﻿<?xml version="1.0" encoding="UTF-8"?>
<bible translation="Odia BSI (ପବିତ୍ର ବାଇବଲ (CL) NT (BSI))" status="Odia (CL) NT - ପବିତ୍ର ବାଇବଲ © The Bible Society of India, 2018. Used by permission. All rights reserved worldwide." link="https://www.bible.com/bible/1962/MAT.6.ODCLBSI">
	<testament name="New">
		<book number="40">
			<chapter number="1">
				<verse number="1">ଅବ୍ରାହାମ୍ ଓ ଦାଉଦଙ୍କ ବଂଶଧର ଯୀଶୁଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ବଂଶାବଳୀ -</verse>
				<verse number="2">ଅବ୍ରାହାମଙ୍କ ପୁତ୍ର ଯିସହାକ; ଯିସହାକଙ୍କ ପୁତ୍ର ଯାକୁବ; ଯାକୁବଙ୍କ ପୁତ୍ର ଯିହୁଦା;</verse>
				<verse number="3">ଯିହୁଦା ଓ ଥାମାରଙ୍କ ପୁତ୍ର ଫେରସ ଓ କେରହ; ଫେରସଙ୍କ ପୁତ୍ର ହେସ୍ରୋଣ;</verse>
				<verse number="4">ହେସ୍ରୋଣଙ୍କ ପୁତ୍ର ଆରାମ; ଆରାମଙ୍କ ପୁତ୍ର ଅମିନାଦବ; ଅମିନାଦବଙ୍କ ପୁତ୍ର ନହଶୋନ; ନହଶୋନଙ୍କ ପୁତ୍ର ସଲ୍ଲୋନ;</verse>
				<verse number="5">ସଲ୍ଲୋନ ଓ ରାହାବଙ୍କ ପୁତ୍ର ବୋୟଜ; ବୋୟଜ ଓ ଋତଙ୍କ ପୁତ୍ର ଓବେଦ; ଓବେଦଙ୍କ ପୁତ୍ର ଯିଶୟ;</verse>
				<verse number="6">ଯିଶୟଙ୍କ ପୁତ୍ର ଦାଉଦ ରାଜା। ଦାଉଦଙ୍କ ପୁତ୍ର ଶଲୋମନ (ଶଲୋମନଙ୍କ ମାତା ପୂର୍ବେ ଉରିୟଙ୍କ ପତ୍ନୀ ଥିଲେ);</verse>
				<verse number="7">ଶଲୋମନଙ୍କ ପୁତ୍ର ରହବୟାମ; ରହବୟାମଙ୍କ ପୁତ୍ର ଅବିୟ;</verse>
				<verse number="8">ଅବିୟଙ୍କ ପୁତ୍ର ଆସା; ଆସାଙ୍କ ପୁତ୍ର ଯିହୋଶାଫାଟ୍; ଯିହୋଶାଫଟଙ୍କ ପୁତ୍ର ରୋରାମ; ଯୋରାମଙ୍କ ପୁତ୍ର ଉଜ୍ଜିୟ;</verse>
				<verse number="9">ଉଜ୍ଜିୟଙ୍କ ପୁତ୍ର ଯୋଥାମ୍; ଯୋଥାମ୍ଙ୍କ ପୁତ୍ର ଆହାଜ; ଆହାଜଙ୍କ ପୁତ୍ର ହିଜକିୟ;</verse>
				<verse number="10">ହିଜକିୟଙ୍କ ପୁତ୍ର ମନଶେହ; ମନଶେହଙ୍କ ପୁତ୍ର ଆମୋନ;</verse>
				<verse number="11">ଆମୋନଙ୍କ ପୁତ୍ର ଯୋଶିୟ; ଯୋଶିୟଙ୍କ ପୁତ୍ର ଯିଖନିୟ (ବାବିଲୋନ ଦେଶକୁ ନିର୍ବାସିତ ହେବା ସମୟରେ ଯିଖନିୟ ଜନ୍ମ ହୋଇଥିଲେ।)</verse>
				<verse number="12">ଯିଖନିୟଙ୍କ ପୁତ୍ର ଶଅଲ୍ଥୀୟେଲ ବାବିଲୋନରେ ଜନ୍ମ ହେଲେ। ଶଅଲ୍ଥୀୟେଲଙ୍କ ପୁତ୍ର ଜିରୁବାବେଲ;</verse>
				<verse number="13">ଜିରୁବାବେଲଙ୍କ ପୁତ୍ର ଅବୀହୁଦ୍; ଅବୀହୁଦ୍ଙ୍କ ପୁତ୍ର ଏଲିୟାକିମ; ଏଲିୟାକିମଙ୍କ ପୁତ୍ର ଅଜ୍ଜୂର;</verse>
				<verse number="14">ଅଜ୍ଜୂରଙ୍କ ପୁତ୍ର ସାଦୋକ; ସାଦୋକଙ୍କ ପୁତ୍ର ଯାଖୀନ; ଯାଖୀନଙ୍କ ପୁତ୍ର ଏଲୀହୁଦ୍; ଏଲୀହୁଦଙ୍କ ପୁତ୍ର ଏଲାଜାର; ଏଲାଜାରଙ୍କ ପୁତ୍ର ମତ୍ଥାନ;</verse>
				<verse number="15">ମତ୍ଥାନଙ୍କ ପୁତ୍ର ଯାକୁବ; ଯାକୁବଙ୍କ ପୁତ୍ର ଯୋସେଫ।</verse>
				<verse number="16">ଏହି ଯୋସେଫ ମରିୟମଙ୍କୁ ବିବାହ କରିଥିଲେ। ମରିୟମଙ୍କ ଗର୍ଭରେ ଯୀଶୁ ଜନ୍ମ ଗ୍ରହଣ କଲେ। ଯୀଶୁଖ୍ରୀଷ୍ଟ ମସୀହ ନାମରେ ମଧ୍ୟ ପରିଚିତ।</verse>
				<verse number="17">ଏହିପରି ଅବ୍ରାହାମଙ୍କଠାରେ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ; ଦାଉଦଙ୍କଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ ଏବଂ ବାବିଲୋନ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ଚଉଦ ପୁରୁଷ।</verse>
				<verse number="18">ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ତାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ସମ୍ପନ୍ନ ହେବା ପୂର୍ବରୁ ମରିୟମ ଜାଣିଲେ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।</verse>
				<verse number="19">ଯୋସେଫ ସବୁବେଳେ ନ୍ୟାୟସଙ୍ଗତ କାର୍ଯ୍ୟ କରୁଥିଲେ। ଅତଏବ ମରିୟମଙ୍କୁ ଲୋକନିନ୍ଦାରୁ ରକ୍ଷା କରିବାଲାଗି ଗୁପ୍ତରେ ନିର୍ବନ୍ଧଟିକୁ ଭାଙ୍ଗିଦେବା ପାଇଁ ଉପାୟ ପାଞ୍ôଚଲେ।</verse>
				<verse number="20">ସେ ଏହା ଭାବିବାବେଳେ ଜଣେ ସ୍ୱର୍ଗଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ! ମରିୟମଙ୍କୁ ପତ୍ନୀ ସ୍ୱରୂପେ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ପବିତ୍ରାତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।</verse>
				<verse number="21">ତାଙ୍କର ଗୋଟିଏ ପୁତ୍ର ଜାତ ହେବ। ତାଙ୍କ ନାମ ‘ଯୀଶୁ’ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ପାପରୁ ରକ୍ଷା କରିବେ।”</verse>
				<verse number="22">ଈଶ୍ୱର ଜଣେ ଭାବବାଦୀଙ୍କ ଦ୍ୱାରା ଯେଉଁ ଭବିଷ୍ୟବାଣୀ ଶୁଣାଇଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଥିଲା।</verse>
				<verse number="23">ସେହି ଭବିଷ୍ୟବାଣୀ ହେଉଛି, “ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ସେହି ପୁତ୍ର ‘ଇମ୍ମାନୁୟେଲ’ ନାମରେ ଅଭିହିତ ହେବେ। ଇମ୍ମାନୁୟେଲ ଅର୍ଥ ଈଶ୍ୱର ଆମ୍ଭମାନଙ୍କର ସହିତ ଅଛନ୍ତି”।</verse>
				<verse number="24">ଯୋସେଫଙ୍କ ନିଦ୍ରାଭଙ୍ଗ ହେବା ପରେ ସେ ସ୍ୱର୍ଗଦୂତଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କଲେ। ସେ ମରିୟମଙ୍କୁ ବିବାହ କଲେ।</verse>
				<verse number="25">କିନ୍ତୁ ତାଙ୍କର ସେହି ପୁତ୍ର ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ। ଯୋସେଫ ସେହି ପୁତ୍ରଙ୍କୁ ଯୀଶୁ ନାମ ଦେଲେ।</verse>
			</chapter>
			<chapter number="2">
				<verse number="1">ହେରୋଦଙ୍କ ରାଜତ୍ୱ ସମୟରେ ଇହୁଦା ପ୍ରଦେଶର ବେଥ୍ଲେହିମ ସହରରେ ଯୀଶୁ ଜନ୍ମ ଗ୍ରହଣ କଲେ। ଏହାର ଅଳ୍ପ ସମୟ ପରେ ପୂର୍ବ ଦେଶରେ କେତେଜଣ ଜ୍ୟୋତିର୍ବିଦ ଯିରୂଶାଲମକୁ ଆସି ପଚାରିଲେ,</verse>
				<verse number="2">“ଯେଉଁ ଶିଶୁ ଇହୁଦୀମାନଙ୍କର ରାଜା ହେବା ପାଇଁ ଜନ୍ମ ହୋଇଛନ୍ତି, ସେ କାହାନ୍ତି? ପୂର୍ବାକାଶରେ ତାଙ୍କ ନକ୍ଷତ୍ର ଦେଖି ତାଙ୍କୁ ପୂଜା କରିବା ପାଇଁ ଆମେ ଆସିଛୁ।”</verse>
				<verse number="3">ସେମାନଙ୍କର ଏହି କଥା ଶୁଣି ରାଜା ହେରୋଦ ଓ ଯିରୂଶାଲମର ସର୍ବସାଧାରଣ ବଡ଼ ବିଚଳିତ ହୋଇ ପଡ଼ିଲେ।</verse>
				<verse number="4">ହେରୋଦ ପ୍ରଧାନ ଯାଜକ ଓ ଧର୍ମଗୁରୁମାନଙ୍କୁ ଡ଼କାଇ ସେମାନଙ୍କୁ ପଚାରିଲେ, “ମସୀହ କେଉଁଠାରେ ଜନ୍ମ ହେବେ?”</verse>
				<verse number="5">ସେମାନେ ଉତ୍ତର ଦେଲେ, “ଇହୁଦା ପ୍ରଦେଶର ବେଥ୍ଲେହିମରେ। ଏ ବିଷୟରେ ଜଣେ ଭାବବାଦୀ ଲେଖିଛନ୍ତି,</verse>
				<verse number="6">ଇହୁଦାଦେଶର ବେଥ୍ଲେହିମ! ଇହୁଦାର ପ୍ରଧାନ ସହରମାନଙ୍କ ମଧ୍ୟରେ ତୁମେ ନିକୃଷ୍ଟ ନୁହଁ, କାରଣ ମୋର ଇଶ୍ରାୟେଲୀୟ ଲୋକମାନଙ୍କୁ ବଳାଇବା ନିମନ୍ତେ ତୁମଠାରୁ ଜଣେ ନେତା ଉତ୍ପନ୍ନ ହେବେ।”</verse>
				<verse number="7">ଏହା ଶୁଣି ହେରୋଦ ପୂର୍ବଦେଶର ଆଗନ୍ତୁକମାନଙ୍କୁ ଗୋଟିଏ ଗୁପ୍ତ ମନ୍ତ୍ରଣା ସଭାକୁ ଡ଼କାଇ ଠିକ୍ କେଉଁ ସମୟରେ ଉକ୍ତ ତାରା ଉଦିତ ହୋଇଥିଲା, ସେମାନଙ୍କଠାରୁ ବୁଝି ନେଲେ।</verse>
				<verse number="8">ତା’ପରେ ସେମାନଙ୍କୁ ବେଥ୍ଲେହିମ ସହରକୁ ପଠାଇ କହିଲେ, “ଯାଅ, ସେହି ଶିଶୁଙ୍କୁ ଭଲ କରି ଖୋଜ ଏବଂ ତାଙ୍କୁ ପାଇଲେ ମୋତେ ଜଣାଅ, ମୁଁ ମଧ୍ୟ ଯାଇ ତାଙ୍କୁ ପୂଜା କରିବି।”</verse>
				<verse number="9">ଜ୍ୟୋତିର୍ବିଦମାନେ ସେ ସ୍ଥାନ ଛାଡ଼ି ପୁଣି ଥରେ ସେମାନଙ୍କ ଗନ୍ତବ୍ୟ ପଥରେ ଗଲାବେଳେ, ପୂର୍ବାକାଶରେ ଦେଖିଥିବା ସେହି ନକ୍ଷତ୍ର ପୁନର୍ବାର ଦେଖାଗଲା। ତାକୁ ଦେଖି ସେମାନଙ୍କର କି ଆନନ୍ଦ! କେତେ ଉଲ୍ଲସିତ ହୋଇ ଉଠିଲେ ସେମାନେ! ସେମାନଙ୍କ ଆଗେ ଆଗେ ଗତି କରି ତାରାଟି ଶିଶୁ ଥିବା ଗୃହ ଉପରେ ଠିକ୍ ଅଟକି ଗଲା।</verse>
				<verse number="10"></verse>
				<verse number="11">ସେମାନେ ସେହି ଗୃହ ଭିତରେ ପ୍ରବେଶ କଲେ ଏବଂ ଶିଶୁକୁ ମାତା ମରିୟଙ୍କ କୋଳରେ ଦେଖି ଜାନୁପାତପୂର୍ବକ ତାଙ୍କୁ ଆରାଧନା କଲେ ଓ ସଙ୍ଗରେ ଆଣିଥିବା ସୁବର୍ଣ୍ଣ, କୁନ୍ଦୁରୁ ଓ ସୁଗନ୍ଧ ରସ ବାହାର କରି ତାଙ୍କୁ ଉପହାର ଦେଲେ।</verse>
				<verse number="12">ଏହା ପରେ ସେମାନେ ଅନ୍ୟ ଏକ ପଥ ଦେଇ ସ୍ୱଦେଶକୁ ଫେରିଗଲେ। କାରଣ ହେରୋଦଙ୍କ ନିକଟକୁ ଫେରି ନ ଯିବା ପାଇଁ ଈଶ୍ୱର ସେମାନଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ।</verse>
				<verse number="13">ସେମାନେ ଚାଲି ଗଲାପରେ ଈଶ୍ୱରଙ୍କ ଦୂତ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେରୋଦ ଶିଶୁଙ୍କୁ ହତ୍ୟା କରିବା ପାଇଁ ଅନ୍ୱେଷଣ କରିବ। ତେଣୁ ଉଠ, ଶିଶୁଙ୍କୁ ଓ ତାଙ୍କ ମାତାଙ୍କୁ ନେଇ ମିସର ଦେଶକୁ ପଳାଇ ଯାଅ। ସେ ସ୍ଥାନ ଛାଡ଼ିବାକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ।”</verse>
				<verse number="14">ଯୋସେଫ ସଙ୍ଗେ ସଙ୍ଗେ ଉଠି ଶିଶୁ ଓ ତାଙ୍କ ମାତାଙ୍କୁ ନେଇ ରାତାରାତି ମିସର ଅଭିମୁଖେ ଯାତ୍ରା କଲେ।</verse>
				<verse number="15">ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ ସେମାନେ ରହିଲେ। ଏସବୁ ଘଟିବା ଦ୍ୱାରା ଭାବବାଦୀଙ୍କର ଭବିଷ୍ୟବାଣୀ ସଫଳ ହେଲା। ସେ କହିଥିଲେ, “ମୋ’ ପୁତ୍ରଙ୍କୁ ମୁଁ ମିସର ଦେଶରୁ ଡ଼ାକି ନେଇ ଆସିଲି।”</verse>
				<verse number="16">ପୂର୍ବ ଦେଶରୁ ଆସିଥିବା ଜ୍ୟୋତିର୍ବିଦମାନେ ତାଙ୍କୁ ପ୍ରତାରଣା କରି ଚାଲି ଯାଇଛନ୍ତି ଜାଣି, ହେରୋଦ କ୍ରୋଧରେ ଜର୍ଜରିତ ହେଲେ ଏବଂ ବେଥ୍ଲେହିମ ଓ ତା’ର ଆଖ ପାଖ ଅଞ୍ଚଳରେ ଥିବା ଦୁଇ ବର୍ଷ ଓ ତହିଁରୁ କମ୍ ବୟସର ସମସ୍ତ ବାଳକଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ନକ୍ଷତ୍ର ଉଦୟ ହୋଇଥିବା ସମୟ ବିଷୟରେ ଜ୍ୟୋତିର୍ବିଦମାନଙ୍କଠାରୁ ସେ ଯାହା ଶୁଣିଥିଲେ, ସେହି ଅନୁଯାୟୀ ସେ ଶିଶୁମାନଙ୍କର ବୟସର ସୀମା ନିରୂପଣ କରିଥିଲେ।</verse>
				<verse number="17">ଏଥିଦ୍ୱାରା ଭାବବାଦୀ ଯିରିମିୟଙ୍କ ଗୋଟିଏ ଭବିଷ୍ୟବାଣୀ ସଫଳ ହେଲା। ସେ ଲେଖିଥିଲେ,</verse>
				<verse number="18">“ରାମାରେ ଚିକ୍ରାର ଶୁଭୁଛି ତାହା ବିକଳ କାନ୍ଦଣାର ସ୍ୱର ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଛି; ତାକୁ କୌଣସି ଭାଷାରେ ସାନ୍ତ୍ୱନା ଦେଇ ହେଉ ନାହିଁ, କାରଣ ସେମାନେ ସମସ୍ତେ ମୃତ।</verse>
				<verse number="19">ହେରୋଦଙ୍କ ମୃତ୍ୟୁ ପରେ ପ୍ରଭୁଙ୍କ ଦୂତ ମିସରରେ ଯୋସେଫଙ୍କୁ ଦର୍ଶନ ଦେଇ କହିଲେ,</verse>
				<verse number="20">“ଉଠ, ଶିଶୁଙ୍କୁ ଓ ତାଙ୍କ ମାଆଙ୍କୁ ନେଇ ଇଶ୍ରାୟେଲ ଦେଶକୁ ଫେରିଯାଅ। କାରଣ ଯେଉଁମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସମସ୍ତେ ମୃତ।”</verse>
				<verse number="21">ତେଣୁ ଯୋସେଫ ଶିଶୁ ଯୀଶୁଙ୍କୁ ଓ ମରିୟମଙ୍କୁ ନେଇ ଇଶ୍ରାୟେଲ ଦେଶକୁ ଫେରିଗଲେ।</verse>
				<verse number="22">କିନ୍ତୁ ହେରୋଦଙ୍କ ପରେ ତାଙ୍କ ପୁତ୍ର ଆରଖିଲାୟ, ଇହୁଦାର ରାଜା ହୋଇଛନ୍ତି ଶୁଣି ସେ ସେଠାକୁ ଯିବାକୁ ଭୟ କଲେ।</verse>
				<verse number="23">ପୁନର୍ବାର ଅନ୍ୟ ପ୍ରକାର ସ୍ୱପ୍ନାଦେଶ ପାଇ ସେ ଗାଲିଲୀ ପ୍ରଦେଶର ନାଜରିତ ସହରରେ ଘର କରି ରହିଲେ। ଏଥିମଧ୍ୟରେ ଭାବବାଦୀଙ୍କର ନିମ୍ନଲିଖିତ ଗୋଟିଏ ଉକ୍ତି ସଫଳ ହେଲା। “ସେ ନାଜରିତୀୟ ବୋଲି ପରିଚିତ ହେବେ।”</verse>
			</chapter>
			<chapter number="3">
				<verse number="1">ସେହି ସମୟରେ ଜଳଦୀକ୍ଷାଦାତା ଯୋହନ ଇହୁଦା ଦେଶର ମରୁଅଞ୍ଚଳକୁ ଆସି ପ୍ରଚାର କରିବାକୁ ଲାଗିଲେ।</verse>
				<verse number="2">ସେ କହୁଥିଲେ: “ପାପ ପଥରୁ ଫେର, କାରଣ ସ୍ୱର୍ଗ ରାଜ୍ୟ ଶୀଘ୍ର ଆସୁଛି।”</verse>
				<verse number="3">ଭାବବାଦୀ ଯିଶାୟ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ, ଯୋହନହିଁ ସେହି ବ୍ୟକ୍ତି: “ମରୁ ପ୍ରାନ୍ତରରେ କେହି ଜଣେ ଚିକ୍ରାର କରି କହୁଛନ୍ତି, ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କ ଆସିବା ପାଇଁ ଏକ ସରଳ ରାସ୍ତା ନିର୍ମାଣ କର।”</verse>
				<verse number="4">ଯୋହନଙ୍କ ପୋଷକ ଓଟ ଲୋମରେ ତିଆରି ହୋଇଥିଲା। ସେ ତାଙ୍କ ଅଣ୍ଟାରେ ଗୋଟିଏ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ। ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ତାଙ୍କର ଖାଦ୍ୟ ଥିଲା।</verse>
				<verse number="5">ଯିରୂଶାଲମ୍ ସହରରୁ, ଇହୁଦୀ ପ୍ରଦେଶ ଓ ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ଅଞ୍ଚଳରୁ ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ।</verse>
				<verse number="6">ସେମାନେ ନିଜ ନିଜର ପାପ ସ୍ୱୀକାର କରି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଦୀକ୍ଷିତ ହେଉଥିଲେ।</verse>
				<verse number="7">ଯେତେବେଳେ ଯୋହନ ଦେଖିଲେ ଅନେକ ଫାରୁଶୀ ଓ ସାଦୁକୀ ଜଳଦୀକ୍ଷା ନେବା ପାଇଁ ଆସୁଛନ୍ତି; ସେମାନଙ୍କୁ ସେ କହିଲେ, “ଆରେ ସର୍ପକୁଳ! ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦଣ୍ଡ ଦେବାକୁ ଯାଉଛନ୍ତି, ସେଥିରୁ ନିସ୍ତାର ପାଇ ପାରିବ ବୋଲି କିଏ ତୁମକୁ କହିଛି?</verse>
				<verse number="8">ଯଦି ପ୍ରକୃତରେ ସବୁ ପାପ କର୍ମରୁ ନିବୃତ୍ତ ହୋଇଛ, ଏହା ତୁମର କାର୍ଯ୍ୟକଳାପରେ ଦେଖାଅ।</verse>
				<verse number="9">ଭାବ ନାହିଁ ଯେ ଅବ୍ରାହାମ ତୁମ ପୂର୍ବପୁରୁଷ ବୋଲି କହିଦେବା ଦ୍ୱାରା ତୁମେ ଦଣ୍ଡରୁ ରକ୍ଷା ପାଇଯିବ। ମୁଁ ତୁମକୁ କହି ରଖୁଛି ଯେ ଈଶ୍ୱର ଏହି ପଥରଗୁଡ଼ିକ ନେଇ ଅବ୍ରାହାମଙ୍କ ବଂଶଧର ସୃଷ୍ଟି କରି ପାରିବେ।</verse>
				<verse number="10">ବୃକ୍ଷସବୁକୁ ସମୂଳେ କାଟି ଦେବା ପାଇଁ କୁଠାର ଉତ୍ତୋଳିତ। ଯେଉଁ ବୃକ୍ଷରେ ଭଲ ଫଳ ହୁଏ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହେବ।</verse>
				<verse number="11">ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।</verse>
				<verse number="12">ଶସ୍ୟରୁ ତୁଷ ସବୁ ଉଡ଼ାଇ ଦେବା ପାଇଁ ତାଙ୍କ ହାତରେ କୁଲା ଅଛି। ସେ ଶସ୍ୟଗୁଡ଼ିକୁ ତାଙ୍କ ଅମାରରେ ରଖିବେ ଓ ତୁଷ ସବୁ ଚିର ଜ୍ୱଳନ୍ତ ଅଗ୍ନିରେ ପୋଡ଼ି ପକାଇବେ।</verse>
				<verse number="13">ସେତେବେଳେ ଯୀଶୁ ଗାଲିଲୀରୁ ଆସି ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯର୍ଦ୍ଦନ ନଦୀକୂଳରେ ଯୋହନଙ୍କ ନିକଟରେ ଉପସ୍ଥିତ ହେଲେ।</verse>
				<verse number="14">ଯୋହନ ଯୀଶୁଙ୍କୁ ନିବର୍ତ୍ତାଇ କହିଲେ, “ମୁଁ ସିନା ତୁମ ଦ୍ୱାରା ଦୀକ୍ଷିତ ହେବାର କଥା - ତୁମେ ତଥାପି ମୋ’ ନିକଟକୁ ଆସିଛ?”</verse>
				<verse number="15">କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।</verse>
				<verse number="16">ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ।</verse>
				<verse number="17">ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”</verse>
			</chapter>
			<chapter number="4">
				<verse number="1">ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ।</verse>
				<verse number="2">ଚାଳିଶ ଦିନ ଓ ଚାଳିଶ ରାତି ଅନାହାରରେ ବିତାଇବା ପରେ ଯୀଶୁ କ୍ଷୁଧିତ ହେଲେ।</verse>
				<verse number="3">ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।”</verse>
				<verse number="4">କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମନୁଷ୍ୟ ଖାଲି ରୋଟି ଖାଇ ବଞ୍ଚେ ନାହିଁ। ଈଶ୍ୱରଙ୍କ ମୁଖନିସୃତ ପ୍ରତ୍ୟେକ ବାକ୍ୟ ତା’ର ଜୀବନ ପାଇଁ ଆବଶ୍ୟକ’।”</verse>
				<verse number="5">ଏହାପରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଗଲା। ସେଠାରେ ତାଙ୍କୁ ମନ୍ଦିରର ସର୍ବୋଚ୍ଚ ଚୂଡ଼ାରେ ବସାଇ କହିଲା,</verse>
				<verse number="6">“ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏଠାରୁ ତଳକୁ ଡ଼େଇଁପଡ଼। ଧର୍ମଶାସ୍ତ୍ରରେ ଲେଖାଅଛି - ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ। ସେମାନେ ତୁମକୁ ହାତରେ ତୋଳି ଧରିବେ। ତେଣୁ ତୁମ ପାଦରେ ପଥରର ଆଘାତ ଲାଗିବ ନାହିଁ।”</verse>
				<verse number="7">ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”</verse>
				<verse number="8">ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ପର୍ବତର ଶିଖରକୁ ନେଇଗଲା ଏବଂ ତାଙ୍କୁ ଜଗତର ସମସ୍ତ ରାଜ୍ୟଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇ କହିଲା,</verse>
				<verse number="9">“ଯଦି ତୁମେ ଜାନୁପାତି ମୋତେ ପୂଜା କରିବ, ଏହିସବୁ ତୁମକୁ ମୁଁ ଦେବି।”</verse>
				<verse number="10">ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”</verse>
				<verse number="11">ସଙ୍ଗେ ସଙ୍ଗେ ଶୟତାନ ତାଙ୍କୁ ଛାଡ଼ି ଚାଲିଗଲା ଓ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ଯତ୍ନ ନେଲେ।</verse>
				<verse number="12">ଯୋହନଙ୍କୁ ବନ୍ଦୀ କରାଯାଇଛି ବୋଲି ଶୁଣି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ।</verse>
				<verse number="13">କିନ୍ତୁ ନାଜରିତରେ ନ ରହି ଜବୂଲନ ଓ ନଫ୍ତାଲି ଅଞ୍ଚଳରେ ଥିବା ଗାଲିଲୀ ହ୍ରଦ ଉପକୂଳବର୍ତ୍ତୀ କପର୍ନାହୂମରେ ବାସ କଲେ।</verse>
				<verse number="14">ଏହା ଦ୍ୱାରା ଭାବବାଦୀ ଯିଶାଇୟଙ୍କ ବାଣୀ ସଫଳ ହେଲା। ସେ କହିଥିଲେ:</verse>
				<verse number="15">“ଯର୍ଦ୍ଦନ ନଦୀ ସେ ପାରିରେ ସମୁଦ୍ରକୁ ପଡ଼ିଥିବା ରାସ୍ତା ଉପରେ ଅବସ୍ଥିତ ଜବୂଲନ ଓ ନଫ୍ତାଲୀ ଦେଶ ଦ୍ୱୟ ଓ ବିଜାତୀୟମାନଙ୍କର ଗାଲିଲୀ!</verse>
				<verse number="16">ଅନ୍ଧକାରରେ ବାସ କରୁଥିବା ଲୋକମାନେ ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ ସେହି ଆଲୋକ ପ୍ରକାଶ ପାଇବ।”</verse>
				<verse number="17">ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।</verse>
				<verse number="18">ଯୀଶୁ ଗାଲିଲୀ ହ୍ରଦକୂଳ ଦେଇ ଗମନ କଲାବେଳେ ଶିମୋନ (ପିତର) ଓ ଆନ୍ଦ୍ରିୟ ନାମକ ଦୁଇଜଣ ଧୀବରଙ୍କୁ ଭେଟିଲେ। ଏ ଦୁଇ ଭାଇ ଜାଲ ପକାଇ ହ୍ରଦରେ ମାଛ ଧରୁଥିଲେ।</verse>
				<verse number="19">ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ସାଙ୍ଗରେ ଆସ। ମୁଁ ତୁମକୁ ମନୁଷ୍ୟ ଧରିବା ଶିଖାଇବି।”</verse>
				<verse number="20">ସେମାନେ ସେହିକ୍ଷଣି ସେମାନଙ୍କ ଜାଲ ଛାଡ଼ି ତାଙ୍କ ସଙ୍ଗରେ ଗଲେ।</verse>
				<verse number="21">ଯୀଶୁ ଟିକେ ଆଗକୁ ଯାଇ ଯାକୁବ ଓ ଯୋହନ ନାମକ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ଭେଟିଲେ। ଏ ଦୁଇ ଭାଇ ଓ ସେମାନଙ୍କ ପିତା ନୌକାରେ ବସି ସେମାନଙ୍କର ଜାଲ ସଜାଡ଼ୁଥିଲେ।</verse>
				<verse number="22">ଯୀଶୁ ସେମାନଙ୍କୁ ମଧ୍ୟ ଡ଼ାକିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ନୌକା ଓ ପିତାଙ୍କୁ ଛାଡ଼ି ଯୀଶୁଙ୍କ ପଛେ ପଛେ ଗଲେ।</verse>
				<verse number="23">ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।</verse>
				<verse number="24">ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।</verse>
				<verse number="25">ଯୀଶୁ ସେ ସମସ୍ତଙ୍କୁ ସୁସ୍ଥ କଲେ। ଗାଲିଲୀ, ଦେକାପଲୀ, ଯିରୂଶାଲମ, ଇହୁଦା ଓ ଯର୍ଦ୍ଦନର ସେପାରିରେ ଥିବା ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଯୀଶୁଙ୍କୁ ଅନୁସରଣ କଲେ।</verse>
			</chapter>
			<chapter number="5">
				<verse number="1">ଯୀଶୁ ଲୋକ ଗହଳି ଦେଖି ଗୋଟିଏ ପାହାଡ଼ ଉପରେ ଯାଇ ବସିଲେ।</verse>
				<verse number="2">ଶିଷ୍ୟମାନେ ତାଙ୍କୁ ଘେରି ରହିଥିଲେ। ସେମାନଙ୍କୁ ସେ ଶିକ୍ଷା ଦେଇ କହିଲେ:</verse>
				<verse number="3">“ଆଧ୍ୟାତ୍ମିକ ଜୀବନର ଦୀନ ଅବସ୍ଥା ଅନୁଭବ କରୁଥିବା ଲୋକମାନେ ଧନ୍ୟ, କାରଣ ସେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।</verse>
				<verse number="4">ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।</verse>
				<verse number="5">ନମ୍ର ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ଲାଭ କରିବେ।</verse>
				<verse number="6">ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାକୁ ଯେଉଁମାନଙ୍କର ଏକାନ୍ତ ଆକାଂକ୍ଷା, ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସନ୍ତୁଷ୍ଟ କରିବେ।</verse>
				<verse number="7">ଯେଉଁମାନେ ଅନ୍ୟମାନଙ୍କ ପ୍ରତି ସଦୟ ହୁଅନ୍ତି ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ଦୟା କରିବେ।</verse>
				<verse number="8">ଯେଉଁମାନଙ୍କ ହୃଦୟ ନିର୍ମଳ ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ।</verse>
				<verse number="9">ଯେଉଁମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତି ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ପରିଚିତ ହେବେ।</verse>
				<verse number="10">ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରି ଉତ୍ପୀଡ଼ିତ ହୁଅନ୍ତି, ସେମାନେ ଧନ୍ୟ, କାରଣ ସେମାନେ ସ୍ୱର୍ଗରାଜ୍ୟର ଅଧିକାରୀ ହେବେ।</verse>
				<verse number="11">“ମୋର ଅନୁଗାମୀ ହୋଇଥିବାରୁ ଲୋକେ ତୁମକୁ ଅପମାନ ଦେବେ, ନିର୍ଯ୍ୟାତନା କରିବେ ଓ ତୁମ ବିରୁଦ୍ଧରେ ମିଥ୍ୟା ରଟନା କରିବେ,</verse>
				<verse number="12">ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।</verse>
				<verse number="13">“ତୁମ୍ଭେମାନେ ସମସ୍ତ ମାନବ ଜାତିର ଲବଣ ସ୍ୱରୂପ। କିନ୍ତୁ ଲବଣ ଯଦି ଲବଣତ୍ୱ ହରାଏ, ତେବେ ତାକୁ ଆଉ ଲବଣାକ୍ତ କରି ହେବ ନାହିଁ। ସେତେବେଳେ ତାହା ସମ୍ପୂର୍ଣ୍ଣ ଅଦରକାରୀ ହୋଇ ବାହାରେ ଫିଙ୍ଗି ଦିଆଯାଏ। ଲୋକେ ତାକୁ ମାଡ଼ି ଚାଲିଯାଆନ୍ତି।</verse>
				<verse number="14">ତୁମେ ସମଗ୍ର ଜଗତର ଆଲୋକ ସ୍ୱରୂପ। ଯେଉଁ ନଗରୀଟି ପର୍ବତ ଉପରେ ନିର୍ମିତ, ତାହା କେବେ ଲୁକ୍କାୟିତ ହୋଇ ରହିପାରେ ନାହିଁ।</verse>
				<verse number="15">ଦୀପଟିଏ ଜାଳି କେହି ପାତ୍ର ତଳେ ଢ଼ାଙ୍କି ରଖେ ନାହିଁ। - ତାକୁ ଦୀପରୁଖା ଉପରେ ରଖେ ଏବଂ ତାହା ଘରେ ଥିବା ସମସ୍ତଙ୍କୁ ଆଲୋକ ଦିଏ।</verse>
				<verse number="16">ସେହିପରି ତୁମ ଆଲୋକ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉ। ତାହାହେଲେ ତୁମର ସତ୍କର୍ମ ସବୁ ଦେଖି ସେମାନେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ପ୍ରଶଂସା କରିବେ।</verse>
				<verse number="17">“ଭାବନାହିଁ ଯେ ମୁଁ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଶିକ୍ଷା ସବୁ ଲୋପ କରି ଦେବାକୁ ଆସିଛି। ସେଗୁଡ଼ିକ ଲୋପ କରିବାକୁ ନୁହେଁ, ବରଂ ବାସ୍ତବରେ ପରିଣତ କରିବାକୁ ମୁଁ ଆସିଛି।</verse>
				<verse number="18">ମନେରଖ, ସ୍ୱର୍ଗ ଓ ପୃଥିବୀର ଅସ୍ତିତ୍ୱ ଥିବାଯାଏ ଧର୍ମଶାସ୍ତ୍ର ବ୍ୟବସ୍ଥାର ଗୋଟିଏ ବିନ୍ଦୁ ବା ବିସର୍ଗ ଲୋପ ପାଇବ ନାହିଁ। ସମସ୍ତ ବିଷୟର ଅବସାନ ପର୍ଯ୍ୟନ୍ତ ଏହା ଘଟିବ ନାହିଁ।</verse>
				<verse number="19">ତେଣୁ ଯେ କେହି ବ୍ୟବସ୍ଥାର ସବୁଠାରୁ ଗୌଣ ଆଜ୍ଞାଟିକୁ ଅବଜ୍ଞା କରେ ଏବଂ ସେପରି କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ନିକୃଷ୍ଟ ବୋଲି ବିବେଚିତ ହେବ।</verse>
				<verse number="20">ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।</verse>
				<verse number="21">“ତୁମ୍ଭେମାନେ ଶୁଣିଛ; ପୁରାକାଳରୁ ଲୋକମାନଙ୍କୁ କୁହାଯାଇଛି, ‘ନରହତ୍ୟା କର ନାହିଁ। ଯେ ତାହା କରେ, ସେ ବିଚାରିତ ହେବ।’</verse>
				<verse number="22">କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।</verse>
				<verse number="23">ତେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାକୁ ଯିବାବେଳେ ଯଦି ତୁମର ମନରେ କିଛି ଅଶାନ୍ତି ଅଛି,</verse>
				<verse number="24">ବେଦୀ ସମ୍ମୁଖରେ ସେହି ନୈବେଦ୍ୟ ଛାଡ଼ିଦେଇ ସଙ୍ଗେ ସଙ୍ଗେ ଯାଅ, ଭାଇ ସହିତ ପୁନର୍ମିଳିତ ହେବା ପରେ ଫେରି ଆସି ଈଶ୍ୱରଙ୍କୁ ତାହା ଉତ୍ସର୍ଗ କର।</verse>
				<verse number="25">“ଯଦି କେହି ତୁମ ବିରୁଦ୍ଧରେ ମକଦ୍ଦମା କରି ଅଦାଲତକୁ ଯିବାକୁ ବାଧ୍ୟ କରେ, ଅଦାଲତକୁ ଯିବା ପୂର୍ବରୁ ବେଳ ଥାଉ ଥାଉ ତା’ ସହିତ ଆପୋଷ ମିଳାମିଶା କରିନିଅ। ନଚେତ୍ ଅଦାଲତରେ ପହଞ୍ôଚଗଲେ, ସେ ତୁମକୁ ବିଚାରପତି ହାତରେ ସମର୍ପଣ କରିବ ଏବଂ ହୁଏତ ବିଚାରପତି ତୁମକୁ ବନ୍ଦୀଶାଳାକୁ ନେଇ ଯିବା ପାଇଁ ସିପାହୀ ହାତରେ ସମର୍ପଣ କରିବେ।</verse>
				<verse number="26">“ତୁମ ଉପରେ ଧାର୍ଯ୍ୟ କରାଯାଉଥିବା ଜୋରିମାନାର ପଇସାଟିଏ ସୁଦ୍ଧା ପରିଶୋଧ ନ ହେବାଯାଏ ତୁମେ ସେଠାରୁ ଖଲାସ ହୋଇ ପାରିବ ନାହିଁ।</verse>
				<verse number="27">“‘ବ୍ୟଭିଚାର କର ନାହିଁ, ଏହି ଆଜ୍ଞା ତୁମେମାନେ ପୂର୍ବକାଳରୁ ଶୁଣି ଆସିଅଛ।</verse>
				<verse number="28">କିନ୍ତୁ ମୁଁ କହୁଛି, ଯଦି କେହି ପର ସ୍ତ୍ରୀକୁ ଲୋଲୁପ ଦୃଷ୍ଟିରେ ଚାହେଁ, ସେ ତା’ ସହିତ ମନେ ମନେ ବ୍ୟଭିଚାର ଅପରାଧ କରିଛି।</verse>
				<verse number="29">ତେଣୁ ଯଦି ତୁମର ଦକ୍ଷିଣ ଚକ୍ଷୁ ଯୋଗୁଁ ତୁମେ ପାପ କରିଥାଅ, ସେ ଚକ୍ଷୁଟିକୁ ଉପାଡ଼ି ଫିଙ୍ଗି ଦିଅ। ତୁମର ସମସ୍ତ ଶରୀର ନରକରେ ପଡ଼ିବାଠାରୁ, ଶରୀରର ଗୋଟିଏ ଅଂଶ ହରାଇବା ବରଂ ଭଲ।</verse>
				<verse number="30">ଯଦି ତୁମର ଦକ୍ଷିଣ ହସ୍ତ ତୁମକୁ ପାପ କର୍ମ କରାଉଥାଏ, ତାକୁ ମଧ୍ୟ କାଟି ଫୋପାଡ଼ି ଦିଅ। ତୁମର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବାଠାରୁ ଗୋଟିଏ ଅବୟବ ହରାଇବା ବରଂ ଭଲ।</verse>
				<verse number="31">“‘ଯଦି କେହି ନିଜ ସ୍ତ୍ରୀକୁ ପରିତ୍ୟାଗ କରିବାକୁ ଚାହେଁ, ସେ ତାକୁ ଲିଖିତ ଆକାରରେ ଗୋଟିଏ ଛାଡ଼ପତ୍ର ଦେଉ’ ଏ ଶିକ୍ଷା ତୁମ୍ଭେମାନେ ଆଗରୁ ପାଇଛ।</verse>
				<verse number="32">କିନ୍ତୁ ମୁଁ କହୁଛି, ବ୍ୟଭିଚାର ଅପରା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଲାଗି ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ, ସେ ତାକୁ ବ୍ୟଭିଚାରିଣୀ କରାଇବା ଅପରାଧରେ ଦୋଷୀ ହେବ ଏବଂ ଯେଉଁ ବ୍ୟକ୍ତି ସେହି ସ୍ତ୍ରୀକୁ ବିବାହ କରିବ, ସେ ମଧ୍ୟ ବ୍ୟଭିଚାରିଣୀ ହେବ।</verse>
				<verse number="33">“ପୂର୍ବକାଳରୁ ଏହି ଶିକ୍ଷା ଶୁଣି ଆସିଚ, “‘ପ୍ରତିଜ୍ଞା ଭଙ୍ଗ କର ନାହିଁ। ଈଶ୍ୱରଙ୍କ ସମ୍ମୁଖରେ ଯେଉଁ ଶପଥ କରିଛ, ତାକୁ ପୂରଣ କର।’</verse>
				<verse number="34">କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ପ୍ରତିଜ୍ଞା କରିବାବେଳେ ରାଣ ନିୟମ ପକାଅ ନାହିଁ। ସ୍ୱର୍ଗ ନାମରେ ରାଣ ପକାଅ ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ।</verse>
				<verse number="35">ପୃଥିବୀ ନାମରେ ରାଣ ପକାଅ ନାହିଢ଼ଁ, କାରଣ ତାହା ଈଶ୍ୱରଙ୍କ ପାଦପୀଠ। ଯିରୂଶାଲମ ନଗରୀ ନାମରେ ରାଣ ପକାଇବା ଅନୁଚିତ୍, କାରଣ ତାହା ହେଉଛି ରାଜାଧିରାଜଙ୍କ ରାଜଧାନୀ।</verse>
				<verse number="36">ତୁମ ମସ୍ତକର ରାଣ ପକାଅ ନାହିଁ, କାରଣ ଗୋଟିଏ କେଶ କଳା ବା ଧଳା କରିବାର ଶକ୍ତି ତୁମର ନାହିଁ।</verse>
				<verse number="37">“ତୁମେ ରାଣ ନିୟମ ନ ପକାଇ କେବଳ ‘ହଁ’ କିମ୍ବା ‘ନାହିଁ’ କୁହ। ଏହାଠାରୁ ଅଧିକ କଥା କହି ପ୍ରତିଜ୍ଞା କରିବା ଶୟତାନର ପ୍ରରୋଚନାରୁ ହୁଏ।</verse>
				<verse number="38">“‘ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ।’ ଏହି ପ୍ରତିହିଂସା ନୀତି ତୁମ୍ଭେମାନେ ଶୁଣିଛ।</verse>
				<verse number="39">କିନ୍ତୁ ମୁଁ କହୁଛି, କେହି ତୁମର ଅନିଷ୍ଟ କଲେ ତା’ର ପ୍ରତିଶୋଧ ନିଅ ନାହିଁ। ଯଦି ତୁମର ଡ଼ାହାଣ ଗାଲରେ କେହି ଚାପୁଡ଼ାଏ ମାରିଲା, ଆଉ ଗୋଟିଏ ଚାପୁଡ଼ା ମାରିବା ପାଇଁ ତୁମ ବାଁ ଗାଲଟି ମଧ୍ୟ ଦେଖାଇ ଦିଅ।</verse>
				<verse number="40">ଯଦି କେହି ତୁମର କମିଜ୍ ନେବା ପାଇଁ ତୁମ ବିରୁଦ୍ଧରେ ନାଲିସ୍ କରି ତୁମକୁ ବିଚାରାଳୟକୁ ନିଏ, ତାକୁ ତୁମର କୋଟ୍ ମଧ୍ୟ ଦାନ କରିଦିଅ।</verse>
				<verse number="41">“ଯଦି ଦେଶ ଅଧିକାର କରିଥିବା ସୈନିକମାନଙ୍କ ମଧ୍ୟରୁ କେହି ତୁମକୁ ତା’ର ବୋଝ ବୋହି ତା’ ସହିତ ଗୋଟିଏ କିଲୋମିଟର୍ ଯିବା ପାଇଁ ବାଧ୍ୟ କରେ, ତୁମେ ଅକୁଣ୍ଠିତ ଚିତ୍ତରେ ତା’ ସହିତ ଦୁଇ କିଲୋମିଟର ଯାଅ।</verse>
				<verse number="42">“କେହି ଯଦି ତୁମକୁ କିଛି ଜିନିଷ ମାଗେ, ମନା ନ କରି ତାକୁ ଦିଅ। କେହି କିଛି ଧାର ମାଗିଲେ, ତାକୁ ତାହା ଦିଅ।</verse>
				<verse number="43">“‘ବନ୍ଧୁମାନଙ୍କୁ ପ୍ରେମ କର, ଶତ୍ରୁମାନଙ୍କୁ ଘୃଣା କର।’ ଏହି ଶିକ୍ଷା ପୂର୍ବରୁ ଶୁଣିଛ।</verse>
				<verse number="44">କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମକୁ ଉତ୍ପୀଡ଼ନ କରନ୍ତି, ସେମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କର।</verse>
				<verse number="45">ଏହା କଲେ ଈଶ୍ୱରଙ୍କ ସନ୍ତାନ ବୋଲି ପରିଚିତ ହେବ। କାରଣ ଈଶ୍ୱର ଉତ୍ତମ ଓ ଅଧମ, ଉଭୟ ପ୍ରକାର ଲୋକଙ୍କୁ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ସତ୍କର୍ମ ଓ ଦୁଷ୍କର୍ମକାରୀ ସମସ୍ତଙ୍କୁ ବର୍ଷା ଯୋଗାଇ ଦିଅନ୍ତି।</verse>
				<verse number="46">କେବଳ ତୁମକୁ ଆଦର କରୁଥିବା ଲୋକଙ୍କୁ ଆଦର କଲେ, ଈଶ୍ୱର କାହିଁକି ତୁମକୁ ପୁରସ୍କାର ଦେବେ? କର ଆଦାୟକାରୀମାନେବିଦେଶୀ ରୋମୀୟ ଶାସକମାନଙ୍କ ପାଇଁ କର ଆଦାୟ କରିବାକୁ ଯେଉଁ ଇହୁଦୀମାନେ ନିଯୁକ୍ତ ହେଉଥିଲେ। ସେମାନେ ନିଷ୍ଠାପର ଇହୁଦୀମାନଙ୍କ ଦ୍ୱାରା ‘ପାପୀ’ ବୋଲି ବିବେଚିତ ହେଉଥିଲେ। ମଧ୍ୟ ତାହା କରନ୍ତି।</verse>
				<verse number="47">“ଯଦି କେବଳ ତୁମ ବନ୍ଧୁମାନଙ୍କୁ ଅଭିବାଦନ କର, ତେବେ ତୁମେ କି ଅସାଧାରଣ କାର୍ଯ୍ୟ କରୁଛ? ଅଣବିଶ୍ୱାସୀମାନେ ମଧ୍ୟ ତାହା କରିଥାନ୍ତି।</verse>
				<verse number="48">ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।</verse>
			</chapter>
			<chapter number="6">
				<verse number="1">“ଲୋକମାନଙ୍କୁ ଦେଖାଇବା ପାଇଁ ସର୍ବସାଧାରଣରେ ଧର୍ମକର୍ମ କର ନାହିଁ। ତାହା କଲେ ପିତା ଈଶ୍ୱରଙ୍କଠାରୁ ତୁମେ ପୁରସ୍କାର ପାଇବ ନାହିଁ।</verse>
				<verse number="2">“ଜଣେ ଅଭାବଗ୍ରସ୍ତ ଲୋକକୁ କିଛି ଦାନ ଦେବାବେଳେ ଧର୍ମଧ୍ୱଜୀମାନଙ୍କକ ପରି ଦେଖାଇ ହୁଅ ନାହିଁ। ସେମାନେ ଉପାସନା ଗୃହମାନଙ୍କରେ ଓ ସାହି ମଝିରେ ନିଜର ଦାନଧର୍ମର ପ୍ରଦର୍ଶନ କରନ୍ତି। ଲୋକମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ସେମାନେ ଏହା କରନ୍ତି। ମୁଁ ନିଶ୍ଚିତଭାବେ କହୁଛି ଯେ ସେମାନେ ଏଥିଦ୍ୱାରା ସେମାନଙ୍କର ପ୍ରାପ୍ୟ ପୂର୍ଣ୍ଣମାତ୍ରାରେ ପାଇ ସାରିଛନ୍ତି।</verse>
				<verse number="3">କିନ୍ତୁ ତୁମେ ଜଣେ ଅଭାବଗ୍ରସ୍ତକୁ ସାହାଯ୍ୟ କରିବାବେଳେ, ଏପରିଭାବେ କର, ଯେପରି ତୁମର ଅନ୍ତରଙ୍ଗ ବନ୍ଧୁ ମଧ୍ୟ ଏକଥା ଜାଣିପାରିବ ନାହିଁ।</verse>
				<verse number="4">ତୁମର ଏହି ଦାନ ଗୋପନରେ ହୋଇଥିଲେ ସୁଦ୍ଧା ତୁମର ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।</verse>
				<verse number="5">“ପ୍ରାର୍ଥନା କରିବାବେଳେ ଛଳ ଧାର୍ମିକମାନଙ୍କ ପରି ହୁଅ ନାହିଁ। ସମସ୍ତେ ଯେପରି ଦେଖିପାରିବେ, ସେଥିପାଇଁ ଉପାସନା ଗୃହ ଓ ରାସ୍ତାଛକମାନଙ୍କରେ ଠିଆହୋଇ ସେମାନେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ ସେମାନେ ନିଜର ପୁରସ୍କାର ପାଇ ସାରିଛନ୍ତି।</verse>
				<verse number="6">“କିନ୍ତୁ ତୁମେ ପ୍ରାର୍ଥନା କରିବା ପାଇଁ ନିଜ କୋଠରୀ ଭିତରକୁ ଯାଅ, କବାଟ ବନ୍ଦ କରିଦିଅ ଓ ତୁମ ଅଦୃଶ୍ୟ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମେ ଗୋପନରେ ଯାହା କରିବ, ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।</verse>
				<verse number="7">ତୁମ ପ୍ରାର୍ଥନାରେ ଅଣବିଶ୍ୱାସୀମାନଙ୍କ ପରି ଅନେକଗୁଡ଼ିଏ ଅର୍ଥହୀନ ଶବ୍ଦ ବ୍ୟବହାର କର ନାହିଁ। ସେମାନେ ମନେ କରନ୍ତି, ସେମାନଙ୍କର ପ୍ରାର୍ଥନା ଦୀର୍ଘ ହେେଲ ଈଶ୍ୱର ଶୁଣିବେ।</verse>
				<verse number="8">ସେମାନଙ୍କ ପରି ହୁଅ ନାହିଁ। ତୁମେ ମାଗିବା ପୂର୍ବରୁ ତୁମର ଯାହା ଆବଶ୍ୟକ, ତୁମର ପିତା ଈଶ୍ୱର ତାହା ସବୁ ଜାଣନ୍ତି।</verse>
				<verse number="9">ଏଣୁ ଏହିପରି ପ୍ରାର୍ଥନା କରିବା ତୁମ୍ଭମାନଙ୍କର ଉଚିତ୍: ‘ହେ ଆମର ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ନାମ ସମ୍ମାନିତ ହେଉ।</verse>
				<verse number="10">ତୁମର ରାଜ୍ୟ ପ୍ରତିଷ୍ଠିତ ହେଉ। ତୁମର ଇଚ୍ଛା ସ୍ୱର୍ଗରେ ଯେପରି, ଏହି ପୃଥିବୀରେ ମଧ୍ୟ ସେପରି ସଫଳ ହେଉ।</verse>
				<verse number="11">ଆଜି ଆମକୁ ପ୍ରୟୋଜନୀୟ ଆହାର ଦିଅ।</verse>
				<verse number="12">ଆମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆମେ ଯେପରି କ୍ଷମା କରୁ, ସେପରି ଆମର ଦୋଷ ସବୁ କ୍ଷମା କର।</verse>
				<verse number="13">ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)</verse>
				<verse number="14">“ତୁମ ବିରୁଦ୍ଧରେ ଦୋଷ କରିଥିବା ଅନ୍ୟମାନଙ୍କୁ ଯଦି ତୁମେ କ୍ଷମା କର, ପିତା ଈଶ୍ୱର ମଧ୍ୟ ତୁମମାନଙ୍କୁ କ୍ଷମା କରିବେ।</verse>
				<verse number="15">କିନ୍ତୁ ତୁମେ ଯଦି ଅନ୍ୟମାନଙ୍କୁ କ୍ଷମା ନ କର, ପିତା ଈଶ୍ୱର ମଧ୍ୟ ତୁମେ କରିଥିବା ଅପରାଧ ସବୁ କ୍ଷମା କରିବେ ନାହିଁ।</verse>
				<verse number="16">“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି।</verse>
				<verse number="17">କିନ୍ତୁ ତୁମେ ଉପବାସ କଲାବେଳେ ମୁହଁ ଧୋଇ, ମୁଣ୍ଡ କୁଣ୍ଡାଇ ସଫାସୁତୁରା ହୋଇ ରୁହ,</verse>
				<verse number="18">ଯେପରି ଉପବାସ କରୁଛ ବୋଲି ଅନ୍ୟମାନେ ଜାଣି ପାରିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ଈଶ୍ୱରହିଁ ସବୁ କଥା ଜାଣିବେ। ତୁମେ ଗୋପନରେ ଯାହା କରୁଛ; ତାହା ଦେଖି, ସେ ତୁମକୁ ପୁରସ୍କାର ଦେବେ।</verse>
				<verse number="19">“ଏହି ପୃଥିବୀରେ ନିଜ ପାଇଁ ଧନ ସଞ୍ଚୟ କର ନାହିଁ। ଏଠାରେ ଘୂଣ ଲାଗି, କଳଙ୍କ ଧରି ସଞ୍ଚିତ ଧନ ନଷ୍ଟ ହୁଏ, କିମ୍ବା ଚୋରମାନେ ସିନ୍ଧି କରି ଚୋରି କରନ୍ତି।</verse>
				<verse number="20">ବରଂ ସ୍ୱର୍ଗରେ ତୁମ ପାଇଁ ଧନ ସଞ୍ଚୟ କର। ସେଠାରେ ଘୂଣ ବା କଳଙ୍କ କିଛି କ୍ଷତି କରି ପାରିବ ନାହିଁ କିମ୍ବା ଚୋରମାନେ ପଶି ଧନ ଲୁଟି ନେଇପାରିବେ ନାହିଁ। ସାବଧାନ!</verse>
				<verse number="21">ତୁମ ଧନ ପାଖେହିଁ ତୁମ ମନ ରହିଥାଏ।</verse>
				<verse number="22">“ଚକ୍ଷୁ ଶରୀରର ପ୍ରଦୀପ ସ୍ୱରୂପ। ଚକ୍ଷୁ ସ୍ୱଚ୍ଛ ଥିଲେ, ଶରୀର ଆଲୋକରେ ପୂରି ଉଠିବ।</verse>
				<verse number="23">କିନ୍ତୁ ଚକ୍ଷୁ ଯଦି ଦୁର୍ବଳ ହୁଏ, ଶରୀର ଅନ୍ଧକାରାଚ୍ଛନ୍ନ ହେବ। ତୁମ ଅନ୍ତରର ଆଲୋକ ଯଦି ଅନ୍ଧକାରାବୃତ୍ତ ହୁଏ, ତେବେ ସେହି ଅନ୍ଧକାର କେଡ଼େ ଭୟଙ୍କର ଅନ୍ଧକାର ନ ହେବ!</verse>
				<verse number="24">“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।</verse>
				<verse number="25">“ଅତଏବ ମୁଁ କହୁଛି, ଜୀବନ ଧାରଣ ନିମନ୍ତେ ଆବଶ୍ୟକୀୟ ଆହାର ଓ ପାନୀୟ ଓ ପିନ୍ଧିବା ଲାଗି ଆବଶ୍ୟକୀୟ ବସ୍ତ୍ର ପାଇଁ ବ୍ୟସ୍ତ ହୁଅ ନାହିଁ। ଖାଦ୍ୟପଦାର୍ଥଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ? ପୋଷାକପତ୍ରଠାରୁ ଶରୀର କ’ଣ ଅଧିକ ମୂଲ୍ୟବାନ ନୁହେଁ?</verse>
				<verse number="26">“ଉଡ଼ନ୍ତା ପକ୍ଷୀମାନଙ୍କୁ ଲକ୍ଷ୍ୟ କର। ସେମାନେ ବିହନ ବୁଣନ୍ତି ନାହିଁ। ଫସଲ ଅମଳ କରି ଗୋଲାରେ ସଞ୍ଚୟ କରନ୍ତି ନାହିଁ। ତଥାପି ପିତା ଈଶ୍ୱର ସେମାନଙ୍କ ଯତ୍ନ ନେଇ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କଠାରୁ ଅଧିକ ମୂଲ୍ୟବାନ୍ ନୁହଁ?</verse>
				<verse number="27">ବଞ୍ଚିବା ପାଇଁ ବ୍ୟସ୍ତ ହେବା ଦ୍ୱାରା ତୁମେ କ’ଣ ନିଜର ପରମାୟୁକୁ ମୁହୂର୍ତ୍ତେ ବଢ଼ାଇ ଦେଇ ପାରିବ?</verse>
				<verse number="28">“ପୋଷାକପତ୍ର ପାଇଁ କାହିଁକି ବ୍ୟସ୍ତ ହେଉଛ; ଦେଖ, ବନଫୁଲଗୁଡ଼ିକ କିପରି ବଢ଼ନ୍ତି। ସେମାନେ ପରିଶ୍ରମ କରନ୍ତି ନାହିଁ କିମ୍ବା ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ;</verse>
				<verse number="29">କିନ୍ତୁ ମୁଁ ତୁମକୁ କହୁଛି - ରାଜା ଶଲୋମନ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ସତ୍ତ୍ୱେ ଏହି ଫୁଲ ପରି ସୁନ୍ଦର ପୋଷାକଟିଏ କେବେ ପିନ୍ଧି ନ ଥିଲେ।</verse>
				<verse number="30">ଆଜି ପଡ଼ିଆରେ ଥିବା ଘାସ ହଏତ କାଲିକୁ ନ ଥିବ - କଟାହୋଇ ନିଆଁରେ ଜଳିଯିବ। କିନ୍ତୁ ସେଗୁଡ଼ିକୁ ମଧ୍ୟ ଈଶ୍ୱର କେତେ ସୁନ୍ଦର ପୋଷାକରେ ସଜାଇଛନ୍ତି। ତୁମକୁ ଲୁଗାପଟା ଯୋଗାଇ ଦେବା ପାଇଁ ସେ କ’ଣ ଅଧିକ ମନୋଯୋଗୀ ହେବେ ନାହିଁ? ତୁମ୍ଭମାନଙ୍କ ବିଶ୍ୱାସ ସତେ କେଡ଼େ କ୍ଷୀଣ!</verse>
				<verse number="31">“ସୁତରାଂ କେଉଁଠାରୁ ଖାଦ୍ୟପେୟ, ପୋଷାକପତ୍ର ପାଇବ, ଏ ବିଷୟରେ ଚିନ୍ତିତ ହୁଅ ନାହିଁ।</verse>
				<verse number="32">(ସତ୍ୟ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକେ ଏହି ସବୁରେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି) ଏସବୁ ବିଷୟ ତୁମର ଆବଶ୍ୟକ ବୋଲି ତୁମ ପିତା ଈଶ୍ୱର ଜାଣନ୍ତି।</verse>
				<verse number="33">“ବରଂ ଈଶ୍ୱରଙ୍କ ରାଜ୍ୟ ବିଷୟ ଏବଂ ଈଶ୍ୱର ତୁମଠାରୁ କ’ଣ ଚାହାନ୍ତି, ଏ କଥା ତୁମ ମନରେ ପ୍ରଥମ ସ୍ଥାନ ଦିଅ। ତାହାହେଲେ ସେ ତୁମକୁ ଅନ୍ୟ ସମସ୍ତ ବିଷୟ ଯୋଗାଇ ଦେବେ।</verse>
				<verse number="34">ଅତଏବ ଆସନ୍ତା କାଲି ପାଇଁ ବ୍ୟସ୍ତ ହୁଅ ନାହିଁ। କାଲିର ଚିନ୍ତା କାଲି କରିବ। ଆସନ୍ତା କାଲି ବିଷୟରେ ଚିନ୍ତା କରି ଆଜିର ବ୍ୟସ୍ତତାକୁ ବଢ଼ାଇ ଦିଅ ନାହିଁ।</verse>
			</chapter>
			<chapter number="7">
				<verse number="1">ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ।</verse>
				<verse number="2">ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ।</verse>
				<verse number="3">ତୁମ ଆଖିରେ କାଠ ଗଡ଼ଟାଏ ଥିବାବେଳେ ତୁମ ଭାଇ ଆଖିରେ ଧୂଳିକଣାଟି ପ୍ରତି ତୁମ୍ଭେ କାହିଁକି ଥ୍ୟାନତ ଦେଉଛ?</verse>
				<verse number="4">ନିଜ ଆଖିରେ କାଠଖଣ୍ଡଟିଏ ଥାଉ ଥାଉ ତୁମେ କେଉଁ ସାହସରେ ତୁମ ଭାଇ ଆଖିରୁ ଧୂଳିକଣାଟି ବାହାର କରିଦେବ ବୋଲି କହୁଛ?</verse>
				<verse number="5">ପ୍ରତାରକ! ତୁମ ଆଖିରୁ କାଠ ଗଡ଼ଟିକୁ ପ୍ରଥମେ ବାହାର କରିଦିଅ। ତାହାହେଲେ ତୁମ ଭାଇର ଆଖିରେ ପଡ଼ିଥିବା ଧୁଳିକଣାକୁ ତୁମେ ସହଜରେ ଦେଖିପାରିବ।</verse>
				<verse number="6">କୁକୁରକୁ ପବିତ୍ର ପଦାର୍ଥ ଦିଅ ନାହିଁ। କାରଣ ସେ ବୁଲିପଡ଼ି ତୁମକୁ ଆକ୍ରମଣ କରିପାରେ। ଘୁଷୁରି ଆଗରେ ମୁକ୍ତା ପକାଅ ନାହିଁ। ତା’ର ମୂଲ୍ୟ ନ ବୁଝି ତାକୁ ସେ କେବଳ ପାଦରେ ଦଳି ଦେବ।</verse>
				<verse number="7">ମାଗ, ତାହେଲେ ତୁମକୁ ଦିଆଯିବ; ଖୋଜ, ନିଶ୍ଚୟ ପାଇବ; ଦ୍ୱାରରେ ଆଘାତ କର, ଦ୍ୱାର ଖୋଲା ହେବ।</verse>
				<verse number="8">ଯେ କେହି ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ; ଯେ ଦ୍ୱାରରେ ଆଘାତ କରେ, ତା ପାଇଁ ଦ୍ୱାର ଖୋଲି ଦିଆଯାଏ।</verse>
				<verse number="9">ତୁମ ପୁଅ ରୋଟି ମାଗିଲେ ତାକୁ କଣ ପଥର ଦେବ?</verse>
				<verse number="10">କିମ୍ବା ସେ ମାଛ ମାଗିଲେ ତାକୁ କଣ ସାପ ଦେବ?</verse>
				<verse number="11">ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?</verse>
				<verse number="12">ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।</verse>
				<verse number="13">ସଂକୀର୍ଣ୍ଣ ଦ୍ୱାରା ଦେଇ ଯାଅ। କାରଣ ନରକକୂ ଯିବା ରାସ୍ତା ସୁଗମ ଓ ତାର ପ୍ରଶସ୍ତ। ଅନେକେ ସେହି ବାଟେ ଯାନ୍ତି।</verse>
				<verse number="14">କିନ୍ତୁ ଅନନ୍ତ ଜୀବନକୁ ପଡ଼ିଥିବା ରାସ୍ତା ଦୁର୍ଗମ ଓ ବାଟ ଖୋଜି ପାଆନ୍ତି।</verse>
				<verse number="15">ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।</verse>
				<verse number="16">ସେମାନେ କାର୍ଯ୍ୟକଳାପରୁ ତୁମେ ସେମାନଙ୍କୁ ଚିହ୍ନିପାରିବ। କଣ୍ଟା ବୁଦାରେ ଦ୍ରାକ୍ଷଶ ‘ଳେ ନାହଁ କିମ୍ବା କାନକୋଳି ଗଛରେ ଡିମିରି ‘ଳ ଧର ନାହିଁ।</verse>
				<verse number="17">ଭଲ ଗଛରେ ଭଲ ‘ଳ ଧରେ। ଖରାପ ଗଛରେ ଖରାପ।</verse>
				<verse number="18">ଭଲ ଗଛରେ ଖରାପ ‘ଲ ‘ଳିବ ନାହିଁ କିମ୍ବା ଖରାପ ଗଛର ‘ଳ ଭଲ ହୋଇ ପାରିବ ନାହିଁ।</verse>
				<verse number="19">ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।</verse>
				<verse number="20">ସେହିପରି ଭଣ୍ଡ ଭାବବାଦୀମାନଙ୍କର କାର୍ଯ୍ୟକଳାପରୁ ସେମାନଙ୍କୁ ତୁମେ ଚିହ୍ନି ପାରିବ।</verse>
				<verse number="21">ଯେଉଁମାନେ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ସେମାନେ ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁମାନେ ପିତା ଈଶ୍ୱରଙ୍କର ଇଚ୍ଛାଅନୁଯାୟୀ କାମ କରନ୍ତି, କେବଳ ସେହିମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ।</verse>
				<verse number="22">ମହାବିଚାର ଦିନ ଉପସ୍ଥିତ ହେଲେ ଅନେକେ ମୋତେ କହିବେ, ପ୍ରଭୁ ତୁମ ନାମରେ ଭୂତ ଛଡ଼ାଇଛୁ ଏବଂ ଅନେକ ଅଲୌକିକ କାର୍ଯ୍ୟ କରିଛୁ।</verse>
				<verse number="23">ସେତେବେଳେ ସେମାନେ ମୁଁ କହିବି, ତୁମ୍ଭମାନଙ୍କୁ ମୁଁ ଜାଣେ ନାହିଁ। ଦୁଗଚାରୀମାନେ, ମୋ ନିକଟରୁ ଦୂର ହୁଅ।</verse>
				<verse number="24">“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି।</verse>
				<verse number="25">ପ୍ରବଳ ବର୍ଷାହେଲା, ନଦୀ ଜଳ ବନ୍ଧ ଟପି ଉଛୁଳି ପଡ଼ିଲା ଓ ସେହି ଘର ଉପରେ ଅତି ବେଗରେ ପବନ ବହିଲା, କିନ୍ତୁ ସେହି ଘରଟି ଭୁଷୁଡ଼ି ପଡ଼ିଲା ନାହିଁ। କାରଣ ତାଡା ପଥର ଉପର ନିର୍ମିତ ହୋଇଥିଲା।</verse>
				<verse number="26">“କିନ୍ତୁ ଯେଉଁମାନେ ମୋ’ କଥା ଶୁଣି ପାଳନ କରନ୍ତି ନାହିଁ, ସେମାନେ ବାଲିକୁଦ ଉପରେ ଘର ତିଆରି କରିଥିବା ମୂର୍ଖ ପରି।</verse>
				<verse number="27">ଘୋର ବର୍ଷା ହେଲା, ନଦୀ ପାଣି କୂଳ ଟପିଲା। ଜୋରରେ ପବନ ବହିଲା ଓ ଘରଟି ଭୂମିସାତ୍ ହେଲା। ଉକ୍ତ ପତନ କେଡ଼େ ଭୟଙ୍କର ସତେ।”</verse>
				<verse number="28">ଶେଷ ପର୍ଯ୍ୟନ୍ତ ଯୀଶୁଙ୍କର ଏହିସବୁ କଥା ଶୁଣି ଲୋକମାନେ ତାଙ୍କ ଶିକ୍ଷାରେ ବିସ୍ମିତ ହେଲେ।</verse>
				<verse number="29">ସେ ଅନ୍ୟାନ୍ୟ ଧର୍ମଗୁରୁମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷଶ ଦେଉଥିଲେ।</verse>
			</chapter>
			<chapter number="8">
				<verse number="1">ଯୀଶୁ ପାହାଡ଼ ଉପରୁ ଓହ୍ଲାଇ ଆସିବା ପରେ ଅନେକ ଲୋକ ତାଙ୍କୁ ଅନୁସରଣ କଲେ।</verse>
				<verse number="2">ସେତେବେଳେ ଜଣେ କୁଷ୍ଠରୋଗୀ ତାଙ୍କ ନିକଟକୁ ଆସି କହିଲା, “ପ୍ରଭୁ, ଆପଣ ଚାହିଁଲେ ମୋତେ ପରିଷ୍କାର କରି ପାରିବେ।”</verse>
				<verse number="3">ଯୀଶୁ ହାତ ବଢ଼ାି ତାକୁ ସ୍ପର୍ଶ କରି କହିଲେ, “ମୁଁ ଚାହେଁ, ତୁମେ ଶୁଚି ହୁଅ।” ସଙ୍ଗେ ସଙ୍ଗେ ସେହି ଲୋକଟି ରୋଗ ମୁକ୍ତି ହେଲା।</verse>
				<verse number="4">ଯୀଶୁ ତାକୁ କହିଲେ, “ଶୁଣ, ତୁମେ କିପରି ଭଲ ହେଲ, କାହାକୁ ଜଣାଅ ନାହିଁ; କିନ୍ତୁ ସିଧା ପୁରୋହିତ ପାଖକୁ ଯାଇ ନିଜକୁ ପରୀକ୍ଷା କରାଇ ନିଅ ଏବଂ ତୁମେ ସୁସ୍ଥ ହୋଇଛ ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ମୋଶାଙ୍କ ନିରୂପିତ ବଳି ଉର୍ସ୍ଗ କର।”</verse>
				<verse number="5">ଯୀଶୁ କର୍ପର୍ନାହୂମ ସହରରେ ପ୍ରବେଶ କରିବା ମାତ୍ର ଜଣେ ରୋମୀୟ ସେନାପତି ତାଙ୍କୁ ଭେଟି ଅନୁନୟ କରି କହିଲା,</verse>
				<verse number="6">“ପ୍ରଭୁ, ମୋର ଜରେ କର୍ମଚାରୀ ରୋଗ ଶଯ୍ୟାରେ ପଡ଼ିଛି। ସେ ହଲଚଲ ହୋଇପାରୁ ପାହିଁ, ବଡ଼ କଷ୍ଟ ଭୋଗୁଛି।”</verse>
				<verse number="7">ଯୀଶୁ କହିଲେ, “ମୁଁ ଆସି ତାକୁ ସୁସ୍ଥ କରିବ।”</verse>
				<verse number="8">ସେନାପତି କହିଲା, “ନା, ପ୍ରଭୁ, ଆପଣ ମୋ’ ଘରକୁ ଆସିବେ, ମୁଁ ଏହାର ଯୋଗ୍ୟ ନୁହେଁ। ଆପଣ କେବଳ ପଦଟିଏ କହି ଦିଅନ୍ତୁ, ମୋ’ କର୍ମଚାରୀ ଭଲ ହୋଇଯିବ।</verse>
				<verse number="9">ମୋର ଉପରିସ୍ଥ କର୍ମଚାରୀଙ୍କ ଅଧୀନରେ ମୁଁ କାମ କଲେ ସୁଦ୍ଧା ମୋ’ ଅଧୀନରେ ଅନେକ ସୈନିକ ଅଛନ୍ତି। ସେମାନେଙ୍କ ଭିତରୁ ଜଣେକୁ ଯଦି ମୁଁ ‘ଯାଅ’ ବୋଲି ଆଦେଶ ଦିଏ, ସେ ଯାଏ। ଅନ୍ୟ ଜଣକୁ ‘ଆସ’ ବୋଲି କହିଲେ, ସେ ଆସେ। ମୋର ଦାସକୁ ‘ଏହା କର’ ବୋଲି କହିବା ମାତ୍ର ସେ ତାହା କରିଥାଏ।”</verse>
				<verse number="10">ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ।</verse>
				<verse number="11">ମନେରଖ, ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଅନେକେ ଆସି ସ୍ୱର୍ଗରାଜ୍ୟରେ ଅବ୍ରାହାମ, ଇସ୍ହାମ ଓ ଯାକୁବଙ୍କ ସଙ୍ଗରେ ଏକାଠି ଭୋଜନ କରିବାକୁ ବସିବେ।</verse>
				<verse number="12">କିନ୍ତିୁ ଯେଉଁମାନେ ଏହି ରାଜ୍ୟରେ ରହିବା କଥା,;ସମାନଙ୍କୁ ବାହାର ଅନ୍ଧକାରରେ ନିକ୍ଷେପ କରାଯିବ।ସେଠାରେ ସେମାନେ କ୍ରନ୍ଦନ କରି ଦାନ୍ତ ରଗଡ଼ିବେ।”</verse>
				<verse number="13">ଯୀଶୁ ସେନାପତିଙ୍କୁ କହିଲେ, “ଘରକୁ ଯାଅ। ତୁମେ ଯାହା ବିଶ୍ୱାସ କରୁଛ, ତାହାହିଁ ଘଟିବ।” ଠିକ୍ ସେହି ସମୟରେ ସେନାପତିଙଙ୍କର କର୍ମଚାରୀଟି ସୁସ୍ଥ ହେଇଗଲା।</verse>
				<verse number="14">ଯୀଶୁ ପିତରଙ୍କ ଘରକୁ ଯାଇ ଦେଖିଲେ, ପିତରଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ଶଯ୍ୟାଶୟୀ ହୋଇଛନ୍ତି।</verse>
				<verse number="15">ଯୀଶୁ ତାଙ୍କ ହାତକୁ ସ୍ପର୍ଶ କରିବା ମାତ୍ରେ ଜ୍ୱର ଛାଡ଼ିଗଲା ଓ ସେ ଉଠିପଡ଼ି ଯୀଶୁଙ୍କର ସେବା କରିବାକୁ ଲଶଗିଲେ।</verse>
				<verse number="16">ସନ୍ଧ୍ୟା ହେବାରୁ ଲୋକେ ଅନେକ ଭୂତଗ୍ରମ୍ତ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ପଦେ ମାତ୍ର କଥରେ ସେ ପ୍ରେତାମ୍ରାଗୁଡ଼ିକୁ ତଡ଼ି ଦେଲେ ଓ ପୀଡ଼ିତ ଲୋକଙ୍କୁ ସୁସ୍ଥକଲେ।</verse>
				<verse number="17">ଏହାଦ୍ୱାରା ସେ ଭାବବାଦୀ ଯିଶାଇୟଙ୍କ ଭବିଷ୍ୟବାଣୀକୁ ସଫଳ କଲ। ଯୀଶାଇୟ କହିଲେ, “ସେ ଆମାର ବ୍ୟାଧ୍ସବୁ ହରଣ କଲେ ଓ ଆମାକୁ ରୋଗ ମୁକ୍ତ କଲେ।”</verse>
				<verse number="18">ତାଙ୍କୁ ଚାରିଆଡ଼େ ଲୋକ ଭିଡ଼ ହେବାର ଦେଖି, ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଆର ପାରିକୁ ଯବାକୁ କହିଲେ।</verse>
				<verse number="19">ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ସେଠାକୁ ଯିବା ପାଇଁ ମୁଁ ପ୍ରସ୍ଥୁତ ଅଛି।”</verse>
				<verse number="20">ଯୀଶୁ ତାଙ୍କୁ କହିଲେ, “କୋକିଶିଆଳିମାନଙ୍କର ଗାତ ଅଛି, ଜଢ଼େଇମାନଙ୍କର ବସା ଅଛି। କିନ୍ତୁ ବିଶ୍ରାମ ନେବା ପାଇଁ ମନୂଷ୍ୟପୁତ୍ରଙ୍କର ସ୍ଥାନ ନାହିଁ।”</verse>
				<verse number="21">ଯୀଶୁଙ୍କ ଆଉ ଜଣେ ଶିଷ୍ୟ କହିଲା, “ପ୍ରଭୁ, ଆଗେ ଫେରିଯାଇ ମୋ’ ବାପାଙ୍କୁ କବର ଦେବା ପାଇଁ ମୋତେ ଅନୁମତି ଦିଅନ୍ତୁ।”</verse>
				<verse number="22">ଯୀଶୁ ତାକୁ କହିଲେ, “ମୋ ପଛେ ପଛେ ଆଦ, ମତୃ ଲୋକେ ମୃତମାନଙ୍କୁ କବର ଦିଅନ୍ତୁ।”</verse>
				<verse number="23">ଦିନେ ଯୀଶୁ ଶିଷ୍ୟମାନଙ୍କ ସହିତ ନୌକାରେ ଯାଉଥିଲେ।</verse>
				<verse number="24">ହଠାତ୍ ହ୍ରଦରେ ଗୋଟିଏ ପ୍ରବଳ ଝଡ଼ ଉଠିଲା ଏବଂ ଡଙ୍ଗାଟି ପାଣିରେ ପୁଡ଼ି ଯିବାର ଆଶଙ୍କା ହେଲା। କିନ୍ତୁ ସେତେବେଳେ ଯୀଶୁ ଶୋଇ ପଡ଼ିଥିଲେ।</verse>
				<verse number="25">ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ପ୍ରଭୁ, ଆମକୁ ରକ୍ଷା କରନ୍ତୁ। ନ ହେଲେ ଆମେ ବୁଡ଼ି ମରିଯିବୁ।”</verse>
				<verse number="26">ଯୀଶୁ ଉତ୍ତର ଦେଲେ, “କାହିଁକି ଏଡ଼େ ଭୟଭୀତ ହେଉଛ? ତୁମେ ସବୁ କ’ଣ ଏଡ଼େ ଅଳ୍ପ ବିଶ୍ୱାସୀ?” ତା’ପରେ ସେ ଉଠି ପବନ ଓ ଲହରୀକୁ ସୁସ୍ଥିର ହେବା ପାଇଁ ଆଦେଶ ଦେଲେ। ସଙ୍ଗେ ସଙ୍ଗେ ସବୁ ଶାନ୍ତ ହୋଇଗଲା।</verse>
				<verse number="27">ଏଥିରେ ସମସ୍ତେ ବିସ୍ମିତ ହେଲେ। ସେମାନେ ପରସ୍ପର କଥାବାର୍ତ୍ତା ହେଲେ “ଏ କିପରି ଲୋକ? ପବନ ଓ ଲହରୀ ମଧ୍ୟ ତାଙ୍କ ଆଦେଶ ମାନୁଛନ୍ତି।”</verse>
				<verse number="28">ଯୀଶୁ ହ୍ରଦର ଅପର ପାଶ୍ୱର୍ସ୍ଥ ଗଦରୀୟ ଅଞ୍ଚଳିୟ ପ୍ରବେଶ କରିବା ମାତ୍ରେ ଦୁଇଜଣ ଲୋକଙ୍କୁ ଭେଟିଲେ। ସେମାନେ ସେଠାରେ ଥିବା ସମାଯଧ୍ ଗମ୍ଫାରେ ରହୁଥିଲେ। ସେମାନେ ଭୂତଗ୍ରସ୍ତ ଏବଂ ଏଡ଼ ଭୟଙ୍କର ଯେ ସେହି ଗସ୍ତାଦେଇ ଯିବା ଆସିବବା କରିବାକୁ କେହି ସାହସ କରୁ ନ ଥିଲେ।</verse>
				<verse number="29">ସେମାନେ ଯୀଶୁଙ୍କୁ ଦେଖିବା ମାତ୍ରେ ଚିକ୍ରାର କରି କହିଲେ, “ହେ ଈଶ୍ୱରଙ୍କ ପୁତ୍ର! ଆମଠାରୁ ତୁମେ ମ’ଣ ଚାହଁ? ଆମ ସମୟ ନ ହେଉଣୁ ଆମକୁ ମ’ଣ ଦଣ୍ଡ ଦେବାକୁ ଆସିଛ?”</verse>
				<verse number="30">ସେଠାରୁ କିଛି ଦୂରରେ ପଲେ ଘୁଷୁରି ଚରୁଥିଲେ।</verse>
				<verse number="31">ସେହି ଲୋକମାନଙ୍କ ଭିତରେ ଥିବା ଭୂତମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ଆମକୁ ଯଦି ତଡ଼ି ଦେବାକୁ ଚାହୁଁଛ, ସେହି ଘୁଷୁରି ପଲ ଭିତରକୁ ଆମକୁ ଭିତରକୁ ଆମକୁ ପଠାଇଦିଅ।”</verse>
				<verse number="32">ଯୀଶୁ କହିଲେ, ‘ଯାଅ’। ଭୂତମାନେ ସଙ୍ଗେ ଦଙ୍ଗେ ମଣିଶକୁ ଛାଡ଼ିଦେଇ ଘୁଷୁରି ପଲ ଭିତରେ ପଶିଲେ। ଘୁଷୁରି ପଲ ଦୌଡ଼ି ପଳାଇଲେ ଏବଂ ପାହାଡ଼ ଧାରରୁ ତଳକୁ ଖସି ଯାଇ ହ୍ରଦରେ ପଡ଼ି ମଲେ।</verse>
				<verse number="33">ଘୁଷୁରି ଜଗୁଆଳିମାନେ ନିକଟସ୍ଥ ସହରକୁ ପଳାଇ ଯାଇ ଭୂତଗ୍ରସ୍ଥ ଲୋକ ପ୍ରତି କଅଣ ଘଟିଥିଲା ସ ଅନ୍ୟାନ୍ୟ ସମସ୍ତ କଥା ସେଠାରେ କହି ବୁଲିଲେ।</verse>
				<verse number="34">ତେଣୁ ସେ ସହରର ସମସ୍ତେ ଯୀଶୁଙ୍କୁ ଭେଟିବାକୁ ବାହାରିଲେ ଏବଂ ତାଙ୍କ ଦେଖା ପାଇଁ ସେ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ତାଙ୍କୁ ଅନୁରୋଧ କଲେ।</verse>
			</chapter>
			<chapter number="9">
				<verse number="1">ଯୀଶୁ ଡଙ୍ଗାରେ ବସି ହ୍ରଦ ଆରପାରରେ ଥିବା ନିଜ ସହରକୁ ଫେରିଗଲେ।</verse>
				<verse number="2">ସେଠାରେ ଜରେଣ ପକ୍ଷାଘାତ ରୋଗୀକୁ ଲୋକେ ତାଙ୍କ ନିକଟକୁ ଆଣିଲେ। ରୋଗୀଟିକୁ ଲୋକେ ତାଙ୍କ ନିାଟକୁ ଆଣିଲେ। ରୋଗୀୀଟି ତା’ ବିଛଣାରେ ଶୋଇ ରହିଥିଲା। ସେମାନଙ୍କର ଏତେ ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତୀୁ କହିଲେ, “ପୁଅ, ସାହସ ଧର। ତୋର ସବୁ ପା କ୍ଷମା ହୋଇଗଲା।”</verse>
				<verse number="3">କେତେ ଧର୍ମଗୁରୁ ଏକଥା ଶୁଣି ମନେ ମନେ ଭାବିଲେ, “ଏ ବ୍ୟକ୍ତି ଈଶ୍ୱର ନିନ୍ଦା କରୁଛି।”</verse>
				<verse number="4">ସେମାନେ ମନ କଥାଜାଣି ଯୀଶୁ କହିଲେ, “ତୁମେ କାହିଁକି ଏପରି ଦୁଶ୍ଚିନ୍ତା କରୁଛି।”</verse>
				<verse number="5">‘ତୁମର ପାପ କ୍ଷମା ହୋଇଗଲା?’ ଏକଥା କହିବା ସହଜ ନା ‘ଉଠି ଚାଲି ଯାଅ’ କହିବା ଅଧିକ ସହଜ?</verse>
				<verse number="6">କିନ୍ତୁ ପାପ କ୍ଷମା କରିବା ପାଇଁ ମଧ୍ୟ ମନୁଷ୍ୟପୁତ୍ରଙ୍କ ଅଧିକାର ଅଛି, ଏକଥା ତୁମ ଆଗରେ ପ୍ରମଣେ କରିବି।” ତା’ପରେ ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ବିଛଣା ଉଠାଇ, ଘରକୁ ଫେରିଯାଅ।”</verse>
				<verse number="7">ରୋଗୀଯି ଉଠି ଘରକୁ ଚାଲିଗଲା।</verse>
				<verse number="8">ଲୋକେ ଏହା ସେଖି ଶଙ୍କିତ ହେଲେ। କିନ୍ତିୁ କନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।</verse>
				<verse number="9">ଯୀଶୁ ସେଠାରୁ ଚାଲିଯିବାବେଳେ ମାଥିଉ ନାମକ ଜଣେ କରଆଦୟକାରୀକୁ ତା’ର କାର୍ଯ୍ୟଳୟରେ ବସିଥିବା ଦେଖିଲେ ଓ ତାକୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ।” ମାଥିଉ ଉଠି ତାଙ୍କୁ ଅନୁଦରଣ କଲେ।</verse>
				<verse number="10">ଯୀଶୁ ମାଥିଉଙ୍କ ଘରେ ଭୋଜନ କରିବା ବେଳେ ଅନେକ କରଆଦାୟକାରୀ ଓ ସାମାଜଚ୍ୟୁତ ଲୋକେ ତାଙ୍କ ସହିତ ଓ ତାଙ୍କ ଶିଷ୍ୟମନେ ସହିତ ଭୋଜନରେ ବସିଲେ।</verse>
				<verse number="11">କେତେଜଣ ଫାରୁଶୀ ଏହେ ସେଖି ଯୀଶୁଙ୍କ ଶିଷ୍ୟମାନଙ୍କ ପଚାରିଲେ, “ତୁମ ଗୁରୁ ଏଭଳି ଲୋକମାନଙ୍କ ସହିତ କାହିଁକି ଏକାଠି ବସି ଖାଉଛନ୍ତି?”</verse>
				<verse number="12">ଯୀଶୁ ସେମାନେ ପ୍ରଶ୍ନର ଉତ୍ତର ଦେଇ କହିଲେ, “ସୁସ୍ଥ ଲୋ୍ଙ୍କ ପାଇଁ ଡାକ୍ତରର ପ୍ରୟୋଜନ ନାହିଁ। କେବଳ ରୋଗୀମାନେ ଡାକ୍ତର ଆବଶ୍ୟକ କରନ୍ତି।</verse>
				<verse number="13">“ଶାସ୍ତ୍ରରେ ଲେଖା ହେରଇଛି, “ମୁଁ ଚାହେିଁ ଦୟା, ବଳିଦାନ ନୁହେଁ - ଏହି କଥାର ଅର୍ଥ କଅଣ, ଯାଇ ବୁଝିବାକୁ ଚେଷ୍ଠା କର। ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସି ନାହିଁ; ଆସିଛି ପାପୀମାନଙ୍କ ପାଇଁ।”</verse>
				<verse number="14">ଏହାପରେ ଦିନେ ଜଳସୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ ସ ଫଶରୁଶୀମାନେ ଏତେ ଥର ଉପବାସି କରୁଛି, ଆପଣଙ୍କ ଶିଷ୍ୟମାନେ କାହିଁକି କେବେହେଲେ ଉପବାସ କରୁନାହାନ୍ତି?”</verse>
				<verse number="15">ଯୀଶୁ ଉତ୍ତର ସେଲେ, “ବିବାହ ଉତ୍ସବରେ ବର ଉପସ୍ଥିତ ଥିବାଯାଏ ଅତିଥିମାନେ କ’ଣ ଦୁଃଖ କରନ୍ତି? କଦାପି ନୁହେଁ। କିନ୍ତୁ ଦିନ ଆସିବ, ଯେତେବେଳେ ବର ଚରଲିଯିବେ; ସେତେବେଳେ ସେମାନେ ଉପବାସ କରିବେ।</verse>
				<verse number="16">“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସୁଙ୍କଚିତ ହୋଇ ଛିଣ୍ଡା ଜାଗାଟିକୁ ଅଧିକ ଚିରି ପକାଇବ।</verse>
				<verse number="17">କେହି ପୁରୁଣା ଚମଡ଼ା ଥଳୀଟିରେ ତଟକା ଦ୍ରାକ୍ଷାରସ ଭତ୍ତି କରେ ନାହିଁଚାରଣ ତଦ୍ୱାରା ଚମଡ଼ା ଥଳୀଟି ଫାଟିଯାଇ ନଷ୍ଟ ହେବ ଏବଂ ଦାଷାରସ ବାହାରି ତଳେ ପଡ଼ିଯିବ। ତଟକା ଦ୍ରାଷାରସକୁ ନୂଆ ଚମଡ଼ା ଥଳୀରେ ରଖିଲେ, ଉଭୟ ଦ୍ରାଷାରସ ଓ ଥଳୀ ସୁରକ୍ଷିତ ହେବ।”</verse>
				<verse number="18">ଯୀଶୁ ଏହି ସବୁ ଶିକ୍ଷା ଦେଉଥିବାବେଳେ ଜଣେ ଇହୁଦୀ ଉଚ୍ଚ କର୍ମଚାରୀ ତାଙ୍କ ନିକଟକୁ ଆସି ଆଣଣ୍ଠୁମାଡ଼ି କହିଲା, “ଏହିକ୍ଷଣି ମୋ’ ଝିଅ ମରି ଯାଇଛି। କିନ୍ତୁ ଆପଣ ଆସି ତା’ ଉପରେ ହାତ ରଖିଲେ, ସେ ନିଶ୍ଚିତ ବଞ୍ଚିବ।”</verse>
				<verse number="19">ସଙ୍ଗେ ସଙ୍ଗେ ଯୀଶୁ ଉଠିଲେ ଏବଂ ସେ ଓ ତାଙ୍କ ଶିଷ୍ୟମାନେ ସେହି କର୍ମଚାରୀର ପଛେ ପଛେ ଗଲେ।</verse>
				<verse number="20">ଯୀଶୁ ବାଟରେ ଯାଉଥିବାବେଳେ ଜଣେ ସ୍ତ୍ରୀ ଲୋକ ତାଙ୍କ ପଛ ପଟୁ ଆସି ତାଙ୍କ ପୋଷାକ ଧାରକୁ ଛୁଇଁଲା। ସେ ବାରବର୍ଷ ଧରି ଭୀଶଣ ରକ୍ତସ୍ରୀବ ରୋଗ ଭୋଗୁଥିଲା।</verse>
				<verse number="21">ସେ ମନେ ମନେ ଭାବିଲା, “କେବଳ ତାଙ୍କର ପୋଷାକକୁ ଥରେ ଛୁଇଁ ପାରିଲେ, ମଁ ସଚସ୍ଥ ହୋଇଯିବି।”</verse>
				<verse number="22">ଯୀଶୁ ବୁଲିବଡ଼ି ତାକୁ ଦେଖିଲେ ଏବଂ ଅଭୟ ଦେଇ କହିଲେ, “ ଝିଅ, ସାହସ ଧର। ତୋ’ ବିଶ୍ୱାସ ତୋତେ ସୁସ୍ଥ କରିଛି।” ସେହି ମୁହୂର୍ତ୍ତରେ ସେହି ସ୍ତ୍ରୀ ଲୋକଟି ସୁସ୍ଥ ହୋଇଗଲା।</verse>
				<verse number="23">ତା’ପରେ ଯୀଶୁ ସେହି ଇହୁଦୀ କର୍ମଚାରୀଙ୍କ ଘରେ ନହଞ୍ଚିଲେ। ସେଠାରେ ଅନ୍ତ୍ୟେଷ୍ଟିକ୍ରି ୟା ପାଇଁ ଡକାଯାଇଥିବା ବାଦ୍ୟକାର ଓ ଅନ୍ୟାନ୍ୟ ଲୋକମାନେ ଗୋଳମାଳ କରୁଥିବା ଦେଖି,</verse>
				<verse number="24">ଯୀଶୁ କହିଲେ, “ସମସ୍ତେ ଏଠାରୁ ବାହାରି ଯାଅ। ଝିଅଟି ମରି ନାହିଁ। କେବଳ ଶୋଇଛି।” ତାଙ୍କ କଥା ଶୁଣି ସେମାନେ ପରିହସ କଲେ।</verse>
				<verse number="25">କିନ୍ତୁ ସେମାନେ ବାହାରି ଯିବା ପରେ ଯୀଶୁ ବାଳିକାର କୋଡରୀକୁ ଯାଇ ତା’ ହାତ ଧରି ଉହଠାଇଲେ ଓ ସେ ସଙ୍ଗେ ସଙ୍ଗେ ଉଠି ବସିଲା।</verse>
				<verse number="26">ଏହି ଘଯଣାର ସମ୍ବାଦ ସେହି ଅଞ୍ଚଳରେ ସବୁଆଡ଼େ ବ୍ୟାନିଗଲା।</verse>
				<verse number="27">ଯୀଶୁ ସେଠାରେ ପ୍ରସ୍ଥାନ କଳାବେଳେ ଦୁଇଜଣ ଅନ୍ଧ ତାଙ୍କ ଅନୁସରଣ କଲେ। ସେମାନେ ଚିତ୍କାର କରି କହୁଥିଲେ, “ହେ ଦାଉଦବଂଶଜ, ଆମକୁ ଦୟା କରନ୍ତୁ।”</verse>
				<verse number="28">ସେମାନେ ଯୀଶୁଙ୍କ ପଛେ ପଛେ ଯାଇ ଗୋଟିଏ ଘରେ ପ୍ରବେଶ କଲେ। ସେଠାରେ ଯୀଶଉ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କୁ ସୁସ୍ଥ କରିପାରିବି ବୋଲି ବିଶ୍ୱାସ କରୁଛ କି?” ସେମାନେ ଉତ୍ତର ଦେଲେ-”ହଁ ପ୍ରଭୁ।”</verse>
				<verse number="29">ସେତେବେଳେ ଯୀଶୁ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭର ବିଶ୍ୱାସ ଅନୁଯାୟୀ ତାହା ହେଉ।”</verse>
				<verse number="30">ସେହିକ୍ଷଣି ସେମନେ ଦୃଷ୍ଟିଶକ୍ତି ଫେରି ପାଇଲେ। ଯୀଶୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଲେ, “ସାବଧାନ! କେହି ଯେପରି ଏକଥା ନ ଜାଣନ୍ତି।”</verse>
				<verse number="31">କିନ୍ତୁ ସେମାନେ ସେଠାରୁ ଯାଇ ଯୀଶୁଙ୍କ କଥା ସବୁଆଡ଼େ ପ୍ରଚାର କଲେ।</verse>
				<verse number="32">ସେମାନେ ଚାଲିଗଲାବେଳେ କେତେକ ଲୋକ ଜଣେ ମୂକକୁ ଯୀଶୁଙ୍କ ନିକଟକୁ ଆଣିଲେ। ତାକୁ ଭୂତ ଧରିଥିବାରୁ ସେ ମୂକ ହୋଇ ଯାଇଥିଲା।</verse>
				<verse number="33">ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”</verse>
				<verse number="34">କିନ୍ତୁ ଫାରୁଶୀମାନେ କହିଲେ, “ଏ ଲୋକ ପ୍ରେତପତିଙ୍କ ଶ୍ତିରେ ଭୂତ ଛାଡ଼ାଉଛି।”</verse>
				<verse number="35">ଯୀଶୁ ପରିଭ୍ରମଣ କରି କରି ଆନକ ସହର ଓ ଗ୍ରାମକୁ ଗଲେ। ପ୍ରତ୍ୟକ ସ୍ଥାନରେ ସେ ସମାଜ ଗୃହରେ ଶିକ୍ଷା ଦେଲେ, ସ୍ୱର୍ଗରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ ଏବଂ ନାନା ଅସୁସ୍ଥ ଓ ରୋଗଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ।</verse>
				<verse number="36">ଜନତାକୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ, କାରଣ ରକ୍ଷକବିହୀନ ମେଷପଲ ପରି ସେମାନେ ନତଃସହାୟ ଓ ବିପନ୍ନ ହେଉଥିଲେ।</verse>
				<verse number="37">ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ଫସଲ ପ୍ରଚୁର ହୋଇଛି, କିନ୍ତୁ ତାକୁ ସଂଗ୍ରହ କରିବା ପାଇଁ ଯଥେଷ୍ଟ ମୂଲିଆ ନାହାନ୍ତି।</verse>
				<verse number="38">ଯଥେଷ୍ଟ ସଂଖ୍ୟାରେ ମୂଲିଆ ପଠାଇ ଶସ୍ୟ ଅମଳ କରି ନେବା ପାଇଁ ଜମି ମାଲିକଙ୍କୁ ନିବେଦନ କର।”</verse>
			</chapter>
			<chapter number="10">
				<verse number="1">ଯୀଶୁ ତାଙ୍କର ବାରଣ ଶିଷ୍ୟଙ୍କୁ ଡାକି ଭୂତ ଛଡ଼ାଇବା ପାଇଁ ଓ ସବୁ ପ୍ରକାର ରୋଗ ବ୍ୟାଧି ସୁସ୍ଥ କରିବା ପାଇଁ ଶକ୍ତି ପ୍ରଦାନ କରି ସେମାନଙ୍କୁ ପ୍ରେରଣ କଲେ।</verse>
				<verse number="2">ସେହି ବାରଜଶ ପ୍ରେରିତ ଶିଷ୍ୟଙ୍କ ନାମ ହେଲା-ଶିମୋନ (ପିତର ନାମରେ ମଧ୍ୟ ପରିଚିତ) ଓ ତାଙ୍କ ଭାଇ ଆନ୍ଦ୍ରିୟ; ଜେବଦିଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ;</verse>
				<verse number="3">ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ;</verse>
				<verse number="4">ଦେଶପ୍ରେମୀ ଶିମୋନ ଓ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଇଷକୋରିୟଥ୍ ଯିହୁଦା।</verse>
				<verse number="5">ଯୀଶୁ ଏମାନଙ୍କୁ ପଠାଇବାବେଲେ ନିର୍ଦ୍ଦେଶ ଦେଇ କହିଲେ, “ତୁମେ ଅଶଯିହୁଦୀ ଦେଶକୁ ଯାଅ ନାହିଁ। କୌଣସି ଶମିରୋଣୀୟ ସହରକୁ ମଧ୍ୟ ଯାଅ ନାହିଁ।</verse>
				<verse number="6">ବରଂ ହଜି ଯାଇଥିବା ମେଣ୍ଢା ସଦୃଶ ଈଶ୍ରାୟେଲମାନଙ୍କ ନିକଟକୁ ଯାଅ।</verse>
				<verse number="7">ସେମାନଙ୍କ ମଧ୍ୟରେ ପ୍ରଚାର କରି କୁହ; ‘ସ୍ୱର୍ଗରାଜ୍ୟ ସମାଗତ’!</verse>
				<verse number="8">ବ୍ୟାଧିଗ୍ରସ୍ତ ଲୋକଙ୍କୁ ସୁସ୍ଥ କର, ମୃତବ୍ୟକ୍ତିମାନଙ୍କୁ ପୁନର୍ଜୀବିତ କର, କୁଷ୍ଟୀମାନଙ୍କୁ ରୋଗ ମୁକ୍ତ କର, ଗୂତ ଛଡ଼ାଅ। ଯାହା ବିନା ମୂଲ୍ୟରେ ପାଇଛ, ତାହା ଅନ୍ୟମାନଙ୍କୁ ବିନା ମୂଲ୍ୟରେ ଦାନ କର।</verse>
				<verse number="9">“ ସାଙ୍ଗରେ ସୁନା, ରୂପା ବା ପଇସା ନିଅ ନାହିଁ,</verse>
				<verse number="10">କିମ୍ବା ଭିଷା ଥଳି ଧରି ବୁଲ ନାହିଁ। ଖଣ୍ଡେ ଅଧିକ ପୋଷାକ, ଜୋତା ବା ବାଡ଼ି ମଧ୍ୟ ନିଅ ନାହିଁ। କର୍ମୀ ତା’ର ପ୍ରାପ୍ୟ ପାଇବା ପାଇଁ ହକ୍‌ଦାର୍।</verse>
				<verse number="11">“ଗୋଟିଏ ସହର ବା ଗ୍ରାମରେ ପହଞ୍ଚିବା ପରେ ସେଠାରେ କିଏ ତୁମର କରିବ, ସେ କଥା ବୁଝି ତୁମେ ଅନ୍ୟତ୍ର ଯିବା ପଯ୍ୟନ୍ତ ତାଙ୍କ ଘରେ ରହିଯାଅ।</verse>
				<verse number="12">ଗୋଟିଏ ଘରେ ପ୍ରବେଶ କଲାବେଳେ ସେଠାରେ ଥିବା ଲୋକମାନଙ୍କୁ ଅଭିବାଦନ କରି କୁହ, ‘ତୁମମାନଙ୍କର ଶାନ୍ତି ହେଉ’।</verse>
				<verse number="13">ସେମାନେ ଯଦି ତୁମକୁ ସ୍ୱାଗତ କରନ୍ତି, ସେମାନେ ପ୍ରତି ତୁମର ଶୁଭେଚ୍ଛା ସଫଳ ହେବ। କିନ୍ତୁ ଯଦି ସେମାନେ ସ୍ୱାଗତ କରନ୍ତି, ତୁମର ଶୁଭେଚ୍ଛା ପ୍ରତ୍ୟାହାର କରି ନିଅ।</verse>
				<verse number="14">ଯଦି କୌଣସି ଗୃହରେ ବା ସହରେ ତୁମକୁ ଲୋକେ ଗ୍ରହଣ କରନ୍ତି ନାହିଁ, ପାଦରୁ ଧୂଳି ଝାଡ଼ିଦେଇ ସେ ସ୍ଥାନ ପରିତ୍ୟାଗ କର।</verse>
				<verse number="15">“ମୁଁ ତୁମକୁ ନିଶ୍ଚିମଭାବେ କହୁଛି, ବିଚାର ଦିନରେ ଏମାନଙ୍କଠରୁ ସଦୋମ ଗମୋଚାର ଲୋକମାନଙ୍କ ପ୍ରତି ଈଶ୍ୱର ଅଧିକ ଅନୁଗ୍ରହ ଦେଖାଇବେ।</verse>
				<verse number="16">“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।</verse>
				<verse number="17">ସଜାଗ ରୁହ-କାରଣ ଲୋକେ ତୁମ୍ଭମାନଙ୍କୁ ଗିରଫ କରି ବିଚାରାଳୟରକୁ ନେଇଯିବେ। ସମାଜ ଗୃହମାନଙ୍କରେ ସେମାନେ ତୁମକୁ ଚାବୁକ ମାରିବେ।</verse>
				<verse number="18">“ମୋ’ ଲାଗି ତଚମେ ରାଜା ସ ଶାସକମାନଙ୍କ ସମ୍ମୁଖକୁ ଅଣାଯାଇ ବିଚାରିତ ହେବ। ଏହା ଦ୍ୱାରା ସେମାନଙ୍କୁ ଓ ଅନ୍ୟ ଜାତିର ଲୋକମାନଙ୍କୁ ଶୁଭବାର୍ତ୍ତା ଶୁଣାଇବା ପାଇଁ ଅବକାଶ ପାଇବ।</verse>
				<verse number="19">ତୁମ୍ଭମାନଙ୍କର ବିଚାର ହେବାବେଳେ କ’ଣ କହିବ ଓ କିପରି କହିବ, ଏ ବିଷୟରେ ଚିନ୍ତିତ ହୁଅ ନାହିଁ।</verse>
				<verse number="20">ଠିକ୍ ସମୟରେ ତାହା ତୁମ୍ଭମାନଙ୍କୁ ଜଣାଇ ଦିଆଯିବ। କାରଣ ତୁମକୁ ନିଜେ କିଛି କହିବାକୁ ପଡ଼ିବ ନାହିଁ। ପିତା ଈଶ୍ୱରଙ୍କର ପବିତ୍ର ଆତ୍ମା ତୁମ ମୁଖଦେଇ କଥା କହିବେ।</verse>
				<verse number="21">“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।</verse>
				<verse number="22">ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।</verse>
				<verse number="23">ଗୋଟିଏ ସହରରେ ତୁମ୍ଭେମାନେ ଉତ୍‌ପୀଡ଼ିତ ହେଲେ ଅନ୍ୟ ସହରକୁ ପଳାଇ ଯାଅ। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମ୍ଭମାନେ ଇଶ୍ରାୟେଲର ସବୁ ସହରରେ କାର୍ଯ୍ୟ ଶେଷ କରିବା ପୂର୍ବରୁ ମନୁଷ୍ୟ ପୁତ୍ର ଫେରି ଆସିଥବେ।</verse>
				<verse number="24">“କୌଣସି ଶିଷ୍ୟ ତା’ର ଗୁରୁଠାରୁ ବଡ଼ ନୁହେଁ। ମାଲିକଠାରୁ ଦାସ ଶ୍ରେଷ୍ଠ ନୁହେଁ।</verse>
				<verse number="25">ସୁତରାଂ ଶିଷ୍ୟ ଗୁରୁ ପରି ଓ ଦାସ ମାଲିକ ପରି ହୋଇପାରିଲେ ସେମାନେ ସେତିକିରେ ସନ୍ତୁଷ୍ଠ ହେବା ଉଚିତ୍। ଗୋଟିଏ ପରିବାରର କର୍ତ୍ତାକୁ ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି, ପରିବାରର ଅନ୍ୟମାନଙ୍କୁ ଆହୁରି କେତେ କୁସ୍ଥିତ ନାମ ନ ଦେବେ?</verse>
				<verse number="26">“ସେଥିପାଇଁ ମନୁଷ୍ୟମାନଙ୍କୁ ଭୟ କର ନାହିଁ। ଯାହା ଏବେ ଆବୃତ ହୋଇ ରହିଛି, ତାହା ଅନାବୃତ ହେବ ଏବଂ ସବୁ ଗୋପନ କଥା ପ୍ରକାଶ ପାଇବ।</verse>
				<verse number="27">ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାର ସମୟରେ କହୁଛି, ତାହା ଦିବାଲୋରେ ପ୍ରକାଶ କର ଏବଂ ଯାହା ନିଭୃତରେଶୁଣିଛ, ତାହା ଘର ଉପରୁ ଘୋଷଣା କର।</verse>
				<verse number="28">ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।</verse>
				<verse number="29">ପଇସାଟିଏ ଦେଇ ଦୁଇଟି ଘର ଚଟିଆ କିଣି ପାରିବ, କିନ୍ତି ପିତା ଈଶ୍ୱରଙ୍କ ବିନାନୁମତିରେ ଗୋଟିଏ ଘର ଚଟିଆ ତଳେ ପଡ଼େ ନାହିଁ।</verse>
				<verse number="30">ଆଉ ବୁଝିରଖ, ତମ ମୁଣ୍ଡର କେଶ ମଧ୍ୟ ଗଣା ହୋଇଛି।</verse>
				<verse number="31">ଭୟ କର ନାହିଁ, ଅନେକ ଘର ଚଟିଆଠାରୁ ତୁମର ମୂଲ୍ୟ ଢେର ବେଶୀ।</verse>
				<verse number="32">“ଯେ କେହି ପ୍ରକାଶ୍ୟରେ ମୋତେ ପ୍ରଭୁ ବୋଲ ମୁଁ ସ୍ୱୀକାର କରେ, ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାକୁ ମୋର ଶିଷ୍ୟ ବୋଲି ମୁଁ ସ୍ୱୀକାର କରିବି।</verse>
				<verse number="33">କିନ୍ତୁ ଯେ କେହି ପ୍ରକାଶ୍ୟରେ ମେତେ ପ୍ରତ୍ୟାଖ୍ୟାନ କରେ, ତାକୁ ମୁଁ ମଧ୍ୟ ମୋ’ ପିତାଙ୍କ ସମ୍ମ୍ରୁେ ପ୍ରତ୍ୟାଖ୍ୟାନ କରିବି।</verse>
				<verse number="34">“ମୁଁ ଜଗତରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି ମନେକର ନାହିଁ। ନା, ମୁଁ ଶାନ୍ତି ଆଣିବାକୁ ଆସି ନାହିଁ-ଖଡ଼୍ଗ ନେଇ ଆସିଛି।</verse>
				<verse number="35">ମୋ’ ଲାଘି ପୁଅ ବାପାର କରିବ, ଝିଅ ମାଆର ବିରୋଧ କରିବ ଏବଂ ଶାଶୁ ବିରୁଦ୍ଧରେ ବୋହୁ ବାହାରିବ।</verse>
				<verse number="36">“ଯେ କେହି ନିଚ ପରିବାରର ଲୋକେ ଜଣକର ସବୁଠାରୁ ବଡ଼ ଶତ୍ରୁ ହେବେ।</verse>
				<verse number="37">“ଯେ କେହି ନିଜବାପା ବା ମାଆକୁ ମୋ’ ଅପେକ୍ଷା ଅଧିକ ସ୍ନେହ କରେ, ସେ ମୋହର ଶିଷ୍ୟ ହେବାକୁ ଅଯୋଗ୍ୟ। ଯେ କେହି ନିଜ ପୁଅ ବା ଝିଅ ପ୍ରତିଅଧିକ ଅନୁରକ୍ତ, ସେ ମୋହର ଶିଷ୍ୟ ହେବା ପାଇଁ ଯୋଗ୍ୟ ନୁହେଁ।</verse>
				<verse number="38">ଯେ କେହି ନିଜ କ୍ରୁଶ ବହନ କରି ମୋତେ ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହେବାକୁ ଯୋଗ୍ୟ ନୁହେଁ।</verse>
				<verse number="39">ଯେ କେହି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ବରଂ ଯେ ମୋ’ପୋଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।</verse>
				<verse number="40">“ଯିଏ ତୁମ୍ଭମାନଙ୍କୁ ସ୍ୱାଗତ କରେ, ସେ ମୋ’ ପ୍ରତି ତାହା କରେ ଏବଂ ଯିଏ ମୋର ସ୍ୱାଗତ କରେ, ସେ ମୋ’ ପ୍ରେରଣକାରୀଙ୍କ ପ୍ରତି ତାହା କରେ।</verse>
				<verse number="41">ଯେ କେହି ଜଣେ ଭାବବାସୀକୁ ଈଶ୍ୱରଙ୍କ ବାର୍ତ୍ତାବହ ରୂପେ ସ୍ୱାଗତ କରେ, ସେ ସେହି ଭାବବାଦୀଙ୍କ ପୁରସ୍କାରରେ ଅଂଶୀ ହେବ; ଏବଂ ଯେ କେହି ଜଣେ ସାଧୁ ବ୍ୟକ୍ତିକୁ ତା’ର ସାଧୁତା ଯୋଗୁ ଅଭ୍ୟର୍ଥନା କରେ, ସେହି ବ୍ୟକ୍ତିର ପୁରସ୍କାରରେ ସେ ଭାଗୀଦାର ହେବ।</verse>
				<verse number="42">ଯେ କେହି ମୋର ଜଣେ ସବୁଠାରୁ ପ୍ରିୟ ଶିଷ୍ୟକୁ ଗିପାଏ ଥଣ୍ଡା ପାଣି ଦିଏ, ସେ ନିଶ୍ଚୟ ପୁରସ୍କୃତ ହେବ।”</verse>
			</chapter>
			<chapter number="11">
				<verse number="1">ଯୀଶୁ ତାଙ୍କର ବାରଜଣ ଶିଷ୍ୟଙ୍କୁ ଏହି ସବୁ ନିର୍ଦ୍ଦେଶ ଦେଇ ସାରବା ପରେ ନିକଟବର୍ତ୍ତୀ ସହରମାନଙ୍କୁ ଯାଇ ଶିକ୍ଷା ଦେବାକୁ ଓ ପ୍ରଚାର କରିବାକୁ ଲାଗିଲେ।</verse>
				<verse number="2">ସେକେବେଳେ ଜଳଦୀଷାତା ଯୋହନ ବନ୍ଦୀଶାଳାରେ ଥିଲେ। ଯୀଶୁ ଯେଉଁସବୁ କାଯ୍ୟ କରୁଥିଲେ, ତାହାର ସମ୍ବାଦ ପାଇ ସେ ନିଜର ଦୁଇ ଶିଷ୍ୟଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ।</verse>
				<verse number="3">ସେମାନେ ଯାଇ ଯୀଶୁଙ୍କୁ ପଚାରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହିଲେ, ଆପଣ କ’ଣ ସେହି? ନା, ଆମେ ଅନ୍ୟ କାହାର ଅପେକ୍ଷାରେ ରହିବୁ?”</verse>
				<verse number="4">ଯୀଶୁ ଉତ୍ତର ଦେଇ କହିଲେ, “ତୁମ୍ଭେମାନେ ଫେରିଯାଇ ଯାହା ସବୁ ଶୁଣଛ ଓ ଦେଖୁଛ, ଯୋହନଙ୍କୁ ଜଣାଇ ଦିଅ।</verse>
				<verse number="5">ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।</verse>
				<verse number="6">ମୋ’ ବିଷୟରେ ଯେଉଁମାନଙ୍କର କୌଣସି ସନ୍ଦେହ ନାହଁ, ସେମାନେ ଧନ୍ୟ।”</verse>
				<verse number="7">ଯୋହନଙ୍କ ଶିଷ୍ୟମାନେ ଫେରିଗଲାବେଳେ ଯୀଶଉ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ତୁମ୍ଭେମାନେ ଯୋହନଙ୍କୁ ଦେଖିବା ପାଇଁ ଯେତେବେଳେ ମରୁପ୍ରାନ୍ତରକୁ ଯାଇଥିଲେ, କ’ଣ ଦେଖିବାକୁ ଆଶା କରିଥଲେ? ପବନରେ ଦୋହଲୁଥିବା ଘାସ ପତ୍ର?</verse>
				<verse number="8">କାହାକୁ ଦେଖିବାକୁ ଯାଇଥିଲେ? ସୌଖୀପ ପୋଷାକ ପିନ୍ଧିଥିବା ଲୋକମାରେ ରାଜପ୍ରସାଦରେ ରହନ୍ତି।</verse>
				<verse number="9">ମୋତେ କୁହ, କ’ଣ ଦେଖିବାକୁ ଯାଇଥିଲ। ଜଣେ ଭାବବାଦୀଙ୍କୁ? ତା’ତ ନିଶ୍ଚୟ, କିନ୍ତୁ ଭାବବାଦୀଠାରୁ ଜଣେ ଅଧିକମହାନ ଲେଶକଙ୍କ ଦେଖା ପାଇଛ।</verse>
				<verse number="10">କାରଣ ଏହି ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଯାଇଛି, ‘ଈଶ୍ୱର କହିଲେ, ତୁମ ପାଇଁ ପଥ ପ୍ରସ୍ତୁତ କରିବାକୁ ମୁଁ ପଥମେ ମୋ’ ଦୂତକୁ ପଠାଇବି’।</verse>
				<verse number="11">ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଆଜି ପଯ୍ୟନ୍ତ ଏ ଜଗତରେ ଯେତେ ଜଣ ଜନ୍ମିଛନ୍ତି, ସେ ସମସ୍ତଙ୍କଠାରୁ ଯୋହନ ଶ୍ରେଷ୍ଠ। କିକ୍ତୁ ସ୍ୱର୍ଗରାଜ୍ୟରେ ଯେ ସମସ୍ତଙ୍କଠାରୁ ଯୋହନଙ୍କଠାରୁ ମହାନ।</verse>
				<verse number="12">ଯୋହନ ତାଙ୍କ ବାର୍ତ୍ତା ପ୍ରଚାର କରିବା ଦିନଠାରୁ ଆଜିପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ଉପରେ ପ୍ରବଳ ଆକ୍ରମଣ ଚାଲିଛି। ଉଗ୍ର ପ୍ରକୃତିର ଲୋକମାନେ ସେଥିରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।</verse>
				<verse number="13">ଯୋହନଙ୍କ ଆଗମନ ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ବକ୍ତବ୍ୟରେ ସେହି ରାଜ୍ୟ ବିଷୟରେ କୁହାଯାଉଥିଲା।</verse>
				<verse number="14">ଯଦି ସେମାନେ କଥା ତୁମେ ବିଶ୍ୱାସ କର, ତେବେ ଯୋହନ ହେନ୍ନ୍ି ଏଲିୟ, ଯାହାଙ୍କର ପ୍ରଥମେ ଆସିବାର ଥିଲା।</verse>
				<verse number="15">ଶୁଣିବା ପରି କାନ ଥିଲେ ଶୁଣ।</verse>
				<verse number="16">“ଏ ଯୁଗର ଲେଶକମାନଙ୍କୁ କାହା ସହିତ ତୁଳନା କରିବି? ସେମାନେ ବଜାର ମଝିରେ ବସି ଖେଳୁଥିବା ପିଲାମାନଙ୍କ ପରି। ଗୋଟିଏ ଦଳର ପିଲାମାନେ ଅନ୍ୟ ଦଳକୁ କହନ୍ତି,</verse>
				<verse number="17">‘ଆମେ ବାହାଘରବାଜା ବଜାଇଲୁ, କିନ୍ତୁ ତୁମେ ନାଚିଲ ନାହିଁ। ଆମେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’</verse>
				<verse number="18">ଯୋହନ ଆସି ଉପବାସ କରୁଥିଲେ ଓ ସୁରାପାନ କରୁ ନ ଥିଲେ। ସମସ୍ତେ କହିଲେ, ‘ସେ ଭୃତଗ୍ରସ୍ତ’।</verse>
				<verse number="19">ଯେତେବେଳେ ମନୁଷ୍ୟ ପୁତ୍ର ଆସି ଖାଦ୍ୟପେୟ ବାରଣ କଲେ ପାହିଁ, ସମସ୍ତେ କହିଲେ, ‘ଏହି ଲୋକଟାକୁ ଦେଖ। ସେ ଗୋଟିଏ ପେଟୁ ଓ ମଦୁଆ, କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନଙ୍କ ବନ୍ଧୁ।’ ସେ ଯାହାହେଉ, ଈଶ୍ୱରଙ୍କ ବିଚାର ଯେ ଯଥାର୍ଥ, ଏହା ପରିଣାମରୁ ପ୍ରକାଶ ପାଇବ।”</verse>
				<verse number="20">ଯେଉଁ ସହରଗୁଡ଼ିକରେ ଯୀଶଉ ତାଙ୍କର ଅଧିକାଂଶ ଅଲୌକିକ କାର୍ଯ୍ୟ କରିଥଲେ, ସେ ଅଞ୍ଚଳର ଲୋକେ ସେମାନଙ୍କ ପାପ ପାଇଁ ଅନୁତାପ ନ କରିବାର ଦେଖି, ଯୀଶୁ ସେହି ସହରଗୁଡ଼ିକୁ ତିରସ୍କାର କରି କହିଲେ,</verse>
				<verse number="21">“ହେ କୋରାଜିନ, କେଡ଼େ ଭୟାବହ ଦଶା ତୁମେ ଭୋଗିବ! ବେଥସାଇଦା, ତୁମର ଦଶା ମଧ୍ୟ ତଦ୍ରୁପ। ତୁମ ମଧ୍ୟରେ ଯେଉଁ ଅଲୌକିକ କାର୍ଯ୍ୟସବୁ ଯଦି ସୋର ଓ ସିଦୋନରେ କରାଯାଇଥାନ୍ତା, ସେଠିକାର ଲୋକମାନେ ଦେହରେ ପାଉଁଶ ବୋଳିହୋଇ ଅଖା ପିନ୍ଧି ଅନତାପ କରିଥାନ୍ତେ।</verse>
				<verse number="22">“ମୁଁ ନିଶ୍ଚିତଭାବେ କହୁଛି, ଈଶ୍ୱର ବିଚାର ଦିନରେ ତୁମ୍ଭମାଂଙ୍କ ଅପେକ୍ଷା ସୋର ଓ ସିଦୋନର ଲୋକମାନଙ୍କୁ ଅଧିକ ଅନୁଗ୍ରହ ଦେଖାଇବେ।</verse>
				<verse number="23">“ଆଉ କପର୍ନାହୁମ! ତୁମର କି ଦିଶା ହେବ! ତୁମେ କ’ଣ ନିଜକୁ ସ୍ୱର୍ଗଆଡ଼କୁ ଉଡାଇବା ପାଇଁ ଚେଷ୍ଟା କରିଛ? ତୁମେ ନରକରେ ନିକ୍ଷିପ୍ତ ହେବ। ତୁମ ମଧ୍ୟରେ ଯେଯଉଁ ଅଲୌକିକ କାର୍ଯ୍ୟ କରାଯାଉଛି, ତାହା ଯଦି ସଦୋମରେ କରାଯାଇଥାନ୍ତା।</verse>
				<verse number="24">”ଈଶ୍ୱର ବିଚାର ଦିନରେ ତୁମଠାରୁ ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।”</verse>
				<verse number="25">ସେହି ସମୟରେ ଯୀଶୁ ପ୍ରାର୍ଥନା କରି କହିଲେ, “ହେ ପିତା, ସ୍ୱର୍ଗ ଓ ମର୍ତ୍ତ୍ୟର ପ୍ରଭୁ, ଏହି ସବୁ କଥା ତୁମେ ବୁଦ୍ଧିମାନ ଓ ଶିକ୍ଷିତ ଲୋକମାନଙ୍କଠରୁ ଗୁପ୍ତ ରଖି ଅଶିକ୍ଷିତ ଲୋକମାନଙ୍କଠାରୁ ପ୍ରକାଶ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଉଛି।</verse>
				<verse number="26">ହଁ ପିତା, ତୁମ ଇଚ୍ଛାନୁଯାୟୀ ଏସବୁ ଘଟି ଯାଉଛି।</verse>
				<verse number="27">“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।</verse>
				<verse number="28">“ଗୁରୁଭାର ବହନକାରୀ କ୍ଳାନ୍ତ ମଣିଷ, ମୋ’ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି।</verse>
				<verse number="29">ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।</verse>
				<verse number="30">ମୁଁ ତୁମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ରଖିବି, ତାହା ବହନ କରିବାକୁ ସହଜ। ପୁଣି ତୁମକୁ ଯେଉଁ ଭାର ଦେବି, ତା’ ମଧ୍ୟ ବେଶ୍ ହାଲୁକା।”</verse>
			</chapter>
			<chapter number="12">
				<verse number="1">ଏହାର କିଛି ଦିନ ପରେ ଗୋଟିଏ ବିଶ୍ରାମବାର ଦିନରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାଙ୍କ ଶିଷ୍ୟମାନେ ଭୋକ ହେବାରୁ ସେମାନେ କେଣ୍ଡାରୁ ଶସ୍ୟ ଛିଣ୍ଡାଇ ଖଶଇବାକୁ ଲାଗିଲେ।</verse>
				<verse number="2">ଫାରୁଶୀମାନେ ଏହା ଦେଖି ଲୋକମାନଙ୍କୁ କହିଲେ, “ଦେଖ, ବିଶ୍ରାମ ବାରରେ ତୁମ ଶିଷ୍ୟମାନେ କିପରି ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି?”</verse>
				<verse number="3">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦିନେ ଦାଉଦ ଓ ତାଙ୍କ ଅନୁଚରମାନେ କ୍ଷୁଧାର୍ତ୍ତ ହେଲା ବେଳେ ଦାଉଦ କ’ଣ କଲେ, ତୁମ୍ଭେମାନେ ଶାସ୍ତ୍ରରେ ପଢ଼ି ନାହିଁ?</verse>
				<verse number="4">ସେମାନେ ସେଦିନ ମନ୍ଦିର ଭିତରକୁ ଯାଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ଖାଇଲେ। ଶାସ୍ତ୍ର ଅନୁଯାୟୀ ପୁରୋହିତଙ୍କ ଛଡ଼ା ସେହି ରୋଟୀ ଖାଇବା ପାଇଁ ଅନ୍ୟ କାହାର ଅଧିକାର ନ ଥିଲା।</verse>
				<verse number="5">ତୁମ୍ଭେମାନେ କ’ଣ କଢ଼ି ନାହିଁ? ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପୁରୋହିତମାନେ ବିଶ୍ରାମ ବାରରେ ମନ୍ଦିର ଭିତରେ ପୌରୋହିତ୍ୟ କରିବା ଦ୍ୱାରା ବିଶ୍ରାମବାର ନିୟମ ଲଘଂନ କରୁଥିଲେ ସୁଦ୍ଧା ସେଥିପାଇଁ ସେମମାନେ ଦୋଷୀ ବିବେଚିତ ହୁଅନ୍ତି ନାହିଁ?</verse>
				<verse number="6">ମୁଁ ତୁମ୍ଭମାନଙ୍କୁ କହୁଛି, ମନ୍ଦିରଠାରୁ ମହତ୍ତର ବିଷୟ ଆଜି ଏଠାରେ ଅଛି।</verse>
				<verse number="7">”ଶାସ୍ତ୍ର କହେ, ‘ମୁଁ ଚାହେଁ ଦୟା, ବଳିଦାନ ନ୍;ହଁ; ଏ କଥାର ଅର୍ଥ ଯଦି ପ୍ରକୃତରେ ବୁଝିଥ।।ନ୍ତି, ଏହି ନିର୍ଦ୍ଧାଷ ଲୋକମାନଙ୍କୁ ତୁମ୍ଭେମାନେ ଦୋଷୀ କରନ୍ତି ନାହିଁ।</verse>
				<verse number="8">ବୁଝିରଖ, ମନୁଷ୍ୟ ପୁତ୍ର ସ୍ୱୟଂ ବିଶ୍ରାମବାରର କର୍ତ୍ତା।”</verse>
				<verse number="9">ଯୀଶୁ ସେ ସ୍ଥାନରୁ ଯାଇ ସମାଜ ଗୃହରେ ପ୍ରବେଶ କଲେ।</verse>
				<verse number="10">ଗୋଟିଏ ହାତ ଅଜଳ ହୋଇଥିବା ଜଣେ ଲୋକ ସେଠାରେ ଥିଲା। ଯୀଶୁଙ୍କ ଦୋଷ ଧରିବା ପାଇଁ ଦଳେ ଲୋକ ସେଠାରେ ଜଗି ରହିଥିଲେ। ସେମାନେ ଯୀଶୁଙ୍କୁ ପଚାରିଲେ, “ବିଶ୍ରାମ ବାରରେ ସୁସ୍ଥ କରିବା ଆମ ଶାସ୍ତ୍ର ବିରୁଦ୍ଧ ପୁହେଁ କି?”</verse>
				<verse number="11">ଯୀଶୁ ଉତ୍ତର ଦେି କହିଲେ, “ବିଶ୍ରାମବାରରେ ଯଦି ତୁମର ମେଣ୍ଢାଟିଏ ଗହୀରିଆ ଖାଇରେ ପଡ଼ିଯାଏ, ତୁମେ ତାକୁ ଉଠାଇ ଆଣିବ ନାହିଁ କି?</verse>
				<verse number="12">ଜଣେ ମନୁଷ୍ୟର ମୂଲ୍ୟ ଗୋଟିଏ ମେଣ୍ଢାର ମୂଲ୍ୟ ଅପେକ୍ଷା ଢ଼େର ବେଶୀ। ଅତଏବ ବିଶ୍ରାମବାରରେ ଅନ୍ୟକୁ ସାହାଯ୍ୟ କରିବା ଆମ ଶସ୍ତ୍ରସମ୍ମତ କାର୍ଯ୍ୟ।”</verse>
				<verse number="13">ଏହା କହି ସେ ହାତ ଅଚଳ ହୋଇଥିବା ଲୋଟିକୁ କହିଲେ, “ହାତ ସଳଖ କର।” ଲୋକଟି ହାତ ସଳଖ କରିବାକ୍ଷଣି ସେହି ହାତଟି ଅନ୍ୟ ହାତ ପରି ସୁସ୍ଥ ହୋଇଗଲା।</verse>
				<verse number="14">ଏହାପରେ ଫାରୁଶୀମାନେ ସେ ସ୍ଥାପରୁ ବାହାରିଯାଇ ଯୀଶଉଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ।</verse>
				<verse number="15">ତାଙ୍କ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ର କଥା ଶୁଣି ଯୀଶଉ ସେ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଚାଲିଗଲେ। କିନ୍ତୁ ଅନେକ ଲେଶକ ତାଙକ ପଛେ ପଛେ ଗଲେ।</verse>
				<verse number="16">ଯୀଶୁ ରୋଗୀମାନଙ୍କୁ ସୁସ୍ଥଇ କରୁଥିଲେ, କିନ୍ତୁି ତାଙ୍କ ବିଷୟ;ର ଅନ୍ୟମାନଙ୍କୁ କିଛି ନ କହିବା ପାଇଁ ସେମାପଙ୍କୁ ଆଦେଶ ଦେଉଥଲେ।</verse>
				<verse number="17">ଏହାଦ୍ୱାରା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଈଶ୍ୱର ଯେଉଁ କଥା ଶଉଣାଇଥିଲେ, ତାହା ସଫଳ ହେଲା:</verse>
				<verse number="18">“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।</verse>
				<verse number="19">ସେ ଯୁକ୍ତିତର୍କ କରିବ ନାହିଁ କି ଚିତ୍କାର କରିବ ନାହିଁ, ରାସ୍ତା ମଝିରେ ଛିଡ଼ାହୋଇ ଉଚ୍ଛ ସ୍ୱରରେ ଭାଷଣ ଦେବ ନାହିଁ।</verse>
				<verse number="20">ଦୁର୍ବଳମାନଙ୍କ ପ୍ରତି ସେ କୋମଳ ବ୍ୟବହାର କରିବ ଏବଂ ଅସହାୟମାନଙ୍କୁ ଦୟା କରିବ। ନ୍ୟାୟ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ତା’ ସାଧନାରୁ ନିବୃତ୍ତ ହେବ ନାହିଁ।</verse>
				<verse number="21">ତା’ ଉପରେ ସବୁ ଜାତିର ଲୋକେ ଭରସା ରଖିବେ।”</verse>
				<verse number="22">ତା’ପରେ ଦିନେ ଲୋକେ ଗୋଟିଏ ଅନ୍ଧ ଓ ମୂକକୁ ନେଇ ଆସିଲେ। ସେ ଭୂତଗ୍ରସ୍ତ ହୋଇଥିବାରୁ କଥା କହିପାରୁ ନ ଥିଲା। ଯୀଶୁ ତାକୁ ସୁସ୍ଥ କଲେ। ସେ ଦେଖି ପାରିଲା ଓ କଥା କହି ପାରିଲା।</verse>
				<verse number="23">ଯୀଶୁଙ୍କର ଏହି କାର୍ଯ୍ୟରେ ଲୋକେ ବିସ୍ମିତ ହୋଇ ପ୍ରଶ୍ନ କଲେ, “ଏ କ’ଣ ସେହି ଦାଉଦ-ବଂଶଜ?”</verse>
				<verse number="24">ଫାରୁଶୀମାନେ ଏହାଶଉଣି କହିଲେ, “ସେ ପ୍ରେତପତି ବାଆଲଜିବୂଲଠାରୁ ଶକ୍ତି ପାଇ ଭୂତ ଛଡ଼ାଉଛି।”</verse>
				<verse number="25">ସେମାନେ କ’ଣ ଚିନ୍ତା କରୁଛନ୍ତି ଯୀଶଉ ଜଣାପାରି କହିଲେ, “ଗୋଟଏ ଦେଶର ଲୋକେ ଭିନ୍ନ ଭନ୍ନ ଦଳରେ ବିଭକ୍ତ ହୋଇ ପରସ୍ପର ଭିତରେ ଲଢ଼େଇ କଲେ, ସେ ଦେଶ ଦିନ ତିଷ୍ଠି ପାରିବ ନାହିଁ। କୌଣସି ସାହର ବା ପରିବାର ଭିତରେ ବିଭିନ୍ନ ଦଳ ସୃଷ୍ଟି ହୋଇ କଳି କନ୍ଦଳ ଲାଗିଲେ, ସେମାନେ ଶୀଘ୍ର ଛାରଖାର ହୋଇଯିବେ।</verse>
				<verse number="26">ତାହାହେଲେ, ଶୟତାନ ରାଜ୍ୟରେ ଯଦି ଗୋଟିଏ ଦଳ ଅନ୍ୟ ଦଳ ବିରୁଦ୍ଧରେ ଲଢ଼ୁଛି, ଜାଣିବାକୁ ହେବ ଯେ ତାହା ଖଣ୍ଡ ବିଖଣ୍ଡ ହୋଇ ଅଚିରେ ଧ୍ୱଂସ ପାଇବ।</verse>
				<verse number="27">ତୁମ୍ଭେମାନେ କହୁଛ, ମୁଁ ବାଆଲଜିବୂଲ୍ର ଶକ୍ତିରେ ପ୍ରେତାତ୍ମାମାନଙ୍କୁ ବିତାଡ଼ିତ କରୁଛି। ତେବେ ସେମାନଙ୍କୁ ତଡ଼ିଦେବା ପାଇଁ ତୁମ ଶିଷ୍ୟମାନଙ୍କୁ କିଏ ଶକ୍ତି ଦେଉଛି? ତୁମ ଶିଷ୍ୟମାନଙ୍କର ଏହି କାର୍ଯ୍ୟ ଦ୍ୱାରା ତୁମ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହେଉଛି।</verse>
				<verse number="28">ଭୂତ ଛଡ଼ାଇବା ଶକ୍ତି ମୁଁ ବାଆଲଜିବୁଲ୍ଠାରୁ ପାଇ ନାହିଁ। ଈଶ୍ୱରଙ୍କ ଆତ୍ମାଙ୍କଠାରୁ ତାହା ମୁଁ ପାଇଛି। ଏହାଦ୍ୱାରା ଆଉ ଗୋଟିଏ ବିଷୟ ପ୍ରମାଣିତ ହେଉଛି-ସ୍ୱର୍ଗରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସି ଗଲାଣି।</verse>
				<verse number="29">“ଗୋଟିଏ ବଳବାନ୍ ଲୋକକୁ ଆଗେ ବାନ୍ଧି ନ ପକାଇଲେ, କେହି ତା’ ଘରେ ଜବରଦସ୍ତ ପଶି ତା’ର ସମ୍ପତ୍ତି ଲୁଟ ନେଇ ପାରିବ ନାହିଁ।</verse>
				<verse number="30">ଯେ ମୋ’ ସପକ୍ଷରେ ନାହିଁ, ସେ ପ୍ରକୃତରେ ମୋ’ ବିରୁଦ୍ଧରେ ଅଛି। ଯେ ମୋ’ ସହିତ ମିଶି ସଂଗ୍ରହ କରୁନାହିଁ, ସେ ବାସ୍ତବିକ ବିକ୍ଷିପ୍ତ କରୁଛି।</verse>
				<verse number="31">ଅତଏବ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟ ଯେ କୌଣସି ପାପ କରୁ ବା ଅସତ୍ କଥା କହୁ, ସେଥିପାଇଁ ତାକୁ କ୍ଷମା ଦିଆଯାଇପାରେ। କିନ୍ତୁ ଯଦି କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କିଛି କହେ, ତା’ର କ୍ଷମା ନାହିଁ।</verse>
				<verse number="32">କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।</verse>
				<verse number="33">“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।</verse>
				<verse number="34">ଆରେ ସର୍ପପରି ଖଳଲୋକେ! ନିଜେ ଖଳ ହୋଇ ତୁମ୍ଭେମାନେଳ କ’ଣ ଭଲ କଥା କହି ପାରିବ? ହୃଦୟର ଭାବ ମୁଖ ଦେଇ ପ୍ରକାଶ ପାଏ।</verse>
				<verse number="35">ଜଣେ ଭଲ ଲୋକ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ ହୋଇଥିବା ତା’ ଭଣ୍ଡାରରୁ ଉତ୍ତମ ଚିନିମଷ ବାହାର କରି ଆଣେ। ଜଣେ ଖଳ ପ୍ରକୃତିର ଲୋକ ଖରାପ ଜିନିଷ ବାହାର କରି ଆଣେ।</verse>
				<verse number="36">“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ।</verse>
				<verse number="37">“ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”</verse>
				<verse number="38">ଦିନେ କେତେକ ଫାରୁଶୀ ଓ ଧର୍ମଗୁରୁ ଯୀଶଉଙ୍କୁ କହିଲେ, “ଗୁରୁ, ଆପଣଙ୍କର ଗୋଟିଏ ଅଲୌକିକ କାର୍ଯ୍ୟ ଦେଖିବାକୁ ଆମେ ଚାହୁଁଛୁ।”</verse>
				<verse number="39">ଯୀଶଉ ବିସ୍ମୟ ପ୍ରକାଶ କରି କହିଲେ, “ଏ ଯୁଗର ଲୋକମାନେ କେଡ଼େ ଦୁଷ୍ଟ ଓ ଈଶ୍ୱର ଅବିଶ୍ୱାସୀ। ତୁମ୍ଭେମାନେ ମୋତେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖାଇବାକୁ କହୁଛ? କେବଳ ଭାବବାଦୀ ଯୂପସଙ୍କ ଜୀବନରେ ଘଟିଥିବା ଆଶ୍ଚର୍ଯ୍ୟ କର୍ମ ହିଁ ତୁମ୍ଭମାନଙ୍କୁ ଦେଖାଇ ଦିଆଯିବ।</verse>
				<verse number="40">“ଯୁନସ ଯେପରି ମାଛ ପେଟରେ ତିନି ଦିନ ଓ ତିନି ରାତି ରହିଥିଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ଭୂଗର୍ଭରେ ତିନି ଦିନ ଓ ତିନି ରାତି ଅତିବାହିତ କରିବେ।</verse>
				<verse number="41">ବିଚାର ଦିନରେ ନିନିବୀର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଠିଆ ହେବେ, କାରଣ ଯୂନସଙ୍କ ପ୍ରଚାର ଶୁଣି ସେମାନେ ପାପ ପଥରୁ ଫେରି ଆସିଲେ। ମୁଁ ତୁମ୍ଭମାନଙ୍କୁ କହୁଛି, ଯୂନସଙ୍କଠାରୁ ମହାନ୍ ଜଣେ ଏଠାରେ ଅଛନ୍ତି।</verse>
				<verse number="42">ବିଚାର ଦିନରେ ଶିବାର ରାଣୀ ତୁମ୍ଭମାନଙ୍କର ଦୋଷ ଦେଖାଇବା ନାଇଁ ଠିଆ ହେବେ, କାରଣ ଶଲୋମନଙ୍କ ଜ୍ଞାନପୂର୍ଣ କଥା ଶୁଣିବା ପାଇଁ ସୁଦୂର ଦେଶରୁ ସେ ଆସିତିଲେ; କିନ୍ତୁ ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ଶଲୋମନଙ୍କଠାରୁ ମହୀୟାନ ଜଣେ ଏରଡାରେ ଅଛନ୍ତି।</verse>
				<verse number="43">“ମନୁଷ୍ୟ। ଦେହରୁ ବାହାରି ଯିବା ପରେ ଗୋଟିଏ ପ୍ରେତାତ୍ମା ମରୁଞ୍ଚଳରେ ବିଚରଣ କରି ଆଉ ଗୋଟିଏ ଆଶ୍ରୟ ସ୍ଥଳ ଖୋଜେ।</verse>
				<verse number="44">ତା’ ନ ଉଚ୍ଛା କରେ। ଯଦି ଫେରିଯାଇ ଦେଖେ, ସେହି ଘର ସଫାସୁତ୍ରୁରା ହୋଇ ଖଶଲି ପଡ଼ିଛି,</verse>
				<verse number="45">ତା’ଠାରୁ ଆହୁରି ଦୁଷ୍ଟ ସାତ ଜଣେ ପ୍ରେରିତ ନିମନ୍ତ୍ରଣ କରି ଆ;ଣ ଏବଂ ସେମାନେ ସମସ୍ତେ ସେହି ଘରେ ବାସ କରନ୍ତି। ଏହାଦ୍ୱାରା, ସେହି ଭୂତଗ୍ରସ୍ତ ମନୁଷ୍ୟର ଶେଷ ଦଶା ପୂର୍ବ ଦଶା ଅପେକ୍ଷା ଅଧିକ ଶୋଚନୀୟ ହୁଏ। ଏହି ଯୁଗର ଖଳ ଲୋକମାନେ ଏହିପରି ଶୋଚନୀୟ ଦଶା ଭୋଗିବେ।”</verse>
				<verse number="46">ଯୀଶୁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ତାଙ୍କ ମାଆ ଓ ଭାଇମାନେ ସେହି ସ୍ଥାନରେ ପହଞ୍ଚି ତାଙ୍କୁ କିଛି କହତବା ପାଇଁ ବାହାରେ ଅପେକ୍ଷା କରି ତାଙ୍କୁ ଡକାଇଲେ।</verse>
				<verse number="47">ଜଣେ ଲୋକ ଆସି ଯୀଶୁଙ୍କୁ କହିଲା, “ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”</verse>
				<verse number="48">ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ ଓ କିଏ ମୋର ଭାଇ?”</verse>
				<verse number="49">ଶିଷ୍ୟମାନଙ୍କ ଆଡ଼କୁ ହାତ ଦେଖାଇ କହିଲେ, “ଏହିମାନେ ହେଉଛନ୍ତି ମୋର ମାଆ ଓ ଭାଇ।</verse>
				<verse number="50">ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଡ଼ନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”</verse>
			</chapter>
			<chapter number="13">
				<verse number="1">ସେଦିନ ଯୀଶୁ ଘରୁ ବାହାରି ହ୍ରଦ କୂଳକୁ ଗଲେ। ସେଠାରେ ସେ ଶିକ୍ଷା ଦେବାକୁ ବସିଲେ।</verse>
				<verse number="2">ତାଙ୍କ ଚାରିପଟେ ଏତେ ଲୋକ ଭିଡ଼ ହେଲା ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ଲୋକମାନେ ହ୍ରଦ କୂଳରେ ଠିଆ ହୋଇ ତାଙ୍କ କଥା ଶୁଣିଲେ।</verse>
				<verse number="3">ସେ ଗଳ୍ପ ଛଳରେ ସେମାନଙ୍କୁ ଅନେକ କଥା ଶିକ୍ଷା ଦେଲେ। ସେ କହିଲେ, “ଥରେ ଜଣେ ଲୋକ ବିହନ ବୁଣିବାକୁ ବାହିରିଲା।</verse>
				<verse number="4">ସେ କ୍ଷେତରେ ବିହନ ବୁଣିବାବେଳେ କେତେକ ବୀଜ ରାସ୍ତାଧାରରେ ପଡ଼ିଯିବାରୁ ପକ୍ଷୀମାନେ ଆସି ସେଗୁଡ଼ିକ ଖାଇଗଲେ।</verse>
				<verse number="5">ଆଉ କେତେ ବରଜ ଅତି ଅଳ୍ପ ମାଟି ବହଳ ନ ଥିବାରୁ ବୀଜ ଶୀଘ୍ର ଅଙ୍କୁରିତ ହେଲା।</verse>
				<verse number="6">କିନ୍ତୁ ତା’ର ମୂଳ ଗଭୀରକୁ ଯାଇ ନ ଥିବାରୁ ସୂର୍ଯ୍ୟ କିରଣରେ ତାହା ଶୁଖିଭଲା।</verse>
				<verse number="7">କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ସବୁ ଚାରାଗୁଡ଼ିକୁ ଗ୍ରାସ କରି ପକାଇଲା।</verse>
				<verse number="8">କିନ୍ତୁ ଆଉ କେତେ ବିହନ ଭଲ ଜମିରେ ପଡ଼ି ଗଛ ହୋଇ ଫଳ ଧରିଲା। କେତେ ଶହେ ଗୁଣ, କେତେ ଷାଠିଏ ଗୁଣ ଓ କେତେ ତିରିଶ ଗୁଣ ଫଳିଲା।”</verse>
				<verse number="9">ଯୀଶୁ ଗଳ୍ପ ଶେଷ କରି କହିଲେ, “ଶୁଣିବା ପରି କାନ ଥିଲେ ଶଉଣ।”</verse>
				<verse number="10">ପରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଲୋକମାନଭ୍କୁ ଶିକ୍ଷା ଦେବାବେଳେ ଆପଣ କାହିଁକି ଗଳ୍ପ ଛଳରେ କହୁଛନ୍ତି?”</verse>
				<verse number="11">ଯୀଶୁ ଉତ୍ତର ଦେଲେ, “ସ୍ୱର୍ଗରାଜ୍ୟର ରହସ୍ୟ ବୁଛିବା ପାଇଁ ତୁମ୍ଭେମାନେ ଜ୍ଞାନ ପାଇଛ-ସେମାନେ ପାଇ ନାହାନ୍ତି।</verse>
				<verse number="12">ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେଥିରେ ସେ ପ୍ରଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।</verse>
				<verse number="13">ସେମାନଙ୍କୁ ମୁଁ ଗଳ୍ପ ଛଳରେ ଶଇକ୍ଷା ଦେଉଛି। କାରଣ ସେମାନେ ଚାହିଁ ରହିଥାଆନ୍ତି, କିନ୍ତୁ କିଛି ଖେି ପାରନ୍ତି ନାହିଁ; ଶୁଣୁ ଥାଆନ୍ତି, କିନ୍ତୁ ବୁଛିନ୍ତି ନାହିଁ।</verse>
				<verse number="14">ଭାବବାଦୀ ଯିଶଇୟଙ୍କ ଭବିଷ୍ୟତ ବାଣୀ ସେମାନଙ୍କ ପ୍ରତି ପ୍ରଯୁଜ୍ୟ। ‘ଏହି ଲୋକମାନେ ଶୁଣି ଶୁଣି କିଛି ବୁଛନ୍ତି ନାହିଁ। ଚାହିଁ ରହିଥାନ୍ତି କିନ୍ତୁ ଦେଖି ପାରନ୍ତି ନାହିଁ।</verse>
				<verse number="15">କାରଣ ସେମାନେ ସ୍ଥଳ ବୁଦ୍ଧି। ସେମାନେ କାନ ବନ୍ଦ କରି ଦେଇଛନ୍ତି ଓ ଆଖି ବୁଜି ଦେଇଛନ୍ତି। ତା’ନ ହୋଇଥିଲେ ସେମାନେ ଦେଖି ପାରିଥାନ୍ତେ ଏବଂ ସେମାନେ ମୋ’ ନିକଟକୁ ଫେରି ଯାଆନ୍ତେ ଓ ସେମାନଙ୍କୁ ମୁଁ ସୁସ୍ଥ କରି ଦେଇଥାନ୍ତି। (ଏ କଥା ଈଶ୍ୱର କହିଛନ୍ତି)’</verse>
				<verse number="16">“ ତୁମ୍ଭେମାନେ କେଢ଼େ ଭାଗ୍ୟବାନ୍। ତୁମ୍ଭେମାନେ ଦେଖି ପାରୁଛ ଓ ଶୁଣି ପାରୁଛ।</verse>
				<verse number="17">ଏକଥା ନିଶ୍ଚିତଭାବେ ତୁମ୍ଭମାନଙ୍କୁ କହୁଛି, ଅନେକ ଭାବବାଦୀ ଓ ଈଶ୍ୱରପରାୟଣ ଲୋକ, ତୁମ୍ଭେମାନେ ଯାହା ଦେଖୁଛ; ତାହା ଦେଖିବା ପାଇଁ ଓ ଯାହା ଶଉଣୁଛ; ତାହା ଶଉଣିବା ପାଇଁ ଓ ଇଚ୍ଛା କରୁଥିଲେ, କିନ୍ତୁ ପାରିଲେ ନାହିଁ।</verse>
				<verse number="18">“ତେବେ ଶୁଣ, ବୀଜବୁଣାଳୀ ବୃଷ୍ଟାନ୍ତର ଅର୍ଥ କହୁଛି। ବୁଝିବାକୁ ଚେଷ୍ଟା କର।</verse>
				<verse number="19">ଯେଉଁମାନେ ସ୍ୱର୍ଗରାଜ୍ୟର ବାର୍ତ୍ତା ଶୁଣନ୍ତି, ସେମାନଙ୍କ ହୃଦୟରୁ ଶୟତାନ ତାହା କାଢ଼ି ନେଇ ଯାଇଥାଏ। ଗସ୍ତା କଡ଼ରେ ପଡ଼ିଥିବା ବିହନର ଏହା ହେଉଛି ତାତ୍ପର୍ଯ୍ୟ।</verse>
				<verse number="20">“ଯେଉଁମାନେ ବାର୍ତ୍ତା ଶଉଣଇବା ମାତ୍ରେ ଆଗ୍ରହରେ ଗ୍ରହଣ କରନ୍ତି, ତାହା ପଥୁରିଆ ସ୍ଥାନରେ ପଡ଼ିଥିବା ବୀଜପରି,</verse>
				<verse number="21">ସେମାନଙ୍କ ମନର ଗହୀରକୁ ଯାଇ ନ ଥିବାରୁ ସେମାନେ ତାକୁ ବେଶୀ ସମୟ ଧରି ରଖି ପାରନ୍ତି ନାହିଁ। ଏହି ବାର୍ତ୍ତା ଲାଗି ଯେତେବେଳେ କଷ୍ଟ ସ ତାଡ଼ନା ଆସେ, ସେମାନେ ଶୀଘ୍ର ତାକୁ ପରିତ୍ୟାଗ କରନ୍ତି।</verse>
				<verse number="22">କଣ୍ଟା ବୁଦା ଯେପରି କେତେକ ବୀଜକୁ ଗ୍ରାସ କରିଦିଏ, ସେହିପରି ଏହି ଜଗତର ଜଞ୍ଜାଳ ଓ ଧନ ସମ୍ପତ୍ତିର ଲାଳା କେତେକ ଲୋକଙ୍କଠାରେ ପହଞ୍ଚି ଥିବା ବାର୍ତ୍ତାକୁ ନଷ୍ଟ କରିଦିଏ ଏବଂ ସେମାନେ କୌଣସି ସୁଫଳ ପାଆନ୍ତି ନାହିଁ।</verse>
				<verse number="23">ଯେଉଁମାନେ ବାର୍ତ୍ତା ଶୁଣଇ ବୁଝନ୍ତି, ଭଲ ଜମିରେ କଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ ଜମିରେ ପଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ କରନ୍ତି। କେହି ପାଏ ଶହେ ଗୁଣ, କେହି ଷାଠିଏ ଗୁଣ ଓ କେହି ତିରିଶ ଗୁଣ।” ବାଳୁଙ୍ଗା ଦୃଷ୍ଟାନ୍ତ କଥା</verse>
				<verse number="24">ଯୀଶଉ ଆଉ ଗୋଟିଏ ଦୃଷ୍ଟାନ୍ତ କଥା କହତଲେ, “ସ୍ୱର୍ଗରାଜ୍ୟ ଏହିପରି-ଜଣେ ଲୋକ ତା’ କ୍ଷେତରେ ଭଲ ଗହମ ବହିନ ବୁଣଇଲା।</verse>
				<verse number="25">ଦିନେ ଗତିରେ ସେମାନେ ଶୋଇଥିବାବେଳେ ଗୋଟିଏ ଶତ୍ରୁ ଆସି ସେହି କ୍ଷେତରେ ଗୁଡ଼ିଏ ବାଳୁଙ୍ଗା ମଞ୍ଜି ବୁଣି ଦେଇ ଚାଲିଗଲା।</verse>
				<verse number="26">ଯେତେବେଳେ ଗଛସବୁ ବଢ଼ି କେଣ୍ଡା ବାହାରିଲା, ମଝିରେ ବାଳୁଙ୍ଗା ଦେଖାଗଲା।</verse>
				<verse number="27">ସେହି ଲୋକର ହଳିଆମାନେ ଆସି କହିଲେ, ‘ଆ, ଆପଣ ତ କ୍ଷେତରେ ଭଲ ମଞ୍ଜି ବୁଣିଥିଲେ, ବାଳୁଙ୍ଗାଗୁଡା କୁଆଡ଼ୁ ଆସିଲା?’</verse>
				<verse number="28">“ଜମି ମାଲିକ କହିଲେ, ‘ଜଣେ ଶତ୍ରୁ ଏହା କରିଛି।’ ସେମାନେ ପଚାରିଲେ, ‘ତେବେ ଆମେ ଯାଇ ସେଗୁଡ଼ାକୁ କ’ଣ ଉପାଡ଼ି ଦେବା?’</verse>
				<verse number="29">ମାଲିକ କହିଲେ, ‘ନା, ବାଳୁଙ୍ଗା ଉପାଡ଼ିବା ବେଳେ ହୁଏତ ଗହମ ଗଛ ଉପୁଡ଼ିଯିବ।</verse>
				<verse number="30">ଅମଳ ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ୁ। ସେତେବେଳେ କଟାଳିମାନଙ୍କୁ କହିବା, ସେମାନେ ଆଗେ ବାଳୁଙ୍ଗାଗୁଡ଼ିକ କାଟି, ବିଡ଼ା ବାନ୍ଧି ପୋଡ଼ି ଦେବେ। ତା’ପରେ ଗହମ ଅମଳ କରି ଖମାରରେ ରଖିବେ’।”</verse>
				<verse number="31">ଯୀଶୁ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ଜଣେ ଲୋକ ତା’ କ୍ଷେତରେ ସୋରିଷ ପରି ଛୋଟ ମଞ୍ଜିଟିଏ ପୋତିଦେଲା।</verse>
				<verse number="32">ସେହି ମଞ୍ଜିଟି ସବୁଠାରୁ ଛାଟ ହେଲେ ସୁଦ୍ଧା ସେଥିରୁ ଯେଉଁ ଗଛ ହେଲା, କ୍ଷେତରେ ଅନ୍ୟ ସବୁ ଗଛ ଅପେକ୍ଷା ଅଧିକ ଉଚ୍ଚ ଓ ଗହଳିଆ ହେଲା ଏବଂ ତା’ ଉପରେ ଚଢ଼େଇମାନେ ବସା ବାନ୍ଧିଲେ। ସ୍ୱର୍ଗରାଜ୍ୟର ବୃଦ୍ଧି ଏହିପରି।”</verse>
				<verse number="33">ଆଉ ଥରେ ଯୀଶୁ ଉଦାହରଣ ଦେଇ କହିଲେ, “ଜଣେ ସ୍ତ୍ରୀଲୋକ ଟିକେ ଖମୀର ନେଇ ଅଧବସ୍ତା ପରିମାଣ ମଇଦାରେ ମିଶାଇଲା। ଯଥା ସମୟରେ ସବୁଯାକ ମଇଦା ତାଡ଼ିରେ ମିଶିଯାଇ ଫୁଲି ଉଠଇଲା। ସ୍ୱର୍ଗରାଜ୍ୟ ଏହିପରି ବୃଦ୍ଧି ପାଏ।”</verse>
				<verse number="34">ଯୀଶୁ ଏହିପରି ଦୃଷ୍ଟାନ୍ତ ଦେଇ ଶିକ୍ଷା ଦେଉଥିଲେ। ଦୃଷ୍ଟାନ୍ତ ନ ଦେଇ ସେ କୌଣସି ଶିକ୍ଷା ଦେଉ ନ ଥଲେ।</verse>
				<verse number="35">ଏହା ଦ୍ୱାରା ଭାବବାଦୀଙ୍କର ଏହି ଭବିଷ୍ୟବାଣୀ ସଫଳ ହେଲା। “ମୁଁ ଦୃଷ୍ଟାନ୍ତ ଛଳରେ ସେମାନଙ୍କ ସହିତ କଥା କହିବି। ସୃଷ୍ଟି ଆରମ୍ଭରୁ ଅଜଣା ଥିବା ସବୁ କଥା ଏହିପରି ମୁଁ ସେମାନଙ୍କୁ ବୁଝାଇବି।”</verse>
				<verse number="36">ଲୋକ ଗହଳିରୁ ବାହାରି ଆସି ଯୀଶୁ ଯେତେବେଳେ ଘର ଭିତରକୁ ଗଲେ, ତାଙ୍କ ଶିଷ୍ୟମାନେ ଆସି ପଚାରିଲେ, “ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ଆମକୁ ବୁଝାନ୍ତୁ।”</verse>
				<verse number="37">ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ଭଲ ବିହନ ବୁଣିଲା, ସେ ମନୁଷ୍ୟପୁତ୍ର।</verse>
				<verse number="38">ଏହି ଜଗତ ହେଉଛି କ୍ଷେତ। ଯେଉଁମାନେ ସ୍ୱର୍ଗରାଜ୍ୟର ଅଧିବାସୀ, ସେମାନେ ଭଲ ବିହନ। ବାଳୁଙ୍ଗାଗୁଡ଼ିକ ଶୟତାନର ଅନୁଚର।</verse>
				<verse number="39">ଯେଉଁ ଶତ୍ରୁ ବାଳୁଙ୍ଗା ବୁଣିଲା, ସେ ଶୟତାନ। ଅମଳ ସମୟ ହେଉଛି ଯୁଗାନ୍ତ କାଳ। ଶସ୍ୟକଟାଳୀମାନେ ହେଉଛନ୍ତ ସ୍ୱର୍ଗଦୂତ।</verse>
				<verse number="40">ବାଳୁଙ୍ଗାଗୁଡ଼ିକ ଯେପରି କଟା ହୋଇ ପୋଡ଼ା ହେଲା, ଯୁଗାନ୍ତ କାଳରେ ସେହିପରି ହେବ।</verse>
				<verse number="41">ମନୁଷ୍ୟପୁତ୍ର ତାଙ୍କ ରାଜ୍ୟରୁ ସବୁ ଦୁଷ୍କର୍ମକାରୀ ଓ ଯେଉଁମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଇବେ।</verse>
				<verse number="42">ସେମାନେ ଏ ସମସ୍ତଙ୍କୁ ଜ୍ୱଳନ୍ତ ଅଗ୍ନିରେ ନକ୍ଷେପ କରିବେ। ସେଠାରେ ଏହି ଲୋକମାନେ କାନ୍ଦିବେ ଓ କଷ୍ଟରେ ଦାନ୍ତ କଡ଼ମଡ଼ କରିବେ।</verse>
				<verse number="43">ସେହି ସମୟରେ ଈଶ୍ୱରଙ୍କ ଭକ୍ତମାନେ ସ୍ୱର୍ଗରାଜ୍ୟରେ ସୂର୍ଯ୍ୟପରି ତେଜସ୍କର ହେବେ। ଶୁଣିବା ପାଇଁ ଆଗ୍ରହ ଥିଲେ କାନ ଦେଇ ଶଉଣ।</verse>
				<verse number="44">“ଦିନେ ଜଣେ ଲୋକ କ୍ଷେତରେ ଖୋଳୁ ଖୋଳୁ ପୋତା ହୋଇଥିବା ଧନ ପାଇଲା। ସେ ତାକୁ ଘୋଡ଼ାଇ ପକାଇଲା। ଆଉ ଆନନ୍ଦରେ ନିଜର ସବୁ ସମ୍ପତ୍ତି ବିକି ଦେଇ ସେହି ଜମିନେଲା। ସ୍ୱର୍ଗରାଜ୍ୟ ଏହି ପୋତା ଧନ ପରି।</verse>
				<verse number="45">“ଜଣେ ବଣିକ ଉତ୍କୃଷ୍ଟ ମୁକ୍ତାର ଅନ୍ୱେଷଣ କରୁଥିଲା।</verse>
				<verse number="46">ଗୋଟିଏ ଅତି ମୂଲ୍ୟବାନ ମୁକ୍ତର ସଦ୍ଧାନ ପାଇ ସେ ତା’ର ସମୟ ସମ୍ପତ୍ତି ବିକ୍ରୀ କରିଦେଇ ତାକୁ କିଣିଲା। ସ୍ୱର୍ଗରାଜ୍ୟ ସେହି ମୁକ୍ତା ପରି।</verse>
				<verse number="47">“ସ୍ୱର୍ଗରାଜ୍ୟ ଗୋଟିଏ ମାଛ ଧରା ଜାଳ ପରି। କେଉଟମାନେ ହ୍ରଦରେ ଜାଳ ପକାଇ ନାନା ଜାତିର ମାଛ ଧରନ୍ତି।</verse>
				<verse number="48">“ଜାଲ ପୂର୍ଣ ହୋଇଗଲେ କୂଳକୁ ଟାଣି ଆଣି ଭଲ ଭଲ ମାଛ ସବୁ ବାଛ ଟୋକେଇରେ ରଖନ୍ତୁ ଓ ଅଜାତିଆ ମାଛଗୁଡ଼ିକୁ ଫିଙ୍ଗି ଦିଅନ୍ତୁ।</verse>
				<verse number="49">ଯୁଗାନ୍ତ ସମୟରେ ଏହିପରି ହେବ। ସ୍ୱର୍ଗଦୂତମାନେ ଧାର୍ମିକମାନଙ୍କଠାରୁ ପାପୀମାନଙ୍କଠାରୁ ପାପୀମାନଙ୍କୁ ଅଲଗା କରିଦେଇ ସେମାନଙ୍କୁ ଜଳନ୍ତା ନିଆରେ ପକାଇ ଦେବେ।</verse>
				<verse number="50">ସେଠାରେ ସେମାନେ କ୍ରନ୍ଦନ ରୋଳ କରି କଷ୍ଟରେ ଦାନ୍ତ କଡ଼ମଡ଼ କରିବେ।”</verse>
				<verse number="51">ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ଏସବୁ ବିଷୟ ବୁଝି ପାରୁଛି?” ସେମାନେ ଉତ୍ତର ଦେଲେ, “ହଁ ପ୍ରଭୁ।”</verse>
				<verse number="52">ଯୀଶୁ ସେମାନଙ୍କୁ କହିଲେ, “ଯେପରି ଜଣେ ଗୃହସ୍ଥ ତା’ର ଭଣ୍ଡାର ଘରୁ ଆବଶ୍ୟକ ଅନୁସରେ ନୂତନ ଓ ପୁରାତନ ଦ୍ରବ୍ୟ ବାହାର କରେ, ସ୍ୱର୍ଗରାଜ୍ୟ ପାଇଁ ତାଲିମ ପାଇଥିବା ଜଣେ ଧର୍ମଗୁରୁ ଠିକ୍ ସେହିପରେ କରେ।”</verse>
				<verse number="53">ଏହିସବୁ ଦୃଷ୍ଟାନ୍ତ କହି ସାରିବା ପରେ ଯୀଶୁ ନିଜ ବାସସ୍ଥାନକୁ ଫେରିଗଲେ।</verse>
				<verse number="54">ସେଠାକାର ସମାଜ ଗୃହରେ ତାଙ୍କର ଶିକ୍ଷା ଶୁଣଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏତେ ଜ୍ଞାନ ସେ କୁଆଡ଼ୁ ପାଇଲେ? ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ତାଙ୍କୁ କିଏ ଶକ୍ତି ଦେଲା?</verse>
				<verse number="55">ଏ କ’ଣ ସେ ବଢ଼େଥର ପୁଅ ନୁହଁନ୍ତି? ମରିୟମ କ’ଣ ତାଙ୍କର ମାଆ ନୁହଁନ୍ତି? ଯାକୁବ କ’ଣ ତାଙ୍କର ଭାଇ ନୁହଁନ୍ତି?</verse>
				<verse number="56">ତାଙ୍କର ଭଉଣୀମାନେ କ’ଣ ଏଠି ନାହାନ୍ତି? ଏସବୁ ଶକ୍ତି ସେ ପାଇଲେ କେଉଁଠୁ?”</verse>
				<verse number="57">ଏହା କହି ସେମାନେ ଯୀଶଉଙ୍କୁ ଉପେକ୍ଷା କଲେ। ଯୀଶୁ ସେମାନଙ୍କୁ କହିଲେ, “ଜଣେ ଭାବବାଦୀ ନିଜ ପରିବାର ଓ ଗ୍ରାମ ଛଡ଼ା ଅନ୍ୟ ସବୁଠାରେ ଆଦୃତ ହୁଅନ୍ତୁ।”</verse>
				<verse number="58">ସେମାନେ ତାଙ୍କୁ ବିଶ୍ୱାସ ନ କରିବାରୁ ସେ ସେଠାରେ ତାଙ୍କର ଅଲୌକିକ କାର୍ଯ୍ୟ ଆଉ ଅଧିକ କଲେ ନାହିଁ।</verse>
			</chapter>
			<chapter number="14">
				<verse number="1">ସେହି ସମୟରେ ଗାଲିଲୀର ଶାସକ ହେରୋଦ ଯୀଶୁଙ୍କ ବିଷୟରେ ଶଉଣିଲେ।</verse>
				<verse number="2">ସେ ତାଙ୍କ କର୍ମଚାରୀମାନଙ୍କୁ କହିଲେ, “ଏ ନିଶ୍ଚୟ ଜଳଦୀକ୍ଷାଦାତା ଯୋହନ-ପୁନର୍ଜନ୍ମ ପାଇ ଫେରି ଆସିଛନ୍ତି। ସେଥିପାଇଁ ତାଙ୍କର ଅଲୌକିକ କାର୍ଯ୍ୟ କରିବାର ଶକ୍ତି ଅଛି।”</verse>
				<verse number="3">ଏଥି ପୂର୍ବରୁ ହେରୋଦ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଓ ତାଙ୍କୁ ଶିକୁଳିରେ ବାନ୍ଧି ବନ୍ଦୀଶାଳାରେ ନିକ୍ଷେପ କରିଥିଲେ। ତାଙ୍କ ଭାଇ ଫିଲିପ୍‌ଙ୍କ ସ୍ତ୍ରୀ ହେରୋଦିଆଙ୍କ ଯୋଗୁଁ ସେ ଏହା କରିଥଲେ।</verse>
				<verse number="4">ଜଳଦୀକ୍ଷାଦାତା ଯୋହନ ତାଙ୍କୁ କହିଥିଲେ, “ହେରୋଦଆକୁ ବିବାହ କରିବା ତୁମର ଠିକ୍ ହୋଇନାହିଁ।”</verse>
				<verse number="5">ସେଥିପାଇଁ ହେରୋଦ ଯୋହନଙ୍କୁ ହତ୍ୟା କରିବାକୁ ଚାହୁଁଥଲେ, କିନ୍ତୁ ଇହୁଦୀ ଲୋକମାନଙ୍କୁ ସେ ଭୟ କରୁଥିଲେ। କାରଣ ସେମାନେ ଯୋହନଙ୍କୁ ଜଣେ ଭାବବାଦୀ ବୋଲି ମାନ କରୁଥିଲେ।</verse>
				<verse number="6">ହେରୋଦଙ୍କ ଜନ୍ମଦିନରେ ହେରୋଦିଆଙ୍କ କନ୍ୟା ଅତିଥିମାନଙ୍କ ସମ୍ମୁଖରେ ନୃତ୍ୟ କରିଥିଲା।</verse>
				<verse number="7">ତା’ ଉପରେ ପ୍ରୀତ ହୋଇ ହେରୋଦ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରି କହୁଛି, ତୁ ଯାହା ମାଗିବୁ, ମୁଁ ତୋତେ ଦେବୁ।”</verse>
				<verse number="8">ତା’ ମାଆର ମନ୍ତ୍ରଣା ଅନୁଯାୟୀ ଝିଅଟି କହିଲା, “ଜଳଦୀକ୍ଷାଦାତା ଯୋହନଙ୍କ ମୁଣ୍ଡଟି ଏଇଠି, ଏହିକ୍ଷଣି ଗୋଟିଏ ଥାଳୀରେ ରଖି ମୋତେ ଦିଅନ୍ତୁ।”</verse>
				<verse number="9">ଏହା ଶୁଣି ରାଜା ଦୁଃଖିତ ହେଲେ। କିନ୍ତୁ ସମସ୍ତଙ୍କ ଆଗରେ ପ୍ରତିଜ୍ଞା କରିଥିବାରୁ ଝିଅର ମନୋବାଞ୍ଛା ପୂରଣ କରିବାକୁ ଆଦେଶ ଦେଲେ।</verse>
				<verse number="10">ତେଣୁ ବନ୍ଦୀଶାଳାରେ ଯୋହନଙ୍କ ଶିର ଛେଦନ କରାଗଲା ଓ</verse>
				<verse number="11">ଥାଳୀରେ ତାଙ୍କ ମୁଣ୍ଟଟିକୁ ରଖି ସେହି ଝିଅଟିକୁ ଦିଆଗଲା। ସେ ତାଙ୍କୁ ନେଇ ତା’ ମାଆକୁ ଦେଲା।</verse>
				<verse number="12">ତା’ ପରେ ଯୋହନଙ୍କ ଶିଷ୍ୟମାନେ ଆସି କବର ଦେବା ପାଇଁ ତାଙ୍କ ମୃତ ଶରୀରକୁ ନେଇ ଗଲେ। ସେମାନେ ଯାଇ ଯୀଶୁଙ୍କୁ ଏହି ଦୁଃସମ୍ବାଦ ଜଣାଇଲେ।</verse>
				<verse number="13">ଯୋହନଙ୍କ ଖବର ଶଉଣଇବା ମାତ୍ରେ ଯୀଶୁ ନୌକା ଚଢ଼ି ଗୋଟିଏ ନିର୍ଜନ ସ୍ଥାନକୁ ଗଲେ। ଯୀଶୁ ସେଠାକୁ ଯାଉଥିବାର ଜାଣଇପାରି ନିକଟବର୍ତ୍ତୀ ସହରମାନଙ୍କରୁ ଅନେକ ଲୋକ କୂଳେ କୂଳେ ଚାଲି ଯୀଶୁଙ୍କୁ ଅନୁସରଣ କଲେ।</verse>
				<verse number="14">ଯୀଶୁ ଯେତେବେଳେ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖିଲେ, ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। ଅନେକ ରୋଗୀଙ୍କୁ ସେ ସେଠାରେ ସୁସ୍ଥ କଲେ।</verse>
				<verse number="15">ସେହି ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଆସି କହିଲେ, “ବହୁତ ଡେରି ହୋଇଗଲାଣଇ, ପୁଣି ଏ ଜଗା ନିଛାଟଇଆ, ଲୋକମାନଙ୍କୁ ବିଦାୟ ଦିଅନ୍ତୁ। ସେମାନେ ର୍ଗାମାନଙ୍କୁ ଯାଇ ଖାଦ୍ୟ ଯୋଗାଡ଼ କରିବେ।”</verse>
				<verse number="16">ଯୀଶୁ ସେମାନଙ୍କୁ କହିଲେ, “ସେମାନେ ଏଠାରୁ ଯିବା ଦରକାର ନାହିଁ। ତୁମେ ସେମାନେଙ୍କୁ କିଛି ଖାଇବାକୁ ଦିଅ।”</verse>
				<verse number="17">ଶିଷ୍ୟମାନେ ଉତ୍ତର ଦେଲେ, “ଏଠାରେ ଆମ ପାଖରେ କେବଳ ପାଞ୍ଚଟି ରୋଟୀ ଇ ଦୁଇଟି ମାଛ ଅଛି।”</verse>
				<verse number="18">ଯୀଶୁ କହିଲେ, “ସେତକ ମୋ’ ପାଖକୁ ନେଇ ଆସ।”</verse>
				<verse number="19">ଲୋକମାନଙ୍କୁ ଘାସ ଉପରେ ବସିବାକୁ କହି ଯୀଶୁ ସେହି ପଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ନେଲେ ଓ ସ୍ୱର୍ଗଆଡ଼କୁ ଚାହିଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେ ରୋଟୀଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ସେହିସବୁ ନେଇ ଲୋକମାନଙ୍କ ଭିତରେ ବାଣ୍ଟିଦେଲେ।</verse>
				<verse number="20">ସମସ୍ତେ ଖାଇ ପରିତୃପ୍ତ ହେଲେ। ତା’ପରେ ଶିଷ୍ୟମାନେ ବଳି ପଡ଼ିଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ଉଠାଇ ବାରଟି ଟୋକେଇ ପୂର୍ଣ କଲେ।</verse>
				<verse number="21">ସ୍ତ୍ରୀ ସ ପିଲାମାନଙ୍କୁ ଛାଡ଼ି ପାଞ୍ଚ ହଜାର ଲୋକ ଏହି ଖାଦ୍ୟ ଖଇଥିଲେ।</verse>
				<verse number="22">ଏହା ପରେ ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ହ୍ରଦର ଆର ପାରିକୁ କହିଲେ।</verse>
				<verse number="23">ସେ ନିଜେ ପଛରେ ରହିଯାଇ ଲୋକମାନଙ୍କୁ ବିଦାୟ ଦେଲେ ଏବଂ ଏକାକୀ ପ୍ରାର୍ଥନା କରିବାକୁ ଗୋଟିଏ ପାହାଡ଼ ଉପରକୁ ଗଲେ।</verse>
				<verse number="24">ସନ୍ଧ୍ୟା ହେବା ବେଳକୁ ଯୀଶଉ ଦେଖିଲେ ନୌକାଟି ହ୍ରଦର ଅନେକ ଭିତରକୁ ଚାଲି ଯାଇଛି ଏବଂ ଜୋରରେ ପବନ ବହୁଥିବାରୁ ଲହରୀ ଧକ୍କାରେ ଟଳମଳ ହେଉଛି।</verse>
				<verse number="25">ରାତ୍ରିର ଶେଷ ପ୍ରହରରେ ଯୀଶୁ ପାଣି ଉପରେ ଚାଲି ଶିଷ୍ୟମାନଙ୍କ ନିକଟକୁ ଆସିଲେ।</verse>
				<verse number="26">ସେମାନେ ତାଙ୍କୁ ଦେଖି ଭୟବିହ୍ୱଳ ହେଲେ। “ଭୂତ! ଭୂତ!” କହି ଭୟରେ ଚିତ୍କାର କଲେ।</verse>
				<verse number="27">ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ ଅଭୟଦେଇ କହିଲେ, “ମୁଁ ପରା! ଭୟ କର ନାହିଁ।”</verse>
				<verse number="28">ଏହା ଶଉଣଇ ପିତର କହିଲେ, “ପ୍ରଭୁ, ଯଦି ସତରେ ଆପଣ ହୋଇଥାଆନ୍ତି, ପାଣଇ ଉପରେ ଚାଲି ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଦେଶ ଦିଅନ୍ତୁ।”</verse>
				<verse number="29">ଯୀଶୁ କହିଲେ, “ଚାଲି ଆସ।” ପିତର ନୌକରୁ ବାହାରି ଯୀଶଉଙ୍କ ଆଡ଼କୁ ପାଣି ଉପରେ ଚାଲିବାକୁ ଲାଗିଳେ।</verse>
				<verse number="30">କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।”</verse>
				<verse number="31">ହଠାତ୍ ଯୀଶୁ ହତ ବଢ଼ଶଇ ପିତକୁ ଧରି କହିଲେ, “କେଡ଼େ ଅଳ୍ପବିଶ୍ୱାସୀ ତୁମେ! ସନ୍ଦେହ କଲ କାହିଁକି?”</verse>
				<verse number="32">ସେମାନେ ଦୁହେଁ ନୌକା ଚଢ଼ିଲେ ଓ ସେହିକ୍ଷଣଇ ପବନ ବନ୍ଦ ହେଲା।</verse>
				<verse number="33">ଶିଷ୍ୟମାନେ ଯୀଶୁଙ୍କୁ ଆରାଧନା କରି କହିଲେ, “ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”</verse>
				<verse number="34">ସେମାନେ ହ୍ରଦ ପାରିହୋଇ ଗିନେସରତରେ ପହଞ୍ଚିଲେ।</verse>
				<verse number="35">ସେଠାକାର ଲୋକମାନେ ଯୀଶୁଙ୍କୁ ଚିହ୍ନିପାରି ଆଖପାଖ ଅଞ୍ଚଳରେ ଥିବା ରୋଗୀମାନଙ୍କୁ ଯୀଶୁଙ୍କ ନିକଟକୁ ଡାକି ଆଣିଲେ।</verse>
				<verse number="36">ପୀଡ଼ିତମାନଙ୍କୁ ଅନ୍ତତଃ ତାଙ୍କ ପୋଷାକର ଧାର ସ୍ପର୍ଶ କରିବାକୁ ଅନୁମତି ଦିଅନ୍ତୁ ବୋଲି, ସେମାନେ ଯୀଶୁଙ୍କୁ ଅନୁରୋଧ ସୁସ୍ଥ ହେଲେ।</verse>
			</chapter>
			<chapter number="15">
				<verse number="1">ଦିନେ କେତେ ଜଣ ଫାରୁଶୀ ଓ ଧର୍ମଗୁରୁ ଯିରୁଶାଲମରୁ ଆସି ଯୀଶୁଙ୍କୁ ପଚାରିଲେ,</verse>
				<verse number="2">“ଆମ ପିତୃପୁରୁଷ ଯେଉଁସବୁ ଶିକ୍ଷା ଦେଇ ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ କାହିଁକି ସେସବୁ ଲଘଂନ କରୁଛନ୍ତି? ଖାଇବା ପୂର୍ବରୁ ସେମାନେ ବିଧିମତେ ହାତ ଧୋଉ ନାହାନ୍ତି।”</verse>
				<verse number="3">ଯୀଶୁ ଉତ୍ତର ସେଲେ, “ତୁମ୍ଭମାନେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଘଂନ କରି ନିଜ ଶିକ୍ଷା ଅନୁସାରେ କାର୍ଯ୍ୟ କରୁଛ?</verse>
				<verse number="4">ଈଶ୍ୱର ଆଜ୍ଞା କରିଛନ୍ତି, ‘ପିତା ମାତାଙ୍କୁ ସମାଦର କର। ଯେ’ କେହି ତା’ ପିତା ବା ମାତାଙ୍କୁ ହତାଦର କରି କିଛି କହେ, ସେ ପ୍ରାଣଦଣ୍ଡ ପାଇବ।’</verse>
				<verse number="5">“କିନ୍ତୁ ତୁମ୍ଭମାନେ ଶିକ୍ଷା ଦେଉଛ ଯେ ଜଣେ ବ୍ୟକ୍ତି ଯେଉଁ ଅର୍ଥ ଦ୍ୱାରା ନିଜ ପିତାମାତାଙ୍କୁ ସାହାଯ୍ୟ କରି ପାରିଥାଆନ୍ତା, ତା' 'ଈଶ୍ୱରଙ୍କୁ ଦାନ କରିଛି' ବୋଲି କହିଦେଲେ,</verse>
				<verse number="6">ସେ ଆଉ ତା' ପିତାମାତାଙ୍କ ଦାୟିତ୍ୱ ନେବା ଅନାବଶ୍ୟକ। ତୁମେ ଏହିପରି ଭାବରେ ଈଶ୍ୱରଙ୍କର ଆଜ୍ଞା ଅବଜ୍ଞା କରି ନିଜ ଶିକ୍ଷଶ ଅନୁସାରେ ଚାଲୁଛି।</verse>
				<verse number="7">ଆରେ ଛଳ ଧାର୍ମିକ ଦଳ, ତୁମ୍ଭମାନଙ୍କ ସମ୍ପର୍କରେ ଯିଶାଇୟଙ୍କ ଭବିଷ୍ୟବାଣୀ କେଡ଼େ ଯଥାର୍ଥ:</verse>
				<verse number="8">‘ଈଶ୍ୱର କହୁଛନ୍ତି, ଏହି ଲୋକମାନେ କେବଳ କଥାରେ ମୋତେ ସମ୍ମାନ ଦିଅନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ’ଠାରୁ ବହୁତ ଦୂରରେ।</verse>
				<verse number="9">ମୋତେ ସେମାନେ ଆରାଧନା କରିବା ନିରର୍ଥକ, କାରଣ ସେମାନେ ମଣିଷ ରାଢ଼ା ନିୟମକୁ, ମୋର ଆଜ୍ଞା ବୋଲି କହୁଛନ୍ତି’।”</verse>
				<verse number="10">ତା’ ପରେ ଯୀଶୁ ଲୋକମାନଙ୍କୁ ଡ଼ାକି କହିଲେ, “ମନଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର।</verse>
				<verse number="11">ମନୁଷ୍ୟର ମୁଖ ଦେଇ ଯାହା ତା’ ଭିତରକୁ ଯାଏ, ତାହା ତାକୁ ଅପବିତ୍ର କରେ ନାହିଁ; ବରଂ ଯାହା ତା’ ଭିତରୁ ବାହାରକୁ ଆସେ, ତାହା ତାକୁ ଅପବିତ୍ର କରେ।”</verse>
				<verse number="12">ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣଙ୍କ କଥା ଶୁଣଇ ଫାରୁଶୀମାନେ ବିରକ୍ତ ହୋଇଛନ୍ତି, ଏହା କ’ଣ ଆପଣ ଜାଣନ୍ତି ନାହିଁ?”</verse>
				<verse number="13">ଯୀଶୁ ଉତ୍ତର ଦେଲେ, “ଯେଉଁ ଗଛଗୁଡ଼ିକୁ ମୋ’ ପିତା ଈଶ୍ୱର ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ।</verse>
				<verse number="14">“ସେମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ସେମାନେ ଅନ୍ଧ ପଥପ୍ରଦର୍ଶକ। ଗୋଟିଏ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ବାଟ କଡ଼ାଇଲେ ଦୁଇଜଣ ଯାକ ଖାଲରେ ପଡ଼ନ୍ତି।”</verse>
				<verse number="15">ପିତର କହିଲେ, “କଥାଟିକୁ ସ୍ପଷ୍ଟଭାବେ ବୁଝାଇ ଦିଅନ୍ତୁ।”</verse>
				<verse number="16">ଯୀଶୁ କହିଲେ, “ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ତୁମର ବୁଝିବା ଶକ୍ତି କିଛି ଅଧିକ ହୋଇ ନାହିଁ।</verse>
				<verse number="17">ଏତିକି ବୁଝିପାରୁ ନାହିଁ? ଯେଉଁ ପଦାର୍ଥ ମଣିଷର ମୁହଁ ବାଟେ ପଶେ, ତାହାଂ ପେଟ ଭିତରେ ଯାଏ ଓ ପୁଣି ଦେହରୁ ବାହାରି ଯାଏ।</verse>
				<verse number="18">କିନ୍ତୁ ଯେଉଁସବୁ ବିଷୟ ତା’ ମୁହଁ ବାଟେ ବାହାରକୁ ଆସେ, ତାହା ତା’ର ହୃଦୟରୁ ଜାତ ହୋଇଥାଏ ଏବଂ ତଦ୍ୱାରା ସେ ଅପବିତ୍ର ହୁଏ;</verse>
				<verse number="19">କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।</verse>
				<verse number="20">ଏହିସବୁ କାର୍ଯ୍ୟ ମନୁଷ୍ୟକୁ ଅପର୍ବତ୍ର କରେ। କିନ୍ତୁ ସେମାନେ କହିବା ଅନୁଯାୟୀ ହାତ ନ ଥୋଇ ଖାଇଲେ, କେହି ଅପବିତ୍ର ହୋଇଯାଏ ନାହିଁ।”</verse>
				<verse number="21">ଯୀଶୁ ସେହି ସ୍ଥାନ ଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗଲେ।</verse>
				<verse number="22">ସେଠାରେ ବାସ କରୁଥିବା ଜଣେ କିଣାନୀୟ ସ୍ତ୍ରୀଲୋକ ଯୀଶଉ ଙ୍କ ନିକଟକୁ ଆସି କହିଲା, “ହେ ପ୍ରଭୁ, ଦାଉଦ ବଂଶଜ, ମୋତେ ଦୟା କର। ମୋ’ ଝିଅକୁ ଭୁତ ଥରିଛି ଓ ସେ ବଡ଼ କଷ୍ଟ ଭୋଗିଛି।”</verse>
				<verse number="23">କିନ୍ତୁ ଯୀଶଉ ତାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଶିଷ୍ୟମାନେ ତାଙ୍କ ପାଖକୁ ଆସି ଅନୁରୋଧ କଲେ, “ତାକୁ ଶୀଘ୍ର ବିଦାୟ କରି ଦିଅନ୍ତୁ। ଦେଖନ୍ତୁ ସେ କିପରି ପାଟି କରି ଆମ ପଛରେ ଗୋଡ଼େଇଛି।”</verse>
				<verse number="24">ଯୀଶୁ ଉତ୍ତର ଦେଲେ, “ହଜିଲା ମେଣ୍ଢାପରି ପଥଭ୍ରଷ୍ଟ ଇଶ୍ରାୟେଲ ଲୋକଙ୍କ ଗୋଡ଼ ତଳେ ପଡ଼ି କହିଲା, “ପ୍ରଭୁ, ମୋତେ ଦୟା କରନ୍ତୁ।”</verse>
				<verse number="25">ସ୍ତ୍ରୀ ଲୋକଟି ଆସି ଯୀଶୁଙ୍କ ଗୋଡ଼ ତଳେ ପଡ଼ି କହିଲା, "ପ୍ରଭୁ, ମୋତେ ଦୟା କରନ୍ତୁ।”</verse>
				<verse number="26">ଯୀଶୁ କହିଲେ, “ ପିଲାମାନଙ୍କର ଖାଦ୍ୟ ନେଇ କୁକୁର ଆଜରେ ପକେଇବା ଠିକ୍ ନୁହେଁ।”</verse>
				<verse number="27">ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ତାହା ସତ ହ୍ରଭୁ, କିନ୍ତୁ କୁକୁରମାନେ ମଧ୍ୟ ମେଜ ତଳେ ମୁନିବର ଅଇଁଠା ଖାଇବାକୁ ପାହାନ୍ତି।”</verse>
				<verse number="28">ଯୀଶୁ ତା’ କଥାର ଉତ୍ତର ଦେଇ କହିଲେ, “ତୁମେ ଜଣେ ଦୃଡ଼ ବିଶ୍ୱାସିନୀ। ତୁମ ଇଚ୍ଛା ପୂର୍ଣ୍ଣ ହେବ।” ସେହି ମୁହୂର୍ତ୍ତରେ ତା’ର ଝିଅ ସୁସ୍ଥ ହେଲା।</verse>
				<verse number="29">ସେଠାରୁ ବାହାରି ଯୀଶୁ ହ୍ରଦ କୂଳେ କୂଳେ ଯାଇ ଗୋଟିଏ ପାହାଡ଼ ଉପରେ ବସିଲେ।</verse>
				<verse number="30">ବହୁ ସଂଖ୍ୟାରେ ଲୋକମାନେ ଆସି ତାଙ୍କ ନିକଟରେ ଜମା ହେଲେ। ସେମାନେ ପଙ୍ଗୁ, ଅନ୍ଧ, ବିକଳାଙ୍ଗ ଓ ଅନେକ ପୀଡ଼ିତ ଲୋକମାନଙ୍କୁ ଆଣି ଯୀଶୁଙ୍କ ପାଦ ତଳେ ରଖିଲେ ଏବଂ ଯୀଶଉ ସେ ସମସ୍ତଙ୍କୁ ସୁସ୍ଥ କଲେ।</verse>
				<verse number="31">ମୂକ କଥା କହିବା, ବିକଳାଙ୍ଗ ସୁସ୍ଥ ହେବା, ପଙ୍ଗୁ ଚାଲିବା ଓ ଅନ୍ଧ ଦୃଷ୍ଟି ଲାଭ କରିବା ଦେଖି ଲୋକେ ବିସ୍ମୟାଭିଭୂତ ହେଲେ ଏବଂ ଇଶ୍ରାୟେଲର ଈଶ୍ୱରଙ୍କୁ ପ୍ରଶଂସା କଲେ।</verse>
				<verse number="32">ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଏହି ଲୋକମାନଙ୍କ ପାଇଁ ମୋତେ ଦୁଃଖ ଲାଗୁଛି, କାରଣ ଏମାନେ ମୋ’ ସାଙ୍ଗରେ ତିନି ଦିନ ରହିଗଲେଣି ଏବଂ ଏବେ ସେମାନଙ୍କ ପାଖରେ କିଛି ନାହିଁ। ସେମାନେ ନ ଖାଇ ଏଠାରୁ ଚାଲି ଯାଆନ୍ତୁ, ଏକଥା ମୁଁ ଚାହେଁ ନାହିଁ; କାରଣ ଫେରିଯିବାବେଳେ ବାଟରେ ସେମାନେ ଥକ୍କି ପଡ଼ିବେ।”</verse>
				<verse number="33">ଶିଷ୍ୟମାନେ ପଚାରିଲେ, “ଏମରୁ ଅଞ୍ଚଳରେ ଏତେ ଲୋକଙ୍କୁ ଖୁଆଇବା ପାଇଁ ଆମେ କେଉଁଠୁ ଖାଦ୍ୟ ପାଇବା?”</verse>
				<verse number="34">ଯୀଶୁ ପଚାରିଲେ, “ତୁମ ପାଖରେ କେତୋଟି ରୋଟୀ ଅଛି?” ସେମାନେ ଉତ୍ତର ଦେଲେ, “ସାତୋଟି ରୋଟୀ ଓ କିଛି ଛୋଟ ମାଛ।”</verse>
				<verse number="35">ଯୀଶୁ ଲୋକମାନଙ୍କୁ ଭୂମି ଉପରେ ବସିବାକୁ କହିଲେ।</verse>
				<verse number="36">ତା’ପରେ ସେ ସେହି ସାତୋଟି ରୋଟୀ ଓ ମାଛ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ। ଶିଷମାନେ ତାହା ଲୋକମାନଙ୍କ ମଧ୍ୟରେ ବାଣ୍ଟିଲେ।</verse>
				<verse number="37">ସମସ୍ତେ ଯଥେଷ୍ଟ ପରିମାଣରେ ଖାଇବାକୁ ପାଇଳେ ଏବଂ ଶିଷ୍ୟମାନେ ବଳି ପଡ଼ିଥିବା ଖାଦ୍ୟ ପଦାର୍ଥରେ ଦାତୋଟି ଟୋକେଇ ପୂର୍ଣ୍ଣ କଲେ।</verse>
				<verse number="38">ସ୍ତ୍ରୀ ଓ ପିଲାମାନଙ୍କୁ ବିଦାୟ ଦେଇ ନୌକା ଚଢ଼ି ମଗଦାନ ଅଞ୍ଚଳକୁ ଗଲେ।</verse>
				<verse number="39">ଏହା ପରେ ଯୀଶୁ ଲୋକମାନଙ୍କୁ ବିଦାୟ ଦେଇ ନୌକା ଚଢ଼ି ମଗଦାନ ଅଞ୍ଚଳକୁ ଗଲେ।</verse>
			</chapter>
			<chapter number="16">
				<verse number="1">ଦିନେ କେତେ ଜଣ ଫାରୁଶୀ ଓ ସାଦ୍ଦୁକୀ ଯୀଶୁଙ୍କ ଦୋଷ ଧରିବା ପାଇଁ ଫାନ୍ଦ ପାତି ତାଙ୍କ ନିକଟକୁ ଆସିଲେ। ସେମାନେ ତାଙ୍କୁ କହିଲେ, ଈଶ୍ୱର ତାଙ୍କୁ ମନୋନୀତ କରିଛନ୍ତି ବୋଲି ପ୍ରମାଣ ଦେବା ପାଇଁ ସେ ଗୋଟିଏ ଅଲୌକିକ କାର୍ଯ୍ୟ କରି ଦେଖନ୍ତୁ।</verse>
				<verse number="2">କିନ୍ତୁ ଯୀଶୁ ଉତ୍ତର ଦେଲେ, “ସନ୍ଧ୍ୟାବେଳେ ଆକାଶ ଲାଲ ଦେଖାଗଲେ ପାଗ ଭଲ ହେବ ବୋଲି ତୁମେ କହିଥାଅ,</verse>
				<verse number="3">ପୁଣି ପ୍ରତ୍ୟୁଷରେ ଆକାଶ ଲାଲ ଓ ଅନ୍ଧାର ଦେଖାଗଲେ ବର୍ଷା ହେବାର ସୂଚନା ପାଇଥାଅ। ଆକାଶକୁ ଦେଖି ପାଗ କଥା ଆଗରୁ ଜାଣିପାର। କିନ୍ତୁ ବର୍ତ୍ତମାନ ସମୟର ସଙ୍କେତଗୁଡ଼ିକୁ ତୁମେ ବୁଝିପାରୁ ନାହିଁ।</verse>
				<verse number="4">ଏ ଯୁଗର ଲୋକମାନେ କେଡ଼େ ଭ୍ରଷ୍ଟ ଓ ଈଶ୍ୱର ଅବିଶ୍ୱାସୀ! ତୁମେ ଗୋଟିଏ ଅଲୌକିକ କାର୍ଯ୍ୟ କରିବାରୁ କହୁଛ? କିନ୍ତୁ ଯୂନସଙ୍କ ଚୀବନରେ ଘଟିଥିବା ଆଶ୍ଚର୍ଯ୍ୟ କ୍ରିୟା ଛାଡ଼ା ଅନ୍ୟ କୌଣସି ଅଲୌକିକ କାର୍ଯ୍ୟ ତୁମେ ମୋ’ଠାରେ ଦେଖିବ ନାହିଁ।” ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଜାଲିଗଲେ।</verse>
				<verse number="5">ଶିଷ୍ୟମାନେ ହ୍ରଦ ଆରପାରିକୁ ଯିବା ସମୟରେ ରୋଟୀ ନେବକୁ ଭୁଲି ଯାଇଥିଲେ।</verse>
				<verse number="6">ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, ଫାରୁଶୀ ଓ ସାଦ୍ଦୁକୀମାନଙ୍କର ଖମୀର ପ୍ରତି ସର୍ତକ ରୁହ।”</verse>
				<verse number="7">ସେମାନେ ନିଜ ନିଜ ଭିତରେ ଆଲୋଚନା କରି କହିଲେ, “ଆମେ ରୋଟୀ ଆଣି ନ ଥିବାରୁ ସେ ଏକଥା କହୁଛନ୍ତି।”</verse>
				<verse number="8">ସେମାନେ କ’ଣ କହୁଥଲେ ଜାଣିପରେି ଯୀଶୁ ସେମାନଙ୍କୁ କହିଲେ, “ତୁମ ପାଖରେ ରୋଟୀ ନାହି ବୋଲି କାହିଁକି ବ୍ୟସ୍ତ ହେଉଛ? ତୁମ୍ଭମାନର ବିଶ୍ୱାସ କେଡ଼େ ଦୂର୍ବଳ।</verse>
				<verse number="9">ଏ ପର୍ଯ୍ୟନ୍ତ କ’ଣ ବୁଝିପାରି ନାହିଁ? ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ପାଞ୍ଚୋଟି ରୋଟୀ ବାଣ୍ଟିଥିବା କଥା କ’ଣ ତୁମର ମନେ ନାହିଁ? ସେତେବେଳେ କେତୋଟି ଟୋକେଇ ପୂର୍ଣ୍ଣ କରିଥିଲେ?</verse>
				<verse number="10">ଆଉ ଚାରି ହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ କଥା ମନେ ନାହିଁ? ସେତେବେଳେ କେତୋଟି ଟୋକେଇ ଭର୍ତ୍ତି କରିଥିଲେ?</verse>
				<verse number="11">“ମୁଁ ରୋଟୀ ବିଷୟରେ କହୁ ନ ଥିଲେ, ତୁମେ କେମିତି ବୁଝିପାରୁ ନାହିଁ? ମୁଁ କହୁଛି, ଫାରୁଶୀ ଓ ସାଦ୍ଦୁୀମାନଙ୍କର ଖମୀର ପ୍ରତି ସର୍ତକ ରହୁ।”</verse>
				<verse number="12">ସେତେବେଳେ ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ରୋଟୀର ଖମୀର କଥା କହି ନ ଥଲେ, କିନ୍ତୁ ଫାରୁଶୀ ଓ ଦାଦ୍ଦୁକୀମାନଙ୍କର ଶିକ୍ଷା ପ୍ରତି ସର୍ତକ କରି ଦେଇଥଲେ।</verse>
				<verse number="13">ସିସେରିଆ ଫିଲିପ୍ପୀ ନଗର ନିକଟବର୍ତ୍ତୀ ଅଞ୍ଚଳକୁ ଯିବା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ମନୁଷ୍ୟ ପୁତ୍ର କିଏ- ଏ ବିଷୟରେ ଲୋକେ କ’ଣ କହୁଛନ୍ତି?”</verse>
				<verse number="14">ସେମାନେ ଉତ୍ତର ସେଲେ, “କେତେକ କହୁଛନ୍ତି, ସେ ଜଳଦୀକ୍ଷାଦାତା ଯୋହନ। ଆଉ କେତେକ କହୁଛନ୍ତି ‘ଏଲିୟ’, ଅନ୍ୟମାନେ କହୁଛନ୍ତି, ଯରିମିୟ ବା ଅନ୍ୟ କୌଣସି ଭାବବାଦୀ।”</verse>
				<verse number="15">ଯୀଶୁ ପଚାରିଲେ, “ମୁଁ କିଏ-ଏ ବିଷୟରେ ତୁମ୍ଭେମାନେ କ’ଣ କହୁଛ?”</verse>
				<verse number="16">ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”</verse>
				<verse number="17">ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।</verse>
				<verse number="18">“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।</verse>
				<verse number="19">“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”</verse>
				<verse number="20">ଯୀଶୁ ମସୀହ ବୋଲି କାହା ଆଗରେ ନ ଜଣାଇବାକୁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞ ଦେଲେ।</verse>
				<verse number="21">ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”</verse>
				<verse number="22">ପିତର ଯୀଶୁଙ୍କୁ ନିଭୃତକୁ ଡାକିନେଇ ଅନୁଯୋଗ କରି କହିଲେ, “ଈଶ୍ୱର ନ କରନ୍ତୁ, ପ୍ରଭୁ, ଆପଣଙ୍କ ପ୍ରତି ଏସବୁ କେବେ ନ ଘଟୁ।”</verse>
				<verse number="23">ଯୀଶୁ ବୁଲିପଡ଼ି କହିଲେ, “ମୋ’ ଆଗରୁ ଦୁରେଇ ଯାଅ ଶୟତାନ, ମୋ’ ନାଇଁ ପ୍ରତିବନ୍ଧକ ହୁଅ ନାହିଁ। କାରଣ ତୁମର ଏହି ଚିନ୍ତା କେବଳ ମାନବିକ, ଐଶ୍ୱରିକ ନୁଡେଁ।”</verse>
				<verse number="24">ତତ୍ପରେ ଯୀଶଉ ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋ’ ସାଙ୍ଗରେ ଆସିବାକୁ ଚାହେଁ, ତାକୁ ଆମଫତ୍ୟାଗୀ ହୋଇ ନିଜର କ୍ରୁଶ ବହନ କରିବାକୁ ହେବ ଏବଂ ମୋ’ ପଛେ ପଛେ ଚାଲିବାକୁ ପଡ଼ିବ।</verse>
				<verse number="25">କାରଣ ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚାହେଁ, ସେ ତାହା ହରାଇବ, କିନ୍ତୁ ମୋ’ ଲାଗି ଯେ ନିଜ ଜୀବନକୁ ଉତ୍ସର୍ଗ କରିଦିଏ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।</verse>
				<verse number="26">ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ।</verse>
				<verse number="27">ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।</verse>
				<verse number="28">ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”</verse>
			</chapter>
			<chapter number="17">
				<verse number="1">ଯୀଶୁ ଏହାର ଛଅ ଦିନ ପରେ ପିତର ଓ ଯାକୁବ, ଯୋହନ ଦୁଇ ଭାଇଙ୍କୁ ନେଇ ଗୋଟିଏ ଉଚ୍ଚ ପାହାଡ଼ ଉପରକୁ ଗଲେ। ସେଠାରେ ଅନ୍ୟ କେହି ନ ଥିଲେ।</verse>
				<verse number="2">ଶିଷ୍ୟମାନେ ଦେଖୁ ଦେଖୁ ଯୀଶୁଙ୍କର ଗୋଟିଏ ଅପୂର୍ବ ପରିବର୍ତ୍ତନ ହେଲା। ତାଙ୍କ ମୁଖ ସୂର୍ଯ୍ୟପରି ଉଜ୍ଜ୍ୱଳ ହେଲା ଏବଂ ତାଙ୍କ ପୋଷାକ ଆଲୋକ ପରି ଶୁଭ୍ର ଦେଖାଗଲା।</verse>
				<verse number="3">ମୋଶା ଓ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିବା ଶିଷ୍ୟମାନେ ଦେଖିଲେ।</verse>
				<verse number="4">ପିତର ଯୀଶୁଙ୍କୁ କହିଲେ, “କେଡ଼େ’ ସୁଖର କଥା, ଆଜି ଆମେ ଏଠାରେ ଅଛୁ। ଆପଣ ଯଦି ଇଚ୍ଛାକରନ୍ତୁି, ଏଠାରେ ମୁଁ ତିନୋଟି କୁଟୀର ନିର୍ମାଣ କରିବି। ଗୋଟିଏ ଆପଣଙ୍କ ପାଇଁ, ଅନ୍ୟ ଦୁଇଟି ମୋଶା ଓ ଏଲିୟଙ୍କ ପାଇଁ।”</verse>
				<verse number="5">ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”</verse>
				<verse number="6">ଶିଷ୍ୟମାନେ ସେହି ସ୍ୱର ଶୁଣି ଏଡ଼େଆତଙ୍କିତ ହେଲେ ଯେ ସେମାନେ ଭୂମିରେ ମୁହଁମାଡ଼ି ପଡ଼ିଗଲେ।</verse>
				<verse number="7">ଯୀଶୁ ସେମାନଙ୍କ ନିକଟକୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କରନାହଁ।”</verse>
				<verse number="8">ତେଣୁ ସେମାନେ ଉପରକୁ ଚାହିଁ ଯୀଶୁଙ୍କ ଛଡ଼ା ସେଠାରେ ଆଉ କାହାକୁ ଦେଖିଲେ ନାହିଁ।</verse>
				<verse number="9">ସେମାନେ ପାହାଡ଼ରୁ ଉହ୍ଲଇ ଆସିଲାବେଳେ ଯୀଶୁ ସେମାନଙ୍କୁ ଆସେଶ ଦେଇ କହିଲେ, “ମନୁଷ୍ୟ ପୁତ୍ର ମୃତ୍ୟରୁ ପୁନରୁତ୍ଥିତ ହେବା ପର୍ଯ୍ୟନ୍ତ ଏହି ଦର୍ଶନ କଥା ତୁମେ କାହାକୁ କୁହ ନାହିଁ।”</verse>
				<verse number="10">ଶିଷ୍ୟମାନେ ଯୀଶୁଙ୍କ କଚାରିଲେ, ‘ଏଲିୟ ପ୍ରଥମେ ଆସିବେ ବୋଲି ଆମ ଧର୍ମଗୁରୁମାନେ କହିଁକି କହିଛନ୍ତି?”</verse>
				<verse number="11">ଯୀଶୁ ଉତତ୍ତର ଦେଲେ, “ହଁ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପ୍ରସ୍ତୁତ କରି ରଖିବା କଥା;</verse>
				<verse number="12">କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଏଲିୟ ଆମସି ସାରିଛନ୍ତି ଏବଂ ତାଙ୍କୁ ନ ଚିହ୍ନି ଲୋକେ ତାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଛନ୍ତି। ମନୁଷ୍ୟ ପୁତ୍ରଙ୍କ ପ୍ରତି ମଧ୍ୟ ସେମାନେ ସେହିପରି ଦୁର୍ବ୍ୟବହାର କରିବେ।”</verse>
				<verse number="13">ସେତେବେଳେ ଶିଷ୍ୟମାନେ ବୁଝିପାରଲେ ଯେ, ଯୀଶୁ ଜଳଦୀକ୍ଷାଦାତା ଯୋହନଙ୍କ ବିଷୟରେ କହୁଛନ୍ତି।</verse>
				<verse number="14">ଯୀଶୁ ଓ ତାଙ୍କ ଶିଷ୍ୟମାନେ ଲୋକ ଗହଳ ଭିତରକୁ ଫେରି ଆସିବା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ଆଣ୍ଢଇ ପଡ଼ି କହଲା,</verse>
				<verse number="15">“ପ୍ରଭୁ, ମୋ’ ପୁଅକୁ ଦୟା କରନ୍ତୁ। ମୂର୍ଚ୍ଛାରୋଗ ପ୍ରକୋପରେ ସେ ଅନେକ ଥର ନିଆଁ ବା ପାଣିରେ ପଡ଼ିଯାଏ।</verse>
				<verse number="16">ତାକୁ ମୁଁ ଆପଣଙ୍କ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି; କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”</verse>
				<verse number="17">ଯୀଶୁ କହିଲେ, “କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ ତୁମ୍ଭମାନେ! ତୁମ ସହିତ ମୁଁ ଆଉ ମେତେ ଦିନ ରହିବି? ଆଉ ମେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ସେ ପୁଅଟିକୁ ମୋ’ ନିକଟକୁ ନେଇ ଆସ।”</verse>
				<verse number="18">ବାଳକ ବାଳକ ଭିତରେ ଥିବା ଭୂତକୁ ଯୀଶୁ ଧମକ ଦେଲ। ଭୂତ ତା’କୁ ଛାଡ଼ି ଚାଲିଗଲା ଏବଂ ସେହି ମୁହୂର୍ତ୍ତରେ ବାଳକଟି ସୁସ୍ଥ ହୋଇଗଲା।</verse>
				<verse number="19">ତା’ପରେ ଶିଷ୍ୟମାନେ ଯୀଶୁଙ୍କୁ ଏକାନ୍ତରେ ଆସି ପଚାରିଲେ, “ଆମେ କାହିଁକି ସେହି ଭୂତକୁ ଛଡ଼ାଇ ପାରିଲୁନି?”</verse>
				<verse number="20">ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଶ୍ୱାସ ଖୁବ୍ ଦୁର୍ବଳ। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଭାବରେ କହୁଛି, ଯଦି ଗୋଟିଏ ସୋରିଷ ପରିମାଣରେ ତୁମର ବିଶ୍ୱାଦସ ଥାଏ, ଏହି ପାହାଡ଼କୁ ଏଠାରୁ ସେଠାକୁ ଘୁଞ୍ଚି ଯିବାକୁ କହିଲେ, ତାହା ଘୁଞ୍ଚି ଯିବ। ବିଶ୍ୱାସ ବଳରେ ତୁମେ ସବୁ କରିପାରିବ।”</verse>
				<verse number="21"></verse>
				<verse number="22">ଶିଷ୍ୟମାନେ ସମସ୍ତେ ଗାଲିଲୀରେ ଏକତ୍ରିତ ଷଡବା ପରେ ଯୀଶୁ ସେମାନଙ୍କୁ କହିଲେ,</verse>
				<verse number="23">“ଯେଉଁ ଲୋକମାନେ ମନୁଷ୍ୟ ପୁତ୍ରଙ୍କୁ ହତ୍ୟା କରିବେ, ସେମାନେ ହାତରେ ସମର୍ପିତ ହେବାକୁ ସେ ଏବେ ଯାଇଉନ୍ତି, କିନ୍ତୁ ତିନି ଦିନ ପରେ ସେ ପୁନର୍ଜୀବିତ ହେବେ।”</verse>
				<verse number="24">ଯୀଶୁ ଓ ତାଙ୍କ ଶିଷ୍ୟମାନେ କପର୍ନାହୂମକୁ ଆସିବା ପରେ ମନ୍ଦିର-ଶୁଲ୍କ ଦିଅନ୍ତି କି?”</verse>
				<verse number="25">ପିତର ଉତ୍ତର ଦେଲେ, “ନିଶ୍ଚୟ”। ପିତର ଘର ଭିତରେ ପ୍ରବେଶ କରିବାକ୍ଷଣି ଯୀଶୁ ତାଙ୍କୁ ପଚାରିଲେ, “ଶିମୋନ, ତୁମେ କ’ଣ ଭାବୁଛ? ଏ ଜଗତରେ ରାଜାମାନଙ୍କୁ କିଏ ଶୁଲ୍କ ଦିଏ-ସେମାନଙ୍କର ରାଜ୍ୟର ପ୍ରକାରମାନେ?”</verse>
				<verse number="26">ପିତର କହିଲେ, “ବିଦେଶୀମାନେ”। ଯୀଶୁ କହିଲେ, “ତା’ମନେ ରାଜ୍ୟର ପ୍ରଜାମାନେ କର ଭାରରୁ ମୁକ୍ତି?</verse>
				<verse number="27">କିନ୍ତୁ ଆମେ ଏବେ ସେମାନଙ୍କୁ ଅପମାନିତ କରିବାକୁ ଚାହୁଁନୁ। ତୁମେ ହ୍ରଦକୁ ଯାଇ ବନଶୀ ପକାଅ। ପ୍ରଥମେ ଯେଉଁ ମାଛଟି ପଡ଼ିବ, ତା’ ପାଟିରୁ ଗୋଟିଏ ମୁଦ୍ରା ପାଇବ। ତାହା ନେଇ ମୋ’ ପାଇଁ ଓ ତୁମ ପାଇଁ ଓ ତୁମ ପାଇଁ ମନ୍ଦିର-ଶୁଳକକ ଦେଇଦିଅ।”</verse>
			</chapter>
			<chapter number="18">
				<verse number="1">ଦିନେ ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼ କିଏ?”</verse>
				<verse number="2">ଯୀଶୁ ଗୋଟୀଏ ଶିଶୁକୁ ସେମାନଙ୍କ ଆଗରେ ଠିଆ କରାଇ କହିଲେ,</verse>
				<verse number="3">“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମର ମନ ପରିବର୍ତ୍ତିତ ହୋଇ ଶିଶୁ ସୁଲଭ ନ ହେଲେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।</verse>
				<verse number="4">ଯେ ନିଜକୁ ନମ୍ର କରି ଏହି ଶିଶୁ ପରି ହେବ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼,</verse>
				<verse number="5">ଏବଂ କେହି ମୋ’ ନାମରେ ଏହିପରି ଗୋଟିଏ ଶିଶୁକୁ ଗ୍ରହଣ କରେ, ସେ ମୋତେ ମଧ୍ୟ ଗ୍ରହଣ କରେ।</verse>
				<verse number="6">“ମୋ’ଠାରେ ବିଶ୍ୱାସ କରୁଥିବା ଏହି ଶିଶୁମାନଙ୍କ ମଧ୍ୟରୁ ଜଣକର ବିଶ୍ୱାସରେ ଯେ କେହି ବିଘ୍ନ ଘଟାଏ, ତା' ବେକରେ ଗୋଟିଏ ଚକି ପଥର ବାନ୍ଧି ତାକୁ ସମୁଦ୍ରରେ ପକାଇ ଦେବା ଶ୍ରେୟସ୍କର ହେବ।</verse>
				<verse number="7">ଲେକମାନଙ୍କର ବିଶ୍ୱାସରେ ବିଘ୍ନ ଘଟାଇବା ପାଇଁ ଅନେକ ବିଷୟ ରହିଛି। ସେଥପାଇଁ ଏହି ଜଗତର ଅବସ୍ଥା ଏଡ଼େ ଭୟାନକ। ସବୁଥିପାଇଁ ଏହି ଜଗତରେ ଅବସ୍ଥା ଏଡ଼େ ଭୟାନକ। ସବୁବେଳେ ଏପରି ବିଘ୍ନ ଆସିବ, କିନ୍ତୁ ଯେ ବିଘ୍ନ ଘଟଶଏ, ତା’ର ପରିଣତି କେଡ଼େ ଶେଜନୀୟ!</verse>
