ ଓ ପଶୁକୁ ତା’ ମଧ୍ୟରୁ ଉଚ୍ଛିନ୍ନ କରୁ। ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି। ତା’ପରେ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତେଣୁ ଚିନ୍ତାକର ଯିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ? ଯେତେବେଳେ ମୁଁ ଗ୍ଭରି ମହାଦଣ୍ଡ ଯଥା: ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତେବେଳେ ମନୁଷ୍ୟ ଓ ପଶୁ ସମସ୍ତେ ଉଚ୍ଛିନ୍ନ ହେବେ। ତଥାପି ଯେଉଁ କେତେଜଣ ଅବଶିଷ୍ଟାଂଶ ରହିବେ, ସେମାନେ ସେମାନଙ୍କର ପୁତ୍ରକନ୍ୟାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ସେମାନଙ୍କର ଆଗ୍ଭର ବ୍ୟବହାର ଓ କ୍ରିୟାସକଳ ଦେଖିବ। ପୁଣି ଆମ୍ଭେ ଯିରୁଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭେମାନେ ସାନ୍ତ୍ୱନା ପାଇବ। ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃ‌ଦ୍‌ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। Jerusalem, the Vine, Will Be Burned ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ’ଣ ଅଧିକ ଶକ୍ତ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି? କୌଣସି କାର୍ଯ୍ୟ ନିମନ୍ତେ ତୁମ୍ଭେ କ’ଣ ସେହି କାଠ ନେବ? ନା! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ’ଣ ସେଥିରୁ ମେଖ କରିବ? ନା! ଲୋକେ କେବଳ ଜାଳ ହେବା ପାଇଁ ତାକୁ ଅଗ୍ନିରେ ପକାନ୍ତି। ତା’ର ଦୁଇମୁଣ୍ଡ ଅଗ୍ନିରେ ପୋଡ଼ିଯାଏ ଓ ମଝିଅଂଶ ଅର୍ଦ୍ଧଦ‌ଗ୍‌ଧ’ ରହେ। ତାହା କ’ଣ କୌଣସି କାର୍ଯ୍ୟରେ ଆସିବ? ଅଗ୍ନିରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ କି ଅଗ୍ନିରେ ଦ‌ଗ୍‌ଧ ହେଲା ପରେ ତାହା କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ।” ସଦାପ୍ରଭୁ ମୋର ପ୍ରଭୁ କହନ୍ତି: “ବନର ସମସ୍ତ ବୃକ୍ଷ ମଧ୍ୟରୁ ମୋର ଜାଳେଣି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ଯିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି। ମୁଁ ସେମାନଙ୍କ ବିରୁଦ୍ଧରେ ମୋର ମୁହଁ ବୁଲାଇବି। ଯଦି ସେମାନେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ଯେହେତୁ ମୁଁ ସେମାନଙ୍କ ବିରୁଦ୍ଧରେ ବିମୁଖ ହୋଇଛି, ଏହା ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। ଏବଂ ମୁଁ ସେ ଦେଶକୁ ଧ୍ୱଂସ କରିବି, କାରଣ ସେମାନେ ମୋ’ ପ୍ରତି ମହା ଅବିଶ୍ୱାସ କରିଛନ୍ତି।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି। God’s Love for Jerusalem ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀଙ୍କ ଘୃଣ୍ୟ ବ୍ୟବହାରକୁ ତୁମ୍ଭେ ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଯିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ। ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲେ। ହେ ଯିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା। ତୁମ୍ଭ ଶରୀରରେ ଲବଣ ଦିଆଯାଇ ନ ଥିଲା କିମ୍ବା ତୁମ୍ଭକୁ ପଟିରେ ଆବୃତ କରାଯାଇ ନ ଥିଲା। ଏହିସବୁ କରିବା ପାଇଁ ସେଠାରେ କେହି ନ ଥିଲେ। ତୁମ୍ଭ ପ୍ରତି ଯତ୍ନ ନେବାକୁ କିମ୍ବା ଦୟା ଦେଖାଇବା ପାଇଁ କେହି ସେଠାରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମେଲା ପଡ଼ିଆରେ ଫୋପାଡ଼ି ଦେଇ ଯାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ। “‘ସେତେବେଳେ ମୁଁ (ପରମେଶ୍ୱର) ତୁମ୍ଭ ପାଖ ଦେଇ ଗଲି। ମୁଁ ଲକ୍ଷ୍ୟ କଲି ତୁମ୍ଭେ ରକ୍ତରେ ଭିଜି ଯାଇଛ ତା’ପରେ ମୁଁ ତୁମ୍ଭକୁ କହିଲି, “ଜୀବିତ ରୁହ” ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହୋଇଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହୋଇଅଛ, ମୁଁ ତୁମ୍ଭକୁ କହିଲି, “ବଞ୍ଚ।” ମୁଁ ତୁମ୍ଭକୁ ସେହି କ୍ଷେତ୍ରରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ଯୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନଯୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ। ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି “‘ତହୁଁ ମୁଁ ତୁମ୍ଭକୁ ଜଳରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ରକ୍ତ ଧୋଇ ଦେଲି ଓ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲି। ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ରରେଶମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ରରେ ବିଭୂଷିତା କଲି। ଆହୁରି ମୁଁ ତୁମ୍ଭକୁ ଅଳଙ୍କାରରେ ଭୂଷିତା କଲି। ତୁମ୍ଭ ହସ୍ତରେ କଙ୍କଣ ଓ ଗଳାଦେଶରେ ହାର ଦେଲି। ପୁଣି ମୁଁ ତୁମ୍ଭ ନାସିକାରେ ନୋଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲି। ଏହିରୂପେ ତୁମ୍ଭେ ସୁନା ଓ ରୂପାରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ରରେଶମ ଓ ପଟ୍ଟଦ୍ୱାରା ନିର୍ମିତ ଓ ଶିଳ୍ପ କର୍ମରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ଯୋଗ୍ୟ ହେଲ। ମୁଁ ତୁମ୍ଭକୁ ଏପରି ସୌନ୍ଦର୍ଯ୍ୟରେ ମୋର ଐଶ୍ୱର୍ଯ୍ୟ ଦ୍ୱାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଗଲା।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। Jerusalem, the Unfaithful Bride “କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜର ସୁଖ୍ୟାତି ହେତୁ ମୋ’ଠାରେ ଅବିଶ୍ୱସ୍ତ ହେଲ। ତୁମ୍ଭେ ମୋତେ ପ୍ରତାରିତ କଲ, ଯେକେହି ତୁମ୍ଭ ନିକଟ ଦେଇ ଗଲା ତୁମ୍ଭେ ଗଣିକା ସଦୃଶ ତା’ର ହେଲ ଓ ସେମାନେ ତୁମ୍ଭକୁ ବ୍ୟଭିଗ୍ଭରିଣୀ ରୂପେ ଉପଭୋଗ କଲେ। ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଗ୍ଭରିଣୀ କର୍ମ କଲ। ଏପରି କାର୍ଯ୍ୟ ଘଟିବା ଉଚିତ୍ ନୁହେଁ। ଆହୁରି ମୋର ସୁନା ଓ ରୂପାରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଇଥିଲି ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଗ୍ଭର କଲ। ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ। ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦେଇଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସେହି ପ୍ରତିମାଗଣକୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି। “ମୋ’ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସେହି ପୁତ୍ରକନ୍ୟାଗଣକୁ ବଧ କରି ସେମାନଙ୍କୁ ଭଣ୍ଡ ଦେବତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ଯଥେଷ୍ଟ ବେଶ୍ୟାବୃତ୍ତି କଲ ନାହିଁ କି? ତୁମ୍ଭେ ମୋର ସନ୍ତାନଗଣଙ୍କୁ ହତ୍ୟା କରି ତୁମ୍ଭର ଭଣ୍ଡ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧ୍ୟରେ ଉତ୍ସର୍ଗ କରିଅଛ। ଏବଂ ତୁମ୍ଭର ସବୁ ଘୃଣ୍ୟ ଓ ବ୍ୟଭିଗ୍ଭର କାର୍ଯ୍ୟ କଲାବେଳେ ଆପଣା ଯୌବନାବସ୍ଥାରେ ସେହି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତରେ କିପରି ଛଟପଟ ହେଉଥିଲ ତାହା ସ୍ମରଣ କଲ ନାହିଁ। “ମୋଟ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। “ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରତ୍ୟେକ ରାସ୍ତାର ଛକରେ ଦେବତାଗଣ ନିମନ୍ତେ ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ। ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ଯ୍ୟକୁ ଘୃଣା କରିଅଛ। ଆଉ ପ୍ରତ୍ୟେକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ୟଭିଗ୍ଭରୀତାର ସୀମା ନାହିଁ। ତୁମ୍ଭେ ମିଶର ସହିତ ଅବାଧ ଯୌନକ୍ରିୟା ଉପଭୋଗ କରିଛ, ତୁମ୍ଭର ବୃହତ ଯୌନାଙ୍ଗରେ ପଡ଼ୋଶୀ ଯୌନକ୍ରିୟା କରିଛନ୍ତି। ମୋତେ ବିରକ୍ତ କରିବା ପାଇଁ ତୁମ୍ଭେ ତା’ ସହିତ ବହୁବାର ଯୌନକ୍ରିୟା କରିଥିଲ। ତେଣୁ ମୁଁ ମୋର ହସ୍ତ ତୁମ୍ଭ ବିରୁଦ୍ଧରେ ଉଠାଇଲି ଏବଂ ତୁମ୍ଭର ଦେଶର କିଛି ଅଂଶ ନେଇଯାଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ୟାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତାରେ ଭାରାକ୍ରାନ୍ତ ହେଲେ। ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଗ୍ଭର କରିଥିଲ। ତୁମ୍ଭେ ସେମାନଙ୍କ ସହିତ ବ୍ୟଭିଗ୍ଭର କଲେ ହେଁ ସନ୍ତୁଷ୍ଟ ହୋଇ ନାହଁ। ତୁମ୍ଭେ କିଣାନ ଓ ବାବିଲକୁ ଯାଇଅଛ ଏବଂ ସେଠାରେ ତୁମ୍ଭର ବ୍ୟଭିଗ୍ଭର ବଢ଼ାଇଛ, ତଥାପି ତୃପ୍ତ ହୋଇ ନାହଁ। ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତେବେଳେ ତୁମ୍ଭେ ସ୍ୱେଚ୍ଛାଗ୍ଭରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। “ଯେତେବେଳେ ତୁମ୍ଭେ ପ୍ରତ୍ୟେକ ରାସ୍ତା ମୁଣ୍ଡରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଆପଣା ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତରେ ଜଣେ ବେଶ୍ୟା ପରି ନୁହଁ, ତୁମ୍ଭେ ବ୍ୟଭିଗ୍ଭରିଣୀ କାର୍ଯ୍ୟରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନେଲ ନାହିଁ। ତୁମ୍ଭେ ଜଣେ ବ୍ୟଭିଗ୍ଭରିଣୀ ସ୍ତ୍ରୀ, ତୁମ୍ଭେ ସ୍ୱାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ଯୌନ ସହଚର ରୂପେ ପସନ୍ଦ କଲ। ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ରେମିକମାନଙ୍କୁ ଭଡ଼ା ଦେଇ ବ୍ୟଭିଗ୍ଭର କରୁଅଛ। ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସେମାନଙ୍କୁ ଲାଞ୍ଚ ଦେଇଅଛ। ତୁମ୍ଭର ବେଶ୍ୟାବୃତ୍ତି ଅନ୍ୟ ବେଶ୍ୟାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ୟାମାନେ ଜାରପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ୟଭିଗ୍ଭର ପାଇଁ ଭଡ଼ା ଦେଇଥାଅ।” ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପ୍ରେମିକଗଣ ସଙ୍ଗେ ବ୍ୟଭିଗ୍ଭର ହେତୁ ତୁମ୍ଭର ଉଲଗ୍ନତା ଅନାବୃତ ହୋଇଅଛି। ତୁମ୍ଭେ ତୁମ୍ଭର ଘୃଣ୍ୟ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦେଇଅଛି। ତେଣୁ ମୁଁ ତୁମ୍ଭର ସମସ୍ତ ପ୍ରେମିକମାନଙ୍କୁ ଏକତ୍ରିତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ରେମ କର। ମୁଁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଗ୍ଭରିଆଡ଼ୁ ଏକତ୍ରିତ କରିବି ଏବଂ ତୁମ୍ଭର ନଗ୍ନତା ସେମାନଙ୍କ ଆଗରେ ଅନାବୃତ କରିବି। ଏବଂ ସେମାନଙ୍କୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦେବି। ସେମାନେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ। ମୁଁ ତୁମ୍ଭକୁ ବ୍ୟଭିଗ୍ଭରିଣୀ ଓ ହତ୍ୟାକାରିଣୀ ରୂପେ ବିଗ୍ଭର କରିବି। ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବି। ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରେମିକମାନଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସେମାନେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦେବେ। ଏବଂ ସେମାନେ ତୁମ୍ଭ ବିରୁଦ୍ଧରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସେମାନଙ୍କ ‌‌ଖ‌ଡ଼୍‌ଗରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ। ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦ‌ଗ୍‌ଧ କରିବେ। ବହୁତ ସ୍ତ୍ରୀଲୋକମାନଙ୍କ ସମ୍ମୁଖରେ ସେମାନେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ୟଭିଗ୍ଭରୀତାର ମୁଁ ପୂର୍ଣ୍ଣଛେଦ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ରେମିକମାନଙ୍କୁ ଆଉ ଭଡ଼ା ଦେବ ନାହିଁ। ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ ଓ ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ। ଆଉ ଆମ୍ଭେ କ୍ଷାନ୍ତ ହୋଇ କ୍ରୋଧ କରିବା ନାହିଁ। ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ଯୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ଯ୍ୟ ଦ୍ୱାରା ମୋତେ କ୍ରୋଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ୟବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ୟ କାର୍ଯ୍ୟ ସହିତ ବେଶ୍ୟାବୃତ୍ତିକୁ ଯୋଡ଼ିବାରେ କ’ଣ ଅଧିକ ପ୍ରାଧାନ୍ୟ ହୋଇ ନ ଥିଲା?” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଲେ। “ଯେଉଁ ଲୋକମାନେ ପ୍ରବଚନ ବ୍ୟବହାର କରନ୍ତି, ତୁମ୍ଭ ଉପରେ ଏହା ପ୍ରୟୋଗ କରିବେ। ‘ମା ଗୁଣେ ଝିଅ।’ ତୁମ୍ଭେ ପ୍ରକୃତରେ ତୁମ୍ଭ ମାତାର କନ୍ୟା। ସେ ଆପଣା ସ୍ୱାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସେମାନେ ସେମାନଙ୍କର ସ୍ୱାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀୟା ଓ ତୁମ୍ଭ ପିତା ଜଣେ ଇମୋରୀୟ ଥିଲେ। ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି। ତୁମ୍ଭେ କେବଳ ସେମାନଙ୍କର ଘୃଣ୍ୟ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଗ୍ଭର କରିଛ। ମୋର ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମୋର ଜୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ ତୁମ୍ଭପରି ଓ ତୁମ୍ଭ କନ୍ୟାଗଣ ପରି କୁକର୍ମ କରି ନାହାନ୍ତି।” ପରମେଶ୍ୱର କହନ୍ତି, “ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସେମାନଙ୍କର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସେମାନଙ୍କର ଯଥେଷ୍ଟ ଖାଦ୍ୟ ଓ ସୌଭାଗ୍ୟ ଜନିତ ଶାନ୍ତି ଥିଲେ ମଧ୍ୟ ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରୁ ନ ଥିଲେ। ଏବଂ ସେମାନେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସେମାନେ ତାହା କଲେ। ତେଣୁ ମୋ’ ଦୃଷ୍ଟିରେ ମୁଁ ସେମାନଙ୍କୁ ଉଚିତ୍ ଦଣ୍ଡ ଦେଲି।” ପରମେଶ୍ୱର କହିଲେ, “ଶମରିୟା ତୁମ୍ଭ ପାପସବୁର ଅର୍ଦ୍ଧେକ ପାପ କରି ନାହିଁ। ତୁମ୍ଭର ବ୍ୟବହାର ତା’ (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ୟ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ। ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ୟ ବହନ କର। ଯେଉଁଗୁଡ଼ାକ ସେମାନଙ୍କର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ୟାୟ ଦେବା ସକାଶେ ଅପମାନ ବହନ କର।” ପରମେଶ୍ୱର କହିଲେ, “ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣକୁ ଓ ଶମରିୟା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣଙ୍କୁ ବିନାଶ କରିବି। ଯିରୁଶାଲମ ମଧ୍ୟ ଧ୍ୱଂସ ହେବ। କିନ୍ତୁ ମୁଁ ସେହି ସମଗ୍ର ନଗର ଓ ଯିରୁଶାଲମକୁ ପୁନର୍ବାର ନିର୍ମାଣ କରିବି। ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ୱନା ଦେଇ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହେବାକୁ ଓ ଦୁଃଖିତ ହେବାକୁ ପଡ଼ିବ। ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ, ଶମରିୟା ଓ ତାହାର କନ୍ୟାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ପୁନଃନିର୍ମିତ ହେବ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫେରି ଆସିବ।” ପରମେଶ୍ୱର କହିଲେ, “ଅତୀତରେ ତୁମ୍ଭେ ତୁମ୍ଭର ଗର୍ବ ହେତୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରି ପାରିବ ନାହିଁ। ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ୟାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣ ଓ ପଲେଷ୍ଟୀୟମାନଙ୍କର କନ୍ୟାଗଣ ତୁମ୍ଭକୁ ତାଚ୍ଛଲ୍ୟ କଲେ। ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ୟ କ୍ରିୟା ଓ ବ୍ୟଭିଗ୍ଭରର ଭାର ବହନ କରିବ।” ଏହା ସଦାପ୍ରଭୁ କହିଛନ୍ତି। God Remains Faithful ଏଥିପାଇଁ ସଦାପ୍ରଭୁ, ମୋର ପ୍ରଭୁ ଯାହା କହନ୍ତି, “ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ମୁଁ ସେହିପରି ବ୍ୟବହାର କରିବି। କିନ୍ତୁ ତୁମ୍ଭ ସହିତ ଯୌବନାବସ୍ଥାରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭ ପ୍ରତି ମୁଁ ଚିରଦିନ ପାଇଁ ଏକ ନିୟମକୁ ସମର୍ଥନ କରିବି। ସେ ସମୟରେ ତୁମ୍ଭେ ଯେତେବେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ନିଜର ଚରିତ୍ରହୀନତା ଯୋଗୁଁ ଲଜ୍ଜିତା ହେବ। ମୁଁ ସେମାନଙ୍କୁ କନ୍ୟାରୂପେ ତୁମ୍ଭକୁ ଦେବି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ। ଏବଂ ମୁଁ ତୁମ୍ଭ ସହିତ ମୋର ନିୟମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃ‌ଦ୍‌ବୋଧ କରିବ। ତୁମ୍ଭେ ଯାହାସବୁ କରିଅଛ, ଯେତେବେଳେ ମୁଁ ସେସବୁକୁ ସଂଶୋଧନ କରି ଦେବି। ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। The Eagle and the Vine ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ରହେଳିକା ଉପସ୍ଥାପନ କର ଏବଂ ସେମାନଙ୍କୁ ଏକ ନୀତିକଥା କୁହ। ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହିଛନ୍ତି, ‘‘‘ଗୋଟିଏ ବଡ଼ ଉତ୍କ୍ରୋଶପକ୍ଷୀ ଥିଲା, ତାହାର ପକ୍ଷ ବଡ଼ ଓ ପର ବହୁତ ଥିଲା ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ। ଆଉ ଏହା ଲିବାନୋନକୁ ଆସିଲା ଏବଂ ଏକ ବଡ଼ ଏରସବୃକ୍ଷର ଅଗ୍ରଭାଗରେ ବସିଲା।” ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନେଇଗଲା। ସେଠାରେ ସେ ତାକୁ ବଣିକମାନଙ୍କର ନଗରୀରେ ରଖିଲା। ଏବଂ ସେହି ପକ୍ଷୀ ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିର କ୍ଷେତରେ ତାହା ରୋପଣ କଲା। ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା। ତା’ପରେ ତାହା ବଢ଼ି ଦ୍ରାକ୍ଷାଲତା ହେଲା। ଏହା ଏକ ବିସ୍ତୃତ ଅଞ୍ଚଳକୁ ବ୍ୟାପିଲା। ଏହାର ଶାଖାସବୁ ଓ ତହିଁର ମୂଳ ବଢ଼ିଲା। ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖା ବିଶିଷ୍ଟ ଓ ପଲ୍ଲବିତ ହେଲା। କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡେଣା ଥିବା ବୃହତ୍ ଓ ଯଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ, ବିରାଟ ଉତ୍କ୍ରୋଶପକ୍ଷୀ ସେହି ସ୍ଥାନକୁ ଆସିଲା। ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାଶେ ସେହି ଦ୍ରାକ୍ଷାଲତାର ଚେର ତା’ ଆଡ଼କୁ ବିସ୍ତାର କଲା ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା, ଯେଉଁଠାରେ ଏହା ରୋପିତ ହୋଇଥିଲା ଏବଂ ପାଣି ଦ୍ୱାରା ସେଚିତ ହେଉଥିଲା। ସେହି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।’” ତୁମ୍ଭେ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି, “ତାହା କ’ଣ ସଫଳ ହେବ? ଏହାର ଚେର ଛିଣ୍ଡି ଯିବନିତ, ଏବଂ ଏହାର ଫଳ ଝଡ଼ି ଯିବନିତ ଏବଂ ଶୁଖି ଯିବନତି? ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ। ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ୟବାହିନୀକୁ ଓ ଲୋକମାନଙ୍କୁ ଦରକାର ହେବ କି? ନା! ଆଉ ସେହି ଦ୍ରାକ୍ଷାଲତା ରୋପିତ କ୍ଷେତ୍ରରେ କ’ଣ ବୃଦ୍ଧି ପାଇବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇଯିବ। ବଢ଼ିବା କିଆରୀରେ ତାହା ଶୁଷ୍କ ହୋଇଯିବ।” King Zedekiah Punished ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ତୁମ୍ଭେ ସେହି ବିଦ୍ରୋହୀ ଜାତିକୁ କୁହ, ଇସ୍ରାଏଲ ତୁମ୍ଭେ କ’ଣ ଏସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ୟଗଣଙ୍କୁ ଆପଣାର ନ୍ୟାୟାଳୟ ବାବିଲକୁ ନେଇଗଲା। ଏବଂ ସେ ଏକ ରାଜସ୍ୱ ନେଇ ତାକୁ ଶପଥ କରାଇ ତା’ ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କୁ ନେଇଗଲେ। ତେଣୁ ଯେପରି ଦେଶ ଦୁର୍ବଳ ହେବ ଓ ଉଠିପାରିବ ନାହିଁ ଏବଂ ତାଙ୍କର ନିୟମକୁ ବଞ୍ଚାଇ ରଖି ପାରନ୍ତି। କିନ୍ତୁ ସେ ବାବିଲର ରାଜା ବିରୁଦ୍ଧରେ ଗଲା। ସେ ତା’ର ବାର୍ତ୍ତାବହମାନଙ୍କୁ ଅଶ୍ୱ ଓ ସୈନ୍ୟ ସାହାଯ୍ୟ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ’ଣ କୃତକାର୍ଯ୍ୟ ହେବ? ଯିଏ ଏପରି କାର୍ଯ୍ୟସବୁ କରେ, ସେ କ’ଣ ରକ୍ଷା ପାଇବ? ଆଉ ସେ ଚୁକ୍ତି ଲଙ୍ଘନ କରି କ’ଣ ଦଣ୍ଡ ପାଇବ ନାହିଁ?” ସଦାପ୍ରଭୁ ମୋର ପ୍ରଭୁ, ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲରେ ମୃତ୍ୟୁବରଣ କରିବ, ଯେହେତୁ ସେ ରାଜା ବିରୁଦ୍ଧରେ ବିଦ୍ରୋହ କଲା, ଯିଏ ତାକୁ ସିଂହାସନରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ। ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳୀ ସୈନ୍ୟବାହିନୀ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିବେ ନାହିଁ। ଯେତେବେଳେ ସେମାନେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ୟା ହେବେ। କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ଯାଇପାରିବ ନାହିଁ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତା’ର ପ୍ରତିଫଳ ତାହାର ମସ୍ତକରେ ରଖିବା। ମୁଁ ମୋର ଜାଲ ବିଛାଇବି ଓ ତାକୁ ଫାଶରେ ପକାଇ ବାବିଲକୁ ନେଇଯିବି ଏବଂ ମୁଁ ସେଠାରେ ତା’ର ବିଗ୍ଭର କରିବି। କାରଣ ସେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲା। ଏବଂ ତା’ର ସମସ୍ତ ସୈନ୍ୟ ‌‌ଖ‌ଡ଼୍‌ଗ ଦ୍ୱାରା ହତ ହେବେ ଯେତେବେଳେ ସେମାନେ ଦୌଡ଼ି ପଳାଇବେ ଏବଂ ଯେକେହି ବଞ୍ଚିବେ ମୁଁ ପବନରେ ଛିନ୍ନଛତ୍ର କରିବି।” ମୁଁ ସଦାପ୍ରଭୁ ଏବଂ ମୁଁ ଏହିସବୁ କହିଅଛି। ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନେଇଯିବି ଓ ତା’ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷରେ ରୋପଣ କରିବି। ମୁଁ ସ୍ୱୟଂ ଇସ୍ରାଏଲର ଉଚ୍ଚତମ ପର୍ବତରେ ସେହି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସେହି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହେବ ଏବଂ ଏଥିରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହେବ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ୟ ସେମାନେ ତାହାର ଶାଖାଗୁଡ଼ିକର ଛାୟାରେ ବାସ କରିବେ। “ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ। ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।” True Justice ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ? ‘ପିତାଗଣ ଅଙ୍ଗୁର ଖାଇଲେ ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’” କିନ୍ତୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ଯାଏ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦକୁ ଆଉ ବ୍ୟବହାର କରିବ ନାହିଁ। ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ। “ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ। ଏବଂ ସେ ପର୍ବତଗୁଡ଼ିକ ଉପରେ ଦିଆଯାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇସ୍ରାଏଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ପାପ କରି ନାହିଁ କିମ୍ବା ନିଜ ସ୍ତ୍ରୀର ରଜସ୍ୱଳା ସମୟରେ ତା’ ସହିତ ସହବାସ କରି ନାହିଁ। ସେ କାହାରି ପ୍ରତି ଅନ୍ୟାୟ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା’ର ବନ୍ଧକ ଫେରାଇ ଦେଇଛି। ସେ ତାହାର କିଛି ଗ୍ଭେରି କରି ନାହିଁ। ସେ ଆପଣାର ଭକ୍ଷ୍ୟ ଦ୍ରବ୍ୟକୁ କ୍ଷୁଧାର୍ତ୍ତକୁ ଦେଇଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦେଇଅଛି। ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ। ସେ ମୋ’ ନିୟମାନୁସାରେ ଜୀବନ ଧାରଣ କରେ ଏବଂ ମୋ’ ନିୟମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ସେହି ମନୁଷ୍ୟ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।” “ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ। ଯଦିଓ ତା’ର ବାପା ଏଗୁଡ଼ିକ ମଧ୍ୟରୁ କୌଣସିଟି କଲା ନାହିଁ। ପର୍ବତ ଉପରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାଯାଇଥିବା ଜିନିଷ ଖାଆନ୍ତି ଏବଂ ଆପଣା ପ୍ରତିବାସୀର ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ, ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ୟାୟ କରେ, ଗ୍ଭେରି କରେ ଓ ବନ୍ଧକ ଦ୍ରବ୍ୟ ଫେରାଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ। ଏବଂ ଘୃଣ୍ୟ କର୍ମ କରେ, ଋଣ ଦେଇ ସୁଧ ଆଦାୟ କରେ, ସେ ବଞ୍ଚିବ କି? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ୟ କାର୍ଯ୍ୟ କରେ। ଏବଂ ସେ ତା’ର ନିଜର ମୃତ୍ୟୁ ପାଇଁ ଦାୟୀ ରହିବ। “ଏବଂ କୁହ ତା’ର ମଧ୍ୟ ଗୋଟିଏ ପୁତ୍ର ଅଛି, ଯିଏ କି ତା’ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସେଗୁଡ଼ିକୁ ଦେଖେ ସେ ଠିକ୍ ସେହିପରି କାର୍ଯ୍ୟ କରେ ନାହିଁ। ସେ ପର୍ବତ ଉପରେ ମୂର୍ତ୍ତିଗୁଡ଼ିକ ପାଖରେ ଉତ୍ସର୍ଗ ହୋଇଥିବା ଦ୍ରବ୍ୟ ଖାଏ ନାହିଁ ଓ ଇସ୍ରାଏଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ ନାହିଁ। ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ। ସେ ଦୀନଦରିଦ୍ରକୁ ସାହାଯ୍ୟ କରେ, ସୁଧ ନ ନେଇ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମୋର ନୀତି ନିୟମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାଶେ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ। ତା’ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରତି ଅତ୍ୟାଗ୍ଭର କଲା ଓ ତା’ଠାରୁ ଗ୍ଭେରି କରେ କାରଣ ସେ, ଯାହା ସମାଜରେ ଭଲ ତାହା କଲା ନାହିଁ। ତା’ର ଦୋଷ କାରଣରୁ ସେ ମୃତୁବରଣ କରିବ। “କିନ୍ତୁ ତୁମ୍ଭେ ପଗ୍ଭରୁଛ, ‘ପିତାର ପାପର ଦଣ୍ଡ ତା’ର ପୁତ୍ର କାହିଁକି ବହନ ନ କରିବ?’ କାରଣ ଯାହା ନ୍ୟାୟ ଓ ଯଥାର୍ଥ ସେ କରେ ଏବଂ ମୋ’ ନିୟମ ମାନେ ଓ ପ୍ରୟୋଗ କରେ। ସେ ନିଶ୍ଚୟ ଭାବରେ ବଞ୍ଚିବ। କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ। “ଏବଂ ଦୁଷ୍ଟ ଲୋକ ଯେବେ ପାପ ପଥରୁ ବିରତ ହୁଏ, ମୋର ବିଧି ସକଳ ପାଳନ କରେ ଓ ନ୍ୟାୟ ଏବଂ ଧର୍ମାଚରଣ କରେ ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। ତା’ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା’ର ଧାର୍ମିକତା ଯୋଗୁଁ ବଞ୍ଚିବ।” ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନ ଥାଏ। ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ ଆମ୍ଭର ସନ୍ତୋଷ ରହିଛି। “କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା’ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା’ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା’ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ। “କିନ୍ତୁ ତୁମ୍ଭେ କୁହ, ‘ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।’ ହେ ଇସ୍ରାଏଲର ପୁତ୍ରଗଣ, ଶୁଣ, ମୁଁ ନ୍ୟାୟ ଅଟେ। କିନ୍ତୁ ତୁମ୍ଭେମାନେ ଯିଏ ନ୍ୟାୟ ନୁହଁ। ଯଦି ଜଣେ ଧାର୍ମିକ ଲୋକ ତା’ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ। ଦୁଷ୍ଟଲୋକ ଯେତେବେଳେ ନିଜ ଦୁଷ୍ଟତାରୁ ବିରତ ହୋଇ ନ୍ୟାୟ ଓ ଧର୍ମାଚରଣ କରେ ସେତେବେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ। ସେ ତା’ର ମନ୍ଦ ଆଚରଣକୁ ବିବେଚନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବାରେ ସେ ଅଭ୍ୟସ୍ତ ଥାଏ। ତେବେ ସେ ବଞ୍ଚିବ, ସେ ମୃତ୍ୟୁବରଣ କରିବ ନାହିଁ।” କିନ୍ତୁ ଇସ୍ରାଏଲର ଲୋକମାନେ କହନ୍ତି, “ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।” ପରମେଶ୍ୱର କହନ୍ତି, “ମୁଁ ନ୍ୟାୟପୂର୍ଣ୍ଣ ଅଟେ! ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯଥାର୍ଥ ନୁହଁ। ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ। ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜେ ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୁଅ ନାହିଁ। ଆମ୍ଭେ ତୁମ୍ଭର ମୃତ୍ୟୁ ଗ୍ଭହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫେରି ଆସ ଓ ବଞ୍ଚି ରୁହ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି। A Sad Song About Israel ଅନନ୍ତର ପରମେଶ୍ୱର ମୋତେ କହିଲେ, “ତୁମ୍ଭେ ଇସ୍ରାଏଲର ଅଧିପତିମାନଙ୍କ ବିଷୟରେ ଏହି ଦୁଃଖ ସଙ୍ଗୀତ ଗାନ କର। “‘ତୁମ୍ଭର ମା ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧ୍ୟରେ ଶୟନ କଲା। ସେ ପୁଣି ଯିବା ସିଂହଗଣ ମଧ୍ୟରେ ଶୟନ କରି ଅନେକ ଛୁଆ ପ୍ରତିପାଳନ କଲା। ସେହି ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା। ସେ ମୃଗୟା କରିବା ଶିଖିଲା ଓ ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା। “‘ନାନା ଦେଶୀୟମାନେ ତାହା ବିଷୟରେ ଶୁଣିଲେ ଓ ସେମାନେ ତାକୁ ଯନ୍ତାରେ ଧରିଲେ। ସେମାନେ ତା’ ପାଟିରେ ଅଙ୍କୁଶ ଦେଇ ତାହାକୁ ମିଶରକୁ ଆଣିଲେ। “‘ତା’ର ମାତା ଆଶା କରିଥିଲା ସେହି ଯୁବା ସିଂହ ଅଧିପତି ହେବ, ମାତ୍ର ତା’ର ସେ ଆଶା ବିଫଳ ହେଲା। ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିକୁ ନେଇ ତାକୁ ଯୁବାସିଂହ କଲା। ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି ଯୁବା ସିଂହ ହୋଇ ଉଠିଲା। ସେ ମୃଗୟା କରିବା ଶିଖିଲା ଓ ମନୁଷ୍ୟମାନଙ୍କୁ ଗ୍ରାସ କଲା। ସେ ସେମାନଙ୍କର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସେମାନଙ୍କର ନଗରସବୁ ଧ୍ୱଂସ କଲା। ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରତ୍ୟେକ ଭୟଭୀତ ହୋଇ ପଡ଼ିଲେ। ତାହାର ଚତୁର୍ଦ୍ଦିଗରେ ବାସ କରୁଥିବା ଦେଶବାସୀମାନେ ତା’ ବିରୁଦ୍ଧରେ ଏକ ଜାଲ ବିଛାଇଲେ ଓ ସେହି ଜାଲରେ ତାକୁ ଧରିଲେ। ଆଉ ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରାରେ ରଖି ବାବିଲ ରାଜା ନିକଟକୁ ନେଇଗଲେ। ଇସ୍ରାଏଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ, ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ। “‘ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା। ଅଗାଧ ଜଳ ଯୋଗୁଁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା। ରାଜଦଣ୍ଡ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା। ଗହଳ ପତ୍ରଯୁକ୍ତ ହୋଇ ସେସବୁ ଦୀର୍ଘତାରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତାରେ ତାହା ମେଘକୁ ସ୍ପର୍ଶ କଲା। ମାତ୍ର ତାହା କୋପରେ ଉତ୍ପାଟିତ ହୋଇ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହୋଇଗଲା। ଅଗ୍ନି ସେସବୁକୁ ଗ୍ରାସ କଲା। “‘ବର୍ତ୍ତମାନ ପୁଣି ସେହି ଦ୍ରାକ୍ଷାଲତା ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି। ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହୋଇ ସେହି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।’ ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।” Israel Turned Away From God ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ପ୍ରାଚୀନବର୍ଗଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭେମାନେ ମୋ’ ବିଷୟରେ ତଦାରଖ କରିବାକୁ ଆସିଅଛ? ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କିଛି ପଗ୍ଭରିବାକୁ ଦେବି ନାହିଁ।’ ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ସେମାନଙ୍କର ବିଗ୍ଭର କରିବ? ସେମାନଙ୍କର ପିତୃପୁରୁଷମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ। ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତେବେଳେ ଇସ୍ରାଏଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶରରେ ସେମାନଙ୍କ ନିକଟରେ ନିଜକୁ ପରିଚିତ କରାଇଲି, ମୁଁ ସେମାନଙ୍କ ଉପରେ ହସ୍ତ ବିସ୍ତାର କଲି ଏବଂ ସେମାନଙ୍କ ପକ୍ଷରେ କହିଲି, “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁ‌ଗ୍‌ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା। “‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।” କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି। କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି। ମୁଁ ଇସ୍ରାଏଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି। ତା’ପରେ ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ବ୍ୟବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ। ଏବଂ ମୁଁ ସେମାନଙ୍କୁ ମୋର ବିଶ୍ରାମ ଦିନ ବିଷୟରେ ସବୁ କହିଲି। ଏହା ମୋର ଓ ସେମାନଙ୍କ ମଧ୍ୟରେ ଚୁକ୍ତିର ଚିହ୍ନ ସ୍ୱରୂପ ଯେଉଁଥିପାଇଁ ସେମାନେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସେମାନଙ୍କୁ ପବିତ୍ର କଲି। “‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି। କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି। ଦୁ‌ଗ୍‌ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି। “‘କାରଣ ସେମାନେ ମୋର ବିଧି ସକଳ ମାନିବାକୁ ମନା କଲେ। ସେମାନେ ମୋର ନିୟମ ଅନୁସାରେ ଜୀବନଯାପନ କଲେ ନାହିଁ ଏବଂ ସେମାନେ ମୋର ବିଶ୍ରାମ ଦିନକୁ କଳୁଷିତ କଲେ। ସେମାନେ ଏହିପରି ବ୍ୟବହାର କଲେ, କାରଣ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା। ତଥାପି ମୁଁ ସେମାନଙ୍କ ପାଇଁ ଦୁଃଖିତ ହେଲି ଓ ସେମାନଙ୍କୁ ବିନାଶ କଲି ନାହିଁ। ସେହି ମରୁଭୂମି ମଧ୍ୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କଲି ନାହିଁ। ଏବଂ ମରୁଭୂମିରେ ସେମାନଙ୍କର ପୁତ୍ରଗଣଙ୍କୁ କହିଲି, “ତୁମ୍ଭେମାନେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଗ୍ଭଲ ନାହିଁ। ସେମାନଙ୍କର ବ୍ୟବସ୍ଥା ସକଳ ମାନ ନାହିଁ, ସେମାନଙ୍କ ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର। ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” “‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି। କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମୋର ନାମ ପାଖାପାଖି ଦେବତାମାନଙ୍କ ଦ୍ୱାରା ଉପହାସିତ ନ ହେଉ ବୋଲି ମୁଁ ଗ୍ଭହିଁଲି। ଯେଉଁମାନଙ୍କ ଦୃଷ୍ଟିରେ ମୁଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରି ଆଣିଲି। ଏବଂ ସେମାନଙ୍କୁ ନାନା ଜାତି ଏବଂ ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା ସକାଶେ ମରୁଭୂମିରେ ମୁଁ ସେମାନଙ୍କ ବିରୁଦ୍ଧରେ ମୋର ହସ୍ତ ଉଠାଇଲି। “‘କାରଣ ସେମାନେ ମୋର ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମୋର ସକଳ ବିଧି ଅଗ୍ରାହ୍ୟ କଲେ ଓ ମୋର ସମସ୍ତ ବିଶ୍ରାମ ଦିନ କଳୁଷିତ କଲେ ଏବଂ ସେମାନଙ୍କର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସେହିସବୁ ବିଧି ଆମ୍ଭେ ସେମାନଙ୍କୁ ଦେଲୁ ଓ ଯେଉଁ ଶାସନରେ ସେମାନେ ବଞ୍ଚିବେ ନାହିଁ ସେହିପରି ଶାସନ ସେମାନଙ୍କୁ ଦେଲୁ। ମୁଁ ସେମାନଙ୍କୁ ସେମାନଙ୍କର ଉପହାର ମାଧ୍ୟମରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ୟମରେ ଅଶୁଚି କଲି। ତେଣୁ ମୁଁ ସେମାନଙ୍କୁ ବିନାଶ କରିପାରିଲି। ଫଳରେ ସେମାନେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।’ ଏଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସେମାନଙ୍କର ଅବିଶ୍ୱସ୍ତତାରେ ମୋର ନିନ୍ଦା କରିଅଛନ୍ତି। ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ। ସେ ଉଚ୍ଚସ୍ଥଳୀକୁ ଯିବାର ଅଭିପ୍ରାୟ କ’ଣ ବୋଲି ଆମ୍ଭେ ସେମାନଙ୍କୁ ପଗ୍ଭରିଲୁ। ମାତ୍ର ଏବେସୁଦ୍ଧା ସେହି ସ୍ଥାନର ନାମ ବାମା ରହିଅଛି।’ ପରମେଶ୍ୱର କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ପଗ୍ଭରନ୍ତି, ପିତୃପୁରୁଷମାନଙ୍କ ପରି କାର୍ଯ୍ୟ କରି ମୂର୍ତ୍ତିମାନଙ୍କ ସହିତ ବ୍ୟଭିଗ୍ଭରୀତା କରି ତୁମ୍ଭେମାନେ କ’ଣ ନିଜକୁ ଅଶୁଚି କରୁ ନାହଁ ଓ ସେମାନଙ୍କର ଘୃଣ୍ୟ ମୂର୍ତ୍ତିମାନଙ୍କ ଦ୍ୱାରା ବ୍ୟଭିଗ୍ଭରୀ ହେଉଅଛ? ଯେତେବେଳେ ତୁମ୍ଭେମାନେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ଯ୍ୟନ୍ତ ଅଗ୍ନିରେ ଉତ୍ସର୍ଗ କରୁଛ? ହେ ଇସ୍ରାଏଲର ଲୋକମାନେ, ମୋ’ଠାରୁ ଉପଦେଶ ନେବାକୁ ତୁମ୍ଭମାନଙ୍କୁ ଅନୁମତି ଦେବି କି? ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାଯାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦେବି ନାହିଁ। ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’” ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ। ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ। ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି। ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।” “ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ। ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।” ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି। ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି। ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି। ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ। ଏବଂ ତା’ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।” ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ୟ ବର୍ଷଣ କର। ଏବଂ ନେଗେଭର ଅରଣ୍ୟ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ଏବଂ ନେଗେଭ ଅରଣ୍ୟକୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ସଂଯୋଗ କରିବା। ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଦେଶ ସେହି ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। ସେତେବେଳେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭେମାନେ ଜାଣିବ। ତାହା ନିର୍ବାପିତ ହେବ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।’” ଏଥିରେ ମୁଁ (ଯିହିଜିକଲ) କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ ସେମାନେ ମୋ’ ବିଷୟରେ କହୁଛନ୍ତି, ସେ କେବଳ ନୀତିବାକ୍ୟ କହୁଛି।” Babylon, the Sword ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଯିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧରେ ନିଜର ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିପକ୍ଷରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ଏବଂ ଇସ୍ରାଏଲ ଦେଶକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି! ଦେଖ, ମୁଁ ତୁମ୍ଭ ବିରୁଦ୍ଧରେ ଅଟେ। ମୁଁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ୟରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି। କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମୋର ‌‌ଖ‌ଡ଼୍‌ଗ ବ୍ୟବହାର ହେବ, ଏହା କୋଷମୁକ୍ତ ହୋଇ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଲୋକ ବିରୁଦ୍ଧରେ ଯିବ। ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରିଅଛି, ତାହା ଆଉ ଫେରିବ ନାହିଁ।”’ ପରମେଶ୍ୱର ପୁଣି କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ୱାସ ଛାଡ଼। ପୁଣି ଆପଣା କଟି ଭାଙ୍ଗି ମନସ୍ତାପ ପୂର୍ବକ ସେମାନଙ୍କ ସମ୍ମୁଖରେ ଦୀର୍ଘନିଃଶ୍ୱାସ ଛାଡ଼ିବ। ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। ‌‌ଖ‌ଡ଼୍‌ଗ ପ୍ରସ୍ତୁତ ଅନନ୍ତର ସଦାପ୍ରଭୁ, ମୋର ପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ଦେଖ, ‌‌ଖ‌ଡ଼୍‌ଗ ଶାଣିତ ଓ ତାହା ମଧ୍ୟ ମାର୍ଜିତ ହୋଇଅଛି। ହତ୍ୟା ନିମନ୍ତେ ତାହା ଶାଣିତ ହୋଇଅଛି, ତାହା ମଧ୍ୟ ମାର୍ଜିତ ହୋଇ ବିଜୁଳି ପରି ଚ‌କ୍‌ଚକ୍ କରୁଛି, ମୋର ପୁତ୍ର, ତୁମ୍ଭେ ଏହି ଛଡ଼ ସକାଶେ ଖୁସୀ ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ। ପୁଣି ହାତରେ ଧରାଯିବା ପାଇଁ ‌‌ଖ‌ଡ଼୍‌ଗ ଶାଣିତ ହୋଇଅଛି। ଘାତକର ହାତରେ ଦେବା ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହୋଇଅଛି। “‘ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମୋର ‌‌ଖ‌ଡ଼୍‌ଗ ଲୋକମାନଙ୍କ ବିରୁଦ୍ଧରେ ଓ ସମସ୍ତ ଇସ୍ରାଏଲର ଅଧିପତିଗଣଙ୍କ ବିରୁଦ୍ଧରେ ଉତ୍ତୋଳିତ ହୋଇଅଛି। ସେମାନେ ମୋ’ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତିରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର। ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ୟାଖ୍ୟାନ କରିବା ପରେ ଆଉ କ’ଣ ବାକି ରହିଲା?”’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ପରମେଶ୍ୱର କହିଲେ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ କରତାଳି ଦେଇ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ସେହି ‌‌ଖ‌ଡ଼୍‌ଗ ଦୁଇ ଥର ଏପରିକି ତିନିଥର ଆଘାତ କର। ଏହି ‌‌ଖ‌ଡ଼୍‌ଗ ବହୁତ ଲୋକମାନଙ୍କୁ ହତ୍ୟା କରିବ। ମହାଘାତକ ‌‌ଖ‌ଡ଼୍‌ଗ ସେମାନଙ୍କୁ ହତ୍ୟା କରିବ। ସେମାନଙ୍କର ଅନ୍ତର ଭୟରେ ଯେପରି ତରଳି ଯାଏ ଓ ସେମାନଙ୍କର ବହୁ ବିଘ୍ନ ଜନ୍ମେ, ଏଥିପାଇଁ ମୁଁ ସେମାନଙ୍କର ସକଳ ନଗର ଦ୍ୱାର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଲକ୍ଷ୍ୟ କରି ରଖିଅଛି। ଏହା ହତ୍ୟା କଲାପରେ ଏହା ବିଜୁଳି ପରି ଚକମକ କରୁଛି। ହେ ‌‌ଖ‌ଡ଼୍‌ଗ ଦକ୍ଷିଣ ଓ ବାମକୁ କାଟ। ଯେଉଁଆଡ଼େ ତୁମ୍ଭର ଧାର ଯାଉଛି। “ମୁଁ ମଧ୍ୟ ମୋର କରତାଳି ମାରିବି ଓ ମୋର କୋପକୁ ଶାନ୍ତ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।” Jerusalem Punished ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ବାବିଲ ରାଜାର ‌‌ଖ‌ଡ଼୍‌ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ଯାଇଥିବା ସଡ଼କର ମୁଣ୍ଡରେ ଏକ ପଥ ନିର୍ଦ୍ଦେଶ କରୁଥିବା ପ୍ରସ୍ତର ଫଳକ ରଖ। ‌‌ଖ‌ଡ଼୍‌ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ମୋନୀୟର ରବ୍ବାକୁ ଯାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ଯିରୁଶାଲମକୁ ଯାଏ। କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନରେ ଛିଡ଼ା ହେବେ। ସେ ତୀରଗୁଡ଼ିକୁ ନିକ୍ଷେପ କରି ଗୁଲିବାଣ୍ଟ ସାହାଯ୍ୟରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ୟତ ଚିହ୍ନ ଖୋଜି ବୁଲିବେ। “ଗୁଲିବାଣ୍ଟ ଯାହାକି ସେ ତା’ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା’ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ। ଇସ୍ରାଏଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଗ୍ଭର କରାଯିବ, କାରଣ ସେମାନଙ୍କର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସେମାନେ କଲେ। କିନ୍ତୁ ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ ଓ ତା’ପରେ ସେମାନେ ଧରାଯିବେ।” ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କାରଣ ତୁମ୍ଭେ ମୋତେ ତୁମ୍ଭର ମୋ’ ପ୍ରତି ଅବଜ୍ଞା ତୁମ୍ଭ କାର୍ଯ୍ୟର ପାପ ଦେଖାଇ ମୋତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମୋତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ଯିବ। ହେ ଦୁଷ୍ଟ ଇସ୍ରାଏଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ୟା କରାଯିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହୋଇଅଛି।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ଆଉ ସେପରି ରହିବ ନାହିଁ। ଯେଉଁମାନେ ଉଚ୍ଚ ସେମାନେ ନୀଚ ହେବେ ଓ ଯେଉଁମାନେ ନୀଚ ସେମାନେ ଉଚ୍ଚ ହେବେ। ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।” The Ammonites Punished ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଅମ୍ମୋନ ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି, “‘ଦେଖ, ‌‌ଖ‌ଡ଼୍‌ଗ କୋଷମୁକ୍ତ ହୋଇଅଛି। ତାହା ହତ୍ୟା ଓ ଗ୍ରାସ କରିବା ପାଇଁ ମାର୍ଜିତ ହୋଇଅଛି ଓ ବିଜୁଳି ପରି ଚକଚକ କରୁଅଛି। “‘ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ୟା ମନ୍ତ୍ର ତୁମ୍ଭକୁ ସହାୟ ହେବ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳାରେ ଖଣ୍ଡାଟିକୁ ରଖାଯିବ, ଯେଉଁମାନେ ହତ ହେବାକୁ ଅଛନ୍ତି, ସେହିମାନଙ୍କ ପାଇଁ ଦଣ୍ଡିତ ହେବାର ଦିନ ପହଞ୍ଚିଯାଇଛି। ଏବଂ ସେମାନଙ୍କର ଦୋଷର ଅବସାନ ଘଟିବ। ବାବିଲ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା “‘ହେ ବାବିଲ, ‌‌ଖ‌ଡ଼୍‌ଗକୁ ପୁନର୍ବାର କୋଷ ମଧ୍ୟକୁ ଫେରାଇ ଆଣ। ତୁମ୍ଭେ ଯେଉଁଠାରେ ସୃଷ୍ଟି ହୋଇଥିଲ ଓ ଯେଉଁଠାରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ମୁଁ ତୁମ୍ଭର ବିଗ୍ଭର କରିବି। ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ। ତୁମ୍ଭେ ଅଗ୍ନିରେ ଜାଳସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।’” ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହି ରକ୍ତପାତ ନଗରୀର ବିଗ୍ଭର କରିବ? ତେବେ ତାହାର ଘୃଣାଯୋଗ୍ୟ ସମସ୍ତ କ୍ରିୟା ଏହାକୁ ଜ୍ଞାତ କରାଅ। ଏବଂ ତୁମ୍ଭେ ଏହାକୁ କହିବ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ଯିଏ ଏହା ମଧ୍ୟରେ ରକ୍ତପାତ କରେ, ସେ ତା’ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶେଷ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ। “‘ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହୋଇଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆୟୁର ଶେଷ ଭାଗରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି। ହେ କୁଖ୍ୟାତ ଓ କଳହ ପ୍ରିୟ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ। “‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛ। ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି, “‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ଯୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀରେ ଲୋକମାନେ ଅଛନ୍ତି, ଯିଏ ନାରୀମାନଙ୍କୁ ପାଶବିକ ଅତ୍ୟାଗ୍ଭର ଏମିତକି ସେମାନଙ୍କର ଋତୁସ୍ରାବ ସମୟରେ ମଧ୍ୟ ଅତ୍ୟାଗ୍ଭର କରନ୍ତି। ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି। “‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “‘ମୁଁ ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦେବି। ମୁଁ ଯେଉଁ ଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଗ୍ଭର କରିବି, ସେଦିନ ତୁମ୍ଭର ହୃଦୟ ଓ ଶକ୍ତି ସହିପାରିବ କି? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି। ଏବଂ ମୁଁ ଅନ୍ୟାନ୍ୟ ଜାତିଗଣ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି। କିନ୍ତୁ ହେ ଯିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତରେ ନିଜ କର୍ମ ଯୋଗୁଁ ଅପବିତ୍ର ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।’” ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’” ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି। “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି। “ତା’ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି। “ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି। “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି। “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସେଠାରେ ଏକ ମାତାର କନ୍ୟା ଦୁଇ ଭଉଣୀ ଥିଲେ। ସେମାନେ କିଶୋରୀ ସମୟରେ ମିଶରରେ ବ୍ୟଭିଗ୍ଭରିଣୀ ହେଲେ। ସେ ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ମନ୍ଥନ କଲେ। ଜ୍ୟେଷ୍ଠାର ନାମ ଅହଲା ଓ ତା’ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ। “ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ପ୍ରେମ କଲା। ସେ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ଦେଶାଧ୍ୟକ୍ଷ ଓ ଶାସନ କତ୍ତୃର୍ଗଣ। ସେମାନେ ସମସ୍ତେ ସୁନ୍ଦର ଯୁବକ ଏବଂ ଅଶ୍ୱାରୋହୀ ଥିଲେ। ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗରେ ବ୍ୟଭିଗ୍ଭର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତା ଥିଲା। ସେ ତା’ର ପ୍ରତିମାଗଣ ଦ୍ୱାରା ଆପଣାକୁ ଅପବିତ୍ର କଲା। ଆଉ ସେ ମିଶରଠାରୁ ତା’ର ପ୍ରେମ ବୃତ୍ତି ତ୍ୟାଗ କରି ନ ଥିଲା। କାରଣ ଯୌବନ କାଳରୁ ମିଶର ତା’ ସହିତ ପ୍ରେମ କରିଥିଲା। ସେମାନେ ତାହାର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ଟିପିଲେ ଓ ତା’ ସହିତ ଅତିଶୟ ପ୍ରେମ କଲେ। ତେଣୁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ। ସେମାନେ ତାକୁ ଧର୍ଷଣ କଲେ, ସେମାନେ ତା’ର ପୁତ୍ରକନ୍ୟାଗଣକୁ ନେଇଗଲେ। ସେମାନେ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା। କାରଣ ଅଶୂରୀୟ ଲୋକମାନେ ତାକୁ ବେଦନାପୂର୍ଣ୍ଣ ଦଣ୍ଡ ଦେଲେ। “ଆଉ ତା’ର ଭଗିନୀ ଏସବୁ ଦେଖି ମଧ୍ୟ ବେଶ୍ୟାବୃତ୍ତିରେ ଓ ପ୍ରେମାଶକ୍ତିରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା’ର ଭଗିନୀର ବ୍ୟଭିଗ୍ଭରିତାଠାରୁ ସେ ଅଧିକ ବ୍ୟଭିଗ୍ଭରିଣୀ ହେଲା। ସେ ମଧ୍ୟ ସେହି ଅଶୂରୀୟ ଦେଶାଧ୍ୟକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ଯୁବକ ଓ ଅଶ୍ୱାରୋହୀ ଥିଲେ। ଏବଂ ମୁଁ ଅନୁତାପ କଲି ଯେ, ସେ ଦୁହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସେହି କାର୍ଯ୍ୟଗୁଡ଼ିକ କରୁଥିଲେ, ଯାହା ସେମାନଙ୍କୁ ତୁଚ୍ଛ କଲା। “ଏବଂ ଅହଲୀବା ନିଜର ବ୍ୟଭିଗ୍ଭରିତା ବଢ଼ାଇଲା। ସେ କାନ୍ଥରେ ବିଚିତ୍ର କ‌‌ଲ୍‌‌‌‌ଦୀୟ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା। ସେମାନଙ୍କ କଟିରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସେମାନେ ସମସ୍ତେ କ‌‌ଲ୍‌‌‌‌ଦୀୟ ଦେଶଜାତ ବାବିଲନୀୟମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ। ପୁଣି ଅହଲୀବା ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କ‌‌ଲ୍‌‌‌‌ଦୀୟ ଦେଶରୁ ସେମାନଙ୍କୁ ଡକାଇଲା। ତେଣୁ ବାବିଲନୀୟ ଲୋକମାନେ ତାହା ନିକଟକୁ ଆସି ପ୍ରେମ କଲେ। ସେମାନେ ବ୍ୟଭିଗ୍ଭର କ୍ରିୟାଦ୍ୱାରା ତାକୁ ଅଶୁଚି କଲେ। ସେମାନଙ୍କ ଦ୍ୱାରା ତୁଚ୍ଛ ହେବା ପରେ, ସେ ସେମାନଙ୍କ ପ୍ରତି କ୍ରୋଧିତ ହେଲେ। “ଏହିରୂପେ ସେ ନିଜର ବେଶ୍ୟାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା’ର ଭଗିନୀଠାରୁ ବିମୁଖ ହେଲା ପରି ତା’ଠାରୁ ମଧ୍ୟ ବିମୁଖ ହେଲି। ସେ ଅଧିକରୁ ଅଧିକ ତା’ର ବେଶ୍ୟାବୃତ୍ତି ବଢ଼ାଇ ଗ୍ଭଲିଲା। ଯୌବନ କାଳରେ ମିଶର ଦେଶରେ ଯେଉଁ ବେଶ୍ୟାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ୟଭିଗ୍ଭରିତା ବୃଦ୍ଧି କଲା। ଆଉ ସେ ଗର୍ଦ୍ଦଭ ପରି ଯୌନାଙ୍ଗ ବିଶିଷ୍ଟ ଓ ଅଶ୍ୱପରି ରେତ ବିଶିଷ୍ଟ ଉପପତିମାନଙ୍କଠାରେ ଆସକ୍ତା ହେଲା। “ହେ ଅହଲୀବା, ତୁମ୍ଭେ ଯୌବନ କାଳରେ ମିଶରୀୟମାନଙ୍କ ଦ୍ୱାରା ଯେପରି ତୁମ୍ଭର କୁଗ୍ଭଗ୍ରକୁ ମର୍ଦ୍ଦନ କରାଉଥିଲ, ସେହି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ। ଏଣୁ ହେ ଅହଲୀବା, ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ମୁଁ ତୁମ୍ଭ ପ୍ରେମିକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଉଠାଇବି। ସେହି ପ୍ରେମିକମାନେ ଯିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘେରି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି। ବାବିଲନୀୟମାନଙ୍କୁ ଓ ସମୁଦାୟ କ‌‌ଲ୍‌‌‌‌ଦୀୟ ଲୋକଙ୍କୁ ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବି। ସେମାନେ ସମସ୍ତେ ସୁନ୍ଦର ଯୁବକ, ଦେଶାଧ୍ୟକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ୟାତ ଲୋକ ଓ ଅଶ୍ୱାରୋହୀ। ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ। ଏବଂ ମୁଁ ତୁମ୍ଭ ବିରୁଦ୍ଧରେ ମୋର ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସେମାନ କୋପରେ ତୁମ୍ଭକୁ ଆଘାତ କରିବେ। ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ‌‌ଖ‌ଡ଼୍‌ଗରେ ତୁମ୍ଭକୁ ହତ୍ୟା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ୟ ‌‌ଖ‌ଡ଼୍‌ଗରେ ପତିତ ହେବେ। ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନିରେ ଗ୍ରାସିତ ହେବେ। ସେମାନେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନେଇଯିବେ। କିନ୍ତୁ ମୁଁ ତୁମ୍ଭକୁ ବ୍ୟଭିଗ୍ଭରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ଯ୍ୟଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସେମାନଙ୍କୁ ଆଉ ସ୍ମରଣ କରିବ ନାହିଁ।’” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ମୁଁ ତୁମ୍ଭକୁ ସମର୍ପଣ କରିବି। ଆଉ ସେମାନେ ତୁମ୍ଭକୁ ଘୃଣ୍ୟ ଭାବରେ ବ୍ୟବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦେବେ। ତଦ୍ଦ୍ୱାରା ତୁମ୍ଭର ବ୍ୟଭିଗ୍ଭର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ୟାବୃତ୍ତି ପ୍ରକାଶ ପାଇବ। ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଅନୁଗାମୀନୀ ହୋଇ ବେଶ୍ୟାବୃତ୍ତି କରିଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାଯିବ। ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା’ର ପାନପାତ୍ର ତୁମ୍ଭ ହସ୍ତରେ ଦେବି।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ନିଜ ଭଗିନୀର ପାତ୍ରରେ ପାନ କରିବ। ସେହି ପାତ୍ର ବଡ଼ ଗଭୀର ଓ ସେହି ପାତ୍ର ବହୁତ ଧାରଣ କରେ। ତୁମ୍ଭେ ଲୋକମାନଙ୍କର ହାସ୍ୟ ଓ ଉପହାସର ପାତ୍ର ହେବ। ତୁମ୍ଭେ ମତ୍ତ ହୋଇ ଶୋକରେ ଆତୁର ହେବ। ତୁମ୍ଭର ଭଗିନୀ ଶମରିୟାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ୱଂସ ଓ ବିନାଶରେ ପରିପୂର୍ଣ୍ଣ ହେବ। ତୁମ୍ଭେ ସେହି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସେହି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ଯନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି। “ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ପାଶୋରି ଦେଇଛ ଓ ମୋତେ ତୁମ୍ଭ ପଛରେ ପକାଇ ଛାଡ଼ି ଗ୍ଭଲିଯାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ୟ ଚିନ୍ତାଗୁଡ଼ିକ ଓ ବ୍ୟଭିଗ୍ଭରିତାର ପାଇଁ ଦଣ୍ଡ ସହିବ।’” ଅହଲା ଓ ଅହଲୀବା ବିରୁଦ୍ଧରେ ବିଗ୍ଭର ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଅହଲାର ଓ ଅହଲୀବାର ବିଗ୍ଭର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜଣାଅ। କାରଣ ଏହି ଯେ ସେମାନେ ବ୍ୟଭିଗ୍ଭରରେ ସିଦ୍ଧ ହସ୍ତ ଥିଲେ। ସେମାନେ ମଧ୍ୟ ରକ୍ତ ପାତ କରିବାରେ ଓ ଆପଣା ପ୍ରତିମାଗଣ ସହ ବ୍ୟଭିଗ୍ଭର କରିଛନ୍ତି। ସେମାନେ ମୋ’ଠାରୁ ଜାତ ସନ୍ତାନମାନଙ୍କୁ ସେମାନଙ୍କର ଦେବତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ। ସେମାନେ ମୋର ମନ୍ଦିରକୁ ଅଶୁଚି ଓ ମୋର ବିଶେଷ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି। ଏବଂ ଠିକ୍ ସେହି ଦିନ ସେମାନେ ପ୍ରତିମାଗଣ ଉଦ୍ଦେଶ୍ୟରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସେମାନେ ମୋର ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ। “ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭେମାନେ ଦୂତ ପଠାଇଲ। ସେମାନେ ପ୍ରେରିତ ଦୂତମାନଙ୍କ ଦ୍ୱାରା ଆସିଲେ। ସେମାନଙ୍କ ପାଇଁ ତୁମ୍ଭେ ସ୍ନାନ କଲ, ଆଖିରେ ଅଞ୍ଜନ ଦେଲ ଓ ଅଳଙ୍କାର ବିଭୂଷିତା ହେଲେ। ପୁଣି ରାଜକୀୟ ଶଯ୍ୟାରେ ବସି, ତାହା ସମ୍ମୁଖରେ ମେଜ ସଜ୍ଜାଇ ତାହା ଉପରେ ଆମ୍ଭର ଧୂପ ଓ ତୈଳ ରଖିଲ। “ଗୋଟିଏ ଶବ୍ଦ ଯିରୁଶାଲମରେ ଶୁଣା ହେଲା। ସେହି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ୟପ ଲୋକମାନେ ମରୁଭୂମିରୁ ପହଞ୍ଚିଲେ। ଏବଂ ସେମାନେ ସ୍ତ୍ରୀଲୋକଙ୍କ ହସ୍ତରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ। ତେବେ ବ୍ୟଭିଗ୍ଭର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, ‘ବର୍ତ୍ତମାନ ସେମାନେ ତା’ ସଙ୍ଗେ ବ୍ୟଭିଗ୍ଭର ପାପ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ?’ ଲୋକମାନେ ବେଶ୍ୟା ନିକଟକୁ ଆସିଲା ପରି ସେମାନେ ତା’ ନିକଟକୁ ଆସନ୍ତି। ଏହିପରି ସେମାନେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ। “କିନ୍ତୁ ଧାର୍ମିକମାନେ ବ୍ୟଭିଗ୍ଭରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଗ୍ଭରାନୁସାରେ ସେମାନଙ୍କର ବିଗ୍ଭର କରିବେ। ଏହି କାରଣ ଯୋଗୁଁ ସେମାନେ ବ୍ୟଭିଗ୍ଭରିଣୀ ଓ ନରହତ୍ୟାର ରକ୍ତ ସେମାନଙ୍କ ହସ୍ତରେ ଅଛି।” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଲୋକମାନଙ୍କୁ ଏକତ୍ରିତ କର ଏବଂ ସେହି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦେବାକୁ ଓ ପରିହାସ କରିବାକୁ ଦିଅ। ସେହି ଜନ ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ‌‌ଖ‌ଡ଼୍‌ଗରେ ସେମାନଙ୍କୁ ବଧ କରିବେ। ସେମାନେ ମଧ୍ୟ ସେମାନଙ୍କର ସନ୍ତାନମାନଙ୍କୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦ‌ଗ୍‌ଧ କରିବେ। ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ୱାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ। ଲୋକମାନେ ତୁମ୍ଭମାନଙ୍କର ବ୍ୟଭିଗ୍ଭରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବେ ଓ ତୁମ୍ଭେମାନେ ନିଜର ପ୍ରତିମାଗଣ ସମ୍ବନ୍ଧୀୟ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭେମାନେ ଜାଣିବ।” ପାତ୍ର ଓ ମାଂସ ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଆଜିର ତାରିଖ ଲେଖି ରଖ। ‘ଏହି ଦିନରେ ବାବିଲର ରାଜା ଯିରୁଶାଲମକୁ ଅବରୋଧ କରିବାକୁ ଅଗ୍ରସର ହେଲା।’ ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ନୀତିଗଳ୍ପ କୁହ। ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ହଣ୍ଡା ନିଆଁରେ ବସାଅ ଓ ତାହା ମଧ୍ୟରେ ପାଣି ଢାଳି ଦିଅ। ଉତ୍ତମ ମାଂସ ଖଣ୍ଡ ସବୁ ଯଥା: ଉରୁ ଓ ସ୍କନ୍ଧ ତହିଁ ମଧ୍ୟରେ ରଖ ଓ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର। ପଲ ମଧ୍ୟରୁ ଏକ ମେଷ ବାଛ। ହଣ୍ଡାତଳ ଜାଳେଣି ଦିଅ। ମାଂସକୁ ଉତ୍ତମରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।’ “‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଯିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସେହି ହଣ୍ଡା, ଯାହା ମଧ୍ୟରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା’ ମଧ୍ୟରୁ ଦୂର ହୋଇ ନାହିଁ। ପାତ୍ର ମଧ୍ୟରୁ ପ୍ରତ୍ୟେକ ମାଂସ ଖଣ୍ଡ ବାହାର କର। କ’ଣ ଖାଇବାକୁ ହେବ ଓ କ’ଣ ଖାଇବାକୁ ନ ହେବ ସେଥିପାଇଁ ଗୁଲିବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରିଦିଅ। କାରଣ ସେହି ରକ୍ତ ପାତ୍ର ମଧ୍ୟରେ ଅଛି। ଯିରୁଶାଲମ ଏହାକୁ ପଥର ଚଟାଣ ଉପରେ ଢାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠାରେ ଧୂଳି ଆଚ୍ଛାଦିତ ହେବ। ସେ ରକ୍ତ ପ୍ରତିଶୋଧ ନେବା ପାଇଁ ଯେପରି ଲୋକମାନଙ୍କର କ୍ରୋଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପରେ ତାହା ରଖିଅଛୁ। “‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ସେହି ରକ୍ତପୂର୍ଣ୍ଣ ନଗରୀ ସହିତ ଏହା ଖରାପ ହେବାକୁ ଯାଉଛି। ମୁଁ ନିଆଁ ପାଇଁ ପ୍ରଚୁର କାଠ ସଜାଇବି। ପାତ୍ର ତଳେ ପ୍ରଚୁର କାଠ ଗଦା କରି ଅଗ୍ନି ସଂଯୋଗ କର। ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ। ଅସ୍ଥିସବୁ ଦ‌ଗ୍‌ଧ କର। ଯେପର୍ଯ୍ୟନ୍ତ ସେମାନେ ପୋଡ଼ିଯାଇ ନାହାନ୍ତି। ଖାଲି ହଣ୍ଡାକୁ ଜ୍ୱଳନ୍ତ ଅଙ୍କାର ଉପରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହେବ ଓ ପିତ୍ତଳ ଉତ୍ତପ୍ତ ଦ‌ଗ୍‌ଧ ହେବ। ତେଣୁ ଅଶୌଚ ତରଳି ଯିବ ଓ କଳଙ୍କ ଉଭେଇଯିବ। “‘ଅତିରିକ୍ତ ‘ମଇଳା’ ଏଥିରୁ ବାହାରି ଆସିବ ନାହିଁ। କେବଳ ଅଗ୍ନି କଳଙ୍କକୁ ପୋଡ଼ିବ। “‘ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମୋର କ୍ରୋଧ ତୁମ୍ଭ ବିରୁଦ୍ଧରେ ପଠାଇବି। “‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’” ଯିହିଜିକଲଙ୍କ ସ୍ତ୍ରୀର ମୃତ୍ୟୁ ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭର ପ୍ରିୟତମା ପତ୍ନୀକୁ ହଠାତ୍ ନେଇଯିବି। ସେ ମରିଯିବ କିନ୍ତୁ ତୁମ୍ଭେ ତା’ ପାଇଁ ଶୋକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ। ଦୁଃଖରେ ଦୀର୍ଘ ନିଶ୍ୱାସ ଛାଡ଼, ମାତ୍ର ଉଚ୍ଚ ସ୍ୱରରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଅ ନାହିଁ।” ମୁଁ ପ୍ରାତଃକାଳରେ ପରମେଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ କହିଲି। ପୁଣି ସନ୍ଧ୍ୟାବେଳେ ମୋର ପତ୍ନୀ ମଲା। ପରଦିନ ପ୍ରାତଃକାଳରେ ମୁଁ ପରମେଶ୍ୱରଙ୍କ ଆଜ୍ଞାନୁସାରେ କର୍ମ କଲି। ତହୁଁ ଲୋକମାନେ ମୋତେ କହିଲେ, “ଏସବୁ ତୁମ୍ଭେ କାହିଁକି କରୁଅଛ? ଏହାର ଅର୍ଥ ଆମ୍ଭମାନଙ୍କୁ ବୁଝାଇବ କି?” ସେତେବେଳେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ ମୋତେ କହିଲେ, ଇସ୍ରାଏଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ମୁଁ ମୋର ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଗ୍ଭହଁ ଏବଂ ଯାହା ତୁମ୍ଭର ଅତି ପ୍ରିୟ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣଙ୍କୁ ପଛରେ ଛାଡ଼ି ଯାଇଅଛ, ସେମାନେ ‌‌ଖ‌ଡ଼୍‌ଗରେ ପତିତ ହେବେ। ତୁମ୍ଭେମାନେ ମଧ୍ୟ ସେହିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭେମାନେ ନିଜ ନିଜ ନିଶ ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଇବ ନାହିଁ। ଏବଂ ତୁମ୍ଭେମାନେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ, ଜୋତା ପିନ୍ଧିବ। ତୁମ୍ଭେମାନେ ତୁମ୍ଭର ଶୋକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭେମାନେ ନିଜ ନିଜ ପାପ ଯୋଗୁଁ କ୍ଷୟ ହୋଇଯିବ। ଜଣେ ଅନ୍ୟ ନିକଟରେ ନୀରବରେ ବିଳାପ କରିବ। ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ସେ ଯାହାକିଛି କଲେ ତୁମ୍ଭେମାନେ କରିବ। ଏହା ଯେତେବେଳେ ଘଟିବ, ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।’” “ହେ ମନୁଷ୍ୟ ପୁତ୍ର, ଯେଉଁ ଦିନ ମୁଁ ସେମାନଙ୍କର ବଳ, ଗୌରବ, ଆନନ୍ଦ ଓ ନୟନର ଖୁସୀ, ସେମାନେ ଭଲ ପାଉଥିବା ସ୍ଥାନ, ସେମାନଙ୍କର ସନ୍ତାନଗଣଙ୍କୁ ସେମାନଙ୍କଠାରୁ ନେଇଯିବି, ସେହି ଦିନ ସେହି ଦୁଃସମ୍ବାଦ ତୁମ୍ଭର କର୍ଣ୍ଣଗୋଚର କରାଇବା ନିମନ୍ତେ ଏକ ଉତ୍ତରାଧିକାରୀ ତୁମ୍ଭ ନିକଟକୁ ଆସିବ। *** ସେଦିନ ସେହି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସେମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।” ଅମ୍ମୋନ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଅମ୍ମୋନ ଲୋକମାନଙ୍କ ଆଡ଼େ ଗ୍ଭହଁ ଏବଂ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଏବଂ ଅମ୍ମୋନ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁ, ମୋର ପ୍ରଭୁଙ୍କର ବାକ୍ୟ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇସ୍ରାଏଲ ଦେଶ ଧ୍ୱଂସିତ ହେଲା ବେଳେ ଓ ଯିହୁଦୀୟ ଲୋକମାନେ ନିର୍ବାସିତ ହେଲେ। ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀୟ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତରେ ସମର୍ପଣ କରିବି। ଏବଂ ସେମାନେ ତୁମ୍ଭମାନଙ୍କ ମଧ୍ୟରେ ଛାଉଣି ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧ୍ୟରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁ‌ଗ୍‌ଧ ପାନ କରିବେ। “‘ଆଉ ମୁଁ ରବ୍ବାକୁ ଓଟମାନଙ୍କର ଗ୍ଭରଣଭୂମି କରିବି ଓ ଅମ୍ମୋନ ଲୋକମାନଙ୍କୁ ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବି। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇସ୍ରାଏଲ ଦେଶର ଦୁର୍ଭାଗ୍ୟ ସମୟରେ କରତାଳି ଦେଇଅଛ, ପଦାଘାତ କରିଅଛ ଏବଂ ଇସ୍ରାଏଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ। ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ୟ ରୂପେ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ପୃଥକ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦେବି। ଆଉ ମୁଁ ତୁମ୍ଭକୁ ଧ୍ୱଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’” ମୋୟାବ ଓ ସେୟୀର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୋୟାବ ଓ ସେୟୀର କହୁଅଛନ୍ତି, ‘ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଲ୍ୟ।’ ମୁଁ ମୋୟାବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମୋୟାବ ମହିମା ସ୍ୱରୂପ ଯଥା: ବୈତ୍-ଯିଶୀମୋତ୍, ବାଲ-ମିୟୋନ ନଗରଗୁଡ଼ିକୁ ନେଇଯିବି। ମୁଁ ସେହି ନଗରଗୁଡ଼ିକୁ ପୂର୍ବଦେଶୀୟ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ମୋନୀୟମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ମୋନୀୟମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାଯିବ ନାହିଁ। ତେଣୁ ମୁଁ ମୋୟାବକୁ ଦଣ୍ଡ ଦେବି। ତହୁଁ ସେମାନେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।” ଇଦୋମ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “କାରଣ ଇଦୋମ ଯିହୁଦା ଉପରେ ପ୍ରତିଶୋଧ ନେଇଛି ଏବଂ ତାହା କରି ଦୋଷୀ ହୋଇଛି।” ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଇଦୋମ ବିପକ୍ଷରେ ମୋର ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ୟରୁ ମନୁଷ୍ୟ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମ‌‌‌ନ୍‌‌‌ଠାରୁ ଦଦାନ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବି। ପୁଣି ମୁଁ ମୋର ଲୋକ ଇସ୍ରାଏଲୀୟମାନଙ୍କ ଦ୍ୱାରା ଇଦୋମ ଉପରେ ପ୍ରତିଶୋଧ ନେବି। ତେଣୁ ସେମାନେ ଇଦୋମ ଉପରେ ମୋର କ୍ରୋଧ ଓ ମୋର କୋପ ଅନୁସାରେ ପ୍ରତିଶୋଧ ନେବି। ସେତେବେଳେ ସେମାନେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷୟରେ ଜାଣିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ପଲେଷ୍ଟୀୟ ଲୋକମାନେ ପ୍ରତିଶୋଧ ନେଲେ ଏବଂ ତାହା ଈର୍ଷାପରାୟଣ ହୃଦୟରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଗ୍ଭହିଁଲେ।” ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଦେଖ, ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀୟ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ୱଂସ କରିବି। ମୋର କ୍ରୋଧଦ୍ୱାରା ସେମାନଙ୍କୁ ଦଣ୍ଡିତ କରି ମୁଁ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିଶୋଧ ନେବି ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ଉପରେ ପ୍ରତିଶୋଧ ନେଲି।” ସୋର ବିଷୟରେ ଏକ ଦୁଃସମ୍ବାଦ ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’” ତେଣୁ ମୋର ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଓ ସମୁଦ୍ର ତରଙ୍ଗ ଯେପରି କୂଳକୁ ଲଙ୍ଘନ କରେ ଆମ୍ଭେ ସେହିପରି ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀକି ଉଠାଇବା। “ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ। ମୁଁ ମଧ୍ୟ ତାହାର ଧୂଳିସବୁ ଉଡ଼େଇ ଦେବି ଓ ତାକୁ ଶୁଷ୍କ ତୈଳ କରିବି। ସୋର ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ମୋର ପ୍ରଭୁ ସଦାପ୍ରଭୁ କହନ୍ତି,” ମୁଁ ଏହା କରିଅଛି। “ଆଉ ସେ ଗୋଷ୍ଠୀମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବେ। ପୁଣି କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।” ନବୂଖ‌ଦ୍‌ନିତ୍ସରଙ୍କ ସୋର ବିରୁଦ୍ଧରେ ଯୁଦ୍ଧ ଅଭିଯାନ ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଉତ୍ତର ଦିଗରୁ ନବୂଖ‌ଦ୍‌ନିତ୍ସରଙ୍କୁ ସୋର ବିରୁଦ୍ଧରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ୱରଥ, ଅଶ୍ୱାରୋହୀ, ସମାଜ ଓ ବିପୁଳ ସୈନ୍ୟବାହିନୀ ସହ ଆସିବେ। ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣଙ୍କୁ ହତ୍ୟା କରିବ (ଛୋଟ ସହରରେ)। ସେ ତୁମ୍ଭ ବିରୁଦ୍ଧରେ ଅପରାଧ କାର୍ଯ୍ୟ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ। ଏବଂ ସେ ତୁମ୍ଭ ପ୍ରାଚୀରଗୁଡ଼ିକୁ ଭାଙ୍ଗିବା ପାଇଁ ବଡ଼ କାଠଗଣ୍ଡି ବ୍ୟବହାର କରିବ। ଓ ତାଙ୍କର ଶକ୍ତିଶାଳୀ ଅସ୍ତ୍ରଗୁଡ଼ିକ ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ। ତାହାର ବିପୁଳ ପରିମାଣର ଅଶ୍ୱ ହେତୁ ଧୂଳିରେ ତୁମ୍ଭେ ଆଚ୍ଛାଦିତ ହେବ। ଯେତେବେଳେ ସେମାନେ ତୁମ୍ଭ ନଗର ଦ୍ୱାରରେ ପ୍ରବେଶ କରିବେ, ସେତେବେଳେ ଅଶ୍ୱାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସେମାନେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହେବ। ବାବିଲର ରାଜାଙ୍କର ଅଶ୍ୱମାନେ ତୁମ୍ଭର ସମସ୍ତ ପଥଗୁଡ଼ିକ ପାଦରେ ଦଳି ଦେବେ। ସେମାନଙ୍କର ଖୁରାଗୁଡ଼ିକ ସେମାନଙ୍କ ଉପରେ ଆଘାତ କରି ଆସିବ। ସେ ତୁମ୍ଭ ଲୋକମାନଙ୍କୁ ତାଙ୍କ ‌‌ଖ‌ଡ଼୍‌ଗରେ ହତ୍ୟା କରିବେ ଓ ତୁମ୍ଭର ଶକ୍ତିଶାଳୀ ସ୍ତମ୍ଭଗୁଡ଼ିକୁ ଧୂଳିସାତ୍ ହେବ। ପୁଣି ସେମାନେ ତୁମ୍ଭର ସମ୍ପଦସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ। ଆଉ ମଧ୍ୟ ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ରମଣୀୟ ଗୃହଗୁଡ଼ିକୁ ଧ୍ୱଂସ କରିବେ। ପୁଣି ସେମାନେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନେଇ ସମୁଦ୍ର ଜଳରେ ନିକ୍ଷେପ କରିବେ। ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ଦ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ୱନି ଆଉ ଶୁଣିବାକୁ ଦେବି ନାହିଁ। ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ଶୈଳରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହେବାର ସ୍ଥାନ ହେବ। ତୁମ୍ଭର ଆଉ ପୁନଃନିର୍ମାଣ ହେବ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। ଅନ୍ୟ ଗୋଷ୍ଠୀଗଣ ସୋର ପାଇଁ ବିଳାପ କରିବେ ମୋର ପ୍ରଭୁ, ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, “ତୁମ୍ଭର ପତନର ଶବ୍ଦରେ ଭୂମଧ୍ୟସାଗରସ୍ଥ ଦ୍ୱୀପସମୂହ କମ୍ପିତ ହେବ। ଏହା ଘଟିବ ଯେତେବେଳେ ଆହତ ଲୋକମାନେ ଭୟରେ ବିଳାପ କରିବେ ଓ ସେମାନଙ୍କୁ ସଂହାର କରାଯିବ। ସେହି ସମୟରେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଗ୍ଭେଗା ତ୍ୟାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସେମାନେ ଫିଟାଇ ପକାଇବେ। ଆଉ ସେମାନେ ‘ଭୀତିମୂଳକ ବସ୍ତ୍ର’ ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସେମାନେ ଭୟଭୀତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ। ଏବଂ ସେମାନେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ବୋଧନ କରିବେ, “‘ହେ ପ୍ରସିଦ୍ଧ ନଗରୀ ସୋର, ତୁମ୍ଭେ ସମୁଦ୍ରକୂଳ ଲୋକମାନଙ୍କର ବାସସ୍ଥାନ। ତୁମ୍ଭେ ସମୁଦ୍ରର ମହାଶକ୍ତି ଥିଲ। ତୁମ୍ଭେ ଓ ତୁମ୍ଭର ନାଗରିକଗଣ ଏଠାରେ ବାସ କରୁଥିବା ସମସ୍ତଙ୍କୁ ଭୟଭୀତ କଲ। ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ୱୀପଗୁଡ଼ିକ କମ୍ପିତ ହେବେ। ଏବଂ ତୁମ୍ଭର ନିର୍ବାସିତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ୱୀପପୁଞ୍ଜ ଆନନ୍ଦରେ ବିହ୍ୱଳ କରେ।’” କାରଣ ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ହେ ସୋର, ତୁମ୍ଭେ ନିବାସହୀନ ଧ୍ୱସ୍ତ ନଗର ହେବ। ଆମ୍ଭେ ସମୁଦ୍ର ଜଳରାଶି ତୁମ୍ଭ ଉପରେ ପ୍ରବାହିତ କରାଇବା ଓ ଗଭୀର ଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ। ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ୟକୁ ପଠାଇବି। ତୁମ୍ଭେ ମୃତ୍ୟୁର ଭାଗୀଦାର ହେବ। ପୃଥିବୀର ନିମ୍ନଭାଗରେ ଥିବା ବୃଦ୍ଧଙ୍କ ପରି ଶୂନ୍ୟ ସହରଗୁଡ଼ିକର ଲୋକମାନଙ୍କ ମଧ୍ୟରେ ଯିଏ କବର ତଳକୁ ଯାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କେହି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କେବେ ଫେରିବ ନାହିଁ। ତୁମ୍ଭ ଅବସ୍ଥା ଦେଖି ଅନ୍ୟମାନେ ଭୟଭୀତ ହେବେ। ତୁମ୍ଭର ବିନାଶ ଘଟିବ। ତୁମ୍ଭକୁ ଅନ୍ୱେଷଣ କଲେ ମଧ୍ୟ ସେମାନେ ତୁମ୍ଭକୁ ପାଇବେ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ସୋର, ସମୁଦ୍ରର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସୋର ପାଇଁ ବିଳାପ କର। “ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ୟ କରୁଥିବା, ‘ସମୁଦ୍ରର ଦ୍ୱାର’ ସୋରକୁ କୁହ: “ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ। ଭୂମଧ୍ୟସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ। ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଛନ୍ତି। ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି। ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋ‌ନ୍‌ରୁ ଏରସ କାଷ୍ଠ ଦେଇଛନ୍ତି। ବାସନର ଅଲୋନ କାଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଠରେ ଖଚିତ ହାତୀଦାନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି। ତୁମ୍ଭର ଧ୍ୱଜା ହେବା ପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା। ପୁଣି ତୁମ୍ଭର ଗ୍ଭନ୍ଦୁଆ ଇଲୀଶା ଦ୍ୱୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା। ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ। ଗବାଲର ପ୍ରାଚୀନବର୍ଗ ମୁଖ୍ୟ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନେଇ ଅନ୍ୟମାନଙ୍କୁ ସାହାଯ୍ୟ କଲେ। ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ତୁମ୍ଭ ସହିତ ବାଣିଜ୍ୟ କରିବା ପାଇଁ ଆସିଲେ।’ “‘ପାରସ୍ୟ, ଲୁଦ ଓ ପୂଟ ଦେଶୀୟ ଲୋକମାନେ ତୁମ୍ଭ ସୈନ୍ୟବାହିନୀର ଯୋଦ୍ଧା ଥିଲେ। ସେମାନେ ତୁମ୍ଭ ମଧ୍ୟରେ ସେମାନଙ୍କର ଢାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସେମାନେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ। ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସେନା ସଙ୍ଗରେ ଥିଲେ, କେଉଁମାନେ ଗ୍ଭରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ। ସେମାନେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପରେ ନିଜ ନିଜ ଢାଲ ଟଙ୍ଗାଇଲେ ଏବଂ ସେମାନେ ତୁମ୍ଭ ସୌନ୍ଦର୍ଯ୍ୟ ସିଦ୍ଧ କଲେ। “‘ତର୍ଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ଗ୍ରୀକ୍, ତୁର୍କ ଓ ମେଷକର ଲୋକମାନେ ବ୍ୟବସାୟୀ ଥିଲେ। ସେମାନେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳରେ ବ୍ୟବସାୟ କଲେ। ତୋଗର୍ମ ବଂଶୀୟ ଲୋକମାନେ ଅସ୍ତ୍ର, ଯୁଦ୍ଧାସ୍ତ୍ର ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ଦଦାନର ଲୋକମାନେ ମଧ୍ୟ ତୁମ୍ଭର ବ୍ୟବସାୟୀ ଥିଲେ। ତୁମ୍ଭର ଅନେକ ଦ୍ୱୀପ ସହ ବାଣିଜ୍ୟ ଥିଲା। ସେମାନେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ବଦଳରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ। ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ୟର ପ୍ରସିଦ୍ଧି ହେତୁ ଆରାମ୍ ତୁମ୍ଭର ବଣିକ ଥିଲା। ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। “‘ଯିହୁଦା ଓ ଇସ୍ରାଏଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁ‌ଗ୍‌ଗୁଲ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ଦମ୍ମେଶକ ଜଣେ ଗ୍ରାହକ ମଧ୍ୟ ଥିଲେ। ସେମାନେ ତୁମ୍ଭର ବହୁ ପ୍ରକାରର ମୂଲ୍ୟବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ୟ କଲେ। ସେମାନେ ହି‌‌ଲ୍‌‌‌‌ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ବଦଳରେ ତୁମ୍ଭ ସହିତ ବାଣିଜ୍ୟ କଲେ। ବଦାନ ଓ ଯବନ ଲୋମ ନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ୟ ଓ ଆଖୁ ଥିଲା। ଦଦାନ ତୁମ୍ଭକୁ ଭଲ ବ୍ୟବସାୟ ଦେଲା। ସେମାନେ ତୁମ୍ଭ ସହିତ ଘୋଡ଼ାଗୁଡ଼ିକ ଆରୋହଣ କରିବା ପାଇଁ ମୋଟା ସୂତାର ବସ୍ତ୍ର ବାଣିଜ୍ୟ କଲେ। ଆରବ ଓ କେଦରର ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମେଷଶାବକ, ମେଷ ଓ ଛାଗ ବଦଳରେ ତୁମ୍ଭର ଦ୍ରବ୍ୟ ନେଇ ବାଣିଜ୍ୟ କରୁଥିଲେ। ଶିବାର ଓ ରୟମାର ବଣିକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ସେମାନଙ୍କର ଶ୍ରେଷ୍ଠ ଅତର ଓ ମୂଲ୍ୟବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳରେ ବାଣିଜ୍ୟ କଲେ। ହାରଣ, କନ୍ନୀ, ଏଦନ୍, ଶିବାର, ଅଶୂର ଓ କିଲ୍ମଦର ବ୍ୟବସାୟୀମାନେ ତୁମ୍ଭ ସହିତ ବାଣିଜ୍ୟ କଲେ। ସେମାନଙ୍କ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ନାନା ଉତ୍କୃଷ୍ଟ ଦ୍ରବ୍ୟ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀୟ ବସ୍ତ୍ର ବହୁମୂଲ୍ୟବାନ୍ ବସ୍ତ୍ର ଓ ରଜ୍ଜୁରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ। ତର୍ଶୀଶରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହନ କରୁଥିଲେ। “‘ହେ ସୋର, ତୁମ୍ଭେ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ଶକ୍ତିଶାଳୀ ଥିଲ। ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣି ଅଛନ୍ତି। ମାତ୍ର ପୂର୍ବୀୟ ବାୟୁ ସମୁଦ୍ର ମଧ୍ୟରେ ତୁମ୍ଭକୁ ଭାଙ୍ଗି ପକାଇଛି। ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ, ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନରେ ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ। “‘ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ସୁଦୂର ଉପନଗର ସମୂହ କମ୍ପିତ ହେବେ। ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳରେ ଠିଆ ହେବେ। ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଅତିଶୟ ଦୁଃଖିତ ହୋଇ କ୍ରନ୍ଦନ କରିବେ। ପୁଣି ସେମାନେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶେ ପ୍ରାଣ ବିକଳରେ ରୋଦନ କରି ଅତିଶୟ ବିଳାପ କରିବେ। “‘ସେମାନେ ସେହି ମହାଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହିବେ, “‘ସୋର ପରି କେହି ନାହିଁ, ସୋର ସମୁଦ୍ର ମଧ୍ୟରେ ବିନଷ୍ଟ ହେଲା।” ତୁମ୍ଭର ବଣିକମାନେ ସମୁଦ୍ର ଦେଇ ଗଲେ, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ। ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳରେ ଭଗ୍ନ ହେବା ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ। ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷୟରେ ଆଚମ୍ବିତ ହୋଇଅଛନ୍ତି ଏବଂ ସେମାନଙ୍କର ରାଜାମାନେ ଭୟଭୀତ ହୋଇଥିଲେ ଓ ସେମାନଙ୍କର ମୁଖମଣ୍ଡଳ ସେମାନଙ୍କର ଆଚମ୍ବିତ ପ୍ରକାଶ କଲା। ଅନ୍ୟ ଗୋଷ୍ଠୀୟ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ୟ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭେମାନେ ଆଉ ରହିବ ନାହିଁ।’” ସୋର ନିଜକୁ ପରମେଶ୍ୱର ମନେ କଲା ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ପରମେଶ୍ୱରଙ୍କ ଆସନରେ ବସିଅଛି;” “‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ, ତୁମ୍ଭେ ମନୁଷ୍ୟ ମାତ୍ର। ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ, ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ। ତୁମ୍ଭେ ଆପଣା ଜ୍ଞାନଦ୍ୱାରା ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ। ତୁମ୍ଭେ ଆପଣା ମହାଜ୍ଞାନ ଦ୍ୱାରା ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାଶେ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି। “‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ। ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି। ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା, ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ। ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ। ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ। ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ “ମୁଁ ପରମେଶ୍ୱର” ବୋଲି କହିବ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ। ତୁମ୍ଭମାନଙ୍କୁ ବିଦେଶୀୟମାନଙ୍କ ଦ୍ୱାରା ହତ୍ୟା କରାଯିବ ଏବଂ ତୁମ୍ଭେମାନେ ଆଗନ୍ତୁକ ପରି ମୃତ୍ୟୁବରଣ କରିବ। ଏହା ମୋର ଆଦେଶ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋରରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି; “‘ତୁମ୍ଭେ ଜଣେ ଆଦର୍ଶ ପୁରୁଷ ଥିଲ ଓ ତୁମ୍ଭେ ଜ୍ଞାନରେ ପରିପୂର୍ଣ୍ଣ ଥିଲ ଏବଂ ତୁମ୍ଭେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଲାଭ କଲ। ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ଯ୍ୟମଣି, ଗୋମେଦକମଣି, ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣରେ ଖଚିତ ହୋଇଥିଲ। ତୁମ୍ଭେ ସୃଷ୍ଟି ହେବା ଦିନରୁ ସମସ୍ତ ସୌନ୍ଦର୍ଯ୍ୟ ଶିଳ୍ପ ଗ୍ଭତୁରୀରେ ପରିପୂର୍ଣ୍ଣ ଥିଲ। ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ; ପୁଣି ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ସ୍ଥାପନ କଲୁ। ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରେ ଗମନାଗମନ କଲ। ଯେତେବେଳେ ତୁମ୍ଭେମାନେ ସୃଷ୍ଟି ହେଲେ, ତୁମ୍ଭେମାନେ ନିର୍ଦ୍ଦୋଷ ଥିଲ। କିନ୍ତୁ ପରେ ତୁମ୍ଭେମାନେ ଦୁଷ୍ଟ ହୋଇଗଲ। ତୁମ୍ଭେ ବାଣିଜ୍ୟ କରି ବହୁ ଧନ ସମ୍ପଦ ଆଣିଥିଲ। ମାତ୍ର ସେହି ଧନସମ୍ପଦ ଯୋଗୁଁ ତୁମ୍ଭର ଅଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା। ଆଉ ତୁମ୍ଭେ ପାପ କଲ। ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ୟ ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛି। ଆଉ ମନୋନୀତ କିରୂବଦୂତ, ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି। ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ। ତୁମ୍ଭେ ନିଜର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ। ଏଣୁ ମୁଁ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କଲି ଓ ତାହା ତୁମ୍ଭକୁ ଗ୍ରାସ କଲା। ପୁଣି ମୁଁ ସମସ୍ତଙ୍କୁ ଦେଖାଇବା ପାଇଁ ତୁମ୍ଭକୁ ଧୂଳିରେ ପରିଣତ କରିଛି। “‘ସେହିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ, ସେମାନେ ତୁମ୍ଭଠାରୁ ଆତଙ୍କିତ ହେବେ। ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ ଏବଂ ତୁମ୍ଭେ କେବେ ପୂର୍ବବସ୍ଥାକୁ ଫେରିବ ନାହିଁ।’” ସୀଦୋନ ବିରୁଦ୍ଧରେ ବାର୍ତ୍ତା ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି। ଆଉ ମୁଁ ନଗରକୁ ଦଣ୍ଡିତ ଓ ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। ପୁଣି ମୁଁ ନଗର ମଧ୍ୟକୁ ମହାମାରୀ ଓ ମୃତ୍ୟୁ ପଠାଇବି, ଫଳରେ ବହୁ ଲୋକ ନଗର ମଧ୍ୟରେ ମରିବେ। ନଗରର ପ୍ରାଚୀର ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବହୁ ଲୋକ ମୃତ୍ୟୁବରଣ କରିବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ଲୋକମାନେ ଜାଣିବେ। ଦେଶୀୟମାନେ ଇସ୍ରାଏଲକୁ ଉପହାସ କରିବାରୁ ବିରତ ହେବେ “‘ଏବଂ ଇସ୍ରାଏଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ୱାରା ବେଷ୍ଟିତ ହେବ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆ କଣ୍ଟାବୁଦା ତୁଲ୍ୟ। ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କର ପ୍ରଭୁ ଅଟେ।’” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ। ସେମାନେ ତାହା ମଧ୍ୟରେ ନିରାପଦରେ ବାସ କରିବେ। ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା’ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସେମାନଙ୍କୁ ତିରସ୍କାର କଲେ, ତା’ପରେ ସେମାନେ ନିରାପଦରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସେମାନଙ୍କର ପରମେଶ୍ୱର ଅଟେ ଏହା ସେମାନେ ଜାଣିବେ।” ମିଶର ବିପକ୍ଷରେ ବାର୍ତ୍ତା ଦଶମ ବର୍ଷର ଦଶମ ମାସର ଦ୍ୱାଦଶ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧରେ ଓ ସମୁଦାୟ ମିଶର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ। ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ। ତୁମ୍ଭେ କହିଅଛ, “ଏ ନଦୀ ମୋର, ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।” “‘ମାତ୍ର ମୁଁ ତୁମ୍ଭ ମାଢ଼ିରେ ଅଙ୍କୁଶ ଦେବି ଓ ତୁମ୍ଭ ସ୍ରୋତ ସମୂହର ମତ୍ସ୍ୟ ସକଳକୁ ତୁମ୍ଭ ଦେହର କାତିରେ ଲଗାଇବି। ଆଉ ସେହି ସ୍ରୋତ ସମୂହ ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ସମସ୍ତ ମତ୍ସ୍ୟଙ୍କୁ ବାହାର କରି ଉପରକୁ ଆଣିବା। ତୁମ୍ଭକୁ ଓ ସମସ୍ତ ମତ୍ସ୍ୟଙ୍କୁ ପ୍ରାନ୍ତରରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ିରହିବ। ତୁମ୍ଭକୁ କେହି ସଂଗ୍ରହ କରିବେ ନାହିଁ ଓ କବର ଦେବେ ନାହିଁ। ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖେଚରମାନଙ୍କର ଖାଦ୍ୟ ହେବ। *** ତେଣୁ ମୁଁ ଯେ ସଦାପ୍ରଭୁ ଅଟେ ଏହା ମିଶର ନିବାସୀ ସମସ୍ତେ ଜାଣିବେ। “‘କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ଏକ ନାଳର ଆଶାବାଡ଼ି ହୋଇଅଛନ୍ତି। ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ। ଆଉ ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।’” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ ମୁଁ ତୁମ୍ଭ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବି ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ତଥା ପଶୁମାନଙ୍କୁ ବିନାଶ କରିବି। ପୁଣି ମିଶର ଧ୍ୱଂସପ୍ରାପ୍ତ ହୋଇ ଶୂନ୍ୟସ୍ଥାନ ହେବ। ତାହାହେଲେ ସେମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଅଟେ।” ସେ ପୁଣି କହିଲେ, “ଏହା କାହିଁକି ଘଟିବ? କାରଣ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’ ତେଣୁ ମୁଁ (ପରମେଶ୍ୱର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ସମଗ୍ର ମିଶର ଦେଶକୁ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବି। କୌଣସି ମନୁଷ୍ୟ କିମ୍ବା ପଶୁ ତୁମ୍ଭ ଦେଶ ମଧ୍ୟରେ ଯାତାୟାତ କରିବେ ନାହିଁ। ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମିଶର ଅପ୍ରତିଷ୍ଠିତ ହୋଇ ରହିବ। ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମୁଁ ମିଶରକୁ ଅନ୍ୟାନ୍ୟ ଜନଶୂନ୍ୟ ଦେଶମାନଙ୍କ ମଧ୍ୟରେ ଏକ ଜନଶୂନ୍ୟ ରାଷ୍ଟ୍ର କରି ଦେବି ଏବଂ ଏହାର ନଗରଗୁଡ଼ିକରେ ଅନ୍ୟାନ୍ୟ ଭଗ୍ନ ନଗର ପରି ଭଗ୍ନାବଶେଷ ରହିଯିବ। ମୁଁ ମିଶରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “କିନ୍ତୁ ଗ୍ଭଳିଶ୍ ବର୍ଷ ପରେ, ମୁଁ ମିଶରୀୟମାନଙ୍କୁ ସମସ୍ତ ଦେଶରୁ ଏକତ୍ରିତ କରିବି, ଯେଉଁ ଦେଶଗୁଡ଼ିକରେ ସେମାନେ ଛିନ୍ନଛତ୍ର ହୋଇଥିଲେ। ଏବଂ ମୁଁ ମିଶରୀୟମାନଙ୍କୁ ଫେରାଇ ଆଣିବି, ମୁଁ ସେମାନଙ୍କୁ ସେମାନଙ୍କର ଜନ୍ମଭୂମି ପାଥ୍ରୋଷକୁ ଫେରାଇ ଆଣିବି। ଏବଂ ସେଠାରେ ସେମାନେ ଗୋଟିଏ ଅପ୍ରଧାନ ରାଜ୍ୟ ହୋଇ ରହିବେ। ଏହା ସବୁଠାରୁ ନୀଚ ରାଷ୍ଟ୍ର ହେବ ଏବଂ ଏହା ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ଉଠିପାରିବ ନାହିଁ। ମୁଁ ଏହାକୁ ଏତେ ଦୁର୍ବଳ କରି ଦେବି ଯେ, ସେମାନେ କେବେ ପୁଣି ଅନ୍ୟ ରାଷ୍ଟ୍ର ଉପରେ ଶାସନ କରି ପାରିବେ ନାହିଁ। ପୁଣି କେବେହେଲେ ଇସ୍ରାଏଲ ମିଶର ଉପରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସେମାନଙ୍କର ଦୋଷ ମନେ ପକାଇ ଦେବ, ଯେତେବେଳେ ସେମାନେ ସେମାନଙ୍କର ସାହାଯ୍ୟ ପାଇଁ ମିଶର ଆଡ଼କୁ ବୁଲିବେ, ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।” ବାବିଲ ମିଶର ପାଇବ ଅନନ୍ତର ସତାଇଶ୍ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଅତିଶୟ ପରିଶ୍ରମ କରାଇଅଛି। ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା’ର ସୈନ୍ୟସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ମିଶର ଦେଶ ଦେବି। ସେ ତା’ର ଲୋକମାନଙ୍କୁ ଓ ତାହାର ମୂଲ୍ୟବାନ ଦ୍ରବ୍ୟସବୁ ଲୁଟି ନେଇଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ୟସାମନ୍ତଙ୍କ ବେତନ ନେବ। ଆମ୍ଭେ ତାହାର ପରିଶ୍ରମ ସକାଶେ ପୁରସ୍କାର ସ୍ୱରୂପ ତାକୁ ମିଶର ଦେଶ ଦେଇଅଛୁ। କାରଣ ସେମାନେ ଆମ୍ଭ ପାଇଁ କାମ କଲେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ସେଦିନ ମୁଁ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବି। ତା’ପରେ ମୁଁ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବି। ତେଣୁ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।” ବାବିଲର ସୈନ୍ୟବାହିନୀ ମିଶର ଅଧିକାର କରିବେ ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭେମାନେ ବିଳାପ କରି କୁହ, “ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।” କାରଣ ସେଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେଦିନ ମେଘାଚ୍ଛନ୍ନ ଦିନ। ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହେବ। ଏବଂ ମିଶର ବିରୁଦ୍ଧରେ ଏକ ‌‌ଖ‌ଡ଼୍‌ଗ ଆସିବ। ଏବଂ ମିଶର ଦେଶରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟରେ ଥରିବ। ଏବଂ ଶତ୍ରୁ ତାହାର ଧନସମ୍ପତ୍ତିସବୁ ନେଇଯିବେ ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦେବେ। “‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ ‌‌ଖ‌ଡ଼୍‌ଗରେ ବିନାଶ ହେବେ। “‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି, ମିଶରର ସମର୍ଥକମାନେ ପତିତ ହେବେ ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହେବ। ସିବେନୀ ଦୁର୍ଗଠାରୁ ଆଶ୍ୱାନ ପର୍ଯ୍ୟନ୍ତ ସମସ୍ତ ଲୋକ ‌‌ଖ‌ଡ଼୍‌ଗରେ ପତିତ ହେବେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। ପୁଣି ସେମାନେ ଅନ୍ୟ ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ମଧ୍ୟରେ ଧ୍ୱଂସ ହେବେ। ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧ୍ୟରେ ଥିବ। ମୁଁ ମିଶରରେ ଅଗ୍ନି ସଂଯୋଗ କରିବି। ଫଳରେ ତାହାର ସହାୟକମାନେ ବିନଷ୍ଟ ହେବେ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। “‘ସେଦିନ ଆମ୍ଭେ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ୱାରା ଦୂତମାନଙ୍କୁ ପଠେଇବା। ଯେତେବେଳେ ମିଶରରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀୟକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତରେ ଘଟିବ।’” ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହିଛନ୍ତି, “ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କର ହସ୍ତରେ ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି। ନବୂଖ‌ଦ୍‌ନିତ୍ସର ଓ ତା’ର ଲୋକମାନେ ଦେଶଗୁଡ଼ିକ ମଧ୍ୟରେ ଅତି ଭୟଙ୍କର। ତାହାର ନିର୍ଦ୍ଦୟଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାଯିବ। ଏବଂ ସେମାନେ ମିଶରର ବିରୁଦ୍ଧରେ ନିଜ ନିଜ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବେ। ସେମାନେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ। ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି। ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରୟ କରିବି। ମୁଁ ବିଦେଶୀମାନଙ୍କ ଦ୍ୱାରା ଦେଶ ତଥା ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।” ମିଶରର ପ୍ରତିମାଗୁଡ଼ିକ ଧ୍ୱଂସପ୍ରାପ୍ତ ହେବେ ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି, “ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି। ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି ଓ ସୋୟନରେ ଅଗ୍ନି ଲଗାଇବି। ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି। ତା’ପରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ବୃଷ୍ଟି କରିବି ଓ ମୁଁ ନୋ-ନଗରର ଲୋକମାନଙ୍କୁ ବିନାଶ କରିବି। ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି। ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ। ଆବେନ ଓ ପୀବେଶତର ଯୁବାମାନେ ‌‌ଖ‌ଡ଼୍‌ଗରେ ନିପାତିତ ହେବେ। ଆଉ ନଗରର ସ୍ତ୍ରୀଲୋକମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ। ଆମ୍ଭେ ଯେତେବେଳେ ତଫ‌ନ୍‌ହେଷରେ ମିଶରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ତାହା ତଫ‌ନ୍‌ହେଷର ଅନ୍ଧକାର ଦିନ ଥିଲା। ଏହା ମେଘ ଦ୍ୱାରା ଆଚ୍ଛାଦିତ ହେବ ଓ ଏହାର କନ୍ୟାମାନେ ମଧ୍ୟ ବନ୍ଦୀରୂପେ ନୀତ ହେବେ। ଏହିରୂପେ ମୁଁ ମିଶରରେ ଦଣ୍ଡାଜ୍ଞା ସଫଳ କରିବି। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।” ମିଶର ଚିରଦିନ ପାଇଁ ଦୁର୍ବଳ ହେବ ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା’ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ‌‌ଖ‌ଡ଼୍‌ଗ ଧାରଣ କରିବାକୁ ସବଳ ହେବ ନାହିଁ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା’ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ‌‌ଖ‌ଡ଼୍‌ଗ ଖସାଇ ଦେବି। ଏବଂ ମୁଁ ମିଶରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବି। ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ‌‌ଖ‌ଡ଼୍‌ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ। ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବି। “ମୁଁ ଯେତେବେଳେ ବାବିଲ ରାଜା ହସ୍ତରେ ‌‌ଖ‌ଡ଼୍‌ଗ ଦେବି ଓ ଯେତେବେଳେ ସେ ଏହାକୁ ମିଶର ଭୂମିର ବିରୁଦ୍ଧରେ ଉଠାଇବ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। ଏବଂ ମୁଁ ମିଶରୀୟମାନଙ୍କୁ ନାନା ଜାତିଗଣ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।” ଅଶୂର ଏକ ଏରସ ବୃକ୍ଷ ତୁଲ୍ୟ ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନ୍‌ର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ, “‘ତୁମ୍ଭେ ମହାନ, ତୁମ୍ଭେ ଆପଣା ମହତ୍ତ୍ୱରେ ତାହାର ତୁଲ୍ୟ? ଅଶୂରକୁ ଦେଖ! ସେ ଲିବାନୋ‌ନ୍‌ର ଏରସ ବୃକ୍ଷସ୍ୱରୂପ ଅଟେ। ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧ୍ୟରେ ଥିଲା। ଅମାପ ଜଳ ତାହାକୁ ପୁଷ୍ଟ କଲା। ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା ଓ ତାହାର ସ୍ରୋତ ସମୂହ ବୃକ୍ଷରୋପଣ ସ୍ଥାନର ଚତୁର୍ଦ୍ଦିଗରେ ପ୍ରବାହିତ ହେଲା। ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା। ତାହାର ଡାଳଗୁଡ଼ିକ ବହୁସଂଖ୍ୟାରେ ବଢ଼ିବାକୁ ଲାଗିଲା। ଆଉ ଅମାପ ଜଳ ହେତୁ ତାହାର ଶାଖାସବୁ ପ୍ରସାରିତ ହୋଇ ବଢ଼ିଗଲା। ଆକାଶର ପକ୍ଷୀସକଳ ତାହାର ଡାଳରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାୟା ତଳେ ବହୁତ ଜାତିଗଣ ବାସ କଲେ। ଏହିରୂପେ ସେ ନିଜର ମହତ୍ତ୍ୱରେ ତାହାର ଶାଖାଗୁଡ଼ିକର ଦୀର୍ଘତା ଯୋଗୁଁ ମନୋହର ହେଲା, କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା। ଏପରିକି ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦେବଦାରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସେହିଭଳି ଶାଖା ଯୁକ୍ତ ନ ଥିଲା। ଆଉ ପରମେଶ୍ୱରଙ୍କ ଉଦ୍ୟାନରେ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହାପରି ନ ଥିଲେ। ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି ତାକୁ ରମଣୀୟ କଲି। ଏଣୁ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ସକଳବୃକ୍ଷ ତାହାକୁ ଈର୍ଷା କଲେ।’” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେହି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡାଳସବୁର ଶିଖର ଦେଶ ଉଚ୍ଚତାରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା। ଏଥିପାଇଁ ମୁଁ ତାହାକୁ ବଳବାନ୍ ଶାସକର ହସ୍ତରେ ଦେଇଅଛି। ଯାହା ଫଳରେ ସେ ଏହାକୁ ତା’ର ଦୁଷ୍ଟାମି ଅନୁଯାୟୀ ବ୍ୟବହାର କରିବ। ମୁଁ ଏହାକୁ ଖାରଜ କରିଛି। ପୁଣି ଜାତିମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଛନ୍ତି। ପର୍ବତମାନଙ୍କ ଉପରେ ଓ ସମସ୍ତ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଛି। ତେଣୁ ପୃଥିବୀସ୍ଥ ଯାବତୀୟ ଜାତି ତାହାର ଛାୟା ତଳୁ ଗ୍ଭଲିଯାଇଛନ୍ତି ଓ ତାକୁ ପରିତ୍ୟାଗ କରିଛନ୍ତି। ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ଯାଇଥିବା ଶାଖା ଉପରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧ୍ୟରେ ରହିବେ। “ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହେବ ନାହିଁ ଓ ସେମାନେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସେଚିତ ବୃକ୍ଷସବୁ କିପରି ସେମାନେ ଡେଙ୍ଗା ହେବେ, ଏ ବିଷୟରେ ଅହଂକାର କରିବେ ନାହିଁ। କାରଣ ସେମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁ ଅବଶ୍ୟମ୍ଭାବିତ ଅଟେ, ପୃଥିବୀ ତଳକୁ ଯିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସେମାନେ ଅନ୍ୟମାନଙ୍କୁ ଯୋଗ ଦେବେ, ଯିଏ ପୂର୍ବରୁ ଗର୍ତ୍ତ ଭିତରକୁ ଯାଇଥିଲେ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ସେ ମୃତ୍ୟୁସ୍ଥାନକୁ ଗଲେ, ମୁଁ ସେହି ଦିନ ଶୋକ କଲି। ମୁଁ ତାହାକୁ ଅଗାଧ ଜଳଧିରେ ଆଚ୍ଛାଦନ କଲି ଓ ତହିଁର ସ୍ରୋତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବାନୋନକୁ ଶୋକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖରେ ମ୍ଳାନ ହେଲେ। ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦେଲା ବେଳେ, ତାହାର ପତନ ଶବରେ ଗୋଷ୍ଠୀୟମାନେ କମ୍ପିତ ହେଲେ। ପୁଣି ପୃଥିବୀରେ ଥିବା ଏଦନର ସମସ୍ତ ଜଳ ସେଚିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋ‌ନ୍‌ର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀରେ ସାନ୍ତ୍ୱନା ଦିଆଗଲା। ଅନ୍ୟ ଦେଶମାନଙ୍କରୁ ଏହାର ମିତ୍ରଗଣ ଯେଉଁମାନେ ଏହାର ଛାଇରେ ବାସ କରୁଥିଲେ, ସେମାନେ ଏହା ସହିତ ସିୟୋନ ତଳକୁ ଗଲେ। ଯେଉଁମାନେ ‌‌ଖ‌ଡ଼୍‌ଗରେ ହତ ହୋଇଥିଲେ ତାଙ୍କ ସହିତ ମିଳିତ ହେଲେ। “ମିଶର, ଯିଏ କି ମହାନତାରେ ଗୌରବରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି? ଏହା ବ୍ୟତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାଯିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ‌‌ଖ‌ଡ଼୍‌ଗହତ ଲୋକମାନଙ୍କ ସହିତ ଶୟନ କରିବ। “ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ।” ସଦାପ୍ରଭୁ, ମୋର ପ୍ରଭୁ ତାହା କରିଛନ୍ତି। ଫାରୋ ଜଣେ ଯୁବା ସିଂହ କି ରାକ୍ଷସ? ଅନନ୍ତର ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, “‘ତୁମ୍ଭେ ଗୋଟିଏ ଯୁବା ସିଂହ ତୁଲ୍ୟ, ତୁମ୍ଭେ ଗୋଟିଏ ସମୁଦ୍ର ରାକ୍ଷସ ପରି। ତୁମ୍ଭେ ନଦୀ ସମୂହର ଜଳକୁ ଅତିକ୍ରମ କରି ଓ ଆପଣା ପାଦରେ ଜଳ ଚହଲାଇ ତାକୁ ଗୋଳିଆ କର।’” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି। ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ। ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣିବି ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ। ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ। ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପରେ ପକାଇବି ଓ ତୁମ୍ଭର ମୃତ ଶବରେ ଉପତ୍ୟକାସବୁ ପୂର୍ଣ୍ଣ କରିବି। ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପରେ ଢାଳ। ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହେବ। ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ। ଯେତେବେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ୱାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମୟ କରିବି। ଆଉ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦେବି ନାହିଁ। ଆକାଶର ସମସ୍ତ ଉଜ୍ଜ୍ୱଳ ଜ୍ୟୋତିଃକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପରେ ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ଆଣିବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି। “ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟକୁ ବ୍ୟସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ୟ ତୁମ୍ଭ ପାଇଁ ବିବ୍ରତ ହେବେ। ଏବଂ ମୁଁ ଅନେକ ଗୋଷ୍ଠୀକୁ ତୁମ୍ଭ ବିଷୟରେ ଚମତ୍କୃତ କରାଇବି ଏବଂ ସେମାନଙ୍କ ରାଜାମାନଙ୍କ ସମ୍ମୁଖରେ ମୋର ‌‌ଖ‌ଡ଼୍‌ଗ ଗ୍ଭଳନା କଲାବେଳେ ସେମାନେ ଅତିଶୟ ଭୀତ ହେବେ। ଯେତେବେଳେ ମୁଁ ତୁମ୍ଭର ପତନ ଆଣିବି, ସେମାନେ ପ୍ରତ୍ୟେକ ନିଜ ନିଜ ଜୀବନ ବିଷୟରେ ଭୟଭୀତ ହେବେ।” କାରଣ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ବାବିଲ ରାଜାର ‌‌ଖ‌ଡ଼୍‌ଗ ତୁମ୍ଭକୁ ଆକ୍ରମଣ କରିବ। ମୁଁ ସେହି ବୀରମାନଙ୍କ ‌‌ଖ‌ଡ଼୍‌ଗରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସେହି ବୀରଗଣ ଜାତିମାନଙ୍କ ମଧ୍ୟରେ ଅତି ଭୟଙ୍କର ଅଟନ୍ତି। ଏବଂ ସେମାନେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହେବେ। ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହାହେଲେ ମନୁଷ୍ୟମାନେ ପାଣିକୁ ପାଦରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରାରେ ତାହା ଚହଲି ଗୋଳିଆ ହେବ ନାହିଁ। ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତେଲ ପରି ଧିରେ ବହିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି। “ମୁଁ ମିଶର ଦେଶକୁ ଧ୍ୱଂସ କରି ଶୂନ୍ୟସ୍ଥାନରେ ପରିଣତ କରିବି। ଯେଉଁଥିରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହାହେଲେ ମୁଁ ଯେ ସ୍ୱୟଂ ସଦାପ୍ରଭୁ, ତାହା ସେମାନେ ଜାଣିବେ। “ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ୟାମାନେ ବିଳାପ କରି ଏହି ଗୀତ ଗାଇବେ। ସେମାନେ ମିଶରର ସମଗ୍ର ଜନତା ଉଦ୍ଦେଶ୍ୟରେ ବିଳାପ ପରି ଏହା ଗାନ କରିବେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ମିଶର ଧ୍ୱଂସପ୍ରାପ୍ତ ହେବ ଦ୍ୱାଦଶ ବର୍ଷର, ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷୟରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳରେ ପକାଇ ଦିଅ। “ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ। “ମିଶର ‌‌ଖ‌ଡ଼୍‌ଗରେ ନିହତ ଲୋକମାନଙ୍କ ମଧ୍ୟରେ ପଡ଼ିବ। ସେ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନେଇଯାଅ। “ବୀରଗଣ ମଧ୍ୟରେ ବଳବାନମାନେ ‌‌ଖ‌ଡ଼୍‌ଗରେ ନିହତ ହୋଇଛନ୍ତି, ସେହି ଅସୁନ୍ନତ ଲୋକମାନେ ପାତାଳଗାମୀ ହୋଇ ସ୍ଥିର ହୋଇ ଶୟନ କରିଛନ୍ତି। ଆଉ ସେମାନେ ସେହି ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ। “ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗରେ ଅଛି, ସେମାନେ ସମସ୍ତେ ହତ, ‌‌ଖ‌ଡ଼୍‌ଗ ଦ୍ୱାରା ପତିତ ହୋଇଅଛନ୍ତି। ଆଉ ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ଜନ୍ମାଉଥିଲେ ସେମାନେ ସମସ୍ତେ ‌‌ଖ‌ଡ଼୍‌ଗରେ ନିହତ ହୋଇ ପତିତ ହୋଇଅଛନ୍ତି। *** “ଏଲମ ଓ ତା’ର ଲୋକମାନେ ସେଠାରେ ଅଛନ୍ତି, ସେମାନେ ସମସ୍ତେ ଯୁଦ୍ଧରେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। ସେମାନଙ୍କର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗରେ ଅଛି। ଆଉ ସେମାନଙ୍କ କବରର ଚତୁର୍ଦ୍ଦିଗରେ ତା’ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥାରେ କବରକୁ ଯାଇଛନ୍ତି। ସେମାନେ ଅନ୍ୟମାନଙ୍କ ସହିତ ସେମାନଙ୍କର ଅପମାନ ଭୋଗ କରିଅଛନ୍ତି। ନିହତ ଲୋକମାନଙ୍କ ମଧ୍ୟରେ ତା’ ପାଇଁ ଗୋଟିଏ ଶଯ୍ୟା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା’ର କବରର ଚତୁର୍ଦ୍ଦିଗରେ ଅଛନ୍ତି। ସେହି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। କାରଣ ସେମାନଙ୍କ ଆତଙ୍କ ଜୀବିତମାନଙ୍କ ମଧ୍ୟରେ ବ୍ୟାପିଗଲା। ସେମାନେ ସେମାନଙ୍କର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧ୍ୟରେ ରହିଲେ। “ଏବଂ ମେଷକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସେମାନଙ୍କର ଚତୁର୍ଦ୍ଦିଗରେ ସେମାନଙ୍କର କବରସବୁ ଅଛି। ସେମାନେ ସମସ୍ତେ ଅନୁନ୍ନତ ଥିଲେ ଓ ‌‌ଖ‌ଡ଼୍‌ଗରେ ହତ ହେଲେ। କାରଣ ସେମାନେ ଜୀବିତ ଥିବା ସମୟରେ ଦେଶରେ ଲୋକମାନଙ୍କୁ ଭୟ ଦେଖାଇ ଥିଲେ। ଅସୁନ୍ନତ ବୀରମାନଙ୍କ ସହିତ ସେମାନେ କ’ଣ ଯୁଦ୍ଧ ଭୂମିରେ ପତିତ ହୋଇ ନାହାନ୍ତି, ଯେଉଁମାନେ ସେମାନଙ୍କର ‌‌ଖ‌ଡ଼୍‌ଗକୁ ତକିଆ ଭିତରେ ରଖି ପାତାଳକୁ ଯାଇଛନ୍ତି? ସେମାନଙ୍କର ପାପ ସେମାନଙ୍କର ଅସ୍ଥି ଉପରେ ଅଛି। ଯେହେତୁ ସେମାନେ ଜୀବିତ ଥିବା ବେଳେ ଆତଙ୍କ ଖେଳାଇଛନ୍ତି। “ହେ ମିଶର, ତୁମ୍ଭେ ମଧ୍ୟ ଅସୁନ୍ନତମାନଙ୍କ ମଧ୍ୟରେ ବିନାଶ ହେବ ଓ ‌‌ଖ‌ଡ଼୍‌ଗରେ ନିହତ ଲୋକମାନଙ୍କ ସହିତ ଶୟନ କରିବ। “ସେ ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସେମାନେ ଯୁଦ୍ଧରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସେମାନେ ଜୀବନରେ ସେମାନଙ୍କର ଶକ୍ତିପାଇଁ ପରିଚିତ ଥିଲେ। “ଏମାନେ ଉତ୍ତର ଦେଶୀୟ ମୁଖ୍ୟ ଓ ସୀଦୋନର ସୈନ୍ୟଗଣ ଥିଲେ। ସେମାନେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି। ସେମାନଙ୍କର ଶକ୍ତି ସତ୍ତ୍ୱେ, ଯୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହୋଇ ଲଜ୍ଜିତ ହୋଇଛନ୍ତି। ସେମାନେ କବରରେ ଅନ୍ୟାନ୍ୟ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହୋଇଛନ୍ତି। “ଫାରୋ ସେମାନଙ୍କୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷୟରେ ସାନ୍ତ୍ୱନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ୟ ‌‌ଖ‌ଡ଼୍‌ଗରେ ନିହତ ହୋଇଅଛନ୍ତି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ଯେତେବେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା’ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ‌‌ଖ‌ଡ଼୍‌ଗରେ ନିହତ ଲୋକମାନଙ୍କ ମଧ୍ୟରେ ରଖାଯିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। ପରମେଶ୍ୱର ଯିହିଜିକଲଙ୍କୁ ଇସ୍ରାଏଲ ପ୍ରହରୀ ରୂପେ ନିଯୁକ୍ତ କରନ୍ତି ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, ‘ଆମ୍ଭେ ଯେତେବେଳେ କୌଣସି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ୟରୁ ଜଣଙ୍କୁ ସେତେବେଳେ ଏକ ପ୍ରହରୀ କରି ନିଯୁକ୍ତ କରନ୍ତି। ଆଉ ସେ ଯଦି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବାର ଦେଖେ, ତେବେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚେତନ କରାଏ। ଯଦି କେହି ତୂରୀ ଶବ୍ଦ ଶୁଣି ସତର୍କ ନ ହୁଏ ଓ ଶତ୍ରୁର ‌‌ଖ‌ଡ଼୍‌ଗ ତାହାକୁ ହତ୍ୟା କରେ, ତେବେ ତାହାର ମୃତ୍ୟୁ ପାଇଁ ସେ ଦାୟୀ ରହିବ। କାରଣ ସେ ତୂରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ୟା କରନ୍ତି। ତେବେ ସେମାନେ ନିଜର ମୃତ୍ୟୁ ପାଇଁ ଦାୟୀ ରହିବେ। କାରଣ ସେମାନେ ସଚେତନ ହୋଇଥିଲେ ନିଜର ପ୍ରାଣ ବଞ୍ଚାଇ ଥା’ନ୍ତେ। “‘କିନ୍ତୁ ସେ ପ୍ରହରୀ ଯଦି ‌‌ଖ‌ଡ଼୍‌ଗ ଆସିବାର ଦେଖି ତୂରୀ ନ ବଜାଏ ଓ ଲୋକମାନେ ସଚେତନ ନ ହୁଅନ୍ତି ଆଉ ‌‌ଖ‌ଡ଼୍‌ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ହତ୍ୟା କରେ, ତେବେ ନିଜ ପାପ ଯୋଗୁଁ ହତ୍ୟା ହେଲା। କିନ୍ତୁ ମୁଁ ତାହାର ରକ୍ତର ପ୍ରତିଶୋଧ ସେହି ପ୍ରହରୀ ଉପରେ ନେବି।’ “ଏଣୁ ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛି, ତୁମ୍ଭେ ମୋର ମୁଖରୁ ଯେଉଁ ବାକ୍ୟଗୁଡ଼ିକ ମୋ’ ପକ୍ଷରୁ ସେମାନଙ୍କୁ ସଚେତନ କରିବ। ମୁଁ ଯେତେବେଳେ କୌଣସି ଦୁଷ୍ଟ ଲୋକକୁ କହିବି, ‘ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚୟ ମରିବ।’ ସେତେବେଳେ ତୁମ୍ଭେ ଯଦି ତାକୁ ସଚେତନ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତେବେ ସେହି ଦୁଷ୍ଟଲୋକ ନିଜ ପାପରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପରେ ନେବି। କିନ୍ତୁ ଯଦି ସେହି ଦୁଷ୍ଟ ଲୋକକୁ ସଚେତନ କଲାପରେ ତା’ର ଜୀବନ ପଥ ନ ବଦଳାଏ ଓ ପାପରୁ ନିବୃତ୍ତ ନ ହୁଏ, ତେବେ ସେ ତାହାର ପାପ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ନିଜର ପ୍ରାଣ ବଞ୍ଚାଇବ। ପରମେଶ୍ୱର ଲୋକମାନଙ୍କର ବିନାଶ ଗ୍ଭହାନ୍ତି ନାହିଁ “ଆଉ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଏ ପ୍ରକାର କହୁଅଛ, ‘ଆମ୍ଭମାନଙ୍କର ବ୍ୟବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ସେଥିରେ ହିଁ କ୍ଷୟ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି?’ “ତେବେ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ। କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହୋଇ ବଞ୍ଚେ, ସେଥିରେ ଆମ୍ଭେ ସନ୍ତୋଷ ଲାଭ କରୁ। ତେଣୁ ତୁମ୍ଭେମାନେ ନିଜ ନିଜ କୁପଥରୁ ଫେର ଓ ମୋର ନିକଟବର୍ତ୍ତୀ ହୁଅ। ହେ ଇସ୍ରାଏଲ ବଂଶ ତୁମ୍ଭେ କାହିଁକି ମରିବ?’ “ହେ ମନୁଷ୍ୟପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, ‘ଧାର୍ମିକମାନଙ୍କର ପୁଣ୍ୟ ସେଦିନ ତାକୁ ରକ୍ଷା କରି ପାରିବ ନାହିଁ, ଯେତେବେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ୱଭାବ ତା’ର ପତନର କାରଣ ହେବ ନାହିଁ ଯେତେବେଳେ ସେ ଠିକ୍ କାର୍ଯ୍ୟ କରିବାକୁ ଆରମ୍ଭ କରେ। ଏବଂ ଯେଉଁ ଦିନ ଦୁଷ୍ଟ ଲୋକଟି ତା’ର ପାପରୁ ନିବୃତ୍ତ ହେବ, ସେ ତା’ର ପାପ ପାଇଁ ଆଉ ଯନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସେହିପରି ଜଣେ ଧାର୍ମିକ ଲୋକ ପାପ କରେ, ତେବେ ତାକୁ ତା’ର ଅତୀତର ଧାର୍ମିକତା ଯୋଗୁଁ ବଞ୍ଚିବାକୁ ଅନୁମତି ଦିଆଯିବ ନାହିଁ।’ “ଯଦି ମୁଁ ଜଣେ ଧାର୍ମିକ ବ୍ୟକ୍ତିକୁ କୁହେ, ‘ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,’ ଏବଂ ସେ ତା’ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା’ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାଯିବ ନାହିଁ ଏବଂ ସେ ତା’ର ପାପ ପାଇଁ ମରିବ। “ଏବଂ ଯେତେବେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ, ସେହି ଦୁଷ୍ଟଲୋକ ଯେବେ ବନ୍ଧନ ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶୋଧ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଗ୍ଭଲେ, ତେବେ ସେ ନିଶ୍ଚୟ ବଞ୍ଚିବ ସେ ମରିବ ନାହିଁ। ତାହାର ଅତୀତର କୌଣସି ପାପକର୍ମଗୁଡ଼ିକୁ ସ୍ମରଣ କରାଯିବ ନାହିଁ। ଯେହେତୁ ସେ ଯାହା ନ୍ୟାୟ ଓ ଧର୍ମାଚରଣ କରିଛି, ସେ ବଞ୍ଚିବ। “କିନ୍ତୁ ତୁମ୍ଭର ଲୋକମାନେ କହୁଅଛନ୍ତି ଯେ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ପଥ ସରଳ ନୁହେଁ।’ “କିନ୍ତୁ ପ୍ରକୃତରେ ସେମାନଙ୍କର ନିଜ ପଥ ସରଳ ନୁହେଁ। ଯଦି ଜଣେ ଧାର୍ମିକ ବ୍ୟକ୍ତି ଆପଣା ଧାର୍ମିକତାରୁ ଓହରି ପାପ କରେ ସେ ତହିଁରେ ମରିବ। ଯଦି ଜଣେ ଦୁଷ୍ଟ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ ସେ ବଞ୍ଚିବ। ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକର ତା’ର ଆଗ୍ଭର ବ୍ୟବହାର ଅନୁସାରେ ବିଗ୍ଭର କରିବି।” ଯିରୁଶାଲମ ଅଧିକୃତ ହୋଇଅଛି ଅନନ୍ତର ଆମ୍ଭମାନଙ୍କ ନିର୍ବାସରେ ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୁଶାଲମରୁ ଜଣେ ପଳାତକ ମୋ’ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।” ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସନ୍ଧ୍ୟା ସମୟରେ ମୋର ପ୍ରଭୁ ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଥିଲା। ପ୍ରାତଃକାଳରେ ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସେ ମୋର ମୁଖ ଫିଟାଇଥିଲେ। ଆଉ ମୁଁ ଚୁପ୍ ହୋଇ ରହିଲି ନାହିଁ। ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଯେଉଁମାନେ ଇସ୍ରାଏଲ ଦେଶର ସେହି ଧ୍ୱଂସପ୍ରାପ୍ତ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ‘ଅବ୍ରହାମ ଏକମାତ୍ର ଜଣେ ବ୍ୟକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭେମାନେ ଅନେକ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।’ “ତେଣୁ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାଯ୍ୟ ପାଇଁ, ଆଉ ରକ୍ତପାତ କରୁଅଛ। ତେବେ ତୁମ୍ଭମାନଙ୍କୁ କାହିଁକି ଦେଶାଧିକାର ଦିଆଯିବ? ତୁମ୍ଭେମାନେ ନିଜ ନିଜ ‌‌ଖ‌ଡ଼୍‌ଗ ଉପରେ ନିର୍ଭର କରୁଅଛ। ଆଉ ପାପ ଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକ ନିଜ ନିଜ ପ୍ରତିବାସୀର ସ୍ତ୍ରୀକୁ ପାପ ବ୍ୟଭିଗ୍ଭରୀ ଦ୍ୱାରା ଅଶୁଚି କରୁଅଛ। ତେଣୁ ତୁମ୍ଭମାନଙ୍କୁ କାହିଁକି ଦେଶାଧିକାର ଦିଆଯିବ?’ “‘ଏହିରୂପେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଧ୍ୱଂସପ୍ରାପ୍ତ ସ୍ଥାନରେ ରହିଥିବା ଲୋକମାନେ ‌‌ଖ‌ଡ଼୍‌ଗରେ ପତିତ ହେବେ ଏବଂ ଯେଉଁମାନେ ଖୋଲା ପ୍ରାନ୍ତରରେ ଥିବେ ସେମାନଙ୍କୁ ପଶୁମାନେ ଭକ୍ଷ୍ୟଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧ୍ୟରେ ଲୁଚି ରହିବେ, ସେମାନେ ମହାମାରୀରେ ମରିବେ। ଏବଂ ମୁଁ ଇସ୍ରାଏଲ ଦେଶକୁ ବିନଷ୍ଟ ଓ ଶୂନ୍ୟ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ। ପୁଣି ଇସ୍ରାଏଲର ପର୍ବତଗଣ ନିର୍ଜ୍ଜନ ହେବେ, ଆଉ କେହି ତାହା ମଧ୍ୟଦେଇ ଗମନାଗମନ କରିବେ ନାହିଁ। ସେମାନେ ଏପରି ଘୃଣ୍ୟ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ୱଂସିତ ଓ ଶୂନ୍ୟସ୍ଥାନ କରାଇବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସେମାନେ ଜାଣିବେ।” “‘ପୁଣି ହେ ମନୁଷ୍ୟ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହୋଇ ସେମାନଙ୍କର ଦ୍ୱାରଗୁଡ଼ିକରେ ଦେଶରେ ତୁମ୍ଭ ବିଷୟରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କହେ, “ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ୟ‌ଦ୍‌ବାଣୀ ଶୁଣିବା।” ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ। “‘ତୁମ୍ଭେ ସେମାନଙ୍କ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାୟକ ସଦୃଶ ଅଟ। ତୁମ୍ଭର ମଧୁର ସ୍ୱର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାର। ତେଣୁ ସେମାନେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ। ଏବଂ ଯେତେବେଳେ ଏହା ସତ ହୁଏ ଏବଂ ଏହା ଆସୁଛି, ତା’ପରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ।’” ଇସ୍ରାଏଲ ଏକ ମେଷପଲ ସଦୃଶ ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ମେଷପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ୟ‌ଦ୍‌ବାଣୀ କହନ୍ତି, ‘ଇସ୍ରାଏଲର ମେଷପାଳକମାନଙ୍କୁ ଧିକ୍, ଯେଉଁମାନେ କେବଳ ସେମାନଙ୍କର ଯତ୍ନ ନିଅନ୍ତି। ମେଷପାଳକମାନେ ମେଷମାନଙ୍କର ଯତ୍ନ ନେବା ଉଚିତ୍ ନୁହେଁ କି? ତୁମ୍ଭେମାନେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭେମାନେ ସେହି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ୟା କର କିନ୍ତୁ ତୁମ୍ଭେ ପଲର ଯତ୍ନ ନେଉ ନାହଁ। ଏବଂ ତୁମ୍ଭେମାନେ ଦୁର୍ବଳମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହିଁ, ଆହତ ମେଷମାନଙ୍କର କ୍ଷତସ୍ଥାନରେ ପଟି ବାନ୍ଧି ନାହଁ। ବିତାଡ଼ିତ ମେଷମାନଙ୍କୁ ଫେରାଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖୋଜିଲ ନାହିଁ। କିନ୍ତୁ ତୁମ୍ଭେମାନେ ବଳରେ ଓ ନିଷ୍ଠୁର ଭାବରେ ସେମାନଙ୍କୁ ଶାସନ କରିଅଛ। “‘ଏବଂ ସେହି ମେଷପାଳକ ବିହୀନ ମେଷମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ। ଏବଂ ପର୍ବତମାନଙ୍କରେ ଏବଂ ଉଚ୍ଚ ସ୍ଥାନମାନଙ୍କରେ ମୋର ମେଷପଲ ହଜିଗଲେ। ମୋର ମେଷଗୁଡ଼ିକ ଦେଶର ଗ୍ଭରିଆଡ଼େ ଛିନ୍ନଛତ୍ର ହୋଇଗଲେ ଏବଂ ସେମାନଙ୍କୁ କେହି ଦେଖନ୍ତି ନାହିଁ। ସେମାନଙ୍କୁ କେହି ଖୋଜନ୍ତି ନାହିଁ।’” ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସେ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମୋର ପଲଟି ଲୁଣ୍ଠିତ ହେଲା ଏବଂ ମେଷପାଳକର ଅନୁପସ୍ଥିତିରେ ବନ୍ୟ ଜନ୍ତୁର ଶିକାର ହେଲେ ଏବଂ ମୋର ମେଷପାଳକଗଣ ମୋର ମେଷଗୁଡ଼ିକ ଦେଖିଲେ ନାହିଁ, କେବଳ ସେମାନଙ୍କର ନିଜର ଯତ୍ନ ନେଲେ ଏବଂ ମୋର ମେଷମାନଙ୍କର ଯତ୍ନ ନେଲେ ନାହିଁ।” ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ କହନ୍ତି, “ଦେଖ, ମୁଁ ମେଷପାଳକମାନଙ୍କର ବିରୁଦ୍ଧରେ ଅଛି। ମୁଁ ସେମାନଙ୍କୁ ମୋର ମେଷମାନଙ୍କ ପାଇଁ ଦାୟୀ କରିବି। ମୁଁ ସେମାନଙ୍କୁ ମେଷଗୁଡ଼ିକ ପାଖରୁ ଦୂରକୁ ନେଇଯିବି ଏବଂ ସେମାନେ ଆଉ ସେଗୁଡ଼ିକର ମେଷପାଳକ ହେବେ ନାହିଁ। ସେମାନଙ୍କର ପାଟିରୁ ମୁଁ ମୋର ମେଷଗୁଡ଼ିକୁ ଉଦ୍ଧାର କରିବି ଏବଂ ସେମାନେ ସେମାନଙ୍କର ଖାଦ୍ୟ ହେବେ ନାହିଁ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜେ ଆମ୍ଭ ମେଷମାନଙ୍କର ପାଳକ ହେବୁ। ଆମ୍ଭେ ସେମାନଙ୍କର ଅନ୍ୱେଷଣ କରିବୁ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱ ନେବୁ। ଯେପରି ଜଣେ ମେଷପାଳକ ନିଜର ଛିନ୍ନଭିନ୍ନ ମେଷମାନଙ୍କର ଅନୁସନ୍ଧାନ କରେ, ସେହିପରି ମୁଁ ମୋର ମେଷମାନଙ୍କର ତତ୍ତ୍ୱାବଧାନ କରିବି। ଆଉ ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସବୁ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବି। ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି। ମୁଁ ସେମାନଙ୍କୁ ଉତ୍ତମ ଗ୍ଭରଣଭୂମିରେ ଚରାଇବି। ଏବଂ ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପରେ ସେମାନଙ୍କର ଗୋଠ ହେବ। ସେହି ସ୍ଥାନରେ ସେମାନେ ଉତ୍ତମ ଗୋଠରେ ଶୟନ କରିବେ ଓ ଇସ୍ରାଏଲର ପର୍ବତଗୁଡ଼ିକର ପୁଷ୍ଟିକର ଗ୍ଭରଣଭୂମିରେ ସେମାନେ ଚରିବେ। ହଁ, ମୁଁ ନିଜ ମେଷମାନଙ୍କୁ ଚରାଇବି ଓ ସେମାନଙ୍କୁ ଉତ୍ତମ ସ୍ଥାନରେ ଶୟନ କରାଇବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। “ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମୋର ପଲ, ମୁଁ ମେଷ ଓ ମେଷ ମଧ୍ୟରେ ଏବଂ ମେଷ ଓ ଛାଗଗଣ ମଧ୍ୟରେ ବିଗ୍ଭର କରେ। ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି? ମାତ୍ର ତୁମ୍ଭେମାନେ ଯେଉଁ ତୃଣକୁ ପାଦରେ ଦଳି ଅଛ, ଆମ୍ଭର ମେଷପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ଆମ୍ଭର ମେଷପଲ ତାହା ପାନ କରନ୍ତି।” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି। ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ସେମାନଙ୍କୁ ଦୂରକୁ ତଡ଼ିଦେବା ପର୍ଯ୍ୟନ୍ତ ନିଜ ଶୃଙ୍ଗରେ ଠେଲି ଦେଉଅଛ। କିନ୍ତୁ ମୁଁ ମୋର ପଲକୁ ରକ୍ଷା କରିବି। ସେମାନେ ଆଉ ବନ୍ୟ ପଶୁମାନଙ୍କ ଦ୍ୱାରା ଧ୍ୱଂସ ହେବେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସେମାନଙ୍କର ବିଗ୍ଭର କରିବି। ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ। ମୁଁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବି ଓ ମୋର ଦାସ ଦାଉଦ ସେମାନଙ୍କ ମଧ୍ୟରେ ପ୍ରଭୁ ହେବ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ। “ଏବଂ ମୁଁ ସେମାନଙ୍କ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ୟ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦେବି। ତାହାହେଲେ ସେମାନେ ନିରାପଦରେ ମରୁଭୂମିରେ ବାସ କରିବେ ଓ ବଣରେ ଶୟନ କରିବେ। ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହେବ। କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସେମାନେ ନିଜ ଦେଶରେ ନିରାପଦରେ ରହିବେ। ଆଉ ମୁଁ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିବି ଓ ସେମାନଙ୍କୁ ଦାସତ୍ୱ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। ପୁଣି ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଲୁଟିତ ହେବେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ। କିନ୍ତୁ ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ। ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ। ତାହାହେଲେ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। “ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି। ଇଦୋମ ବିପକ୍ଷରେ ବାର୍ତ୍ତା ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା: ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ଏହା କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି, “‘ହେ ସେୟୀର ପର୍ବତ, ମୁଁ ତୁମ୍ଭର ପ୍ରତିକୂଳ ଅଟେ ଓ ମୁଁ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବି। ମୁଁ ତୁମ୍ଭକୁ ଶୂନ୍ୟ ଓ ଧ୍ୱଂସ ସ୍ଥାନରେ ପରିଣତ କରିବି। ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିବି ଓ ତୁମ୍ଭେ ଏକ ଶୂନ୍ୟ ଭୂମି ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ। “‘କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦିନ, ସମୟରେ ‌‌ଖ‌ଡ଼୍‌ଗରେ ହତ୍ୟା କର, ଯେତେବେଳେ ସେମାନଙ୍କର ଦୋଷ ସର୍ବୋଚ୍ଚ ହେଲା।’” ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ୟୁ ତୁମ୍ଭର ଅନୁଧାବନ କରିବ। ଯେହେତୁ ତୁମ୍ଭେ ମୃତ୍ୟୁକୁ ଘୃଣା କରି ନାହଁ, ତେଣୁ ମୃତ୍ୟୁ ତୁମ୍ଭ ପଛେ ପଛେ ଗୋଡ଼ାଇବ। ଏହିରୂପେ ମୁଁ ସେୟୀର ପର୍ବତକୁ ଧ୍ୱଂସ ଓ ଶୂନ୍ୟସ୍ଥାନରେ ପରିଣତ କରିବି ଏବଂ ଯେଉଁମାନେ ସେଠାରେ ବାସ କରିବେ ଓ ଯିବା ଆସିବା କରିବେ ମୁଁ ସେମାନଙ୍କୁ ବିନାଶ କରିବି। ମୁଁ ନିହତ ଲୋକମାନଙ୍କ ଶବରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହେବ। ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।” କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,” ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି। ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସେମାନଙ୍କ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କ୍ରୋଧ ଓ ଈର୍ଷା ସେମାନଙ୍କ ପ୍ରତି କରିଅଛ ମୁଁ ସେହି ଅନୁସାରେ ତୁମ୍ଭର ବିଗ୍ଭର କରିବି। ସେତେବେଳେ ସେମାନଙ୍କ ମଧ୍ୟରେ ମୁଁ ଅଛି ବୋଲି ସେମାନେ ଜାଣିବେ। ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ସେସବୁ ଧ୍ୱଂସସ୍ଥାନ ହେବ ଓ ଆମ୍ଭେମାନେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ। “ମୁଁ ସଦାପ୍ରଭୁ ଶୁଣିଅଛି। ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହେବ। ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।” ଇସ୍ରାଏଲ ଦେଶ ପୁନଃନିର୍ମିତ ହେବ “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ପର୍ବତଗଣ ପାଇଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ସେମାନଙ୍କୁ କୁହ: ହେ ଇସ୍ରାଏଲ ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। ‘ଶତ୍ରୁଗଣ ତୁମ୍ଭ ବିଷୟରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସେହି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।’ “ତେଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ୱଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହୋଇଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହୋଇଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।’” ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ଇସ୍ରାଏଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ୱଂସ ଶୂନ୍ୟ ସ୍ଥାନଗୁଡ଼ିକୁ, ପରିତ୍ୟକ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଉପହାସିତ ହୋଇଛନ୍ତି, ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।” “ଏଣୁ ଇସ୍ରାଏଲର ଭୂମିରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ‘ମୁଁ ଈର୍ଷାରେ ଓ ରାଗରେ ଏହା କୁହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।’” ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପରେ ମୋର ହାତ ଉଠାଉଛି, ଯେହେତୁ ସେମାନେ ତୁମ୍ଭକୁ ଘୃଣା କଲେ। “କିନ୍ତୁ ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ନିଶ୍ଚୟ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମୋର ଇସ୍ରାଏଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସେମାନଙ୍କର ଆଗମନ ସମୟ ସନ୍ନିକଟ। ଯେହେତୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାଯ୍ୟ କରିବି, ତହିଁରେ ତୁମ୍ଭେମାନେ ଗ୍ଭଷ କରିବ ଓ ବୀଜ ବୁଣିବ। ତୁମ୍ଭଠାରେ ବାସ କରୁଥିବା ଇସ୍ରାଏଲର ପରିବାର ଲୋକମାନଙ୍କୁ ମୁଁ ଦ୍ୱିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହେବ ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ। ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ ଅର୍ଥାତ୍ ତୁମ୍ଭେ ମୋର ଇସ୍ରାଏଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ। ତୁମ୍ଭେ ଏହି ସମୟଠାରୁ ସେମାନଙ୍କର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ହେ ଇସ୍ରାଏଲ ଦେଶ! ଲୋକମାନେ ତୁମ୍ଭ ବିରୁଦ୍ଧରେ କହନ୍ତି, ସେମାନେ କହନ୍ତି ତୁମ୍ଭେ ମନୁଷ୍ୟମାନଙ୍କର ହତ୍ୟାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ୟା କରିଅଛ। ମାତ୍ର ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସେମାନଙ୍କର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି। ସଦାପ୍ରଭୁ ନିଜର ସୁନାମ ନିଜେ ରକ୍ଷା କରିବେ ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ଦେଶରେ ବାସ କଲେ, ଇସ୍ରାଏଲର ପରିବାର ସେମାନଙ୍କର କୁକର୍ମ ଦ୍ୱାରା ତାହାକୁ ଅଶୁଚି କଲେ। ସେମାନଙ୍କର ଆଚରଣ ସ୍ତ୍ରୀଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ୟ ଥିଲା। ସେମାନେ ରକ୍ତପାତ ଦ୍ୱାରା ଓ ନିଜର ପ୍ରତିମାଗଣ ଦ୍ୱାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସେମାନଙ୍କ ଉପରେ ମୋର କ୍ରୋଧ ଢାଳିବି। ମୁଁ ନାନା ଜାତିଗଣଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲି ଏବଂ ସେମାନେ ମଧ୍ୟ ନାନା ଦେଶରେ ବିକ୍ଷିପ୍ତ ହେଲେ। ସେମାନଙ୍କର ଆଚରଣ ଓ କ୍ରିୟାନୁସାରେ ମୁଁ ସେମାନଙ୍କୁ ଦଣ୍ଡିତ କଲି। ଏବଂ ସେମାନେ ଯେଉଁ ସ୍ଥାନକୁ ଗଲେ, ସେମାନେ ରାଷ୍ଟ୍ର ମଧ୍ୟରେ ମୋର ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହୋଇଅଛନ୍ତି।’ “ମୁଁ ମୋର ମର୍ଯ୍ୟାଦା ପ୍ରତି ତତ୍ପର, କାରଣ ଇସ୍ରାଏଲୀୟମାନେ ଯେଉଁଠାକୁ ଯାଉଥିଲେ ମୋର ନାମକୁ କଳୁଷିତ କଲେ। ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ। ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’ ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।” ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି। ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ। ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।” ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ। ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ। ଏବଂ ସେ ସମୟରେ ତୁମ୍ଭେମାନେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିୟାସବୁ ସ୍ମରଣ କରିବ। ପୁଣି ତୁମ୍ଭେମାନେ ନିଜର ପାପ ଓ ନିଜର ଘୃଣ୍ୟ କ୍ରିୟା ଯୋଗୁଁ ନିଜେ ନିଜକୁ ନମ୍ର କରିବ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସେଦିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। ସେହି ଜନଶୂନ୍ୟ ଭୂମିକୁ ପୁଣି ଲଙ୍ଗଳ କରାଯିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ୟ ହେବ ନାହିଁ। ତେଣୁ ଲୋକମାନେ କହିବେ, ‘ଏହି ଧ୍ୱଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହୋଇଅଛି। ଆଉ ଏହି ଶୂନ୍ୟ, ଧ୍ୱଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ୟ ହୋଇଅଛି।’” ପରମେଶ୍ୱର କହିଲେ, “ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ୱଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ୟ କ୍ଷେତ୍ରରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।” ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ପୁଣି ଥରେ ମୁଁ ଇସ୍ରାଏଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସେମାନଙ୍କୁ ଦ୍ୱିଗୁଣିତ କରିବି, ଯାହା ଫଳରେ ସେମାନେ ପଲରେ ଥିବା ମେଷ ସଂଖ୍ୟକ ହେବେ। ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।” ଶୁଷ୍କ ଅସ୍ଥିସକଳର ଦର୍ଶନ ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି। ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?” ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।” ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’” ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟ‌ଦ୍‌ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା। ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’” ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ। ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ ଏଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା’ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା’ର ସାଙ୍ଗମାନଙ୍କୁ ଦର୍ଶାଏ।’ ତା’ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼। “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’ “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି। “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’” ଗୋଗ ବିପକ୍ଷରେ ବାର୍ତ୍ତା ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ମାଗୋଗ ଦେଶୀୟ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟିରେ ଅଙ୍କୁଶ ଦେବି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ୟମାନଙ୍କୁ ଓ ଅଶ୍ୱ ଏବଂ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବି। ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ବେଶରେ ସୁସଜ୍ଜିତ ଥିବେ ଏବଂ ସେମାନେ ସମସ୍ତ ଫଳକ, ଢାଲ ଓ ‌‌ଖ‌ଡ଼୍‌ଗ ଧାରଣ କରିଥିବେ। ସେମାନଙ୍କ ସହିତ ପାରସ୍ୟ, କୂଶ ଓ ପୂଟ ଦେଶର ସୈନ୍ୟମାନେ ଥିବେ ଓ ସେମାନେ ଢାଲ ଓ ଟୋପର ଧାରଣ କରିଥିବେ। ଗୋମରା ଓ ତା’ର ସମସ୍ତ ସୈନ୍ୟବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନେକ ଜାତି ସେମାନଙ୍କର ସହିତ ଥିବେ। “‘ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦେଇଥିବା ସୈନ୍ୟଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସେମାନଙ୍କର ଦାୟିତ୍ୱ ନିଅ। ଅନେକ ଦିନ ପରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବେଦନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ଯୁଦ୍ଧରୁ ପୂର୍ବାବସ୍ଥାକୁ ଫେରୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପରେ ଏକତ୍ରିତ ହୋଇଛନ୍ତି। ଯେଉଁମାନେ ଅତୀତରେ ବାରମ୍ବାର ବିଧ୍ୱସ୍ତ ହୋଇଥିଲେ କିନ୍ତୁ ଦେଶଗୁଡ଼ିକରୁ ସେମାନଙ୍କୁ ଅଣାଯାଇଛି ଏବଂ ସେମାନେ ସମସ୍ତେ ସେଠାରେ ନିରାପଦରେ ବାସ କରୁଛନ୍ତି। ତୁମ୍ଭେ ତୁମ୍ଭର ସୈନ୍ୟଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ୟଦଳ ଦେଶକୁ ମେଘତୁଲ୍ୟ ଆଚ୍ଛନ୍ନ କରି ଆସିବ।’” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେ ସମୟରେ ନାନା ଭାବନା ତୁମ୍ଭ ମନରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ। ତୁମ୍ଭେ କହିବ, ‘ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି; ସେମାନେ ଶାନ୍ତିରେ ଅଛନ୍ତି, ସେମାନେ ଭାବନ୍ତି ସେମାନେ ନିରାପଦରେ ଅଛନ୍ତି, ସେମାନଙ୍କର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ପ୍ରାଚୀର ନାହିଁ କିମ୍ବା ସେମାନଙ୍କର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସେମାନଙ୍କ ଦେଶ ବିପକ୍ଷରେ ‌‌ଖ‌ଡ଼୍‌ଗ ଆଣିବା। ଲୁଣ୍ଠନ ଓ ଦ୍ରବ୍ୟ ଅପହରଣ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବି। ଯେଉଁ ସମସ୍ତ ଧ୍ୱଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହୋଇଅଛି ତାହା ବିରୁଦ୍ଧରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି ସେମାନଙ୍କ ବିରୁଦ୍ଧରେ ଯିବି ଏବଂ ସେମାନେ ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ଦେଶର ମଧ୍ୟଭାଗରେ ବାସ କରୁଅଛନ୍ତି।’ “ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସେଠାସ୍ଥିତ ଯୁବା ସିଂହାସକଳ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେ କ’ଣ ଲୁଟିବାକୁ ଆସିଅଛ? ତୁମ୍ଭେ କ’ଣ ଦ୍ରବ୍ୟ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରିତ କରିଅଛ? ରୂପା ସୁନା ବହି ନେବାର, ପଶୁ ଓ ଦ୍ରବ୍ୟାଦି ଲୁଟି ନେଇଯିବାର ଅଭିପ୍ରାୟ କ’ଣ ରଖିଅଛ?’” ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଯେତେବେଳେ ମୋର ଲୋକମାନେ ଶାନ୍ତିରେ ଓ ନିରାପଦରେ ବାସ କରୁଛନ୍ତି, ତୁମ୍ଭେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିବ। ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନେକ ଜାତିମାନେ ଆସିବେ। ସେମାନେ ସମସ୍ତେ ଅଶ୍ୱାରୋହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ୟସାମନ୍ତ ଥିବେ। ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ସେହି ଜଣକ ନୁହଁ କି, ଯାହାକୁ ମୁଁ ମୋ’ ସେବକ ମାଧ୍ୟମରେ ବହୁ ସମୟ ଆଗରୁ କହିଥିଲି, ଇସ୍ରାଏଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷୟରେ ଭବିଷ୍ୟ‌ଦ୍‌ବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବି।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ଯେଉଁ ଦିନ ଗୋଗ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ। ସେ ସମୟରେ ମୁଁ ମୋର କୋପ ପ୍ରଦର୍ଶନ କରିବି। ଆଉ ମୁଁ ମୋର ଅନ୍ତର୍ଜ୍ୱାଳା ଓ କ୍ରୋଧାଗ୍ନିରେ ପ୍ରତିଜ୍ଞା କରେ, ଇସ୍ରାଏଲରେ ଭୟଙ୍କର ଭୂମିକମ୍ପ ହେବ। ସେ ସମୟରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରସ୍ଥ ପଶୁଗଣ ଓ ଭୂମିରେ ଗୁରୁଣ୍ଡୁଥିବା ସରୀସୃପଗଣ ଆଉ ପୃଥିବୀସ୍ଥ ସମସ୍ତ ଲୋକମାନେ ଆମ୍ଭ ସାକ୍ଷାତରେ ଭୟରେ କମ୍ପିତ ହେବେ। ପର୍ବତସବୁ ଉତ୍ପାଟିତ ହେବେ ଓ ଶୃଙ୍ଗଗୁଡ଼ିକ ଭାଙ୍ଗି ପଡ଼ିବ। ଆଉ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍ ହେବ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ମୋର ସମସ୍ତ ପର୍ବତରେ ‌‌ଖ‌ଡ଼୍‌ଗକୁ ଗୋଗ ବିରୁଦ୍ଧରେ ଆଣିବି। ତାହାର ସୈନ୍ୟସାମନ୍ତମାନେ ଏପରି ବିହ୍ୱଳ ହେବେ ସେମାନେ ପରସ୍ପର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବେ। ପୁଣି ମୁଁ ଗୋଗ ବିପକ୍ଷରେ ମହାମାରୀ ଓ ମୃତ୍ୟୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପରେ, ତାହାର ସୈନ୍ୟଦଳ ଉପରେ ଓ ତା’ର ସଙ୍ଗୀ ଅନେକ ଜାତିମାନଙ୍କ ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି। ଏବଂ ଏହି ପ୍ରକାରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦେଖାଇ ଦେବି ଯେ, ମୁଁ ମହାନ ଓ ପବିତ୍ର ଅଟେ। ତାହାହେଲେ ସେମାନେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ। ଗୋଗ ଓ ତାହାର ସୈନ୍ୟସାମନ୍ତଙ୍କ ମୃତ୍ୟୁ “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ରୋଶ, ମେଶକ ଓ ତୁବଲର ମୁଖ୍ୟ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧରେ ଅଛି। ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫେରାଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇସ୍ରାଏଲର ପର୍ବତସମୂହର ବିରୁଦ୍ଧରେ ତୁମ୍ଭକୁ ଆଣିବି। ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି। ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ତୁମ୍ଭେ ପତିତ ହେବ। ତୁମ୍ଭର ସମସ୍ତ ସୈନ୍ୟ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ୟ ପତିତ ହେବେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି। ତୁମ୍ଭେ ଖୋଲା ପଡ଼ିଆରେ ପତିତ ହେବ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। ପରମେଶ୍ୱର କହିଲେ, “ପୁଣି ନିରାପଦରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ୱୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ରେରଣ କରିବି। ତହିଁରେ ଏହା ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ମୋର ପବିତ୍ର ନାମକୁ ଜ୍ଞାତ କରାଇବି। ମୋର ପବିତ୍ର ନାମକୁ ଆଉ ଅପବିତ୍ର ହେବାକୁ ଦେବି ନାହିଁ। ତାହାହେଲେ ମୁଁ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀୟମାନେ ଜାଣିବେ। ଆଉ ଦେଖ, ସେହି ଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ।” ଏହା ସଦାପ୍ରଭୁ କହନ୍ତି। “ପୁଣି ଯେଉଁ ଦିନର ବିଷୟ ମୁଁ କହିଅଛି, ଏହା ସେହି ଦିନ। “ସେହି ସମୟରେ ଇସ୍ରାଏଲର ନଗରବାସୀ ପ୍ରାନ୍ତରକୁ ଆସି ଢାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନେଇ ନିଆଁ ଲଗାଇ ଜାଳି ଦେବେ। ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେ ସବୁକୁ ନେଇ ଜାଳେଣି କରିବେ। ଆଉ ସେମାନେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସେମାନେ ସେହି ଅସ୍ତ୍ରଶସ୍ତ୍ରକୁ ଜାଳେଣି ରୂପେ ବ୍ୟବହାର କରିବେ। ଆଉ ସେମାନେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସେମାନଙ୍କର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ।” ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି। “ପରମେଶ୍ୱର କହନ୍ତି ମୁଁ ସେହି ଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇସ୍ରାଏଲ ମଧ୍ୟରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନରୋଧ କରିବ। ସେହି ସ୍ଥାନରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦେବେ। ଏବଂ ସେହି ସ୍ଥାନକୁ ସେମାନେ ‘ଗୋଗର ସୈନ୍ୟମାନଙ୍କର ଉପତ୍ୟକା’ ବୋଲି ନାମ ଦେବେ। ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲୀୟମାନଙ୍କୁ ସାତ ମାସ ଲାଗିବ। ଦେଶର ସମସ୍ତ ଜନସାଧାରଣ ସେମାନଙ୍କୁ କବର ଦେବେ। ସଦାପ୍ରଭୁ, ମୋର ପ୍ରଭୁ କହିଲେ, ମୁଁ ଗୌରବାନ୍ୱିତ ହେବି ଏବଂ ସେହି ଦିନଟି ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।” ପରମେଶ୍ୱର କହିଲେ, “ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦେବା ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ଯ୍ୟରେ ନିଯୁକ୍ତ ଦିଆଯିବ। ସେମାନେ ସାତ ମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନରେ ଦେଶ ମଧ୍ୟଦେଇ ଗମନ କରିବେ ଓ କବର ଦେବେ। ପୁଣି ସେହି ଗମନକାରୀମାନେ ଦେଶ ମଧ୍ୟରେ ଗଲାବେଳେ କୌଣସି ସ୍ଥାନରେ ଅସ୍ଥି ଦେଖିଲେ, ସେଠାରେ ସେମାନେ ଏକ ଚିହ୍ନ ରଖିବେ। ତା’ପରେ କବର ଦେବା ଲୋକମାନେ ହାମୋନ-ଗୋଗ ଉପତ୍ୟକାରେ ତାକୁ କବର ଦେବେ। ଆଉ ସେହି ‘ମୃତମାନଙ୍କର ନଗରର’ ନାମ ହାମୋନା ନାମରେ ପରିଚିତ ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମନୁଷ୍ୟ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟପଶୁକୁ କୁହ, ‘ତୁମ୍ଭେମାନେ ଏକତ୍ର ହୋଇ ଆସ। ଆଉ ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଗ୍ଭରିଆଡ଼େ ରୁଣ୍ଡ ହୁଅ। ମୁଁ ଇସ୍ରାଏଲ ପର୍ବତଗୁଡ଼ିକ ଉପରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାଯଜ୍ଞର ବନ୍ଦୋବସ୍ତ କରୁଅଛି। ତୁମ୍ଭେମାନେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସେମାନେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆୟୋଜନ କଲି, ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ। ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ।’” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି। “ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି। ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ। ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ପତିତ ହେଲେ। ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।” ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି। ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି। ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ। ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ସଦାପ୍ରଭୁଙ୍କ ନୂତନ ମନ୍ଦିର ଆମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭରେ ମାସର ଦଶମ ଦିନରେ ସଦାପ୍ରଭୁଙ୍କ ଶକ୍ତି ମୋ’ ଉପରେ ଅଧିଷ୍ଠିତ ହେଲା। ଏହା ବାବିଲ ଯିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପରେ ସେହି ଦିନ ସଦାପ୍ରଭୁ ମୋତେ ସେଠାକୁ ଦର୍ଶନରେ ଆଣିଲେ। ଦର୍ଶନ ଯୋଗେ ପରମେଶ୍ୱର ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ସେହି ପର୍ବତ ଉପରେ ମୋର ସମ୍ମୁଖରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା। ସେ ମୋତେ ସେ ସ୍ଥାନକୁ ନେଇଗଲେ। ସେଠାରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ୟ ଥିଲା। ତାଙ୍କ ହସ୍ତରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।” ମୁଁ ଦେଖିଲି ମନ୍ଦିରର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ। ତା’ପରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନେଇ ଉପରକୁ ଉଠିଲେ। ତା’ପରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା। ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀର କାନ୍ଥଗୁଡ଼ିକ ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହୋଇଥିଲା ଓ ଗୃହାଭିମୁଖେ ଦ୍ୱାରର ବାରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା। ତା’ପରେ ସେ ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ମାପିଲେ। ଦ୍ୱାରର ବାରଣ୍ଡା ଆଠ ହାତ ଥିଲା ଓ ତହିଁର ଉପସ୍ତମ୍ଭ ସକଳ ଦୁଇ ହାତ ଥିଲା। ଆଉ ଦ୍ୱାରର ବାରଣ୍ଡା ମନ୍ଦିର ଆଡ଼େ ଥିଲା। ଆଉ ପୂର୍ବାଭିମୁଖ ଦ୍ୱାରର ଏପାଖରେ ତିନି ଓ ସେପାଖରେ ତିନି କୋଠରୀ ଥିଲା। ସେ ତିନି ତିନି କୋଠରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା। ପୁଣି ସେ ଦ୍ୱାରର ପ୍ରବେଶ ପଥ ମାପିଲେ। ତାହାର ଦୀର୍ଘତା ତେର ହାତ ଓ ପ୍ରସ୍ଥ ଦଶ ହାତ ଥିଲା। ପ୍ରତି କୋଠରୀର ସମ୍ମୁଖରେ ଏ ପାଖରେ ଏକ ହାତ ଓସାର ଓ ସେ ପାଖରେ ଏକ ହାତ ଲମ୍ବ ଛୋଟ କାନ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀ ଛଅହାତ ବର୍ଗ ପରିମିତ ଥିଲା। ତା’ପରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ଯ୍ୟନ୍ତ ପଚିଶ୍ ହାତ ମାପିଲେ। ଏହାର ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା। ସେହି ମନୁଷ୍ୟଟି ଉପସ୍ତମ୍ଭର ଦୁଇ କାନ୍ଥ ସମେତ ଗ୍ଭରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମୋଟ ଷାଠିଏ ହାତ ଥିଲା। ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଗ୍ଭଶ୍ ହାତ ଥିଲା। ପ୍ରତି ଦ୍ୱାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତରେ ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ୟ ସେହିପରି ଥିଲା। ଆଉ ଜଳାକବାଟିସବୁ ଭିତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱର କାନ୍ଥରେ ଖର୍ଜ୍ଜୁର ବୃକ୍ଷର ଆକୃତି ଖୋଦିତ ହୋଇଥିଲା। ବାହାର ପାଖ ଅଗଣା ତା’ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରି‌‌ଶ୍‌‌ଟି କୋଠରୀ ଥିଲା। ସେହି ଚଟାଣ ଦ୍ୱାରର ଦୀର୍ଘତାନୁସାରେ ପ୍ରଶସ୍ତ ଥିଲା, ଆଉ ସେହି ଚଟାଣ ଦ୍ୱାରସବୁର ପାର୍ଶ୍ୱରେ ଥିଲା ଓ ଏହା ନିମ୍ନତର ଚଟାଣ। ତେବେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗରେ 100 ହାତ ଥିଲା। ତେବେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ୱାରର ଦୈର୍ଘ୍ୟ ପ୍ରସ୍ଥ ମାପିଲେ। ଏହି ଫାଟକଟି ପ୍ରତ୍ୟେକ ପାର୍ଶ୍ୱରେ ତିନୋଟି କୋଠରୀ ସହିତ ଏହାର ପ୍ରାଙ୍ଗଣରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। ଏବଂ ତାହାର ଜଳାକବାଟି, ମଣ୍ଡପ ଓ ଖୋଦିତ ଖର୍ଜ୍ଜୁର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ୱାରର ମାପ ଅନୁସାରେ ଥିଲା। ସାତୋଟି ପାହାଚ ଫାଟକ ଆଡ଼କୁ ଯାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶେଷ ଫାଟକର ଭିତର ପାଖରେ ଥିଲା। ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବରେ ଥିବା ଫାଟକ ପରି। ଗୋଟିଏ ଦ୍ୱାରରୁ ଅନ୍ୟ ଗୋଟିଏ ଦ୍ୱାର ପର୍ଯ୍ୟନ୍ତ 100 ହାତ ଥିଲା। ତା’ପରେ ସେ ମୋତେ ଦକ୍ଷିଣ ପାର୍ଶ୍ୱକୁ କଢ଼ାଇ ନେଲେ। ଏବଂ ସେଠାରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାର୍ଶ୍ୱକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସେମାନେ ଅନ୍ୟ ଫାଟକ ପରି ଏହାକୁ ମାପିଲେ। ପୁଣି ସେ ଦ୍ୱାରରେ ଓ ତାହାର ମଣ୍ଡପ ସକଳର ଗ୍ଭରିଆଡ଼େ ପୂର୍ବୋକ୍ତ ଫାଟକ ପରି ଜଳାକବାଟି ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। ତାହା ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା। ଏହାର ମଣ୍ଡପ ଶେଷ ଫାଟକର ଭିତର ଭାଗରେ ଥିଲା। ଫାଟକର ଉଭୟ ପାର୍ଶ୍ୱର କାନ୍ଥରେ ଖଜ୍ଜୁର୍ର ବୃକ୍ଷର ଛବି ଖୋଦିତ ଥିଲା। ଆଉ ଦକ୍ଷିଣ ପାଖରେ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା। ତହୁଁ ସେ ଦକ୍ଷିଣ ପାର୍ଶ୍ୱର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ 100 ହାତ ମାପିଲେ। ଭିତର ପ୍ରାଙ୍ଗଣ ତା’ପରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣଦ୍ୱାର ମାପିଲେ। କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ୟ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଗ୍ଭଶ୍ ହାତ ଦୈର୍ଘ୍ୟ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। ଏବଂ ତାହାର ମଣ୍ଡପ ପଚିଶ୍ ହାତ ଦୈର୍ଘ୍ୟ ଓ ପାଞ୍ଚ ହାତ ପ୍ରସ୍ଥ ଥିଲା। ତା’ପରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା। ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ନେଇଗଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା। ତା’ର କୋଠରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ୟ ସେହି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ତାହା ପଗ୍ଭଶ୍ ହାତ ଲମ୍ବ ଓ ପଚିଶ୍ ହାତ ପ୍ରସ୍ଥ ଥିଲା। ତାହାର ପ୍ରାଙ୍ଗଣ ଗୁଡ଼ିକ ବାହାର ପ୍ରାଙ୍ଗଣ ଅଭି ମୁଖରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାର୍ଶ୍ୱରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା। ତା’ପରେ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ତାହାକୁ ମାପିଲେ। ତା’ର ମାପସବୁ ଅନ୍ୟାନ୍ୟ ଫାଟକର ମାପ ସହିତ ସମାନ ଥିଲା। ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଗ୍ଭରିଆଡ଼େ ଜଳାକବାଟି ଥିଲା। ଫାଟକର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା। ଏହାର ତ୍ୱରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସେହି ଉଚ୍ଚସ୍ତମ୍ଭ ସବୁର ଉପରେ ଉଭୟ ପାଖରେ ଖର୍ଜ୍ଜୁର ଆକୃତି ଥିଲା। ପୁଣି ତାହା ଉପରକୁ ଯିବା ପାଇଁ ଆଠଟି ପାବଛ ଥିଲା। କୋଠରୀଗୁଡ଼ିକ ହୋମବଳି ପାଇଁ ନିର୍ମିତ ପ୍ରତ୍ୟେକ ଫାଟକର ତ୍ୱରଣ ନିକଟରେ ଏକ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ଯାଜକମାନେ ହୋମବଳି ଧୌତ କଲେ। ଆଉ ତ୍ୱରଣ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। ଏହିଠାରେ ହୋମବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାଯାଏ। ତ୍ୱରଣର ବାହାର ଦ୍ୱାରର ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି ଲେଖାଏଁ ମେଜ ଥିଲା। କାନ୍ଥର ଭିତର ପାଖରେ ଗ୍ଭରୋଟୀ ମେଜ ଓ ବାହାର ପାଖର କାନ୍ଥର ଗ୍ଭରୋଟି ମେଜ, ଏହିପରି ଆଠ ମେଜ ଥିଲା। ଏହି ଆଠଟି ମେଜକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲାବେଳେ ବ୍ୟବହାର କରୁଥିଲେ। ଆଉ ହୋମବଳି ପାଇଁ କଟା ପ୍ରସ୍ତରର ଗ୍ଭରି ମେଜ ଥିଲା। ତାହା ଦୈର୍ଘ୍ୟ ଦେଢ଼ ହାତ, ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚତା ଏକ ହାତ ଥିଲା। ତାହା ଉପରେ ହୋମବଳି ଓ ପ୍ରାୟଶ୍ଚିତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖା ଯାଇଥିଲା। ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଗ୍ଭରିଆଡ଼େ ଲଗା ଯାଇଥିଲା ଏବଂ ମେଜମାନଙ୍କ ଉପରେ ଉପହାରାର୍ଥକ ମାଂସ ରଖାଯାଇଥିଲା। ଯାଜକମାନଙ୍କ ଆବାସ ଭିତର ପ୍ରାଙ୍ଗଣରେ ଦୁଇଟି କୋଠରୀ ଥିଲା। ଉତ୍ତର ଦ୍ୱାର ନିକଟରେ ଥିବା କୋଠରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ୱାର ନିକଟରେ ଥିବା କୋଠରୀଟି ଉତ୍ତରାଭିମୁଖୀ ଥିଲା। ପୁଣି ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖୀ କୋଠରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ଯଜ୍ଞବେଦିର ଦାୟିତ୍ୱରେ ଥା’ନ୍ତି। ଏମାନେ ସାଦୋକର ସନ୍ତାନ, ଲେବୀର ବଂଶଧର ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।” ଏହା ପରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ଯଜ୍ଞବେଦିଟି ମନ୍ଦିର ସମ୍ମୁଖରେ ଥିଲା। ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ତେବେ ସେ ମୋତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡାରେ ଥିବା ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ତାହାର ପ୍ରତ୍ୟେକ ପାଖ କାନ୍ଥର ଦୈର୍ଘ୍ୟ ପାଞ୍ଚ ହାତ ଥିଲା ଓ ପ୍ରସ୍ଥ ତିନି ହାତ ଥିଲା ଓ ସେମାନଙ୍କ ମଧ୍ୟରେ ପନ୍ଦର ହାତ ଜାଗା ଥିଲା। ତ୍ୱରଣଟିର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶ ଗୋଟି ପାହାଚ ତ୍ୱରଣକୁ ଯାଇଥିଲା। ଉଭୟ ପାର୍ଶ୍ୱର ପ୍ରତ୍ୟେକ କାନ୍ଥ ପାଇଁ ଦୁଇଟି ଲେଖାଏଁ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥରେ ଗୋଟିଏ ସ୍ତମ୍ଭ ଥିଲା। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସ୍ଥାନ ତା’ପରେ ସେ ମୋତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାର୍ଶ୍ୱ କାନ୍ଥକୁ ମାପିଲେ। ଏହାର ଉଭୟ ପାର୍ଶ୍ୱରେ ପ୍ରାୟ ଛଅ ହାତ ଲେଖାଏଁ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି। ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ଦୈର୍ଘ୍ୟ ଗ୍ଭଳିଶ୍ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ। ସଦାପ୍ରଭୁଙ୍କ ମନ୍ଦିରର ମହାପବିତ୍ର ସ୍ଥାନ ତା’ପରେ ସେ ଶେଷ କୋଠରୀରେ ପ୍ରବେଶ କଲେ। ସେ ଉଭୟ ପାର୍ଶ୍ୱର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରତ୍ୟେକ ପାଖ ଦୁଇ ଇଞ୍ଚ ମୋଟା ଏବଂ ସାତ ହାତ ପ୍ରସ୍ଥ ଥିଲା। ତା’ପରେ ସେ ତା’ର ଦୈର୍ଘ୍ୟ ମାପିଲେ। ଏହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମୋତେ କହିଲା, “ଏହା ମହାପବିତ୍ର ସ୍ଥାନ ଅଟେ।” ଆବାସମନ୍ଦିରର ଅନ୍ୟସବୁ କୋଠରୀ ତା’ପରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କୋଠରୀଗୁଡ଼ିକ ଥିଲା ଏବଂ ସେଗୁଡ଼ିକର ପ୍ରସ୍ଥ ଗ୍ଭରି ହାତ ଲେଖାଏଁ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକ ତିନି ମହଲା ପୃଥକ ଭାବରେ ଥିଲା ଓ ଗୋଟିଏ ଉପରେ ଆଉ ଗୋଟିଏ ମହଲା ଥିଲା। ପ୍ରତ୍ୟେକ ମହଲାରେ ତିରି‌‌ଶ୍‌‌ଟି କୋଠରୀ ଥିଲା। କାନ୍ଥଟି ଥାକ ହୋଇ ନିର୍ମିତ ହୋଇଥିଲା। ପାର୍ଶ୍ୱ କୋଠରୀଗୁଡ଼ିକ ଥାକରେ ନିର୍ମିତ ହୋଇଥିଲା। କୋଠରୀଗୁଡ଼ିକର ଭାର ମନ୍ଦିର କାନ୍ଥରେ ରହିବା ପରିବର୍ତ୍ତେ ତାହା ସେଗୁଡ଼ିକ ଉପରେ ନ୍ୟସ୍ତ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀସବୁ ଉଚ୍ଚତାରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇଗଲା। ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜିଆ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ପାର୍ଶ୍ୱ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା। ମନ୍ଦିରର ପାର୍ଶ୍ୱସ୍ଥ କୋଠରୀ ମଧ୍ୟରେ ଏକ ଖୋଲା ସ୍ଥାନ ଅବଶିଷ୍ଟ ଥିଲା। ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଗ୍ଭରିପଟେ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ଦ୍ୱାର ସେହି ଅବଶିଷ୍ଟ ଖୋଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା। ପଶ୍ଚିମ ପାଖର ଅଗଣାରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ଦୈର୍ଘ୍ୟ ଥିଲା। ଆଉ କାନ୍ଥର ମୋଟେଇ ପାଞ୍ଚ ହାତ ଥିଲା। ତା’ପରେ ସେ ମନ୍ଦିରର ଦୈର୍ଘ୍ୟ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ୟ 100 ହାତ ଥିଲା। ଆହୁରି ମନ୍ଦିରର ପୂର୍ବ ଦିଗରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା। ତା’ପରେ ସେ ମନ୍ଦିର ସମ୍ମୁଖରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା। ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଏବଂ ତ୍ୱରଣଟି ଭିତର ପ୍ରାଙ୍ଗଣରୁ ଦେଖାଯାଉଥିଲା। କାଷ୍ଠ ଆଚ୍ଛାଦିତ ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାପିଲେ। ଦ୍ୱାରର ଉପରି ଭାଗ, ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଗ୍ଭରିଆଡ଼େ ଭିତରେ ଓ ବାହାରେ ସେଗୁଡ଼ିକରେ ବିଶେଷ କାରୁକାର୍ଯ୍ୟ ଖୋଦିତ ହୋଇଥିଲା। ପୁଣି ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକାର୍ଯ୍ୟ ଥିଲା ଓ ଦୁଇ କିରୂବ ମଧ୍ୟରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା। ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ୟର ଉଭୟ ପାର୍ଶ୍ୱର ଖର୍ଜ୍ଜୁର ବୃକ୍ଷକୁ ଅନାଇଥିଲେ। ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବଦୂତ ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହୋଇଥିଲା। ପବିତ୍ର ସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖରେ କାଠରେ ନିର୍ମିତ ବେଦି ପରି ଦେଖାଯାଉଥିବା କିଛି ଗୋଟିଏ ଥିଲା। ଯଜ୍ଞବେଦି କାଷ୍ଠ ନିର୍ମିତ ତିନି ହାତ ଉଚ୍ଚ ଥିଲା ଓ ତାହାର ଦୈର୍ଘ୍ୟ ଦୁଇ ହାତ ଥିଲା। ଆଉ ତାହାର କୋଣସବୁ ତହିଁର ଦୈର୍ଘ୍ୟ। ତହିଁର ଗ୍ଭରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମେଜ ଏହି।” ମନ୍ଦିର ଓ ମହାପବିତ୍ର ସ୍ଥାନର ଦୁଇଟି ଲେଖାଏଁ ଦ୍ୱାର ଥିଲା। ପ୍ରତ୍ୟେକ କବାଟରେ ଦୁଇଟି ପଟା ଥିଲା। ପ୍ରତ୍ୟେକ କବାଟ ଦୁଇଟି କ‌ବ୍‌ଜା ବିଶିଷ୍ଟ ପଟାରେ ତିଆରି ହୋଇଥିଲା। ପୁଣି କାନ୍ଥରେ ଯେପରି କିରୂବଦୂତଗଣର ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା ସେହିପରି ମନ୍ଦିର କବାଟରେ ମଧ୍ୟ ହୋଇଥିଲା। ବାହାର ବାରଣ୍ଡାର ଅଗ୍ର ଭାଗରେ ମୋଟ କଡ଼ିକାଠର ଛାତ ଥିଲା। ବାରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାର୍ଶ୍ୱ କୋଠରୀ ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା। ଯାଜକମାନଙ୍କ କୋଠରୀ ତା’ପରେ ସେ ମୋତେ ଉତ୍ତର ଦିଗସ୍ଥ ଦ୍ୱାର ଦେଇ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷେଦ୍ଧାଞ୍ଚଳରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରୀରେ ଉପସ୍ଥିତ କରାଇଲେ। ଏହି ମନ୍ଦିରର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ ପଗ୍ଭଶ୍ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଥିଲେ। ଭିତର ପ୍ରାଙ୍ଗଣରେ କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା। କୋଠରୀଗୁଡ଼ିକର ସମ୍ମୁଖରେ ଦଶ ହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ୱାର ଉତ୍ତର ଆଡ଼େ ଥିଲା। ଉପରିସ୍ଥ କୋଠରୀଗୁଡ଼ିକ ଛୋଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନେଇଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା। ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା। *** କୋଠରୀଗୁଡ଼ିକର ସମାନ୍ତରାଳ ଭାବରେ ଭିତର ପ୍ରାଙ୍ଗଣର ଗ୍ଭରିପଟେ ବାହାରେ କାନ୍ଥଗୁଡ଼ିକ ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା। ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖରେ ସମୁଦାୟ ପ୍ରାସାଦର ଦୈର୍ଘ୍ୟ 100 ହାତ ଥିଲା। ପୁଣି ବାହାର ପ୍ରାଙ୍ଗଣରୁ କୋଠରୀଗୁଡ଼ିକୁ ଗଲାବେଳେ ପୂର୍ବ ଦିଗରେ ତହିଁର ତଳେ ପ୍ରବେଶ ସ୍ଥାନ ଥିଲା। ପ୍ରବେଶ ପଥଟି ପ୍ରାଙ୍ଗଣ ପାଖରେ କାନ୍ଥର ଆରମ୍ଭ ବିନ୍ଦୁରେ ଥିଲା। ଦକ୍ଷିଣ ଦିଗରେ କୋଠରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖରେ ଥିଲା। ଏହି କୋଠରୀଗୁଡ଼ିକର ସମ୍ମୁଖରେ ଏଗାରଟି ପଥ ଥିଲା। ସେଗୁଡ଼ିକ ଉତ୍ତର ଦିଗସ୍ଥ କୋଠରୀଗୁଡ଼ିକର ପରି ଥିଲା। ସେଗୁଡ଼ିକର ଦୈର୍ଘ୍ୟ ପ୍ରସ୍ଥ ସମାନ ଥିଲା। ଆଉ ଏକା ପ୍ରକାରର ଦ୍ୱାର ଥିଲା। ପୁଣି ଦକ୍ଷିଣ ଦିଗସ୍ଥିତ କୋଠରୀଗୁଡ଼ିକର ଦ୍ୱାର ତୁଲ୍ୟ ପଥ ଶେଷରେ ଗୋଟିଏ ଦ୍ୱାର ଥିଲା। ସେହି ପଥ କାନ୍ଥର ସମ୍ମୁଖରେ ଅର୍ଥାତ୍ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା। ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ। ଯେତେବେଳେ ଯାଜକମାନେ ପବିତ୍ର ଅଞ୍ଚଳରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି ତାହା ସବୁ ସେଠାରେ ନ ରଖିବା ପର୍ଯ୍ୟନ୍ତ ସେସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।” ବହିଃସ୍ଥ ଘରର ଅଗଣା ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପରେ ସେ ପୂର୍ବାଭିମୁଖ ଦ୍ୱାରର ପଥଦେଇ ମୋତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ। ସେ ପରିମାପକ ନଳଦ୍ୱାରା ପୂର୍ବପାର୍ଶ୍ୱ ମାପିଲେ। ଏହା ଦୈର୍ଘ୍ୟ 500 ହାତ ହେଲା। ତା’ପରେ ସେ ଉତ୍ତର ପାର୍ଶ୍ୱ ମାପିଲେ। ପରିମାପକ ଦଣ୍ଡରେ ତାହା 500 ହାତ ହେଲା। ଆଉ ଦକ୍ଷିଣ ପାର୍ଶ୍ୱ ମାପିଲେ, ତାହା ମଧ୍ୟ ପରିମାପକ ନଳରେ 500 ହାତ ଦୈର୍ଘ୍ୟ ଥିଲା। ସେ ପଶ୍ଚିମ ପାର୍ଶ୍ୱର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଳରେ 500 ହାତ ହେଲା। ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ଦୈର୍ଘ୍ୟ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସେଗୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛେଦ କରିବା ପାଇଁ ଥିଲା। ସଦାପ୍ରଭୁ ତାଙ୍କ ଲୋକମାନଙ୍କ ସହିତ ବାସ କରିବେ ଏହା ପରେ ସେ ମୋତେ ପୂର୍ବଦ୍ୱାର ନିକଟକୁ ଆଣିଲେ। ଏବଂ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖି ପାରିଲି ଏବଂ ତାଙ୍କର ସ୍ୱର ସମୁଦ୍ରର ଗର୍ଜନର ସ୍ୱର ପରି ଥିଲା ଏବଂ ଦେଶଟି ତାଙ୍କ ମହିମାରେ ଆଲୋକିତ ହୋଇଗଲା। ମୁଁ ଯେଉଁ ଦର୍ଶନ ସେଠାରେ ଦେଖିଲି, ତାହା ଯେତେବେଳେ ସହରକୁ ଧ୍ୱଂସ କରିବାକୁ ଆସିଲାପରି ଦେଖାଯାଉଥିଲା ଓ ମୁଁ କବାର ନଦୀରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାୟୀ ହୋଇ ପ୍ରଣିପାତ କଲି। ଆଉ ପୂର୍ବ ଦ୍ୱାର ଦେଇ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧ୍ୟରେ ପ୍ରବେଶ କଲା। ତା’ପରେ ଆତ୍ମାଟି ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମାରେ ମନ୍ଦିର ପରିପୂର୍ଣ୍ଣ ହେଲା। ତା’ପରେ କେହି ଜଣେ ମୋତେ କହିବାର ମୁଁ ଶୁଣିଲି, ଯେତେବେଳେ ଲୋକଟି ମୋ’ ପାଖରେ ଛିଡ଼ା ହେଉଥିଲେ। ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ। ସେମାନେ ମୋର ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ସେମାନଙ୍କର ଦ୍ୱାର ପ୍ରବେଶ ସ୍ଥାନ ରଖିଲେ ଓ ମୋର ଦ୍ୱାରବନ୍ଧ ନିକଟରେ ସେମାନଙ୍କର ଦ୍ୱାରବନ୍ଧ ରଖିଲେ। କେବଳ ମୋର ଓ ସେମାନଙ୍କ ମଧ୍ୟରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ୟ କର୍ମ ଦ୍ୱାରା ମୋର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କ୍ରୋଧରେ ସେମାନଙ୍କୁ ବିନାଶ କରିଅଛିା ପୁତ୍ର, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ଶାରୀରିକ ପାପସବୁରୁ ଦୂରେଇ ରୁହନ୍ତୁ ଓ ସେମାନଙ୍କର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବି। “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶକୁ ଏହି ମନ୍ଦିର ବିଷୟରେ ବର୍ଣ୍ଣନା କର। ସେମାନେ ସେହି ଗୃହର ଯୋଜନା ଜାଣିଲେ ନିଜର ପାପ କାର୍ଯ୍ୟ ପାଇଁ ହୁଏତ ଲଜ୍ଜିତ ହୋଇପାରନ୍ତି। ଯଦି ସେମାନେ ସେମାନଙ୍କର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ମନ୍ଦିରର ନ‌କ୍‌ସା ବିଷୟରେ ଜଣାଅ। ଆଉ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସମସ୍ତ ବ୍ୟବସ୍ଥା ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କ ଉପସ୍ଥିତିରେ ସେସବୁ ଲେଖ। ସଦାପ୍ରଭୁଙ୍କ ମନ୍ଦିରର ବ୍ୟବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ଅଟେ। ଏହା ହିଁ ମନ୍ଦିରର ବ୍ୟବସ୍ଥା ଅଟେ। ଯଜ୍ଞବେଦି “ଦୀର୍ଘ ହାତର ମାପ ବ୍ୟବହାର କରି ଏଗୁଡ଼ିକ ଯଜ୍ଞବେଦିର ମାପ। ପ୍ରତିହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମାଣ ବେଦିର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରାନ୍ତ ଧାର ଏକ ଗ୍ଭଖଣ୍ଡ ପରିମିତ ହେବ। ଏହା ଯଜ୍ଞବେଦିର ଉଚ୍ଚତା ଅଟେ। ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ। ସେହି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ଯ୍ୟନ୍ତ ଗ୍ଭରି ହାତ ଓ ପ୍ରସ୍ଥ ଏକ ହାତ ହେବ। ଯଜ୍ଞବେଦିର ହୋମ ପାଇଁ ସ୍ଥାନ ଗ୍ଭରି ହାତ ଉଚ୍ଚ ହେବ ଏବଂ ଏହାର ଗ୍ଭରିକୋଣ ଶିଙ୍ଗ ସଦୃଶ ହେବ। ଯଜ୍ଞବେଦିର ଅଗ୍ନିସ୍ଥାନର ଦୈର୍ଘ୍ୟ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର। ପାର୍ଶ୍ୱଗୁଡ଼ିକ ମଧ୍ୟ ବର୍ଗାକାର ପୁଣି ଥାକର ଗ୍ଭରିପାଖର ଦୈର୍ଘ୍ୟ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହେବ। ତହିଁର ଧାର ଗ୍ଭରି ଦିନରେ ଅଧହାତ ଓ ତହିଁର ମୂଳ ଗ୍ଭରିଆଡ଼େ ଏକ ହାତ ପରିମିତ ହେବ। ତା’ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହେବ।” ଆଉ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ‘ଯେତେବେଳେ ସେମାନେ ଯଜ୍ଞବେଦି ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପରେ ହୋମବଳି ଓ ରକ୍ତ ସେଚନ କରନ୍ତି, ସେମାନଙ୍କୁ ଏହି ନିୟମ ମାନିବାକୁ ପଡ଼ିବ।’” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷଭ ଦେବ। ଆଉ ତୁମ୍ଭେ ତାହାର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିକୋଣରେ ଥିବା ଗ୍ଭରି ଶିଙ୍ଗରେ, ଥାକର ଗ୍ଭରିକୋଣ ଉପରେ ଓ ଧାରର ଗ୍ଭରିଆଡ଼େ ଦେବ। ଏହିରୂପେ ତୁମ୍ଭେ ବେଦିକି ଶୁଚି କରି ତାହା ପାଇଁ ପ୍ରାୟଶ୍ଚିତ କରିବ। ଏବଂ ତୁମ୍ଭେ ସେହି ପାପାର୍ଥକ ବଳି ବୃଷଭକୁ ନେଇ ପବିତ୍ର ସ୍ଥାନର ବାହାରେ ମନ୍ଦିରର ନିରୂପିତ ସ୍ଥାନରେ ତାହା ଦ‌ଗ୍‌ଧ କରିବ।’ “ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ୱାରା ଯେପରି ଶୁଚି କରିଥିଲେ ସେପରି ଯଜ୍ଞବେଦିକୁ ଶୁଚି କରିବା ଉଚିତ୍। ତୁମ୍ଭେ ଏହି ଶୁଚିକାର୍ଯ୍ୟ ସମାପ୍ତ କରିବା ପରେ ଗୋଟିଏ ନିଖୁଣ ଯୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମେଷ ଉତ୍ସର୍ଗ କରିବ। ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସେମାନଙ୍କ ଉପରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ଉତ୍ସର୍ଗ କରିବେ। ସାତ ଦିନ ପର୍ଯ୍ୟନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭେମାନେ ଉଭୟ ଏକ ନିଖୁଣ ଯୁବା ବୃଷଭ ଏବଂ ଏକ ନିଖୁଣ ମେଷଛୁଆ ଉତ୍ସର୍ଗ କରିବ। ସାତ ଦିନ ଯାଏ ଯାଜକମାନେ ଯଜ୍ଞବେଦି ନିମନ୍ତେ ପୂଜା କରି ତାହା ଶୁଚି କରିବେ। ସାତ ଦିନ ପରେ ଅଷ୍ଟମ ଦିନରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା’ପରେ ମୁଁ ତୁମ୍ଭକୁ ଗ୍ରହଣ କରିବି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। ବହିର୍ଦ୍ୱାର ତା’ପରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫେରାଇ ଆଣିଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହେବ ନାହିଁ କିମ୍ବା କୌଣସି ମନୁଷ୍ୟ ତାହାଦେଇ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହାଦେଇ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ। କେବଳ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ। ସେ ଦ୍ୱାରର ବାରଣ୍ଡା ପଥଦେଇ ପ୍ରବେଶ କରିବେ ଓ ସେହି ପଥଦେଇ ବାହାରିଯିବେ।” ସଦାପ୍ରଭୁଙ୍କ ମନ୍ଦିରର ପବିତ୍ରତା ତା’ପରେ ସେ ମୋତେ ଉତ୍ତର ଦ୍ୱାର ଦେଇ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା’ପରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି। ପୁଣି ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋଯୋଗ ସହକାରେ ଧ୍ୟାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ୟାନ କର। ଆଉ ଇସ୍ରାଏଲର ଅବଜ୍ଞାକାରୀଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କରିଥିବା ଘୃଣ୍ୟକର୍ମ ତୁମ୍ଭମାନଙ୍କର ଯଥେଷ୍ଟ ହୋଇଛି। କାରଣ ତୁମ୍ଭେମାନେ ଶାରୀରିକ ଓ ହୃଦୟରେ ଅସୁନ୍ନତ ବିଦେଶୀମାନଙ୍କୁ ମୋର ମନ୍ଦିର ଅଗଣାକୁ ଆଣିଲ ଓ ମୋର ମନ୍ଦିରକୁ ଅପବିତ୍ର କଲ। ତୁମ୍ଭେମାନେ ମୋର ଖାଦ୍ୟ ତିଆରି କଲ, ମେଦ ଏବଂ ରକ୍ତକୁ ଅପବିତ୍ର କଲ। ଯେହେତୁ ତୁମ୍ଭେମାନେ ସେଗୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭେମାନେ, ତୁମ୍ଭମାନଙ୍କ ସହିତ ହୋଇଥିବା ମୋର ନିୟମ ଭଙ୍ଗ କଲ। ପୁଣି ତୁମ୍ଭେମାନେ ମୋର ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନେବାକୁ ଧ୍ୟାନ ଦେଇ ନାହଁ। ଏବଂ ତୁମ୍ଭେମାନେ ବିଦେଶୀୟମାନଙ୍କ ହସ୍ତରେ ପବିତ୍ର ସ୍ଥାନ ରକ୍ଷାର ଦାୟିତ୍ୱ ଦେଇଅଛ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଶାରୀରିକ ବା ହୃଦୟରେ ଅସୁନ୍ନତ କୌଣସି ବିଦେଶୀୟଲୋକ ମୋ’ ପବିତ୍ର ମନ୍ଦିରରେ ପ୍ରବେଶ କରିବ ନାହିଁ। ଯେତେବେଳେ ଇସ୍ରାଏଲ ମୋ’ଠାରୁ ବିପଥଗାମୀ ହେଲେ, ଲେବୀୟମାନେ ମୋ’ଠାରୁ ଦୂରେଇ ଗଲେ ଏବଂ ଯିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବହନ କରିବେ। ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ। କିନ୍ତୁ ସେମାନେ ସେମାନଙ୍କର ପ୍ରତିମାଗଣକୁ ପୂଜା କଲେ, ସେଥିପାଇଁ ଇସ୍ରାଏଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କରୁଛି: ‘ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବୋହିବେ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। “ପୁଣି ସେମାନେ ମୋର ଯାଜକମାନଙ୍କ ପରି ମୋର ନିକଟକୁ ବଳିଦାନ ଆଣିବେ ନାହିଁ। ସେମାନେ ମୋର ଦ୍ରବ୍ୟଗୁଡ଼ିକ ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ୟଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ୟ କରିବେ। ତଥାପି ମନ୍ଦିରର ସେବାକାର୍ଯ୍ୟ ପାଇଁ ଓ ତାହା ମଧ୍ୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ଦିରର ଯତ୍ନ ନେବାକୁ ମୁଁ ସେମାନଙ୍କୁ ନିଯୁକ୍ତ କରିବି। “କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ’ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ସେମାନେ ମୋର ପବିତ୍ର ସ୍ଥାନରେ ପ୍ରବେଶ କରିବେ। ସେମାନେ ମୋତେ ସେବା କରିବା ପାଇଁ ମୋ’ ମେଜ ନିକଟକୁ ଆସିବେ ଓ ସେମାନେ ମୋର ସେବାରେ ଯତ୍ନଶୀଳ ହେବେ। ଯେତେବେଳେ ସେମାନେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସେମାନେ ନାଇଲନ୍ ପୋଷାକ ପିନ୍ଧିବେ, ଯେତେବେଳେ ସେମାନେ ମନ୍ଦିରର ଭିତର ପ୍ରାଙ୍ଗଣର ସେବା କରନ୍ତି, ସେମାନେ ନିଶ୍ଚୟ ପଶମ ବସ୍ତ୍ର ପରିଧାନ କରିବେ ନାହିଁ। ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ୱେଦ ଜାତ ହେଲାଭଳି କୌଣସି ପୋଷାକ ସେମାନେ ପିନ୍ଧିବେ ନାହିଁ। ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ। “ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍। କୌଣସି ଯାଜକ ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ। ପୁଣି ସେମାନେ ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସେମାନେ ଇସ୍ରାଏଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ। “ଆଉ ମଧ୍ୟ ଯାଜକମାନେ ମୋର ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ଶିଖାଇବେ। ବିବାଦ ଉପସ୍ଥିତ ହେଲେ ସେମାନେ ବିଗ୍ଭରପତି ଭାବରେ ବିଗ୍ଭର କରିବେ। ମୋର ସମସ୍ତ ଶାସନ ବିଧି ଅନୁସାରେ ସେମାନେ ବିଗ୍ଭର ନିଷ୍ପତ୍ତି କରିବେ ଏବଂ ସେମାନେ ମୋର ନିରୂପିତ ସମସ୍ତ ପର୍ବରେ ମୋର ବ୍ୟବସ୍ଥା ଓ ମୋର ବିଧିସବୁ ପାଳନ କରିବେ। ଆଉ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍। କାରଣ ସେମାନେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରି ପାରିବେ। ପୁଣି ଯାଜକ ଶୁଚି ହେଲା ପରେ ଗଣିତ ହେବା ପାଇଁ ସାତ ଦିନ ଅପେକ୍ଷା କରିବ। ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି। “ଆଉ ଲେବୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ। ମୁଁ ସେମାନଙ୍କର ସମ୍ପତ୍ତି, ତୁମ୍ଭେମାନେ ଇସ୍ରାଏଲ ଭିତରେ କୌଣସି ଭୂମି ସେମାନଙ୍କୁ ଦେବ ନାହିଁ। କାରଣ ମୁଁ ସେମାନଙ୍କର ଅଧିକାର ଅଟେ। ସେମାନେ ଶସ୍ୟ ବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ। ଇସ୍ରାଏଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସେମାନଙ୍କର ହେବ। ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ। ପୁଣି ଯାଜକମାନେ କୌଣସି ସ୍ୱୟଂ ମୃତ ବା ପଶୁ ପକ୍ଷୀ ଦ୍ୱାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷ୍ୟଣ କରିବେ ନାହିଁ। ପବିତ୍ର ବ୍ୟବହାର ନିମନ୍ତେ ଦେଶ ବିଭାଗ “ଏବଂ ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାରୀ ପାଇଁ ଗୁଲିବାଣ୍ଟ ଦ୍ୱାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 20,000 ହାତ ହେବ। ସେ ସମସ୍ତ ଭୂମି ପବିତ୍ର ହେବ। ତାହା ମଧ୍ୟରୁ 500 ହାତ ଦୈର୍ଘ୍ୟ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗରେ ପଗ୍ଭଶ୍ ହାତ ପରିମିତ ଏକ ଖୋଲା ସ୍ଥାନ ରହିବ। ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧ୍ୟରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହେବ। “ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ଯିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିରରେ ସେବା କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସେମାନଙ୍କର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହେବ। ପୁଣି 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲେବୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିଯୁକ୍ତ ହୁଅନ୍ତି ଏହା ସେମାନଙ୍କର ବାସ କରିବା ପାଇଁ ନଗର ହେବ। “ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। ପୁଣି ଅଧିପତି ନିମନ୍ତେ ଯାହା ହେବ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହେବ। ଏହା ଦେଶ ମଧ୍ୟରେ ତାହା ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ୟବହାର କର। ବାତ୍ ଯେପରି ହୋମରର ଏକ ଦଶମାଂଶ ହେବ, ଐଫା ହୋମରର ସହିତ ସମାନ ହେବ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହେବ। ତହିଁର ପରିମାଣ ହୋମର ଅନୁସାରେ ହେବ। ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ। “ତୁମ୍ଭେମାନେ ଏହି ବିଶେଷ ନୈବେଦ୍ୟ ଉତ୍ସର୍ଗ କରିବ। ପ୍ରତ୍ୟେକ ହୋମର ଏକ ଷଷ୍ଠାଂଶ ଗହମ ଓ ଏକ ଷଷ୍ଠାଂଶ ବାଲି ତୁମ୍ଭେମାନେ ଦେବ। ପୁଣି ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ। କୋ‌‌‌ର୍‌‌‌ ଦଶ ବାତ୍ ଅର୍ଥାତ୍ ଏକ ହୋମର, କାରଣ ଦଶ ବାତରେ ଏକ ହୋମର ହୁଏ। ଆଉ ଇସ୍ରାଏଲର ଭଲ ଜଳ ହୋଇଥିବା ଗ୍ଭରଣଭୂମି ସ୍ଥାନରୁ ପଲର 200 ମେଷ ମଧ୍ୟରୁ ଏକ ମେଷ ଦେବ। “ତାହା ଲୋକମାନଙ୍କ ନିମନ୍ତେ ବିଶେଷ ନୈବେଦ୍ୟ ହେବ। ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଏହି ଶସ୍ୟ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। “ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ। ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନେଇ ପବିତ୍ର ସ୍ଥାନକୁ ଶୁଚି କରିବ। ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନେଇ ମନ୍ଦିରର ଚୌକାଠମାନର ଉପରେ ଯଜ୍ଞବେଦି ଥାକର ଗ୍ଭରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବା ଉଚିତ୍। ଆଉ ଯେଉଁ ଲୋକ ଭ୍ରାନ୍ତିରେ କୌଣସି ପାପ କରେ ତାହା ପାଇଁ ଓ ସେହିମାନଙ୍କ ପାଇଁ ଅଜାଣତରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭେମାନେ ମନ୍ଦିରକୁ ପବିତ୍ର କରିବ। ନିସ୍ତାରପର୍ବ ସମୟର ବଳି “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ତୁମ୍ଭମାନଙ୍କର ନିସ୍ତାରପର୍ବ ହେବ। ସେହି ପର୍ବ ସାତ ଦିନ ଧରି ପାଳିତ ହେବ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ୟ ରୋଟୀ ଭୋଜନ କରିବ। ପୁଣି ସେହି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ। ଭୋଜିର ସାତ ଦିନ ସମୟ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ଉଚିତ୍। ସାତ ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷଭ ଓ ସାତ ମେଷ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ଯବ ଓ ଏକ ଏକ ମେଷ ସହିତ ଏକ ଏକ ଐଫା ଯବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। ଏବଂ ସେହି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତ ଦିନ ଯାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହୋମାର୍ଥକ ବଳି, ଶସ୍ୟ ନୈବେଦ୍ୟ ଆଉ ତୈଳ ଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।” ଅଧିପତି ଓ ପର୍ବଗୁଡ଼ିକ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଭିତର ପ୍ରାଙ୍ଗଣର ପୂର୍ବଦ୍ୱାର କାର୍ଯ୍ୟକାରୀ ଛଅ ଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ୟା ଦିନ ଖୋଲା ରହିବ। ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା’ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ। “ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିଖୁଣ ଛଅ ଗୋଟି ମେଷଶାବକ ଓ ନିଖୁଣ ଏକ ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ। “ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମେଷ ଶାବକ ଓ ଏକ ମେଷ ହେବ। ଆଉ ଏଗୁଡ଼ିକ ସବୁ ନିଖୁଣ ହେବେ। ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ। “ପୁଣି ଅଧିପତି ପ୍ରବେଶ କଲାବେଳେ ସେହି ଦ୍ୱାର ବାରଣ୍ଡା ଦେଇ ଭିତରକୁ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ। “ମାତ୍ର ନିରୂପିତ ପର୍ବଦିନମାନଙ୍କରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାର ପଥଦେଇ ଆସିବ, ସେ ଦକ୍ଷିଣ ଦ୍ୱାର ପଥଦେଇ ବାହାରି ଯିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ୱାର ପଥ ଦେଇ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ୱାର ପଥଦେଇ ବାହାରି ଯିବ। ମାତ୍ର କେହି ଯେଉଁ ଦ୍ୱାର ଦେଇ ଆସିବେ ସେହି ଦ୍ୱାର ଦେଇ ଫେରିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ। “ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ। “ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା’ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ। ପ୍ରତ୍ୟହ ନୈବେଦ୍ୟ “ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ଏକ ମେଷ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତରେ ଉତ୍ସର୍ଗ କରିବ। ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ। ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।” ଅଧିପତିଙ୍କ ଉତ୍ତରାଧିକାରୀଙ୍କ ପାଇଁ ବିଧି ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତେବେ ତା’ର ଉତ୍ତରାଧିକାରୀ ସେହି ପୁତ୍ରମାନେ ହେବେ। ଏହା ସେମାନଙ୍କର ସମ୍ପତ୍ତି ହେବ। ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ଓ ତା’ପରେ ତାହା ଅଧିପତି ନିକଟକୁ ଫେରିଯିବ। ଆଉ ସେ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା’ର ସମ୍ପତ୍ତିରୁ ଅଲଗା ହେବ ନାହିଁ।” ସ୍ୱତନ୍ତ୍ର ପାକଶାଳା ତା’ପରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସେଠାରେ ପଶ୍ଚିମରେ ଏକ ସ୍ଥାନ ଥିବାର ଦେଖିଲି। ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।” ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। ପ୍ରାଙ୍ଗଣର ଗ୍ଭରି କୋଣରେ ଗ୍ଭଳିଶ୍ ହାତ ଦୈର୍ଘ୍ୟ ଓ ତିରିଶ୍ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ ଛୋଟ ପ୍ରାଙ୍ଗଣ ଥିଲା। କୋଣମାନଙ୍କର ଏହି ଗ୍ଭରି ପ୍ରାଙ୍ଗଣର ମାପ ସମାନ ଥିଲା। ସେହି ପ୍ରାଙ୍ଗଣର ଗ୍ଭରିପାଖରେ ଥାକ ଥିଲା। ସେହି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହୋଇଥିଲା। ଆଉ ସେ ମୋତେ କହିଲେ, “ଏସବୁ ପାକ ଗୃହ ଓ ଏହି ସ୍ଥାନରେ ଗୃହର ପରିଗ୍ଭରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।” ସଦାପ୍ରଭୁଙ୍କ ମନ୍ଦିରରୁ ଜଳ ନିର୍ଗତ ହେବ ଅନନ୍ତର ସେ ମୋତେ ଫେରାଇ ମନ୍ଦିରର ଦ୍ୱାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନରେ ତଳୁ ଜଳ ନିର୍ଗତ ହୋଇ ପୂର୍ବଦିଗରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସେହି ଜଳ ତଳୁ ମନ୍ଦିରର ଦକ୍ଷିଣପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। ଏବଂ ସେ ମୋତେ ଉତ୍ତର ଦ୍ୱାରର ପଥଦେଇ ବାହାରକୁ ଆଣିଲେ। ଆଉ ବାହାର ପଥଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଉପରଦେଇ ବାହାର ଦ୍ୱାରକୁ ନେଇଗଲେ। ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିବାର ମୁଁ ଦେଖିଲି। ସେହି ବ୍ୟକ୍ତି ମାପ ଫିତା ଓ ନିଜ ହାତରେ ନେଇ ପୂର୍ବଆଡ଼େ ଗଲେ ଓ 1000 ହାତ ମାପିଲେ। ଆଉ ମୋତେ ସେ ଜଳ ମଧ୍ୟଦେଇ ଗମନ କରାଇଲେ। ଜଳ ଆଣ୍ଠୁଏ ପର୍ଯ୍ୟନ୍ତ ହେଲା। ପୁଣି ସେ 1000 ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର 1000 ହାତ ମାପିଲେ ଓ ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ ଅଣ୍ଟା ପର୍ଯ୍ୟନ୍ତ ହେଲା। ତାହାପରେ ସେ ଆଉ 1000 ହାତ ମାପିଲେ। ସେତେବେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ୟଦେଇ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥା’ନ୍ତା, କିନ୍ତୁ କେହି ପାର ହୋଇ ପାରିବେ ନାହିଁ। ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଏହା ଦେଖିଲ କି?” ତହୁଁ ସେ ମୋତେ ଫେରାଇ ନଦୀ ତୀରକୁ ଆଣିଲେ। ମୁଁ ଫେରି ଆସିଲା ବେଳେ ନଦୀ ତୀରର ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି। ଲୋକଟି ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହୋଇ ଆରବ୍ବାକୁ ଯିବ, ଆଉ ତାହା ମୃତ ସମୁଦ୍ରକୁ ଯିବ, ଏବଂ ଯେତେବେଳେ ଏହା ସମୁଦ୍ରରେ ପ୍ରବେଶ କରେ, ଏହାର ଜଳ ନିର୍ମଳ ହୋଇଯାଏ। ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ। ଆଉ ଯେଉଁ ସ୍ଥାନ ଦେଇ ଏହା ପ୍ରବାହିତ ହେବ, ସେ ସ୍ଥାନରେ ସମସ୍ତେ ସଂଜୀବିତ ହେବେ। ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ୟଧରାଳି ଠିଆ ହୋଇଥିବାର ଦେଖି ପାରିବ। ଐନ-ଗଦୀଠାରୁ ଐନ-ଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପକାଇବାର ସ୍ଥାନ ହେବ। ସେଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ୟସାଗରର ମାଛ ପରି ଅନେକ ପ୍ରକାର ହେବେ। ମାତ୍ର ସେ ସ୍ଥାନରେ ପଙ୍କ ଓ ଝିଲ ଭୂମିସବୁ ଉତ୍ତମ ହେବ ନାହିଁ, ସେହିସବୁ ଲବଣ ପାଇଁ ସମର୍ପିତ ହେବ। ନଦୀର ଉଭୟ ପାର୍ଶ୍ୱରେ ସବୁପ୍ରକାର ଖାଦ୍ୟ ଉପଯୋଗୀ ଫଳବୃକ୍ଷ ହେବ ଓ ସେଗୁଡ଼ିକର ପତ୍ର ମଳିନ ହେବ ନାହିଁ ଏବଂ ଫଳର ଅଭାବ ହେବ ନାହିଁ। କାରଣ ସେହି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳରେ ବଢ଼ିଥିବା ହେତୁ ପ୍ରତି ମାସରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ୟାର୍ଥେ ଔଷଧ ରୂପେ ବ୍ୟବହୃତ ହେବ।” ବିଭିନ୍ନ ଗୋଷ୍ଠୀ ନିମନ୍ତେ ଭୂମି ବଣ୍ଟନ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ। ତୁମ୍ଭେମାନେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦେବା ପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭେମାନେ ଅଧିକାର କରିବ। “ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହି‌ତ୍‌ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ। ହମାତ୍, ବରୋଥା, ଦମ୍ମେଶକ ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହ‌‌ତ୍‌‌ତ୍ସର ହତ୍ତୀକୋନ୍। ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହ‌‌ତ୍‌‌ସର-ଐନନ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତର ସୀମା। ଏହା ଉତ୍ତର ସୀମା। “ପୂର୍ବ ଦିଗର ସୀମା ହାମୋର, ନୋନ୍ ମଧ୍ୟରେ ହୌରଣ, ଦମ୍ମେଶକ ଦେଇ ଯର୍ଦ୍ଦନ ନଦୀ ଦେଇ ଗିଲିୟଦ ଓ ଇସ୍ରାଏଲ ମଧ୍ୟଦେଇ ଯିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିୟଦ। ଆଉ ଇସ୍ରାଏଲର ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା ହେବ। “ପୁଣି ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା। “ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା। “ତୁମ୍ଭେମାନେ ଇସ୍ରାଏଲର ପରିବାରବର୍ଗଙ୍କ ମଧ୍ୟରେ ଏହି ଦେଶ ଭାଗ କରିବ। ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର। ସେମାନେ ନିଜର ବାସ କରୁଥିବା ପରିବାରବର୍ଗ ଅନୁସାରେ ଅଧିକାର ପାଇବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। ଇସ୍ରାଏଲର ପରିବାରବର୍ଗ ପାଇଁ ଦେଶ “ଉତ୍ତର ସୀମା ଭୂମଧ୍ୟସାଗରଠାରୁ ପୂର୍ବକୁ ହ‌‌ତ୍‌‌ଲୋନ, ହମାତ୍ ମଧ୍ୟରେ ଏବଂ ହ‌‌ତ୍‌‌ସରେ-ଐନନ୍ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଏହା ଦମ୍ମେଶକ ଓ ହମାତର ସୀମା ଉପରେ ଥିଲା। ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧ୍ୟରେ ଦେଶ ବିଭାଗ ହେବ ଓ ଉତ୍ତରରୁ ଦକ୍ଷିଣ ସୀମା ମଧ୍ୟରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହେବ। ଆଉ ପରିବାରବର୍ଗଙ୍କ ନାମ ଏହିପରି ଯଥା: ଦାନ, ଆଶେର, ନପ୍ତାଲି, ମନଃଶି, ଇଫ୍ରୟିମ, ରୁବେନ୍ ଓ ଯିହୁଦା। *** *** *** *** *** *** ଭୂମିର ସ୍ୱତନ୍ତ୍ର ବିଭାଗ “ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦେଇଛ ତାହା ଯିହୁଦାର ଉତ୍ତର ସୀମାରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଅନ୍ୟାନ୍ୟ ଅଂଶର ସମାନ ହେବ। ଆଉ ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ମନ୍ଦିର ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହାର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ। ସେହି ବିଶେଷ ଭୂମି “ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତରରେ 25,000 ହାତ ଦୈର୍ଘ୍ୟ ଓ ପଶ୍ଚିମରେ 10,000 ହାତ ପ୍ରସ୍ଥ ହେବ। ପୁଣି ପୂର୍ବ ଆଡ଼େ 10,000 ହାତ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ହାତ ଦୈର୍ଘ୍ୟ ହେବ। ଏହାର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ମନ୍ଦିର ହେବ। ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହେବ। ଯେଉଁମାନେ ମୋତେ ବିଶ୍ୱସ୍ତ ଭାବରେ ସେବା କରିଛନ୍ତି, କାରଣ ସେମାନେ ଆମର ରକ୍ଷଣୀୟ। ଇସ୍ରାଏଲର ପରିବାରବର୍ଗ ବିପଥଗାମୀ ହେବା ସମୟର ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। ସେମାନେ ମହାପବିତ୍ର ଭୂମିରୁ ଲେବୀୟମାନଙ୍କ ସୀମା ପାଖରେ ଏକ ବିଶେଷ ଭାଗ ପାଇବେ। “ସୀମା ସହିତ ଯାଜକମାନେ, ଲେବୀୟମାନେ 25,000 ହାତ ଦୈର୍ଘ୍ୟ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାୟ ଭୂମିର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ। ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ୟ ପରିବର୍ତ୍ତିତ ହେବ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହୋଇଅଛି। ନଗର ସମ୍ପତ୍ତି ପାଇଁ ବିଭାଗ ବଣ୍ଟନ “ଆଉ 25,000 ହାତ ଦୈର୍ଘ୍ୟ ଓ 5000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ୟବହାର, ନଗର, ବସତିସ୍ଥାନ ଓ ଗ୍ଭରଣଭୂମି ନିମନ୍ତେ ରହିବ ଓ ତାହାର ମଧ୍ୟସ୍ଥାନରେ ନଗର ରହିବ। ନଗରର ପରିମାପ ଏହିପରି ହେବ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରତ୍ୟେକ 4500 ହାତ ବିଶିଷ୍ଟ ହେବ। ଆଉ ନଗରର ଗ୍ଭରଣଭୂମି ହେବ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରତ୍ୟେକ 250 ହାତ ବିଶିଷ୍ଟ ଭୂମି ହେବ। ପୁଣି ପବିତ୍ର ଉପହାର ଭୂମି ଦୈର୍ଘ୍ୟାନୁସାରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହେବ। ଆଉ ତାହା ନଗରର କାର୍ଯ୍ୟ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ। ଆଉ ଇସ୍ରାଏଲର ଯାବତୀୟ ପରିବାରବର୍ଗ ସେହି ଭୂମିରେ କୃଷି କରିବେ। “ସମୁଦାୟ ଉପହାର ଭୂମିର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 25,000 ହାତ ହେବ। ସ୍ୱତନ୍ତ୍ର ବ୍ୟବହାର ନିମନ୍ତେ ଏହି ଭୂମିକୁ ବ୍ୟବହାର କରାଯିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲେବୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ। “ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ୟଙ୍କ ପାଖକୁ ଯିବା ଉଚିତ୍। ଅର୍ଥାତ୍ ଅନ୍ୟାନ୍ୟ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ୟବର୍ତ୍ତୀ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହେବ। *** “ଯର୍ଦ୍ଦନ ନଦୀର ପୂର୍ବରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ୱତନ୍ତ୍ର ଭୂମିର ଦକ୍ଷିଣରେ ରହିବ। ଏହିସବୁ ପରିବାରବର୍ଗମାନେ ଯର୍ଦ୍ଦନ ନଦୀର ପୂର୍ବଦିଗରେ ବାସ କରନ୍ତି। ପୂର୍ବ ସୀମାରୁ ମହାସମୁଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସେହି ପରିବାରବର୍ଗଗୁଡ଼ିକ ହେଲେ: ବିନ୍ୟାମୀନ, ଶିମିୟୋନ, ଇଷାଖର, ସବଲୁନ ଓ ଗାଦ୍। *** *** *** *** “ପୁଣି ଗା‌ଦ୍‌ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। ସେହି ହେଉଛି ଦେଶ ଯାହାକୁ ତୁମ୍ଭେମାନେ ଇସ୍ରାଏଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ କରିବ ଓ ଏଗୁଡ଼ିକ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ଅଟେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। ନଗରର ଦ୍ୱାରସମୂହ “ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ। ଇସ୍ରାଏଲଙ୍କ ପରିବାରବର୍ଗ ପରେ ସେମାନେ ନାମିତ ହେବେ। “ଉତ୍ତର ଆଡ଼େ 4500 ହାତ ପରିମିତ ଭୂମି ହେବ। ଇସ୍ରାଏଲର ପରିବାରବର୍ଗର ନାମାନୁସାରେ ଉତ୍ତରରେ ତିନି ଦ୍ୱାର ହେବ। ସେଗୁଡ଼ିକ ହେଲେ ରୁବେ‌‌‌ନ୍‌‌‌ର ଦ୍ୱାର, ଯିହୁଦାର ଦ୍ୱାର ଓ ଲେବୀର ଦ୍ୱାର। “ନଗରର ପୂର୍ବଦିଗରେ 4500 ହାତ ପରିମିତ ଭୂମି ହେବ ଓ ସେଠାରେ ତିନି ଦ୍ୱାର ହେବ। ଯଥା: ଯୋଷେଫଙ୍କର ଦ୍ୱାର, ବିନ୍ୟାମୀନର ଦ୍ୱାର ଓ ଦାନର ଦ୍ୱାର। “ନଗରର ଦକ୍ଷିଣ ପାର୍ଶ୍ୱ 4500 ହାତ ହେବ ଓ ସେଠାରେ ମଧ୍ୟ ତିନି ଦ୍ୱାର ରହିବ। ଯଥା: ଶିମିୟୋନର ଦ୍ୱାର, ଇଷାଖରର ଦ୍ୱାର ଓ ସବୂଲୂନର ଦ୍ୱାର। “ପୁଣି ପଶ୍ଚିମ ପାର୍ଶ୍ୱର ଭୂମି 4500 ହାତ ପରିମିତ ହେବ ଓ ସେଠାରେ ମଧ୍ୟ ତିନିଦ୍ୱାର ହେବ। ଯଥା: ଗା‌ଦ୍‌ର ଦ୍ୱାର, ଆଶେରର ଦ୍ୱାର ଓ ନପ୍ତାଲିର ଦ୍ୱାର। “ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।” ଦାନିୟେଲଙ୍କୁ ବାବିଲକୁ ନିଆଗଲା ଯିହୁଦାର ରାଜା ଯିହୋୟାକୀମ୍‌‌‌ର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ସୈନ୍ୟବାହିନୀ ସହ ଆସି ଯିରୁଶାଲମକୁ ଅବରୋଧ କଲା। ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ। ତା’ପରେ ରାଜା ନବୂଖ‌ଦ୍‌ନିତ୍ସର ଅସ୍ପନ‌‌ସ୍‌‌କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖ‌ଦ୍‌ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ। ରାଜା ଯିହୋୟାକୀମ୍ ଗ୍ଭହିଁଲେ ସ୍ୱାସ୍ଥ୍ୟବାନ୍, ସୁନ୍ଦର ଯୋଗ୍ୟ ଏବଂ ଜ୍ଞାନୀ ଯିହୁଦୀ ବାଳକମାନେ ଯେଉଁମାନେ ରାଜକୀୟ ସ୍ଥାନରେ ଠିଆ ହେବାକୁ ଯୋଗ୍ୟ ଥିଲେ ଏବଂ ଅସ୍ପନସ୍ ନପୁଂସକାଧିପତି ଭାଷା ଏବଂ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଲେଖା ଶିଖାଇବାକୁ ପଗ୍ଭରିଲେ। ଏବଂ ରାଜା ସେହିସବୁ ଯୁବକମାନଙ୍କୁ ରାଜକୀୟ ଖାଦ୍ୟ ଓ ପାନୀୟ ଦେଲେ। ସେ ତିନି ବର୍ଷ ଯାଏ ସେମାନଙ୍କୁ ଖାଦ୍ୟ ଦେବା ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସେବା କରିବା ପାଇଁ ସେମାନଙ୍କୁ ତାଲିମ ପ୍ରାପ୍ତ ହେବାକୁ ଗ୍ଭହିଁଲେ। ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ। ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେ‌‌ଲ୍‌‌‌‌ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ। ମାତ୍ର ଦାନିୟେଲ ସେହି ରାଜକୀୟ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନପୁଂସକାଧିପତିକୁ ନିବେଦନ କଲେ ଓ ସେ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ କି ବୋଲି ପଗ୍ଭରିଲେ, ଯାହାଫଳରେ ସେ ଅଶୁଚି ହେବେ ନାହିଁ। ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। କିନ୍ତୁ ସେହି ନପୁଂସକାଧିପତି ଦାନିୟେଲଙ୍କୁ କହିଲା, “ମୁଁ ମୋର ମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭେମାନେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀୟ ଗ୍ରହଣ ନ କର, ତୁମ୍ଭେମାନେ ରୁ‌ଗ୍‌ଣ ଦେଖାଯିବ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଶୁଖିଲା ଦେଖାଯାଅ, ରାଜା ମୋ’ ଉପରେ ରାଗିବେ ଏବଂ ମୋର ମୁଣ୍ତ କାଟ କରିବେ। ତା’ପରେ ତୁମ୍ଭେମାନେ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବ।” ତା’ପରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, ଯେଉଁ ନପୁଂସକାଧିପତି, ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଉପରେ ଦୃଷ୍ଟି ରଖିବାକୁ ନିଯୁକ୍ତ କରାଯାଇଥିଲା। ସେ କହିଲେ, “ଦୟାକରି ଆମ୍ଭମାନଙ୍କୁ ଦଶ ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ। ପୁଣି ଦଶ ଦିନ ପରେ ଆମ୍ଭମାନଙ୍କୁ ସେହି ରାଜକୀୟ ଭକ୍ଷ୍ୟ ଓ ପାନୀୟ ଗ୍ରହଣ କରୁଥିବା ଯୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ୱାସ୍ଥ୍ୟବାନ୍ ଦେଖାଯିବ। ତା’ପରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ୟବହାର କରିବା ହେବେ।” ତେଣୁ ଗୃହରକ୍ଷୀ ଏ ବିଷୟରେ ଏକମତ ହୋଇ, ଦାନିୟେଲ, ହନାନିୟ, ମୀଶାୟେଲ ଏବଂ ଅସରିୟଙ୍କୁ ଦଶ ଦିନ ପର୍ଯ୍ୟନ୍ତ ପରୀକ୍ଷା କଲେ। ଆଉ ଦଶ ଦିନ ପରେ ଦେଖାଗଲା ସେମାନେ ରାଜକୀୟ ଭକ୍ଷ୍ୟଣକାରୀଙ୍କଠାରୁ ଅଧିକ ସୁସ୍ଥ ସବଳ ଓ ହୃଷ୍ଟପୁଷ୍ଟ ଦେଖାଗଲେ। ଏଥିରେ ଗୃହରକ୍ଷୀ ସେମାନଙ୍କର ସେହି ରାଜକୀୟ ଭକ୍ଷ୍ୟ ଓ ଦ୍ରାକ୍ଷାରସ ପାନୀୟ ବନ୍ଦ କରି ସେମାନଙ୍କୁ ପୂର୍ବପରି ଶାକାହାର ଦେଲେ। ଆଉ ପରମେଶ୍ୱର ସେହି ଗ୍ଭରି ଯୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ୟତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ। ରାଜା ତିନି ବର୍ଷରେ ସେମାନେ ତାଲିମପ୍ରାପ୍ତ ହେବେ ବୋଲି ଇଚ୍ଛା କରିଥିଲେ। ତାହା ଶେଷ ହେଲା ପରେ ନପୁଂସକାଧିପତି ସେମାନଙ୍କୁ ନବୂଖ‌ଦ୍‌ନିତ୍ସର ସମ୍ମୁଖକୁ ଆଣିଲା। ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ। ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ। ପୁଣି ଦାନିୟେଲ କୋରସ୍ ରାଜାର ପ୍ରଥମବର୍ଷ ପର୍ଯ୍ୟନ୍ତ ରହିଲେ। ନବୂଖ‌ଦ୍‌ନିତ୍ସରଙ୍କ ସ୍ୱପ୍ନ ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ। ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କ‌‌ଲ୍‌‌‌‌ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ। ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି. ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଉଅଛି।” ତା’ପରେ କ‌‌ଲ୍‌‌‌‌ଦୀୟମାନେ ଅରାମୀୟ ଭାଷାରେ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ୱପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।” ରାଜା କ‌‌ଲ୍‌‌‌‌ଦୀୟମାନଙ୍କୁ କହିଲେ, “ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷୟରେ ତୁମ୍ଭେମାନେ ମୋତେ କହିବା ଉଚିତ୍। ଏବଂ ତା’ପରେ ତୁମ୍ଭେମାନେ ମୋତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭେମାନେ ସ୍ୱପ୍ନ ବିଷୟରେ ବା ଏହାର ଅର୍ଥ ମୋତେ ନ କୁହ, ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେବି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତରେ ପରିଣତ କରାଯିବ। ଆଉ ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ’ଠାରୁ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସେହି ସ୍ୱପ୍ନ ଓ ତାହାର ଅର୍ଥ ମୋତେ କୁହ।” ପୁନର୍ବାର ବିଜ୍ଞ ବ୍ୟକ୍ତିମାନେ ରାଜାଙ୍କୁ କହିଲେ, “ମହାରାଜ, ଆପଣ ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ। ତାହାହେଲେ ଆମ୍ଭେମାନେ ତାହାର ଅର୍ଥ ପ୍ରକାଶ କରିବୁ।” ରାଜା ଉତ୍ତର ଦେଇ କହିଲେ, “ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭେମାନେ ଇଚ୍ଛା କରି କାଳବିଳମ୍ବ କରୁଛ, କାରଣ ତୁମ୍ଭେମାନେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହୋଇଯାଇଛି। ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।” କ‌‌ଲ୍‌‌‌‌ଦୀୟମାନେ ଉତ୍ତର ଦେଇ କହିଲେ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ୱପ୍ନ ବିଷୟ ପ୍ରକାଶ କରି ପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କ‌‌ଲ୍‌‌‌‌ଦୀୟକୁ ଏପରି କଥା ପଗ୍ଭରି ନାହାନ୍ତି। ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କେବଳ ଦେବତାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିବେ। କିନ୍ତୁ ଦେବତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।” ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ। ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ୱାନ ଲୋକମାନେ ହତ ହେବେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା’ର ସାଥୀମାନଙ୍କୁ ବଧ କରିବାକୁ ଅନ୍ୱେଷଣ କଲେ। ଅରିୟୋକ୍ ନାମକ ଜଣେ ରାଜ ସେନାପତି ରାଜରକ୍ଷୀମାନଙ୍କର ନେତୃତ୍ୱ ନେଲେ। ସେ ଯେତେବେଳେ ବାବିଲୀୟ ବିଦ୍ୱାନମାନଙ୍କୁ ବଧ କରିବାକୁ ବାହାରିଲେ, ସେତେବେଳେ ଦାନିୟେଲ ତାଙ୍କୁ ଜ୍ଞାନରେ ଓ ସୁବିବେଚନାରେ ଉତ୍ତର ଦେଲେ। ଦାନିୟେଲ ଅରିୟୋ‌କ୍‌କୁ କହିଲେ, “ରାଜଦଣ୍ତ ଏତେ କଠୋର କାହିଁକି?” ତେଣୁ ଅରିୟୋକ ରାଜାଙ୍କ ସ୍ୱପ୍ନ ବୃତ୍ତାନ୍ତ ଦାନିୟେଲଙ୍କୁ ବୁଝାଇ ଦେଲେ। ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆଉ କିଛି ଅଧିକ ସମୟ ଦେବାକୁ ନିବେଦନ କଲେ। ତାହାହେଲେ ସେ ରାଜାଙ୍କର ସ୍ୱପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ। ତା’ପରେ ଦାନିୟେଲ ସ୍ୱଗୃହକୁ ଯାଇ ତା’ର ସାଙ୍ଗ ହନାନୀୟ, ମୀଶାୟେଲ ଓ ଆସରିୟଙ୍କୁ ରାଜାଜ୍ଞା ବିଷୟରେ ସକଳ ବୃତ୍ତାନ୍ତ ଜଣାଇଲେ। ଦାନିୟେଲ ତା’ର ସାଙ୍ଗମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ୱର୍ଗସ୍ଥ ପରମେଶ୍ୱର ନିଗୂଢ଼ ତଥ୍ୟ ଜଣାଇଲେ, ସେ ଓ ତା’ର ସାଙ୍ଗମାନେ ମୃତ୍ୟୁମୁଖରୁ ରକ୍ଷା ପାଇବେ। ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ। ଦାନିୟେଲ ପ୍ରଶଂସା କରି କହିଲେ, “ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ସମସ୍ତ ଜ୍ଞାନ ଓ ପରାକ୍ରମ ତାଙ୍କର। ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି। ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି। ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ। ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି। ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି। ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ। ତୁମ୍ଭକୁ ମୁଁ ଯାହା ନିବେଦନ କରିଅଛି, ତାହା ସମସ୍ତ ବିଷୟରେ ତୁମ୍ଭେ ମୋତେ ଜଣାଇ ଅଛ। ତୁମ୍ଭେ ରାଜାଙ୍କ ବିଷୟରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଅଛ।” ଦାନିୟେଲ ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି ଦାନିୟେଲ ଅରିୟୋ‌କ୍‌କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।” ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।” ରାଜା ସେହି ଦାନିୟେଲଙ୍କୁ ପ୍ରଶ୍ନ କଲେ, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କ’ଣ ସ୍ୱପ୍ନ ଓ ତାହାର ଅର୍ଥ ମୋତେ ଜଣାଇପାରିବ?” ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ। ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ। ହେ ମହାରାଜ, ଶଯ୍ୟା ଉପରେ ଆପଣ ଶୋଇଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେହି ପରମେଶ୍ୱର, ଯାହା ଭବିଷ୍ୟତରେ ଘଟିବ ତାହା ଦର୍ଶନରେ ପ୍ରକାଶ କଲେ। ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପରମେଶ୍ୱର ମୋ’ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ’ ପ୍ରତି ପ୍ରକାଶିତ ହୋଇଅଛି। “ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା। ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା। ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା। ତା’ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା’ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା। “ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା’ର ଅର୍ଥ ଜଣାଇବୁ। ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। “ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ। “ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। ଯେପରି ପାଦର ଅଙ୍ଗୁଳିସବୁକିଛି ଲୌହମୟ ଓ କିଛି ମୃର୍ତ୍ତିକାମୟ ଥିଲା, ସେହିପରି ରାଜ୍ୟର ଏକ ଅଂଶ ସୁଦୃଢ଼ ଓ ଅନ୍ୟ ଅଂଶ ଦୁର୍ବଳ ହେବ। କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ। “ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ। “ଏବଂ ଆପଣ ସ୍ୱପ୍ନରେ ଦେଖିଲେ କୌଣସି ଲୋକଦ୍ୱାରା ଛେଦିତ ହୋଇ ନ ଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସେହି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା। ତେଣୁ ଯାହା ଏହା ପରେ ଘଟିବ ତାହା ମହାନ ପରମେଶ୍ୱର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ୱପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ୟ।” ସେତେବେଳେ ରାଜା ନବୂଖ‌ଦ୍‌ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା। ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।” ତା’ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ। ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେ‌‌ଦ୍‌‌ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ। ସୁବର୍ଣ୍ଣ ପ୍ରତିମା ଓ ଉତ୍ତପ୍ତ ଅଗ୍ନିକୁଣ୍ତ ରାଜା ନବୂଖ‌ଦ୍‌ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସ୍ଥାପନ କଲା। ସେହି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦେଶାଧ୍ୟକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ୟକ୍ଷ, ବ୍ୟବସ୍ଥାପକ, ବେବର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ରେରଣ କଲା। ତେଣୁ ସେମାନେ ରାଜାଙ୍କ ଆହ୍ୱାନରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ। ଆଉ ସେମାନେ ସେହି ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ। ତା’ପରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା। ଯେତେବେଳେ ତୁମ୍ଭେମାନେ ସମସ୍ତେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚୟ ପୂଜା କରିବ। ପୁଣି ଯେକେହି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ।” ଏଣୁ ଯେତେବେଳେ ସମସ୍ତ ଲୋକ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁପ୍ରକାର ବାଦ୍ୟ ଶୁଣିଲେ ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖରେ ମୁଣ୍ତ ନୁଆଁଇ ପ୍ରଣାମ କଲେ। ସେହି ସମୟରେ କେତେକ କ‌‌ଲ୍‌‌‌‌ଦୀୟ ଲୋକ ରାଜାଙ୍କ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ। ସେମାନେ ନବୂଖ‌ଦ୍‌ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ। ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେକେହି ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ। ପୁଣି ଯେକୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନ କରିବ ସେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ। ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।” ଏହି ସମ୍ବାଦ ଶୁଣି ନବୂଖ‌ଦ୍‌ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ। ଆଉ ନବୂଖ‌ଦ୍‌ନିତ୍ସର ସେମାନଙ୍କୁ ପଗ୍ଭରିଲେ, “ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କ’ଣ ସତ୍ୟ, ତୁମ୍ଭେମାନେ ମୋର ଦେବତାଗଣର ପୂଜା କରୁ ନାହିଁ ଓ ମୋର ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହିଁ। ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ’ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।” ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, “ହେ ନବୂଖ‌ଦ୍‌ନିତ୍ସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଆଉ ଏପରିକି ପରମେଶ୍ୱର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନ ଆସନ୍ତି ତଥାପି ଆମ୍ଭେମାନେ ଆପଣଙ୍କ ଦେବତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।” ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା’ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା। ତା’ପରେ ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ। ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତେବେଳେ ସେମାନେ ସେମାନଙ୍କର ପ୍ୟାଣ୍ଟ, ସାର୍ଟ, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ପରିଧାନ କରିଥିଲେ। ରାଜା ଆଜ୍ଞା କଲାବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶୟ ଉତ୍ତପ୍ତ କରା ଯାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋକୁ ଫିଙ୍ଗିବାକୁ ଯାଇଥିବା ସୈନ୍ୟମାନେ ଅଗ୍ନିଶିଖା ଦ୍ୱାରା ପୋଡ଼ି ମଲେ। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପଡ଼ିଲେ। ସେମାନଙ୍କୁ ଦୃଢ଼ଭାବରେ ବନ୍ଧା ଯାଇଥିଲା। ଏଥିରେ ରାଜା ନବୂଖ‌ଦ୍‌ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତରେ ପକାଇ ନ ଥିଲୁ?” ମନ୍ତ୍ରୀମାନେ ଉତ୍ତର କଲେ, “ଏହା ସତ୍ୟ ସହାରାଜ।” ରାଜା ଉତ୍ତର କରି କହିଲେ, “ଦେଖ, ମୁଁ ଅଗ୍ନି କୁଣ୍ତରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସେମାନେ ଦ‌ଗ୍‌ଧିଭୂତ ହୋଇ ନାହାନ୍ତି ଓ ଚତୁର୍ଥ ଲୋକଟି ଦେବପୁତ୍ର ସଦୃଶ।” ତା’ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।” ତା’ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ। ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରିତ ହୋଇ ସେହି ତିନି ଜଣଙ୍କୁ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀରରେ କୌଣସି ଅଂଶ ଦ‌ଗ୍‌ଧ କରି ନାହିଁ। ସେମାନଙ୍କ ମସ୍ତକର କେଶ କି ସେମାନଙ୍କର ପାଇଜାମା ଦ‌ଗ୍‌ଧ ହୋଇ ନାହିଁ କି ସେମାନଙ୍କର ଶରୀରରେ ଅଗ୍ନିର ଗନ୍ଧ ନାହିଁ। ତା’ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ। ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।” ଏହା ପରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶରେ ପ୍ରଧାନ ପଦରେ ନିଯୁକ୍ତ କଲେ। ନବୂଖ‌ଦ୍‌ନିତ୍ସରଙ୍କ ବୃକ୍ଷ ବିଷୟରେ ସ୍ୱପ୍ନ ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖ‌ଦ୍‌ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ୟରୂପେ ଶାନ୍ତି ହେଉ। ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି। ପରମେଶ୍ୱରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅ‌‌ଦ୍‌‌ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ୟ କେବେ ସମାପ୍ତ ହେବ ନାହିଁ। ମୁଁ ନବୂଖ‌ଦ୍‌ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି। ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା। ତେଣୁ ସ୍ୱପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। ଯେତେବେଳେ ମନ୍ତ୍ରଜ୍ଞଗଣକ କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ, ମୁଁ ସେମାନଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି, ମାତ୍ର ସେମାନେ ତାହାର ଅର୍ଥ ମୋତେ କହି ପାରିଲେ ନାହିଁ। ଅବଶେଷରେ ମୋ’ ଦେବତାର ନାମାନୁସାରେ ବେ‌‌ଲ୍‌‌‌‌ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି। “ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେ‌‌ଲ୍‌‌‌‌ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ। ମୁଁ ଶଯ୍ୟାରେ ଶୋଇଥିବା ବେଳେ ମୋ’ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା। ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା। ଉଚ୍ଚତାରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନରେ ତାହା ଦୃଶ୍ୟମାନ ହେଲା। ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ସେ ଗଛରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସେହି ବୃକ୍ଷତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ। “ମୁଁ ଶଯ୍ୟା ଉପରେ ଥିବା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସେ ଉଚ୍ଚସ୍ୱରରେ କହିଲେ, ‘ଏହି ବୃକ୍ଷକୁ ଛେଦନ କର। ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ଦିଅ ଓ ଫଳଗୁଡ଼ିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖାରେ ଥିବା ପକ୍ଷୀମାନେ ପଳାଇ ଯାଆନ୍ତୁ। ତାହାର ମୂଳ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ ତୃଣରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। ତାହା ମାନବ ହୃଦୟ ନ ହେଉ ଓ ସେ ପଶୁ ହୃଦୟ ପ୍ରାପ୍ତ ହେଉ। ଆଉ ତାହା ଉପରେ ସାତ ବର୍ଷ ଅତିବାହିତ ହୋଇ ଯାଉ।’ “ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ। “ମୁଁ, ରାଜା ନବୂଖ‌ଦ୍‌ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେ‌‌ଲ୍‌‌‌‌ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।” ତହିଁରେ ବେ‌‌ଲ୍‌‌‌‌ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେ‌‌ଲ୍‌‌‌‌ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।” ବେ‌‌ଲ୍‌‌‌‌ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ। ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହୋଇ ବଢ଼ିଲା ଓ ଉଚ୍ଚତାରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥିରେ ପ୍ରଚୁର ଫଳ ହେଲା। ସେଥିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡ଼ିକ ଉପରେ ଆକାଶର ପକ୍ଷୀମାନେ ବସତି କଲେ। *** ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି। “ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’ “ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି। ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି। “ଆଉ ବୃକ୍ଷର ମୂଳ, ଗଣ୍ତି ଛାଡ଼ିବାକୁ ଆଜ୍ଞା ଦିଆଯିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ୟ ଫେରି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ୱର ରାଜ୍ୟରେ ଶାସନ କରନ୍ତି। ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।” ରାଜା ନବୂଖ‌ଦ୍‌ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା। ସ୍ୱପ୍ନର ବର୍ଷକ ପରେ ରାଜା ନବୂଖ‌ଦ୍‌ନିତ୍ସର ବାବିଲର ନିଜ ପ୍ରାସାଦ ଉପରେ ବୁଲୁଥିବା ବେଳେ, ରାଜା କହିଲା, “ଏହି ବାବିଲକୁ ଦେଖ! ମୁଁ ମୋର ପ୍ରତାପରେ ଏହି ମହାନ ନଗର ନିର୍ମାଣ କରିଛି ଓ ମୋର ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କେଡ଼େ ମହାନ।” *** ରାଜାଙ୍କ ମୁଖରୁ କଥା ଶେଷ ନ ହେଉଣୁ, ଏହି ସ୍ୱର୍ଗୀୟବାଣୀ ହେଲା, “ହେ ରାଜା ନବୂଖ‌ଦ୍‌ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ୟ କାଢ଼ି ନିଆଗଲା। ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।” ସେହିସବୁ ଦଣ୍ତ ତ‌‌ତ୍‌‌କ୍ଷଣାତ୍ ନବୂଖ‌ଦ୍‌ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହୋଇ ଗୋରୁପରି ତୃଣ ଭକ୍ଷ୍ୟଣ କଲେ। ଆଉ ସେ ଆକାଶର କାକରରେ ତିନ୍ତିଲେ। ଶେଷରେ ତାହାର କେଶ ଉତ୍କ୍ରୋଶପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା। ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖ‌ଦ୍‌ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା’ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି। କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ। ଆଉ ସେହି ସମୟରେ ପରମେଶ୍ୱର ମୋର ଉତ୍ତମ ବୁଦ୍ଧି ମୋତେ ଫେରାଇ ଦେଲେ। ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ତେଜ ଓ ପ୍ରତାପ ମୋ’ ପାଖକୁ ଫେରି ଆସିଲା। ମୋର ମନ୍ତ୍ରୀ ଓ ଅମାତ୍ୟମାନେ ପୁନର୍ବାର ମୋର ପରାମର୍ଶ ଲୋଡ଼ିଲେ। ମୁଁ ପୁନର୍ବାର ରାଜା ହେଲି ଓ ମୋର ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା। ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି। କାନ୍ଥ ଉପରେ ଲେଖା ରାଜା ବେ‌‌ଲ୍‌‌‌‌ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ। ବେ‌‌ଲ୍‌‌‌‌ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖ‌ଦ୍‌ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ। ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ। ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ। ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ। ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ। ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।” ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ। ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉ‌‌ଦ୍‌‌ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତା’ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ। ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖ‌ଦ୍‌ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ। ମୁଁ ଯେଉଁ ବ୍ୟକ୍ତି ବିଷୟରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେ‌‌ଲ୍‌‌‌‌ଟଶତ୍ସର ନାମ ଦେଇଥିଲେ। ସେହି ବେ‌‌ଲ୍‌‌‌‌ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ୱପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ଼ ତଥ୍ୟ ପ୍ରକାଶ କରି ପାରନ୍ତି। ତାଙ୍କୁ ଡକାଅ। ସେ କେବଳ ଏ ଲେଖାର ଅର୍ଥ ବୁଝାଇ ଦେବେ।” ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି? ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ମହିମା ତୁମ୍ଭଠାରେ ଦେଖାଯାଏ। ମୋର ରାଜ୍ୟର ଜ୍ଞାନୀ ଲୋକମାନେ ମୋ’ ପାଖକୁ ଆସିଥିଲେ। କିନ୍ତୁ ସେମାନେ କାନ୍ଥରେ ଲେଖା ହୋଇଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ। ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଭଞ୍ଜନ କରିପାର। ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇ ପାର, ତେବେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦେବି ଓ ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମୋ’ ରାଜ୍ୟରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।” ତା’ପରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, “ହେ ରାଜା ବେ‌‌ଲ୍‌‌‌‌ଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି। “ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖ‌ଦ୍‌ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ। ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା। “କିନ୍ତୁ ନବୂଖ‌ଦ୍‌ନିତ୍ସର ଗର୍ବୀ ଏବଂ ଜି‌‌ଦ୍‌‌ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା’ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା। ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା’ପରେ ସେ ହୃ‌‌ଦ୍‌‌ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି। “କିନ୍ତୁ ବେ‌‌ଲ୍‌‌‌‌ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ୟ ଆପଣଙ୍କ ଅନ୍ତଃକରଣକୁ ନମ୍ର କରି ନାହାନ୍ତି। ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି। ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା। କାନ୍ଥରେ ଲିଖିତ ହୋଇଥିବା ଶବ୍ଦଗୁଡ଼ିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ। “ମିନେର ଅର୍ଥ ହେଉଛି, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। ତକେଲର ଅର୍ଥ, ଆପଣ ନିକିତିରେ ତୌଲା ଯାଇ ଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି। ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।” ବେ‌‌ଲ୍‌‌‌‌ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ। ସେହି ରାତ୍ରିରେ କ‌‌ଲ୍‌‌‌‌ଦୀୟମାନଙ୍କର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କୁ ବଧ କରାଗଲା। ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା। ଦାନିୟେଲ ଓ ସିଂହଗଣ ଦାରିୟାବସ ଚିନ୍ତାକଲେ ସମୁଦାୟ ରାଜ୍ୟରେ ଶାସନ କରିବକୁ 120 କ୍ଷିତିପାଳ ନିଯୁକ୍ତ କଲେ ଭଲ ହେବ। ସେହି ରାଜା ତିନି ଜଣ ତଦାରଖକାରୀଙ୍କୁ ସୁବେଦାର ଉପରେ ନିଯୁକ୍ତ କଲେ, ଯେପରି ସେମାନେ ରାଜାଙ୍କୁ ଠକି ନ ପାରିବେ ଓ କ୍ଷତି ସହି ପାରିବେ। ଏହି ତିନି ଜଣ ନିରୀକ୍ଷକ ମଧ୍ୟରେ ଦାନିୟେଲ ଥିଲେ ଅନ୍ୟତମ। ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ମଧ୍ୟରେ ବିଖ୍ୟାତ ହୋଇଥିଲେ। ତେଣୁ ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ଶାସକ ଭାବରେ ନିଯୁକ୍ତ କରିବାକୁ ମନସ୍ଥ କଲେ। ଏଥିରେ ଅନ୍ୟ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ଦାନିୟେଲଙ୍କ ପ୍ରତି ଈର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷୟ ଦୋଷ ଅନୁସନ୍ଧାନ କଲେ। ମାତ୍ର ସେମାନେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କଠାରେ କୌଣସି ଭ୍ରାନ୍ତି ବା ଅପରାଧ ନ ଥିଲା। ସେ ରାଜାଙ୍କୁ ଠକୁ ନ ଥିଲେ ଓ କଠିନ ପରିଶ୍ରମ କରୁଥିଲେ। ଶେଷରେ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କ ବିଷୟରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ୱର ବ୍ୟବସ୍ଥା ସମ୍ବନ୍ଧରେ ଦୋଷ ଦେଖିବା।” ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, “ହେ ରାଜ ଦାରିୟାବସ, ଆପଣ ଚିରଜୀବି ହୁଅନ୍ତୁ। ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବେଦାରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜି ହେଲେ ଯେ, ଏକ ରାଜକୀୟ ଘୋଷଣା ପତ୍ର ହେବା ଉଚିତ୍। ଯଦି କେହି ତିରିଶ୍ ଦିନ ପର୍ଯ୍ୟନ୍ତ ମହାରାଜା ବିନା କୌଣସି ଦେବତା ବା ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ତେବେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାଯିବ। ଏବେ ହେ ମହାରାଜା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।” ତେଣୁ ରାଜା ଦାରିୟାବସ ସେହି ଲେଖା ଓ ନିଷେଧ ସ୍ୱାକ୍ଷର କଲା। ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଯେତେବେଳେ ନୂତନ ବିଧି ବିଷୟରେ ଲେଖା ସ୍ୱାକ୍ଷାରିତ ହୋଇଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କୋଠରୀର ଝରକା ଯିରୁଶାଲମ ଆଡ଼େ ମେଲା ଥିଲା। ସେ ପୂର୍ବପରି ଆଣ୍ଠୁମାଡ଼ି ଦିନ ମଧ୍ୟରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କଲେ। ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରୁଥିବାର ଦେଖିଲେ। ତେଣୁ ସେମାନେ ରାଜାଙ୍କ ପାଖକୁ ଗଲେ ଓ ରାଜକୀୟ ବିଧି ବିଷୟରେ ତାଙ୍କୁ ମନେ ପକାଇ ଦେଲେ। ସେମାନେ କହିଲେ, “ହେ ମହାରାଜା, ଯେକୌଣସି ଲୋକ ତିରିଶ୍ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏପରି ଏକ ନିଷେଧ ପତ୍ରରେ ଆପଣ ସ୍ୱାକ୍ଷର କରି ନାହାନ୍ତି କି?” ରାଜା କହିଲେ, “ହଁ, ମୁଁ ସେ ନିଷେଧ ପତ୍ରରେ ସ୍ୱାକ୍ଷର କରିଛି।’ ଆଉ ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।” ତା’ପରେ ସେମାନେ ରାଜାଙ୍କୁ ଉତ୍ତର ଦେଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ ସନ୍ତାନଗଣ ମଧ୍ୟରେ ଜଣେ ବ୍ୟକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ। ସେ ଏବେ ମଧ୍ୟ ଦିନରେ ତିନିଥର ତା’ର ପରମେଶ୍ୱରକୁ ପ୍ରାର୍ଥନା କରୁଛି।” ତହୁଁ ରାଜା ଦୁଃଖିତ ଓ ବିବ୍ରତ ହୋଇ ପଡ଼ିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଉପାୟ ଚିନ୍ତା କଲା। ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ରାଜାଙ୍କୁ କହିଲେ, “ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି, ରାଜା କୌଣସି ନିଷେଧାଜ୍ଞା ବା ବିଧି ସ୍ଥାପନ କଲେ ତାହା କେବେ ପରିବର୍ତ୍ତିତ ହୁଏ ନାହିଁ।” ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।” ପୁଣି ଏକ ବଡ଼ ପଥର ଅଣାଯାଇ ଗର୍ତ୍ତ ମୁଖରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରାରେ ଓ ନିଜ ଅମାତ୍ୟଗଣଙ୍କ ମୁଦ୍ରାରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସେହି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ। ତା’ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ। ପରଦିନ ପ୍ରଭାତରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହୋଇ ପହଞ୍ଚିଲେ। ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?” ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ। ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।” ରାଜା ଦାରିୟାବସ ଅତ୍ୟନ୍ତ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦେଲା। ଆଉ ଦାନିୟେଲ ସେହି ଗର୍ତ୍ତରୁ ଆସିଲେ, ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥିଲେ। ତା’ପରେ ରାଜା ଦାନିୟେଲଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସେମାନଙ୍କର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫାରେ ନିକ୍ଷେପ କଲେ। ତଳେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଭକ୍ଷ୍ୟଣ କରି ସେମାନଙ୍କର ଅସ୍ଥିଗୁଡ଼ିକୁ ଚର୍ବଣ କଲେ। ସେତେବେଳେ ଦାରିୟାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟରୂପରେ ଶାନ୍ତି ହେଉ। “ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ। ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ୱର୍ଗରେ ଓ ପୃଥିବୀରେ ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।” ଏହିରୂପେ ଦାନିୟେଲ ଦାରିୟାବସର ରାଜତ୍ୱ କାଳରେ ଓ ପାରସିକ କୋରସର ରାଜତ୍ୱକାଳରେ ସଫଳକାମୀ ହେଲେ। ଗ୍ଭରିପଶୁଙ୍କ ବିଷୟରେ ଦାନିୟେଲଙ୍କ ସ୍ୱପ୍ନ ବାବିଲର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ। ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ମୋର ଦର୍ଶନ ପାଇଲି ଯେ ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ତ ବେଗରେ ବହିଲା ସେହି ବାୟୁ ସମୁଦ୍ରକୁ ଅଶାନ୍ତ କଲା। ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ। ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା’ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା’ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା। “ଆଉ ତତ୍ପରେ ମୋ’ ସମ୍ମୁଖରେ ଦ୍ୱିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, ‘ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷ୍ୟଣ କର।’ “ଏହା ପରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା’ର ପୃଷ୍ଠ ଭାଗରେ ପକ୍ଷୀର ଗ୍ଭରି ଡେଣା ଥିଲା। ଆଉ ମଧ୍ୟ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା। “ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା। “ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା। ଚତୁର୍ଥ ପଶୁର ବିଗ୍ଭର “ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମୟପରି ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା। ତାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡ଼ା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖୋଲାଗଲା। “ମୁଁ ଦେଖିବାରେ ଲାଗିଲି, ସେହି ଛୋଟ ଶିଙ୍ଗର କ’ଣ ହେବ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ଯ୍ୟନ୍ତ ଏବଂ ତାହାର ଶରୀର ଧ୍ୱଂସ କରି ଅଗ୍ନି ମଧ୍ୟକୁ ଫିଙ୍ଗି ପାଉଁଶ କରି ଦିଆଗଲା। ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କର୍ତ୍ତୃତ୍ୱ କାଢ଼ି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସେମାନଙ୍କୁ ଅନୁମତି ଦିଆଗଲା। “ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ। “ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ପ୍ରଦତ୍ତ ହେଲା। ତେଣୁ ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହେବ ନାହିଁ। ଆଉ ତାଙ୍କର ରାଜ୍ୟ ଅବିନାଶୀ ହେବ। ଚତୁର୍ଥ ପଶୁ ସମ୍ମନ୍ଧରେ ସ୍ୱପ୍ନର ଅର୍ଥପ୍ରକାଶ “ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା। ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣକ ନିକଟକୁ ଯାଇ ଏସବୁ ତଥ୍ୟ ପଗ୍ଭରିଲି। ତେଣୁ ସେ ମୋତେ ସେ ସବୁର ଅର୍ଥ ବୁଝାଇ କହିଲେ। ‘ସେହି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସେମାନେ ଏହି ପୃଥିବୀରୁ ଉତ୍ପନ୍ନ ହେବେ। ମାତ୍ର ପରମେଶ୍ୱରଙ୍କ ପବିତ୍ର ଲୋକମାନେ ରାଜ୍ୟ ପ୍ରାପ୍ତ ହେବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’ “ତା’ପରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧରେ ସମସ୍ତ ତଥ୍ୟ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦରେ ଦଳି ଦେଲା। ସେହି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ଦଶଶିଙ୍ଗ ମଧ୍ୟରୁ ତିନିଶିଙ୍ଗ ପଡ଼ିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା। ତା’ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା। “ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ। ପୁଣି ସେହି ଦଶ ଶିଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ। ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ। ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ। “‘ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କର୍ତ୍ତୃତ୍ୱ କାଢ଼ି ନିଆଯିବ ଓ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବ। ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’ “ଏହିଠାରେ ମୋର ସ୍ୱପ୍ନ ଶେଷ ହେଲା। ମୁଁ ଦାନିୟେଲ ମୋର ଭାବନା ମୋତେ ଉ‌‌ଦ୍‌‌ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗରେ କହି ପାରିଲି ନାହିଁ।” ଗୋଟିଏ ମେଷ ଓ ଛାଗ ବିଷୟରେ ଦାନିୟେଲଙ୍କ ଦର୍ଶନ ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ତୃତୀୟ ବର୍ଷରେ ମୁଁ ଆଉ ଏକ ଦର୍ଶନ ପାଇଲି। ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି। ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାର୍ଶ୍ୱରେ ଏକ ଅଣ୍ତିରା ମେଷ ଠିଆ ହୋଇଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା। ମୁଁ ଲକ୍ଷ୍ୟ କଲି ସେହି ମେଷ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇପାରୁ ନ ଥିଲେ ଏବଂ ଆଉ କେହି ତା’ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସାରେ କର୍ମ କରି ନିଜର ବଡ଼ିମା ପ୍ରକାଶ କରି ଶକ୍ତିଶାଳୀ ହେଲା। ମୁଁ ସେ ଅଣ୍ତିରା ମେଷ ବିଷୟରେ ଚିନ୍ତା କରୁଥିବା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ବଡ଼ ଶିଙ୍ଗ ଥିଲା ଓ ତାହା ଧ୍ୟାନାକର୍ଷଣୀୟ ଥିଲା। ସେ ଛାଗ ଏତେ ଦ୍ରୁତଗତିରେ ଦୌଡ଼ୁଥିଲା ଯେ ତା’ର ପାଦ ଭୂମିକୁ ସ୍ପର୍ଶ କରୁ ନ ଥିଲା। ସେହି ଛାଗ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଲୟ ନଦୀ ନିକଟରେ ଛିଡ଼ା ହୋଇଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମେଷ ଆଡ଼କୁ ଧାଇଁଲା। ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା’ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ। ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା’ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା। ତା’ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା। ସେହି ଛୋଟ ଶିଙ୍ଗଟି ଆକାଶ ପର୍ଯ୍ୟନ୍ତ ବଢ଼ିଲା। ଏହା ଆକାଶର କେତେକ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସେମାନଙ୍କୁ ପାଦରେ ଦଳିଲା। ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା। ତା’ପରେ ନିତ୍ୟ ହୋମବଳି ବିରୁଦ୍ଧରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ୟକୁ ତଳେ ପକାଇ ଦେଲା, ଯାହା ଇଚ୍ଛା ତାହା କଲା। ତା’ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା’ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, “କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?” ଅନ୍ୟ ପବିତ୍ର ବ୍ୟକ୍ତି ଉତ୍ତର କଲେ, “ଏହା 2300 ଦିନ ପର୍ଯ୍ୟନ୍ତ ଗ୍ଭଲିବ। ତା’ପରେ ଧର୍ମଧାମ ପ୍ରତିଷ୍ଠିତ ହେବ।” ଦାନିୟେଲଙ୍କ ଦର୍ଶନ ବ୍ୟାଖ୍ୟା କରାଗଲା ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ’ ସମ୍ମୁଖରେ ଆବିର୍ଭାବ ହୋଲା। ପୁଣି ଉଲୟ ନଦୀ ମଧ୍ୟରୁ ମୁଁ ଏକ ମନୁଷ୍ୟର ସ୍ୱର ଶୁଣିଲି। ସେ ଡାକି କହିଲା, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।” ମନୁଷ୍ୟାକୃତି ସ୍ୱର୍ଗଦୂତ ଗାବ୍ରିଏଲ ମୋ’ ନିକଟକୁ ଆସିଲେ। ମୁଁ ଭୟଭୀତ ହୋଇ ତାଙ୍କ ପାଦତଳେ ପଡ଼ିଗଲି। ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ବୁଝ, ଏହି ଦର୍ଶନ ଶେଷକାଳ ବିଷୟକ ଅଟେ।” ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ। ଗାବ୍ରିଏଲ କହିଲେ, “ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧରେ ବୁଝାଇବି, ଭବିଷ୍ୟତରେ କ’ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶେଷକାଳର କଥା ବୋଲି ଜଣାଇବି। “ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା। ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା। ଆଉ ଯେଉଁ ଶିଙ୍ଗ ଭଗ୍ନ ହୋଇ ସେ ସ୍ଥାନରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସେହି ଦେଶୀୟମାନଙ୍କ ମଧ୍ୟରୁ ଗ୍ଭରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ସେଗୁଡ଼ିକ ପ୍ରଥମ ପରି ଶକ୍ତିଶାଳୀ ହେବେ ନାହିଁ। “ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ। ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ। “ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ। “ସେ ସମୟରେ ଦର୍ଶନ ବିଷୟରେ ମୁଁ ଯାହା କହିଲି ସେସବୁ ସତ୍ୟ, ମାତ୍ର ତୁମ୍ଭେ ସେହି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁ ଦିନ ପର୍ଯ୍ୟନ୍ତ ଘଟିବ ନାହିଁ।” ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା’ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ। ଦାନିୟେଲଙ୍କ ପ୍ରାର୍ଥନା ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଏହିସବୁ ଘଟଣାମାନ ଘଟିଲା। ଦାରିୟାବସ୍ ମାଦୀୟ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ୱେରସର ଥିଲେ। ସେ କ‌‌ଲ୍‌‌‌‌ଦୀୟର ରାଜା ପଦରେ ଉପଯୋଗୀ ହେଲେ। ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା। ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି। ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି, “ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ। “ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରି ନାହୁଁ। ସେମାନେ ଆମ୍ଭର ରାଜାମାନଙ୍କୁ, ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇସ୍ରାଏଲକୁ ତୁମ୍ଭର ନାମରେ କହିଥିଲେ। “ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର। “ହେ ସଦାପ୍ରଭୁ, ଆମ୍ଭେମାନେ ଲଜ୍ଜିତ ହେବା ଉଚିତ୍, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହେବା ଉଚିତ୍। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। “ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତରେ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ। ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ୟ‌ଦ୍‌ବକ୍ତାଗଣ ମାଧ୍ୟମରେ ଯେଉଁ ବ୍ୟବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭେମାନେ ପାଳନ କରି ନାହୁଁ। ଆଉ ସମଗ୍ର ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ସେମାନେ ତୁମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ। “ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ। ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ। ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ। “ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି। “ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକାରେ ଦେଖ। ତୁମ୍ଭର ନିଜର ଖ୍ୟାତି ପାଇଁ ଏହା କର। ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ। ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ, କ୍ଷମା କର, ହେ ପରମେଶ୍ୱର, ଅବଧାନ ପୂର୍ବକ କର୍ମ କର। ବିଳମ୍ବ କର ନାହିଁ, ହେ ମୋର ପରମେଶ୍ୱର ନିଜର ନାମ ସକାଶେ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।” ସତୁରି ସପ୍ତାହ ବିଷୟରେ ଦର୍ଶନ ମୁଁ ସେହିସବୁ କଥା ପରମେଶ୍ୱରଙ୍କୁ ପ୍ରାର୍ଥନାରେ ନିବେଦନ କରୁଥିଲି। ମୋର ପାପ ଓ ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି। ଆଉ ମୋର ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ମୋର ପରମେଶ୍ୱର ସଦାପଭୁଙ୍କ ଛାମୁରେ ମୋର ନିବେଦନ ଉତ୍ସର୍ଗ କରୁଥିଲି। ଯେତେବେଳେ ମୁଁ ପ୍ରାର୍ଥନା କରୁଥିଲି, ମୋର ପ୍ରଥମ ଦର୍ଶନରେ ଗାବ୍ରିଏଲ ଯାହାକୁ ମୁଁ ମୋ’ ନିକଟକୁ ଉଡ଼ିକି ଆସିବାର ଦେଖିଲି। ସେ ସନ୍ଧ୍ୟାବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମୋତେ ସ୍ପର୍ଶ କଲେ। ଗାବ୍ରିଏଲ ମୋତେ ଶିକ୍ଷା ଦେଇ କହିଲେ, “ହେ ଦାନିୟେଲ, ମୁଁ ତୁମ୍ଭକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରୁଅଛି। ଯେତେବେଳେ ତୁମ୍ଭେ ପ୍ରାର୍ଥନା କରିବାକୁ ଆରମ୍ଭ କଲ, ମୁଁ ତୁମ୍ଭକୁ ଜଣାଇବାକୁ ଆସିଲି। କାରଣ ତୁମ୍ଭେ ପରମେଶ୍ୱରଙ୍କର ଅତ୍ୟନ୍ତ ପ୍ରିୟପାତ୍ର। ଏହି ଆଦେଶକୁ ବୁଝ ଓ ଏହି ଦର୍ଶନକୁ ମଧ୍ୟ ବୁଝ। “ହେ ଦାନିୟେଲ, ପରମେଶ୍ୱର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହେବାର ଲକ୍ଷ୍ୟ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହେବା। ଏହାର ଲକ୍ଷ୍ୟ ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାୟୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡ଼ିକ ଓ ଭବିଷ୍ୟ‌ଦ୍‌ବାଣୀ ଓ ପବିତ୍ର ସ୍ଥାନରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ୟ କରେ। “ଏହା ଜାଣ ଏବଂ ଏହା ବୁଝ, ଆଦେଶ ହେବାଠାରୁ ଫେରାଇବାକୁ ଏବଂ ଯିରୁଶାଲମ ନିର୍ମିତ କର, ଯେପର୍ଯ୍ୟନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହରେ, ସହର ପୂର୍ଣ୍ଣ ନିର୍ମିତ ହେବ। କିନ୍ତୁ ଏହାର ମୁଖ୍ୟ ରାସ୍ତା ଓ କାନ୍ଥ, ଅସୁବିଧା ସମୟରେ ହେବ। ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି। “ତା’ପରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହିତ ଦୃଢ଼ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣ୍ୟବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ୱର ସେହି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।” ଟାଇଗ୍ରୀସ୍ ନଦୀ ନିକଟରେ ଦାନିୟେଲଙ୍କ ଦର୍ଶନ ପାରସ୍ୟର ରାଜା କୋରସର ରାଜତ୍ୱର ତୃତୀୟ ବର୍ଷରେ ବେ‌‌ଲ୍‌‌‌‌ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା। ସେ ସବୁ ସତ୍ୟ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷୟ ତାଙ୍କୁ ଗୋଚର ହେଲା। ସେହି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷ୍ୟଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମୋ’ ମୁଣ୍ତରେ ତୈଳ ଲଗାଇଲି ନାହିଁ। ବର୍ଷର ପ୍ରଥମ ମାସର ଚତୁର୍ବିଂଶ ଦିବସରେ ମୁଁ ଟାଇଗ୍ରୀସ୍ ନାମକ ମହାନଦୀ ତୀରରେ ଠିଆ ହୋଇଥିଲି। ସେଠାରେ ଛିଡ଼ା ହୋଇଥିଲା ବେଳେ ମୁଁ, ଶୁକ୍ଳବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟି ଦେଶରେ ଥିବା ଏକ ମନୁଷ୍ୟକୁ ଦେଖିଲି। ତାହାଙ୍କ ଶରୀର ମଣି ତୁଲ୍ୟ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ୱଳ ବିଦ୍ୟୁ‌‌ତ୍‌‌ର ଆଲୋକ ତୁଲ୍ୟ, ଚକ୍ଷୁ ଜ୍ୱଳନ୍ତ ମଶାଲ ତୁଲ୍ୟ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ୟ ଥିଲା। ଆଉ ତାଙ୍କର ସ୍ୱର ଜନଗହଳିର ରବତୁଲ୍ୟ ଉଚ୍ଚ ଥିଲା। ପୁଣି ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି। କାରଣ ମୋର ସାଥୀମାନେ ସେହି ଦର୍ଶନ ଦେଖିଲେ ନାହିଁ, ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ଲୁଚି ପଳାୟନ କଲେ। ତହିଁରେ ମୁଁ ଏକାକୀ ରହି ସେହି ମହା ଦର୍ଶନ ଦେଖିଲି। ମୁଁ ଅତ୍ୟନ୍ତ ଭୟଭୀତ ହୋଇ ମୋର ସମସ୍ତ ଶକ୍ତି ହରାଇଲି। ମୋର ମୁଖ ମୃତ ବ୍ୟକ୍ତିର ମୁଖପରି ରକ୍ତହୀନ ହୋଇଗଲା ଓ ମୁଁ ଅସହାୟ ବୋଧ କଲି। ସେତେବେଳେ ମୁଁ ତାଙ୍କର ବାକ୍ୟର ସ୍ୱର ଶୁଣିଲି, ଆଉ ଯେତେବେଳେ ସେହି ବାକ୍ୟର ରବ ଶୁଣିଲି, ମୁଁ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି। ତା’ପରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁରେ ନିର୍ଭର କଲି। ତଥାପି ମୁଁ ଭୟରେ ଥରୁଥିଲି। ସେ ମୋତେ କହିଲେ, “ହେ ଦାନିୟେଲ, ତୁମ୍ଭେ ପରମେଶ୍ୱରଙ୍କର ଅତି ପ୍ରିୟପାତ୍ର। ମୋ’ କଥା ଶୁଣ ଓ ମୋତେ ବୁଝିବାକୁ ଚେଷ୍ଟା କର।” ଛିଡ଼ା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ସେ ମୋତେ ଏହିକଥା କହିବାରୁ ମୁଁ କମ୍ପିତ ହୋଇ ଛିଡ଼ା ହେଲି। ତା’ପରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କର ସାକ୍ଷାତରେ ନିଜକୁ ନମ୍ର କଲ। ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଯାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି। ମାତ୍ର ପାରସ୍ୟ ରାଜ୍ୟର ରାଜକୁମାର ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭକୁ ବାଧା ଦେଲା, ଆଉ ଦୂତମାନଙ୍କ ମଧ୍ୟରେ ପ୍ରଧାନ ମୀଖାୟେଲ ମୋତେ ସାହାଯ୍ୟ କରିବାକୁ ଆସିଲେ। କାରଣ ପାରସ୍ୟର ରାଜକୁମାର ମୋତେ ପଛରୁ ଟାଣି ଧରିଥିଲା। ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।” ସେ ମୋତେ ଏହା କହିଲା ପରେ ମୁଁ ଭୂମିରେ ମୁହଁ ମାଡ଼ି ଅବାକ୍ ହୋଇ ରହିଲି। ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ। ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମୋର ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମୋର ଶକ୍ତି ନାହିଁ, ଏପରିକି ମୁଁ ନିଶ୍ୱାସ ନେଇ ପାରୁ ନାହିଁ।” ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ପୁନର୍ବାର ମୋତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହେଲି। ପୁଣି ସେ କହିଲେ, “ହେ ଦାନିୟେଲ, ପରମେଶ୍ୱର ତୁମ୍ଭକୁ ଅତ୍ୟଧିକ ପ୍ରେମ କରନ୍ତି, ତୁମ୍ଭେ ଭୟ କର ନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।” ସେ ଏହା କହିଲା ପରେ ମୁଁ ସବଳ ହୋଇ କହିଲି, “ହେ ପ୍ରଭୁ କୁହନ୍ତୁ, କାରଣ ତୁମ୍ଭେ ମୋତେ ସବଳ କରିଅଛ।” ତେଣୁ ସେ କହିଲେ, “ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବାକୁ ଫେରିଯିବା। ଆଉ ଆମ୍ଭେ ଗଲାପରେ ଗ୍ରୀ‌‌ସ୍‌‌ର ଅଧିପତି ଆସିବ। ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କେବଳ ମୀଖାୟେଲ ମୋତେ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ସାହାଯ୍ୟ କରିବା ପାଇଁ ସେଠାରେ ଅଛନ୍ତି। ମୀଖାୟେଲ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର। “ପୁଣି ମାଦୀୟ ଦାରିୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ। “ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ୟ କଥା ଜଣାଇବା। ପାରସ୍ୟର ଆଉ ତିନି ରାଜା ଜନ୍ମ ନେବେ। ତା’ପରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହେବ। ଆଉ ଆପଣା ଧନରେ ବଳବାନ ହେବ ଓ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ। ତା’ପରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହା କର୍ତ୍ତୃତ୍ୱରେ ରାଜତ୍ୱ କରିବ ଓ ସ୍ୱେଚ୍ଛାଗ୍ଭରୀ ହୋଇ କର୍ମ କରିବ। ସେହି ରାଜା ଯିବାପରେ, ତାଙ୍କର ରାଜ୍ୟ ଗ୍ଭରିଭାଗରେ ବିଭକ୍ତ ହେବ। ତାଙ୍କର ପ୍ରଭୁତ୍ୱ ତାଙ୍କ ପୁତ୍ର ନାତିଙ୍କ ମଧ୍ୟରେ ଦିଆଯିବ ନାହିଁ। ଏହା ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବ। ସେହି ରାଜ୍ୟଗୁଡ଼ିକ ପ୍ରଥମ ରାଜ୍ୟପରି ଶକ୍ତିଶାଳୀ ହେବ ନାହିଁ। “ଦକ୍ଷିଣର ରାଜା ଶକ୍ତିଶାଳୀ ହେବେ କିନ୍ତୁ ତାଙ୍କର ସେନାପତିମାନଙ୍କ ମଧ୍ୟରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ୟରେ ରାଜତ୍ୱ କରିବ। “ମାତ୍ର କିଛି ବର୍ଷ ପରେ ସେମାନେ ଏକତ୍ରିତ ହେବେ। ଦକ୍ଷିଣ ରାଜ୍ୟର ରାଜକନ୍ୟା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସେହି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା’ର ସ୍ୱାମୀ ଦୁର୍ବଳ ହେବେ। ସେ ଓ ତାଙ୍କର ସ୍ୱାମୀ, ସେମାନଙ୍କର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାଯିବ। “ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ। ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ। ଉତ୍ତରର ରାଜା ଦକ୍ଷିଣର ରାଜ୍ୟକୁ ଆକ୍ରମଣ କରିବ। ମାତ୍ର ସେ ଯୁଦ୍ଧରେ ହାରି ଆପଣା ଦେଶକୁ ଫେରିଯିବ। “ଆଉ ତାହା ପୁତ୍ରଗଣ ଯୁଦ୍ଧ କରିବେ। ସେମାନେ ଏକ ବିରାଟ ସୈନ୍ୟବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣରେ ସେମାନେ ବନ୍ୟାଜଳ ତୁଲ୍ୟ ଉଚ୍ଛୁଳି ବହିଯିବେ। ଏବଂ ସେମାନେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ସେତେବେଳେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ୱିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ସହିତ ଯୁଦ୍ଧରେ ଅଗ୍ରସର ହେବେ। ଯଦିଓ ଉତ୍ତର ଦେଶୀୟ ରାଜାଙ୍କର ବୃହତ୍ତ ସୈନ୍ୟବାହିନୀ ଥିବ, ତଥାପି ସେ ଯୁଦ୍ଧରେ ହାରିବ। ଉତ୍ତରର ରାଜା ହାରିବା ପରେ ତାଙ୍କର ସୈନ୍ୟମାନଙ୍କୁ ବନ୍ଦୀକରି ନିଆଯିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହୋଇ ହଜାର ହଜାର ସୈନ୍ୟଙ୍କୁ ବଧ କରିବ। ତଥାପି ସେ ନିୟନ୍ତ୍ରଣରେ ରହିବ ନାହିଁ। ଆଉ ଉତ୍ତର ଦେଶର ରାଜା ଫେରି ଏକ ବୃହତ୍ ସୈନ୍ୟବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପରେ ପୂର୍ବାପେକ୍ଷା ବିପୁଳ ସୈନ୍ୟ ସାମନ୍ତ ନେଇ ଦକ୍ଷିଣ ଦେଶ ଆକ୍ରମଣ କରିବ। ସେହି ସୈନ୍ୟମାନଙ୍କ ହସ୍ତରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବେ। “ସେ ସମୟରେ ଅନେକ ଲୋକ ଦକ୍ଷିଣ ଦେଶ ବିରୁଦ୍ଧରେ ଉଠିବେ। ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଦ୍ରୋହୀମାନେ ଦକ୍ଷିଣ ଦେଶୀୟ ବିରୁଦ୍ଧରେ ଏହି ଦର୍ଶନ ପାଇଁ ଯୁଦ୍ଧ କରିବେ। ମାତ୍ର ସେମାନେ ପତିତ ହେବେ। ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ। ସେତେବେଳେ ଦକ୍ଷିଣ ଦେଶର ସୈନ୍ୟବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରି ପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ତାଙ୍କୁ ବାଧା ଦେଇ ପାରିବେ ନାହିଁ। “ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ତା’ର ବିପକ୍ଷରେ କେହି ଠିଆ ହେବେ ନାହିଁ। ଆଉ ସେ ସେହି ପବିତ୍ର ଦେଶରେ ଠିଆ ହେବ ଓ ତାହା ହସ୍ତରେ ବିନାଶର ଶକ୍ତି ରହିବ। ଉତ୍ତର ଦେଶର ରାଜା ତାହାର ସମସ୍ତ ଶକ୍ତି ଦକ୍ଷିଣ ଦେଶ ବିରୁଦ୍ଧରେ ଲଗାଇବ। ସେ ଦକ୍ଷିଣ ଦେଶର ରାଜା ସହିତ ଏକ ଶାନ୍ତି ଚୁକ୍ତି କରିବ। ଏହାକୁ ନଷ୍ଟ କରିବା ପାଇଁ, ନିଜ କନ୍ୟାଗଣ ମଧ୍ୟରୁ ଜଣକୁ ଦକ୍ଷିଣର ରାଜା ସହିତ ବିବାହ ଦେବ। ତା’ର ଯୋଜନା ଫଳପ୍ରଦ ଦେବ ନାହିଁ କି ତାକୁ କେହି ସାହାଯ୍ୟ କରିବେ ନାହିଁ। “ଏହା ପରେ ସେ ଉପକୂଳବର୍ତ୍ତୀ ଅଞ୍ଚଳ ବିରୁଦ୍ଧରେ ଯାଇ ଅନେକଙ୍କୁ କାବୁ କରିବ। ମାତ୍ର ଜଣେ ଅଧିପତି ତାକୁ ପରାସ୍ତ କରିବ। ସେ ତାହା ବିରୁଦ୍ଧରେ ଯାଇ ତାକୁ ଅପମାନିତ କରିବ। “ଏହା ପରେ ସେ ଆପଣା ଦେଶର ଦୁର୍ଗ ଆଡ଼େ ଫେରିବ ମାତ୍ର ସେଠାରେ ତା’ର ପତନ ଘଟିବ ଓ ସେ ଶେଷ ହେବ। “ସେ ଉତ୍ତର ଦେଶର ରାଜାଙ୍କ ଅନ୍ତେ ଜଣେ ନୂତନ ରାଜା ଆସିବେ। ସେ ରାଜା ଜଣଙ୍କ ରାଜକୀୟ ପରିବାରରୁ ଆସିବେ ନାହିଁ। ନିଜର ସୁଖ ବୃଦ୍ଧି ପାଇଁ ଧନ ଉପାର୍ଜନ କରିବା ନିମନ୍ତେ ଜଣେ କରଆଦାୟକାରୀଙ୍କୁ ନିଯୁକ୍ତ କରିବ। ମାତ୍ର ଅଳ୍ପଦିନ ପରେ, ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ କି ଯୁଦ୍ଧରେ ନୁହେଁ। “ଜଣେ ନିଷ୍ଠୁର ଓ ଘୃଣ୍ୟ ବ୍ୟକ୍ତି ତାଙ୍କ ପରେ ରାଜ୍ୟ ପ୍ରାପ୍ତ ହେବ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟୁବାକ୍ୟଦ୍ୱାରା ରାଜ୍ୟ ପାଇବ। ସେ ବୃହତ ଓ ଶକ୍ତିଶାଳୀ ସୈନ୍ୟବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ୱରଙ୍କ, ଲୋକମାନଙ୍କ ଦ୍ୱାରା ମନୋନୀତ ଅଧିପତିକୁ ଧ୍ୱଂସ କରିବ। ବହୁଦେଶ ତାଙ୍କ ସହିତ ଚୁକ୍ତି ସ୍ଥିର କରିବେ, ମାତ୍ର ସେ ପ୍ରତାରଣା ପୂର୍ବକ କାର୍ଯ୍ୟ କରିବ। କାରଣ ସେ ଅଳ୍ପ ଲୋକଙ୍କ ଦ୍ୱାରା ପରାକ୍ରମୀ ହେବ। “ଯେତେବେଳେ ଧନଶାଳୀ ଦେଶଗୁଡ଼ିକ ନିରାପଦ ଅନୁଭବ କରିବେ, ସେ ସେମାନଙ୍କୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରି ନ ଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧ୍ୟରେ ଲୁଣ୍ଠିତ ଦ୍ରବ୍ୟ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦେବ। ସେ ଅଳ୍ପ ସମୟ ପାଇଁ ସଫଳ ହେବ। “ପୁଣି ସେ ମହା ସୈନ୍ୟଦଳ ସଙ୍ଗରେ ନେଇ ଦକ୍ଷିଣ ଦେଶ ବିରୁଦ୍ଧରେ ଆପଣା ବଳ ଓ ସାହସ ଦେଖାଇବ। ତେଣୁ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଘେନି ତାହା ସଙ୍ଗେ ଯୁଦ୍ଧ କରିବ। ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ, କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ। ଯେଉଁମାନେ ତା’ର ସପକ୍ଷରେ ଥିବେ ସେମାନେ ତାକୁ ବିନାଶ କରିବେ। ତା’ର ସୈନ୍ୟବାହିନୀ ପରାସ୍ତ ହେଲା ପରେ ବହୁସୈନ୍ୟ ନିହତ ହେବେ। ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସେମାନେ ଏକା ମେଜ ଉପରେ ବସି ପରସ୍ପର ମିଥ୍ୟା କଥା କହିବେ। ମାତ୍ର ସେମାନେ ସଫଳ ହେବେ ନାହିଁ। କାରଣ ପରମେଶ୍ୱର ସେମାନଙ୍କର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ। “ତା’ପରେ ଉତ୍ତରର ରାଜା ଅନେକ ସମ୍ପତ୍ତି ନେଇ ନିଜ ଦେଶକୁ ଫେରିଯିବ। ତା’ର ଚିତ୍ତ ପବିତ୍ର ଚୁକ୍ତିର ପ୍ରତିକୂଳରେ ଯିବ। ସେ ପରମେଶ୍ୱରଙ୍କର ଲୋକମାନଙ୍କୁ ଆକ୍ରମଣ କରିବ ଏବଂ ନିଜ ଇଚ୍ଛାରେ କର୍ମ କରିବ। “ନିରୂପିତ ସମୟରେ ସେ ପୁଣି ଦକ୍ଷିଣ ବିରୁଦ୍ଧରେ ଯିବ। ମାତ୍ର ପୂର୍ବପରି ସେ ଆଉ ସଫଳ ହେବ ନାହିଁ। କାରଣ କିତ୍ତିମର ଜାହାଜ ସବୁ ତା’ର ବିରୁଦ୍ଧରେ ଆସିବ। ଏଥିପାଇଁ ସେ, ଦୁଃଖିତ ହୋଇ ଫେରିଯିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳରେ କ୍ରୋଧ କରି ସ୍ୱେଚ୍ଛାମତେ କାର୍ଯ୍ୟ କରିବ। ସେ ଫେରିଯାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ଯୋଗ ଦେବ। ଉତ୍ତରର ରାଜା ଯିରୁଶାଲମକୁ ସୈନ୍ୟଗଣ ପଠାଇଲେ ଏବଂ ମନ୍ଦିର ତିଆରି କଲେ ଏବଂ ଦୁର୍ଗକୁ ଅଶୁଚି କଲେ। ସେମାନେ ନିତ୍ୟ ନୈବେଦ୍ୟ ବନ୍ଦ କରିବେ ଏବଂ ଅତି ମନ୍ଦ ଘୃଣା ପ୍ରତି ମୂର୍ତ୍ତି ସ୍ଥାପନ କରିବେ। “ସେ ଅବିଶ୍ୱସ୍ତ ଯିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ଯିହୁଦୀମାନେ ଆପଣା ପରମେଶ୍ୱରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସେମାନେ ମହତ୍ କର୍ମ କରିବେ। “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଜ୍ଞାନୀ, ସେମାନେ ଅନେକଙ୍କୁ ଉପଦେଶ ଦେବେ। ତଥାପି ବହୁ ଦିନ ପର୍ଯ୍ୟନ୍ତ ସେମାନେ ‌‌ଖ‌ଡ଼୍‌ଗରେ, ଅଗ୍ନିଶିଖାରେ, ବନ୍ଦୀ ଅବସ୍ଥାରେ ଓ ଲୁ‌ଟ୍‌ରେ ପତିତ ହେବେ। ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ। ମାତ୍ର ଅନେକେ ଗ୍ଭଟୁକାର ସେମାନଙ୍କ ସଙ୍ଗେ ଯୋଗ ହେବେ। କେତେକ ଜ୍ଞାନୀ ଲୋକଙ୍କର ପତନ ଘଟିବ ଓ ସେମାନେ ଭୁଲ କରିବେ। ମାତ୍ର ସେହି ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ପତିତ ହେବେ। ସେହି ସମୟ ଆସିବ ଯେତେବେଳେ ପରମେଶ୍ୱର ନିଷ୍ପତ୍ତି କରିବେ। ରାଜା ନିଜକୁ ପ୍ରଶଂସା କରନ୍ତି “ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା’ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ। “ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦେବତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ଼ ମନେ କରିବ। ସେହି ରାଜା କେବଳ ଶକ୍ତିର ଦେବତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବପୁରୁଷଗଣର ଦେବତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦେବତାଙ୍କୁ ସୁନା, ରୂପା ଓ ମୂଲ୍ୟବାନ ପଥର ଦେଇ ଆରାଧନା କରିବ। “ସେ ବିଦେଶୀୟ ଦେବତା ଶକ୍ତିର ଦେବତାର ସାହାଯ୍ୟରେ, ମ‌ଜ୍‌ବୁତ୍ ଦୁର୍ଗର ପ୍ରତିକୂଳରେ କାର୍ଯ୍ୟ କରିବ। ଯେକେହି ତାକୁ ସ୍ୱୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ଟଙ୍କା ପରିବର୍ତ୍ତେ ଭୂମି ବିଭାଗ କରିବ। “ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ। ଉତ୍ତର ଦେଶର ରାଜା ରମ୍ୟ ଦେଶରେ ପ୍ରବେଶ କରିବ ତହିଁରେ ଅନେକ ଦେଶ ପରାସ୍ତ ହେବେ। ମାତ୍ର ଇଦୋମ, ମୋୟାବ ଓ ଅମୋନ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ। ‌ଆହୁରି ସେ ନାନା ଦେଶ ମଧ୍ୟରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ୟ ରକ୍ଷା ପାଇବ ନାହିଁ। ସେ ମିଶର ଦେଶରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟ ସବୁ ତାହାର ହସ୍ତଗତ ହେବ। ଆଉ ଲୁଦିୟ କୂଶୀୟମାନେ ତା’ର ଅନୁଚର ହେବେ। ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉ‌‌ଦ୍‌‌ବିଗ୍ନ କରିବ। ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ। ଏବଂ ସେ ସାଗର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହେବ ଓ କେହି ତାହାକୁ ସାହାଯ୍ୟ କରିବେ ନାହିଁ। ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ। “ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।” ସେତେବେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏ ପାଖରେ ଓ ଅନ୍ୟଜଣକ ନଦୀର ସେ ପାଖରେ। ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?” ତା’ପରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା’ର ହସ୍ତ ଉପରକୁ ଟେକି ପରମେଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ଯିବ। ଏହି ସମସ୍ତ ସତ୍ୟ ହେବ ଯେତେବେଳେ ପବିତ୍ର ଲୋକମାନଙ୍କର ଯନ୍ତ୍ରଣା ଶେଷ ହେବ।” ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏସବୁର ପରିଣାମ କ’ଣ ହେବ?” ତେଣୁ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ମୁଦ୍ରିତ ହୋଇଅଛି। ଅନେକ ଲୋକ ନିଜକୁ ସ୍ୱଚ୍ଛ ଓ ନିର୍ମଳମୟ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢ଼ି ବଢ଼ି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ୟରୁ କେହି ହୃ‌ଦ୍‌ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ। “ପୁଣି ଯେଉଁ ସମୟରେ ନିତ୍ୟ ବଳିଦାନ ନିବୃତ୍ତ ହେବ ଓ ବିନାଶକାରୀଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ ସେହି ସମୟଠାରୁ 1290 ଦିନ ହେବ। ଯେଉଁ ଲୋକ ଅପେକ୍ଷା କରିବ ଓ 1335 ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ। “ମାତ୍ର ଶେଷକାଳ ପର୍ଯ୍ୟନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ନିଜର ଅଧିକାରରେ ଛିଡ଼ା ହେବ।” ହୋଶେୟଙ୍କ ଜରିଆରେ ସଦାପ୍ରଭୁ ପରମେଶ୍ୱରଙ୍କ ବାର୍ତ୍ତା ବେରିଙ୍କ ପୁତ୍ର ହୋଶେୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ୍, ଆହସ ଓ ହିଜକିୟଙ୍କ ରାଜତ୍ୱ କାଳରେ ଓ ଇସ୍ରାଏଲର ରାଜା ଯୋୟାସଙ୍କ ପୁତ୍ର ଯାରବିୟାମଙ୍କ ସମୟରେ ଆସିଥିଲା। ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।” ଯିଷ୍ରିୟେଲଙ୍କ ଜନ୍ମ ତେଣୁ ହୋଶେୟ ଦିବ୍ଲାଇମଙ୍କ କନ୍ୟା ଗୋମରଙ୍କୁ ବିବାହ କଲେ। ଗୋମରା ଗର୍ଭବତୀ ହେଲେ ଏବଂ ହୋଶେୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା’ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା’ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି। ମୁଁ ଇସ୍ରାଏଲର ଧନୁକୁ ସେହି ଯିଷ୍ରିୟେଲ ଉପତ୍ୟକାରେ ଭାଙ୍ଗିବି।” ଲୋ-ରୁହାମାଙ୍କ ଜନ୍ମ ତା’ପରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା’ର ନାମ ଲୋ-ରୁହାମା ଦିଅ। କାରଣ ଆମ୍ଭେ ଏଣିକି ଇସ୍ରାଏଲ ଜାତିକୁ ଆଉ ଦୟା ଦେଖାଇବା ନାହିଁ। ଆମ୍ଭେ ସେମାନଙ୍କୁ କ୍ଷମା ଦେବା ନାହିଁ। କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।” ଲୋ-ଆମୀଙ୍କ ଜନ୍ମ ଗୋମରା ଲୋ-ରୁହାମାଙ୍କ ସେବା ଶେଷ କଲାପରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ। ତା’ପରେ ସଦାପ୍ରଭୁ କହିଲେ, “ତା’ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ୱର ନୁହଁ।” The Lord Speaks to the Nation of Israel “ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’ “ତା’ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।” “ତା’ପରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, ‘ତୁମ୍ଭେମାନେ ଆମ୍ଭର ଲୋକ।’ ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ‘ସେ ତୁମ୍ଭମାନଙ୍କୁ ଦୟା ଦେଖାଇଛନ୍ତି।’” “ମାଙ୍କ ସହିତ ଯୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା’ର ସ୍ୱାମୀ ନୁହଁ। ବେଶ୍ୟା ପରି ନ ହେବାକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ରେମିକମାନଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ସେମାନଙ୍କୁ ଦୂରେଇ ଦିଅନ୍ତୁ। ଯଦି ସେ ତା’ର ବ୍ୟଭିଗ୍ଭରିତା ବନ୍ଦ ନ କରେ, ତେବେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେବା ସମୟରେ ନମ୍ର ଥିଲା। ଆମ୍ଭେ ତା’ର ସମସ୍ତ ଲୋକମାନଙ୍କୁ ନେଇଯିବା ଏବଂ ସେ ମରୁଭୂମି ପରି ଶୂନ୍ୟ ହୋଇଯିବ। ଆମ୍ଭେ ତାକୁ ଶୋଷରେ ମାରିବା। ତା’ର ପିଲାମାନଙ୍କ ଉପରେ ଆମ୍ଭର ଦୟା ନାହିଁ କାରଣ ସେମାନେ ଜାରଜ ସନ୍ତାନ। ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’ “ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ୱାରା ଅବରୋଧ କରିବା। ତା’ର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳରେ ସେ ଆଉ ପଥ ପାଇବ ନାହିଁ। ସେ ତା’ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା’ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’ “ସେ ଜାଣି ନ ଥିଲା ଆମ୍ଭେ ଯିଏ କି ତାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା, ରୂପା ତାକୁ ଦେଇ ଗ୍ଭଲିଥିଲୁ। କିନ୍ତୁ ଇସ୍ରାଏଲୀୟମାନେ ସେହି ସୁନା ଓ ରୂପାକୁ ବା‌‌ଲ୍‌‌‌‌ର ମୂର୍ତ୍ତି ତିଆରିରେ ବ୍ୟବହାର କଲେ। ତେଣୁ ଆମ୍ଭେ ଫେରି ଆସିବା। ଆମ୍ଭେ ଆମ୍ଭର ସେହି ସମୟରେ ଅମଳ ହେଉଥିବା ଶସ୍ୟ ଫେରାଇ ନେବା। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫେରାଇ ନେବା। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫେରାଇ ନେବା। ଆମ୍ଭେ ସେଗୁଡ଼ିକୁ ତା’ର ଶରୀର ଆବୃତ କରିବାକୁ ଦେଇଥିଲୁ। ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା’ର ଉଲଗ୍ନ ଶରୀର ତା’ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ। ଆମ୍ଭେ ସଦାପ୍ରଭୁ ତା’ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ସମସ୍ତ ଭୋଜିକୁ ବନ୍ଦ କରିଦେବା। ଆମ୍ଭେ ତା’ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା’ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ। “ସେ ବା‌‌ଲ୍‌‌‌‌କୁ ସେବା କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦେବା। ସେ ବା‌‌ଲ୍‌‌‌‌କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା’ର ଅଳଙ୍କାର, ନାକରେ ଗହଣା ପିନ୍ଧି ସେହି ମିଥ୍ୟା ପ୍ରେମିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିଯାଇଥିଲା।” ସଦାପ୍ରଭୁ ଏହା କହିଲେ। “ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା। ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା’ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।” ସଦାପ୍ରଭୁ ଏହା କୁହନ୍ତି, “ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ। ଆମ୍ଭେ ତା’ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା’ପରେ ଲୋକେ ବା‌‌ଲ୍‌‌‌‌ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ। “ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା। ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ରେମ, ସାଧୁତା, ନ୍ୟାୟ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। ତୁମ୍ଭକୁ ଆମ୍ଭର ବିଶ୍ୱସ୍ତ ପତ୍ନୀ କରିବା। ସେତେବେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି। “ଆମ୍ଭେ ଆକାଶକୁ କହିବା ଏବଂ ସେ ପୃଥିବୀକୁ ବର୍ଷା ଦେବେ। ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ। ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’ ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’” ହୋଶେୟ ଗୋମରାଙ୍କୁ କ୍ରୀତଦାସ ରୂପେ ପୁନର୍ବାର କିଣନ୍ତି ତା’ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।” ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର ବାର୍ଲି ଦେଇ କିଣିଲି। ତା’ପରେ ମୁଁ ତାକୁ କହିଲି, “ତୁମ୍ଭେ ମୋ’ ସହିତ ଗୃହରେ ବହୁ ଦିନ ପର୍ଯ୍ୟନ୍ତ ରହିବ। ତୁମ୍ଭେ ବ୍ୟଭିଗ୍ଭରିଣୀ ପରି ହେବ ନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ୱାମୀ ହେବି।” ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ। ତା’ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା’ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ। ସଦାପ୍ରଭୁ ଇସ୍ରାଏଲ ବିରୋଧରେ କ୍ରୋଧାନ୍ୱିତ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ୟର ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। “ଏହି ଦେଶର ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ପ୍ରତି ସତ୍ ଓ ବିଶ୍ୱସ୍ତ ନୁହନ୍ତି। ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି। ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା’ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି। କୌଣସି ବ୍ୟକ୍ତି ଅନ୍ୟ ସହିତ ଯୁକ୍ତି କି ଅନ୍ୟକୁ ଦୋଷ ଦେବା ଉଚିତ୍ ନୁହେଁ। ଯାଜକ, ଆମ୍ଭ ଯୁକ୍ତି ତୁମ୍ଭ ସହିତ ଅଛି। ତୁମ୍ଭ ଯାଜକମାନଙ୍କର ଦିନରେ ସ୍ଖଳନ ଘଟିବ ଓ ରାତ୍ରିରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମଧ୍ୟ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଙ୍କୁ ବିନାଶ କରିବା। “ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା। ସେମାନଙ୍କର ସଂଖ୍ୟା ଓ ଶକ୍ତି ଯେତେ ଯେତେ ବଢ଼େ, ସେମାନେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କରନ୍ତି। ତେଣୁ ସେମାନଙ୍କର ଗୌରବକୁ ଆମ୍ଭେ ଲଜ୍ଜାରେ ପରିଣତ କରିବା। “ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ। ତେଣୁ ଯାଜକମାନେ ଜୀବନ ଶୈଳୀରେ ସେହି ଲୋକମାନଙ୍କ ପରି ହେଲେ। ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନଙ୍କର ମନ୍ଦକାର୍ଯ୍ୟ ଲାଗି ଆମ୍ଭେ ସେମାନଙ୍କୁ ଫଳ ଦେବା। ସେମାନେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। ସେମାନେ ଯୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଥିଲେ ଓ ଗଣିକା ପରି ହୋଇଥିଲେ। “ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ। ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ। ସେମାନେ ପର୍ବତର ଅଗ୍ରଭାଗରେ ବଳି ଦିଅନ୍ତି ଓ ପାହାଡ଼ ଉପରେ ଥିବା ଅଲୋନ, ଲି‌ବ୍‌ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସେହି ଗଛଗୁଡ଼ିକର ଛାୟା ତରୁଣ ଦେଖାଯାଏ। ତେଣୁ ତୁମ୍ଭର କନ୍ୟାମାନେ ଗଣିକା ପରି ସେହି ଗଛତଳେ ପଡ଼ି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ଯୌନଭୋଗ ପାପ କରନ୍ତି। “ଆମ୍ଭେ ତୁମ୍ଭର ସେହି ଗଣିକା କନ୍ୟାମାନଙ୍କୁ କି ଯୌନ ଭୋଗୀ ପାପିନୀ ବୋହୂମାନଙ୍କୁ ଦୋଷ ଦେଇ ପାରୁ ନାହୁଁ। ଲୋକମାନେ ଯାଇ ଗଣିକାମାନଙ୍କ ସହିତ ଶୟନ କରନ୍ତି। ସେମାନେ ସେହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିରରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି। ଇସ୍ରାଏଲ ଲଜ୍ଜାଜନକ ପାପ “ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’ ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ। “ଇଫ୍ରୟିମ ପ୍ରତିମା ପୂଜାରେ ଯୋଗ ଦେଇଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡ଼ନ୍ତି। ମାତାଲ ହୋଇଗଲା ପରେ ସେମାନେ ବ୍ୟଭିଗ୍ଭରିଣୀ ପରି ବ୍ୟବହାର କରନ୍ତି। ସେମାନେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସେମାନଙ୍କର ଶାସକଗଣ ସେମାନଙ୍କର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି। ଘୂର୍ଣ୍ଣିବାୟୁ ଦ୍ୱାରା ସେମାନେ ପତିତ ହୋଇଛନ୍ତି। ସେମାନେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହେବେ।” ନେତାମାନେ ଇସ୍ରାଏଲ ଓ ଯିହୁଦାର ପାପର କାରଣ ହୁଅନ୍ତି “ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ। ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା। ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ। ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି। ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ। “ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ। ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।” ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟ‌ଦ୍‌ବାଣୀ “ଗିବିୟାରେ ତୂରୀ ବଜାଅ। ରାମାରେ ତୂରୀ ବଜାଅ। ବୈଥ-ଆବନରେ ସତର୍କ କରିଦିଅ। ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି। ଦଣ୍ତ ଦେବା ସମୟରେ ଇଫ୍ରୟିମ ସର୍ବହରା ହୋଇଯିବ। ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତରେ ଘଟିବ। ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା। ଇଫ୍ରୟିମ ଦଣ୍ତିତ ହେବ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ। କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି। କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା। ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା। ଇଫ୍ରୟିମ ତା’ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା’ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ। କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ। ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।” ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର “ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ। ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ। ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ। ତା’ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା। ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା। ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।” ଲୋକମାନେ ବିଶ୍ୱସ୍ତ ନୁହନ୍ତି “ହେ ଇଫ୍ରୟିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ? ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ। ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ। କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ। କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ, ବଳିଦାନ ନୁହେଁ। ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ, କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ। କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ। ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ। ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ, ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ। ଡକାୟତମାନଙ୍କ ପରି ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି। ସେହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ ରାସ୍ତାରେ ଅପେକ୍ଷା କରନ୍ତି ଓ ସେମାନଙ୍କୁ ଆକ୍ରମଣ କରନ୍ତି। ସେମାନେ ଏକତ୍ରିତ ହୋଇ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି। ଆମ୍ଭେ ଇସ୍ରାଏଲ ରାଜ୍ୟରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ। ଇଫ୍ରୟିମ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ। ଇସ୍ରାଏଲ ପାପରେ କଳୁଷିତ। ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି। ଏହା ହିଁ ଘଟିବ। ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା। “ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା। ତା’ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା। ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ। ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ। ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ। ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ। ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ। ସମସ୍ତ ଲୋକମାନେ ବ୍ୟଭିଗ୍ଭରୀ ଅଟନ୍ତି। ସେମାନେ ରୋଟୀ ପ୍ରସ୍ତୁତକାରୀ ତୁନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତୁନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ଯ୍ୟନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତେଜିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି। ଆମ୍ଭ ରାଜାଙ୍କ ରାଜତ୍ୱକାଳରେ ସେମାନେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସେମାନେ ଭୋଜିରେ ପାନୀୟ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପରେ ନେତୃମଣ୍ତଳୀ ଅସୁସ୍ଥ ହୋଇପଡ଼ନ୍ତି। ତେଣୁ ରାଜା ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି। କୋଇଲାକୁ ଚୁଲ୍ଲୀରେ ଦେବାପରି ସେମାନେ ତାଙ୍କର ହୃଦୟକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରିତ କରନ୍ତି। ରାତ୍ରିସାରା ସେମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତରେ ଜ୍ୱଳନ୍ତ ଅଗ୍ନିପରି ହୁଏ। ସେମାନେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। ସେମାନେ ସେମାନଙ୍କର ଶାସକକୁ ଧ୍ୱଂସ କଲେ। ସମସ୍ତ ରାଜାଙ୍କର ପତନ ହେଲା। କୌଣସି ଜଣେ ବ୍ୟକ୍ତି ମୋତେ ସାହାଯ୍ୟ ଭିକ୍ଷା କରି ନ ଥିଲେ। Israel and the Nations “ଇଫ୍ରୟିମ ଗୋଷ୍ଠୀଗଣ ସହିତ ମିଶେ। ସେ ସେହି ପିଠା ସଦୃଶ ଯାହାର ଉଭୟ ପାଖ ସେକା ହୋଇ ନାହିଁ। ଇଫ୍ରୟିମ, ଜାଣେ ନାହିଁ ତା’ର ଶକ୍ତି ବିଦେଶୀମାନଙ୍କ ଦ୍ୱାରା ନିସ୍ତେଜ ହୋଇଯାଇଛି। ତା’ର ବୃଦ୍ଧାବସ୍ଥା ଆସୁଛି ବୋଲି ସେ ଜାଣେ ନାହିଁ। ଇଫ୍ରୟିମର ଗର୍ବ ତା’ ବିରୁଦ୍ଧରେ ସାକ୍ଷୀ ଦିଏ। ଯଦିଓ ଲୋକମାନଙ୍କର ଅନେକଗୁଡ଼ିଏ ଦୁଃଖ ଥିଲା, ତଥାପି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ନ ଥିଲେ କି ସଦାପ୍ରଭୁଙ୍କର ସାହାଯ୍ୟ ମାଗି ନ ଥିଲେ। ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା’ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ। ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘେନି ଆସିବା। ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା। ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ। ତେଣୁ ସେମାନେ ବିନଷ୍ଟ ହେବେ। ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି। ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି। ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସେମାନେ ନିଜେ ନିଜକୁ ହତ୍ୟା କରନ୍ତି। କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ’ଠାରୁ ଦୂରେଇ ଯାଇଛି। ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ। କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ। ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ୟବହାର କଲେ। ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ ବୃଥା ବଡ଼ିମା ଦେଖାଉଥିଲେ କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ। ପ୍ରତିମାପୂଜା ଧ୍ୱଂସାଭିମୁଖୀ “ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି। ସେମାନେ ଆମ୍ଭକୁ ଚିତ୍କାର କରି କହନ୍ତି, ‘ହେ ପରମେଶ୍ୱର ଆମ୍ଭେ ଇସ୍ରାଏଲବାସୀ ତୁମ୍ଭକୁ ଜାଣୁ।’ କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି। ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ। ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ। *** ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ। “ଇସ୍ରାଏଲ ଧ୍ୱଂସ ହୋଇଯାଇଛି। କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ। ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି। ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି। ଯଦ୍ୟପି ଇସ୍ରାଏଲ ଅନ୍ୟ ରାଷ୍ଟ୍ରମାନଙ୍କରୁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଲେ। ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରିତ କରିବା। ସେମାନେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ ଖୁବ୍ ଶୀଘ୍ର ହଇରାଣ ଓ ଅତ୍ୟାଗ୍ଭରିତ ହେବେ। ଇସ୍ରାଏଲ ପରମେଶ୍ୱରଙ୍କୁ ଭୁଲି ପ୍ରତିମାପୂଜା କରେ “ଇଫ୍ରୟିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ଯଜ୍ଞବେଦି ନିର୍ମାଣ କଲା। ତା’ ପାଇଁ ଏଗୁଡ଼ିକ ପାପ କରିବାର ଯଜ୍ଞବେଦି ହୋଇଛି। ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ। ଇସ୍ରାଏଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷ୍ୟଣ କରନ୍ତି। ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସେମାନଙ୍କର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସେମାନଙ୍କୁ ଦଣ୍ତ ଦେବେ ଏବଂ ସେମାନେ ବନ୍ଦୀ ଭାବରେ ମିଶରକୁ ପ୍ରେରିତ ହେବେ। ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।” ନିର୍ବାସିତମାନଙ୍କର ଦୁଃଖ ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ। କିନ୍ତୁ ସେହି ଖଳାର ଶସ୍ୟ ଇସ୍ରାଏଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। ସେଠାରେ ମଧ୍ୟ ପ୍ରଚୁର ଦ୍ରାକ୍ଷାରସ ଇସ୍ରାଏଲ ପାଇଁ ହେବ ନାହିଁ। ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କ ରାଜ୍ୟରେ ରହିପାରିବେ ନାହିଁ। ଇଫ୍ରୟିମ ମିଶରକୁ ଫେରିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସେହି ଖାଦ୍ୟ ସେମାନେ ଖାଇବେ। ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହେବେ ନାହିଁ। ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ। ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କଲା ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା’ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।” ଭବିଷ୍ୟ‌ଦ୍‌ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି। ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ। ପ୍ରତିମାପୂଜା ଲାଗି ଇସ୍ରାଏଲ ଧ୍ୱଂସ ହୁଏ “ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା’ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା। ଇସ୍ରାଏଲୀୟମାନେ ନିଃସନ୍ତାନ ହେବେ “ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ। ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।” ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା’ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା’ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି। ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସେମାନଙ୍କୁ ଦିଅ। ଶିଶୁହରା ଗର୍ଭାଶୟ ସେମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସେମାନଙ୍କୁ ଦିଅ। ସେମାନଙ୍କର ସମସ୍ତ ମନ୍ଦକାର୍ଯ୍ୟ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ଅଛି। ଆମ୍ଭେ ସେମାନଙ୍କୁ ସେଠାରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ୟାଗ କରିବାକୁ ଆମ୍ଭେ ସେମାନଙ୍କୁ ବାଧ୍ୟ କରିବା, କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି। ଆମ୍ଭେ ସେମାନଙ୍କୁ ଆଉ ଭଲ ପାଇବା ନାହିଁ। ସେମାନଙ୍କର ନେତାମାନେ ବିଦ୍ରୋହି, ସେମାନେ ଆମ୍ଭର ବିରୁଦ୍ଧରେ ଯାଇଛନ୍ତି। ଇଫ୍ରୟିମ ଦଣ୍ତିତ ହେବ। ସେମାନଙ୍କର ମୂଳ ମରିଯାଇଛି। ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ। ସେମାନେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା। ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ। ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ। ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ। କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ। ତାଙ୍କର ରାଜ୍ୟ ଅଧିକ ଭଲ ହେଲା। ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ। ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ। ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ। ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ। ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।” ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ। ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା’ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ। ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେ‌‌‌ନ୍‌‌‌ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା’ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।” ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ “ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ। “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା’ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।” ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ। କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।” ଇସ୍ରାଏଲ ସଦାପ୍ରଭୁଙ୍କୁ ଭୁଲିଛି ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ। କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା। ଇସ୍ରାଏଲୀୟମାନେ ‌ବା‌ଲ୍‌ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ। ସେମାନେ ପ୍ରତିମା ନିକଟରେ ଧୂପ ଦେଲେ। “ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ। ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ। ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ। କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ। ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ, କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ। ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ। ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ। “ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ମନା କଲେ। ତେଣୁ ସେଥିପାଇଁ ସେମାନେ ମିଶର ଯିବେ। ଅଶୂରର ରାଜା ସେମାନଙ୍କର ରାଜା ହେବେ। ଖଣ୍ତା ସେମାନଙ୍କ ନଗର ବିରୁଦ୍ଧରେ ଝୁଲିବ। ଏହା ସେମାନଙ୍କର ଶକ୍ତିଶାଳୀ ଲୋକଙ୍କୁ ହତ୍ୟା କରିବ। ଏହା ସେମାନଙ୍କର ନେତାମାନଙ୍କୁ ଧ୍ୱଂସ କରିବ। “ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।” ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରିବାକୁ ଗ୍ଭହାନ୍ତି ନାହିଁ “ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ। ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋୟିମ୍ ପରି ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ। ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ। ଆମ୍ଭେ ପରମେଶ୍ୱର, ମାନବ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ। ଆମ୍ଭର କ୍ରୋଧ ଦେଖାଇବା ନାହିଁ। ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟରେ ଥରିଥରି ପଶ୍ଚିମରୁ ଆସିବେ। ସେମାନେ ମିଶରରୁ ପକ୍ଷୀ ସଦୃଶ ଥରିଥରି ଆସିବେ। ଅଶୂରୀୟରୁ କପୋତ ପରି ଥରିଥରି ଆସିବେ। ଏବଂ ଆମ୍ଭେ ସେମାନଙ୍କୁ ଗୃହକୁ ଫେରାଇ ନେବା ବୋଲି” ସଦାପ୍ରଭୁ କହିଲେ। “ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା। ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି। କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।” ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି। ସଦାପ୍ରଭୁ କୁହନ୍ତି, “ଆମ୍ଭର ଯିହୁଦା ବିପକ୍ଷରେ ଏକ ଯୁକ୍ତି ଅଛି। ଯାକୁବ ତା’ର କୁପଥଗୁଡ଼ିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦକାର୍ଯ୍ୟ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହେବ। ଯାକୁବ ମାତୃଗର୍ଭରେ ଥିଲା ଏବଂ ତା’ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା। ଯାକୁବ ପରମେଶ୍ୱରଙ୍କ ଦୂତ ସହିତ ମଲ୍ଲଯୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥ‌‌ଲ୍‌‌‌‌ରେ ଘଟିଥିଲା। ସେହିସ୍ଥାନରେ ସେ ପରମେଶ୍ୱରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା। ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। ତେଣୁ ତୁମ୍ଭେମାନେ ସେହି ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ତାଙ୍କ ପ୍ରତି ବିଶ୍ୱସ୍ତ ହୁଅ। ଠିକ୍ କାର୍ଯ୍ୟ କର। ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। “ଯାକୁବ ଜଣେ ପ୍ରକୃତ ବ୍ୟବସାୟୀ। ସେ ଏପରିକି ତା’ର ବନ୍ଧୁଙ୍କୁ ମଧ୍ୟ ଠକେ। ଏପରିକି ତାଙ୍କ ନିକିତି ମଧ୍ୟ ମିଛ କହେ। ଇଫ୍ରୟିମ କହିଲେ, ‘ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ୟକ୍ତି ମୋର ଅପରାଧ ଜାଣିବ ନାହିଁ। କେହି ମଧ୍ୟ ମୋର ପାପ ଜାଣି ପାରିବ ନାହିଁ।’ “ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା। ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ। “ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ। କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ। କିନ୍ତୁ ଇଫ୍ରୟିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରୟିମ ବହୁ ଲୋକଙ୍କୁ ହତ୍ୟା କଲା। ତେଣୁ ସେ ତା’ର ଦୋଷ ପାଇଁ ଦଣ୍ତିତ ହେବ। ସେମାନଙ୍କର ମୁନିବ ପରମେଶ୍ୱର ସେହି ଅପମାନ ସେମାନଙ୍କୁ ସହ୍ୟ କରାଇବେ।” ଇସ୍ରାଏଲ ନିଜକୁ ନିଜେ ଧ୍ୱଂସ କରିଛି “ଇଫ୍ରୟିମ ଇସ୍ରାଏଲରେ ନିଜକୁ ମହାନ କରି ଦେଲା। ସେ କହିଲା ବେଳେ ଲୋକେ ଭୟରେ ଥରିଲେ। କିନ୍ତୁ ସେ ‌ବା‌ଲ୍‌ଦେବତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ୟୁବରଣ କଲେ। ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି। ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ। “ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ। ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ। “ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା। ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା। ଇସ୍ରାଏଲକୁ ପରମେଶ୍ୱରଙ୍କ କ୍ରୋଧରୁ କେହି ରକ୍ଷା କରି ପାରିବେ ନାହିଁ “ହେ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗରରେ ସେ ତୁମ୍ଭମାନଙ୍କୁ ରକ୍ଷା କରି ପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାନ୍ତି? ତୁମ୍ଭେମାନେ ସେମାନଙ୍କୁ ଏହା କହି ମାଗିଥିଲ, ‘ଆମ୍ଭକୁ ଜଣେ ରାଜା ଓ ନେତୃମଣ୍ତଳୀ ଦିଅ।’ ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ। “ଇଫ୍ରୟିମର ପାପସବୁ ଗୋଟିଏ ବିଡ଼ାରେ ବନ୍ଧା ହୋଇଛି। ସେଗୁଡ଼ିକ ନିରାପଦ ଜାଗାରେ ରଖାଯାଇଛି। ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା’ର ଦଣ୍ତ କଷ୍ଟଦାୟକ ହେବ। ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ। ଏପରି ଏକ ସମୟ ଆସିବ ସେ ଆଉ ତିଷ୍ଠିବ ନାହିଁ। “ଆମ୍ଭେ ସେମାନଙ୍କୁ ମୃତ୍ୟୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍ଭେ ସେମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ଉଚିତ୍ କି? ହେ ମୃତ କେଉଁଠାରେ ତୁମ୍ଭର ମହାମାରୀ ଅଛି? ହେ କବର, ତୁମ୍ଭର ଶକ୍ତି କେଉଁଠାରେ ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ। ଇସ୍ରାଏଲ ତା’ର ଭାଇମାନଙ୍କ ସହିତ ବଢ଼େ। କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ। ତା’ପରେ ଇସ୍ରାଏଲର କୂଅ ଶୁଖିଯିବ। ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ। ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ। ଶମରିୟା ନିଶ୍ଚିତ ଦଣ୍ତିତ ହେବ। କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇଥିଲା। ଇସ୍ରାଏଲୀୟମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ। ସେମାନଙ୍କର ପିଲାମାନେ ବିଦୀର୍ଣ୍ଣ ହେବେ। ସେମାନଙ୍କର ଗର୍ଭବତୀ ନାରୀମାନେ ମଧ୍ୟ ବିଦୀର୍ଣ୍ଣ ହେବେ।” ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ, “ଆମ୍ଭର ପାପକୁ ନେଇଯାଅ। ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର। ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ। ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।” ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ। ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା। ଇସ୍ରାଏଲ କଇଁଫୁଲ ପରି ଫୁଟିବ। ସେ ଲିବାନୋ‌ନ୍‌ର ଦେବଦାରୁ ଗଛପରି ବଢ଼ିବ। ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ। ଲିବାନୋ‌ନ୍‌ର ଦେବଦାରୁ ଗଛଗୁଡ଼ିକ ସୁବାସ ବିତରଣ କଲାପରି ସେ ହେବ। ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ। ସେମାନେ ଶସ୍ୟ ସଦୃଶ ବଢ଼ିବେ, ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସେମାନେ ଲିବାନୋ‌ନ୍‌ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ। ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କବାଣୀ “ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆସେ।” ଶେଷ ଉପଦେଶ ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ। ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ। ପଙ୍ଗପାଳ ଶସ୍ୟର ଧ୍ୱଂସ ସାଧନ କରିବେ ପଥୂୟେଲଙ୍କ ପୁତ୍ର ଯୋୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ। ହେ ପ୍ରାଚୀନଗଣ, ତୁମ୍ଭେମାନେ ମୋର ଏହି ବାର୍ତ୍ତା ଶୁଣ। ହେ ସମସ୍ତ ଦେଶବାସୀ, ମୋର କଥା ପ୍ରତି କର୍ଣ୍ଣପାତ କର। ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି? ନା, ଏହା ଘଟି ନାହିଁ କି ଘଟି ନ ଥିଲା। ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସେମାନଙ୍କର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସେମାନଙ୍କର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ। ଯାହା ଶୂକ କୀଟ ଛାଡ଼ିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡ଼ିଛନ୍ତି ତାକୁ ପତଙ୍ଗ ଶେଷ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡ଼ିଛନ୍ତି ତାକୁ ଘୁର୍ଘୁରିୟା ନଷ୍ଟ କରିଛନ୍ତି। ପଙ୍ଗପାଳଙ୍କର ପ୍ରବେଶ ହେ ମଦ୍ୟପିଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ୟପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସେହି ମଧୁର ଦ୍ରାକ୍ଷାରସ ଶେଷ ହୋଇଛି। ତୁମ୍ଭେମାନେ ଆଉ ତା’ର ସ୍ୱାଦ ପାଇବ ନାହିଁ। ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସେମାନଙ୍କର ସଂଖ୍ୟା ଅଗଣିତ ଥିଲା। ସେମାନଙ୍କର ଦାନ୍ତଗୁଡ଼ିକ ସିଂହର ଦନ୍ତଠାରୁ ତୀ‌‌‌କ୍ଷ୍‌‌‌ଣ ଥିଲା ଏବଂ ସେମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ। ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି। ସେମାନେ ମୋର ଡିମ୍ବିରି ବୃକ୍ଷର ବ‌କ୍‌କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି। ଲୋକମାନେ ବିଳାପ କରନ୍ତି ଗୋଟିଏ କୁଆଁରୀକନ୍ୟା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା’ର ବର ମରିଛି। ସେ ତା’ର ବିବାହ ପୋଷାକ ଖୋଲି ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ। ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଆଉ ରହିବ ନାହିଁ। ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି, ଏପରିକି ଭୂମି ମଧ୍ୟ କାନ୍ଦୁଛି। କାରଣ ଶସ୍ୟସବୁ ନଷ୍ଟ ହୋଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି। ଅଲିଭ ତେଲ ଶେଷ ହୋଇଯାଇଛି। ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ୱରରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର। କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଦ୍ରାକ୍ଷାଲତାଗୁଡ଼ିକ ଶୁଷ୍କ ହୋଇଛନ୍ତି ଓ ଡିମ୍ବିରି ବୃକ୍ଷ ମରି ଯାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡ଼ିକ ଶୁଖି ଯାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିଯାଇଛି। ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ। ପଙ୍ଗପାଳମାନଙ୍କର ଭୟଙ୍କର ବିନାଶ ଲୋକମାନଙ୍କୁ କୁହ ଯେ, ଉପବାସ ପାଇଁ ଗୋଟିଏ ସ୍ୱତନ୍ତ୍ର ସମୟ ହେବ। ସମସ୍ତ ଲୋକଙ୍କୁ ଏକ ସ୍ୱତନ୍ତ୍ର ସଭାକୁ ଆହ୍ୱାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରିତ କର। ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ସେମାନଙ୍କୁ କୁହ। ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସେହି ସମୟରେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିକଟରୁ ଦଣ୍ତ ପ୍ରଳୟ ତୁଲ୍ୟ ଆସିବ। ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ୱରଙ୍କ ମନ୍ଦିରରୁ ଗ୍ଭଲି ଯାଇଛି। ଆମ୍ଭେମାନେ ଯେଉଁ ମଞ୍ଜି ଭୁମିରେ ରୋପଣ କରିଥିଲୁ ସେଗୁଡ଼ିକ ମାଟିରେ ଶୁଖି ମରିଯାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ୟ ଅମାର ଶୂନ୍ୟ ଓ ଭଗ୍ନ ପ୍ରାୟ। ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରି ଦେଇଛି। ସେହି ଅଗ୍ନିଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡ଼ି ଜାଳି ଦେଇଛି। ବନ୍ୟ ପ୍ରାଣୀମାନେ ମଧ୍ୟ ତୁମ୍ଭର ସାହାଯ୍ୟ ଭିକ୍ଷା କରୁଛନ୍ତି। ଝରଣାଗୁଡ଼ିକ ଜଳଶୂନ୍ୟ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି। ସଦାପ୍ରଭୁଙ୍କ ଆଗମନ ଦିବସ ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପରେ ଗୋଟିଏ ବିପଦ ସଙ୍କେତ କରି ପାଟି କର। ସମଗ୍ର ଦେଶବାସୀ ଭୟରେ କମ୍ପିତ ହେବ। ସଦାପ୍ରଭୁଙ୍କର ବିଶେଷ ଦିନ ଆସୁଛି। ସେହି ବିଶେଷ ଦିନଟି ଅତି ସନ୍ନିକଟ। ତାହା ଏକ ଅନ୍ଧାକାର ଓ ତମସାଚ୍ଛନ୍ନ ଦିନ, ତାହା ନିବିଡ଼ ଅନ୍ଧକାର ଓ ମେଘାଛନ୍ନ ଦିନ ହେବ। ସୂର୍ଯ୍ୟୋଦୟରେ ପର୍ବତ ଉପରେ ସୈନ୍ୟମାନେ ଘେରି ଯାଇଥିବାର ତୁମ୍ଭେ ଦେଖିବ। ସେମାନେ ମହାନ ଶକ୍ତିଶାଳୀ ସୈନ୍ୟବାହିନୀ ହେବେ। ପୂର୍ବରୁ ଏପରି କେବେ ହୋଇ ନାହିଁ, ଆଉ ମଧ୍ୟ ଏହା ପୁନର୍ବାର କେବେ ହେବ ନାହିଁ। ଜ୍ୱଳନ୍ତ ଅଗ୍ନି ସଦୃଶ ସେହି ସୈନ୍ୟବାହିନୀ ଦେଶକୁ ଧ୍ୱଂସ କରି ଦେବେ। ସେମାନଙ୍କ ସମ୍ମୁଖରେ ଦେଶ ଏଦନର ବଗିଗ୍ଭ ସଦୃଶ ହେବ। ପଶ୍ଚାତ୍ ଭାଗରେ ଦେଶଟି ଏକ ଶୂନ୍ୟ ମରୁଭୂମି ସଦୃଶ ହେବ। ସେମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ। ସେମାନେ ଅଶ୍ୱ ସଦୃଶ ଦେଖାଯାଆନ୍ତି। ଯୁଦ୍ଧ ଅଶ୍ୱ ପରି ସେମାନେ ଦୌଡ଼ିବେ। ସେମାନଙ୍କ ଶବ୍ଦ ପର୍ବତ ଉପରେ ନାଚୁଥିବା ରଥ ପରି, ନଡ଼ାକୁ ଅଗ୍ନି ଜାଳିଲା ପରି, ଯୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହେବ। ଲୋକମାନେ ସେହି ସୈନ୍ୟ ସମ୍ମୁଖରେ ଭୟରେ ଥରିବେ। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯିବ। ସେମାନେ ସୈନ୍ୟ ତୁଲ୍ୟ ଦ୍ରୁତଗତିରେ ଦୌଡ଼ନ୍ତି। ସେମାନେ କାନ୍ଥ ଉପରେ ଚଢ଼ନ୍ତି। ପ୍ରତ୍ୟେକ ସୈନ୍ୟ ସଦୃଶ ସିଧା ସମ୍ମୁଖରେ ଅଗ୍ରସର ହୁଅନ୍ତି। ସେମାନେ ନିଜ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ। ସେମାନେ ପରସ୍ପରକୁ ଠେଲନ୍ତି ନାହିଁ। ପ୍ରତ୍ୟେକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡ଼େ, ତେବେ ଅନ୍ୟ ଜଣକ ସେହି ପଥରେ ଅଗ୍ରସର ହୁଏ। ସେମାନେ ନଗର ଆଡ଼କୁ ଦୌଡ଼ନ୍ତି। ସେମାନେ ଦ୍ରୁତଗତିରେ କାନ୍ଥଗୁଡ଼ିକ ଆରୋହଣ କରନ୍ତି। ଘରଗୁଡ଼ିକରେ ଆରୋହଣ କରନ୍ତି। ଗ୍ଭେର ପରି ଝରକାବାଟେ ପ୍ରବେଶ କରନ୍ତି। ସେମାନଙ୍କ ସମ୍ମୁଖରେ ପୃଥିବୀ ଓ ଆକାଶ ଥରିଉଠେ। ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହୁଏ। ତାରକାଗଣ ନିଜର ତେଜ ହରାନ୍ତି। ସଦାପ୍ରଭୁ ଉଚ୍ଚ ସ୍ୱରରେ ତାଙ୍କର ସୈନ୍ୟବାହିନୀକୁ ଆହ୍ୱାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସେହି ସୈନ୍ୟଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସେମାନେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସେହି ଦିନଟି ଅତି ମହାନ ଓ ଭୟଙ୍କର। କେହି ତାକୁ ଅଟକାଇ ପାରିବେ ନାହିଁ। ସଦାପ୍ରଭୁ ଲୋକମାନଙ୍କୁ ପରିବର୍ତ୍ତନ ହେବାକୁ କୁହନ୍ତି ଏହା ସଦାପ୍ରଭୁଙ୍କର ବାର୍ତ୍ତା: “ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର। ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।” ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସେ ଅତି ଦୟାଳୁ ଓ କରୁଣାମୟ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ରେମ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ ହୁଏତ ତାହା ଦେଇ ନ ପାରନ୍ତି। କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା’ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଦେଇ ପାରିବ। ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସିୟୋନରେ ତୂରୀ ବଜାଅ। ମହାସଭା ପାଇଁ ଆହ୍ୱାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ୱାନ କର। ସବୁ ଲୋକଙ୍କୁ ଏକତ୍ରିତ କର। ସ୍ୱତନ୍ତ୍ର ସଭାର ଆୟୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର। ନବ ବିବାହିତ ବର କନ୍ୟା ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ। ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’” ସଦାପ୍ରଭୁ ଆପଣାର ଦେଶକୁ ପୁନରୁଦ୍ଧାର କରିବେ ତା’ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ। ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ। ଆମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ରାଜ୍ୟ ଛାଡ଼ି ଯିବାକୁ ଉତ୍ତର ଦିଗକୁ ବିତାଡ଼ିତ କରିବା। ସେମାନଙ୍କୁ ଏକ ଶୁଷ୍କ, ଶୂନ୍ୟ ସ୍ଥାନକୁ ତଡ଼ିଦେବା। ସେମାନଙ୍କ ମଧ୍ୟରୁ କେତେକ ପୂର୍ବ ସମୁଦ୍ର ଆଡ଼େ ଯିବେ ଓ ଆଉ କେତେକ ପଶ୍ଚିମ ସମୁଦ୍ର ଆଡ଼େ ଯିବେ। ସେମାନେ ଏପରି ଭୟଙ୍କର କାର୍ଯ୍ୟ କରିଛନ୍ତି, ସେମାନେ ମୃତ ପ୍ରାୟ ହେବେ, ପଚିଯିବେ ଓ ସେଠାରୁ ଦୁର୍ଗନ୍ଧ ନିର୍ଗତ ହେବ।” ପୁନର୍ବାର ନୂତନ ରାଜ୍ୟ ନିର୍ମିତ ହେବ ହେ ଦେଶ, ଭୟ କର ନାହିଁ। ସୁଖୀ ହୁଅ, ଆନନ୍ଦ କର କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ। ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ। ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ। ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ। ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ। ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ। ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ। ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ। “ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ। ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା, ଯାହା ବର୍ଷଧରି ଖାଇଯାଇଛନ୍ତି। ତତ୍ପରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ। ତୁମ୍ଭର ସବୁ ପରିପୂର୍ଣ୍ଣ ହେବ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବ। କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି। ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦେବେ ନାହିଁ। ଏହା ଦ୍ୱାରା ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ଇସ୍ରାଏଲ ସହିତ ଅଛୁ। ଆଉ ମଧ୍ୟ ତୁମ୍ଭେମାନେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭର ଅନ୍ୟ କେହି ପରମେଶ୍ୱର ନାହାନ୍ତି। ଆମ୍ଭର ଲୋକମାନେ ଆଉ କେବେ ଲଜ୍ଜିତ ହେବେ ନାହିଁ।” ପରମେଶ୍ୱର ତାଙ୍କର ଆତ୍ମା ସବୁ ଲୋକଙ୍କୁ ପ୍ରଦାନ କରିବେ “ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ। ସେହି ସମୟରେ ଆମ୍ଭେ ମଧ୍ୟ ଆପଣା ଦାସ ଓ ଦାସୀଙ୍କ ଉପରେ ଆମ୍ଭର ଆତ୍ମା ଢାଳିବା। ସେହି ସମୟରେ ଆମ୍ଭେ ଆକାଶ ଓ ପୃଥିବୀରେ ଅଲୌକିକ ଦୃଶ୍ୟ ଦେଖାଇବା। ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦେଖାଯିବ। ସଦାପ୍ରଭୁଙ୍କର ସେହି ମହାନ ଓ ଅ‌‌ଦ୍‌‌ଭୂତ ଦିନର ଆଗମନରେ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯିବେ। ସେହି ସମୟରେ, ଯେ କେହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବ, ସେ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ ଲୋକମାନେ ଯିରୁଶାଲମର ଓ ସିୟୋନ ପର୍ବତ ଉପରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହେବେ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ ସେମାନେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ, ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରୁଛନ୍ତି। ଯିହୁଦାର ଶତ୍ରୁମାନେ ଦଣ୍ତିତ ହେବେ “ହଁ ଦେଖ, ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା। ଆମ୍ଭେ ମଧ୍ୟ ସମସ୍ତ ରାଜ୍ୟକୁ ଏକତ୍ରିତ କରିବା। ସେହି ସମୟରେ, ଆମ୍ଭେ ସବୁ ରାଜ୍ୟକୁ ଯିହୋଶାଫଟ୍ ଉପତ୍ୟକାକୁ ଓହ୍ଲାଇ ଆଣିବା। ସେଠାରେ ଆମ୍ଭେ ସେମାନଙ୍କର ବିଗ୍ଭର କରିବା। ସେହି ଗୋଷ୍ଠୀଗୁଡ଼ିକ ଆମ୍ଭ ଇସ୍ରାଏଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସେମାନେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଜୋର୍ କରି ନିର୍ବାସିତ କରି ଦେଇଛନ୍ତି। ସେମାନେ ଆମ୍ଭର ଭୂମି ସେମାନଙ୍କ ମଧ୍ୟରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନେ ଆମ୍ଭ ଲୋକମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଗୁଲିବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ୟା ପାଇଁ ସେମାନେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସେମାନେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି। “ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା। ତୁମ୍ଭେମାନେ ଆମ୍ଭର ସମସ୍ତ ରୂପା ଓ ସୁନା ଅପହରଣ କରିଅଛ। ଆମ୍ଭର ମୂଲ୍ୟବାନ ଭଣ୍ତାରକୁ ଖାଲି କରି ତୁମ୍ଭ ମନ୍ଦିରରେ ରଖିଅଛ। “ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀ‌‌ସ୍‌‌ରେ ବିକ୍ରୀ କରିଛ ଏବଂ ସେମାନଙ୍କୁ ସେମାନଙ୍କର ସୀମାରୁ ବହୁଦୂରକୁ ନେଇଯାଇଛ। ତୁମ୍ଭେମାନେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦେଇଛ। କିନ୍ତୁ ଆମ୍ଭେ ସେମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ୟ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦେବା। ତୁମ୍ଭମାନଙ୍କର ପୁତ୍ରକନ୍ୟାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସେମାନେ ସେହି ସନ୍ତାନମାନଙ୍କୁ ଦୂର ଦେଶୀୟ ଶୀବାୟୀୟ ଲୋକମାନଙ୍କୁ ବିକ୍ରୀ କରିବେ,” କାରଣ ସଦାପ୍ରଭୁ ଏହା କହିଛନ୍ତି। ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ତୁମ୍ଭମାନଙ୍କ ରାଜ୍ୟ ମଧ୍ୟରେ ଏହା ଘୋଷଣା କର। ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ଯୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହେବାକୁ ଡାକ ଏବଂ ଯୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ। ତୁମ୍ଭର ଲଙ୍ଗଳର ଲୁହାକୁ ଭାଙ୍ଗି ‌‌ଖ‌ଡ଼୍‌ଗ ତିଆରି କର। ନିଜ ନିଜର ଦାଆକୁ ଭାଙ୍ଗି ବର୍ଚ୍ଛା ତିଆରି କର। ଦୁର୍ବଳ ଲୋକ କହୁ, “ମୁଁ ବଳବାନ” ହେ ସବୁ ରାଜ୍ୟ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନରେ ଏକତ୍ରିତ ହୁଅ। ହେ! ପରମେଶ୍ୱର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନେଇ ଆସନ୍ତୁ। ହେ, ରାଜ୍ୟବାସୀ! ଜାଗ୍ରତ ହୁଅ, ଯିହୋଶାଫଟର ଉପତ୍ୟକାକୁ ଆସ କାରଣ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲର ଚତୁର୍ପାର୍ଶ୍ୱରେ ଥିବା ରାଜ୍ୟମାନଙ୍କର ବିଗ୍ଭର କରିବା ପାଇଁ ଫେରି ଆସିବା। ଦାଆ ଆଣ, କାରଣ ଶସ୍ୟ ପାଚିଅଛି। ଆସ, ଅଙ୍ଗୁର ଲତା ଉପରେ ଗ୍ଭଲ। କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହୋଇଅଛି। କୁଣ୍ତଗୁଡ଼ିକ ଉଚ୍ଛୁଳି ପଡ଼ୁଛି, କାରଣ ସେମାନଙ୍କର ମନ୍ଦ କର୍ମ ବହୁତ ଅଧିକ। ଦଣ୍ତ ବିଗ୍ଭର ଉପତ୍ୟକାରେ ଲୋକାରଣ୍ୟ। ସଦାପ୍ରଭୁଙ୍କର ବିଶେଷ ବିଗ୍ଭରଦିନ ନିକଟବର୍ତ୍ତୀ। ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହେବ ଏବଂ ତାରକାଗଣ କିରଣ ଦେବା ବନ୍ଦ କରି ଦେବେ। ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ, ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ। ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହେବ। ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହେବେ। “ତା’ପରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ପବିତ୍ର ପର୍ବତ ସିୟୋନରେ ବାସ କରିବା। ଯିରୁଶାଲମ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେବ। ବିଦେଶୀୟମାନେ ଆଉ ଏହି ନଗରରେ ପ୍ରବେଶ କରି ପାରିବେ ନାହିଁ। ଯିହୁଦା ପାଇଁ ଗୋଟିଏ ନୂତନ ଜୀବନର ପ୍ରତିଜ୍ଞା “ସେହି ଦିନ ପର୍ବତଗୁଡ଼ିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡ଼ଗୁଡ଼ିକରୁ ଦୁ‌ଗ୍‌ଧ ପ୍ରବାହିତ ହେବ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହେବ। ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ। ମିଶର ଗୋଟିଏ ନିର୍ଜନ ସ୍ଥାନ ହେବ ଏବଂ ଶୂନ୍ୟ ମରୁଭୂମି ହେବ। କାରଣ ସେମାନେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହୋଇଥିଲେ। ସେମାନେ ସେହି ଦେଶର ନିରୀହ ଲୋକମାନଙ୍କୁ ହତ୍ୟା କରିଥିଲେ। କିନ୍ତୁ ଯିହୁଦା ଓ ଯିରୁଶାଲମରେ ଲୋକମାନେ ପୁରୁଷାନୁକ୍ରମେ ଚିରକାଳ ବାସ କରିବେ। କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ୟା କରିଛନ୍ତି ଆମ୍ଭେ ପ୍ରକୃତରେ ସେମାନଙ୍କୁ ଶାସ୍ତି ଦେବା।” କାରଣ ସଦାପ୍ରଭୁ ପରମେଶ୍ୱର ସିୟୋନରେ ବାସ କରନ୍ତି। ଉପକ୍ରମ ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲ ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା। ଅରାମ ପାଇଁ ଦଣ୍ତ ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।” ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ। ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ। “ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବି। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି। ଫିଲିଷ୍ଟାଇନ୍ ପାଇଁ ଦଣ୍ତ ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ। ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ। ଆଉ ମଧ୍ୟ ଅ‌‌ସ୍‌‌ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା’ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ। ଫୋୟେନସିଆ ପାଇଁ ଶାସ୍ତି ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ। ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।” ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ‌‌ଖ‌ଡ଼୍‌ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ। ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।” ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ। କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ। ତା’ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ। ମୋୟାବ ପାଇଁ ଶାସ୍ତି ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି। ଯିହୁଦା ପାଇଁ ଶାସ୍ତି ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।” ଇସ୍ରାଏଲ ପାଇଁ ଦଣ୍ତବିଧାନ ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା’ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି। “କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ। “ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟ‌ଦ୍‌ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ। “କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ। ତୁମ୍ଭେମାନେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦେବା। ଆମ୍ଭେ ତୁମ୍ଭକୁ ନଡ଼ାରେ ବୋଝେଇ ଶଗଡ଼ ପରି ବଙ୍କା କରିଦେବା। କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ। ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ। ସେହି ସମୟରେ ସାହସୀ ସୈନ୍ୟମାନେ ଉଲଗ୍ନ ଦୌଡ଼ି ପଳାଇବେ।” ସଦାପ୍ରଭୁ ଏହି କଥା କହନ୍ତି। ଇସ୍ରାଏଲକୁ ସତର୍କ ଘଣ୍ଟି ହେ ଇସ୍ରାଏଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇସ୍ରାଏଲ ବିଷୟରେ ସଦାପ୍ରଭୁ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇସ୍ରାଏଲୀୟ ପରିବାର ବିଷୟରେ ଏହା ବାର୍ତ୍ତା ଥିଲା। “ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।” ଇସ୍ରାଏଲର ଦଣ୍ତର କାରଣ ଏକମତ ନ ହେଲେ ଦୁଇଜଣ ଏକତ୍ର ଗମନ କରିବେ ନାହିଁ। ସିଂହଟି ଗର୍ଜନ କରେ ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ। ଯଦି ଗୋଟିଏ ଯୁବା ସିଂହ ତା’ର ଗୁମ୍ଫାରେ ଗର୍ଜନ କରୁଛି ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି। ଯଦି ଫାଶରେ କିଛି ଖାଦ୍ୟ ନାହିଁ, ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ। ଯଦି ନଗରରେ ତୂରୀ ବାଜି ଉଠିବ ତେବେ ଲୋକମାନେ ଭୟରେ ଥରହର ହେବେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ। ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ। ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର ନ କରିବ। ତୁମ୍ଭେ ଅ‌‌ସ୍‌‌ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।” ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।” ସଦାପ୍ରଭୁ ଏହା କୁହନ୍ତି: “ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ ଏବଂ ତା’ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ, ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼ କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ। ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା, ଯେଉଁମାନେ ଶମରିୟାରେ ବସବାସ କରନ୍ତି ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି” ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେ‌ଲ୍‌ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି। ସ୍ତ୍ରୀ ଲୋକମାନେ ଆନନ୍ଦକୁ ଭଲ ପାଆନ୍ତି ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।” ମୋର ପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ୱାରା ଶପଥ ନେଲେ ଏବଂ କହିଲେ, ଭବିଷ୍ୟତରେ ଲୋକମାନେ ତେଣ୍ଟା ବ୍ୟବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନେଇଯିବେ। ସେମାନେ ବନଶି କଣ୍ଟା ବ୍ୟବହାର କରି ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ନେଇଯିବେ। ସ୍ତ୍ରୀଲୋକମାନେ କାନ୍ଥଗୁଡ଼ିକ ଭାଙ୍ଗି ବାହାରି ଆସିବେ ଏବଂ ସେମାନେ ହର୍ମୋଣ ଭିତରକୁ ନିକ୍ଷେପ ହେବେ। ସଦାପ୍ରଭୁ ଏହା କହନ୍ତି: “ବୈଥେ‌ଲ୍‌କୁ ଯାଅ ଏବଂ ସେଠାରେ ପାପ କର। ଗି‌ଲ୍‌ଗ‌ଲ୍‌କୁ ଯାଅ ସେଠାରେ ଅଧିକ ପାପ କର। ପ୍ରଭାତରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନରେ ଥରେ ଏକ ଦଶମାଂଶ ଶସ୍ୟ ଆଣ। ଆଉ ମଧ୍ୟ ଦ୍ରାକ୍ଷାରସର ଫେଣର ନୈବେଦ୍ୟ ପାଇଁ ଧନ୍ୟବାଦ ଦିଅ। ଏହି ସ୍ୱେଚ୍ଛାଦତ୍ତ ନୈବେଦ୍ୟ ବିଷୟରେ ପ୍ରତ୍ୟେକଙ୍କୁ ଜଣାଅ। ହେ ଇସ୍ରାଏଲୀୟ, ତୁମ୍ଭେ ଏହିସବୁ କାର୍ଯ୍ୟ କରିବାକୁ ଭଲ ପାଉଛ।” ସଦାପ୍ରଭୁ ଏହା ହିଁ କହିଲେ। “ଏଗୁଡ଼ିକ କରିବା ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡ଼ିକରେ କୌଣସି ଖାଦ୍ୟ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା କହନ୍ତି। “ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା। ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ। “ଉତ୍ତାପ ଓ ରୋଗଦ୍ୱାରା ତୁମ୍ଭର ଶସ୍ୟସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷାକ୍ଷେତ୍ର‌କୁ ଧ୍ୱଂସ କଲୁ। ପଙ୍ଗପାଳ ତୁମ୍ଭର ଡିମ୍ବିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ୱଂସ କଲେ। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ। “ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ‌‌ଖ‌ଡ଼୍‌ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ। “ସଦୋମ ଓ ହମୋରା ସହରଗୁଡ଼ିକ ଧ୍ୱଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ୱଂସ କଲୁ। ସେହି ନଗରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତୁମ୍ଭେମାନେ ଗୋଟିଏ ପୋଡ଼ା ବାଡ଼ି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ। “ତେଣୁ ହେ ଇସ୍ରାଏଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡ଼ିକ କହିବା। ହେ ଇସ୍ରାଏଲୀୟ! ତୁମ୍ଭେ ପରମେଶ୍ୱରଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ।” ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ। ତାହାହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।” ଇସ୍ରାଏଲ ପାଇଁ ଦୁଃଖ ସଙ୍ଗୀତ ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ। ଇସ୍ରାଏଲର କୁମାରୀ ପଡ଼ିଯାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡ଼ି ରହିଛି। ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ। ସଦାପ୍ରଭୁ ମୋର ପ୍ରଭୁ ଏହି ବାକ୍ୟ କୁହନ୍ତି: “ସହରରୁ ବାହାରକୁ ଯାଇଥିବା ଏକ ହଜାର ମଧ୍ୟରୁ ଏକଶହ ଅବଶିଷ୍ଟ ରହିବେ, ଏବଂ ଏକଶହ ବାହାରିଥିବା ମଧ୍ୟରୁ ମାତ୍ର ଦଶ ଜଣ ପ୍ରତ୍ୟାବର୍ତ୍ତନ କରିବେ।” ସଦାପ୍ରଭୁ ଇସ୍ରାଏଲକୁ ଫେରିବାକୁ ଉତ୍ସାହିତ କରନ୍ତି ଇସ୍ରାଏଲକୁ ସଦାପ୍ରଭୁ ଏହା ହିଁ କୁହନ୍ତି: “ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ। ମାତ୍ର ବୈଥଲକୁ ଖୋଜ ନାହିଁ। ଗି‌ଲ୍‌ଗ‌ଲ୍‌କୁ ଯାଅ ନାହିଁ। ସୀମା ଅତିକ୍ରମ କରି ବେ‌ର୍‌ଶେବାକୁ ଯାଅ ନାହିଁ। ଗି‌ଲ୍‌ଗ‌ଲ୍‌ର ଲୋକମାନଙ୍କୁ ବନ୍ଦୀରୂପେ ନିଆଯିବ ଏବଂ ବୈଥଲ ଧ୍ୱଂସ ହେବ। ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ। ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ। ସେ ମଧ୍ୟ ଦିନକୁ ରାତ୍ରିରେ ପରିଣତ କଲେ। ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି। ତାଙ୍କର ନାମ ଯିହୋବାଃ। ସେ କୌଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।” ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ। ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ। *** *** ସହରର ଫାଟକରେ ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତା ଦ୍ୱାରା ଉଚ୍ଛିନ୍ନ ହେବାକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ୟକୁ ମଧ୍ୟ ଘୃଣା କର। ତୁମ୍ଭେମାନେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାୟରେ କର ନେଉଅଛ ଏବଂ ସେମାନଙ୍କର ଗହମ ବଳପୂର୍ବକ ନେଉଅଛ। ତୁମ୍ଭେମାନେ କାରୁକାର୍ଯ୍ୟ ପଥରରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭେମାନେ ସେହି ଘରେ ରହିପାରିବ ନାହିଁ। ତୁମ୍ଭେମାନେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ରରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରି ପାରିବ ନାହିଁ। ଆମ୍ଭେ ତୁମ୍ଭମାନଙ୍କର ଅନେକ ଜଘନ୍ୟ ପାପ ଜାଣୁ। ତୁମ୍ଭେମାନେ ଧାର୍ମିକ ଲୋକଙ୍କୁ କଷ୍ଟ ଦେଲ। ତୁମ୍ଭେ ଲାଞ୍ଚ ନେଇଛ ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ୟାୟଳୟରେ ଅନ୍ୟାୟ ଆଚରଣ କରିଅଛ। ସେତେବେଳେ ଜ୍ଞାନୀ ବ୍ୟକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ। ତୁମ୍ଭେ କୁହ, ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ତେଣୁ ତୁମ୍ଭେ ଉତ୍ତମ କାର୍ଯ୍ୟ କର। ମନ୍ଦଠାରୁ ଦୂରେଇ ରୁହ। ତାହାହେଲେ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ପ୍ରକୃତରେ ତୁମ୍ଭର ସହବର୍ତ୍ତୀ ହେବେ। ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ୟାୟ ବିଗ୍ଭର କର। ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି। ଅତି ଦୁଃଖର ସମୟ ଆସୁଛି ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ। ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ! ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।” ସଦାପ୍ରଭୁ ଏହା ମଧ୍ୟ କହନ୍ତି: “ଲୋକମାନେ ଦ୍ରାକ୍ଷାକ୍ଷେତ୍ରରେ କ୍ରନ୍ଦନ କରିବେ। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦେବା।” ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଦାପ୍ରଭୁଙ୍କର ବିଶେଷଦିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସେହି ବିଶେଷ ଦିବସଟି କେବଳ ଗ୍ଭରିଆଡ଼ୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ। ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ, ଯେବେ ତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ୱାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ। ସଦାପ୍ରଭୁଙ୍କର ବିଶେଷଦିନଟି ଆନନ୍ଦର ଦିନ ନ ହୋଇ ଦୁଃଖମୟ ହେବ। ଏହା ଆଲୋକିତ ନ ହୋଇ ଅନ୍ଧକାର ପୂର୍ଣ୍ଣ ହେବ। ସଦାପ୍ରଭୁ ଇସ୍ରାଏଲୀୟଙ୍କ ଉପାସନାକୁ ପ୍ରତ୍ୟାଖ୍ୟାନ କଲେ “ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ। ଏପରିକି ତୁମ୍ଭେ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଅର୍ପଣ କଲେ ହେଁ ଆମ୍ଭେ ସେଗୁଡ଼ିକୁ ଗ୍ରହଣ କରିବା ନାହିଁ। ଆଉ ମଧ୍ୟ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ୟ ପୁଷ୍ଟ ପଶୁଗଣ ପ୍ରତି ଆମ୍ଭେ ଦୃଷ୍ଟି ଦେବା ନାହିଁ। ତୁମ୍ଭମାନଙ୍କର ସେହି ଉଚ୍ଚସ୍ୱର ସଙ୍ଗୀତ ବନ୍ଦ କର। କାରଣ ଆମ୍ଭେ ସେଗୁଡ଼ିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡ଼ିକ ଦୂର କର। ତୁମ୍ଭର ନ୍ୟାୟ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ ହେବା ଉଚିତ୍ ଏବଂ ଧାର୍ମିକତା ଗୋଟିଏ ଝରଣା ପରି ହେବା ଉଚିତ୍। ଯାହା କେବେ ଶୁଖେ ନାହିଁ। ହେ ଇସ୍ରାଏଲୀୟମାନେ, ତୁମ୍ଭେମାନେ ଦୀର୍ଘ ଗ୍ଭଳିଶ୍ ବର୍ଷ ମରୁଭୂମିରେ ଥିଲା ବେଳେ ତୁମ୍ଭର ସେବା ଓ ବଳିଦାନ ଆମ୍ଭକୁ ଦେଇଥିଲ କି? ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ ଏବଂ କୀୟନଙ୍କୁ ତୁମ୍ଭର ତାରକା ସଦାପ୍ରଭୁ ରୂପେ ତୁମ୍ଭେ ନିଜେ ତିଆରି କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା।” ସର୍ବଶକ୍ତିମାନ ପରମେଶ୍ୱର ଏହି କଥା କହିଲେ। ଇସ୍ରାଏଲରୁ ସୁଦିନ କାଢ଼ି ନିଆଯିବ ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ। “ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି। ଯାଅ କଲନୀକୁ ଦେଖ, ସେହି ସ୍ଥାନରୁ ମହାନ ନଗର ହମାତକୁ ଯାଅ। ତା’ପରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ। ସେହିସବୁ କି ଏହି ରାଜ୍ୟଗୁଡ଼ିକ ଅପେକ୍ଷା ଭଲ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ରାଜ୍ୟ ଅପେକ୍ଷା ବଡ଼। ତୁମ୍ଭେମାନେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂରରେ ଅଛି, ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ। ତୁମ୍ଭେ ଗଜଦନ୍ତ ଶଯ୍ୟା ଉପରେ ଶୟନ କରୁଛ ଓ ଖଟ ଉପରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭେମାନେ ତୁମ୍ଭର ମେଷ ପଲରୁ ମେଷଶାବକର କୋମଳ ମାଂସ ଖାଉଛ ଏବଂ ସେମାନଙ୍କ ଗୁହାଳରୁ ବାଛୁରିମାନଙ୍କୁ ଆଣୁଛ ଏବଂ ସେମାନଙ୍କୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହେବ। ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ। ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ। ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ। କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ। ସେହି ଲୋକମାନେ ସେମାନଙ୍କର ଖଟ ଉପରେ ଲମ୍ବି ଶୋଇଛନ୍ତି। କିନ୍ତୁ ସେମାନଙ୍କର ସୁଖର ଦିନ ଶେଷ ହୋଇଛି। ସେମାନଙ୍କୁ ଅନ୍ୟ ରାଜ୍ୟକୁ ବନ୍ଦୀରୂପେ ନିଆଯିବ। ସେମାନେ ବନ୍ଦୀ ହୋଇ ଯିବାର ପ୍ରଥମ ବ୍ୟକ୍ତି ହେବେ। ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ, “ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ। ତା’ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ। ତେଣୁ ଆମ୍ଭେ ସେହି ନଗରକୁ ଓ ତା’ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।” ଅଳ୍ପ କେତେକ ଇସ୍ରାଏଲୀୟ ରକ୍ଷା ପାଇବେ ସେହି ସମୟରେ ଯଦି ଗୋଟିଏ ଘରେ କେବଳ ଦଶ ଜଣ ଅଛନ୍ତି, ସେମାନେ ସମସ୍ତେ ମରିବେ। ଯେତେବେଳେ ଜଣେ ଲୋକ ମରିବ, ଜଣେ ସମ୍ପର୍କୀୟ ମୃତ ଶରୀରକୁ ନେଇ ଦାହ ଦେବା ପାଇଁ ଆସିବ। ଏବଂ “ସେ ଘର ମଧ୍ୟରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ।” ଘର ଭିତରେ ଥିବା ଲୋକଟି ଉତ୍ତର କରିବ, “ନା”, ତା’ପରେ ସେହି ବ୍ୟକ୍ତି ତୁନି ହୁଅ ବୋଲି କହିବ। କାରଣ “ଆମ୍ଭେମାନେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବାର ନୁହେଁ।” ସଦାପ୍ରଭୁ ପରମେଶ୍ୱର ଆଦେଶ ଦେବେ, ଦେଖ ବଡ଼ ଗୃହଗୁଡ଼ିକ ଖଣ୍ତ ବିଖଣ୍ତିତ ହେବ ଏବଂ କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେବ। ଅଶ୍ୱମାନେ ଢେଲା ପଥରଗୁଡ଼ିକ ଉପରେ ଦୌଡ଼ିବେ କି? ଆଉ ମଧ୍ୟ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ରରେ ହଳ କରିବାରେ ବ୍ୟବହାର କରନ୍ତି? କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ୟାୟକୁ ତୀବ୍ର ହଳାହଳରେ ପରିଣତ କରିଛ। ତୁମ୍ଭେମାନେ ତୁଚ୍ଛାରେ ଆନନ୍ଦ କରୁଛ। ଆଉ ତୁମ୍ଭେମାନେ କହୁଛ, “ଆମ୍ଭେ ନିଜ ତୁଚ୍ଛାରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।” “କିନ୍ତୁ ହେ ଇସ୍ରାଏଲବାସୀ, ତୁମ୍ଭ ଦେଶ ବିରୁଦ୍ଧରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସେହି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ୟ ଉପରେ ଦୁଃଖ କ୍ଳେଶ ଆଣିବ। ଏହି କ୍ଳେଶ ହମାତଠାରୁ ଅରାବା ମାର୍ଗ ପର୍ଯ୍ୟନ୍ତ ଲାଗି ରହିବ।” ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା କୁହନ୍ତି। ପଙ୍ଗପାଳର ଦର୍ଶନ ସଦାପ୍ରଭୁ ମୋତେ ଏହା ଦେଖାଇଲେ। ଦ୍ୱିତୀୟବାର ଶସ୍ୟ ଉତ୍ପାଦନ ଆରମ୍ଭ ହେବା ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ୟଅମଳ କଲାପରେ ଏହା ଦ୍ୱିତୀୟବାର ଶସ୍ୟ ଥିଲା। ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା’ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।” ତା’ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।” ଅଗ୍ନିର ଦର୍ଶନ ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା। କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, “ହେ ମୋର ସଦାପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।” ତା’ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।” ଓଳମର ଦର୍ଶନ ସଦାପ୍ରଭୁ ଏହି ଜିନିଷ ମୋତେ ଦେଖାଇଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡ଼ା ହେଲେ। କାନ୍ଥ ଓଳମ ଦ୍ୱାରା ସଳଖ କରାଯାଏ। ସଦାପ୍ରଭୁ ମୋତେ କହିଲେ, “ହେ ଆମୋଷ କ’ଣ ଦେଖୁଛ?” ମୁଁ ଉତ୍ତରରେ କହିଲି, “ତାହା ଏକ ଓଳମ।” ତା’ପରେ ମୋର ପ୍ରଭୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲର ଆପଣା ଲୋକମାନଙ୍କ ମଧ୍ୟରେ ଏକ ଓଳମ ରଖିବା। ଆମ୍ଭେ ସେମାନଙ୍କର ‘କୁକର୍ମ ସବୁକୁ’ ହେୟଜ୍ଞାନ କରିବା ନାହିଁ। ଇ‌‌ସ୍‌‌ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ‌‌ଖ‌ଡ଼୍‌ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।” ଅମ‌‌‌‌ତ୍‌‌‌‌ସିୟ ଆମୋଷଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରନ୍ତି ବୈଥେ‌ଲ୍‌ର ଯାଜକ ଅମ‌‌‌‌ତ୍‌‌‌‌ସିୟ ଏହି ବାର୍ତ୍ତା ଇସ୍ରାଏଲର ରାଜା ଯାରବିୟାମଙ୍କୁ ପଠାଇଲେ, “ଆମୋଷ ତୁମ୍ଭ ବିରୁଦ୍ଧରେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁ ନାହିଁ। ଆମୋଷ କହୁଛନ୍ତି, ‘ଯାରବିୟାମ୍ ‌‌ଖ‌ଡ଼୍‌ଗରେ ନିହତ ହେବେ ଏବଂ ଇସ୍ରାଏଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆଯିବ।’” ଅମ‌‌‌‌ତ୍‌‌‌‌ସିୟ ମଧ୍ୟ ଆମୋଷକୁ କହିଥିଲେ, “ହେ ଦର୍ଶକ ଯିହୁଦାକୁ ଯାଅ ଓ ସେଠାରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର। କିନ୍ତୁ ଆଉ ବୈଥେ‌ଲ୍‌ରେ ପ୍ରଗ୍ଭର କର ନାହିଁ। ଏହା ଯାରବିୟା‌‌ମ୍‌‌ଙ୍କ ପବିତ୍ର ସ୍ଥାନ। ଏହା ଇସ୍ରାଏଲର ମନ୍ଦିର।” ତା’ପରେ ଆମୋଷ ଅମ‌‌‌‌ତ୍‌‌‌‌ସିୟଙ୍କୁ ଉତ୍ତର ଦେଲେ, “ମୁଁ ଜଣେ ପେଷାଦାର ଭବିଷ୍ୟ‌ଦ୍‌ବକ୍ତା ନୁହେଁ। ଆଉ ମଧ୍ୟ ମୁଁ ଭବିଷ୍ୟ‌ଦ୍‌ବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ ମେଷପାଳନ କରେ ଓ ଡିମ୍ବିରି ବୃକ୍ଷର ଯତ୍ନ ନିଏ। ମୁଁ ଜଣେ ମେଷପାଳକ ଥିଲି ଓ ସଦାପ୍ରଭୁ ମୋତେ ଆଣି କହିଲେ, ‘ଯାଅ ଓ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର।’ ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମୋତେ କହୁଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କର ନାହିଁ। ଇ‌‌ସ୍‌‌ହାକ ପରିବାର ବିରୁଦ୍ଧରେ ମଧ୍ୟ ପ୍ରଗ୍ଭର କର ନାହିଁ।’ କିନ୍ତୁ ସଦାପ୍ରଭୁ କୁହନ୍ତି, ‘ତୁମ୍ଭର ସ୍ତ୍ରୀ ନଗର ମଧ୍ୟରେ ଜଣେ ଗଣିକା ହେବ। ତୁମ୍ଭର ପୁତ୍ରକନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ୟରୁ ନିଆଯିବ ଏବଂ ସେମାନଙ୍କ ନିଜ ନିଜ ମଧ୍ୟରେ ବିଭାଗ କରାଯିବ। ଆଉ ମଧ୍ୟ ତୁମ୍ଭେ ବିଦେଶରେ ମୃତ୍ୟୁବରଣ କରିବ। ଇସ୍ରାଏଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡ଼ିତ ହେବେ।’” ପକ୍ୱଫଳର ଦର୍ଶନ ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି। ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?” ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।” ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ। ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।” ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ, ତୁମ୍ଭେ ବ୍ୟବସାୟୀଗଣ କହୁଛ, “କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ? ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭେମାନେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ। ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ। ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ, ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ। ସେହି ଅସହାୟ ଲୋକମାନଙ୍କୁ ଏକହଳ ପାଦୁକା ବଦଳରେ କିଣି ପାରିବୁ। ହାୟ! ପରିତ୍ୟକ୍ତ ଗହମ ପରି ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।” ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ, “ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ। ସେହି ଯୋଗୁଁ ସମଗ୍ରଦେଶ ଥରିବ। ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉ‌‌‌‌ତ୍‌‌‌‌ଥାପନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହେବ।” ସଦାପ୍ରଭୁ ଏହା କହିଥିଲେ: “ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା। ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ ସେହିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।” ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି ସଦାପ୍ରଭୁ କୁହନ୍ତି: “ଦେଖ, ସେହି ଦିନ ଆସୁଛି, ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା। ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ। ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ। ଲୋକମାନେ ଗୋଟିଏ ସମୁଦ୍ରରୁ ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ, ମାତ୍ର ତାହା ପାଇବେ ନାହିଁ। ସେତେବେଳେ ସୁନ୍ଦର ଯୁବକଗଣ ଓ ସୁନ୍ଦରୀ ରମଣୀମାନେ ତୃଷାରେ ଦୁର୍ବଳ ହୋଇ ପଡ଼ିବେ। ଶମରିୟାର ପାପ ପାଇଁ ସେମାନେ ଶପଥ ନେଇ କହିବେ, ‘ହେ ଦାନ୍ ଯେପରି ତୁମ୍ଭର ପରମେଶ୍ୱର ନିଶ୍ଚିତ ଜୀବିତ’ ଓ ‘ବେ‌ର୍‌ଶେବାର ପ୍ରଭୁ ନିଶ୍ଚିତ ଜୀବିତ, ସେମାନଙ୍କର ନିଶ୍ଚିତ ପତନ ଘଟିବ ଓ ସେମାନେ କେବେ ଉଠି ପାରିବେ ନାହିଁ।” ସଦାପ୍ରଭୁଙ୍କର ଦର୍ଶନ ବେଦିରେ ଦଣ୍ଡାୟମାନ ସେ କହିଲେ, ମୁଁ ମୋର ପ୍ରଭୁଙ୍କୁ ଯଜ୍ଞବେଦି ଉପରେ ଦଣ୍ଡାୟମାନ ହେବାର ଦେଖିଲି। ସେ କହିଲେ, “ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ୱାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପରେ ପକାଅ। ଯଦି ଏଥିରୁ କେହି ବଞ୍ଚିବ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା। ଦୌଡ଼ି ଯାଇଥିବା ଲୋକ ମଧ୍ୟ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ। ଯଦି ସେମାନେ ଭୂମି ଖୋଳି ପାତାଳକୁ ଯିବେ, ସେଠାରୁ ମଧ୍ୟ ଆମ୍ଭେ ସେମାନଙ୍କୁ ଟାଣି ଆଣିବା। ଯଦି ସେମାନେ ସ୍ୱର୍ଗକୁ ଯାଆନ୍ତି, ଆମ୍ଭେ ସେମାନଙ୍କୁ ସେହି ସ୍ଥାନରୁ ମଧ୍ୟ ତଳକୁ ଖସାଇ ଆଣିବା। ଯଦି ସେମାନେ ନିଜକୁ କର୍ମିଲ ଶୃଙ୍ଗରେ ଲୁଗ୍ଭନ୍ତି, ଆମ୍ଭେ ସେମାନଙ୍କୁ ଖୋଜି ସେଠାରୁ ମଧ୍ୟ ଧରି ଆଣିବା। ଯଦି ସେମାନେ ସମୁଦ୍ରର ନିମ୍ନ ଭାଗରେ ଲୁଚି ରହନ୍ତି, ତେବେ ଆମ୍ଭେ ସର୍ପକୁ ଆଦେଶ ଦେବା ଓ ସେହି ସର୍ପ ସେମାନଙ୍କୁ ଦଂଶନ କରିବ। ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ ତଥାପି ‌‌ଖ‌ଡ଼୍‌ଗକୁ ଆଦେଶ ଦେବା, ସେ ସେମାନଙ୍କୁ ହତ୍ୟା କରିବ। ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା। ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।” ଦଣ୍ତ ଲୋକମାନଙ୍କୁ ବିନାଶ କରିବ ମୋର ପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ଯିବ। ତତ୍ପରେ ସେଠାରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସେହି ଭୂମିର ଉ‌‌‌‌ତ୍‌‌‌‌ଥାପନ ପତନ ଘଟିବ। ସଦାପ୍ରଭୁ ଆକାଶର ଊର୍ଦ୍ଧ୍ୱରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। ସେ ପୃଥିବୀ ଉପରେ ଗୋଦାମ ଘର ନିର୍ମାଣ କରିଛନ୍ତି। ସେ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପରେ ଢାଳନ୍ତି। ତାଙ୍କର ନାମ ଯିହୋବାଃ ସଦାପ୍ରଭୁ ଇସ୍ରାଏଲର ଧ୍ୱଂସ ପାଇଁ ପ୍ରତିଜ୍ଞା କରନ୍ତି ସଦାପ୍ରଭୁ ଏହା କୁହନ୍ତି, “ହେ ଇସ୍ରାଏଲ ସନ୍ତାନମାନେ, ତୁମ୍ଭେମାନେ ଆମ୍ଭ ନିକଟରେ କୂଶୀୟ ସନ୍ତାନମାନଙ୍କ ତୁଲ୍ୟ। ଆମ୍ଭେ ମିଶରରୁ ଇସ୍ରାଏଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀୟମାନଙ୍କୁ ଆଣିଅଛୁ।” ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, “ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା। କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ। ଆମ୍ଭେ ଇସ୍ରାଏଲର ଧ୍ୱଂସ ପାଇଁ ଆଦେଶ ଦେବା। ଆମ୍ଭେ ଇସ୍ରାଏଲବାସୀଙ୍କୁ ସମଗ୍ର ଦେଶଗୁଡ଼ିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣିରେ ଅଟା ଚଲାଇଲା ପରି ହେବ। ଫସଲର ଏକ କଣିକା ଧରିତ୍ରୀ ଉପରେ ପଡ଼ିବ ନାହିଁ। ଯାକୁବଙ୍କର ପରିବାର ସେହିପରି ଭାବରେ ସେବା କରିବେ। “ଆମ୍ଭ ଲୋକମାନଙ୍କ ମଧ୍ୟରେ ପାପୀଗଣ କହିବେ, ‘ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।’ କିନ୍ତୁ ସେ ସମସ୍ତ ଲୋକ ‌‌ଖ‌ଡ଼୍‌ଗରେ ନିହତ ହେବେ।” ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ। ତା’ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ, ଆମ୍ଭ ଲୋକମାନେ ଅଧିକାର କରିବେ ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।” ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ। ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ। ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ। ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା। ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ ଏବଂ ସେହି ନଗରୀରେ ବାସ କରିବେ। ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସେମାନେ ମଧ୍ୟ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ। ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା। ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।” ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି। ଇଦୋମ ଦଣ୍ତିତ ହେବେ ଏହା ଓବଦିୟଙ୍କର ଦର୍ଶନ ଅଟେ। ମୋର ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷୟରେ ଯାହା କହନ୍ତି। ମୁଁ ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଏକ ବିବରଣୀ ଶୁଣିଛୁ। ଜଣେ ବାର୍ତ୍ତାବହ ସେହି ରାଜ୍ୟକୁ ପ୍ରେରିତ ହେଲେ। ସେ କହିଲେ,“ଆସ, ଇଦୋମଙ୍କ ବିରୁଦ୍ଧରେ ସଂଗ୍ରାମ କରିବା।” ସଦାପ୍ରଭୁ ଇଦୋମଙ୍କୁ କହନ୍ତି “ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ୟ କରିବା। ପ୍ରତ୍ୟେକ ତୁମ୍ଭକୁ ଅତ୍ୟଧିକ ଘୃଣା କରିବେ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସେହି ଗୁମ୍ଫା ଗୁଡ଼ିକରେ ବାସ କର। ତୁମ୍ଭେ ସେହି ଉଚ୍ଚ ସ୍ଥାନରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ‘ମୋତେ କେହି ଭୂମି ଉପରକୁ ଆଣି ପାରିବେ ନାହିଁ।’” ଇଦୋମ ନିମ୍ନକୁ ଆନୀତ ହେବେ ସଦାପ୍ରଭୁ ଏହା କୁହନ୍ତି, “ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚରେ ଉଡ଼ ଏବଂ ତାରକା ଗହଳରେ ବସା ରଖ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ନିମ୍ନକୁ ନେଇ ଆସିବା। ତୁମ୍ଭେ ପ୍ରକୃତରେ ଧ୍ୱଂସ ହେବ। ଗ୍ଭେରମାନେ ତୁମ୍ଭ ନିକଟକୁ ଆସିବେ, ଡକାୟତମାନେ ରାତ୍ରିରେ ଆସିବେ ଏବଂ ସେହି ଗ୍ଭେରମାନେ ଯାହାସବୁ ଇଚ୍ଛା କରିବେ ତାହା ସବୁ ନେଇଯିବେ। ଯେତେବେଳେ ଶ୍ରମିକମାନେ ତୁମ୍ଭ କ୍ଷେତରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସେମାନେ ଅଳ୍ପ କିଛି ଅଙ୍ଗୁର ପଛରେ ଛାଡ଼ିଥା’ନ୍ତି। କିନ୍ତୁ ଶତ୍ରୁ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନେଷଣ କରିବେ ଏବଂ ସେହି ସମସ୍ତ ସେମାନେ ପାଇଯିବେ। ସେହି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ, ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡ଼ି ଦେବେ। ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦେଖାଇବେ ଏବଂ ତୁମ୍ଭକୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ କରିବେ। ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ, ସେମାନେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି। ସେମାନେ କୁହା କୁହି ହୁଅନ୍ତି, ‘ସେ କୌଣସି ବସ୍ତୁକୁ ସନ୍ଦେହ କରନ୍ତି ନାହିଁ।’” ସଦାପ୍ରଭୁ କୁହନ୍ତି, “ସେହି ଦିନ ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ୱଂସ କରିବା। ଆମ୍ଭେ ଏଷୌ ପର୍ବତରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ୱଂସ କରିବା। ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହେବେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ୱଂସ ପାଇବେ। ଅନେକ ଲୋକ ନିହତ ହେବେ। ତୁମ୍ଭେ ଲଜ୍ଜିତ ହେବ ଓ ଚିରଦିନ ପାଇଁ ଧ୍ୱଂସ ହେବ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ। ତୁମ୍ଭେ ଇସ୍ରାଏଲର ଶତ୍ରୁମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇସ୍ରାଏଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀମାନେ ଯିରୁଶାଲମ ନଗରଦ୍ୱାର ଦେଇ ପ୍ରବେଶ କଲେ। ସେହି ବିଦେଶୀମାନେ ଯିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ ହେଲେ। ତୁମ୍ଭେ ତୁମ୍ଭର ଭାଇର ଦୁଃଖରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ୍ ନ ଥିଲା। ଯେତେବେଳେ ଯିହୁଦା ଧ୍ୱଂସ ହେଲା, ତୁମ୍ଭେ ଖୁସୀ ହେଲ। ତାହା ମଧ୍ୟ ତୁମ୍ଭର କରିବା ଉଚିତ୍ ନ ଥିଲା। ତୁମ୍ଭେ ସେମାନଙ୍କ ଦୁଃଖରେ ଯେଉଁ ବଡ଼ିମା ଦେଖାଇଲ ତାହା ତୁମ୍ଭର କରିବା ଉଚିତ୍ ନ ଥିଲା। ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ୱାର ଦେଇ ପ୍ରବେଶ କଲ ଏବଂ ଆମ୍ଭ ଲୋକମାନଙ୍କର ସମସ୍ୟାରେ ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ସେମାନଙ୍କର ଦୁଃଖ ସମୟରେ ତୁମ୍ଭେ ସେମାନଙ୍କର ଧନସମ୍ପଦ ନେଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ତୁମ୍ଭେ ରାସ୍ତାର ଛକମାନଙ୍କରେ ଦଣ୍ଡାୟମାନ ହୋଇଥିଲ ଏବଂ ନିର୍ବାସିତମାନଙ୍କୁ ଧ୍ୱଂସ କରୁଥିଲ। ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସେମାନଙ୍କର ଅନୁଧାବନକାରୀମାନଙ୍କୁ ହସ୍ତଗତ କରିଦେଲ। ଯାହାକି ତୁମ୍ଭ ପକ୍ଷେ ଠିକ୍ ନ ଥିଲା। ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭେମାନେ ଯେଉଁସବୁ ମନ୍ଦକାର୍ଯ୍ୟ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷରେ ଘଟିବ। ସେହି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫେରି ଆସିବ। କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ। କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ସିୟୋନ ପର୍ବତକୁ ଫେରାଇ ଆଣିବା। ସେମାନେ ସିୟୋନ ପର୍ବତରେ ଚିରଦିନ ବାସ କରିବେ। ଯାକୁବ ତାଙ୍କର ରାଜ୍ୟ ଫେରି ପାଇବେ। ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହେବ ଓ ଯୋଷେଫଙ୍କ ରାଜ୍ୟ ଅଗ୍ନିଶିଖା ସଦୃଶ ହେବ। କିନ୍ତୁ ଏଷୌଙ୍କ ରାଜ୍ୟ ପାଉଁଶ ହୋଇଯିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦେବେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ୱଂସ କରି ଦେବେ। ତା’ପରେ ଏଷୌ ରାଜ୍ୟରେ କେହି ତିଷ୍ଠି ରହିବେ ନାହିଁ।” କାରଣ ସଦାପ୍ରଭୁ ପରମେଶ୍ୱର ଏହା କହିଛନ୍ତି। ଦକ୍ଷିଣର ଲୋକେ ଏଷୌର ପର୍ବତ ଉପରେ ବଞ୍ଚି ରହିବେ। ପାହାଡ଼ର ପାଦ ଦେଶରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ୟ ଦଖଲ କରିବେ। ସେହି ଲୋକମାନେ ଇଫ୍ରୟିମ ଓ ଶମରିୟାର ରାଜ୍ୟରେ ବାସ କରିବେ। ବିନ୍ୟାମୀନ ଗିଲିୟଦ ଅଧିକାର କରିବେ। ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେହି ଲୋକମାନେ ସାରିଫ‌‌‌‌ତ୍‌‌‌‌ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ। ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ। କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ। ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ। ପରମେଶ୍ୱର ଡାକିଲେ ଏବଂ ଯୂନସ ଦୂରେଇ ଗଲେ ଅମିତ୍ତୟଙ୍କ ପୁତ୍ର ଯୂନସକୁ ସଦାପ୍ରଭୁ କହିଲେ। ସଦାପ୍ରଭୁ କହିଲେ, “ନୀନିବୀ ଗୋଟିଏ ବିରାଟ ନଗରୀ। ସେଠାରେ ଲୋକମାନେ ବହୁତ ମନ୍ଦକାର୍ଯ୍ୟ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସେହି ନଗରୀକୁ ଯାଅ ଏବଂ ତାହା ବିରୁଦ୍ଧରେ ଆମ୍ଭ ବିଗ୍ଭରଧାରା ଘୋଷଣା କର।” ଯୂନସ ପରମେଶ୍ୱରଙ୍କ କଥା ମାନିବାକୁ ଗ୍ଭହିଁଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ। ସେ ଯାଫୋକୁ ଗ୍ଭଲିଗଲେ। ସେ ଦେଖିଲେ ଗୋଟିଏ ନୌକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦେଇ ସେହି ନୌକାରେ ଯାତ୍ରା କଲେ। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ। ଗୋଟିଏ ପ୍ରକାଣ୍ତ ଝଡ଼ କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡ଼ି ସେହି ସମୁଦ୍ରକୁ ପ୍ରେରଣ କଲେ। ସେହି ବାତ୍ୟା ସମୁଦ୍ରକୁ ଅଶାନ୍ତ କରି ଦେଲା। ସେହି ଝଡ଼ ଅତି ଶକ୍ତିଶାଳୀ ଥିଲା ଏବଂ ନୌକାଟି ଭାଙ୍ଗି ଖଣ୍ତ ଖଣ୍ତ ହେବାକୁ ବସିଲା। ଲୋକମାନେ ବୁଡ଼ି ଯାଉଥିବା ନୌକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସେମାନେ ନୌକାରେ ବୋଝେଇ ହୋଇଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହୋଇ ପଡ଼ିଲେ। ସମସ୍ତେ ନିଜ ନିଜ ଈଶ୍ୱରଙ୍କୁ ଡାକିବା ଆରମ୍ଭ କଲେ। ମାତ୍ର ଯୂନସ ଜାହାଜ ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। ଯୂନସ ଜାହଜରେ ଶୋଇଥିବାର ଦେଖି ଜାହାଜର କପ୍ତାନ କହିଲେ, “ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।” What Caused This Storm? ତା’ପରେ ନାବିକମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଗୁଲିବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପରେ ଘଟୁଛି।” ତେଣୁ ସେମାନେ ଗୁଲିବାଣ୍ଟ ଫିଙ୍ଗିଲେ। ଏହି ଗୁଲିବାଣ୍ଟ ଫିଙ୍ଗାରୁ ଜଣାଗଲା ଯୂନସ ଯୋଗୁଁ ଏ ଦୁଃଖ ଘଟିଲା। ତା’ପରେ ଲୋକମାନେ ଯୂନସକୁ କହିଲେ, “ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ’ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ’ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?” ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ଯିଏ କି ସ୍ୱର୍ଗର ପରମେଶ୍ୱର। ସେହି ହେଉଛନ୍ତି ପରମେଶ୍ୱର ଯିଏ କି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।” ଯୂନସ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଉଥିଲା ବୋଲି ସେହି ନାବିକମାନଙ୍କୁ କହିଲେ। ଯେତେବେଳେ ସେମାନେ ଏ କଥା ଜାଣିଲେ, ସେମାନେ ଭୟଭୀତ ହୋଇ ପଡ଼ିଲେ। ସେମାନେ ଯୂନସକୁ ପଗ୍ଭରିଲେ, “ତୁମ୍ଭେ କି ଭୟଙ୍କର କାର୍ଯ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ କଲ?” ପବନ ଓ ଢେଉ ସମୁଦ୍ରରେ ଅଧିକ ଶକ୍ତିଶାଳୀ ହୋଇ ବଢ଼ିବାକୁ ଲାଗିଲା। ତେଣୁ ଲୋକମାନେ ଯୂନସକୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ’ଣ କରିବୁ? ତୁମ୍ଭ ପ୍ରତି କ’ଣ କଲେ ସମୁଦ୍ର ଶାନ୍ତ ହେବ?” ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜାଣେ, ମୁଁ ଭୁଲ୍ କରିଛି, ସେଥିପାଇଁ ସମୁଦ୍ରରେ ଝଡ଼ ଆସିଲା। ତେଣୁ ତୁମ୍ଭେମାନେ ମୋତେ ସମୁଦ୍ରକୁ ଫିଙ୍ଗିଦିଅ, ତହିଁରେ ସମୁଦ୍ର ଶାନ୍ତ ହୋଇଯିବ।” କିନ୍ତୁ ସେହି ନାବିକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନ ଥିଲେ। ସେମାନେ ଜାହାଜକୁ କୂଳକୁ ନେବାକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନେବାକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହୋଇ ସେମାନଙ୍କ ବିରୁଦ୍ଧରେ ବହିବାକୁ ଲାଗିଲା। ଯୂନସର ଶାସ୍ତି ତେଣୁ ସେହି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ, ଆମ୍ଭେମାନେ ଯୂନସକୁ ସମୁଦ୍ର ମଧ୍ୟକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ଯ୍ୟ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ୟକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ୟକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଅ ନାହିଁ। ଆମ୍ଭେମାନେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦୟ ହୁଅ।” ତେଣୁ ସେହି ନାବିକମାନେ ଯୂନସକୁ ସମୁଦ୍ରରେ ଫିଙ୍ଗି ଦେଲେ। ଝଡ଼ ବନ୍ଦ ହେଲା ଓ ସମୁଦ୍ର ଶାନ୍ତ ହେଲା। ଯେତେବେଳେ ଲୋକମାନେ ଏହା ଦେଖିଲେ ସେମାନେ ଭୟଭୀତ ହୋଇ ପଡ଼ିଲେ ଏବଂ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ସଦାପ୍ରଭୁଙ୍କୁ ବଳି ଦେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ମାନସିକ କରି ଶପଥ କଲେ। ଯେତେବେଳେ ଯୂନସ ସମୁଦ୍ରରେ ପଡ଼ିଲେ, ସେତେବେଳେ ସଦାପ୍ରଭୁ ଏକ ବିରାଟ ମାଛ ଯୂନସକୁ ଗିଲିବାକୁ ପଠାଇଲେ। ଯୂନସ ସେହି ମାଛ ଗର୍ଭରେ ତିନି ଦିନ ଓ ତିନି ରାତି ରହିଲା। ଯୁନସଙ୍କ ପ୍ରାର୍ଥନା ଯେତେବେଳେ ଯୂନସ ମାଛର ପାକସ୍ଥଳୀରେ ଥିଲେ, ସେ ସେତେବେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲେ। ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି ଏବଂ ସେ ମୋତେ ଉତ୍ତର ଦେଲେ। ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ। “ତୁମ୍ଭେ ମୋତେ ସମୁଦ୍ରରେ ଫିଙ୍ଗି ଦେଲ ଏବଂ ମୋ’ ଉପରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଗ୍ଭଲିଗଲି ଏବଂ ମୋର ଚତୁର୍ଦ୍ଦିଗରେ କେବଳ ପାଣି ରହିଲା। ତା’ପରେ ମୁଁ ଭାବିଲି, ‘ବର୍ତ୍ତମାନ ନିଶ୍ଚୟ ମୋତେ ତୁମ୍ଭ ଦୃଷ୍ଟିପାତରୁ ଦୂରେଇ ଦିଆଯାଇଛି।’ କିନ୍ତୁ ମୁଁ ପୁଣି ଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭହେଁ। “ସମୁଦ୍ର ଜଳ ମୋ’ ଉପର ଦେଇ ପ୍ରବାହିତ ହେଲା। ସମୁଦ୍ର ପାଣି ମୋର ପାଟି ଉପର ଦେଇ ପ୍ରବାହିତ ହେଲା ଯାହା ଫଳରେ ମୁଁ ନିଃଶ୍ୱାସ ନେଇ ପାରୁ ନ ଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି ମୋତେ ଆବୃତ କଲା। ସମୁଦ୍ର ତଳେ ଥିବା ଉଦ୍ଭିଦ ମୋର ମୁଣ୍ତ ଗ୍ଭରିପଟେ ଆବୃତ ହେଲା। ମୁଁ ସମୁଦ୍ରର ତଳ ଦେଶରେ ଥିଲି ଯେଉଁଠାରୁ ପର୍ବତ ଆରମ୍ଭ ହୋଇଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ ସେହି ବନ୍ଦୀଶାଳାରେ ତାଲା ପଡ଼ି ରହିଲି। କିନ୍ତୁ ମୋର ସଦାପ୍ରଭୁ ମୋତେ କବରରୁ ବାହାର କରି ଆଣିଲେ। ହେ ପରମେଶ୍ୱର, ତୁମ୍ଭେ ମୋତେ ପୁନର୍ବାର ଜୀବନ ଦେଲ। “ମୁଁ ଜୀବନର ସବୁ ଆଶା ଛାଡ଼ିଥିଲି କିନ୍ତୁ ତା’ପରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ। “କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ। ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦେବାକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ୟବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।” ତା’ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା’ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା। ପରମେଶ୍ୱର କହିଲେ ଓ ଯୂନସ ପାଳନ କଲେ ତା’ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ। ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।” ଯୂନସ ସଦାପ୍ରଭୁଙ୍କ ବାକ୍ୟକୁ ପାଳନ କରି ନୀନିବୀକୁ ଗଲେ। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହରରେ ବୁଲି ଆସିବାକୁ ତିନି ଦିନ ସମୟ ଲାଗୁଥିଲା। ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା’ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।” ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ। ନୀନିବୀର ରାଜା ଏ ବିଷୟରେ ଶୁଣିଲେ ଏବଂ ସେ ମଧ୍ୟ ମନ୍ଦକାର୍ଯ୍ୟ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡ଼ି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ଯାଇ ରାଜକୀୟ ପୋଷାକ ପରିତ୍ୟାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପରେ ବସି ପଡ଼ିଲେ। ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ। ଏହି ବାର୍ତ୍ତା ରାଜା ଓ ତାଙ୍କର ମୁଖ୍ୟ ଶାସକମାନଙ୍କର ଥିଲା। ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ। କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ। ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା’ପରେ ସେ ହୁଏତ ଦଣ୍ତ ଦେବେ ନାହିଁ। ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ। ପରମେଶ୍ୱରଙ୍କ ଦୟା ଯୂନସକୁ କ୍ରୋଧାନ୍ୱିତ କଲା ପରମେଶ୍ୱର ସେ ନଗରକୁ ରକ୍ଷା କରିବାରୁ ଯୂନସ ଖୁସୀ ହେଲେ ନାହିଁ। ସେ ଏଥିରେ କ୍ରୋଧାନ୍ୱିତ ହେଲେ। ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି। ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, “ହେ ସଦାପ୍ରଭୁ, ମୋତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମୋର ମରିବା ଭଲ ହେବ।” ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସେମାନଙ୍କୁ ବିନାଶ କଲୁ ନାହିଁ?” ତଥାପି ଯୂନସ ଏ ବିଷୟରେ କ୍ରୋଧାନ୍ୱିତ ଥିଲେ। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲେ। ନଗର ନିକଟରେ ଥିବା ପୂର୍ବ ଦିଗରେ ଏକ ସ୍ଥାନକୁ ସେ ଗଲେ। ସେ ସେଠାରେ ଏକ କୁଟୀର ନିର୍ମାଣ କରି ତାରି ଛାୟାରେ ବସି ରହିଲେ। ନଗରରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲେ। ଲାଉ ଗଛ ଓ କୀଟ ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ଯୂନସ ଉପରେ ଶୀଘ୍ର ମାଡ଼ିଯାଇ ତା’ର ବସିବା ସ୍ଥାନରେ ଛାୟା ଓ ଶୀତଳତା ପ୍ରଦାନ କଲା। ତାହା ଯୂନସକୁ ଆରାମ ଦେବାରେ ଏତେ ସାହାଯ୍ୟ କଲା ଯେ, ଯୂନସ ଗଛ ପାଇଁ ଭାରି ଖୁସୀ ହେଲେ। ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା। ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।” କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?” ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।” ସଦାପ୍ରଭୁ କହିଲେ, “ତୁମ୍ଭେ ସେ ଗଛ ପାଇଁ କିଛି କରି ନ ଥିଲ। ସେ ଗଛ ବଢ଼ିବା ପାଇଁ ତୁମ୍ଭେ କିଛି କରି ନ ଥିଲା। ଏହା ରାତ୍ରିରେ ବଢ଼ିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ। ତୁମ୍ଭେ ଯଦି ସାମାନ୍ୟ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହେବି ନାହିଁ କି? ସେହି ନଗରୀରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସେହି ନଗରରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୁଲ୍ କରୁଛନ୍ତି ବୋଲି ଜାଣି ନ ଥିଲେ।” କ’ଣ ଆମ୍ଭେ ତାଙ୍କ ପ୍ରତି ଦୟା ନ କରିବା। ଶମରିୟା ଓ ଇସ୍ରାଏଲ ଦଣ୍ତିତ ହେବେ ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ୍, ଆହସ ଓ ହିଜକିୟ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମୋରେଷ୍ଟୀୟ। ସେ ଶମରିୟା ଓ ଯିରୁଶାଲମ ବିଷୟରେ ଏହି ଦର୍ଶନ ଲାଭ କଲେ। ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ। ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି। ତାଙ୍କର ଆଗମନରେ ପର୍ବତଗୁଡ଼ିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ଯିବ। ଉପତ୍ୟକାଗୁଡ଼ିକ ବିଦୀର୍ଣ୍ଣ ହେବ ଏବଂ ଜଳ ଗଡ଼ାଣିରେ ବହିଲା ପରି ନିମ୍ନକୁ ଗଡ଼ି ଆସିବ। କାରଣ ଯାକୁବ ଓ ଇସ୍ରାଏଲ ବଂଶର ପାପ ଯୋଗୁଁ ଏହା ଘଟିଅଛି। ଶମରିୟା-ପାପର କାରଣ ଶମରିୟା ଯାକୁବର ପାପର କାରଣ ଥିଲା। ଯିହୁଦାର ଉଚ୍ଚସ୍ଥଳୀ ଯିରୁଶାଲମ ଥିଲା। ତେଣୁ ଆମ୍ଭେ ଶମରିୟାକୁ ଧ୍ୱଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ରରେ ପରିଣତ କରିବା। କେବଳ ତା’ର ମୂଳଦୁଆକୁ ଛାଡ଼ି ଆମ୍ଭେ ଶମରିୟାର ସମସ୍ତ ପଥରଗୁଡ଼ିକୁ ଉପତ୍ୟକା ଭିତରକୁ ଫିଙ୍ଗିବା। ଏହି, ତା’ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହେବ। ଶମରିୟାର ସମସ୍ତ ଧନ ଅଗ୍ନିରେ ଦ‌ଗ୍‌ଧ କରାଯିବ। ସେହି ଭଣ୍ତ ଦେବତାର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯିବ। କାରଣ ଶମରିୟା ତା’ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ଅର୍ଜ୍ଜନ କରିଛି। ସେଥିପାଇଁ ଶମରିୟାର ଧନସମ୍ପଦସବୁ ବାହାର କରି ନିଆଯିବ ଏବଂ ପୁଣି ବେଶ୍ୟାମାନଙ୍କର ମଜୁରୀ ରୂପେ ତାହା ବ୍ୟବହାର କରାଯିବ। ମୀଖାର ଘୋର ଦୁଃଖ ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହେବି। ମୁଁ ବିବସ୍ତ୍ର ହୋଇ ଖାଲି ପାଦରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶୋକ କରିବି। ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା’ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି। ଗାଥ୍ ନଗରରେ ଏହା ଜଣାଅ ନାହିଁ। ଆଦୌ ବିଳାପ କର ନାହିଁ। ବୈଥ୍-ଲି-ଅଫ୍ରାରେ ନିଜେ ଧୂଳିରେ ଗଡ଼। ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହୋଇ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭେମାନେ ବାହାରକୁ ବାହାରିବ ନାହିଁ। ହେ ବୈଥେ‌‌‌‌ତ୍‌‌‌‌ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢ଼ି ନିଆ ହେବା ପରି ତୁମ୍ଭେମାନେ ଶୋକ କରିବ। ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ଯିରୁଶାଲମର ଦ୍ୱାରଦେଶ ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି। ହେ ଲାଖୀ‌‌ଶ୍‌‌ର ନିବାସୀଗଣ, ଦ୍ରୁତଗାମୀ ଅଶ୍ୱକୁ ନେଇ ରଥରେ ବାନ୍ଧ। ସିୟୋନର ପାପ ଲାଖୀ‌‌ଶ୍‌‌ରେ ଆରମ୍ଭ ହେଲା, କାରଣ ତୁମ୍ଭେମାନେ ଇସ୍ରାଏଲର ପାପକୁ ଅନୁସରଣ କଲ। ତେଣୁ ତୁମ୍ଭେ ଗା‌‌‌ଥ୍‌‌‌ରେ ମୋରେଷ‌‌‌‌ତ୍‌‌‌‌କୁ ବିଦାୟକାଳୀନ ଦାନ ଦେବ। ଅ‌କ୍‌ଷୀବର ଗୃହଗୁଡ଼ିକ ଇସ୍ରାଏଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ୟ ହେବ। ହେ ମାରେଶା ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ବ୍ୟକ୍ତିକୁ ଆଣିବି, ଯିଏ କି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ଆସିବ। ଏଥିପାଇଁ ତୁମ୍ଭେମାନେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିୟ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀ ପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦେଖାଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢ଼ି ନିଆଯିବ। ଲୋକମାନଙ୍କର ମନ୍ଦ ଯୋଜନା ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସେମାନଙ୍କ ନିକଟକୁ ଆସେ। ସେହି ଲୋକମାନେ ନିଜ ନିଜ ଶଯ୍ୟା ଉପରେ ପଡ଼ିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତେବେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ଯ୍ୟକାରୀ କରନ୍ତି। କାରଣ ସହଜରେ ସେ କାର୍ଯ୍ୟ କରିବାକୁ ତାଙ୍କର ସେ ଶକ୍ତି ଥାଏ। ସେମାନେ କ୍ଷେତ ଗ୍ଭହାନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସେମାନେ ଗୃହ ଗ୍ଭହାନ୍ତି, ଅନ୍ୟଠାରୁ ଛଡ଼ାଇ ନିଅନ୍ତି। ସେମାନେ ମଧ୍ୟ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ୟ ସେମାନେ ଲୋକମାନଙ୍କୁ ପ୍ରତାରଣା କରି ସେମାନଙ୍କର ଭୂମି ଅପହରଣ କରନ୍ତି। ଲୋକମାନଙ୍କୁ ଶାସ୍ତି ଦେବାକୁ ସଦାପ୍ରଭୁଙ୍କ ଯୋଜନା ଏଥିପାଇଁ ସଦାପ୍ରଭୁ କୁହନ୍ତି, “ଦେଖ, ଏହି ପରିବାର ବିରୁଦ୍ଧରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭେମାନେ ନିଜକୁ ରକ୍ଷା କରିବାକୁ ସମର୍ଥ ହେବ ନାହିଁ। ତୁମ୍ଭେମାନେ ଗର୍ବର ସହିତ ବହୁ ଦୂର ଗ୍ଭଲିଯାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି। ତା’ପରେ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହେବ। ସେମାନେ ବିଳାପ କରି କହିବେ, ‘ଆମ୍ଭେମାନେ ଧ୍ୱଂସ ହୋଇଗଲୁ, ସଦାପ୍ରଭୁ ଆମ୍ଭର ଭୂମି ନେଇଗଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତ୍ରୁମାନଙ୍କୁ ବାଣ୍ଟି ଦେଲେ। ତେଣୁ ଆମ୍ଭେମାନେ ଜମିସବୁ ମାପିବାକୁ ସକ୍ଷମ ହେବୁ ନାହିଁ ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟି ପାରିବୁ ନାହିଁ।’” ମୀଖାଙ୍କୁ ପ୍ରଭୁଙ୍କ ବାଣୀ ପ୍ରଗ୍ଭର ନ କରିବାକୁ କୁହାଯାଏ ଲୋକେ କୁହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ୟ କୁହ ନାହିଁ। ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।” ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚୟ କହିବା। କାରଣ ତୁମ୍ଭେମାନେ ଯେଉଁ ମନ୍ଦକାର୍ଯ୍ୟ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ଧୈର୍ଯ୍ୟ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ୍ କର୍ମ କରିବ, ଆମ୍ଭର ବାକ୍ୟ ତୁମ୍ଭ ପାଇଁ ମଙ୍ଗଳକର ହେବ। କିନ୍ତୁ ତୁମ୍ଭେମାନେ ଆମ୍ଭର ଲୋକମାନଙ୍କ ପ୍ରତି ଶତ୍ରୁ ତୁଲ୍ୟ ହୋଇଛ। ପଥଗ୍ଭରୀମାନଙ୍କର ଉତ୍ତରୀୟ ବସ୍ତ୍ର ତୁମ୍ଭେମାନେ ଛଡ଼ାଇ ନେଇଛ। ସେହି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି। କିନ୍ତୁ ତୁମ୍ଭେମାନେ ଯୁଦ୍ଧ ବନ୍ଦୀ ସଦୃଶ ସେମାନଙ୍କଠାରୁ ସମସ୍ତ ଛଡ଼ାଇ ନିଅ। ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସେମାନଙ୍କର ରମଣୀୟ ଗୃହଗୁଡ଼ିକର ତୁମ୍ଭେ ଅପହରଣ କରିଛ। ଆଉ ମଧ୍ୟ ତୁମ୍ଭେ ସେମାନଙ୍କର ଛୋଟ ସନ୍ତାନମାନଙ୍କଠାରୁ ମୋର ଗୌରବ ଚିରଦିନ ପାଇଁ କାଢ଼ି ନେଇଛ। ତୁମ୍ଭେମାନେ ଉଠ ଏବଂ ଏ ସ୍ଥାନକୁ ପରିତ୍ୟାଗ କର। ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ। କାରଣ ତୁମ୍ଭେମାନେ ଏହାର ପ୍ରତିଦ୍ୱନ୍ଦୀ ହୋଇଛ। ତୁମ୍ଭେ ମଧ୍ୟ ଏହାକୁ କଳୁଷିତ କରିଛ। ତେଣୁ ଏହି ସ୍ଥାନ ଶୋଚନୀୟ ଭାବରେ ବିଚ୍ଛିନ୍ନ ହେବ। ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କହେ, “ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ” ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀକୁ ଗ୍ରହଣ କରିବେ। ସଦାପ୍ରଭୁ ତାଙ୍କର ସନ୍ତାନଗଣଙ୍କୁ ଏକତ୍ରିତ କରନ୍ତି ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରିବା। ଆଉ ମଧ୍ୟ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ଼ରେ ଓ ଗ୍ଭରଣଭୂମିରେ ମେଷମାନଙ୍କୁ ଏକତ୍ରିତ କଲାପରି ସେମାନଙ୍କୁ ସମବେତ କରାଇବା। ସେତେବେଳେ ସେ ସ୍ଥାନଟି ଲୋକ ଗହଳିରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହେବ। ତା’ପରେ “ଭଗ୍ନକାରୀଦଳ “ଲୋକମାନଙ୍କର ନେତୃତ୍ୱ ନେବେ। ସେମାନେ ପ୍ରବେଶ ପଥକୁ ଭାଙ୍ଗି ସେହି ନଗରୀକୁ ପରିତ୍ୟାଗ କରିଛନ୍ତି। ସେମାନଙ୍କର ରାଜା ସେମାନଙ୍କର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖରେ ସଦାପ୍ରଭୁ ମଧ୍ୟ ଥିବେ। ଇସ୍ରାଏଲ ନେତାଗଣ ଅମଙ୍ଗଳ ପାଇଁ ଦୋଷୀ ତା’ପରେ ମୁଁ କହିଲି, “ହେ ଯାକୁବର ପ୍ରାଚୀନଗଣ ଓ ଇସ୍ରାଏଲ ବଂଶର ଶାସକଗଣ, ମୋ’ କଥା ଶୁଣ, ତୁମ୍ଭେମାନେ ନ୍ୟାୟ କ’ଣ ଜାଣିବା ଉଚିତ୍। କିନ୍ତୁ ତୁମ୍ଭେମାନେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ୟ ଲୋକମାନଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସେମାନଙ୍କର ଅସ୍ଥିରୁ ମାଂସ କାଢ଼ି ନେଇଛ। ତୁମ୍ଭେମାନେ ମୋ’ ସନ୍ତାନମାନଙ୍କୁ ଧ୍ୱଂସ କରିଛ। ତୁମ୍ଭେ ସେମାନଙ୍କର ଚର୍ମ କାଢ଼ି ନେଇଛ ଓ ସେମାନଙ୍କର ଅସ୍ଥିକୁ ଭାଙ୍ଗି ଦେଇଛ। ପାତ୍ରରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସେମାନଙ୍କ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ। ତେଣୁ ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ନିବେଦନ କରିବ, କିନ୍ତୁ ସେ କୌଣସି ଉତ୍ତର ଦେବେ ନାହିଁ। ଆଉ ମଧ୍ୟ ତୁମ୍ଭେମାନେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।” ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ କେତେକ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି, “ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି। “ଏଥିପାଇଁ ତୁମ୍ଭେମାନେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହେବ। ଭବିଷ୍ୟ‌‌ଦ୍‌‌ରେ କ’ଣ ଘଟିବ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହେବ। ସୂର୍ଯ୍ୟ ସେହି ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଉପରେ ଅସ୍ତମିତ ହେବେ, ତେଣୁ ସେମାନଙ୍କ ପାଇଁ ଦିବସ ଅନ୍ଧକାର ତୁଲ୍ୟ ହେବ। ଆଉ ସେହି ଦର୍ଶକମାନେ ଲଜ୍ଜିତ ହେବେ ଏବଂ ମନ୍ତ୍ରଜ୍ଞମାନେ ଉ‌‌ଦ୍‌‌ବିଗ୍ନ ହେବେ। ସେମାନେ କିଛି କହି ପାରିବେ ନାହିଁ କାରଣ ପରମେଶ୍ୱର ତାଙ୍କୁ କୌଣସି ଉତ୍ତର ଦେବେ ନାହିଁ।” ମୀଖା ପରମେଶ୍ୱରଙ୍କର ଏକ ସାଧୁ ଭବିଷ୍ୟ‌ଦ୍‌ବକ୍ତା କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ, ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ ମୁଁ ସେମାନଙ୍କୁ ଅବଗତ କରାଇବି।” ଇସ୍ରାଏଲର ପ୍ରାଚୀନଗଣ ନିନ୍ଦିତ ହୁଅନ୍ତି ହେ ଯାକୁବର ବୃଦ୍ଧଗଣ ଓ ଇସ୍ରାଏଲର ଶାସକଗଣ ମୋ’ କଥା ଶୁଣ! ତୁମ୍ଭେମାନେ ନ୍ୟାୟ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ୟାୟ ଓ ଯଥାର୍ଥ ତୁମ୍ଭେମାନେ ସେ ସମସ୍ତକୁ ମିଥ୍ୟା କରୁଛ। ଲୋକମାନଙ୍କ ରକ୍ତରେ ସିୟୋନକୁ ତୁମ୍ଭେ ଗଢ଼ିଛ ଓ ଅଧର୍ମ ଦ୍ୱାରା ଯିରୁଶାଲମକୁ ନିର୍ମାଣ କରିଛ। ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।” ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ୱଂସ ହେବ। ଏହା ଗ୍ଭଷ ଭୂମିରେ ପରିଣତ ହେବ। ଯିରୁଶାଲମ ମଧ୍ୟ ପ୍ରସ୍ତର ସ୍ତୁପରେ ପରିଣତ ହେବ। ମନ୍ଦିରର ପର୍ବତ ଶୂନ୍ୟ ପାହାଡ଼ ହୋଇ ବଣବୁଦାରେ ଆବୃତ ହେବ। ଯିରୁଶାଲମରୁ ଆଇନ ପ୍ରଣୀତ ହେବ ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ। ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ। ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ। ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ, “ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା। ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା। ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।” ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ। ତା’ପରେ ଅନେକ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ୱର ବିଗ୍ଭରକ ହେବେ ଓ ଦୂରଦେଶୀୟ ଅନେକ ଲୋକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବେ। ସେମାନେ ସେମାନଙ୍କର ‌‌ଖ‌ଡ଼୍‌ଗରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ୟ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ଯୁଦ୍ଧ କରିବା ବନ୍ଦ କରିବେ। ଆଉ ଯୁଦ୍ଧ ପାଇଁ ତାଲିମ ମଧ୍ୟ କେବେ ନେବେ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ। ଅନ୍ୟ ଗୋଷ୍ଠୀର ଲୋକମାନେ ସେମାନଙ୍କର ନିଜର ଦେବତାମାନଙ୍କୁ ଅନୁସରଣ କରିବେ। କିନ୍ତୁ ଆମ୍ଭେମାନେ ଚିରକାଳ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହେବା। ରାଜ୍ୟର ପୁନରାଗମନ ସଦାପ୍ରଭୁ କୁହନ୍ତି, “ଆଘାତପ୍ରାପ୍ତ, ପଙ୍ଗୁ, ବିତାଡ଼ିତ ଓ ଦଣ୍ତିତ ଯିରୁଶାଲମକୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା। “ଆମ୍ଭେ ସେହି ନଗରର ‘ପଙ୍ଗୁ’ ଲୋକମାନଙ୍କୁ ଅବଶିଷ୍ଟାଂଶ ରୂପେ ରଖିବା ଓ ବିତାଡ଼ିତ ହୋଇଥିବା ସେହି ଲୋକମାନଙ୍କୁ ପୁଣି ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା।” ସଦାପ୍ରଭୁ ସେମାନଙ୍କର ରାଜା ହେବେ ଏବଂ ସେ ସିୟୋନ ପର୍ବତ ଉପରେ ଏବେଠାରୁ ଚିରକାଳ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଶାସନ କରିବେ। ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ୟା, ପର୍ବତରେ ତୁମ୍ଭେ ପୁନର୍ବାର ଶାସନ ଗାଦିରେ ରହିବ। ଆଉ ଅତୀତ ପରି ଯିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ୟ ହେବ।” ଇସ୍ରାଏଲୀୟମାନେ କାହିଁକି ବାବିଲୋନ ଯିବେ ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ୱରରେ ବିଳାପ କରୁଛ? ତୁମ୍ଭର ରାଜା କ’ଣ ଗ୍ଭଲିଯାଇଛନ୍ତି? ତୁମ୍ଭେ କ’ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବେଦନା ପାଉଛ। ହେ ସିୟୋନର କନ୍ୟା, ତୁମ୍ଭେ ପ୍ରସବ ବେଦନା ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ଯାଅ ଏବଂ କ୍ଷେତ୍ରରେ ବାସ କର। ତୁମ୍ଭେ ବାବିଲୋନ ଯିବ। କିନ୍ତୁ ସେ ସ୍ଥାନରେ ତୁମ୍ଭେ ସୁରକ୍ଷିତ ହେବ। ଆଉ ମଧ୍ୟ ସଦାପ୍ରଭୁ ସେଠାକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ଦୂରେଇ ନେବେ। ଅନ୍ୟ ଗୋଷ୍ଠୀ ସମୂହକୁ ସଦାପ୍ରଭୁ ଧ୍ୱଂସ କରିବେ ତୁମ୍ଭ ବିରୁଦ୍ଧରେ ବହୁ ଗୋଷ୍ଠୀ ଲଢ଼ିବାକୁ ଆସିଛନ୍ତି। ସେମାନେ କୁହନ୍ତି, “ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବୁ।” ସେହି ଲୋକମାନଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ ସେମାନେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ ସେମାନଙ୍କୁ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ଏଠାକୁ ଆଣିଛନ୍ତି, ସେମାନଙ୍କୁ ଶସ୍ୟ ଖଳାରେ ଶସ୍ୟ ପେଶିଲା ପରି ଦଳି ଦେବେ। ଇସ୍ରାଏଲ ତା’ର ଶତ୍ରୁକୁ ପରାସ୍ତ କରିବ “ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ। ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।” ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ୟଦଳକୁ ଏକତ୍ରିତ କର। ସେମାନେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ। ସେମାନେ ମଧ୍ୟ ଇସ୍ରାଏଲର ବିଗ୍ଭରକଙ୍କୁ ତାଙ୍କ ଗାଲରେ ବାଡ଼ି ସାହାଯ୍ୟରେ ଆଘାତ କରିବେ। ମସିହା ବୈ‌‌‌ଥ୍‌‌‌ଲେହମରେ ଜନ୍ମ ନେବେ କିନ୍ତୁ ହେ ବୈ‌‌‌ଥ୍‌‌‌ଲେହମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହୋଇଅଛି। ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ, ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା’ର ସନ୍ତାନ ପ୍ରସବ ନ କରିଛି। ତାହାପରେ ଅବଶିଷ୍ଟ ଭାତୃଗଣ ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ। ତା’ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ। ସେମାନେ ଶାନ୍ତିରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ। ସେଠାରେ ଶାନ୍ତି ବିରାଜିତ ହେବ। ଯଦି ଅଶୂରୀୟ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ ଏବଂ ଆମ୍ଭ ରାଜ୍ୟକୁ ଆକ୍ରମଣ କରିବେ, ତେବେ ଆମ୍ଭେ ଇସ୍ରାଏଲର ସାତ ଜଣ ମେଷପାଳକ ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ। ସେମାନେ ସେମାନଙ୍କର ‌‌ଖ‌ଡ଼୍‌ଗ ବ୍ୟବହାର କରିବେ ଓ ଅଶୂରୀୟମାନଙ୍କୁ ଶାସନ କରିବେ। ସେମାନେ ମଧ୍ୟ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତରେ ‌‌ଖ‌ଡ଼୍‌ଗ ଧାରଣ କରି ଶାସନ କରିବେ। କିନ୍ତୁ ଇସ୍ରାଏଲର ଶାସକ ଯେଉଁ ଅଶୂରୀୟମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧ୍ୟରେ ପ୍ରବେଶ କରିବେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧ୍ୟରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହେବେ, ଏବଂ କେବେ ମନୁଷ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ। ଆଉ ମଧ୍ୟ ସେମାନେ ତୃଣ ଉପରେ ବୃଷ୍ଟି ସଦୃଶ ହେବେ ଏବଂ ମନୁଷ୍ୟମାନଙ୍କ ଉପରେ ଭରସା ରଖିବେ ନାହିଁ। ବହୁ ଗୋଷ୍ଠୀ ମଧ୍ୟରେ ବିକ୍ଷିପ୍ତ ହୋଇଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧ୍ୟରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ୟ ସେମାନେ ମେଷ ପଲରେ ଯୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କେହି ରକ୍ଷା କରି ପାରିବେ ନାହିଁ। ତୁମ୍ଭେ ତୁମ୍ଭର ଶତ୍ରୁଗଣ ଉପରେ ହସ୍ତ ଉତ୍ତୋଳନ କରିବ ଓ ସେମାନଙ୍କୁ ଧ୍ୱଂସ କରିବ। ଲୋକମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବେ ସଦାପ୍ରଭୁ କୁହନ୍ତି, “ସେତେବେଳେ ଆମ୍ଭେ ତୁମ୍ଭର ଘୋଡ଼ାଗୁଡ଼ିକୁ ନେଇଯିବା ଏବଂ ତୁମ୍ଭର ରଥଗୁଡ଼ିକୁ ଧ୍ୱଂସ କରିବା। ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା। ତୁମ୍ଭେମାନେ ଆଉ କୁହୁଳ ବିଦ୍ୟା ଦେଖାଇ ପାରିବ ନାହିଁ କି ଜ୍ୟୋତିଷ ପରି ଭବିଷ୍ୟ‌ଦ୍‌ବାଣୀ ଶୁଣାଇ ପାରିବ ନାହିଁ। ଆମ୍ଭେ ସେହି ମିଥ୍ୟାପ୍ରଭୁର ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ପକାଇବା। ଆଉ ମଧ୍ୟ ସେହି ମୂର୍ତ୍ତି ଦେବତାଙ୍କର ପବିତ୍ର ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେବା। ତୁମ୍ଭେ ହାତରେ ତିଆରି କରିଥିବା ସେହି ମୂର୍ତ୍ତିଗୁଡ଼ିକୁ ଆଉ ପୂଜା କରି ପାରିବ ନାହିଁ। ଆଉ ମଧ୍ୟ ଆମ୍ଭେ ସେହି ଆଶେରା ସ୍ତମ୍ଭକୁ ଭାଙ୍ଗି ପକାଇବା ଏବଂ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିଦେବା। କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।” ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ସଦାପ୍ରଭୁ ଯାହା କହନ୍ତି, “ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖରେ ଓ ସେହି ପାହାଡ଼ ଗୁଡ଼ିକ ସମ୍ମୁଖରେ ପ୍ରକାଶ କର, ଯେଉଁ ପାହାଡ଼ଗୁଡ଼ିକ ତୁମ୍ଭର କଥା ଶୁଣନ୍ତି। ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇସ୍ରାଏଲ ଭୁଲ୍ ବୋଲି ପ୍ରମାଣିତ ହେବ।” ସଦାପ୍ରଭୁ ପୁଣି କୁହନ୍ତି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ କୁହ ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ କି କାର୍ଯ୍ୟ କରିଅଛୁ। ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ୟ ଦିଅ। ଆମ୍ଭେ କ’ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମୋଶା, ହାରୋଣ ଓ ମରିୟମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛୁ ଓ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ। ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର। ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ। ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।” ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଗ୍ଭହାନ୍ତି ଆମ୍ଭେମାନେ କ’ଣ ଆଣି ସଦାପ୍ରଭୁଙ୍କୁ ଭେଟିବା? କ’ଣ କରି ଆମ୍ଭେ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କୁ ପ୍ରଣାମ କରିବା? କ’ଣ ହୋମବଳି ଓ ଏକ ବର୍ଷୀୟ ଗୋବତ୍ସ ନେଇ ଆମ୍ଭେ ସଦାପ୍ରଭୁଙ୍କୁ ଭେଟି ଦେବା? ହଜାର ହଜାର ମେଷରେ କି ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କ’ଣ ଆନନ୍ଦିତ ହେବେ? ମୋର ଅପରାଧ ପାଇଁ କ’ଣ ମୋର ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ୱରୂପ ଦେବି? ମୋର ଶରୀରର ଫଳ ସ୍ୱରୂପ ସନ୍ତାନକୁ ମୋର ପାପ ପାଇଁ କ’ଣ ପରିଶୋଧ କରିବି? ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହା ହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ୟତା ଓ କରୁଣାକୁ ଭଲ ପାଅ, ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ବାସ କର। ଇସ୍ରାଏଲୀୟମାନେ କ’ଣ କରୁଥିଲେ ସଦାପ୍ରଭୁଙ୍କ ସ୍ୱର ନଗରକୁ ଆହ୍ୱାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦେବା ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ। ମନ୍ଦାଗ୍ଭରୀଗଣ କ’ଣ ଏବେ ସୁଦ୍ଧା ଗ୍ଭେରି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସେହି ମନ୍ଦାଗ୍ଭରୀଗଣ ଏବେ କ’ଣ ଛୋଟ ଐଫାରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ୟ ଘଟୁଅଛି। ବର୍ତ୍ତମାନ ଆମ୍ଭେ ଭୁଲ୍ ମାପକାଠି ଏବଂ ଅସାଧୁ ଓଜନ ସହ୍ୟ କରିବା ଉଚିତ୍ କି? ନା! ସେହି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସେହି ସ୍ଥାନର ଲୋକେ ତଥାପି ମିଥ୍ୟା କହୁଛନ୍ତି। ହଁ, ସେହି ଲୋକମାନେ ପ୍ରବଞ୍ଚକ। ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦେବା ଆରମ୍ଭ କରିଅଛୁ। ତୁମ୍ଭର ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା। ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହେବ ନାହିଁ। ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ୟ ରହିବ। ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ। ତୁମ୍ଭେ ଯଦିଓ ଶସ୍ୟ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପେଷିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପେଷିବ, ଦ୍ରାକ୍ଷାରସ ପାନୀୟ ପାଇଁ ପାଇବ ନାହିଁ। କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ୟବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେହେତୁ ସେମାନଙ୍କ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତେବେଳେ ସେମାନେ ତୁମ୍ଭର ବିଧ୍ୱସ୍ତ ନଗର ଦେଖିବେ ସେମାନେ ବିସ୍ମୟରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।” ମୀଖା ମନ୍ଦଲୋକଙ୍କ କାର୍ଯ୍ୟରେ ବିବ୍ରତ ହେବେ ମୁଁ ବିବ୍ରତ, କାରଣ ଫଳ ତୋଳିଲା ପରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହୋଇଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହୋଇଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତାରେ ଖାଇବାକୁ ନାହିଁ କି ମୋର ପ୍ରିୟ ପ୍ରଥମ ପକ୍ୱ ଡିମ୍ବିରି ଫଳ ନାହିଁ। ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି। ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। “ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି। ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି। ଏପରିକି ସେମାନଙ୍କ ମଧ୍ୟରେ ଯେ ସର୍ବୋତ୍ତମ ସେ ବୁଦାରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ୟକ୍ତି ଅଧିକ ଜଟିଳ ଓ କଣ୍ଟାବାଡ଼ରେ କଣ୍ଟକ ସଦୃଶ ଅଟେ। ଶାସ୍ତିବିଧାନର ଦିନ ଆସୁଛି ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା କହିଲେ ତୁମ୍ଭ ପ୍ରହରୀମାନଙ୍କ ଦଣ୍ତ ପାଇବା ଦିନ ଆସିଛି। ବର୍ତ୍ତମାନ ତୁମ୍ଭେମାନେ ଦଣ୍ତିତ ହେବ ଓ ବ୍ୟାକୁଳ ହେବ। ତୁମ୍ଭର ପ୍ରତିବାସୀ କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖରେ ମୁଖ ଖୋଲ ନାହିଁ। ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତ୍ରୁ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ୟା ମାର ବିରୁଦ୍ଧରେ ଯିବ ଓ ବୋହୂ ଶାଶୁର ବିରୁଦ୍ଧରେ କାର୍ଯ୍ୟ କରିବ। ସଦାପ୍ରଭୁ ତ୍ରାଣକର୍ତ୍ତା ତେଣୁ ମୁଁ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମୋ’ ପରିତ୍ରାଣ ପାଇଁ ପରମେଶ୍ୱରଙ୍କୁ ଅପେକ୍ଷା କରିବି। ମୋର ପରମେଶ୍ୱର ମୋ’ କଥା ଶୁଣିବେ। ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାରରେ ଥିଲେ ମଧ୍ୟ ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ। ସଦାପ୍ରଭୁ କ୍ଷମାଶୀଳ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ। ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ। ସେ ମୋତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି। ମୋର ଶତ୍ରୁ କହୁଥିଲେ, “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?” ମାତ୍ର ଯେତେବେଳେ ସେ ଏହା ଦେଖିବ ସେ ଲଜ୍ଜିତ ହେବ। ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ। ଯିହୂଦୀଙ୍କ ପ୍ରତ୍ୟାଗମନ ସମୟ ଆସିବ ଯେତେବେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହେବ। ସେତେବେଳେ ତୁମ୍ଭ ରାଜ୍ୟ ଉନ୍ନତି କରିବ। ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫେରି ଆସିବେ। ସେମାନେ ଅଶୂରୀୟ ଓ ମିଶରର ନଗରମାନଙ୍କରୁ ଫେରି ଆସିବେ। ତୁମ୍ଭର ଲୋକ ମିଶର ତଥା ଫରାତ୍ ନଦୀର ଆର ପାଖରୁ ଆସିବେ। ଆଉ ମଧ୍ୟ ସେମାନେ ପଶ୍ଚିମସ୍ଥ ସମୁଦ୍ର ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ। ତଥାପି ବାସ କରୁଥିବା ସେହି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା। ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ୟର ଯତ୍ନ ନିଅ। ସେହି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପରେ ବାସ କରିବେ। ସେମାନେ ପୂର୍ବପରି ବାଶନ ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ। ଇସ୍ରାଏଲ ତା’ର ଶତ୍ରୁକୁ ଦମନ କରିବ ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା। ଗୋଷ୍ଠୀସକଳ ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମ ଦେଖି ଲଜ୍ଜିତ ହେବେ। ସେମାନଙ୍କର “ପରାକ୍ରମ” ଆମ୍ଭ ତୁଳନାରେ କିଛି ନୁହେଁ ବୋଲି ସେମାନେ ଅନୁଭବ କରିବେ। ସେମାନେ ଚଳିତ ହୋଇ ନିଜ ନିଜ ମୁଖରେ ହସ୍ତ ଦେବେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ୍ତ ହେବେ। ସେମାନେ ସର୍ପ ପରି ଧୂଳି ଗ୍ଭଟିବେ। ସେମାନେ ଭୟରେ କମ୍ପିତ ହେବେ। ଆଉ ସେମାନେ କୀଟମାନଙ୍କ ପରି ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ। ସଦାପ୍ରଭୁଙ୍କ ପ୍ରଶଂସା ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ। ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ କାରଣ ତୁମ୍ଭେ ସ୍ନେହ ଗ୍ଭହଁ। ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ। ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ। ଏହି ପୁସ୍ତକ ଇଲକୋଶୀୟ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧରେ ଏକ ଦୁଃଖବାର୍ତ୍ତା ଅଟେ। ନୀନିବୀ ଉପରେ ସଦାପ୍ରଭୁ କ୍ରୋଧାନ୍ୱିତ ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି। ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନ ଦେଇ କେବେ ଛାଡ଼ିବେ ନାହିଁ। ସେ ଯେଉଁଠାକୁ ଯାଆନ୍ତି ସେଠାରେ ଘୂର୍ଣ୍ଣିବାତ୍ୟା ଓ ଝଡ଼ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲାବେଳେ ତାଙ୍କ ପାଦରେ ମେଘଗୁଡ଼ିକ ଧୂଳି ସ୍ୱରୂପ ଉଠେ। ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦେବେ ଏବଂ ସମୁଦ୍ର ଶୁଖିଯିବ। ସେ ନଦୀଗୁଡ଼ିକୁ ମଧ୍ୟ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡ଼ିବ। ଏବଂ ଲିବାନୋ‌ନ୍‌ର ଫୁଲଗୁଡ଼ିକ ମଉଳି ଯିବେ। ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନରେ ପୃଥିବୀ ମଧ୍ୟ ଭୟରେ ଥରିବ। ବିଶ୍ୱର ସମସ୍ତ ବ୍ୟକ୍ତି ଭୟରେ ଥରିବେ। ସଦାପ୍ରଭୁଙ୍କ କ୍ରୋଧ ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କ୍ରୋଧକୁ କେହି ସହ୍ୟ କରି ପାରିବେ ନାହିଁ। ତାଙ୍କର କ୍ରୋଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନରେ ପଥରଗୁଡ଼ିକ ଖଣ୍ତ ଖଣ୍ତ ହୋଇଯିବ। ସଦାପ୍ରଭୁ ସର୍ବମଙ୍ଗଳମୟ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ଯିଏ ତାଙ୍କଠାରେ ଆଶ୍ରୟ ନିଏ, ସେ ତା’ର ଯତ୍ନ ନିଅନ୍ତି। କିନ୍ତୁ, ସେ ତାଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ୟାଜଳ ପରି ସେମାନେ ଧୋଇ ହୋଇଯିବେ। ସେ ଅନ୍ଧକାରରେ ଶତ୍ରୁମାନଙ୍କୁ ଗୋଡ଼ାଇବେ। ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ୱଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ, ଏକ ଛନ୍ଦାଛନ୍ଦି ହୋଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡ଼ିଯାଏ। ତୁମ୍ଭେମାନେ ମଦ୍ୟପମାନଙ୍କ ପରି ହେବ। ତୁମ୍ଭେମାନେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ୟ ଗ୍ରାସିତ ହେବ। ଜଣେ ଯିଏ କି ସଦାପ୍ରଭୁଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦେବ, ସେପରି ଲୋକ ତୁମ୍ଭମାନଙ୍କ ମଧ୍ୟରୁ ବାହାରି ଯାଇଛି। ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ, “ଅଶୂରୀୟର ଲୋକମାନେ ଅତି ବଳଶାଳୀ, ସେମାନଙ୍କର ବହୁ ସୈନ୍ୟ ଅଛନ୍ତି। କିନ୍ତୁ ସେମାନେ ସମସ୍ତେ ନିହତ ହୋଇ ଶେଷ ହେବେ। ହେ ମୋର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦେଲୁ କିନ୍ତୁ ଆଉ ଅଧିକ ଦୁଃଖ ଦେବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବେକରେ ଥିବା ଅଶୂରୀୟର ଯୁଆଳୀକୁ କାଢ଼ିନେବା, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦେବା।” ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି ଆଦେଶ ଦେଲେ। “ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କେହି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ଯ୍ୟ ପିତୁଳାଗୁଡ଼ିକ ଓ ଧାତୁର ମୂର୍ତ୍ତିଗୁଡ଼ିକ ଯାହାକି ତୁମ୍ଭ ଦେବତାଙ୍କ ମନ୍ଦିରରେ ଅଛି ସେହିସବୁକୁ ଆମ୍ଭେ ଧ୍ୱଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭେମାନେ ଭ୍ରଷ୍ଟ ହୋଇଛ।” ହେ ଯିହୁଦା ଗ୍ଭହଁ! ପର୍ବତ ଆଡ଼କୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ଯିହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସେହି ମନ୍ଦ ଲୋକ ଆଉ ଆସିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରି ପାରିବେ ନାହିଁ। କାହିଁକି ସେମାନେ ଆକ୍ରମଣ କରି ପାରିବେ ନାହିଁ? କାରଣ ସେହି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛନ୍ତି। ନୀନିବୀ ଧ୍ୱଂସ ହେବ କେହି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି। ତେଣୁ ତୁମ୍ଭ ସୁଦୃଢ଼ ସ୍ଥାନଗୁଡ଼ିକୁ ଜଗ। ରାସ୍ତାଗୁଡ଼ିକ ଉପରେ ଦୃଷ୍ଟି ରଖ। ଯୁଦ୍ଧ ପାଇଁ ସଜ ହୁଅ ଏବଂ ନିଜର ପାରୁ ପର୍ଯ୍ୟନ୍ତ ନିଜକୁ ସଜାଗ ରଖ। ସଦାପ୍ରଭୁ ଯାକୁବର ଶୋଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇସ୍ରାଏଲର ଶୋଭା ସଦୃଶ। ଶତ୍ରୁ ସେମାନଙ୍କୁ ଧ୍ୱଂସ କଲେ ଓ ସେମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ। ସେହି ସୈନ୍ୟମାନଙ୍କର ମୋହରଗୁଡ଼ିକ ଲାଲ। ସେମାନଙ୍କର ପୋଷାକ ଅତି ଲାଲ। ସେମାନଙ୍କର ରଥଗୁଡ଼ିକ ଯୁଦ୍ଧ ପାଇଁ ଧାଡ଼ିରେ ପ୍ରସ୍ତୁତ ହୋଇ ରହିଛି, ସେଗୁଡ଼ିକ ଅଗ୍ନିଶିଖା ପରି ଉଜ୍ଜ୍ୱଳ ଦେଖା ଯାଉଛି। ସେମାନଙ୍କର ବର୍ଚ୍ଛାସବୁ ଉତ୍ତୋଳିତ। ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି। ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି। ସେଗୁଡ଼ିକ ମଶାଲପରି ଓ ବିଜୁଳି ପରି ଦେଖାଯାଉଛି। ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି। ଯେତେବେଳେ ସେମାନେ ଆଗକୁ ଗତି କରନ୍ତି, ସେମାନେ ଝୁଣ୍ଟି ପଡ଼ନ୍ତି। ସେମାନେ କାନ୍ଥ ନିକଟକୁ ଯାଆନ୍ତି ଏବଂ ସେମାନଙ୍କର ଢାଲଗୁଡ଼ିକ ଠିକ୍ କରନ୍ତି। ନଦୀର ଫାଟକଗୁଡ଼ିକ ଖୋଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି, ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି। ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, “ଦୌଡ଼ୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!” କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି। ତାଙ୍କ ପାଖରେ ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ। ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି। ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି। ସେମାନଙ୍କର ହୃଦୟ ଭୟରେ ବିଚଳିତ। ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି। ସେହି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସେଠାରେ ବାସ କରୁଥିଲେ। ସେମାନଙ୍କର ସିଂହ ଶାବକଗୁଡ଼ିକୁ ସେଠାରେ ଖାଉଥିଲେ ଏବଂ ଭୟଭୀତ ନ ଥିଲେ। ସିଂହ ନୀନିବୀର ରାଜା ତା’ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା’ର ନୀନିବୀ ଗୁମ୍ଫାକୁ ଶିକାରରେ ପରିପୂର୍ଣ୍ଣ କଲା! ସେ ତା’ର ଗୁମ୍ଫାକୁ ମାଂସରେ ପୂର୍ଣ୍ଣ କଲା। ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦେବା ଓ ତୁମ୍ଭର ‘ଯୁବକ ସିଂହମାନଙ୍କୁ’ ଖଣ୍ଡାରେ ହତ୍ୟା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦେବା। ଲୋକମାନେ ଆଉ କେବେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।” ନୀନିବୀ ପାଇଁ ଦୁଃଖ ସମ୍ବାଦ ଘାତକମାନଙ୍କର ନଗରୀକୁ ଧିକ୍। ନୀନିବୀ ଏକ ମିଥ୍ୟା ନଗରୀ, ଗ୍ଭେରି ଓ ମୃତ୍ୟୁ ଯନ୍ତ୍ରଣାରେ ପରିପୂର୍ଣ୍ଣ ଅଟେ। ତୁମ୍ଭେ ଗ୍ଭବୁକ ପ୍ରହାରର ଶବ୍ଦ, ଚକ୍ର ଘୂରିବା ଶବ୍ଦ, ଘୋଡ଼ାର ଟାପୁ ଶବ୍ଦ ଏବଂ ରଥର ଗ୍ଭଳନା ଶବ୍ଦ ଶୁଣି ପାରିବ। ସୈନ୍ୟମାନେ ଅଶ୍ୱପୃଷ୍ଠରେ ଆକ୍ରମଣ କରୁଛନ୍ତି। ସେମାନଙ୍କର ଖଣ୍ତାଗୁଡ଼ିକ ଚ‌କ୍‌ଚକ୍ କରୁଛି ଏବଂ ସେମାନଙ୍କର ବର୍ଚ୍ଛାଗୁଡ଼ିକ ଉଜ୍ଜ୍ୱଳ ଦେଖା ଯାଉଛି। ତେଣୁ ବହୁ ମୃତ ଶରୀର ରହିଛି ଯାହାକୁ ଗଣି ହେବ ନାହିଁ। ଲୋକମାନେ ସେହି ମୃତ ଶରୀର ଉପରେ ଝୁଣ୍ଟି ପଡ଼ୁଛନ୍ତି। ନୀନିବୀରେ ଅତ୍ୟନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। ସେ ଏକ କୁପଥର ଉତ୍ସ ଯିଏ କି ତା’ର ଗଣିକା କାର୍ଯ୍ୟ ପାଇଁ ରାଜ୍ୟକୁ କ୍ରୀତଦାସ କଲା। ସେ ତା’ର ଯାଦୁ ବଳରେ ଲୋକମାନଙ୍କୁ ତା’ର କ୍ରୀତଦାସ କରିଛନ୍ତି। ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉଠେଇ ନେବା। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସେହି ରାଜ୍ୟଗୁଡ଼ିକ ତୁମ୍ଭର ଲଜ୍ଜିତରୂପ ଦେଖିବେ। ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ୟବହାର କରିବା। ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ। ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ। ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି। କିଏ ତା’ ପାଇଁ କାନ୍ଦିବ?’ ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?” ହେ ନୀନିବୀ, ତୁମ୍ଭେ କ’ଣ ନୀଳନଦୀ ଉପରେ ଅବସ୍ଥିତ ନୋ-ଆମୋନଠାରୁ ଭଲରେ ଅଛ? ନା, ତୁମ୍ଭେ ତା’ଠାରୁ ଭଲରେ ନାହଁ। ନୋ-ଆମୋନ ଗ୍ଭରିପାଖରେ ଜଳ ଥିଲା। ନୋ-ଆମୋନ ନିଜକୁ ରକ୍ଷା କରିବାକୁ ସେହି ଜଳକୁ ବ୍ୟବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ୟବହାର କରୁଥିଲା। ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ। କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା’ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା’ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ। ହେ ନୀନିବୀ, ତୁମ୍ଭେବି ଜଣେ ମଦ୍ୟପ ପରି ପଡ଼ି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତ୍ରୁଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖୋଜିବ। କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା’ର ପାଟିରେ ପଡ଼ିବ। ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡ଼ିକ ଶତ୍ରୁସୈନ୍ୟ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡ଼ିକରେ ଲାଗିଥିବା କାଠର ଦଣ୍ତଗୁଡ଼ିକ ଅଗ୍ନି ପୋଡ଼ି ଦେଇଛି। ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର। ତୁମ୍ଭେ ସେହିସବୁ କାମ କରି ପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ୱଂସ କରିବ। ଖଣ୍ତା ତୁମ୍ଭକୁ ହତ୍ୟା କରିବ, ତୁମ୍ଭର ଜମିରେ ଦଳେ ପଙ୍ଗପାଳ ସଦୃଶ ଦେଖାଯିବେ ଯିଏ କି ଆସିବ ଏବଂ ସବୁ ଖାଇ ଦେବେ। ନିନିବୀ, ତୁମ୍ଭେ ବଢ଼ି ଗ୍ଭଲିଲ। ତୁମ୍ଭେ ପଲ ପଙ୍ଗପାଳ ସଦୃଶ ହେଲ। ତୁମ୍ଭର ବହୁ ବ୍ୟବସାୟୀ ଅଛନ୍ତି। ସେମାନେ ଆକାଶ ତାରା ସଦୃଶ ଅଗଣିତ ଏବଂ ସେମାନେ ପଙ୍ଗପାଳ ସଦୃଶ। ସେମାନେ ସବୁ ଶେଷ ହେବା ପର୍ଯ୍ୟନ୍ତ ଖାଆନ୍ତି ଏବଂ ପରେ ସେମାନେ ସେହି ସ୍ଥାନ ଛାଡ଼ନ୍ତି। ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ୟ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସେମାନେ ଶୀତଦିନରେ କାନ୍ଥରେ ବାସ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସେହି ପଙ୍ଗପାଳମାନେ ଉଡ଼ି ପଳାନ୍ତି। ଏବଂ କେହି ଜାଣନ୍ତି ନାହିଁ ସେମାନେ କେଉଁ ଆଡ଼କୁ ଯାଇଛନ୍ତି। ହେ ଅଶୂରର ରାଜା, ତୁମ୍ଭର ମେଷପାଳକମାନେ ଶୋଇ ପଡ଼ିଲେ। ସେହି ଶକ୍ତିଶାଳୀ ଲୋକମାନେ ଶୋଇଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପରେ ବିଛେଇ ହୋଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ଫେରାଇ ଆଣିବାକୁ କେହି ଲୋକ ନାହାନ୍ତି। ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପିଡ଼ୀତ ହେଉଛନ୍ତି। ହବ‌କ୍‌କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ ଏହି ବାର୍ତ୍ତାଟି ଭବିଷ୍ୟ‌ଦ୍‌ବକ୍ତା ହବ‌କ୍‌କୂକକୁ ପ୍ରଦାନ କରାଯାଇଥିଲା। ହବ‌କ୍‌କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ। ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି? ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ। ହବ‌କ୍‌କୂକଙ୍କୁ ପରମେଶ୍ୱରଙ୍କ ଉତ୍ତର ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ। ଆମ୍ଭେ ବାବିଲନୀୟମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା। ସେହି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର ଯୋଦ୍ଧା। ସେମାନେ ସମଗ୍ର ପୃଥିବୀରେ ମାଡ଼ିଯିବେ। ସେମାନେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡ଼ିକୁ ଅଧିକାର କରିବେ। ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ। ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ। ସେମାନେ କେବଳ ଯୁଦ୍ଧ କରିବାକୁ ଗ୍ଭହାନ୍ତି। ସେମାନଙ୍କର ସୈନ୍ୟମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି। “ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ। ତା’ପରେ ସେମାନେ ପବନ ପରି ଗତିରେ ଯିବେ। ସେମାନେ ଦୋଷୀ ଅଟନ୍ତି ଯେ, ସେମାନେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।” ହବ‌କ୍‌କୂକର ଦ୍ୱିତୀୟ ଅଭିଯୋଗ ତା’ପରେ ହବ‌କ୍‌କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି? ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ। ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ? “ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ ସେମାନେ ବିନା ନେତାରେ ସମୁଦ୍ରର ଛୋଟ ପ୍ରାଣୀ ସଦୃଶ। ଶତ୍ରୁ ଆଙ୍କୁଡ଼ି ଓ ଜାଲ ସାହାଯ୍ୟରେ ସେମାନଙ୍କୁ ଧରେ। ସେମାନେ ସେମାନଙ୍କୁ ଜାଲରେ ଧରି ଖୁସୀ ହୁଅନ୍ତି। ତା’ର ଜାଲ ତାକୁ ଧନୀଲୋକ ପରି ଚଳିବାରେ ସାହାଯ୍ୟ କରେ ଏବଂ ଉତ୍ତମ ଖାଦ୍ୟ ଯୋଗାଏ। ତେଣୁ ଶତ୍ରୁ ତା’ର ଜାଲକୁ ପୂଜା କରେ। ସେ ତା’ର ଜାଲକୁ ସମ୍ମାନ ଦେବାକୁ ବଳିଦାନ ଓ ଧୂପ ଦିଏ। ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ? ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି। ମୁଁ ନଗର ପ୍ରାଚୀରରେ ଜଗିବି। ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି। ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।” ପରମେଶ୍ୱର ହବ‌କ୍‌କୂକଙ୍କୁ ଉତ୍ତର ଦିଅନ୍ତି ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।” ପରମେଶ୍ୱର କହିଲେ, “ଧନ ଗୋଟିଏ ବଳବାନ୍ ବ୍ୟକ୍ତିକୁ ପ୍ରତାରଣା କରି ପାରିବ। ସେ କେବେ ସଫଳ ହୋଇ ପାରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ୟୁ ପରି ସେ କେବେ ସନ୍ତୁଷ୍ଟ ହେବ ନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସେହି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ। କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା’ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା’ର ସମ୍ପଦସବୁ ତା’ ଉପରେ ବୋଝ ହେବ।’ ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା’ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ। ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ। ତାକୁ ଧିକ୍, ଯିଏ ଦୋଷ କରି ଧନୀ ହୋଇଛି। ସେ ଗୋଟିଏ ନିରାପଦ ସ୍ଥାନରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରି ପାରିବ। “ତୁମ୍ଭେ ବହୁତ ଲୋକଙ୍କୁ ଧ୍ୱଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷରେ ପାପ କରିଅଛ। ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ। “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। ତା’ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ। “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ। “ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। ତୁମ୍ଭେ ଲିବାନୋ‌‌‌ନ୍‌‌‌ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।” ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ। ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ। ହବ‌କ୍‌କୂକଙ୍କ ପ୍ରାର୍ଥନା ଭବିଷ୍ୟ‌ଦ୍‌ବକ୍ତା ହବ‌କ୍‌କୂକଙ୍କର ଶିଗିୟୋନତ୍ ପ୍ରାର୍ଥନା: ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି। ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର। ପରମେଶ୍ୱର ତୈମନରୁ ଆସୁଛନ୍ତି। ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ। ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ। ତାଙ୍କର ଶକ୍ତି ସେଠାରେ ଲୁଚିଅଛି। ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ। ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡ଼ି ଦେଲେ। ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ ସେଗୁଡ଼ିକ ଧ୍ୱଂସ ହେଲେ। ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା। କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ। ମୁଁ ଦେଖିଲି କୂଶନର ନଗରଗୁଡ଼ିକ ଅସୁବିଧାରେ ଥିଲେ। ମିଦିୟନର ଗୃହଗୁଡ଼ିକ ଭୟରେ ଥରିଲେ। ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା, ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ? ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ ଏବଂ ରଥକୁ ଆରୋହଣ କଲ? ତା’ପରେ ତୁମ୍ଭେ ଧନୁ କାଢ଼ିଲ। ଶପଥ ପୂର୍ବକ ତୀରଗୁଡ଼ିକୁ ନିକ୍ଷେପ କଲ। ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ୱାରା ଭାଗ କଲ। ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜନ କଲା, ଢେଉଗୁଡ଼ିକ ଉପରକୁ ଉଠିଲା। ସୂର୍ଯ୍ୟ ଚନ୍ଦ୍ର ତାଙ୍କର କକ୍ଷରେ ଛିଡ଼ା ହେଲେ। ଯେତେବେଳେ ସେମାନେ ତୁମ୍ଭର ବିଦ୍ୟୁ‌ତ୍‌ର ଉଜ୍ଜ୍ୱଳ ଦେଖିଲେ ସେମାନେ ଆଲୋକ ଦେବା ବନ୍ଦ କଲେ। ସେହି ବିଦ୍ୟୁତ୍ ପବନରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା। କ୍ରୋଧରେ ତୁମ୍ଭେ ପୃଥିବୀ ଉପରେ ଗ୍ଭଲିଲ ଏବଂ ଦେଶଗୁଡ଼ିକୁ ଦଣ୍ତ ଦେଲ। ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ। ତୁମ୍ଭେ ତାକୁ ଆପାଦମସ୍ତକ ଗ୍ଭବୁକରେ ପ୍ରହାର କଲ। ତୁମ୍ଭେ ତା’ର ନିଜ ବର୍ଚ୍ଛାରେ ତା’ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ। ସେହି ସୈନ୍ୟମାନେ ଶକ୍ତିଶାଳୀ ଝଡ଼ ଭଳି ଆମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆସିଥିଲେ। ଗୋଟିଏ ଗରିବ ଲୋକକୁ ଗୋପନରେ ଲୁଣ୍ଠନ କଲାପରି ସେମାନେ କଲେ। କିନ୍ତୁ ତୁମ୍ଭେ ସେହି କାଦୁଅ ଓ ପ୍ରବଳ ଜଳସ୍ରୋତ ମଧ୍ୟଦେଇ ଘୋଡ଼ାକୁ ଝପଟାଇ ଦେଲ। ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା। ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା। ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି। ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି। ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି। ସର୍ବଦା ସଦାପ୍ରଭୁଙ୍କଠାରେ ଆନନ୍ଦ କର ଡିମ୍ବିରି ଗଛରେ ଡିମ୍ବିରି ଫଳି ନ ପାରେ, ଦ୍ରାକ୍ଷାଲତାରେ ଅଙ୍ଗୁର ଫଳି ନ ପାରେ, ଅଲିଭ ଗଛରେ ଅଲିଭ୍ ଉତ୍ପନ୍ନ ନ ହୋଇପାରେ, କ୍ଷେତରେ ଖାଦ୍ୟଶସ୍ୟ ନ ହୋଇପାରେ, ମେଣ୍ଢାଶାଳରେ ମେଣ୍ଢା ନ ରହିପାରନ୍ତି ଓ ଶସ୍ୟଖଳାରେ ଗୋରୁପଲ ନ ଥାଇ ପାରନ୍ତି। କିନ୍ତୁ ମୁଁ ତଥାପି ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି ଏବଂ ପରମେଶ୍ୱରଙ୍କୁ ମୋର ତ୍ରାଣକର୍ତ୍ତା ଭାବି ଖୁସୀ ହେବି। ସଦାପ୍ରଭୁ ମୋର ପ୍ରଭୁ, ମୋତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତିରେ ଦୌଡ଼ିବାରେ ମୋତେ ସାହାଯ୍ୟ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମୋର ସ୍ପନ୍ଦିତ ବାଦ୍ୟଯନ୍ତ୍ରରେ ସେ ପର୍ବତ ଉପରକୁ ମୋତେ ନିରାପଦରେ ଆଗେଇ ନିଅନ୍ତି। ଏହି ବାର୍ତ୍ତା ସଦାପ୍ରଭୁ ସିଫନିୟଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମୋନଙ୍କ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିୟ କୂଶିଙ୍କ ପୁତ୍ର, କୂଶି ଗଦଲିୟଙ୍କ ପୁତ୍ର, ଗଦଲିୟ ଅମରିୟଙ୍କ ପୁତ୍ର ଓ ଅମରିୟ ହିଜକିୟଙ୍କ ପୁତ୍ର ଥିଲେ। ଲୋକଙ୍କ ବିଗ୍ଭର ପାଇଁ ସଦାପ୍ରଭୁଙ୍କର ଦିନ ସଦାପ୍ରଭୁ କହନ୍ତି, “ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ୱଂସ କରିବା। ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ। ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବା‌ଲ୍‌ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ ଯେଉଁମାନେ କି ଛାତ ଉପରକୁ ଯାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡ଼ି ଦେବା। କେତେଜଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ୟାପ୍ରଭୁ ମାଲିକମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ିଦେବା। କେତେକ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସେମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବା ବନ୍ଦ କରିଦେଲେ। ତେଣୁ ସେ ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେବା।” ତୁମ୍ଭେ ସଦାପ୍ରଭୁ ମୋର ପ୍ରଭୁଙ୍କ ସମ୍ମୁଖରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି। ସଦାପ୍ରଭୁ କହିଲେ, “ସଦାପ୍ରଭୁଙ୍କର ଉତ୍ସର୍ଗ ଦିନରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦେବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା। ସେହି ସମୟରେ ପ୍ରବେଶଦ୍ୱାରକୁ ଡେଇଁ ଯାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦେବା। ଯେଉଁମାନେ ତାଙ୍କ ମିଥ୍ୟା ପ୍ରଭୁଙ୍କର ଗୃହକୁ ମିଥ୍ୟା ଓ ହିଂସାରେ ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ତ ଦେବା।” ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋ‌ର୍‌ରେ ଶବ୍ଦ ଶୁଣିବେ। ସହରର ନିମ୍ନ ଅଂଶରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ୟବସାୟୀ ଓ ଧନୀ ବଣିକମାନେ ଧ୍ୱଂସ ହୋଇଯିବେ। “ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା। ତା’ପରେ ଅନ୍ୟ ଲୋକମାନେ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିବେ ଓ ସେମାନଙ୍କର ଘରଗୁଡ଼ିକୁ ଧ୍ୱଂସ କରିବେ। ସେହି ସମୟରେ ସେମାନେ ନିର୍ମାଣ କରିଥିବା ଘରେ ଲୋକମାନେ ରହିବେ ନାହିଁ ଏବଂ ସେମାନେ ବଢ଼ାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।” ସଦାପ୍ରଭୁଙ୍କର ସେହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। ସେହି ଦିନ ଅତି ସନ୍ନିକଟ। ବିଗ୍ଭରର ସେହି ବିଶେଷ ଦିବସରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶବ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ୟମାନେ ଚିତ୍କାର କରି ଉଠିବେ। ସେହି ଦିନ ପରମେଶ୍ୱର ତାଙ୍କର କ୍ରୋଧ ଦେଖାଇବେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ୱଂସର ସମୟ ହେବ। ଏହା ଏକ ଧ୍ୱଂସ ବିଧ୍ୱଂସ୍ତର ଦିନ ହେବ। ଏହା ଏକ ଅନ୍ଧକାର ଓ ଖେଦର ଦିନ ହେବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହେବ। ଏହା ଯୁଦ୍ଧ ସମୟ ପରି ଏକ ସମୟ ହେବ, ଯେତେବେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀରେ ତୂରୀର ଓ ଯୁଦ୍ଧର କାନ୍ଦଣା ଶୁଣିବେ। ସଦାପ୍ରଭୁ କହିଲେ, “ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ୟା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛନ୍ତି। ସେମାନଙ୍କର ମୃତ ଶରୀର ଭୂମି ଉପରେ ଗୋବର ପରି ପଡ଼ି ରହିବ। ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।” ପରମେଶ୍ୱର ଲୋକମାନଙ୍କୁ ସେମାନଙ୍କର ଜୀବନ ବଦଳାଇବାକୁ କୁହନ୍ତି ହେ ନିର୍ଲ୍ଲଜ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୁଅ। ତୁମ୍ଭ ଉପରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ଉପରେ ଆସିବା ପୂର୍ବରୁ, ସଦାପ୍ରଭୁଙ୍କର ଭୟଙ୍କର କ୍ରୋଧର ଶେଷଦିନ ଆସିବା ପୂର୍ବରୁ, ତୁମ୍ଭେମାନେ ଏକତ୍ରିତ ହୁଅ। ସବୁ ନମ୍ର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ୟବସ୍ଥାକୁ ମାନ। ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର, ହୁଏତ ସଦାପ୍ରଭୁ ତାଙ୍କର କ୍ରୋଧ ଦେଖାଇବା ବେଳେ ତୁମ୍ଭେମାନେ ନିରାପଦ ହେବ। ସଦାପ୍ରଭୁ ଇସ୍ରାଏଲର ପଡ଼ୋଶୀଙ୍କୁ ଦଣ୍ତ ଦେବେ ଘସାରେ କାହାରିକୁ ଛଡ଼ାଯିବ ନାହିଁ। ଅସ୍କିଲୋନ ଧ୍ୱଂସ ହେବ, ମଧ୍ୟାହ୍ନ ସୁଦ୍ଧା ଲୋକମାନଙ୍କୁ ଅସଦୋଦ୍ ଛାଡ଼ିବାକୁ ବାଧ୍ୟ କରାଯିବ। ଇକ୍ରୋଣ ଶୂନ୍ୟ ହୋଇଯିବ। ତୁମ୍ଭେ କରେଥୀୟର ଲୋକମାନେ, ତୁମ୍ଭେମାନେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭେମାନେ ସମସ୍ତେ ଧ୍ୱଂସ ହେବ। ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିବେ ନାହିଁ। ସମୁଦ୍ର ନିକଟରେ ଥିବା ଭୂମି ମେଷପାଳକ ଓ ସେମାନଙ୍କର ମେଷମାନଙ୍କ ପାଇଁ ଶୂନ୍ୟ ହୋଇଯିବ। ତା’ପରେ ସେହି ରାଜ୍ୟ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସେହି ଲୋକମାନଙ୍କୁ ସ୍ମରଣ କରିବେ। ସେହି ଲୋକମାନେ ବିଦେଶରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଫେରାଇ ଆଣିବେ। ତା’ପରେ ଯିହୁଦାର ଲୋକମାନେ ସେମାନଙ୍କର ମେଷଗୁଡ଼ିକୁ ସେହି ପଡ଼ିଆରେ ଚରିବାକୁ ଦେବେ। ସନ୍ଧ୍ୟାବେଳେ ଅସ୍କିଲୋନର ଶୂନ୍ୟ ଗୃହରେ ସେମାନେ ପଡ଼ି ରହିବେ। ସଦାପ୍ରଭୁ କୁହନ୍ତି, “ଆମ୍ଭେ ଶୁଣିଛୁ ମୋୟାବ ଓ ଅମ୍ମୋନର ଲୋକମାନେ କ’ଣ କହିଲେ। ସେହି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସେମାନେ ନିଜର ରାଜ୍ୟକୁ ବଢ଼ାଇବା ପାଇଁ ସେମାନଙ୍କର ଜମି ସବୁ ଅକ୍ତିଆର କଲେ। ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମୋୟାବ ଓ ଅମ୍ମୋନର ଲୋକମାନେ ସଦୋମ ଓ ହମୋରା ପରି ଧ୍ୱଂସ ହେବେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସେମାନଙ୍କର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବ। ସେମାନଙ୍କର ଭୂମିରେ ଅନାବନା ଗଛ ବ୍ୟାପିଯିବ। ମରୁସାଗର ପରି ସେମାନଙ୍କର ଭୁମି ଲବଣାକ୍ତ ହେବ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫେରି ପାଇବେ।” ମୋୟାବ ଓ ଅମ୍ମୋନର ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହୋଇଥିଲେ ଏବଂ ସେମାନଙ୍କୁ ଅପମାନିତ କରିଥିଲେ। ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା’ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ। ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କର ‌‌ଖ‌ଡ଼୍‌ଗ ବିନାଶ କରିବ। ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦେବେ। ନୀନିବୀ ଗୋଟିଏ ଶୂନ୍ୟ ଶୁଷ୍କ ମରୁଭୂମିରେ ପରିଣତ ହେବ। ତା’ପରେ କେବଳ ମେଷମାନେ ଓ ହିଂସ୍ର ପଶୁ ସେହି ଧ୍ୱଂସ ନଗରୀରେ ବାସ କରିବେ। ପେଗ୍ଭ ଓ କାଉମାନେ ପରିତ୍ୟକ୍ତ ସ୍ତମ୍ଭମାନଙ୍କରେ ବସିବେ। ସେମାନଙ୍କର ରାବ ଝରକା ବାଟେ ଶୁଣାଯିବ। କାଉଗୁଡ଼ିକ ଦ୍ୱାର ପାହାଚ ଉପରେ ବସିବେ। ପ୍ରବେଶ ପଥ ଧ୍ୱଂସ ଏବଂ ନିର୍ଜ୍ଜନ ହେବ। ଏରସ କଡ଼ିକାଠ ଖୋଲି ଦିଆଯିବ। ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ। ଯିରୁଶାଲମର ଭବିଷ୍ୟତ ହେ ଯିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ସେମାନେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସେମାନେ ପାପରେ କଳୁଷିତ ହୋଇଗଲେ। ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସେମାନେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ଯିରୁଶାଲମ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖିଲା ନାହିଁ। ସେମାନେ ତାଙ୍କ ପରମେଶ୍ୱରଙ୍କ ସନ୍ନିକଟକୁ ଗଲେ ନାହିଁ। ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା’ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ। ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି। ତଥାପି ପରମେଶ୍ୱର ସେହି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୁଲ୍ କରନ୍ତି ନାହିଁ। ସକାଳ ପରେ ସକାଳ, ସେ ତାଙ୍କ ନ୍ୟାୟ ବିଗ୍ଭର କରନ୍ତି। ପ୍ରାତଃକାଳରେ ସେ ତାହା ନିଶ୍ଚୟ କରନ୍ତି। କିନ୍ତୁ ସେହି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦକାର୍ଯ୍ୟ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ପରମେଶ୍ୱର କହନ୍ତି, “ଆମ୍ଭେ ସମଗ୍ର ଜାତିକୁ ଧ୍ୱଂସ କରିଅଛୁ। ଆମ୍ଭେ ସେମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ୱଂସ କଲୁ। ସେମାନଙ୍କର ରାସ୍ତାକୁ ଏପରି ଧ୍ୱଂସ କଲୁ ଯେ ଆଉ କେହି ସେଠାକୁ ଏଣିକି ଯାଇପାରିବେ ନାହିଁ। ଆମ୍ଭେ ସେମାନଙ୍କର ନଗରଗୁଡ଼ିକ ଶୂନ୍ୟ କରି ଦେଲୁ, ତେଣୁ ସେଠାରେ ଆଉ କେହି ବାସ କରି ପାରିବେ ନାହିଁ। ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ। ସଦାପ୍ରଭୁ କହିଲେ, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭର ଅପେକ୍ଷାରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ୟଗଣକୁ ଏକତ୍ରିତ କରିବା। ଆମ୍ଭେ ଆପଣା କ୍ରୋଧ ସେମାନଙ୍କ ଉପରେ ଢାଳି ଦେବା। ଆମ୍ଭେ ଆପଣା ପ୍ରଚଣ୍ତ କ୍ରୋଧ ଦେଖାଇବା। ଆମ୍ଭର କ୍ରୋଧରେ ସମଗ୍ର ପୃଥିବୀ ଧ୍ୱଂସ ହେବ। ତା’ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ। ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ। “ତା’ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ। ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ। ଇସ୍ରାଏଲରେ ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା କହିବେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ମିଥ୍ୟାବାଦୀ ରହିବେ ନାହିଁ। ସେମାନେ ମେଣ୍ଢାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତିରେ ଶୋଇବେ। କେହି ସେମାନଙ୍କୁ ବ୍ୟସ୍ତ କରିବେ ନାହିଁ।” ଗୋଟିଏ ସୁଖ ସଙ୍ଗୀତ ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇସ୍ରାଏଲ ମଧ୍ୟ ଆନନ୍ଦ କରିବ। ଯିରୁଶାଲମ ମଧ୍ୟ ସୁଖୀ ହେବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ। ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ। ସେତେବେଳେ ଯିରୁଶାଲମକୁ କୁହାଯିବ, “ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ। ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ। ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।” ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର ଲଜ୍ଜା ଅପମାନ ନେଇଯିବି। ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ। ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା, ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା। ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା। ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ। ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,” ସଦାପ୍ରଭୁ ଏହି ସମସ୍ତ କହିଥିଲେ। ଏହା ମନ୍ଦିର ନିର୍ମାଣର ସମୟ ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: “ଲୋକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ଯ୍ୟନ୍ତ ପ୍ରକୃଷ୍ଟ ସମୟ ହୋଇ ନାହିଁ।” ପୁନର୍ବାର ହାଗୟ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କଲେ। ହାଗୟ ବାର୍ତ୍ତାଟି କହିଲେ: “ତୁମ୍ଭେମାନେ ଭାବୁଛ ଯେ ସୁନ୍ଦର ଘରେ ବାସ କରିବାକୁ ଠିକ୍ ସମୟ ଆସିଯାଇଛି। ସୁନ୍ଦର କାନ୍ଥରେ କାଠ ଫଳକ ଲାଗିଥିବା ଘରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥାରେ ଅଛି। ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘କ’ଣ ଘଟୁଛି ଚିନ୍ତା କର। ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ୟଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପେଟ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀୟ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଗ୍ଭହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡ଼େ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁ ନାହଁ, ଯେପରିକି ତୁମ୍ଭ ପକେଟରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।’” ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାହା କରୁଛ, ସେ ବିଷୟରେ ଚିନ୍ତା କର। ପର୍ବତ ଉପରକୁ ଯାଅ ଓ କାଠ ନେଇ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କର। ତା’ପରେ ଆମ୍ଭେ ଏହି ଗୃହ ନିମନ୍ତେ ଆନନ୍ଦିତ ହେବା ଓ ଗୌରବାନ୍ୱିତ ହେବା।” ସଦାପ୍ରଭୁ ଏହା କହିଲେ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ପ୍ରଚୁର ଶସ୍ୟଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତେବେଳେ ଶସ୍ୟ ସଂଗ୍ରହ କରିବାକୁ ଯାଉଛ ସେଠାରେ ଅତି ଅଳ୍ପ ଶସ୍ୟ ଦେଖୁଛ। ତୁମ୍ଭେମାନେ ସେ ଶସ୍ୟ ଘରକୁ ଆଣୁଛ, ତା’ପରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡ଼ାଇ ଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରତ୍ୟେକ ଯେତେବେଳେ ନିଜ ନିଜ ଘରର ଯତ୍ନ ନେବାକୁ ତତ୍ପର ହେଉଛ ସେତେବେଳେ ଆମ୍ଭ ଗୃହ ଧ୍ୱଂସ ହେଉଛି। ସେଥିସକାଶେ ଆକାଶ ବର୍ଷା ଫେରାଇ ନେଉଛି ଓ ପୃଥିବୀ ଆଉ ଶସ୍ୟ ଦେଉ ନାହିଁ।” ସଦାପ୍ରଭୁ କୁହନ୍ତି, “ପର୍ବତ ଓ ପୃଥିବୀ ଶୁଷ୍କ ହେବାକୁ ଆମ୍ଭେ ଆଦେଶ ଦେଲୁ। ଶସ୍ୟ, ସଦ୍ୟ ଦ୍ରାକ୍ଷାରସ, ଅଲିଭ ତେଲ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ ହୋଇଯିବ। ଏହି ମରୁଡି ମଧ୍ୟ ପ୍ରତ୍ୟେକ ପଶୁ, ମନୁଷ୍ୟ ଓ ତୁମ୍ଭର ଶ୍ରମିକ ଉପରେ ପ୍ରଭାବ ପକାଇବ।” ସଦାପ୍ରଭୁଙ୍କ ନୂତନ ମନ୍ଦିରରେ କାର୍ଯ୍ୟ ଆରମ୍ଭ ହୁଏ ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ମହାଯାଜକ ଯିହୋଶୂୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ୱର ହାଗୟଙ୍କୁ ପ୍ରେରଣ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କଠାରୁ ସଦାପ୍ରଭୁ ଦେଇଥିବା ବାର୍ତ୍ତା ଶୁଣିଲେ। ସେମାନେ ସେମାନଙ୍କର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ୱରଙ୍କୁ ଜଣାଇଲେ। ହାଗୟ ସଦାପ୍ରଭୁ ପରମେଶ୍ୱରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ୟମରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।’” ତା’ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ। ପାରସ୍ୟର ରାଜାଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଏବଂ ଦାରିୟାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସରେ ସେମାନେ କାର୍ଯ୍ୟ ଆରମ୍ଭ କଲେ। ସଦାପ୍ରଭୁ ଲୋକମାନଙ୍କୁ ଉତ୍ସାହିତ କରନ୍ତି ସପ୍ତମ ମାସର ଏକବିଂଶ ଦିବସରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗୟଙ୍କ ନିକଟକୁ ଆସିଲା। “ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ। ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ୱଂସ ହୋଇ ଯାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭେମାନେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତେବେ ତୁମ୍ଭର ଦୃଷ୍ଟିରେ ଏହା କିଛି ନୁହେଁ। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ। ସଦାପ୍ରଭୁ କୁହନ୍ତି, “‘ତୁମ୍ଭେମାନେ ମିଶର ପରିତ୍ୟାଗ କଲାବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଛି। ତେଣୁ ଭୟ କର ନାହିଁ।’ କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ‘ଅଳ୍ପ ସମୟ ପରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ୱର୍ଗ, ମର୍ତ୍ତ୍ୟ, ଜଳ ଓ ସ୍ଥଳରେ କମ୍ପନ ଆଣିବା। ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା’ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି। ‘ସେମାନଙ୍କର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ୱର୍ଣ୍ଣ ମଧ୍ୟ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କହୁଛନ୍ତି। ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହେବ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା,’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।” Today Begins a Time of Blessing ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିବସରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ। “ଏହି ଜିନିଷଗୁଡ଼ିକ ବିଷୟରେ ବ୍ୟବସ୍ଥା କ’ଣ କୁହେ, ଯାଜକମାନଙ୍କୁ ପଗ୍ଭରିବାକୁ ସର୍ବଶକ୍ତିମାନ ସଦାପ୍ରଭୁ ଆଦେଶ ଦିଆନ୍ତି। ‘ମନେକର ଜଣେ ମନୁଷ୍ୟ କିଛି ମାଂସ ତା’ର ପୋଷାକର ଭାଙ୍ଗରେ ନିଏ। ଏହା ପବିତ୍ର ହେବ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶେଷ। କ’ଣ ସେହିସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତେଲ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତେବେ ସେ ସବୁ କ’ଣ ପବିତ୍ର ହୋଇଯିବ?’” ଯାଜକ ଉତ୍ତର ଦେଲେ, “ନାଁ,” ତାହା ହୋଇ ପାରିବ ନାହିଁ। ତା’ପରେ ହାଗୟ କହିଲେ, “ଯଦି ଜଣେ ବ୍ୟକ୍ତି ଗୋଟିଏ ଶବକୁ ଛୁଏଁ ତେବେ ସେ କ’ଣ ଅପବିତ୍ର ହେବ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡ଼ିକୁ ଛୁଏଁ ସେଗୁଡ଼ିକ କ’ଣ ଅପବିତ୍ର ହୋଇଯିବ?” ଯାଜକ ଉତ୍ତର ଦେଲେ, “ହଁ, ସେହି ଜିନିଷ ଅପବିତ୍ର ହେବ।” ତା’ପରେ ହାଗୟ କହିଲେ, “ସଦାପ୍ରଭୁ ପରମେଶ୍ୱର ଏହିସବୁ କହନ୍ତି, ‘ଦେଶର ଲୋକମାନଙ୍କ ବିଷୟରେ ଏହା ସତ୍ୟ ଅଟେ। ସେହି ଲୋକମାନେ ଆମ୍ଭ ସମ୍ମୁଖରେ ଶୁଦ୍ଧ ଓ ପବିତ୍ର ନ ଥିଲେ। ତେଣୁ ଯେକୌଣସି ଜିନିଷକୁ ସେମାନେ ଛୁଉଁଥିଲେ ଏବଂ ଯେକୌଣସି ଜିନିଷକୁ ସେମାନେ ଯଜ୍ଞବେଦି ଉପରକୁ ଆଣୁଥିଲେ ସେଗୁଡ଼ିକ ସବୁ ଅଶୁଦ୍ଧ ହେଉଥିଲା। “‘ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା ସେ ବିଷୟରେ ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ ଆରମ୍ଭ କରିବାର ପୂର୍ବ ସମୟ ବିଷୟରେ ଚିନ୍ତା କର। ଲୋକମାନେ କୋଡ଼ିଏ ଓଜନ ମାପର ଶସ୍ୟ ଗ୍ଭହିଁଥିଲେ କିନ୍ତୁ ଶସ୍ୟ ସ୍ତୁପରେ ମାତ୍ର ଦଶ ଓଜନ ମାପର ଶସ୍ୟ ଥିଲା। ଲୋକମାନେ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ୍ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିଲେ। କିନ୍ତୁ ସେଥିରେ ମାତ୍ର କୋଡ଼ିଏ ମାଠିଆ ଦ୍ରାକ୍ଷାରସ ଥିଲା। କାହିଁକି ଏହା ହେଲୋ? କାରଣ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେଲୁ। ଗଛଗୁଡ଼ିକ ମାରିଦେବାକୁ ଆମ୍ଭେ ରୋଗ ପଠାଇଥିଲୁ। ତୁମ୍ଭ ହାତରେ ପ୍ରସ୍ତୁତ କରିଥିବା ଶସ୍ୟକୁ ଆମ୍ଭେ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍ଭେ ଏସବୁ କଲାପରେ ମଧ୍ୟ ସେମାନେ ଆମ୍ଭ ପାଖକୁ ଆସିଲେ ନାହିଁ।’ ସଦାପ୍ରଭୁ ଏହିସବୁ କହିଲେ। “ସଦାପ୍ରଭୁ କହିଲେ, ‘ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ କରିଛ। ତେଣୁ ଏହା ପରେ କ’ଣ ସବୁ ଘଟୁଛି ଆଗକୁ ଲକ୍ଷ୍ୟ କର। ଖଳାରେ ଆଉ ଶସ୍ୟ ଅଛି କି? ନାଁ, କୌଣସି ଶସ୍ୟ ଖଳାରେ ନାହିଁ। ଦ୍ରାକ୍ଷାଲତାକୁ, ଡିମ୍ବିରି ଗଛକୁ, ଡାଳିମ୍ବ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ୟ କର। ସେମାନେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁ ନାହାନ୍ତି। କିନ୍ତୁ ଆଜିଠାରୁ ଦେଖ, ସେଗୁଡ଼ିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।’” ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗୟ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି। “ଯିହୁଦାର ଶାସକ ଯିରୁବ୍ବାବିଲଙ୍କ ନିକଟକୁ ଯାଅ। ଆମ୍ଭେ ପୃଥିବୀ ଓ ସ୍ୱର୍ଗକୁ ଥରାଇ ଦେବା। ଆମ୍ଭେ ବହୁ ରାଜ୍ୟ ଓ ରାଜାଙ୍କୁ ଓଲଟାଇ ଦେବା, ଆମ୍ଭେ ରାଜ୍ୟର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସେମାନଙ୍କର ରଥ ଓ ଆରୋହୀଙ୍କୁ ଧ୍ୱଂସ କରିବା। ଆମ୍ଭେ ସେମାନଙ୍କର ଯୁଦ୍ଧ ଅଶ୍ୱ ଓ ଆରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସେମାନେ ପରସ୍ପର ବିରୁଦ୍ଧରେ ଯିବେ ଏବଂ ପରସ୍ପର ଖଣ୍ଡାରେ ହଣାହଣି ହୋଇ ମରିବେ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ। ସଦାପ୍ରଭୁ ଆପଣା ଲୋକର ପ୍ରତ୍ୟାବର୍ତ୍ତନ ଇଚ୍ଛା କରନ୍ତି ସଦାପ୍ରଭୁ ବେରିଖିୟଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଖରିୟଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ୟର ରାଜା ଦାରିୟାବସଙ୍କ ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଏହା ଘଟିଥିଲା। ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ। ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ। ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସ ଏବଂ ମୁଁ ତୁମ୍ଭ ନିକଟକୁ ଫେରିଯିବି।” ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ। ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେମାନେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ୟବହାର କର ନାହିଁ। ପୂର୍ବ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କୁ କହିଛନ୍ତି, ‘ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭେମାନେ ଜୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।’ କିନ୍ତୁ ତୁମ୍ଭର ସେହି ପୂର୍ବପୁରୁଷଗଣ ଆମ୍ଭ ବାକ୍ୟ ଶୁଣିଲେ ନାହିଁ।” ସଦାପ୍ରଭୁ ଏହିସବୁ କହନ୍ତି। ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟ‌ଦ୍‌ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି? ଆମ୍ଭେ ଆପଣା ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।” The Four Horses ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ। ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ। ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?” ତା’ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।” ତା’ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।” ତା’ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।” ତା’ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।” ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ। ତା’ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି; “ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି। ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ। କାରଣ ସେମାନେ ବିପର୍ଯ୍ୟୟକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।” ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।” ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।” ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ। ଆମ୍ଭର ସିୟୋନ ପ୍ରତି ଦୟା ରହିବ। ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’” ଗ୍ଭରିଟି ଶିଙ୍ଗ ଓ ଗ୍ଭରିଜଣ କର୍ମୀ ଏହା ପରେ ମୁଁ ଊର୍ଦ୍ଧ୍ୱକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି। ତା’ପରେ ମୁଁ ଯେଉଁ ସ୍ୱର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, “ଏହି ଶିଙ୍ଗଗୁଡ଼ିକ କ’ଣ?” ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଇସ୍ରାଏଲ, ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଚ୍ଛିନ୍ନଛତ୍ର କରି ଦେଇଛନ୍ତି।” ସଦାପ୍ରଭୁ ମୋତେ ଗ୍ଭରିଜଣ କର୍ମୀଙ୍କୁ ଦେଖାଇଲେ। ମୁଁ ପଗ୍ଭରିଲି, “ଏହି ଗ୍ଭରିଜଣ ବଢ଼େଇ କ’ଣ କରିବାକୁ ଆସିଛନ୍ତି?” ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଯିହୁଦାର ଲୋକମାନଙ୍କୁ ଆକ୍ରମଣ କରି ବିଦେଶକୁ ‘ତଡ଼ି’ ଦେଲେ। ସେମାନେ ଏତେ ସହଜରେ ସେମାନଙ୍କୁ ହରାଇ ଦେଲେ ଯେ, କାହାର ମୁଣ୍ତ ଟେକିବା ପାଇଁ ଶକ୍ତି ନ ଥିଲା। ତେଣୁ ଏହି ଗ୍ଭରିଜଣ ବଢ଼େଇ ସେ ଶିଙ୍ଗଗୁଡ଼ିକୁ ଭୟଭୀତ କରିବାକୁ ଓ ଭାଙ୍ଗି ପକାଇବାକୁ ଆସିଛନ୍ତି।” ପରିମିତ ଯିରୁଶାଲମ ତା’ପରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତରେ ପରିମାପକ ରଜ୍ଜୁ ଧରିଥିବା ଏକ ବ୍ୟକ୍ତିଙ୍କୁ ଦେଖିଲି। ମୁଁ ତାଙ୍କୁ ପଗ୍ଭରିଲି, “ତୁମ୍ଭେ କେଉଁଆଡ଼େ ଯାଉଅଛ?” ସେ ଉତ୍ତର ଦେଲେ, “ମୁଁ ଯିରୁଶାଲମର ଦୈର୍ଘ ଓ ପ୍ରସ୍ଥ ମାପିବାକୁ ଯାଉଅଛି।” ତା’ପରେ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ୱର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ। ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’ ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତା’ର ଚତୁର୍ଦ୍ଦିଗରେ ତା’ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ୟ ହେବା। ଆମ୍ଭେ ତାକୁ ଆମ୍ଭର ମହିମାରେ ପୂର୍ଣ୍ଣ କରିବା।’” ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଗୃହକୁ ଡାକନ୍ତି ସଦାପ୍ରଭୁ କୁହନ୍ତି, “ଉତ୍ତର ଦେଶରୁ ପଳାୟନ କର। ହଁ, ଏହା ସତ୍ୟ ଯେ, ଆମ୍ଭେ ତୁମ୍ଭର ଲୋକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ। ବର୍ତ୍ତମାନ ବାବିଲରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସେହି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିଯାଅ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କୁହନ୍ତି। “ସେ ଆମ୍ଭକୁ ସେହି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫେରାଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭେମାନେ ତାଙ୍କର ଗୌରବ। କାରଣ ଯିଏ ତୁମ୍ଭର କ୍ଷତି କରୁଛି ସେ ସେହି ଲୋକପାଇଁ କ୍ଷତି କରୁଛି ଯିଏ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ। ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।” ତା’ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମୋତେ ପଠାଇଥିଲେ। ସଦାପ୍ରଭୁ କୁହନ୍ତି, “ହେ ସିୟୋନର କନ୍ୟା ଆନନ୍ଦରେ ଚିତ୍କାର କର ଏବଂ ଖୁସୀ ହୁଅ। କାରଣ ତୁମ୍ଭ ସହିତ ନଗରରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ। ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଭୂମିରେ ଯିହୁଦା ପରମେଶ୍ୱରଙ୍କର ଅଂଶ ହେବ। ସଦାପ୍ରଭୁ ପୁନର୍ବାର ଯିରୁଶାଲମକୁ ତାଙ୍କର ସ୍ୱତନ୍ତ୍ର ନଗରରୂପେ ବାଛିବେ। ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି। ମହାଯାଜକ ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ। ତା’ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।” ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ। ତା’ପରେ ସେହି ସ୍ୱର୍ଗଦୂତ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ସ୍ୱର୍ଗଦୂତକୁ କହିଲେ, “ଯିହୋଶୂୟଙ୍କ ଶରୀରରୁ ସେହି ମଇଳା ବସ୍ତ୍ର ଗୁଡ଼ିକୁ କାଢ଼ିନିଅ।” ତା’ପରେ ସ୍ୱର୍ଗଦୂତ ଯିହୋଶୂୟଙ୍କୁ କହିଲେ, “ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢ଼ିନେଇଛି ଏବଂ ମୁଁ ତୁମ୍ଭକୁ ନୂଆ ମୂଲ୍ୟବାନ ବସ୍ତ୍ରରେ ଆଚ୍ଛାଦିତ କରୁଛି।” ତା’ପରେ ମୁଁ କହିଲି, “ତା’ର ମସ୍ତକରେ ଏକ ନିର୍ମଳ ପଗଡ଼ି ବାନ୍ଧି ଦିଅନ୍ତୁ।” ତେଣୁ ସେମାନେ ତାଙ୍କର ମସ୍ତକରେ ନିର୍ମଳ ପଗଡ଼ି ବାନ୍ଧି ଦେଲେ। ସେମାନେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖରେ ଠିଆ ହୋଇଥିଲେ। ତା’ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ। ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ, ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି। ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ। ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି। ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।” ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ସେତେବେଳେ ଲୋକମାନେ ଏକତ୍ର ବସିବେ ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସେମାନେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।” ଦ୍ୱୀପରୁଖା ଓ ଦୁଇ ଅଲିଭ ବୃକ୍ଷ ତା’ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି। ତାହାପରେ ସେହି ସ୍ୱର୍ଗଦୂତ ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ଦେଖୁଛ?” ମୁଁ କହିଲି, “ମୁଁ ସମ୍ପୂର୍ଣ୍ଣ ସୁବର୍ଣ୍ଣର ଦୀପାଧାର ଦେଖୁଛି। ତାହାର ଉପରେ ଗୋଟିଏ ମାଠିଆ ଅଛି ଏବଂ ତା’ ଉପରେ ସାତୋଟି ପ୍ରଦୀପ ଅଛି, ଆଉ ମଧ୍ୟ ସେଠାରେ ଗୋଟିଏ ପାତ୍ର ଅଛି। ପ୍ରତ୍ୟେକ ପ୍ରଦୀପର ମୂଖନଳ ଅଛି ଓ ସେହି ନଳ ଦେଇ ପ୍ରଦୀପକୁ ତୈଳ ଆସୁଛି। ସେହି ପାତ୍ରର ଦକ୍ଷିଣ ଓ ବାମ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।” ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତଙ୍କୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକ ସବୁ କ’ଣ?” ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ କ’ଣ ଜାଣ ନାହିଁ ଏଗୁଡ଼ିକ ସବୁ କ’ଣ?” ମୁଁ କହିଲି “ନାଁ, ମୋର ମହାଶୟ।” ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’” ସଦାପ୍ରଭୁ ଏହି ବାର୍ତ୍ତା ମୋତେ ପଠାଇଲେ। “ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା’ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। ଯେଉଁମାନେ କି ଛୋଟ ଜିନିଷଗୁଡ଼ିକୁ ଘୃଣା କରନ୍ତି, ସେମାନେ ଆନନ୍ଦ କରିବେ, ଯେତେବେଳେ ସେମାନେ ଯିରୁବ୍ବାବିଲଙ୍କ ହାତରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତୋଟି ପାର୍ଶ୍ୱ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।” ତା’ପରେ ମୁଁ ତାଙ୍କୁ କହିଲି, “ଦ୍ୱୀପରୁଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ’ଣ?” ମୁଁ ମଧ୍ୟ ତାଙ୍କୁ ପଗ୍ଭରିଲି, “ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡ଼ିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ’ଣ?” ତା’ପରେ ସେହି ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ ଏଗୁଡ଼ିକର ଅର୍ଥ କ’ଣ ଜାଣ ନାହିଁ?” ମୁଁ ଉତ୍ତର ଦେଲି, “ନା, ମୋର ମହାଶୟ!” ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।” ଉଡ଼ନ୍ତା ନଳାକାର ପୁସ୍ତକ ମୁଁ ପୁଣି ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଓ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖିଲି। ସେହି ସ୍ୱର୍ଗଦୂତ ମୋତେ ପ୍ରଶ୍ନ କଲେ, “ତୁମ୍ଭେ କ’ଣ ଦେଖୁଛ?” ମୁଁ କହିଲି, “ମୁଁ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖୁଛି। ସେହି ନଳାକାର ପୁସ୍ତକର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ।” ତା’ପରେ ସେହି ସ୍ୱର୍ଗଦୂତ କହିଲେ, “ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧରେ ଯାଉଛି। ଏହା ଗ୍ଭେର ଏବଂ ମିଥ୍ୟାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହୋଇ ଖସି ଯାଇଛନ୍ତି। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ମୁଁ ସେହି ନଳାକାର ପୁସ୍ତକକୁ ଗ୍ଭେରମାନଙ୍କର ଗୃହକୁ ପଠାଇବି ଏବଂ ସେହିମାନଙ୍କ ଘରକୁ, ଯେଉଁମାନେ ମୋର ନାମ ବ୍ୟବହାର କରି ମିଥ୍ୟା ଶପଥ ନେଇଛନ୍ତି। ସେହି ନଳାକାର ପୁସ୍ତକ ପ୍ରତ୍ୟେକ ଗୃହରେ ରହିବ ଏବଂ ଧ୍ୱଂସକାରୀ, କଡ଼ିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡ଼ିକ ମଧ୍ୟ ବିନଷ୍ଟ ହେବ।’” ସ୍ତ୍ରୀ ଓ ଐଫା ପାତ୍ର ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରକୁ ଆସିଲେ। ମୋତେ କହିଲେ, “ଦେଖ, କ’ଣ ଆସୁଥିବାର ଦେଖୁଛ?” ମୁଁ ଉତ୍ତର କଲି, “ଏହା କ’ଣ?” ସେ କହିଲେ, “ତାହା ଏକ ମାପ କରିବା ଟୋକେଇ” ଏବଂ “ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।” ଗୋଟିଏ ସୀମାର ନିର୍ମିତ ଘୋଡ଼ଣୀ ଟୋକେଇରୁ କଢ଼ାଗଲା। ସେହି ମାପିବାର ଟୋକେଇ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଥିଲା। ସ୍ୱର୍ଗଦୂତ କହିଲେ, “ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ୱରୂପ।” ତା’ପରେ ସେ ସ୍ୱର୍ଗଦୂତ ସେହି ନାରୀକୁ ମାପ ଟୋକେଇ ଭିତରକୁ ଠେଲିଦେଇ ତାହାର ସୀମା ଘୋଡ଼ଣୀ ବନ୍ଦ କରିଦେଲେ। ତା’ପରେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସେମାନେ ଉଡ଼ି ଆସିଲେ ଏବଂ ସେମାନଙ୍କ ପକ୍ଷରେ ପବନ ଥିଲା। ସେମାନେ ସେ ମାପିବାର ଟୋକେଇକୁ ଉଠାଇଲେ ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ବୋହି ନେଲେ। ତା’ପରେ ମୁଁ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ପଗ୍ଭରିଲି, “ସେମାନେ ସେହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।” ସ୍ୱର୍ଗଦୂତ ମୋତେ ଉତ୍ତର କଲେ, “ସେମାନେ ଶିନିଅର ଦେଶରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲା ପରେ ଏହା ଯଥା ସ୍ଥାନରେ ସ୍ଥାପିତ ହେବ।” ଗ୍ଭରିରଥ ତା’ପରେ ମୁଁ ପୁନର୍ବାର ଅନାଇଲି ଓ ଦେଖିଲି, ଦୁଇଟି ତମ୍ବା ପର୍ବତ ମଧ୍ୟରୁ ଗ୍ଭରି ଗୋଟି ରଥ ନିର୍ଗତ ହେଲା। ରକ୍ତବର୍ଣ୍ଣର ଅଶ୍ୱଗୁଡ଼ିକ ପ୍ରଥମ ରଥକୁ ଟାଣୁଥିଲା ବେଳେ କଳାରଙ୍ଗର ଅଶ୍ୱଗଣ ଦ୍ୱିତୀୟ ରଥକୁ ଟାଣୁଥିଲେ। ଧଳା ଅଶ୍ୱଗୁଡ଼ିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ୱଗୁଡ଼ିକ ଚତୁର୍ଥ ରଥକୁ ଟାଣୁଥିଲେ। ସେଗୁଡ଼ିକ ଶକ୍ତିଶାଳୀ ଅଶ୍ୱ ଥିଲେ। ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକର ଅର୍ଥ କ’ଣ?” ସେହି ସ୍ୱର୍ଗଦୂତ ଉତ୍ତର ଦେଲେ, “ଏଗୁଡ଼ିକ ସ୍ୱର୍ଗର ଗ୍ଭରି ବାୟୁ। ସେମାନେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ଯାଆନ୍ତି। କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।” ସେହି ଶକ୍ତିଶାଳୀ ଅଶ୍ୱଗୁଡ଼ିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଯାଅ ପୃଥିବୀର ଗ୍ଭରିଆଡ଼େ ବିଚରଣ କର।” ତେଣୁ ସେମାନେ ଗଲେ। ତା’ପରେ ସଦାପ୍ରଭୁ ପାଟିକରି ମୋତେ କହିଲେ, “ଦେଖ, ସେହି ଅଶ୍ୱଗୁଡ଼ିକ ଯେଉଁମାନେ ଉତ୍ତର ଦେଶଆଡ଼କୁ ଯାଇଛନ୍ତି ଆମ୍ଭ ଆତ୍ମାକୁ ସେମାନେ ଉତ୍ତର ଦେଶରେ ସୁସ୍ଥିର କରିଅଛନ୍ତି।” ଯାଜକ ଯିହୋଶୂୟଙ୍କ ମୁକୁଟ ଲାଭ ତା’ପରେ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ, “ହି‌‌ଲ୍‌‌ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ। ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା’ପରେ ଏହିସବୁ ତାଙ୍କୁ କୁହ: ତା’ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା, ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହେବେ। ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ। ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ। ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’ ସେହି ମୁକୁଟଗୁଡ଼ିକ ସଦାପ୍ରଭୁଙ୍କର ମନ୍ଦିରରେ ସ୍ମାରକପତ୍ର ସ୍ୱରୂପ ହି‌‌ଲ୍‌‌ଦୟ, ଟୋବିୟ, ଯିଦାୟ ଏବଂ ସିଫନିୟରଙ୍କ ପୁତ୍ର ଯୋଶିୟଙ୍କ ସ୍ମରଣାର୍ଥେ ରହିବ।” ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ। ସଦାପ୍ରଭୁ ଦୟା ଓ କରୁଣା ଗ୍ଭହାନ୍ତି ରାଜା ଦାରିୟାବସଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁ ଏହି ବାର୍ତ୍ତା ଯିଖରିୟଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ୱର ଚତୁର୍ଥ ବର୍ଷର କି‌ଷ୍‌ଲେବ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା। ବୈଥେଲସ୍ଥ ଲୋକମାନେ ଶରେ‌ତ୍‌ସର, ରେଗମ୍ମେଲକ ଓ ତାଙ୍କ ଲୋକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଦେଖିବା ପାଇଁ ପ୍ରେରଣ କଲେ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବାକୁ ସେମାନେ ପଠାଇଲେ, “ଆମ୍ଭେ କ’ଣ ପଞ୍ଚମ ମାସରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନେକ ବର୍ଷ ଧରି କରି ଆସିଅଛୁ? ପଞ୍ଚମ ମାସରେ ଆମ୍ଭେମାନେ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ଯ୍ୟ ଗ୍ଭଲୁ ରଖିବା ଉଚିତ୍ କି?” ସର୍ବଶକ୍ତିମାନ୍ ସଦାପ୍ରଭୁ ତାଙ୍କର ବାର୍ତ୍ତା ମୋତେ ପଠାଇଲେ, “ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ‘ତୁମ୍ଭେ ଯେତେବେଳେ ପଞ୍ଚମ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲ, ସେହି ସତୁରି ବର୍ଷରେ ସତରେ କ’ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ? ଏବଂ ତୁମ୍ଭେ ସମସ୍ତେ ଯେତେବେଳେ ଖାଅ ଓ ପିଅ, ତୁମ୍ଭେ କ’ଣ ନିଜ ପାଇଁ ଖାଅ ଓ ପିଅ ନାହିଁ? ଏହିଗୁଡ଼ିକ କ’ଣ ସେହି ବାକ୍ୟଗୁଡ଼ିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ କହିଥିଲେ? ସେ ଏ କଥା କହିଥିଲେ ଯେତେବେଳେ ଯିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା’ର ଚତୁର୍ଦ୍ଦିଗର ନଗରଗୁଡ଼ିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।’” ଏହା ପରେ ସଦାପ୍ରଭୁ ତାଙ୍କ ବାର୍ତ୍ତା ଯିଖରିୟଙ୍କ ନିକଟକୁ ପଠାଇଲେ। “ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର। ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କର ନାହିଁ। ତୁମ୍ଭ ଭାଇ ବିରୁଦ୍ଧରେ ନିଜ ହୃଦୟରେ ଷଡ଼ଯନ୍ତ୍ର କର ନାହିଁ।’” କିନ୍ତୁ ସେହି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସେମାନେ ଜି‌ଦ୍‌ଖୋର ହୋଇ ତାଙ୍କ ମୁହଁ ଫେରାଇଲେ ଏବଂ ତାଙ୍କ କାନ ଘୋଡ଼ାଇ ପକାଇଲେ। ସେମାନେ ଜି‌ଦ୍‌ଖୋର ଏବଂ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କ ପୂର୍ବରୁ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ ମାନିବାକୁ ମନା କଲେ। ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ ବିଶେଷ କ୍ରୋଧାନ୍ୱିତ ହେଲେ। ଯେତେବେଳେ ସେମାନଙ୍କୁ ସେ ଡାକିଲେ, “ସେମାନେ ଶୁଣିଲେ ନାହିଁ। ସେଥିପାଇଁ ସେମାନେ ଯେତେବେଳେ ଆମ୍ଭକୁ ଡାକିବେ ଆମ୍ଭେ ମଧ୍ୟ ଶୁଣିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି। ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି, ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି। ସେହି ଦେଶ ବିନା କାର୍ଯ୍ୟକଳାପରେ ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା। ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।” ସଦାପ୍ରଭୁ ଯିରୁଶାଲମ ପ୍ରତି ଅନୁଗ୍ରହ କରିବାକୁ ଶପଥ କରନ୍ତି ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭେ ସିୟୋନ ପାଇଁ ଅତ୍ୟାସକ୍ତ ଏବଂ ପ୍ରଗାଢ଼ ଅନୁରାଗ ସହିତ ଆମ୍ଭେ ତା’ ପାଇଁ କ୍ରୋଧାନ୍ୱିତ।” ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ଯିରୁଶାଲମର ଖୋଲା ସ୍ଥାନରେ ବସ। ପ୍ରତ୍ୟେକଙ୍କ ହାତରେ ଏକ ଆଶାବାଡ଼ି ରହିବ କାରଣ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ। ଆଉ ମଧ୍ୟ ନଗରର ଖୋଲାସ୍ଥାନ କ୍ରୀଡ଼ାରତ ପୁଅ ଓ ଝିଅଙ୍କ ଦ୍ୱାରା ପରିପୂର୍ଣ୍ଣ ହେବ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଜଣାପଡ଼େ, ଏହା ସେମାନଙ୍କ ପ୍ରତି ମଧ୍ୟ ବିସ୍ମୟଜନକ ହେବ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା। ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ୟ ଏହି ଦିନଗୁଡ଼ିକରେ ସେହି ବାକ୍ୟଗୁଡ଼ିକ ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରୁ ଶୁଣୁଅଛ। ଯେତେବେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯାହାପାଇଁ ମନ୍ଦିର ନିର୍ମାଣ ହୋଇ ପାରିଥିଲା। ସେହି ଦିନ ପୂର୍ବରୁ ମନୁଷ୍ୟ ପାଇଁ ବେତନ ନ ଥିଲା, ପଶୁ ପାଇଁ ଆୟ ନ ଥିଲା, ବାହାରକୁ ଯିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତ୍ରୁମାନଙ୍କଠାରୁ କୌଣସି ନିରାପତ୍ତା ନ ଥିଲା, କାରଣ ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ। ଆମ୍ଭେ ପୂର୍ବରୁ ଯେପରି କରୁଥିଲୁ ସେହି ଅବଶିଷ୍ଟାଂଶଙ୍କ ସହିତ ସେପରି ବ୍ୟବହାର କରିବା ନାହିଁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି। “ଏହି ଲୋକମାନେ ଶାନ୍ତିରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ୟ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷୟ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭେମାନେ ଦେଶସବୁ ସମ୍ମୁଖରେ ଅଭିଶପ୍ତ ଥିଲ। ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କ୍ରୋଧାନ୍ୱିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦେବାକୁ ନିଷ୍ପତ୍ତି ନେଇଥିଲୁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କହିଲେ। “କିନ୍ତୁ ଏହି ଦିନଗୁଡ଼ିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ଯିରୁଶାଲମ ଓ ଯିହୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ। ତୁମ୍ଭେମାନେ ଏହିସବୁ ନିଶ୍ଚୟ କରିବ, “ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ୟ କୁହ। ତୁମ୍ଭେମାନେ ତୁମ୍ଭମାନଙ୍କର ନଗରମାନଙ୍କରେ ସତ୍ୟତା ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କର। ତୁମ୍ଭର ପ୍ରତିବାସୀର କ୍ଷତି କରିବାକୁ ତୁମ୍ଭ ହୃଦୟରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ୟା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସେହିସବୁକୁ ଘୃଣା କରୁ।” ସଦାପ୍ରଭୁ ଏହିସବୁ କହିଲେ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମୋ’ ନିକଟକୁ ପଠାଇଲେ। ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମୟ ଦିନ ହେବ। ତାହା ବିଜୟ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହେବ। ସେଥିପାଇଁ ତୁମ୍ଭେମାନେ ନିଶ୍ଚୟ ସତ୍ୟ ଓ ଶାନ୍ତିକୁ ପ୍ରେମ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଭବିଷ୍ୟତରେ ଅନେକ ସହରରେ ବାସ କରୁଥିବା ଲୋକମାନେ ଆସିବେ। ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ ଏବଂ କହିବେ, ‘ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।’ ଆସ ଯିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। ‘ମୁଁ ନିଜେ ମଧ୍ୟ ଯାଉଛି।’” ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ଯିରୁଶାଲମକୁ ଆସିବେ। ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ସେହି ଦିନମାନଙ୍କରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ଲୋକ, ଜଣେ ଯିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, ‘ତୁମ୍ଭ ସହିତ ଆମ୍ଭେ ଯିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି।’” ଅନ୍ୟ ଗୋଷ୍ଠୀ ବିଷୟରେ ବିଗ୍ଭର ଏକ ସ୍ୱର୍ଗୀୟବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷୟରେ। ସମସ୍ତ ଲୋକ ପରମେଶ୍ୱରଙ୍କୁ ଅନାଉଅଛନ୍ତି, “ଯେପରି ଇସ୍ରାଏଲ ଗୋଟିଏ ପରିବାରବର୍ଗ। ଏହା ମଧ୍ୟ ସତ୍ୟ ଯେ, ହମାତ୍, ସୋର ଓ ସୀଦୋନ ସୀମାରେ ଅବସ୍ଥିତ ଅଟେ। କାରଣ ସେମାନେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୁର୍ଗ ନିର୍ମାଣ କଲା। ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୂଳିପରି ଓ ସୁନାକୁ କାଦୁଅପରି ରାସ୍ତାରେ ଗଦା କଲା। ମାତ୍ର ସଦାପ୍ରଭୁ ଏହାକୁ ନେଇଯିବେ। ସେ ତା’ର ଧନ ସମୁଦ୍ରରେ ଫୋପାଡ଼ି ଦେବେ ଏବଂ ନଗରଟି ନିଆଁରେ ଜଳିଯିବ। “ଅସ୍କିଲୋନ ତାହା ଦେଖି ଭୟଭୀତ ହେବ ଓ ଘସାର ଲୋକମାନେ ଭୟରେ ଥରିବେ। ଇକ୍ରୋଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସାରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ୟ ଅସ୍କିଲୋନ ଜନଶୂନ୍ୟ ହେବ। ପୁଣି ଅ‌‌ସ୍‌‌ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି। ସେମାନେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ୟ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସେମାନେ ମଧ୍ୟ ମୋ’ ଲୋକମାନଙ୍କର ଅଂଶ ହେବେ, ଏହା ଯିହୁଦାର ଏକ ବଂଶ ହେବ। ଇକ୍ରୋଣର ଲୋକମାନେ ମୋ’ ଲୋକମାନଙ୍କର ଅଂଶୀଦାର ହେବେ, ଯେପରି ଯିବୂଷିୟମାନେ କରିଥିଲେ। ଆମ୍ଭେ ନିଜ ଦେଶରେ ଛାଉଣି ସ୍ଥାପନ କରିବା, ପ୍ରହରୀ ହେବା ଶତ୍ରୁମାନଙ୍କ ବିରୁଦ୍ଧରେ। କୌଣସି ଅତ୍ୟାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମୋର ସ୍ୱଚକ୍ଷୁରେ ଦେଖୁଛି। ମୋ’ ସ୍ୱଚକ୍ଷୁରେ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖୁଅଛି।” ଭବିଷ୍ୟତ ରାଜା ହେ ସିୟୋନର କନ୍ୟା ଆନନ୍ଦ କର! ହେ ଯିରୁଶାଲମର କନ୍ୟା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି। ସେ ଅତ୍ୟନ୍ତ ନମ୍ର। ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି। ଆମ୍ଭେ ଇଫ୍ରୟିମଠାରୁ ରଥକୁ କାଢ଼ି ନେବା, ଯିରୁଶାଲମଠାରୁ ଅଶ୍ୱ ଯୁଦ୍ଧରେ ବ୍ୟବହୃତ ଧନୁ କାଢ଼ି ନିଆଯିବ। ସେହି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୁତ ହେବ। ସଦାପ୍ରଭୁ ଆପଣା ଲୋକଙ୍କୁ ରକ୍ଷା କରିବେ ହେ ଯିରୁଶାଲମ, କାରଣ ରକ୍ତ ଦ୍ୱାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମୋହରାଙ୍କିତ ହୋଇଛି। ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନ ଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ। ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫେରିଯାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍ଭେ ଘୋଷଣା କରୁଛୁ ଯେ, ଆମ୍ଭେ ତୁମ୍ଭଙ୍କୁ ଦ୍ୱିଗୁଣ ଫେରାଇ ଦେବା। ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ୟବହାର କରିବା। ଇଫ୍ରୟିମକୁ ଆମ୍ଭର ଶର ରୂପେ ବ୍ୟବହାର କରିବା। ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ୍, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦେବା। ସଦାପ୍ରଭୁ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ବିଦ୍ୟୁତ୍ ସଦୃଶ ତାଙ୍କର ଶର ଯିବ। ସଦାପ୍ରଭୁ ପରମେଶ୍ୱର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡ଼ୁ ଝଡ଼ପରି ଅଗ୍ରସର ହେବେ। ସର୍ବଶକ୍ତିମାନ୍ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦେବେ। ସେମାନେ ଧ୍ୱଂସ ହେବେ, ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ବାଟୁଳି ଦ୍ୱାରା ପରାସ୍ତ କରିବେ। ସେମାନେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହେବେ, ସେମାନେ ଯଜ୍ଞବେଦିର କୋଣରେ ଥିବା ପାତ୍ର ଯେପରି ସେହିପରି ପୂର୍ଣ୍ଣ ହେବେ। ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ, ସେହି ଦିନ ତାଙ୍କର ଲୋକମାନେ ମେଷପରି ହେବେ। ସେମାନେ ତାଙ୍କ ଦେଶରେ ମୁକୁଟର ରତ୍ନ ସ୍ୱରୂପ ଝ‌କ୍‌ମକ୍ କରିବେ। ପ୍ରତ୍ୟେକ ଜିନିଷ ଉତ୍ତମ ଓ ସୁନ୍ଦର ହେବ। ଶସ୍ୟ ଏବଂ ନୂତନ ଦ୍ରାକ୍ଷାରସ ଯୁବକ ଯୁବତୀଙ୍କର ବଳ ବଢ଼ାଇବ। ସଦାପ୍ରଭୁଙ୍କ ପ୍ରତିଜ୍ଞା ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି। କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି। “ଆମ୍ଭେ ବିଶେଷଭାବରେ ପାଳକମାନଙ୍କ ଉପରେ କ୍ରୋଧାନ୍ୱିତ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଯେଉଁମାନେ ମେଷପଲର ଯତ୍ନ ନିଅନ୍ତି।” କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସେମାନଙ୍କୁ ଏକ ଯୋଦ୍ଧା ଅଶ୍ୱ ପରି ତିଆରି କରିବେ। “କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ। ସେମାନେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦେବେ। ସେମାନେ ଯୁଦ୍ଧ କରି ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ମଧ୍ୟ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି। ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଇଫ୍ରୟିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ୟଟି ପରି ଖୁସୀ ହେବେ। ସେମାନଙ୍କର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସେମାନଙ୍କର ହୃଦୟ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ। “ଆମ୍ଭେ ତୂରି ବଜାଇବା ଏବଂ ସେମାନଙ୍କୁ ଏକତ୍ରିତ କରାଇବା। ଆମ୍ଭେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ ଓ ସେମାନେ ଯେପରି ବହୁ ସଂଖ୍ୟାରେ ଥିଲେ ସେହିପରି ବହୁ ସଂଖ୍ୟାରେ ପୂର୍ଣ୍ଣ ହେବେ। ଯଦିଓ ଆମ୍ଭେ ଦେଶଗୁଡ଼ିକ ମଧ୍ୟରେ ସେମାନଙ୍କୁ ବିଛାଡ଼ି ଦେଇଛୁ, ସେମାନେ ସେହି ଦୂର ସ୍ଥାନରେ ଆମ୍ଭକୁ ମନେ ପକାଇବେ। ସେମାନେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସେମାନେ ଫେରିବେ। ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋ‌ନ୍‌ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।” ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ। ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମରେ, ସେମାନେ ସବୁସ୍ଥାନକୁ ଯିବେ।” ଏହା ସଦାପ୍ରଭୁ କହିଥିଲେ। ପରମେଶ୍ୱର ଅନ୍ୟରାଷ୍ଟ୍ରକୁ ଦଣ୍ତ ଦେବେ ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ୱାର ଖୋଲିଦିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡ଼ିକୁ ପୋଡ଼ି ପକାଇବେ। ତୁମ୍ଭେ ଦେବଦାରୁ ଜାତୀୟ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡ଼ିଯାଇଛି। ଶକ୍ତିଶାଳୀମାନେ ଧ୍ୱଂସ ହୋଇଛନ୍ତି। ଶୋକ କର, ହେ ବାଶନର ଅଲୋନବୃକ୍ଷ ସେହି ଦୁର୍ଗମ ବନ କଟାଗଲା। ମେଷପାଳକମାନଙ୍କର ବିଳାପ ଶୁଣ। କାରଣ ସେମାନଙ୍କର ଶକ୍ତିଶାଳୀ ନେତାମାନେ ଧ୍ୱଂସ ହେଲେ। ଯୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ୱଂସ ହୋଇଛି। ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ। ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।” ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।” ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ। ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ। ତା’ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।” ତା’ପରେ ଆମ୍ଭେ ଶୋଭା ନାମକ ଯଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ୱଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ। ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା’ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା। ତା’ପରେ ମୁଁ କହିଲି, “ଯଦି ତୁମ୍ଭେମାନେ ମୋତେ ମୋର ବେତନ ଦେବାକୁ ଇଚ୍ଛା କରୁଛ ତେବେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ।” ତେଣୁ ସେମାନେ ମୋର ମଜୁରୀ ତିରିଶ୍ ରୌପ୍ୟ ମୁଦ୍ରା ଦେଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ସେହି ମହତ ମୂଲ୍ୟକୁ ଫୋପାଡ଼ି ଦିଅ, କାରଣ ସେମାନେ ଆମ୍ଭର ମୂଲ୍ୟ ରାଜକୋଷ ମଧ୍ୟରୁ ନିରୂପଣ କଲେ।” ତେଣୁ ମୁଁ ସେହି ତିରି‌‌ଶ୍‌‌ଟି ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ପକାଇ ଦେଲି। ତା’ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ପୁନର୍ବାର ସେହି ନିର୍ବୋଧ ମେଷପାଳକର ସାଜ ଦିଅ। କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉ‌ତ୍‌ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।” ଯେ ଅଯୋଗ୍ୟ ମେଷପାଳକ, ସେ ପଲକୁ ତ୍ୟାଗ କରେ। ତାକୁ ଧିକ୍! ‌‌ ଖ‌ଡ଼୍‌ଗ ତା’ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ। ଯିହୁଦାର ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକ ବିଷୟରେ ଦର୍ଶନ ସମୂହ ଏକ ସ୍ୱର୍ଗୀୟ ବାଣୀ, ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ଯିଏ କି ସ୍ୱର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ଯିଏ କି ମନୁଷ୍ୟମାନଙ୍କ ମଧ୍ୟରେ ନିଶ୍ୱାସପ୍ରଶ୍ୱାସ ସ୍ଥାପନ କରିଅଛନ୍ତି। “ଦେଖ, ଦେଶସମୂହ ପ୍ରତି ଯିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ଯିରୁଶାଲମ ଅବରୋଧ ହୋଇ ରହିବ। କିନ୍ତୁ ଆମ୍ଭେ ଯିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସେମାନେ ଆଘାତପ୍ରାପ୍ତ ହେବେ। ସେହି ଲୋକମାନେ ପ୍ରକୃତରେ କ୍ଷତବିକ୍ଷତ ହେବେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ଯିରୁଶାଲମ ବିରୁଦ୍ଧରେ ଏକତ୍ରିତ ହେବେ। ସଦାପ୍ରଭୁ କୁହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଭୟଭୀତ କରାଇବା ଏବଂ ଅଶ୍ୱାରୋହୀର ମତିଭ୍ରମ ହେବ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ୱକୁ ଅନ୍ଧ କରିଦେବା, ମାତ୍ର ମୋର ଚକ୍ଷୁ ଖୋଲା ରହିବ ଏବଂ ଯିହୁଦା ଉପରେ ମୋର ସତର୍କ ଦୃଷ୍ଟି ରହିବା ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସେମାନେ କହିବେ, ‘ଯିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆସ୍ଥା ରଖନ୍ତି।’ ସେହି ଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧ୍ୟରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହୋଇଥିବା ନୂତନ ଶସ୍ୟ ମଧ୍ୟରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସେମାନେ ତାଙ୍କ ବାମ ଓ ଦକ୍ଷିଣରେ ଥିବା ଲୋକମାନଙ୍କୁ ଧ୍ୱଂସ କରିବେ କିନ୍ତୁ ଯିରୁଶାଲମ ତା’ର ସ୍ଥାନରେ ଅକ୍ଷତ ରହିବ।” ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡ଼ିକୁ ରକ୍ଷା କରିବେ। ସେ ଏପରି କରିବେ ଯଦ୍ଦ୍ୱାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ଯିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହେବ ନାହିଁ। ସେହି ଦିନ ସଦାପ୍ରଭୁ ପୁନର୍ବାର ଯିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦେବେ। ଏପରିକି ସବୁଠାରୁ ଦୁର୍ବଳ ବ୍ୟକ୍ତି ମଧ୍ୟ ସେହି ଦିନ ଦାଉଦଙ୍କ ପରି ହେବ। ସେହି ଦିନ ଆଉ ମଧ୍ୟ ଦାଉଦଙ୍କ ପରିବାର ଲୋକ ଦେବତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖରେ ହେବେ। ସଦାପ୍ରଭୁ କୁହନ୍ତି, “ସେହି ଦିନ ଯେଉଁ ଦେଶ ଯିରୁଶାଲମ ବିରୁଦ୍ଧରେ ଆସିବ ଆମ୍ଭେ ତାକୁ ଧ୍ୱଂସ କରିବା। ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି। ସେହି ଦିନ, ଯିରୁଶାଲମରେ ଶୋକ ହେବ, ଏପରି ମହାନ ଶୋକ ଯେପରିକି ହଦଦ୍-ରିମ୍ମୋଣ ମଗିଦ୍ଦୋନର ଉପତ୍ୟକାରେ ହୋଇଥିଲା। ସମଗ୍ର ଦେଶ ଶୋକ କରିବ, ପ୍ରତ୍ୟେକ ପରିବାର ନିଜେ ନିଜେ ଶୋକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ। ଲେବୀ ପରିବାରର ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିୟିର ପରିବାରମାନେ ନିଜେ ନିଜେ ଶୋକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ। ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରତ୍ୟେକ ପରିବାରବର୍ଗ ଏକା ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।” ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ। ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା ଆଉ ହେବେ ନାହିଁ ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। ଯଦି କେହି ଭବିଷ୍ୟ‌ଦ୍‌ବାଣୀ କରୁଛି ତା’ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା’ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟ‌ଦ୍‌ବାଣୀ କରିବ ତାକୁ ‌‌ଖ‌ଡ଼୍‌ଗରେ ବିନାଶ କରିବେ। ସେଦିନ ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟ‌ଦ୍‌ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ‌‌ଖ‌ଡ଼୍‌ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। ତା’ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’” ସୁବିଗ୍ଭର ଦିନ ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ। ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ। ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି। ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ। ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ। ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ। *** ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ। ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ। ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ। ଲୋକମାନେ ଯିବେ ଓ ସେଠାରେ ବାସ କରିବେ। ପୁନର୍ବାର ଯିରୁଶାଲମ ସମ୍ପୂର୍ଣ୍ଣ ଧ୍ୱଂସ ହେବ ନାହିଁ। ଯିରୁଶାଲମ ନିରାପଦ ହେବ। ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସେହିମାନଙ୍କ ବିରୁଦ୍ଧରେ ଯେଉଁମାନେ ଯିରୁଶାଲମ ବିରୁଦ୍ଧରେ ଲଢ଼ୁଥିଲେ। ଲୋକମାନେ ଛିଡ଼ା ହୋଇ ଥିବା ବେଳେ ସେମାନଙ୍କର ଚର୍ମ ପଚିଯିବ। ସେମାନଙ୍କର ଚକ୍ଷୁ କୋଟର ମଧ୍ୟରେ ପଶିଯିବ ଓ ଜିହ୍ୱା ପାଟି ମଧ୍ୟରେ ପଶିଯିବ। ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ। ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ। *** *** ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ। ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସେମାନଙ୍କ ଉପରେ ପଡ଼ିବ ନାହିଁ। ଯଦି ମିଶରର ପରିବାର ନ ଆସନ୍ତି, ବର୍ଷା ସେମାନଙ୍କ ଉପରେ ଆସିବ ନାହିଁ। ତା’ ବଦଳରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯାଇ ନ ଥିଲେ। ତାହା ମିଶରର ପାପ ହେବ ଏବଂ ପ୍ରତ୍ୟେକ ଦେଶର ପାପ, ଯେଉଁମାନେ ଯାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ। ସେହି ଦିନ ‘ସଦାପ୍ରଭୁଙ୍କ ପବିତ୍ର’ ଏପରିକି ଅଶ୍ୱଗଣର ଘଣ୍ଟିରେ ମଧ୍ୟ ଲେଖାଯିବ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ସମସ୍ତ ପାତ୍ର ଯଜ୍ଞବେଦିର ଜଳପାତ୍ର ତୁଲ୍ୟ ହେବ। ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ। ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ। ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ୱର ମଲାଖିକୁ ନିଯୁକ୍ତ କରିଥିଲେ। ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।” ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?” ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ। ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡ଼ିକୁ ଧ୍ୱଂସ କଲୁ। ଏଷୌର ମାତୃଭୂମି ଧ୍ୱଂସ ପାଇଲା ଏବଂ ସେଠାରେ କେବଳ ଶୃଗାଳ ବାସ କରିଲେ।” ଇଦୋମର ଲୋକମାନେ କହିବେ, “ଆମ୍ଭେମାନେ ନିପାତିତ ହୋଇଥିଲୁ ମାତ୍ର ଆମ୍ଭେମାନେ ଆମ୍ଭର ବିଧ୍ୱସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।” ମାତ୍ର ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦି ସେମାନେ ସେହି ନଗରୀଗୁଡ଼ିକୁ ପୁଣି ନିର୍ମାଣ କରିବେ, ଆମ୍ଭେ ପୁଣି ତାକୁ ଧ୍ୱଂସ କରିବା।” ସେଥିପାଇଁ ଲୋକେ କୁହନ୍ତି, ଇଦୋମ ଏକ ଦୁଷ୍ଟ ଦେଶ, ଯାହାର ଲୋକମାନଙ୍କୁ ସଦାପ୍ରଭୁ ଚିରକାଳ ପାଇଁ ଅଭିଶାପ ଦେଇଛନ୍ତି। ତୁମ୍ଭେମାନେ ଏହିସବୁ ଦେଖିବ ଓ କହିବ, “ସଦାପ୍ରଭୁ ଇସ୍ରାଏଲର ବାହାରେ ମଧ୍ୟ ମହିମାନ୍ୱିତ ହୁଅନ୍ତୁ।” ଲୋକମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି ନାହିଁ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ। “କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦି ଉପରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ। “ତଥାପି ତୁମ୍ଭେମାନେ କହୁଛ, ‘ଆମ୍ଭେମାନେ କ’ଣ ଖାଦ୍ୟକୁ ଅଶୁଚି କରୁଛୁ?’ ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦିକୁ ଅସମ୍ମାନ କରୁଛ। ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ। “ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହେବେ। ଏହା ତୁମ୍ଭର ଭୁଲ୍ ଯୋଗୁଁ ହୋଇଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ?” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ। “ଆମ୍ଭେ ଇଚ୍ଛାକରୁ, ତୁମ୍ଭର କେହି ଯାଜକ ଦ୍ୱାର ବନ୍ଦ କରିଦିଅନ୍ତୁ। ତା’ହେଲେ ତୁମ୍ଭେ ମୋର ବେଦିରେ ଅନୁପଯୋଗୀ ଅଗ୍ନି ଜଳାଇ ପାରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠାରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନୈବେଦ୍ୟ ଗ୍ରହଣ କରିବୁ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ। “ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ। “ମାତ୍ର, ତୁମ୍ଭେମାନେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭେମାନେ କହୁଛ ସଦାପ୍ରଭୁଙ୍କର ଯଜ୍ଞବେଦି ଅପବିତ୍ର। ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହେବ ନାହିଁ ଏବଂ ତୁମ୍ଭେ ଯଜ୍ଞବେଦିରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ୟାଗ କରୁଛ, ଆଉ ମଧ୍ୟ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ୟ ନୁହେଁ। ତା’ପରେ ତୁମ୍ଭେମାନେ ଆହତ, ଛୋଟା ଓ ରୁ‌ଗ୍‌ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସେହି ରୁ‌ଗ୍‌ଣ ପଶୁଗୁଡ଼ିକୁ ଆମ୍ଭେ ଗ୍ରହଣ କରିବା ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ। “କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁ‌ଗ୍‌ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ। ଯାଜକମାନଙ୍କ ପାଇଁ ବିଧିମାନ “ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ। ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ। “ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦେବା। ଛୁଟିଦିନମାନଙ୍କରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭେମାନେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗିଦିଅ, ଆମ୍ଭେ ସେହି ଗୋବରକୁ ନେଇ ତୁମ୍ଭମାନଙ୍କ ମୁହଁରେ ପକାଇବା ଓ ତୁମ୍ଭମାନଙ୍କୁ ସେହି ଗୋବର ସହିତ ଫିଙ୍ଗି ଦେବା। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ୱାରା ଲେବୀମାନଙ୍କ ସହିତ ଆମ୍ଭର ନିୟମ ଗ୍ଭଲୁ ରହିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ। “ଆମ୍ଭେ ଲେବୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦେବା ପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା। ଲେବୀ ସତ୍ୟବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ୟା ଶିକ୍ଷା ଦେଉନ ଥିଲା। ସେ ଧାର୍ମିକ ଏବଂ ବିଶ୍ୱସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସେମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା। ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ। “ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହୋଇଛ ଏବଂ ତୁମ୍ଭେମାନେ ବହୁତ ଲୋକମାନଙ୍କୁ ଭୁଲ୍ ପଥରେ ଯିବା ପାଇଁ ଶିଖାଇଲ। ତୁମ୍ଭେମାନେ ଲେବୀଙ୍କ ସହିତ ହୋଇଥିବା ଚୁକ୍ତିକୁ ଲଙ୍ଘନ କଲ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ। “ତୁମ୍ଭେମାନେ ଆମ୍ଭର ପଥ ଅନୁସରଣ କରି ନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ୱାରା ପକ୍ଷପାତିତା ଦେଖାଇଛ। ତେଣୁ ସମସ୍ତ ଲୋକମାନଙ୍କ ଆଗରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।” ଯିହୁଦା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା ପରମେଶ୍ୱର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ୍ଭ ମଧ୍ୟରୁ କେହି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭେମାନେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ୱସ୍ତ? କାହିଁକି ପରମେଶ୍ୱର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭେମାନେ ତାହା ଭାଙ୍ଗୁଛୁ? ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ। ସଦାପ୍ରଭୁ ଯାକୁବ ପରିବାରରୁ ସେହି ଲୋକମାନଙ୍କୁ ବିତାଡ଼ିତ କରିବେ। ସେହି ଲୋକମାନେ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ ହେବ ନାହିଁ ଏବଂ ସଦାପ୍ରଭୁ କେବେହେଲେ ସନ୍ତୁଷ୍ଟ ହେବେ ନାହିଁ। ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ। ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ। ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି! “ଆମ୍ଭେ ଛାଡ଼ପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ୟ ଲୋକମାନେ କରୁଥିବା ନିଷ୍ଠୁର କାର୍ଯ୍ୟକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ୱସ୍ତ ହୁଅ ନାହିଁ।” ବିଗ୍ଭରର ସ୍ୱତନ୍ତ୍ର ଦିନ ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି। “ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ। ଅଗ୍ନିରେ ରୂପା ବିଶୁଦ୍ଧ ହେଲାପରି ସେ ଲେବୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରୌପ୍ୟ ସଦୃଶ ସେମାନଙ୍କୁ ଶୁଦ୍ଧ କରିବ। ତା’ପରେ ସେମାନେ ସଦାପ୍ରଭୁଙ୍କ ପାଇଁ ଉପଯୁକ୍ତ ନୈବେଦ୍ୟ ଆଣିବେ। ତା’ପରେ ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳରେ କରିଥିଲେ। ତା’ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ। ପରମେଶ୍ୱରଙ୍କଠାରୁ ଗ୍ଭେରି “ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହେବା ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହୋଇ ନାହଁ। ମାତ୍ର ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କଲ ନାହିଁ, ଠିକ୍ ଯେପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ୟ ଆମ୍ଭକୁ ଅବଜ୍ଞା କଲେ। ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, ତାହାହେଲେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରିଯିବା,” ସଦାପ୍ରଭୁ ଏହିକଥା କହିଥିଲେ। “ତୁମ୍ଭେମାନେ ପଗ୍ଭରୁଛ, ‘ଆମ୍ଭେମାନେ କିପରି ଫେରିଯାଇ ପାରିବୁ?’ ଉତ୍ତରରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,“ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ବନ୍ଦ କର। ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଗ୍ଭେରିକଲ। “ତୁମ୍ଭେମାନେ ପୁଣି ପ୍ରଶ୍ନ କଲ, ‘ଆମ୍ଭେମାନେ ତୁମ୍ଭଠାରୁ କ’ଣ ଗ୍ଭେରି କଲୁ?’ ଉତ୍ତରରେ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ତୁମ୍ଭ ଦ୍ରବ୍ୟର ଏକ ଦଶମାଂଶ ଦେବା କଥା। ମୋତେ ଏକ ସ୍ୱତନ୍ତ୍ର ଭେଟି ଦେବା କଥା। ମାତ୍ର ସେ ସବୁ ତୁମ୍ଭେମାନେ ମୋତେ ଦେଲନାହିଁ। ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମୋର ଦ୍ରବ୍ୟ ଗ୍ଭେରି କରିଛ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଅଭିଶପ୍ତ।” ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ। ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ। “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ। ବିଗ୍ଭରର ସ୍ୱତନ୍ତ୍ର ଦିନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଟୁବାକ୍ୟ ପ୍ରୟୋଗ କରୁଛ।” ତଥାପି ତୁମ୍ଭେ କହୁଛ, “ଆମ୍ଭେମାନେ ଆପଣଙ୍କ ବିରୁଦ୍ଧରେ କ’ଣ କହିଅଛୁ?” ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା’ର ଫଳ କିଛି ହେଲା ନାହିଁ। ଆମ୍ଭେମାନେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ଯ୍ୟ ହୁଅନ୍ତି। ସେମାନେ ପରମେଶ୍ୱରଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ମନ୍ଦକାର୍ଯ୍ୟ କରି ଗ୍ଭଲନ୍ତି ଏବଂ ସେମାନେ କିଛି ଦଣ୍ତ ପାଆନ୍ତି ନାହିଁ।” ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି। ସଦାପ୍ରଭୁ କହିଲେ, “ସେମାନେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ଯ୍ୟ କରିବାକୁ ସ୍ଥିର କରିଥାଏ ନ୍ୟାୟ ଦେବା ପାଇଁ। ମୁଁ ମୋ’ ଅନ୍ୱେଷଣକାରୀମାନଙ୍କୁ ସ୍ନେହ କରିବି ଯେପରି ଜଣେ ବାପା ତା’ର ଆଜ୍ଞାଧୀନ ପୁତ୍ରକୁ ସ୍ନେହ କରେ। ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ। “ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ। “ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝ‌କ୍‌ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ। ତା’ପରେ ତୁମ୍ଭେମାନେ ସେହି ଦୁଷ୍ଟାଗ୍ଭରୀଙ୍କ ଉପରେ ବିଚରଣ କରିବ। ସେମାନେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହେବେ। ଏହିସବୁ ସେହି ଦିନ ଘଟିବ ଯେଉଁ ଦିନ ଆମ୍ଭେ ସୃଷ୍ଟି କରିଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ। “ମୋଶାଙ୍କର ବ୍ୟବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହୋରେବ ପର୍ବତରେ ଏହି ବ୍ୟବସ୍ଥା ଓ ନିୟମମାନ ତାଙ୍କୁ ଦେଇଥିଲୁ। ସେହି ବ୍ୟବସ୍ଥା ଇସ୍ରାଏଲର ସମସ୍ତ ଲୋକଙ୍କ ପାଇଁ ଥିଲା।” ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ। ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସେମାନଙ୍କର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ୱର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ କରିବା।” ଯୀଶୁଙ୍କ ବଂଶାବଳୀ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର। ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା। ଇ‌‌ସ୍‌‌ହାକ ଯାକୁବଙ୍କ ବାପା। ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା। ଯିହୂଦା, ଫେରସ ଓ ସେରହଙ୍କ ବାପା। (ତାମର, ସେମାନଙ୍କ ମା) ଫେରସ ହିଷ୍ରୋଣଙ୍କ ବାପା। ହିଷ୍ରୋଣ ଅରାମଙ୍କ ବାପା। ଅରାମ ଅମ୍ମୀନାଦାବ ବାପା। ଅମ୍ମୀନାଦାବ ନହଶୋନଙ୍କ ବାପା। ନହଶୋନ ସଲମୋନଙ୍କ ବାପା। ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ) ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା) ଓବେଦ ଯିଶୟଙ୍କ ବାପା। ଯିଶୟ ରାଜା ଦାଉଦଙ୍କ ବାପା। ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ) ଶଲୋମନ ରିହବିୟାମଙ୍କ ବାପା। ରିହବିୟାମ ଅବିୟଙ୍କ ବାପା। ଅବିୟ ଆସାଙ୍କ ବାପା। ଆସା ଯିହୋଶାଫଟଙ୍କ ବାପା। ଯିହୋଶାଫଟ ଯୋରାମଙ୍କ ବାପା। ଯୋରାମ ଉଜିୟଙ୍କ ବାପା। ଉଜିୟ ଯୋଥମଙ୍କ ବାପା। ଯୋଥମ୍ ଆହାସଙ୍କ ବାପା। ଆହାସ ହିଜକିୟଙ୍କ ବାପା। ହିଜକିୟ ମନଃଶିଙ୍କ ବାପା। ମନଃଶି ଅମୋନଙ୍କ ବାପା। ଅମୋନ ଯୋଶିୟଙ୍କ ବାପା। ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲ ଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।) ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା। ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା। ଜିରୁବାବିଲ ଅବୀହୂଦଙ୍କ ବାପା। ଅବୀହୂଦ ଏଲିୟାକୀମଙ୍କ ବାପା। ଏଲିୟାକୀମ ଅ‌ଜ୍‌ଜୂରଙ୍କ ବାପା। ଅ‌ଜ୍‌ଜୂର ସାଦୋକଙ୍କ ବାପା। ସାଦୋକ ଯାଖୀନଙ୍କ ବାପା। ଯାଖୀନ ଏଲୀହୂଦଙ୍କ ବାପା। ଏଲୀହୂଦ ଇଲିୟାଜରଙ୍କ ବାପା। ଇଲିୟାଜର ମଥାନଙ୍କ ବାପା। ମଥାନ ଯାକୁବଙ୍କ ବାପା। ଯାକୁବ ଯୋଷେଫଙ୍କ ବାପା। ଯୋଷେଫ ମରିୟମଙ୍କ ସ୍ୱାମୀ। ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। କିନ୍ତୁ ତାହଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ। କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର। ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”) ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ। ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ ହେରୋଦଙ୍କ ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।” ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି: ‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ! ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’” ତା’ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ। ତା’ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।” ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ। ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ। କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ। ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।” ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।” ହେରୋଦ ବେ‌‌‌‌‌‌ଥ୍‌‌‌‌‌‌ଲେହିମର ଶିଶୁ ପୁତ୍ରମାନଙ୍କୁ ହତ୍ୟା କଲେ ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା’ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ। ଏହିଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା: “ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା। ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା। କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି। କାରଣ ତା’ର ପିଲାମାନେ ମରିଯାଇଥିଲେ।” ଯୋଷେଫ ଓ ମରିୟମ ମିଶରରୁ ଫେରିଲେ ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ। ଦୂତ କହିଲେ, “ଉଠ, ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ, ସେମାନେ ଏବେ ମରିଗଲେଣି।” ତେଣୁ ଯୋଷେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଫେରିଗଲେ। କିନ୍ତୁ ଯୋଷେଫ ଶୁଣିଲେ ଯେ, ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୂଦାରେ ରାଜା ହୋଇଛନ୍ତି। ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋଷେଫ ଗାଲିଲୀ ପ୍ରଦେଶକୁ ଗଲେ। ସେ ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେବୋଲି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ। ସେହି ବାକ୍ୟ ଅନୁସାରେ ଏହା ଘଟିଲା। ବାପ୍ତିଜକ ଯୋହନଙ୍କ କାର୍ଯ୍ୟ ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” ସେହି ଯୋହନଙ୍କ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ କହୁଥିଲେ, “ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର: ‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର।’” ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ। ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ। “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ’ପରେ ଯେ ଆସୁଛନ୍ତି, ସେ ମୋ’ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।” ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ ସେହି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନେବା ପାଇଁ ଯୀଶୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?” ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ। ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।” ଯୀଶୁଙ୍କୁ ପରୀକ୍ଷା ତା’ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।” ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି, ‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ, କିନ୍ତୁ ତା’ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’” ତା’ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ। ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ। ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’” ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’” ତା’ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା. ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।” ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ। ତାହାଙ୍କର ହିଁ ସେବା କର! ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା’ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ। ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ। ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ। “ସବୂଲୂନ ଓ ନପ୍ତାଲି ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ। ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ, ସେମାନେ ଏକ ମହାନ ଜ୍ୟୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ, ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।” ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।” ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ। ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ, “ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର। ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ। ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ; କାରଣ ଏ ପୃଥିବୀ ସେହିମାନଙ୍କର ହେବ। ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ, କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ। ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ। ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ; କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ। ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ, କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ। ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ; କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର। “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ। ତୁମ୍ଭେମାନେ ଲୁଣ ଓ ଆଲୋକ ପରି “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ। “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ। ଯୀଶୁ ଓ ପୁରାତନ ନିୟମର ଲେଖାସମୁହ “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ। “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ। ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ। “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା’ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର। “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା’ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ। ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’ କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା’ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’ କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ। ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’ କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା’ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ। ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’ କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ। ସମସ୍ତଙ୍କୁ ପ୍ରେମ କର “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’ କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। ତା’ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ୟ ଏହା କରନ୍ତି। ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ଦାନ ବିଷୟରେ ଯୀଶୁଙ୍କ ଉପଦେଶ “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ। “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ। ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା’ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ। “ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। ଏଣୁ ଏହିଭଳି ପ୍ରାର୍ଥନା କର: ‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ। ତୁମ୍ଭର ରାଜ୍ୟ ଆସୁ। ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ। ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ। ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର। ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।’ ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ। ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ। ପରମେଶ୍ୱର ସେବା ଧନ ଅପେକ୍ଷା ମହାନ୍ “ନିଜ ପାଇଁ ଏ ସଂସାରରେ ଧନ ସଞ୍ଚୟ କର ନାହିଁ। ଏଠାରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରିଦେବେ। ଗ୍ଭେର ପଶି ସିନ୍ଧି କାଟି ଗ୍ଭେରି କରିନେବ। ବରଂ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ସେଠାରେ ତାକୁ ପୋକ କି କଳଙ୍କ ମଧ୍ୟ ନଷ୍ଟ କରି ପାରିବ ନାହିଁ। ସେଠାରେ ଗ୍ଭେର ବି ସିନ୍ଧି କାଟି ସେହିଧନ ଗ୍ଭେରାଇ କରି ନେଇ ପାରିବ ନାହିଁ। କାରଣ ଯେଉଁଠାରେ ତୁମ୍ଭର ଧନ, ସେଠାରେ ତୁମ୍ଭର ମନ। “ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ। କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହୋଇଯିବ। ତୁମ୍ଭ ଭିତରର ସେହି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହୋଇଯାଏ ତେବେ ସେ ଅନ୍ଧକାର କେତେ ଘନୀଭୂତ ନ ହେବ! “ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ। ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ। ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ। ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ। “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ? “ଏଣୁ ଚିନ୍ତାଗ୍ରସ୍ତ ହୋଇ କୁହ ନାହିଁ ଯେ, ଆମ୍ଭେ କ’ଣ ଖାଇବା, କ’ଣ ପିଇବା ବା କ’ଣ ପିନ୍ଧିବା? ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର। ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା’ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ। ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ। ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ “ଅନ୍ୟର ବିଗ୍ଭର କର ନାହିଁ, ତା’ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ। “ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା’ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା’ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ। “କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ। ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠ‌କ୍‌ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠ‌କ୍‌ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ। “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ! ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଶିକ୍ଷାର ଅର୍ଥ। ସ୍ୱର୍ଗ ଏବଂ ନର୍କର ମାର୍ଗ “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି। ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର “ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ। “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’ ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା’ର ମୂଳଦୁଆ ପଥର ଉପରେ ରହିଥିଲା। “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।” ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ। ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।” ତା’ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା’ର କୁଷ୍ଠରୋଗ ଭଲ ହୋଇଗଲା। ତା’ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।” ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ ତା’ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।” ତା’ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।” ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।” ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।” ତା’ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା। ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ। ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ: “ସେ ଆମ୍ଭର ରୋଗ ସବୁ ନେଇଗଲେ ଏବଂ ଆମ୍ଭର ଅସୁସ୍ଥତା ବହିଲେ।” ଯୀଶୁଙ୍କୁ ଅନୁସରଣ କରିବା ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ। ତା’ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।” ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।” ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା’ପରେ ମୁଁ ଆପଣଙ୍କର ଅନୁସରଣ କରିବି।” କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।” ଅନୁସରଣ କାରୀମାନେ ଯୀଶୁଙ୍କର ଶକ୍ତି ଦେଖିଲେ ଯୀଶୁ ନୌକାରେ ଯାଇ ବସିଲେ, ଏବଂ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁଗମନ କଲେ। ସେହି ସମୟରେ ହ୍ରଦରେ ଭୟଙ୍କର ଝଡ଼ ହେଲା। ଲହଡ଼ିରେ ଡଙ୍ଗା ଓଲଟ ପାଲଟ ହୋଇ ପଡ଼ୁଥିଲା। କିନ୍ତୁ ଯୀଶୁ ଶୋଇ ଥିଲେ। ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।” ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା’ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା’ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!” ଭୂତ କବଳରୁ ଦୁଇଜଣଙ୍କୁ ମୁକ୍ତି ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ। ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?” ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ। ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।” ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା’ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ। ତା’ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ। ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ। କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।” କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।” ସେମାନେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, “ତୁମ୍ଭମୋନେ ମନ ଭିତରେ ମନ୍ଦ ଭାବନା କାହିଁକି ଆଣୁଛ? ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହେବ: ‘ତୁମ୍ଭର ପାପ କ୍ଷମା କରି ଦିଆଗଲା’ ନା ‘ଉଠ, ଗ୍ଭଲିବା ଆରମ୍ଭ କର’? ମୁଁ ତୁମ୍ଭକୁ ଦେଖେଇ ଦେବି ଯେ, ଏ ଜଗତରେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିଦେବାର ଶକ୍ତି ଅଛି।” ତା’ପରେ ଯୀଶୁ ସେହି ପକ୍ଷାଘାତ ରୋଗୀଟିକୁ କହିଲେ, “ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।’ ପକ୍ଷାଘାତ ରୋଗୀଟି ଉଠି ଘରକୁ ଗ୍ଭଲିଗଲା। ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ। ଯୀଶୁ ମାଥିଉଙ୍କୁ ବାଛିଲେ ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ। ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ। ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?” ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର। ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’ ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।” ଯୀଶୁ ଅନ୍ୟ ଧାର୍ମିକ ଯିହୂଦୀଙ୍କ ଭଳି ନୁହନ୍ତି ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ, ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?” ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା’ପରେ ସେମାନେ ଉପବାସ କରିବେ। “କେହି କେବେ ପୁରୁଣା ଲୁଗା କଣାରେ ନୂଆ କନାର ତାଳି ପକାଏ ନାହିଁ, କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହୋଇ ନ ଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହେବା ବେଳକୁ ପୁରୁଣା ଲୁଗାକୁ ଗ୍ଭରିପଟୁ ଟାଣିଦେବ ଓ କଣାଟି ଆହୁରି ଅଧିକ ବଡ଼ ହୋଇଯିବ। ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।” ଯୀଶୁ ଗୋଟିଏ ମୃତ ଝିଅଟିକୁ ଜୀବନ ଦେଲେ ଓ ଅସୁସ୍ଥ ସ୍ତ୍ରୀଲୋକଟିକୁ ସୁସ୍ଥ କରିଦେଲେ ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା’ଉପରେ ହାତ ରଖିଦିଅ, ତା’ହେଲେ ସେ ପୁଣି ବଞ୍ଚି ଉଠିବ।” ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ। ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା’ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା। ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।” ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା। ତା’ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ। ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା। ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରନ୍ତି ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର, ଆମ୍ଭମାନଙ୍କୁ ଦୟା କର।” ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”। ତା’ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ତା’ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।” କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ। ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା ଦେହରେ ଭୂତ ପ୍ରବେଶ କରି ରହିଥିଲା। ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା’ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।” କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।” ଲୋକମାନଙ୍କ ପାଇଁ ଯୀଶୁ ଦୁଃଖ କରନ୍ତି ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ। ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ମେଷପାଳକ ନ ଥିଲେ ମେଷପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସେହିଭଳି ନିରାଶା ଓ ଅସହାୟତାରେ ପୂର୍ଣ୍ଣଥିଲା। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫସଲ (ଲୋକ) ବହୁତ। କିନ୍ତୁ ମୂଲିଆ (ସେବକ) କମ୍ ଅଛନ୍ତି। ଫସଲ ଅମଳ (ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର।” ଯୀଶୁ ପ୍ରେରିତ ମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର ପାଇଁ ପଠାଇଲେ ଯୀଶୁ ତାହାଙ୍କର ବାରଜଣ ଶିଷ୍ୟଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡ଼ିଦେବା ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦେବା ପାଇଁ ଶିଷ୍ୟମାନଙ୍କୁ ଶକ୍ତି ପ୍ରଦାନ କଲେ। ସେହି ବାରଜଣ ଶିଷ୍ୟଙ୍କ ନାମ ଏହିଭଳି: ଶିମୋନ (ଯାହାଙ୍କୁ ପିତର ବୋଲି କୁହାଯାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ। ଫିଲି‌ପ୍‌ପ ଓ ବାର୍ଥଲମି, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, ଉ‌‌‌‌‌‌‌ଦ୍‌‌ଯୋଗୀ ଶିମୋନ ଓ ଇଷ୍କାରିୟୋତ ଯିହୂଦା। ଏହି ଇଷ୍କାରିୟୋତ ଯିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା। ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍। “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ। ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ। “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ। “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’ କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ। ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ। “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍। ଯୀଶୁଙ୍କଠାରେ ବିଶ୍ୱାସ “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ। ଯୀଶୁଙ୍କ ଅନୁସରଣ ତୁମ୍ଭ ପାଇଁ ବିପଦ ଆଣିପାରେ “ତୁମ୍ଭେ ଭାବ ନାହିଁ ଯେ ମୁଁ ପୃଥିବୀରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖ‌‌ଡ଼୍‌‌ଗ ଆଣିବା ପାଇଁ ଆସିଛି। ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ। ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’ “ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କ୍ରୁଶ ବୋହି ମୋର ଅନୁସରଣ କରେ ନାହିଁ, ସେ ମୋତେ ପାଇବାକୁ ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା’ ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇବସିବ। କିନ୍ତୁ ଯେଉଁ ଲୋକ ମୋ’ ସକାଶେ ଜୀବନ ହରାଏ, ସେ ବାସ୍ତବଜୀବନ ପାଇ ପାରିବ। ତୁମ୍ଭକୁ ଗ୍ରହଣ କରିଥିବା ଲୋକମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ “ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ। ଯେଉଁ ଲୋକ ପରମେଶ୍ୱରଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଭେଟି ତାହାଙ୍କୁ ସ୍ୱାଗତ କରେ, ତେବେ ସେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ୱୀକାର କରେ ତେବେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ। “ଯଦି କେହି ଲୋକ ମୋର ଏହି ଛୋଟ ଓ ସରଳ ଶିଷ୍ୟମାନଙ୍କ ମଧ୍ୟରୁ କାହାରିକୁ ମୋର ଶିଷ୍ୟ ବୋଲି କହି ସାହାଯ୍ୟ କରେ, ତେବେ ସେ ନିଶ୍ଚୟ ତା’ର ପୁରସ୍କାର ପାଇବ। ସେ ଯଦି ମୋ’ ଶିଷ୍ୟମାନଙ୍କୁ କାହାକୁ କେବଳ ଗିନାଏ ଥଣ୍ଡା ପାଣି ଦେଇଥାଏ, ତଥାପି ସେ ତା’ର ପୁରସ୍କାର ପାଇବ।” ଯୀଶୁ ଓ ବାପ୍ତିଜକ ଯୋହନ ଯୀଶୁ ତାହାଙ୍କର ବାରଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଗ୍ଭର କରିବା ନିମନ୍ତେ ଗଲେ। ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଆନ୍ତି । ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।” ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ? ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି: ‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି। ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’ “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କହିଥିଲେ। ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ। “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି: ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ। କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’ ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ ତା’ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।” ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେ‌‌‌‌‌‌ଥ୍‌‌‌‌‌‌ସାଇଦା! ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ। “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।” ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା। “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ। “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ’ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।” ଯୀଶୁ ବିଶ୍ରାମ ଦିନର ପ୍ରଭୁ ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।” ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’ ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ। “ମନୁଷ୍ୟପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।” ଯୀଶୁ ଗୋଟିଏ ଲୋକର ଅଚଳ ହାତଟି ସୁସ୍ଥ କଲେ ଯୀଶୁ ସେଠାରୁ ଯାଇ ସେମାନଙ୍କର ପ୍ରାର୍ଥନାଗୃହରେ ପ୍ରବେଶ କଲେ। ସେଠାରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସେଠାରେ ଥିବା କେତେକ ଯିହୂଦୀ ଯୀଶୁଙ୍କ ଉପରେ ଦୋଷାରୋପ କରିବା ପାଇଁ ସୁଯୋଗ ଖୋଜୁଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ମୋଶାଙ୍କ ନିୟମ ଅନୁସାରେ ବିଶ୍ରାମ ଦିବସରେ କାହାରିକୁ ଭଲ କରିଦେବା କ’ଣ ବିଧିସଙ୍ଗତ?” ଯୀଶୁ କହିଲେ, “ମନେକର ତୁମ୍ଭର କାହାରି ଗୋଟିଏ ମେଷ ଅଛି ଓ ସେହି ମେଷ ବିଶ୍ରାମ ଦିବସରେ ଖାଲ ଭିତରେ ଖସି ପଡ଼ିଲା। ତୁମ୍ଭେ କ’ଣ ତାକୁ ଖାଲରୁ ବାହାର କରି ଆଣିବ ନାହିଁ? ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।” ତା’ପରେ ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କୁ ହାତ ଦେଖାଇବା ପାଇଁ ଆଗକୁ ବଢ଼େଇ ଦେଲା। ତା’ର ସେହି ଶୁଖି ଯାଇଥିବା ହାତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହି ହାତଟି ତା’ର ଅନ୍ୟ ହାତ ଭଳି ହୋଇଗଲା। କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ। ପରମେଶ୍ୱରଙ୍କ ମନୋନୀତ ସେବକ: ଯୀଶୁ ଯୀଶୁ ଏ କଥା ଜାଣିପାରି ସେ ଜାଗା ଛାଡ଼ି ଗ୍ଭଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରିଦେଲେ। କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ, ସେଗୁଡ଼ିକ ପୂର୍ଣ୍ଣ ହେବା ପାଇଁ ଯୀଶୁ ଏହା କଲେ। ଯିଶାଇୟ କହିଥିଲେ, “ଏ ମୋର ସେବକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମୋର ଆତ୍ମା ମୁଁ ତାହାଙ୍କଠାରେ ରଖିବି। ସେ ଜାତିମାନଙ୍କ ଭିତରେ ନ୍ୟାୟ ଘୋଷଣା କରିବେ। ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ। ନଇଁ ପଡ଼ିଥିବା ଛେଗ୍ଭନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭେଇବେ ନାହିଁ। ନ୍ୟାୟର ବିଜୟ ନ ହେବା ପର୍ଯ୍ୟନ୍ତ ସେ ଅଟଳ ରହିବେ। ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।” ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ନିହିତ ଅଛି ତା’ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା। ଜମା ହୋଇଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ କୁହାକୁହି ହେଲେ, “ଆମ୍ଭ ପାଖକୁ ପରମେଶ୍ୱର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସେହି ଦାଉଦଙ୍କ ପୁତ୍ର ଅଟନ୍ତି?” ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, “ଯୀଶୁ ଭୂତମାନଙ୍କ ଶାସକ ବାଆ‌‌‌ଲ୍‌ଜିବୂଲ୍ ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାନ୍ତି।” ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣି ପାରିଲେ ଓ ସେମାନଙ୍କୁ କହିଲେ, “ନିଜ ବିରୁଦ୍ଧରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ରାଜ୍ୟ ଧ୍ୱଂସ ପାଇଯିବ। ଯଦି କୌଣସି ନଗର ନିଜ ନିଜ ମଧ୍ୟରେ ଭାଗଭାଗ ହୋଇଯାଏ, ତେବେ ତାହା ତିଷ୍ଠିରହି ପାରିବନି। ସେହିଭଳି ନିଜ ନିଜ ଭିତରେ ଭାଗ ହୋଇଗଲେ କୌଣସି ପରିବାର ତିଷ୍ଠି ରହି ପାରିବନି। ଯଦି ଶୟତାନ ତା’ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତେବେ ତା’ର ଅର୍ଥ ସେ ନିଜେ ନିଜ ଭିତରେ ଭାଗଭାଗ ହୋଇଛି। ଏ ପରିସ୍ଥିତିରେ ତା’ର ରାଜ୍ୟ ତିଷ୍ଠି ରହି ପାରିବା ସମ୍ଭବ ହେବ ନାହିଁ। ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆ‌‌‌ଲ୍‌ଜିବୂ‌ଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ। ମୁଁ କିନ୍ତୁ ଭୂତମାନଙ୍କୁ ପରମେଶ୍ୱରଙ୍କ ଆତ୍ମାର ଶକ୍ତି ସାହାଯ୍ୟରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି। ଜଣେ ଲୋକ କୌଣସି ବଳବାନ ଲୋକ ଘରେ ପଶି ତା’ର ସମ୍ପତ୍ତି ଗ୍ଭେରେଇନେବାକୁ ଗ୍ଭହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା’ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନେଇ ଯାଇପାରିବ। ଯଦି କେହି ମୋ’ ସହିତ କାମ କରୁ ନାହିଁ, ତେବେ ସେ ମୋ’ ବିରୁଦ୍ଧରେ କାମ କରୁଛି। ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆଯିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆଯିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି। ଯଦି କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କୁହେ ତେବେ ତାକୁ କ୍ଷମା କରାଯାଇପାରେ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କେହି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ୟତରେ କେବେ ହେଲେ କ୍ଷମା କରାଯିବ ନାହିଁ। କର୍ମ ହିଁ ବ୍ୟକ୍ତିର ପରିଚୟ ଦିଏ “ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ୱାରା ଗଛଟିକୁ ଚିହ୍ନି ହୁଏ। ହେ କାଳସର୍ପର ସନ୍ତାନଗଣ, ତୁମ୍ଭେମାନେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତରେ ଯାହା ଭାବୁଥାଏ, ତାକୁ କଥାରେ ପ୍ରକାଶ କରିଥାଏ। ଗୋଟିଏ ଭଲ ଲୋକର ମନରେ ଭଲ କଥା ସଞ୍ଚିତ ହୋଇ ରହିଥାଏ, ସେ କହିବା ବେଳେ ତା’ର ମନରୁ ଭଲ କଥା ବାହାରି ଆସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତରେ ଖରାପ କଥା ସବୁ ସଞ୍ଚିତ ହୋଇ ରହିଥାଏ। ସେ କହିବା ବେଳେ ତା’ ମନ ଭିତରୁ ଖରାପ କଥା ବାହାରିଥାଏ। ତେଣୁ ସେ ଖରାପ କଥା କୁହେ। କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରତ୍ୟେକ ଶବ୍ଦପାଇଁ ବିଗ୍ଭର ଦିନରେ ସେମାନଙ୍କୁ ଉତ୍ତର ଦେବାକୁ ହେବ। ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବ, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ଦୋଷୀ ବୋଲି ବିଗ୍ଭର କରାଯିବ।” ଯୀଶୁଙ୍କୁ ପ୍ରମାଣ ଦେବା ପାଇଁ ଯିହୂଦୀମାନଙ୍କର ଆହ୍ୱାନ ତା’ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତେକ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟଟିଏ ଦେଖାଅ।” ଯୀଶୁ କହିଲେ, “ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦେଖାଇ ଦିଆ ଯିବ ନାହିଁ। କେବଳ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୂନସଙ୍କ କ୍ଷେତ୍ରରେ ଘଟିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ହିଁ ସେମାନଙ୍କ ପାଇଁ ଏକମାତ୍ର ଚିହ୍ନ ହେବ। ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ। ଯେଉଁ ଦିନ ବିଗ୍ଭର ହେବ, ସେହି ଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହେବେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଯେତେବେଳେ ଯୂନସ ସେମାନଙ୍କୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ଅଧିକ ମହାନ୍। “ଯେଉଁ ଦିନ ବିଗ୍ଭର ହେବ ସେ ଦିନ ଦକ୍ଷିଣର ରାଣୀ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆହେବେ ଏବଂ ସେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲୋମନଙ୍କଠାରୁ ଅଧିକ ମହାନ୍। ବର୍ତ୍ତମାନର ଲୋକମାନଙ୍କଠାରେ ମନ୍ଦଗୁଣ ଭରି ରହିଛି “ଯେତେବେଳେ ଗୋଟିଏ ଭୂତ କୌଣସି ଲୋକଦେହରୁ ବାହାରି ଗ୍ଭଲି ଆସେ, ସେତେବେଳେ ସେ ପଥଭ୍ରଷ୍ଟ ହୋଇ ବିଶ୍ରାମ ନେବା ପାଇଁ ଶୁଖିଲା ଜାଗାଟିଏ ଖୋଜି ବୁଲେ, କିନ୍ତୁ ସେଭଳି ଜାଗାଟିଏ ତାକୁ ମିଳେ ନାହିଁ। ସେତେବେଳେ ସେ କୁହେ, ‘ମୁଁ ମୋର ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସେଠାକୁ ଫେରିଯିବି।’ ସେ ପୁଣି ଫେରି ଆସେ, ସେ ଦେଖେ ସେପର୍ଯ୍ୟନ୍ତ ମଧ୍ୟ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠି‌କ୍‌ଠା‌କ୍‌ ଅଛି। ତା’ପରେ ସେ ଯାଏ ଓ ତା’ଠାରୁ ଅଧିକ ଖରାପ ଆଉ ସାତୋଟା ଭୂତଙ୍କୁ ଡାକିଆଣେ। ତା’ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।” ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ପରିବାର ଯୀଶୁ ଯେତେବେଳେ ଏହିସବୁ କଥା ସେଠାରେ ଜମା ହୋଇଥିବା ଲୋକମାନଙ୍କୁ କହୁଥିଲେ, ସେତେବେଳେ ତାହାଙ୍କ ମା ଏବଂ ଭାଇ ଆସି ବାହାରେ ଠିଆ ହେଲେ। ସେମାନେ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ। ଜଣେ କେହି ଯୀଶୁଙ୍କୁ କହିଲେ, “ତୁମ୍ଭର ମା ଏବଂ ଭାଇମାନେ ବାହାରେ ଅପେକ୍ଷା କରିଛନ୍ତି। ସେମାନେ ତୁମ୍ଭ ସହିତ କଥାବାର୍ତ୍ତା ହେବାକୁ ଗ୍ଭହୁଁଛନ୍ତି।” ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” ତା’ପରେ ସେ ତାହାଙ୍କର ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼େଇ କହିଲେ, “ଏମାନେ ମୋର ମା ଓ ଭାଇ। ଯିଏ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମୋର ଭାଇ, ଭଉଣୀ ଓ ମା।” ଯୀଶୁଙ୍କ ବୀଜ ବୁଣିବାର ଦୃଷ୍ଟାନ୍ତ ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। ତା’ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ, “ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା’ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।” ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?” ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା’ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ, ‘ତୁମ୍ଭେମାନେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭେମାନେ ଦେଖୁଥିବ କିନ୍ତୁ କିଛି ଜାଣି ପାରିବ ନାହିଁ। କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି। ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି। ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ, କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’ କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସେମାନେ ତାହା ଦେଖି ପାରି ନ ଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ସେମାନେ ଗ୍ଭହିଁଥିଲେ, କିନ୍ତୁ ସେମାନେ ତାହା ଶୁଣି ପାରି ନ ଥିଲେ। ବୀଜ ବୁଣା ଦୃଷ୍ଟାନ୍ତର ବ୍ୟାଖ୍ୟା “ତେବେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ। “ରାସ୍ତାରେ ପଡ଼ି ଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକପରି ସେ ସ୍ୱର୍ଗରାଜ୍ୟର ସୁସମାଗ୍ଭର ଶୁଣେ, ଓ ତାହା ବୁଝି ପାରେ ନାହିଁ। ଶୟତାନ ଆସେ ଓ ତା ହୃଦୟରେ ଯାହାକିଛି ବୁଣା ହୋଇଥାଏ, ସେତେକ ନେଇ ଗ୍ଭଲିଯାଏ। “ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ। କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ। “କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ। “ଭଲ ମାଟି ଉପରେ ପଡ଼ିଥିବା ବୀଜର ଅର୍ଥ କ’ଣ? ସେହି ଲୋକ ଭଳି ସେ ସୁସମାଗ୍ଭର ଶୁଣେ ଓ ତାକୁ ବୁଝିପାରେ। ସେ ଲୋକ ସଫଳ ହୁଏ। ସେହି ସଫଳତା ବେଳେବେଳେ ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ୍ ଗୁଣ ପର୍ଯ୍ୟନ୍ତ ମିଳିଥାଏ।” ଗହମ ଓ ବାଳୁଙ୍ଗାର ଉଦାହରଣ ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା’ପରେ ସେ ଗ୍ଭଲିଗଲା। ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’ “ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’ “ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?” “କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’” ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ ତା’ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ. ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।” ତା’ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।” ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ। ପରମେଶ୍ୱର ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଏହା ହେଉଥିଲା। ପରମେଶ୍ୱର କହିଥିଲେ: “ମୁଁ କାହାଣୀ ଦ୍ୱାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହୋଇ ରହିଛି, ସେଗୁଡ଼ିକ ମୁଁ ପ୍ରକାଶ କରିବି।” ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।” ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ। “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ। ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା। “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା। ମାଛଧରା ଜାଲର ଦୃଷ୍ଟାନ୍ତ “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।” ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?” ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।” ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।” ଯୀଶୁ ନିଜ ଜାଗାକୁ ଫେରି ଆସିଲେ ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। ତା’ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।” ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ। ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ। ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।” ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠି‌କ୍‌ କାମ ନୁହେଁ।” ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ। ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ। ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।” ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।” ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ। ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ। ତା’ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା’ର ମା ହେରୋଦିଆଙ୍କ ପାଖକୁ ନେଇଗଲା। ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା’ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ। ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ। ଡଙ୍ଗାରୁ ବାହାରି ଆସିବା ବେଳକୁ ଯୀଶୁ ଦେଖିଲେ, ସେଠାରେ ବହୁତ ଲୋକ ଜମା ହୋଇଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ। ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା’ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।” କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଦରକାର ନାହିଁ, ତୁମ୍ଭେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।” ଯୀଶୁ କହିଲେ, “ସେଗୁଡ଼ିକୁ ମୋ’ ପାଖକୁ ଆଣ।” ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ. ତା’ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ। ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତୋଷ ଲାଭ କଲେ। ଲୋକେ ଖାଇସାରିବା ପରେ, ଶିଷ୍ୟମାନେ ବଳକା ଖାଦ୍ୟତକ ବାରଟି ଝୁଡ଼ିରେ ଭର୍ତ୍ତି କଲେ। ସେଠାରେ ପ୍ରାୟ କେବଳ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା’ଛଡ଼ା ସ୍ତ୍ରୀଲୋକ ଓ ପିଲାମାନେ ମଧ୍ୟ ଖାଇଥିଲେ। ହ୍ରଦ ଉପରେ ଯୀଶୁ ଗ୍ଭଲିଲେ ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗାରେ ଚଢ଼ି ହ୍ରଦର ଅପର ପାର୍ଶ୍ୱକୁ ଯିବାକୁ କହିଲେ। ଯୀଶୁ ନିଜେ ସେଠାକୁ ପରେ ଯିବେ ବୋଲି କହିଲେ। ତା’ପରେ ଜମା ହୋଇଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ଼ ଉପରକୁ ଗଲେ। ସନ୍ଧ୍ୟା ହୋଇ ସାରିଥିଲା, ଯୀଶୁ ସେଠାରେ ଏକୁଟିଆ ଥିଲେ। ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧ‌କ୍‌କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋ‌ର୍‌‌ରେ ପ୍ରତିକୂଳ ପବନ ବହୁଥିଲା। ଯୀଶୁ ହ୍ରଦ ଉପରେ ଗ୍ଭଲିକରି ରାତ୍ରିର ଚତୁର୍ଥ ପ୍ରହରରେ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସେମାନେ କୁହାକୁହି ହେଲେ, “ଏତ ଗୋଟିଏ ଭୂତ।” ସେମାନେ ଭୟରେ ଚିତ୍କାର କଲେ। ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।” ପିତର କହିଲେ, “ପ୍ରଭୁ, ଏହା ଯଦି ତୁମ୍ଭେ, ତେବେ ମୋତେ ପାଣି ଉପରେ ଗ୍ଭଲି ତୁମ୍ଭ ନିକଟକୁ ଯିବାକୁ ଆଦେଶ ଦିଅ।” ଯୀଶୁ କହିଲେ, “ଗ୍ଭଲି ଆସ।” ପିତର ଡଙ୍ଗାରୁ ବାହାରକୁ ଆସିଲେ, ସେ ପାଣି ଉପରେ ଗ୍ଭଲି ଯୀଶୁଙ୍କ ଆଡ଼କୁ ଗଲେ। ପିତର ଯୀଶୁଙ୍କ ଆଡ଼କୁ ପାଣି ଉପରେ ଗ୍ଭଲିକରି ଯାଉଥିବା ସମୟରେ ଜୋ‌ର୍‌‌ରେ ପବନ ବହୁଥିଲା, ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡ଼ି ଯିବାକୁ ଲାଗିଲେ। ସେ ପାଟି କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କର।” ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦେହ କଲ?” ଯୀଶୁ ଓ ପିତର ଡଙ୍ଗା ଉପରକୁ ଆସିଯିବା ପରେ ପବନ ବନ୍ଦ ହୋଇଗଲା। ଯେଉଁମାନେ ଡଙ୍ଗା ଉପରେ ଥିଲେ, ସେମାନେ ଯୀଶୁଙ୍କୁ ପ୍ରଣାମ କଲେ ଓ କହିଲେ, “ପ୍ରକୃତରେ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।” ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ। ସେଠାକାର ଲୋକେ ଚିହ୍ନି ପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ। ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ। ମନୁଷ୍ୟକୃତ ନିୟମଠାରୁ ପରମେଶ୍ୱରଙ୍କ ବିଧାନ ବଡ଼ କେତେକ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।” ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’ କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା’ଫଳରେ ଜଣେ ଲୋକ ତା’ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’ ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା’ ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ। ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠି‌କ୍‌ ଭାବରେ ଏହି ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କହିଥିଲେ। ଏମାନେ କେବଳ ମୁଖରେ ମୋର ଆଦର କରନ୍ତି, କିନ୍ତୁ ସେମାନଙ୍କ ମନକଥା ମୋ’ଠାରୁ ବହୁତ ଦୂରରେ ରହିଥାଏ। ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ। ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’” ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେ ସେମାନଙ୍କୁ କହିଲେ, “ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ। ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା’ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।” ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଏସବୁ କରିବା ଫଳରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?” ଯୀଶୁ କହିଲେ, “ଯେଉଁ ଗ୍ଭରା ମୋର ସ୍ୱର୍ଗୀୟ ପିତା ନିଜେ ଲଗେଇ ନାହାନ୍ତି, ସେଗୁଡ଼ିକୁ ସମୂଳେ ଉପାଡ଼ି ଦିଆଯିବ। ସେମାନଙ୍କୁ ଛାଡ଼ିଦିଅ। ସେମାନେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦେଖାଏ, ତେବେ ଉଭୟ ଖାତ ଭିତରେ ଖସି ପଡ଼ିବେ।” ଏ କଥା ଶୁଣି ପିତର କହିଲେ, “ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝାଇ ଦିଅନ୍ତୁ।’’ ଯୀଶୁ କହିଲେ, “ଏବେ ବି କ’ଣ ତୁମ୍ଭ ବୁଝିବାରେ ଅସୁବିଧା ଅଛି? ତୁମ୍ଭେ କ’ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପେଟ ଭିତରକୁ ଯାଏ ଓ ପରିଶେଷରେ ଦେହରୁ ବାହାରିଯାଏ। କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ, ତାହା ପ୍ରକୃତରେ ତା’ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ। କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ। ଏଗୁଡ଼ିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବା ଘଟଣା ମଣିଷକୁ ଅପବିତ୍ର କରି ପାରେ ନାହିଁ।” ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ। ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।” ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।” ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।” ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।” ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠି‌କ୍‌ କାମ ହେବ ନାହିଁ।” ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠି‌କ୍‌ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।” ତା’ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ’ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା। ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଦେଲେ ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ ଓ ଗାଲିଲୀ ହ୍ରଦ କୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ। ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୂକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁ ନ ଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି; ଛୋଟାମାନେ ଗ୍ଭଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଗାନ କଲେ। ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।” ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।” ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?” ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।” ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ: ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା’ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ। ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା’ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମ‌‌ଗ୍‌‌ଦାନ୍ ଅଞ୍ଚଳକୁ ଗଲେ। ଯୀଶୁଙ୍କୁ ଯିହୂଦୀ ନେତାଙ୍କ ପରୀକ୍ଷା ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବାକୁ କହିଲେ, କାରଣ ଯୀଶୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା ଫଳରେ ପ୍ରମାଣିତ ହୋଇ ପାରିବ ଯେ ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି। ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ସୂର୍ଯ୍ୟୋଦୟ ସମୟରେ ଆକାଶକୁ ଲାଲରଙ୍ଗ ହୋଇଥିବାର ଦେଖିଲେ କୁହ ଯେ, ପାଗ ଭଲ ରହିବ। ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ। ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। ଏଭଳି ଲୋକଙ୍କୁ ଯୂନସଙ୍କ ଚିହ୍ନ ବ୍ୟତୀତ ଅନ୍ୟ କୌଣସି ଚିହ୍ନ ଦିଆ ଯିବ ନାହିଁ।” ତା’ପରେ ଯୀଶୁ ସେମାନଙ୍କୁ ସେଠାରେ ଛାଡ଼ି ଗ୍ଭଲିଗଲେ। ଯୀଶୁଙ୍କ ଅନୁସରଣକାରୀମାନେ ତାଙ୍କୁ ଭୁଲ୍ ବୁଝିଲେ ଯୀଶୁଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱକୁ ଗଲେ। କିନ୍ତୁ ସେମାନେ ସାଙ୍ଗରେ ରୋଟୀ ନେବାକୁ ଭୁଲିଗଲେ। ଯୀଶୁ ସେମାନଙ୍କୁ କହିଲେ, “ସାବଧାନ ରୁହ! ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।” ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।” ସେମାନେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, “ତୁମ୍ଭେ ରୋଟୀ ନ ଥିବା କଥା କାହିଁକି ତୁମ୍ଭଭିତରେ କୁହାକୁହି ହେଉଛ? ତୁମ୍ଭର ବିଶ୍ୱାସ ଅଳ୍ପ। ଏବେ ସୁଦ୍ଧା ତୁମ୍ଭେ କ’ଣ ବୁଝି ପାରୁନ? ପାଞ୍ଚୋଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନେକ ଟୋକେଇରେ ଭର୍ତ୍ତି କରିଥିଲ। ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି? ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂରରେ ରହିବାକୁ କହୁଛି।” ତା’ପରେ ସେମାନେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀରେ ବ୍ୟବହାର କରାଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟରେ ଯୀଶୁ କହୁ ନ ଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସେମାନଙ୍କୁ କହୁଥିଲେ। ପିତର କହନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ କାଇସରିୟା ଫିଲି‌ପ୍‌ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ୟମାନଙ୍କୁ କହିଲେ, “ମୁଁ ହେଉଛି ମନୁଷ୍ୟପୁତ୍ର ମୁଁ କିଏ ବୋଲି ଲୋକେ ମୋ’ ବିଷୟରେ କ’ଣ କହୁଛନ୍ତି?” ଶିଷ୍ୟମାନେ ଉତ୍ତର ଦେଲେ, “କେତେକ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତେକ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ଯିରିମିୟ ବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ମାନଙ୍କ ମଧ୍ୟରୁ ଜଣେ ବୋଲି କହୁଛନ୍ତି।” ଯୀଶୁ କହିଲେ, “ମୁଁ କିଏ ବୋଲି ତୁମ୍ଭେ କ’ଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।” ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି। ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ। ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।” ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।” ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ। ତା’ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।” ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।” ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା’ପରେ ସେ ମୋର ଅନୁସରଣ କରିବା ଉଚିତ୍। ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା’ର କର୍ମ ଅନୁସାରେ ଫଳ ଦେବେ। ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।” ମୋଶା ଓ ଏଲିୟଙ୍କ ସହିତ ଯୀଶୁ ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା ଥିଲେ। ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।” ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।” ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ। ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା’ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।” ଯୀଶୁଙ୍କୁ ଶିଷ୍ୟମାନେ ପଗ୍ଭରିଲେ, “ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?” ଯୀଶୁ ଉତ୍ତର ଦେଲେ, “ସେମାନେ ଠି‌କ୍‌ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠି‌କ୍‌ କ୍ରମରେ ରଖିବେ। କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ, ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ। ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।” ତା’ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ। ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି। ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।” ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।” ତା’ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା। ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?” ଯୀଶୁ କହିଲେ, “ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସର ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରିମାଣର ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଗ୍ଭଲିଯାଅ,’ ଏବଂ ପର୍ବତ ଗ୍ଭଲିଯିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ।’’ (ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।) ନିଜ ମୃତ୍ୟୁ ବିଷୟରେ ଯୀଶୁ କହନ୍ତି ତା’ପରେ ଗାଲିଲୀରେ ଶିଷ୍ୟମାନେ ଏକାଠି ହେବାପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନେ ହିଁ ଧରିନେବେ। ସେମାନେ ତାହାଙ୍କୁ ମାରିଦେବେ, କିନ୍ତୁ ସେ ମୃତ୍ୟୁରୁ ତୃତୀୟ ଦିନ ବଞ୍ଚି ଉଠିବେ।” ଯୀଶୁଙ୍କୁ ମାରି ଦିଆଯିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ୟମାନେ ବହୁତ ମନଦୁଃଖ କଲେ। କର ଦେବା ବିଷୟରେ ଯୀଶୁଙ୍କ ଉପଦେଶ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। କଫର୍ନାହୂମରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କରଆଦାୟ କରନ୍ତି, ସେମାନେ ସେହି ଲୋକ ଥିଲେ। ସେମାନେ ପଗ୍ଭରିଲେ, “ତୁମ୍ଭର ଗୁରୁ ମନ୍ଦିରର ‘ଦୁଇ-ଡ୍ର‌କ୍‌ମା’ କର ଦିଅନ୍ତି କି?” ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।” ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?” ପିତର ଉତ୍ତର ଦେଲେ, “ରାଜାମାନେ ଅନ୍ୟମାନଙ୍କର ସନ୍ତାନସନ୍ତତିଙ୍କଠାରୁ କରଆଦାୟ କରନ୍ତି।” ଯୀଶୁ ତାହାଙ୍କୁ କହିଲେ, “ତା’ର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ। କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା’ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।” ସବୁଠାରୁ ଶ୍ରେଷ୍ଠ କିଏ ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?” ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ। ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ। ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ। “ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ପାପର କାରଣ ବିଷୟରେ ସତର୍କ କଲେ “କିନ୍ତୁ ମୋ’ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ। ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ। “ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ। ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ। ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। ଠି‌କ୍‌ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ। ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା’ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର। “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।” ପାପ କ୍ଷମାର ଦୃଷ୍ଟାନ୍ତ ତା’ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?” ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ। “ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ। ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା’ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ। “ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’ ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ। “ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା’ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା’ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ’ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’ “ତା’ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’ “କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା। ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ। “ତା’ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ’ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି। ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ ତା’ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା। “ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠି‌କ୍‌ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।” ଯୀଶୁ ବିବାହ ବିଚ୍ଛେଦ ବିଷୟରେ ଶିକ୍ଷା ଦେଲେ ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫେରି ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଥିବା ଯିହୂଦା ଅଞ୍ଚଳରେ ପହଞ୍ଚିଲେ। ଅନେକ ଲୋକ ତାହାଙ୍କୁ ଅନୁସରଣ କଲେ। ସେଠାରେ ଯୀଶୁ ରୋଗୀ ଲୋକମାନଙ୍କୁ ସୁସ୍ଥ କଲେ। କେତେକ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଜଣେ ପୁରୁଷ କୌଣସି କାରଣରୁ ତା’ର ସ୍ତ୍ରୀକୁ ଛାଡ଼ି ଦେବା ନ୍ୟାୟସଙ୍ଗତ କି?” ଯୀଶୁ କହିଲେ, “ତୁମ୍ଭେ ନିଶ୍ଚୟ ଶାସ୍ତ୍ରରେ ପଢ଼ିଛ ଯେ, ‘ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?’ ପରମେଶ୍ୱର କହିଲେ, ‘ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହେବ, ଏବଂ ସେ ଦୁଇଜଣ ଏକ ହୋଇଯିବେ।’ ତେଣୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ହୋଇ ରହନ୍ତି ନାହିଁ ମାତ୍ର ସେମାନେ ଏକ ହୋଇ ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସେମାନଙ୍କୁ ଅଲଗା ନ କରୁ।” ଫାରୂଶୀମାନେ ପଗ୍ଭରିଲେ, “ତେବେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି ମୋଶା କାହିଁକି ଆଦେଶ ଦେଇଛନ୍ତି?” ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମୋଶା ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟଜଣେ ସ୍ତ୍ରୀଲୋକକୁ ବିବାହ କରେ, ତେବେ ସେ ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହୁଏ। ଯଦି ପ୍ରଥମ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ଯୌନ-ସମ୍ପର୍କ ରହିଥାଏ, ସେହି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପୁଣି ଥରେ ବିବାହ କରି ପାରିବ।” ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଯଦି ଜଣେ ପୁରୁଷ କେବଳ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ, ତେବେ ବିବାହ ନ କରିବା ବରଂ ଭଲ।” ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ। କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା’ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।” ଯୀଶୁ ପିଲାମାନଙ୍କୁ ସ୍ୱାଗତ କଲେ ତା’ପରେ ଲୋକମାନେ କେତେକ ପିଲାଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ, ଯେପରି ଯୀଶୁ ସେମାନଙ୍କ ଉପରେ ଆପଣା ହାତ ରଖି ପାରିବେ ଓ ସେମାନଙ୍କ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଇ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ। ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।” ତା’ପରେ ଯୀଶୁ ତାହାଙ୍କର ହାତ ସେହି ପିଲାମାନଙ୍କ ଉପରେ ରଖିଲେ ଏବଂ ସେଠାରୁ ଗ୍ଭଲିଗଲେ। ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?” ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।” ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?” ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ ନିଜ ପିତାମାତାଙ୍କୁ ସମ୍ମାନ ଦେବ ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’ ’’ ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?” ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା’ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା’ପରେ ଆସ ଓ ମୋର ଅନୁସରଣ କର।” ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’ ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?” ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।” ତା’ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା’ହେଲେ ଆମ୍ଭେ କ’ଣ ପାଇବୁ?” ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ। ଯୀଶୁ ଶ୍ରମିକମାନଙ୍କର କାହାଣୀ କହିଲେ “ସ୍ୱର୍ଗରାଜ୍ୟ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତେକ ଦ୍ରାକ୍ଷା ବଗିଗ୍ଭ ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷାବଗିଗ୍ଭରେ କାମ କରିବା ପାଇଁ ଅନ୍ୟ କେତେକ ଶ୍ରମିକ ଆଣିବାକୁ ବାହାରିଗଲେ। ସେ ଶ୍ରମିକମାନଙ୍କୁ ସେଦିନ କାମ କରିବା ବାବଦରେ ଗୋଟିଏ ଗୋଟିଏ ରୌପ୍ୟ ମୁଦ୍ରା ଦେବା ପାଇଁ ରାଜି ହେଲେ। ତା’ପରେ ସେ ଶ୍ରମିକମାନଙ୍କୁ ବଗିଗ୍ଭକୁ କାମ କରିବାକୁ ପଠାଇଦେଲେ। “ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସେଠାରେ କେତେକ ଶ୍ରମିକଙ୍କୁ ଠିଆ ହୋଇଥିବାର ଦେଖିଲେ। ସେମାନଙ୍କ ପାଖରେ କିଛି କାମ ନ ଥିଲା। ତେଣୁ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ଯଦି ଯାଇ ମୋ’ ଦ୍ରାକ୍ଷାବଗିଗ୍ଭରେ କାମ କରିବ, ତେବେ ତୁମ୍ଭର ଯାହା ଉଚିତ୍ ପ୍ରାପ୍ୟ ହେବ, ମୁଁ ତୁମ୍ଭକୁ ତାହା ଦେବି।’ ତେଣୁ ସେମାନେ ମଧ୍ୟ ଦ୍ରାକ୍ଷାବଗିଗ୍ଭକୁ କାମ କରିବାକୁ ଗଲେ। “ପୁଣି ପ୍ରାୟ ବାରଟା ବେଳେ ଓ ଆଉଥରେ ପ୍ରାୟ ତିନିଟା ବେଳେ ସେ ଘରୁ ଯାଇ ପୂର୍ବଭଳି ଆଉ କେତେକ ଶ୍ରମିକଙ୍କୁ ଆଣିଲେ। ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାରରେ ଦେଖିଲେ ଯେ କେତେକ ଲୋକ ଠିଆ ହୋଇଛନ୍ତି। ସେ ସେମାନଙ୍କୁ ପଗ୍ଭରିଲେ, ‘ତୁମ୍ଭେମାନେ ଦିନସାରା କିଛି କାମ ନ କରି ଏଠାରେ ଏମିତି କାହିଁକି ଠିଆ ହୋଇଛ?’ “ସେମାନେ କହିଲେ, ‘ଆମ୍ଭକୁ କେହି ମଜୁରୀ ଦେଇ କାମ କରିବାକୁ ଡାକି ନାହାନ୍ତି।’ “ଜମିଦାର ଜଣକ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଯାଇ ମୋର ଦ୍ରାକ୍ଷାବଗିଗ୍ଭରେ କାମ କର।’ “ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’ “ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସେମାନେ ମଜୁରୀ ନେବାକୁ ଆସିଲେ। ପ୍ରତ୍ୟେକ ଶ୍ରମିକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। ଯେତେବେଳେ ଆଗ ଆସିଥିବା ଶ୍ରମିକମାନେ ଆସିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କୁ କିଛି ଅଧିକ ମିଳିବ। କିନ୍ତୁ ସେମାନେ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। ସେମାନେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇସାରି ଜମିଦାରଙ୍କ ଆଗରେ ଯାଇ ଏ ବିଷୟରେ ଅଭିଯୋଗ କଲେ। ସେମାନେ କହିଲେ, ‘ଶେଷରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରାରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସେମାନଙ୍କୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ୟ ସେତିକି ମଜୁରୀ ଦେଲେ!’ “ଜମିଦାର ସେହି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, ‘ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ୟାୟ କରି ନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇ କାମ କରିବ ବୋଲି ମୋ’ ସାଙ୍ଗରେ ରାଜି ହୋଇ ନ ଥିଲ କି? ଯାହା ତୁମ୍ଭର ପ୍ରାପ୍ୟ ତାହା ନେଇ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦେଇଛି, ଶେଷରେ ଆସିଥିବା ଶ୍ରମିକକୁ ସେତିକି ଲେଖାଏଁ ଦେବାକୁ ଗ୍ଭହୁଁଛି। ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’ “ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।” ଯୀଶୁ ତାଙ୍କ ନିଜ ମୃତ୍ୟୁ ବିଷୟରେ କହିଲେ ଯୀଶୁ ଯିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ୟ ତାହାଙ୍କ ସହିତ ଥିଲେ। ସେମାନେ ଗ୍ଭଲିକରି ଯାଉଥିବା ସମୟରେ ଯୀଶୁ ସେହି ବାରଜଣ ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ସେଠାରେ ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ। ସେମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କହିବେ। ସେମାନେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତରେ ଦେଇଦେବେ, ସେହି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ାରେ ପିଟିବେ ଏବଂ ଗୋଟିଏ କ୍ରୁଶରେ ଚଢ଼ାଇ ତାହାଙ୍କୁ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।” ଏକ ମାତାଙ୍କର ବିଶେଷ ଅନୁରୋଧ ତା’ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ। ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?” ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?” ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।” ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।” ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।” ଲୋକେ ସେମାନଙ୍କୁ ଧମକ ଦେଇ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।” ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।” ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା’ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ରାଜାଭାବରେ ଯିରୁଶାଲମରେ ପ୍ରବେଶ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈ‌‌‌‌‌‌ଥ୍‌‌‌‌‌‌ଫାଗୀଠାରେ ଅଟକିଲେ। ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ। ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’” ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା କହିଥିଲେ: “ସିୟୋନ ନଗରୀକୁ କୁହ: ‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି, ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’” ଶିଷ୍ୟମାନେ ଗ୍ଭଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସେମାନେ କାମ କଲେ। ସେମାନେ ମାଈ ଗଧ ଓ ଗଧଛୁଆକୁ ନେଇ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସେହି ଲୁଗା ଉପରେ ବସିଲେ। ଯୀଶୁ ଯିରୁଶାଲମ ରାସ୍ତାରେ ଯାତ୍ରା କଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କର ଲୁଗା ରାସ୍ତାରେ ବିଛେଇ ଦେଲେ। ଆଉ କେତେକ ଲୋକ ଗଛରୁ ଡାଳ ସବୁ କାଟି ରାସ୍ତାରେ ବିଛାଇ ଦେଲେ। ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।” ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?” ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, “ଏ ହେଉଛନ୍ତି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଛନ୍ତି।” ଯୀଶୁ ମନ୍ଦିରକୁ ଗଲେ ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ। ଯୀଶୁ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଏ କଥା ଲେଖାଅଛି, ‘ମୋ’ ଘର ପ୍ରାର୍ଥନା ଘର ବୋଲି କୁହାଯିବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଡକାୟତଙ୍କ ଆ‌ଡ୍ଡ଼ା ସ୍ଥଳି କରି ଦେଇଛ।” ମନ୍ଦିରରେ କେତେକ ଅନ୍ଧ ଓ କେତେକ ଛୋଟା ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସରରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସେମାନେ ଶୁଣିଲେ। ପିଲାମାନେ କହୁଥିଲେ, “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର।” ଏସବୁ ଘଟଣାରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ପିଲାମାନେ କ’ଣ କହୁଛନ୍ତି, ତୁମ୍ଭେ କ’ଣ ତାହା ଶୁଣି ପାରୁଛ?” ଯୀଶୁ ଉତ୍ତର ଦେଲେ, “ହଁ ଶୁଣି ପାରୁଛି। ଧର୍ମଶାସ୍ତ୍ର କହେ, ‘ତୁମ୍ଭେ ବାଳକ ଓ ଶିଶୁଙ୍କୁ ପ୍ରଶଂସା ଗାନ କରିବା ପାଇଁ ଶିଖେଇଛ।’ ଏ କଥା କ’ଣ ତୁମ୍ଭେ ଧର୍ମଶାସ୍ତ୍ରରେ ପଢ଼ି ନାହଁ?” ତା’ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଗ୍ଭଲିଗଲେ। ସେ ବେଥନୀୟାକୁ ଗ୍ଭଲିଗଲେ ଓ ସେଠାରେ ରାତିଟି କଟାଇଲେ। ଯୀଶୁ ବିଶ୍ୱାସର ଶକ୍ତି ପ୍ରକାଶ କଲେ ତା’ ପରଦିନ ଅତି ସକାଳୁ ଯୀଶୁ ଯିରୁଶାଲମ ନଗରକୁ ଫେରୁଥିଲେ। ତାହାଙ୍କୁ ଭୋକ ଲାଗିଲା। ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏତେ ଶୀଘ୍ର ଡିମିରିଗଛଟି କିପରି ଶୁଖି ମରିଗଲା?” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି ତୁମ୍ଭର ବିଶ୍ୱାସ ଥିବ ଓ କୌଣସି ସନ୍ଦେହ ନ ଥିବ ତେବେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭେମାନେ ମଧ୍ୟ ଠିକ୍ ସେହିପରି କରି ପାରିବ। ତୁମ୍ଭେମାନେ ମଧ୍ୟ ଅନେକ ଅଧିକ କାମ କରି ପାରିବ। ତୁମ୍ଭେମାନେ ଏ ପର୍ବତକୁ କହିପାରିବ, ‘ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ରରେ ପଡ଼।’ ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଏହା ଘଟିବ। ତୁମ୍ଭେମାନେ ଯାହାକିଛି ପ୍ରାର୍ଥନାରେ ମାଗିବ, ତାହା ପାଇବ।” ଯିହୂଦୀ ନେତାମାନେ ଯୀଶୁଙ୍କ ଅଧିକାରକୁ ସନ୍ଦେହ କଲେ ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?” ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ତୁମ୍ଭେମାନେ ଯଦି ମୋ’ ପ୍ରଶ୍ନର ଉତ୍ତର ଦେଇ ପାରିବ, ତେବେ ମୁଁ କହିବି ଯେ ଏଭଳି କାମ କରିବାକୁ ମୋର କେଉଁ ଅଧିକାର ରହିଛି। କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?”ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?” ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଆମ୍ଭେ ଯଦି କହିବା, ‘ଏହା ମନୁଷ୍ୟ ପାଖରୁ ଆସିଛି,’ ତେବେ ଏଠାରେ ଜମା ହୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭେମାନେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସେମାନେ ସମସ୍ତେ ଯୋହନଙ୍କୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ରୂପେ ବିଶ୍ୱାସ କରନ୍ତି.” ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା, ଆମ୍ଭେ ତାହା ଜାଣି ନାହୁଁ।” ଯୀଶୁ କହିଲେ, “ତେବେ କେଉଁ ଅଧିକାରରେ ମୁଁ ଏସମସ୍ତ କାର୍ଯ୍ୟ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।” ଯୀଶୁ ଦୁଇ ପୁଅର କାହାଣୀ କହିଲେ “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’ “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା। “ତା’ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ। “ତେବେ କୁହ, ‘କେଉଁ ପୁଅ ତା’ର ବାପାଙ୍କ ବାଧ୍ୟ ହେଲା?” ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ। ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା’ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ। କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। “କିନ୍ତୁ କୃଷକମାନେ ଗ୍ଭକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ, ସେମାନେ ଜଣକ ପରେ ଜଣେ ଗ୍ଭକରକୁ ପଥରରେ ମାରିପକାଇଲେ। ତେଣୁ ଜମି ମାଲିକ ଆଉ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥରଠାରୁ ଅଧିକ ଗ୍ଭକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଗ୍ଭକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ୟ ସେମାନଙ୍କ ପ୍ରତି ତାହା କଲେ। ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’ “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ କୃଷକମାନେ ପୁଅକୁ ଧରି ନେଇ ଦ୍ରାକ୍ଷା ବଗିଗ୍ଭ ବାହାରକୁ ଫିଙ୍ଗି ମାରିଦେଲେ। “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?” ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା’ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା’ର ଭାଗ ତାହାଙ୍କୁ ଦେବେ।” ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ? ‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ, ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା। ପରମେଶ୍ୱର ଏହା ହିଁ କଲେ, ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’ “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ। ପରମେଶ୍ୱର ତାହାଙ୍କ ରାଜ୍ୟରେ ଯାହା ହେବା ପାଇଁ ଗ୍ଭହାନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସେମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟ ଦେବେ। ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହୋଇଯିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତେବେ ପଥରଟି ତାକୁ ଚୁନା କରିଦେବ।” ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି। ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ। ଭୋଜି ପାଇଁ ନିମନ୍ତ୍ରିତ ଲୋକଙ୍କ ଦୃଷ୍ଟାନ୍ତ ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ। “ତା’ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’ “ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ। “ତା’ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା। “ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’ “ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।” କେତେକ ଯିହୂଦୀ ନେତା ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ। ସେମାନେ କେତେକ ହେରୋଦୀୟ ମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ। ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?” କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, “ହେ କପଟୀଗଣ! ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା ଦେଖାଇଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖୋଦିତ ହୋଇଛି?” ଲୋକମାନେ କହିଲେ, “କାଇସରଙ୍କର।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ। କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା ସେହି ଦିନ କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା’ର ଭାଇ ତା’ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା’ର କୌଣସି ସନ୍ତାନ ନ ଥିଲେ। ତେଣୁ ତା’ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁ‌ତ୍‌ଥାନ ପରେ ସେ କାହାର ସ୍ତ୍ରୀ ହେବ?” ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। ମୃତର ପୁନରୁ‌ତ୍‌ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ ପରମେଶ୍ୱର ଅଟେ।’ ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।” ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। କେଉଁ ଆଜ୍ଞା ସବୁଠାରୁ ବଡ଼ ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ। ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?” ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’ ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’ ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।” ଫାରୂଶୀମାନଙ୍କୁ ଯୀଶୁଙ୍କର ଗୋଟିଏ ପ୍ରଶ୍ନ ଯେତେବେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?” ସେମାନେ କହିଲେ, “ଦାଉଦଙ୍କ ପୁଅ।” ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ: “ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।” ଯଦି ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହୁଛନ୍ତି। ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହୋଇ ପାରିବେ?” ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଗ୍ଭରି ଫାନ୍ଦରେ ପକାଇବାକୁ କେହିହେଲେ ଚେଷ୍ଟା କରିବାକୁ ସାହସ କଲେ ନାହିଁ। ଯୀଶୁଙ୍କର ଯିହୂଦୀ ଧର୍ମ ନେତାଙ୍କୁ ସମାଲୋଚନା ତା’ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାର ବ୍ୟାଖ୍ୟା କରିବାର ଅଧିକାର ପାଇଛନ୍ତି। ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ। ମାନିବା ପାଇଁ କଠିନ ହେଲେ ମଧ୍ୟ ସେମାନେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସେହି ନିୟମଗୁଡ଼ିକ ମାନିବା ପାଇଁ ସେମାନେ ଲୋକଙ୍କୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ନିଜେ କେବେ ହେଲେ ସେହି ନିୟମମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେଷ୍ଟା କରନ୍ତି ନାହିଁ। “କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି। ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି। ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରା‌‌‌‌‌ବ୍‌‌‌‌‌ବୀ’ ବୋଲି ଡାକନ୍ତୁ। “କିନ୍ତୁ ତୁମ୍ଭ ଭିତରୁ କେହି ନିଜକୁ ରା‌‌‌‌‌ବ୍‌‌‌‌‌ବୀ କହିବ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି। “ଏ ସଂସାରରେ କାହାରିକୁ ‘ପରମପିତା’ ବୋଲି ସମ୍ବୋଧନ କର ନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ୱର୍ଗରେ ରହୁଛନ୍ତି। ତୁମ୍ଭେ ନିଜକୁ ‘ମାଲିକ’ ବୋଲି କହିବ ନାହିଁ। କାରଣ ତୁମ୍ଭର କେବଳ ଜଣେ ମାତ୍ର ମାଲିକ, ସେ ହେଉଛନ୍ତି ଯୀଶୁ। ଯେଉଁ ଲୋକ ଗ୍ଭକର ଭଳି ତୁମ୍ଭର ସେବା କରିବ, ସେ ଲୋକ ତୁମ୍ଭମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ। ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାଯିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାଯିବ। “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। *** “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ। “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼। “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା’ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ। “ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା’ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍। ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ। “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ। ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ। “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ। “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କଲେ। ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ। “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ। “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ। ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’। ” ମନ୍ଦିର ଧ୍ୱଂସ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ ଯୀଶୁ ମନ୍ଦିର ଛାଡ଼ି ବାହାରି ଆସିଲେ ଓ ଗ୍ଭଲି ଯାଉଥିଲେ। ସେହି ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦେଖାଇବା ପାଇଁ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।” ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?” ଯୀଶୁ ଉତ୍ତର ଦେଲେ, “ସାବଧାନ ହୁଅ! ତୁମ୍ଭମାନଙ୍କୁ ଯେପରି କେହି ପଥଭ୍ରଷ୍ଟ ନ କରେ। ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ। ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧରେ ଓ ଗୋଟିଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟ ବିରୁଦ୍ଧରେ ଠିଆ ହେବ। ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହେବ। କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ। “ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ। ଅନେକ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବାହାରିବେ। ସେମାନେ ଅନେକ ଲୋକଙ୍କୁ ଠକିବେ, ଓ ସେମାନଙ୍କ କଥାରେ ପଡ଼ି ଅନେକ ଲୋକ ଭୁଲ୍ କଥାରେ ବିଶ୍ୱାସ କରିବେ। ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ। ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା’ପରେ ଅନ୍ତକାଳ ଆସିବ। “ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ। “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ। “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି। “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି। “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ। “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ: ‘ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକ ଦେବ ନାହିଁ। ତାରାମାନେ ଆକାଶରୁ ଖସି ପଡ଼ିବେ, ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ। “ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ। କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି “ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି। “ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ। “ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ। “ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ। ଉତ୍ତମ ଓ ମନ୍ଦ ସେବକ “କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ? ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ। “ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ। ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ। ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ। ଦଶ ଜଣ କୁମାରୀ ଝିଅଙ୍କ କାହାଣୀ “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା’ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ। “ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର। “ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’ “ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’ “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା’ପରେ କବାଟରେ ତାଲା ପଡ଼ିଗଲା। “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’ “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’ “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ। ତିନି ଜଣ ଗ୍ଭକରଙ୍କ ବିଷୟରେ କାହାଣୀ “ସ୍ୱର୍ଗରାଜ୍ୟ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସେହି ଲୋକ ଯିବା ପୂର୍ବରୁ ତା’ର ଗ୍ଭକରମାନଙ୍କୁ ଡାକି ତା’ର ଅନୁପସ୍ଥିତିରେ ସମସ୍ତ ସମ୍ପତ୍ତିର ଯତ୍ନ ନେବାକୁ କହିଲେ। କେଉଁ ଗ୍ଭକର କେତେ ଦାୟିତ୍ୱ ନେଇ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣକୁ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଲେ। ଆଉ ଜଣକୁ ଦୁଇ ତୋଡ଼ା, ଓ ତୃତୀୟଙ୍କୁ ଗୋଟିଏ ତୋଡ଼ା ରୂପାଟଙ୍କା ଦେଲେ। ଗ୍ଭକରମାନଙ୍କର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ କାମ ବାଣ୍ଟିଦେଇ ସେ ବୁଲିବାକୁ ଗ୍ଭଲିଗଲେ। ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା। ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା। କିନ୍ତୁ ଯେଉଁ ଲୋକଟି କେବଳ ଗୋଟିଏ ମାତ୍ର ତୋଡ଼ା ରୂପାଟଙ୍କା ପାଇଥିଲା, ସେ ଯାଇ ତା’ ମାଲିକର ଧନକୁ ନେଇ ମାଟିରେ ଗୋଟିଏ ଗାତ ଖୋଳି ସେଥିରେ ଲୁଗ୍ଭଇ ରଖିଲା। “ବହୁତ ଦିନ ପରେ ମାଲିକ ଘରକୁ ଫେରି ଆସିଲେ। ସେ ଗ୍ଭକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କାରେ କ’ଣ କଲେ, ତାହା ସେମାନଙ୍କୁ ପଗ୍ଭରିଲେ। ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦେଲା, ଗ୍ଭକରଟି କହିଲା ‘ଆପଣ ମୋତେ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଇଥିଲେ। ମୁଁ ତା’ ଦ୍ୱାରା ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ରୋଜଗାର କରିଛି।’ “ମାଲିକ କହିଲେ, ‘ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ୱାସଯୋଗ୍ୟ ଲୋକ। ତୁମ୍ଭେ ଅଳ୍ପ ଟଙ୍କାରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ମୋ’ ଖୁସୀରେ ଭାଗୀ ହୁଅ।’ “ତା’ପରେ ଦୁଇ ତୋଡ଼ା ରୂପାଟଙ୍କା ପାଇଥିବା ଗ୍ଭକରଟି ମାଲିକ ପାଖକୁ ଆସିଲା। ଗ୍ଭକରଟି କହିଲା, ‘ଆପଣ ମୋତେ ଦୁଇ ତୋଡ଼ା ଟଙ୍କାର ଦାୟିତ୍ୱ ଦେଇଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ୟବହାର କରିଛି।’ “ମାଲିକ କହିଲେ, ‘ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭ ଉପରେ ବିଶ୍ୱାସ କରାଯାଇପାରେ। ଅଳ୍ପ ଟଙ୍କାରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ଖୁସୀରେ ଭାଗୀ ହୁଅ।’ “ତା’ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, ‘ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠୋର ବ୍ୟକ୍ତି। ରୋପଣ ନ କରି ମଧ୍ୟ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ୟ ଶସ୍ୟ ଏକାଠି କରନ୍ତି। ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚେଇ ଦେଲି। ଆପଣ ମୋତେ ଦେଇଥିବା ତୋଡ଼ା ଟଙ୍କା ନିଅନ୍ତୁ।’ “ତା’ ମାଲିକ ତାକୁ କହିଲେ, ‘ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଗ୍ଭକର! ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନ ଥାଏ ସେଠାରେ ମଧ୍ୟ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନ ଥାଏ, ସେଠାରେ ଶସ୍ୟ ଏକାଠି କରେ। ତେଣୁ ତୁମ୍ଭେ ମୋ’ ଟଙ୍କାକୁ ବ୍ୟାଙ୍କରେ ଜମା ରଖିଦେବା ଉଚିତ୍ ଥିଲା। ତା ହୋଇଥିଲେ ମୁଁ ଘରକୁ ଫେରିବା ପରେ ମୋ’ ଟଙ୍କା ଫେରି ପାଇଥା’ନ୍ତି। ତା’ ସହିତ ମୋ’ ଟଙ୍କାର ସୁଧ ମଧ୍ୟ ପାଇଥା’ନ୍ତି।’ “ତା’ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। ଯେଉଁ ଲୋକ ନିଜ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ, ତାକୁ ବହୁତ ଅଧିକ ଦିଆଯିବ। ତାହାଙ୍କୁ ତାହାଙ୍କର ଆବଶ୍ୟକତାଠାରୁ ବହୁତ ବେଶୀ ଦିଆଯିବ। କିନ୍ତୁ ଯେଉଁ ଲୋକ ତା’ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ ନାହିଁ, ତା’ଠାରୁ ଯାହାକିଛି ଅଛି, ସବୁକିଛି ଛଡ଼େଇ ନିଆଯିବ।’ ତା’ପରେ ମାଲିକ କହିଲେ, ‘ସେ ଅଦରକାରୀ ଗ୍ଭକରକୁ ବାହାରେ ଅନ୍ଧକାରରେ ପକେଇ ଦିଅ। ସେଠାରେ ଲୋକମାନେ କାନ୍ଦିବେ ଏବଂ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରିବେ।’ ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା’ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ। “ତା’ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’ “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’ “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’ “ତା’ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା’ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’ “ତା’ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’ “ତା’ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’ “ତା’ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।” ଯିହୂଦୀ ନେତାମାନଙ୍କର ଯୀଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, “ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।” ତା’ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ କପଟରେ ବନ୍ଦୀ କରି ତାହାଙ୍କୁ ମାରିଦେବା ପାଇଁ ଯୋଜନା କଲେ। କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରି ପାରନ୍ତି।” ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ। ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।” ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ। ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି, ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।” ଯିହୂଦା ଯୀଶୁଙ୍କ ଶତ୍ରୁ ପାଲଟିଗଲେ ତା’ପରେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଯାଇ ପ୍ରଧାନଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସେହି ଶିଷ୍ୟର ନାମ ଇଷ୍କାରିୟୋତ ଯିହୂଦା ଥିଲା। ସେ କହିଲା, “ମୁଁ ତୁମ୍ଭମାନଙ୍କ ହାତରେ ଯୀଶୁଙ୍କୁ ଧରେଇ ଦେବି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ କ’ଣ ଦେବ?’’ ଯାଜକମାନେ ଯିହୂଦାଙ୍କୁ ତିରି‌ଶ୍‌ଟି ରୂପାଟଙ୍କା ଦେଲେ। ସେହି ସମୟରୁ ଯିହୂଦା ଯାଜକମାନଙ୍କ ହାତରେ ଯୀଶୁଙ୍କୁ ଧରାଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା। ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?” ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’” ଯୀଶୁଙ୍କ କହିବା ଅନୁସାରେ ଶିଷ୍ୟମାନେ କଲେ। ସେମାନେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ। ସନ୍ଧ୍ୟାବେଳେ ଯୀଶୁ ନିଜର ବାରଜଣଯାକ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ। ସେମାନେ ଖାଉଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ତୁମ୍ଭମାନଙ୍କ ମଧ୍ୟରେ ଥିବା ବାରଜଣଙ୍କ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।” ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?” ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା’ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ। ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।” ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?” ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।” ପ୍ରଭୁଭୋଜ ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।” ତା’ପରେ ସେ ଗୋଟିଏ ଗିନାରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେ ସମସ୍ତେ ଏଥିରୁ ପିଅ। ଏ ଦ୍ରାକ୍ଷାରସ ମୋର ରକ୍ତ। ମୋର ରକ୍ତରେ ପରମେଶ୍ୱରଙ୍କଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନେକ ଲୋକଙ୍କର ପାପକୁ କ୍ଷମା କରିଦିଆଯିବା ପାଇଁ ଏ ରକ୍ତ ଦିଆ ଯାଉଛି। ମୁଁ ତୁମ୍ଭମାନଙ୍କୁ ଏ କଥା କହି ରଖୁଛି: ମୋର ପରମପିତାଙ୍କ ରାଜ୍ୟରେ ଆମ୍ଭେ ସମସ୍ତେ ଏକାଠି ନ ହେବା ପର୍ଯ୍ୟନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହେବା ପର୍ଯ୍ୟନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା’ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।” ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ। ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦେବେ ବୋଲି ଯୀଶୁ କହିଲେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ମୋ’ ଉପରୁ ବିଶ୍ୱାସ ହରେଇ ବସିବ। ଶାସ୍ତ୍ରମାନଙ୍କରେ ଏ କଥା ଲେଖାଅଛି: ‘ମୁଁ ମେଷପାଳକଙ୍କୁ ମାରି ଦେବି ଏବଂ ମେଣ୍ଢାମାନେ ଏଣେତେଣେ ପଳେଇବେ।’ କିନ୍ତୁ ମୁଁ ପୁଣି ଥରେ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଗ୍ଭଲିଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାକୁ ଯାଇଥିବି।” ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ଆପଣଙ୍କ ଉପରୁ ବିଶ୍ୱାସ ହରେଇ ପାରନ୍ତି, କିନ୍ତୁ ମୁଁ କେବେ ହେଲେ ମୋର ବିଶ୍ୱାସ ହରାଇବି ନାହିଁ।” ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ଆଜି ରାତିରେ ତୁମ୍ଭେ କହିବ ଯେ ମୋତେ ଚିହ୍ନି ନାହଁ। କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।” ପିତର ଏ କଥା ଶୁଣି କହିଲେ, “ମୁଁ ବରଂ ଆପଣଙ୍କ ସହିତ ମୃତ୍ୟୁ ବରଣ କରିବି, କିନ୍ତୁ କେବେ ହେଲେ ଆପଣଙ୍କୁ ଚିହ୍ନି ନାହିଁ ବୋଲି କହିବି ନାହିଁ।” ପୁଣି ଅନ୍ୟ ସମସ୍ତ ଶିଷ୍ୟମାନେ ସେହି ଏକା କଥା କହିଲେ। ଯୀଶୁଙ୍କ ଏକାନ୍ତ ପ୍ରାର୍ଥନା ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେ‌ଥ୍‌ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ସେଠାରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ବସ।” ଯୀଶୁ ପିତର ଓ ଜେବଦୀଙ୍କ ଦୁଇ ପୁଅଙ୍କୁ ସାଙ୍ଗରେ ନେଲେ। ତା’ପରେ ଯୀଶୁ ଦୁଃଖ ଓ ବ୍ୟାକୁଳତା ଅନୁଭବ କଲେ। ଯୀଶୁ ସେମାନଙ୍କୁ କହିଲେ, “ମୋର ହୃଦୟ ଏତେ ଦୁଃଖରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ଯିବା ଉପରେ। ତୁମ୍ଭେମାନେ ମୋ’ ସହିତ ଏଠାରେ ଚେଇଁ କରି ରୁହ ଓ ଅପେକ୍ଷା କର।” ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ’ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।” ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଘଣ୍ଟାଏ ପାଇଁ ମଧ୍ୟ ଜାଗି ରହି ପାରିଲ ନାହିଁ? ତୁମ୍ଭେମାନେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଯାହା ଠିକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଗ୍ଭହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦେହ ଦୁର୍ବଳ।” ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଯନ୍ତ୍ରଣାର ଏ ପାତ୍ର ମୋ’ଠାରୁ ଦୂର ହୋଇ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତେବେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।” ତା’ପରେ ସେ ଫେରି ଆସି ପୁଣି ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ସେମାନଙ୍କ ଆଖି ବହୁତ ଭାରି ହୋଇଯାଇଥିଲା। ସେମାନେ ସେମାନଙ୍କର ଆଖି ଖୋଲି ପାରୁ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଛାଡ଼ି ପୁଣି ଫେରି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ୟ ସେ ପୂର୍ବଭଳି ସେହି ଏକା କଥା କହିଲେ। ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ସୁଦ୍ଧା ଶୋଇଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି, ଏବେ ପାପୀମାନଙ୍କ ହାତରେ ମନୁଷ୍ୟପୁତ୍ରଙ୍କୁ ସମର୍ପି ଦିଆଯିବ। ଉଠ, ଆମ୍ଭେ ଯିବା। ଦେଖ, ମୋତେ ଶତ୍ରୁମାନଙ୍କ ହାତରେ ଯେଉଁ ଲୋକଟି ଦେଇଦେବ, ସେ ଏଠାକୁ ଆସୁଛି।” ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ସେଠାକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। ଯିହୂଦାଙ୍କ ସହିତ ମଧ୍ୟ ଅନେକ ଲୋକ ଥିଲେ। ଯିହୂଦା ଓ ସେହି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସେମାନଙ୍କୁ ପ୍ରଧାନଯାଜକ ଓ ପ୍ରାଚୀନମାନେ ପଠାଇଥିଲେ। ଯିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ବତେଇ ଦେଲେ। ସେ କହିଲେ, “ମୁଁ ଯାହାକୁ ଚୁମ୍ବନ କରିବି, ସେ ସେହି ଲୋକ। ତାକୁ ବନ୍ଦୀ କରିବ।” ତା’ପରେ ଯିହୂଦା ଯୀଶୁଙ୍କ ପାଖରେ ପହଞ୍ଚି ତାହାଙ୍କୁ କହିଲେ, “ହେ ଗୁରୁ, ନମସ୍କାର” ତା’ପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ। ଯୀଶୁ କହିଲେ, “ବନ୍ଧୁ ତୁମ୍ଭେ ଯେଉଁ କାମରେ ଆସିଛ, ତାହା କର!” ତା’ପରେ ଯିହୂଦାଙ୍କ ସହିତ ଆସିଥିବା ଲୋକମାନେ ସେଠାରେ ପହଞ୍ଚି ଯାଇ ଯୀଶୁଙ୍କୁ ବନ୍ଦୀ କରି ନେଲେ। ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସେମାନଙ୍କ ଭିତରୁ ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କ ଗ୍ଭକରକୁ ସେଥିରେ ଆଘାତ କଲା, ଫଳରେ ଗ୍ଭକରର କାନ କଟିଗଲା। ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି. ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ। ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ। କିନ୍ତୁ ମୁଁ ତା’ କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହେବ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ରରେ ଲେଖା ଅଛି।” ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ। କିନ୍ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସେହିଭଳି ହେବା ପାଇଁ ଏହିସବୁ କଥା ଘଟିଲା,” ତା’ପରେ ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ। ଯିହୂଦୀନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କୁ ହାଜର କରାଗଲା ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନେଇଥିଲେ, ସେମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ଘରକୁ ନେଇଗଲେ। ସେଠାରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହୋଇଥିଲେ। ପିତର ଅଳ୍ପ ଦୂରରେ ରହି ମହାଯାଜକଙ୍କ ଅଗଣା ପର୍ଯ୍ୟନ୍ତ ଯୀଶୁଙ୍କ ପଛେ ପଛେ ଗଲେ। ଯୀଶୁଙ୍କର ପରିଣାମ କ’ଣ ହେବ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧ୍ୟରେ ବସିପଡ଼ିଲେ। ଯୀଶୁଙ୍କୁ ଯେପରି ମୃତ୍ୟୁଦଣ୍ଡ ଦେଇ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସମ୍ପୂର୍ଣ୍ଣ ଯିହୂଦୀ ମହାସଭା ଯୀଶୁଙ୍କ ବିରୁଦ୍ଧରେ କିଛି ମିଛ ଅଭିଯୋଗ ଖୋଜି ବାହାର କରିବାକୁ ଚେଷ୍ଟା କଲେ। କିନ୍ତୁ ଯଦିଓ ଅନେକ ମିଛ ସାକ୍ଷୀ ଆଗକୁ ଆସି ମିଛରେ ସାକ୍ଷ୍ୟ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶେଷରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ, “ଏହି ଲୋକ କହିଛନ୍ତି, ‘ମୁଁ ପରମେଶ୍ୱରଙ୍କ ମନ୍ଦିର ଧ୍ୱଂସ କରିପାରେ ଓ ପୁଣି ଏହାକୁ ତିନି ଦିନ ମଧ୍ୟରେ ତିଆରି କରି ଦେଇପାରେ।’” ତା’ପରେ ମହାଯାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଗ୍ଭରିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଯାହା ଅଭିଯୋଗ କଲେ ତା’ର ତୁମ୍ଭେ କିଛି ଉତ୍ତର ଦେବ କି? ଏ ଲୋକମାନେ କ’ଣ ସତ୍ୟ କହୁଛନ୍ତି?” ଯୀଶୁ କିନ୍ତୁ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିଲେ। ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?” ଯୀଶୁ କହିଲେ, “ହଁ, ମୁଁ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ, ତୁମ୍ଭେ ଭବିଷ୍ୟତରେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିବାର ଓ ଆକାଶର ମେଘମାଳାରେ ଆସୁଥିବାର ଦେଖିବ।” ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?” ସେମାନେ କହିଲେ, “ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।” ତା’ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ। ସେମାନେ କହିଲେ, “ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ତେବେ କୁହ, ତୁମ୍ଭକୁ କିଏ ମାରିଲା?” ଯୀଶୁଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିବାକୁ ପିତର ଭୟ କଲେ ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।” କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।” ତା’ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।” ପୁଣି ଥରେ ପିତର ଅସ୍ୱୀକାର କରିଦେଲେ। ସେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣେ ନାହିଁ।” କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ଏ କଥା ତୁମ୍ଭ କହିବା ଢଙ୍ଗରୁ ଜଣା ପଡ଼ୁଛି।” ପିତର ନିଜକୁ ଧି‌କ୍‌କାର କରି ରାଣ ପକାଇ କହିଲେ, “ମୁଁ ସେ ଲୋକଙ୍କୁ ଜାଣେ ନାହିଁ।” ସେତିକିବେଳେ କୁକୁଡ଼ା ଡାକିଲା। ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ। ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ। ଯିହୂଦାଙ୍କ ଆତ୍ମହତ୍ୟା ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରି‌ଶ୍‌ଟି ରୌପ୍ୟମୁଦ୍ରା ଫେରାଇଦେଲୋ। ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।” ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।” “ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା। ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।” ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। ଏଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ, “ସେମାନେ ତିରି‌ଶ୍‌ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ। ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।” ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ।” କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ। ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?” କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। ସେହି ସମୟରେ ବାର‌‌‌‌‌ବ୍‌‌‌‌‌ବା ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।‌‌‌‌‌‌ ‌‌‌ ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି। ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।” କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ। ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?” ସେମାନେ କହିଲେ, “ବାର‌‌‌‌‌ବ୍‌‌‌‌‌ବା।” ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?” ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।” ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?” କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।” ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।” ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।” ପୀଲାତ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ। ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ ତା’ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ। ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।” ତା’ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ। ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ। ସେମାନେ ଗ‌‌‌ଲ୍‌ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ। ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ। ତା’ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ ଏ ଯିହୂଦୀମାନଙ୍କର ରାଜା ଯୀଶୁ।” ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ, “ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।” ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ। ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’ ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ। ଯୀଶୁଙ୍କ ମୃତ୍ୟୁ ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା। ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବ‌କ୍‌ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।” ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପ‌ଞ୍ଜ୍‌ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।” ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ। ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉ‌‌‌ତ୍‌‌ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ। ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।” କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ। ଯୀଶୁଙ୍କୁ କବର ଦିଆଗଲା ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ। ଯୀଶୁଙ୍କ କବର ପାଖରେ ପହରା ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’ ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।” ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ। ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହେଲେ ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ। ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ। ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା। କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ। ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି। କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ। ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା’ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।” ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ। ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ। ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।” ଜଗୁଆଳମାନେ ଯିହୂଦୀ ନେତାମାନଙ୍କୁ ଘଟଣାର ସୂଚନା ଦେଲେ ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ। ତା’ପରେ ପ୍ରଧାନଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସେମାନେ ସୈନ୍ୟମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବରେ ପ୍ରଚୁର ଟଙ୍କା ଦେଲେ। ସେମାନେ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭେମାନେ ସବୁ ଶୋଇ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ରାତିରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଗ୍ଭେରେଇ ନେଲେ। ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।” ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି। ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ। ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ। ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ। ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।” ଯୀଶୁଙ୍କ ଆଗମନର ପ୍ରସ୍ତୁତି ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି: “ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।” “ମରୁଭୂମିରେ ଜଣେ ପାଟିକରି କହୁଛି; ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।’” ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା। ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।” ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ। ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି। ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।” ଯୀଶୁଙ୍କୁ ଶୟତାନର ପରୀକ୍ଷା ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ। ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ। ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।” ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ। ଯୀଶୁ ସମାଜଗୃହ ରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା, “ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।” ଯୀଶୁ ଭର୍ତ୍ସନା କରି କହିଲେ, “ଚୁପ୍ କର, ଏହାଠାରୁ ବାହାରିଯା।” ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା’ପରେ ସେ ଖୁବ୍ ଜୋ‌ର୍‌ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଏଠାରେ କ’ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ୟ ଆଜ୍ଞା ଦେଉଛି ଓ ଭୂତମାନେ ତା’ କଥା ମାନୁଛନ୍ତି।” ତେଣୁ ଯୀଶୁଙ୍କ ବିଷୟରେ ଗାଲିଲୀ ଅଞ୍ଚଳର ଗ୍ଭରିଆଡ଼େ ଖୁବ୍ ଶୀଘ୍ର ଖବର ବ୍ୟାପିଗଲା। ଯୀଶୁ ଅନେକଙ୍କୁ ସୁସ୍ଥ କଲେ ତା’ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ଥିଲେ। ତେଣୁ ସେଠାରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟରେ କହିଲେ। ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା’ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ। ସୂର୍ଯ୍ୟ ବୁଡ଼ି ଯିବା ପରେ, ସେହି ରାତିରେ ଲୋକମାନେ ଅନେକ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଯେଉଁ ଲୋକମାନଙ୍କ ଦେହ ଭିତରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା, ସେମାନଙ୍କୁ ମଧ୍ୟ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ। ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ। ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ। ଲୋକଙ୍କୁ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଯୀଶୁଙ୍କ ପ୍ରସ୍ତୁତି ତା’ ପରଦିନ ସକାଳେ ଯୀଶୁ ଖୁବ୍ ଶୀଘ୍ର ଉଠି ପଡ଼ିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡ଼ି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ସେଠାରେ ସେ ପ୍ରାର୍ଥନା କଲେ। ପରେ ଶିମୋନ ଓ ତାହାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଗଲେ। ସେମାନେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, “ଲୋକେ ତୁମ୍ଭକୁ ଖୋଜୁଛନ୍ତି।” ଏହା ଶୁଣି ଯୀଶୁ କହିଲେ, “ଆମ୍ଭେମାନେ ଅନ୍ୟ ନିକଟବର୍ତ୍ତୀ ନଗରକୁ ଯିବା ଉଚିତ୍, ଯେପରି ମୁଁ ସେଠାରେ ସେମାନଙ୍କୁ ମଧ୍ୟ ଉପଦେଶ ଦେଇ ପାରିବି ମୁଁ କେବଳ ଏଥିପାଇଁ ଆସିଛି।” ଏହିଭଳି ଭାବରେ ସେ ସମାଜଗୃହମାନଙ୍କରେ ଉପଦେଶ ଦେଇ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡ଼ି ଗାଲିଲୀ ସାରା ବୁଲିଲେ। ଗୋଟିଏ କୁଷ୍ଠରୋଗୀକୁ ଯୀଶୁ ସୁସ୍ଥ କଲେ ଗୋଟିଏ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲା, “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇ ପାରିବ। ସେହି ଶକ୍ତି ତୁମ୍ଭର ଅଛି।” ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।” ତା’ର କୁଷ୍ଠରୋଗ ତ‌ତ୍‌କ୍ଷଣାତ୍ ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲା। ଯୀଶୁ ଲୋକଟିକୁ ଗ୍ଭଲି ଯିବାକୁ କହିଲେ, କିନ୍ତୁ ତାକୁ ଚେତାବନୀ ଦେଇ କହିଲେ, “ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।” ଲୋକଟି ସେହି ସ୍ଥାନ ଛାଡ଼ି ଗ୍ଭଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦେଇଛନ୍ତି। ତେଣୁ ଯୀଶୁଙ୍କ ବିଷୟରେ ଖବର ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା। ଫଳରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନ ଥିବା ନିଛାଟିଆ ଜାଗାମାନଙ୍କରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ। ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା। ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ। ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ। ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।” କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ, “ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?” ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ? ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’ କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।” ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।” ମାଥିଉ ଯୀଶୁଙ୍କୁ ଅନୁସରଣ କଲେ ପୁଣି ଥରେ ଯୀଶୁ ହ୍ରଦ ପାଖଦେଇ ଗଲେ। ଅନେକ ଲୋକ ତା’ଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ। ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା’ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ। ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲେବିଙ୍କ ଘରେ ଖାଉଥିବା ସମୟରେ, ସେମାନଙ୍କ ସହିତ ଅନେକ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ୟ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନେକ ଲୋକ ମଧ୍ୟ ସେଠାରେ ଥିଲେ। ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?” ଯୀଶୁ ଏହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କେବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସି ନାହିଁ। ମୁଁ କେବଳ ପାପୀମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଛି।” ଯୀଶୁ ଅନ୍ୟ ଧର୍ମ ଗୁରୁମାନଙ୍କଠାରୁ ଭିନ୍ନ ଯୋହନଙ୍କ ଶିଷ୍ୟ ଓ ଫାରୂଶୀମାନେ ଉପବାସ କରୁଥିଲେ। କେତେକ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, “ଯୋହନଙ୍କ ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି?” ଯୀଶୁ କହିଲେ, “ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସେମାନଙ୍କ ସାଙ୍ଗରେ ଥା’ନ୍ତି। ତେଣୁ ବର ସେଠାରେ ଥିବା ପର୍ଯ୍ୟନ୍ତ ସେମାନେ ଉପବାସ କରି ନ ପାରନ୍ତି। କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ। “କେହି କେବେ ହେଲେ ପୁରୁଣା ଲୁଗାରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତାହା କରେ, ତେବେ ନୂଆ କନାର ତାଳି ଜାକି ହୋଇ ଯିବ ଓ ତଦ୍ଦ୍ୱାରା ଟାଣି ହୋଇ ଯାଇ ପୁରୁଣା କନାର କଣା ବଡ଼ ହୋଇଯିବ। ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।” କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।” ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।” ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।” ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।” ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ। ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ। ଅନେକ ଲୋକ ଯୀଶୁଙ୍କୁ ଅନୁସରଣ କଲେ ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଗ୍ଭଲିଗଲେ। ତାହାଙ୍କ ପଛରେ ଗାଲିଲୀର ଅନେକ ଲୋକ ମଧ୍ୟ ଗଲେ। ଯିହୂଦା, ଯିରୁଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ ସୋର ଓ ସୀଦୋନର ଗ୍ଭରିଆଡ଼ୁ ଅନେକ ଲୋକ ମଧ୍ୟ ଆସି ପହଞ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହାସବୁ କରୁଥିଲେ, ସେ ସମସ୍ତ ଘଟଣା ସେମାନେ ଶୁଣି ସାରିଥିଲେ। ଯୀଶୁ ଅନେକ ଲୋକଙ୍କୁ ଦେଖିଲେ, ଭିଡ଼ ହୋଇ ଯିବାରୁ ଲୋକମାନେ ଯେପରି ତାହାଙ୍କ ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଛୋଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ। ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ। କେତେକ ଲୋକଙ୍କ ଦେହରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତେବେଳେ ସେହି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ଆଗରେ ପଡ଼ିଯାଇ ଚିତ୍କାର କରି କହୁଥିଲେ, “ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।” କିନ୍ତୁ ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସେମାନେ ଲୋକମାନଙ୍କୁ ଯେପରି ନ କୁହନ୍ତି। ଯୀଶୁ ବାରଜଣ ପ୍ରେରିତ ଙ୍କୁ ମନୋନୀତ କଲେ ତା’ପରେ ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଗ୍ଭହିଁଲେ, ସେମାନଙ୍କୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସେମାନେ ଯୀଶୁଙ୍କ ପାଖକୁ ଗଲେ। ଯୀଶୁ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛି ପ୍ରେରିତ ବୋଲି ନାମିତ କଲେ। ଯୀଶୁ ଗ୍ଭହୁଁଥିଲେ ଯେ ସେମାନେ ତାହାଙ୍କ ସହିତ ରହିବେ। ସେ ସେମାନଙ୍କୁ ପ୍ରଗ୍ଭର ଉଦ୍ଦେଶ୍ୟରେ ଅନ୍ୟ ସ୍ଥାନ ଗୁଡ଼ିକୁ ପଠାଇବେ ଓ ଲୋକମାନଙ୍କ ଦେହରୁ ଭୁତମାନଙ୍କୁ ତଡ଼ିଦେବା ପାଇଁ ସେମାନଙ୍କର ଅଧିକାର ରହିବ। ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)। ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ “ମେଘ ଗର୍ଜ୍ଜନର ପୁତ୍ର” ନାମ ଦେଲେ)। ଆନ୍ଦ୍ରିୟ, ଫିଲି‌ପ୍‌ପ, ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉ‌ଦ୍‌ଯୋଗୀ ଶିମୋନ ଜିଲୋଟ ତଥା ଇଷ୍କାରିୟୋତ ଯିହୂଦା। ଏହି ଯିହୂଦା ପରେ ପ୍ରବଞ୍ଚନା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରିଥିଲା। ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ ତା’ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି। ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବା‌ଲ୍‌ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।” ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ। “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା’ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା’ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ। “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।” ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ। ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର ତା’ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।” ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” ତା’ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।” କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ, “ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।” ତା’ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।” ଯୀଶୁ କାହିଁକି ଦୃଷ୍ଟାନ୍ତ ପ୍ରୟୋଗ କରନ୍ତି ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ। ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି। ମୁଁ ଏପରି କରେ କାରଣ: ‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ। ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ। ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ, ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’” ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତ‌ତ୍‌କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ। “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି। “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ। “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା’ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।” ଯାହା ତୁମ୍ଭ ପାଖରେ ଅଛି ତାହାର ବିନିଯୋଗ କର ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପରୂଖା ଉପରେ ଦୀପ ରଖ। ତେବେ ଯାହାକିଛି ଲୁଚି ରହିଛି, ତାହା ସ୍ପଷ୍ଟ ହୋଇଯିବ। ଯାହାକିଛି ରହସ୍ୟ ହୋଇ ରହିଛି, ତାହା ପ୍ରକାଶ ପାଇବ। ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ। “ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ। ଯାହା ପାଖରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆଯିବ। କିନ୍ତୁ ଯାହା ପାଖରେ ଖୁବ୍ କମ୍ ଅଛି, ତାହା ମଧ୍ୟ ସେ ହରେଇ ବସିବ।” ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା’ପରେ କେଣ୍ଡା ହୁଏ। ତା’ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।” ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା’ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।” ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ। ଯୀଶୁ ଝଡ଼ ବନ୍ଦ କରିଦେଲେ ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।” ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?” ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।” ଯୀଶୁ ଜଣେ ଲୋକକୁ ଦୁଷ୍ଟାତ୍ମା କବଳରୁ ମୁକ୍ତକଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱର ଗରାଶୀୟମାନଙ୍କ ଦେଶରେ ପହଞ୍ଚିଲେ। ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ। କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ। ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା। ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗରେ ପଡ଼ିଗଲା। ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।” *** ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?” ଲୋକଟି କହିଲା, “ମୋ’ ନାମ ଲିଜନ ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ। ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା। ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।” ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା’ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ। ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ। ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ। ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ। ତା’ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡ଼ି ଗ୍ଭଲିଯିବାକୁ ଅନୁରୋଧ କଲେ। ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା। କିନ୍ତୁ ଯୀଶୁ ତାହାକୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, “ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସେମାନଙ୍କୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।” ତେଣୁ ସେ ଗ୍ଭଲିଗଲା ଓ ଦେକାପଲି ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ, ଯୀଶୁ କିପରି ତା’ ପାଇଁ କେତେ ବଡ଼ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା’ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।” ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ। ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା’ର ରକ୍ତସ୍ରାବ ହେଉଥିଲା। ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା’ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା’ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା’ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା। ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା’ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?” ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?” କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। ଯୀଶୁ ତାକୁ କହିଲେ, “ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।” ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ)ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?” କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।” ତା’ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। ତା’ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। ତା’ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା’ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ। ଯୀଶୁ ନିଜ ଜନ୍ମ ସହରକୁ ଗଲେ ଯୀଶୁ ସେ ସ୍ଥାନ ଛାଡ଼ି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ। ବିଶ୍ରାମ ଦିବସରେ ଯୀଶୁ ଯିହୂଦୀୟ ସମାଜଗୃହରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଗ୍ଭରଶକ୍ତି (ବିଜ୍ଞତା) କିଏ ଦେଲା? ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା? ଏ କ’ଣ ସେହି ବଢ଼େଇ ନୁହନ୍ତି? ଏ କ’ଣ ମରିୟମଙ୍କ ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନଙ୍କ ଭାଇ ନୁହନ୍ତି? ତାହାଙ୍କର ଭଉଣୀମାନେ କ’ଣ ଏଠାରେ ଆମ୍ଭ ସହିତ ନାହାନ୍ତି?” ତେଣୁ ଯୀଶୁଙ୍କୁ ସ୍ୱୀକାର କରିବାରେ ଏହି ଲୋକମାନେ ବାଧା ପାଇଲେ। ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, “ଅନ୍ୟମାନେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସମ୍ମାନ ଦେଇଥା’ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।” ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ। ଏ ଲୋକମାନଙ୍କର କୌଣସି ବିଶ୍ୱାସ ନ ଥିବାରୁ ଯୀଶୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସେଠାରେ ଶିକ୍ଷା ଦେବାକୁ ଲାଗିଲେ। ଯୀଶୁ ତାଙ୍କର ପ୍ରେରିତମାନଙ୍କୁ କର୍ତ୍ତବ୍ୟ ସମାପନ ପାଇଁ ପଠାଇଲେ ଯୀଶୁ ବାରଜଣ ଶିଷ୍ୟଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଦୁଇ ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସେମାନଙ୍କୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ। ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ, “ତୁମ୍ଭେ ଯାତ୍ରା କାଳରେ ବାଡ଼ିଟିଏ ଛଡ଼ା ଆଉ କିଛି ନେବ ନାହିଁ। ରୋଟୀ, ଝୁଲା କି ପକେଟରେ କିଛି ହେଲେ ଟଙ୍କା ମଧ୍ୟ ନେବ ନାହିଁ। ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କେବଳ ପିନ୍ଧିଥିବା ଲୁଗାପଟା ଛଡ଼ା କୌଣସି ଅଧିକ ଲୁଗାପଟା ନେବ ନାହିଁ। କୌଣସି ଘରେ ପ୍ରବେଶ କଲେ ସେ ସହର ଛାଡ଼ି ଗ୍ଭଲିଯିବା ପର୍ଯ୍ୟନ୍ତ ସେହି ଘରେ ରହିବ। ଯଦି କୌଣସି ସହରରେ ସେମାନେ ତୁମ୍ଭକୁ ସ୍ୱାଗତ ନ କରନ୍ତି କିମ୍ବା ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ସେ ସହର ଛାଡ଼ି ଗ୍ଭଲି ଯାଅ। ଛାଡ଼ିଲା ବେଳେ ତୁମ ପାଦରୁ ସେଠାକାର ଧୂଳିଝାଡ଼ି ଦିଅ। ତାହା ସେମାନଙ୍କ ପାଇଁ ଚେତାବନୀ ହେବ।” ଶିଷ୍ୟମାନେ ସେଠାରୁ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ। ସେମାନେ ଘୋଷଣା କଲେ ଯେ, ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ। ସେମାନେ ଲୋକଙ୍କ ଦେହରୁ ଅନେକ ଭୂତଙ୍କୁ ତଡ଼ିଦେଲେ। ସେମାନେ ଅନେକ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରିଦେଲେ। ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।” ଅନ୍ୟମାନେ କହୁଥିଲେ, “ସେ ହେଉଛନ୍ତି ଏଲିୟ।” ଆଉ କେତେକ କହୁଥିଲେ, “ଯୀଶୁ ହେଉଛନ୍ତି ଭବିଷ୍ୟ‌ଦ୍‌ବକ୍ତା, ପ୍ରାଚୀନ କାଳର ଭବିଷ୍ୟ‌ଦ୍‌ବକ୍ତାଙ୍କ ଭଳି ସେ ମଧ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା।” ହେରୋଦ ଯୀଶୁଙ୍କ ବିଷୟରେ ଏସବୁ ଶୁଣିଲେ। ସେ କହିଲେ, “ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ୟା କରିଛି। ବର୍ତ୍ତମାନ ଯୋହନ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛନ୍ତି।” ବାପ୍ତିଜକ ଯୋହନ କିପରି ହତ୍ୟା ହେଲେ ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ। ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” ତେଣୁ ହେରୋଦିଆ ଯୋହନଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ୟା କରିବାକୁ ଗ୍ଭହୁଁଥିଲେ। କିନ୍ତୁ ସେ ଏଥିପାଇଁ ହେରୋଦଙ୍କୁ ପ୍ରବର୍ତ୍ତାଇବାରେ ଅସଫଳ ହୋଇଥିଲେ। ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା। କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି। ହେରୋଦିଆଙ୍କ ଝିଅ ଭିତରକୁ ଆସି ନାଚିଲା। ତା’ ନାଚରେ ଅତିଥିଗଣ ଓ ନିଜେ ହେରୋଦ ବହୁତ ଖୁସୀ ହେଲେ। ହେରୋଦ ଝିଅକୁ କହିଲେ, “ତୋର ଯାହା ଦରକାର ମୋତେ ମାଗ। ମୁଁ ତୋତେ ତାହା ଦେବି।” ହେରୋଦ ଶପଥ ପୂର୍ବକ ମଧ୍ୟ କହିଲେ, “ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଏପରିକି ମୁଁ ମୋ’ ରାଜ୍ୟର ଅଧା ଭାଗ ତୋତେ ଦେଇପାରେ।” ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?” ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।” ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଗ୍ଭଲିଗଲା। ସେ ରାଜାଙ୍କୁ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ରଖି ବର୍ତ୍ତମାନ ଦିଅ।” ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା। ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ। ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।” ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ। ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା’ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।” କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।” ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।” ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?” ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।” ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ। ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ। ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା। ଯୀଶୁ ପାଣି ଉପରେ ଗ୍ଭଲିଲେ ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେ‌ଥ୍‌ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ। ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା। ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସର‌ତ୍‌ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। ତା’ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ। ପରମେଶ୍ୱରଙ୍କ ବ୍ୟବସ୍ଥା ଓ ମନୁଷ୍ୟକୃତ ନିୟମ କେତେକ ଫାରୂଶୀ ଓ କେତେକ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଆସି ଯୀଶୁଙ୍କ ଗ୍ଭରିପଟେ ରୁଣ୍ତ ହୋଇଗଲେ। ସେମାନେ ଯୀଶୁଙ୍କର କେତେକ ଶିଷ୍ୟଙ୍କୁ ଅପବିତ୍ର ହାତରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ ଖାଉଥିବାର ଦେଖିଲେ। ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ କେବେ ହେଲେ ଖାଉ ନ ଥିଲେ। ସେମାନେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ। ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି। ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?” ଯୀଶୁ କହିଲେ, “ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧରେ ଯିଶାଇୟ ଯାହା ଭବିଷ୍ୟ‌ଦ୍‌ବାଣୀ କରିଥିଲେ ତାହା ଯଥାର୍ଥ, ଯିଶାଇୟ ଲେଖିଥିଲେ, ‘ଏ ଲୋକମାନେ କେବଳ ମୁଖରେ ମୋର ସମ୍ମାନ କରନ୍ତି, କିନ୍ତୁ ସେମାନଙ୍କ ମନ ମୋ’ଠାରୁ ବହୁ ଦୂରରେ। ସେମାନଙ୍କର ମୋ’ ପାଇଁ ଉପାସନା ନିରର୍ଥକ, କାରଣ ସେମାନେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ୟକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।’ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରିଛ। ଏବେ ତୁମ୍ଭେମାନେ ମନୁଷ୍ୟକୃତ ପରମ୍ପରାକୁ ଧରି ବସିଛ।” ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ। ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’। ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’। କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା’ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’ ଏହିଭଳି ସେହି ଲୋକକୁ ତା’ର ବାପାମାଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭେମାନେ ଅନୁମତି ଦେଉ ନାହଁ। ନିଜ ନିୟମ ପାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରି ତୁମ୍ଭେମାନେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ପାଳିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦେଇ ତାହା ଏଡ଼େଇ ଦେଉଛ। ଏହିଭଳି ଅନେକ କାମ ତୁମ୍ଭେମାନେ କରୁଛ।” ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରତ୍ୟେକ ଲୋକ ମୋର କଥା ଶୁଣ ଓ ବୁଝ। ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ୟ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ। ବରଂ ଯେଉଁ ବସ୍ତୁ ମନୁଷ୍ୟର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପାରେ।’’ *** ତା’ପରେ ଯୀଶୁ ଲୋକମାନଙ୍କୁ ଛାଡ଼ି ଘର ଭିତରକୁ ଗଲେ। ଶିଷ୍ୟମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟରେ ପଗ୍ଭରିଲେ। ଯୀଶୁ କହିଲେ, “ତୁମ୍ଭେମାନେ ମଧ୍ୟ, ଅନ୍ୟମାନଙ୍କ ଭଳି କ’ଣ ବୁଝି ପାରିଲ ନାହିଁ? ତୁମ୍ଭେମାନେ କ’ଣ ବୁଝି ପାରୁ ନ ଯେ, ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସେହି ଲୋକକୁ ଦୂଷିତ କରିପାରେ ନାହିଁ। କାରଣ ଖାଦ୍ୟ ତା’ର ହୃଦୟକୁ ନ ଯାଇ ପେଟ ଭିତରକୁ ଯାଏ ଓ ପୁଣି ମଳ ଆକାରରେ ବାହାରକୁ ବାହାରି ଯାଏ।” ଏହା କହି ଯୀଶୁ ସମସ୍ତ ଖାଦ୍ୟ-ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ। ସେ ପୁଣି କହିଲେ, “ମନୁଷ୍ୟର ଭିତରୁ ଯାହା ବାହାରକୁ ଆସେ, ତାହା ତାହାକୁ ଅଶୁଦ୍ଧ କରିଥାଏ। ମନୁଷ୍ୟ ଭିତରେ, ତା’ର ମନରେ, ଏହିସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଗ୍ଭର, ଯୌନଗତ ପାପ, ଗ୍ଭେରି, ହତ୍ୟା। ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା। ଏହିସବୁ ଖରାପ ଜିନିଷ ମନୁଷ୍ୟର ଭିତରୁ ବାହାରକୁ ଆସିଥାଏ। ଏଗୁଡ଼ିକ ମନୁଷ୍ୟକୁ ଅଶୁଦ୍ଧ କରିପକାଏ।” ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା’ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା। ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।” ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।” ତା’ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।” ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା ଦେହରୁ ବାହାରି ଗ୍ଭଲି ଯାଇଛିା ଯୀଶୁ ଜଣେ ମୂକ ବଧିର ଲୋକକୁ ସୁସ୍ଥ କଲେ ତା’ପରେ ଯୀଶୁ ସୋର ଆଖ ପାଖ ଅଞ୍ଚଳ ଛାଡ଼ି ଦେକାପଲି ରାସ୍ତାରେ ସୀଦୋନ ହୋଇ ଗାଲିଲୀ ହ୍ରଦ ପାଖକୁ ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ। ଯୀଶୁ ସେ ଲୋକଟିକୁ ଭିଡ଼ଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନେଇଗଲେ। ସେ ସେହି ଲୋକଟିର କାନ ଭିତରେ ନିଜ ଅଙ୍ଗୁଳିଗୁଡ଼ିକୁ ରଖିଲେ। ତା’ପରେ ସେ ଛେପ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ। ଯୀଶୁ ପୁଣି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଦୀର୍ଘ ନିଶ୍ୱାସ ପକାଇଲେ। ସେ ଲୋକଟିକୁ କହିଲେ, “ଇ‌ପ୍‌ପଥଃ” ଅର୍ଥାତ ‘ଖୋଲିଯାଉ। ତ‌ତ୍‌କ୍ଷଣାତ୍ ତା’ର କାନ ଖୋଲିଗଲା। ଜିଭର ଗ୍ରନ୍ଥି ଖୋଲିଗଲା। ସେ ସ୍ପଷ୍ଟ ଭାବରେ କହି ପାରିଲା। ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ ଯେ ଏ ବିଷୟରେ କାହାକୁ କିଛି ଯେପରି ନ କୁହନ୍ତି। ଯୀଶୁ ସଦାବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସେମାନେ ଅନ୍ୟ କାହାକୁ ତାହାଙ୍କ ବିଷୟରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମରେ ଲୋକେ ତାହାଙ୍କ ବିଷୟରେ ଅଧିକରୁ ଅଧିକ ପ୍ରଗ୍ଭର କରୁଥିଲେ। ଲୋକମାନେ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ କହୁଥିଲେ, “ଯୀଶୁ ସବୁକିଛି ସୁସ୍ଥ କରୁଛନ୍ତି, ଏପରିକି ସେ ବଧିରକୁ ଶ୍ରବଣ ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।” ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।” ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?” ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?” ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।” ତା’ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ। ସବୁ ଲୋକ ଖାଇ ତୃପ୍ତ ହେଲେ। ତା’ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦ‌ଲ୍‌ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ। କିଛି ଲୋକ ଯୀଶୁଙ୍କର ଅଧିକାରକୁ ସନ୍ଦେହ କରନ୍ତି ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଗ୍ଭରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ, ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ। ଯୀଶୁ ଦୀର୍ଘନିଶ୍ୱାସ ନେଇ ଦୁଃଖ ପ୍ରକାଶ କରି କହିଲେ, “ତୁମ୍ଭେମାନେ କାହିଁକି ପ୍ରମାଣ ସ୍ୱରୂପ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛ? ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କୁ ସେଭଳି କୌଣସି ପ୍ରମାଣ ଦିଆ ଯିବ ନାହିଁ।” ତା’ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡ଼ି ପୁନଃ ଡଙ୍ଗା ଭିତରକୁ ଗ୍ଭଲି ଆସିଲେ। ସେ ଡଙ୍ଗାରେ ବସି ହ୍ରଦର ଅପର ପାରିକୁ ଗ୍ଭଲିଗଲେ। ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର ଠାରୁ ଦୂରରେ ରୁହ।” ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।” ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?” ସେମାନେ କହିଲେ, “ବାରଟି ଟୋକେଇରେ।” “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?” “ସେମାନେ କହିଲେ, ସାତୋଟି ଟୋକେଇରେ।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?” ବେ‌ଥ୍‌ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ବେ‌ଥ୍‌ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?” ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।” ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା’ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା। ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।” ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲି‌ପ୍‌ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?” ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।” ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?” ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।” ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।” ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌ଦ୍‌ବାଣୀ ତା’ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ।” ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ’ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।” ତା’ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।” ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା’ର କ୍ଷମତା ନେଇ ଆସିବ।” ଯୀଶୁଙ୍କ ସହିତ ମୋଶା ଓ ଏଲିୟ ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। ଏଲିୟ ଓ ମୋଶା ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ। ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!” ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା’ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ। ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର ଅର୍ଥ କ’ଣ? ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?” ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।” ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ ତା’ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ। ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?” ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।” ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା। ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?” ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।” ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।” ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।” ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।” ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା। ତା’ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?” ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।” ନିଜ ମୃତ୍ୟୁ ସମ୍ବନ୍ଧରେ ଯୀଶୁଙ୍କ କଥନ ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଗାଲିଲୀ ଦେଇ ଯାଉଥିଲେ। ସେମାନେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଗ୍ଭହୁଁ ନ ଥିଲେ। କାରଣ ସେ ନିଜ ଶିଷ୍ୟମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦେବାକୁ ଗ୍ଭହୁଁଥିଲେ। ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନଙ୍କ ହସ୍ତରେ ସମର୍ପଣ କରାଯିବ। ସେମାନେ ତାହାଙ୍କୁ ବଧ କରିବେ। କିନ୍ତୁ ମୃତ୍ୟୁର ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।” ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ୟମାନେ ବୁଝି ପାରିଲେ ନାହିଁ। ସେମାନେ ତାହାଙ୍କୁ ଏହାର ଅର୍ଥ ପଗ୍ଭରି ବୁଝିବାକୁ ଭୟ କଲେ। ଯୀଶୁ କହନ୍ତି ସବୁଠାରୁ ଶ୍ରେଷ୍ଠ କିଏ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଆସିଲେ। ସେମାନେ ଗୋଟିଏ ଘର ଭିତରକୁ ଗଲେ। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଆଜି ରାସ୍ତାରେ ଆସିବା ବେଳେ କେଉଁ ବିଷୟରେ ତୁମ୍ଭେମାନେ ଯୁକ୍ତିତର୍କ କରୁଥିଲ?” କିନ୍ତୁ ଶିଷ୍ୟମାନେ ଚୁପ୍ ରହିଲେ। କାରଣ ସେମାନେ ବାଟରେ ଯୁକ୍ତିତର୍କ କରୁଥିଲେ ଯେ, ତାହାଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? ଯୀଶୁ ବସିପଡ଼ିଲେ ଓ ବାରଜଣ ପ୍ରେରିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, “ଯଦି କେହି ସବୁଠାରୁ ବଡ଼ ହେବାକୁ ଗ୍ଭହେଁ ତେବେ ସେ ଅନ୍ୟ ସମସ୍ତଙ୍କୁ ତା’ ନିଜ ଅପେକ୍ଷା ବଡ଼ ମନେ କରୁ ଓ ସମସ୍ତଙ୍କର ସେବା କରୁ।” ତା’ପରେ ଯୀଶୁ ଗୋଟିଏ ଛୋଟ ପିଲାକୁ ନେଇ ସେମାନଙ୍କ ଆଗରେ ଠିଆ କରାଇଲେ। ସେହି ପିଲାକୁ କୋଳରେ ନେଇ ସେ କହିଲେ, “ମୋ’ ନାମରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଯେ, କେବଳ ମୋତେ ଗ୍ରହଣ କରେ, ତା’ ନୁହେଁ, ବରଂ ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।” ଆମକୁ ବିରୋଧ କରୁ ନ ଥିବା ଲୋକ ଆମ ନିଜର ଲୋକ ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।” କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।” ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ। ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା। ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। *** ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। ଦୁଇ ପାଦ ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ଛୋଟା ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। *** ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ। ମନୁଷ୍ୟକୁ ଖାଉଥିବା ନର୍କର କୀଟ କେବେ ମରେ ନାହିଁ କି ନର୍କର ନିଆଁ କେବେ ଲିଭେ ନାହିଁ। “ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ। “ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା’ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।” ବିବାହ ବିଚ୍ଛେଦ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ। କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?” ଯୀଶୁ କହିଲେ, “ମୋଶା ତୁମ୍ଭମାନଙ୍କୁ କ’ଣ ଆଜ୍ଞା ଦେଇଛନ୍ତି?” ସେମାନେ କହିଲେ, “ଜଣେ ପୁରୁଷ ଛାଡ଼ପତ୍ର ପାଇଁ ପ୍ରମାଣପତ୍ର ଲେଖିଦେଇ ତା’ପରେ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି, ମୋଶା କହିଥିଲେ।” ଯୀଶୁ ସେମାନଙ୍କୁ କହିଲେ, “ମୋଶା ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ମାନିବାକୁ ମନାକଲ। କିନ୍ତୁ ପରମେଶ୍ୱର ଯେତେବେଳେ ଜଗତ ସୃଷ୍ଟି କଲେ, ‘ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।’ “ଏଣୁ ଜଣେ ପୁରୁଷ ନିଜ ବାପା-ମାଙ୍କୁ ଛାଡ଼ି ନିଜ ସ୍ତ୍ରୀ ସହିତ ମିଳିତ ହେବ ଏବଂ ସେମାନେ ଏକ ହୋଇଯିବେ।’ ତେଣୁ ସେମାନେ ଦୁଇଜଣ ନୁହନ୍ତି ବରଂ ଏକ। ପରମେଶ୍ୱର ଯଦି ଏହି ଦୁଇଜଣ ମନୁଷ୍ୟଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ୟକ୍ତି ଅଲଗା କରିଦେବା ଉଚିତ୍ ନୁହେଁ।” ଯୀଶୁ ଓ ଶିଷ୍ୟମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ପୁଣି ଥରେ ଛାଡ଼ପତ୍ର ବିଷୟରେ ପଗ୍ଭରିଲେ। ଯୀଶୁ କହିଲେ, “ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସେହି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ୟଭିଗ୍ଭର ପାପ ପାଇଁ ଦୋଷୀ ହୁଏ। ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।” ପିଲାମାନଙ୍କୁ ଯୀଶୁ ଗ୍ରହଣ କଲେ ପୁଣି ଲୋକମାନେ ଯୀଶୁଙ୍କ ପାଖକୁ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦେଇ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ବାରଣ କଲେ ଯେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ। ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଛୋଟ ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।” ତା’ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉଠେଇ ନେଲେ। ସେ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ। ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।” ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।” ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।” ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା। ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।” ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ। ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।” ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?” ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ” ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।” ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି, ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ। ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।” ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ କହନ୍ତି ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ଯିରୁଶାଲମକୁ ଯାଉଥିଲେ। ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ରେରିତଙ୍କୁ ଅଲଗା ଡାକି ଯିରୁଶାଲମରେ ଯାହାସବୁ ଘଟିବ, ସେ ବିଷୟରେ କହିବାକୁ ଲାଗିଲେ। ଯୀଶୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ ଏବଂ ସେମାନେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଣଯିହୂଦୀମାନଙ୍କୁ ସମର୍ପି ଦେବେ। ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁ‌ତ୍‌ଥାନ ହେବେ।” ଯାକୁବ ଓ ଯୋହନଙ୍କର ଅନୁଗ୍ରହର ଅନୁରୋଧ ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, “ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଗ୍ଭହୁଁଛୁ।” ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ମୋ’ ଦ୍ୱାରା ତୁମ୍ଭ ପାଇଁ କ’ଣ ପାଇବାକୁ ଗ୍ଭହୁଁଛ?” ସେମାନେ କହିଲେ, “ଆପଣଙ୍କ ରାଜ୍ୟରେ ଆପଣ ମହିମା ପ୍ରାପ୍ତ ହେବା ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।” ଯୀଶୁ କହିଲେ, “ତୁମ୍ଭେ କ’ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁ ନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ୟ କ’ଣ ସେହିଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁଭଳି ବାପ୍ତିଜିତ ହେବି, ତୁମ୍ଭେ କ’ଣ ସେହିଭଳି ବାପ୍ତିଜିତ ହୋଇ ପାରିବ?” ସେମାନେ ତାହାଙ୍କୁ କହିଲେ, “ହଁ ଆମ୍ଭେ ପାରିବୁ।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ତାହା ଭୋଗ କରିବ। ମୁଁ ଯାହା ଦ୍ୱାରା ବାପ୍ତିଜିତ ହେବି, ତୁମ୍ଭେମାନେ ମଧ୍ୟ ତା ଦ୍ୱାରା ବାପ୍ତିଜିତ ହେବ। କିନ୍ତୁ ମୋର ଡାହାଣ ବା ବାମ ପଟରେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି, କେବଳ ସେହିମାନେ ସେଥିରେ ବସି ପାରିବେ।” ଅନ୍ୟ ଦଶ ଜଣ ପ୍ରେରିତ ଏହା ଶୁଣିଲେ। ସେମାନେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ। ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି। କିନ୍ତୁ ତୁମ୍ଭ ମଧ୍ୟରେ ଏଭଳି କିଛି ହେବା ଅନୁଚିତ୍। ଯଦି ତୁମ୍ଭ ଭିତରୁ କେହି ବଡ଼ ହେବାକୁ ଗ୍ଭହୁଁଥାଏ, ତେବେ ସେ ଜଣେ ସେବକ ଭଳି ତୁମ୍ଭ ସମସ୍ତଙ୍କର ସେବା କରୁ। ଯଦି ତୁମ୍ଭ ଭିତରୁ କେହି ମହତ୍ତ୍ୱପୂର୍ଣ୍ଣ ହେବାକୁ ଗ୍ଭହୁଁଥାଏ, ତେବେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସେବା କରୁ। ସେହିଭଳି ମନୁଷ୍ୟପୁତ୍ର ଅନ୍ୟଠାରୁ ସେବା ପାଇବା ପାଇଁ ଆସି ନାହାନ୍ତି, ବରଂ ସେ ସେବା କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦେବା ପାଇଁ ଆସିଛନ୍ତି।” ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।” ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।” ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।” ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” ଅନ୍ଧ ଲୋକଟି ତ‌ତ୍‌କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।” ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା। ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’” ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ। ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ, “‘ହୋଶାନ୍ନା ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’ “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ, ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।” ଯୀଶୁ ଯିରୁଶାଲମ ଆସି ମନ୍ଦିର ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ। ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ। ଯୀଶୁଙ୍କର ମନ୍ଦିରରେ ପ୍ରବେଶ ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’ ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ। ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।” ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା’ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” *** ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।” ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା। ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।” ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା’ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।” ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା। “ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ। “ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’ “କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’। ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ। “ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ? “ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର ‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର ହୋଇଗଲା। ପ୍ରଭୁ ତାହା କଲେ, ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’” ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ। ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?” ଯୀଶୁ ସେମାନଙ୍କ ଗ୍ଭ‌ଲ୍‌ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁ‌ତ୍‌ଥାନ ହେବ ନାହିଁ। ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁ‌ତ୍‌ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?” ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। ପୁନରୁ‌ତ୍‌ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।” କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?” ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’ ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।” ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।” ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ। ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ, ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ: ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’ ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ। ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।” ଏକ ବିଧବାର ପ୍ରକୃତ ଦାନ ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ। ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।” ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟ‌ଦ୍‌ବାଣୀ ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା’ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।” ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।” ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?” ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି। “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ। “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ। “ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍। ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍। ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ। “ସେହି ସମୟ ଗର୍ଭବତୀ ମହିଳା ଓ କୋଳରେ ଛୋଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହେବ। ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନରେ ନ ହୁଏ। କାରଣ ସେହି ଦିନ ଗୁଡ଼ିକ ବିପଦରେ ପରିପୂର୍ଣ୍ଣ ରହିବ। ସେତେବେଳେ ଏତେ ବଡ଼ ବିପଦ ମାଡ଼ି ଆସିବ ଯେ, ସେଭଳି ବଡ଼ ବିପଦ ପରମେଶ୍ୱରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଭବିଷ୍ୟତରେ କେବେ ଆସିବ ନାହିଁ। ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ। “ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନେ ଦେଖାଦେବେ ସେମାନେ ଅ‌ଦ୍‌ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି। “ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ ‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ, ଚନ୍ଦ୍ର ତା’ର ଆଲୋକ ଦେବ ନାହିଁ। ଆକାଶରୁ ତାରାମାନେ ଖସି ପଡ଼ିବେ, ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’ “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ। ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ। “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ ନିକଟରେ ଆସି ପହଞ୍ଚିଗଲାଣି। ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ। “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ। “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।” ଯୀଶୁଙ୍କୁ ମାରିଦେବା ପାଇଁ ଯିହୂଦୀ ନେତାଙ୍କ ଯୋଜନା ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା’ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ। ସେମାନେ କହିଲେ, “ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା’ କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି। ଏକ ସ୍ତ୍ରୀର ବିଶେଷ କାର୍ଯ୍ୟ ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚି‌‌କ୍‌‌କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା। ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା? ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ୟ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥା’ନ୍ତା ଏବଂ ତହିଁର ଅର୍ଥ ଗରିବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥା’ନ୍ତା।” ତେଣୁ ସେମାନେ ସ୍ତ୍ରୀଲୋକଟିକୁ ଦୃଢ଼ ଭାବରେ ସମାଲୋଚନା କରିବାକୁ ଲାଗିଲେ। ଯୀଶୁ କହିଲେ, “ସେହି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡ଼ିଦିଅ। ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖରେ ରହିବେ। ତୁମ୍ଭେ ଯେତେବେଳେ ଗ୍ଭହିଁବ, ସେମାନଙ୍କୁ ସାହାଯ୍ୟ କରି ପାରିବ। କିନ୍ତୁ ତୁମ୍ଭେମାନେ ମୋତେ ସଦାବେଳେ ପାଇବ ନାହିଁ। “ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ସାରା ସଂସାରରେ ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ପ୍ରଗ୍ଭର କରାଯିବ। ଯେଉଁ ଯେଉଁ ସ୍ଥାନରେ ସୁସମାଗ୍ଭର ପ୍ରଗ୍ଭରିତ ହେବ, ସେହି ସେହି ସ୍ଥାନରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ଯ୍ୟ ବିଷୟରେ କୁହାଯିବ। ଲୋକମାନେ ତାହାକୁ ମନେ ପକେଇବେ।” ଯିହୂଦା ଯୀଶୁଙ୍କ ଶତ୍ରୁମାନଙ୍କୁ ସାହାଯ୍ୟ କରିବାକୁ ରାଜି ତା’ପରେ ବାରଜଣ ଯାକ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ରେରିତର ନାମ ଥିଲା ଇଷ୍କାରିୟୋତ ଯିହୂଦା। ସେ ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବାକୁ ଗ୍ଭହୁଁଥିଲା। ପ୍ରଧାନଯାଜକମାନେ ଯିହୂଦାର ଏ କଥାରେ ବହୁତ ଖୁସୀ ହେଲେ। ଏହି କାମ କରି ଦେଲେ ସେମାନେ ଯିହୂଦାକୁ ଟଙ୍କା ଦେବେ ବୋଲି କଥା ଦେଲେ। ତେଣୁ ଯିହୂଦା ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା। ନିସ୍ତାରପର୍ବର ଭୋଜି ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?” ତା’ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା’ର ପଛେ ପଛେ ଯିବ। ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।” ତା’ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ। ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।” ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।” ପ୍ରଭୁଭୋଜ ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।” ତା’ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। ତା’ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି। ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।” ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ। ଯୀଶୁଙ୍କ ଅନୁସରଣକାରୀ ସମସ୍ତେ ତାଙ୍କୁ ଛାଡ଼ିବେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି: ‘ମୁଁ ମେଷପାଳକଙ୍କୁ ମାରି ଦେବି, ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’ କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁ‌ତ୍‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।” ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ହୁଏତ ସେମାନଙ୍କ ବିଶ୍ୱାସ ହରେଇ ପାରନ୍ତି। କିନ୍ତୁ ମୁଁ ମୋର ବିଶ୍ୱାସ କଦାପି ହରେଇବି ନାହିଁ।” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।” ଏ କଥା ଶୁଣି ପିତର ଆହୁରି ଜୋର୍ ଦେଇ କହିଲେ, “ମୋତେ ତୁମ୍ଭ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ।” ଅନ୍ୟ ସମସ୍ତ ଶିଷ୍ୟ ମଧ୍ୟ ସେହି ଏକା କଥା କହିଲେ। ଯୀଶୁ ଏକାକୀ ପ୍ରାର୍ଥନା କରନ୍ତି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗେ‌ଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସ।” ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା’ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ, ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।” ଯୀଶୁ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗ୍ଭଲି କରି ଗଲେ। ତା’ପରେ ଯୀଶୁ ଭୂମିରେ ପଡ଼ିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତେବେ ଏ ଯନ୍ତ୍ରଣାର ମୂହୂର୍ତ୍ତଟି ମୋ’ ପାଖରୁ ଘୁଞ୍ଚିଯାଉ।” ସେ କହିଲେ, “ ଆ‌ବ୍‌‌‌‌ବା ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ’ଠାରୁ ଯନ୍ତ୍ରଣାର ଏହି ଗିନାଟି କୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।” ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଖକୁ ଫେରି ଆସିଲେ। ସେ ସେମାନଙ୍କୁ ଶୋଇପଡ଼ିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ ଶୋଇପଡ଼ିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚେଇଁ ରହି ପାରିଲ ନାହିଁ? ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।” ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ। ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ। ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଏବଂ କହିଲେ, “ଏବେ ମଧ୍ୟ ତୁମ୍ଭେମାନେ ଶୋଇ ବିଶ୍ରାମ ନେଉଛ? ଯଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କୁ ପାପୀମାନଙ୍କ ହାତରେ ଧରେଇ ଦିଆଯିବାର ସମୟ ଆସି ପହଞ୍ଚି ଗଲା। ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।” ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ବିଶ୍ୱାସଘାତକ ଯିହୂଦା ସେହି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ଦେଇଥିଲା। ସେ କହିଥିଲା: “ଯେଉଁ ଲୋକକୁ ମୁଁ ଚୁମ୍ବନ ଦେବି, ସେ ହେଉଛନ୍ତି ଯୀଶୁ। ତୁମ୍ଭେମାନେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନରେ ଦୂରକୁ ନେଇଯିବ।” ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା’ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ। ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା। ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଅପରାଧୀ ଯେ, ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ଧରି ନେବାକୁ ଆସିଛ? ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।” ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦୌଡ଼ି ପଳାଇଲେ। ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ। ସେ ଲୁଗାକୁ ଖସାଇ ଦେଲା ଓ ଉଲଗ୍ନ ହୋଇ ଦୌଡ଼ି ପଳାଇଲା। ଯିହୂଦୀ ନେତାଙ୍କ ଆଗରେ ଯୀଶୁଙ୍କ ବିଗ୍ଭର ସେହି ଲୋକମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରଧାନଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରିତ ହେଲେ। ପିତର ଯୀଶୁଙ୍କଠାରୁ ଦୂରରେ ରହି ତାହାଙ୍କ ପଛେ ପଛେ ଆସି ମହାଯାଜକଙ୍କ ଅଗଣା ଭିତରେ ପହଞ୍ଚିଗଲେ। ସେ ସେଠାରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁରେ ସେକି ହେଲେ। ପ୍ରଧାନଯାଜକ ଓ ସମଗ୍ର ଯିହୂଦୀ ସହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତାହାଙ୍କ ବିରୁଦ୍ଧରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ମୃତ୍ୟୁଦଣ୍ଡ ଦେବା ଭଳି କୌଣସି ପ୍ରମାଣ ପାଇଲେ ନାହିଁ। ଅନେକ ଲୋକ ଆସି ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଲେ। କିନ୍ତୁ ସେମାନେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନ ଥିଲା। ତା’ପରେ କେତେକ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଇ କହିଲେ, “ଆମ୍ଭେମାନେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, ‘ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦେବି ଓ ପୁଣି ତିନି ଦିନ ଭିତରେ ଆଉ ଗୋଟିଏ ମନ୍ଦିର ତିଆରି କରିଦେବି, ଯାହାକି ମଣିଷ ହାତରେ ତିଆରି ହୋଇ ନ ଥିବ।” ତଥାପି ଏ ଲୋକମାନେ ଯାହାସବୁ କହିଲେ, ତା’ ମଧ୍ୟରେ କାହାରି କଥା କାହାରି ସାଙ୍ଗରେ ମେଳ ଖାଉ ନ ଥିଲା। ତା’ପରେ ସମସ୍ତଙ୍କ ଆଗରେ ମହାଯାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅନେକ କଥା କହିଲେ। ତୁମ୍ଭ ବିରୁଦ୍ଧରେ ଯେତେ ଗୁଡ଼ିଏ ଅଭିଯୋଗ ଅଣାଗଲା, ସେ ବିଷୟରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ’ଣ ସତ୍ୟ କଥା କହୁଛନ୍ତି?” କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲେ ନାହିଁ। ମହାଯାଜକ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଗ୍ଭରିଲେ: “ତୁମ୍ଭେ କ’ଣ ମହାନ୍ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?” ଯୀଶୁ ଉତ୍ତର ଦେଲେ, “ହଁ ମୁଁ ପରମେଶ୍ୱରଙ୍କ ପୁତ୍ର ଏବଂ ଭବିଷ୍ୟତରେ ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ୱର୍ଗର ମେଘମାଳା ମଧ୍ୟରେ ଆସୁଥିବାର ଦେଖିବ।” ମହାଯାଜକ ଏ କଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, “ଆମ୍ଭର ଆଉ ସାକ୍ଷୀର କ’ଣ ଦରକାର? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହାସବୁ କହିଗଲେ, ତୁମ୍ଭେମାନେ ସମସ୍ତେ ଶୁଣିଲ। ଏବେ ତୁମ୍ଭେମାନେ କ’ଣ ଭାବୁଛ?” ସମସ୍ତେ ଯୀଶୁଙ୍କୁ ଅପରାଧୀ ସାବ୍ୟସ୍ତ କଲେ ଓ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବା ଉଚିତ୍ ବୋଲି କହିଲେ। ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଯୀଶୁଙ୍କ ଉପରକୁ ଛେପ ପକାଇଲେ। କେତେକ ଯୀଶୁଙ୍କ ମୁହଁ ଘୋଡ଼େଇ ଦେଇ ବିଧା ମାରିଲେ, ଓ ଆଉ କେତେକ ଥଟ୍ଟା କରି କହିଲେ, “ଏବେ ତୁମ୍ଭେ ଆମ୍ଭକୁ ଦେଖେଇ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା’ପରେ ପ୍ରହରୀମାନେ ତାହାଙ୍କୁ ନେଇ ଯାଇ ପିଟିଲେ। ପିତର ଯୀଶୁଙ୍କୁ ଜାଣିଥିବା କଥା ଅସ୍ୱୀକାର କଲେ ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା। ସେ ପିତରଙ୍କୁ ନିଆଁ ପାଖରେ ସେକି ହେଉଥିବାର ଦେଖିଲା। ସେ ପିତରଙ୍କୁ ଭଲ କରି ଗ୍ଭହିଁଲା। ତା’ପରେ ତାହାଙ୍କୁ ଚିହ୍ନି ପାରି କହିଲା, “ତୁମ୍ଭେ ମଧ୍ୟ ନାଜରିତର ଯୀଶୁଙ୍କ ସାଙ୍ଗରେ ଥିଲ।” ପିତର କିନ୍ତୁ କହିଲେ ଯେ, ସେ କେବେ ହେଲେ ଯୀଶୁଙ୍କ ସାଙ୍ଗରେ ନ ଥିଲେ। ସେ କହିଲେ, “ତୁମ୍ଭେ କାହା ବିଷୟରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁ ନାହିଁ।” ତା’ପରେ ପିତର ସେ ସ୍ଥାନ ଛାଡ଼ି ଅଗଣାର ପ୍ରଦେଶ ଦ୍ୱାର ପାଖକୁ ଗ୍ଭଲିଗଲେ। ସେ ଗ୍ଭକରାଣୀଟି ପୁଣି ପିତରଙ୍କୁ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିବାକୁ ଲାଗିଲା, “ଏ ଲୋକଟି ସେମାନଙ୍କ ମଧ୍ୟରୁ ଜଣେ।” ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ୟ ନୁହେଁ। କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ନିଶ୍ଚିତ ଭାବରେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ। କାରଣ ତୁମ୍ଭେ ମଧ୍ୟ ଗାଲିଲୀରୁ ଆସିଛ।” ତା’ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।” ପିତର ଏ କଥା କହିବା ପରେ ପରେ କୁକୁଡ଼ାଟିଏ ଦ୍ୱିତୀୟ ଥର ଡାକିଲା। ଯୀଶୁଙ୍କର ସେହିସବୁ କଥା ଏବେ ପିତରଙ୍କର ମନେ ପଡ଼ିଲା: “କୁକୁଡ଼ା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହି ସାରିଥିବ।” ତା’ପରେ ପିତର ଭୀଷଣ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦିବାକୁ ଲାଗିଲେ। ଶାସନକର୍ତ୍ତା ପୀଲାତ ଯୀଶୁଙ୍କୁ ପ୍ରଶ୍ନ କଲେ ସକାଳ ହେବା ମାତ୍ରେ ପ୍ରଧାନଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ’ଣ ବିଗ୍ଭର କରାଯିବ, ତାହା ସ୍ଥିର କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ସମର୍ପଣ କରିଦେଲେ। ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ତାହା ସତ୍ୟ।” ପ୍ରଧାନଯାଜକମାନେ ଅନେକ ବିଷୟରେ ଯୀଶୁଙ୍କୁ ଅଭିଯୁକ୍ତ କଲେ। ପୀଲାତ ପୁଣି ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର କ’ଣ କିଛି କହିବାର ନାହିଁ? ଦେଖ, ସେମାନେ ତୁମ୍ଭକୁ ଅନେକ ବିଷୟରେ ଅଭିଯୁକ୍ତ କରୁଛନ୍ତି।” ତଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାରେ ଅସମର୍ଥ ହେଲେ ପ୍ରତିବର୍ଷ ପରମ୍ପରାକ୍ରମେ ନିସ୍ତାରପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା’ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଗ୍ଭହାନ୍ତି, କେବଳ ସେହି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦେଇଥା’ନ୍ତି। ସେହି ସମୟରେ ବନ୍ଦୀଶାଳାରେ ବାର‌ବ୍‌ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ। ପୀଲାତ ଲୋକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡ଼ି ଦିଏ?” ପୀଲାତ ଏ କଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ୱିତ ହୋଇ ଯୀଶୁଙ୍କୁ ତାହାଙ୍କ ହାତରେ ସମର୍ପଣ କରି ଦେଇଛନ୍ତି। କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାର‌ବ୍‌ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ। ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?” ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।” ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?” କିନ୍ତୁ ଲୋକମାନେ ଅଧିକ ଜୋ‌ର୍‌ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।” ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାର‌ବ୍‌ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ। ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ। ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ସ୍ୱାଗତ କରି ଥଟ୍ଟାରେ କହିଲେ, ହେ ଯିହୂଦୀମାନଙ୍କର ରାଜା, କହି ପ୍ରଣାମ କଲେ। ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ। ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ। କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେ‌କ୍‌ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ। ତା’ପରେ ସେମାନେ ଯୀଶୁଙ୍କୁ ଗ‌‌ଲ୍‌‌ଗଥା ନାମକ ସ୍ଥାନକୁ ନେଇଗଲେ। ଗ‌‌ଲ୍‌‌ଗଥାର ଅର୍ଥ “କପାଳ ସ୍ଥାନ” ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ। ତା’ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ। ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ବେଳକୁ ସକାଳ ନଅଟା ବାଜିଥିଲା। ଯୀଶୁଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲେଖା ଯାଇଥିଲା ଏ “ ଯିହୂଦୀମାନଙ୍କର ରାଜା।” ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା। *** ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ। ଏବେ କ୍ରୁଶ ଉପରୁ ଓହ୍ଲେଇ ଆସି ନିଜକୁ ରକ୍ଷା କର।” ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯେଭଳି ଭାବରେ ଥଟ୍ଟା କରୁଥିଲେ, ସେମାନେ ମଧ୍ୟ ଠିକ୍ ସେହିଭଳି ଯୀଶୁଙ୍କୁ ଥଟ୍ଟା କଲେ। ସେମାନେ କୁହାକୁହି ହେଉଥିଲେ, “ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ। ଯଦି ପ୍ରକୃତରେ ସେ ଖ୍ରୀଷ୍ଟ, ଇସ୍ରାଏଲର ରାଜା, ତେବେ ବର୍ତ୍ତମାନ ସେ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସୁ। ନିଜକୁ ରକ୍ଷା କରୁ। ତା’ହେଲେ ଆମ୍ଭେମାନେ ତାହା ଦେଖିବା ଓ ତାକୁ ବିଶ୍ୱାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖରେ କ୍ରୁଶ ବିଦ୍ଧ କରାଯାଉଥିଲା, ସେମାନ ମଧ୍ୟ ଯୀଶୁଙ୍କ ଅପମାନିତ କଲେ। ଯୀଶୁଙ୍କ ମୃତ୍ୟୁ ଦ୍ୱିପ୍ରହର ବେଳକୁ ସମଗ୍ରଦେଶ ଉପରେ ଅନ୍ଧକାର ମାଡ଼ି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବେଳ ପର୍ଯ୍ୟନ୍ତ ରହିଲା। ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “‌‌ଏଲୀ, ‌‌ଏଲୀ, ଲାମା ଶବ‌‌କ୍‌‌ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” ସେଠାରେ ଠିଆ ହୋଇଥିବା କେତେକ ଲୋକ ଏ କଥା ଶୁଣିଲେ। ସେମାନେ କହିଲେ, “ଶୁଣ, ସେ ଏଲିୟଙ୍କୁ ଡାକୁଛି।” ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପ‌ଞ୍ଜ୍‌ଆଣିଲା। ସ୍ପ‌ଞ୍ଜ୍‌କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପ‌ଞ୍ଜ୍‌ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପ‌ଞ୍ଜ୍‌ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।” ତା’ପରେ ଯୀଶୁ ଉଚ୍ଚ ସ୍ୱରରେ ପାଟି କରି ପ୍ରାଣତ୍ୟାଗ କଲେ। ଯୀଶୁ ଯେତେବେଳେ ପ୍ରାଣତ୍ୟାଗ କଲେ, ସେତେବେଳେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା। କ୍ରୁଶ ଆଗରେ ଠିଆ ହୋଇଥିବା ସେନାପତି ଯୀଶୁ କିପରି ପ୍ରାଣତ୍ୟାଗ କଲେ, ତାହା ଦେଖିଲେ। ସେ କହିଲେ, “ପ୍ରକୃତରେ ଏହି ଲୋକ ପରମେଶ୍ୱରଙ୍କ ପୁତ୍ର ଥିଲେ।” କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା। ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସେମାନେ ତାହାଙ୍କର ସେବାଯତ୍ନ କରୁଥିଲେ। ଅନ୍ୟ ଅନେକ ସ୍ତ୍ରୀଲୋକ ମଧ୍ୟ ସେଠାରେ ଥିଲେ। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମକୁ ଆସିଥିଲେ। ଯୀଶୁଙ୍କୁ ସମାଧି ଦିଆଗଲା ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା। ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ। ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲେଣି ଶୁଣି ପୀଲାତ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯୀଶୁଙ୍କୁ ଜଗିଥିବା ସେନାପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲେଣି କି ନାହିଁ ପଗ୍ଭରିଲେ। ସେନାପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ୟାଗ କରି ସାରିଥିବା କଥା କହିଲେ। ତା’ପରେ ପୀଲାତ ଯୋସେଫଙ୍କୁ କହିଲେ ଯେ, ସେ ଯୀଶୁଙ୍କ ଶବ ନେଇ ଯାଇ ପାରିବେ। ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ। ମ‌ଗ୍‌ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ। ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ ବିଶ୍ରାମ ଦିବସର ପରଦିନ ମ‌ଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ। ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?” ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି। ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ। କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ। ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।” ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ। କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି। କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ। ସର୍ବ ପ୍ରଥମେ ସେ ମ‌ଗ୍‌ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ। ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ। ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ। ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ। ଏହି ଶିଷ୍ୟ ଦୁଇଜଣ ଫେରି ଆସି ଅନ୍ୟ ଶିଷ୍ୟମାନଙ୍କୁ ଏ କଥା ଜଣାଇଲେ। ତଥାପି ଶିଷ୍ୟମାନେ ତାହାଙ୍କ କଥାକୁ ମଧ୍ୟ ବିଶ୍ୱାସ କଲେ ନାହିଁ। ପ୍ରେରିତମାନଙ୍କ ସହିତ ଯୀଶୁଙ୍କ କଥାବାର୍ତ୍ତା ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ପୃଥିବୀର ଗ୍ଭରିଆଡ଼କୁ ଯାଅ। ପ୍ରତ୍ୟେକ ଲୋକକୁ ସୁସମାଗ୍ଭର ଶୁଣାଅ। ଯେଉଁ ଲୋକ ବିଶ୍ୱାସ କରିବ ଓ ବାପ୍ତିଜିତ ହେବ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ୱାସ କରିବ, ସେ ଦୋଷୀ ସାବ୍ୟସ୍ତ ହେବ। ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା’ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ। ସେମାନେ ନିଜ ହାତରେ ସାପକୁ ଧରିବେ କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ସେମାନେ ବିଷ ମଧ୍ୟ ପିଇ ଦେବେ, କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହୋଇଯିବେ।” ଯୀଶୁଙ୍କ ସ୍ୱର୍ଗାରୋହଣ ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ। ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ ପ୍ରିୟ ଥିୟଫିଲ, ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି। ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି। ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ। ଜିଖରିୟ ଓ ଏଲୀଶାବେଥ ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ। ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ। ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ। “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।” ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।” ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ମୁଁ ପରମେଶ୍ୱରଙ୍କ ସାମନାରେ ଠିଆ ହୋଇଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଗ୍ଭର ଦେବାକୁ ପରମେଶ୍ୱର ମୋତେ ପଠାଇଛନ୍ତି। ଏବେ ଶୁଣ! ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।” ତେଣେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସମୟ ପର୍ଯ୍ୟନ୍ତ ଜିଖରିୟ ମନ୍ଦିର ଭିତରେ କାହିଁକି ଅଟକି ରହିଛନ୍ତି! ଯେତେବେଳେ ଜିଖରିୟ ବାହାରକୁ ଆସିଲେ, ସେତେବେଳେ ସେ କିଛି କଥା କହି ପାରୁ ନ ଥିଲେ। ତେଣୁ ସେମାନେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତରେ କୌଣସି ଦିବ୍ୟଦର୍ଶନ ପାଇଛନ୍ତି। ସେ ମୂକ ହୋଇ ଯାଇଥିଲେ ଓ କେବଳ ଠାରରେ କହୁଥିଲେ। ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ। ତା’ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ଯ୍ୟନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ, “ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।” କୁମାରୀ କନ୍ୟା ମରିୟମ ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। *** ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।” ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉ‌ଦ୍‌ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ। ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।” ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?” ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।” ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ। ମରିୟମ, ଜିଖରିୟ ଓ ଏଲୀଶାବେଥଙ୍କ ପାଖକୁ ଗଲେ ଠିକ୍ ତା’ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ। ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥଙ୍କୁ ଅଭିବାଦନ କଲେ। ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ଏଲୀଶାବେଥ ବଡ଼ ପାଟିରେ କହିଲେ, “ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ୟା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବାକୁ ଯାଉଅଛ, ପରମେଶ୍ୱର ତାହାକୁ ଧନ୍ୟ କରିଛନ୍ତି। ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା? ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା। ତୁମ୍ଭେ ଧନ୍ୟା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ୱାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ୱାସ କଲ। ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ ତା’ପରେ ମରିୟମ କହିଲେ, “ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି। ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା। ମୋର କିଛି ମହତ୍ତ୍ୱ ନାହିଁ, କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ। କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ। ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି। ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ। ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ। ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ, କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ। ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି। ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା, ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।” ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲୀଶାବେଥଙ୍କ ପାଖରେ ରହିବା ପରେ ନିଜେ ଘରକୁ ଫେରିଗଲେ। ଯୋହନଙ୍କ ଜନ୍ମ ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ। ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା’ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ। କିନ୍ତୁ ତାହାଙ୍କ ମା କହିଲେ, “ନା, ତା’ର ନାମ ଯୋହନ ଦିଆଯିବ।” ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। ତା’ପରେ ସେମାନେ ପରେ ତା’ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?” ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”। ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ତ‌ତ୍‌କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ। ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ। ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ ତା’ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ, ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି। ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର ଏହା କରିବେ ବୋଲି କହିଥିଲେ। ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି। ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ। ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ। “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତା ରୂପେ ଖ୍ୟାତ ହେବ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ। ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ। “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ, ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ। ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।” ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ। ଯୀଶୁଙ୍କ ଜନ୍ମ ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ। ଏହା ପ୍ରଥମ ଜନଗଣନା ଥିଲା। କ୍ୱିରୀଣିୟ ସୁରିୟାର ରାଜ୍ୟପାଳ ଥିବା ସମୟରେ ଏହା ହେଲା। ତେଣୁ ପ୍ରତ୍ୟେକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ। ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେ‌ଥ୍‌ଲେହିମକୁ ଗଲେ। ବେ‌ଥ୍‌ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା। ଯୋଷେଫ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ମରିୟମ ସେତେବେଳେ ଗର୍ଭବତୀ ଥିଲେ। ଯୋଷେଫ ଓ ମରିୟମ ବେ‌ଥ୍‌ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା। ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ। ମେଷପାଳକମାନେ ଯୀଶୁଙ୍କ ଜନ୍ମ ଖବର ପାଇଲେ ସେହି ରାତିରେ କେତେକ ମେଷପାଳକ ସେମାନଙ୍କର ମେଣ୍ଢାଗୁଡ଼ିକୁ ରାତିସାରା ପଦାରେ ଜଗି ରହିଥିଲେ। ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା। ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।” ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ: “ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ, ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।” ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମେଷପାଳକମାନେ ପରସ୍ପର କୁହାକୁହି ହେଲେ: “ଆମ୍ଭେମାନେ ବେ‌ଥ୍‌ଲେହିମ ଯିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।” ତେଣୁ ସେମାନେ ଶୀଘ୍ର ଗଲେ ଓ ମରିୟମ ଏବଂ ଯୋଷେଫଙ୍କୁ ଖୋଜି ପାଇଲେ। ସେହି ଶିଶୁ ଗୋଟିଏ ଗୋରୁ କୁଣ୍ଡରେ ଶୋଇଥିଲେ। ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। ମେଷପାଳକମାନେ ଯାହା କହିଲେ, ତାହା ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ। ମେଷପାଳକମାନେ ନିଜ ମେଷମାନଙ୍କ ନିକଟକୁ ଫେରିଗଲେ ଏବଂ ଯାହାସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ୱରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ୱର୍ଗଦୂତମାନେ ଯେପରି କହିଥିଲେ, ସେମାନେ ପ୍ରତ୍ୟେକ ଜିନିଷକୁ ସେହିପରି ଦେଖିଲେ। ଶିଶୁଟି ଆଠ ଦିନର ହେବାରୁ ତା’ର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭରେ ରହି ବଢ଼ିବା ପୂର୍ବରୁ ସ୍ୱର୍ଗଦୂତ ତାହାଙ୍କୁ ଏହି ନାମ ଦେଇଥିଲେ। ଯୀଶୁଙ୍କୁ ମନ୍ଦିରରେ ହାଜିର କରାଗଲା ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି ହେବାର ସମୟ ଆସିଲା। ଏହା ପରେ ଯୋଷେଫ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ନେଇ ଆସିଲେ। ପ୍ରଭୁଙ୍କ ‘ନିୟମ’ ରେ ଲେଖାଅଛି: “ପରିବାରରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ ‘ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ’ ହେବ।” ପ୍ରଭୁଙ୍କ ନିୟମରେ ଆହୁରି ମଧ୍ୟ ଲେଖାଅଛି: “ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ୟ ବଳି ଦେବାକୁ ହେବ।” ତେଣୁ ଏହି ବ୍ୟବସ୍ଥା ଅନୁସାରେ ବଳି ଦେବା ନିମନ୍ତେ ଯୋଷେଫ ଓ ମରିୟମ ଯିରୁଶାଲମକୁ ଗଲେ। ଶିମିୟୋନ ଯୀଶୁଙ୍କୁ ଦେଖାକଲେ ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ: “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ। ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି। ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ। ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।” ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।” ହାନ୍ନା ଯୀଶୁଙ୍କୁ ଦେଖାକଲେ ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ। ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ। ଯୋଷେଫ ଓ ମରିୟମ ଘରକୁ ଫେରିଗଲେ ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା। ବାଳକ ଯୀଶୁ ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ। ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।” ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ। ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ। ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲି‌ପ୍‌ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ। ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। ଏହା ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା: “ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି: ‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର। ତାହାଙ୍କ ବାଟ ସଳଖ କର। ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ। ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ। ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପରିତ୍ରାଣ ବିଷୟରେ ଜାଣିବେ।’” ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।” ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?” ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।” କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?” ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା’ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।” ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?” ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।” ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।” ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ। ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା। ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।” ଯୋଷେଫଙ୍କ ବଂଶର ଇତିହାସ ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର। ଯୋଷେଫ ଏଲୀଙ୍କ ପୁତ୍ର ଥିଲେ। ଏଲୀ ମ‌ତ୍‌ଥାତଙ୍କର ପୁତ୍ର। ମ‌ତ୍‌ଥାତ ଲେବୀଙ୍କ ପୁତ୍ର। ଲେବୀ ମ‌ଲ୍‌ଖୀଙ୍କ ପୁତ୍ର। ମ‌ଲ୍‌ଖୀ ଯନ୍ନୟଙ୍କର ପୁତ୍ର। ଯନ୍ନୟ ଯୋଷେଫଙ୍କର ପୁତ୍ର। ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଆମୋସଙ୍କର ପୁତ୍ର। ଆମୋସ ନାହୂମଙ୍କର ପୁତ୍ର। ନାହୂସ ହେସ୍ଳୀଙ୍କ ପୁତ୍ର। ହେସ୍ଳୀ ନଗୟଙ୍କର ପୁତ୍ର। ନଗୟ ମହଥଙ୍କ ପୁତ୍ର। ମହଥ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର। ଶିମୟୀ ଯୋସେଖଙ୍କର ପୁତ୍ର। ଯୋସେଖ ଯୋଦାଙ୍କର ପୁତ୍ର। ଯୋଦା ଯୋହନଙ୍କ ପୁତ୍ର। ଯୋହନ ରେଷାଙ୍କ ପୁତ୍ର। ରେଷା ଜିରୁ‌ବ୍‌ବାବେଲଙ୍କର ପୁତ୍ର। ଜିରୁ‌ବ୍‌ବାବେଲ ଶ‌‌‌ଲ୍‌ଟୀୟେଲଙ୍କ ପୁତ୍ର। ଶ‌‌‌ଲ୍‌ଟୀୟେଲ ନେରୀଙ୍କ ପୁତ୍ର। ନେରୀ ମ‌ଲ୍‌ଖୀଙ୍କ ପୁତ୍ର। ମ‌ଲ୍‌ଖୀ ଅଦ୍ଦୀଙ୍କ ପୁତ୍ର। ଅଦ୍ଦୀ କୋସାମଙ୍କ ପୁତ୍ର। କୋସାମ ଏଲ୍ମଦାନଙ୍କ ପୁତ୍ର। ଏଲ୍ମଦାନ ଏରଙ୍କ ପୁତ୍ର। ଏର ଯିହୋଶୂୟଙ୍କ ପୁତ୍ର। ଯିହୋଶୂୟ ଏଲିୟେଜରଙ୍କ ପୁତ୍ର। ଏଲିୟେଜର ଯୋରୀମଙ୍କ ପୁତ୍ର। ଯୋରୀମ ମ‌ତ୍‌ଥାତଙ୍କ ପୁତ୍ର। ମ‌ତ୍‌ଥାତ ଲେବୀଙ୍କ ପୁତ୍ର। ଲେବୀ ଶିମିୟୋନଙ୍କ ପୁତ୍ର। ଶିମିୟୋନ ଯିହୂଦାଙ୍କ ପୁତ୍ର। ଯିହୂଦା ଯୋଷେଫଙ୍କ ପୁତ୍ର। ଯୋଷେଫ ଯୋନାମଙ୍କ ପୁତ୍ର। ଯୋନାମ ଏଲିୟାକୀମଙ୍କ ପୁତ୍ର। ଏଲିୟାକୀମ ମଲାହଙ୍କ ପୁତ୍ର। ମଲାହ ମନ୍ନାଙ୍କ ପୁତ୍ର। ମନ୍ନା ମତ୍ତଥାଙ୍କ ପୁତ୍ର। ମତ୍ତଥା ନାଥନଙ୍କ ପୁତ୍ର। ନାଥନ ଦାଉଦଙ୍କ ପୁତ୍ର। ଦାଉଦ ଯିଶୟଙ୍କ ପୁତ୍ର। ଯିଶୟ ଓବେଦଙ୍କ ପୁତ୍ର। ଓବେଦ ବୋୟଜଙ୍କ ପୁତ୍ର। ବୋୟଜ ଶେଲହଙ୍କ ପୁତ୍ର। ଶେଲହ ନହଶୋନଙ୍କ ପୁତ୍ର। ନହଶୋନ ଅମ୍ମୀନାଦାବଙ୍କ ପୁତ୍ର। ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର। ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର। ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର। ହେସ୍ରୋଣ ଫେରସଙ୍କ ପୁତ୍ର। ଫେରସ ଯିହୂଦାଙ୍କ ପୁତ୍ର। ଯିହୂଦା ଯାକୁବଙ୍କ ପୁତ୍ର। ଯାକୁବ ଇ‌‌ସ୍‌‌ହାକଙ୍କ ପୁତ୍ର। ଇ‌‌ସ୍‌‌ହାକ ଅବ୍ରହାମଙ୍କ ପୁତ୍ର। ଅବ୍ରହାମ ତେରେହଙ୍କ ପୁତ୍ର। ତେରେହ ନାହୋରଙ୍କ ପୁତ୍ର। ନାହୋର ସରୂଗଙ୍କ ପୁତ୍ର। ସରୂଗ ରଗୁଙ୍କ ପୁତ୍ର। ରଗୁ ଫେଲଗଙ୍କ ପୁତ୍ର। ଫେଲଗ ଏବରଙ୍କ ପୁତ୍ର। ଏବର ଶେଲହଙ୍କ ପୁତ୍ର। ଶେଲହ କେନାନଙ୍କ ପୁତ୍ର। କେନାନ ଅର୍ଫକ୍ଷଦଙ୍କ ପୁତ୍ର। ଅର୍ଫକ୍ଷଦ ଶେମଙ୍କ ପୁତ୍ର। ଶେମ ନୋହଙ୍କ ପୁତ୍ର। ନୋହ ଲେମଖଙ୍କ ପୁତ୍ର। ଲେମଖ ମଥୂଶେଲହଙ୍କ ପୁତ୍ର। ମଥୂଶେଲହ ହନୋକଙ୍କ ପୁତ୍ର। ହନୋକ ଯେରଦଙ୍କ ପୁତ୍ର। ଯେରଦ ମହଲଲେଲଙ୍କ ପୁତ୍ର। ମହଲଲେଲ କେନାନଙ୍କ ପୁତ୍ର। କେନାନ ଏନୋଶଙ୍କ ପୁତ୍ର। ଏନୋଶ ଶେଥଙ୍କ ପୁତ୍ର। ଶେଥ ଆଦମଙ୍କ ପୁତ୍ର। ଆଦମ ପରମେଶ୍ୱରଙ୍କ ପୁତ୍ର। ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା। ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।” ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି: ‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’” ତା’ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା। ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି। ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।” ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ ଓ ତାହାଙ୍କର ଉପାସନା କରିବ।’” ତା’ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’ ଏହା ମଧ୍ୟ ଲେଖାଅଛି: ‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ, ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’” ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’” ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା। ଲୋକମାନଙ୍କୁ ଯୀଶୁଙ୍କ ଉପଦେଶ ପବିତ୍ରଆତ୍ମାଙ୍କ ଦ୍ୱାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫେରିଗଲେ। ଗାଲିଲୀର ଗ୍ଭରିଆଡ଼େ ଯୀଶୁଙ୍କ ବିଷୟରେ ଖବର ବ୍ୟାପିଗଲା। ଯୀଶୁ ସେମାନଙ୍କର ସମାଜଗୃହମାନଙ୍କରେ ଉପଦେଶ ଦେବା ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ। ଯୀଶୁ ତାଙ୍କର ନିଜ ସହରକୁ ଗଲେ ତା’ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ: “ପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି, ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।” ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା’ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା। ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।” ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?” ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟ‌ଦ୍‌ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ। “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ। କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା। “ଆହୁରି ମଧ୍ୟ ଭବିଷ୍ୟ‌ଦ୍‌ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମା‌ନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।” ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ। କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ। ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ। ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା। ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ। ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ। ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।” ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ। ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା’ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।” ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା। ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” *** ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।” ତା’ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ। ଯୀଶୁ ଗୋଟିଏ କୁଷ୍ଠ ରୋଗୀକୁ ସୁସ୍ଥ କଲେ ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।” ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତ‌ତ୍‌କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା। ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।” କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ। କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ। ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ। କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, “ବନ୍ଧୁ! ତୁମ୍ଭର ପାପକ୍ଷମା କରି ଦିଆଗଲା।” ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?” କିନ୍ତୁ ଯୀଶୁ ଜାଣପାରିଲେ ଯେ ସେମାନେ କ’ଣ ଭାବୁଛନ୍ତି। ସେ କହିଲେ, “ତୁମ୍ଭେମାନେ ମନ ଭିତରେ ଏଭଳି ବିଗ୍ଭର କାହିଁକି ଆଣୁଛ? କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ, ମନୁଷ୍ୟପୁତ୍ରଙ୍କର ପାପକ୍ଷମା କରିବାର ଶକ୍ତି ଅଛି।” ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।” ସେ ତ‌ତ୍‌କ୍ଷଣାତ୍ ସେମାନଙ୍କ ସାମନାରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶୋଇଥିଲା, ତାହା ଧରି ପରମେଶ୍ୱରଙ୍କ ସ୍ତୁତିଗାନ କରି ନିଜ ଘରକୁ ଗ୍ଭଲିଗଲା। ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କ ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, “ଆଜି ଆମ୍ଭେମାନେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।” ଲେବୀ ଯୀଶୁଙ୍କୁ ଅନୁସରଣ କଲେ ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!” ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ। ଲେବୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘରେ ଗୋଟିଏ ବଡ଼ ଭୋଜି ଦେଲେ। ଅନେକ କରଆଦାୟକାରୀ ଓ ଅନ୍ୟ କେତେକ ଲୋକ ମଧ୍ୟ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ। ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?” ଯୀଶୁ ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ରହିଛି। ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।” ଉପବାସ ସମନ୍ଧରେ ଯୀଶୁଙ୍କ ଉତ୍ତର ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।” ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।” ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା’ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ। କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ। ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି। ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।” ଯୀଶୁ ବିଶ୍ରାମବାରର ପ୍ରଭୁ ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?” ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।” ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।” ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?” ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ। ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ। ଶିମୋନଙ୍କ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲି‌ପ୍‌ପ ଓ ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମୋନ ଯାହାଙ୍କୁ ଉ‌ଦ୍‌ଯୋଗୀ ବୋଲି କୁହନ୍ତି। ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ ତା’ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ। ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ, “ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ। ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ, କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ। “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି। “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍ କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ। ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭେମାନେ ଭୋକିଲା ହେବ। ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ। “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ। ତୁମ୍ଭର ଶତ୍ରୁକୁ ପ୍ରେମ କର “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ। “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି। “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର। ନିଜକୁ ଦେଖ “ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ। ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।” ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, “ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇ ପାରିବ କି? ନା! ତାହାକଲେ ଉଭୟ ଗୋଟିଏ ଖାଲରେ ଖସି ପଡ଼ିବେ। ଜଣେ ଛାତ୍ର ତା’ ଶିକ୍ଷକଠାରୁ ବଡ଼ ହେଇ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରତ୍ୟେକ ବିଷୟ ସମ୍ପୂର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହୋଇଯାଏ। “ତୁମ୍ଭେମାନେ ନିଜ ଭାଇ ଆଖିରେ ପଡ଼ିଥିବା ଗୋଟିଏ ଛୋଟ ଗୁଣ୍ଡଟି ଆଡ଼କୁ କାହିଁକି ଗ୍ଭହୁଁଛ? ତୁମ୍ଭମାନଙ୍କୁ କ’ଣ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖାଯାଉ ନାହିଁ? ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ। ଦୁଇ ପ୍ରକାରର ଫଳ “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। ପ୍ରତ୍ୟେକ ଗଛ ତା’ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ। ଦୁଇ ପ୍ରକାରର ମଣିଷ “ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ? ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧ‌‌କ୍‌‌କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମ‌ଜ୍‌ଭୂତ ଭାବରେ ତିଆରି ହୋଇଥାଏ। “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।” ଯୀଶୁ ଗୋଟିଏ ଗ୍ଭକରକୁ ସୁସ୍ଥ କଲେ ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣେଇବାକୁ ଗ୍ଭହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଗ୍ଭଲିଗଲେ। ସେ ସମୟରେ କଫର୍ନାହୂମରେ ଜଣେ ଶତସେନାପତି ଥିଲେ। ତାହାଙ୍କର ଗୋଟିଏ ଗ୍ଭକର ଏତେ ବେମାର ଥିଲା ଯେ ସେ ପ୍ରାୟ ମରିଯିବା ଅବସ୍ଥାରେ ଥିଲା। ଶତସେନାପତି ଗ୍ଭକରଟିକୁ ଖୁବ୍ ଭଲ ପାଉଥିଲେ। ଶତସେନାପତି ଜଣକ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କ ପାଖକୁ କେତେକ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଗ୍ଭହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କୁ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଗ୍ଭକରଟିର ଜୀବନ ରକ୍ଷା କରିଦିଅନ୍ତୁ। ସେହି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁରୋଧ କରି କହିଲେ, “ଶତସେନାପତି ଜଣକ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।” ତେଣୁ ଯୀଶୁ ସେମାନଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଯୀଶୁ ଶତସେନାପତି ଘର ପାଖାପାଖି ଆସି ପହଞ୍ଚି ଯାଇଥିବା ସମୟରେ ଶତସେନାପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, “ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମୋ’ ଘରକୁ ଆସିବେ। କେବଳ ସେଇଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ଯିବାକୁ ନିଜକୁ ଯୋଗ୍ୟ ମନେ କରି ନ ଥିଲି। ଆପଣ କେବଳ ଆଦେଶ ଦିଅନ୍ତୁ ଓ ମୋର ଗ୍ଭକରଟି ଭଲ ହୋଇଯିବ। ମୁଁ ଆପଣଙ୍କର ଅଧିକାର ବିଷୟରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧୀନରେ କାମ କରୁଛି ଏବଂ ମୋ’ ଅଧୀନରେ ମଧ୍ୟ କେତେକ ସୈନ୍ୟ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ୟକୁ କହେ, ‘ଯାଅ’ ତେବେ ସେ ଗ୍ଭଲିଯାଏ। ମୁଁ ଯଦି ଆଉ ଜଣକୁ କହେ ଆସ ତେବେ ସେ ଗ୍ଭଲିଆସେ। ମୁଁ ଯଦି ମୋ’ ଗ୍ଭକରକୁ କୁହେ, ‘ଏହା କର’, ତେବେ ସେ ତାହା କରେ।” ଯୀଶୁ ଏହା ଶୁଣିସାରି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡ଼କୁ ବୁଲି ପଡ଼ି କହିଲେ”ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ୱାସ ମୋତେ ଇସ୍ରାଏଲରେ ମଧ୍ୟ ମିଳି ନାହିଁ।” ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି। ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ। ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।” ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା। ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?” ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’” ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। ତା’ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।” ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? ତା’ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। ଯୋହନଙ୍କ ବିଷୟରେ ଏହା ଲେଖାଅଛି: ‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି। ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’ ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।” ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ। “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି: ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ, କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ, କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’ ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା’ର ସାଙ୍ଗ ଅଟନ୍ତି।’ କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।” ଫାରୂଶୀ ଶିମୋନ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ। ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା’ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା। ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।” ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।” ଶିମୋନ କହିଲେ, “ଗୁରୁ, କୁହନ୍ତୁ!” ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍‌ଟି ରୂପାଟଙ୍କା ନେଇଥିଲା। ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ? ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।” ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” ତା’ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା’ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।” ତା’ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।” ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?” ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।” ଶିଷ୍ୟମାନଙ୍କ ସହିତ ଯୀଶୁ ଏହା ପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ରେରିତ ମଧ୍ୟ ରହିଥିଲେ। କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସାଙ୍ଗରେ ଥିଲେ। ସେମାନଙ୍କୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ଥିଲା ମରିୟମ। ସେ ମ‌ଗ୍‌ଦଲା ସହରର ବାସିନ୍ଦା ଥିଲେ। ତା’ଠାରୁ ସାତୋଟି ଭୂତ ବାହାର କରା ଯାଇଥିଲା। ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ। ବିହନ ବୁଣା ଦୃଷ୍ଟାନ୍ତ ବହୁ ଲୋକ ଆସି ଜମା ହୋଇଗଲେ। ପ୍ରତ୍ୟେକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ଼ରେ ଯାଇ ପଡ଼ିଲା। ଏହି ବୀଜଗୁଡ଼ିକ ଲୋକଙ୍କ ପାଦରେ ଚକଟି ହୋଇଗଲା ଓ ଚଢ଼େଇମାନେ ସେଗୁଡ଼ିକୁ ଖାଇଗଲେ। କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା। କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା। ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।” ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।” ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ?” ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ନିଗୁଢ଼ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହୋଇଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ୟବହାର କରୁଛି। ମୁଁ ଏହା କରୁଛି ‘ଯେପରି କି ସେମାନେ ଗ୍ଭହୁଁଥିଲେ ମଧ୍ୟ ଦେଖି ପାରିବେନି, ଏବଂ ଶୁଣୁଥିଲେ ମଧ୍ୟ ବୁଝି ପାରିବେ ନାହିଁ।’ ବିହନବୁଣା ଦୃଷ୍ଟାନ୍ତର ଅର୍ଥ “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ। ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ। ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା’ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି। “ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ। ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି। ନିଜର ବୁଝାମଣା ଶକ୍ତି ପ୍ରୟୋଗ କର “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ। ପ୍ରତ୍ୟେକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହେବ ଓ ପ୍ରକାଶ୍ୟକୁ ଅଣାଯିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାଯିବ ନାହିଁ, ଜ୍ଞାତ ହେବ ନାହିଁ ଓ ପ୍ରକାଶ୍ୟକୁ ଅଣା ଯିବ ନାହିଁ। ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।” ଯୀଶୁଙ୍କ ମା ଓ ଭାଇମାନେ ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ। କେହି ଜଣେ ଯୀଶୁଙ୍କୁ କହିଲା, “ତୁମ୍ଭର ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି। ସେମାନେ ତୁମ୍ଭକୁ ଦେଖିବାକୁ ଗ୍ଭହୁଁଛନ୍ତି।” କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।” ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ। ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ। ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।” ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?” କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!” ଜଣେ ଲୋକ ଭୂତ କବଳରୁ ମୁକ୍ତି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀରୁ ହ୍ରଦର ଅପର ପାର୍ଶ୍ୱକୁ ଗଲେ। ସେମାନେ ଗରାଶୀୟମାନେ ରହୁଥିବା ଅଞ୍ଚଳରେ ପହଞ୍ଚିଲେ। ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା। ଭୂତ ଅନେକ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା’ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ପହରା ଭିତରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା’ ଦେହରେ ଥିବା ଭୂତ ତାହାକୁ ଲୋକେ ରହୁ ନ ଥିବା ନିଛାଟିଆ ଜାଗାକୁ ତଡ଼ି ନେଉଥିଲା। ଯୀଶୁ ଭୂତକୁ ସେହି ଲୋକଟି ଦେହରୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗରେ ପଡ଼ିଯାଇ ଉଚ୍ଚ ସ୍ୱରରେ ପାଟି କରି କହିଲା, “ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ମୁଁ ଅନୁରୋଧ କରୁଛି, ମୋତେ ଦଣ୍ଡ ଦିଅ ନାହିଁ।” *** ଯୀଶୁ ତାକୁ ପଗ୍ଭରିଲେ, “ତୋର ନାମ କ’ଣ?” ଲୋକଟି କହିଲା, “ବାହିନୀ” ସେ ତା’ ନାମ “ବାହିନୀ” କହିବାର କାରଣ ହେଲା ବହୁତ ଭୂତ ତା’ ଦେହରେ ପ୍ରବେଶ କରିଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ। ସେତେବେଳେ ସେହି ପାହାଡ଼ ଉପରେ ଏକ ବଡ଼ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଘୁଷୁରିମାନଙ୍କ ଦେହକୁ ଯିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସେମାନଙ୍କୁ ତାହା କରିବାକୁ ଅନୁମତି ଦେଇଦେଲେ। ତା’ପରେ ଭୂତମାନେ ଲୋକଟି ଦେହରୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ଦଳକଯାକ ଘୁଷୁରି ସେହି ପାହାଡ଼ ଉପରୁ ହ୍ରଦ ଭିତରକୁ ଦୌଡ଼ିଗଲେ ଓ ସମସ୍ତେ ବୁଡ଼ିଗଲେ। ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସେଠାରୁ ପଳାଇଲେ। ସେମାନେ ଯାଇ ନଗର ଓ ପଲ୍ଲୀରେ ଥିବା ଲୋକମାନଙ୍କୁ ଏହି କଥା କହିଲେ। ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା’ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ। ଯେଉଁମାନେ ଏହି ଘଟଣା ଦେଖିଥିଲେ, ସେମାନେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହୋଇଗଲା। ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ। କିନ୍ତୁ ଯେଉଁ ଲୋକଠାରୁ ଦେହରୁ ଭୂତଗୁଡ଼ିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ଯିବାକୁ ଅନୁରୋଧ କଲା। କିନ୍ତୁ ଯୀଶୁ ଲୋକଟିକୁ ଏହା କହି ଘରକୁ ପଠାଇଦେଲେ: “ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।” ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା। ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ। ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ। ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ। ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ। ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା’ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ। ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତ‌ତ୍‌କ୍ଷଣାତ୍ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା। ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?” ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା’ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।” କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ’ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।” ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତ‌ତ୍‌କ୍ଷଣାତ୍ ସେ ସୁସ୍ଥ ହୋଇଗଲା। ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।” ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।” ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।” ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ। ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି। କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” ସେହିକ୍ଷଣି ତା’ ଶରୀର ଭିତରକୁ ତା’ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ। ଯୀଶୁ ବାରଜଣ ପ୍ରେରିତଙ୍କୁ ପଠାଇଲେ ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ। ତା’ପରେ ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ। ସେ ସେମାନଙ୍କୁ କହିଲେ, “ଯାତ୍ରା ସମୟରେ ସାଙ୍ଗରେ କୌଣସି ପଦାର୍ଥ ନେବ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନେବ ନାହିଁ। କେବଳ ପାନ୍ଧିଥିବା ଲୁଗା ଛଡ଼ା ଅନ୍ୟ କିଛି ନେବ ନାହିଁ। ତୁମ୍ଭେମାନେ ଯେଉଁ ଘରକୁ ଯିବ, ସେ ସ୍ଥାନ ଛାଡ଼ିବା ସମୟ ନ ହେବା ପର୍ଯ୍ୟନ୍ତ ସେହିଠାରେ ରହିବ। ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ ନ କରନ୍ତି, ତେବେ ନଗର ଛାଡ଼ି ବାହାରକୁ ଗ୍ଭଲିଯିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ୟ ସେଠାରେ ଝାଡ଼ିଦେବ। ତେବେ ଏହା ସେମାନଙ୍କ ପାଇଁ ଚେତାବନୀ ହେବ।” ପ୍ରେରିତମାନେ ବାହାରିଗଲେ। ସେମାନେ ସମସ୍ତେ ନଗର ଦେଇ ଯାତ୍ରା କଲେ। ସେମାନେ ସୁସମାଗ୍ଭର ଶୁଣାଇଲେ ଓ ସବୁ ଜାଗାରେ ଲୋକମାନଙ୍କୁ ସୁସ୍ଥ କଲେ। ଯୀଶୁଙ୍କ ବିଷୟରେ ହେରୋଦଙ୍କ ଭ୍ରମ ଇତି ମଧ୍ୟରେ ସାମନ୍ତ ରାଜା ହେରୋଦ ଏହି ଘଟଣାଗୁଡ଼ିକ ବିଷୟରେ ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। କାରଣ କେତେକ ଲୋକ କହୁଥିଲେ, “ବାପ୍ତିଜକ ଯୋହନ ପୁଣି ମୃତ୍ୟୁରୁ ବଞ୍ଚି ଉଠିଛନ୍ତି।” ଆଉ କେତେକ କହୁଥିଲେ, “ଏଲିୟ ଆମ୍ଭ ପାଖରେ ପ୍ରକଟିତ ହୋଇଛନ୍ତି।” ଅନ୍ୟମାନେ ମଧ୍ୟ କହୁଥିଲେ, “ଆଗ କାଳର କୌଣସି ଭବିଷ୍ୟ‌ଦ୍‌ବକ୍ତା ଜୀବନରେ ଉଠିଛନ୍ତି।” କିନ୍ତୁ ହେରୋଦ କହିଲେ, “ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତେବେ ଏ କିଏ, ଯାହାଙ୍କ ବିଷୟରେ ମୁଁ ଏଭଳି କଥା ଶୁଣୁଛି?” ତେଣୁ ହେରୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ। ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦେଲ ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେ‌ଥ୍‌ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ। କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ। ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।” କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏମାନଙ୍କୁ କିଛି ଖାଇବାକୁ ଦିଅ।” ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଛଡ଼ା ଆଉ କିଛି ହେଲେ ନାହିଁ। ଆମ୍ଭେ ଯାଇ ଏସବୁ ଲୋକମାନଙ୍କ ପାଇଁ ଖାଦ୍ୟ କିଣି ଆଣିବୁ ବୋଲି ଆପଣ ଗ୍ଭହୁଁଛନ୍ତି କି?” ସେଠାରେ କେବଳ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଲୋକମାନଙ୍କୁ ପଗ୍ଭଶ ପଗ୍ଭଶ ଜଣ ହିସାବରେ ଦଳ ଦଳ କରି ବସାଅ।” ସେମାନେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ। ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ। ସବୁ ଲୋକ ଖାଇଲେ ଓ ତୃପ୍ତ ହୋଇଗଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ୟମାନେ ବାରଟି ଟୋକେଇରେ ଭର୍ତ୍ତି କଲେ। ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?” ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟ‌ଦ୍‌ବକ୍ତା।” ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?” ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।” କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ, ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।” ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।” ମୋଶା ଓ ଏଲିୟଙ୍କ ସହିତ ଯୀଶୁ ଏ କଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ। ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚ‌କ୍‌ଚକ୍ ଧଳା ହୋଇଗଲା। ତା’ପରେ ସେଠାରେ ଦୁଇଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେମାନେ ମୋଶା ଓ ଏଲିୟ ଥିଲେ। ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ। ସେତେବେଳେ ପିତର ଓ ଅନ୍ୟମାନେ ଶୋଇ ପଡ଼ିଥିଲେ। କିନ୍ତୁ ସେମାନେ ଉଠି ପଡ଼ିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସେମାନେ ଦେଖିଲେ: ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି। ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ। ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।” ଆକାଶବାଣୀ ହୋଇ ସାରିବା ପରେ ସେଠାରେ କେବଳ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟରେ ନୀରବ ରହିଲେ। ସେମାନେ ଯାହାକିଛି ଦେଖିଥିଲେ, ସେ ବିଷୟରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ। ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।” ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା’ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।” ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।” କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଯେ, ସେମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? ଯୀଶୁ ସେମାନଙ୍କର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ ଛୋଟ ପିଲାକୁ ନିଜ ପାଖରେ ଠିଆ କରାଇଲେ। ସେ ଶିଷ୍ୟମାନଙ୍କୁ କହିଲେ, “ଯଦି କୌଣସି ଲୋକ ଏହିଭଳି ଛୋଟ ପିଲାକୁ ମୋ’ ନାମରେ ଗ୍ରହଣ କରେ, ତାହାହେଲେ ସେ ମୋତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ରେଷ୍ଠ।” ଯେଉଁ ଲୋକ ତୁମ୍ଭର ବିପକ୍ଷ ନୁହେଁ ସେ ତୁମ୍ଭର ସପକ୍ଷ ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।” ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, “ତାକୁ ମନା କର ନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷରେ ନାହାନ୍ତି, ସେହିଁ ତୁମ୍ଭ ସପକ୍ଷର ଲୋକ।” ଗୋଟିଏ ଶମିରୋଣୀୟ ନଗର ଯୀଶୁ ଜଗତ ଛାଡ଼ି ସ୍ୱର୍ଗକୁ ଫେରିଯିବାର ସମୟ ପାଖେଇ ଆସୁଥିଲା। ଯୀଶୁ ଯିରୁଶାଲମ ଯିବାକୁ ସ୍ଥିର କଲେ। ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ। କିନ୍ତୁ ଯୀଶୁ ଯିରୁଶାଲମକୁ ଯାଉଥିବାର ଦେଖି ସେଠାକାର ଲୋକ ତାହାଙ୍କୁ ସ୍ୱାଗତ କଲେ ନାହିଁ। ଯୀଶୁଙ୍କ ଶିଷ୍ୟ ଯାକୁବ ଓ ଯୋହନ ଏହା ଦେଖିଲେ। ସେମାନେ କହିଲେ, “ପ୍ରଭୁ ସ୍ୱର୍ଗରୁ ଅଗ୍ନି ବର୍ଷା କରି ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ ଆମ୍ଭେ ଆଦେଶ ଦେବୁ ବୋଲି କ’ଣ ଆପଣ ଗ୍ଭହୁଁଛନ୍ତି?” କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ। ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଅନ୍ୟ ଗାଁକୁ ଗ୍ଭଲିଗଲେ। ଯୀଶୁଙ୍କୁ ଅନୁସରଣ ସେମାନେ ରାସ୍ତାରେ ଆଗେଇ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।” ଯୀଶୁ ତାହାକୁ କହିଲେ, “କୋକିଶିଆଳିର ରହିବା ପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।” ତା’ପରେ ଯୀଶୁ ଆଉ ଜଣକୁ କହିଲେ, “ମୋର ଅନୁସରଣ କର।” କିନ୍ତୁ ସେହି ଲୋକଟି କହିଲା, “ପ୍ରଭୁ, ମୋତେ ପ୍ରଥମେ ଯାଇ ମୋ’ ବାପାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।” କିନ୍ତୁ ଯୀଶୁ ତାହାକୁ କହିଲେ, “ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦେବେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଗ୍ଭର କର।” ଆଉ ଜଣେ ଲୋକ କହିଲା, “ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମୋତେ ମୋ’ ପରିବାର ଲୋକଙ୍କଠାରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ।” କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦେଇ ପଛକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ।” ଯୀଶୁ ବାସ୍ତରି ଜଣକୁ ପଠାଇଲେ ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ଯିବାର ଯୋଜନା ଥିଲା, ସେହି ନଗର ଓ ସ୍ଥାନମାନଙ୍କୁ ସେ ସେମାନଙ୍କୁ ଦୁଇ ଦୁଇଜଣ ହିସାବରେ ନିଜେ ଯିବା ଆଗରୁ ପଠାଇଦେଲେ। ଯୀଶୁ ସେମାନଙ୍କୁ କହିଲେ, “ଅମଳ ହେବାକୁ ପ୍ରଚୁର ଫସଲ ପଡ଼ି ରହିଛି। କିନ୍ତୁ ମୂଲିଆ ଖୁବ୍ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ। “ଯାଅ, କିନ୍ତୁ ମନେରଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧ୍ୟରେ ମେଣ୍ଢାଛୁଆ ଭାବରେ ପଠାଉଛି। ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ। ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ, ‘ଏ ଘରକୁ ଶାନ୍ତି ମିଳୁ।’ ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ। ତୁମ୍ଭେମାନେ ଶାନ୍ତି ଥିବା ଘରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ଯାହାଦେବେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା’ ବେତନ ଉପରେ ଅଧିକାର ଅଛି। ଅନ୍ୟ ଘରେ ରହିବା ପାଇଁ ସେହି ଘର ଛାଡ଼ି ଯାଅ ନାହିଁ। “ଯଦି ତୁମ୍ଭେମାନେ ଗୋଟିଏ ନଗରକୁ ଯାଅ ଓ ସେଠାରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି, ତେବେ ତୁମ୍ଭେମାନଙ୍କୁ ସେମାନେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ। ସେଠାରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା’ପରେ ସେମାନଙ୍କୁ କୁହ, ‘ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।’ “କିନ୍ତୁ ତୁମ୍ଭେମାନେ ଯଦି ଏଭଳି ଏକ ନଗରକୁ ଯାଅ ଓ ସେଠାରେ ଲୋକେ ତୁମ୍ଭମାନଙ୍କର ସ୍ୱାଗତ ନ କରନ୍ତି, ତେବେ ସେହି ନଗରର ଗଳିମାନଙ୍କରେ ଯାଅ ଏବଂ କୁହ, ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ବିଗ୍ଭର ହେବା ଦିନ ସେହି ନଗରର ଲୋକମାନଙ୍କର ଦଶା ସଦୋମର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ। ଅବିଶ୍ୱାସୀମାନଙ୍କୁ ଯୀଶୁଙ୍କ ଚେତାବନୀ “ହାୟ କୋରାଜୀନ୍! ହାୟ ବେ‌ଥ୍‌ସାଇଦା! ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା’ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ। ବିଗ୍ଭର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ। ଏବଂ ହେ କଫର୍ନାହୂମ! ତୁମ୍ଭକୁ କ’ଣ ସ୍ୱର୍ଗ ଯେତେ ଉଚ୍ଚ, ସେତେ ଉଚ୍ଚକୁ ଉଠାଯିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସେହିପରି ନୀଚ୍ଚ ସ୍ଥାନକୁ ଅଣାଯିବ। “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।” ଶୟତାନର ପତନ ଯେତେବେଳେ ବାସ୍ତରି ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।” ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। ଶୁଣ! ସାପ ଓ କଙ୍କଡ଼ାବିଛାମାନଙ୍କୁ ପାଦତଳେ ଦଳି ଦେବାକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦେଇଛି। ମୁଁ ତୁମ୍ଭମାନଙ୍କ ଶତ୍ରୁ ପାଖରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦେଇଛି। ତୁମ୍ଭମାନଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମାନୁଛନ୍ତି। ତୁମ୍ଭେମାନେ ଖୁସୀ ହୁଅ, କାରଣ ତୁମ୍ଭମାନଙ୍କ ପାଖରେ ଏ ଶକ୍ତି ଥିବା ଯୋଗୁଁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖା ହୋଇଥିବା ଯୋଗୁଁ ଖୁସୀ ହୁଅ।” ଯୀଶୁ ପରମପିତାଙ୍କୁ ପ୍ରାର୍ଥନା କଲେ ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ। “ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।” ତା’ପରେ ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସେଠାରେ କେବଳ ତାହାଙ୍କ ଶିଷ୍ୟମାନେ ରହିଥିଲେ। ଯୀଶୁ କହିଲେ, “ତୁମ୍ଭେମାନେ ଧନ୍ୟ, ଯେହେତୁ ତୁମ୍ଭେମାନେ ଏହିସବୁ ବିଷୟ ଦେଖିଲ। ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନେକ ଭବିଷ୍ୟ‌ଦ୍‌ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଦେଖି ପାରି ନ ଥିଲେ। ତୁମ୍ଭେମାନେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ଅନେକ ଭବିଷ୍ୟ‌ଦ୍‌ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଶୁଣି ପାରି ନ ଥିଲେ।” ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ ତା’ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?” ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?” ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’ ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’” ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।” ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?” ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୀଶୁ କହିଲେ, “ଜଣେ ଲୋକ ଯିରୁଶାଲମରୁ ଯିରୀହୋକୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତା’ ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ଼ ମାରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ଗ୍ଭଲିଗଲେ। “ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ। ତା’ପରେ ଜଣେ ଲେବୀୟ ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ। “ତା’ପରେ ଶମିରୋଣୀୟ ଦେଶର ଜଣେ ଲୋକ ସେହି ବାଟେ ଆସିଲେ। ଆହତ ଲୋକଟି ଯେଉଁଠାରେ ପଡ଼ିଥିଲା, ସେ ସେହି ସ୍ଥାନକୁ ଆସିଲେ। ସେ ସେହି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ। ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ। ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।” ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?” ଶାସ୍ତ୍ରୀ ଜଣକ କହିଲେ, “ଯେଉଁ ଲୋକ ଆହତ ଲୋକଟିକୁ ସାହାଯ୍ୟ କଲା।” ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତେବେ ତୁମ୍ଭେ ଯାଅ, ଏବଂ ଲୋକମାନଙ୍କ ନିମନ୍ତେ ସେହିଭଳି କାମ କର।” ମରିୟମ ଓ ମାର୍ଥା ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା। ମାର୍ଥାର ମରିୟମ ନାମରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା। ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।” ଯୀଶୁ ଉତ୍ତର ଦେଲେ, “ମାର୍ଥା, ହେ ମାର୍ଥା, ବହୁତ ଗୁଡ଼ାଏ କଥା ପାଇଁ ତୁମ୍ଭେ ବ୍ୟସ୍ତ ଓ ଚିନ୍ତିତ ଅଛ। କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା’ଠାରୁ ଛଡ଼େଇ ନିଆଯିବ ନାହିଁ।” ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ: ‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ। ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ। ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’” ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ *** ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା’ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠ‌‌କ୍‌‌ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।” ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆ‌‌‌ଲ୍‌ଜିବୂଲ୍‌ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି। ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। କିନ୍ତୁ ମୁଁ ଯଦି ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି। “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ। “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି। ଶୂନ୍ୟ ମଣିଷ “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’ ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠି‌‌କ୍‌‌ଠାକ୍ ଅଛି। ତା’ପରେ ସେ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।” ଏହି ଲୋକମାନେ ପ୍ରକୃତରେ ସୁଖୀ ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।” କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।” ପ୍ରମାଣ ପାଇଁ ଦାବୀ ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ। “ବିଗ୍ଭର ଦିନରେ ଦକ୍ଷିଣର ରାଣୀ ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ। “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ। ପୃଥିବୀରେ ଆଲୋକ ସ୍ୱରୂପ ହୁଅ “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।” ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ। ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ। ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା’ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ। “ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍। “ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ। ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।” ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଯୀଶୁଙ୍କ କଥନ ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।” ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ। ହାୟ, କାରଣ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ। ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ। ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’ “ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି ଓ ମନ୍ଦିର ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ। “ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।” ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ। କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ। ଫାରୂଶୀମାନଙ୍କ ଭଳି ହୁଅ ନାହିଁ ହଜାର ହଜାର ଲୋକ ଆସି ଜମା ହୋଇ ଗଲେ। ଲୋକେ ଜଣେ ଜଣକୁ ମାଡ଼ି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ୟମାନଙ୍କୁ କହିଲେ, “ଫାରୂଶୀମାନଙ୍କ ଖମୀରଠାରୁ ଦୂରରେ ରୁହ। ମୋ’ କହିବାର ଅଭିପ୍ରାୟ ହେଉଛି ଯେ, ସେମାନେ କପଟୀ। ଲୁଚି ରହିଥିବା ପ୍ରତ୍ୟେକ ଜିନିଷକୁ ପ୍ରକାଶ କରି ଦିଆ ଯିବ। ଗୋପନରେ ରହିଥିବା ପ୍ରତ୍ୟେକ ବିଷୟକୁ ପ୍ରକାଶ କରାଯିବ। ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।” କେବଳ ପରମେଶ୍ୱରଙ୍କୁ ଭୟ କର ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ। ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର। “ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ। ଯୀଶୁଙ୍କ ଯୋଗୁଁ ଲଜ୍ଜା କର ନାହିଁ “ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କହେ ଯେ ସେ ମୋ’ଠାରେ ବିଶ୍ୱାସ କରୁଛି, ତା’ହେଲେ ମୁଁ ମନୁଷ୍ୟପୁତ୍ର, ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ, ସେହି ଲୋକଟି ମୋର ନିଜର ଲୋକ। କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ’ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ। “ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ। “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।।” ସ୍ୱାର୍ଥପରତା ବିରୁଦ୍ଧରେ ଚେତାବନୀ ଜନସମୂହ ମଧ୍ୟରୁ କେହି ଜଣେ ଯୀଶୁଙ୍କୁ କହିଲା, “ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତରେ ଭାଗ କରିବା ପାଇଁ ମୋ’ ଭାଇକୁ କୁହନ୍ତୁ।” ଏହା ଶୁଣି ଯୀଶୁ କହିଲେ, “ମୋତେ ତୁମ୍ଭମାନଙ୍କର ବିଗ୍ଭର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତରେ ବାଣ୍ଟି ଦେବାକୁ କିଏ କହିଛି?” ଯୀଶୁ କହିଲେ, “ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରରେ ରଖ। ନିଜର ଅଧିକାରରେ ଥିବା ବିପୁଳ ସମ୍ପତ୍ତିରୁ କେହି କେବେ ଜୀବନ ପାଇ ପାରେ ନାହିଁ।” ତା’ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: “ଜଣେ ଧନୀ ଲୋକର କେତେକ ଜମି ଥିଲା। ସେହି ଜମିରେ ବହୁତ ଖାଦ୍ୟଶସ୍ୟ ଫଳିଲା। ଲୋକଟି ମନେ ମନେ ଭାବିଲା, ‘ମୁଁ କ’ଣ କରିବି? ମୋ’ ପାଖରେ ମୋର ସବୁ ଶସ୍ୟତକ ରଖିବା ପାଇଁ ଜାଗା ନାହିଁ। “ତା’ପରେ ସେ କହିଲା, ଠିକ୍ ଅଛି। କ’ଣ କରିବାକୁ ହେବ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡ଼ିକ ଭାଙ୍ଗି ଦେଇ ବଡ଼ବଡ଼ ଅମାର ତିଆରି କରିବି ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କରେ ରଖି ଦେବି। ତା’ପରେ ମୁଁ ନିଜକୁ କହି ପାରିବି, ମୁଁ ଅନେକ ଉତ୍ତମ ପଦାର୍ଥ ଅନେକ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।’ “କିନ୍ତୁ ପରମେଶ୍ୱର ତାହାକୁ କହିଲେ, ‘ଆରେ ନିର୍ବୋଧ ମନୁଷ୍ୟ! ଆଜି ରାତିରେ ତୁ ମରିଯିବୁ। ତୁ ଯେଉଁ ପଦାର୍ଥତକ ତୋ’ ପାଇଁ ସାଇତି କରି ରଖିଛୁ, ତାହା କ’ଣ ହେବ? ସେ ସବୁ କିଏ ଭୋଗ କରିବ?’ “ଯେଉଁ ଲୋକ କେବଳ ନିଜ ପାଇଁ ଅନେକ ପଦାର୍ଥ ସାଇତି କରି ରଖେ, ତାହା ପ୍ରତି ଏହିଭଳି ଘଟିବ। ପରମେଶ୍ୱରଙ୍କ ଦୃଷ୍ଟିରେ ସେହିଲୋକ ଆଦୌ ଧନୀ ନୁହେଁ।’ ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା’ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ? “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ। ଧନ ଉପରେ ଭରସା ରଖ ନାହିଁ “ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି। ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ। ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠାରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ୟ ସେହିଠାରେ ରହିବ। ସର୍ବଦା ପ୍ରସ୍ତୁତ ରୁହ “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ। ବିବାହ ଭୋଜିରୁ ଫେରି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଗ୍ଭକରମାନଙ୍କ ଭଳି ହୁଅ। କାରଣ ମାଲିକ ଫେରି ଆସି କବାଟ ବାଡ଼େଇବା ମାତ୍ରେ ଗ୍ଭକରମାନେ ସଙ୍ଗେ ସଙ୍ଗେ ମାଲିକକୁ ଦୁଆର ଫିଟେଇ ଦେବେ। ସେହି ଗ୍ଭକରମାନେ ଧନ୍ୟ, ଯେଉଁମାନଙ୍କୁ ମାଲିକ ଫେରି ଆସି ଦେଖିବେ ଯେ ସେମାନେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ମଧ୍ୟ ସେମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସେମାନଙ୍କୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦେବେ। ସେହି ଗ୍ଭକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା’ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ମାଲିକ ଯେତେବେଳେ ଫେରି ଆସି ସେମାନଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତେବେଳେ ସେମାନେ ଖୁସୀ ହୋଇ ଯିବେ। “ମନେରଖ, ଯଦି ଘରର ମାଲିକ ଆଗରୁ ଜାଣି ପାରନ୍ତି ଯେ, ଗ୍ଭେର କେତେବେଳେ ଆସିବ, ତେବେ ସେ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। କାରଣ ମନୁଷ୍ୟପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭେମାନେ ଆଦୌ ଭାବି ପାରି ନ ଥିବ।” ବିଶ୍ୱସ୍ତ ସେବକ କିଏ ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?” ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ? ମାଲିକ ଯେବେ ଆସିଲେ ମଧ୍ୟ ଯେଉଁ ସେବକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସେହି ସେବକ ବହୁତ ଖୁସୀ ହେବ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରହିବା ପାଇଁ ବାଛିବେ। “କିନ୍ତୁ ଯଦି ସେବକଟି ଦୁଷ୍ଟ ହୋଇଥିବ ଓ ମନେ ମନେ କହିବ, ମୋ’ ମାଲିକ ତୁରନ୍ତ ଆସିବେ ନାହିଁ, ତେବେ କ’ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସେବକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେବ ଓ ନିଜେ ଖିଆପିଆରେ ବୁଡ଼ି ରହିବ ଓ ମଦ ପିଇ ମାତାଲ ହେବ। ତା’ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା’ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ। “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ। କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।” ଲୋକମାନେ ଯୀଶୁଙ୍କ ସହ ଏକମତ ହେବେ ନାହିଁ ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା। ମୋତେ ‘ଅନ୍ୟପ୍ରକାରର ବାପ୍ତିସ୍ମ’ ଦ୍ୱାରା ବାପ୍ତିଜିତ ହେବାକୁ ପଡ଼ିବ। ଏହା ନ ହେବା ପର୍ଯ୍ୟନ୍ତ ମୁଁ ପୀଡ଼ା ଅନୁଭବ କରୁଛି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି। ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘରେ ପାଞ୍ଚ ଜଣ ଲୋକ ଥିଲେ ସେମାନେ ପରସ୍ପରର ବିରୋଧୀ ହୋଇଯିବେ। ତିନି ଜଣ ଦୁଇଜଣଙ୍କ ବିରୁଦ୍ଧରେ ଠିଆ ହେବେ କିମ୍ବା ଦୁଇଜଣ ତିନି ଜଣଙ୍କ ବିରୁଦ୍ଧରେ ଠିଆ ହେବେ। ବାପ ପୁଅର ବିରୋଧୀ, ପୁଅ ବାପର ବିରୋଧୀ, ମା ଝିଅର ବିରୋଧୀ, ଝିଅ ମାର ବିରୋଧୀ, ଶାଶୁ ବୋହୂର ବିରୋଧୀ ଓ ବୋହୂ ଶାଶୁର ବିରୋଧୀ ହୋଇଯିବ।” ବୁଝିବା ସମୟର ଚିହ୍ନ ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, ‘ଝଡ଼ବର୍ଷା ଆସୁଛି’ ତା’ପରେ ତାହା ହିଁ ହୁଏ। ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା’ପରେ ତାହା ହିଁ ହୁଏ। ହେ କପଟୀଗଣ! ତୁମ୍ଭେମାନେ ପାଗ ବିଷୟରେ ତ ଜାଣି ପାରୁଛ। ତେବେ ଏହି ସମୟରେ କ’ଣ ଘଟୁଛି, ତାହା କାହିଁକି ଜାଣି ପାରୁ ନାହଁ? ନିଜ ସମସ୍ୟାର ସମାଧାନ କର “ଯାହା ଠିକ୍, ତାହା ତୁମ୍ଭେମାନେ ନିଜେ ନିଷ୍ପତ୍ତି କରି ପାରୁ ନାହଁ କାହିଁକି? ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଗ୍ଭରାଳୟକୁ ଯାଉଛ, ତେବେ ରାସ୍ତାରେ ତା’ ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା’ ନ ହେଲେ ସେ ତୁମ୍ଭକୁ ବିଗ୍ଭରପତିଙ୍କ ଆଗକୁ ଟାଣିନେବ। ବିଗ୍ଭରପତି ତୁମ୍ଭକୁ ଅଧିକାରୀଙ୍କ ହାତରେ ଦେଇଦେବେ ଏବଂ ଅଧିକାରୀ ତୁମ୍ଭକୁ କାରାଗାରରେ ବନ୍ଦୀ କରିବେ। ଯେଉଁଦିନ ପର୍ଯ୍ୟନ୍ତ ତୁମ୍ଭେ ପ୍ରତ୍ୟେକ ଋଣର ମୂଲ୍ୟ ଶେଷ ପଇସା ପର୍ଯ୍ୟନ୍ତ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରୁ ମୁକ୍ତି ପାଇ ପାରିବ ନାହିଁ।” ହୃଦୟ ପରିବର୍ତ୍ତନ କର ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।” ଅଦରକାରୀ ଗଛ ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’” ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା। ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।” ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ। ପରମେଶ୍ୱରଙ୍କ ରାଜ୍ୟ କି ଭଳି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।” ଯୀଶୁ ପୁଣି କହିଲେ, “ମୁଁ ପରମେଶ୍ୱରଙ୍କ ରାଜ୍ୟ କାହା ସହିତ ତୁଳନା କରି ପାରିବି? ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।” ଅଣଓସାରିଆ ଦ୍ୱାର ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ। ଜଣେ କେହି ଯୀଶୁଙ୍କୁ କହିଲା, “ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ’ଣ ଅଳ୍ପ ଲୋକ?” ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। ଯଦି ଜଣେ ଲୋକ ତା’ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ ତା’ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ ତା’ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’ “ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ। ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ। କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।” ଯିରୁଶାଲମରେ ଯୀଶୁଙ୍କର ମୃତ୍ୟୁ ହେବ ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।” ଯୀଶୁ ସେମାନଙ୍କୁ କହିଲେ, “ଯାଅ, ସେହି କୋକିଶିଆଳିକୁ କୁହ, ‘ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦେହରୁ ଭୂତମାନଙ୍କୁ ତଡ଼ି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା’ ପରଦିନ ମୋର କାମ ସରିଯିବ। କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା’ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଯିରୁଶାଲମରେ ମରନ୍ତି। “ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା’ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’, ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’” ବିଶ୍ରାମବାରରେ ଲୋକଙ୍କୁ ସୁସ୍ଥ କରିଦେବା କ’ଣ ଠିକ୍ ଗୋଟିଏ ବିଶ୍ରାମବାରରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସେଠାରେ ଥିବା ପ୍ରତ୍ୟେକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ। ଜଣେ ‘ଜଳୋଦର’ ରୋଗୀକୁ ଯୀଶୁଙ୍କ ସାମନାକୁ ଅଣାଗଲା। ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଗ୍ଭରିଲେ, “ବିଶ୍ରାମବାରରେ ଭଲ କରିଦେବା ଠିକ୍ ନା ଭୁଲ୍?” ସେମାନେ କିନ୍ତୁ ଚୁପ୍ ରହିଲେ। ତେଣୁ ଯୀଶୁ ଲୋକଟିକୁ ଧରି ସୁସ୍ଥ କରିଦେଲେ। ତା’ପରେ ସେହି ଲୋକଟି ଗ୍ଭଲିଗଲା। ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, “ଯଦି ବିଶ୍ରାମବାରରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତରେ ଖସିପଡ଼େ, ତେବେ ତୁମ୍ଭେମାନେ କ’ଣ ତାକୁ ସଙ୍ଗେ ସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?” ଯୀଶୁ ଯାହା ପଗ୍ଭରିଲେ ସେମାନେ କିଛି ଉତ୍ତର ଦେଇ ପାରିଲେ ନାହିଁ। ନିଜକୁ ମହାନ୍ ବୋଲି ଭାବ ନାହିଁ। ଯୀଶୁ ଲକ୍ଷ୍ୟ କଲେ ଯେ, କେତେକ ଅତିଥି ବସିବା ପାଇଁ ଭଲ ଆସନଟିଏ ଖୋଜୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ: “ଯଦି ଜଣେ ତୁମ୍ଭକୁ ବିବାହଉତ୍ସବରେ ନିମନ୍ତ୍ରଣ କରୁଛି, ତେବେ ସବୁଠାରୁ ମୁଖ୍ୟ ଆସନରେ ବସ ନାହିଁ। କାରଣ ସେହି ଲୋକଟି ତୁମ୍ଭଠାରୁ ଅଧିକ ମହାନ୍ ଲୋକକୁ ମଧ୍ୟ ଡାକି ଥାଇପାରେ। ତୁମ୍ଭେ ଯଦି ସବୁଠାରୁ ମୁଖ୍ୟ ଆସନରେ ବସିଥିବ, ତେବେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, ‘ଏହି ଲୋକଙ୍କୁ ତୁମ୍ଭ ଆସନଟି ଦେଇଦିଅ।’ ତା’ପରେ ତୁମ୍ଭେ ସେଠାରୁ ଉଠି ପଛରେ ଥିବା ଶେଷ ଆସନଟିକୁ ଯିବ। ସେତେବେଳେ ତୁମ୍ଭକୁ ବଡ଼ ଅପମାନ ଲାଗିବ। “ତେଣୁ ଯେତେବେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନରେ ବସ। ସେତେବେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, ‘ବନ୍ଧୁ, ତୁମ୍ଭେ ଏଠାରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନରେ ବସ।’ ସେତେବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ। ଯେଉଁ ଲୋକ ନିଜକୁ ମହାନ୍ ଭାବେ, ତାକୁ ହୀନ କରି ଦିଆଯିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାଯିବ।” ତୁମ୍ଭେ ପୁରସ୍କାର ପାଇବ ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ। ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ। ଏ ଲୋକମାନଙ୍କର କିଛି ନ ଥିବାରୁ ସେମାନେ ତୁମ୍ଭକୁ ପ୍ରତିବଦଳରେ କିଛି ଦେଇ ପାରିବେ ନାହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହେବ। କିନ୍ତୁ ଯେତେବେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହେବେ, ସେହି ସମୟରେ ତୁମ୍ଭେମାନେ ତୁମ୍ଭର ପୁରସ୍କାର ପାଇବ।” ଗୋଟିଏ ବଡ଼ ରାତ୍ରୀ ଭୋଜି ବିଷୟରେ ଦୃଷ୍ଟାନ୍ତ ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।” ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଖାଇବା ସମୟ ହେବାରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଗ୍ଭକରକୁ ପଠାଇଲେ: ‘ଆସନ୍ତୁ, ଭୋଜନ ପ୍ରସ୍ତୁତି ହୋଇ ଗଲାଣି।’ କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ୟକ୍ତିମାନେ କହିଲେ ଯେ, ସେମାନେ ଯାଇ ପାରିବେ ନାହିଁ। ପ୍ରତ୍ୟେକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, ‘ମୁଁ ଏବେ ଖଣ୍ଡେ ଜମି କିଣିଛି। ସେହି ଜମିଟି ଦେଖିବାକୁ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ଦୟାକରି ମୋତେ କ୍ଷମା କର।’ ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି। ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’ “ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’ “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’ ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୋ’ ସହିତ ଆଉ କେବେ ହେଁ ଭୋଜି ଖାଇବେ ନାହିଁ।’” ପ୍ରଥମେ ତୁମ୍ଭେ ଯୋଜନା କର ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ, “ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ। ଜଣେ ଲୋକ ମୋତେ ଅନୁସରଣ କଲାବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧେଇ ଗ୍ଭଲିବ ନାହିଁ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। “ତୁମ୍ଭେମାନେ ଯଦି ଗୋଟିଏ କୋଠାଘର ତିଆରି କରିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ପ୍ରଥମେ ବସି ସ୍ଥିର କରିବ ଯେ, ଏଥିପାଇଁ କେତେ ଖର୍ଚ୍ଚ ହେବ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ୍ ଯେ, କାମଟି ସମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି କି ନାହିଁ। ତା’ ନ ହେଲେ ତୁମ୍ଭେମାନେ ମୂଳଦୁଆ ପକେଇ ଦେଇ କାମ ଆରମ୍ଭ କରି ପାର, କିନ୍ତୁ ଶେଷ କରି ପାରିବ ନାହିଁ, ତେବେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ। ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’ “ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ବାହାରନ୍ତି, ତେବେ ସେ ଆଗ ବସି ଯୋଜନା କରନ୍ତି। ଯଦି ସେହି ରାଜାଙ୍କର କେବଳ ଦଶ ହଜାର ସୈନ୍ୟ ଥା’ନ୍ତି, ତେବେ ସେ କୋଡ଼ିଏ ହଜାର ସୈନ୍ୟ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ ନାହିଁ, ତେବେ ବିରୋଧୀ ରାଜା ବହୁତ ଦୂରରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦେବେ। “ସେହିଭଳି ତୁମ୍ଭେମାନେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭେମାନେ ମୋତେ ଅନୁସରଣ କରିବାକୁ ଗ୍ଭହିଁଲେ ତୁମ୍ଭମାନଙ୍କର ପ୍ରତ୍ୟେକ ବିଷୟ ତ୍ୟାଗ କରିବ। ତୁମ୍ଭେମାନେ ଯଦି ତାହା କରି ନ ପାରିବ, ତେବେ ମୋର ଶିଷ୍ୟ ହୋଇ ପାରିବ ନାହିଁ। ତୁମ୍ଭର ପ୍ରଭାବ ହରାଅ ନାହିଁ “ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତା’ର ଲୁଣିଆ ସ୍ୱାଦ ହରାଇବ ସେ, ତେବେ ତା’ର କୌଣସି ମୂଲ୍ୟ ନାହିଁ। ତୁମ୍ଭେମାନେ ପୁଣି ଥରେ ତା’ର ଲୁଣିଆ ସ୍ୱାଦ ଫେରାଇ ଦେଇ ପାରିବ ନାହିଁ। ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।” “ଯାହାର ଶୁଣିବାର ଅଛି, ସେ ଶୁଣୁ।” ସ୍ୱର୍ଗରେ ଆନନ୍ଦ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।” ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ। “ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।” ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ। “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ। “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା। ପୁଅର ଘର ବାହୁଡ଼ା “ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’ “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ। ବଡ଼ ପୁଅ ଆସିଲା “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’ “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’ “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’” ବାସ୍ତବ ଧନ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା। ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, “ମୁଁ ତୁମ୍ଭ ବିରୁଦ୍ଧରେ ଅନେକ କଥା ଶୁଣୁଛି। ତୁମ୍ଭେ ଯାହାସବୁ କରିଛ, ତା’ର ହିସାବ ମୋତେ ଦିଅ। ଏଣିକି ତୁମ୍ଭେ ଆଉ ମୋର ଗୁମାସ୍ତା ହୋଇ ପାରିବ ନାହିଁ।’ “ଗୁମାସ୍ତା ଜଣକ ମନେ ମନେ ଭାବିଲା, ‘ଏବେ ମୁଁ କ’ଣ କରିବି? ମୋ’ ମାଲିକ ମୋ’ ଗ୍ଭକିରି ନେଇ ଯାଉଛନ୍ତି। ଗାତ ଖୋଳିବା ପାଇଁ ମୋ’ ପାଖରେ ବଳ ନାହିଁ। ଭିକ ମାଗିଲେ ମୋତେ ଲାଜ ମାଡ଼ିବ।’ ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି। “ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’ ଲୋକଟି ଉତ୍ତର ଦେଲା, ‘ଶହେ ମହଣ ତେଲ।’ ଗୁମାସ୍ତା ତାକୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସିପଡ଼ି ତାକୁ କମ୍ କରି ଶୀଘ୍ର ପଗ୍ଭଶ ବୋଲି ଲେଖିଦିଅ।’ “ତା’ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଗ୍ଭରିଲେ, ‘ତୁମ୍ଭର କେତେ ଋଣ ପରିଶୋଧ କରିବାକୁ ଅଛି?’ ଖାତକଟି କହିଲା, ‘ଶହେ ଭରଣ ଗହମ’, ଗୁମାସ୍ତା ତାହାଙ୍କୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।’ “ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର। “ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥିରେ ପରମେଶ୍ୱରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତେବେଳେ ଏ ଜାଗତିକ ଧନ ସରିଯିବ, ସେତେବେଳେ ଚିରନ୍ତନ ନିବାସରେ ତୁମ୍ଭମାନଙ୍କୁ ସ୍ୱାଗତ କରାଯିବ। ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ? ତୁମ୍ଭେମାନେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ୟ ତୁମ୍ଭମାନଙ୍କୁ ଦିଆ ଯିବ ନାହିଁ। “ଜଣେ ସେବକ ଏକା ସଙ୍ଗରେ ଦୁଇଜଣ ମାଲିକଙ୍କ ସେବା କରି ପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ୱସ୍ତ ରହିବ ଓ ଅନ୍ୟ ଜଣକୁ ବେଖାତିରି କରିବ। ତୁମ୍ଭେମାନେ ଏକା ବେଳେ ପରମେଶ୍ୱର ଓ ଧନ ଦୁହିଁଙ୍କ ସେବା କରି ପାରିବ ନାହିଁ।” ପରମେଶ୍ୱରଙ୍କ ବିଧାନ ଅଟଳ ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ। ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ। “ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି। ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ। ଛାଡ଼ପତ୍ର ଓ ପୂର୍ଣ୍ଣବିବାହ “ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।” ଧନୀ ଲୋକ ଓ ଲାଜାର ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା’ ଦେହ ଘା’ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖରେ ପଡ଼ି ରହୁଥିଲା। ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା’ର ଘାଆକୁ ଗ୍ଭଟୁଥିଲେ। “ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂରରେ ଦେଖିଲା। ସେ ଡାକିଲା, ‘ପିତା ଅବ୍ରହାମ, ମୋତେ ଦୟା କର। ମୋ’ ପାଖକୁ ଲାଜାରକୁ ପଠାଅ। ସେ ତା’ ଅଙ୍ଗୁଳି ଟିପକୁ ପାଣିରେ ବୁଡ଼େଇ ମୋ’ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି।’ “କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ। “ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ। ମୋର ପାଞ୍ଚ ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇ ଦେବ। ତା’ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।’ “କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’ ଧନୀ ଲୋକଟି କହିଲା, ‘ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।’ “କିନ୍ତୁ ଅବ୍ରହାମ ତାହାକୁ କହିଲେ, ‘ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।’” ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। ତେଣୁ ସାବଧାନ ରୁହ। “ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।” ତୁମ୍ଭର ବିଶ୍ୱାସ କେତେ ଦୃଢ଼ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।” ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ। ଉତ୍ତମ ସେବକ ହୁଅ “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’ ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’ ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’” କୃତଜ୍ଞ ହୁଅ ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।” ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।” ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।” ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?” ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ। ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’” ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ। “ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ। “ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ। ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା’ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା। “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା’ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା। ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ। “ସେ ଦିନ ଯଦି କୌଣସି ଲୋକ ତା’ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ। ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ। “ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ। ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” *** ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?” ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।” ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’” ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?” ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’ “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।” ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?” ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ ” କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।” ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ। ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।” କେଉଁମାନେ ପରିତ୍ରାଣ ପାଇ ପାରିବେ ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?” ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।” ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।” ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ। ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ। ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ। ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।” ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା। ଯୀଶୁ ଗୋଟିଏ ଅନ୍ଧକୁ ସୁସ୍ଥ କଲେ ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?” ଲୋକମାନେ କହିଲେ, “ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।” ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।” ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋ‌ର୍‌ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।” ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ସେହି ଅନ୍ଧଟି କହିଲା, “ପ୍ରଭୁ, ମୁଁ ପୁଣି ଥରେ ଦେଖି ପାରିବାକୁ ଗ୍ଭହୁଁଛି।” ଯୀଶୁ ତାହାକୁ କହିଲେ, “ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।” ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫେରିପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ୱରଙ୍କୁ ସ୍ତୁତିଗାନ କଲେ। ଜଖିୟ ଯୀଶୁ ଯିରୀହୋ ନଗର ଦେଇ ଯାଉଥିଲେ। ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ। ସେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଆହୁରି ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନ ଥିଲା। ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସେଭଳି ଗୋଟିଏ ସ୍ଥାନକୁ ସେ ଦୌଡ଼ିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଗଲେ। ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।” ତା’ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ। ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।” ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।” ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ। ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି। ପରମେଶ୍ୱର ଯାହା ଦିଅନ୍ତି ତାହା ଉପଯୁକ୍ତ ଭାବରେ ବ୍ୟବହାର କର ଯୀଶୁ ଯିରୁଶାଲମର ପାଖାପାଖି ଆସିଗଲେ। କେତେକ ଲୋକ ଭାବିଲେ ଯେ ପରମେଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସିଯିବ। ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା’ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ। ସେ ନିଜର ଦଶ ଜଣ ଗ୍ଭକରଙ୍କୁ ଡାକିଲେ। ସେ ପ୍ରତ୍ୟେକ ଗ୍ଭକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, ‘ମୁଁ ଫେରିବା ପର୍ଯ୍ୟନ୍ତ ଏହି ଟଙ୍କାରେ ବ୍ୟବସାୟ କର।’ ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’ “ତଥାପି ସେ ରାଜା ହୋଇଗଲେ। ତା’ପରେ ସେ ଘରକୁ ଫେରି ଆସିଲେ। ତା’ପରେ ସେ କହିଲେ, ‘ଯେଉଁ ଗ୍ଭକରମାନଙ୍କୁ ମୁଁ ମୋର ଟଙ୍କା ଦେଇଥିଲି ସେମାନଙ୍କୁ ଡାକ, ମୁଁ ଜାଣିବାକୁ ଗ୍ଭହୁଁଛି ଯେ, ସେହି ଟଙ୍କାରେ ସେମାନେ ଆଉ କେତେ ଅଧିକ ଲାଭ କରିଛନ୍ତି।’ ପ୍ରଥମେ ଗ୍ଭକର ଜଣକ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦେଇଥିବା ଟଙ୍କା ଥଳିଟିକୁ ବ୍ୟବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।’ ରାଜା ଗ୍ଭକରମାନଙ୍କୁ କହିଲେ, “ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭକୁ ଛୋଟ ଛୋଟ ବିଷୟରେ ବିଶ୍ୱାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମୋର ଦଶଟି ନଗର ଶାସନ କରିବାକୁ ଦେବି।’ “ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’ ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’ “ତା’ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି। ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜନ କରି ନ ଥିବା ଟଙ୍କା ନେଇଥା’ନ୍ତି ଓ ନିଜେ ଉତ୍ପନ୍ନ କରି ନ ଥିବା ଖାଦ୍ୟଶସ୍ୟ ସଂଗ୍ରହ କରିଥା’ନ୍ତି।’ “ତା’ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’ ଯଦି ଏ କଥା ସତ୍ୟ, ତେବେ ତୁମ୍ଭେ ମୋ’ ଟଙ୍କା ବ୍ୟାଙ୍କରେ ଜମା ରଖି ପାରିଥା’ନ୍ତ ତା’ହେଲେ ମୁଁ ଫେରି ଆସିଲା ବେଳକୁ ମୋ’ ଟଙ୍କାରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥା’ନ୍ତା ସେଠାରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, ‘ଏ ଗ୍ଭକର ପାଖରୁ ଟଙ୍କା ଥଳିଟି ନେଇ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଗ୍ଭକରକୁ ଦେଇଦିଅ।” “ଲୋକମାନେ ରାଜାଙ୍କୁ କହିଲେ, “କିନ୍ତୁ ଆଜ୍ଞା, ସେ ଗ୍ଭକରଟି ପାଖରେ ତ ଆଗରୁ ଦଶ ଥଳି ଟଙ୍କା ଅଛି।’ “ରାଜା କହିଲେ, ‘ଯଦି ଜଣେ ବ୍ୟକ୍ତି ତା’ ପାଖରେ ଯାହା ଅଛି ତାହାର ବ୍ୟବହାର କରେ ତେବେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ୟକ୍ତି ତା’ ପାଖରେ ଯେତିକି ଅଛି, ତାହା ବ୍ୟବହାର କରେନି ତା’ଠାରୁ ତାହା ମଧ୍ୟ ଛଡ଼େଇ ନିଆଯିବ। ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’” ଯୀଶୁଙ୍କର ଯିରୁଶାଲମ ପ୍ରବେଶ ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ। ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, “ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ। ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’” ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?” ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।” ତା’ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା’ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ। ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ, “ସ୍ୱାଗତ କରି କହିଲେ: “‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।” ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।” କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।” ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।” ଯୀଶୁ ମନ୍ଦିରକୁ ଯାଆନ୍ତି ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’” ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ। କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?” ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ: ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?” ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ରୂପେ ବିଶ୍ୱାସ କରନ୍ତି।” ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।” ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାନ୍ତି ତା’ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, “ଗୋଟିଏ ଲୋକ କିଛି ଜମିରେ ଅଙ୍ଗୁର ଗ୍ଭଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦେଇଦେଲା। ତା’ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରୁ ଗ୍ଭଲିଗଲା। ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତା’ର ଜଣେ ଗ୍ଭକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଗ୍ଭକର ହାତରେ ଦେଇଦେବେ। କିନ୍ତୁ କୃଷକମାନେ ଗ୍ଭକରକୁ ମାଡ଼ ମାରି ଖାଲି ହାତରେ ପଠେଇ ଦେଲେ। ତେଣୁ ଲୋକଟି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ଼ ମାରିଲେ ଓ ତା’ ପ୍ରତି ଅସମ୍ମାନ ବ୍ୟବହାର କଲେ। ସେମାନେ ତାକୁ ମଧ୍ୟ କିଛି ନ ଦେଇ ପଠେଇ ଦେଲେ। ତେଣୁ ଜମିମାଲିକ ପୁଣି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ତାକୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ବାହାରକୁ ଫିଙ୍ଗି ଦେଲେ। “ଜମିମାଲିକ କହିଲା, ‘ଏବେ ମୁଁ କ’ଣ କରିବି? ମୁଁ ମୋ’ ପୁଅକୁ ପଠାଇବି। ମୁଁ ମୋ’ ପୁଅକୁ ଅତ୍ୟଧିକ ଭଲ ପାଏ। ହୁଏତ ମୋ’ ପୁଅକୁ କୃଷକମାନେ ସମ୍ମାନ ଦେଇପାରନ୍ତି।’ କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, ‘ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତା’ର ହିଁ ହେବ। ଆମ୍ଭେ ତାକୁ ମାରିଦେଲେ ଜମିଟି ଆମ୍ଭରି ହୋଇଯିବ।’ ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନରେ ମାରିଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ। “ଏବେ ଜମିମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା’ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।” ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।” ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ପଦର ଅର୍ଥ କ’ଣ ହେବ? ‘ନିର୍ମାତାମାନେ ଯେଉଁ ପଥରକୁ ନାପସନ୍ଦ କରିଦେଲେ, ସେହି ପଥରଟି ମୂଳଦୁଆର ପ୍ରଧାନ ପଥର ହୋଇଗଲା।’ ଯେଉଁ ଲୋକ ସେହି ପଥର ଉପରେ ଖସି ପଡ଼ିବ, ତା’ର ହାଡ ଗୋଡ଼ ଭାଙ୍ଗିଯିବ। କିନ୍ତୁ ସେହି ପଥର ଯାହା ଉପରେ ପଡ଼ିବ, ତାହା ତାକୁ ଚୁ‌ର୍‌ମାର୍ କରିଦେବ।” ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ। ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚେଷ୍ଟା ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ରହିଲେ। ସେମାନେ ଯୀଶୁଙ୍କ ପାଖକୁ କେତେକ ଗୁପ୍ତଚର ପଠାଇଲେ। ସେମାନେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସେମାନେ ଯୀଶୁଙ୍କ କହୁଥିବା କଥାରେ କିଛି ଭୁଲ୍ ବିଷୟ ଖୋଜି ବାହାର କରିବାକୁ ଗ୍ଭହୁଁଥିଲେ। କାରଣ ଯଦି ସେମାନେ ଯୀଶୁଙ୍କର କିଛି ଭୁଲ୍ ଦେଖି ପାରିବେ, ତେବେ ସେମାନେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତରେ ଯୀଶୁଙ୍କୁ ଦେଇଦେବେ। ସେହି ଲୋକମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁ ନାହାନ୍ତି। ଆପଣ ପରମେଶ୍ୱରଙ୍କ ମାର୍ଗ ବିଷୟରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ୟ। ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଆମ୍ଭ ପକ୍ଷେ ଠିକ୍ ହେବ କି ନାହିଁ?” କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦରେ ପକାଇବାକୁ ଗ୍ଭହୁଁଛନ୍ତି। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ମୋତେ ଗୋଟିଏ ମୁଦ୍ରା ଦେଖାଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?” ସେମାନେ କହିଲେ, “କାଇସରଙ୍କର।” ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦେଇଦିଅ, ଯାହା ପରମେଶ୍ୱରଙ୍କର ତାହା ପରମେଶ୍ୱରଙ୍କୁ ଦେଇଦିଅ।” ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କିଛି କହି ପାରିଲେ ନାହିଁ। ସେମାନେ ଯୀଶୁଙ୍କୁ ସମସ୍ତଙ୍କ ଆଗରେ ଫାନ୍ଦରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସେମାନେ ଯୀଶୁଙ୍କ ବିରୁଦ୍ଧରେ ବ୍ୟବହାର କରି ପାରିବେ। କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ। ଥରେ ସାତ ଜଣ ଭାଇ ଥିଲେ। ବଡ଼ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନ ଥାଇ ସେ ଭାଇଟି ମରିଗଲେ। ତା’ପରେ ସେହି ସ୍ତ୍ରୀ ଲୋକଟିକୁ ଦ୍ୱିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ୟ ମରିଗଲା। ତା’ପରେ ତୃତୀୟ ଭାଇଟି ସେହି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ୟ ସେହି ଏକା କଥା ଘଟିଲା। ସେମାନେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହୋଇ ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?” ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, “ସଂସାରରେ ଲୋକମାନେ ପରସ୍ପର ମଧ୍ୟରେ ବିବାହ କରିଥା’ନ୍ତି। କିନ୍ତୁ କେତେକ ଲୋକ ମୃତ୍ୟୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ୟ ହେବେ ଓ ସେମାନେ ଏହି ଜୀବନ ପରେ ମଧ୍ୟ ପୁଣି ଜୀବିତ ରହିବେ। ସେହି ଜୀବନରେ ସେମାନେ ବିବାହ କରିବେ ନାହିଁ। ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି। ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’ ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ଏ ଲୋକମାନେ ପ୍ରକୃତରେ ମୃତ ନୁହନ୍ତି। ସେ କେବଳ ଜୀବିତ ଲୋକମାନଙ୍କ ପରମେଶ୍ୱର। ଯେଉଁମାନେ ପରମେଶ୍ୱରଙ୍କ ଲୋକ, ସେମାନେ ସମସ୍ତେ ଜୀବିତ ଅଟନ୍ତି। ଧର୍ମଶାସ୍ତ୍ରୀମାନେ କହିଲେ, “ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।” ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଗ୍ଭରିବାକୁ କେହି ସାହସ କଲେ ନାହିଁ। ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି: ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ, ମୋର ଡାହାଣ ପଟେ ମୋ’ ପାଖରେ ବସ। ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’ ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?” ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।” ପ୍ରକୃତ ଦାନ ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି। ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା। ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା। ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।” ମନ୍ଦିରର ଧ୍ୱଂସ କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!” କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।” କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?” ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ। ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କେବେ ଡରିଯିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହେବ।” ଯୀଶୁ ସେମାନଙ୍କୁ କହିଲେ, “ଦେଶ ଦେଶ ବିରୁଦ୍ଧରେ ଲଢ଼େଇ କରିବେ। ରାଜ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବେ। ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ। “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ। ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ। ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା’ର ଉତ୍ତର ଦେଇ ପାରିବ ନାହିଁ। ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ। ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ। ଯିରୁଶାଲମର ଧ୍ୱଂସ “ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି। ସେତେବେଳେ ଯିହୂଦାର ଲୋକେ ପର୍ବତ ଆଡ଼କୁ ପଳାଇଯିବା ଉଚିତ୍। ଯିରୁଶାଲମ ନଗର ଭିତରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡ଼ି ଗ୍ଭଲିଯିବା ଉଚିତ୍। ଜଣେ ଯଦି ନଗର ବାହାରେ ଥିବ, ତେବେ ସେ ନଗର ଭିତରକୁ ଯିବା ଉଚିତ୍ ନୁହେଁ। ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ। ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ। କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ। ଭୟ କର ନାହିଁ “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।” ମୋର ବାକ୍ୟ ଅନନ୍ତକାଳସ୍ଥାୟୀ ତା’ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, “ସବୁ ଗଛଗୁଡ଼ିକୁ ଦେଖ। ଡିମ୍ବିରିଗଛଟି ଗୋଟିଏ ଭଲ ଉଦାହରଣ। ସେଗୁଡ଼ିକରେ ଯେତେବେଳେ ନୂଆ ପତ୍ର କଅଁଳେ, ତୁମ୍ଭେମାନେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି। ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି। “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହିସବୁରେ ଲୋକେ ବଞ୍ଚିଥିବା ସମୟ ଭିତରେ ଏସବୁ ଘଟଣା ଘଟିବ। ପୃଥିବୀ ଓ ଆକାଶ ଲୋପ ହୋଇ ଯାଇପାରେ। କିନ୍ତୁ ମୋର ବାକ୍ୟ କଦାପି ଲୋପ ହେବ ନାହିଁ। ମୋର ବାକ୍ୟ ଅନନ୍ତକାଳସ୍ଥାୟୀ। ସବୁବେଳେ ପ୍ରସ୍ତୁତ ଥାଅ “ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ। ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ। ତେଣୁ ସଦାବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସେଗୁଡ଼ିକ ମଧ୍ୟଦେଇ ନିରାପଦରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭେମାନେ ଆତ୍ମବିଶ୍ୱାସର ସହିତ ମନୁଷ୍ୟପୁତ୍ରଙ୍କ ଆଗରେ ଠିଆ ହୋଇ ପାରିବା ପାଇଁ ପ୍ରାର୍ଥନା କରା” ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ। ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ। ନିସ୍ତାରପର୍ବର ଖାଦ୍ୟ ତିଆରି ଖମୀରହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।” ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?” ଯୀଶୁ ସେମାନଙ୍କୁ କହିଲେ, “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।” ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ। ଯୀଶୁଙ୍କ ରାତ୍ର ଭୋଜନ ସେମାନେ ନିସ୍ତାରପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ରେରିତମାନେ ଖାଇ ବସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ମୋ’ ମୃତ୍ୟୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାରପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।” ତା’ପରେ ଯୀଶୁ ଗୋଟିଏ ପାତ୍ରରେ ଅଙ୍ଗୁରରସ ନେଲେ। ଏଥିପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ କହିଲେ “ଏହି ପାତ୍ର ନିଅ, ଏଥିରେ ଥିବା ଅଙ୍ଗୁରରସ ସମସ୍ତଙ୍କୁ ଦିଅ।” ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।” ତା’ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା’ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।” ସେହିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। “ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମୋର ରକ୍ତରେ ଏହି ଚୁକ୍ତି ଆରମ୍ଭ ହୁଏ।” କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ? ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା’ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି। ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।” ତା’ପରେ ପ୍ରେରିତମାନେ ପରସ୍ପର ପଚରା ଉଚରା ହେଲେ, “ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?” ଜଣେ ସେବକ ଭଳି ହୁଅ ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି। କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍। ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି। “ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ। ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି। ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ। ତୁମ୍ଭର ବିଶ୍ୱାସ ହରାଅ ନାହିଁ “କୃଷକ ତା’ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ, ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।” କିନ୍ତୁ ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।” ଯୀଶୁ କିନ୍ତୁ କହିଲେ, “ପିତର, ଆସନ୍ତା କାଲି ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମୋତେ ଜାଣି ନାହଁ। ଏ କଥା ତୁମ୍ଭେ ତିନିଥର କହିବ।” ଅସୁବିଧା ପାଇଁ ପ୍ରସ୍ତୁତ ରୁହ ତା’ପରେ ଯୀଶୁ ପ୍ରେରିତମାନଙ୍କୁ କହିଲେ, “ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦେବା ପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ଜୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟିରେ ଅଭାବ ଥିଲା କି?” ପ୍ରେରିତମାନେ କହିଲେ, “ନା।” ଯୀଶୁ ସେମାନଙ୍କୁ କହିଲେ, “କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖରେ ଟଙ୍କା କି ଥଳି ଥାଏ, ତେବେ ତାହା ନିଜ ସାଙ୍ଗରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନ ଥାଏ, ତେବେ ତୁମ୍ଭେମାନେ ନିଜର କୋଟ ମଧ୍ୟ ବିକିଦେଇ ଖଣ୍ଡା କିଣ। ଶାସ୍ତ୍ର କହେ: ‘ଲୋକମାନେ କହିଲେ ଯେ ସେ ଜଣେ ଅପରାଧୀ।’ ଏହି ଶାସ୍ତ୍ରର ବାକ୍ୟ ନିଶ୍ଚୟ ଘଟିବ, ଏହା ମୋ’ ବିଷୟରେ ଲେଖାଥିଲା ଏବଂ ଏହା ଏବେ ଘଟୁଛି।” ଶିଷ୍ୟମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠାରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, “ଦୁଇଟି ଖଣ୍ଡା ଯଥେଷ୍ଟ।” ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ। ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।” ତା’ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’ ମୋ’ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।” ତା’ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା। ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା। ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।” ଯୀଶୁ ବନ୍ଦୀ ହେଲେ ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସେଠାକୁ ଆସିଲେ। ବାରଜଣ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ସେହି ଲୋକମାନଙ୍କ ଦଳର ନେତୃତ୍ୱ ନେଇଥିଲା। ସେ ଥିଲା ଯିହୂଦା। ଯୀଶୁଙ୍କୁ ଚୁମ୍ବନ ଦେବା ପାଇଁ ଯିହୂଦା ଯୀଶୁଙ୍କ ପାଖକୁ ଆସିଲା। କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯିହୂଦା, ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦେବା ପାଇଁ ବନ୍ଧୁତାର ଚୁମ୍ବନକୁ ବ୍ୟବହାର କରୁଛ?” ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ। ଯାହା ଘଟୁଥିଲା, ସେମାନେ ସେ ସବୁ ଦେଖୁଥିଲେ, ସେମାନେ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭେ କ’ଣ ଆମ୍ଭର ଖଣ୍ଡାର ପ୍ରୟୋଗ କରିବୁ?” ଏବଂ ଜଣେ ଶିଷ୍ୟ ଖଣ୍ଡା ବ୍ୟବହାର କଲା। ମହାଯାଜକଙ୍କର ଗ୍ଭକରର ଡାହାଣ କାନଟି ସେ କାଟି ପକାଇଲା। ଯୀଶୁ କହିଲେ, “ବନ୍ଦ କର!” ତା’ପରେ ଯୀଶୁ ସେହି ଗ୍ଭକରଟିର କାନ ଛୁଇଁ ସୁସ୍ଥ କରିଦେଲେ। ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥିରେ ପ୍ରଧାନଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ୟମାନେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ? ମନ୍ଦିରରେ ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭେମାନେ ମୋତେ ସେଠାରେ ବନ୍ଦୀ କରିନେବାକୁ କାହିଁକି ଚେଷ୍ଟା କଲ ନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତେବେଳେ ଅନ୍ଧକାର ରାଜତ୍ୱ କରିଥାଏ।” ଯୀଶୁଙ୍କୁ ଜାଣିଛନ୍ତି ବୋଲି କହିବାକୁ ପିତରଙ୍କ ଭୟ ସେମାନେ ଯୀଶୁଙ୍କ ବନ୍ଦୀ କରି ମହାଯାଜକଙ୍କ ଘର ଭିତରକୁ ନେଇଗଲେ। ପିତର ସେମାନଙ୍କ ପଛେ ପଛେ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନ ଥିଲେ। ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ। ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା’ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।” କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।” ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।” କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।” ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ। କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ। ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। ତା’ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” ତା’ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ। ଲୋକମାନେ ଯୀଶୁଙ୍କୁ ଉପହାସ କଲେ କେତେକ ଲୋକ ଯୀଶୁଙ୍କୁ ଜଗିଥିଲେ। ସେମାନେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସେମାନଙ୍କୁ ଦେଖି ନ ପାରନ୍ତି, ଏଥିପାଇଁ ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ଦେଲେ। ସେମାନେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ପରା ଭବିଷ୍ୟ‌ଦ୍‌ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା? *** ଲୋକମାନେ ଯୀଶୁଙ୍କୁ ଅନେକ କଦର୍ଯ୍ୟ କଥା କହିବାକୁ ଲାଗିଲେ। ଯିହୂଦୀ ନେତାଙ୍କ ସାମନାରେ ଯୀଶୁ ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ। ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।” ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା’ର ଉତ୍ତର ଦେବ ନାହିଁ। କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।” ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।” ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।” ଯୀଶୁଙ୍କୁ ରାଜ୍ୟପାଳ ପୀଲାତଙ୍କ ପ୍ରଶ୍ନ ସମସ୍ତେ ଉଠି ଠିଆ ହେଲେ। ସେମାନେ ଯୀଶୁଙ୍କୁ ପୀଲାତଙ୍କ ପାଖକୁ ନେଇଗଲେ। ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।” ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ ତାହା ଠିକ୍ କଥା।” ପୀଲାତ ପ୍ରଧାନଯାଜକ ଏବଂ ଲୋକମାନଙ୍କୁ କହିଲେ, “ଏ ଲୋକର ମୁଁ କିଛି ଭୁଲ୍ ଦେଖି ପାରୁ ନାହିଁ,” ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।” ପୀଲାତ ଯୀଶୁଙ୍କୁ ହେରୋଦଙ୍କ ପାଖକୁ ପଠାଇଲେ ପୀଲାତ ଏହା ଶୁଣି ପଗ୍ଭରିଲେ, ଏହି ଲୋକ କ’ଣ ଗାଲିଲୀର? ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ। ହେରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସୀ ହୋଇଗଲେ। ହେରୋଦ ଯୀଶୁଙ୍କ ବିଷୟରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। ହେରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗରେ ଯୀଶୁ କିଛି ଆଶ୍ଚର୍ଯ୍ୟକର୍ମ ପ୍ରଦର୍ଶନ କରିବେ। ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ସେଠାରେ ଠିଆ ହୋଇଥିଲେ। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଚିତ୍କାର କରି କହୁଥିଲେ। ତା’ପରେ ହେରୋଦ ଓ ତାହାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦେଇ ସେମାନେ ଉପହାସ କଲେ। ତା’ପରେ ହେରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ। ଅତୀତରେ ପିଲାତ ଓ ହେରୋଦଙ୍କ ମଧ୍ୟରେ ବରାବର ଶତ୍ରୁତା ଲାଗି ରହୁଥିଲା କିନ୍ତୁ ସେହି ଦିନରୁ ସେ ଦୁହେଁ ବନ୍ଧୁ ହୋଇଗଲେ। ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ। ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି। ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” *** କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାର‌ବ୍‌ବାକୁ ମୁକ୍ତ କରିଦିଅ।” ବାର‌ବ୍‌ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା। ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ। କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।” ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।” କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ, ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ। ଲୋକମାନେ ବାର‌ବ୍‌ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାର‌ବ୍‌ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାର‌ବ୍‌ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ। ଯୀଶୁ କ୍ରୁଶରେ ହତ ହେଲେ ସୈନ୍ୟମାନେ ଯୀଶୁଙ୍କୁ ମାରିଦେବା ପାଇଁ ନେଇଗଲେ। ଠିକ୍ ସେହି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫେରି ନଗର ଭିତରକୁ ଆସୁଥିଲା। ତା’ର ନାମ ଥିଲା ଶିମୋନ। ଶିମୋନ କୁରୀଣ ନଗରର ଲୋକ ଥିଲା। ସୈନ୍ୟମାନେ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ଯିବାକୁ ଶିମୋନକୁ ବାଧ୍ୟ କଲେ। ବହୁ ସଂଖ୍ୟାରେ ଲୋକେ ଯୀଶୁଙ୍କ ପଛେ ପଛେ ଗଲେ। କେତେକ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସେମାନେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ। କିନ୍ତୁ ଯୀଶୁ ବୁଲିପଡ଼ି ସେହି ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ଯିରୁଶାଲମର ନାରୀଗଣ! ମୋ’ ପାଇଁ କାନ୍ଦ ନାହିଁ। ତୁମ୍ଭେମାନେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ। ଏବେ ସମୟ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାନ୍ତି, ସେମାନେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ୟା, ସେମାନେ ଧନ୍ୟ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦେଇ ନାହାନ୍ତି ଏବଂ ତାହାଙ୍କର ଯତ୍ନ ନେଇ ନାହାନ୍ତି, ସେମାନେ ଧନ୍ୟ।’ ତା’ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ଼୍, ଲୋକେ ପାହାଡ଼କୁ କହିବେ, ‘ଆମ୍ଭକୁ ଘୋଡ଼େଇ ଦିଅ।’ ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?” ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆ ଯାଉଥିଲା। ‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ। ଯୀଶୁ କହିଲେ, “ହେ ପରମପିତା, ଯେଉଁ ଲୋକମାନେ ମୋତେ ହତ୍ୟା କରୁଛନ୍ତି, ସେମାନଙ୍କୁ କ୍ଷମା କର। କାରଣ ସେମାନେ କ’ଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ।” ସୈନ୍ୟମାନେ ଗୁଲିବାଣ୍ଟ ସାହାଯ୍ୟରେ ଯୀଶୁଙ୍କ ପୋଷାକ ବାଣ୍ଟି ନେଲେ। ଲୋକମାନେ ସେଠାରେ ଠିଆ ହୋଇ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସେମାନେ କହୁଥିଲେ, “ଯଦି ସେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?” ଏପରିକି ସୈନ୍ୟମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସେମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ। ସୈନ୍ୟମାନେ କହିଲେ, “ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତେବେ ନିଜକୁ ରକ୍ଷା କର।” କ୍ରୁଶରେ ଉପରି ଭାଗରେ ଲେଖା ଯାଇଥିଲା: “ ଏ ଯିହୂଦୀମାନଙ୍କର ରାଜା।” ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦା କରି କହିବାକୁ ଲାଗିଲା, “ତୁମ୍ଭେ କ’ଣ ଖ୍ରୀଷ୍ଟ ନୁହଁ? ତେବେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ୟ ରକ୍ଷା କର।” କିନ୍ତୁ ଅନ୍ୟ ଅପରାଧୀଟି ତାହାକୁ ଗାଳି କରି କହିଲା, “ତୁ କ’ଣ ପରମେଶ୍ୱରଙ୍କୁ ମଧ୍ୟ ଭୟ କରୁ ନାହୁଁ? ଆମ୍ଭେମାନେ ଖୁବ୍ ଶୀଘ୍ର ମରିବାକୁ ଯାଉଛୁ। ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ୟ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।” ତା’ପରେ ସେହି ଅପରାଧୀଟି ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତେବେଳେ ମୋତେ ମନେ ପକାଇବେ।” ଯୀଶୁ ତାହାକୁ କହିଲେ, “ଶୁଣ, ମୁଁ ଯାହା କହୁଛି ତାହା ସତ୍ୟ। ଆଜି ତୁମ୍ଭେ ମୋ’ ସହିତ ପାରାଦୀଶରେ ପ୍ରବେଶ କରିବ।” ଯୀଶୁଙ୍କ ପ୍ରାଣତ୍ୟାଗ ସେତେବେଳେ ପ୍ରାୟ ଦିନ ଦ୍ୱିପ୍ରହର ହୋଇଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇଗଲା। ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା। ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ। ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!” ଅନେକ ଲୋକ ଏହି ଘଟଣା ଦେଖିବାକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସେମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶେଷରେ ସେମାନେ ଫେରିଗଲେ। ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସେଠାରେ ଉପସ୍ଥିତ ଥିଲେ। ତା’ଛଡ଼ା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନେକ ସ୍ତ୍ରୀ ଲୋକ ସେଠାରେ ଥିଲେ। ସେମାନେ କ୍ରୁଶଠାରୁ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ। ହାରାମାଥୀୟାର ଯୋଷେଫ ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ। *** ଯୋଷେଫ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ଯୋଷେଫ ସେଥିପାଇଁ ଅନୁମତି ଦେଲେ। ତେଣୁ ଯୋଷେଫ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗାରେ ସେ ଘୋଡ଼ାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନେଇ ପାହାଡ଼ କାନ୍ଥରେ ଖୋଳା ହୋଇଥିବା ଓ ପୂର୍ବରୁ କେବେ ବ୍ୟବହୃତ ହୋଇ ନ ଥିବା କବର ମଧ୍ୟରେ ରଖିଲେ। ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା। ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସେମାନେ ଯୋଷେଫ ପଛେ ପଛେ ଗଲେ। ସେମାନେ ଯାଇ କବରଟି ଦେଖିଲେ। । ଭିତରେ ଯେଉଁ ସ୍ଥାନରେ ଶରୀରଟି ରଖାଗଲା, ସେହି ସ୍ଥାନଟି ମଧ୍ୟ ସେମାନେ ଦେଖିଲେ। ତା’ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ। ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ। ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥାନ ଖବର ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ। ସମାଧି ବନ୍ଦ କରିବା ପାଇଁ ତା’ର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡ଼ି ଯାଇଛି। ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ। ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସେମାନେ ତାହାଙ୍କର ମୁଣ୍ଡ ନୁଆଁଇଲେ। ସେହି ଦୁଇଜଣ ଦୂତ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଜଣେ ମୃତ ଲୋକକୁ ଏଠାରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ। ଯୀଶୁ ଏଠାରେ ନାହାନ୍ତି, ସେ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଗାଲିଲୀରେ ଥିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ’ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡ଼ୁଛି କି? ଯୀଶୁ କହିଥିଲେ ଯେ, ମନୁଷ୍ୟୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତରେ କ୍ରୁଶରେ ମାରି ଦିଆଯିବା ପାଇଁ ଅବଶ୍ୟ ଦେଇ ଦିଆଯିବ। କିନ୍ତୁ ସେ ପୁଣି ମୃତ୍ୟୁରୁ ତୃତୀୟ ଦିନ ଜୀବିତ ହୋଇ ଉଠିବେ।” ତା’ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ। ସେହି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡ଼ି ଏଗାର ଜଣ ପ୍ରେରିତ ଓ ସମସ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ସମାଧି ଭିତରେ ଯାହା ଘଟିଥିଲା, ସେତକ ଗୋଟି ଗୋଟି କରି ସେମାନଙ୍କୁ କହିଲେ। ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମା ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ରେରିତମାନଙ୍କୁ ସବୁ ବିଷୟ ଜଣାଇଲେ। କିନ୍ତୁ ପ୍ରେରିତମାନେ ସ୍ତ୍ରୀଲୋକମାନଙ୍କ କଥାରେ ଆଦୌ ବିଶ୍ୱାସ କଲେ ନାହିଁ। ସେମାନଙ୍କୁ ଏହା ପାଗଳ କଥା ପରି ଲାଗିଲା। କିନ୍ତୁ ପିତର ଉଠି ପଡ଼ିଲେ। ଏ କଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡ଼ିଗଲେ। ସେ ଭିତରକୁ ଗ୍ଭହିଁଲେ। କିନ୍ତୁ ସେ କେବଳ ଯୀଶୁଙ୍କ ଉପରେ ଘୋଡ଼ାଇ ଦିଆଯାଇଥିବା ଲୁଗାପଟି ସେଠାରେ ଦେଖିଲେ। ଯୀଶୁଙ୍କ ଶରୀର ସେଠାରେ ନ ଥିଲା। ଯାହା ଘଟି ଯାଇଥିଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଏକାକୀ ରହିବା ପାଇଁ ଗ୍ଭଲିଗଲେ। ଇମ୍ମାୟୁ ଗ୍ରାମକୁ ଯିବା ବାଟରେ ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ। ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ। କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। ତା’ପରେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା। ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।” ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?” ଲୋକମାନେ ଯୀଶୁଙ୍କୁ କହିଲେ, “ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ। କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ। ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା। “ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି। କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋ‌ର୍‌ରୁ ଯାଇଥିଲେ। କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ। ତା’ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।” ତା’ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟ‌ଦ୍‌ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର। ଭବିଷ୍ୟ‌ଦ୍‌ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।” ତା’ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ। ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି। କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ। ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ। ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ। ତା’ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।” ତା’ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, “ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।” ତା’ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ। ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।” ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ। ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?” ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।” ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। *** ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।” ଯୀଶୁ ସ୍ୱର୍ଗକୁ ଫେରିଗଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା’ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ। ଯୀଶୁଙ୍କର ଜଗତରେ ଆବିର୍ଭାବ ଜଗତ ଆରମ୍ଭର ପୂର୍ବରୁ ବାକ୍ୟ ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ। ଯୋହନ ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି। ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ। ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘” ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି। ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ। ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।” ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।” ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।” ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?” ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାଣୀ କହିଲେ: “ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର: ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’” ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ ଦେଉଛ?” ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।” ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ। ଯୀଶୁ, ପରମେଶ୍ୱରଙ୍କ ମେଷଶାବକ ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି। ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ’ଠାରୁ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି।’ ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଯେପରି ଜାଣି ପାରିବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।” ତା’ପରେ ଯୋହନ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠେଇଥିଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯେକି ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। *** ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’” ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। ସେତେବେଳେ ଯୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ, “ଦେଖ, ପରମେଶ୍ୱରଙ୍କର ମେଷଶାବକ।” ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହଁ?” ସେମାନେ ଉତ୍ତର ଦେଲେ, “ରା‌ବ୍‌ବୀ, ଆପଣ କେଉଁଠାରେ ରହୁଛନ୍ତି?” (“ରା‌ବ୍‌ବୀ” ଅର୍ଥାତ୍ “ଗୁରୁ”) ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”) ତା’ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭକୁ କେଫା ନାମରେ ଡକା ହେବ।” (“କେଫା” ଅର୍ଥାତ୍ “ପିତର।”) ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲି‌ପ୍‌ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। ଫିଲି‌ପ୍‌ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।” ନିଥନିୟେଲ ଫିଲି‌ପ୍‌ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?” ଫିଲି‌ପ୍‌ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।” ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।” ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲି‌ପ୍‌ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।” ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।” ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।” କାନ୍ନାରେ ବିବାହ ଦୁଇ ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।” ଯୀଶୁ ଉତ୍ତର ଦେଲେ, “ପ୍ରିୟ ନାରୀ, କ’ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।” ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।” ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଶହେରୁ ଶହେ ପଗ୍ଭଶ ଲିଟର ପାଣି ଧରୁଥିଲା। ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ। ତା’ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନିଅ। ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।” ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। ତା’ପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଗ୍ଭଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣି ନ ଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।” ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ତା’ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ। ମନ୍ଦିର ଭିତରେ ଯୀଶୁ ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ ମଧ୍ୟ କରୁଥିଲେ। ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଛାଟ ତିଆରି କଲେ। ତା’ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକେଇ ମେଜଗୁଡ଼ିକ ଓଲଟେଇ ଦେଲେ। ତା’ପରେ ଯୀଶୁ କପୋତ ବେପାରୀମାନଙ୍କୁ ଯାଇ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋର ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।” ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ: “ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିଦେବ।” ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।” ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।” ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ନିର୍ମାଣ କରି ଦେବ?” (କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ୟ କରି କହିଥିଲେ। ଯୀଶୁ ମୃତ୍ୟୁରୁ ଉଠିଲା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।) ଯୀଶୁ ନିସ୍ତାରପର୍ବ ପାଇଁ ଯିରୁଶାଲମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ। କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। ମନୁଷ୍ୟର ମନ ଭିତରେ କ’ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ ବୁଝେଇବା କାହାରି ଦରକାର ନ ଥିଲା। ଯୀଶୁ ଓ ନୀକଦୀମ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।” ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।” ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।” ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?” ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। ମନୁଷ୍ୟପୁତ୍ର କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି। “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।” ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା’ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା’ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି। ଯୀଶୁ ଏବଂ ବାପ୍ତିଜକ ଯୋହନ ଏହା ପରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ଯିହୂଦା ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ରହି ଲୋକଙ୍କୁ ବାପ୍ତିସ୍ମ ଦେଲେ। ଯୋହନ ମଧ୍ୟ ଏନୋନ ଗ୍ରାମରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏନୋନ ଶାଲମ ନଗର ନିକଟବର୍ତ୍ତୀ। ସେଠାରେ ପ୍ରଚୁର ଜଳ ଥିବାରୁ ଯୋହନ ସେଠାରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସେଠାକୁ ବାପ୍ତିଜିତ ହେବା ପାଇଁ ଯାଉଥିଲେ। ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ଏସବୁ ଘଟିଥିଲା। ଯୋହନଙ୍କର କେତେକ ଶିଷ୍ୟଙ୍କର ସହିତ ଜଣେ ଯିହୂଦୀଙ୍କର ଯୁକ୍ତିତର୍କ ହେଲା। ସେମାନେ ତାହାଙ୍କ ସହିତ ଧର୍ମସଂକ୍ରାନ୍ତୀୟ ଶୁଚିକରଣ ବିଷୟରେ ତର୍କ କରୁଥିଲେ। ତେଣୁ ଶିଷ୍ୟମାନେ ଆସି ଯୋହନଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ସହିତ ଯର୍ଦ୍ଦନ ନଦୀର ଆର ପାରିରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସେହି ଲୋକ ବିଷୟରେ ଲୋକମାନଙ୍କୁ କହିଥିଲ। ସେହି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନେକ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।” ଯୋହନ ଉତ୍ତର ଦେଲେ, “ପରମେଶ୍ୱର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କେବଳ ସେତିକି ପାଏ। ତୁମ୍ଭେମାନେ ନିଜେ ମୋର କହିବା ଶୁଣିଛ ଯେ ‘ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ୟରେ ଈଶ୍ୱର ମୋତେ ପଠାଇଛନ୍ତି।’ କନ୍ୟା କେବଳ ବରର। ବରକୁ ସାହାଯ୍ୟ କରୁଥିବା ବନ୍ଧୁ ବର ଆସିବା ପର୍ଯ୍ୟନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ୱର ଶୁଣି ସେହି ବନ୍ଧୁ ବହୁତ ଖୁସୀ ହୁଏ। ମୁଁ ଏବେ ସେହିଭଳି ଆନନ୍ଦ ପାଉଛି। ଏହା ମୋର ଆନନ୍ଦର ସମୟ। ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ। ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମି ଯାଉ। ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠେ। ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା’ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।” ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କର କଥାବାର୍ତ୍ତା ଯୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ। କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନ ଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି। ତେଣୁ ସେ ସେତେବେଳେ ଯିହୂଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲୀକୁ ଗ୍ଭଲିଗଲେ। ଯୀଶୁ ଗାଲିଲୀ ଗଲାବେଳେ ତାହାଙ୍କୁ ଶମିରୋଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା। ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଗ୍ଭଲି ଗ୍ଭଲି କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। ସେତିକିବେଳେ ଜଣେ ଶମିରୋଣୀୟା ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ, “ମୋତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।” ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ। ସେହି ଶମିରୋଣୀୟା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ।” ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ। ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା’ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।” ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। ଆପଣ କ’ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।” ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ। କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।” ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।” ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।” ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।” ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ। ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।” ସ୍ତ୍ରୀଲୋକଟି କହିଲା, “ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା। ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ଯିରୁଶାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।” ଯୀଶୁ ତାହାକୁ କହିଲେ, “ହେ ନାରୀ, ମୋତେ ବିଶ୍ୱାସ କର। ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମପିତାଙ୍କର ଉପାସନା ଏ ପର୍ବତରେ କି ଯିରୁଶାଲମରେ କରିବ ନାହିଁ। ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ। ଏପରି ସମୟ ଆସୁଛି, ଯେତେବେଳେ ପ୍ରକୃତ ଉପାସକମାନେ ପରମପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ, ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଗ୍ଭହାନ୍ତି। ପରମେଶ୍ୱର ହିଁ ଆତ୍ମା। ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ୍।” ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।” ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।” ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଗ୍ଭରିଲେ ନାହିଁ, “ତୁମ୍ଭେ କ’ଣ ଗ୍ଭହଁ?” କିମ୍ବା “ତୁମ୍ଭେ କାହିଁକି ତା’ ସହିତ କଥାବାର୍ତ୍ତା ହେଉଛ?” ତା’ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଗ୍ଭଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା, “ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।” ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ। ସ୍ତ୍ରୀଲୋକଟି ନଗରରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ, “ଗୁରୁ କିଛି ଭୋଜନ କରନ୍ତୁ।” କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।” ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?” ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ ‌‌କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ। ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।” ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, “ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ।” ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ସେଠାରେ ଦୁଇ ଦିନ ରହିଲେ। ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ। ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।” ଜଣେ ରାଜକର୍ମଗ୍ଭରୀଙ୍କ ପୁତ୍ରକୁ ଯୀଶୁ ସୁସ୍ଥ କଲେ ସେଠାରେ ଦୁଇ ଦିନ ରହିବା ପରେ ଯୀଶୁ ଗାଲିଲୀକୁ ଯାତ୍ରା କଲେ। ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନ ପାଏନାହିଁ। ପୁଣି ଯୀଶୁ ଯେତେବେଳେ ଗାଲିଲୀରେ ପହଞ୍ଚିଲେ, ସେଠାରେ ଲୋକେ ତାହାଙ୍କୁ ସ୍ୱାଗତ କଲେ। ପୂର୍ବରୁ ଯିରୁଶାଲମରେ ନିସ୍ତାରପର୍ବ ବେଳେ ସେମାନେ ତାହାଙ୍କର କାର୍ଯ୍ୟ ସବୁ ଦେଖିଥିଲେ। ସେହି ଲୋକମାନେ ପର୍ବ ସମୟରେ ମଧ୍ୟ ଉପସ୍ଥିତ ଥିଲେ। ଯୀଶୁ ଗାଲୀଲର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟକର୍ମଗ୍ଭରୀ କଫର୍ନାହୂମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। ସେହି ବ୍ୟକ୍ତି ଶୁଣିଲେ ଯେ ଯୀଶୁ ଯିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲିଲୀରେ ଅଛନ୍ତି, ତେଣୁ ସେ ବ୍ୟକ୍ତି କାନ୍ନାରେ ଯୀଶୁଙ୍କୁ ଦେଖାକଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହେଇଥିଲା। ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।” ରାଜକର୍ମଗ୍ଭରୀଜଣକ କହିଲେ, “ମହାଶୟ, ମୋ’ ପୁତ୍ର ମରିବା ପୂର୍ବରୁ ଆପଣ ମୋ’ ଘରକୁ ଆସନ୍ତୁ।” ଯୀଶୁ ଉତ୍ତର ଦେଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁଙ୍କ କଥା ସେ ବ୍ୟକ୍ତିଟି ଶୁଣି ବିଶ୍ୱାସ କଲେ ଓ ଘରକୁ ଗ୍ଭଲିଗଲେ। ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଗ୍ଭକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭର ପୁଅ ସୁସ୍ଥ ହେଲାଣି।” “ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତି କଲା? ସେ ପଗ୍ଭରିଲେ। ଗ୍ଭକରମାନେ କହିଲେ, “ଗତକାଲି ପ୍ରାୟ ଗୋଟାଏ ବେଳୁ ତା’ର ଜ୍ୱର ଛାଡ଼ିଗଲା।” “ତୁମ୍ଭର ପୁଅ ବଞ୍ଚିବ,” ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଗ୍ଭରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ। ଯିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ୱିତୀୟ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ପୋଖରୀ ପାଖରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହା ପରେ ଯୀଶୁ ଯିହୂଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଯିରୁଶାଲମକୁ ଗଲେ। ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେ‌‌ଥ୍‌‌ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପ ଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇ ଯାଉଥିଲା। ସେଠାରେ ଜଣେ ଲୋକ ପଡ଼ିରହିଥିଲା, ସେ ବିଗତ 38 ବର୍ଷଧରି ରୋଗଗ୍ରସ୍ତ ଥିଲା। ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ସୁସ୍ଥ ହେବାକୁ ଗ୍ଭହଁ?” ସେ ରୋଗୀଟି ଉତ୍ତର ଦେଲା, “ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ’ ପୂର୍ବରୁ ପାଣି ଭିତରକୁ ଗ୍ଭଲିଯାଆନ୍ତି।” ତା’ପରେ ଯୀଶୁ କହିଲେ, “ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଗ୍ଭଲ।” ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା। ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା। ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।” କିନ୍ତୁ ଲୋକଟି କହିଲା, “ମୋତେ ଯିଏ ସୁସ୍ଥ କଲେ, ସେ ମୋତେ କହିଲେ ‘ତୁମ୍ଭର ବିଛଣା ନିଅ ଓ ଗ୍ଭଲ।’” ଯିହୂଦୀମାନେ ସେ ଲୋକକୁ ପଗ୍ଭରିଲେ, “ଯିଏ ତୁମ୍ଭକୁ ଆଜି ବିଛଣା ଉଠେଇ ଗ୍ଭଲିବାକୁ କହିଲା, ସେ କିଏ?” କିନ୍ତୁ ସୁସ୍ଥ ହୋଇଥିବା ଲୋକଟି, ସେ ବ୍ୟକ୍ତିଟି କିଏ ତାହା ଜାଣି ନ ଥିଲା। ସେହି ଜାଗାରେ ବହୁତ ଲୋକଥିଲେ ଓ ଯୀଶୁ ସେଠାରୁ ଗ୍ଭଲି ଯାଇଥିଲେ। ପରେ ଯୀଶୁ ସେହି ଲୋକକୁ ମନ୍ଦିର ପରିସରରେ ଦେଖିଲେ। ସେ ତାକୁ କହିଲେ, “ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହୋଇ ଯାଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତେବେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହୋଇପାରେ।” ତା’ପରେ ଲୋକଟି ସେହି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି। ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ। କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, “ମୋର ପିତା ସର୍ବଦା କାର୍ଯ୍ୟରତ, ଅତଏବ ମୁଁ ମଧ୍ୟ କାର୍ଯ୍ୟ କରେ।” ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, “ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା’ପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।” ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି। “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି। “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି । ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର ଅଟନ୍ତି। “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ। “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି। ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ। “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ। “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହେ। କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ। “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।” ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା। ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲି‌ପ୍‌ପଙ୍କୁ କହିଲେ, “ଫିଲି‌ପ୍‌ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” ସେ ଏ କଥା ଫିଲି‌ପ୍‌ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ। ଫିଲି‌ପ୍‌ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।” ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, “ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।” ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ। ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ। ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।” ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ। ଯୀଶୁ ପାଣିରେ ଗ୍ଭଲିଲେ ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ। ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ। ଖୁ‌ବ୍‌ ଜୋ‌ର୍‌ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା’ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।” ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା’ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା। ଲୋକମାନେ ଯୀଶୁଙ୍କୁ ଖୋଜିଲେ ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା। କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗା ଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟୀ ଖାଇଥିଲେ। ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ। ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।” ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ’ଣ କ’ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?” ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।” ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ’ଣ କରିବ? ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।” ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। ପରମେଶ୍ୱରଙ୍କର ଖାଦ୍ୟ କ’ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।” ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।” ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉ‌ତ୍‌ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉ‌ତ୍‌ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।” “ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ। ଯିହୂଦୀମାନେ କହିଲେ, “ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ। ଯୀଶୁ କେବଳ ଯୋଷେଫଙ୍କର ପୁତ୍ର। ‘ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି?’” କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦକର। ପରମପିତା ମୋତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମୋ’ ନିକଟକୁ ଆଣନ୍ତି। ମୁଁ ସେହି ଲୋକମାନଙ୍କୁ ଶେଷଦିନରେ ଉ‌ତ୍‌ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ନ ଆଣିବେ, ତେବେ ସେ ଲୋକ ମୋ’ ପାଖକୁ ଆସି ପାରିବ ନାହିଁ। ଭାବବାଣୀରେ ଏହିପରି ଲେଖା ଅଛି: ‘ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ।’ ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା’ପରେ ମୋ’ ପାଖକୁ ସେ ଲୋକମାନେ ଆସନ୍ତି। ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ୟକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି, ଯିଏ କି ପରମେଶ୍ୱରଙ୍କଠାରୁ ଆସିଛନ୍ତି। ସେହି ଲୋକ ପରମପିତାଙ୍କୁ ଦେଖିଛନ୍ତି। “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ତେବେ ସେ ଅନନ୍ତ ଜୀବନ ଲାଭ କରେ। ମୁଁ ନିଜେ ସେହି ଜୀବନଦାୟକ ଖାଦ୍ୟ। ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତରରେ ପରମେଶ୍ୱର ଦେଇଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସେମାନେ ଅନ୍ୟ ଲୋକଙ୍କ ପରି ମରିସାରିଲେଣି। ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ସେହି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ କଦାପି ମରିବ ନାହିଁ। ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।” ତା’ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା’ର ଶରୀର ଖାଇବା ପାଇଁ ଦେଇ ପାରିବ?” ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ, ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ। ଯେଉଁ ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋ’ ରକ୍ତ ପିଏ, ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି। ମୋର ମାଂସ ପ୍ରକୃତ ଆହାର। ମୋର ରକ୍ତ ପ୍ରକୃତ ପାନୀୟ। ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ। “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।” ଯୀଶୁ କଫର୍ନାହୂମର ସମାଜଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ। ଯୀଶୁଙ୍କୁ ଅନୁଗମନ କରୁଥିବା ଅନେକ ଲୋକ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ, “ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରି ପାରିବ?” ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, “ଏ ଉପଦେଶ କ’ଣ ତୁମ୍ଭକୁ ଅସୁବିଧାରେ ପକାଉଛି? ତେବେ ମନୁଷ୍ୟପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ’ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି? ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ। କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ। ଯୀଶୁ କହିଲେ, “ସେଥିପାଇଁ ମୁଁ କହିଥିଲି, ‘ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ସେ ଲୋକ ମୋ’ ନିକଟକୁ ଆସିପାରିବ ନାହିଁ।’” ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ। ଯୀଶୁ ବାରଜଣ ପ୍ରେରିତଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ିଯିବା ପାଇଁ ଗ୍ଭହଁ କି?” ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି। ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।” ଯୀଶୁ ଶିମୋନ ଇଷ୍କାରିୟୋତର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଥିଲେ। ସେ ବାରଜଣଙ୍କ ମଧ୍ୟରୁ ଜଣେ ଥିଲା। ପରେ ସେହି ଯିହୂଦା ତାହାଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଥିଲା। ଯୀଶୁ ଓ ତାହାଙ୍କର ଭାଇମାନେ ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ। ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା। ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଯିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖି ପାରିବେ। ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା’ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।” (ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରୁ ନ ଥିଲେ।) ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ। ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ। ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।” ଏ କଥା କହିବା ପରେ ଯୀଶୁ ଗାଲିଲୀରେ ରହିଗଲେ। ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସେମାନେ ଗଲାପରେ ଯୀଶୁ ମଧ୍ୟ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ। ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?” ସେଠାରେ ବହୁତ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଗୋପନରେ ନିଜ ନିଜ ଭିତରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। କେତେକ ଲୋକ କହିଲେ, “ସେ ଜଣେ ଉତ୍ତମ ଲୋକ।” କିନ୍ତୁ ଅନ୍ୟମାନେ କହୁଥିଲେ, “ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।” କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ। ଯିରୁଶାଲମରେ ଯୀଶୁଙ୍କର ଉପଦେଶ ପର୍ବ ପ୍ରାୟ ଅଧାଅଧି ଶେଷ ହୋଇଯାଇଥିଲା। ତା’ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦେବାରେ ଲାଗିଲେ। ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?” ଯୀଶୁ ଉତ୍ତର ଦେଲେ, “ମୁଁ ଯାହା ଉପଦେଶ ଦେଉଛି, ତାହା ମୋ’ ନିଜର ନୁହେଁ। ମୋର ଶିକ୍ଷାଗୁଡ଼ିକ ମୋତେ ପଠାଇଥିବା ପରମେଶ୍ୱରଙ୍କଠାରୁ ଆସିଛି। ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ। ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଗ୍ଭର କରେ, ସେ ନିଜ ପାଇଁ ସମ୍ମାନ ଗ୍ଭହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ରେରଣକର୍ତ୍ତାଙ୍କର ସମ୍ମାନ ଗ୍ଭହେଁ, ସେ ସତ୍ୟ କହେ। ତା’ ପାଖରେ କିଛି ମିଥ୍ୟା ନାହିଁ। ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?” ଲୋକମାନେ କହିଲେ, “ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି। ଆମ୍ଭେ ତୁମ୍ଭକୁ ମାରିବାକୁ ଚେଷ୍ଟା କରୁ ନାହୁଁ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ଗୋଟିଏ ଆଶ୍ଚର୍ଯ୍ୟକାର୍ଯ୍ୟ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ। ମୋଶା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତରେ ମୋଶା ତୁମ୍ଭକୁ ସୁନ୍ନତ ବିଷୟ ଦେଇ ନାହାନ୍ତି। ଏହାତ ମୋଶାଙ୍କ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ ବେଳେବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ। ଏଥିରୁ ଜଣାପଡ଼େ ଯେ, କୌଣସି ଲୋକକୁ ମୋଶାଙ୍କର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରାଯାଇପାରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦେହକୁ ସୁସ୍ଥ କଲି ତେବେ ତୁମ୍ଭେ କାହିଁକି ରାଗୁଛ? କୌଣସି ବିଷୟର ବାହ୍ୟରୂପ ଦେଖି ବିଗ୍ଭର କର ନାହିଁ। ପ୍ରକୃତରେ ଯାହା ଠିକ୍, ତଦନୁଯାୟୀ ବିଗ୍ଭର କର।” ଯୀଶୁ କ’ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି। କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ। କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।” ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।” ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ’ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।” ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।” ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।” ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ’ଣ?” ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହିଲେ ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ଯଦି କୌଣସି ଲୋକ ତୃଷାର୍ତ୍ତ, ତେବେ ସେ ମୋ’ ନିକଟକୁ ଆସି ପାନକରୁ। ଯଦି କୌଣସି ଲୋକ ମୋ’ଠାରେ ବିଶ୍ୱାସ କରେ ତେବେ ତା’ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମ ଶାସ୍ତ୍ରରେ ଲେଖା ଅଛି।” ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ। ଯୀଶୁଙ୍କ ସମ୍ବନ୍ଧରେ ଲୋକମାନଙ୍କର ତର୍କ ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତେକ ଲୋକ କହିଲେ, “ଏହି ଲୋକ ପ୍ରକୃତରେ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା।” ଅନ୍ୟମାନେ କହିଲେ, “ସେ ଖ୍ରୀଷ୍ଟ।” ଅନ୍ୟମାନେ କହିଲେ, “ଗାଲିଲୀରୁ ଖ୍ରୀଷ୍ଟ ଆସିବେ ନାହିଁ। ଧର୍ମଶାସ୍ତ୍ର କୁହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲିହିମ ନଗରରୁ ଆସିବେ।” ତେଣୁ ଲୋକମାନେ ଯୀଶୁଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଲେ। ଲୋକମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଗ୍ଭହିଁଲେ। କିନ୍ତୁ କେହି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ। ଯିହୂଦୀ ନେତାମାନେ ବିଶ୍ୱାସ କରିବାକୁ ମନା କଲେ ମନ୍ଦିରର ସୈନ୍ୟମାନେ ମୁଖ୍ୟଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫେରି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?” ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ, “ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ୍।” ଫାରୂଶୀମାନେ କହିଲେ, “ତାହାହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ୟ ବୋକା ବନେଇଛନ୍ତି। କୌଣସି ନେତା କ’ଣ ତାକୁ ବିଶ୍ୱାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ୟରୁ କ’ଣ ତାହାଙ୍କୁ କେହି ବିଶ୍ୱାସ କରିଛନ୍ତି? ନା। ଏହି ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।” କିନ୍ତୁ ସେହି ଦଳରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ। ସେ କହିଲେ, “ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଗ୍ଭର କରିବ ନାହିଁ। ସେ କ’ଣ କରିଛନ୍ତି, ଆମ୍ଭେ ନ ଜାଣି ତାହାଙ୍କର ବିଗ୍ଭର କରି ପାରିବା ନାହିଁ।” ଯିହୂଦୀନେତାମାନେ ଉତ୍ତର ଦେଲେ, “ତୁମ୍ଭେ କ’ଣ ସେହି ଗାଲିଲୀୟମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ୟ‌‌‌ଦ୍‌‌‌ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।’’ (ପ୍ରାଚୀନତମ ଓ ‘ଯୋହନ’ର ସବୁଠାରୁ ଭଲ ଗ୍ରୀକ୍ ପ୍ରତିଗୁଡ଼ିକରେ 7:53 ଠାରୁ 8:11 ପର୍ଯ୍ୟନ୍ତ ପଦ ଗୁଡ଼ିକ ନାହିଁ।) ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ ତା’ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ। ଯୀଶୁ ଜୀତପର୍ବତକୁ ଗଲେ। ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ। ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା’ର ସ୍ୱାମୀ ନୁହେଁ। ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ’ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?” ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” ତା’ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ। ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ’ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।” ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।” ତା’ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ। ଯୀଶୁ ହେଉଛନ୍ତି ଜଗତର ଆଲୋକ ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।” କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।” ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।” ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।” ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା। ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।” ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ’ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ’ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’” କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।” ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।” ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।” ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ(ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।” ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା’ର ପ୍ରଭୁ। ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।” ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।” ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ କଥା କହୁଛି। କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରହାମ କିନ୍ତୁ ସେହିପରି କିଛି କରି ନ ଥିଲେ। ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।” କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।” ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମପିତା, ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ୍। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ’ କ୍ଷମତା ଅନୁସାରେ ଆସି ନାହିଁ। ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। ମୁଁ ଯାହାସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁ ନାହଁ। ଏହାର କାରଣ ହେଲା ତୁମ୍ଭେ ମୋ’ ଉପଦେଶ ଗ୍ରହଣ କରି ପାରୁ ନାହଁ। ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା’ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା’ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା। “ମୁଁ ସତ୍ୟ କହେ। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରି ପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ, ତେବେ ମୋତେ କାହିଁକି ବିଶ୍ୱାସ କରୁ ନାହଁ? ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।” ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ’ଣ ଠିକ୍ ନୁହେଁ କି?” ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।” ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ ତୁମ୍ଭେ କ’ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?” ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।” ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ’ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ। ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?” ଯୀଶୁ ଉତ୍ତର ଦେଲେ, “ଏହା ତା’ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।” ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା’ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା। କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?” କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା’ରି ଭଳି ଦେଖାଯାଉଛି।” ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।” ଲୋକମାନେ ତାକୁ ପଗ୍ଭରିଲେ, “କ’ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?” ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା’ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା’ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।” ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?” ଲୋକଟି କହିଲା, “ମୁଁ ଜାଣେ ନାହିଁ।” ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା, ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ। ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ. “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?” ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।” କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।” ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା। ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ’ଣ କହୁଛ?” ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା।” ଯିହୂଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି। ଯିହୂଦୀମାନେ ତା’ର ପିତାମାତାଙ୍କୁ ପଗ୍ଭରିଲେ, “ଇଏ କ’ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?” ପିତାମାତା ଉତ୍ତର ଦେଲେ, “ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା। କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା’ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା’ର ବୟସ ହେଲାଣି।” ଯିହୂଦୀ ନେତାମାନଙ୍କୁ ଭୟ କରି ତା’ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ। ତେଣୁ ତା’ର ପିତାମାତା କହିଲେ, “ତା’ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।” ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।” ଲୋକଟି ଉତ୍ତର ଦେଲା, “ସେ ପାପୀ କି ନୁହେଁ, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖି ପାରୁଛି।” ଯିହୂଦୀ ନେତାମାନେ ପଗ୍ଭରିଲେ, “ସେ ତୁମକୁ କ’ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?” ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ’ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?” ଯିହୂଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା’ପରେ ସେମାନେ କହିଲେ, “ତୁମ୍ଭେ ସେହି ଲୋକର ଶିଷ୍ୟ। କିନ୍ତୁ ଆମ୍ଭେ ମୋଶାଙ୍କର ଶିଷ୍ୟ। ଆମ୍ଭେ ଜାଣୁ, ପରମେଶ୍ୱର ମୋଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣି ନାହୁଁ।” ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି। ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା’ର କଥା ଶୁଣନ୍ତି। ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରି ନ ଥିଲେ। ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା’ନ୍ତା।” ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ’ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ। ଆତ୍ମିକ ଅନ୍ଧତା ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?” ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।” ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।” ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା। ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।” ଯୀଶୁଙ୍କ ପାଖରେ କେତେକ ଫାରୂଶୀ ଥିଲେ। ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଗ୍ଭରିଲେ, “କ’ଣ? ତା’ ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?” ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା’ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।” ମେଷପାଳକ ଓ ତା’ର ମେଷ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ, ତେବେ ସେ ଦ୍ୱାର ବାଟେ ଯିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ, ତେବେ ସେ ଗ୍ଭେର। ସେ ନିଶ୍ଚୟ ମେଷ ଗ୍ଭେରି କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦେଇ ଯାଏ। ସେ ହିଁ ମେଷପାଳକ। ଫାଟକ ଜଗୁଆଳୀ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତା’ର ମେଣ୍ଢାକୁ ନାମଧରି ଡାକେ ଓ ବାହାରେ ଚରାଏ। ସେ ସବୁ ମେଷମାନଙ୍କୁ ବାହାରକୁ ଆଣେ, ସେମାନଙ୍କ ଆଗେ ଆଗେ ଗ୍ଭଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତା’ର ସ୍ୱର ଜାଣନ୍ତି। କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା’ ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।” ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝି ପାରିଲେ ନାହିଁ। ଯୀଶୁ ଉତ୍ତମ ମେଷପାଳକ ତେଣୁ ଯୀଶୁ ଆଉଥରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ। ମୋ’ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସେମାନେ ଗ୍ଭେର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା’ର ଯାହା ଦରକାର, ସେ ସବୁ ପାଇବ। ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି। “ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା’ର ଜୀବନ ଦିଏ। ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା’ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ। ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ। “ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି। ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ। ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। ମୋ’ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।” ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧ୍ୟରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।” କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ’ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!” ଯୀଶୁଙ୍କ ବିରୁଦ୍ଧରେ ଯିହୂଦୀମାନେ ସେତେବେଳେ ଶୀତଋତୁ। ଯିରୁଶାଲମରେ ‘ମନ୍ଦିର ପ୍ରତିଷ୍ଠା’ ପର୍ବ ପଡ଼ିଲା। ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ। ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ। କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ। ପରମପିତା ଓ ମୁଁ ଏକ।” ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?” ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁ ନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବା ପାଇଁ ଗ୍ଭହୁଁଛୁ।” ଯୀଶୁ ଉତ୍ତର ଦେଲେ, “ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ‘ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ।’ ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।’ ମୋର ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ’ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ’ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।” ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ। ତା’ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।” ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଲାଜାରଙ୍କ ମୃତ୍ୟୁ ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ। ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ। ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ, “ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।” ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା’ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।” ଯୀଶୁ ମାର୍ଥା, ତା’ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ। ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି ଦୁଇ ଦିନ ରହିଗଲେ। ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆମ୍ଭେ ଯିହୂଦା ପ୍ରଦେଶକୁ ଫେରିଯିବା।” ଶିଷ୍ୟମାନେ କହିଲେ, “ଗୁରୁ, ଯିହୂଦାରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହୋଇଥିଲା। ଆପଣ ପୁଣି ସେଠାକୁ ଫେରିଯିବାକୁ ଗ୍ଭହାନ୍ତି?” ଯୀଶୁ ଉତ୍ତର ଦେଲେ, “ଦିନ ମଧ୍ୟରେ ବାରଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଗ୍ଭଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖି ପାରେ। କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନ ଥାଏ।” ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।” ଶିଷ୍ୟମାନେ ଉତ୍ତର ଦେଲେ, “କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି, ତେବେ ସେ ସୁସ୍ଥ ହୋଇଯିବେ।” ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି। ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, “ଲାଜାର ମରିଯାଇଛନ୍ତି, ମୁଁ ଖୁସୀ ଯେ ମୁଁ ସେଠାରେ ନ ଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ କରିବ। ଗ୍ଭଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।” ତା’ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ୟଙ୍କୁ କହିଲେ, “ଗ୍ଭଲ ଆମ୍ଭେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୂଦାରେ ମରିବା।” ବେଥନୀୟାରେ ଯୀଶୁ ଯୀଶୁ ବେଥନୀୟାରେ ପହଞ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଗ୍ଭରି ଦିନ ହୋଇଗଲାଣି। ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର। ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ। ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘରେ ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା’ନ୍ତା। କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।” ଯୀଶୁ କହିଲେ, “ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।” ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ, ପୁନରୁ‌ତ୍‌ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।” ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁ‌ତ୍‌ଥାନ ଓ ଜୀବନ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। ମୋ’ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ’ଣ ଏହା ବିଶ୍ୱାସ କର?” ମାର୍ଥା ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେହି ବ୍ୟକ୍ତି ଅଟନ୍ତି।” ଯୀଶୁ କାନ୍ଦିଲେ ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।” ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ। ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।” ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?” ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।” ଯୀଶୁ କାନ୍ଦିଲେ। ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।” କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।” ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।” ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ। ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।” ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ। ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।” ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା। ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।” ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।” ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।” ‌କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ। ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ। ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ’ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ’ଣ ଭାବୁଛ?” କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ। ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା। ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। (ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା­-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା। ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।” ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଯୀଶୁ ବେଥନୀୟାରେ ଥିବା କଥା ଅନେକ ଯିହୂଦୀମାନେ ଶୁଣିଲେ। ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ, ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ। ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ। ଯିରୁଶାଲମରେ ଯୀଶୁଙ୍କ ପ୍ରବେଶ ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ। ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋ‌ର୍‌ରେ କହିଲେ, “ତାହାଙ୍କୁ ପ୍ରଶଂସା କର, ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି। ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।” ଯୀଶୁ ଗୋଟିଏ ଗଧ ପାଇଲେ ଓ ତା’ ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖାଥିଲା, “ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।” ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା’ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି। ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠେଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ। ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ। ତେଣୁ ଫାରୂଶୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଆମ୍ଭର ଯୋଜନା କାମ କରୁ ନାହିଁ। ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।” ଜୀବନ ଓ ମୃତ୍ୟୁ ବିଷୟରେ ଯୀଶୁଙ୍କ କଥା ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ। ସେହି ଗ୍ରୀକ୍ ଲୋକମାନେ ଫିଲି‌ପ୍‌ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।” ଫିଲି‌ପ୍‌ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତା’ପରେ ଆନ୍ଦ୍ରିୟ ଓ ଫିଲି‌ପ୍‌ପ ଯୀଶୁଙ୍କୁ ଯାଇ କହିଲେ। ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି। ମୁଁ ତୁମ୍ଭକୁ ସତ୍ୟ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ। ତା’ପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ। ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ। ମୋର ସେବା କୁରଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ। ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି, ସେଠାରେ ମୋ’ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରିଥିବେ, ମୋର ପରମପିତା ସେମାନଙ୍କୁ ସମ୍ମାନ ଦେବେ। ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ “ବର୍ତ୍ତମାନ ମୁଁ ବହୁତ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ଅଛି। ମୁଁ କ’ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ’ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।” ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।” ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ। କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।” ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ। ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। ମୁଁ ଜଗତରୁ ଊର୍ଦ୍ଧ୍ୱକୁ ‌‌ଉ‌‌ତ୍‌‌ଥିତ‌ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।” ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ। ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?” ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ। ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। ଅତଏବ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ, “ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି? କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?” ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ: “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି। ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି। ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ। କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ। ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ। “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।” ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ। ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।” ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।” ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।” ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।” ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।” ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ। “ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’ ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।” ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।” ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ। ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?” ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ। ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।” ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ। ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ। ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା। ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।” ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ। “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ । ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।” ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?” ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।” ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଲ ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ’ଠାରେ ମଧ୍ୟ ବିଶ୍ୱାସ ରଖ, ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା’ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି। ତା’ପରେ ତୁମ୍ଭକୁ ମୋ’ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଠାରେ ମୋ’ ସହିତ ରହିପାରିବ। ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।” ଥୋମା କହିଲେ, “ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?” ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା’ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।” ଫିଲି‌ପ୍‌ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।” ଯୀଶୁ ଉତ୍ତର ଦେଲେ, “ଫିଲି‌ପ୍‌ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’ ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ’ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ’ଠାରୁ ଆସି ନାହିଁ। ପରମପିତେ ମୋ’ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ’ଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର। କିମ୍ବା ମୁଁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର। “ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ’ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ତୁମ୍ଭେ ମୋ’ ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ। ମୋ’ ନାମରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି। ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ। “ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ’ଠାରେ ଓ ମୁଁ ତୁମ୍ଭଠାରେ ଅଛି। ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।” ତା’ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।” ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ। କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ’ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର। “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ। “ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା’ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। ତୁମ୍ଭେ ମୋର କଥା ଶୁଣିଛ ଯେ ‘ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।’ ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ’ ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ’ଠାରୁ ମହାନ୍। ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ। “ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ’ ଉପରେ ତା’ର କୌଣସି କ୍ଷମତା ନାହିଁ। କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା। “ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।” ଯୀଶୁ ଦ୍ରାକ୍ଷାଲତା ସଦୃଶ ଯୀଶୁ କହିଲେ, “ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। ମୋ’ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। ମୋ’ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍। “ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ’ଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋ’ଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। “ମୋ’ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ। “ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା’ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି। “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା’ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ। “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। ମୁଁ ଯଦି ଆସି ନ ଥା’ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା’ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ। “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। ଯଦି ମୁଁ ସେହି କାର୍ଯ୍ୟ କରି ନ ଥା’ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’ “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ। “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। ପବିତ୍ରଆତ୍ମାଙ୍କର କାର୍ଯ୍ୟ “ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ। “ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ। ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରି‌‌ଲାଣି। “ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ। କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ’ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ’ଠାରୁ ସବୁ ନେଇ ତୁମ୍ଭକୁ କହିବେ। ଦୁଃଖ ସୁଖରେ ପରିଣତ ହେବ “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା’ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।” କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ’ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ।” ପିତାଙ୍କ ନିକଟକୁ ଯିବାର ଅର୍ଥ କ’ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ। ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ’ଣ?’ ସେ ଏପରି କ’ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।” ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ’ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ, “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା’ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହେଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ। ପୃଥିବୀ ଉପରେ ବିଜୟ “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।” ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।” ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହେଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି। “ମୋ’ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।” ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଗ୍ଭହିଁଲେ। ସେ ପ୍ରାର୍ଥନା କଲେ, “ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ ଦେଇ ପାରିବେ। ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର। “ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି। “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା। “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ’ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ। “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ମେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ। “ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ’ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ହେ ପରମପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ’ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋ’ଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇ ପାରିବେ। ତଦ୍ଦ୍ୱାରା ଜଗତ ବିଶ୍ୱାସ କରିବ, ଯେ ତୁମ୍ଭେ ମୋତେ ପଠାଇଅଛ। ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’ ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋ’ଠାରେ ରହିବ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହାହେଲେ ଏହି ଜଗତ ଜାଣି ପାରିବ ଯେ, ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ। “ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ। ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା’ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।” ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ୟମାନଙ୍କ ସହିତ ଗ୍ଭଲିଗଲେ। ସେମାନେ କିଦ୍ରୋଣ ଉପତ୍ୟକା ପାରି ହୋଇଗଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଗ୍ଭ ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ। ଯିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୂଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା। ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଗ୍ଭକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ। ତାହାଙ୍କ ପ୍ରତି କ’ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?” ସେହି ଲୋକମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।” ଯୀଶୁ କହିଲେ, “ମୁଁ ନିଜେ ସେହି ଯୀଶୁ।” ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୂଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ। ଯୀଶୁ ସେମାନଙ୍କୁ ପୁଣି ଥରେ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?” ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।” ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।” ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।” ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସେହି ଦାସର ନାମ ମା‌‌‌‌‌‌‌ଲ୍‌‌‌‌ଖ ଥିଲା। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍। ଯୀଶୁ ହାନାନଙ୍କ ଆଗକୁ ଅଣାଗଲେ ତା’ପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ। ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ। କୟାଫା ଯିହୂଦୀମାନଙ୍କୁ ପରାମର୍ଶ ଦେଇଥିଲେ, “ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।” ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି ପିତର ମିଥ୍ୟା କହିଲେ ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟଜଣ ମହାଯାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ। କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ। ସେହି ଦାସୀ ପିତରଙ୍କୁ ପଗ୍ଭରିଲା, “ତୁମ୍ଭେ ବି କ’ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?” ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।” ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଗ୍ଭରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ। ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଗ୍ଭରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ। ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଗ୍ଭରୁଛ? ମୋର ଶିକ୍ଷା ଶୁଣିଥିବା ଲୋକଙ୍କୁ ପଗ୍ଭର, ମୁଁ କ’ଣ କହିଥିଲି, ସେମାନେ ଜାଣନ୍ତି।” ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।” ଯୀଶୁ ଉତ୍ତର ଦେଲେ, “ଯଦି ମୁଁ କିଛି ଭୂଲ କହିଲି ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୂଲ ଜଣାଇଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?” ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ। ପିତର ପୁନର୍ବାର ମିଥ୍ୟା କହିଲେ ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ। ସେ କହିଲେ, “ନା, ମୁଁ ନୁହେଁ।” ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ସେ ସେହି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, “ମୁଁ ଭାବୁଛି, ମୁଁ ବଗିଗ୍ଭରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।” କିନ୍ତୁ ପିତର ପୁଣି ଥରେ କହିଲେ, “ନା, ମୁଁ ତାହାଙ୍କ ସହିତ ନ ଥିଲି।” ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା। ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା ତା’ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ। ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ’ଣ?” ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।” ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।” ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।” ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା। ତା’ପରେ ପୀଲାତ ପ୍ରାସାଦ ଭିତରକୁ ଗ୍ଭଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ କହିଲେ, “ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମୋ’ ବିଷୟରେ କହିଛନ୍ତି?” ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ’ଣ ଦୋଷ କରିଛ?” ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।” ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।” ପୀଲାତ କହିଲେ, “ସତ୍ୟ କ’ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ। ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ବେଳେ ମୋ’ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଗ୍ଭହଁ, ମୁଁ ଏହି ‘ଯିହୂଦୀମାନଙ୍କ ରାଜାଙ୍କୁ’ ମୁକ୍ତି ଦେବି।” ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାର‌ବ୍‌ବାକୁ ମୁକ୍ତି ଦିଅ।” ଏହି ବାର‌ବ୍‌ବା ଜଣେ ଡକାୟତ ଥିଲା। ତା’ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ। ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” ତା’ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।” ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।” କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।” ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। ପୀଲାତ କହିଲେ, “ତୁମ୍ଭେ କ’ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।” ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା’ର ପାପ ଆହୁରି ଗୁରୁତର।” ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।” ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ‘ଗ‌ବ୍‌ବଥା’ ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।” ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।” ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?” ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।” ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା। ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ସୈନିକମାନେ ଯୀଶୁଙ୍କୁ ନେଇଗଲେ। ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗ‌‌‌‌‌‌‌ଲ୍‌‌‌‌ଗଥା’ କହନ୍ତି। ସେହି ‘ଗ‌‌‌‌‌‌‌ଲ୍‌‌‌‌ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ। ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା। ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ। ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।” ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଗ୍ଭରି ଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା। ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା: “ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।” ତେଣୁ ସୈନିକମାନେ ତାହା କଲେ। ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମ‌‌‌‌‌ଗ୍‌ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ। ଯୀଶୁ ତାହାଙ୍କ ମାଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ୟକୁ ମଧ୍ୟ ତାହାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ତାହାଙ୍କ ମାଙ୍କୁ କହିଲେ, “ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!” ତା’ପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ଏଠାରେ ତୁମ୍ଭର ମା।” ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମା ଙ୍କୁ ତାହାଙ୍କ ଘରକୁ ନେଇଗଲେ। ଯୀଶୁ ମୃତ୍ୟୁବରଣ କଲେ ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ୟ ହେବା ପାଇଁ ସେ କହିଲେ, “ମୋତେ ଶୋଷ କରୁଛି।” ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପ‌‌‌‌‌‌ଞ୍ଜ୍‌‌‌‌କୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ। ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା’ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ। ସେଦିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଗ୍ଭହୁଁ ନ ଥିଲେ ଯେ, ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପୀଲାତଙ୍କୁ ଅନୁରୋଧ କଲେ ଯେ, ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ। ଯେପରି ସେମାନେ ଶ୍ରୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ। ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ଼ ଭାଙ୍ଗିଦେଲେ। ତା’ପରେ ସେମାନେ ଅନ୍ୟ ଲୋକଟିର ଗୋଡ଼ ଭାଙ୍ଗିଦେଲେ। କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତେବେଳେ ସେମାନେ ଦେଖିଲେ ଯେ, ସେ ମରି ସାରିଲେଣି। ତେଣୁ ସେମାନେ ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ୱାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା। ଯିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ଯଦ୍ଦ୍ୱାରା ତୁମ୍ଭେ ମଧ୍ୟ ଶୁଣି ବିଶ୍ୱାସ କରିବ। ସେ ଯାହା କହନ୍ତି, ତାହା ସତ୍ୟ। ସେ ଜାଣନ୍ତି ଯେ, ସେ ସତ୍ୟ କହନ୍ତି। ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ରରେ ଯାହା ଲେଖା ଅଛି, ତାହା ସତ୍ୟ ହେବ, “ତାହାଙ୍କର ଗୋଟିଏ ହାଡ ମଧ୍ୟ ଭାଙ୍ଗି ଯିବ ନାହିଁ।” ଅନ୍ୟ ସ୍ଥାନରେ ଧର୍ମଶାସ୍ତ୍ରରେ ଲେଖାଅଛି: “ସେମାନେ ଯାହାଙ୍କୁ ବର୍ଚ୍ଛା ଦ୍ୱାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।” ଯୀଶୁଙ୍କର ସମାଧି ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ। ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା। ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ ରବିବାର ଦିନ ପାହାନ୍ତିଆରେ ମ‌‌‌‌‌ଗ୍‌ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି। ତେଣୁ ମରିୟମ, ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେ ସେମାନଙ୍କୁ କହିଲେ, “ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠାରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।” ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ। ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋ‌ର୍‌ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ। ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ। ତା’ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ। ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନ ଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ି ନ ଥିଲା। ଏହା ପରେ ଅନ୍ୟଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ, ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ। ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ। ମ‌‌‌‌‌ଗ୍‌ଦଲୀନୀ ମରିୟମଙ୍କୁ ଯୀଶୁ ଦେଖା ଦେଲେ ତା’ପରେ ଶିଷ୍ୟମାନେ ଘରକୁ ଫେରିଗଲେ। କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡ଼ି କବର ଭିତରକୁ ଗ୍ଭହିଁଲେ। ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ। ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?” ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।” ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ। ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?” ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ’ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।” ଯୀଶୁ ତାହାଙ୍କୁ କହିଲେ, “ମରିୟମ,”। ମରିୟମ ତାହାଙ୍କ ଆଡ଼େ ବୁଲିପଡ଼ି ଯିହୂଦୀୟ ଭାଷାରେ କହିଲେ, “ରା‌ବ୍‌ବୂନୀ” ଅର୍ଥାତ୍ ‘ଗୁରୁ’। ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।” ମ‌‌‌‌‌ଗ୍‌ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ। ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ। ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।” ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।” ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।” ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।” ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।” ଯୋହନ ଏହି ବହି ଲେଖିବାର କାରଣ ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି। ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦେଖା ଦେଲେ ତା’ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ: ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ। ଶିମୋନ ପିତର କହିଲେ, “ମୁଁ ମାଛ ଧରିବାକୁ ଯାଉଛି।” ଅନ୍ୟ ଶିଷ୍ୟମାନେ କହିଲେ, “ଆମ୍ଭେ ତୁମ୍ଭ ସହିତ ଯିବୁ।” ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରି ପାରିଲେ ନାହିଁ. ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ। କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନ ଥିଲେ। ତା’ପରେ ଶିଷ୍ୟମାନଙ୍କୁ କହିଲେ, “ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?” ଶିଷ୍ୟମାନେ ଉତ୍ତର ଦେଲେ, “ନା।” ଯୀଶୁ କହିଲେ, “ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ। ତୁମ୍ଭେ ସେଠାରେ ମାଛ ପାଇବ।” ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ, ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣି ପାରିଲେ ନାହିଁ। ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା’ପରେ ସେ ପାଣିକୁ ଡେଇଁ ପଡ଼ିଲେ। ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ଦୂରତ୍ୱ ପ୍ରାୟ ନବେ ମିଟର ଥିଲା। ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା। ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।” ଶିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା। ସେଥିରେ 153ଟି ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନ ଥିଲା। ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, ‘‘ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ। ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ। ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ। ପିତରଙ୍କ ସହିତ ଯୀଶୁ କଥା ହେଲେ ସେମାନେ ଖାଇବା ପରେ ଯୀଶୁ ଶିମୋନ ପିତରଙ୍କୁ କହିଲେ, “ଯୋହନଙ୍କର ପୁତ୍ର ଶିମୋନ। ତୁମ୍ଭେ କ’ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କୁ ପ୍ରେମ କରେ।’’ ଯୀଶୁ ତାହାଙ୍କୁ କହିଲେ, “ମୋର ମେଷମାନଙ୍କୁ ଚରାଅ।” ତା’ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ତା’ପରେ ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।” ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?” ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।” ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ତୁମ୍ଭେ ଯେତେବେଳେ ଯୁବକ ଥିଲ, ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜଲୁଗା ଭିଡ଼ି ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭର ଯିବାକୁ ଇଚ୍ଛା ନ ଥିବ, ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।” ପରମେଶ୍ୱରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ୟୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ୟରେ ଯୀଶୁ ସେହିପରି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁଗମନ କର।” ପିତର ବୁଲି ପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେ ସେମାନଙ୍କ ଅନୁଗମନ କରୁଛନ୍ତି। (ସେହି ରାତ୍ରି ଭୋଜନ ବେଳେ, ସେହି ଶିଷ୍ୟ ଯୀଶୁଙ୍କ ଶରୀରରେ ଆଉଜି ପଡ଼ି, ପଗ୍ଭରି ଥିଲେ, “ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧରେ ଯିବ?”) ସେହି ଶିଷ୍ୟଙ୍କୁ ପଛରେ ଆସୁଥିବା ଦେଖି ପିତର ପଗ୍ଭରିଲେ, “ପ୍ରଭୁ, ତାହାଙ୍କ ବିଷୟରେ କ’ଣ ହେବ?” ଯୀଶୁ ଉତ୍ତର ଦେଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି? ତୁମ୍ଭେ ମୋର ଅନୁଗମନ କର।” ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଗ୍ଭରିତ ହେଲା। ସେମାନେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି, ସେହି ଶିଷ୍ୟ ମରିବେ ନାହିଁ। କିନ୍ତୁ ଯୀଶୁ ଏ କଥା କହି ନ ଥିଲେ ଯେ, ସେ ମରିବ ନାହିଁ। ସେ କେବଳ କହିଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି?” ସେହି ଶିଷ୍ୟ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ୟ। ଯୀଶୁ ଆହୁରି ଅନେକ କାର୍ଯ୍ୟ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟରେ ସମସ୍ତ ବିଷୟ ଯଦି ଲେଖା ହୋଇ ଥା’ନ୍ତା, ତେବେ ସେହି ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ସ୍ଥାନ ହୁଅନ୍ତା ନାହିଁ। ଲୂକଙ୍କ ଦ୍ୱାରା ଲିଖିତ ଦ୍ୱିତୀୟ ପୁସ୍ତକ ହେ ଥିୟଫିଲ, ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି। ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ କ’ଣ କରିବା ଉଚିତ୍, ସେହି କଥା କହିଲେ। ଏହି ଘଟଣାଟି ଯୀଶୁଙ୍କର ମୃତ୍ୟୁ ପରେ ଘଟିଥିଲା। କିନ୍ତୁ ଅନେକ ଶକ୍ତିଯୁକ୍ତ କାର୍ଯ୍ୟ ଦ୍ୱାରା ସେ ପ୍ରମାଣିତ କରି ଦେଖେଇ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିଥିବାର ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରେରିତମାନେ ଯୀଶୁଙ୍କୁ ଅନେକ ଥର ଦେଖିଲେ। ଯୀଶୁ ପରମେଶ୍ୱରଙ୍କର ରାଜ୍ୟ ବିଷୟରେ ପ୍ରେରିତମାନଙ୍କୁ କହିଲେ। ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ। ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଅଳ୍ପ ଦିନ ଭିତରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବ।” ଯୀଶୁ ସ୍ୱର୍ଗକୁ ନିଆଗଲେ ପ୍ରେରିତମାନେ ଏକାଠି ହୋଇ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ଆପଣ ଇସ୍ରାଏଲମାନଙ୍କୁ ସେମାନଙ୍କର ରାଜ୍ୟ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?” ଯୀଶୁ ସେମାନଙ୍କୁ କହିଲେ, “କେବଳ ପରମେଶ୍ୱରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟରେ ନିଷ୍ପତ୍ତି ଗ୍ରହଣ କରି ପାରିବେ। ତୁମ୍ଭେମାନେ ସେ ବିଷୟରେ ଜାଣି ପାରିବ ନାହିଁ। କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା’ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।” ଯୀଶୁ ପ୍ରେରିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉଠେଇ ନିଆଗଲା। ପ୍ରେରିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଗ୍ଭଲିଗଲେ, ଓ ସେମାନେ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ। ସେହି ଦୁଇଜଣ ପୁରୁଷ ପ୍ରେରିତମାନଙ୍କୁ କହିଲେ, “ହେ ଗାଲିଲୀର ଲୋକେ, ତୁମ୍ଭେମାନେ ଏଠାରେ ଠିଆ ହୋଇ ଆକାଶ ଆଡ଼େ କାହିଁକି ଗ୍ଭହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଉଠାଇ ନିଆଗଲା, ସେ ସ୍ୱର୍ଗକୁ ଗଲେ ଓ ତୁମ୍ଭେମାନେ ତାହାଙ୍କୁ ଉପରକୁ ଯିବାର ଯେପରି ଦେଖିଲ, ସେହିପରି ସେ ପୁଣି ଫେରି ଆସିବେ।” ଜଣେ ନୂଆ ପ୍ରେରିତଙ୍କ ନିର୍ବାଚନ ତା’ପରେ ପ୍ରେରିତମାନେ ଜୀତ ନାମକ ପର୍ବତରୁ ଯିରୁଶାଲମ ଫେରି ଆସିଲେ। ଏହି ପର୍ବତ ଯିରୁଶାଲମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର। ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ। ପ୍ରେରିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ୟରେ ଏକମନ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ। ସେମାନଙ୍କ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ୟ ଥିଲେ। ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ। ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।” ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା’ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା। ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକ‌ଲ୍‌ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।” ପିତର ପୁଣି କହିଲେ, “ଗୀତସଂହିତାରେ ଯିହୂଦା ସମ୍ପର୍କରେ ଲେଖା ଯାଇଅଛି: ‘ତା’ର ବାସଗୃହ ଜନ ଶୂନ୍ୟ ହେଉ, ସେଠାରେ କୌଣସି ବ୍ୟକ୍ତି ବାସ ନ କରନ୍ତୁ।’ ଏବଂ ଆହୁରି ମଧ୍ୟ ଲେଖାଅଛି: ‘ତାହାଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟ ଅନ୍ୟ କେହି ବ୍ୟକ୍ତି କରନ୍ତୁ।’ ତେଣୁ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କର ପୁନରୁ‌ତ୍‌ଥାନର ସାକ୍ଷୀ ହେବା ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦେବା ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତେବେଳେ ଆମ୍ଭମାନଙ୍କ ଭିତରେ ଯେତେ ଜଣ ଥିଲେ ସେମାନଙ୍କ ମଧ୍ୟରୁ ଆଉ ଜଣକୁ ହିଁ ବଛାଯିବ। ଅନ୍ୟଭାଷାରେ କହିବାକୁ ଗଲେ, ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ୟରୁ ଊର୍ଦ୍ଧ୍ୱକୁ ନିଆ ହୋଇଯିବା ପର୍ଯ୍ୟନ୍ତ ଏହି ଲୋକ ଜଣକ ଆମ୍ଭ ସଙ୍ଗରେ ରହିଥିବା ଉଚିତ୍।” *** ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶ‌ବ୍‌ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ। ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି। ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।” ତା’ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ। ପବିତ୍ରଆତ୍ମାଙ୍କର ଆଗମନ ଯେତେବେଳେ ପେଣ୍ଟିକଷ୍ଟ ଦିନ ଆସିଲା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ଜମା ହୋଇଥିଲେ। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସେମାନେ ଯେଉଁ ଘର ଭିତରେ ବସିଥିଲେ, ସେହି ଘରର ଗ୍ଭରିଆଡ଼େ ବ୍ୟାପି ଗଲା। ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା। ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ। ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ଯିରୁଶାଲମରେ ରହୁଥିଲେ। ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ। ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି? କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ! ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, ଏବଂ ଯିହୂଦା, କା‌ପ୍‌ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୂଲ୍ଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିୟା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତେକ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ। ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।” ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ଓ ବିଭ୍ରାନ୍ତ ହୋଇ ପଡ଼ିଲେ। ସେମାନେ ପରସ୍ପର ଭିତରେ ପଚରା ଉଚରା ହେଲେ, “ଏ ସବୁ କ’ଣ ହେଉଛି?” କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।” ପିତରଙ୍କର ଲୋକମାନଙ୍କୁ ସମ୍ବୋଧନ ପିତର ସେହି ଏଗାର ଜଣ ପ୍ରେରିତଙ୍କ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, “ହେ ଯିହୂଦୀୟମାନେ, ହେ ଯିରୁଶାଲମ ବାସିନ୍ଦାମାନେ, ସମସ୍ତେ ମୋ’ କଥା ଶୁଣ। ତୁମ୍ଭେମାନେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ’ ସକାଳ ନ’ଟା ବାଜିଛି। ଏବେ ଯାହା ଘଟୁଛି ସେ ବିଷୟରେ ଭାବବାଦୀ ଯୋୟେଲ କହିଥିଲେ: “ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି। ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟ‌ଦ୍‌ବାଣୀ କହି ପାରିବେ। ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ। ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି, ସେମାନେ ଭବିଷ୍ୟ‌ଦ୍‌ବାଣୀ କହିବେ। ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ, ନିଆଁ, ମେଘ, ଧୂଆଁର ଚିହ୍ନମାନ ଦେଖାଇବି। ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ। ସେତେବେଳେ ଯେ କେହି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।’ “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। ଦାଉଦ ତାହାଙ୍କ ବିଷୟରେ କହିଥିଲେ, ‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି। ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି। ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା। ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ। ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ। ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’ “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁ‌‌ତ୍‌‌ଥାନ ସମ୍ପର୍କରେ କହିଥିଲେ, ‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’ ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁ‌‌ତ୍‌‌ଥାନ ସମ୍ବନ୍ଧରେ କହିଥିଲେ। ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ। ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ। ଦାଉଦ ସ୍ୱର୍ଗ ଆରୋହଣ କରି ନାହାନ୍ତି। କିନ୍ତୁ ଯୀଶୁ ସ୍ୱର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି: ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’ “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।” ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସେମାନେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ପଗ୍ଭରିଲେ, “ଭାଇମାନେ, ଆମ୍ଭେ କ’ଣ କରିବା?” ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ। ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।” ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।” ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ସେଦିନ ସେହି ବିଶ୍ୱାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗଦେଲେ। ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ। ପ୍ରେରିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ଲୋକର ଈଶ୍ୱରଙ୍କ ପ୍ରତି ଅତି ଭକ୍ତି ଥିଲା। ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ପାଖରେ ଯାହାସବୁ ଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ। ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାରେ ବାଣ୍ଟି ଦେଲେ। ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ। ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ। ପିତର ଛୋଟା ଲୋକକୁ ସୁସ୍ଥ କଲେ ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା। ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।” ଏହା କହି ପିତର ତା’ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ। ପିତରଙ୍କ ଲୋକମାନଙ୍କୁ ଉପଦେଶ ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ “ଶଲୋମନଙ୍କ ମଣ୍ଡପ”ରେ ସେମାନଙ୍କ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ? ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ। ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ। ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ। ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ। “ଏ ଯେଉଁ ଲୋକକୁ ତୁମ୍ଭେମାନେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମରେ ଶକ୍ତି ପାଇ ଗ୍ଭଲି ପାରିଲା। ଯୀଶୁଙ୍କ ନାମରେ ଆମ୍ଭମାନଙ୍କର ବିଶ୍ୱାସ ଅଛି। ହଁ, କେବଳ ଯୀଶୁଙ୍କ ଉପରେ ଥିବା ବିଶ୍ୱାସ ତାକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲା ଆଉ ତାହା ତୁମ୍ଭେମାନେ ଦେଖିଲ। “ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦେବେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ତୁମ୍ଭମାନଙ୍କ ପାଖକୁ ପଠାଇଦେବେ। “ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ୟମରେ କହିଛନ୍ତି। ମୋଶା କହିଛନ୍ତି, ‘ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ। ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ। ସେ ମୋ’ ପରି ହେବେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ। ଯେଉଁ ଲୋକ ତାହାଙ୍କ କଥାର ବାଧ୍ୟ ହେବ ନାହିଁ ତା’ର ମୃତ୍ୟୁ ଘଟିବ ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ସେ ବିଚ୍ଛିନ୍ନ କରି ଦିଆଯିବ।’ “ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି। ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା’ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।” ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ। ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?” ତା’ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। ଯୀଶୁ ହେଉଛନ୍ତି ‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ। କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’ ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।” ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ। ସେମାନେ ଦେଖିଲେ, ସେହି ଛୋଟ ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ। ସେମାନଙ୍କୁ ସଭାରୁ ଗ୍ଭଲିଯିବା ପାଇଁ ଆଦେଶ ଦେଲେ। ତା’ପରେ ନେତାମାନେ କ’ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ। ସେମାନେ କହିଲେ, “ଏ ଲୋକମାନଙ୍କ ପ୍ରତି ଆମ୍ଭେ କ’ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଗୋଟିଏ ଅସାଧାରଣ କାର୍ଯ୍ୟ କରିଛନ୍ତି। ଆମ୍ଭେ ଏହା ଅସ୍ୱୀକାର କରି ପାରିବା ନାହିଁ। ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।” ତେଣୁ ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବା ପାଇଁ ଆଦେଶ ଦେଲେ। କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।” ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ। *** ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା। ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି, ‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି? ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ। ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଲେ ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’ ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।” ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ। ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା। ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ। ପ୍ରେରିତମାନେ ତାହାଙ୍କୁ “ବର୍ଣ୍ଣ‌ବ୍‌‌ବା” ନାମରେ ଡାକୁଥିଲେ। ଏହି ନାମର ଅର୍ଥ, “ସାହାଯ୍ୟକାରୀ” ସେ କୁପ୍ରୀୟ ଜାତିର ଜଣେ ଲେବୀୟ ଥିଲେ। ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲ‌ବ୍‌‌ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ। ହନନିୟ ଓ ଶଫୀରା ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରିଦେଲେ। ସେ ତା’ ସ୍ତ୍ରୀକୁ ଜଣାଇ ତା’ର ସମ୍ମତିରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା। ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ। ସେ ସମ୍ପତ୍ତି କ’ଣ ବିକ୍ରୀ ପୂର୍ବରୁ ତୁମ୍ଭର ନ ଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ୟ କ’ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ।” ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ। ତା’ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଗ୍ଭଲିଗଲେ ଓ କବର ଦେଲେ। ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା। ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦା‌‌‌ମ୍‌‌‌ରେ ବିକ୍ରୀ କରିଛ କି?” ସେ ଉତ୍ତର ଦେଲା, “ହଁ, ସେହି ଦା‌‌‌ମ୍‌‌‌ରେ।” ତା’ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।” ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା’ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ। ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ। ପରମେଶ୍ୱରଙ୍କଠାରୁ ପ୍ରମାଣ ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ। ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ। ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।” ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋ‌ର୍‌‌ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ। ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା’ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।” ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।” ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। ତା’ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା’ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।” ସେମାନେ ତାହାଙ୍କ ଉପଦେଶ ମାନିଲେ। ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା’ପରେ ସେମାନଙ୍କୁ ଛାଡ଼ି ଦେଲେ। ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ। ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ, “ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।” ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲି‌ପ୍‌ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ। ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ। ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ। ତା’ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ। ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ। ସ୍ତିଫାନଙ୍କ ଭାଷଣ ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?” ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, ‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’ “ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ। ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। “ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’ ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା’ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’ “ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇ‌ସ୍‌ହାକଙ୍କର ପିତା ହେଲେ। ଇ‌ସ୍‌ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇ‌ସ୍‌ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ। “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ। “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ। “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ। “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ। “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ। “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’ ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ। “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର।’ ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ। “ତା’ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’ “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ। “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’ ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ। “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’ ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ। କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି, ‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ, ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ। ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ। ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’ “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ। “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଏହିପରି ଲେଖନ୍ତି, ‘ସ୍ୱର୍ଗ ମୋହର ସିଂହାସନ ପୃଥିବୀ ମୋହର ପାଦପୀଠ। ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି? ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’” ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।” ସ୍ତିଫାନଙ୍କ ହତ୍ୟା ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।” ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋ‌ର୍‌‌ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋ‌ର୍‌‌ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ। ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ବିଶ୍ୱାସୀମାନଙ୍କ ଉପରେ ଉ‌ଦ୍‌ବେଗ ଅଶାନ୍ତି ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। *** *** ଯେଉଁମାନେ ଛିନ୍ନ­­­­­­­ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ। ଶମିରୋଣରେ ଫିଲି‌ପ୍‌ପଙ୍କର ପ୍ରଗ୍ଭର ଫିଲି‌ପ୍‌ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। ସେଠାକାର ଲୋକମାନେ ଫିଲି‌ପ୍‌ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲି‌ପ୍‌ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ। ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲି‌ପ୍‌ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା। ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।” ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁ‌ଗ୍‌ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ। କିନ୍ତୁ ଯେତେବେଳେ ସେମାନେ ଫିଲି‌ପ୍‌ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲି‌ପ୍‌ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ। ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲି‌ପ୍‌ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ। ପ୍ରେରିତମାନେ ଯିରୁଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି। ତେଣୁ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ। ପିତର ଓ ଯୋହନ ସେଠାରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କରି ପାରିବେ। ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ କାହା ଉପରେ ପବିତ୍ରଆତ୍ମା ଅଧିଷ୍ଠିତ ହୋଇ ନ ଥିଲେ। ତା’ପରେ ପ୍ରେରିତମାନେ ଲୋକମାନଙ୍କ ଉପରେ ନିଜ ହାତ ରଖିବାରୁ ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ। ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ରଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା। ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା, ‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।” ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ। ପରମେଶ୍ୱରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନ ଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମରେ ଭାଗ ନେଇ ପାରିବ ନାହିଁ। ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା ପାପ ଚିନ୍ତାକୁ କ୍ଷମା କରି ପାରନ୍ତି। ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛି ଓ ପାପ ତୁମ୍ଭ ଉପରେ କର୍ତ୍ତୃତ୍ୱ କରୁଛି।” ଶିମୋନ ଉତ୍ତର ଦେଲା, “ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ’ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁହେଁ ମୋ’ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।” ପ୍ରେରିତମାନେ ଶମିରୋଣର ଅନେକ ଗ୍ରାମରେ ଶୁଭସମାଗ୍ଭର କହି ଯିରୁଶାଲମକୁ ଫେରିଗଲେ। ସେମାନେ ଫେରିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମରେ ସୁସମାଗ୍ଭର ପ୍ରଗ୍ଭର କଲେ। ଫିଲି‌ପ୍‌ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।” ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ। ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” ଫିଲି‌ପ୍‌ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?” ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲି‌ପ୍‌ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା: “ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା। ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁ‌ପ୍‌ହୋଇ ଠିଆ ହୁଏ, ସେହିପରି ସେ ଚୁପ୍ ହୋଇ ଠିଆ ହେଲେ। ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା। ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା। କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?” ନପୁଂସକ ଫିଲି‌ପ୍‌ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟ‌ଦ୍‌ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” ତା’ପରେ ଫିଲି‌ପ୍‌ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ। ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” *** ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲି‌ପ୍‌ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲି‌ପ୍‌ପ ତାହାଙ୍କୁ ବାପ୍ତିସ୍ମ ଦେଲେ। ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। କିନ୍ତୁ ଫିଲି‌ପ୍‌ପ ଅ‌ଷ୍‌‌ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ। ଶାଉଲଙ୍କ ହୃଦୟ ପରିବର୍ତ୍ତନ ଶାଉଲ ଯିରୁଶାଲମରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧରେ ହତ୍ୟାର ଭୟ ଦେଖାଇବା ପାଇଁ ଚେଷ୍ଟା କଲେ। ସେ ମହାଯାଜକଙ୍କ ପାଖକୁ ଯାଇ ଦମ୍ମେସକ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହା ଦ୍ୱାରା ସେ ଯେତେବେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତେବେଳେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିପାରିବେ। ସେ ଦମ୍ମେସକ ନିକଟକୁ ଆସିଲେ। ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଗ୍ଭରିପଟେ ଉ‌ଦ୍‌ଭାସିତ ହୋଇଗଲା। ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ୱର ଶୁଣିବାକୁ ପାଇଲେ, “ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ?” ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ। ଏବେ ଉଠ ଓ ନଗରକୁ ଯାଅ। ସେଠାରେ ତୁମ୍ଭକୁ କ’ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ।” ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଠିଆ ହେଲେ। ସେମାନେ ଏହି କଥା ଶୁଣିଲେ, କିନ୍ତୁ କାହାକୁ ସେଠାରେ ଦେଖିଲେ ନାହିଁ। ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖି ପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ। ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ୟ କଲେ ନାହିଁ। ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନିୟ!” ହନନିୟ କହିଲେ, “ପ୍ରଭୁ, ମୁଁ ଏଠାରେ ଅଛି।” ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି। ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନିୟ ନାମକ ଜଣେ ଲୋକ ତା’ ନିକଟକୁ ଆସି, ତା’ ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଓ ତାହାଦ୍ୱାରା ସେ ପୁଣି ଦେଖି ପାରୁଛି।” ହନନିୟ ଉତ୍ତର ଦେଲେ, ‘‘ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ଯିରୁଶାଲମରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ୟାଗ୍ଭର କରିଛି। ଏଠାରେ ମଧ୍ୟ ସେହି ଲୋକଟି ପ୍ରଧାନଯାଜକମାନଙ୍କଠାରୁ କ୍ଷମତା ପାଇ ଆପଣଙ୍କୁ ବିଶ୍ୱାସ କରୁଥିବା ସମସ୍ତ ଲୋକମାନଙ୍କୁ ବନ୍ଦୀ କରିବା ପାଇଁ ଆସିଛି।” କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି। ଅଣଯିହୂଦୀ, ରାଜା ଓ ଇସ୍ରାଏଲର ଲୋକମାନଙ୍କ ଆଗରେ ସେ ମୋ’ ନାମରେ ସାକ୍ଷ୍ୟ ଦେବ। ମୋ’ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦେଇ ଯିବାକୁ ହେବ ମୁଁ ନିଜେ ତାହାକୁ ଜଣାଇବି।” ତେଣୁ ହନନିୟ ଯିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, “ଭାଇ ଶାଉଲ! ପ୍ରଭୁ ଯୀଶୁ ମୋତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦେଇଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖି ପାରିବ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇପାରିବ।” ଏହି କଥା କହିବା ସଙ୍ଗେ ସଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା। ସେ ଦେଖି ପାରିଲେ। ତା’ପରେ ସେ ଉଠି ବାପ୍ତିଜିତ ହେଲେ। କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା। ଦମ୍ମେସକରେ ଶାଉଲଙ୍କ ପ୍ରଗ୍ଭର ସେ ଦମ୍ମେସକ ନଗରରେ ଶିଷ୍ୟମାନଙ୍କ ସହିତ କିଛି ସମୟ ରହିଲେ। ତା’ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କରେ ପହଞ୍ଚି ସେଠାରେ ଯୀଶୁଙ୍କ ବିଷୟରେ ପ୍ରଗ୍ଭର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି।’’ ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ କ’ଣ ସେହି ଲୋକ ନୁହେଁ, ଯିଏ ଏହି ନାମରେ ବିଶ୍ୱାସ କରିଥିବା ଯିରୁଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ’ଣ ସେ ନୁହେଁ, ଯେ କି ସେମାନଙ୍କୁ ବାନ୍ଧି ନେଇ ପ୍ରଧାନଯାଜକମାନଙ୍କ ପାଖକୁ ନେଇଯିବା ପାଇଁ ଏଠାକୁ ଆସିଥିଲା।” କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ। ଶାଉଲ ଯିହୂଦୀଙ୍କଠାରୁ ରକ୍ଷା ପାଇବା ଅନେକ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ। ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ। କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ। ଯିରୁଶାଲମରେ ଶାଉଲ ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। ମାତ୍ର ବର୍ଣ୍ଣ‌ବ୍‌‌ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ। ତା’ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ। ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ। ଲୂଦ ଓ ଯାଫୋରେ ପିତର ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ। ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ। ପିତର ଯେତେବେଳେ ଲୂଦରେ ଥିଲେ, ସେତେବେଳେ ସେ ଅସୁସ୍ଥ ହୋଇ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ। ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।” ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ। ପିତର କୋଠରି ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, “ଟାବୀଥା, ଉଠ।” ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ। ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ। ତା’ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ। ପିତର ଓ କର୍ଣ୍ଣୀଲିୟ କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ୟବାହିନୀର ଏକ ବିଭାଗରେ ପଦାଧିକାରୀ ଥିଲେ। ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ୟ ପରମେଶ୍ୱରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ୱର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, “କର୍ଣ୍ଣୀଲିୟ।” କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଗ୍ଭହିଁଲେ ଏବଂ ଭୟରେ କହିଲେ, “ମହାଶୟ, ଆପଣ କ’ଣ ଗ୍ଭହାନ୍ତି?” ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଅଛନ୍ତି। ତୁମ୍ଭେ ଗରିବମାନଙ୍କୁ ଯେଉଁସବୁ ଦାନ ଦେଇଅଛ, ତାହା ମଧ୍ୟ ସେ ଦେଖିଅଛନ୍ତି। ତେଣୁ ସେ ତୁମ୍ଭକୁ ସ୍ମରଣ କହିଅଛନ୍ତି। ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମୋନ ନାମକ ଗୋଟିଏ ଲୋକଙ୍କୁ ସେଠାରୁ ଆଣ। ସେହି ଶିମୋନ, ପିତର ନାମରେ ମଧ୍ୟ ପରିଚିତ। ପିତର ସମୁଦ୍ରକୂଳ ପାଖରେ ରହୁଥିବା ଶିମୋନ ନାମକ ଜଣେ ଚମାର ସଙ୍ଗେ ରହୁଛନ୍ତି।” ଏହା କହି ସ୍ୱର୍ଗଦୂତ ଗ୍ଭଲିଗଲେ। ଏହା ପରେ କର୍ଣ୍ଣୀଲିୟ ନିଜର ବ୍ୟକ୍ତିଗତ ସହକାରୀ ମଧ୍ୟରୁ ତାହାଙ୍କର ଦୁଇଜଣ ସେବକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ। ସେ ସେମାନଙ୍କୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ। ତହିଁ ଆରଦିନ ସେମାନେ ଯାଫୋ ନଗର ନିକଟରେ ପହଞ୍ଚିଲେ, ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ତାହା ପ୍ରାୟ ଦ୍ୱିପ୍ରହର ସମୟ ଥିଲା। ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଚ୍ଛା କରୁଥିଲେ। ସେମାନେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ, ସ୍ୱର୍ଗ ଖୋଲିଗଲା ଓ ତା’ ଭିତରୁ ଗୋଟିଏ ଗ୍ଭରି କୋଣ ଧରା ବଡ଼ ଗ୍ଭଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି। ତା’ଭିତରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ। ତା’ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, “ପିତର, ଉଠ, ଏହି ପଶୁମାନଙ୍କ ମଧ୍ୟରୁ ଯେକୌଣସିଟିକୁ ମାର ଓ ଖାଅ।” ପିତର କହିଲେ, “ନା ପ୍ରଭୁ। ମୁଁ କେବେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।” ମାତ୍ର ସେହି ସ୍ୱର ତାଙ୍କୁ ପୁଣି କହିଲେ, “ପରମେଶ୍ୱର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହ ନାହିଁ।” ଏହିପରି ତିନିଥର ହେବାପରେ ସେ ଜିନିଷଟି ହଠାତ୍ ସ୍ୱର୍ଗକୁ ଉଠି ଗ୍ଭଲିଗଲା। ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ। ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?” ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ। ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ। ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ। ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?” କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।” କର୍ଣ୍ଣୀଲିୟଙ୍କ ଘରେ ପିତରଙ୍କ ଶିକ୍ଷା ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ। କିନ୍ତୁ ପରମେଶ୍ୱର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି। ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ। “ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ସମ୍ପର୍କରେ ପ୍ରଗ୍ଭର ହେବାପରେ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୂଦାରେ ଯାହାସବୁ ଘଟିଲା, ତାହା ତୁମ୍ଭେମାନେ ଜାଣିଛ। ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ। “ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ। କିନ୍ତୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦେଖାଇଲେ। ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖି ପାରିଲେ। ଆମ୍ଭେମାନେ ସେହି ସାକ୍ଷୀ ଅଟୁ। ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ। “ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଗ୍ଭରକ ହେବା ନିମନ୍ତେ କେବଳ ଏକମାତ୍ର ସେ ଯେ ନିଯୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ୟ ଦେବା ପାଇଁ ମଧ୍ୟ କହିଲେ। ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରିବ, ସେ ପାପ କ୍ଷମା ପାଇବ। ପରମେଶ୍ୱର ଯୀଶୁଙ୍କ ନାମରେ ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା କରିଦେବେ। ସମସ୍ତ ଭାବବାଦୀଙ୍କ ଦ୍ୱାରା କଥିତ ଏହି ବାକ୍ୟ ନିରାଟ ସତ୍ୟ ଅଟେ।” ଅଣଯିହୂଦୀମାନଙ୍କ ଉପରେ ପବିତ୍ରଆତ୍ମାଙ୍କର ଅଧିଷ୍ଠାନ ପିତର ଏହିକଥା କହିବା ସମୟରେ ସୁସମାଗ୍ଭର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ରଆତ୍ମା ଓହ୍ଲାଇ ଆସିଲେ। ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା। ସେମାନଙ୍କ ଭିନ୍ନଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣିଲେ। ତା’ପରେ ପିତର କହିଲେ, “ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ’ଣ କେବେ ଜଳ ଯୋଗଇ ଦେବା ପାଇଁ ମନା କରି ପାରିବ? ସେମାନେ ମଧ୍ୟ ଆମ୍ଭପରି ପବିତ୍ରଆତ୍ମାଙ୍କୁ ଗ୍ରହଣ କରିଛନ୍ତି!” ତେଣୁ ପିତର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ, ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା’ପରେ ଲୋକମାନେ ପିତରଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ପିତର ଯିରୁଶାଲମ ଫେରି ଆସିଲେ ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି। ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ। ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।” ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ, “ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି। ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି। ତା’ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’ “କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’ “ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’ “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା। ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା। ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ। କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ। ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’ “ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ। ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?” ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।” ଆନ୍ତିୟଖିଆରେ ସୁସମାଗ୍ଭର ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ। ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀ‌କ୍‌‌ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ। ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ। ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ। ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।” ବର୍ଣ୍ଣ‌ବ୍‌‌ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ। ବର୍ଣ୍ଣ‌ବ୍‌‌ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ। ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ। ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ। ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା। ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ। ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ। ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ। ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ। ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା। ତା’ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ। ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ। ପିତରଙ୍କୁ ଜେ‌ଲ୍‌ରୁ ମୁକ୍ତି ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା’ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ। ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା। ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।” ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି। ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ। ତା’ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।” ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ। ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା। ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!” ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।” କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ। ପିତର ସେମାନଙ୍କୁ ହାତରେ ଠାରି ଚୁ‌ପ୍‌ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା’ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ। ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ’ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ। ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା’ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ। ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ମୃତ୍ୟୁ ତା’ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ। ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା। ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ। ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।” ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ। କିନ୍ତୁ ପରମେଶ୍ୱରଙ୍କର ସୁସମାଗ୍ଭର ଗ୍ଭରିଆଡ଼େ ବ୍ୟାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଗ୍ଭର ଦ୍ୱାରା ପ୍ରଭାବିତ ହେଲେ। ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା। ବର୍ଣ୍ଣ‌ବ୍‌‌ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ। ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟ‌ଦ୍‌ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣ‌ବ୍‌‌ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।” ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ବିଦାୟ କଲେ। ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ। ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ। ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।” ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କର କୁପ୍ରରୁ ପ୍ରସ୍ଥାନ ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ପଂଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସେମାନଙ୍କୁ ଛାଡ଼ି ଯିରୁଶାଲମକୁ ଫେରି ଆସିଲେ। ସେମାନେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗରରେ ଆସି ପହଞ୍ଚିଲେ। ଆନ୍ତିୟଖିଆରେ ବିଶ୍ରାମ ଦିନରେ ସେମାନେ ଯିହୂଦୀମାନଙ୍କର ସମାଜଗୃହରେ ଯାଇ ବସିଲେ। ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।” ତେଣୁ ପାଉଲ ଠିଆ ହୋଇ ହାତରେ ସଙ୍କେତ ଦେଲେ ଏବଂ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ପ୍ରକୃତ ଓ ପରମେଶ୍ୱରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମୋ’ କଥା ଶୁଣ। ଇସ୍ରାଏଲର ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶରରେ ବିଦେଶୀ ଭାବେ ସେମାନେ ରହୁଥିବା ବେଳେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳରେ ସେଠାରୁ ସେମାନଙ୍କୁ ବାହାର ମଧ୍ୟ କରି ଆଣିଲେ। ପରମେଶ୍ୱର ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ସେମାନଙ୍କର ଆଚରଣ ସହିଲେ। ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ। ଏହିସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ଯ୍ୟନ୍ତ ସେମାନେ ଅଧିକାର କଲେ। “ତା’ପରେ ସେ ସେମାନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ସମୟ ପର୍ଯ୍ୟନ୍ତ ବିଗ୍ଭର କର୍ତ୍ତାମାନଙ୍କୁ ଦେଲେ। ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’ “ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। ତାହାଙ୍କ ଆସିବା ପୂର୍ବରୁ ଯୋହନ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ପ୍ରଗ୍ଭର କରି କହିଥିଲେ ଯେ, ସେମାନଙ୍କ ଜୀବନରେ ପରିବର୍ତ୍ତନ ହୋଇ ଥିବାର ଚିହ୍ନ ସ୍ୱରୁପ ସେମାନେ ବାପ୍ତିସ୍ମ ନେବା ଆବଶ୍ୟକ। ଯୋହନ ତାହାଙ୍କ କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ‘ମୋତେ ତୁମ୍ଭେମାନେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମୋର ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ।’ “ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି। ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ। ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ। “ତାହାଙ୍କ ବିଷୟରେ ସବୁ ଲେଖା ହୋଇଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଦେଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ। “ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି। “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି: ‘ତୁମ୍ଭେ ମୋ’ ପୁତ୍ର, ଆଜି ମୁଁ ତୁମ୍ଭର ପିତା ହେଲି।’ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ, ‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’ ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି, ‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’ ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। *** ତେଣୁ ସାବଧାନ ରୁହ ଯେ, ଭବିଷ୍ୟ‌ଦ୍‌ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ, ‘ଦେଖ, ଅବଜ୍ଞାକାରୀ ଲୋକମାନେ, ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା’ପରେ ମରିବାକୁ ଯାଇଥାଅ, କାରଣ ମୁଁ ତୁମ୍ଭମାନଙ୍କ ସମୟରେ, ଏପରି ଗୋଟିଏ କାର୍ଯ୍ୟ କରିବି ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା, ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’” ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ। ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି: ‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ। ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ। ଇକନିୟରେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ। ତଥାପି ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ। ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ। ଲୁସ୍ତ୍ରା ଓ ଦର୍ବୀରେ ପାଉଲ ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା’ର ବିଶ୍ୱାସ ଅଛି। ସେ ଖୁ‌ବ୍‌‌ ଜୋ‌ର୍‌‌ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋ‌ର୍‌‌ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” ଲୋକମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ। କିନ୍ତୁ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।” ଏସବୁ କଥା କହି ପାଉଲ ଓ ବର୍ଣ୍ଣ‌ବ୍‌‌ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ। କିନ୍ତୁ ତା’ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ। ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା’ପରେ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ। ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ। ଯିରୁଶାଲମରେ ସଭା କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।” ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣ‌ବ୍‌‌ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା। ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ। ପାଉଲ, ବର୍ଣ୍ଣ‌ବ୍‌‌ବା ଓ ଅନ୍ୟମାନେ ଯିରୁଶାଲମରେ ପହଞ୍ଚିଲେ। ପ୍ରେରିତ, ପ୍ରାଚୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାସବୁ କରିଥିଲେ, ସେ ସବୁକଥା ସେମାନେ କହିଲେ। କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।” ପ୍ରେରିତ ଓ ପ୍ରାଚୀନମାନେ ଏ ସମସ୍ୟା ଉପରେ ବିଗ୍ଭର କରିବା ପାଇଁ ଏକତ୍ରିତ ହେଲେ। ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଗ୍ଭର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରି ପାରନ୍ତି, ଏଥିନିମନ୍ତେ ପରମେଶ୍ୱର ବହୁ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ। ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି। ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ରଖିଲେ ନାହିଁ। ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ। ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ। ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।” ତା’ପରେ ସମସ୍ତେ ନୀରବ ହୋଇଗଲେ। ସେମାନେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ, ଯେଉଁସବୁ ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନମାନ କରିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବର୍ଣ୍ଣନା କଲେ। ସେମାନେ କହିବାପରେ ଯାକୁବ ଉତ୍ତର ଦେଲେ, “ଭାଇମାନେ, ମୋ’ କଥା ଶୁଣ। ପରମେଶ୍ୱର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇଲେ ଓ ସେମାନଙ୍କୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି। ଏହା ଏହିପରି ଲେଖାଯାଇଛି: ‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି। ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି, ସେମାନେ ମୋତେ ଖୋଜିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ୱୟଂ ଏହା କହିଅଛନ୍ତି। ଏହା ଯୁଗ ଆରମ୍ଭରୁ ଜଣାଅଛି।’ “ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ। ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚିତ୍ ଯେ: ତୁମ୍ଭେମାନେ ମୂର୍ତ୍ତିମାନଙ୍କୁ ଦିଆଯାଉଥିବା ଅପବିତ୍ର ଖାଦ୍ୟ ଖାଅ ନାହିଁ। ଯୌନ ପାପ କର ନାହିଁ। ରକ୍ତ ଖାଅ ନାହିଁ। ତଣ୍ଟି ଚିପି ମରାଯାଇଥିବା କୌଣସି ପଶୁର ମାଂସ ଖାଅ ନାହିଁ। ସେମାନେ ଏସବୁ କରିବା ଉଚିତ୍ ନୁହେଁ, କାରଣ ଆରମ୍ଭରୁ ମୋଶାଙ୍କ ବ୍ୟବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗରରେ ଏବେ ମଧ୍ୟ ଅଛନ୍ତି ଏବଂ ତାହାଙ୍କର ବ୍ୟବସ୍ଥା ସମାଜଗୃହମାନଙ୍କରେ ପ୍ରତି ବିଶ୍ରାମବାରରେ ପାଠ କରାଯାଏ।” ଅଣଯିହୂଦୀ ବିଶ୍ୱାସୀମାନଙ୍କୁ ପତ୍ର ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣ‌ବ୍‌‌ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ। ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ: ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର। ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି। ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କ ସହିତ ପଠାଇବୁ। ବର୍ଣ୍ଣ‌ବ୍‌‌ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି। ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ। ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ: ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭେମାନେ ରକ୍ତ ଖାଇବ ନାହିଁ। ତଣ୍ଟି ଚିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭେମାନେ ଖାଇବ ନାହିଁ। ତୁମ୍ଭେମାନେ ଯୌନ ପାପସବୁ କରିବ ନାହିଁ। ଯଦି ତୁମ୍ଭେମାନେ ଏସବୁ ଜିନିଷଠାରୁ ନିଜକୁ ଅଲଗା ରଖିବ, ତେବେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ। ବିଦାୟ। ତା’ପରେ ବର୍ଣ୍ଣ‌ବ୍‌‌ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। । ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା। ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ। ସେଠାରେ କିଛି ଦିନ ରହିବାପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ଯିରୁଶାଲମର ସେହି ଭାଇମାନଙ୍କ ପାଖକୁ ଫେରି ଯିବା ପାଇଁ ଶାନ୍ତିରେ ବିଦାୟ ଦେଲେ। *** କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଗ୍ଭର ପ୍ରଗ୍ଭର କଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ଅଲଗା ହୋଇଗଲେ ପାଉଲ କିଛି ଦିନ ପରେ ବର୍ଣ୍ଣ‌ବ୍‌‌ବାଙ୍କୁ କହିଲେ, “ଗ୍ଭଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଗ୍ଭର କରିଛୁ, ସେହିସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସେମାନଙ୍କ ଭଲମନ୍ଦ ବୁଝିବା।” ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନଙ୍କୁ ନେବା ପାଇଁ ଗ୍ଭହିଁଲେ। କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗରେ ନ ନେବା ପାଇଁ ଜୋ‌ର୍‌‌ଦେଲେ, କାରଣ ସେ ପୂର୍ବରୁ ପଂଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଗ୍ଭଲି ଆସିଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ଘୋର ମତଭେଦ ହେଲା। ଏହା ଫଳରେ, ପାଉଲ ଓ ବର୍ଣ୍ଣ‌ବ୍‌‌ବା ପରସ୍ପରଠାରୁ ଅଲଗା ହୋଇଗଲେ। ବର୍ଣ୍ଣ‌ବ୍‌‌ବା ମାର୍କଙ୍କୁ ନେଇ ଜଳ ପଥରେ କୂପ୍ର ଉପଦ୍ୱୀପକୁ ଗ୍ଭଲିଗଲେ। ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ। ପାଉଲ ଓ ଶୀଲା ସିରିଆ ଓ କିଲିକିୟା ଦେଶ ଦେଇ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହେବା ପାଇଁ ସାହାଯ୍ୟ କଲେ। ତୀମଥି ପାଉଲ ଓ ଶୀଲାଙ୍କ ସହିତ ଗଲେ ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ। ତୀମଥିଙ୍କୁ ଲୁସ୍ତ୍ରା ଓ ଇକନିୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ। ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ। ସେମାନେ ନଗରରୁ ନଗର ଭ୍ରମଣ କଲାବେଳେ ଯିରୁଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ ବିଶ୍ୱାସୀମାନଙ୍କୁ କହୁଥିଲେ ଓ ସେହି ଉପଦେଶଗୁଡ଼ିକୁ ପାଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉ ଥିଲେ। ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସେଗୁଡ଼ିକ ବିଶ୍ୱାସରେ ଶକ୍ତିଶାଳୀ ହେଉଥିଲେ। ଏସିଆରୁ ବାହାରକୁ ଯିବା ପାଇଁ ପାଉଲଙ୍କୁ ଆଦେଶ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ। ସେମାନେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ତା’ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ। ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।” ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି। ଲୂଦିଆଙ୍କ ହୃଦୟ ପରିବର୍ତ୍ତନ ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ। ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ। ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ। ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ। ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା। ପାଉଲ ଓ ଶୀଲା କାରାଗାରରେ ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା। ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋ‌ର୍‌‌ରେ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ। ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି।” ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା। ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ। ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, “ଏମାନେ ଯିହୂଦୀୟଲୋକ। ଏମାନେ ଆମ୍ଭ ନଗରରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି। ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।” ତା’ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଯୋଗ ଦେଲେ। ନଗରପାଳମାନେ ସେମାନଙ୍କର ଲୁଗାପଟା ଛିଣ୍ଡାଇ ଦେଲେ ଓ ସେମାନଙ୍କୁ ବେତ ଆଘାତ ଦ୍ୱାରା ଦଣ୍ଡ ଦେବା ପାଇଁ ଆଦେଶ ଦେଲେ। ସେମାନେ ସେମାନଙ୍କୁ ବହୁତ ମାଡ଼ ମାରିବା ପରେ କାରାଗାରରେ ବନ୍ଦୀ କଲେ। ସେମାନଙ୍କୁ ସାବଧାନରେ ଜଗିବା ପାଇଁ କାରାଧ୍ୟକ୍ଷଙ୍କୁ ଆଦେଶ ଦେଲେ। ସେ ଏପରି ଆଦେଶ ପାଇ ସେମାନଙ୍କୁ ଭିତର କୋଠରୀ ଭିତରେ ରଖିଦେଲେ। ସେ ସେମାନଙ୍କର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ। ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ। ହଠାତ୍ ଖୁବ୍ ଜୋ‌ର୍‌‌ରେ ଭୂମିକମ୍ପ ହେଲା। ଏହା ଦ୍ୱାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ୱାର ଖୋଲିଗଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖୋଲିଗଲା। କାରାଧ୍ୟକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖୋଲିଥିବାର ଦେଖି, ସେ ନିଜକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି। କିନ୍ତୁ ପାଉଲ ଚିତ୍କାର କରି କହିଲେ, “ଆମ୍ଭେ ସମସ୍ତେ ଏଠାରେ ଅଛୁ। ନିଜର କ୍ଷତି କର ନାହିଁ।” ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ୱୀପ ଆଣିବା ପାଇଁ ଆଦେଶ ଦେଇ ଦୌଡ଼ି ଆସି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ। ତା’ପରେ ସେ ସେମାନଙ୍କୁ ବାହାରକୁ ଆଣି ପଗ୍ଭରିଲେ, ମହାଶୟମାନେ, “ପରିତ୍ରାଣ ପାଇବା ପାଇଁ ମୋର କ’ଣ କରିବା ଆବଶ୍ୟକ?” ସେମାନେ ତାହାଙ୍କୁ କହିଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର। ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘରେ ରହୁଥିବା ସମସ୍ତେ ଉଦ୍ଧାର ପାଇ ପାରିବେ।” ପାଉଲ ଓ ଶୀଲା ତାକୁ ଓ ତା’ ଘରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଗ୍ଭର କଲେ। କାରାଗାର ଅଧିକାରୀ ସେମାନଙ୍କୁ ନେଇ ସେହି ମଧ୍ୟରାତ୍ରିରେ ସେମାନଙ୍କର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା’ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲେ। ତା’ପରେ ସେହି କାରାଧ୍ୟକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡାକି ନେଇ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ। ସକାଳ ହେବାରୁ ବିଗ୍ଭରକର୍ତ୍ତାମାନେ “ସେ ଲୋକମାନଙ୍କୁ ଛାଡ଼ିଦିଅ” ଏହି ବାର୍ତ୍ତା ଦେଇ କେତେକ ସୈନିକଙ୍କୁ ପଠାଇଲେ। କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, “ବିଗ୍ଭରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି।” କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ। ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ। ତେଣୁ ସେମାନେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତକଲେ। ତା’ପରେ ସେମାନେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁରୋଧ କଲେ। ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିୟାର ଘରକୁ ଆସିଲେ। ସେଠାରେ ଭାଇମାନଙ୍କୁ ଦେଖି ସେମାନେ ସେମାନଙ୍କୁ ଉତ୍ସାହର ବାଣୀ ଶୁଣାଇଲେ। ତା’ପରେ ସେମାନେ ସେ ସ୍ଥାନରୁ ଗ୍ଭଲିଗଲେ। ପାଉଲ ଓ ଶୀଲାଙ୍କର ଥେସଲନିକୀରେ ପ୍ରବେଶ ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା। ପାଉଲ ସେମାନଙ୍କ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କଲେ। ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।” ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ। କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ। ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି। ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।” ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ। ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ନେଇ ଛାଡ଼ି ଦେଲେ। ପାଉଲ ଓ ଶୀଲାଙ୍କର ବେରେୟାରେ ପ୍ରବେଶ ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ। ସେଠାରେ ଲୋକମାନେ ଥେସଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସେମାନେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସେମାନଙ୍କର କଥା ସତ୍ୟ ନା ମିଥ୍ୟା, ଏହି କଥା ଜାଣିବା ପାଇଁ ସେମାନେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ। ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ। ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ। ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ। ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା’ପରେ ସେମାନେ ଫେରିଗଲେ। ଆଥୀନୀ ନଗରରେ ପାଉଲ ପାଉଲ ଆଥୀନୀ ନଗରରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥା’ନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହୋଇଥିବାର ଦେଖି ସେ ହୃଦୟରେ ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଲେ। ତେଣୁ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ। ତେଣୁ କେତେକ ଏପିକୂରୀୟ ଓ ସ୍ତୋୟିକ ଦାର୍ଶନିକମାନେ ତାହାଙ୍କ ସହିତ ଯୁକ୍ତିତର୍କ କଲେ। ସେମାନଙ୍କ ଭିତରୁ କେତେକ କହିଲେ, “ଏ ଲୋକଟି କ’ଣ କହୁଛି ତାହା ସେ ଜାଣେ ନାହିଁ?” ପାଉଲ ସେମାନଙ୍କୁ ଯୀଶୁଙ୍କ ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ସୁସମାଗ୍ଭର ସମ୍ବନ୍ଧରେ କହୁଥିଲେ। ଅନ୍ୟମାନେ କହିଲେ, “ଦେଖ, ଏ ଲୋକଟି କୌଣସି ବିଦେଶୀ ଦେବାଦେବୀଙ୍କ ବିଷୟରେ କହୁଛି। ସେମାନେ ଏପରି କହିଲେ, କାରଣ ପାଉଲ ଯୀଶୁ ଓ ତାହାଙ୍କର ମୃତ୍ୟୁରୁ ପୁନର୍ଜୀବିତ ହୋଇ ଉଠିବା କଥା ପ୍ରଗ୍ଭର କରୁଥିଲେ।” ସେମାନେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନେଇଗଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ’ଣ, ତାହା ଆମ୍ଭେ ଜାଣି ପାରିବୁ କି? ତୁମ୍ଭେ ଆମ୍ଭ ନିକଟରେ କେତେକ ଅଦ୍‌ଭୂତ ବିଗ୍ଭରମାନ ଉପସ୍ଥାପିତ କରୁଛ ଓ ଆମ୍ଭେମାନେ ସେଗୁଡ଼ିକ କ’ଣ ତାହା ଜାଣିବାକୁ ଗ୍ଭହୁଁ।” ଆଥୀନୀୟ ବାସିନ୍ଦାମାନେ ଓ ସେଠାରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ଯ୍ୟ ନ କରି କେବଳ ନୂତନ ବିଷୟମାନ ଶୁଣିବାରେ ଓ କଥା କହିବାରେ ସମୟ କାଟୁଥିଲେ। ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ। ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି। “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ। ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ। ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି, “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି। ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ,‘ଆମ୍ଭେମାନେ ତାହାଙ୍କର ସନ୍ତାନ।’ “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ। ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି। ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।” ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।” ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ। କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ। ପାଉଲ କରିନ୍ଥୀରେ ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ। ସେଠାରେ ସେ ପନ୍ତ ଦେଶୀୟ ଆକ୍ୱିଲା ନାମକ ଜଣେ ଯିହୂଦୀୟକୁ ଭେଟିଲେ। ସେ ତା’ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ସଦ୍ୟ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଳାଉଦିଆ ସମ୍ରାଟ ସମସ୍ତ ଯିହୂଦୀୟମାନଙ୍କୁ ରୋମ୍ ଛାଡ଼ି ଗ୍ଭଲିଯିବା ପାଇଁ ଆଦେଶ ଦେଇଥିଲେ। ତେଣୁ ସେମାନେ ଇତାଲିଆ ଛାଡ଼ି ଗ୍ଭଲିଆସି ଥିଲେ। ପାଉଲ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲେ। ସେମାନେ ତମ୍ବୁ ବ୍ୟବସାୟୀ ଥିଲେ। ପାଉଲ ମଧ୍ୟ ସେହି ବ୍ୟବସାୟୀ ଥିଲେ। ତେଣୁ ସେ ମଧ୍ୟ ସେମାନଙ୍କ ସହିତ ରହି ସେହି କାମ କଲେ। ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହରେ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ୱାରା ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି। କିନ୍ତୁ ସେମାନେ ଯେତେବେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥା କହିଲେ, ପାଉଲ ଏହାର ବିରୁଦ୍ଧରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, “ଯଦି ତୁମ୍ଭେମାନେ ଉଦ୍ଧାର ପାଉ ନାହଁ ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ସମସ୍ତ ଚେଷ୍ଟା କରି ସାରିଛି। ମୁଁ ଏବେଠାରୁ ଅଣଯିହୂଦୀମାନଙ୍କ ପାଖକୁ ଯିବି।” ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଉପାସକ ତୀତସ ଯୁସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖରେ ଥିଲା। କ୍ରୀଷ୍ପ ସେ ସମାଜଗୃହର ମୁଖ୍ୟ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣିଲେ, ବିଶ୍ୱାସ କଲେ ଓ ବାପ୍ତିଜିତ ହେଲେ। ଦିନେ ରାତିରେ ପ୍ରଭୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, “ଭୟ କର ନାହିଁ। ନୀରବ ରୁହ ନାହିଁ। କଥା କୁହ। ମୁଁ ତୁମ୍ଭ ସହିତ ଅଛି। କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମୋର ଅନେକ ଲୋକ ଏ ନଗରରେ ଅଛନ୍ତି।” ତେଣୁ ପାଉଲ ସେଠାରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କ ସୁସମାଗ୍ଭର ବିଷୟରେ ଉପଦେଶ ଦେଲେ। ପାଉଲଙ୍କୁ ଗାଲ୍ଲିୟୋ‌ନଙ୍କ ସମ୍ମୁଖକୁ ଅଣା ଯିବା ଗାଲ୍ଲିୟୋନ୍ ଆଖାୟାର ରାଜ୍ୟପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସେମାନେ ତାହାଙ୍କୁ ଅଦାଲତକୁ ନେଇଗଲେ। ସେମାନେ କହିଲେ, “ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବା ପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ୟବସ୍ଥାର ବିରୁଦ୍ଧ ଅଟେ।” ପାଉଲ କହିବା ଆରମ୍ଭ କହିବା ମାତ୍ରେ ଗାଲ୍ଲିୟୋନ୍ ଯିହୂଦୀୟମାନଙ୍କୁ କହିଲେ, “ଯଦି ଏହା କୌଣସି ଅପରାଧ ବା କୌଣସି ସାଂଘାତିକ ଦୁର୍ବ୍ୟବହାର ବିଷୟରେ ଅଭିଯୋଗ ହୋଇଥା’ନ୍ତା, ତେବେ ତୁମ୍ଭମାନଙ୍କର କଥା ଶୁଣିବା ମୋର କର୍ତ୍ତବ୍ୟ ହୋଇଥା’ନ୍ତା, କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର। ଏହିସବୁ ବିଷୟରେ ମୁଁ କୌଣସି ବିଗ୍ଭର କରିବି ନାହିଁ।” ସେ ଏହା କହି ସେମାନଙ୍କୁ ଅଦାଲତରୁ ବାହାର କରିଦେଲେ। ତା’ପରେ ସେମାନେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନେଇ ଅଦାଲତ ସାମନାରେ ପିଟିଲେ। କିନ୍ତୁ ଗାଲ୍ଲିୟୋନ୍ ଏଥି ପ୍ରତି ମୋଟେ ଦୃଷ୍ଟି ଦେଲେ ନାହିଁ। ପାଉଲଙ୍କ ଆନ୍ତିୟଖିଆକୁ ଫେରିବା ପାଉଲ ସେଠାରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ। ତା’ପରେ ସେ ବିଦାୟ ନେଇ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ମଧ୍ୟ ଗଲେ। ପରମେଶ୍ୱରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ଲଣ୍ଡା ହେଲେ। ତା’ପରେ ସେମାନେ ଏଫିସ ନଗରରେ ପହଞ୍ଚିଲେ। ସେଠାରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ। ସେମାନେ ତାହାଙ୍କୁ ସେଠାରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ। ସେ ଗଲାବେଳେ କହିଲେ, “ଯଦି ପରମେଶ୍ୱର ଗ୍ଭହାନ୍ତି, ତେବେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି।” ତା’ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ। ପାଉଲ କାଇସରୀଆରେ ପହଞ୍ଚି ଯିରୁଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ। ତା’ପରେ ସେ ଆନ୍ତିୟଖିଆ ନଗରକୁ ଗଲେ। ସେଠାରେ ପାଉଲ କିଛିଦିନ ରହିଲେ। ତା’ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କୁ ବଳବାନ୍ କଲେ। ଏଫିସ ଓ କରିନ୍ଥରେ ଆପଲ୍ଲ ଆପଲ୍ଲ ନାମକ ଜଣେ ଯିହୂଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେ‌କ୍‌ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଲେ। ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା। ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ। କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ। ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ। ସେ ଯେତେବେଳେ ଆଖାୟାକୁ ବାହାରିଲେ, ସେତେବେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବା ପାଇଁ ଶିଷ୍ୟମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ। କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୁକ୍ତିତର୍କ କରି ସେମାନଙ୍କୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦେଖାଇ ଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି। ପାଉଲ ଏଫିସ ନଗରରେ ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ। ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?” ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।” ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?” ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।” ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।” ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟ‌ଦ୍‌ବାଣୀ କହିବାକୁ ଲାଗିଲେ। ସେମାନେ ସମୁଦାୟ ବାରଜଣ ଥିଲେ। ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। ମାତ୍ର ସେମାନଙ୍କ ଭିତରୁ କେତେକ ଜି‌ଦ୍‌ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ। ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ। ସ୍କୋବାଙ୍କ ପୁତ୍ରମାନେ ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ। ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା। ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।” ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ। କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?” ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ। ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା। ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ। ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା। ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। ପାଉଲଙ୍କର ଯାତ୍ରା ଯୋଜନା ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।” ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ। ଏଫିସରେ ଉପଦ୍ରବ ସେସମୟରେ ‘ପରମେଶ୍ୱରଙ୍କ ପଥ’ ବିଷୟରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେଲା। ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା। ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ। ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି। ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।” ସେମାନେ ଏହା ଶୁଣି ଭୀଷଣ ରାଗିଗଲେ ଓ ଚିତ୍କାର କରି କହିଲେ, “ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି।” ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ। ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। ସେହି ଦେଶର କେତେକ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସେମାନେ ତାହାଙ୍କୁ ଖେଳପଡ଼ିଆ ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ। ଏହି ସମୟ ଭିତରେ ନାନା ଲୋକ ନାନା କଥା କହିଲେ ଓ ପାଟିକଲେ। ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ। ଏହା ଫଳରେ ସଭାରେ ପାଟିତୁଣ୍ଡ ହେଉଥିଲା। ସେତେବେଳେ ଯିହୂଦୀୟମାନେ ଆଲେ‌କ୍‌ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେ‌କ୍‌ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଯେତେବେଳେ ଲୋକମାନେ ଆଲେ‌କ୍‌ଜାଣ୍ଡାରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତେବେଳେ ସେମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କଲେ ଓ କହିଲେ, “ଏଫିସୀୟମାନଙ୍କର ମହାଦେବୀ ଆର୍ତ୍ତେମୀ ମହାନ୍ ଅଟନ୍ତି…!” ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ? ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍। “ତୁମ୍ଭେମାନେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସେମାନେ କୌଣସି ମନ୍ଦିର ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି। ସେ କହିଲେ, “ଆମ୍ଭର ବିଗ୍ଭରାଳୟ ଅଛି ଓ ବିଗ୍ଭରକମାନେ ମଧ୍ୟ ଅଛନ୍ତି। ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା’ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାରନ୍ତି। “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। ଆଜିର ଜନ ସଭାରେ ଆନ୍ଦୋଳନ ସକାଶେ ଆମ୍ଭେ ଦୋଷୀ ହୋଇପାରୁ, ଯେହେତୁ ଆମ୍ଭପାଖରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।” ଏହା କହି ସେ ସଭା ଭାଙ୍ଗିଲେ। ତା’ପରେ ସେ ଲୋକମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସମସ୍ତେ ଗ୍ଭଲିଗଲେ। ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା’ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା’ପରେ ସେ ଗ୍ରୀ‌ସ୍‌ରେ ପହଞ୍ଚିଲେ। ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ। ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲି‌ପ୍‌ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ପାଉଲଙ୍କର ତ୍ରୋୟା ଯାତ୍ରା ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା। ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ। ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା’ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ। ପାଉଲଙ୍କର ଏଫିସ ନଗରର ପ୍ରାଚୀନ ଲୋକଙ୍କ ସହିତ କଥାବାର୍ତ୍ତା ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇଲେ। ସେ ସେମାନଙ୍କୁ ଆସି ପହଞ୍ଚିବା ପରେ କହିଲେ, “ମୁଁ ଏସିଆରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭେମାନେ ଜାଣ। ଯିହୂଦୀମାନେ ମୋ’ ବିରୁଦ୍ଧରେ ବହୁତ ଷଡ଼ଯନ୍ତ୍ର କରିଛନ୍ତି। ସେମାନେ ମୋତେ ବହୁତ ଅସୁବିଧାରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସେବା କରିଛି। ଯେଉଁସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସେହିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚରେ ପ୍ରଗ୍ଭର କରିଛି। ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦେଇଛି। ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଚେତାଇ ଦେଇଅଛି। “କିନ୍ତୁ ମୁଁ ବର୍ତ୍ତମାନ ପବିତ୍ରଆତ୍ମାଙ୍କର ବାଧ୍ୟ ହୋଇ ଯିରୁଶାଲମକୁ ଯାଉଛି। ମୁଁ ଜାଣି ନାହିଁ, ମୋର ସେଠାରେ କ’ଣ ହେବ। ମୋତେ ପବିତ୍ରଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି। କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି। “ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭେମାନେ, ତୁମ୍ଭମାନଙ୍କ ମଧ୍ୟରୁ କେହିହେଲେ ବର୍ତ୍ତମାନଠାରୁ ମୋତେ ଆଉ କେବେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ। ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ। କାରଣ ମୁଁ ତୁମ୍ଭମାନଙ୍କୁ ଆଗରେ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇ ସାରିଛି। ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ। ମୁଁ ଜାଣେ, ମୋ’ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ। ସେମାନେ ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ। ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ୟ କେତେଜଣ ଲୋକ ବାହାରିବେ ଓ ଭୁଲ୍ କଥା ଉପଦେଶ ଦେଇ ଶିଷ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ତେଣୁ ତୁମ୍ଭେମାନେ ସାବଧାନ ହୋଇ ରୁହ। ତୁମ୍ଭେମାନେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଖରେ ରହି ଆଖିର ଲୁହରେ ପ୍ରତ୍ୟେକଙ୍କୁ ଦିନରାତି ସତର୍କବାଣୀ ଶୁଣାଇ ଥିଲି। “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ୟ ନିକଟରେ ସମର୍ପଣ କରୁଅଛି। ଏହି ବାକ୍ୟ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ୱର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦେଇଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ। ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତେବେଳେ ମୁଁ କେବେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦେଖାଇ ନାହିଁ। ତୁମ୍ଭେମାନେ ଜାଣିଛ ଯେ, ମୁଁ ନିଜେ ମୋର ଓ ମୋ’ ସହିତ ରହିଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ହାତରେ କାର୍ଯ୍ୟ କରିଛି। ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’” ଏ କଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। ସେମାନେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢେଇ ଧରି ଚୁମ୍ବନ ଦେଲେ। ସେମାନେ ତାହାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ। ପାଉଲଙ୍କ ଯିରୁଶାଲମ ଯାତ୍ରା ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ନେଲୁ। ତା’ପରେ ଆମ୍ଭେ ସିଧା କୋସ୍ ଉପଦ୍ୱୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସେଠାରୁ ରୋଦା ଉପଦ୍ୱୀପକୁ ଆସିଲୁ। ପୁଣି ସେଠାରୁ ଆମ୍ଭେ ପାତାରାରେ ପହଞ୍ଚିଲୁ। ପାତାରାରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥିରେ ଚଢ଼ିଲୁ ଓ ଯାତ୍ରା କଲୁ। ଆମ୍ଭେ ଯାଇ କୁପ୍ର ଉପଦ୍ୱୀପ ପାଖରେ ପହଞ୍ଚି ତା’ର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗରରେ ଓହ୍ଲେଇଲୁ, କାରଣ ସେଠାରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା। ଆମ୍ଭେ ସେଠାରେ ଯୀଶୁଙ୍କର କେତେକ ଶିଷ୍ୟମାନଙ୍କୁ ଦେଖିଲୁ। ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଲଙ୍କୁ ଯିରୁଶାଲମ ନଯିବା ପାଇଁ ଚେତାବନୀ ଦେଲେ। ସମୟ ପୁରିଗଲା ପରେ ଆମ୍ଭେ ସେଠାରୁ ବିଦାୟ ନେଲୁ। ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲୁ। ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନେଇ ଜାହାଜରେ ଚଢ଼ିଲୁ। ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ। ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ କଲୁ ଓ ପତଲମାଇରେ ପହଞ୍ଚିଲୁ। ସେଠାରେ ଭାଇମାନଙ୍କୁ ଅଭିନନ୍ଦନ ଜଣେଇ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ। ଆମ୍ଭେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ। ତା’ପରେ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭରକ ଫିଲି‌ପ୍‌ପଙ୍କ ଘରେ ପ୍ରବେଶ କଲୁ। ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମ୍ଭେମାନେ ତାହାଙ୍କ ସହିତ ରହିଲୁ। ତାହାଙ୍କର ଗ୍ଭରୋଟି ଅବିବାହିତା ଝିଅ ଥିଲେ। ସେମାନେ ଭାବବାଦିନୀ ଥିଲେ। ସେଠାରେ ଆମ୍ଭେ ବହୁତ ଦିନ ରହିଲା ପରେ ଯିହୂଦା ଦେଶରୁ ଆଗାବ ନାମରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଆସି ପହଞ୍ଚିଲେ। ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି । ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’” ଆମ୍ଭେମାନେ ଓ ଅନ୍ୟ ବିଶ୍ୱାସୀମାନେ ଏହି କଥା ଶୁଣି ପାଉଲଙ୍କୁ ଯିରୁଶାଲମ ନ ଯିବା ପାଇଁ ବହୂତ ଅନୁରୋଧ କଲୁ। କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।” ସେ ଆମ୍ଭ କଥାରେ ପ୍ରଭାବିତ ନ ହେବାରୁ ଆମ୍ଭେମାନେ ଚୁପ୍ ରହିଲୁ। ଆମ୍ଭେ କହୁଲୁ, “ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ।” ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ଯିରୁଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ। କାଇସରୀଆରେ ଥିବା ଯୀଶୁଙ୍କ କେତେକ ଶିଷ୍ୟ ଆମ୍ଭ ସହିତ ଆସିଲେ। ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ (ଯିଏ କି ଯୀଶୁଙ୍କ ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ ଜଣେ) ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ। ସେଠାରେ ଆମ୍ଭେ ରାତି କଟାଇବା କଥା ଥିଲା। ପାଉଲ ଯାକୁବଙ୍କ ସହିତ ମିଳନ ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ। ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ। ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ। ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ। “ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ। ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଗ୍ଭରି ଜଣ ଲୋକ ଅଛନ୍ତି। ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ। “ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ: ‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ। ରକ୍ତ ଖାଅ ନାହିଁ। ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’” ପାଉଲଙ୍କୁ ଗିରଫ କରାଗଲା ତେଣୁ ପାଉଲ ତହିଁ ଆରଦିନ ସେହି ଗ୍ଭରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚି କଲେ। ତା’ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୁରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ। ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ। ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ। ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।” ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?” ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।” ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।” ପାଉଲ ସେନାପତିଙ୍କଠାରୁ ଅନୁମତି ପାଇ ପାହାଚ ଉପରେ ଠିଆ ହୋଇଗଲେ। ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ। ତା’ପରେ ସେ ଏବ୍ରୀ ଭାଷାରେ କହିଲେ। ପାଉଲଙ୍କ ଭାଷଣ ପାଉଲ କହିଲେ, “ଭାଇମାନେ ଓ ପିତାମାନେ, ଯେହେତୁ ମୁଁ ମୋର ନିଜ ସପକ୍ଷରେ କଥା କହୁଛି, ତେଣୁ ଆପଣମାନେ ମୋ’ କଥା ଶୁଣନ୍ତୁ।” ସେମାନେ ପାଉଲଙ୍କୁ ଯିହୂଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତା’ପରେ ପାଉଲ କହିଲେ, “ମୁଁ ଜଣେ ଯିହୂଦୀୟ ଲୋକ। ମୋର ଜନ୍ମ କିଲିକିଆ ଦେଶର ତାର୍ଷ ନଗରରେ। କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭେମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି। ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। “ମହାଯାଜକ ଓ ପ୍ରାଚୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି। ପାଉଲ ନିଜ ମନ ପରିବର୍ତ୍ତନ ବିଷୟରେ କହିଲେ “ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା। ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଗ୍ଭରିପାଖରେ ପ୍ରକାଶିତ ହେଲା। ମୁଁ ତଳେ ପଡ଼ିଗଲି। ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, ‘ଶାଉଲ, ଶାଉଲ, ତୁମ୍ଭେ କାହିଁକି ମୋତେ ତାଡ଼ନା କରୁଛ?’ “ମୁଁ ପଗ୍ଭରିଲି, ‘ଆପଣ କିଏ, ପ୍ରଭୁ?’ ସେ ମୋତେ କହିଲେ, ‘ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।’ ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ। “ମୁଁ ପଗ୍ଭରିଲି, ‘ପ୍ରଭୁ ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ ଦମ୍ମେସକ ନଗରକୁ ଯାଅ।’ ଯେଉଁସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ। ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ। “ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ। ହନନିୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ‘ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।’ ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖି ପାରିଲି। “ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି। କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ। ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ତୁମ୍ଭର ପାପରୁ ଧୋଇ ହୁଅ।’ “ତା’ପରେ ମୁଁ ଯିରୁଶାଲମକୁ ଫେରି ଆସିଲି। ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲାବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି। ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ‘ତୁମ୍ଭେ ସଙ୍ଗେ ସଙ୍ଗେ ଯିରୁଶାଲମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ।’ “କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜଗୃହକୁ ଯାଇ ସେଠାରେ ତୁମ୍ଭକୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି। ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’ “କିନ୍ତୁ ପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।’” ପାଉଲ ଏ କଥା କହିବା ପର୍ଯ୍ୟନ୍ତ ଯିହୂଦୀମାନେ ଶୁଣୁଥିଲେ। ତା’ପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋ‌ର୍‌‌ରେ ପାଟି କରି କହିଲେ, “ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ୟ ନୁହଁ।” ସେମାନେ ଚିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ। ତା’ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଗ୍ଭରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ। ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ, “ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ’ଣ ଆଇନ ସଙ୍ଗତ ଅଟେ?” ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, “ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?” ତେଣୁ ସେନାଧ୍ୟକ୍ଷ ଯାଇ ପାଉଲଙ୍କୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ କ’ଣ ପ୍ରକୃତରେ ଜଣେ ରୋମୀୟ ନାଗରିକ?” ପାଉଲ ଉତ୍ତର ଦେଲେ, “ହଁ।” ସେନାଧ୍ୟକ୍ଷ କହିଲେ, “ମୁଁ ଜଣେ ରୋମୀୟ ନାଗରିକ ହେବା ପାଇଁ ପ୍ରଚୁର ଟଙ୍କା ଦେଇଥିଲି।।” ପାଉଲ କହିଲେ, “କିନ୍ତୁ ମୁଁ ଜଣେ ରୋମୀୟ ନାଗରିକ ଭାବେ ଜନ୍ମ ନେଇଥିଲି।” ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ। ପାଉଲ ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ହେଲେ ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଗ୍ଭହିଁଲେ, ଯିହୂଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ’ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଯିହୂଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତା’ପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲି ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଗ୍ଭର ପାଇଁ ଠିଆ କରାଇଲେ। ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।” ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।” ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ ” ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋ‌ର୍‌‌ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌ତ୍‌ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।” ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।” ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ। ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।” ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ। ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ। ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।” ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ। ତା’ପରେ ପାଉଲ ଜଣେ ସେନା ଅଧିକାରୀଙ୍କୁ ଡାକି କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଯାଅ। ତା’ର ତାହାଙ୍କୁ କିଛି କହିବାର ଅଛି।” ତେଣୁ ସେନା ଅଧିକାରୀ ତାହାକୁ ସେନାଧ୍ୟକ୍ଷଙ୍କ ନକଟକୁ ନେଇଗଲା ଓ କହିଲା, “ବନ୍ଦୀ ପାଉଲ ଏ ଯୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଗ୍ଭହଁ।” ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଗ୍ଭରିଲେ, “ତୁମ୍ଭେ ମୋତେ କ’ଣ କହିବାକୁ ଗ୍ଭହଁ?” ସେ କହିଲା, “ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଗ୍ଭରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି। କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।” ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏ କଥା କହିଛି ବୋଲି କାହାକୁ ଯେପରି ନ କୁହେ, “ଓ ଏହା କହି ତାହାଙ୍କୁ ପଠାଇଦେଲେ।” ପାଉଲଙ୍କୁ କାଇସରୀଆକୁ ସ୍ଥାନାନ୍ତରିତ ସେନାଧ୍ୟକ୍ଷ ଦୁଇଜଣ ସେନାପତିଙ୍କୁ ଡାକି କହିଲେ, “ଆଜି ରାତି ନ’ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀ‌କ୍‌ସଙ୍କ ପାଖରେ ଉପସ୍ଥିତ କରାଅ।” ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା; “ମହାମହିମ ରାଜ୍ୟପାଳ ଫେଲୀ‌କ୍‌ସଙ୍କୁ କ୍ଳାଉଦିଅ ଲୂସିୟାଙ୍କର ନମସ୍କାର। ଯିହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ। ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ ଜାଣିବାକୁ ଗ୍ଭହୁଁଥିଲି। ତା’ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ। ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ। ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ। ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱାରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ। ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା’ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ। ରାଜ୍ୟପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଗ୍ଭରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ। ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ। ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ, “ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି। ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ। ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା। ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା। କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ। ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।” ତା’ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ। ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ। “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ। “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ? ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’” ଫେଲୀ‌କ୍‌ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ। ଫେଲୀ‌କ୍‌ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା କିଛି ଦିନ ପରେ ଫେଲୀ‌କ୍‌ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀ‌କ୍‌ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀ‌କ୍‌ସ୍ ଭୟଭୀତ ହୋଇଗଲେ। ଫେଲୀ‌କ୍‌ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ। କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ। ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା ତା’ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା’ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।” ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।” କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?” ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।” ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।” ପାଉଲ ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ସାମନାରେ ଉପସ୍ଥିତ ହେଲେ କିଛି ଦିନ ପରେ ଆଗ୍ରି‌‌ପ୍‌‌ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀ‌କ୍‌ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା’ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’ “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।” ତା’ପରେ ଆଗ୍ରି‌‌ପ୍‌‌ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।” ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା’ଠାରୁ ଶୁଣିବେ।” ତହିଁ ଆରଦିନ ଆଗ୍ରି‌‌ପ୍‌‌ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା। ତା’ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରି‌‌ପ୍‌‌ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରି‌‌ପ୍‌‌ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।” ରାଜା ଆଗ୍ରି‌‌ପ୍‌‌ପାଙ୍କ ସମ୍ମୁଖରେ ପାଉଲ ଆଗ୍ରି‌‌ପ୍‌‌ପା ପାଉଲଙ୍କୁ କହିଲେ, “ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା।” ତା’ପରେ ପାଉଲ ନିଜ ହାତ ପ୍ରସାରିତ କରି ନିଜ ପକ୍ଷରେ କହିବାକୁ ଲାଗିଲେ। ହେ ରାଜା ଆଗ୍ରି‌‌ପ୍‌‌ପା, “ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ’ ପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି। ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। “ସମସ୍ତ ଯିହୂଦୀୟମାନେ ମୋର ସମ୍ପୂର୍ଣ୍ଣ ଜୀବନ ବିଷୟରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶରେ ଓ ପରେ ଯିରୁଶାଲମରେ କିପରି ବାସ କରିଥିଲି, ତାହା ସେମାନେ ଜାଣନ୍ତି। ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି। ସେମାନେ ଯଦି ଗ୍ଭହାନ୍ତି ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୂଶୀ ଥିଲି। ଯିହୂଦୀୟ ଧର୍ମ ବ୍ୟବସ୍ଥାକୁ ଫାରୂଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି। ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଗ୍ଭର ହେଉଛି। ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କରି ପାରିବେ, ଏ କଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି? “ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି। ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି। ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି। ଯୀଶୁଙ୍କୁ ଦେଖିଥିବା ବିଷୟରେ ପାଉଲଙ୍କ ବର୍ଣ୍ଣନା “ଥରେ ମୁଖ୍ୟ ଯାଜକମାନେ ମୋତେ ଦମ୍ମେସକ ନଗରକୁ ଯିବା ପାଇଁ ଅନୁମତି ଓ କ୍ଷମତା ଦେଲେ। ମୁଁ ଦମ୍ମେସକକୁ ଯାଉଥିଲି। ସେତେବେଳେ ଖରାବେଳ ହୋଇଥିଲା। ହଠାତ୍ ମୁଁ ଆକାଶରେ ଗୋଟିଏ ଆଲୋକ ଦେଖିଲି। ସେହି ଆଲୋକ ସୂର୍ଯ୍ୟଙ୍କଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଥିଲା। ତାହା ମୋର ଓ ମୋ’ ସହିତ ଯାଉଥିବା ଲୋକଙ୍କ ଗ୍ଭରିପଟେ ଝଲକୁ ଥିଲା। ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତେବେଳେ ମୁଁ ଏବ୍ରୀ ଭାଷାରେ ଗୋଟିଏ ସ୍ୱର ମୋତେ କହୁଥିବାର ଶୁଣିଲି, ‘ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।’ “ମୁଁ ପଗ୍ଭରିଲି, ‘ପ୍ରଭୁ, ଆପଣ କିଏ?’ “ସେ କହିଲେ, ‘ମୁଁ ସେହି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।’ ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସେବକରୂପେ ନିଯୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦେଖା ଦେଇଅଛି। ତୁମ୍ଭେ ମୋ’ ବିଷୟରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦେଖାଇବି, ତୁମ୍ଭେ ତା’ର ସାକ୍ଷୀହେବ। ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସେମାନଙ୍କର ଆଖି ଖୋଲି ଦେବା ପାଇଁ ମୁଁ ତୁମ୍ଭକୁ ପଠାଉଛି। ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।’” ପାଉଲଙ୍କ ନିଜ କାର୍ଯ୍ୟ ବିଷୟରେ କହିବା ପାଉଲ କହିଲେ, “ହେ ମହାରାଜା ଆଗ୍ରି‌‌ପ୍‌‌ପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ବାଧ୍ୟ ହେଲି। ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି। “ଏଥିପାଇଁ ମନ୍ଦିରରେ ଥିବା ସମୟରେ ଯିହୂଦୀମାନେ ମୋତେ ବନ୍ଦୀ କଲେ, ଓ ମାରିବାକୁ ଚେଷ୍ଟା କଲେ। କିନ୍ତୁ ମୋତେ ପରମେଶ୍ୱର ସାହାଯ୍ୟ କଲେ। ସେ ଆଜି ପର୍ଯ୍ୟନ୍ତ ମୋତେ ସାହାଯ୍ୟ କରିଆସୁଛନ୍ତି। ପରମେଶ୍ୱରଙ୍କ ସାହାଯ୍ୟ ପାଇ ମୁଁ ଏଠାରେ ଠିଆ ହୋଇଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁ ନାହିଁ। ମୋଶା ଓ ଭାବବାଦୀମାନେ ଯାହାସବୁ ଘଟିବ ବୋଲି କହିଛନ୍ତି, ମୁଁ ସେହି କଥା କହୁଛି। ସେମାନେ କହିଛନ୍ତି, ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଓ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ ହେଉଥିବା ପ୍ରଥମ ବ୍ୟକ୍ତି ହେବେ। ମୋଶା ଓ ଭାବବାଦୀମାନେ କହିଛନ୍ତି, କେବଳ ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଆଲୋକ ଦେଖାଇବେ।” ପାଉଲଙ୍କର ଆଗ୍ରି‌‌ପ୍‌‌ପାଙ୍କ ଧାରଣା ବଦଳେଇବାର ଚେଷ୍ଟା ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋ‌ର୍‌‌ରେ କହିଲେ, “ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।” ପାଉଲ ଏହା ଶୁଣି ଉତ୍ତର ଦେଲେ, “ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ। ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ। ରାଜା ଆଗ୍ରି‌‌ପ୍‌‌ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ। ହେ ରାଜା ଆଗ୍ରି‌‌ପ୍‌‌ପା, ଆପଣ କ’ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।” ଆଗ୍ରି‌‌ପ୍‌‌ପା ପାଉଲଙ୍କୁ କହିଲେ, “ତୁମ୍ଭେ କ’ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?” ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।” ତା’ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ। ସେମାନେ ବିଗ୍ଭର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ। ସେମାନେ କହିଲେ, “ଏହି ଲୋକକୁ ହତ୍ୟା କରିବା କି ବନ୍ଦୀ କରିବା ଉଚିତ୍ ନୁହେଁ। ସେ ପ୍ରକୃତରେ କିଛି ଖରାପ କାର୍ଯ୍ୟ କରି ନାହିଁ।” ଆଗ୍ରି‌‌ପ୍‌‌ପା ଫେଷ୍ଟଙ୍କୁ କହିଲେ, “ଆମ୍ଭେ ଏହି ଲୋକକୁ ମୁକ୍ତି ଦେଇପାରିଥା’ନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବେଦନ କରି ନ ଥା’ନ୍ତା।” ପାଉଲଙ୍କର ରୋମକୁ ଜଳଯାତ୍ରା ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ। ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। ତା’ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। ତା’ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। ସେଠାରେ ଯୂଲିଅ ଆଲେ‌କ୍‌ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ। ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା’ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ। ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ। ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।” କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ। ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା। ତୋଫାନ ତା’ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। “ଉତ୍ତର ପୂର୍ବୀୟ” ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ। ତା’ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଳାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ। ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ। ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା। କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ, ‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’ ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।” ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧ‌କ୍‌କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ। ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା। ଜାହାଜ ନଷ୍ଟ ହୋଇଗଲା ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧ‌କ୍‌କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧ‌କ୍‌କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ। ମେଲିତୀ ଦ୍ୱୀପରେ ପାଉଲ ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ ସେତେବେଳେ ବର୍ଷା ହେଉଥିଲା। ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ। ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ। ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା। ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।” ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁରେ ଫିଙ୍ଗି ଦେଲେ। ଏଥିରେ ତା’ର କିଛି କ୍ଷତି ହେଲା ନାହିଁ। ଲୋକେ ଆଶା କରିଥିଲେ ସେ ଫୁଲି ଯିବ ବା ତଳେ ପଡ଼ି ମରିଯିବ। କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ। ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଳିୟ। ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ। ସେହି ସମୟରେ ପୁବ୍ଳିୟଙ୍କ ପିତା ଜ୍ୱର ଓ ଝାଡ଼ାରେ ଶଯ୍ୟାଶାୟୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରିଦେଲେ। ଏପରି ହେବାର ଦେଖି ଦ୍ୱୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ୟ ଆସି ସୁସ୍ଥ ହେଲେ। ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ। ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ। ପାଉଲଙ୍କ ରୋମକୁ ଗମନ ଆମ୍ଭେ ତିନି ମାସ ପରେ ଆଲେ‌କ୍‌ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା’ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା। ଆମ୍ଭେମାନେ ସେଥିରେ ସୁରାକୂସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ। ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ। ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ। ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା’ପରେ ଆମ୍ଭେ ରୋମକୁ ଆସିଲୁ। ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ। ସେମାନେ “ଆ‌ପ୍‌ପିୟଙ୍କ ହାଟ” ଓ “ତିନି ସରେଇ ଘର” ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ। ରୋମରେ ପାଉଲ ତା’ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା। ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା। ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ’ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ। ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି। ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ। ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।” ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ଯିରୁଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚନା ପାଇ ନାହୁଁ। ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।” ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ, ‘ଏହି ଲୋକମାନଙ୍କ ପାଖକୁ ଯାଅ ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ, କିନ୍ତୁ ବୁଝିବ ନାହିଁ। ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ। ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି। ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି। ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି। ନ ହେଲେ ହୁଏତ ସେମାନେ ସେମାନଙ୍କ ଆଖିରେ ଦେଖି ପାରନ୍ତେ, କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ। ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’ “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” *** ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ। ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର।‌ ପରମେଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ। ତାହାଙ୍କର ସୁସମାଗ୍ଭର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହେଲି। ପରମେଶ୍ୱର, ଏହି ସୁସମାଗ୍ଭର ନିଜ ଲୋକଙ୍କୁ ଦେବା ପାଇଁ ବହୁ ଆଗରୁ ପ୍ରତିଜ୍ଞା କରିଥିଲେ। ପରମେଶ୍ୱର ନିଜ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବ୍ୟବହାର କରି ଏହି ପ୍ରତିଜ୍ଞା କରିଥିଲେ। ସେହି ପ୍ରତିଜ୍ଞା ପବିତ୍ର ଶାସ୍ତ୍ରରେ ଲେଖା ହୋଇଛି। ଏହି ସୁସମାଗ୍ଭର ପରମେଶ୍ୱରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଅଟେ। ସେ ଦାଉଦଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ। କିନ୍ତୁ, ପବିତ୍ରଆତ୍ମା ଦ୍ୱାରା ପୁନରୁତ୍‌‌ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ। ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱର ମୋତେ ବାର୍ତ୍ତାବହ ହେବାର ବିଶେଷ କାର୍ଯ୍ୟ ଦେଇଛନ୍ତି। ପରମେଶ୍ୱର, ଏହା ଦ୍ୱାରା ସମସ୍ତ ଜାତିର ଲୋକଙ୍କ ମନରେ ତାହାଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମୋତେ ଦେଲେ। ମୁଁ ଏହି କାମ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କରୁଛି। ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ହେବା ପାଇଁ ଡକା ଯାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତିପ୍ରାପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। ଧନ୍ୟବାଦ ପ୍ରାର୍ଥନା ସର୍ବପ୍ରଥମେ ମୁଁ କହିବାକୁ ଗ୍ଭହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମୋର ପରମେଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧନ୍ୟବାଦ ଦେଉଛି। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ସାରା ସଂସାର ଚର୍ଚ୍ଚା କରୁଛି। ପ୍ରତିଥର ମୁଁ ପ୍ରାର୍ଥନା କଲାବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି। ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ। ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇବା ଦ୍ୱାରା ମୁଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ। ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦେଇ ଶକ୍ତିଶାଳୀ କରାଇବା ମୋର ଇଚ୍ଛା। ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକଆରେକକୁ ନିଜ ନିଜର ବିଶ୍ୱାସ ଦ୍ୱାରା ସାହାଯ୍ୟ କରିବା। ତୁମ୍ଭମାନଙ୍କ ବିଶ୍ୱାସ ମୋତେ ଓ ମୋ’ ବିଶ୍ୱାସ ତୁମ୍ଭମାନଙ୍କୁ ସାହାଯ୍ୟ କରିବ। ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ। ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସେବା କରିବାକୁ ଉଚିତ୍ ମନେ କରେ। ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଗ୍ଭର ଦେବାକୁ ଇଚ୍ଛା କରୁଛି। ମୁଁ ଏହି ସୁସମାଗ୍ଭର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଗ୍ଭର ହେଉଛି ଶକ୍ତି, ଯାହାଦ୍ୱାରା ପରମେଶ୍ୱର ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।” ସମସ୍ତେ ପାପ କରିଛନ୍ତି ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି। ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି। ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ। ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା। ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ଚିରସ୍ଥାୟୀ ମହିମାକୁ ଛାଡ଼ି ଦେଲେ। ଲୋକେ ସେହି ମହିମାକୁ ମୂର୍ତ୍ତିପୂଜା ଦ୍ୱାରା ବେପାର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ। ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା। ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେହି ଲଜ୍ଜାଜନକ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ। ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କଲେ। ନିଜର ମନ୍ଦ କାର୍ଯ୍ୟ ପାଇଁ ସେମାନେ ନିଜ ଦେହରେ ଦଣ୍ଡ ଭୋଗିଲେ। ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ। ସେହି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ୱାର୍ଥ ଓ ଘୃଣାରେ ପରିପୂର୍ଣ୍ଣ ଥିଲେ। ସେମାନେ ହତ୍ୟା, ଝଗଡ଼ା, ମିଛ, ଚ୍ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚିନ୍ତାରେ ବୁଡ଼ି ରହନ୍ତି। ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି। ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି। ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥା’ନ୍ତି। ସେମାନେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସେମାନେ ମୂର୍ଖ ସେମାନେ ନିଜର କଥା ରଖନ୍ତି ନାହିଁ ଓ ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି। ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥା କୁହେ, ଯେଉଁ ଲୋକ ଏହିଭଳି ଜୀବନଯାପନ କରୁଛି, ସେ ମରିବା ଉଚିତ୍। କିନ୍ତୁ ସେମାନେ ଏହି ମନ୍ଦକାର୍ଯ୍ୟ ଗୁଡ଼ିକ କରି ଗ୍ଭଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କରନ୍ତି। ପରମେଶ୍ୱର ବିଗ୍ଭର କରନ୍ତୁ ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା’ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ। ପରମେଶ୍ୱର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଗ୍ଭର କରନ୍ତି। ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଗ୍ଭର ଠିକ୍ ଅଟେ। ତୁମ୍ଭେ ଭୁଲକାମ କରୁଥିବା ଲୋକଙ୍କର ନ୍ୟାୟବିଗ୍ଭର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ୟ ସେହିଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭର ନ୍ୟାୟବିଗ୍ଭର କରିବେ। ତୁମ୍ଭେ ବିଗ୍ଭରରୁ ରକ୍ଷା ପାଇ ପାରିବ ନାହିଁ। ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି। କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ। ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ। କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ। କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। ମନ୍ଦକାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଙ୍କଟରେ । ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। କିନ୍ତୁ ପରମେଶ୍ୱର, ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି। ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ। ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ। ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ। ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ। ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ। ଯିହୂଦୀ ଓ ବ୍ୟବସ୍ଥା ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ। ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି। ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ। ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ। କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। ପବିତ୍ର-ଶାସ୍ତ୍ରରେ ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।” ଯଦି ତୁମ୍ଭେ ବ୍ୟବସ୍ଥା ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ। ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ। ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ। ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ: “ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।” ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ। ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍। ସମସ୍ତେ ଦୋଷୀ ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ। ଶାସ୍ତ୍ରରେ ଏହିପରି ଲେଖା ଅଛି, “କେହିହେଲେ ଧାର୍ମିକ ନାହିଁ, ଜଣେ ମଧ୍ୟ ନୁହେଁ! ବୁଝିବା ଲୋକ ଜଣେ ମଧ୍ୟ ନାହିଁ, ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ। ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି। ସେଠାରେ କେହି ନାହିଁ ଯିଏ ଭଲ କରେ। ଏପରିକି ଜଣେ ମଧ୍ୟ ନୁହେଁ।” “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ, ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।” “ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।” “ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।” “ଲୋକେ ଅନ୍ୟକୁ ଆଘାତ ଓ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି। ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।” “ସେମାନଙ୍କର ଆଖିରେ ପରମେଶ୍ୱରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।” ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ। ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି? କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭକୁ କହୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ। ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି। ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ। ତା’ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି। ଏହାର କାରଣ ହେଲା ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥାରେ ଆମ୍ଭେ ବିଶ୍ୱାସ କରୁ। ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ କରିବେ। ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ। ଅବ୍ରହାମଙ୍କର ଉଦାହରଣ ତା’ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା? ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା’ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।” କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା’ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି। ଦାଉଦ ସେହି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତରେ ଧନ୍ୟ: “ଲୋକେ ପ୍ରକୃତରେ ଧନ୍ୟ, ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ, ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ! ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ, ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।” ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା। ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି। ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା’ହେଲେ ଅବ୍ରହାମ ସେମାନଙ୍କର ପିତା। ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା’ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା’ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ। ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା’ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି। ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।” ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।” ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ। ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ। ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ। ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ। ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି। ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ। ଆଦମ ଓ ଯୀଶୁ ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା। ଭବିଷ୍ୟତ‌‌ରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ। ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା। ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ ତା’ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା’ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି? ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ। ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ। ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍‌‌ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା। ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା। ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା। ତା’ପରେ ଆମ୍ଭେ ପାପର ଦାସ ହେବୁ ନାହିଁ। ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି। ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା’ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା। ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ୟୁର ତାଙ୍କ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନାହିଁ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି। ସେହିଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚିତ୍। ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର। କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ୱ ନ କରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ। ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର। ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ। କାରଣ ତୁମ୍ଭେମାନେ ବ୍ୟବସ୍ଥାର ବନ୍ଧନରେ ନୁହଁ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ। ଧାର୍ମିକତାର ଦାସ ତା’ହେଲେ ଆମ୍ଭେ କ’ଣ କରିବା ଉଚିତ୍? ଆମ୍ଭେ ବ୍ୟବସ୍ଥାର ଅଧୀନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧୀନ ବୋଲି କ’ଣ ପାପ କରି ଗ୍ଭଲିଥିବା? ଅବଶ୍ୟ ନୁହେଁ! ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ। ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ। ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାହେଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଛ। ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ। ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା। ତୁମ୍ଭେମାନେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ। କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ। ତା’ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ। ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି। ବିବାହର ଦୃଷ୍ଟାନ୍ତ ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ। ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କର। ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ। କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣକୁ ବିବାହକରେ, ବ୍ୟବସ୍ଥା କୁହେ ଯେ, ସେ ବ୍ୟଭିଗ୍ଭର ଦୋଷରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରି ଯାଏ, ତାହାହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ। ଅତଏବ, ଯଦି ସେହି ସ୍ତ୍ରୀଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହକରେ, ସେ ବ୍ୟଭିଗ୍ଭର ଦୋଷରେ ଆଉ ଦୋଷୀ ହୁଏ ନାହିଁ। ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା। ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା। ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରି ଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇ ସାରିଛୁ। ଅତଏବ ଆମ୍ଭେ ପ୍ରାଚୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁ ନାହୁଁ। ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତିରେ ଆତ୍ମାରେ ସେବା କରୁଅଛୁ। ପାପ ସହିତ ଆମ୍ଭର ସଂଘର୍ଷ ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।” ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା। କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ। ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି। ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ଆଜ୍ଞା ଆଣିଲା ମୃତ୍ୟୁ। ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା। ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ। ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା। ମଣିଷର ଦ୍ୱନ୍ଦ ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ। ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ। ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ। ମୋ’ ମନରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ। କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ। ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ। ଅତଏବ-ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ। କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ। ଆତ୍ମାରେ ଜୀବନ ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ। ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି। ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ। ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ। ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି। ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ। ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ। କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ। ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା’ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି। ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ। ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ। ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ। ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ। ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’ ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି। ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା’ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା। ଆମକୁ ଭବିଷ୍ୟତ‌‌ରେ ମହିମା ମିଳିବ ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତ‌‌ରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ। ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି। ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା: ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ। ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି। କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ। ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା’ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ। କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ। ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ। ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି। ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତେକ ବିଷୟରେ ମଙ୍ଗଳ ଜନ୍ମାନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତାହାଙ୍କର ଯୋଜନା ଥିଲା। ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା’ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ ବୋଲି ଧରା ହେବେ। ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ। ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ। ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି। କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି। ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ?ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଶାସ୍ତ୍ରରେ ଏହିପରି ଲେଖା ଅଛି: “ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ। ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।” କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ। ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତ‌‌ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ। ପରମେଶ୍ୱର ଓ ଯିହୂଦୀ ଲୋକେ ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍। ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।” ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।” କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍‌‌ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। *** ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।” ତା’ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।” ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ । ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।” ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି। ତା’ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ “ସେ ଆମ୍ଭର ଦୋଷ କାହିଁକି ଧରନ୍ତି?” ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?” କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ। ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ଭହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି: “ଯେଉଁ ଲୋକମାନେ ଆମ୍ଭର ନ ଥିଲେ ସେମାନେ ଆମ୍ଭର ଲୋକ ବୋଲି ଆମ୍ଭେ ଡାକିବା ଓ ଯେଉଁମାନଙ୍କୁ ଆମ୍ଭେ ପ୍ରେମ କରୁ ନ ଥିଲୁ, ସେହି ଲୋକମାନଙ୍କୁ ଆମ୍ଭେ ପ୍ରିୟ ବୋଲି ଡାକିବା।” ଏବଂ “ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, ‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।” ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି: “ସମୁଦ୍ରର ବାଲିକଣିକା ପରି ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ। କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ। କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଗ୍ଭର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରିଦେବେ।” ଯିଶାଇୟ ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ସର୍ବଶକ୍ତିମାନ। ସେ ତାହାଙ୍କ ଲୋକମାନଙ୍କ ଭିତରୁ କେତେକଙ୍କୁ ଆମ୍ଭ ପାଇଁ ବଞ୍ଚାଇ ରଖିଲେ। ସେ ଏପରି କରି ନ ଥିଲେ ଆମ୍ଭ ଅବସ୍ଥା ଏବେ ସଦୋମ ଓ ଗମୋରା ଭଳି ହୋଇ ଯାଇ ଥା’ନ୍ତା” ତା’ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ। ଇସ୍ରାଏଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ। କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡ଼ିବା ପଥରରେ ଝୁଣ୍ଟି ପଡ଼ିଲେ। ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ: “ଦେଖ, ଆମ୍ଭେ ସିୟୋନଠାରେ ପଥରଟିଏ ରଖିଛୁ ଏହି ପଥରଟି ଲୋକମାନଙ୍କୁ ପକାଇ ଦିଏ। ଏହି ପଥରଟି ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ କିନ୍ତୁ ଯେଉଁ ଲୋକ ସେ ପଥରଟିରେ ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।” ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ। ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ। ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ। ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।” କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”) “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”) ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ। ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ। ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।” ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।” କିନ୍ତ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ। ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।” ମାତ୍ର ସମସ୍ତେ ସୁସମାଗ୍ଭରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି: “ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡ଼ିକ କିଏ କ’ଣ ବିଶ୍ୱାସ କଲା?” ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି। କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ: “ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା। ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।” ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି: “ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି। ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।” ଏହା ପରେ ଯିଶାଇୟ ନିର୍ଭୟ ହୋଇ କହନ୍ତି: “ଯେଉଁ ଲୋକମାନେ ମୋତେ ଖୋଜୁ ନ ଥିଲେ ସେମାନେ ପାଇଲେ। ଯେଉଁମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି।” କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, “ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।” ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଭୁଲି ନାହାନ୍ତିଁ ତା’ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? ଏଲିୟ କହିଥିଲେ: “ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।” କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।” ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା’ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା’ହେଲେ କ’ଣ ହେଲା? ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। ଶାସ୍ତ୍ରରେ ଯେପରି ଲେଖା ଅଛି: “ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।” “ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ, ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ। ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।” ଦାଉଦ କୁହନ୍ତି: “ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ, ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ। ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ। ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।” ତା’ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା। ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଗ୍ଭହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୂଦୀମାନେ ଯେତେବେଳେ ଗ୍ଭଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ! ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉ‌‌‌ଦ୍‌‌‌ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା’ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା’ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର। ଧରିନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡ଼ିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡ଼ିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୂଦୀମାନେ ସେହି ଜଙ୍ଗଲୀ ଜୀତଗଛ ଭଳି। ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ। ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। ତୁମ୍ଭେମାନେ କହି ପାର, “ସେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ିବାରୁ ମୁଁ ତା’ ସହିତ ସଂଯୁକ୍ତ ହେଲି।” ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ। ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା’ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। ଯିହୂଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା’ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରିନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ। ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି: “ସିୟୋନ ଠାରୁ ଉଦ୍ଧାରକର୍ତ୍ତା ଆସିବେ। ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ। ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ ଏହି ଚୁକ୍ତି କରିବା।” ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ। ପରମେଶ୍ୱର ଧନ୍ୟ ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ: “ପ୍ରଭୁଙ୍କର ମନକୁ କିଏ ଜାଣିଛି? କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?” “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି? ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍। ନିଜ ଜୀବନ ପ୍ରଭୁଙ୍କୁ ଅର୍ପଣ କର ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ। ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ। ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର। ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀରରେ ଅନେକ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡ଼ିକ ଏକା ଭଳି କାମ କରନ୍ତି ନାହିଁ। ସେହିଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ। ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା’ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟ‌ଦ୍‌ବାଣୀର ଦାନ ମିଳିଛି, ତା’ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟ‌ଦ୍‌ବାଣୀ କରୁ। ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ନିଜକୁ ପ୍ରଗ୍ଭର କାର୍ଯ୍ୟରେ ଲଗାଇ ଦେଉ। ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା’ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା’ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ। ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା’ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍‌‌ଯୋଗ ହୁଅ। ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର। ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ। ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, “ଦଣ୍ତ ଦେବା ମୋର କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।” କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍: “ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।” ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର। ତୁମ୍ଭ ସରକାରଙ୍କ ନିୟମ ମାନ ପ୍ରତ୍ୟେକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ଉଚିତ୍। କାରଣ ସେମାନଙ୍କ ଏହି କ୍ଷମତା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁମାନେ ଅଧିକାରୀ, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ। ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ। ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ। ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍। ଏହି ଦୃଷ୍ଟିରୁ ତୁମ୍ଭେମାନେ ସରକାରକୁ କର ମଧ୍ୟ ଦିଅ। ସେମାନେ ପରମେଶ୍ୱରଙ୍କ ସେବାରେ ରହିଛନ୍ତି, ଏବଂ ସେହି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛନ୍ତି। ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ। ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି। ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।” ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।” ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ। ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍। ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି। ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ। ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା’ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ। ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। ଶାସ୍ତ୍ରରେ ଲେଖା ଅଛି: “ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ। ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ। ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।” ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ। କୌଣସି ଲୋକର ପାପର କାରଣ ହୁଅ ନାହିଁ ତା’ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ। ମୁଁ ପ୍ରଭୁ ଯୀଶୁଙ୍କଠାରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ଜଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ୱାସ କରେ, ସେହି ଖାଦ୍ୟ ତା’ ପାଇଁ ଅଶୁଚି ହୁଏ। ତାହାକୁ ସେ ଗ୍ରହଣ କରିବା ଅନୁଚିତ୍। ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା’ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଗ୍ଭଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା’ର ବିଶ୍ୱାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ୟ ପ୍ରାଣତ୍ୟାଗ କରିଥିଲେ। ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ। ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା। ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି। ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା। ଖାଦ୍ୟ ଯେପରି ପରମେଶ୍ୱରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ୟ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍, ଯଦି ତାହା ଅନ୍ୟ ଜଣକୁ ପାପରେ ପଡ଼ିଯିବାର କାରଣ ହୋଇଥାଏ। ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ୱାରା, ପାପକର୍ମ କରିବାକୁ ବାଧ୍ୟ କରେ, ତା’ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ। ନିଜର ଏହିଭଳି ବିଶ୍ୱାସ ଗୁଡ଼ିକୁ ପରମେଶ୍ୱର ଓ ତୁମ୍ଭ ନିଜ ଭିତରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ୱାସ କରୁଥିବା କର୍ମମାନ କଲାବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସେହି ଲୋକ ବାସ୍ତବରେ ସୁଖୀ ଓ ଧନ୍ୟ। କିନ୍ତୁ ଯଦି ଜଣେ, ସେ ଠିକ୍ କାମକରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା’ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା’ହେଲେ ସେ ପାପ କରୁଛି। ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।” ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ। ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ: “ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି, ଓ ତୁମ୍ଭ ନାମର ମହିମା ଗାନ କରିବି।” ଶାସ୍ତ୍ର ଏ ଭଳି ମଧ୍ୟ କୁହେ, “ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” ଶାସ୍ତ୍ର ଏ ଭଳି ମଧ୍ୟ କୁହେ, “ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର, ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” ଯିଶାଇୟ ମଧ୍ୟ କୁହନ୍ତି, “ଯିଶୟ ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ। ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ, ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।” ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ। ପାଉଲ ନିଜ କାର୍ଯ୍ୟ ବିଷୟରେ କହୁଛନ୍ତି ମୋ’ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେମାନେ ଭଲ ଗୁଣରେ ପରିପୂର୍ଣ୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେମାନେ ପରସ୍ପରକୁ ଶିକ୍ଷା ଦେଇ ପାରିବ। କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖୋଲି ଭାବେ କେତେକ ବିଷୟରେ ଲେଖିଥିଲି। ପରମେଶ୍ୱରଙ୍କଠାରୁ ବିଶେଷ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି। ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା। ମୁଁ ଗର୍ବ କରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ରହି ମୁଁ ପରମେଶ୍ୱରଙ୍କ ସେବା କରିଛି। ମୁଁ ନିଜେ କରିଥିବା କାର୍ଯ୍ୟ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ସେହି କଥା ଗୁଡ଼ିକ କହିବି, ଯାହା ଖ୍ରୀଷ୍ଟ ଯୀଶୁ ମୋ’ ଦ୍ୱାରା କରିଛନ୍ତି ଯଦ୍ଦ୍ୱାରା ଅଣଯିହୂଦୀମାନେ ପରମେଶ୍ୱରଙ୍କ ବାଧ୍ୟ ହେବେ। ସେମାନେ ମୋ’ କଥା ଓ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କୁ ମାନିଛନ୍ତି। ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍‌‌ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି। ମୁଁ ସେହି ଜାଗାମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠାରେ ଖ୍ରୀଷ୍ଟଙ୍କର ନାମ ମଧ୍ୟ ଲୋକମାନେ ଶୁଣି ନାହାନ୍ତି। ଏପରି କରିବା ଉଲେଖ୍ୟ ଯେ, ଅନ୍ୟ ଲୋକ ଦ୍ୱାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ଯ୍ୟକୁ ଯେପରି ମୁଁ ଆଉଥରେ ନ କରେ। କିନ୍ତୁ ଶାସ୍ତ୍ରରେ ଏହିପରି ଲେଖା ହୋଇଛି: “ଯେଉଁ ଲୋକମାନଙ୍କୁ ତାହାଙ୍କ ବିଷୟରେ କୁହାଯାଇ ନାହିଁ, ସେମାନେ ତାହାଙ୍କୁ ଦେଖିବେ ଓ ଯେଉଁମାନେ ତାହାଙ୍କ ବିଷୟରେ ଶୁଣି ନାହାନ୍ତି, ସେମାନେ ବୁଝିବେ।” ପାଉଲଙ୍କର ରୋମ ଯିବା ଯୋଜନା ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି। ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରି ସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ। ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି। ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। ତା’ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା’ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍। ପାଉଲଙ୍କ କେତେକ ଅନ୍ତିମ କଥା ମୁଁ, ତୁମ୍ଭକୁ କେଙ୍କ୍ରେୟା ନଗରୀର ମଣ୍ତଳୀର ବିଶେଷ ସେବିକା, ଆମ୍ଭର ଧର୍ମ ଭଉଣୀ ଫୈବୀଙ୍କୁ ସୁପାରିଶ କରୁଛି। ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କଠାରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସେଗୁଡ଼ିକ ଦ୍ୱାରା ତାହାଙ୍କୁ ସାହାଯ୍ୟ କର। ସେ ମୋତେ ଓ ଅନ୍ୟ ଅନେକ ଲୋକଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ପ୍ରୀସ୍କା ଓ ଆକ୍ୱିଲାଙ୍କୁ ମୋର ନମସ୍କାର। ସେମାନେ ଖ୍ରୀଷ୍ଟ ଯୀଶୁଙ୍କ କାମରେ ମୋର ସହକର୍ମୀ ଅଟନ୍ତି। ସେମାନେ ମୋର ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦରେ ପକାଇ ଥିଲେ। ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କେବଳ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ। ତାଙ୍କ ଘରେ ହେଉଥିବା ମଣ୍ତଳୀକୁ ମଧ୍ୟ ନମସ୍କାର। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ନମସ୍କାର। ସେ ସମଗ୍ର ଏସିଆ ରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ପ୍ରଥମ ଲୋକ। ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି। ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର। ସେମାନେ ମୋର ଜ୍ଞାତି, ଓ ସେମାନେ ମୋ’ ସହିତ ବନ୍ଦୀ ହୋଇ କାରାଗାରରେ ଥିଲେ। ସେମାନେ ପରମେଶ୍ୱରଙ୍କ ଅତି ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା ଓ ମୋ’ଠାରୁ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଥିଲେ। ପ୍ରଭୁଙ୍କଠାରେ ସ୍ଥିତ ମୋର ପ୍ରିୟ ମିତ୍ର ଆମ୍ପ୍ଲିୟାତାଙ୍କୁ ନମସ୍କାର। ଖ୍ରୀଷ୍ଟଙ୍କ ସେବା ବିଷୟରେ ଆମ୍ଭର ସହକର୍ମୀ ଉର୍ବାଣ ଓ ମୋର ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମୋର ନମସ୍କାର। ଆପେଲ୍ଲାଙ୍କୁ ମୋର ନମସ୍କାର, ଯିଏ ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମୋର ନମସ୍କାର। ମୋର ଜ୍ଞାତି ହେରୋଦିୟୋନଙ୍କୁ ମୋର ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁମାନେ ପ୍ରଭୁଙ୍କର ଅଟନ୍ତି। ପ୍ରଭୁଙ୍କର ପରିଶ୍ରମୀ କାର୍ଯ୍ୟକର୍ତ୍ତା କ୍ରୁଫେଣା ଓ କୁଫୋସାଙ୍କୁ ନମସ୍କାର। ମୋର ପ୍ରିୟ ପ୍ରଭୁଙ୍କ ସେବାରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର। ପ୍ରଭୁଙ୍କର ବିଶିଷ୍ଟ ସେବକ ରୂପେ ଓ ତାହାଙ୍କର ମାଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର। ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସେମାନଙ୍କ ଭାଇମାନଙ୍କୁ ଯେଉଁମାନେ ସେମାନଙ୍କ ସହ ଅଛନ୍ତି ନମସ୍କାର। ଫିଲଲଗ, ଯୁଲିୟା, ନୀରୂସ୍‌‌ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସେମାନଙ୍କ ସହିତ ଥିବା ସମସ୍ତ ସାଧୁ-ସନ୍ଥମାନଙ୍କୁ ନମସ୍କାର। ତୁମ୍ଭେମାନେ ସମସ୍ତେ ପବିତ୍ର ଚୁମ୍ବନ ଦେଇ ଏକଆରେକକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ୱାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି। ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଚ୍ଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥା’ନ୍ତି। ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି। ତୁମ୍ଭେମାନେ ବାଧ୍ୟ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସୀ। କିନ୍ତୁ ମୁଁ ଇଚ୍ଛାକରେ ଯେ ତୁମ୍ଭେମାନେ ଭଲ ପାଇଁ ବୁଦ୍ଧିମାନ ହୋଇ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ। ଶାନ୍ତିର ସ୍ରୋତ ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା’ ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ। ମୋର ସହକାରୀ ତୀମଥି ଓ ମୋର ସ୍ୱଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ୟ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର କରୁଅଛି। ମୋତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ୟ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରଣାମ ଜଣାଉଛନ୍ତି। ଏରାଷ୍ଟ ନାମକ, ଏହି ନଗରର କୋଷାଧ୍ୟକ୍ଷ ଓ କ୍ୱାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। *** ପରମେଶ୍ୱର ହିଁ ତୁମ୍ଭକୁ ଦୃଢ଼ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଦେବା ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସେହି ସତ୍ୟ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା। ପରମେଶ୍ୱର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ଗୁପ୍ତ ସତ୍ୟ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖା ଦ୍ୱାରା ତାହା ପ୍ରକାଶିତ ହେଲା। ଏହା ଦ୍ୱାରା ସମସ୍ତ ଲୋକମାନଙ୍କର ପରମେଶ୍ୱରଙ୍କ ପାଇଁ ବିଶ୍ୱାସ ଓ ଆଜ୍ଞାକାରିତା ବଢ଼ି ପାରିବ। ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଏକ ମାତ୍ର ଜ୍ଞାନବାନ ପରମେଶ୍ୱରଙ୍କର ମହିମା ଅନନ୍ତ କାଳ ପାଇଁ ବ୍ୟାପ୍ତ ରହୁ। ଆମେନ୍। ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି। ‌‌‌‌‌‌‌‌‌‌‌ କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ। ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି। କରିନ୍ଥୀ ମଣ୍ଡଳୀରେ ସମସ୍ୟା ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ। ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି। ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!” ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା! ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ। ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ। ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ। ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। ଶାସ୍ତ୍ରରେ ଲେଖା ଅଛି: “ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି। ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ। ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍‌ମାନେ ଜ୍ଞାନ ଗ୍ଭହାନ୍ତି। କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ। ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” କ୍ରୁଶବିଦ୍ଧ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍‌ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି। କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି। ଏଣୁ ମୁଁ ଦୁର୍ବଳ ଓ ଭୟରେ ଥରି ଥରି ସେଠାକୁ ଆସିଥିଲି। ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ। ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି। ପରମେଶ୍ୱରଙ୍କ ଜ୍ଞାନ ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି: “କୌଣସି ଆଖି ଦେଖି ନାହିଁ। କୌଣସି କାନ ଶୁଣି ନାହିଁ। କେହିହେଲେ କଳ୍ପନା କରି ନାହିଁ; ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।” କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି। ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା’ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା। ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। ଶାସ୍ତ୍ର କୁହେ: “ପ୍ରଭୁଙ୍କ ମନ କିଏ ଜାଣି ଅଛି? କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ। ମନୁଷ୍ୟକୁ ଅନୁସରଣ କରିବା ଉଚିତ୍ ନୁହେଁ ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି। ସେତେବେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦେଇ କ୍ଷୀର ଦେଲି। ଏପରି କରିବାର ଉଦ୍ଦେଶ୍ୟ ଯେ, ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ୟ ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ। ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ। ତୁମ୍ଭମାନଙ୍କ ଭିତରେ ଜଣେ କହୁଛି, “ମୁଁ ପାଉଲଙ୍କ ଅନୁଗାମୀ,” ଆଉ ଜଣେ କହୁଛି “ମୁଁ ଆପଲ୍ଲଙ୍କ ଅନୁଗାମୀ,” ଏଭଳି କହିବା ଦ୍ୱାରା ତୁମ୍ଭେମାନେ ଜାଗତିକ ମଣିଷ ଭଳି ଆଚରଣ କରୁଛ। ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ। ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ। ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି। ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦେଇଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ୟ ସମାନ ଓ ଦୁହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ। ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ। ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା’ହେଲେ ସେ ଲୋକ ତା’ର ପୁରସ୍କାର ପାଇବ। କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ। ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ। ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା’ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।” ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।” ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର। ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର। ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି। ଖ୍ରୀଷ୍ଟଙ୍କର ପ୍ରେରିତଗଣ ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି। ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍। ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ। ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି। ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ। ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା’ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।” କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା’ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ। ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା’ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ। କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ। ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ। ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି। ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି। ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ମୋ’ ପରି ହୁଅ। ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି। ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ। କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ଓ ଅହଂକାର କରୁଥିବା ଲୋକମାନେ କ’ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଗ୍ଭହେଁ। ଏହା ମୁଁ ଦେଖିବାକୁ ଇଚ୍ଛାକରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟ ବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ। ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି? ମଣ୍ଡଳୀରେ ନୈତିକ ସମସ୍ୟା ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି, ତଥାପି ମଧ୍ୟ ତୁମ୍ଭେମାନେ ଏହିସବୁ ପାଇଁ ଗର୍ବୀ। ତୁମ୍ଭେମାନେ ଏଥିପାଇଁ ଦୁଃଖିତ ହେବା ଉଚିତ୍। ଯିଏ ଏପରି ବ୍ୟଭିଗ୍ଭର କରିଛି, ତାହାକୁ ତୁମ୍ଭ ଦଳରୁ ବାହାର କରି ଦେବା ଉଚିତ୍। ମୁଁ ସ୍ୱଶରୀରରେ ତୁମ୍ଭମାନଙ୍କ ପାଖରେ ନାହିଁ କିନ୍ତୁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁ ଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଗ୍ଭର କରିଥା’ନ୍ତି, ସେହିପରି ମୁଁ ବିଗ୍ଭର କରି ସାରିଛି। ଆମ୍ଭର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହୁଅ। ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୟତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ଦ୍ୱାରା ତା’ର ପାପର ଶରୀର ନଷ୍ଟ ହୋଇଯିବ। ତା’ହେଲେ ତା’ର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇ ପାରିବ। ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।” ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବାଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭେମାନେ ସେହି ଖମୀରଶୂନ୍ୟ ନିସ୍ତାରପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାରପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହୋଇ ଯାଇଛନ୍ତି। ଅତଏବ, ଆସ ଆମ୍ଭେମାନେ ନିସ୍ତାରପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସେହି ପୁରୁଣା ଖମୀରଯୁକ୍ତ ରୋଟୀ ନୁହେଁ। ସେହି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସେହି ରୋଟୀ ଖାଇବା ଯେଉଁଥିରେ ଖମୀର ମିଶା ହୋଇ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ୟର ରୋଟୀ। ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ, ତୁମ୍ଭେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ। କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ। ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ। ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି, ସେମାନଙ୍କ ବିଗ୍ଭର କରିବା ଉଚିତ୍ ନୁହେଁ। ପରମେଶ୍ୱର ସେମାନଙ୍କର ବିଗ୍ଭର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ତୁମ୍ଭେ ସେମାନଙ୍କର ବିଗ୍ଭର କର। ଶାସ୍ତ୍ର କୁହେ “ତୁମ୍ଭେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।” ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା’ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା’ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି। ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ। ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। *** ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି। ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରିବେ। ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା’ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।” ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ। ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ। ବିବାହ ବିଷୟରେ ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ର ସ୍ତ୍ରୀର ଅଧିକାର ଅଛି। ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା’ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା’ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି। ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା’ହେଲେ ଭଲ। କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା’ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ। ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ’ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି। ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା’ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ। ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା’ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ। ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା’ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା’ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା’ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି। ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା’ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି। ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ। ପରମେଶ୍ୱରଙ୍କ ଆହ୍ୱାନ ଅନୁସାରେ ଜୀବନଯାପନ କର ପ୍ରଭୁ ତୁମକୁ ଆହ୍ୱାନ କଲାବେଳେ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ଗ୍ଭଳନା ଦେଉଛନ୍ତି, ପ୍ରତ୍ୟେକ ଲୋକ ସେହିଭଳି ଜୀବନଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦେଶ ଦିଏ। ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା’ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ। ଜଣେ ସୁନ୍ନତ ହୋଇଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ୱରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ। ପରମେଶ୍ୱର ଆହ୍ୱାନ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲ, ସେ ସେଭଳି ଥାଉ। ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର। କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ। ପରମେଶ୍ୱର ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ୟମାନଙ୍କ କ୍ରୀତଦାସ ହୁଅ ନାହିଁ। ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ! ଆହ୍ୱାନ ହେଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ପରମେଶ୍ୱରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସେହିପରି କାର୍ଯ୍ୟ କରୁ। ବିବାହ କରିବା ବିଷୟକ ପ୍ରଶ୍ନ ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି। ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ। ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ। ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ। କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା’ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ। ସେ ତା’ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର। ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ। କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି। ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍। ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା’ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି। ମୂର୍ତ୍ତିଠାରେ ଉତ୍ସର୍ଗ ହୋଇଥିବା ପ୍ରସାଦ ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ। କିନ୍ତୁ ପ୍ରେମ ଅନ୍ୟମାନଙ୍କୁ ବଳିଷ୍ଠ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା’ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍। କିନ୍ତୁ ଯିଏ ପରମେଶ୍ୱରଙ୍କୁ ପ୍ରେମ କରେ, ପରମେଶ୍ୱର ତାହାର ପରିଚୟ ନିଅନ୍ତି। ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ଆକାଶ ବା ପୃଥିବୀରେ ଅନେକଗୁଡ଼ିଏ ତଥା-କଥିତ ଦେବତା ଥାଇ ପାରନ୍ତି (ଲୋକେ ଅନେକ ବସ୍ତୁକୁ “ଦେବଗଣ” ଓ “ପ୍ରଭୁଗଣ” ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।) କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି। କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି। ଖାଦ୍ୟ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ୱାରା ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ୱାରା ଆମ୍ଭର କିଛି ଲାଭ ମଧ୍ୟ ହୁଏ ନାହିଁ। କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ। ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ। ଅତଏବ ସେହି ଦୁର୍ବଳ ବିଶ୍ୱାସୀ ଯାହା ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାଣତ୍ୟାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାୟୀ ହେବ। ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ। ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା’ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ। ଅଧିକାର ଯାହା ପାଉଲ ବ୍ୟବହାର କଲେ ନାହିଁ ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ। ଅନ୍ୟମାନେ ମୋତେ ପ୍ରେରିତ ବୋଲି ଗ୍ରହଣ ନ କରି ପାରନ୍ତି, କିନ୍ତୁ ତୁମ୍ଭେମାନେ ମୋତେ ପ୍ରେରିତ ବୋଲି ନିଶ୍ଚିତ ଭାବରେ ଗ୍ରହଣ କରୁଛ। ମୁଁ ଯେ ପ୍ରଭୁଙ୍କର ଜଣେ ପ୍ରେରିତ, ତୁମ୍ଭେମାନେ ଏଥିର ପ୍ରମାଣ ଅଟ। କେତେକ ମୋର ବିଗ୍ଭର କରିବାକୁ ଇଚ୍ଛା କରନ୍ତି। ସେମାନଙ୍କ ପାଇଁ ମୋର ଉତ୍ତର ଏହି ଯେ, ଆମ୍ଭର ଖାଇବା ଓ ପିଇବା ପାଇଁ କ’ଣ ଅଧିକାର ନାହିଁ? ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି। ଆଉ କେବଳ ବର୍ଣ୍ଣ‌ବ୍‌‌‌‌ବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ? ସେନାବାହିନୀରେ କୌଣସି ସୈନିକ କ’ଣ ନିଜ ଖର୍ଚ୍ଚରେ ଯୁଦ୍ଧ କରେ? କୌଣସି ଲୋକ କ’ଣ ଅଙ୍ଗୁର ବଗିଗ୍ଭ ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମେଷପାଳନ କରି ନିଜ ପାଇଁ ମେଷଦୁଧ ନିଏ ନାହିଁ? ଏହି କଥାଗୁଡ଼ିକ କେତେକ ମନୁଷ୍ୟର ଚିନ୍ତାଧାରା ନୁହେଁ ମାତ୍ର ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟ ସେହି କଥା କୁହେ। ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି: “ଖଳାରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ।” ପରମେଶ୍ୱର ଏହା କ’ଣ କେବଳ ବଳଦଙ୍କ ବିଷୟରେ କହିଲେ? ନା। ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି। ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭେ ଆତ୍ମିକ ବୀଜ ବୁଣିଅଛୁ, ତେଣୁ ଜୀବିକା ନିର୍ବାହ ପାଇଁ ତୁମ୍ଭ ପାର୍ଥିବ ଧନରୁ କିଛି ପାଇବାକୁ କ’ଣ ଆମ୍ଭର ଅଧିକାର ନାହିଁ? ଏହା ଆମ୍ଭର ପ୍ରାପ୍ୟ। ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ। ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି। ସେହି ପ୍ରକାର ପ୍ରଭୁ ଆଜ୍ଞା ଦେଇଛନ୍ତି। ଯେ ସୁସମାଗ୍ଭର ଗ୍ରହଣ କରୁଥିବା ଲୋକମାନେ ସୁସମାଗ୍ଭର ପ୍ରଗ୍ଭରକମାନଙ୍କର ପ୍ରତି ପୋଷଣର ଦାୟିତ୍ୱ ନେବେ। କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ୟ କେବେ ହେଲେ ପ୍ରୟୋଗ କରି ନାହିଁ। ମୁଁ ମଧ୍ୟ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ୟରେ ମୁଁ ଏହା ଲେଖି ନାହିଁ। କେହି ମୋହର ଏହି ଗର୍ବର ଅଧିକାର ମୋ’ଠାରୁ ଛଡ଼ାଇ ନେଇଗଲେ ବରଂ ମୋର ମରିଯିବା ଭଲ। ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ମୋର ଗର୍ବ କରିବା କିଛି ନାହିଁ। ଏହା ମୋହର କର୍ତ୍ତବ୍ୟ। ମୁଁ ଯଦି ସୁସମାଗ୍ଭର ପ୍ରଗ୍ଭର ନ କରିବି, ତେବେ ମୋ’ ଜୀବନ ଧିକ୍। ତା’ପରେ ମଧ୍ୟ ଯଦି ମୁଁ ସ୍ୱେଚ୍ଛାରେ ସୁସମାଗ୍ଭର ପ୍ରଗ୍ଭର କରୁଛି, ତେବେ ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ୟ। କିନ୍ତୁ ତାହା ତ ନୁହେଁ। ସୁସମାଗ୍ଭର ପ୍ରଗ୍ଭର ପାଇଁ ମୁଁ ବାଧ୍ୟ। ପ୍ରଭୁ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, କେବଳ ତାହା ମୁଁ ସମ୍ପାଦନ କରୁଛି। ତା’ହେଲେ ମୋର ପୁରସ୍କାର କ’ଣ? ମୋର ପୁରସ୍କାର ଏହା ଯେ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୁଁ ମୁକ୍ତ ଭାବରେ ସୁସମାଗ୍ଭରକୁ ଦେଇ ପାରିବି? ଏହିପରି ସୁସମାଗ୍ଭର ପ୍ରଗ୍ଭର ପାଇଁ ଯେଉଁ ପ୍ରାପ୍ୟ ମୋର ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ। ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି। ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି। ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ୟବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପାରେ, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥା ବିହୀନ ଲୋକପରି ହେଲି। ଯେଉଁମାନେ ଦୁର୍ବଳ ସେହି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ୟ ଦୂର୍ବଳ ହେଲି। ଯେହେତୁ ଯେଉଁ ଉପାୟରେ ହେଉ ପଛେ ମୁଁ ଯେପରି ଅନେକ ଲୋକଙ୍କୁ ଉଦ୍ଧାର କରି ପାରିବି ସେଥିପାଇଁ ପ୍ରତ୍ୟେକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସେହି ପ୍ରକାରର ହେଲି। ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ। ତୁମ୍ଭେମାନେ ଜାଣ ଯେ, ଦୌଡ଼ ପ୍ରତିଯୋଗିତାରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭେମାନେ ଯେପରି ଜିତିବ, ସେପ୍ରକାର ଦୌଡ଼। ଖେଳରେ ପ୍ରତ୍ୟେକ ପ୍ରତି ଯୋଗୀକୁ କଠୋର ପ୍ରଶିକ୍ଷଣ ନେବାକୁ ହୁଏ। ସେମାନେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାୟୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ। ସେଥିପାଇଁ ମୁଁ ଏକ ଲକ୍ଷ୍ୟରେ ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ମୁଁ ମୁଷ୍ଟି ଯୁଦ୍ଧ କଲାପରି ଯୁଦ୍ଧ କରୁଛି, ବାୟୁ ସଙ୍ଗେ ଯୁଦ୍ଧ କରୁ ନାହିଁ। ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି। ଯିହୂଦୀମାନଙ୍କ ଭଳି ହୁଅ ନାହିଁ ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମୋଶାଙ୍କୁ ଅନୁସରଣ କରିଥିଲେ) କ’ଣ ହେଲା ତାହା ତୁମ୍ଭେମାନେ ଜାଣି ରଖ। ପରମେଶ୍ୱର ସେମାନଙ୍କୁ ମେଘ ସ୍ତମ୍ଭ ଦ୍ୱାରା ସୁଫ ସାଗରକୁ ପାର କରାଇଥିଲେ। ସେମାନେ ମେଘ ଓ ସମୁଦ୍ରରେ ମୋଶାଙ୍କ ଅନୁଗାମୀ ଭାବେ ଡୁବିତ ହୋଇଥିଲେ। ସେମାନେ ଏକମାତ୍ର ଆଧ୍ୟାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ। ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସେମାନେ ସେହି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସେହି ପଥର ଖ୍ରୀଷ୍ଟ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ଅଧିକଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ନ ଥିଲେ। ସେଥିପାଇଁ ସେମାନେ ମରୁ ପ୍ରାନ୍ତରରେ ମରିଗଲେ। ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ। ସେମାନଙ୍କ ଭିତରେ କେତେକଙ୍କ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁହେ: “ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।” ସେମାନଙ୍କ ଭିତରୁ ଯେପରି କେତେକ ଯୌନଗତ ପାପ କଲେ, ଆମ୍ଭେ ସେଭଳି କେବେ କରିବା ନାହିଁ। ସେମାନେ ପାପ କରିଥିବା ହେତୁରୁ ସେମାନଙ୍କ ଭିତରୁ 23,000 ଲୋକ ଗୋଟିଏ ଦିନରେ ମରିଗଲେ। ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ। ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ)ଙ୍କ ହାତରେ ମଲେ। ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି। ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ। କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ। ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର। ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି? ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ୱ ଅଛି। ଏବଂ ମୁଁ ଏହା ମଧ୍ୟ କହୁ ନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୋ’ କହିବା କଥା ଯେ, ତୁମ୍ଭେମାନେ ଭୂତମାନଙ୍କ ସହିତ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ ନ କର। କିନ୍ତୁ ମୁଁ କୁହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାଯାଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ୱରଙ୍କରୁ ନୁହେଁ। ଏବଂ ମୁଁ ଗ୍ଭହେଁ ତୁମ୍ଭେମାନେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ। ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ। ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା! ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍। ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।” ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା’ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍। ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ। ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର। ଅଧୀନରେ ରହିବା ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭେମାନେ ମୋତେ ସମସ୍ତ ବିଷୟରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦେଇଥିଲି ସେ ଗୁଡ଼ିକୁ ସ୍ମରଣରେ ରଖି ପାଳନ କରୁଛ। ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ: ପ୍ରତ୍ୟେକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ୱର। ଯେକୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍‌‌ବାଣୀ କହେ, ସେ ନିଜ ମସ୍ତକର ଅପମାନ କରେ। ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍‌‌ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍‌‌ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ ନାହିଁ, ତା’ହେଲେ ଏହା ସେ ମସ୍ତକର କେଶ କାଟିପକାଇବା ସଙ୍ଗେ ସମାନ। ମାତ୍ର କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ, ତେଣୁ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍। କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଅଟେ। ପୁରୁଷ ସ୍ତ୍ରୀଠାରୁ ଆସି ନାହିଁ। ସ୍ତ୍ରୀ ପୁରୁଷଠାରୁ ଆସିଛି। ପୁରୁଷ ସ୍ତ୍ରୀ ପାଇଁ ସୃଷ୍ଟି ହୋଇ ନ ଥିଲା; ବରଂ ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହୋଇଥିଲା। ଜଣେ ସ୍ତ୍ରୀ ଅଧୀନତାର ଚିହ୍ନ ସ୍ୱରୂପେ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ୍। ସ୍ୱର୍ଗଦୂତମାନଙ୍କ ଲାଗି ମଧ୍ୟ ସେ ଏହା କରିବା ଉଚିତ୍। କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ, ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ, ଓ ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ, ଯେପରି ପୁରୁଷଠାରୁ ସ୍ତ୍ରୀ ଆସିଛି, ସେହିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତରେ ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା କ’ଣ ଉଚିତ୍ କି? ଏହା ତୁମ୍ଭେମାନେ ନିଜେ ନିର୍ଣ୍ଣୟ କର। ପ୍ରକୃତି କ’ଣ ତୁମ୍ଭକୁ ଶିକ୍ଷା ଦେଇ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା? କିନ୍ତୁ ଯଦି ଜଣେ ସ୍ତ୍ରୀର ଲମ୍ବା ବାଳ ଅଛି, ଏହା ତା’ ପାଇଁ ଗୌରବର ବିଷୟ। ମସ୍ତକ ଆଚ୍ଛାଦନ କରିବା ପାଇଁ ସ୍ତ୍ରୀକୁ ଦୀର୍ଘ କେଶ ପ୍ରଦାନ କରାଯାଇଛି। ଯଦି କିଏ ଏହି ବିଷୟରେ ଯୁକ୍ତିତର୍କ କରିବା ପାଇଁ ଇଚ୍ଛା କରେ, ତେବେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ଯ୍ୟକଳାପଠାରୁ ଆମ୍ଭେ ବା ପରମେଶ୍ୱରଙ୍କ ମଣ୍ଡଳୀ ସ୍ୱୀକୃତ ଦେବ ନାହିଁ। ପ୍ରଭୁଭୋଜ ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ। ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ ପାଳନ କରି ନ ଥାଅ। କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ। ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ। ତା’ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ: “ଏହା ତୁମ୍ଭମାନଙ୍କ ନିମନ୍ତେ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର।” ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।” ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ। ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା’ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା’ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି। ଅତଏବ, ହେ ଭାଇ ଓ ଭଉଣୀମାନେ ଯେତେବେଳେ ଭୋଜନ କରିବା ପାଇଁ ତୁମ୍ଭେମାନେ ଏକାଠି ଆସିଛ, ପରସ୍ପର ଏକଆରେକ ଲାଗି ଅପେକ୍ଷା କର। ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି। ପବିତ୍ରଆତ୍ମାଙ୍କଠାରୁ ଦାନ ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି। ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା। ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ। ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି। ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି। ଖ୍ରୀଷ୍ଟଙ୍କର ଶରୀର ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି। ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନେକ ଗୁଡ଼ିଏ ଅଙ୍ଗ ଦ୍ୱାରା ନିର୍ମିତ। ଯଦି ଗୋଡ଼ କୁହେ: “ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? କାନ କହିପାରେ: “ମୁଁ ଆଖି ନୁହେଁ, ଅତଏବ ମୋର ଶରୀରର ଅଙ୍ଗ ନୁହେଁ,” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା’ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରର ଅଙ୍ଗ କେବଳ ସେହି ଗୋଟିଏ ଅଙ୍ଗ ମାତ୍ର ହୋଇଥା’ନ୍ତା ତା’ହେଲେ ଶରୀର ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଯେପରି ଠିକ୍ ମନେ କଲେ ପ୍ରତ୍ୟେକ ଅଙ୍ଗକୁ ଶରୀରରେ ସେହିଭଳି ସ୍ଥାନ ଦେଲେ। *** ତେଣୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଗୋଟିଏ। ଆଖି ହାତକୁ କେବେ ହେଲେ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ସେହିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ବରଂ ଅନ୍ୟ ପକ୍ଷରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧହୁଏ, ସେହିସବୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଗ୍ଭହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ଧ୍ୟାନ ଦେଉ। ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି। ଆମ୍ଭର ଶରୀରରେ ଯେପରି କୌଣସି ବିଭେଦ ନ ହେଉ, ସେହି ଦୃଷ୍ଟିରୁ ପରମେଶ୍ୱର ଏପରି କରିଛନ୍ତି। ଦେହର ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ୱର ଇଚ୍ଛା କଲେ। ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା’ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କଷ୍ଟ ପା’ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହୋଇ ଆନନ୍ଦ କରନ୍ତି। ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ। ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍‌‌ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା’ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା’ପରେ ପରୋପକାରୀଙ୍କୁ ତା’ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା’ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି। ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍‌‌ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍ । ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି। ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ’ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ। ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ’ଠାରେ ପ୍ରେମ ନାହିଁ, ତା’ହେଲେ ମୁଁ କିଛି ନୁହେଁ। ଯଦି ମୁଁ ମୋର ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦେଇପାରେ, ବା ନିଜ ଶରୀରକୁ ଦଗ୍ଧ ହେବା ପାଇଁ ସମର୍ପଣ କରି ଦେଇପାରେ, ମାତ୍ର ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ପାଇବି ନାହିଁ। ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ ଦୟାବାନ। ପ୍ରେମରେ ଈର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ। ପ୍ରେମ ଅନୁଚିତ୍ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ। ସହଜରେ ବିରକ୍ତ ହୁଏ ନାହିଁ। ପ୍ରେମ କେବେ ହେଲେ ତା’ ପ୍ରତି ହୋଇଥିବା ଅପକାରକୁ ମନରଖେ ନାହିଁ। ସେ ଅଧର୍ମରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ୟରେ ଆନନ୍ଦ କରେ। ପ୍ରେମ ସମସ୍ତ ବିଷୟ ସହ୍ୟ କରେ। ପ୍ରେମ ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ, ସବୁ ବିଷୟରେ ଧୈର୍ଯ୍ୟ ଧରି ରହେ। ପ୍ରେମ କଦାପି ଶେଷ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହେବ, ଅନେକ ଭାଷା କହିବା ଶକ୍ତି ବନ୍ଦ ହୋଇଯିବ; ଯଦି ଜ୍ଞାନ ଥାଏ ତାହା ଲୋପ ହେବ। କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ୟଦ୍‌‌ବାଣୀ ଆଂଶିକ ହେବାରୁ ଏହା ଲୋପ ହେବ। କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହେବ। ମୁଁ ଯେତେବେଳେ ଶିଶୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଗ୍ଭର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତେବେଳେ ମୁଁ ବୟସ୍କ ହେଲି, ମୁଁ ସେହି ଶିଶୁ ବେଳର କଥାଗୁଡ଼ିକୁ ଛାଡ଼ି ଦେଲି। ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି। ଅତଏବ ବିଶ୍ୱାସ, ଭରସା ଓ ପ୍ରେମ ସ୍ଥାୟୀ ଅଟେ। ଉକ୍ତ ତିନୋଟି ମଧ୍ୟରୁ ପ୍ରେମ ହେଉଛି ସର୍ବୋତ୍କୃଷ୍ଟ। ଆଧ୍ୟାତ୍ମିକ ଦାନଗୁଡ଼ିକୁ ମଣ୍ଡଳୀ ସେବାର ଲଗାଅ ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର। ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା’କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ। କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ। ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ। ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ। ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖରେ ଅନ୍ୟଭାଷାରେ କଥା କହେ, ତା’ହେଲେ ତୁମ୍ଭର ବା କ’ଣ ଲାଭ ହେବ? କେବଳ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ଯ୍ୟ ବା କିଛି ଭବିଷ୍ୟଦ୍‌‌ବାଣୀ ବା କିଛି ଉପଦେଶର କଥା କୁହେ ତେବେ ତୁମ୍ଭମାନଙ୍କର ପ୍ରକୃତରେ ଲାଭ ହେବ। ଅନ୍ୟଥା ମୋର କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ୱନି ତୁଲ୍ୟ ହେବ। ଯଦି କୌଣସି ବାଦ୍ୟଯନ୍ତ୍ରର ସ୍ୱରଗୁଡ଼ିକରେ ପାର୍ଥକ୍ୟ ନ ରହିବ, ତା’ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ’ଣ ବାଜୁଅଛି? ଯୁଦ୍ଧରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା’ହେଲେ ସୈନିକଗଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଜାଣି ପାରିବେ ନାହିଁ। ସେହିଭଳି ତୁମ୍ଭେମାନେ ଜିହ୍ୱା ଦ୍ୱାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା’ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନରେ କଥା କହିଲାପରି ହେବ। ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ। ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା’ହେଲେ ସେହି କଥା ମୋତେ ଅ‌ଦ୍‌ଭୂତ ମନେ ହେବ। ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର। ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା’ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ। ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି। ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। ଶାସ୍ତ୍ରରେ ଲେଖାଅଛି: “ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।” ଏହା ପରମେଶ୍ୱର କହନ୍ତି ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା’ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ। ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍ ତା’ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ। ଯଦି କିଏ ଅନ୍ୟ ଭାଷାରେ କହୁଛି, ତା’ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା’ର ଅନୁବାଦ କରିବା ଉଚିତ୍। କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା’ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍। ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା’ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍। ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ। ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍‌‌ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି। ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି। ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍। ଯଦି ସ୍ତ୍ରୀମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା’ହେଲେ ସେମାନେ ନିଜ ସ୍ୱାମୀଙ୍କୁ ଘରେ ପଗ୍ଭରି ବୁଝି ପାରିବେ। ମଣ୍ଡଳୀ ସଭାରେ ସ୍ତ୍ରୀଲୋକମାନଙ୍କ ପଛେ କିଛି କହିବା ଲଜ୍ଜାଜନକ ଅଟେ। ପରମେଶ୍ୱରଙ୍କ ବାକ୍ୟ କ’ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି? ନା। ଅଥବା ସେହି ବାକ୍ୟ କ’ଣ କେବଳ ତୁମ୍ଭମାନଙ୍କ ପାଖରେ ପହଞ୍ଚିଥିଲା? ନା। ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା’ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ। ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ୱରଙ୍କ ଦ୍ୱାରା ଅଜଣା ଅଟେ। ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍‌‌ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍। ଖ୍ରୀଷ୍ଟଙ୍କର ସୁସମାଗ୍ଭର ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ। ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ। ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ। ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। ସେ କେଫାଙ୍କୁ ଓ ତା’ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ। ତା’ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି। ତା’ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ। ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ। ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି। ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ। ଆମ୍ଭେ ମୃତ୍ୟୁରୁ ପୁନର୍ଜୀବିତ ହେବା ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇଥିଲେ, ଏହା ପ୍ରଗ୍ଭରିତ ହୋଇଛି, ତା’ହେଲେ ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇପାରିବେ ନାହିଁ। ଯଦି ଲୋକମାନେ ମୃତ୍ୟୁରୁ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇ ନାହାନ୍ତି, ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇ ନାହାନ୍ତି, ତା’ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ୱାସର କିଛି ମୂଲ୍ୟ ନାହିଁ। ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉ‌ତ୍‌‌ଥିତ ନ ହୁଅନ୍ତି, ତା’ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି। ଯଦି ମୃତମାନେ ଉ‌ତ୍‌‌ଥିତ ହୁଅନ୍ତି ନାହିଁ, ତା’ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉ‌ତ୍‌‌ଥିତ ହୋଇ ନାହାନ୍ତି। ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି, ତା’ହେଲେ ତୁମ୍ଭ ବିଶ୍ୱାସର କିଛି ମୂଲ୍ୟ ନାହିଁ। ତୁମ୍ଭେମାନେ ଏ ପର୍ଯ୍ୟନ୍ତ ନିଜ ନିଜ ପାପରେ ଅଛ। ପୁଣି ଖ୍ରୀଷ୍ଟଙ୍କଠାରେ ଥାଉ ଯେଉଁମାନେ ମରିଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇ ଯାଇ ଅଛନ୍ତି। ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା’ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ। କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉ‌ତ୍‌‌ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉ‌ତ୍‌‌ଥିତ ପ୍ରଥମ ଫଳ ସ୍ୱରୂପ। ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁ‌ତ୍‌‌ଥାନ ହେଲା। ଆଦମ ଯୋଗୁଁ ସମସ୍ତ ଲୋକ ମୃତ୍ୟୁ ଭୋଗ କରନ୍ତି, ସେହିଭଳି ଖ୍ରୀଷ୍ଟଙ୍କ ଯୋଗୁଁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହେବେ। କିନ୍ତୁ ପ୍ରତ୍ୟେକ ଲୋକ କ୍ରମାନୁସାରେ ପୁନଃ ଜୀବିତ ହେବେ। ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ ତା’ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁ‌ତ୍‌‌ଥିତ ହେବେ। ତା’ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ। କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ। ଶେଷ ଶତ୍ରୁ ଭାବରେ ମୃତ୍ୟୁକୁ ଲୋପ କରାଯିବ। ଶାସ୍ତ୍ର କୁହେ: “ପରମେଶ୍ୱର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି।” ଯେତେବେଳେ ଏହା କୁହେ ଯେ, ସେ “ସମସ୍ତ ବିଷୟ” ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ୱର ନିଜେ ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସେହିସବୁରେ ପରମେଶ୍ୱର ଅନ୍ତର୍ଗତ ନୁହନ୍ତି। ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ। ଯଦି ଲୋକମାନେ ମୃତ୍ୟୁରୁ ଆଦୌ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହୋଇଛନ୍ତି, ସେମାନେ କ’ଣ କରିବେ? ଯଦି ମୃତମାନେ ଆଦୌ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ କାହିଁକି ସେମାନଙ୍କ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ? ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ? ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମରେ। ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା’ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉ‌ତ୍‌‌ଥିତ ହେବ ନାହିଁ, ତା’ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।” ମୂର୍ଖଙ୍କ ଭଳି ଆଚରଣ କର ନାହିଁ। “ମନ୍ଦ ସଙ୍ଗୀମାନେ ଭଲ ଅଭ୍ୟାସଗୁଡ଼ିକୁ ନଷ୍ଟ କରିଦେବେ।” ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏ କଥା ମୁଁ କହୁଛି। ଆମ୍ଭେ କେଉଁ ପ୍ରକାର ଶରୀର ପାଇବା? କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉ‌ତ୍‌‌ଥିତ ହୁଅନ୍ତି? ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ। ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି। ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର। ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା। ମୃତମାନଙ୍କର ଉ‌ତ୍‌‌ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ। ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉ‌ତ୍‌‌ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉ‌ତ୍‌‌ଥିତ ହୁଏ। ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉ‌ତ୍‌‌ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା। ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ। ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ। ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା। ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ। କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉ‌ତ୍‌‌ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ। “ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା” ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି” ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି। ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର। ଅନ୍ୟ ବିଶ୍ୱାସୀମାନଙ୍କ ଲାଗି ଦାନ ସଂଗ୍ରହ ବର୍ତ୍ତମାନ ପରମେଶ୍ୱରଙ୍କ ଲୋକମାନଙ୍କର ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ ବିଷୟରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସମ୍ପର୍କ ଦେଇ ଥିବା ନିର୍ଦ୍ଦେଶମାନ ତୁମ୍ଭେମାନେ ଅବଶ୍ୟ ପାଳନ କରିବା ଉଚିତ୍। ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ। ସେଠାରେ ପହଞ୍ଚିଲା ପରେ, ତୁମ୍ଭେମାନେ ଯେଉଁ ବ୍ୟକ୍ତିମାନଙ୍କୁ ବାଛିବ, ମୁଁ ସେମାନଙ୍କର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ଯିରୁଶାଲମକୁ ପଠାଇ ଦେବି। ଯଦି ମୋର ମଧ୍ୟ ଯିବାର ହୁଏ ସେମାନେ ମଧ୍ୟ ମୋ’ ସହିତ ଯିବେ। ପାଉଲଙ୍କ ଯୋଜନା ମୋର ମାକିଦନିଆ ବାଟ ଦେଇ ଯିବା କାର୍ଯ୍ୟକ୍ରମ ଅଛି। ମାକିଦନିଆ ବାଟ ଦେଇ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି। ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା’ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ। ମୁଁ ଏବେ ତୁମ୍ଭମାନଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ। କିନ୍ତୁ ମୁଁ ଏଫିସ ନଗରଠାରେ ପେଣ୍ଟିକଷ୍ଟ ପର୍ବ ପର୍ଯ୍ୟନ୍ତ ରହିବି। କାରଣ ସେଠାରେ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ’ ପାଇଁ ଏକ ମହାନ୍ ସୁଯୋଗର ଦ୍ୱାର ଖୋଲା ହୋଇଛି। ସେଠାରେ ମୋର ଅନେକ ବିପକ୍ଷ ମଧ୍ୟ ଅଛନ୍ତି। ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି। ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି। ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ। ପାଉଲଙ୍କ ପତ୍ରର ଶେଷ ଅଂଶ ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର। *** ତୁମ୍ଭେମାନେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସେମାନେ ଆଖାୟା ଦେଶର ପ୍ରଥମ ବିଶ୍ୱାସୀ ଥିଲେ। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ଯେ ତୁମ୍ଭେମାନେ, ଏହି ପ୍ରକାର ଲୋକ ଓ ସେମାନଙ୍କ ସହିତ ପରମେଶ୍ୱରଙ୍କ ପାଇଁ ପରିଶ୍ରମ କରି ସେବା କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ। ମୁଁ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ଆନନ୍ଦ କରୁଛି। କାରଣ ମୋ’ ପାଇଁ ଯାହା ତୁମ୍ଭେମାନେ କରି ପାରି ନାହଁ, ତାହା ସେମାନେ କରି ପାରିଲେ। ସେମାନେ ମୋ’ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭେମାନେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍। ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ୱିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମରେ ଅନେକ ଅଭିବାଦନ ପଠାନ୍ତି। ତାହାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ୟ ଅଭିବାଦନ ଜଣାଏ। ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତେବେଳେ ତୁମ୍ଭେମାନେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦେଇ ଅଭିବାଦନ ଜଣାଅ। ମୁଁ ପାଉଲ, ନିଜ ହାତରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି। ଯଦି କିଏ ପ୍ରଭୁଙ୍କୁ ପ୍ରେମ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ଅନନ୍ତକାଳ ପାଇଁ ବିନଷ୍ଟ ହେବ। ମାରାନାଥା ଅର୍ଥାତ୍ ପ୍ରଭୁ ଆସୁଛନ୍ତି। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ। ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭ ସମସ୍ତଙ୍କ ପ୍ରତି ମୋର ପ୍ରେମ ଭାବ ରହିଥାଉ। ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ପାଉଲଙ୍କର ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାରେ ମୁଁ ଜଣେ ପ୍ରେରିତ ହୋଇଛି। ଆମ୍ଭ ଭାଇ ତୀମଥି ମଧ୍ୟ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି। କରିନ୍ଥୀଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ ଓ ସମଗ୍ର ଆଖାୟା ପ୍ରଦେଶର ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର। ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାନ୍ତି ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣାରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର। ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ୱନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ୟ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ୱନା ପ୍ରଦାନ କରି ପାରିବା। ଆମ୍ଭକୁ ପରମେଶ୍ୱର ଯେଉଁ ପ୍ରକାର ସାନ୍ତ୍ୱନା ଦିଅନ୍ତି, ଆମ୍ଭେ ସେହିମାନଙ୍କୁ ସେହି ପ୍ରକାର ସାନ୍ତ୍ୱନା ପ୍ରଦାନ କରି ପାରିବା। ଖ୍ରୀଷ୍ଟଙ୍କର ଅନେକ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସେହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନା ଆମ୍ଭକୁ ମିଳେ ତାହାର ସୀମା ନାହିଁ। ଯଦି ଆମ୍ଭେ କଷ୍ଟରେ ରହିଛୁ, ସେଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ ଉଦ୍ଧିଷ୍ଟ। ଯଦି ଆମ୍ଭେ ସାନ୍ତ୍ୱନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭେମାନେ ଯେଉଁ ଯାତନା ସହୁ, ସେହି ଯାତନା ଧୈର୍ଯ୍ୟ ପୂର୍ବକ ସହିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତି। ତୁମ୍ଭମାନଙ୍କଠାରେ ଆମ୍ଭର ଦୃଢ଼ ଭରସା ଅଛି। ଆମ୍ଭେ ଜାଣୁ ଯେ, ତୁମ୍ଭେମାନେ ଆମ୍ଭ ଯାତନାରେ ଭାଗୀ। ଅତଏବ, ଆମ୍ଭେ ଜାଣୁ ଯେ, ସେହିଭିଳ ଆମ୍ଭମାନଙ୍କର ସାନ୍ତ୍ୱନାରେ ମଧ୍ୟ ତୁମ୍ଭର ଅଂଶ ଅଛି। ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା। ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିଯିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ୟୁରୁ ଉ‌‌ତ୍‌‌ଥିତ କରନ୍ତି ସେହି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍। ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ। ତୁମ୍ଭେମାନେ ନିଜ ପ୍ରାର୍ଥନା ଦ୍ୱାରା ଆମ୍ଭକୁ ସାହାଯ୍ୟ କରିପାର। ଅନେକେ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବେ, ଯେହେତୁ ସେମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ। ପାଉଲଙ୍କ ଯୋଜନାରେ ପରିବର୍ତ୍ତନ ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ। ତୁମ୍ଭେମାନେ ଯେଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କେବଳ ସେହି କଥାଗୁଡ଼ିକ ଆମ୍ଭେ ତୁମ୍ଭମାନଙ୍କୁ ଲେଖିଛୁ। ଯେପରିକି ତୁମ୍ଭେମାନେ ଆମ୍ଭ ବିଷୟରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭେମାନେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସେହିପରି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ। ମୋହର ଏହି ବିଶ୍ୱାସ ଥିବାରୁ ମୁଁ ପ୍ରଥମରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ୱାରା ତୁମ୍ଭେମାନେ ଦୁଇଥର ଆଶୀର୍ବାଦ ଲାଭ କରିବ। ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି। ତୁମ୍ଭେମାନେ କ’ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲାବେଳେ ମୁଁ ପ୍ରକୃତରେ ଚିନ୍ତା କରି ନ ଥିଲି? ବା ଜାଗତିକ ଜ୍ଞାନରେ କରିଥିଲି, ଯେ ଏକା ସମୟରେ “ହଁ, ହଁ” କହୁଥିବା ଓ “ନା, ନା” ମଧ୍ୟ କହୁଥିବି। କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ। ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ। କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ। କେବଳ ପରମେଶ୍ୱର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଦୃଢ଼ କରି ରଖନ୍ତି। ପରମେଶ୍ୱର ତାହାଙ୍କର ବିଶେଷ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି। ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ। ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି। ପରମେଶ୍ୱର ଏଥିର ସାକ୍ଷୀ। ମୋ’ କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭେମାନେ ବିଶ୍ୱାସରେ ଦୃଢ଼ କିନ୍ତୁ ଆମ୍ଭେମାନେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ। ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ। ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ। ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି। ମନ୍ଦ କରିଥିବା ଲୋକକୁ କ୍ଷମା ଦିଅ ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି। ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ। ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି। ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ। ତ୍ରୋୟାରେ ପାଉଲଙ୍କର ଉଦ୍‌‌ବେଗ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ। ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି। ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ? ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସେବକ ଆମ୍ଭେ କ’ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ? ଆମ୍ଭେ କ’ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନେବା ଦରକାର କି? କେତେକ ଲୋକ ଏପରି କରନ୍ତି। ତୁମ୍ଭେମାନେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟରେ ଲେଖି ହୋଇ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ। ଏହା ସ୍ପଷ୍ଟ ଯେ, ତୁମ୍ଭେମାନେ ଆମ୍ଭ ମାଧ୍ୟମରେ ଖ୍ରୀଷ୍ଟଙ୍କ ପ୍ରେରିତ ଏକ ପତ୍ର ସ୍ୱରୂପ। ଏହି ଚିଠିଟି କାଳିରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଲେଖା ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖୋଦିତ ନୁହେଁ ବରଂ ମନୁଷ୍ୟର ହୃଦୟରେ ଲିଖିତ। ଯୀଶୁ ଖ୍ରୀଷ୍ଟଙ୍କ ହେତୁ ପରମେଶ୍ୱରଙ୍କଠାରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ। ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି। ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସେବକ ହେବା ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ୟୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ। ନୂତନ ଚୁକ୍ତି ଅଧିକ ମହିମା ଆଣେ ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା। ତା’ହେଲେ ଆତ୍ମାଙ୍କର ଜୀବନଦାୟକ ସେବା କେତେ ଅଧିକ ମହିମାଯୁକ୍ତ ନ ହେବ? ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସେଭଳି ସେବାରେ ଯଦି ପ୍ରଭୁଙ୍କ ମହିମା ଅଛି; ତା’ହେଲେ ଯେଉଁ ସେବା ଲୋକମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହେବ। ପୁରାତନ ସେବାରେ ମହିମା ଥିଲା, କିନ୍ତୁ ଅଧିକ ମହିମାଯୁକ୍ତ ନୂତନ ସେବା ସହିତ ତୁଳନା କଲେ, ସେହି ପ୍ରଥମ ମହିମା କିଛି ନୁହେଁ। ଯେଉଁ ସେବା ଅଦୃଶ୍ୟ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା’ହେଲେ ଏହି ଅନନ୍ତ କାଳସ୍ଥାୟୀ ସେବା ଅତ୍ୟଧିକ ମହିମାମୟ ହେବା ସ୍ୱାଭାବିକ। ଆମ୍ଭମାନଙ୍କଠାରେ ଏହି ପ୍ରକାରର ଭରସା ରଖିଥିବା ହେତୁ ଆମ୍ଭେ ଅତି ସାହସୀ। ଆମ୍ଭେ ମୋଶାଙ୍କ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇସ୍ରାଏଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମୋଶା ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସେବାର ଅନ୍ତ ଦେଖନ୍ତୁ, ମୋଶା ଏହା ଇଚ୍ଛା କରୁ ନ ଥିଲେ। କିନ୍ତୁ ସେମାନଙ୍କର ମନଗୁଡ଼ିକ ଅବରୁଦ୍ଧ ହୋଇଯାଇଥିଲା। ଏପରିକି ଆଜି ମଧ୍ୟ ସେମାନେ ଯେତେବେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସେହି ଆବରଣଟି ଅର୍ଥକୁ ଲୁଗ୍ଭଇ ରଖେ। ସେ ଆବରଣ କଢ଼ା ଯାଇ ନାହିଁ। କେବଳ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି। କିନ୍ତୁ ଏପରି କି ଆଜି ଯେତେବେଳେ ଏହି ଲୋକମାନେ ମୋଶାଙ୍କ ନିୟମକୁ ପଢ଼ନ୍ତି, ସେହି ଆବରଣ ହେତୁ ସେମାନେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ। କିନ୍ତୁ ଜଣେ ଲୋକ ଯେତେବେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସେହି ଆବରଣଟି ବାହାର କରିଦିଆ ଯାଏ। ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠାରେ ପ୍ରଭୁଙ୍କର ଆତ୍ମା ବିଦ୍ୟମାନ, ସେହିଠାରେ ସ୍ୱାଧୀନତା ଅଛି। ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ। ମାଟିପାତ୍ର ଭିତରେ ଆଧ୍ୟାତ୍ମିକ ଧନ ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ। ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ। ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି। ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ। ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ୟା ଆମକୁ ଗ୍ଭପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନେକ ସମୟରେ କ’ଣ କରିବାକୁ ହେବ ତାହା ଆମ୍ଭେ ଜାଣି ପାରୁ ନାହୁଁ। ଆମ୍ଭେ ନିର୍ଯ୍ୟାତିତ ହେଉଛୁ, କିନ୍ତୁ ପରମେଶ୍ୱର ଆମ୍ଭକୁ ଛାଡ଼ିଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହୋଇ ନାହୁଁ। ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ। ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହେତୁ ଆମ୍ଭେ ସର୍ବଦା ମୃତ୍ୟୁ ସଙ୍କଟର ସମ୍ମୁଖୀନ ହେଉଛୁ। ଯଦ୍ଦ୍ୱାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧ୍ୟରେ ସ୍ପଷ୍ଟ ଭାବରେ ଦେଖି ପାରିବା। ଅତଏବ ଆମ୍ଭ ଭିତରେ ମୃତ୍ୟୁ ଓ ତୁମ୍ଭମାନଙ୍କ ଭିତରେ ଜୀବନ ସକ୍ରିୟ ଅଟେ। ଶାସ୍ତ୍ରରେ ଲେଖାଅଛି: “ମୁଁ ବିଶ୍ୱାସ କଲି, ଏଣୁ ସ୍ପଷ୍ଟ କହିଲି।” ଆମ୍ଭର ବିଶ୍ୱାସ ମଧ୍ୟ ସେହିଭଳି ଅଟେ। ଆମ୍ଭେ ବିଶ୍ୱାସ କରୁ, ସେଥିପାଇଁ ଆମ୍ଭେ କହୁ। କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁ‌ତ୍‌‌ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁ‌ତ୍‌‌ଥିତ କରିବେ। ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ। ବିଶ୍ୱାସରେ ଜୀବନ କାଟିବା ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ। ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା’ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ। ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ। ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି। ଆମ୍ଭେମାନେ ଏହି ଶରୀରରୁ ଦୂରକୁ ଯିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହେବାକୁ ଅଧିକ ପସନ୍ଦ କରୁ। ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ। ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ। ପରୋପକାରୀ ଲୋକେ ପରମେଶ୍ୱରଙ୍କ ମିତ୍ର ହୁଅନ୍ତି ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ। ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା’ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ। ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ। ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି। ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉ‌‌ତ୍‌‌ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ। ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ। ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି। ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି। ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ। ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ, ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା। ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। ପରମେଶ୍ୱର କହିଛନ୍ତି: “ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ। ଆମ୍ଭ କାମରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଛା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବରଂ ପରମେଶ୍ୱରଙ୍କ ସେବକ ରୂପରେ ଆମ୍ଭେମାନେ ପ୍ରତ୍ୟେକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ୟା ମଧ୍ୟରେ ଅନେକ କଠୋର ତଥା ଧୈର୍ଯ୍ୟପୂର୍ବକ ସହୁ। ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ। ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ। ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ। କେତେକ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ୟାବାଦୀ ଓ ତଥାପି ଆମ୍ଭେ ସତ୍ୟ କହୁ। ଆମ୍ଭେ ଜନପ୍ରିୟ ହୋଇ ଥିଲେ ମଧ୍ୟ କେତେକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ୟ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ। ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁକିଛି ଅଛି। ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖୋଲା ମନରେ ତୁମ୍ଭମାନଙ୍କ ସହିତ କଥା ହୋଇଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖୋଲି ଦେଇଛୁ। ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ରେମ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭେମାନେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶନ ବନ୍ଦ କରି ଦେଇଛ। ମୋ’ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ୱରୂପେ ତୁମ୍ଭେମାନେ ମଧ୍ୟ ନିଜର ହୃଦୟ ଆମ୍ଭ ପାଇଁ ସମ୍ପୂର୍ଣ୍ଣ ଭାବରେ ଖୋଲା ରଖିବା ଉଚିତ୍। ଅଣଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସତର୍କବାଣୀ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି? ଯୀଶୁ ଖ୍ରୀଷ୍ଟ ଓ ବିଲିୟାର୍ ଭିତରେ ଚୁକ୍ତି ହୋଇପାରେ କି? ଜଣେ ବିଶ୍ୱାସୀ ଓ ଜଣେ ଅବିଶ୍ୱାସୀଙ୍କ ଭିତରେ କ’ଣ କିଛି ମେଳ ହୋଇପାରେ? ପରମେଶ୍ୱରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି: “ମୁଁ ସେମାନଙ୍କ ସହିତ ରହିବି ଓ ସେମାନଙ୍କ ସହିତ ଗ୍ଭଲିବି, ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ।” “ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ, ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ, ତା’ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।” “ମୁଁ ତୁମ୍ଭମାନଙ୍କର ପିତା ହେବି ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।” ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା। ପାଉଲଙ୍କ ଆନନ୍ଦ ନିଜ ହୃଦୟରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ୍ କରି ନାହୁଁ। ଆମ୍ଭେ କାହାରି ବିଶ୍ୱାସରେ ଆଞ୍ଚ ଆଣି ନାହୁଁ, କାହାକୁ ଘୋଷଣା କରି ନାହୁଁ। ତୁମ୍ଭମାନଙ୍କୁ ନିନ୍ଦା ଦେବା ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତ। ତୁମ୍ଭମାନଙ୍କ ବିଷୟରେ ମୋର ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭେମାନେ ମୋତେ ଅଧିକ ଉତ୍ସାହ ଦେଇଥାଅ। ସେଥିପାଇଁ ସମସ୍ତ ଯାତନା ଭିତରେ ମଧ୍ୟ ମୋର ଆନନ୍ଦ କହିଲେ ନ ସରେ। ଯେତେବେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତେବେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଗ୍ଭରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧ୍ୟରେ ଆମ୍ଭେ ଥିଲୁ। କିନ୍ତୁ ଯେଉଁ ପରମେଶ୍ୱର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ୱନା ଦିଅନ୍ତି, ସେ ତୀତସଙ୍କର ଆଗମନ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ସାନ୍ତ୍ୱନା ପ୍ରଦାନ କଲେ। ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି। ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସେହି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦେଲା ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦେଲା। ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ। କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ୱାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହେବା ଆବଶ୍ୟକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ୟୁ ଆଣିଥାଏ। ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍‌‌ଯୋଗୀ କରିଛି। ତୁମ୍ଭେମାନେ ଭୁ‌ଲ୍‌ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ। ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି। ଏହି କାରଣରୁ ଆମ୍ଭେ ଆଶ୍ୱସ୍ତ ଥିଲୁ। ତୁମ୍ଭେମାନେ ତୀତସଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ତୀତସ ଖୁସୀ ଥିଲେ, ସେଥିପାଇଁ ଆମ୍ଭେମାନେ ମଧ୍ୟ ଅଧିକ ଆନନ୍ଦିତ ହେଲୁ। ତୁମ୍ଭମାନଙ୍କ ବିଷୟରେ ମୁଁ ତାହାଙ୍କୁ ଯେଉଁ ବଡ଼ବଡ଼ କଥା କହିଥିଲି, ସେଥିପାଇଁ ମୁଁ ଲଜ୍ଜା ପାଇ ନାହିଁ। ମାତ୍ର ଆମ୍ଭେ ଯେଉଁ ପ୍ରତ୍ୟେକ କଥା ତୁମ୍ଭମାନଙ୍କୁ କହିଥିଲୁ ତାହା ସତ୍ୟ ବୋଲି ତୁମ୍ଭେମାନେ ପ୍ରମାଣିତ କଲ। ଆଉ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ତୀତସଙ୍କଠାରେ କରିଥିବା ଗର୍ବୋକ୍ତିଗୁଡ଼ିକ ମଧ୍ୟ ସତ୍ୟ। ତୁମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭେମାନେ ସମସ୍ତେ ସମ୍ମାନ ଓ ଭୟ ସହକାରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ୟଗ୍ର ଥିଲ ଓ କିପରି ତାହାଙ୍କୁ ପାଛୋଟି ନେଇଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ରେମ ଅଧିକ ହେଲା। ମୁଁ ତୁମ୍ଭମାନଙ୍କ ଉପରେ ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅଟେ। ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ। ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ। ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ। ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା’ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା’ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। ଶାସ୍ତ୍ରରେ ମଧ୍ୟ ଲେଖାଅଛି: “ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ, ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” ତୀତସ ଓ ତାଙ୍କର ସଙ୍ଗୀମାନେ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି। ଆମ୍ଭର ଅନୁରୋଧକୁ ତୀତସ ଗ୍ରହଣ କରିଛନ୍ତି। ସେ ମଧ୍ୟ ତୁମ୍ଭମାନଙ୍କ ପାଖକୁ ଯିବାକୁ ବ୍ୟଗ୍ର ଥିଲେ, ଓ ସ୍ୱଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ନିମନ୍ତେ ଏଠାରୁ ଯାଉଛନ୍ତି। ତାଙ୍କ ସହିତ ଆମ୍ଭେ ସମସ୍ତ ମଣ୍ଡଳୀଗୁଡ଼ିକରେ ସୁସମାଗ୍ଭର ପ୍ରଗ୍ଭର କାର୍ଯ୍ୟରେ ସୁନାମ ଥିବା ଜଣେ ଭାଇଙ୍କୁ ମଧ୍ୟ ପଠାଉଛୁ। ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ। ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା’ ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟରେ ଆମ୍ଭେ ସାବଧାନ ଅଛୁ। ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ। ସେମାନଙ୍କ ସହିତ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଆଉ ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନେକ ଘଟଣାରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନରେ ଅସୀମ ବିଶ୍ୱାସ ଥିବାରୁ, ସେ ଅଧିକ ସାହାଯ୍ୟ କରିବା ପାଇଁ ଉତ୍ସାହିତ ଅଛନ୍ତି। ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ। ତୁମ୍ଭମାନଙ୍କ ଭିତରେ ଯେ ପ୍ରକୃତରେ ପ୍ରେମ ଅଛି ଏହା ଦେଖାଅ ଓ ତୁମ୍ଭମାନଙ୍କ ପାଇଁ ଆମ୍ଭେ କାହିଁକି ଏତେ ଗର୍ବ ଅନୁଭବ କରୁ, ତାହା ସେମାନଙ୍କୁ ପ୍ରମାଣ କରି ଦେଖାଅ। ତା’ହେଲେ ସମଗ୍ର ମଣ୍ଡଳୀ ଏହା ଦେଖି ପାରିବେ। ଖ୍ରୀଷ୍ଟିୟାନମାନଙ୍କ ଦାନ ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ। ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। ଶାସ୍ତ୍ରରେ ଏହା ଲେଖା ଅଛି: “ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ ତା’ର ଦୟା ସର୍ବଦା ପାଇଁ ରହି ଥାଏ।” ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ। ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ପାଉଲ ନିଜ ସେବାକାର୍ଯ୍ୟର ପକ୍ଷସମର୍ଥନ କଲେ ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ। ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତେବେଳେ ସେଭଳି ସାହସିକତା ଦେଖାଇବାକୁ ମୋ’ ଉପରେ ଗ୍ଭପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସେମାନଙ୍କ ପ୍ରତି ସାହସୀ ହେବି। ଆମ୍ଭେ ମଧ୍ୟ ଜଗତରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ। ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ। ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ। ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି। ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମୋ’ ପତ୍ରଗୁଡ଼ିକ ମାଧ୍ୟମରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭେମାନେ ଭାବ ନାହିଁ। କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।” ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ। ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସେହି ଲୋକମାନଙ୍କ ସହିତ ସମାନ ସ୍ତରରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସେମାନେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ୟବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଗ୍ଭର କରନ୍ତି, ଏତଦ୍ଦ୍ୱାରା ସେମାନେ ଯେ କେତେ ମୂର୍ଖ, ଜଣାପଡ଼େ। ଆମ୍ଭକୁ ଯେଉଁ କାର୍ଯ୍ୟ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ୱରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟାରେ ଅତ୍ୟଧିକ ପ୍ରଶଂସା ନେଇଥା’ନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭର ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିଛୁ। ଆମ୍ଭେ ଅନ୍ୟମାନଙ୍କ ଦ୍ୱାରା କରା ଯାଇଥିବା କାମ ପାଇଁ ନୁହେଁ, କିନ୍ତୁ କେବଳ ନିଜେ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍ଭେ ଆଶା କରୁ ଯେ, ତୁମ୍ଭମାନଙ୍କର ବିଶ୍ୱାସ ବଢ଼ିବା ସହିତ ଆମ୍ଭ କାମ ବ୍ୟାପକ ଭାବରେ ବଢ଼ିବାରେ ତୁମ୍ଭେମାନେ ସାହାଯ୍ୟ କରିବ। ଆମ୍ଭେ ଇଚ୍ଛା କରୁ ଯେପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କରେ ମଧ୍ୟ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରି ପାରିବୁ। ଅନ୍ୟ କୌଣସି ସ୍ଥାନରେ ଆଉ କାହା ଦ୍ୱାରା ଯେଉଁ କାମ ହୋଇ ସାରିଛି, ସେହି କାମରେ ଆମ୍ଭେ ଗର୍ବ କରୁ ନାହୁଁ। ଯେପରି ଶାସ୍ତ୍ର କୁହେ: “ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ୱାରା ଭଲ ବୋଲି ଗୃହୀତ ହୁଏ, ସେହି ଲୋକ ଭଲ ବୋଲି ସ୍ୱୀକୃତ ହୁଏ, କିନ୍ତୁ ଯିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ୱୀକୃତ ହୁଏ ନାହିଁ। ପାଉଲ ଓ ଭଣ୍ଡ ପ୍ରେରିତ ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି। ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ। କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା’ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ। ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ’ଠାରୁ କୌଣସି ଗୁଣରେ ଅଧିକ। ଏହା ସତ୍ୟ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମୋର ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାରେ ସ୍ପଷ୍ଟ ଭାବରେ ଦେଖାଇ ଦେଇଛୁ। ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି? ମୁଁ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପାଇଁ ଅନ୍ୟ ମଣ୍ଡଳୀମାନଙ୍କଠାରୁ ଅର୍ଥ (ବା ସେମାନେ ଦରିଦ୍ର ହେଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି। ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ। ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ। ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ? ଏହା କ’ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ? ନା, ପରମେଶ୍ୱର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ। ମୁଁ ଯାହା କରୁଛି, ତାହା କରି ଗ୍ଭଲି ଥିବି। ସେହି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଗ୍ଭଲିଥିବି। ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି। ଏହା ଆମ୍ଭକୁ ଆଶ୍ଚର୍ଯ୍ୟ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ୟ ତେଜସ୍ୱୀ ସ୍ୱର୍ଗଦୂତର ରୂପ ଧାରଣ କରେ। ଅତଏବ, ତା’ର ସେବକମାନେ ଯଦି ଧାର୍ମିକତାର ସେବକରୂପ ଧାରଣ କରନ୍ତି, ଏହା କ’ଣ ଆଶ୍ଚର୍ଯ୍ୟର କଥା? କିନ୍ତୁ ଶେଷରେ ସେମାନେ ତାଙ୍କ କର୍ମ ପାଇଁ ଅବଶ୍ୟ ଦଣ୍ଡ ପାଇବେ। ପାଉଲଙ୍କ ଯାତନା ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା’ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। ତା’ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ। ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି। ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି। ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ। ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି। ପାଉଲଙ୍କ ଜୀବନରେ ବିଶେଷ ଆଶୀର୍ବାଦ ମୁଁ ଗର୍ବ କରି ଗ୍ଭଲି ଥିବି। ଏହା ଦ୍ୱାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ ‘ଦର୍ଶନ’ ଓ ‘ପ୍ରତ୍ୟାଦେଶ’ ବିଷୟରେ କହିବି। ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା। ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)। ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ, ଯାହା କୌଣସି ବ୍ୟକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମୋହର ଦୁର୍ବଳତାରେ ଦର୍ପ କରିବି। ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା’ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ। ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି। ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ’ଠାରୁ ଦୂରେଇ ନିଅନ୍ତୁ। କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ’ଠାରେ ରହିଥିବ। ଅତଏବ ମୋ’ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ। କରିନ୍ଥୀଠାରେ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ’ଠାରୁ ଅଧିକ ମଧ୍ୟ ନୁହନ୍ତି। ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ରେରିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି। ମୁଁ ନାନାଦି ଚିହ୍ନ, ଅ‌ଦ୍‌ଭୂତ ଓ ଆଶ୍ଚର୍ଯ୍ୟଜନକ କାମ ଦେଖାଇଥିଲି। ଏ ସବୁ ମୁଁ ଅନେକ ଧୈର୍ଯ୍ୟର ସହିତ କରିଥିଲି। ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା’ସବୁ ତୁମ୍ଭେମାନେ ମଧ୍ୟ ପାଇଛ। କେବଳ ଗୋଟିଏ କଥା ତନ୍ମଧ୍ୟରୁ ଅଲଗା: ମୁଁ ତୁମ୍ଭମାନଙ୍କ ଉପରେ କେବେ ହେଲେ ଭାରସ୍ୱରୂପ ନ ଥିଲି। ଏଥିପାଇଁ ମୋତେ କ୍ଷମା କରି ଦିଅ। ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଯିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ହେବି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତିବଦଳରେ ମୁଁ ତୁମ୍ଭମାନଙ୍କୁ ଗ୍ଭହେଁ। ସନ୍ତାନମାନଙ୍କର ନିଜ ପିତାମାତା ଲାଗି କୌଣସି ସଞ୍ଚୟର ଆବଶ୍ୟକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି। ଏଣୁ ମୋ’ ପାଖରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦେବି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ୟ ଦେଇଦେବି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା’ହେଲେ ତୁମ୍ଭେମାନେ କ’ଣ ମୋତେ ସ୍ନେହରେ ଊଣା କରିବ? ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ୱରୂପ ହେବାକୁ ଗ୍ଭହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ୟା କହି ତୁମ୍ଭମାନଙ୍କୁ ଜାଲରେ ପକାଇବା ପାଇଁ ଚେଷ୍ଟା କରିବି। ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ୟରୁ କାହାରି ମାଧ୍ୟମରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି? ନା, ତୁମ୍ଭେମାନେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ। ମୁଁ ତୀତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତୀତସ କ’ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି? ନା! ତୁମ୍ଭେମାନେ ଜାଣ ଯେ ତୀତସ ଓ ମୁଁ ଦୁହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହରେ କାମ କରିଛୁ। ସେହି ପବିତ୍ରଆତ୍ମାର ପ୍ରେରଣରେ ଆମ୍ଭେ ଦୁହେଁ କାମ କରିଥିଲୁ। ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷରେ ଯୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବରେ ପରମେଶ୍ୱରଙ୍କ ଆଗରେ କହିଥିଲୁ। ତୁମ୍ଭେମାନେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହାକିଛି କହୁଛୁ ତାହା ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବ ବୋଲି କହୁଛୁ। ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ। ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ। ଶେଷ ସତର୍କବାଣୀ ଓ ଶୁଭେଚ୍ଛା ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।” ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି। ମୋ’ ଦ୍ୱାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭେମାନେ ପ୍ରମାଣ ଗ୍ଭହୁଁଛ। ମୋର ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ଦୁର୍ବଳ ନୁହନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିଶାଳୀ ଅଟନ୍ତି। ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ। ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ। ଭାଇ ଓ ଭଉଣୀମାନେ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହେବାକୁ ଚେଷ୍ଟା କର। ମୁଁ ଯେପରି କହିଛି ସେହିପରି କାମ କରୁଥାଅ। ସମସ୍ତେ ଏକ ମନରେ ଓ ଶାନ୍ତିରେ ରୁହ। କେବେ ଶାନ୍ତି ଓ ପ୍ରେମର ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ। ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ସ୍ୱାଗତ ଜଣାଅ। ପରମେଶ୍ୱରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ୱରଙ୍କ ପ୍ରେମ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ। ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି। ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ। ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍। ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ। ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା’ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର। ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା’ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ। ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି। ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ। ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ। କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା’ପରେ ଦମ୍ମେସକ ନଗରକୁ ଫେରିଗଲି। ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର ଙ୍କୁ ଦେଖା କରିବାକୁ ଯାଇଥିଲି। ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ। ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ। ତା’ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି। ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ। ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।” ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ। ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣ‌ବ୍‌‌‌‌ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି। ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ। ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ। କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି। ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ। ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।” ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍‌‌ଯୋଗ ମଧ୍ୟ ଥିଲା। ପାଉଲ ପିତରଙ୍କ ଭୂଲ୍ ଦେଖାଇ ଦେଲେ ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା: ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣ‌ବ୍‌‌‌‌ବା ମଧ୍ୟ ପ୍ରଭାବିତ ହୋଇଗଲେ। ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?” ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ। ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ। ଆମ୍ଭେ ଯିହୂଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ’ଣ ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି? ନା! କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା’ହେଲେ ଏହା ଭୂଲ ହେବ। ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ମୃତ୍ୟୁଭୋଗ କରିସାରିଛି। ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି। ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ’ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥା’ନ୍ତା, ତା’ହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ। ପରମେଶ୍ୱରଙ୍କ ଆଶୀର୍ବାଦ ବିଶ୍ୱାସ ଦ୍ୱାରା ମିଳେ ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ। ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ’ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ। ତୁମ୍ଭେମାନେ ଆତ୍ମାଙ୍କ ସହିତ “ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।” ଏବେ କ’ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ’ଣ ଏତେ ବୋକା? ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା! ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି। ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।” ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।” ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି। କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥା ରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।” ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।” କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।” ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।” ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା। ବ୍ୟବସ୍ଥା ଓ ପ୍ରତିଜ୍ଞା ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା’ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ। ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ। ତା’ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ। ମୋଶାଙ୍କ ନିୟମର ପ୍ରୟୋଜନ ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା’ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ। ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ। ମୁଁ କହୁଛି ଯେ, ଯେପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ଶିଶୁ ଅବସ୍ଥାରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ। କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତା’ର ଯତ୍ନ ନ୍ୟସ୍ତ କରା ଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ। ଠିକ୍ ସେହିପରି ଆମ୍ଭେମାନେ ଶିଶୁଥିବା ସମୟରେ ଆମ୍ଭେ ମଧ୍ୟ ସଂସାରର ଅନୁପଯୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ। କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହେବାରୁ ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ୟବସ୍ଥା ଅଧୀନରେ ଜୀବନଯାପନ କରୁଥିଲେ। ବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ରୂପେ ଗଢ଼ି ତୋଳିବା ନିମନ୍ତେ ସେ ଏପରି କରିଥିଲେ। ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ ଆ‌ବ୍‌‌‌‌ବା, ପ୍ରିୟ ପିତା” ବୋଲି ଡାକନ୍ତି। ଅତଏବ, ତୁମ୍ଭେମାନେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ। ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ। କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର? ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। ତୁମ୍ଭମାନଙ୍କ ପାଇଁ ଯେଉଁସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡରୁଛି। ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ। ତୁମ୍ଭେମାନେ ମୋ’ ପାଇଁ ଖୁ‌ବ୍‌‌‌‌ଭଲ ଥିଲ। ତୁମ୍ଭେମାନେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିଥିଲି। ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। ତୁମ୍ଭେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେ ପଡ଼େ, ତୁମ୍ଭେମାନେ ତୁମ୍ଭମାନଙ୍କର ସାଧ୍ୟମତେ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରି ଦେଇଥାଆନ୍ତ। କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି? ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ। କାରଣ, ତାହାଦ୍ୱାରା ସେମାନେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍‌‌ଯୋଗୀ ହେବା ଉଚିତ୍। ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥା’ନ୍ତି କି, ଯଦ୍ଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟରେ କ’ଣ କରାଯିବ, ମୁଁ କିଛି ଜାଣିପାରୁ ନାହିଁ। ସାରା ଓ ହାଗାରର ଉଦାହରଣ ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା। ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। ଶାସ୍ତ୍ର କୁହେ: “ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ; ଖୁବ୍ ଜୋର୍‌‌ରେ ହର୍ଷନାଦ କର, ତୁମ୍ଭେ ପ୍ରସବବେଦନା କେବେ ହେଲେ ଅନୁଭବ କରି ନାହଁ। ଯେଉଁ ସ୍ତ୍ରୀ ପରିତ୍ୟକ୍ତା, ତା’ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।” ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍‌ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍‌ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍‌ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। *** କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।” ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ। ସ୍ୱାଧୀନ ରହିଥାଅ ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ। ଶୁଣ! ମୁଁ ପାଉଲ କହୁଛି, ଯଦି ତୁମ୍ଭେମାନେ ସୁନ୍ନତ ହୋଇ ବ୍ୟବସ୍ଥା ନିକଟକୁ ଫେରି ଯିବ, ତା’ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହେବେ ନାହିଁ। ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା’ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ। ଯଦି ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସହିତ ଧାର୍ମିକ ହେବାକୁ ଚେଷ୍ଟା କରୁଛ, ତା’ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କଲ। ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ। ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା’ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ। ତୁମ୍ଭେମାନେ ପ୍ରତିଯୋଗିତାରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତେବେ ତୁମ୍ଭମାନଙ୍କୁ ସତ୍ୟପଥ ଅନୁସରଣ କରିବାରେ ବାଧା ଦେଲା? ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସେହି ପ୍ରବର୍ତ୍ତନା ପରମେଶ୍ୱରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ। ସାବଧାନ ରୁହ, “ଅଳ୍ପ ଟିକିଏ ଖମୀର ଜନ୍ତା ହୋଇଥିବା ସବୁ ମଇଦାକୁ ଫୁଲାଇ ଦିଏ।” ପ୍ରଭୁଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ଏହିଭଳି ଭିନ୍ନ ମତାମତକୁ ବିଶ୍ୱାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ଯିଏ ହେଉ ନା କାହିଁକି ଦଣ୍ଡ ପାଇବ। ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା’ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା’ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା। ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତେଜିତ କରୁଛନ୍ତି, ସେମାନେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାନ୍ତି କାହିଁକି? ମୋ’ ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭମାନଙ୍କୁ ସ୍ୱାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ୱାଧୀନତାକୁ ତୁମ୍ଭେମାନେ ନିଜ ନିଜର ପାପମୟ ସ୍ୱଭାବର ଇଚ୍ଛା ପୂରଣ ନିମନ୍ତେ ବ୍ୟବହାର କର ନାହିଁ। ବରଂ ଏକଆରେକର ପ୍ରେମ ପୂର୍ବକ ସେବା କର। ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହୋଇଛି: “ନିଜକୁ ପ୍ରେମ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ରେମ କର।” ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା’ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ। ପବିତ୍ରଆତ୍ମା ଓ ମାନବ ପ୍ରକୃତି ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା’ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ। ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ। ଏକଆରେକର ସାହାଯ୍ୟ କର ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା’ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍। ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ। ଜୀବନ ହେଉଛି ଜମି ଗ୍ଭଷ କରିବା ସହିତ ସମାନ ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା’ର ଫଳ ମିଳିବ। ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପାଉଲଙ୍କ ପତ୍ରର ସମାପ୍ତି ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ। ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି। ମୋ’ ଭାଇ ଓ ଭଉଣୀମାନେ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍। ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଏଫିସୀୟଠାରେ ରହୁଥିବା ପରମେଶ୍ୱରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସୀ ଲୋକଙ୍କ ପ୍ରତି ମୁଁ ପ୍ରେରିତ ହୋଇଛି। ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ। ଯୀଶୁଙ୍କଠାରେ ଥିବା ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆଶୀର୍ବାଦ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି। ଖ୍ରୀଷ୍ଟଙ୍କଠାରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ୱର ଆମ୍ଭକୁ ତାହାଙ୍କ ସମ୍ମୁଖରେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଆଦରରେ ବାଛି ଥିଲେ। ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା। ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ସକାଶେ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ୱର ପ୍ରେମ କରନ୍ତି, ସେହି ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମ୍ଭକୁ ସେହି ଅନୁଗ୍ରହ ମୁକ୍ତ ଭାବରେ ଦେଇଥା’ନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ୟମରେ ମୁକ୍ତ ହୋଇଛୁ। ପରମେଶ୍ୱରଙ୍କ ବହୁମୂଲ୍ୟ ଅନୁଗ୍ରହ ଦ୍ୱାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ। ପରମେଶ୍ୱର ଏହି ଅନୁଗ୍ରହ ପୂର୍ଣ୍ଣ ଭାବରେ ଓ ମୁକ୍ତ ଭାବରେ ଦେଇଛନ୍ତି। ପରମେଶ୍ୱର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ୱାରା ତାହାଙ୍କର ନିଗୂଢ଼ତତ୍ତ୍ୱ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ୱର ଏହା ଗ୍ଭହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ୱାରା କରିବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସ୍ୱର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡ଼ିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ ହେବେ। ପରମେଶ୍ୱର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କର ଲୋକ ହେବା ପାଇଁ ବାଛିଲେ। ଏ କଥା ସେ ନିଜ ଇଚ୍ଛାନୁସାରେ ଅନାଦି କାଳରୁ ଠିକ୍ କରି ରଖିଥିଲେ। ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ୱରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା। ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଗ୍ଭରର ସ‌ତ୍‌‌ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଗ୍ଭର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ। ପରମେଶ୍ୱର ପବିତ୍ରଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶେଷ ଚିହ୍ନ ଦେଇ ଚିହ୍ନିତ କଲେ। ଏହା କରିବା ଦ୍ୱାରା ସେ ଆଗରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଥିଲେ। ପରମେଶ୍ୱର ନିଜ ଲୋକଙ୍କୁ ଯେସମସ୍ତ ବିଷୟ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି, ତାହା ଯେ ଆମ୍ଭେମାନେ ନିଶ୍ଚିତ ରୂପେ ପାଇବା, ଏଥିପାଇଁ ପବିତ୍ରଆତ୍ମା ହେଉଛନ୍ତି ପରମେଶ୍ୱରଙ୍କ ନିର୍ଭରଯୁକ୍ତ ପ୍ରତିଶୃତି। ଯେଉଁମାନେ ପରମେଶ୍ୱରଙ୍କର ଲୋକ ଅଟନ୍ତି, ସେମାନଙ୍କ ନିମନ୍ତେ ଏହା ପୂର୍ଣ୍ଣ ସ୍ୱାଧୀନତା ଆଣିଦେବ। ଏହାର ଉଦ୍ଦେଶ୍ୟ ପରମେଶ୍ୱରଙ୍କ ମହିମାର ପ୍ରଶଂସା ହେବ। ପାଉଲଙ୍କ ପ୍ରାର୍ଥନା ସେଥିପାଇଁ ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ନିରନ୍ତର ଧନ୍ୟବାଦ ଅର୍ପଣ କଲି। ନିଜର ପ୍ରାର୍ଥନାରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି। ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସେହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ୱର ବିଷୟକ ସମସ୍ତ ତଥ୍ୟକୁ ସ୍ପଷ୍ଟ କରିଦେବ, ଯାହା ଫଳରେ ତୁମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ। ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା’ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ। ତୁମ୍ଭେମାନେ ଏହା ମଧ୍ୟ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ୱାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ୱରଙ୍କ ଶକ୍ତି କେତେ ମହାନ୍। ଏହି ଶକ୍ତି ହେଉଛି ସେହି ଶକ୍ତି, ଯେଉଁ ଶକ୍ତି ବଳରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଥିଲେ। ସ୍ୱର୍ଗ ରାଜ୍ୟରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କ ଡାହାଣ ପଟରେ ବସାଇ ଅଛନ୍ତି। ପରମେଶ୍ୱର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପଦ ଦେଇଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାରରେ ଥିବା ଯେକୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ। ପରମେଶ୍ୱର ସବୁକିଛି ଖ୍ରୀଷ୍ଟଙ୍କ ଅଧୀନରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ୟ ରୂପେ ସ୍ଥାପିତ କରିଛନ୍ତି। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହୋଇଅଛି। ସେ ସମସ୍ତ ବିଷୟ ପ୍ରତ୍ୟେକ ଉପାୟରେ ସମ୍ପୂର୍ଣ୍ଣ କରନ୍ତି। ମୃତ୍ୟୁରୁ ଜୀବନ ଆଡ଼କୁ ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ। କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁ‌ତ୍‌‌ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ। ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା। ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା। ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି। ଅଣଯିହୂଦୀଙ୍କ ମଧ୍ୟରେ ପାଉଲଙ୍କ ପ୍ରଗ୍ଭର କାର୍ଯ୍ୟ ଅତଏବ, ମୁଁ ପାଉଲ, ତୁମ୍ଭ ଅଣଯିହୂଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ। ତୁମ୍ଭେମାନେ ଶୁଣିଥିବ, ପରମେଶ୍ୱର ତାହାଙ୍କର ମହାନ ଅନୁଗ୍ରହରେ ମୋତେ ଏହି ବିଶେଷ କାର୍ଯ୍ୟ ଦେଇଅଛନ୍ତି, ଯେପରି ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିପାରେ। ପରମେଶ୍ୱର ମୋ’ ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମୋତେ ଯାହା ଦେଖାଇଛନ୍ତି, ସେ ବିଷୟରେ ମୁଁ ଅଳ୍ପ କିଛି ଲେଖି ସାରିଛି। ସେଗୁଡ଼ିକ ଯଦି ତୁମ୍ଭେମାନେ ପଢ଼, ତା’ହେଲେ ଦେଖିବ ଯେ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଗୁପ୍ତ ସତ୍ୟ ବିଷୟରେ ମୁଁ ପ୍ରକୃତରେ ବୁଝିଛି। ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ୟ ବିଷୟରେ କୁହାଯାଇ ନ ଥିଲା। କିନ୍ତୁ ପରମେଶ୍ୱର ଏବେ ନିଜର ପବିତ୍ର ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ନିକଟରେ ପବିତ୍ରଆତ୍ମାଙ୍କ ମାଧ୍ୟମରେ ସେହି ଗୁପ୍ତ ସତ୍ୟଟି ପ୍ରକାଶ କରିଛନ୍ତି। ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି। ପରମେଶ୍ୱରଙ୍କ ବିଶେଷ ଅନୁଗ୍ରହର ଦାନ ଦ୍ୱାରା ମୁଁ ସୁସମାଗ୍ଭର କହିବା ପାଇଁ ଜଣେ ସେବକ ହେଲି। ପରମେଶ୍ୱର ତାହାଙ୍କର କାର୍ଯ୍ୟକାରୀ ଶକ୍ତି ବଳରେ ମୋତେ ଏହି ଅନୁଗ୍ରହ ଦାନ କଲେ। ପରମେଶ୍ୱରଙ୍କ ଲୋକମାନଙ୍କ ଭିତରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁସମାଗ୍ଭର କହିବି। ସେହି ଐଶ୍ୱର୍ଯ୍ୟଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ସମ୍ଭବପର ନୁହେଁ। ପରମେଶ୍ୱରଙ୍କ ଗୁପ୍ତ ସତ୍ୟକୁ ସମସ୍ତଙ୍କୁ କହିବା ଦାୟିତ୍ୱ ପରମେଶ୍ୱର ମୋତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ୟ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଭିତରେ ଗୁପ୍ତ ରହିଥିଲା। ମଣ୍ଡଳୀ ଦ୍ୱାରା ପରମେଶ୍ୱରଙ୍କ ବହୁବିଧ ଜ୍ଞାନ, ସ୍ୱର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା। ସେମାନେ ମଣ୍ଡଳୀ ଯୋଗୁଁ ଏହା ଜାଣି ପାରିବେ। ସମୟର ପ୍ରାରମ୍ଭରୁ ପରମେଶ୍ୱରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମେଳ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ଏହା ସମ୍ପନ୍ନ କଲେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା, ନିର୍ଭୟରେ ପରମେଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ସ୍ୱାଧୀନତା ଅଛି। ସେଥିପାଇଁ ମୁଁ କୁହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମୋର ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହେବ। ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ। ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ। ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ। ଖ୍ରୀଷ୍ଟଙ୍କ ପ୍ରେମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ୱରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ୟ ବୁଝି ପାର ଯେ, ସେହି ପ୍ରେମ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ ଓ କେତେ ଗଭୀର। ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ। ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି। ମଣ୍ଡଳୀରେ ଓ ଖ୍ରୀଷ୍ଟଙ୍କ ଦ୍ୱାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍। ଶରୀରର ଏକତା ମୁଁ ପ୍ରଭୁଙ୍କର ହୋଇ ଥିବାରୁ କାରାଗାରରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ୱର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ୱରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭେମାନେ ସେହିଭଳି ଜୀବନଯାପନ କର। ସବୁବେଳେ ନମ୍ର, ଭଦ୍ର, ଧୈର୍ଯ୍ୟବାନ ହୁଅ। ପରସ୍ପରକୁ ପ୍ରେମରେ ଗ୍ରହଣ କର। ତୁମ୍ଭେ ସମସ୍ତେ ପବିତ୍ରଆତ୍ମାଙ୍କ ଦ୍ୱାରା ଶାନ୍ତିର ବନ୍ଧନରେ ଏକତ୍ର ହୋଇ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ। ଶରୀର ଏକ, ପବିତ୍ରଆତ୍ମା ମଧ୍ୟ ଏକ। ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡାକି ଥିଲେ। ପ୍ରଭୁ ଏକ, ବିଶ୍ୱାସ ଏକ ଓ ବାପ୍ତିସ୍ମ ମଧ୍ୟ ଏକ। ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି। ଖ୍ରୀଷ୍ଟ ଆମ୍ଭ ପ୍ରତ୍ୟେକଙ୍କୁ ଗୋଟିଏ ବିଶେଷ ଅନୁଗ୍ରହ ଦାନ ଦେଇଛନ୍ତି। ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ: “ସେ ଆକାଶର ଉଚ୍ଚକୁ ଗଲେ; ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ, ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’ “ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ। ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି। ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ। ପରମେଶ୍ୱରଙ୍କ ଲୋକମାନେ ତାଙ୍କର ସେବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସେମାନଙ୍କୁ ଦେଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରସ୍ୱରୂପ ଆମ୍ଭେମାନେ ମଧ୍ୟ ଦୃଢ଼ ଓ ବଳବାନ ହେବା। ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ। ତା’ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି, ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର। ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ଯୋଡ଼ି ହୋଇ ରହିଛନ୍ତି। ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ। କିଭଳି ଜୀବନ-ଯାପନ କରିବା ଉଚିତ୍ ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ। ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ। ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ। ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ। ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା’ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ। ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ। ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି। କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ। ଜ୍ୟୋତିଃର୍ମୟ ଜୀବନ ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି। ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ। ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ: “ହେ! ଶୋଇଥିବା ଲୋକ, ଜାଗି ଉଠ ମୃତ୍ୟୁରୁ ଉଠି ଆସ, ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।” ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର। ପତି ଓ ପତ୍ନୀ ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର। ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍। ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ। ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍। ସନ୍ତାନ ଓ ପିତାମାତା ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ। ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’ ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର। ଦାସ ଓ ମାଲିକ ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର। ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ। ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ। ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ। ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ। ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ। ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର। ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ। ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ। ଶେଷ ଶୁଭେଚ୍ଛା ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା’ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି। ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ପଠାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରମେଶ୍ୱରଙ୍କ ଦ୍ୱାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରାପ୍ତ ହେଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଶେଷ ପ୍ରେମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ହେଉ। ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର। ଆମ୍ଭ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ପାଉଲଙ୍କ ପ୍ରାର୍ଥନା ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ। *** ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ। ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ। ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ। ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ। ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ: ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ; ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ; ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ। ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା। ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି। ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି। ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍‌‌ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି। ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି। ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ୟ। ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ। ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି। ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” ଯଦି ମୁଁ ଶରୀରରେ ଜୀବିତ ରୁହେ, ତା’ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା? ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ। ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ। ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ। ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ। ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ। ଏକତାବଦ୍ଧ ହୋଇ ପରସ୍ପରର ଯତ୍ନ ନିଅ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି? ଯଦି ଏଗୁଡ଼ିକ ତୁମ୍ଭଠାରେ ଅଛି, ତା’ହେଲେ ମୋ’ ପାଇଁ କିଛି କର ବୋଲି ମୁଁ ଗ୍ଭହେଁ, ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରିବ। ମୁଁ ଗ୍ଭହେଁ ଯେ ତୁମ୍ଭେମାନେ ଏକମନା ହୋଇ ସମ ବିଷୟରେ ବିଶ୍ୱାସ ଦ୍ୱାରା ସଂଯୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ରେମଭାବ ରଖ ଏବଂ ଏକ ଆତ୍ମାରେ ଏବଂ ସମ ଉଦ୍ଦେଶ୍ୟରେ ଏକତ୍ର ବାସ କର। ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ। ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର। ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ। ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ। ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ। ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ, ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ। ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ। ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ। ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ। ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ। ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ। ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି। ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର। ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ। ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି। ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି। ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ। ତୀମଥି ଓ ଏପାଫ୍ରାଦିତଙ୍କ ବିଷୟରେ ସମ୍ବାଦ ପ୍ରଭୁ ଯୀଶୁଙ୍କଠାରେ ମୁଁ ଆଶାକରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭେମାନେ କିପରି ଅଛ ଜାଣି ମୁଁ ଆନନ୍ଦିତ ହେବି। ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି। ସେ ପ୍ରକୃତରେ ତୁମ୍ଭ ପାଇଁ ମନୋଯୋଗୀ। ଅନ୍ୟ ଲୋକମାନେ କେବଳ ତାଙ୍କ ନିଜ ଜୀବନ ବିଷୟରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ସେମାନେ ଆଗ୍ରହୀ ନୁହନ୍ତି। ତୁମ୍ଭେମାନେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସେବା କରେ, ସେହିପରି ସେ ମୋ’ ସହିତ ସୁସମାଗ୍ଭର କହିବା ସମୟରେ ମୋର ସେବା କରିଛନ୍ତି; ଏ କଥା ତୁମ୍ଭେମାନେ ଜାଣ। ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମୋ’ ସହିତ କ’ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି। ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବା ପାଇଁ ପ୍ରଭୁ ମୋତେ ସାହାଯ୍ୟ କରିବେ। ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ। ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ। ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ ହେବା ପାଇଁ ଦାବୀ କରନ୍ତି। କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ। ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁ‌ତ୍‌‌ଥିତ ହୋଇପାରେ, ଏ ଭରସା ମୋର ଅଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି। ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍। ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର। ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି। ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା’ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ। କେତେକ ବ୍ୟବହାରିକ କଥା ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ। ଇୟଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠାରେ ଏକମତ ହେବାକୁ ମୁଁ ନିବେଦନ କରେ। ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେ‌ନ୍‌ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ” ରେ ଲେଖାଅଛି। ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର। ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ। ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। ମୋ’ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ। ଫିଲି‌ପ୍‌ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ଧନ୍ୟବାଦ ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ। ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ। ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ। କିନ୍ତୁ ମୋର ସାହାଯ୍ୟ ଦରକାର ଥିଲାବେଳେ, ତୁମ୍ଭେମାନେ ମୋତେ ସାହାଯ୍ୟ କରି ଭଲ କରିଛ। ମୁଁ ଯେତେବେଳେ ସେଠାରେ ସୁସମାଗ୍ଭର ପ୍ରଗ୍ଭର ଆରମ୍ଭ କଲି, ସେତେବେଳେ ତୁମ୍ଭେ ଫିଲି‌ପ୍‌ପୀବାସୀ, ତାହା ମନେ ରଖିଛ। ମୁଁ ଯେତେବେଳେ ମାକିଦନିଆ ଛାଡ଼ିଲି, ସେତେବେଳେ କେବଳ ତୁମ୍ଭର ମଣ୍ଡଳୀ ମୋତେ ସାହାଯ୍ୟ ଦେଇଥିଲା। ଥେସଲନୀକୀ ନଗରରେ ଥିଲାବେଳେ ତୁମ୍ଭେମାନେ ଅନେକ ଥର ମୋର ଆବଶ୍ୟକତା ପୂରଣ କରିବାକୁ ଜିନିଷମାନ ପଠାଇଛ। ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ। ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି। ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ। ଆମ୍ଭର ପରମେଶ୍ୱରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍! ଖ୍ରୀଷ୍ଟଙ୍କଠାରେ ପରମେଶ୍ୱରଙ୍କ ପ୍ରତ୍ୟେକ ପବିତ୍ର ଲୋକକୁ ନମସ୍କାର। ମୋ’ ସହିତ ଥିବା ପରମେଶ୍ୱରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ପରମେଶ୍ୱରଙ୍କ ସମସ୍ତ ଲୋକ ଓ ବିଶେଷ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେହି ବିଶ୍ୱାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି। ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ। ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି: ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ। ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସ‌ତ୍‌‌ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ। ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ। ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି। ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ: ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି। ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି। ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ, ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ। ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି। ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ। ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ। ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ। କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ। ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି। ମଣ୍ଡଳୀ ପାଇଁ ପାଉଲଙ୍କ କାମ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି। ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା। ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି। ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦିକୀଆରେ ଥିବା ଲୋକମାନଙ୍କୁ ଓ ମୋତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ। ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି। ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ। ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ। ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ: ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ। ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ। ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ। ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁ‌ତ୍‌‌ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା। ତୁମ୍ଭେ ନିଜର ପାପ ହେତୁରୁ ଏବଂ ତୁମ୍ଭର ପାପ ସ୍ୱଭାବ ହେତୁ ସ୍ୱାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ୱର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ୱର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ୟ କଲେ। ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ୱାରା, ଆମ୍ଭ ବିରୁଦ୍ଧରେ ଲେଖା ଯାଇଥିବା ଚିଠାଟିକୁ ପରମେଶ୍ୱର ବ୍ୟର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସେହି ଚିଠାକୁ ପରମେଶ୍ୱର ନେଇଗଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ। ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି। ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ) ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ। ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ। କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ। ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ୟ ଏପରି ବ୍ୟବହାର କରୁଛ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ’ଣ ପାଇଁ ପାଳନ କରୁଛ: “ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।” ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ। ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ। ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ। କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି। ଅନ୍ୟ ଲୋକଙ୍କ ସହିତ ତୁମ୍ଭର ନୂତନ ଜୀବନ ପରମେଶ୍ୱର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ଅତଏବ ତୁମ୍ଭେମାନେ ସର୍ବଦା ନିମ୍ନୋକ୍ତ କାର୍ଯ୍ୟମାନ କର: ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ। ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ୟ ବିଷୟ ହେଲା, ପରସ୍ପରକୁ ପ୍ରେମ କରିବା। ପ୍ରେମ ତୁମ୍ଭମାନଙ୍କୁ ଏକତାରେ ଏକାଠି ବାନ୍ଧି ରଖେ। ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଗ୍ଭରକୁ ସଂଯମ କରିବ। ତୁମ୍ଭେମାନେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀରରେ ଡକା ହୋଇଛ। ସବୁବେଳେ ଧନ୍ୟବାଦୀ ରୁହ। ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ। ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ। ଆପଣଙ୍କ ନୂତନ ଜୀବନ ଆପଣଙ୍କ ଗୃହରେ ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ। ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର। ସନ୍ତାନଗଣ! ପ୍ରତ୍ୟେକ କଥାରେ ପିତା-ମାତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ। ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା’ହେଲେ ସେମାନେ ହତାଶ ହୋଇଯିବେ। ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର। ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ। ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି। ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି। ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ। ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍। ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର। କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ। ପାଉଲଙ୍କ ସାଥୀମାନଙ୍କ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ। ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ। ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି। ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି। ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁ‌‌ମ୍‌‌ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। ଆର୍ଖି‌ପ୍‌ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।” ମୁଁ ପାଉଲ, ନିଜ ହସ୍ତାକ୍ଷରରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମୋର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ଅନୁଗ୍ରହ ରହୁ। ଆମେନ୍। ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ। ଥେସଲନୀକୀୟମାନଙ୍କ ଜୀବନ ଓ ବିଶ୍ୱାସ ପ୍ରାର୍ଥନା କଲାବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେ ପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ। ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ। ଏବେ ତୁମ୍ଭେମାନେ ମଧ୍ୟ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହୋଇ ଯାଇଛ। ଅତ୍ୟଧିକ କଷ୍ଟ ପାଇଲା ପରେ ମଧ୍ୟ ତୁମ୍ଭେମାନେ ସେହି ଶିକ୍ଷାକୁ ଆନନ୍ଦରେ ଗ୍ରହଣ କରିଛ। ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି। ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକମାନଙ୍କ ପାଇଁ ତୁମ୍ଭେମାନେ ଆଦର୍ଶ ହୋଇଥିଲ। ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ। ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଛନ୍ତି। ପରମେଶ୍ୱରଙ୍କ ଆଗାମୀ କ୍ରୋଧପୂର୍ଣ୍ଣ ବିଗ୍ଭରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି। ଥେସଲନୀକୀଠାରେ ପାଉଲଙ୍କ କାର୍ଯ୍ୟ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା। ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ। ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ। ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି। ତୁମ୍ଭେମାନେ ଜାଣିଛ ଯେ, କେବେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଗ୍ଭହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ୱାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ୱର ଜାଣନ୍ତି ଯେ, ଏହା ସତ୍ୟ। ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ। ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ସୁସମାଗ୍ଭରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ୟ ତୁମ୍ଭମାନଙ୍କ ସହିତ ବାଣ୍ଟି ଦେବାକୁ ପ୍ରସ୍ତୁତ ଥିଲୁ। ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ। ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ। ତୁମ୍ଭେମାନେ ଓ ପରମେଶ୍ୱର ମଧ୍ୟ ଜାଣନ୍ତି ଯେ, ଏହା ସତ୍ୟ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ୟବହାର କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ୱାସନା ଦେଲୁ ଏବଂ ପରମେଶ୍ୱରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ୱର ତୁମ୍ଭମାନଙ୍କୁ ନିଜ ରାଜ୍ୟ ଓ ମହିମା ପ୍ରାପ୍ତ କରିବା ପାଇଁ ଡାକୁଛନ୍ତି। ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ୱରଙ୍କ ବାକ୍ୟ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ୱରଙ୍କୁ ଅନବରତ ଧନ୍ୟବାଦ ଜଣାଉଛୁ। ଏହା ପ୍ରକୃତରେ ପରମେଶ୍ୱରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଉପରେ ପଡ଼ିଛି। ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ। ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ। ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି। ପାଉଲ ପୁଣି ଥରେ ସେମାନଙ୍କୁ ଦେଖାକରିବାକୁ ଇଚ୍ଛା କରନ୍ତି ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂରରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସେଠାରେ ନ ଥିଲେ ମଧ୍ୟ, ଆମ୍ଭର ଚିନ୍ତାଗୁଡ଼ିକ ସେଠାରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ୟଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ୟ କରିଥିଲୁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦେଇଛି। ତୁମ୍ଭେମାନେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ। ପ୍ରକୃତରେ ତୁମ୍ଭେମାନେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ। ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି। ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା’ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ। କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ। ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ଆମ୍ଭେ ସାନ୍ତ୍ୱନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିଲେ ମଧ୍ୟ, ଆମ୍ଭେ ସାନ୍ତ୍ୱନା ଲାଭ କରିଛୁ। ତୁମ୍ଭେମାନେ ପ୍ରଭୁଙ୍କଠାରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତରେ ସଫଳ ହୁଏ। ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ୱରଙ୍କ ଆଗରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସେହି ଅନୁପାତରେ ଆମ୍ଭେ ତାଙ୍କୁ ଧନ୍ୟବାଦ ଦେଇ ପାରିବୁ ନାହିଁ। ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଗ୍ଭଲିଛୁ। ତୁମ୍ଭମାନଙ୍କର ବିଶ୍ୱାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ୱାସରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦେବା ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ। ଆମ୍ଭର ପରମେଶ୍ୱର, ପରମପିତା ଓ ଆମ୍ଭର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ। ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ଜୀବନ ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ’ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ମାଧ୍ୟମରେ ଆମ୍ଭେ ତୁମ୍ଭମାନଙ୍କୁ ସେହି କଥାଗୁଡ଼ିକ କହିଛୁ। ପରମେଶ୍ୱର ଇଚ୍ଛା କରନ୍ତି ଯେ, ତୁମ୍ଭେମାନେ ପବିତ୍ର ହୁଅ। ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ। “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି। ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। ପରମେଶ୍ୱର ଆମ୍ଭକୁ ପବିତ୍ର ହେବା ପାଇଁ ଆହ୍ୱାନ କରିଛନ୍ତି। ଆମ୍ଭେ ପାପରେ ଜୀବନଯାପନ କରିବା ପାଇଁ ସେ ଗ୍ଭହାନ୍ତି ନାହିଁ। ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି। ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି। ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭେମାନେ ପ୍ରକୃତରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ। ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ଯ୍ୟର ଯତ୍ନ ନିଅ। ନିଜ ହାତରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ। ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ପ୍ରଭୁଙ୍କର ଆଗମନ ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁ‌ତ୍‌‌ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ। ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ୟ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସେମାନେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବେ। ସ୍ୱର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ହେବ। ମୁଖ୍ୟ ସ୍ୱର୍ଗଦୂତଙ୍କ ସ୍ୱର ଓ ପରମେଶ୍ୱରଙ୍କ ତୂରୀନାଦ ମାଧ୍ୟମରେ ଏହି ଆଦେଶ ଦିଆ ହେବ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଛନ୍ତି, ସେମାନେ ପ୍ରଥମରେ ପୁନରୁ‌ତ୍‌‌ଥିତ ହେବେ। ତା’ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ। ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ୱନା ଦିଅ। ପ୍ରଭୁଙ୍କ ଆଗମନ ପାଇଁ ପ୍ରସ୍ତୁତ ରୁହ ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟରେ ଏବେ କିଛି ଲେଖିବାର ଆବଶ୍ୟକତା ନାହିଁ। କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଗ୍ଭେର ରାତିରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ଯ୍ୟଜନକ ହେବ। ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ। କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସେହି ଦିନଟି ଗ୍ଭେର ଆସିବା ଭଳି ଆଶ୍ଚର୍ଯ୍ୟର କଥା ହେବ ନାହିଁ, କାରଣ ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ। ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭେମାନେ ରାତ୍ରିରେ କିମ୍ବା ଅନ୍ଧକାରରେ ନାହୁଁ। ଅତଏବ ଆମ୍ଭେମାନେ ଅନ୍ୟ ଲୋକମାନଙ୍କ ଭଳି ଶୋଇ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂଯମ ଥିବା ଆବଶ୍ୟକ। ଯେଉଁ ଲୋକମାନେ ଶୁଅନ୍ତି, ସେମାନେ ରାତିରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତିରେ ମାତାଲ ହୁଅନ୍ତି। କିନ୍ତୁ ଆମ୍ଭେ ଦିନର ହୋଇଥିବାରୁ ନିଜକୁ ସଂଯମ କରିବା ଆବଶ୍ୟକ। ବିଶ୍ୱାସ ଓ ପ୍ରେମର ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର। ଯେହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କ କ୍ରୋଧର ବିଷୟ ହେବା ପାଇଁ ବାଛି ନାହାନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୁକ୍ତି ପାଇବା ପାଇଁ ପରମେଶ୍ୱର ଆମ୍ଭକୁ ବାଛିଛନ୍ତି। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତେବେଳେ ଯୀଶୁ ଆସିବେ, ସେହି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ଅତଏବ ପରସ୍ପରକୁ ସାନ୍ତ୍ୱନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ୟାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠାରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ୟ ସେଇଆ କରୁଛ। ଶେଷ ନିର୍ଦ୍ଦେଶ ଓ ଅଭିନନ୍ଦନ ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠୋର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠାରେ ତୁମ୍ଭକୁ ନେତୃତ୍ୱ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମ୍ଭେ ନିବେଦନ କରୁଛୁ। ତୁମ୍ଭମାନଙ୍କ ମଧ୍ୟରେ କାମ କରୁଥିବା ଯୋଗୁଁ, ସେମାନଙ୍କୁ ପ୍ରେମ କର ଓ ସେମାନଙ୍କୁ ବିଶେଷ ସମ୍ମାନ ଦେଖାଅ। ପରସ୍ପର ଶାନ୍ତିରେ ରୁହ। ଯେଉଁମାନେ କାମ କରୁ ନାହାନ୍ତି, ଭାଇ ଓ ଭଉଣୀମାନେ, ସେମାନଙ୍କୁ ସତର୍କ କରିଦିଅ। ଯେଉଁମାନେ ଭୟରେ ଅଛନ୍ତି, ସେମାନଙ୍କୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଲୋକ ପାଇଁ ଧୈର୍ଯ୍ୟବାନ ହୁଅ। ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର। ସଦାସର୍ବଦା ଆନନ୍ଦିତ ରୁହ। କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଅ। ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଗ୍ଭହାନ୍ତି। କଦାପି ପବିତ୍ରଆତ୍ମାର କାର୍ଯ୍ୟ ବନ୍ଦ କର ନାହିଁ। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନେକର ନାହିଁ। କିନ୍ତୁ ପ୍ରତ୍ୟେକ କଥାର ସତ୍ୟାସତ୍ୟ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ। ସମସ୍ତ ପ୍ରକାରର ମନ୍ଦଠାରୁ ଦୂରରେ ରୁହ। ପରମେଶ୍ୱରଙ୍କଠାରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସେହି ଶାନ୍ତିର ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରି ନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ୱ-ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର-ମନ୍ଦରହିତ ହୋଇ ସୁରକ୍ଷିତ ରହୁ। ଯେଉଁ ପରମେଶ୍ୱର ତୁମ୍ଭମାନଙ୍କୁ ଡାକିଛନ୍ତି, ତୁମ୍ଭେମାନେ ତାହାଙ୍କ ଉପରେ ଭରସା ରଖ। ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି, ସେ ସବୁକିଛି କରିବେ। ଭାଇ ଓ ଭଉଣୀମାନେ! ଆମ୍ଭ ପାଇଁ ପ୍ରାର୍ଥନା କର। ଏକତ୍ରିତ ହେଲାବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର। ପ୍ରଭୁଙ୍କର କ୍ଷମତା ଦ୍ୱାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି। ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭ ସହିତ ରହିଥାଉ। ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ। ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠାରେ ରହିଥାଉ। ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ। ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ। ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ। ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ। ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ। ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ। ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ। ମନ୍ଦ ଦୁର୍ଘଟଣାମାନ ଘଟିବ ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ। ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି। ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ। ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ। ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ। ମନେ ଅଛି କି? ଏବେ ମନ୍ଦବ୍ୟକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭେମାନେ ଜାଣିଛ। ଯେତେବେଳେ ଉଚିତ୍ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି। ସଂସାରରେ ଏବେ ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ଯିଏ, ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ୟପଟରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ ସେହି ଶକ୍ତିକୁ ପ୍ରତିରୋଧ କରୁଥିବେ, ତା’ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ। ତା’ର ମହାନ ଶକ୍ତି ଥିବ ଓ ସେ ଅସତ୍ୟ ଆଧାରିତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଚିହ୍ନ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ ଘଟାଇବ। ଯେଉଁ ଲୋକମାନେ ହଜିଯାଇଛନ୍ତି, ସେମାନଙ୍କୁ ଠକିବାକୁ ଏହି ମନ୍ଦବ୍ୟକ୍ତି ପ୍ରତ୍ୟେକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସେମାନେ ସତ୍ୟକୁ ଭଲ ପାଇବା ପାଇଁ ଅସ୍ୱୀକାର କଲେ, ଯାହା ଦ୍ୱାର ସେମାନେ ଉଦ୍ଧାର ପାଇଥା’ନ୍ତେ। ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି। ଅତଏବ ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁ ନାହାନ୍ତି, ସେମାନେ ଦୋଷୀ ବୋଲି ବିଗ୍ଭରିତ ହେବେ। ସେମାନେ ସତ୍ୟକୁ ମାନି ନାହାନ୍ତି ଓ ମନ୍ଦ କର୍ମ କରିବାରେ ଆନନ୍ଦ ପାଇଛନ୍ତି। ତୁମ୍ଭେମାନେ ମୁକ୍ତି ପାଇଁ ମନୋନୀତ ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ। ପରମେଶ୍ୱର ସେହି ମୁକ୍ତି ଦେବା ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭର ମାଧ୍ୟମରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମାରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ। ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ୱାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ୱାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ୟମରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି। ଆମ୍ଭ ପାଇଁ ପ୍ରାର୍ଥନା କର ଭାଇ ଓ ଭଉଣୀମାନେ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହେବ। ପ୍ରାର୍ଥନା କର, ତୁମ୍ଭେମାନେ ଯେଉଁଭଳି ସେହି ଶିକ୍ଷାକୁ ସମ୍ମାନ ଦେଲ, ଠିକ୍ ସେହିଭଳି ଲୋକେ ସେହି ଶିକ୍ଷାକୁ ସମ୍ମାନ ଦେବେ। ଆହୁରି ମଧ୍ୟ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠାରେ ବିଶ୍ୱାସ ନ ଥାଏ।) ପରମେଶ୍ୱର ହେଉଛନ୍ତି ବିଶ୍ୱସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସେହି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ। ତୁମ୍ଭମାନଙ୍କୁ କୁହାଯାଇଥିବା କାମସବୁ ତୁମ୍ଭେମାନେ କରୁଛ ବୋଲି ପରମେଶ୍ୱର ଆମ୍ଭକୁ ନିଶ୍ଚିତ ଭାବେ ଉପଲ‌ବ୍‌‌‌‌ଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭେମାନେ ଏହି କାମ ସବୁ କରି ଗ୍ଭଲିଥିବ। ଖ୍ରୀଷ୍ଟଙ୍କର ଧୈର୍ଯ୍ୟ ଓ ପରମେଶ୍ୱରଙ୍କ ପ୍ରେମ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହେବା ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଗ୍ଭଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। କର୍ମର ବାଧ୍ୟତା ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳରେ, କାମ କରିବାକୁ ମନା କରୁଥିବା ବିଶ୍ୱାସୀ ଭାଇମାନଙ୍କଠାରୁ ଦୂରରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଗ୍ଭହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାନ୍ତି। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭେମାନେ ରହିବା ଉଚିତ୍। ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ କେବେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ। ମୂଲ୍ୟ ନ ଦେଇ ଆମ୍ଭେ କାହାରି ଘରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭେମାନେ କାହାରି ଉପରେ ଭାର ସ୍ୱରୂପ ନ ହେବୁ ବୋଲି ସର୍ବଦା କର୍ମରତ ରହୁଥିଲୁ। ଆମ୍ଭେ ଦିନରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆମ୍ଭେ ଏପରି କରିଥିଲୁ। ତୁମ୍ଭମାନଙ୍କ ସହିତ ଥିଲାବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ: “ଯଦି ଜଣେ କାମ ନ କରିବ, ତା’ହେଲେ ସେ ଖାଇବ ନାହିଁ।” ତୁମ୍ଭମାନଙ୍କ ଦଳରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସେମାନେ କିଛି କରୁ ନାହାନ୍ତି। ସେମାନେ ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବାରେ ସମୟ ଅତିବାହିତ କରନ୍ତି। ଆମ୍ଭେ ସେମାନଙ୍କୁ ଆଦେଶ ଦେଉଛୁ ଯେ, ସେମାନେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ିଦିଅନ୍ତୁ। ସେମାନେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେ ଅନୁରୋଧ କରୁଛୁ ଯେ, ସେମାନେ ଏପରି କରନ୍ତୁ। ଭାଇ ଓ ଭଉଣୀମାନେ! ଭଲ କାମ କରିବା ପାଇଁ କେବେ ହେଲେ କ୍ଳାନ୍ତ ହୁଅ ନାହିଁ। ଆମ୍ଭେ ଏହି ପତ୍ରରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା’ହେଲେ ସେହି ଲୋକଠାରୁ ସତର୍କ ରୁହ। ତା’ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହେବ। କିନ୍ତୁ ତାକୁ ଶତ୍ରୁ ଭଳି ବ୍ୟବହାର ନ କରି, ଭାଇ ଭଳି ଚେତେଇ ଦିଅ। ଶେଷ କଥା ଆମ୍ଭେ ପ୍ରାର୍ଥନା କରୁ ଯେ, ଶାନ୍ତିର ପ୍ରଭୁ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ସେ ତୁମ୍ଭମାନଙ୍କୁ ସବୁବେଳେ ଓ ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ସମସ୍ତଙ୍କ ସହିତ ଥାଆନ୍ତୁ। ମୁଁ ପାଉଲ, ମୋ’ ନିଜ ହାତରେ ଲେଖିଥିବା ଏହି ପତ୍ର ମୋ’ ଦସ୍ତଖତ କରି ସମାପ୍ତ କରୁଛି। ପତ୍ରଗୁଡ଼ିକ ମୋର ବୋଲି ଜଣାଇ ଦେବା ପାଇଁ ମୁଁ ମୋର ସମସ୍ତ ପତ୍ରରେ ଦସ୍ତଖତ କରିଛି। ମୋ’ ଲେଖିବାର ଢଙ୍ଗ ଏହିପରି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ। ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ। ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ। ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ। ଅସତ୍ୟ ଉପଦେଶ ବିରୁଦ୍ଧରେ ସତର୍କତା ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ। ଏହି ପ୍ରେମ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ୟକ ଓ ସେମାନେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସେମାନଙ୍କ ସତ୍ୟ ବିଶ୍ୱାସ ତାହାଙ୍କଠାରେ ଥିବା ଦରକାର। କେତେ ଲୋକ ଏହି ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ, ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ଏବେ ମୂଲ୍ୟହୀନ କଥାଗୁଡ଼ିକ କୁହନ୍ତି। ସେହି ଲୋକମାନେ ବ୍ୟବସ୍ଥାର ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି। ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ, ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ। ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି। ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି। ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା। ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ। କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ। ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍। ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟ‌‌ଦ୍‌‌‌‌ବାଣୀ କୁହା ଯାଇଥିଲା, ତା’ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟ‌‌ଦ୍‌‌‌‌ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି। ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ। ପରମେଶ୍ୱର ଗ୍ଭହାନ୍ତି ଆମେ ପ୍ରତେକଙ୍କ ପାଇଁ ପ୍ରାର୍ଥନା କରୁ ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କୁ କୁହ। ଲୋକମାନଙ୍କର ଆବଶ୍ୟକତା ପାଇଁ ତାହାଙ୍କୁ କୁହ ଓ ଧନ୍ୟବାଦ ଦିଅ। ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ୍। ତେବେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ୱରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା। ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ। ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ। କେବଳ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ମଣିଷ ପାଇଁ ପରମେଶ୍ୱରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି। ସେହି ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ। ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି। ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ। ପୁରୁଷ ଏବଂ ସ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ ମୁଁ ଗ୍ଭହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉଠେଇବେ, ସେମାନେ ପବିତ୍ର ହୋଇଥିବା ଆବଶ୍ୟକ। ସେମାନେ ରାଗି ଯିବା ଉଚିତ୍ ନୁହେଁ ଓ ଯୁକ୍ତିତର୍କରେ ପ୍ରବୃତ୍ତ ହେବା ଉଚିତ୍ ନୁହେଁ। ମୁଁ ଏହା ମଧ୍ୟ ଗ୍ଭହେଁ ଯେ ସ୍ତ୍ରୀଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସେମାନଙ୍କ ପାଇଁ ଉପଯୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦେଖାଇବା ଲାଗି ବେଣୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ୟବହାର କରନ୍ତୁ ନାହିଁ। ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ। ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ୟ ହେଉ। ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦେବା ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କର୍ତ୍ତୃତ୍ୱ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀଲୋକ ନୀରବ ହୋଇ ରହିବା ଦରକାର। କାରଣ ଆଦମ ପ୍ରଥମରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ। ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହୋଇଥିଲା। ଏବଂ ସେ ଜଣେ ପାପିନୀ ହୋଇଥିଲା। କିନ୍ତୁ ସ୍ତ୍ରୀମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ। ସେମାନେ ନିରନ୍ତର ବିଶ୍ୱାସ, ପ୍ରେମ, ପବିତ୍ରତା ଓ ଆତ୍ମସଂଯମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ। ମଣ୍ଡଳୀର ନେତାଗଣ ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ। କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା’ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ। ମଣ୍ଡଳୀର ସେବକଗଣ ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ। ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା’ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ। ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ। ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ। ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି। ଆମ୍ଭ ଜୀବନର ରହସ୍ୟ ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ। ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ। ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ’ଣ ଭଲ ଓ କ’ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ। ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ। ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ। ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ବିଷୟ ପରମେଶ୍ୱର କହିଥିବା କଥା ଦ୍ୱାରା ଓ ପ୍ରାର୍ଥନା ଦ୍ୱାରା ପବିତ୍ର ହୋଇଥାଏ। ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା। ଏହି କଥାଗୁଡ଼ିକ ଶିକ୍ଷା ଦିଅ। ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ। ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟ‌‌ଦ୍‌‌‌‌ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା’ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ। ଅନ୍ୟ ଲୋକଙ୍କ ସହିତ ରହିବା ପାଇଁ କେତୋଟି ନିୟମ ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର। ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର। ବିଧବାମାନଙ୍କର ଯତ୍ନ ନେବା ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ। କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। ଯଦି ଜଣେ ବିଧବା ପ୍ରକୃତରେ ଏକୁଟିଆ ଓ ନିରାଶାରେ ରହିଥାଏ, ତା’ହେଲେ ସେ ତା’ ପ୍ରତି ପରମେଶ୍ୱରଙ୍କର ସାହାଯ୍ୟ ଉପରେ ଭରସା କରେ। ସେହି ବିଧବାଟି ରାତିଦିନ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରେ। କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ। ସେଠାରେ ଥିବା ସମସ୍ତ ବିଶ୍ୱାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା’ହେଲେ କେହି କହିବେ ନାହିଁ ଯେ ସେମାନେ ଭୁଲ୍ କରୁଛନ୍ତି। ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା’ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ। ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା’ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ। ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା। କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା’ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି। ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ। ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି। ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା’ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ। ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି। ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା’ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା’ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ। ବୟୋଜ୍ୟେଷ୍ଠ ଏବଂ ଅନ୍ୟ ବିଷୟ ଗୁଡ଼ିକର ଶିକ୍ଷାଦାନ ମଣ୍ଡଳୀକୁ ଉତ୍ତମରୂପେ ଆଗେଇ ନେଇ ଯାଉଥିବା ପ୍ରାଚୀନମାନେ ଅତ୍ୟଧିକ ସମ୍ମାନ ପାଇବା ଉଚିତ୍। ଯେଉଁ ପ୍ରାଚୀନମାନେ ପ୍ରଗ୍ଭର ଓ ଉପଦେଶ ପ୍ରଦାନ କରୁଛନ୍ତି, ସେମାନେ ଅତ୍ୟଧିକ ସମ୍ମାନର ଅଧିକାରୀ ଅଟନ୍ତି। କାରଣ ଶାସ୍ତ୍ର କୁହେ: “ଯେତେବେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତେବେଳେ ତା’ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ୟ ଖାଇବା ପାଇଁ ଅଟକାଅ ନାହିଁ।” ଶାସ୍ତ୍ର ଏପରି ମଧ୍ୟ କୁହେ: “ଜଣେ କାମ କରୁଥିବା ଲୋକ ତା’ର ଦରମା ପାଇବା ଉଚିତ୍।” ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା’ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ। ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ। ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ। ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା’ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ। ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ। କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ। ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ। ଲୋକଙ୍କ ଭଲ କାମ ସହଜରେ ଦେଖାଯାଏ। କିନ୍ତୁ ଯେତେବେଳେ ସେହି ଭଲ କାମଗୁଡ଼ିକ ଦେଖାଯାଏ ନାହିଁ, ସେଗୁଡ଼ିକ ଲୁଚି ରହେ ନାହିଁ। କ୍ରୀତଦାସମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍। ସେମାନେ ସେହିପରି କଲେ ପରମେଶ୍ୱରଙ୍କ ନାମ ଏବଂ ଖ୍ରୀଷ୍ଟିୟାନ ଉପଦେଶଗୁଡ଼ିକ ସମାଲୋଚିତ ହେବ ନାହିଁ। କେତେକ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ୱାସୀ ଅଟନ୍ତି। ଅତଏବ ସେହି ଦାସମାନେ ସେହି ମାଲିକମାନଙ୍କୁ ଭାଇ ବୋଲି ଭାବି ସେମାନଙ୍କୁ କମ୍ ସମ୍ମାନ ଦେଖାଇବା ଉଚିତ୍ ନୁହେଁ। ଏପରିକି ସେହି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲରେସେବା କରିବା ଉଚିତ୍। କାରଣ ସେହିପରି କରିବା ଦ୍ୱାରା ସେମାନେ ଭଲ ପାଉଥିବା ବିଶ୍ୱାସୀ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଭଣ୍ଡ ଶିକ୍ଷା ଓ ପ୍ରକୃତ ଧନ ତୁମ୍ଭେ ଲୋକମାନଙ୍କୁ ଏହି ବିଷୟ ଗୁଡ଼ିକ କରିବା ପାଇଁ ଶିକ୍ଷା ଦେବା ଓ କହିବା ଉଚିତ୍। କେତେ ଲୋକ ଭଣ୍ଡ ଶିକ୍ଷା ଦେବେ। ସେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ୟ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ୱରଙ୍କ ସେବା କରିବାର ସ‌ତ୍‌‌ମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସେମାନେ ଗ୍ରହଣ କରନ୍ତି ନାହିଁ; ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍‌‌ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ। ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ। ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା’ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ। ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ। ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା। ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ। ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି। କେତୋଟି ମନେ ରଖିବା କଥା କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ। ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍। ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି। ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ। ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା’ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ। ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ। କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ। ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ମୁଁ ପ୍ରେରିତ ହୋଇଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନର ପ୍ରତିଜ୍ଞା ବିଷୟରେ ଲୋକମାନଙ୍କୁ କହିବା ପାଇଁ ପରମେଶ୍ୱର ମୋତେ ପଠାଇଲେ। ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମୋ’ ପାଇଁ ମୋ’ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ୱରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ। ଧନ୍ୟବାଦ ଓ ଆଶ୍ୱାସନା ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି। ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି। ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି। ସେହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମ୍ଭକୁ ଦେଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠାରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ୟୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦେଖାଇଲେ। ସୁସମାଗ୍ଭର ମାଧ୍ୟମରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦେଖାଇଲେ। ସେହି ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହେଲି। ମୁଁ ସୁସମାଗ୍ଭର ପାଇଁ ପ୍ରଗ୍ଭରକ, ପ୍ରେରିତ ଓ ଶିକ୍ଷକ ଭାବେ ମନୋନୀତ ହେଲି। ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ। ମୋ’ଠାରୁ ଶୁଣିଥିବା ସ‌‌ତ୍‌‌‌ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି। ତୁମ୍ଭେ ଜାଣ ଯେ ଏସିଆ ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କର ଏକ ବିଶ୍ୱସ୍ତ ସୈନିକ ତୀମଥି, ତୁମ୍ଭେ ମୋର ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭକୁ ମିଳିଥିବା ଅନୁଗ୍ରହରେ ଶକ୍ତିଶାଳୀ ହୁଅ। ମୁଁ ଶିକ୍ଷା ଦେଇଥିବା କଥାସବୁ ତୁମ୍ଭେ ଶୁଣିଛ। ଅନେକ ଅନ୍ୟ ଲୋକ ମଧ୍ୟ ସେହି କଥା ଶୁଣିଛନ୍ତି। ତୁମ୍ଭେ ସେହି ବିଷୟ ଗୁଡ଼ିକ ଶିକ୍ଷାଦେବା ଉଚିତ୍। ଯେଉଁ କେତେକଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ, ସେମାନଙ୍କୁ ସେହି ଉପଦେଶଗୁଡ଼ିକ ଦିଅ। ତା’ହେଲେ ସେମାନେ ଅନ୍ୟଲୋକମାନଙ୍କୁ ସେହି ଉପଦେଶଗୁଡ଼ିକ ଦେଇ ପାରିବେ। ଆମ୍ଭ ସମସ୍ତଙ୍କ କଷ୍ଟରେ ଭାଗୀ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସେହି କଷ୍ଟଗୁଡ଼ିକ ସହିଯାଅ। ଜଣେ ସୈନିକ ତା’ର ନାୟକକୁ ଖୁସୀ କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣାରେ ସେ ନିଜର ସମୟ ଅତିବାହିତ କରେ ନାହିଁ। ଜଣେ ଖେଳାଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମ ପାଳନ କରିବା ଦରକାର। ଜଣେ ଗ୍ଭଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ୟ ଉତ୍ପାଦନ କରିଛି, ସେ ପ୍ରଥମରେ ସେହି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ୍। ମୁଁ ଯେଉଁ କଥା କହୁଛି, ତାହା ବିଷୟରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦେବେ। ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ୟୁପରେ ପୁନଃ ଜୀବିତ ହୋଇଉଠିଲେ। ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି। ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ। ଏହି ଶିକ୍ଷା ସତ୍ୟ ଅଟେ: ଯଦି ଆମ୍ଭେ ତାହାଙ୍କ ସହିତ ମରୁ, ତା’ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା। ଯଦି ଆମ୍ଭେ ଯାତନା ସହିବା, ତା’ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା’ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ। ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ, ତଥାପି ସେ ବିଶ୍ୱସ୍ତ ହୋଇ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ। ଜଣେ ଅନୁମୋଦିତ କାର୍ଯ୍ୟକାରୀ ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ। ପରମେଶ୍ୱରଙ୍କ ସୁଗ୍ରାହ୍ୟ ବ୍ୟକ୍ତି ହେବା ଲାଗି ଯଥାସାଧ୍ୟ ଚେଷ୍ଟା କର। ନିଜକୁ ତାହାଙ୍କଠାରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସେବକ ହୁଅ ଯିଏ ସ‌ତ୍‌‌ଶିକ୍ଷା ଠିକ୍ ଭାବରେ କାମରେ ଲଗାଉଛି। ପରମେଶ୍ୱରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂରରେ ରୁହ। ସେଭଳି କଥା ପରମେଶ୍ୱରଙ୍କଠାରୁ ଅଧିକରୁ ଅଧିକ ଦୂରେଇ ନେବ। ଶରୀର ଭିତରେ ରୋଗ ବ୍ୟାପିଲା ଭଳି ସେମାନଙ୍କର ମନ୍ଦ ଶିକ୍ଷା ବ୍ୟାପି ଯିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସେହିଭଳି ଲୋକ। ସେମାନେ ସ‌ତ୍‌‌ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି। ସେହି ବାକ୍ୟଗୁଡ଼ିକ ସେହି ମୂଳଦୁଆ ଉପରେ ଲେଖା ହୋଇଛି: “ଯେଉଁମାନେ ପ୍ରଭୁଙ୍କର ଲୋକ, ସେମାନଙ୍କୁ ପ୍ରଭୁ ଜାଣନ୍ତି।” ନିୟମ ଲିଖିତ ଶବ୍ଦଗୁଡ଼ିକ ମଧ୍ୟ ମୂଳଦୁଆ ଉପରେ ଲେଖାଯାଇଛି: “ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ, ସେ ମନ୍ଦ କାମ ନ କରୁ।” ଗୋଟିଏ ବଡ଼ ଘରେ ସୁନା ଓ ରୂପାର ଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ୟ ଥାଏ। କେତେକ ଜିନିଷ ବିଶେଷ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୁଏ। କେତେକ ଜିନିଷ ନୀଚ କାର୍ଯ୍ୟ ପାଇଁ ବ୍ୟବହାର ହୁଏ। ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା’ହେଲେ ସେ ମୂଲ୍ୟବାନ କାମ ପାଇଁ ବିଶେଷ ଉପଯୋଗୀ ହେବ। ସେ ଲୋକ ପବିତ୍ର ହେବ। ମୁନିବ ତାହାକୁ ବ୍ୟବହାର କରି ପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ। ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର। ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ। ପ୍ରଭୁଙ୍କର ସେବକ ଯୁକ୍ତି କରିବା ଉଚିତ୍ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହେବା ଉଚିତ୍। ସେ ଜଣେ ଭଲ ଶିକ୍ଷକ ହେବା ଉଚିତ୍। ସେ ସହନଶୀଳ ହେଉ। ଯେଉଁମାନେ ତାଙ୍କୁ ବିରୋଧ କରନ୍ତି, ସେମାନଙ୍କୁ ଭଦ୍ର ଭାବରେ ଶିଖାଇବା ଉଚିତ୍। ହୁଏତ ପରମେଶ୍ୱର ସେମାନଙ୍କ ହୃଦୟରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରିବେ, ଯାହାଦ୍ୱାରା ସେମାନେ ସତ୍ୟକୁ ଗ୍ରହଣ କରିବେ। ଶୟତାନ ସେମାନଙ୍କୁ ଫାନ୍ଦରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହୋଇପାରେ ଯେ ସେମାନେ ସଜାଗ ହେବେ ଓ ଶୟତାନର ସେହି କାର୍ଯ୍ୟ ଦେଖିବେ। ତା’ପରେ ସେମାନେ ଶୟତାନର ଫାନ୍ଦରୁ ମୁକ୍ତ ହେବେ। ଶେଷ ଦିନଗୁଡ଼ିକରେ ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା’ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ। ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା। ଶେଷ ଶିକ୍ଷା କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ। କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। ସବୁ ଶାସ୍ତ୍ର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପଯୋଗୀ ଅଟେ। ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା’ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ। ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଗ୍ଭର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ୟ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର। ସମୟ ଆସୁଛି, ଯେତେବେଳେ ଲୋକେ ସ‌ତ୍‌‌ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନିଜ ମନ ପସନ୍ଦ ଶିକ୍ଷା ସେମାନଙ୍କଠାରୁ ସଂଗ୍ରହ କରିବେ, ଯେଉଁମାନେ ସେମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିବେ। ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ। କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂଯମ କର। କ୍ଳେଶ ଆସିଲେ ସେଗୁଡ଼ିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ୱରଙ୍କ ଜଣେ ସେବକ ଭାବରେ ସମସ୍ତ କର୍ତ୍ତବ୍ୟ କରୁଥାଅ। ମୋ’ ଜୀବନ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିଦେଇଛି। ମୋ’ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ଯୁଦ୍ଧ ଲଢ଼ିଛି। ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ୱାସ ବଜାୟ ରଖିଛି। ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ। ବ୍ୟକ୍ତିଗତ ସମ୍ବାଦ ଯେତେଶୀଘ୍ର ସମ୍ଭବ ମୋ’ ସହିତ ଦେଖା କରିବାକୁ ଆସିବା ପାଇଁ ଚେଷ୍ଟା କର। ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମୋତେ ଛାଡ଼ି ଗ୍ଭଲିଗଲେ। ସେ ଥେସଲନୀକୀକୁ ଯାଇଛନ୍ତି। କ୍ରେସ୍‌କେ‌ନ୍‌ସ୍ ଗାଲାତୀଆକୁ, ତୀତସ୍ ଦଲ୍ମତିଆକୁ ଯାଇଛନ୍ତି। ଏବେ ମୋ’ ସହିତ କେବଳ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନେଇ ଆସିବ। ସେ ଏଠାରେ ମୋ’ କାମରେ ଅତ୍ୟନ୍ତ ଆବଶ୍ୟକୀୟ ହୋଇପାରିବେ। ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି। ମୁଁ ଯେତେବେଳେ ତ୍ରୋୟାରେ ଥିଲି, ମୁଁ କାର୍ପଙ୍କ ପାଖରେ ମୋର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତେବେଳେ ଆସିବ, ତାହା ମୋ’ ପାଇଁ ନେଇ ଆସିବ। ମୋ’ ବହିଗୁଡ଼ିକୁ ମଧ୍ୟ ଆଣିବ। ଚର୍ମପତ୍ର ଉପରେ ଲିଖିତ ବହିଗୁଡ଼ିକ ବିଶେଷଭାବରେ ମୋର ଦରକାର। କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ। ତୁମ୍ଭେ ମଧ୍ୟ ସତର୍କ ରୁହ, ଯେପରି ସେ ତୁମ୍ଭର କ୍ଷତି ନ କରେ। ସେ ଆମ୍ଭ ଶିକ୍ଷାଗୁଡ଼ିକର ଘୋର ପ୍ରତିରୋଧ କରିଥିଲା। ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତରେ ଠିଆ ହେଲାବେଳେ କୌଣସି ଲୋକ ମୋତେ ସମର୍ଥନ କରିବାକୁ ଆଗେଇ ଆସି ନ ଥିଲା। ସମସ୍ତେ ମୋତେ ଛାଡ଼ି ଗ୍ଭଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମୋ’ ସହିତ ଥିଲେ। ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି। ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ। ଶେଷ ଅଭିନନ୍ଦନ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମୋର ନମସ୍କାର ଜଣାଇବ। ଏରାଷ୍ଟ କରିନ୍ଥ ନଗରଠାରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠାରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ। ଶୀତଦିନ ପୂର୍ବରୁ ମୋ’ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର। ଇଉବୁଲ, ପୁଦେ‌ନ୍‌ସ୍, ଲିନ, କ୍ଳୌଦିୟା ଓ ଅନ୍ୟସମସ୍ତ ଭାଇଭଉଣୀ ତୁମ୍ଭକୁ ନମସ୍କାର ଜଣାଇଛନ୍ତି। ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ। ପରମେଶ୍ୱରଙ୍କ ସେବକ, ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସରେ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ସତ୍ୟ ଜାଣିବା ପାଇଁ ସେହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ପରମେଶ୍ୱରଙ୍କୁ ଲୋକେ କିପରି ସେବା କରିବେ, ତାହା ସେହି ସତ୍ୟ ଦେଖାଇ ଥାଏ। ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ। ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି। ଏହି ପତ୍ର ତୀତସଙ୍କୁ ଲେଖାଯାଉଛି। ତୁମ୍ଭେ ସମବିଶ୍ୱାସରେ ମୋର ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ୱର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ। କ୍ରୀତୀଠାରେ ତୀତସଙ୍କ କାର୍ଯ୍ୟ ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ। ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ। ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ। ନିଜ ଘରେ ଲୋକମାନଙ୍କୁ ସ୍ୱାଗତ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ରେମ କରୁଥିବେ, ଜ୍ଞାନୀ ହୋଇଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହୋଇଥିବେ ଓ ନିଜକୁ ସଂଯମ କରି ପାରୁଥିବେ। ଆମ୍ଭେ ସତ୍ୟର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପାଳନ କରୁଥିବେ। ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି। ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ମୁଁ ବିଶେଷ ଭାବରେ ସେ ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହେବା ପାଇଁ କହନ୍ତି। ଜଣେ ପ୍ରାଚୀନ ସେମାନଙ୍କର ଭୁଲ୍ ବିଷୟରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସେମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସେହି ଲୋକମାନେ କୁଶିକ୍ଷାର ଉପଦେଶ ଦେଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସେମାନେ କେବଳ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସେମାନେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି। ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟ‌‌ଦ୍‌‌‌‌ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।” ସେହି ଭାବବାଦୀଙ୍କ କଥା ସତ। ଅତଏବ ସେମାନଙ୍କୁ କୁହ ଯେ ସେମାନେ ଭୁଲ୍ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠୋର ହେବା ଉଚିତ୍। ତା’ହେଲେ ସେମାନେ ବିଶ୍ୱାସରେ ଦୃଢ଼ ହେବେ। ତା’ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ। ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି। ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ। ପ୍ରକୃତ ଶିକ୍ଷାର ଅନୁସରଣ ପ୍ରକୃତ ଶିକ୍ଷା (ଉପଦେଶ)ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା। ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍। ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ। ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ। ସେମାନେ ଯୁବତୀମାନଙ୍କୁ ଶିଖାଇ ପାରିବେ ଯେ ସେମାନେ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ୱାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା’ହେଲେ କୌଣସି ଲୋକ ଆମ୍ଭକୁ ଦିଆଯାଇଥିବା ପରମେଶ୍ୱରଙ୍କ ଶିକ୍ଷାର ସମାଲୋଚନା କରି ପାରିବ ନାହିଁ। ସେହିଭଳି ଯୁବକମାନଙ୍କୁ କୁହ ଯେ ସେମାନେ ଜ୍ଞାନୀ ହୁଅନ୍ତୁ। ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା’ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ। ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ। ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ। ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ। ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି। ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ। ଜୀବନଯାପନର ଉତ୍ତମ ରୀତି ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ: ସେମାନେ ସରକାରୀ ଅଧିକାରୀମାନଙ୍କ ଅଧୀନରେ ରୁହନ୍ତୁ, ସେମାନଙ୍କ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ; ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତିରେ ରୁହନ୍ତୁ; ଧୈର୍ଯ୍ୟବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ୱାସୀମାନଙ୍କୁ କୁହ। ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ। କିନ୍ତୁ ଯେତେବେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବଳେ ସେ ନିଜ କୃପା ଦ୍ୱାରା ଆମ୍ଭକୁ ରକ୍ଷା କଲେ। ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ହେତୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ରଆତ୍ମାଙ୍କ ମାଧ୍ୟମରେ ଆସିଥିଲା। ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ। ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତ ଜୀବନ ପାଇବୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ। ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ। ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା’ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ। ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ। ଯଦି କିଏ ତର୍କବିତର୍କ କରେ, ତା’ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଗ୍ଭଲୁ ରଖେ, ତା’ହେଲେ ତାହାକୁ ଆଉ ଥରେ ସତର୍କ କର। ଯଦି ତା’ପରେ ମଧ୍ୟ ସେ ପୁନଃ ତର୍କବିତର୍କ କରେ, ତା’ ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସେଭଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ। ମନେ ରଖିବା ପାଇଁ କେତୋଟି କଥା ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି। ଓକିଲ ଜୀନା ଓ ଆପଲ୍ଲ ସେଠାରୁ ଆସୁଛନ୍ତି। ସେମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ୟ ସାହାଯ୍ୟ କର। ତୁମ୍ଭେ ସତର୍କ ହୁଅ ଯେ ସେମାନଙ୍କର କୌଣସି ଅଭାବ ନ ଘଟୁ। ନିଜ ଜୀବନକୁ ସ‌ତ୍‌‌କର୍ମରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ୟକ। ଯେଉଁମାନଙ୍କର ପ୍ରକୃତରେ ଦରକାର, ସେମାନଙ୍କର ମଙ୍ଗଳ କର। ତା’ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ। ମୋ’ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ୱାସରେ ଆମ୍ଭକୁ ଭଲ ପାଆନ୍ତି, ସେମାନଙ୍କୁ ନମସ୍କାର ଜଣାଇବ। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ। ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ। ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ୱାସର ସହଭାଗିତା ତୁମ୍ଭକୁ ସାହାଯ୍ୟ କରିବ ବୋଲି ମୁଁ ପ୍ରାର୍ଥନା କରେ। ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା। ଅନୀସିମକୁ ଭାଇ ଭଳି ସ୍ୱୀକାର କର କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି। କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି। ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହରେ ଥିଲାବେଳେ ସେ ମୋର ସନ୍ତାନ ହୋଇଥିଲା। ଅତୀତରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମୋ’ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ। ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି। ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଗ୍ଭର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ’ ସହିତ ରଖିବାକୁ ଗ୍ଭହୁଁଥିଲି। ମୋତେ ସାହାଯ୍ୟ କରିବା ଦ୍ୱାରା ସେ ତୁମ୍ଭର ସେବା କରିଥା’ନ୍ତା। କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଗ୍ଭରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛାରେ ହେଉ, ମୋର ବାଧ୍ୟ ବାଧକତାରେ ନ ହେଉ ବୋଲି ମୁଁ ଗ୍ଭହେଁ। ଅନୀସିମ କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ। ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ। ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା’ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର। ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା’ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ’ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ। ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ। ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା’ଠାରୁ ଅଧିକ କରିବ। ମୋ’ ରହିବା ପାଇଁ ଗୋଟିଏ ବଖରା ମଧ୍ୟ ପ୍ରସ୍ତୁତ କର। ମୁଁ ଆଶାକରେ ଯେ ପରମେଶ୍ୱର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ଯିବାକୁ ସମର୍ଥ ହୋଇ ପାରିବି। ଶେଷ ଅଭିନନ୍ଦନ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମୋର ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ। ପରମେଶ୍ୱର ନିଜ ପୁତ୍ର ମାଧ୍ୟମରେ କଥା କହିଛନ୍ତି ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ। କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି। ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା’ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ। ପରମେଶ୍ୱର ତାହାଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେକୌଣସି ସ୍ୱର୍ଗଦୂତଙ୍କଠାରୁ ମଧ୍ୟ ଅଧିକ ମହାନ୍ ହୋଇଅଛନ୍ତି। ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ, “ମୁଁ ତା’ର ପିତା ହେବି, ସେ ମୋର ପୁତ୍ର ହେବ।” ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି: “ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।” ନିଜର ସ୍ୱର୍ଗଦୂତମାନଙ୍କ ବିଷୟରେ ପରମେଶ୍ୱର କହିଛନ୍ତି: “ପରମେଶ୍ୱର ଆପଣା ସ୍ୱର୍ଗଦୂତମାନଙ୍କୁ ବାୟୁସ୍ୱରୂପ କରନ୍ତି, ଓ ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି।” କିନ୍ତୁ ପରମେଶ୍ୱର ନିଜ ପୁତ୍ର ବିଷୟରେ କୁହନ୍ତି: “ହେ ପରମେଶ୍ୱର! ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ତୁମ୍ଭେ ନ୍ୟାୟରେ ରାଜ୍ୟଶାସନ କରିବ ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର। ଅତଏବ ପରମେଶ୍ୱର, ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।” ପରମେଶ୍ୱର ଏହା ମଧ୍ୟ କହନ୍ତି: “ହେ ପ୍ରଭୁ! ତୁମ୍ଭେ ଆରମ୍ଭରେ ପୃଥିବୀ ନିର୍ମାଣ କଲ, ଓ ତୁମ୍ଭର ହାତ ଆକାଶ ନିର୍ମାଣ କଲା। ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ। ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହୋଇଯିବ। ତୁମ୍ଭେ ଗ୍ଭଦର ଭଳି ସେହିସବୁ ଗୁଡ଼ାଇବ ଓ ସେମାନେ ବସ୍ତ୍ର ଭଳି ପରିବର୍ତ୍ତିତ ହେବେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶେଷ ହେବ ନାହିଁ।” ପରମେଶ୍ୱର କେବେ ହେଲେ କୌଣସି ସ୍ୱର୍ଗଦୂତକୁ କହିଛନ୍ତି କି ଯେ: “ଯେତେବେଳ ପର୍ଯ୍ୟନ୍ତ ମୁଁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ତୁମ୍ଭ କର୍ତ୍ତୃତ୍ୱରେ ନ ଆଣିଛି, ସେ ପର୍ଯ୍ୟନ୍ତ ମୋ’ ଡାହାଣରେ ବସିଥାଅ।” ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି। ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅ‌ଦ୍‌ଭୂତ କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି। ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି: “ପରମେଶ୍ୱର! ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର? ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ? ସେ କ’ଣ ସତରେ ମହାନ ଅଟନ୍ତି ଯେ ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ? ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ, ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ। ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ। ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି: “ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” ସେ ଆହୁରି କହନ୍ତି: “ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” ଓ ସେ କୁହନ୍ତି: “ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।” ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି। ମୋଶାଙ୍କଠାରୁ ଯୀଶୁ ମହାନ ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ। ଯେତେବେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନାରେ ସେହି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ମୋଶାଙ୍କ ତୁଳନାରେ ଯୀଶୁ ଅଧିକ ସମ୍ମାନର ଯୋଗ୍ୟ। ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ। କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ। କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା’ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ। ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରି ଗ୍ଭଲିଥିବା ଅତଏବ ପବିତ୍ରଆତ୍ମା କୁହନ୍ତି: “ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ, ତେବେ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର। ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ। ତଥାପି ସେମାନେ ମୋ’ ଧୈର୍ଯ୍ୟର ପରୀକ୍ଷା ନେଲେ। ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ। ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ। ଅତଏବ ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି – ‘ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମସ୍ଥଳରେ ପ୍ରବେଶ କରିବେ ନାହିଁ।’” ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧ୍ୟରେ କେହି ପାପ ନ କର, ଅବିଶ୍ୱାସୀ ନ ହୁଅ, ଓ ଜୀବିତ ପରମେଶ୍ୱରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ। କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। “ଆଜିଦିନରେ” ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାଯ୍ୟ କର। କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରଖିବ, ତାହାହେଲେ ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ଅଧିକାରରେ ସହଭାଗୀ ହେବ। ଏହା ହିଁ ଶାସ୍ତ୍ର ମଧ୍ୟ କୁହେ: “ତୁମ୍ଭେମାନେ ଯଦି ଆଜି ପରମେଶ୍ୱରଙ୍କ ବାକ୍ୟ ଶୁଣ, ତା’ହେଲେ ଅତୀତରେ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଥିଲ, ସେହିପରି ଆପଣା ହୃଦୟ କଠିନ ନ କର।” ପରମେଶ୍ୱରଙ୍କ ବାକ୍ୟ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ? ଯେଉଁମାନେ ମୋଶାଙ୍କ ଦ୍ୱାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସେହି ଲୋକ ଅଟନ୍ତି। ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ। ପରମେଶ୍ୱରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ? ପରମେଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ। ଅତଏବ ଆମ୍ଭେ ଦେଖୁଛୁ ଯେ, ସେମାନେ ନିଜ ଅବିଶ୍ୱାସ ହେତୁ ସେଠାରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ। ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି: “ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି; ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ ନିରୂପଣ କଲେ। ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ: “ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ, ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ। ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ। ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖ‌‌ଡ଼୍‌ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ। ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା। ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍। ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି: “ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପରି ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।” ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। ପରମେଶ୍ୱର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ। ପତନ ବିରୁଦ୍ଧରେ ସତର୍କବାଣୀ ଏ ବିଷୟରେ ଆମ୍ଭର ତୁମ୍ଭମାନଙ୍କୁ ଅନେକ କଥା କହିବା ପାଇଁ ଅଛି। କିନ୍ତୁ ଯେହେତୁ ତୁମ୍ଭେମାନେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ସମୟ ଅତିବାହିତ ହୋଇ ଗଲାଣି, ତୁମ୍ଭେମାନେ ଉପଦେଶକ ହୋଇ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ୱରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭେମାନେ ଏବେ ମଧ୍ୟ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭେମାନେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହୋଇ ନାହଁ। ଯେ କେବଳ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ୟକ୍ତି ଉଚିତ୍ ଶିକ୍ଷା କ’ଣ ତାହା ଜାଣି ନାହିଁ। ସେମାନେ ଭଲ ଓ ମନ୍ଦର ପାର୍ଥକ୍ୟ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି। ଅତଏବ ଖ୍ରୀଷ୍ଟଙ୍କ ବିଷୟରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ଯ୍ୟ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚା‌ତ୍‌‌ପଦ ହେବା ନାହିଁ। ଯେତେବେଳେ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭେମାନେ ମନ୍ଦକର୍ମରୁ ବିମୁଖ ହୋଇ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲୁ। ସେତେବେଳେ ଆମ୍ଭେ ବାପ୍ତିସ୍ମ ବିଷୟରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟରେ, ମୃତ୍ୟୁରୁ ପୁନରୁ‌ତ୍‌‌ଥିତ ହେବା ବିଷୟରେ ଓ ଶେଷ ବିଗ୍ଭର ବିଷୟରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହେବା ଉଚିତ୍। ହଁ ଯଦି ପରମେଶ୍ୱର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା। ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲ‌ବ୍‌‌‌‌ଧି କରିଛନ୍ତି। କିନ୍ତୁ ତା’ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି। *** *** ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ୟ ଉତ୍ପନ୍ନ କରିବା ନିମନ୍ତେ ସେହି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସେହି କ୍ଷେତ୍ର ଲୋକମାନଙ୍କ ପାଇଁ ଉପଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ୱରଙ୍କର ଆଶୀର୍ବାଦ ପାଏ। କିନ୍ତୁ ଯଦି ସେହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା’ହେଲେ ତାହା ଅକାମୀ ଅଟେ। ସେହି ଭୂମି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଅଭିଶପ୍ତ ହୁଏ, ଓ ଶେଷରେ ତାହା ଅଗ୍ନି ଦ୍ୱାରା ବିନଷ୍ଟ ହେବ। ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭେମାନେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଯେଉଁ ପ୍ରେମଭାବ ପ୍ରଦର୍ଶିତ କରିଛ, ସେହି ଭଲ କାମକୁ ପରମେଶ୍ୱର ସଦାସର୍ବଦା ମନେ ରଖିବେ। ପରମେଶ୍ୱର ହେଉଛନ୍ତି ନ୍ୟାୟୀ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଗ୍ଭଲିଛ, ଏ କଥା ସେ ମନେ ରଖିବେ। ଆମ୍ଭେ ଗ୍ଭହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରତ୍ୟେକ ଜୀବନସାରା ସେହିଭଳି କଠୋର ପରିଶ୍ରମ କରୁଥାଅ। ତେବେ ତୁମ୍ଭେମାନେ ତୁମ୍ଭର ପ୍ରତ୍ୟାଶିତ ମହତ୍ ବିଷୟ ଲାଭ କରିବ। ତୁମ୍ଭେମାନେ ଆଳସ୍ୟପରାୟଣ ନ ହୋଇ ଯେପରି ପରମେଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପରି ହୁଅ, ଏ କଥା ଆମ୍ଭେ ଗ୍ଭହୁଁ। ସେମାନେ ତାହାଙ୍କର ବିଶ୍ୱାସ ଓ ଧୈର୍ଯ୍ୟ ହେତୁରୁ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି। ପରମେଶ୍ୱର ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ପରମେଶ୍ୱରଙ୍କ ବ୍ୟତୀତ ମହାନ ଲୋକ ଆଉ କେହି ନାହାନ୍ତି। ଅତଏବ ପରମେଶ୍ୱର ନିଜ ନାମରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି। ପରମେଶ୍ୱର କହିଲେ: “ମୁଁ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।” ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ। ମନୁଷ୍ୟମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନେଇ ଶପଥ କରିଥା’ନ୍ତି। ଏହା ଦ୍ୱାରା ସେମାନଙ୍କର କଥାର ସତ୍ୟତା ପ୍ରମାଣିତ ହୁଏ ଓ ସେମାନଙ୍କ ବିବାଦର ନିଷ୍ପତ୍ତି ହୁଏ। ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି। ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ। ଆମ୍ଭର ସେହି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢ଼ୁଆଳରେ ଥିବା ପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରଖେ। ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମ‌ଲ୍‌କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି। ଯାଜକ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। କେହିହେଲେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ। ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ। ଲେବୀ ପରିବାରବର୍ଗଙ୍କ ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା। ଯେତେବେଳେ ଯାଜକର ପରିବର୍ତ୍ତନ ହୁଏ ସେତେବେଳେ ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସେହି ଗୋଷ୍ଠୀର କେହି କେବେ ହେଲେ ଆଗରୁ ଯାଜକ ଭାବେ ବେଦୀ ରେ ସେବା କରି ନ ଥିଲେ। କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି। ଯୀଶୁ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଜଣେ ଯାଜକ ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକ ଅଛନ୍ତି। ସେ କୌଣସି ଗୋଷ୍ଠୀର ବ୍ୟବସ୍ଥା ଦ୍ୱାରା ଯାଜକ ହୋଇ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ। ଶାସ୍ତ୍ରରେ ତାଙ୍କ ବିଷୟରେ କୁହାଯାଇଛି: “ତୁମ୍ଭେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।” ପୂର୍ବ ବ୍ୟବସ୍ଥା ଦୁର୍ବଳ ଓ ବ୍ୟର୍ଥ ହୋଇଥିବାରୁ ଲୋପ କରି ଦିଆ ହେଲା। ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା। ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ: “ପ୍ରଭୁ ଶପଥ କରିଛନ୍ତି ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’” ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମି‌ନ୍‌ଦାର। ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ। କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ। ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି। ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ। ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ। ଯୀଶୁ ଆମ୍ଭର ମହାଯାଜକ ଆମ୍ଭେ ଯାହାକିଛି କହୁଛୁ, ତା’ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି। ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି। ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା। ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି। ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।” କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ। ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା’ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ: “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି। ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହେବ ନାହିଁ। ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି। ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ, ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି। ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି: ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି ସେମାନଙ୍କ ହୃଦୟରେ ସେହିସବୁ ଲେଖିବି। ମୁଁ ସେମାନଙ୍କ ପରମେଶ୍ୱର ହେବି, ଓ ସେମାନେ ମୋର ଲୋକ ହେବେ। ଏହା ପରେ ପୁନର୍ବାର କେହି ନିଜ ଭାଇ ବା ପରମେଶ୍ୱରଙ୍କ ଅନ୍ୟଲୋକମାନଙ୍କୁ ଶିକ୍ଷା ଦେବେ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ୟକ ହେବ ନାହିଁ, କାହିଁକି? କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ମୋତେ ଜାଣିବେ। ଓ ମୋ’ ବିରୁଦ୍ଧରେ କରିଥିବା ଦୋଷ ସବୁ ମୁଁ କ୍ଷମା କରିଦେବି, ଏବଂ ମୁଁ ସେମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।” ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ। ପୁରାତନ ନିୟମର ଉପାସନା ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା। ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ ବୋଲି କୁହା ଯାଇଥିଲା। ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା। ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା । ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା। ବାକ୍ସ ଉପରେ କିରୁବ ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ ‘ଦୟାର ଆସନ’ ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟରେ କହି ପାରିବୁ ନାହିଁ। ମୋର କହିବା ଅନୁଯାୟୀ ସେହି ତମ୍ବୁରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କାର୍ଯ୍ୟ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି। କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ। ଏତଦ୍ଦ୍ୱାରା ପବିତ୍ରଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ଯ୍ୟନ୍ତ ଅତିପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ଖୋଲା ହୋଇ ନାହିଁ। ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ୱରୂପ। ଏହା ସୂଗ୍ଭଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ୱାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହୋଇପାରେ ନାହିଁ। ଉକ୍ତ ବଳି ହେତୁ ସେ ସିଦ୍ଧିଲାଭ କରିପାରେ ନାହିଁ। ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ। ନୂତନ ନିୟମର ଉପାସନା କିନ୍ତୁ ଏବେ ଖ୍ରୀଷ୍ଟ ମହାଯାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖରେ ଥିବା ସମସ୍ତ ଉତ୍ତମ ବିଷୟର ମହାଯାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁରେ ଆପଣା ସେବାକାର୍ଯ୍ୟ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ରେଷ୍ଠ ସ୍ଥଳରେ ସେବାକାର୍ଯ୍ୟ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାନ୍ତି। ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ। ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା। ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା। ଅତଏବ, ପରମେଶ୍ୱରଙ୍କ ପାଖରୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ୟ ଯେପରି ପରମେଶ୍ୱରଙ୍କ ଦ୍ୱାରା ଆହୂତ ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେବେ। ସେମାନେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିଦାନରେ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ। ଯେତେବେଳେ ଜଣେ ଲୋକ ମୃତ୍ୟୁବରଣ କରେ ସେ ଗୋଟିଏ ଉଇ‌‌‌‌‌‌‌‌ଲ୍‌‌‌‌‌‌‌ ଛାଡ଼ି ଯାଏ। କିନ୍ତୁ ଲୋକେ ସେହି ଲୋକଜଣକର ମୃତ୍ୟୁ ପ୍ରମାଣିତ କରିବା ଉଚିତ୍। ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା’ହେଲେ ସେହି ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି ଲାଗୁ ହୋଇ ପାରିବ। ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା। ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା’ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା’ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ। ତା’ପରେ ମୋଶା କହିଲେ, “ଯେଉଁ ନିୟମଗୁଡ଼ିକୁ ପରମେଶ୍ୱର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦେଇଛନ୍ତି, ସେହି ନିୟମର ରକ୍ତ ଏହି।” ମୋଶା ପବିତ୍ର ତମ୍ବୁ ଉପରେ ସେହି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ବସ୍ତୁ ଉପରେ ମଧ୍ୟ ସେ ସେହି ରକ୍ତ ଛିଞ୍ଚିଲେ। ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ। ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ। ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ। ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା’ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ। ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ। ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ। ଯୀଶୁଙ୍କ ବଳିଦାନ ଆମକୁ ସମ୍ପୂର୍ଣ୍ଣ କରେ ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ। ଯଦି ବ୍ୟବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥା’ନ୍ତା ତା’ହେଲେ ସେହି ବଳିଗୁଡ଼ିକ ବନ୍ଦ ହୋଇ ଯାଇ ସାରିଥା’ନ୍ତା। ସେହି ଲୋକମାନେ ମଧ୍ୟ ପାପରୁ ଶୁଦ୍ଧ ହୋଇଯାଇ ସାରିଥା’ନ୍ତେ। ସେମାନେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥା’ନ୍ତେ। କିନ୍ତୁ ବ୍ୟବସ୍ଥା କଦାପି ତାହା କରି ପାରିବ ନାହିଁ। ସେମାନେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସେମାନଙ୍କୁ ସେମାନଙ୍କର ପାପଗୁଡ଼ିକ ସ୍ମରଣ କରାଇ ଦିଏ। ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି। ଅତଏବ ଯେତେବେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ: “ତୁମ୍ଭେ ବଳି ଓ ସମର୍ପଣ ଗ୍ଭହଁ ନାହିଁ, କିନ୍ତୁ ତୁମ୍ଭେ ମୋ’ ପାଇଁ ଶରୀରଟିଏ ନିର୍ମାଣ କରିଛ, ହୋମବଳି ଓ ପାପାର୍ଥକ ବଳରେ ତୁମ୍ଭେ ଖୁସୀ ହୁଅ ନାହିଁ। ବଳି ଦ୍ୱାରା ପାପହରଣ କଥାର ମଧ୍ୟ ତୁମ୍ଭେ ଖୁସୀ ନୁହଁ। ତା’ପରେ ମୁଁ କହିଲି: ‘ପରମେଶ୍ୱର ମୁଁ ଅଛି ଏଠାରେ ବ୍ୟବସ୍ଥା ପୁସ୍ତକରେ ମୋ’ ବିଷୟରେ ଲେଖା ଅଛି। ତୁମ୍ଭେ ଗ୍ଭହିଁ ଥିବା କାର୍ଯ୍ୟଗୁଡ଼ିକ ମୁଁ କରିବା ପାଇଁ ଆସିଛି।’” ଏହି ଶାସ୍ତ୍ରରେ ସେ ପ୍ରଥମେ କହିଥିଲେ, “ତୁମ୍ଭେ ବଳି ଓ ନୈବେଦ୍ୟମାନ ଗ୍ଭହଁ ନାହିଁ। ତୁମ୍ଭେ ହୋମବଳି ଦ୍ୱାରା ବା ପାପହରଣ ହେବା ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ୱାରା ପ୍ରସନ୍ନ ହୁଅ ନାହିଁ।” ବ୍ୟବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ। ତା’ପରେ ସେ କହିଲେ “ପରମେଶ୍ୱର, ମୁଁ ଏଠାରେ ଅଛି। ମୁଁ ତୁମ୍ଭେ ଗ୍ଭହୁଁଥିବା କାମ କରିବା ପାଇଁ ଆସିଛି।” ଅତଏବ ପରମେଶ୍ୱର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ। ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ। ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ। ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରିଥିଲେ, ଓ ସେହି ବଳିଦାନ ସବୁଦିନ ପାଇଁ ପର୍ଯ୍ୟାପ୍ତ ଅଟେ। ତା’ପରେ ଖ୍ରୀଷ୍ଟ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ସେଠାରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷାରେ ଅଛନ୍ତି। ମାତ୍ର ଗୋଟିଏ ବଳିଦାନ ଦ୍ୱାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରିଦେଲେ। ସେହି ଲୋକମାନଙ୍କୁ ପବିତ୍ର କରାଯାଇଛି। ପବିତ୍ରଆତ୍ମା ମଧ୍ୟ ଆମ୍ଭକୁ ଏହା ବିଷୟରେ କୁହନ୍ତି। ପ୍ରଥମରେ ସେ କୁହନ୍ତି: “ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।” ଏହା ମଧ୍ୟ କୁହନ୍ତି: “ମୁଁ ସେମାନଙ୍କର ପାପ ଓ କରୁଥିବା ମନ୍ଦକାମଗୁଡ଼ିକୁ କ୍ଷମା କରିଦେବି, ମୁଁ ସେଗୁଡ଼ିକୁ ପୁଣି କେବେ ହେଲେ ମନେ ପକାଇବି ନାହିଁ।” ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କ ନିକଟକୁ ଆସ ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା। ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍। ଖ୍ରୀଷ୍ଟଙ୍କଠାରୁ ମୁହଁ ବୁଲାଇ ନିଅ ନାହିଁ ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା’ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ। ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା’ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। ଯେଉଁ ଲୋକ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନି ଜଣ ସାକ୍ଷୀ ଆବଶ୍ୟକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଉଥିଲା। ତା’ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା’ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା। ଆମ୍ଭେ ଜାଣୁ ଯେ, ପରମେଶ୍ୱର କହିଥିଲେ: “ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦେବି, ମୁଁ ତାହାଙ୍କୁ ପ୍ରତିଦାନ ଦେବି।” ପରମେଶ୍ୱର ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ତାହାଙ୍କ ଲୋକଙ୍କର ବିଗ୍ଭର କରିବେ।” ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା। ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ। ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। ଆଜି ଅଳ୍ପ ସମୟରେ, “ଯାହାଙ୍କ ଆସିବା କଥା ସେ ଆସିବେ, ତାହାଙ୍କର ଡେରି ହେବ ନାହିଁ। ଯେଉଁ ଲୋକ ମୋ’ ସହିତ ଧାର୍ମିକ, ତା’ର ବିଶ୍ୱାସ ହେତୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ, ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।” କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ। ବିଶ୍ୱାସ ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ। ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି। କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି। ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି। କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ। ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ। ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍‌ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍‌ହାକ ଓ ଯାକୁବ ମଧ୍ୟ ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ ର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ। ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ। ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ। ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି। ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍‌ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍‌ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍‌ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। *** ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ। ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ। ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ। ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ। ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ। ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ। ମୋଶା ନିସ୍ତାର ଭୋଜି (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ। ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ। ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା। ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ। ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶା‌ମ୍‌ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ, ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ। ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖ‌‌ଡ଼୍‌ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ। ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ। କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ। ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖ‌‌ଡ଼୍‌ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ। ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ। ଏହି ସମସ୍ତ ଲୋକମାନେ ନିଜର ବିଶ୍ୱାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କେହିହେଲେ ପରମେଶ୍ୱରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ। ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ। ଆମ୍ଭେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ୍ ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍। ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି। ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ। ପରମେଶ୍ୱର ପିତାତୁଲ୍ୟ ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ: “ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ, ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ। ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।” ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା’ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ। ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା’ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା’ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ। ତୁମ୍ଭେମାନେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇସ୍ରାଏଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭେମାନେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭେମାନେ ଅନ୍ଧାରୁଆ, ଝା‌ପ୍‌ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ। ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି। ସେମାନେ ଆଦେଶକୁ ସହି ପାରିଲେ ନାହିଁ: “ଯଦି କିଏ, କୌଣସି ପଶୁ ମଧ୍ୟ ପର୍ବତକୁ ଛୁଏଁ ତା’ହେଲେ ତାହାକୁ ପଥର ଆଘାତ ଦ୍ୱାରା ମାରି ଦେବାକୁହେବ।” ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।” କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ। ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ। ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ। ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ। ଆଗରୁ ଯେତେବେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, “ଆଉ ଥରେ ମୁଁ କମ୍ପାଇବି କେବଳ ପୃଥିବୀକୁ ନୁହେଁ ବରଂ ମୁଁ ସ୍ୱର୍ଗକୁ ମଧ୍ୟ କମ୍ପାଇବି।” “ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ। ଅତଏବ, ଆମ୍ଭେ ଧନ୍ୟବାଦ ଦେବା କଥା ଯେ, ଯେଉଁ ସାମ୍ରାଜ୍ୟ ଆମ୍ଭକୁ ଦିଆଯାଇଛି, ତାହା ଟଳମଳ ହୋଇ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ୍, ଓ ଏପରି ପଦ୍ଧତିରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ୱରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା। କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି। ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର। ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି: “ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ; ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।” ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା: “ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କିଛି କରି ପାରିବ ନାହିଁ।” ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ। ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି। ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା’ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ। ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ। ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍! *** ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା’ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ। ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ। ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ, ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ। ବିଶ୍ୱାସ ଓ ଜ୍ଞାନ ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ। କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ। *** ପ୍ରକୃତ ଧନ ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ। ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ। ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ। ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି। ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା। ଶୁଣିବା ଓ ପାଳନ କରିବା ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ। ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ। ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି। ସମସ୍ତଙ୍କୁ ପ୍ରେମ କର ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ। ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି। ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା’ହେଲେ ତୁମ୍ଭେ ଠିକ୍ କରୁଛ। କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା’ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ। ଜଣେ ଲୋକ ହୁଏତ ପରମେଶ୍ୱରଙ୍କ ସବୁ ବ୍ୟବସ୍ଥା ପାଳନ କରୁଥାଇପାରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ୟ ହୁଏ, ତା’ହେଲେ ସେ ବ୍ୟବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷରେ ଦୋଷୀ ହୁଏ। ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ। ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍। ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା’ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ। ବିଶ୍ୱାସ ଓ ସ‌‌‌‌‌ତ୍‌‌‌‌‌କର୍ମ ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା’ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ। ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି। ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍‌ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।” “ପରମେଶ୍ୱରଙ୍କ ମିତ୍ର” ବୋଲି ଅବ୍ରହାମ ଡକାଗଲେ। ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ। ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା। ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ। କଥା କହିବାରେ ସଂଯତ ହେବା ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଗ୍ଭରିତ ହେବୁ। ଆମ୍ଭେ ସମସ୍ତେ ଅନେକ ଭୁଲ୍ କରୁ। ଯଦି ଜଣେ ଲୋକ କୌଣସି ଭୁଲ୍ କଥା କହି ନାହିଁ, ତା’ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ୟ ସଂଯତ କରି ପାରିବ। ଘୋଡ଼ାମାନଙ୍କୁ ନିଜ ବଶରେ ରଖିବା ପାଇଁ ସେମାନଙ୍କ ମୁହଁରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସେମାନଙ୍କର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ। ସମୁଦ୍ରର ଜାହାଜ କ୍ଷେତ୍ରରେ ମଧ୍ୟ ସେହିପରି ହୋଇଥାଏ। ଜାହାଜଟି ଆକାରରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ୱାରା ଗ୍ଭଳିତ ହୋଇଥାଏ। କିନ୍ତୁ ଛୋଟ ମଙ୍ଗଟି ସେହି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ଯନ୍ତ୍ରଟିକୁ ଗ୍ଭଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ଯିବ। ସେ ଲୋକ ଯେଉଁଠାକୁ ଗ୍ଭହେଁ, ଜାହାଜଟି ସେଠାକୁ ଯାଏ। ଆମ୍ଭ ଜିହ୍ୱା ନିମନ୍ତେ ମଧ୍ୟ ଏହି ବିଷୟ ସମାନ ଅଟେ। ଜିହ୍ୱାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ୟଧିକ ମାତ୍ରାରେ ଗର୍ବ କରିଥାଏ। ଯେଉଁ ଛୋଟ ଅଗ୍ନିଶିଖାଟି ଗୋଟିଏ ବଡ଼ ଜଙ୍ଗଲରେ ନିଆଁ ଲଗେଇ ଦେଇ ପାରିବ। ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରତ୍ୟେକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପାରେ ଓ କରିଛି ମଧ୍ୟ। କିନ୍ତୁ କୌଣସି ମଣିଷ ଜିହ୍ୱାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷଯୁକ୍ତ ଘାତକ ଅଟେ। ଏହି ଜିହ୍ୱା ଦ୍ୱାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତା’ପରେ ପରମେଶ୍ୱର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ୟରେ ତିଆରି କରିଛନ୍ତି, ସେହି ଲୋକମାନଙ୍କୁ ଅଭିଶାପ ଦେଉ। ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ। ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ’ଣ ଝରି ଆସିପାରେ? ନା! ମୋ’ ଭାଇ ଓ ଭଉଣୀମାନେ, ଡିମିରିଗଛରେ କ’ଣ ଜିତ ଫଳ ଫଳେ? ନା! ଦ୍ରାକ୍ଷାଲତା କ’ଣ ଡିମିରି ଉତ୍ପନ୍ନ କରିପାରେ? ନା! ଗୋଟିଏ ଲୁଣିଆ ପାଣିର କୂଅ କେବେ ମିଠା ପାଣି ଦେଇପାରେ ନାହିଁ। ପ୍ରକୃତ ଜ୍ଞାନ ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା’ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ। ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା’ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ। ଏହି ପ୍ରକାର “ଜ୍ଞାନ” ପରମେଶ୍ୱରଙ୍କଠାରୁ ଆସେ ନାହିଁ। ମାତ୍ର ଏହି “ଜ୍ଞାନ” ସଂସାରରୁ ଆସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି। ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ। କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ। ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସେମାନେ ଧାର୍ମିକ ଜୀବନଯାପନ ଦ୍ୱାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି। ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ। ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।” କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।” ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା’ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ। ତୁମ୍ଭେ ବିଗ୍ଭରପତି ନୁହଁ ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା’ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା’ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ। ପରମେଶ୍ୱର ତୁମ୍ଭ ଜୀବନର ଯୋଜନା କରନ୍ତୁ ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର: ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା’ପରେ ସେ ଗ୍ଭଲିଯାଏ। ଅତଏବ ତୁମ୍ଭେ କହିବା ଉଚିତ୍: “ଯଦି ପରମେଶ୍ୱରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।” କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହି ପ୍ରକାର ଅହଂକାର କରିବା ଅନୁଚିତ୍ ଅଟେ। ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା’ହେଲେ ସେ ପାପ କରିଥାଏ। ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି। ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ। ଧୈର୍ଯ୍ୟବାନ ହୁଅ ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି। ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି। ସାବଧାନ ରହି କଥା କୁହ ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।” ପ୍ରାର୍ଥନାର ଶକ୍ତି ଯଦି କେହି ସଙ୍କଟରେ ପଡ଼ିଛି, ତା’ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା’ହେଲେ ସେ ଗୀତ ଗାଉ। ଯଦି ତୁମ୍ଭ ମଧ୍ୟରୁ କେହି ଜଣେ ଅସୁସ୍ଥ ଅଛି, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକିବା ଦରକାର। ସେମାନେ ପ୍ରଭୁଙ୍କ ନାମରେ ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ। ବିଶ୍ୱାସରେ କରାଯାଇଥିବା ସେହି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତେବେ ପରମେଶ୍ୱର ତାହାକୁ କ୍ଷମା କରିବେ। ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା’ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ। ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ ତା’ପରେ ଏଲୀୟ ବର୍ଷା ହେବା ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀରେ ପୁନଃ ଶସ୍ୟ ଉତ୍ପନ୍ନ ହେଲା। ଆତ୍ମା ରକ୍ଷା କରିବା ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ। ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ। ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା‌ପ୍‌ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳରେ ସର୍ବତ୍ର ଛିନ୍ନଭିନ୍ନ ହୋଇଥିବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର। ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ। ଯୀଶୁଙ୍କ ଜୀବନ୍ତ ଭରସା ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ। ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ। ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ। ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା’ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ। ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ। ପବିତ୍ର ଜୀବନ ପାଇଁ ଡାକରା ଆତ୍ମସଂଯମୀ ହୁଅ ଓ ନିଜ ମନକୁ ସେବାକାର୍ଯ୍ୟ ପାଇଁ ପ୍ରସ୍ତୁତ କର। ଯୀଶୁ ଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ ପ୍ରତି ବର୍ତ୍ତିବ, ସେଥିରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ୍। ଅତୀତରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛାରେ ସେହିସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ। ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ। ଶାସ୍ତ୍ରରେ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।” ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍। ତୁମ୍ଭେ ଜାଣିଛ ଯେ ଅତୀତରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସେହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସେହିପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାୟୀ ଜିନିଷ ବଦଳରେ ନୁହେଁ, ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ। ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ। ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା’ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି। ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର। ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ। ଶାସ୍ତ୍ର କୁହେ: “ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି, ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି। ଘାସ ଶୁଖି ଯାଏ, ଫୁଲ ଝଡ଼ି ଯାଏ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।” ଜୀବନ୍ତ ପଥର ଓ ପବିତ୍ର ଦେଶ ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ‌ଗ୍‌ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ। ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। ଶାସ୍ତ୍ର କୁହେ: “ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି ମୁଁ ରଖିଛି; ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।” ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି: “ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।” ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି: “ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ ସେହି ପଥର ଲୋକଙ୍କ ପତନର କାରଣ ହୁଏ।” ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ। କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି। ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ। କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ। ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ। ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି। ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ। କ୍ଷମତାରେ ଥିବା ଲୋକମାନଙ୍କ ଆଜ୍ଞା ପାଳନ କର ଏହି ଜଗତରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। ରାଜାଙ୍କ ଦ୍ୱାରା ପ୍ରେରିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସେମାନଙ୍କୁ ପଠାଯାଇଥାଏ। ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ। ପରମେଶ୍ୱର ଏହା ଗ୍ଭହାନ୍ତି। ସ୍ୱାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ୱାଧୀନତାର ଅପବ୍ୟବହାର କର ନାହିଁ। ପରମେଶ୍ୱରଙ୍କ ସେବାରେ ଜୀବନ କାଟ। ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ। ଯୀଶୁଙ୍କ ଦୁଃଖ ଭୋଗର ଦୃଷ୍ଟାନ୍ତ ହେ କ୍ରୀତଦାସଗଣ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭେମାନେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ୟ ଆଜ୍ଞା ପାଳନ କରିବା ଉଚିତ୍। ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା’ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା’ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍। “ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।” ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ। ପତି ପତ୍ନୀ ଠିକ୍ ସେହିଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା’ହେଲେ, ଯଦି ପତିମାନଙ୍କ ମଧ୍ୟରୁ କେତେଜଣ ପରମେଶ୍ୱରଙ୍କ ଶିକ୍ଷା ମାନୁ ନାହାନ୍ତି, ସେମାନଙ୍କୁ ବିଶ୍ୱାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହେବ ନାହିଁ। ସେମାନେ ସେମାନଙ୍କର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହେବେ। ତୁମ୍ଭ ପତି ଦେଖିବେ ଯେ ତୁମ୍ଭେ ପବିତ୍ର ଜୀବନଯାପନ କରୁଛ, ପରମେଶ୍ୱରଙ୍କୁ ସମ୍ମାନ ଦେଉଛ। ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ। ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି। ବହୁ ପୂର୍ବରୁ ପରମେଶ୍ୱରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବରେ ସେମାନେ ନିଜକୁ ସୁନ୍ଦର କରି ଗଢ଼ିଥିଲେ। ସେମାନେ ନିଜ ପତିମାନଙ୍କ ଅଧୀନରେ ଥିଲେ। ମୁଁ ‘ସାରା’ ଭଳି ସ୍ତ୍ରୀଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା’ହେଲେ ସାରାର ପ୍ରକୃତ ସନ୍ତାନ ଅଟ। ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର। ସ‌‌‌‌‌ତ୍‌‌‌‌‌କର୍ମ ପାଇଁ ଦୁଃଖ ଭୋଗ ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। ଶାସ୍ତ୍ର କୁହେ: “ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ ସେ ମନ୍ଦକଥା କହିବା ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍। ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍। ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି, ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି। କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।” ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା’ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା’ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।” କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ। ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ। ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ, ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି। ପରିବର୍ତ୍ତିତ ଜୀବନ ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ। ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା। ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍। ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ? “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ। ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍। ପରମେଶ୍ୱରଙ୍କ ମେଷପଲ ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ। ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍। “ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି, କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।” ଅତଏବ ପରମେଶ୍ୱରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା’ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ। ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି। ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି। ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ। ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା’ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍। ଶେଷ ଅଭିନନ୍ଦନ ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ। ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସେମାନେ ମଧ୍ୟ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମୋ’ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି। ଯେତେବେଳେ ଦେଖା ସାକ୍ଷାତ ହେଉଛି, ପରସ୍ପରକୁ ପ୍ରେମ ଚୁମ୍ବନ ଦ୍ୱାରା ନମସ୍କାର କର। ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭ ସମସ୍ତଙ୍କୁ ଶାନ୍ତି ମିଳୁ। ଆମେନ୍। ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି। ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି। ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ। ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ। ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି। ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ। ତୁମ୍ଭେ ଏହି କଥା ଜାଣ। ତୁମ୍ଭଠାରେ ବର୍ତ୍ତମାନ ଥିବା ସତ୍ୟରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେପକାଇବା ପାଇଁ ସାହାଯ୍ୟ କରୁଥିବି। ମୁଁ ଶରୀରରେ ବଞ୍ଚିଥିବା ପର୍ଯ୍ୟନ୍ତ, ଏ କଥା ତୁମ୍ଭକୁ ମନେ ପକାଉଥିବାରେ ସାହାଯ୍ୟ କରିବି, ଏହା ଉଚିତ୍ ବୋଲି ମୁଁ ମନେ କରେ। ମୁଁ ଜାଣେ ଯେ, ମୁଁ ଶୀଘ୍ର ମୋର ଶରୀର ତ୍ୟାଗ କରିବି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ତାହା ଦେଖାଇଛନ୍ତି। ତୁମ୍ଭେମାନେ ଏହିକଥା ସର୍ବଦା ମନେରଖିବା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ମୁଁ ଗ୍ଭଲିଗଲା ପରେ ମଧ୍ୟ ତୁମ୍ଭେ ଯେପରି ଏ କଥା ମନେ ରଖିବ, ଏହା ମୁଁ ଗ୍ଭହେଁ। ଆମ୍ଭେ ଖ୍ରୀଷ୍ଟଙ୍କ ମହିମା ଦେଖିଲୁ ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସେଗୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖିରେ ଯୀଶୁଙ୍କର ମହାନତା ଦେଖିଛୁ। ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।” ଆମ୍ଭେ ସେହି ବାଣୀ ଶୁଣିଛୁ। ଆମ୍ଭେମାନେ ଯୀଶୁଙ୍କ ସହିତ ପବିତ୍ର ପର୍ବତରେ ଥିଲାବେଳେ ଏହି ବାଣୀ ଆକାଶରୁ ଆସିଥିଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତା କହିଥିବା କଥାଗୁଡ଼ିକ ବିଷୟରେ ସୁନିଶ୍ଚିତ ହେବା ପାଇଁ ଏହା ଅଧିକ ସାହାଯ୍ୟ କରେ। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଯାହା ଯାହା କହିଛନ୍ତି, ସେଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ତୁମ୍ଭ ପାଇଁ ଭଲ। ସେମାନେ ଯାହା କହିଛନ୍ତି ତାହା ଅନ୍ଧକାରରେ ଜ୍ୟୋତିଃ ତୁଲ୍ୟ ପ୍ରକାଶିତ ହେଲା। ସକାଳ ହେବା ପର୍ଯ୍ୟନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନରେ ନୂତନ ଜ୍ୟୋତିଃ ନ ଆଣିବା ପର୍ଯ୍ୟନ୍ତ, ତୁମ୍ଭ ପାଖରେ ସେହି ଜ୍ୟୋତିଃ ଅଛି। ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ। କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି। ଭଣ୍ଡ ଶିକ୍ଷକଗଣ ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟ‌‌ଦ୍‌‌‌‌ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ। ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ। ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ। ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ। ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ। ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ। କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ। ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ। ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ। ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ। ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ। ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନାରେ ସ୍ୱର୍ଗଦୂତମାନେ ଅତ୍ୟଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସେମାନେ କେବେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ ବା ସେମାନଙ୍କ ବିରୁଦ୍ଧରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ। କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ। ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି। ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ। ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦେଇଛନ୍ତି ଓ ବିୟୋରର ପୁତ୍ର ବିଲିୟାମର ଭୁଲ୍ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା। କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ୍ କରୁଛି। ଗଧ ସାଧାରଣ ଭାବରେ କଥା କହିପାରେ ନାହିଁ, କିନ୍ତୁ ସେହି ଗଧଟି ମଣିଷର ଭାଷାରେ କଥା କହିଲା ଓ ବିଲିୟାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା। ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସେମାନେ ପ୍ରଚଣ୍ଡ ଝଡ଼ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ସ୍ଥାନ ରଖା ଯାଇଅଛି। ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି। ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ। ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ। ଯଦି ସେମାନେ ମୂଳରୁ ଠିକ୍ ରାସ୍ତା ଜାଣି ନ ଥା’ନ୍ତେ, ସେମାନଙ୍କ ପକ୍ଷେ ଭଲ ହୋଇଥା’ନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହୋଇଥା’ନ୍ତା। ସେହି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ୟ ପ୍ରବାଦ ଭଳି: “କୁକୁର ବାନ୍ତି କଲା ପରେ ପୁନର୍ବାର ତା’ ବାନ୍ତି ଖାଇବାକୁ ଆସେ” ଓ “ଘୁଷୁରିଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କରେ ଗଡ଼େ।” ଯୀଶୁ ପୁନର୍ବାର ଆସିବେ ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି। ପବିତ୍ର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ। ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ। ସେମାନେ କହିବେ, “ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବେଳୁ ସେହିପରି ଭାବରେ ଗ୍ଭଲିଛି।” ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା। ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା। ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ। ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ। ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ। କିନ୍ତୁ ଗ୍ଭେର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ୟ ହୋଇଯିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନିରେ ଧ୍ୱଂସ ହୋଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳିଯିବ। ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍। ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ। କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ। ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ। ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି। ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ। କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍। ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ। ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ। ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ। ଯୀଶୁ ଆମ୍ଭମାନଙ୍କର ସହାୟକ ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି। ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍। ସମସ୍ତଙ୍କୁ ଭଲ ପାଅ ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି। ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ। ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ! ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିଲାମାନେ! ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ! ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ବଳବାନ ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି, ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ। ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି। ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ। ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି। ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି। ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର। ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ। ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ। ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ। ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ। ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ୱଂସ କରିବା ପାଇଁ ପରମେଶ୍ୱରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି। ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା’ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ। ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସ‌‌‌‌‌ତ୍‌‌‌‌‌କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ। ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍ ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା। ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ। ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍। ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି। *** ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା। ଭଣ୍ଡ ଶିକ୍ଷକଙ୍କ ପ୍ରତି ସାବଧାନ ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ। ଏହି ପ୍ରକାରେ ତୁମ୍ଭେମାନେ ପରମେଶ୍ୱରଙ୍କର ଆତ୍ମାକୁ ଚିହ୍ନି ପାରିବ: ଏକ ଆତ୍ମା କହିବ ଯେ, “ମୁଁ ବିଶ୍ୱାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ୟ ରୂପ ଧାରଣ କରି ଆସିଥିଲେ,” ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆଗତ। ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି। ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍। ସେହି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସେମାନଙ୍କର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସେମାନଙ୍କ କଥା ଶୁଣେ। କିନ୍ତୁ ଆମ୍ଭେ ସବୁ ପରମେଶ୍ୱରଙ୍କର। ତେଣୁ ପରମେଶ୍ୱରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ୱରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ୟମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା। ପ୍ରେମ ପରମେଶ୍ୱରଙ୍କଠାରୁ ଆସେ ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ପରମେଶ୍ୱରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ୱର ତ ପ୍ରେମ। ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା। ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ: ଏହା ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱରଙ୍କ ମହାନ୍ ପ୍ରେମ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ନିଶ୍ଚୟ ପ୍ରେମ କରିବା। କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ। ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ୱରଙ୍କଠାରେ ରହିଛୁ ଓ ସେ ଆମ୍ଭଠାରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ। ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତାଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ। ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ। ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି। ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା। ପ୍ରେମରେ ଭୟ ନ ଥାଏ। ବରଂ ପରମେଶ୍ୱର ଦତ୍ତ ସିଦ୍ଧ ପ୍ରେମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ୱରଙ୍କ ପ୍ରେମ ତାହାଠାରେ ସିଦ୍ଧ ହୋଇ ନାହିଁ। ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ। ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ। ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ। ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ପୁତ୍ର ବିଷୟରେ କହିଲେ ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। ଯୀଶୁଙ୍କ ବିଷୟରେ ଆମ୍ଭକୁ ତିନି ଜଣ ସାକ୍ଷ୍ୟ ଦିଅନ୍ତି; ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ। ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ। ବର୍ତ୍ତମାନ ଆମ୍ଭ ପାଖରେ ଅନନ୍ତ ଜୀବନ ଅଛି ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି। ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ। ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ। ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ। ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା’ର କିଛି କ୍ଷତି କରିପାରେ ନାହିଁ। ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ୱରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି। ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ। ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି: ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ। ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ। ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ। ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି। ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି। ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ। ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ। ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ। ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ। ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି। ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ। ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। ମୁଁ ଯେତେବେଳେ ଶୁଣେ ଯେ ମୋର ପିଲାମାନେ ସତ୍ୟର ମାର୍ଗ ଅନୁସରଣ କରୁଛନ୍ତି, ତାହା ମୋତେ ବିଶେଷ ଆନନ୍ଦ ଦିଏ। ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ। ସେହି ଭାଇମାନେ, ତୁମ୍ଭର ପ୍ରେମ ସମ୍ବନ୍ଧରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସେମାନଙ୍କୁ ସେମାନଙ୍କର ଯାତ୍ରାରେ ସାହାଯ୍ୟ କର। ତୁମ୍ଭେ ସେମାନଙ୍କୁ ଏପରି ସାହାଯ୍ୟ କର, ଯେପରି ତାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ। ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା। ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ। ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ। ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ। ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ। ମୋର ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମରେ ଲେଖିବା ପାଇଁ ଗ୍ଭହୁଁ ନାହିଁ। ମୋର ତୁମ୍ଭ ସହିତ ଶୀଘ୍ର ଦେଖା ହେବ ବୋଲି ଆଶା କରୁଛି। ସେତେବେଳେ ଆମ୍ଭେ ଏକାଠି ହୋଇ କଥା ହେବା। ତୁମ୍ଭ ପ୍ରତି ଶାନ୍ତି ହେଉ। ମୋର ଏଠାରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସେମାନଙ୍କର ପ୍ରେମ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ରେମ ସେଠାରେ ଥିବା ପ୍ରତ୍ୟେକ ବନ୍ଧୁଙ୍କୁ ଜଣାଇବ। ମୁଁ ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଓ ଯାକୁବଙ୍କର ଭାଇ ଅଟେ। ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ ପାଇଛନ୍ତି ସେମାନଙ୍କ ନିକଟକୁ ଲେଖୁଛି। ପରମ ପିତା ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ସୁରକ୍ଷିତ ଭାବେ ରଖାଯାଇଛ। ପରମେଶ୍ୱରଙ୍କର ଦୟା, ପ୍ରେମ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭେମାନେ ଭୋଗ କର। ଭୁଲ୍ କରୁଥିବା ଲୋକମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହୋଇଥିବା ପରିତ୍ରାଣ ସମ୍ବନ୍ଧରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ୟକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ୱାସ ସକାଶେ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଗ୍ଭହେଁ। ପରମେଶ୍ୱର ତାହାଙ୍କର ପବିତ୍ର ଲୋକମାନଙ୍କୁ ସେହି ବିଶ୍ୱାସ ଦେଇଥିଲେ। ପରମେଶ୍ୱର ଏକାଥରକେ ଏହି ବିଶ୍ୱାସ ଦେଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ। କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି। ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ। ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି। ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି। ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି। ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।” କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟରେ ସମାଲୋଚନା କରନ୍ତି। ସେମାନେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସେମାନେ ଚିନ୍ତା ନ କରି ବୁଝନ୍ତି। କେବଳ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟ ଗୁଡ଼ିକ ହେତୁ ସେମାନେ ବିନଷ୍ଟ ହୁଅନ୍ତି। ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ। ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ। ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି। ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟରେ ଏହି କଥା କହିଥିଲେ: “ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ଆସୁଛନ୍ତି। ପ୍ରଭୁ ପ୍ରତ୍ୟେକ ଲୋକଙ୍କର ବିଗ୍ଭର କରିବେ। ସେ ପରମେଶ୍ୱରଙ୍କ ବିରୋଧୀ ପ୍ରତ୍ୟେକ ଲୋକଙ୍କୁ ବିଗ୍ଭର କରିବାକୁ ଓ ଦଣ୍ଡ ଦେବାକୁ ଆସୁଛନ୍ତି। ସେ ପରମେଶ୍ୱରଙ୍କର ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେବେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେହି ପାପୀମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ପରମେଶ୍ୱରଙ୍କ ବିରୁଦ୍ଧରେ ମନ୍ଦକଥା କହିବା ହେତୁ ସେ ସେମାନଙ୍କୁ ଦଣ୍ଡ ଦେବେ।” ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ଓ ସେମାନଙ୍କର ଦୋଷ ବାହାର କରନ୍ତି। ସେମାନେ ସବୁବେଳେ ନିଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରି ଥା’ନ୍ତି। ସେମାନେ ନିଜ ବିଷୟରେ ଅହଙ୍କାର କରି କଥା କୁହନ୍ତି। ସେମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କେବଳ ଅନ୍ୟ ଲୋକମାନଙ୍କ ସପକ୍ଷରେ ଭଲକଥା କୁହନ୍ତି। ଗୋଟିଏ ସତର୍କବାଣୀ ଏବଂ ବ୍ୟବହାରିକ ବିଷୟ ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁସବୁ କଥା କହିଛନ୍ତି, ତାହା ସ୍ମରଣ କର। ପ୍ରେରିତମାନେ ତୁମ୍ଭକୁ କହିଥିଲେ, “ଶେଷ କାଳରେ ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ।” ଏହି ଲୋକମାନେ କେବଳ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି। ଏହି ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି। ସେମାନେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ପବିତ୍ରଆତ୍ମା ନାହାନ୍ତି। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ନିଜର ପବିତ୍ର ବିଶ୍ୱାସ ଉପରେ ନିଜ ନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପରମେଶ୍ୱରଙ୍କର ପ୍ରେମରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ। ସନ୍ଦେହରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କର। ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସେହି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦେଖାଇବା ବେଳେ ସାବଧାନରେ ରୁହ। ପାପରେ କଳଙ୍କିତ ହୋଇଥିବା ସେମାନଙ୍କର ଲୁଗାପଟାକୁ ମଧ୍ୟ ଘୃଣା କର। ପରମେଶ୍ୱରଙ୍କ ପ୍ରଶଂସା କର ପରମେଶ୍ୱର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖକୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦେଇ ପାରିବେ। ସେ ଏକମାତ୍ର ପରମେଶ୍ୱର। ସେ କେବଳ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ୱରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍। ଯୋହନଙ୍କର ଏହି ପୁସ୍ତକ ବିଷୟରେ କହନ୍ତି ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟରେ ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଏସବୁ ଦେଇଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦେଖାଇବା ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପଠାଇଲେ। ଯୋହନ ଯାହାସବୁ ଦେଖିଲେ, ତାହାର ସାକ୍ଷ୍ୟ ସେ ଦେଲେ ଓ ପରମେଶ୍ୱରଙ୍କର ଏହି ସତ୍ୟ ବାକ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୋହନଙ୍କୁ କୁହାଗଲା। ଯେଉଁ ଲୋକମାନେ ପରମେଶ୍ୱରଙ୍କ ଏହି ବାକ୍ୟ ପଢ଼ନ୍ତି, ଓ ଯେଉଁ ଲୋକମାନେ ଏହି ଭାବବାଣୀକୁ ଶୁଣନ୍ତି ଓ ଏଥିରେ ଲେଖାଥିବା ବିଷୟ ଗୁଡ଼ିକୁ ପାଳନ କରନ୍ତି, ସେମାନେ ଧନ୍ୟ। କାରଣ ସମୟ ନିକଟବର୍ତ୍ତୀ। ଯୋହନ ଯୀଶୁଙ୍କର ବାର୍ତ୍ତା ମଣ୍ଡଳୀମାନଙ୍କୁ ଲେଖନ୍ତି ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ। ଯୀଶୁ ହେଉଛନ୍ତି ବିଶ୍ୱସ୍ତ ସାକ୍ଷୀ। ମୃତ୍ୟୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା। ସେହି ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେହି ଯୀଶୁ ତାହାଙ୍କ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି। ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍। ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍। ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆ‌‌‌‌‌‌‌‌ଲ୍‌‌‌‌‌‌‌ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।” ଯୀଶୁଙ୍କ ଦୁଃଖ ଭୋଗ ରାଜ୍ୟ ଓ ଧୈର୍ଯ୍ୟରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ୱରଙ୍କ ବାକ୍ୟ ପ୍ରଗ୍ଭର ଓ ଯୀଶୁଙ୍କର ସାକ୍ଷୀ ହେବା ହେତୁ ନିର୍ବାସିତ ହୋଇ ପାତ୍ମ ଦ୍ୱୀପରେ ଥିଲି କାରଣ ମୁଁ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲି। ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲି। ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା। ସେହି ସ୍ୱର ମୋତେ କହିଲା, “ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତୋଟି ମଣ୍ଡଳୀ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆ ଓ ଲାଅଦିକୀଆକୁ ପଠାଅ।’’ ମୁଁ ବୁଲିପଡ଼ି ଦେଖିବାକୁ ଗ୍ଭହିଁଲି ଯେ, କିଏ ମୋତେ ଏହିକଥା କହୁଛନ୍ତି। ମୁଁ ଯେତେବେଳେ ବୁଲିପଡ଼ିଲି, ସେତେବେଳେ ସାତୋଟି ସୁନାର ଦୀପରୂଖା ଦେଖିଲି। ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ। ତାହାଙ୍କ ମୁଣ୍ଡ ଓ ବାଳ ଶୁଭ୍ର ପଶମ ଓ ହିମ ପରି ଶୁଭ୍ର ଥିଲା। ତାହାଙ୍କ ଆଖି ଅଗ୍ନିଶିଖା ପରି ଦେଖାଯାଉଥିଲା। ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟିରେ ଦେଖାଯାଏ ସେହିପରି ଶୁଦ୍ଧ ଦେଖାଯାଉଥିଲା। ତାହାଙ୍କ ସ୍ୱର ବନ୍ୟାଜଳର ଗର୍ଜନ ଭଳି ଥିଲା। ସେ ତାହାଙ୍କ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀ‌କ୍ଷ୍‌ଣ ଦୁଇଧାର ଯୁକ୍ତ ଖ‌‌ଡ଼୍‌ଗ ବାହାରି ଆସିଲା। ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ତେଜୋମୟ ଦେଖାଯାଉଥିଲେ। ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।” ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର ଗ୍ଭବି ରହିଛି। ତେଣୁ ତୁମ୍ଭେ ଦେଖିଥିବା କଥା ଲେଖ। ବର୍ତ୍ତମାନ ଯାହା ଘଟୁଛି ଓ ଭବିଷ୍ୟତରେ ଯାହା ଘଟିବ, ସେ ସବୁ ଲେଖ। ମୋର ଡାହାଣ ହାତରେ ଯେଉଁ ସାତୋଟି ନକ୍ଷତ୍ର ଦେଖିଲ, ତାହାର ଓ ସାତୋଟି ସୁନାର ଦୀପରୂଖାର ନିଗୂଢ଼ ଅର୍ଥ ଏହିପରି ଅଟେ: ସାତ ଦୀପରୂଖା ହେଉଛି ସାତୋଟି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତୋଟି ମଣ୍ଡଳୀର ଦୂତ।” ଏଫିସ ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି। “ମୁଁ ତୁମ୍ଭର କାର୍ଯ୍ୟ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ଧୈର୍ଯ୍ୟଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ୟ ମୁଁ ଜାଣେ। ଯେଉଁମାନେ ପ୍ରକୃତରେ ପ୍ରେରିତ ନ ହେଲେ ହେଁ ନିଜକୁ ପ୍ରେରିତ ବୋଲି କହନ୍ତି; ସେମାନଙ୍କୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସେମାନେ ଯେ ମିଥ୍ୟାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ। ମୁଁ ଜାଣେ ତୁମ୍ଭର ବହୁତ ଧୈର୍ଯ୍ୟ ଅଛି କାରଣ ତୁମ୍ଭେ ମୋ’ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବାରେ ତୁମ୍ଭେ କ୍ଳାନ୍ତ ହୋଇ ପଡ଼ି ନାହଁ। “କିନ୍ତୁ ତୁମ୍ଭ ବିରୁଦ୍ଧରେ ମୋର ଏହି କଥା ଅଛି: ତୁମ୍ଭର ଆରମ୍ଭରେ ଯେଉଁ ପ୍ରେମ ଥିଲା, ତୁମ୍ଭେ ସେହି ପ୍ରେମ ହରାଇଛ। ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହୋଇଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ଯ୍ୟଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୂଖାକୁ ତା’ର ସ୍ଥାନରୁ ଅଲଗା କରିଦେବି। ତୁମ୍ଭେ କେତେକ ଉତ୍ତମ କାର୍ଯ୍ୟ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ଯ୍ୟ କଳାପକୁ ଘୃଣା କର। ମୁଁ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଘୃଣା କରେ। “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।” ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି, “ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି। “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।” ପର୍ଗମ ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ: “ଯାହାଙ୍କର ତୀ‌କ୍ଷ୍‌ଣ ଦ୍ୱିଧାରଯୁକ୍ତ ଖ‌‌ଡ଼୍‌ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି। “ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ’ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା। “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା। ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି। ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖ‌‌ଡ଼୍‌ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି। “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। “ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।” ଥୁୟତୀରା ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି: “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା’ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟ‌ଦ୍‌ବକ୍ତ୍ରୀ ବୋଲି କହେ। ସେ ତା’ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି। ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ। “ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇ ଦେବି। ତା’ସହିତ ଯେଉଁମାନେ ବ୍ୟଭିଗ୍ଭର ପାପକର୍ମ କରିବେ, ସେମାନେ ମଧ୍ୟ କଷ୍ଟ ଭୋଗିବେ। ସେମାନେ ଯଦି ତା’ର ମନ୍ଦକାର୍ଯ୍ୟରୁ ନିଜକୁ ଫେରାଇ ନ ଆଣିବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି। ମୁଁ ତା’ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି। “କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା’ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ। “ଯେ ବିଜୟୀ ହୁଏ ଓ ଶେଷପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି। “ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।” ମୁଁ ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। ସାର୍ଦ୍ଦୀ ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, “ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ। ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ। “ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯେ ପବିତ୍ର ଓ ସତ୍ୟ, ସେ ତୁମ୍ଭକୁ ଏହି କଥା ଲେଖୁଛନ୍ତି। ସେ ଦାଉଦଙ୍କ ଗ୍ଭବି ହାତରେ ଧରିଛନ୍ତି। ସେ ଯାହା ଖୋଲି ଦିଅନ୍ତି, ତାହା ବନ୍ଦ ହୋଇପାରେ ନାହିଁ। “ମୁଁ ତୁମ୍ଭର ସବୁକାର୍ଯ୍ୟ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଖୋଲା ରଖିଛି। କେହି ତାହାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମୋର ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମୋ’ ନାମ ଉଚ୍ଚାରଣ କରିବା ପାଇଁ କେବେ ଭୟ କରି ନାହଁ। ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି। ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି। “ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତେବେ କେହି ତୁମ୍ଭର ମୁକୁଟ ହରଣ କରି ପାରିବ ନାହିଁ। ଯେ ବିଜୟୀ ହୁଏ, ତାହାକୁ ମୁଁ ମୋର ପରମେଶ୍ୱରଙ୍କ ମନ୍ଦିରରେ ଗୋଟିଏ ସ୍ତମ୍ଭ ସ୍ୱରୂପ ରଖିବି। ସେ କଦାପି ସେଠାରୁ ସ୍ଥାନଚ୍ୟୁତ ହେବ ନାହିଁ। ମୁଁ ସେହି ଲୋକ ଉପରେ ପରମେଶ୍ୱରଙ୍କ ନାମ ଲେଖିବି। ମୋ’ ପରମେଶ୍ୱରଙ୍କର ନଗରର ନାମ ମଧ୍ୟ ମୁଁ ତା’ ଉପରେ ଲେଖିବି। ଏହି ନଗରର ନାମ “ନୂତନ ଯିରୁଶାଲମ”। ସେହି ନଗର ମୋହର ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ଆସୁଅଛି। ମୁଁ ମୋର ନୂତନ ନାମ ମଧ୍ୟ ସେହି ଲୋକ ଉପରେ ଲେଖିବି। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। ଲାଅଦିକୀଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ: “ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି: “ମୁଁ ତୁମ୍ଭର କାର୍ଯ୍ୟ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶାକରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହୋଇଥିଲେ ଭଲ ହୋଇ ଥା’ନ୍ତା। କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହୋଇ ନାତିଶୀତଷ୍ଣୋ ହେବାରୁ ମୁଁ ତୁମକୁ ମୁଖରୁ ଉଦ୍‌‌ଗାର କରି ବାହାର କରିଦେବି। ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ। ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ’ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା’ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ। “ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର। ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ। “ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।’’ ଯୋହନଙ୍କର ସ୍ୱର୍ଗ ଦେଖିବା ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।” ତ‌‌‌‌‌ତ୍‌‌‌‌‌କ୍ଷଣାତ‌୍ ‌ଆତ୍ମା ମୋତେ ତାହାଙ୍କ ଅଧୀନକୁ ନେଇଗଲେ। ସ୍ୱର୍ଗରେ ମୋ’ ସମ୍ମୁଖରେ ଗୋଟିଏ ସିଂହାସନ ଥିଲା। ସେହି ସିଂହାସନରେ ଜଣେ ବସିଥିଲେ। ସିଂହାସନରେ ଯେଉଁ ବ୍ୟକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ୟବାନ ସୂର୍ଯ୍ୟକାନ୍ତମଣି ଓ ପଦ୍ମରାଗମଣି ଭଳି ଦେଖାଯାଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶୋଭା ସଦୃଶ ଗୋଟିଏ ମେଘଧନୁ ଘେରି ରହିଥିଲା। ସେହି ସିଂହାସନର ଗ୍ଭରିପାଖରେ ଆଉ ଚବି‌ଶ୍‌ଟି ସିଂହାସନ ଥିଲା। ସେହି ଚବି‌ଶ୍‌ଟି ସିଂହାସନରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସେମାନେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ। ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନାରେ ସାତୋଟି ଜ୍ୱଳନ୍ତ ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ୱରଙ୍କର ସାତୋଟି ଆତ୍ମା ଅଟନ୍ତି। ସେହି ସିଂହାସନ ସମ୍ମୁଖରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦେଖାଯାଉଥିଲା, ଯାହା ସ୍ଫଟିକପରି ସ୍ୱଚ୍ଛ ଥିଲା। ସେହି ସିଂହାସନର ଗ୍ଭରିପଟେ ଗ୍ଭରୋଟି ଜୀବିତ ପ୍ରାଣୀ ଥିଲେ। ସେହି ଜୀବିତ ପ୍ରାଣୀଙ୍କର ଆଗ ଓ ପଛ ଉଭୟ ପଟେ ଚକ୍ଷୁ ଭରି ହୋଇରହିଥିଲା। ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ୱିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ୟର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା। ପ୍ରତ୍ୟେକଙ୍କର ଛଅଟି ଲେଖାଏଁ ଡେଣା ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଗ୍ଭରିପାଖ ଆଖିରେ ପରିପୂର୍ଣ୍ଣ ଥିଲା। ସେମାନେ ଦିନରାତି ଅବିରତ କହୁଥିଲେ: “ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର। ସେ ସର୍ବଦା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିଥିବେ।” ଏହି ଜୀବିତ ପ୍ରାଣୀମାନେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ୟବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି। ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି: “ହେ ପ୍ରଭୁ, ଆମ୍ଭର ପରମେଶ୍ୱର! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି।” ତା’ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା। ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ୟ ଅଟନ୍ତି?” କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା’ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା। ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ। କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।” ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା। ସେହି ମେଷଶାବକ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ। ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଗ୍ଭରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖରେ ନଇଁପଡ଼ି ପ୍ରଣାମ କଲେ। ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସେମାନେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ୟ ଧରିଥିଲେ। ସେହି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା। ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ। ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।” ତା’ପରେ ମୁଁ ଦେଖିଲି ଓ ଅନେକ ସ୍ୱର୍ଗଦୂତଙ୍କର ସ୍ୱର ଶୁଣିଲି। ସ୍ୱର୍ଗଦୂତମାନେ ସିଂହାସନ, ଜୀବିତ ପ୍ରାଣୀ ଓ ପ୍ରାଚୀନମାନଙ୍କ ଗ୍ଭରିପାଖରେ ଥିଲେ। ମୁଁ ହଜାର ହଜାର ସ୍ୱର୍ଗଦୂତଙ୍କୁ ଦେଖିଲି। ସେଠାରେ 10,000ର 10,000 ଗୁଣ ସ୍ୱର୍ଗଦୂତ ଥିଲେ। ସେମାନେ ଉଚ୍ଚ ସ୍ୱରରେ ଏହା କହୁଥିଲେ: “ମେଷଶାବକ ଯେ ବଳିକୃତ ଥିଲେ, ସେ କ୍ଷମତା, ଧନ, ପ୍ରଜ୍ଞା, ଶକ୍ତି, ସମ୍ମାନ, ମହିମା ଓ ପ୍ରଶଂସା ପାଇବାକୁ ଯୋଗ୍ୟ।” ତା’ପରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି: “ଯେ ସିଂହାସନରେ ବସିଛନ୍ତି, ତାହାଙ୍କର ଓ ମେଷଶାବକଙ୍କର ପ୍ରଶଂସା, ଗୌରବ, ସମ୍ମାନ ଓ କ୍ଷମତା ଯୁଗେ ଯୁଗେ ହେଉ।” ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ। ତା’ପରେ ମୁଁ ମେଷଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ୟରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସେହି ଗ୍ଭରି ଜଣ ଜୀବିତ ପ୍ରାଣୀଙ୍କ ମଧ୍ୟରୁ ଜଣେ ବଜ୍ର ପରି ଉଚ୍ଚ ସ୍ୱରରେ କହିଲେ, “ଆସ” ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ। ତା’ପରେ ମେଷଶାବକ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ୱିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ”। ତା’ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ। ତା’ପରେ ମେଷଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତେବେଳେ ତୃତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, “ଆସ।” ସେତେବେଳେ ମୋ’ ସମ୍ମୁଖରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆରୋହୀଙ୍କ ହାତରେ ଗୋଟିଏ ତରାଜୁ ଥିଲା। ତା’ପରେ ଗ୍ଭରି ଜୀବିତ ପ୍ରାଣୀଙ୍କ ମଧ୍ୟରୁ କେହି ଜଣେ କହିଲା ପରି ମୋତେ ଗୋଟିଏ ସ୍ୱର ଶୁଭିଲା। ସେ ସ୍ୱର କହୁଥିଲା, “ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ଯବ ହେବ। କିନ୍ତୁ ତେଲ ଓ ଅଙ୍ଗୁରରସର କ୍ଷତି କର ନାହିଁ।” ମେଷଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, “ଆସ।” ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆରୋହୀଙ୍କର ନାମ ଥିଲା, ‘ମୃତ୍ୟୁ’। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଯାଇଥିଲା। ସେମାନଙ୍କୁ ଖ‌‌ଡ଼୍‌ଗ, ଅନାହାର, ରୋଗ ଓ ପୃଥିବୀର ବନ୍ୟ ପଶୁଙ୍କ ଦ୍ୱାରା ଲୋକମାନଙ୍କୁ ମାରିଦେବାକୁ ଶକ୍ତି ଦିଆଗଲା। ମେଷଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତେବେଳେ ମୁଁ ବେଦୀ ତଳେ କେତେକ ଆତ୍ମାକୁ ଦେଖିଲି। ପରମେଶ୍ୱରଙ୍କର ବାକ୍ୟ ପ୍ରତି ବିଶ୍ୱସ୍ତ ଥିବାରୁ ଓ ସେମାନେ ଦେଉଥିବା ସାକ୍ଷ୍ୟ ହେତୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସେଗୁଡ଼ିକ ହେଉଛି, ସେହି ଲୋକମାନଙ୍କର ଆତ୍ମା। ସେହି ଆତ୍ମାମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ, “ହେ ପବିତ୍ର, ଓ ସତ୍ୟ ପ୍ରଭୁ! ଆମ୍ଭମାନଙ୍କୁ ହତ୍ୟା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଗ୍ଭର କର। ସେମାନଙ୍କୁ ଦଣ୍ଡ ଦେବାକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ?” ତା’ପରେ ପ୍ରତ୍ୟେକ ଆତ୍ମାଙ୍କୁ ଗୋଟିଏ ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସେମାନଙ୍କୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠାରେ ଥିବା ସେମାନଙ୍କର ଅନ୍ୟସବୁ ଭାଇମାନଙ୍କୁ ସେମାନଙ୍କ ପରି ହତ୍ୟା କରାଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ୟାର ସବୁକିଛି ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ତା’ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା। ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ। ଆକାଶ ଭାଗଭାଗ ହୋଇଗଲା ଓ ଚର୍ମପତ୍ର ଭଳି ଗୁଡ଼େଇ ହୋଇଗଲା। ପର୍ବତ ଓ ଦ୍ୱୀପସମୂହ ନିଜ ନିଜ ସ୍ଥାନରୁ ସ୍ଥାନଚ୍ୟୁତ ହୋଇଗଲେ। ତା’ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ। ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ। ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।” ଇସ୍ରାଏଲର 144,000 ଲୋକ ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ। ତା’ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ। ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।” ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ। ଯିହୂଦା ପରିବାରବର୍ଗରୁ 12,000 ରୁବେନ ପରିବାରବର୍ଗରୁ 12,000 ଗାଦ୍ ପରିବାରବର୍ଗରୁ 12,000 ଆଶେର ପରିବାରବର୍ଗରୁ 12,000 ନପ୍ତାଲି ପରିବାରବର୍ଗରୁ 12,000 ମନଃଶି ପରିବାରବର୍ଗରୁ 12,000 ଶିମିୟୋନ ପରିବାରବର୍ଗରୁ 12,000 ଲେବୀ ପରିବାରବର୍ଗରୁ 12,000 ଇସାଖର ପରିବାରବର୍ଗରୁ 12,000 ସବୁଲୂନ୍ ପରିବାରବର୍ଗରୁ 12,000 ଯୋଷେଫ ପରିବାରବର୍ଗରୁ 12,000 ବିନ୍ୟାମିନ ପରିବାରବର୍ଗରୁ 12,000 ବିଶାଳ ଜନତା ତା’ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା। ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।” ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ। ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!” ତା’ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?” ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ। ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ । ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’ ସପ୍ତମ ମୁଦ୍ରା ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା। ତା’ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା। ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା। ତା’ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା। ସାତ ଜଣ ସ୍ୱର୍ଗ ଦୂତଙ୍କର ତୂରୀନାଦ ତା’ପରେ ସାତ ଜଣ ସ୍ୱର୍ଗଦୂତ ସାତୋଟି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ। ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା। ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା। ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା। ଯେତେବେଳେ ତୃତୀୟ ସ୍ୱର୍ଗଦୂତ ତୂରୀ ବଜାଇଲେ, ସେତେବେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀୟାଂଶ ନଦୀ ଓ ଏକ ତୃତୀୟାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା। ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ। ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା। ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍‌‌ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।” ପ୍ରଥମ ତୂରୀର ଆରମ୍ଭ ପ୍ରଥମ ଆତଙ୍କ ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା। ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା ଓ ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସେମାନଙ୍କୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା। ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। କିନ୍ତୁ ମନୁଷ୍ୟମାନଙ୍କୁ ମାରିଦେବା ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଯନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ଯନ୍ତ୍ରଣାଦାୟକ ହେବ। ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ। ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା। ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା। ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। ବିଛାର ନାହୁଡ଼ ଭଳି ସେମାନଙ୍କ ଲାଙ୍ଗୁଡ଼ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସେମାନଙ୍କ ଲାଙ୍ଗୁଡ଼ରେ ଥିଲା। ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା। ପ୍ରଥମ କ୍ଳେଶଟି ଶେଷ ହୋଇଗଲା, ଏହା ପରେ ଆହୁରି ଦୁଇଟି ବଡ଼ କ୍ଳେଶ ଆସିବ। ଷଷ୍ଠ ତୂରୀ ବିସ୍ଫୋରଣ ତା’ପରେ ଷଷ୍ଠ ସ୍ୱର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ଥିବା ସୁନା ବେଦୀର ଗ୍ଭରି ଶୃଙ୍ଗ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି। ଏହି ସ୍ୱର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, “ଫରାତ୍ ମହାନଦୀରେ ବନ୍ଧା ହୋଇ ରହିଥିବା ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ମୁକ୍ତ କରିଦିଅ।” ତେଣୁ ଯେଉଁ ଗ୍ଭରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀୟାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସେହି ଘଣ୍ଟା, ଦିନ, ମାସ ଓ ସେହି ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସେମାନଙ୍କୁ ମୁକ୍ତ କରାଗଲା। ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି। ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା। ସେମାନଙ୍କ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହେତୁ ମନୁଷ୍ୟ ଜାତିର ଏକ ତୃତୀୟାଂଶ ପ୍ରାଣ ହରାଇଲେ। ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା। ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ। ଏହା ବ୍ୟତୀତ ସେମାନେ ସେମାନଙ୍କର ନରହତ୍ୟା, ଗୁଣିବିଦ୍ୟା, ଯୌନଗତ ପାପ କିମ୍ବା ଗ୍ଭେରି ପାପ ପରିତ୍ୟାଗ କଲେ ନାହିଁ କି ସେଥିରୁ ମନ ଫେରାଇ ଅନୁତାପ କଲେ ନାହିଁ। ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ ତା’ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। ସେ ସିଂହ ଗର୍ଜନ ପରି ଜୋର୍‌‌ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ। ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।” ତା’ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।” ତା’ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।” ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। ତା’ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।” ଦୁଇଜଣ ସାକ୍ଷୀ ତା’ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର। କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ। ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବେ।” ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୂଖା। ଯଦି କେହି ସେମାନଙ୍କର କ୍ଷତି କରିବାକୁ ଗ୍ଭହେଁ, ତା’ହେଲେ ସେମାନଙ୍କର ମୁହଁରୁ ବାହାରୁଥିବା ଅଗ୍ନି ସେମାନଙ୍କୁ ଧ୍ୱଂସ କରିବ। ଯଦି କୌଣସି ଲୋକ ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ୟୁ ଭୋଗ କରିବ। ଏହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ। ସେମାନଙ୍କର ସାକ୍ଷ୍ୟ ଦେବା ସମୟ ସରିଯିବା ପରେ ସେହି ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ସେ ସେମାନଙ୍କୁ ପରାସ୍ତ କରି ହତ୍ୟା କରିବ। ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତାରେ ପଡ଼ିରହିବ। ଏହି ନଗରର ନାମ ‘ସଦୋମ’ ଓ ‘ମିଶର’। ନଗରର ନାମଗୁଡ଼ିକର ବିଶେଷ ଅର୍ଥ ରହିଛି। ଏହି ନଗରରେ ସେମାନଙ୍କର ପ୍ରଭୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଥିଲା। ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ। ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ। କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ୱରଙ୍କଠାରୁ ଜୀବନୀ ଶକ୍ତି ସେହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବକ୍ତାଙ୍କ ଭିତରେ ପ୍ରବେଶ କଲା। ସେମାନେ ସେମାନଙ୍କର ପାଦରେ ଉଠି ଠିଆ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ବହୁତ ଭୟ କଲେ। ତା’ପରେ ସେହି ଦୁଇଜଣ ସାକ୍ଷୀ ସ୍ୱର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ୱର ଶୁଣି ପାରିଲେ, “ଏଠାକୁ ଉଠି ଆସ।” ଏହା ଶୁଣି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମେଘ ଦ୍ୱାରା ସ୍ୱର୍ଗକୁ ଗଲେ। ଏହା ସେମାନଙ୍କର ଶତ୍ରୁମାନେ ଦେଖୁଥିଲେ। ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ। ଦ୍ୱିତୀୟ କ୍ଳେଶ ଦୂର ହେଲା। ତୃତୀୟ କ୍ଳେଶଟି ଖୁବ୍ ଶୀଘ୍ର ଆସୁଛି। ସପ୍ତମ ତୂରୀ ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।” ତା’ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। ସେହି ପ୍ରାଚୀନମାନେ କହିଲେ: “ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ। ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ। ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ, ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ। ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ, ମୃତମାନଙ୍କର ବିଗ୍ଭର ସମୟ ଆସିଛି; ତୁମ୍ଭ ସେବକମାନଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।” ତା’ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା’ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା। ନାରୀ ଓ ମହାସର୍ପ ତା’ପରେ ସ୍ୱର୍ଗରେ ଏକ ବିଚିତ୍ର ଚିହ୍ନ ଦେଖାଗଲା। ମୁଁ ଜଣେ ନାରୀଙ୍କୁ ସୂର୍ଯ୍ୟଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା। ସେହି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବେଦନାରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହୋଇଯାଇଥିଲା। ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା’ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା’ର ଦଶଟି ଶିଙ୍ଗ ମଧ୍ୟ ଥିଲା। ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ୟରୁ ଏକତୃତୀୟାଂଶ ତାରାକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ସେହି ସାପ, ପ୍ରସବ କରିବାକୁ ଯାଇଥିବା ସେହି ନାରୀଙ୍କ ସାମନାରେ ଠିଆ ହୋଇ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହେବା ମାତ୍ରେ ତାହାକୁ ଖାଇବା ଉଦ୍ଦେଶ୍ୟରେ ସେ ପ୍ରସ୍ତୁତ ହୋଇଗଲା। ସେହି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡରେ ଶାସନ କରିବେ। ତା’ର ଶିଶୁଙ୍କୁ ପରମେଶ୍ୱରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା। ସେହି ସ୍ତ୍ରୀଲୋକଟି, ପରମେଶ୍ୱର ତା’ ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଗ୍ଭଲିଗଲା। ସେଠାରେ ତା’ର ଯତ୍ନ 1260 ଦିନ ପର୍ଯ୍ୟନ୍ତ ନିଆଯିବ। ଏହିପରି ସମୟରେ ସ୍ୱର୍ଗରେ ଯୁଦ୍ଧ ହେଲା। ମୀଖାୟେଲ ଓ ତାହାଙ୍କର ଦୂତଗଣ ସେହି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସାପ ତା’ର ଦୂତମାନଙ୍କ ସହତ ପ୍ରତିଯୁଦ୍ଧ କଲା। କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ୱର୍ଗରେ ସ୍ଥାନ ହରାଇଲେ। ବିଶାଳ ସାପକୁ ସ୍ୱର୍ଗରୁ ପୃଥିବୀରେ ନିକ୍ଷେପ କରାଗଲା। (ସେହି ବିଶାଳ ସାପ ହେଉଛି ସେହି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାଯାଏ। ସେ ପୃଥିବୀ ବାସୀଙ୍କୁ ଭୁଲ୍ ରାସ୍ତାରେ ନିଏ। ସାପକୁ ତା’ର ଦୂତମାନଙ୍କ ସହିତ ସଦଳବଳରେ ପୃଥିବୀରେ ନିକ୍ଷେପ କରାଗଲା। ତା’ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା। ଆମ୍ଭ ଭାଇମାନେ ମେଷଶାବକଙ୍କ ରକ୍ତ ଦ୍ୱାରା ଓ ସେମାନଙ୍କର ପ୍ରଗ୍ଭର ଦ୍ୱାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସେମାନେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିଥିଲେ। ତେଣୁ ହେ ସ୍ୱର୍ଗ ଓ ସ୍ୱର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ୟନ୍ତ ଖରାପ ସମୟ, ଯେହେତୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କ୍ରୋଧରେ ପୂର୍ଣ୍ଣ ହୋଇ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି।’’ ବିଶାଳ ସାପ ନିଜକୁ ପୃଥିବୀରେ ନିକ୍ଷେପ ହେବାର ଦେଖିଲା। ତେଣୁ ସେ ପୁତ୍ର ସନ୍ତାନ ଜାତ କରିଥିବା ନାରୀ ପଛେ ପଛେ ଦୌଡ଼ିଲା। କିନ୍ତୁ ସେହି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା’ ପାଇଁ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସେଠାରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ତାହାଙ୍କର ଯତ୍ନ ନିଆଯିବ। ତା’ପରେ ସାପ ନିଜ ମୁଖରୁ ନଦୀ ପରି ପାଣି ବାହାର କଲା। ସେ ସେହି ନାରୀର ପଛପଟରୁ ଜଳ ଛାଡ଼ିଲା ଯଦ୍ଦ୍ୱାରା ସେ ଜଳ ସ୍ରୋତ ଦ୍ୱାରା ତାହାକୁ ଭସାଇ ନେଇ ପାରିବ। କିନ୍ତୁ ପୃଥିବୀ ସେହି ସ୍ତ୍ରୀକୁ ସାହାଯ୍ୟ କଲା। ପୃଥିବୀ ତା’ର ମୁଖ ଖୋଲିଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦେଲା। ତେଣୁ ସାପ ସେହି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା’ର ଅନ୍ୟ ପିଲାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ୱରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ସେହିମାନେ ତାହାଙ୍କର ସନ୍ତାନ। ସେହି ବିଶାଳ ସାପ ଯାଇ ସମୁଦ୍ର କୂଳରେ ଠିଆ ହେଲା। ଦୁଇଟି ପଶୁ ତା’ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତୋଟି ମୁଣ୍ଡ ଥିଲା। ପ୍ରତ୍ୟେକ ଶିଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରତ୍ୟେକ ମସ୍ତକରେ ପରମେଶ୍ୱରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲେଖାଯାଇଥିଲା। ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା’ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସେହି ବିଶାଳ ସାପ ସମୁଦ୍ରକୂଳରେ ରହି ତା’ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦେଲା। ତାହାର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହୋଇଥିବା ପରି ଓ ମରାଯାଇଥିବା ପରି ଦେଖାଗଲା। କିନ୍ତୁ ତା’ର ମାରାତ୍ମକ କ୍ଷତ ଭଲ ହୋଇଯାଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ସେହି ପଶୁର ଅନୁଗମନ କଲେ। ଲୋକମାନେ ସେହି ସାପକୁ ପୂଜା କଲେ, କାରଣ ସେ ତା’ର କ୍ଷମତା ପଶୁକୁ ଦାନ କରିଦେଇଥିଲା। ଲୋକମାନେ ସେହି ପଶୁକୁ ମଧ୍ୟ ପୂଜା କଲେ। ସେମାନେ କହିଲେ, “ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି? ତା’ ବିରୁଦ୍ଧରେ କିଏ ଯୁଦ୍ଧ କରି ପାରିବ?” ସେହି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବୟାଳିଶ୍ ମାସ ପର୍ଯ୍ୟନ୍ତ ତା’ର କ୍ଷମତା ପ୍ରୟୋଗ କରିବା ପାଇଁ ଅନୁମତି ଦିଆଗଲା। ସେହି ପଶୁ ପରମେଶ୍ୱରଙ୍କ ବିରୁଦ୍ଧରେ ଖରାପ କଥା କହିବା ପାଇଁ ମୁହଁ ଖୋଲିଲା। ସେ ପରମେଶ୍ୱରଙ୍କର ନାମ ବିରୁଦ୍ଧରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧରେ ଓ ଯେଉଁମାନେ ସ୍ୱର୍ଗରେ ରହୁଥିଲେ, ସେମାନଙ୍କ ବିରୁଦ୍ଧରେ ଖରାପ କଥାମାନ କହିଲା। ତାହାକୁ ପରମେଶ୍ୱରଙ୍କ ପବିତ୍ର ଲୋକ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା। ପୃଥିବୀରେ ରହୁଥିବା ସମସ୍ତ ଲୋକମାନେ ସେହି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇ ନାହିଁ। ଏହି ମେଷଶାବକଙ୍କୁ ବଧ କରାଯାଇଥିଲା। ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍। ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି, ତେବେ ସେ ବନ୍ଦୀ ହେବ। ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି, ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ। ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍। ପୃଥିବୀ ମଧ୍ୟରୁ ପଶୁ ତା’ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା’ର ମେଷ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା। ଏହି ପଶୁ ପ୍ରଥମପଶୁ ସାମନାରେ ଠିଆ ହେଲା ଓ ପ୍ରଥମପଶୁଠାରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ୟବହାର କଲା। ସେ ପ୍ରଥମ ପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ୟ କଲା। ସେହି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହୋଇଯାଇଥିଲା। ଏହି ଦ୍ୱିତୀୟ ପଶୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ। ଲୋକମାନେ ଦେଖୁଥିଲାବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ। ଦ୍ୱିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଏ। ସେ ଯେଉଁ କ୍ଷମତା ପାଇଥିଲା, ତା’ ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହିସବୁ ଆଶ୍ଚର୍ଯ୍ୟକର୍ମମାନ କରେ। ଦ୍ୱିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦେବା ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଲା। ଏହି ପଶୁ ଖଣ୍ଡାରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା। ଦ୍ୱିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦେବା ପାଇଁ କ୍ଷମତା ଦିଆ ଯାଇଥିଲା। ତା’ପରେ ସେହି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସେମାନଙ୍କୁ ମୃତ୍ୟୁଦଣ୍ଡର ଆଦେଶ ଦେବ। ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା। ଯେଉଁ ମନୁଷ୍ୟ ସେହି ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରି ପାରିବ ନାହିଁ। ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟାର ଅର୍ଥକୁ ଠିକ୍ ରୂପ ଦେଇ ପାରିବ। ଏଥିପାଇଁ ବୁଦ୍ଧି ଆବଶ୍ୟକ କାରଣ ଏହି ସଂଖ୍ୟା ଗୋଟିଏ ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି 666। ମୁକ୍ତପ୍ରାପ୍ତ ଲୋକଙ୍କର ଗୀତ ତା’ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା। ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା। ଏହି ଲୋକମାନେ ସିଂହାସନ ସମ୍ମୁଖରେ ଗ୍ଭରି ଜଣ ଜୀବନ୍ତ ପଶୁଙ୍କ ସମ୍ମୁଖରେ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କେବଳ 144,000 ଜଣ ଲୋକମାନଙ୍କ ଛଡ଼ା କେହିହେଲେ ଏହି ଗୀତ ଶିଖି ପାରିଲେ ନାହିଁ। ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି। ସେମାନେ କେବେ ମିଥ୍ୟା କହନ୍ତି ନାହିଁ। ସେମାନେ ସର୍ବଦା ନିର୍ଦ୍ଦୋଷ। ତିନି ଜଣ ସ୍ୱର୍ଗଦୂତ ତା’ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା। ସେହି ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ କହିଲେ, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ୱରଙ୍କ ଦ୍ୱାରା ଲୋକମାନଙ୍କୁ ବିଗ୍ଭର କରିବା ସମୟ ଉପସ୍ଥିତ। ପରମେଶ୍ୱରଙ୍କର ଉପାସନା କର। ସେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।” ତା’ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।” ତା’ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ୱରରେ ଅନୁସରଣ କରି କହିଲେ, “ଯଦି କେହି ଲୋକ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା’ ନିଜ କପାଳରେ ଓ ହାତରେ ତା’ର ଚିହ୍ନ ଧାରଣ କରେ, ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ। ସେମାନଙ୍କ ଯନ୍ତ୍ରଣାର ଧୂଆଁ ସବୁବେଳ ପାଇଁ ଉଠୁଥିବ। ସେମାନଙ୍କୁ ଯନ୍ତ୍ରଣାରୁ ଦିନରାତି କେବେ ହେଲେ ଆରାମ ମିଳିବ ନାହିଁ, କାରଣ ସେମାନେ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି। ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍। ତା’ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।” ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।” ପୃଥିବୀରୁ ଶସ୍ୟ କଟା ହେବ ତା’ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା। ତା’ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।” ତେଣୁ ମେଘ ଉପରେ ଯିଏ ବସିଥିଲେ, ସେ ପୃଥିବୀର ଶସ୍ୟରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ୟ କଟାଗଲା। ତା’ପରେ ଆଉ ଜଣେ ସ୍ୱର୍ଗ ଦୂତ ସ୍ୱର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ୟ ଗୋଟିଏ ଧାରୁଆ ଦାଆ ଥିଲା। ତା’ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।” ତା’ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ। ନଗର ବାହାରେ ଦ୍ରାକ୍ଷା ଫଳ ସବୁ ସେହି ଦ୍ରାକ୍ଷାପେଷା କୁଣ୍ଡରେ ଚିପୁଡ଼ା ହେଲା। ସେହି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ଯ୍ୟନ୍ତ ଉପରକୁ ଉଠି 300 କିଲୋମିଟର ପର୍ଯ୍ୟନ୍ତ ରକ୍ତ ସ୍ରୋତ ହୋଇ ବହିବାରେ ଲାଗିଲା। ଦୂତଙ୍କର ଶେଷ ମହାମାରୀ ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ। ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ: “ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର! ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ ହେ ଜାତି ସମୂହର ରାଜା, ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ। ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କେବଳ ତୁମ୍ଭେ ହିଁ ପବିତ୍ର; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।” ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ। ପରମେଶ୍ୱରଙ୍କ କ୍ରୋଧରେ ସାତୋଟି ପାତ୍ର ପୂର୍ଣ୍ଣ ତା’ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ୱନି ଶୁଣିଲି। ତାହା ସାତୋଟି ଦୂତଙ୍କୁ କହିଲା, “ଯାଅ, ପରମେଶ୍ୱରଙ୍କ କ୍ରୋଧରେ ପୂର୍ଣ୍ଣ ହୋଇଥିବା ସାତୋଟି ପାତ୍ରକୁ ପୃଥିବୀ ଉପରେ ଢାଳିଦିଅ।” ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢାଳି ଦେଲେ। ତା’ପରେ ଯେଉଁମାନେ ସେହି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା’ର ପ୍ରତିମାକୁ ପୂଜା କରୁଥିଲେ, ସେମାନଙ୍କର ଶରୀରରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା। ଦ୍ୱିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢାଳି ଦେଲେ। ସେଥିରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହୋଇଗଲା। ସମୁଦ୍ରରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ। ତୃତୀୟ ସ୍ୱର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହୋଇଗଲା। ତା’ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି: “ହେ ପବିତ୍ର ପରମେଶ୍ୱର, ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ। ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ। ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।” ମୁଁ ବେଦୀକୁ ଏହା କହିବାର ଶୁଣିଲି, “ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ହଁ, ତୁମ୍ଭର ବିଗ୍ଭରଗୁଡ଼ିକ ସତ୍ୟ ଓ ନ୍ୟାୟସଙ୍ଗତ।” ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା। ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ। ପଞ୍ଚମ ଦୂତ ତାହାଙ୍କ ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ। ଏହା ଦ୍ୱାରା ପଶୁର ରାଜ୍ୟରେ ଅନ୍ଧକାର ଘୋଟିଗଲା। ଲୋକମାନେ ଯନ୍ତ୍ରଣାରେ ଜିଭ କାମୁଡ଼ିଲେ। ସେମାନେ ତାହାଙ୍କ ଯନ୍ତ୍ରଣା ଓ ଘା ସକାଶେ ସ୍ୱର୍ଗରେ ଥିବା ପରମେଶ୍ୱରଙ୍କର ନିନ୍ଦା କଲେ। କିନ୍ତୁ ସେମାନେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ। ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା। ତା’ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସେମାନେ ବେଙ୍ଗ ପରି ଦେଖାଯାଉଥିଲେ। ସେମାନେ ସେହି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ୟ‌‌ଦ୍‌‌‌‌ବକ୍ତା ମୁଖରୁ ବାହାରି ଆସିଲେ। ସେମାନେ ଭୂତର ଆତ୍ମା ଓ ସେମାନଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାର କ୍ଷମତା ଥିଲା। ସେମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ମହାଦିନର ଯୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସେମାନଙ୍କ ପାଖକୁ ଯାଆନ୍ତି। “ଦେଖ! ମୁଁ ଗୋଟିଏ ଗ୍ଭେର ଭଳି ଆସିବି। ଯେ ମୋ’ ଅପେକ୍ଷାରେ ଗ୍ଭହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସେହି ଲୋକ ସୁଖୀ। ତେବେ ତାହାକୁ ଉଲଗ୍ନ ହୋଇ ଗ୍ଭଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।’’ ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ। ତା’ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାୟୁରେ ଢାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ୱର ଆସିଲା। ସେହି ସ୍ୱର କହିଲା, “ଏହା ସମାପ୍ତ ହେଲା।” ତା’ପରେ ସେଠାରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ୟ ଇତିହାସରେ କେବେ ହୋଇ ନ ଥିଲା। ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ। ପ୍ରତ୍ୟେକ ଦ୍ୱୀପ ଉଭେଇ ଗଲା ଓ ସେଠାରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ। ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା। ପଶୁ ଉପରେ ନାରୀ ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। ପୃଥିବୀର ରାଜାମାନେ ତା’ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା’ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।” ତା’ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା’ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। ତା’ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା: ମହାନ୍ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସବୁ ଘୃଣ୍ୟ ବିଷୟସକଳର ମାତା। ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି। ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି। ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ। “ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ। “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।” ତା’ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା’ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।” ବାବିଲର ଧ୍ୱଂସ ତା’ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ: “ତା’ର ପତନ ହେଲା। ମହାନଗରୀ ବାବିଲର ପତନ ହୋଇଗଲା। ତାହା ଭୂତମାନଙ୍କର ବାସସ୍ଥଳୀ ହେଲା। ତାହା ପ୍ରତ୍ୟେକ ଭୂତାତ୍ମା, ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା। ପୃଥିବୀର ସବୁ ଲୋକମାନେ ତା’ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା’ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି। ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।” ତା’ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା’ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ। ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି। ପରମେଶ୍ୱର ତା’ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି। ସେ ତା’ର କୁକର୍ମ ସବୁ ମନେ ପକାଇଲାଣି। ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା’ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା’ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ। ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି, ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ। ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି। ମୁଁ ବିଧବା ନୁହେଁ, ମୁଁ କେବେ ଶୋକ କରିବି ନାହିଁ।’ ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା’ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି। “ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା’ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା’ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା’ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ: “ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ! ଏହା ଭୟାନକ! ଏହା ଭୟାନକ! ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।” “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ: ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ, ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି। ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’ “ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। ସେମାନେ କହିବେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ: ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା, ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା, ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’ “ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା। ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ, ଭବିଷ୍ୟ‌‌ଦ୍‌‌‌‌ବକ୍ତାଗଣ ଏବଂ ପ୍ରେରିତଗଣ! ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’” ତା’ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ: “ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ। ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ। ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ। ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ ଆଉ ଦେଖାଯିବେ ନାହିଁ। ତୋ’ଠାରେ ଚକିପେଷାର ଶବ୍ଦ ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ’ ପାଖରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ। ସେ (ବାବିଲ) ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।” ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା ତା’ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ: “ହାଲ୍ଲିଲୂୟା! ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ। ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ। ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି। ସେହି ବେଶ୍ୟା ତା’ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି। ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।” ସେମାନେ ପୁଣି କହିଲେ: “ହାଲ୍ଲିଲୂୟା! ସେ ବେଶ୍ୟା ଜଳି ଯାଉଛି। ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।” ତା’ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ: “ଆମେନ୍! ହାଲ୍ଲିଲୂୟା!” ତା’ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା: “ହେ ପରମେଶ୍ୱରଙ୍କର ସେବକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର! ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।” ତା’ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ: “ହାଲ୍ଲିଲୂୟା! ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି। ସେ ସର୍ବଶକ୍ତିମାନ। ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା ଓ ପରମେଶ୍ୱରଙ୍କୁ ଗୌରବ ଦେବା! ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା। କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।” (ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।) ତା’ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।” ତା’ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟ‌‌ଦ୍‌‌‌‌ବାଣୀର ମୂଳ ଆତ୍ମା ସ୍ୱରୂପ।’’ ଶ୍ୱେତ ଅଶ୍ୱର ଆରୋହୀ ତା’ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀ‌କ୍ଷ୍‌ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା: ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ତା’ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ। ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।” ତା’ପରେ ମୁଁ ସେହି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସେମାନଙ୍କର ସେନାବାହିନୀଗଣ, ଅଶ୍ୱାରୋହୀ ଓ ସେମାନଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ର ହେଲେ। କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା। ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖ‌‌ଡ଼୍‌ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ। ଏକ ହଜାର ବର୍ଷ ତା’ପରେ ମୁଁ ସ୍ୱର୍ଗରୁ ଜଣେ ସ୍ୱର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖରେ ପାତାଳର ଅତଳ ଗହ୍ୱରର ଗ୍ଭବି ଥିଲା। ତାହାଙ୍କ ହାତରେ ଗୋଟିଏ ବଡ଼ ଶିକୁଳି ଥିଲା। ସ୍ୱର୍ଗଦୂତ ସେହି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସେହି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ଯ୍ୟନ୍ତ ଶିକୁଳିରେ ବାନ୍ଧି ଦେଲେ। ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ। ତା’ପରେ ମୁଁ କେତୋଟି ସିଂହାସନ ଓ ତା’ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ। (ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବଞ୍ଚି ଉଠିଲେ ନାହିଁ।) ଏହା ହିଁ ପ୍ରଥମ ପୁନରୁ‌ତ୍‌‌ଥାନ। ଏହି ପ୍ରଥମ ପୁନରୁ‌ତ୍‌‌ଥାନରେ ଯେଉଁମାନେ ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ଏମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି କ୍ଷମତା ନାହିଁ। ସେହି ଲୋକମାନେ ପରମେଶ୍ୱରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହେବେ। ସେମାନେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କରିବେ। ଶୟତାନର ପରାଜୟ ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା’ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ। ସେ ପୃଥିବୀର ଗ୍ଭରି କୋଣକୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସେହି ସମୁଦ୍ରର ବାଲି ପରି ଅସଂଖ୍ୟ ଗୋଗ୍ ଓ ମାଗୋ‌ଗ୍‌ଙ୍କୁ ଏକତ୍ର କରି ଯୁଦ୍ଧ କରିବାକୁ ବାହାରିବ। ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା’ର ସେନାବାହିନୀକୁ ବିନାଶ କରିଦେଲା। ସେତେବେଳେ ଶୟତାନ (ଯିଏ ସେହି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସେହି ପଶୁ ଓ ମିଥ୍ୟାବାଦୀ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସହିତ ଗନ୍ଧକରେ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଗଲେ। ସେମାନେ ସେଠାରେ ଦିନରାତି ସବାସର୍ବଦା ପାଇଁ ଯନ୍ତ୍ରଣା ପାଇବେ। ପୃଥିବୀର ଲୋକଙ୍କର ବିଗ୍ଭର ତା’ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ। ମୁଁ ବଡ଼ଠାରୁ ସାନ ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କୁ ସିଂହାସନ ସାମନାରେ ଠିଆ ହେବାର ଦେଖିଲି। ଜୀବନ ପୁସ୍ତକ ଖୋଲାଥିଲା। ସେଠାରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟ ଖୋଲାଥିଲା। ମୃତ ଲୋକମାନଙ୍କର ନିଜ ନିଜ କର୍ମ ଅନୁସାରେ ବିଗ୍ଭର ହେଲା। ସେହି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲେଖାଯାଇଥିଲା। ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା’ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା। ତା’ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ ଅଟେ। ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖାଗଲା ନାହିଁ, ତାହାକୁ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। ନୂତନ ଯିରୁଶାଲମ ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। ତା’ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା। ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।” ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।” ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ। କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’ ତା’ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ। ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି। ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା। ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ୱାର ଥିଲା। ସେହି ଦ୍ୱାରମାନଙ୍କରେ ବାରଟି ସ୍ୱର୍ଗଦୂତ ଥିଲେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଇସ୍ରାଏଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖୋଦିତ ଥିଲା। ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା। ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା। ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ। ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ ଥିଲା। ସେ ଦୂତ କାନ୍ଥର ଉଚ୍ଚତା ମଧ୍ୟ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ୟମାନଙ୍କ ଦ୍ୱାରା ବ୍ୟବହୃତ ମାନଦଣ୍ଡରେ ମାପିଥିଲେ। ସେହି ନଗରୀର କାନ୍ଥ ସୂର୍ଯ୍ୟକାନ୍ତମଣିରେ ତିଆରି ହୋଇଥିଲା। ସେହି ନଗରୀ ସ୍ୱଚ୍ଛକାଚ ପରି ଉଜ୍ଜ୍ୱଳ ଖାଣ୍ଟି ସୁନାରେ ତିଆରି ହୋଇଥିଲା। ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା। ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। ବାରଟି ପ୍ରବେଶ ଦ୍ୱାର ହେଉଛି ବାର ଗୋଟି ମୁକ୍ତା। ପ୍ରତ୍ୟେକ ପ୍ରବେଶ ଦ୍ୱାର ଗୋଟିଏ ଲେଖା ମୁକ୍ତାରେ ତିଆରି ହୋଇଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନାରେ ତିଆରି ହୋଇଥିଲା। ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ। ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ। ତା’ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ। ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ। ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’” ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।” ତା’ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।” “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ପ୍ରତିଦାନ ଦେବା। ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।” “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।” “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।” ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ। ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ। ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।” ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।