				<verse number="8">“ଯଦି ତୁମର ହାତ ବା ପାଦ ଯୋଗୁଁ ତୁମେ ବିଶ୍ୱାସ ହରାଅ, ତେବେ ତାକୁ କାଟି ଫୋପାଡ଼ି ଦିଅ। ଦୁଇଟି ହାତ ଓ ଦୁଇଟି ପାଦ ଥାଇ ଚିର ଜ୍ୱଳନ୍ତ ଅଗ୍ନିରେ ନିକ୍ଷିୟ ହେବାଠାରୁ ଗେଟିଏ ହାତ ବା ଗୋଟିଏ ପାଦବିହୀନ ହୋଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍ଳର।</verse>
				<verse number="9">“ତୁମ ଆଖି ଲାଗି ଯଦି ତୁମର ସ୍ଖଳନ ଘଟେ, ତାକୁ ଉପାଡ଼ି ଫୋପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକାଗ୍ନିର ନିକ୍ଷିପ୍ତ ହେବାଠାରୁ ଗେଟିଏ ଆଖି ନେଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍ଳର।</verse>
				<verse number="10">“ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକୁ ହେଲେ ତୁଚ୍ଛ ମନେକର ନାହିଁ। ମୁଁ ତୁମ୍ଭମାନଙ୍କୁ କହୁଛି, ଏମାନଙ୍କ ଯତ୍ନ ନେଉଥିବା ସ୍ୱର୍ଗଦୂତମାନେ ସର୍ବଦା ମୋ’ ପିତା ଈଶ୍ୱରଙ୍କ ନିକଟରେ ଅଛନ୍ତି।</verse>
				<verse number="11">(“କାରଣ ପଥଭ୍ରଷ୍ଟ ଲୋକମାନଙ୍କୁ ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଛନ୍ତି।)</verse>
				<verse number="12">“ତୁମେ କ’ଣ ଭାବୁଛ, ଯଦି ଜଣେ ଲୋକର ଶହେ ମେଣ୍ଢା ଥାଏ ଏବଂ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ କ’ଣ କରିବ? ଅନେଶତଟି ମେଣ୍ଢାଙ୍କୁ ପାହାଡ଼ ପାଖରେ ଚରିବାକୁ ଛାଡ଼ିଦେଇ ସେହି ହଜିଥିବା ମେଣ୍ଢାଟିକୁ ଖୋଜିବାକୁ ବାହାରିବ।</verse>
				<verse number="13">ଯେତେବେଳେ ସେ ତାକୁ ପାଏ, ହଜି ନ ଥିବା ଅନେଶତଟି ମେଣ୍ଢା ପାଇଁ ତା’ର ଯେତିକି ଆନନ୍ଦ, ଏହି ଗୋଟିକ ମେଣ୍ଢା ପାଇଁ ତା’ଠାରୁ ଅଧିକ ଆନନ୍ଦିତ ହୁଏ।</verse>
				<verse number="14">ଠିକ୍ ସେହିପରି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣେ ହେଲେ ପଥଭ୍ରଷ୍ଟ ହେଉ, ଏହା ତୁମ ସ୍ୱର୍ଗସ୍ଥ ପିତା ଈଶ୍ୱର ଚାହାଁନ୍ତି ନାହିଁ।</verse>
				<verse number="15">“ଜଣେ ଭାଇ ଯଦି ତୁମ ବିରୁଦ୍ଧରେ କିଛି ଦୋଷ କରେ, ତା’ ପାଖକୁ ଯାଇ ତା’ର ଦୋଷ ତାକୁ ଦେଖାଇ ଦିଅ। କିନ୍ତୁ ତୁମେ ଦୁଇଜଣ ଏକାକୀ ଥିବା ବେଳେ ଏହା ଗୋପନରେ କର। ଯଦି ସେ ତୁମ କଥା ଶୁଣେ, ତୁମ ଭାଇକୁ ତୁମେ ଫେରି ପାଇବ।</verse>
				<verse number="16">ଯଦି ସେ ଶୁଣେ ନାହିଁ, ଜଣେ ବା ଦୁଇ ଜଣ ଲୋକଙ୍କୁ ନେଇ ତା’ ପାଖକୁ ଯାଅ। ଆମ ଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ, “ଜଣେ ବା ଦୁଇଜଣ ସାକ୍ଷୀଙ୍କ ମୁହଁରେ ତୁମ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହେଉ।”</verse>
				<verse number="17">ତେବେ ମଧ୍ୟ ଯଦି ସେ ତୁମ କଥାକୁ ଭ୍ରୁକ୍ଷେପ କରେ ନାହିଁ, ଏହି ବିଷୟ ଉପାସକ ମଣ୍ଡଳୀକୁ ଜଣାଇ ଦିଅ। ପରିଶେଷରେ ସେ ଯଦି ମଣ୍ଡଳୀ କଥା ମଧ୍ୟ ଶୁଣିବ ନାହିଁ, ତେବେ ତାକୁ ଜଣେ କରଆଦାୟକାରୀ ବା ଜଣେ ବିଜାତୀୟ ବୋଲି ମନେ କରି ତା’ ସହିତ ସମ୍ପର୍କ ତୁଟାଇ ଦିଅ।</verse>
				<verse number="18">“ତୁମ୍ଭମାନଙ୍କୁ ଏହି କଥା କହି ରଖୁଛି, ତୁମେ ଏହି ପୃଥିବୀରେ ଯାହା ନିଷେଧ କରିବ, ସ୍ୱର୍ଗରେ ମଧ୍ୟ ତାହା ନିଷିଦ୍ଧ ହେବ ଏବଂ ଯାହା ପାଇଁ ତୁମେ ପୃଥିବୀରେ ଅନୁମତି ଦେବ, ସ୍ୱର୍ଗରେ ମଧ୍ୟ ତାହା ଅନୁମୋଦିତ ହେବ।</verse>
				<verse number="19">“କେବଳ ସେତିକି ନୁହେଁ, ଯେତେବେଳେ ତୁମ ମଧ୍ୟରୁ ଦୁଇଜଣ ଯେ କୌଣସି ବିଷୟରେ ଏକମତ ହୋଇ ସେଥିପାଇଁ ପ୍ରାର୍ଥନା କରିବ, ମୋର ସ୍ୱର୍ଗସ୍ଥ ପିତା ତୁମର ସେହି ଇଚ୍ଛା ପୂରଣ କରିବେ।</verse>
				<verse number="20">“କାରଣ ଯେଉଁ ଦୁଇ ବା ତତୋଧିକ ଲୋକ ମୋ’ ନାମରେ ଏକତ୍ରିତ ହୁଅନ୍ତି, ମୁଁ ସେଠାରେ ବିଦ୍ୟମାନ ଥାଏ।”</verse>
				<verse number="21">ଦିନେ ପିତର ଆସି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଜଣେ ଭାଇ ମୋ’ ବିରୁଦ୍ଧରେ ବାରମ୍ବାର ଦୋଷ କରୁଥିଲେ, ତାକୁ ମୁଁ କେତେଥର କ୍ଷମା କରିବି? କ’ଣ ସାତଥର ଯାଏ?”</verse>
				<verse number="22">ଯୀଶୁ କହିଲେ, “ନା-ସାତଥର ନୁହେଁ। ସାତଥର ସତୁରି ଗୁଣ।</verse>
				<verse number="23">ସ୍ୱର୍ଗରାଜ୍ୟର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଦିନେ ଜଣେ ରାଜା କର୍ମଚାରୀମାନଙ୍କର ହିସାବପତ୍ର ଯାଞ୍ଚ କରିବା ପାଇଁ ସ୍ଥିର କଲେ।</verse>
				<verse number="24">ସେ ଏହି କାର୍ଯ୍ୟ ଆରମ୍ଭ କଲା ବେଳେ ଜଣେ କର୍ମଚାରୀ ଧରା ହୋଇ ତାଙ୍କ ନିକଟକୁ ଅଣାଗଲା। ସେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଥିଲା।</verse>
				<verse number="25">ଋଣ ଶୁଝିବା ପାଇଁ ଏହି ଲୋକର ଯଥେଷ୍ଟ ସମ୍ବଳ ନ ଥିଲା। ତେଣୁ ତା’ର ଋଣ ପରିଶୋଧ କରିବା ପାଇଁ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରି ତାକୁ, ତା’ର ସ୍ତ୍ରୀ ଓ ପିଲାମାନଙ୍କୁ କ୍ରୀତଦାସରୂପେ ବିକ୍ରି କରି ଦେବାକୁ ରାଜା ଆଦେଶ ଦେଲେ।</verse>
				<verse number="26">କର୍ମଚାରୀଟି ରାଜାଙ୍କ ଗୋଡ଼ ତଳେ ପଡ଼ି ଅନୁନୟ କରି କହିଲା, “ଆଉ ଟିକିଏ ଧୈର୍ଯ୍ୟ ଧରନ୍ତୁ ମଣିମା - ମୁଁ ଆପଣଙ୍କ ସମସ୍ତ ଋଣ ପରିଶୋଧ କରିଦେବି।”</verse>
				<verse number="27">ରାଜାଙ୍କ ମନରେ ଦୟା ହେଲା, ତେଣୁ ଋଣରୁ ନିଷ୍କୃତି ଦେଇ ସେ ତାକୁ ଛାଡ଼ି ଦେଲେ।</verse>
				<verse number="28">“ଏହି ଲୋକ ଚାଲିଯିବାବେଳେ ତା’ଠାରୁ ଅଳ୍ପ କିଛି ଟଙ୍କା ଋଣ ନେଇଥିବା ତା’ର ଜଣେ ସହକର୍ମୀକୁ ଭେଟିଲା। ସେ ତା’ର ଗଳାକୁ ଧରି ପକାଇ, ତା’ର ତଣ୍ଟି ଚିପି କହିଲା, ‘ମୋ’ଠାରୁ ଋଣ ନେଇଥିôବା ଟଙ୍କା ଫେରାଇ ଦେ।’</verse>
				<verse number="29">“ଦ୍ୱିତୀୟ ଲୋକଟି ତା’ ଗୋଡ଼ତଳେ ପଡ଼ି ଅନୁନୟ କରି କହିଲା, ‘ଧୈର୍ଯ୍ୟ ଧର, ତୁମର ସବୁ ଟଙ୍କା ପରିଶୋଧ କରିଦେବି।’</verse>
				<verse number="30">“କିନ୍ତୁ ପ୍ରଥମ ଲୋକ ତା’ ଗୁହାରି ଶୁଣିଲା ନାହିଁ, ବରଂ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ତାକୁ ଜେଲଖାନାରେ ରଖାଇଲା।</verse>
				<verse number="31">ଏହି ଘଟଣା ଦେଖି ଅନ୍ୟ କର୍ମଚାରୀମାନେ ବଡ଼ ବିଚଳିତ ହେଲେ। ସେମାନେ ରାଜାଙ୍କ ନିକଟକୁ ଯାଇ ଯାହା ଘଟିଥିଲା, ସବୁ ଜଣାଇଲେ।।</verse>
				<verse number="32">ରାଜା ପ୍ରଥମ କର୍ମଚାରୀଙ୍କୁ ଡ଼କାଇ କହିଲେ, ‘ଆରେ ଅଯୋଗ୍ୟ ଦାସ, ତୁ ଗୁହାରି କରିବାରୁ ମୁଁ ତୋର ସବୁ ଋଣ ଛାଡ଼ କରିଦେଲି।</verse>
				<verse number="33">ମୁଁ ଯେପରି ତୋ’ ପ୍ରତି ଦୟା ଦେଖାଇଲି, ତୋର ସହକର୍ମୀକୁ ମଧ୍ୟ ସେପରି ଦୟା କରିବା ତୋର ଉଚିତ୍ ଥିଲା।’</verse>
				<verse number="34">“ରାଜା ଖୁବ୍ ରାଗିଗଲେ ଓ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ଦଣ୍ଡ ଭୋଗିବା ପାଇଁ ତାକୁ ବନ୍ଦୀଶାଳାକୁ ପଠାଇ ଦେଲେ।”</verse>
				<verse number="35">ଯୀଶୁ ଦୃଷ୍ଟାନ୍ତ ଶେଷକରି କହିଲେ, “ତୁମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆନ୍ତରିକଭାବେ ଯଦି କ୍ଷମା ନ ଦିଅ, ତେବେ ମୋ’ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ ପ୍ରତି ଏହିପରି ବ୍ୟବହାର କରିବେ।”</verse>
			</chapter>
			<chapter number="19">
				<verse number="1">ଯୀଶୁ ଏହିସବୁ କଥା କହି ସାରିବା ପରେ ଗାଲିଲୀ ଛାଡ଼ି ଯର୍ଦ୍ଦନ ନଦୀର ଆରପାରିରେ ଥିବା ଯିହୂଦା ଅଞ୍ଚଳକୁ ଗଲେ।</verse>
				<verse number="2">ବହୁସଂଖ୍ୟାରେ ଲୋକମାନେ ତାକୁ ଅନୁସରଣ କଲେ ଏବଂ ସେ ଅନେକ ରୋଗୀଙ୍କୁ ସୁସ୍ଥ କଲେ।</verse>
				<verse number="3">କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ ପଚାରିଲେ, “ଆମ ଧର୍ମର ବ୍ୟବସ୍ଥା ଅନୁଯାୟୀ ଜଣେ ଯେ କୌଣସି କାରଣରୁ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ କି?”</verse>
				<verse number="4">ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ପଢ଼ିନାହଁ କି, ଆଦ୍ୟରେ ସୃଷ୍ଟିକର୍ତ୍ତା ମନୁଷ୍ୟକୁ ନର ଓ ନାରୀ ରୂପେ ସୃଷ୍ଟି କରିଥିଲେ?</verse>
				<verse number="5">ସେତେବେଳେ ଈଶ୍ୱର କହିଥିଲେ, “ଏଥିପାଇଁ ପୁରୁଷ ତା’ ପିତାମାତାଠାରୁ ବିଚ୍ଛିନ୍ନ ହୋଇ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେମାନେ ଉଭୟେ ଏକ ହେବେ।</verse>
				<verse number="6">ସେମାନେ ଆଉ ପୃଥକ୍ ନୁହଁନ୍ତି, ସେମାନେ ଅଭିନ୍ନ। ଯେଉଁମାନଙ୍କୁ ଈଶ୍ୱର ସଂଯୁକ୍ତ କରିଛନ୍ତି, ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ କରିବା ଅନୁଚିତ।”</verse>
				<verse number="7">ଫାରୁଶୀମାନେ ପୁଣି ପଚାରିଲେ, “ତାହାହେଲେ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପରିତ୍ୟାଗ କରିବା ପାଇଁ ମୋଶା କାହିଁକି ବ୍ୟବସ୍ଥା କରିଛନ୍ତି।”</verse>
				<verse number="8">ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଲାଗି ମୋଶା ସେପରି କରିଥିଲେ। କିନ୍ତୁ ଆଦ୍ୟ ସୃଷ୍ଟି ସମୟରେ ଏଭଳି ବ୍ୟବସ୍ଥା ନ ଥିଲା।</verse>
				<verse number="9">“ସୁତରାଂ ମୁଁ ତୁମକୁ କହୁଛି ଯେ, କେହି ତା’ ସ୍ତ୍ରୀକୁ ବ୍ୟଭିଚାର ଅପରାଧ ଛଡ଼ା ଅନ୍ୟ କୌଣସି କାରଣରୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ନିଜେ ବ୍ୟଭିଚାରୀ ହେବ।”</verse>
				<verse number="10">ଯୀଶୁଙ୍କ ଶିଷ୍ୟମାନେ କହିଲେ, “ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ଏପରି ସମ୍ପର୍କ ରହିବା କଥା, ତେବେ ବିବାହ ନ କରିବା ଶ୍ରେୟସ୍କର।”</verse>
				<verse number="11">ଯୀଶୁ ଉତ୍ତର ଦେଲେ, “ଏ ଶିକ୍ଷା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଈଶ୍ୱରଙ୍କ ଦ୍ୱାରା ଯେଉଁମାନଙ୍କୁ ଏହା ପ୍ରଦତ୍ତ ହୋଇଛି, କେବଳ ସେମାନେ ଏହା ଗ୍ରହଣ କରିପାରିବେ।</verse>
				<verse number="12">ବିଭିନ୍ନ କାରଣରୁ ଲୋକେ ଅବିବାହିତ ହୋଇ ରହିଯାଆନ୍ତି। କେତେକ ଜନ୍ମରୁ ବିବାହ ପାଇଁ ଅନୁପଯୁକ୍ତ, କେତେକଙ୍କୁ ମନୁଷ୍ୟମାନେ ସେପରି କରିଛନ୍ତି, ପୁଣି କେତେକ ସ୍ୱର୍ଗରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ଅବିବାହିତ ରହନ୍ତି। ଯେଉଁମାନେ ଏହି ଶିକ୍ଷାର ତାତ୍ପର୍ଯ୍ୟ ବୁଝି ପାରୁଛନ୍ତି, ସେମାନେ ତାହା ଗ୍ରହଣ କରନ୍ତୁ।”</verse>
				<verse number="13">ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରିବା ପାଇଁ କେତେକ ଲୋକ ସେମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ସେହି ଲୋକମାନଙ୍କୁ ଶିଷ୍ୟମାନେ ଧମକ ଦେଲେ।</verse>
				<verse number="14">କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ବାଧା ଦିଅ ନାହିଁ। କାରଣ ଏମାନେ ସ୍ୱର୍ଗରାଜ୍ୟର ଅଧିକାରୀ।”</verse>
				<verse number="15">ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲାପରେ ସେ ସେଠାରୁ ପ୍ରସ୍ଥାନ କଲେ।</verse>
				<verse number="16">ଦିନେ ଜଣେ ଯୁବକ ଯୀଶୁଙ୍କ ନିକଟକୁ ଆସି ପଚାରିଲା, “ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ କି ସତ୍କର୍ମ କରିବାକୁ ହେବ?”</verse>
				<verse number="17">ଯୀଶୁ ଉତ୍ତର ଦେଲେ, “ସତ୍କର୍ମ ବିଷୟରେ ମୋତେ କାହିଁକି ପଚାରୁଛ? ଈଶ୍ୱର ହିଁ ସତ୍। ତାଙ୍କର ଆଜ୍ଞା ସବୁ ପାଳନ କଲେ, ଅନନ୍ତ ଜୀବନ ଲାଭ କରିପାରିବ।”</verse>
				<verse number="18">ସେ ପଚାରିଲା, “କେଉଁସବୁ ଆଜ୍ଞା?” ଯୀଶୁ କହିଲେ, “ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ। ଚୋରି କର ନାହିଁ, କାହା ବିରୁଦ୍ଧରେ ମିଥ୍ୟା ଅଭିଯୋଗ କର ନାହିଁ।</verse>
				<verse number="19">ପିତାମାତାଙ୍କୁ ସମାଦର କର ଓ ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ସ୍ନେହ କର।”</verse>
				<verse number="20">ଯୁବକ ଉତ୍ତର ଦେଲା, “ଏସବୁ ଆଜ୍ଞା ମୁଁ ପାଳନ କରିଛି। ମୋର ଆଉ କ’ଣ କରିବା ଦରକାର?”</verse>
				<verse number="21">ଯୀଶୁ ତାକୁ ଉତ୍ତର ଦେଲେ, “ଯଦି ତୁମେ ସିଦ୍ଧ ହେବାକୁ ଚାହଁ, ଯାଅ, ତୁମର ସବୁ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବମାନଙ୍କୁ ଦାନ କରିଦିଅ। ତା’ହେଲେ ତୁମେ ସ୍ୱର୍ଗରେ ଧନ ଲାଭ କରିବ। ଏସବୁ କରିସାରି ମୋ’ ପଛେ ପଛେ ଆସ।”</verse>
				<verse number="22">ଯୁବକଟି ଏହା ଶୁଣି ବିଷଣ୍ଣ ହୋଇ ଚାଲିଗଲା, କାରଣ ସେ ବଡ଼ ଧନୀ ଥିଲା।</verse>
				<verse number="23">ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ଧନୀ ଲୋକମାନଙ୍କ ପକ୍ଷରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ବଡ଼ କଷ୍ଟକର।</verse>
				<verse number="24">ପୁନର୍ବାର କହି ରଖୁଛି, ସୂଚୀ ରନ୍ଧ୍ରଦେଇ ଓଟ ପ୍ରବେଶ କରିବା ଅପେକ୍ଷା ଧନୀ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅଧିକ କଠିନ।”</verse>
				<verse number="25">ଶିଷ୍ୟମାନେ ଏହା ଶୁଣି ବିସ୍ମୟାଭିଭୂତ ହୋଇ ପଚାରିଲେ, “କିଏ ତେବେ ମୁକ୍ତି ପାଇପାରିବ?”</verse>
				<verse number="26">ଯୀଶୁ ସେମାନଙ୍କ ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସମ୍ଭବ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ସବୁକିଛି ସମ୍ଭବ।”</verse>
				<verse number="27">ଏହା ଶୁଣି ପିତର କହିଲେ, “ଦେଖନ୍ତୁ, ଆମେ ସବୁ ଛାଡ଼ି ଆପଣଙ୍କ ପଛରେ ଆସିଛୁ। ଆମେ କ’ଣ ପାଇବା?”</verse>
				<verse number="28">ଯୀଶୁ ଉତ୍ତର ଦେଲେ, “ଏକଥା ନିଶ୍ଚିତ ବୋଲି ଜାଣିବ, ନୂତନ ଯୁଗରେ ଯେତେବେଳେ ମନୁଷ୍ୟପୁତ୍ର ତାଙ୍କର ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ, ସେତେବେଳେ ମୋର ଏହି ବାର ଶିଷ୍ୟ ମଧ୍ୟ ବାରଟି ସିଂହାସନରେ ବସି ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ରାଜତ୍ୱ କରିବେ।</verse>
				<verse number="29">ଯେଉଁମାନେ ମୋ’ ଲାଗି ନିଜର ଘର, ଭାଇ ଭଉଣୀ, ବାପା, ମାଆ, ସନ୍ତାନସନ୍ତତି ବା ଜମିବାଡ଼ି ଛାଡ଼ିଛନ୍ତି, ସେମାନେ ତାହାର ଶହେଗୁଣ ପାଇବେ; ପୁଣି ଅନନ୍ତ ଜୀବନ ମଧ୍ୟ ଲାଭ କରିବେ।</verse>
				<verse number="30">“ବର୍ତ୍ତମାନ ଯେଉଁମାନେ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ପଛରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଚାଲିଯିବେ।</verse>
			</chapter>
			<chapter number="20">
				<verse number="1">“ସ୍ୱର୍ଗରାଜ୍ୟ କିପରି, ଏହାର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଲୋକ ଦିନେ ଭୋର୍ରୁ ତା’ର ଦ୍ରାକ୍ଷା କ୍ଷେତରେ କାମ କରିବା ପାଇଁ ମୂଲିଆ ଖୋଜିବାକୁ ବାହାରିଲା।</verse>
				<verse number="2">ଯେଉଁମାନଙ୍କୁ ପାଇଲା, ପ୍ରତ୍ୟେକଙ୍କୁ ଦୈନିକ ଗୋଟିଏ ଲେଖାଁ ରୌପ୍ୟମୁଦ୍ରା ମଜୁରୀ ଦେବାକୁ ଚୁକ୍ତି କରି ସେମାନଙ୍କୁ ତା’ କ୍ଷେତକୁ ପଠାଇଲା।</verse>
				<verse number="3">ତା’ପରେ ଦିନ ନଅଟାବେଳେ ବଜାରକୁ ଯାଇ ଦେଖିଲା, ଦଳେ ଲୋକ ନିଷ୍କର୍ମା ହୋଇ ଠିଆ ହୋଇଛନ୍ତି।</verse>
				<verse number="4">ସେମାନଙ୍କୁ ସେ କହିଲା, ‘ତୁମେ ମଧ୍ୟ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର, ତୁମ୍ଭମାନଙ୍କୁ ଉପଯୁକ୍ତ ମଜୁରୀ ଦେବି।’</verse>
				<verse number="5">ସେମାନେ ଯାଇ କାମରେ ଲାଗିଲେ। ଦିନ ବାରଟା ଓ ତିନିଟାବେଳେ ଠିକ୍ ସେହିପରି ଆଉ କେତେ ମୂଲିଆଙ୍କୁ ଆଣି କାମରେ ଲଗାଇଲା।</verse>
				<verse number="6">ଉପରଓଳି ପାଞ୍ଚଟାବେଳେ ଆଉ ଥରେ ବଜାରକୁ ଯାଇ ଦେଖିଲା, ଆଉ କେତେଜଣ ଠିଆ ହୋଇଛନ୍ତି। ସେମାନଙ୍କୁ ପଚାରିଲା, ‘ଦିନସାରା କାମ ନ କରି କାହିଁକି ଏଠାରେ ସମୟ ନଷ୍ଟ କରୁଛ?’</verse>
				<verse number="7">ସେମାନେ ଉତ୍ତର ଦେଲେ, ‘କେହି ତ ଆମକୁ କାମରେ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲା, ‘ଆଚ୍ଛା, ତେବେ ତୁମେ ସବୁ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର।’</verse>
				<verse number="8">“ସେଦିନ ସନ୍ଧ୍ୟାବେଳେ କ୍ଷେତ ମାଲିକ ଗୁମସ୍ତାକୁ କହିଲା, ‘ମୂଲିଆମାନଙ୍କୁ ଡ଼ାକ। ଯେଉଁମାନେ ସମସ୍ତଙ୍କଠାରୁ ପଛରେ କାମ ଆରମ୍ଭ କରିଛନ୍ତି, ଆଗେ ସେମାନଙ୍କ ମଜୁରୀ ଦେଇ ଦିଅ।</verse>
				<verse number="9">ଯେଉଁମାନେ ସର୍ବପ୍ରଥମେ କାମରେ ଯୋଗ ଦେଇଛନ୍ତି, ସେମାନଙ୍କ ମଜୁରୀ ଶେଷରେ ଦିଅ। ଉପରଓଳି ପାଞ୍ଚଟାରେ ଯେଉଁମାନେ କାମରେ ଯୋଗ ଦେଇଥିଲେ, ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ରୌପମୁଦ୍ରା ପାଇଲେ।</verse>
				<verse number="10">ସୁତରାଂ ଯେଉଁମାନେ ପ୍ରଥମେ କାମ ଆରମ୍ଭ କରିଥିଲେ, ସେମାନେ ଭାବିଲେ, ସେମାନଙ୍କୁ ଅଧିକ ମଜୁରୀ ମିଳିବ। କିନ୍ତୁ ସେମାନେ ମଧ୍ୟ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ପାଇଲେ।</verse>
				<verse number="11">ସେମାନେ ଏକତ ନେଇ ମାଲିକ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି କହିଲେ,</verse>
				<verse number="12">‘ଉପରଓଳି ପାଞ୍ଚଟାରେ କାମ ଆରମ୍ଭ କରିଥିବା ମୂଲିଆମାନେ ମୋଟେ ଘଣ୍ଟାଏ କାମ କରିଛନ୍ତି। ଆମେ ଏହି ପ୍ରଚଣ୍ଡ ଖରାରେ ଦିନଯାକ ଖଟିଲୁ, ଅଥଚ ମଜୁରୀ ଦେଲାବେଳେ ସେମାନଙ୍କୁ ଆମ ସହିତ ସମାନ କରିଦେଲେ।’</verse>
				<verse number="13">“ମାଲିକ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଇ କହିଲେ, ‘ବନ୍ଧୁ! ମୁଁ ତୁମକୁ ଠକି ନାହିଁ। ଦିନକର ମଜୁରୀ ଗୋଟିଏ ମୁଦ୍ରା ନେଇ କାମ କରିବାକୁ ତୁମେ ସମସ୍ତେ ତ ରାଜି ହୋଇଥିଲ।</verse>
				<verse number="14">ତୁମର ସେହି ମଜୁରୀ ନେଇ ଘରକୁ ଯାଅ। ତୁମକୁ ଯାହା ଦେଇଛି, ଘଣ୍ଟାଏ କାମ କରିଥିବା ଲୋକଟିକୁ ସେତିକି ଦେବା ପାଇଁ ମୋର ଇଚ୍ଛା।</verse>
				<verse number="15">ମୋ’ ନିଜ ଧନ ଯେମିତି ଇଚ୍ଛା ସେମିତି ଖର୍ଚ୍ଚ କରିବାକୁ କ’ଣ ମୋର ଅଧିକାର ନାହିଁ? ନା ମୁଁ ଟିକେ ବଦାନ୍ୟ ହେଉଛି ବୋଲି ତୁମେ ମୋତେ ଈର୍ଷା କରୁଛ’?”</verse>
				<verse number="16">ଏହି ଦୃଷ୍ଟାନ୍ତ କଥା ଶେଷ କରି ଯୀଶୁ କହିଲେ, “ଯେଉଁମାନେ ବର୍ତ୍ତମାନ ପଛରେ ଅଛନ୍ତି, ସେମାନେ ଆଗକୁ ଆସିବେ ଏବଂ ଯେଉଁମାନେ ଆଗରେ ଅଛନ୍ତି, ସେମାନେ ପଛରେ ପଡ଼ିଯିବେ।”</verse>
				<verse number="17">ଯୀଶୁ ଯିରୁଶାଲମକୂ ଯିବା ବାଟରେ ବାର ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡ଼ାକିନେଇ ଏକାନ୍ତରେ କହିଲେ,</verse>
				<verse number="18">“ଶୁଣ, ଆମେ ଯିରୂଶାଲମକୁ ଯାଉଛୁ। ସେଠାରେ ମନୁଷ୍ୟପୁତ୍ର ମୁଖ୍ୟ ଯାଜକ ଓ ଧର୍ମଗୁରୁମାନଙ୍କ ହାତରେ ସମର୍ପିତ ହେବେ।</verse>
				<verse number="19">ସେମାନେ ତାଙ୍କୁ ପ୍ରାଣଦଣ୍ଡାଜ୍ଞା ଦେବେ ଓ ବିଜାତୀୟ ଅଣଯିହୁଦୀମାନଙ୍କ ହାତରେ ଛାଡ଼ି ଦେବେ। ବିଜାତୀୟମାନେ ତାଙ୍କୁ ପରିହାସ କରିବେ, କୋରଡ଼ା ପ୍ରହାର କରିବେ ଓ କ୍ରୁଶରେ ଚଢ଼ାଇବେ। କିନ୍ତୁ ତିନି ଦିନ ପରେ ସେ ପୁନର୍ଜୀବିତ ହେବେ।”</verse>
				<verse number="20">ଏହି ସମୟରେ ଜେବଦୀଙ୍କ ସ୍ତ୍ରୀ ତା’ର ଦୁଇ ପୁତ୍ର ସହିତ ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁଙ୍କୁ ପ୍ରଣାମ କରି ତାଙ୍କ ଅନୁଗ୍ରହ ଭିକ୍ଷା କଲା।</verse>
				<verse number="21">ଯୀଶୁ ତାକୁ ପଚାରିଲେ, “କ’ଣ ଚାହୁଁଛ?” ସେ କହିଲା, “ଆପଣ ଯେତେବେଳେ ରାଜା ହେବେ, ମୋର ଏହି ଦୁଇ ପୁଅଙ୍କୁ ଆପଣଙ୍କ ଡ଼ାହାଣ ଓ ବାମ ପାଖରେ ବସାଇବେ ବୋଲି କଥା ଦିଅନ୍ତୁ।”</verse>
				<verse number="22">ଯୀଶୁ ଜେବଦୀଙ୍କ ପୁତ୍ରମାନଙ୍କୁ ଉତ୍ତର ଦେଇ କହିଲେ, “ତୁମେ କଅଣ ମାଗୁଛ, ବୁଝି ପାରୁ ନାହଁ। ମୁଁ ଯେଉଁ ଦୁଃଖଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ତୁମେ କ’ଣ ସେଥିରୁ ପାନ କରିପାରିବ?” ସେମାନେ ଉତ୍ତର ଦେଲେ, “ହଁ ପାରିବୁ।”</verse>
				<verse number="23">ଯୀଶୁ ସେମାନଙ୍କୁ କହିଲେ, “ବାସ୍ତବିକ ତୁମେ ମୋର ସେହି ପାନପାତ୍ରରୁ ପିଇବ। କିନ୍ତୁ ମୋର ଦକ୍ଷିଣ ଓ ବାମରେ ବସିବା ପାଇଁ କାହାକୁ ମନୋନୀତ କରିବା ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ମୋର ପିତା ସେହି ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା କେବଳ ସେମାନଙ୍କର।”</verse>
				<verse number="24">ଯେତେବେଳେ ଅନ୍ୟ ଶିଷ୍ୟମାନେ ଏହି କଥା ଶୁଣିଲେ, ସେହି ଦୁଇ ଭାଇ ଉପରେ ରାଗିଲେ।</verse>
				<verse number="25">ଯୀଶୁ ଶିଷ୍ୟମାନଙ୍କୁ ଏକତ୍ରିତ କରି କହିଲେ, “ତୁମେ ଜାଣ, ଏହି ଜଗତର ରାଜାମାନେ ଅନ୍ୟମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରିଥାନ୍ତି ଓ ବଡ଼ ବଡ଼ ନେତାମାନେ ମଧ୍ୟ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି।</verse>
				<verse number="26">କିନ୍ତୁ ତୁମେ ଏହି ନୀତି ଅନୁସରଣ କରିବ ନାହିଁ।</verse>
				<verse number="27">ତୁମ ମଧ୍ୟରୁ ଜଣେ ବଡ଼ ହେବାକୁ ଚାହିଁଲେ, ସେ ଅନ୍ୟମାନଙ୍କର ସେବକ ହେଉ। ତୁମ ମଧ୍ୟରୁ ଯେ ଶ୍ରେଷ୍ଠ ହେବାକୁ ଚାହେଁ, ସେ ତୁମ୍ଭମାନଙ୍କର ଦାସ ହେଉ,</verse>
				<verse number="28">ଯେପରି ମନୁଷ୍ୟପୁତ୍ର ସେବା ପାଇବା ପାଇଁ ଆସି ନାହାନ୍ତି - ସେବା କରି ଅନ୍ୟମାନଙ୍କର ମୁକ୍ତି ପାଇଁ ନିଜର ପ୍ରାଣ ବିସର୍ଜନ କରିବାକୁ ଆସିଛନ୍ତି।”</verse>
				<verse number="29">ଦିନେ ଯୀଶୁ ଶିଷ୍ୟମାନଙ୍କ ସହିତ ଯିରୀହୋ ସହର ଛାଡ଼ି ଯିବାବେଳେ ଅନେକ ଲେଶକ ତାଙ୍କ ପଛେ ପଛେ ଚାଲିଲେ।</verse>
				<verse number="30">ରାସ୍ତାକଡ଼ରେ ବସିଥିବା ଦୁଇଜଣ ଅନ୍ଧ, ଯୀଶୁ ସେବାଟେ ଆସୁଛନ୍ତି ବୋଲି ଶୁଣି ଉଚ୍ଚସ୍ୱରରେ ଡ଼ାକିଲେ, “ହେ ପ୍ରଭୁ, ଦାଉଦ ସନ୍ତାନ। ଆମକୁ ଦୟା କରନ୍ତୁ।”</verse>
				<verse number="31">ଲୋକେ ସେମାନଙ୍କୁ ଧମକ ଦେଇ ତୁନି ହେବାକୁ କହିଲେ। କିନ୍ତୁ ସେମାନେ ଆହୁରି ପାଟି କରି କହିଲେ, “ହେ ଦାଉଦ ସନ୍ତାନ! ଆମକୁ ଦୟା କରନ୍ତୁ।”</verse>
				<verse number="32">ଯୀଶୁ ସେଠାରେ ଠିଆହୋଇ ସେମାନଙ୍କୁ ଡ଼ାକି ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ଚାହୁଁଛ?”</verse>
				<verse number="33">ସେମାନେ କହିଲେ, “ପ୍ରଭୁ ଆମକୁ ଦୃଷ୍ଟି ଶକ୍ତି ଦିଅନ୍ତୁ।”</verse>
				<verse number="34">ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ। ସଙ୍ଗେ ସଙ୍ଗେ ସେମାନେ ଦୃଷ୍ଟି ଶକ୍ତି ପାଇଲେ ଏବଂ ଯୀଶୁଙ୍କ ପଛେ ପଛେ ଚାଲିଲେ।</verse>
			</chapter>
			<chapter number="21">
				<verse number="1">ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ଜୀତ ପର୍ବତରେ ପହଞ୍ଚିଲେ।</verse>
				<verse number="2">ଦୁଇଜଣ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ଯୀଶୁ କହିଲେ, “ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ। ସେଠାରେ ପହଞ୍ଚିବାକ୍ଷଣି ଦେଖିବ, ଗୋଟିଏ ଗଧ ବନ୍ଧା ହୋଇଛି ଓ ତା’ ପାଖରେ ତା’ ଛୁଆଟି ଅଛି। ସେମାନଙ୍କୁ ଫିଟାଇ ମୋ’ ପାଖକୁ ନେଇ ଆସ।</verse>
				<verse number="3">କେହି କିଛି ପଚାରିଲେ କହିବ, ‘ସେଥିରେ ଗୁରୁଙ୍କର ଦରକାର ଅଛି।’ ତେବେ ସଙ୍ଗେ ସଙ୍ଗେ ସେ ସେମାନଙ୍କୁ ଛାଡ଼ିଦେବ।”</verse>
				<verse number="4">ଏହି ଘଟଣା ଦ୍ୱାରା ଭାବବାଦୀଙ୍କ ନିମ୍ନଲିଖିତ ବାଣୀ ସଫଳ ହେଲା -</verse>
				<verse number="5">“ସିୟୋନ ନଗରୀକୁ କୁହ! ଦେଖ, ତୁମ ରାଜା ତୁବମ ନିକଟକୁ ଆସୁଛନ୍ତି; ସେ କେଡ଼େ ନମ୍ର-ଗଧ ଛୁଆ ପିଠିରେ ବସିଛନ୍ତି; ଦେଖ, ସେ ଗଧ ଉପରେ ବସି ଆସୁନ୍ତି।”</verse>
				<verse number="6">ଶିଷ୍ୟମାନେ ଯାଇ ଯୀଶୁ କହିବା ଅନୁସାରେ କଲେ।</verse>
				<verse number="7">ଗଧ ଓ ତା’ ଛୁଆଟିକୁ ନେଇ ଆସି ସେମାନଙ୍କ ଉପରେ ନିଜ ନିଜର ଉତ୍ତରୀୟ ବସ୍ତ୍ର ପକାଇଲେ ଏବଂ ଯୀଶୁ ତା’ ଉପରେ ବସିଲେ।</verse>
				<verse number="8">ଉପସ୍ଥିତ ଜନତା ଯୀଶୁ ଯାଉଥିବା ରାସ୍ତା ଉପରେ ନିଜ ନିଜର ପୋଷାକ ବିଛାଇ ଦେଲେ ଏବଂ କେତେକ ଡ଼ାଳପତ୍ର କାଟି ଆଣି ସେହି ରାସ୍ତାରେ ପକାଇଲେ।</verse>
				<verse number="9">ଯୀଶୁଙ୍କ ଆଗରେ ଓ ପଛରେ ଯାଉଥିବା ଲୋକାମନେ ଉଚ୍ଚ ସ୍ୱରରେ କହିଲେ, “ଦାଉଦ ସନ୍ତାନଙ୍କର ପ୍ରଶଂସା କର, ଯେ ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ପ୍ରଶଂସା କର।”</verse>
				<verse number="10">ଯୀଶୁ ଯିରୂଶାଲମରେ ପହଞ୍ôଚବାକ୍ଷଣି ସେଠାରେ ଚହଳ ପଡ଼ିଗଲା।</verse>
				<verse number="11">ଲୋକେ ପଚାରିଲେ, “ସେ କିଏ?” ଅନ୍ୟମାନେ ଉତ୍ତର ଦେଲେ, “ସେ ହେଉଛନ୍ତି, ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।”</verse>
				<verse number="12">ଯୀଶୁ ମନ୍ଦିର ଭିତରେ ପ୍ରବେଶ କରି ସେଠାରେ କିଣାବିକା କରୁଥିବା ସମସ୍ତଙ୍କୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ଦେଲେ।</verse>
				<verse number="13">ସେମାନଙ୍କୁ ସେ କହିଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମୋର ମନ୍ଦିର ପ୍ରାର୍ଥନା ଗୃହ ବୋଲି ଆଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କ ଆଡ଼୍ଡ଼ାସ୍ଥଳୀରେ ପରିଣତ କରିଛ’।”</verse>
				<verse number="14">ଯୀଶୁ ମନ୍ଦିରରେ ଥିବା ବେଳେ ଅନ୍ଧ ଓ ବିକଳାଙ୍ଗମାନେ ତାଙ୍କ ନିକଟକୁ ଆସିଲେ ଓ ଯୀଶୁ ସେମାନଙ୍କୁ ସୁସ୍ଥ କଲେ।</verse>
				<verse number="15">ପ୍ରଧାନ ଯାଜକ ଓ ଧର୍ମଗୁରୁମାନେ ତାଙ୍କର ଅଲୌକିକ କର୍ମସବୁ ଦେଖି ଓ ପିଲାମାନେ ଦାଉଦ ସନ୍ତାନଙ୍କର ଜୟ ବୋଲି କହୁଥିବା ଶୁଣି କ୍ରୋଧାନ୍ୱିତ ହେଲେ।</verse>
				<verse number="16">ସେମାନେ ଯୀଶୁଙ୍କୁ ପଚାରିଲେ, “ଏମାନେ କ’ଣ କହୁଛନ୍ତି, ତୁମେ ଶୁଣି ପାରୁଛ?” ଯୀଶୁ ଉତ୍ତର ଦେଲେ, “ନିଶ୍ଚୟ ଶୁଣୁଛି। ଧର୍ମଶାସ୍ତ୍ରରେ ଏକଥା କ’ଣ ପଢ଼ି ନାହଁ? ତୁମେ ପିଲା ଓ କୋମଳ ଶିଶୁମାନଙ୍କୁ ଯଥାର୍ଥ ଭାବରେ ପ୍ରଶଂସା କରିବାକୁ ଶିକ୍ଷା ଦେଇଛ।”</verse>
				<verse number="17">ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଯିରୂଶାଲମରୁ ବେଥନିକୁ ଗଲେ। ସେଠାରେ ସେ ରାତିଟା ବିତାଇ ଦେଲେ।</verse>
				<verse number="18">ତା’ ପରଦିନ ଭୋରରୁ ଯୀଶୁ ଯିରୁଶାଲମକୁ ଫେରିବାବେଳେ କ୍ଷୁଧାର୍ତ୍ତ ହେଲେ।</verse>
				<verse number="19">ରାସ୍ତାକଡ଼ରେ ଗୋଟିଏ ଡ଼ିମିରି ଗଛ ଥିଲା। ଯୀଶୁ ତା’ ନିକଟକୁ ଯାଇ ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ। ତେଣୁ ସେ ଗଛଟିକୁ କହିଲେ, “ତୁ ଆଉ କେବେ ଫଳ ଧରିବୁ ନାହିଁ।” ତତ୍କ୍ଷଣାତ୍ ଡ଼ିମିରି ଗଛଟି ଶୁଖିଗଲା।</verse>
				<verse number="20">ଶିଷ୍ୟମାନେ ଏହା ଦେଖି ବିସ୍ମିତ ହୋଇ ପଚାରିଲେ, “ଗଛଟି ଏତେ ଶୀଘ୍ର ଶୁଖିଗଲା କେମିତି?”</verse>
				<verse number="21">ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ମନରେ ତିଳେ ହେଲେ ସନ୍ଦେହ ନ ରଖି ତୁମେ ଯଦି ପୂର୍ଣ୍ଣମାତ୍ରାରେ ବିଶ୍ୱାସ କର, ମୁଁ ଏ ଗଛ ପ୍ରତି ଯାହା କରିଛି, ତୁମେ ମଧ୍ୟ ତା’ କରିପାରିବ। କେବଳ ସେତିକି ନୁହେଁ, ଏହି ପାହାଡ଼କୁ ‘ଉଠି ଯାଇ ସମୁଦ୍ରତରେ ପଡ଼ି ଯା’ କହିଲେ, ତାହା ମଧ୍ୟ ହେବ।</verse>
				<verse number="22">ବିଶ୍ୱାସ କରି ପ୍ରାର୍ଥନାରେ ଯାହା ମାଗିବ, ତାହା ତୁମେ ପାଇବ।”</verse>
				<verse number="23">ଯୀଶୁ ମନ୍ଦିରକୁ ଫେରିଆସି ସେଠାରେ ଶିକ୍ଷା ଦେବାବେଳେ ମୁଖ୍ୟ ପୁରୋହିତ ଓ ଯିହୂଦୀନେତାମାନେ ତାଙ୍କୁ ପଚାରିଲେ, “କେଉଁ ଅଧିକାରରେ ତୁମେ ଏସବୁ କାମ କରୁଛ? ତୁମକୁ ଏ ଅଧିକାର କିଏ ଦେଲା?”</verse>
				<verse number="24">ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିବି। ତାହାର ଉତ୍ତର ଦେଇ ପାରିଲେ, ମୁଁ କେଉଁ ଅଧିକାରରେ ଏସବୁ କାମ କରୁଛି, ତୁମକୁ କହିବି।</verse>
				<verse number="25">ଜଳଦୀକ୍ଷା ଦେବା ଅଧିକାର ଯୋହନ କାହାଠାରୁ ପାଇଥିଲେ? ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ?” ସେମାନେ ପରସ୍ପର ଭିତରେ ଆଲୋଚନା କଲେ, “ଏ ବିଷୟରେ କ’ଣ କହିବା? ଯଦି କହିବା ଈଶ୍ୱରଙ୍କଠାରୁ, ତେବେ ଯୋହନଙ୍କୁ କାହିଁକି ବିଶ୍ୱାସ କରୁ ନାହଁ ବୋଲି ସେ ଆମ୍ଭମାନଙ୍କୁ ପଚାରିବେ।</verse>
				<verse number="26">ମନୁଷ୍ୟଠାରୁ ବୋଲି ଯଦି କହିବା, ତେବେ ଲୋକମାନଙ୍କୁ ଆମର ଭୟ ହେଉଛି, କାରଣ ଯୋହନ ଜଣେ ଭାବବାଦୀ ବୋଲି ସେମାନେ ବିଶ୍ୱାସ କରୁଛନ୍ତି।”</verse>
				<verse number="27">ଏହା ଭାବି ସେମାନେ ଯୀଶୁଙ୍କୁ ଉତ୍ତର ଦେଇ କହିଲେ, “ଆମେ ଜାଣୁନା।” ଯୀଶୁ ସେମାନଙ୍କୁ କହିଲେ, “କେଉଁ ଅଧିକାରରେ ଏସବୁ କରୁଛି, ମୁଁ ମଧ୍ୟ ତୁମକୁ କହିବି ନାହିଁ।</verse>
				<verse number="28">“ଆଚ୍ଛା, ଏ ବିଷୟରେ ତୁମେ କ’ଣ ଭାବୁଛ, କୁହ। ଜଣେ ଲୋକର ଦୁଇପୁଅ ଥିଲେ। ଦିନେ ସେ ବଡ଼ ପୁଅକୁ କହିଲା, ‘ପୁଅରେ, ଆଜି ଆମ ଦ୍ରାକ୍ଷାକ୍ଷେତରେ ଯାଇ କାମ କର।’</verse>
				<verse number="29">‘ନା, ମୁଁ କରିବି ନାହିଁ’ ବୋଲି ବଡ଼ ପୁଅ କହିଲା। କିନ୍ତୁ ପରେ ମନ ବଦଳାଇ କାମ କରିବାକୁ ଗଲା।</verse>
				<verse number="30">ଲୋକଟି ସାନ ପୁଅକୁ ମଧ୍ୟ ସେହି କାମ କରିବାକୁ କହିଲା। ‘ହଁ ଆଜ୍ଞା, ଯାଉଛି’ ବୋଲି ସାନ ପୁଅ ଉତ୍ତର ଦେଲା। କିନ୍ତୁ ସେ କାମକୁ ମୋଟେ ଗଲା ନାହିଁ।</verse>
				<verse number="31">କୁହ, ଏ ଦୁଇପୁଅ ମଧ୍ୟରୁ କିଏ ତା’ ବାପାର ଆଜ୍ଞା ମାନିଥିଲା।” ସେମାନେ କହିଲେ, “ବଡ଼ ପୁଅ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ, କହୁଛି କରଆଦାୟକାରୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କଠାରୁ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।</verse>
				<verse number="32">“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।</verse>
				<verse number="33">ଯୀଶୁ କହିଲେ, “ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଜମି ମାଲିକ ତାଙ୍କ କ୍ଷେତରେ ଦ୍ରାକ୍ଷା ଚାଷ କରିଥିଲେ। ଘଣାଟିଏ ବସାଇଲେ ଏବଂ ଜଗୁଆଳି ପାଇଁ ଗୋଟିଏ ମଞ୍ଚା ମଧ୍ୟ ତିଆରି କଲେ। ତା’ପରେ କ୍ଷେତଟି ରଇତମାନଙ୍କୁ ଭାଗରେ ଛାଡ଼ିଦେଇ ସେ ବିଦେଶ ଯାତ୍ରା କଲେ।</verse>
				<verse number="34">“ଦ୍ରାକ୍ଷା ଅମଳ କରିବା ସମୟରେ ସେ ରଇତମାନଙ୍କ ପାଖକୁ ନିଜର ଭାଗ ଆଦାୟ କରିବା ପାଇଁ ନିଜ ଦାସମାନଙ୍କୁ ପଠାଇଲେ।</verse>
				<verse number="35">ରଇତମାନେ ସେହି ଦାସମାନଙ୍କୁ ଧରି ଜଣକୁ ବାଡ଼େଇଲେ, ଜଣକୁ ଜୀବନରେ ମାରି ପକାଇଲେ ଓ ଆଉ ଜଣକ ଉପରେ ଢ଼େଲା ପଥର ପକାଇଲେ।</verse>
				<verse number="36">ଏଣୁ ଜମି ମାଲିକ ଅଧିକ ସଂଖ୍ୟାରେ ଅନ୍ୟ ଦାସମାନଙ୍କୁ ପୁଣି ଥରେ ପଠାଇଲେ। ସେମାନଙ୍କ ପ୍ରତି ମଧ୍ୟ ରଇତମାନେ ସେହିପରି ଦୁର୍ବ୍ୟବହାର କଲେ।</verse>
				<verse number="37">ଶେଷରେ ଜମି ମାଲିକ ନିଜ ପୁଅକୁ ରଇତମାନଙ୍କ ନିକଟକୁ ପଠାଇଲେ। ସେ ଭାବିଲେ, ସେମାନେ ତାଙ୍କ ପୁଅକୁ ନିଶ୍ଚୟ ଖାତିରି କରିବେ।</verse>
				<verse number="38">“କିନ୍ତୁ ରଇତମାନେ ମାଲିକଙ୍କ ପୁଅକୁ ଦେଖି ପରସ୍ପରକୁ କହିଲେ, ‘ଏଇ ଦେଖ, ମାଲିକଙ୍କର ଉତ୍ତରାଧିକାରୀ। ଆସ, ଏହାକୁ ମଧ୍ୟ ମାରି ପକାଇବା। ତାହାହେଲେ ସମ୍ପତ୍ତି ଆମର ହେବ।”</verse>
				<verse number="39">ଏହା କହି ସେମାନେ ତାକୁ କ୍ଷେତରୁ ତଡ଼ି ଦେଇ ବାହାରେ ହତ୍ୟା କଲେ।</verse>
				<verse number="40">“କୁହ ତ, କ୍ଷେତର ମାଲିକ ଯେତେବେଳେ ଆସିବେ, ସେ ରଇତମାନଙ୍କୁ କ’ଣ କରିବେ?”</verse>
				<verse number="41">ସେମାନେ ଉତ୍ତର ଦେଲେ, “ସେହି ଦୁଷ୍ଟମାନଙ୍କୁ ସେ ନିଶ୍ଚୟ ମାରିଦେବେ ଓ ଯେଉଁ ରଇତମାନେ ଠିକ୍ ସମୟରେ ତାଙ୍କ ଭାଗ ଦେବେ, କ୍ଷେତଟି ସେମାନଙ୍କ ହାତରେ ଛାଡ଼ିଦେବେ।”</verse>
				<verse number="42">ଯୀଶୁ ସେମାନଙ୍କୁ କହିଲେ, “ଏହି ଶାସ୍ତ୍ର କଥା କଅଣ ତୁମ୍ଭେମାନେ ପଢ଼ି ନାହଁ? ‘ଯେଉଁ ପଥରଟିକୁ ଗୃହ ନିର୍ମାଣକାରୀମାନେ ଅଦରକାରୀ ବୋଲି ଛାଡ଼ି ଦେଇଥିଲେ, ତାହା ହିଁ ଶ୍ରେଷ୍ଠ ‘କୋଣ-ପଥର’ ସ୍ୱରୂପେ ବ୍ୟବହୃତ ହେଲା। ପ୍ରଭୁ ନିଜେ ଏହା କହିଛନ୍ତି। ପ୍ରଭୁଙ୍କ କାର୍ଯ୍ୟ ସବୁ କେଡ଼େ ଚମକ୍ରାର’।”</verse>
				<verse number="43">ଯୀଶୁ ପୁଣି କହିଲେ, “ତେଣୁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକାର ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ ଏବଂ ଯେଉଁ ଗୋଷ୍ଠୀ ଏହି ରାଜ୍ୟର ସୁଫଳ ଦେଖାଇ ପାରିବେ, ସେମାନଙ୍କୁ ତାହା ଦିଆଯିବ।”</verse>
				<verse number="44"></verse>
				<verse number="45">ମୁଖ୍ୟ ପୁରୋହିତ ଓ ଫାରୁଶୀମାନେ ଏହି ଦୃଷ୍ଟାନ୍ତ କଥା ଶୁଣି ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରୁଛନ୍ତି ବୋଲି ବୁଝି ପାରିଲେ।</verse>
				<verse number="46">ତେଣୁ ସେମାନେ ତାଙ୍କୁ ଗିରଫ କରାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ଲୋକମାନଙ୍କର ଭୟରେ ସେମାନେ ତାହା କରି ପାରିଲେ ନାହିଁ, କାରଣ ଲୋକେ ଯୀଶୁଙ୍କୁ ଜଣେ ଭାବବାଦୀ ବୋଲି ମନେ କରୁଥିଲେ।</verse>
			</chapter>
			<chapter number="22">
				<verse number="1">ଯୀଶୁ ପୁନର୍ବାର ଦୃଷ୍ଟାନ୍ତ ଛଳରେ ଲୋକମାନଙ୍କୁ ଶିକ୍ଷା ଦେଲେ,</verse>
				<verse number="2">“ଈଶ୍ୱରଙ୍କ ରାଜ୍ୟ କିପରି, ତା’ର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଏକଦା ଜଣେ ରାଜା ରାଜକୁମାରଙ୍କର ବିବାହ ଭୋଜି ଆୟୋଜନ କଲେ।</verse>
				<verse number="3">ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଭୋଜିକୁ ଡ଼ାକି ଆଣିବା ପାଇଁ ସେ ଚାକରମାନଙ୍କୁ ପଠାଇଲେ। କିନ୍ତୁ ସେହି ବ୍ୟକ୍ତିମାନେ ଆସିବାକୁ ଚାହିଁଲେ ନାହିଁ।</verse>
				<verse number="4">ରାଜା ପୁନର୍ବାର ଅନ୍ୟ ଚାକରମାନଙ୍କ ଦ୍ୱାରା ଏହି ସନ୍ଦେଶ ପଠାଇଲେ, ‘ବିବାହ ଭୋଜି ପ୍ରସ୍ତୁତ, ହୃଷ୍ଟ ପୁଷ୍ଟ ବଳଦ ଓ ବାଛୁରୀ କଟାଯାଇ ସବୁ ଆୟୋଜିତ ହୋଇଛି, ଭୋଜିକୁ ଶୀଘ୍ର ଆସନ୍ତୁ।’</verse>
				<verse number="5">କିନ୍ତୁ ନିମନ୍ତ୍ରିତ ବ୍ୟକ୍ତିମାନେ ଏ କଥାକୁ ଭ୍ରୂକ୍ଷେପ ନ କରି ନିଜ ନିଜ କାର୍ଯ୍ୟ କରିବାରେ ଲାଗିଲେ - ଜଣେ ତା’ର କ୍ଷେତକୁ ଗଲା, ଆଉ ଜଣେ ଦୋକାନକୁ ଗଲା ଓ</verse>
				<verse number="6">ଆଉ କେତେ ଜଣ ରାଜାଙ୍କର ଚାକରମାନଙ୍କୁ ଧରି ବାଡ଼େଇ ବାଡ଼େଇ ମାରିଦେଲେ।</verse>
				<verse number="7">ରାଜା କ୍ରୋଧରେ ଜର୍ଜରିତ ହୋଇ ସୈନ୍ୟମାନଙ୍କୁ ପଠାଇଲେ। ସେମାନେ ସେହି ନରହନ୍ତାମାନଙ୍କୁ ବଧ କରି ସେମାନଙ୍କ ସହରକୁ ପୋଡ଼ି ପକାଇଲେ।</verse>
				<verse number="8">ତା’ପରେ ରାଜା ଚାକରମାନଙ୍କୁ ଡ଼ାକି କହିଲେ, ‘ବିବାହ ଭୋଜି ପ୍ରସ୍ତୁତ, କିନ୍ତୁ ମୁଁ ନିମନ୍ତ୍ରଣ କରିଥିବା ଲୋକମାନେ ଏହାର ଅଯୋଗ୍ୟ।’</verse>
				<verse number="9">“‘ଏବେ ପ୍ରଧାନ ପ୍ରଧାନ ସାହିମାନଙ୍କୁ ଯାଇ ଯେତେ ଲୋକଙ୍କୁ ପାଇବ, ସମସ୍ତଙ୍କୁ ଆମ ଭୋଜିକୁ ନିମନ୍ତ୍ରଣ କରି ଆଣ।’</verse>
				<verse number="10">ତେଣୁ ଚାକରମାନେ ସାହିକୁ ସାହି ବୁଲି ଭଲ ହେଉ, ମନ୍ଦ ହେଉ; ଯେତେ ଲୋକଙ୍କୁ ପାଇଲେ, ସମସ୍ତଙ୍କୁ ଡ଼ାକି ଆଣିଲେ ଏବଂ ବିବାହ ଗୃହଟି ଲୋକାରଣ୍ୟ ହେଲା।</verse>
				<verse number="11">“ରାଜା ଅତିଥିମାନଙ୍କୁ ଦେଖିବାକୁ ଆସିଲେ। ସେ ଦେଖିଲେ, ସେମାନଙ୍କ ମଧ୍ୟରୁ ଜଣେ ବିବାହ ଉତ୍ସବର ପୋଷାକ ପିନ୍ଧି ନାହିଁ।</verse>
				<verse number="12">ରାଜା ତାକୁ ପଚାରିଲେ, ‘ବନ୍ଧୁ, ବାହାଘର ପୋଷାକ ନ ପିନ୍ଧି ଏଠାକୁ ଆସିଲ କିପରି?’ ଲୋକଟି ନିରୁତ୍ତର ରହିଲା।</verse>
				<verse number="13">ରାଜା ଚାକରମାନଙ୍କୁ କହିଲେ, ‘ତା’ର ହାତ ପାଦ ବାନ୍ଧ ବାହାରେ ପକାଇ ଦିଅ। ସେଠାରେ ସେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ’।”</verse>
				<verse number="14">ଗଳ୍ପ ଶେଷ କରି ଯୀଶୁ କହିଲେ, “ଅନେକେ ନିମନ୍ତ୍ରିତ, କିନ୍ତୁ ଅଳ୍ପ କେତେକ ମନୋନୀତ।”</verse>
				<verse number="15">କେତେ ଜଣ ଫାରୁଶୀ ଯୀଶୁଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ଫାନ୍ଦରେ ପକାଇବା ପାଇଁ ଉପାୟ ପାଞ୍ଚିଲେ।</verse>
				<verse number="16">ସେମାନେ ନିଜର କେତେ ଜଣ ଶିଷ୍ୟଙ୍କୁ ଓ ହେରୋଦ ପକ୍ଷର କେତେକ ଲୋକଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। ଏମାନେ ଆସି ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟ ଶିକ୍ଷା ଦେଇଛନ୍ତି। ଆପଣ ମନୁଷ୍ୟର ପଦମର୍ଯ୍ୟାଦାକୁ ଖାତିରି କରୁ ନ ଥିବାରୁ ଲୋକେ କଅଣ ଭାବିବେ, ଚିନ୍ତା ନ କରି ମନୁଷ୍ୟ ପାଇଁ ଈଶ୍ୱରଙ୍କର ସଂକଳ୍ପ ଯଥାର୍ଥ ଭାବରେ ବୁଝାଇ ପାରୁଛନ୍ତି।</verse>
				<verse number="17">ତେବେ କହନ୍ତୁ, ଏ ବିଷୟରେ ଆପଣଙ୍କର ମତ କଅଣ? ରୋମ୍ ସମ୍ରାଟଙ୍କୁ କର ଦେବା ଆମ ଧର୍ମଶାସ୍ତ୍ର ବ୍ୟବସ୍ଥା ଅନୁସାରେ ଉଚିତ୍ ନା ଅନୁଚିତ୍?”</verse>
				<verse number="18">କିନ୍ତୁ ଯୀଶୁ ସେମାନଙ୍କର କୂଟ ଉଦ୍ଦେଶ୍ୟ ଜାଣିଥିଲେ। ତେଣୁ ସେ କହିଲେ, “ଆହେ କପଟୀଗଣ, ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ?</verse>
				<verse number="19">ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ।</verse>
				<verse number="20">ସେ ସେମାନଙ୍କୁ ପଚାରିଲେ, “ଏହି ମୁଦ୍ରା ଉପରେ କାହାର ନାମ ଓ ପ୍ରତିକୃତି ଅଙ୍କିତ ହୋଇଛି?”</verse>
				<verse number="21">ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।”</verse>
				<verse number="22">ଏହା ଶୁଣି ସେମାନେ ବିମୂଢ଼ ହୋଇ ଚାଲିଗଲେ।</verse>
				<verse number="23">ସେଦିନ ସାଦ୍ଦୁକୀ ଦଳର କେତେ ଜଣ ଯୀଶୁଙ୍କ ନିକଟକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ୱାସ କରୁଥିଲେ ଯେ, ଆଉ ପୁନରୁତ୍ଥାନ ନାହିଁ।</verse>
				<verse number="24">ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ମୋଶା ବ୍ୟବସ୍ଥା କରି ଦେଇଛନ୍ତି ଯେ, ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତେବେ ତା’ ଭାଇ ତା’ ବିଧବା ପତ୍ନୀକୁ ବିବାହ କରିବ ଓ ସେମାନଙ୍କ ପିଲାମାନେ ସେହି ମୃତ ଲୋକର ସନ୍ତାନ ବୋଲି ବିବେଚିତ ହେବେ।</verse>
				<verse number="25">ଗୋଟିଏ କଥା ଶୁଣନ୍ତୁ। ଆମର ଏଠାରେ ସାତଜଣ ଭାଇ ଥିଲେ। ଜ୍ୟେଷ୍ଠ ଭାଇ ନିଃସନ୍ତାନ ହୋଇ ମରିଯିବାରୁ ତା’ର ଦ୍ୱିତୀୟ ଭାଇ ଭ୍ରାତୃ ପତ୍ନୀକୁ ବିବାହ କଲା।</verse>
				<verse number="26">କିନ୍ତୁ ଏହି ଦ୍ୱିତୀୟ, ତୃତୀୟ ଓ ପରିଶେଷରେ ସପ୍ତମ ଭାଇର ମଧ୍ୟ ଏକା ଦଶା ଘଟିଲା।</verse>
				<verse number="27">ଶେଷରେ ସେହି ସ୍ତ୍ରୀ ଲୋକଟି ମରିଗଲା।</verse>
				<verse number="28">ଯେଉଁ ଦିନ ମୃତ ବ୍ୟକ୍ତିମାନଙ୍କର ପୁନରୁତ୍ଥାନ ହେବ, ଏହି ସ୍ତ୍ରୀ ଲୋକଟି କାହାର ପତ୍ନୀ ବୋଲି ବିବେଚିତ ହେବ? ସମସ୍ତେ ତ ତାକୁ ବିବାହ କରିଥିଲେ।”</verse>
				<verse number="29">ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କେଡ଼େ ଭ୍ରାନ୍ତ! ଶାସ୍ତ୍ର ବା ଈଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କର ସଠିକ୍ ଧାରଣା ନ ଥିବାରୁ ଏକଥା ପଚାରୁଛ।</verse>
				<verse number="30">ପୁନରୁତ୍ଥାନ ପରେ ମୃତ ବ୍ୟକ୍ତିମାନେ ସ୍ୱର୍ଗଦୂତ ପରି ହେବେ। ସେମାନେ ବିବାହ କରିବେ ନାହିଁ।</verse>
				<verse number="31">ମୃତ ବ୍ୟକ୍ତିମାନେ ପୁନରୁତ୍ôଥତ ହେବା ବିଷୟରେ ଈଶ୍ୱର ଯାହା କହିଛନ୍ତି, ତୁମେ କ’ଣ ଶାସ୍ତ୍ରରେ କେବେ ପଢ଼ି ନାହଁ?</verse>
				<verse number="32">ଈଶ୍ୱର କହିଛନ୍ତି, ‘ଆମେ ଅବ୍ରାହାମ, ଇସ୍ହାକ ଓ ଯାକୁବର ଈଶ୍ୱର’।” “ ଈଶ୍ୱର ତ ଜୀବିତମାନଙ୍କର ଈଶ୍ୱର - ମୃତମାନଙ୍କର ହୋଇ ନ ପାରନ୍ତି’।”</verse>
				<verse number="33">ଲୋକମାନେ ଯୀଶୁଙ୍କର ଶିକ୍ଷା ଶୁଣି ବିସ୍ମିତ ହେଲେ।</verse>
				<verse number="34">ଯେତେବେଳେ ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ସାଦ୍ଦୁକୀମାନଙ୍କୁ ନିରୁତ୍ତର କରି ଦେଇଛନ୍ତି, ସେମାନେ ଏକାଠି ହୋଇ ଯୀଶୁଙ୍କ ପାଖକୁ ଆସିଲେ</verse>
				<verse number="35">ଏବଂ ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଗୋଟିଏ ପ୍ରଶ୍ନ କଲା,</verse>
				<verse number="36">“ଗୁରୁ, ଆମ ଧର୍ମଶାସ୍ତ୍ର ବ୍ୟବସ୍ଥାରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?”</verse>
				<verse number="37">ଯୀଶୁ କହିଲେ, “ତୁମ ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରେମ ଭକ୍ତି କର।</verse>
				<verse number="38">ଏହା ହେଉଛି ସବୁଠାରୁ ବଡ଼ ଓ ଶ୍ରେଷ୍ଠ ଆଜ୍ଞା।</verse>
				<verse number="39">“ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।</verse>
				<verse number="40">ଏ ଦୁଇଟି ଆଜ୍ଞା ମୋଶାଙ୍କର ସମୁଦାୟ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଆଧାର।”</verse>
				<verse number="41">କେତେ ଜଣ ଫାରୁଶୀ ଯୀଶୁଙ୍କ ନିକଟରେ ଥିବାବେଳେ ଯୀଶୁ ସେମାନଙ୍କୁ ପଚାରିଲେ,</verse>
				<verse number="42">“ମସୀହଙ୍କ ସମ୍ବନ୍ଧରେ ତୁମେ କଅଣ ଭାବୁଛ? ସେ କାହାର ବଂଶଧର?” ସେମାନେ ଉତ୍ତର ଦେଲେ, “ସେ ଦାଉଦଙ୍କର।”</verse>
				<verse number="43">ଯୀଶୁ ପଚାରିଲେ, “ତାହାହେଲେ ଦାଉଦ ମସୀହଙ୍କୁ ‘ମୋର ପ୍ରଭୁ’ ବୋଲି କାହିଁକି ଉଲ୍ଲେଖ କରିଛନ୍ତି? ପରମାତ୍ମାଙ୍କ ପ୍ରେରଣାରେ ସେ ଲେଖିଛନ୍ତି,</verse>
				<verse number="44">‘ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ, ଆମେ ତୁମ ଶତ୍ରୁମାନଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସ।’</verse>
				<verse number="45">“ଯଦି ଦାଉଦ ମସୀହଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିଛନ୍ତି, ତେବେ ମସୀହ କିପରି ତାଙ୍କର ବଂଶଧର ହୋଇ ପାରିବେ?”</verse>
				<verse number="46">ଯୀଶୁଙ୍କୁ କେହି ଏହାର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ କେହି ସାହସ କଲେ ନାହିଁ।</verse>
			</chapter>
			<chapter number="23">
				<verse number="1">ଯୀଶୁ ଶିଷ୍ୟମାନଙ୍କୁ ଓ ସମବେତ ଜନତାକୁ କହିଲେ,</verse>
				<verse number="2">“ଧର୍ମଗୁରୁ ଓ ଫାରୁଶୀମାନେ ମୋଶାଙ୍କ ବ୍ୟବସ୍ଥାର କ୍ଷମତାପ୍ରାପ୍ତ ବ୍ୟାଖ୍ୟାକାରୀ,</verse>
				<verse number="3">ତେଣୁ ସେମାନେ ଯାହା କରିବାକୁ କହୁଛନ୍ତି, ତାହା କର। କିନ୍ତୁ ସେମାନଙ୍କ କାର୍ଯ୍ୟକଳାପକୁ ଅନୁକରଣ କର ନାହିଁ। କାରଣ ସେମାନେ ନିଜେ ଦେଉଥିବା ଶିକ୍ଷା ଅନୁଯାୟୀ କାର୍ଯ୍ୟ କରନ୍ତି ନାହିଁ।</verse>
				<verse number="4">ସେମାନେ ଲୋକମାନଙ୍କ ପିଠି ଉପରେ ଦୁର୍ବହ ବୋଝ ଲଦି ଦିଅନ୍ତି, କିନ୍ତୁ ସେସବୁ ବୋଝ ବହନ କରିବା ପାଇଁ ନିଜର ଅଙ୍ଗୁଳି ଦ୍ୱାରା ମଧ୍ୟ ଟିକିଏ ହେଲେ ସାହାଯ୍ୟ କରନ୍ତି ନାହିଁ।</verse>
				<verse number="5">ସେମାନେ ଲୋକଙ୍କୁ ଦେଖାଇବା ପାଇଁ ସବୁ କାମ କରିଥାନ୍ତି। ଦେଖ, ସେମାନେ ଶାସ୍ତ୍ର ବିନ ଲେଖା ହୋଇଥିବା କେଡ଼େ କେଡ଼େ କବଚ କପାଳ ଓ ବାହୁରେ ବାନ୍ଧିଛନ୍ତି। ପୁଣି ଦେଖ, ସେମାନଙ୍କ ପୋଷାକର ଝାଲର ସବୁ କେଡ଼େ ଲମ୍ବା।</verse>
				<verse number="6">ସେମାନେ ଭୋଜିମାନଙ୍କରେ ବିଶିଷ୍ଟ ସ୍ଥାନ ଓ ଉପାସନା ଗୃହମାନଙ୍କରେ ସଂରକ୍ଷିତ ଆସନ ଅଧିକାର କରିବାକୁ ଭଲ ପାଆନ୍ତି।</verse>
				<verse number="7">ବଜାର ଛକମାନଙ୍କରେ ଲୋକମାନେ ସେମାନଙ୍କୁ ସମ୍ମାନ ଦେଖାଇ ଅଭିବାଦନ କରନ୍ତୁ ଓ ‘ଗୁରୁ’ ବୋଲି ସମ୍ବୋଧନ କରନ୍ତୁ, ଏହା ସେମାନେ ଚାହାଁନ୍ତି।</verse>
				<verse number="8">କିନ୍ତୁ ତୁମକୁ କେହି ଗୁରୁ ବୋଲି ଡ଼ାକିବା ଉଚିତ୍ ନୁହେଁ। କାରଣ ତୁମେ ସମସ୍ତେ ପରସ୍ପରର ଭାଇ ଓ ତୁମର ଗୁରୁ କେବଳ ଜଣେ।</verse>
				<verse number="9">ପୁଣି ପୃଥିବୀରେ ତୁମେ କାହାକୁ ପିତା ବୋଲି ସମ୍ବୋଧନ କରିବା ଉଚିତ୍ ନୁହେଁ। କାରଣ ତୁମର ଜଣେ କେବଳ ପିତା - ସେ ସ୍ୱର୍ଗରେ ଅଛନ୍ତି।</verse>
				<verse number="10">ତୁମକୁ ପ୍ରଭୁ ବୋଲି ମଧ୍ୟ କେହି ନ ଡ଼ାକନ୍ତୁ, କାରଣ ଏକମାତ୍ର ପ୍ରଭୁ ହେଉଛନ୍ତି ମସୀହ।</verse>
				<verse number="11">ତୁମ ମଧ୍ୟରେ ଯେ ସବୁଠାରୁ ଶ୍ରେଷ୍ଠ, ସେ ତୁମର ସେବା କରୁ।</verse>
				<verse number="12">ଯେ ନିଜକୁ ଉନ୍ନତ କରେ, ତାକୁ ନତ କରାଯିବ ଏବଂ ଯେ ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।</verse>
				<verse number="13">“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”</verse>
				<verse number="14"></verse>
				<verse number="15">“ଆରେ ଧର୍ମଗୁରୁ ଓ ଫାରୁଶୀମାନେ, ତୁମ ଦଶା କେଡ଼େ ଶୋଚନୀୟ। ତୁମେ ସମୁଦ୍ର ପାରିହୋଇ ଦେଶାନ୍ତରକୁ ଯାଇ ଜଣକୁ ତୁମ ଧର୍ମରେ ଦୀକ୍ଷିତ କରିବା ପାଇଁ ଖୋଜି ବୁଲୁଛ। କିନ୍ତୁ ସେହି ଭଳି ଜଣକୁ ପାଇଲେ, ତାକୁ ନରକଗାମୀ ହେବା ପାଇଁ ତୁମଠାରୁ ଦୁଇଗୁଣ ଅଧିକ ଉପଯୋଗୀ କରାଉଛ।</verse>
				<verse number="16">“ଆରେ ଅନ୍ଧ ପଥ-ପ୍ରଦର୍ଶକଗଣ, ତୁମର ଦଶା କେଡ଼େ ଭୟାନକ। ତୁମେ ଶିକ୍ଷା ଦେଇଥାଅ, କେହି ମନ୍ଦିର ନାମରେ ଶପଥ କଲେ, ତା’ ସେ ପାଳନ କରିବାକୁ ବାଧ୍ୟ ନୁହେଁ; କିନ୍ତୁ ମନ୍ଦିରରେ ଥିବା ସୁବର୍ଣ୍ଣ ନାମରେ ଯେ ପ୍ରତିଜ୍ଞା କରେ, ତାକୁ ତା’ ପାଳନ କରିବାକୁ ପଡ଼ିବ।</verse>
				<verse number="17">ଆରେ ଅନ୍ଧ ନିର୍ବୋଧମାନେ, ସ୍ୱର୍ଣ୍ଣ ବଡ଼ ନା ସ୍ୱର୍ଣ୍ଣକୁ ପବିତ୍ର କରୁଥିବା ମନ୍ଦିର ବଡ଼?</verse>
				<verse number="18">ତୁମେ ଶିକ୍ଷା ଦେଇଥାଅ ଯେ, ଜଣେ ବ୍ୟକ୍ତି ବେଦୀ ନାମରେ ଶପଥ କଲେ, ସେ ତାହା ପାଳନ କରିବାକୁ ବାଧ୍ୟ ନୁହେଁ। କିନ୍ତୁ ବେଦୀ ଉପରେ ରଖାଯାଇଥିବା ନୈବେଦ୍ୟ ନାମରେ ପ୍ରତିଜ୍ଞା କଲେ, ତାହା ଅଲଙ୍ଘନୀୟ।</verse>
				<verse number="19">କେଡ଼େ ଅନ୍ଧ ତୁମେ। କେଉଁଟି ଶ୍ରେଷ୍ଠ - ନୈବେଦ୍ୟ ନା ନୈବେଦ୍ୟକୁ ପବିତ୍ର କରୁଥିବା ବେଦୀ?</verse>
				<verse number="20">ଅତଏବ କେହି ବେଦୀ ନାମରେ ଶପଥ କଲେ, ସେ ବେଦୀ ଓ ତାହା ଉପରେ ଥିବା ସକଳ ନୈବେଦ୍ୟ ସାମଗ୍ରୀ ନାମରେ ଶପଥ କରେ।</verse>
				<verse number="21">କେହି ମନ୍ଦିର ନାମରେ ଶପଥ କଲେ ସେ ମନ୍ଦିର ଓ ତହିଁରେ ଅଧିଷ୍ଠାନ କରୁଥିବା ଈଶ୍ୱରଙ୍କ ନାମରେ ଶପଥ କରେ।</verse>
				<verse number="22">“କେହି ସ୍ୱର୍ଗ ନାମରେ ଶପଥ କଲେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପରେ ଉପବିଷ୍ଟ ଈଶ୍ୱରଙ୍କ ନାମରେ ଶପଥ କରେ।</verse>
				<verse number="23">“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ପରିଣତି କେଡ଼େ ଶୋଚନୀୟ! ତୁମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପୋଦିନା, ପାନ ମହୁରୀ ଓ ଜିରାର ମଧ୍ୟ ଦଶମାଂଶ ଦାନ କରୁଥାଅ; କିନ୍ତୁ ନ୍ୟାୟ, ଦୟା, ସାଧୁତା ଆଦି ବ୍ୟବସ୍ଥାର ପ୍ରଧାନ ପ୍ରଧାନ ବିଷୟଗୁଡ଼ିକୁ ଅବହେଳା କରୁଛ। ବ୍ୟବସ୍ଥାର ଏ ବିଷୟଗୁଡ଼ିକୁ ଆଗେ ଅଭ୍ୟାସ କରିବା ଉଚିତ୍।</verse>
				<verse number="24">“ଆରେ ଅନ୍ଧ ପଥପ୍ରଦର୍ଶକଗଣ, ତୁମେ କିଛି ପାନ କଲାବେଳେ କାଳେ ସେଥିରେ ପୋକଟିଏ ପଡ଼ିଥିବ ବୋଲି ତାକୁ ଛାଣି ଦେଇଥାଅ। କିନ୍ତୁ ତୁମେ ଗୋଟିଏ ଗୋଟିଏ ଓଟକୁ ପୁରା ଗିଳି ଖାଇ ଯାଇଥାଅ।</verse>
				<verse number="25">“କେଡ଼େ ଭୟଙ୍କର ତୁମ୍ଭମାନଙ୍କର ଶେଷ ଗତି, ଆରେ ଧର୍ମଗୁରୁ ଓ ଫାରୁଶୀଗଣ! ତୁମେ ପିଆଲା ଓ ଥାଳୀର ବାହାର ପଟ ପରିଷ୍କାର କରିଥାଅ, କିନ୍ତୁ ସେଗୁଡ଼ିକର ଭିତରେ ହିଂସା ଓ ସ୍ୱାର୍ଥପରତା ପୂରି ରହିଛି।</verse>
				<verse number="26">“ଅନ୍ଧ ଫାରୁଶୀଗଣ! ପାତ୍ରର ଭିତରଟାକୁ ଆଗ ପରିଷ୍କାର କର, ତାହାହେଲେ ବାହାରଟା ମଧ୍ୟ ପରିଷ୍କାର ହୋଇଯିବ।</verse>
				<verse number="27">“ଆହେ ଧର୍ମଗୁରୁ ଓ ଫାରୁଶୀଗଣ! ତୁମେ କେଡ଼େ ଭୀଷଣ ଦଶା ଭୋଗିବ। ଆରେ କପଟୀ ଗଣ! ତୁମେ ସବୁ ବାହାର ପଟେ ଚୂନଧଉଳା ହୋଇଥିବା କବର ପରି।</verse>
				<verse number="28">“ବାହାରକୁ ଏଗୁଡ଼ିକ ସୁନ୍ଦର ଦିଶେ, କିନ୍ତୁ ଭିତର ଅସ୍ଥି କଙ୍କାଳ ଓ ପଚା ଶବରେ ପୂର୍ଣ୍ଣ। ସେହିପରି ତୁମେ ବାହାରକୁ ସମସ୍ତଙ୍କ ଆଗରେ ଭଲ ଦେଖାଯାଅ, କିନ୍ତୁ ତୁମ ଭିତରଟା କପଟ ଓ ପାପରେ ପରିପୂର୍ଣ୍ଣ।</verse>
				<verse number="29">“ଆହେ ଧର୍ମଗୁରୁ ଓ ଫାରୁଶୀଗଣ! ଆରେ ଛଳଧାର୍ମିକ ବୃନ୍ଦ! ତୁମ ପାଇଁ ଏହା କେଡ଼େ ଭୟଙ୍କର। ଭାବବାଦୀମାନଙ୍କ ପାଇଁ ତୁମେ ସୁନ୍ଦର ସମାଧି ନିର୍ମାଣ କରୁଛ ଓ ଧାର୍ମିକମାନଙ୍କର ସ୍ମୃତି ସ୍ତମ୍ଭ ସବୁ ଅଳଙ୍କୃତ କରୁଛ।</verse>
				<verse number="30">ପୁଣି ତୁମେ କହୁଛ, ଯଦି ତୁମ ପୂର୍ବ ପୁରୁଷମାନଙ୍କ ସମୟରେ ତୁମେ ଥାଆନ୍ତ, ତେବେ ସେମାନଙ୍କ ପରି ଆଚରଣ କରି ନ ଥାନ୍ତ କିମ୍ବା ଭାବବାଦୀମାନଙ୍କୁ ହତ୍ୟା କରି ନ ଥାଆନ୍ତ।</verse>
				<verse number="31">ଏକଥା କହିବା ଦ୍ୱାରା ତୁମେ ବାସ୍ତବିକ ସ୍ୱୀକାର କରୁଛ ଯେ ତୁମେ ଭାବବାଦୀମାନଙ୍କ ହତ୍ୟାକାରୀମାନଙ୍କର ବଂଶଧର।</verse>
				<verse number="32">"ତେବେ ତୁମ୍ଭେ ଆଗେଇ ଚାଲ, ତୁମ ପୂର୍ବ ପୁରୁଷମାନଙ୍କର ଅସମ୍ପୂର୍ଣ୍ଣ କରିଦିଅ।</verse>
				<verse number="33">“ଆରେ ସର୍ପଗଣ! କାଳସର୍ପର ବଂଶଧର! ନରକ ଦଣ୍ଡରୁ ରକ୍ଷା ପାଇବା ବୋଲି କିପରି ଆଶା କରୁଛ?</verse>
				<verse number="34">ତେଣୁ ମୁଁ କହୁଛି; ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଶିକ୍ଷାଗୁରୁ ଓ ବିଜ୍ଞ ଲୋକମାନଙ୍କୁ ପଠାଇବି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁମେ ହତ୍ୟା କରିବ, କେତେକଙ୍କୁ କ୍ରୁଶରେ ଚାବୁକ ମାରି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ତଡ଼ିଦେବ।</verse>
				<verse number="35">ପରିଣାମରେ ହେବଲଠାରୁ ଆରମ୍ଭ କରି ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟ (ବରଖିଆଙ୍କ ପୁତ୍ର) ପର୍ଯ୍ୟନ୍ତ ସମସ୍ତ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ହତ୍ୟା ପାଇଁ ତୁମ୍ଭେମାନେ ଦଣ୍ଡିତ ହେବ।</verse>
				<verse number="36">ମୁଁ ନିଶ୍ଚିତ ଭାବରେ କହୁଛି, ଏ ସମସ୍ତଙ୍କ ହତ୍ୟା ପାଇଁ ଏ ଯୁଗର ଲୋକମାନେ ଦଣ୍ଡ ଭୋଗ କରିବେ।</verse>
				<verse number="37">“ହେ ଯିରୂଶାଲମ, ହେ ଯିରୂଶାଲମ। ତୁମେ ଭାବବାଦୀମାନଙ୍କୁ ହତ୍ୟା କରୁଛ ଓ ଈଶ୍ୱରପ୍ରେରିତ ବାର୍ତ୍ତାବହମାନଙ୍କୁ ପଥର ଫୋପାଡ଼ି ମାରୁଛ। କୁକୁଡ଼ା ତା’ ଡ଼େଣା ତଳେ ଛୁଆମାନଙ୍କୁ ଧରି ରଖିବା ପରି, ତୁମ ଲୋକମାନଙ୍କୁ ମୋ’ ବାହୁ ଛାୟାତଳେ ରକ୍ଷା କରିବା ପାଇଁ ମୁଁ କେତେଥର ଚେଷ୍ଟା କରିଛି। କିନ୍ତୁ ତୁମେ ମୋତେ ତାହା କରିବାକୁ ଦେଇ ନାହଁ।</verse>
				<verse number="38">ତେଣୁ ତୁମ ମନ୍ଦିର ପରିତ୍ୟକ୍ତ ଓ ଶୂନ୍ୟ ହେବ।</verse>
				<verse number="39">ମୁଁ କହି ରଖୁଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ସେ ଧନ୍ୟ’ - ଏହା ଯେ ପର୍ଯ୍ୟନ୍ତ କହି ନାହଁ, ବର୍ତ୍ତମାନଠାରୁ ତୁମେ ମୋତେ ଆଉ ଦେଖି ପାରିବ ନାହିଁ।”</verse>
			</chapter>
			<chapter number="24">
				<verse number="1">ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବାବେଳେ ଶିଷ୍ୟମାନେ ମନ୍ଦିର ବେଢ଼ାରେ ଥିବା ବଡ଼ ବଡ଼ ସୌଧ ଆଡ଼କୁ ଯୀଶୁଙ୍କର ଦୃଷ୍ଟି ଆକର୍ଷଣ କଲେ।</verse>
				<verse number="2">ଯୀଶୁ କହିଲେ, “ଏବେ ସିନା ଏସବୁ ଦେଖୁଛ। ମୁଁ ତୁମ୍ଭମାନଙ୍କୁ କହୁଛି, ଏ ମନ୍ଦିରର ଗୋଟିଏ ହେଲେ ପଥର ତା’ ସ୍ଥାନରେ ରହିବ ନାହିଁ। ପ୍ରତ୍ୟେକଟି ଭୂମିସାତ୍ ହେବ।”</verse>
				<verse number="3">ଯୀଶୁ ଜୀତ ପର୍ବତ ଉପରେ ବସିଥିବାବେଳେ ଶିଷ୍ୟମାନେ ଏକାନ୍ତରେ ଆସି ପଚାରିଲେ, “ଏସବୁ କେବେ ହେବ, ଆମକୁ କହନ୍ତୁ। କ’ଣ ଘଟିଲେ ଆମେ ଜାଣିବା ଯେ ଆପଣଙ୍କ ଆସିବା ସମୟ ହେଲାଣି ଏବଂ ଏହି ଯୁଗ ଶେଷ ହେବ।”</verse>
				<verse number="4">ଯୀଶୁ କହିଲେ, “ସତର୍କ ରୁହ। କେହି ଯେପରି ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରେ।</verse>
				<verse number="5">ମୋ’ ନାମ ନେଇ ଅନେକ ଆସି କହିବେ, ‘ମୁଁ ପରା ମସୀହ’। ଏହା କହି ସେମାନେ ଅନେକଙ୍କୁ ଭଣ୍ଡାଇବେ।</verse>
				<verse number="6">ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।</verse>
				<verse number="7">ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଏକ ରାଜ୍ୟ ଅପର ରାଜ୍ୟ ଉପରେ ଆକ୍ରମଣ କରିବ। ସର୍ବତ୍ର ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।</verse>
				<verse number="8">କିନ୍ତୁ ଏସବୁ ପ୍ରସବ ବେଦନାର ଆରମ୍ଭ ମାତ୍ର।</verse>
				<verse number="9">“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ।</verse>
				<verse number="10">ସେତେବେେଳେ ଅନେକେ ସେମାନଙ୍କର ବିଶ୍ୱାସ ହରାଇବେ, ପରସ୍ପରକୁ ଘୃଣା କରି ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ।</verse>
				<verse number="11">ସେତେବେଳେ ଅନେକ ଭଣ୍ଡ ଭାବବାଦୀ ବାହାରି ଲୋକମାନଙ୍କୁ ବିଭ୍ରାନ୍ତ କରିବେ।</verse>
				<verse number="12">ଏହିପରି ଭାବରେ ଅଧର୍ମ ବଢ଼ି ଚାଲିବ ଏବଂ ଲୋକଙ୍କର ପ୍ରେମ ଶିଥିଳ ହୋଇ ପଡ଼ିବ।</verse>
				<verse number="13">କିନ୍ତୁ ଯେ କେହି ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ, ସେ ପରିତ୍ରାଣ ପାଇବ।</verse>
				<verse number="14">ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”</verse>
				<verse number="15">“ଭାବବାଦୀ ଦାନିୟେଲ ବର୍ଣ୍ଣନା କରିଥିବା ସେହି ଚରମ ବିଭୀଷିକା ପୁଣି ଥରେ ତୁମେ ଦେଖିବ। ପବିତ୍ର ସ୍ଥାନକୁ ତାହା କଳୁଷିତ କରିବ। (ଏହାର ଅର୍ଥ କଅଣ, ପାଠକେ ବୁଛନ୍ତୁ)।</verse>
				<verse number="16">ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥିବେ, ସେମାନେ ପାହାଡ଼କୁ ପଳାଇଯାନ୍ତୁ।</verse>
				<verse number="17">ଯେଉଁମାନେ ଛାତ ଉପରେ ଥିବେ, ସେମାନେ ଘର ଭିତରୁ ଜିନିଷପତ୍ର ନେବା ପାଇଁ ତଳକୁ ଆସି ସମୟ ନଷ୍ଟ ନ କରନ୍ତୁ।</verse>
				<verse number="18">ଯେଉଁମାନେ କ୍ଷେତକୁ ଯାଉଥିବେ, ନିଜର ପୋଷାକ ନେବାକୁ ଘରକୁ ନ ଫେରନ୍ତୁ।</verse>
				<verse number="19">ସେତେବେଳେ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କର ଓ କୋଳରେ ଶିଶୁ ଧରିଥିବା ମାଆମାନଙ୍କର ଅବସ୍ଥା କେଡ଼େ ଶୋଚନୀୟ ହେବ।</verse>
				<verse number="20">ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାଅ, ଶୀତଦିନେ ବା ବିଶ୍ରାମବାରରେ ତୁମ୍ଭମାନଙ୍କୁ ଯେପରି ପଳାଇ ଯିବାକୁ ନ ପଡ଼େ।</verse>
				<verse number="21">ସେତେବେଳେ ଯେଉଁ ଦୁଃଖ ଭୋଗ କରିବାକୁ ପଡ଼ିବ, ଜଗତର ସୃଷ୍ଟିଠାରୁ ଆଜିଯାଏ ଘଟିଥିବା ସବୁ କ୍ଲେଶକୁ ତାହା ବଳି ପଡ଼ିବ। ସେପରି ଦୁଃଖ ଭୋଗ ଭବିଷ୍ୟତ୍ରେ କେବେ ଆସିବ ନାହିଁ।</verse>
				<verse number="22">କିନ୍ତୁ ଏହି ଦୁଃଖର ସମୟକୁ ଈଶ୍ୱର ହ୍ରାସ କରି ଦେଇଛନ୍ତି। ତା’ ନ ହୋଇଥିଲେ, ଆଉ କେହି ବଞ୍ଚି ରହନ୍ତା ନାହିଁ। କିନ୍ତୁ ତାଙ୍କ ମନୋନୀତ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଈଶ୍ୱର ସେହି ସମୟକୁ କମ୍ କରି ଦେଇଛନ୍ତି।</verse>
				<verse number="23">“ସେତେବେଳେ ଯଦି କେହି ତୁମ୍ଭମାନଙ୍କୁ କହେ, ‘ଏଠାରେ ମସୀହ ଅଛନ୍ତି ବା ସେଠାରେ ସେ ଅଛନ୍ତି,’ ତାକୁ ବିଶ୍ୱାସ କରିବ ନାହିଁ।</verse>
				<verse number="24">କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।</verse>
				<verse number="25">ଶୁଣ, ସେହି ସମୟ ଆସିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଏସବୁ କଥା ଜଣାଇ ଦେଉଛି।</verse>
				<verse number="26">“‘ଦେଖ, ସେ ମରୁଅଞ୍ଚଳରେ ଅଛନ୍ତି’ ବୋଲି ଯଦି ଲୋକେ କହିବେ, ସେଠିକି ଯାଅ ନାହିଁ। କିମ୍ବା ଯଦି ସେମାନେ କହିବେ, ‘ଦେଖ, ଏଠାରେ ସେ ଲୁଚିଛନ୍ତି’ - ସେମାନଙ୍କୁ ବିଶ୍ୱାସ କର ନାହିଁ।</verse>
				<verse number="27">ବିଜୁଳି ଯେପରି ପୂର୍ବରୁ ପଶ୍ଚିମ ଯାଏ ଆକାଶକୁ ଝଲସାଇ ଦିଏ, ମନୁଷ୍ୟପୁତ୍ର ସେହିପରି ଆସିବେ।</verse>
				<verse number="28">“ଯେଉଁଠି ମଡ଼ା ପଡ଼ିଥାଏ, ସେଇଠି ଶାଗୁଣାମାନେ ଜମା ହୋଇ ଥାଆନ୍ତି।</verse>
				<verse number="29">“ସେହି ଦୁଃଖଭୋଗର ସମୟ ଶେଷ ହେବାବେଳକୁ ସୂର୍ଯ୍ୟ ମ୍ଲାନ ହୋଇ ପଡ଼ିବ, ଚନ୍ଦ୍ର ଆଉ ଆଲୋକ ବିକିରଣ କରିବ ନାହିଁ, ନକ୍ଷତ୍ରମାନେ ଆକାଶରୁ ଖସିପଡ଼ିବେ ଏବଂ ମହାଶୂନ୍ୟର ଜ୍ୟୋତିପୁଞ୍ଜ ଦିଗହରା ହେବେ।</verse>
				<verse number="30">ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।</verse>
				<verse number="31">ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।</verse>
				<verse number="32">“ଡ଼ିମିରି ଗଛଠାରୁ ଶିକ୍ଷା ଗ୍ରହଣ କର। ଯେତେବେଳେ ତା’ର ସବୁଜ କୋମଳ ଶାଖା ପ୍ରଶାଖାରୁ ନୂଆ ପତ୍ର କଅଁଳେ, ଗ୍ରୀଷ୍ମଋତୁ ଆସନ୍ନ ବୋଲି ତୁମ୍ଭେମାନେ ଜାଣି ପାରୁଛ।</verse>
				<verse number="33">ଠିକ୍ ସେହିପରି ଏହିସବୁ ଘଟଣା ଦେଖିଲେ, ଅନ୍ତିମ କାଳର ଆରମ୍ଭ ହେଲା ବୋଲି ତୁମ୍ଭେମାନେ ଜାଣିବ।</verse>
				<verse number="34">“ମନେରଖ, ବର୍ତ୍ତମାନ ଜୀବିତ ଥିବା ଲୋକମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁଭୋଗ କରିବା ପୂର୍ବରୁ ଏହି ସମସ୍ତ ବିଷୟ ଘଟିଯିବ।</verse>
				<verse number="35">ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ; କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।</verse>
				<verse number="36">“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି କହିପାରିବେ ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ସେକଥା ଜାଣନ୍ତି ନାହିଁ, କେବଳ ପିତା ଈଶ୍ୱର ଜାଣନ୍ତି।</verse>
				<verse number="37">ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେହିପରି ହେବ।</verse>
				<verse number="38">ଜଳପ୍ଲାବନ ପୂର୍ବେ ନୋହ ଜାହାଜରେ ପ୍ରବେଶ କରିବା ପର୍ଯ୍ୟନ୍ତ ଲୋକେ ଭୋଜନପାନ ଓ ବିବାହ ଆଦି କାର୍ଯ୍ୟରେ ବ୍ୟସ୍ତ ଥିଲେ।</verse>
				<verse number="39">ଜଳପ୍ଲାବନରେ ସେମାନେ ଭାସିଯିବା ପର୍ଯ୍ୟନ୍ତ କଅଣ ଘଟୁଛି, ଜାଣିପାରି ନ ଥିଲେ। ମନୁଷ୍ୟପୁତ୍ର ଆସିବାବେଳେ ଠିକ୍ ସେହିପରି ହେବ।</verse>
				<verse number="40">ସେହି ସମୟରେ କ୍ଷେତରେ କାମ କରୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମନୋନୀତ ହୋଇ ଚାଲିଯିବ। ଅପରଟି ପରିତ୍ୟକ୍ତ ହୋଇ ପଛରେ ରହିଯିବ।</verse>
				<verse number="41">ଚକି ପେଷୁଥିବା ଦୁଇଜଣ ସ୍ତ୍ରୀ ଲୋକଙ୍କ ମଧ୍ୟରୁ ଜଣେ ଗୃହୀତ ହେବ ଓ ଅନ୍ୟ ଜଣକ ପରିତ୍ୟକ୍ତ ହେବ।</verse>
				<verse number="42">“ଅତଏବ ତୁମ୍ଭେମାନେ ସତର୍କ ରୁହ, କାରଣ ତୁମ ପ୍ରଭୁ କେବେ ଆସିବେ, ତୁମେ ଜାଣ ନାହିଁ।</verse>
				<verse number="43">କେବେ ଚୋର ପଶିବ ଜାଣିଥିଲେ, ଗୃହକର୍ତ୍ତା ଜାଗ୍ରତ ରହି ଚୋରକୁ ଘରେ ପୂରାଇବେ ନାହିଁ।</verse>
				<verse number="44">ତୁମ୍ଭେମାନେ ମଧ୍ୟ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଅ। କାରଣ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ସେ ଆସିଯାଇ ପାରନ୍ତି।</verse>
				<verse number="45">“କିଏ ତାହାହେଲେ ବିଶ୍ୱସ୍ତ ଓ ବୁଦ୍ଧିମାନ ଭୃତ୍ୟ? ଯାହା ଉପରେ ମାଲିକ ଅନ୍ୟ ଭୃତ୍ୟମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ଭାର ନ୍ୟସ୍ତ କରିଥାନ୍ତି।</verse>
				<verse number="46">ମାଲିକ ବିଦେଶରୁ ଫେରିବାବେଳେ ସେହି ଭୃତ୍ୟ ଯଦି ବିଶ୍ୱସ୍ତଭାବେ ତା’ର କର୍ତ୍ତବ୍ୟ ପାଳନ କରୁଥାଏ, ସେ କେଡ଼େ ସୁଖୀ ହେବ!</verse>
				<verse number="47">ମୁଁ ନିଶ୍ଚିତଭାବେ କହୁଛି, ସେଭଳି ଭୃତ୍ୟକୁ ମାଲିକ ଦିନେ ତାଙ୍କର ସକଳ ସମ୍ପତ୍ତିର ଦାୟିତ୍ୱରେ ରଖିବେ।</verse>
				<verse number="48">କିନ୍ତୁ ସେହି ଭୃତ୍ୟ ଯଦି ଅବିଶ୍ୱସ୍ତ ହୋଇ ମାଲିକ ଶୀଘ୍ର ଫେରିବେ ନାହିଁ ବୋଲି ଭାବିବ ଓ</verse>
				<verse number="49">ଅନ୍ୟ ଭୃତ୍ୟମାନଙ୍କୁ ମାରପିଟ କରି ମଦ୍ୟପମାନଙ୍କ ସହିତ ଭୋଜନ ପାନରେ ରତ ହେବ,</verse>
				<verse number="50">ସେ ଅପେକ୍ଷା କରୁ ନ ଥିବା ସମୟରେ ହଠାତ୍ ଦିନେ ଯେତେବେଳେ ମାଲିକ ଫେରି ଆସିବେ,</verse>
				<verse number="51">ତାକୁ ସେ କଠୋର ଶାସ୍ତି ଦେବେ। ସେ ପ୍ରତାରକମାନଙ୍କର ଦୁର୍ଦ୍ଦଶା ଭୋଗ କରିବ ଏବଂ ଶେଷରେ ବିଳାପ କରି ଦାନ୍ତ ରଗଡ଼ିବା ତା’ ପକ୍ଷରେ ସାର ହେବ।</verse>
			</chapter>
			<chapter number="25">
				<verse number="1">“ସେହି ସମୟରେ ସ୍ୱର୍ଗରାଜ୍ୟର ଆଗମନ ଏହିପରି ହେବ। “ଦଶଜଣ କୁମାରୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୀପ ନେଇ ବରକୁ ପାଛୋଟି ଆଣିବାକୁ ଯାଇଥିଲେ।</verse>
				<verse number="2">ସେମାନଙ୍କ ମଧ୍ୟରେ ପାଞ୍ଚଜଣ ବୁଦ୍ଧିହୀନା ଓ ପାଞ୍ଚଜଣ ବୁଦ୍ଧିମତୀ ଥିଲେ।</verse>
				<verse number="3">ବୁଦ୍ଧିହୀନା କୁମାରୀମାନେ ସାଙ୍ଗରେ ଅଧିକା ତେଲ ନେଇ ନ ଥିଲେ।</verse>
				<verse number="4">ବୁଦ୍ଧିମତୀମାନେ ବୋତଲରେ ଅଧିକ ତେଲ ନେଇଥିଲେ।</verse>
				<verse number="5">ବର ଆସିବାରେ ବିଳମ୍ବ ହେବାରୁ କୁମାରୀମାନେ ଢ଼ୁଳେଇ ଢ଼ୁଳେଇ ଶୋଇ ପଡ଼ିଲେ।</verse>
				<verse number="6">“ଅଧରାତିବେଳେ ପାଟି ଶୁଣାଗଲା, ‘ଏହି, ବର ଆସୁଛନ୍ତି, ଆସ ସେମାନଙ୍କୁ ପାଛୋଟି ଆଣିବା’।</verse>
				<verse number="7">କୁମାରୀମାନେ ଉଠିପଡ଼ି ନିଜ ନିଜ ଦୀପ ସଜାଡ଼ିଲେ।</verse>
				<verse number="8">ସେତେବେଳେ ବୁଦ୍ଧିହୀନା କମାରୀମାନେ ବୁଦ୍ଧିମତୀମାନଙ୍କୁ କହିଲେ, ‘ଆମକୁ କିଛି ଦେଇ ଦିଅ। ଆମ ଦୀପ ଲିଭି ଯାଉଛି।’</verse>
				<verse number="9">“ବୁଦ୍ଧିମତୀମାନେ କହିଲେ, ‘ତୁମ ପାଇଁ ଓ ଆମ ପାଇଁ ତେଲ ଯଥେଷ୍ଟ ହେବ ନାହିଁ। ତୁମେ ଦୋକାନକୁ ଯାଇ ନିଜ ନିଜ ପାଇଁ କିଛି ତେଲ କିଣି ଆଣ।’</verse>
				<verse number="10">ତେଣୁ ବୁଦ୍ଧିହୀନା କୁମାରୀମାନେ ତେଲ କିଣିବାକୁ ବାହାରିଲେ। ସେମାନେ ଚାଲିଯିବା ପରେ ବର ଆସି ପହଞ୍ଚିଲେ। ପ୍ରସ୍ତୁତ ଥିବା ପାଞ୍ଚଜଣ କୁମାରୀ ତାଙ୍କ ସହିତ ବିବାହ ଭୋଜିକୁ ଯିବା ପରେ ଦ୍ୱାର ବନ୍ଦ ହୋଇଗଲା।</verse>
				<verse number="11">“ପରେ ଅନ୍ୟ କୁମାରୀମାନେ ସେଠାକୁ ଆସିଲେ। ‘ଆଜ୍ଞା, ଦ୍ୱାର ଖୋଲନ୍ତୁ; ଆମେ ଭିତରକୁ ଯିବୁ’ ବୋଲି ସେମାନେ ପାଟି କଲେ।</verse>
				<verse number="12">ବର ଉତ୍ତର ଦେଲେ, ‘ନା କଦାପି ନୁହେଁ, ତୁମେ କିଏ, ମୁଁ ଜାଣେ ନାହିଁ’।”</verse>
				<verse number="13">କଥାଟି ଶେଷ କରି ଯୀଶୁ କହିଲେ, “ସତର୍କ ରୁହ। ସେହି ଦିନ କିମ୍ବା ଘଣ୍ଟା (ସମୟ) ଆଗରୁ କେହି ଜାଣିପାରିବ ନାହିଁ।</verse>
				<verse number="14">“ସ୍ୱର୍ଗରାଜ୍ୟ କିପରି, ତା’ର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଏକଦା ଜଣେ ବ୍ୟକ୍ତି ଭୃତ୍ୟମାନଙ୍କ ହାତରେ ତାଙ୍କର ସମ୍ପତ୍ତି ଛାଡ଼ି ଦେଇ ବିଦେଶ ଯାତ୍ରା କରିବାକୁ ବାହାରିଲେ।</verse>
				<verse number="15">ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ କିଛି କିଛି ଅର୍ଥ ଜମା କରିଦେଲେ - ଜଣକୁ ଦେଲେ ପାଞ୍ଚ ହଜାର ରୌପ୍ୟ ମୁଦ୍ରା, ଜଣକୁ ଦୁଇ ହଜାର ଓ ଆଉ ଜଣକୁ ଏକ ହଜାର ମାତ୍ର।</verse>
				<verse number="16">ପାଞ୍ଚ ହଜାର ମୁଦ୍ରା ପାଇଥିବା ଭୃତ୍ୟଟି ସେହି ଧନକୁ ବ୍ୟବସାୟରେ ଖଟାଇ ଆଉ ପାଞ୍ଚ ହଜାର ଲାଭ କଲା।</verse>
				<verse number="17">ସେହିପରି ଦୁଇ ହଜାର ମୁଦ୍ରା ପାଇଥିବା ଚାକର ଆଉ ଦୁଇ ହଜାର ଉପାର୍ଜନ କଲା।</verse>
				<verse number="18">କିନ୍ତୁ ଯେଉଁ ଭୃତ୍ୟ ହଜାରେ ପାଇଥିଲା, ସେ ଗୋଟିଏ ଗାତ ଖୋଳି ମାଲିକଙ୍କ ସେହି ଧନକୁ ଲୁଚାଇ ରଖିଲା।</verse>
				<verse number="19">“ଅନେକ ଦିନ ପରେ ମାଲିକ ଫେରିଲେ ଏବଂ ଭୃତ୍ୟମାନଙ୍କ ସହ ହିସାବ ନିକାଶ କଲେ</verse>
				<verse number="20">ପାଞ୍ଚ ହଜାର ମୁଦ୍ରା ନେଇଥିବା ଭୃତ୍ୟ ମୁନିବଙ୍କୁ ଆଉ ପାଞ୍ଚ ହଜାର ମୁଦ୍ରା ଦେଇôଥଲେ, ଏହି ଦେଖନ୍ତୁ, ମୁଁ ଆଉ ପାଞ୍ଚ ହଜାର ଲାଭ ପାଇଛି।’</verse>
				<verse number="21">ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’</verse>
				<verse number="22">“ଦୁଇ ହଜାର ମୁଦ୍ରା ନେଇଥିବା ଭୃତ୍ୟ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦୁଇ ହଜାର ଦେଇଥିଲେ, ମୁଁ ଆଉ ଦୁଇ ହଜାର ଲାଭ କରିଛି।’</verse>
				<verse number="23">ମାଲିକ କହିଲେ, ‘ବେଶ୍ କରିଛ। ତୁମେ ମଧ୍ୟ ମୋର ଉପଯୁକ୍ତ ଦାସ। ଅଳ୍ପ ଧନରେ ବିଶ୍ୱସ୍ତତା ଦେଖାଇଛ। ବହୁତ ଧନ ମୁଁ ତୁମ ଜିମା କରିଦେବି। ଆସ, ମୋ’ ଆନନ୍ଦରେ ଭାଗୀ ହେବ।’</verse>
				<verse number="24">“ଶେଷରେ ଏକ ହଜାର ମୁଦ୍ରା ନେଇଥିବା ଭୃତ୍ୟ ଆସି କହିଲା, ‘ଆଜ୍ଞା, ମୁଁ ଜାଣେ, ଆପଣ ଜଣେ କଠୋର ଲୋକ। ବୁଣି ନ ଥିବା କ୍ଷେତରେ ଆପଣ ଅମଳ କରନ୍ତି। ବିହନ ନ ବୁଣି ଫସଲ ସଂଗ୍ରହ କରନ୍ତି।</verse>
				<verse number="25">ସେଥିପାଇଁ ମୁଁ ଭୟ ପାଇ ଆପଣଙ୍କ ଟଙ୍କାକୁ ନେଇ ଭୂମିରେ ପୋତି ରଖିଥିଲି। ଦେଖନ୍ତୁ, ଆପଣଙ୍କର ସେହି ଟଙ୍କା।’</verse>
				<verse number="26">“ମାଲିକ କହିଲେ, ‘ଆରେ ଅଯୋଗ୍ୟ, ଅଳସୁଆ! ତୁ ପରା ଜାଣିଥିଲୁ, ମୁଁ ଯେଉଁଠି ବୁଣି ନ ଥାଏ, ସେଇଠି ଅମଳ କରେ।</verse>
				<verse number="27">ତେବେ ମୋ’ ଟଙ୍କା ନେଇ ତୁ ପୁଞ୍ଜିଲଗାଣ ପାଇଁ ଜମା କରି ଦେଇଥାନ୍ତୁ। ତାହାହେଲେ ତାକୁ ମୁଁ ସୁଧ ସହ ଫେରି ପାଇଥାନ୍ତି।’</verse>
				<verse number="28">ଏହା କହି ମାଲିକ ଆଦେଶ ଦେଲେ, ‘ଏହି ଭୃତ୍ୟ ହାତରୁ ଏହି ଟଙ୍କା କାଢ଼ିନେଇ ଯାହା ହାତରେ ଦଶ ହଜାର ଅଛି, ତାକୁ ଦେଇଦିଅ।</verse>
				<verse number="29">କାରଣ ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେ ପ୍ରାଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।</verse>
				<verse number="30">ଏହି ଅଯୋଗ୍ୟ ଭୃତ୍ୟକୁ ବାହାର ଅନ୍ଧକାରକୁ ନେଇଯାଅ। ସେଠାରେ ସେ ରୋଦନ କରି ଦାନ୍ତ କଡ଼ମଡ଼ କରୁଥାଉ।’</verse>
				<verse number="31">“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ</verse>
				<verse number="32">ସବୁ ଜାତିର ଲୋକେ ତାଙ୍କ ସମ୍ମୁଖରେ ଏକତ୍ରିତ ହେବେ। ସେତେବେଳେ ମେଷପାଳକ ଯେପରି ଛେଳି ଓ ମେଣ୍ଢାମାନଙ୍କୁ ଅଲଗା କରିଦିଏ, ମନୁଷ୍ୟପୁତ୍ର ସେପରି ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କରିବେ।</verse>
				<verse number="33">ଧାର୍ମିକ ଲୋକମାନଙ୍କୁ ସେ ଦକ୍ଷିଣ ପାଶ୍ୱର୍ରେ ଓ ଅନ୍ୟମାନଙ୍କୁ ତାଙ୍କ ବାମ ପାଶ୍ୱର୍ରେ ରଖିବେ।</verse>
				<verse number="34">ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।</verse>
				<verse number="35">ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଖୁଆଇଛ, ମୁଁ ତୃଷିତ ଥିଲି, ତୁମେ ମୋତେ ପିଇବାକୁ ଦେଇଛ। ମୁଁ ଅପରିଚିତ ଥିଲି, ତୁମେ ମୋର ଆତିଥ୍ୟ କରିଛ।</verse>
				<verse number="36">ମୁଁ ଉଲଗ୍ନ ଥିଲି, ମୋତେ ବସ୍ତ୍ର ପିନ୍ଧାଇଛ। ମୁଁ ଅସୁସ୍ଥ ଥିଲି, ମୋର ଯତ୍ନ ନେଇଛ। ମୁଁ ବନ୍ଦୀଶାଳାରେ ଥିଲି, ମୋତେ ସଙ୍ଖୁଳିବାକୁ ଆସିଛ।’</verse>
				<verse number="37">“ଧାର୍ମିକମାନେ ଉତ୍ତର ଦେବେ, ‘ପ୍ରଭୁ! କେବେ ଆପଣଙ୍କୁ କ୍ଷୁଧିତ ଦେଖି ଖାଇବାକୁ ଦେଇଛୁ? କେବେ ଆପଣଙ୍କୁ ତୃଷିତ ଦେଖି ପିଇବାକୁ ଦେଇଛୁ?</verse>
				<verse number="38">କେବେ ଆପଣ ଅପରିଚିତ ହୋଇ ଆସିବାବେଳେ ଆପଣଙ୍କ ଆତିଥ୍ୟ କରିଛୁ?</verse>
				<verse number="39">କେବେ ଆପଣଙ୍କୁ ଅସୁସ୍ଥ ବା ବନ୍ଦୀ ଅବସ୍ଥାରେ ଦେଖି ଆପଣଙ୍କୁ ସଙ୍ଖୁଳିଛୁ?’</verse>
				<verse number="40">ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’</verse>
				<verse number="41">“ତା’ପରେ ବାମ ପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ କହିବେ, ‘ଆରେ ଅଭିଶପ୍ତଦଳ! ମୋ’ ସମ୍ମୁଖରୁ ଦୂର ହୁଅ। ଶୟତାନ ଓ ତା’ର ଅନୁଚରମାନଙ୍କ ପାଇଁ ଯେଉଁ ଚିର ଜ୍ୱଳନ୍ତ ଅଗ୍ନି ପ୍ରସ୍ତୁତ ହୋଇ ରହିଛି, ସେଠାକୁ ଯାଅ।</verse>
				<verse number="42">ମୁଁ କ୍ଷୁଧିତ ଥିଲି, ତୁମେ ମୋତେ ଖାଇବାକୁ ଦେଇ ନାହଁ। ମୁଁ ତୃଷିତ ଥିଲାବେଳେ ମୋତେ ପିଇବାକୁ ଦେଇ ନାହଁ।</verse>
				<verse number="43">ମୁଁ ଅପରିଚିତ ଥିବାବେଳେ ମୋର ଆତିଥ୍ୟ କରି ନାହଁ। ମୁଁ ଉଲଗ୍ନ ଥିବାବେଳେ ବସ୍ତ୍ର ପିନ୍ଧାଇ ନାହଁ। ଅସୁସ୍ଥ ଓ ବନ୍ଦୀ ଅବସ୍ଥାରେ ଥିବାବେଳେ ମୋର ଯତ୍ନ ନେଇ ନାହଁ।’</verse>
				<verse number="44">“ସେତେବେଳେ ସେମାନେ ଉତ୍ତର ଦେବେ, ‘ପ୍ରଭୁ, କେବେ ଆପଣଙ୍କୁ କ୍ଷୁଧାର୍ତ୍ତ, ତୃଷାର୍ତ୍ତ, ଅପରିଚିତ, ଉଲଗ୍ନ, ଅସୁସ୍ଥ ବା ବନ୍ଦୀ ଥିବା ଦେଖି ଆମେ ଆପଣଙ୍କୁ ସାହାଯ୍ୟ କରି ନାହୁଁ?’</verse>
				<verse number="45">“ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣକୁ ସାହାଯ୍ୟ କରିବାକୁ ମନା କରିବାବେଳେ, ତୁମେ ମୋତେ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇଛ।’</verse>
				<verse number="46">ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”</verse>
			</chapter>
			<chapter number="26">
				<verse number="1">ଏହିସବୁ ଶିକ୍ଷା ଦେଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ,</verse>
				<verse number="2">“ତୁମ୍ଭେମାନେ ଜାର, ନିସ୍ତାର ପର୍ବ ହେବାକୁ ଆଉ ଦୁଇଦିନ ଅଛି। ସେତେବେଳେ ମନୁଷ୍ୟପୁତ୍ର କ୍ରୁଶବିଦ୍ଧ ହେବା ପାଇଁ ସମର୍ପିତ ହେବେ।”</verse>
				<verse number="3">ଏହି ସମୟରେ ମୁଖ୍ୟ ପୁରୋହିତ ଓ ଅନ୍ୟାନ୍ୟ ଇହୁଦୀ ନେତାମାନେ ପ୍ରଧାନ ଯାଜକ କୟାଫାଙ୍କ ପ୍ରାସାଦରେ ଏକତ୍ରିତ ହୋଇ,</verse>
				<verse number="4">ଯୀଶୁଙ୍କୁ ଗୋପନରେ ଧରି ମାରିଦେବା ପାଇଁ ମନ୍ତ୍ରଣା କଲେ।</verse>
				<verse number="5">କିନ୍ତୁ ସେମାନେ କହିଲେ, “ଏ କାର୍ଯ୍ୟ ଆମେ ପର୍ବବେଳେ କରିବା ଅନୁଚିତ। ସେତେବେଳେ ଲୋକେ ଶାନ୍ତି ଭଙ୍ଗ କରିପାରନ୍ତି।”</verse>
				<verse number="6">ଦିନେ ଯୀଶୁ ବେଥନିରେ ପୂର୍ବରୁ କୁଷ୍ଠରୋଗ ଭୋଗିଥିବା ଶିମୋନ ଗୃହରେ ଥିଲେ।</verse>
				<verse number="7">ଶିମୋନ ଘରେ ଯୀଶୁ ଭୋଜନରେ ବସିଥିବାବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ଧଳା ପଥର ପାତ୍ରରେ ମୂଲ୍ୟବାନ ସୁଗନ୍ଧି ତୈଳ ପୂର୍ଣ୍ଣ କରି ଯୀଶୁଙ୍କ ମୁଣ୍ଡ ଉପରେ ଢ଼ାଳି ଦେଲା।</verse>
				<verse number="8">ଶିଷ୍ୟମାନେ ଏହା ଦେଖି ରାଗିଗଲେ। ସେମାନେ ତାକୁ ପଚାରିଲେ, “ଏତେ ନଷ୍ଟ କଲୁ କାହିଁକି?</verse>
				<verse number="9">ଏହି ସୁଗନ୍ଧି ତୈଳ ବହୁତ ଟଙ୍କାରେ ବିକ୍ରୀ ହୋଇ ପାରିଥାଆନ୍ତା ଓ ସେହି ଧନ ଗରିବମାନଙ୍କୁ ଦାନ କରାଯାଇ ପାରିଥାଆନ୍ତା।”</verse>
				<verse number="10">ସେମାନେ କଅଣ କହୁଛନ୍ତି, ଯୀଶୁ ଜାଣିପାରି କହିଲେ, “ସେହି ସ୍ତ୍ରୀ ଲୋକକୁ କାହିଁକି ହଇରାଣ କରୁଛ? ମୋ’ ପାଇଁ ସେ ଗୋଟିଏ ଭଲ ଓ ସୁନ୍ଦର କାମ କରିଛି।</verse>
				<verse number="11">“ଗରିବମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।</verse>
				<verse number="12">ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳି ସେ ମୋତେ ଅନ୍ତ୍ୟେଷ୍ଟି ପାଇଁ ପ୍ରସ୍ତୁତ କରିଛି।</verse>
				<verse number="13">ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ସମଗ୍ର ଜଗତରେ ଯେ କୌଣସି ସ୍ଥାନରେ ଏହି ସୁସମାଚାର ପ୍ରଚାରିତ ହେବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରି ତାହା ମଧ୍ୟ ଉଲ୍ଲେଖ କରାଯିବ।”</verse>
				<verse number="14">ଯୀଶୁଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଇସ୍କାରିୟତ୍ ଯିହୂଦା ନାମରେ ଜଣେ ଶିଷ୍ୟ ମୁଖ୍ୟ ଯାଜକମାନଙ୍କ ନିକଟକୁ ଯାଇ ପଚାରିଲା,</verse>
				<verse number="15">“ଯୀଶୁଙ୍କୁ ଧରାଇ ଦେଲେ ମୋତେ କଅଣ ଦେବେ?” ସେମାନେ ତାଙ୍କୁ ତିରିଶଟି ରୌପ୍ୟମୁଦ୍ରା ଗଣିଦେଲେ।</verse>
				<verse number="16">ସେହିଦିନଠାରୁ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ପାଇଁ ଯିହୁଦା ସୁଯୋଗ ଖୋଜିଲା।</verse>
				<verse number="17">“ତାଡ଼ି ଶୂନ୍ୟ ରୋଟି” ପର୍ବର ପ୍ରଥମ ଦିବସରେ ଶିଷ୍ୟମାନେ ଆସି ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ?”</verse>
				<verse number="18">ଯୀଶୁ ଉତ୍ତର ଦେଲେ, “ସହରକୁ ଯାଇ ସେହି ନିର୍ଦ୍ଦିଷ୍ଟ ଲୋକକୁ କହିବ, ‘ଗୁରୁ କହୁଛନ୍ତି, ତାଙ୍କର କାଳ ନିକଟ ହୋଇ ଆସିଲାଣି। ତାଙ୍କ ଶିଷ୍ୟମାନଙ୍କ ସହିତ ତୁମ ଘରେ ସେ ନିସ୍ତାର ପର୍ବ ପାଳନ କରିବେ’।”</verse>
				<verse number="19">ଯୀଶୁ କହିବା ଅନୁଯାୟୀ ଶିଷ୍ୟମାନେ ନିସ୍ତାର ପର୍ବ ଭୋଜ ଆୟୋଜନ କଲେ।</verse>
				<verse number="20">ସନ୍ଧ୍ୟା ହୁଅନ୍ତେ ଯୀଶୁ ଓ ବାରଜଣ ଶିଷ୍ୟ ଭୋଜନରେ ବସିଲେ।</verse>
				<verse number="21">ଭୋଜନ କଲାବେଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”</verse>
				<verse number="22">ଶିଷ୍ୟମାନେ ବଡ଼ ବ୍ୟଥିତ ହୋଇ ଜଣକ ପରେ ଜଣେ ଯୀଶୁଙ୍କୁ ପଚାରିଲେ, “ଆପଣ ନିଶ୍ଚୟ ମୋତେ ଲକ୍ଷ୍ୟ କରି କହି ନାହାନ୍ତି।”</verse>
				<verse number="23">ଯୀଶୁ କହିଲେ, “ଯେ ମୋ’ ସହିତ ଏକାଠି ପାତ୍ରରେ ରୋଟୀ ବୁଡ଼ାଇବ, ସେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।</verse>
				<verse number="24">ଶାସ୍ତ୍ରର ଲେଖା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ, କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେ ଧରାଇ ଦେବ, ତା’ର ଦଶା କେଡ଼େ ଭୟାବହ। କେବେ ଜନ୍ମ ନ ହୋଇଥିଲେ ତା’ ପକ୍ଷରେ ଭଲ ହୋଇଥାନ୍ତା।”</verse>
				<verse number="25">ବିଶ୍ୱାସଘାତକ ଯିହୂଦା ଉଠି ପଚାରିଲା, “ଗୁରୁ, ମୋତେ ଆପଣ ଲକ୍ଷ୍ୟ କରି କହୁ ନାହାନ୍ତି ତ!” ଯୀଶୁ ତାକୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”</verse>
				<verse number="26">ସେମାନେ ଭୋଜନ କରିବା ସମୟରେ ଯୀଶୁ ଗୋଟିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହା ମୋର ଶରୀର।”</verse>
				<verse number="27">ତା’ପରେ ସେ ପାନ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଶିଷ୍ୟମାନଙ୍କୁ ଦେଇ କହିଲେ, “ତୁମ୍ଭେମାନେ ସମସ୍ତେ ଏଥିରୁ ପାନ କର।</verse>
				<verse number="28">ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।</verse>
				<verse number="29">ମୁଁ କହି ରଖୁଛି, ମୋ’ ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂତନ ଦ୍ରାକ୍ଷାରସ ପିଇବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପିଇବି ନାହିଁ।”</verse>
				<verse number="30">ଏହାପରେ ସେମାନେ ଗୋଟିଏ ସ୍ତୋତ୍ର ଗାନ କରି ଜୀତ ପର୍ବତକୁ ଗଲେ।</verse>
				<verse number="31">ଏହି ସମୟରେ ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମେ ସମସ୍ତେ ମୋତେ ଛାଡ଼ି ଚାଲିଯିବ। ଶାସ୍ତ୍ର କହେ, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’</verse>
				<verse number="32">କିନ୍ତୁ ମୁଁ ପୁନରୁତ୍ôଥତ ହେବା ପରେ ତୁମ୍ଭମାନଙ୍କ ଆଗରୁ ଗାଲିଲୀକୁ ଯିବି।”</verse>
				<verse number="33">ପିତର ଉଠି ଯୀଶୁଙ୍କୁ କହିଲେ, “ଅନ୍ୟ ସମସ୍ତେ ଆପଣଙ୍କୁ ଛାଡ଼ି ଚାଲିଗଲେ ସୁଦ୍ଧା ମୁଁ କଦାପି ଯିବି ନାହିଁ।”</verse>
				<verse number="34">ଯୀଶୁ ପିତରଙ୍କୁ କହିଲେ, “ମୁଁ କହୁଛି, ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ମୋତେ ଜାଣ ନାହିଁ ବୋଲି ତିନି ଥର କହିବ।”</verse>
				<verse number="35">ପିତର ଉତ୍ତର ଦେଲେ, “ଆପଣଙ୍କ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ କେବେ ଆପଣଙ୍କୁ ଅସ୍ୱୀକାର କରିବି ନାହିଁ।” ଅନ୍ୟ ଶିଷ୍ୟମାନେ ସମସ୍ତେ ସେହିପରି କହିଲେ।</verse>
				<verse number="36">ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେଥ୍ସମନି ନାମକ ଏକ ସ୍ଥାନକୁ ଯାଇ କହିଲେ, “ତୁମ୍ଭେମାନେ ଏଠାରେ ଟିକେ ବସ। ମୁଁ ସେ ପାଖକୁ ଯାଇ ପ୍ରାର୍ଥନା କରିବି।”</verse>
				<verse number="37">ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ତାଙ୍କ ସଙ୍ଗରେ ନେଲେ। ସେତେବେଳେ ଯୀଶୁ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହୋଇ</verse>
				<verse number="38">ସେମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି। ଏଠାରେ ତୁମେ ମୋ’ ସହିତ ଜାଗି ରୁହ।”</verse>
				<verse number="39">ଯୀଶୁ ଅଳ୍ପ ଦୂରକୁ ଯାଇ ଭୂମିରେ ମୁହଁ ମାଡ଼ି ପ୍ରାର୍ଥନା କଲେ, “ପିତଃ! ଯଦି ସମ୍ଭବ ହୁଏ, ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ ଦୂରେଇ ନିଅ, କିନ୍ତୁ ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ପୂରଣ ହେଉ।”</verse>
				<verse number="40">ତା’ପରେ ସେ ତିନିଜଣ ଶିଷ୍ୟଙ୍କ ନିକଟକୁ ଫେରି ଆସି ଦେଖିଲେ, ସେମାନେ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ତିନିହେଁ ମୋ’ ସହିତ ଘଣ୍ଟାଏ ସୁଦ୍ଧା ଜାଗି ରହି ପାରୁ ନାହଁ?</verse>
				<verse number="41">ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। କାରଣ ତୁମ୍ଭମାନଙ୍କର ଆତ୍ମା ଉତ୍ସୁକ, କିନ୍ତୁ ଶରୀର ଦୁର୍ବଳ।”</verse>
				<verse number="42">ଯୀଶୁ ପୁନର୍ବାର ଯାଇ ପ୍ରାର୍ଥନା କଲେ, “ପିତଃ! ଯଦି ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ କାଢ଼ି ନିଆଯାଇ ପାରିବ ନାହିଁ ଓ ମୋତେ ତାକୁ ପିଇବାକୁ ହିଁ ପଡ଼ିବ, ତୁମ ଇଚ୍ଛା ଶିଷ୍ୟମାନଙ୍କୁ ନିଦ୍ରିତ ଥିବାର ଦେଖିଲେ।</verse>
				<verse number="43">ସେମାନେ ଆସି ଖୋଲି ରହିପାରୁ ନ ଥିଲେ।</verse>
				<verse number="44">ଯୀଶୁ ସେମାନଙ୍କୁ ଛାଡ଼ି ଟିକିଏ ଦୂରକୁ ଯାଇ ତୃତୀୟ ଥର ପାଇଁ ସେହିପରି ପ୍ରାର୍ଥନା କଲେ।</verse>
				<verse number="45">ତା’ପରେ ଶିଷ୍ୟମାନଙ୍କ ନିକଟକୁ ଆସି କହିଲେ, “ତୁମେ ଏର୍ପ୍ୟନ୍ତ ଶୋଇ ରହି ବିଶ୍ରାମ କରୁଛ? ଦେଖ, ମନୁଷ୍ୟପୁତ୍ର ଖଳ ଲୋକମାନଙ୍କ ହାତରେ ସମର୍ପିତ ହେବାର ବେଳ ଆସିଛି।</verse>
				<verse number="46">ଉଠ ଯିବା। ହେଇ ଦେଖ, ମୋତେ ଧରାଇ ଦେବା ଲୋକ ଆସି ପହଞ୍ôଚଗଲାଣି।”</verse>
				<verse number="47">ଯୀଶୁ ଏହି କଥା କହିବାବେଳେ, ତାଙ୍କର ବାର ଶିଷ୍ୟମାନଙ୍କ ଭିତରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା ଓ ଠେଙ୍ଗାବାଡ଼ି ଧରି ଅନେକ ଲୋକ ସେଠାରେ ଜମା ହେଲେ। ସେମାନଙ୍କୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ପଠାଇଥିଲେ।</verse>
				<verse number="48">ବିଶ୍ୱାସଘାତକ ଯିହୁଦା ସେମାନଙ୍କୁ ଗୋଟିଏ ସଙ୍କେତ ଦେବା ପାଇଁ ଠିକ୍ କରିଥିଲା। ସେ ସେମାନଙ୍କୁ କହିଥିଲା, ‘ଯେଉଁ ବ୍ୟକ୍ତିଙ୍କୁ ମୁଁ ଚୁମ୍ବନ ଦେବି, ତାଙ୍କୁ ମୁଁ ତୁମେ ଖୋଜୁଛ। ତାଙ୍କୁ ଧର।”</verse>
				<verse number="49">ଯିହୁଦା ସିଧା ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କରି ଚୁମ୍ବନ ଦେଲା।</verse>
				<verse number="50">ଯୀଶୁ ତାକୁ କହିଲେ, “ବନ୍ଧୁ, ତୁମ କାମ ଶୀଘ୍ର ସାର।” ଏହା ପରେ ସେମାନେ ଯୀଶୁଙ୍କୁ ଧରି ପକାଇ ବନ୍ଦୀ କଲେ।</verse>
				<verse number="51">ଯୀଶୁଙ୍କ ପକ୍ଷରୁ ଜଣେ ଲୋକ ନିଜ ଖଣ୍ଡା ବାହାର କରି ପ୍ରଧାନ ପୁରୋହିତଙ୍କ ଦାସକୁ ଆଘାତ କଲା। ସେହି ଲୋକର କାନ କଟିଗଲା।</verse>
				<verse number="52">ଯୀଶୁ ତାକୁ କହିଲେ, “ତୁମ ଖଣ୍ଡାକୁ ତା’ ଜାଗାରେ ରଖ। ଯେଉଁମାନେ ଖଣ୍ଡା ଉଞ୍ଚାନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହେବେ।</verse>
				<verse number="53">ତୁମେ କ’ଣ ଜାଣ ନାହିଁ, ମୁଁ ମୋ’ ପିତାଙ୍କୁ ସାହାଯ୍ୟ ମାଗିଲେ, ସେ ମୋ’ ପାଇଁ ତତ୍କ୍ଷଣାତ୍ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ସ୍ୱର୍ଗଦୂତ ପଠାଇ ପାରିବେ?</verse>
				<verse number="54">କିନ୍ତୁ ତାହାହେଲେ ଏହିସବୁ ଘଟିବ ବୋଲି ଶାସ୍ତ୍ରରେ ଯାହା ଲେଖାଅଛି, ତାହା ସଫଳ ହେବ କିପରି?”</verse>
				<verse number="55">ଯୀଶୁ ତା’ପରେ ଜମା ହୋଇଥିବା ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଗୋଟିଏ ପଳାତକ ଦସ୍ୟୁ ଯେ ଖଣ୍ଡା ଠେଙ୍ଗା ନେଇ ମୋତେ ଧରିବାକୁ ଆସିଛ? ପ୍ରତିଦିନ ମୁଁ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, ସେତେବେଳେ ତ ମୋତେ ଧରି ନ ଥିଲ!</verse>
				<verse number="56">ସେ ଯାହାହେଉ, ଭାବବାଦୀମାନେ ଶାସ୍ତ୍ରରେ ଯାହା ଯାହା ଲେଖିଛନ୍ତି, ସେସବୁ ସଫଳ ହେବା ପାଇଁ ଏହା ଘଟିଛି।” ଏତିକିବେଳେ ଶିଷ୍ୟମାନେ ସମସ୍ତେ ଯୀଶୁଙ୍କୁ ଛାଡ଼ି ପଳାଇ ଗଲେ।</verse>
				<verse number="57">ଯୀଶୁଙ୍କ ଗିରଫକାରୀମାନେ ତାଙ୍କୁ ପ୍ରଧାନ ଯାଜକ କୟାଫାଙ୍କ ଗୃହକୁ ନେଲେ। ସେଠାରେ ଥିଲେ।</verse>
				<verse number="58">ପିତର ଟିକିଏ ଦୂରରେ ରହି ଯୀଶୁଙ୍କୁ ଅନୁସରଣ କରୁଥିଲେ ଏବଂ ସେ କୟାଫାଙ୍କ ଗୃହର ପ୍ରାଙ୍ଗଣ ପର୍ଯ୍ୟନ୍ତ ଗଲେ। ଏସବୁ ଘଟଣାର ପରିଣତି କଅଣ ହେବ, ଦେଖିବା ପାଇଁ ପିତର ସେଠାରେ ପ୍ରହରୀମାନଙ୍କ ସହିତ ବସିଲେ।</verse>
				<verse number="59">ମୁଖ୍ୟ ପୁରୋହିତ ଓ ମହାସଭାର ସଦସ୍ୟମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ତାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କଲେ। ଅନେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା କଥା କହିଲେ।</verse>
				<verse number="60">କିନ୍ତୁ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ। ଶେଷରେ ଦୁଇଜଣ ଉଠିପଡ଼ି</verse>
				<verse number="61">କହିଲେ, “ଏହି ଲୋକ କହିଥିଲା, ‘ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗିଦେଇ ତିନିଦିନ ପରେ ତାକୁ ପୁଣି ତୋଳି ଦେଇ ପାରିବି’।”</verse>
				<verse number="62">ପ୍ରଧାନ ପୁରୋହିତ ଛିଡ଼ାହୋଇ ଯୀଶୁଙ୍କୁ ପଚାରିଲେ, “ଏହି ଅଭିଯୋଗ ଖଣ୍ଡନ କରିବାକୁ ତୁମର କ’ଣ କିଛି କହିବାର ଅଛି?”</verse>
				<verse number="63">କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”</verse>
				<verse number="64">ଯୀଶୁ ଉତ୍ତର ଦେଲେ, “ତୁମେ ଠିକ୍ କହିଛ। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଛି, ଶୀଘ୍ର ମନୁଷ୍ୟପୁତ୍ର ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବାକୁ ଯାଉଛନ୍ତି, ପୁଣି ତାଙ୍କୁ ସ୍ୱର୍ଗରେ ମେଘମାଳା ସହିତ ଓହ୍ଲାଇ ଆସିବା ତୁମେ ଦେଖିବ।”</verse>
				<verse number="65">ଏହା ଶୁଣି ପ୍ରଧାନ ପୁରୋହିତ ନିଜ ପୋଷାକକୁ ଚିରି ପକାଇ କହିଲା, “ଏହା ତ ଈଶ୍ୱର ନିନ୍ଦା। ଆଉ ଅନ୍ୟ ସାକ୍ଷୀ ଦରକାର ନାହିଁ। ଏହିକ୍ଷଣି ଏହାର ଈଶ୍ୱର ନନ୍ଦା ତ ତୁମେ ଶୁଣିଲ।</verse>
				<verse number="66">ଏ ବିଷୟରେ ତୁମ୍ଭମାନଙ୍କର ମତ କଅଣ?” ସେମାନେ ଉତ୍ତର ଦେଲେ, “ସେ ଅପରାଧୀ, ସେ ମୃତ୍ୟୁଦଣ୍ଡର ଯୋଗ୍ୟ।”</verse>
				<verse number="67">ତା’ପରେ ସେମାନେ ଯୀଶୁଙ୍କ ମୁହଁରେ ଛେପ ପକାଇ ତାଙ୍କୁ ମାଡ଼ ଦେଲେ। କେତେକ ତାଙ୍କୁ ଚାପୁଡ଼ା ମାରି କହିଲେ,</verse>
				<verse number="68">“ଏ ମସୀହ! ଭାବବାଣୀ ଟିକେ କୁହ। କିଏ ତୁମକୁ ମାରିଲା, କୁକହ ତ!”</verse>
				<verse number="69">ପ୍ରଧାନ ପୁରୋହିତଙ୍କର ବାହାର ଅଗଣାରେ ପିତର ବସିଥିବାବେଳେ ଜଣେ ଦାସୀ ପାଖକୁ ଆସି କହିଲା, “ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସଙ୍ଗରେ ଥିଲ।”</verse>
				<verse number="70">କିନ୍ତୁ ପିତର ସମସ୍ତଙ୍କ ସମ୍ମୁଖରେ ଏକଥା ଅସ୍ୱୀକାର କରି କହିଲେ, “ତୁମେ କଅଣ କହୁଛ, ମୁଁ ବୁଝି ପାରୁ ନାହିଁ।”</verse>
				<verse number="71">ଏହା କହି ସେ ସେହି ଅଗଣାର ଦ୍ୱାର ପାଖକୁ ଚାଲିଗଲେ। ଆଉ ଗୋଟିଏ ଦାସୀ ତାଙ୍କୁ ଦେଖି ସେଠାରେ ଥିବା ଲୋକମାନଙ୍କୁ କହିଲା, “ଇଏ ନାଜରିତୀୟ ଯୀଶୁଙ୍କ ସଙ୍ଗରେ ଥିଲା।”</verse>
				<verse number="72">ପିତର ପୁନର୍ବାର ଅସ୍ୱୀକାର କରି କହିଲେ, “ଶପଥ କରି କହୁଛି, ସେ ଲୋକକୁ ମୁଁ ଜାଣେ ନାହିଁ।”</verse>
				<verse number="73">କିଛି ସମୟ ପରେ ସେଠାରେ ଥିବା ଲୋକମାନେ ପିତରଙ୍କ ପାଖକୁ ଆସି କହିଲେ, “ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ। ତୁମ କଥାବାର୍ତ୍ତାରୁ ଏହା ଜଣାପଡ଼ୁଛି।”</verse>
				<verse number="74">ପିତର କହିଲେ, “ଶପଥ କରି କହୁଛି, ମୋ’ କଥା ସତ୍ୟ। ନ ହେଲେ ଈଶ୍ୱର ମୋତେ ଦଣ୍ଡ ଦିଅନ୍ତୁ। ସେ ଲୋକକୁ ମୁଁ ଜାଣେ ନାହିଁ।”</verse>
				<verse number="75">ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।</verse>
			</chapter>
			<chapter number="27">
				<verse number="1">ତା’ ପରଦିନ ଭୋରରୁ ଯୀଶୁଙ୍କୁ ମାରିଦେବାକୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ଚକ୍ରାନ୍ତ କଲେ।</verse>
				<verse number="2">ସେମାନେ ତାଙ୍କୁ ଶିକୁଳିରେ ବାନ୍ଧି ରୋମ ସାମ୍ରାଜ୍ୟର ପ୍ରାଦେଶିକ ଶାସକ ପିଲାତଙ୍କ ନିକଟକୁ ନେଇଗଲେ।</verse>
				<verse number="3">ଯେତେବେଳେ ବିଶ୍ୱାଘାତକ ଯିହୁଦା ଶୁଣିଲା ଯେ, ଯୀଶୁଙ୍କୁ ଦଣ୍ଡାଦେଶ ହୋଇଛି, ସେ ଅନୁତାପ କଲା ଏବଂ ପ୍ରଧାନ ପୁରୋହିତ ଓ ବୟୋବୃଦ୍ଧ ନେତାମାନଙ୍କୁ ତିରିଶଟି ରୌପ୍ୟମୁଦ୍ରା ଫେରାଇ ଦେଇ କହିଲା,</verse>
				<verse number="4">“ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ପ୍ରତି ବିଶ୍ୱାସଘାତକତା କରି ମୁଁ ବଡ଼ ପାପ କରିଛି।” ସେମାନେ ଉତ୍ତର ଦେଲେ, “ଆମର ସେଥିରେ କଅଣ ଅଛି? ତା’ ତୁମ ନିଜର କଥା।”</verse>
				<verse number="5">ଯିହୁଦା ମୁଦ୍ରାଗୁଡ଼ିକୁ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା ଏବଂ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା।</verse>
				<verse number="6">ମୁଖ୍ୟ ପୁରୋହିତମାନେ ମୁଦ୍ରାଗୁଡ଼ିକ ଗୋଟାଇ କହିଲେ, “ଏହା ରକ୍ତର ମୂଲ୍ୟ। ଏହା ମନ୍ଦିରର ଧନାଗାରରେ ରଖିବା ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ।”</verse>
				<verse number="7">ସେହି ଧନକୁ କିପରି ବିନିଯୋଗ କରିବେ, ଏ ସମ୍ପର୍କରେ ଏକ ନିଷ୍ପତ୍ତି କରି ‘କୁମ୍ଭାର କ୍ଷେତ’ ନାମକ ଖଣ୍ଡିଏ ଜମି କିଣିଲେ।</verse>
				<verse number="8">ଏହା ବିଦେଶୀମାନଙ୍କ କବର ସ୍ଥାନ ରୂପେ ବ୍ୟବହୃତ ହେଲା। ଆଜି କାଲି ସେହି କ୍ଷେତଟିକୁ ‘ରକ୍ତ କ୍ଷେତ୍ର’ ବୋଲି କୁହାଯାଉଛି।</verse>
				<verse number="9">ଏ ସମ୍ପର୍କରେ ଭାବବାଦୀ ଯିରିମିୟ ଯାହା କହିଥିଲେ, ତାହା ସଫଳ ହେଲା: “ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ମୂଲ୍ୟ ସ୍ୱରୂପ ଇଶ୍ରାୟେଲୀୟମାନେ ଦେଇଥିବା</verse>
				<verse number="10">ତିରିଶଟି ମୁଦ୍ରା ବିନିମୟରେ ସେମାନେ କୁମ୍ଭାର କ୍ଷେତ କିଣିଲେ।”</verse>
				<verse number="11">ଯୀଶୁଙ୍କୁ ସମ୍ମୁଖରେ ଦେଖି ରୋମୀୟ ଶାସକ ତାଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କ ରାଜା?” ଯୀଶୁ ତାଙ୍କୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”</verse>
				<verse number="12">କିନ୍ତୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନଙ୍କର ଅଭିଯୋଗର ଉତ୍ତରରେ ସେ କିଛି କହିଲେ ନାହିଁ।</verse>
				<verse number="13">ତେଣୁ ପିଲାତ ତାଙ୍କୁ କହିଲେ, “ତୁମ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ସବୁ ତୁମେ କଅଣ ଶୁଣି ପାରୁ ନାହଁ?”</verse>
				<verse number="14">କିନ୍ତୁ ଯୀଶୁ ଉତ୍ତରରେ ପଦେ ହେଲେ ନ କହିବାରୁ ପିଲାତ ଅତି ଆଚମ୍ବିତ ହେଲେ।</verse>
				<verse number="15">ନିସ୍ତାର ପର୍ବ ସମୟରେ ଜନତାର ଇଚ୍ଛା ଅନୁଯାୟୀ ରୋମୀୟ ଶାସକ ଯେ କୌଣସି ଗୋଟିଏ ବନ୍ଦୀକୁ ଖଲାସ କରି ଦେବାର ପ୍ରଥା ଥିଲା।</verse>
				<verse number="16">ସେତେବେଳେ ‘ଯୀଶୁ-ବାରବ୍ବା’ ନାମକ ଜଣେ କୁଖ୍ୟାତ ଦାଗୀ ବନ୍ଦୀ ହୋଇଥିଲା।</verse>
				<verse number="17">ସମବେତ ଜନତାକୁ ପିଲାତ ପଚାରିଲେ, “ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମମାନଙ୍କର ଇଚ୍ଛା?”</verse>
				<verse number="18">ପିଲାତ</verse>
				<verse number="19">ପିଲାତ ବିଚାରାଳୟରେ ବସିଥିବା ବେଳେ ତାଙ୍କ ପତ୍ନୀ ଗୋଟିଏ ବାର୍ତ୍ତା ପଠାଇଲେ: “ସେହି ନିର୍ଦ୍ଦୋଷ ଲୋକଟିକୁ କିଛି କର ନାହିଁ। କାଲି ରାତିରେ ଗୋଟିଏ ସ୍ୱପ୍ନରେ ତାଙ୍କ ପାଇଁ ମୁଁ ବହୁତ ଦୁଃଖ ଅନୁଭବ କରିଛି।”</verse>
				<verse number="20">ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ବାରବ୍ବାକୁ ଖଲାସ କରିଦେଲେ, ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ପିଲାତଙ୍କ ନିକଟରେ ଦାବୀ କରିବାକୁ ଲୋକମାନଙ୍କୁ ମତାଇଲେ।</verse>
				<verse number="21">ପିଲାତ ପୁଣି ପଚାରିଲେ, “ଏ ଦୁହିଙ୍କ ମଧ୍ୟରୁ ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମ୍ଭମାନଙ୍କର ଇଚ୍ଛା?” ସେମାନେ ଉତ୍ତର ଦେଲେ, “ବାରବ୍ବା”।</verse>
				<verse number="22">ପିଲାତ ପଚାରିଲେ, “ତେବେ ମସୀହ ରୂପେ ପରିଚିତ ଯୀଶୁଙ୍କୁ କଅଣ କରିବି?” “ତାଙ୍କୁ କ୍ରୁଶରେ ଚଢ଼ାଅ” ବୋଲି ସେମାନେ ଚିକ୍ରାର କଲେ।</verse>
				<verse number="23">ପିଲାତ ପଚାରିଲେ, “କିନ୍ତୁ ସେ କି ଅପରାଧ କରିଛନ୍ତି?” ସେମାନେ ଆହୁରି ପାଯି କରି କହିବାକୁ ଲାଗିଲେ, “ତାଙ୍କୁ କ୍ରୁଶରେ ଚଢ଼ାଅ।”</verse>
				<verse number="24">ଯେତେବେଳେ ପିଲାତ ଦେଖିଲେ ଯେ ସେମାନଙ୍କୁ ଆଉ କହି କିଛି ଲାଭ ନାହିଁ, ବରଂ ଶାନ୍ତି ଭଙ୍ଗର ଆଶଙ୍କା ଅଛି, ସେ ଅଳ୍ପ ଜଳ ନେଇ, ଲୋକମାନଙ୍କ ସମ୍ମୁଖରେ ହାତ ଧୋଇ ପକାଇ କହିଲେ, “ଏ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏହା ତୁମର କାମ।”</verse>
				<verse number="25">ଲୋକମାନେ ଉତ୍ତର ଦେଲେ, “ତା’ର ମୃତ୍ୟୁ ପାଇଁ ଦଣ୍ଡ ଭୋଗିବାର ଥିଲେ, ଆମକୁ ଓ ଆମ ପିଲାମାନଙ୍କୁ ସେହି ଦଣ୍ଡଭୋଗ କରିବାକୁ ପଡ଼ୁ।”</verse>
				<verse number="26">ଶେଷରେ ପିଲାତ ବାରବ୍ବାକୁ ମୁକ୍ତି ଦେଇ ଯୀଶୁଙ୍କୁ କୋରଡ଼ାରେ ମାରିବାକୁ ଆଦେଶ ଦେଲେ, ତା’ପରେ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।</verse>
				<verse number="27">ପିଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ରୋମୀୟ ଶାସକଙ୍କ ପ୍ରାସାଦକୁ ନେଇଗଲେ ଏବଂ ସମସ୍ତେ ତାଙ୍କୁ ଘେରି ଠିଆହେଲେ।</verse>
				<verse number="28">ତାଙ୍କ ପୋଷାକ କାଢ଼ି ନେଇ ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ।</verse>
				<verse number="29">କଣ୍ଟା ଗଛ ଡ଼ାଳରେ ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡ ଉପରେ ପିନ୍ଧାଇ ଦେଲେ ଓ ତାଙ୍କ ଡ଼ାହାଣ ହାତରେ ଗୋଟିଏ ଯଷ୍ଟି ଧରାଇଲେ। ତା’ପରେ ତାଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ତାଙ୍କୁ ବ୍ୟଙ୍ଗ କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”</verse>
				<verse number="30">ସେମାନେ ତାଙ୍କ ଉପରେ ଛେପ ପକାଇଲେ, ସେହି ଯଷ୍ଟି ନେଇ ତାଙ୍କ ମୁଣ୍ଡକୁ ଆଘାତ କଲେ।</verse>
				<verse number="31">ଏହିପରି ତାଙ୍କୁ ଉପହାସ କରିବା ପରେ ରାଜକୀୟ ପୋଷାକ ବାହାର କରି ତାଙ୍କର ନିଜ ବସ୍ତ୍ର ପିନ୍ଧାଇ ଦେଲେ ଏବଂ କ୍ରୁଶରେ ଚଢ଼ାଇବା ପାଇଁ ତାଙ୍କୁ ସେଠାରୁ ନେଇଗଲେ।</verse>
				<verse number="32">ସେମାନେ ଯିବାବେଳେ ବାଟରେ କୁରୁଣୀର ଶିମୋନ ନାମକ ଜଣେ ଲୋକକୁ ଭେଟିଲେ ଓ ସୈନିକମାନେ ତାକୁ ଯୀଶୁଙ୍କର କ୍ରୁଶ ବହନ କରିବା ପାଇଁ ବାଧ୍ୟ କଲେ।</verse>
				<verse number="33">ସେମାନେ ଗଲ୍ଗଥା ନାମକ ଗୋଟିଏ ସ୍ଥାନରେ ପହଞ୍ôଚଲେ। ଗଲ୍ଗଥାର ଅର୍ଥ ଖପୁରୀ ଆକୃତି ସ୍ଥାନ।</verse>
				<verse number="34">ସେଠାରେ ସେମାନେ ଯୀଶୁଙ୍କୁ ତିକ୍ତ ଦ୍ରବ୍ୟ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। ଯୀଶୁ ତାକୁ ଟିକିଏ ଚାଖି ଆଉ ପିଇଲେ ନାହିଁ।</verse>
				<verse number="35">ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କରି ଗୁଲିବାଣ୍ଟ ଦ୍ୱାରା ତାଙ୍କ ବସ୍ତ୍ରଗୁଡ଼ିକୁ ନିଜ ନିଜ ଭିତରେ ଭାଗ କରି ନେଲେ।</verse>
				<verse number="36">ତା’ପରେ ସେମାନେ ସେଠାରେ ବସି କ୍ରୁଶବିଦ୍ଧ ଯୀଶୁଙ୍କୁ ଜଗି ରହିଲେ।</verse>
				<verse number="37">ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଗୋଟିଏ ଲିଖିତ ବିଜ୍ଞପ୍ତି ତାଙ୍କ ମସ୍ତକ ଉପରେ ଝୁଲେଇ ଦିଆଯାଇଥିଲା: “ଏଇ ହେଉଛନ୍ତି ଇହୁଦୀମାନଙ୍କର ରାଜା।”</verse>
				<verse number="38">ତା’ପରେ ସେମାନେ ଦୁଇଜଣ ଦସ୍ୟୁକୁ ସେଠାରେ କ୍ରୁଶରେ ଚଢ଼ାଇଲେ, ଜଣକୁ ଯୀଶୁଙ୍କ ଦକ୍ଷିଣ ପାଶ୍ୱର୍ରେ ଓ ଅନ୍ୟ ଜଣକୁ ତାଙ୍କ ବାମରେ।</verse>
				<verse number="39">ସେ ବାଟେ ଯାଉଥିବା ଲୋକମାନେ ମୁଣ୍ଡ ହଲାଇ ଯୀଶୁଙ୍କୁ ଅପମାନ ଦେଇ କହିଲେ,</verse>
				<verse number="40">“ତୁମେ ପରା ମନ୍ଦିରକୁ ଭାଙ୍ଗିଦେଇ ତିନି ଦିନରେ ପୁଣି ତାକୁ ତୋଳି ଦେଉଥିଲ। ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ନିଜକୁ ରକ୍ଷା କର। କ୍ରୁଶରୁ ଓହ୍ଲାଇ ଆସ।”</verse>
				<verse number="41">ପ୍ରଧାନ ପୁରୋହିତ, ଧର୍ମଗୁରୁ ଓ ସଂପ୍ରଦାୟର ବୟୋବୃଦ୍ଧ ନେତାମାନେ ମଧ୍ୟ ଯୀଶୁଙ୍କୁ ବିଦ୍ରୁପ କରି କହିଲେ,</verse>
				<verse number="42">“ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା, କିନ୍ତୁ ନିଜକୁ ରକ୍ଷା କରି ପାରୁ ନାହିଁ। ସେ ପରା ଇଶ୍ରାୟେଲର ରାଜା। ଏବେ ଯଦି ସେ କ୍ରୁଶରୁ ଓହ୍ଲାଇ ଆସି ପାରିବ, ଆମେ ତାକୁ ବିଶ୍ୱାସ କରିବୁ।</verse>
				<verse number="43">ସେ ନିଜକୁ ଈଶ୍ୱରଙ୍କ ପୁତ୍ର କହି ଈଶ୍ୱରଙ୍କ ଉପରେ ଭରସା ରଖିଛି। ଆଚ୍ଛା ଦେଖିବା, ଈଶ୍ୱର ତାକୁ ରକ୍ଷା କରିବାକୁ ଚାହୁଁଛନ୍ତି କି ନା।”</verse>
				<verse number="44">ତାଙ୍କ ସଙ୍ଗରେ କ୍ରୁଶବିଦ୍ଧ ହୋଇଥିବା ଦସ୍ୟୁମାନେ ମଧ୍ୟ ତାଙ୍କୁ ସେହିପରି ପରିହାସ କଲେ।</verse>
				<verse number="45">ସେ ଦିନ ଦି’ପହରବେଳେ ସାରାଦେଶରେ ଅନ୍ଧକାର ଘୋଟିଗଲା ଓ ତାହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।</verse>
				<verse number="46">ଉପରଓଳି ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହିଲେ, “ଏଲି, ଏଲି, ଲାମା ସବଖ୍ତାନି।” ଅର୍ତାତ୍ “ହେ ଈଶ୍ୱର, ହେ ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”</verse>
				<verse number="47">ପାଖରେ ଠିଆ ହୋଇଥିବା କେତେକ ଏହା ଶୁଣି କହିଲେ, “ସେ ଏଲିୟଙ୍କୁ ଡ଼ାକୁଛି।”</verse>
				<verse number="48">ଜଣେ ଲୋକ ଦୌଡ଼ି ଯାଇ ଖଟା ଦ୍ରାକ୍ଷାରସରେ ଗୋଟିଏ ସ୍ପଞ୍ଜ ବୁଡ଼ାଇ ତାକୁ ନଳ ଆଗରେ ବାନ୍ଧି ଯୀଶୁଙ୍କ ଆଡ଼କୁ ବଢ଼ାଇ ଦେଲା।</verse>
				<verse number="49">ଅନ୍ୟ କେତେକ କହିଲେ, “ଅପେକ୍ଷା କର, ଦେଖିବା, ତାକୁ ରକ୍ଷା କରିବାକୁ ଏଲିୟ ଆସୁଛନ୍ତି କି ନାହିଁ।”</verse>
				<verse number="50">ଯୀଶୁ ଆଉ ଥରେ ଉଚ୍ଚସ୍ୱରରେ ଚିକ୍ରାର କରି ଶେଷ ନିଶ୍ୱାସ ତ୍ୟାଗ କଲେ।</verse>
				<verse number="51">ସେହି ସମୟରେ ମନ୍ଦିରରେ ଝୁଲୁଥିବା ପର୍ଦ୍ଦା ଉପରୁ ତଳ ଯାଏ ଦୁଇ ଖଣ୍ଡ ହୋଇ ଚିରିଗଲା। ଭୂମିକମ୍ପ ହେଲା, ପାହାଡ଼ଗୁଡ଼ିକ ଫାଟିଗଲା।</verse>
				<verse number="52">ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।</verse>
				<verse number="53">ଏମାନେ କବରମାନଙ୍କରୁ ଉଠି ଆସିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରେ ଏମାନଙ୍କୁ ପୁଣ୍ୟ ନଗରୀ ଯିରୂଶାଲମକୁ ଯିବାର ଅନେକେ ଦେଖିଲେ।</verse>
				<verse number="54">ଯୀଶୁଙ୍କୁ ଜଗି ରହିଥିବା ସେନାପତି ଓ ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ଭୟଭୀତ ହେଲେ। ସେମାନେ କହିଲେ, “ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”</verse>
				<verse number="55">ଗାଲିଲୀରୁ ଯୀଶୁଙ୍କୁ ଅନୁସରଣ କରି, ତାଙ୍କୁ ସାହାଯ୍ୟ କରିଥିବା ଅନେକ ସ୍ତ୍ରୀ ଲୋକ ଦୂରରେ ରହି ସବୁ ଦେଖୁଥିଲେ।</verse>
				<verse number="56">ଏମାନଙ୍କ ମଧ୍ୟରେ ଥିଲେ ମଗଦଲୀନୀ ମରିୟମ, ଯାକୁବ ଓ ଯୋସେଫଙ୍କ ମାତା ମରିୟମ ଏବଂ ଜେବଦୀଙ୍କ ପତ୍ନୀ।</verse>
				<verse number="57">ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ନାମକ ଜଣେ ଧନୀ ଲୋକ ଆସି ପହଞ୍ôଚଲେ। ସେ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।</verse>
				<verse number="58">ସେ ପିଲାତଙ୍କୁ ସାକ୍ଷାତ କରି ଯୀଶୁଙ୍କ ମୃତ ଶରୀରକୁ ନେଇ ଯିବା ପାଇଁ ଅନୁମତି ମାଗିଲେ।</verse>
				<verse number="59">ପିଲାତ ଅନୁମତି ଦେବାରୁ ଯୋସେଫ ଯୀଶୁଙ୍କ ଶରୀରକୁ ନେଇଯାଇ ଗୋଟିଏ ନୂଆ ଚାଦର କନାରେ ଗୁଡ଼ାଇଲେ ଏବଂ</verse>
				<verse number="60">ତାଙ୍କ ନିଜ ପାଇଁ ପଥରରେ ଖୋଳା ହୋଇଥିବା ଗୋଟିଏ ନୂତନ କବରରେ ତାଙ୍କୁ ରଖିଲେ ଓ କବର ମୁହଁରେ ଗୋଟିଏ ବଡ଼ ପଥର ଢ଼ାଙ୍କି ଦେଇ ଚାଲିଗଲେ।</verse>
				<verse number="61">ମଗଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେହିଠାରେ କବରକୁ ମୁହଁ କରି ବସିଥିଲେ।</verse>
				<verse number="62">ତା’ ପରଦିନ ବିଶ୍ରାମ ବାରରେ ପ୍ରଧାନ ପୁରୋହିତ ଓ ଫାରୁଶୀମାନେ ପିଲାତଙ୍କୁ ଭେଟି କହିଲେ,</verse>
				<verse number="63">“ଆଜ୍ଞା, ଆମର ମନେ ଅଛି, ସେ ମିଥ୍ୟାବାଦୀ ବଞ୍ଚିଥିବାବେଳେ କହୁଥିଲା, ‘ତିନି ଦିନ ପରେ ମୁଁ ପୁନରୁତ୍ôଥତ ହେବି।’</verse>
				<verse number="64">ତେଣୁ ତିନି ଦିନ ପର୍ଯ୍ୟନ୍ତ ସେହି କବର ଜଗି ରହିବାକୁ ପ୍ରହରୀ ନିଯୁକ୍ତ କରିବାକୁ ଆଦେଶ ଦିଅନ୍ତୁ, ତା’ହେଲେ ତାଙ୍କ ଶିଷ୍ୟମାନେ ତାଙ୍କ ଶରୀରକୁ ଚୋରାଇ ନେଇ, ସେ ବଞ୍ôଚ ଉଠିଛନ୍ତି ବୋଲି କହି ପାରିବେ ନାହିଁ। ସେମାନଙ୍କର ଏହି ମିଥ୍ୟା ପ୍ରଚାର ସବୁଠାରୁ ଅଧିକ ଅନିଷ୍ଟକର ହେବ।”</verse>
				<verse number="65">ପିଲାତ ଉତ୍ତର ଦେଲେ, “ଦଳେ ପ୍ରହରୀକୁ ନେଇଯାଅ ଓ ସେହି କବରକକୁ ଯଥାସାଧ୍ୟ ସୁରକ୍ଷା କର।”</verse>
				<verse number="66">ସେମାନେ ଯାଇ କବରଟିର ସୁରକ୍ଷା କରିବା ପାଇଁ ବ୍ୟବସ୍ଥା କଲେ। ତା’ ମୁହଁକୁ ଢ଼ାଙ୍କି ରଖିଥିବା ପଥର ଉପରେ ମୋହର ବସାଇ ଜଗିବା ପାଇଁ ପ୍ରହରୀମାନଙ୍କୁ ରଖିଲେ।</verse>
			</chapter>
			<chapter number="28">
				<verse number="1">ବିଶ୍ରାମ ବାର ପରଦିନ ରବିବାର ପ୍ରତ୍ୟୁଷରୁ ମଗଦଲୀନୀ ମରିୟମ ଓ ଅନ୍ୟ ମରିୟମ କବର ଦେଖିବାକୁ ଗଲେ।</verse>
				<verse number="2">ସେତିକିବେଳେ ହଠାତ୍ ଗୋଟିଏ ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଉଦ୍ଧ୍ୱର୍ରୁ ଓହ୍ଲାଇ ଆସି, କବର ମୁହଁରୁ ପଥରଟିକୁ ଗଡ଼ାଇ ଦେଇ ତା’ ଉପରେ ବସିଲେ।</verse>
				<verse number="3">ତାଙ୍କର ଚେହେରାରେ ବିଜୁଳିର ଝଲକ ଥିଲା ଓ ତାଙ୍କ ପୋଷାକ ହିମ ପରି ଶୁଭ୍ର ଥିଲା।</verse>
				<verse number="4">ପ୍ରହରୀମାନେ ଭୟରେ କମ୍ପିଲେ ଓ ମୃତବତ୍ ଅବଶ ହୋଇ ପଡ଼ିଲେ।</verse>
				<verse number="5">ସ୍ୱର୍ଗଦୂତ ସେହି ସ୍ତ୍ରୀ ଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ଜାଣେ ତୁମେ କ୍ରୁଶବିଦ୍ଧ ଯୀଶୁଙ୍କୁ ଦେଖିବାକୁ ଆସିଛ।</verse>
				<verse number="6">ସେ ଏଠାରେ ନାହାନ୍ତି। ତାଙ୍କର କହିବା ଅନୁଯାୟୀ ସେ ପୁନରୁତ୍ôଥତ ହୋଇଛନ୍ତି। ଏଠିକି ଆସି ଦେଖ, ଏହିଠାରେ ତାଙ୍କୁ ଶୁଆଇ ଦେଇଥିଲେ।</verse>
				<verse number="7">“ଶୀଘ୍ର ଯାଇ ତାଙ୍କ ଶିଷ୍ୟମାନଙ୍କୁ କୁହ, ‘ସେ ପୁନର୍ଜୀବିତ ହୋଇଛନ୍ତି ଏବଂ ତୁମ୍ଭମାନଙ୍କ ଆଗେ ଆଗେ ସେ ଗାଲିଲୀକୁ ଯାଉଛନ୍ତି। ସେଠାରେ ତୁମେ ତାଙ୍କୁ ଦେଖିବ।’ ମୁଁ ଯାହା କହିଲି, ମନେରଖ।”</verse>
				<verse number="8">ଏହା ଶୁଣି ସେମାନେ ତୁରନ୍ତ କବର ଛାଡ଼ି ଶିଷ୍ୟମାନଙ୍କ ନିକଟକୁ ଦୌଡ଼ିଗଲେ। ଭୟଭୀତ ହୋଇଥିଲେ ସୁଦ୍ଧା, ସେମାନେ ମନରେ ଅପାର ଆନନ୍ଦ ଅନୁଭବ କରୁଥିଲେ।</verse>
				<verse number="9">ସାହସୀ ଯୀଶୁ ସେମାନଙ୍କୁ ଭେଟି କହିଲେ - “ତୁମ୍ଭମାନଙ୍କର ଶାନ୍ତି ହେଉ! ସେମାନେ ତାଙ୍କ ପାଖକୁ ଯାଇ ତାଙ୍କ ପାଦ ଧରି ପ୍ରଣାମ କଲେ।</verse>
				<verse number="10">ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୋ’ ଭାଇମାନଙ୍କୁ କୁହ, ସେମାନେ ଗାଲିଲୀକୁ ଯିବେ। ସେଠାରେ ସେମାନେ ମୋତେ ଦେଖିବେ।”</verse>
				<verse number="11">ସ୍ତ୍ରୀ ଲୋକମାନେ ସେଠାରୁ ଚାଲି ଯାଉଥିବାବେଳେ କବରକୁ ଜଗି ରହିଥିବା ସୈନିକମାନେ ସହରକୁ ଫେରିଯାଇ ମୁଖ୍ୟ ପୁରୋହିତମାନଙ୍କୁ ଏସବୁ ଘଟଣା ଜଣାଇଲେ।</verse>
				<verse number="12">ମୁଖ୍ୟ ପୁରୋହିତମାନେ ଧର୍ମନେତାମାନଙ୍କ ସହିତ ମନ୍ତ୍ରଣା କରି, ସେହି ସୈନିକମାନଙ୍କୁ ବହୁ ଟଙ୍କା ଲାଞ୍ଚ ଦେଇ ସେମାନଙ୍କୁ</verse>
				<verse number="13">କହିଲେ, “ତୁମ୍ଭେମାନେ କୁହ ଯେ ରାତିରେ ତୁମେ ଶୋଇପଡ଼ିଥିବାବେଳେ ତାଙ୍କ ଶିଷ୍ୟମାନେ ଆସି ତାଙ୍କ ଶବକୁ ଚୋରିକରି ନେଇଗଲେ।</verse>
				<verse number="14">ଯଦି ଶାସକ ଏକଥା ଶୁଣନ୍ତି ଆମେ ତାଙ୍କୁ ବୁଝାଇ ଦେବୁ ଯେ ତୁମେ ନିର୍ଦ୍ଦୋଷ। ଏ ବିଷୟରେ ତୁମେ ବ୍ୟସ୍ତ ହୁଅ ନାହିଁ।”</verse>
				<verse number="15">ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ କୁହାଯାଇଥିବା ଅନୁଯାୟୀ କାର୍ଯ୍ୟ କଲେ। ସେମାନେ ସେତେବେଳେ ଯାହା କହିଲେ, ଇହୁଦୀମାନେ ଆଜି ପର୍ଯ୍ୟନ୍ତ ସେହି କଥା ପ୍ରଚାର କରୁଛନ୍ତି।</verse>
				<verse number="16">ଯୀଶୁ କହିବା ଅନୁଯାୟୀ ତାଙ୍କ ଶିଷ୍ୟମାନେ ଗାଲିଲୀର ଗୋଟିଏ ପାହାଡ଼ ଉପରକୁ ଗଲେ।</verse>
				<verse number="17">ସେଠାରେ ଯୀଶୁଙ୍କୁ ଦେଖି ସେମାନେ ତାଙ୍କୁ ଆରାଧନା କଲେ।</verse>
				<verse number="18">କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।</verse>
				<verse number="19">ସବୁ ଦେଶର ସମସ୍ତ ଜାତିର ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ମୋର ଶିଷ୍ୟ କର। ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ଜଳଦୀକ୍ଷା ଦିଅ</verse>
				<verse number="20">ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”</verse>
			</chapter>
		</book>
		<book number="41">
			<chapter number="1">
				<verse number="1">ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଏହିପରି ଆରମ୍ଭ ହେଲା:</verse>
				<verse number="2">ଭାବବାଦୀ ଯିଶାଇୟଙ୍କ ଉକ୍ତି ଅନୁଯାୟୀ “ଈଶ୍ୱର କହିଲେ, ‘ତୁମ ପାଇଁ ପଥ ପରିଷ୍କାର କରିବାକୁ ମୋର ଦୂତଙ୍କୁ ଆଗରୁ ପଠାଇବି।’</verse>
				<verse number="3">“ମରୁ ପ୍ରାନ୍ତରରେ ଜଣେ କେହି ଉଚ୍ଚସ୍ୱରରେ କହୁଛନ୍ତି, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ପଥ ସରଳ କର’।”</verse>
				<verse number="4">ସେହି ଅନୁସାରେ ଯୋହନ ମରୁପ୍ରାନ୍ତରକୁ ଆସି ପ୍ରଚାର କଲେ ଏବଂ ଜଳଦୀକ୍ଷା ଦେବାକୁ ଲାଗିଲେ। ସେ ଲୋକମାନଙ୍କୁ କହୁଥିଲେ, “ନିଜ ନିଜର ପାପ ପ୍ରତି ବିମୁଖ ହୁଅ ଏବଂ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମର ପାପ କ୍ଷମା କରିବେ।”</verse>
				<verse number="5">ଯିହୂଦା ପ୍ରଦେଶ ଓ ଯିରୂଶାଲମ ସହରକୁ ବହୁ ଲୋକ ଯୋହନଙ୍କ ପ୍ରଚାର ଶୁଣିବା ପାଇଁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ ଏବଂ ଯୋହନ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଦେଲେ।</verse>
				<verse number="6">ଯୋହନ ଓଟ ଲୋମର ପୋଷାକ ପରିଧାନ କରୁଥିଲେ ଏବଂ କଟିଦେଶରେ ଚର୍ମପଟୁକା ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୂ ତାଙ୍କର ଖାଦ୍ୟ ଥିଲା। ସେ ଲୋକମାନଙ୍କ ନିକଟରେ ଘୋଷଣା କରୁଥିଲେ,</verse>
				<verse number="7">“ଯେଉଁବ୍ୟକ୍ତି ମୋ’ ପରେ ଆସିବେ, ସେ ମୋ’ଠାରୁ ମହାନ୍। ଅବନତ ହୋଇ ତାଙ୍କ ପାଦୁକାର ବନ୍ଧନ ଖୋଲିବା ପାଇଁ ମଧ୍ୟ ମୁଁ ଅଯୋଗ୍ୟ।</verse>
				<verse number="8">ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”</verse>
				<verse number="9">ସେହି ସମୟରେ ଯୀଶୁ ଗାଲିଲୀ ପ୍ରଦେଶର ନାଜରିତରୁ ଆସି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଜଳଦୀକ୍ଷା ଗ୍ରହଣ କଲେ।</verse>
				<verse number="10">ଯୀଶୁ ଜଳରୁ ଉଠି ଆସିବାକ୍ଷଣି ଦେଖିଲେ, ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ ଏବଂ ପରମାତ୍ମା କପୋତ ରୂପରେ ତାଙ୍କ ଉପରେ ଅବତରଣ କରୁଛନ୍ତି।</verse>
				<verse number="11">ପୁଣି ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଲା; “ତୁମେ ମୋର ପ୍ରିୟ ପୁତ୍ର। ତୁମ ଉପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”</verse>
				<verse number="12">ସେହିକ୍ଷଣି ପରମାତ୍ମା ତାଙ୍କୁ ନିର୍ଜନ ପ୍ରାନ୍ତରକୁ ନେଇଗଲେ।</verse>
				<verse number="13">ସେଠାରେ ସେ ଚାଳିଶ ଦିନ ପର୍ଯ୍ୟନ୍ତ ଥିଲେ। ଏହି ସମୟରେ ଶୟତାନ ତାଙ୍କୁ ନାନା ପ୍ରକାର ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ କରାଇଥିଲା। ସେଠାରେ ସେ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ରହିଥିଲେ, କିନ୍ତୁ ସ୍ୱର୍ଗଦୂତମାନେ ଆସି ତାଙ୍କର ଯତ୍ନ ନେଉଥିଲେ।</verse>
				<verse number="14">ଯୋହନ କାରାରୁଦ୍ଧ ହେବା ପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ।</verse>
				<verse number="15">ସେ କହିଲେ, “ଉପଯୁକ୍ତ ସମୟ ଆସିଛି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ! ପାପ ପ୍ରତି ବିମୁଖ ହୋଇ ଏହି ଶୁଭବାର୍ତ୍ତାରେ ବିଶ୍ୱାସ କର।”</verse>
				<verse number="16">ଯୀଶୁ ଗାଲିଲୀ ହ୍ରଦ କୂଳ ଦେଇ ଯିବାବେଳେ ଶିମୋନ ଓ ଆନ୍ଦ୍ରିୟ ଦୁଇ ଭାଇଙ୍କୁ ଜାଲ ପକାଇ ମାଛ ଧରୁଥିବାର ଦେଖିଲେ। ସେମାନେ ମତ୍ସ୍ୟଜୀବୀ ଥିଲେ।</verse>
				<verse number="17">ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ, ମୁଁ ତୁମକୁ ମନୁଷ୍ୟଧାରୀ କରିବି।”</verse>
				<verse number="18">ସେହିକ୍ଷଣି ସେମାନଙ୍କର ଜାଲ ଛାଡ଼ି ସେମାନେ ତାଙ୍କର ଅନୁଗମନ କଲେ।</verse>
				<verse number="19">ଯୀଶୁ ଆଉ କିଛି ଦୂର ଆଗକୁ ଯାଇ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନଙ୍କୁ ଦେଖିଲେ। ସେମାନେ ଜାଲ ପକାଇବାକୁ ନିଜ ନୌକାରେ ପ୍ରସ୍ତୁତ ହେଉଥିଲେ।</verse>
				<verse number="20">ଯୀଶୁ ସେମାନଙ୍କୁ ଦେଖିବା ମାତ୍ରେ ପାଖକୁ ଡ଼ାକିଲେ। ନୌକାରେ ଚାକରମାନଙ୍କ ସହିତ ସେମାନଙ୍କ ପିତା ଜେବଦୀଙ୍କୁ ଛାଡ଼ିଦେଇ ସେମାନେ ଯୀଶୁଙ୍କ ପଛରେ ଚାଲିଲେ।</verse>
				<verse number="21">ଯୀଶୁ ଓ ତାଙ୍କ ଶିଷ୍ୟମାନେ କପର୍ନାହୂମ ସହରକୁ ଗଲେ ଏବଂ ପରବର୍ତ୍ତୀ ଦିନ ଯୀଶୁ ସମାଜ ଗୃହକୁ ଯାଇ ଶିକ୍ଷା ଦେଲେ।</verse>
				<verse number="22">ତାଙ୍କ ଶିକ୍ଷା ଶୁଣି ଲୋକେ ଆଚମ୍ବିତ ହେଲେ; କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଜଣେ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷା ଦେଉଥିଲେ।</verse>
				<verse number="23">ସେତେବେଳେ ଜଣେ ଭୂତଗ୍ରସ୍ତ ଲୋକ ସମାଜ ଗୃହରେ ପ୍ରବେଶ କରି ଚିକ୍ରାର କଲା;</verse>
				<verse number="24">“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”</verse>
				<verse number="25">ଯୀଶୁ ତାକୁ ଧମକ ଦେଇ କହିଲେ: “ଚୁପ୍ କର୍! ଏହି ଲୋକ ଭିତରୁ ବାହାରି ଯା।”</verse>
				<verse number="26">ସେହି ଭୂତ, ଲୋକଟିକୁ ଖୁବ୍ ଜୋର୍ରେ ଥରାଇ, ବିକଟ ଚିକ୍ରାର କରି ତା’ ଦେହରୁ ବାହାରି ଗଲା।</verse>
				<verse number="27">ଏଥିରେ ଲୋକମାନେ ଏତେ ଆଶ୍ଚର୍ଯ୍ୟାନ୍ୱି ହେଲେ ଯେ ପରସ୍ପର କୁହାକୁହି ହେଲେ, “ଏହା କ’ଣ? ଏହା କ’ଣ ଏକ ନୂଆ ଧରଣର ଶିକ୍ଷା? ଭୂତପ୍ରେତଙ୍କୁ ଆଦେଶ ଦେବା ପାଇଁ ଏହି ବ୍ୟକ୍ତିଙ୍କ ଅଧିକାର ଅଛି ଏବଂ ସେମାନେ ତାଙ୍କର ଆଦେଶ ପାଳନ କରୁଛନ୍ତି!”</verse>
				<verse number="28">ଏହାପରେ ଗାଲିଲୀ ପ୍ରଦେଶର ଚତୁର୍ଦ୍ଦିଗରେ ଯୀଶୁଙ୍କର ସୁଖ୍ୟାତି ଅତି ଶୀଘ୍ର ବ୍ୟାପିଗଲା।</verse>
				<verse number="29">ଯାକୁବ, ଯୋହନ ଓ ଅନ୍ୟ ଶିଷ୍ୟମାନଙ୍କ ସହିତ ଯୀଶୁ ସମାଜ ଗୃହ ଛାଡ଼ି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।</verse>
				<verse number="30">ସେଠାରେ ପହଞ୍ଚିବାମାତ୍ରେ ସେ ଶୁଣିଲେ ଯେ ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଶାୟୀ ହୋଇଛନ୍ତି।</verse>
				<verse number="31">ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ। ତାଙ୍କ ଜ୍ୱର ଛାଡ଼ିଗଲା ଏବଂ ସେ ସେମାନଙ୍କର ଆତିଥ୍ୟ କରିବାରେ ଲାଗି ପଡ଼ିଲେ।</verse>
				<verse number="32">ସୂର୍ଯ୍ୟାସ୍ତ ପରେ ଲୋକମାନେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ଆଣିଲେ।</verse>
				<verse number="33">ସାରା ସହରର ଲୋକେ ଆସି ଦ୍ୱାର ସାମ୍ନାରେ ଜମା ହେଲେ।</verse>
				<verse number="34">ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ଯୀଶୁ ସୁସ୍ଥ କଲେ ଓ ଅନେକଙ୍କଠାରୁ ଭୂତ ଛଡ଼ାଇଲେ। ସେ ଭୂତମାନଙ୍କ କଥା କହିବାକୁ ଦେଉ ନ ଥିଲେ, କାରଣ ସେମାନେ ତାଙ୍କୁ ଚିହ୍ନିଥିଲେ।</verse>
				<verse number="35">ପରଦିନ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଯୀଶୁ ଉଠି ଘରୁ ବାହାରିଗଲେ। ସେ ସହର ଛାଡ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କଲେ।</verse>
				<verse number="36">ଶିମୋନ ଓ ତାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ।</verse>
				<verse number="37">ତାଙ୍କୁ ଯାଇ ସେମାନେ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”</verse>
				<verse number="38">କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମଗୁଡ଼ିକୁ ଆମକୁ ଯିବାକୁ ହେବ। ମୁଁ ସେଠାରେ ମଧ୍ୟ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଛି।”</verse>
				<verse number="39">ତା’ପରେ ସେ ଗାଲିଲୀର ସବୁ ଅଞ୍ଚଳରେ ବୁଲି ସମାଜ ଗୃହଗୁଡ଼ିକରେ ପ୍ରଚାର କଲେ ଓ ଭୂତ ଛଡ଼ାଇଲେ।</verse>
				<verse number="40">ଜଣେ କୁଷ୍ଠରୋଗୀ ଯୀଶୁଙ୍କ ନିକଟକୁ ଆସିଲା। ନତଜାନୁ ହୋଇ ସେ ବିନତି କରି କହିଲା, “ଆପଣ ଚାହିଁଲେ ମୋତେ ଶୁଚି କରିଦେଇ ପାରିବେ।”</verse>
				<verse number="41">ଯୀଶୁ ଦୟାରେ ବିଗଳିତ ହୋଇ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ତାହାହିଁ ଚାହେଁ, ତୁମେ ଶୁଚି ହୁଅ।”</verse>
				<verse number="42">ତତ୍କ୍ଷଣାତ୍ ସେହି ରୋଗ ତା’ଠାରୁ ଦୂର ହୋଇଗଲା ଓ ସେ ଶୁଚି ହେଲା।</verse>
				<verse number="43">ଏହାପରେ ଯୀଶୁ ତାକୁ ସତର୍କ କରାଇ କହିଲେ,</verse>
				<verse number="44">“ଶୁଣ, ଏକଥା କାହାକୁ କୁହ ନାହିଁ କିନ୍ତୁ ଧର୍ମଯାଜକଙ୍କ ନିକଟକୁ ଯାଅ। ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ। ତା’ପରେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣିତ କରିବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ବଳି ଉତ୍ସର୍ଗ କର।” ଏହା କହି ଯୀଶୁ ତାକୁ ସଙ୍ଗେ ସଙ୍ଗେ ପଠାଇ ଦେଲେ।</verse>
				<verse number="45">କିନ୍ତୁ ଲୋକଟି ସେଠାରୁ ଚାଲିଯାଇ ଏହି କଥା ଚାରିଆଡ଼େ ରାଷ୍ଟ୍ର କରିଦେଲା। ସେ ଏହି ବିଷୟରେ ଏତେ କହି ବୁଲିଲା ଯେ, ଯୀଶୁ ପ୍ରକାଶ୍ୟରେ କୌଣସି ସହର ଭିତରକୁ ଯାଇ ପାରିଲେ ନାହିଁ। ତେଣୁ ସେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ତଥାପି ସବୁଆଡ଼ୁ ଲୋକମାନେ ତାଙ୍କ ନିକଟକୁ ଆସିଲେ।</verse>
			</chapter>
			<chapter number="2">
				<verse number="1">କିଛି ଦିନ ପରେ ଯୀଶୁ କପର୍ନାହୂମକୁ ଫେରି ଗଲେ। ସେ ଘରେ ଅଛନ୍ତି ବୋଲି ଖବର ବ୍ୟାପିଗଲା।</verse>
				<verse number="2">ସେଠାରେ ଏତେ ଲୋକ ଆସି ଜମା ହେଲେ ଯେ ଦ୍ୱାର ନିକଟରେ ସୁଦ୍ଧା ଟିକିଏ ହେଲେ ସ୍ଥାନ ରହିଲା ନାହିଁ।</verse>
				<verse number="3">ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଥିବା ବେଳେ, ଚାରିଜଣ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ବୋହି ଆଣିଲେ।</verse>
				<verse number="4">କିନ୍ତୁ ଲୋକ ଭିଡ଼ ହେତୁ ସେମାନେ ତାକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ଯୀଶୁ ଯେଉଁଠାରେ ଥିଲେ, ଠିକ୍ ତା’ ଉପର ଛାତକୁ ଖୋଲିଦେଲେ ଏବଂ ସେହି ବାଟେ ରୋଗୀଟିକୁ ବିଛଣାରେ ଶୁଆଇ ତଳକୁ ଓହ୍ଲାଇ ଦେଲେ।</verse>
				<verse number="5">ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ପୁଅରେ! ତୋର ପାପ ସବୁ କ୍ଷମା ହେଲା।”</verse>
				<verse number="6">ସେଠାରେ ବସିଥିବା କେତେଜଣ ଧର୍ମ ଗୁରୁ ଏହା ଶୁଣି ମନେ ମନେ ଭାବିଲେ,</verse>
				<verse number="7">“ସେ ଏହି କଥା କହିବାକୁ ସାହସ କରୁଛନ୍ତି କିପରି? ଏହା ଈଶ୍ୱର ନିନ୍ଦା। ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ପାପ କ୍ଷମା କରିପାରେ?”</verse>
				<verse number="8">ସେମାନଙ୍କ ମନର ଭାବନା ଜାଣିପାରି ଯୀଶୁ ପଚାରିଲେ, “କାହିଁକି ଏପରି କଥା ସବୁ ଭାବୁଛ?</verse>
				<verse number="9">ଏହି ପକ୍ଷାଘାତ ରୋଗୀକି ‘ତୁମର ପାପ କ୍ଷମା ହେଲା’, ବୋଲି କହିବା ସହଜ, ନା ‘ଉଠ, ବିଛଣା ନେଇ ଚାଲିଯାଅ’ ବୋଲି କହିବା ସହଜ?</verse>
				<verse number="10">“ପୃଥିବୀରେ ପାପ କ୍ଷମା କରିବା ପାଇଁ ମନୁଷ୍ୟପୁତ୍ରଙ୍କର ଅଧିକାର ଅଛି, ଏହା ତୁମ୍ଭେମାନେ ବର୍ତ୍ତମାନ ଜାଣି ପାରିବ।”</verse>
				<verse number="11">ଏହାପରେ ଯୀଶୁ ସେହି ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ; ତୁମର ବିଛଣା ନେଇ ଘରକୁ ଯାଅ।”</verse>
				<verse number="12">ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”</verse>
				<verse number="13">ଯୀଶୁ ପୁଣି ଥରେ ହ୍ରଦ କୂଳକୁ ଗଲେ। ସେଠାରେ ଜନସମାଗମ ହେବାରୁ ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ।</verse>
				<verse number="14">ସେ ସେଠାରୁ ଚାଲିଯିବା ବାଟରେ ଆଲଫିଙ୍କ ପୁତ୍ର କରଆଦାୟକାରୀ ଲେବୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାଙ୍କୁ କହିଲେ, “ମୋ’ ପଛେ ପଛେ ଆସ।” ଲେବୀ ଉଠି ତାଙ୍କର ଅନୁଗମନ କଲେ।</verse>
				<verse number="15">ଏହାପରେ ଯୀଶୁ ଲେବୀଙ୍କ ଘରେ ଭୋଜନରେ ବସିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ବହୁସଂଖ୍ୟକ କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହ ଏକତ୍ର ଭୋଜନରେ ବସିଲେ।</verse>
				<verse number="16">ଏହା ଦେଖି ଫାରୁଶୀ ଦଳର କେତେକ ଶାସ୍ତ୍ରୀ ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ଏପରି ଲୋକମାନଙ୍କ ସହିତ ସେ କାହିଁକି ଭୋଜନ କରୁଛନ୍ତି?”</verse>
				<verse number="17">ଏହି କଥା ଶୁଣି ଯୀଶୁ ଉତ୍ତର ଦେଲେ, “ସୁସ୍ଥ ଲୋକ ପାଇଁ ଚିକିତ୍ସର ପ୍ରୟୋଜନ ନାହିଁ। - ପ୍ରୟୋଜନ ଅଛି କେବଳ ଅସୁସ୍ଥମାନଙ୍କ ପାଇଁ। ମୁଁ ଧାର୍ମିକମାନଙ୍କ ପାଇଁ ଆସି ନାହିଁ, ଆସିଛି ପାପୀମାନଙ୍କ ପାଇଁ।”</verse>
				<verse number="18">ଥରେ ଜଳଦୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଓ ଫାରୁଶୀମାନେ ଉପବାସ କରୁଥିଲାବେଳେ, କେତେ ଜଣ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଯୋହନ ଓ ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ଉପବାସ କରନ୍ତି ନାହିଁ?”</verse>
				<verse number="19">ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କ’ଣ ଉପବାସ ରହିପାରନ୍ତି? କେବେ ନୁହେଁ। ସେମାନଙ୍କ ସହିତ ବର ଥିବା ପର୍ଯ୍ୟନ୍ତ ସେମାନେ ତାହା କରିବେ ନାହିଁ।</verse>
				<verse number="20">କିନ୍ତୁ ଦିନ ଆସିବ, ଯେତେବେଳେ ବର ସେମାନଙ୍କ ନିକଟରୁ ଦୂରେଇ ନିଆଯିବେ।</verse>
				<verse number="21">“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସଙ୍କୁଚିତ ହୋଇ ପୋଷାକଟିକୁ ଅଧିକ ଚିରି ପକାଇବ।</verse>
				<verse number="22">ସେହି ପୁରୁଣା ଚମଡ଼ା ଥଳୀରେ ନୂଆ ଦ୍ରାକ୍ଷାରସ ସେହି ଥଳୀକୁ ଫଟାଇ ଦେବ ଏବଂ ଦ୍ରାକ୍ଷାରସ ଓ ଥଳୀ ଉଭୟ ନଷ୍ଟ ହେବ। ତେଣୁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳୀରେ ରଖିବାକୁ ହେବ।”</verse>
				<verse number="23">ଥରେ ‘ବିଶ୍ରାମବାର’ରେ ଯୀଶୁ ଗୋଟିଏ ଶସ୍ୟକ୍ଷେତ୍ରକୁ ମଧ୍ୟ ଦେଇ ଯାଉଥିଲେ। ତାଙ୍କ ସହିତ ଶିଷ୍ୟମାନେ ସେବାଟେ ଗଲାବେଳେ ଶସ୍ୟ କେଣ୍ଡା ଛିଣ୍ଡାଇବାକୁ ଲାଗିଲେ।</verse>
				<verse number="24">ଫାରୁଶୀମାନେ ଯୀଶୁଙ୍କୁ କହିଲେ, “ଦେଖନ୍ତୁ, ବିଶ୍ରାମବାରରେ ଆପଣଙ୍କର ଶିଷ୍ୟମାନେ ଆମ ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି।”</verse>
				<verse number="25">ଯୀଶୁ ଉତ୍ତର ଦେଲେ, “ଯେତେବେଳେ ଦାଉଦଙ୍କର ଖାଦ୍ୟ ଆବଶ୍ୟକ ହେଲା, ସେ କଅଣ କରିଥିଲେ, ସେ କଥା ତୁମ୍ଭେମାନେ କେବେ ପାଠ କରି ନାହଁ?</verse>
				<verse number="26">“ସେ ଓ ତାଙ୍କ ସାଥୀମାନେ କ୍ଷୁଧିତ ହେବାରୁ, ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରୋଟୀ ଖାଇ ଦେଇଥିଲେ। ଆବିଆଥାର ପ୍ରଧାନ ପୁରୋହିତ ଥିବାବେଳେ ଏହି ଘଟଣା ଘଟିଥିଲା। ଆମ ଶାସ୍ତ୍ର ଅନୁଯାୟୀ କେବଳ ପୁରୋହିତମାନେ ଏହି ରୋଟୀ ଖାଇବା ବିଧିସଙ୍ଗତ। କିନ୍ତୁ ଦାଉଦ ନିଜେ ଏହା ଖାଇ ତାଙ୍କ ସାଥୀମାନଙ୍କୁ ମଧ୍ୟ ଦେଇଥିଲେ।”</verse>
				<verse number="27">ପରିଶେଷରେ ଯୀଶୁ କହିଲେ, “ମନୁଷ୍ୟ ପାଇଁ ବିଶ୍ରାମବାର ଉଦ୍ଦିଷ୍ଟ, ମନୁଷ୍ୟ ବିଶ୍ରାମବାର ପାଇଁ ନୁହେଁ।</verse>
				<verse number="28">ଏପରିକି ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ।”</verse>
			</chapter>
			<chapter number="3">
				<verse number="1">ଯୀଶୁ ସମାଜ ଗୃହକୁ ଫେରିଗଲେ। ସେଠାରେ ଜଣେ ଲୋକ ଥିଲା। ତା’ର ହାତ ଶୁଖି ଅଚଳ ହୋଇ ଯାଇଥିଲା।</verse>
				<verse number="2">ଯୀଶୁ ବିଶ୍ରାମବାରରେ ସେହି ଲୋକକୁ ସୁସ୍ଥ କରିବେ କି ନାହିଁ, ଏ ବିଷୟରେ ତାଙ୍କ ଦୋଷ ଧରି ଅଭିଯୋଗ ଆଣିବା ପାଇଁ କେତେକ ଲୋକ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।</verse>
				<verse number="3">ଯୀଶୁ ସେହି ଲୋକକୁ କହିଲେ, “ଆଗକୁ ଉଠି ଆସ।”</verse>
				<verse number="4">ସେ ଲୋକମାନଙ୍କୁ ପଚାରିଲେ, “ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ - ଜଣକର ଉପକାର କରିବା ନା ଅପକାର କରିବା? ଜଣକର ଜୀବନ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ରହିଲେ।</verse>
				<verse number="5">ଯୀଶୁ ସେମାନଙ୍କ ଆଡ଼କୁ ରାଗି ଚାହିଁଲେ ଏବଂ ସେମାନଙ୍କ ଠିନ ହୃଦୟ ଦେଖି ଦୁଃଖିତ ହେଲେ। ତା’ପରେ ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ହାତ ବଢ଼ାଇବା ମାତ୍ରେ ସୁସ୍ଥ ହୋଇଗଲା।</verse>
				<verse number="6">ସେହିକ୍ଷଣି ଫାରୁଶୀମାନେ ସମାଜ ଗୃହରୁ ବାହାରି ଯାଇ ଯୀଶୁଙ୍କୁ ହତ୍ୟା କରିବା ପାଇଁ ‘ହେରୋଦୀୟ’ ଦଳର ଲୋକମାନଙ୍କ ସହିତ ମନ୍ତ୍ରଣା କଲେ।</verse>
				<verse number="7">ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦ କୂଳକୁ ଗଲେ ଏବଂ ଲୋକମାନେ ବହୁସଂଖ୍ୟାରେ ତାଙ୍କର ଅନୁଗମନ କଲେ।</verse>
				<verse number="8">ସେମାନ ଗାଲିଲୀ, ଯିହୁଦା, ଯିରୂଶାଲମ, ଏଦୋମ, ଯର୍ଦ୍ଦନ ନଦୀର ପୂର୍ବବର୍ତ୍ତୀ ଅଞ୍ଚଳ ଏବଂ ସୋର ଓ ସିଦୋନ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଆସିଥିଲେ।</verse>
				<verse number="9">ସେଠାରେ ଏତେ ଲୋକ ଗହଳି ହେଲା ଯେ, ଭିଡ଼ରୁ ରକ୍ଷା ପାଇବା ଲାଗି ତାଙ୍କ ପାଇଁ ଗୋଟିଏ ନୌକା ଯୋଗାଡ଼ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।</verse>
				<verse number="10">ସେ ଅନେକ ଲୋକଙ୍କୁ ସୁସ୍ଥ କଲେ। ପୀଡ଼ିତ ଲୋକମାନେ ତାଙ୍କୁ ସ୍ପର୍ଶ କରିବା ପାଇଁ ଆଗକୁ ମାଡ଼ି ଯାଇଥିଲେ।</verse>
				<verse number="11">ପୁଣି ଭୂତଗ୍ରସ୍ତ ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସମ୍ମୁଖରେ ତଳେ ପଡ଼ିଯାଇ ଚିକ୍ରାର କରି କହୁଥିଲେ, “ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”</verse>
				<verse number="12">ସେ କିଏ, ଏକଥା କାହାକୁ ନ ଜଣାଇବା ପାଇଁ ଯୀଶୁ ଭୂତମାନଙ୍କୁ ଧମକ ଦେଇ ଆଦେଶ ଦେଲେ।</verse>
				<verse number="13">ତା’ପରେ ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡ଼ାକିଲେ।</verse>
				<verse number="14">ସେ ବାର ଜଣଙ୍କୁ ମନୋନୀତ କରି ପ୍ରେରିତ ଶିଷ୍ୟ ଆଖ୍ୟା ଦେଲେ। ସେମାନଙ୍କୁ ସେ କହିଲେ, “ମୋ’ ସଙ୍ଗରେ ରହିବାକୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଛି ଏବଂ ପ୍ରଚାର କରିବା ପାଇଁ ତୁମ୍ଭମାନଙ୍କୁ ପ୍ରେରଣ କରିବି।</verse>
				<verse number="15">ତୁମେ ଭୂତ ଛଡ଼ାଇବାକୁ ମଧ୍ୟ ଅଧିକାର ପାଇବ।”</verse>
				<verse number="16">ଏହି ବାରଜଣଙ୍କୁ ସେ ବାଛିଲେ:- ଶିମୋନ (ଯୀଶୁ ତାଙ୍କୁ ପିତର ନାମ ଦେଲେ);</verse>
				<verse number="17">ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ (ଯୀଶୁ ସେମାନଙ୍କୁ ବିନେରିଗୋଷ ଅର୍ଥାତ୍ ‘ମେଘନାଦ ପୁତ୍ର’ ଆଖ୍ୟା ଦେଲେ),</verse>
				<verse number="18">ଆନ୍ଦ୍ରିୟ, ଫିଲିପ, ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ଦୁଇ ପୁତ୍ର ଯାକୁବ ଓ ଥଦ୍ଦିୟ, ଦେଶପ୍ରେମୀ ଶିମୋନ ଓ</verse>
				<verse number="19">ଇଷ୍କାରିୟତ ଯିହୂଦା (ପରେ ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା।)</verse>
				<verse number="20">ଏହା ପରେ ଯୀଶୁ ଯେତେବେଳେ ଘରକୁ ଫେରିଲେ, ସେଠାରେ ମଧ୍ୟ ଏତେ ଲୋକ ଜମା ହେଲେ ଯେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।</verse>
				<verse number="21">ଯୀଶୁଙ୍କର ମତିଭ୍ରମ ହୋଇଛି ବୋଲି ଲୋକମାନେ କହୁଥିବା ଶୁଣି, ଯୀଶୁଙ୍କ ଆତ୍ମୀୟମାନେ ତାଙ୍କୁ ଧରିନେଇ ଯିବାକୁ ଆସିଲେ।</verse>
				<verse number="22">ଯିରୂଶାଲମରୁ ଆସିଥିବା କେତେକ ଧର୍ମଗୁରୁ କହିଲେ, “ବାଆଲଜିବୂଲ ତାଙ୍କୁ ଅଧିକାର କରିଛି। ସେହି ଭୂତମାନଙ୍କର ଅଧିପତି ଭୂତ ଛଡ଼ାଇବା ପାଇଁ ତାଙ୍କୁ ଶକ୍ତି ଦେଇଛି।”</verse>
				<verse number="23">ଯୀଶୁ ସେମାନଙ୍କୁ ଡ଼ାକି ରୂପକ ଛଳରେ ବୁଝାଇ କହିଲେ, “ଶୟତାନ କିପରି ଶୟତାନକୁ ବିତାଡ଼ିତ କରିପାରିବ?</verse>
				<verse number="24">ରାଜ୍ୟର ଲୋକେ ଯଦି ଦଳ ଦଳ ହୋଇ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି, ସେହି ରାଜ୍ୟ ଖଣ୍ଡ ବିଖଣ୍ଡ ହୋଇଯିବ।</verse>
				<verse number="25">ଗୋଟିଏ ପରିବାରର ଲୋକେ ଯଦି ବିଭିନ୍ନ ଦଳରେ ବିଭକ୍ତ ହୋଇ ପରସ୍ପରର ବିରୁଦ୍ଧାଚରଣ କରନ୍ତି, ସେହି ପରିବାର ଭାଙ୍ଗିଯିବ।</verse>
				<verse number="26">ସେହିପରି ଯଦି ଶୟତାନର ରାଜ୍ୟ ବିଭକ୍ତ ହୁଏ, ତେବେ ସେହି ରାଜ୍ୟ ତିଷ୍ଠି ପାରିବ ନାହିଁ, ଖଣ୍ଡ ବିଖଣ୍ଡ ହୋଇ ଧ୍ୱଂସ ପାଇଯିବ।</verse>
				<verse number="27">“ବଳବାନ୍ ଲୋକର ଘରେ କେହି ପ୍ରବେଶ କରି ପ୍ରଥମେ ତାକୁ ନ ବାନ୍ଧିଲେ, ତା’ର ଜିନିଷପତ୍ର ଲୁଟି ନେଇ ପାରିବ ନାହିଁ।</verse>
				<verse number="28">“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ସମସ୍ତ ପାପ ଓ ଈଶ୍ୱରନିନ୍ଦା ପାଇଁ ମନୁଷ୍ୟମାନଙ୍କୁ କ୍ଷମା ଦିଆଯାଇପାରେ।</verse>
				<verse number="29">କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ନିନ୍ଦା କରେ, ତା’ର କଦାପି କ୍ଷମା ନାହିଁ। କାରଣ ତା’ର ପାପ ଅନନ୍ତ କାଳ ଯାଏ ରହିଥିବ।”</verse>
				<verse number="30">(ଯୀଶୁଙ୍କୁ ଭୂତ ଧରିଛି ବୋଲି କେତେକ କହିବାରୁ ଯୀଶୁ ଏକଥା କହିଲେ।)</verse>
				<verse number="31">ସେତେବେଳେ ଯୀଶୁଙ୍କ ମା ଓ ଭାଇମାନେ ଆସି ପହଞ୍ଚିଲେ। ସେମାନେ ବାହାରେ ଠିଆ ହୋଇ ଯୀଶୁଙ୍କୁ ଡ଼ାକି ଆଣିବା ପାଇଁ ଖବର ପଠାଇଲେ।</verse>
				<verse number="32">ଯୀଶୁଙ୍କୁ ଅନେକ ଲୋକ ଘେରି ବସିଥିଲେ। ସେମାନେ ତାଙ୍କୁ କହଲେ, “ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”</verse>
				<verse number="33">ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ, କିଏ ମୋର ଭାଇ?”</verse>
				<verse number="34">ତାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକମାନଙ୍କୁ ଚାହିଁ ସେ କହିଲେ, “ଦେଖ, ଏଇମାନେ ମୋର ମାଆ, ଏଇମାନେ ମୋର ଭାଇ!</verse>
				<verse number="35">ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋର ଭାଇ, ଭଉଣୀ ଓ ମା।”</verse>
			</chapter>
			<chapter number="4">
				<verse number="1">ହ୍ରଦ କୂଳରେ ଯୀଶୁ ପୁଣି ଥରେ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୀଶୁଙ୍କ ଚାରିପଟେ ଏତେ ଲୋକ ଘେରିଗଲେ ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ନୌକାଟି ପାଣି ଭିତରେ ଅଳ୍ପ ଦୂରରେ ଥିଲା ଓ ଲୋକମାନେ କୂଳରେ ଠିଆ ହୋଇ ରହିଲେ।</verse>
				<verse number="2">ଯୀଶୁ ଗଳ୍ପ ଛଳରେ ସେମାନଙ୍କୁ ଶିକ୍ଷା ଦେଲେ। ସେ କହିଲେ,</verse>
				<verse number="3">“ଶୁଣ! ଥରେ ଜଣେ ଲୋକ କ୍ଷେତରେ ବିହନ ବୁଣିବାକୁ ବାହାରିଲା।</verse>
				<verse number="4">ସେ ବିହନ ବୁଣିଲାବେଳେ ରାସ୍ତା ଉପରେ କେତେ ପଡ଼ିଲା ଏବଂ ପକ୍ଷୀମାନେ ସେଗୁଡ଼ିକୁ ଖାଇଗଲେ।</verse>
				<verse number="5">“ଆଉ କେତେ ବିହନ ପଥୁରିଆ ଜମିରେ ପଡ଼ିଲା, ସେଠାରେ ଅତି ଅଳ୍ପ ମାଟି ଥିଲା। ସେଠାରେ ମାଟିର ଗଭୀରତା ନ ଥିବାରୁ ଶୀଘ୍ର ବୀଜ ଅଙ୍କୁରିତ ହୋଇଗଲା, କିନ୍ତୁ ଚେର ଭିତରକୁ ଯାଇ ପାରିଲା ନାହିଁ।</verse>
				<verse number="6">ପରେ ସୂର୍ଯ୍ୟର ପ୍ରଚଣ୍ଡ ତାପରେ ସେହି ଚାରା ଗଛ ସବୁ ଶୁଖିଗଲା।</verse>
				<verse number="7">ଆଉ କେତେ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ବଢ଼ି ଛୋଟ ଚୋଟ ଚାରା ଗଛଗୁଡ଼ିକ ଉପରେ ମାଡ଼ି ଯିବାରୁ, ସେଥିରେ ଆଉ ଫଳ ଧରିଲା ନାହିଁ।</verse>
				<verse number="8">କିନ୍ତୁ ଆଉ କେେ ବୀଜ ଭଲ ଜମିରେ ପଡ଼ିଲା। ସେସବୁ ଅଙ୍କୁରିତ ହୋଇ ବଢ଼ିଲା ଓ ଫଳ ଧରିଲା; କେତେ ତିରିଶ ଗୁଣ, କେତେ ଷାଠିଏ ଗୁଣ ଓ କେତେ ଶହେ ଗୁଣ ଫଳିଲା।”</verse>
				<verse number="9">ଯୀଶୁ ଏହି ଦୃଷ୍ଟାନ୍ତ ଶେଷ କରି କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ମନଦେଇ ଶୁଣୁ।”</verse>
				<verse number="10">ଯୀଶୁ ଏକାକୀ ଥିଲାବେଳେ ଶ୍ରୋତାମାନଙ୍କ ମଧ୍ୟରୁ କେତେ ଜଣ ବାରଶିଷ୍ୟଙ୍କ ସହିତ ତାଙ୍କ ନିକଟକୁ ଆସିଲେ ଏବଂ ସେ କହିଥିବା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ ବୁଝାଇବାକୁ ଅନୁରୋଧ କଲେ।</verse>
				<verse number="11">ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ଏ ସମସ୍ତ ଗଳ୍ପ ଛଳରେ କୁହାଯାଇଛି। ସେଥିପାଇଁ -</verse>
				<verse number="12">‘ସେମାନେ ଚାହିଁ ରହନ୍ତି କିନ୍ତୁ କିଛି ଦେଖି ପାରନ୍ତି ନାହିଁ। ସବୁ କଥା ଶୁଣୁ ଥାଆନ୍ତି କିନ୍ତୁ କିଛି ବୁଝି ପାରନ୍ତି ନାହିଁ। ସେମାନେ ଯଦି ପ୍ରକୃତରେ ଦେଖନ୍ତେ ଓ ବୁଝନ୍ତେ, ସେମାନେ ଈଶ୍ୱରଙ୍କ ନିକଟକୁ ଫେରି ଆସନ୍ତେ ଏବଂ ଈଶ୍ୱର ସେମାନଙ୍କୁ କ୍ଷମା ଦିଅନ୍ତେ’।”</verse>
				<verse number="13">ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ ବୁଝି ପାରୁ ନାହଁ? ତେବେ ଅନ୍ୟ ଦୃଷ୍ଟାନ୍ତ ସବୁକୁ ବୁଝିବ କିପରି?</verse>
				<verse number="14">ଈଶ୍ୱରଙ୍କ ବାର୍ତ୍ତା ପ୍ରଚାରକ, ବିହନ ବୁଣାଳୀ ସଦୃଶ।</verse>
				<verse number="15">ବାଟରେ ପଡ଼ିଥିବା ବୀଜ ପରି ସେହି ବାର୍ତ୍ତାକୁ କେତେ ଲୋକ ଗ୍ରହଣ କରନ୍ତି। କିନ୍ତୁ ସେମାନେ ଶୁଣିବା ମାତ୍ରେ ଶୟତାନ ତାହା ହରଣ କରିନିଏ।</verse>
				<verse number="16">ପଥୁରିଆ ଜମିରେ ପଡ଼ିଥିବା ବିହନ ପରି ସେହି ବାର୍ତ୍ତାକୁ କେତେ ଲୋକ ଶୁଣିବାକ୍ଷଣି ଆନନ୍ଦରେ ଗ୍ରହଣ କରନ୍ତି,</verse>
				<verse number="17">କିନ୍ତୁ ଗଭୀର ଭାବରେ ତାହା ହୃଦୟଙ୍ଗମ ନ କରିବାରୁ ସେମାନେ ସେଥିରେ ସ୍ଥିର ହୋଇ ରହିପାରନ୍ତି ନାହିଁ ଏବଂ ସେହି ବାର୍ତ୍ତା ଯୋଗୁଁ ଯେତେବେଳେ ଦୁଃଖ କଷ୍ଟ ଓ ଉତ୍ପୀଡ଼ନ ଆସି ପହଞ୍ଚେ, ସେମାନଙ୍କର ପତନ ହୁଏ।</verse>
				<verse number="18">କଣ୍ଟାବୁଦାରେ ପଡ଼ିଥିବା ବିହନ ପରି ସେହି ବାର୍ତ୍ତାକୁ ଆଉ କେତେକ ଲୋକ ଶୁଣନ୍ତି,</verse>
				<verse number="19">କିନ୍ତୁ ସାଂସାରିକ ଚିନ୍ତା, ଅର୍ଥଲୋଭ ଓ ନାନା ପ୍ରକାର ଲାଳସା ସେମାନଙ୍କ ମନକୁ ଘାରି ପକାଇବାରୁ ସେହି ବାର୍ତ୍ତା ଫଳପ୍ରଦ ହୁଏ ନାହିଁ।</verse>
				<verse number="20">କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”</verse>
				<verse number="21">ଯୀଶୁ ପୁଣି କହିଲେ, “କେହି କ’ଣ ଦୀପଟିଏ ଜାଳି ମାଣ ତଳେ ଢ଼ାଙ୍କି ରଖେ ବା ଖଟ ତଳେ ଥୋଇଦିଏ? ତାହା କ’ଣ ଦୀପରୁଖା ଉପରେ ରଖାଯାଏ ନାହିଁ?</verse>
				<verse number="22">ଯାହା ଲୁକ୍କାୟିତ ଅଛି, ତାହା ପ୍ରକାଶ ପାଇବ; ଯାହା ଆବୃତ ହୋଇ ରହିଛି, ତାହା ଅନାବୃତ ହେବ।</verse>
				<verse number="23">ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”</verse>
				<verse number="24">ଯୀଶୁ ସେମାନଙ୍କୁ କହିଲେ, “ଯାହା ଶୁଣୁଛ, ସେଥିପ୍ରତି ମନୋଯୋଗୀ ହୁଅ। ଯେଉଁ ମାନଦଣ୍ଡରେ ତୁମେ ଅନ୍ୟର ବିଚାର କର, ସେହି ମାନଦଣ୍ଡରେ, କିନ୍ତୁ ଅଧିକ କଠୋର ଭାବରେ ଈଶ୍ୱର ତୁମର ବିଚାର କରିବେ।</verse>
				<verse number="25">“ଯାହାର ଅଛି, ତାକୁ ଅଧିକ ଦିଆଯିବ। ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।”</verse>
				<verse number="26">ଯୀଶୁ କହିବାକୁ ଲାଗିଲେ; “ଈଶ୍ୱରଙ୍କ ରାଜ୍ୟର ପ୍ରସାର ଏହିପରି। ଜଣେ ଲୋକ କ୍ଷେତରେ ବିହନ ବୁଣେ।</verse>
				<verse number="27">ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ରହେ, କିନ୍ତୁ ବିହନ ଅଙ୍କୁରିତ ହୋଇ କିପରି ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।</verse>
				<verse number="28">ଗଛ ବଢ଼ି ଫଳ ଧରିବା ପାଇଁ ମାଟି ହିଁ ସବୁ କିଛି କରେ - ପ୍ରଥମେ ଗଛର ବୀଜପତ୍ର, ତା’ପରେ ଶିଷା ଏବଂ ଶେଷରେ କେଣ୍ଡାରେ ଶସ୍ୟ ଭରିଯାଏ।</verse>
				<verse number="29">ଶସ୍ୟ ପାଚି ଅମଳ ସମୟ ଉପସ୍ଥିତ ହେଲେ, ସେ ଦାଆ ଧରି କାଟେ।”</verse>
				<verse number="30">ଯୀଶୁ ପଚାରିଲେ; “ଈଶ୍ୱରଙ୍କ ରାଜ୍ୟ ସହିତ କାହାର ତୁଳନା କରାଯାଇପାରେ? ତାକୁ ବୁଝାଇବା ପାଇଁ କି ଦୃଷ୍ଟାନ୍ତ ଦେବି?</verse>
				<verse number="31">ତାହା ଗୋଟିଏ ସୋରିଷ ପରି। ସୋରିଷ ମଞ୍ଜିଟିଏ ଅତି କ୍ଷୁଦ୍ର ହେଲେ ସୁଦ୍ଧା,</verse>
				<verse number="32">ମାଟିରେ ପଡ଼ିଲେ ତାହା ବଢ଼ି ଶାଖାପ୍ରଶାଖା ମେଲାଇ ଗୋଟିଏ ବଡ଼ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତା’ ଛାୟାରେ ଆଶ୍ରୟ ନିଅନ୍ତି।”</verse>
				<verse number="33">ଏହିପରି ଅନେକ ଦୃଷ୍ଟାନ୍ତ କଥା କହି ଯୀଶୁ ତାଙ୍କ ବାର୍ତ୍ତା ପ୍ରଚାର କଲେ; ସେମାନେ ଯେତିକି ବୁଝି ପାରିବେ, ସେ ସେତିକି କହୁଥିଲେ।</verse>
				<verse number="34">ଦୃଷ୍ଟାନ୍ତ ବ୍ୟତୀତ ସେ ସେମାନଙ୍କୁ ଉପଦେଶ ଦେଉ ନ ଥିଲେ। କିନ୍ତୁ କେବଳ ଶିଷ୍ୟମାନଙ୍କ ସହିତ ଥିବାବେଳେ ସେ ସେମାନଙ୍କୁ ସବୁ କଥା ବ୍ୟାଖ୍ୟା କରୁଥିଲେ।</verse>
				<verse number="35">ସେହି ଦିନ ସନ୍ଧ୍ୟାରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମେ ହ୍ରଦର ଆର ପାରିକୁ ଯିବା।”</verse>
				<verse number="36">ତେଣୁ ସେମାନେ ଲୋକମାନଙ୍କୁ ଛାଡ଼ି ନୌକାରେ ଯାଇ ବସିଲେ। ସେଥିରେ ଯୀଶୁ ଆଗରୁ ବସିଥିଲେ। ସେମାନେ ନୌକା ବାହିବାକୁ ଲାଗିଲେ। ହ୍ରଦରେ ଆହୁରି ଅନେକ ନୌକା ଥିଲା।</verse>
				<verse number="37">ହଠାତ୍ ଜୋରରେ ପବନ ବହିଲା ଏବଂ ନୌକା ଭିତରକୁ ଢ଼େଉ ପଶି ଆସିବାରୁ ନୌକାଟି ଜଳପୂର୍ଣ୍ଣ ହେବାକୁ ଲାଗିଲା।</verse>
				<verse number="38">ଯୀଶୁ ନୌକାର ପଛଭାଗରେ ତକିଆ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ଗୁରୁ, ଆମେ ବୁଡ଼ି ମରିଯିବୁ, ଆପଣଙ୍କର କଅଣ ଚିନ୍ତା ନାହିଁ?”</verse>
				<verse number="39">ଯୀଶୁ ଠିଆ ହୋଇ ପବନକୁ ଧମକ ଦେଇ କହିଲେ, “ଶାନ୍ତ ହୁଅ,” ଏବଂ ଢ଼େଉକୁ କହିଲେ, “ସୁସ୍ଥିର ହୁଅ”। ହଠାତ୍ ପବନ ଥମିଗଲା ଏବଂ ସବୁ ସୁସ୍ଥିର ହେଲା।</verse>
				<verse number="40">ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “କାହିଁକି ଏତେ ଡ଼ରୁଛ? ଏପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ଆସି ନାହିଁ?”</verse>
				<verse number="41">କିନ୍ତୁ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ ପଚାରିଲେ, “ଏହି ବ୍ୟକ୍ତି କିଏ? ପାଣି ଓ ପବନ ମଧ୍ୟ ତାଙ୍କ କଥା ମାନନ୍ତି!”</verse>
			</chapter>
			<chapter number="5">
				<verse number="1">ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦର ଅପର ପାଶ୍ୱର୍ସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ôଚଲେ।</verse>
				<verse number="2">ଯୀଶୁ ନୌକାରୁ ଓହ୍ଲାଇବାକ୍ଷଣି ସେଠାରେ ଥିବା କବର ଗୁମ୍ଫା ଭିତରୁ ଜଣେ ଭୂତଗ୍ରସ୍ତ ଲୋକ ଆସି ତାଙ୍କୁ ଭେଟିଲା।</verse>
				<verse number="3">ସେ କବର ସ୍ଥାନମାନଙ୍କରେ ରହୁଥିଲା। କେହି ତାକୁ ଶିକୁଳିରେ ସୁଦ୍ଧା ବାନ୍ଧି ପାରୁ ନ ଥିଲେ।</verse>
				<verse number="4">ସେ ହାତର ଶିକୁଳି ଛିଣ୍ଡାଇ ଦେଉଥିଲା ଓ ଗୋଡ଼ର ବେଡ଼ି ଭାଙ୍ଗି ଦେଉଥିଲା। ତା’ର ହାତ ପାଦ ଜଞ୍ଜିରରେ ବନ୍ଧା ହେଉଥିଲା। କିନ୍ତୁ ପ୍ରତ୍ୟେକ ଥର ତାକୁ ଆୟତ୍ତ କରିବା ପାଇଁ କାହାର ସାଧ୍ୟ ନ ଥିଲା।</verse>
				<verse number="5">ସେ ଦିନରାତି ପାହାଡ଼ ଓ ସମାଧି ସ୍ଥାନରେ ଘୁରି ବୁଲୁଥିଲା, ଚିକ୍ରାର କରି ପଥରରେ ନିଜ ଦେହକୁ କ୍ଷତବିକ୍ଷତ କରୁଥିଲା।</verse>
				<verse number="6">କିଛି ଦୂରରେ ଯୀଶୁଙ୍କୁ ଦେଖି ସେ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି,</verse>
				<verse number="7">ଚିକ୍ରାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ନିକଟରେ ତୁମର କ’ଣ ପ୍ରୟୋଜନ? ଈଶ୍ୱରଙ୍କ ନାମରେ ମିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।”</verse>
				<verse number="8">(ସେ ଏକଥା କହିଲା, କାରଣ ସେତେବେଳେ ତା’ଠାରେ ଥିବା ଭୂତମାନଙ୍କୁ ବାହାରି ଯିବା ପାଇଁ ଯୀଶୁ ଆଦେଶ ଦେଉଥିଲେ।)</verse>
				<verse number="9">ଯୀଶୁ ତାକୁ ପଚାରିଲେ, “ତୋ’ ନାଁ କଅଣ?” ଲୋକଟି ଉତ୍ତର ଦେଲା, “ମୋ’ ନାଁ ‘ବାହିନୀ’ -</verse>
				<verse number="10">“ଆମେ ଅନେକ।” ସେମାନଙ୍କୁ ସେ ଅଞ୍ଚଳରୁ ଦୂରକୁ ତଡ଼ି ନ ଦେବା ପାଇଁ ସେ ଯୀଶୁଙ୍କୁ ଅନୁନୟ ବିନୟ କରିବାକୁ ଲାଗିଲା।</verse>
				<verse number="11">ନିକଟବର୍ତ୍ତୀ ପାହାଡ଼ କରରେ ପଲେ ଘୁଷୁରି ଚରୁଥିଲେ।</verse>
				<verse number="12">ଭୂତମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ସେହି ଘୁଷୁରି ପଲ ଭିତରେ ପ୍ରବେଶ କରିବା ପାଇଁ ଆମକୁ ଅନୁମତି ଦିଅନ୍ତୁ।”</verse>
				<verse number="13">ଯୀଶୁ ଅନୁମତି ଦେଲେ ଏବଂ ଭୂତମାନେ ସେହି ଲୋକ ଭିତରୁ ବାହାରି ଆସି ଘୁଷୁରି ପଲ ଭିତରେ ପ୍ରବେଶ କଲେ ଏବଂ ପ୍ରାୟ ଦୁଇ ହଜାର ଘୁଷୁରି ଖୁବ୍ ବେଗରେ ଦୌଡ଼ି ତୀଖ ସ୍ଥାନରୁ ଖସି ହ୍ରଦରେ ବୁଡ଼ି ମଲେ।</verse>
				<verse number="14">ଘୁଷୁରି ଜଗୁଆଳିମାନେ ଧାଇଁ ଯାଇ ଏ ଖବର ସହର ଓ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ରାଷ୍ଟ୍ର କରିଦେଲେ। କ’ଣ ଘଟିଛି, ଦେଖିବାକୁ ଅନେକ ଲୋକ ଗଲେ।</verse>
				<verse number="15">ସେମାନେ ଦେଖିଲେ ଯେ ଭୂତଗ୍ରସ୍ତ ଲୋକଟି ଲୁଗା ପିନ୍ଧି ପ୍ରକୃତିସ୍ଥ ହୋଇ ଯୀଶୁଙ୍କୁ ପାଖରେ ବସିଛି। ଏହା ଦେଖି ସେମାନେ ଆତଙ୍କିତ ହେଲେ।</verse>
				<verse number="16">ଭୂତଗ୍ରସ୍ତ ଲୋକଟି କିପରି ସୁସ୍ଥ ହେଲା ଓ ଘୁଷୁରିମାନେ କିପରି ବିନଷ୍ଟ ହୋଇ ଥିଲେ, ଏସବୁ ଘଟଣା ଦେଖିଥିବା ଲୋକମାନେ ସେମାନଙ୍କୁ କହିଲେ।</verse>
				<verse number="17">ଏହା ଶୁଣି ସେମାନେ ଯୀଶୁଙ୍କୁ ସେହି ଅଞ୍ଚଳ ଛାଡ଼ି ଚାଲିଯିବାକୁ ଅନୁରୋଧ କଲେ।</verse>
				<verse number="18">ଯୀଶୁ ନୌକାରେ ଚଢ଼ିବାକୁ ଗଲାବେଳେ ଭୂତମାନଙ୍କ କବଳରୁ ରକ୍ଷା ପାଇଥିବା ଲୋକଟି ତାଙ୍କ ସହିତ ଯିବା ପାଇଁ ଅନୁମତି ମାଗିଲା।</verse>
				<verse number="19">ଯୀଶୁ ତାକୁ ଅନୁମତି ନ ଦେଇ କହିଲେ, “ବରଂ ତୁମ ଘରକୁ ତୁମ ଆତ୍ମୀୟମାନଙ୍କ ନିକଟକୁ ଫେରିଯାଅ। ପ୍ରଭୁ ତୁମ ପାଇଁ ଯାହା କରିଛନ୍ତି ଏବଂ ତୁମ ପ୍ରତି ଯେଉଁ ଦୟା ଦେଖାଇଛନ୍ତି, ଏକଥା ସେମାନଙ୍କୁ କୁହ।”</verse>
				<verse number="20">ଲୋକଟି ଦେକାପଲି ଅଞ୍ଚଳକୁ ଯାଇ ଯୀଶୁ ତା’ ପାଇଁ ଯାହା କରିଥିଲେ, ସବୁଆଡ଼େ ଜଣାଇଲା। ଯେଉଁମାନେ ତା’ କଥା ଶୁଣିଲେ, ସମସ୍ତେ ଆଚମ୍ବିତ ହେଲେ।</verse>
				<verse number="21">ଯୀଶୁ ହ୍ରଦର ଅପର ପାଶ୍ୱର୍କୁ ଫେରିଗଲେ। ସେହି ହ୍ରଦ କୂଳରେ ଅନେକ ଲୋକ ତାଙ୍କୁ ଘେରି ଜମା ହେଲେ।</verse>
				<verse number="22">ସ୍ଥାନୀୟ ସମାଜ ଗୃହର ଯାଇରସ ନାମକ ଜଣେ ଅଧ୍ୟକ୍ଷ ସେଠାରେ ପହଞ୍ôଚଲେ</verse>
				<verse number="23">ଏବଂ ଯୀଶୁଙ୍କୁ ଦେଖି ତାଙ୍କ ଗୋଡ଼ ତଳେ ପଡ଼ି ଆକୁଳ ନିବେଦନ କଲେ, “ମୋ’ ଝିଅଟି ସାଂଘାତିକଭାବେ ଅସୁସ୍ଥ ହୋଇ ପଡ଼ିଛି। ଆପଣ ଆସି ତା’ ଉପରେ ହାତ ଥୋଇଲେ, ସେ ସୁସ୍ଥ ହୋଇ ବଞ୍ଚିବ।”</verse>
				<verse number="24">ଯୀଶୁ ତାଙ୍କ ସହିତ ଯାଉଥିଲେ ଯେ ତାଙ୍କ ଉପରେ ସେମାନେ ଚାରିଆଡ଼ୁ ମାଡ଼ି ପଡ଼ୁଥିଲେ।</verse>
				<verse number="25">ଜଣେ ସ୍ତ୍ରୀଲୋକ ପ୍ରାୟ ବାରବର୍ଷ ଧରି ରକ୍ତସ୍ରାବ ରୋଗରେ ଭୀଷଣ କଷ୍ଟ ଭୋଗୁଥିଲା।</verse>
				<verse number="26">ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହୋଇ ତା’ର ସମସ୍ତ ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା, ରୋଗ ଭଲ ନ ହୋଇ ବରଂ ବଢ଼ୁଥିଲା।</verse>
				<verse number="27">ସେ ଯୀଶୁଙ୍କ ବିଷୟରେ ଶୁଣିଥିଲା ଏବଂ ଲୋକଗହଳି ଭିତରୁ ଯୀଶୁଙ୍କ</verse>
				<verse number="28">ପଛକୁ ଆସି ଭାବୁଥିଲା, “ମୁଁ ଯଦି ତାଙ୍କ ବସ୍ତ୍ରକୁ ଟିକିଏ ଛୁଇଁ ଦେବି, ତେବେ ମୁଁ ସୁସ୍ଥ ହୋଇଯିବି।”</verse>
				<verse number="29">ସେ ଯୀଶୁଙ୍କ ବସ୍ତ୍ରକୁ ଛୁଇଁଦେବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଏବଂ ସେ ରୋଗ ମୁକ୍ତ ହୋଇ ଯାଇଛି ବୋଲି ଅନୁଭବ କଲା।</verse>
				<verse number="30">ସେହିକ୍ଷଣି ଯୀଶୁ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇଥିବା ଜାଣିପାରି ଲୋକମାନଙ୍କ ଆଡ଼କୁ ବୁଲିପଡ଼ି ପଚାରିଲେ, “କିଏ ମୋ’ ବସ୍ତ୍ର ଛୁଁଇଲା?”</verse>
				<verse number="31">ତାଙ୍କ ଶିଷ୍ୟମାନେ ଉତ୍ତର ଦେଲେ, “ଆପଣ ତ ଦେଖୁଛନ୍ତି, କେମିତି ଆପଣଙ୍କ ଚାରିପାଖେ ଲୋକ ଭିଡ଼ ହୋଇଛି। ଆପଣଙ୍କୁ କିଏ ଛୁଇଁଲା ବୋଲି ପଚାରୁଛନ୍ତି କାହିଁକି?”</verse>
				<verse number="32">କିନ୍ତୁ କିଏ ତାଙ୍କୁ ଛୁଇଁଲା, ଜାଣିବା ପାଇଁ ଯୀଶୁ ଚାରି ଆଡ଼କୁ ଚାହିଁଲେ।</verse>
				<verse number="33">ସବୁ କଥା ବୁଝିପାରି ସ୍ତ୍ରୀ ଲୋକଟି ଭୟରେ କମ୍ପି କମ୍ପି ଯୀଶୁଙ୍କ ପାଦ ନିକଟରେ ଆଣ୍ଠୋଇ ପଡ଼ି ସବୁ କଥା ଜଣାଇଲା।</verse>
				<verse number="34">ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶାନ୍ତିରେ ଫେରି ଯା’।”</verse>
				<verse number="35">ଯୀଶୁ ଏହି କଥା କହିଲାବେଳେ, ଯାଇରସଙ୍କ ଘରୁ ଖବର ନେଇ ଆସିଥିବା ଲୋକମାନେ ତାଙ୍କୁ କହିଲେ, “ଆପଣଙ୍କ ଝିଅ ମରିଗଲାଣି, ଆଉ କାହିଁକି ଗୁରୁଙ୍କୁ ହଇରାଣ କରୁଛନ୍ତି।”</verse>
				<verse number="36">ଯୀଶୁ ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ଯାଇରସଙ୍କୁ କହିଲେ, “ଭୟ କର ନାହିଁ; କେବଳ ବିଶ୍ୱାସ କର।”</verse>
				<verse number="37">ତା’ପରେ ଯାକୁବ, ତାଙ୍କ ଭାଇ ଯୋହନ ଓ ପିତରଙ୍କ ଛଡ଼ା ସାଙ୍ଗରେ ଆଉ କାହାକୁ ନ ନେଇ ଯୀଶୁ ଯାଇରସଙ୍କ ଘରକୁ ଗଲେ।</verse>
				<verse number="38">ସେଠାରେ ପହଞ୍ଚି ସେ ଦେଖିଲେ, ଲୋକମାନେ ଉଚ୍ଚସ୍ୱରରେ କ୍ରନ୍ଦନ ଓ ବିଳାପ କରି କୋଳାହଳ କରୁଛନ୍ତି।</verse>
				<verse number="39">ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ କରୁଛ? କାହିଁକି କାନ୍ଦୁଛ? ପିଲାଟି ମରି ନାହିଁ, ଶୋଇଛି।”</verse>
				<verse number="40">ସେମାନେ ତାଙ୍କୁ ବିଦ୍ରୁପ କରି ହସିଲେ। ଯୀଶୁ ସମସ୍ତଙ୍କୁ ବାହାର କରିଦେଲେ ଏବଂ କେବଳ ନିଜର ତିନି ଶିଷ୍ୟ ଓ ପିଲାଟିର ବାପାମାଆଙ୍କୁ ନେଇ ତା’ର ଶୋଇଥିବା କୋଠରୀକୁ ଗଲେ।</verse>
				<verse number="41">ପିଲାଟିର ହାତ ଧରି ଯୀଶୁ କହିଲେ, “ତାଲିଥା କୁମ୍”, ଅର୍ଥାତ୍ “ଝିଅ, ମୁଁ କହୁଛି ଉଠ୍।”</verse>
				<verse number="42">ପିଲାଟି ତତ୍କ୍ଷଣାତ୍ ଉଠିପଡ଼ି ଚଲାବୁଲା କରିବାକୁ ଲାଗିଲା। (ସେତେବେଳେ ତା’ର ବୟସ ପ୍ରାୟ ବାର ବର୍ଷ)। ଏ ଘଟଣାରେ ସମସ୍ତେ ଆଚମ୍ବିତ ହୋଇଗଲେ।</verse>
				<verse number="43">କିନ୍ତୁ ଏ ବିଷୟରେ କାହାକୁ କିଛି ନ କହିବାକୁ ସେ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ। ଏହାପରେ ବାଳିକାଟିକୁ କିଛି ଖାଇବାକୁ ଦେବା ପାଇଁ ଯୀଶୁ ସେମାନଙ୍କୁ କହିଲେ।</verse>
			</chapter>
			<chapter number="6">
				<verse number="1">ଯୀଶୁ ସେହି ଅଞ୍ଚଳ ଛାଡ଼ି ଶିଷ୍ୟମାନଙ୍କ ସହିତ ନିଜ ଗ୍ରାମ (ନାଜରିତ)କୁ ଫେରିଗଲେ।</verse>
				<verse number="2">ସେଠାରେ ବିଶ୍ରାମବାର ଦିନ ଉପାସନା ଗୃହରେ ସେ ଉପଦେଶ ଦେଲାବେଳେ ଅନେକ ଲୋକ ଉପସ୍ଥିତ ଥିଲେ। ଯୀଶୁଙ୍କ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ, “ଏତେ କଥା ସେ କେଉଁଠୁ ଜାଣିଲେ? ଏତେ ଜ୍ଞାନ ସେ କେଉଁଠୁ ପାଇଲେ? ଏସବୁ ଅଲୌକିକ କାର୍ଯ୍ୟ ସେ କିପରି କରୁଛନ୍ତି?</verse>
				<verse number="3">ଏ କ’ଣ ମରିୟମଙ୍କ ପୁତ୍ର ସେହି ବଢ଼େଇ ନୁହିଁନ୍ତି? - ଏ କ’ଣ ଯାକୁବ, ଯୋସେଫ, ଯିହୂଦା ଓ ଶିମୋନଙ୍କର ଭାଇ ନୁହଁନ୍ତି? ତାଙ୍କ ଭଉଣୀମାନେ କ’ଣ ଆମ ସହିତ ଏଠାରେ ରହୁ ନାହାନ୍ତି?” ଏହା କହି ସେମାନେ ଯୀଶୁଙ୍କୁ ଉପେକ୍ଷା କଲେ।</verse>
				<verse number="4">ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ଗ୍ରାମ, ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୁଅନ୍ତି।”</verse>
				<verse number="5">ତେଣୁ କେତେକ ପୀଡ଼ିତ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବ୍ୟତୀତ ଯୀଶୁ ସେଠାରେ ଅନ୍ୟ କୌଣସି ଅଲୌକିକ କର୍ମ କରି ପାରିଲେ ନାହିଁ।</verse>
				<verse number="6">ସେମାନଙ୍କ ଅବିଶ୍ୱାସ ଦେଖି ଯୀଶୁ ବିସ୍ମିତ ହେଲେ। ତା’ପରେ ଯୀଶୁ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ ଶିକ୍ଷା ଦେଲେ।</verse>
				<verse number="7">ସେ ବାରଜଣ ଶିଷ୍ୟଙ୍କୁ ଡ଼ାକି ଦୁଇ ଦୁଇ ଜଣ କରି ପଠାଇଲେ। ଅଶୁଚି ଆତ୍ମାଙ୍କୁ ଆୟତ୍ତ କରିବାକୁ ସେମାନଙ୍କୁ ଅଧିକାର ଦେଇ କହିଲେ,</verse>
				<verse number="8">“ତୁମର ଯାତ୍ରା ପାଇଁ ଖଣ୍ଡିଏ ବାଡ଼ି ଓ</verse>
				<verse number="9">ପାଦୁକା ଛଡ଼ା ଆଉ କିଛି ନିଅ ନାହିଁ। ରୋଟୀ ବା ପଇସା ବା ଝୁଲାମୁଣି କିମ୍ବା ଖଣ୍ଡେ ହେଲେ ଅଧିକା ବସ୍ତ୍ର ନିଅ ନାହିଁ।”</verse>
				<verse number="10">ପୁଣି ସେ କହିଲେ, “ଯେଉଁ ଗୃହରେ ତୁମକୁ ସ୍ୱାଗତ କରାଯାଏ, ଅନ୍ୟତ୍ର ଯିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ।</verse>
				<verse number="11">ଯଦି କୌଣସି ସ୍ଥାନରେ ଲୋକେ ତୁମକୁ ସ୍ୱାଗତ କରନ୍ତି ନାହିଁ ବା ତୁମ କଥା ଶୁଣନ୍ତି ନାହିଁ, ତୁମ ପାଦ ଧୂଳି ଝାଡ଼ିଦେଇ ସେହି ସ୍ଥାନ ଛାଡ଼ି ଚାଲିଯାଅ। ଏହା ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ସ୍ୱରୂପ ହେବ।”</verse>
				<verse number="12">ତା’ପରେ ଶିଷ୍ୟମାନେ ଯାଇ ପାପ ପଥରୁ ଫେରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଲେ।</verse>
				<verse number="13">ସେମାନେ ଅନେକ ଭୂତ ଛଡ଼ାଇଲେ ଏବଂ ପୀଡ଼ିତ ଲୋକମାନଙ୍କୁ ତୈଳ ଲଗାଇ ସୁସ୍ଥ କଲେ।</verse>
				<verse number="14">ଏ ସମସ୍ତ ବିଷୟ ରାଜା ହେରୋଦ ଶୁଣିଲେ, କାରଣ ଯୀଶୁଙ୍କ ସୁଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା। କେତେକ କହୁଥିଲେ, “ଦୀକ୍ଷାଦାତା ଯୋହନ ପୁନର୍ଜୀବିତ ହୋଇଛନ୍ତି। ସେଥିପାଇଁ ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ସେ ଶକ୍ତି ଲାଭ କରିଛନ୍ତି।”</verse>
				<verse number="15">ଅନ୍ୟମାନେ କହୁଥିଲେ, “ସେ ଏଲିୟ”, ପୁଣି ଆଉ କେତେକ କହିଲେ, “ପୁରାକାଳର ଭାବବାଦୀମାନଙ୍କ ପରି ସେ ମଧ୍ୟ ଜଣେ ଭାବବାଦୀ।”</verse>
				<verse number="16">ହେରୋଦ ଯୀଶୁଙ୍କ ବିଷୟ ଶୁଣି କହିଲେ, “ସେ ନିଶ୍ଚୟ ଜଳଦୀକ୍ଷାଦାତା ଯୋହନ। ମୁଁ ତାଙ୍କର ଶିରଛେଦନ କରାଇଥିଲି, କିନ୍ତୁ ସେ ପୁଣି ଥରେ ବଞ୍ôଚ ଉଠିଛନ୍ତି।”</verse>
				<verse number="17">ହେରୋଦ ନିଜେ ଯୋହନଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ଏବଂ ଯୋହନ ବନ୍ଧା ହୋଇ କାରାଗାରରେ ନିକ୍ଷିପ୍ତ ହୋଇଥିଲେ। ହେରୋଦ ନିଜ ଭ୍ରାତୃପତ୍ନୀ ହେରୋଦିଆକୁ ବିବାହ କରିଥିବାରୁ ଯୋହନ</verse>
				<verse number="18">ତାଙ୍କୁ ବାରମ୍ବାର ଭର୍ତ୍ସନା କରି କହିଥିଲେ, “ଭ୍ରାତୃପତ୍ନୀକୁ ବିବାହ କରି ଆପଣ ଅନୁଚିତ କାର୍ଯ୍ୟ କରିଛନ୍ତି।”</verse>
				<verse number="19">ଏଥିପାଇଁ ହେରୋଦିଆ ଯୋହନଙ୍କ ପ୍ରତି ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା, କିନ୍ତୁ ହେରୋଦଙ୍କ ଯୋଗୁଁ ଏହା ସେ କରିପାରୁ ନ ଥିଲା।</verse>
				<verse number="20">କାରଣ ଯୋହନ ଜଣେ ସାଧୁ ଓ ଧାର୍ମିକ ପୁରୁଷ ବୋଲି ଜାଣି ହେରୋଦ ତାଙ୍କୁ ଭୟ କରୁଥିଲେ ଏବଂ ତାଙ୍କୁ ନିରାପଦରେ ରଖିଥିଲେ। ଯୋହନଙ୍କ ଶିକ୍ଷା ଶୁଣି ପ୍ରତିଥର ସେ ବିବ୍ରତ ହୋଇ ପଡ଼ୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ ସେ ଚାହୁଁଥିଲେ।</verse>
				<verse number="21">ଥରେ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ହେରୋଦଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଭୋଜିକୁ ମୁଖ୍ୟ ରାଜକର୍ମଚାରୀ, ସେନାଧ୍ୟକ୍ଷ ଓ ଗାଲିଲୀର ନେତୃସ୍ଥାନୀୟ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ଆସିଥିଲେ।</verse>
				<verse number="22">ହେରୋଦିଆର ଝିଅ ଏହି ଉତ୍ସବରେ ନୃତ୍ୟ କରି ହେରୋଦ ଓ ଅତିଥିମାନଙ୍କୁ ମୁଗ୍ଧ କରିଥିଲା। ତେଣୁ ହେରୋଦ ଝିଅକୁ ପଚାରିଲେ, “ତୁ କ’ଣ ଚାହୁଁ, ଯାହା ମାଗିବୁ ତା’ ଦେବି।”</verse>
				<verse number="23">ରାଜା ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରି କହୁଛି, ତୁ ଯାହା ମାଗିବୁ, ଦେବି - ଏପରିକି ରାଜ୍ୟରୁ ଅଧେ ମାଗିଲେ ମଧ୍ୟ ଦେବି।”</verse>
				<verse number="24">ଝିଅ ମା’ ପାଖକୁ ଯାଇ ପଚାରିଲା, “କଅଣ ମାଗିବି?” ସଙ୍ଗେ ସଙ୍ଗେ ହେରୋଦିଆ କହିଲା, “ଦୀକ୍ଷାଦାତା ଯୋହନର ମୁଣ୍ଡ।”</verse>
				<verse number="25">ଝିଅ ଦୌଡ଼ି ଆସି ରାଜାଙ୍କୁ କହିଲା, “ଏହି ମୁହୂର୍ତ୍ତରେ ଦୀକ୍ଷାଦାତା ଯୋହନଙ୍କ ମୁଣ୍ଡ ଥାଳୀରେ ଆଣି ମୋତେ ଦିଅନ୍ତୁ।”</verse>
				<verse number="26">ଏହା ଶୁଣି ରାଜା ଅତିଶୟ ମର୍ମାହତ ହୋଇଥିଲେ, କିନ୍ତୁ ଅତିଥିମାନଙ୍କ ସମ୍ମୁଖରେ ଶପଥ କରିଥିବାରୁ ନାହିଁ କରି ପାରିଲେ ନାହିଁ।</verse>
				<verse number="27">ତେଣୁ ଯୋହନଙ୍କ ମୁଣ୍ଡ କାଟି ଆଣିବା ପାଇଁ ସେ ସଙ୍ଗେ ସଙ୍ଗେ ପ୍ରହରୀକୁ ପଠାଇଥିଲେ।</verse>
				<verse number="28">ପ୍ରହରୀ କାରାଗାରକୁ ଯାଇ ଯୋହନଙ୍କ ଶିରଛେଦନ କଲା ଏବଂ ମୁଣ୍ଡଟିକୁ ଥାଳୀରେ ରଖି ସେହି ଝିଅଟିକୁ ଦେଲା। ସେ ତାହା ନେଇ ମା’କୁ ଦେଲା।</verse>
				<verse number="29">ଯୋହନଙ୍କ ଶିଷ୍ୟମାନେ ଖବର ପାଇ ତାଙ୍କ ମୃତ ଶରୀରକୁ ନେଇ କବର ଦେଇଥିଲେ।</verse>
				<verse number="30">ପ୍ରେରିତ ଶିଷ୍ୟମାନେ ଫେରି ଆସି ଯାହା ଯାହା ସେମାନେ କରିଥିଲେ ଓ ଶିକ୍ଷା ଦେଇଥିଲେ, ଯୀଶୁଙ୍କୁ ଜଣାଇଲେ।</verse>
				<verse number="31">ଏତେ ଜନସମାଗମ ଭିତରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଖାଇବାକୁ ବେଳ ପାଉ ନ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଚାଲ, ଆମେ ଗୋଟିଏ ନିରୋଳା ସ୍ଥାନକୁ ଯିବା। ସେଠାରେ ତୁମେ କିଛି ସମୟ ବିଶ୍ରାମ ନେଇ ପାରିବ।”</verse>
				<verse number="32">ତା’ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ନୌକାଚଢ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯିବା ପାଇଁ ବାହାରିଲେ।</verse>
				<verse number="33">ସେମାନେ ଯିବା ସମୟରେ ଅନେକ ଲୋକ ସେମାନଙ୍କୁ ଦେଖି ଚିହ୍ନି ପାରିଲେ। ଏଣୁ ସେମାନେ ବିଭିନ୍ନ ସ୍ଥାନରୁ ବାହାରି ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯେଉଁ ସ୍ଥାନକୁ ଯାଉଥିଲେ, ଦୌଡ଼ି ଦୌଡ଼ି ସେଠାରେ ଆଗରୁ ଯାଇ ପହଞ୍ôଚଗଲେ।</verse>
				<verse number="34">ଯୀଶୁ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖି ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। କାରଣ ସେମାନେ ଅରକ୍ଷକ ମେଷପଲ ପରି ଥିଲେ। ସେଠାରେ ଯୀଶୁ ସେମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ।</verse>
				<verse number="35">ବେଳ ଗଡ଼ି ଯାଉଥିବାର ଦେଖି, ଶିଷ୍ୟମାନେ ଯୀଶୁଙ୍କୁ ଆସି କହିଲେ, “ବହୁତ ବିଳମ୍ବ ହେଲାଣି ଏବଂ ଏ ଜାଗା ବଡ଼ ନିଛାଟିଆ।</verse>
				<verse number="36">ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ନିକଟବର୍ତ୍ତୀ ଚାଷ ଘର ଓ ଗ୍ରାମମାନଙ୍କୁ ଯାଇ ଖାଦ୍ୟ କିଣି ଖାଆନ୍ତୁ।”</verse>
				<verse number="37">ଯୀଶୁ ସେମାନଙ୍କୁ କହିଲେ, “ତୁମେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ ପଚାରିଲେ, “ଆପଣ କ’ଣ କହୁଛନ୍ତି, ଆମେ ଦୁଇ ଶହ ଦୀନାର୍ ଦେଇ ରୋଟୀ କିଣି ଆଣି ଏମାନଙ୍କୁ ଖୁଆଇବା?”</verse>
				<verse number="38">ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି, ଦେଖି ଆସ।” ସେମାନେ ଦେଖି ଆସି ମାତ୍ର ପାଞ୍ଚ ରୋଟୀ ଓ ଦୁଇ ମାଛ ଅଛି ବୋଲି କହିଲେ।</verse>
				<verse number="39">ଲୋକମାନଙ୍କୁ ଦଳ ଦଳ କରି ସବୁଜ ଘାସ ଉପରେ ବସାଇବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ।</verse>
				<verse number="40">ତାଙ୍କ ନିର୍ଦ୍ଦେଶ ଅନୁସାରେ ଲୋକମାନେ ପ୍ରତି ଧାଡ଼ିରେ ଶହେ କିମ୍ବା ପଚାଶ ଲେଖାଏଁ ବସିଲେ।</verse>
				<verse number="41">ତା’ପରେ ଯୀଶୁ ସେହି ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେହି ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବିତରଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ। ସେହିପରି ମାଛ ଦୁଇଟିକୁ ସେମାନଙ୍କ ମଧ୍ୟରେ ବିତରଣ କରିବାକୁ ଦେଲେ।</verse>
				<verse number="42">ସମସ୍ତେ ଖାଇ ପରିତୃପ୍ତ ହେଲେ।</verse>
				<verse number="43">ଏହାପରେ ଶିଷ୍ୟମାନେ ବଳି ଯାଇଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ସାଉଁଟି ବାର ଝୁଡ଼ି ପୂର୍ଣ୍ଣ କଲେ।</verse>
				<verse number="44">ଯେଉଁମାନେ ଏହି ଖାଦ୍ୟ ଖାଇଥିଲେ, ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ଥିଲା ପାଞ୍ଚ ହଜାର।</verse>
				<verse number="45">ଏହାପରେ ଯୀଶୁ ଶିଷ୍ୟମାନଙ୍କୁ ହ୍ରଦ ଆରପାରି ବେଥ୍ସାଇଦାକୁ ଯିବା ପାଇଁ ଆଗରୁ ନୌକାରେ ପଠାଇ ଦେଲେ।</verse>
				<verse number="46">ଲୋକମାନଙ୍କୁ ବିଦାୟ କରିଦେଇ ସେ ନିଜେ ପ୍ରାର୍ଥନା କରିବା ପାଇଁ ଗୋଟିଏ ପାହାଡ଼ ଉପରକୁ ଗଲେ।</verse>
				<verse number="47">ସନ୍ଧ୍ୟା ହୋଇ ଆସିବା ସମୟରେ ଯୀଶୁ ଏକାକୀ କୂଳରେ ଥିଲେ ଓ ନୌକାଟି ହ୍ରଦ ମଝିରେ ଥିଲା।</verse>
				<verse number="48">ପ୍ରତିକୂଳ ପବନ ହେତୁ ଶିଷ୍ୟମାନେ ଅତି କଷ୍ଟରେ ଆହୁଲା ମାରୁଥିବାର ସେ ଦେଖିଲେ। ରାତ୍ରିର ଶେଷ ପ୍ରହରରେ (ରାତି ୩ଟାରୁ ୬ଟା ମଧ୍ୟରେ)</verse>
				<verse number="49">ଯୀଶୁ ପାଣି ଉପରେ ଚାଲି ଚାଲି ସେମାନଙ୍କ ନିକଟବର୍ତ୍ତୀ ହେଲେ। ସେମାନଙ୍କୁ ଅତିକ୍ରମ କରି ସେ ଚାଲି ଯାଇଥା’ନ୍ତେ। କିନ୍ତୁ ତାଙ୍କୁ ପାଣି ଉପରେ ଚାଲୁଥିବା ଦେଖି ଶିଷ୍ୟମାନେ ଭୂତ ଭାବି ଚିକ୍ରାର କଲେ।</verse>
				<verse number="50">ତାଙ୍କୁ ଦେଖି ସେମାନେ ଭୀତତ୍ରସ୍ତ ହେଲେ। ପର ମୁହୂର୍ତ୍ତରେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର - ଏଇ ମୁଁ, ଭୟ କର ନାହିଁ।”</verse>
				<verse number="51">ଏହା କହି ସେ ନୌକାରେ ଚଢ଼ିଲେ ଏବଂ ସେହିକ୍ଷଣି ବତାସ ବନ୍ଦ ହେଲା। ଶିଷ୍ୟମାନେ ଆଚମ୍ବିତ ହେଲେ,</verse>
				<verse number="52">ଯେହେତୁ ପାଞ୍ଚ ରୋଟୀ ଘଟଣାର ତାତ୍ପର୍ଯ୍ୟ ସେମାନେ ବୁଝିପାରି ନ ଥିଲେ, କାରଣ ସେମାନଙ୍କର ବୋଧଶକ୍ତି ଜଡ଼ ହୋଇ ଯାଇଥିଲା।</verse>
				<verse number="53">ହ୍ରଦ ଅତିକ୍ରମ କରି ସେମାନେ ଗିନେସରତ୍ରେ ପହଞ୍ôଚ କୂଳରେ ନୌକା ବାନ୍ଧି ଦେଲେ।</verse>
				<verse number="54">ସେମାନେ ନୌକାରୁ ଓହ୍ଲାଇବା ମାତ୍ରେ ଲୋକମାନେ ଯୀଶୁଙ୍କୁ ଚିହ୍ନି ପାରିଲେ,</verse>
				<verse number="55">ତେଣୁ ଦୌଡ଼ି ଯାଇ ସେ ଅଞ୍ଚଳରେ ଥିବା ଶଯ୍ୟାଶାୟୀ ରୋଗୀମାନଙ୍କୁ ତାଙ୍କ ନିକଟକୁ ବୋହି ଆଣିଲେ।</verse>
				<verse number="56">ଯୀଶୁ ଯେଉଁ ଗ୍ରାମ, ସହର ଓ ପଲ୍ଲୀ ଅଞ୍ଚଳରେ ପହଞ୍ôଚଲେ, ସେଠାରେ ହାଟ ବଜାରମାନଙ୍କରେ ଲୋକେ ପୀଡ଼ିତମାନଙ୍କୁ ରଖି ଅନ୍ତତଃ ତାଙ୍କ ବସ୍ତ୍ର ସ୍ପର୍ଶ କରିବାକୁ ତାଙ୍କର ଅନୁମତି ମାଗିଲେ ଏବଂ ତାଙ୍କ ପୋଷାକର ଧଡ଼ି ସ୍ପର୍ଶ କରିବା ମାତ୍ରେ ରୋଗୀମାନେ ସୁସ୍ଥ ହେଲେ।</verse>
			</chapter>
			<chapter number="7">
				<verse number="1">ଯିରୂଶାଲମରୁ ଆସିଥିବା କେତେଜଣ ଫାରୂଶୀ ଓ ଶାସ୍ତ୍ରୀ ଯୀଶୁଙ୍କ ନିକଟରେ ଏକତ୍ରିତ ହେଲେ।</verse>
				<verse number="2">ସେମାନେ ଲକ୍ଷ୍ୟ କଲେ ଯେ, ଯୀଶୁଙ୍କ କେତେକ ଶିଷ୍ୟ ବିଧି ଅନୁଯାୟୀ ହାତ ଧୋଇ ଖାଉ ନାହାନ୍ତି। ଫାରୁଶୀମାନେ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ଯେଉଁ ନିୟମସବୁ କରିଥିଲେ, ଶିଷ୍ୟମାନେ ତାହା ପାଳନ କରୁ ନ ଥିଲେ।</verse>
				<verse number="3">(ଫାରୁଶୀ ଓ ଅନ୍ୟାନ୍ୟ ଇହୁଦୀମାନେ ସେମାନଙ୍କ ପୂର୍ବ ପୁରୁଷଙ୍କ ରୀତିନୀତି ପାଳନ କରନ୍ତି, ବିଧିବଦ୍ଧଭାବେ ହାତ ନ ଧୋଇ ସେମାନେ ଭୋଜନ କରନ୍ତି ନାହିଁ।</verse>
				<verse number="4">ହାଟ ବଜାରରୁ ଫେରିବା ପରେ ପ୍ରଥମେ ବିଧିମତେ ଧୂଆଧୋଇ ନ ହୋଇ କିଛି ଖାଆନ୍ତି ନାହିଁ । ଗରା, ତାଟିଆ, ତମ୍ବାବାସନ ଓ ବିଛଣା ପତ୍ର ଧୋଇବା ପାଇଁ ନାନା ପ୍ରକାର ନିରୂପିତ ନିୟମ ସେମାନେ ପାଳନ କରନ୍ତି।)</verse>
				<verse number="5">ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, “ଆମ ପୂର୍ବ ପୁରୁଷମାନେ ଯେଉଁସବୁ ରୀତିନୀତି ସ୍ଥାପନ କରି ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ ତାହା ପାଳନ କରୁ ନାହାନ୍ତି କାହିଁକି? ନିୟମାନୁସାରେ ଖାଇବା ପୂର୍ବରୁ ହାତ ଧୋଉ ନାହାନ୍ତି କାହିଁକି?”</verse>
				<verse number="6">ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଷୟରେ ଭାବବାଦୀ ଯିଶାଇୟ ଯାହା କହିଥିଲେ, ତାହା ଯଥାର୍ଥ। ତାଙ୍କ ଲେଖା ଅନୁସାରେ ତୁମେ ସବୁ ଛଳ ଧାର୍ମିକ। ‘ଈଶ୍ୱର କହନ୍ତି, ଏହି ଲୋକମାନେ କେବଳ ମୁହଁରେ ମୋତେ ସମ୍ମାନ ଦିଅନ୍ତି କିନ୍ତୁ ହୃଦୟ ମୋ’ଠାରୁ ବହୁ ଦୂରରେ।</verse>
				<verse number="7">ମୋତେ ଆରାଧନା କରିବା ସେମାନଙ୍କର ବୃଥା। କାରଣ ସେମାନେ ମଣିଷ ଗଢ଼ା ନିୟମକୁ</verse>
				<verse number="8">ଈଶ୍ୱରଙ୍କ ବିଧାନ ବୋଲି ଶିକ୍ଷା ଦେଉଛନ୍ତି, ଈଶ୍ୱରଙ୍କ ଆଜ୍ଞା ସବୁ ପ୍ରତ୍ୟାଖ୍ୟାନ କରି ମଣିଷର ଶିକ୍ଷାକୁ ପାଳନ କରନ୍ତି’।”</verse>
				<verse number="9">ଯୀଶୁ ପୁନର୍ବାର କହିଲେ, “ଈଶ୍ୱରଙ୍କ ବିଧାନକୁ ଉପେକ୍ଷା କରି ନିଜ ଶିକ୍ଷାକୁ ଧରି ରଖିବା ପାଇଁ ତୁମ୍ଭେମାନେ ଚତୁର ଉପାୟ ଅବଲମ୍ବନ କରିଛ।</verse>
				<verse number="10">ମୋଶା ଆଜ୍ଞା ଦେଇଥିଲେ, ‘ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ଲାଞ୍ଛନା କରେ, ସେ ପ୍ରାଣଦଣ୍ଡର ଯୋଗ୍ୟ।’</verse>
				<verse number="11">କିନ୍ତୁ ତୁମେ ଶିକ୍ଷା ଦେଉଛ ଯେ, ପିତାମାତାଙ୍କର ଯାହା ପ୍ରାପ୍ୟ, ତାହା ‘କୋରବାନ୍’ ଅର୍ଥାତ୍ ଈଶ୍ୱରଙ୍କ ପାଇଁ ବୋଲି କହିଦେଲେ,</verse>
				<verse number="12">ପିତାମାତାଙ୍କୁ ସାହାଯ୍ୟ କରିବା ଦାୟିତ୍ୱରୁ ମୁକ୍ତ ହେବ।</verse>
				<verse number="13">ଏହିପରି ଭାବରେ ଅନ୍ୟକୁ ଦେଉଥିବା ତୁମର ଶିକ୍ଷା ଈଶ୍ୱରଙ୍କ ଆଜ୍ଞାକୁ ଲଙ୍ଘନ କରୁଛି। ଏହିଭଳି ଆହୁରି ଅନେକ କାର୍ଯ୍ୟ ତୁମେ କରୁଛ।”</verse>
				<verse number="14">ଯୀଶୁ ଆଉ ଥରେ ଲୋକମାନଙ୍କୁ ଡ଼ାକି କହିଲେ, “ମୋ’ କଥା ମନ ଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର।</verse>
				<verse number="15">ବାହାରର କୌଣସି ବିଷୟ ମନୁଷ୍ୟ ଭିତରେ ପ୍ରବେଶ କରି ତାକୁ ଅପବିତ୍ର କରିପାରେ ନାହିଁ। ବରଂ ଯେଉଁ ବିଷୟ ମନୁଷ୍ୟ ଭିତରୁ ବାହାରକୁ ଆସେ, ତାହା ହିଁ ତାକୁ ଅଶୁଚି କରିଥାଏ।”</verse>
				<verse number="16"></verse>
				<verse number="17">ଯୀଶୁ ଗହଳି ଭିତରୁ ଆସି ଘରେ ପ୍ରବେଶ କରିବା ପରେ, ତାଙ୍କର ଏହି ଶିକ୍ଷାକୁ ବୁଝାଇ ଦେବା ପାଇଁ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କଲେ।</verse>
				<verse number="18">ଯୀଶୁ ସେମାନଙ୍କୁ କହିଲେ, “ଅନ୍ୟମାନଙ୍କ ପରି ତୁମର ମଧ୍ୟ ବୁଝିବା ଶକ୍ତି କ’ଣ ଏତେ ଅଳ୍ପ? ଏତିକି ବଝି ପାରୁ ନାହଁ? ଯାହା ସବୁ ମନୁଷ୍ୟ ଶରୀରରେ ବାହାରୁ ପ୍ରବେଶ କରେ, ତାହା ତାକୁ ଅଶୁଚି କରିପାରେ ନାହିଁ -</verse>
				<verse number="19">କାରଣ ତାହା ହୃଦୟରେ ପ୍ରବେଶ ନ କରି ଉଦରକୁ ଯାଏ ଏବଂ ପରିଶେଷରେ ଶରୀରରୁ ନିଷ୍କ୍ରାନ୍ତ ହୁଏ।” (ଏହା କହିବା ଦ୍ୱାରା ସମସ୍ତ ଖାଦ୍ୟ ପଦାର୍ଥ ଶୁଚି ବୋଲି ଯୀଶୁ ସୂଚାଇ ଦେଇଥିଲେ)</verse>
				<verse number="20">ସେ ଆହୁରି କହିଲେ, “ଯାହା ସବୁ ମନୁଷ୍ୟର ଅନ୍ତରରୁ ବାହାରେ, ତାହା ହିଁ ତାକୁ ଅପବିତ୍ର କରିଥାଏ,</verse>
				<verse number="21">କାରଣ ତାହାର ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ,</verse>
				<verse number="22">ଯଥା - ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ ଓ ନାନା ପ୍ରକାର ଦୁଷ୍କର୍ମ - ପ୍ରତାରଣା, ଅଶୋଭନୀୟ ଆଚରଣ, ଈର୍ଷା, କୁତ୍ସାରଟନା, ଅହଙ୍କାର ଓ ମୂଢ଼ତା।</verse>
				<verse number="23">ଏ ସମସ୍ତ ଅସତ୍ ବିଷୟ ମନୁଷ୍ୟର ହୃଦୟରୁ ଜାତ ହୋଇ ତାକୁ ଅଶୁଚି କରେ।</verse>
				<verse number="24">ତତ୍ପରେ ଯୀଶୁ ସେହି ସ୍ଥାନ ଛାଡ଼ି ସୋର ନିକଟବର୍ତ୍ତୀ ଅଞ୍ଚଳକୁ ଗଲେ। ସେଠାରେ ସେ ଗୋଟିଏ ଗୃହରେ ପ୍ରବେଶ କରି ଅଜ୍ଞାତ ଭାବରେ ରହିବା ପାଇଁ ଇଚ୍ଛା କଲେ, କିନ୍ତୁ ସେ ଗୋପନରେ ରହି ପାରିଲେ ନାହିଁ</verse>
				<verse number="25">ଜଣେ ସ୍ତ୍ରୀ ଲୋକର ଝିଅ ଭୂତଗ୍ରସ୍ତ ହୋଇଥିଲା। ଯୀଶୁଙ୍କ ଆଗମନ କଥା ଶୁଣିବା ମାତ୍ରେ ସେ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼ତଳେ ପଡ଼ିଲା।</verse>
				<verse number="26">ସେ ଥିଲା ସୁରଫୈନିକୀୟା ଅଞ୍ଚଳର ଜଣେ ଅଣଇହୁଦୀ। ତା’ ଝିଅଠାରୁ ଭୂତ ଛଡ଼ାଇବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲା।</verse>
				<verse number="27">କିନ୍ତୁ ଯୀଶୁ ଉତ୍ତର ଦେଲେ, “ନିଜ ପିଲାମାନଙ୍କୁ ପ୍ରଥମେ ଖୁଆଇବାକୁ ହେବ। ପିଲାମାନଙ୍କ ଖାଦ୍ୟ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ୍ ହେବ ନାହିଁ।”</verse>
				<verse number="28">ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, କୁକୁରମାନେ ଟେବୁଲ୍ ତଳେ ଥାଇ ପିଲାଙ୍କର ଅଇଁଠା ଖାଇଥାଆନ୍ତି।”</verse>
				<verse number="29">ଯୀଶୁ ତାକୁ କହିଲେ, “ଠିକ୍ କଥା, ବର୍ତ୍ତମାନ ଘରକୁ ଫେରିଯାଇ ଦେଖ, ତୁମ ଝିଅଠାରୁ ଭୂତ ଛାଡ଼ି ଯାଇଛି।”</verse>
				<verse number="30">ସ୍ତ୍ରୀ ଲୋକଟି ଘରକୁ ଫେରିଯାଇ ଦେଖିଲା ଯେ ତା’ ଝିଅଟି ବିଛଣାରେ ଶୋଇଛି ଏବଂ ପ୍ରକୃତରେ ଭୂତ ତାକୁ ଛାଡ଼ି ଚାଲି ଯାଇଛି।</verse>
				<verse number="31">ତା’ପରେ ଯୀଶୁ ସୋର ଅଞ୍ଚଳରୁ ସୀଦୋନକୁ ପ୍ରସ୍ଥାନ କରି ସେଠାରୁ ଦେକାପଲ୍ଲୀ ପ୍ରଦେଶ ଭିତର ଦେଇ ଗାଲିଲୀ କୂଳରେ ଆସି ପହଞ୍ôଚଲେ।</verse>
				<verse number="32">ସେଠାରେ କେତେକ ଲୋକ ଜଣେ ବଧିରକୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ସ୍ପଷ୍ଟ କଥା କହିପାରୁ ନ ଥିଲା। ତା’ ଉପରେ ହାତ ଥୋଇବା ପାଇଁ ସେମାନେ ଯୀଶୁଙ୍କୁ ଅନୁରୋଧ କଲେ।</verse>
				<verse number="33">ଯୀଶୁ ତାକୁ ଏକାକୀ ଲୋକ ଗହଳିରୁ କିଛି ଦୂରକୁ ନେଇଗଲେ। ତା’ କାନରେ ଆଙ୍ଗୁଠି ଦେଇ, ଛେପ ପକାଇ ତା’ ଜିଭକୁ ଛୁଇଁଲେ।</verse>
				<verse number="34">ତତ୍ପରେ ସ୍ୱର୍ଗଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି, ଦୀର୍ଘନିଶ୍ୱାସ ପକାଇ କହିଲେ, “ଇପ୍ପଥାଃ” ଅର୍ଥାତ୍ “ଫିଟିଯା”।</verse>
				<verse number="35">ତତ୍କ୍ଷଣାତ୍ ଲୋକଟି ଶୁଣିବା ଶକ୍ତି ପାଇଲା, ତା’ର ମୂକ ଅବସ୍ଥା ଦୂର ହୋଇଗଲା ଏବଂ ସେ ସ୍ପଷ୍ଟଭାବେ କଥା କହିପାରିଲା।</verse>
				<verse number="36">ଏ ଘଟଣା ବିଷୟରେ ଅନ୍ୟମାନଙ୍କୁ କିଛି ନ ଜଣାଇବାକୁ ଯୀଶୁ ଲୋକମାନଙ୍କୁ ଆଦେଶ ଦେଲେ। କିନ୍ତୁ ଯୀଶୁ ଯେତିକି ବାରଣ କଲେ, ଲୋକେ ସେତିକି କହି ବୁଲିଲେ।</verse>
				<verse number="37">ଯେଉଁମାନେ ଏସବୁ କଥା ଶୁଣିଲେ, ସେମାନେ ଅବାକ୍ ହୋଇ କହିଲେ, “ସେ କେତେ ଚମକ୍ରାରଭାବେ କାର୍ଯ୍ୟ କରୁଛନ୍ତି - ବଧିରକୁ ଶ୍ରବଣ ଶକ୍ତି, ମୂକକୁ ବାକ୍ ଶକ୍ତି ଦେଉଛନ୍ତି।”</verse>
			</chapter>
			<chapter number="8">
				<verse number="1">ଏହାର କିଛିଦିନ ପରେ ଥରେ ଅନେକ ଲୋକ ଯୀଶୁଙ୍କ ନିକଟରେ ଜମା ହୋଇଥିଲେ। ଯେତେବେଳେ ସେମାନଙ୍କର ଖାଦ୍ୟ ସରିଗଲା, ଯୀଶୁ ଶିଷ୍ୟମାନଙ୍କୁ କହିଲେ,</verse>
				<verse number="2">“ଏହି ଲୋକମାନେ ତିନି ଦିନ ହେଲା ମୋ’ ନିକଟରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନ ଥିବାରୁ ମୋତେ ଦୁଃଖ ଲାଗୁଛି।</verse>
				<verse number="3">ସେମାନଙ୍କୁ ନ ଖୁଆଇ ଛାଡ଼ିଦେଲେ, ଫେରିଯିବାବେଳେ ସେମାନେ ଥକି ପଡ଼ିବେ। ସେମାନଙ୍କ ମଧ୍ୟରୁ କେତେକ ବହୁଦୂରରୁ ଆସିଛନ୍ତି।”</verse>
				<verse number="4">ଶିଷ୍ୟମାନେ ପଚାରିଲେ, “ଏହି ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ଖୁଆଇବା ପାଇଁ ଆମେ କେଉଁଠୁ ଖାଦ୍ୟ ଯୋଗାଡ଼ କରିପାରିବୁ?”</verse>
				<verse number="5">ଯୀଶୁ ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି?”</verse>
				<verse number="6">“କେବଳ ସାତୋଟି” ବୋଲି ସେମାନେ ଉତ୍ତର ଦେଲେ। ଯୀଶୁ ଲୋକମାନଙ୍କୁ ତଳେ ବସିବା ପାଇଁ ନିର୍ଦ୍ଦେଶ ଦେଲେ। ତା’ପରେ ସେହି ସାତୋଟି ରୋଟୀ ନେଇ ଯୀଶୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ସେଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ତାହା ପରିବେଷଣ କଲେ।</verse>
				<verse number="7">ସେମାନଙ୍କ ପାଖରେ କେତୋଟି ଛୋଟ ମାଛ ମଧ୍ୟ ଥିଲା। ସେଥିନିମନ୍ତେ ଈଶ୍ୱରଙ୍କୁ ସେ ଆଉ ଥରେ ଧନ୍ୟବାଦ ଦେଇ ତାହା ବିତରଣ କରିବା ପାଇଁ ଶିଷ୍ୟମାନଙ୍କୁ କହିଲେ।</verse>
				<verse number="8">ସମସ୍ତେ ଯଥେଷ୍ଟ ଖାଇ ପରିତୃପ୍ତ ହେଲେ।</verse>
				<verse number="9">ଚାରିହଜାର ଲୋକ ଏହି ଖାଦ୍ୟ ଖାଇଥିଲେ ଏବଂ ବଳି ପଡ଼ିଥିବା ରୋଟୀ ଖଣ୍ଡଗୁଡ଼ିକୁ ଶିଷ୍ୟମାନେ ଗୋଟାଇ ସାତୋଟି ଝୁଡ଼ି ପୂର୍ଣ୍ଣ କଲେ।</verse>
				<verse number="10">ତା’ପରେ ଯୀଶୁ ଲୋକମାନଙ୍କୁ ବିଦାୟ ଦେଇ ଶିଷ୍ୟମାନଙ୍କ ସହ ନୌକାରେ ଚଢ଼ି ବଲ୍ମନୁା ପ୍ରଦେଶକୁ ପ୍ରସ୍ଥାନ କଲେ।</verse>
				<verse number="11">ଦିନେ କେତେଜଣ ଫାରୁଶୀ ଯୀଶୁଙ୍କ ନିକଟକୁ ଆସି ତାଙ୍କ ସହିତ ତର୍କ କରିବାକୁ ଲାଗିଲେ। ଯୀଶୁଙ୍କ ଦୋଷ ତ୍ରୁଟି ଧରିବା ପାଇଁ ଫାନ୍ଦ ପାତି ସେମାନେ ତାଙ୍କୁ ଅନୁରୋଧ କଲେ ଗୋଟିଏ ଅଲୌକିକ କାର୍ଯ୍ୟ କରି ସେ ପ୍ରମାଣ କରନ୍ତୁ ଯେ, ତାଙ୍କ ପ୍ରତି ଈଶ୍ୱରଙ୍କ ସମର୍ଥନ ରହିଛି।</verse>
				<verse number="12">ଯୀଶୁ ଦୀର୍ଘନିଶ୍ୱାସ ତ୍ୟାଗ କରି କହିଲେ, “ଏ ଯୁଗର ଲୋକେ, ଅଲୌକିକ କାର୍ଯ୍ୟ ଦେଖିବା ପାଇଁ କାହିଁକି ଏତେ ବ୍ୟାକୁଳ? ତୁମ୍ଭମାନଙ୍କୁ ମୁଁ କହି ରଖୁଛି, ଏଭଳି ପ୍ରମାଣ ଏହି ଲୋକମାନଙ୍କୁ ଦିଆଯିବ ନାହିଁ।”</verse>
				<verse number="13">ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ନୌକାକୁ ଫେରି ଆସିଲେ ଏବଂ ହ୍ରଦର ଆରପାରିକୁ ଯାତ୍ରା କଲେ।</verse>
				<verse number="14">ଦିନେ ଶିଷ୍ୟମାନେ ସଙ୍ଗରେ ରୋଟୀ ନେବାକୁ ଭୁଲି ଯାଇଥିଲେ। ସେମାନଙ୍କ ପାଖରେ କେବଳ ଗୋଟିଏ ରୋଟୀ ଥିଲା।</verse>
				<verse number="15">ଯୀଶୁ ସେମାନଙ୍କୁ ସତର୍କ କରିଦେଇ କହିଲେ, “ସାବଧାନ, ଫାରୁଶୀମାନଙ୍କର ଓ ହେରୋଦଙ୍କର ଖମୀରଠାରୁ ସତର୍କ ରୁହ।”</verse>
				<verse number="16">ଶିଷ୍ୟମାନେ ଏ ବିଷୟରେ ପରସ୍ପର ସହିତ ଆଲୋନା କରି କହିଲେ, “ଆମେ ସଙ୍ଗରେ ରୋଟୀ ନ ଆଣିବାରୁ ସେ ଏକଥା କହୁଛନ୍ତି।”</verse>
				<verse number="17">ସେମାନେ କଅଣ ଆଲୋଚନା କରୁଛନ୍ତି, ଜାଣିପାରି ଯୀଶୁ କହିଲେ, “ପାଖରେ ରୋଟୀ ନାହିଁ ବୋଲି ଏତେ ଆଲୋଚନା କରୁଛ କାହିଁକି? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣି ପାରୁ ନାହଁ କି ବୁଝି ପାରୁ ନାହଁ? ଏତେ ନିର୍ବୋଧ ତୁମ୍ଭେମାନେ!</verse>
				<verse number="18">ଆଖି ଥାଇ କଅଣ ଦେଖି ପାରୁ ନାହଁ, କାନ ଥାଇ ଶୁଣିପାରୁ ନାହଁ?</verse>
				<verse number="19">ପାଞ୍ଚୋଟି ରୋଟୀ ଭାଙ୍ଗି କିପରି ପାଞ୍ଚହଜାର ଲୋକଙ୍କୁ ଖୁଆଇ ଥିଲି, ତୁମ୍ଭମାନଙ୍କର କ’ଣ ମନେ ନାହିଁ? ସେଦିନ ବଳି ପଡ଼ିଥିବା ରୋଟୀ ଖଣ୍ଡ ସବୁ ଗୋଟାଇ କେତୋଟି ଝୁଡ଼ି ପୂର୍ଣ୍ଣ କରିଥିଲ, ମନେ ଅଛି?” “ବାରଟି” ବୋଲି ଶିଷ୍ୟମାନେ ଉତ୍ତର ଦେଲେ।</verse>
				<verse number="20">ଯୀଶୁ ପୁଣି ପଚାରିଲେ, “ଆଉ ଯେତେବେଳେ ଚାରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଭାଙ୍ଗି ଥିଲି, ବଳି ଯାଇଥିବା ରୋଟୀ ଖଣ୍ଡ ଗୋଟାଇ କେତୋଟି ଟୋକେଇ ପୂର୍ଣ୍ଣ କରିଥିଲ?” ସେମାନେ ଉତ୍ତର ଦେଲେ “ସାତୋଟି।”</verse>
				<verse number="21">ଯୀଶୁ ପ୍ରଶ୍ନ କଲେ, “ତଥାପି କଅଣ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”</verse>
				<verse number="22">ସେମାନେ ଯେତେବେଳେ ବେଥସାଇଦା ଗ୍ରାମରେ ପହଞ୍ଚିଲେ, ଲୋକମାନେ ଗୋଟିଏ ଅନ୍ଧକୁ ଯୀଶୁଙ୍କ ନିକଟକୁ ଆଣି ତାକୁ ସ୍ପର୍ଶ କରିବା ପାଇଁ ଅନୁରୋଧ କଲେ।</verse>
				<verse number="23">ଯୀଶୁ ଅନ୍ଧର ହାତ ଧରି ତାକୁ ଗ୍ରାମର ବାହାରକୁ ନେଇଗଲେ। ସେଠାରେ ତା’ର ଆଖିରେ ଛେପ ଲଗାଇ ତା’ ଦେହରେ ହାତ ରଖି ତାକୁ ପଚାରିଲେ, “କିଛି ଦେଖି ପାରୁଛ?”</verse>
				<verse number="24">ଲୋକଟି ଉପରକୁ ଚାହିଁ କହିଲା, “ହଁ, ଲୋକମାନଙ୍କୁ ଦେଖିପାରୁଛି। ସେମାନେ ଚଳନ୍ତା ଗଛ ପରି ଦେଖା ଯାଉଛନ୍ତି।”</verse>
				<verse number="25">ଯୀଶୁ ଏଥିରେ ଲୋକଟିର ଆଖି ଉପରେ ନିଜ ହାତ ରଖିଲେ ଓ ଲୋକଟି ଭଲ କରି ନିରୀକ୍ଷଣ କଲା। ହଠାତ୍ ତା’ର ଦୃଷ୍ଟିଶକ୍ତି ଫେରି ଆସିଲା ଓ ସେ ସ୍ପଷ୍ଟଭାବେ ଦେଖି ପାରିଲା।</verse>
				<verse number="26">ଯୀଶୁ ତାକୁ ସେହି ଗ୍ରାମକୁ ଫେରି ନ ଯିବାକୁ ଆଦେଶ ଦେଇ ତା’ ଘରକୁ ପଠାଇ ଦେଲେ।</verse>
				<verse number="27">ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ କାଇସରିଆ ଫିଲିପ୍ପୀ ଅଞ୍ଚଳ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବାବେଳେ ବାଟରେ ଯୀଶୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକମାନେ କଅଣ କହୁଛନ୍ତି?”</verse>
				<verse number="28">ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି, ଆପଣ ଏଲିୟ। ପୁଣି ଅନ୍ୟମାନେ ମନେ କରୁଛନ୍ତି, ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”</verse>
				<verse number="29">ଯୀଶୁ ସେମାନଙ୍କୁ ପଚାରିଲେ, “ଆଉ ତୁମ୍ଭେମାନେ କ’ଣ ଭାବୁଛ? ମୁଁ କିଏ, ଏ ବିଷୟରେ ତୁମେ କଅଣ କହୁଛ?”</verse>
				<verse number="30">ପିତର ଉତ୍ତର ଦେଲେ, “ଆପଣ ଈଶ୍ୱରଙ୍କ ବିଷୟରେ ଏକଥା କାହାକୁ ଜଣାଅ ନାହିଁ।”</verse>
				<verse number="31">ଯୀଶୁ ଶିଷ୍ୟମାନଙ୍କୁ ବୁଝାଇ କହିଲେ, “ମନୁଷ୍ୟ ପୁତ୍ରଙ୍କୁ ବହୁ କଷ୍ଟ ଭୋଗିବାକୁ ପଡ଼ିବ। ଧର୍ମନେତା, ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନଙ୍କ ଦ୍ୱାରା ଉପେକ୍ଷିତ ହୋଇ ସେ ନିହତ ହେବେ। କିନ୍ତୁ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।”</verse>
				<verse number="32">ଏହିସବୁ କଥା ଯୀଶୁ ଅତି ପ୍ରାଞ୍ଜଳ ଭାବରେ ଶିଷ୍ୟମାନଙ୍କୁ ବୁଝାଇ ଦେଲେ। ତେଣୁ ପିତର ତାଙ୍କୁ ଅନ୍ତରାଳକୁ ଡ଼ାକି ନେଇ ଅନୁଯୋଗ କଲେ।</verse>
				<verse number="33">କିନ୍ତୁ ଯୀଶୁ ବୁଲିପଡ଼ି ଶିଷ୍ୟମାନଙ୍କୁ ଚାହିଁଲେ ଏବଂ ପିତରଙ୍କୁ ତିରସ୍କାର କରି କହିଲେ, “ମୋ’ଠାରୁ ଦୂର ହୁଅ ଶୟତାନ, ତୁମର ଚିନ୍ତା କେବଳ ମାନବୀୟ, ଐଶ୍ୱରିକ ନୁହେଁ।”</verse>
				<verse number="34">ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଓ ସମବେତ ଜନତାକୁ ଆହ୍ୱାନ କରି କହିଲେ, “ଯେ କେହି ମୋ’ ସଙ୍ଗରେ ଆସିବାକୁ ଚାହେଁ, ସେ ସ୍ୱାର୍ଥତ୍ୟାଗୀ ହେଉ ଓ ନିଜର କ୍ରୁଶ ବହନ କରି ମୋ’ ପଛେ ପଛେ ଆସୁ।</verse>
				<verse number="35">ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ ପାଇଁ ଓ ଏହି ଶୁଭବାର୍ତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।</verse>
				<verse number="36">ଜଣେ ବ୍ୟକ୍ତି ସମଗ୍ର ଜଗତକୁ ଲାଭ କରି ନିଜ ଜୀବନକୁ ହରାଇଲେ, ତାହାର କଅଣ କିଛି ଲାଭ ହେବ? ନିଶ୍ଚିତ ଭାବରେ ନୁହେଁ।</verse>
				<verse number="37">କୌଣସି ବିଷୟର ବିନିମୟରେ ସେ ତା’ର ଜୀବନ ଫେରି ପାଇବ ନାହିଁ।</verse>
				<verse number="38">ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”</verse>
			</chapter>
			<chapter number="9">
				<verse number="1">ଯୀଶୁ ସେମାନଙ୍କୁ ଆହୁରି କହିଲେ, “ମୁଁ ତୁମ୍ଭମାନଙ୍କୁ କହି ରଖୁଛି, ପରାକ୍ରମ ସହ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠିତ ହେବାର ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା କେତେକ ଲୋକ ମୃତ୍ୟୁ ଭୋଗ କରିବେ ନାହିଁ।”</verse>
				<verse number="2">ଏହାର ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଯୀଶୁ ଗୋଟିଏ ଉଚ୍ଚ ପର୍ବତ ଆରୋହଣ କଲେ। ସେଠାରେ ଅନ୍ୟ କେହି ନ ଥିଲେ। ଶିଷ୍ୟମାନେ ଚାହୁଁ ଚାହୁଁ ଯୀଶୁଙ୍କର ଗୋଟିଏ ଅପୂର୍ବ ରୂପାନ୍ତର ହେଲା।</verse>
				<verse number="3">ତାଙ୍କ ବସ୍ତ୍ର ଶୁଭ୍ର ହୋଇ ଅତି ଉଜ୍ଜ୍ୱଳ ଦେଖାଗଲା - ଜଗତର କେହି ତାକୁ ଧୋଇ ଏତେ ଶୁଭ୍ର କରିପାରି ନ ଥାନ୍ତା।</verse>
				<verse number="4">ତା’ପରେ ତିନି ଶିଷ୍ୟ ଦେଖିଲେ, ଏଲିୟ ଓ ମୋଶା ଆବିର୍ଭୂତ ହୋଇ ଯୀଶୁଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି।</verse>
				<verse number="5">ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଏହା କେଡ଼େ ଆନନ୍ଦର କଥା ଯେ ଆଜି ଆମେ ଏଠି ଅଛୁ। ଏଠି ତିନୋଟି କୁଟୀର ନିର୍ମାଣ କରିବା। ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟ ଗୋଟିଏ ଏଲିୟଙ୍କ ପାଇଁ।”</verse>
				<verse number="6">ପିତର କ’ଣ କହିବେ, ଭାବି ନ ପାରି ଏହି କଥା କହିଥିଲେ। କାରଣ ଶିଷ୍ୟମାନେ ଭୀତତ୍ରସ୍ତ ହୋଇ ପଡ଼ିଥିଲେ।</verse>
				<verse number="7">ହଠାତ୍ ଆକାଶରେ ଗୋଟିଏ ମେଘ ଦେଖାଗଲା ଓ ତା’ର ଛାୟା ସେମାନଙ୍କୁ ଆଚ୍ଛାଦନ କଲା। ପୁଣି ସେହି ମେଘ ଭିତରୁ ଗୋଟିଏ ବାଣୀ ଶୁଣାଗଲା: “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣ।”</verse>
				<verse number="8">ସେତେବେଳେ ଶିଷ୍ୟମାନେ ଚାରି ଆଡ଼କୁ ତତ୍କ୍ଷଣାତ୍ ଚାହିଁ କେବଳ ଯୀଶୁଙ୍କ ବ୍ୟତୀତ ସେଠାରେ ଅନ୍ୟ କାହାକୁ ଦେଖିଲେ ନାହିଁ।</verse>
				<verse number="9">ସେମାନେ ପର୍ବତରୁ ଅବତରଣ କଲାବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ଆଜି ଯାହା ଦେଖିଲ, ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ôଥତ ହେବା ପର୍ଯ୍ୟନ୍ତ ସେକଥା କାହାକୁ କୁହ ନାହିଁ।”</verse>
				<verse number="10">ଯୀଶୁଙ୍କ ଆଦେଶ ସେମାନେ ପାଳନ କଲେ, କିନ୍ତୁ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କଲେ, “ମୃତ୍ୟୁରୁ ପୁନରୁତ୍ôଥତ ହେବା” ଅର୍ଥ କଅଣ?</verse>
				<verse number="11">ସେମାନେ ଯୀଶୁଙ୍କୁ ପଚାରିଲେ, “ଏଲିୟ ପ୍ରଥମେ ଆସିବେ ବୋଲି ଆମ ଧର୍ମଶାସ୍ତ୍ର ଗୁରୁମାନେ କାହିଁକି କହନ୍ତି?”</verse>
				<verse number="12">ଯୀଶୁ ଉତ୍ତର ଦେଲେ, “ବାସ୍ତବିକ୍ ସମସ୍ତ ବିଷୟ ପ୍ରସ୍ତୁତ କରିବା ପାଇଁ ଏଲିୟ ପ୍ରଥମେ ଆସିବା କଥା। ତଥାପି ମନୁଷ୍ୟପୁତ୍ର ଅନେକ ଦୁଃଖ ଭୋଗ କରି ଉପେକ୍ଷିତ ହେବେ ବୋଲି ଶାସ୍ତ୍ରରେ କାହିଁକି ଉଲ୍ଲେଖ ଅଛି?</verse>
				<verse number="13">ସେ ଯାହାହେଉ, ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଉଛି, ଏଲିୟ ଆସି ସାରିଛନ୍ତି ଏବଂ ଲୋକେ ତାଙ୍କ ପ୍ରତି ମନ ଇଚ୍ଛା ବ୍ୟବହାର କରିଛନ୍ତି। ଏହାଦ୍ୱାରା ତାଙ୍କ ବିଷୟରେ ଶାସ୍ତ୍ରରେ ଯାହା କୁହାଯାଇଛି, ତା’ ସବୁ ଘଟିଛି।”</verse>
				<verse number="14">ସେମାନେ ଅନ୍ୟ ଶିଷ୍ୟମାନଙ୍କ ନିକଟରେ ପହଞ୍ôଚବାବେଳେ, ସେଠାରେ ଅନେକ ଲୋକ ଜମା ହୋଇଥିଲେ ଏବଂ ସେହି ଶିଷ୍ୟମାନଙ୍କ ସହିତ କେତେକ ଧର୍ମଗୁରୁ ତର୍କ କରୁଥିଲେ।</verse>
				<verse number="15">ଲୋକେ ହଠାତ୍ ଯୀଶୁଙ୍କୁ ଦେଖି ବିସ୍ମିତ ହେଲେ ଏବଂ ଦୌଡ଼ିଯାଇ ତାଙ୍କୁ ନମସ୍କାର କଲେ।</verse>
				<verse number="16">ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ସେମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତି କରୁଥିଲ?”</verse>
				<verse number="17">ଲୋକ ଗହଳି ଭିତରୁ ଜଣେ ଉତ୍ତର ଦେଇ କହିଲା, “ଗୁରୁ, ମୋ’ ପୁଅକୁ ଭୂତ ଧରିଛି ଏବଂ ସେ କଥା କହିପାରୁ ନାହିଁ। ତାକୁ ମୁଁ ଆପଣଙ୍କ ନିକଟକୁ ଆଣିଥିଲି।</verse>
				<verse number="18">ଭୂତ ତାକୁ ଥରେ ଥରେ ତଳେ ପକାଇ ଦିଏ। ସେତେବେଳେ ତା’ ମୁହଁରୁ ଫେଣ ବାହାରେ, ସେ ତା’ ଦାନ୍ତ ରଗଡ଼େ ଓ ତା’ ଦେହ ଅଚଳ ହୋଇଯାଏ। ଭୂତ ଛଡ଼ାଇବା ପାଇଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଲି, କିନ୍ତୁ ସେମାନେ କିଛି କରିପାରିଲେ ନାହିଁ।”</verse>
				<verse number="19">ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ଅଳ୍ପ ବିଶ୍ୱାସୀ। ତୁମ ସହିତ ମୁଁ ଆଉ କେତେ ଦିନ ରହିବି? କେତେ ଦିନ ଆଉ ମୁଁ ତୁମକୁ ସହ୍ୟ କରିବି? ପୁଅଟିକୁ ମୋ’ ପାଖକୁ ନେଇ ଆସ।” ସେମାନେ ଯୀଶୁଙ୍କ ନିକଟକୁ ତାକୁ ଆଣିଲେ।</verse>
				<verse number="20">ପ୍ରେତାତ୍ମା ଯୀଶୁଙ୍କୁ ଦେଖିବାକ୍ଷଣି ବାଳକକୁ ଅଚେତ କରିଦେଇ ତଳେ କଚାଡ଼ି ଦେଲା ଏବଂ ପିଲାଟି ପାଟିରୁ ଫେଣ କାଢ଼ି ତଳେ ଗଡ଼ିବାକୁ ଲାଗିଲା।</verse>
				<verse number="21">ଯୀଶୁ ତା’ ବାପାକୁ ପଚାରିଲେ, “କେତେ ଦିନ ଧରି ଏମିତି ହୋଇଛି?”</verse>
				<verse number="22">ସେ ଉତ୍ତର ଦେଲା, “ପିଲାବେଳୁ। ଭୂତ ତାକୁ ନିଆଁ ବା ପାଣିରେ ପକାଇ ମାରି ଦେବା ପାଇଁ ଅନେକ ଥର ଚେଷ୍ଟା କରିଛି। ଗୁରୁ! ସମ୍ଭବ ହେଲେ, ଦୟାକରି ଆମକୁ ଏଥିରେ ସାହାଯ୍ୟ କରନ୍ତୁ।”</verse>
				<verse number="23">ଯୀଶୁ କହିଲେ, “ହଁ! ଯେ ବିଶ୍ୱାସ କରେ, ତା’ ପକ୍ଷରେ ସବୁ ସମ୍ଭବ।”</verse>
				<verse number="24">ବାଳକର ବାପା ଉଚ୍ଚସ୍ୱରରେ କହିଲା, “ମୋର ବିଶ୍ୱାସ ଅଛି, କିନ୍ତୁ ଯଥେଷ୍ଟ ନୁହେଁ। ମୋ’ ବିଶ୍ୱାସ ବଢ଼ାଇବା ପାଇଁ ମୋତେ ସାହାଯ୍ୟ କରନ୍ତୁ।”</verse>
				<verse number="25">ଯୀଶୁ ଲକ୍ଷ୍ୟ କଲେ, ଚାରିଆଡ଼ୁ ଲୋକେ ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ତେଣୁ ସେ ପ୍ରେତାତ୍ମାକୁ ଆଦେଶ ଦେଲେ, “ଆରେ ମୂକ ଓ ବଧିର ଆତ୍ମା - ମୁଁ ଆଜ୍ଞା ଦେଉଛି, ଏ ପିଲା ଭିତରୁ ବାହାରି ଯା’ - ଆଉ କେବେ ତା’ ଭିତରେ ପ୍ରବେଶ କରିବୁ ନାହିଁ।”</verse>
				<verse number="26">ପ୍ରେତାତ୍ମା ଚିକ୍ରାର କରି ବାଳକକୁ ଅଚେତ କରିଦେଲା ଏବଂ ତାକୁ ତଳେ କଚାଡ଼ି ଦେଇ ତା’ ଭିତରୁ ବାହାରି ଗଲା। ଅଚେତ ବାଳକଟି ଶବପରି ଦେଖାଗଲା ଏବଂ ସମସ୍ତେ କହିଲେ, “ସେ ମରିଯାଇଛି।” କିନ୍ତୁ ଯୀଶୁ ତା’ ହାତ ଧରି ତାକୁ ଉଠାଇଲେ ଏବଂ ସେ ଉଠି ଠିଆ ହେଲା।</verse>
				<verse number="27"></verse>
				<verse number="28">ଯୀଶୁ ଘର ଭିତରକୁ ଯିବା ପରେ ଶିଷ୍ୟମାନେ ତାଙ୍କୁ ନିଭୃତରେ ପଚାରିଲେ, “ଆମେ କାହିଁକି ସେହି ପ୍ରେତାତ୍ମାକୁ ତଡ଼ିଦେଇ ପାରିବୁ ନାହିଁ?”</verse>
				<verse number="29">ଯୀଶୁ ଉତ୍ତର ଦେଲେ, “ଏହି ପ୍ରକାର ପ୍ରେତାତ୍ମାମାନଙ୍କୁ କେବଳ ପ୍ରାର୍ଥନାର ଶକ୍ତି ଦ୍ୱାରା ବାହାର କରି ଦିଆଯାଇ ପାରିବ - ଅନ୍ୟ ଉପାୟ ନାହିଁ।”</verse>
				<verse number="30">ଯୀଶୁ ଓ ତାଙ୍କ ଶିଷ୍ୟମାନେ ସେହି ସ୍ଥାନ ଛାଡ଼ି ଗାଲିଲୀ ଅଞ୍ଚଳ ଭିତର ଦେଇ ଯାତ୍ରା କଲେ। ସେ କେଉଁଠି ଅଛନ୍ତି, କେହି ନ ଜାଣନ୍ତୁ ବୋଲି ଯୀଶୁ ଚାହୁଁଥିଲେ,</verse>
				<verse number="31">କାରଣ ଏହି ଅବସରରେ ଯୀଶୁ ଶିଷ୍ୟମାନଙ୍କୁ ବୁଝାଇ କହୁଥିଲେ, କିପରି ‘ମନୁଷ୍ୟପୁତ୍ର’ ଲୋକମାନଙ୍କ ହାତରେ ସମର୍ପିତ ହୋଇ ନିହତ ହେବେ, କିନ୍ତୁ କିପରି ତାଙ୍କ ମୃତ୍ୟୁର ତିନି ଦିନ ପରେ ସେ ପୁନରୁତ୍ôଥତ ହେବେ।</verse>
				<verse number="32">ଶିଷ୍ୟମାନେ ଏ କଥାର ମର୍ମ ବୁଝିପାରିଲେ ନାହିଁ। କିନ୍ତୁ ସେ ବିଷୟରେ ତାଙ୍କୁ ଆଉ ପ୍ରଶ୍ନ କରିବାକୁ ଭୟ କଲେ।</verse>
				<verse number="33">ସେମାନେ କପର୍ନାହୂମରେ ପହଞ୍ôଚ ଘରେ ପ୍ରବେଶ କରିବା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ରାସ୍ତାରେ ଆସିବାବେଳେ ତୁମ୍ଭେମାନେ କେଉଁ ବିଷୟରେ ତର୍କବିତର୍କ କରୁଥିଲେ?”</verse>
				<verse number="34">ସେମାନେ ନିରୁତ୍ତର ରହିଲେ, କାରଣ ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ବଡ଼, ଏ ବିଷୟରେ ସେମାନେ ବାଟରେ ଆଲୋଚନା କରୁଥିଲେ।</verse>
				<verse number="35">ଯୀଶୁ ବସି ତାଙ୍କ ବାର ଜଣ ଶିଷ୍ୟଙ୍କୁ ପାଖକୁ ଡ଼ାକି ସେମାନଙ୍କୁ କହିଲେ, “ଯେ ପ୍ରଥମ ସ୍ଥାନ ଚାହେଁ, ସେ ପଛରେ ରହୁ ଏବଂ ସମସ୍ତଙ୍କର ସେବକ ହେଉ।”</verse>
				<verse number="36">ତା’ପରେ ସେ ଗୋଟିଏ ଶିଶୁକୁ ଆଣି ସମସ୍ତଙ୍କ ସମ୍ମୁଖରେ ଠିଆ କରାଇଲେ, ପୁଣି ତାକୁ କୋଳ କରି କହିଲେ,</verse>
				<verse number="37">“ଯେ କେହି ମୋ’ ନାମରେ ଏଭଳି ଗୋଟିଏ ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ କେବଳ ମୋତେ ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”</verse>
				<verse number="38">ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣଙ୍କ ନାମ ନେଇ ଜଣେ ଲୋକ ଭୂତ ଛଡ଼ାଉଥିବାର ଆମେ ଦେଖିଲୁ - ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”</verse>
				<verse number="39">ଯୀଶୁ କହିଲେ, “ଏ କାର୍ଯ୍ୟରେ ତାକୁ ବାଧା ଦିଅ ନାହିଁ। ଯେ ମୋ’ ନାମ ନେଇ ଅଲୌକିକ କାର୍ଯ୍ୟ କରିଥାଏ, ସେ ସଙ୍ଗେ ସଙ୍ଗେ ମୋ’ ବିରୁଦ୍ଧରେ କିଛି କହି ପାରିବ ନାହିଁ।</verse>
				<verse number="40">ଯେ ଆମ ବିପକ୍ଷ ନୁହେଁ, ସେ ଆମ ସପକ୍ଷ।</verse>
				<verse number="41">ମୁଁ ପ୍ରତିଜ୍ଞା କରି କହୁଛି, ମୋର ଅନୁଗାମୀ ବୋଲି ତୁମ୍ଭମାନଙ୍କୁ କେହି ଯଦି ପିଇବା ପାଇଁ ଗିଲାସେ ପାଣି ଦିଏ, ସେ ନିଶ୍ଚୟ ସେଥିପାଇଁ ପୁରସ୍କୃତ ହେବ।</verse>
				<verse number="42">“ଯେ କେହି ମୋର ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଜଣକର ବିଶ୍ୱାସରେ ବିଘ୍ନ ଘଟାଏ, ତା’ ଗଳାରେ ଗୋଟିଏ ଚକିପଥର ବାନ୍ଧି ତାକୁ ସମୁଦ୍ର ଭିତରେ ଫୋପାଡ଼ି ଦେବା ତା’ ପାଇଁ ଶ୍ରେୟସ୍କର ହେବ।</verse>
				<verse number="43">ଯଦି ତୁମର ଗୋଟିଏ ହାତ ଯୋଗୁଁ ବିଶ୍ୱାସ ହରାଉଥାଅ, ସେହି ହାତଟିକୁ କାଟି ପକାଅ। ଦୁଇଟି ହାତ ଥାଇ ଅହର୍ନିଶି ଜଳୁଥିବା ନରକାଗ୍ନିରେ ପଡ଼ିବାଠାରୁ ଗୋଟିଏ ହାତ ନ ଥାଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍କର।</verse>
				<verse number="44"></verse>
				<verse number="45">ଯଦି ତୁମର ଗୋଟିଏ ଗୋଡ଼ ଲାଗି ବିଶ୍ୱାସ ହରାଉଥାଅ, ସେହି ଗୋଡ଼କୁ କାଟି ଦିଅ। ଦୁଇଟି ଗୋଡ଼ ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଗୋଡ଼ ନ ଥାଇ ଅନନ୍ତ ଜୀବନ ଲାଭ କରିବା ଶ୍ରେୟସ୍କର।</verse>
				<verse number="46"></verse>
				<verse number="47">ଯଦି ତୁମର ଗୋଟିଏ ଆଖି ଯୋଗୁ ବିଶ୍ୱାସ ହରାଉଥାଅ, ତାକୁ ଓପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଆଖି ଥାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଶ୍ରେୟସ୍କର।</verse>
				<verse number="48">ମନେରଖ, ନରକର କୀଟଗୁଡ଼ିକ କେବେ ମରନ୍ତି ନାହିଁ, ସେଠାରେ ଜଳୁଥିବା ନିଆଁ କେବେ ଲିଭେ ନାହିଁ।</verse>
				<verse number="49">“ଲବଣ ଦ୍ୱାରା ଯେପରି ବଳି ନୈବେଦ୍ୟ ଶୁଚି ହୁଏ, ସେହିପରି ଅଗ୍ନି ଦ୍ୱାରା ସମସ୍ତେ ପବିତ୍ର ହେବେ।</verse>
				<verse number="50">“ଲବଣ ଗୋଟିଏ ଉତ୍ତମ ପଦାର୍ଥ; କିନ୍ତୁ ଲବଣ ଯଦି ତା’ର ଲବଣତ୍ୱ ହରାଏ, ତାକୁ କିପରି ଲବଣାକ୍ତ କରାଯାଇପାରେ? “ତୁମ୍ଭମାନଙ୍କ ଅନ୍ତରରେ ବନ୍ଧୁତ୍ୱ ରୂପକ ଲବଣ ରହୁ, ତା’ହେଲେ ତୁମ୍ଭେମାନେ ପରସ୍ପର ସହିତ ଶାନ୍ତିରେ ବାସ କରିପାରିବ।”</verse>
			</chapter>
			<chapter number="10">
				<verse number="1">ତା’ପରେ ଯୀଶୁ ଯର୍ଦ୍ଦନ ନଦୀ ପାର ହୋଇ ଇହୁଦୀୟା ପ୍ରଦେଶରେ ପହଞ୍ôଚଲେ। ସେଠାରେ ମଧ୍ୟ ଲୋକମାନେ ବହୁସଂଖ୍ୟାରେ ଆସି ତାଙ୍କ ପାଖରେ ଜମା ହେଲେ ଏବଂ ସେ ପୂର୍ବ ପରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।</verse>
				<verse number="2">କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”</verse>
				<verse number="3">ଯୀଶୁ ଉତ୍ତର ଦେଲେ, “ଏ ସମ୍ପର୍କରେ ମୋଶାଙ୍କ ନିୟମ କ’ଣ କୁହେ?”</verse>
				<verse number="4">ସେମାନେ ଉତ୍ତର ଦେଲେ, “ଛାଡ଼ପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ପାଇଁ ମୋଶା ଅନୁମତି ଦେଇଛନ୍ତି।”</verse>
				<verse number="5">ଯୀଶୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଲାଗି ମୋଶା ଏପରି ବ୍ୟବସ୍ଥା କରିଥିଲେ।</verse>
				<verse number="6">କିନ୍ତୁ ସୃଷ୍ଟି ସମୟରେ ଈଶ୍ୱର ମନୁଷ୍ୟକୁ ନର ଓ ନାରୀ ରୂପେ ଗଢ଼ିଥିଲେ ଏବଂ ଶାସ୍ତ୍ରରେ କୁହାଯାଇଛି ଯେ,</verse>
				<verse number="7">ସେଥିପାଇଁ ପୁରୁଷ ପିତାମାତାଙ୍କୁ ଛାଡ଼ି ତା’ର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ</verse>
				<verse number="8">ସେମାନେ ମିଳିତ ହୋଇ ଏକ ହେବେ। ସେମାନେ ଆଉ ଦୁଇ ହୋଇ ରହିବେ ନାହିଁ, କିନ୍ତୁ ଏକ ହେବେ।</verse>
				<verse number="9">ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଛନ୍ତି, ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ ନ କରୁ।”</verse>
				<verse number="10">ସେମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ଏ ବିଷୟରେ ଆଉ ଥରେ ପଚାରିଲେ।</verse>
				<verse number="11">ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ପୁରୁଷ ପତ୍ନୀକୁ ଛାଡ଼ପତ୍ର ଦେଇ ଆଉ ଗୋଟିଏ ସ୍ତ୍ରୀକୁ ବିବାହ କରେ, ସେ ନିଜେ ବ୍ୟଭିଚାରୀ ହୁଏ ଏବଂ</verse>
				<verse number="12">ଯେଉଁ ସ୍ତ୍ରୀ ପତିକୁ ଛାଡ଼ପତ୍ର ଦେଇ ଆଉ ଗୋଟିଏ ପୁରୁଷକୁ ବିବାହ କରେ, ସେ ମଧ୍ୟ ବ୍ୟଭିଚାରୀ ହୁଏ।”</verse>
				<verse number="13">ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କରିବା ପାଇଁ କେତେକ ଲୋକ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ।</verse>
				<verse number="14">ସେହି ଲୋକମାନଙ୍କୁ ଶିଷ୍ୟମାନେ ତିରସ୍କାର କରୁଥିବା ଦେଖି, ଯୀଶୁ ଶିଷ୍ୟମାନଙ୍କ ଉପରେ ବିରକ୍ତ ହୋଇ କହିଲେ, “ପିଲାମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ; ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଶିଶୁମାନଙ୍କ ପରି ଲୋକମାନେ ସ୍ୱର୍ଗରାଜ୍ୟ ଅଧିକାର କରିବେ।</verse>
				<verse number="15">ଏକଥା ମୁଁ ନିଶ୍ଚିତ ଭାବରେ କହୁଛି ଯେ, ଶିଶୁ ପରି ଜଣେ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ହେଲେ, ସେ ସେଥିରେ ପ୍ରବେଶ କରିପାରିବ ନାହିଁ।”</verse>
				<verse number="16">ତତ୍ପରେ ଯୀଶୁ ଶିଶୁମାନଙ୍କୁ କୋଳ କରି ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।</verse>
				<verse number="17">ଯୀଶୁ ପୁନର୍ବାର ତାଙ୍କ ଯାତ୍ରା ଆରମ୍ଭ କଲାବେଳେ ଜଣେ ଲୋକ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି ପଚାରିଲା, “ସତ୍ଗୁରୁ, ଅନନ୍ତ ଜୀବନ ଲାଭ କରିବାକୁ ମୋତେ କଅଣ କରିବା ପାଇଁ ହେବ?”</verse>
				<verse number="18">ଯୀଶୁ ଉତ୍ତର ଦେଲେ, “ମୋତେ କାହିଁକି ସତ୍ ବୋଲି କହୁଛ? ଈଶ୍ୱରଙ୍କ ଛଡ଼ା ଅନ୍ୟ କେହି ସତ୍ ନୁହେଁ।</verse>
				<verse number="19">ତୁମେ ଶାସ୍ତ୍ରର ଆଜ୍ଞା ସବୁ ଜାଣିଛ - ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ ଚୋରି କର ନାହିଁ, ପ୍ରତାରଣା କର ନାହିଁ, ପିତାମାତାଙ୍କୁ ସମାଦର କର।”</verse>
				<verse number="20">ଲୋକଟି କହିଲା, “ପ୍ରଭୁ! ମୋ’ ବାଲ୍ୟକାଳରୁ ଏସବୁ ଆଜ୍ଞା ପାଳନ କରି ଆସିଛି।”</verse>
				<verse number="21">ଯୀଶୁ ତା’ ଆଡ଼କୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, “ଗୋଟିଏ ବିଷୟ କେବଳ ତୁମର ଅଭାବ ରହିଛି। ଯାଅ, ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେହି ଧନ, ଗରିବମାନଙ୍କୁ ଦାନ କର, ତା’ହେଲେ ତୁମେ ସ୍ୱର୍ଗରେ ଧନ ପାଇବ। ଏହାପରେ ଆସି ମୋର ଅନୁଗମନ କର।”</verse>
				<verse number="22">ଏକଥା ଶୁଣିବାକ୍ଷଣି ସେହି ଲୋକର ମୁହଁରେ ବିଷାଦର ଛାୟା ଘୋଟିଗଲା ଏବଂ ସେ ଦୁଃଖରେ ଚାଲିଗଲା, କାରଣ ସେ ବଡ଼ ଧନୀ ଥିଲା।</verse>
				<verse number="23">ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ଅନାଇ କହିଲେ, “ଧନୀମାନଙ୍କର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର।”</verse>
				<verse number="24">ଏହା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ। କିନ୍ତୁ ଯୀଶୁ ପୁଣି କହିଲେ, “ବତ୍ସଗଣ, ବାସ୍ତବିକ୍ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟସାଧ୍ୟ।</verse>
				<verse number="25">ଧନୀ ଲୋକର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅପେକ୍ଷା ଓଟର ସୂଚୀରନ୍ଧ୍ର ବାଟେ ପ୍ରବେଶ କରିବା ଅଧିକ ସହଜ ହେବ।”</verse>
				<verse number="26">ଏ କଥାରେ ଶିଷ୍ୟମାନେ ଅତ୍ୟନ୍ତ ବିସ୍ମିତ ହୋଇ ପରସ୍ପରକୁ ପଚାରିଲେ, “ତାହାହେଲେ କିଏ ପରିତ୍ରାଣ ପାଇ ପାରିବ?”</verse>
				<verse number="27">ଯୀଶୁ ସେମାନଙ୍କୁ ସିଧା ସଳଖ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ନୁହେଁ; ଈଶ୍ୱର ସବୁ କରିପାରନ୍ତି।”</verse>
				<verse number="28">ଏ କଥା ଶୁଣି ପିତର କହିଲେ, “ଦେଖନ୍ତୁ, ଆମେ ସବୁ ଛାଡ଼ି ଆପଣଙ୍କ ପଛେ ପଛେ ଆସିଛୁ।”</verse>
				<verse number="29">ଯୀଶୁ କହିଲେ, “ତୁମ୍ଭମାନଙ୍କୁ ମୁଁ କହି ରଖୁଛି, ମୋ’ ପାଇଁ ଓ ‘ସୁସମାଚାର’ ପାଇଁ ଯେ କେହି ଗୃହ, ଭ୍ରାତା, ଭଗିନୀ, ପିତା, ମାତା, ସନ୍ତାନସନ୍ତତି କିମ୍ବା ତା’ର ଜମିବାଡ଼ି ସବୁ ଛାଡ଼େ, ଏ ଜୀବନରେ ସେ ଆହୁରି ଅଧିକ ପାଇବ।</verse>
				<verse number="30">ଏପରିକି ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି, ଜମି ବାଡ଼ିର ଶହେଗୁଣ ପାଇବା ସହିତ ନିର୍ଯ୍ୟାତନା ମଧ୍ୟ ଭୋଗିବ; କିନ୍ତୁ ସେ ପରକାଳରେ ଅନନ୍ତ ଜୀବନ ଲାଭ କରିବ।</verse>
				<verse number="31">ଯେଉଁମାନେ ବର୍ତ୍ତମାନ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ଏବେ ପଛରେ ଅଛନ୍ତି; ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଯିବେ।”</verse>
				<verse number="32">ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୂଶାଲମ ରାସ୍ତାରେ ଯାତ୍ରା କଲେ - ଯୀଶୁ ଶିଷ୍ୟମାନଙ୍କ ଆଗେ ଆଗେ ଯାଉଥିଲେ, ଶିଷ୍ୟମାନେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ପଛରେ ଚାଲୁଥିବା ଅନ୍ୟ ଲୋକମାନେ ମଧ୍ୟ ଭୀତ ହୋଇଥିଲେ। ଯୀଶୁ ପୁନର୍ବାର ତାଙ୍କ ବାର ଜଣ ଶିଷ୍ୟଙ୍କୁ ଏକାନ୍ତରେ ଡ଼ାକି ଭବିଷ୍ୟତରେ ତାଙ୍କ ପ୍ରତି ଯାହା ସବୁ ଘଟିବ, ସେ ବିଷୟରେ ସୂଚନା ଦେଲେ। ସେ କହିଲେ,</verse>
				<verse number="33">“ଶୁଣ, ଆମେ ଯିରୂଶାଲମକୁ ଯାଉଛୁ। ସେଠାରେ ମନୁଷ୍ୟପୁତ୍ର ମୁଖ୍ୟ ଧର୍ମପୁରୋହିତ ଓ ଧର୍ମଗୁରୁମାନଙ୍କ ହାତରେ ସମର୍ପିତ ହେବେ। ସେମାନେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇ ଅଣଇହୁଦୀମାନଙ୍କ ହାତରେ ଛାଡ଼ି ଦେବେ।</verse>
				<verse number="34">ସେମାନେ ତାଙ୍କୁ ପରିହାସ କରିବେ। ତାଙ୍କ ଉପରେ ଛେପ ପକାଇବେ। ତାଙ୍କୁ କୋରଡ଼ାରେ ପ୍ରହାର କରିବେ ଏବଂ ହତ୍ୟା କରିବେ, କିନ୍ତୁ ତିନିଦିନ ପେ ରେ ମୃତ୍ୟୁଞ୍ଜୟୀ ହୋଇ ଉଠିବେ।”</verse>
				<verse number="35">ଦିନେ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଆମ ପାଇଁ କିଛି କରନ୍ତୁ, ଏହା ଆମେ ଚାହୁଁଛୁ।”</verse>
				<verse number="36">ଯୀଶୁ ପଚାରିଲେ, “କଅଣ ଚାହୁଁଛ?”</verse>
				<verse number="37">ସେମାନେ ଉତ୍ତର ଦେଲେ, “ଗୌରବମୟ ରାଜସିଂହାସନରେ ଆପଣ ଯେତେବେଳେ ବସିବେ, ଆମ ଭିତରୁ ଜଣକୁ ଆପଣଙ୍କ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ ବସିବାକୁ ଦେବେ।”</verse>
				<verse number="38">ଯୀଶୁ ସେମାନଙ୍କୁ କହିଲେ, “ତୁମେ କଅଣ ମାଗୁଛ, ବୁଝିପାରୁ ନାହଁ। ମୁଁ ଯେଉଁ ଦୁଃଖ ଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ସେଥିରୁ ତୁମେ ପାନ କରିପାରିବ? ମୁଁ ଯେପରି ଦୀକ୍ଷିତ ହେବାକୁ ଯାଉଛି, ସେହି ଦୀକ୍ଷା ତୁମ୍ଭେମାନେ କ’ଣ ଗ୍ରହଣ କରିପାରିବ?”</verse>
				<verse number="39">ସେମାନେ ତା’ କରିପାରିବେ ବୋଲି କହିଲେ।</verse>
				<verse number="40">ଯୀଶୁ କହିଲେ, “ବାସ୍ତବିକ ତୁମ୍ଭେମାନେ ମୋ’ ପାନପାତ୍ରରୁ ପାନ କରିବ ଏବଂ ମୋ’ ପରି ଦୀକ୍ଷିତ ହେବ, କିନ୍ତୁ ମୋ’ ଦକ୍ଷିଣ ବା ବାମପାଶ୍ୱର୍ରେ କିଏ ବସିବ, ଏହା ସ୍ଥିର କରିବାକୁ ମୋର ଅଧିକାର ନାହିଁ। ଯେଉଁମାନଙ୍କ ପାଇଁ ଈଶ୍ୱର ସେ ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା ସେ ସେମାନଙ୍କୁ ଦେବେ।”</verse>
				<verse number="41">ଏସବୁ କଥା ଶୁଣି ଅନ୍ୟ ଦଶ ଜଣ ଶିଷ୍ୟ ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେଲେ।</verse>
				<verse number="42">ଯୀଶୁ ସେମାନଙ୍କୁ ଏକତ୍ର ଡ଼ାକି କିହଲେ, “ତୁମ୍ଭେମାନେ ଜାଣ, ଏ ଜଗତରେ ଶାସକମାନେ ଲୋକମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରନ୍ତି ଓ ନେତାମାନେ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି।</verse>
				<verse number="43">କିନ୍ତୁ ତୁମେ ଏହି ନୀତିରେ ଚଳିବ ନାହିଁ। ତୁମ ଭିତରୁ ଜଣେ ଯଦି ବଡ଼ ହେବାକୁ ଚାହେଁ, ସେ ଅନ୍ୟମାନଙ୍କର ସେବକ ହେଉ</verse>
				<verse number="44">ଏବଂ ତୁମ୍ଭ ମଧ୍ୟରୁ ଯଦି ଜଣେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ପରି ହେଉ।</verse>
				<verse number="45">ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସି ନାହାନ୍ତି, କିନ୍ତୁ ସେବା କରିବାକୁ ଏବଂ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପ ନିଜର ଜୀବନ ଉତ୍ସର୍ଗ କରିବାକୁ ଆସିଛନ୍ତି।”</verse>
				<verse number="46">ଯୀଶୁ ଆଉ ତାଙ୍କ ଶିଷ୍ୟମାନେ ଯିରିହୋକୁ ଆସିଲେ। ସେମାନେ ସେହି ସହର ଛାଡ଼ି ଯିବାବେଳେ ଅନେକ ଲୋକ ତାଙ୍କ ପଛେ ପଛେ ଗଲେ। ଟିମୟର ପୁତ୍ର ବାର୍ଟିମୟ ନାମକ ଗୋଟିଏ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା।</verse>
				<verse number="47">ନାଜରିତୀୟ ଯୀଶୁ ସେ ବାଟେ ଯାଉଛନ୍ତି ବୋଲି ଶୁଣି ସେ ଚିକ୍ରାର କରି କହିଲା, “ହେ ଦାଉଦ ବଂଶଧର ଯୀଶୁ, ମୋତେ ଦୟା କରନ୍ତୁ।”</verse>
				<verse number="48">ଲୋକେ ତାକୁ ତିରସ୍କାର କରି ନୀରବ ହେବାକୁ କହିଲେ, କିନ୍ତୁ ସେ ଆହୁରି ଉଚ୍ଚସ୍ୱରରେ ଡ଼ାକ ଛାଡ଼ିଲା: “ହେ ଦାଉଦଙ୍କ ବଂଶଧର, ମୋତେ ଦୟା କରନ୍ତୁ।”</verse>
				<verse number="49">ଯୀଶୁ ଅଟକି ଯାଇ କହିଲେ, ତାକୁ ଡ଼ାକ”। ଲୋକମାନେ ଅନ୍ଧକୁ ଡ଼ାକି କହିଲେ, “ବ୍ୟସ୍ତ ହୁଅ ନାହିଁ, ଉଠି ଆସ, ସେ ତୁମକୁ ଡ଼ାକୁଛନ୍ତି।”</verse>
				<verse number="50">ଅନ୍ଧ ତା’ର ଚାଦର ଫୋପାଡ଼ି ଦେଇ ଆନନ୍ଦରେ ଡ଼ିଆଁ ମାରି ଯୀଶୁଙ୍କ ନିକଟରେ ପହଞ୍ôଚଲା।</verse>
				<verse number="51">ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କ’ଣ କରିବି ବୋଲି ଚାହୁଁଛ?”</verse>
				<verse number="52">ଅନ୍ଧ କହିଲା, “ଗୁରୁ! ମୁଁ ଦୃଷ୍ଟିଶକ୍ତି ଫେରି ପାଇବାକୁ ଚାହେଁ।” ଯୀଶୁ ତାକୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ସଙ୍ଗେ ସଙ୍ଗେ ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଇଲା ଏବଂ ସେ ମଧ୍ୟ ଯୀଶୁଙ୍କ ପଛେ ପଛେ ଚାଲିଲା।</verse>
			</chapter>
			<chapter number="11">
				<verse number="1">ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଓ ବେଥାନୀ ଗ୍ରାମର ଉପକଣ୍ଠରେ ଥିବା ଜୀତପର୍ବତ ପାଖରେ ପହଞ୍ôଚଲେ। ଯୀଶୁ ତାଙ୍କର</verse>
				<verse number="2">ଦୁଇଜଣ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ଆଗରୁ ପଠାଇ କହିଥିଲେ, “ସମ୍ମୁଖରେ ଥିବା ଗ୍ରାମକୁ ଯାଅ, ସେଠାରେ ପହଞ୍ôଚବାକ୍ଷଣି କେବେ କେହି ଚଢ଼ି ନ ଥିବା ଗୋଟିଏ ଗଧ ଛୁଆ ବନ୍ଧା ହୋଇ ଥିବାର ଦେଖିବ, ତାକୁ ଫିଟାଇ ମୋ’ ପାଖକୁ ନେଇଆସ।</verse>
				<verse number="3">‘କାହିଁକି ଏହା କରୁଛ’ ବୋଲି ଯଦି କିଏ ପଚାରେ; ତାକୁ କହିବ, ‘ଗୁରୁଙ୍କର ଦରକାର ଅଛି ଏବଂ ଶୀଘ୍ର ତାକୁ ଫେରାଇ ଦେବେ’।”</verse>
				<verse number="4">ସେମାନେ ଉକ୍ତ ଗ୍ରାମକୁ ଯାଇ ଦେଖିଲେ ଗୋଟିଏ ଗଧ ଛୁଆ ଗାଁ ଦାଣ୍ଡରେ ଗୋଟିଏ ଦ୍ୱାରରେ ବନ୍ଧା ହୋଇଛି।</verse>
				<verse number="5">ତାକୁ ଫିଟାଇବାବେଳେ ପାଖରେ ଠିଆ ହୋଇଥିବା କେତେଜଣ ପଚାରିଲେ, “କଅଣ କରୁଛ, ଗଧ ଛୁଆକୁ ଫିଟାଉଛ କାହିଁକି?”</verse>
				<verse number="6">ଯୀଶୁ କହିଥିବା ଅନୁଯାୟୀ ଶିଷ୍ୟମାନେ ଉତ୍ତର ଦେଲେ ଏବଂ ଗ୍ରାମବାସୀମାନେ ସେମାନଙ୍କୁ ଛାଡ଼ି ଦେଲେ।</verse>
				<verse number="7">ଶିଷ୍ୟମାନେ ଗଧ ଛୁଆକୁ ଆଣି ତା’ ପିଠିରେ ନିଜର ଲୁଗା ବିଛାଇ ଦେଲେ ଏବଂ ଯୀଶୁ ତା’ ଉପରେ ବସିଲେ।</verse>
				<verse number="8">ଅନେକେ ରାସ୍ତା ଉପରେ ମଧ୍ୟ ନିଜର ଲୁଗା ବିଛାଇ ଦେଲେ। ଅନ୍ୟମାନେ ଗଛ ଡ଼ାଳ ସବୁ କାଟି ରାସ୍ତା ଉପରେ ପକାଇଲେ।</verse>
				<verse number="9">ଯୀଶୁଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ:</verse>
				<verse number="10">“ହୋଶାନ୍ନା, ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି, ତାଙ୍କର ଜୟ ହେଉ। ପୁନଃ ପ୍ରତିଷ୍ଠିତ ହେବାକୁ ଯାଉଥିବା ଆମ ପିତା ଦାଉଦ ରାଜାଙ୍କ ରାଜ୍ୟକୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ଗୌରବ ହେଉ।”</verse>
				<verse number="11">ଯୀଶୁ ଯିରୂଶାଲମରେ ପ୍ରବେଶ କଲେ ଏବଂ ମନ୍ଦିରକୁ ଯାଇ ସବୁଆଡ଼େ ଦୃଷ୍ଟିପାତ କଲେ। କିନ୍ତୁ ସେତେବେଳେ ସନ୍ଧ୍ୟା ହୋଇ ଆସୁଥିବାରୁ ବାର ଜଣ ଶିଷ୍ୟଙ୍କ ସହିତ ଯୀଶୁ ବେଥାନୀ ଗ୍ରାମକୁ ଚାଲିଗଲେ।</verse>
				<verse number="12">ତା’ ପରଦିନ ସେମାନେ ବେଥାନୀରୁ ଫେରିବାବେଳେ ଯୀଶୁ କ୍ଷୁଧାର୍ତ୍ତ ହେଲେ।</verse>
				<verse number="13">ଗୋଟିଏ ଡ଼ିମିରି ବୃକ୍ଷରେ ବହୁତ ପତ୍ର ହୋଇଥିବାର ସେ ଦୂରରୁ ଦେଖିଲେ। ସେଥିରେ ଫଳ ଅଛି କି ନାହିଁ, ଦେଖିବା ପାଇଁ ଯୀଶୁ ତା’ ନିକଟକୁ ଗଲେ। ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ, କାରଣ ସେତେବେଳେ ଡ଼ିମିରି ଫଳିବାର ଉପଯୁକ୍ତ ସମୟ ହୋଇ ନ ଥିଲା।</verse>
				<verse number="14">ଯୀଶୁ ସେହି ଗଛକୁ ଚାହିଁ କହିଲେ, “ତୋ’ଠାରୁ ଆଉ କେହି କେବେ ଫଳ ଖାଇବାକୁ ପାଇବେ ନାହିଁ।” ଶିଷ୍ୟମାନେ ଏହା ଶୁଣିଲେ।</verse>
				<verse number="15">ସେମାନେ ଯିରୂଶାଲମରେ ପହଞ୍ôଚ ମନ୍ଦିର ଭିତରକୁ ଗଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାର କରିଦେଲେ। ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓ ପାରାବିକ୍ରେତାମାନଙ୍କ ଭାଡ଼ି ସବୁ ଓଲଟାଇ ପକାଇଲେ।</verse>
				<verse number="16">ମନ୍ଦିର ପ୍ରାଙ୍ଗଣ ଦେଇ ଜିନିଷପତ୍ର ନେବା ଆଣିବା କରିବାକୁ କାହାରିକୁ ଛାଡ଼ିଦେଲେ ନାହିଁ।</verse>
				<verse number="17">ତା’ପରେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, “ଧର୍ମଶାସ୍ତ୍ରରେ ଲେଖା ହୋଇଛି, ‘ମୋ’ ମନ୍ଦିର ସମସ୍ତ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଗୃହ ବୋଲି ବିଖ୍ୟାତ ହେବ’, କିନ୍ତୁ ତୁମ୍ଭେମାନେ ତାକୁ ଦସ୍ୟୁ ଆଡ଼୍ଡ଼ାରେ ପରିଣତ କରିଛ।”</verse>
				<verse number="18">ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଏ ଘଟଣା ବିଷୟରେ ଶୁଣି ଯୀଶୁଙ୍କୁ ହତ୍ୟା କରିବା ପାଇଁ ଉପାୟ ଖୋଜିବାକୁ ଲାଗିଲେ। ସେମାନେ ଯୀଶୁଙ୍କୁ ଭୟ କରୁଥିଲେ। କାରଣ ଲୋକମାନେ ତାଙ୍କ ଶିକ୍ଷାରେ ମୁଗ୍ଧ ହୋଇଯାଇଥିଲେ।</verse>
				<verse number="19">ସେଦିନ ସନ୍ଧ୍ୟା ହେବା ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସହର ଛାଡ଼ି ଚାଲିଗଲେ।</verse>
				<verse number="20">ପରଦିନ ସେମାନେ ବାଟରେ ଯାଉଥିବାବେଳେ ଦେଖିଲେ ସେହି ଡ଼ିମିରି ଗଛଟି ମୂଳରୁ ଶୁଖି ଯାଇଛି।</verse>
				<verse number="21">ପୂର୍ବଦିନ କଥା ସ୍ମରଣ କରି ପିତର ଯୀଶୁଙ୍କୁ କହିଲେ, “ଗୁରୁ ଦେଖନ୍ତୁ ଆପଣଙ୍କ ଦ୍ୱାରା ଅଭିଶପ୍ତ ଡ଼ିମିରି ଗଛଟି ମରିଯାଇଛି।”</verse>
				<verse number="22">ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କଠାରେ ବିଶ୍ୱାସ କର।</verse>
				<verse number="23">ମୁଁ ନିଶ୍ଚିତଭାବେ ତୁମ୍ଭମାନଙ୍କୁ କହୁଛି, ଯଦି କେହି ଏହି ପାହାଡ଼କୁ ଉଠିଯାଇ ସମୁଦ୍ରରେ ପଡ଼ିବା ପାଇଁ କହେ ଏବଂ ମନରେ ସନ୍ଦେହ ନ ରଖି, ସେ ଯାହା କହିଛି, ତାହା ହେବ ବୋଲି ବିଶ୍ୱାସ କରେ, ତେବେ ତାହା ନିଶ୍ଚୟ ଘଟିବ।</verse>
				<verse number="24">ସେଥିପାଇଁ ମୁଁ କହୁଛି ପ୍ରାର୍ଥନା କରିବାବେଳେ ଯାହା ମାଗୁଛ, ତାହା ପାଇଯାଇଛ ବୋଲି ବିଶ୍ୱାସ କର, ତେବେ ତାହା ତୁମେ ନିଶ୍ଚୟ ପାଇବ।</verse>
				<verse number="25">ପ୍ରାର୍ଥନା କରିବା ପାଇଁ ଠିଆ ହେଲାବେଳେ, କାହା ବିରୁଦ୍ଧରେ ତୁମର ଯଦି କିଛି ଥାଏ, ତାକୁ କ୍ଷମା କରିଦିଅ। ତାହାହେଲେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱର ତୁମର ସବୁ ଦୋଷ କ୍ଷମା କରିଦେବେ।</verse>
				<verse number="26">(“କିନ୍ତୁ ତୁମେ ଯଦି ଅନ୍ୟମାନଙ୍କୁ କ୍ଷମା ନ କର, ତୁମ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମର ଅପରାଧ ସବୁ କ୍ଷମା କରିବେ ନାହିଁ।”)</verse>
				<verse number="27">ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିବା ସମୟରେ ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଇହୁଦୀ ଧର୍ମନେତାମାନେ ତାଙ୍କ ନିକଟକୁ ଆସି ପଚାରିଲେ,</verse>
				<verse number="28">“ଏସବୁ କାର୍ଯ୍ୟ କରିବା ପାଇଁ ତୁମର କି ଅଧିକାର ଅଛି? ଏ ଅଧିକାର ତୁମକୁ କିଏ ଦେଲା?”</verse>
				<verse number="29">ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କୁ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବି। ଯଦି ତା’ର ଉତ୍ତର ଦେଇ ପାରିବ, ଏସବୁ କରିବା ପାଇଁ ମୋର କି ଅଧିକାର ଅଛି, ତାହା ତୁମ୍ଭମାନଙ୍କୁ କହିବି।</verse>
				<verse number="30">“ଜଳଦୀକ୍ଷା ଦେବା ଅଧିକାର ଯୋହନ କାହାଠାରୁ ପାଇଥିଲେ, ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ?”</verse>
				<verse number="31">ସେମାନେ ପରସ୍ପର ଭିତରେ ତର୍କ କରିବାକୁ ଲାଗିଲେ, “ଏ କଥାର କି ଉତ୍ତର ଦେବା? ଯଦି କହିବା ‘ଈଶ୍ୱରଙ୍କଠାରୁ’, ଯୋହନଙ୍କୁ ଆମେ କାହିଁକି ବିଶ୍ୱାସ କଲୁ ନାହିଁ ବୋଳି ସେ ପଚାରିବେ।</verse>
				<verse number="32">ଯଦି କହୁ ‘ମନୁଷ୍ୟଠାରୁ’” ..... (ସେମାନେ ଜନତାକୁ ଭୟ କରୁଥିଲେ, କାରଣ ସମସ୍ତଙ୍କର ଦୃଢ଼ ଧାରଣା ହୋଇଥିଲା ଯେ, ଯୋହନ ଈଶ୍ୱରଙ୍କର ଜଣେ ଭାବବାଦୀ ଥିଲେ।)</verse>
				<verse number="33">ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।” ଯୀଶୁ ସେମାନଙ୍କୁ କହିଲେ, “କି ଅଧିକାରରେ ଏସବୁ କାର୍ଯ୍ୟ କରୁଛି, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”</verse>
			</chapter>
			<chapter number="12">
				<verse number="1">ଏହାପରେ ଯୀଶୁ ଦୃଷ୍ଟାନ୍ତ ଦେଇ କହିଲେ, “ଏକଦା ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ ଆରମ୍ଭ କରି ତା’ ଚାରିପଟେ ବାଡ଼ ଦେଲେ। ଦ୍ରାକ୍ଷାଘଣା ପାଇଁ ଗୋଟିଏ ଗାତ ଖୋଳିଲେ ଏବଂ ଜଗୁଆଳି ପାଇଁ ମଞ୍ଚ ବାନ୍ଧିଲେ। ତା’ପରେ ସେ କ୍ଷେତଟିକୁ ଭାଗଚାଷୀମାନଙ୍କ ହାତରେ ଛାଡ଼ିଦେଇ ଦୂର ସ୍ଥାନକୁ ଯାତ୍ରା କଲେ।</verse>
				<verse number="2">ଯେତେବେଳେ ଦ୍ରାକ୍ଷା ଆଦାୟ କରିବାର ସମୟ ଆସିଲା, ନିଜର ଭାଗ ଆଦାୟ କରିବା ପାଇଁ ଜଣେ ଦାସୀକୁ ସେମାନଙ୍କ ନିକଟକୁ ପଠାଇଲେ।</verse>
				<verse number="3">ଚାଷୀମାନେ ସେହି ଦାସୀକୁ ମାଡ଼ମାରି ଖାଲି ହାତରେ ଫେରାଇ ଦେଲେ।</verse>
				<verse number="4">କ୍ଷେତର ମାଲିକ ଆଉ ଜଣେ ଦାସକୁ ପଠାଇଲେ। ଚାଷୀମାନେ ତା’ ପ୍ରତି ମଧ୍ୟ ଦୁର୍ବ୍ୟବହାର କଲେ ଏବଂ ମାଡ଼ ଦେଇ ତା’ ମୁଣ୍ଡ ଫଟାଇ ଦେଲେ।</verse>
				<verse number="5">ଏହାପରେ ମାଲିକ ଯେଉଁ ଦାସକୁ ପଠାଇଲେ, ତାକୁ ଚାଷୀମାନେ ଜୀବନରେ ମାରି ପକାଇଲେ। ମାଲିକ ପକ୍ଷରୁ ଅନ୍ୟ ଯେଉଁମାନେ ଆସିଲେ, ଚାଷୀମାନେ ସେମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କଲେ। କେତେକଙ୍କୁ ପ୍ରହାର କଲେ ଓ ଅନ୍ୟମାନଙ୍କୁ ହତ୍ୟା କଲେ।</verse>
				<verse number="6">ଏବେ ମାଲିକଙ୍କ ପାଖରେ କେବଳ ଜଣେ ମାତ୍ର ବାକୀ ରହିଲେ - ତାଙ୍କର ପ୍ରିୟ ପୁତ୍ର। ମାଲିକ ଭାବିଲେ, “ସେମାନେ ମୋ’ ପୁଅକୁ ନିଶ୍ଚୟ ଖାତିର କରିବେ।” ଏହା ଭାବି ଶେଷରେ ଚାଷୀମାନଙ୍କ ପାଖକୁ ନିଜ ପୁତ୍ରକୁ ପଠାଇଲେ।</verse>
				<verse number="7">କିନ୍ତୁ ସେହି ଚାଷୀମାନେ ପରସ୍ପରକୁ କହିଲେ, “ଏ ମାଲିକର ଉତ୍ତରାଧିକାରୀ। ଆସ ତାକୁ ମାରିଦେବା ତା’ହେଲେ ମାଲିକର ସମ୍ପତ୍ତି ଆମ ହାତକୁ ଆସିବ।”</verse>
				<verse number="8">ଏହା କହି ସେମାନେ ମାଲିକର ପୁଅକୁ ଧରି ହତ୍ୟା କଲେ ଏବଂ ଶବକୁ କ୍ଷେତ ବାହାରେ ଫୋପାଡ଼ି ଦେଲେ।”</verse>
				<verse number="9">ଯୀଶୁ ପଚାରିଲେ, “କହିଲ ଦେଖି, ଏହା ପରେ ସେହି ଦ୍ରାକ୍ଷାକ୍ଷେତର ମାଲିକ କ’ଣ କରିଥିବେ? ସେ ଆସି ନିଶ୍ଚୟ ସେହି ଚାଷୀମାନଙ୍କୁ ଜୀବନରେ ମାରି ପକାଇ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ଦେଇଥିବେ।</verse>
				<verse number="10">ଶାସ୍ତ୍ରରେ ଏହି କଥା ତୁମେ ନିଶ୍ଚୟ ପଢ଼ିଛ। ‘ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଦରକାରୀ ଭାବି ଛାଡ଼ି ଦେଇଥିଲେ, ତାହା ଗୃହର ପ୍ରଧାନ କୋଣପଥର ହେଲା।</verse>
				<verse number="11">ସ୍ୱୟଂ ପ୍ରଭୁ ଏହା କହିଛନ୍ତି କେଡ଼େ ଚମକ୍ରାର ଏ କାର୍ଯ୍ୟ’!”</verse>
				<verse number="12">ଇହୁଦୀମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କଲେ, କାରଣ ସେମାନେ ଜାଣି ପାରିଲେ, ସେମାନଙ୍କୁ ଲକ୍ଷ୍ୟ କରି ଯୀଶୁ ଏହି ଦୃଷ୍ଟାନ୍ତଟି କହୁଛନ୍ତି। କିନ୍ତୁ ଜନତାର ଭୟରେ ସେମାନେ ଯୀଶୁଙ୍କୁ ଛାଡ଼ି ଚାଲିଗଲେ।</verse>
				<verse number="13">କେତେକ ଫାରୁଶୀ ଓ ହେରୋଦ ଦଳର କେତେ ଜଣ ଯୀଶୁଙ୍କୁ ପ୍ରଶ୍ନ ପଚାରି ଫାନ୍ଦରେ ପକାଇବା ପାଇଁ ଆସିଥିଲେ।</verse>
				<verse number="14">ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ ଲୋକମତକୁ ଭୟ ନ କରି ଆପଣ ସତ କଥା କହନ୍ତି। କାହାର ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ନ ଦେଇ ଆପଣ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଶିକ୍ଷା ଦିଅନ୍ତି। କହନ୍ତୁ, ରୋମ ସମ୍ରାଟଙ୍କୁ କର ଦେବା ଆମ ଧର୍ମବ୍ୟବସ୍ଥାର ବିରୁଦ୍ଧ କି ନା? ଆମେ କର ଦେବା କି ନାହିଁ?</verse>
				<verse number="15">ଯୀଶୁ ସେମାନଙ୍କ ଛଳନା ବୁଝିପାରି କହିଲେ, “ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? ଗୋଟଏ ରୌପ୍ୟମୁଦ୍ରା ଆଣ, ମୁଁ ଦେଖେ।”</verse>
				<verse number="16">ସେମାନେ ମୁଦ୍ରାଟିଏ ଆଣିବାରୁ ଯୀଶୁ ପଚାରିଲେ, “ଏହା ଉପରେ କାହାର ପ୍ରତିକୃତି ଓ ନାମ ରହିଛି?” “ସମ୍ରାଟଙ୍କ”ର ବୋଲି ସେମାନେ ଉତ୍ତର ଦେଲେ।</verse>
				<verse number="17">ଯୀଶୁ କହିଲେ, “ତା’ହେଲେ, ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ; ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ।” ଯୀଶୁଙ୍କର ଏ କଥାରେ ସେମାନେ ହତବାକ୍ ହେଲେ।</verse>
				<verse number="18">ମୃତବ୍ୟକ୍ତିମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା ସାଦ୍ଦୁକୀଦଳର କେତେଜଣ ଆସି ଯୀଶୁଙ୍କୁ ପଚାରିଲେ,</verse>
				<verse number="19">“ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଛନ୍ତି - ଜଣେ ନିଃସନ୍ତାନ ହୋଇ ମରିଗଲେ, ସେହି ଲୋକର ବିଧବାକୁ ତା’ର ଭାଇ ବିବାହ କରିବାକୁ ହେବ ଏବଂ ସେମାନଙ୍କର ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ମୃତବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।</verse>
				<verse number="20">ଏକଦା ସାତଜଣ ଭାଇ ଥିଲେ। ଜ୍ୟେଷ୍ଠ ଭାଇ ବିବାହ କରି ନିଃସନ୍ତାନ ହୋଇ ମରିଗଲା।</verse>
				<verse number="21">ମୃତବ୍ୟକ୍ତିର ବିଧବାକୁ ଦ୍ୱିତୀୟ ଭାଇ ବିବାହ କରି ସେ ମଧ୍ୟ ନିଃସନ୍ତାନ ହୋଇ ମରିଗଲା।</verse>
				<verse number="22">ତୃତୀୟ ଭାଇ ଓ ଅନ୍ୟାନ୍ୟ ଭାଇମାନେ ସେହି ଜଣେ ସ୍ତ୍ରୀ ଲୋକକୁ ବିବାହ କରି ସମସ୍ତେ ନିଃସନ୍ତାନ ହୋଇ ମରିଗଲେ।</verse>
				<verse number="23">ଶେଷରେ ସ୍ତ୍ରୀ ଲୋକଟି ମଧ୍ୟ ମରିଗଲା। ଏବେ କହନ୍ତୁ, ପୁନରୁତ୍ଥାନ ଦିବସରେ, ଯେତେବେଳେ ମୃତମାନେ ପୁନର୍ଜୀବିତ ହୋଇ ଉଠିବେ, ସେହି ସ୍ତ୍ରୀ ଲୋକଟି କାହାର ପତ୍ନୀ ହେବ? ସାତଜଣଯାକ ତ ତାକୁ ବିବାହ କରିଥିଲେ।”</verse>
				<verse number="24">ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କର କେଡ଼େ ଭ୍ରାନ୍ତ ଧାରଣା ଅଛି। ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ବିଷୟରେ ତୁମେ କିଛି ଜାଣ ନାହିଁ।</verse>
				<verse number="25">କାରଣ ମୃତବ୍ୟକ୍ତିମାନେ ପୁନରୁତ୍ôଥତ ହେଲେ, ସେମାନେ ସ୍ୱର୍ଗଦୂତ ପରି ହେବେ - ସେମାନେ ବିବାହ କରିବେ ନାହିଁ।</verse>
				<verse number="26">ମୃତବ୍ୟକ୍ତିମାନଙ୍କର ପୁନରୁତ୍ଥାନ କଥା ପଚାରୁଛ? ମୋଶାଙ୍କ ପୁସ୍ତକରେ ଜ୍ୱଳନ୍ତ ବୁଦା ବିଷୟରେ ପଢ଼ି ନାହଁ କି? ସେଥିରେ ଲେଖା ଅଛି, ଈଶ୍ୱର ମୋଶାଙ୍କୁ କହିଲେ, ‘ଆମେ ଅବ୍ରାହାମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର!’</verse>
				<verse number="27">ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ସେ ଜୀବିତମାନଙ୍କ ଈଶ୍ୱର। ତୁମ୍ଭେମାନେ ଏକାବେଳକେ ଭ୍ରାନ୍ତ।”</verse>
				<verse number="28">ଜଣେ ଧର୍ମଗୁରୁ ସେଠାରେ ଉପସ୍ଥିତ ଥାଇ ଏସବୁ ଯୁକ୍ତିତର୍କ ଶୁଣୁଥିଲେ। ସାଦ୍ଦୁକୀମାନଙ୍କୁ ଯୀଶୁ ସଠିକ୍ ଜବାବ୍ ଦେଇଛନ୍ତି ବୋଲି ବୁଝିପାରି ସେ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିଲେ, “ଆମ ଧର୍ମଶାସ୍ତ୍ରରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?”</verse>
				<verse number="29">ଯୀଶୁ ଉତ୍ତର ଦେଲେ, “ଇଶ୍ରାୟେଲୀୟ ଲୋକମାନେ ଶୁଣ - ସବୁଠାରୁ ଶ୍ରେଷ୍ଠ ଆଜ୍ଞାଟି ହେଉଛି, ‘ଆମ୍ଭମାନଙ୍କ ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ।</verse>
				<verse number="30">ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା, ସମ୍ପୂର୍ଣ୍ଣ ମନ, ଶକ୍ତି ସାମର୍ଥ୍ୟ ଦେଇ ପ୍ରେମ, ଭକ୍ତି କର।’</verse>
				<verse number="31">ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ‘ତୁମେ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଦୁଇଟି ଅପେକ୍ଷା ଶ୍ରେଷ୍ଠତର ଆଜ୍ଞା ଆଉ ନାହଁ।”</verse>
				<verse number="32">ଧର୍ମଗୁରୁ କହିଲେ, “ଗୁରୁ, ଆପଣ ଠିକ୍ କହିଛନ୍ତି! ବାସ୍ତବିକ୍ ଆପଣ କହିବା ଅନୁଯାୟୀ, କେବଳ ଆମ୍ଭମାନଙ୍କର ପ୍ରଭୁ ହେଉଛନ୍ତି ଏକ ଈଶ୍ୱର - ତାଙ୍କ ବିନା ଅନ୍ୟ ଈଶ୍ୱର ନାହାନ୍ତି।</verse>
				<verse number="33">ମନୁଷ୍ୟ ତା’ର ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ମନ, ସମ୍ପୂର୍ଣ୍ଣ ଶକ୍ତି ସାମର୍ଥ୍ୟ ଦେଇ ତାଙ୍କୁ ପ୍ରେମ ଓ ଭକ୍ତି କରିବା ସଙ୍ଗେ ସଙ୍ଗେ ତା’ର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କରିବା ଆବଶ୍ୟକ। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପଶୁ ଓ ଅନ୍ୟାନ୍ୟ ବଳି ଉତ୍ସର୍ଗ କରିବା ଅପେକ୍ଷା, ଏହି ଦୁଇଟି ଆଜ୍ଞା ପାଳନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।”</verse>
				<verse number="34">ତାଙ୍କର ଜ୍ଞାନବାନ୍ ଉତ୍ତର ଶୁଣି ଯୀଶୁ କହିଲେ, “ତୁମେ ଈଶ୍ୱରଙ୍କ ରାଜ୍ୟଠାରୁ ବହୁଦୂରରେ ନାହଁ।” ଏହାପରେ ଯୀଶୁଙ୍କୁ ଆଉ ପ୍ରଶ୍ନ ପଚାରିବାକୁ କେହି ସାହସ କଲେ ନାହିଁ।</verse>
				<verse number="35">ମନ୍ଦିରରେ ଦିନେ ଶିକ୍ଷା ଦେଲାବେଳେ ଯୀଶୁ ଗୋଟିଏ ପ୍ରଶ୍ନ ପଚାରିଲେ,</verse>
				<verse number="36">“ଧର୍ମଗୁରୁମାନେ କାହିଁକି କହନ୍ତି, ମସୀହ ଦାଉଦଙ୍କ ବଂଶଧର ବୋଲି? ପବିତ୍ର ଆତ୍ମାଙ୍କଠାରୁ ପ୍ରେରଣା ପାଇ ଦାଉଦ କହିଛନ୍ତି: ‘ଈଶ୍ୱର ମୋ’ ପ୍ରଭୁଙ୍କୁ କହିଲେ, ଆମେ ତୁମର ସମସ୍ତ ଶତ୍ରୁଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ, ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’</verse>
				<verse number="37">“ଏଥିରୁ ଜଣାଯାଉଛି ଯେ, ମସୀହଙ୍କୁ ଦାଉଦ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି। ତା’ହେଲେ ମସୀହ ଦାଉଦଙ୍କ ବଂଶଧର ହେବେ କିପରି?”</verse>
				<verse number="38">ଥରେ ଗୋଟିଏ ବିରାଟ ଜନତା ଆଗ୍ରହରେ ଯୀଶୁଙ୍କ କଥା ଶୁଣୁଥିଲେ।</verse>
				<verse number="39">ସେମାନଙ୍କୁ ଶିକ୍ଷା ଦେଲାବେଳେ ଯୀଶୁ କହିଲେ, “ଦୀର୍ଘ ପୋଷାକ ପିନ୍ଧି ହାଟ ବଜାରମାନଙ୍କରେ ଲୋକମାନଙ୍କଠାରୁ ସମ୍ମାନ ପାଉଥିବା ଏବଂ ସମାଜ ଗୃହ ଓ ଭୋଜୀମାନଙ୍କରେ ବିଶିଷ୍ଟ ସ୍ଥାନ ଅଧିକାର କରୁଥିବା ଧର୍ମଗୁରୁମାନଙ୍କ ପ୍ରତି ସତର୍କ ରୁହ।</verse>
				<verse number="40">ସେମାନେ ବିଧବାମାନଙ୍କ ନିଃସହାୟତାର ସୁଯୋଗ ନେଇ ସେମାନଙ୍କ ସମ୍ପତ୍ତି ଆତ୍ମସାତ୍ କରନ୍ତି। କିନ୍ତୁ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି ଏଥିପାଇଁ ସେମାନେ ଅଧିକ କଠୋର ଦଣ୍ଡ ପାଇବେ।”</verse>
				<verse number="41">ଦିନେ ଯୀଶୁ ମନ୍ଦିରର ଦାନ ଦେବା ସ୍ଥାନ ନିକଟରେ ବସିଥିଲେ। ଲୋକମାନେ ଆସି ସେଠାରେ ରଖାଯାଇଥିବା ବାକ୍ସରେ ଦାନ ପକାଉଥିବା ସେ ନିରୀକ୍ଷଣ କରୁଥିଲେ। ଧନୀ ଲୋକମାନେ ସେଥିରେ ଅନେକ ଟଙ୍କା ପକାଉଥିଲେ।</verse>
				<verse number="42">ସେତେବେଳେ ଜଣେ ଗରିବ ବିଧବା ସେଠାକୁ ଆସି କେବଳ ଦୁଇଟି ଛୋଟ ତମ୍ବା ମୁଦ୍ରା ସେହି ବାକ୍ସରେ ପକାଇଲା।</verse>
				<verse number="43">ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଏହି ଗରିବ ବିଧବାର ଦାନ ଅନ୍ୟ ସମସ୍ତେ ଦେଇଥିବା ଧନଠାରୁ ଅଧିକ।</verse>
				<verse number="44">ଧନୀ ଲୋକମାନେ ସେମାନଙ୍କର ବଳକା ଧନରୁ ଦେଇଛନ୍ତି, କିନ୍ତୁ ଏହି ସ୍ତ୍ରୀ ଲୋକଟି ତା’ର ଦାରିଦ୍ର୍ୟ ସତ୍ତେ୍ୱ ତା’ ପାଖରେ ଯାହା କିଛି ସମ୍ବଳ ଥିଲା, ସବୁ ଦେଇ ଦେଇଛି।”</verse>
			</chapter>
			<chapter number="13">
				<verse number="1">ଦିନେ ଯୀଶୁ ମନ୍ଦିରରୁ ବାହାରି ଚାଲି ଯାଉଥିବାବେଳେ ତାଙ୍କର ଜଣେ ଶିଷ୍ୟ କହିଲେ, “ଗୁରୁ! ଦେଖନ୍ତୁ, ମନ୍ଦିର ଗୃହ ଓ ତା’ର ପଥର ସବୁ କେଡ଼େ ଚମକ୍ରାର।”</verse>
				<verse number="2">ଯୀଶୁ ଉତ୍ତର ଦେଇ କହିଲେ, “ଆଜି ଏହି ବୃହତ୍ ଅଟ୍ଟାଳିକାକୁ ଦେଖୁଛ? ତାହାର ଗୋଟିଏ ହେଲେ ପଥର ନିଜ ସ୍ଥାନରେ ରହିବ ନାହିଁ। ତାହା ସମ୍ପୂର୍ଣ୍ଣ ଭୂମିସାତ୍ ହେବ।”</verse>
				<verse number="3">ଦିନେ ଯୀଶୁ ମନ୍ଦିର ସମ୍ମୁଖସ୍ଥ ଜୀତ ପର୍ବତ ଉପରେ ବସିଥିଲେ। ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଏକାନ୍ତରେ ତାଙ୍କ ନିକଟକୁ ଆସି ପଚାରିଲେ,</verse>
				<verse number="4">“ଏସବୁ କେବେ ଘଟିବ, ଆମକୁ କୁହନ୍ତୁ। କଅଣ ଦେଖି ଏସବୁ ପାଖ ହୋଇ ଆସିଲାଣି ବୋଲି ଆମେ ଜାଣିବୁ?”</verse>
				<verse number="5">ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, କେହି ଯେପରି ତୁମକୁ ପ୍ରତାରଣା ନ କରେ।</verse>
				<verse number="6">ଅନେକେ ମୋ’ ନାମ ନେଇ କହିବେ, ‘ମୁଁ ସେହି’ ଓ ଏହା ଦ୍ୱାରା ସେମାନେ ଅନେକଙ୍କୁ ବିଭ୍ରାନ୍ତ କରିବେ।</verse>
				<verse number="7">ନିକଟବର୍ତ୍ତୀ ଯୁଦ୍ଧର ଶବ୍ଦ ବା ଦୂରବର୍ତ୍ତୀ ଯୁଦ୍ଧର ସମ୍ବାଦ ଶୁଣି ତୁମ୍ଭେମାନେ ଆତଙ୍କିତ ହୁଅ ନାହିଁ। ଏଭଳି ଅନେକ ଘଟଣା ନିଶ୍ଚୟ ଘଟିଯିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅନ୍ତିମକାଳ ଉପସ୍ଥିତ।</verse>
				<verse number="8">ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବ। ଗୋଟିଏ ରାଜ୍ୟ ଆଉ ଗୋଟିଏ ରାଜ୍ୟକୁ ଆକ୍ରମଣ କରିବ। ସବୁଆଡ଼େ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ। କିନ୍ତୁ ଏଗୁଡ଼ିକ ପ୍ରସବ ବେଦନାର କେବଳ ପୂର୍ବ ସୂଚନା ମାତ୍ର।</verse>
				<verse number="9">“ତୁମ୍ଭମାନଙ୍କୁ ସାବଧାନ ରହିବାକୁ ହେବ। ତୁମ୍ଭେ ଗିରଫ ହୋଇ ଅଦାଲତକୁ ନିଆଯିବ। ତୁମେ ସମାଜ ଗୃହରେ ମାଡ଼ ଖାଇବ। ମୋ’ ଲାଗି ତୁମକୁ ଶାସକ ଓ ରାଜାମାନଙ୍କ ସମ୍ମୁଖରେ ଛିଡ଼ାହୋଇ ଏହି ଶୁଭବାର୍ତ୍ତା ଶୁଣାଇବାକୁ ହେବ।</verse>
				<verse number="10">କିନ୍ତୁ ସେ ଯାହା ହେଉନା କାହିଁକି, ଅନ୍ତିମକାଳ ଆସିବା ପୂର୍ବରୁ ସବୁ ଜାତିର ଲୋକଙ୍କ ନିକଟରେ ଏହି ସୁସମାଚାର ନିଶ୍ଚିତ ଭାବରେ ପ୍ରଚାରିତ ହେବ।</verse>
				<verse number="11">ତୁମ୍ଭେମାନେ ଗିରଫ ହୋଇ ଅଦାଲତକୁ ନିଆ ହେବାବେଳେ, ସେଠାରେ କ’ଣ କରିବାକୁ ହେବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଉଚିତ୍ ସମୟରେ କଅଣ କହିବାକୁ ହେବ, ତାହା ତୁମକୁ ଜଣାଇ ଦିଆଯିବ। ସେତେବେଳେ ତୁମକୁ ନିଜ ମନରୁ କିଛି କହିବାକୁ ପଡ଼ିବ ନାହିଁ। ତୁମେ ଯାହା କହିବ, ତାହା ପବିତ୍ର ଆତ୍ମା ଜଣାଇବେ।</verse>
				<verse number="12">ସେହି ସମୟରେ ଲୋକେ ନିଜ ଭାଇମାନଙ୍କୁ ପ୍ରାଣଦଣ୍ଡ ପାଇବାକୁ ସର୍ମପଣ କରିବେ। ବାପାମାନେ ନିଜ ପିଲାମାନଙ୍କ ପ୍ରତି ସେହିପରି କରିବେ। ପିଲାମାନେ ନିଜ ପିତାମାତାଙ୍କ ବିଷୟରେ ଉଠି ସେମାନଙ୍କୁ ହତ୍ୟା କରାଇବେ।</verse>
				<verse number="13">ମୋ’ ନିମନ୍ତେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ, କିନ୍ତୁ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଅଟଳ ରହିବେ, ସେମାନେ ପରିତ୍ରାଣ ପାଇବେ।</verse>
				<verse number="14">“ତୁମେ ସେହି ‘ଧ୍ୱଂସକାରୀ ଅଶୁଚି ବସ୍ତୁକୁ ଦେଖିବ - ଯେଉଁଠାରେ ତାହାର ରହିବା ଅନୁଚିତ, ସେଇଠି ତାକୁ ଦେଖିବ” - (ପାଠକ ଏକଥା ବୁଝିବାକୁ ଚେଷ୍ଟା କରନ୍ତୁ) “ସେତେବେଳେ ଯିହୂଦାର ଅଧିବାସୀମାନେ ପର୍ବତ ଉପରକୁ ପଳାଇ ଯାଆନ୍ତୁ।</verse>
				<verse number="15">ଯେ ଛାତ ଉପରକୁ ଯାଇଛି, ଘର ଭିତରୁ କୌଣସି ଜିନିଷ ନେବା ପାଇଁ ସେ ଓହ୍ଲାଇ ଆସି ସମୟ ନଷ୍ଟ ନ କରୁ।</verse>
				<verse number="16">ଯେ ବିଲକୁ ଯାଇଛି, ପୋଷାକ ନେବା ପାଇଁ ସେ ଘରକୁ ନ ଫେରୁ।</verse>
				<verse number="17">ସେତେବେଳେ ଗର୍ଭବତୀ ସ୍ତ୍ରୀମାନଙ୍କର ଓ କୋଳରେ ଶିଶୁ ଧରିଥିବା ମାଆମାନଙ୍କର କି ଦୁର୍ଦ୍ଦଶା ନ ହେବ।</verse>
				<verse number="18">ଈଶ୍ୱରଙ୍କୁ ପ୍ରାର୍ଥନା କର, ଏହି ଘଟଣାଗୁଡ଼ିକ ଯେପରି ଶୀତ ଦିନେ ନ ହୁଏ।</verse>
				<verse number="19">ସେହି ଦୁର୍ଦ୍ଦିନରେ ଦୁଃଖକଷ୍ଟ ସବୁ ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟିଯାଇଥିବା ସମସ୍ତ କ୍ଲେଶରୁ ଅଧିକ ଭୟଙ୍କର ହେବ।</verse>
				<verse number="20">କିନ୍ତୁ ପ୍ରଭୁ ସେହି ଦୁର୍ଦ୍ଦିନର ସମୟକୁ ହ୍ରାସ କରି ଦେଇଛନ୍ତି। ତା’ ନ ହୋଇଥିଲେ, ସେଥିରୁ କେହି ରକ୍ଷା ପାଇ ପାରିବେ ନାହିଁ। ତାଙ୍କର ମନୋନୀତ ଲୋକମାନଙ୍କ ଲାଗି ସେହି ସମୟକୁ ସୀମିତ କରିଛନ୍ତି।</verse>
				<verse number="21">ସେତେବେଳେ ଯଦି କେହି କହେ, ‘ଦେଖ, ମସୀହ ଏଇଠି ଅଛନ୍ତି,’ କିମ୍ବା ‘ଦେଖ, ମସୀହ ସେଇଠି ଅଛନ୍ତି,’ ତାକୁ ବିଶ୍ୱାସ କର ନାହିଁ।</verse>
				<verse number="22">ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।</verse>
				<verse number="23">ତୁମ୍ଭେମାନେ ସାବଧାନ ରୁହ। ଏ ସମସ୍ତ ଘଟିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଉଛି।</verse>
				<verse number="24">“ସେହି ଦୁର୍ଦ୍ଦିଗ ଆସିବା ପରେ ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକଶୂନ୍ୟ ହୋଇଯିବ,</verse>
				<verse number="25">ନକ୍ଷତ୍ରମାନେ ଆକାଶରୁ ଖସ ପଡ଼ିବେ ଏବଂ ମହାଶୂନ୍ୟର ଗ୍ରହ ଉପଗ୍ରହ କକ୍ଷଚ୍ୟୁତ ହେବେ।</verse>
				<verse number="26">ସେତେବେଳେ ମନୁଷ୍ୟପୁତ୍ର ଗୌରବ ଓ ମହାପରାକ୍ରମରେ ମେଘମାଳାରେ ଆସିବେ।</verse>
				<verse number="27">ତାଙ୍କର ମନୋନୀତ ଲୋକମାନଙ୍କୁ ଜଗତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ଖୋଜି ସଂଗ୍ରହ କରିବା ପାଇଁ ସେ ତାଙ୍କ ସ୍ୱର୍ଗଦୂତମାନଙ୍କୁ ଚତୁର୍ଦ୍ଦିଗ ପଠାଇବେ।</verse>
				<verse number="28">“ଡ଼ିମିରି ଗଛରୁ ଶିକ୍ଷା ଗ୍ରହଣ କର। ଯେତେବେଳେ ତା’ର କୋମଳ ଶାଖାପ୍ରାଶାଖାରୁ ନୂଆ ପତ୍ର ବାହାରେ, ଗ୍ରୀଷ୍ମଋତୁ ଆସନ୍ନ ବୋଲି ତୁମ୍ଭେମାନେ ଜାଣିପାର।</verse>
				<verse number="29">ଠିକ୍ ସେହିପରି ଏହିସବୁ ଘଟଣା ଦେଖିଲେ, ଅନ୍ତିମକାଳ ନିକଟ ହେଲା ବୋଲି ଜାଣିବ।</verse>
				<verse number="30">ମନେରଖ, ବର୍ତ୍ତମାନ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ମୃତ୍ୟୁ ପୂର୍ବରୁ ଏହିସବୁ ବିଷୟ ଘଟିବ।</verse>
				<verse number="31">ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ, କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।</verse>
				<verse number="32">“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି ଜାଣନ୍ତି ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ଏକଥା ଜାଣନ୍ତି ନାହିଁ - କେବଳ ପିତା ଈଶ୍ୱର ହିଁ ଜାଣନ୍ତି।</verse>
				<verse number="33">ସାବଧାନ ହୋଇ ଜାଗିରୁହ, କାରଣ କେତେବେଳେ ସେହି ସମୟ ଆସିବ, ତୁମେ ଜାଣ ନାହିଁ।</verse>
				<verse number="34">ଜଣେ ଲୋକ ଯାତ୍ରା କରିବାକୁ ବାହାରିବାବେଳେ ତା’ ଘରଟି ଦାସମାନଙ୍କ ଦାୟିତ୍ୱରେ ଛାଡ଼ିଦେଇ ଯାଏ। ସେମାନଙ୍କ ମଧ୍ୟରୁ କିଏ କଅଣ କରିବ, ବୁଝାଇ ଦେଇ, ପ୍ରହରୀକୁ ସଜାଗ ରହିବା ପାଇଁ କହିଦେଇ ଯାଏ।</verse>
				<verse number="35">ସେହିପରି ମୁଁ ମଧ୍ୟ ତୁମକୁ ସାବଧାନ କରିବାକୁ କହୁଛି, କାରଣ ଗୃହ ସ୍ୱାମୀ କେବେ ଆସିବେ, ତୁମେ ଜାଣ ନାହିଁ - ସନ୍ଧ୍ୟାବେଳେ କିମ୍ବା ଅଧ ରାତିରେ, ଉଷା ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟବେଳେ ସେ ଆସି ପାରନ୍ତି।</verse>
				<verse number="36">ସେ ଯଦି ହଠାତ୍ ଆସି ପହଞ୍ଚନ୍ତି, ତୁମକୁ ନିଦ୍ରିତାବସ୍ଥାରେ ସେ ନ ଦେଖନ୍ତୁ।</verse>
				<verse number="37">ମୁଁ ତୁମକୁ ଯାହା କହୁଛି, ଅନ୍ୟମାନଙ୍କୁ ମଧ୍ୟ ତାହା କହୁଛି - ‘ଜାଗି ରୁହ’।”</verse>
			</chapter>
			<chapter number="14">
				<verse number="1">ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀ ପର୍ବର ଦୁଇଦିନ ଆଗରୁ ଯୀଶୁଙ୍କୁ ଗୋପନରେ ନେଇ ହତ୍ୟା କରିବା ପାଇଁ ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଉପାୟ ଖୋଜିଲେ।</verse>
				<verse number="2">ସେମାନେ କହିଲେ, “ପର୍ବ ସମୟରେ ଏ କାର୍ଯ୍ୟ କରିବା ନାହିଁ, କାର ସେତେବେଳେ ଲୋକେ ଗଣ୍ଡଗୋଳ କରିପାରନ୍ତି।”</verse>
				<verse number="3">ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନ ନାମକ ଜଣେ ଲୋକର ଘରେ ଅତିଥି ହୋଇଥିଲେ। ଯୀଶୁ ସେଠାରେ ଭୋଜନରେ ବସିଥିବା ବେଳେ ଜଣେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟାମାଂସୀ ସୁଗନ୍ଧି ତୈଳପୂର୍ଣ୍ଣ ଗୋଟିଏ ଧଳା ପଥର ପାତ୍ର ନେଇ ଆସିଲା। ସେ ପାତ୍ରଟିକୁ ଭାଙ୍ଗି ଯୀଶୁଙ୍କ ମସ୍ତକ ଉପରେ ସବୁ ତୈଳ ଢ଼ାଳି ଦେଲା।</verse>
				<verse number="4">ସେଠାରେ ଥିବା କେତେକ ଲୋକ ତାହାର ଏହି କାର୍ଯ୍ୟ ଦେଖି ବିରକ୍ତ ହେଲେ ଏବଂ ପରସ୍ପର ଭିତରେ କୁହାକୁହି ହେଲେ, “ଏହି ସଗନ୍ଧି ତୈଳକୁ ଏପରି ଭାବରେ ନଷ୍ଟ କରିଦେବା ଉଚିତ୍ ହେଲା କି?</verse>
				<verse number="5">ତାକୁ ବିକ୍ରି କରିଦେଇଥିଲେ, ତିନି ଶହରୁ ଅଧିକ ରୌପ୍ୟ ମୁଦ୍ରା ମିଳି ଥାଆନ୍ତା ଏବଂ ସେହି ଟଙ୍କା ଗରିବମାନଙ୍କୁ ଦିଆଯାଇ ପାରିଥାଆନ୍ତା”। ସ୍ତ୍ରୀ ଲୋକଟିକୁ ସେମାନେ ବହୁ ସମାଲୋଚନା କଲେ।</verse>
				<verse number="6">କିନ୍ତୁ ଯୀଶୁ କହିଲେ, “ତାକୁ ଏତେ ହଇରାଣ କରୁଛ କାହିଁକି? ସେ ମୋ’ ପାଇଁ ଗୋଟିଏ ଅତି ସୁନ୍ଦର କାର୍ଯ୍ୟ କରିଛି।</verse>
				<verse number="7">ଗରିବ ଲୋକମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।</verse>
				<verse number="8">ତା’ର ସାମର୍ଥ୍ୟ ଅନୁସାରେ ସେ ଏହା ମୋ ପାଇଁ କରିଛି - ମୁଁ ସମାଧିସ୍ଥ ହେବା ପୂର୍ବରୁ ସେ ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳିଛି।</verse>
				<verse number="9">ମୁଁ କହୁଛି, ସାରା ଜଗତରେ ମୋର ସୁସମାଚାର ଯେଉଁଠାରେ ପ୍ରଚାର କରାଯିବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରିବା ପାଇଁ ଏ ସବୁ କୁହାଯାଉଥିବ।”</verse>
				<verse number="10">ଯୀଶୁଙ୍କ ଦ୍ୱାଦଶ ଶିଷ୍ୟ ମଧ୍ୟରୁ ଇଷ୍କରିୟୋଥ୍ ଯିହୁଦା ନାମକ ଜଣେ ଶିଷ୍ୟ ଯୀଶୁଙ୍କୁ ଧରାଇ ଦେବା ପାଇଁ ମୁଖ୍ୟ ପୁରୋହିତମାନଙ୍କ ନିକଟକୁ ଯାଇ ପ୍ରସ୍ତାବ କଲା।</verse>
				<verse number="11">ସେମାନେ ତା’ କଥାରେ ଖୁସି ହେଲେ ଏବଂ ତାକୁ ସେଥିପାଇଁ କିଛି ଟଙ୍କା ଦେବାକୁ ଚୁକ୍ତି କଲେ। ସେହି ସମୟରୁ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ପାଇଁ ଯିହୁଦା ସୁଯୋଗ ଖୋଜିବାକୁ ଲାଗିଲା।</verse>
				<verse number="12">‘ଖମୀରଶୂନ୍ୟ ରୋଟୀ’ ପର୍ବର ପ୍ରଥମ ଦିବସରେ ଯେତେବେଳେ ‘ନିସ୍ତାର’ ପର୍ବର ଭୋଜନ ନିମନ୍ତେ ମେଣ୍ଢାଛୁଆ ବଳି ଦିଆଯାଏ, ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ?”</verse>
				<verse number="13">ଯୀଶୁ ଦୁଇ ଜଣ ଶିଷ୍ୟଙ୍କୁ ଏ କାର୍ଯ୍ୟ ପାଇଁ ପଠାଇ କହିଲେ, “ତୁମେ ସହର ଭିତରକୁ ଯାଅ। ସେଠାରେ ମାଠିଆରେ ପାଣି ନେଇ ଯାଉଥିବା ଜଣେ ଲୋକ ତୁମକୁ ଭେଟିବେ।</verse>
				<verse number="14">ତା’ ପଛେ ପଛେ ଯାଇ ସେ ଯେପରି ଗୃହରେ ପ୍ରବେଶ କରିବ, ସେହି ଘରର ମାଲିକକୁ କୁହ, ‘ଗୁରୁ, ପଚାରୁଛନ୍ତି, କେଉଁ କୋଠରୀରେ ସେ ତାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ଭୋଜ ପାଳନ କରିବେ?’</verse>
				<verse number="15">ସେ ତୁମକୁ ଉପର ମହଲାରେ ଗୋଟଏ ସୁସଜ୍ଜିତ ପ୍ରଶସ୍ତ କୋଠରୀ ଦେଖାଇବେ। ସେଠାରେ ତୁମେ ଆମ ପାଇଁ ସମସ୍ତ ବିଷୟ ପ୍ରସ୍ତୁତ କରବ।”</verse>
				<verse number="16">ସେ ଦୁଇଜଣ ଶିଷ୍ୟ ସହରକୁ ଗଲେ ଏବଂ ଯୀଶୁ କହିବା ଅନୁଯାୟୀ ସବୁ କଥା ଦେଖିଲେ। ସେଠାରେ ସେମାନେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।</verse>
				<verse number="17">ସନ୍ଧ୍ୟାବେଳେ ଯୀଶୁ ଶିଷ୍ୟମାନଙ୍କ ସହିତ ସେହି ଗୃହରେ ଉପସ୍ଥିତ ହେଲେ।</verse>
				<verse number="18">ଭୋଜନରେ ବସିବାବେଳେ ଯୀଶୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ। ସେ ମୋ’ ସହିତ ଭୋଜନ କରୁଛି।”</verse>
				<verse number="19">ଶିଷ୍ୟମାନେ ଏ କଥାରେ ବ୍ୟଥିତ ହୋଇ ଜଣ ଜଣ ହୋଇ ପଚାରିଲେ, “ଆପଣ ନିଶ୍ଚୟ ମୋତେ ଲକ୍ଷ୍ୟ କରି ଏକଥା କହି ନାହାନ୍ତି!”</verse>
				<verse number="20">ଯୀଶୁ ଉତ୍ତର ଦେଲେ, “ତୁମ ବାର ଜଣ ଭିତରୁ ଜଣେ; ସେ ମୋ’ ସହିତ ଏକାପାତ୍ରରେ ରୋଟୀ ବୁଡ଼ାଇ ଖାଉଛି।</verse>
				<verse number="21">ଶାସ୍ତ୍ରରେ ଲେଖାଯାଇଥିବା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ। କିନ୍ତୁ ଯେଉଁ ଲୋକ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିବ, ତା’ର ଦଶା କେତେ ଭୟଙ୍କର ହେବ। ସେ ଜନ୍ମ ହୋଇ ନ ଥିଲେ ବରଂ ତା’ ପକ୍ଷେ ଭଲ ହୋଇ ଥାଆନ୍ତା।”</verse>
				<verse number="22">ସେମାନେ ଭୋଜନ କରିବା ସମୟରେ ଯୀଶୁ ଖଣ୍ଡିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଖାଅ - ଏହା ମୋର ଶରୀର।”</verse>
				<verse number="23">ତା’ପରେ ଦ୍ରାକ୍ଷାରସପୂର୍ଣ୍ଣ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଶିଷ୍ୟମାନଙ୍କୁ ଦେଲେ। ସୋମନେ ସେଥିରୁ ପାନ କଲେ।</verse>
				<verse number="24">ଯୀଶୁ କହିଲେ, “ଏହା ମୋର ରକ୍ତ, ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ତାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରିବ।</verse>
				<verse number="25">ତୁମ୍ଭମାନଙ୍କୁ କହି ରଖୁଛି, ଈଶ୍ୱରଙ୍କ ରାଜ୍ୟରେ ନୂତନ ଦ୍ରାକ୍ଷାରସ ପାନ କରିବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପାନ କରିବି ନାହିଁ।”</verse>
				<verse number="26">ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସ୍ତବ ଗାନ କରି ଜୀତ ପର୍ବତକୁ ଗଲେ।</verse>
				<verse number="27">ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଛାଡ଼ି ପଳାଇଯିବ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’</verse>
				<verse number="28">କିନ୍ତୁ ମୁଁ ପୁନରୁତ୍ଥିତ ହେବା ପରେ ତୁମ୍ଭମାନଙ୍କ ପୂର୍ବରୁ ଗାଲିଲୀକୁ ଯିବି।”</verse>
				<verse number="29">ପିତର କହିଲେ, “ଅନ୍ୟମାନେ ସମସ୍ତେ ଆପଣଙ୍କୁ ଛାଡ଼ି ଚାଲିଗଲେ ସୁଦ୍ଧା ମୁଁ କଦାପି ଯିବି ନାହିଁ।”</verse>
				<verse number="30">ଯୀଶୁ ପିତରଙ୍କୁ କହିଲେ, “ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।”</verse>
				<verse number="31">ପିତର ଆହୁରି ଦୃଢ଼ ଭାବରେ କହିଲେ, “ଆପଣଙ୍କ ସହିତ ମରିବାକୁ ହେଲେ ସୁଦ୍ଧା ମୁଁ କଦାପି ଆପଣଙ୍କୁ ଅସ୍ୱୀକାର କରିବି ନାହିଁ।” ଅନ୍ୟ ଶିଷ୍ୟମାନେ ମଧ୍ୟ ସେହିପରି କହିଲେ।</verse>
				<verse number="32">ତା’ପରେ ସେମାନେ ଗେଥସିମାନୀ ନାମକ ସ୍ଥାନକୁ ଆସିଲେ ଏବଂ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମେ ଏଇଠି ଟିକିଏ ବସ। ମୁଁ ପ୍ରାର୍ଥନା କରିବାକୁ ଯାଉଛି।”</verse>
				<verse number="33">ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ସେ ଆଗକୁ ଗଲେ। ସେ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହେଲେ</verse>
				<verse number="34">ଏବଂ ଶିଷ୍ୟମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି, ତୁମେ ଏଠାରେ ଜାଗି ରହିଥାଅ।”</verse>
				<verse number="35">ଯୀଶୁ ଆଉ ଟିକିଏ ଆଗକୁ ଯାଇ ଭୂମିରେ ମୁହଁମାଡ଼ି ପଡ଼ିଲେ ଏବଂ ଯଦି ସମ୍ଭବ ହୁଏ, ଦୁଃଖଭୋଗ ଦେଇ ନ ଯିବା ପାଇଁ ପ୍ରାର୍ଥନା କରି କହିଲେ,</verse>
				<verse number="36">“ହେ ମୋର ପିତଃ! ତୁମ ପକ୍ଷରେ ସବୁ ସମ୍ଭବ। ଏହି ବ୍ୟଥାର ପାନପାତ୍ର ମୋ’ଠାରୁ ଦୂରେଇ ନିଅ। ତଥାପି ମୋର ନୁହେଁ, ତୁମର ଇଚ୍ଛା ସଫଳ ହେଉ।”</verse>
				<verse number="37">ତା’ପରେ ସେ ଫେରି ଦେଖିଲେ, ତିନିଜଣଯାକ ଶିଷ୍ୟ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ଶିମୋନ, ଶୋଇ ପଡ଼ିଲ? ଘଣ୍ଟାକ ପାଇଁ ଜାଗି ରହି ପାରିଲ ନାହିଁ?”</verse>
				<verse number="38">ଯୀଶୁ ସେମାନଙ୍କୁ ପୁଣି ଥରେ କହିଲେ, “ଜାଗି ରୁହ ଏବଂ ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, କିନ୍ତୁ ଶରୀର ଦୁର୍ବଳ।”</verse>
				<verse number="39">ସେ ସେଠାରୁ ଆଉ ଥରେ ଦୂରକୁ ଯାଇ ପୂର୍ବ ପରି ପ୍ରାର୍ଥନା କଲେ ଏବଂ</verse>
				<verse number="40">ପୁଣି ଥରେ ଫେରିଆସି ଦେଖିଲେ, ଶିଷ୍ୟମାନେ ନିଦ୍ରିତ - ସେମାନେ ଆଖି ପତା ଖୋଲି ପାରୁ ନ ଥିଲେ। ତାଙ୍କୁ ସେମାନେ କି ଉତ୍ତର ଦେବେ, ଜାଣି ପାରିଲେ ନାହିଁ।</verse>
				<verse number="41">ତୃତୀୟ ଥର ଯୀଶୁ ଫେରିଆସି ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଏଯାଏ ଶୋଇ ବିଶ୍ରାମ କରୁଛ? ଯଥେଷ୍ଟ ହେଲାଣି। ଦେଖ! ମନୁଷ୍ୟପୁତ୍ର ଖଳ ଲୋକମାନଙ୍କ ହାତରେ ସମର୍ପିତ ହେବାର ସମୟ ଆସିଛି।</verse>
				<verse number="42">ଉଠ, ଯିବା, ଦେଖ, ମୋତେ ଧରାଇଦେବା ଲୋକ ଆସି ପହଞ୍ôଚଗଲାଣି।”</verse>
				<verse number="43">ଯୀଶୁ ଏକଥା କହିବାବେଳେ ତାଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା, ଠେଙ୍ଗା, ବାଡ଼ି ଧରି ଅନେକ ଲୋକ ଆସିଥିଲେ। ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଧର୍ମନେତାମାନେ ସେମାନଙ୍କୁ ପଠାଇଥିଲେ।</verse>
				<verse number="44">ବିଶ୍ୱାସଘାତକ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଆସିଥିବା ଲୋକମାନଙ୍କୁ ଗୋଟିଏ ସଙ୍କେତ ଦେବେ ବୋଲି ଠିକ୍ କରିଥିଲା। ସେମାନଙ୍କୁ କହିଥିଲା, “ଯାହାଙ୍କୁ ମୁଁ ଚୁମ୍ବନ ଦେବି, ସେ ହିଁ ତୁମ୍ଭମାନଙ୍କର ଖୋଜୁଥିବା ବ୍ୟକ୍ତି। ତାଙ୍କୁ ଗିରଫ କରି କଡ଼ା ପହରା ଦେଇ ନେଇଯିବ।”</verse>
				<verse number="45">ଯିହୁଦା ଆସି ପହଞ୍ଚିବାକ୍ଷଣି ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ “ଗୁରୁ” ବୋଲି ସମ୍ବୋଧନ କରି ଚୁମ୍ବନ ଦେଲା।</verse>
				<verse number="46">ତେଣୁ ସେମାନେ ଯୀଶୁଙ୍କୁ ଗିରଫ କରି ଦୃଢ଼ ଭାବରେ ଧରିଲେ।</verse>
				<verse number="47">କିନ୍ତୁ ନିକଟରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ତା’ର ଖଣ୍ଡା ବାହାର କରି ପ୍ରଧାନ ଯାଜକଙ୍କ ଦାସକୁ ଆଘାତ କରି ତା’ର କାନ କାଟି ପକାଇଲା।</verse>
				<verse number="48">ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ କଅଣ ଗୋଟିଏ ପଳାତକ ଦସ୍ୟୁ ଓ ଠେଙ୍ଗା, ବାଡ଼ି ନେଇ ମୋତେ ଧରିବାକୁ ଆସିଛ?</verse>
				<verse number="49">ଦିନ ଦିନ ଧରି ମୁଁ ମନ୍ଦିରରେ ଶିକ୍ଷା ଦେଉଥିଲି; ସେତେବେଳେ ତ ମୋତେ ଗିରଫ କଲ ନାହିଁ। କିନ୍ତୁ ଶାସ୍ତ୍ରର ସବୁ କଥା ନିଶ୍ଚୟ ସଫଳ ହେବ।”</verse>
				<verse number="50">ଇତି ମଧ୍ୟରେ ଶିଷ୍ୟମାନେ ସମସ୍ତେ ତାଙ୍କୁ ଛାଡ଼ି ଚାଲିଗଲେ।</verse>
				<verse number="51">ଜଣେ ଯୁବକ ଖଣ୍ଡିଏ ଚାଦର ଘୋଡ଼ାଇ ହୋଇ ଯୀଶୁଙ୍କ ପଛେ ପଛେ ଚାଲୁଥିଲା। ସେମାନେ ତାକୁ ମଧ୍ୟ ଧରିବାକୁ ଯିବାବେଳେ,</verse>
				<verse number="52">ସେ ତା’ର ଲୁଗା ଫୋପାଡ଼ି ଦେଇ ଫୁଙ୍ଗୁଳା ଦେହରେ ଦୌଡ଼ି ପଳାଇଗଲା।</verse>
				<verse number="53">ତା’ପରେ ସେମାନେ ଯୀଶୁଙ୍କୁ ପ୍ରଧାନ ପୁରୋହିତଙ୍କ ଗୃହକୁ ନେଇଗଲେ। ସେଠାରେ ମୁଖ୍ୟ ପୁରୋହିତମାନେ, ଧର୍ମନେତା ଓ ଧର୍ମଗୁରୁମାନେ ଏକତ୍ର ହୋଇଥିଲେ।</verse>
				<verse number="54">ପିତର କିଛି ଦୂରରେ ଥାଇ ସେମାନଙ୍କ ପଛେ ପଛେ ଗଲେ ଓ ପ୍ରଧାନ ପୁରୋହିତଙ୍କ ଗୃହର ପ୍ରାଙ୍ଗଣରେ ପ୍ରବେଶ କଲେ। ସେଠାରେ ପ୍ରହରୀମାନଙ୍କ ସହିତ ନିଜକୁ ଉଷୁମ୍ କରିବା ପାଇଁ ନିଆଁ ପାଖରେ ବସିଲେ।</verse>
				<verse number="55">ମୁଖ୍ୟ ପୁରୋହିତ ଓ ମହାସଭାର ସଦସ୍ୟମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ତାଙ୍କ ବିରୁଦ୍ଧରେ ପ୍ରମାଣ ଖୋଜିବାକୁ ଲାଗିଲେ, କିନ୍ତୁ କିଛି ପାଇଲେ ନାହିଁ।</verse>
				<verse number="56">କେତେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ, କିନ୍ତୁ ସେମାନଙ୍କ ସାକ୍ଷ୍ୟ ପରସ୍ପର ସହିତ ମେଳ ଖାଇଲା ନାହିଁ।</verse>
				<verse number="57">ତା’ପରେ କେତେକ ଲୋକ ଠିଆ ହୋଇ ଯୀଶୁଙ୍କ ବିରୁଦ୍ଧରେ ଆଉ ଗୋଟିଏ ମିଛ କଥା କହିଲେ।</verse>
				<verse number="58">ସେମାନେ କହିଲେ, “ଆମେ ଶୁଣିଛୁ, ସେ କହୁଥିଲା, ‘ମନୁଷ୍ୟ ହସ୍ତନିର୍ମିତ ଏହି ମନ୍ଦିରକୁ ମୁଁ ଭୂମିସାତ୍ କରି, ତିନିଦିନ ଭିତରେ ମନୁଷ୍ୟ ତିଆରି କରି ନ ଥିବା ଆଉ ଗୋଟିଏ ମନ୍ଦିର ତୋଳି ଦେବି’।”</verse>
				<verse number="59">ଏମାନଙ୍କ କଥାଗୁଡ଼ାକ ମଧ୍ୟ ପରସ୍ପର ସହିତ ମେଳ ଖାଇଲା ନାହିଁ।</verse>
				<verse number="60">ପ୍ରଧାନ ପୁରୋହିତ ସମସ୍ତଙ୍କ ସମ୍ମୁଖରେ ଠିଆ ହୋଇ ଯୀଶୁଙ୍କୁ ପ୍ରଶ୍ନ କଲେ, “ତୁମ ବିରୁଦ୍ଧରେ ସେମାନେ ଆଣିଥିବା ଏହି ଅଭିଯୋଗ ବିରୁଦ୍ଧରେ ତୁମର କଅଣ କିଛି କହିବାର ନାହିଁ?”</verse>
				<verse number="61">କିନ୍ତୁ ଯୀଶୁ କିଛି ନ କହି ନୀରବ ରହିଲେ। ପ୍ରଧାନ ପୁରୋହିତ ପୁନର୍ବାର ତାଙ୍କୁ ପଚାରିଲେ, “ତୁମେ କଅଣ ମସୀହ - ମହାମହିମ ଈଶ୍ୱରଙ୍କ ପୁତ୍ର?”</verse>
				<verse number="62">ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ସେହି। ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇଥିବା ଦେଖିବ ଓ ସେ ସ୍ୱର୍ଗରୁ ମେଘମାଳାରେ ଆସିବା ମଧ୍ୟ ଦେଖିବ।”</verse>
				<verse number="63">ପ୍ରଧାନ ପୁରୋହିତ ନିଜର ପୋଷାକ ଚିରି ପକାଇ କହିଲେ, “ଆଉ ଅନ୍ୟ ସାକ୍ଷୀର ପ୍ରୟୋଜନ ନାହିଁ,</verse>
				<verse number="64">ସେ ଈଶ୍ୱରନିନ୍ଦା କରିଛି, ତୁମ୍ଭେମାନେ ଶୁଣିଛ। ତୁମ୍ଭମାନଙ୍କର ନିଷ୍ପତ୍ତି କ’ଣ?” ସେମାନେ ତାଙ୍କ ବିରୁଦ୍ଧରେ ମତ ଦେଇ କହିଲେ ଯେ ସେ ଦୋଷୀ ଏବଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।</verse>
				<verse number="65">କେତେକ ଯୀଶୁଙ୍କ ଉପରେ ଛେପ ପକାଇଲେ। ସେମାନେ ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ତାଙ୍କୁ ପ୍ରହାର କରି ପଚାରିଲେ, “କିଏ ତୋତେ ମାରିଛି, କହ”। ପ୍ରହରୀମାନେ ତାଙ୍କୁ ଧରି ଚାପୁଡ଼ା ମାରିଲେ।</verse>
				<verse number="66">ପିତର ପ୍ରଧାନ ପୁରୋହିତଙ୍କ ଗୃହ ପ୍ରାଙ୍ଗଣ ଭିତରେ ଥିବା ସମୟରେ ପ୍ରଧାନ ପୁରୋହିତଙ୍କର ଗୋଟିଏ ଦାସୀ ସେହି ବାଟ ଦେଇ ଗଲା</verse>
				<verse number="67">ଏବଂ ପିତର ନିଆଁ ପୋଇଁବା ଦେଖି ତାଙ୍କୁ ନିରୀକ୍ଷଣ କରି କହିଲା, “ତୁମେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସଙ୍ଗରେ ଥିଲେ।”</verse>
				<verse number="68">ପିତର ନାସ୍ତି କରି କହିଲେ, “ମୁଁ ତାଙ୍କୁ ଜାଣେ ନାହିଁ। ତୁମେ କଅଣ କହୁଛ ମୁଁ ବୁଝି ପାରୁ ନାହିଁ।” ଏହା କହି ସେ ପ୍ରାଙ୍ଗଣର ରାସ୍ତାଆଡ଼କୁ ଚାଲିଗଲେ। ତତ୍କ୍ଷଣାତ୍ କୁକୁଡ଼ା ଡ଼ାକିଲା।</verse>
				<verse number="69">ସେହି ଦାସୀ ତାଙ୍କୁ ଆଉ ଥରେ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲା, “ଏ ଲୋକ ସେମାନଙ୍କ ମଧ୍ୟରୁ ଜଣେ।”</verse>
				<verse number="70">ପିତର ପୁନର୍ବାର ନାସ୍ତି କଲେ। କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ତୁମେ ତାଙ୍କ ଦଳର ବୋଲି ନାସ୍ତି କରି ପାରିବ ନାହିଁ। କାରଣ ତୁମେ ମଧ୍ୟ ଗାଲିଲୀର ଲୋକ।”</verse>
				<verse number="71">ପିତର ଉତ୍ତର ଦେଲେ, “ମୁଁ ରାଣ ପକାଇ କହୁଛି, ମୋ’ କଥା ସତ। ନୋହିଲେ ଈଶ୍ୱର ମୋତେ ଶାସ୍ତି ଦିଅନ୍ତୁ। ଯାହାଙ୍କ କଥା କହୁଛ, ତାଙ୍କୁ ମୁଁ ମୋଟେ ଜାଣେ ନାହିଁ।”</verse>
				<verse number="72">ସେହିକ୍ଷଣି ତୃତୀୟ ଥର କୁକୁଡ଼ା ଡ଼ାକିଲା ଏବଂ ପିତରଙ୍କ ମନେ ପଡ଼ିଲା; ଯୀଶୁ କହିଥିଲେ, “କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।” ସେ ଦୁଃଖରେ ଭାଙ୍ଗିପଡ଼ି କାନ୍ଦିଲେ।</verse>
			</chapter>
			<chapter number="15">
				<verse number="1">ମୁଖ୍ୟ ପୁରୋହିତମାନେ ରାତି ପାହିଲାକ୍ଷଣି ଧର୍ମନେତା, ଧର୍ମଗୁରୁ ଓ ମହାସଭାର ସଦସ୍ୟମାନଙ୍କ ସହିତ ତରବରରେ ପରାମର୍ଶ କରି ସେମାନଙ୍କର କର୍ମପନ୍ଥା ସ୍ଥିର କଲେ। ଯୀଶୁଙ୍କୁ ଜଞ୍ଜିରରେ ବାନ୍ଧି ନେଇ ଯାଇ ପିଲାତଙ୍କ ହସ୍ତରେ ସମର୍ପଣ କଲେ।</verse>
				<verse number="2">ପିଲାତ ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କର ରାଜା?”</verse>
				<verse number="3">ଯୀଶୁ ଉତ୍ତର ଦେଲେ, “ଆପଣ ତ ତାହା କହୁଛନ୍ତି।” ମୁଖ୍ୟ ପୁରୋହିତମାନେ ଯୀଶୁଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରୁଥିଲେ।</verse>
				<verse number="4">ତେଣୁ ପିଲାତ ପୁନର୍ବାର ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଉତ୍ତର ଦେବ ନାହିଁ? ତୁମ ବିରୁଦ୍ଧରେ ହେଉଥିବା ଏସବୁ ଅଭିଯୋଗ ଶୁଣୁଛ ତ!”</verse>
				<verse number="5">ଯୀଶୁ ଗୋଟିଏ ସୁଦ୍ଧା ନ କହିବାରୁ ପିଲାତ ବିସ୍ମିତ ହେଲେ।</verse>
				<verse number="6">ପ୍ରତି ବର୍ଷ ନିସ୍ତାର ପର୍ବ ସମୟରେ ଲୋକମାନଙ୍କ ଦାବୀ ଅନୁଯାୟୀ ପିଲାତ ଗୋଟିଏ ବନ୍ଦୀକୁ ମୁକ୍ତ କରି ଦେଉଥିଲେ।</verse>
				<verse number="7">ସେତେବେଳେ ହିଂସାକାଣ୍ଡ ଓ ନରହତ୍ୟା ଅପରାଧରେ ଅଭିଯୁକ୍ତ କେତେକ ବିଦ୍ରୋହୀଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ କାରାଦଣ୍ଡ ଭୋଗ କରୁଥିଲା।</verse>
				<verse number="8">ଯେତେବେଳେ ସମବେତ ହୋଇଥିବା ଲୋକମାନେ ପୂର୍ବ ରୀତି ଅନୁସାରେ ଜଣକୁ ଛାଡ଼ି ଦେବା ପାଇଁ ଦାବୀ କଲେ;</verse>
				<verse number="9">ପିଲାତ ସେମାନଙ୍କୁ ପଚାରିଲେ, “ଇହୁଦୀମାନଙ୍କ ରାଜାଙ୍କୁ ମୁଁ ମୁକ୍ତ କରିଦିଏ ବୋଲି କଅଣ ତୁମ୍ଭେମାନେ ଚାହୁଁଛ?”</verse>
				<verse number="10">ପିଲାତ ଜାଣିଥିଲେ ଯେ ମୁଖ୍ୟ ପୁରୋହିତମାନେ କେବଳ ହିଂସାପ୍ରଣୋଦିତ ହୋଇ ଯୀଶୁଙ୍କୁ ତାଙ୍କ ହାତରେ ସମର୍ପଣ କରିଛନ୍ତି।</verse>
				<verse number="11">କିନ୍ତୁ ବାରବ୍ବାକୁ ମୁକ୍ତ କରିବା ଲାଗି ପିଲାତଙ୍କଠାରୁ ଦାବୀ ଜଣାଇବାକୁ ମୁଖ୍ୟ ପୁରୋହିତମାନେ ଜନତାକୁ ମତାଇଲେ।</verse>
				<verse number="12">ପିଲାତ ପୁନର୍ବାର ଲୋକମାନଙ୍କୁ ପଚାରିଲେ, “ତା’ହେଲେ ତୁମେ ଯାହାଙ୍କୁ ଇହୁଦୀମାନଙ୍କର ରାଜା ବୋଲି କହୁଛ, ତାଙ୍କୁ ମୁଁ କଅଣ କରିବି?”</verse>
				<verse number="13">ଲୋକମାନେ ଚିକ୍ରାର କରି କହିଲେ, “ତାକୁ କ୍ରୁଶରେ ଚଢ଼ାନ୍ତୁ।”</verse>
				<verse number="14">ପିଲାତ ପଚାରିଲେ, “କିନ୍ତୁ ସେ କି ଦୋଷ କରିଛି?” ସେମାନେ ଆହୁରି ଜୋର୍ରେ ପାଟି କରି କହିଲେ, “ତାକୁ କ୍ରୁଶରେ ଚଢ଼ାନ୍ତୁ।”</verse>
				<verse number="15">ପିଲାତ ଜନତାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ, ତେଣୁ ସେ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ମାରି କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।</verse>
				<verse number="16">ସୈନିକମାନେ ଯୀଶୁଙ୍କୁ ପିଲାତଙ୍କ ପ୍ରାସାଦର ପ୍ରାଙ୍ଗଣକୁ ନେଇଗଲେ। ସେଠାରେ ସୈନିକମାନେ ସମସ୍ତେ ଏକତ୍ର ହେଲେ।</verse>
				<verse number="17">ସେମାନେ ଯୀଶୁଙ୍କୁ ଗୋଟିଏ ବାଇଗଣି ରଙ୍ଗର ବସ୍ତ୍ର ପିନ୍ଧାଇଲେ ଏବଂ କଣ୍ଟାଗଛ ଡ଼ାଳର ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡରେ ପିନ୍ଧାଇଲେ।</verse>
				<verse number="18">ତା’ପରେ ସେମାନେ ଯୀଶୁଙ୍କୁ ନମସ୍କାର କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”</verse>
				<verse number="19">ସେମାନେ ତାଙ୍କ ମୁଣ୍ଡକୁ ବାଡ଼ିରେ ବାଡ଼େଇଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ଆଣ୍ଠୋଇ ପଡ଼ି ତାଙ୍କୁ ପ୍ରଣାମ କଲେ।</verse>
				<verse number="20">ଏପରି ଭାବରେ ତାଙ୍କୁ ପରିହାସ କରି ସାରିବା ପରେ ବାଇଗଣିଆ ପୋଷାକ କାଢ଼ି ନେଇ ତାଙ୍କ ନିଜ ପୋଷାକ ପିନ୍ଧାଇ ଦେଲେ। ଏହାପରେ ତାଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ନେଇଗଲେ।</verse>
				<verse number="21">ବାଟରେ ସେମାନେ ଶିମୋନ ନାମକ ଜଣେ ଲୋକଙ୍କୁ ଭେଟିଲେ। ସେ ଗ୍ରାମରୁ ସହରକୁ ଆସୁଥିଲା। ଯୀଶୁଙ୍କୁ କ୍ରୁଶ ବହନ କରିବା ପାଇଁ ସୈନ୍ୟମାନେ ତାକୁ ବାଧ୍ୟ କଲେ (ଏହି ଶିମୋନ କୁରିଣିର ଲୋକ ଥିଲା। ତାହାର ଦୁଇ ପୁତ୍ର ଥିଲେ - ଆଲେକ୍ଜାଣ୍ଡାର ଓ ରୁଫସ)</verse>
				<verse number="22">ଯୀଶୁଙ୍କୁ ଗଲଗାଥା ନାମକ ଗୋଟିଏ ସ୍ଥାନକୁ ନେଇଗଲେ।</verse>
				<verse number="23">(ଗଲଗଥାର ଅର୍ଥ କପାଳସ୍ଥଳୀ) ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ନିଶାଦ୍ରବ୍ୟ ପିଇବା ପାଇଁ ଦେଲେ। କିନ୍ତୁ ଯୀଶୁ ତାହା ପିଇଲେ ନାହିଁ।</verse>
				<verse number="24">ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ଏବଂ ଗୁଲିବାଣ୍ଟ ଦ୍ୱାରା ତାଙ୍କ ବସ୍ତ୍ର ସବୁ ନିଜ ନିଜ ଭିତରେ ଭାଗ କରି ନେଲେ।</verse>
				<verse number="25">ଦିନ ନଅଟାବେଳେ ଯୀଶୁ କ୍ରୁଶବିଦ୍ଧ ହେଲେ।</verse>
				<verse number="26">ତାଙ୍କ ସମ୍ପର୍କରେ ଅଭିଯୋଗ ବିଜ୍ଞପ୍ତି-ପତ୍ରରେ ଏହିପରି ଲେଖା ହୋଇଥିଲା: “ଇହୁଦୀମାନଙ୍କର ରାଜା”।</verse>
				<verse number="27">ସେମାନେ ସେ ଦିନ ଦୁଇଜଣ ଦସ୍ୟୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇଲେ - ଜଣଙ୍କୁ ଯୀଶୁଙ୍କ ବାମ ପାଶ୍ୱର୍ରେ ଓ ଆଉ ଜଣକୁ ତାଙ୍କ ଦକ୍ଷିଣ ପାଶ୍ୱର୍ରେ କ୍ରୁଶବିଦ୍ଧ କଲେ।</verse>
				<verse number="28">“ସେ ଅପରାଧୀମାନଙ୍କ ସହିତ ସମଦଶାପନ୍ନ ହେଲେ।” ଶାସ୍ତ୍ରର ଏହି ଭବିଷ୍ୟଦ୍ବାଣୀ ଏହିପରି ସଫଳ ହେଲା।</verse>
				<verse number="29">ସେବାଟେ ଯାଉଥିବା ଲୋକମାନେ ମୁଣ୍ଡ ହଲାଇ ଯୀଶୁଙ୍କୁ ଅପମାନ ଦେଇ କହିଲେ, “ଓହୋ! ତୁମେ ପରା ମନ୍ଦିରକୁ ଭାଙ୍ଗି ତିନିଦିନରେ ପୁଣି ତୋଳି ଦେଉଥିଲ।</verse>
				<verse number="30">ଏବେ କ୍ରୁଶରୁ ଓହ୍ଲାଇ ଆସି ନିଜକୁ ରକ୍ଷା କର।”</verse>
				<verse number="31">ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ମଧ୍ୟ ସେହିପରି ତାଙ୍କୁ ବିଦ୍ରୂପ କରି ପରସ୍ପର ଭିତରେ କୁହାକୁହି ହେଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା, କିନ୍ତୁ ନିଜକୁ ରକ୍ଷା କରିପାରୁ ନାହିଁ।</verse>
				<verse number="32">ଇଶ୍ରାୟେଲର ରାଜା ମସୀହ ଏବେ କ୍ରୁଶରୁ ଓହ୍ଲାଇ ପଡ଼ନ୍ତୁ, ତା’ହେଲେ ଆମେ ତାଙ୍କୁ ବିଶ୍ୱାସ କରିବା।” ତାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିବା ଦୁଇଜଣ ଦସ୍ୟୁ ମଧ୍ୟ ତାଙ୍କୁ ତାତ୍ସଲ୍ୟ କରି କହିଲେ।</verse>
				<verse number="33">ସେଦିନ ମଧ୍ୟାହ୍ନବେଳୁ ତିନି ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା।</verse>
				<verse number="34">ଅପରାହ୍ନ ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହଲେ, “ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ।” ଅର୍ଥାତ୍, “ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”</verse>
				<verse number="35">ତାଙ୍କର ଏକଥା ଶୁଣି କେତେକ କହିଲେ, “ଶୁଣ, ସେ ଏଲିୟଙ୍କୁ ଡ଼ାକୁଛନ୍ତି।”</verse>
				<verse number="36">ସେମାନଙ୍କୁ ମଧ୍ୟରୁ ଜଣେ ଦୌଡ଼ିଯାଇ ଖଣ୍ଡିଏ ସ୍ପଞ୍ଜକୁ ଅମ୍ଲ ରସରେ ବୁଡ଼ାଇ ଗୋଟିଏ ବେତ ଆଗରେ ବାନ୍ଧିଲା ଓ ତାହା ଯୀଶୁଙ୍କ ଓଠ ପାଖକୁ ଉଠାଇ ଧରି କହିଲା, “ରହ ଦେଖିବା, ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଏଲିୟ ଆସୁଛନ୍ତି କି ନାହିଁ?”</verse>
				<verse number="37">ଯୀଶୁ ସେହିକ୍ଷଣି ଉଚ୍ଚସ୍ୱରରେ ଚିକ୍ରାର କରି ପ୍ରାଣତ୍ୟାଗ କଲେ।</verse>
				<verse number="38">ମନ୍ଦିରରେ ଝୁଲୁଥିବା ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା।</verse>
				<verse number="39">ଜଣେ ସେନାପତି ଯୀଶୁଙ୍କ କ୍ରୁଶ ସମ୍ମୁଖରେ ଠିଆହୋଇ ସେ କିପରି ଭାବରେ ପ୍ରାଣତ୍ୟାଗ କଲେ, ଲକ୍ଷ୍ୟ କରୁଥିଲା। ସେ କହିଲା, “ଏହି ବ୍ୟକ୍ତି ବାସ୍ତବିକ୍ ଈଶ୍ୱରଙ୍କ ପୁତ୍ର।”</verse>
				<verse number="40">କେତେକ ସ୍ତ୍ରୀ ଲୋକ ଦୂରରେ ଥାଇ ଏସବୁ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମଗ୍ଦଲିନୀ ମରିୟମ, ଛୋଟ ଯାକୁବ ଓ ଯୋଶୀଙ୍କ ମାତା ମରିୟମ ଓ ଶଲୋମୀ।</verse>
				<verse number="41">ଯୀଶୁ ଗାଲିଲୀରେ ଥିବାବେଳେ ସେମାନେ ତାଙ୍କୁ ଅନୁସରଣ କରି ସାହାଯ୍ୟ କରୁଥିଲେ। ତାଙ୍କ ସହିତ ଯିରୂଶାଲମକୁ ଆସୁଥିବା ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ସେଠାରେ ଉପସ୍ଥିତ ହେଲେ।</verse>
				<verse number="42">ସେଦିନ ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ଆସି ପହଞ୍ôଚଲେ। ସେ ମହାସଭାର ଜଣେ ସମ୍ମାନାସ୍ପଦ ସଦସ୍ୟ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ।</verse>
				<verse number="43">ସେଦିନ ଥିଲା ପ୍ରସ୍ତୁତି ଦିବସ ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ। ଯୋସେଫ ନିର୍ଭୀକ ଭାବରେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ମୃତ ଦେହ ନେଇଯିବା ପାଇଁ ଅନୁମତି ମାଗିଲେ।</verse>
				<verse number="44">ଯୀଶୁ ସେତେବେଳେ ମରିଯାଇଛନ୍ତି ଶୁଣି ପିଲାତ ବିସ୍ମିତ ହେଲେ। ସଂପୃକ୍ତ ସେନପତିଙ୍କୁ ଡ଼ାକି ଯୀଶୁ ବହୁ ସମୟ ହେଲା ମରିଯାଇଛନ୍ତି କି ବୋଲି ପଚାରିଲେ।</verse>
				<verse number="45">ତାଙ୍କଠାରୁ ଏ ବିଷୟରେ ନିଶ୍ଚିତ ବିବରଣୀ ଶୁଣି ପିଲାତ ଯୀଶୁଙ୍କ ଶରୀର ନେଇ ଯିବା ପାଇଁ ଯୋସେଫଙ୍କୁ ଅନୁମତି ଦେଲେ।</verse>
				<verse number="46">ଯୋସେଫ ଯୀଶୁଙ୍କ ଶରୀରକୁ କ୍ରୁଶରୁ ଓହ୍ଲାଇ ଆଣିଲେ ଓ ଖଣ୍ଡିଏ ଚାଦର ଆଣି ଯୀଶୁଙ୍କ ଶରୀରକୁ ସେଥିରେ ଗୁଡ଼ାଇ ଦେଲେ ଏବଂ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ କବରରେ ନେଇ ତାହା ରଖିଲେ। ପୁଣି ଗୋଟିଏ ବଡ଼ ପଥର ଗଡ଼ାଇ କବରର ମୁହଁ ବନ୍ଦ କଲେ।</verse>
				<verse number="47">ମଗଦଲିନୀ ମରିୟମ ଓ ଯୋଶୀଙ୍କ ମାତା ମରିୟମ ସେଠାରେ ଉପସ୍ଥିତ ରହି ଯୀଶୁଙ୍କ ଶରୀର କେଉଁଠି ରଖାଗଲା, ଦେଖିଥିଲେ।</verse>
			</chapter>
			<chapter number="16">
				<verse number="1">ବିଶ୍ରାମବାର ସମାପ୍ତ ହେଲା ପରେ ମଗଦଲିନୀ ମରିୟମ; ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ଯୀଶୁଙ୍କ ଶରୀରରେ ମଖାଇବା ପାଇଁ କେତେ ପ୍ରକାର ସୁଗନ୍ଧି ଦ୍ରବ୍ୟ କିଣି ଆଣିଲେ।</verse>
				<verse number="2">ରବିବାର ଦିନ ପାହାନ୍ତା ସମୟରେ ଠିକ୍ ସୂର୍ଯ୍ୟୋଦୟ ସମୟରେ ସେମାନେ କବରକୁ ଗଲେ।</verse>
				<verse number="3">ବାଟରେ ସେମାନେ ପରସ୍ପରକୁ କହିଲେ, “କବର ମୁହଁରୁ ଆମ ପାଇଁ ସେ ପଥରଟିକୁ କିଏ ଗଡ଼ାଇ ଦେବ?” (ତାହା ଗୋଟିଏ ପ୍ରକାଣ୍ଡ ପଥର ଥିଲା)</verse>
				<verse number="4">କିନ୍ତୁ ସେମାନେ ଚାହିଁ ଦେଖିଲେ, ପଥରଟି ଗଡ଼ାଇ ଦିଆଯାଇଛି।</verse>
				<verse number="5">ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।</verse>
				<verse number="6">ଯୁବକ କହିଲେ, “ଭୟ କର ନାହିଁ। ମୁଁ ଜାଣେ, ତୁମେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କୁ ଖୋଜୁଛ। ସେ ଏଠାରେ ନାହାନ୍ତି। ସେ ପୁନର୍ଜୀବିତ ହୋଇଛନ୍ତି। ଦେଖ, ସେମାନେ ଏ ସ୍ଥାନରେ ତାଙ୍କୁ ରଖିଥିଲେ।</verse>
				<verse number="7">ବର୍ତ୍ତମାନ ଯାଇ ପିତର ଓ ଯୀଶୁଙ୍କ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ଏହି ସମ୍ବାଦ ଦିଅ। ସେମାନଙ୍କୁ କୁହ, ‘ଯୀଶୁ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେ କହିବା ଅନୁସାରେ ତୁମେ ତାଙ୍କୁ ସେଠାରେ ଦେଖି ପାରିବ’।”</verse>
				<verse number="8">ସ୍ତ୍ରୀ ଲୋକମାନେ କବରରୁ ବାହାରି ଭୟବିହ୍ୱଳ ହୋଇ ଦୌଡ଼ି ପଳାଇଲେ। ସେମାନେ ଏତେ ଡ଼ରି ଯାଇଥିଲେ ଯେ ସେତେବେଳେ କାହାକୁ କିଛି କହିପାରିଲେ ନାହିଁ। (</verse>
				<verse number="9">ଯୀଶୁ ରବିବାର ଦିନ ପ୍ରତ୍ୟୁଷରେ ପୁନରୁତ୍ôଥତ ହେବା ପରେ ପ୍ରଥମେ ମଗଦଲିନୀ ମରିୟମଙ୍କୁ ଦର୍ଶନ ଦେଇଥିଲେ। ଏହି ମରିୟମଙ୍କଠାରୁ ସେ ସାତୋଟି ଭୂତ ଛଡ଼ାଇଥିଲେ।</verse>
				<verse number="10">ମରିୟମ ଯାଇ ଯୀଶୁଙ୍କ ସଙ୍ଗୀମାନଙ୍କୁ ଏ ବିଷୟ ଜଣାଇଲେ। ସେମାନେ ଶୋକାର୍ତ୍ତ ହୋଇ କ୍ରନ୍ଦନ କରୁଥିଲେ।</verse>
				<verse number="11">ଯୀଶୁ ଜୀବିତ ହୋଇଛନ୍ତି ଓ ସେ ତାଙ୍କୁ ଦେଖିଛନ୍ତି, ଏକଥା ମରିୟମ କହିବାରୁ ସେମାନେ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ।</verse>
				<verse number="12">ଏହାପରେ ଯୀଶୁଙ୍କ ଆଉ ଦୁଇଜଣ ଶିଷ୍ୟ ଗୋଟିଏ ଗ୍ରାମକୁ ଗଲାବେଳେ ବାଟରେ ଯୀଶୁ ସେମାନଙ୍କୁ ଭିନ୍ନ ପ୍ରକାରେ ଦେଖାଦେଲେ।</verse>
				<verse number="13">ସେମାନେ ଫେରିଆସି ଅନ୍ୟମାନଙ୍କୁ ଏକଥା କହିଲେ, କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ୱାସ କଲେ ନାହିଁ।</verse>
				<verse number="14">ଶେଷରେ ତାଙ୍କର ଏଗାର ଜଣ ଶିଷ୍ୟ ଖାଇ ବସିଥିବାବେଳେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ। ସେମାନଙ୍କର ଅବିଶ୍ୱାସ ପାଇଁ ଓ ତାଙ୍କୁ ଜୀବିତ ଦେଖିଥିବା ଲୋକମାନଙ୍କ କଥାରେ ପ୍ରତ୍ୟୟ କରି ନ ଥିବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ।</verse>
				<verse number="15">ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।</verse>
				<verse number="16">ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।</verse>
				<verse number="17">ବିଶ୍ୱାସୀମାନେ ଅଲୌକିକ କାର୍ଯ୍ୟ କରିବାକୁ ଶକ୍ତି ପାଇବେ। ମୋ’ ନାମରେ ସେମାନେ ଭୂତ ଛଡ଼ାଇବେ, ଅଜଣା ଭାଷାରେ କଥା କହିବେ,</verse>
				<verse number="18">ସାପକୁ ଧରିଲେ କିମ୍ବା ବିଷପାନ କଲେ, ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତ ଲୋକମାନଙ୍କ ଉପରେ ହସ୍ତାର୍ପଣ କଲେ, ସେମାନେ ସୁସ୍ଥ ହେବେ।”</verse>
				<verse number="19">ସେମାନଙ୍କୁ ଏହି ସବୁ କଥା କହିବା ପରେ ପ୍ରଭୁ ଯୀଶୁ ସ୍ୱର୍ଗକୁ ଉନ୍ନୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେଲେ।</verse>
				<verse number="20">ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ। ସେମାନଙ୍କ ବାର୍ତ୍ତା ସତ୍ୟ ବୋଲି ପ୍ରମାଣିତ କରିବାକୁ ପ୍ରଭୁ ସେମାନଙ୍କ ସହିତ ବିଦ୍ୟମାନ ରହି ଅଲୌକିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଶକ୍ତି ଦେଲେ।) (ସେହି ସ୍ତ୍ରୀ ଲୋକମାନେ ପିତର ଓ ତାହାଙ୍କ ସଙ୍ଗୀମାନଙ୍କ ନିକଟକୁ ଯାଇ ଯାହା ଶୁଣିଥିଲେ, ତାହା ସବୁ ସେମାନଙ୍କୁ ଜଣାଇଲେ। ଏହା ପରେ ସ୍ୱୟଂ ଯୀଶୁ ଅନନ୍ତ ପରିତ୍ରାଣର ଏହି ପବିତ୍ର ଚିର ଜୀବନ୍ତ ବାର୍ତ୍ତାକୁ ପୂର୍ବରୁ ପଶ୍ଚିମ ଯାଏ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ପ୍ରେରଣ କଲେ।)</verse>
			</chapter>
		</book>
		<book number="42">
			<chapter number="1">
				<verse number="1">ଶ୍ରଦ୍ଧେୟ ଥିୟୋଫିଲସ୍, ଆମ ମଧ୍ୟରେ ଯାହା ଯାହା ଘଟିଛି, ତାହାର ବିବରଣୀ ଲେଖିବା ପାଇଁ ଅନେକେ ଯଥାସାଧ୍ୟ ଚେଷ୍ଟା କରିଛନ୍ତି।</verse>
				<verse number="2">ଆରମ୍ଭରୁ ଏହିସବୁ ଘଟଣା ଦେଖିଥିବା ଲୋକମାନେ ଯେପରି ସୁସମାଚାର ଘୋଷଣା କରିଥିଲେ, ସେହି ଅନୁସାରେ ଉକ୍ତ ବିବରଣୀମାନ ଲେଖାଯାଇଛି।</verse>
				<verse number="3">ତେଣୁ ମହାଭାଗ, ମୁଁ ଯତ୍ନ ସହକାରେ ଆରମ୍ଭରୁ ଏହିସବୁ ବିଷୟ ଅନୁଧ୍ୟାନ କରିଥିବାରୁ ତୁମ ନିକଯକୁ ଏହାର ଏକ ଧାରାବାହିକ ବିବରଣୀ ଲେଖିବାକୁ ଉଚିତ ମନେକଲି।</verse>
				<verse number="4">ଏ ସମ୍ପର୍କରେ ତୁମେ ଯେଉଁ ସମସ୍ତ ବିଷୟ ଅବଗତ ହୋଇଛ, ତାହାର ପୂର୍ଣ୍ଣ ସତ୍ୟତା ଯେପରି ଉପଲବ୍ଧି କରିପାର, ସେଥିପାଇଁ ମୁଁ ଏହା ଲେଖୁଛି।</verse>
				<verse number="5">“ଯିହୁଦାର ରାଜା ହେରୋଦଙ୍କ ସମୟରେ ଅବୀୟ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ। ତାଙ୍କର ପତ୍ନୀ ଏଲିଶାବେଥ୍ ହାରୋଣ ଯାଜକଙ୍କ ବଂଶଜ ଥିଲେ।</verse>
				<verse number="6">ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।</verse>
				<verse number="7">ଏଲିଶାବେଥ୍ ବନ୍ଧ୍ୟା ଥିବାରୁ ସେମାନେ ନିଃସନ୍ତାନ ଥିଲେ ଏବଂ ସେମାନଙ୍କ ବୟସ ଗଡ଼ି ଯାଇଥିଲା।</verse>
				<verse number="8">ଦିନେ ଜିଖରିୟ ମନ୍ଦିରରେ ଉପାସନା କାର୍ଯ୍ୟ ଚଳାଉଥିଲେ, କାରଣ ସେହି ଦିନ</verse>
				<verse number="9">ଯାଜକୀୟ କର୍ମ ପାଇଁ ତାଙ୍କର ପାଳି ଥିଲା। ଯାଜକୀୟ ପ୍ରଥା ଅନୁଯାୟୀ ଗୁଳିବାଣ୍ଟ ଦ୍ୱାରା ବେଦୀ ଉପରେ ଧୂପ ଜଳାଇବା ପାଇଁ ସେ ମନୋନୀତ ହୋଇଥିଲେ। ସେଥିପାଇଁ ସେ ମନ୍ଦିର ଭିତରକୁ ଗଲେ। ସେଦିନ ସେ ମନ୍ଦିର ଭିତରେ ପ୍ରବେଶ କରି ଧୂପ ଦେବା ସମୟରେ</verse>
				<verse number="10">ବାହାରେ ଏକ ବିରାଟ ଜନତା ପ୍ରାର୍ଥନାରେ ନିବିଷ୍ଟ ଥିଲେ।</verse>
				<verse number="11">ସେତେବେଳେ ଧୂପ ଜଳୁଥିବା ବେଦୀର ଦକ୍ଷିଣ ପାଶ୍ୱର୍ରେ ଠିଆ ହୋଇ ଜଣେ ସ୍ୱର୍ଗଦୂତ ତାଙ୍କୁ ଦର୍ଶନ ଦେଲେ।</verse>
				<verse number="12">ଜିଖରିୟ ତାହାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଭୀତ ହେଲେ।</verse>
				<verse number="13">କିନ୍ତୁ ସ୍ୱର୍ଗଦୂତ ତାଙ୍କୁ କହିଲେ, “ଜିଖରିୟ, ଭୟ କର ନାହିଁ। ଈଶ୍ୱର ତୁମ ପ୍ରାର୍ଥନା ଶୁଣିଛନ୍ତି, ତୁମ ସ୍ତ୍ରୀ ଏଲିଶାବେଥ୍ ଏକ ପୁତ୍ର ପ୍ରସବ କରିବେ। ତୁମେ ତାହାଙ୍କ ନାମ ଯୋହନ ଦେବ।</verse>
				<verse number="14">ସେ ଜନ୍ମ ହେଲେ ତୁମେ ଅତ୍ୟନ୍ତ ଆନନ୍ଦି ଓ ସୁଖୀ ହେବ ଏବଂ ତାଙ୍କ ଦ୍ୱାରା ଅନେକେ ଆନନ୍ଦ ପାଇବେ।</verse>
				<verse number="15">ପ୍ରଭୁଙ୍କ ଦୃଷ୍ଟିରେ ସେ ଜଣେ ମହାନ ବ୍ୟକ୍ତି ହେବେ। ସେ କୌଣସି ସୁରା ଅବା ଦ୍ରାକ୍ଷାରସ ପାନ କରିବେ ନାହିଁ। ତାଙ୍କର ଜନ୍ମ ସମୟରୁ ହିଁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ</verse>
				<verse number="16">ଓ ସେ ଇଶାୟେଲ ଜାତିର ଅନେକ ଲୋକଙ୍କୁ ସେମାନଙ୍କର ପ୍ରଭୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବେ।</verse>
				<verse number="17">ସେ ଭାବବାଦୀ ଏଲିୟଙ୍କ ପରି ବଳିଷ୍ଠ ଓ ଶକ୍ତିଶାଳୀ ହୋଇ ପ୍ରଭୁଙ୍କ ଅଗ୍ରଦୂତ ହେବେ। ସେ ପିତା ଓ ସନ୍ତାନମାନଙ୍କୁ ପୁନର୍ମିଳିତ କରାଇବେ, ଅବାଧ୍ୟ ଲୋକମାନଙ୍କୁ ଧାର୍ମିକମାନଙ୍କ ଚିନ୍ତାଧାରା ଆଡ଼କୁ ଫେରାଇ ଆଣିବେ ଏବଂ ପ୍ରଭୁଙ୍କ ପାଇଁ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”</verse>
				<verse number="18">ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ଏ ବିଷୟ ଘଟିବ ବୋଲି ମୁଁ କିପରି ଜାଣିବି? ମୁଁ ବୃଦ୍ଧ ଓ ମୋ’ ସ୍ତ୍ରୀ ମଧ୍ୟ ବୃଦ୍ଧା।</verse>
				<verse number="19">ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ୍। ଯେଉଁ ଈଶ୍ୱର ତୁମକୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ମୋତେ ପଠାଇଛନ୍ତି, ମୁଁ ତାଙ୍କ ଛାମୁରେ ଠିଆ ହୋଇଥାଏ।</verse>
				<verse number="20">କିନ୍ତୁ ମୋର ଏହି ସମ୍ବାଦ ଯଥା ସମୟରେ ସତ୍ୟ ପ୍ରମାଣିତ ହେବ। ତୁମେ ଏହା ବିଶ୍ୱାସ କଲ ନାହିଁ। ତୁମର ଏହି ଅବିଶ୍ୱାସ ହେତୁ ତୁମେ କଥା କହି ପାରିବ ନାହିଁ। ଏହି ପ୍ରତିଜ୍ଞା ସଫଳ ନ ହେବା ଯାଏ ତୁମେ ମୂକ ହୋଇ ରହିବ।”</verse>
				<verse number="21">ଏହି ସମୟରେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରି ରହିଥିଲେ। ସେ କାହିଁକି ଏତେ ସମୟ ମନ୍ଦିରରେ ରହିଯାଇଛନ୍ତି, ସେମାନେ ବୁଝି ନ ପାରି ଆଶ୍ଚର୍ଯ୍ୟ ହେଲେ।</verse>
				<verse number="22">ଯେତେବେଳେ ସେ ବାହାରକୁ ଆସି ସେମାନଙ୍କ ସହିତ କଥା କହି ପାରିଲେ ନାହିଁ, ସେମାନେ ଜାଣିଲେ ଯେ ମନ୍ଦିରରେ ସେ କୌଣସି ଦର୍ଶନ ପାଇଛନ୍ତି। ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରିବାକୁ ସମର୍ଥ ନ ହୋଇ ସେ ହାତ ଠାରି ସେମାନଙ୍କୁ ଇଙ୍ଗିତ ଦେଲେ।</verse>
				<verse number="23">ମନ୍ଦିରରେ ତାଙ୍କର ଉପାସନା ସମୟ ଶେଷ ହେବା ପରେ ଜିଖରିୟ ଗୃହକୁ ଫେରିଗଲେ।</verse>
				<verse number="24">କିଛି ଦିନ ପରେ ତାଙ୍କର ସ୍ତ୍ରୀ ଏଲିଶାବେଥ୍ ଗର୍ଭବତୀ ହେଲେ ଓ ପଞ୍ଚମ ମାସ ପର୍ଯ୍ୟନ୍ତ ଘରଛାଡ଼ି ବାହାରକୁ ଗଲେ ନାହିଁ।</verse>
				<verse number="25">ସେ କହିଲେ, “ଅବଶେଷରେ ପ୍ରଭୁ ମୋତେ କୃପା କରିଛନ୍ତି। ସେ ମୋର ନିନ୍ଦା ଦୂର କରିଛନ୍ତି।”</verse>
				<verse number="26">ଏଲିଶାବେଥ୍ ଗର୍ଭବତୀ ହେବାର ଷଷ୍ଠ ମାସରେ ଈଶ୍ୱର ସ୍ୱର୍ଗଦୂତ ଗାବ୍ରିଏଲ୍କୁ ଗାଲିଲୀର ନାଜରିତ ନାମକ ସହରକୁ ପଠାଇଲେ।</verse>
				<verse number="27">ସେ ମରିୟମ ନାମ୍ନୀ ଏକ କୁମାରୀଙ୍କ ନିକଟକୁ ବାର୍ତ୍ତା ନେଇ ଆସିଥିଲେ। ଦାଉଦ ରାଜା ବଂଶଜ ଯୋସେଫଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା।</verse>
				<verse number="28">ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ତୁମର ଶାନ୍ତି ହେଉ! ଈଶ୍ୱର ତୁମର ସହବର୍ତ୍ତୀ ଓ ତୁମକୁ ପ୍ରଚୁର ଆଶୀର୍ବାଦ କରିଛନ୍ତି।”</verse>
				<verse number="29">ସ୍ୱର୍ଗଦୂତଙ୍କ ବାର୍ତ୍ତା ଶୁଣି ମରିୟମ ଅତିଶୟ ବିଚଳିତ ଓ ବିସ୍ମିତ ହୋଇ ଭାବିଲେ, ଏ କି ପ୍ରକାର ସମ୍ଭାଷଣ? ଏହାର ଅର୍ଥ କ’ଣ?</verse>
				<verse number="30">ସ୍ୱର୍ଗଦୂତ ତାଙ୍କୁ କହିଲେ, “ଭୟ କର ନାହିଁ, ମରିୟମ, ତୁମେ ଈଶ୍ୱରଙ୍କ ଅନୁଗ୍ରହ ପାତ୍ରୀ।</verse>
				<verse number="31">ତୁମେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।</verse>
				<verse number="32">ସେ ମହାନ୍ ହେବେ ଓ ପରାତ୍ପର ଈଶ୍ୱରଙ୍କ ପୁତ୍ର ରୂପେ ଖ୍ୟାତ ହେବେ। ପ୍ରଭୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ତାଙ୍କୁ ରାଜା କରିବେ</verse>
				<verse number="33">ଓ ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବଙ୍କ ବଂଶଧରମାନଙ୍କ ରାଜା ହେବେ; ତାଙ୍କ ରାଜ୍ୟର କେବେ ଅବସାନ ହେବ ନାହିଁ।”</verse>
				<verse number="34">ମରିୟମ ସ୍ୱର୍ଗଦୂତଙ୍କୁ କହିଲେ, “ମୁଁ ତ ଜଣେ କୁମାରୀ। ଏହା କିପରି ସମ୍ଭବ ହେବ?”</verse>
				<verse number="35">ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।</verse>
				<verse number="36">“ତୁମର ଆତ୍ମୀୟ ଏଲିଶାବେଥ୍ କଥା ସ୍ମରଣ କର। ତାଙ୍କୁ ବନ୍ଧ୍ୟା ବୋଲି କୁହାଯାଉଥିଲା; କିନ୍ତୁ ଅତି ବୃଦ୍ଧା ହେଲେ ସୁଦ୍ଧା ସେ ବର୍ତ୍ତମାନ ଛଅ ମାସ ହେବ ଗର୍ଭବତୀ।</verse>
				<verse number="37">“କାରଣ ଈଶ୍ୱରଙ୍କ ପକ୍ଷରେ କୌଣସି ବିଷୟ ଅସମ୍ଭବ ନୁହେଁ।”</verse>
				<verse number="38">ମରିୟମ କହିଲେ, “ମୁଁ ଈଶ୍ୱରଙ୍କର ଦାସୀ। ଆପଣ କହିବା ଅନୁଯାୟୀ ମୋ’ ପ୍ରତି ଘଟୁ।” ଏହା ପରେ ସ୍ୱର୍ଗଦୂତ ଅନ୍ତର୍ଦ୍ଧାନ ହୋଇଗଲେ।</verse>
				<verse number="39">କାଳ ମିଳମ୍ବ ନ କରି ମରିୟମ ପ୍ରସ୍ତୁତ ହେଲେ ଓ ଅତି ଶୀଘ୍ର ପାର୍ବତ୍ୟ ଯିହୂଦା ପ୍ରଦେଶର ଏକ ସହରକୁ ଗଲେ।</verse>
				<verse number="40">ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥ୍ଙ୍କୁ ଅଭିବାଦନ ଜଣାଇଲେ।</verse>
				<verse number="41">ଏଲିଶାବେଥ୍ ମରିୟମଙ୍କ ସମ୍ଭାଷଣ ଶୁଣିବା ମାତ୍ରେ ତାଙ୍କ ଗର୍ଭସ୍ଥ ଶିଶୁଟି ଅଧିର ହୋଇ ଉଠିଲା।</verse>
				<verse number="42">ଏଲିଶାବେଥ୍ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଉଚ୍ଚ ସ୍ୱରରେ କହିଲେ, “ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ତୁମେ ପରମ ଧନ୍ୟା ଓ ତୁମେ ଯେଉଁ ସନ୍ତାନ ପ୍ରସବ କରିବ, ସେ ମଧ୍ୟ ଧନ୍ୟ ହେବେ।</verse>
				<verse number="43">“ମୋର କେଡ଼େ ସୌଭାଗ୍ୟ, ମୋ’ ପ୍ରଭୁଙ୍କର ମାତା ମୋତେ ସାକ୍ଷାତ କରିବାକୁ ଆସିଛନ୍ତି।</verse>
				<verse number="44">ତୁମର ସମ୍ଭାଷଣ ଶୁଣିବା ମାତ୍ରେ ମୋ’ ଗର୍ଭସ୍ଥ ଶିଶୁଟି ଆନନ୍ଦରେ ନାଚି ଉଠିଲା।</verse>
				<verse number="45">“ତୁମେ ଧନ୍ୟା! ଈଶ୍ୱରଙ୍କ ବାର୍ତ୍ତା ସଫଳ ହେବ ବୋଲି ତୁମେ ବିଶ୍ୱାସ କରିପାରୁଛ।”</verse>
				<verse number="46">ମରିୟମ କହିଲେ, “ମୋର ହୃଦୟ ଈଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ;</verse>
				<verse number="47">ମୋର ଅନ୍ତରାତ୍ମା ଉଲ୍ଲସିତ, କାରଣ ଈଶ୍ୱର ମୋର ତ୍ରାଣକର୍ତ୍ତା।</verse>
				<verse number="48">ସେ ମୋ’ ଭଳି ନଗଣ୍ୟା ଦାସୀକୁ ସ୍ମରଣ କରିଛନ୍ତି। ବର୍ତ୍ତମାନଠାରୁ ସମସ୍ତେ ମୋତେ ଧନ୍ୟା ବୋଲି କହିବେ,</verse>
				<verse number="49">କାରଣ ସର୍ବଶକ୍ତିମାନ ଈଶ୍ୱର ମୋ’ ପାଇଁ ମହତ୍ କାର୍ଯ୍ୟ ସବୁ ସାଧନ କରିଛନ୍ତି। ତାଙ୍କର ନାମ ପବିତ୍ର!</verse>
				<verse number="50">ଯେଉଁମାନେ ତାଙ୍କୁ ସମ୍ମାନ ଦିଅନ୍ତି, ସେମାନଙ୍କୁ ବଂଶାନୁକ୍ରମେ ସେ ଦୟା ପ୍ରଦର୍ଶନ କରନ୍ତି।</verse>
				<verse number="51">ସେ ଆପଣା ବଳବାନ୍ ବାହୁ ପ୍ରସାରିତ କରି ଅହଂକାରୀମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି: ସେମାନଙ୍କର କଳ୍ପନାସବୁ ବ୍ୟର୍ଥ ହୋଇଛି।</verse>
				<verse number="52">ସେ ପରାକ୍ରମଶାଳୀ ରାଜାମାନଙ୍କୁ ସିଂହାସନଚ୍ୟୁତ କରିଛନ୍ତି ଓ ନମ୍ରମାନଙ୍କୁ ଉନ୍ନତ କରିଛନ୍ତି।</verse>
				<verse number="53">ସେ କ୍ଷୁଧିତମାନଙ୍କୁ ଉତ୍ତମ ଆହାରରେ ପୂର୍ଣ୍ଣ କରିଛନ୍ତି ଓ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଇଛନ୍ତି।</verse>
				<verse number="54">ଆମ ପୂର୍ବପୁରୁଷମାନଙ୍କ ପ୍ରତି ତାଙ୍କ ପ୍ରତିଜ୍ଞା ସେ ରକ୍ଷା କରିଛନ୍ତି ଏବଂ ତାଙ୍କର ଦାସ ଇଶ୍ରାୟେଲକୁ ସାହାଯ୍ୟ କରିଛନ୍ତି।</verse>
				<verse number="55">ସେ ଚିରକାଳ ପାଇଁ ଅବ୍ରାହାମ ଓ ତାଙ୍କର ସମସ୍ତ ବଂଶଧରମାନଙ୍କୁ କୃପା ପ୍ରଦର୍ଶନ କରିବାକୁ ଭୁଲି ନାହାନ୍ତି!”</verse>
				<verse number="56">ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲିଶାବେଥ୍‌ଙ୍କ ସହିତ ରହିବା ପରେ ଗୃହକୁ ବାହୁଡ଼ି ଗଲେ।</verse>
				<verse number="57">ଏଲିଶାବେଥ୍‌ଙ୍କୁ ପ୍ରସବ ସମୟ ଉପସ୍ଥିତ ହେଲା ଓ ସେ ଏକ ପୁତ୍ର ପ୍ରସବ କଲେ।</verse>
				<verse number="58">ଈଶ୍ୱର ତାଙ୍କୁ କେଡ଼େ ଆଶ୍ଚର୍ଯ୍ୟଭାବେ ଦୟା କରିଛନ୍ତି, ଏ କଥା ଶୁଣି ତାଙ୍କର ପ୍ରତିବାସୀ ଓ ଆତ୍ମୀୟସ୍ୱଜନମାନେ ସମସ୍ତେ ତାଙ୍କ ସହିତ ଆନନ୍ଦ କଲେ।</verse>
				<verse number="59">ଶିଶୁ ଜନ୍ମ ହେବାର ଏକ ସପ୍ତାହ ପରେ ତାକୁ ସେମାନେ ସୁନ୍ନତ କଲେ ଏବଂ ତା’ର ବାପାଙ୍କ ନାମ ଅନୁସାରେ ତା’ର ନାମ ଜିଖରିୟ ଦେବାକୁ ପ୍ରସ୍ତାବ କଲେ।</verse>
				<verse number="60">କିନ୍ତୁ ତା’ର ମାତା କହିଲେ, “ନା! ତା’ର ନାମ ଯୋହନ ଦିଆଯିବ।”</verse>
				<verse number="61">ସେମାନେ ତାଙ୍କୁ କହିଲେ, “କିନ୍ତୁ ଏହିପରି ନାମ ପାଇଥିବା ତୁମର କୌଣସି ଆତ୍ମୀୟ ନାହାନ୍ତି।”</verse>
				<verse number="62">ତା’ପରେ ସେମାନେ ତା’ର ପିତାଙ୍କୁ ସଙ୍କେତ କରି ପଚାରିଲେ, ସେ ପୁଅକୁ କି ନାମ ଦେବାକୁ ଇଚ୍ଛା କରନ୍ତି।</verse>
				<verse number="63">ଜିଖରିୟ ଗୋଟିଏ ଲିପି ଫଳକ ମଗାଇ ଲେଖିଲେ, “ତାହାର ନାମ ଯୋହନ।” ସେମାନେ ସମସ୍ତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ।</verse>
				<verse number="64">ସେହି ମୁହୂର୍ତ୍ତରେ ଜିଖରିୟ ବାକ୍ଶକ୍ତି ଫେରିପାଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।</verse>
				<verse number="65">ପ୍ରତିବାସୀମାନେ ସମସ୍ତେ ଭୟଭୀତ ହେଲେ ଏବଂ ଏହି ସବୁ ଘଟଣାର ସମ୍ବାଦ ପାର୍ବତ୍ୟ ଯିହୂଦା ଦେଶର ଚତୁର୍ଦ୍ଦିଗରେ ବ୍ୟାପିଗଲା।</verse>
				<verse number="66">ଯେ କେହି ଏହା ଶୁଣିଲା, ସେ ଏ ବିଷୟରେ ଚିନ୍ତା କରି ପଚାରିଲା, “ଭବିଷ୍ୟତ୍ରେ ଏ ଶିଶୁଟି କ’ଣ ହେବ?” କାରଣ ଈଶ୍ୱରଙ୍କ ଶକ୍ତି ତା’ ଉପରେ ଥିଲା ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା।</verse>
				<verse number="67">ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ବାର୍ତ୍ତା ଜଣାଇଲେ;</verse>
				<verse number="68">“ଆସ, ଆମେ ଇଶ୍ରାୟେଲର ପ୍ରଭୁ ଈଶ୍ୱରଙ୍କର ପ୍ରଶଂସା କରିବା। ସେ ତାଙ୍କ ଲୋକମାନଙ୍କର ମୁକ୍ତି ପାଇଁ ସାହାଯ୍ୟ କରିବାକୁ ଆସିଛନ୍ତି।</verse>
				<verse number="69">ସେ ଆମ ପାଇଁ ତାଙ୍କର ଦାସ ଦାଉଦଙ୍କ ବଂଶରୁ ଏକ ପରାକ୍ରମଶାଳୀ ତ୍ରାଣକର୍ତ୍ତା ଯୋଗାଇଛନ୍ତି।</verse>
				<verse number="70">ବହୁ ପୂର୍ବରୁ ସେ ତାଙ୍କ ପବିତ୍ର ଭାବବାଦୀମାନଙ୍କ ମୁଖ ଦେଇ ପ୍ରତିଜ୍ଞା କରିଥିଲେ ଯେ,</verse>
				<verse number="71">ଶତ୍ରୁମାନଙ୍କ ହସ୍ତରୁ ଏବଂ ଯେଉଁମାନେ ଆମକୁ ଘୃଣା କରନ୍ତି, ସେମାନଙ୍କ କବଳରୁ ସେ ଆମକୁ ଉଦ୍ଧାର କରିବେ।</verse>
				<verse number="72">ସେ କହିଥିଲେ, ଆମ ପୂର୍ବପୁରୁଷମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବେ ଏବଂ ତାଙ୍କ ପବିତ୍ର ନିୟମ ସେ ସଦା ସ୍ମରଣ କରୁଥିବେ।</verse>
				<verse number="73">ଆମ ପୂର୍ବପୁରୁଷ ଅବ୍ରାହାମଙ୍କୁ ସେ ଶପଥ କରି କହିଥିଲେ, ଶତ୍ରୁମାନଙ୍କ ହସ୍ତରୁ ଆମକୁ ରକ୍ଷା କରିବେ ଏବଂ ନିର୍ଭୟରେ ତାଙ୍କ ସେବା କରିବା ନିମନ୍ତେ ଆମକୁ ସୁଯୋଗ ଦେବେ,</verse>
				<verse number="74"></verse>
				<verse number="75">ଆମେ ଯେପରି ଯାବଜ୍ଜୀବନ ତାଙ୍କ ସମ୍ମୁଖରେ ପବିତ୍ର ଓ ଧାର୍ମିକ ହୋଇ ପାରିବୁ।</verse>
				<verse number="76">ହେ ମୋର ପୁତ୍ର, ତୁମେ ସର୍ବୋପରିସ୍ଥ ଈଶ୍ୱରଙ୍କର ଏକ ଭାବବାଦୀରୂପେ ପ୍ରସିଦ୍ଧ ହେବ। ତୁମେ ପ୍ରଭୁଙ୍କର ଜଣେ ଅଗ୍ରଦୂତ ରୂପେ ତାଙ୍କ ନିମନ୍ତେ ତାଙ୍କ ପଥ ପ୍ରସ୍ତୁତ କରିବ।</verse>
				<verse number="77">ପାପ କ୍ଷମା ପାଇବା ଦ୍ୱାରା ସେମାନେ ଯେ ପରିତ୍ରାଣ ଲାଭ କରିବେ, ତାଙ୍କ ଲୋକମାନଙ୍କୁ ଏହି କଥା କହିବା ପାଇଁ ଯିବ।</verse>
				<verse number="78">ଆମ ଈଶ୍ୱର କୃପାବାନ୍ ଓ କୋମଳ ହୃଦୟ, ସେ ଆମ ପାଇଁ ପରିତ୍ରାଣର ସୂର୍ଯ୍ୟୋଦୟ କରାଇବେ।</verse>
				<verse number="79">ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”</verse>
				<verse number="80">ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶିଶୁଟିର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିଲା କିନ୍ତୁ ଇଶ୍ରାୟେଲ ଲୋକମାନଙ୍କ ସମକ୍ଷରେ ନିଜକୁ ପ୍ରକାଶ କରିବା ପର୍ଯ୍ୟନ୍ତ ସେ ନିର୍ଜ୍ଜନ ମରୁ ଅଞ୍ଚଳରେ ବାସ କଲେ।</verse>
			</chapter>
			<chapter number="2">
				<verse number="1">ସେହି ସମୟରେ ସମଗ୍ର ରୋମ ରାଜ୍ୟରେ ଜନଗଣନା କରିବା ପାଇଁ ସମ୍ରାଟ ଅଗଷ୍ଟସ୍ ଆଦେଶ ଜାରି କଲେ।</verse>
				<verse number="2">କ୍ୱିରିନିୟସ୍ ସିରିଆର ରାଜ୍ୟପାଳ ଥିବା ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।</verse>
				<verse number="3">ପ୍ରତ୍ୟେକେ ନିଜର ନାମ ତାଲିକାଭୁକ୍ତ କରିବା ପାଇଁ ପୈତୃକ ସହରକୁ ଗଲେ।</verse>
				<verse number="4">ଯୋସେଫ ରାଜା ଦାଉଦଙ୍କ ବଂଶଧର ଥିôବାରୁ ଗାଲିଲୀର ନାଜରିତ ସହରରୁ ଦାଉଦଙ୍କ ଜନ୍ମ ସ୍ଥାନ ଯିହୂଦାର ବେଥଲିହିମ ସହରକୁ ଗଲେ।</verse>
				<verse number="5">ସେ ତାଙ୍କର ବାଗ୍ଦତ୍ତା ମରିୟମଙ୍କ ସହିତ ନାମ ଲେଖାଇବା ପାଇଁ ଗଲେ। ମରିୟମ ଗର୍ଭବତୀ ଥିଲେ</verse>
				<verse number="6">ଓ ସେମାନେ ବେଥଲିହିମରେ ଥିବା ସମୟରେ ତାଙ୍କର ପ୍ରସବ କାଳ ଉପସ୍ଥିତ ହେଲା।</verse>
				<verse number="7">ସେ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଓ ତାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ। କାରଣ ପାନ୍ଥଶାଳାରେ ସେମାନଙ୍କ ରହିବା ନିମନ୍ତେ ସ୍ଥାନ ନ ଥିଲା।</verse>
				<verse number="8">ଦେଶର ସେହି ଅଞ୍ଚଳରେ କେତେକ ମେଷପାଳକ ମେଷ ଜଗିବା ପାଇଁ ପ୍ରାନ୍ତରରେ ରାତ୍ରିକ୍ଷେପଣ କରୁଥିଲେ।</verse>
				<verse number="9">ସେତେବେଳେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କ ଉପରେ ପ୍ରଭୁ୍ଙ୍କ ମହିମା ପ୍ରକାଶିତ ହେଲା। ସେମାନେ ଅତିଶୟ ଭୟଭୀତ ହେଲେ।</verse>
				<verse number="10">କିନ୍ତୁ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ! ମୁଁ ତୁମ୍ଭମାନଙ୍କ ନିମନ୍ତେ ଶୁଭବାର୍ତ୍ତା ନେଇ ଏଠାକୁ ଆସିଛି। ତାହା ସମସ୍ତଙ୍କର ଆନନ୍ଦଦାୟକ ହେବ।</verse>
				<verse number="11">“ଆଜି ଦାଉଦଙ୍କ ସହରରେ ତୁମ୍ଭମାନଙ୍କର ପରିତ୍ରାଣକର୍ତ୍ତା ଜନ୍ମ ହୋଇଛନ୍ତି - ସେ ଖ୍ରୀଷ୍ଟ ପ୍ରଭୁ!</verse>
				<verse number="12">“ତୁମ୍ଭେମାନେ ଏହି ସଙ୍କେତ ଦେଖି ତାଙ୍କୁ ଚିହ୍ନିବ:- “ଶିଶୁଟିଏ ଲୁଗାରେ ଗୁଡ଼ା ହୋଇ ଗୋଟିଏ ଗୁହାଳ କୁଣ୍ଡରେ ଶୋଇ ଥିବାର ଦେଖିବ।”</verse>
				<verse number="13">ହଠାତ୍ ସ୍ୱର୍ଗର ଅସଂଖ୍ୟ ଦୂତବାହିନୀ ସେହି ଦୂତଙ୍କ ସହିତ ଆବିର୍ଭୂତ ହୋଇ ଈଶ୍ୱରଙ୍କ ପ୍ରଶଂସା କରି ଗାୟନ କଲେ:</verse>
				<verse number="14">“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”</verse>
				<verse number="15">ସ୍ୱର୍ଗଦୂତମାନେ ସେମାନଙ୍କଠାରୁ ଚାଲିଯିବା ପରେ ମେଷପାଳକମାନେ ପରସ୍ପରକୁ କହିଲେ, “ଚାଲ, ଆମେ ବେଥଲିହିମକୁ ଯିବା ଏବଂ ଯାହା ଘଟିଛି ବୋଲି ପ୍ରଭୁ କହିଛନ୍ତି, ତାହା ଦେଖି ଆସିବା।”</verse>
				<verse number="16">ସେମାନେ ଶୀଘ୍ର ଯାଇ ମରିୟମ, ଯୋସେଫ ଏବଂ ଗୁହାଳ କୁଣ୍ଡରେ ଶୋଇଥିବା ଶିଶୁଟିକୁ ଦେଖିଲେ।</verse>
				<verse number="17">ସ୍ୱର୍ଗଦୂତମାନେ ସେହି ଶିଶୁ ସମ୍ବନ୍ଧରେ ଯାହା କହିଥିଲେ, ମେଷପାଳକମାନେ ତାହା ସବୁ ସେମାନଙ୍କୁ ଜଣାଇଲେ।</verse>
				<verse number="18">ମେଷପାଳକମାନଙ୍କ କଥା ଶୁଣି ସମସ୍ତେ ଆଚମ୍ବିତ ହେଲେ।</verse>
				<verse number="19">ଏ ସମସ୍ତ ଘଟଣା ମରିୟମଙ୍କ ମନରେ ଚିରଦିନ ସ୍ମରଣୀୟ ହୋଇ ରହିଲା ଏବଂ ଏ ସମ୍ପର୍କରେ ସେ ଗଭୀର ଚିନ୍ତାମଗ୍ନ ହୋଇ ରହିଲେ।</verse>
				<verse number="20">ମେଷପାଳକମାନେ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେ ସମସ୍ତ ବିଷୟ ପାଇଁ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ବାହୁଡ଼ି ଗଲେ। ଦୂତଙ୍କ କହିବା ଅନୁଯାୟୀ ଠିକ୍ ସବୁ ଘଟିଯାଇଛି ବୋଲି ସେମାନେ ଜାଣିଲେ।</verse>
				<verse number="21">ଏକ ସପ୍ତାହ ପରେ ଶିଶୁର ସୁନ୍ନତ ହେବା ସମୟରେ ତାଙ୍କର ନାମ ଯୀଶୁ ଦିଆଗଲା। ସେ ର୍ଗଭସ୍ଥ ହେବା ପୂର୍ବରୁ ସ୍ୱର୍ଗଦୂତଙ୍କ ଦ୍ୱାରା ତାଙ୍କର ଏହି ନାମକରଣ ହୋଇଥିଲା।</verse>
				<verse number="22">ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଯୋସେଫ ଓ ମରିୟମଙ୍କର ଶୁଦ୍ଧି ହେବା ସମୟ ଉପସ୍ଥିତ ହେଲା, ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶିଶୁକୁ ଉତ୍ସର୍ଗ କରିବା ପାଇଁ ଯିରୂଶାଲମକୁ ନେଲେ,</verse>
				<verse number="23">ମୋଶାଙ୍କ ବ୍ୟବସ୍ଥାରେ ଲେଖାଅଛି: “ପ୍ରଥମ ଜାତ ପ୍ରତ୍ୟେକ ପୁରୁଷ ସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେବ।”</verse>
				<verse number="24">ପୁଣି ସେହି ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ଦୁଇଟି କାପ୍ତା ବା ଦୁଇଟି ପାରା ବଳି ଉତ୍ସର୍ଗ କରିବାକୁ ପଡ଼ିଲା।</verse>
				<verse number="25">ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।</verse>
				<verse number="26">ପ୍ରଭୁଙ୍କ ପ୍ରତିଶ୍ରୁତି ଅନୁସାରେ ମସୀହଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେ ନାହିଁ ବୋଲି ପବିତ୍ର ଆତ୍ମାଙ୍କଠାରୁ ନିଶ୍ଚିତ ଭରସା ପାଇଥିଲେ।</verse>
				<verse number="27">ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଶିମିୟୋନ୍ ମନ୍ଦିରକୁ ଗଲେ। ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ, ତାହା କରିବା ପାଇଁ ପିତାମାତା ଯେତେବେଳେ ଶିଶୁ ଯୀଶୁଙ୍କୁ ମନ୍ଦିର ଭିତରକୁ ଆଣିଲେ,</verse>
				<verse number="28">ଶିମିୟୋନ୍ ଶିଶୁଙ୍କୁ କୋଳ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ:</verse>
				<verse number="29">“ପ୍ରଭୁ, ତୁମେ ତୁମର ପ୍ରତିଜ୍ଞା ସଫଳ କରିଛ, ଏବେ ତୁମ ଦାସକୁ ଶାନ୍ତିରେ ବିଦାୟ ନେବାକୁ ଅନୁମତି ଦିଅ।</verse>
				<verse number="30">ମୁଁ ସ୍ୱଚକ୍ଷୁରେ ତୁମ ପ୍ରଦତ୍ତ ପରିତ୍ରାଣ ଦେଖିଛି,</verse>
				<verse number="31">ଯାହା ତୁମେ ସମସ୍ତ ଜାତିର ଲୋକମାନଙ୍କ ସମ୍ମୁଖରେ ସାଧନ କରିଛ:</verse>
				<verse number="32">ଏକ ଜ୍ୟୋତି ପ୍ରଦାନ କରିଛ ଅଣଇହୁଦୀମାନଙ୍କ ନିକଟରେ ତୁମ ଇଚ୍ଛା ପ୍ରକାଶ କରିବା ପାଇଁ ଏବଂ ତୁମର ଇଶ୍ରାୟେଲୀୟ ଲୋକମାନଙ୍କୁ ଗୌରବାନ୍ୱିତ କରିବା ପାଇଁ।”</verse>
				<verse number="33">ଶିଶୁଙ୍କ ବିଷୟରେ ଶିମିୟୋନ୍ ଯାହା କହିଲେ, ତାଙ୍କର ପିତାମାତା ସେଥିରେ ଆଶ୍ଚର୍ଯ୍ୟ ହେଲେ।</verse>
				<verse number="34">ଶିମିୟୋନ୍ ସେମାନଙ୍କୁ ଆଶୀର୍ବାଦ କରି ଶିଶୁର ମାତା ମରିୟମଙ୍କୁ କହିଲେ, “ଇଶ୍ରାୟେଲୀୟମାନଙ୍କ ମଧ୍ୟରୁ ଅନେକେ ବିନାଶ ପୁଣି ଅନେକଙ୍କ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଏହି ଶିଶୁ ମନୋନୀତ ହୋଇଛନ୍ତି। ସେ ଈଶ୍ୱରଙ୍କଠାରୁ ଏକ ସଙ୍କେତ ସ୍ୱରୂପ ହେବେ।</verse>
				<verse number="35">ଅନେକେ ତାଙ୍କୁ ବିରୋଧ କରି ନିଜ ହୃଦୟର ଗୁପ୍ତ ଚିନ୍ତା ସବୁ ପ୍ରକାଶ କରିବେ। ଦୁଃଖରୂପ ଏକ ତୀକ୍ଷ୍ଣ ଖଡ୍ଗ ତୁମ ନିଜ ହୃଦୟକୁ ବିଦୀର୍ଣ୍ଣ କରିବ।”</verse>
				<verse number="36">ଆଶେର୍ ବଂଶଜାତ ଫିନୁଏଲଙ୍କ କନ୍ୟା ହାନ୍ନା ନାମ୍ନୀ ଜଣେ ୮୪ ବର୍ଷ ବୟସ୍କା ବୃଦ୍ଧା ଥିଲେ। ସେ ଜଣେ ଭାବବାଦିନୀ ଥିଲେ। ବିବାହର ମାତ୍ର ସାତ ବର୍ଷ ପରେ ସେ ବିଧବା ହୋଇଥିଲେ।</verse>
				<verse number="37">ସେ ଆଦୌ ମନ୍ଦିର ଛାଡ଼ି ବାହାରକୁ ଯାଉ ନ ଥିଲେ, ଉପବାସ ଓ ପ୍ରାର୍ଥନା ସହ ଦିବାରାତ୍ରି ସେ ଈଶ୍ୱରଙ୍କ ଉପାସନା କରୁଥିଲେ।</verse>
				<verse number="38">ଶିଶୁ ଯୀଶୁ ମନ୍ଦିରରେ ଉତ୍ସର୍ଗୀକୃତ ହେବାବେଳେ ହାନ୍ନା ସେଠାରେ ପହଞ୍ôଚ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ଈଶ୍ୱର ଯିରୂଶାଲମକୁ ଉଦ୍ଧାର କରିବେ ବୋଲି ଯେଉଁମାନେ ବିଶ୍ୱାସ କରି ଅପେକ୍ଷା କରୁଥିଲେ, ସେ ସମସ୍ତଙ୍କୁ ଶିଶୁଙ୍କ ବିଷୟରେ କହିଲେ।</verse>
				<verse number="39">ପ୍ରଭୁଙ୍କ ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ ଥିଲା, ସେ ସମସ୍ତ ଶେଷ ହେବା ପରେ ଯୋସେଫ ଓ ମରିୟମ ନିଜର ବାସସ୍ଥାନ ଗାଲିଲୀର ନାଜରିତ ସହରକୁ ଫେରିଗଲେ।</verse>
				<verse number="40">ଶିଶୁ ବଳିଷ୍ଠ ହୋଇ ବଢ଼ିବାକୁ ଲାଗିଲେ, ସେ ଜ୍ଞାନରେ ପୂର୍ଣ୍ଣ ହେଲେ ଏବଂ ତାଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ଥିଲା।</verse>
				<verse number="41">ନିସ୍ତାର ପର୍ବ ପାଳନ ନିମନ୍ତେ ପ୍ରତି ବର୍ଷ ଯୀଶୁଙ୍କ ପିତାମାତା ଯିରୂଶାଲମକୁ ଯାଉଥିଲେ।</verse>
				<verse number="42">ଯୀଶୁଙ୍କୁ ବାର ବର୍ଷ ହେଇଥିବା ସମୟରେ ରୀତି ଅନୁସାରେ ସେମାନେ ପର୍ବ ପାଳନ ପାଇଁ ଗଲେ।</verse>
				<verse number="43">ପର୍ବ ଶେଷରେ ସେମାନେ ଘରକୁ ଫେରିବାବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ। ତାଙ୍କର ପିତାମାତା ଏହା ଜାଣି ନ ଥିଲେ;</verse>
				<verse number="44">ସେମାନେ ଭାବିଲେ, ସେ ଅନ୍ୟ ଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି; ତେଣୁ ସେମାନେ ଦିନକର ବାଟ ଚାଲି ଆସିବା ପରେ ଆତ୍ମୀୟ ଓ ବନ୍ଧୁମାନଙ୍କ ମଧ୍ୟରେ ତାଙ୍କୁ ଖୋଜିଲେ।</verse>
				<verse number="45">କିନ୍ତୁ ତାଙ୍କୁ ନ ପାଇ ସେମାନେ ଖୋଜି ଖୋଜି ଯିରୂଶାଲମକୁ ଆସିଲେ।</verse>
				<verse number="46">ତୃତୀୟ ଦିନରେ ସେମାନେ ଦେଖିଲେ ଯେ ଯୀଶୁ ମନ୍ଦିରରେ ଇହୁଦୀ ଧର୍ମଗୁରୁମାନଙ୍କ ସହିତ ବସି ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି।</verse>
				<verse number="47">ଯେଉଁମାନେ ତାଙ୍କ କଥା ଶୁଣୁଥିଲେ, ସେମାନେ ତାଙ୍କର ବିଚକ୍ଷଣ କଥା ଶୁଣି ଅବାକ୍ ହେଉଥିଲେ।</verse>
				<verse number="48">ତାଙ୍କୁ ଦେଖି ତାଙ୍କର ପିତାମାତା ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କର ମା’ ତାଙ୍କୁ ପଚାରିଲେ, “ପୁଅରେ, ତୁ ଆମ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ତୋତେ ଖୋଜି ଖୋଜି ତୋର ବାପା ଓ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ିଛୁ।”</verse>
				<verse number="49">ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମେ କାହିଁକି ମୋତେ ଖୋଜିଲ? ପିତାଙ୍କ ଗୃହରେ ମୋର ରହିବା ଆବଶ୍ୟକ ବୋଲି ତୁମେ କ’ଣ ଜାଣି ନାହଁ?”</verse>
				<verse number="50">କିନ୍ତୁ ସେମାନେ ତାଙ୍କ ଉତ୍ତରର ଅର୍ଥ ବୁଝି ପାରିଲେ ନାହିଁ।</verse>
				<verse number="51">ଯୀଶୁ ସେମାନଙ୍କ ସଙ୍ଗେ ନାଜରିତକୁ ଫେରିଗଲେ ଓ ସେମାନଙ୍କର ବାଧ୍ୟ ହୋଇ ରହିଲେ। ତାଙ୍କର ମା’ ଏସବୁ ବିଷୟ ହୃଦୟରେ ସଞ୍ଚିତ କରି ରଖିଲେ।</verse>
				<verse number="52">ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହ ଲାଭ କରି ଯୀଶୁ ଶରୀର ଓ ଜ୍ଞାନରେ ବୃଦ୍ଧି ପାଇଲେ।</verse>
			</chapter>
			<chapter number="3">
				<verse number="1">ସମ୍ରାଟ ଟାଲବିରିୟସ୍‌ଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ପନ୍ତିୟ ପିଲାତ ଯିହୂଦା ପ୍ରଦେଶର ରାଜ୍ୟପାଳ ଥିଲେ। ହେରୋଦ ଗାଲିଲୀର ସାମନ୍ତ ରାଜା ଥିଲେ ଏବଂ ତାଙ୍କ ଭାଇ ଫିଲିପ ଇଟୁରିଆ ଓ ଟ୍ରାକୋନିଟିସ୍ର ଏବଂ ଲିସାନିଆସ୍ ଆବିଲିନ୍ର ସାମନ୍ତ ରାଜା ଥିଲେ।</verse>
				<verse number="2">ହାନନ୍ ଓ କେୟଫା ପ୍ରଧାନ ଯାଜକ ଥିଲେ। ସେହି ସମୟରେ ମରୁ ଅଞ୍ଚଳରେ ଜିଖରିୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା।</verse>
				<verse number="3">ତେଣୁ ଯୋହନ ଯର୍ଦ୍ଦନ ନଦୀର ସମସ୍ତ ଅଞ୍ଚଳକୁ ଯାଇ ପ୍ରଚାର କରିବାକୁ ଲାଗିଲେ, “ପାପରୁ ମନ ଫେରାଅ ଓ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମ୍ଭମାନଙ୍କର ପାପ କ୍ଷମା କରିବେ।”</verse>
				<verse number="4">ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଉଲ୍ଲେଖ ଅଛି: “କେହି ଜଣେ ମରୁଭୂମିରେ ଚିକ୍ରାର କରି କହୁଛନ୍ତି, ‘ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ଏକ ସଳଖ ପଥ ନିର୍ମାଣ କର!</verse>
				<verse number="5">ପ୍ରତ୍ୟେକ ଉପତ୍ୟକାକୁ ପୂର୍ଣ୍ଣ କରାଯାଉ, ପାହାଡ଼ ଓ ପର୍ବତଗୁଡ଼ିକୁ ସମତଳ କରାଯାଉଏ ବକ୍ର ମାର୍ଗ ସବୁ ସଳଖ କରାଯାଉ ଓ କଙ୍କରିତ ପଥ ସବୁକୁ ମସୃତ କରାଯାଉ।</verse>
				<verse number="6">ସମଗ୍ର ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଦେଖିବେ’।”</verse>
				<verse number="7">ବହୁସଂଖ୍ୟକ ଲୋକେ ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯୋହନଙ୍କ ନିକଟକୁ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଈଶ୍ୱରଙ୍କ ଆସନ୍ନ ଦଣ୍ଡରୁ ପଳାୟନ କରିବା ପାଇଁ କିଏ ତୁମ୍ଭମାନଙ୍କୁ ସତର୍କ କରାଇ ଦେଇଛି?</verse>
				<verse number="8">ଯେଉଁସବୁ କାର୍ଯ୍ୟ ଦ୍ୱାରା ତୁମ୍ଭେମାନେ ପାପରୁ ମନ ଫେରାଇଛ ବୋଲି ପ୍ରମାଣିତ ହେବ, ସେହିସବୁ କାର୍ଯ୍ୟ କର। ଅବ୍ରାହାମ୍ ତୁମର ପୂର୍ବପୁରୁଷ ବୋଲି ଗର୍ବ କରି ପରସ୍ପର ମଧ୍ୟରେ କଥା ବାର୍ତ୍ତା କର ନାହିଁ। ମୁଁ କହୁଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମ୍‌ଙ୍କ ନିମନ୍ତେ ବଂଶଧର ଉତ୍ପନ୍ନ କରିପାରନ୍ତି।</verse>
				<verse number="9">ବୃକ୍ଷଗୁଡ଼ିକୁ ମୂଳରୁ କାଟି ପକାଇବା ପାଇଁ କୁରାଢ଼ୀ ପ୍ରସ୍ତୁତ; ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ପ୍ରତ୍ୟେକ ବୃକ୍ଷ କଟାଯାଇ ଅଗ୍ନିରେ ନିକ୍ଷେପ କରାଯିବ।”</verse>
				<verse number="10">ଲୋକମାନେ ତାଙ୍କୁ ପଚାରିଲେ, “ଆମେ ତେବେ କ’ଣ କରିବା?”</verse>
				<verse number="11">ସେ ଉତ୍ତର ଦେଲେ, “ଯାହାର ଦୁଇଟି ଜାମା ଅଛି, ସେ ଯାହାର କିଛି ନାହିଁ, ତାକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।”</verse>
				<verse number="12">କେତେକ କରଆଦାୟକାରୀ ଦଳଦୀକ୍ଷା ନେବା ପାଇଁ ଆସିଲେ। ସେମାନେ ତାଙ୍କୁ ପଚାରିଲେ, “ହେ ଗୁରୁ, ଆମକୁ କ’ଣ କରିବାକୁ ହେବ?”</verse>
				<verse number="13">ସେ ସେମାନଙ୍କୁ କହିଲେ, “ଉଚିତ୍ ପରିମାଣଠାରୁ ଅଧିକ ଆଦାୟ କର ନାହିଁ।”</verse>
				<verse number="14">କେତେକ ସୈନିକ ମଧ୍ୟ ତାଙ୍କୁ ପଚାରିଲେ, “ଆମର କ’ଣ ହେବ? ଆମେ କ’ଣ କରିବା?” ସେ ସେମାନଙ୍କୁ କହିଲେ, “ବଳପୂର୍ବକ କାହାଠାରୁ ଅର୍ଥ ନିଅ ନାହିଁ, ଅବା କାହା ପ୍ରତି ମିଥ୍ୟା ଦୋଷାରୋପ କର ନାହିଁ। ନିଜ ନିଜ ବେତନରେ ସନ୍ତୁଷ୍ଟ ହୁଅ।”</verse>
				<verse number="15">ମସୀହଙ୍କ ପ୍ରତୀକ୍ଷାରେ ଥିବା ଲୋକମାନଙ୍କ ଆଶା ଆକାଂକ୍ଷା ବୃଦ୍ଧି ପାଇବାକୁ ଲାଗିଲା। ଯୋହନ ହୁଏତ ମସୀହ ହୋଇଥିବେ, ଏ କଥା ସେମାନେ ମନେ ମନେ କହିବାକୁ ଲାଗିଲେ।</verse>
				<verse number="16">କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।</verse>
				<verse number="17">ଶସ୍ୟ ସବୁକୁ ପାଛୁଡ଼ି ଗହମକୁ ତାଙ୍କ ଅମାରରେ ସଂଗ୍ରହ କରିବା ପାଇଁ ତାଙ୍କ ହାତରେ କୁଲା ଅଛି; କିନ୍ତୁ ସେ ଅଗାଡ଼ି ସବୁକୁ ଅଲିଭା ଅଗ୍ନିରେ ପୋଡ଼ି ପକାଇବେ।”</verse>
				<verse number="18">ବିଭିନ୍ନ ରୀତିରେ ଯୋହନ ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କଲେ ଓ ସେମାନଙ୍କ ଗୁଣ ଆଚରଣ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦେଲେ।</verse>
				<verse number="19">କିନ୍ତୁ ଯୋହନ ସାମନ୍ତ ରାଜା ହେରୋଦଙ୍କୁ ଅଧିକ ଦୃଢ଼ ଭାବରେ ଅନୁଯୋଗ କଲେ, କାରଣ ସେ ତାଙ୍କର ଭାଉଜ ହେରୋଦୀୟାଙ୍କୁ ବିବାହ କରିଥିଲେ ଏବଂ ଆହୁରି ଅନେକ ଅସତ୍ କାର୍ଯ୍ୟରେ ଲିପ୍ତ ଥିଲେ।</verse>
				<verse number="20">ହେରୋଦ ଯୋହନଙ୍କୁ କାରାଗାରରେ ନିକ୍ଷେପ କରି ନିଜ ଦୁଷ୍କର୍ମର ମାତ୍ରା ବଢ଼ାଇ ଦେଲେ।</verse>
				<verse number="21">ଅନ୍ୟ ସମସ୍ତେ ଜଳରେ ଦୀକ୍ଷିତ ହେବା ପରେ ଯୀଶୁ ମଧ୍ୟ ଜଳଦୀକ୍ଷା ଗ୍ରହଣ କଲେ। ସେହି ସମୟରେ ସେ ପ୍ରାର୍ଥନା କରୁଥିବା ବେଳେ ଆକାଶ ଉନ୍ମୁକ୍ତ ହେଲା</verse>
				<verse number="22">ଏବଂ ପବିତ୍ର ଆତ୍ମା ଏକ କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ସ୍ୱର୍ଗରୁ ଏହି ବାଣୀ ଉଚ୍ଚାରିତ ହେଲା, “ତୁମେ ମୋର ପ୍ରିୟ ପୁତ୍ର, ତୁମ ପ୍ରତି ମୁଁ ଅତୀବ ପ୍ରୀତ।”</verse>
				<verse number="23">ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ସେ ଲୋକମାନଙ୍କ ନିକଟରେ ଯୋସେଫଙ୍କ ପୁତ୍ର ରୂପେ ପରିଚିତ ଥିଲେ। ଯୋସେଫ ହେଲୀଙ୍କ ପୁତ୍ର,</verse>
				<verse number="24">ହେଲୀ ମାଥାଥଙ୍କ ପୁତ୍ର, ମାଥାଥ ଲେବିଙ୍କ ପୁତ୍ର, ଲେବି ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯାନାଇଙ୍କ ପୁତ୍ର,</verse>
				<verse number="25">ଯାନାଇ ଯୋସେଫଙ୍କ ପୁତ୍ର, ଯୋସେଫ ମତ୍ଥିୟସ୍‌ଙ୍କ ପୁତ୍ର, ମତ୍ଥିୟସ୍ ଆମୋସଙ୍କ ପୁତ୍ର, ଆମୋସ ନାହୁମଙ୍କ ପୁତ୍ର, ନାହୁମ ଏସ୍ଲିଙ୍କ ପୁତ୍ର, ଏସ୍ଲି ନାଗାୟିଙ୍କ ପୁତ୍ର,</verse>
				<verse number="26">ନାଗାୟି ମାଥ୍‌ଙ୍କ ପୁତ୍ର, ମାଥ୍ ମତଥିୟସ୍‌ଙ୍କ ପୁତ୍ର, ମତଥିୟସ୍ ଶେମେୟିନଙ୍କ ପୁତ୍ର, ଶେମେୟନି ଯୋସେକ୍‌ଙ୍କ ପୁତ୍ର, ଯୋସେକ୍ ଯୋଦାଙ୍କ ପୁତ୍ର,</verse>
				<verse number="27">ଯୋଦା ଯୋଆନାନ୍‌ଙ୍କ ପୁତ୍ର, ଯୋଆନାନ୍ ରେଶାଙ୍କ ପୁତ୍ର, ରେଶା ଯେରୁବାବେଲ୍‌ଙ୍କ ପୁତ୍ର, ଯେରୁବାବେଲ୍ ଶିଏଲ୍ଟିଏଲ୍‌ଙ୍କ ପୁତ୍ର, ଶିଏଲ୍ଟିଏଲ୍ ନେରିଙ୍କ ପୁତ୍ର,</verse>
				<verse number="28">ନେରି ମେଲ୍କିଙ୍କ ପୁତ୍ର, ମେଲ୍କି ଆଡ଼୍ଡ଼ିଙ୍କ ପୁତ୍ର, ଆଡ଼୍ଡ଼ି କୋସାମ୍‌ଙ୍କ ପୁତ୍ର, କୋସାମ୍ ଏଲ୍ମାଦାମ୍‌ଙ୍କ ପୁତ୍ର, ଏଲ୍ମାଦାମ୍ ଏର୍ଙ୍କ ପୁତ୍ର, ଏର୍ ଯିହୋଶୂୟଙ୍କ ପୁତ୍ର, ଏଲ୍ମାଦାମ୍ ଏର୍ଙ୍କ ପୁତ୍ର, ଏର୍ ଯିହୋଶୂୟଙ୍କ ପୁତ୍ର,</verse>
				<verse number="29">ଯିହୋଶୂୟ ଏଲିୟେଜର୍ଙ୍କ ପୁତ୍ର, ଏଲିୟେଜର୍ ଯୋରିମ୍‌ଙ୍କ ପୁତ୍ର, ଯୋରିମ୍ ମାଥାଥ୍‌ଙ୍କ ପୁତ୍ର, ମାଥାଥ୍ ଲେଭିଙ୍କ ପୁତ୍ର, ଲେଭି ସିମିୟୋନଙ୍କ ପୁତ୍ର,</verse>
				<verse number="30">ସିମିୟୋନ୍ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋସେଫଙ୍କ ପୁତ୍ର, ଯୋସେଫ ଯୋନାମ୍‌ଙ୍କ ପୁତ୍ର, ଯୋନାମ୍ ଏଲିୟାକିମ୍‌ଙ୍କ ପୁତ୍ର,</verse>
				<verse number="31">ଏଲିୟାକିମ୍ ମେଲିଆଙ୍କ ପୁତ୍ର, ମେଲିଆ ମେନ୍ନାଙ୍କ ପୁତ୍ର, ମେନ୍ନା ମତାଥାଙ୍କ ପୁତ୍ର, ମତାଥା ନାଥନ୍‌ଙ୍କ ପୁତ୍ର, ନାଥନ୍ ଦାଉଦଙ୍କ ପୁତ୍ର,</verse>
				<verse number="32">ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦ୍‌ଙ୍କ ପୁତ୍ର, ଓବେଦ୍ ବୋୟଜଙ୍କ ପୁତ୍ର, ବୋୟଜ ସାଲ୍ମୋନଙ୍କ ପୁତ୍ର, ସାଲ୍ମୋନ୍ ନାଶୋନ୍‌ଙ୍କ ପୁତ୍ର,</verse>
				<verse number="33">ନାଶୋନ୍ ଅମ୍ମିନାଦବ୍‌ଙ୍କ ପୁତ୍ର, ଅମ୍ମିନାଦବ୍ ଆଦ୍ମିନ୍‌ଙ୍କ ପୁତ୍ର, ଆଦ୍ମିନ୍ ଆର୍ନିଙ୍କ ପୁତ୍ର, ଆର୍ନି ହେଜ୍ରୋନ୍‌ଙ୍କ ପୁତ୍ର, ହେଜ୍ରୋନ୍ ପେରେଜ୍‌ଙ୍କ ପୁତ୍ର, ପେରେଜ୍ ଯିହୂଦାଙ୍କ ପୁତ୍ର,</verse>
				<verse number="34">ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଯିସାହାକ୍‌ଙ୍କ ପୁତ୍ର, ଯିସାହାକ୍ ଅବ୍ରାହାମ୍‌ଙ୍କ ପୁତ୍ର, ଅବ୍ରାହାମ୍ ଟେରାଙ୍କ ପୁତ୍ର, ଟେରା ନାହୋରଙ୍କ ପୁତ୍ର,</verse>
				<verse number="35">ନାହୋର ସେରଗ୍‌ଙ୍କ ପୁତ୍ର; ସେରଗ୍ ରେଉଙ୍କ ପୁତ୍ର, ରେଉ ପେଲେଗ୍‌ଙ୍କ ପୁତ୍ର, ପେଲେଗ୍ ଏବର୍ଙ୍କ ପୁତ୍ର, ଏବର୍ ଶେଲାଙ୍କ ପୁତ୍ର,</verse>
				<verse number="36">ଶେଲା କଇନାନ୍‌ଙ୍କ ପୁତ୍ର, କଇନାନ୍ ଆର୍ଫାକ୍ସଡ଼ଙ୍କ ପୁତ୍ର, ଆର୍ଫାକ୍ସଡ଼ ଶେମ୍‌ଙ୍କ ପୁତ୍ର, ଶେମ୍ ନୋହଙ୍କ ପୁତ୍ର, ନୋହ ଲାମେକ୍‌ଙ୍କ ପୁତ୍ର,</verse>
				<verse number="37">ଲାମେକ୍ ମେଥୁଶେଲାଙ୍କ ପୁତ୍ର, ମେଥୁଶେଲା ହନୋକଙ୍କ ପୁତ୍ର, ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲୀଲ୍‌ଙ୍କ ପୁତ୍ର, ମହାଲାଲୀଲ୍ କେନାନ୍‌ଙ୍କ ପୁତ୍ର,</verse>
				<verse number="38">କେନାନ୍ ଏନୋଶଙ୍କ ପୁତ୍ର, ଏନୋଶ ଶେଥ୍‌ଙ୍କ ପୁତ୍ର, ଶେଥ୍ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର।</verse>
			</chapter>
			<chapter number="4">
				<verse number="1">ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ।</verse>
				<verse number="2">ସେଠାରେ ସେ ଶୟତାନ ଦ୍ୱାରା ଚାଳିଶ ଦିନ ପର୍ଯ୍ୟନ୍ତ ପରୀକ୍ଷିତ ହେଲେ। ସେହି ସମୟ ଭିତରେ ସେ କିଛି ଭୋଜନ କରି ନ ଥିଲେ, ତେଣୁ ଚାଳିଶ ଦିନ ଅତିବାହିତ ହେବା ପରେ ସେ କ୍ଷୁଧିତ ହେଲେ।</verse>
				<verse number="3">ଶୟତାନ ତାଙ୍କୁ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକୁ ଆଦେଶ ଦେଇ ରୋଟିରେ ପରିଣତ କର।”</verse>
				<verse number="4">କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟୀରେ ବଞ୍ଚିପାରିବ ନାହିଁ।”</verse>
				<verse number="5">ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ସ୍ଥାନକୁ ନେଇଗଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଜଗତର ସମସ୍ତ ରାଜ୍ୟ ଦେଖାଇଲା। ଶୟତାନ ତାଙ୍କୁ କହିଲା,</verse>
				<verse number="6">“ମୁଁ ତୁମକୁ ଏ ସମସ୍ତର କ୍ଷମତା ଓ ଧନ ସମ୍ପଦ ଦେବି, କାରଣ ଏସବୁ ମୋ’ ହସ୍ତରେ ନ୍ୟସ୍ତ ହୋଇଛି ଓ ମୋର ଯାହାକୁ ଇଚ୍ଛା, ତାହାକୁ ସବୁ ଦେଇ ପାରିବି।</verse>
				<verse number="7">ତୁମେ ଯଦି ମୋତେ ପୂଜା କରିବ, ତେବେ ଏସବୁ ତୁମର ହେବ।”</verse>
				<verse number="8">ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ତୁମର ପ୍ରଭୁ ଈଶ୍ୱରଙ୍କୁ କେବଳ ପୂଜା କର ଏବଂ କେବଳ ତାଙ୍କର ସେବା କର’।”</verse>
				<verse number="9">ତା’ପରେ ଶୟତାନ ତାଙ୍କୁ ଯିରୂଶାଲମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ତାଙ୍କୁ ଛିଡ଼ା କରାଇ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ସ୍ଥାନରୁ ତଳକୁ ଡ଼େଇଁ ପଡ଼।</verse>
				<verse number="10">କାରଣ ଧର୍ମଶାସ୍ତ୍ରରେ ଲେଖାଅଛି, ‘ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ।’</verse>
				<verse number="11">ଆହୁରି ମଧ୍ୟ ଉଲ୍ଲେଖ ଅଛି, ‘ତୁମର ପାଦ ଯେପରି ପଥରରେ ଆଘାତ ନ ପାଏ, ସେଥିପାଇଁ ସେମାନେ ତୁମକୁ ସେମାନଙ୍କ ହାତରେ ତୋଳି ଧରିବେ’।”</verse>
				<verse number="12">କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମର ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ’।”</verse>
				<verse number="13">ଶୟତାନ ବିଭିନ୍ନ ଉପାୟରେ ଯୀଶୁଙ୍କୁ ପ୍ରଲୋଭନ ଦେଖାଇବା ପରେ କିଛି ସମୟ ପାଇଁ ତାଙ୍କୁ ଛାଡ଼ି ଚାଲିଗଲା।</verse>
				<verse number="14">ତା’ପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣହୋଇ ଗାଲିଲୀକୁ ଫେରିଗଲେ। ସେ ସମସ୍ତ ଅଞ୍ଚଳରେ ତାଙ୍କ ବିଷୟରେ ସମ୍ବାଦ ବ୍ୟାପିଗଲା।</verse>
				<verse number="15">ସେ ସମାଜ ଗୃହମାନଙ୍କରେ ଶିକ୍ଷା ଦେଲେ ଓ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଲେ।</verse>
				<verse number="16">ତା’ପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ।</verse>
				<verse number="17">ଶାସ୍ତ୍ର ପାଠ କରିବା ନିମନ୍ତେ ତାଙ୍କୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟାଇ ଏହି ଅଂଶଟି ପାଠ କଲେ:</verse>
				<verse number="18">“ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା</verse>
				<verse number="19">ଓ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବାର ସମୟ ଯେ ଉପସ୍ଥିତ, ଏହା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଛନ୍ତି।”</verse>
				<verse number="20">ଯୀଶୁ ପୁସ୍ତକ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଉପବେଶନ କଲେ। ସମାଜ ଗୃହରେ ଥିବା ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହେଲା।</verse>
				<verse number="21">ସେତେବେଳେ ସେ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ରରେ ଏହି ଯେଉଁ ଅଂଶ ଶୁଣିଲ, ତାହା ଆଜି ସଫଳ ହେଲା।”</verse>
				<verse number="22">ଏଥିରେ ସମସ୍ତେ ଚମକ୍ରୃତ ହେଲେ ଓ ତାଙ୍କର ଓଜସ୍ୱିନୀ କଥାରେ ଅଭିଭୂତ ହୋଇ କହିଲେ, “ଏ କ’ଣ ଯୋସେଫର ପୁଅ ନୁହେଁ?”</verse>
				<verse number="23">ସେ ସେମାନଙ୍କୁ କହିଲେ, “ମୁଁ ନିଶ୍ଚୟ ଜାଣେ ଯେ ତୁମ୍ଭେମାନେ ମୋ’ ପ୍ରତି ଏହି ଉକ୍ତିଟି ପ୍ରୟୋଗ କରି କହିବ, ‘ହେ ଚିକିତ୍ସକ, ନିଜକୁ ସୁସ୍ଥ କର।’ କପର୍ନାହୁମରେ ଯାହା ସବୁ କରାଯାଇଛି ବୋଲି ତୁମ୍ଭେମାନେ ଶୁଣିଛ, ସେସବୁ ମୋର ଜନ୍ମ ସ୍ଥାନରେ କରିବା ପାଇଁ ତୁମ୍ଭେମାନେ ମୋତେ କହିବ।”</verse>
				<verse number="24">ଯୀଶୁ ପୁନର୍ବାର କହିଲେ, “ମୁଁ କହୁଛି, ଭାବବାଦୀ ନିଜ ବାସସ୍ଥାନରେ ଆଦୃତ ହୁଏ ନାହିଁ।</verse>
				<verse number="25">“ମୋ’ କଥା ଶୁଣ: ଏଲିୟଙ୍କ ସମୟରେ ସମଗ୍ର ଦେଶରେ ସାଢ଼େ ଦିନି ବର୍ଷ ପର୍ଯ୍ୟନ୍ତ ଅନାବୃଷ୍ଟି ଓ ଦୁର୍ଭିକ୍ଷ ହୋଇଥିବା ସମୟରେ ଇଶ୍ରାୟେଲ ଦେଶରେ ଅନେକ ବିଧବା ଥିଲେ।</verse>
				<verse number="26">କିନ୍ତୁ ଏଲିୟ କେବଳ ସିଦୋନ ଅଞ୍ଚଳର ସାରିଫତରେ ବାସ କରୁଥିବା ଗୋଟିଏ ବିଧବା ନିକଟକୁ ପ୍ରେରିତ ହୋଇଥିଲେ, ଅନ୍ୟ କାହା ନିକଟକୁ ସେ ଯାଇ ନ ଥିଲେ।</verse>
				<verse number="27">ଇଲିଶାୟ ଭାବବାଦୀଙ୍କ ସମୟରେ ଇଶ୍ରାୟେଲ ଦେଶରେ ଅନେକ କୁଷ୍ଠରୋଗୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ସୁସ୍ଥ ହୋଇ ନ ଥିଲେ। କେବଳ ସିରିଆର ନାମାନ୍ ସୁସ୍ଥ ହେଲେ।”</verse>
				<verse number="28">ଏକଥା ଶୁଣି, ସମାଜ ଗୃହରେ ଉପସ୍ଥିତ ଥିବା ଲୋକମାନେ କ୍ରୋଧାନ୍ୱିତ ହେଲେ।</verse>
				<verse number="29">ସେମାନେ ଉତ୍ତ୍ୟକ୍ତ ହୋଇ ଯୀଶୁଙ୍କୁ ସହରରୁ ବାହାରକୁ ତଡ଼ିଦେଲେ ଏବଂ ଯେଉଁ ପାହାଡ଼ ଉପରେ ସେମାନଙ୍କ ସହର ସ୍ଥାପିତ ହୋଇଥିଲା, ତା’ ଉପରୁ ତାଙ୍କୁ ତଳକୁ ଫୋପାଡ଼ି ଦେବା ପାଇଁ ମନସ୍ଥ କଲେ</verse>
				<verse number="30">କିନ୍ତୁ ସେ ଲୋକଗହଳି ମଧ୍ୟଦେଇ ବାହାରି ଚାଲିଗଲେ।</verse>
				<verse number="31">ତା’ପରେ ଯୀଶୁ ଗାଲିଲୀର କପର୍ନାହୂମ ନାମକ ଏକ ସହରକୁ ଯାଇ ବିଶ୍ରାମବାର ଦିନ ସେଠାରେ ଶିକ୍ଷା ଦେଲେ।</verse>
				<verse number="32">ତାଙ୍କର ଶିକ୍ଷା ଦେବା ପ୍ରଣାଳୀରେ ସେମାନେ ସମସ୍ତେ ଆଚମ୍ବିତ ହେଲେ, କାରଣ ସେ କ୍ଷମତାର ସହ କଥା କହୁଥିଲେ।</verse>
				<verse number="33">ଉପାସନା ଗୃହରେ ଜଣେ ଭୂତାବିଷ୍ଟ ଲୋକ ଥିଲା। ସେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା,</verse>
				<verse number="34">“ହେ ନାଜରିତର ଯୀଶୁ, ଆମଠ।।ରୁ ତୁମେ କ’ଣ ଚାହଁ? ତୁମେ କ’ଣ ଆମର ବିନା ସାଧନ କରିବା ପାଇଁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କର ପବିତ୍ର ଦୂତ।”</verse>
				<verse number="35">ଯୀଶୁ ଭୂତକୁ ଧମକ ଦେଇ କହିଲେ, “ଚୁପ୍କର୍, ଏହି ଲୋକଠାରୁ ବାହାରି ଆ!” ଭୂତ ଲୋକଟିକୁ ସେମାନଙ୍କ ଆଗରେ ତଳେ କଚାଡ଼ି ଦେଲା ଓ କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।</verse>
				<verse number="36">ଲୋକମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, “ଏସବୁ କି ପ୍ରକାର କଥା? କ୍ଷମତା ଓ ଶକ୍ତି ବଳରେ ଏହି ଲୋକଟି ପ୍ରେତାତ୍ମାମାନଙ୍କୁ ଧମକ ଦେଉଛି ଓ ସେମାନେ ବାହାରି ଯାଉଛନ୍ତି!”</verse>
				<verse number="37">ସେହି ଅଞ୍ଚଳରେ ଯୀଶୁଙ୍କ ସମ୍ପର୍କରେ ଏହି ସମ୍ବାଦ ଚାରିଆଡ଼େ ବ୍ୟାପିଗଲା।</verse>
				<verse number="38">ଯୀଶୁ ଉପାସନା ଗୃହରୁ ବାହାରି ଶିମୋନଙ୍କ ଗୃହକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ବହୁତ ଜ୍ୱର ହୋଇଥିଲା ଓ ସେମାନେ ତାଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ।</verse>
				<verse number="39">ଯୀଶୁ ଯାଇ ତାଙ୍କ ଶଯ୍ୟା ପାଖରେ ଠିଆହେଲେ ଓ ସେ ଜ୍ୱର ମୁକ୍ତ ହୁଅନ୍ତୁ ବୋଲି ଆଦେଶ ଦେଲେ। ସଙ୍ଗେ ସଙ୍ଗେ ଜ୍ୱର ଛାଡ଼ିଗଲା ଏବଂ ସେ ଉଠି ସେମାନଙ୍କର ପରିଚର୍ଯ୍ୟା କଲେ।</verse>
				<verse number="40">ସୂର୍ଯ୍ୟାସ୍ତ ପରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ସେମାନଙ୍କ ବନ୍ଧୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ପ୍ରତ୍ୟେକଙ୍କ ଉପରେ ତାଙ୍କର ହାତ ରଖି ସମସ୍ତଙ୍କୁ ସୁସ୍ଥ କଲେ।</verse>
				<verse number="41">“ତୁମେ ଈଶ୍ୱରଙ୍କ ପୁତ୍ର” ବୋଲି ଚିକ୍ରାର କରି ଭୂତମାନେ ମଧ୍ୟ ଅନେକଙ୍କଠାରୁ ବାହାରି ଗଲେ। ଯୀଶୁ ଭୂତମାନଙ୍କୁ କୌଣସି କଥା ନ କହିବା ପାଇଁ ଧମ ଦେଇ ସେମାନଙ୍କୁ ନୀରବ କଲେ; କାରଣ ସେ ମସୀହ ବୋଲି ସେମାନେ ଜାଣିଥିଲେ।</verse>
				<verse number="42">ପରଦିନ ପ୍ରତ୍ୟୁଷରେ, ଯୀଶୁ ସହର ଛାଡ଼ି ଏକ ନିର୍ଜ୍ଜନ ସ୍ଥାନକୁ ଗଲେ। ଲୋକମାନେ ତାଙ୍କୁ ଖୋଜିବାକୁ ଲାଗିଲେ ଓ ତାଙ୍କ ଦେଖା ପାଇ ତାଙ୍କୁ ସେଠାରେ ଅଟକାଇ ରଖିବା ପାଇଁ ଚେଷ୍ଟା କଲେ।</verse>
				<verse number="43">କିନ୍ତୁ ସେ ସେମାନଙ୍କୁ କହିଲେ, “ମୋତେ ଅନ୍ୟ ସହରମାନଙ୍କରେ ମଧ୍ୟ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କରିବାକୁ ହେବ, କାରଣ ସେଥିପାଇଁ ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।”</verse>
				<verse number="44">ତେଣୁ ସେ ଦେଶର ବିଭିନ୍ନ ଉପାସନା ଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।</verse>
			</chapter>
			<chapter number="5">
				<verse number="1">ଦିନେ ଯୀଶୁ ଗିନେସରତ୍ ହ୍ରଦ କୂଳରେ ଛିଡ଼ା ହୋଇଥିଲେ ଓ ଲୋକମାନେ ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।</verse>
				<verse number="2">ସେ କୂଳରେ ଦୁଇଟି ନୌକା ବନ୍ଧା ଯାଇଥିବାର ଦେଖିଲେ। ଧୀବରମାନେ ସେଗୁଡ଼ିକୁ ଛାଡ଼ି ଜାଲ ଧୋଉଥିଲେ।</verse>
				<verse number="3">ଯୀଶୁ ସେଥିମଧ୍ୟରୁ ଗୋଟିଏ ନୌକା ଭିତରକୁ ଗଲେ - ତାହା ଶିମୋନର ନୌକା ଥିଲା। ନୌକାଟିକୁ କୂଳଠାରୁ ଅଳ୍ପ ଦୂରକୁ ଠେଲି ନେବା ପାଇଁ ସେ କହିଲେ। ଯୀଶୁ ନୌକା ମଧ୍ୟରେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।</verse>
				<verse number="4">ଶିକ୍ଷା ଶେଷ କରିବା ପରେ ସେ ଶିମୋନଙ୍କୁ କହିଲେ, “ନୌକାଟିକୁ ଆହୁରି ଗଭୀର ଜଳକୁ ଠେଲି ନିଅ ଏବଂ ତୁମେ ଓ ତୁମର ବନ୍ଧୁମାନେ ମାଛ ଧରିବା ପାଇଁ ଜାଲ ପକାଅ।”</verse>
				<verse number="5">ଶିମୋନ ଉତ୍ତର ଦେଲେ, “ଗୁରୁ, ଗତ ରାତିରେ ଆମେ ବହୁ ପରିଶ୍ରମ କଲୁ, କିନ୍ତୁ କିଛି ପାଇଲୁ ନାହିଁ। ତଥାପି ଆପଣ ଯଦି କହୁଛନ୍ତି, ତେବେ ମୁଁ ଜାଲ ପକାଇବି।”</verse>
				<verse number="6">ସେମାନେ ଜାଲ ପକାଇଲେ ଓ ଏତେ ମାଛ ପଡ଼ିଲା ଯେ ଜାଲଟି ଛିଣ୍ଡିଯିବା ପରି ହେଲା।</verse>
				<verse number="7">ତେଣୁ ସେମାନେ ଅନ୍ୟ ନୌକାରେ ଥିବା ସେମାନଙ୍କର ସଙ୍ଗୀମାନଙ୍କୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସଙ୍କେତ ଦେଲେ। ସେମାନେ ଆସିଲେ ଓ ଦୁଇଟି ନୌକାକୁ ମାଛରେ ଏପରି ପୂର୍ଣ୍ଣ କଲେ ଯେ ନୌକାଗୁଡ଼ିକ ବୁଡ଼ି ଯିବାର ଆଶଙ୍କା ହେଲା।</verse>
				<verse number="8">ଏ ଘଟଣା ଦେଖି ଶିମୋନ ପିତର ଯୀଶୁଙ୍କ ଆଗରେ ଆଣ୍ଠୁପାତି କହିଲେ, “ପ୍ରଭୁ, ମୋ’ଠାରୁ ଚାଲିଯା’ନ୍ତୁ! ମୁଁ ଜଣେ ପାପୀ।”</verse>
				<verse number="9">ସେ ଓ ତାଙ୍କ ସହିତ ଥିବା ଅନ୍ୟମାନେ ସମସ୍ତେ ଏତେ ମାଛ ଧରିପାରି ଥିବାରୁ ବିସ୍ମିତ ହେଲେ।</verse>
				<verse number="10">ଶିମୋନଙ୍କ ସଙ୍ଗୀ ଯାକୁବ ଓ ଯୋହନ ମଧ୍ୟ ସେହିପରି ବିସ୍ମିତ ହେଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ବର୍ତ୍ତମାନଠାରୁ ତୁମେ ମନୁଷ୍ୟ ଧରିବ।”</verse>
				<verse number="11">ସେମାନେ ନୌକାଗୁଡ଼ିକ ଟାଣି କୂଳରେ ଲଗାଇଲେ ଓ ସବୁ ପରିତ୍ୟାଗ କରି ଯୀଶୁଙ୍କ ଅନୁଗମନ କଲେ।</verse>
				<verse number="12">ଥରେ ଯୀଶୁ ଗୋଟିଏ ସହରରେ ଥିବାବେଳେ, ଜଣେ କୁଷ୍ଠରୋଗୀ ତାଙ୍କ ଗୋଡ଼ ତଳେ ପଡ଼ି, ଅନୁନୟ କରି କହିଲା, “ମହାଶୟ, ଆପଣ ଚାହିଁଲେ ମୋତେ ସୁସ୍ଥ କରିପାରିବେ।”</verse>
				<verse number="13">ଯୀଶୁ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଚାହେଁ, ତୁମେ ସୁସ୍ଥ ହୁଅ!” ସେହି ମୁହୂର୍ତ୍ତରେ ଲୋକଟି ରୋଗ ମୁକ୍ତ ହେଲା।</verse>
				<verse number="14">ଯୀଶୁ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ସିଧା ଯାଜକଙ୍କ ପାଖକୁ ଯାଅ ଓ ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ; ତା’ପରେ ତୁମେ ସୁସ୍ଥ ହୋଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣ ଦେବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର।”</verse>
				<verse number="15">କିନ୍ତୁ ଯୀଶୁଙ୍କ କାର୍ଯ୍ୟକଳାପର ସମ୍ବାଦ ଆହୁରି ବ୍ୟାପିଗଲା ଏବଂ ବହୁସଂଖ୍ୟକ ଲୋକ ତାଙ୍କ କଥା ଶୁଣିବା ପାଇଁ ଓ ରୋଗ ମୁକ୍ତ ହେବା ପାଇଁ ତାଙ୍କ ନିକଟକୁ ଆସିଲେ।</verse>
				<verse number="16">କିନ୍ତୁ ସେ ଅନେକ ସମୟରେ ନିର୍ଜ୍ଜନ ସ୍ଥାନମାନଙ୍କୁ ଯାଇ ପ୍ରାର୍ଥନାରେ ନିବିଷ୍ଟ ରହୁଥାଆନ୍ତି।</verse>
				<verse number="17">ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଗାଲିଲୀ ଓ ଯିହୂଦା ପ୍ରଦେଶର ସହରମାନଙ୍କରୁ ଓ ଯିରୂଶାଲମରୁ ଆସିଥିବା ଫାରୁଶୀ ଓ ଧର୍ମଗୁରୁମାନେ ସେଠାରେ ବସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁଙ୍କଠାରେ ପ୍ରଭୁଙ୍କ ଶକ୍ତି ଥିଲା।</verse>
				<verse number="18">କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ତା’ ବିଛଣାରେ ବୋହି ଆଣିଲେ ଏବଂ ତାକୁ ଘର ଭିତରକୁ ଯୀଶୁଙ୍କ ଆଗକୁ ନେଇଯିବା ପାଇଁ ଚେଷ୍ଟା କଲେ।</verse>
				<verse number="19">କିନ୍ତୁ ଲୋକ ଗହଳି ହେତୁ ସେମାନେ ତାକୁ ଭିତରକୁ ନେବା ପାଇଁ କୌଣସି ବାଟ ପାଇଲେ ନାହିଁ। ତେଣୁ ସେମାନେ ତାକୁ ଛାତ ଉପରକୁ ବୋହି ନେଲେ। ଛାତରୁ କେତେକ ଟାଇଲ୍ ଖୋଲି ସେହି ବାଟେ ରୋଗୀକୁ ଶଯ୍ୟା ସହିତ ଯୀଶୁଙ୍କ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ତଳକୁ ଖସାଇ ଦେଲେ।</verse>
				<verse number="20">ଯୀଶୁ ସେମାନଙ୍କର ଏହି ପ୍ରଗାଢ଼ ବିଶ୍ୱାସ ଦେଖି ରୋଗୀକୁ କହିଲେ, “ବନ୍ଧୁ, ତୁମର ପାପ ସବୁ କ୍ଷମା ହୋଇଅଛି।”</verse>
				<verse number="21">ଧର୍ମଗୁରୁ ଓ ଫାରୁଶୀମାନେ ପରସ୍ପରକୁ କୁହାକୋହି ହେଲେ, “ଏ ଲୋକ ଈଶ୍ୱର ନିନ୍ଦା କରି କଥା କହୁଛି। ସେ କିଏ? ଏକମାତ୍ର ଈଶ୍ୱର ହିଁ ପାପ କ୍ଷମା କରିପାରନ୍ତି।”</verse>
				<verse number="22">ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣିପାରି ସେମାନଙ୍କୁ କହିଲେ, “ତୁମେ କାହିଁକି ଏପରି କଥା ସବୁ ଭାବୁଛ?</verse>
				<verse number="23">‘ତୁମର ପାପସବୁ କ୍ଷମା ହୋଇଛି’ ବୋଲି କହିବା ସହଜ ନା, ‘ଉଠି ଚାଲ’ ବୋଲି କହିବା ସହଜ?</verse>
				<verse number="24">ହେଉ, ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦେବାକୁ ଚାହେଁ ଯେ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି।” ଏହା କହି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ, ତୁମର ଶଯ୍ୟା ନେଇ ଘରକୁ ଯାଅ!”</verse>
				<verse number="25">ସଙ୍ଗେ ସଙ୍ଗେ ସେ ସମସ୍ତଙ୍କ ଆଗରେ ଉଠି ଛିଡ଼ାହେଲା ଓ ଯେଉଁ ବିଛଣାରେ ଶୋଇଥିଲା, ତାକୁ ଉଠାଇ ନେଲା। ପୁଣି ଈଶ୍ୱରଙ୍କ ପ୍ରଶଂସା କରି ଘରକୁ ଫେରିଗଲା।</verse>
				<verse number="26">ସେମାନେ ସମସ୍ତେ ବିସ୍ମିତ ହେଲେ ଓ ଭୟରେ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “କେଡ଼େ ଆଶ୍ଚର୍ଯ୍ୟ ବିଷୟ ସବୁ ଆଜି ଦେଖିଲୁ।”</verse>
				<verse number="27">ଏହା ପରେ ଯୀଶୁ ବାହାରି ଗଲେ ଓ ଲେବୀ ନାମକ ଜଣେ କରଆଦାୟକାରୀକୁ ତା’ର କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାକୁ କହିଲେ, “ମୋର ଅନୁଗମନ କର।”</verse>
				<verse number="28">ଲେବୀ ସଙ୍ଗେ ସଙ୍ଗେ ସମସ୍ତ ପରିତ୍ୟାଗ କରି ତାଙ୍କ ପଛେ ପଛେ ଗଲେ।</verse>
				<verse number="29">ତା’ପରେ ଲେବୀ ତାଙ୍କ ଗୃହରେ ଯୀଶୁଙ୍କ ପାଇଁ ଗୋଟିଏ ବଡ଼ ଭୋଜି ପ୍ରସ୍ତୁତ କଲେ। ସେହି ଭୋଜିରେ କରଆଦାୟକାରୀ ଓ ଅନ୍ୟାନ୍ୟ ବହୁସଂଖ୍ୟକ ଲୋକ ଯୋଗ ଦେଲେ।</verse>
				<verse number="30">କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”</verse>
				<verse number="31">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଚିକିତ୍ସକ ଅନାବଶ୍ୟକ, ଆବଶ୍ୟକ କେବଳ ଅସୁସ୍ଥମାନଙ୍କ ପାଇଁ।</verse>
				<verse number="32">ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବାକୁ ଆସି ନାହିଁ, ମନ ପରିବର୍ତ୍ତନ କରିବା ପାଇଁ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଚି।”</verse>
				<verse number="33">କେତେକ ଲୋକ ଯୀଶୁଙ୍କୁ ପଚାରିଲେ, “ଯୋହନଙ୍କ ଶିଷ୍ୟମାନେ ଅନେକ ଥର ଉପବାସ କରି ପ୍ରାର୍ଥନା କରନ୍ତି ଓ ଫାରୁଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ତା’ ନ କରି ସବୁବେଳେ ଖିଆପିଆ କରୁଥାଆନ୍ତି?”</verse>
				<verse number="34">ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ, ବିବାହ ଉତ୍ସବରେ ବର ଉପସ୍ଥିତ ଥିବାବେଳେ ବରଯାତ୍ରୀମାନେ ଉପବାସ କରନ୍ତି? କଦାପି ନୁହେଁ!</verse>
				<verse number="35">ସମୟ ଆସିବ, ଯେତେବେଳେ ସେମାନଙ୍କ ନିକଟରୁ ବର ଚାଲିଯିବେ। ସେତେବେଳେ ସେମାନେ ଉପବାସ କରିବେ।”</verse>
				<verse number="36">ଯୀଶୁ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କଥା କହିଲେ: “ନୂଆ ଜାମାରୁ ଖଣ୍ଡିଏ ଚିରି କେହି ପୁରୁଣା ଜାମାରେ ତାଳି ଦିଏ ନାହିଁ। ଯଦି ତା’ କରେ, ତେବେ ସେ ନୂଆ ଜାମାକୁ ଚିରିବ ଓ ନୂଆ କନା ସହିତ ମିଶିବ ନାହିଁ।</verse>
				<verse number="37">ପୁରୁଣା ଦ୍ରାକ୍ଷାରସ କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ଢ଼ାଳେ ନାହିଁ, କାରଣ ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ଦେବ, ଦ୍ରାକ୍ଷାରସ ସବୁ ଢ଼ାଳି ହୋଇଯିବ ଏବଂ କୁମ୍ପାଗୁଡ଼ିକ ନଷ୍ଟ ହେବ।</verse>
				<verse number="38">କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।</verse>
				<verse number="39">ପୁଣି ପୁରୁଣା ଦ୍ରାକ୍ଷାରସ ପାନ କରିବା ପରେ କେହି ନୂଆ ଦ୍ରାକ୍ଷାରସ ପାନ କରେ ନାହିଁ! ସେ କହିବ ପୁରୁଣା ହିଁ ଭଲ।”</verse>
			</chapter>
			<chapter number="6">
				<verse number="1">ବିଶ୍ରାମବାର ଦିନ ଯୀଶୁ ଗୋଟିଏ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାଙ୍କର ଶିଷ୍ୟମାନେ ଶସ୍ୟ କେଣ୍ଡାରୁ ଶିଷା ଛିଣ୍ଡାଇ, ସେଗୁଡ଼ିକ ହାତରେ ମଳି ଖାଇବାକୁ ଲାଗିଲେ।</verse>
				<verse number="2">କେତେଜଣ ଫାରୁଶୀ ପଚାରିଲେ, “ବ୍ୟବସ୍ଥା ଅନୁଯାୟୀ ବିଶ୍ରାମବାର ଦିନ ତୁମ୍ଭମାନଙ୍କର ଯେଉଁସବୁ କାମ କରିବା ଅନୁଚିତ, ତୁମ୍ଭେମାନେ କାହିଁକି ତାହା କରୁଛ?”</verse>
				<verse number="3">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାଙ୍କର ଲୋକମାନେ କ୍ଷୁଧିତ ଥିବା ସମୟରେ କ’ଣ କରିଥିଲେ, ତାହା ପଢ଼ି ନାହଁ କି?</verse>
				<verse number="4">ସେ ଈଶ୍ୱରଙ୍କ ଗୃହରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ନିଜେ ଖାଇଲେ ଓ ତାଙ୍କର ଲୋକମାନଙ୍କୁ ମଧ୍ୟ ଦେଲେ। ଅଥଚ ଯାଜକଙ୍କ ବ୍ୟତୀତ ଅନ୍ୟ କେହି ସେ ରୋଟୀ ଖାଇବା ଆମର ବ୍ୟବସ୍ଥା ବିରୁଦ୍ଧ।”</verse>
				<verse number="5">ଯୀଶୁ ପୁଣି କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ।”</verse>
				<verse number="6">ଆଉ ଥରେ ବିଶ୍ରାମବାରରେ ଯୀଶୁ ଗୋଟିଏ ଉପାସନା ଗୃହକୁ ଯାଇ ଶିକ୍ଷା ଦେଲେ। ସେଠାରେ ଜଣେ ଲୋକ ଥିଲା। ତାହାର ଡ଼ାହାଣ ହାତ ଶୁଖି ଯାଇଥିଲା।</verse>
				<verse number="7">ଧର୍ମଗୁରୁ ଓ ଫାରୁଶୀମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କ ଦୋଷ ଧରିବା ପାଇଁ କାରଣ ଖୋଜୁଥିଲେ। ସେ ବିଶ୍ରାମବାର ଦିନ ସୁସ୍ଥ କରିବେ କି ନାହିଁ, ତାହା ଦେଖିବାକୁ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।</verse>
				<verse number="8">କିନ୍ତୁ ଯୀଶୁ ସେମାନଙ୍କର ମନୋଭାବ ଜାଣି ଲୋକଟିକୁ କହିଲେ, “ଉଠି ଠିଆହୁଅ।” ଲୋକଟି ଉଠି ସେଠାରେ ଠିଆହେଲା।</verse>
				<verse number="9">ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପଚାରୁଛି, ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ? ଉପକାର କରିବା ନା କ୍ଷତି କରିବା? ମନୁଷ୍ୟର ଜୀବନ ରକ୍ଷା କରିବା ନା ନଷ୍ଟ କରିବା?</verse>
				<verse number="10">ସେ ସମସ୍ତଙ୍କ ଆଡ଼କୁ ଅନାଇ ଲୋକଟିକୁ କହିଲେ, “ତୁମର ହାତ ବମାଅ।” ସେ ସେପରି କଲା ଓ ତା’ର ହାତ ସୁସ୍ଥ ହୋଇଗଲା।</verse>
				<verse number="11">ସେମାନେ ସମସ୍ତେ କ୍ରୋଧ ଜର୍ଜ୍ଜରିତ ହୋଇ ଯୀଶୁଙ୍କ ପ୍ରତି କ’ଣ କରିବେ, ସେ ବିଷୟରେ ଷଡ଼ଯନ୍ତ୍ର କଲେ।</verse>
				<verse number="12">ଏହା ପରେ ଦିନେ ଯୀଶୁ ଏକ ପାହାଡ଼ ଉପରକୁ ପ୍ରାର୍ଥନା କରିବାକୁ ଗଲେ ଓ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ସମସ୍ତ ରାତ୍ରି ବିତାଇଲେ।</verse>
				<verse number="13">ପରଦିନ ପ୍ରତ୍ୟୁଷରେ ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡ଼ାକିଲେ ଓ ସେମାନଙ୍କ ମଧ୍ୟରୁ ବାର ଜଣଙ୍କୁ ମନୋନୀତ କରି “ପ୍ରେରିତ” ନାମ ଦେଲେ।</verse>
				<verse number="14">ସେମାନେ ହେଉଛନ୍ତି:- ଶିମୋନ (ଯାହାଙ୍କୁ ସେ ପିତର ନାମ ଦେଲେ) ଓ ତାଙ୍କର ଭାଇ ଆନ୍ଦ୍ରିୟ; ଯାକୁବ ଓ ଯୋହନ, ଫିଲିପ୍ ଓ ବାର୍ଥଲୋମି,</verse>
				<verse number="15">ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ (ଯାହାଙ୍କୁ ଦେଶପ୍ରେମୀ କୁହାଯାଉଥିଲା),</verse>
				<verse number="16">ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋଥ୍ ଯିହୂଦା ଯେ ବିଶ୍ୱାସଘାତକ ହେଲା।</verse>
				<verse number="17">ଯୀଶୁ ପ୍ରେରିତ ଶିଷ୍ୟମାନଙ୍କ ସହିତ ପାହାଡ଼ରୁ ଓହ୍ଲାଇ ତାଙ୍କର ବହୁସଂଖ୍ୟକ ଅନୁଗାମୀମାନଙ୍କ ସହିତ ଏକ ସମତଳ ସ୍ଥାନରେ ଠିଆହେଲେ। ଯିହୂଦା ପ୍ରଦେଶର ସମସ୍ତ ଅଞ୍ଚଳରୁ ଏବଂ ଯିରୂଶାଲମ, ସୋର ଓ ଶିଦୋନର ଉପକୂଳବର୍ତ୍ତୀ ଅଞ୍ଚଳରୁ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ।</verse>
				<verse number="18">ସେମାନେ ତାଙ୍କର ଶିକ୍ଷା ଶୁଣିବାକୁ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ପାଇଁ ଆସିଥିଲେ। ଯେଉଁମାନେ ଭୂତଗ୍ରସ୍ତ ହୋଇ କଷ୍ଟ ପାଉଥିଲେ, ସେମାନେ ମଧ୍ୟ ଆସି ସୁସ୍ଥ ହେଲେ।</verse>
				<verse number="19">ସମସ୍ତେ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା।</verse>
				<verse number="20">ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ: “ହେ ଦୀନହୀନମାନେ, ତୁମ୍ଭେମାନେ ଧନ୍ୟ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର!</verse>
				<verse number="21">“ହେ କ୍ଷୁଧାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ପରିତୃପ୍ତ ହେବ! “ହେ ଶୋକାର୍ତ୍ତମାନେ, ତୁମ୍ଭେମାନେ ଧନ୍ୟ, ତୁମ୍ଭେମାନେ ଉତ୍ଫୁଲ୍ଲ ହେବ!</verse>
				<verse number="22">“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!</verse>
				<verse number="23">ସେତେବେଳେ ଆନନ୍ଦିତ ହୋଇ ନାଚିଉଠ, କାରଣ ସ୍ୱର୍ଗରେ ତୁମ ନିମନ୍ତେ ମହାପୁରସ୍କାର ରଖାଯାଇଛି। ସେମାନଙ୍କ ପୂର୍ବପୁରୁଷମାନେ ଭାବବାଦୀମାନଙ୍କ ପ୍ରତି ଠିକ୍ ଏହିପରି କରିଥିଲେ।</verse>
				<verse number="24">“ହାୟ ଧାର୍ମିକ ବୃନ୍ଦ! ବର୍ତ୍ତମାନ ତୁମ୍ଭେମାନେ ସୁଖ ଭୋଗ କରୁଛ! କିନ୍ତୁ ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର!</verse>
				<verse number="25">“ହାୟ! ପରିତୃପ୍ତ ବ୍ୟକ୍ତିମାନେ, ତୁମ୍ଭମାନଙ୍କ ଶେଷ ଦଶା କେଡ଼େ ଭୟଙ୍କର! ତୁମ୍ଭେମାନେ କ୍ଷୁଧାତୁର ହେବ। “ହାୟ ଯେଉଁମାନେ ବର୍ତ୍ତମାନ ହସୁଛ, ତୁମ୍ଭମାନଙ୍କର ହାସ୍ୟରୋଳ କ୍ରନ୍ଦନ ଓ ଶୋକରେ ପରିଣତ ହେବ।</verse>
				<verse number="26">“ହାୟ! ଯଦି ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତି, ତୁମ୍ଭମାନଙ୍କ ଦଶା ମଧ୍ୟ ଭୟଙ୍କର ହେବ, କାରଣ ସେମାନଙ୍କ ପୂର୍ବପୁରୁଷମାନେ ଶଠ ଭାବବାଦୀମାନଙ୍କର ମଧ୍ୟ ସେହିପରି ପ୍ରଶଂସା କରୁଥିଲେ।</verse>
				<verse number="27">“କିନ୍ତୁ ଶୁଣ, ମୁଁ କହୁଛି, ତୁମର ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମକୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର।</verse>
				<verse number="28">ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର ଓ ଯେଉଁମାନେ ତୁମ ପ୍ରତି ଦୁର୍ବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯଦି କେହି ତୁମର ଗୋଟିଏ ଗାଲରେ ମାରେ, ତେବେ ତାକୁ ଅନ୍ୟ ଗାଲଟି ମଧ୍ୟ ଦେଖାଇ ଦିଅ।</verse>
				<verse number="29">ଯଦି କେହି ତୁମର ଉତ୍ତରୀୟ ନେଇ ଯାଏ, ତେବେ ତାକୁ ତୁମେ ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ,</verse>
				<verse number="30">ଯେ କେହି ତୁମକୁ ମାଗେ, ତାକୁ ଦିଅ, ଆଉ ଯଦି କେହି ତୁମର କୌଣସି ପଦାର୍ଥ ନେଇଯାଏ, ତେବେ ତାହା ଫେରସ୍ତ ମାଗ ନାହିଁ।</verse>
				<verse number="31">ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ପାଇବାକୁ ଇଚ୍ଛା କର, ସେମାନଙ୍କ ପ୍ରତି ସେହିପରି ବ୍ୟବହାର କର।</verse>
				<verse number="32">“ଯେଉଁମାନେ ତୁମକୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ, ତୁମ୍ଭେମାନେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ମଧ୍ୟ ସେମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ପ୍ରେମ କରନ୍ତି!</verse>
				<verse number="33">ଆଉ ଯେଉଁମାନେ ତୁମର ମଙ୍ଗଳ କରନ୍ତି, ତୁମେ ଯଦି କେବଳ ସେମାନଙ୍କ ମଙ୍ଗଳ କର, ତୁମେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ମଧ୍ୟ ସେପରି କରନ୍ତି।</verse>
				<verse number="34">ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥାଏ, ଯଦି ତୁମେ କେବଳ ସେହିମାନଙ୍କୁ ଋଣ ଦିଅ, ତେବେ ତୁମେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ଫେରି ପାଇବା ଆଶାରେ ଋଣ ଦିଅନ୍ତି!</verse>
				<verse number="35">ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।</verse>
				<verse number="36">ତୁମ୍ଭମାନଙ୍କର ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ।</verse>
				<verse number="37">“ଅନ୍ୟର ବିଚାର କର ନାହିଁ, ତା’ହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ; ଅନ୍ୟକୁ ଦୋଷୀ କର ନାହିଁ, ତେବେ ଈଶ୍ୱର ତୁମକୁ ଦୋଷୀ କରିବେ ନାହିଁ; ଅନ୍ୟକୁ କ୍ଷମା କର, ତେବେ ଈଶ୍ୱର ତୁମକୁ କ୍ଷମା କରିବେ।</verse>
				<verse number="38">ଦାନ କର, ତା’ହେଲେ ଈଶ୍ୱର ତୁମ୍ଭମାନଙ୍କୁ ଦେବେ। ବାସ୍ତବରେ ତୁମ୍ଭେମାନେ ପୂର୍ଣ୍ଣ ମାତ୍ରାରେ ପାଇବ, ମାଣ ଉଛୁଳାଇ ପ୍ରଚୁର ପରିମାଣରେ ତୁମ୍ଭମାନଙ୍କୁ ଦିଆଯିବ। ଅନ୍ୟମାନଙ୍କ ନିମନ୍ତେ ତୁମ୍ଭେମାନେ ଯେଉଁ ମାପ ବ୍ୟବହାର କର, ଈଶ୍ୱର ତୁମ ପ୍ରତି ଠିକ୍ ସେହି ମାପ ବ୍ୟବହାର କରିବେ।”</verse>
				<verse number="39">ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ: “ଜଣେ ଅନ୍ଧ ଅନ୍ୟ ଅନ୍ଧକୁ ବାଟ କଢ଼ାଇ ନେଇ ପାରିବ ନାହିଁ, ଯଦି ସେ ସେପରି କରେ, ଦୁଇ ଜଣ ଖାଲରେ ପଡ଼ିବେ।</verse>
				<verse number="40">କୌଣସି ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ, କିନ୍ତୁ ଶିଷ୍ୟର ଶିକ୍ଷା ସିଦ୍ଧ ହେଲେ ସେ ଗୁରୁଙ୍କ ସମକକ୍ଷ ହେବ।</verse>
				<verse number="41">“ନିଜ ଆଖିରେ ଥିବା କଡ଼ିକାଠ ବିଷୟରେ ଚିନ୍ତା ନ କରି, ତୁମ୍ଭେମାନେ କାହିଁକି ତୁମ ଭାଇର ଆଖିରେ ଥିବା କୁଟାଟିକୁ ଦେଖୁଛ?</verse>
				<verse number="42">ନିଜ ଆଖିରେ ଥିବା କଡ଼ିକାଠ ନ ଦେଖି ତୁମେ କିପରି ତୁମ ଭାଇକୁ କହିବ, ‘ଭାଇ, ଆସ, ମୁଁ ତୁମ ଆଖିରୁ କୁଟାଟି କାଢ଼ି ଦେବି।’ ହେ କପଟୀମାନେ! ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କର, ତା’ପରେ ତୁମ ଭାଇର ଆଖିରୁ କୁଟାଟି ବାହାର କରିବା ପାଇଁ ତୁମେ ପରିଷ୍କାରଭାବେ ଦେଖିପାରିବ।</verse>
				<verse number="43">“ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ କିମ୍ବା ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ।</verse>
				<verse number="44">ପ୍ରତ୍ୟେକ ଗଛ ତା’ର ଫଳ ଦ୍ୱାରା ଚିହ୍ନାଯାଏ; ତୁମ୍ଭେମାନେ କଣ୍ଟା ଗଛରୁ ଡ଼ିମିରି କିମ୍ବା କଣ୍ଟା ବୁଦାରୁ ଅଙ୍ଗୁର ତୋଳି ପାରିବ ନାହିଁ।</verse>
				<verse number="45">ଧାର୍ମିକ ଲୋକ ନିଜ ହୃଦୟରେ ସଞ୍ଚିତ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରି ଆଣେ ଏବଂ ଅଧାର୍ମିକ ଲୋକ ତା’ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। କାରଣ ହୃଦୟ ଯେଉଁ ବିଷୟରେ ପୂର୍ଣ୍ଣ, ମୁଖ ତାହା ପ୍ରକାଶ କରେ।</verse>
				<verse number="46">“ତୁମ୍ଭେମାନେ କାହିଁକି ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ସମ୍ବୋଧନ କର, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଯାହା କହେ, ତାହା ପାଳନ କରି ନ ଥାଅ?</verse>
				<verse number="47">ଯେ କେହି ମୋ’ ନିକଟକୁ ଆସେ ଓ ମୋର କଥା ଶୁଣି ପାଳନ କରେ -</verse>
				<verse number="48">ସେ ଗଭୀର କରି ଖୋଳି ପଥର ଉପରେ ମୂଳଦୁଆ ପକାଇ ଗୃହ ନିର୍ମାଣ କରିବା ଲୋକ ପରି। ନଦୀରେ ବନ୍ୟା ଆସି ଘରକୁ ଧକ୍କା ଦେଲା, କିନ୍ତୁ ତାହା ସୁଦୃଢ଼ ହୋଇ ଥିବାରୁ ତାହାକୁ ଟଳାଇ ପାରିଲା ନାହିଁ।</verse>
				<verse number="49">କିନ୍ତୁ ଯଦି କେହି ମୋର କଥା ଶୁଣେ, କିନ୍ତୁ ତାହା ପାଳନ କରେ ନାହିଁ, ତେବେ ସେ ମୂଳଦୁଆ ନ ପକାଇ ଗୃହ ନିର୍ମାଣ କରିଥିବା ଲୋକ ସଦୃଶ; ଯେତେବେଳେ ବନ୍ୟା ଆସେ ସେ ଘରକୁ ଧକ୍କା ଦେଲା, ତାହା ସଙ୍ଗେ ସଙ୍ଗେ ଭୁଷୁଡ଼ି ପଡ଼ିଲା - କେଡ଼େ ଭୟଙ୍କରଭାବେ ତାହା ଧ୍ୱଂସ ପାଇଲା।”</verse>
			</chapter>
			<chapter number="7">
				<verse number="1">ଯୀଶୁ ଲୋକମାନଙ୍କୁ ଏହିସବୁ କଥା କହିବା ପରେ କର୍ପନାହୂମକୁ ଗଲେ।</verse>
				<verse number="2">ସେଠାକାର ଜଣେ ରୋମୀୟ ସେନାଧ୍ୟକ୍ଷଙ୍କର ଜଣେ ପ୍ରିୟ ଦାସ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା।</verse>
				<verse number="3">ସେ ଯୀଶୁଙ୍କ ବିଷୟରେ ଶୁଣି, ତାଙ୍କର ଦାସକୁ ସୁସ୍ଥ କରିବା ନିମନ୍ତେ ତାଙ୍କୁ ଗୃହକୁ ଡ଼ାକି ଆଣିବା ପାଇଁ କେତେକ ଇହୁଦୀ ନେତାଙ୍କୁ ପଠାଇଲେ।</verse>
				<verse number="4">ସେମାନେ ଯୀଶୁଙ୍କ ପାଖକୁ ଆସି ଅନୁନୟ କରି କହିଲେ, “ଏହି ଲୋକ ପ୍ରକୃତରେ ଆପଣଙ୍କର ସାହାଯ୍ୟ ପାଇବାର ଯୋଗ୍ୟ।</verse>
				<verse number="5">ସେ ଆମ ଲୋକମାନଙ୍କୁ ସ୍ନେହ କରନ୍ତି ଓ ସେ ଆମ୍ଭମାନଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଗୃହ ନିର୍ମାଣ କରି ଦେଇଛନ୍ତି।”</verse>
				<verse number="6">ଯୀଶୁ ସେମାନଙ୍କ ସହିତ ଗଲେ। ସେମାନେ ସେନାଧ୍ୟକ୍ଷଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ସମୟରେ ସେ ତାଙ୍କର ସଙ୍ଗୀମାନଙ୍କୁ ଏହି କଥା କହିବା ପାଇଁ ଯୀଶୁଙ୍କ ନିକଟକୁ ପଠାଇଲେ, “ମହାଶୟ, ଆଉ କଷ୍ଟ କରନ୍ତୁ ନାହିଁ। ଆପଣ ଯେ ମୋ’ ଘରକୁ ଆସିବେ, ମୋର ସେ ଯୋଗ୍ୟତା ନାହିଁ।</verse>
				<verse number="7">କିମ୍ବା ମୁଁ ନିଜେ ଆପଣଙ୍କ ପାଖକୁ ଆସିବା ପାଇଁ ନିଜକୁ ଯୋଗ୍ୟ ମଣୁ ନାହିଁ। କେବଳ ଆଦେଶ କରନ୍ତୁ, ମୋର ଦାସ ସୁସ୍ଥ ହେବ।</verse>
				<verse number="8">ମୁଁ ମଧ୍ୟ ଉପରିସ୍ଥ କର୍ମଚାରୀମାନଙ୍କ ଅଧୀନରେ କାମ କରେ ଓ ମୋର ଅଧୀନରେ ସୈନ୍ୟମାନେ ଅଛନ୍ତି। ମୁଁ ଜଣକୁ ଆଦେଶ ଦିଏ ‘ଯାଅ!’ ଓ ସେ ଯାଏ; ପୁଣି ଆଉ କାହାକୁ ଆଦେଶ ଦିଏ, ‘ଆସ!’ ସେ ଆସେ; ମୋର କ୍ରୀତଦାସକୁ ଆଦେଶ ଦିଏ, ‘ଏହା କର!’ ସେ ତାହା କରେ।’</verse>
				<verse number="9">ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। ସେ ବୁଲିପଡ଼ି ତାଙ୍କ ପଛରେ ଆସୁଥିବା ଜନତାଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଇଶ୍ରାୟେଲ ଲୋକମାନଙ୍କ ମଧ୍ୟରେ ସୁଦ୍ଧା ମୁଁ ଏପରି ବିଶ୍ୱାସ ଦେଖି ନାହିଁ।”</verse>
				<verse number="10">ଖବର ଆଣିଥିବା ଲୋକମାନେ ସେନାଧ୍ୟକ୍ଷଙ୍କ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଦାସଟି ସୁସ୍ଥ ହୋଇ ଯାଇଛି।</verse>
				<verse number="11">ତାହାପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସଙ୍ଗେ ନାଇନ ସହରକୁ ଗଲେ ଏବଂ ଅନେକ ଲୋକ ତାଙ୍କ ପଛେ ପଛେ ଗଲେ।</verse>
				<verse number="12">ସେମାନେ ସେହି ସହରର ଦ୍ୱାର ପାଖରେ ପହଞ୍ଚିବା ସମୟରେ, ଲୋକମାନେ ଗୋଟିଏ ଶବକୁ ବୋହି ଆଣୁଥିଲେ। ମୃତ ଲୋକଟି ଗୋଟିଏ ବିଧବା ସ୍ତ୍ରୀର ଏକମାତ୍ର ପୁତ୍ର ଥିଲା ଓ ସହରର ବହୁତ ଲୋକ ସେମାନଙ୍କ ସହିତ ଯାଉଥିଲେ।</verse>
				<verse number="13">ସେହି ସ୍ତ୍ରୀ ଲୋକକୁ ଦେଖି ପ୍ରଭୁଙ୍କ ହୃଦୟ ଦୟାରେ ବିଗଳିତ ହେଲା ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”</verse>
				<verse number="14">ତା’ପରେ ସେ ଯାଇ ଶବାଧାରକୁ ଛୁଇଁଲେ ଏବଂ ଶବାଧାରକୁ ବୋହି ନେଇ ଯାଉଥିବା ଲୋକମାନେ ଅଟକି ଗଲେ। ଯୀଶୁ କହିଲେ, “ହେ ଯୁବକ! ମୁଁ ତୁମକୁ କହୁଛି, ଉଠ!”</verse>
				<verse number="15">ମୃତ ଲୋକଟି ଉଠି ବସିଲା ଓ କଥା କହିବାକୁ ଲାଗିଲା ଏବଂ ଯୀଶୁ ତାକୁ ତା’ର ମା’ଙ୍କ ହାତରେ ସମର୍ପଣ କଲେ।</verse>
				<verse number="16">ସେମାନେ ସମସ୍ତେ ଭୟଭୀତ ହେଲେ ଓ ଈଶ୍ୱରଙ୍କ ପ୍ରଶଂସା କଲେ। ସେମାନେ କହିଲେ, “ଜଣେ ମହାନ୍ ଭାବବାଦୀ ଆମ ମଧ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି! ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି!”</verse>
				<verse number="17">ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ଯିହୂଦା ପ୍ରଦେଶର ସର୍ବତ୍ର ଓ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପିଗଲା।</verse>
				<verse number="18">ଯୋହନ ଶିଷ୍ୟମାନଙ୍କଠାରୁ ଏହିସବୁ ବିଷୟ ଶୁଣି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡ଼ାକିଲେ,</verse>
				<verse number="19">ଓ ଏହି କଥା ପଚାରିବା ପାଇଁ ପ୍ରଭୁଙ୍କ ପାଖକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, ନା ଆମେ ଆଉ କାହାର ଅପେକ୍ଷାରେ ରହିବା?”</verse>
				<verse number="20">ଯୀଶୁଙ୍କ ନିକଟକୁ ଆସି ସେମାନେ କହିଲେ, “ଦୀକ୍ଷାଦାତା ଯୋହନ ଆମକୁ ପଚାରି ବୁଝିବାକୁ ପଠାଇଛନ୍ତି, ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, କିଅବା ଆମେ ଆଉ କାହାର ଅପେକ୍ଷାରେ ରହିବୁ?”</verse>
				<verse number="21">ଠିକ୍ ସେହି ସମୟରେ ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ, ଭୂତ ଛଡ଼ାଇଲେ ଓ ଅନ୍ଧମାନଙ୍କୁ ଦୃଷ୍ଟି ପ୍ରଦାନ କଲେ।</verse>
				<verse number="22">ସେ ଯୋହନଙ୍କଠାରୁ ଖବର ଆଣିଥିବା ଲୋକଙ୍କୁ ଉତ୍ତର ଦେଲେ, “ଫେରି ଯାଇ ତୁମ୍ଭେମାନେ ଯାହା ଦେଖିଛ ଓ ଶୁଣିଛ, ତାହା ଯୋହନଙ୍କୁ କୁହ: ଅନ୍ଧମାନେ ଦେଖିପାରୁଛନ୍ତି, ଖଞ୍ଜମାନେ ଚାଲି ପାରୁଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଛନ୍ତି, ବଧିରମାନେ ଶୁଣି ପାରୁଛନ୍ତି, ମୃତମାନେ ଜୀବନ ପାଉଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରାଯାଉଛି।</verse>
				<verse number="23">ଯେଉଁମାନେ ମୋ’ ବିଷୟରେ ସନ୍ଦେହ ପୋଷଣ କରନ୍ତି ନାହିଁ, ସେମାନେ ଧନ୍ୟ।”</verse>
				<verse number="24">ଯୋହନଙ୍କ ଶିଷ୍ୟମାନେ ଫେରିଯିବା ପରେ ଯୀଶୁ ଲୋକମାନଙ୍କୁ ତାଙ୍କ ବିଷୟରେ ଏହି କଥା ପଚାରିଲେ, “ଯେତେବେଳେ ମରୁ ଅଞ୍ଚଳରେ ଯୋହନଙ୍କ ନିକଟକୁ ତୁମ୍ଭେମାନେ ଯାଇଥିଲ, ସେଠାରେ କ’ଣ ଦେଖିବା ପାଇଁ ଅପେକ୍ଷା କରିଥିଲ? କ’ଣ ପବନରେ ନଇଁ ପଡ଼ୁଥିବା ଘାସଟିଏ?</verse>
				<verse number="25">କ’ଣ ଦେଖିବାକୁ ଯାଇଥିଲ? କ’ଣ ସୌଖୀନ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିକୁ? ସେହିପରି ପୋଷାକ ପରିଧାନ କରି ବିଳାସ ବ୍ୟସନରେ ମଜ୍ଜି ରହିଥିବା ଲୋକମାନେ ରାଜପ୍ରାସାଦରେ ବାସ କରନ୍ତି।</verse>
				<verse number="26">ମୋତେ କୁହ, ତୁମ୍ଭେମାନେ କ’ଣ ଦେଖିବା ପାଇଁ ଯାଇଥିଲ? ଜଣେ ଭାବବାଦୀଙ୍କୁ? ହଁ, ପ୍ରକୃତରେ ତୁମେ ଜଣେ ଭାବାବଦୀଙ୍କ ଅପେକ୍ଷା ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଦେଖିଲ।</verse>
				<verse number="27">କାରଣ ଯୋହନଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: ‘ଈଶ୍ୱର କହିଲେ, ମୁଁ ତୁମ ଆଗରୁ ତୁମ ପଥ ପ୍ରସ୍ତୁତ କରିବା ପାଇଁ ମୋର ବାର୍ତ୍ତାବହକୁ ପଠାଇବି।’</verse>
				<verse number="28">ଯୀଶୁ କହିଲେ, “ମୁଁ କହୁଛି, ଯୋହନ ପୃଥିବୀରେ ଜନ୍ମ ଗ୍ରହଣ କରିଥିବା ସମସ୍ତଙ୍କଠାରୁ ମହାନ୍। କିନ୍ତୁ ଈଶ୍ୱରଙ୍କ ରାଜ୍ୟରେ ଯେ ନଗଣ୍ୟ, ସେ ଯୋହନଙ୍କ ଅପେକ୍ଷା ମହାନ୍।”</verse>
				<verse number="29">(ଯେଉଁମାନେ ଏହିସବୁ କଥା ଶୁଣୁଥିଲେ, ସେମାନେ, ବିଶେଷତଃ କରଆଦାୟକାରୀମାନେ, ଈଶ୍ୱରଙ୍କ ଯଥାର୍ଥ ଦାବୀ ସବୁ ପୂରଣ କରି ଯୋହନଙ୍କ ଦ୍ୱାରା ଜଳଦୀକ୍ଷା ଗ୍ରହଣ କରିଥିଲେ।</verse>
				<verse number="30">କିନ୍ତୁ ଫାରୁଶୀ ଓ ଧର୍ମଗୁରୁମାନେ ସେମାନଙ୍କ ଜୀବନ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରତ୍ୟାଖ୍ୟାନ କରି ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରି ନ ଥିଲେ।)</verse>
				<verse number="31">ଯୀଶୁ ପୁନର୍ବାର କହିଲେ, “ଏହି ସମୟର ଲୋକମାନଙ୍କୁ ମୁଁ କାହା ସହିତ ତୁଳନା କରିବି? ସେମାନେ କେଉଁ ଧରଣର?</verse>
				<verse number="32">ସେମାନେ ବଜାରରେ ବସିଥିବା ପିଲାମାନଙ୍କ ପରି। ଗୋଟିଏ ଦଳ ଆଉ ଗୋଟିଏ ଦଳକୁ ଚିକ୍ରାର କରି କହନ୍ତି, “ଆମେ ତୁମ ପାଇଁ ବିବାହ ବାଦ୍ୟ ବଜାଇଲୁ, କିନ୍ତୁ ତୁମ୍ଭେମାନେ ନାଚିଲ ନାହିଁ। ଆମେ ବିଳାପର ଗୀତି ଗାଇଲୁ, କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’</verse>
				<verse number="33">ଦୀକ୍ଷାଦାତା ଯୋହନ ଉପବାସ କରୁଥିଲେ, ସୁରାପାନ କରୁ ନ ଥିଲେ; ତୁମ୍ଭେମାନେ କହିଲ, ସେ ଭୂତଗ୍ରସ୍ତ।</verse>
				<verse number="34">ମନୁଷ୍ୟପୁତ୍ର ଭୋଜନ ପାନ କରନ୍ତି, ତୁମ୍ଭେମାନେ କହୁଛ, ‘ଏ ଲୋକକୁ ଦେଖ! ଏ ଜଣେ ପେଟୁ ଓ ମଦ୍ୟପ ଏବଂ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନଙ୍କର ଜଣେ ବନ୍ଧୁ।’</verse>
				<verse number="35">କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଜ୍ଞାନକୁ ଗ୍ରହଣ କରନ୍ତି, ସେମାନଙ୍କ ଜୀବନରେ ତାହାର ସତ୍ୟତା ପ୍ରତିପାଦିତ ହୁଏ।”</verse>
				<verse number="36">ଜଣେ ଫାରୁଶୀ ତା’ ସହିତ ରାତ୍ରି ଭୋଜନ କରିବା ପାଇଁ ଯୀଶୁଙ୍କୁ ନିମନ୍ତ୍ରଣ କଲେ। ଯୀଶୁ ତାଙ୍କ ଘରକୁ ଗଲେ ଓ ଭୋଜନରେ ବସିଲେ।</verse>
				<verse number="37">ସେହି ସହରରେ ଜଣେ ଦୁଶ୍ଚରିତ୍ରା ସ୍ତ୍ରୀ ଲୋକ ଥିଲା। ସେ ଯେତେବେଳେ ଶୁଣି ପାରିଲା ଯେ ଯୀଶୁ ଫାରୁଶୀ ଗୃହରେ ଖାଉଛନ୍ତି, ସେ ଗୋଟିଏ ପଥର ଫରୁଆରେ ସୁଗନ୍ଧି ତୈଳ ନେଇ ଆସିଲା ଏବଂ</verse>
				<verse number="38">ତାଙ୍କ ପଛରେ ପାଦ ପାଖରେ ଠିଆ ହୋଇ କାନ୍ଦି କାନ୍ଦି ତା’ର ଲୁହରେ ଯୀଶୁଙ୍କ ପାଦ ଧୋଇ ଦେଲା। ତା’ପରେ ତାଙ୍କର ଦୁଇ ପାଦକୁ ତା’ର କେଶରେ ପୋଛିଦେଲା, ପାଦ ଦୁଇଟିକୁ ଚୁମ୍ବନ କଲା ଓ ସେଥିରେ ସୁଗନ୍ଧି ତୈଳ ଢ଼ାଳିଲା।</verse>
				<verse number="39">ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”</verse>
				<verse number="40">ଯୀଶୁ ତାକୁ କହିଲେ, “ଶିମୋନ, ମୋର ତୁମକୁ କିଛି କହିବାର ଅଛି।” ସେ କହିଲା, “ହଁ ଗୁରୁ, କୁହନ୍ତୁ।”</verse>
				<verse number="41">ଯୀଶୁ କହିଲେ, “ଦୁଇ ଜଣ ଲୋକ ଜଣେ ମହାଜନଠାରୁ ଋଣ ନେଇଥିଲେ, ଜଣେ ପାଞ୍ଚ ଶହ ରୌପ୍ୟ ମୁଦ୍ରା ଓ ଆଉ ଜଣେ ପଚାଶଟି ରୌପ୍ୟ ମୁଦ୍ରା।</verse>
				<verse number="42">ସେମାନଙ୍କ ମଧ୍ୟରୁ କେହି ଋଣ ପରିଶୋଧ କରି ପାରିଲେ ନାହିଁ। ତେଣୁ ମହାଜନ ଦୁଇ ଜଣଙ୍କ ଋଣ ଛାଡ଼ କରିଦେଲେ। ତେବେ କେଉଁ ଲୋକଟି ତାଙ୍କୁ ଅଧିକ ପ୍ରେମ କରିବ?”</verse>
				<verse number="43">ଶିମୋନ ଉତ୍ତର ଦେଇ କହିଲା, “ମୁଁ ମନେକରେ, ଯାହାର ଅଧିକ ଋଣ ଛାଡ଼ ହେଲା, ସେ।”</verse>
				<verse number="44">ଯୀଶୁ କହିଲେ, “ତୁମେ ଠିକ୍ କହିଛ।” ତା’ପରେ ସେହି ସ୍ତ୍ରୀ ଆଡ଼କୁ ଅନାଇ ଶିମୋନକୁ କହିଲେ, “ତୁମେ ଏହି ସ୍ତ୍ରୀ ଲୋକଟିକୁ ଦେଖି ପାରୁଛ ତ? ମୁଁ ତୁମ ଘରକୁ ଆସିଲି କିନ୍ତୁ ତୁମେ ମୋର ଗୋଡ଼ ଧୋଇବା ପାଇଁ ପାଣି ସୁଦ୍ଧା ଦେଲ ନାହିଁ। କିନ୍ତୁ ସେ ତା’ର ଆଖି ଲୁହରେ ମୋର ଗୋଡ଼ ଧୋଇ ଦେଇ ତା’ର କେଶରେ ପୋଛି ଦେଇଛି।</verse>
				<verse number="45">ତୁମେ ମୋତେ ଚୁମ୍ବନ ଦେଇ ସ୍ୱାଗତ କରି ନ ଥିଲ, କିନ୍ତୁ ମୁଁ ଆସିବା ସମୟଠାରୁ ସେ ମୋର ପାଦକୁ ଚୁମ୍ବନ କରିବାକୁ ବିରତ ହୋଇ ନାହିଁ।</verse>
				<verse number="46">ତୁମେ ମୋର ମୁଣ୍ଡରେ ଲଗାଇବା ପାଇଁ ତେଲ ଦେଇ ନ ଥିଲ, କିନ୍ତୁ ସେ ମୋର ପାଦରେ ସୁଗନ୍ଧି ତୈଳ ଢ଼ାଳିଛି।</verse>
				<verse number="47">ମୁଁ ତୁମକୁ କହୁଛି, ସେ ଯେଉଁ ଗଭୀର ପ୍ରେମ ପ୍ରକାଶ କରିଛି, ତାହା ପ୍ରମାଣ କରେ ଯେ ତା’ର ବହୁତ ପାପ କ୍ଷମା ହୋଇଛି। କିନ୍ତୁ ଯାହାର ଅଳ୍ପ ପାପ କ୍ଷମା ହୋଇଛି, ସେ ଅଳ୍ପ ପ୍ରେମ ପ୍ରକାଶ କରେ।”</verse>
				<verse number="48">ତା’ପରେ ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପ ସବୁ କ୍ଷମା ହୋଇଛି।”</verse>
				<verse number="49">ଭୋଜନରେ ବସିଥିବା ଅନ୍ୟମାନେ ପରସ୍ପରକୁ କହିଲେ, “ଏ କିଏ? ଯେ ପାପ କ୍ଷମା ସୁଦ୍ଧା କରିପାରେ?”</verse>
				<verse number="50">କିନ୍ତୁ ଯୀଶୁ ସେହି ସ୍ତ୍ରୀ ଲୋକକୁ କହିଲେ, “ତୋର ବିଶ୍ୱାସ ତୋତେ ରକ୍ଷା କରିଛି, ଶାନ୍ତିରେ ଯା।”</verse>
			</chapter>
			<chapter number="8">
				<verse number="1">କିଛି ସମୟ ପରେ ଯୀଶୁ ସହର ଓ ଗ୍ରାମମାନଙ୍କରେ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଶୁଭବାର୍ତ୍ତା ପ୍ରଚାର କରି ଭ୍ରମଣ କଲେ। ବାର ଜଣ ଶିଷ୍ୟ ତାଙ୍କ ସହିତ ଗଲେ।</verse>
				<verse number="2">ଭୂତ କବଳରୁ ମୁକ୍ତ ହୋଇଥିବା ଓ ରୋଗରୁ ସୁସ୍ଥ ହୋଇଥିବା କେତେକ ସ୍ତ୍ରୀ ଲୋକ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ - ମରିୟମ (ଯାହାଙ୍କୁ ମଗ୍ଦଲିନୀ କୁହାଯାଉଥିଲା) ଓ ଯାହାଙ୍କର ସାତଟି ଭୂତ ବାହାରି କରାଯାଇଥିଲା,</verse>
				<verse number="3">ଯୋହାନ୍ନା, ଯାହାଙ୍କ ସ୍ୱାମୀ ଖୁଜା, ହେରୋଦଙ୍କ ରାଜଦରବାରରେ ଜଣେ ବେବର୍ତ୍ତା ଥିଲେ, ସୁଶାନ୍ନା ଓ ଆହୁରି ଅନେକ ସ୍ତ୍ରୀ ଲୋକ; ଏମାନେ ଯୀଶୁଙ୍କୁ ଓ ତାଙ୍କର ଶିଷ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମ୍ବଳ ବିନିଯୋଗ କରିଥିଲେ।</verse>
				<verse number="4">ଲୋକମାନେ ଗୋଟିକ ପରେ ଗୋଟିଏ ସହରରୁ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ ଓ ଯେତେବେଳେ ବହୁତ ଜନଗହଳି ହେଲା, ଯୀଶୁ ଏହି ଦୃଷ୍ଟାନ୍ତ କଥା କହିଲେ:</verse>
				<verse number="5">“ଥରେ ଜଣେ ଲୋକ ବିହନ ବୁଣିବାକୁ ଗଲା। ସେ କ୍ଷେତରେ ବିହନ ବୁଣିବା ସମୟରେ କେତେକ ବାଟ କଡ଼ରେ ପଡ଼ିଲା। ସେଗୁଡ଼ିକ ପାଦରେ ଦଳି ହୋଇଗଲା ଓ ପକ୍ଷୀମାନେ ଖାଇଗଲେ।</verse>
				<verse number="6">କେତେକ ପଥୁରିଆ ଭୂଇଁରେ ପଡ଼ିଲା ଓ ଯେତେବେଳେ ଚାରା ଗଛ ହେଲା, ସେଗୁଡ଼ିକ ପାଣି ନ ପାଇ ଶୁଖିଗଲା।</verse>
				<verse number="7">ଆଉ କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା ଓ କଣ୍ଟା ଗଛ ଚାରା ଗଛଗୁଡ଼ିକୁ ଚାପି ପକାଇଲା।</verse>
				<verse number="8">ଆଉ କେତେକ ବିହନ ଭଲ ଭୂମିରେ ପଡ଼ିଲା; ତାହାର ଚାରା ବଢ଼ି ଶହେ ଗୁଣ ଫଳ ଫଳିଲା। ଶେଷରେ ଯୀଶୁ କହିଲେ, “ଶୁଣିବାକୁ କାନ ଥିଲେ, ଶୁଣ।”</verse>
				<verse number="9">ତାଙ୍କର ଶିଷ୍ୟମାନେ ଯୀଶୁଙ୍କୁ ଦୃଷ୍ଟାନ୍ତର ଅର୍ଥ ପଚାରିବାରୁ,</verse>
				<verse number="10">ସେ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ନିଗୂଢ଼ ତତ୍ତ୍ୱର ଜ୍ଞାନ ତୁମକୁ ଦିଆଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ତାହା କେବଳ ଉଦାହରଣ ହୋଇ ରହିଯାଏ। ଫଳତଃ ସେମାନେ ଅନାଇ ଦେଖି ପାରନ୍ତି ନାହିଁ, ଶୁଣି ବୁଝିପାରନ୍ତି ନାହିଁ।”</verse>
				<verse number="11">ଯୀଶୁ ଦୃଷ୍ଟାନ୍ତର ଅର୍ଥ ବୁଝାଇ କହିଲେ, “ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ।</verse>
				<verse number="12">ଯେଉଁମାନେ କେବଳ ଶୁଣନ୍ତି; ସେମାନେ ବାଟରେ ବୁଣାଯାଉଥିବା ବିହନ ପରି - ଶୟତାନ ଆସି ସେମାନଙ୍କ ହୃଦୟରୁ ଈଶ୍ୱରଙ୍କ ବାର୍ତ୍ତା କାଢ଼ି ନେଇଯାଏ, ତେଣୁ ସେମାନେ ବିଶ୍ୱାସ କରି ପରିତ୍ରାଣ ପାଇପାରନ୍ତି ନାହିଁ।</verse>
				<verse number="13">ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।</verse>
				<verse number="14">ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।</verse>
				<verse number="15">ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।</verse>
				<verse number="16">“କେହି ଦୀପ ଜାଳି ତାକୁ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ, ଅବା ଖଟ ତଳେ ରଖେ ନାହିଁ; ସେ ତାକୁ ଦୀପରୁଖା ଉପରେ ରଖେ। ତାହାହେଲେ ଘର ଭିତରକୁ ଆସିବା ଲୋକେ ଆଲୁଅ ଦେଖିପାରନ୍ତି।</verse>
				<verse number="17">“ଯାହା ସବୁ ଲୁକ୍କାୟିତ ହୋଇଛି, ତାହା ସମସ୍ତଙ୍କ ନିକଟରେ ପ୍ରକାଶିତ ହେବ ଓ ଯାହା ସବୁ ଗୁପ୍ତ ରହିଛି, ତାହା ସମସ୍ତଙ୍କୁ ଜଣାଇ ଦିଆଯିବ।</verse>
				<verse number="18">“ସେଥିପାଇଁ ତୁମ୍ଭେମାନେ କିପରି ଶୁଣୁଛ, ସେ ବିଷୟରେ ସାବଧାନ ହୁଅ; କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ, କିନ୍ତୁ ଯାହାର ନାହିଁ, ତାହାର ଯାହା କିଛି ଅଛି ବୋଲି ସେ ଭାବେ, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”</verse>
				<verse number="19">ଯୀଶୁଙ୍କର ମା’ ଓ ଭାଇମାନେ ତାଙ୍କ ନିକଟକୁ ଆସିଲେ, କିନ୍ତୁ ଜନଗହଳି ହେତୁ ତାଙ୍କ ସହିତ ସାକ୍ଷାତ କରିପାରିଲେ ନାହିଁ।</verse>
				<verse number="20">କେହି ଜଣେ ଯୀଶୁଙ୍କୁ କହିଲା, “ଆପଣଙ୍କର ମା’ ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି ଓ ଆପଣଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି।”</verse>
				<verse number="21">ଯୀଶୁ ସମସ୍ତଙ୍କୁ ଚାହିଁ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋର ମା’ ଓ ଭାଇମାନେ।”</verse>
				<verse number="22">ଦିନେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଗୋଟିଏ ନୌକାରେ ଚଢ଼ି କହିଲେ, “ଚାଲ, ଆମେ ହ୍ରଦର ଆରପାରିକୁ ଯିବା।” ସେମାନେ ଯାତ୍ରା ଆରମ୍ଭ କଲେ।</verse>
				<verse number="23">ଯିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହଠାତ୍ ହ୍ରଦ ଉପରେ ପ୍ରଚଣ୍ଡ ବାୟୁ ବହିଲା ଓ ନୌକାରେ ପାଣି ପଶିବାକୁ ଲାଗିଲା, ଯାହା ଫଳରେ ସେମାନେ ସମସ୍ତେ ଘୋର ବିପଦରେ ପଡ଼ିଲେ।</verse>
				<verse number="24">ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ କହିଲେ, “ହେ ଗୁରୁ, ହେ ଗୁରୁ, ଆମେ ମଲୁ।” ଯୀଶୁ ଉଠି ପବନ ଓ ତରଙ୍ଗକୁ ଧମକ ଦେଲେ, ସେମାନେ ସୁସ୍ଥିତର ହେଲେ ଓ ବାୟୁମଣ୍ଡଳ ଶାନ୍ତ ହେଲା।</verse>
				<verse number="25">ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ କାହିଁ?” କିନ୍ତୁ ସେମାନେ ବିସ୍ମିତ ଓ ଭୟଭୀତ ହୋଇ ପରସ୍ପରକୁ କହିଲେ, “ଏହି ବ୍ୟକ୍ତି କିଏ? ସେ ପବନ ଓ ତରଙ୍ଗକୁ ଆଦେଶ ଦେଲେ ସେମାନେ ତାଙ୍କର ବାଧ୍ୟ ହେଉଛନ୍ତି।”</verse>
				<verse number="26">ଯୀଶୁ ଓ ତାଙ୍କର ଶିଷ୍ୟମାନେ ନୌକାରେ ପାରି ହୋଇ ଗାଲିଲୀ ହ୍ରଦର ଅନ୍ୟ ପାଶ୍ୱର୍ରେ ଥିବା ଗରାଶୀୟ ଅଞ୍ଚଳକୁ ଆସିଲେ।</verse>
				<verse number="27">ଯୀଶୁ କୂଳକୁ ଆସିବା ସମୟରେ ସହରର ଜଣେ ଭୂତଗ୍ରସ୍ତ ଲୋକ ତାଙ୍କୁ ଭେଟିଲା। ବହୁଦିନ ଧରି ଏହି ଲୋକଟି ଲୁଗା ପିନ୍ଧୁ ନ ଥିଲା। ସେ ଘର ଛାଡ଼ି ସମାଧି ସ୍ଥାନମାନଙ୍କରେ ରହୁଥିଲା।</verse>
				<verse number="28">ଯୀଶୁଙ୍କୁ ଦେଖିବା କ୍ଷଣି ସେ ଚିକ୍ରାର କରି, ଯୀଶୁଙ୍କ ଗୋଡ଼ ତଳେ ପଡ଼ିଗଲା ଓ ଉଚ୍ଚ ସ୍ୱରରେ କହିଲା, “ମହାନ୍ ଈଶ୍ୱରଙ୍କ ପୁତ୍ର ଯୀଶୁ! ମୋ’ ସହିତ ଆପଣଙ୍କର କି ସମ୍ପର୍କ? ମୋତେ ଦୟା କରନ୍ତୁ। ଦଣ୍ଡ ଦିଅନ୍ତୁ ନାହିଁ।”</verse>
				<verse number="29">ଯୀଶୁ ତା’ଠାରୁ ଭୂତକୁ ବାହାରି ଯିବା ପାଇଁ ଆଦେଶ ଦେଇ ଥିବାରୁ ସେ ଏପରି କହିଲା। ଅନେକ ଥର ପୂଜ ତାକୁ ଆକ୍ରମଣ କରିଥିଲା। ତା’ର ହାତ ଓ ଗୋଡ଼କୁ ଜଞ୍ଜିରରେ ବାନ୍ଧି ରଖିଲେ ମଧ୍ୟ, ସେ ଜଞ୍ଜିର ଛିଣ୍ଡାଇ ପକାଇ ଥିଲା ଏବଂ ଭୂତ ତାକୁ ନିର୍ଜ୍ଜନ ସ୍ଥାନକୁ ନେଇ ଯାଉଥିଲା।</verse>
				<verse number="30">ଯୀଶୁ ତାକୁ ପଚାରିଲେ, “ତୋର ନାମ କ’ଣ?” ସେ ଉତ୍ତର ଦେଲା, “ମୋ’ ନାମ ‘ବାହିନୀ,” କାରଣ ତା’ ମଧ୍ୟରେ ଅନେକ ଭୂତ ଥିଲେ।</verse>
				<verse number="31">ସେମାନଙ୍କୁ ପାତାଳକୁ ନ ପଠାଇବା ପାଇଁ ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ।</verse>
				<verse number="32">ନିକଟସ୍ଥ ଏକ ପାହାଡ଼ ପାଖରେ ଗୋଟିଏ ବଡ଼ ଘୁଷୁରି ପଲ ଥିଲା। ଭୂତମାନେ ଘୁଷୁରି ପଲ ଭିତରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ ଓ ସେ ସେମାନଙ୍କୁ ଅନୁମତି ଦେଲେ।</verse>
				<verse number="33">ସେମାନେ ସେ ଲୋକଠାରୁ ବାହାରି ଘୁଷୁରି ପଲ ମଧ୍ୟକୁ ଗଲେ। ସମୁଦାୟ ପଲଟି ଧାଇଁ ପଳାଇ ଗଲେ ଓ ପାହାଡ଼ ଧାରରୁ ହ୍ରଦ ଭିତରେ ଖସିପଡ଼ି ବୁଡ଼ିମଲେ।</verse>
				<verse number="34">ଘୁଷୁରି ପଲ ଜଗୁଥିବା ଲୋକମାନେ ଏସବୁ ଘଟଣା ଦେଖି ଦୌଡ଼ିଗଲେ ଏବଂ ପୁରପଲ୍ଲୀରେ ତାହା ଜଣାଇଲେ।</verse>
				<verse number="35">କଅଣ ଘଟିଛି, ଦେଖିବା ପାଇଁ ଲୋକମାନେ ବାହାରି ଆସିଲେ ଏବଂ ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ଦେଖିଲେ ଯେ ଯାହାଠାରୁ ଭୂତ ଛଡ଼ା ଯାଇଥିଲା, ସେ ଲୁଗା ପିନ୍ଧି ଶାନ୍ତ ହୋଇ ଯୀଶୁଙ୍କ ପାଦ ତଳେ ବସିଛି। ଏହା ଦେଖି ସେମାନେ ସମସ୍ତେ ଭୀତ ହେଲେ।</verse>
				<verse number="36">ଯେଉଁମାନେ ନିଜେ ଘଟଣା ଦେଖିଥିଲେ, ଲୋକଟି କିପରି ସୁସ୍ଥ ହେଲା, ତାହା ଅନ୍ୟମାନଙ୍କୁ ଜଣାଇଲେ।</verse>
				<verse number="37">ତା’ପରେ ସେ ସ୍ଥାନର ଲୋକମାନେ ଯୀଶୁଙ୍କୁ ସେଠାରୁ ଚାଲିଯିବା ପାଇଁ କହିଲେ, କାରଣ ସେମାନେ ବଡ଼ ଆତଙ୍କିତ ହୋଇଥିଲେ। ତେଣୁ ଯୀଶୁ ନୌକାରେ ଚଢ଼ି ଚାଲିଗଲେ।</verse>
				<verse number="38">ଯେଉଁ ଲୋକଠାରୁ ଭୂତ ବାହାରି ଯାଇଥିଲା, ସେ ଯୀଶୁଙ୍କୁ ବିନତି କରି କହିଲା, “ମୋତେ ଆପଣଙ୍କ ସହିତ ଯିବାକୁ ଅନୁମତି ଦିଅନ୍ତୁ।”</verse>
				<verse number="39">କିନ୍ତୁ ଯୀଶୁ ତାକୁ ପଠାଇ ଦେଇ କହିଲେ, “ଘରକୁ ଫେରି ଯାଅ, ଈଶ୍ୱର ତୁମ ପ୍ରତି ଯାହା କରିଛନ୍ତି, ତାହା ଜଣାଅ।” ସେ ଫେରିଯାଇ ଯୀଶୁ ତା’ ପାଇଁ କରିଥିବା କାର୍ଯ୍ୟ ସହର ସାରା ସମସ୍ତଙ୍କୁ କହି ବୁଲିଲା।</verse>
				<verse number="40">ଯେତେବେଳେ ଯୀଶୁ ହ୍ରଦର ଆର ପାରିକୁ ଆସିଲେ, ଅନେକ ଲୋକ ସେଠାରେ ତାଙ୍କୁ ସ୍ୱାଗତ କଲେ, କାରଣ ସେମାନେ ତାଙ୍କ ଅପେକ୍ଷାରେ ଥିଲେ।</verse>
				<verse number="41">ସେତେବେଳେ ଯାୟୀରସ ନାମକ ଜଣେ ଲୋକ ଆସି ପହଞ୍ଚିଲେ। ସେ ସ୍ଥାନୀୟ ଉପାସନା ଗୃହର ଜଣେ କର୍ମକର୍ତ୍ତା ଥିଲେ। ସେ ନିଜେ ଯୀଶୁଙ୍କ ପାଦ ତଳେ ପଡ଼ି ତାଙ୍କ ଘରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ,</verse>
				<verse number="42">କାରଣ ତାଙ୍କର ବାର ବର୍ଷ ବୟସର ଏକ ମାତ୍ର ଝିଅ ଅସୁସ୍ଥ ହୋଇ ମୃତପ୍ରାୟ ଅବସ୍ଥାରେ ଥିଲା। ଯୀଶୁ ଯିବା ସମୟରେ ପ୍ରତ୍ୟେକ ଦିଗରୁ ଲୋକମାନେ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ।</verse>
				<verse number="43">ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।</verse>
				<verse number="44">ସେ ଜନଗହଳି ମଧ୍ୟରୁ ଯୀଶୁଙ୍କ ପଛକୁ ଆସି ତାଙ୍କର ବସ୍ତ୍ରଧାର ଛୁଇଁଲା ଏବଂ ସଙ୍ଗେ ସଙ୍ଗେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା।</verse>
				<verse number="45">ଯୀଶୁ ପଚାରିଲେ, “କିଏ ମୋତେ ଛୁଇଁଲା?” ସମସ୍ତେ ଅସ୍ୱୀକାର କଲେ, ପିତର କହିଲେ, “ଗୁରୁ ଚାରିପଟେ ଲୋକମାନେ ଘେରି ରହି ଆପଣଙ୍କ ଉପରେ ମାଡ଼ି ପଡ଼ୁଛନ୍ତି।”</verse>
				<verse number="46">କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ଠାରୁ ଶକ୍ତି ନିର୍ଗତ ହେବା ମୁଁ ଜାଣିଲି।”</verse>
				<verse number="47">ସ୍ତ୍ରୀ ଲୋକଟି ଧରାପଡ଼ିଛି ବୋଲି ବୁଝିପାରି ଥରି ଥରି ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ କାହିଁକି ତାଙ୍କୁ ଛୁଇଁଲା ଓ ସଙ୍ଗେ ସଙ୍ଗେ କିପରି ସୁସ୍ଥ ହେଲା, ସମସ୍ତଙ୍କ ସମ୍ମୁଖରେ ସବୁ କଥା କହିଲା।</verse>
				<verse number="48">ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ଶାନ୍ତିରେ ଚାଲିଯା।”</verse>
				<verse number="49">ଯୀଶୁ ଏହା କହିବା ସମୟରେ କର୍ମଚାରୀଙ୍କ ଘରୁ ଜଣେ ସମ୍ବାଦ ନେଇ ଆସିଲା। ସେ ଯାୟୀରସଙ୍କୁ କିହଲା, “ଆପଣଙ୍କ ଝିଅ ମରି ଯାଇଛି, ଗୁରୁଙ୍କୁ ଆଉ ହଇରାଣ କରନ୍ତୁ ନାହିଁ।”</verse>
				<verse number="50">କିନ୍ତୁ ଯୀଶୁ ଏ କଥା ଶୁଣି ଯାୟୀରସଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର; ସେ ସୁସ୍ଥ ହେବ।”</verse>
				<verse number="51">ଯେତେବେଳେ ସେମାନେ ଯାୟୀରସ ଘରେ ପହଞ୍ôଚଲେ, ପିତର, ଯୋହନ, ଯାକୁବ ଓ ଝିଅର ପିତାମାତାଙ୍କ ଛଡ଼ା ଆଉ କାହାକୁ ଭିତରକୁ ଯିବା ପାଇଁ ଯୀଶୁ ଅନୁମତି ଦେଲେ ନାହିଁ।</verse>
				<verse number="52">ସେଠାରେ ଥିବା ଲୋକମାନେ ପିଲାଟି ନିମନ୍ତେ ରୋଦନ ଓ ଶୋକ କରୁଥିଲେ। ଯୀଶୁ କହିଲେ, “କାନ୍ଦ ନାହିଁ, ପିଲାଟି ମରି ନାହିଁ - ସେ କେବଳ ଶୋଇଛି!”</verse>
				<verse number="53">ତାଙ୍କ କଥାରେ ସେମାନେ ସମସ୍ତେ କିହଲେ, କାରଣ ଝିଅଟି ମରିଯାଇଛି ବୋଲି ସେମାନେ ଜାଣିଥିଲେ।</verse>
				<verse number="54">କିନ୍ତୁ ଯୀଶୁ ତା’ର ହାତ ଧରି ଡ଼ାକି କହିଲେ, “ଝିଅ ଲୋ ଉଠ୍!”</verse>
				<verse number="55">ତା’ର ଜୀବନ ଫେରି ଆସିଲା, ସେହିକ୍ଷଣି ସେ ଉଠିଲା ଏବଂ ଯୀଶୁ ତାକୁ କିଛି ଖାଇବାକୁ ଦେବା ପାଇଁ ସେମାନଙ୍କୁ କହିଲେ।</verse>
				<verse number="56">ତା’ର ପିତାମାତା ଚମକ୍ରଅତ ହେଲେ, କିନ୍ତୁ ଏସବୁ କଥା କାହାରିକୁ ନ ଜଣାଇବାକୁ ଯୀଶୁ ସେମାନଙ୍କୁ ଆଦେଶ ଦେଲେ।</verse>
			</chapter>
			<chapter number="9">
				<verse number="1">ଯୀଶୁ ବାର ଶିଷ୍ୟଙ୍କୁ ଏକତ୍ର ଡ଼ାକିଲେ ଏବଂ ସେମାନଙ୍କୁ ଭୂତ ଛଡ଼ାଇବା ଓ ରୋଗ ସୁସ୍ଥ କରିବା ପାଇଁ ଶକ୍ତି ଓ କ୍ଷମତା ଦେଲେ।</verse>
				<verse number="2">ତା’ପରେ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବାକୁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ</verse>
				<verse number="3">ଏବଂ ସେମାନଙ୍କୁ ଏହି କଥା କହିଲେ, “ଯାତ୍ରା ନିମନ୍ତେ ତୁମ ସହିତ କିଛି ନିଅ ନାହିଁ, ବାଡ଼ି, ଝୋଲି, ଖାଦ୍ୟ, ଟଙ୍କା ଏପରିକି ଅଧିକା ଖଣ୍ଡିଏ ଅଙ୍ଗରଖା ମଧ୍ୟ ନିଅ ନାହିଁ।</verse>
				<verse number="4">ଯେଉଁଠାରେ ତୁମକୁ ସ୍ୱାଗତ କରାଯିବ, ସେହି ସହର ନ ଛାଡ଼ିବା ପର୍ଯ୍ୟନ୍ତ ସେହି ଘରେ ରୁହ।</verse>
				<verse number="5">ଯେଉଁଠାରେ ଲୋକମାନେ ତୁମକୁ ସ୍ୱାଗତ ନ ଜଣାନ୍ତି, ସେହି ସହର ପରିତ୍ୟାଗ କର ଓ ସେମାନଙ୍କ ପ୍ରତି ଚେତାବଦୀ ସ୍ୱରୂପେ ତୁମ ପାଦର ଧୂଳି ଝାଡ଼ିଦିଅ।”</verse>
				<verse number="6">ଶିଷ୍ୟମାନେ ପ୍ରସ୍ଥାନ କଲେ! ଗ୍ରାମେ ଗ୍ରାମେ ଭ୍ରମଣ କରି ଶୁଭବାର୍ତ୍ତା ପ୍ରଚାର କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।</verse>
				<verse number="7">ଗାଲିଲୀର ଶାସନକର୍ତ୍ତା ହେରୋଦ ଏ ସମସ୍ତ ଘଟଣା ଶୁଣି ଅତ୍ୟନ୍ତ ବିଚଳିତ ହେଲେ, କାରଣ ଦୀକ୍ଷାଦାତା ଯୋହନ ପୁଣି ଜୀବନ ପାଇଛନ୍ତି ବୋଲି କେତେକ କହୁଥିଲେ।</verse>
				<verse number="8">ଅନ୍ୟମାନେ ଏଲିୟ ଆବିର୍ଭୂତ ହୋଇଛନ୍ତି ବୋଲି ଏବଂ ଆହୁରି କେତେକ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ଜୀବିତ ହୋଇଛନ୍ତି ବୋଲି କହୁଥିଲେ।</verse>
				<verse number="9">ହେରୋଦ ଭାବିଲେ, “ମୁଁ ଯୋହନର ମୁଣ୍ଡ କଟାଇଛି, କିନ୍ତୁ ଏ ଲୋକଟି କିଏ, ଯାହା ବିଷୟରେ ମୁଁ ଏସବୁ ଶୁଣୁଛି?” ତେଣୁ ସେ ଯୀଶୁଙ୍କୁ ଦେଖିବାକୁ ଚେଷ୍ଟା କଲେ।</verse>
				<verse number="10">ପ୍ରେରିତ ଶିଷ୍ୟମାନେ ଫେରି ଆସିଲେ ଓ ସେମାନେ ଯାହା ଯାହା କରିଥିଲେ, ସବୁ ଯୀଶୁଙ୍କୁ ଜଣାଇଲେ। ସେ ସେମାନଙ୍କୁ ସଙ୍ଗରେ ନେଇ ବେଥ୍ସାଇଦା ନାମକ ଏକ ସହରକୁ ଗଲେ।</verse>
				<verse number="11">କିନ୍ତୁ ଯେତେବେଳେ ଜନତା ଏ ବିଷୟରେ ଶୁଣିଲେ, ସେମାନେ ତାଙ୍କ ପଛରେ ଗଲେ। ସେ ସେମାନଙ୍କୁ ସ୍ୱାଗତ ଜଣାଇଲେ, ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କୁ କହିଲେ ଓ ଯେଉଁମାନଙ୍କ ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।</verse>
				<verse number="12">ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ବାର ଶିଷ୍ୟ ତାଙ୍କ ନିକଟକୁ ଆସି କହିଲେ, “ଲୋକମାନଙ୍କୁ ପଠାଇ ଦିଅନ୍ତୁ, ଯେପରି ସେମାନେ ସେ ପାଖରେ ଥିବା ଗ୍ରାମ ଓ ପଲ୍ଲୀ ଅଞ୍ଚଳକୁ ଯାଇ ଖାଇବା ଓ ରହିବା ବ୍ୟବସ୍ଥା କରିବେ, କାରଣ ଏହା ଏକ ନିର୍ଜ୍ଜନ ସ୍ଥାନ।”</verse>
				<verse number="13">କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।” ସେମାନେ ଉତ୍ତର ଦେଲେ, “ଆମ ପାଖରେ କେବଳ ପାଞ୍ଚଟି ରୋଟି ଓ ଦୁଇଟି ମାଛ ଅଛି। ଆମେ ଯାଇ ଏତେ ଲୋକଙ୍କ ପାଇଁ ଖାଦ୍ୟ କିଣିବା, ଏହା କ’ଣ ଆପଣଙ୍କ ଇଚ୍ଛା?”</verse>
				<verse number="14">(ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ) ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦଳ ଦଳ କରି ପ୍ରତି ଦଳରେ ପଚାଶ ଜଣଙ୍କୁ ବସାଅ।”</verse>
				<verse number="15">ଶିଷ୍ୟମାନେ ସେହିପରି କରିବା ପରେ</verse>
				<verse number="16">ଯୀଶୁ ପାଞ୍ଚ ରୋଟି ଓ ଦୁଇଟି ମାଛ ନେଲେ ଓ ଉଦ୍ଧ୍ୱର୍କୁ ଦୃଷ୍ଟିପାତ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ସେଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କୁ ଦେଲେ।</verse>
				<verse number="17">ସେମାନେ ସମସ୍ତେ ଖାଇ ତୃପ୍ତ ହେଲେ ଓ ଶିଷ୍ୟମାନେ ବାର ଟୋକେଇ ବଳକା ଖାଦ୍ୟ ସଂଗ୍ରହ କଲେ।</verse>
				<verse number="18">ଦିନେ ଯୀଶୁ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ। ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକମାନେ କ’ଣ କହନ୍ତି?”</verse>
				<verse number="19">ସେମାନେ ଉତ୍ତର ଦେଲେ, “କେହି କେହି କହନ୍ତି, ଆପଣ ଦ୍ରାକ୍ଷାଲତା ଯୋହନ; ଅନ୍ୟମାନେ କହନ୍ତି, ଆପଣ ଏଲିୟ; ଆଉ ଅନ୍ୟମାନେ କହନ୍ତି ଯେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଜୀବନ ଲାଭ କରିଛନ୍ତି।”</verse>
				<verse number="20">ସେ ସେମାନଙ୍କୁ ପଚାରିଲେ, “ତୁମେ କ’ଣ ଭାବୁଛ? ମୁଁ କିଏ ବୋଲି ତୁମେ କ’ର କହୁଛ?” ପିତର ଉତ୍ତର ଦେଲେ, “ଆପଣ ଈଶ୍ୱରଙ୍କଠାରୁ ଆଗତ ମସୀହ।”</verse>
				<verse number="21">ତା’ପରେ ଯୀଶୁ ଏହି କଥା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ।</verse>
				<verse number="22">ପୁଣି ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବହୁତ ଦୁଃଖ ଭୋଗ କରିବେ ଓ ଇହୁଦୀ ନେତା, ମୁଖ୍ୟଯାଜକ ଓ ଧର୍ମଗୁରୁମାନଙ୍କ ଦ୍ୱାରା ପରିତ୍ୟକ୍ତ ହେବେ। ସେ ମୃତ୍ୟୁ ଭୋଗ କରିବେ, କିନ୍ତୁ ତୃତୀୟ ଦିବସରେ ସେ ଜୀବିତ ହୋଇ ଉଠିବେ।”</verse>
				<verse number="23">ଆଉ ସେ ସମସ୍ତଙ୍କୁ କହିଲେ, “ଯଦି କେହି ମୋର ଅନୁଗାମୀ ହେବାକୁ ଚାହେଁ, ସେ ନିଜକୁ ଭୁଲି ଯାଉ, ପ୍ରତିଦିନ ନିଜର କ୍ରୁଶ ବହନ କରି ମୋହର ଅନୁଗମନ କରୁ,</verse>
				<verse number="24">କାରଣ ଯେ ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ, କିନ୍ତୁ ଯେ କେହି ମୋ’ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ରକ୍ଷା କରିବ।</verse>
				<verse number="25">ଯଦି ଜଣେ ଲୋକ ସମଗ୍ର ଜଗତ ଲାଭ କରେ, କିନ୍ତୁ ନିଜେ ହିଜିଯାଏ ଅବା ବିନଷ୍ଟ ହୁଏ, ତେବେ ତା’ର କି ଲାଭ?</verse>
				<verse number="26">ଯଦି ଜଣେ ଲୋକ ମୋ’ ବିଷୟରେ ଓ ମୋର ଶିକ୍ଷା ବିଷୟରେ ଲଜ୍ଜିତ ହୁଏ, ତେବେ ମନୁଷ୍ୟପୁତ୍ର ଯେତେବେଳେ ମହିମାନ୍ୱିତ ହୋଇ, ପିତା ଓ ପବିତ୍ର ସ୍ୱର୍ଗଦୂତଗଣଙ୍କ ଗୌରବରେ ଆସିବେ, ସେତେବେଳେ ସେ ମଧ୍ୟ ତା’ ବିଷୟରେ ଲଜ୍ଜିତ ହେବେ।</verse>
				<verse number="27">ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ଈଶ୍ୱରଙ୍କ ରାଜ୍ୟ ଦେଖିବା ପର୍ଯ୍ୟନ୍ତ ଏଠାରେ ଥିବା ଲୋକମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ ନାହିଁ।”</verse>
				<verse number="28">ଏସବୁ କହିବାର ପ୍ରାୟ ଏକ ସପ୍ତାହ ପରେ ଯୀଶୁ ପିତର, ଯୋହନ ଓ ଯାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଏକ ପାହାଡ଼ ଉପରକୁ ଗଲେ।</verse>
				<verse number="29">ସେ ପ୍ରାର୍ଥନା କରୁଥିବାବେଳେ, ତାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଓ ତାଙ୍କର ବସ୍ତ୍ର ଉଜ୍ଜ୍ୱଳ ଓ ଶୁଭ୍ର ହେଲା।</verse>
				<verse number="30">ହଠାତ୍ ଦୁଇ ଜଣ ବ୍ୟକ୍ତି ସେଠାରେ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖାଗଲା। ସେମାନେ ଥିଲେ ମୋଶା ଓ ଏଲିୟ।</verse>
				<verse number="31">ସେମାନେ ସ୍ୱର୍ଗୀୟ ଗୌରବରେ ପରିପୂର୍ଣ୍ଣ ଥିଲେ। ଯିରୂଶାଲମରେ ମୃତ୍ୟୁ ଭୋଗ କରିବା ଦ୍ୱାରା ଯୀଶୁ କିପରି ଶୀଘ୍ର ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବେ, ସେ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।</verse>
				<verse number="32">ସେତେବେଳେ ପିତର ଓ ତାଙ୍କ ସଙ୍ଗୀମାନେ ଗାଢ଼ ନିଦ୍ରା ଯାଇଥିଲେ; କିନ୍ତୁ ସେମାନେ ଚେଇଁ ଉଠି ଯୀଶୁଙ୍କର ଗୌରବୋଜ୍ଜ୍ୱଳ ରୂପାନ୍ତର ଓ ତାଙ୍କ ସହିତ ଠିଆ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଦେଖିଲେ।</verse>
				<verse number="33">ସେହି ବ୍ୟକ୍ତିମାନେ ଯୀଶୁଙ୍କଠାରୁ ବିଦାୟ ନେବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଆମେ ଯେ ଏଠାରେ ଅଛୁ, ଏହା କେଡ଼େ ସୌଭାଗ୍ୟର କଥା! ଆମେ ଏଠାରେ ତିନୋଟି ତମ୍ବୁ ପକାଇବା, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଆଉ ଗୋଟିଏ ଏଲିୟଙ୍କ ପାଇଁ।” (ସେ କ’ଣ କହୁଥିଲେ, ତାହା ସେ ପ୍ରକୃତରେ ଜାଣି ନ ଥିଲେ।)</verse>
				<verse number="34">ସେ ଏହିପରି କହୁଥିବା ସମୟରେ, ଖଣ୍ଡିଏ ମେଘ ଭାସି ଆସି ତା’ର ଛାୟାରେ ସେମାନଙ୍କୁ ଆଚ୍ଛାଦନ କଲା। ଶିଷ୍ୟମାନେ ଭୟଭୀତ ହେଲେ</verse>
				<verse number="35">ଓ ମେଘ ମଧ୍ୟରୁ ଗୋଟିଏ ବାଣୀ ଶୁଣିଲେ, “ଏ ମୋର ମନୋନୀତ ପୁତ୍ର - ତାହାଙ୍କ କଥା ଶୁଣ।”</verse>
				<verse number="36">ବାଣୀ ଉଚ୍ଚାରିତ ହେବା ପରେ ଯୀଶୁ ସେଠାରେ ଏକାକୀ ଥିବାର ଦେଖାଗଲା। ଶିଷ୍ୟମାନେ ଏସବୁ ବିଷୟରେ ନୀରବ ରହିଲେ। ସେମାନେ ଦେଖିଥିବା ବିଷୟ କାହାକୁ କହିଲେ ନାହିଁ।</verse>
				<verse number="37">ତହିଁ ଆରଦିନ ଯୀଶୁ ଓ ତିନି ଜଣ ଶିଷ୍ୟ ପାହାଡ଼ରୁ ଓହ୍ଲାଇ ଆସିବାବେଳେ ବିରାଟ ଜନତା ଯୀଶୁଙ୍କୁ ଭେଟିଲେ।</verse>
				<verse number="38">ଜନତା ମଧ୍ୟରୁ ଜଣେ ଚିକ୍ରାର କରି କହିଲା, “ଗୁରୁ! ଦୟାକରି ମୋର ଏହି ଏକମାତ୍ର ପୁଅକୁ ଦେଖନ୍ତୁ!</verse>
				<verse number="39">ହଠାତ୍ ଚିକ୍ରାର କରି ଭୂତ ତାକୁ ଆକ୍ରମଣ କରେ ଓ ସେ ମୂର୍ଚ୍ଛା ହୋଇଯାଏ। ତା’ ପାଟିରୁ ଫେଣ ବାହାରେ; ଭୂତ ତାକୁ କ୍ଷତବିକ୍ଷତ କରେ ଓ ସହଜରେ ଛାଡ଼ିଯାଏ ନାହିଁ!</verse>
				<verse number="40">ମୁଁ ଆପଣଙ୍କର ଶିଷ୍ୟମାନଙ୍କୁ ତାକୁ ବାହାର କରିବା ପାଇଁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”</verse>
				<verse number="41">ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ! ଆଉ କେତେ ଦିନ ମୁଁ ତୁମ ସହିତ ରହିବି? ଆଉ କେତେ କାଳ ମୁଁ ତୁମ ବ୍ୟବହାର ସହିବି?” ତା’ପରେ ସେ ସେହି ଲୋକଟିକୁ କହିଲେ, “ତୁମ ପୁଅକୁ ଏଠାକୁ ଆଣ।”</verse>
				<verse number="42">ବାଳକଟି ଆସୁଥିବା ସମୟରେ ଭୂତ ତାକୁ ଭୂଇଁରେ କଚାଡ଼ି ଦେଲା ଓ ସେ ମୂର୍ଚ୍ଛା ହୋଇଗଲା। ଯୀଶୁ ଭୂତକୁ ଦୃଢ଼ ଧମକ ଦେଇ ପିଲାଟିକୁ ସୁସ୍ଥ କଲେ ଓ ତାକୁ ତା’ ବାପାକୁ ଦେଲେ।</verse>
				<verse number="43">ଲୋକମାନେ ସମସ୍ତେ ଈଶ୍ୱରଙ୍କ ମହତ୍ ଶକ୍ତିରେ ବିସ୍ମିତ ହେଲେ। ଯୀଶୁ ଯାହା ସବୁ କରୁଥିଲେ, ସେଥିରେ ଲୋକମାନେ ଚମକ୍ରୃତ ହେଉଥିବା ସମୟରେ, ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ,</verse>
				<verse number="44">“ମୁଁ ତୁମ୍ଭମାନଙ୍କୁ ଯାହା କହୁବାକୁ ଯାଉଛି, ତାହା ଭୁଲିଯାଅ ନାହିଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।”</verse>
				<verse number="45">କିନ୍ତୁ ଶୁଷ୍ୟମାନେ ଏହି କଥାର ଅର୍ଥ ବୁଝିପାରିଲେ ନାହିଁ। ସେମାନେ ଯେପରି ବୁଝି ନ ପାରିବେ, ସେଥିପାଇଁ ଏହା ସେମାନଙ୍କଠାରୁ ଗୁପ୍ତ ରଖାଯାଇଥିଲା ଓ ସେମାନେ ଏ ବିଷୟରେ କିଛି ପଚାରିବା ପାଇଁ ମଧ୍ୟ ଭୟ କରୁଥିଲେ।</verse>
				<verse number="46">ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ଏ ବିଷୟରେ ଥରେ ଶିଷ୍ୟମାନଙ୍କ ମଧ୍ୟରେ ବିତର୍କ ହେଲା।</verse>
				<verse number="47">ସେମାନେ କ’ଣ ଚିନ୍ତା କରୁଥିଲେ, ଯୀଶୁ ତାହା ଜାଣିପାରି ଗୋଟିଏ ଶିଶୁକୁ ନେଇ ତାକୁ ପାଖରେ ଛିଡ଼ା କରାଇଲେ</verse>
				<verse number="48">ଓ ସେମାନଙ୍କୁ କହିଲେ, “ଯେ କେହି ମୋ’ ନାମରେ ଏହି ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଓ ଯେ ମୋତେ ପ୍ରେରଣ କରିଛନ୍ତି, ତାଙ୍କୁ ମଧ୍ୟ ସେ ସ୍ୱାଗତ କରେ। କାରଣ ଯେ ତୁମ ସମସ୍ତଙ୍କଠାରୁ ନିଜକୁ ନ୍ୟୂନ କରେ, ସେ ହିଁ ଶ୍ରେଷ୍ଠ।”</verse>
				<verse number="49">ଯୋହନ କହିଲେ, “ଗୁରୁ, ଆମେ ଜଣେ ଲୋକକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବା ଦେଖିଲୁ, କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”</verse>
				<verse number="50">ଯୀଶୁ ତାଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ତାକୁ ବାରଣ କରିବାକୁ ଚେଷ୍ଟା କର ନାହିଁ, କାରଣ ଯେ ତୁମର ବିପକ୍ଷ ନୁହେଁ, ସେ ତୁମର ସପକ୍ଷ।”</verse>
				<verse number="51">ଯୀଶୁଙ୍କ ସ୍ୱର୍ଗାରୋହଣ ସମୟ ନିକଟବର୍ତ୍ତୀ ହେବାରୁ ସେ ଯିରୂଶାଲମ ଅଭିମୁଖେ ଯାତ୍ରା କରିବା ପାଇଁ ମନସ୍ଥ କଲେ।</verse>
				<verse number="52">ଯିବା ପୂର୍ବରୁ ସେ କେତେଜଣ ଶିଷ୍ୟଙ୍କୁ ତାଙ୍କ ପାଇଁ ସବୁ ପ୍ରସ୍ତୁତ କରିବା ନିମନ୍ତେ ଶମିରୋଣର ଗୋଟିଏ ଗ୍ରାମକୁ ପଠାଇଲେ।</verse>
				<verse number="53">କିନ୍ତୁ ସେଠାରେ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ, କାରଣ ସେ ଯିରୂଶାଲମକୁ ଯାଉଥିଲେ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା।</verse>
				<verse number="54">ଏହା ଦେଖି ଯାକୁବ ଓ ଯୋହନ ଏହି ଦୁଇ ଶିଷ୍ୟ କହିଲେ - “ପ୍ରଭୁ, ଏମାନଙ୍କୁ ଧ୍ୱଂସ କରିବା ପାଇଁ ଆକାଶରୁ ଅଗ୍ନି ବୃଷ୍ଟି କରାଇବା - ଏହା ଆପଣ ଚାହାନ୍ତି କି?”</verse>
				<verse number="55">ଯୀଶୁ ବୁଲିପଡ଼ି ସେମାନଙ୍କୁ ଭର୍ତ୍ସନା କରି କହିଲେ: “ତୁମ୍ଭେମାନେ କି ପ୍ରକାର ମନୋଭାବ ପ୍ରକାଶ କରୁଛ, ତାହା ଜାଣ ନାହିଁ - ମନୁଷ୍ୟପୁତ୍ର ମନୁଷ୍ୟର ଜୀବନ ବିନାଶ କରିବାକୁ ଆସି ନାହାନ୍ତି, ବରଂ ରକ୍ଷା କରିବାକୁ ଆସିଛନ୍ତି।”</verse>
				<verse number="56">ତା’ପରେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।</verse>
				<verse number="57">ସେମାନେ ବାଟରେ ଯାଉଥିôବା ସମୟରେ ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଠାକୁ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।”</verse>
				<verse number="58">ଯୀଶୁ ତାକୁ କହିଲେ, “କୋକିଶିଆଳୀମାନଙ୍କର ଗାତ ଅଛି, ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”</verse>
				<verse number="59">ସେ ଆଉ ଜଣେ ଲୋକକୁ କହିଲେ, “ମୋର ଅନୁଗମନ କର।” କିନ୍ତୁ ସେ ଲୋକଟି କହିଲା, “ଗୁରୁ! ମୋର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରି ତାଙ୍କୁ କବର ଦେବା ଯାଏ ମୋତେ ସମୟ ଦିଅନ୍ତୁ।”</verse>
				<verse number="60">ଯୀଶୁ ଉତ୍ତର ଦେଲେ, “ମୃତମାନେ ମୃତମାନଙ୍କୁ କବର ଦିଅନ୍ତୁ। ତୁମେ ଯାଅ ଓ ଈଶ୍ୱରଙ୍କ ରାଜ୍ୟର ବାର୍ତ୍ତା ଘୋଷଣା କର।”</verse>
				<verse number="61">ଆଉ ଜଣେ ଲୋକ କହିଲା, “ମହାଶୟ, ମୁଁ ଆପଣଙ୍କର ଅନୁଗମନ କରିବି, କିନ୍ତୁ ପ୍ରଥମେ ମୋର ପରିବାରବର୍ଗଙ୍କଠାରୁ ବିଦାୟ ନେବାକୁ ମୋତେ ଅନୁମତି ଦିଅନ୍ତୁ।”</verse>
				<verse number="62">ଯୀଶୁ ତାକୁ କହିଲେ, “ଯେ କେହି ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”</verse>
			</chapter>
			<chapter number="10">
				<verse number="1">ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣଙ୍କୁ ମନୋନୀତ କଲେ ଏବଂ ତାଙ୍କର ଯେଉଁ ନଗର ଓ ସ୍ଥାନମାନଙ୍କୁ ଯିବାର ଥିଲା, ସେ ଯିବା ପୂର୍ବରୁ, ସେମାନଙ୍କୁ ଦୁଇ ଦୁଇ ଜଣ କରି ସେଠାକୁ ପଠାଇଲେ।</verse>
				<verse number="2">ସେ ସେମାନଙ୍କୁ କହିଲେ, “ଫସଲ ପ୍ରଚୁର, କିନ୍ତୁ ଅମଳ କରିବାକୁ ମୂଲିଆଙ୍କ ସଂଖ୍ୟା ଅଳ୍ପ। କ୍ଷେତର ମାଲିକଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ତାଙ୍କର ଫସଲ ସଂଗ୍ରହ କରିବାକୁ ଅଧିକ ଲୋକ ପଠାଇବେ।</verse>
				<verse number="3">ଯାଅ! ମୁଁ ତୁମମାନଙ୍କୁ କେନ୍ଦୁଆ ବାଘ ମଧ୍ୟରେ ମେଷ ପରି ପଠାଉଛି।</verse>
				<verse number="4">ଥଳୀ, ଭିକ୍ଷା ଝୋଲି କିମ୍ବା ପାଦୁକା ନିଅ ନାହିଁ। ବାଟରେ କାହାକୁ ଶୁଭେଚ୍ଛା ଜଣାଇବାକୁ ରୁହ ନାହିଁ।</verse>
				<verse number="5">ଯେତେବେଳେ ତୁମେ ଗୋଟିଏ ଗୃହକୁ ଯାଅ, ପ୍ରଥମେ କୁହ, ‘ଏହି ଗୃହର ଶାନ୍ତି ହେଉ’।</verse>
				<verse number="6">ଯଦି କୌଣସି ଶାନ୍ତିପ୍ରେମୀ ଲୋକ ସେ ଗୃହରେ ବାସ କରୁଥାଏ, ତୁମ ଶାନ୍ତିର ବାଣୀ ତା’ର କଲ୍ୟାଣ କରୁ। ଯଦି ସେପରି କେହି ନ ଥାଏ, ସେହି ଶୁଭେଚ୍ଛା ତା’ର କୌଣସି ମଙ୍ଗଳ ନ କରି ତୁମ ନିକଟକୁ ଫେରି ଆସିବ।</verse>
				<verse number="7">ସେମାନେ ଭୋଜନ ପାନ ନିମନ୍ତେ ଯାହା ଦିଅନ୍ତି, ତାହା ଗ୍ରହଣ କରି ସେହି ଗୃହରେ ବାସ କର, କାରଣ ଶ୍ରମିକ ମଜୁରୀ ପାଇବାର ଯୋଗ୍ୟ। ଗୋଟିଏ ଗୃହରୁ ଆଉ ଗୋଟିଏ ଗୃହକୁ ଘୂରିବୁଲ ନାହିଁ।</verse>
				<verse number="8">ଯେତେବେଳେ ତୁମେ କୌଣସି ଏକ ସହରକୁ ଯାଇ ଆତିଥ୍ୟ ପାଅ, ତୁମକୁ ଯାହା ପରିବେଷଣ କରାଯାଏ, ତାହା ଭୋଜନ କର।</verse>
				<verse number="9">ସେହି ସହରର ରୋଗୀମାନଙ୍କୁ ସୁସ୍ଥ କର ଓ ସେଠାକାର ଲୋକମାନଙ୍କୁ କୁହ, ‘ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ।’</verse>
				<verse number="10">କିନ୍ତୁ ଯଦି ତୁମେ ଗୋଟିଏ ସହରକୁ ଯାଇ ଆତିଥ୍ୟ ପାଅ ନାହିଁ, ଛକ ସ୍ଥାନମାନଙ୍କୁ ଯାଇ କୁହ,</verse>
				<verse number="11">“ଆମ ପାଦରେ ଲାଗିଥିବା ତୁମ ସହରର ଧୂଳିକୁ ଆମେ ତୁମ ବିରୁଦ୍ଧରେ ଛାଡ଼ି ଦେଉଛୁ; କିନ୍ତୁ ମନେରଖ, ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ!”</verse>
				<verse number="12">ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି ଯେ, ବିଚାର ଦିନରେ ଈଶ୍ୱର ସେହି ସହର ଅପେକ୍ଷା ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।</verse>
				<verse number="13">“କୋରାଲିନ୍, ତୋର ଦଶା କି ଭୟଙ୍କର ହେବ! ବେଥ୍ସାଇଦା, ତୋର ଦଶା ମଧ୍ୟ କି ଭୟଙ୍କର ହେବ! ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧିତ ହେଲା, ତାହା ଯଦି ସୋର ଓ ସିଦୋନରେ ହୋଇଥାନ୍ତା, ତେବେ ବହୁ ପୂର୍ବରୁ ସେଠାକାର ଲୋକମାନେ ସେମାନଙ୍କ ପାପରୁ ମନ ପରିବର୍ତ୍ତନ କରି ଅଖା ପିନ୍ଧି ବସିଥାନ୍ତେ ଓ ସେମାନଙ୍କ ଦେହରେ ଭସ୍ମ ବୋଳି ହୋଇଥାନ୍ତେ!</verse>
				<verse number="14">ଈଶ୍ୱର ବିଚାର ଦିନରେ ତୁମ୍ଭମାନଙ୍କ ଅପେକ୍ଷା ସୋର ଓ ସୀଦୋନକୁ ଅଧିକ ଦୟା କରିବେ।</verse>
				<verse number="15">ଆଉ କପର୍ନାହୂମ, ତୋ’ ପ୍ରତି ଏହିପରି ଘଟିବ? ତୁ ଆକାଶ ପର୍ଯ୍ୟନ୍ତ ନିଜକୁ ଉନ୍ନତ କରିବାକୁ ଇଚ୍ଛା କରିଥିଲୁ, ତୋତେ ନରକକୁ ନିକ୍ଷିପ୍ତ କରାଯିବ।”</verse>
				<verse number="16">ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେ କେହି ତୁମ କଥା ଶୁଣେ, ସେ ମୋ’ କଥା ଶୁଣେ; ଯେ କେହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ; ଏବଂ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।”</verse>
				<verse number="17">ବାସ୍ତରି ଜଣ ମହାଆନନ୍ଦରେ ଫେରି ଆସିଲେ। ସେମାନେ କହିଲେ, “ପ୍ରଭୁ ଆପଣଙ୍କ ନାମରେ ଆଦେଶ ଦେବାରୁ ଭୂତମାନେ ମଧ୍ୟ ଆମ କଥା ମାନିଲେ।”</verse>
				<verse number="18">ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ବିଜୁଳି ପରି ଆକାଶରୁ ଖସିବା ଦେଖିଲି।</verse>
				<verse number="19">ଶୁଣ! ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଛୁ, ଯେପରି ତୁମ୍ଭେମାନେ ସାପ ଓ କଙ୍କଡ଼ା ବିଛା ଉପରେ ଚାଲି ପାରିବ ଓ ଶତ୍ରୁ ଶୟତାନର ସମସ୍ତ ଶକ୍ତି ଉପରେ ଜୟଲାଭ କରିବ ଏବଂ କୌଣସି ବିଷୟ ତୁମର କ୍ଷତି କରି ପାରିବ ନାହିଁ।</verse>
				<verse number="20">କିନ୍ତୁ ଭୂତମାନେ ତୁମର ବଶୀଭୂତ ହେଲେ; ଆନନ୍ଦ କର ନାହିଁ, ବରଂ ସ୍ୱର୍ଗରେ ତୁମ୍ଭମାନଙ୍କର ନାମ ଲେଖା ହୋଇ ଥିବାରୁ ଆନନ୍ଦ କର।”</verse>
				<verse number="21">ସେହି ସମୟରେ ଯୀଶୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆନନ୍ଦରେ ପରିପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଛି, ତୁମେ ବିଜ୍ଞ ଓ ଜ୍ଞାନବାନ ଲୋକମାନଙ୍କଠାରୁ ଯାହା ଗୁପ୍ତ ରଖିଛ, ତାହା ଅଜ୍ଞାନମାନଙ୍କ ନିକଟରେ ପ୍ରକାଶ କରିଛି। ହଁ ପିତା, ଏହା ହିଁ ତୁମର ମହତ୍ ଇଚ୍ଛା।</verse>
				<verse number="22">“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”</verse>
				<verse number="23">ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଗୋପନରେ କହିଲେ, “ତୁମ୍ଭେମାନେ ଏହିସବୁ ବିଷୟ ଦେଖି ଥିବାରୁ କେଡ଼େ ଭାଗ୍ୟବାନ!</verse>
				<verse number="24">ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଯାହା ଦେଖିଛ, ତାହା ଦେଖିବା ପାଇଁ ଅନେକ ଭାବବାଦୀ ଓ ରାଜାମାନେ ଇଚ୍ଛା କରି ଥିଲେ, କିନ୍ତୁ ସେମାନେ ଦେଖି ପାରିଲେ ନାହିଁ। ତୁମ୍ଭେମାନେ ଯାହା ଶୁଣୁଛ, ସେମାନେ ତାହା ଶୁଣିବାକୁ ଇଚ୍ଛା କରିଥିଲେ; କିନ୍ତୁ ଶୁଣି ପାରିଲେ ନାହିଁ।”</verse>
				<verse number="25">ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କ’ଣ କରିବି?”</verse>
				<verse number="26">ଯୀଶୁ ତାକୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ର କ’ଣ କହେ? ତୁମେ ସେଗୁଡ଼ିକ କିପରି ବୁଝିଛ?”</verse>
				<verse number="27">ଲୋକଟି କହିଲା, “‘ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ ପ୍ରଭୁ, ଈଶ୍ୱରଙ୍କୁ ପ୍ରେମ କର’; ଏବଂ ‘ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର’।”</verse>
				<verse number="28">ଯୀଶୁ କହିଲେ, “ତୁମେ ଠିକ୍ କହିଛ, ଏହା କର, ତା’ହେଲେ ତୁମେ ଜୀବନ ପାଇବ।”</verse>
				<verse number="29">କିନ୍ତୁ ଧର୍ମଗୁରୁ ନିଜ ପ୍ରଶ୍ନର ଯଥାର୍ଥତା ପ୍ରମାଣ କରିବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, “ମୋର ପ୍ରତିବାସୀ କିଏ?”</verse>
				<verse number="30">ଯୀଶୁ କହିଲେ, “ଥରେ ଜଣେ ଲୋକ ଯିରୂଶାଲମରୁ ଯିରିହୋକୁ ଯାଉଥିବା ସମୟରେ ଡ଼କାୟତମାନେ ତାକୁ ଆକ୍ରମଣ କଲେ। ତା’ର ଲୁଗାପଟା ଛଡ଼ାଇ ନେଇ ମାଡ଼ ଦେଲେ ଓ ତାକୁ ଦରମରା କରି ଛାଡ଼ି ଚାଲିଗଲେ।</verse>
				<verse number="31">ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, କିନ୍ତୁ ଲୋକଟିକୁ ଦେଖି, ସେ ଅନ୍ୟ ପାଖ ଦେଇ ଚାଲିଗଲେ।</verse>
				<verse number="32">ସେହିପରି ଜଣେ ଲେବୀ ମଧ୍ୟ ସେହି ବାଟେ ଗଲେ। ଲୋକଟିର ପାଖକୁ ଯାଇ ତାକୁ ଅନାଇଲେ, କିନ୍ତୁ ଅନ୍ୟ ଦିଗ ଦେଇ ଚାଲିଗଲେ।</verse>
				<verse number="33">କିନ୍ତୁ ସେହି ବାଟ ଦେଇ ଯାଉଥିବା ଜଣେ ଶମିରୋଣୀୟ ତା’ ପାଖକୁ ଆସିଲେ ଓ ତା’ର ଅବସ୍ଥା ଦେଖି ତାଙ୍କ ମନରେ ଦୟା ଜାତ ହେଲା।</verse>
				<verse number="34">ସେ ତା’ର କ୍ଷତ ଉପରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ପଟି ବାନ୍ଧିଲେ। ତା’ପରେ ସେ ନିଜର ବାହକ ପଶୁ ଉପରେ ଲୋକଟିକୁ ବସାଇ ଗୋଟିଏ ପାନ୍ଥଶାଳାକୁ ନେଇଗଲେ ଓ ସେଠାରେ ତା’ର ଯତ୍ନ ନେଲେ।</verse>
				<verse number="35">ତା’ ପରଦିନ ସେ ଦୁଇଟି ରୌପ୍ୟ ମୁଦ୍ରା ପାନ୍ଥଶାଳାର ମାଲିକକୁ ଦେଇ କହିଲେ, “ତାଙ୍କର ଯତ୍ନ ନିଅ। ମୁଁ ଯେତେବେଳେ ଏହି ବାଟ ଦେଇ ଫେରିବି, ତୁମେ ତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥିବ, ତୁମକୁ ଦେଇ ଦେବି’।”</verse>
				<verse number="36">ପରିଶେଷରେ ଯୀଶୁ କହିଲେ, “ତୁମ ମତରେ ଏହି ତିନି ଜଣଙ୍କ ମଧ୍ୟରୁ ଡ଼କାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକ ପ୍ରତି କିଏ ପ୍ରତିବାସୀ ତୁଲ୍ୟ ଆଚରଣ କଲା?”</verse>
				<verse number="37">ଧର୍ମଗୁରୁ ଉତ୍ତର ଦେଲେ, “ଯେ ତା’ ପ୍ରତି ଦୟା ଦେଖାଇଲା, ସେ।” ଯୀଶୁ ଉତ୍ତର ଦେଲେ, “ତେବେ ଯାଅ ଓ ସେହି ପ୍ରକାର କର।”</verse>
				<verse number="38">ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ବାଟରେ ଯିବାବେଳେ ଗୋଟିଏ ଗାଁକୁ ଗଲେ। ସେଠାରେ ମାର୍ଥା ନାମରେ ଜଣେ ମହିଳା ତାଙ୍କୁ ନିଜ ଗୃହକୁ ପାଛୋଟି ନେଲେ।</verse>
				<verse number="39">ତାଙ୍କ ଭଉଣୀ ମରିୟମ ପ୍ରଭୁଙ୍କ ପାଦ ତଳେ ବସି ତାଙ୍କର ଶିକ୍ଷା ଶୁଣିଲେ।</verse>
				<verse number="40">ମାର୍ଥାଙ୍କୁ ଯେଉଁ ସବୁ କାମ କରିବାକୁ ପଡ଼ିଲା, ସେଥିରେ ସେ ବ୍ୟତିବ୍ୟସ୍ତ ହୋଇ ଆସି କହିଲେ, “ପ୍ରଭୁ, ମୋର ଭଉଣୀ ସବୁ କାମ କରିବାକୁ ମୋତେ ଛାଡ଼ି ଦେଇଛି, ଏଥିପାଇଁ କ’ଣ ଆପଣଙ୍କର ଚିନ୍ତା ନାହିଁ? ମୋତେ ଆସି ସାହାଯ୍ୟ କରିବାକୁ ତାକୁ କୁହନ୍ତୁ।”</verse>
				<verse number="41">ପ୍ରଭୁ ତାକୁ କହିଲେ, “ମାର୍ଥା, ମାର୍ଥା, ତୁମେ ଅନେକ ବିଷୟରେ ଚିନ୍ତିତ ଓ ବ୍ୟସ୍ତ,</verse>
				<verse number="42">କିନ୍ତୁ କେବଳ ଗୋଟିଏ ବିଷୟ ନିତାନ୍ତ ଆବଶ୍ୟକ। ମରିୟମ ସେହି ଉତ୍ତମ ବିଷୟଟିକୁ ବାଛି ନେଇଛି; ତାହାକୁ ସେଥିରୁ ବଞ୍ଚିତ କରାଯିବ ନାହିଁ।”</verse>
			</chapter>
			<chapter number="11">
				<verse number="1">ଦିନେ ଯୀଶୁ କୌଣସି ଏକ ସ୍ଥାନରେ ପ୍ରାର୍ଥନା କରୁôôଥିଲେ। ସେ ପ୍ରାର୍ଥନା ଶେଷ କରିବା ପରେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, “ପ୍ରଭୁ, ଯୋହନ ଯେପରି ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଛନ୍ତି, ଆପଣ ମଧ୍ୟ ଆମକୁ ପ୍ରାର୍ଥନା କରିବାକୁ ଶିଖାଇ ଦିଅନ୍ତୁ।”</verse>
				<verse number="2">ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ ଏପରି କୁହ: ପିତା: ତୁମର ପବିତ୍ର ନାମ ସମ୍ମାନିତ ହେଉ; ତୁମର ରାଜ୍ୟ ଆସୁ।</verse>
				<verse number="3">ଆମକୁ ଆବଶ୍ୟକୀୟ ଦୈନିକ ଆହାର ଦିଅ।</verse>
				<verse number="4">ଆମ ପାପ ସବୁ କ୍ଷମା କର, କାରଣ ଆମ ବିରୁଦ୍ଧରେ ଦୋଷ କରିଥିବା ପ୍ରତ୍ୟେକଙ୍କୁ ଆମେ କ୍ଷମା କରୁ। ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ’।”</verse>
				<verse number="5">ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମନେକର, ତୁମ ମଧ୍ୟରୁ ଯଦି ଜଣେ ମଧ୍ୟରାତ୍ରିରେ ବନ୍ଧୁଙ୍କ ଘରକୁ ଯାଇ କହିବ, ‘ବନ୍ଧୁ, ମୋତେ ତିନୋଟି ରୋଟି ଉଧାର ଦିଅ।</verse>
				<verse number="6">ମୋର ଜଣେ ବନ୍ଧୁ ଯାତ୍ରା କରୁ କରୁ ମୋ’ ଘରେ ଆସି ପହଞ୍ôଚଛନ୍ତି, ତାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ନାହିଁ।’</verse>
				<verse number="7">ମନେକର, ଘର ଭିତରୁ ତୁମର ବନ୍ଧୁ ଉତ୍ତର ଦେବେ, ‘ମୋତେ ହଇରାଣ କର ନାହିଁ। କବାଟ ବନ୍ଦ ହୋଇ ଯାଇଛି, ମୁଁ ଓ ମୋର ପିଲାମାନେ ବିଶ୍ରାମ କରୁଛୁ। ମୁଁ ଏବେ ଉଠି ତୁମକୁ କିଛି ଦେଇପାରିବି ନାହିଁ’।</verse>
				<verse number="8">ତା’ପରେ କ’ଣ ହେବ? ମୁଁ କହୁଛି ସେ ବନ୍ଧୁତା ଖାତିରିରେ ଉଠି ତୁମକୁ ରୋଟି ନ ଦେଲେ ସୁଦ୍ଧା, ତୁମେ ଲଜ୍ଜିତ ନ ହୋଇ ବାରମ୍ବାର ମାଗୁଥିବା ଦେଖି ସେ ଉଠିବ ଏବଂ ତୁମର ପ୍ରୟୋଜନୀୟ ସମସ୍ତ ବିଷୟ ଦେବ।</verse>
				<verse number="9">“ତେଣୁ ମୁଁ ତୁମ୍ଭମାନଙ୍କୁ କହେ: ମାଗ, ତୁମମାନଙ୍କୁ ଦିଆଯିବ! ଖୋଜ, ପାଇବ; ଆଘାତ କର, ତୁମ ପାଇଁ ଦ୍ୱାର ଫିଟାଯିବ।</verse>
				<verse number="10">କାରଣ ଯେ ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ ଓ ଯେ ଆଘାତ କରେ, ତା’ ପାଇଁ ଦ୍ୱାର ଫିଟାଇ ଦିଆଯାଏ।</verse>
				<verse number="11">ତୁମ୍ଭମାନଙ୍କ ମଧ୍ୟରେ ଏପରି ବାପା କିଏ ଅଛି ଯେ ତା’ର ପୁଅ ମାଛ ମାଗିଲେ, ସେ ତାକୁ ମାଛ ବଦଳରେ ସାପ ଦେବ, ଅଣ୍ଡା ମାଗିଲେ, ବିଛା ଦେବ।</verse>
				<verse number="12"></verse>
				<verse number="13">ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”</verse>
				<verse number="14">ଯୀଶୁ ଏକ ଭୂତଗ୍ରସ୍ତ ଘୁଙ୍ଗା ଲୋକକୁ ସୁସ୍ଥ କଲେ। ଯେତେବେଳେ ଭୂତ ଛାଡ଼ିଗଲା, ଲୋକଟି କଥା କହିବାକୁ ଆରମ୍ଭ କଲା! ଲୋକେ ଆଶ୍ଚର୍ଯ୍ୟ ହେଲେ,</verse>
				<verse number="15">କିନ୍ତୁ କେତେକ କହିଲେ, “ଭୂତମାନଙ୍କ ଅଧିପତି ବାଆଲ୍ଜିବୂଲ୍ର ଶକ୍ତିରେ ସେ ଭୂତ ଛଡ଼ାଉଛି।</verse>
				<verse number="16">ଅନ୍ୟମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ, ଈଶ୍ୱର ଯେ ତାଙ୍କର ସମର୍ଥନକାରୀ, ଏହାର ଚିହ୍ନ ସ୍ୱରୂପ ତାଙ୍କୁ ଗୋଟିଏ ଆଶ୍ଚର୍ଯ୍ୟ କର୍ମ କରିବାକୁ କହିଲେ।</verse>
				<verse number="17">କିନ୍ତୁ ଯୀଶୁ ସେମାନଙ୍କ ମନୋଭାବ ଜାଣିଥିଲେ, ତେଣୁ ସେ ସେମାନଙ୍କୁ କହିଲେ, “କୌଣସି ରାଜ୍ୟରେ ଗୃହ ଯୁଦ୍ଧ ଲାଗିଲେ, ସେ ରାଜ୍ୟର ପତନ ଘଟେ, କୌଣସି ଘରେ ଅନ୍ତର୍ବିବାଦ ଲାଗିଲେ, ସେ ଘର ଭାଙ୍ଗିଯାଏ।</verse>
				<verse number="18">ତେଣୁ ଶୟତାନର ରାଜ୍ୟରେ ଗୃହ ଯୁଦ୍ଧ ଲାଗିଲେ, ତାହା କିପରି ତିଷ୍ଠିବ? ତୁମେ କହୁଛ ଯେ ବାଆଲ୍ଜିବୂଲ୍ର ଶକ୍ତିରେ ମୁଁ ଭୂତ ଛଡ଼ାଏ।</verse>
				<verse number="19">ମୁଁ ଯଦି ଏହି ଉପାୟରେ ଭୂତ ଛଡ଼ାଏ, ତେବେ ତୁମର ଶିଷ୍ୟମାନେ କିପରି ଭୂତ ଛଡ଼ାନ୍ତି? ତୁମ୍ଭେମାନେ ଭ୍ରାନ୍ତ ବୋଲି ତୁମର ନିଜ ଶିଷ୍ୟମାନେ ପ୍ରମାଣ କରୁଛନ୍ତି।</verse>
				<verse number="20">ନା, ବରଂ ଈଶ୍ୱରଙ୍କ ଶକ୍ତି ସାହାଯ୍ୟରେ ମୁଁ ଭୂତମାନଙ୍କୁ ଛଡ଼ାଏ ଏବଂ ଏହା ପ୍ରମାଣ କରେ ଯେ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର ନିକଟବର୍ତ୍ତୀ।</verse>
				<verse number="21">“ଯେତେବେଳେ ଜଣେ ବଳିଷ୍ଠ ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଜ ଘର ଜଗେ, ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ଥାଏ।</verse>
				<verse number="22">କିନ୍ତୁ ଯେତେବେଳେ ତା’ଠାରୁ ଜଣେ ଅଧିକ ବଳବାନ ଲୋକ ତାକୁ ଆକ୍ରମଣ କରି ପରାଜିତ କରେ, ଯେଉଁ ଅସ୍ତ୍ରଶସ୍ତ୍ର ଉପରେ ସେ ନିର୍ଭର କରୁଥିଲା, ଆକ୍ରମଣକାରୀ ତାହା ସବୁ ନେଇଯାଏ ଓ ତା’ର ଧନ ସମ୍ପତ୍ତି ମଧ୍ୟ ଲୁଟି ନେଇ ସାଥୀମାନଙ୍କ ମଧ୍ୟରେ ବାଣ୍ଟି ନିଏ।</verse>
				<verse number="23">“ଯେଉଁ ଲୋକ ମୋର ସପକ୍ଷ ନୁହେଁ, ସେ ପ୍ରକୃତରେ ମୋର ବିପକ୍ଷ; ଯେଉଁ ଲୋକ ସଂଗ୍ରହ କରିବାରେ ମୋତେ ସାହାଯ୍ୟ କରେ ନାହିଁ, ସେ ଛିନ୍ନଭିନ୍ନ କରେ।</verse>
				<verse number="24">“ଯେତେବେଳେ ଜଣେ ଲୋକଠାରୁ ଭୂତ ବାହାରି ଯାଏ, ସେ ଶୁଷ୍କ ଅଞ୍ଚଳ ଉପରେ ବିଶ୍ରାମ ସ୍ଥାନ ପାଇଁ ଘୂରି ବୁଲେ। ଯଦି ସେହିପରି ଗୋଟିଏ ସ୍ଥାନ ପାଏ ନାହିଁ ସେ କହେ, ‘ମୁଁ ମୋ’ ଘରକୁ ଫେରିଯିବି।’</verse>
				<verse number="25">ତେଣୁ ସେ ଫେରିଯାଏ ଓ ସେହି ଗୃହକୁ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖିଲେ,</verse>
				<verse number="26">ସେ ବାହାରକୁ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତଟି ପ୍ରେତାତ୍ମାକୁ ଡ଼ାକି ଆଣେ ଓ ସେମାନେ ଆସି ସେଠାରେ ବାସ କରନ୍ତି। ପରିଶେଷରେ ସେହି ଲୋକର ଅବସ୍ଥା ପୂର୍ବାପେକ୍ଷା ଅଧିକ ଶୋଚନୀୟ ହୁଏ।”</verse>
				<verse number="27">ଯୀଶୁ ଏହି କଥା କହିବା ପରେ ଲୋକ ଗହଳି ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ତାଙ୍କୁ କହିଲା, “ଯେଉଁ ନାରୀ ଆପଣଙ୍କୁ ଗର୍ଭ ଧାରଣ କଲେ ଓ ସ୍ତନ୍ୟପାନ କରାଇଲେ, ସେ କେଡ଼େ ଧନ୍ୟ।”</verse>
				<verse number="28">କିନ୍ତୁ ଯୀଶୁ ଉତ୍ତର ଦେଲେ, “ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ତାହା ପାଳନ କରନ୍ତି, ସେମାନେ କେଡ଼େ ଧନ୍ୟ।”</verse>
				<verse number="29">ଲୋକମାନେ ଯୀଶୁଙ୍କ ଚାରିପଟେ ଘେରି ଯିବାରୁ ସେ କହିବାକୁ ଲାଗିଲେ, “ଆଜିର ଲୋକମାନେ କେତେ ଖଳ! ସେମାନେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଲୋଡ଼ନ୍ତି, କିନ୍ତୁ ଯୂନସଙ୍କ ଆଶ୍ଚର୍ଯ୍ୟ କର୍ମ ଛଡ଼ା ସେମାନଙ୍କ ପାଇଁ ଆଉ କିଛି କରାଯିବ ନାହିଁ।</verse>
				<verse number="30">ଯେପରି ଭାବବାଦୀ ଯୂନସ ନୀନିବୀର ଲୋକମାନଙ୍କ ପ୍ରତି ଚିହ୍ନ ସ୍ୱରୂପ ହେଲେ, ସେହିପରି ମନୁଷ୍ୟପୁତ୍ର ଆଜିର ଲୋକମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେବେ।</verse>
				<verse number="31">ବିଚାର ଦିନରେ ଶେବା ଦେଶର ରାଣୀ ଠିଆ ହୋଇ ଆଜିର ଲୋକମାନଙ୍କୁ ଦୋଷାରୋପ କରିବେ, କାରଣ ଶଲୋମନ ରାଜାଙ୍କର ଜ୍ଞାନର କଥା ଶୁଣିବା ପାଇଁ ସେ ତାଙ୍କ ଦେଶରୁ ଯାତ୍ରା କରିଥିଲେ; କିନ୍ତୁ ମୁଁ କହେ, ଶଲୋମନଙ୍କଠାରୁ ଅଧିକ ମହତ୍ ବିଷୟମାନ ଏଠାରେ ଅଛି।</verse>
				<verse number="32">ବିଚାର ଦିନରେ ନୀନିବୀର ଲୋକମାନେ ତୁମ୍ଭମାନଙ୍କୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଶୁଣିବା ପରେ ସେମାନେ ସେମାନଙ୍କ ପାପରୁ ମନ ଫେରାଇଲେ; ମୁଁ ନିଶ୍ଚିତଭାବେ କହୁଛି, ଯୂନସଙ୍କ ଅପେକ୍ଷା ଅଧିକ ମହତ ବିଷୟମାନ ଏଠାରେ ଅଛି।</verse>
				<verse number="33">“କେହି ଦୀପ ଜାଳି ତାକୁ ଲୁଚାଏ ନାହିଁ କିମ୍ବା ଗୋଟିଏ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ; ବରଂ ସେ ତାକୁ ଦୀପରୁଖା ଉପରେ ରଖେ, ଯେପରି ଘର ଭିତରକୁ ଆସିବା ଲୋକେ ଆଲୋକ ଦେଖି ପାରିବେ।</verse>
				<verse number="34">ତୁମ୍ଭମାନଙ୍କ ଚକ୍ଷୁ ଶରୀରର ପ୍ରଦୀପ ସ୍ୱରୂପ। ତୁମର ଚକ୍ଷୁ ଭଲ ଥିଲେ, ତୁମର ସମସ୍ତ ଶରୀର ଆଲୋକମୟ ହେବ; କିନ୍ତୁ ଯଦି ତୁମର ଚକ୍ଷୁ ଖରାପ ହୁଏ, ତୁମର ସମସ୍ତ ଶରୀର ଅନ୍ଧକାରମୟ ହେବ।</verse>
				<verse number="35">ତୁମ ଅନ୍ତରରେ ଥିବା ଆଲୋକ ଯେପରି ଅନ୍ଧକାର ନ ହୁଏ, ଏଥିପ୍ରତି ସାବଧାନ ହୁଅ।</verse>
				<verse number="36">ତୁମ ମଧ୍ୟରେ ଅନ୍ଧକାର ନ ଥାଇ ତୁମେ ଯଦି ସମ୍ପୂର୍ଣ୍ଣ ରୂପେ ଆଲୋକମୟ ହୁଅ, ତେବେ ଉଜ୍ଜ୍ୱଳ ପ୍ରଦୀପର ଜ୍ୟୋତି ପରି ତୁମେ ଉଦ୍ଭାସିତ ହେବ।”</verse>
				<verse number="37">ଯୀଶୁ ଶିକ୍ଷା ଦେଇ ସାରିବା ପରେ ଜଣେ ଫାରୁଶୀ ତାଙ୍କୁ ତା’ ସହିତ ଭୋଜନ କରିବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ତାଙ୍କ ଘରକୁ ଯାଇ ଭୋଜନ କରିବା ପାଇଁ ବସିଲେ।</verse>
				<verse number="38">ଭୋଜନ ପୂର୍ବରୁ ଯୀଶୁ ପ୍ରକ୍ଷାଳନ ରୀତି ପାଳନ ନ କରିବା ଦେଖି ଫାରୁଶୀ ଆଶ୍ଚର୍ଯ୍ୟ ହେଲେ।</verse>
				<verse number="39">ସେଥିପାଇଁ ପ୍ରଭୁ ତାଙ୍କୁ କହିଲେ, “ହେ ଫାରୁଶୀଗଣ, ତୁମ୍ଭେମାନେ ଥାଳୀ ଓ ଗିନାର ବାହାର ପରିଷ୍କାର କରିଥାଅ, କିନ୍ତୁ ତୁମର ଅନ୍ତର ହିଂସା ଓ ଦୁଷ୍ଟତାରେ ପରିପୂର୍ଣ୍ଣ।</verse>
				<verse number="40">ହେ ନିର୍ବୋଧ! ଯେଉଁ ଈଶ୍ୱର ବାହାର ଅଂଶ ସୃଷ୍ଟି କରିଛନ୍ତି, ସେ କଅଣ ଭିତର ଅଂଶଟିକୁ ମଧ୍ୟ ସୃଷ୍ଟି କରି ନାହାନ୍ତି?</verse>
				<verse number="41">ଏଣୁ ତୁମର ଯାହା ସବୁ ଅଛି; ତାହା ଦାନ କରି ଦିଅ, ତା’ ହେଲେ ତୁମେ ସମ୍ପୂର୍ଣ୍ଣ ପରିଷ୍କୃତ ହେବ।</verse>
				<verse number="42">“ହେ ଫାରୁଶୀମାନେ, ତୁମ ଶେଷ ଦଶା କେଡ଼େ ଭୟଙ୍କର ହେବ! ତୁମେ ପୋଦିନା, ସାଗ ଇତ୍ୟାଦିର ଦଶମାଂଶ ଈଶ୍ୱରଙ୍କୁ ଦେଇଥାଅ। କିନ୍ତୁ ନ୍ୟାୟପରାୟଣତା ଓ ଈଶ୍ୱରଙ୍କ ପ୍ରତି ପ୍ରେମ ଅବହେଳା କରିଥାଅ; ଏହାକୁ ମୁଖ୍ୟ ସ୍ଥାନ ଦିଅ; ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଅବହେଳା କର ନାହିଁ।</verse>
				<verse number="43">“ହେ ଫାରୁଶୀମାନେ, ତୁମ ଦଶା କି ଶୋଚନୀୟ! ତୁମେ ସମାଜ ଗୃହମାନଙ୍କରେ ସଂରକ୍ଷିତ ସ୍ଥାନ ଓ ବଜାରରେ ଅନ୍ୟମାନଙ୍କଠାରୁ ଭକ୍ତିପୂର୍ଣ୍ଣ ନମସ୍କାର ପାଇବାକୁ ଭଲ ପାଅ।</verse>
				<verse number="44">ତୁମ ଦଶା କି ଶୋଚନୀୟ! ତୁମେ ଚିହ୍ନା ପଡ଼ୁ ନ ଥିବା କବର ପରି। ତା’ ଉପରେ ଲୋକମାନେ ଅଜାଣତରେ ଯିବା ଆସିବା କରନ୍ତି।”</verse>
				<verse number="45">ଧର୍ମଗୁରୁମାଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, “ଗୁରୁ, ଆପଣ ଏହି କଥା କହିବା ଦ୍ୱାରା ଆମକୁ ମଧ୍ୟ ଅପମାନ ଦେଉଛନ୍ତି।”</verse>
				<verse number="46">ଯୀଶୁ ଉତ୍ତର ଦେଲେ, “ହେ ଧର୍ମଗୁରୁମାନେ, ତୁମ ଅବସ୍ଥା କି ଶୋଚନୀୟ! ତୁମେ ଲୋକମାନଙ୍କ ପିଠିରେ ବୋଝ ଲଦି ଦିଅ, ଯାହା ବୋହିବା କଷ୍ଟକର; କିନ୍ତୁ ସେହି ବୋଝସବୁ ବୋହିବା ପାଇଁ ତୁମେ ତୁମର ଗୋଟିଏ ଅଙ୍ଗୁଳି ସୁଦ୍ଧା ଲଗାଇ ନ ଥାଅ।</verse>
				<verse number="47">ତୁମ୍ଭମାନଙ୍କର ଦଶା କେଡ଼େ ଭୟଙ୍କର ହେବ। ତୁମେ ଭାବବାଦୀମାନଙ୍କ ନିମନ୍ତେ ସୁନ୍ଦର କବର ପ୍ରସ୍ତୁତ କରିଥାଅ, ସେହି ଭାବବାଦୀମାନଙ୍କୁ ତୁମର ପୂର୍ବପୁରୁଷମାନେ ହତ୍ୟା କରିଥିଲେ।</verse>
				<verse number="48">ତୁମେ ତେବେ ସ୍ୱୀକାର କର ଯେ ତୁମର ପୂର୍ବପୁରୁଷମାନେ ଯାହା କରିଥିଲେ, ସେଥିରେ ତୁମର ସମ୍ମତି ଅଛି। ସେମାନେ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ, ଆଉ ତୁମେ ସେମାନଙ୍କର କବର ନିର୍ମାଣ କରୁଛ।</verse>
				<verse number="49">ଏହି କାରଣରୁ ଈଶ୍ୱର ତାଙ୍କ ଜ୍ଞାନରେ କହିଲେ, ‘ମୁଁ ସେମାନଙ୍କ ନିକଟକୁ ଭାବବାଦୀ ଓ ବାର୍ତ୍ତାବହମାନଙ୍କୁ ପଠାଇବି; ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେମାନେ ହତ୍ୟା କରିବେ; ଅନ୍ୟମାନଙ୍କୁ ତାଡ଼ନା କରିବେ।’</verse>
				<verse number="50">ଏହି ଯୁଗର ଲୋକାମନେ ପୃଥିବୀର ସୃଷ୍ଟି ଆରମ୍ଭରୁ ସମସ୍ତ ଭାବବାଦୀମାନଙ୍କର ହତ୍ୟା ଲାଗି ଦଣ୍ଡ ପାଇବେ,</verse>
				<verse number="51">ହେବଲର ହତ୍ୟାଠାରୁ ଆରମ୍ଭ କରି ଯିଖରିୟଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବେଦୀ ଓ ପବିତ୍ର ସ୍ଥାନ ମଧ୍ୟରେ ହତ୍ୟା କରାଯାଇଥିଲା। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଯୁଗର ଲୋକମାନେ ସେ ସମସ୍ତଙ୍କ ନିମନ୍ତେ ଦଣ୍ଡ ଭୋଗ କରିବେ।</verse>
				<verse number="52">“ହେ ଧର୍ମଗୁରୁମାନେ, ତୁମ ଦଶା କେଡ଼େ ଭୟଙ୍କର ହେବ। ତୁମେ ଜ୍ଞାନରୂପ ଗୃହର ଦ୍ୱାର ଖୋଲିବାକୁ ଚାବି ରଖିଛ; ତୁମେ ନିଜେ ଭିତରକୁ ଯାଉ ନାହଁ ଏବଂ ଯେଉଁମାନେ ଭିତରକୁ ଯିବାକୁ ଚେଷ୍ଟା କରନ୍ତି, ତୁମେ ସେମାନଙ୍କୁ ବାଧା ଦେଉଛ।”</verse>
				<verse number="53">ଯୀଶୁ ସେ ସ୍ଥାନ ଛାଡ଼ି ଚାଲି ଯାଉଥିବାବେଳେ ଧର୍ମଗୁରୁ ଓ ଫାରୁଶୀମାନେ ତାଙ୍କୁ ତୀବ୍ର ସମାଲୋଚନା କଲେ ଓ ପ୍ରତ୍ୟେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।</verse>
				<verse number="54">ସେମାନେ ତାଙ୍କ କଥାର ଛିଦ୍ର ଧରିବା ପାଇଁ ଜଗି ରହିଥିଲେ।</verse>
			</chapter>
			<chapter number="12">
				<verse number="1">ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।</verse>
				<verse number="2">ଯାହା ଆବୃତ ହୋଇଛି, ତାହା ଅନାବୃତ ହେବ ଓ ପ୍ରତ୍ୟେକ ଗୁପ୍ତ ବିଷୟ ପ୍ରକାଶିତ ହେବ।</verse>
				<verse number="3">ତୁମ୍ଭେମାନେ ଅନ୍ଧକାରରେ ଯାହା କହିଛ, ତାହା ଉଜ୍ଜ୍ୱଳ ଦିବାଲୋକରେ ଶୁଣାଯିବ ଏବଂ ରୁଦ୍ଧ କୋଠରୀ ମଧ୍ୟରେ ଗୋପନରେ ତୁମେ ଯାହା କହିଛ, ତାହା ଛାତ ଉପରୁ ଉଚ୍ଚ ସ୍ୱରରେ ଘୋଷଣା କରାଯିବ।</verse>
				<verse number="4">“ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କୁ କହେ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ତା’ପରେ ଆଉ ଅଧିକ କ୍ଷତି ସାଧନ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।</verse>
				<verse number="5">କାହାକୁ ଭୟ କରିବ, ମୁଁ ତୁମ୍ଭମାନଙ୍କୁ ଜଣାଉଛି। ବଧ କରିବା ପରେ ନରକରେ ନିକ୍ଷେପ କରିବାର କ୍ଷମତା ଯାହାର ଅଛି, ତାଙ୍କୁ ଭୟ କର। ମୋ’ କଥାରେ ବିଶ୍ୱାସ କର। କେବଳ ତାଙ୍କୁ ହିଁ ତୁମ୍ଭେମାନେ ଭୟ କରିବା ଉଚିତ୍।</verse>
				<verse number="6">“ପାଞ୍ଚଟି ଘରଚଟିଆ କ’ଣ ଦୁଇଟି ମୁଦ୍ରାରେ ବିକାଯାଏ ନାହିଁ? ତଥାପି ଈଶ୍ୱର ଗୋଟିଏ ଘରଚଟିଆକୁ ସୁଦ୍ଧା ଭୁଲନ୍ତି ନାହିଁ।</verse>
				<verse number="7">ଏପରିକି ତୁମର ମସ୍ତକର ସମସ୍ତ କେଶ ସୁଦ୍ଧା ଗଣା ଯାଇଛି। ତେଣୁ ଭୟ କର ନାହିଁ; ଅନେକ ଘରଚଟିଆଙ୍କ ଅପେକ୍ଷା ତୁମ୍ଭମାନଙ୍କର ମୂଲ୍ୟ ଯଥେଷ୍ଟ ଅଧିକ!</verse>
				<verse number="8">“ମୁଁ ନିଶ୍ଚିତଭାବେ କହୁଛି, ଯେ କେହି ସର୍ବସାକ୍ଷାତରେ ନିଜକୁ ମୋର ଶିଷ୍ୟ ବୋଲି ସ୍ୱୀକାର କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ତାହା ପ୍ରତି ଠିକ୍ ସେହିପରି କରିବେ।</verse>
				<verse number="9">କିନ୍ତୁ ଯେ ମୋତେ ସର୍ବସାକ୍ଷାତରେ ଅଗ୍ରାହ୍ୟ କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିବେ।</verse>
				<verse number="10">“ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହେ, ତାକୁ କ୍ଷମା ଦିଆଯିବ, କିନ୍ତୁ ଯେ କେହି ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କଥା କହେ, ତାହାକୁ କ୍ଷମା ଦିଆଯିବ ନାହିଁ।</verse>
				<verse number="11">“ଯେତେବେଳେ ବିଚାର କରିବା ପାଇଁ ସେମାନେ ତୁମକୁ ସମାଜ ଗୃହ କିମ୍ବା କର୍ତ୍ତୃପକ୍ଷ ଅବା ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣନ୍ତି, ତୁମ୍ଭେମାନେ କିପରି ନିଜ ପକ୍ଷ ସମର୍ଥନ କରିବ ଅବା ତୁମେ କ’ଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ।</verse>
				<verse number="12">କାରଣ ତୁମେ କ’ଣ କହିବ, ପବିତ୍ରଆତ୍ମା ସେ ସମୟରେ ତୁମକୁ ଜଣାଇବେ।”</verse>
				<verse number="13">ଲୋକ ଗହଳି ମଧ୍ୟରେ ଜଣେ ଲୋକ ଯୀଶୁଙ୍କୁ କହିଲା, ଗୁରୁ, ଆମ ବାପା ଆମ ପାଇଁ ଯେଉଁ ସମ୍ପତ୍ତି ଛାଡ଼ି ଯାଇଛନ୍ତି, ମୋ’ ସହିତ ତାହା ଭାଗ କରିବା ପାଇଁ ମୋର ଭାଇକୁ କହନ୍ତୁ।”</verse>
				<verse number="14">ଯୀଶୁ ତାକୁ ଉତ୍ତର ଦେଇ କହିଲେ, “ବନ୍ଧୁ! ତୁମ ଦୁହିଁଙ୍କ ମଧ୍ୟରେ ବିଚାର କରିବାକୁ ଅବା ସମ୍ପତ୍ତି ବଣ୍ଟନ କରିବାକୁ ମୋତେ କିଏ ନିଯୁକ୍ତ କଲା?”</verse>
				<verse number="15">ପୁଣି ସେ ସେମାନଙ୍କୁ କହିଲେ, “ସବୁ ପ୍ରକାର ଲୋଭରୁ ନିଜକୁ ଦୂରେଇ ରଖ, କାରଣ ଜଣେ ଲୋକର ଜୀବନ ତା’ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରି ନ ଥାଏ।”</verse>
				<verse number="16">ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଧନୀ ଲୋକର ଜମିରୁ ଏତେ ଶସ୍ୟ ଉତ୍ପନ୍ନ ହୋଇଥିଲା ଯେ</verse>
				<verse number="17">ସେ ଭାବିବାକୁ ଲାଗିଲା, ‘ମୋର ଶସ୍ୟ ସବୁ ରଖିବା ପାଇଁ ଆଉ କୌଣସି ସ୍ଥାନ ନାହିଁ। ମୁଁ କ’ଣ କରିବି?’</verse>
				<verse number="18">ସେ ନିଜକୁ କହିଲା, ‘ମୁଁ ଏମିତି କରିବି। ମୋର ଅମାର ସବୁକୁ ଭାଙ୍ଗିଦେଇ ଶସ୍ୟ ଓ ଅନ୍ୟାନ୍ୟ ଜିନିସ ସବୁ ରଖିବା ପାଇଁ ଆହୁରି ବଡ଼ ବଡ଼ ଅମାର ତିଆରି କରିବି।</verse>
				<verse number="19">ତା’ପରେ ମୁଁ ନିଜକୁ କହିବି, ହେ ଭାଗ୍ୟବାନ ମନୁଷ୍ୟ! ଅନେକ ବର୍ଷ ପାଇଁ ତୋର ସମସ୍ତ ଉତ୍ତମ ଦ୍ରବ୍ୟ ଗଚ୍ଛିତ ଅଛି। ଜୀବନକୁ ସହଜ ମଣି, ଖାଇ ପିଇ ତୁ ଉପଭୋଗ କର!’</verse>
				<verse number="20">କିନ୍ତୁ ଈଶ୍ୱର ତାକୁ କହିଲେ, ‘ରେ ମୂର୍ଖ! ଆଜି ରାତିରେ ଯଦି ତୋର ମୃତ୍ୟୁ ହୁଏ, ତେବେ ତୁ ନିଜ ପାଇଁ ଯାହା ସଞ୍ଚୟ କରିଛୁ, ସେସବୁ କିଏ ପାଇବ?”</verse>
				<verse number="21">ପରିଶେଷରେ ଯୀଶୁ କହିଲେ, “ଯେଉଁମାନେ ନିଜ ପାଇଁ ଧନ ସଞ୍ଚୟ କରନ୍ତି, କିନ୍ତୁ ଐଶ୍ୱରିକ ବିଷୟରେ ଧନୀ ନୁହଁନ୍ତି, ସେମାନଙ୍କ ଦଶା ଏହିପରି ହେବ।”</verse>
				<verse number="22">ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପିନ୍ଧିବା ପାଇଁ ଆବଶ୍ୟକୀୟ ବସ୍ତ୍ର ବିଷୟରେ ଚିନ୍ତିତ ହୁଅ ନାହିଁ।</verse>
				<verse number="23">ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ବସ୍ତ୍ର ଅପେକ୍ଷା ଅଧିକ ମୂଲ୍ୟବାନ।</verse>
				<verse number="24">କାଉମାନଙ୍କୁ ଦେଖ: ସେମାନେ ବିହନ ବୁଣନ୍ତି ନାହିଁ ଅବା ଶସ୍ୟ ଅମଳ କରନ୍ତି ନାହିଁ; ସେମାନଙ୍କ ଭଣ୍ଡାର ଘର ଅବା ଅମାର ନାହିଁ; ଈଶ୍ୱର ସେମାନଙ୍କୁ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ!</verse>
				<verse number="25">ନିଜ ବିଷୟରେ ଚିନ୍ତିତ ହୋଇ ତୁମ ମଧ୍ୟରୁ କେହି କ’ଣ ତା’ର ଆୟୁ ଟିକିଏ ହେଲେ ବଢ଼ାଇ ଦେଇ ପାରିବ?</verse>
				<verse number="26">ଯଦି ଏପରି କ୍ଷୁଦ୍ର ବିଷୟ କରିବା ପାଇଁ ତୁମେ ଅକ୍ଷମ, ତେବେ ଅନ୍ୟ ବିଷୟଗୁଡ଼ିକ ପାଇଁ କାହିଁକି ଚିନ୍ତିତ ହେଉଛ?</verse>
				<verse number="27">ବଣର ଫୁଲଗୁଡ଼ିକ କିପରି ବଢ଼ନ୍ତି ଦେଖ: ସେମାନେ ପରିଶ୍ରମ କରନ୍ତି ନାହିଁ, କିମ୍ବା ଲୁଗା ବୁଣନ୍ତି ନାହିଁ; କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସମସ୍ତ ଐଶ୍ୱର୍ଯ୍ୟ ଥାଇ ସୁଦ୍ଧା ରାଜା ଶଲୋମନଙ୍କର ଏହି ଫୁଲମାନଙ୍କ ମଧ୍ୟରୁ ଗୋଟିକ ପରି ସୁନ୍ଦର ବସ୍ତ୍ର ନ ଥିଲା।</verse>
				<verse number="28">ଯେଉଁ ଘାସ ଆଜି ଅଛି, ଆସନ୍ତା କାଲି ଶୁଖିଯାଏ ଓ ଚୁଲିରେ ପୋଡ଼ା ହୁଏ, ଈଶ୍ୱର ହିଁ ବଣର ସେହି ଘାସକୁ ବସ୍ତ୍ର ପିନ୍ଧାନ୍ତି। ସେ କ’ଣ ତୁମ୍ଭମାନଙ୍କୁ ନିଶ୍ଚିତଭାବେ ବସ୍ତ୍ର ପିନ୍ଧାଇବେ ନାହିଁ? ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ କ୍ଷୀଣ!</verse>
				<verse number="29">“ଅତଏବ ସବୁବେଳେ କ’ଣ ଖାଇବ ଓ କ’ଣ ପିଇବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ।</verse>
				<verse number="30">(କେବଳ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନେ ଏହିସବୁ ବିଷୟରେ ବ୍ୟସ୍ତ ହୁଅନ୍ତି) ଏସବୁ ବିଷୟ ଆବଶ୍ୟକ ବୋଲି ତୁମ୍ଭମାନଙ୍କର ପିତା ଜାଣନ୍ତି।</verse>
				<verse number="31">ଏହା ପରିବର୍ତ୍ତେ ତାଙ୍କ ରାଜ୍ୟ ବିଷୟରେ ମନୋଯୋଗୀ ହୁଅ; ତା’ହେଲେ, ସେ ତୁମ୍ଭମାନଙ୍କୁ ଏ ସମସ୍ତ ବିଷୟ ଯୋଗାଇବେ।</verse>
				<verse number="32">“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।</verse>
				<verse number="33">ତୁମ୍ଭମାନଙ୍କ ସମସ୍ତ ସମ୍ପତ୍ତି ବିକ୍ରୟ କରି ଦାନ କରି ଦିଅ। କ୍ଷୟ ହେଉ ନ ଥିବା ଥଳୀ ସଂଗ୍ରହ କର, ଯେଉଁଠାରେ ଚୋର ପ୍ରବେଶ କରେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ସେହି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର।</verse>
				<verse number="34">କାରଣ ଯେଉଁଠାରେ ତୁମର ଧନ, ସେହିଠାରେ ହିଁ ତୁମର ମନ।</verse>
				<verse number="35">“ବିବାହ ଉତ୍ସବରୁ ମାଲିକଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିବା ଦାସମାନଙ୍କ ପରି ତୁମେ ପ୍ରଦୀପ ଜାଳି ଓ ଅଣ୍ଟା ଭିଡ଼ି ପ୍ରସ୍ତୁତ ରୁହ।</verse>
				<verse number="36"></verse>
				<verse number="37">ମାଲିକ ଫେରିବା ପରେ ଯେଉଁ ଦାସମାନଙ୍କୁ ଜାଗ୍ରତ ଓ ପ୍ରସ୍ତୁତ ଥିବା ଦେଖନ୍ତି, ସେମାନେ କେଡ଼େ ଭାଗ୍ୟବାନ। ମୁଁ କହୁଛି, ମାଲିକ ନିଜର କଟି ବନ୍ଧନ କରି ସେମାନଙ୍କୁ ଭୋଜନକରେ ବସାଇବେ ଓ ଖାଦ୍ୟ ପରିବେଷଣ କରିବେ।</verse>
				<verse number="38">ମଧ୍ୟରାତ୍ରିରେ କିମ୍ବା ତା’ପରେ ଆସିଲେ ସୁଦ୍ଧା ସେ ଯେଉଁମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ, ସେମାନେ ଧନ୍ୟ!</verse>
				<verse number="39">ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଗୃହର ମାଲିକ ଯଦି ଚୋର ଆସିବାର ସମୟ ଜାଣିଥାନ୍ତେ, ତେବେ ଚୋର ତାଙ୍କ ଘରେ ପଶିବାର ସୁଯୋଗ ପାଇ ନ ଥା’ନ୍ତା।</verse>
				<verse number="40">ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ଥାଅ, କାରଣ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ମନୁଷ୍ୟପୁତ୍ର ଆସିବେ।”</verse>
				<verse number="41">ପିତର ପଚାରିଲେ, “ପ୍ରଭୁ, ଏହି ଦୃଷ୍ଟାନ୍ତ କ’ଣ କେବଳ ଆମ ପ୍ରତି ପ୍ରଯୁଜ୍ୟ ନା ସମସ୍ତଙ୍କ ପାଇଁ?”</verse>
				<verse number="42">ପ୍ରଭୁ ଉତ୍ତର ଦେଲେ, “ତେବେ ବିଶ୍ୱସ୍ତ ଓ ଜ୍ଞାନୀ ଦାସ କିଏ? ଯାହାକୁ ମାଲିକ ଘର ଚଳାଇବା ଦାୟିତ୍ୱରେ ରଖିବେ। ସେ ଉପଯୁକ୍ତ ସମୟରେ ଅନ୍ୟ ଦାସମାନଙ୍କୁ ଖାଇବାକୁ ଦେଇଥାଏ।</verse>
				<verse number="43">ମାଲିକ ଫେରିବା ସମୟରେ ଯଦି ତାକୁ ସେପରି କାର୍ଯ୍ୟ କରୁଥିବା ଦେଖନ୍ତି, ତେବେ ସେହି ଦାସ କେଡ଼େ ଭାଗ୍ୟବାନ!</verse>
				<verse number="44">ପ୍ରକୃତରେ ମୁଁ ତୁମ୍ଭମାନଙ୍କୁ କହୁଛି, ମାଲିକ ସେହି ଦାସତ୍ୱ ତାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରଖିବେ।</verse>
				<verse number="45">କିନ୍ତୁ ଯଦି ସେହି ଦାସ ମନେ ମନେ ଭାବେ ଯେ ଘରର ମାଲିକ ଫେରି ଆସିବା ପାଇଁ ବିଳମ୍ବ ଅଛି ଓ ସେ ଅନ୍ୟ ଦାସଦାସୀମାନଙ୍କୁ ମାରଧର କରେ ଏବଂ ଖାଇ ପିଇ ମାତାଲ ହୁଏ,</verse>
				<verse number="46">ତେବେ ଦିନେ ସେ ଦାସ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ମାଲିକ ଆସି ତାକୁ ବରଖାସ୍ତ କରିବେ, ସେ ଅବିଶ୍ୱସ୍ତ ଦାସମାନଙ୍କ ଦଶା ଭୋଗିବ।</verse>
				<verse number="47">“ଯେଉଁ ଦାସ ନିଜ ମାଲିକଙ୍କ ଇଚ୍ଛା ଜାରି ପ୍ରସ୍ତୁତ ହୋଇ ନ ଥାଏ ଓ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ନ ଥାଏ, ସେ ଶାସ୍ତି ସ୍ୱରୂପେ କଠୋରଭାବେ ପ୍ରହାରିତ ହେବ।</verse>
				<verse number="48">କିନ୍ତୁ ଯେଉଁ ଦାସ ମାଲିକଙ୍କ ଇଚ୍ଛା ଜାଣି ନ ପାରି ପ୍ରହାରଯୋଗ୍ୟ କାର୍ଯ୍ୟ କରିଥାଏ, ସେ ଅଳ୍ପ ଶାସ୍ତି ପାଇବ। ଯାହାକୁ ବହୁତ ଦିଆଯାଇଛି, ତା’ଠାରୁ ବହୁତ ଆଶା କରାଯାଏ - ଯାହାକୁ ଆହୁରି ଅଧିକ ଦିଆଯାଇଛି, ତା’ଠାରୁ ଆହୁରି ଅଧିକ ଆଶା କରାଯାଏ।</verse>
				<verse number="49">“ମୁଁ ପୃଥିବୀରେ ନିଆଁ ଲଗାଇବାକୁ ଆସିଛି ଏବଂ ମୋର ଇଚ୍ଛା ଶୀଘ୍ର ନିଆଁ ଜଳି ଉଠୁ!</verse>
				<verse number="50">ମୋତେ ଆଉ ଏକ ଦୀକ୍ଷା ନେବାକୁ ହେବ ଏବଂ ତାହା ନେବା ପର୍ଯ୍ୟନ୍ତ ମୁଁ ବ୍ୟାକୁଳ।</verse>
				<verse number="51">ମୁଁ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି କ’ଣ ତୁମେ ଭାବୁଛ? ନା, ଶାନ୍ତି ନୁହେଁ, ମାତ୍ର ଦଳ ଭେଦ ସୃଷ୍ଟି କରିବାକୁ</verse>
				<verse number="52">ବର୍ତ୍ତମାନଠାରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେବ, ତିନି ଜଣ ଦୁଇ ଜଣଙ୍କ ବିରୁଦ୍ଧରେ ଓ ଦୁଇ ଜଣ ତିନି ଜଣଙ୍କ ବିରୁଦ୍ଧରେ ଉଠିବେ।</verse>
				<verse number="53">ବାପା ବିରୁଦ୍ଧରେ ପୁଅ, ପୁଅ ବିରୁଦ୍ଧରେ ବାପା, ମା’ ବିରୁଦ୍ଧରେ ଝିଅ ଓ ଝିଅ ବିରୁଦ୍ଧରେ ମା’, ଶାଶୁ ବିରୁଦ୍ଧରେ ବୋହୂ ଏବଂ ବୋହୂ ବିରୁଦ୍ଧରେ ଶାଶୁ ଉଠିବେ।”</verse>
				<verse number="54">ଯୀଶୁ ଲୋକମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପଶ୍ଚିମ ଦିଗରେ ଖଣ୍ଡେ ମେଘକୁ ଦେଖ, ସେହିକ୍ଷଣି କହିଥାଅ ଯେ ବର୍ଷା ହେବାକୁ ଯାଉଛି - ଏବଂ ତାହା ହୁଏ।</verse>
				<verse number="55">ଆଉ ଯେତେବେଳେ ତୁମ୍ଭେମାନେ ଦକ୍ଷିଣା ପବନ ବହିବା ଅନୁଭବ କର, କହିଥାଅ ଯେ ବହୁତ ଗରମ ହେବ - ଏବଂ ସେହିପରି ହୁଏ।</verse>
				<verse number="56">ପ୍ରବଞ୍ଚକମାନେ! ତୁମ୍ଭେମାନେ ପୃଥିବୀ ଓ ଆକାଶକୁ ଦେଖି ପାଣିପାଗ ବିଷୟରେ ସୂଚନା ଦେଇପାର; ଅଥଚ ବର୍ତ୍ତମାନ ଯୁଗର ଲକ୍ଷଣ ସବୁ ବୁଝିପାରୁ ନାହଁ?</verse>
				<verse number="57">“ତୁମ୍ଭେ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା କାହିଁକି ନିଜେ ବିଚାର କରୁ ନାହଁ?</verse>
				<verse number="58">ଯଦି କେହି ତୁମ ବିରୁଦ୍ଧରେ ମୋକଦ୍ଦମା କରି ତୁମକୁ ବିଚାରାଳୟକୁ ନିଏ, ତେବେ ବିଚାରାଳୟକୁ ଯିବା ପୂର୍ବରୁ ତା’ ସହିତ ଆପୋଷ ନିଷ୍ପତ୍ତି କରିବାକୁ ପ୍ରାଣପଣ ଚେଷ୍ଟା କର। ଯଦି ତାହା ନ କର, ତେବେ ସେ ତୁମକୁ ବିଚାରପତିଙ୍କ ନିକଟକୁ ଟାଣି ନେବ ଓ ବିଚାରପତି ତୁମକୁ ଆରକ୍ଷୀ ହାତରେ ଦେବେ ଓ ସେ ତୁମକୁ କାରାଗାରରେ ନିକ୍ଷେପ କରିବେ।</verse>
				<verse number="59">ମୁଁ କହୁଛି, ପୂର୍ଣ୍ଣମାତ୍ରାରେ ଜୋରିମାନା ନ ଦେବା ଯାଏ ତୁମେ ସେଠାରେ ରହିଥିବ।”</verse>
			</chapter>
			<chapter number="13">
				<verse number="1">ସେ ସମୟରେ ସେଠାରେ ଥିବା କେତେକ ଲୋକ ଯୀଶୁଙ୍କୁ କହିଲେ ଯେ, ଗାଲିଲୀୟମାନେ ଈଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କରୁଥିବା ସମୟରେ ପୀଲାତ ସେମାନଙ୍କୁ ହତ୍ୟା କରିଥିଲେ।</verse>
				<verse number="2">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେପରି ହତ୍ୟା କରାଯାଇଥିôବା ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କ’ଣ ତୁମେ ଭାବୁଛ?</verse>
				<verse number="3">କଦାପି ନୁହେଁ! ମୁଁ ତୁମମାନଙ୍କୁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ସମସ୍ତେ ସେମାନଙ୍କ ପରି ମରିବ।</verse>
				<verse number="4">ଶିଲୋହରେ ଗମ୍ବୁଜ ଭୂଷୁଡ଼ି ପଡ଼ିବାରୁ ଯେଉଁ ଅଠର ଜଣ ମରିଗଲେ, ସେମାନଙ୍କ ବିଷୟରେ କ’ଣ ଭାବୁଛ? କ’ଣ ଅନୁମାନ କରୁଛ ଯେ, ଯିରୂଶାଲମରେ ବାସ କରୁଥିବା ଅନ୍ୟ ସମସ୍ତଙ୍କ ଅପେକ୍ଷା ସେମାନେ ଆହୁରି ଦୁଷ୍ଟ ଥିଲେ?</verse>
				<verse number="5">କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”</verse>
				<verse number="6">ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଲେ, “ଜଣକର ଦ୍ରାକ୍ଷା କ୍ଷେତରେ ଡ଼ିମିରି ଗଛଟିଏ ବଢ଼ୁଥିଲା। ସେ ଫଳ ପାଇବା ଆଶାରେ ଗଛ ପାଖକୁ ଗଲେ, କିନ୍ତୁ କିଛି ପାଇଲେ ନାହିଁ।</verse>
				<verse number="7">ତେଣୁ ସେ ତାଙ୍କର ମାଳୀକୁ କହିଲେ, ‘ଦେଖ, ତିନି ବର୍ଷ ହେଲା ମୁଁ ଏହି ଗଛରୁ ଫଳ ପାଇବା ଆଶାରେ ଏଠାକୁ ଆସୁଛି କିନ୍ତୁ କିଛି ପାଉ ନାହଁ। ଏହାକୁ କାଟି ପକାଅ! କାହିଁକି ଏହା ଅକାରଣରେ ସ୍ଥାନ ମାଡ଼ି ବସିବ?’</verse>
				<verse number="8">କିନ୍ତୁ ମାଳୀ ଉତ୍ତର ଦେଲା, ‘ମହାଶୟ, ଆଉ ମାତ୍ର ଗୋଟିଏ ବର୍ଷ ଏହାକୁ ଛାଡ଼ି ଦିଅନ୍ତୁ; ମୁଁ ଏହାର ଚାରିପାଖ ଖୋଳି ଖତ ଦେବି।</verse>
				<verse number="9">ଯଦି ଆସନ୍ତା ବର୍ଷ ଗଛରେ ଫଳ ଧରେ ତେବେ ଭଲ, ନ ହେଲେ ଆପଣ ଏହାକୁ କାଟି ଦେଇ ପାରନ୍ତି’।”</verse>
				<verse number="10">ଥରେ ବିଶ୍ରାମବାରରେ ଯୀଶୁ ଏକ ଉପାସନା ଗୃହରେ ଶିକ୍ଷା ଦେଉଥିଲେ।</verse>
				<verse number="11">ସେଠାରେ ଜଣେ ସ୍ତ୍ରୀ ଲୋକକୁ ଭୂତ ଲାଗି ଥିବାରୁ ସେ ଅଠର ବର୍ଷ ଧରି ଅସୁସ୍ଥ ଥିଲା; ସେ କୁଜା ହୋଇ ରହି ଯାଇଥିଲା ଏବଂ ଆଦୌ ସଳଖ ହୋଇପାରୁ ନ ଥିଲା।</verse>
				<verse number="12">ଯୀଶୁ ତାକୁ ଦେଖି କହିଲେ, “ତୁମେ ସୁସ୍ଥ ହେଲ!”</verse>
				<verse number="13">ଯୀଶୁ ତା’ ଉପରେ ତାଙ୍କର ହାତ ରଖିଲେ ଏବଂ ସେହିକ୍ଷଣି ସେ ନିଜକୁ ସଳଖ କରି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କଲା।</verse>
				<verse number="14">ବିଶ୍ରାମବାର ଦିନ ଯୀଶୁ ସୁସ୍ଥ କରି ଥିବାରୁ ଉପାସନା ଗୃହର ଅଧ୍ୟକ୍ଷ ବିରକ୍ତ ହେଲେ। ସେ ଲୋକମାନଙ୍କୁ କହିଲେ, “କାର୍ଯ୍ୟ କରିବା ପାଇଁ ଛଅ ଦିନ ଅଛି; ତେଣୁ ସେହି ଦିନମାନଙ୍କରେ ଆସ ଓ ସୁସ୍ଥ ହୁଅ, କିନ୍ତୁ ବିଶ୍ରାମବାରରେ ନୁହେଁ।”</verse>
				<verse number="15">ପ୍ରଭୁ ତାଙ୍କୁ କହିଲେ, “ହେ ପ୍ରବଞ୍ଚକମାନେ! ତୁମ ଭିତରୁ କେହି କ’ଣ ବିଶ୍ରାମବାରରେ ଗୁହାଳରୁ ବଳଦ ବା ଗଧକୁ ଫିଟାଇ ପାଣି ପିଆଇବାକୁ ବାହାରକୁ ନେଇ ଯାଅ ନାହିଁ?</verse>
				<verse number="16">ବର୍ତ୍ତମାନ ଏଠାରେ ଅବ୍ରାହାମଙ୍କ ବଂଶଜ ଜଣେ ଅଛି। ତାକୁ ଶୟତାନ ଅଠର ବର୍ଷ ଧରି ବାନ୍ଧି ରଖିଛି; ସେ ବିଶ୍ରାମବାର ଦିନ ମୁକ୍ତ ହେବା କ’ଣ ଉଚିତ ନୁହେଁ?”</verse>
				<verse number="17">ଏହି କଥା ତାଙ୍କ ଶତ୍ରୁମାନଙ୍କୁ ଲଜ୍ଜିତ କଲା। ଅଥଚ ତାଙ୍କର ଆଶ୍ଚର୍ଯ୍ୟ କର୍ମ ହେତୁ ଲୋକମାନେ ଆନନ୍ଦ କଲେ।</verse>
				<verse number="18">ଯୀଶୁ ପଚାରିଲେ, “ଈଶ୍ୱରଙ୍କ ରାଜ୍ୟ କାହା ପରି? ମୁଁ କାହା ସହିତ ତାହାକୁ ତୁଳନା କରିବି?</verse>
				<verse number="19">ତାହା ଏହିପରି। ଜଣେ ଲୋକ ସୋରିଷ ବୀଜ ନେଇ ଜମିରେ ବୁଣେ। ଚାରାଟି ବଡ଼ ହୋଇ ଗୋଟିଏ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତାହାର ଡ଼ାଳରେ ବସା ବାନ୍ଧନ୍ତି।”</verse>
				<verse number="20">ପୁନର୍ବାର ଯୀଶୁ ପଚାରିଲେ, “ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟ ତୁଳନା କରିବି?</verse>
				<verse number="21">ତାହା ଏହିପରି। ଜଣେ ସ୍ତ୍ରୀ ଲୋକ ଟିକିଏ ଖମୀର ନେଇ ଅଧବସ୍ତା ମଇଦାରେ ମିଶାଇଲା ଏବଂ ସମୁଦାୟ ମଇଦା ଖମୀରମୟ ହେଲା।”</verse>
				<verse number="22">ଯୀଶୁ ଯିରୁଶାଲମକୁ ଯିବା ପଥରେ ବିଭିନ୍ନ ସହର ଓ ଗ୍ରାମମାନଙ୍କରେ ଲୋକମାନଙ୍କୁ ଉପଦେଶ ଦେଉଥିଲେ।</verse>
				<verse number="23">କେହି ଜଣେ ତାଙ୍କୁ ପଚାରିଲା, “ମହାଶୟ, ଅଳ୍ପ କେତେଜଣ କ’ଣ ପରିତ୍ରାଣ ପାଇବେ?”</verse>
				<verse number="24">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ତୁମ୍ଭେମାନେ ପ୍ରାଣପଣ କର; କାରଣ ଅନେକ ଲୋକ ଭିତରକୁ ଯିବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମର୍ଥ ହେବେ ନାହିଁ।</verse>
				<verse number="25">ଗୃହର କର୍ତ୍ତା ଉଠି ଦ୍ୱାର ବନ୍ଦ କରିବେ; ତା’ପରେ ତୁମ୍ଭେମାନେ ଯେତେବେଳେ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରି କହିବ, ‘ମହାଶୟ, ଆମ ପାଇଁ ଦ୍ୱାର ଖୋଲନ୍ତୁ!’ ସେ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁଠାରୁ ଆସିଛ, ମୁଁ ଜାଣେ ନାହିଁ!’</verse>
				<verse number="26">ତୁମ୍ଭେମାନେ କହିବ, ‘ଆମେ ଆପଣଙ୍କ ସହିତ ଭୋଜନ ପାନ କରିଥିଲୁ, ଆପଣ ଆମ ସହରରେ ଶିକ୍ଷା ଦେଇଥିଲେ!’</verse>
				<verse number="27">କିନ୍ତୁ ସେ ପୁଣି କହିବେ, ‘ମୁଁ ଜାଣେ ନାହିଁ, ତୁମ୍ଭେମାନେ କେଉଁଠାରୁ ଆସିଛ; ହେ ଦୁଷ୍ଟ ଲୋକମାନେ, ମୋ’ଠାରୁ ଦୂର ହୁଅ।’</verse>
				<verse number="28">ତୁମ୍ଭେମାନେ ଯେତେବେଳେ ଅବ୍ରାହାମ, ଯିସାହକ, ଯାକୁବ ଓ ସମସ୍ତ ଭାବବାଦୀମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଦେଖିବ, ଅଥଚ ତୁମ୍ଭେମାନେ ବିତାଡ଼ିତ ହୋଇଥିବ, ସେତେବେଳେ କ୍ରନ୍ଦନ କରି ଦାନ୍ତ ରଗଡ଼ିବ!</verse>
				<verse number="29">ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକମାନେ ଆସି ଈଶ୍ୱରଙ୍କ ରାଜ୍ୟର ଭୋଜିରେ ବସିବେ।</verse>
				<verse number="30">ବର୍ତ୍ତମାନ ଯେଉଁମାନେ ଶେଷରେ ଅଛନ୍ତି, ସେମାନେ ପ୍ରଥମ ହେବେ ଏବଂ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିଯିବେ।”</verse>
				<verse number="31">ସେହି ସମୟରେ କେତେକ ଫାରୁଶୀ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତୁ। କାରଣ ହେରୋଦ ଆପଣଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।”</verse>
				<verse number="32">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେହି କୋକିଶିଆଳିକୁ ଯାଇ କୁହ: ‘ମୁଁ ଆଜି ଏବଂ ଆସନ୍ତା କାଲି ଭୂତ ଛଡ଼ାଉଛି ଓ ରୋଗୀଙ୍କୁ ସୁସ୍ଥ କରୁଛି ଏବଂ ତୃତୀୟ ଦିନରେ ମୁଁ ମୋର କାର୍ଯ୍ୟ ଶେଷ କରିବି।’</verse>
				<verse number="33">ତଥାପି ମୁଁ ଆଜି କାଲି ଓ ତା’ ପରଦିନ ମୋର ଗନ୍ତବ୍ୟ ପଥରେ ଯିବି। କାରଣ ଯିରୂଶାଲମ ବ୍ୟତୀତ ଜଣେ ଭାବାବାଦୀକୁ ଅନ୍ୟ କେଉଁଠାରେ ହତ୍ୟା କରାଯାଏ ନାହିଁ।</verse>
				<verse number="34">“ହେ ଯିରୂଶାଲମ, ହେ ଯିରୂଶାଲମ। ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଏବଂ ଈଶ୍ୱର ତୋ’ ନିକଟକୁ ପଠାଇ ଥିବା ବାର୍ତ୍ତାବହମାନଙ୍କୁ ପ୍ରସ୍ତରାଘାତ କରୁ। କୁକୁଡ଼ା ଯେପରି ପକ୍ଷ ତଳେ ଛୁଆମାନଙ୍କୁ ଏକାଠି କରେ, ସେହିପରି କେତେଥର ମୁଁ ତୋର ସନ୍ତାନମାନଙ୍କୁ ଏକତ୍ର କରିବା ପାଇଁ ଇଚ୍ଛା କରିଛି, କିନ୍ତୁ ତୁ ମୋତେ ତାହା କରିବାକୁ ଦେଇ ନାହୁଁ।</verse>
				<verse number="35">ସେଥିପାଇଁ ତୁ ପରିତ୍ୟକ୍ତ ହେବୁ। ମୁଁ ତୋତେ ନିଶ୍ଚିତଭାବେ କହୁଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ’, ତୁ ଏହି କଥା ଯେ ପର୍ଯ୍ୟନ୍ତ ନ କହିଛୁ, ସେ ପର୍ଯ୍ୟନ୍ତ ତୁ ମୋତେ ଆଉ ଦେଖିବୁ ନାହିଁ।”</verse>
			</chapter>
			<chapter number="14">
				<verse number="1">ଥରେ ବିଶ୍ରାମବାରରେ ଯୀଶୁ ଜଣେ ନେତୃସ୍ଥାନୀୟ ଫାରୁଶୀ ଘରକୁ ଭୋଜନ କରିବାକୁ ଗଲେ ଏବଂ ଲୋକମାନେ ଯୀଶୁଙ୍କୁ ନିରୀକ୍ଷଣ କରୁଥିଲେ।</verse>
				<verse number="2">ଜଣେ ଲୋକ ଜଳୋଦର ରୋଗରେ ପୀଡ଼ିତ ଥିଲା, ସେ ଯୀଶୁଙ୍କ ପାଖକୁ ଆସିଲା।</verse>
				<verse number="3">ଯୀଶୁ ଧର୍ମଗୁରୁ ଓ ଫାରୁଶୀମାନଙ୍କୁ ପଚାରିଲେ, “ବିଶ୍ରାମବାରରେ ସୁସ୍ଥ କରବା ବିଧିସଙ୍ଗତ କି ନା?”</verse>
				<verse number="4">କିନ୍ତୁ ସେମାନେ ନୀରବ ରହିଲେ। ଯୀଶୁ ଲୋକଟିକୁ ସ୍ପର୍ଶ କରି ସୁସ୍ଥ କଲେ ଓ ତାକୁ ବିଦାୟ ଦେବା</verse>
				<verse number="5">ପରେ ସେ ସେମାନଙ୍କୁ କହିଲେ, “ଯଦି ତୁମ ମଧ୍ୟରୁ କାହାର ଗଧ ବା ବଳଦ ବିଶ୍ରାମବାର ଦିନ କୂଅରେ ପଡ଼ିଯାଏ, ତେବେ ସେହି ବିଶ୍ରାମବାରରେ ତୁମେ କ’ଣ ତାକୁ ସେହିକ୍ଷଣି ବାହାରକୁ ଉଠାଇ ଆଣିବ ନାହିଁ?”</verse>
				<verse number="6">ସେମାନେ ତାଙ୍କୁ ଉତ୍ତର ଦେଇ ପାରିଲେ ନାହିଁ।</verse>
				<verse number="7">କେତେକ ଅତିଥି ଶ୍ରେଷ୍ଠ ସ୍ଥାନ ଖୋଜୁ ଥିବାର ଲକ୍ଷ୍ୟ କରି ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ;</verse>
				<verse number="8">“କେହି ତୁମକୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ, ଶ୍ରେଷ୍ଠ ଆସନରେ ବସ ନାହିଁ। ଏପରି ହୋଇପାରେ ଯେ ତୁମଠାରୁ ଆଉ ଜଣେ ବିଶିଷ୍ଟ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି</verse>
				<verse number="9">ଓ ତୁମର ଆତିଥ୍ୟକାରୀ ହୁଏତ ଆସି ତୁମକୁ କହିବେ, ଏହି ସ୍ଥାନଟି ତାଙ୍କ ପାଇଁ ଛାଡ଼ି ଦିଅ’। ସେତେବେଳେ ତୁମେ ଅପଦସ୍ଥ ହୋଇ ନିମ୍ନତମ ଆସନରେ ବସିବାକୁ ବାଧ୍ୟ ହେବ।</verse>
				<verse number="10">ବରଂ ତୁମେ ନିମନ୍ତ୍ରିତ ହେଲେ ନିମ୍ନତମ ସ୍ଥାନରେ ବସ; ତାହାହେଲେ ଯଦି ଆତିଥ୍ୟକାରୀ ତୁମ ପାଖକୁ ଆସି କହିବେ, ‘ବନ୍ଧୁ! ଆଗକୁ ଆସି ଭଲ ଆସନରେ ବସ।’ ଅନ୍ୟ ଅତିଥିମାନଙ୍କ ସାକ୍ଷାତରେ ଏହା ତୁମ ପାଇଁ ସମ୍ମାନଜନକ ହେବ।</verse>
				<verse number="11">ଯେ ନିଜକୁ ଉନ୍ନତ କରେ, ତାକୁ ଅବନତ କରାଯିବ ଏବଂ ଯେ ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।”</verse>
				<verse number="12">ତା’ପରେ ଯୀଶୁ ତାଙ୍କର ଆତିଥ୍ୟକାରୀଙ୍କୁ କହିଲେ, “ଯେତେବେଳେ ତୁମେ ମଧ୍ୟାହ୍ନ ବା ନୈଶ ଭୋଜନର ଆୟୋଜନ କର, ତୁମର ବନ୍ଧୁବାନ୍ଧବ, ଭାଇ ଭଉଣୀ, ଆତ୍ମୀୟ ସ୍ୱଜନ କିମ୍ବା ଧନୀ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କର ନାହିଁ - କାରଣ ସେମାନେ ତୁମକୁ ପ୍ରତିବଦଳରେ ନିମନ୍ତ୍ରଣ କରିବେ ଓ ଏହିପରି ଭାବରେ ତୁମେ ଯାହା କରିଥିଲ, ତାହାର ପ୍ରତିଦାନ ପାଇବ।</verse>
				<verse number="13">ଭୋଜି ଦେଲାବେଳେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;</verse>
				<verse number="14">ତା’ହେଲେ, ତୁମେ ଆଶୀର୍ବାଦ ପାଇବ, କାରଣ ପ୍ରତିଦାନ ଦେବାକୁ ସେମାନେ ଅକ୍ଷମ। ଧାର୍ମିକ ଲୋକାମନେ ମୃତ୍ୟୁରୁ ଉଠିବା ଦିନ ଈଶ୍ୱର ତୁମକୁ ପ୍ରତିଦାନ ଦେବେ।”</verse>
				<verse number="15">ମେଜ ପାଖରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଏ କଥା ଶୁଣି ଯୀଶୁଙ୍କୁ କହିଲା, “ଈଶ୍ୱରଙ୍କ ରାଜ୍ୟରେ ଯେଉଁମାନେ ଭୋଜନରେ ବସିବେ, ସେମାନେ ଧନ୍ୟ।”</verse>
				<verse number="16">ଯୀଶ ତାକୁ କହିଲେ, “ଥରେ ଜଣେ ଲୋକ ବଡ଼ ଭୋଜି ପ୍ରସ୍ତୁତ କରି ବହୁତ ଲୋକଙ୍କୁ ନିମନ୍ତ୍ରଣ କଲା।</verse>
				<verse number="17">ଭୋଜନ ସମୟ ହେବାରୁ ସେ ତା’ର ଅତିଥିମାନଙ୍କ ନିକଟକୁ ଭୃତ୍ୟ ପଠାଇ ଜଣାଇଲା, ‘ଆସନ୍ତୁ, ସବୁ ପ୍ରସ୍ତୁତ;’</verse>
				<verse number="18">କିନ୍ତୁ ସେମାନେ ଜଣ ଜଣ ହୋଇ ନ ଆସିବା ପାଇଁ ଆଳ ଦେଖାଇଲେ। ପ୍ରଥମ ଜଣ କହିଲା, ‘ମୁଁ ଗୋଟିଏ କ୍ଷେତ କିଣିଛି, ତାକୁ ଦେଖିବାକୁ ଯିବି, ମୋତେ କ୍ଷମା କର।’</verse>
				<verse number="19">ଆଉ ଜଣେ କହିଲା, ‘ମୁଁ ପାଞ୍ଚ ହଳ ବଳଦ କିଣିଛି, ସେମାନଙ୍କୁ ପରଖ କରିବାକୁ ଯାଉଛି, ମୋତେ କ୍ଷମା କର।’</verse>
				<verse number="20">ଆଉ ଜଣେ କହିଲା, ‘ମୁଁ ଏଇ ମାତ୍ର ବିବାହ କରିଛି, ଆସି ପାରିବି ନାହିଁ।’</verse>
				<verse number="21">“ଭୃତ୍ୟ ଫେରିଯାଇ ତା’ର ମାଲିକଙ୍କୁ ଏ ସମସ୍ତ ବିଷୟ ଜଣାଇଲା। ଗୃହକର୍ତ୍ତା ପ୍ରଚଣ୍ଡ ରାଗିଯାଇ ଚାକରକୁ କହିଲେ, ‘ଶୀଘ୍ର ଯାଇ ସହରର ରାସ୍ତା ଘାଟରୁ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଡ଼ାକି ଆଣ।’</verse>
				<verse number="22">ଚାକରଟି ଫେରିଆସି କହିଲା, ‘ଆଜ୍ଞା, ଆପଣଙ୍କ ଆଦେଶ ଅନୁସାରେ ସବୁ କାର୍ଯ୍ୟ ହୋଇଛି, କିନ୍ତୁ ଆହୁରି ଅନେକଙ୍କ ପାଇଁ ସ୍ଥାନ ବଳିଛି।’</verse>
				<verse number="23">ଗୃହକର୍ତ୍ତା ଚାକରକୁ କହିଲେ, ‘ଏ ସହରତଳି ଗଳି କନ୍ଦରରୁ ଲୋକମାନଙ୍କୁ ଡ଼ାକି ଆଣ, ଯେପରି ମୋ’ ଘର ପୂର୍ଣ୍ଣ ହେବ।</verse>
				<verse number="24">ମୁଁ ତୁମ ସମସ୍ତଙ୍କୁ କହୁଛି, ନିମନ୍ତ୍ରିତମାନଙ୍କ ମଧ୍ୟରୁ କେହି ମୋ’ ଭୋଜିର ସ୍ୱାଦ ପାଇବେ ନାହିଁ’।”</verse>
				<verse number="25">ଥରେ ଯେତେବେଳେ ବିରାଟ ଜନତା ଯୀଶୁଙ୍କ ସହିତ ଯାଉଥିଲେ, ସେ ମୁଖ ଫେରାଇ ସେମାନଙ୍କୁ କହିଲେ,</verse>
				<verse number="26">“ଯେ କେହି ମୋ’ ନିକଟକୁ ଆସେ, ସେ ତା’ର ପିତାମାତା, ସ୍ତ୍ରୀ ସନ୍ତାନ, ଭାଇ ଭଉଣୀ, ଏପରିକି ନିଜଠାରୁ ମଧ୍ୟ ମୋତେ ଅଧିକ ପ୍ରେମ ନ କଲେ ମୋର ଶିଷ୍ୟ ହୋଇ ପାରିବ ନାହିଁ।</verse>
				<verse number="27">ଯେ ଆପଣା କ୍ରୁଶ ବହନ କରି ମୋ’ ପଛରେ ନ ଆସେ, ସେ ମୋର ଶିଷ୍ୟ ହୋଇ ପାରିବ ନାହିଁ।</verse>
				<verse number="28">“ଯଦି ତୁମ ମଧ୍ୟରୁ କେହି ଗୋଟିଏ ଅଟ୍ଟାଳିକା ନିର୍ମାଣ କରିବାର ପରିକଳ୍ପନା କରେ, ତେବେ ସେ ପ୍ରଥମେ ବସି ଖର୍ଚ୍ଚ ଅଟ୍ଟକଳ କରେ ଓ ତା’ ପାଖରେ କାର୍ଯ୍ୟ ଶେଷ କରିବା ପାଇଁ ଯଥେଷ୍ଟ ଅର୍ଥ ଅଛି କି ନାହିଁ, ଦେଖେ।</verse>
				<verse number="29">ଯଦି ତା’ ପାଖରେ ଅର୍ଥ ନ ଥାଏ, ତେବେ ମୂଳଦୁଆ ପକାଇବା ପରେ ସେ ଅଟ୍ଟାଳିକା ନିର୍ମାଣ କରିବାକୁ ସକ୍ଷମ ହୋଇ ପାରିବ ନାହିଁ ଓ ଦେଖିବା ଲୋକେ ତାକୁ ପରିହାସ କରି କହିବେ,</verse>
				<verse number="30">‘ଏହି ଲୋକଟି ନିର୍ମାଣ କରିବାକୁ ଆରମ୍ଭ କଲା, କିନ୍ତୁ କାର୍ଯ୍ୟ ଶେଷ କରିପାରୁ ନାହିଁ!’</verse>
				<verse number="31">“ଯଦି ଜଣେ ରାଜା ଦଶ ହଜାର ସୈନ୍ୟ ନେଇ କୋଡ଼ିଏ ହଜାର ସୈନ୍ୟ ସହିତ ଆସୁଥିବା ରାଜାଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ବାହାରନ୍ତି, ତେବେ ସେ ସେହି ରାଜାଙ୍କ ସମ୍ମୁଖୀନ ହେବାକୁ ସମର୍ଥ କି ନୁହନ୍ତି, ପ୍ରଥମେ ବସି ସେ ବିଷୟ ସ୍ଥିର କରିବେ।</verse>
				<verse number="32">ଯଦି ସମର୍ଥ ନୁହନ୍ତି, ଦୂରରେ ଥିବା ସମୟରେ ଅନ୍ୟ ରାଜାଙ୍କ ସହିତ ସନ୍ଧି ସ୍ଥାପନ କରିବା ପାଇଁ ତାଙ୍କର ଦୂତମାନଙ୍କୁ ପଠାଇବେ।”</verse>
				<verse number="33">ଶେଷରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କେହି ସବୁ ବିଷୟ ହିସାବକୁ ନେଇ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ ନ ହେଲେ, ମୋର ଶିଷ୍ୟ ହୋଇପାରିବ ନାହିଁ।”</verse>
				<verse number="34">“ଲବଣ ଉତ୍ତମ, କିନ୍ତୁ ଯଦି ତା’ର ଲବଣତ୍ୱ ହରାଏ, ତାକୁ ଆଉ କୌଣସି ଉପାୟରେ ଲବଣାକ୍ତ କରି ହେବ ନାହିଁ।</verse>
				<verse number="35">ତାହା ଚାଷ ଜମି ବା ଖତ ପାଇଁ ମଧ୍ୟ ଅନୁପଯୁକ୍ତ। ତେଣୁ ତାହାକୁ ଫିଙ୍ଗି ଦିଆଯାଏ। ଶୁଣିବାକୁ କାନ ଥିଲେ, ଶୁଣ।”</verse>
			</chapter>
			<chapter number="15">
				<verse number="1">ଦିନେ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଆସିଲେ।</verse>
				<verse number="2">ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”</verse>
				<verse number="3">ଏ ସମ୍ପର୍କରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ:</verse>
				<verse number="4">“ମନେକର, ତୁମ୍ଭମାନଙ୍କ ମଧ୍ୟରୁ ଜଣକର ଶହେଟି ମେଣ୍ଢା ଅଛି ଏବଂ ସେଥିରୁ ଗୋଟିଏ ହଜିଗଲା - ତେବେ ସେ କ’ଣ କରେ? ସେ ଅନ୍ୟ ଅନେଶ୍ୱତ ମେଣ୍ଢାଙ୍କୁ ପଡ଼ିଆରେ ଛାଡ଼ି, ହଜିଥିବା ମେଣ୍ଢାଟି ପାଇବା ପର୍ଯ୍ୟନ୍ତ ଖୋଜିବାକୁ ଯାଏ।</verse>
				<verse number="5">ସେ ତାକୁ ପାଇଲେ ଏତେ ଆନନ୍ଦିତ ହୁଏ ଯେ ତାକୁ କାନ୍ଧରେ ବସାଇ ଘରକୁ ବୋହି ଆଣେ।</verse>
				<verse number="6">ତା’ପରେ ସେ ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହେ, ‘କେଡ଼େ ଖୁସିର କଥା, ମୁଁ ହଜି ଯାଇଥିବା ମେଣ୍ଢାଟି ପାଇଛି। ଆସ, ଆମୋଦ ପ୍ରମୋଦ କରିବା!’</verse>
				<verse number="7">ମୁଁ ତୁମ୍ଭମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁ ନ ଥିବା ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରାଇଲେ, ଈଶ୍ୱର ଅଧିକ ଆନନ୍ଦିତ ହେବେ।</verse>
				<verse number="8">“ମନେକର, ଜଣେ ସ୍ତ୍ରୀ ଲୋକର ଦଶଟି ରୌପ୍ୟ ମୁଦ୍ରା ଅଛି। ସେଥିରୁ ଗୋଟିଏ ହଜିଗଲା। ତେବେ ସେ କ’ଣ କରିବ? ସେ ଦୀପ ଜାଳି ଘର ଓଳାଇବ, ମୁଦ୍ରାଟି ପାଇଲା ପର୍ଯ୍ୟନ୍ତ ଚାରିଆଡ଼େ ଯତ୍ନ ସହକାରେ ଖୋଜିବ।</verse>
				<verse number="9">ମୁଦ୍ରାଟିକୁ ପାଇଲେ, ତା’ର ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହିବ, ‘କେଡ଼େ ଖୁସିର କଥା! ହଜିଥିବା ମୁଦ୍ରାଟି ପାଇଲି, ଆସ ଆନନ୍ଦ କରିବା!’</verse>
				<verse number="10">ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”</verse>
				<verse number="11">ଯୀଶୁ କହିଲେ, “ଜଣେ ଲୋକର ଦୁଇଟି ପୁଅ ଥିଲେ।</verse>
				<verse number="12">ସାନ ପୁଅ ବାପାଙ୍କୁ କହିଲା, ‘ବାପା, ମୋ’ ଭାଗ ସମ୍ପତ୍ତି ମୋତେ ଦେଇଦିଅ।’ ତେଣୁ ସେ ଲୋକ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଲେ।</verse>
				<verse number="13">କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।</verse>
				<verse number="14">କାଳକ୍ରମେ ତା’ର ଟଙ୍କା ସବୁ ଶେଷ ହୋଇଗଲା। ସେହି ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା ଏବଂ ସେ ଘୋର ଅଭାବର ସମ୍ମୁଖୀନ ହେଲା।</verse>
				<verse number="15">ତେଣୁ ସେ ସେଠାକାର ଜଣକ ଘରେ କାମ କଲା। ସେ ତାକୁ ଘୁଷୁରି ଜଗିବାକୁ କ୍ଷେତକୁ ପଠାଇଲା।</verse>
				<verse number="16">ଘୁଷୁରିମାନେ ଖାଉଥିବା ଶିମ୍ବ ଖାଇ ସେ ପେଟ ପୂରାଇବାକୁ ଇଚ୍ଛା କଲା, କିନ୍ତୁ କେହିହେଲେ ତାକୁ କିଛି ଖାଇବାକୁ ଦେଲେ ନାହିଁ।</verse>
				<verse number="17">ଶେଷରେ ତା’ର ଚେତନା ପଶିଲା ଓ ସେ ଭାବିଲା, ‘ମୋ’ ବାପାଙ୍କ ମୂଲିଆମାନେ ଯଥେଷ୍ଟ ଖାଇ ସାରିବା ପରେ ଖାଦ୍ୟ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଭୋକରେ ମରୁଛି!</verse>
				<verse number="18">ମୁଁ ବାପାଙ୍କ ନିକଟକୁ ଯିବି ଓ କହିବି, ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଦୋଷ କରିଛି।</verse>
				<verse number="19">ମୁଁ ଆଉ ତୁମର ପୁଅ ହେବାର ଯୋଗ୍ୟ ନୁହେଁ, ମୋତେ ତୁମର ଜଣେ ମୂଲିଆ କରି ରଖ।’</verse>
				<verse number="20">ସେ ବାପାଙ୍କ ପାଖକୁ ଫେରିଗଲା। “ତା’ ଘରଠାରୁ କିଛି ଦୂରରେ ଥିବା ସମୟରେ ବାପା ତାକୁ ଦେଖିପାରି ଦୟାରେ ବିଗଳିତ ହେଲେ ଓ ସେ ଦୌଡ଼ିଯାଇ ପୁଅକୁ ଆଲିଙ୍ଗନ କରି ଚୁମ୍ବନ ଦେଲେ।</verse>
				<verse number="21">ପୁଅ କହିଲା, ‘ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ଦୋଷ କରିଛି। ମୁଁ ଆଉ ତୁମ ପୁଅ ହେବାର ଯୋଗ୍ୟ ନୁହେଁ।’</verse>
				<verse number="22">କିନ୍ତୁ ବାପା ତାଙ୍କର ଦାସମାନଙ୍କୁ ଡ଼ାକି କହିଲେ, ‘ଶୀଘ୍ର ଯାଅ। ସବୁଠାରୁ ଭଲ ଲୁଗା ଆଣି ତାକୁ ପିନ୍ଧାଅ। ତା’ର ଆଙ୍ଗୁଠିରେ ମୁଦି ଓ ପାଦରେ ଯୋତା ପିନ୍ଧାଅ।</verse>
				<verse number="23">ଗୋଟିଏ ହୃଷ୍ଟପୁଷ୍ଟ ବାଛୁରୀ ମାରି ଭୋଜିର ଆୟୋଜନ କର। ଆମେ ଆନନ୍ଦ କରିବା।</verse>
				<verse number="24">କାରଣ ମୋର ଏହି ପୁଅଟି ମରିଯାଇ ଥିଲା, ଏବେ ବଞ୍ଚି ଉଠିଛି। ସେ ହଜି ଯାଇଥିଲା, ଏବେ ମିଳିଛି।’ ତାଙ୍କ କହିବା ଅନୁସାରେ ଆନନ୍ଦ ଉତ୍ସବ ଆରମ୍ଭ ହେଲା।</verse>
				<verse number="25">“ସେହି ସମୟରେ ବଡ଼ ପୁଅ କ୍ଷେତରେ ଥିଲା। ସେ ଫେରିବାବେଳେ ତା’ର ଘର ପାଖରେ ପହଞ୍ଚି ନୃତ୍ୟବାଦ୍ୟର ଶବ୍ଦ ଶୁଣି ପାରିଲା।</verse>
				<verse number="26">ସେ ଜଣେ ଦାସକୁ ଡ଼ାକି ପଚାରିଲା, ‘ଏସବୁ କ’ଣ ଚାଲିଛି?’</verse>
				<verse number="27">ଚାକରଟି କହିଲା, ‘ଆପଣଙ୍କ ସାନ ଭାଇ ଘରକୁ ଫେରି ଆସିଛନ୍ତି। ସେ କୁଶଳରେ ଘରକୁ ଫେରି ଥିବାରୁ ଆପଣଙ୍କ ବାପା ହୃଷ୍ଟପୁଷ୍ଟ ବାଛୁରୀ ମାରିଛନ୍ତି।’</verse>
				<verse number="28">“ବଡ଼ ପୁଅ ଅତିଶୟ ରାଗିଯାଇ ଘର ଭିତରକୁ ଗଲା ନାହିଁ, ବାପା ଆସି ଘର ଭିତରକୁ ଯିବା ପାଇଁ ତାକୁ ଅନୁରୋଧ କଲେ।</verse>
				<verse number="29">କିନ୍ତୁ ସେ ବାପାଙ୍କୁ ଉତ୍ତର ଦେଲା, ‘ଦେଖ, ବର୍ଷ ବର୍ଷ ଧରି ମୁଁ ତୁମର କ୍ରୀତଦାସ ବରି କାର୍ଯ୍ୟ କରୁଛି ଓ କେବେହେଲେ ତୁମର ଆଦେଶ ଅମାନ୍ୟ କରି ନାହିଁ। ତୁମେ ମୋତେ କ’ଣ ଦେଇଛ? ମୋର ବନ୍ଧୁମାନଙ୍କ ସହିତ ଭୋଜି କରିବା ପାଇଁ ମୋତେ ଛେଳିଟିଏ ସୁଦ୍ଧା ଦେଇ ନାହିଁ।</verse>
				<verse number="30">କିନ୍ତୁ ଯେଉଁ ପୁଅ ତୁମର ସମସ୍ତ ସମ୍ପତ୍ତି ବେଶ୍ୟାମାନଙ୍କ ପଛରେ ଉଡ଼ାଇଲା, ସେ ଘରକୁ ଫେରି ଆସିବାରୁ ତୁମେ ତା’ ପାଇଁ ହୃଷ୍ଟପୁଷ୍ଟ ବାଛୁରୀ ମାରିଛ!’ ବାପା ବୁଝାଇ କହିଲେ,</verse>
				<verse number="31">‘ପୁଅରେ, ତୁ ତ ସବୁବେଳେ ମୋକ୍ଷ ସହିତ ଏଠାରେ ରହୁଛୁ ଏବଂ ମୋର ଯାହା ଅଛି, ସେସବୁ ତୋର।</verse>
				<verse number="32">ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”</verse>
			</chapter>
			<chapter number="16">
				<verse number="1">ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ - “ଜଣେ ଧନୀ ଲୋକର ସମ୍ପତ୍ତି ତତ୍ତ୍ୱାବଧାନ କରିବା ପାଇଁ ଯେଉଁ ବେବର୍ତ୍ତା ଥିଲା, ସେ ତାଙ୍କର ଧନ ଅପଚୟ କରୁଛି ବୋଲି ଧନୀ ଲୋକ ଶୁଣି ପାରିଲେ।</verse>
				<verse number="2">ତେଣୁ ସେ ତାକୁ ଡ଼ାକି କହିଲେ, ‘ମୁଁ ତୁମ ବିଷୟରେ ଏ କ’ଣ ଶୁଣୁଛି? ତୁମେ ମୋ’ ସମ୍ପତ୍ତି ପରିଚାଳନାର ସମ୍ପୂର୍ଣ୍ଣ ହିସାବ ଦିଅ, ତୁମେ ଆଉ ମୋର ବେବର୍ତ୍ତା ହୋଇ ରହିପାରିବ ନାହିଁ।’</verse>
				<verse number="3">ବେବର୍ତ୍ତାଟି ଭାବିଲା, ‘ମୋର ମାଲିକ ମୋତେ ଚାକିରୀରୁ ବାହାର କରିବାକୁ ଯାଉଛନ୍ତି। ମୁଁ କ’ଣ କରିବି? ମାଟି ଖୋଳିବା ପାଇଁ ମୋର ବଳ ନାହିଁ, ଆଉ ଭିକ୍ଷା ମାଗିବାକୁ ମୋତେ ଲାଜ ମାଡ଼ୁଛି।</verse>
				<verse number="4">ବର୍ତ୍ତମାନ ମୁଁ ଜାଣେ, ମୋତେ କ’ଣ କରିବାକୁ ହେବ; ମୁଁ ଅନେକଙ୍କ ସହିତ ବନ୍ଧୁତା ସ୍ଥାପନ କରିବି। ମୋର ଚାକିରୀ ଚାଲିଗଲା ପରେ ସେମାନଙ୍କ ଗୃହରେ ମୋତେ ଆଶ୍ରୟ ମିଳିବ।’</verse>
				<verse number="5">“ଯେଉଁମାନେ ଘର ମାଲିକଙ୍କଠାରୁ ଋଣ ନେଇଥିଲେ, ସେମାନଙ୍କୁ ସେ ଡ଼ାକି ପ୍ରଥମ ଜଣକୁ କହିଲା, ‘ତୁ ମୋର ମାଲିକଙ୍କଠାରୁ କେତେ ଧାର କରିଛୁ?’</verse>
				<verse number="6">ସେ କହିଲା, ‘ଏକ ଶହ ପିପା ତେଲ’। ବେବର୍ତ୍ତା କହିଲା, ‘ଏଇ ତୋର ରସିଦ୍, ଏଥିରେ ପଚାଶ ବୋଲି ଲେଖିଦେ।’</verse>
				<verse number="7">ତା’ପରେ ସେ ଆଉ ଜଣକୁ ପଚାରିଲା, ‘ଆଉ ତୁ - କେତେ କରଜ କରିଛୁ?’ ସେ କହିଲା, ‘ଏକ ହଜାର ବସ୍ତା ଗହମ,’ ବେବର୍ତ୍ତା ତାକୁ କହିଲା, ‘ଏଇ ତୋର ରସିଦ୍, ଏଥିରେ ଆଠ ଶହ ବୋଲି ଲେଖିଦେ।’</verse>
				<verse number="8">“ବେବର୍ତ୍ତାର ଚତୁରତା ଦେଖି ମାଲିକ ମନେ ମନେ ତାକୁ ତାରିଖ ପଲେ। ଏହି ଯୁଗର ଲୋକମାନେ ନିଜର କାର୍ଯ୍ୟ ସାଧନ କରିବାରେ ଆଲୋକ ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର।</verse>
				<verse number="9">“ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ଜାଗତିକ ଧନ ସାହାଯ୍ୟରେ ବନ୍ଧୁ ଲାଭ କର। ତାହାହେଲେ, ଯେତେବେଳେ ତୁମ ପାଇଁ ଧନ ନିରର୍ଥକ ହେବ, ସେତେବେଳେ ତୁମେ ନିତ୍ୟସ୍ଥାୟୀ ବାସ ସ୍ଥାନରେ ଗୃହୀତ ହେବ।</verse>
				<verse number="10">ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ।</verse>
				<verse number="11">ଯଦି ତୁମ୍ଭେମାନେ ଜାଗତିକ ଧନର ପରିଚାଳନାରେ ଅବିଶ୍ୱସ୍ତ ହୋଇଛ, ତେବେ ଶାଶ୍ୱତ ଧନ ପାଇଁ ତୁମ୍ଭମାନଙ୍କୁ କିପରି ବିଶ୍ୱାସ କରାଯିବ?</verse>
				<verse number="12">ପୁଣି ଯାହା ଅନ୍ୟର, ସେଥିରେ ଯଦି ତୁମେ ବିଶ୍ୱସ୍ତ ହୋଇ ନାହଁ, ତେବେ ଯାହା ତୁମ ନିଜର, ତାହା କିଏ ତୁମ୍ଭମାନଙ୍କୁ ଦେବ?</verse>
				<verse number="13">“ଜଣେ ଦାସ ଦୁଇ ମୁନିବର ସେବା କରି ନ କାରେ; ସେ ଜଣକୁ ଅବଜ୍ଞା କରିବ ଓ ଅନ୍ୟର ଅନୁଗତ ହେବ; ସେ ଜଣକ ପ୍ରତି ବିଶ୍ୱସ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ସେବା କରି ପାରିବ ନାହିଁ।”</verse>
				<verse number="14">ଫାରୁଶୀମାନେ ଏହିସବୁ ଶୁଣିବା ପରେ ଯୀଶୁଙ୍କୁ ବିଦ୍ରୂପ କଲେ, କାରଣ ସେମାନେ ଧନ ପ୍ରତି ଆସକ୍ତ ଥିଲେ।</verse>
				<verse number="15">ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।</verse>
				<verse number="16">“ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାଗୁଡ଼ିକ ଦୀକ୍ଷାଦାତା ଯୋହନଙ୍କ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ଶୁଭବାର୍ତ୍ତା ପ୍ରଚାରିତ ହୋଇଛି ଓ ସମସ୍ତେ ସେଥିରେ ପ୍ରବେଶ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି।</verse>
				<verse number="17">ଆକାଶ ଓ ପୃଥିବୀ ବରଂ ଲୋପ ପାଇଯିବା ସହଜ, କିନ୍ତୁ ବ୍ୟବସ୍ଥାର କୌଣସି ବିଷୟ ଲୋପ ପାଇବ ନାହିଁ।</verse>
				<verse number="18">“ଯେ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ଏବଂ ଯେ ଗୋଟିଏ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।</verse>
				<verse number="19">“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା।</verse>
				<verse number="20">କିନ୍ତୁ ତା’ ଫାଟକ ପାଖରେ ଲାଜାର ବୋଲି ଜଣେ ଅସହହାୟ ଭିକାରୀ ପଡ଼ି ରହିଥାଏ।</verse>
				<verse number="21">ଧନୀ ଲୋକର ମେଜରୁ ପଡ଼ୁଥିବା ଅଇଁଠା ଖାଇବାକୁ ସେ ଚାହିଁ ରହିଥାଏ - ତା’ ଦେହ ଘା’ ପୂର୍ଣ୍ଣ ହୋଇଥିଲା ଓ କୁକୁରମାନେ ଆସି ତା’ ଘା’ ଚାଟୁଥିଲେ।</verse>
				<verse number="22">“କାଳକ୍ରମେ ଭିକାରୀଟି ମରିଗଲା ଓ ସ୍ୱର୍ଗର ଦୂତମାନେ ତାକୁ ଅବ୍ରାହାମଙ୍କ ନିକଟକୁ ନେଇଗଲେ। ଧନୀ ଲୋକଟି ମଧ୍ୟ ମରିଗଲା ଏବଂ ତାକୁ କବର ଦିଆଗଲା।</verse>
				<verse number="23">ସେ ନଗକରେ ପଡ଼ି ଯନ୍ତ୍ରଣାରେ କଲବଲ ହେବା ସମୟରେ, ଉପରକୁ ଚାହିଁ ଅବ୍ରାହମ ଓ ତାଙ୍କ ପାଖରେ ଲାଜାରକୁ ଦେଖିଲା।</verse>
				<verse number="24">ସେ ଚିକ୍ରାର କରି କହିଲା, ‘ହେ ପିତା ଅବ୍ରାହାମ! ମୋ’ ପ୍ରତି ଦୟା କରନ୍ତୁ; ଲାଜାରକୁ ପଠାନ୍ତୁ, ସେ ତା’ ଅଙ୍ଗୁଳିରେ ଟିକେ ପାଣି ମୋ’ ଜିଭରେ ଦେଇ ଶୀତଳ କରିବ - ଏହି ଅଗ୍ନିରେ ମୁଁ ବଡ଼ କଷ୍ଟ ପାଉଛି।’</verse>
				<verse number="25">“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।</verse>
				<verse number="26">ତା’ଛଡ଼ା ତୁମ ଆମ ମଧ୍ୟରେ ଏକ ବିରାଟ ଗହ୍ୱର ବ୍ୟବଧାନ ଅଛି, ତେଣୁ ଏଠାରୁ ତୋ’ ନିକଟକୁ କେହି ଇଚ୍ଛା କଲେ ମଧ୍ୟ ଯାଇ ପାରିବ ନାହିଁ, କିମ୍ବା ତୁ ଯେଉଁଠାରେ ଅଛୁ, ସେଠାରୁ କେହି ଆମ ନିକଟକୁ ଆସି ପାରିବେ ନାହିଁ।’</verse>
				<verse number="27">ଧନୀ ଲୋକଟି କହିଲା ‘ତେବେ ହେ ପିତା ଅବ୍ରାହମ, ମୁଁ ବିନତି କରୁଛି, ଲାଜାରକୁ ମୋର ବାପାଙ୍କ ଘରକୁ ପଠାନ୍ତୁ।</verse>
				<verse number="28">ସେଠାରେ ମୋର ପାଞ୍ଚ ଭାଇ ଅଛନ୍ତି। ସେ ଯାଇ ସେମାନଙ୍କୁ ସତର୍କ କରାଇ ଦେଇ, ଯେପରି ସେମାନେ ଅନ୍ତତଃ ଏ ଯନ୍ତ୍ରଣାପୂର୍ଣ୍ଣ ସ୍ଥାନକୁ ଆସିବେ ନାହିଁ।’</verse>
				<verse number="29">“ଅବ୍ରାହମ କହିଲେ, ‘ତୋର ଭାଇମାନଙ୍କୁ ସତର୍କ କରାଇବା ପାଇଁ ମୋଶା ଓ ଭାବବାଦୀମାନେ ଅଛନ୍ତି; ସେମାନେ ଯାହା କହିଛନ୍ତି, ତୋର ଭାଇମାନେ ତାହା ଶୁଣିବା ଉଚିତ।’</verse>
				<verse number="30">ଧନୀ ଲୋକଟି ଉତ୍ତର ଦେଲା, ‘ହେ ପିତା ଅବ୍ରାହମ, ସେତିକି ଯଥେଷ୍ଟ ନୁହେଁ। କିନ୍ତୁ ଯଦି କେହି ମୃତ୍ୟୁରୁ ଉତ୍ଥିତ ହୋଇ ସେମାନଙ୍କ ନିକଟକୁ ଯିବ, ତେବେ ସେମାନେ ସେମାନଙ୍କ ପାପରୁ ମନ ଫେରାଇବେ।’</verse>
				<verse number="31">କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”</verse>
			</chapter>
			<chapter number="17">
				<verse number="1">ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେଉଁସବୁ ପରୀକ୍ଷା ଦ୍ୱାରା ମନୁଷ୍ୟ ପାପରେ ପଡ଼େ, ସେସବୁ ନିଶ୍ଚୟ ଆସିବ; କିନ୍ତୁ ଯେ ଏ ସବୁର କାରଣ ହୁଏ, ତାହାର ଶେଷ ଦଶା କେଡ଼େ ଭୟଙ୍କର।</verse>
				<verse number="2">ଏହି ନିରୀହମାନଙ୍କୁ ପାପରେ ପକାଇବା ଅପେକ୍ଷା ତା’ ବେକରେ ଚକି ବନ୍ଧା ଯାଇ ତାକୁ ସମୁଦ୍ରରେ ପକାଇ ଦେବା ବରଂ ତା’ ପାଇଁ ଶ୍ରେୟସ୍କର ହେବ।</verse>
				<verse number="3">ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ସତର୍କ ହୁଅ। “ଯଦି ତୁମର ଭାଇ ପାପ କରେ, ତାକୁ ଅନୁଯୋଗ କର ଏବଂ ସେ ଯଦି ଅନୁତାପ କରେ, ତାକୁ କ୍ଷମା ଦିଅ।</verse>
				<verse number="4">ଯଦି ସେ ଦିନ ମଧ୍ୟରେ ତୁମ ବିରୁଦ୍ଧରେ ସାତଥର ପାପ କରେ ଓ ପ୍ରତ୍ୟେକ ଥର ଆସି ତୁମକୁ କହେ, ‘ମୁଁ ଅନୁତାପ କରୁଛି’, ତେବେ ସୁଦ୍ଧା ତୁମେ ତାକୁ କ୍ଷମା ଦେବା ବିଧେୟ।”</verse>
				<verse number="5">ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।”</verse>
				<verse number="6">ପ୍ରଭୁ ଉତ୍ତର ଦେଲେ, “ଯଦି ତୁମ୍ଭମାନଙ୍କ ବିଶ୍ୱାସ ଗୋଟିଏ ସୋରିଷ ମଞ୍ଜି ପରିମାଣରେ ଥାଏ ଏବଂ ତୁମ୍ଭେମାନେ ଏହି ତୁତ୍କୋଳି ଗଛକୁ କୁହ, ‘ମୂଳ ସହିତ ଉପୁଡ଼ି ଯାଇ ସମୁଦ୍ରରେ ପୋତି ହୋଇଯା!’ ତେବେ ସେ ତାହା କରିବ।”</verse>
				<verse number="7">“ମନେକର, ତୁମ ମଧ୍ୟରୁ ଜଣକର ଦାସ ହଳ କରୁଛି କିମ୍ବା ମେଣ୍ଢା ଜଗୁଛି। ଯେତେବେଳେ ସେ କ୍ଷେତରୁ ଫେରି ଆସେ, ତୁମେ ତାକୁ ସଙ୍ଗେ ସଙ୍ଗେ ଖାଇ ବସିବାକୁ କହିଥାଅ କି?</verse>
				<verse number="8">ଅବଶ୍ୟ ନୁହେଁ! ବରଂ ତୁମେ ତାକୁ କହିଥାଅ, ‘ମୋର ଭୋଜନ ପ୍ରସ୍ତୁତ କର; ମୋର ଖାଇବା ସମୟରେ ଅଣ୍ଟା ବାନ୍ଧି ମୋ’ କଥା ବୁଝ। ତା’ପରେ ତୁ ଖାଇବୁ।’</verse>
				<verse number="9">ତୁମର ଆଦେଶ ପାଳନ କରିବାରୁ ଚାକର ଧନ୍ୟବାଦ ସୁଦ୍ଧା ପାଏ ନାହିଁ।</verse>
				<verse number="10">ତୁମ୍ଭମାନଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ। ତୁମ୍ଭେମାନେ ଆଦେଶ ପାଳନ କରିବା ପରେ ଏହି କଥା କହିବା ଉଚିତ, ‘ଆମେ କେବଳ ଦାସ; ଆମେ ଆମର କର୍ତ୍ତବ୍ୟ ପାଳନ କରିଛୁ ମାତ୍ର’।”</verse>
				<verse number="11">ଯୀଶୁ ଯିରୁଶାଲମ ଯିବା ବାଟରେ ଶମିରୋଣ ଓ ଗାଲିଲୀର ସୀମା ମଧ୍ୟ ଦେଇ ଗଲେ।</verse>
				<verse number="12">ସେ ଗୋଟିଏ ଗ୍ରାମକୁ ଯିବା ସମୟରେ ଦଶ ଜଣ କୁଷ୍ଠ ରୋଗୀ ଭେଟିଲେ। ସେମାନେ ଅଳ୍ପ ଦୂରରେ ଠିଆ ହୋଇ ଚିକ୍ରାର କଲେ,</verse>
				<verse number="13">“ଯୀଶୁ! ହେ ଗୁରୁ! ଆମକୁ ଦୟା କରନ୍ତୁ।”</verse>
				<verse number="14">ଯୀଶୁ ସେମାନଙ୍କୁ ଦେଖି କହିଲେ, “ଯାଅ, ତୁମର ଯାଜକ ତୁମମାନଙ୍କୁ ପରୀକ୍ଷା କରି ଦେଖନ୍ତୁ।” ବାଟରେ ଯାଉଁ ଯାଉଁ ସେମାନେ ସୁସ୍ଥ ହେଲେ।</verse>
				<verse number="15">ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହେବାର ଦେଖି ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ପ୍ରଶଂସା କରି କରି ଫେରି ଆସିଲା।</verse>
				<verse number="16">ସେ ଯୀଶୁଙ୍କ ପାଦ ତଳେ ଭୂଇଁରେ ପଡ଼ି ତାଙ୍କୁ ଧନ୍ୟବାଦ ଦେଲା। ସେ ଜଣେ ଶମିରୋଣୀୟ ଲୋକ ଥିଲା।</verse>
				<verse number="17">ଯୀଶୁ କହିଲେ, “ଦଶ ଜଣ ସୁସ୍ଥ ହେଲେ; ଆଉ ନଅ ଜଣ କାହାନ୍ତି?</verse>
				<verse number="18">କାହିଁକି କେବଳ ଏହି ବିଦେଶୀୟ ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଲା?”</verse>
				<verse number="19">ପୁଣି ଯୀଶୁ ତାକୁ କହିଲେ, “ଉଠ୍ - ଯା, ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି।”</verse>
				<verse number="20">କେତେକ ଫାରୁଶୀ ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ବୋଲି ଯୀଶୁଙ୍କୁ ପଚାରିଲେ। ସେ ଉତ୍ତର ଦେଲେ, “ଦୃଶ୍ୟମାନଭାବେ ଈଶ୍ୱରଙ୍କ ରାଜ୍ୟ ଆସେ ନାହିଁ।</verse>
				<verse number="21">କେହି କହି ପାରିବେ ନାହିଁ, ‘ଦେଖ, ତାହା ଏଠାରେ ଅଛି, ଅବା ‘ସେଠାରେ ଅଛି।’ ଈଶ୍ୱରଙ୍କ ରାଜ୍ୟର ପ୍ରତିଷ୍ଠା ତୁମ ହୃଦୟରେ ହୁଏ।”</verse>
				<verse number="22">ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସିବ, ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କ ସମୟର ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖି ପାରିବ ନାହିଁ।</verse>
				<verse number="23">ଲୋକେ ତୁମ୍ଭମାନଙ୍କୁ କହିବେ, ‘ସେଠାରେ ଦେଖ’ ଅବା ‘ଏଠାରେ ଦେଖ।’ କିନ୍ତୁ ଏହା ଖୋଜିବା ପାଇଁ ବାହାରକୁ ଯାଅ ନାହିଁ।</verse>
				<verse number="24">ବିଜୁଳି ଯେପରି ଆକାଶରେ ତା’ର ଝଲକ ଦେଖାଏ ଓ ଆକାଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆଲୋକ ଖେଳାଇ ଦିଏ, ମନୁଷ୍ୟପୁତ୍ର ସେହି ଦିନ ସେହିପରି ଦେଖାଦେବେ।</verse>
				<verse number="25">କିନ୍ତୁ ପ୍ରଥମେ ସେ ବହୁତ ଦୁଃଖ ଭୋଗ କରିବେ ଓ ଏହି ଯୁଗର ଲୋକମାନେ ତାଙ୍କୁ ଅଗ୍ରାହ୍ୟ କରିବେ।</verse>
				<verse number="26">ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ଦିନରେ ସେପରି ଘଟିବ।</verse>
				<verse number="27">ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନ, ପାନ ଓ ବିବାହ କରିବାରେ ଏବଂ ବିବାହ ଦେବାରେ ଲାଗି ଥିଲେ। ଅନନ୍ତର ଜଳ ପ୍ଲାବନ ହେଲା ଓ ସମସ୍ତେ ବିନଷ୍ଟ ହେଲେ।</verse>
				<verse number="28">ଲୋଟଙ୍କ ସମୟରେ ଯେପରି ଘଟିଥିଲା, ସେପରି ଘଟିବ। ସେତେବେଳେ ଲୋକେ ଭୋଜନ ପାନ, କିଣାବିକା, ବୃକ୍ଷ ରୋପଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ।</verse>
				<verse number="29">ଯେଉଁ ଦିନ ଲୋଟ ସଦୋମ ପରିତ୍ୟାଗ କଲେ, ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା।</verse>
				<verse number="30">ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।</verse>
				<verse number="31">“ସେଦିନ ଯେଉଁ ଲୋକ ଛାତ ଉପରେ ଥିବ, ସେ ଘରୁ ତା’ର ଜିନିଷପତ୍ର ଆଣିବା ପାଇଁ ତଳକୁ ଓହ୍ଲାଇ ନ ଯାଉ। ସେହିପରି ଯେଉଁ ଲୋକ କ୍ଷେତରେ ଥାଏ, ସେ ଘରକୁ ଫେରି ନ ଆସୁ।</verse>
				<verse number="32">ଲୋଟଙ୍କ ସ୍ତ୍ରୀ କଥା ଭାବି ଦେଖ!</verse>
				<verse number="33">ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ଯେ ନିଜର ଜୀବନ ଉତ୍ସର୍ଗ କରିଦିଏ, ସେ ତାହା ସୁରକ୍ଷା କରିବ।</verse>
				<verse number="34">ମୁଁ କହୁଛି, ସେହି ରାତ୍ରିରେ ଗୋଟିଏ ଶଯ୍ୟାରେ ଦୁଇ ଜଣ ଶୋଇଥିବେ; ଜଣକୁ ଗ୍ରହଣ କରି ନିଆଯିବ ଓ ଅନ୍ୟ ଜଣକ ପରିତ୍ୟକ୍ତ ହେବ।</verse>
				<verse number="35">ଦୁଇ ଜଣ ସ୍ତ୍ରୀ ଲୋକ ଚକି ପେଷୁଥିବେ; ଜଣକୁ ଗ୍ରହଣ କରି ନିଆଯିବ, ଆଉ ଅନ୍ୟ ଜଣକ ପରିତ୍ୟକ୍ତ ହେବ।</verse>
				<verse number="36">ଦୁଇ ଜଣ କ୍ଷେତରେ ଥିବାବେଳେ ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।”</verse>
				<verse number="37">ଶିଷ୍ୟମାନେ ତାଙ୍କୁ ପଚାରିଲେ, “ପ୍ରଭୁ କେଉଁଠାରେ?” ଯୀଶୁ ଉତ୍ତର ଦେଲେ, “ଶବ ପଡ଼ିଥିବା ସ୍ଥାନରେ ହଠାତ୍ ଶାଗୁଣାମାନେ ଆସି ଜମାହୋଇ ଯା’ନ୍ତି।”</verse>
			</chapter>
			<chapter number="18">
				<verse number="1">ହତାଶ ନ ହୋଇ ପ୍ରାର୍ଥନାରେ ନିବିଷ୍ଟ ରହିବା ଯେ କର୍ତ୍ତବ୍ୟ, ଏହା ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବା ପାଇଁ ଗୋଟିଏ ଦୃଷ୍ଟାନ୍ତ ଦେଲେ।</verse>
				<verse number="2">“ଗୋଟିଏ ସହରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କିମ୍ବା ମନୁଷ୍ୟକୁ ମାନୁ ନ ଥିଲେ।</verse>
				<verse number="3">ସେହି ସହରର ଜଣେ ବିଧବା ତାଙ୍କ ନିକଟକୁ ଥରକୁ ଥର ଆସି ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବା ପାଇଁ ଗୁହାରି କରୁଥିଲା। ସେ କହୁଥିଲା, ‘ମୋ’ ପ୍ରତିବାଦୀ ବିରୁଦ୍ଧରେ ମୋତେ ନ୍ୟାୟ ନିଷ୍ପତ୍ତି ଦିଅନ୍ତୁ!</verse>
				<verse number="4">ଅନେକ ଦିନ ଧରି ବିଚାରକର୍ତ୍ତା ତା’ କଥାରେ କର୍ଣ୍ଣପାତ କଲେ ନାହିଁ, କିନ୍ତୁ ଶେଷରେ ସେ ନିଜେ ଭାବିଲେ, ‘ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ, କିମ୍ବା ମନୁଷ୍ୟକୁ ମାନେ ନାହିଁ,</verse>
				<verse number="5">ତଥାପି ଏହି ବିଧବାଟି ମୋତେ ହଇରାଣ କରୁ ଥିବାରୁ ମୁଁ ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବି। ତା’ ନ ହେଲେ ସେ ବାରମ୍ବାର ଆସି ମୋତେ ବ୍ୟତିବ୍ୟସ୍ତ କରଥିବ’।”</verse>
				<verse number="6">ପ୍ରଭୁ କହିଲେ, “ସେହି ଅଧାର୍ମିକ ବିଚାରକର୍ତ୍ତା କ’ଣ କହିଲେ, ଶୁଣ।</verse>
				<verse number="7">ଯେଉଁମାନେ ସବୁବେଳେ ସାହାଯ୍ୟ ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ନିବେଦନ କରନ୍ତି, ଈଶ୍ୱର ତାଙ୍କର ସେହି ନିଜ ଲୋକମାନଙ୍କ ସପକ୍ଷରେ କ’ଣ ବିଚାର କରିବେ ନାହିଁ?</verse>
				<verse number="8">ମୁଁ କହୁଛି, ସେ ସେମାନଙ୍କ ସପକ୍ଷରେ ବିଚାର କରିବେ ଓ ଶୀଘ୍ର କରିବେ। କିନ୍ତୁ ମନୁଷ୍ୟପୁତ୍ର ଆସିବା ସମୟରେ ଏହି ପୃଥିବୀରେ କାହାରିଠାରେ ବିଶ୍ୱସ୍ତତା ଦେଖିବେ କି?”</verse>
				<verse number="9">ଯେଉଁମାନେ ନିଜକୁ ଧାର୍ମିକ ମନେକରି ଅନ୍ୟମାନଙ୍କୁ ତୁଚ୍ଛ ଜ୍ଞାନ କରୁଥିଲେ, ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଦୃଷ୍ଟାନ୍ତ କଥା କହିଲେ:</verse>
				<verse number="10">“ଦୁଇ ଜଣ ମନ୍ଦିରକୁ ପ୍ରାର୍ଥନା କରିବାକୁ ଗଲେ। ଜଣେ ଫାରୁଶୀ ଓ ଆଉ ଜଣେ କରଆଦାୟକାରୀ।</verse>
				<verse number="11">“ଫାରୁଶୀ ପୃଥକ ଭାବରେ ଏକାକୀ ଛିଡ଼ା ହୋଇ ପ୍ରାର୍ଥନା କଲା, ‘ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟମାନଙ୍କ ପରି ଲୋଭୀ, ଦୁର୍ନୀତିଗ୍ରସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ସେଠାରେ ଥିବା ସେହି କରଆଦାୟକାରୀ ପରି ନୁହେଁ।</verse>
				<verse number="12">ମୁଁ ସପ୍ତାହରେ ଦୁଇ ଦିନ ଉପବାସ କରେ ଓ ତୁମକୁ ମୋ’ ସମସ୍ତ ଆୟର ଦଶମାଂଶ ଦାନ କରେ।’</verse>
				<verse number="13">“କିନ୍ତୁ କରଆଦାୟକାରୀ ଟିକିଏ ଦୂରରେ ଠିଆ ହେଲା ଓ ଉଦ୍ଧ୍ୱର୍କୁ ସୁଦ୍ଧା ଦୃଷ୍ଟିପାତ କରିବାକୁ ସାହସ କଲା ନାହିଁ, କିନ୍ତୁ ଛାତିରେ ହାତ ବାଡ଼େଇ କହିଲା, ‘ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର’!”</verse>
				<verse number="14">ଯୀଶୁ କହିଲେ, “ମୁଁ କହୁଛି, କରଆଦାୟକାରୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଘରକୁ ଫେରିଲା, କିନ୍ତୁ ଫାରୁଶୀ ନୁହେଁ। କାରଣ ଯେ କେହି ନିଜକୁ ଉନ୍ନତ ବୋଲି ଦେଖାଏ, ତାକୁ ଅବନତ କରାଯିବ। ଯେ ନିଜକୁ ନ୍ୟୁନ କରେ, ତାକୁ ଉନ୍ନତ କରାଯିବ।”</verse>
				<verse number="15">ଲୋକେ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ ଯେପରି ସେ ସେମାନଙ୍କୁ ସ୍ପର୍ଶ କରିବେ। ଏହା ଦେଖି ଶିଷ୍ୟମାନେ ସେମାନଙ୍କ ଉପରେ ବିରକ୍ତ ହେଲେ;</verse>
				<verse number="16">କିନ୍ତୁ ଯୀଶୁ ଶିଶୁମାନଙ୍କୁ ତାଙ୍କ ନିକଟକୁ ଡ଼ାକି କହିଲେ, “ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହିପରି ଲୋକମାନଙ୍କର।</verse>
				<verse number="17">ମନେରଖ! ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରେ ନାହିଁ, ସେ ସେଥିରେ କେବେ ପ୍ରବେଶ କରିବ ନାହିଁ।”</verse>
				<verse number="18">ଜଣେ ଇହୁଦୀ ନେତା ଯୀଶୁଙ୍କୁ ପଚାରିଲା, “ସଦ୍‌ଗୁରୁ! ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?”</verse>
				<verse number="19">ଯୀଶୁ ତାକୁ ପଚାରିଲେ, “ତୁମେ କାହିଁକି ମୋତେ ସତ୍ ବୋଲି କହୁଛ? ଈଶ୍ୱରଙ୍କ ଛଡ଼ା ଆଉ କେହି ସତ୍ ନୁହେଁ।</verse>
				<verse number="20">ତୁମେ ତ ସମସ୍ତ ଆଜ୍ଞା ଜାଣ! ‘ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରୀ କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ; ପିତାମାତାଙ୍କୁ ସମାଦର କର’।”</verse>
				<verse number="21">ଲୋକଟି ଉତ୍ତର ଦେଲା, “ମୁଁ ଯୌବନାବସ୍ଥାରୁ ଏ ସମସ୍ତ ଆଜ୍ଞା ପାଳନ କରି ଆସିଛି।”</verse>
				<verse number="22">ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”</verse>
				<verse number="23">କିନ୍ତୁ ଲୋକଟି ଏ କଥା ଶୁଣି ଦୁଃଖିତ ହେଲା, କାରଣ ସେ ମହାଧନୀ ଥିଲା।</verse>
				<verse number="24">ଯୀଶୁ ତାକୁ ଦୁଃଖିତ ହେବା ଦେଖି କହିଲେ, “ଧନୀମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର।</verse>
				<verse number="25">ଛୁଞ୍ଚିର ଛିଦ୍ର ଦେଇ ଗୋଟିଏ ଓଟର ପ୍ରବେଶ କରିବାଠାରୁ ଜଣେ ଧନୀ ଲୋକର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକ କଷ୍ଟକର।”</verse>
				<verse number="26">ଲୋକମାନେ ତାଙ୍କ କଥା ଶୁଣି ପଚାରିଲେ, “ତେବେ କିଏ ପରିତ୍ରାଣ ପାଇପାରେ?”</verse>
				<verse number="27">ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।”</verse>
				<verse number="28">ତା’ପରେ ପିତର କହିଲେ, “ଦେଖନ୍ତୁ! ଆମେ ଆପଣଙ୍କର ଅନୁଗମନ କରିବା ପାଇଁ ଘର ଦ୍ୱାର ପରିତ୍ୟାଗ କରିଛୁ।”</verse>
				<verse number="29">ଯୀଶୁ ସେମାନଙ୍କୁ କହିଲେ, “ହଁ, ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ଯେ କେହି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଘର, ସ୍ତ୍ରୀ, ଭାଇ, ପିତାମାତା କିମ୍ବା ସନ୍ତାନମାନଙ୍କୁ ପରିତ୍ୟାଗ କରେ,</verse>
				<verse number="30">ସେ ଇହକାଳରେ ବହୁତ କିଛି ପାଇବ ଓ ପରକାଳରେ ଅନନ୍ତ ଜୀବନ ଲାଭ କରିବ।”</verse>
				<verse number="31">ଯୀଶୁ ବାର ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡ଼ାକି ନେଇ କହିଲେ, “ଶୁଣ! ଆମେ ଯିରୂଶାଲମକୁ ଯାଉଛୁ, ସେଠାରେ ଭାବବାଦୀମାନେ ମନୁଷ୍ୟପୁତ୍ରଙ୍କ ବିଷୟରେ ଲେଖାଥିବା ପ୍ରତ୍ୟେକ ବିଷୟ ସଫଳ ହେବ।</verse>
				<verse number="32">ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ଛାଡ଼ି ଦିଆଯିବ। ସେମାନେ ତାଙ୍କୁ ପରିହାସ କରିବେ, ଅପମାନ ଦେବେ ଓ ତାଙ୍କ ଉପରେ ଛେପ ପକାଇବେ।</verse>
				<verse number="33">ସେମାନେ ତାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, କିନ୍ତୁ ତିନି ଦିନ ପରେ ସେ ମୃତ୍ୟୁରୁ ପୁନରୁତ୍ଥିତ ହେବେ।”</verse>
				<verse number="34">କିନ୍ତୁ ଶିଷ୍ୟମାନେ ସେ ସବୁ କଥା ବୁଝି ପାରିଲେ ନାହିଁ; କଥାଗୁଡ଼ିକର ଅର୍ଥ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା ଏବଂ ଯୀଶୁ କେଉଁ ବିଷୟ କହୁଥିଲେ, ସେମାନେ ବୁଝି ପାରିଲେ ନାହିଁ।</verse>
				<verse number="35">ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେବାବେଳେ ରାସ୍ତା କଡ଼ରେ ଜଣେ ଅନ୍ଧ ବସି ଭିକ ମାଗୁଥିଲା।</verse>
				<verse number="36">ବହୁସଂଖ୍ୟକ ଲୋକ ସେହି ବାଟ ଦେଇ ଯାଉ ଥିବାର ଶୁଣି ସେ ପଚାରିଲା, “କ’ଣ ହେଉଛି?”</verse>
				<verse number="37">ସେମାନେ ତାକୁ କିହଲେ, “ନାଜରିତର ଯୀଶୁ ଆସୁଛନ୍ତି।”</verse>
				<verse number="38">ସେ ଚିକ୍ରାର କରି କହିଲା, “ହେ ଦାଉଦ ସନ୍ତାନ ଯୀଶୁ! ମୋତେ ଦୟା କର!”</verse>
				<verse number="39">ଆଗରେ ଥିବା ଲୋକମାନେ ତାକୁ ଧମକ ଦେଇ ତୁନି ହେବା ପାଇଁ କହିଲେ। କିନ୍ତୁ ସେ ଆହୁରି ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା, “ହେ ଦାଉଦ ସନ୍ତାନ! ମୋତେ ଦୟା କର।”</verse>
				<verse number="40">ତେଣୁ ଯୀଶୁ ଅଟକି ଯାଇ ଲୋକଟିକୁ ତାଙ୍କ ନିକଟକୁ ଆଣିବା ପାଇଁ ଆଦେଶ ଦେଲେ। ସେ ନିକଟକୁ ଆସିବାରୁ ଯୀଶୁ ତାକୁ ପଚାରିଲେ,</verse>
				<verse number="41">“ତୋ’ ପାଇଁ କ’ଣ କରିବି ବୋଲି ତୁ ଚାହୁଁଛୁ?” ସେ ଉତ୍ତର ଦେଲା, “ପ୍ରଭୁ, ମୁଁ ଯେପରି ଦୃଷ୍ଟି ପାଏ।”</verse>
				<verse number="42">ଯୀଶୁ ତାକୁ କହିଲେ, “ଚାହିଁ ଦେଖ୍! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି।”</verse>
				<verse number="43">ସେହିକ୍ଷଣି ସେ ଦେଖି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କରି ଯୀଶୁଙ୍କର ଅନୁଗମନ କଲା। ଲୋକମାନେ ଏହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ।</verse>
			</chapter>
			<chapter number="19">
				<verse number="1">ଯୀଶୁ ଯିରୀହୋ ମଧ୍ୟଦେଇ ଯାଉଥିଲେ।</verse>
				<verse number="2">ସେଠାରେ ଜଖିୟ ନାମରେ ଜଣେ ପ୍ରଧାନ କରଆଦାୟକାରୀ ଧନୀ ଲୋକ ଥିଲା।</verse>
				<verse number="3">ଯୀଶୁଙ୍କୁ ସେ ଦେଖିବାକୁ ଇଚ୍ଛା କରୁଥିଲା, କିନ୍ତୁ ସେ ବାଙ୍ଗର ଥିବାରୁ ଜନଗହଳି ମଧ୍ୟରେ ଯୀଶୁଙ୍କୁ ଦେଖି ପାରିଲା ନାହିଁ।</verse>
				<verse number="4">ତେଣୁ ସେ ଆଗକୁ ଦୌଡ଼ି ଯାଇ ଯୀଶୁଙ୍କୁ ଦେଖିବା ପାଇଁ ଗୋଟିଏ ଡ଼ିମିରି ଗଛରେ ଚଢ଼ିଲା, କାରଣ ସେହି ବାଟ ଦେଇ ଯୀଶୁଙ୍କର ଯିବାର ଥିଲା।</verse>
				<verse number="5">ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଅନାଇ ଜଖିୟକୁ କହିଲେ, “ଜଖିୟ, ଶୀଘ୍ର ତଳକୁ ଓହ୍ଲାଇ ଆସ; ଆଜି ମୋତେ ତୁମ ଘରେ ରହିବାକୁ ହେବ।”</verse>
				<verse number="6">ଜଖିୟ ଶୀଘ୍ର ତଳକୁ ଓହ୍ଲାଇ ଆସି ମହାନନ୍ଦରେ ତାଙ୍କୁ ସ୍ୱାଗତ କଲା।</verse>
				<verse number="7">ଏଥିରେ ଲୋକମାନେ ବିରକ୍ତ ହୋଇ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖ! ଜଣେ ପାପୀ ଘରକୁ ସେ ଅତିଥି ହୋଇ ଯାଇଛନ୍ତି!”</verse>
				<verse number="8">ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”</verse>
				<verse number="9">ଯୀଶୁ ତାକୁ କହିଲେ, “ଆଜି ଏହି ଗୃହକୁ ପରିତ୍ରାଣ ଆସିଛି, କାରଣ ଏହି ବ୍ୟକ୍ତି ମଧ୍ୟ ଅବ୍ରାହମଙ୍କ ଜଣେ ବଂଶଧର।</verse>
				<verse number="10">ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଛନ୍ତି।”</verse>
				<verse number="11">ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯୀଶୁ ତାଙ୍କ କଥା ଶୁଣି ତାଙ୍କ ସାଙ୍ଗରେ ଯାଉଥିବା ଲୋକମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ। ସେହି ଲୋକମାନେ ଭାବୁଥିଲେ ଯେ, ଈଶ୍ୱରଙ୍କ ରାଜ୍ୟ ଶୀଘ୍ର ପ୍ରତିଷ୍ଠିତ ହେବାକୁ ଯାଉଛି।</verse>
				<verse number="12">ଯୀଶୁ କହିଲେ: “ଥରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରାଜା ରୂପେ ଅଭିଷିକ୍ତ ହେବାକୁ ଦୂର ଦେଶକୁ ଗଲେ ଓ ସେ ସେଠାରୁ ନିର୍ଦ୍ଦିଷ୍ଟ ସମୟରେ ଫେରି ଆସିବାର ସ୍ଥିର ହୋଇଥିଲା।</verse>
				<verse number="13">ସେ ଯିବା ପୂର୍ବରୁ ତାଙ୍କର ଦଶ ଜଣ ଦାସଙ୍କୁ ଡ଼ାକି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ ସ୍ୱର୍ଣ୍ଣ ମୁଦ୍ରା ଦେଇ କହିଲେ, ‘ମୁଁ ଯିବା ପରେ ତୁମ୍ଭେମାନେ ଏଥିରୁ କିପରି ଉପାର୍ଜ୍ଜନ କରିବ, ସେ ବିଷୟ ଚିନ୍ତା କରି ଦେଖ।’</verse>
				<verse number="14">କିନ୍ତୁ ତାଙ୍କର ନିଜ ଦେଶର ଲୋକମାନେ ତାଙ୍କୁ ଘୃଣା କରୁଥିଲେ, ସେମାନେ ଦୂତ ହାତରେ ଏହି କଥା କହି ପଠାଇଲେ, ‘ଏ ବ୍ୟକ୍ତିଙ୍କୁ ଆମେ ଆମର ରାଜା ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ।’</verse>
				<verse number="15">“ସେହି ବ୍ୟକ୍ତି ରାଜପଦ ପାଇ ନିଜ ଦେଶକୁ ଫେରି ଆସିଲେ। ତାଙ୍କର ଦାସମାନେ କେତେ ରୋଜଗାର କରିଛନ୍ତି, ତାହା ଜାଣିବା ଲାଗି ସେ ସେମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଆଦେଶ ଦେଲେ।</verse>
				<verse number="16">ପ୍ରଥମ ଜଣକ ଆସି କହିଲା, ‘ମହାଶୟ, ଆପଣ ଦେଇଥିବା ଗୋଟିଏ ମୁଦ୍ରା ସାହାଯ୍ୟରେ ମୁଁ ଦଶଟି ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିଛି।’</verse>
				<verse number="17">ସେ କହିଲେ, ‘ଚମକ୍ରାର! ତୁମେ ଜଣେ ବୁଦ୍ଧିମାନ ଦାସ! ଛୋଟ ବିଷୟରେ ବିଶ୍ୱସ୍ତ ହୋଇ ଥିବାରୁ ମୁଁ ତୁମକୁ ଦଶଟି ନଗରର ଦାୟିତ୍ୱ ଦେବି।’</verse>
				<verse number="18">ଦ୍ୱିତୀୟ ଦାସଟି ଆସି କହିଲା, ‘ଆପଣ ଦେଇଥିବା ମୁଦ୍ରା ସାହାଯ୍ୟରେ ମୁଁ ପାଞ୍ଚଟି ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିଛି।’</verse>
				<verse number="19">ସେ ତାକୁ କହିଲେ, ‘ତୁମେ ପାଞ୍ଚଟି ନଗରର ଦାୟିତ୍ୱରେ ରହିବ।’</verse>
				<verse number="20">“ଆଉ ଜଣେ ଦାସ ଆସି କହିଲା, ‘ମହାଶୟ, ଆପଣଙ୍କ ସ୍ୱର୍ଣ୍ଣ ମୁଦ୍ରା ଏଠାରେ ଅଛି; ମୁଁ ତାକୁ ଲୁଗାରେ ଗୁଡ଼ାଇ ଲୁଚାଇ ରଖିଥିଲି।</verse>
				<verse number="21">ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କଲି। ଯାହା ଆପଣଙ୍କର ନୁହେଁ, ତାହା ଆପଣ ନିଅନ୍ତି ଓ ଆପଣ ଯାହା ବୁରି ନ ଥାନ୍ତି, ତାହା କାଟନ୍ତି।’</verse>
				<verse number="22">ସେ ତାକୁ କହିଲେ, ‘ଆରେ ଦୁଷ୍ଟ ଦାସ! ମୁଁ ତୋ’ କଥାରେ ତୋତେ ଦୋଷୀ କରିବି! ତୁ ଜାଣୁ ଯେ ମୁଁ ଜଣେ ନିଷ୍ଠୁର ଲୋକ, ଯାହା ମୋର ନୁହେଁ, ମୁଁ ତାହା ନେଇଥାଏ ଓ ମୁଁ ଯାହା ବୁଣି ନ ଥାଏ, ତାହା କାଟି ଥାଏ।</verse>
				<verse number="23">ତେବେ ତୁ ମୋର ଟଙ୍କାକୁ କାହିଁକି ବ୍ୟାଙ୍କରେ ରଖିଲୁ ନାହିଁ? ତା’ହେଲେ ମୁଁ ଫେରିବା ପରେ ସୁଧ ସହିତ ତାହା ପାଇଥାନ୍ତି।’</verse>
				<verse number="24">“ତା’ପରେ ରାଜା ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ‘ତା’ଠାରୁ ସ୍ୱର୍ଣ୍ଣ ମୁଦ୍ରାଟି ନେଇଯାଅ ଓ ଯେଉଁ ଦାସର ଦଶ ମୁଦ୍ରା ଅଛି, ତାକୁ ଦିଅ।’</verse>
				<verse number="25">କିନ୍ତୁ ସେମାନେ ତାଙ୍କୁ କହିଲେ, ‘ଆଜ୍ଞା, ତା’ର ଯେ ଦଶ ମୁଦ୍ରା ଅଛି!’</verse>
				<verse number="26">ସେ ଉତ୍ତର ଦେଲେ, ‘ମୁଁ ତୁମ୍ଭମାନଙ୍କୁ କହୁଛି; ଯାହାର ଅଛି, ତାକୁ ଆହୁରି ଅଧିକ ଦିଆଯିବ; କିନ୍ତୁ ଯାହାର ନାହିଁ, ତା’ର ଅଳ୍ପ ଯାହା ଅଛି, ତାହା ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।</verse>
				<verse number="27">ବର୍ତ୍ତମାନ ମୋର ଯେଉଁ ଶତ୍ରୁମାନେ ମୋତେ ରାଜା କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ଏଠାକୁ ଆଣ ଓ ମୋ’ ଆଗରେ ସେମାନଙ୍କୁ ବଧ କର’।”</verse>
				<verse number="28">ଯୀଶୁ ଏ କଥା କହି ଯିରୂଶାଲମ ଅଭିମୁଖେ ଯାତ୍ରା କଲେ।</verse>
				<verse number="29">ସେ ଜୀତ ପର୍ବତ ପାଖରେ ଥିବା ବେଥ୍‌ଫାଗୀ ଓ ବେଥନୀର ନିକଟବର୍ତ୍ତୀ ହେବା ପରେ ଦୁଇ ଶିଷ୍ୟଙ୍କୁ</verse>
				<verse number="30">ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ଆଗରେ ଥିବା ଗାଁକୁ ଯାଅ; ସେଠାରେ ପ୍ରବେଶ କରିବା ସମୟରେ ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇ ଥିବାର ଦେଖିବ। ତାହାକୁ ଫିଟାଇ ଏଠାକୁ ଆଣ।</verse>
				<verse number="31">କାହିଁକି ଏହାକୁ ଫିଟାଉଛ ବୋଲି ଯଦି କେହି ତୁମକୁ ପଚାରେ, ତାକୁ କୁହ ଯେ, ଗୁରୁଙ୍କର ଏହା ପ୍ରୟୋଜନ।”</verse>
				<verse number="32">ସେମାନେ ଯାଇ ଯୀଶୁ କହିବା ଅନୁସାରେ ସବୁ ବିଷୟ ଦେଖିଲେ।</verse>
				<verse number="33">ସେମାନେ ଗଧ ଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକ ସେମାନଙ୍କୁ ପଚାରିଲେ, “କାହିଁକି ଏହାକୁ ଫିଟାଉଛ?”</verse>
				<verse number="34">ସେମାନେ ଉତ୍ତର ଦେଲେ, “ଏହା ଗୁରୁଙ୍କର ପ୍ରୟୋଜନ”।</verse>
				<verse number="35">ସେମାନେ ଗଧ ଛୁଆକୁ ଯୀଶୁଙ୍କ ପାଖକୁ ନେଲେ। ତା’ ଉପରେ ନିଜ ନିଜର ଲୁଗା ବିଛାଇ ଯୀଶୁଙ୍କୁ ବସାଇଲେ।</verse>
				<verse number="36">ସେ ଚଢ଼ି ଯାତ୍ରା କରିବାବେଳେ ଲୋକମାନେ ମଧ୍ୟ ରାସ୍ତାରେ ସେମାନଙ୍କ ଲୁଗା ବିଛାଇ ଦେଲେ।</verse>
				<verse number="37">ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯେଉଁଠାରେ ରାସ୍ତାଟି ଜୀତ ପର୍ବତ ଆଡ଼େ ଯାଇଥିଲା, ସେଇଠି ତାଙ୍କୁ ଅନୁଗମନ କରୁଥିବା ଏକ ମହାଜନତା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଏବଂ ସେମାନେ ଯେଉଁ ମହତ୍ ବିଷୟ ସବୁ ଦେଖିଥିଲେ, ସେଥିପାଇଁ ଉଚ୍ଚ ସ୍ୱରରେ ତାଙ୍କର ପ୍ରଶଂସା କରି କହିଲେ:</verse>
				<verse number="38">“ଯେଉଁ ରାଜା ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ! ସ୍ୱର୍ଗରେ ଶାନ୍ତି ଓ ଈଶ୍ୱରଙ୍କ ଗୌରବ ହେଉ!”</verse>
				<verse number="39">ତା’ପରେ ଲୋକଗହଳି ମଧ୍ୟରୁ କେତେକ ଫାରୁଶୀ ଯୀଶୁଙ୍କ ସହିତ କଥାବାର୍ତ୍ତା କରି କହିଲେ, “ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ତୁନି ହୋଇ ରହିବାକୁ ଆଦେଶ ଦିଅନ୍ତୁ!”</verse>
				<verse number="40">ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଯଦି ସେମାନେ ତୁନି ହେବେ, ତା’ହେଲେ ପଥରଗୁଡ଼ା ଚିକ୍ରାର କରି ଉଠିବେ।”</verse>
				<verse number="41">ସେ ନଗରର ନିକଟବର୍ତ୍ତୀ ହେବା ପରେ ତାକୁ ଦେଖି ବିଳାପ କରି କହିଲେ,</verse>
				<verse number="42">“ଶାନ୍ତି ପାଇଁ କ’ଣ ଆବଶ୍ୟକ, ତାହା ଯଦି ତୁ ଆଜି ଜାଣିଥାନ୍ତୁ! କିନ୍ତୁ ବର୍ତ୍ତମାନ ତାହା ତୁ ଆଜି ଜାଣିଥାନ୍ତୁ! କିନ୍ତୁ ବର୍ତ୍ତମାନ ତାହା ତୁ ଦେଖିପାରୁ ନାହୁଁ।</verse>
				<verse number="43">ସମୟ ଆସିବ, ଯେତେବେଳେ ମୋର ଶତ୍ରୁମାନେ ଚାରିପଟେ ବନ୍ଧ ବାନ୍ଧି ତୋତେ ଅବରୋଧ କରିବେ ଓ ଚାରିଆଡ଼ୁ ତୋ’ ଉପରକୁ ମାଡ଼ି ଆସିବେ।</verse>
				<verse number="44">ସେମାନେ ତୋତେ ଓ ତୋର ପାଚେରୀ ମଧ୍ୟରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବେ; ସେମାନେ ଗୋଟିଏ ପଥର ସୁଦ୍ଧା ତା’ ସ୍ଥାନରେ ଛାଡ଼ିବେ ନାହିଁ, କାରଣ ଈଶ୍ୱର ଯେଉଁ ସମୟରେ ତୋତେ ରକ୍ଷା କରିବାକୁ ଆସିଥିଲେ, ତୁ ସେହି ସମୟ ଜାଣି ପାରିଲୁ ନାହିଁ!”</verse>
				<verse number="45">ତା’ପରେ ଯୀଶୁ ମନ୍ଦିରକୁ ଯାଇ ସେଠାରେ ବ୍ୟବସାୟ କରୁଥିବା ଲୋକଙ୍କୁ ତଡ଼ି ଦେଇ କହିଲେ,</verse>
				<verse number="46">“ଧର୍ମଶାସ୍ତ୍ରରେ ଲେଖାଅଛି ଯେ ଈଶ୍ୱର କହିଲେ, ‘ଆମ ମନ୍ଦିରକୁ ପ୍ରାର୍ଥନାର ଗୃହ ବୋଲି କୁହାଯିବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଚୋରମାନଙ୍କ ଲୁଚିବା ଗୁହାରେ ପରିଣତ କରିଛ।”</verse>
				<verse number="47">ପ୍ରତିଦିନ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିଲେ। ମୁଖ୍ୟ ଯାଜକ, ଧର୍ମଗୁରୁ ଓ ନେତାମାନେ ତାଙ୍କୁ ବଧ କରିବା ପାଇଁ ଉପାୟ ଖୋଜିଲେ,</verse>
				<verse number="48">କିନ୍ତୁ ସେମାନେ ତାହା କରିବା ପାଇଁ କୌଣସି ଅବକାଶ ପାଇଲେ ନାହିଁ, କାରଣ ଲୋକମାନେ ତାଙ୍କ ଶିକ୍ଷାର ପ୍ରତ୍ୟେକ ଶବ୍ଦକୁ ମନ ଦେଇ ଶୁଣୁଥିଲେ।</verse>
			</chapter>
			<chapter number="20">
				<verse number="1">ଦିନେ ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଇ ଶୁଭବାର୍ତ୍ତା ପ୍ରଚାର କରୁଥିବାବେଳେ ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ, ଧର୍ମନେତାମାନଙ୍କ ସହିତ ଆସି ତାଙ୍କୁ ପଚାରିଲେ,</verse>
				<verse number="2">“କୁହନ୍ତୁ, କେଉଁ ଅଧିକାରରେ ଆପଣ ଏସବୁ ବିଷୟ କରୁଛନ୍ତି? କିଏ ଆପଣଙ୍କୁ ଏ କ୍ଷମତା ଦେଲା?”</verse>
				<verse number="3">ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି।</verse>
				<verse number="4">ମୋତେ କୁହ, ଯୋହନଙ୍କ ଜଳଦୀକ୍ଷା ଦେବାର ଅଧିକାର ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ ମିଳିଥିଲା?”</verse>
				<verse number="5">ସେମାନେ ପରସ୍ପର ଭିତରେ ବିତର୍କ କରି କହିଲେ, “କ’ଣ କହିବା? ଯଦି ଆମେ କହୁ, ‘ଈଶ୍ୱରଙ୍କଠାରୁ,’ ସେ କହିବେ, “ତା’ହେଲେ କାହିଁକି ଯୋହନଙ୍କୁ ବିଶ୍ୱାସ କଲ ନାହିଁ?’</verse>
				<verse number="6">କିନ୍ତୁ ଆମେ ଯଦି କହୁ, ‘ମନୁଷ୍ୟଠାରୁ’, ଏଠାରେ ଥିବା ସମସ୍ତ ଜନତା ଆମ ଉପରେ ପଥର ଫୋପାଡ଼ିବେ, କାରଣ ଯୋହନ ଜଣେ ଭାବବାଦୀ ଥିଲେ ବୋଲି ଏମାନଙ୍କ ନିଶ୍ଚିତ ଧାରଣା।”</verse>
				<verse number="7">ତେଣୁ ସେମାନେ ଉତ୍ତର ଦେଲେ, “ତାହା କେଉଁଠାରୁ ମିଳିଲା, ଆମେ ଜାଣିନୁ।”</verse>
				<verse number="8">ଯୀଶୁ ସେମାନଙ୍କ କହିଲେ, “ତା’ହେଲେ କେଉଁ ଅଧିକାରରେ ମୁଁ ଏସବୁ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”</verse>
				<verse number="9">ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।</verse>
				<verse number="10">ଯେତେବେଳେ ଦ୍ରାକ୍ଷା ଅମଳ କରିବାର ସମୟ ହେଲା, ସେ ଭାଗଚାଷୀମାନଙ୍କଠାରୁ ଅମଳର ଅଂଶ ଆଦାୟ କରିବା ପାଇଁ ଜଣେ ଦାସକୁ ପଠାଇଲେ। କିନ୍ତୁ ଚାଷୀମାନେ ଦାସକୁ କିଛି ନ ଦେଇ ମାଡ଼ ମାରି ପଠାଇଦେଲେ।</verse>
				<verse number="11">ତା’ପରେ ସେ ଆଉ ଜଣେ ଦାସକୁ ପଠାଇଲେ; କିନ୍ତୁ ଚାଷୀମାନେ ତାକୁ ମଧ୍ୟ ମାଡ଼ ମାରିଲେ ଓ ଅପମାନ ଦେଇ ଶୂନ୍ୟ ହସ୍ତରେ ଫେରାଇଦେଲେ।</verse>
				<verse number="12">କିଛି ଦିନ ପରେ ସେ ତୃତୀୟ ଦାସକୁ ପଠାଇଲେ। ସେମାନେ ତାକୁ ମଧ୍ୟ କ୍ଷତବିକ୍ଷତ କରି ବାହାରେ ପକାଇଦେଲେ।</verse>
				<verse number="13">ତା’ପରେ ଦ୍ରାକ୍ଷା କ୍ଷେତର ମାଲିକ କହିଲେ, ‘ମୁଁ ଏବେ କ’ଣ କରିବି? ଏଥର ମୁଁ ମୋର ପ୍ରିୟ ପୁତ୍ରକୁ ପଠାଇବି। ସେମାନେ ନିଶ୍ଚୟ ତାକୁ ସମ୍ମାନ କରିବେ!’</verse>
				<verse number="14">କିନ୍ତୁ ଚାଷୀମାନେ ତାକୁ ଦେଖି ପରସ୍ପର ମଧ୍ୟରେ ବିଚାର କଲେ, ‘ଏ ହେଉଛି ମାଲିକର ପୁଅ। ଚାଲ, ଆମେ ତାକୁ ହତ୍ୟା କରିବା, ତାହାହେଲେ ତା’ର ସମ୍ପତ୍ତି ଆମର ହେବ’।</verse>
				<verse number="15">ତେଣୁ ସେମାନେ ତାକୁ ବାହାରକୁ ଟାଣି ନେଇ ହତ୍ୟା କଲେ। ଯୀଶୁ ପଚାରିଲେ, “ତା’ହେଲେ ଦ୍ରାକ୍ଷା କ୍ଷେତର ମାଲିକ ସେହି ଚାଷୀମାନଙ୍କୁ କ’ଣ କରିବେ?</verse>
				<verse number="16">ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”</verse>
				<verse number="17">ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ଅଂଶର ଅର୍ଥ କ’ଣ? ‘ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା ପ୍ରଧାନ କୋଣ-ପଥର ହେଲା।’</verse>
				<verse number="18">ଯେଉଁମାନେ ସେହି ପଥର ଉପରେ ପଡ଼ିବେ, ସେମାନେ ଖଣ୍ଡ ବିଖଣ୍ଡ ହୋଇଯିବେ, ଆଉ ସେ ପଥର ଯାହା ଉପରେ ପଡ଼ିବ, ସେ ଚୂର୍ଣ୍ଣବିଚୂର୍ଣ୍ଣ ହେବ।”</verse>
				<verse number="19">ଧର୍ମଗୁରୁ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଘଟଣା ସ୍ଥଳରେ ଗିରଫ କରିବାକୁ ଚେଷ୍ଟା କଲେ, କାରଣ ସେମାନେ ଜାଣିଥିଲେ ଯେ ଯୀଶୁ ସେମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା କହିଥିଲେ; କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।</verse>
				<verse number="20">ତେଣୁ ସେମାନେ ସୁଯୋଗ ଖୋଜିଲେ। ତାଙ୍କୁ ରୋମୀୟ ଶାସକଙ୍କ ନିକଟରେ ଧରାଇ ଦେବା ପାଇଁ ନିଜକୁ ଧାର୍ମିକ ଦେଖାଉଥିବା କେତେକ ଗୁପ୍ତଚରଙ୍କୁ ସେମାନେ ପଠାଇଲେ।</verse>
				<verse number="21">ଚରମାନେ ଯୀଶୁଙ୍କ ଛିଦ୍ର ଧରିବାକୁ ଆସି ତାଙ୍କୁ ପ୍ରଶ୍ନ କଲେ, “ହେ ଗୁରୁ, ଆପଣ ଯାହା କହନ୍ତି ଓ ଶିକ୍ଷା ଦିଅନ୍ତି, ତାହା ଯଥାର୍ଥ ବୋଲି ଆମେ ଜାଣୁ। ଆମେ ଜାଣୁ ଯେ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିନ୍ତୁ ମନୁଷ୍ୟ ଜୀବନ ପାଇଁ ଈଶ୍ୱରଙ୍କର ଇଚ୍ଛା ବିଷୟରେ ସ୍ପଷ୍ଟ ଶିକ୍ଷା ଦିଅନ୍ତି।</verse>
				<verse number="22">କହନ୍ତୁ, ରୋମୀୟ ସମ୍ରାଟଙ୍କୁ କର ଦେବା ଆମର ବିଧିସଙ୍ଗତ କି ନା?”</verse>
				<verse number="23">କିନ୍ତୁ ଯୀଶୁ ସେମାନଙ୍କର ଧୂର୍ତ୍ତତା ବୁଝିପାରି କହିଲେ,</verse>
				<verse number="24">“ଗୋଟିଏ ରୂପା ଟଙ୍କା ଦେଖାଅ। ଏହା ଉପରେ କାହାର ଛବି ଓ ନାମ ଅଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର।”</verse>
				<verse number="25">ତେଣୁ ଯୀଶୁ କହିଲେ, “ତା’ହେଲେ ସମ୍ରାଟଙ୍କର ଯାହା ପ୍ରାପ୍ୟ, ତାହା ସମ୍ରାଟଙ୍କୁ ଦିଅ ଓ ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ।”</verse>
				<verse number="26">ସେଠାରେ ସେମାନେ କୌଣସି ଉପାୟରେ ତାଙ୍କୁ ଧରି ନ ପାରି ଚୁପ୍ ରହିଲେ ଓ ତାଙ୍କ ଉତ୍ତରରେ ଚମତ୍‌କୃତ ହେଲେ।</verse>
				<verse number="27">ମୃତମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା କେତେଜଣ ସାଦ୍ଦୁକୀ ଯୀଶୁଙ୍କ ନିକଟକୁ ଆସି କହିଲେ,</verse>
				<verse number="28">“ହେ ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଥିଲେ: ‘ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତା’ର ବିଧବା ସ୍ତ୍ରୀକୁ ସେହି ଲୋକର ଭାଇ ବିବାହ କରିବା ଉଚିତ୍ ତା’ହେଲେ ସେମାନଙ୍କ ସନ୍ତାନମାନେ ମୃତ ବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।</verse>
				<verse number="29">ଏକଦା ସାତ ଭାଇ ଥିଲେ, ପ୍ରଥମ ଜଣ ନିଃସନ୍ତାନ ହୋଇ ମରିଗଲା।</verse>
				<verse number="30">ତା’ପରେ ଦ୍ୱିତୀୟ ଜଣ ସେହି ସ୍ତ୍ରୀକୁ ବିବାହ କଲା,</verse>
				<verse number="31">ଓ ତା’ପରେ ତୃତୀୟ ଜଣ। ଏହିପରି ସାତ ଜଣ ତାକୁ ବିବାହ କରି ନିଃସନ୍ତାନ ହୋଇ ମରିଗଲେ।</verse>
				<verse number="32">ସର୍ବଶେଷରେ ସ୍ତ୍ରୀଟି ମଧ୍ୟ ମରିଗଲା।</verse>
				<verse number="33">ଯେତେବେଳେ ମୃତମାନେ ଜୀବିତ ହୋଇ ଉଠିବେ, ସେ କାହାର ସ୍ତ୍ରୀ ହେବ? ସାତ ଜଣ ତ ତାକୁ ବିବାହ କରିଥିଲେ।”</verse>
				<verse number="34">ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ଜଗତର ଲୋକମାନେ ବିବାହ କରନ୍ତି,</verse>
				<verse number="35">କିନ୍ତୁ ଯେଉଁମାନେ ପୁନରୁତ୍ଥିତ ହୋଇ ପରଲୋକରେ ବାସ କରିବାକୁ ଯୋଗ୍ୟ, ସେମାନେ ଆଉ ବିବାହ କରିବେ ନାହିଁ।</verse>
				<verse number="36">ସେମାନେ ସ୍ୱର୍ଗଦୂତମାନଙ୍କ ସଦୃଶ ହେବେ ଏବଂ ମରିବେ ନାହିଁ। ସେମାନେ ଈଶ୍ୱରଙ୍କ ସନ୍ତାନ, କାରଣ ସେମାନେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି।</verse>
				<verse number="37">ମୋଶା ସ୍ପଷ୍ଟରୂପେ ପ୍ରମାଣ କରି ଦେଇଛନ୍ତି ଯେ ମୃତମାନଙ୍କର ଉତ୍ଥାନ ହୁଏ। ଜଳନ୍ତା ବୁଦା ବିଷୟ ବର୍ଣ୍ଣନା ହୋଇଥିବା ଶାସ୍ତ୍ରାଂଶରେ ମୋଶା ପ୍ରଭୁଙ୍କୁ ‘ଅବ୍ରାହମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର’ ବୋଲି ଉଲ୍ଲେଖ କରିଛନ୍ତି।</verse>
				<verse number="38">ପ୍ରଭୁ ଜୀବିତମାନଙ୍କ ଈଶ୍ୱର, ମୃତମାନଙ୍କର ନୁହନ୍ତି। ଅତଏବ ସେମାନେ ସମସ୍ତେ ତାଙ୍କ ଦୃଷ୍ଟିରେ ଜୀବିତ ଅଟନ୍ତି।”</verse>
				<verse number="39">ଧର୍ମଗୁରୁମାନଙ୍କ ମଧ୍ୟରୁ କେତେକ କହିଲେ, “ଗୁରୁ, ଏହା ଯଥାର୍ଥ ଉତ୍ତର!”</verse>
				<verse number="40">ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କର ସାହସ ହେଲା ନାହିଁ।</verse>
				<verse number="41">ଯୀଶୁ ସେମାନଙ୍କୁ ପଚାରିଲେ, “ମସୀହ ଯେ ଦାଉଦଙ୍କ ବଂଶଧର, ଏହା କିପରି କୁହାଯାଇପାରେ?</verse>
				<verse number="42">କାରଣ ଦାଉଦ ନିଜେ ତାଙ୍କର ଗୀତରେ ଲେଖିଛନ୍ତି, ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ଆମେ ତୁମର ଶତ୍ରୁମାନଙ୍କୁ ତୁମର ପାଦ ପୀଠ ନ କରିବା ପର୍ଯ୍ୟନ୍ତ ଆମ ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’</verse>
				<verse number="43"></verse>
				<verse number="44">ଦାଉଦ ତାଙ୍କୁ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି; ତା’ହେଲେ ମସୀହ କିପରି ଦାଉଦଙ୍କ ବଂଶଧର ହୋଇପାରନ୍ତି?”</verse>
				<verse number="45">ଲୋକମାନେ ତାଙ୍କ କଥା ଶୁଣିବା ସମୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ,</verse>
				<verse number="46">“ଧର୍ମଗୁରୁମାନଙ୍କ ପ୍ରତି ସାବଧାନ, ସେମାନେ ସେମାନଙ୍କର ଦୀର୍ଘ ପୋଷାକ ପିନ୍ଧି ବୁଲିବାକୁ ଓ ବଜାରମାନଙ୍କରେ ଭକ୍ତିପୂର୍ଣ୍ଣ ନମସ୍କାର ଗ୍ରହଣ କରିବାକୁ ଭଲ ପାଆନ୍ତି; ସେମାନେ ଉପାସନା ଗୃହରେ ଓ ଭୋଜିମାନଙ୍କରେ ପ୍ରଧାନ ଆସନ ବାଛି ନିଅନ୍ତି।</verse>
				<verse number="47">ସେମାନେ ବିଧବାମାନଙ୍କର ନିଃସହାୟତାର ସୁଯୋଗ ନେଇ ସେମାନଙ୍କର ଘରବାଡ଼ି ଆତ୍ମସାତ କରନ୍ତି ଓ ଦୀର୍ଘ ପ୍ରାର୍ଥନା କରିବାର ଅଭିନୟ ଦେଖାନ୍ତି! ସେମାନଙ୍କର ଦଣ୍ଡ ସବୁଠାରୁ ଭୟାନକ ହେବ!”</verse>
			</chapter>
			<chapter number="21">
				<verse number="1">ଯୀଶୁ ଚାରି ଆଡ଼କୁ ଚାହିଁ ଧନୀ ଲୋକମାନଙ୍କୁ ମନ୍ଦିରର ଦାନ ସଂଗ୍ରହ ବାକ୍ସରେ ଦାନ ପକାଉ ଥିବାର ଦେଖିଲେ,</verse>
				<verse number="2">ଏବଂ ସେ ମଧ୍ୟ ଦେଖିଲେ, ଜଣେ ଅତି ଦରିଦ୍ର ବିଧବା ସେଥିରେ ଦୁଇଟି ତମ୍ବା ପଇସା ପକାଉଛି।</verse>
				<verse number="3">ସେ କହିଲେ, “ମୁଁ କହୁଛି, ଏହି ଦରିଦ୍ର ବିଧବା ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଦାନ ଦେଇଛି।</verse>
				<verse number="4">କାରଣ ଅନ୍ୟମାନେ ସେମାନଙ୍କ ଧନର ପ୍ରାଚୁର୍ଯ୍ୟରୁ କିଛି ଦାନ ଦେଇଛନ୍ତି, କିନ୍ତୁ ବିଧବାଟି ଦରିଦ୍ର ହେଲେ ସୁଦ୍ଧା ତାହାର ଚଳିବା ପାଇଁ ଯାହା ଥିଲା, ସବୁ ସେ ଦେଇ ଦେଇଛି।”</verse>
				<verse number="5">କେତେକ ଶିଷ୍ୟ ମନ୍ଦିର ବିଷୟରେ ଆଲୋଚନା କରୁଥିଲେ। ସେମାନେ କହୁଥିଲେ, “ତହିଁରେ ଖଚିତ ମନୋରମ ପ୍ରସ୍ତର ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପିତ ଉପହାରଗୁଡ଼ିକ ସହ ମନ୍ଦିରଟି କେଡ଼େ ସୁନ୍ଦର ଦିଶୁଛି!” ଯୀଶୁ କହିଲେ,</verse>
				<verse number="6">“ତୁମ୍ଭେ ଏସବୁ ଦେଖୁଛ, କିନ୍ତୁ ସମୟ ଆସିବ, ଯେତେବେଳେ ଏଠାରେ ଥିବା ଗୋଟିଏ ପଥର ନିଜ ସ୍ଥାନରେ ରହିବ ନାହିଁ; ପ୍ରତ୍ୟେକଟି ତଳକୁ ଖସି ପଡ଼ିବ।”</verse>
				<verse number="7">ସେମାନେ ପଚାରିଲେ, “ଗୁରୁ, ଏହା କେବେ ଘଟିବ? ଆଉ ଏସବୁ ଘଟିବାର ଲକ୍ଷଣ କ’ଣ ହେବ?”</verse>
				<verse number="8">ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।</verse>
				<verse number="9">ଯୁଦ୍ଧ ଓ ବିପ୍ଲବର କଥା ଶୁଣିଲେ ଭୟ କର ନାହିଁ। ସେସବୁ ଅବଶ୍ୟ ଘଟିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶେଷ ସମୟ ସନ୍ନିକଟ।”</verse>
				<verse number="10">ସେ ପୁଣି କହିଲେ, “ଦେଖ ଦେଶ ମଧ୍ୟରେ ଯୁଦ୍ଧ ଲାଗିବ; ରାଜ୍ୟଗୁଡ଼ିକ ପରସ୍ପରକୁ ଆକ୍ରମଣ କରିବେ।</verse>
				<verse number="11">ଚାରିଆଡ଼େ ଭୟଙ୍କର ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀ ହେବ, ଆକାଶରେ ଅଦ୍ଭୁତ ଓ ଭୟାନକ ଲକ୍ଷଣ ଦେଖାଯିବ।</verse>
				<verse number="12">ଏସବୁ ବିଷୟ ଘଟିବା ପୂର୍ବରୁ ତୁମ୍ଭେମାନେ ଗିରଫ ହୋଇ ଉତ୍ପୀଡ଼ିତ ହେବ; ଉପାସନା ଗୃହମାନଙ୍କରେ ବିଚାରିତ ହୋଇ ବନ୍ଦୀଶାଳାରେ ନିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ; ମୋ’ ଯୋଗୁଁ ତୁମେ ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଅଣଯିବ।</verse>
				<verse number="13">କିନ୍ତୁ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଏହା ତୁମ୍ଭମାନଙ୍କର ସୁଯୋଗ ହେବ।</verse>
				<verse number="14">ତୁମ୍ଭେମାନେ କିପରି ସ୍ୱପକ୍ଷ ସମର୍ଥନ କରିବ, ସେଥିଲାଗି ଚିନ୍ତିତ ନ ହେବାକୁ ପୂର୍ବରୁ ମନ ସ୍ଥିର କର;</verse>
				<verse number="15">କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।</verse>
				<verse number="16">ତୁମ୍ଭମାନଙ୍କର ପିତାମାତା, ଭାଇମାନେ, ଆତ୍ମୀୟ ସ୍ୱଜନ ଓ ବନ୍ଧୁମାନେ ତୁମ୍ଭମାନଙ୍କୁ ଧରାଇଦେବେ ଓ ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଭୋଗ କରିବେ।</verse>
				<verse number="17">ମୋ’ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ।</verse>
				<verse number="18">କିନ୍ତୁ ତୁମ୍ଭମାନଙ୍କ ମସ୍ତକର ଗୋଟିଏ କେଶ ସୁଦ୍ଧା ନଷ୍ଟ ହେବ ନାହିଁ।</verse>
				<verse number="19">ଧୈର୍ଯ୍ୟ ଧରି ଏ ସବୁର ସମ୍ମୁଖୀନ ହୁଅ, ତାହାହେଲେ ତୁମ ଆତ୍ମାର ସୁରକ୍ଷା କରି ପାରିବ।”</verse>
				<verse number="20">ଯେତେବେଳେ ତୁମ୍ଭେମାନେ ଯିରୂଶାଲମକୁ ସୈନ୍ୟମାନଙ୍କ ଦ୍ୱାରା ପରିବେଷ୍ଟିତ ହେବା ଦେଖିବ, ସେତେବେଳେ ତୁମ୍ଭେମାନେ ଜାଣିବ ଯେ ତାହା ଶୀଘ୍ର ଧ୍ୱଂସ ପାଇବ।</verse>
				<verse number="21">ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥିବେ, ସେମାନେ ପାହାଡ଼ମାନଙ୍କୁ ଦୌଡ଼ି ଯାଆନ୍ତୁ, ଯେଉଁମାନେ ନଗରରେ ଥିବେ, ସେମାନେ ଅନ୍ୟତ୍ର ଚାଲିଯାନ୍ତୁ ଓ ଯେଉଁମାନେ ପଲ୍ଲୀ ଅଞ୍ଚଳରେ ଥିବେ, ଆଉ ସହରକୁ ଫେରି ନ ଆସନ୍ତୁ।</verse>
				<verse number="22">କାରଣ ଧର୍ମଶାସ୍ତ୍ରରେ ସମସ୍ତ ଉକ୍ତି ଯେପରି ସଫଳ ହୁଏ, ସେଥିପାଇଁ ସେହି ଦିନଗୁଡ଼ିକ ‘ଦଣ୍ଡର ଦିନ’ ହେବ।</verse>
				<verse number="23">ସେହି ଦିନଗୁଡ଼ିକରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଅବସ୍ଥା କି ଶୋଚନୀୟ ହେବ। ଏହି ଦେଶର ଲୋକମାନଙ୍କ ଉପରେ ଭୟଙ୍କର ଦୁଃଖ ଆସିବ ଓ ସେମାନେ ଦଣ୍ଡ ଭୋଗ କରିବେ।</verse>
				<verse number="24">କେତେକ ଖଡ୍ଗ ଦ୍ୱାରା ନିହତ ହେବେ ଓ ଅନ୍ୟମାନ ବିଦେଶକୁ ବନ୍ଦୀ ହୋଇ ନିଆଯିବେ ଏବଂ ବିଜାତୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବାଯାଏ, ଯିରୂଶାଲମ ସେମାନଙ୍କ ପଦଦଳିତ ହୋଇ ରହିବ।</verse>
				<verse number="25">“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କରେ ଅଦ୍ଭୁତ ଲକ୍ଷଣ ଦେଖାଯିବ। ସବୁ ଦେଶର ଲୋକମାନେ ହତାଶ ହେବେ ଏବଂ ସମୁଦ୍ରର ଗର୍ଜନ ଓ ଭୟଙ୍କର ଜୁଆର ସେମାନଙ୍କୁ ଭୟଭୀତ କରିବ।</verse>
				<verse number="26">ସମଗ୍ର ପୃଥିବୀ ଉପରେ ଯାହା ଘଟିବାକୁ ଯାଉଛି, ତା’ର ଆଶଙ୍କାରେ ଲୋକମାନେ ଭୟରେ ମୂର୍ଚ୍ଛିତ ହେବେ, କାରଣ ମହାକାଶର ଜ୍ୟୋତିଷ୍କଗୁଡ଼ିକ କକ୍ଷଚ୍ୟୁତ ହେବେ।</verse>
				<verse number="27">ତା’ପରେ ମନୁଷ୍ୟପୁତ୍ର ମହାପରାକ୍ରମ ଓ ଗୌରବରେ ମେଘମାଳା ମଧ୍ୟରେ ଆସିବେ।</verse>
				<verse number="28">ଏହିସବୁ ଘଟଣାର ସୂତ୍ରପାତ ହେଲେ, ମସ୍ତକ ଉତ୍ତୋଳନ କରି ଉଦ୍ଧ୍ୱର୍ ଦୃଷ୍ଟି କର, କାରଣ ତୁମ୍ଭମାନଙ୍କର ପରିତ୍ରାଣ ସନ୍ନିକଟ।”</verse>
				<verse number="29">ତା’ପରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ: “ଡ଼ିମିରି ବୃକ୍ଷ ଓ ଅନ୍ୟ ବୃକ୍ଷମାନଙ୍କ କଥା ଚିନ୍ତା କର।</verse>
				<verse number="30">ଯେତେବେଳେ ସେମାନଙ୍କଠାରେ ପତ୍ର କଅଁଳିବା ଆରମ୍ଭ ହୁଏ, ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ।</verse>
				<verse number="31">ସେହିପରି ତୁମ୍ଭେମାନେ ଏସବୁ ବିଷୟ ଘଟିବାର ଦେଖିଲେ, ଈଶ୍ୱରଙ୍କ ବାକ୍ୟ ଆଗତପ୍ରାୟ ବୋଲି ଜାଣିବ।</verse>
				<verse number="32">“ମନେରଖ, ବର୍ତ୍ତମାନ ଜୀବିତ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ପୂର୍ବର ଏସବୁ ବିଷୟ ଘଟିବ।</verse>
				<verse number="33">ଆକାଶ ଓ ପୃଥିବୀର ବିଲୋପ ଘଟିବ, କିନ୍ତୁ ମୋର ଉଚ୍ଚାରିତ ବାକ୍ୟ ଲୋପ ପାଇବ ନାହିଁ।</verse>
				<verse number="34">“ତୁମ୍ଭେମାନେ ସତର୍କ ଥାଅ। ଅତି ମାତ୍ରାରେ ଆନନ୍ଦ ଉତ୍ସବ ଓ ମଦ୍ୟ ପାନରେ ନିମଜ୍ଜିତ ହୁଅ ନାହିଁ, କିଅବା ଜୀବନରେ ନାନା ଚିନ୍ତାରେ ଭାରଗ୍ରସ୍ତ ହୁଅ ନାହିଁ, କାରଣ ସେହି ଅନ୍ତିମ ଦିନଟି</verse>
				<verse number="35">ହଠାତ୍ ଅପ୍ରତ୍ୟାଶିତ ଭାବରେ ଆସିବ - ଏହି ବିଚାର ଦିନ ପୃଥିବୀବାସୀ ସମସ୍ତଙ୍କୁ ଫାନ୍ଦ ପରି ଆସି ଧରିବ।</verse>
				<verse number="36">ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”</verse>
				<verse number="37">ସେହି ସମୟରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଇ ଦିନ ଅତିବାହିତ କରୁଥିଲେ ଓ ସନ୍ଧ୍ୟା ସମୟରେ ବାହାରି ଯାଇ ଜୀତ ପର୍ବତ ଉପରେ ରାତ୍ରି କ୍ଷେପଣ କରୁଥିଲେ।</verse>
				<verse number="38">ପ୍ରତିଦିନ ପ୍ରଭାତରେ ଲୋକମାନେ ତାଙ୍କର ଶିକ୍ଷା ଶୁଣିବା ପାଇଁ ମନ୍ଦିରକୁ ଯାଉଥିଲେ।</verse>
			</chapter>
			<chapter number="22">
				<verse number="1">ନିସ୍ତାର ପର୍ବ ବା ଖମୀର ଶୂନ୍ୟ ରୋଟୀ ପର୍ବର ସମୟ ସନ୍ନିକଟ ହୋଇ ଆସିଲା।</verse>
				<verse number="2">ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଗୁପ୍ତରେ ଯୀଶୁଙ୍କୁ ବଧ କରିବାର ଉପାୟ ଖୋଜୁଥିଲେ।</verse>
				<verse number="3">ଇତିମଧ୍ୟରେ ଯିହୂଦା ମନରେ ଶୟତାନ ପ୍ରବେଶ କଲା। ଯିହୂଦାର ଅନ୍ୟ ନାମ ଥିଲା ଇଷ୍କାରିୟୋଥ ଓ ସେ ବାର ଶିଷ୍ୟଙ୍କ ମଧ୍ୟରୁ ଜଣେ।</verse>
				<verse number="4">ସେ ମୁଖ୍ୟ ଯାଜକ ଓ ମନ୍ଦିର ମହାରକ୍ଷୀଙ୍କ ନିକଟକୁ ଯାଇ କିପରି ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବ, ଏ ବିଷୟରେ ମନ୍ତ୍ରଣା କଲା।</verse>
				<verse number="5">ସେମାନେ ଖୁସିହୋଇ ତାକୁ ଟଙ୍କା ଦେବାକୁ ଚୁକ୍ତି କଲେ।</verse>
				<verse number="6">ଯିହୂଦା ଏଥିରେ ରାଜି ହେଲା ଏବଂ ଲୋକଙ୍କ ଅଜ୍ଞତାରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବାର ଗୋଟିଏ ଭଲ ସୁଯୋଗ ଖୋଜିବାକୁ ଲାଗିଲା।</verse>
				<verse number="7">ଖମୀର ଶୂନ୍ୟ ରୋଟୀ ପର୍ବ ସମୟରେ ନିସ୍ତାର ଭୋଜି ନିମନ୍ତେ ମେଷ ବଳି କରିବାର ଦିନ ଆସିଲା।</verse>
				<verse number="8">ଯୀଶୁ ପିତର ଓ ଯୋହନଙ୍କୁ ଏହି କଥା କହି ପଠାଇଲେ, “ଯାଅ ଆମ ଖାଇବା ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”</verse>
				<verse number="9">ସେମାନେ ତାଙ୍କୁ ପଚାରିଲେ, “ଆମେ କେଉଁ ସ୍ଥାନରେ ଏହା ପ୍ରସ୍ତୁତ କରିବୁ ବୋଲି ଆପଣ ଚାହାଁନ୍ତି।”</verse>
				<verse number="10">ସେ ଉତ୍ତର ଦେଲେ, “ତୁମ୍ଭେ ନଗର ମଧ୍ୟକୁ ଯିବା ସମୟରେ ମାଟିପାତ୍ରରେ ପାଣି ବୋହି ନେଇ ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଘରେ ପ୍ରବେଶ କରିବ,</verse>
				<verse number="11">ତୁମେ ତା’ ପଛରେ ସେହି ଘରର ମାଲିକକୁ କୁହ: ‘ଗୁରୁ ଆପଣଙ୍କ ପାଖକୁ ଏହି ଖବର ପଠାଇଛନ୍ତି, ମୁଁ ଓ ମୋର ଶିଷ୍ୟମାନେ କେଉଁ କୋଠରୀରେ ନିସ୍ତାର ପର୍ବ ପାଳନ କରିବୁ?’</verse>
				<verse number="12">ସେ ତୁମକୁ ଉପର ମହଲାରେ ସଜ୍ଜିତ ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବ। ସେଠାରେ ତୁମେ ସମସ୍ତ ବିଷୟ ପ୍ରସ୍ତୁତ ଥିବା ଦେଖିବ।”</verse>
				<verse number="13">ସେମାନେ ଯାଇ ଯୀଶୁ ସେମାନଙ୍କୁ କହିବା ଅନୁସାରେ ସମସ୍ତ ବିଷୟ ଦେଖିଲେ ଓ ସେଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।</verse>
				<verse number="14">ଯେତେବେଳେ ନିର୍ଦ୍ଦିଷ୍ଟ ସମୟ ଆସିଲା, ଯୀଶୁ ତାଙ୍କର ପ୍ରେରିତ ଶିଷ୍ୟମାନଙ୍କ ସହିତ ମେଜ ନିକଟରେ ତାଙ୍କ ଆସନ ଗ୍ରହଣ କଲେ।</verse>
				<verse number="15">ସେ ସେମାନଙ୍କୁ କହିଲେ, “ମୋର ଦୁଃଖ ଭୋଗ ପୂର୍ବରୁ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ଖାଇବାକୁ ବହୁତ ଇଚ୍ଛା କରିଥିଲି!</verse>
				<verse number="16">କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ମୁଁ ଆଉ ଏହା ଭୋଜନ କରିବି ନାହିଁ।”</verse>
				<verse number="17">ତା’ପରେ ଯୀଶୁ ପାନପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ କହିଲେ, “ଏହାକୁ ନେଇ ନିଜ ନିଜ ମଧ୍ୟରେ ବଣ୍ଟନ କର।</verse>
				<verse number="18">ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏ ଦ୍ରାକ୍ଷାରସ ପାନ କରିବି ନାହିଁ।”</verse>
				<verse number="19">ତା’ପରେ ସେ ଖଣ୍ଡେ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ: “ଏହା ମୋର ଶରୀର, ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ହୋଇଛି। ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”</verse>
				<verse number="20">ସେହିପରି ଭୋଜନ ପରେ ସେ ସେମାନଙ୍କୁ ପାନପାତ୍ର ଦେଇ କହିଲେ: “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ମୋର ରକ୍ତରେ ମୁଦ୍ରାଙ୍କିତ ଈଶ୍ୱରଙ୍କର ନୂତନ ନିୟମ।</verse>
				<verse number="21">“କିନ୍ତୁ ଦେଖ! ଯେ ମୋ’ ପ୍ରତି ବିଶ୍ୱାସଘାତକତା କରିବ, ସେ ଏହି ମେଜ ପାଖରେ ମୋ’ ସହିତ ଏଠାରେ ଅଛି!</verse>
				<verse number="22">ଈଶ୍ୱରଙ୍କ ସଙ୍କଳ୍ପ ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁ ଭୋଗ କରିବେ, କିନ୍ତୁ ଯେ ତାଙ୍କ ପ୍ରତି ବିଶ୍ୱାସଘାତକତା କରେ, ତା’ର ଶେଷ ଦଶା କି ଶୋଚନୀୟ ହେବ।”</verse>
				<verse number="23">ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଛି, ଏ ବିଷୟରେ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ।</verse>
				<verse number="24">ସେମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଶିଷ୍ୟମାନଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଲା।</verse>
				<verse number="25">ଯୀଶୁ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ରାଜାମାନଙ୍କ ଉପରେ ଆଧିପତ୍ୟ କରନ୍ତି ଓ କ୍ଷମତା ବଳରେ ସେମାନେ ‘ଦେଶ ହିତୈଷୀ’ ଆଖ୍ୟା ପାଆନ୍ତି।</verse>
				<verse number="26">କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ; ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ଏବଂ ଯେ ନେତା, ସେ ସେବକ ପରି ହେଉ।</verse>
				<verse number="27">କିଏ ଶ୍ରେଷ୍ଠ? ଯେ ଭୋଜନ କରେ ନା ଯେ ପରିବେଷଣ କରେ? ଅବଶ୍ୟ ଯେ ଭୋଜନ କରେ। କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ପରିବେଷକ ତୁଲ୍ୟ ରହିଛି।</verse>
				<verse number="28">“ମୋର ସମସ୍ତ କ୍ଲେଶ ସମୟରେ ତୁମ୍ଭେମାନେ ମୋ’ ସହିତ ରହିଛ;</verse>
				<verse number="29">ତେଣୁ ମୋର ପିତା ଶାସନ କରିବା ପାଇଁ ମୋତେ ଯେପରି କ୍ଷମତା ଦେଇଛନ୍ତି, ମୁଁ ତୁମ୍ଭମାନଙ୍କୁ ସେହିପରି କ୍ଷମତା ଦେବି।</verse>
				<verse number="30">ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।</verse>
				<verse number="31">“ଶିମୋନ, ଶିମୋନ, ଶୁଣ - ଗହମକୁ ଚାଲୁଣିରେ ଚଳାଇବା ପରି ଶୟତାନ ତୁମ୍ଭମାନଙ୍କୁ ବିଚଳିତ କରିବା ପାଇଁ ଅନୁମତି ପାଇଛି।</verse>
				<verse number="32">କିନ୍ତୁ ଶିମୋନ, ତୁମର ବିଶ୍ୱାସ ହ୍ରାସ ନ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି। ମୋ’ ପ୍ରତି ତୁମର ବିଶ୍ୱସ୍ତତା ଫେରି ଆସିଲେ, ତୁମେ ତୁମ ଭାଇମାନଙ୍କୁ ଶକ୍ତିଶାଳୀ କରି ପାରିବ।”</verse>
				<verse number="33">ପିତର ଉତ୍ତର ଦେଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ ବନ୍ଦୀଶାଳାକୁ ଯିବା ପାଇଁ ଓ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ।”</verse>
				<verse number="34">ଯୀଶୁ କହିଲେ, “ପିତର, ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ତିନି ଥର ମୋତେ ଅସ୍ୱୀକାର କରିବ।”</verse>
				<verse number="35">ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସେ ସମୟରେ ଥଳୀ, ମୁଣି କିମ୍ବା ପାଦୁକା ବିନା ପଠାଇ ଥିଲି, ତୁମ୍ଭମାନଙ୍କର କିଛି ଅଭାବ ହୋଇଥିଲା କି?” ସେମାନେ ଉତ୍ତର ଦେଲେ, “ନା, କିଛି ହୋଇ ନାହିଁ।”</verse>
				<verse number="36">ଯୀଶୁ କହିଲେ, “କିନ୍ତୁ ବର୍ତ୍ତମାନ ଯାହାର ଗୋଟିଏ ଥଳୀ କିମ୍ବା ମୁଣି ଅଛି; ସେ ତାହା ନେଉ ଓ ଯାହାର ଖଣ୍ଡା ନାହିଁ, ସେ ତା’ର ପୋଷାକ ବିକ୍ରୀ କରି ଗୋଟିଏ ଖଣ୍ଡା କିଣୁ।</verse>
				<verse number="37">କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ‘ସେ ଅପରାଧୀମାନଙ୍କ ସହ ସମଦଶା ଭୋଗ କଲେ’ ଧର୍ମଶାସ୍ତ୍ରରେ ଲିଖିତ ଏହି ଉକ୍ତି ମୋ’ଠାରେ ସଫଳ ହେବ; କାରଣ ମୋ’ ସମ୍ପର୍କରେ ଲିଖିତ ସମସ୍ତ ବିଷୟ ସଫଳ ହେବାକୁ ଯାଉଛି।”</verse>
				<verse number="38">ଶିଷ୍ୟମାନେ କହିଲେ, “ପ୍ରଭୁ, ଦେଖନ୍ତୁ, ଏଠାରେ ଦୁଇଟି ଖଣ୍ଡା ଅଛି!” ସେ ଉତ୍ତର ଦେଲେ, “ତାହା ଯଥେଷ୍ଟ।”</verse>
				<verse number="39">ଯୀଶୁ ନଗର ଛାଡ଼ି ତାଙ୍କର ଅଭ୍ୟାସ ଅନୁସାରେ ପ୍ରାର୍ଥନା କରିବା ପାଇଁ ଜୀତ ପର୍ବତକୁ ଗଲେ ଓ ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଗଲେ।</verse>
				<verse number="40">ସେ ସେହି ସ୍ଥାନରେ ପହଞ୍ଚି ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରୀକ୍ଷାରେ ନ ପଡ଼ିବାକୁ ପ୍ରାର୍ଥନା କର।”</verse>
				<verse number="41">ତା’ପରେ ସେ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗଲେ ଏବଂ ଆଣ୍ଠୋଇ ପ୍ରାର୍ଥନା କଲେ।</verse>
				<verse number="42">ସେ କହିଲେ, “ପିତା, ଯଦି ତୁମର ଇଚ୍ଛା ଥାଏ, ତେବେ ଏ ଦୁଃଖଦାୟକ ପାନପାତ୍ର ମୋ’ଠାରୁ ଦୂର କର। କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମର ଇଚ୍ଛା ସଫଳ ହେଉ।”</verse>
				<verse number="43">ସ୍ୱର୍ଗରୁ ଜଣେ ଦୂତ ତାଙ୍କ ଆଗରେ ଉପସ୍ଥିତ ହେଲେ ଓ ତାଙ୍କୁ ଶକ୍ତି ପ୍ରଦାନ କଲେ।</verse>
				<verse number="44">ଯୀଶୁ ମର୍ମାନ୍ତିକ ଦୁଃଖରେ ଆକୁଳ ହୋଇ ପ୍ରାର୍ଥନା କଲେ; ତାଙ୍କର ସ୍ୱେଦ ବିନ୍ଦୁ ରକ୍ତ ଟୋପ ପରି ଭୂମିରେ ପଡ଼ିଲା।</verse>
				<verse number="45">ପ୍ରାର୍ଥନାରୁ ଉଠି ସେ ଶିଷ୍ୟମାନଙ୍କ ନିକଟକୁ ଫେରି ଆସି ସେମାନଙ୍କୁ ଦୁଃଖରେ ଶୋଇ ଥିବାର ଦେଖିଲେ।</verse>
				<verse number="46">ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇଛ? ତୁମ୍ଭେମାନେ ପରୀକ୍ଷାରେ ନ ପଡ଼ିବା ଲାଗି ଉଠି ପ୍ରାର୍ଥନା କର।”</verse>
				<verse number="47">ଯୀଶୁ କଥା କହୁଥିବା ସମୟରେ ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୂଦା ଦଳେ ଲୋକଙ୍କୁ ନେଇ ସେଠାରେ ଆସି ପହଞ୍ଚିଲା। ସେ ଯୀଶୁଙ୍କୁ ଚୁମ୍ବନ ଦେବାକୁ ଆଗେଇ ଆସିଲା।</verse>
				<verse number="48">କିନ୍ତୁ ଯୀଶୁ କହିଲେ, “ଯିହୂଦା, ଚୁମ୍ବନ ଦେଇ ତୁମେ କ’ଣ ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେବାକୁ ଯାଉଛ?”</verse>
				<verse number="49">ଯାହା ଘଟିବାକୁ ଯାଉଛି, ତାହା ଦେଖି ଯୀଶୁଙ୍କ ସହିତ ଥିବା ଶିଷ୍ୟମାନେ ପଚାରିଲେ, “ପ୍ରଭୁ, ଆମେ କ’ଣ ଖଣ୍ଡା ବାହାର କରିବା?”</verse>
				<verse number="50">ଏହା କହି ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଯାଜକଙ୍କ ଦାସର ଡ଼ାହାଣ କାନ କାଟି ପକାଇଲା।</verse>
				<verse number="51">କିନ୍ତୁ ଯୀଶୁ କହିଲେ, “ବନ୍ଦ କର!” ସେ ସଙ୍ଗେ ସଙ୍ଗେ ଲୋକଟିର କାନକୁ ଛୁଇଁ ତାକୁ ସୁସ୍ଥ କଲେ।</verse>
				<verse number="52">ତା’ପରେ ଯୀଶୁ ତାଙ୍କୁ ଧରିବା ପାଇଁ ଆସିଥିବା ମୁଖ୍ୟ ଯାଜକ, ମନ୍ଦିର ମହାରକ୍ଷୀ ଓ ଧର୍ମନେତାମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଦସ୍ୟୁ ଯେ ତୁମେ ଖଣ୍ଡା ଓ ବାଡ଼ି ନେଇ ଆସିଛ?</verse>
				<verse number="53">ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିଲି, କିନ୍ତୁ ତୁମ୍ଭେମାନେ ସେତେବେଳେ ମୋତେ ଧରିଲ ନାହିଁ, ଏହିକ୍ଷଣି ତୁମ୍ଭମାନଙ୍କର ସମୟ ଆସିଛି, କାରଣ ବର୍ତ୍ତମାନ ଅନ୍ଧକାରର ରାଜତ୍ୱ।”</verse>
				<verse number="54">ସେମାନେ ଯୀଶୁଙ୍କୁ ଗିରଫ କରି ତାଙ୍କୁ ପ୍ରଧାନ ଯାଜକଙ୍କ ଘରକୁ ନେଇଗଲେ; ପିତର କିଛି ଦୂରରେ ଥାଇ ତାଙ୍କ ପଛେ ପଛେ ଗଲେ।</verse>
				<verse number="55">ପ୍ରାଙ୍ଗଣ ମଝିରେ ନିଆଁ ଜାଳି ତା’ ଚାରିପଟେ ବସିଥିବା ଲୋକମାନଙ୍କ ସହିତ ପିତର ଯୋଗ ଦେଲେ।</verse>
				<verse number="56">ଜଣେ ଦାସୀ ତାଙ୍କୁ ନିଆଁ ପାଖରେ ବସି ଥିବାର ଦେଖି, ତାଙ୍କୁ ଅନାଇ କହିଲା, “ଏହି ଲୋକଟି ମଧ୍ୟ ଯୀଶୁଙ୍କ ସହିତ ଥିଲେ!”</verse>
				<verse number="57">କିନ୍ତୁ ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ତାଙ୍କୁ ଆଦୌ ଜାଣେ ନାହିଁ!”</verse>
				<verse number="58">କିଛି ସମୟ ପରେ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ!” କିନ୍ତୁ ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।”</verse>
				<verse number="59">ପ୍ରାୟ ଏକ ଘଣ୍ଟା ପରେ ଆଉ ଜଣେ ଲୋକ ଜୋର୍ ଦେଇ କହିଲା, “ଏହି ଲୋକ ଯେ ଯୀଶୁଙ୍କ ସହିତ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ, କାରଣ ସେ ମଧ୍ୟ ଜଣେ ଗାଲିଲୀୟ ଲୋକ!”</verse>
				<verse number="60">କିନ୍ତୁ ପିତର ଉତ୍ତର ଦେଲେ, “ତୁମ୍ଭେ କ’ଣ କହୁଛ, ମୁଁ କିଛି ବୁଝିପାରୁ ନାହିଁ।” ଠିକ୍ ସେତିକିବେଳେ କୁକୁଡ଼ା ଡ଼ାକିଲା।</verse>
				<verse number="61">ପ୍ରଭୁ ବୁଲି ପଡ଼ି ଏକ ଦୃଷ୍ଟିରେ ପିତରଙ୍କୁ ଅନାଇଲେ ଏବଂ ପ୍ରଭୁ ତାଙ୍କୁ ଯାହା କହିଥିଲେ, ତାହା ତାଙ୍କର ମନେ ପଡ଼ିଲା - “ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।”</verse>
				<verse number="62">ପିତର ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।</verse>
				<verse number="63">ପ୍ରହରୀମାନେ ଯୀଶୁଙ୍କୁ ଥଟ୍ଟା ପରିହାସ କରି ମାଡ଼ ମାରିଲେ।</verse>
				<verse number="64">ସେମାନେ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାଙ୍କୁ ପଚାରିଲେ, “ତୋତେ କିଏ ମାରିଲା? ଅନୁମାନ କର!”</verse>
				<verse number="65">ସେମାନେ ତାଙ୍କୁ ଏହିପରି ଅନେକ ଅପମାନ ଦେଲେ।</verse>
				<verse number="66">ସକାଳ ହେବା ପରେ ଧର୍ମନେତା, ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଏକତ୍ର ହେଲେ ଏବଂ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ନିଆଗଲା।</verse>
				<verse number="67">ସେମାନେ କହିଲେ, “ଆମକୁ କୁହ, ତୁମେ କ’ଣ ମସୀହ?” ସେ ଉତ୍ତର ଦେଲେ, “ମୁଁ ଯଦି ତୁମ୍ଭମାନଙ୍କୁ କହେ, ତୁମେ ମୋ’ କଥା ବିଶ୍ୱାସ କରିବ ନାହିଁ;</verse>
				<verse number="68">ଆଉ ମୁଁ ଯଦି ତୁମକୁ ଗୋଟିଏ ପ୍ରଶ୍ନ ପଚାରେ, ତୁମ୍ଭେମାନେ ଉତ୍ତର ଦେବ ନାହିଁ।</verse>
				<verse number="69">କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ସର୍ବଶକ୍ତିମାନ୍ ଈଶ୍ୱରଙ୍କର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବେ।”</verse>
				<verse number="70">ସେମାନେ ସମସ୍ତେ କହିଲେ, “ତୁମେ ତେବେ କ’ଣ ଈଶ୍ୱରଙ୍କ ପୁତ୍ର?” ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭେମାନେ ତ କହୁଛ।”</verse>
				<verse number="71">ସେମାନେ କହିଲେ, “ଆମର ଆଉ କୌଣସି ସାକ୍ଷୀର ପ୍ରୟୋଜନ ନାହିଁ। ସେ ଯାହା କହିଛି, ଆମେ ନିଜେ ତାହା ଶୁଣିଛୁ!”</verse>
			</chapter>
			<chapter number="23">
				<verse number="1">ସେମାନେ ସମସ୍ତେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଧରିନେଲେ,</verse>
				<verse number="2">ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”</verse>
				<verse number="3">ପିଲାତ ତାଙ୍କୁ ପଚାରିଲେ, “ତୁମେ କ’ଣ ଯିହୁଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ତୁମେ ତ କହୁଛ।”</verse>
				<verse number="4">ତା’ପରେ ପିଲାତ ମୁଖ୍ୟ ଯାଜକ ଓ ଜନତାଙ୍କୁ କହିଲେ, “ଏ ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ।”</verse>
				<verse number="5">କିନ୍ତୁ ସେମାନେ ବାରମ୍ବାର ଜୋର୍ ଦେଇ କହିଲେ, “ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଯିହୂଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲୀରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି।”</verse>
				<verse number="6">ପିଲାତ ଏ କଥା ଶୁଣି ପଚାରିଲେ, “ଏ କ’ଣ ଜଣେ ଗାଲିଲୀୟ ଲୋକ?”</verse>
				<verse number="7">ଯୀଶୁ ହେରୋଦଙ୍କ ଦ୍ୱାରା ଶାସିତ ଗାଲିଲୀ ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣି ପିଲାତ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ। ହେରୋଦ ମଧ୍ୟ ସେହି ସମୟରେ ଯିରୂଶାଲମରେ ଥିଲେ।</verse>
				<verse number="8">ସେ ଯୀଶୁଙ୍କୁ ଦେଖି ଅତି ଆନନ୍ଦିତ ହେଲେ, କାରଣ ସେ ତାଙ୍କ ବିଷୟରେ ଶୁଣିଥିଲେ। ଯୀଶୁଙ୍କ କୌଣସି ଅଲୌକିକ କାର୍ଯ୍ୟ ଦେଖିବାକୁ ତାଙ୍କର ଆଶା ଥିଲା।</verse>
				<verse number="9">ତେଣୁ ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଚାରିଲେ, କିନ୍ତୁ ଯୀଶୁ କୌଣସି ଉତ୍ତର ଦେଲେ ନାହିଁ।</verse>
				<verse number="10">ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଆଗେଇ ଆସି ଯୀଶୁଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ କଲେ।</verse>
				<verse number="11">ହେରୋଦ ଓ ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରି ତାତ୍ସଲ୍ୟ କଲେ। ତା’ପରେ ସେମାନେ ତାଙ୍କୁ ଚକଚକିଆ ବସ୍ତ୍ର ପିନ୍ଧାଇ ଆଉ ଥରେ ପିଲାତଙ୍କ ନିକଟକୁ ପଠାଇଦେଲେ।</verse>
				<verse number="12">ସେହି ଦିନ ହେରୋଦ ଓ ପିଲାତଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା। ଏଥିପୂର୍ବରୁ ସେମାନେ ଶତ୍ରୁ ଥିଲେ।</verse>
				<verse number="13">ପିଲାତ ମୁଖ୍ୟ ଯାଜକ, ଧର୍ମନେତା ଓ ଲୋକମାନଙ୍କୁ ଏକତ୍ର ଡ଼ାକି ପଚାରିଲେ,</verse>
				<verse number="14">“ତୁମେ ଏହି ଲୋକକୁ ମୋ’ ନିକଟକୁ ଆଣିଛ ଓ ସେ ଜନତାକୁ ବିଭ୍ରାନ୍ତ କରୁଥିଲା ବୋଲି କହୁଛ। ମୁଁ ତାକୁ ପରୀକ୍ଷା କଲି; କିନ୍ତୁ ତୁମେ ଅଭିଯୋଗ କରିଥିବା କୌଣସି ଦୋଷ ତା’ଠାରେ ପାଉ ନାହିଁ।</verse>
				<verse number="15">ହେରୋଦ ମଧ୍ୟ ତା’ର କୌଣସି ଦୋଷ ପାଇ ନାହାନ୍ତି। ତେଣୁ ସେ ତାକୁ ମୋ’ ନିକଟକୁ ପଠାଇ ଦେଇଛନ୍ତି। ମୃତ୍ୟୁ ଦଣ୍ଡ ଭୋଗିବା ଭଳି ଏ ଲୋକ କୌଣସି ଦୋଷ କରି ନାହିଁ।</verse>
				<verse number="16">ତେଣୁ ମୁଁ ତାକୁ କୋରଡ଼ା ମାଡ଼ ଦେଇ ଛାଡ଼ି ଦେବି।”</verse>
				<verse number="17">(ପ୍ରତି ବର୍ଷ ନିସ୍ତାର ପର୍ବ ସମୟରେ ଇହୁଦୀ ଜାତିର ସମ୍ମାନାର୍ଥେ ଗୋଟିଏ ଇହୁଦୀ ବନ୍ଦୀକୁ ମୁକ୍ତ କରି ଦେବାକୁ ପଡ଼ୁଥିଲା।)</verse>
				<verse number="18">ସମଗ୍ର ଜନତା ଚିକ୍ରାର କରି କହିଲେ, “ତାକୁ ବଧ କର। ଆମ ପାଇଁ ବାରବ୍ବାକୁ ମୁକ୍ତ କର।”</verse>
				<verse number="19">(ବିଦ୍ରୋହ ଓ ନରହତ୍ୟା ଅଭିଯୋଗରେ ବାରବ୍ବାକୁ ବନ୍ଦୀ କରାଯାଇଥିଲା।)</verse>
				<verse number="20">ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ଲୋକମାନଙ୍କୁ ଆଉ ଥରେ ବୁଝାଇଲେ।</verse>
				<verse number="21">କିନ୍ତୁ ସେମାନେ ଚିକ୍ରାର କରି କହିଲେ, “ତାକୁ କ୍ରୁଶରେ ଚଢ଼ାଅ! ତାକୁ କ୍ରୁଶରେ ଚଢ଼ାଅ!”</verse>
				<verse number="22">ପିଲାତ ତୃତୀୟ ଥର ସେମାନଙ୍କୁ କହିଲେ, “କିନ୍ତୁ ସେ କି ଦୋଷ କରିଛି? ସେ ମୃତ୍ୟୁ ଭୋଗିବା ଭଳି କୌଣସି କାର୍ଯ୍ୟ କରିଥିବା ମୁଁ ଦେଖି ନାହିଁ। ମୁଁ ତାକୁ କୋରଡ଼ା ପ୍ରହାର କରି ଛାଡ଼ି ଦେବି।”</verse>
				<verse number="23">କିନ୍ତୁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସେମାନେ ଖୁବ୍ ଜୋର୍ରେ ଚିକ୍ରାର କଲେ, ଶେଷର ସେମାନଙ୍କ ଚିକ୍ରାରର ଜୟ ହେଲା।</verse>
				<verse number="24">ପିଲାତ ସେମାନଙ୍କ ଇଚ୍ଛାନୁଯାୟୀ ଯୀଶୁଙ୍କ ପ୍ରତି ମୃତ୍ୟୁ ଦଣ୍ଡାଦେଶ ଦେଲେ ଓ</verse>
				<verse number="25">ସେମାନଙ୍କ ଦାବୀ ପୂରଣ କରି ବିଦ୍ରୋହ ଓ ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ହୋଇଥିବା ଲୋକଟିକୁ ମୁକ୍ତ କରିଦେଲେ। ପୁଣି ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ସମର୍ପଣ କଲେ।</verse>
				<verse number="26">ସୈନ୍ୟମାନେ ଯୀଶୁଙ୍କୁ ନେଇଗଲେ। ସେମାନେ ଯିବା ସମୟରେ ଗ୍ରାମାଞ୍ଚଳରୁ ଆସୁଥିବା କୂରିଣୀୟ ଶିମୋନଙ୍କୁ ଭେଟିଲେ। ସେମାନେ ତାକୁ ଅଟକାଇ ତା’ ଉପରେ କ୍ରୁଶ ଲଦିଦେଲେ ଓ ଯୀଶୁଙ୍କ ପଛରେ ଯିବାକୁ ତାକୁ ବାଧ୍ୟ କଲେ।</verse>
				<verse number="27">ଏକ ବିରାଟ ଜନତା ମଧ୍ୟ ତାଙ୍କ ପଛେ ପଛେ ଗଲେ; ସେମାନଙ୍କ ମଧ୍ୟରେ ଥିବା କେତେ ଜଣ ସ୍ତ୍ରୀ ଲୋକ ଯୀଶୁଙ୍କ ପାଇଁ କ୍ରନ୍ଦନ ଓ ବିଳାପ କରୁଥିଲେ।</verse>
				<verse number="28">ଯୀଶୁ ବୁଲିପଡ଼ି ସେମାନଙ୍କୁ କହିଲେ, “ହେ ଯିରୂଶାଲମର କନ୍ୟାମାନେ, ମୋ’ ପାଇଁ କାନ୍ଦ ନାହିଁ, କିନ୍ତୁ ତୁମ ନିଜ ପାଇଁ ଓ ତୁମର ସନ୍ତାନମାନଙ୍କ ପାଇଁ କାନ୍ଦ।</verse>
				<verse number="29">କାରଣ ଏପରି ଦିନସବୁ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀମାନେ ବନ୍ଧ୍ୟା, ଯେଉଁମାନେ ସନ୍ତାନ ପ୍ରସବ କରି ନାହାନ୍ତି, ସେମାନେ କେଡ଼େ ଭାଗ୍ୟବତୀ।’</verse>
				<verse number="30">ସେହି ସମୟରେ ଲୋକମାନେ ପର୍ବତମାନଙ୍କୁ କହିବେ, ‘ଆମ ଉପରେ ମାଡ଼ି ପଡ଼। ପର୍ବତମାନଙ୍କୁ କହିବେ, ‘ଆମକୁ ଲୁଚାଅ।’</verse>
				<verse number="31">କାରଣ ବୃକ୍ଷ ସତେଜ ଥିବା ସମୟରେ ଯଦି ଏହିପରି ଘଟଣାସବୁ ଘଟେ, ତାହା ଶୁଷ୍କ ହୋଇଗଲେ କ’ଣ ନ ହେବ?”</verse>
				<verse number="32">ଆଉ ଦୁଇ ଜଣ ଅପରାଧୀଙ୍କୁ ମଧ୍ୟ ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଭୋଗ କରିବା ପାଇଁ ନିଆଗଲା।</verse>
				<verse number="33">ସେମାନେ ସମସ୍ତେ ‘ଖପୁରି ସ୍ଥାନ’ ନାମକ ସ୍ଥାନରେ ପହଞ୍ଚିବା ପରେ ଯୀଶୁଙ୍କୁ ସେଠାରେ କ୍ରୁଶବିଦ୍ଧ କରାଗଲା ଏବଂ ଦୁଇ ଜଣ ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ଡ଼ାହାଣ ପାଖରେ ଓ ଅନ୍ୟ ଜଣକୁ ତାଙ୍କର ବାମ ପାଖରେ କ୍ରୁଶବିଦ୍ଧ କରାଗଲା।</verse>
				<verse number="34">ଯୀଶୁ କହିଲେ, “ପିତା! ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ।” ସେମାନେ ଗୁଳି ବାଣ୍ଟ କରି ତାଙ୍କର ପୋଷାକ ଭାଗ କଲେ।</verse>
				<verse number="35">ଲୋକମାନେ ସେଠାରେ ଏସବୁ ଦେଖୁଥିଲେ। ଇହୁଦୀ ନେତାମାନେ ବିଦ୍ରୂପ କରି କହିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା। ଯଦି ସେ ଈଶ୍ୱରଙ୍କର ମନୋନୀତ ମସୀହ, ତେବେ ସେ ନିଜକୁ ରକ୍ଷା କରୁ।”</verse>
				<verse number="36">ସୈନ୍ୟମାନେ ମଧ୍ୟ ତାଙ୍କୁ ପରିହାସ କଲେ। ସେମାନେ ତାଙ୍କ ପାଖକୁ ଆସି ତାଙ୍କୁ ଅମ୍ଲରସ ଯାଚି କହିଲେ,</verse>
				<verse number="37">“ତୁମେ ଯଦି ଇହୁଦୀମାନଙ୍କ ରାଜା, ତେବେ ନିଜକୁ ରକ୍ଷା କର।”</verse>
				<verse number="38">ତାଙ୍କ ମସ୍ତକର ଉଦ୍ଧ୍ୱର୍ରେ ଏକ ବିଜ୍ଞପ୍ତି ଝୁଲେଇ ଦିଆଯାଇଥିଲା। ସେଥିରେ ଲେଖାଯାଇଥିଲା। “ଏ ଇହୁଦୀମାନଙ୍କ ରାଜା।”</verse>
				<verse number="39">କ୍ରୁଶରେ ଟଙ୍ଗା ହୋଇଥିବା ଅପରାଧିମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଅପମାନ ଦେଇ କହିଲା: "ତୁମେ କ'ଣ ମସୀହ ନୁହଁ? ନିଜକୁ ଓ ଆମକୁ ରକ୍ଷା କର।”</verse>
				<verse number="40">କିନ୍ତୁ ଅନ୍ୟ ଜଣକ ତାକୁ ଅନୁଯୋଗ କରି କହିଲା, “ତୁ କ’ଣ ଈଶ୍ୱରଙ୍କୁ ଭୟ କରୁ ନାହୁଁ? ସେ ଯେଉଁ ଦଣ୍ଡ ପାଇଛନ୍ତି, ତୁ ମଧ୍ୟ ଠିକ୍ ସେହି ଦଣ୍ଡ ଭୋଗୁଛୁ।</verse>
				<verse number="41">ଅବଶ୍ୟ ଆମ ପକ୍ଷେ ଏହା ଯଥାର୍ଥ, କାରଣ ଆମେ ଯାହା କରିଅଛୁ, ତାହାର ସମୁଚିତ ଦଣ୍ଡ ଭୋଗୁଛୁ; କିନ୍ତୁ ସେ କୌଣସି ଦୋଷ କରି ନାହାନ୍ତି।”</verse>
				<verse number="42">ପୁଣି ସେ ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବେ, ଦୟା କରି ମୋତେ ସ୍ମରଣ କରିବେ।”</verse>
				<verse number="43">ଯୀଶୁ ତାକୁ କହିଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ଆଜି ତୁମେ ମୋ’ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ।”</verse>
				<verse number="44">ପ୍ରାୟ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ସମଗ୍ର ଦେଶରେ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଘୋଟିଗଲା</verse>
				<verse number="45">ଏବଂ ମନ୍ଦିରରେ ଝୁଲୁଥିବା ବିଚ୍ଛେଦ ପରଦା ଚିରି ଦୁଇ ଖଣ୍ଡ ହୋଇଗଲା।</verse>
				<verse number="46">ଯୀଶୁ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ପିତା! ତୁମ ହାତରେ ମୁଁ ମୋର ଆତ୍ମାକୁ ସମର୍ପଣ କରୁଛି!” ସେ ଏହା କହି ପ୍ରାଣ ତ୍ୟାଗ କଲେ।</verse>
				<verse number="47">ସେନାଧ୍ୟକ୍ଷ ଏହି ଘଟଣା ଦେଖି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ପ୍ରକୃତରେ ଏ ଜଣେ ମହାଧାର୍ମିକ ବ୍ୟକ୍ତି ଥିଲେ।”</verse>
				<verse number="48">ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ ସମସ୍ତେ ଏହି ଘଟଣା ଦେଖି ଦୁଃଖାଭିଭୂତ ହେଲେ ଓ ବକ୍ଷାଘାତ କରି ଗୃହକୁ ଫେରିଗଲେ।</verse>
				<verse number="49">ଗାଲିଲୀରୁ ଯୀଶୁଙ୍କର ଅନୁଗମନ କରୁଥିବା ସ୍ତ୍ରୀ ଲୋକମାନେ ଓ ତାଙ୍କ ପରିଚିତ ଅନ୍ୟ ସମସ୍ତେ ଅଳ୍ପ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ।</verse>
				<verse number="50">ଯିହୂଦାର ଅରିମଥୀୟ ନାମକ ଗ୍ରାମର ଯୋସେଫ ବୋଲି ଜଣେ ଲୋକ ଥିଲେ। ସେ ଜଣେ ଧାର୍ମିକ ଓ ସମ୍ମାନାସ୍ପଦ ଲୋକ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ। ମହାସଭାର ଜଣେ ସଭ୍ୟ ଥିଲେ ସୁଦ୍ଧା, ସେ ସେମାନଙ୍କର ନିଷ୍ପତ୍ତି ଓ କାର୍ଯ୍ୟ ସହିତ ଏକମତ ନ ଥିଲେ।</verse>
				<verse number="51"></verse>
				<verse number="52">ସେ ପିଲାତଙ୍କ ସମ୍ମୁଖକୁ ଯାଇ ଯୀଶୁଙ୍କର ମୃତ ଶରୀର ମାଗିଲେ।</verse>
				<verse number="53">ତା’ପରେ ଯୀଶୁଙ୍କ ଶରୀରକୁ ଓହ୍ଲାଇ ଆଣି ଗୋଟିଏ ସୂକ୍ଷ୍ମ ଚାଦରରେ ଗୁଡ଼ାଇଦେଲେ ଏବଂ ପାହାଡ଼ରେ ଖୋଳାଯାଇଥିବା ଏକ ଅବ୍ୟବହୃତ ସମାଧି ମଧ୍ୟରେ ତାକୁ ରଖିଲେ।</verse>
				<verse number="54">ସେଦିନ ଶୁକ୍ରବାର ଥିଲା, ବିଶ୍ରାମବାରର ଆରମ୍ଭ ସମୟ।</verse>
				<verse number="55">ଯୀଶୁଙ୍କୁ ଅନୁଗମନ କରିଥିବା ଗାଲିଲୀର ସ୍ତ୍ରୀ ଲୋକମାନେ ଯୋସେଫଙ୍କ ସହିତ ସମାଧିକୁ ଯାଇ ଯୀଶୁଙ୍କ ଶୀରରକୁ ସେଥିରେ କିପରି ରଖାଗଲା, ତାହା ଦେଖିଲେ।</verse>
				<verse number="56">ତା’ପରେ ସେମାନେ ଘରକୁ ଫେରିଯଇ ମୃତ ଦେହରେ ମଖାଇବା ପାଇଁ ସୁଗନ୍ଧ ଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ। କିନ୍ତୁ ବ୍ୟବସ୍ଥା ଅନୁସାରେ ସେହି ଦିନ ବିଶ୍ରାମବାର ଥିବାରୁ ସେମାନେ ବିଶ୍ରାମ କଲେ।</verse>
			</chapter>
			<chapter number="24">
				<verse number="1">ରବିବାର ଦିନ ପାହାନ୍ତା ସମୟରେ ସ୍ତ୍ରୀ ଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧ ଦ୍ରବ୍ୟ ନେଇ ସମାଧିକୁ ଗଲେ।</verse>
				<verse number="2">ସେମାନେ ସମାଧି ମୁହଁରେ ଥିବା ପଥରଟି ଗଡ଼ି ଯାଇଥିବାର ଦେଖିଲେ,</verse>
				<verse number="3">କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।</verse>
				<verse number="4">ସେମାନେ ଏ ବିଷୟରେ ହତବୁଦ୍ଧି ହୋଇ ଠିଆ ହୋଇଥିବା ସମୟରେ, ହଠାତ୍ ଉଜ୍ଜ୍ୱଳ ଶୁଭ୍ର ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ପାଖରେ ଆସି ଠିଆହେଲେ।</verse>
				<verse number="5">ଭୟଭୀତ ହୋଇ ସ୍ତ୍ରୀ ଲୋକମାନେ ନତମସ୍ତକ ହୋଇ ଠିଆହେଲେ। ଦିବ୍ୟପୁରୁଷମାନେ ସେମାନଙ୍କୁ କହିଲେ, “ଯେ ଜୀବିତ, ତୁମ୍ଭେମାନେ ତାଙ୍କୁ ମୃତମାନଙ୍କ ମଧ୍ୟରେ କାହିଁକି ଖୋଜୁଛ?</verse>
				<verse number="6">ସେ ଏଠାରେ ନାହାନ୍ତି; ସେ ପୁନରୁତ୍ôଥତ। ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ ଯାହା କହିଥିଲେ, ସ୍ମରଣ କର:</verse>
				<verse number="7">‘ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବେ। ତାଙ୍କୁ କ୍ରୁଶବିଦ୍ଧ କରାଯିବ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ôଥତ ହେବେ’।”</verse>
				<verse number="8">ସ୍ତ୍ରୀ ଲୋକମାନେ ସେ କଥା ସ୍ମରଣ କଲେ। ସମାଧିରୁ ଫେରିଯାଇ ଏଗାର ଜଣ ଶିଷ୍ୟ ଓ ଅନ୍ୟମାନଙ୍କୁ ଏ ବିଷୟରେ ଜଣାଇଲେ।</verse>
				<verse number="9"></verse>
				<verse number="10">ଯେଉଁ ସ୍ତ୍ରୀ ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କୁ ଏସବୁ ବିଷୟ ଜଣାଇଲେ, ସେମାନେ ହେଉଛନ୍ତି - ମଗ୍ଦଲିନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ।</verse>
				<verse number="11">କିନ୍ତୁ ପ୍ରେରିତ ଶିଷ୍ୟମାନେ ଭାବିଲେ ଯେ ଏସବୁ ସ୍ତ୍ରୀ ଲୋକମାନଙ୍କର କପୋଳକଳ୍ପିତ କଥା, ତେଣୁ ସେମାନେ ବିଶ୍ୱାସ କଲେ ନାହିଁ।</verse>
				<verse number="12">କିନ୍ତୁ ପିତର ଉଠିପଡ଼ି ସମାଧି ନିକଟକୁ ଦୌଡ଼ିଲେ। ସେ ନଇଁପଡ଼ି ଦେଖିଲେ ଯେ ଗୁଡ଼ା ହୋଇଥିବା ପତଳା ଚାଦର ଛଡ଼ା ଆଉ କିଛି ନାହିଁ। ସେ ସେହି ଘଟଣାରେ ଆଚମ୍ବିତ ହୋଇ ଘରକୁ ଫେରିଗଲେ।</verse>
				<verse number="13">ସେହି ଦିନ ଯୀଶୁଙ୍କର ଦୁଇ ଜଣ ଶିଷ୍ୟ ଯିରୂଶାଲମଠାରୁ ପ୍ରାୟ ଏଗାର କିଲୋମିଟର୍ ଦୂରରେ ଥିବାର ଇମ୍ମାୟୁ ନାମକ ଗ୍ରାମକୁ ଯାଉଥିଲେ</verse>
				<verse number="14">ଏବଂ ଯାହା ସବୁ ଘଟିଯାଇଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା କରୁଥିଲେ।</verse>
				<verse number="15">ସେମାନେ କଥାବାର୍ତ୍ତା ଓ ଆଲୋଚନା କରୁଥିବା ସମୟରେ ଯୀଶୁ ନିଜେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସହିତ ଚାଲିଲେ;</verse>
				<verse number="16">ସେମାନେ ତାଙ୍କୁ ଦେଖିଲେ କିନ୍ତୁ ଚିହ୍ନି ପାରିଲେ ନାହିଁ।</verse>
				<verse number="17">ଯୀଶୁ ସେମାନଙ୍କୁ ପଚାରିଲେ, “ତୁମେ କେଉଁ ବିଷୟରେ କଥାବାର୍ତ୍ତା କରୁଛ?” ସେମାନେ ବିଷଣ୍ଣ ମୁଖରେ ଠିଆ ହୋଇଗଲେ।</verse>
				<verse number="18">ସେମାନଙ୍କ ମଧ୍ୟରୁ କ୍ଲିପୟା ନାମକ ଜଣେ ତାଙ୍କୁ ପଚାରିଲେ, “ଯିରୂଶାଲମରୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଆପଣ କ’ଣ ଏକାକୀ ସେ ସ୍ଥାନରେ ଗତ କେତେ ଦିନର ଘଟଣା ଜାଣନ୍ତି ନାହିଁ?”</verse>
				<verse number="19">“କେଉଁ ଘଟଣା”? ସେ ପଚାରିଲେ। ସେମାନେ ଉତ୍ତର ଦେଲେ, “ନାଜରିତର ଯୀଶୁଙ୍କ ପ୍ରତି ଯାହା ସବୁ ଘଟିଲା। ସେ ଜଣେ ଭାବବାଦୀ ଥିଲେ। ଈଶ୍ୱରଙ୍କ ଦୃଷ୍ଟିରେ ଓ ଲୋକମାନଙ୍କ ବିଚାରରେ ସେ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଓ କଥାରୁ ଏହା ଜଣାପଡ଼ୁଥିଲା।</verse>
				<verse number="20">ଆମର ମୁଖ୍ୟ ଯାଜକ ଓ ଶାସକମାନେ ତାଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବା ପାଇଁ ଶତ୍ରୁ ହସ୍ତରେ ସମର୍ପଣ କଲେ ଓ ସେ କ୍ରୁଶବିଦ୍ଧ ହେଲେ।</verse>
				<verse number="21">ଆମେ ଆଶା କରୁଥିଲୁ ଯେ କେବଳ ସେ ହିଁ ଇଶ୍ରାୟେଲକୁ ମୁକ୍ତ କରିବେ! ତା’ଛଡ଼ା ଏହା ଘଟିବାର ଆଜି ତୃତୀୟ ଦିବସ।</verse>
				<verse number="22">ଆମ ଦଳର କେତେକ ସ୍ତ୍ରୀ ଲୋକମାନେ ଆମକୁ ଆଚମ୍ବିତ କରି ଦେଇଛନ୍ତି। ସେମାନେ ପାହାନ୍ତିଆ ସମୟରେ ସମାଧି ନିକଟକୁ ଯାଇଥିଲେ।</verse>
				<verse number="23">କିନ୍ତୁ ସେଠାରେ ତାଙ୍କର ଦେହ ନ ଥିଲା। ସେମାନେ କହିଲେ ଯେ ସମାଧିରୁ ଫେରିବାବେଳେ ସେମାନେ ସ୍ୱର୍ଗଦୂତମାନଙ୍କ ଦର୍ଶନ ପାଇଥିଲେ ଓ ସେହି ସ୍ୱର୍ଗଦୂତମାନେ ସେମାନଙ୍କୁ ସମ୍ବାଦ ଦେଲେ ଯେ ଯୀଶୁ ବର୍ତ୍ତମାନ ଜୀବିତ।</verse>
				<verse number="24">ତା’ପରେ ଆମ ଦଳର କେତେକ, ସମାଧିକୁ ଯାଇ ସ୍ତ୍ରୀମାନଙ୍କ କହିବାନୁସାରେ ସେଠାରେ ଠିକ୍ ସେହିପରି ସବୁ ଦେଖି ଆସିଲେ, କିନ୍ତୁ ଯୀଶୁଙ୍କୁ ସେମାନେ କେହି ଦେଖି ନାହାନ୍ତି।”</verse>
				<verse number="25">ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ନିର୍ବୋଧ, ଭାବବାଦୀମାନେ ଯାହା କହି ଯାଇଛନ୍ତି, ସେଥିରେ ବିଶ୍ୱାସ କରିବା ପାଇଁ ତୁମେ କେଡ଼େ ଅପ୍ରସ୍ତୁତ।</verse>
				<verse number="26">ଏସବୁ ଦୁଃଖ ଭୋଗ ପରେ ତାଙ୍କର ଗୌରବରେ ପ୍ରବେଶ କରିବା କ’ଣ ମସୀହଙ୍କର ଆବଶ୍ୟକ ନ ଥିଲା?”</verse>
				<verse number="27">ଯୀଶୁ, ମୋଶଶଙ୍କ ପୁସ୍ତକ ଓ ଅନ୍ୟାନ୍ୟ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଭାବବାଣୀଠାରୁ ଆରମ୍ଭ କରି ସମୁଦାୟ ଧର୍ମଶାସ୍ତ୍ରରେ ତାଙ୍କ ବିଷୟରେ ଯାହା ଯାହା ଉଲ୍ଲେଖ ଥିଲା, ସେସବୁ ସେମାନଙ୍କୁ ବୁଝାଇଦେଲେ।</verse>
				<verse number="28">ଯେଉଁ ଗ୍ରାମକୁ ଯାଉଥିଲେ, ତାହାର ନିକଟବର୍ତ୍ତୀ ହେବାବେଳେ ସେମାନେ ଦେଖିଲେ ଯେ ଯୀଶୁ ଆଗକୁ ଯିବାକୁ ଚାହୁଁଛନ୍ତି।</verse>
				<verse number="29">କିନ୍ତୁ ସେମାନେ ତାଙ୍କୁ ଅଟକାଇ କହିଲେ, “ଦିନ ପ୍ରାୟ ଶେଷ ହେବା ଉପରେ। ଅନ୍ଧାର ହୋଇ ଆସୁଛି, ଆପଣ ଆମ ସହିତ ରହିଯା’ନ୍ତୁ।” ତେଣୁ ସେ ସେମାନଙ୍କ ସହିତ ରହିବା ପାଇଁ ଭିତରକୁ ଗଲେ।</verse>
				<verse number="30">ସେମାନଙ୍କ ସହିତ ସେ ଭୋଜନରେ ବସିଲେ, ରୋଟୀ ନେଇ ଆଶୀର୍ବାଦ କଲେ ଓ ତାକୁ ଭାଙ୍ଗି ସେମାନଙ୍କୁ ଦେଲେ।</verse>
				<verse number="31">ତା’ପରେ ସେମାନଙ୍କ ଆଖି ଖୋଲିଗଲା ଓ ସେମାନେ ତାଙ୍କୁ ଚିହ୍ନି ପାରିଲେ, କିନ୍ତୁ ସେ ସେହିକ୍ଷଣି ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।</verse>
				<verse number="32">ସେମାନେ ପରସ୍ପରକୁ କହିଲେ, “ପଥ ମଧ୍ୟରେ ସେ ଆମ ସହିତ କଥାବାର୍ତ୍ତା କରୁଥିବା ସମୟରେ ଓ ଧର୍ମଶାସ୍ତ୍ର ବୁଝାଉଥିବା ସମୟରେ ଆମ ମନରେ ନିଆଁ ଜଳିବା ପରି ଆମେ ଅନୁଭବ କରୁ ନ ଥିଲୁ କି?”</verse>
				<verse number="33">ସେମାନେ ସଙ୍ଗେ ସଙ୍ଗେ ଉଠି ଯିରୁଶାଲମକୁ ଫେରିଗଲେ। ସେଠାରେ ସେମାନେ ଦେଖିଲେ, ଏଗାର ଜଣ ଶିଷ୍ୟ ଓ ଅନ୍ୟମାନେ ଏକତ୍ର ହୋଇ କୁହାକୁହି ହେଉଛନ୍ତି,</verse>
				<verse number="34">“ପ୍ରକୃତରେ ପ୍ରଭୁ ମୃତ୍ୟୁରୁ ଉଠିଛନ୍ତି। ସେ ଶିମୋନକୁ ଦର୍ଶନ ଦେଇଛନ୍ତି!”</verse>
				<verse number="35">ସେହି ଦୁଇ ଜଣ ପଥ ମଧ୍ୟରେ ଯାହା ସବୁ ଘଟିଥିଲା ଏବଂ ରୋଟୀ ଭାଙ୍ଗିବା ସମୟରେ ସେମାନେ କିପରି ତାଙ୍କୁ ଚିହ୍ନିଥିଲେ, ଏ କଥା ବର୍ଣ୍ଣନା କରି କହିଲେ।</verse>
				<verse number="36">ସେହି ଦୁଇ ଜଣ ସେମାନଙ୍କୁ ଏ କଥା କହୁଥିବା ସମୟରେ, ହଠାତ୍ ପ୍ରଭୁ ନିଜେ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”</verse>
				<verse number="37">ସେମାନେ ଭୂତ ଦେଖୁଛନ୍ତି ଭାବି ଭୟଭୀତ ହେଲେ।</verse>
				<verse number="38">କିନ୍ତୁ ସେ ସେମାନଙ୍କୁ କହିଲେ, “କାହିଁକି ଡ଼ରୁଛ? କାହିଁକି ତୁମ ମନରେ ଏସବୁ ସନ୍ଦେହ ହେଉଛି?</verse>
				<verse number="39">ମୋର ହାତ ଓ ପାଦ ସବୁ ଦେଖ, ଏ ଯେ ସ୍ୱୟଂ ମୁଁ। ମୋତେ ଛୁଅଁ। ଦେଖ, ମୋର ଯେପରି ମାଂସ ଓ ଅସ୍ଥି ଅଛି, ଭୂତର ସେପରି ନ ଥାଏ।”</verse>
				<verse number="40">ଏହା କହି ସେ ସେମାନଙ୍କୁ ତାଙ୍କ ହାତ ଓ ପାଦ ସବୁ ଦେଖାଇଲେ।</verse>
				<verse number="41">ସେମାନେ ଆନନ୍ଦରେ ଅଧୀର ହୋଇଗଲେ, ତଥାପି ବିଶ୍ୱାସ କରି ପାରିଲେ ନାହିଁ। ତେଣୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ ପାଖରେ କିଛି ଖାଦ୍ୟ ଅଛି କି?”</verse>
				<verse number="42">ସେମାନେ ତାଙ୍କୁ ଖଣ୍ଡେ ଭଜା ମାଛ ଦେଲେ।</verse>
				<verse number="43">ସେ ତା’ ନେଇ ସେମାନଙ୍କ ଉପସ୍ଥିତିରେ ଖାଇଲେ।</verse>
				<verse number="44">ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”</verse>
				<verse number="45">ତା’ପରେ ଧର୍ମଶାସ୍ତ୍ରର ଅର୍ଥ ବୁଝିବା ପାଇଁ ସେ ସେମାନଙ୍କ ମନକୁ ଉନ୍ମୁକ୍ତ କଲେ</verse>
				<verse number="46">ଓ ସେମାନଙ୍କୁ କହିଲେ: “ଏହି କଥା ହିଁ ତ ଲେଖା ଯାଇଛି - ମସୀହ ଦୁଃଖ ଭୋଗ କରିବେ ଓ ତିନି ଦିନ ପରେ ମୃତ୍ୟୁରୁ ଉତ୍ଥିତ ହେବେ</verse>
				<verse number="47">ଏବଂ ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିମାନଙ୍କ ନିକଟରେ ତାଙ୍କ ନାମରେ ଅନୁତାପ ଓ ପାପକ୍ଷମାର ବାର୍ତ୍ତା ପ୍ରଚାରିତ ହେବ।</verse>
				<verse number="48">ତୁମ୍ଭେମାନେ ଏସବୁ ବିଷୟର ସାକ୍ଷୀ ଅଟ।</verse>
				<verse number="49">ଆଉ ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି, ମୁଁ ନିଜେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇବି, କିନ୍ତୁ ଉଦ୍ଧ୍ୱର୍ରୁ ସେହି ଶକ୍ତି ଆସିବା ପର୍ଯ୍ୟନ୍ତ ଏହି ନଗରରେ ତୁମ୍ଭେମାନେ ଅପେକ୍ଷା କରି ରୁହ।”</verse>
				<verse number="50">ତା’ପରେ ସେ ସେମାନଙ୍କୁ ବେଥାନୀ ପର୍ଯ୍ୟନ୍ତ ନେଇଗଲେ। ସେଠାରେ ସେ ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ।</verse>
				<verse number="51">ତା’ପରେ ସେ ସେମାନଙ୍କଠାରୁ ବିଦାୟ ନେଲେ ଏବଂ ସ୍ୱର୍ଗକୁ ଉତ୍ତୋଳିତ ହେଲେ।</verse>
				<verse number="52">ସେମାନେ ତାଙ୍କର ଆରାଧନା କରି ମହାଆନନ୍ଦରେ</verse>
				<verse number="53">ଯିରୂଶାଲମକୁ ଫେରିଗଲେ ଏବଂ ଅଧିକାଂଶ ସମୟ ମନ୍ଦିରରେ ଈଶ୍ୱରଙ୍କ ସ୍ତୁତି ବନ୍ଦନା କରି ସମୟ ଅତିବାହିତ କଲେ।</verse>
			</chapter>
		</book>
		<book number="43">
			<chapter number="1">
				<verse number="1">ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ। ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ। ସେ ଓ ଈଶ୍ୱର ଏକ ଥିଲେ।</verse>
				<verse number="2">ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ।</verse>
				<verse number="3">ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।</verse>
				<verse number="4">ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି।</verse>
				<verse number="5">ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ।</verse>
				<verse number="6">ଏହି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରେରଣ କରିଥିଲେ।</verse>
				<verse number="7">ସମଗ୍ର ମାନବ ଜାତି ଏହି ସମ୍ବାଦ ଶୁଣି ଯେପରି ବିଶ୍ୱାସ କରିବେ, ସେଥିପାଇଁ ଯୋହନ ଆସିଥିଲେ।</verse>
				<verse number="8">ଯୋହନ ନିଜେ ସେହି ଜ୍ୟୋତି ନ ଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଆସିଥିଲେ।</verse>
				<verse number="9">ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ- ତାହା ହିଁ ପ୍ରକୃତ ଜ୍ୟୋତି।</verse>
				<verse number="10">ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ।</verse>
				<verse number="11">ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ।</verse>
				<verse number="12">କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।</verse>
				<verse number="13">ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।</verse>
				<verse number="14">ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।</verse>
				<verse number="15">ତାଙ୍କ ସମ୍ପର୍କରେ ସାକ୍ଷ୍ୟ ଦେଇ ଯୋହନ ଉଚ୍ଚ ସ୍ୱରରେ କହିଲେ: “ଏହାଙ୍କ ବିଷୟରେ ମୁଁ କହୁଥିଲି, “ମୋ’ଠାରୁ ମହାନ୍, କାରଣ ମୋର ଜନ୍ମ ପୂର୍ବରୁ ତାଙ୍କର ସ୍ମୃତି ଅଛି’।”</verse>
				<verse number="16">ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ।</verse>
				<verse number="17">ଈଶ୍ୱର ମୋଶାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି।</verse>
				<verse number="18">କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।</verse>
				<verse number="19">ଯିରୂଶାଲମର ଇହୁଦୀ କର୍ତ୍ତୃପକ୍ଷ କେତେ ଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଢ଼ଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, “ଆପର କିଏ?”</verse>
				<verse number="20">ଏ କଥାର ଉତ୍ତର ଦେବାକୁ ଦ୍ୱିଧା ନ କରି ଯୋହନ ସ୍ପଷ୍ଟ ଭାବରେ ଜଣାଇଦେଲେ, “ମୁଁ ମସୀହ ନୁହେଁ।”</verse>
				<verse number="21">ସେମାନେ ପୁଣି ତାଙ୍କୁ ପ୍ରଶ୍ନ କଲେ, “ତେବେ ଆପଣ କିଏ? ଆପଣ କ’ଣ ଏଲୀୟ?” ଯୋହନ ‘ନାହିଁ’ କରିବାରୁ ସେମାନେ ଆଉ ଥରେ ପଚାରିଲେ, “ଆମେ ଯେଉଁ ଭାବବାଦୀଙ୍କୁ ପ୍ରତୀକ୍ଷା କରୁଛୁ, ଆପଣ କ’ଣ ସେହି?”</verse>
				<verse number="22">ଯୋହନ ଏକଥା ମଧ୍ୟ ଅସ୍ୱୀକାର କରିଦେଲେ। ଏଥର ସେମାନେ ପୁଣି ପଚାରିଲେ, “ଆପଣ କିଏ କୁହନ୍ତୁ। କାରଣ ଆମେ ଫେରିଯାଇ ଆମକୁ ଯେଉଁମାନେ ପଠାଇଛନ୍ତି, ସେମାନଙ୍କୁ ଏ କଥାର ଉତ୍ତର ଦେବାକୁ ପଡ଼ିବ। ଆପଣ ନିଜର କି ପରିଚୟ ଦେଉଛନ୍ତି?”</verse>
				<verse number="23">ଯୋହନ ଭାବବାଦୀ ଯିଶାଇୟଙ୍କ ଉକ୍ତ ଉଦ୍ଧାର କରି କହିଲେ, “ମରୁ ପ୍ରାନ୍ତରରେ ଚିକ୍ରାର କରୁଥିବା ମୁଁ ଗୋଟିଏ କଣ୍ଠ ସ୍ୱର। ମୁଁ କହେ, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର’।</verse>
				<verse number="24">ଫାରୁଶୀମାନଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ଯୋହନଙ୍କୁ ପଚାରିଲେ,</verse>
				<verse number="25">“ଆପଣ ଯଦି ମସୀହ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତେବେ କାହିଁକି ଜଳଦୀକ୍ଷା ଦେଉଛନ୍ତି?”</verse>
				<verse number="26">ଯୋହନ ଉତ୍ତର ଦେଲେ: “ମୁଁ କେବଳ ଜଳଦୀକ୍ଷା ଦେଉଛି। କିନ୍ତୁ ତୁମ ମଧ୍ୟରେ ଏବେ ଜଣେ ବ୍ୟକ୍ତି ବିଦ୍ୟମାନ, ଯାହାଙ୍କୁ ତୁମେ ଚିହ୍ନ ନାହିଁ।</verse>
				<verse number="27">ସେ ମୋ’ ପରେ ଆସୁଛନ୍ତି। ତାଙ୍କ ପାଦୁକାର ବନ୍ଧନ ଖୋଲି ଦେବାକୁ ମଧ୍ୟ ମୁଁ ଅଯୋଗ୍ୟ।”</verse>
				<verse number="28">ଯୋହନ ଜଳଦୀକ୍ଷା ଦେଉଥିବା ଯର୍ଦ୍ଦନ ନଦୀର ପୂର୍ବପାଶ୍ୱର୍ସ୍ଥ ବେଥନୀରେ ଏହିସବୁ ଘଟଣା ଘଟିଗଲା।</verse>
				<verse number="29">ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।</verse>
				<verse number="30">କେବଳ ଏହାଙ୍କୁ ଲକ୍ଷ୍ୟ କରି ମୁଁ କହିଥିଲି, “ସେ ମୋ’ଠାରୁ ମହାନ୍, କାରଣ ତାଙ୍କର ସ୍ଥିତି ମୋର ଜନ୍ମ ପୂର୍ବରୁ ଅଛି।</verse>
				<verse number="31">ତାଙ୍କୁ ପୂର୍ବରୁ ମୁଁ ଜାଣି ନ ଥିଲି। କିନ୍ତୁ ଇଶ୍ରାୟେଲ ଜାତି ସହିତ ତାଙ୍କୁ ପରିଚିତ କରାଇ ଦେବା ପାଇଁ ମୁଁ ଏହି ଜଳଦୀକ୍ଷା ଦେଉଛି।”</verse>
				<verse number="32">ଯୋହନ ସାକ୍ଷ୍ୟ ଦେଇ କହିଲେ: “କପୋତ ରୂପରେ ପରମାତ୍ମା ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କ ଉପରେ ଅଧିଷ୍ଠାନ କରିବା ମୁଁ ଦେଖିଲି।</verse>
				<verse number="33">ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣି ନ ଥିଲି, କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ‘ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରି ଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ରଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି।</verse>
				<verse number="34">ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”</verse>
				<verse number="35">ତା’ ପରଦିନ ଯୋହନ ତାଙ୍କର ଦୁଇ ଜଣ ଶିଷ୍ୟଙ୍କ ସହିତ ସେହିଠାରେ ଠିଆ ହୋଇଥିବା ବେଳେ,</verse>
				<verse number="36">ସେହି ବାଟେ ଯୀଶୁ ଚାଲି ଯାଉଥିବା ଦେଖି ଯୋହନ କହିଲେ: “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ।”</verse>
				<verse number="37">ଏହା ଶୁଣି ସେହି ଦୁଇ ଶିଷ୍ୟ ଯୀଶୁଙ୍କୁ ଅନୁସରଣ କଲେ।</verse>
				<verse number="38">ଯୀଶୁ ବୁଲିପଡ଼ି ସେମାନଙ୍କୁ ଦେଖି ପଚାରିଲେ, “ତୁମ୍ଭେମାନେ କ’ଣ ଖୋଜୁଛ?” ସେମାନେ କହିଲେ, “ରାବି (ଅର୍ଥାତ୍ ଗୁରୁ), ଆପଣ କେଉଁଠି ରହୁଛନ୍ତି?”</verse>
				<verse number="39">ଯୀଶୁ ଉତ୍ତର ଦେଲେ, “ଆସ ଦେଖିବ।” (ସେତେବେଳେ ଅପରାହ୍ନ ପ୍ରାୟ ଚାରିଟା ବେଳ) ସେହି ଶିଷ୍ୟମାନେ ଯୀଶୁଙ୍କ ସହିତ ଯାଇ ତାଙ୍କ ବାସସ୍ଥାନ ଦେଖିଲେ ଓ ସେହି ଦିନର ଅବଶିଷ୍ଟ ସମୟ ତାଙ୍କ ସହିତ ଅତିବାହିତ କଲେ।</verse>
				<verse number="40">ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ।</verse>
				<verse number="41">ହଠାତ୍ ଆନ୍ଦ୍ରିୟ ତାଙ୍କ ଭାଇ ଶିମୋନଙ୍କ ଦେଖାପାଇ କହିଲେ, “ଆମେ ମସୀହଙ୍କ ଦେଖାପାଇଛୁ।” (‘ମସୀହ’ର ଅର୍ଥ ଖ୍ରୀଷ୍ଟ)</verse>
				<verse number="42">ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ନେଇଗଲେ। ଯୀଶୁ ଶିମୋନଙ୍କୁ ଚାହିଁ କହିଲେ: “ତୁମେ ଯୋହନଙ୍କ ପୁତ୍ର ଶିମୋନ, କିନ୍ତୁ ତୁମେ କେମ୍ପା ନାମରେ ଖାଦ୍ୟ ହେବ।” (କେମ୍ପା ଶବ୍ଦର ଅର୍ଥ ପିତର ବା “ପତର”)</verse>
				<verse number="43">ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଲେ। ବାଟରେ ଫିଲିପ୍ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, “ମୋ’ ସଙ୍ଗରେ ଆସ।” (</verse>
				<verse number="44">ଫିଲିପ୍ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ବାସସ୍ଥାନ ବେଥ୍ସାଇଦାରେ ରହୁଥିଲେ।)</verse>
				<verse number="45">ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”</verse>
				<verse number="46">ନିଥ୍ନିୟେଲ ପ୍ରଶ୍ନ କଲେ, “ନାଜରିତରୁ କ’ଣ କୌଣସି ଉକ୍ରୃଷ୍ଟ ବିଷୟ ବାହାରିପାରେ?” ଫିଲିପ୍ ଉତ୍ତର ଦେଲେ, “ଆସି ଦେଖ।”</verse>
				<verse number="47">ଯୀଶୁ ନିଥ୍‌ନିୟେଲଙ୍କୁ ଆସୁଥିବା ଦେଖି କହିଲେ, “ଏ ଜଣେ ପ୍ରକୃତ ଇଶ୍ରାୟେଲୀୟ। ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ।”</verse>
				<verse number="48">ନିଥ୍‌ନିୟେଲ ପଚାରିଲେ, “ମୋତେ ଆପଣ କିପରି ଜାଣିଲେ?” ଯୀଶୁ ଉତ୍ତର ଦେଲେ: “ଫିଲିପ୍ ତୁମକୁ ଡାକିବା ପୂର୍ବରୁ ତୁମେ ଡିମିରି ଗଛ ତଳେ ଥିବାବେଳେ ମୁଁ ତୁମକୁ ଦେଖିଛି।”</verse>
				<verse number="49">ନିଥ୍ନିୟେଲ କହିଲେ, “ଗୁରୁ ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର, ଆପଣ ଇଶ୍ରାୟେଲର ରାଜା।”</verse>
				<verse number="50">ଯୀଶୁ କହିଲେ: “ଡିମିରି ଗଛ ତଳେ ତୁମକୁ ଦେଖିଥିଲି ବୋଲି କହିବାରୁ ତୁମର କ’ଣ ମୋ’ଠାରେ ବିଶ୍ୱାସ ହୋଇଛି! ଏହାଠାରୁ ଆହୁରି ଚମକ୍ରାର ବିଷୟ ସବୁ ତୁମେ ଦେଖିବ।”</verse>
				<verse number="51">ଯୀଶୁ ପୁଣି କହିଲେ: “ତୁମେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବା ଦେଖିବ। ପୁଣି ଈଶ୍ୱରଙ୍କ ଦୂତମାନେ ମନୁଷ୍ୟପୁତ୍ରଙ୍କ ଉପରେ ଅବତରଣ ଓ ଆରୋହଣ କରିବା ମଧ୍ୟ ଦେଖିବ।”</verse>
			</chapter>
			<chapter number="2">
				<verse number="1">ଏହାର ଦୁଇ ଦିନ ପରେ ଗାଲିଲୀ ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା’ ସେଠାରେ ଉପସ୍ଥିତ ଥିଲେ।</verse>
				<verse number="2">ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହେଇ ସେଠାକୁ ଯାଇଥିଲେ।</verse>
				<verse number="3">ଭୋଜି ଶେଷ ନ ହେବା ପୂର୍ବରୁ ଦ୍ରାକ୍ଷାରସ ସରିଯିବାରୁ ତାଙ୍କ ମା’ ଯୀଶୁଙ୍କୁ କହିଲେ, “ସେମାନଙ୍କ ପାଖରେ ଆଉ ଟିକିଏ ହେଲେ ଦ୍ରାକ୍ଷାରସ ନାହିଁ।”</verse>
				<verse number="4">ଯୀଶୁ ଉତ୍ତର ଦେଲେ: “ମୋତେ କ’ଣ କରିବାକୁ ହେବ, ତୁମେ କହିବା ଦରକାର ନାହିଁ। ମୋର ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ।”</verse>
				<verse number="5">ଯୀଶୁଙ୍କ ମା’ ପରିଚାରକମାନଙ୍କୁ କହିଲେ, “ସେ ଯାହା କହିବେ, ତାହା କର।”</verse>
				<verse number="6">ଇହୁଦୀମାନଙ୍କର ଶାସ୍ତ୍ରୀୟ ରୀତି ଅନୁଯାୟୀ ଅଙ୍ଗ ପ୍ରକ୍ଷାଳନ କରି ଶୁଚି ହେବା ପାଇଁ ସେଠାରେ ପ୍ରସ୍ତର ନିର୍ମିତ ଛଅଟି ବଡ଼ ବଡ଼ ପାଣିକୁଣ୍ଡ ଥିଲା। ପ୍ରତ୍ୟେକଟି କୁଣ୍ଡରେ ପ୍ରାୟ ଏକ ଶହ ଲିଟର ପାଣି ଧରି ପାରିବ।</verse>
				<verse number="7">ଯୀଶୁ ପରିଚାରକମାନଙ୍କୁ କହିଲେ, “ଏହି କୁଣ୍ଡଗୁଡ଼ିକରେ ପାଣି ଭର୍ତ୍ତି କର।” କୁଣ୍ଡସବୁ ପୂର୍ଣ୍ଣ ହେବ ପରେ</verse>
				<verse number="8">ଯୀଶୁ ସେମାନଙ୍କୁ କହିଲେ: “ଏଥିରୁ କିଛି ନେଇ ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦିଅ।” ସେମାନେ ତାହା କଲେ।</verse>
				<verse number="9">ସେତେବେଳେ ସେହି ଜଳସବୁ ଦ୍ରାକ୍ଷାରସରେ ପରିଣତ ହୋଇଥିଲା। ପରିଚାରକମାନେ ଜାଣିଥିଲେ, ଏହି ଦ୍ରାକ୍ଷାରସ କେଉଁଠୁ ଆସିଛି। ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତି ତାହା ଚାଖିଲେ ଓ ତାହା କେଉଁଠୁ ଆସିଛି ଜାଣି ନ ଥିବାରୁ ବରକୁ ପଚାରିଲେ,</verse>
				<verse number="10">“ସମସ୍ତେ ସବୁଠୁ ଉକ୍ରୃଷ୍ଟ ଦ୍ରାକ୍ଷାରସ ପ୍ରଥମେ ପରିବେଷଣ କରନ୍ତି ଏବଂ ଅତିଥିମାନେ ତାହା ପାନ କରି ପରିତୃପ୍ତ ହେବା ପରେ ସାଧାରଣ ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମେ ସବୁଠାରୁ ଭଲ ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ରଖିଛ!”</verse>
				<verse number="11">ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।</verse>
				<verse number="12">ଏହାପରେ ଯୀଶୁ, ତାଙ୍କ ମା’, ଭାଇମାନେ ଓ ଶିଷ୍ୟମାନେ କପର୍ନାହୂମକୁ ଯାଇ ସେଠାରେ କିଛିଦିନ ରହିଲେ।</verse>
				<verse number="13">ଇହୁଦୀମାନଙ୍କର ନିସ୍ତାର ପର୍ବ ଅତି ନିକଟ ହୋଇ ଆସିଲା। ତେଣୁ ଯୀଶୁ ଯିରୂଶଶଲମକୁ ଗଲେ।</verse>
				<verse number="14">ସେଠାରେ ସେ ଦେଖିଲେ, ମନ୍ଦିର ଭିତରେ ଲୋକେ ଗୋରୁଗାଈ, ମେଣ୍ଢା ଓ ପାରା ବ୍ୟବସାୟ କରୁଛନ୍ତି ଓ ମୁଦ୍ରା ବିନିମୟକାରୀମାନେ ମେଜ ଉପରେ ସେମାନଙ୍କ ମୁଦ୍ରାସବୁ ସଜାଇ ବସିଛନ୍ତି।</verse>
				<verse number="15">ଯୀଶୁ ଦଉଡ଼ି ବଳି ଗୋଟିଏ ଚାବୁକ ତିଆରି କଲେ ଏବଂ ଗୋରୁ, ମେଣ୍ଢାମାନଙ୍କୁ ମନ୍ଦିରରୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜସବୁ ଓଲଟାଇ ଦେଇ ମୁଦ୍ରାଗୁଡ଼ିକୁ ତଳେ ବିଞ୍ଚି ଦେଲେ।</verse>
				<verse number="16">ପାରା ବିକ୍ରେତାମାନଙ୍କୁ ଆଦେଶ ଦେଲେ, “ଏସବୁ ଏଠାରୁ ବାହାର କର। ମୋ’ ପିତାଙ୍କ ଗୃହକୁ ହାଟ ବଜାରରେ ପରିଣତ କର ନାହିଁ।”</verse>
				<verse number="17">ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, “ତୁମ ଗୃହ ପ୍ରତି ମୋର ଭକ୍ତି ମୋ’ ଭିତରେ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଛି।”</verse>
				<verse number="18">ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ପ୍ରଶ୍ନ କଲେ, “ଏଭଳି କାର୍ଯ୍ୟ କରିବା ପାଇଁ ତୁମର ଅଧିକାର ଅଛି ବୋଲି ତୁମେ କି ଅଲୌକିକ କାର୍ଯ୍ୟ ଦ୍ୱାରା ପ୍ରମାଣ ଦେଇ ପାରିବ?”</verse>
				<verse number="19">ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ଭାଙ୍ଗି ଦେଲେ, ତିନି ଦିନରେ ମୁଁ ତାକୁ ପୁଣି ତୋଳି ଦେବି।”</verse>
				<verse number="20">ସେମାନେ କହିଲେ, “କ’ଣ ତିନି ଦିନ ଭିତରେ ତୁମେ ତାକୁ ତିଆରି କରିଦେଇ ପାରିବ? ଏହାକୁ ତିଆରି କରିବା ପାଇଁ ଯେ ଛୟାଳିଶ ବର୍ଷ ଲାଗିଥିଲା।”</verse>
				<verse number="21">କିନ୍ତୁ ଯୀଶୁ ତାଙ୍କ ନିଜର ଶରୀରରୂପ ମନ୍ଦିରକୁ ଲକ୍ଷ୍ୟ କରି ଏକଥା କହିଥିଲେ।</verse>
				<verse number="22">ତାଙ୍କ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କର ମନେ ପଡ଼ିଲା ଯେ ସେ ଏହା କହିଥିଲେ। ତେଣୁ ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥାରେ ବିଶ୍ୱାସ କଲେ।</verse>
				<verse number="23">ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।</verse>
				<verse number="24">କିନ୍ତୁ ଯୀଶୁ ସେମାନଙ୍କ ଉପରେ ଆସ୍ଥା ରଖିପାରିଲେ ନାହିଁ, କାରଣ ସେ ସେମାନଙ୍କୁ ଭଲଭାବେ ଜାଣିଥିଲେ।</verse>
				<verse number="25">ସେମାନଙ୍କ ବିଷୟରେ ତାଙ୍କୁ କେହି କିଛି କହିବା ଆବଶ୍ୟକ ନ ଥିଲା, କାରଣ ଯୀଶୁ ସେମାନଙ୍କ ଅନ୍ତରର କଥା ଜାଣିପାରୁଥିଲେ।</verse>
			</chapter>
			<chapter number="3">
				<verse number="1">ଫାରୁଶୀମାନଙ୍କ ମଧ୍ୟରେ ନିକଦୀମ ନାମକ ଜଣେ ଇହୁଦୀ ନେତା ଥିଲେ।</verse>
				<verse number="2">ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, “ରାବି, ଆମେ ଜାଣୁ, ଆପଣ ଈଶ୍ୱର ପ୍ରେରିତ ଗୁରୁ। ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି, ଈଶ୍ୱରଙ୍କ ସହାୟତା ବିନା ତାହା କେହି କରି ପାରିବେ ନାହିଁ।”</verse>
				<verse number="3">ଯୀଶୁ ତାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।”</verse>
				<verse number="4">ନିକଦୀମ ପଚାରିଲେ, “ଜଣେ ବୟଃପ୍ରାପ୍ତ ବ୍ୟକ୍ତି ଆଉ ଥରେ କିପରି ଜନ୍ମ ଗ୍ରହଣ କରିପାରିବ? ମାତୃ ଗର୍ଭରେ ପ୍ରବେଶ କରି ସେ କ’ଣ ଦ୍ୱିତୀୟ ଥର ଜନମ ହୋଇ ପାରିବ?”</verse>
				<verse number="5">ଯୀଶୁ କହିଲେ: “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ଜଳ ଓ ଆତ୍ମାରୁ ଆଉ ଥରେ ଜନ୍ମ ନ ହେଲେ, କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ।</verse>
				<verse number="6">ଶରୀରରୁ ଯାହା ଜାତ, ତାହା ଶାରୀରିକ। ଆତ୍ମାରୁ ଯାହା ଜାତ, ତାହା ଆତ୍ମିକ।</verse>
				<verse number="7">ସମସ୍ତଙ୍କୁ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ବୋଲି ମୁଁ ଯାହା କହୁଛି, ଏଥିରେ ବିସ୍ମିତ ହୁଅ ନାହିଁ।</verse>
				<verse number="8">ପବନ ଯେଉଁ ଆଡ଼େ ଇଚ୍ଛା ସେହି ଆଡ଼େ ବହେ। ତୁମେ କେବଳ ତା’ର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁ ଆଡ଼କୁ ଗତି କରୁଛି, କହି ପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି।</verse>
				<verse number="9">ନିକଦୀମ ପଚାରିଲେ, “ତାହା କିପରି ସମ୍ଭବ?”</verse>
				<verse number="10">ଯୀଶୁ ତାଙ୍କୁ କହିଲେ: “ତୁମେ ଇଶ୍ରାୟେଲର ଜଣେ ଗୁରୁ ହୋଇଏ ଏକଥା ଜାଣି ନାହଁ?</verse>
				<verse number="11">ସତ୍ୟ ସତ୍ୟ ମୁଁ କହୁଅଛି, ଆମେ ଯାହା ଜାଣୁ, ତାହା କହୁ, ଯାହା ଦେଖିଛୁ, ତା’ର ସାକ୍ଷ୍ୟ ଦେଉ; ତଥାପି ତୁମେ କେହି ବିଶ୍ୱାସ କରୁ ନାହିଁ।</verse>
				<verse number="12">ମୁଁ ପାର୍ଥିବ ବିଷୟ କହିବା ବେଳେ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ସ୍ୱଗୀୟ କଥା କହିଲେ କିପରି ବିଶ୍ୱାସ କରିବ?</verse>
				<verse number="13">ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।”</verse>
				<verse number="14">ମୋଶା ମରୁପ୍ରାନ୍ତରରେ ଯେପରି ଗୋଟିଏ ଧାତୁନିର୍ମିତ ସର୍ପକୁ ଉପରକୁ ଉଠାଇଥିଲେ, ମନୁଷ୍ୟପୁତ୍ର ସେପରି ଊଦ୍ଧ୍ୱର୍କୁ ଉଠାଯିବେ।</verse>
				<verse number="15">ତାହାହେଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ସେ ଅନନ୍ତ ଜୀବନ ପାଇବ।</verse>
				<verse number="16">ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।</verse>
				<verse number="17">ଈଶ୍ୱର ତାଙ୍କ ପୁତ୍ରଙ୍କୁ ଜଗତର ବିଚାରକର୍ତ୍ତା ରୂପେ ପଠାଇ ନାହାନ୍ତି, କିନ୍ତୁ ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ପଠାଇଛନ୍ତି।</verse>
				<verse number="18">ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି।</verse>
				<verse number="19">ସେହି ବିଚାର ଏହିପରି ହୁଏ। ଜଗତରେ ଆଲୋକ ପ୍ରକାଶ ପାଇଛି, କିନ୍ତୁ ଲୋକେ ଆଲୋକ ଅପେକ୍ଷା ଅନ୍ଧକାରକୁ ପସନ୍ଦ କରିଛନ୍ତି; କାରଣ ସେମାନଙ୍କ କାର୍ଯ୍ୟ ସକଳ ଅସ୍।</verse>
				<verse number="20">ଦୁଷ୍କର୍ମକାରୀ ଆଲୋକକୁ ଘୃଣା କରେ। ତା’ର ଦୁଷ୍କର୍ମଗୁଡ଼ିକ ପ୍ରକାଶ ପାଇଯିବା ଭୟରେ ସେ ଅଲୋକକୁ ଆସେ ନାହିଁ।</verse>
				<verse number="21">ଯାହା କର୍ମ ସତ୍, ସେ ଆଲୋକକୁ ଆସିବା ପାଇଁ ଇଚ୍ଛା କରେ; କାରଣ ତା’ କାର୍ଯ୍ୟରେ ସେ ଯେ ଈଶ୍ୱରଙ୍କ ଆଜ୍ଞାଧୀନ, ଏ କଥା ସେ ଆଲୋକରେ ପ୍ରକାଶ କରିବାକୁ ଚାହେଁ।</verse>
				<verse number="22">ଏହା ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ଯିହୁଦା ପ୍ରଦେଶକୁ ଯାଇ ସେଠାରେ କିଛି ଦିନ ଅତିବାହିତ କଲେ। ସେଠାରେ ସେ ଜଳଦୀକ୍ଷା ଦେଲେ।</verse>
				<verse number="23">ସେତେବେଳେ ଶାଲିମ୍ର ଅଦୂରବର୍ତ୍ତୀ ଏନୋନରେ ଯୋହନ ମଧ୍ୟ ଜଳଦୀକ୍ଷା ଦେଉଥିଲେ, କାରଣ ସେଠାରେ ଯଥେଷ୍ଟ ଜଳ ଥିଲା ଓ ଜଳଦୀକ୍ଷା ନେବା ପାଇଁ ସେଠାକୁ ଅନେକ ଲୋକ ଆସୁଥିଲେ। (</verse>
				<verse number="24">ସେ ପର୍ଯ୍ୟନ୍ତ ଯୋହନ କାରାରୁଦ୍ଧ ହୋଇ ନ ଥିଲେ।)</verse>
				<verse number="25">ଦିନେ ଶାସ୍ତ୍ରୀୟ ବିଧି ଅନୁଯାୟୀ ଶୁଚି ହେବା ବିଷୟରେ ଯୋହନଙ୍କ ଶିଷ୍ୟମାନେ ଜଣେ ଇହୁଦୀ ଲୋକ ସହିତ ତର୍କ କରୁଥିଲେ।</verse>
				<verse number="26">ସେମାନେ ଯୋହନଙ୍କୁ କହିଲେ, “ଗୁରୁ, ଆପଣଙ୍କ ମନେ ଥିବ, ଯର୍ଦ୍ଦନ ନଦୀର ପୂର୍ବ ପଟେ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଠିଆ ହୋଇଥିଲେ। ତାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଉଥିଲେ। ସେ ଏବେ ନିଜେ ଜଳଦୀକ୍ଷା ଦେଉଛନ୍ତି ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”</verse>
				<verse number="27">ଯୋହନ ଉତ୍ତର ଦେଲେ: “ଈଶ୍ୱର ନ ଦେଲେ, ମନୁଷ୍ୟ କିଛି ପାଏ ନାହିଁ।</verse>
				<verse number="28">ମୁଁ କହିଥିଲି, ‘ମୁଁ ମସୀହ ନୁହେଁ। ମୁଁ କେବଳ ତାଙ୍କର ଅଗ୍ରଦୂତ ସ୍ୱରୂପେ ପ୍ରେରିତ ହୋଇଛି।’</verse>
				<verse number="29">ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି।</verse>
				<verse number="30">ତାଙ୍କର ପ୍ରାଧାନ୍ୟ ବଢ଼ିବ, କିନ୍ତୁ ମୋର ଗୁରୁତ୍ୱ ହ୍ରାସ ପାଇବ।”</verse>
				<verse number="31">ଯେ ସ୍ୱର୍ଗରୁ ଆଗତ, ସେ ସମସ୍ତଙ୍କଠାରୁ ମହାନ୍। ପୃଥିବୀରୁ ଯେ ଜାତ, ସେ ପାର୍ଥିବ; ସେ କେବଳ ପାର୍ଥିବ ବିଷୟ କହିଥାଏ। କିନ୍ତୁ ଯେ ସ୍ୱର୍ଗରୁ ଆଗତ, ସେ ସମସ୍ତଙ୍କଠାରୁ ଊଦ୍ଧ୍ୱର୍ରେ।</verse>
				<verse number="32">ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି, ସେହି ବିଷୟ ପ୍ରକାଶ କରୁଛନ୍ତି, କିନ୍ତୁ ତାଙ୍କ ବାର୍ତ୍ତା କେହି ଗ୍ରହଣ କରୁ ନାହାନ୍ତି।</verse>
				<verse number="33">ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ, ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ।</verse>
				<verse number="34">ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।</verse>
				<verse number="35">ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି।</verse>
				<verse number="36">ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।</verse>
			</chapter>
			<chapter number="4">
				<verse number="1">ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ଦୀକ୍ଷାଦାତା ଯୋହନଙ୍କ ଅପେକ୍ଷା ଅଧିକ ଲୋକଙ୍କୁ ଶିଷ୍ୟ କରି ସେମାନଙ୍କୁ ଜଳଦୀକ୍ଷା ଦେଉଛନ୍ତି।</verse>
				<verse number="2">(ପ୍ରକୃତ ପକ୍ଷେ, ଯୀଶୁ ନିଜେ କାହାକୁ ଜଳଦୀକ୍ଷା ଦେଉ ନ ଥିଲେ; ସେହି ଦୀକ୍ଷା ତାଙ୍କ ଶିଷ୍ୟମାନେ ଦେଉଥିଲେ।)</verse>
				<verse number="3">ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ।</verse>
				<verse number="4">ଗାଲିଲୀକୁ ଯିବା ବାଟରେ ତାଙ୍କୁ ଶମିରୋଣ ଅଞ୍ଚଳ ଦେଇ ଯିବାକୁ ପଡ଼ିଲା ଏବଂ ସୁଖାର୍ ନାମକ ଏକ ଶମିରୋଣୀୟ ସହରରେ ସେ ଆସି ପହଞ୍ôଚଲେ।</verse>
				<verse number="5">ଏହି ସହରର ନିକଟବର୍ତ୍ତୀ ଖଣ୍ଡିଏ ଜମିକୁ ଯାକୁବ ତାଙ୍କ ପୁତ୍ର ଯୋଷେଫଙ୍କୁ ଦାନ କରିଥିଲେ</verse>
				<verse number="6">ଏବଂ ସେଠାରେ “ଯାକୁବଙ୍କ ପୂପ” ନାମକ ଗୋଟିଏ କୂପ ପାଖରେ ଯୀଶୁ ପଥଶ୍ରାନ୍ତ ହୋଇ ବସି ପଡ଼ିଲେ। ସେତେବେଳେ ମଧ୍ୟାହ୍ନ ସମୟ।</verse>
				<verse number="7">ଯୀଶୁ ସେଠାରେ ବସିଥିବା ବେଳେ ଜଣେ ଶମିରୋଣୀୟ ସ୍ତ୍ରୀ ଲୋକ ପାଣି କାଢ଼ିବା ପାଇଁ ସେହି କୂପ ନିକଟକୁ ଆସିଲା। ଯୀଶୁ ତାକୁ କହିଲେ: “ମୋତେ ପଇବାକୁ ଟିକିଏ ପାଣି ଦିଅ।”</verse>
				<verse number="8">ସେହି ସମୟରେ ତାଙ୍କ ଶିଷ୍ୟମାନେ କିଛି ଖାଦ୍ୟ ପଦାର୍ଥ କିଣିବା ପାଇଁ ସହର ଭିତରକୁ ଯାଇଥିଲେ।</verse>
				<verse number="9">ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ଆପଣ ଜଣେ ଇହୁଦୀ, ମୁଁ ଜଣେ ଶମିରୋଣୀୟ। ମୋ’ ହାତରୁ ଆପଣ କିପରି ପାଣି ପିଇବେ?” (ଇହୁଦୀମାନଙ୍କ ପକ୍ଷେ ଶମିରୋଣୀୟମାନେ ଅସ୍ପୃଶ୍ୟ ଥିଲେ।)</verse>
				<verse number="10">ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”</verse>
				<verse number="11">ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ?</verse>
				<verse number="12">ଆମ ପୂର୍ବପୁରୁଷ ଯାକୁବ ଏହି କୂଅ ଖୋଳାଇଥିଲେ। ସେ, ତାଙ୍କ ପୁଅମାନେ ଓ ତାଙ୍କ ପଶୁପଲ ଏଇ କୂଅରୁ ପାଣି ପିଉଥିଲେ। ଆପଣ କଅଣ ଯାକୁବଙ୍କଠାରୁ ମହାନ୍?”</verse>
				<verse number="13">ଯୀଶୁ ଉତ୍ତର ଦେଲେ; “ଏହି କୂପର ଜଳ ଯେ ପାନ କରେ, ସେ ପୁନର୍ବାର ତୃଷିତ ହୁଏ,</verse>
				<verse number="14">କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”</verse>
				<verse number="15">ସ୍ତ୍ରୀ ଲୋକଟି କହିଲା, “ସେହି ଜଳ ମୋତେ ଦିଅନ୍ତୁ ଆଜ୍ଞା! ତାହାହେଲେ ଆଉ କେବେ ମୋତେ ଶୋଷ ହେବ ନାହିଁ; ପାରି କାଢ଼ିବା ପାଇଁ ଏହି କୂଅକୁ ଆଉ ଆସିବାକୁ ପଡ଼ିବ ନାହିଁ।”</verse>
				<verse number="16">ଯୀଶୁ ତାକୁ କହିଲେ: “ଯାଅ, ତୁମ ସ୍ୱାମୀଙ୍କୁ ଡାକି ଆଣ।”</verse>
				<verse number="17">ତା’ର ସ୍ୱାମୀ ନାହିଁ ବୋଲି ସେ କହିବାରୁ ଯୀଶୁ କହିଲେ: “ତୁମର ସ୍ୱାମୀ ନାହାନ୍ତି ବୋଲି କହି ସତ କହିଛ।</verse>
				<verse number="18">ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ, କିନ୍ତୁ ବର୍ତ୍ତମାନ ଯାହା ସହିତ ରହୁଛ, ସେ ତୁମର ସ୍ୱାମୀ ନୁହନ୍ତି।”</verse>
				<verse number="19">ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ମୁଁ ଜାଣିପାରୁଛି, ଆପଣ ଜଣେ ଭାବବାଦୀ।</verse>
				<verse number="20">ଆମ ଶମିରୋଣୀୟ ପୂର୍ବପୁରୁଷମାନେ ଏହି ପର୍ବତ ଉପରେ ଉପାସନା କରି ଆସିଛନ୍ତି; କିନ୍ତୁ ଆପଣଙ୍କର ଇହୁଦୀମାନେ କହୁଛନ୍ତି, ଈଶ୍ୱରଙ୍କୁ ଉପାସନା କରିବାର ଉପଯୁକ୍ତ ସ୍ଥାନ ହେଉଛି ଯିରୂଶାଲମ।”</verse>
				<verse number="21">ଯୀଶୁ କହିଲେ: “ମୋତେ ବିଶ୍ୱାସ କର; ସମୟ ଆସୁଛି, ଯେତେବେଳେ ଲୋକେ ମୋ’ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଯିରୂଶାଲମରେ ଆଉ ଉପାସନା କରିବେ ନାହିଁ।</verse>
				<verse number="22">ତୁମେ ଶମିରୋଣୀୟମାନେ କାହାର ଉପାସନା କରୁଛ, ପ୍ରକୃତରେ ଜାଣ ନାହିଁ; କିନ୍ତୁ ଆମେ ଇହୁଦୀମାନେ ଜାଣୁ ଆମେ କାହାର ଉପାସନା କରୁଛୁ, କାରଣ ଇହୁଦୀମାନଙ୍କଠାରୁ ପରିତ୍ରାଣର ସନ୍ଧାନ ମିଳେ।</verse>
				<verse number="23">ସମୟ ଆସୁଛି ଓ ସେ ସମୟ ଆସିଗଲାଣି, ଯେତେବେଳେ ସ୍ୱୟଂ ପବିତ୍ରଆତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ। ଏହିପରି ଉପାସନା ସେ ଚାହାଁନ୍ତି।</verse>
				<verse number="24">ଈଶ୍ୱର ହିଁ ପରମାତ୍ମା। ସତ୍ୟ ଓ ଆତ୍ମାରେ ପୂର୍ଣ୍ଣ ହୋଇ ଉପାସକମାନେ ତାଙ୍କର ଉପାସନା କରିବା ଉଚିତ।”</verse>
				<verse number="25">ସ୍ତ୍ରୀ ଲୋକଟି କହିଲା, “ମୁଁ ଜାଣେ, ମସୀହ ଆସିବେ। ସେତେବେଳେ ସେ ଆମକୁ ସବୁ ବିଷୟ ବୁଝାଇ ଦେବେ।”</verse>
				<verse number="26">ଯୀଶୁ ତାକୁ ଉତ୍ତର ଦେଇ କହିଲେ: “ମୁଁ ସେହି- ସେହି ବ୍ୟକ୍ତି ହିଁ ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।”</verse>
				<verse number="27">ଏହି ସମୟରେ ଶିଷ୍ୟମାନେ ସେଠାକୁ ଫେରି ଆସି ଯୀଶୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ବିସ୍ମିତ ହେଲେ। କିନ୍ତୁ “ତୁମେ କଅଣ ଚାହଁ” ବୋଲି କେହି ତାକୁ ପଚାରିଲେ ନାହିଁ, କିମ୍ବା “ତା’ ସହିତ କାହିଁକି ଆଳାପ କରୁଥିଲେ” ବୋଲି ଯୀଶୁଙ୍କୁ ମଧ୍ୟ ପଚାରିବାକୁ ସାହାସ କଲେ ନାହିଁ।</verse>
				<verse number="28">ଏହାପରେ ସେହି ସ୍ତ୍ରୀ ଲୋକଟି ସେଠାରେ ତା’ର ଜଳପାତ୍ର ଛାଡ଼ି ଦେଇ ସହର ଭିତରକୁ ଯାଇ ଲୋକମାନଙ୍କୁ କହିଲା,</verse>
				<verse number="29">“ଜଣେ ଲୋକଙ୍କୁ ଦେଖିବ ଆସ। ମୁଁ ଜୀବନରେ ଯାହା କରିଛି, ସେ ମୋତେ ସବୁ କହି ଦେଇଛନ୍ତି। ଏ ମସୀହ ହୋଇଥିବେ ପରା!”</verse>
				<verse number="30">ଏକଥା ଶୁଣି ଲୋକମାନେ ସହର ବାହାରକୁ ଯାଇ ଯୀଶୁଙ୍କୁ ଭେଟିଲେ।</verse>
				<verse number="31">ଇତି ମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ କିଛି ଖାଇବା ପାଇଁ ଅନୁରୋଧ କଲେ।</verse>
				<verse number="32">କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୋ’ ପାଖରେ ଯେଉଁ ଖାଦ୍ୟ ଅଛି, ତାହା ବିଷୟରେ ତୁମ୍ଭେମାନେ କିଛି ଜାଣ ନାହିଁ।”</verse>
				<verse number="33">ଶିଷ୍ୟମାନେ ପରସ୍ପରକୁ ପଚାରିଲେ, “କିଏ ତାଙ୍କୁ କିଛି ଖାଦ୍ୟ ଆଣି ଦେଇଛି କି?”</verse>
				<verse number="34">ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ।</verse>
				<verse number="35">ତୁମ୍ଭେମାନେ କହିଥାଅ, ‘ଆଉ ଚାରି ମାସ ପରେ ଫସଲ କାଟିବାର ସମୟ ଆସିବ’। କିନ୍ତୁ ମୁଁ କହୁଛି, କ୍ଷେତଗୁଡ଼ିକୁ ଭଲ କରି ଚାହିଁ ଦେଖ। ବର୍ତ୍ତମାନ ଶସ୍ୟ ସବୁ ପାଚି ଯାଇଛି ଓ ଅମଳ ପାଇଁ ଉପଯୁକ୍ତ ହୋଇ ସାରିଛି।</verse>
				<verse number="36">ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ -</verse>
				<verse number="37">ଏ କଥା ମଧ୍ୟ ଏଠାରେ ସଫଳ ହେବ।</verse>
				<verse number="38">ତୁମେ ଯେଉଁ କ୍ଷେତରେ କାର୍ଯ୍ୟ କରି ନାହଁ, ସେଠାରେ ଅମଳ କରିବା ପାଇଁ ତୁମକୁ ମୁଁ ପଠାଇଛି। ଅନ୍ୟମାନେ ସେଠି ପରିଶ୍ରମ କରିଛନ୍ତି, କିନ୍ତୁ ତୁମେ ଲାଭବାନ ହେବ।”</verse>
				<verse number="39">ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କୁ ବିଶ୍ୱାସ କଲେ, କାରଣ ସ୍ତ୍ରୀ ଲୋକଟି ସେମାନଙ୍କୁ କହିଥିଲା, “ଅତୀତରେ ମୁଁ ଯାହାସବୁ କରିଛି, ସେସବୁ କଥା ସେ ମୋତେ କହିଦେଲେ।”</verse>
				<verse number="40">ଶମିରୋଣୀୟମାନେ ଯୀଶୁଙ୍କ ନିକଟକୁ ଆସି ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ। ଯୀଶୁ ସେମାନଙ୍କ ସହିତ ଆଉ ଦୁଇ ଦିନ ରହିଲେ।</verse>
				<verse number="41">ଯୀଶୁଙ୍କ ବାର୍ତ୍ତା ଶୁଣି ଆହୁରି ଅନେକେ ତାଙ୍କୁ ବିଶ୍ୱାସ କଲେ।</verse>
				<verse number="42">ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”</verse>
				<verse number="43">ସେଠାରେ ଦୁଇ ଦିନ ରହି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ।</verse>
				<verse number="44">କାରଣ ସେ ଆଗରୁ କହିଥିଲେ, ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନିତ ହୁଅନ୍ତି ନାହିଁ।”</verse>
				<verse number="45">ଗାଲିଲୀର ଲୋକମାନେ ଯୀଶୁଙ୍କୁ ସ୍ୱାଗତ କଲେ, କାରଣ ନିସ୍ତାର ପର୍ବବେଳେ ଯିରୂଶାଲମରେ ଯୀଶୁ କରିଥିବା କାର୍ଯ୍ୟ ସବୁ ସେମାନେ ଦେଖିଥିଲେ।</verse>
				<verse number="46">ତା’ପରେ ଯୀଶୁ ଗାଲିଲୀର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ।</verse>
				<verse number="47">ସେଠାରେ ଥିବା ଜଣେ ରାଜକର୍ମଚାରୀଙ୍କ ପୁତ୍ର କପର୍ନାହୂମରେ ପୀଡ଼ିତ ଥିଲା। ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି ବୋଲି ଶୁଣି, ଉକ୍ତ କର୍ମଚାରୀ ଯୀଶୁଙ୍କ ନିକଟକୁ ଗଲେ। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ତାଙ୍କ ପୁତ୍ରକୁ ସୁସ୍ଥ କରିବା ପାଇଁ କପର୍ନାହୂମ ଯିବାକୁ ସେ ଯୀଶୁଙ୍କୁ ଅନୁରୋଧ କଲେ।</verse>
				<verse number="48">ଯୀଶୁ ତାଙ୍କୁ କହିଲେ: “ଅଦ୍ଭୁତ ଓ ଅଲୌକିକ କାର୍ଯ୍ୟମାନ ନ ଦେଖିଲେ, ତୁମ୍ଭେମାନେ କେବେହେଲେ ବିଶ୍ୱାସ କରିବ ନାହିଁ।”</verse>
				<verse number="49">ସେହି କର୍ମଚାରୀ କହିଲେ, “ଆଜ୍ଞା, ମୋ’ ପୁଅ ମରିବା ପୂର୍ବରୁ ମୋ’ ସଙ୍ଗରେ ଆସନ୍ତୁ।”</verse>
				<verse number="50">ଯୀଶୁ ତାଙ୍କ ଅଭୟ ଦେଇ କହିଲେ: “ଯାଅ, ତୁମ ପୁଅ ବଞ୍ଚିବ।” ରାଜକର୍ମଚାରୀ ଯୀଶୁଙ୍କ କଥାରେ ବିଶ୍ୱାସ କରି ସେଠାରୁ ଚାଲିଗଲେ</verse>
				<verse number="51">ଏବଂ ଘରକୁ ଫେରିଯିବା ବେଳେ, ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି।</verse>
				<verse number="52">ଠିକ୍ କେତେବେଳେ ପିଲାଟି ସୁସ୍ଥ ହୋଇଥିଲା, ସେ ପଚାରିବାରୁ ଚାକରମାନେ ଉତ୍ତର ଦେଲେ, “ଗତକାଲି ଅପରାହ୍ନ ଗୋଟାଏ ବେଳେ ତା’ର ଜ୍ୱର ଛାଡ଼ିଗଲା।”</verse>
				<verse number="53">କର୍ମଚାରୀଙ୍କ ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ “ତୁମର ପୁତ୍ର ବଞ୍ଚିବ।” ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ।</verse>
				<verse number="54">ଯୀଶୁ ଗାଲିଲୀକୁ ଆସିବା ପରେ, ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ।</verse>
			</chapter>
			<chapter number="5">
				<verse number="1">ଏହାପରେ ଇହୁଦୀମାନଙ୍କର ଗୋଟିଏ ପର୍ବରେ ଯୋଗ ଦେବା ପାଇଁ ଯୀଶୁ ଯିରୂଶାଲମକୁ ଗଲେ।</verse>
				<verse number="2">ସେଠାରେ “ମେଷଦ୍ୱାର” ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର ପାଞ୍ଚଟି ମଣ୍ଡପ ଥିଲା</verse>
				<verse number="3">ଏବଂ ଏହି ମଣ୍ଡପଗୁଡ଼ିକ ଉପରେ ଅନେକ ରୋଗୀ, ଅନ୍ଧ, ଛୋଟା ଓ ପକ୍ଷଘାତୀମାନେ ପଡ଼ି ରହିଥିଲେ।</verse>
				<verse number="4"></verse>
				<verse number="5">ସେମାନଙ୍କ ମଧ୍ୟରେ ଅଠତିରିଶି ବର୍ଷଯାଏ ଅସୁସ୍ଥ ଥିବା ଜଣେ ରୋଗୀ ଥିଲା।</verse>
				<verse number="6">ଯୀଶୁ ସେଠାରେ ତାକୁ ପଡ଼ି ରହିଥିବା ଦେଖି ଜାଣିପାରିଲେ, ଲୋକଟି ବହୁ ବର୍ଷ ଧରି ପୀଡ଼ିତ ଥିଲା। ତେଣୁ ସେ ତାକୁ ପଚାରିଲେ: “ତୁମେ କ’ଣ ସୁସ୍ଥ ହେବାକୁ ଚାହଁ?”</verse>
				<verse number="7">ରୋଗୀଟି ଉତ୍ତର ଦେଲା, “ଆଜ୍ଞା, ପାଣି ଚହଲିଲା ବେଳେ ପୁଷ୍କରିଣୀ ପାଖକୁ ନେଇଯିବା ପାଇଁ ମୋର କେହି ନାହିଁ। ମୁଁ ଯିବାକୁ ଚେଷ୍ଟା କରିବାବେଳେ ଆଉ ଜଣେ ସେଠାରେ ଆଗେ ପହଞ୍ଚିଯାଏ।”</verse>
				<verse number="8">ଯୀଶୁ ତାକୁ କହିଲେ: “ଠିଆ ହୁଅ, ଆଉ ତୁମର ବିଛଣା ଉଠାଇ ଚାଲ।”</verse>
				<verse number="9">ତତ୍କ୍ଷଣାତ୍ ରୋଗୀଟି ସୁସ୍ଥ ହୋଇଗଲା ଏବଂ ତା’ର ବିଛଣା ଉଠାଇ ଚାଲିବାକୁ ଲାଗିଲା। ସେଦିନ ଥିଲା ବିଶ୍ରାମବାର।</verse>
				<verse number="10">ଏଣୁ ଇହୁଦୀ କର୍ତ୍ତୃପକ୍ଷମାନେ ସୁସ୍ଥ ହୋଇଥିବା ସେହି ଲୋକକୁ କହିଲେ: “ଆଜି ବିଶ୍ରାମବାର। ସୁତରାଂ ଆଜି ତୁମେ ବିଛଣା ବୋହି ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛ।”</verse>
				<verse number="11">ସେ ଉତ୍ତର ଦେଲା, “ଯେ ମୋତେ ସୁସ୍ଥ କଲେ, ବିଛଣା ଉଠାଇ ଚାଲିବାକୁ ସେ ମୋତେ କହିଛନ୍ତି।”</verse>
				<verse number="12">ସେମାନେ ତାକୁ ପଚାରିଲେ, “ଯେ ତୋତେ ଏହା କରିବାକୁ କହିଲେ, ସେ ଲୋକ କିଏ?”</verse>
				<verse number="13">ସୁସ୍ଥ ହୋଇଥିବା ରୋଗୀଟି ଯୀଶୁଙ୍କୁ ଚିହ୍ନି ନ ଥିଲା, କାରଣ ଲୋକ ଗହଳି ଭିତରେ ଯୀଶୁ ହଠାତ୍ ଅପସରି ଯାଇଥିଲେ।</verse>
				<verse number="14">ଏହାପରେ ଯୀଶୁ ତାକୁ ମନ୍ଦିର ଭିତରେ ଦେଖି କହିଲେ: “ଶୁଣ, ତୁମେ ଏବେ ସୁସ୍ଥ ହୋଇଛ, ଆଉ ପାପ କର ନାହିଁ, ନଚେତ୍ ତୁମର ଅଧିକ ଅନିଷ୍ଟ ହୋଇପାରେ।”</verse>
				<verse number="15">ଲୋକଟି ସଙ୍ଗେ ସଙ୍ଗେ ଯାଇ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଖବର ଦେଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।</verse>
				<verse number="16">ଯୀଶୁ ବିଶ୍ରାମବାରରେ ଏଭଳି କାର୍ଯ୍ୟ କରୁଥିବାରୁ ଇହୁଦୀମାନେ ତାଙ୍କ ଉପରେ ନିର୍ଯ୍ୟାତନା କରିବାକୁ ଆରମ୍ଭ କଲେ।</verse>
				<verse number="17">କିନ୍ତୁ ଯୀଶୁ ସେମାନଙ୍କୁ କହିଲେ: “ମୋ’ ପିତା ଈଶ୍ୱର ସବୁବେଳେ କାର୍ଯ୍ୟରତ; ମୋତେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ହେବ।”</verse>
				<verse number="18">ଏ କଥା ଶୁଣି ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ବଧ କରିବା ପାଇଁ ବଦ୍ଧପରିକର ହେଲେ, କାରଣ ବିଶ୍ରାମବାର ନିୟମ ଲଙ୍ଘନ କରିବା ବ୍ୟତୀତ ଯୀଶୁ ଈଶ୍ୱରଙ୍କୁ ନିଜର ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ।</verse>
				<verse number="19">ଯୀଶୁ ସେମାନଙ୍କୁ କହିଲେ, “ମୁଁ ସତ୍ୟ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ। ପିତାଙ୍କୁ ଯାହା କରୁଥିବାର ଦେଖିନ୍ତି, ପୁତ୍ର ତାହା ହିଁ କରନ୍ତି। ପିତା ଯାହା କରନ୍ତି, ପୁତ୍ର ମଧ୍ୟ ତାହା କରନ୍ତି।</verse>
				<verse number="20">କାରଣ ପୁତ୍ରବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି, ତା’ଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ- ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ।</verse>
				<verse number="21">ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ, ତାକୁ ଜୀବନ ଦାନ କରିବେ।</verse>
				<verse number="22">ପିତା ନିଜେ ଆଉ କାହାର ବିଚାର କରିବେ ନାହିଁ। ବିଚାର କରିବାର ଭାର ସେ ସମ୍ପୂର୍ଣ୍ଣରୂପେ ତାଙ୍କ ପୁତ୍ର ଉପରେ ନ୍ୟସ୍ତ କରିଛନ୍ତି।</verse>
				<verse number="23">ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।</verse>
				<verse number="24">“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।</verse>
				<verse number="25">ମୁଁ ସତ୍ୟ କହୁଛି - ସମୟ ଆସୁଛି - ବାସ୍ତବିକ ସେହି ସମୟ ଆସିଗଲାଣି- ଯେତେବେଳେ ମୃତ ବ୍ୟକ୍ତିମାନେ ଈଶ୍ୱର-ପୁତ୍ରଙ୍କର ସ୍ୱର ଶୁଣି ସଞ୍ଜୀବିତ ହେବେ।</verse>
				<verse number="26">ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।</verse>
				<verse number="27">ପୁଣି ସେହି ପୁତ୍ରଙ୍କୁ ମନୁଷ୍ୟପୁତ୍ର ରୂପେ ପ୍ରେରଣ କରି ତାଙ୍କୁ ବିଚାର କରିବାର ଅଧିକାର ଦେଇଛନ୍ତି।</verse>
				<verse number="28">ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ସମୟ ଆସୁଛି, ଯେତେବେଳେ ମୃତ ବ୍ୟକ୍ତିମାନେ ତାଙ୍କର ସ୍ୱର ଶୁଣି</verse>
				<verse number="29">ସମାଧିରୁ ଉଠି ଆସିବେ। ଯେଉଁମାନେ ସତ୍କର୍ମ କରିଛନ୍ତି, ସେମାନେ ପୁନରୁତ୍ଥିତ ହୋଇ ଜୀବନ୍ତ ହେବେ। ଦୁଷ୍କର୍ମକାରୀମାନେ ପୁନରୁତ୍ଥିତ ହେବେ ଏବଂ ଦଣ୍ଡ ଭୋଗ କରିବେ।</verse>
				<verse number="30">“ମୁଁ ମୋ’ ନିଜ କ୍ଷମତାରେ କିଛି କରିପାରେ ନାହିଁ। କେବଳ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ବିଚାର କରେ। ମୋର ବିଚାର ଯଥାର୍ଥ, କାରଣ ମୋ’ ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ଚେଷ୍ଟା କରେ ନାହିଁ; ମୁଁ କେବଳ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରେ।</verse>
				<verse number="31">“ମୋ’ ନିଜ ପାଇଁ ଯଦି ମୁଁ ସାକ୍ଷ୍ୟ ଦିଏ, ତାହା ଯଥାର୍ଥ ପ୍ରମାଣ ବୋଲି ସ୍ୱୀକୃତ ହେବ ନାହିଁ।</verse>
				<verse number="32">କିନ୍ତୁ ଆଉ ଜଣେ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି ଏବଂ ମୁଁ ଜାଣେ, ମୋ’ ସମ୍ପର୍କରେ ସେ ଯାହା କହୁଛନ୍ତି, ତାହା ସତ୍ୟ।</verse>
				<verse number="33">ତୁମ୍ଭେମାନେ ଯୋହନଙ୍କ ନିକଟକୁ ଦୂତ ପଠାଇଥିଲ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି।</verse>
				<verse number="34">ଅବଶ୍ୟ ମୁଁ କୌଣସି ମନୁଷ୍ୟର ସାକ୍ଷ୍ୟ ଉପରେ ନିର୍ଭର କରେ ନାହିଁ। ତୁମ୍ଭେମାନେ ଯେପରି ପରିତ୍ରାଣ ପାଇବ, ସେଥିପାଇଁ ମୁଁ ଏସବୁ କହୁଛି।</verse>
				<verse number="35">ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ। କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ।</verse>
				<verse number="36">କିନ୍ତୁ ମୋ’ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି, ସେହିସବୁ ହିଁ ମୋ’ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହିସବୁ ପ୍ରମାଣ କରୁଛି ଯେ, ମୋତେ ଈଶ୍ୱର ପ୍ରେରଣ କରିଛନ୍ତି।</verse>
				<verse number="37">ମୋର ପ୍ରେରଣକାରୀ ପିତା ଈଶ୍ୱକର ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣି ନାହଁ, କିମ୍ବା ତାଙ୍କୁ ଦେଖି ନାହଁ।</verse>
				<verse number="38">ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି, ତାଙ୍କୁ ତୁମେ ବିଶ୍ୱାସ କରୁ ନାହଁ।</verse>
				<verse number="39">ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,</verse>
				<verse number="40">ତଥାପି ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସିବାକୁ ତୁମ୍ଭେମାନେ କୁଣ୍ଠିତ।</verse>
				<verse number="41">“ମୁଁ ମନୁଷ୍ୟମାନଙ୍କର ପ୍ରଶଂସା ଖୋଜୁ ନାହିଁ।</verse>
				<verse number="42">ମୁଁ ଜାଣେ, ତୁମ୍ଭେମାନେ କି ପ୍ରକାର ଲୋକ- ତୁମ ଅନ୍ତରରେ ଈଶ୍ୱରଙ୍କ ପ୍ରତି ପ୍ରେମ ନାହିଁ।</verse>
				<verse number="43">ପିତା ଈଶ୍ୱରଙ୍କଠାରୁ ଅଧିକାର ପ୍ରାପ୍ତ ହୋଇ ମୁଁ ଆସିଛି, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରି ନାହଁ। ଅଥଚ ଜଣେ କେହି ତା’ ନିଜ ଇଚ୍ଛାରେ ଆସିଲେ, ତାକୁ ତୁମେ ସ୍ୱାଗତ କରୁଛ।</verse>
				<verse number="44">ତୁମ୍ଭେମାନେ ପରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଲାଳାୟିତ, କିନ୍ତୁ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ଅନୁଗହୀତ ହେବ ପାଇଁ ଉଦ୍ୟମ କରୁ ନାହଁ। ତାହାହେଲେ ତୁମ୍ଭେମାନେ ମୋତେ କିପରି ବିଶ୍ୱାସ କରିପାରିବ?</verse>
				<verse number="45">ସେ ଯାହାହେଉ, ମନେକର ନାହିଁ ଯେ ତୁମ୍ଭମାନଙ୍କ ବିରୁଦ୍ଧରେ ମୁଁ ମୋ’ ପିତାଙ୍କ ନିକଟରେ ଅଭିଯୋଗ କରିବି। ବରଂ ଯେଉଁ ମୋଶାଙ୍କ ଉପରେ ତୁମ୍ଭେମାନେ ଭରସା ରଖିଛ, ସେହି କେବଳ ତୁମ ଉପରେ ଦୋଷାରୋପ କରିବେ।</verse>
				<verse number="46">ତୁମ୍ଭେମାନେ ଯଦି ପ୍ରକୃତରେ ମୋଶାଙ୍କୁ ବିଶ୍ୱାସ କରୁଥାଅ, ମୋତେ ମଧ୍ୟ ବିଶ୍ୱାସ କରିବ- କାରଣ ମୋଶା ମୋ’ ସମ୍ପର୍କରେ ଲେଖିଛନ୍ତି।</verse>
				<verse number="47">ସେ ଯାହା ଲେଖିଛନ୍ତି, ସେଥିରେ ଯେତେବେଳେ ତୁମ୍ଭମାନଙ୍କର ବିଶ୍ୱାସ ନାହିଁ, ମୁଁ ଯାହା କହୁଛି, ତାହା କିପରି ବିଶ୍ୱାସ କରିବ?”</verse>
			</chapter>
			<chapter number="6">
				<verse number="1">ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।</verse>
				<verse number="2">ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ।</verse>
				<verse number="3">ଯୀଶୁ ଗୋଟିଏ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହ ବସିଲେ।</verse>
				<verse number="4">ସେତେବେଳେ ନିସ୍ତାର ପର୍ବ ପାଖେଇ ଆସିଥିଲା।</verse>
				<verse number="5">ତାଙ୍କ ନିକଟକୁ ଅନେକ ଲୋକ ଆସୁଥିବା ଦେଖି, ଯୀଶୁ ଫିଲିପ୍ଙ୍କୁ ପଚାରିଲେ: “ଏତେ ଲୋକଙ୍କ ପାଇଁ କେଉଁଠୁ ଯଥେଷ୍ଟ ଖାଦ୍ୟ କିଣିବା?”</verse>
				<verse number="6">(ଫିଲିପ୍‌ଙ୍କୁ ପରୀକ୍ଷା କରିବା ପାଇଁ ସେ ଏକଥା କହିଥିଲେ- କାରଣ ସେ ନିଜେ କ’ଣ କରିବେ, ଜାଣିଥିଲେ।)</verse>
				<verse number="7">ଫିଲିପ୍ ଉତ୍ତର ଦେଲେ, “ସମସ୍ତଙ୍କୁ ଅଳ୍ପ କିଛି ଖୁଆଇବା ପାଇଁ ଦୁଇ ଶହରୁ ଅଧିକ ରୌପ୍ୟ ମୁଦ୍ରା ମୂଲ୍ୟର ରୋଟୀ କିଣିବାକୁ ହେବ।”</verse>
				<verse number="8">ଯୀଶୁଙ୍କ ଅନ୍ୟ ଜଣେ ଶିଷ୍ୟ, ପିତରଙ୍କ ଭାଇ ଆନ୍ଦ୍ରିୟ କହିଲେ, “ଏଠାରେ ଗୋଟିଏ ବାଳକ ପାଖରେ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ଅଛି,</verse>
				<verse number="9">କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ।”</verse>
				<verse number="10">ଯୀଶୁ ଶିଷ୍ୟମାନଙ୍କୁ କହିଲେ: “ଲୋକମାନଙ୍କୁ ବସାଇ ଦିଅ।” (ସେହି ସ୍ଥାନ ଘାସପୂର୍ଣ୍ଣ ଥିଲା) ସେଠାରେ ପାଞ୍ଚ ହଜାର ଲୋକ ଥିଲେ। ସେହି ଘାସ ଉପରେ ସମସ୍ତେ ବସି ପଡ଼ିଲେ।</verse>
				<verse number="11">ଯୀଶୁ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଠାରେ ବସିଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଦୁଇଟି ମାଛ ମଧ୍ୟ ସେହିପରି ସେ ବାଣ୍ଟିଲେ। ସେମାନେ ଯଥେଷ୍ଟ ଖାଇବାକୁ ପାଇଲେ।</verse>
				<verse number="12">ସେମାନେ ସମସ୍ତେ ପରିତୃପ୍ତ ହେବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ: “ଯାହା ସବୁ ବଳି ପଡ଼ିଛି, ସେହିସବୁ ସଂଗ୍ରହ କରି ରଖ ଯେପରି କିଛି ନଷ୍ଟ ନ ହୁଏ।”</verse>
				<verse number="13">ଲୋକେ ପାଞ୍ଚ ଖଣ୍ଡ ରୋଟୀ ଖାଇ ଯାହା ବଳି ପଡ଼ିଥିଲା, ଶିଷ୍ୟମାନେ ତାହା ସବୁ ସଂଗ୍ରହ କରି ବାରଟି ଡାଲା ପୂର୍ଣ୍ଣ କଲେ।</verse>
				<verse number="14">ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”</verse>
				<verse number="15">ଲୋକମାନେ ତାଙ୍କୁ ବଳପୂର୍ବକ ରାଜା କରିବା ପାଇଁ ଧରିବାକୁ ଯାଉଛନ୍ତି ବୋଲି ଜାଣିପାରି, ଯୀଶୁ ଏକାକୀ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳକୁ ଚାଲିଗଲେ।</verse>
				<verse number="16">ସେଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ହ୍ରଦ କୂଳକୁ ଯାଇ ନୌକା ଚଢ଼ି ଆରପାରିରେ ଥିବା କପର୍ନାହୂମ ଅଭିମୁଖେ ଯାତ୍ରଆ କଲେ।</verse>
				<verse number="17">ରାତ୍ରି ଘନେଇ ଆସିଲା। ସେ ପର୍ଯ୍ୟନ୍ତ ଯୀଶୁ ସେମାନଙ୍କ ନିକଟକୁ ଫେରି ଆସି ନ ଥିଲେ।</verse>
				<verse number="18">ସେତେବେଳେ ପ୍ରବଳ ବେଗରେ ପବନ ବହି ହ୍ରଦ ଭିତରେ ପାଞ୍ଚ ବା ଛଅ କିଲୋମିଟର ନୌକା ବାହି ଗଲାପରେ ଦେଖିଲେ, ଯୀଶୁ ପାଣି ଉପରେ ଚାଳି ଚାଳି ନୌକା ପାଖକୁ ଆସୁଛନ୍ତି। ଏଥିରେ ସେମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ।</verse>
				<verse number="19"></verse>
				<verse number="20">ଯୀଶୁ କହିଲେ: “ଭୟ କର ନାହିଁ। - ଏ ତ ମୁଁ।”</verse>
				<verse number="21">ସେମାନେ ଆଗ୍ରହରେ ତାଙ୍କୁ ଡଙ୍ଗା ଭିତରକୁ ନେଇଗଲେ ଏବଂ ସଙ୍ଗେ ସଙ୍ଗେ ସେମାନେ ହ୍ରଦ କୂଳରେ ନିଜର ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିଲେ।</verse>
				<verse number="22">ପରିଦିନ ହ୍ରଦର ଅନ୍ୟ ପାଖରେ ରହିଯାଇ ଥିବା ଲୋକମାନେ ଜାଣିପାରିଲେ ଯେ, ସେଠାରେ କେବଳ ଗୋଟାଏ ନୌକା ଥିଲା ଥିଲା ଏବଂ ଶିଷ୍ୟମାନେ ଯୀଶୁଙ୍କୁ ସଙ୍ଗରେ ନ ନେଇ ସେହି ନୌକାରେ ହ୍ରଦ ଭିତରକୁ ଚାଲି ଯାଇଛନ୍ତି।</verse>
				<verse number="23">ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୋଟୀ ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ôଚଲା।</verse>
				<verse number="24">ଯୀଶୁ କିମ୍ବା ତାଙ୍କ ଶିଷ୍ୟମାନଙ୍କୁ ସେଠାରେ ନ ପାଇ ଲୋକମାନେ ଯୀଶୁଙ୍କୁ ଖୋଜିବାକୁ ନୌକାରେ ଚଢ଼ି କପର୍ନାହୂମ ଅଭିମୁଖେ ବାହାରିଲେ।</verse>
				<verse number="25">ଯୀଶୁଙ୍କୁ ହ୍ରଦ ଆରପାରିରେ ଦେଖି ଲୋକମାନେ ପଚାରିଲେ, “ଗୁରୁ, ଆପଣ କେତେବେଳେ ଆସି ଏଠାରେ ପହଞ୍ôଚଲେ?”</verse>
				<verse number="26">ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋର ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝି ମୋତେ ଖୋଜିବାକୁ ଆସି ନାହଁ। କିନ୍ତୁ ରୋଟୀ ଖାଇ ପରିତୃପ୍ତ ହୋଇଥିଲ ବୋଲି ଆସିଛ।</verse>
				<verse number="27">ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”</verse>
				<verse number="28">ସେମାନେ ତାଙ୍କୁ ପଚାରିଲେ, “ଈଶ୍ୱରଙ୍କ ଇଚ୍ଛାନୁରୂପ କାର୍ଯ୍ୟ କରିବା ପାଇଁ ଆମେ କ’ଣ କରିପାରିବା?”</verse>
				<verse number="29">ଯୀଶୁ ଉତ୍ତର ଦେଲେ: “ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମ୍ଭେମାନେ ତାହା କରିପାରିବ।”</verse>
				<verse number="30">ସେମାନେ ପଚାରିଲେ, “ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ, ସେଥିପାଇଁ ଆମକୁ କି କର୍ମ ଦେଖାଇ ପାରିବ? କୁହ, କ’ଣ କରିପାରିବ?</verse>
				<verse number="31">ଆମ ପୂର୍ବପୁରୁଷମାନେ ମରୁଭୂମିରେ ‘ମାନ୍ନା’ ଖାଇଥିଲେ। ଆମ ଧର୍ମଶାସ୍ତ୍ର ଅନୁସାରେ ସେ ଏହି ଖାଦ୍ୟ ସ୍ୱର୍ଗରୁ ଆଣି ଯୋଗାଇ ଥିଲେ।”</verse>
				<verse number="32">ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯାହା ମୋଶା ତୁମ୍ଭମାନଙ୍କୁ ଦେଇଥିଲେ, ତାହା ସ୍ୱର୍ଗରୁ ଆଗତ ଖାଦ୍ୟ ନୁହେଁ।</verse>
				<verse number="33">ମୋ’ ପିତା ଈଶ୍ୱର ତୁମ୍ଭମାନଙ୍କୁ ପ୍ରକୃତ ସ୍ୱର୍ଗୀୟ ଖାଦ୍ୟ ଦିଅନ୍ତି। ଯେ ସ୍ୱର୍ଗରୁ ଓହ୍ଲାଇ ଆସି ଜଗତକୁ ଜୀବନ ପ୍ରଦାନ କରନ୍ତି, ସେ ହେଉଛନ୍ତି ସେହି ଈଶ୍ୱରଦତ୍ତ ଖାଦ୍ୟ।”</verse>
				<verse number="34">ସେମାନେ କହିଲେ, “ଆଜ୍ଞା, ଆମକୁ ସବୁବେଳେ ଏହି ଖାଦ୍ୟ ଦିଅନ୍ତୁ।”</verse>
				<verse number="35">ଯୀଶୁ କହିଲେ: “ମୁଁ ସେହି ଜୀବନଦାୟୀ ଆହାର। ଯେ ମୋ’ ନିକଟକୁ ଆସେ, ସେ ଆଉ କ୍ଷୁଧିତ ହେବ ନାହିଁ। ଯେ ମୋତେ ବିଶ୍ୱାସ କରେ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ।</verse>
				<verse number="36">ମୁଁ ତୁମ୍ଭମାନଙ୍କୁ କହୁଛି, ମୋତେ ଦେଖି ମଧ୍ୟ ତୁମେ ବିଶ୍ୱାସ କରୁ ନାହଁ।</verse>
				<verse number="37">ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।</verse>
				<verse number="38">କାରଣ ମୋ’ ନିଜ ଇଚ୍ଛା ପୂରଣ କରିବାକୁ ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ପୂରଣ କରିବାକୁ ମୁଁ ସ୍ୱର୍ଗରୁ ଆସିଛି ଏବଂ</verse>
				<verse number="39">ଯେଉଁମାନଙ୍କୁ ସେ ମୋ’ ନିକଟକୁ ପଠାଇଛନ୍ତି, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ହେଲେ ନ ହରାଇ ଶେଷ ଦିନରେ ସେହି ସମସ୍ତଙ୍କୁ ପୁନର୍ଜୀବିତ କରିବି, ଏହା ତାଙ୍କର ଇଚ୍ଛା।</verse>
				<verse number="40">କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”</verse>
				<verse number="41">ଯୀଶୁ ନିଜକୁ ସ୍ୱର୍ଗକୁ ସ୍ୱର୍ଗରୁ ଆଗତ ଆହାର ବୋଲି କହିବାରୁ ଇହୁଦୀମାନେ ଏ କଥାରେ ଅସନ୍ତୋଷ ଭାବ ପ୍ରକାଶ କଲେ।</verse>
				<verse number="42">ସେମାନେ କହିଲେ, “ଏହି ବ୍ୟକ୍ତି ଯୋସେଫଙ୍କ ପୁଅ ଯୀଶୁ ନୁହଁନ୍ତି କି? ତାଙ୍କ ପିତାମାତାଙ୍କୁ ଆମେ ଜାଣୁ। ତେବେ ସେ ସ୍ୱର୍ଗରୁ ଆଗତ ବୋଲି କିପରି କହୁଛନ୍ତି?”</verse>
				<verse number="43">ଯୀଶୁ କହିଲେ: “ଏସବୁ ସମାଲୋଚନା ବନ୍ଦ କର।</verse>
				<verse number="44">ଯେଉଁ ପିତା ମୋତେ ପଠାଇଛନ୍ତି, ସେ ମୋ’ ପାଖକୁ ଆକର୍ଷଣ କରି ନ ଆଣିଲେ, କେହି ମୋ’ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ଆସିବେ, ସେମାନଙ୍କୁ ମୁଁ ଶେଷ ଦିନରେ ପୁନର୍ଜୀବିତ କରିବି।</verse>
				<verse number="45">ଭାବବାଦୀମାନେ ଲେଖିଛନ୍ତି: “କେବଳ ଈଶ୍ୱରଙ୍କଠାରୁ ସମସ୍ତେ ଶିକ୍ଷା ଲାଭ କରିବେ।’ ଯେ କେହି ପିତା ଈଶ୍ୱରଙ୍କ କଥା ଶୁଣି ତାଙ୍କଠାରୁ ଶିକ୍ଷା ଗ୍ରହଣ କରେ, ସେ ମୋ’ ପାଖକୁ ଆସିବ।</verse>
				<verse number="46">ଏହାର ଅର୍ଥ ନୁହେଁ ଯେ ଅନ୍ୟ କେହି ତାଙ୍କୁ ଦେଖିଛି। ଯେ ଈଶ୍ୱରଙ୍କଠାରୁ ଆସିଛନ୍ତି, ସେ କେବଳ ତାଙ୍କୁ ଦେଖିଛନ୍ତି।</verse>
				<verse number="47">ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇବ।</verse>
				<verse number="48">ମୁଁ ଜୀବନଦାୟୀ ଆହାର।</verse>
				<verse number="49">ତୁମ ପୂର୍ବପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତଥାପି ସେମାନେ ମଲେ।</verse>
				<verse number="50">କିନ୍ତୁ ଯେଉଁ ଆହାର ସ୍ୱର୍ଗରୁ ଆସେ, ତାକୁ ଯେ ଖାଏ, ସେ ମରିବ ନାହିଁ।</verse>
				<verse number="51">ମୁଁ ସ୍ୱର୍ଗରୁ ଆଗତ ସେହି ଜୀବନଦାୟୀ ଆହାର। ଏହି ଆହାର ଯେ ଖାଏ, ସେ ଚିରଞ୍ଜୀବୀ ହେବ। ମୁଁ ଯେଉଁ ଖାଦ୍ୟ ଦେବି, ତାହା ମୋର ମାଂସ। ଜଗତକୁ ବଞ୍ଚାଇବା ପାଇଁ ମୁଁ ତାହା ଦାନ କରିବି।”</verse>
				<verse number="52">ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନ କଲେ ଓ ତାଙ୍କ ରକ୍ତ ପାନ ନ କଲେ, ତୁମ୍ଭେମାନେ ଜୀବନ ପାଇପାରିବ ନାହିଁ।</verse>
				<verse number="53">ଯେ କେହି ମୋର ମାଂସ ଭୋଜନ କରିବ ଓ ମୋର ରକ୍ତ ପାନ କରିବ, ସେ ଅନନ୍ତ ଜୀବନ ଲାଭ କରିବ ଏବଂ ମୁଁ ତାକୁ ଶେଷ ଦିନରେ ପୁନରୁତ୍ଥିତ କରିବି।</verse>
				<verse number="54">କାରଣ ମୋର ମାଂସ ହେଉଛି ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତ ପାନୀୟ।</verse>
				<verse number="55">ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପ୍ରକୃତ ପାନୀୟ।</verse>
				<verse number="56">ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ, ସେ ମୋ’ଠାରେ ରହିବ ଏବଂ ମୁଁ ମଧ୍ୟ ତା’ଠାରେ ସଦା ବିଦ୍ୟମାନ ରହିବି।</verse>
				<verse number="57">ଜୀବନ୍ତ ପିତା ଈଶ୍ୱର ମୋତେ ପ୍ରେରଣ କରିଛନ୍ତି; ତାଙ୍କ ଯୋଗୁଁ ମୁଁ ମଧ୍ୟ ଜୀବିତ। ସେହିପରି ଯେ ମୋତେ ଭୋଜନ କରେ, ମୋ’ ଯୋଗୁଁ ସେ ମଧ୍ୟ ଜୀବିତ ରହିବ।</verse>
				<verse number="58">ଏହା ହିଁ ସ୍ୱର୍ଗରୁ ଆଗତ ଆହାର। ଯେଉଁ ଖାଦ୍ୟ ଖାଇ ତୁମ ପୂର୍ବପୁରୁଷମାନେ ମୃତ୍ୟୁ ନିବାରଣ କରିପାରିଲେ ନାହିଁ, ଏ ଖାଦ୍ୟ ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏ ଖାଦ୍ୟ ଯେ ଖାଇବ, ସେ ଚିରଞ୍ଜୀବୀ ହେବ।”</verse>
				<verse number="59">ଯୀଶୁ କପର୍ନାହୂମର ଉପାସନା ଗୃହରେ ଉପଦେଶ ଦେବାବେଳେ ଏହିସବୁ କଥା କହିଥିଲେ।</verse>
				<verse number="60">ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ତାଙ୍କର ଏସବୁ କଥା ଶୁଣି କହିଲେ, “ଏ ଶିକ୍ଷା ବୁଝିବା ବଡ଼ କଷ୍ଟ, କିଏ ଏସବୁ ଶୁଣିବ?”</verse>
				<verse number="61">ଏ ବିଷୟରେ ଯୀଶୁଙ୍କୁ କେହି କିଛି କହି ନ ଥିଲେ ହେଁ ଶିଷ୍ୟମାନେ ବଚସା କରୁଛନ୍ତି ବୋଲି ଜାଣିପାରି ଯୀଶୁ ସେମାନଙ୍କୁ କହିଲେ: “ଏଇ କଥାରେ ଭାଙ୍ଗି ପଡ଼ୁଛ?</verse>
				<verse number="62">ମନୁଷ୍ୟପୁତ୍ର ଯେଉଁଠାରୁ ଆସିଛନ୍ତି, ସେଠାକୁ ତାଙ୍କୁ ଫେରିଯିବା ଦେଖିଲେ, କଅଣ କରିବ?</verse>
				<verse number="63">କେବଳ ଈଶ୍ୱରଙ୍କ ଆତ୍ମା ଜୀବନ ଦେଇପାରନ୍ତି। ମନୁଷ୍ୟର ଶକ୍ତି କିଛି କରିପାରେ ନାହିଁ। ଈଶ୍ୱରଙ୍କ ସେହି ଜୀବନଦାୟୀ ଆତ୍ମାଙ୍କୁ ତୁମ୍ଭେମାନେ ଯେପରି ଅନୁଭବ କରିବ, ସେଥିପାଇଁ ମୁଁ ଏହି ସବୁ କଥା କହିଛି।</verse>
				<verse number="64">ତଥାପି ତୁମ ମଧ୍ୟରୁ ଅନେକେ ବିଶ୍ୱାସ କରୁ ନାହଁ।” (ଯୀଶୁ ଆରମ୍ଭରୁ ଜାଣିଥିଲେ, କେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ନାହିଁ ଏବଂ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ।)</verse>
				<verse number="65">ଯୀଶୁ ପୁଣି କହିଲେ: “ଏଥିପାଇଁ ମୁଁ କହୁଛି, ପିତା ଈଶ୍ୱରଙ୍କଠାରୁ ପ୍ରେରଣା ନ ପାଇଲେ କେହି ମୋ’ ପାଖକୁ ଆସିପାରିବ ନାହିଁ।”</verse>
				<verse number="66">ଏକଥା ଶୁଣି ଯୀଶୁଙ୍କ ଅନୁସରଣକାରୀମାନଙ୍କ ମଧ୍ୟରୁ ଅନେକେ ତାଙ୍କ ସହିତ ଯିବାକୁ ଇଚ୍ଛା ନ କରି ଫେରିଗଲେ।</verse>
				<verse number="67">ଏହା ଦେଖି ଯୀଶୁ ତାଙ୍କର ବାର ଜଣ ଶିଷ୍ୟଙ୍କୁ ପଚାରିଲେ: “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ି ଚାଲିଯିବ?”</verse>
				<verse number="68">ଶିମୋନ ପିତର ଉତ୍ତର ଦଲେ: “ପ୍ରଭୁ, ଆଉ କାହା ପାଖକୁ ଯିବୁ? ଅନନ୍ତ ଜୀବନର ବାକ୍ୟ ଆପଣଙ୍କଠାରେ ଅଛି।</verse>
				<verse number="69">ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣି ପାରୁଛୁ।”</verse>
				<verse number="70">ଯୀଶୁ କହିଲେ, “ମୁଁ ତୁମ ବାର ଜଣଙ୍କୁ ମନୋନୀତ କରି ନାହିଁ କି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”</verse>
				<verse number="71">ଶିମୋନ ଇଷ୍କାରିୟତର ପୁତ୍ର ଯିହୁଦାକୁ ଲକ୍ଷ୍ୟ କରି ସେ ଏକଥା କହିଥିଲେ। କାରଣ ବାର ଜଣ ଶିଷ୍ୟ ମଧ୍ୟରୁ ଜଣେ ହୋଇ ସୁଦ୍ଧା, ଯିହୁଦା ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା।</verse>
			</chapter>
			<chapter number="7">
				<verse number="1">ଏହାପରେ ଯୀଶୁ ଗାଲିଳୀରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ।</verse>
				<verse number="2">ଇହୁଦୀମାନଙ୍କର “କୁଟୀର ବାସ” ପର୍ବ ପାଖେଇ ଆସିଥିଲା।</verse>
				<verse number="3">ତେଣୁ ତାଙ୍କ ଭାଇମାନେ ତାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ି ଯିହୁଦାକୁ ଫେରିଯାଅ। ତୁମେ କରୁଥିବା କାର୍ଯ୍ୟ ସବୁ ସେଠାରେ ତୁମକୁ ଅନୁସରଣ କରୁଥିବା ଲୋକମାନେ ଦେଖନ୍ତୁ।</verse>
				<verse number="4">ଯିଏ ସୁପରିଚିତ ହେବାକୁ ଇଚ୍ଛା କରେ, ସେ ନିଜର କାର୍ଯ୍ୟ ଗୋପନ ରଖେ ନାହିଁ। ତୁମେ ଯେତେବେଳେ ଏହି ସବୁ କାର୍ଯ୍ୟ କରିପାରୁଛ, ଜଗତର ସମସ୍ତେ ତୁମର ପରିଚୟ ପାଆନ୍ତୁ।” (</verse>
				<verse number="5">ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁ ନ ଥିଲେ।)</verse>
				<verse number="6">ଯୀଶୁ ସେମାନଙ୍କୁ କହିଲେ: “ମୋ’ ପାଇଁ ଉପଯୁକ୍ତ ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେକୌଣସି ସମୟ ତୁମ ପାଇଁ ଉପଯୁକ୍ତ ହୋଇପାରେ,</verse>
				<verse number="7">କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।</verse>
				<verse number="8">ତୁମ୍ଭେମାନେ ଏହି ଉତ୍ସବକୁ ଯାଅ; ମୁଁ ଯାଇ ପାରିବି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ।”</verse>
				<verse number="9">ଏହା କହି ଯୀଶୁ ଗାଲିଲୀରେ ରହିଗଲେ।</verse>
				<verse number="10">ତାଙ୍କ ଭାଇମାନେ ସେହି ଉତ୍ସବକୁ ଚାଲିଯିବା ପରେ, ଯୀଶୁ ପ୍ରକାଶ୍ୟରେ ସେଠାକୁ ନ ଯାଇ ଗୋପନରେ ଗଲେ।</verse>
				<verse number="11">ଉତ୍ସବ ସମୟରେ ଇହୁଦୀ କର୍ତ୍ତୃପକ୍ଷମାନ ତାଙ୍କୁ ଖୋଜୁ ଖୋଜୁ ପଚାରିଲେ, “ସେ କାହାନ୍ତି?”</verse>
				<verse number="12">ଲୋକମାନେ ତାଙ୍କ ସମ୍ପର୍କରେ ତୁନି ତୁନିତ୍ଥକଥାବାର୍ତ୍ତା ହେଉଥିଲେ। କେତେକ କହିଲେ, “ସେ ଜଣେ ଉତ୍ତମ ଲୋକ।” ଅନ୍ୟମାନେ କହିଲେ, “ନା, ସେ ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି।”</verse>
				<verse number="13">କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ କେହି ତାଙ୍କ ବିଷୟରେ ପ୍ରକାଶ୍ୟରେ କଥାବାର୍ତ୍ତା ହୋଇ ପାରିଲେ ନାହିଁ।</verse>
				<verse number="14">ଉତ୍ସବ ପ୍ରାୟ ଅଧା ଶେଷ ହେବା ପରେ ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଆରମ୍ଭ କଲେ।</verse>
				<verse number="15">ଇହୁଦୀ କର୍ତ୍ତୃପକ୍ଷମାନେ ବିସ୍ମୟ ପ୍ରକାଶ କରି କହିଲେ, “କୌଣସି ବିଷୟରେ ତାଳିମ ନ ପାଇଁ ସେ ଏତେ କଥା ଜାଣିଛନ୍ତି କିପରି?”</verse>
				<verse number="16">ଯୀଶୁ କହିଲେ: “ମୁଁ ମୋ’ ନିଜର ଶିକ୍ଷା ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ଈଶ୍ୱରଙ୍କଠାରୁ ଆଗତ ଶିକ୍ଷା ଦେଉଛି।</verse>
				<verse number="17">ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ, ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ, ନା, ତାହା ମୋ’ ନିଜ କ୍ଷମତା ବଳରେ ମୁଁ କହୁଛି।</verse>
				<verse number="18">ଯେ ନିଜ କ୍ଷମତା ବଳରେ କଥା କହେ, ନିଜକୁ ଗୌରବାନ୍ୱିତ କରିବା ତା’ର ଉଦ୍ଦେଶ୍ୟ। କିନ୍ତୁ ଯେ ତା’ର ପ୍ରେରଣକର୍ତ୍ତାଙ୍କୁ ଗୌରବାନ୍ୱିତ କରିବାକୁ ଚାହେଁ, ସେ ସତ୍ୟବାଦୀମିଥ୍ୟାର ଆଶ୍ରୟ ସେ ନିଏ ନାହିଁ।</verse>
				<verse number="19">ମୋଶା ତୁମ୍ଭମାନଙ୍କ ପାଇଁ ବିଧି ବ୍ୟବସ୍ଥା ସବୁ ରଖିଦେଇଯାଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ହେଲେ ସେହି ବ୍ୟବସ୍ଥା ପାଳନ କରୁ ନାହିଁ। ତୁମ୍ଭେମାନେ ମୋତେ ମାରି ଦେବାକୁ କାହିଁକି ଚେଷ୍ଟା କରୁଛ?”</verse>
				<verse number="20">ଜନତା ଭିତରୁ ଚିକ୍ରାର ଶୁଣାଗଲା, “ତୁମକୁ ଭୂତ ଧରିଛି। ତୁମକୁ କିଏ ମାରି ଦେବାକୁ ଚେଷ୍ଟା କରୁଛି?”</verse>
				<verse number="21">ଯୀଶୁ କହିଲେ: “ମୁଁ ଗୋଟିଏ ମହାନ୍ କାର୍ଯ୍ୟ କରିବା ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେଲ।</verse>
				<verse number="22">ତୁମ ପୁତ୍ରମାନଙ୍କ ସୁନ୍ନତ କରାଇବା ଲାଗି ମୋଶା ଆଦେଶ ଦେଇଥିଲେ। (ଅବଶ୍ୟ ମୋଶା ଏହି ପ୍ରଥା ଆରମ୍ଭ କରି ନ ଥିଲେ; ତୁମ ପୂର୍ବପୁରୁଷମାନଙ୍କ ସମୟରୁ ଏହା ଚଳି ଆସୁଥିଲା।) ବିଶ୍ରାମବାରରେ ମଧ୍ୟ ତୁମେ ସେହି ସୁନ୍ନତ କାର୍ଯ୍ୟ କରାଉଛ, କିନ୍ତୁ ତଦ୍ଦ୍ୱାରା ଯେ ବିଶ୍ରାମବାର ନିୟମ ଲଙ୍ଘନ କରୁଛ, ଏହା ମନେ କରୁ ନାହିଁ।</verse>
				<verse number="23">ଯଦି ବିଶ୍ରାମବାରରେ ଗୋଟିଏ ପୁଅକୁ ସୁନ୍ନତ କରାଇବା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରାଯାଉ ନାହିଁ, ସେହିଦିନ ମୁଁ ଜଣେ ଲୋକର ଶରୀରକୁ ସମ୍ପୂଣର୍ଣ ଆରୋଗ୍ୟ କରିଦେଲେ, କାହିଁକି ଉତ୍ତ୍ୟକ୍ତ ହେଉଛ?</verse>
				<verse number="24">ବାହ୍ୟ ବିଷୟକୁ ମାନଦଣ୍ଡ କରି ବିଚାର କର ନାହିଁ; ପ୍ରକୃତ ମାନଦଣ୍ଡ ଦ୍ୱାରା ବିଚାର କର।”</verse>
				<verse number="25">ଯିରୂଶାଲମରେ କେତେକ ଲୋକ କହିଲେ, “ଯେଉଁ ବ୍ୟକ୍ତିଙ୍କୁ ମାରିବା ପାଇଁ କର୍ତ୍ତୃପକ୍ଷମାନେ ଚେଷ୍ଟା କରୁଛନ୍ତି, ସେ ଏହି ନୁହନ୍ତି କି?”</verse>
				<verse number="26">ଦେଖ, ସେ ସର୍ବସାଧାରଣରେ ଏତେ ସବୁ କହି ଯାଉଛନ୍ତି, କିନ୍ତୁ ତାଙ୍କୁ ପ୍ରତିବାଦ କରି ପଦେ ହେଲେ କେହି କହୁ ନାହାନ୍ତି। ଏ ମସୀହ ବୋଲି ସେମାନେ କଅଣ ପ୍ରକୃତରେ ଜାଣିଛନ୍ତି?</verse>
				<verse number="27">ଯେତେବେଳେ ମସୀହ ଆବିର୍ଭୁତ ହେବେ, ସେ କେଉଁଠାରୁ ଆସିଛନ୍ତି, କେହି ଜାଣି ପାରିବେ ନାହିଁ; କିନ୍ତୁ ଏ ବ୍ୟକ୍ତି କେଉଁଠୁ ଆସିଛନ୍ତି, ଆମେ ସମସ୍ତେ ଜାଣୁ।”</verse>
				<verse number="28">ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ: “ମୁଁ କିଏ ଓ କେଉଁଠାରୁ ଆସିଛି, ତୁମ୍ଭେମାନେ କଅଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ। ମୋତେ ଯେ ପ୍ରେରଣ କରିଛନ୍ତି, ସେ ସତ୍। ତୁମେ ତାଙ୍କୁ ଜାଣ ନାହିଁ।</verse>
				<verse number="29">ମୁଁ ତାଙ୍କୁ ଜାଣେ, କାରଣ ସେ ମୋତେ ପ୍ରେରଣ କରିଛନ୍ତି, ମୁଁ ତାଙ୍କଠାରୁ ଆସିଛି।”</verse>
				<verse number="30">ଏହା ଶୁଣି ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ। କିନ୍ତୁ ତାଙ୍କର ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ହାତ ଦେଇ ପାରିଲେ ନାହିଁ।</verse>
				<verse number="31">କିନ୍ତୁ ଜନତା ଭିତରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, “ମସୀହ ଆସିଲେ, ଏହାଙ୍କ ଅପେକ୍ଷା ସେ କ’ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ?”</verse>
				<verse number="32">ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବା ଫାରୁଶୀମାନେ ଶୁଣିଲେ। ତେଣୁ ସେମାନେ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଦଳେ ପ୍ରହରୀଙ୍କୁ ପଠାଇଲେ।</verse>
				<verse number="33">ଯୀଶୁ କହିଲେ: “ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ କିଛି ସମୟ ରହିବି, ତା’ପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯିବି।</verse>
				<verse number="34">ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ, କାରଣ, ମୁଁ ଯେଉଁଠି ରହିବି, ତୁମ୍ଭେମାନେ ସେଠାକୁ ଯାଇ ପାରିବ ନାହିଁ।”</verse>
				<verse number="35">ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?</verse>
				<verse number="36">ସେ କହୁଛନ୍ତି, ଆମେ ତାଙ୍କୁ ଖୋଜି ପାଇ ପାରିବୁ ନାହିଁ, ଯେଉଁଠାକୁ ସେ ଯିବେ, ସେଠାକୁ ଆମେ ଯାଇ ପାରିବୁ ନାହିଁ, ଏହାର ଅର୍ଥ କ’ଣ?”</verse>
				<verse number="37">ଉତ୍ସବର ଶେଷ ଦିବସରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ: “ଯେ ତୃଷାର୍ତ୍ତ, ସେ ମୋ’ ପାଖକୁ ଆସି ପାନ କରୁ।</verse>
				<verse number="38">ଶାସ୍ତ୍ରରେ ଲେଖାଅଛି, ‘ଯେ ମୋ’ଠାରେ ବିଶ୍ୱାସ କରେ, ତା’ର ହୃଦୟରୁ ଜୀବନଦାୟୀ ଜଳସ୍ରୋତ ଉଚ୍ଛୁଳି ବହିଯିବ’।”</verse>
				<verse number="39">ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ ଏ କଥା କହିଲେ- ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନେ ପରେ ଏହି ପବିତ୍ରଆତ୍ମାଙ୍କୁ ପାଇଲେ। ସେ ପର୍ଯ୍ୟନ୍ତ ଯୀଶୁ ମହିମାନ୍ୱିତ ହୋଇ ନ ଥିବାରୁ ପବିତ୍ରଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।</verse>
				<verse number="40">ଯେତେବେଳେ ଲୋକେ ଏ କଥା ଶୁଣିଲେ, ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିଶ୍ଚୟ ସେହି ଭାବବାଦୀ।”</verse>
				<verse number="41">କେହି କେହି କହିଲେ, “ସେ ମସୀହ।” କିନ୍ତୁ ଅନ୍ୟମାନେ କହିଲେ, “ମସୀହଙ୍କ ଆବିର୍ଭାବ ଗାଲିଲୀରୁ ହୋଇ ପାରିବ ନାହିଁ।</verse>
				<verse number="42">ଶାସ୍ତ୍ରରେ ଲେଖାଅଛି, ମସୀହ ଦାଉଦ ରାଜାଙ୍କ ବଂଶଧର ଏବଂ ସେ ଦାଉଦଙ୍କ ବାସସ୍ଥାନ ବେଥ୍ଲେହିମ୍ ସହରରେ ଜନ୍ମ ଗ୍ରହଣ କରିବେ।”</verse>
				<verse number="43">ତେଣୁ ଯୀଶୁଙ୍କ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ମତଭେଦ ଉପୁଜିଲା।</verse>
				<verse number="44">କେତେକ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ କେହି ତାଙ୍କ ଉପରେ ହାତ ଦେଇ ପାରିଲେ ନାହିଁ।</verse>
				<verse number="45">ପ୍ରହରୀମାନେ ଫେରି ଆସିବାରୁ ମୁଖ୍ୟ ଯାଜକ ଓ ଫାରୁଶୀମାନେ ସେମାନଙ୍କୁ ପଚାରିଲେ, “ତାଙ୍କୁ କାହିଁକି ଧରି ଆଣି ନାହଁ?”</verse>
				<verse number="46">ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”</verse>
				<verse number="47">ଫାରୁଶୀମାନେ ସେମାନଙ୍କୁ କହିଲେ, “ସେ କ’ଣ ତୁମକୁ ମଧ୍ୟ ବୋକା ବନାଇ ଦେଇଛି?</verse>
				<verse number="48">ଫାରୁଶୀ ବା ଆମ ଅଧିକାରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା’ କଥାରେ ବିଶ୍ୱାସ କରୁଛନ୍ତି ବୋଲି କଅଣ ତୁମ୍ଭେମାନେ ଜାଣିଛ?</verse>
				<verse number="49">ଏହି ଜନତା ମୋଶାଙ୍କ ବିଧି ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ- ଏମାନେ ସମସ୍ତେ ଅଭିଶପ୍ତ।”</verse>
				<verse number="50">ସେତେବେଳେ ସେଠାରେ ନିକଦୀମ ନାମକ ଜଣେ ଫାରୁଶୀ ଉପସ୍ଥିତ ଥିଲେ। ସେ ଆଗରୁ ଥରେ ଯୀଶୁଙ୍କୁ ଦେଖିବାକୁ ଯାଇଥିଲେ।</verse>
				<verse number="51">ସେ କହିଲେ, “ଆମ ବ୍ୟବସ୍ଥା ଅନୁଯାୟୀ ଜଣେ କାହାକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ତା’ କଥା ଶୁଣିବାକୁ ହେବ ଏବଂ ସେ କ’ଣ କରିଛି, ଅନୁସନ୍ଧାନ କରିବାକୁ ହେବ।”</verse>
				<verse number="52">ଅନ୍ୟମାନେ ତାଙ୍କୁ ଉତ୍ତର ଦେଇ କହିଲେ, “ତୁମେ ମଧ୍ୟ କ’ଣ ଗାଲିଲୀର ଲୋକ? ଭଲ କରି ଶାସ୍ତ୍ର ଅଧ୍ୟୟନ କର। ତାହାହେଲେ ଗାଲିଲୀରେ କୌଣସି ଭାବବାଦୀ ଜନ୍ମ ହୋଇ ପାରିବେ ନାହିଁ, ଏ କଥା ତୁମେ ଜାଣି ପାରିବା।”</verse>
			</chapter>
			<chapter number="8">
				<verse number="1">(ସମସ୍ତେ ଘରକୁ ଚାଲିଗଲା ପରେ ଯୀଶୁ ଜୀତ ପର୍ବତକୁ ଗଲେ।</verse>
				<verse number="2">ତା’ ପରଦିନ ପ୍ରତ୍ୟୁଷରେ ସେ ମନ୍ଦିରକୁ ଫେରି ଆସିଲେ ଏବଂ ସେଠାରେ ସମବେତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ।</verse>
				<verse number="3">ଦଳେ ଧର୍ମଗୁରୁ ଓ ଫାରୁଶୀ ବ୍ୟଭିଚାର ଅପରାଧରେ ଧରା ପଡ଼ିଥିବା ଗୋଟିଏ ସ୍ତ୍ରୀ ଲୋକକୁ ଟାଣି ଆଣିଲେ। ସମସ୍ତଙ୍କ ଆଗରେ ଠିଆ କରାଇ ଯୀଶୁଙକୁ ପଚାରିଲେ,</verse>
				<verse number="4">“ଗୁରୁ, ଏହି ସ୍ତ୍ରୀ ଲୋକଟି ବ୍ୟଭିଚାର କରୁଥିବାବେଳେ ଧରା ପଡ଼ିଛି।</verse>
				<verse number="5">ଏଭଳି ସ୍ତ୍ରୀ ଲୋକକୁ ପଥର ପକାଇ ମାରି ଦେବା ପାଇଁ ମେଶା ଆମ ବ୍ୟବସ୍ଥାରେ ନିର୍ଦ୍ଦେଶ ଦେଇଛନ୍ତି। ଏ ବିଷୟରେ ଆପଣ କ’ଣ କହୁଛନ୍ତି?”</verse>
				<verse number="6">ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏ କଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ।</verse>
				<verse number="7">ସେମାନେ ସେଠାରେ ଠିଆହୋଇ ଆହୁରି ପ୍ରଶ୍ନ କରିବାରୁ, ଯୀଶୁ ମୁଣ୍ଡ ଟେକି ସେମାନଙ୍କୁ କହିଲେ, “ତୁମ ମଧ୍ୟରୁ ଯେ କେବେ କୌଣସି ପାପ କରି ନାହିଁ, ସେ ପ୍ରଥମେ ଆସି ପଥର ଫୋପାଡ଼ୁ।”</verse>
				<verse number="8">ଏହା କହି ଯୀଶୁ ପୁଣି ତରେ ନଇଁ ପଡ଼ି ଭୂମିରେ ଲେଖିଲେ।</verse>
				<verse number="9">ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ। ଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି।</verse>
				<verse number="10">ଯୀଶୁ ମୁଣ୍ଡ ଟେକି ତାକୁ ପଚାରିଲେ, “ସେମାନେ କାହାନ୍ତି? ତୁମକୁ ଦଣ୍ଡ ଦେବାକୁ ଜଣେ ହେଲେ ରହିଲେ ନାହିଁ?”</verse>
				<verse number="11">“ନା, ପ୍ରଭୁ, କେହି ନାହାନ୍ତି”, ସେ ଉତ୍ତର ଦେଲା। ଯୀଶୁ ତାକୁ ଅଭୟ ଦେଇ କହିଲେ: “ମୁଁ ମଧ୍ୟ ତୁମକୁ ଦଣ୍ଡ ଦେବି ନାହିଁ। ଯାଅ, କିନ୍ତୁ ଆଉ ଥରେ ପାପ କର ନାହିଁ।”)</verse>
				<verse number="12">ଯୀଶୁ ପୁନର୍ବାର ଫାରୁଶୀମାନଙ୍କୁ କହିଲେ: “ମୁଁ ଜଗତର ଜ୍ୟୋତି, ଯେକେହି ମୋତେ ଅନୁସରଣ କରିବ, ସେ ଜୀବନର ଆଲୋକ ପାଇବ ଏବଂ କଦାପି ଅନ୍ଧକାରରେ ଗମନ କରିବ ନାହିଁ।”</verse>
				<verse number="13">ଫାରୂଶୀମାନେ ତାଙ୍କୁ କହିଲେ, "ବର୍ତ୍ତମାନ ତୁମେ ନିଜ ପାଇଁ ସାକ୍ଷ୍ୟ ଦେଉଛି। ତେଣୁ ତୁମେ ଯାହା କହୁଛ, ତାହା ପ୍ରକୃତ ପ୍ରମାଣ ନୁହେଁ।”</verse>
				<verse number="14">ଯୀଶୁ ଉତ୍ତର ଦେଲେ, “ନା- ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା, ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ, ମୁଁ କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ, ତୁମେ ତାହା ଜାଣ ନାହିଁ।</verse>
				<verse number="15">ତୁମେ କେବଳ ମାନବିକ ମାନଦଣ୍ଡ ଅନୁଯାୟୀ ବିଚାର କରୁଛ। ମୁଁ କାହାର ବିଚାର କରେ ନାହିଁ।</verse>
				<verse number="16">କିନ୍ତୁ ମୁଁ ଯଦି ତା’ କରନ୍ତି, ମୋର ବିଚାର ଯଥାର୍ଥ ହୁଅନ୍ତା, କାରଣ ମୁଁ ଏକାକୀ ଏ କାର୍ଯ୍ୟ କରେ ନାହିଁ, ମୋର ପ୍ରେରଣକାରୀ ପିତା ମୋ’ ସଙ୍ଗରେ ଅଛନ୍ତି।</verse>
				<verse number="17">ତୁମ ଧର୍ମ ବ୍ୟବସ୍ଥାରେ ଲେଖାଯାଇଛି, ଦୁଇ ଜଣ ସାକ୍ଷୀଙ୍କ କଥା ସମାନ ହେଲେ, ସେମାନେ ଯାହା କହୁଛନ୍ତି ତାହା ସତ୍ୟ।</verse>
				<verse number="18">ମୋ’ ନିଜ ପାଇଁ ମୁଁ ସାକ୍ଷ୍ୟ ଦେଉଛି ଏବଂ ମୋର ପ୍ରେରଣକାରୀ ପିତା ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି।”</verse>
				<verse number="19">ସେମାନେ ପ୍ରଶ୍ନ କଲେ, “ତୁମ ପିତା କେଉଁଠାରେ?” ଯୀଶୁ କହିଲେ: “ମୋତେ କିମ୍ବା ମୋ’ ପିତାଙ୍କୁ ତୁମ୍ଭେମାନେ ଜାଣ ନାହିଁ। ମୋତେ ଜାଣିଥିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”</verse>
				<verse number="20">ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସି ନ ଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ।</verse>
				<verse number="21">ଯୀଶୁ ପୁଣି ସେମାନଙ୍କୁ କହିଲେ, “ମୁଁ ଚାଲି ଯାଉଛି, ତୁମ୍ଭେମାନେ ମୋତେ ଖୋଜିବ; କିନ୍ତୁ ନିଜ ନିଜ ପାପରେ ମରିବ। ମୁଁ ଯେଉଁଠାକୁ ଯାଉଛି, ସେଠାକୁ ତୁମ୍ଭେମାନେ ଯାଇପାରିବ ନାହିଁ।”</verse>
				<verse number="22">ଇହୁଦୀ କର୍ତ୍ତୃପକ୍ଷମାନେ କୁହାକୁହି ହେଲେ, “ସେ କହୁଛନ୍ତି; ସେ ଯେଉଁଠାରକୁ ଯିବେ, ଆମେ ସେଠାକୁ ଯାଇ ପାରିବା ନାହିଁ। ସେ ଆତ୍ମହତ୍ୟା କରିବାକୁ ଭାବୁଛନ୍ତି କି?</verse>
				<verse number="23">ଯୀଶୁ ଏ କଥାର ଉତ୍ତର ଦେଇ କହିଲେ: “ତୁମ୍ଭେମାନେ ଏହି ଅଧଃଲୋକରୁ ଉତ୍ପନ୍ନ; ମୁଁ ଊଦ୍ଧ୍ୱର୍ଲୋକରୁ ଆସିଛି। ତୁମ୍ଭେମାନେ ଏହି ଜଗତର, ମୁଁ ନୁହେଁ।</verse>
				<verse number="24">ସେଥିପାଇଁ ମୁଁ କହିଛି, ତୁମେ ତୁମ ପାପରେ ମରିବ। ‘ମୁଁ ସ୍ୱୟଂ’ ସେହି - ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ, ନିଜ ପାପରେ ମରିବ।”</verse>
				<verse number="25">ସେମାନେ ପଚାରିଲେ, “ତୁମେ କିଏ?” ଯୀଶୁ ଉତ୍ତର ଦେଲେ, “ସେ କଥା ମୁଁ ଆରମ୍ଭରୁ କହି ଆସିଛି।</verse>
				<verse number="26">ତୁମ୍ଭମାନଙ୍କ ବିଷୟରେ କହିବା ପାଇଁ ଏବଂ ତୁମ୍ଭମାନଙ୍କୁ ଦୋଷୀ କରିବା ପାଇଁ ମୋର ଅନେକ କଥା ଅଛି। କିନ୍ତୁ ଯେ ମୋତେ ପ୍ରେରଣ କରିଛନ୍ତି, ସେ ସତ୍ୟ। ତାଙ୍କଠାରୁ ମୁଁ ଯାହା ଶୁଣିଛି; କେବଳ ତାହା ହିଁ ଜଣାଉଛି।”</verse>
				<verse number="27">ପିତା ଈଶ୍ୱରଙ୍କୁ ଲକ୍ଷ୍ୟ କରି ଯୀଶୁ ଏକଥା କହୁଥିଲେ ବୋଲି ସେମାନେ ବୁଝିପାରିଲେ ନାହିଁ।</verse>
				<verse number="28">ତେଣୁ ସେ ସେମାନଙ୍କୁ କହିଲେ: “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊଦ୍ଧ୍ୱର୍ରେ ସ୍ଥାପନ କରିବ, ସେତେବେଳେ ବୁଝିପାରିବ, ପ୍ରକୃତରେ ‘ମୁଁ ସ୍ୱୟଂ ସେହି।’ ସେତେବେଳେ ତୁମ୍ଭେମାନେ ଜାଣିବ, ମୁଁ ନିଜ ଅଧିକାରରେ କିଛି କରେ ନାହିଁ। ପିତାଙ୍କଠାରୁ ଯାହା ଶିକ୍ଷା କରିଛି, ତାହା କହେ।</verse>
				<verse number="29">ଯେ ମୋତେ ପ୍ରେରଣ କରିଛନ୍ତି, ସେ ମୋ’ ସଙ୍ଗରେ ଅଛନ୍ତି। ସେ ମୋତେ ଏକାକୀ ଛାଡ଼ି ଦେଇ ନାହାନ୍ତି, କାରଣ ଯାହା ତାଙ୍କର ସନ୍ତୋଷଜନକ, କେବଳ ତାହା ମୁଁ ସବୁବେଳେ କରିଥାଏ।”</verse>
				<verse number="30">ଯୀଶୁଙ୍କର ଏହି ସବୁ କଥା ଶୁଣି ଅନେକେ ତାଙ୍କଠାରେ ବିଶ୍ୱାସ କଲେ।</verse>
				<verse number="31">ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।</verse>
				<verse number="32">ତୁମ୍ଭେମାନେ ସତ୍ୟ ଜାଣିବ ଓ ସତ୍ୟ ତୁମକୁ ମୁକ୍ତ କରିବ।”</verse>
				<verse number="33">ଇହୁଦୀମାନେ ଉତ୍ତର ଦେଇ କହିଲେ: “ଆମେ ଅବ୍ରହାମଙ୍କ ବଂଶଧର: ଆମେ କେବେ କାହାର ଦାସ ହୋଇ ରହି ନାହୁଁ। ତୁମେ କାହିଁକି କହୁଛ- ଆମେ ମୁକ୍ତ ହେବୁ- ଏ କଥାର ଅର୍ଥ କ’ଣ?”</verse>
				<verse number="34">ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି, ସେମାନେ ସମସ୍ତେ ପାପର ଦାସ।</verse>
				<verse number="35">ଦାସ ସବୁ ସମୟ ପାଇଁ ପରିବାରର ଜଣେ ହୋଇ ରହେ ନାହିଁ। କିନ୍ତୁ ପରିବାରରେ ପୁତ୍ରର ସ୍ଥାନ ଚିରସ୍ଥାୟୀ।</verse>
				<verse number="36">ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତି ଦିଅନ୍ତି, ତୁମେ ପ୍ରକୃତରେ ମୁକ୍ତ ହେବ।</verse>
				<verse number="37">ମୁଁ ଜାଣେ, ତୁମ୍ଭେମାନେ ମୋତେ ମାରିବାକୁ ଚେଷ୍ଟା କରୁଛ, କାରଣ ତୁମେ ମୋର ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ।</verse>
				<verse number="38">ମୋର ପିତାଙ୍କଠାରେ ମୁଁ ଯାହା ଦେଖିଛି, ତାହା ମୁଁ ପ୍ରକାଶ କରେ। କିନ୍ତୁ ତୁମ୍ଭମାନଙ୍କ ପିତା କହିବା ଅନୁଯାୟୀ ତୁମେ କାର୍ଯ୍ୟ କରୁଛ।”</verse>
				<verse number="39">ସେମାନେ କହିଲେ, “ଆମ୍ଭମାନଙ୍କ ପିତା ଯେ ଅବ୍ରହାମ।” ଯୀଶୁ କହିଲେ: “ତୁମ୍ଭେମାନେ ଯଦି ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ସେ ଯାହା କରିଥିଲେ, ତୁମ୍ଭେମାନେ ତାହା କରିଥାଆନ୍ତ।</verse>
				<verse number="40">ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟକୁ ପ୍ରକାଶ କରିବା ଛଡ଼ା ମୁଁ ଆଉ କିଛି କରେ ନାହିଁ; ଅଥଚ ତୁମ୍ଭେମାନେ ମୋତେ ପ୍ରାଣରେ ମାରି ଦେବାକୁ ଚେଷ୍ଟା କରୁଛ। ଅବ୍ରହାମ ଏଭଳି କାର୍ଯ୍ୟ କରି ନ ଥିଲେ।</verse>
				<verse number="41">ତୁମ୍ଭମାନଙ୍କ ପିତା ଯାହା କରିଥିଲେ, ତୁମେ ତାହା କରୁଛ।” ସେମାନେ ଉତ୍ତର ଦେଇ କହିଲେ: “କେବଳ ଈଶ୍ୱର ଆମ୍ଭମାନଙ୍କର ପିତା- ଆମେ ତାଙ୍କର ପ୍ରକୃତ ସନ୍ତାନ।”</verse>
				<verse number="42">ଯୀଶୁ ସେମାନଙ୍କୁ କହିଲେ: “ଈଶ୍ୱର ଯଦି ପ୍ରକୃତରେ ତୁମ୍ଭମାନଙ୍କର ପିତା, ତାହାହେଲେ ତୁମ୍ଭେମାନେ ମୋତେ ସ୍ନେହ କରିଥାଆନ୍ତ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଆସି ବର୍ତ୍ତମାନ ଏଠାରେ ଅଛି। ମୁଁ ନିଜ ଅଧିକାରରେ ଆସି ନାହିଁ। ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।</verse>
				<verse number="43">ମୁଁ ଯାହା କହୁଛି, ତୁମେ ବୁଝିପାରୁ ନାହଁ କାହିଁକି? ଏହାର କାରଣ ହେଉଛି, ତୁମେ ମୋର ଶିକ୍ଷା ଶୁଣି ସହ୍ୟ କରିପାରୁ ନାହଁ।</verse>
				<verse number="44">ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।</verse>
				<verse number="45">କିନ୍ତୁ ମୁଁ ସତ୍ୟ କହେ, ଏଥିପାଇଁ ତୁମେ ମୋତେ ବିଶ୍ୱାସ କରୁ ନାହଁ।</verse>
				<verse number="46">ମୁଁ ପାପୀ ବୋଲି ତୁମ ମଧ୍ୟରୁ କିଏ ପ୍ରମାଣ କରିପାରିବ? ମୁଁ ଯଦି ସତ୍ୟ କହେ, ମୋତେ ତୁମ୍ଭେମାନେ କାହିଁକି ବିଶ୍ୱାସ କରୁନାହଁ?</verse>
				<verse number="47">ଯେ ଈଶ୍ୱରଙ୍କଠାରୁ ଜାତ, ସେ ଈଶ୍ୱରଙ୍କ କଥାରେ ମନୋଯୋଗୀ ହୁଏ। ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ ନୁହଁ; ତେଣୁ ମୋ’ କଥାରେ ମନୋଯୋଗ କରୁ ନାହଁ।”</verse>
				<verse number="48">ସେମାନେ ଯୀଶୁଙ୍କୁ ପଚାରିଲେ: “ତୁମେ ଜଣେ ଶମିରୋଣୀୟ ଓ ଭୂତଗ୍ରସ୍ତ, ଏକତା କହିବା ଆମ ପକ୍ଷେ ଠିକ୍ ହୋଇ ନାହିଁ କି?”</verse>
				<verse number="49">ଯୀଶୁ ଉତ୍ତର ଦେଲେ: “ନା, ମୁଁ ଭୂତଗ୍ରସ୍ତ ନୁହେଁ। ମୁଁ ମୋ’ ପିତା ଈଶ୍ୱରଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେମାନେ ମୋତେ ଅପମାନ ଦେଉଛ।</verse>
				<verse number="50">ମୁଁ ନିଜକୁ ଗୌରବାନ୍ୱିତ କରିବାକୁ ଇଚ୍ଛା କରୁ ନାହିଁ। ଏକଥା ମୋ’ ପାଇଁ ଆଉ ଜଣେ ଚାହୁଁଛନ୍ତି; ସେ ମୋ’ ସପକ୍ଷରେ ବିଚାର କରିବେ।</verse>
				<verse number="51">ମୁଁ ସତ୍ୟ କହୁଛି, ଯେ ମୋର ଉପଦେଶ ପାଳନ କରେ, ସେ କେବେ ମରିବ ନାହିଁ।”</verse>
				<verse number="52">ସେମାନେ ତାଙ୍କୁ କହିଲେ, “ବର୍ତ୍ତମାନ ଆମ ଠିକ୍ ଜାଣୁଛୁ ଯେ, ତୁମକୁ ଭୂତ ଧରିଛି। ଅବ୍ରାହାମ ଓ ଭାବବାଦୀମାନେ ସମସ୍ତେ ମରିଛନ୍ତି; ଆଉ ତୁମେ କହୁଛ, ଯିଏ ତୁମ ଉପଦେଶ ପାଳନ କରିବ, ସେ କେବେ ମରିବ ନାହିଁ।</verse>
				<verse number="53">ଆମ ପିତୃପୁରୁଷ ଅବ୍ରାହାମ ମରିଛନ୍ତି। ତୁମେ କ’ଣ ଅବ୍ରାହାମଙ୍କଠାରୁ ମହାନ୍ ବୋଲି ମନେ କରୁଛ? ଭାବବାଦୀମାନେ ମଧ୍ୟ ମରିଛନ୍ତି। ନିଜକୁ ତୁମେ କ’ଣ ବୋଲି ମନେ କରୁଛ?”</verse>
				<verse number="54">ଯୀଶୁ ଉତ୍ତର ଦେଲେ: “ମୁଁ ଯଦି ନିଜକୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରୁଥାଆନ୍ତି, ଏହାର କିଛି ମୂଲ୍ୟ ରହନ୍ତା ନାହିଁ। ଯେ ମୋତେ ଗୌରବାନ୍ୱିତ କରନ୍ତି, ସେ ମୋର ପିତା- ଯାହାଙ୍କୁ ତୁମ୍ଭମାନଙ୍କର ଈଶ୍ୱର ବୋଲି କହୁଛ।</verse>
				<verse number="55">ତୁମ୍ଭେମାନେ ତାଙ୍କୁ କେବେ ଜାଣି ନାହଁ, ମୁଁ ତାଙ୍କୁ ଜାଣେ। ତାଙ୍କୁ ଜାଣି ନାହିଁ ବୋଲି ମୁଁ ଯଦି କହେ, ତୁମ ପରି ମୁଁ ମଧ୍ୟ ଜଣେ ମିଥ୍ୟାବାଦୀ ହେବି। କିନ୍ତୁ ପ୍ରକୃତରେ ମୁଁ ତାଙ୍କୁ ଜାଣେ ଓ ତାଙ୍କ କଥା ମାନେ।</verse>
				<verse number="56">ମୋର ଆଗମନ ଦେଖି ପାରିବେ ବୋଲି ଆଶା କରି ଅବ୍ରାହାମ ଉଲ୍ଲସିତ ହୋଇଥିଲେ; ବାସ୍ତବିକ୍ ମୋତେ ଦେଖି ତାଙ୍କର ଅଶେଷ ଆନନ୍ଦ ହୋଇଥିଲା।”</verse>
				<verse number="57">ସେମାନେ ପଚାରିଲେ, “କ’ଣ, ତୁମକୁ ପଚାଶ ବର୍ଷ ମଧ୍ୟ ହୋଇ ନାହିଁ; ତୁମେ ଅବ୍ରାହାମଙ୍କୁ ଦେଖିଛ?”</verse>
				<verse number="58">ଯୀଶୁ ଉତ୍ତର ଦେଲେ: “ମୁଁ ସତ୍ୟ କହୁଛି, ଅବ୍ରାହାମଙ୍କ ପୂର୍ବରୁ ମୋର ସ୍ଥିତି ରହିଛି।”</verse>
				<verse number="59">ଏହା ଶୁଣି ସେମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ। କିନ୍ତୁ ଯୀଶୁ ସମସ୍ତଙ୍କ ଅଗୋଚରରେ ମନ୍ଦିର ଛାଡ଼ି ଚାଲିଗଲେ।</verse>
			</chapter>
			<chapter number="9">
				<verse number="1">ଦିନେ ଯୀଶୁ ବାଟରେ ଯାଉଥିବା ବେଳେ ଗୋଟିଏ ଜନ୍ମାନ୍ଧକୁ ଭେଟିଲେ।</verse>
				<verse number="2">ଶିଷ୍ୟମାନେ ପଚାରିଲେ, “ଗୁରୁ, କାହାର ପାପ ଲାଗି ଏ ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି- ତା’ ନିଜର ନା ତା’ ପିତାମାତାଙ୍କ ପାପ ଲାଗି?”</verse>
				<verse number="3">ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।</verse>
				<verse number="4">ଦିବସର ଆଲୋକ ଥାଉଁ ଥାଉଁ, ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମକୁ କରି ଯିବାକୁ ହେବ। ରାତ୍ରି ଆସୁଛି, ଯେତେବେଳେ କେହି କାର୍ଯ୍ୟ କରିପାରିବେ ନାହିଁ।</verse>
				<verse number="5">ଏ ଜଗତରେ ଥିବାଯାଏ ମୁଁ ଜଗତର ଆଲୋକ।”</verse>
				<verse number="6">ଏହା କହି ଯୀଶୁ ମାଟିରେ ଛେପ ପକାଇ କିଛି କାଦୁଅ କଲେ; ସେଥିରୁ ଟିକିଏ ନେଇ ଲୋକଟିର ଆଖି ଉପରେ ଲେପନ କରି କହିଲେ,</verse>
				<verse number="7">“ଶିଲୋହ ପୁଷ୍କରିଣୀରେ ମୁହଁ ଧୋଇ ଆସ।” (‘ଶିଲୋହ’ ଶବ୍ଦର ଅର୍ଥ ‘ପ୍ରେରିତ’।) ଲୋକଟି ଯାଇ ମୁହଁ ଧୋଇ ଫେରିବାବେଳେ ଦୃଷ୍ଟି ଶକ୍ତି ପାଇଲା।</verse>
				<verse number="8">ତା’ର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ, ସେମାନେ ପଚାରିଲେ, “ଏ ଲୋକଟି କ’ଣ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁ ନ ଥିଲା?”</verse>
				<verse number="9">କେତେକ କହିଲେ, “ହଁ, ଏ ତ ସେହି।” ଅନ୍ୟମାନେ କହିଲେ, “ନା, ସେ ନୁହେଁ, କିନ୍ତୁ ଠିକ୍ ତା’ ପରି ଦେଖାଯାଉଛି।” କିନ୍ତୁ ଲୋକଟି କହିଲା, “ମୁଁ ସେହି।”</verse>
				<verse number="10">ଲୋକମାନେ ତାକୁ ପଚାରିଲେ, “ତା’ ହେଲେ, ତୁ ଏବେ ଦେଖିପାରୁଛୁ କିପରି?”</verse>
				<verse number="11">ସେ ଉତ୍ତର ଦେଲା, “ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ’ ଆଖିରେ ଲଗାଇଲେ ଓ ଶିଲୋହରେ ମୁହଁ ଧୋଇ ଆସିବାକୁ କହିଲେ। ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି।”</verse>
				<verse number="12">“ସେ କାହାନ୍ତି”, ବୋଲି ଲୋକମାନେ ତାକୁ ପଚାରିଲେ। ଲୋକଟି ଉତ୍ତର ଦେଲା, “ମୁଁ ଜାଣେ ନାହିଁ।”</verse>
				<verse number="13">ଦୃଷ୍ଟି ଶକ୍ତି ପାଇଥିବା ସେହି ଜନ୍ମାନ୍ଧକୁ ଲୋକମାନେ ଫାରୁଶୀମାନଙ୍କ ନିକଟକୁ ନେଇଗଲେ।</verse>
				<verse number="14">ଯୀଶୁ ଯେଉଁ ଦିନ କାଦୁଅ କରି ତାକୁ ଦୃଷ୍ଟି ଶକ୍ତି ଦେଇଥିଲେ, ସେହି ଦିନ ଥିଲା ବିଶ୍ରାମବାର।</verse>
				<verse number="15">ଫାରୁଶୀମାନେ ତାକୁ ପଚାରିଲେ, କିପରି ସେ ତା’ ଦୃଷ୍ଟି ଶକ୍ତି ପାଇଲା? ସେ ଉତ୍ତର ଦେଇ କହିଲା, “ମୋ’ ଆଖି ଉପରେ ସେ ଟିକିଏ କାଦୁଅ ଲଗାଇ ଦେଲେ, ମୁଁ ଯାଇ ମୁହଁ ଧୋଇ ଆସିଲି। ବର୍ତ୍ତମାନ ମୁଁ ଦେଖି ପାରୁଛି।”</verse>
				<verse number="16">ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, “ଯେ ଏ କାର୍ଯ୍ୟ କରିଛି, ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି।” ଅନ୍ୟମାନେ କହିଲେ, “ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ?” ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା।</verse>
				<verse number="17">ଫାରୁଶୀମାନେ ଲୋକଟିକୁ ପୁନର୍ବାର ପଚାରିଲେ, “ତୁ କହୁଛୁ, ସେ ତୋତେ ଦୃଷ୍ଟି ଦେଇଛନ୍ତି; ଆଚ୍ଛା, ତାଙ୍କ ବିଷୟରେ ତୁ କ’ଣ କହୁଛୁ?” ଲୋକଟି କହିଲା, “ସେ ଜଣେ ଭାବବାଦୀ।”</verse>
				<verse number="18">କିନ୍ତୁ ସେ ଯେ ଜନ୍ମରୁ ଅନ୍ଧ ଥିଲା ଓ ଏବେ ଦୃଷ୍ଟି ଶକ୍ତି ପାଇଛି, ଏ କଥା ତା’ ପିତାମାତାଙ୍କୁ ପଚାରି ନ ବୁଝିବାଯାଏ ଯିହୁଦୀ କର୍ତ୍ତୃପକ୍ଷମାନେ ବିଶ୍ୱାସ କରିବାକୁ ଚାହୁଁ ନ ଥିଲେ।</verse>
				<verse number="19">ତେଣୁ ସେମାନେ ତା’ ପିତାମାତାଙ୍କୁ ପଚାରିଲେ, “ଏ କ’ଣ ତୁମ ପୁଅ? ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହୁଛ। ତେବେ ସେ ବର୍ତ୍ତମାନ ଦେଖିପାରୁଛି କିପରି?”</verse>
				<verse number="20">ତା’ର ପିତାମାତା ଉତ୍ତର ଦେଲେ, “ହଁ, ସେ ଆମ ପୁଅ, ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା।</verse>
				<verse number="21">କିନ୍ତୁ ବର୍ତ୍ତମାନ ସେ କିପରି ଦେଖି ପାରୁଛି, ପୁଣି କିଏ ତାକୁ ଦୃଷ୍ଟି ଶକ୍ତି ଦେଇଛନ୍ତି, ଆମେ ତା’ ଜାଣୁନା। ତା’ର ବୟସ ହେଉଛି, ତାକୁ ପଚାର। ସେ ନିଜେ ନିଜ କଥା କହି ପାରିବା।”</verse>
				<verse number="22">ଲୋକଟିର ପିତାମାତା ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ଭୟ କରି ଏକଥା କହିଥିଲେ। କାରଣ ସେହି କର୍ତ୍ତୃପକ୍ଷମାନେ ସ୍ଥିର କରିଥିଲେ ଯେ ଯେଉଁମାନେ ଯୀଶୁଙ୍କୁ ମସୀହ ବୋଲି ସ୍ୱୀକାର କରିବେ, ସେମାନଢ଼ଙ୍କୁ ସମାଜଚ୍ୟୁତ କରାଯିବ।</verse>
				<verse number="23">ସେଥିପାଇଁ ତା’ର ପିତାମାତା କହିଲେ, “ତା’ଣ ବୟସ ହେଉଛି, ତାକୁ ପଚାର।”</verse>
				<verse number="24">ଫାରୁଶୀମାନେ ସେହି ଜନ୍ମାନ୍ଧକୁ ଆଉ ଥରେ ଡାକି କହିଲେ, “ଈଶ୍ୱରଙ୍କ ସମ୍ମୁଖରେ ଶପଥ କରି କହ, ତୁ ସତ କହିବୁ। ଆମେ ଜାଣୁ, ଯେଉଁ ଲୋକ ତୋତେ ଦୃଷ୍ଟି ଶକ୍ତି ଦେଇଛି, ସେ ଜଣେ ପାପୀ।”</verse>
				<verse number="25">ଲୋକଟି ଉତ୍ତର ଦେଲା, “ସେ ପାପୀକି ନୁହେଁ, ମୁଁ ଜାଣେ ନାହିଁ। କେବଳ ଗୋଟିଏ କଥା ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଛି।”</verse>
				<verse number="26">ସେମାନେ ପଚାରିଲେ, “ତୋତେ ସେ କ’ଣ କଲା? କିପରି ସେ ତୋର ଆଖି ଖୋଲିଦେଲା?”</verse>
				<verse number="27">ଲୋକଟି ଉତ୍ତର ଦେଲା, “ଆଗରୁ ତ କହିସାରିଛି, କିନ୍ତୁ ତୁମ୍ଭେମାନେ ସେ କଥା ଶୁଣିବାକୁ ଇଚ୍ଛା କରି ନାହଁ। ଆଉ ଥରେ ଶୁଣିବାକୁ କାହିଁକି ଚାହୁଁଛ? ବୋଧହୁଏ, ତୁମେ ମଧ୍ୟ ତାଙ୍କ ଶିଷ୍ୟ ହେବାକୁ ଇଚ୍ଛା କରୁଛ।”</verse>
				<verse number="28">ସେମାନେ ତାକୁ ଅଭିଶାପ ଦେଇ କହିଲେ, “ତୁ ସିନା ତା’ର ଶିଷ୍ୟ। ଆମେ ମୋଶାଙ୍କ ଶିଷ୍ୟ।</verse>
				<verse number="29">ଆମେ ଜାଣୁ, ଈଶ୍ୱର ମୋଶାଙ୍କ ସହିତ କଥାବର୍ତ୍ତା କରିଥିଲେ। କିନ୍ତୁ ସେହି ଲୋକ କେଉଁଠାରୁ ଆସିଛି, ତା’ ମଧ୍ୟ ଆମେ ଜାଣୁନା।”</verse>
				<verse number="30">ଲୋକଟି ଉତ୍ତର ଦେଲା; “ଏ କେଡ଼େ ଆଶ୍ଚର୍ଯ୍ୟ କଥା। ସେ କେଉଁଠାରୁ ଆସିଛନ୍ତି, ତୁମ୍ଭେମାନେ ଜାଣ ନାହିଁ; ଅଥଚ ସେ ମୋତେ ଦୃଷ୍ଟି ଶକ୍ତି ଦେଇଛନ୍ତି।</verse>
				<verse number="31">ଆମେ ସମସ୍ତେ ଜାଣୁ, ଈଶ୍ୱର ପାପୀମାନଢ଼ଙ୍କ କଥା ଶୁଣନ୍ତି ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି, ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି।</verse>
				<verse number="32">ସୃଷ୍ଟିର ଆରମ୍ଭରୁ କେହି ଅନ୍ଧକୁ ଦୃଷ୍ଟି ଶକ୍ତି ଦେବା କଥା କେବେ ଶୁଣାଯାଇ ନ ଥିଲା।</verse>
				<verse number="33">ଈଶ୍ୱରଙ୍କ ଠାରୁ ଆସି ନ ଥିଲେ, ସେ କେବେ ଏହି କାର୍ଯ୍ୟ କରିପାରି ନ ଥାଆନ୍ତେ।”</verse>
				<verse number="34">“ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।</verse>
				<verse number="35">ଯୀଶୁ ଏହି ସବୁ ଘଟଣା ଶୁଣି, ଆଉ ଥରେ ସେହି ଲୋକଟିର ଦେଖାଯାଇ ତାକୁ ପଚାରିଲେ, “ତୁମେ କ’ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ?”</verse>
				<verse number="36">ସେ ଉତ୍ତର ଦେଲା, “ଆଜ୍ଞା, କୁହନ୍ତୁ ସେ କିଏ, ତାଙ୍କୁ ମୁଁ ବିଶ୍ୱାସ କରିବି।”</verse>
				<verse number="37">ଯୀଶୁ ତାକୁ କହିଲେ, “ତୁମେ ତାଙ୍କୁ ଦେଖି ସାରିଛି। ତୁମ ସହିତ ଯେ ଏବେ କଥା କହୁଛନ୍ତି, ସେ ସେହି।”</verse>
				<verse number="38">“ବିଶ୍ୱାସ କରୁଛି, ପ୍ରଭୁ”! ଏହା କହି ଲୋକଟି ଯୀଶୁଙ୍କ ଆଗରେ ଆଣ୍ଠେଇ ପଡ଼ିଲା।</verse>
				<verse number="39">ଯୀଶୁ କହିଲେ, “ମନୁଷ୍ୟର ବିଚାର ପାଇଁ ମୋର ଆଗମନ। ଅନ୍ଧମାନେ ଦୃଷ୍ଟି ଶକ୍ତି ପାଇବେ, କିନ୍ତୁ ଅନେକେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ।”</verse>
				<verse number="40">ସେଠାରେ ଥିବା କେତେକ ଫାରୁଶୀ ଏ କଥା ଶୁଣି ତାଙ୍କୁ ପଚାରିଲେ, “ଆମେ ଅନ୍ଧ ବୋଲି କ’ଣ ତୁମେ ଭାବୁଛ।”</verse>
				<verse number="41">ଯୀଶୁ ଉତ୍ତର ଦେଲେ, “ଅନ୍ଧ ହୋଇଥିଲେ ତୁମ୍ଭେମାନେ ନିର୍ଦ୍ଦୋଷ ହୋଇଥାନ୍ତ। କିନ୍ତୁ ଦେଖିପାରୁଛ ବୋଲି କହୁଥିବାର ତୁମେ ଅଧିକ ଦୋଷୀ।”</verse>
			</chapter>
			<chapter number="10">
				<verse number="1">ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁ ଲୋକ ଦ୍ୱାର ଦେଇ ମେଣ୍ଢାଶାଳରେ ପ୍ରବେଶ ନ କରି ଅନ୍ୟ ପଟୁ ବାଡ଼ ଡେଇଁ ପଶେ, ସେ ଚୋର ବା ଡକାଇତ।</verse>
				<verse number="2">ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ହେଉଛି ପଲର ମେଷପାଳକ।</verse>
				<verse number="3">ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।</verse>
				<verse number="4">ସେମାନଙ୍କୁ ବାହାରକୁ ଆଣିବାବେଳେ ଆଗେ ଆଗେ ମେଷପାଳକ ଚାଲେ ଓ ମେଷଗୁଡ଼ିକ ତା’ର ପଛେ ପଛେ ଚାଲନ୍ତି, କାରଣ ସେମାନେ ତା’ର ସ୍ୱର ଚିହ୍ନନ୍ତି।</verse>
				<verse number="5">ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା’ ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା’ ସ୍ୱର ଚିହ୍ନନ୍ତି ନାହିଁ।”</verse>
				<verse number="6">ଯୀଶୁ ଉଦାହରଣ ସ୍ୱରୂପେ ଏହି କଥା କହିଥିଲେ, କିନ୍ତୁ ତାହାର ଉଦ୍ଦେଶ୍ୟ ଲୋକମାନେ ବୁଝିପାରିଲେ ନାହିଁ।</verse>
				<verse number="7">ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।</verse>
				<verse number="8">ଯେଉଁମାନେ ମୋ’ ଆଗରୁ ଆସିଛନ୍ତି, ସେମାନେ ଚୋର ଓ ଡକାଇତ। ମେଷମାନେ ସେମାନଙ୍କ କଥା ଶୁଣି ନାହାନ୍ତି।</verse>
				<verse number="9">ମୁଁ ହେଉଛି ଦ୍ୱାର। ଯେ ମୋ’ ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ।</verse>
				<verse number="10">ଚୋର ଆସେ ଚୋରି, ହତ୍ୟା ଓ ଧ୍ୱଂସ କରିବାକୁ। ମୁଁ ଆସିଛି, ତୁମ୍ଭମାନଙ୍କୁ ଜୀବନ ଦେବାକୁ- ତୁମ୍ଭେମାନେ ଯେପରି ଜୀବନର ପ୍ରାଚୁର୍ଯ୍ୟ ଉପଭୋଗ କରିପାରିବ।</verse>
				<verse number="11">“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।</verse>
				<verse number="12">ଯେ ମୂଲ ନେଇ ମେଷପଲ ଜଗିଥାଏ, ସେ ମେଷପାଳକ ନୁହେଁ, କିମ୍ବା ପଲଟିର ମାଲିକ ନୁହେଁ; ସୁତରାଂ ହେବାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ; ହେଟା ମେଣ୍ଢା ନେଇ ପଳାଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ।</verse>
				<verse number="13">ଯେ ମୂଲ ନେଇ ମେଷ ଜଗିଥାଏ, ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର– ମେଷମାନଙ୍କ ପାଇଁ ତା’ର ଦରଦ ନ ଥାଏ।</verse>
				<verse number="14">ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ,</verse>
				<verse number="15">ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।</verse>
				<verse number="16">ମୋର ଆହୁରି ଅନ୍ୟ ମେଷ ଅଛନ୍ତି, ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ।</verse>
				<verse number="17">“ମୁଁ ମୋର ଜୀବନ ଉତ୍ସର୍ଗ କରୁଥିବାରୁ ପିତା ଈଶ୍ୱର ମୋତେ ପ୍ରେମ କରନ୍ତି। ଯଦି ମୁଁ ମୋ ଜୀବନ ଦାନ କରେ, ତେବେ ତାହା ପୁଣି ଫେରି ପାଇବି।</verse>
				<verse number="18">ମୋ’ ଜୀବନକୁ ଅନ୍ୟ କେହି ନେଇ ପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।”</verse>
				<verse number="19">ଯୀଶୁଙ୍କର ଏହି କଥା ଯୋଗୁଁ ପୁନର୍ବାର ଲୋକମାନଙ୍କ ମଧ୍ୟରେ ମତଭେଦ ହେଲା।</verse>
				<verse number="20">କେତେକ କହିଲେ, “ତାକୁ ଭୂତ ଲାଗିଛି। ସେ ଗୋଟିଏ ପାଗଳ, ତା’ କଥା କାହିଁକି ଶୁଣୁଛ?”</verse>
				<verse number="21">ଅନ୍ୟମାନେ କହିଲେ, “ଭୂତଗ୍ରସ୍ତ ଲୋକ ଏପରି କଥା କହି ପାରନ୍ତା ନାହିଁ। ପୁଣି ଭୂତ କ’ଣ ଅନ୍ଧକୁ ଦୃଷ୍ଟି ଦାନ କରିପାରନ୍ତା?”</verse>
				<verse number="22">ସେତେବେଳେ ଶୀତ ଋତୁ– ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥାଏ।</verse>
				<verse number="23">ଯୀଶୁ ମନ୍ଦିରର “ଶଲୋମନ” ମଣ୍ଡପ ଉପରେ ବୁଲୁଥିଲେ।</verse>
				<verse number="24">ସେଠାରେ ଲୋକମାନେ ତାଙ୍କୁ ଘେରି ପଚାରିଲେ, “ଆଉ କେତେ ଦିନ ଆମକୁ ଏହି ସନ୍ଦେହରେ ରଖିବେ? ସତ କଥା ଖୋଲି କହି ଦିଅନ୍ତୁ- ଆପଣ କ’ଣ ମସୀହ?”</verse>
				<verse number="25">ଯୀଶୁ ଉତ୍ତର ଦେଲେ, “ମୁଁ ଆଗରୁ କହି ସାରିଛି। ତୁମେ ତ ମୋତେ ବିଶ୍ୱାସ କରୁ ନାହଁ। ପିତା ଈଶ୍ୱରଙ୍କଠାରୁ କ୍ଷମତା ପାଇ ମୁଁ ଯେଉଁସବୁ କାର୍ଯ୍ୟ କରୁଛି, ତାହା କ’ଣ ମୋ’ ସପକ୍ଷରେ ପ୍ରମାଣ ଦେଉ ନାହିଁ?</verse>
				<verse number="26">ତଥାପି ତୁମେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋର ମେଷ ନୁହଁ।</verse>
				<verse number="27">ମୋ’ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି।</verse>
				<verse number="28">ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।</verse>
				<verse number="29">ମୋର ପିତା ମୋତେ ଯାହା ଦେଇଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ତତ୍ତ୍ୱାବଧାନରୁ କେହି ସେମାନଙ୍କୁ ଛଡ଼ାଇ ନେଇ ପାରିବ ନାହିଁ।</verse>
				<verse number="30">ପିତା ଈଶ୍ୱର ଓ ମୁଁ ଏକ।”</verse>
				<verse number="31">ଏ କଥା ଶୁଣି ଇହୁଦୀମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ।</verse>
				<verse number="32">ଯୀଶୁ ସେମାନଙ୍କୁ କହିଲେ, “ମୋ’ ପିତାଙ୍କ ନିର୍ଦ୍ଦେଶରେ ମୁଁ ତୁମ ମଧ୍ୟରେ ଅନେକ ସତ୍କର୍ମ କରିଛି। ତା’ ମଧ୍ୟରୁ କେଉଁ ସତ୍କର୍ମ ଯୋଗୁ ମୋତେ ଆଜି ମାରିବାକୁ ଯାଉଛ?”</verse>
				<verse number="33">ସେମାନେ ଉତ୍ତର ଦେଲେ, “ତୁମର ସତ୍କର୍ମ ପାଇଁ ନୁହେଁ, କିନ୍ତୁ ଈଶ୍ୱର ନିନ୍ଦା ପାଇଁ। ତୁମେ ସାମାନ୍ୟ ମନୁଷ୍ୟ, କିନ୍ତୁ ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଛ।”</verse>
				<verse number="34">ଯୀଶୁ ଉତ୍ତର ଦେଲେ, “ତୁମ ଶାସ୍ତ୍ରରେ ଲେଖାଅଛି, ଈଶ୍ୱର କହନ୍ତି, ‘ତୁମ୍ଭେମାନେ ଦେବତା’।</verse>
				<verse number="35">ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି।</verse>
				<verse number="36">ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ?</verse>
				<verse number="37">ଯଦି ପିତା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ମୁଁ କାର୍ଯ୍ୟ କରୁ ନ ଥାଏ, ତେବେ ମୋତେ ବିଶ୍ୱାସ କର ନାହିଁ।</verse>
				<verse number="38">କିନ୍ତୁ ଯଦି ମୁଁ ତାଙ୍କ ଇଚ୍ଛା ସାଧନ କରୁଥାଏ, ତା’ ହେଲେ ମୋତେ ବିଶ୍ୱାସ ନ କଲେ ସୁଦ୍ଧା, ଅନ୍ତତଃ ମୋ’ କାର୍ଯ୍ୟ ଦେଖି ବିଶ୍ୱାସ କର। ତେବେ ତୁମ୍ଭେମାନେ ନିଶ୍ଚିତଭାବେ ଜାଣି ପାରିବ, ମୋ’ ପିତା ଈଶ୍ୱର ମୋ’ଠାରେ ବିଦ୍ୟମାନ।”</verse>
				<verse number="39">ସେମାନେ ଆଉ ଥରେ ଯୀଶୁଙ୍କୁ ଧରି ନେବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁ ସେଠାରୁ ଅପସରି ଗଲେ।</verse>
				<verse number="40">ଯର୍ଦ୍ଦନ ନଦୀର ଅପରପାଶ୍ୱର୍ରେ ଯୋହନ ଜଳଦୀକ୍ଷା ଦେଉଥିବା ସ୍ଥାନକୁ ଯୀଶୁ ଫେରିଯାଇ ସେଠାରେ ଅବସ୍ଥାନ କଲେ।</verse>
				<verse number="41">ତାଙ୍କ ନିକଟକୁ ଅନେକ ଲୋକ ଆସିଲେ। ସେମାନେ କୁହାକୁହି ହେଲେ, “ଯୋହନ ନିଜେ କୌଣସି ଅଲୌକିକ କାର୍ଯ୍ୟ କରି ନ ଥିଲେ କିନ୍ତୁ ଏହାଙ୍କ ବିଷୟରେ ସେ ଯାହା କହିଥିଲେ, ତାହା ଯଥାର୍ଥ”</verse>
				<verse number="42">ଏବଂ ସେଠାରେ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।</verse>
			</chapter>
			<chapter number="11">
				<verse number="1">ବେଥନିଆ ନିବାସୀ ଲାଜାର ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ମରିୟମ ଓ ମାର୍ଥା ସେହି ଗ୍ରାମରେ ରହୁଥିଲେ।</verse>
				<verse number="2">ଏହି ମରିୟମ ଥରେ ପ୍ରଭୁଙ୍କ ଉପରେ ସୁଗନ୍ଧି ତୈଳ ଢାଳି ନିଜ କେଶରେ ତାଙ୍କ ପାଦ ପୋଛି ଦେଇଥିଲା।</verse>
				<verse number="3">ଏମାନଙ୍କର ଭାଇ ଲାଜାର ଅସୁସ୍ଥ ହୋଇ ପଡ଼ିବାରୁ ସେମାନେ ଯୀଶୁଙ୍କ ନିକଟକୁ ଖବର ପଠାଇଲେ: “ପ୍ରଭୁ, ଆପଣଙ୍କ ପ୍ରିୟ ବନ୍ଧୁ ପୀଡ଼ିତ ଅଛି।”</verse>
				<verse number="4">ଏ ଖବର ଶୁଣି ଯୀଶୁ କହିଲେ, “ଏ ରୋଗରେ ଲାଜାର ମରିବ ନାହିଁ। କିନ୍ତୁ ଏହା ଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥି ସଙ୍ଗେ ଈଶ୍ୱରଙ୍କ ପୁତ୍ର ମଧ୍ୟ ଗୌରବ ପାଇବେ।”</verse>
				<verse number="5">ଯୀଶୁ ମାର୍ଥା, ମରିୟମ ଓ ଲାଜାରଙ୍କୁ ସ୍ନେହ କରୁଥିଲେ।</verse>
				<verse number="6">କିନ୍ତୁ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସୁଦ୍ଧା ଯୀଶୁ ଯେଉଁଠାରେ ଥିଲେ, ସେଠାରେ ଆଉ ଦୁଇ ଦିନ ରହିଗଲେ।</verse>
				<verse number="7">ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ: “ଚାଲ, ଆମେ ଯିହୁଦା ପ୍ରଦେଶକୁ ଫେରିଯିବା।”</verse>
				<verse number="8">ଶିଷ୍ୟମାନେ କହିଲେ: “ଗୁରୁ! ଅଳ୍ପ କେତେଦିନ ଆଗରୁ ସେଠାରେ ଲୋକମାନେ ଆପଣଙ୍କୁ ପଥର ପକାଇ ମାରି ଦେବାକୁ ବସିଥିଲେ; ସେଠାକୁ ପୁଣି ଫେରି ଯିବାକୁ ଚାହୁଁଛନ୍ତି?”</verse>
				<verse number="9">ଯୀଶୁ କହିଲେ: “ଦିନର ଆଲୁଅ ବାର ଘଣ୍ଟା ନ ଥାଏ କି? ଯେ ଦିନର ଆଲୁଅରେ ଚାଲେ, ସେ ଝୁଣ୍ଟିପଡ଼ ନାହିଁ, କାରଣ ଜଗତ ସେତେବେଳେ ଆଲୋକିତ।</verse>
				<verse number="10">କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟି ପଡ଼ିବ। କାରଣ ତା’ ଅନ୍ତରରେ ଜ୍ୟୋତି ନ ଥାଏ।”</verse>
				<verse number="11">ଏ କଥା ଶେଷ କରି ଯୀଶୁ କହିଲେ, “ଆମ୍ଭମାନଙ୍କର ବନ୍ଧୁ ଲାଜାର ଏବେ ନିଦ୍ରିତ। ମୁଁ ଯାଇ ତାଙ୍କୁ ଉଠାଇବି।”</verse>
				<verse number="12">ଶିଷ୍ୟମାନେ କହିଲେ: “ପ୍ରଭୁ! ସେ ଯଦି ଶୋଇଛନ୍ତି, ତେବେ ନିଶ୍ଚୟ ସୁସ୍ଥ ହୋଇ ଉଠିବେ।”</verse>
				<verse number="13">ଲାଜାର ମରିଯାଇଛି ବୋଲି ଯୀଶୁ ସୂଚନା ଦେଇଥିଲେ, କିନ୍ତୁ ସେ ସ୍ୱାଭାବିକଭାବେ ଶୋଇଛି ବୋଲି ସେମାନେ ଯୀଶୁଙ୍କ କଥାର ଅର୍ଥ କରିଥିଲେ।</verse>
				<verse number="14">ତେଣୁ ଯୀଶୁ ସ୍ପଷ୍ଟ କହିଦେଲେ, “ଲାଜାର ମରିଯାଇଛି,</verse>
				<verse number="15">କିନ୍ତୁ ମୁଁ ଆନନ୍ଦିତ ଯେ, ମୁଁ ସେଠାରେ ତା’ ସହିତ ସେତେବେଳେ ନ ଥିଲି। ଏହା ତୁମ ପକ୍ଷେ ମଙ୍ଗଳଜନକ ହୋଇଛି। କାରଣ ତଦ୍ଦ୍ୱାରା ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମିବ। ଚାଲ, ତା’ ପାଖକୁ ଯିବା।”</verse>
				<verse number="16">ଥୋମା (ଯାହାକୁ ଲୋକେ ଯମଜ ବୋଲି କହନ୍ତି) ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଗୁରୁଙ୍କ ସାଙ୍ଗରେ ଯାଇ ସମସ୍ତେ ତାଙ୍କ ସହିତ ମରିବା।”</verse>
				<verse number="17">ଯୀଶୁ ବେଥନିଆରେ ପହଞ୍ôଚ ଶୁଣିଲେ, ଚାରି ଦିନ ପୂର୍ବରୁ ଲାଜାରକୁ କବର ଦିଆଯାଇଛି।</verse>
				<verse number="18">ଥେନିଆରୁ ଯିରୂଶାଲମର ଦୂରତା ତିନି କିଲୋମିଟରରୁ କମ୍</verse>
				<verse number="19">ଏବଂ ଯିହୁଦା ପ୍ରଦେଶର ଅନେକ ଲୋକ ମାର୍ଥା ଓ ମରିୟମଙ୍କୁ ସେମାନଙ୍କ ଭାଇର ମୃତ୍ୟୁରେ ସାନ୍ତ୍ୱନା ଦେବାକୁ ଆସିଥିଲେ।</verse>
				<verse number="20">ଯୀଶୁ ଆସୁଛନ୍ତି ବୋଲି ଶୁଣିବା କ୍ଷଣି ମାର୍ଥା ତାଙ୍କୁ ଭେଟିବାକୁ ଗଲେ। କିନ୍ତୁ ମରିୟମ ଘରେ ରହିଲେ।</verse>
				<verse number="21">ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଆପଣ ଏଠାରେ ଥିଲେ, ମୋ’ ଭାଇ ମରି ନ ଥାନ୍ତା,</verse>
				<verse number="22">କିନ୍ତୁ ମୁଁ ଜାଣେ, ଏବେ ମଧ୍ୟ ଆପଣ ଈଶ୍ୱରଙ୍କୁ ଯାହା ମାଗିବେ, ସେ ତାହା ଦେବେ।”</verse>
				<verse number="23">“ତୁମ ଭାଇ ଜୀବନ ପାଇ ଉଠିବ” ବୋଲି ଯୀଶୁ କହିଲେ।</verse>
				<verse number="24">ମାର୍ଥା ଉତ୍ତର ଦେଲେ, “ତାହା ତ ମୁଁ ଜାଣେ, ଅନ୍ତିମ ଦିବସର ପୁନରୁତ୍ଥାନବେଳେ ସେ ଉଠିବ।”</verse>
				<verse number="25">ଯୀଶୁ କହିଲେ; “ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ’ଠାରେ ବିଶ୍ୱାସ କରେ, ସେ ମଲେ ମଧ୍ୟ ବଞ୍ଚିବ।</verse>
				<verse number="26">ଯେ ମୋତେ ଜୀବିତାବସ୍ଥାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ, ଏ କଥାରେ କ’ଣ ବିଶ୍ୱାସ କରୁଛ?”</verse>
				<verse number="27">ମାର୍ଥା ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ବିଶ୍ୱାସ କରେ, ଆପଣ ଈଶ୍ୱରଙ୍କ ପୁତ୍ର। ଯେଉଁ ମସୀହ ଆସିବାର ଥିଲା, ଆପଣ ସେହି।”</verse>
				<verse number="28">ଏହା କହି ମାର୍ଥା ଫେରିଯାଇ ଏକାନ୍ତରେ ମରିୟମଙ୍କୁ ଡାକି କହିଲେ, “ଗୁରୁ ଆସିଛନ୍ତି- ତୋତେ ଡାକୁଛନ୍ତି।”</verse>
				<verse number="29">ଏହା ଶୁଣି ମରିୟମ ତରବର ହୋଇ ତାଙ୍କୁ ଭେଟିବାକୁ ଗଲେ।</verse>
				<verse number="30">ସେ ପର୍ଯ୍ୟନ୍ତ ଯୀଶୁ ଗ୍ରାମ ଭିତରେ ପ୍ରବେଶ କରି ନ ଥିଲେ। ମାର୍ଥା ତାଙ୍କୁ ଭେଟିଥିବା ସ୍ଥାନରେ ହିଁ ଥିଲେ।</verse>
				<verse number="31">ମରିୟମଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଥିବା ଲୋକମାନେ ଯେତେବେଳେ ଦେଖିଲେ ଯେ ସେ ଉଠି ତରବରରେ ବାହାରକୁ ଯାଉଛନ୍ତି, ସେମାନେ ମଧ୍ୟ ତାଙ୍କ ପଛେ ପଛେ ଗଲେ। ସେମାନେ ଭାବିଲେ, ସେ କବର ପାଖକୁ କାନ୍ଦିବା ପାଇଁ ଯାଉଛନ୍ତି।</verse>
				<verse number="32">ଯୀଶୁଙ୍କ ନିକଟରେ ପହଞ୍ଚିବା କ୍ଷରି ମରିୟମ ତାଙ୍କ ଗୋଡ଼ ତଳେ ପଡ଼ି କହିଲେ, “ପ୍ରଭୁ, ଆପଣ ଏଠାରେ ଥିଲେ, ମୋ’ ଭାଇ ମରି ନ ଥାନ୍ତା।”</verse>
				<verse number="33">ମରିୟମ ଓ ତା’ ସାଙ୍ଗରେ ଥିବା ଲୋକମାନଙ୍କୁ କାନ୍ଦୁଥିବାର ଦେଖି ଯୀଶୁ ବ୍ୟଥିତ ଓ ବ୍ୟାକୁଳ ହେଲେ।</verse>
				<verse number="34">ସେ ପଚାରିଲେ: “କେଉଁଠି ତାକୁ କବର ଦେଇଛ?” ସେମାନେ ଉତ୍ତର ଦେଲେ, “ଆସନ୍ତୁ ପ୍ରଭୁ, ଦେଖିବେ।”</verse>
				<verse number="35">ଯୀଶୁ କାନ୍ଦିଲେ।</verse>
				<verse number="36">ଲୋକେ କୁହାକୁହି ହେଲେ, “ଆହା, ସେ ତାକୁ କେତେ ଭଲ ପାଉଥିଲେ।”</verse>
				<verse number="37">କିନ୍ତୁ ଆଉ କେତେ ଜଣ କହିଲେ, “ସେ ଅନ୍ଧକୁ ଦୃଷ୍ଟି ଶକ୍ତି ଦେଇଥିଲେ। ଇଚ୍ଛା କରିଥିଲେ, ସେ କଅଣ ଲାଜାରକୁ ମୃତ୍ୟୁରୁ ରକ୍ଷା କରିପାରି ନ ଥାନ୍ତେ?”</verse>
				<verse number="38">ଶୋକାଭିଭୂତ ହୋଇ ଯୀଶୁ ସମାଧି ପାଖକୁ ଗଲେ। ଏହା ଗୋଟିଏ ଗୁମ୍ଫା। ତା’ ମୁହଁରେ ଗୋଟିଏ ବଡ଼ ପଥର ରଖାଯାଇଥିଲା।</verse>
				<verse number="39">ଯୀଶୁ କହିଲେ: “ପଥରଟିକୁ ଘୁଞ୍ଚାଇ ଦିଅ।” ମାର୍ଥା କହିଲେ, “ପ୍ରଭୁ, ସେଥିରୁ ଦୁର୍ଗନ୍ଧ ବାହାରିବ। ତାକୁ କବର ଦିଆହେବାର ଚାରି ଦିନ ହେଲାଣି।”</verse>
				<verse number="40">ଯୀଶୁ ତାଙ୍କୁ କହିଲେ, “ତୁମେ ବିଶ୍ୱାସ କଲେ, ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ’ଣ କହି ନ ଥିଲି?”</verse>
				<verse number="41">ସେମାନେ ପଥରଯିକୁ ଘୁଞ୍ଚାଇ ଦେବା ପରେ ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ, “ପିତା- ତୁମେ ମୋ’ କଥା ଶୁଣୁଛ, ଏଥିପାଇଁ ଧନ୍ୟବାଦ ଦେଉଛି।</verse>
				<verse number="42">ମୁଁ ଜାଣେ, ତୁମେ ସବୁବେଳେ ମୋ’ କଥା ଶୁଣିଥାଅ। କିନ୍ତୁ ତୁମେ ଯେ ମୋତେ ପଠାଇଛ, ଏଥିରେ ସେମାନଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମୁଁ ଏହା କହୁଛି।”</verse>
				<verse number="43">ଏତିକି କହି ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ: “ଲାଜାର, ବାହାରି ଆସ”!</verse>
				<verse number="44">ସଙ୍ଗେ ସଙ୍ଗେ ଲାଜାର ଉଠି ଆସିଲା। ତା’ର ଗୋଡ଼ ହାତ କବର ଲୁଗାରେ ଗୁଡ଼ା ହୋଇଥିଲା ଓ ମୁହଁ ମଧ୍ୟ ଲୁଗାରେ ଘୋଡ଼ାଇ ଦିଆଯାଇଥିଲା। ଯୀଶୁ କହିଲେ, “ତାକୁ ଖୋଲି ଦେଇ ଯିବାକୁ ଦିଅ।”</verse>
				<verse number="45">ମରିୟମଙ୍କୁ ଦେଖିବା ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କର ଏ କାର୍ଯ୍ୟ ଦେଖି ତାଙ୍କଠାରେ ବିଶ୍ୱାସ କଲେ।</verse>
				<verse number="46">କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଫାରୁଶୀମାନଙ୍କ ନିକଟକୁ ଯାଇ ଯୀଶୁ କରିଥିବା ଏହି କାର୍ଯ୍ୟର ବିବରଣୀ ଦେଲେ।</verse>
				<verse number="47">ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।</verse>
				<verse number="48">ଏହିପରି କାମ ସବୁ କରିବା ପାଇଁ ତାକୁ ଯଦି ଛାଡ଼ିଦେବା, ସମସ୍ତେ ତା’ଠାରେ ବିଶ୍ୱାସ କରିବେ। ତା’ ହେଲେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ ଜାତିକୁ ଧ୍ୱଂସ କରି ଦେବେ।”</verse>
				<verse number="49">ସେମାନଙ୍କ ମଧ୍ୟରୁ ସେହି ବର୍ଷ ପାଇଁ ମନୋନୀତ ହୋଇଥିବା ପ୍ରଧାନ ଯାଜକ କୟାଫା କହିଲେ, “ତୁମେମାନେ କେଡ଼େ ନିର୍ବୋଧ!</verse>
				<verse number="50">ତୁମେ କ’ଣ ବୁଝିପାରୁ ନାହଁ, ସମଗ୍ର ଜାତି ବିନଷ୍ଟ ହେବା ଅପେକ୍ଷା ଜଣେ ଲୋକ ବରଂ ମରିବା ଉଚିତ।”</verse>
				<verse number="51">ବାସ୍ତବିକ କୟାଫା ନିଜ ମନରୁ ଏହା କହି ନ ଥିଲେ। କିନ୍ତୁ ସେ ସେହି ବର୍ଷର ପ୍ରଧାନ ଯାଜକ ହୋଇଥିବାରୁ, ଏହି ଭବିଷ୍ୟତ୍ ବାଣୀ ତାଙ୍କ ମୁଖରୁ ନିସୃତ ହୋଇଥିଲା। ସେ ସୂଚାଇ ଦେଇଥିଲେ ଯେ ସମଗ୍ର ଇହୁଦୀ ଜାତିକୁ ତଥା</verse>
				<verse number="52">ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।</verse>
				<verse number="53">ସେହି ଦିନଠାରୁ ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ କଲେ।</verse>
				<verse number="54">ସେଥିପାଇଁ ଯୀଶୁ ଇହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟେର ଯାତାୟାତ କଲେ ନାହିଁ ଏବଂ ମରୁଭୂମି ନିକଟରେ ଥିବା ଇଫ୍ରୟିମ ନାମକ ଗୋଟିଏ ସହରକୁ ଯାଇ ସେଠାରେ ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ।</verse>
				<verse number="55">ସେତେବେଳେ ଇହୁଦୀମାନଙ୍କର “ନିସ୍ତାର” ପର୍ବ ନିକଟ ହୋଇ ଆସିଥିଲା ଏବଂ ସେହି ପର୍ବ ଆଗରୁ ନିଜ ନିଜକୁ ଶୁଚି କରିବା ପାଇଁ ଗ୍ରାମାଞ୍ଚଳରୁ ଅନେକ ଲୋକ ଯିରୂଶାଲମରେ ଏକତ୍ର ହେଲେ।</verse>
				<verse number="56">ସେମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ ଏବଂ କୁହାକୁହି ହେଲେ, “ସେ ବୋଧହୁଏ ଏହି ପର୍ବକୁ ଆସିବେ ନାହିଁ। କ’ଣ କହୁଛ?”</verse>
				<verse number="57">ପ୍ରଧାନ ଯାଜକ ଓ ଫାରୁଶୀମାନେ ଆଦେଶ ଜାରି କରିଥିଲେ ଯେ ଯଦି କେହି ଯୀଶୁ କେଉଁଠାରେ ଅଛନ୍ତି ଜାଣିଥାଏ, ତେବେ ଏ ଖବର ଶୀଘ୍ର କର୍ତ୍ତୃପକ୍ଷମାନଙ୍କୁ ଜଣାଇ ଦେବେ। ତା’ହେଲେ ସେମାନେ ଯୀଶୁଙ୍କୁ ଗିରଫ କରିବେ।</verse>
			</chapter>
			<chapter number="12">
				<verse number="1">ଯୀଶୁ ନିସ୍ତାର ପର୍ବର ଛଅ ଦିନ ନୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ।</verse>
				<verse number="2">ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ।</verse>
				<verse number="3">ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳି ଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛି ଦେଲା। ସୁଗନ୍ଧରେ ଗୃହଟି ମହକି ଗଲା।</verse>
				<verse number="4">ଯୀଶୁଙ୍କ ଶିଷ୍ୟ ଯିହୁଦା ଇଷ୍କରିୟୋଥ୍ (ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା) କହିଲା,</verse>
				<verse number="5">“ଏହି ସୁଗନ୍ଧି ତୈଳ ତିନି ଶହ ଟଙ୍କାରେ ବିକ୍ରୀ ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି?</verse>
				<verse number="6">ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।</verse>
				<verse number="7">କିନ୍ତୁ ଯୀଶୁ କହିଲେ, “ତାକୁ ଛଶଡ଼। ତା’ର ଯାହା ଅଛି, ମୋର ଶେଷ କୃତ୍ୟ ପାଇଁ ତାହା ରଖିବାକୁ ଦିଅ।</verse>
				<verse number="8">ଗରିବମାନେ ସବୁବେଳେ ତୁମ ନିକଟରେ ରହିଥିବେ, କିନ୍ତୁ ମୁଁ ନ ଥିବି।”</verse>
				<verse number="9">ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ- କେବଳ ତାଙ୍କୁ ଦେଖିବାକୁ ନୁହେଁ; ଯୀଶୁ ମୃତ୍ୟୁରୁ ବଞ୍ଚାଇ ଥିବା ଲାଜାରକୁ ଦେଖିବା ପାଇଁ।</verse>
				<verse number="10">ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ,</verse>
				<verse number="11">କାରଣ ତାଙ୍କ ହେତୁ ବହୁସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ।</verse>
				<verse number="12">ତା’ ପରଦିନ ନିସ୍ତାର ପର୍ବରେ ଯୋଗ ଦେବାକୁ</verse>
				<verse number="13">ଆସିଥିବା ଏକ ବିରାଟ ଜନତା ଯୀଶୁ ଯିରୂଶାଲମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କର ପ୍ରଶଂସା ଗାନ କର। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ। ଇଶ୍ରାୟେଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ।”</verse>
				<verse number="14">ଯୀଶୁ ଗୋଟିଏ ଗଧ ପିଠିରେ ବସି ଆସୁଥିଲେ। ଏହା ଦ୍ୱାରା ଶାସ୍ତ୍ରଲିଖିତ ଗୋଟିଏ ଭାବବାଣୀ ସଫଳ ହେଲା:</verse>
				<verse number="15">“ସିୟୋନ କନ୍ୟାଗଣ! ଭୟ କର ନାହିଁ, ଏହି ଦେଖ, ତୁମ ରାଜା ଗଧ ଛୁଆ ଉପରେ ଆରୋହଣ କରି ଆସୁଛନ୍ତି।”</verse>
				<verse number="16">ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝି ନ ଥିଲେ। କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ, ତାଙ୍କ ସମ୍ପର୍କରେ ଏସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ।</verse>
				<verse number="17">ଯୀଶୁ ମୃତ ଲାଜାରକୁ କବର ଭିତରୁ ଡାକି ପୁନର୍ଜୀବିତ କରିବା ସମୟରେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ, ସେମାନେ ଏହିସବୁ କଥା ଚାରିଆଡ଼େ ପ୍ରଚାର କରିଥିଲେ।</verse>
				<verse number="18">ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ।</verse>
				<verse number="19">ଏହା ଦେଖି ଫାରୁଶୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖୁଛ, ଆମେ କିଛି କରିପାରୁ ନାହୁଁ। ଜଗତ ସାରା ତାଙ୍କ ପଛରେ ଗଲେଣି।”</verse>
				<verse number="20">ପର୍ବ ସମୟରେ ଉପାସନା କରିବା ପାଇଁ ଯିରୂଶାଲମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେ ଜଣ ଗ୍ରୀକ୍ ଲୋକ ଥିଲେ।</verse>
				<verse number="21">ସେମାନେ ଗାଲିଲୀର ବେଥ୍ସାଇଦା ନିବାସୀ। ସେମାନେ ଫିଲିପ୍‌ଙ୍କ ନିକଟକୁ ଯାଇ କହିଲେ, “ମହାଶୟ, ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।”</verse>
				<verse number="22">ଫିଲିପ୍ ଯାଇ ଆନ୍ଦ୍ରିୟଙ୍କୁ ଏ ଖବର ଦେଲେ ଏବଂ ଦୁଇ ଜଣ ଯାଇ ଯୀଶୁଙ୍କୁ ଜଣାଇଲେ।</verse>
				<verse number="23">ଯୀଶୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି।</verse>
				<verse number="24">ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ।</verse>
				<verse number="25">ଯେ ନିଜ ଜୀବନ ପ୍ରତି ଆସକ୍ତ ଥାଏ, ସେ ତାହା ହରାଇବ; ଯେ ଏହି ଜଗତରେ ନିଜ ଜୀବନକୁ ଗୌଣ ମନେ କରେ, ସେ ତାକୁ ଅନନ୍ତକାଳ ପାଇଁ ସୁରକ୍ଷା କରିବ।</verse>
				<verse number="26">ଯେ ମୋର ସେବକ ହେବାକୁ ଚାହେଁ, ସେ ମୋର ଅନୁଗମନ କରୁ, ତାହାହେଲେ ମୁଁ ଯେଉଁଠାରେ ଥାଏ, ମୋର ସେବକ ମଧ୍ୟ ସେହିଠାରେ ରହିବ ଏବଂ ସେ ମୋ’ ପିତାଙ୍କ ନିକଟରେ ସମ୍ମାନିତ ହେବ।</verse>
				<verse number="27">“ଏବେ ମୁଁ ବଡ଼ ବ୍ୟଥିତ- କ’ଣ କହିବି? ‘ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କର’ ବୋଲି କ’ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ।</verse>
				<verse number="28">ପିତା, ତୁମ ନାମ ମହିମାନ୍ୱିତ ହେଉ।” ଏହି ସମୟରେ ଊଦ୍ଧ୍ୱର୍ରୁ ଏକ ବାଣୀ ଶୁଣାଗଲା, “ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ।”</verse>
				<verse number="29">ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, “ଏହା ମେଘ ଗର୍ଜନ।” ପୁଣି ଅନ୍ୟମାନେ କହିଲେ, “ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି।”</verse>
				<verse number="30">କିନ୍ତୁ ଯୀଶୁ କହିଲେ: “ମୋ’ ପାଇଁ ଏହି ବାଣୀ ଉଚ୍ଚାରିତ ହୋଇ ନାହିଁ, ଏହା ତୁମ ପାଇଁ ହୋଇଛି।</verse>
				<verse number="31">ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ।</verse>
				<verse number="32">ମୁଁ ଯେତେବେଳେ ଊଦ୍ଧ୍ୱର୍କୁ ଉତ୍ତୋଳିତ ହେବି, ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି।” (</verse>
				<verse number="33">ସେ କି ପ୍ରକାର ମୃତ୍ୟୁ ଭୋଗ କରିବେଏ ଏହି କଥା ଦ୍ୱାରା ସେ ସୂଚାଇ ଦେଇଥିଲେ)</verse>
				<verse number="34">ଲୋକମାନେ କହିଲେ, “ମସୀହ ଚିରଞ୍ଜୀବୀ ହେବେ ବୋଲି ଆମ ଶାସ୍ତ୍ର କହେ। ଆପଣ କିପରି କହୁଛନ୍ତି, ମନୁଷ୍ୟପୁତ୍ର ଊଦ୍ଧ୍ୱର୍କୁ ଉତ୍ତୋଳିତ ହେବେ? ଏହି ମନୁଷ୍ୟପୁତ୍ର କିଏ?”</verse>
				<verse number="35">ଯୀଶୁ ଉତ୍ତର ଦେଲେ: “ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବାଯାଏ ଗନ୍ତବ୍ୟ ପଥରେ ଚାଲ। ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି, ଜାଣିପାରେ ନାହିଁ।</verse>
				<verse number="36">ତୁମ ମଧ୍ୟରେ ଆଲୋକ ଥିବାଯାଏ ତା’ ଉପରେ ନିର୍ଭର କର, ତା’ହେଲେ ତୁମ୍ଭେମାନେ ହେବ ‘ଆଲୋକର ସନ୍ତାନ’।” ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିବେ।</verse>
				<verse number="37">ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତେ୍ୱ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ।</verse>
				<verse number="38">ଏଥିଦ୍ୱାରା ଭାବବାଦୀ ଯିଶାଇୟଙ୍କ ଭବିଷ୍ୟଦ୍ବାଣୀ ସଫଳ ହେଲା: “ପ୍ରଭୁ, କିଏ ଆମ ବାର୍ତ୍ତାକୁ ବିଶ୍ୱାସ କଲା? କାହା ନିକଟରେ ପ୍ରଭୁ ତାଙ୍କ ଶକ୍ତି ପ୍ରକାଶ କଲେ?”</verse>
				<verse number="39">ସେମାନଙ୍କ ଅବିଶ୍ୱାସ ସମ୍ପର୍କରେ ଯିଶାଇୟ ଯାହା ଦେଖିଥିଲେ, ତାହା ହିଁ ଘଟିଲା:</verse>
				<verse number="40">“ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରି କରି ଦେଇଛନ୍ତି। ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ, ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ‘ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ’ ନିକଟକୁ ଫେରି ଆସୁ ନାହାନ୍ତି’।”</verse>
				<verse number="41">ଯିଶାଇୟ ତାଙ୍କ ଦିବ୍ୟଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ।</verse>
				<verse number="42">ତଥାପି ଇହୁଦୀ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ଫାରୁଶୀମାନଙ୍କ ଦ୍ୱାରା ସମାଜଚ୍ୟୁତ ହେବା ଭୟରେ ପ୍ରକ୍ୟାରେ ସେହି ବିଷୟରେ କଥାବାର୍ତ୍ତା ହେଉ ନ ଥିଲେ।</verse>
				<verse number="43">ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ମନୁଷ୍ୟର ଅନୁମୋଦନକୁ ଅଧିକ ଭଲ ପାଉଥିଲେ।</verse>
				<verse number="44">ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ଯେ ମୋ’ଠାରେ ବିଶ୍ୱାସ କରେ, ସେ କେବଳ ମୋତେ ନୁହେଁ; ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ।</verse>
				<verse number="45">ଯେ ମୋତେ ଦେଖିଛି, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଦେଖିଛି।</verse>
				<verse number="46">ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋ’ଠାରେ ବିଶ୍ୱାସ କରେ, ସେ ଆଉ ଅନ୍ଦକାରରେ ରହିବ ନାହିଁ।</verse>
				<verse number="47">ଯେ ମୋର ବାର୍ତ୍ତା ଶୁଣି ପାଳନ କରେ ନାହିଁ, ମୁଁ ତା’ର ବିଚାର କରିବି ନାହିଁ। ମୁଁ ଜଗତକୁ ବିଚାର କରିବା ପାଇଁ ଆସି ନାହିଁ, ଆସିଛି ତାକୁ ରକ୍ଷା କରିବାକୁ।</verse>
				<verse number="48">ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ, ମୋ’ ମୁଖର ବାକ୍ୟ ତା’ର ବିଚାରକ ହେବ। ସେହି ବାକ୍ୟ ଅନ୍ତିମ ଦିବସରେ ତା’ର ବିଚାର କରିବ।</verse>
				<verse number="49">ଏ କଥଶ ସତ୍ୟ, କାରଣ ମୁଁ ନିଜ ମନରୁ କିଛି କହୁ ନାହିଁ, ଯାହା ମୁଁ କହୁଛି, ତା’ କହିବା ଓ ପ୍ରକାଶ କରିବା ପାଇଁ ମୋ’ ପ୍ରେରଣକର୍ତ୍ତା ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।</verse>
				<verse number="50">ଏବଂ ମୁଁ ଜାଣେ, ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ’ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି, କେବଳ ସେତିକି ମୁଁ କହୁଛି।”</verse>
			</chapter>
			<chapter number="13">
				<verse number="1">ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।</verse>
				<verse number="2">ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା।</verse>
				<verse number="3">ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।</verse>
				<verse number="4">ତେଣୁ ଯୀଶୁ ଆସନରୁ ଉଠିଯାଇ ତାଙ୍କ ଉତ୍ତରୀୟ ବାହାର କରିଦେଲେ ଓ ଅଣ୍ଟାରେ ଗୋଟିଏ ଗାମୁଛା ବାନ୍ଧିଲେ।</verse>
				<verse number="5">ତା’ପରେ ପାତ୍ରରେ କିଛି ଜଳ ଢାଳି ଶିଷ୍ୟମାନଙ୍କ ପାଦ ଧୋଇଦେଲେ ଏବଂ ଗାମୁଛାରେ ପୋଛିବାକୁ ଲାଗିଲେ।</verse>
				<verse number="6">ଯେତେବେଳ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ପିତର ପଚାରିଲେ, “ପ୍ରଭୁ, ଆପଣ କ’ଣ ମୋର ପାଦ ଧୋଇଦେବେ?”</verse>
				<verse number="7">ଯୀଶୁ କହିଲେ, “ମୁଁ କ’ଣ କରୁଛି, ବର୍ତ୍ତମାନ ତୁମେ ବୁଝିପାରିବ ନାହିଁ, ପରେ ବୁଝିବ।”</verse>
				<verse number="8">ପିତର ବାରଣ କରି କହିଲେ, “ନା, ମୋ’ ପାଦ ଆପଣ କଦାପି ଧୋଇବେ ନାହିଁ।” କିନ୍ତୁ ଯୀଶୁ କହିଲେ, “ଯଦି ମୁଁ ତୁମ ପାଦ ଧୋଇ ନ ଦିଏ, ତୁମେ ଆଉ ମୋର ଶିଷ୍ୟ ହୋଇ ରହିପାରିବ ନାହିଁ।”</verse>
				<verse number="9">ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ତା’ହେଲେ ମୋର ପାଦ କାହିଁକି, ମୋ’ ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ।”</verse>
				<verse number="10">ଯୀଶୁ କହିଲେ, “ଯେଉଁମାନେ ସ୍ନାନ କରିସାରିଛନ୍ତି, ସେମାନଙ୍କ ପାଦ ଛଡ଼ା ଅନ୍ୟ କିଛି ଧୋଇବା ଆବଶ୍ୟକ ନାହିଁ। ସେମାନଙ୍କର ସର୍ବାଙ୍ଗ ପରିଷ୍କାର। ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।” (</verse>
				<verse number="11">ଯୀଶୁ ଜାଣିଥିଲେ, କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ। ଏଣୁ ସେ କହିଥିଲେ, “ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।”)</verse>
				<verse number="12">ଶିଷ୍ୟମାନଙ୍କ ପାଦ ଧୋଇସାରି ଯୀଶୁ ଉତ୍ତରୀୟ ପିନ୍ଧି ନିଜ ଆସନକୁ ଫେରିଗଲେ। ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କର କ’ଣ କରିଛି, ବୁଝି ପାରିଲ କି?</verse>
				<verse number="13">ତୁମେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଛ, ତାହା ଯଥାର୍ଥ, କାରଣ ବାସ୍ତବିକ ମୁଁ ତାହା।</verse>
				<verse number="14">ତୁମର ଗୁରୁ ଓ ପ୍ରଭୁ ହୋଇ ମୁଁ ଯଦି ତୁମର ପାଦ ଧୋଇଦେଲି, ତେବେ ତୁମ୍ଭେମାନେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ।</verse>
				<verse number="15">ତୁମ୍ଭେମାନେ ମୋତେ ଅନୁକରଣ କରିବା ପାଇଁ ମୁଁ ଏହି ଆଦର୍ଶ ଦେଖାଇଅଛି।</verse>
				<verse number="16">ମୁଁ ସତ୍ୟ କହୁଛି, କୌଣସି ଦାସ ତା’ର ମାଲିକଠାରୁ ବଡ଼ ନୁହେଁ, କିମ୍ବା କୌଣସି ବାର୍ତ୍ତାବହ ତା’ର ପ୍ରେରଣକର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।</verse>
				<verse number="17">ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।</verse>
				<verse number="18">“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’</verse>
				<verse number="19">ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଢ଼ଙ୍କୁ ଜଣାଇ ଦେଉଛି। ଯେତେବେଳେ ତାହା ଘଟିବ, ତୁମେ ବିଶ୍ୱାସ କରିବ ଯେ, ‘ମୁଁ ହେଉଛି ସେହି’।</verse>
				<verse number="20">ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ’ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିର ଯେ ଆତିଥ୍ୟ କରେ, ସେ ମୋର ଆତିଥ୍ୟ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”</verse>
				<verse number="21">ଏହା ପରେ ଯୀଶୁ ଦୁଃଖରେ ବ୍ୟାକୁଳ ହୋଇ ପ୍ରକାଶ୍ୟରେ କହିଲେ, “ମୁଁ ସତ୍ୟ କହୁଛି, ତୁମ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି।”</verse>
				<verse number="22">କାହାକୁ ଲକ୍ଷ୍ୟ କରି ଯୀଶୁ ଏ କଥା କହିଲେ, ବୁଝି ନ ପାରି ଶିଷ୍ୟମାନେ ପରସ୍ପରକୁ ଚାହିଁଲେ।</verse>
				<verse number="23">ସେମାନଙ୍କ ମଧ୍ୟରୁ ଯେଉଁ ଶିଷ୍ୟଙ୍କୁ ଯୀଶୁ ଅତି ଭଲ ପାଉଥିଲେ, ସେ ଯୀଶୁଙ୍କ ଆଡ଼କୁ ଆଉଜି ବସିଥିଲେ।</verse>
				<verse number="24">ଶିମୋନ ପିତର ତାଙ୍କୁ ଇଙ୍ଗିତ ଦେଇ କହିଲେ, “କାହା କଥା କହୁଛନ୍ତି, ତାଙ୍କୁ ପଚାର।”</verse>
				<verse number="25">ସେହି ଶିଷ୍ୟଟି ଯୀଶୁଙ୍କ ପାଖକୁ ଆହୁରି ଟିକିଏ ଲାଗି ଆସି ପଚାରିଲା, “ସେ କିଏ ପ୍ରଭୁ?”</verse>
				<verse number="26">ଯୀଶୁ ଉତ୍ତର ଦେଲେ, “ରୁଟି ଖଣ୍ଡେ ପାତ୍ରରେ ବୁଡ଼ାଇ ଯାହାକୁ ଦେବି, ସେ ସେହି।” ଏହା କହି ଯୀଶୁ ଖଣ୍ଡିଏ ରୁଟି ପାତ୍ରରେ ବୁଡ଼ାଇ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଦେଲେ।</verse>
				<verse number="27">ଯିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା’ ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ: “ଯାହା କରିବାକୁ ଯାଉଛ, ଶୀଘ୍ର କର।”</verse>
				<verse number="28">ଯୀଶୁ ତାକୁ ଏ କଥା କାହିଁକି କହିଲେ, ଭୋଜନରେ ବସିଥିବା ଅନ୍ୟ କେହି ବୁଝିପାରିଲେ ନାହିଁ।</verse>
				<verse number="29">ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।</verse>
				<verse number="30">ରୁଟି ଖଣ୍ଡିକ ଗ୍ରହଣ କରି ଯିହୁଦା ସେହିକ୍ଷଣି ବାହାରକୁ ଚାଲିଗଲା। ସେତେବେଳେ ରାତ୍ରି ସମୟ।</verse>
				<verse number="31">ଯିହୁଦା ବାହାରି ଯିବା ପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ପୁରି ତାଙ୍କ ଦ୍ୱାରା ଈଶ୍ୱର ମଧ୍ୟ ମହିମାନ୍ୱିତ ହେବେ।</verse>
				<verse number="32">ଅତଏବ ଯଦି ଈଶ୍ୱର ମନୁଷ୍ୟପୁତ୍ର ଦ୍ୱାରା ମହିମାନ୍ୱିତ ହେବେ, ଈଶ୍ୱର ନିଜ ମହିମାରେ ମନୁଷ୍ୟପୁତ୍ରଙ୍କୁ ମହିମାନ୍ୱିତ କରିବେ। ଶୀଘ୍ର ସେ ଏହା କରିବାକୁ ଯାଉଛନ୍ତି।</verse>
				<verse number="33">ପିଲାମାନେ! ମୁଁ ତୁମ ସଙ୍ଗରେ ଆଉ ବେଶୀ ସମୟ ରହିବି ନାହିଁ। ତୁମେ ମୋତେ ଖୋଜିବ, କିନ୍ତୁ ମୁଁ ଯେଉଁଠାକୁ ଯାଉଛି, ତୁମେ ସେଠାକୁ ଯାଇ ପାରିବ ନାହିଁ- ଏ ବିଷୟରେ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଯାହା କହିଥିଲି, ବର୍ତ୍ତମାନ ତୁମକୁ ଆଉ ଥରେ ତାହା କହୁଛି।</verse>
				<verse number="34">ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।</verse>
				<verse number="35">ଯଦି ପରସ୍ପର ପ୍ରତି ତୁମର ପ୍ରେମ ଥାଏ, ସମସ୍ତେ ଜାଣିବେ, ତୁମ୍ଭେମାନେ ମୋର ଶିଷ୍ୟ।”</verse>
				<verse number="36">ଶିମୋନ ପିତର ପଚାରିଲେ: “ଆପଣ କେଉଁଠାକୁ ଯିବେ ପ୍ରଭୁ?” ଯୀଶୁ ଉତ୍ତର ଦେଲେ: “ମୁଁ ଯେଉଁଠିକି ଯିବି, ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ।”</verse>
				<verse number="37">ପିତର କହିଲେ, “କାହିଁକି ବର୍ତ୍ତମାନ ଆପଣଙ୍କର ଅନୁଗମନ କରିପାରିବି ନାହିଁ ପ୍ରଭୁ? ଆପଣଙ୍କ ପାଇଁ ମୁଁ ମରିବାକୁ ପ୍ରସ୍ତୁତ।”</verse>
				<verse number="38">ଯୀଶୁ କହିଲେ, “ତୁମେ କ’ଣ ପ୍ରକୃତରେ ମୋ’ ପାଇଁ ମରିବାକୁ ପ୍ରସ୍ତୁତ ଅଛ? ମୁଁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ମୋତେ ତୁମେ ତିନିଥର ଅସ୍ୱୀକାର କରିବ।”</verse>
			</chapter>
			<chapter number="14">
				<verse number="1">ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।</verse>
				<verse number="2">ମୋ’ ପିତାଙ୍କ ଗୃହରେ ଅନେକ କୋଠରୀ ଅଛି। ସେଠାରେ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ମୁଁ ଯାଉଛି। ସତ୍ୟ ହୋଇ ନ ଥିଲେ, ମୁଁ ତୁମକୁ ଏ କଥା କହି ନ ଥାନ୍ତି।</verse>
				<verse number="3">ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ।</verse>
				<verse number="4">ମୁଁ ଯେଉଁଠାକୁ ଯାଉଛି, ସେଠାକୁ ଯିବାର ପଥର ତୁମେ ଜାଣିଛ।”</verse>
				<verse number="5">ଥୋମା କହିଲେ, “ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି, ଆମେ ଜାଣି ନାହୁଁ; ସେଠାକୁ ଯିବାର ବାଟ କିପରି ଜାଣିବୁ?”</verse>
				<verse number="6">ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।</verse>
				<verse number="7">ମୋତେ ଜାଣିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିବ। ଏହି ସମୟରୁ ତୁମ୍ଭେମାନେ ତାଙ୍କୁ ଜାଣିପାରିଛ ଓ ଦେଖିପାରିଛ।”</verse>
				<verse number="8">ଫିଲିପ୍ କହିଲେ, “ପ୍ରଭୁ, ପିତାଙ୍କୁ ଦେଖାଇ ଦିଅନ୍ତୁ। ସେତିକି ଆମ ପାଇଁ ଯଥେଷ୍ଟ।”</verse>
				<verse number="9">ଯୀଶୁ କହିଲେ, “ଫିଲିପ୍, ଏତେ ଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ଯେ ମୋତେ ଦେଖିଛି, ସେ ମୋ’ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ?</verse>
				<verse number="10">ମୁଁ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ଏ କଥା ତୁମେ ବିଶ୍ୱାସ କରିପାରୁନାହଁ, ଫିଲିପ୍? ଯେଉଁ କଥାସବୁ ମୁଁ କହୁଛି, ତାହା ମୋ’ ନିଜର ନୁହେଁ। ମୋ’ଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି।</verse>
				<verse number="11">ମୁଁ ଯେ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ମୋର ଏ କଥାରେ ବିଶ୍ୱାସ କର। ମୋର ଏ କଥାରେ ଯଦି ବିଶ୍ୱାସ କରିବ ନାହିଁ, ମୋର କାର୍ଯ୍ୟ ଦେଖି ବିଶ୍ୱାସ କର।</verse>
				<verse number="12">ସତ୍ୟ କହୁଛି, ମୋ’ଠାରେ ଯେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟସବୁ ସେ କରିପାରିବ। ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ’ ପିତାଙ୍କ ନିକଟକୁ ଯାଉଛି</verse>
				<verse number="13">ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ।</verse>
				<verse number="14">ମୋ’ ନାମ ନେଇ ମୋତେ ଯାହା କିଛି ମାଗିବ, ମୁଁ ତୁମ୍ଭମାନଙ୍କୁ ତାହା ଦେବି।</verse>
				<verse number="15">“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ।</verse>
				<verse number="16">ମୁଁ ମୋ’ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ।</verse>
				<verse number="17">ସେ ହେଉଛନ୍ତି, ‘ସତ୍ୟମୟ ଆତ୍ମା’। ଏହି ଜଗତ ତାଙ୍କୁ ଗ୍ରହଣ କରିପାରିବ ନାହିଁ, କାରଣ ଜଗତ ତାଙ୍କୁ ଦେଖିପାରିବ ନାହିଁ, କି ଚିହ୍ନି ପାରିବ ନାହିଁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ଜାଣିବ। କାରଣ ତୁମ୍ଭମାନଙ୍କ ସହିତ ସେ ବାସ କରିବେ। ତୁମ ଅନ୍ତରରେ ସେ ରହିବେ।</verse>
				<verse number="18">“ମୁଁ ଚାଲିଗଲା ପରେ ତୁମେ ନିଃସହାୟ ହୋଇ ରହିବ ନାହିଁ। ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।</verse>
				<verse number="19">ଅଳ୍ପ ସମୟ ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ଦେଖିବ ଏବଂ ଯେହେତୁ ମୁଁ ଚିରଞ୍ଜୀବୀ, ତୁମେ ମଧ୍ୟ ମୋ’ ସହିତ ଜୀବିତ ରହିବ।</verse>
				<verse number="20">ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।</verse>
				<verse number="21">“ଯେ ମୋର ଆଜ୍ଞା ଗ୍ରହଣ କରି ପାଳନ କରେ, ସେ ହିଁ ମୋତେ ପ୍ରେମ କରେ। ଯେ କେହି ମୋତେ ପ୍ରେମ କରେ, ମୋ’ ପିତା ତାକୁ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରି ତା’ଠାରେ ନିଜକୁ ପ୍ରକାଶ କରିବି।”</verse>
				<verse number="22">ଯିହୁଦା (ଇଷ୍କରିୟୋଥ ଯିହୁଦା ନୁହେଁ) ପଚାରିଲା- “ଏହା କିପରି ହେବ? ନିଜକୁ ଜଗତ ନିକଟରେ ପ୍ରକାଶ ନ କରି ଆମ ନିକଟରେ କିପରି ପ୍ରକାଶ କରିବେ?”</verse>
				<verse number="23">ଯୀଶୁ କହିଲେ, “ଯେ ମୋତେ ପ୍ରେମ କରେ, ସେ ମୋ’ ବାକ୍ୟ ପାଳନ କରିବ। ତା’ହେଲେ ମୋ’ ପିତା ତାକୁ ପ୍ରେମ କରିବେ ଏବଂ ମୋ’ ପିତା ଓ ମୁଁ ଆସି ତା’ ଅନ୍ତରରେ ବାସ କରିବୁ।</verse>
				<verse number="24">ଯେ ମୋତେ ପ୍ରେମ କରେ ନାହିଁ, ସେ ମୋ’ ବାକ୍ୟ ପାଳନ କରେ ନାହିଁ। ମୁଁ ଦେଇଥିବା ଶିକ୍ଷା ମୋର ନୁହେଁ, ତାହା ମୋର ପ୍ରେରଣକର୍ତ୍ତା ପିତା ଈଶ୍ୱରଙ୍କର।</verse>
				<verse number="25">“ମୁଁ ତୁମ୍ଭମାନଙ୍କ ପାଖରେ ଥାଉଁ ଥାଉଁ ଏହି ସବୁ କଥା ଜଣାଇଦେଲି।</verse>
				<verse number="26">ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।</verse>
				<verse number="27">“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।</verse>
				<verse number="28">“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ।</verse>
				<verse number="29">ଯାହା ସବୁ ଘଟିବାର ଅଛି, ତାହା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇଦେଲି। ସେସବୁ ଘଟିଲେ, ତୁମ୍ଭେମାନେ ମୋତେ ବିଶ୍ୱାସ କରିବ।</verse>
				<verse number="30">ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ’ ଉପରେ ତା’ର କୌଣସି କର୍ତ୍ତୃତ୍ୱ ନାହିଁ।</verse>
				<verse number="31">କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହାହେଲେ, ମୁଁ ମୋ’ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ। ଆସ, ଆମେ ଏଠାରୁ ଯିବା।</verse>
			</chapter>
			<chapter number="15">
				<verse number="1">“ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ।</verse>
				<verse number="2">ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।</verse>
				<verse number="3">ମୋ’ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ।</verse>
				<verse number="4">ମୋ’ ସହିତ ସଂଯୁକ୍ତ ହୋଇ ରୁହ। ତା’ହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା, ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ, ନିଜେ ଫଳ ଧରି ପାରିବ ନାହିଁ, ସେହିପରି ତୁମେ ମୋ’ଠାରେ ନ ରହିଲେ, ଫଳପ୍ରଦ ହୋଇପାରିବ ନାହିଁ।</verse>
				<verse number="5">“ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ।</verse>
				<verse number="6">ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ।</verse>
				<verse number="7">ତୁମେ ଯଦି ମୋ’ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ, ତାହା ପାଇବ।</verse>
				<verse number="8">ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ।</verse>
				<verse number="9">ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ’ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ।</verse>
				<verse number="10">ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।</verse>
				<verse number="11">“ମୁଁ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛି, ତୁମେ ଯେପରି ମୋର ଆନନ୍ଦ ଲାଭ କରି ଆନନ୍ଦର ପରିପୂର୍ଣ୍ଣତା ଅନୁଭବ କରିବ।</verse>
				<verse number="12">ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।</verse>
				<verse number="13">ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ।</verse>
				<verse number="14">ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।</verse>
				<verse number="15">ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ; କାରଣ ମାଲିକ କଅଣ କରୁଛନ୍ତି, ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ’ ପିତାଙ୍କଠାରୁ ଯାହା ଯାହା ଶୁଣିଛି, ତାହା ସବୁ ତୁମକୁ ଜଣାଇ ଦେଇଛି।</verse>
				<verse number="16">ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।</verse>
				<verse number="17">ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ- ପରସ୍ପରକୁ ପ୍ରେମ କର।</verse>
				<verse number="18">“ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ମନେରଖ; ସେ ମୋତେ ପ୍ରଥମେ ଘୃଣା କରିଛି।</verse>
				<verse number="19">ତୁମେ ଯଦି ଜାଗତିକମନା ହୋଇଥା’ନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପେୟମ କରିଥା’ନ୍ତା; କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ।</verse>
				<verse number="20">ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।</verse>
				<verse number="21">କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ।</verse>
				<verse number="22">ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।</verse>
				<verse number="23">ଯେ ମୋତେ ଘୃଣା କରେ, ସେ ପିତାଙ୍କୁ ମଧ୍ୟ ଘୃଣା କରେ।</verse>
				<verse number="24">ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଦ୍ଭୁତପୂର୍ବ କାର୍ଯ୍ୟ କରି ନ ଥିଲେ, ସେମାନେ ପାପୀ ବୋଲି ବିବେଚିତ ହୋଇ ନ ଥାଆନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ’ ପିତାଙ୍କୁ ଘୃଣା କରୁଛନ୍ତି।</verse>
				<verse number="25">କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି, ତାହା ସଫଳ ହେଲା: ‘ଅକାରଣରେ ସେମାନେ ମୋତେ ଘୃଣା କଲେ’।</verse>
				<verse number="26">“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।</verse>
				<verse number="27">ତୁମେ ମଧ୍ୟ ମୋ’ ବିଷୟରେ ସାକ୍ଷ୍ୟ ଦେବ, କାରଣ ଆରମ୍ଭରୁ ତୁମେ ସବୁ ମୋ’ ସହିତ ରହିଛ।</verse>
			</chapter>
			<chapter number="16">
				<verse number="1">“ତୁମ୍ଭେମାନେ ଯେପରି ନିଜର ବିଶ୍ୱାସ ନ ହରାଅ, ସେଥବପାଇଁ ମୁଁ ଏହିସବୁ କଥା କହିଛି।</verse>
				<verse number="2">ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।</verse>
				<verse number="3">ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।</verse>
				<verse number="4">ତୁମ୍ଭମାନଙ୍କୁ ମୁଁ ଏହି ସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ, ତୁମ୍ଭେମାନେ ସ୍ମରଣ କରିବ ଯେ, ମୁଁ ଆଗରୁ ଏ ବିଷୟରେ କହିଥିଲି। “ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏିହ ବିଷୟ କହି ନ ଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି।</verse>
				<verse number="5">ଏବେ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରି ଯାଉଛି। ତଥାପି ମୁଁ କୁଆଡ଼େ ଯାଉଛି ବୋଲି ତୁମ ମଧ୍ୟରୁ କେହି ମୋତେ ପଚାରୁ ନାହିଁ।</verse>
				<verse number="6">ଏବେ ମୋର ଏସବୁ କଥା ଶୁଣି ତୁମେ ଦୁଃଖରେ ଅଧୀର ହୋଇ ପଡ଼ିଛ।</verse>
				<verse number="7">କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନ ଗଲେ, ସେହି ‘ସହାୟକ’ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ମୁଁ ଗଲେ, ତାଙ୍କୁ ତୁମ ନିକଟକୁ ପଠାଇ ଦେବି।</verse>
				<verse number="8">ସେ ଆସି ପାପ, ଧାର୍ମିକତା ଓ ଈଶ୍ୱରଙ୍କ ନ୍ୟାୟ ବିଚାର ସମ୍ପର୍କରେ ଏ ଜଗତର ଲୋକଙ୍କୁ ପ୍ରକୃତ ଧାରଣା ଦେବେ।</verse>
				<verse number="9">ସେ ଦର୍ଶାଇ ଦେବେ ଯେ, ମୋ’ଠାରେ ବିଶ୍ୱାସ ନ କରିବା ହିଁ ପାପ।</verse>
				<verse number="10">ମୁଁ ପିତାଙ୍କ ନିକଟକୁ ଯାଉଛି ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; ଏହା ମୋର ଧାର୍ମିକତା ପ୍ରତିପନ୍ନ କରୁଛି।</verse>
				<verse number="11">ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଛି; ଏଥିରୁ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଏ।</verse>
				<verse number="12">“ତୁମ୍ଭମାନଙ୍କୁ ମୋର ଆହୁରି ଅନେକ କିଛି କହିବାର ଅଛି, କିନ୍ତୁ ବର୍ତ୍ତମାନ ତାହା ସବୁ ତୁମ୍ଭମାନଙ୍କ ପକ୍ଷେ ଅସହ୍ୟ ହେବ।</verse>
				<verse number="13">କିନ୍ତୁ ସତ୍ୟମୟ ଆତ୍ମା ଆସିଲେ, ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ। ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି, କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି, ସେ ତୁମ୍ଭମାନଙ୍କୁ ଜଣାଇବେ।</verse>
				<verse number="14">ମୋତେ ସେ ମହିମାନ୍ୱିତ କରିବେ, କାରଣ ମୋ’ଠାରୁ ସବୁ କଥା ଜାଣି ସେ ତାହା ତୁମ ନିକଟରେ ପ୍ରକାଶ କରିବେ।</verse>
				<verse number="15">ଯାହା ମୋ’ ପିତାଙ୍କର, ସେସବୁ ମୋର- ତେଣୁ ମୁଁ କହିଛି, ମୋ’ଠାରୁ ସମସ୍ତ ବିଷୟ ନେଇ ସେ ପ୍ରକାଶ କରିବେ।</verse>
				<verse number="16">“ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ, କିନ୍ତୁ ଆଉ କିଛି କାଳ ପରେ ମୋତେ ଦେଖିବ।”</verse>
				<verse number="17">ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପରସ୍ପରକୁ ପଚାରିଲେ, “ଏହାର ଅର୍ଥ କ’ଣ? ସେ କହୁଛନ୍ତି, ଅଳ୍ପ ସମୟ ପରେ ଆମେ ତାଙ୍କୁ ଦେଖିପାରିବା ନାହିଁ, ପୁଣି ଆଉ କିଛି କାଳ ପରେ ତାଙ୍କୁ ଦେଖିବା। ପୁଣି ସେ କହୁଛନ୍ତି, ସେ ତାଙ୍କ ପିତାଙ୍କ ନିକଟକୁ ଯିବେ।</verse>
				<verse number="18">‘ଅଳ୍ପ ସମୟ’, ଏହାର ଅର୍ଥ କଅଣ? ସେ କ’ଣ କହୁଛନ୍ତି, ବୁଝିହେଉ ନାହିଁ।”</verse>
				<verse number="19">ଶିଷ୍ୟମାନେ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ବୋଲି ଜାଣିପାରି, ଯୀଶୁ କହିଲେ, “ମୁଁ କହିଲି, ‘ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଦେଖିପାରିବ ନାହିଁ, କିନ୍ତୁ ତା’ର କିଛି କାଳ ପେର ମୋତେ ପୁଣି ଦେଖିବ’। ଏ ବିଷୟରେ ତୁମ୍ଭେମାନେ ଆଲୋଚନା କରୁଥିଲ, ନୁହେଁ?</verse>
				<verse number="20">ମୁଁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମେ ଶୋକାର୍ତ୍ତ ହେବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ।</verse>
				<verse number="21">ଜଣେ ଆସନ୍ନପ୍ରସବା ସ୍ତ୍ରୀ ଲୋକ ତା’ର ପ୍ରସବ ବେଦନା ଆରମଭ ହେବ ଜାଣି ବ୍ୟଥିତ ହୁଏ; କିନ୍ତୁ ଶିଶୁଟିଏ ଜନ୍ମ ହେଲେ, ସେ ତା’ର ଯନ୍ତ୍ରଣା ଭୁଲିଯାଏ। ନବଜାତ ଶିଶୁ ସନ୍ତାନ ଯୋଗୁଁ ସେ ଉଲ୍ଲସିତ ହୁଏ।</verse>
				<verse number="22">ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇ ପାରିବ ନାହିଁ।</verse>
				<verse number="23">“ସେଦିନ ଆସିଲେ, ମୋ’ଠାରୁ ତୁମ୍ଭମାନଙ୍କୁ ଆଉ କିଛି ମାଗିବାକୁ ପଡ଼ିବ ନାହିଁ। ସତ୍ୟ କହୁଛି, ମୋ’ ନାମରେ ପିତା ଈଶ୍ୱରଙ୍କୁ ଯାହା ମାଗିବ, ସେ ତାହା ଦେବେ।</verse>
				<verse number="24">ଏ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ନାମରେ କିଛି ମାଗି ନାହଁ। ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଳକ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣଭାବେ ସୁଖୀ ହେବ।</verse>
				<verse number="25">“ମୁଁ ତୁମ୍ଭମାନଙ୍କୁ ଏହି ସବୁ କଥା ରୂପକ ଦେଇ କହୁଛି। କିନ୍ତୁ ଏପରି ସମୟ ଆସୁଛି, ଯେତେବେଳେ ଆଉ ରୂପକ ବ୍ୟବହାର ନ କରି ଈଶ୍ୱରଙ୍କ ସମ୍ପର୍କରେ ସବୁ ବିଷୟ ମୁଁ ସରଳ କଥାରେ ପ୍ରକାଶ କରିବି।</verse>
				<verse number="26">ସେଦିନ ଆସିଲେ, ତୁମେ ମୋ’ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ। ସେତେବେଳେ ତୁମ୍ଭମାନଙ୍କ ପକ୍ଷରୁ ମୋତେ ତାଙ୍କୁ କିଛି କହିବାକୁ ପଡ଼ିବ ନାହିଁ,</verse>
				<verse number="27">କାରଣ ଈଶ୍ୱର ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କାରଣ ତୁମ୍ଭେମାନେ ମୋତେ ପ୍ରେମ କରୁଛ ଏବଂ ମୁଁ ଈଶ୍ୱରଙ୍କ ନିକଟରୁ ଆଗତ ବୋଲି ବିଶ୍ୱାସ କରୁଛ।</verse>
				<verse number="28">ବାସ୍ତବିକ୍ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି।”</verse>
				<verse number="29">ଏ କଥା ଶୁଣି ଶିଷ୍ୟମାନେ ତାଙ୍କୁ କହିଲେ, “ଆପଣ ତ ବର୍ତ୍ତମାନ ରୂପକ ବ୍ୟବହାର ନ କରି ସରଳ ଭାବରେ କହୁଛନ୍ତି।</verse>
				<verse number="30">ବର୍ତ୍ତମାନ ଆମେ ଜାଣୁଛ ଯେ ଆପଣ ସବୁ କଥା ଜାଣନ୍ତି। ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୁରା ବିଶ୍ୱାସ ହେଉଛି, ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି।”</verse>
				<verse number="31">ଯୀଶୁ ପଚାରିଲେ, “ଏବେ ତୁମ୍ଭମାନଙ୍କର ବିଶ୍ୱାସ ହେଲା?</verse>
				<verse number="32">ସମୟ ଆସୁଛି- ବର୍ତ୍ତମାନ ସେ ସମୟ ଆସିଗଲାଣି, ଯେତେବେଳେ ତୁମେ ସମସ୍ତେ ଛିନ୍ନଭିନ୍ନ ହୋଇଯିବ, ପ୍ରତ୍ୟେକେ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ’ ସଙ୍ଗରେ ଅଛନ୍ତି।</verse>
				<verse number="33">ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”</verse>
			</chapter>
			<chapter number="17">
				<verse number="1">ଏହି ସବୁ କଥା କହିସାରିବା ପରେ, ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ; “ପିତା, ମୋର ସମୟ ଉପସ୍ଥିତ। ତୁମ ପୁତ୍ରଙ୍କୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କରିବେ।</verse>
				<verse number="2">ତୁମେ ତାଙ୍କୁ ସମସ୍ତ ମାନବ ଜାତି ଉପରେ ଅଧିକାର ଦେଇଛ। ପୁଣି ଯେଉଁମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଛ, ସେମାନଙ୍କୁ ଅନନ୍ତ ଜୀବନ ଦାନ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛି।</verse>
				<verse number="3">ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।</verse>
				<verse number="4">ମୁଁ ପୃଥିବୀରେ ତୁମର ମହିମା ପ୍ରକାଶ କରିଛି। ତୁମେ ମୋତେ ଦେଇଥିବା କାର୍ଯ୍ୟ ମୁଁ ସମାପ୍ତ କରିଛି।</verse>
				<verse number="5">ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର।</verse>
				<verse number="6">“ଏହି ଜଗତ ମଧ୍ୟରୁ ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଥିଲ, ମୁଁ ସେମାନଙ୍କ ନିକଟରେ ତୁମକୁ ପ୍ରକାଶ କରିଛି। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର ଆଜ୍ଞା ପାଳନ କରିଛନ୍ତି,</verse>
				<verse number="7">ଏବଂ ବର୍ତ୍ତମାନ ବୁଝିଛନ୍ତି, ମୋର ସବୁ କିଛି ତୁମେ ମୋତେ ଦାନ କରିଛ- ସେସବୁ ତୁମଠାରୁ ଆସିଛି।</verse>
				<verse number="8">ତୁମେ ମୋତେ ଦେଇଥିବା ବାର୍ତ୍ତା ମୁଁ ସେମାନଙ୍କୁ ଦେଇଛି ଓ ସେମାନେ ତାକୁ ଗ୍ରହଣ କରିଛନ୍ତି। ମୁଁ ଯେ ତୁମଠାରୁ ଆସିଛି ଓ ତୁମେ ମୋତେ ପଠାଇଛ, ଏ କଥା ସେମାନେ ନିଶ୍ଚିତଭାବେ ଜାଣି, ଏଥିରେ ବିଶ୍ୱାସ କରୁଛନ୍ତି।</verse>
				<verse number="9">“ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଜଗତ ପାଇଁ ମୁଁ ପ୍ରାର୍ଥନା କରୁ ନାହିଁ। କେବଳ ଯେଉଁମାନେ ତୁମର ଓ ଯେଉଁମାନଙ୍କୁ ମୋ’ ହାତରେ ଦେଇଛ, ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି।</verse>
				<verse number="10">ମୋର ଯାହା କିଛି ଅଛି, ସବୁ ତୁମର ଓ ତୁମର ଯାହା କିଛି ଅଛି, ସବୁ ମୋର ଏବଂ ଏମାନଙ୍କ ଦ୍ୱାରା ମୁଁ ଗୌରବାନ୍ୱିତ।</verse>
				<verse number="11">ବର୍ତ୍ତମାନ ମୁଁ ତୁମ ପାଖକୁ ଆସୁଛି; ମୁଁ ଆଉ ଏ ଜଗତରେ ରହୁ ନାହିଁ। କିନ୍ତୁ ଏମାନେ ରହୁଛନ୍ତି। ପବିତ୍ର ପିତା! ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଛ, ତୁମ ନାମର ଶକ୍ତି ଦ୍ୱାରା ସେମାନଢ଼ଙ୍କୁ ରକ୍ଷା କର। ତୁମେ ଓ ମୁଁ ଯେପରି ଏକ, ସେମାନଙ୍କୁ ମଧ୍ୟ ସେହିପରି ଏକ ହେବାକୁ ସାହାଯ୍ୟ କର।</verse>
				<verse number="12">“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।</verse>
				<verse number="13">ବର୍ତ୍ତମାନ ତୁମ ନିକଟକୁ ଆସୁଛି, କିନ୍ତୁ ଜଗତରେ ଥାଉଁ ଥାଉଁ ମୋର ଆନନ୍ଦରେ ସେମାନଙ୍କ ହୃଦୟ ପୂର୍ଣ୍ଣ କରିବା ପାଇଁ ମୁଁ ଆଜି ଏହି ସବୁ କଥା କହୁଛି।</verse>
				<verse number="14">ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି। ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ, ସେମାନେ ମଧ୍ୟ ନୁହନ୍ତି।</verse>
				<verse number="15">ସେମାନଙ୍କୁ ଜଗତରୁ ବାହାର କରି ନେବା ପାଇଁ ମୁଁ କହୁ ନାହିଁ; କିନ୍ତୁ ନିବେଦନ କରୁଛି, ଶୟତାନ କବଳରୁ ସେମାନଙ୍କୁ ରକ୍ଷା କର।</verse>
				<verse number="16">ମୁଁ ଯେପରି ଏ ଜଗତର ନୁହେଁ, ସେମାନେ ମଧ୍ୟ ନୁହଁନ୍ତି। ତୁମର ବାକ୍ୟ ହିଁ ସତ୍ୟ।</verse>
				<verse number="17">ସେହି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର।</verse>
				<verse number="18">ତୁମେ ମୋତେ ଯେପରି ଜଗତକୁ ପ୍ରେରଣ କରିଛ, ମୁଁ ମଧ୍ୟ ସେମାନଙ୍କୁ ଜଗତକୁ ପଠାଇଛି।</verse>
				<verse number="19">ସେମାନେ ଯେପରି ସେହି ସତ୍ୟ ଦ୍ୱାରା ପବିତ୍ର ହେବେ, ସେଥିପାଇଁ ମୁଁ ନିଜକୁ ଉତ୍ସର୍ଗ କରୁଛି।</verse>
				<verse number="20">“ମୁଁ କେବଳ ସେମାନଙ୍କ ପାଇଁ ଏହି ପ୍ରାର୍ଥନା କରୁ ନାହିଁ। ଯେଉଁମାନେ ସେମାନଙ୍କ ବାର୍ତ୍ତା ଶୁଣି ମୋ’ଠାରେ ବିଶ୍ୱାସ ସ୍ଥାପନ କରନ୍ତି,</verse>
				<verse number="21">ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।</verse>
				<verse number="22">ସେମାନଙ୍କୁ ଆମ ପରି ଏକ କରାଇବା ପାଇଁ ତୁମେ ମୋତେ ଯେଉଁ ଗୌରବ ଦେଇଛ, ତାହା ମୁଁ ସେମାନଙ୍କୁ ଦେଇଛି!</verse>
				<verse number="23">ତୁମେ ଯେପରି ମୋ’ଠାରେ, ମୁଁ ସେହିପରି ସେମାନଙ୍କଠାରେ ରହିବି। ତା’ହେଲେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ ଏବଂ ଜଗତ ଜାଣିବ ଯେ ତୁମେ ମୋତେ ପଠାଇଛ ଓ ମୋତେ ଯେପରି ପ୍ରେମ କରୁଛ, ସେମାନଙ୍କୁ ମଧ୍ୟ ସେପରି ପ୍ରେମ କରୁଛ।</verse>
				<verse number="24">“ପିତା! ତୁମେ ସେମାନଙ୍କୁ ମୋ’ ହାତରେ ଦେଇଛ। ମୁଁ ଚାହେଁ; ଯେଉଁଠାରେ ମୁଁ ରହିବି, ସେମାନେ ସେଠାରେ ମୋ’ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ।</verse>
				<verse number="25">ପୁଣ୍ୟବାନ୍ ପିତା! ଜଗତ ତୁମକୁ ଜାଣେ ନାହିଁ। ମୁଁ ତୁମକୁ ଜାଣେ ଏବଂ ଏମାନେ ଜାଣନ୍ତି ଯେ, ତୁମେ ମୋତେ ପଠାଇଛ।</verse>
				<verse number="26">ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି; ତାହାଦ୍ୱାରା ମୋ’ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କ ଅନ୍ତରରେ ରଖିବେ।”</verse>
			</chapter>
			<chapter number="18">
				<verse number="1">ଏହି ପ୍ରାର୍ଥନା ଶେଷ କରି ଯୀଶୁ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଝର ଆରପଟେ ଥିବା ଏକ ଉଦ୍ୟାନରେ ପ୍ରବେଶ କଲେ।</verse>
				<verse number="2">ଏଠାରେ ଅନେକ ଥର ଯୀଶୁ ଶିଷ୍ୟମାନଙ୍କ ସହିତ ସାକ୍ଷାତ କରୁଥିବା କଥା ବିଶ୍ୱାସଘାତକ ଯିହୁଦା ଜାଣିଥିଲା।</verse>
				<verse number="3">ତେଣୁ ସେ ଦଳେ ରୋମୀୟ ସୈନିକ ଓ ମୁଖ୍ୟ ଯାଜକ ଓ ଫାରୁଶୀମାନେ ପଠଶଇଥିବା ମନ୍ଦିର ପ୍ରହରୀମାନଙ୍କୁନେଇ ସେଠାରେ ପହଞ୍ôଚଲା। ସେମାନେ ଅସ୍ତ୍ରଶସ୍ତ୍ର, ଦୀପ ଓ ମଶାଲ ଧରିଥିଲେ।</verse>
				<verse number="4">ତାଙ୍କ ପ୍ରତି କ’ଣ ଘଟିବ, ଯୀଶୁ ସବୁ ଜାଣିଥିଲେ। ତେଣୁ ସେ ଆଗକୁ ଆସି ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?”</verse>
				<verse number="5">ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ”। ଯୀଶୁ କହିଲେ, “ମୁଁ ସେହି”। ବିଶ୍ୱାସଘାତକ ଯିହୁଦା ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା।</verse>
				<verse number="6">“ମୁଁ ସେହି” ବୋଳି ଯୀଶୁ କହିବା ମାତ୍ରେ ସେମାନେ ପଛକୁ ହଟିଯାଇ ତଳେ ପଡ଼ିଗଲେ।</verse>
				<verse number="7">ଯୀଶୁ ପୁନର୍ବାର ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?” “ନାଜରିତୀୟ ଯୀଶୁଙ୍କୁ”, ସେମାନେ ଉତ୍ତର ଦେଲେ।</verse>
				<verse number="8">ଯୀଶୁ କହିଲେ, “ମୁଁ କହିସାରିଛି, ମୁଁ ସେହି। ଯଦି ମୋ’ ପାଇଁ ଆସିଛ, ଏମାନଙ୍କୁ ଛାଡ଼ିଦିଅ। (</verse>
				<verse number="9">“ଯେଉଁମାନଙ୍କୁ ତୁମେ ମୋତେ ଦେଇଛ, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ହରାଇ ନାହିଁ” ତାଙ୍କର ଏହି ଉକ୍ତି ସଫଳ କରିବାକୁ ସେ ଏହା କହିଲେ।)</verse>
				<verse number="10">ଶିମୋନ ପିତରଙ୍କ ହାତରେ ଗୋଟିଏ ଖଣ୍ଡା ଥିଲା। ସେ ତାହା ବାହାର କରି ପ୍ରଧାନ ଯାଜକଙ୍କର ଦାସ ମାଲ୍କସର ଡାହାଣ କାନ କାଟି ପକାଇଲେ।</verse>
				<verse number="11">ଯୀଶୁ ପିତରଙ୍କୁ କହିଲେ, “ଖାପରେ ଖଣ୍ଡା ରଖି ଦିଅ। ତୁମେ କ’ଣ ଭାବିଛ, ପିତା ଈଶ୍ୱର ମୋତେ ଦେଇଥିବା ଏହି ଦୁଃଖ ଭୋଗର ପାତ୍ରରୁ ମୁଁ ପାନ କରିବି ନାହିଁ?”</verse>
				<verse number="12">ରୋମୀୟ ସୈନିକ, ସେନାପତି ଓ ଇହୁଦୀ ପ୍ରହରୀମାନେ ଯୀଶୁଙ୍କୁ ଧରି ବାନ୍ଧି ପକାଇଲେ</verse>
				<verse number="13">ଏବଂ ପ୍ରଥମେ ହାନାନ୍ଙ୍କ ନିକଟକୁ ନେଇଗଲେ। ହାନାନ୍ ସେହି ବର୍ଷର ପ୍ରଧାନ ଯାଜକ କୟାଫାଙ୍କ ଶ୍ୱଶୁର ଥିଲେ।</verse>
				<verse number="14">ଏହି କୟାଫା ଏଥିପୂର୍ବରୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ସମସ୍ତଙ୍କ ହିତ ଦୃଷ୍ଟିରୁ ଜଣେ ମରିବା ଶ୍ରେୟସ୍କର।</verse>
				<verse number="15">ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଅନ୍ୟ ଶିଷ୍ୟର ପ୍ରଧାନ ଯାଜକଙ୍କ ସହିତ ପରିଚୟ ଥିବାରୁ ସେ ଯୀଶୁଙ୍କୁ ଅନୁସରଣ କରି ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ଭିତରେ ପ୍ରବେଶ କଲେ।</verse>
				<verse number="16">ପିତର ବାହାରେ ଫାଟକ ପାଖରେ ରହିଗଲେ। ଅନ୍ୟ ଶିଷ୍ୟଟି ଫେରିଆସି ଫାଟକ ପାଖରେ ଥିବା ଜଣେ ଦାସୀକୁ କହି ପିତରଙ୍କୁ ପ୍ରାଙ୍ଗଣ ଭିତରକୁ ନେଇ ଆସିଲେ।</verse>
				<verse number="17">ଫାଟକ ପାଖରେ ଥିବା ସେହି ଦାସୀ ପିତରଙ୍କୁ କହିଲା, “ତୁମେ କ’ଣ ସେହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ?” ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ନୁହେଁ।”</verse>
				<verse number="18">ସେତେବେଳେ ଶୀତ ହେଉଥଲା, ତେଣୁ ଭୃତ୍ୟ ଓ ପ୍ରହରୀମାନେ ନିଆଁ ଜାଳି ତା’ ଚାରି ପାଖରେ ଠିଆ ହୋଇ ନିଜକୁ ଉଷୁମ କରୁଥିଲେ। ପିତର ମଧ୍ୟ ସେମାନଙ୍କ ପାଖରେ ଠିଆ ହୋଇଥିଲେ।</verse>
				<verse number="19">ମହାଯାଜକ ଯୀଶୁଙ୍କୁ ତାଙ୍କ ଶିକ୍ଷା ଓ ଶିଷ୍ୟମାନଙ୍କ ସମ୍ପର୍କରେ ପ୍ରଶ୍ନ କଲେ।</verse>
				<verse number="20">ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ସବୁବେଳେ ସମସ୍ତଙ୍କ ନିକଟରେ ପ୍ରକାଶ୍ୟଭାବେ ଶିକ୍ଷା ଦେଇଛି। ମନ୍ଦିର ଓ ଉପାସନା ଗୃହମାନଙ୍କରେ, ଲୋକମାନେ ସମବେତ ହୋଇଥିବାବେଳେ ମୁଁ କଥା ମୁଁ ଗୋପନରେ କହି ନାହିଁ।</verse>
				<verse number="21">ମୋତେ କାହିଁକି ପଚାରୁଛ? ଯେଉଁମାନେ ମୋ’ ଶିକ୍ଷା ଶୁଣିଛନ୍ତି; ସେମାନଙ୍କୁ ପଚାର, ମୁଁ କ’ଣ କହିଛି, ସେମାନଙ୍କଠାରୁ ବୁଝିନିଅ, ସେମାନେ ଜାଣନ୍ତି।”</verse>
				<verse number="22">ଯୀଶୁ ଏ କଥା କହିବାବେଳେ ଜଣେ ପ୍ରହରୀ ତାଙ୍କୁ ଚାପୁଡ଼ା ମାରି କହିଲା: “ତୋର ଏଡ଼େ ସାହସ! ପ୍ରଧାନ ଯାଜକଙ୍କୁ ଏମିତି କହୁଛୁ?”</verse>
				<verse number="23">ଯୀଶୁ ତାକୁ କହିଲେ, “ମୁଁ ଯଦି କୌଣସି ଭୁଲ କଥା କହିଛି, ତାହା ସମସ୍ତଙ୍କ ଆଗରେ ପ୍ରକାଶ କର। ଯଦି ମୁଁ ସତ୍ୟ କହିଥାଏ, ତେବେ ମୋତେ ମାରୁଛ କାହିଁକି?”</verse>
				<verse number="24">ଏହା ପରେ ହାନାନ୍ ଯୀଶୁଙ୍କୁ ସେହିପରି ବନ୍ଧା ହୋଇଥିବା ଅବସ୍ଥାରେ ପ୍ରଧାନ ଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।</verse>
				<verse number="25">ପିତର ନିଆଁ ପାଖରେ ଛିଡ଼ା ହୋଇଥିବାବେଳେ ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ପଚାରିଲେ, “ତୁମେ କଅଣ ତାଙ୍କର ଜଣେ ଶିଷ୍ୟ ନୁହଁ?” ପିତର ଅସ୍ୱୀକାର କରି କହିଲେ, “ନା, କଦାପି ନୁହେଁ।”</verse>
				<verse number="26">ପିତର ମହାଯାଜକଙ୍କ ଯେଉଁ ଦାସର କାନ କାଟି ଦେଇଥିଲେ, ତା’ର ଜଣେ ଆତ୍ମୀୟ ଜୋର୍ କରି କହିଲା, “ସେହି ବଗିଚାରେ ମୁଁ ତୁମକୁ ତାଙ୍କ ସହିତ ଦେଖି ନାହିଁ ବୋଲି ଭାବିଛ?”</verse>
				<verse number="27">ପିତର ପୁଣି ଥରେ ଅସ୍ୱୀକାର କରି କହିଲେ, “ନା”। ସେହି ମୁହୂର୍ତ୍ତରେ କୁକୁଡ଼ା ଡାକିଲା।</verse>
				<verse number="28">ପରଦିନ ପ୍ରତ୍ୟୁଷରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ନେଇ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦରେ ପହଞ୍ôଚଲେ। ଇହୁଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ, କାରଣ ତଦ୍ଦ୍ୱାରା ନିସ୍ତାର ପର୍ବର ଭୋଜି ପାଇଁ ସେମାନେ ନିଜକୁ ଅଶୁଚି କରିବାକୁ ଚାହୁଁ ନ ଥିଲେ।</verse>
				<verse number="29">ତେଣୁ ରାଜ୍ୟପାଳ ପିଲାତ ବାହାରକୁ ଆସି ସେମାନଙ୍କୁ ପଚାରିଲେ, “ଏହାଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ଅଭିଯୋଗ କ’ଣ?”</verse>
				<verse number="30">ସେମାନେ ଉତ୍ତର ଦେଲେ, “ସେ ସେପରି ଅପରାଧ କରି ନ ଥିଲେ, ତାଙ୍କୁ ଆପଣଙ୍କ ପାଖକୁ ଆଣି ନ ଥାଆନ୍ତୁ।”</verse>
				<verse number="31">ପିଲାତ କହିଲେ, “ତା’ ହେଲେ ତାଙ୍କୁ ନେଇଯାଇ ତୁମ୍ଭମାନଙ୍କ ବ୍ୟବସ୍ଥା ଅନୁଯାୟୀ ବିଚାର କର।” ସେମାନେ ଉତ୍ତର ଦେଲେ, “କାହାକୁ ପ୍ରାଣ ଦଣ୍ଡାଜ୍ଞା ଦେବା ପାଇଁ ଆମର ଅଧିକାର ନାହିଁ।”</verse>
				<verse number="32">(ସେ କି ପ୍ରକାର ମୃତ୍ୟୁବରଣ କରିବେ, ଏ ବିଷୟରେ ଯୀଶୁ ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏହା ଘଟିଲା।)</verse>
				<verse number="33">ପିଲାତ ପ୍ରାସାଦ ଭିତରକୁ ଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, “ତୁମେ କ’ଣ ଇହୁଦୀମାନଙ୍କର ରାଜା?”</verse>
				<verse number="34">ଯୀଶୁ ଉତ୍ତର ଦେଲେ, “ଏହି ପ୍ରଶ୍ନ ତୁମେ ନିଜ ମନରୁ ପଚାରୁଛ, ନା ଅନ୍ୟମାନେ ମୋ’ ସମ୍ପର୍କରେ ଏ ବିଷୟରେ ତୁମକୁ କିଛି କହିଛନ୍ତି?”</verse>
				<verse number="35">ପିଲାତ କହିଲେ, “ତୁମେ କଅଣ ଭାବିଛ, ମୁଁ ଜଣେ ଇହୁଦୀ? ତୁମ ନିଜ ଜାତିର ଲୋକେ ଓ ମୁଖ୍ୟ ଯାଜକମାନେ ତୁମକୁ ଆଣି ମୋ’ ହାତରେ ସମର୍ପଣ କରିଛନ୍ତି। କୁହ, ତୁମେ କ’ଣ କରିଛ?”</verse>
				<verse number="36">ଯୀଶୁ କହିଲେ, “ମୋ’ ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋ’ ରାଜ୍ୟ ଜାଗତିକ ହୋଇଥାଆନ୍ତା, ମୋର ଅନୁଗାମୀମାନେ ମୋ’ ପକ୍ଷରେ ଯୁଦ୍ଧ କରିଥାଆନ୍ତେ। ସେମାନେ କେବେ ମୋତେ ଇହୁଦୀମାନଙ୍କ ହାତରେ ଛାଡ଼ିଦେଇ ନ ଥାଆନ୍ତେ। ନା, ମୋର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ।”</verse>
				<verse number="37">ପିଲାତ ପୁଣି ପଚାରିଲେ,”ତୁମେ କ’ଣ ସତରେ ଜଣେ ରାଜା?” ଯୀଶୁ ଉତ୍ତର ଦେଲେ, “ତୁମେ କହୁଛ, ମୁଁ ଜଣେ ରାଜା। କେବଳ ସତ୍ୟ ପ୍ରକାଶ କରିବା ପାଇଁ ମୁଁ ଆସିଛି, କେବଳ ଏହି ଉଦ୍ଦେଶ୍ୟ ନେଇ ମୁଁ ଏ ଜଗତରେ ଜନ୍ମ ଗ୍ରହଣ କରିଛି। ଯେଉଁମାନେ ସତ୍ୟାନୁରାଗୀ, ସେହିମାନେ ହିଁ ମୋ’ କଥା ଶୁଣନ୍ତି।”</verse>
				<verse number="38">ପିଲାତ ପ୍ରଶ୍ନ କଲେ, “ସତ୍ୟ କ’ଣ”? ପିଲାତ ବାହାରକୁ ଯାଇ ଲୋକମାନଙ୍କୁ କହିଲେ, “ତାଙ୍କୁ ପ୍ରାଣ ଦଣ୍ଡ ଦେବା ପାଇଁ କୌଣସି କାରଣ ମୁଁ ଦେଖୁ ନାହିଁ।</verse>
				<verse number="39">କିନ୍ତୁ ତୁମ୍ଭମାନଙ୍କର ପ୍ରଥା ଅନୁଯାୟୀ ନିସ୍ତାର ପର୍ବବେଳେ ମୁଁ ଜଣେ ବନ୍ଦୀକୁ ମୁକ୍ତ କରି ଦେଇଥାଏ। ଏଥର ଇହୁଦୀମାନଙ୍କର ରାଜାଙ୍କୁ ତୁମ ପାଇଁ ଛାଡ଼ିଦିଏ, ଏହା କ’ଣ ତୁମ୍ଭେମାନେ ଚାହଁ।”</verse>
				<verse number="40">ଲୋକମାନେ ଚିକ୍ରାର କରି କହିଲେ, “ନା, ତାକୁ ନୁହେଁ- ବାରବ୍ବାକୁ ମୁକ୍ତ କରି ଦିଅ।” (ବାରବ୍ବା ଜଣେ ଡକାୟତ ଥିଲା)</verse>
			</chapter>
			<chapter number="19">
				<verse number="1">ତା’ପରେ ପିଲାତ ଯୀଶୁଙ୍କୁ ନେଇ କୋରଡ଼ା ପ୍ରହାର କରାଇଲେ।</verse>
				<verse number="2">ସୈନିକମାନ କଣ୍ଟା ଡାଳର ଗୋଟିଏ ମୁକୁଟ ତିଆରି କରି ଯୀଶୁଙ୍କ ମସ୍ତକରେ ଦେଲେ, ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ</verse>
				<verse number="3">ଏବଂ “ଇହୁଦୀମାନଙ୍କର ରାଜା ଦୀର୍ଘଜୀବୀ ହେଉନ୍ତୁ” ବୋଲି କହି ତାଙ୍କୁ ଚାପୁଡ଼ା ମାରିଲେ।</verse>
				<verse number="4">ପିଲାତ ପୁନର୍ବାର ବାହାରକୁ ଯାଇ ସମବେତ ଜନତାକୁ କହିଲେ, “ଦେଖ, ତାଙ୍କୁ ତୁମ୍ଭମାନଙ୍କ ସାମ୍ନାକୁ ନେଇ ଆସୁଛି। ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ। ଏହା ତୁମେ ନିଜେ ବୁଝିବ।”</verse>
				<verse number="5">ବାଇଗଣିଆ ପୋଷାକ ଓ କଣ୍ଟା ମୁକୁଟ ପିନ୍ଧି ଯୀଶୁ ବାହାରକୁ ଆସିଲେ ଏବଂ ପିଲାତ ଜନତାକୁ କହିଲେ, “ଦେଖ, ଏ ସେହି ବ୍ୟକ୍ତି।”</verse>
				<verse number="6">ତାଙ୍କୁ ଦେଖିବାମାତ୍ରେ ମୁଖ୍ୟ ଯାଜକ ଓ ମନ୍ଦିର ପ୍ରହରୀମାନେ ଚିକ୍ରାର କଲେ, “ତାକୁ କ୍ରୁଶରେ ଚଢ଼ାଅ- କ୍ରୁଶରେ ଚଢ଼ାଅ।” ପିଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ତାଙ୍କୁ ନେଇଯାଇ କ୍ରୁଶରେ ଚଢ଼ାଅ। ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖିପାରୁ ନାହିଁ।”</verse>
				<verse number="7">ଲୋକମାନେ ଉତ୍ତର ଦେଇ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ, ସେ ମରିବା ଉଚିତ୍, କାରଣ ସେ ନିଜକୁ ‘ଈଶ୍ୱରଙ୍କ ପୁତ୍ର’ ବୋଳି ଦାବୀ କରିଛି।”</verse>
				<verse number="8">ଏହା ଶୁଣି ପିଲାତ ଆତଙ୍କିତ ହୋଇ ପଡ଼ିଲେ।</verse>
				<verse number="9">ପ୍ରାସାଦ ଭିତରକୁ ଫେରି ଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, “ତୁମେ କେଉଁଠାରୁ ଆସିଛ?” ଯୀଶୁ ନିରୁତ୍ତର ରହିଲେ।</verse>
				<verse number="10">କିଲାତ କହିଲେ, “ମୋ’ ସଙ୍ଗେ କଥା କହିବ ନାହିଁ? ମନେରଖ, ତୁମକୁ ମୁକ୍ତ କରିବାକୁ କିମ୍ବା କ୍ରୁଶରେ ଚଢ଼ାଇବାକୁ ମୋର ଅଧିକାର ଅଛି।”</verse>
				<verse number="11">ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”</verse>
				<verse number="12">ଏହା ଶୁଣି ପିଲାତ ଯୀଶୁଙ୍କୁ ମୁକ୍ତ କରି ଦେବା ପାଇଁ ଉପାୟ ଚିନ୍ତା କଲେ। କିନ୍ତୁ ଜନତା ଚିକ୍ରାର କଲେ, “ଯଦି ତୁମେ ତାକୁ ଛାଡ଼ିଦିଅ, ତାହାହେଲେ ତୁମେ ସମ୍ରାଟଙ୍କ ବନ୍ଧଉ ନୁହଁ, ଯେ ନିଜକୁ ରାଜା ବୋଲି ଦାବୀ କରେ, ସେ ସମ୍ରାଟଙ୍କ ଶତ୍ରୁ।”</verse>
				<verse number="13">ପିଲାତ ଏହା ଶୁଣି ଯୀଶୁଙ୍କୁ ବାହାରକୁ ନେଇ ଆସିଲେ ଏବଂ ‘ପ୍ରସ୍ତର ମଣ୍ଡପ’ (ହିବ୍ରୁ ଭାଷାରେ ଗବ୍ବାଥା) ନାମକ ସ୍ଥାନରେ ଥିବା ବିଚାରାସନରେ ବସିଲେ। ୧୪ ସେତେବେଳେ ମଧ୍ୟାହ୍ନ ସମୟ, ନିସ୍ତାର ପର୍ବର ପୂର୍ବ ଦିବସ। ପିଲାତ ଲୋକଙ୍କୁ କହିଲେ, “ଏହି ଦେଖ, ତୁମ୍ଭମାନଙ୍କର ରାଜା।”</verse>
				<verse number="14"></verse>
				<verse number="15">କିନ୍ତୁ ସେମାନେ ଚିକ୍ରାର କଲେ, “ତାକୁ ମରି ଦିଅ- ମାରି ପକାଅ, ତାକୁ କ୍ରୁଶରେ ଚଢ଼ାଅ।” ପିଲାତ ପଚାରିଲେ, “ମୁଁ ତୁମ ରାଜାଙ୍କୁ କ୍ରୁଶରେ ଚଢ଼ାଏ, ଏହା କ’ଣ ତୁମେ ଚାହଁ?” ଯାଜକମାନେ ଉତ୍ତର ଦେଲେ, “କେବଳ ସମ୍ରାଟ ହିଁ ଆମର ଏକମାତ୍ର ରାଜା।”</verse>
				<verse number="16">ଶେଷରେ ପିଲାତ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ିଦେଲେ। ତା’ପରେ ଯୀଶୁଙ୍କୁ ସେମାନେ ନେଇଗଲେ।</verse>
				<verse number="17">ଯୀଶୁ ନିଜର କ୍ରୁଶ ବହନ କରି “ଗଲ୍ଗଥା” ବା “ଖପୁରି ଆକାର ପାହାଡ଼” ସ୍ଥାନରେ ଆସି ପହଞ୍ଚିଲେ।</verse>
				<verse number="18">ସେଠାରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ତାଙ୍କୁ ମଝିରେ ରଖି ତାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ଦୁଇ ଜଣ ଲୋକଙ୍କୁ କ୍ରୁଶରେ ଚଢ଼ାଇଲେ।</verse>
				<verse number="19">ପିଲାତ ଗୋଟିଏ ବିଜ୍ଞପ୍ତି ପତ୍ର ଲେଖି ଯୀଶୁଙ୍କ କ୍ରୁଶ ଉପରେ ଟଙ୍ଗାଇଦେଲେ। ସେଥିରେ ଲେଖାଥିଲା, “ନାଜରିତୀୟ ଯୀଶୁ, ଇହୁଦୀମାନଙ୍କର ରାଜା।”</verse>
				<verse number="20">ଅନେକ ଲୋକ ଏହା ପଢ଼ିଲେ, କାରଣ ଯୀଶୁ ଯେଉଁଠାରେ କ୍ରୁଶବିଦ୍ଧ ହୋଇଥିଲେ, ତାହା ସହର ନିକଟରେ ଥିଲା। ବିଜ୍ଞପ୍ତି ପତ୍ରଟି ହିବ୍ରୁ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା।</verse>
				<verse number="21">ମୁଖ୍ୟ ଯାଜକମାନେ ଆପତ୍ତି କରି ପିଲାତଙ୍କୁ କହିଲେ, “ ‘ସେ ଇହୁଦୀମାନଙ୍କ ରାଜା’ ବୋଳି ନ ଲେଖି, ‘ସେ କହୁଥିଲା, ମୁଁ ଇହୁଦୀମାନଙ୍କ ରାଜା’ ଏ କଥା ଲେଖନ୍ତୁ!”</verse>
				<verse number="22">କିନ୍ତୁ ପିଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତା’ ସେହିପରି ଲେଖା ରହିବ।”</verse>
				<verse number="23">ଯୀଶୁଙ୍କୁ କ୍ରୁଶବିଦ୍ଧ କରି ସାରିବା ପରେ ଚାରି ଜଣ ସୈନିକ ତାଙ୍କର ବସ୍ତ୍ର ଚାରି ଭାଗ କରି ବାଣ୍ଟି ନେଇଗଲେ। କିନ୍ତୁ ଯୀଶୁଙ୍କ ଉତ୍ତରୀୟଟି କୌଣସି ସ୍ଥାନରେ ଯୋଡ଼ା ନ ହୋଇ ସମୁଦାୟ ବୁଣା ହୋଇଥିଲା।</verse>
				<verse number="24">ସୈନିକମାନେ ପରସ୍ପରକୁ କହିଲେ, “ଏହାକୁ ଚିରିବା ନାହିଁ। ଗୁଲିବାଣ୍ଟରେ ଯିଏ ପାଇବ, ସେ ତାକୁ ନେବ।” ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା: “ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ।” ସୈନିକମାନେ ଠିକ୍ ଏହିପରି କଲେ।</verse>
				<verse number="25">ଯୀଶୁଙ୍କ କ୍ରୁଶ ନିକଟରେ ତାଙ୍କ ମାଁ, ତାଙ୍କ ମାଉସୀ କ୍ଳିଅପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଛିଡ଼ା ହୋଇଥିଲେ।</verse>
				<verse number="26">ଯୀଶୁ ମାତାଙ୍କ ପାଖରେ ତାଙ୍କ ପ୍ରିୟ ଶିଷ୍ୟଙ୍କୁ ଠିଆ ହୋଇଥିବା ଦେଖି ମାଁଙ୍କୁ କହିଲେ; “ଦେଖ, ଏ ତୁମର ପୁଅ।”</verse>
				<verse number="27">ତା’ପରେ ଯୀଶୁ ସେହି ଶିଷ୍ୟକୁ କହିଲେ, “ଏ ତୁମର ମାଁ।” ସେହି ଦିନଠାରୁ ଉକ୍ତ ଶିଷ୍ୟ ଯୀଶୁଙ୍କ ମାଁଙ୍କୁ ନିଜ ଘରକୁ ନେଇଗଲେ।</verse>
				<verse number="28">ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”</verse>
				<verse number="29">ସେଠାରେ ଅମ୍ଳରସପୂର୍ଣ୍ଣ ଗୋଟିଏ ପାତ୍ର ଥିଲା ସେମାନେ ସେଥିରେ ଖଣ୍ଡେ ସ୍ପଞ୍ଜ ବୁଡ଼ାଇ ତାକୁ ବର୍ଚ୍ଛା ମୁନରେ ଲଗାଇଲେ ଏବଂ ଯୀଶୁଙ୍କ ମୁହଁ ପାଖକୁ ବଢ଼ାଇଦେଲେ।</verse>
				<verse number="30">ଯୀଶୁ ତାହା ଗ୍ରହଣ କରି କହିଲେ, “ସମାପ୍ତ ହେଲା”। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ।</verse>
				<verse number="31">କ୍ରୁଶବିଦ୍ଧ ଲୋକମାନଙ୍କର ଗୋଡ଼ ଭାଙ୍ଗି ସେମାନଙ୍କ ମୃତ ଶରୀରଗୁଡ଼ିକୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଇହୁଦୀ କର୍ତ୍ତୃପକ୍ଷମାନେ ପିଲାତଙ୍କୁ ଅନୁମତି ମାଗିଲେ। କାରଣ, ସେ ଦିନ ଥିଲା ଶୁକ୍ରବାର ଏବଂ ତା’ ପରଦିନ ପବିତ୍ର ବିଶ୍ରାମବାରରେ ମୃତ ଦେହଗୁଡ଼ିକୁ କ୍ରୁଶ ଉପରେ ଛାଡ଼ି ଦେବାକୁ ସେମାନେ ଚାହୁଁ ନ ଥିଲେ। (କାରଣ ସେହି ବିଶ୍ରାମବାରଟି ଥିଲା ମହାପବିତ୍ର ଦିନ।)</verse>
				<verse number="32">ତେଣୁ ସୈନିକମାନେ ଯାଇ ଯୀଶୁଙ୍କ ସହିତ କ୍ରୁଶବିଦ୍ଧ ହୋଇଥିବା ଅନ୍ୟ ଦୁଇ ଜଣ ଲୋକର ଗୋଡ଼ ଭାଙ୍ଗି ଦେଲେ।</verse>
				<verse number="33">କିନ୍ତୁ ଯୀଶୁଙ୍କ ନିକଟକୁ ଯାଇ ସେମାନେ ଦେଖିଲେ, ସେ ମରି ଯାଇଛନ୍ତି। ସେଥିପାଇର୍ ସେମାନେ ତାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ।</verse>
				<verse number="34">ତଥାପି ଜଣେ ସୈନିକ ଯୀଶୁଙ୍କ ଶରୀରର ପାଶ୍ୱର୍ଦେଶରେ ବର୍ଚ୍ଛାବିଦ୍ଧ କଲା ଏବଂ ସେଥିରୁ ଜଳ ଓ ରକ୍ତ ନିର୍ଗତ ହେଲା।</verse>
				<verse number="35">(ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି, ସୁତରାଂ ଏହା ବିଶ୍ୱାସଯୋଗ୍ୟ। ସେ ଯାହା କହିଛନ୍ତି, ସବୁ ସତ୍ୟ। ସେ ନିଜେ ସତ୍ୟବାଦୀ ବୋଲି ଜାଣନ୍ତି।)</verse>
				<verse number="36">ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା। “ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ।”</verse>
				<verse number="37">ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”</verse>
				<verse number="38">ଏହା ପରେ ହାରାମଥିଆର ଯୋସେଫ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀରକୁ ନେଇ ଯିବାକୁ ଅନୁମତି ମାଗିଲେ। (ଏହି ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ସେ ଏହା ଗୋପନ ରଖିଥିଲେ।) ପିଲାତ ତାଙ୍କୁ ଅନୁମତି ଦେଲେ ଏବଂ ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ପାଇଁ ନେଇଗଲେ।</verse>
				<verse number="39">ତାଙ୍କ ସହିତ ଥିଲେ ନିକଦୀମ। ଏହି ନିକଦୀମ ଦିନେ ରାତିରେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ନିକଦୀମ ପ୍ରାୟ ତିରିଶ କିଲୋ ଗନ୍ଧରସ ମିଶା ଅଗୁରୁ ସାଙ୍ଗରେ ଆଣିଥିଲେ।</verse>
				<verse number="40">ଶବକୁ ସମାଧି ଦେବା ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ଇହୁଦୀମାନଙ୍କ ପ୍ରଥାନୁଯାୟୀ ଯୋସେଫ ଓ ନିକଦୀମ ଯୀଶୁଙ୍କ ଶରୀର ଉପରେ ସୁଗନ୍ଧି ଦ୍ରବ୍ୟ ମାଖି ତାଙ୍କୁ ଚାଦରରେ ଗୁଡ଼ାଇ ଦେଲେ।</verse>
				<verse number="41">ଯୀଶୁ ଯେଉଁ ସ୍ଥାନରେ ମୃତ୍ୟୁଭୋଗ କରିଥିଲେ, ତା’ ନିକଟରେ ଗୋଟିଏ ଉଦ୍ୟାନ ଥିଲା। ତା’ ମଧ୍ୟରେ ଗୋଟିଏ ନୂତନ ସମାଧି ଥିଲା। ସେଥିରେ ପୂର୍ବରୁ କାହାକୁ ସମାଧି ଦିଆଯାଇ ନ ଥିଲା।</verse>
				<verse number="42">ସେ ଦିନ ବିଶ୍ରାମବାରର ପୂର୍ବ ଦିବସ ଥିବାରୁ, ବେଶୀ ଦୂରକୁ ନ ଯାଇ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସେହି ସମାଧିରେ ସମାଧିସ୍ଥ କଲେ।</verse>
			</chapter>
			<chapter number="20">
				<verse number="1">ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ, ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି।</verse>
				<verse number="2">ସେ ଦୌଡ଼ି ଯାଇ ଶିମୋନ ପିତର ଓ ଯୀଶୁଙ୍କ ସେହି ପ୍ରିୟ ଶିଷ୍ୟକୁ ଖବର ଦେଇ କହିଲେ, “ପ୍ରଭୁଙ୍କୁ ସେମାନେ କବର ଭିତରୁ ନେଇ ଯାଇଛନ୍ତି; କେଉଁଠି ତାଙ୍କୁ ନେଇ ରଖିଛନ୍ତି, ଆମେ ଜାଣି ନାହୁଁ।”</verse>
				<verse number="3">ଏହା ଶୁଣି ପିତର ଓ ସେହି ଶିଷ୍ୟ ଦୁହେଁ ସମାଧି ଆଡ଼କୁ ଦୌଡ଼ିଲେ।</verse>
				<verse number="4">ଅନ୍ୟ ଶିଷ୍ୟଟି ପିତରଙ୍କଠାରୁ ଅଧିକ ଦ୍ରୂତଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ।</verse>
				<verse number="5">ସେ ନଇଁପଡ଼ି ଦେଖିଲେ, ଯେଉଁ ଚାଦରରେ ଯୀଶୁଙ୍କ ଶରୀର ଗୁଡ଼ା ହୋଇଥିଲା, ତାହା ସେଇଠି ପଡ଼ିରହିଛି, କିନ୍ତୁ ସେ ସମାଧି ଭିତରକୁ ଗଲେ ନାହିଁ।</verse>
				<verse number="6">ତାଙ୍କ ପଛେ ପଛେ ଶିମୋନ ପିତର ଆସି ସିଧା କବର ଭିତରେ ପଶିଗଲେ। ସେ ଦେଖିଲେ, ଯୀଶୁଙ୍କ ଶରୀରରେ ଗୁଡ଼ା ହୋଇଥିବା ଲୁଗା ସେହିପରି ଗୋଟିଏ ପାଖରେ ପଡ଼ିଛି</verse>
				<verse number="7">ଓ ତାଙ୍କ ମୁଣ୍ଡରେ ବନ୍ଧାଯାଇଥିବା କନା ଖଣ୍ଡକ ମଧ୍ୟ ସେହିପରି ଅଲଗା ସ୍ଥାନରେ ରହିଛି।</verse>
				<verse number="8">ଏହା ପରେ ଅନ୍ୟ ଶିଷ୍ୟଟି ସମାଧି ଭିତରକୁ ଯାଇ ଏସବୁ ଦେଖି ବିଶ୍ୱାସ କଲା। (</verse>
				<verse number="9">କିନ୍ତୁ ସେତେବେଳେ ଏ ଦୁହେଁ ବୁଝିପାରି ନ ଥିଲେ ଯେ ଶାସ୍ତ୍ରବଚନ ଅନୁଯାୟୀ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବେ।)</verse>
				<verse number="10">ସମାଧି ଦେଖି ସାରି ଶିଷ୍ୟମାନେ ଘରକୁ ଫେରିଗଲେ।</verse>
				<verse number="11">ବାହାରେ ମରିୟମ ଠିଆ ହୋଇ କାନ୍ଦିବାକୁ ଲାଗିଲେ। କାନ୍ଦି କାନ୍ଦି ସମାଧି ଭିତରକୁ ନଇଁ ପଡ଼ି ଦେଖିଲେ,</verse>
				<verse number="12">ଶୁକ୍ଳ ବସ୍ତ୍ର ପିନ୍ଧିଥିବା ଦୁଇ ଜଣ ସ୍ୱର୍ଗଦୂତ ଯୀଶୁଙ୍କ ଶରୀର ଯେଉଁଠାରେ ରଖାଯାଇଥିଲା, ସେଠାରେ ବସିଥିଲେ- ଜଣେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣେ ପାଦ ପଟେ।</verse>
				<verse number="13">ସେମାନେ ପଚାରିଲେ, “କାନ୍ଦୁଛ କାହିଁକି ମାଁ?” ମରିୟମ ଉତ୍ତର ଦେଲେ, “ସେମାନେ ମୋ’ ପ୍ରଭୁଙ୍କୁ ନେଇ ଯାଇଛନ୍ତି। ମୁଁ ଜାଣେ ନାହିଁ, ତାଙ୍କୁ କେଉଁଠି ରଖିଛନ୍ତି।”</verse>
				<verse number="14">ଏହା କହି ମରିୟମ ବୁଲିପଡ଼ି ଦେଖିଲେ, ତାଙ୍କ ପଛପଟେ ଯୀଶୁ ଠିଆ ହୋଇଛନ୍ତି। କିନ୍ତୁ ସେତେବେଳେ ସେ ତାଙ୍କୁ ଚିହ୍ନିପାରି ନ ଥିଲେ।</verse>
				<verse number="15">ଯୀଶୁ ପଚାରିଲେ, “ତୁମେ କାହିଁକି କାନ୍ଦୁଛ? କାହାକୁ ଖୋଜୁଛ?” ତାଙ୍କୁ ଉଦ୍ୟାନର ମାଳୀ ଭାବି ମରିୟମ କହିଲେ, “ତୁମେ ଯଦି ତାଙ୍କୁ ନେଇ ଯାଇଛ, କେଉଁଠି ରଖିଛ, ମୋତେ କୁହ, ମୁଁ ଯାଇ ତାଙ୍କୁ ନେଇ ଆସିବି।”</verse>
				<verse number="16">ଯୀଶୁ ତାଙ୍କୁ ଡାକିଲେ, “ମରିୟମ!” ମରିୟମ ତାଙ୍କ ଆଡ଼କୁ ଯାଇ କହିଲେ, “ରାଗ୍ବୂନୀ” (ହିବ୍ରୁ ଭାଷାରେ ଏହାର ଅର୍ଥ ‘ଗୁରୁ’)।</verse>
				<verse number="17">ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”</verse>
				<verse number="18">ଯୀଶୁ କିପରି ତାଙ୍କୁ ଦର୍ଶନ ଦେଇଥିଲେ ଓ କ’ଣ କ’ଣ କହିଥିଲେ, ମଗ୍ଦଲିନୀ ମରିୟମ ଯାଇ ସମସ୍ତ କଥା ଶିଷ୍ୟମାନଙ୍କୁ ଜଣାଇଲେ।</verse>
				<verse number="19">ସେହି ରବିବାର ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ଗୋଟିଏ ରୁଦ୍ଧ କୋଠରୀରେ ଏକତ୍ରିତ ହୋଇଥିଲେ। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ। “ତୁମ୍ଭମାନଙ୍କର ଶାନ୍ତି ହେଉ”,</verse>
				<verse number="20">କହି ଯୀଶୁ ତାଙ୍କର ହାତ ଓ ପାଶ୍ୱର୍ଦେଶ ଦେଖାଇଲେ। ପ୍ରଭୁଙ୍କୁ ଦେଖି ଶିଷ୍ୟମାନେ ଆନନ୍ଦରେ ଅଧୀର ହୋଇ ପଡ଼ିଲେ।</verse>
				<verse number="21">ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ, ପିତା ଈଶ୍ୱକର ମୋତେ ଯେପରି ପଠାଇଥିଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହିପରି ପ୍ରେରଣ କରୁଛି।”</verse>
				<verse number="22">ତା’ପରେ ସେ ସେମାନଙ୍କ ଉପରକୁ ନିଜର ନିଶ୍ୱାସ ଛାଡ଼ି କହିଲେ: “ପବିତ୍ରଆତ୍ମାଙ୍କୁ ଗ୍ରହଣ କର।</verse>
				<verse number="23">ତୁମ୍ଭେମାନେ ମନୁଷ୍ୟମାନଙ୍କର ପାପ କ୍ଷମା କଲେ, ଈଶ୍ୱର ମଧ୍ୟ ସେମାନଙ୍କୁ କ୍ଷମା କରିବେ। ଯାହାକୁ ତୁମ୍ଭେମାନେ କ୍ଷମା କରିବ ନାହିଁ, ସେ କ୍ଷମା ପାଇବ ନାହିଁ।”</verse>
				<verse number="24">ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାବେଳେ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଥୋମା (ଯାହାଙ୍କର ଅନ୍ୟ ନାମ “ଯମଜ”) ଉପସ୍ଥିତ ନ ଥିଲେ।</verse>
				<verse number="25">ଅନ୍ୟ ଶିଷ୍ୟମାନେ କହିଲେ, “ଆମେ ପ୍ରଭୁଙ୍କୁ ଦେଖିଛୁ।” ଥୋମା କହିଲେ, “ତାଙ୍କ ହାତର କଣ୍ଟା ଚିହ୍ନ ନ ଦେଖିଲେ ଓ ତାଙ୍କ ପାଶ୍ୱର୍ର କ୍ଷତସ୍ଥାନ ସ୍ପର୍ଶ ନ କଲେ, ଏ କଥା ମୁଁ ବିଶ୍ୱାସ କରିବି ନାହିଁ।”</verse>
				<verse number="26">ପୁନର୍ବାର ଏହାର ସପ୍ତାହକ ପରେ, ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ: “ତୁମ୍ଭମାନଙ୍କର ଶାନ୍ତି ହେଉ।”</verse>
				<verse number="27">ତା’ପରେ ସେ ଥୋମାଙ୍କୁ କହିଲେ, “ଏଇଠି ଆଙ୍ଗୁଠି ଦିଅ। ମୋର ହାତ ଦେଖ। ତୁମ ହାତ ବଢ଼ାଇ ମୋର ଏଇ ପାଶ୍ୱର୍କୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ। ବିଶ୍ୱାସ କର।”</verse>
				<verse number="28">ଥୋମା ଉତ୍ତର ଦେଇ କହିଲେ, “ମୋର ପ୍ରଭୁ- ମୋ’ ଈଶ୍ୱର!”</verse>
				<verse number="29">ଯୀଶୁ ତାଙ୍କୁ କହିଲେ, “ମୋତେ ଦେଖି ତୁମେ ମୋତେ ବିଶ୍ୱାସ କରୁଛ, କିନ୍ତୁ ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରିବେ, ସେମାନେ ଧନ୍ୟ!”</verse>
				<verse number="30">ଶିଷ୍ୟମାନଙ୍କ ଉପସ୍ଥିତିରେ ଯୀଶୁ ଆହୁରି ଅନେକ ଅଲୌକିକ କାର୍ଯ୍ୟ ସାଧନ କରିଥିଲେ। ତାହା ଏ ପୁସ୍ତକରେ ଲେଖାଯାଇ ନାହିଁ।</verse>
				<verse number="31">ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।</verse>
			</chapter>
			<chapter number="21">
				<verse number="1">ଏହା ପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଆଉ ଥରେ ଦର୍ଶନ ଦେଲେ।</verse>
				<verse number="2">ସେତେବେଳେ ସେଠାରେ ଶିମୋନ ପିତର, ଥୋମା (ଯାହାଙ୍କର ଅନ୍ୟ ନାମ ଯମଜ), ଗାଲିଲୀର କାନ୍ନା ସହର ନିବାସୀ ନିଥେନିୟଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇ ଜଣ ଶିଷ୍ୟ ଉପସ୍ଥିତ ଥିଲେ।</verse>
				<verse number="3">ଶିମୋନ ପିତର ସେମାନଙ୍କୁ କହିଲେ, “ମୁଁ ମାଛ ଧରିବାକୁ ବାହାରିଲି।” ଅନ୍ୟ ଶିଷ୍ୟମାନେ କହିଲେ, “ଆମେ ତୁମ ସାଙ୍ଗରେ ଯିବୁ।” ସମସ୍ତେ ଡଙ୍ଗାରେ ଚଢ଼ି ସେହି ରାତି ସାରା ହ୍ରଦରେ ଜଲ ପକାଇଲେ, କିନ୍ତୁ କିଛି ହେଲେ ଧରି ପାରିଲେ ନାହିଁ।</verse>
				<verse number="4">ପରଦିନ ସକାଳେ ସୂର୍ଯ୍ୟୋଦୟ ହେବାବେଳେ ଯୀଶୁ ଜଳ ଧାରରେ ଆସି ଠିଆ ହେଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ।</verse>
				<verse number="5">ଯୀଶୁ ସେମାନଙ୍କୁ ପଚାରିଲେ, “ପିଲାମାନେ, କଅଣ କିଛି ଧରିପାରି ନାହଁ?” “ନା”, ସେମାନେ ଉତ୍ତର ଦେଲେ।</verse>
				<verse number="6">ଯୀଶୁ ସେମାନଙ୍କୁ କହିଲେ, “ଡଙ୍ଗାର ଡାହାଣ ପାଖରେ ଜାଲ ପକାଅ, ନିଶ୍ଚୟ କିଛି ଧରିବ।” ସେମାନେ ସେହି ପଟେ ଜାଲ ପକାଇଲେ ଏବଂ ଏଥର ଏତେ ମାଛ ପଡ଼ିଲା ଯେ ସେମାନେ ସହଜରେ ଜାଲଟିକୁ ଟାଣି ପାରିଲେ ନାହିଁ।</verse>
				<verse number="7">ଯୀଶୁଙ୍କ ପ୍ରିୟ ଶିଷ୍ୟ, ପିତରଙ୍କୁ କହିଲେ, “ଏ ନିଶ୍ଚୟ ପ୍ରଭୁ।” ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ (କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ)।</verse>
				<verse number="8">ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶୀ ଦୂରରେ ନ ଥିଲେ। କେବଳ ଦୁଇ ଶହ ହାତ ଭିତରକୁ ଯାଇଥିଲେ।</verse>
				<verse number="9">କୂଳରେ ପହଞ୍ଚି ସେମାନେ ଦେଖିଲେ, ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେ ଖଣ୍ଡ ରୁଟି ରହିଛି।</verse>
				<verse number="10">ଯୀଶୁ କହିଲେ, “ତୁମେ ଯେଉଁ ମାଛ ଧରିଛ, ସେଥିରୁ କିଛି ଆଣ।”</verse>
				<verse number="11">ପିତର ଫେରିଯାଇ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଆଣିଲେ। ସେଥିରେ ଥିଲା, ଶହେ ତେପନଟି ବଡ଼ ମାଛ। ଏତେ ମାଛର ଓଜନ ସତ୍ତେ୍ୱ ଜାଲ ଛିଣ୍ଡିଯାଇ ନ ଥିଲା।</verse>
				<verse number="12">ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଆସ, ଖାଇବ।” “ତୁମେ କିଏ” ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ।</verse>
				<verse number="13">ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ।</verse>
				<verse number="14">ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର।</verse>
				<verse number="15">ସମସ୍ତେ ଖାଇ ସାରିବା ପରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ?” ଶିମୋନ କହିଲେ, “ହଁ ପ୍ରଭୁ ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ଯୀଶୁ ତାହାଙ୍କୁ କହିଲେ, “ତା’ହେଲେ ମୋର ମେଷଶାବକଙ୍କୁ ଖୁଆଅ।”</verse>
				<verse number="16">ଯୀଶୁ ଦ୍ୱିତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ମୋତେ ପ୍ରେମ କର?” ଶିମୋନ ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ଭଲ ପାଏ।” ଯୀଶୁ ତାଙ୍କୁ କହିଲେ, “ମୋ’ ମେଷମାନଙ୍କର ତତ୍ତ୍ୱ ନିଅ।”</verse>
				<verse number="17">ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।</verse>
				<verse number="18">ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲି ଯାଉଥିଲ। କିନ୍ତୁ ତୁମେ ବୃଦ୍ଧ ହେଲେ, କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ।</verse>
				<verse number="19">(ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନ୍ୱିତ କରିବେ।) ତା’ପରେ ଯୀଶୁ ପିତରଙ୍କୁ କହିଲେ, “ମୋ’ ପଛେ ପଛେ ଆସ।”</verse>
				<verse number="20">ପିତର ବୁଲିପଡ଼ି ପଛରେ ଯୀଶୁଙ୍କ ପ୍ରିୟ ଶିଷ୍ୟଙ୍କୁ ଦେଖିଲେ। (ଏହି ଶିଷ୍ୟଟି ଦିନେ ଯୀଶୁଙ୍କ ଉପରକୁ ଆଉଜି ପଡ଼ି ପଚାରିଥିଲା, “ପ୍ରଭୁ, ଆପଣଙ୍କ ପ୍ରତି କିଏ ବିଶ୍ୱାସଘାତକତା କରିବ?”)</verse>
				<verse number="21">ପିତର ସେହି ଶିଷ୍ୟକୁ ଦେଖି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଏହା ବିଷୟରେ ଆପଣ କ’ଣ କହୁଛନ୍ତି?”</verse>
				<verse number="22">ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ଇଚ୍ଛା କରେ; ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ, ସେଥିରେ ତୁମର କ’ଣ ଅଛି? ତୁମେ ମୋର ଅନୁଗମନ କର।”</verse>
				<verse number="23">ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”</verse>
				<verse number="24">ଏହି ସମସ୍ତ ବିଷୟ ସେହି ଶିଷ୍ୟ କହି ଯାଇଛନ୍ତି। ଏ ସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ, ସେ ଯାହା କହିଛନ୍ତି, ତା’ ସବୁ ସତ୍ୟ।</verse>
				<verse number="25">ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି। କିନ୍ତୁ ମୋ’ ବିଚାରରେ, ସେସବୁ ଜଣେ ଲେଖି ବସିଲେ, ଯେତେ ପୁସ୍ତକ ଲେଖାଯିବ, ସେସେବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।</verse>
			</chapter>
		</book>
		<book number="44">
			<chapter number="1">
				<verse number="1">ଶ୍ରଦ୍ଧେୟ ଥିୟୋଫିଲ୍‌ସ, ମୋର ପ୍ରଥମ ପୁସ୍ତକରେ ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ</verse>
				<verse number="2">ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିଥିଲେ ଓ ଶିକ୍ଷା ଦେଇଥିଲେ, ସେସବୁ ବିଷୟରେ ଲେଖିଥିଲି। ସ୍ୱର୍ଗାରୋହଣ ପୂର୍ବରୁ ଯେଉଁମାନଙ୍କୁ ସେ ନିଜର ଶିଷ୍ୟ ରୂପେ ମନୋନୀତ କରିଥିଲେ, ସେମାନଙ୍କୁ ସେ ପବିତ୍ରଆତ୍ମାଙ୍କ ଶକ୍ତିରେ ଶିକ୍ଷା ଦେଇଥିଲେ।</verse>
				<verse number="3">ସେତେବେଳେ ସେ ଜୀବିତ ଥିଲେ, ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ ଚାଳିଶ ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇ ଥିଲେ।</verse>
				<verse number="4">ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ: “ଯିରୂଶାଲମ ପରିତ୍ୟାଗ କର ନାହିଁ। ପିତା ତୁମ୍ଭମାନଙ୍କୁ ଯାହା ପ୍ରଦାନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଥିଲି, ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର।</verse>
				<verse number="5">ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ରଆତ୍ମାରେ ଦୀକ୍ଷିତ ହେବ।”</verse>
				<verse number="6">ଦିନେ ପ୍ରେରିତ ଶିଷ୍ୟମାନେ ଏକତ୍ର ଥିବାବେଳେ ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଆପଣ କ’ଣ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବେ?”</verse>
				<verse number="7">ଯୀଶୁ କହିଲେ, “ସମୟ ଓ ମୁହୂର୍ତ୍ତକୁ ମୋ’ ପିତା ତାଙ୍କ କର୍ତ୍ତୃତ୍ୱାଧୀନ କରି ରଖିଛନ୍ତି। ଏସବୁ କେବେ ଘଟିବ, ତୁମ୍ଭମାନଙ୍କ ଜାଣିବା ଆବଶ୍ୟକ ନାହିଁ।</verse>
				<verse number="8">କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”</verse>
				<verse number="9">ଏହା କହିବା ପରେ ଯୀଶୁଙ୍କୁ ସ୍ୱର୍ଗକୁ ନୀତ ହେବା ସେମାନେ ଦେଖିଲେ ଏବଂ ଖଣ୍ଡେ ମେଘର ଅନ୍ତରାଳରେ ସେ ସେମାନଙ୍କୁ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।</verse>
				<verse number="10">ସେ ଉଦ୍ଧ୍ୱର୍କୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ,</verse>
				<verse number="11">“ହେ ଗାଲିଲୀୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟକୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି। କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମ୍ଭେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରି ଆସିବେ।”</verse>
				<verse number="12">ତା’ପରେ ପ୍ରେରିତ ଶିଷ୍ୟମାନେ ଜୀତ ପର୍ବତରୁ ଯିରୂଶାଲମକୁ ଫେରିଗଲେ। ଜୀତ ପର୍ବତ ସହରଠାରୁ ଏକ କିଲୋମିଟର ଦୂରରେ ଥିଲା।</verse>
				<verse number="13">ସହରକୁ ଯାଇ ସେମାନେ ରହୁଥିବା କୋଠରୀରେ ପ୍ରବେଶ କଲେ। ସେହି ପ୍ରେରିତ ଶିଷ୍ୟମାନେ ହେଉଛନ୍ତି ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମି, ମାଥିଉ ଓ ଆଲଫିଙ୍କ ପୁତ୍ର ଯାକୁବ, ଦେଶପ୍ରେମୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା।</verse>
				<verse number="14">ସେମାନେ ଅଧିକାଂଶ ସମୟରେ ଗୋଟିଏ ଦଳ ରୂପେ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହେଉଥିଲେ ଓ ସେମାନଙ୍କ ସହିତ ଯୀଶୁଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ ଏବଂ ଯୀଶୁଙ୍କ ଭାଇମାନେ ମଧ୍ୟ ଯୋଗ ଦେଉଥିଲେ।</verse>
				<verse number="15">କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:</verse>
				<verse number="16">“ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।</verse>
				<verse number="17">ଅବଶ୍ୟ ଯିହୁଦା ଆମ ଦଳରେ ଥିଲା ଓ ଆମ୍ଭମାନଙ୍କର ଜଣେ ସହକର୍ମୀ ହେବା ପାଇଁ ମନୋନୀତ ହୋଇଥିଲା।”</verse>
				<verse number="18">(ତାହାର ଅପକର୍ମ ଦ୍ୱାରା ଯିହୁଦା ପାଇଥିବା ଟଙ୍କାରେ ଗୋଟିଏ ଜମି କିଣା ହୋଇଥିଲା ଓ ସେହି ଜମିରେ ପଡ଼ି ତା’ର ମୃତ୍ୟୁ ହେଲା। ତା’ର ପେଟ ଫାଟି ଯାଇ ଅନ୍ତ ବୁଜୁଳି ବାହାରି ପଡ଼ିଲା।</verse>
				<verse number="19">ଯିରୁଶାଲମର ଲୋକମାନେ ଏସବୁ ଜାଣିପାରି ସେମାନଙ୍କ ଭାଷାରେ ଉକ୍ତ ଜମିର ନାମ “ଆକେଲ ଦାମା’’ ଅର୍ଥାତ୍ “ରକ୍ତ କ୍ଷେତ୍ର” ବୋଲି ରଖିଛନ୍ତି।)</verse>
				<verse number="20">“ଏ ବିଷୟରେ ଗୀତ ସଂହିତାରେ ଲେଖା ଯାଇଛି: ‘ତାହାର ଗୃହ ଜନଶୂନ୍ୟ ହେଉ, ସେଥିରେ କେହି ବାସ ନ କରୁ”, ଆହୁରି ମଧ୍ୟ ଲେଖାଯାଇଛି; ‘ଅନ୍ୟ ଜଣେ ତାହାର କାର୍ଯ୍ୟରେ ନିଯୁକ୍ତ ହେଉ’।</verse>
				<verse number="21">“ତେଣୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆଉ ଜଣେ ଆମ ସହିତ ଯୋଗ ଦେବା ଆବଶ୍ୟକତା। ଯୀଶୁ ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରିବା ସମୟରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଭୁ ଯୀଶୁ ଆମ ସହିତ ଗମନାଗମନ କରିବାବେଳେ, ଯେଉଁ ଲୋକମାନେ ଆମ ଦଳରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଏଥିପାଇଁ ମନୋନୀତ କରିବାକୁ ହେବ।”</verse>
				<verse number="22"></verse>
				<verse number="23">ସେମାନେ ଦୁଇଜଣଙ୍କ ନାମ ପ୍ରସ୍ତାବ କଲେ - ଯୋସେଫ (ଯେ ବର୍ଶବା ଓ ଯୁସ୍ତସ ବୋଲି ମଧ୍ୟ ପରିଚିତ) ଓ ମଥିୟସ୍;</verse>
				<verse number="24">ପୁଣି ପ୍ରାର୍ଥନା କଲେ, “ପ୍ରଭୁ, ତୁମେ ପ୍ରତ୍ୟେକର ଚିନ୍ତା ଜାଣ। ଯିହୁଦା ଯେଉଁ ସ୍ଥାନରେ ରହିବା ଉପଯୁକ୍ତ, ସେଠାକୁ ଚାଲିଯିବା ପରେ, ତାହା ସ୍ଥାନରେ ତୁମ ଦ୍ୱାରା ମନୋନୀତ ଏହି ଦୁଇଜଣଙ୍କ ମଧ୍ୟରୁ କିଏ</verse>
				<verse number="25">ପ୍ରେରିତ ଶିଷ୍ୟ କାର୍ଯ୍ୟ କରିବ, ତାହା ଆମ୍ଭମାନଙ୍କୁ ଜଣାଅ।”</verse>
				<verse number="26">ତା’ପରେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ବାଛିବା ନିମନ୍ତେ ଗୁଳିବାଣ୍ଟ ହେଲା। ଗୁଳିବାଣ୍ଟରେ ମଥିୟସ୍ ମନୋନୀତ ହୋଇ ଏଗାର ଜଣ ପ୍ରେରିତ ଶିଷ୍ୟଙ୍କ ଦଳରେ ଅନ୍ତର୍ଭୁକ୍ତ ହେଲେ।</verse>
			</chapter>
			<chapter number="2">
				<verse number="1">ପେଣ୍ଟିକଷ୍ଟ ଦିନରେ ଖ୍ରୀଷ୍ଟ ବିଶ୍ୱାସୀ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ।</verse>
				<verse number="2">ହଠାତ୍ ପ୍ରଚଣ୍ଡ ବାୟୁ ବାହିବାର ଶବ୍ଦ ଭଳି ଆକାଶରୁ ଏକ ଶବ୍ଦ ହେଲା ଓ ଯେଉଁ ଗୃହରେ ସେମାନେ ବସିଥିଲେ, ତାହ ସେହି ଶବ୍ଦରେ ପୂର୍ଣ୍ଣ ହେଲା।</verse>
				<verse number="3">ତା’ପରେ ସେମାନେ ଦେଖିଲେ, କେତେଗୁଡ଼ିଏ ଅଗ୍ନି ଜିହ୍ୱା ପ୍ରସାରିତ ହୋଇ ସେଠାରେ ଥିବା ପ୍ରତ୍ୟେକଙ୍କୁ ସ୍ପର୍ଶ କଲା।</verse>
				<verse number="4">ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।</verse>
				<verse number="5">ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଇହୁଦୀ ଭକ୍ତମାନେ ସେତେବେଳେ ଯିରୂଶାଲମରେ ଉପସ୍ଥିତ ଥିଲେ।</verse>
				<verse number="6">ସଭାସ୍ଥଳରେ ହେଉଥିବା ଶବ୍ଦ ଶୁଣି, ଅନେକ ଲୋକ ସେଠାରେ ସମବେତ ହେଲେ। ବିଶ୍ୱାସୀମାନେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ଭାଷାରେ କଥା କହୁଥିବା ଶୁଣି ସେମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି ହେଲା।</verse>
				<verse number="7">ହତବୁଦ୍ଧି ଓ ବିସ୍ମିତ ହୋଇ ସେମାନେ ପଚାରିଲେ, “ଏ ପ୍ରକାର କଥା କହୁଥିବା ଏ ଲୋକମାନେ କ’ଣ ଗାଲିଲୀୟ ନୁହଁନ୍ତି?</verse>
				<verse number="8">ତା’ହେଲେ ଆମେ ସମସ୍ତେ କିପରି ସେମାନଙ୍କୁ ଆମ ନିଜ ନିଜ ଭାଷାରେ କଥା କହୁଥିବା ଶୁଣିଛୁ?</verse>
				<verse number="9">ଆମ୍ଭେମାନେ ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି ମେପପଟାମିଆ, ଯିହୁଦା ଦେଶ ଓ କାପ୍ପାଦକିଆ, ପନ୍ତ ଓ ଆସିୟା,</verse>
				<verse number="10">ଫ୍ରୂଗିୟା ଓ ପଂଫୁଲିୟା, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିୟା ଅଞ୍ଚଳ ନିବାସୀ। ଆମ୍ଭମାନଙ୍କ ମଧ୍ୟରୁ କେତେକ ରୋମ୍ରୁ ଆସିଥିବା ଇହୁଦୀ ଓ ଇହୁଦୀ ଧର୍ମ ଗ୍ରହଣ କରିଥିବା ପ୍ରବାସୀ;</verse>
				<verse number="11">ପୁଣି କେତେକ କ୍ରୀତ ଓ ଆରବୀୟ ଦେଶର ଲୋକ। ତଥାପି ଈଶ୍ୱର ଯେଉଁ ମହତ୍ ବିଷୟସବୁ ସାଧନ କରିଛନ୍ତି, ସେ ସମ୍ବନ୍ଧରେ ଆମେ ସମସ୍ତେ ସେମାନଙ୍କଠାରୁ ଆମ ନିଜ ନିଜ ଭାଷାରେ ଶୁଣିପାରୁଛୁ।”</verse>
				<verse number="12">ବିସ୍ମିତ ଓ ବିଚଳିତ ହୋଇ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ, “ଏହାର ଅର୍ଥ କ’ଣ?”</verse>
				<verse number="13">କିନ୍ତୁ ଅନ୍ୟମାନେ ବିଶ୍ୱାସୀମାନଙ୍କୁ ବିଦ୍ରୂପ କରି କହିଲେ, “ଏହି ଲୋକମାନେ ମାତାଲ ହୋଇଛନ୍ତି।”</verse>
				<verse number="14">ତା’ପରେ ଅନ୍ୟ ଏଗାର ଜଣ ପ୍ରେରିତ ଶିଷ୍ୟମାନଙ୍କ ସହିତ ପିତର ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ହେ ଇହୁଦୀ ଭାଇମାନେ ଓ ଯିରୂଶାଲମରେ ବାସ କରୁଥିବା ଭଦ୍ର ମଣ୍ଡଳୀ, ମୋ’ କଥା ଶୁଣ, ମୁଁ ଏହି ବିଷୟରେ ବୁଝାଇ କହିବି।</verse>
				<verse number="15">ତୁମ୍ଭେମାନେ ମନେ କରୁଛ, ଏମାନେ ମାତାଲ। ନା, ଏମାନେ ମାତାଲ ନୁହଁନ୍ତି, କାରଣ ବର୍ତ୍ତମାନ ସମୟ ସକାଳ ନ’ଟା।</verse>
				<verse number="16">କିନ୍ତୁ ଭାବବାଦୀ ଯୋୟେଲ ଯେଉଁ ଘଟଣାବଳୀ ବିଷୟରେ ଭବିଷ୍ୟତବାଣୀ କହିଥିଲେ, ଏହା ସେଭଳି ଏକ ଘଟଣା। ଯୋୟେଲ କହିଥିଲେ;</verse>
				<verse number="17">“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।</verse>
				<verse number="18">ହଁ, ମୋ’ ସେବକ ସେବିକାମାନଙ୍କ ଉପରେ ସେତେବେଳେ ମୁଁ ମୋର ଆତ୍ମା ଢାଳି ଦେବି ସେମାନେ ମୋର ବାର୍ତ୍ତା ଘୋଷଣା କରିବେ।</verse>
				<verse number="19">ମୁଁ ଆକାଶର ଉଦ୍ଧ୍ୱର୍ଦେଶରେ ଅଦ୍ଭୁତ କାର୍ଯ୍ୟ ଓ ନିମ୍ନସ୍ଥ ପୃଥିବୀରେ ଅଦ୍ଭୁତ ଲକ୍ଷଣ ଦେଖାଇବି। ରକ୍ତ, ଅଗ୍ନି ଓ ଘନ ଧୂମରେ ପୃଥିବୀ ପୂର୍ଣ୍ଣ ହେବ;</verse>
				<verse number="20">ପ୍ରଭୁଙ୍କର ମହା ଗୌରବମୟ ଦିବସର ଆଗମନ ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ରକ୍ତ ପରି ଲୋହିତ ବର୍ଣ୍ଣ ହେବ।</verse>
				<verse number="21">ସେତେବେଳେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ।’</verse>
				<verse number="22">“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।</verse>
				<verse number="23">ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।</verse>
				<verse number="24">କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁ କବଳରୁ ମୁକ୍ତ କରି ପୁନରୁତ୍ôଥତ କଲେ, କାରଣ ସେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବା ଅସମ୍ଭବ।</verse>
				<verse number="25">ଏ ସମ୍ପର୍କରେ ଦାଉଦ କହିଛନ୍ତି; ‘ସବୁ ସମୟରେ ମୁଁ ଈଶ୍ୱରଙ୍କୁ ମୋ’ ସମ୍ମୁଖରେ ଦେଖିଛି, ସେ ମୋ’ ଦକ୍ଷିଣ ପାଶ୍ୱର୍ରେ ରହିଛନ୍ତି। କେହି ମୋତେ ବିଚଳିତ କରିପାରିବ ନାହିଁ।</verse>
				<verse number="26">ତେଣୁ ମୁଁ ଆନନ୍ଦରେ ପରିପୂର୍ଣ୍ଣ, ମୋର ଜିହ୍ୱା ଉଲ୍ଲସି ଉଠୁଛି। ଯଦ୍ୟପି ମୁଁ ମରଣଶୀଳ, ମୁଁ ନିଶ୍ଚିତ ଭରସାରେ ସୁସ୍ଥିର,</verse>
				<verse number="27">କାରଣ ତୁମେ ମୋତେ ମୃତମାନଙ୍କ ଜଗତରେ ପରିତ୍ୟାଗ କରିବ ନାହିଁ; ତୁମେ ତୁମର ବିଶ୍ୱସ୍ତ ସେବକଙ୍କୁ କବର ମଧ୍ୟରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।</verse>
				<verse number="28">ତୁମେ ମୋତେ ଜୀବନର ପଥ ଦେଖାଇ ଅଛ ଓ ତୁମ ଉପସ୍ଥିତି ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’</verse>
				<verse number="29">“ଭାଇମାନେ, ସରଳଭାବେ ମୁଁ ତୁମ୍ଭମାନଙ୍କୁ ଆମ ପୂର୍ବପୁରୁଷ ଦାଉଦ ରାଜାଙ୍କ ବିଷୟରେ କିଛି କହିବା ଆବଶ୍ୟକ ମନେ କରୁଛି। ସେ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ପୁଣି ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅଛି।</verse>
				<verse number="30">ସେ ଜଣେ ଭାବବାଦୀ ଥିଲେ, ତେଣୁ ତାଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା କଥା ଜାଣିଥିଲେ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣକୁ ରାଜା କରିବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।</verse>
				<verse number="31">ଈଶ୍ୱର ଭବିଷ୍ୟତ୍ରେ କ’ଣ କରିବାକୁ ଯାଉଛନ୍ତି, ଦାଉଦ ତାହା ଜାଣିପାରି, ମସୀହଙ୍କ ପୁନରୁତ୍ଥାନ ବିଷୟରେ କହିଛନ୍ତି; ‘ସେ ମୃତମାନଙ୍କ ଜଗତରେ ପରିତ୍ୟକ୍ତ ହେଲେ ନାହିଁ। ତାହାଙ୍କ ଶରୀର କବର ମଧ୍ୟରେ କ୍ଷୟ ପାଇଲା ନାହିଁ।’</verse>
				<verse number="32">ଈଶ୍ୱର ଏହି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ଆମେ ସମସ୍ତେ ଏହାର ସାକ୍ଷୀ।</verse>
				<verse number="33">ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।</verse>
				<verse number="34">ଦାଉଦ ନିଜେ ସ୍ୱର୍ଗକୁ ଯାଇ ନ ଥିଲେ; ବରଂ ସେ କହିଥିଲେ, ‘ଈଶ୍ୱର ମୋର ପ୍ରଭୁଙ୍କୁ କହିଲେ,</verse>
				<verse number="35">ମୁଁ ତୁମର ଶତ୍ରୁମାନଙ୍କୁ ତୁମର ପାଦପୀଠ ନ କରିବା ପର୍ଯ୍ୟନ୍ତ, ମୋର ଦକ୍ଷିଣ ପାଖରେ ବସିଥାଅ।’</verse>
				<verse number="36">“ଅତଏବ ଇଶ୍ରାୟେଲୀୟମାନେ ସମସ୍ତେ ନିଶ୍ଚିତଭାବେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସୀହ କରିଛନ୍ତି।”</verse>
				<verse number="37">ଲୋକମାନେ ଏହି କଥାସବୁ ଶୁଣି ଅତ୍ୟନ୍ତ ଉଦ୍ବିଗ୍ନ ହେଲେ ଏବଂ ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କୁ ପଚାରିଲେ, “ଭାଇମାନ, ଆମ୍ଭେମାନେ କ’ଣ କରିବା?”</verse>
				<verse number="38">ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।</verse>
				<verse number="39">କାରଣ ଈଶ୍ୱରଙ୍କ ପ୍ରତିଜ୍ଞା ତୁମ୍ଭମାନଙ୍କ ପ୍ରତି, ତୁମ ସନ୍ତାନମାନଙ୍କ ପ୍ରତି ଓ ଈଶ୍ୱରଙ୍କ ଦ୍ୱାରା ଆହୂତ ଦୂରଦୂରାନ୍ତରେ ଥିବା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।”</verse>
				<verse number="40">ପିତର ସେମାନଙ୍କୁ ଆବେଦନ ଜଣାଇ ଓ ନାନା ପ୍ରକାରେ ପ୍ରବର୍ତ୍ତାଇ କହିଲେ, “ଏହି ଭ୍ରଷ୍ଟାଚାରୀମାନଙ୍କ ପ୍ରତି ଆସନ୍ନ ଶାସ୍ତିରୁ ନିଜ ନିଜକୁ ରକ୍ଷା କର।”</verse>
				<verse number="41">ସେମାନଙ୍କ ମଧ୍ୟରୁ ଅନେକେ ତାଙ୍କ ବାର୍ତ୍ତାରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କଲେ। ସେଦିନ ପ୍ରାୟ ତିନି ହଜାର ଲୋକ ଶିଷ୍ୟମାନଙ୍କ ଦଳଭୁକ୍ତ ହେଲେ।</verse>
				<verse number="42">ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।</verse>
				<verse number="43">ପ୍ରେରିତ ଶିଷ୍ୟମାନେ ଅନେକ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କଲେ ଓ ସମସ୍ତେ ଏଥିରେ ବିସ୍ମୟାଭିଭୂତ ହେଲେ।</verse>
				<verse number="44">ବିଶ୍ୱାସୀମାନେ ପରସ୍ପର ସହିତ ଘନିଷ୍ଠ ବନ୍ଧୁତାରେ ଆବଦ୍ଧ ହେଲେ ଓ ମିଳିତ ଭାବରେ ସେମାନଙ୍କର ସମସ୍ତ ସମ୍ପତ୍ତି ଭୋଗ କଲେ।</verse>
				<verse number="45">ସେମାନେ ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ରୟ କରି, ଲବ୍ଧ ଧନ ପ୍ରତ୍ୟେକଙ୍କର ଆବଶ୍ୟକ ଅନୁସାରେ ପରସ୍ପର ମଧ୍ୟରେ ବିତରଣ କଲେ।</verse>
				<verse number="46">ସେମାନେ ପ୍ରତିଦିନ ଉପାସନା ମନ୍ଦିରରେ ଗୋଟିଏ ଦଳ ରୂପେ ଏକତ୍ରିତ ହେଉଥିଲେ ଏବଂ ଆନନ୍ଦ ମନରେ ଓ ନମ୍ରଚିତ୍ତରେ</verse>
				<verse number="47">ଈଶ୍ୱରଙ୍କ ପ୍ରଶଂସା କରି ଜଣେ ଅନ୍ୟ ଜଣର ଗୃହରେ ପାନ ଭୋଜନ କରୁଥିଲେ। ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହେଲେ ଏବଂ ଦିନକୁ ଦିନ ପରିତ୍ରାଣପ୍ରାପ୍ତ ଲୋକମାନଙ୍କୁ ପ୍ରଭୁ ସେମାନଙ୍କ ଦଳରେ ଯୋଗ ଦେଲେ।</verse>
			</chapter>
			<chapter number="3">
				<verse number="1">ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟ ଅପରାହ୍ନ ତିନିଟାବେଳେ ଉପାସନା ମନ୍ଦିରକୁ ଯାଉଥିଲେ।</verse>
				<verse number="2">ସେଠାରେ “ସୁନ୍ଦର” ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା। ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ବୁହା ହୋଇ ଯାଉଥିଲା।</verse>
				<verse number="3">ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖି ସେ ସେମାନଙ୍କୁ ଭିକ ମାଗିଲା।</verse>
				<verse number="4">ସେମାନେ ତାହାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ ଓ ପିତର କହିଲେ, “ଆମ ଆଡ଼କୁ ଚାହଁ!”</verse>
				<verse number="5">ତେଣୁ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା।</verse>
				<verse number="6">କିନ୍ତୁ ପିତର ତାକୁ କହିଲେ, “ମୋ’ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି, ମୁଁ ତୋତେ ଦେଉଛି: ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ!”</verse>
				<verse number="7">ଏହା କହି ସେ ତା’ର ଡାହାଣ ହାତ ଧରି ଉଠାଇଲେ। ସେହିକ୍ଷଣି ଲୋକଟିର ପାଦ ଓ ବଳାଗଣ୍ଠିସବୁ ବଳିଷ୍ଠ ହେଲା।</verse>
				<verse number="8">ସେ କୁଦାମାରି ଉଠି ଠିଆ ହେଲା ଓ ଚାଲିବାକୁ ଲାଗିଲା। ତା’ପରେ ସେ ଚାଲୁ ଚାଲୁ, କୁଦା ମାରୁ ମାରୁ ଏବଂ ଈଶ୍ୱରଙ୍କ କରୁ କରୁ ସେମାନଙ୍କ ସଙ୍ଗେ ମନ୍ଦିରକୁ ଗଲା।</verse>
				<verse number="9">ସେଠାର ଲୋକମାନେ ତାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ;</verse>
				<verse number="10">ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା, ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ।</verse>
				<verse number="11">ସେ ଲୋକଟି ପିତର ଓ ଯୋହନଙ୍କ ସଙ୍ଗେ ସଙ୍ଗେ ରହିବାର ଦେଖି ଲୋକମାନେ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପ ନିକଟକୁ ଦୌଡ଼ିଗଲେ।</verse>
				<verse number="12">ପିତର ସେମାନଙ୍କୁ ଦେଖି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱରପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ?</verse>
				<verse number="13">ଆମ ପୂର୍ବ ପୁରୁଷ ଅବ୍ରହାମଙ୍କ ଈଶ୍ୱର, ଇସ୍ହାକ୍ ଓ ଯାକୁବଙ୍କର ଈଶ୍ୱର ତାଙ୍କ ସେବକ ଯୀଶୁଙ୍କୁ ଐଶ୍ୱରିକ ଗୌରବ ପ୍ରଦାନ କରିଛନ୍ତି। କିନ୍ତୁ ତୁମେ ତାଙ୍କୁ କର୍ତ୍ତୃପକ୍ଷମାନଙ୍କର ହସ୍ତରେ ସମର୍ପଣ କଲ। ଏପରି କି ପୀଲାତ ତାଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ ସୁଦ୍ଧା, ତାହାଙ୍କୁ ପୀଲାତଙ୍କ ସମ୍ମୁଖରେ ପ୍ରତ୍ୟାଖ୍ୟାନ କଲ।</verse>
				<verse number="14">ସେ ଜଣେ ପବିତ୍ର ଓ ଧାର୍ମିକ ବ୍ୟକ୍ତି; କିନ୍ତୁ ତୁମ୍ଭେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ ଓ ତାଙ୍କ ପରିବର୍ତ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦେଖାଇ ଗୋଟିଏ ନରହନ୍ତାକୁ ମୁକ୍ତ କରିବା ପାଇଁ ପୀଲାତଙ୍କୁ କହିଲ।</verse>
				<verse number="15">ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ।</verse>
				<verse number="16">ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମ୍ଭେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମ୍ଭେମାନେ ଦେଖିଅଛ।</verse>
				<verse number="17">“ତେଣୁ ଭାଇମାନେ, ତୁମ୍ଭେମାନେ ଓ ତୁମ ନେତୃବର୍ଗ ଯୀଶୁଙ୍କ ପ୍ରତି ଯାହା କର, ତାହା ଅଜ୍ଞତାବଶତଃ କରିଛ - ଏହା ମୁଁ ଜାଣେ।</verse>
				<verse number="18">ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।</verse>
				<verse number="19">ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ</verse>
				<verse number="20">ପ୍ରଭୁଙ୍କଠାରୁ ତୁମେ ଆଧ୍ୟାତ୍ମିକ ଶକ୍ତି ପାଇବ। ଈଶ୍ୱର ତୁମ୍ଭମାନଙ୍କ ପାଇଁ ପୂର୍ବରୁ ମନୋନୀତ ମସୀହ ଯୀଶୁଙ୍କୁ ପୁନର୍ବାର ପଠାଇବେ।</verse>
				<verse number="21">ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ।</verse>
				<verse number="22">ଏ ସମ୍ପର୍କରେ ମୋଶା କହିଥିଲେ, “ତୁମ ପ୍ରଭୁ ଈଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋ’ ପରି ଜଣେ ଭାବବାଦୀଙ୍କୁ ପଠାଇବେ। ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ। ସେ ତୁମ୍ଭମାନଙ୍କୁ ଯାହା କହିବେ, ସେହି ସମସ୍ତ ବିଷୟ ତୁମ୍ଭେମାନେ ପାଳନ କରିବା ଉଚିତ।</verse>
				<verse number="23">ଯେ କେହି ସେହି ଭାବବାଦୀଙ୍କ ବାକ୍ୟ ପାଳନ ନ କରେ, ତାକୁ ଈଶ୍ୱରଙ୍କ ଲୋକମାନଙ୍କଠାରୁ ପୃଥକ୍ କରି ବିନଷ୍ଟ କରାଯିବ।’’</verse>
				<verse number="24">ବର୍ତ୍ତମାନ ଯାହା ଘଟୁଅଛି, ସେହି ବିଷୟରେ ଶାମୁଏଲଙ୍କ ସମେତ ସବୁ ଭବିଷ୍ୟତ୍ବକ୍ତାମାନେ ବାର୍ତ୍ତା ପ୍ରଚାର କରି କହିଥିଲେ ଓ ତାଙ୍କର ପରବର୍ତ୍ତୀ ଭବିଷ୍ୟତ୍ବକ୍ତାମାନେ ମଧ୍ୟ ଏହି ବିଷୟ ଘୋଷଣା କରିଥିଲେ।</verse>
				<verse number="25">ଭବିଷ୍ୟତ୍ବକ୍ତାମାନଙ୍କ ମୁଖରେ ଈଶ୍ୱର ଯେଉଁସବୁ ପ୍ରତିଜ୍ଞା କରିଛନ୍ତି, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ପୁଣି ଈଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି ସ୍ଥାପନ କରିଛନ୍ତି, ତୁମ୍ଭେମାନେ ସେଥିର ଅଂଶୀଦାର। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମର ବଂଶଧରମାନଙ୍କ ଦ୍ୱାରା ମୁଁ ପୃଥିବୀର ସମସ୍ତ ଜାତିକୁ ଆଶୀର୍ବାଦ କରିବି।”</verse>
				<verse number="26">ତେଣୁ ଈଶ୍ୱର ତାଙ୍କ ସେବକଙ୍କୁ ମନୋନୀତ କଲେ ଓ ତୁମ ପ୍ରତ୍ୟେକଙ୍କୁ କୁପଥରୁ ଫେରି ଆସିବାର ସୌଭାଗ୍ୟ ଦେବା ପାଇଁ ପ୍ରଥମେ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ।”</verse>
			</chapter>
			<chapter number="4">
				<verse number="1">ପିତର ଓ ଯୋହନ ଲୋକମାନଙ୍କୁ ଏହିପରି ଶିକ୍ଷା ଦେଉଥିବା ସମୟରେ ମନ୍ଦିରର କେତେକ ଯାଜକ, ମନ୍ଦିର ପ୍ରହରୀମାନଙ୍କର ସେନାପତି ଓ କେତେକ ସାଦ୍ଦୁକୀ ଆସି ପହଞ୍ଚିଲେ।</verse>
				<verse number="2">ସେମାନେ ଉତ୍ତ୍ୟକ୍ତ ହେଲେ, କାରଣ ଯୀଶୁ ମୃତ୍ୟୁରୁ ଉଠିଥିଲେ ବୋଲି ପ୍ରେରିତ ଶିଷ୍ୟଦ୍ୱୟ ଶିକ୍ଷା ଦେଇ, ଏଥିଦ୍ୱାରା ମୃତମାନେ ପୁନର୍ଜୀବିତ ହୁଅନ୍ତି ବୋଲି ପ୍ରମାଣିତ କରୁଥିଲେ।</verse>
				<verse number="3">ତେଣୁ ସେମାନେ ଉକ୍ତ ଦୁଇଜଣ ପ୍ରେରିତ ଶିଷ୍ୟଙ୍କୁ ଗିରଫ କଲେ ଓ ସେଦିନ ବହୁ ବିଳମ୍ବ ସେମାନଙ୍କୁ ବନ୍ଦୀଶାଳାରେ ରଖିଲେ।</verse>
				<verse number="4">କିନ୍ତୁ ଅନେକ ଲୋକ ସେମାନଙ୍କ ଶିକ୍ଷା ଶୁଣି ସେଥିରେ ବିଶ୍ୱାସ କଲେ ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ପ୍ରାୟ ପାଞ୍ଚ ହଜାର ହେଲା।</verse>
				<verse number="5">ତା’ପର ଦିନ ଇହୁଦୀ ନେତାମାନେ, ମନ୍ଦିରର ଅନ୍ୟାନ୍ୟ ନେତୃବୃନ୍ଦ ଓ ଧର୍ମଗୁରୁମାନେ ଯିରୂଶାଲମରେ ଏକତ୍ରିତ ହେଲେ।</verse>
				<verse number="6">ସେମାନେ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ଡର ଓ ପ୍ରଧାନ ଯାଜକ ପରିବାରର ଅନ୍ୟାନ୍ୟମାନଙ୍କୁ ଭେଟିଲେ ଓ ପ୍ରେରିତ</verse>
				<verse number="7">ଶିଷ୍ୟମାନଙ୍କୁ ସେମାନଙ୍କ ସମ୍ମୁଖକୁ ଅଣାଇ ପ୍ରଶ୍ନ କଲେ, “ତୁମେ ଏହାସବୁ କିପରି କରୁଛ? କାହା ଶକ୍ତିରେ ବା କାହା ନାମରେ ଏହା କରୁଛ?”</verse>
				<verse number="8">ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ଯିହୁଦୀ ଜାତିର ଶାସକ ଓ ଧର୍ମନେତାବୃନ୍ଦ!</verse>
				<verse number="9">ଯଦି ଆଜି ଆମେ ଏହି ଛୋଟା ପାଇଁ କରିଥିôବା ଉତ୍ତମ କାର୍ଯ୍ୟ ବିଷୟରେ ଆପଣମାନେ ପ୍ରଶ୍ନ କରୁଛନ୍ତି ଓ ସେ କିପରି ସୁସ୍ଥ ହେଲା ବୋଲି ଜାଣିବାକୁ ଚାହୁଁଛନ୍ତି,</verse>
				<verse number="10">ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।</verse>
				<verse number="11">ଯୀଶୁଙ୍କ ସମ୍ପର୍କରେ ହିଁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ଯେଉଁ ପଥରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସର୍ବାପେକ୍ଷା ଶ୍ରେଷ୍ଠ ହେଲା।’</verse>
				<verse number="12">କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”</verse>
				<verse number="13">ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।</verse>
				<verse number="14">କିନ୍ତୁ ସେମାନେ ବିରୋଧ କରି କିଛି କହିପାରିଲେ ନାହିଁ; କାରଣ ସେମାନେ ସୁସ୍ଥ ହୋଇଥିବା ଲୋକଟିକୁ ପିତର ଓ ଯୋହନଙ୍କ ସହିତ ଛିଡ଼ା ହୋଇଥିବାର ଦେଖିଲେ।</verse>
				<verse number="15">ତେଣୁ ସେମାନେ ଶିଷ୍ୟମାନଙ୍କୁ ସଭା ମଧ୍ୟରୁ ବାହାର କରି ଦେଇ ସେମାନଙ୍କ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଲାଗିଲେ।</verse>
				<verse number="16">ସେମାନେ କହିଲେ, “ଆମେ ଏମାନଙ୍କ ପ୍ରତି କ’ଣ କରିବା? ଏମାନେ କରିଥିବା ଏହି ଅଲୌକିକ କାର୍ଯ୍ୟ ବିଷୟରେ ଯିରୂଶାଲମର ସମସ୍ତେ ଜାଣିପାରିଛନ୍ତି। ଏହାର ସତ୍ୟତା ଆମେ ଆଉ ଅସ୍ୱୀକର କରିପାରିବା ନାହିଁ।</verse>
				<verse number="17">କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଅଧିକ ବ୍ୟାପି ନ ଯାଏ, ଯୀଶୁଙ୍କ ନାମରେ ଆଉ କେବେ କାହା ଆଗରେ କିଛି ନ କହିବା ପାଇଁ ଏମାନଙ୍କୁ ଆମେ ସାବଧାନ କରାଇ ଦେବା।”</verse>
				<verse number="18">ତେଣୁ ସେମାନେ ପିତର ଓ ଯୋହନଙ୍କୁ ପୁନର୍ବାର ଭିତରକୁ ଡକାଇଲେ ଏବଂ ଆଉ କେବେହେଲେ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଓ ଶିକ୍ଷା ନ ଦେବାକୁ ସତର୍କ କରାଇ ଦେଲେ।</verse>
				<verse number="19">କିନ୍ତୁ ପିତର ଓ ଯୋହନ ଉତ୍ତର ଦେଇ କହିଲେ, “ଆପଣଙ୍କର ବାଧ୍ୟ ହେବା, ଅବା ଈଶ୍ୱରଙ୍କର ବାଧ୍ୟ ହେବା - କେଉଁ ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ, ତାହା ଆପଣମାନେ ବିଚାର କରନ୍ତୁ।</verse>
				<verse number="20">କାରଣ ଆମେ ଯାହା ଦେଖିଛୁ ଓ ଶୁଣିଛୁ, ସେ ବିଷୟ ନ କହି ରହିପାରିବୁ ନାହିଁ।”</verse>
				<verse number="21">କିନ୍ତୁ ମହାସଭା ସେମାନଙ୍କୁ ଆହୁରି ଦୃଢ଼ ଧମକ ଦେଇ ମୁକ୍ତ କରିଦେଲେ। ସେମାନଙ୍କୁ ଦଣ୍ଡ ଦେବା ଅସମ୍ଭବ ବୋଲି ସେମାନେ ଜାଣିପାରିଲେ, କାରଣ ସେହି ଅସାଧାରଣ ଘଟଣା ହେତୁ ଲୋକମାନେ ସମସ୍ତେ ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ।</verse>
				<verse number="22">ଯେଉଁ ଲୋକ ଆଶ୍ଚର୍ଯ୍ୟଭାବେ ସୁସ୍ଥତା ଲାଭ କରିଥିଲା, ତା’ର ବୟସ ଚାଳିଶ ବର୍ଷରୁ ଅଧିକ ଥିଲା।</verse>
				<verse number="23">ପିତର ଓ ଯୋହନ ମୁକ୍ତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦଳକୁ ଫେରିଗଲେ ଏବଂ ମୁଖ୍ୟ ଯାଜକ ଓ ଧର୍ମନେତାମାନେ ଯାହା କହିଥିଲେ, ତାହା ସେମାନଙ୍କୁ ଜଣାଇଲେ।</verse>
				<verse number="24">ବିଶ୍ୱାସୀମାନେ ସବୁକଥା ଶୁଣିବା ପରେ ସମସ୍ତେ ଏକତ୍ରିତ ହୋଇ ଈଶ୍ୱରଙ୍କ ନିକଟରେ ଏହି ପ୍ରାର୍ଥନା କଲେ, “ହେ ପ୍ରଭୁ! ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା!</verse>
				<verse number="25">ପବିତ୍ରଆତ୍ମାଙ୍କ ଦ୍ୱାରା ତୁମେ ଆମ ପୂର୍ବପୁରୁଷ ଓ ତୁମ ଦାସ ଦାଉଦଙ୍କ ମୁଖ ଦେଇ ଏହି କଥା ଶୁଣାଇଥିଲ; ‘ଅଣଯିହୁଦୀମାନେ କାହିଁକି ଉତ୍ତ୍ୟକ୍ତ ହେଲେ; ଲୋକମାନେ କାହିଁକି ବୃଥା ଚକ୍ରାନ୍ତ କଲେ?</verse>
				<verse number="26">ପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ମସୀହଙ୍କ ବିରୁଦ୍ଧରେ ପୃଥିବୀର ରାଜାମାନେ ନିଜକୁ ପ୍ରସ୍ତୁତ କଲେ ଓ ଶାସକଗଣ ଏକତ୍ରିତ ହେଲେ,</verse>
				<verse number="27">କାରଣ ଏହି ନଗରୀରେ ହେରୋଦ ଓ ପନ୍ତୀୟ ପୀଲାତ ଅଣଇହୁଦୀ ଓ ଇଶ୍ରାୟେଲ ଲୋକମାନଙ୍କ ସହିତ ମିଶି ତୁମ ଦ୍ୱାରା ନିଯୁକ୍ତ ମସୀହ, ତୁମ ପବିତ୍ର ଦାସଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ।</verse>
				<verse number="28">ତୁମ ଶକ୍ତି ଓ ଇଚ୍ଛାନୁଯାୟୀ ଯାହାସବୁ ଘଟାଇବା ନିମନ୍ତେ ତୁମେ ସ୍ଥିର କରିଥିଲ, ସେମାନେ ଏକତ୍ର ହୋଇ ସେ ସମସ୍ତ କରିବା ପାଇଁ ଲାଗି ପଡ଼ିଲେ।</verse>
				<verse number="29">ପ୍ରଭୁ, ବର୍ତ୍ତମାନ ସେମାନେ ଆମକୁ ଯେଉଁ ଧମକ ଦେଇଛନ୍ତି, ତୁମେ ସେ’ ବିଷୟରେ ମନୋଯୋଗ କର ଓ ନିର୍ଭୀକଭାବେ ତୁମର ବାର୍ତ୍ତା ପ୍ରଚାର କରିବା ପାଇଁ, ତୁମର ଏହି ଦାସମାନଙ୍କୁ ସମର୍ଥ କର।</verse>
				<verse number="30">ସୁସ୍ଥ କରିବା ନିମନ୍ତେ ତୁମର ହସ୍ତ ବିସ୍ତାର କର ଓ ତୁମର ପବିତ୍ର ଦାସ ଯୀଶୁଙ୍କ ନାମରେ ଅଲୌକିକ ଓ ଆଶ୍ଚଯ୍ୟ କର୍ମମାନ ସାଧନ କରିବା ପାଇଁ ଆମ୍ଭମାନଙ୍କୁ ଶକ୍ତି ଦିଅ।”</verse>
				<verse number="31">ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।</verse>
				<verse number="32">ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।</verse>
				<verse number="33">ମହାଶକ୍ତିରେ ପ୍ରେରିତ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ ଏବଂ ଈଶ୍ୱର ସେମାନଙ୍କ ଉପରେ ପ୍ରଚୁର ଆଶୀର୍ବାଦ ଢାଳି ଦେଲେ।</verse>
				<verse number="34">ସେମାନଙ୍କ ଦଳରେ କୌଣସି ବ୍ୟକ୍ତି ଅଭାବଗ୍ରସ୍ତ ନ ଥିଲା। ଯେଉଁମାନଙ୍କର ଜମି ଓ ଘର ଥିଲା,</verse>
				<verse number="35">ସେ ସବୁ ବିକ୍ରୟ କରି ଅର୍ଥ ଆଣି ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଦେଉଥିଲେ ଓ ସେହି ଅର୍ଥ ସେମାନଙ୍କ ମଧ୍ୟରେ ପ୍ରତ୍ୟେକର ଆବଶ୍ୟକତା ଅନୁଯାୟୀ ବଣ୍ଟନ କରାଯାଉଥିଲା।</verse>
				<verse number="36">ସାଇପ୍ରସ୍ରେ ଜନ୍ମଗ୍ରହଣ କରିଥିବା ଲେବୀବଂଶର ଯୋସେଫ, ଯାହାକୁ ପ୍ରେରିତ ଶିଷ୍ୟମାନେ ବର୍ଣ୍ଣବା ବୋଲି ନାମ ଦେଇଥିଲେ (ବର୍ଣ୍ଣବାର ଅର୍ଥ ସାନ୍ତ୍ୱନାର ପୁତ୍ର),</verse>
				<verse number="37">ତାଙ୍କର ଜମି ବିକ୍ରୟ କରି ଲବ୍ଧ ଧନ ପ୍ରେରିତ ଶିଷ୍ୟମାନଙ୍କୁ ଦେଲେ।</verse>
			</chapter>
			<chapter number="5">
				<verse number="1">ହନନୀୟ ନାମକ ଜଣେ ଲୋକ ଓ ତା’ର ସ୍ତ୍ରୀ ଶଫୀରା ସେମାନଙ୍କର ସମ୍ପତ୍ତି ବିକ୍ରୟ କଲେ।</verse>
				<verse number="2">କିନ୍ତୁ ସ୍ତ୍ରୀର ସମ୍ପତ୍ତି ନେଇ ହନନୀୟ ବିକ୍ରୀଲବ୍ଧ ଧନର କିଛି ଅଂଶ ନିଜ ପାଇଁ ରଖି, ବଳକାତକ ପ୍ରେରିତ ଶିଷ୍ୟମାନଙ୍କୁ ଦେଲା।</verse>
				<verse number="3">ପିତର ତାକୁ କହିଲେ, “ହନନୀୟ, ତୁମେ କାହିଁକି ଶୟତାନର ବଶୀଭୂତ ହୋଇ ଜମି ବିକ୍ରୀ କରି ପାଇଥିବା ଟଙ୍କାର କିଛି ପରିମାଣ ନିଜ ପାଇଁ ରଖି ପବିତ୍ରଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଲ? ସମ୍ପତ୍ତି ବିକ୍ରୟ କରିବା ପୂର୍ବରୁ ତାହା ତୁମର ଥିଲା;</verse>
				<verse number="4">ବିକ୍ରୀ କରିବା ପରେ ମଧ୍ୟ ତାହା କ’ଣ ତୁମର ନ ଥିଲା? ତେବେ ତୁମେ କାହିଁକି ଏପ୍ରକାର କାର୍ଯ୍ୟ କରିବାକୁ ସ୍ଥିର କଲ? ତୁମେ ଲୋକମାନଙ୍କୁ ପ୍ରତାରଣା କରି ନାହଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଛ।”</verse>
				<verse number="5">ହନନୀୟ ଏହି କଥା ଶୁଣିବାକ୍ଷଣି ତଳେ ପଡ଼ି ପ୍ରାଣ ହରାଇଲା; ଆଉ ଯେଉଁମାନେ ଏହି କଥା ଶୁଣିଲେ, ମୋନେ ସମସ୍ତେ ଭୟଭୀତ ହେଲେ।</verse>
				<verse number="6">ଦଳର ଯୁବକମାନେ ହନନୀୟର ମୃତ ଦେହକୁ ଲୁଗାରେ ଗୁଡ଼ାଇ ବାହାରକୁ ନେଇଗଲେ ଓ ସମାଧିସ୍ଥ କଲେ।</verse>
				<verse number="7">ପ୍ରାୟ ତିନି ଘଣ୍ଟା ପରେ ହନନୀୟର ସ୍ତ୍ରୀ ଆସି ପହଞ୍ଚିଲା। ସେ ଏ ଘଟଣା ବିଷୟ ଜାଣି ନ ଥିଲା।</verse>
				<verse number="8">ତାକୁ ପିତର ପଚାରିଲେ, “ତୁମେ ଓ ତୁମର ସ୍ୱାମୀ ଯେଉଁ ସମ୍ପତ୍ତି ବିକ୍ରୟ କଲ, ଏହା କ’ଣ ତା’ର ସଂପୂର୍ଣ୍ଣ ମୂଲ୍ୟ?” ସେ କହିଲା, “ହଁ।”</verse>
				<verse number="9">ପିତର ତାଙ୍କୁ କହିଲେ, “ପରମାତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଓ ତୁମର ସ୍ୱାମୀ କାହିଁକି ସ୍ଥିର କଲ? ଯେଉଁମାନେ ତୁମର ସ୍ୱାମୀଙ୍କୁ ସମାଧିସ୍ଥ କଲେ, ସେମାନେ ବର୍ତ୍ତମାନ ଦ୍ୱାର ନିକଟରେ, ସେମାନେ ତୁମକୁ ମଧ୍ୟ ବୋହି ନେଇଯିବେ।”</verse>
				<verse number="10">ସେହିକ୍ଷଣି ସେ ପିତରଙ୍କ ଗୋଡ଼ ପାଖରେ ପଡ଼ି ପ୍ରାଣ ହରାଇଲା। ଯୁବକମାନେ ଭିତରକୁ ଆସି ତାକୁ ମୃତ ଥିବା ଦେଖି ତାକୁ ବୋହି ନେଇଗଲେ ଏବଂ ତା’ର ସ୍ୱାମୀର ସମାଧି ନିକଟରେ ତାକୁ ସମାଧିସ୍ଥ କଲେ।</verse>
				<verse number="11">ମଣ୍ଡଳୀର ସଦସ୍ୟମାନେ ଓ ଯେଉଁମାନେ ଏକଥା ଶୁଣିଲେ, ସମସ୍ତେ ଆତଙ୍କିତ ହେଲେ।</verse>
				<verse number="12">ପ୍ରେରିତ ଶିଷ୍ୟମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଆଶ୍ଚର୍ଯ୍ୟକର୍ମ ସାଧିତ ହେଉଥିଲା। ସମସ୍ତ ଖ୍ରୀଷ୍ଟବିଶ୍ୱାସୀ ଶଲୋମନଙ୍କ ମଣ୍ଡପରେ ଏକତ୍ର ହେଉଥିଲେ।</verse>
				<verse number="13">ସେମାନଙ୍କ ବିଷୟରେ ଲୋକେ ପ୍ରଶଂସା କରି କଥା କହୁଥିଲେ, କିନ୍ତୁ ଦଳ ବାହାରେ ଥିବା କେହି ସେମାନଙ୍କ ସହିତ ଯୋଗ ଦେବା ପାଇଁ ସାହସ କରୁ ନ ଥିଲେ।</verse>
				<verse number="14">ତଥାପି ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଅନେକ ସ୍ତ୍ରୀ ଓ ପୁରୁଷ ଦଳରେ ପ୍ରବେଶ କଲେ ଓ ଉକ୍ତ ବିଶ୍ୱାସୀ ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଲା।</verse>
				<verse number="15">ପ୍ରେରିତ ଶିଷ୍ୟମାନଙ୍କର କାର୍ଯ୍ୟ ବିଶେଷ ଫଳପ୍ରଦ ହେଲା, ଏପରିକି ପିତର ଚାଲିଯାଉଥିବା ସମୟରେ ତାଙ୍କର ଛାଇ ପଡ଼ିବା ପାଇଁ ଲୋକମାନେ ରୋଗୀମାନଙ୍କୁ ବୋହି ଆଣି ବାଟରେ ବିଛଣା ଓ ଚଟେଇରେ ଶୁଆଇ ଦେଉଥିଲେ।</verse>
				<verse number="16">ଯିରୂଶାଲମର ଆଖପାଖ ସହରମାନଙ୍କରୁ ଏକ ବିରାଟ ଜନତା ରୋଗୀ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ନେଇ ଶିଷ୍ୟମାନଙ୍କ ନିକଟକୁ ଆସୁଥିଲେ ଓ ସେମାନେ ସମସ୍ତେ ସୁସ୍ଥ ହେଉଥିଲେ।</verse>
				<verse number="17">ତା’ପରେ ପ୍ରଧାନ ଯାଜକ, ତାଙ୍କର ସହକର୍ମୀମାନେ ଓ ସ୍ଥାନୀୟ ସାଦ୍ଦୁକୀ ଦଳର ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କ ଉପରେ ପ୍ରବଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥିର କଲେ।</verse>
				<verse number="18">ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଗିରଫ କରି ସାଧାରଣ କାରାଗାରରେ ରଖିଲେ।</verse>
				<verse number="19">କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,</verse>
				<verse number="20">“ଯାଅ, ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଏହି ନୂଆ ଜୀବନ ବିଷୟରେ ସମସ୍ତ କଥା କୁହ।”</verse>
				<verse number="21">ପ୍ରେରିତ ଶିଷ୍ୟମାନେ ତାଙ୍କ କଥା ମାନି ଉଷା କାଳରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ପ୍ରଧାନ ଯାଜକ ଓ ତାଙ୍କ ସହକର୍ମୀମାନେ ମହାସଭାର ଏକ ପୂର୍ଣ୍ଣ ବୈଠକ ପାଇଁ ସମସ୍ତ ଇହୁଦୀ ନେତାମାନଙ୍କୁ ଡକାଇ ଆଣିଲେ ଏବଂ ତା’ପରେ ପ୍ରେରିତ ଶିଷ୍ୟମାନଙ୍କୁ ସେହି ସଭାରେ ଉପସ୍ଥିତ କରାଇବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।</verse>
				<verse number="22">କିନ୍ତୁ କର୍ମଚାରୀମାନେ କାରାଗାରରେ ପ୍ରେରିତ ଶିଷ୍ୟମାନଙ୍କୁ ନ ପାଇ ଫେରି ଆସିଲେ ଏବଂ ମହାସଭାକୁ ଜଣାଇଲେ,</verse>
				<verse number="23">“କାରାଗାରରେ ପହଞ୍ôଚ ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ ଭାବରେ ରୁଦ୍ଧ ହୋଇଛି ଓ ପ୍ରହରୀମାନେ ଦ୍ୱାର ସାମ୍ନାରେ ପହରା ଦେଉଛନ୍ତି, କିନ୍ତୁ ଫାଟକ ଖୋଲିବା ପରେ ଭିତରେ ଆମେ କାହାକୁ ପାଇଲୁ ନାହିଁ।”</verse>
				<verse number="24">ଏକଥା ଶୁଣି ପ୍ରଧାନ ଯାଜକ ଓ ମନ୍ଦିର ପ୍ରହରୀମାନଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ସ୍ତମ୍ଭୀଭୂତ ହେଲେ। ପ୍ରେରିତ ଶିଷ୍ୟମାନଙ୍କ ପ୍ରତି କଅଣ ଘଟିଛି, ସେମାନେ ବୁଝିପାରିଲେ ନାହିଁ।</verse>
				<verse number="25">ସେତେବେଳେ ଜଣେ ଲୋକ ଆସି କହିଲା, “ଦେଖନ୍ତୁ! ଯେଉଁ ଲୋକମାନଙ୍କୁ ଆପଣମାନେ କାରାଗାରରେ ପକାଇଥିଲେ, ସେମାନେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି।”</verse>
				<verse number="26">ମନ୍ଦିର କର୍ମଚାରୀ ପ୍ରହରୀମାନଙ୍କ ସହିତ ଯାଇ ପ୍ରେରିତ ଶିଷ୍ୟମାନଙ୍କୁ ଆଉ ଥରେ ନେଇ ଆସିଲେ। ସେମାନେ କୌଣସି ପ୍ରକାର ବଳ ପ୍ରୟୋଗ କଲେ ନାହିଁ, କାରଣ ସେମାନଙ୍କର ଭୟ ଥିଲା ଯେ ଲୋକମାନେ ସେମାନଙ୍କ ଉପରକୁ ପଥର ଫୋପାଡ଼ିବେ।</verse>
				<verse number="27">ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ ଓ ମହାଯାଜକ ସେମାନଙ୍କୁ କହିଲେ,</verse>
				<verse number="28">“ଏହି ଲୋକ ନାମରେ କୌଣସି ଶିକ୍ଷା ନ ଦେବା ପାଇଁ ଆମେ କଡ଼ା ଆଦେଶ ଦେଇଥିଲୁ, କିନ୍ତୁ ଦେଖ, ତୁମ୍ଭେମାନେ କ’ଣ କରିଛ! ଯିରୂଶାଲମର ଚାରିଆଡ଼େ ତୁମେ ଏହି ଶିକ୍ଷା ପ୍ରସାର କରିଛ ଓ ତାଙ୍କର ମୃତ୍ୟୁ ପାଇଁ ତୁମ୍ଭେମାନେ ଆମ୍ଭମାନଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛ!”</verse>
				<verse number="29">ପିତର ଓ ଅନ୍ୟ ଶିଷ୍ୟମାନେ ଉତ୍ତର ଦେଲେ, “ଆମେ ଈଶ୍ୱରଙ୍କୁ ମାନିବୁ, ମନୁଷ୍ୟକୁ ନୁହେଁ।</verse>
				<verse number="30">ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟକବିଦ୍ଧ କରି ମାରି ଦେବା ପରେ, ଆମ ପୂର୍ବପୁରୁଷମାନଙ୍କର ଈଶ୍ୱର, ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।</verse>
				<verse number="31">ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।</verse>
				<verse number="32">ଆମ୍ଭେମାନେ ଏ ସମସ୍ତ ବିଷୟର ସାକ୍ଷୀ ଅଟୁ। ପୁଣି ଯେଉଁ ପବିତ୍ରଆତ୍ମାଙ୍କୁ ଈଶ୍ୱର ତାଙ୍କର ଆଜ୍ଞାକାରୀମାନଙ୍କୁ ଦାନ କରିଛନ୍ତି, ସେ ମଧ୍ୟ ଏହାର ସାକ୍ଷୀ।”</verse>
				<verse number="33">ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।</verse>
				<verse number="34">କିନ୍ତୁ ସେମାନଙ୍କ ମଧ୍ୟରୁ ଗମଲିଏଲ ନାମକ ଜଣେ ମାନ୍ୟାସ୍ପଦ ଫାରୂଶୀ ଧର୍ମଗୁରୁ ମହାସଭାରେ ଛିଡ଼ା ହୋଇ ପ୍ରେରିତ ଶିଷ୍ୟମାନଙ୍କୁ ବାହାରକୁ ନେଇ ଯିବା ପାଇଁ ନିର୍ଦ୍ଦେଶ ଦେଲେ</verse>
				<verse number="35">ଓ ମହାସଭାର ସଦସ୍ୟମାନଙ୍କୁ କହିଲେ, “ଇଶ୍ରାୟେଲୀୟ ଭାଇମାନେ, ଏହି ଲୋକଙ୍କ ପ୍ରତି ଯାହା କରିବାକୁ ଯାଉଛନ୍ତି, ଟିକିଏ ସାବଧାନ ହୋଇ କରିବେ।</verse>
				<verse number="36">ଆପଣମାନଙ୍କ ମନେଥିବ, କିଛି ସମୟ ପୂର୍ବେ ଥିଉଦା ନିଜକୁ ଜଣେ ମହାପୁରୁଷ ବୋଲି କହିଲା ଓ ପ୍ରାୟ ଚାରିଶହ ଲୋକ ତା’ ସହିତ ଯୋଗ ଦେଇଥିଲେ; କିନ୍ତୁ ସେ ନିହତ ହେଲା, ତା’ର ଅନୁଗାମୀମାନେ ଛିନ୍ନଭିନ୍ନ ହୋଇଗଲେ ଓ ତା’ର ଦଳ ଲୋପ ପାଇଲା।</verse>
				<verse number="37">ତା’ପରେ ଜନଗଣନା ସମୟରେ ଗାଲିଲୀରେ ଯିହୁଦା ନାମକ ଆଉ ଜଣକର ଆବିର୍ଭାବ ହେଲା, ସେ ମଧ୍ୟ ଅନେକଙ୍କୁ ତା’ର ଦଳକୁ ଆକର୍ଷଣ କଲା। କିନ୍ତୁ ସେ ମଧ୍ୟ ନିହତ ହେଲା ଓ ତା’ର ଅନୁଗାମୀମାନେ ଛିନ୍ନଭିନ୍ନ ହେଲେ।</verse>
				<verse number="38">ତେଣୁ ଏ କ୍ଷେତ୍ରରେ ଏହି ଲୋକମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୁଁ ପରାମର୍ଶ ଦେଉଛି। ସେମାନଙ୍କ ବିଷୟରେ ମନ ଦିଅନ୍ତୁ ନାହିଁ। ସେମାନଙ୍କର ଯୋଜନା ଓ କାର୍ଯ୍ୟର ଉତ୍ପତ୍ତି ଯଦି ମନୁଷ୍ୟଠାରୁ ହୋଇଥାଏ, ତେବେ ତା’ର ବିଲୋପ ହେବ।</verse>
				<verse number="39">କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତେବେ ସେମାନଙ୍କୁ ଦମନ କରିବା ଆପଣମାନଙ୍କ ସାଧ୍ୟ ନୁହେଁ। ହୁଏତ ଦେଖାଯିବ ଯେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି।” ମହାସଭା ଗମଲିଏଲଙ୍କର ପରାମର୍ଶ ଗ୍ରହଣ କଲେ।</verse>
				<verse number="40">ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଡାକି, ସେମାନଙ୍କୁ ଚାବୁକ ପ୍ରହାର କରାଇଲେ ଏବଂ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଆଦେଶ ଦେଇ ଛାଡ଼ି ଦେଲେ।</verse>
				<verse number="41">ପ୍ରେରିତ ଶିଷ୍ୟମାନେ ଆନନ୍ଦରେ ମହାସଭାରୁ ପ୍ରସ୍ଥାନ କଲେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଯୀଶୁଙ୍କ ନିମନ୍ତେ ଅପମାନ ଭୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।</verse>
				<verse number="42">ପୁଣି ସେମାନେ ପ୍ରତିଦିନ ମନ୍ଦିରରେ ଓ ଲୋକମାନଙ୍କ ଗୃହରେ ମସୀହ ଯୀଶୁଙ୍କ ବିଷୟରେ ଶୁଭବାର୍ତ୍ତା ପ୍ରଚାର କଲେ ଓ ଶିକ୍ଷା ଦେବାକୁ ଲାଗିଲେ।</verse>
			</chapter>
			<chapter number="6">
				<verse number="1">କିଛି ସମୟ ପରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଗ୍ରୀକ୍ଭାଷାବାଦୀ ଇହୁଦୀ ଓ ସ୍ଥାନୀୟ ଇହୁଦୀମାନଙ୍କ ମଧ୍ୟରେ କଳହ ହେଲା। ଦୈନିକ ଆର୍ଥିକ ସାହାଯ୍ୟ ବଣ୍ଟନ ସମୟରେ ସେମାନଙ୍କର ବିଧବାମାନଙ୍କୁ ଅବହେଳିତ କରାଯାଉଛି ବୋଲି ଗ୍ରୀକ୍ ଭାଷାବାଦୀ ଇହୁଦୀମାନେ ଆପତ୍ତି କଲେ।</verse>
				<verse number="2">ତେଣୁ ବାରଜଣ ପ୍ରେରିତ ଶିଷ୍ୟ ସମସ୍ତ ବିଶ୍ୱାସୀ ଦଳକୁ ଏକତ୍ର କରି କହିଲେ, “ଆର୍ଥିକ କାରବାର ହେତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅବହେଳା କରିବା ଆମ୍ଭମାନଙ୍କ ପକ୍ଷରେ ଯଥାର୍ଥ ନୁହେଁ।</verse>
				<verse number="3">ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା।</verse>
				<verse number="4">ତାହାହେଲେ ପ୍ରାର୍ଥନା ଓ ପ୍ରଚାର କାର୍ଯ୍ୟରେ ଆମେ ସଂପୂର୍ଣ୍ଣ ସମୟ ଦେଇପାରିବା।</verse>
				<verse number="5">ଦଳର ସମସ୍ତେ ପ୍ରେରିତ ଶିଷ୍ୟମାନଙ୍କ ପ୍ରସ୍ତାବରେ ସନ୍ତୁଷ୍ଟ ହେଲେ ଏବଂ ଏହି କାର୍ଯ୍ୟ ପାଇଁ ବିଶ୍ୱାସ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଥିବା ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି ଫିଲିପ୍ପ, ପ୍ରଖର, ନୀକାନୋର୍, ତୀମୋନ, ପାର୍ମନା ଓ ପୂର୍ବେ ଇହୁଦୀ ଧର୍ମରେ ଦୀକ୍ଷିତ ହୋଇଥିବା ଆଣ୍ଟିୟୋଖର ଅଣଇହୁଦୀ ନିକୋଲାୟଙ୍କୁ ମନୋନୀ କଲେ।</verse>
				<verse number="6">ପ୍ରେରିତ ଶିଷ୍ୟମାନେ ଏହି ସାତଜଣଙ୍କ ପାଇଁ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।</verse>
				<verse number="7">ଏହିପରି ଭାବରେ ଈଶ୍ୱରଙ୍କ ବାକ୍ୟ ପ୍ରସାର ଲାଭ କଲା। ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅଧିକରୁ ଅଧିକ ବଢ଼ିବାକୁ ଲାଗିଲା; ବହୁସଂଖ୍ୟକ ଯାଜକ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହେଲେ।</verse>
				<verse number="8">ଈଶ୍ୱରଙ୍କଠାରୁ ବହୁଳଭାବେ ଆଶୀର୍ବାଦପ୍ରାପ୍ତ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଥିବା ସ୍ତିଫାନ୍, ଲୋକମାନଙ୍କ ମଧ୍ୟରେ ଅନେକ ଅଲୌକିକ ଓ ଆଶ୍ଚର୍ଯ୍ୟକାର୍ଯ୍ୟ ସାଧନ କଲେ।</verse>
				<verse number="9">କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।</verse>
				<verse number="10">କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।</verse>
				<verse number="11">ତଥାପି “ସେ ମୋଶାଙ୍କ ବିରୁଦ୍ଧରେ ଓ ଈଶ୍ୱରଙ୍କ ବିରୁଦ୍ଧରେ କଥା କହୁଥିବା ଆମେ ଶୁଣିଲୁ,” ଏହି ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ପ୍ରବର୍ତ୍ତାଇଲେ।</verse>
				<verse number="12">ଏହି ପ୍ରକାରେ ସେମାନେ ଲୋକମାନଙ୍କୁ, ଧର୍ମନେତା ଓ ଗୁରୁମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରି ମହାସଭାକୁ ନେଇଗଲେ।</verse>
				<verse number="13">ତା’ପରେ ସେମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବା ପାଇଁ କେତେକ ଲୋକଙ୍କୁ ଭିତରକୁ ଆଣିଲେ। ସେମାନେ କହିଲେ, “ଏହି ବ୍ୟକ୍ତି ସବୁବେଳେ ଆମର ପବିତ୍ର ମନ୍ଦିର ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ପ୍ରଚାର କରୁଛି।</verse>
				<verse number="14">ନାଜରିତର ଯୀଶୁ ମନ୍ଦିରକୁ ଭାଙ୍ଗି ପକାଇବେ ଓ ମୋଶାଙ୍କଠାରୁ ଆମ୍ଭେମାନେ ପାଇଥିବା ସମସ୍ତ ବିଧିବିଧାନ ପରିବର୍ତ୍ତନ କରିବେ ବୋଲି ଏହି ଲୋକ କହୁଥିବାର ଆମ୍ଭେମାନେ ଶୁଣିଛୁ!”</verse>
				<verse number="15">ସେତେବେଳେ ସେଠାରେ ବସିଥିବା ସମସ୍ତେ ଏକ ଲୟରେ ସ୍ତିଫାନଙ୍କ ଆଡ଼େ ଚାହିଁ ଦେଖିଲେ ଯେ ତାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦିଶୁଥିଲା।</verse>
			</chapter>
			<chapter number="7">
				<verse number="1">ପ୍ରଧାନ ଯାଜକ ସ୍ତିଫାନଙ୍କୁ ପଚାରିଲେ, “ଏହା କ’ଣ ସତ୍ୟ?”</verse>
				<verse number="2">ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,</verse>
				<verse number="3">‘ତୁମର ପରିବାର ଓ ଦେଶ ପରିତ୍ୟାଗ କରି ମୁଁ ଯେଉଁ ଦେଶ ଦେଖାଇବି, ସେଠାକୁ ଯାଅ।’</verse>
				<verse number="4">ତେଣୁ ସେ ତାଙ୍କର ଦେଶ ଛାଡ଼ି ହାରାଣରେ ବାସ କରିବା ପାଇଁ ଗଲେ। ଅବ୍ରହାମଙ୍କ ପିତାଙ୍କ ମୃତ୍ୟୁ ପରେ ଆପଣମାନେ ବର୍ତ୍ତମାନ ଯେଉଁ ଦେଶରେ ବାସ କରୁଛନ୍ତି, ଈଶ୍ୱର ତାଙ୍କୁ ସେହି ଦେଶକୁ ଆଣିଲେ।</verse>
				<verse number="5">ଈଶ୍ୱର ସେତେବେଳେ ଅବ୍ରହାମଙ୍କ ଏହି ଦେଶରେ କୌଣସି ସମ୍ପତ୍ତି, ଏପରି କି ଏକ ବର୍ଗ ମିଟର ଜମି ସୁଦ୍ଧା ଦେଇ ନ ଥିଲେ। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ, ଅବ୍ରହାମଙ୍କୁ ଏହି ଦେଶ ଦେବେ ଓ ଏହା ତାଙ୍କର ଓ ତାଙ୍କ ବଂଶଧରମାନଙ୍କର ନିଜସ୍ୱ ହୋଇ ରହିବ। ଈଶ୍ୱର ସେହି ପ୍ରତିଜ୍ଞା କରିବାବେଳେ ଅବ୍ରହାମ ନିଃସନ୍ତାନ ଥିଲେ।</verse>
				<verse number="6">ସେତେବେଳେ ଈଶ୍ୱର ତାଙ୍କୁ ଏହି କଥା କହିଲେ! ‘ତୁମର ବଂଶଧରମାନେ କ୍ରୀତଦାସ ରୂପେ ବିଦେଶରେ ବାସ କରିବେ ଓ ଚାରିଶହ ବର୍ଷ ପର୍ଯ୍ୟନ୍ତ ନିର୍ଯ୍ୟାତିତ ହେବେ।</verse>
				<verse number="7">କିନ୍ତୁ ସେମାନେ ଯେଉଁମାନଙ୍କର ସେବା କରିବେ, ମୁଁ ସେହି ଲୋକମାନଙ୍କର ବିଚାର କରିବି, ପରେ ତୁମର ବଂଶଧରମାନେ ସେହି ଦେଶରୁ ବାହାରି ଆସିବେ ଓ ଏହି ସ୍ଥାନରେ ମୋର ଉପାସନା କରିବେ।’</verse>
				<verse number="8">ତା’ପରେ ଈଶ୍ୱର ଅବ୍ରହାମଙ୍କ ସହିତ ଚୁକ୍ତି ଚିହ୍ନ ସ୍ୱରୂପ ସୁନ୍ନତ ବିଧି ସ୍ଥାପନ କଲେ। ତେଣୁ ତାଙ୍କ ପୁତ୍ର ଇସ୍ହାକଙ୍କ ଜନ୍ମର ଏକ ସପ୍ତାହ ପରେ ଅବ୍ରହାମ ତାଙ୍କୁ ସୁନ୍ନତ କଲେ; ଇସ୍ହାକ ତାଙ୍କ ପୁତ୍ର ଯାକୁବଙ୍କୁ ଓ ଯାକୁବ ତାଙ୍କ ବାର ପୁତ୍ର ତଥା ଆମ ଜାତିର ବିଖ୍ୟାତ ପୂର୍ବପୁରୁଷମାନଙ୍କୁ ସୁନ୍ନତ କଲେ।</verse>
				<verse number="9">“ଯାକୁବଙ୍କର ପୁତ୍ରମାନେ ସେମାନଙ୍କର ଭାଇ ଯୋସେଫ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କୁ ମିସର ଦେଶରେ କ୍ରୀତଦାସ ରୂପେ ବିକ୍ରୀ କଲେ।</verse>
				<verse number="10">କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖକଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିସରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ।</verse>
				<verse number="11">ତା’ପରେ ସମୁଦାୟ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁ କଷ୍ଟ ଭୋଗ କଲେ। ଆମ ପୂର୍ବପୁରୁଷମାନଙ୍କର ଖାଦ୍ୟର ଅଭାବ ହେଲା।</verse>
				<verse number="12">ମିସରରେ ଶସ୍ୟ ଅଛି ବୋଲି ଶୁଣି ଯାକୁବ ତାଙ୍କ ପୁତ୍ରମାନଙ୍କୁ ତଥା ଆମ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ।</verse>
				<verse number="13">ସେଠାକୁ ସେମାନେ ଦ୍ୱିତୀୟ ଥର ଯିବା ସମୟରେ ଯୋସେଫ ତାଙ୍କ ଭାଇମାନଙ୍କ ନିକଟରେ ନିଜର ପରିଚୟ ଦେଲେ ଓ ମିସରର ରାଜା ଯୋସେଫଙ୍କ ପରିବାର ବିଷୟରେ ଅବଗତ ହେଲେ।</verse>
				<verse number="14">ତା’ପରେ ଯୋସେଫ ତାଙ୍କ ପିତା ଯାକୁବ ଓ ତାଙ୍କ ପରିବାରର ସମୁଦାୟ ପଞ୍ଚସ୍ତରୀ ଜଣଙ୍କୁ ମିସରକୁ ଆସିବା ପାଇଁ ନିମନ୍ତ୍ରଣ କଲେ।</verse>
				<verse number="15">ଯାକୁବ ମିସର ଦେଶକୁ ଗଲେ, ସେଠାରେ ତାଙ୍କର ଓ ତାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହେଲା।</verse>
				<verse number="16">ସେମାନଙ୍କର ମୃତ ଦେହ ଶିଖେମକୁ ନିଆଗଲା ଓ ଅବ୍ରହାମ ହାମୋରା ଲୋକମାନଙ୍କଠାରୁ କିଣିଥିବା କବର ସ୍ଥାନରେ ସେମାନଙ୍କୁ ସମାଧି ଦିଆଗଲା।</verse>
				<verse number="17">“ଈଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସଫଳ ହୋଇ ମିସରରେ ଆମ ଜାତିର ଲୋକସଂଖ୍ୟା ବହୁତ ବୃଦ୍ଧି ପାଇଲା।</verse>
				<verse number="18">ଶେଷରେ ଯୋସେଫଙ୍କ ବିଷୟରେ ଜାଣି ନ ଥିବା ଜଣେ ରାଜା ମିସର ଦେଶକୁ ଶାସନ କଲେ।</verse>
				<verse number="19">ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ନିଷ୍ଠୁର ଓ ଖଳ ବ୍ୟବହାର କଲେ, ସେମାନଙ୍କ ନବଜାତ ଶିଶୁମାନଙ୍କୁ ନିପାତ କରିବା ପାଇଁ ସେମାନଙ୍କୁ ବାହାରେ ପକାଇ ଦେବାକୁ ଆଦେଶ ଜାରୀ କଲେ।</verse>
				<verse number="20">ଏହି ସମୟରେ ମୋଶା ଜନ୍ମ ହେଲେ। ସେ ଥିଲେ ଗୋଟିଏ ଅତି ସୁନ୍ଦର ଶିଶୁ। ଘରେ ତିନିମାସ ପର୍ଯ୍ୟନ୍ତ ସେ ପାଳିତ ହେଲେ</verse>
				<verse number="21">ଏବଂ ଯେତେବେଳେ ତାଙ୍କୁ ବାହାରେ ପକାଇ ଦିଆଗଲା, ରାଜାଙ୍କ କନ୍ୟା ତାଙ୍କୁ ପାଇ ନିଜର ସନ୍ତାନ ରୂପେ ଲାଳନପାଳନ କଲେ।</verse>
				<verse number="22">ସେ ମିସରର ସମସ୍ତ ଜ୍ଞାନରେ ଶିକ୍ଷା ପାଇଲେ, ତାଙ୍କର କଥା ଓ କାର୍ଯ୍ୟରେ ଜଣେ ମହାନ୍ ବ୍ୟକ୍ତି ରୂପେ ପରିଚିତ ହେଲେ।</verse>
				<verse number="23">“ମୋଶାଙ୍କର ବୟସ ଯେତେବେଳେ ଚାଳିଶ ବର୍ଷ, ସେ ତାଙ୍କର ଇଶ୍ରାୟେଲୀୟ ଭାଇମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି, ତାହା ଜାଣିବାକୁ ସ୍ଥିର କଲେ।</verse>
				<verse number="24">ସେମାନଙ୍କ ମଧ୍ୟରୁ ଜଣକ ପ୍ରତି, ଜଣେ ମିସରୀୟ ର୍ଦୁବ୍ୟବହାର କରୁଥିବା ଦେଖି, ମୋଶା ତାକୁ ରକ୍ଷା କରିବା ପାଇଁ ମିସରୀୟଜଣକ ପ୍ରତି ପ୍ରତିଶୋଧ ନେଇ ତାକୁ ହତ୍ୟା କଲେ।</verse>
				<verse number="25">(ସେ ଭାବିଥିଲେ, ତାଙ୍କର ନିଜ ଲୋକମାନେ ହୃଦୟଙ୍ଗମ କରିବେ ଯେ, ସେମାନଙ୍କୁ ମୁକ୍ତ କରିବା ପାଇଁ ଈଶ୍ୱର ତାଙ୍କୁ ବ୍ୟବହାର କରୁଛନ୍ତି; କିନ୍ତୁ ସେମାନେ ତାହା ବୁଝିଲେ ନାହିଁ।)</verse>
				<verse number="26">ତା’ପର ଦିନ ସେ ଦୁଇଜଣ ଇଶ୍ରାୟେଲୀୟଙ୍କୁ କଳହ କରୁଥିବା ଦେଖିଲେ ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ। ସେ କହିଲେ, ‘ଶୁଣ, ତୁମେ ଦୁଇଜଣ ତ ଇଶ୍ରାୟେଲୀୟ ଭାଇ। କାହିଁକି ଏପରି କଳି କରୁଛ?’</verse>
				<verse number="27">କିନ୍ତୁ ଯେଉଁ ଲୋକଟି ଅନ୍ୟ ପ୍ରତି ଦୁର୍ବ୍ୟବହାର କରୁଥିଲା, ସେ ମୋଶାଙ୍କୁ ଆଡ଼େଇ ଦେଇ ପଚାରିଲା, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କରିଛି?</verse>
				<verse number="28">ଗତକାଲି ଯେପରି ମିସରୀୟ ଲୋକକୁ ହତ୍ୟା କଲୁ, ମୋତେ କ’ଣ ସେହିପରି ହତ୍ୟା କରିବାକୁ ଚାହୁଁ?’</verse>
				<verse number="29">ମୋଶା ଏହା ଶୁଣି ମିସରରୁ ପଳାଇଗଲେ ଓ ମିଦିୟୋନରେ ବାସ କଲେ। ସେଠାରେ ତାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।</verse>
				<verse number="30">“ଚାଳିଶ ବର୍ଷ ଅତିବାହିତ ହେବା ପରେ ସୀନୟ ପର୍ବତ ନିକଟରେ ଏଇ ଜ୍ୱଳନ୍ତ ବୁଦାର ଅଗ୍ନିଶିଖା ମଧ୍ୟରେ ଈଶ୍ୱରଙ୍କର ଜଣେ ଦୂତ ମୋଶାଙ୍କୁ ଦର୍ଶନ ଦେଲେ।</verse>
				<verse number="31">ମୋଶା ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ, ଆଉ ଟିକିଏ ଭଲ କରି ଦେଖିବା ପାଇଁ ବୁଦା ନିକଟକୁ ଗଲେ। କିନ୍ତୁ ସେ ପ୍ରଭୁଙ୍କର ବାଣୀ ଶୁଣିଲେ,</verse>
				<verse number="32">‘ମୁଁ ତୁମ ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ୱର।’ ମୋଶା ଭୟରେ କମ୍ପିତ ହୋଇ ଅନାଇବାକୁ ସାହସ କଲେ ନାହିଁ।</verse>
				<verse number="33">ପ୍ରଭୁ ତାଙ୍କୁ କହିଲେ, ‘ତୁମର ପାଦକୁ କାଢ଼, କାରଣ ତୁମେ ଯେଉଁଠାରେ ଛିଡ଼ା ହୋଇଛ, ତାହା ପବିତ୍ର ସ୍ଥାନ।</verse>
				<verse number="34">ମିସରରେ ମୁଁ ମୋର ଲୋକମାନଙ୍କର ମର୍ମନ୍ତୁଦ ଦୁଃଖଭୋଗ ଦେଖିଛି। ମୁଁ ସେମାନଙ୍କର ଆର୍ତ୍ତନାଦ ଶୁଣିଛି ଓ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଓହ୍ଲାଇ ଆସିଛି। ବର୍ତ୍ତମାନ ଆସ, ମୁଁ ତୁମକୁ ମିସରକୁ ପଠାଇବି।’</verse>
				<verse number="35">“ମୋଶା ଇଶ୍ରାୟେଲୀୟମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ସେମାନେ ପଚାରିଲେ, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କଲା?’ କିନ୍ତୁ ଈଶ୍ୱର ସେହି ମୋଶାଙ୍କୁ ଜ୍ୱଳନ୍ତ ବୁଦା ନିକଟରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଶାସନ କରିବାକୁ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ପଠାଇଲେ।</verse>
				<verse number="36">ସେ ମିଶରରେ ଓ ଲୋହିତ ସାଗରରେ ବହୁ ଆଶ୍ଚର୍ଯ୍ୟକର୍ମ ସାଧନ କରି ଲୋକମାନଙ୍କୁ ମିସରରୁ ବାହାର କରି ଆଣ, ଚାଳିବ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ବାଟ କଢ଼ାଇ ନେଲେ।</verse>
				<verse number="37">ମୋଶା ନିଜେ ଇଶ୍ରାୟେଲର ଲୋକମାନଙ୍କୁ କହିଥିଲେ, ‘ଈଶ୍ୱର ମୋତେ ଯେପରି ପଠାଇଲେ, ସେପରି ତୁମ୍ଭମାନଙ୍କ ନିକଟକୁ ଜଣେ ଭାବବାଦୀ ପଠାଇବେ - ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ।’</verse>
				<verse number="38">ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।</verse>
				<verse number="39">“କିନ୍ତୁ ଆମର ପୂର୍ବପୁରୁଷମାନେ ତାଙ୍କର ଅବାଧ୍ୟ ହେଲେ; ସେମାନେ ତାଙ୍କୁ ଉପେକ୍ଷା କରି ମିଶରକୁ ଫେରି ଯିବାକୁ ମନ ବଳାଇଲେ।</verse>
				<verse number="40">ସେଥିପାଇଁ ସେମାନେ ହାରୋଣକୁ କହିଲେ, ‘ଏବେ ଆମ୍ଭମାନଙ୍କୁ ବାଟ କଢ଼ାଇ ନେବା ପାଇଁ କେତେକ ଦେବତା ଗଢ଼ି ଦିଅ। ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଥିବା ସେହି ମୋଶା ଯେ କୁଆଡ଼େ ଗଲେ, ତାହା ଆମେ ଜାଣି ନାହୁଁ।’</verse>
				<verse number="41">ସେ ସମୟରେ ସେଠାରେ ସେମାନେ ଏକ ବାଛୁରୀର ପ୍ରତିମା ତିଆରି କଲେ ଓ ତା’ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ପୁଣି ନିଜେ ତିଆରି କରିଥିବା ସେହି ପ୍ରତିମାର ସମ୍ମାନାର୍ଥେ ଏକ ଭୋଜି ପ୍ରସ୍ତୁତ କଲେ।</verse>
				<verse number="42">ଫଳରେ ପ୍ରଭୁ ସେମାନଙ୍କ ପ୍ରତି ବିମୁଖ ହେଲେ ଓ ସେମାନଙ୍କୁ ଆକାଶର ତାରାମାନଙ୍କୁ ପୂଜା କରିବାକୁ ଛାଡ଼ି ଦେଲେ। ଏ ସମ୍ପର୍କରେ ଭାବବାଦୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି: ‘ହେ ଇଶ୍ରାୟେଲ ବଂଶ! ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ପାଇଁ ପଶୁବଳି ଓ ହୋମବଳି ଉତ୍ସର୍ଗ କରି ନ ଥିଲ।</verse>
				<verse number="43">କିନ୍ତୁ ତୁମ୍ଭେମାନେ ପୂଜା କରିବା ପାଇଁ ଯେଉଁ ମୂର୍ତ୍ତିସବୁ ଗଢ଼ିଥିଲ, ସେହି ମାଲେଖର ତମ୍ବୁ ଓ ନକ୍ଷତ୍ର ଦେବତା ରମ୍ପାର ପ୍ରତିମୂର୍ତ୍ତିକୁ ବହନ କଲ। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ବାବିଲୋନର ଅପରପାଶ୍ୱର୍କୁ ନିର୍ବାସିତ କରିବି।’</verse>
				<verse number="44">“ପ୍ରାନ୍ତରରେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଈଶ୍ୱରଙ୍କ ସାନ୍ନିଧ୍ୟ ତମ୍ବୁ ଥିଲା। ଈଶ୍ୱର ମୋଶାଙ୍କୁ ଯେପରି ନିର୍ମାଣ କରିବାକୁ କହିଥିଲେ ଓ ମୋଶାଙ୍କୁ ଯେଉଁ ନମୁନା ଦେଖାଇଥିଲେ, ଏହା ସେହି ପ୍ରକାରେ ନିର୍ମିତ ହୋଇଥିଲା।</verse>
				<verse number="45">ପରେ ଆମ ପୂର୍ବପୁରୁଷମାନେ ସେମାନଙ୍କ ପିତୃଗଣଠାରୁ ପାଇଥିବା ସେହି ତମ୍ବୁକୁ ଯିହୋଶୂୟଙ୍କ ସହିତ ବୋହି ନେଇ ଅଗ୍ରସର ହେଲେ ଓ ଈଶ୍ୱରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଅନ୍ୟ ଜାତିମାନଙ୍କର ଦେଶ ଅଧିକାର କଲେ।</verse>
				<verse number="46">ଦାଉଦ ଈଶ୍ୱରଙ୍କ ସନ୍ତୋଷର ପାତ୍ର ହୋଇ ଯାକୁବଙ୍କ ଈଶ୍ୱରଙ୍କ ପାଇଁ ଏକ ଆବାସ ଗୃହ ପ୍ରସ୍ତୁତ କରିବାକୁ ତାଙ୍କର ଅନୁମତି ଚାହିଁଥିଲେ।</verse>
				<verse number="47">କିନ୍ତୁ ପରେ ସେହି ଆବାସ ନିର୍ମାଣ କଲେ ଶଲୋମନ।</verse>
				<verse number="48">“ତଥାପି ସର୍ବୋପରିସ୍ଥ ଈଶ୍ୱର ଲୋକମାନଙ୍କ ଦ୍ୱାରା ନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଏ ସମ୍ପର୍କରେ ଭାବବାଦୀ ଲେଖିଛନ୍ତି;</verse>
				<verse number="49">‘ପ୍ରଭୁ କହନ୍ତି, ସ୍ୱର୍ଗ ମୋ’ ସିଂହାସନ ଓ ପୃଥିବୀ ମୋର ପାଦ ପୀଠ ତୁମ୍ଭେମାନେ ମୋ’ ପାଇଁ କି ପ୍ରକାର ଗୃହ ନିର୍ମାଣ କରିବ? ମୋର ବିଶ୍ରାମ ପାଇଁ ସ୍ଥାନ କାହିଁ?</verse>
				<verse number="50">ଏ ସମସ୍ତ ବିଷୟ କ’ଣ ମୁଁ ନିଜେ ସୃଷ୍ଟି କରି ନାହିଁ?’</verse>
				<verse number="51">ସ୍ତିଫାନ ଆହୁରି କହିଲେ, “ତୁମ୍ଭେମାନେ କେଡ଼େ ଅବୋଧ୍ୟ। ତୁମ୍ଭମାନଙ୍କ ହୃଦୟ କେଡ଼େ ଅସୁନ୍ନତ। ଈଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କେଡ଼େ ବଧିର! ତୁମ୍ଭେମାନେ ଠିକ୍ ତୁମ ପୂର୍ବପୁରୁଷମାନଙ୍କ ପରି: ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କ ବିରୁଦ୍ଧାଚରଣ କରିଛ!</verse>
				<verse number="52">ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କ ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ।</verse>
				<verse number="53">ବର୍ତ୍ତମାନ ତୁମ୍ଭେମାନେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ହତ୍ୟା କରିଛ। ତୁମ୍ଭେମାନେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ପ୍ରଦତ୍ତ ଈଶ୍ୱରଙ୍କ ବିଧିବିଧାନ ସବୁ ପାଇଛ - ତଥାପି ତାହା ପାଳନ କରି ନାହଁ।”</verse>
				<verse number="54">ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ, ତାଙ୍କ ପ୍ରତି ରାଗରେ ଦାନ୍ତ ରଗଡ଼ିଲେ।</verse>
				<verse number="55">କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ସ୍ୱର୍ଗଆଡ଼େ ଦୃଷ୍ଟିପାତ କଲେ ଏବଂ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ଠିଆ ହୋଇଥିବାର ଦେଖିଲେ।</verse>
				<verse number="56">ସେ କହିଲେ, “ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉଭା ହୋଇଥିବା ଦେଖୁଛି!”</verse>
				<verse number="57">ଚିକ୍ରାର କରି ମହାସଭାର ସଦସ୍ୟମାନେ ଏହି କଥା ନ ଶୁଣିବାକୁ କାନରେ ହାତ ଦେଲେ। ତା’ପରେ ସେମାନେ ଏକଜୁଟ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲେ।</verse>
				<verse number="58">ସହର ବାହାରକୁ ତାଙ୍କୁ ଟାଣି ନେଇ, ତାଙ୍କ ଉପରେ ପଥର ଫିଙ୍ଗି ମାରିଦେଲେ। ମିଥ୍ୟା ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ଜିମାରେ ସେମାନଙ୍କ ପୋଷାକସବୁ ଛାଡ଼ି ଯାଇଥିଲେ।</verse>
				<verse number="59">ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!”</verse>
				<verse number="60">ସେ ଆଣ୍ଠୁମାଡ଼ି ଉଚ୍ଚ ସ୍ୱରରେ କହିଲେ, “ପ୍ରଭୁ! ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ।” ଏହା କହି ସେ ପ୍ରାଣତ୍ୟାଗ କଲେ। ସ୍ତିଫାନଙ୍କ ପ୍ରାଣଦଣ୍ଡକୁ ଶାଉଲ ଅନୁମୋଦନ କରିଥିଲେ।</verse>
			</chapter>
			<chapter number="8">
				<verse number="1">ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।</verse>
				<verse number="2">କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।</verse>
				<verse number="3">କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।</verse>
				<verse number="4">ବିକ୍ଷିପ୍ତ ହୋଇ ରହିଥିବା ବିଶ୍ୱାସୀମାନେ ଚାରିଆଡ଼କୁ ଯାଇ ସୁସମାଚାର ପ୍ରଚାର କଲେ।</verse>
				<verse number="5">ଶମିରୋଣର ପ୍ରଧାନ ନଗରକୁ ଯାଇ ଫିଲିପ୍ପ, ସେଠାକାର ଲୋକମାନଙ୍କ ନିକଟରେ ସମୀହଙ୍କ ବାର୍ତ୍ତା ପ୍ରଚାର କଲେ।</verse>
				<verse number="6">ଫିଲିପ୍ପଙ୍କ କଥା ଶୁଣି ଓ ତାଙ୍କର ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଲୋକମାନେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଲେ।</verse>
				<verse number="7">ଅନେକ ଲୋକଙ୍କଠାରୁ ପ୍ରେତାତ୍ମାମାନେ ଚିକ୍ରାର କରି ବାହାରି ଗଲେ, ଅନେକ ପକ୍ଷାଘାତ ରୋଗୀ ଓ ପଙ୍ଗୁମାନେ ସୁସ୍ଥ ହେଲେ।</verse>
				<verse number="8">ଏଥିଲାଗି ସେହି ନଗରରେ ଗୋଟିଏ ଆନନ୍ଦ ଲହରୀ ଖେଳିଗଲା।</verse>
				<verse number="9">ଶିମୋନ ନାମକ ଜଣେ ଲୋକ ତା’ର ଗୁଣିବିଦ୍ୟା ଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବିମୋହିତ କରି ରଖିଥିଲା।</verse>
				<verse number="10">ସେ ନିଜକୁ ଜଣେ ମହାପୁରୁଷ ବୋଲି କହି ସମାଜର ସବୁ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମାନ୍ୟାସ୍ପଦ ହୋଇଥିଲା। ସେମାନେ କହୁଥିଲେ, “ସେ ‘ମହାଶକ୍ତି’ ନାମରେ ଅଭିହିତ ଈଶ୍ୱରଙ୍କର ଏକ ଶକ୍ତି।”</verse>
				<verse number="11">ସେହି ଗୁଣି ବିଦ୍ୟା ବଳରେ ଅନେକ ଦିନ ଧରି ସେ ଶମିରୋଣୀୟମାନଙ୍କୁ ତା’ର ଅନୁଗତ କରି ରଖିଥିଲା।</verse>
				<verse number="12">କିନ୍ତୁ ଫିଲିପ୍ପଙ୍କଠାରୁ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭବାର୍ତ୍ତା ଶୁଣି, ସେଥିପ୍ରତି ଲୋକମାନଙ୍କର ବିଶ୍ୱାସ ଜାତ ହେଲା ଓ ସେ ଅଞ୍ଚଳର ସ୍ତ୍ରୀ ପୁରୁଷ ସମସ୍ତେ ଜଳଦୀକ୍ଷା ଗ୍ରହଣ କଲେ।</verse>
				<verse number="13">ସ୍ୱୟଂ ଶିମୋନ ସେହି ବାର୍ତ୍ତାରେ ବିଶ୍ୱାସ କଲା। ଫିଲିପ୍ପଙ୍କ ଦ୍ୱାରା ସାଧିତ ଆଶ୍ଚର୍ଯ୍ୟ କର୍ମ ଓ ଅଲୌକିକ କାର୍ଯ୍ୟସବୁ ଦେଖି ସେ ଜଳଦୀକ୍ଷା ଗ୍ରହଣ କରି ଫିଲିପ୍ପଙ୍କ ସଙ୍ଗେ ସଙ୍ଗେ ରହିଲା।</verse>
				<verse number="14">ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।</verse>
				<verse number="15">ସେମାନେ ସେଠାରେ ପହଞ୍ôଚବା ପରେ ଶିମରୋଣୀୟ ବିଶ୍ୱାସୀମାନେ ଯେପରି ପବିତ୍ରଆତ୍ମା ପାଇବେ, ସେଥିପାଇଁ ପ୍ରାର୍ଥନା କଲେ।</verse>
				<verse number="16">କାରଣ ସେ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ପବିତ୍ରଆତ୍ମା ଅବତରଣ କରି ନ ଥିଲେ। ସେମାନେ କେବଳ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କରିଥିଲେ।</verse>
				<verse number="17">ପିତର ଓ ଯୋହନ ସେମାନଙ୍କ ଉପରେ ହାତ ରଖିବାକ୍ଷଣି ସେମାନେ ପବିତ୍ରଆତ୍ମା ପ୍ରାପ୍ତ ହେଲେ।</verse>
				<verse number="18">ଶିମୋନ ଦେଖିଲା ଯେ, ପ୍ରେରିତ ଶିଷ୍ୟମାନେ ବିଶ୍ୱାସୀମାନଙ୍କ ଉପରେ ହାତ ରଖିବାରୁ ସେମାନେ ପବିତ୍ରଆତ୍ମା ପାଇଲେ।</verse>
				<verse number="19">ତେଣୁ ସେ ପିତର ଯୋହନଙ୍କୁ ଟଙ୍କା ଯାଚି କହିଲା, “ମୁଁ ଅନ୍ୟମାନଙ୍କ ଉପରେ ହାତ ରଖିଲେ, ସେମାନେ ଯେପରି ପବିତ୍ରଆତ୍ମା ପାଇପାରନ୍ତି, ଏଥିପାଇଁ ମୋତେ ଏହି ଶକ୍ତି ଦିଅନ୍ତୁ।”</verse>
				<verse number="20">କିନ୍ତୁ ପିତର ତାକୁ କହିଲେ, “ତୁମ ସହିତ ତୁମ ଟଙ୍କା ବି ଧ୍ୱଂସ ପାଉ, ଟଙ୍କା ଦ୍ୱାରା ତୁମେ ଈଶ୍ୱରଙ୍କ ଦାନ କିଣିବାକୁ ଭାବିଛ!</verse>
				<verse number="21">ଆମ କାର୍ଯ୍ୟରେ ତୁମର କୌଣସି ଅଂଶ ନାହିଁ। କାରଣ ଈଶ୍ୱରଙ୍କ ଦୃଷ୍ଟିରେ ତୁମ ହୃଦୟ ସରଳ ନୁହେଁ।</verse>
				<verse number="22">ତେଣୁ ତୁମର ଏହି ମନ୍ଦ ପରିକଳ୍ପନା ପାଇଁ ଅନୁତାପ କର, ଏପରି ବିଷୟ ଚିନ୍ତା କରିଥିବାରୁ ପ୍ରଭୁ ଯେପରି କ୍ଷମା କରିବେ, ସେଥିପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କର।</verse>
				<verse number="23">କାରଣ ମୁଁ ଦେଖୁଛି ଯେ ତୁମ ହୃଦୟ ଈର୍ଷାରେ ପୂର୍ଣ୍ଣ, ତୁମେ ପାପ ବନ୍ଧନରେ ବନ୍ଦୀ।”</verse>
				<verse number="24">ଶିମୋନ ସେମାନଙ୍କୁ କହିଲା, “ଆପଣମାନେ ଯାହା ସବୁ କହିଲେ, ତାହା ଯେପରି ମୋ’ ପ୍ରତି ନ ଘଟେ, ଏଥିପାଇଁ ଅନୁଗ୍ରହ କରି ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।”</verse>
				<verse number="25">ସାକ୍ଷ୍ୟଦାନ ଓ ପ୍ରଭୁଙ୍କ ସମ୍ବାଦ ଘୋଷଣା କରିବା ପରେ ପିତର ଓ ଯୋହନ ଯିରୂଶାଲମକୁ ଫେରିଗଲେ। ଫେରିବା ପଥରେ ସେମାନେ ଶମିରୋଣର ଅନେକ ଗ୍ରାମରେ ଶୁଭବାର୍ତ୍ତା ପ୍ରଚାର କଲେ।</verse>
				<verse number="26">ଈଶ୍ୱରଙ୍କର ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ, ଦକ୍ଷିଣରେ ଯିରୂଶାଲମରୁ ଗାଜା ଆଡ଼କୁ ପଡ଼ିଥିବା ରାସ୍ତାକୁ ଯାଅ।” (ଆଜିକାଲି ଏହି ରାସ୍ତା ଆଉ ବ୍ୟବହୃତ ହେଉନାହିଁ।) ଫିଲିପ୍ପ ପ୍ରସ୍ତୁତ ହୋଇଗଲେ।</verse>
				<verse number="27">ସେତେବେଳେ ଇଥିଓପିଆ ସାମ୍ରାଜ୍ଞୀଙ୍କ ରାଜକୋଷ ଦାୟିତ୍ୱତରେ ଥିବା ଇଥିଓପିଆର ଜଣେ ନପୁଂସକ କର୍ମଚାରୀ ତାଙ୍କ ଗୃହକୁ ଫେରୁଥିଲେ। ସେ ଈଶ୍ୱରଙ୍କୁ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲେ ଓ ତାଙ୍କ ରଥରେ ବସି ଘରକୁ ଫେରୁଥିଲେ। ସେ ରଥରେ ଫେରିବା ସମୟରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିଲେ।</verse>
				<verse number="28"></verse>
				<verse number="29">ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ସେହି ରଥ ପାଖକୁ ଯାଅ ଓ ତାହାର ନିକଟରେ ରୁହ।”</verse>
				<verse number="30">ଫିଲିପ୍ପ ଦୌଡ଼ି ଦୌଡ଼ି ଗଲେ ଓ ସେହି କର୍ମଚାରୀଙ୍କୁ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିବା ଶୁଣିଲେ। ସେ ତାଙ୍କୁ ପଚାରିଲେ, “ଆପଣ ଯାହା ପଢ଼ୁଛନ୍ତି, ତାହା ବୁଝିପାରୁଛନ୍ତି କି?”</verse>
				<verse number="31">କର୍ମଚାରୀ ଉତ୍ତର ଦେଲେ, “କାରଣ କେହି ମୋତେ ଏହା ବୁଝାଇ ନ ଦେଲେ, ମୁଁ କିପରି ବୁଝିପାରିବି?” ତାଙ୍କ ସହିତ ରଥରେ ବସିବା ପାଇଁ ସେ ଫିଲିପ୍ପଙ୍କୁ ନିମନ୍ତ୍ରଣ କଲେ।</verse>
				<verse number="32">ସେ ଧର୍ମ ଶାସ୍ତ୍ରର ଏହି ଅଂଶଟି ପାଠ କରୁଥିଲେ: “ନିହତ ହେବା ନିମନ୍ତେ ନିଆଯାଉଥିବା ମେଷତୁଲ୍ୟ, ଲୋମ ଛେଦନ ସମୟରେ, ନୀରବ ମେଷ ତୁଲ୍ୟ, ସେ ପଦଟିଏ ହେଲେ କଥା କହିଲେ ନାହିଁ।</verse>
				<verse number="33">ସେ ଅପମାନିତ ହେଲେ ଓ ନ୍ୟାୟରୁ ବଞ୍ଚିତ ହେଲେ। ତାଙ୍କ ବଂଶଧରମାନଙ୍କ ବିଷୟରେ କେହି କିଛି କହିପାରିବେ ନାହିଁ, କାରଣ ପୃଥିବୀରେ ତାଙ୍କ ଜୀବନର ସମାପ୍ତି ଘଟିଛି।”</verse>
				<verse number="34">କର୍ମଚାରୀ ଫିଲିପ୍ପଙ୍କୁ ପଚାରିଲେ, “ଭାବବାଦୀ କାହା ବିଷୟରେ ସୂଚନା ଦେଉଛନ୍ତି, ମୋତେ କୁହନ୍ତୁ। ତାଙ୍କ ନିଜ ବିଷୟରେ କିମ୍ବା ଅନ୍ୟ କାହା ବିଷୟରେ?</verse>
				<verse number="35">ଫିଲିପ୍ପ ଧର୍ମଶାସ୍ତ୍ରର ଏହି ଅଂଶରୁ ଆରମ୍ଭ କରି ଯୀଶୁଙ୍କ ବିଷୟରେ ଲିଖିତ ସମସ୍ତ ଶୁଭବାର୍ତ୍ତା ତାଙ୍କୁ ଜଣାଇଲେ।</verse>
				<verse number="36">ସେମାନେ ରାସ୍ତାରେ ଯାଉ ଯାଉ ଗୋଟିଏ ଜଳାଶୟ ନିକଟରେ ପହଞ୍ଚିଲେ। କର୍ମଚାରୀ କହିଲେ,</verse>
				<verse number="37">“ଏଠାରେ ଜଳ ଅଛି, ଏବେ ମୋର ଜଳଦୀକ୍ଷା ନେବାରେ କିଛି ବାଧା ଅଛି କି?”</verse>
				<verse number="38">କର୍ମଚାରୀ ରଥକୁ ଅଟକାଇବାକୁ ଆଦେଶ ଦେଲେ। ଫିଲିପ୍ପ ଓ କର୍ମଚାରୀ ଜଳ ଭିତରକୁ ଗଲେ ଓ ଫିଲିପ୍ପ ତାଙ୍କୁ ଜଳଦୀକ୍ଷା ଦେଲେ।</verse>
				<verse number="39">ସେମାନେ ଜଳରୁ ଉଠି ଆସିବା ପରେ, ଈଶ୍ୱରଙ୍କ ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ତର୍ଦ୍ଧାନ କରାଇ ଦେଲେ। କର୍ମଚାରୀ ଆଉ ତାଙ୍କୁ ଦେଖି ପାରିଲେ ନାହିଁ, କିନ୍ତୁ ଆନନ୍ଦରେ ପୂର୍ଣ୍ଣ ହୋଇ ତାଙ୍କ ବାଟରେ ଚାଲିଗଲେ।</verse>
				<verse number="40">କିଛି ସମୟ ପରେ ଫିଲିପ୍ପ ଦେଖିଲେ ଯେ ସେ ଅସଦୋଦରେ ପହଞ୍ଚିଛନ୍ତି। ସେଠାରୁ ସେ କାଇସରୀୟାକୁ ଗଲେ ଓ ବାଟରେ ଥିବା ସହଚରମାନଙ୍କରେ ଶୁଭବାର୍ତ୍ତା ପ୍ରଚାର କଲେ।</verse>
			</chapter>
			<chapter number="9">
				<verse number="1">ଏହି ସମୟରେ ଶାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ।</verse>
				<verse number="2">ଦାମାସ୍କସ୍ର ଉପାସନା ଗୃହମାନଙ୍କରେ ପ୍ରଭୁଙ୍କ ଅନୁଗାମୀମାନଙ୍କୁ ପାଇଲେ ବନ୍ଦୀ କରି ଯିରୂଶାଲମକୁ ଧରି ଆଣିବା ପାଇଁ ପ୍ରଧାନ ଯାଜକଠାରୁ ଅନୁମତି ପତ୍ର ପାଇଲେ।</verse>
				<verse number="3">ଶାଉଲ ଦାମାସ୍କସ୍ ସହର ନିକଟବର୍ତ୍ତୀ ହେବା ସମୟରେ ହଠାତ୍ ଆକାଶରୁ ଏକ ଜ୍ୟୋତିଃ ତାଙ୍କ ଚତୁର୍ଦ୍ଦିଗରେ ଝଲସି ଉଠିଲା।</verse>
				<verse number="4">ସେ ତଳେ ପଡ଼ିଗଲେ ଏବଂ ବାଣୀ ଶୁଣିଲେ, “ଶାଉଲ! ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତନା କରୁଛ?”</verse>
				<verse number="5">ସେ କହିଲେ, “ପ୍ରଭୁ, ଆପଣ କିଏ?” ପୁନର୍ବାର ସେହି ବାଣୀ ଶୁଣାଗଲା, “ତୁମ୍ଭେ ଯାହାକୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ଯୀଶୁ।</verse>
				<verse number="6">ଉଠ, ସହରକୁ ଯାଅ, କ’ଣ କରିବାକୁ ହେବ, ସେଠାରେ ତୁମ୍ଭକୁ ଜଣାଇ ଦିଆଯିବ।”</verse>
				<verse number="7">ଶାଉଲଙ୍କ ସହଯାତ୍ରୀମାନେ ନିର୍ବାକ୍ ହୋଇ ଅଟକି ଗଲେ; ସେମାନେ ସେହି ବାଣୀ ଶୁଣିଲେ, କିନ୍ତୁ କାହାକୁ ଦେଖିପାରିଲେ ନାହିଁ।</verse>
				<verse number="8">ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।</verse>
				<verse number="9">ତିନିଦିନ ପର୍ଯ୍ୟନ୍ତ ସେ ଦେଖିପାରିଲେ ନାହିଁ ଓ ସେହି ସମୟରେ ଭୋଜନ ପାନ କଲେ ନାହିଁ।</verse>
				<verse number="10">ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”</verse>
				<verse number="11">ପ୍ରଭୁ କହିଲେ, “ପ୍ରସ୍ତୁତ ହୁଅ। ‘ସଳଖ’ ନାମକ ରାସ୍ତା ଧରି ଯିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ଶାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି।</verse>
				<verse number="12">ହନନିୟ ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ହସ୍ତାର୍ପଣ କଲେ, ସେ ଦୃଷ୍ଟି ଫେରି ପାଇବେ ବୋଲି ଦର୍ଶନ ଲାଭ କରିଛନ୍ତି।”</verse>
				<verse number="13">ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।</verse>
				<verse number="14">ଆଉ ସେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ, ଦାମାସ୍କସ୍ରେ ଆପଣଙ୍କ ଉପାସନକମାନଙ୍କୁ ଧରି ନେଇ ଯିବା ପାଇଁ ଆସିଛି।”</verse>
				<verse number="15">ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।</verse>
				<verse number="16">ମୋ’ ପାଇଁ ସେ ଯେଉଁସବୁ କ୍ଳେଶ ଭୋଗ କରିବ, ମୁଁ ନିଜେ ତାକୁ ଜଣାଇବି।”</verse>
				<verse number="17">ହନନିୟ ଗଲେ, ଶାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, “ଭାଇ ଶାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି, ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।”</verse>
				<verse number="18">ସେହିକ୍ଷଣି ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା ଓ ସେ ଆଉ ଥରେ ଦେଖିବାକୁ ସମର୍ଥ ହେଲେ।</verse>
				<verse number="19">ସେ ଉଠି ଜଳଦୀକ୍ଷା ଗ୍ରହଣ କଲେ ଓ ଭୋଜନ ପାନ କରି ବଳ ପାଇଲେ। ଶାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଦାମାସ୍କସ୍ରେ କିଛି ଦିନ ରହିଲେ।</verse>
				<verse number="20">ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।</verse>
				<verse number="21">ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ଆଚମ୍ବିତ ହୋଇ ପଚାରିଲେ, “”ଯିରୂଶାଲମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା, ଏ କ’ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇ ଯିବା ଉଦ୍ଦେଶ୍ୟରେ ସେ କ’ଣ ଏଠାକୁ ଆସି ନ ଥିଲା?”</verse>
				<verse number="22">କିନ୍ତୁ ଶାଉଲଙ୍କ ପ୍ରଚାର ଅତୀବ ଶକ୍ତିଶାଳୀ ଥିଲା, ଯୀଶୁ ଯେ ମସୀହ, ଏ ସମ୍ବନ୍ଧରେ ତାଙ୍କର ପ୍ରମାଣ ଏତେ ଯୁକ୍ତିସଙ୍ଗତ ଥିଲା ଯେ ଦାମାସ୍କସ୍ରେ ବାସ କରୁଥିବା ଇହୁଦୀମାନେ ତାଙ୍କର କୌଣସି କଥାର ଉତ୍ତର ଦେଇପାରି ନ ଥିଲେ।</verse>
				<verse number="23">ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ଶାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ, କିନ୍ତୁ ଶାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ।</verse>
				<verse number="24">ତାଙ୍କୁ ହତ୍ୟା କରିବା ପାଇଁ ଦିନ।ତି ସେମାନେ ନଗର ଦ୍ୱାର ସବୁ ଜଗି ରହିଲେ।</verse>
				<verse number="25">କିନ୍ତୁ ଦିନେ ରାତିବେଳେ ଶାଉଲଙ୍କ ଶିଷ୍ୟମାନେ ତାଙ୍କୁ ଗୋଟିଏ ଟୋକେଇରେ ରଖି ପାଚେରୀର ଏକ ଖୋଲା ବାଟ ଦେଇ ତଳକୁ ଖସାଇ ଦେଲେ।</verse>
				<verse number="26">ଶାଉଲ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ଯୋଗ ଦେବା ପାଇଁ ଚେଷ୍ଟା କଲେ। କିନ୍ତୁ ସେ ଜଣେ ଶିଷ୍ୟ ବୋଲି ସେମାନେ ଆଦୌ ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ଭୟ କରୁଥିଲେ।</verse>
				<verse number="27">କିନ୍ତୁ ପରେ ବର୍ଣ୍ଣବା ତାଙ୍କୁ ପ୍ରେରିତ ଶିଷ୍ୟମାନଙ୍କ ପାଖକୁ ନେଇ ଯାଇ ଦାମାସ୍କସ୍ ପଥରେ ଶାଉଲ କିପରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ କିପରି ତାଙ୍କୁ କଥା କହିଥିଲେ, ଏସବୁ ବିଷୟ ସେମାନଙ୍କୁ ବୁଝାଇ କହିଲେ। ଦାମାସ୍କସ୍ରେ ଯୀଶୁଙ୍କ ନାମରେ ଶାଉଲ କିପରି ନିର୍ଭୀକ ଭାବରେ ପ୍ରଚାର କରିଥିଲେ, ସେମାନଙ୍କୁ ବିଶଦ ଭାବରେ ବର୍ଣ୍ଣନା କରି କହିଲେ।</verse>
				<verse number="28">ଏହାପରେ ଶାଉଲ ପ୍ରେରିତ ଶିଷ୍ୟମାନଙ୍କ ସଙ୍ଗରେ ରହିଲେ ଓ ଯିରୂଶାଲମର ଚାରିଆଡ଼କୁ ଯାଇ ସାହସର ସହିତ ପ୍ରଭୁଙ୍କ ନାମରେ ପ୍ରଚାର କଲେ।</verse>
				<verse number="29">ଏସବୁ ବିଷୟରେ ସେ ଗ୍ରୀକ୍ ଭାଷାବାଦୀ ଇହୁଦୀମାନଙ୍କ ସହିତ ମଧ୍ୟ ତର୍କ ବିତର୍କ କଲେ, କିନ୍ତୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ।</verse>
				<verse number="30">ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।</verse>
				<verse number="31">ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।</verse>
				<verse number="32">ପିତର ବିଭିନ୍ନ ସ୍ଥାନରେ ଭ୍ରମଣ କରୁ କରୁ ଥରେ ଲୁଦାରେ ବାସ କରୁଥିବା ପ୍ରଭୁଙ୍କ ଲୋକମାନଙ୍କୁ ସାକ୍ଷାତ କରିବାକୁ ଗଲେ।</verse>
				<verse number="33">ସେଠାରେ ଏନିୟ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଲେ। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଆଠ ବର୍ଷ ଧରି ବିଛଣାରୁ ଉଠିପାରୁ ନ ଥିଲେ।</verse>
				<verse number="34">ପିତର ତାଙ୍କୁ କହିଲେ, “ଏନିୟ, ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କରିଛନ୍ତି। ଉଠ, ତୁମର ବିଛଣା ସଜାଡ଼।”</verse>
				<verse number="35">ସେହିକ୍ଷଣି ଏନିୟ ଉଠି ଠିଆ ହେଲେ। ଏହା ଦେଖି ଲୁଦା ଓ ଶାରୋଣରେ ବାସ କରୁଥିବା ଲୋକମାନେ ସମସ୍ତେ ପ୍ରଭୁଙ୍କ ଆଡ଼କୁ ମନ ଫେରାଇଲେ।</verse>
				<verse number="36">ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।</verse>
				<verse number="37">ସେହି ସମୟରେ ଅସୁସ୍ଥ ହୋଇ ସେ ପ୍ରାଣତ୍ୟାଗ କଲେ। ବନ୍ଧୁମାନେ ତାଙ୍କ ଶରୀରକୁ ସ୍ନାନ କରାଇ ଉପର ମହଲାରେ ଶୁଆଇ ଦେଲେ।</verse>
				<verse number="38">ଯୋପ୍ପା ଲୁଦାଠାରୁ ଦୂରରେ ନ ଥିଲା। ପିତର ଲୁଦାରେ ଅଛନ୍ତି ବୋଲି ଶୁଣି, ଯୋପ୍ପାରେ ଥିବା ବିଶ୍ୱାସୀମାନେ ଦୁଇଜଣ ଲୋକଙ୍କୁ ତାଙ୍କ ନିକଟକୁ କହି ପଠାଇଲେ, “ଦୟା କରି ଶୀଘ୍ର ଆମ ପାଖକୁ ଆସନ୍ତୁ।”</verse>
				<verse number="39">ପିତର ପ୍ରସ୍ତୁତ ହୋଇ ସେମାନଙ୍କ ସଙ୍ଗରେ ଗଲେ। ସେଠାରେ ସେ ପହଞ୍ôଚବାକ୍ଷଣି ଲୋକମାନେ ତାଙ୍କୁ ଉପର କୋଠରୀକୁ ନେଇଗଲେ। ସେଠାରେ ବିଧବାମାନେ ତାଙ୍କୁ ଘେରିଯାଇ କାନ୍ଦି କାନ୍ଦି ଦର୍କାସ ବଞ୍ଚିଥିବା ସମୟରେ ସିଲାଇ କରିଥିବା ପୋଷାକ ଓ ଲୁଗାସବୁ ତାଙ୍କୁ ଦେଖାଇଲେ।</verse>
				<verse number="40">ପିତର ସମସ୍ତଙ୍କୁ କୋଠରୀରୁ ବାହାର କରିଦେଲେ ଓ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଦର୍କାସର ମୃତ ଶରୀର ଆଡ଼କୁ ଚାହିଁ କହିଲେ, “ଟବିଥା, ଉଠ!” ଦର୍କାସ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।</verse>
				<verse number="41">ପିତର ହାତ ବଢ଼ାଇ ତାଙ୍କୁ ଉଠାଇଲେ। ତା’ପରେ ସମବେତ ହୋଇଥିବା ସମସ୍ତ ବିଶ୍ୱାସୀ ଓ ବିଧବାମାନଙ୍କୁ ଡାକି ଦର୍କାସଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।</verse>
				<verse number="42">ଏହି ସମ୍ବାଦ ଯୋପ୍ପାର ଚାରିଆଡ଼େ ବ୍ୟାପିଗଲା ଓ ଅନେକ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ।</verse>
				<verse number="43">ପିତର ଅନେକ ଦିନ ପର୍ଯ୍ୟନ୍ତ ଯୋପ୍ପାରେ ଶିମୋନ ନାମକ ଜଣେ ଚର୍ମକାର ଘରେ ରହିଲେ।</verse>
			</chapter>
			<chapter number="10">
				<verse number="1">ସିସେରିୟା ନିବାସୀ କର୍ଣ୍ଣୀଲିୟ “ଇଟାଲୀୟ ବାହିନୀ” ନାମକ ରୋମୀୟ ସୈନ୍ୟବାହିନୀର ସେନାପତି ଥିଲେ।</verse>
				<verse number="2">ସେ ଜଣେ ଧାର୍ମିକ ଲୋକ ଥିଲେ। ସେ ଓ ତାଙ୍କ ପରିବାରର ସମସ୍ତେ ଈଶ୍ୱରଙ୍କୁ ଉପାସନା କରୁଥିଲେ। ସେ ଦରିଦ୍ର ଇହୁଦୀମାନଙ୍କର ଉପକାର ପାଇଁ ବହୁତ କିଛି କରୁଥିଲେ ଓ ଅବିରତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।</verse>
				<verse number="3">ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ଏକ ଦର୍ଶନରେ ସ୍ପଷ୍ଟ ଦେଖିଲେ ଯେ ଈଶ୍ୱରଙ୍କ ଦୂତ ଆସି ତାଙ୍କୁ ଡାକୁଛନ୍ତି, “କର୍ଣ୍ଣୀଲିୟ।”</verse>
				<verse number="4">ସେ ଭୟରେ ସ୍ୱର୍ଗଦୂତଙ୍କ ଆଡ଼କୁ ଚାହିଁ କହିଲେ, “ଆଜ୍ଞା କଅଣ କହୁଛନ୍ତି?” ସ୍ୱର୍ଗଦୂତ ଉତ୍ତର ଦେଲେ, “ଈଶ୍ୱର ତୁମର ପ୍ରାର୍ଥନା ଓ ଦାନଶୀଳତାରେ ସନ୍ତୁଷ୍ଟ ଓ ଏହାର ପ୍ରତିଦାନ ଦେବା ପାଇଁ ପ୍ରସ୍ତୁତ।</verse>
				<verse number="5">ବର୍ତ୍ତମାନ ଶିମୋନ ପିତର ନାମକ ଜଣେ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ଯୋପ୍ପାକୁ ଲୋକ ପଠାଅ।</verse>
				<verse number="6">ସେ ସମୁଦ୍ର କୂଳରେ ବାସ କରୁଥିବା ଶିମୋନ ନାମକ ଜଣେ ଚର୍ମକାର ଘରେ ରହୁଛନ୍ତି।”</verse>
				<verse number="7">ଏହା କହି ସ୍ୱର୍ଗଦୂତ ଚାଲିଗଲେ। କର୍ଣ୍ଣୀଲିୟ ତାଙ୍କ ଘରର ଦୁଇ ଜଣ ଦାସ ଓ ସୈନିକ ଅନୁଚରମାନଙ୍କ ମଧ୍ୟରୁ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଡକାଇଲେ।</verse>
				<verse number="8">ସେ ସେମାନଙ୍କୁ ସମସ୍ତ ଘଟଣା ଜଣାଇ ଯୋପ୍ପାକୁ ପଠାଇଲେ।</verse>
				<verse number="9">ତହିଁ ଆରଦିନ ମଧ୍ୟାହ୍ନ ସମୟରେ ସେମାନେ ଯୋପ୍ପାର ନିକଟବର୍ତ୍ତୀ ହେବାବେଳେ, ପିତର ପ୍ରାର୍ଥନା କରିବା ପାଇଁ ଛାତ ଉପରକୁ ଯାଇଥିଲେ।</verse>
				<verse number="10">ସେ କ୍ଷୁଧିତ ହୋଇ କିଛି ଖାଇବାକୁ ଚାହିଁଲେ ଓ ଖାଦ୍ୟ ପ୍ରସ୍ତୁତ ହେବା ସମୟରେ ସେ ଗୋଟିଏ ଦର୍ଶନ ପାଇଲେ।</verse>
				<verse number="11">ସେ ଦେଖିଲେ, ଆକାଶ ଉନ୍ମୁକ୍ତ ହୋଇଛି ଓ ଗୋଟିଏ ବଡ଼ ଚାଦର ଚାରି କୋଣରୁ ଝୁଲା ହୋଇ ପୃଥିବୀ ଉପରକୁ ଖସି ଆସୁଛି।</verse>
				<verse number="12">ସେଥିରେ ନାନା ପ୍ରକାର ପଶୁ, ସରୀସୃପ ଓ ବନ୍ୟ ପକ୍ଷୀ ଅଛନ୍ତି।</verse>
				<verse number="13">ପୁଣି ସେ ଗୋଟିଏ ବାଣୀ ଶୁଣିଲେ, “ପିତର! ଉଠ, ବଧ କରି ଖାଅ!”</verse>
				<verse number="14">କିନ୍ତୁ ପିତର କହିଲେ, “ନା ପ୍ରଭୁ, ମୁଁ ପାରିବି ନାହିଁ! ମୁଁ କେବେ କୌଣସି ଅଶୁଚି ବା ଅପବିତ୍ର ବସ୍ତୁ ଭୋଜନ କରି ନାହିଁ।”</verse>
				<verse number="15">ଆଉ ଥରେ ସେ ଶୁଣିଲେ, “ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।”</verse>
				<verse number="16">ତିନିଥର ଏପରି ହେବା ପରେ, ଚାଦରଟି ଆକାଶକୁ ଉଠାଇ ନିଆଗଲା।</verse>
				<verse number="17">ପିତର ତାଙ୍କ ଦର୍ଶନର କଥା ଭାବି ଆଶ୍ଚର୍ଯ୍ୟ ହେଲେ। ଏହି ସମୟରେ, କର୍ଣ୍ଣୀଲିୟ ଯେଉଁମାନଙ୍କୁ ପଠାଇଥିଲେ, ସେମାନେ ଶିମୋନଙ୍କ ଘରର ସନ୍ଧାନ ପାଇ ଫାଟକ ପାଖରେ ଠିଆ ହୋଇଥିଲେ।</verse>
				<verse number="18">ସେମାନେ ପଚାରିଲେ, “ଶିମୋନ ପିତର ନାମରେ ଏଠାରେ ଜଣେ ଅତିଥି ଅଛନ୍ତି କି?”</verse>
				<verse number="19">ପିତର ସେ ପର୍ଯ୍ୟନ୍ତ ଦର୍ଶନର ଅର୍ଥ ବୁଝିବା ପାଇଁ ଚେଷ୍ଟା କରୁଥିଲେ, ଏହି ସମୟରେ ପବିତ୍ରଆତ୍ମା କହିଲେ, “ଦେଖ, ଏଠାରେ ତିନିଜଣ ଲୋକ ତୁମକୁ ଖୋଜୁଛନ୍ତି।</verse>
				<verse number="20">ପ୍ରସ୍ତୁତ ହୋଇ ତଳକୁ ଯାଅ ଓ ସେମାନଙ୍କ ସଙ୍ଗେ ଯିବା ପାଇ କୁଣ୍ଠାବୋଧ କର ନାହିଁ, କାରଣ ମୁଁ ସେମାନଙ୍କୁ ପଠାଇ ଅଛି।”</verse>
				<verse number="21">ପିତର ତଳକୁ ଯାଇ ସେହି ଲୋକମାନଙ୍କୁ କହିଲେ, “ତୁମେ ଯାହାଙ୍କୁ ଖୋଜୁଛ, ମୁଁ ସେହି। ତୁମ୍ଭେମାନେ କାହିଁକି ଆସିଛ।”</verse>
				<verse number="22">ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”</verse>
				<verse number="23">ପିତର ସେମାନଙ୍କୁ ଭିତରକୁ ଡାକି ନେଇ ସେହି ରାତ୍ରିଟି ସେଠାରେ କଟାଇବା ପାଇଁ ଅନୁରୋଧ କଲେ। ତହିଁ ଆରଦିନ ସେ ପ୍ରସ୍ତୁତ ହୋଇ ସେମାନଙ୍କ ସହିତ ଗଲେ। ଯୋପ୍ପାର କେତେ ଜଣ ବିଶ୍ୱାସୀ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ।</verse>
				<verse number="24">ପରଦିନ ସେମାନେ ସିସେରିଆରେ ପହଞ୍ଚିଲେ। ସେଠାରେ କର୍ଣ୍ଣୀଲିୟ ତାଙ୍କର ନିକଟତମ ବନ୍ଧୁ ଓ ଆତ୍ମୀୟମାନଙ୍କ ସହିତ ପିତରଙ୍କ ଅପେକ୍ଷାରେ ଥିଲେ।</verse>
				<verse number="25">ପିତର ଭିତରକୁ ଯିବା ସମୟରେ କର୍ଣ୍ଣୀଲିୟ ତାଙ୍କୁ ସାକ୍ଷାତ କରି ତାଙ୍କ ପାଦ ତଳେ ପଡ଼ି ପ୍ରଣାମ କଲେ।</verse>
				<verse number="26">କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, “ଠିଆ ହୁଅ, ମୁଁ ନିଜେ ଜଣେ ମନୁଷ୍ୟ ମାତ୍ର।”</verse>
				<verse number="27">ପିତର କର୍ଣ୍ଣୀଲିୟଙ୍କ ସହିତ କଥାବାର୍ତ୍ତା କରୁ କରୁ ଘର ଭିତରେ ପ୍ରବେଶ କଲେ ଓ ସେଠାରେ ଅନେକ ଲୋକଙ୍କୁ ଏକତ୍ରିତ ହୋଇଥିବାର ଦେଖି ସେମାନଙ୍କୁ କହିଲେ,</verse>
				<verse number="28">“ତୁମ୍ଭେମାନେ ଭଲ ରୂପେ ଜାଣ, ଜଣେ ଇହୁଦୀ ତା’ର ଧର୍ମବିଶ୍ୱାସ ଅନୁଯାୟୀ ଅଣଇହୁଦୀ ଲୋକମାନଙ୍କ ସହିତ ମିଳାମିଶା କରିପାରେ ନାହିଁ। କିନ୍ତୁ ଈଶ୍ୱର ମୋତେ ଜଣାଇଛନ୍ତି, କାହାରିକୁ ଅଶୁଚି ବା ଅପବିତ୍ର ମନେ କରିବା ଉଚିତ ନୁହେଁ।</verse>
				<verse number="29">ତେଣୁ ତୁମେ ଯେତେବେଳେ ମୋତେ ଡକାଇଲ, ମୁଁ କୌଣସି ଆପତ୍ତି ନ କରି ଆସିଲି। ମୁଁ ଜାଣିବାକୁ ଚାହେଁ, ତୁମେ କାହିଁକି ମୋତେ ଡକାଇଲ?”</verse>
				<verse number="30">କର୍ଣ୍ଣୀଲିୟ କହିଲେ, “ତିନିଦିନ ତଳେ ପ୍ରାୟ ଏହି ସମୟରେ ଅପରାହ୍ନ ତିନି ଘଣ୍ଟାବେଳେ ମୁଁ ମୋ’ ଘରେ ପ୍ରାର୍ଥନା କରୁଥିଲି। ହଠାତ୍ ଶୁଭ୍ର ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ’ ସମ୍ମୁଖରେ ଠିଆ ହୋଇ କହିଲେ,</verse>
				<verse number="31">‘କର୍ଣ୍ଣୀଲିୟ! ଈଶ୍ୱର ତୁମ ପ୍ରାର୍ଥନା ଶୁଣିଅଛନ୍ତି ଓ ତୁମର ସେବାକାର୍ଯ୍ୟ ଲକ୍ଷ୍ୟ କରିଛନ୍ତି।</verse>
				<verse number="32">ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଯୋପ୍ପାକୁ ଲୋକ ପଠାଅ। ସେ ସମୁଦ୍ରକୂଳ ନିବାସୀ ଚର୍ମକାର ଶିମୋନ ଘରେ ଅତିଥି ହୋଇଛନ୍ତି।’</verse>
				<verse number="33">ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”</verse>
				<verse number="34">ପିତର ଶିକ୍ଷା ଦେବାକୁ ଆରମ୍ଭ କରି କହିଲେ, “ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ପ୍ରକୃତରେ ଈଶ୍ୱର ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି।</verse>
				<verse number="35">ଯେ କୌଣସି ଜାତିର ଯେକୌଣସି ଲୋକ ପ୍ରଭୁଙ୍କର ଉପାସନା କଲେ ଓ ତାଙ୍କ ଦୃଷ୍ଟିରେ ସତ୍କର୍ମ କଲେ, ପ୍ରଭୁ ତାହାକୁ ଗ୍ରହଣ କରନ୍ତି।</verse>
				<verse number="36">ତୁମ୍ଭେମାନେ ଜାଣିଛ ଯେ ଈଶ୍ୱର ଇଶ୍ରାଏଲୀୟମାନଙ୍କ ନିକଟକୁ ଯେଉଁ ବାର୍ତ୍ତା ପ୍ରେରଣ କରିଥିଲେ, ତାହା ହିଁ ଯୀଶୁଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶାନ୍ତିର ବାର୍ତ୍ତା।</verse>
				<verse number="37">ଏହି ଯୀଶୁ ସମସ୍ତଙ୍କର ପ୍ରଭୁ। ଯୋହନ ମନ ପରିବର୍ତ୍ତନ ଓ ଜଳଦୀକ୍ଷାର ସମ୍ବାଦ ପ୍ରଚାର କରିବା ପରେ, ଗାଲିଲୀକୁ ଆରମ୍ଭ କରି ସମଗ୍ର ଇଶ୍ରାଏଲ ଦେଶରେ ଯେଉଁ ବିଶେଷ ଘଟଣାମାନ ଘଟିଗଲା, ତାହା ତୁମ୍ଭେମାନେ ଜାଣ।</verse>
				<verse number="38">ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।</verse>
				<verse number="39">ଇଶ୍ରାଏଲ ଦେଶରେ ଓ ଯିରୂଶାଲମରେ ସେ ଯେଉଁସବୁ କାର୍ଯ୍ୟ କଲେ, ଆମେ ସେ ସବୁର ସାକ୍ଷୀ। ତା’ପରେ ତାଙ୍କୁ ସେମାନେ କ୍ରୁଶବିଦ୍ଧ କରି ମାରିଦେଲେ।</verse>
				<verse number="40">କିନ୍ତୁ ଈଶ୍ୱର ତିନି ଦିନ ଭିତରେ ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରି ପ୍ରତ୍ୟକ୍ଷ କରାଇଲେ -</verse>
				<verse number="41">ସେ ସମସ୍ତଙ୍କ ନିକଟରେ ନୁହେଁ, କେବଳ ଈଶ୍ୱରଙ୍କର ମନୋନୀତ ସାକ୍ଷୀ, ଅର୍ଥାତ୍ ଆମ୍ଭମାନଙ୍କ ନିକଟରେ ଦୃଶ୍ୟମାନ ହେଲେ। ଈଶ୍ୱର ତାଙ୍କୁ ପୁନରୁତ୍ଥିତ କଲା ପରେ ଆମେ ତାଙ୍କ ସହିତ ଭୋଜନ ପାନ କଲୁ।</verse>
				<verse number="42">ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଓ ଈଶ୍ୱର ଯେ ତାଙ୍କୁ ଜୀବିତ ଓ ମୃତମାନଙ୍କ ବିଚାରକର୍ତ୍ତା ରୂପେ ନିଯୁକ୍ତ କରିଛନ୍ତି, ଏ କଥାର ସାକ୍ଷ୍ୟ ଦେବା ପାଇଁ ସେ ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।</verse>
				<verse number="43">ସବୁ ଭାବବାଦୀମାନେ ତାଙ୍କ ବିଷୟରେ ପ୍ରଚାର କରି ଏହି କଥା କହିଥିଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ତାଙ୍କ ନାମର ଶକ୍ତିରେ ତାହାର ପାପ କ୍ଷମା ହେବ।”</verse>
				<verse number="44">ପିତର ଶିକ୍ଷା ଦେଉଥିବା ସମୟରେ ଯେଉଁମାନେ ତାଙ୍କର ଶିକ୍ଷା ଶୁଣୁଥିଲେ, ସେ ସମସ୍ତଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ।</verse>
				<verse number="45">ଅଣଇହୁଦୀମାନଙ୍କ ଉପରେ ମଧ୍ୟ ଈଶ୍ୱର ତାଙ୍କର ପବିତ୍ରଆତ୍ମାଙ୍କ ଦାନ ଢାଳି ଦେଇଥିବାର ଦେଖି ପିତରଙ୍କ ସହିତ ଆଗତ ଯୋପ୍ପାର ଇହୁଦୀ ବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଲେ।</verse>
				<verse number="46">କାରଣ ଇହୁଦୀ ବିଶ୍ୱାସୀମାନେ ସେମାନଙ୍କୁ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଓ ଭିନ୍ନ ଭାଷାରେ କଥା କହୁଥିବା ଶୁଣିଲେ।</verse>
				<verse number="47">ପିତର କହିଲେ: “ଆମ ପରି ଏହି ଲୋକମାନେ ମଧ୍ୟ ପବିତ୍ରଆତ୍ମା ପାଇଛନ୍ତି। ଜଳଦୀକ୍ଷା ନେବା ପାଇଁ କେହି କ’ଣ ସେମାନଙ୍କୁ ବାଧା ଦେଇପାରେ?”</verse>
				<verse number="48">ତେଣୁ ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ନେବା ପାଇଁ ଆଦେଶ ଦେଲେ। ତା’ପରେ ସେମାନେ ତାଙ୍କୁ ଆଉ କିଛି ଦିନ ସେମାନଙ୍କ ସହିତ ରହିବାକୁ ଅନୁରୋଧ କଲେ।</verse>
			</chapter>
			<chapter number="11">
				<verse number="1">ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ପ୍ରେରିତ ଶିଷ୍ୟମାନେ ଓ ଯିହୁଦା ପ୍ରଦେଶସ୍ଥ ଅନ୍ୟ ବିଶ୍ୱାସୀମାନେ ଶୁଣିଲେ।</verse>
				<verse number="2">ପିତର ଯେତେବେଳେ ଯିରୂଶାଲମକୁ ଗଲେ, ଅଣଇହୁଦୀମାନଙ୍କୁ ସୁନ୍ନତ କରିବା ସପକ୍ଷରେ ଥିବା ଲୋକମାନେ ତାଙ୍କୁ ସମାଲୋଚନା କରି କହିଲେ,</verse>
				<verse number="3">“ଆପଣ ଅସୁନ୍ନତ ଅଣଇହୁଦୀମାନଙ୍କ ଗୃହରେ ଅତିଥି ହେଲେ, ଏପରି କି ସେମାନଙ୍କ ସହିତ ଭୋଜନ କଲେ।”</verse>
				<verse number="4">କିନ୍ତୁ ଆରମ୍ଭରୁ ଯାହା ଯାହା ଘଟିଥିଲା, ପିତର ସେମାନଙ୍କୁ ତାହରା ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଇ କହିଲେ:</verse>
				<verse number="5">“ମୁଁ ଯୋପ୍ପା ନଗରରେ ପ୍ରାର୍ଥନା କରୁଥିବା ସମୟରେ ଗୋଟିଏ ଦର୍ଶନ ପାଇଲି। ଏକ ବଡ଼ ଚାଦର ଚାରିକୋଣରୁ ଝୁଲା ହୋଇ ଆକାଶରୁ ତଳକୁ ଖସୁଥିବାର ମୁଁ ଦେଖିଲି, ତାହା ମୋ’ ନିକଟରେ ଅଟକିଗଲା।</verse>
				<verse number="6">ମୁଁ ଭଲଭାବେ ଭିତରକୁ ନିରୀକ୍ଷଣ କରି ତାହା ମଧ୍ୟରେ ଚତୁଷ୍ପଦ ପ୍ରାଣୀ, ଅନ୍ୟ ପଶୁ, ସରୀସୃପ ଓ ବନ୍ୟ ପକ୍ଷୀମାନଙ୍କୁ ଦେଖିଲି।</verse>
				<verse number="7">ତା’ପରେ ମୁଁ ଏହି ବାଣୀ ଶୁଣିଲି, ‘ପିତର! ଉଠ, ବଧ କରି ଭୋଜନ କର।’</verse>
				<verse number="8">କିନ୍ତୁ ମୁଁ ଉତ୍ତର ଦେଲି, ‘ନା ପ୍ରଭୁ! ମୁଁ ପାରିବି ନାହିଁ। ଏପର୍ଯ୍ୟନ୍ତ କୌଣସି ଅଶୁଚି ବା ଅପବିତ୍ର ଖାଦ୍ୟ ମୋ’ ମୁଖ ସ୍ପର୍ଶ କରି ନାହିଁ।</verse>
				<verse number="9">ସ୍ୱର୍ଗରୁ ଆଉ ଥରେ ଏହି ବାଣୀ ହେଲା, ‘ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।’</verse>
				<verse number="10">ତିନି ଥର ଏହିପରି ହେଲା, ଶେଷରେ ସେହି ସମସ୍ତ ପ୍ରାଣୀଙ୍କୁ ଆକାଶକୁ ଉଠାଇ ନିଆଗଲା।</verse>
				<verse number="11">ଠିକ୍ ସେହି ମୁହୂର୍ତ୍ତରେ, ସିସେରିଆରୁ ମୋ’ ପାଖକୁ ପ୍ରେରିତ ତିନି ଜଣ ଲୋକ ମୁଁ ଯେଉଁ ଘରେ ରହୁଥିଲି, ସେଠାରେ ପହଞ୍ଚିଲେ।</verse>
				<verse number="12">ବିନା ଦ୍ୱିଧାରେ ସେମାନଙ୍କ ସହିତ ଯିବା ପାଇଁ ପବିତ୍ରଆତ୍ମା ମୋତେ ନିର୍ଦ୍ଦେଶ ଦେଲେ। ଯୋପ୍ପାରେ ଏହି ଛଅ ଜଣ ବିଶ୍ୱାସୀ ଭାଇ ମୋ’ ସହିତ ସିସେରିଆକୁ ଗଲେ ଓ ଆମେ ସମସ୍ତେ କର୍ଣ୍ଣୀଲିୟଙ୍କ ଘରେ ପହଞ୍ଚିଲୁ।</verse>
				<verse number="13">ତାଙ୍କ ଘରେ ସେ କିପରି ସ୍ୱର୍ଗଦୂତଙ୍କ ଦର୍ଶନ ପାଇଥିଲେ, ସେ ବିଷୟ ଆମକୁ ଜଣାଇଲେ। ସ୍ୱର୍ଗଦୂତ ତାଙ୍କୁ କହିଥିଲେ, “ଯୋପ୍ପାରେ ଥିବା ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଲୋକ ପଠାଅ।</verse>
				<verse number="14">ସେ ଆସି ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଓ ତଦ୍ଦ୍ୱାରା ତୁମେ ଓ ତୁମର ପରିବାର ପରିତ୍ରାଣ ପାଇବ।’</verse>
				<verse number="15">ଆଉ ମୁଁ ଯେତେବେଳେ ଶିକ୍ଷା ଦେବାକୁ ଆରମ୍ଭ କଲି, ପୂର୍ବେ ପବିତ୍ରଆତ୍ମା ଯେପରି ଆମ ଉପରେ ଅବତରଣ କରିଥିଲେ, ସେହିପରି ସେମାନଙ୍କ ଉପରେ ଅବତରଣ କଲେ।</verse>
				<verse number="16">ତା’ପରେ ମୁଁ ପ୍ରଭୁଙ୍କର ଏହି ବାକ୍ୟ ସ୍ମରଣ କଲି: ‘ଯୋହନ ଜଳଳେ ଦୀକ୍ଷା ଦେଲେ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଦୀକ୍ଷିତ ହେବ।’</verse>
				<verse number="17">ଏହା ସୁସ୍ପଷ୍ଟ ଯେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ଆମକୁ ଯେଉଁ ଦାନ ଦେଇଥିଲେ, ଅଣଇହୁଦୀମାନଙ୍କୁ ମଧ୍ୟ ସେହି ଦାନ ଦେଇଛନ୍ତି; ମୁଁ ବା କିଏ ଯେ ଈଶ୍ୱରଙ୍କ ଏହି କାର୍ଯ୍ୟକୁ ପ୍ରତିରୋଧ କରିବି!”</verse>
				<verse number="18">ସେମାନେ ଏହା ଶୁଣିବା ପରେ ଆଉ ସମାଲୋଚନା ନ କରି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ତା’ ହେଲେ ଈଶ୍ୱର ଅଣଇହୁଦୀମାନଙ୍କୁ ମଧ୍ୟ ଅନୁତାପ କରିବାକୁ ଓ ବଞ୍ଚିବା ପାଇଁ ସୁଯୋଗ ଦେଇଛନ୍ତି।”</verse>
				<verse number="19">ସ୍ତିଫାନଙ୍କ ମୃତ୍ୟୁ ପରେ ବିଶ୍ୱାସୀମାନେ ଉତ୍ପୀଡ଼ିତ ହୋଇ ଛିନ୍ନଭିନ୍ନ ହେଉଥିବା ସମୟରେ ସେମାନଙ୍କ ମଧ୍ୟରୁ କେତେକ କେବଳ ଇହୁଦୀମାନଙ୍କ ନିକଟରେ ପ୍ରଚାର କରି, ଫିନୀସିଆ, ସାଇପ୍ରସ୍ ଓ ଆଣ୍ଟିୟୋଖ ପର୍ଯ୍ୟନ୍ତ ଗଲେ।</verse>
				<verse number="20">କିନ୍ତୁ ସାଇପ୍ରସ୍ ଓ କୁରୁଣୀର ଅନ୍ୟ କେତେକ ବିଶ୍ୱାସୀ ଆଣ୍ଟିୟୋଖକୁ ଯାଇ ଅଣଇହୁଦୀମାନଙ୍କ ନିକଟରେ ପ୍ରଭୁ ଯୀଶୁଙ୍କର ଶୁଭବାର୍ତ୍ତା ପ୍ରଚାର କଲେ।</verse>
				<verse number="21">ଈଶ୍ୱରଙ୍କ ଶକ୍ତି ସେମାନଙ୍କ ସହିତ ଥିଲା ଓ ବହୁସଂଖ୍ୟକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ମନ ଫେରାଇଲେ।</verse>
				<verse number="22">ଯେତେବେଳେ ଏହି ସମ୍ବାଦ ଯିରୂଶାଲମରେ ପହଞ୍ଚିଲା, ସେମାନେ ବର୍ଣ୍ଣବାଙ୍କୁ ଆଣ୍ଟିୟୋଖ ପଠାଇଲେ।</verse>
				<verse number="23">ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।</verse>
				<verse number="24">ବର୍ଣ୍ଣବା ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ତାଙ୍କ ପ୍ରଚାର ଦ୍ୱାରା ଅନେକ ଲୋକ ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ।</verse>
				<verse number="25">ତା’ପରେ ବର୍ଣ୍ଣବା ଶାଉଲଙ୍କୁ ଅନ୍ୱେଷଣ କରିବା ପାଇଁ ତାର୍ଷସକୁ ଗଲେ।</verse>
				<verse number="26">ସେଠାରେ ତାଙ୍କୁ ପାଇ ଆଣ୍ଟିୟୋଖକୁ ନେଇ ଆସିଲେ। ପୁଣି ପୂରା ଏକବର୍ଷ ଯାଏ - ଏହି ଦୁଇ ଜଣ ସ୍ଥାନୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ସହିତ ମିଳିତ ହୋଇ ବହୁସଂଖ୍ୟକ ଲୋକଙ୍କୁ ଶିକ୍ଷା ଦେଲେ। ଏହି ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଲୋକେ ପ୍ରଥମେ ଖ୍ରୀଷ୍ଟିୟାନ ବୋଲି ସମ୍ବୋଧନ କରିଥିଲେ।</verse>
				<verse number="27">ସେହି ସମୟରେ ଯିରୂଶାଲମରୁ କେତେକ ଭାବବାଦୀ ଆଣ୍ଟିୟୋଖକୁ ଗଲେ।</verse>
				<verse number="28">ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ଲୋକ ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ସମଗ୍ର ପୃଥିବୀରେ ଏକ ଭୟଙ୍କର ଦୁର୍ଭିକ୍ଷ ହେବ ବୋଲି ଭବିଷ୍ୟ ବାଣୀ ଶୁଣାଇଲେ। (ସମ୍ରାଟ କ୍ଳଡିୟସ୍‌ଙ୍କ ସମୟରେ ଏହା ଘଟିଥିଲା।)</verse>
				<verse number="29">ଶିଷ୍ୟମାନେ ଯିହୁଦାରେ ବାସ କରୁଥିବା ବିଶ୍ୱାସୀ ଭାଇମାନଙ୍କ ପାଖକୁ ସେମାନଙ୍କ ସାଧ୍ୟାନୁଯାୟୀ ସାହାଯ୍ୟ ପଠାଇବେ ବୋଲି ସ୍ଥିର କଲେ।</verse>
				<verse number="30">ସେମାନେ ଅର୍ଥ ସଂଗ୍ରହ କରି ବର୍ଣ୍ଣବା ଓ ଶାଉଲଙ୍କ ହାତରେ ମଣ୍ଡଳୀର ସେବକମାନଙ୍କ ନିକଟକୁ ତାହା ପଠାଇ ଦେଲେ।</verse>
			</chapter>
			<chapter number="12">
				<verse number="1">ଏହି ସମୟରେ ରାଜା ହେରୋଦ ମଣ୍ଡଳୀର କେତେକ ସଭ୍ୟଙ୍କ ପ୍ରତି ଉପଦ୍ରବ ଆରମ୍ଭ କଲେ।</verse>
				<verse number="2">ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ହତ୍ୟା କରାଇଲେ।</verse>
				<verse number="3">ଇହୁଦୀମାନେ ଏଥିରେ ସନ୍ତୁଷ୍ଟ ଦେଖି ସେ ପିତରଙ୍କୁ ମଧ୍ୟ ବନ୍ଦୀ କଲେ। (ଏହି ଘଟଣା ତାଡ଼ିଶୂନ୍ୟ ରୋଟୀ ପର୍ବ ସମୟରେ ଘଟିଥିଲା।)</verse>
				<verse number="4">ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।</verse>
				<verse number="5">ପିତର କାରାଗାରରେ ଥିବାବେଳେ ମଣ୍ଡଳୀର ଲୋକମାନେ ଏକାଗ୍ର ଚିତ୍ତରେ ତାଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।</verse>
				<verse number="6">ଯେଉଁ ଦିନ ହେରୋଦ ପିତରଙ୍କୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ପାଇଁ ସଂକଳ୍ପ କରିଥିଲେ, ତା’ର ପୂର୍ବ ରାତ୍ରିରେ ପିତର ଦୁଇ ଜଣ ପ୍ରହରୀଙ୍କ ମଝିରେ ଶୋଇଥିଲେ। ଦୁଇଟି ଜଞ୍ଜିରରେ ତାଙ୍କୁ ବନ୍ଧା ହୋଇଥିଲା ଓ କାରାଗାରର ଦ୍ୱାର ପାଖରେ ପ୍ରହରୀମାନେ ଜଗି ରହିଥିଲେ।</verse>
				<verse number="7">ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ଠିଆ ହେଲେ ଓ କୋଠରୀଟି ଆଲୋକରେ ଉଦ୍ଭାସିତ ହେଲା। ସ୍ୱର୍ଗଦୂତ ପିତରଙ୍କ କାନ୍ଧକୁ ହଲାଇ ତାଙ୍କୁ ନିଦରୁ ଉଠାଇ କହିଲେ, “ଶୀଘ୍ର ଉଠ!” ସଙ୍ଗେ ସଙ୍ଗେ ପିତରଙ୍କ ହାତରେ ବନ୍ଧା ଯାଇଥିବା ଜଞ୍ଜିର ଖସି ପଡ଼ିଲା।</verse>
				<verse number="8">ତା’ପରେ ସ୍ୱର୍ଗଦୂତ କହିଲେ, “କମରପଟି ଭିଡ଼, ପାଦୁକା ପିନ୍ଧ।” ପିତର ତାହା କରିବା ପରେ ସ୍ୱର୍ଗଦୂତ କହିଲେ, “ଦେହରେ ଚାଦର ପକାଇ ମୋ’ ସହିତ ଆସ।”</verse>
				<verse number="9">ସ୍ୱର୍ଗଦୂତ ଯାହା କରୁଥିଲେ, ତାହା ଏକ ବାସ୍ତବ ଘଟଣା କି ନୁହେଁ, ପିତର ଜାଣିପାରିଲେ ନାହିଁ। ସେ ସ୍ୱପ୍ନ ଦେଖୁଛନ୍ତି ବୋଲି ଭାବିଲେ। ତଥାପି ପିତର କାରାଗାରରୁ ବାହାରି ସ୍ୱର୍ଗଦୂତଙ୍କୁ ଅନୁସରଣ କଲେ।</verse>
				<verse number="10">ସେମାନେ ପ୍ରହରୀମାନଙ୍କର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାର ହୋଇ ଶେଷରେ ନଗର ପ୍ରବେଶ ପଥରେ ଥିବା ଲୌହ ଫାଟକ ପାଖକୁ ଆସିଲେ। ସେମାନଙ୍କ ପାଇଁ ଫାଟକଟି ଆପଣା ମନକୁ ଖୋଲିଗଲା ଓ ସେମାନେ ବାହାରି ଚାଲି ଆସିଲେ। ସେମାନେ ରାସ୍ତାରେ ଯାଉ ଯାଉ ହଠାତ୍ ସ୍ୱର୍ଗଦୂତ ପିତରଙ୍କୁ ଛାଡ଼ି ଚାଲିଗଲେ।</verse>
				<verse number="11">ତା’ପରେ, ଯାହା ଘଟିଥିଲା, ପିତର ତାହା ଜାଣିପାରି କହିଲେ, “ଏହା ପ୍ରକୃତରେ ସତ୍ୟ ବୋଲି ମୁଁ ଜାଣିପାରୁଛି। ହେରୋଦର କବଳରୁ ଓ ଇହୁଦୀ ଲୋକମାନେ ଯାହା ଘଟିବ ବୋଲି ଆଶା କରିଥିଲେ, ତହିଁରୁ ମୋତେ ରକ୍ଷା କରିବା ପାଇଁ ପ୍ରଭୁ ସ୍ୱର୍ଗଦୂତଙ୍କୁ ପଠାଇଥିଲେ।”</verse>
				<verse number="12">ନିଜର ପରିସ୍ଥିତି ସମ୍ପର୍କରେ ସଚେତନ ହୋଇ ସେ ଯୋହନ ଓ ମାର୍କଙ୍କ ମାତା ମରିୟମଙ୍କ ଗୃହକୁ ଗଲେ। ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।</verse>
				<verse number="13">ପିତର ବାହାର କବାଟରେ ଆଘାତ କଲେ, ରୋଦା ନାମ୍ନୀ ଜଣେ ଦାସୀ କବାଟ ଖୋଲିବାକୁ ଆସିଲା।</verse>
				<verse number="14">ପିତରଙ୍କ ସ୍ୱର ବାରିପାରି ସେ ଏତେ ଆନନ୍ଦିତ ହେଲା ଯେ କବାଟ ନ ଖୋଲି ପିତର ବାହାରେ ଠିଆ ହୋଇଛନ୍ତି ବୋଲି ଖବର ଦେଲା।</verse>
				<verse number="15">ସେମାନେ ତାକୁ କହିଲେ, “ତୁ ପାଗଳୀ ହୋଇଛୁ।” କିନ୍ତୁ “ଏହା ସତ୍ୟ” ବୋଲି ସେ ଦୃଢ଼ ଭାବରେ କହିବାରୁ, ସେମାନେ ଭାବିଲେ, “ତେବେ ବୋଧହୁଏ, ଏ ତାଙ୍କର ପ୍ରେତାତ୍ମା।”</verse>
				<verse number="16">ପିତର ବାରମ୍ବାର କବାଟରେ ଆଘାତ କରୁଥିଲେ। ଶେଷରେ ସେମାନେ କବାଟ ଫିଟାଇ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ।</verse>
				<verse number="17">ସେ ହାତରେ ସଙ୍କେତ ଦେଇ ନୀରବ ରହିବାକୁ କହିଲେ ଓ ପ୍ରଭୁ ତାଙ୍କୁ କିପରି କାରାଗାରରୁ ବାହାର କରି ଆଣିଲେ, ସେ ବିଷୟ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଏସବୁ କଥା ଯାକୁବ ଓ ଅନ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇ ସେ ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ।</verse>
				<verse number="18">ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ପ୍ରହରୀମାନଙ୍କ ଭିତରେ ଭାଳେଣି ପଡ଼ିଲା।</verse>
				<verse number="19">ହେରୋଦ ତାଙ୍କୁ ଖୋଜିବା ପାଇଁ ଆଦେଶ ଦେଲେ, କିନ୍ତୁ ସେମାନେ ତାଙ୍କୁ ପାଇଲେ ନାହିଁ। ଶେଷରେ ପ୍ରହରୀମାନଙ୍କୁ ଜେରା କରି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଦେଶ ଦେଲେ। ଏହା ପରେ ହେରୋଦ ଯିହୁଦା ପ୍ରଦେଶରୁ ଯାଇ କାଇସରିଆରେ ରହିଲେ।</verse>
				<verse number="20">ସେହି ସମୟରେ ହେରୋଦ ସୋର ଓ ସୀଦନର ଲୋକମାନଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ତାଙ୍କୁ ଦେଖା କରିବା ପାଇଁ ଗଲେ। ପ୍ରଥମେ ସେମାନେ ରାଜପ୍ରାସାଦ ଦାୟିତ୍ୱରେ ଥିବା ବ୍ଳାଷ୍ଟସ୍‌ଙ୍କୁ ବୁଝାଇ ତାଙ୍କର ସାହାଯ୍ୟ ପାଇଲେ। ତା’ପରେ ସେମାନେ ହେରୋଦଙ୍କ ପାଖକୁ ଯାଇ ଶାନ୍ତି ଭିକ୍ଷା କଲେ, କାରଣ ହେରୋଦଙ୍କ ରାଜ୍ୟରୁ ସେମାନଙ୍କ ଦେଶକୁ ଖାଦ୍ୟ ସାମଗ୍ରୀ ରପ୍ତାନୀ ହେଉଥିଲା।</verse>
				<verse number="21">ନିରୂପିତ ଦିନରେ ହେରୋଦ ରାଜକୀୟ ପୋଷାକ ପରିଧାନ କଲେ ଏବଂ ସିଂହାସନରେ ବସି ଲୋକମାନଙ୍କୁ ଏକ ଭାଷଣ ଦେଲେ।</verse>
				<verse number="22">ସେମାନେ ଚିକ୍ରାର କଲେ, “ଏହା କୌଣସି ମନୁଷ୍ୟର ନୁହେଁ, ମାତ୍ର ଜଣେ ଦେବତାର ସ୍ୱର!”</verse>
				<verse number="23">ସେହିକ୍ଷଣି ପ୍ରଭୁଙ୍କର ଦୂତ ହେରୋଦଙ୍କୁ ଆଘାତ କଲେ, କାରଣ ଈଶ୍ୱରଙ୍କୁ ଯେଉଁ ଗୌରବ ଦେବା କଥା, ସେ ତାହା ତାଙ୍କୁ ଦେଇ ନ ଥିଲେ। କୀଟଦ୍ରଂଷ୍ଟ ହୋଇ ସେ ମୃତ୍ୟୁଭୋଗ କଲେ।</verse>
				<verse number="24">ଏହି ସମୟ ମଧ୍ୟରେ ଈଶ୍ୱରଙ୍କ ବାକ୍ୟ ବିକଶିତ ହୋଇ ପ୍ରସାର ଲାଭ କଲା।</verse>
				<verse number="25">ବର୍ଣ୍ଣବା ଓ ଶାଉଳ ଯିରୂଶାଲମରେ ସେବାକାର୍ଯ୍ୟ ଶେଷ କରି ଯୋହନ (ଓରଫ ମାର୍କ)ଙ୍କୁ ସଙ୍ଗରେ ନେଇ ଯିରୂଶାଲମରୁ ଆଣ୍ଟିୟୋଖକୁ ଫେରିଲେ।</verse>
			</chapter>
			<chapter number="13">
				<verse number="1">ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।</verse>
				<verse number="2">ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବାବେଳେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ମୁଁ ଯେଉଁ କାର୍ଯ୍ୟ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ଆହ୍ୱାନ କରିଛି, ସେଥିପାଇଁ ସେମାନଙ୍କୁ ମୋ’ ନିମନ୍ତେ ପୃଥକ୍ କର।”</verse>
				<verse number="3">ଭାବବାଦୀମାନେ ଉପବାସ ଓ ପ୍ରାର୍ଥନା କରି ସେହି ଦୁଇ ଜଣଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ପ୍ରଚାର କାର୍ଯ୍ୟରେ ପଠାଇଲେ।</verse>
				<verse number="4">ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ବର୍ଣ୍ଣବା ଓ ଶାଉଲ ସେଲ୍ୟୁକିଆକୁ ଗଲେ ଓ ସେଠାରୁ ଜାହାଜ ଯୋଗେ ସାଇପ୍ରସ୍ ଦ୍ୱୀପକୁ ଗଲେ।</verse>
				<verse number="5">ସାଲାମି ସହରରେ ପହଞ୍ôଚ ଇହୁଦୀ ଉପାସନା ଗୃହମାନଙ୍କରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ। ଯୋହନ ମାର୍କ ସେମାନଙ୍କ ସଙ୍ଗରେ ରହି ସାହାଯ୍ୟ କରୁଥିଲେ।</verse>
				<verse number="6">ସେମାନେ ସାଇପ୍ରସ୍ ଦ୍ୱୀପ ଅତିକ୍ରମ କରି ପାଫୋକୁ ଗଲେ। ସେଠାରେ ସେମାନେ ବାର - ଯୀଶୁ ନାମକ ଏକ ଇହୁଦୀ ଗୁଣିଆକୁ ଭେଟିଲେ।</verse>
				<verse number="7">ସେ ସେହି ଦ୍ୱୀପର ଶାସନକର୍ତ୍ତା ସର୍ଗିୟସ ପାଉଲସଙ୍କର ଜଣେ ବନ୍ଧୁ ଥିଲା। ସର୍ଗିୟସ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରି ବର୍ଣ୍ଣବା ଓ ଶାଉଲଙ୍କୁ ଡକାଇଲେ।</verse>
				<verse number="8">କିନ୍ତୁ ଗୁଣିଆ ଏଲୀମାସ (ଏହା ତାହାର ଗ୍ରୀକ୍ ନାମ) ସେମାନଙ୍କୁ ବାଧା ଦେଲା, କାରଣ ସେ ଶାସନକର୍ତ୍ତାଙ୍କୁ ଖ୍ରୀଷ୍ଟ ବିଶ୍ୱାସ ପ୍ରତି ବିମୁଖ କରି ରଖିବାକୁ ଚାହୁଁଥିଲା।</verse>
				<verse number="9">କିନ୍ତୁ ଶାଉଲ (ଯାହାଙ୍କର ଅନ୍ୟ ନାମ ପାଉଲ) ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଗୁଣିଆ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଅନାଇ କହିଲେ,</verse>
				<verse number="10">“ହେ ଶୟତାନର ପୁତ୍ର! ତୁ ସମସ୍ତ ଉତ୍ତମ ବିଷୟର ଶତ୍ରୁ। ତୁ ସବୁପ୍ରକାର ଖଳ କୌଶଳରେ ପରିପୂର୍ଣ୍ଣ ଓ ସବୁବେଳେ ଈଶ୍ୱରଙ୍କ ସତ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛୁ।</verse>
				<verse number="11">ବର୍ତ୍ତମାନ ତୁ ଈଶ୍ୱରଙ୍କ ହସ୍ତରେ ଦଣ୍ଡିତ ହେବୁ। ତୁ ଅନ୍ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ଦିବସରେ ଆଲୋକ ଦେଖିପାରିବୁ ନାହିଁ।” ସେହିକ୍ଷଣି ଏଲୀମାସର ଚକ୍ଷୁ ଘନ କୁହୁଡ଼ିରେ ଆଚ୍ଛନ୍ନ ହେବା ଭଳି ସେ ଅନୁଭବ କଲା ଓ ତା’ର ହାତ ଧରି ବାଟ କଢ଼ାଇ ନେବା ପାଇଁ ଜଣକୁ ଖୋଜିବାକୁ ଲାଗିଲା।</verse>
				<verse number="12">ଏହା ଦେଖି ଶାସନକର୍ତ୍ତାଙ୍କର ବିଶ୍ୱାସ ହେଲା, କାରଣ ସେ ପ୍ରଭୁଙ୍କ ଶିକ୍ଷା ଶୁଣି ଚମକ୍ରୃତ ହୋଇଥିଲେ।</verse>
				<verse number="13">ପାଉଲ ଓ ତାଙ୍କର ସହଯାତ୍ରୀମାନେ ପାଫୋରୁ ଜଳଯାତ୍ରା କରି ପାମ୍ପିଲିଆର ପର୍ଗା ନାମକ ଏକ ନଗରରେ ପହଞ୍ଚିଲେ। ଯୋହନ ନାମରେ ପରିଚିତ ମାର୍କ ସେମାନଙ୍କୁ ଏହିଠାରେ ପରିତ୍ୟାଗ କରି ଯିରୂଶାଲମକୁ ଫେରିଗଲେ।</verse>
				<verse number="14">ସେମାନେ ପର୍ଗାରୁ ଯାଇ ପିସିଦଆର ଆଣ୍ଟିୟୋଖରେ ପହଞ୍ôଚଲେ ଓ ବିଶ୍ରାମବାର ଦିନ ଉପାସନା ଗୃହରେ ଯାଇ ବସିଲେ।</verse>
				<verse number="15">ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”</verse>
				<verse number="16">ପାଉଲ ଠିଆ ହୋଇ ଲୋକମାନଙ୍କୁ ସ୍ଥିର ହେବା ପାଇଁ ହାତରେ ସଙ୍କେତ ଦେଇ କହିଲେ: “ଉପସ୍ଥିତ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଅଣଇହୁଦୀମାନେ, ମୋ’ କଥା ଶୁଣନ୍ତୁ!</verse>
				<verse number="17">ଇଶ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମନୋନୀତ କଲେ ଓ ମିସରରେ ସେମାନେ ବିଦେଶୀ ରୂପେ ବାସ କରୁଥିବା ସମୟରେ ଏକ ବିରାଟ ଜାତିରେ ପରିଣତ କଲେ। ଈଶ୍ୱର ତାଙ୍କର ମହତ୍ ଶକ୍ତିରେ ସେମାନଙ୍କୁ ମିସରରୁ ବାହାର କରି ଆଣିଲେ</verse>
				<verse number="18">ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ଦୁରାଚାରକୁ ସହ୍ୟ କଲେ।</verse>
				<verse number="19">ସେ କିଣାନରେ ସାତଟି ଜାତିକୁ ଧ୍ୱଂସ କରି ତାଙ୍କର ମନୋନୀତ ଲୋକମାନଙ୍କୁ ସେହି ଦେଶ ପ୍ରଦାନ କଲେ।</verse>
				<verse number="20">ପ୍ରାୟ ଚାରି ଶହ ପଚାଶ ବର୍ଷ ଭିତରେ ଏହିସବୁ ଘଟଣା ଘଟିଗଲା। “ଏହା ପରେ ଶାମୁଏଲ ଭାବବାଦୀଙ୍କ ସମୟ ପର୍ଯ୍ୟନ୍ତ ଈଶ୍ୱର ସେମାନଙ୍କ ଉପରେ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।</verse>
				<verse number="21">ଯେତେବେଳେ ସେମାନେ ଜଣେ ରାଜା ଚାହିଁଲେ, ଈଶ୍ୱର ସେମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବା ପାଇଁ ବେଞ୍ଜାମିନ୍ ବଂଶଜାତ କୀଶର ପୁତ୍ର ଶାଉଲଙ୍କୁ ନିଯୁକ୍ତି କଲେ।</verse>
				<verse number="22">ତା’ପରେ ଈଶ୍ୱର ତାଙ୍କୁ ପଦଚ୍ୟୁତ କରି ଦାଉଦଙ୍କୁ ସେମାନଙ୍କ ରାଜା କଲେ। ଈଶ୍ୱର ତାଙ୍କ ବିଷୟରେ କହିଥିଲେ, ‘ମୁଁ ଯେଉଁ ପ୍ରକାର ଲୋକମାନଙ୍କୁ ଭଲ ପାଏ, ଯେଶୀର ପୁତ୍ର ଦାଉଦ ସେହିପରି ଜଣେ; ସେ ମୋର ଇଚ୍ଛାନୁଯାୟୀ ସମସ୍ତ କାର୍ଯ୍ୟ କରିବ।’</verse>
				<verse number="23">ଏହି ଦାଉଦଙ୍କ ବଂଶଧର ଯୀଶୁଙ୍କୁ ଈଶ୍ୱର ତାଙ୍କ ପ୍ରତିଜ୍ଞାନୁଯାୟୀ ଇଶ୍ରାଏଲ ଜାତିର ପରିତ୍ରାଣକର୍ତ୍ତା କରିଛନ୍ତି।</verse>
				<verse number="24">ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୋହନ ଇଶ୍ରାଏଲର ସମସ୍ତ ଲୋକଙ୍କ ନିକଟରେ ପ୍ରଚାର କରି କହିଲେ, ସେମାନଙ୍କୁ ପାପରୁ ମନ ଫେରାଇ ଜଳଦୀକ୍ଷା ନେବାକୁ ହେବ।</verse>
				<verse number="25">ପୁଣି ଯୋହନ ତାଙ୍କର ସେବାକାର୍ଯ୍ୟ ଶେଷ କରିବା ପୂର୍ବରୁ ଲୋକମାନଙ୍କୁ ପଚାରିଲେ, ‘ମୋ’ ବିଷୟରେ ତୁମ୍ଭମାନଙ୍କ ଧାରଣା କ’ଣ? ତୁମ୍ଭେମାନେ ଯାହାଙ୍କ ପ୍ରତୀକ୍ଷାରେ ଅଛ, ମୁଁ ସେ’ ନୁହେଁ। କିନ୍ତୁ ଶୁଣ! ମୋ’ ପରେ ଯେ ଆସୁଛନ୍ତି, ମୁଁ ତାଙ୍କ ପାଦରୁ ପାଦୁକା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ।’</verse>
				<verse number="26">“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।</verse>
				<verse number="27">କିନ୍ତୁ ସେ ଯେ ପରିତ୍ରାଣକର୍ତ୍ତା, ଯିରୂଶାଲମ ଅଧିବାସୀ ଓ ସେମାନଙ୍କ ନେତାମାନେ ତାହା ଜାଣି ନ ଥିଲେ। ସେମାନେ ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କ କଥାର ଅର୍ଥ ବୁଝୁ ନ ଥିଲେ। ତଥାପି ଯୀଶୁଙ୍କୁ ଦୋଷୀ କରି ସେମାନେ ଭାବବାଦୀମାନଙ୍କ ବାକ୍ୟକୁ ସଫଳ କଲେ।</verse>
				<verse number="28">ମୃତ୍ୟୁଦଣ୍ଡର କୌଣସି କାରଣ ନ ପାଇ ସୁଦ୍ଧା ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସେମାନେ ପୀଲାତଙ୍କୁ କହିଲେ।</verse>
				<verse number="29">ତାଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଯେଉଁ ସବୁ ବିଷୟ ଲିଖିତ ଅଛି, ତଦନୁଯାୟୀ ସବୁ କାର୍ଯ୍ୟ କରିବା ପରେ ସେମାନେ ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ଏକ ସମାଧିରେ ସ୍ଥାପନ କଲେ।</verse>
				<verse number="30">କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଲେ,</verse>
				<verse number="31">ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସେ ଦେଖାଦେଲେ। ବର୍ତ୍ତମାନ ସେମାନେ ଇଶ୍ରାଏଲ ଲୋକମାନଙ୍କ ନିକଟରେ ତାଙ୍କ ସାକ୍ଷୀ ଅଟନ୍ତି।</verse>
				<verse number="32">ପୁଣି ଆମେ ଏଠାରେ ତୁମ୍ଭମାନଙ୍କୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ଉପସ୍ଥିତ। ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ରକ୍ଷା କରିଛନ୍ତି। ସେମାନଙ୍କ ବଂଶଧର ଆମ ପାଇଁ ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ୱାରା ସେ ତାହା ସାଧନ କରିଛନ୍ତି। ଗୀତସଂହିତାର ଦ୍ୱିତୀୟ ଗୀତରେ ଏ କଥାକୁ ଉପଲକ୍ଷ୍ୟ କରି ଲେଖାଯାଇଛି: ‘ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହୋଇଛି’</verse>
				<verse number="33"></verse>
				<verse number="34">ପୁଣି ସମାଧିରେ କ୍ଷୟପ୍ରାପ୍ତ ହେବାକୁ ଛାଡ଼ି ନ ଦେଇ ତାଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିବା ପାଇଁ ଈଶ୍ୱର ଏହି କଥା କହିଥିଲେ; ‘ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ମୁଁ ତୁମକୁ ପବିତ୍ର ଓ ନିଶ୍ଚିତ ଆଶୀର୍ବାଦ ଦାନ କରିବି।’</verse>
				<verse number="35">ଶାସ୍ତ୍ରରେ ଆଉ ଗୋଟିଏ ସ୍ଥାନରେ ଲେଖାଅଛି, ‘ତୁମେ ଆପଣା ବିଶ୍ୱସ୍ତ ସେବକଙ୍କୁ ସମାଧିରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।’</verse>
				<verse number="36">ଦାଉଦ ତାଙ୍କ ରାଜତ୍ୱ କାଳରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରି ଶେଷରେ ମୃତ୍ୟୁ ଭୋଗ କଲେ ଓ ପୂର୍ବପୁରୁଷମାନଙ୍କ ସହିତ ସମାଧିପ୍ରାପ୍ତ ହେଲେ। ତାଙ୍କ ଶରୀର ସମାଧିରେ କ୍ଷୟ ପାଇଲା।</verse>
				<verse number="37">କିନ୍ତୁ ଈଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉତ୍ôଥତ କଲେ, ସେ କ୍ଷୟ ପାଇ ନାହାନ୍ତି।</verse>
				<verse number="38">ଭାଇମାନେ, ତୁମେ ସବୁ ନିଶ୍ଚିତଭାବେ ଜାଣି ରଖିବା ଆବଶ୍ୟକ ଯେ କେବଳ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ ନିକଟରେ ପାପକ୍ଷମାର ବାର୍ତ୍ତା ପ୍ରଚାରିତ ହୋଇଅଛି। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୁକ୍ତି ପାଇପାରି ନ ଥିବା ପ୍ରତ୍ୟେକେ ସେହି ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ହିଁ ପରିତ୍ରାଣ ପାଇବେ, ଏହା ତୁମ୍ଭେମାନେ ବୁଝିବା ଆବଶ୍ୟକ।</verse>
				<verse number="39"></verse>
				<verse number="40">ସାବଧାନ, ଭାବବାଦୀମାନେ ଯାହା କହିଛନ୍ତି, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ।</verse>
				<verse number="41">‘ହେ ବିଦ୍ରୂପକାରୀମାନେ! ତୁମ୍ଭେମାନେ ହତବୁଦ୍ଧି ହୋଇ ମର; କାରଣ ମୁଁ ଆଜି ଯେଉଁ କାର୍ଯ୍ୟ କରୁଛି, କେହି ତାହା ବୁଝାଇ କହିଲେ ସୁଦ୍ଧା ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ’।”</verse>
				<verse number="42">ପାଉଲ ଓ ବର୍ଣ୍ଣବା ଉପାସନା ଗୃହ ପରିତ୍ୟାଗ କରିବା ସମୟରେ, ତା’ପର ବିଶ୍ରାମବାର ଦିନ ଫେରିଆସି ଏ ସବୁ ବିଷୟରେ ଆହୁରି ଅଧିକ ବୁଝାଇବା ପାଇଁ ସେମାନଙ୍କୁ ଲୋକେ ନିମନ୍ତ୍ରଣ କଲେ।</verse>
				<verse number="43">ଲୋକମାନେ ସଭା ଛାଡ଼ି ଚାଲିଯିବା ପରେ ଅନେକ ଇହୁଦୀ ଓ ଇହୁଦୀ ମତାବଲମ୍ବୀ ଅଣଇହୁଦୀମାନେ ଶାଉଲ ଓ ବର୍ଣ୍ଣବାଙ୍କ ଅନୁଗମନ କଲେ, ଶିଷ୍ୟମାନେ ସେମାନଙ୍କ ସହିତ ଆଳାପ କରି ଈଶ୍ୱରଙ୍କ ଅନୁଗ୍ରହରେ ଜୀବନ କାଟିବାକୁ ସେମାନଙ୍କୁ ଉତ୍ସାହ ଦେଲେ।</verse>
				<verse number="44">ପରବର୍ତ୍ତୀ ବିଶ୍ରାମବାର ଦିନ ସହରର ସମସ୍ତେ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ମନ୍ଦିରରେ ଉପସ୍ଥିତ ହେଲେ।</verse>
				<verse number="45">ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।</verse>
				<verse number="46">କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।</verse>
				<verse number="47">କାରଣ ପ୍ରଭୁ ଆମକୁ ଏହି ଆଜ୍ଞା ଦେଇଛନ୍ତି: ‘ମୁଁ ତୁମକୁ ଅଣଇହୁଦୀମାନଙ୍କ ପାଇଁ ଆଲୋକ ସ୍ୱରୂପ କରିଛି, ଯେପରି ସମଗ୍ର ଜଗତ ପରିତ୍ରାଣ ପାଇବ।’</verse>
				<verse number="48">ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।</verse>
				<verse number="49">ସେହି ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ପ୍ରଚାରିତ ହେଲା।</verse>
				<verse number="50">କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।</verse>
				<verse number="51">ପ୍ରେରିତ ଶିଷ୍ୟମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ସେମାନଙ୍କ ପାଦଧୂଳି ଝାଡ଼ି ଦେଇ ଇକନିୟକୁ ଗଲେ।</verse>
				<verse number="52">ଆଣ୍ଟିୟୋଖର ବିଶ୍ୱାସୀମାନେ ପବିତ୍ରଆତ୍ମା ଓ ଆନନ୍ଦରେ ପରିପୂର୍ଣ୍ଣ ହେଲେ।</verse>
			</chapter>
			<chapter number="14">
				<verse number="1">ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।</verse>
				<verse number="2">କିନ୍ତୁ ଅବିଶ୍ୱାସୀ ଇହୁଦୀମାନେ ଅଣଇହୁଦୀମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ମତାଇଲେ।</verse>
				<verse number="3">ତଥାପି ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କ ବିଷୟରେ ଦୃଢ଼ ଭାବରେ ପ୍ରଚାର କରି ଅନେକ ଦିନ ସେଠାରେ ରହିଲେ। ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବା ଦ୍ୱାରା ସେମାନେ ପ୍ରମାଣ କଲେ ଯେ, ଈଶ୍ୱରଙ୍କ ଦୟା ବିଷୟରେ ସେମାନଙ୍କର ପ୍ରଚାରିତ ବାର୍ତ୍ତା ବାସ୍ତବିକ ସତ୍ୟ।</verse>
				<verse number="4">ନଗରର ଲୋକମାନେ ଦୁଇ ଦଳରେ ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଇହୁଦୀମାନଙ୍କୁ ଓ ଆଉ କେତେକ ପ୍ରେରିତ ଶିଷ୍ୟମାନଙ୍କୁ ସମର୍ଥନ କଲେ।</verse>
				<verse number="5">ତା’ପରେ କେତେକ ଅଣଇହୁଦୀ ଓ ଇହୁଦୀମାନେ ସେମାନଙ୍କ ନେତାମାନଙ୍କ ସହିତ ଏକଜୁଟ ହୋଇ ପ୍ରେରିତ ଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ପାଇଁ ଓ ସେମାନଙ୍କୁ ପ୍ରସ୍ତରାଘାତ କରି ମାରି ଦେବା ପାଇଁ ସ୍ଥିର କଲେ।</verse>
				<verse number="6">ପ୍ରେରିତ ଶିଷ୍ୟମାନେ ଏ ବିଷୟ ଜାଣିପାରି ଲୁକାନିଆର ଲୁସ୍ତ୍ରା ଓ ଦର୍ବୀ ନଗରକୁ ଓ ତା’ ଚାରିପଟେ ଥିବା ଅଞ୍ଚଳକୁ ପଳାଇଗଲେ ଏବଂ</verse>
				<verse number="7">ସେଠାରେ ଶୁଭବାର୍ତ୍ତା ପ୍ରଚାର କଲେ।</verse>
				<verse number="8">ଲୁସ୍ତ୍ରାରେ ଜଣେ ଜନ୍ମରୁ ଖଞ୍ଜ ଲୋକ ଥିଲା। ସେ ଆଦୌ ଚାଲିପାରୁ ନ ଥିଲା।</verse>
				<verse number="9">ସେଠାରେ ବସି ସେ ପାଉଲଙ୍କ ଶିକ୍ଷା ଶୁଣୁଥିଲା। ତା’ ମନରେ ବିଶ୍ୱାସ ଜନ୍ମିଛି ଓ ସେ ସୁସ୍ଥ ହୋଇପାରିବ ବୋଲି ପାଉଲ ଜାଣିପାରିଲେ।</verse>
				<verse number="10">ତେଣୁ ତା’ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ପାଦରେ ଭାର ଦେଇ ସିଧା ଠିଆ ହୁଅ!” ଲୋକଟି ଡେଇଁ ପଡ଼ି ଚାରିପଟେ ଚାଲିବାକୁ ଲାଗିଲା।</verse>
				<verse number="11">ଉପସ୍ଥିତ ଜନତା ପାଉଲଙ୍କ ଏହି କାର୍ଯ୍ୟ ଦେଖି ସେମାନଙ୍କ ଲୁକାଅନିଆ ଭାଷାରେ ଚିକ୍ରାର କରି କହିବାକୁ ଲାଗିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭମାନଙ୍କ ମଧ୍ୟକୁ ଆସିଛନ୍ତି।”</verse>
				<verse number="12">ସେମାନେ ବର୍ଣ୍ଣବାଙ୍କୁ ଜିଅସ୍ ବା ଦେବାଧିଦେବ ଓ ପାଉଲ ପ୍ରଧାନ ବକ୍ତା ଥିବାରୁ ତାଙ୍କୁ ହେରମିସ୍ ବା ବାକ୍ ଦେବତା ବୋଲି କହିଲେ।</verse>
				<verse number="13">ସହର ବାହାରେ ଥିବା ଜିଅସ୍ ମନ୍ଦିରର ପୁରୋହିତ, ଫାଟକ ପାଖକୁ କେତେକ ବୃକ୍ଷ ଓ ପୁଷ୍ପ ଆଣିଲେ, କାଣ ସେ ଓ ସେଠାରେ ସମବେତ ହୋଇଥିବା ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଇଚ୍ଛା କରିଥିଲେ।</verse>
				<verse number="14">ସେମାନେ ଯେଉଁ କାର୍ଯ୍ୟ କରିବାକୁ ଯାଉଥିଲେ, ବର୍ଣ୍ଣବା ଓ ପାଉଲ ତାହା ଶୁଣିବା କ୍ଷଣି ନିଜର ବସ୍ତ୍ର ଚିରି ପକାଇଲେ, ଜନତା ଭିତରକୁ ଦୌଡ଼ି ଯାଇ ଚିକ୍ରାର କରି କହିଲେ,</verse>
				<verse number="15">“ତୁମ୍ଭେମାନେ କାହିଁକି ଏହା କରୁଛ? ଆମେ ତୁମ ପରି ମନୁଷ୍ୟ ମାତ୍ର। ତୁମ ନିକଟରେ ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ଓ ଏହି ଅସାର ବିଷୟଠାରୁ ନିବୃତ୍ତ ହୋଇ, ଆକାଶ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା ଜୀବନ୍ତ ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଏଠାକୁ ଆସିଅଛୁ।</verse>
				<verse number="16">ଅତୀତରେ ସ୍ୱଇଚ୍ଛାରେ ନିଜ ପଥରେ ଯିବା ପାଇଁ ଈଶ୍ୱର ଲୋକମାନଙ୍କୁ ଛାଡ଼ି ଦେଇଥିଲେ।</verse>
				<verse number="17">କିନ୍ତୁ ତାଙ୍କର ସକଳ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ସର୍ବଦା ତାଙ୍କର ଅସ୍ତିତ୍ୱର ସୂଚନା ଦେଇଛନ୍ତି; ସେ ଆକାଶରୁ ବୃଷ୍ଟି ଓ ଉପଯୁକ୍ତ ସମୟରେ ଫସଲ ଦିଅନ୍ତି, ଖାଦ୍ୟ ଯୋଗାନ୍ତି ଓ ଆନନ୍ଦରେ ତୁମ ହୃଦୟ ପୂର୍ଣ୍ଣ କରନ୍ତି।”</verse>
				<verse number="18">ଏହିସବୁ କଥା କହି ପ୍ରେରିତ ଶିଷ୍ୟମାନେ କୌଣସିମତେ ବଳି ଉତ୍ସର୍ଗ କରିବାରୁ ସେମାନଙ୍କୁ ନିବୃତ୍ତ କଲେ।</verse>
				<verse number="19">ପିସିଦିଆର ଆଣ୍ଟିୟୋଖ ଓ ଇକନିୟରୁ କେତେକ ଇହୁଦୀ ଆସିଥିଲେ, ସେମାନେ ଜନତାକୁ ମତାଇ ପାଉଲଙ୍କୁ ପ୍ରସ୍ତରାଘାତ କଲେ ଓ ତାଙ୍କୁ ମୃତ ବୋଲି ଭାବି ସହର ବାହାରକୁ ଘୋଷାରି ନେଲେ।</verse>
				<verse number="20">କିନ୍ତୁ ଶିଷ୍ୟମାନେ ଆସି ତାଙ୍କ ଚାରିପଟେ ଘେରି ଠିଆ ହେବା ପରେ ସେ ଉଠି ସହରକୁ ଫେରିଗଲେ। ତା’ ପରଦିନ ସେ ଓ ବର୍ଣ୍ଣବା ଦର୍ବୀକୁ ଗଲେ।</verse>
				<verse number="21">ପାଉଲ ଓ ବର୍ଣ୍ଣବା ଦର୍ବୀରେ ଶୁଭବାର୍ତ୍ତା ପ୍ରଚାର କରି ଅନେକ ଶିଷ୍ୟଙ୍କୁ ଲାଭ କଲେ। ତା’ପରେ ସେମାନେ ଲୁସ୍ତ୍ରା, ଦର୍ବୀ, ଇକନିୟ ଓ ପିସିଦିଆର ଆଣ୍ଟିୟୋଖକୁ ଫେରିଗଲେ।</verse>
				<verse number="22">ସେମାନେ ବିଶ୍ୱାସୀମାନଙ୍କୁ ନିଜ ବିଶ୍ୱାସରେ ଦୃଢ଼ ରହିବା ପାଇଁ ଉତ୍ସାହିତ କଲେ। ସେମାନେ ଶିକ୍ଷା ଦେଇ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ ଦୁଃଖକଷ୍ଟ ମଧ୍ୟଦେଇ ଗତି କରିବାକୁ ହେବ।”</verse>
				<verse number="23">ପ୍ରତ୍ୟେକ ମଣ୍ଡଳୀରେ ସେମାନେ ହସ୍ତାର୍ପଣ କରି ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ନିଯୁକ୍ତ କଲେ ଓ ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ ସ୍ଥାପନ କରିଥିଲେ, ପ୍ରାର୍ଥନା ଓ ଉପବାସ ସହିତ ସେମାନଙ୍କୁ ସେହି ପ୍ରଭୁଙ୍କ ନିକଟରେ ସମର୍ପଣ କଲେ।</verse>
				<verse number="24">ପିସିଦିଆ ଦେଇ ସେମାନେ ପାମ୍ପିଲିଆକୁ ଆସିଲେ।</verse>
				<verse number="25">ସେଠାରେ ପର୍ଗାରେ ପ୍ରଚାର କରି ଆତ୍ତାଲିଆକୁ ଗଲେ।</verse>
				<verse number="26">ସେଠାରୁ ସେମାନେ ଜଳପଥରେ ଆଣ୍ଟିୟୋଖକୁ ଫେରି ଆସିଲେ। ଏହି ଆଣ୍ଟିୟୋଖରେ ବର୍ତ୍ତମାନ ସାଧିତ ହୋଇଥିବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେମାନେ ସମର୍ପିତ ହୋଇଥିଲେ।</verse>
				<verse number="27">ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।</verse>
				<verse number="28">ସେଠାରେ ବିଶ୍ୱାସୀମାନଙ୍କ ସହିତ ସେ ଅନେକ ଦିନ ରହିଲେ।</verse>
			</chapter>
			<chapter number="15">
				<verse number="1">ଯିହୁଦାରୁ କେତେକ ଲୋକ ଆଣ୍ଟିୟୋଖକୁ ଆସି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନେ ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବେ ନାହିଁ ବୋଲି ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ।</verse>
				<verse number="2">ଏ ବିଷୟରେ ସେମାନଙ୍କ ସହିତ ପାଉଲ ଓ ବର୍ଣ୍ଣବାଙ୍କର ପ୍ରଚଣ୍ଡ ଯୁକ୍ତିତର୍କ ହେବାରୁ, ଏହା ସ୍ଥିର ହେଲା ଯେ, ପାଉଲ, ବର୍ଣ୍ଣବା ଓ ଆଣ୍ଟିୟୋଖର ଆଉ କେତେ ଜଣ ଯିରୂଶାଲମକୁ ଯାଇ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କ ସହିତ ଏ ବିଷୟରେ ପରାମର୍ଶ କରିବେ।</verse>
				<verse number="3">ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।</verse>
				<verse number="4">ସେମାନେ ଯିରୂଶାଲମରେ ପହଞ୍ଚିବା ପରେ ମଣ୍ଡଳୀ, ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ନେତାମାନେ ସେମାନଙ୍କୁ ସ୍ୱାଗତ କଲେ। ଈଶ୍ୱର ସେମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟ ସମ୍ପର୍କରେ ପାଉଲ ଓ ବର୍ଣ୍ଣବା ସେମାନଙ୍କୁ ଜଣାଇଲେ।</verse>
				<verse number="5">କିନ୍ତୁ ଫାରୂଶୀ ମତାବଲମ୍ବୀ କେତେକ ବିଶ୍ୱାସୀ ଠିଆ ହୋଇ କହିଲେ, “ଅଣଇହୁଦୀମାନେ ସୁନ୍ନତ ହେବାକୁ ବାଧ୍ୟ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ସେମାନଙ୍କୁ କୁହାଯିବା ଉଚିତ।”</verse>
				<verse number="6">ଏହି ବିଷୟ ଆଲୋଚନା କରିବା ପାଇଁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ନେତାମାନେ ଏକତ୍ରିତ ହେଲେ।</verse>
				<verse number="7">ଦୀର୍ଘ ଆଲୋଚନା ପରେ ପିତର ଠିଆ ହୋଇ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ ଅନେକ ଦିନ ପୂର୍ବରୁ ଈଶ୍ୱର ଅଣଇହୁଦୀମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରି ସେଥିପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ତୁମ ମଧ୍ୟରୁ ମୋତେ ମନୋନୀତ କରିଥିଲେ।</verse>
				<verse number="8">ପୁଣି ସମସ୍ତଙ୍କ ମନର ଚିନ୍ତା ଜାଣିପାରୁଥିବା ଅନ୍ତର୍ଯ୍ୟାମୀ ଈଶ୍ୱର ଆମ୍ଭମାନଙ୍କୁ ଯେପରି ପବିତ୍ରଆତ୍ମା ଦାନ କରିଛନ୍ତି, ଅଣଇହୁଦୀମାନଙ୍କୁ ମଧ୍ୟ ଠିକ୍ ସେହିପରି ଦାନ ଦେଇ ସେମାନଙ୍କୁ ଗ୍ରହଣ କରିଛନ୍ତି।</verse>
				<verse number="9">ସେମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ ସେ କୌଣସି ପାର୍ଥକ୍ୟ ରଖିନାହାନ୍ତି। ସେମାନଙ୍କ ବିଶ୍ୱାସ ହେତୁ ସେ ସେମାନଙ୍କ ପାପ କ୍ଷମା କରିଛନ୍ତି।</verse>
				<verse number="10">ତାହାହେଲେ ଯେଉଁ ବୋଝ ବୋହିବା ପାଇଁ ଆମ ପୂର୍ବପୁରୁଷ ଓ ଆମେ ସମର୍ଥ ହୋଇପାରିଲୁ ନାହିଁ, ତୁମେ ବର୍ତ୍ତମାନ ବିଶ୍ୱାସୀମାନଙ୍କ ପିଠିରେ ତାହା ଲଦି ଦେଇ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରିବାକୁ ଚାହୁଁଛ?</verse>
				<verse number="11">ନା, ଏହା ଠିକ୍ ନୁହେଁ। ସେମାନେ ଯେଉଁ ବିଶ୍ୱାସ କରି ପରିତ୍ରାଣ ପାଇଛନ୍ତି, ଆମେ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ।”</verse>
				<verse number="12">ପାଉଲ ଓ ବର୍ଣ୍ଣବାଙ୍କ ଦ୍ୱାରା ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ଯେଉଁ ସବୁ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କରିଥିଲେ, ସେମାନଙ୍କଠାରୁ ତାହାର ବିବରଣୀ ଶୁଣି ଦଳର ସମସ୍ତେ ନୀରବ ରହିବେ।</verse>
				<verse number="13">ସେମାନେ କହି ସାରିବା ପରେ ଯାକୁବ କହିଲେ, “ହେ ଭାଇମାନେ, ମୋ’ କଥା ଶୁଣ!</verse>
				<verse number="14">ଈଶ୍ୱର କିପରି ଅନୁଗ୍ରହ କରି ଅଣଇହୁଦୀମାନଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କ ପାଇଁ ମନୋନୀତ କରିଛନ୍ତି, ଶିମୋନ ସେ କଥା ବୁଝାଇ ଦେଇଛନ୍ତି।</verse>
				<verse number="15">ଭାବବାଦୀମାନଙ୍କର ବାକ୍ୟ ଏହାକୁ ସଂପୂର୍ଣ୍ଣ ଭାବରେ ସମର୍ଥନ କରୁଛି। ଶାସ୍ତ୍ରରେ ଲେଖାଅଛି;</verse>
				<verse number="16">‘ପ୍ରଭୁ କହନ୍ତି, ଏହା ପରେ ମୁଁ ଫେରି ଆସିବି। ଓ ଦାଉଦଙ୍କ ରାଜ୍ୟର ପୁନରୁଦ୍ଧାର କରିବି। ମୁଁ ତାହାର ଧ୍ୱଂସାବଶେଷ ସବୁ ପୁନଃନିର୍ମାଣ କରି ତାହାକୁ ଆଉ ଥରେ ବଳିଷ୍ଠ କରିବି।</verse>
				<verse number="17">ସମଗ୍ର ମାନବ ଜାତି ମୋ’ ନିକଟକୁ ଆସିବେ, ଯେଉଁ ଅଣଇହୁଦୀମାନଙ୍କୁ ମୁଁ ଆପଣାର କରିବା ପାଇଁ ଆହ୍ୱାନ କରିଛି, ସେମାନେ ସମସ୍ତେ ମୋର ଆନୁଗତ୍ୟ ସ୍ୱୀକାର କରିବେ।</verse>
				<verse number="18">ପ୍ରଭୁ ଏହି କଥା କହିଛନ୍ତି, ବହୁ ପୂର୍ବେ ଏହି କଥା ସେ ପ୍ରକାଶ କରିଥିଲେ’।”</verse>
				<verse number="19">ଯାକୁବ ଆହୁରି ମଧ୍ୟ କହିଲେ, “ମୋ’ ମତରେ, ଯେଉଁ ଅଣଇହୁଦୀମାନେ ଈଶ୍ୱରଙ୍କ ପ୍ରତି ଫେରିଛନ୍ତି, ଆମେ ସେମାନଙ୍କୁ ଆଉ ହଇରାଣ କରିବା ନାହିଁ।</verse>
				<verse number="20">ବରଂ ସେମାନେ ଯେପରି ପ୍ରତିମାମାନଙ୍କୁ ଉତ୍ସର୍ଗ କରାଯାଇଥିବା କୌଣସି ଅଶୁଚି ଖାଦ୍ୟ ନ ଖାଆନ୍ତି, ଯୌନ ପାପରୁ ନିବୃତ୍ତ ହୁଅନ୍ତି, ଗଳା ଚିପା ଯାଇ ମରା ଯାଇଥିବା ପଶୁର ମାଂସ ଭୋଜନ ନ କରନ୍ତି - ଏ ସବୁ ବିଷୟରେ ପରାମର୍ଶ ଦେଇ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିବା।</verse>
				<verse number="21">କାରଣ ବହୁଦିନ ଧରି ପ୍ରତ୍ୟେକ ବିଶ୍ରାମବାରରେ ଉପାସନା ଗୃହମାନଙ୍କରେ ମୋଶାଙ୍କ ବ୍ୟବସ୍ଥା ପଠିତ ହେଉଅଛି ଓ ପ୍ରତ୍ୟେକ ସହରରେ ତାଙ୍କର ବାକ୍ୟ ପ୍ରଚାରିତ ହେଉଅଛି।</verse>
				<verse number="22">ପରେ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ, ତଥା ମଣ୍ଡଳୀର ସମସ୍ତେ, ଦଳର କେତେକ ଲୋକଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆଣ୍ଟିୟୋଖକୁ ପଠାଇବା ପାଇଁ ସ୍ଥିର କଲେ। ବର୍ଶବା ନାମରେ ପରିଚିତ ଯିହୁଦା ଓ ଶୀଲା ବିଶ୍ୱାସୀମାନଙ୍କ ମଧ୍ୟରେ ବିଶେଷ ସମ୍ମାନିତ ଥିଲେ।</verse>
				<verse number="23">ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।</verse>
				<verse number="24">ଆମ୍ଭେମାନେ ଶୁଣୁଛୁ ଯେ, ଆମ ଦଳରୁ କେତେକ ଲୋକ ତୁମ ନିକଟକୁ ଯାଇ ଯାହା କହିଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭମାନଙ୍କୁ ବିଚିତ୍ର ଓ ବିଚଳିତ କରିଛନ୍ତି। କିନ୍ତୁ ଏ ବିଷୟରେ ଆମେ ସେମାନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନାହୁଁ।</verse>
				<verse number="25">ତେଣୁ ଆମେ ସମସ୍ତେ ଏକ ମତ ହୋଇ କେତେ ଜଣ ସମ୍ବାଦ ବାହାକଙ୍କୁ ମନୋନୀତ କରି ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କରିଛୁ। ସେମାନେ ଆମ ପ୍ରିୟ ବନ୍ଧୁ ବର୍ଣ୍ଣବା ଓ ପାଉଲଙ୍କ ସହିତ ଯିବେ।</verse>
				<verse number="26">ଏହି ବନ୍ଧୁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସେବାରେ ନିଜ ଜୀବନକୁ ବିପନ୍ନ କରିଛନ୍ତି।</verse>
				<verse number="27">ଆମେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛୁ। ଆମେ ଯାହା ଲେଖୁଛୁ, ସେମାନେ ବ୍ୟକ୍ତିଗତଭାବେ ତାହା ତୁମ୍ଭମାନଙ୍କୁ କହିବେ।</verse>
				<verse number="28">କେତୋଟି ଆବଶ୍ୟକୀୟ ନିୟମ ବ୍ୟତୀତ ତୁମ ଉପରେ ଆଉ କୌଣସି ଭାର ନ ପକାଇବା ପାଇଁ ଆମେ ପବିତ୍ରଆତ୍ମାଙ୍କଠାରୁ ନିର୍ଦ୍ଦେଶ ପାଇଛୁ।</verse>
				<verse number="29">ସେହି କେତୋଟି ନିୟମ ହେଲା: ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା କୌଣସି ଖାଦ୍ୟ ଭୋଜନ କରିବ ନାହିଁ, ରକ୍ତ ପାନ କରିବ ନାହିଁ, ଗଳା ଚିପାଯାଇ ମରା ଯାଇଥିବା କୌଣସି ଜୀବର ମାଂସ ଭୋଜନ କରିବ ନାହିଁ ଏବଂ ଯୌନ ପାପରୁ ନିବୃତ୍ତ ହେବ। ଏହି ସବୁ କାର୍ଯ୍ୟ ନ କରିବା ପାଇଁ ସତର୍କ ରହିଲେ, ତୁମର ମଙ୍ଗଳ ହେବ। ଆମର ଶୁଭେଚ୍ଛା ଗ୍ରହଣ କର।”</verse>
				<verse number="30">ଯେଉଁ ସମ୍ବାଦ ବାହକମାନଙ୍କୁ ପଠାଯାଇଥିଲା, ସେମାନେ ଆଣ୍ଟିୟୋଖକୁ ଯାଇ ବିଶ୍ୱାସୀମାନଙ୍କର ସମଗ୍ର ଦଳକୁ ଏକତ୍ରିତ କରି ଏହି ପତ୍ରଟି ଦେଲେ।</verse>
				<verse number="31">ସେଠାକାର ବିଶ୍ୱାସୀମାନେ ଚିଠିଟିର ଉତ୍ସାହଜନକ ବାର୍ତ୍ତା ପଢ଼ି ଆନନ୍ଦରେ ପରିପୂର୍ଣ୍ଣ ହେଲେ।</verse>
				<verse number="32">ଯିହୁଦା ଓ ଶୀଲା ନିଜେ ଭାବବାଦୀ ଥିଲେ ଏବଂ ସେମାନେ ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇ ସେମାନଙ୍କ ବିଶ୍ୱାସକୁ ଦୃଢ଼ କଲେ।</verse>
				<verse number="33">ସେଠାରେ କିଛି ସମୟ ଅତିବାହିତ କରିବା ପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ସେମାନଙ୍କ ନିକଟକୁ ଫେରିଯିବା ପାଇଁ ବିଶ୍ୱାସୀମାନେ ସେମାନଙ୍କୁ ଶାନ୍ତିରେ ବିଦାୟ ଦେଲେ।</verse>
				<verse number="34"></verse>
				<verse number="35">ପାଉଲ ଓ ବର୍ଣ୍ଣବା ଆଣ୍ଟିୟୋଖରେ କିଛି କାଳ ଅତିବାହିତ କରି ଅନେକଙ୍କ ସହିତ ମିଳିମିଶି ପ୍ରଭୁଙ୍କ ବାକ୍ୟ ପ୍ରଚାର କଲେ ଓ ଶିକ୍ଷା ଦେଲେ।</verse>
				<verse number="36">କିଛିଦିନ ପରେ ପାଉଲ ବର୍ଣ୍ଣବାଙ୍କୁ କହିଲେ, “ଚାଲ, ଆମେ ଫେରିଯିବା, ପ୍ରତି ସହରରେ ଯେଉଁ ଭାଇମାନଙ୍କୁ ପ୍ରଭୁଙ୍କ ବାକ୍ୟ ଶୁଣାଇଥିଲୁ, ସେମାନଙ୍କୁ ଭେଟିବା ଓ ସେମାନେ କିପରି ଅଛନ୍ତି, ବୁଝିବା।</verse>
				<verse number="37">ବର୍ଣ୍ଣବା ସେମାନଙ୍କ ସାଙ୍ଗରେ ଯୋହନ ନାମରେ ପରିଚିତ ମାର୍କଙ୍କୁ ନେବା ପାଇଁ ଇଚ୍ଛା କରିଥିଲେ,</verse>
				<verse number="38">କିନ୍ତୁ ପାଉଲ ତାଙ୍କୁ ନେବା ଉଚିତ ମନେ କଲେ ନାହିଁ; କାରଣ ସେ ପୂର୍ବ ଯାତ୍ରାରେ କାର୍ଯ୍ୟ ଶେଷ ହେବାଯାଏ ସେମାନଙ୍କ ସହିତ ନ ରହି ସେମାନଙ୍କୁ ପାମ୍ପିଲିଆରେ ଛାଡ଼ି ଚାଲି ଯାଇଥିଲେ।</verse>
				<verse number="39">ଏ ବିଷୟରେ ଭୀଷଣ ଯୁକ୍ତିତର୍କ ହେଲା ଓ ସେମାନଙ୍କର ବିଚ୍ଛେଦ ହେଲା। ବର୍ଣ୍ଣବା ମାର୍କଙ୍କୁ ନେଇ ସାଇପ୍ରସ୍‌ଙ୍କୁ ଜଳଯାତ୍ରା କଲେ।</verse>
				<verse number="40">କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କଲେ ଓ ବିଶ୍ୱାସୀମାନଙ୍କ ଦ୍ୱାର ପ୍ରଭୁଙ୍କଠାରେ ସମର୍ପିତ ହୋଇ ବିଦାୟ ନେଲେ।</verse>
				<verse number="41">ସେ ମଣ୍ଡଳୀଗୁଡ଼ିକୁ ବଳିଷ୍ଠ କରି ସିରିଆ ଓ ସିଲିଷୀଆ ମଧ୍ୟ ଦେଇ ଯାତ୍ରା କଲେ।</verse>
			</chapter>
			<chapter number="16">
				<verse number="1">ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।</verse>
				<verse number="2">ଲୁସ୍ତ୍ରା ଓ ଇକନିୟରେ ଥିବା ବିଶ୍ୱାସୀମାନଙ୍କ ମଧ୍ୟରେ ତୀମଥିଙ୍କର ସୁନାମ ଥିଲା।</verse>
				<verse number="3">ପାଉଲ ତାଙ୍କ ସହିତ ତୀମଥିଙ୍କୁ ନେବା ପାଇଁ ଚାହିଁଲେ, ତେଣୁ ତାଙ୍କୁ ସୁନ୍ନତ କଲେ। ଏହା କରିବାର କାରଣ, ତୀମଥିଙ୍କ ପିତା ଗ୍ରୀକ୍ ଲୋକ ଥିଲେ ବୋଲି ସେହି ସ୍ଥାନମାନଙ୍କରେ ବାସ କରୁଥିବା ଇହୁଦୀମାନେ ଜାଣିଥିଲେ।</verse>
				<verse number="4">ବିଭିନ୍ନ ସହର ମଧ୍ୟଦେଇ ଯିବା ସମୟରେ ସେମାନେ ବିଶ୍ୱାସୀମାନଙ୍କୁ ଯିରୂଶାଲମସ୍ଥ ପ୍ରେରିତ ଶିଷ୍ୟ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଦ୍ୱାରା ପ୍ରଣୀତ ନୀତି ନିୟମ ସବୁ ବୁଝାଇ, ସେସବୁ ପାଳନ କରିବା ପାଇଁ କହୁଥିଲେ।</verse>
				<verse number="5">ଫଳରେ ମଣ୍ଡଳୀଗୁଡ଼ିକ ବିଶ୍ୱାସରେ ଆହୁରି ବଳିଷ୍ଠ ହେଲେ ଓ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲେ।</verse>
				<verse number="6">ପବିତ୍ର ଆତ୍ମା ସେମାନଙ୍କୁ ଏସିଆ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ନ ଦେବାରୁ ସେମାନେ ଫ୍ରିଜିୟା ଓ ଗାଲାତୀୟ ଅଞ୍ଚଳକୁ ଯାତ୍ରା କଲେ।</verse>
				<verse number="7">ମିଷୀଆର ସୀମାରେ ପହଞ୍ଚି ବିଥିନିଆ ପ୍ରଦେଶକୁ ଯିବାକୁ ବାହାରିବାବେଳେ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।</verse>
				<verse number="8">ତେଣୁ ସେମାନେ ମିଷୀଆ ମଧ୍ୟଦେଇ ଯାତ୍ରା କରି ତ୍ରୋୟାକୁ ଗଲେ।</verse>
				<verse number="9">ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”</verse>
				<verse number="10">ପାଉଲ ଏହି ଦର୍ଶନ ପାଇବାକ୍ଷଣି ମାସିଦୋନିଆକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଲୁ, କାରଣ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ, ଈଶ୍ୱର ସେଠାକାର ଲୋକମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି।</verse>
				<verse number="11">ଆମେ ଜାହାଜ ଯୋଗେ ତ୍ରୋୟା ଛାଡ଼ି ସାମଥ୍ରାକିକୁ ଗଲୁ ଓ ତହିଁ ଆରଦିନ ନିଆପଲ୍ଲିରେ ପହଞ୍ଚିଲୁ।</verse>
				<verse number="12">ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।</verse>
				<verse number="13">ବିଶ୍ରାମବାର ଦିନ ନଗର ବାହାରେ ଥିବା ନଦୀ ତୀରକୁ ଗଲୁ। ଆମେ ଭାବିଥିଲୁ, ସେଠାରେ ଇହୁଦୀମାନେ ଏକତ୍ରିତ ହୋଇ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମେ ତଳେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀ ଲୋକମାନଙ୍କ ସହିତ ଆଳାପ କଲୁ।</verse>
				<verse number="14">ସେମାନଙ୍କ ମଧ୍ୟରୁ ଥୁୟଟୀରା ସହରର ବାଇଗଣିଆ ବସ୍ତ୍ର ବିକ୍ରି କରୁଥିବା ଲୁଦିଆ ନାମରେ ଜଣେ ମହିଳା ଥିଲେ। ସେ ଈଶ୍ୱରଙ୍କର ଉପାସନା କରୁଥିଲେ ଓ ପାଉଲ ଯାହା କହୁଥିଲେ, ତାହା ମନୋଯୋଗ ସହକାରେ ଶୁଣି ଗ୍ରହଣ କରିବା ପାଇଁ ପ୍ରଭୁ ତାଙ୍କୁ ସୁଯୋଗ ଦେଲେ।</verse>
				<verse number="15">ସେ ଓ ତାଙ୍କ ପରିବାରର ସମସ୍ତେ ଜଳଦୀକ୍ଷା ନେବା ପରେ ଆମକୁ ନିମନ୍ତ୍ରଣ କରି କହିଲେ, “ପ୍ରଭୁଙ୍କଠାରେ ପ୍ରକୃତରେ ମୋର ବିଶ୍ୱାସ ଅଛି ବୋଲି ଯଦି ଆପଣମାନେ ମନେ କରନ୍ତି, ତେବେ ଆସି ମୋ’ ଘରେ ରହନ୍ତୁ।” ସେ ଏହିପରି ଭାବରେ ତାଙ୍କ ଘରକୁ ଯିବା ପାଇଁ ଆମକୁ ପ୍ରବର୍ତ୍ତାଇଲେ।</verse>
				<verse number="16">ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥଳକୁ ଯାଉଥିବାବେଳେ ଗୋଟିଏ କ୍ରୀତଦାସୀ ବାଳିକାକୁ ଭେଟିଲୁ। ତା’ ମଧ୍ୟରେ ଥିବା ପ୍ରେତାତ୍ମାର ଶକ୍ତି ଦ୍ୱାରା ସେ ଭବିଷ୍ୟତ କଥା କହିପାରୁଥିଲା। ସେ ଲୋକମାନଙ୍କର ଭାଗ୍ୟ ଗଣନା କରି, ମାଲିକମାନଙ୍କ ପାଇଁ ବହୁତ ଟଙ୍କା ଉପାର୍ଜନ କରୁଥିଲା।</verse>
				<verse number="17">ସେ ପାଉଲ ଓ ଆମ ପଛେ ପଛେ ଆସି ଚିକ୍ରାର କରି କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ୱରଙ୍କ ସେବକ। ତୁମ୍ଭେମାନେ କିପରି ପରିତ୍ରାଣ ପାଇବ, ଏକଥା ସେମାନେ କହୁଛନ୍ତି।”</verse>
				<verse number="18">ବାଳିକାଟି ଅନେକ ଦିନ ଧରି ଏପରି କଲା। ଶେଷରେ ପାଉଲ ବିବ୍ରତ ହୋଇ ପଛକୁ ବୁଲିପଡ଼ି ପ୍ରେତାତ୍ମାକୁ ଧମକ ଦେଇ କହିଲେ, “ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଦେଶ ଦେଉଛି, ତା’ଠାରୁ ବାହାରି ଯା”, ସେହି ମୁହୂର୍ତ୍ତରେ ପ୍ରେତାତ୍ମା ତା’ଠାରୁ ବାହାରିଗଲା।</verse>
				<verse number="19">ଯେତେବେଳେ ତାହାର ମାଲିକମାନେ ନିଜର ଅର୍ଥ ଉପାର୍ଜନ ପନ୍ଥା ହରାଇଛନ୍ତି ବୋଲି ଜାଣିଲେ, ପାଉଲ ଓ ଶୀଲାଙ୍କୁ ଧରି ସହରର କେନ୍ଦ୍ରସ୍ଥଳରେ ଥିବା ରୋମୀୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଆଣି କହିଲେ,</verse>
				<verse number="20">“ଏହି ଲୋକମାନେ ଇହୁଦୀ, ସେମାନେ ଆମ ସହରରେ ଗଣ୍ଡଗୋଳ କରୁଛନ୍ତି।</verse>
				<verse number="21">ସେମାନେ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିନୀତି ଶିଖାଉଛନ୍ତି। ଆମେ ରୋମୀୟ ନାଗରିକ, ତେଣୁ ଏହିସବୁ ରୀତିନୀତି ଗ୍ରହଣ କରିପାରିବୁ ନାହିଁ; ସେଗୁଡ଼ିକୁ ଆମେ ପାଳନ କରିପାରିବୁ ନାହିଁ।</verse>
				<verse number="22">ମାଲିକମାନଙ୍କ କଥାରେ ଯୋଗ ଦେଇ ସେଠାରେ ଥିବା ଜନତା ପାଉଲ ଓ ଶୀଲାଙ୍କ ବିରୁଦ୍ଧରେ ଉଠିଲେ। ପାଉଲ ଓ ଶୀଲାଙ୍କର ବସ୍ତ୍ର କାଢ଼ି ସେମାନଙ୍କୁ ବେତ୍ରାଘାତ କରିବାକୁ କର୍ତ୍ତୃପକ୍ଷ ଆଦେଶ ଦେଲେ।</verse>
				<verse number="23">ବହୁତ ମାଡ଼ ଖାଇବା ପରେ ସେମାନେ କାରାଗାରରେ ନିକ୍ଷିପ୍ତ ହେଲେ ଓ ସେମାନଙ୍କୁ ତାଲା ପକାଇ ନଜରରେ ରଖିବା ପାଇଁ କାରାରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଗଲା।</verse>
				<verse number="24">ଏହି ଆଦେଶ ପାଇ କାରାରକ୍ଷକ ସେମାନଙ୍କୁ ଗୋଟିଏ ଭିତରିଆ ପ୍ରକୋଷ୍ଠରେ ପକାଇ ଦେଇ, ଓଜନିଆ କାଠ ଗଡ଼ରେ ସେମାନଙ୍କ ଗୋଡ଼କୁ ବାନ୍ଧି ରଖିଲେ।</verse>
				<verse number="25">ମଧ୍ୟରାତ୍ରି ସମୟରେ ପାଉଲ ଓ ଶୀଲା ପ୍ରାର୍ଥନା କରୁଥିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଥିଲେ ଓ ଅନ୍ୟ ବନ୍ଦୀମାନେ ଏହା ଶୁଣୁଥିଲେ।</verse>
				<verse number="26">ହଠାତ୍ ଭୀଷଣ ଭୂମିକମ୍ପ ହେଲା ଓ କାରାଗାରର ମୂଳଦୁଆକୁ ଦୋହଲାଇ ଦେଲା। ସଙ୍ଗେ ସଙ୍ଗେ ସମସ୍ତ ଦ୍ୱାର ଖୋଲିଗଲା ଓ ସବୁ ବନ୍ଦୀମାନଙ୍କର ଜଞ୍ଜିର ଖସି ପଡ଼ିଲା।</verse>
				<verse number="27">କାରାରକ୍ଷକ ଚେଇଁ ଉଠିଲେ ଓ କାରାଗାରର ଦ୍ୱାର ସବୁ ଖୋଲା ଦେଖି ଭାବିଲେ ଯେ ବନ୍ଦୀମାନେ ପଳାଇଛନ୍ତି; ତେଣୁ ସେ ତାଙ୍କର ଖଡ୍ଗ ବାହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ।</verse>
				<verse number="28">କିନ୍ତୁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ନିଜର କୌଣସି କ୍ଷତି କର ନାହିଁ। ଆମେ ସମସ୍ତେ ଏଠାରେ ଅଛୁ!”</verse>
				<verse number="29">କାରାରକ୍ଷକ ପ୍ରଦୀପ ଅଣାଇଲେ ଓ ଭିତରକୁ ଦୌଡ଼ି ଆସ ଥରି ଥରି ପାଉଲ ଓ ଶୀଲାଙ୍କ ଗୋଡ଼ ତଳେ ପଡ଼ିଗଲେ।</verse>
				<verse number="30">ତା’ପରେ ସେମାନଙ୍କୁ ବାହାରକୁ ନେଇ ପଚାରିଲେ, “ମହାଶୟମାନେ! ପରିତ୍ରାଣ ପାଇବା ପାଇଁ ମୋତେ କ’ଣ କରିବାକୁ ହେବ?”</verse>
				<verse number="31">ସେମାନେ ଉତ୍ତର ଦେଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ, ତୁମେ ସପରିବାର ପରିତ୍ରାଣ ପାଇବ” -</verse>
				<verse number="32">ତା’ପରେ ସେମାନେ ତାଙ୍କୁ ଓ ତାଙ୍କ ଘରେ ଅନ୍ୟ ସମସ୍ତଙ୍କୁ ପ୍ରଭୁଙ୍କ ବାକ୍ୟ କହିଲେ।</verse>
				<verse number="33">ରାତ୍ରିର ସେହି ମୁହୂର୍ତ୍ତରେ କାରାରକ୍ଷକ ସେମାନଙ୍କୁ ନେଇ ଯାଇ ସେମାନଙ୍କର କ୍ଷତ ସବୁ ଧୋଇ ଦେଲେ, ପୁଣି ପରିବାରର ସମସ୍ତେ ସେହିକ୍ଷଣି ଜଳଦୀକ୍ଷା ଗ୍ରହଣ କଲେ।</verse>
				<verse number="34">ତା’ପରେ ସେ ପାଉଲ ଓ ଶୀଲାଙ୍କୁ ନିଜ ଘରକୁ ନେଇଯାଇ ଖାଇବାକୁ ଦେଲେ। ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବାରୁ ସେ ଓ ତାଙ୍କ ପରିବାରର ସମସ୍ତଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଲା।</verse>
				<verse number="35">ପରଦିନ ସକାଳେ ରୋମୀୟ କର୍ତ୍ତୃପକ୍ଷ ସିପାହୀମାନଙ୍କୁ ଏହି ଆଦେଶ ଦେଇ ପଠାଇଲେ, “ସେହି ଲୋକମାନଙ୍କୁ ଛାଡ଼ି ଦିଅ।”</verse>
				<verse number="36">ତେଣୁ କାରାରକ୍ଷକ ପାଉଲଙ୍କୁ କହିଲେ, “କର୍ତ୍ତୃପକ୍ଷ ଆପଣଙ୍କୁ ଓ ଶୀଲାଙ୍କୁ ମୁକ୍ତି ଦେବା ପାଇଁ ଆଦେଶ ପଠାଇଛନ୍ତି। ବର୍ତ୍ତମାନ ଆପଣମାନେ ଶାନ୍ତିରେ ଏ ସ୍ଥାନରୁ ଯାଇପାରନ୍ତି।”</verse>
				<verse number="37">କିନ୍ତୁ ପାଉଲ ସିପାହୀମାନଙ୍କୁ କହିଲେ, “କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ସୁଦ୍ଧା ସେମାନେ ଲୋକମାନଙ୍କ ସାମ୍ନାରେ ଆମକୁ ପ୍ରହାର କଲେ। ଆମେ ରୋମୀୟ ନାଗରିକ, କିନ୍ତୁ ସେମାନେ ଆମକୁ ବନ୍ଦୀ କଲେ। ବର୍ତ୍ତମାନ ସେମାନେ ଆମକୁ ଗୁପ୍ତରେ ଛାଡ଼ି ଦେବାକୁ ଚାହାନ୍ତି। ଆମେ ଏହା କରାଇ ଦେବୁ ନାହିଁ। ରୋମୀୟ କର୍ତ୍ତୃପକ୍ଷ ନିଜେ ଏଠାକୁ ଆସି ଆମକୁ ମୁକ୍ତ କରନ୍ତୁ।”</verse>
				<verse number="38">ସିପାହୀମାନେ ରୋମୀୟ କର୍ତ୍ତୃପକ୍ଷମାନଙ୍କୁ ଏହି କଥା ଜଣାଇଲେ। ପାଉଲ ଓ ଶୀଲା ରୋମୀୟ ନାଗରିକ ବୋଲି ଶୁଣି ସେମାନେ ଭୟଭୀତ ହେଲେ।</verse>
				<verse number="39">ତା’ପରେ ଯାଇ ସେମାନଙ୍କ ନିକଟରେ କ୍ଷମା ଭିକ୍ଷା କଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତ କରି ନଗର ଛାଡ଼ି ଚାଲି ଯିବାକୁ ଅନୁରୋଧ କଲେ।</verse>
				<verse number="40">ପାଉଲ ଓ ଶୀଲା କାରାଗାର ଛାଡ଼ି ଲୁଦିଆଙ୍କ ଘରକୁ ଗଲେ। ସେଠାରେ ସେମାନେ ବିଶ୍ୱାସୀମାନଙ୍କୁ ସାକ୍ଷାତ କଲେ ଓ ସେମାନଙ୍କୁ ଉତ୍ସାହିତ କରି ସେହି ସ୍ଥାନ ଛାଡ଼ିଲେ।</verse>
			</chapter>
			<chapter number="17">
				<verse number="1">ପାଉଲ ଓ ଶୀଲା ଆମ୍ପିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନିକୀକୁ ଆସିଲେ। ସେଠାରେ ଗୋଟିଏ ସମାଜ ଗୃହ ଥିଲା।</verse>
				<verse number="2">ପାଉଲ ତାଙ୍କ ରୀତି ଅନୁଯାୟୀ ସମାଜ ଗୃହକୁ ଗଲେ। ସେଠାରେ କ୍ରମାଗତ ତିନୋଟି ବିଶ୍ରାମବାରରେ ସେ ଲୋକମାନଙ୍କ ସହିତ ଆଲୋଚନା କଲେ,</verse>
				<verse number="3">ଧର୍ମଶାସ୍ତ୍ର ଉଲ୍ଲେଖ ଓ ବ୍ୟାଖ୍ୟା କରି ପ୍ରମାଣ କଲେ ଯେ, ମସୀହଙ୍କର ଦୁଃଖଭୋଗ କରିବା ଓ ମୃତ୍ୟୁରୁ ଉତ୍ôଥତ ହେବା ଆବଶ୍ୟକ ଥିଲା। ପାଉଲ କହିଲେ, “ଯେଉଁ ଯୀଶୁଙ୍କ ବିଷୟ ମୁଁ ଘୋଷଣା କରିଛି, ସେ ସେହି ମସୀହ।”</verse>
				<verse number="4">ସେମାନଙ୍କ ମଧ୍ୟରୁ କେତେକ ଏହା ହୃଦୟଙ୍ଗମ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ସେହିପରି ଅନେକ ଗଣ୍ୟମାନ୍ୟ ମହିଳା ଓ ଈଶ୍ୱରଙ୍କ ଉପାସନାକାରୀ ଗ୍ରୀକ୍ମାନଙ୍କର ଏକ ବଡ଼ ଦଳ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ।</verse>
				<verse number="5">କିନ୍ତୁ ଇହୁଦୀମାନେ ଈର୍ଷାତୁର ହେଲେ ଓ କେତେକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କୁ ଠୁଳ କରି ସମଗ୍ର ନଗରରେ ଉତ୍ତେଜନା ସୃଷ୍ଟି କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଖୋଜି ଲୋକମାନଙ୍କ ନିକଟକୁ ଆଣିବା ପାଇଁ ଯେସନ୍ ନାମକ ଜଣେ ଲୋକର ଘରକୁ ଆକ୍ରମଣ କଲେ।</verse>
				<verse number="6">କିନ୍ତୁ ସେଠାରେ ପାଉଲ ଓ ଶୀଲାଙ୍କୁ ନ ପାଇ, ସେମାନେ ଯେସନ୍ ଓ ଅନ୍ୟ କେତେକ ବିଶ୍ୱାସୀମାନଙ୍କୁ ନଗରର କର୍ତ୍ତୃପକ୍ଷମାନଙ୍କ ନିକଟକୁ ଟାଣି ନେଇ ଚିକ୍ରାର କରି କହିଲେ, “ଏହି ଲୋକମାନେ ଚାରିଆଡ଼େ ଗଣ୍ଡଗୋଳ କରୁଛନ୍ତି! ବର୍ତ୍ତମାନ ସେମାନେ ଆମ ନଗରକୁ ଆସିଛନ୍ତି ଓ</verse>
				<verse number="7">ଯେସନ୍ ସେମାନଙ୍କୁ ତା’ ଘରେ ରଖିଛି। ଯୀଶୁ ନାମରେ ଆଉ ଜଣେ ରାଜା ଅଛନ୍ତି ବୋଲି କହି ସେମାନେ ସମ୍ରାଟଙ୍କ ସମସ୍ତ ନିୟମ ଲଙ୍ଘନ କରୁଛନ୍ତି।”</verse>
				<verse number="8">ଏହି କଥା କହି ସେମାନେ ଜନତା ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଓ ଗଣ୍ଡଗୋଳ ସୃଷ୍ଟି କଲେ।</verse>
				<verse number="9">କର୍ତ୍ତୃପକ୍ଷମାନେ ଯେସନ୍ ଓ ବିଶ୍ୱାସୀମାନଙ୍କଠାରୁ ଅର୍ଥ ନେଇ ସେମାନଙ୍କୁ ଜାମିନ୍ରେ ଛାଡ଼ି ଦେଲେ।</verse>
				<verse number="10">ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ।</verse>
				<verse number="11">ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।</verse>
				<verse number="12">ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ। ଅନେକ ସମ୍ଭ୍ରାନ୍ତ ଗ୍ରୀକ୍ ଭଦ୍ରମହିଳା ଓ ଗ୍ରୀକ୍ ଲୋକ ବିଶ୍ୱାସୀମାନଙ୍କ ସହିତ ଯୋଗ ଦେଲେ।</verse>
				<verse number="13">କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।</verse>
				<verse number="14">ସଙ୍ଗେ ସଙ୍ଗେ ବିଶ୍ୱାସୀମାନେ ପାଉଲଙ୍କୁ ସମୁଦ୍ର ଉପକୂଳକୁ ପଠାଇ ଦେଲେ; କିନ୍ତୁ ଶୀଲା ଓ ତୀମଥି ଦୁହେଁ ବେରିଆରେ ରହିଲେ।</verse>
				<verse number="15">ପାଉଲଙ୍କୁ ନେଇ ଯାଉଥିବା ଲୋକମାନେ ତାଙ୍କ ସହିତ ଆଥେନ୍ସ୍ ପର୍ଯ୍ୟନ୍ତ ଗଲେ। ସେଠାରୁ ସେମାନେ ବେରିଆକୁ ଫେରି ଆସି ଶୀଲା ଓ ତୀମଥିଙ୍କୁ କହିଲେ, ସେମାନେ ଶୀଘ୍ର ପାଉଲଙ୍କ ସହିତ ଯୋଗ ଦିଅନ୍ତୁ ବୋଲି ପାଉଲ ନିର୍ଦ୍ଦେଶ ଦେଇଛନ୍ତି।</verse>
				<verse number="16">ଆଥେନ୍ସ୍ରେ ଶୀଲା ଓ ତୀମଥିଙ୍କର ପ୍ରତୀକ୍ଷାରେ ଥିବା ସମୟରେ ନଗରୀଟି ଦେବ ପ୍ରତିମାରେ ପୂର୍ଣ୍ଣ ହୋଇଥିବା ଲକ୍ଷ୍ୟ କରି ପାଉଲ ଅତ୍ୟନ୍ତ କ୍ଷୁବ୍ଧ ହେଲେ।</verse>
				<verse number="17">ତେଣୁ ସେ ସମାଜ ଗୃହରେ ଇହୁଦୀମାନଙ୍କ ସହିତ ଈଶ୍ୱରଙ୍କର ଉପାସନାକାରୀ ଅଣଇହୁଦୀମାନଙ୍କ ସହିତ ଏ ବିଷୟରେ ପ୍ରତିଦିନ ଆଲୋଚନା କରିବାକୁ ଲାଗିଲେ। ସହରର ଛକ ସ୍ଥାନମାନଙ୍କରେ ଯାତାୟାତ କରୁଥିବା ଲୋକମାନଙ୍କ ସହିତ ସେହି ବିଷୟରେ ଆଲୋଚନା କଲେ।</verse>
				<verse number="18">କେତେକ “ଏପିକ୍ୟୁରିଆନ୍ ଓ ଷ୍ଟୋଇକ୍” ଶିକ୍ଷା ଗୁରୁମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଲା। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିର୍ବୋଧ ବଚାଳ କଅଣ କହିବାକୁ ଚେଷ୍ଟା କରୁଛି?” ଅନ୍ୟମାନେ କହିଲେ, “ବିଦେଶୀୟ ଦେବତାମାନଙ୍କ ବିଷୟରେ ସେ ପ୍ରଚାର କରିବା ପରି ମନେ ହେଉଛି।” ଯୀଶୁ ଓ ତାଙ୍କର ପୁନରୁତ୍ଥାନ ବିଷୟରେ ପାଉଲ ପ୍ରଚାର କରୁଥିବାର ଶୁଣି ସେମାନେ ଏହା କହିଲେ।</verse>
				<verse number="19">ସେଥିପାଇଁ ସେମାନେ ପାଉଲଙ୍କୁ ଧରିନେଲେ ଓ ତାଙ୍କୁ ଏରୀୟ ପାଗସ୍ ନାମକ ପୌର ସଭାକୁ ଆଣି କହିଲେ, “ଆପଣ ଯେଉଁ ନୂତନ ଶିକ୍ଷା ସମ୍ବନ୍ଧରେ କହୁଛନ୍ତି, ସେ ବିଷୟରେ ଆମେ ଜାଣିବାକୁ ଚାହୁଁ।”</verse>
				<verse number="20">ଆପଣ କହୁଥିବା କେତେକ କଥା ଆମକୁ ଅଦ୍ଭୁତ ଲାଗୁଛି। ଆମେ ତା’ର ଅର୍ଥ ଜାଣିବାକୁ ଚାହୁଁ।”</verse>
				<verse number="21">(ଆଥେନ୍ସ୍ର ନାଗରିକମାନେ ଓ ସେଠାରେ ବାସ କରୁଥିବା ବିଦେଶୀୟମାନେ ନୂତନ ବିଷୟ ଶୁଣିବାକୁ ଓ କହିବାକୁ ବଡ଼ ଭଲ ପାଉଥିଲେ। ଏଥିରେ ସେମାନେ ବହୁତ ସମୟ ଅତିବାହିତ କରୁଥିଲେ।)</verse>
				<verse number="22">ପାଉଲ ପୌର ସଭା ସମ୍ମୁଖରେ ଠିଆ ହୋଇ କହିଲେ, “ଆଥେନୀୟ ନାଗରିକବୃନ୍ଦ, ଆପଣମାନେ ସର୍ବତୋଭାବେ ଧର୍ମପରାୟଣ ବୋଲି ମନେହୁଏ।</verse>
				<verse number="23">ମୁଁ ଆପଣମାନଙ୍କ ନଗର ବୁଲି ଦେଖିଲାବେଳେ ଆପଣମାନଙ୍କର ପୂଜାସ୍ଥଳୀକୁ ଲକ୍ଷ୍ୟ କଲି। ଗୋଟିଏ ଯଜ୍ଞ ବେଦୀ ଉପରେ “ଏକ ଅଜ୍ଞାତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ’, ଲେଖାଥିବା ମଧ୍ୟ ଦେଖିଲି। ଆପଣମାନେ ନ ଜାଣି ଯାହାଙ୍କୁ ପୂଜା କରୁଛନ୍ତି, ବର୍ତ୍ତମାନ ତାଙ୍କ କଥା ଆପଣମାନଙ୍କ ନିକଟରେ ପ୍ରଚାର କରିବାକୁ ଯାଉଛି।</verse>
				<verse number="24">ଈଶ୍ୱର ଜଗତ ଓ ସେଥିରେ ଥିବା ପ୍ରତ୍ୟେକ ବିଷୟ ସୃଷ୍ଟି କଲେ। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ମନୁଷ୍ୟ ହସ୍ତନିର୍ମିତ ମନ୍ଦିରମାନଙ୍କରେ ସେ ବାସ କରନ୍ତି ନାହିଁ।</verse>
				<verse number="25">ଆମ୍ଭେମାନ ତାଙ୍କ ପାଇଁ କାର୍ଯ୍ୟ କରି ତାଙ୍କୁ ଦେଇପାରିବା ଭଳି କୌଣସି ବିଷୟ ସେ ଚାହାନ୍ତି ନାହିଁ; କାରଣ ସେ ସମସ୍ତଙ୍କୁ ଜୀବନ, ପ୍ରାଣବାୟୁ ଓ ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି।</verse>
				<verse number="26">ଜଣେ ମନୁଷ୍ୟଠାରୁ ସେ ସମସ୍ତ ମାନବ ଗୋଷ୍ଠୀକୁ ସୃଷ୍ଟି କରିଛନ୍ତି ଓ ତାଙ୍କ ନିର୍ଦ୍ଦେଶରେ ସେମାନେ ପୃଥିବୀର ବିଭିନ୍ନ ସ୍ଥାନରେ ବାସ କରନ୍ତି। କେଉଁ ସମୟରେ, କିଏ କେଉଁ ସ୍ଥାନରେ ବାସ କରିବେ, ଆଦ୍ୟରୁ ଈଶ୍ୱର ତା’ ନିରୂପଣ କରିଛନ୍ତି।</verse>
				<verse number="27">ତାଙ୍କର ଉଦ୍ଦେଶ୍ୟ ଥିଲା, ସମସ୍ତେ ଯେପରି ତାଙ୍କର ଅନ୍ୱେଷଣ କରି ତାଙ୍କୁ ପାଇବେ। କିନ୍ତୁ ପ୍ରକୃତରେ ଈଶ୍ୱର କାହାରିଠାରୁ ଦୂରବର୍ତ୍ତୀ ନୁହଁନ୍ତି।</verse>
				<verse number="28">ଏ ବିଷୟରେ କେହି ଜଣେ କହିଛନ୍ତି, “ତାଙ୍କଠାରେ ହିଁ ଆମ୍ଭମାନଙ୍କ ଜୀବନର ଅସ୍ତିତ୍ୱ, ଗତି ଓ ସ୍ଥିତି।” ତୁମ କବିମାନଙ୍କ ମଧ୍ୟରୁ କେତେକ କହିଛନ୍ତି, “ଆମେ ମଧ୍ୟ ତାଙ୍କର ସନ୍ତାନ।”</verse>
				<verse number="29">ଆମେ ଈଶ୍ୱରଙ୍କର ସନ୍ତାନ ହୋଇଥିବାରୁ ମନୁଷ୍ୟର କଳାନୈପୁଣ୍ୟ ଦ୍ୱାରା ଉଦ୍ଭାବିତ ସୁବର୍ଣ୍ଣ, ରୌପ୍ୟ କିମ୍ବା ପ୍ରସ୍ତର ନିର୍ମିତ ପ୍ରତିମା ସାଦୃଶ୍ୟରେ ଈଶ୍ୱରଙ୍କ ସ୍ୱରୂପ କଳ୍ପନା କରିପାରିବା ନାହିଁ।</verse>
				<verse number="30">ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।</verse>
				<verse number="31">ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”</verse>
				<verse number="32">ପାଉଲଙ୍କଠାରୁ ମୃତ୍ୟୁରୁ ପୁନରୁତ୍ଥାନ ବିଷୟ ଶୁଣି ସେମାନଙ୍କ ମଧ୍ୟରୁ କେତେକ ତାଙ୍କୁ ପରିହାସ କଲେ, କିନ୍ତୁ ଅନ୍ୟମାନେ କହିଲେ, “ଆପଣଙ୍କଠାରୁ ଏ ବିଷୟରେ ଆମେ ଆଉ ଥରେ ଶୁଣିବାକୁ ଚାହୁଁ।”</verse>
				<verse number="33">ସେ ଦିନର ସଭା ଶେଷ କରି ପାଉଲ ଚାଲିଗଲେ।</verse>
				<verse number="34">ଡାୟୋନିସିଅସ୍ ନାମକ ପୌର ସଭାର ଜଣେ ସଦସ୍ୟ, ଦାମାରୀ ନାମ୍ନୀ ଜଣେ ମହିଳା ଓ ଆଉ କେତେକ ଲୋକ ବିଶ୍ୱାସ କଲେ ଏବଂ ତାଙ୍କ ସହିତ ଯୋଗ ଦେଲେ।</verse>
			</chapter>
			<chapter number="18">
				<verse number="1">ଏହାପରେ ପାଉଲ ଆଥେନ୍ସ୍ ଛାଡ଼ି କରିନ୍ଥକୁ ଗଲେ।</verse>
				<verse number="2">ସେଠାରେ ସେ ପନ୍ତସ୍ରେ ଜନ୍ମ ଲାଭ କରିଥିବା ଆକ୍ୱିଲା ନାମକ ଜଣେ ଇହୁଦୀଙ୍କୁ ଭେଟିଲେ। ସମ୍ରାଟ୍ ଜୁଡିଅସ୍ ସମସ୍ତ ଇହୁଦୀଙ୍କୁ ରୋମ୍ ପରିତ୍ୟାଗ କରିବା ପାଇଁ ଆଦେଶ ଦେଇଥିବାରୁ, ସେ ଅଳ୍ପଦିନ ତଳେ ତାଙ୍କ ସ୍ତ୍ରୀ ପ୍ରିସ୍କିଲାଙ୍କ ସହିତ ଇଟାଲୀରୁ ଆସିଥିଲେ।</verse>
				<verse number="3">ପାଉଲ ସେମାନଙ୍କୁ ଦେଖା କରିବାକୁ ଯାଇ ସେମାନଙ୍କ ସହିତ ବାସ କଲେ, କାରଣ ସେ ମଧ୍ୟ ସେମାନଙ୍କ ପରି ତମ୍ବୁ ନିର୍ମାଣ କରି ଜୀବିକା ନିର୍ବାହ କରୁଥିଲେ।</verse>
				<verse number="4">ଇହୁଦୀ ତଥା ଗ୍ରୀକ୍ମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରତ୍ୟେକ ବିଶ୍ରାମବାର ଦିନ ସେ ସମାଜ ଗୃହରେ ଆଲୋଚନା କରୁଥିଲେ।</verse>
				<verse number="5">ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ।</verse>
				<verse number="6">କିନ୍ତୁ ସେମାନେ ତାଙ୍କର ବିରୋଧ କରି ତାଙ୍କର କୁତ୍ସାରଟନା କରିବାରୁ, ଏହାର ପ୍ରତିବାଦ ସ୍ୱରୂପ ସେ ନିଜ ବସ୍ତ୍ରରୁ ଧୂଳି ଝାଡ଼ି ଦେଇ ସେମାନଙ୍କୁ କହିଲେ, “”ଯଦି ତୁମ୍ଭେମାନେ ବିନଷ୍ଟ ହୁଅ, ତେବେ ସେଥିପାଇଁ ତୁମ୍ଭେମାନେ ନିଜେ ଦାୟୀ ହେବ। ମୁଁ ଏଥିପାଇଁ ଦାୟୀ ନୁହେଁ। ଏଣିକି ମୁଁ ଅଣଇହୁଦୀମାନଙ୍କ ପାଖକୁ ଯିବି।”</verse>
				<verse number="7">ତେଣୁ ସେ ସେମାନଙ୍କୁ ଛାଡ଼ି ଈଶ୍ୱରଙ୍କ ଉପାସନା କରୁଥିବା ତିତସ୍ ଯୁସ୍ତ ନାମକ ଜଣେ ଅଣଇହୁଦୀଙ୍କ ଘରେ ରହିବାକୁ ଗଲେ। ଯୁସ୍ତଙ୍କ ଘର ସମାଜ ଗୃହ ପାଖରେ ଥିଲା।</verse>
				<verse number="8">ସମାଜ ଗୃହର ଅଧ୍ୟକ୍ଷ କ୍ରିସ୍ପସ୍ ଓ ତାଙ୍କ ପରିବାରର ସମସ୍ତେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ଏବଂ କରିନ୍ଥର ଆହୁରି ଅନେକ ଲୋକ ପାଉଲଙ୍କ ଶିକ୍ଷା ଶୁଣି ବିଶ୍ୱାସ କଲେ ଓ ଜଳଦୀକ୍ଷା ଗ୍ରହଣ କଲେ।</verse>
				<verse number="9">ଗୋଟିଏ ରାତିରେ ପାଉଲ ଏକ ଦର୍ଶନ ପାଇଲେ, ଦର୍ଶନରେ ପ୍ରଭୁ ତାଙ୍କୁ କହିଲେ, “ଭୟ କର ନାହିଁ, ପ୍ରଚାର କରୁଥାଅ, ସେଥିରୁ ବିରତ ହୁଅ ନାହିଁ,</verse>
				<verse number="10">କାରଣ ମୁଁ ତୁମ ସଙ୍ଗେ ସଙ୍ଗେ ଅଛି। କେହି ତୁମର କ୍ଷତି କରିପାରିବ ନାହିଁ, କାରଣ ଏହି ନଗରରେ ମୋର ଅନେକ ଲୋକ ଅଛନ୍ତି।”</verse>
				<verse number="11">ତେଣୁ ପାଉଲ ସେଠାରେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେଇ ଦେଢ଼ ବର୍ଷ ରହିଗଲେ।</verse>
				<verse number="12">ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।</verse>
				<verse number="13">ସେମାନେ କହିଲେ, “ଏହି ଲୋକ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଛି।”</verse>
				<verse number="14">ପାଉଲ ଉତ୍ତର ଦେବାକୁ ଉଦ୍ୟତ ହେବା ସମୟରେ, ଗାଲିୟୋ ଇହୁଦୀମାନଙ୍କୁ କହିଲେ, “ଯଦି ଏଥିରେ କୌଣସି ଦୋଷ ବା ଅପରାଧର ବିଷୟ ଥାଏ, ତେବେ ତୁମ ପ୍ରତି ସହିଷ୍ଣୁ ହୋଇ ତୁମ କଥା ଶୁଣିବା ମୋ’ ପକ୍ଷରେ ଯୁକ୍ତିଯୁକ୍ତ ହେବ।</verse>
				<verse number="15">କିନ୍ତୁ ଏହି ମାମଲା କେବଳ ତୁମର ନିଜ ବିଧିବିଧାନ, ଶବ୍ଦାର୍ଥ ଓ ନାମ ସଂକ୍ରାନ୍ତୀୟ ହୋଇଥିବାରୁ ତୁମେ ନିଜେ ଏହାର ନିଷ୍ପତ୍ତି କରିବା ଉଚିତ। ମୁଁ ଏପରି ବିଷୟ, ବିଚାର କରିବି ନାହିଁ।”</verse>
				<verse number="16">ଏହା କହି ସେ ସେମାନଙ୍କୁ ବିଚାରାଳୟରୁ ତଡ଼ି ଦେଲେ।</verse>
				<verse number="17">ସେମାନେ ସମାଜର ଗୃହର ଅଧ୍ୟକ୍ଷ ସସ୍ଥନସ୍ଙ୍କୁ ଧରି ବିଚାରାଳୟ ସମ୍ମୁଖରେ ମାଡ଼ କାରିଲେ। କିନ୍ତୁ ଗାଲିୟୋ ସେଥିପ୍ରତି ଭ୍ରୂକ୍ଷେପ କଲେ ନାହିଁ।</verse>
				<verse number="18">ପାଉଲ କରିନ୍ଥରେ ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ବାସ କଲେ। ତା’ପରେ ସେମାନଙ୍କୁ ଛାଡ଼ି ପ୍ରିସ୍କିଲା ଓ ଆକ୍ୱିଲାଙ୍କ ସହିତ ସିରିଆ ଅଭିମୁଖେ ଜଳଯାତ୍ରା କଲେ। ସେଂକ୍ରିୟାରୁ ଜଳଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କ ଏକ ମାନତ ଅନୁଯାୟୀ ସେ ତାଙ୍କ ମସ୍ତକ ମୁଣ୍ଡନ କଲେ।</verse>
				<verse number="19">ସେମାନେ ଏଫିସସ୍ରେ ପହଞ୍ଚିବା ପରେ ପାଉଲ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ବିଦାୟ ଦେଲେ। ସେ ସେଠାରେ ସମାଜ ଗୃହକୁ ଯାଇ ଇହୁଦୀମାନଙ୍କ ସହିତ ଧର୍ମାଲୋଚନା କଲେ।</verse>
				<verse number="20">ଲୋକମାନେ ତାଙ୍କୁ ଆହୁରି ବେଶୀ ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ।</verse>
				<verse number="21">ବିଦାୟ ନେବା ସମୟରେ ସେ ସେମାନଙ୍କୁ କହିଲେ, “ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।” ତା’ପରେ ସେ ଜାହାଜ ଯୋଗେ ଏଫିସସ୍ ଛାଡ଼ିଲେ।</verse>
				<verse number="22">ସିସେରିଆରେ ପହଞ୍ଚି ସେଠାରୁ ସେ ଯିରୂଶାଲମକୁ ଗଲେ ଓ ମଣ୍ଡଳୀକୁ ଶୁଭେଚ୍ଛା ଜ୍ଞାପନ କରି ସେଠାରୁ ଆଣ୍ଟିୟୋଖକୁ ଗଲେ।</verse>
				<verse number="23">ସେଠାରେ କିଛିଦିନ କଟାଇବା ପରେ ସେ ପୁଣି ଯାତ୍ରା କରି ଗାଲାତୀୟ ଓ ଫ୍ରିଜିୟା ଅଞ୍ଚଳ ମଧ୍ୟ ଦେଇ ଗଲେ ଓ ବାଟରେ ବିଶ୍ୱାସୀମାନଙ୍କୁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କଲେ।</verse>
				<verse number="24">ସେହି ସମୟରେ ଆଲେକ୍ଜାଣ୍ଡ୍ରିଆରେ ଜନ୍ମ ଗ୍ରହଣ କରିଥିବା ଆପୋଲ୍ଲୋ ନାମରେ ଜଣେ ଇହୁଦୀ ଏଫିସସ୍କୁ ଆସିଲେ। ସେ ଜଣେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା।</verse>
				<verse number="25">ସେ ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପାଇଥିଲେ ଓ ଅତ୍ୟନ୍ତ ଉତ୍ସାହର ସହିତ ପ୍ରକୃତ ତଥ୍ୟ ପ୍ରକାଶ କରି ଶିକ୍ଷା ଦେଉଥିଲେ। କିନ୍ତୁ ଏ ସମ୍ପର୍କରେ ସେ କେବଳ ଯୋହନଙ୍କ ଜଳଦୀକ୍ଷା ବିଷୟ ଜାଣିଥିଲେ।</verse>
				<verse number="26">ସମାଜ ଗୃହରେ ସେ ନିର୍ଭୀକଭାବେ ଶିକ୍ଷା ଦେବାକୁ ଲାଗିଲେ। ତାଙ୍କର ଶିକ୍ଷା ଶୁଣି ପ୍ରିସ୍କିଲା ଓ ଆକ୍ୱିଲା ତାଙ୍କୁ ନିଜ ଘରକୁ ନେଲେ ଓ ସେଠାରେ ତାଙ୍କୁ ଈଶ୍ୱରଙ୍କ ମାର୍ଗ ସମ୍ବନ୍ଧରେ ସଠିକ୍ ଭାବରେ ବୁଝାଇଦେଲେ।</verse>
				<verse number="27">ତା’ପରେ ଆପୋଲ୍ଲୋ ଆଖାୟା ପ୍ରଦେଶକୁ ଯିବା ପାଇଁ ସ୍ଥିର କରିବାରୁ, ଏଫିସସ୍ର ବିଶ୍ୱାସୀମାନେ ତାଙ୍କୁ ସାହାଯ୍ୟ କଲେ ଏବଂ ତାଙ୍କୁ ସାଦରେ ଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇ ଆଖାୟାର ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ଈଶ୍ୱରଙ୍କ ଅନୁଗ୍ରହରୁ ବିଶ୍ୱାସ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁତ ସାହାଯ୍ୟ କଲେ।</verse>
				<verse number="28">ଯୀଶୁ ଯେ ମସୀହ ଅଟନ୍ତି, ତାଙ୍କର ବଳିଷ୍ଠ ଯୁକ୍ତି ଦ୍ୱାରା ଧର୍ମଶାସ୍ତ୍ରରୁ ଏହା ପ୍ରମାଣ କରି ଭାଷଣ ଦେବା ସମୟରେ ସେ ଇହୁଦୀମାନଙ୍କୁ ପରାସ୍ତ କଲେ।</verse>
			</chapter>
			<chapter number="19">
				<verse number="1">ଆପୋଲ୍ଲୋ କରିନ୍ଥରେ ଥିବାବେଳେ ପାଉଲ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାତ୍ରା ଶେଷ କରି ଏଫିସସ୍ରେ ପହଞ୍ଚିଲେ। ସେଠାରେ ସେ କେତେକ ଶିଷ୍ୟଙ୍କ ଦେଖା ପାଇ ପଚାରିଲେ,</verse>
				<verse number="2">“ତୁମେ ବିଶ୍ୱାସୀ ହେବା ସମୟରେ କଅଣ ପବିତ୍ରଆତ୍ମା ପ୍ରାପ୍ତ ହୋଇଥିଲ?” ସେମାନେ ଉତ୍ତର ଦେଲେ, “ପବିତ୍ରଆତ୍ମା ବୋଲି କେହି ଅଛନ୍ତି, ଏକଥା ସୁଦ୍ଧା ଆମେ ଶୁଣିନାହୁଁ।”</verse>
				<verse number="3">ପାଉଲ ପଚାରିଲେ, “ତାହାହେଲେ ତୁମେ କେଉଁ ପ୍ରକାର ଜଳଦୀକ୍ଷା ଗ୍ରହଣ କରିଛ?” ସେମାନେ ଉତ୍ତର ଦେଲେ: "ଯୋହନଙ୍କ ଜଳଦୀକ୍ଷା"</verse>
				<verse number="4">ପାଉଲ କହିଲେ, “ଯେଉଁମାନେ ପାପରୁ ବିମୁଖ ହୋଇଥିଲେ, ଯୋହନଙ୍କ ଜଳଦୀକ୍ଷା ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। କିନ୍ତୁ ତାଙ୍କ ପରେ ଯେ ଆସିବାର ଥିଲା, ଅର୍ଥାତ୍, ଯୀଶୁଙ୍କଠାରେ ବିଶ୍ୱାସ କରିବା ପାଇଁ ଯୋହନ ଇଶ୍ରାଏଲର ଲୋକମାନଙ୍କୁ କହିଥିଲେ।”</verse>
				<verse number="5">ଏହା ଶୁଣି ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କଲେ।</verse>
				<verse number="6">ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ସେମାନେ ବିଭିନ୍ନ ଭାଷାରେ କଥା କହିଲେ ଓ ଈଶ୍ୱରଙ୍କ ଶୁଭ ବାର୍ତ୍ତା ଘୋଷଣା କଲେ।</verse>
				<verse number="7">ସେମାନେ ବାର ଜଣ ପୁରୁଷ ଥିଲେ।</verse>
				<verse number="8">ତା’ପରେ ପାଉଲ ତିନି ମାସ ପର୍ଯ୍ୟନ୍ତ ସମାଜ ଗୃହରେ ନିର୍ଭୀକ ଭାବରେ ଆଲୋଚନା କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କଲେ।</verse>
				<verse number="9">କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କଠିନମନା ଥିଲେ, ସେମାନେ ବିଶ୍ୱାସ କଲେ ନାହିଁ। ସେମାନେ ଦଳର ସମସ୍ତଙ୍କ ସାମ୍ନାରେ ପ୍ରଭୁଙ୍କର ମାର୍ଗ ବିଷୟରେ ଅପବାଦସୂଚକ କଥା କହିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି ବିଶ୍ୱାସମାନଙ୍କୁ ନେଇ ପ୍ରତିଦିନ ଟିରାନସ୍ ଭବନରେ ଆଲୋଚନା ଚଳାଇଲେ।</verse>
				<verse number="10">ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।</verse>
				<verse number="11">ଈଶ୍ୱର ପାଉଲଙ୍କ ଦ୍ୱାରା ଅସାଧାରଣ ଆଶ୍ଚର୍ଯ୍ୟ କର୍ମସବୁ ସାଧନ କଲେ।</verse>
				<verse number="12">ଏପରି କି ପାଉଲ ବ୍ୟବହାର କରୁଥିବା ରୁମାଲ ଓ ବସ୍ତ୍ର ରୋଗୀମାନଙ୍କ ପାଖକୁ ନିଆଗଲେ ସେମାନେ ସୁସ୍ଥ ହେଉଥିଲେ ଓ ସେମାନଙ୍କ ଦେହରୁ ପ୍ରେତାତ୍ମା ସବୁ ବାହାରି ଯାଉଥିଲେ।</verse>
				<verse number="13">କେତେକ ଭ୍ରମଣକାରୀ ଇହୁଦୀ ଭୁତୁଡ଼ିଆ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରି ଭୂତ ଛଡ଼ାଇବାକୁ ଚେଷ୍ଟା କଲେ। ସେମାନେ ପ୍ରେତାତ୍ମାମାନଙ୍କୁ କହୁଥିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ ମୁଁ ତୋତେ ଆଦେଶ ଦେଉଛି।”</verse>
				<verse number="14">ସ୍କେବା ନାମକ ଜଣେ ଇହୁଦୀ ପ୍ରଧାନ ଯାଜକଙ୍କର ସାତ ପୁଅ ଏହିପରି କରିବାକୁ ଚେଷ୍ଟା କଲେ।</verse>
				<verse number="15">କିନ୍ତୁ ପ୍ରେତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଜାଣେ ଓ ପାଉଲଙ୍କ ବିଷୟରେ ଜଣେ; କିନ୍ତୁ ତୁମେ ସବୁ କିଏ?”</verse>
				<verse number="16">ପ୍ରେତାତ୍ମା ଲାଗିଥିବା ବ୍ୟକ୍ତି ସେମାନଙ୍କୁ ପ୍ରଚଣ୍ଡ ଭାବରେ ଆକ୍ରମଣ କରି କାବୁ କରିଦେଲା। ସେମାନଙ୍କ ଲୁଗାପଟା ଚିରିଗଲା, ସେମାନେ କ୍ଷତବିକ୍ଷତ ହୋଇ ତା’ ଘରୁ ଦୌଡ଼ି ପଳାଇଲେ।</verse>
				<verse number="17">ଏଫିସସ୍ ନିବାସୀ ଇହୁଦୀ ଓ ଅଣଇହୁଦୀମାନେ ଏ ବିଷୟ ଶୁଣି ଭୟଭୀତ ହେଲେ ଓ ସେଠାରେ ପ୍ରଭୁ ଯୀଶୁଙ୍କ ନାମ ଆହୁରି ଅଧିକଭାବେ ସମ୍ମାନିତ ହେଲା।</verse>
				<verse number="18">ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ନିଜର ସମସ୍ତ ଦୁଷ୍କର୍ମ ପ୍ରକାଶ୍ୟରେ ସ୍ୱୀକାର କଲେ।</verse>
				<verse number="19">ଗୁଣି ବିଦ୍ୟା ଅଭ୍ୟାସ କରୁଥିବା ଅନେକେ ସେମାନଙ୍କର ପୁସ୍ତକ ସବୁ ଆଣି ଲୋକମାନଙ୍କ ସମ୍ମୁଖରେ ଠୁଳ କରି ପୋଡ଼ି ଦେଲେ। ସେମାନଙ୍କର ସେହି ପୁସ୍ତକଗୁଡ଼ିକର ମୋଟ ମୂଲ୍ୟ ଥିଲା ପଚାଶ ହଜାର ଟଙ୍କା।</verse>
				<verse number="20">ଏହିପରି ଈଶ୍ୱରଙ୍କ ବାକ୍ୟ ପ୍ରବଳ ଭାବରେ ବ୍ୟାପିଗଲା ଓ ଅଧିକ ଶକ୍ତିଶାଳୀ ହେଲା।</verse>
				<verse number="21">ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”</verse>
				<verse number="22">ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।</verse>
				<verse number="23">ଇତମଧ୍ୟରେ ପ୍ରଭୁ ଦେଖାଇ ଥିବା ମାର୍ଗ ବିଷୟ ନେଇ ଏଫିସସ୍ରେ ଭୟଙ୍କର ଗଣ୍ଡଗୋଳ ଉପୁଜିଲା।</verse>
				<verse number="24">ଦୀମିତ୍ରିୟ ନାମକ ଜଣେ ରୌପ୍ୟକାର ଆର୍ତ୍ତେମୀ ଦେବୀଙ୍କ ମନ୍ଦିରର ରୌପ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରୁଥିଲା, ଏହି ବ୍ୟବସାୟରୁ ଶିଳ୍ପ କାରିଗରମାନେ ବହୁତ ଲାଭ ପାଉଥିଲେ।</verse>
				<verse number="25">ସେଥିପାଇଁ ସେ ସମପନ୍ଥୀ ବ୍ୟବସାୟୀମାନଙ୍କୁ ଏକତ୍ର କରି କହିଲା, “ଭାଇମାନେ, ଏହି ବ୍ୟବସାୟ ଆମକୁ ସମୃଦ୍ଧିଶାଳୀ କରିଛଇ ବୋଲି ସମସ୍ତେ ଜାଣ।</verse>
				<verse number="26">ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।</verse>
				<verse number="27">ଫଳରେ ଆମ ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି। କେବଳ ସେତିକି ନୁହେଁ, ଯେଉଁ ଦେବୀ ଏସିଆରେ ଓ ସମଗ୍ର ପୃଥିବୀରେ ସମସ୍ତଙ୍କ ଦ୍ୱାରା ପୂଜା ପାଆନ୍ତି, ସେହି ବିଖ୍ୟାତ ଆର୍ତ୍ତେମୀ ଦେବୀଙ୍କ ମନ୍ଦିରର ଗୁରୁତ୍ୱ ଆଉ ରହିବ ନାହିଁ ଏବଂ ଆର୍ତ୍ତେମୀ ଦେବୀଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ।”</verse>
				<verse number="28">ଜନତା ଏହି କଥା ଶୁଣି କ୍ରୋଧାନ୍ୱିତ ହେଲେ ଓ ଚିକ୍ରାର କରି କହିଲେ, “ଆର୍ତ୍ତେମୀ ମହାଦେବୀଙ୍କର ଜୟ!”</verse>
				<verse number="29">ଏହି ଗଣ୍ଡଗୋଳ ସମୁଦାୟ ନଗରରେ ବ୍ୟାପିଗଲା। ଉଚ୍ଛୃଙ୍ଖଳ ଜନତା ପାଉଲଙ୍କ ସହଯାତ୍ରୀ ମାସିଦୋନିଆର ଗାୟସ୍ ଓ ଆରିଷ୍ଟାର୍ଖସ୍ଙ୍କୁ ଧରି ସେମାନଙ୍କ ରଙ୍ଗଭୂମିକୁ ଭିଡ଼ି ନେଲେ।</verse>
				<verse number="30">ପାଉଲ ନିଜେ ଜନତାର ସମ୍ମୁଖୀନ ହେବାକୁ ଇଚ୍ଛା କଲେ, କିନ୍ତୁ ବିଶ୍ୱାସୀମାନେ ତାଙ୍କୁ ଏହା କରିବାକୁ ଦେଲେ ନାହିଁ।</verse>
				<verse number="31">କେତେଜଣ ପ୍ରାଦେଶିକ କର୍ତ୍ତୃପକ୍ଷ ବନ୍ଧୁ ପାଉଲଙ୍କୁ ରଙ୍ଗଭୂମି ଭିତରକୁ ନ ଯିବା ପାଇଁ ଅନୁରୋଧ ଜଣାଇ ଏକ ବାର୍ତ୍ତା ପଠାଇଲେ।</verse>
				<verse number="32">ଏହି ସମୟ ମଧ୍ୟରେ ସମୁଦାୟ ସଭା ଉତ୍ତେଜନାରେ ପୂର୍ଣ୍ଣ ହେଲା। ଲୋକମାନେ ଦଳ ଦଳ ହୋଇ ବିଭିନ୍ନ ପ୍ରକାର ଚିକ୍ରାର କରୁଥିଲେ, କାରଣ ସେମାନଙ୍କ ଏକତ୍ର ହେବାର କାରଣ ମଧ୍ୟ ଜାଣି ନ ଥିଲେ।</verse>
				<verse number="33">ଲୋକମାନଙ୍କ ମଧ୍ୟରୁ କେତେକ ମତ ଦେଲେ ଯେ, ଆଲେକ୍ଜାଣ୍ଡର ଏଥିପାଇଁ ଦାୟୀ, କାରଣ ଇହୁଦୀମାନେ ତାଙ୍କୁ ଆଗରେ ଠିଆ କରାଇଥିଲେ। ଆଲେକ୍ଜାଣ୍ଡର ହାତ ଟେକି ଲୋକମାନଙ୍କୁ ନୀରବ ରହିବା ପାଇଁ ସଙ୍କେତ ଦେଲେ ଓ ବିଶ୍ୱାସୀମାନଙ୍କ ସପକ୍ଷରେ ଭାଷଣ ଦେଇ ବୁଝାଇବାକୁ ଚେଷ୍ଟା କଲେ।</verse>
				<verse number="34">କିନ୍ତୁ ସେ ଜଣେ ଇହୁଦୀ, ଏହା ଜାଣି ସେମାନେ ସମସ୍ତେ ଏକ ସଙ୍ଗରେ ଚିକ୍ରାର କଲେ, “ଆର୍ତ୍ତେମୀ ମହାଦେବୀଙ୍କର ଜୟ!” ଦୁଇ ଘଣ୍ଟା ଧରି ଏହି କୋଳାହଳ ଚାଲିଲା।</verse>
				<verse number="35">ଶେଷରେ ନଗରପାଳ ଲୋକମାନଙ୍କୁ ଶାନ୍ତ କରାଇବା ପାଇଁ କହିଲେ, “ଏଫିସୀୟ ନାଗରିକ ଭାଇମାନେ ପ୍ରତ୍ୟେକ ଜାଣନ୍ତି ଯେ, ଏଫିସସ୍ ନଗରୀରେ ମହାଦେବୀ ଆର୍ତ୍ତେମୀଙ୍କ ମନ୍ଦିର ଓ ଆକାଶରୁ ଖସି ଆସିଥିବା ପବିତ୍ର ପ୍ରତିମାର ସୁରକ୍ଷା ହୋଇ ଆସୁଛି।</verse>
				<verse number="36">କେହି ଏହା ଅସ୍ୱୀକାର କରିପାରେ ନାହିଁ। ତେଣୁ ତୁମେ ସବୁ ଶାନ୍ତ ହୁଅ। କୌଣସି ଅବିବେକୀ କାର୍ଯ୍ୟ କର ନାହିଁ।</verse>
				<verse number="37">ଏହି ଲୋକମାନେ ମନ୍ଦିରରୁ କିଛି ଚୋରୀ କରି ନାହାନ୍ତି, କିମ୍ବା ଆମ ଦେବୀଙ୍କ ବିରୁଦ୍ଧରେ କୌଣସି କୁତ୍ସାଜନକ କଥା କହି ନାହାନ୍ତି, ତଥାପି ତୁମେ ଏମାନଙ୍କୁ ଧରି ଆଣିଛ।</verse>
				<verse number="38">ଯଦି ଦୀମିତ୍ରୀୟ ଓ ତା’ର କାରିଗରମାନଙ୍କର କାହା ବିରୁଦ୍ଧରେ କୌଣସି ଅଭିଯୋଗ ଅଛି, ତା’ ବିଚାର କରିବାକୁ ଆମ କର୍ତ୍ତୃପକ୍ଷମାନେ ଅଛନ୍ତି ଓ ବିଚାରାଳୟର ନିର୍ଦ୍ଦିଷ୍ଟ ଦିନ ସବୁ ରହିଛି। ସେଠାରେ ସେହି ଅଭିଯୋଗ ଉପସ୍ଥାପିତ କରାଯାଇପାରିବ।</verse>
				<verse number="39">ଯଦି ଏହାଠାରୁ ଆଉ ଅଧିକ କିଛି ଚାହଁ, ତେବେ ନାଗରିକମାନଙ୍କ ଦ୍ୱାରା ଆଇନ୍ ଅନୁମୋଦିତ ଏକ ସଭାରେ ତାହାର ନିଷ୍ପତ୍ତି ନିଆଯାଇପାରିବ।</verse>
				<verse number="40">ଆଜି ଯାହା ଘଟିଛି, ସେଥିରେ ଆମ ବିରୁଦ୍ଧରେ ହିଂସାକାଣ୍ଡ ଘଟାଇବା ଅଭିଯୋଗର ଆଶଙ୍କା ଅଛି; ଆମ୍ଭେମାନେ ଏହି ସମସ୍ତ ଗଣ୍ଡଗୋଳର କୌଣସି ଯଥାର୍ଥ କାରଣ ଦର୍ଶାଇ ପାରିବୁ ନାହିଁ।”</verse>
				<verse number="41">ଏହି ସବୁ କଥା କହି ସେ ଜନତାକୁ ଶାନ୍ତ କରି ସଭା ଭଙ୍ଗ କଲେ।</verse>
			</chapter>
			<chapter number="20">
				<verse number="1">ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ।</verse>
				<verse number="2">ସେ ସବୁ ଅଞ୍ଚଳ ଦେଇ ଯାତ୍ରା କଲେ ଓ ଅନେକ ଉପଦେଶ ଦେଇ ଲୋକମାନଙ୍କୁ ଉତ୍ସାହିତ ଲେ।</verse>
				<verse number="3">ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ।</verse>
				<verse number="4">ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ।</verse>
				<verse number="5">ସେମାନେ ଆଗରୁ ଯାଇ ତ୍ରୋୟାରେ ଆମକୁ ଅପେକ୍ଷା କରିଥିଲେ।</verse>
				<verse number="6">ଖମୀରଶୂନ୍ୟ ରୋଟୀ ପର୍ବ ପରେ ଆମେ ଫିଲିପ୍ପୀରୁ ଜଳଯାତ୍ରା କରି ପାଞ୍ଚ ଦିନ ପରେ ତ୍ରୋୟାରେ ସେମାନଙ୍କ ସହିତ ଯୋଗ ଦେଲୁ ଓ ସେଠାରେ ଏକ ସପ୍ତାହ ଅତିବାହିତ କଲୁ।</verse>
				<verse number="7">ଶନିବାର ସନ୍ଧ୍ୟାରେ ଆମ୍ଭେମାନେ ସମ୍ମିଳିତ ଭୋଜନ ପାଇଁ ଏକତ୍ରିତ ହେଲୁ। ପାଉଲ ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେଲେ, କାରଣ ତହିଁ ଆରଦିନ ସେ ସେହି ସ୍ଥାନ ପରିତ୍ୟାଗ କରିବାକୁ ଯାଉଥିଲେ।</verse>
				<verse number="8">ଯେଉଁ ଉପର କୋଠରୀରେ ଆମେ ସଭା କରିଥିଲୁ, ସେଠାରେ ଅନେକ ପ୍ରଦୀପ ଜଳୁଥିଲା।</verse>
				<verse number="9">ସେଠାରେ ଇଉଟିକସ୍ ନାମକ ଜଣେ ଯୁବକ ଝରକା ଉପରେ ବସିଥିଲା, ପାଉଲ କଥା କହୁଥିବା ସମୟରେ ତାକୁ ନିଦ ଲାଗି ଆସିଲା। ସେ ନିଦ୍ରାଭିଭୂତ ହୋଇ ତିନି ମହଲା ଉପରୁ ତଳେ ପଡ଼ିଗଲା। ସେମାନେ ତାକୁ ଉଠାଇବାବେଳେ ସେ ମରି ଯାଇଥିଲା।</verse>
				<verse number="10">କିନ୍ତୁ ପାଉଲ ତଳକୁ ଓହ୍ଲାଇ ଆସି ତାକୁ କୁଣ୍ଢାଇ ଧରି କହିଲେ, “ବ୍ୟସ୍ତ ହୁଅ ନାହିଁ। ସେ ବଞ୍ଚିଛି।”</verse>
				<verse number="11">ତା’ପରେ ସେ ଉପରକୁ ଫେରି ଯାଇ ରୋଟୀ ଭାଙ୍ଗି ଭୋଜନ କଲେ ଓ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ସେଠାରୁ ପ୍ରସ୍ଥାନ କଲେ।</verse>
				<verse number="12">ଲୋକମାନେ ଯୁବକଟିକୁ ଜୀବିତ ଦେଖି ତା’ ଘରକୁ ନେଇଗଲେ ଏବଂ ବହୁ ଆଶ୍ୱାସନା ପାଇଲେ।</verse>
				<verse number="13">ଆମେ ଆଗରୁ ଜାହାଜରେ ଚଢ଼ି ଆସୋସ୍କୁ ଯାତ୍ରା କଲୁ। ସେଠାରୁ ଆମେ ପାଉଲଙ୍କୁ ଜାହାଜରେ ନେଇ ଯିବାର ସ୍ଥିର ହୋଇଥିଲା, କାରଣ ସେ ସ୍ଥଳପଥରେ ଯାଇ ସେହି ସ୍ଥାନରେ ପହଞ୍ଚିବେ ବୋଲି କହିଥିଲେ।</verse>
				<verse number="14">ସେ ଯେତେବେଳେ ଆମକୁ ଆସୋସ୍ରେ ଭେଟିଲେ, ଆମେ ତାଙ୍କୁ ଜାହାଜରେ ଉଠାଇ ମିତିଲିନୀକୁ ଗଲୁ।</verse>
				<verse number="15">ସେଠାରୁ ପୁଣି ଯାତ୍ରା କରି ତହିଁ ଆରଦିନ ଖିଅସ୍ ନିକଟରେ ପହଞ୍ଚିଲୁ। ଆଉ ଦିନକ ପରେ ଆମେ ସାମୋସ୍ରେ ପହଞ୍ଚି, ତା’ ପରଦିନ ମିଲୀଟସରେ ପହଞ୍ଚିଲୁ।</verse>
				<verse number="16">ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।</verse>
				<verse number="17">ଏଫିସୀୟ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ପାଉଲ ଡକାଇଲେ।</verse>
				<verse number="18">ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ।</verse>
				<verse number="19">ଇହୁଦୀମାନଙ୍କ ଷଡ଼ଯନ୍ତ୍ର ଲାଗି ମୋତେ ଯେଉଁ ସବୁ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଲା, ତା’ ଭିତରେ ମୁଁ ଈଶ୍ୱରଙ୍କ ସେବକ ରୂପେ ଅଶ୍ରୁପାତ କରି ନମ୍ରତାର ସହିତ ମୋର କାର୍ଯ୍ୟ କରି ଯାଇଛି।</verse>
				<verse number="20">ତୁମେ ଜାଣ ଯେ, ମୁଁ ଲୋକମାନଙ୍କ ନିକଟରେ ପ୍ରଚାର କରିବା ସମୟରେ ଓ ତୁମ୍ଭମାନଙ୍କ ଗୃହରେ ଉପଦେଶ ଦେବା ସମୟରେ ତୁମର ଉପକାର ହେବା ଭଳି କୌଣସି ବିଷୟ ପ୍ରକାଶ କରିବାକୁ ସଙ୍କୋଚ ବୋଧ କରି ନ ଥିଲି।</verse>
				<verse number="21">ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।</verse>
				<verse number="22">ବର୍ତ୍ତମାନ ପବିତ୍ରଆତ୍ମାଙ୍କର ନିର୍ଦ୍ଦେଶ ପାଳନ କରି ମୁଁ ଯିରୂଶାଲମକୁ ଯାଉଛି - ଜାଣେନା ସେଠାରେ ମୋର କଅଣ ହେବ।</verse>
				<verse number="23">ପବିତ୍ରଆତ୍ମା ମୋତେ ସତର୍କ କରିଦେଇଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ କରି କଷ୍ଟଭୋଗ କରିବି।</verse>
				<verse number="24">କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।</verse>
				<verse number="25">“ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ପାଇଁ ମୁଁ ତୁମ ସମସ୍ତଙ୍କ ନିକଟକୁ ଯାଇଛି। ବର୍ତ୍ତମାନ ମୁଁ ଜାଣେ ଯେ, ତୁମ ମଧ୍ୟରୁ କେହି ମୋତେ ଆଉ ଥରେ ଦେଖିବ ନାହିଁ।</verse>
				<verse number="26">ତେଣୁ ଆଜିର ଏହି ସୁଯୋଗରେ ମୁଁ ଦୃଢ଼ଭାବେ ତୁମ ନିକଟରେ ଘୋଷଣା କରୁଛି ଯେ, ଯଦି ତୁମ ମଧ୍ୟରୁ କେହି ବିନଷ୍ଟ ହୁଏ, ସେଥିପାଇଁ ମୁଁ ଦାୟୀ ନୁହେଁ।</verse>
				<verse number="27">କାରଣ ଈଶ୍ୱରଙ୍କ ସମୁଦାୟ ଉଦ୍ଦେଶ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ମୁଁ ସଙ୍କୋଚ ବୋଧ କରି ନାହିଁ।</verse>
				<verse number="28">ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।</verse>
				<verse number="29">ମୁଁ ଜାଣେ, ମୁଁ ଯିବା ପରେ ତୁମ ମଧ୍ୟକୁ ଭୟଙ୍କର ହେଟା ବାଘମାନେ ଆସିବେ ଓ ପଲକୁ କ୍ଷତବିକ୍ଷତ ନ କରି ଛାଡ଼ିବେ ନାହିଁ।</verse>
				<verse number="30">ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।</verse>
				<verse number="31">ସେତେବେଳେ ସତର୍କ ରୁହ, ମୁଁ ଯେ ଦିନ ରାତି ଅଶ୍ରୁ ଢାଳି ତିନି ବର୍ଷ ପର୍ଯ୍ୟନ୍ତ ତୁମ ପ୍ରତ୍ୟେକଙ୍କୁ ଶିକ୍ଷା ଦେଇଛି, ଏ କଥା ସ୍ମରଣରେ ରଖ।</verse>
				<verse number="32">“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ହାତରେ ଓ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାକ୍ୟ ନିକଟରେ ସମର୍ପଣ କରୁଛି; ସେହି ବାକ୍ୟ ତୁମ୍ଭମାନଙ୍କୁ ବଳିଷ୍ଠ କରିବା ପାଇଁ ଓ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଆଶୀର୍ବାଦ ତୁମକୁ ଦେବା ପାଇଁ ସମର୍ଥ।</verse>
				<verse number="33">ମୁଁ କାହାରି ରୂପା, ସୁନା କିମ୍ବା ବସ୍ତ୍ର ପାଇବାକୁ ଆଶା କରି ନାହିଁ।</verse>
				<verse number="34">ତୁମ୍ଭେମାନେ ଜାଣ, ମୁଁ ମୋର ଏହି ଦୁଇ ହାତରେ ପରିଶ୍ରମ କରି ନିଜର ଓ ମୋ’ ସହକର୍ମୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଛି।</verse>
				<verse number="35">‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”</verse>
				<verse number="36">ଭାଷଣ ଶେଷ କରିବା ପରେ ପାଉଲ ସେମାନଙ୍କ ସହିତ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ।</verse>
				<verse number="37">ସମସ୍ତେ କାନ୍ଦି କାନ୍ଦି ତାଙ୍କୁ ଆଲିଙ୍ଗନ କରି ବିଦାୟ ଚୁମ୍ବନ ଦେଲେ।</verse>
				<verse number="38">ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।</verse>
			</chapter>
			<chapter number="21">
				<verse number="1">ସେମାନଙ୍କୁ ବିଦାୟ ଜଣାଇ ଆମେ ସେଠାରୁ ପ୍ରସ୍ଥାନ କଲୁ। ଜଳପଥ ଅତିକ୍ରମ କରି ଆମେ କୋସ୍ରେ ପହଞ୍ଚିଲୁ। ତହିଁ ଆରଦିନ ଗେଡ୍ସ୍ କୂଳ ଦେଇ ପାତାରାକୁ ଗଲୁ।</verse>
				<verse number="2">ସେଠାରୁ ଫିନିସିଆକୁ ଯାଉଥିବା ଏକ ଜାହାଜ ଚଢ଼ି ଯାତ୍ରା କଲୁ।</verse>
				<verse number="3">ତା’ପରେ ସାଇପ୍ରସ୍ ଦେଖାଯାଉଥିବା ଗୋଟିଏ ସ୍ଥାନରେ ପହଞ୍ଚିଲୁ। ସେଠାରୁ ତାହାର ଦକ୍ଷିଣ ଦିଗ ଦେଇ ଆମେ ସିରିଆକୁ ଗଲୁ। ଆମ୍ଭେମାନେ ଟାୟର୍ରେ ଜାହାଜରୁ ଓହ୍ଲାଇଲୁ, କାରଣ ଏହି ଜାହାଜରୁ ମାଲ୍ପତ୍ର ଖଲାସ ହେବାର ଥିଲା।</verse>
				<verse number="4">ସେଠାରେ ଆମେ କେତେକ ବିଶ୍ୱାସୀଙ୍କ ଦେଖା ପାଇ ସେମାନଙ୍କ ସହିତ ଏକ ସପ୍ତାହ ରହିଲୁ। ପବିତ୍ରଆତ୍ମାଙ୍କ ନିର୍ଦ୍ଦେଶ ପାଇ ସେମାନେ ପାଉଲଙ୍କୁ ଯିରୂଶାଲମକୁ ଯିବା ପାଇଁ ମନା କଲେ।</verse>
				<verse number="5">କିନ୍ତୁ ସେମାନଙ୍କ ସହିତ ଏକ ସପ୍ତାହ ଅତିବାହିତ କରିବା ପରେ ଆମେ ସେମାନଙ୍କୁ ଛାଡ଼ି ନିଜ ବାଟରେ ଯାତ୍ରା କଲୁ। ଆମକୁ ବିଦାୟ ଦେବା ପାଇଁ ସେମାନେ ସମସ୍ତେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହିତ ନଗର ବାହାରେ ଥିବା ସମୁଦ୍ରକୂଳ ପର୍ଯ୍ୟନ୍ତ ଆସିଲେ। ସେଠାରେ ଆମେ ସମସ୍ତେ ଆଣ୍ଠୋଇ ପଡ଼ି ପ୍ରାର୍ଥନା କଲୁ।</verse>
				<verse number="6">ତା’ପରେ ଆମେ ସେମାନଙ୍କୁ ବିଦାୟ ଜଣାଇ, ଜାହାଜରେ ପ୍ରବେଶ କଲୁ, ସେମାନେ ଘରକୁ ଫେରିଗଲେ।</verse>
				<verse number="7">ଟାୟର୍ରୁ ପାଲ ଟାଣି ଆମର ଯାତ୍ରାରେ ଅଗ୍ରସର ହୋଇ ଆମେ ତାଲମେଇରେ ପହଞ୍ଚିଲୁ, ସେଠାରେ ବିଶ୍ୱାସୀମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସହିତ ଗୋଟିଏ ଦିନ ରହିଲୁ।</verse>
				<verse number="8">ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।</verse>
				<verse number="9">ତାଙ୍କର ଚାରିଜଣ ଅବିବାହିତା ଝିଅ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରୁଥିଲେ।</verse>
				<verse number="10">ଆମେ ସେଠାରେ ଅନେକ ଦିନ ରହିବା ପରେ, ଯିହୁଦାରୁ ଆଗାବ ନାମକ ଜଣେ ଭାବବାଦୀ ସେଠାକୁ ଆସିଲେ।</verse>
				<verse number="11">ସେ ଆମ ନିକଟକୁ ଆସି ପାଉଲଙ୍କ କଟି ବନ୍ଧନୀ ନେଲେ, ସେଥିରେ ସେ ନିଜ ହାତ ଓ ଗୋଡ଼ ବାନ୍ଧି କହିଲେ, “ପବିତ୍ରଆତ୍ମା ମୋତେ ଜଣାଉଛନ୍ତି ଯେ, ଏହି କଟି ବନ୍ଧନୀର ଅଧିକାରୀଙ୍କୁ ଯିରୂଶାଲମରେ ଇହୁଦୀମାନେ ଏହିପରି ବାନ୍ଧି ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ସମର୍ପଣ କରିବେ।”</verse>
				<verse number="12">ଏହା ଶୁଣି ଆମେ ଓ ସେ ସ୍ଥାନରେ ଥିବା ଅନ୍ୟମାନେ ପାଉଲଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ଅନୁରୋଧ କଲୁ।</verse>
				<verse number="13">କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”</verse>
				<verse number="14">ଆମେ ତାଙ୍କୁ ବୁଝାଇ ନ ପାରି ସେଥିରୁ ବିରତ ହୋଇ କହିଲୁ, “ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ।”</verse>
				<verse number="15">ସେଠାରେ କିଛି ସମୟ ଅତିବାହିତ କରି ଆମେ ଆମର ଜିନିଷପତ୍ର ସଜାଡ଼ି ଯିରୂଶାଲମ ଅଭିମୁଖେ ଯାତ୍ରା କଲୁ।</verse>
				<verse number="16">ସିସେରିଆର କେତେ ଜଣ ଶିଷ୍ୟ ଓ ସାଇପ୍ରସ୍ର ମନାସୋନ ନାମକ ଜଣେ ବିଶ୍ୱାସୀ ମଧ୍ୟ ଆମ ସଙ୍ଗରେ ଗଲେ। ମନାସୋନଙ୍କ ଘରେ ଆମ ରହିବାର ବ୍ୟବସ୍ଥା ହୋଇଥିଲା।</verse>
				<verse number="17">ଯିରୂଶାଲମରେ ବିଶ୍ୱାସୀମାନେ ଆଗ୍ରହର ସହ ଆମକୁ ସ୍ୱାଗତ କଲେ।</verse>
				<verse number="18">ତହିଁ ଆରଦିନ ପାଉଲ ଆମ ସହିତ ଯାକୁବଙ୍କୁ ଦେଖିବା ପାଇଁ ଗଲେ; ମଣ୍ଡଳୀର ସମସ୍ତ ନେତା ସେଠାରେ ଉପସ୍ଥିତ ଥିଲେ।</verse>
				<verse number="19">ପାଉଲ ସେମାନଙ୍କୁ ଅଭିବାଦନ ଜଣାଇ ତାଙ୍କ କାର୍ଯ୍ୟ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କ ମଧ୍ୟରେ ଯାହା କରିଥିଲେ; ତା’ର ଏକ ସଂପୂର୍ଣ୍ଣ ବିବରଣୀ ଦେଲେ।</verse>
				<verse number="20">ତାଙ୍କ କଥା ଶୁଣିବା ପରେ ସେମାନେ ସମସ୍ତେ ଈଶ୍ୱରଙ୍କ ପ୍ରଂଶସା କଲେ। ତା’ପରେ ସେମାନେ କହିଲେ, “ଭାଇ ପାଉଲ, ଆପଣ ଦେଖୁଛନ୍ତି, କିପରି ଏବେ ହଜାର ହଜାର ସଂଖ୍ୟାରେ ଇହୁଦୀମାନେ ପ୍ରଭୁଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି ଏବଂ ସେମାନେ ବ୍ୟବସ୍ଥା ପ୍ରତି ମଧ୍ୟ ବିଶ୍ୱସ୍ତ ରହିଛନ୍ତି।</verse>
				<verse number="21">ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।</verse>
				<verse number="22">ଆପଣ ଏଠାରେ ପହଞ୍ଚିଛନ୍ତି ବୋଲି ସେମାନେ ନିଶ୍ଚୟ ଶୁଣିବେ। ତା’ହେଲେ କ’ଣ କରାଯିବ?</verse>
				<verse number="23">ଆମେ ଚାହୁଁଛୁ, ଆପଣ ଗୋଟିଏ କାମ କରନ୍ତୁ। ଏଠାରେ ଥିବା ଚାରିଜଣ ଲୋକ ଗୋଟିଏ ବ୍ରତ ଗ୍ରହଣ କରିଛନ୍ତି।</verse>
				<verse number="24">ସେମାନଙ୍କ ସହିତ ଯାଆନ୍ତୁ। ଶୁଚିକରଣ ବିଧି ପାଳନରେ ସେମାନଙ୍କ ସହିତ ଯୋଗ ଦେଇ ସେମାନଙ୍କର ଖର୍ଚ୍ଚ ବହନ କରନ୍ତୁ। ତା’ପରେ ସେମାନେ ନିଜ ନିଜର ମସ୍ତକ ମୁଣ୍ଡନ କରିବେ। ଏଥିରୁ ଜଣାଯିବ ଯେ, ଆପଣଙ୍କ ବିଷୟରେ ପ୍ରକାଶ ପାଇଥିବା କୌଣସି ସମ୍ବାଦ ସତ୍ୟ ନୁହେଁ, ମାତ୍ର ଆପଣ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରୁଛନ୍ତି।</verse>
				<verse number="25">କିନ୍ତୁ ଯେଉଁ ଅଣଇହୁଦୀମାନେ ବିଶ୍ୱାସୀ ହୋଇଛନ୍ତି, ସେମାନଙ୍କ ନିକଟକୁ ଆମେ ଗୋଟିଏ ପତ୍ର ଲେଖି ପରାମର୍ଶ ଦେଇଛୁ ଯେ, ଆମ୍ଭମାନଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ପ୍ରତିମାମାନଙ୍କ ନିକଟରେ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଖାଇବେ ନାହିଁ, ରକ୍ତ ପିଇବେ ନାହିଁ, ଗଳା ଚିପା ଯାଇ ମରା ଯାଇଥିବା ପଶୁ ମାଂସ ଖାଇବେ ନାହିଁ ଓ ଯୌନ ପାପରୁ ନିବୃତ୍ତ ହେବେ।”</verse>
				<verse number="26">ତା’ ପରଦିନ ପାଉଲ ଉକ୍ତ ଚାରି ଜଣଙ୍କ ସହିତ ଶୁଚିକରଣ ବିଧି ପାଳନ କଲେ। ତା’ପରେ ସେ ମନ୍ଦିରକୁ ଯାଇ ଶୁଚିକରଣ କାର୍ଯ୍ୟ କେବେ ସଂପୂର୍ଣ୍ଣ ହେବ ଏବଂ କେଉଁ ସମୟରେ ବଳିଦାନ ଉତ୍ସର୍ଗ କରାଯିବ, ତାହା ଜଣାଇ ଦେଲେ।</verse>
				<verse number="27">ଶୁଚିକରଣ କାର୍ଯ୍ୟର ସାତ ଦିନ ସମାପ୍ତ ହେବା ସମୟରେ ଏସିଆ ପ୍ରଦେଶର କେତେକ ଇହୁଦୀ ମନ୍ଦିରରେ ପାଉଲଙ୍କୁ ଦେଖିଲେ। ସେମାନେ ସେଠାରେ ସମବେତ ହୋଇଥିବା ଜନତାକୁ ମତାଇ ପାଉଲଙ୍କୁ ଧରିଲେ।</verse>
				<verse number="28">ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”</verse>
				<verse number="29">(ସେମାନେ ନଗରରେ ଏଫିସସ୍ର ତ୍ରଫିମଙ୍କୁ ପାଉଲଙ୍କ ସହିତ ଦେଖିଥିବାରୁ ଭାବିଲେ ଯେ, ପାଉଲ ତାଙ୍କୁ ମନ୍ଦିରକୁ ନେଇଛନ୍ତି।</verse>
				<verse number="30">ସମଗ୍ର ନଗରରେ ଉତ୍ତେଜନା ଖେଳିଗଲା। ଲୋକମାନେ ପାଉଲଙ୍କୁ ମନ୍ଦିର ବାହାକୁ ଘୋଷାଡ଼ି ଆଣିଲେ। ମନ୍ଦିରର କବାଟଗୁଡ଼ିକ ବନ୍ଦ କରି ଦିଆଗଲା।</verse>
				<verse number="31">ଉତ୍ତ୍ୟକ୍ତ ଜନତା ପାଉଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କଲେ,</verse>
				<verse number="32">କିନ୍ତୁ ଠିକ୍ ସେତିକିବେଳେ ସମଗ୍ର ଯିରୂଶାଲମରେ ହିଂସାକାଣ୍ଡ ଚାଲିଛି ବୋଲି ରୋମୀୟ ସୈନ୍ୟାଧ୍ୟକ୍ଷ ସମ୍ବାଦ ପାଇ କେତେକ ସେନାପତି ଓ ସୈନ୍ୟଙ୍କୁ ନେଇ ଘଟଣା ସ୍ଥଳରେ ଆସି ପହଞ୍ଚିଗଲେ। ଲୋକମାନେ ସୈନ୍ୟାଧ୍ୟକ୍ଷ ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ଆଉ ମାଡ଼ ନ ମାରି ଛାଡ଼ି ଦେଲେ।</verse>
				<verse number="33">ସୈନ୍ୟାଧ୍ୟକ୍ଷ ପାଉଲଙ୍କୁ ଗିରଫ କରି ତାଙ୍କୁ ଦୁଇଟି ଜଞ୍ଜିରରେ ବାନ୍ଧିବା ପାଇଁ ଆଦେଶ ଦେଲେ। ତା’ପରେ ସେ ପଚାରିଲେ, “ଏ ଲୋକଟି କିଏ ଓ ସେ କ’ଣ କରିଛି?”</verse>
				<verse number="34">ଲୋକଗହଳି ମଧ୍ୟରୁ କିଏ କେତେ ପ୍ରକାର କଥା କହି ଚିକ୍ରାର କଲେ। ଏପରି ବିଶୃଙ୍ଖଳା ହେଲା ଯେ, ସୈନ୍ୟାଧ୍ୟକ୍ଷ ପ୍ରକୃତ ଘଟଣା କଅଣ, କିଛି ବୁଝିପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ଦୁର୍ଗ ଭିତରକୁ ନେଇ ଯିବା ପାଇଁ ସୈନିକମାନଙ୍କୁ ଆଦେଶ ଦେଲେ।</verse>
				<verse number="35">ସେମାନେ ତାଙ୍କୁ ନେଇ ଦୁର୍ଗ ପାହାଚ ନିକଟରେ ପହଞ୍ଚିବାବେଳକୁ ତାଙ୍କୁ ଘେରି ରହିଥିବା ଜନତା ଏଡ଼େ ଉତ୍ସୃଙ୍ଖଳ ହେଲେ ଯେ ସୈନ୍ୟମାନେ ପାଉଲଙ୍କୁ ବୋହି ନେଇଗଲେ।</verse>
				<verse number="36">ଲୋକମାନେ ସମସ୍ତେ ତାଙ୍କ ପଛେ ପଛେ ଆସି ଚିକ୍ରାର କରି କହୁଥିଲେ, “ତାଙ୍କୁ ହତ୍ୟା କର।”</verse>
				<verse number="37">ସୈନ୍ୟମାନେ ପାଉଲଙ୍କୁ ଦୁର୍ଗ ଭିତରକୁ ନେବା ସମୟରେ ସେ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ: “ମୁଁ ଆପଣଙ୍କୁ କିଛଇ କହିପାରେ କି?” ସୈନ୍ୟାଧ୍ୟକ୍ଷ ପଚାରିଲେ, “ତୁମେ ତ ଗ୍ରୀକ୍ କହୁଛ।</verse>
				<verse number="38">ତାହାହେଲେ କିଛି ଦିନ ପୂର୍ବେ ମିସରରେ ଯେଉଁ ଲୋକ ବିପ୍ଳବ କରି ଚାରି ହଜାର ସଶସ୍ତ୍ର ସନ୍ତ୍ରାସବାଦୀଙ୍କୁ ନେଇ ମରୁଭୂମିରେ ପହଞ୍ଚିଥିଲା, ତୁମେ ତ ସେହି ଲୋକ ନୁହଁ!”</verse>
				<verse number="39">ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।</verse>
				<verse number="40">ସେନାପତି ତାଙ୍କୁ ଅନୁମତି ଦେବାରୁ ପାଉଲ ପାହାଚ ଉପରେ ଛିଡ଼ା ହୋଇ ଲୋକମାନଙ୍କୁ ନୀରବ ରହିବା ପାଇଁ ହାତଟେକି ସଙ୍କେତ ଦେଲେ। ସେମାନେ ନୀରବ ହେବା ପରେ ପାଉଲ ହିବ୍ରୁ ଭାଷାରେ କହିଲେ:</verse>
			</chapter>
			<chapter number="22">
				<verse number="1">“ଭ୍ରାତୃ ଓ ପିତୃବୃନ୍ଦ, ଆପଣମାନଙ୍କ ସମ୍ମୁଖରେ ନିଜ ପକ୍ଷରୁ ମୁଁ ଯାହା କହୁଅଛି, ତାହା ଶୁଣନ୍ତୁ!”</verse>
				<verse number="2">ସେମାନଙ୍କ ସହିତ ସେ ହ୍ରିବୁ ଭାଷାରେ କଥା କହିବା ଶୁଣି ସେମାନେ ଆହୁରି ନୀରବ ହେଲେ ଓ ପାଉଲ କହିବାକୁ ଲାଗିଲେ:</verse>
				<verse number="3">“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।</verse>
				<verse number="4">ମୁଁ ଏହି ମାର୍ଗ ଅନୁସରଣ କରୁଥିବା ଲୋକମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ପ୍ରାଣରେ ମାରି ଦେଉଥିଲି। ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରୁଥିଲି।</verse>
				<verse number="5">ମୋର ଏହି କଥା ଯେ ସତ୍ୟ, ପ୍ରଧାନ ଯାଜକ ଓ ମହାସଭାର ସମସ୍ତେ ଏହାର ସାକ୍ଷୀ। ଏହି ଲୋକମାନଙ୍କୁ ବନ୍ଦୀ କରି ଓ ଜଞ୍ଜିରରେ ବାନ୍ଧି ଦଣ୍ଡିତ କରାଇବା ପାଇଁ ଯିରୂଶାଲମକୁ ଘେନି ଆସିବା ନିମନ୍ତେ ମୁଁ ପ୍ରଧାନ ଯାଜକଙ୍କଠାରୁ ପରିଚୟ ପତ୍ର ନେଇ ଦାମାସ୍କସ୍ରେ ଥିବା ଇହୁଦୀ ଭାଇମାନଙ୍କ ନିକଟକୁ ଗଲି।</verse>
				<verse number="6">“ମୁଁ ଯାତ୍ରା କରି ଯେତେବେଳେ ଦାମାସ୍କସ୍ର ନିକଟବର୍ତ୍ତୀ ହେଉଥିଲି, ପ୍ରାୟ ମଧ୍ୟାହ୍ନ ସମୟରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକ ହଠାତ୍ ମୋର ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।</verse>
				<verse number="7">ମୁଁ ଭୂଇଁରେ ମୁହଁ ମାଡ଼ି ପଡ଼ିଗଲି ଓ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତିତ କରୁଛ?’</verse>
				<verse number="8">ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ? ସେ ମୋତେ କହିଲେ, ‘ତୁମେ ଯାହାଙ୍କୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ନାଜରିତର ଯୀଶୁ।’</verse>
				<verse number="9">ମୋ’ ସଙ୍ଗରେ ଥିବା ଲୋକମାନେ ସେହି ଆଲୋକ ଦେଖିଲେ, କିନ୍ତୁ ମୋ’ ସହିତ କଥା କହୁଥିବା ବ୍ୟକ୍ତିଙ୍କର ସ୍ୱର ଶୁଣି ପାରିଲେ ନାହିଁ।</verse>
				<verse number="10">ମୁଁ ପଚାରିଲି, ‘ପ୍ରଭୁ, ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ, ଦାମାସ୍କସ୍କୁ ଯାଅ, ଈଶ୍ୱର ତୁମ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରିଛନ୍ତି, ସେଠାରେ ତୁମକୁ ତାହା ଜଣାଇ ଦିଆଯିବ।’</verse>
				<verse number="11">ଆଲୋକର ପ୍ରଖର ତେଜରେ ମୁଁ ଅନ୍ଧ ହୋଇ ଯାଇଥିଲି। ସେଥିପାଇଁ ମୋର ସହଯାତ୍ରୀମାନେ ମୋ’ ହାତ ଧରି ମୋତେ ଦାମାସ୍କସ୍କୁ ନେଇଗଲେ।</verse>
				<verse number="12">“ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।</verse>
				<verse number="13">ସେ ମୋ’ ପାଖକୁ ଆସି ମୋ’ ନିକଟରେ ଠିଆ ହୋଇ କହିଲେ, ‘ଭାଇ ଶାଉଲ, ତୁମର ଦୃଷ୍ଟିଶକ୍ତି ଫେରିପାଅ।’ ଠିକ୍ ସେହି ମୁହୂର୍ତ୍ତରେ ମୁଁ ପୁନର୍ବାର ଦୃଷ୍ଟିଶକ୍ତି ପାଇ ତାଙ୍କୁ ଦେଖିପାରିଲି।</verse>
				<verse number="14">ସେ କହିଲେ, ‘ଆମ ପୂର୍ବପୁରୁଷମାନଙ୍କର ପ୍ରଭୁ ତୁମକୁ ତାଙ୍କର ଅଭିମତ ଜାଣିବା ପାଇଁ, ତାଙ୍କର ଧାର୍ମିକ ସେବକଙ୍କୁ ଦେଖିବା ପାଇଁ ଓ ତାଙ୍କର କଥା ଶୁଣିବା ପାଇଁ ମନୋନୀତ କରିଛନ୍ତି।</verse>
				<verse number="15">କାରଣ ତୁମେ ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କ ନିକଟରେ ପ୍ରକାଶ କରିବା ପାଇଁ ତୁମେ ତାଙ୍କର ସାକ୍ଷୀ ହେବ।</verse>
				<verse number="16">ଆଉ କାହିଁକି ବିଳମ୍ବ କରୁଛ? ଆସ, ଜଳଦୀକ୍ଷା ଗ୍ରହଣ କର ଓ ତାଙ୍କଠାରେ ପ୍ରାର୍ଥନା କରିବା ଦ୍ୱାରା ତୁମର ପାପ ସବୁ ପ୍ରକ୍ଷାଳିତ ହେଉ।”</verse>
				<verse number="17">“ମୁଁ ଯିରୂଶାଲମକୁ ଫେରିଯାଇ ସେଠାରେ ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ,</verse>
				<verse number="18">ପ୍ରଭୁଙ୍କର ଦର୍ଶନ ପାଇଲି। ସେ ମୋତେ କହିଲେ, ‘ଶୀଘ୍ର ଯିରୂଶାଲମ ପରିତ୍ୟାଗ କର, କାରଣ ଏଠାକାର ଲୋକମାନେ ମୋ’ ସମ୍ବନ୍ଧରେ ତୁମର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।’</verse>
				<verse number="19">ମୁଁ ଉତ୍ତର ଦେଲି, ‘ପ୍ରଭୁ, ମୁଁ ସମାଜ ଗୃହମାନଙ୍କୁ ଯାଇ ଆପଣଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ କିପରି ବନ୍ଦୀ କରିଥିଲି ଓ ପ୍ରହାର କରିଥିଲି, ଏହା ସେମାନେ ଭଲଭାବେ ଜାଣନ୍ତି।</verse>
				<verse number="20">ପୁଣି ଯେତେବେଳେ ଆପଣଙ୍କର ସାକ୍ଷୀ ସ୍ତିଫାନଙ୍କୁ ହତ୍ୟା କରାଗଲା, ମୁଁ ନିଜେ ସେଠାରେ ଥିଲି; ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ମୋର ସମ୍ମତି ଜଣାଇଥିଲି ଓ ତାଙ୍କର ହତ୍ୟାକାରୀମାନଙ୍କର ଉତ୍ତରୀୟ ବସ୍ତ୍ରଗୁଡ଼ିକୁ ଜଗି ରହିଥିଲି।’</verse>
				<verse number="21">ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”</verse>
				<verse number="22">ପାଉଲ ଏହି କଥା କହିବା ପର୍ଯ୍ୟନ୍ତ ଲୋକମାନେ ମନ ଦେଇ ଶୁଣୁଥିଲେ, କିନ୍ତୁ ତା’ପରେ ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ତାକୁ ବାହାର କରି ଦିଅ! ତାକୁ ହତ୍ୟା କର! ସେ ଜୀବନଧାରଣର ଯୋଗ୍ୟ ନୁହେଁ!”</verse>
				<verse number="23">ସେମାନେ ଚିକ୍ରାର କରୁଥିଲେ, ଲୁଗା ଉଡ଼ାଇ ଥିଲେ ଓ ଉପରକୁ ଧୂଳି ଫିଙ୍ଗୁଥିଲେ।</verse>
				<verse number="24">ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ପାଇଁ ରୋମୀୟ ସେନାପତି ସୈନ୍ୟମାନଙ୍କୁ ଆଦେଶ ଦେଲେ ଓ ଇହୁଦୀମାନେ କାହିଁକି ତାଙ୍କ ବିରୁଦ୍ଧରେ ଏପରି ଚିକ୍ରାର କରୁଛନ୍ତି, ତାହା ଜାଣିବା ପାଇଁ ତାଙ୍କୁ ଚାବୁକ୍ ପ୍ରହାର କରିବାକୁ ଆଦେଶ ଦେଲେ।</verse>
				<verse number="25">କିନ୍ତୁ ସେମାନେ ତାଙ୍କୁ ବାନ୍ଧିବା ସମୟରେ ପାଉଲ ସେଠାରେ ଉପସ୍ଥିତ ଜଣେ କର୍ମଚାରୀଙ୍କୁ କହିଲେ, “କୌଣସି ଅପରାଧରେ ଏ ପର୍ଯ୍ୟନ୍ତ ବିଚାରିତ ହୋଇ ନ ଥିବା ଜଣେ ରୋମୀୟ ନାଗରିକକୁ ଚାବୁକ୍ ପ୍ରହାର କରିବା କ’ଣ ଆଇନ୍ ସଙ୍ଗତ?”</verse>
				<verse number="26">ଏହା ଶୁଣି କର୍ମଚାରୀ ଯାଇ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ, “ଆପଣ କ’ଣ କରୁଛନ୍ତି? ଏ ଲୋକ ଯେ ଜଣେ ରୋମୀୟ ନାଗରିକ!”</verse>
				<verse number="27">ସୈନ୍ୟାଧ୍ୟକ୍ଷ ପାଉଲଙ୍କ ନିକଟକୁ ଯାଇ ପଚାରିଲେ, “ତୁମେ କ’ଣ ଜଣେ ରୋମୀୟ ନାଗରିକ?” ପାଉଲ ଉତ୍ତର ଦେଲେ, “ହଁ”।</verse>
				<verse number="28">ସେନାପତି କହିଲେ, “ଅନେକ ଟଙ୍କା ବିନିମୟରେ ମୁଁ ଜଣେ ରୋମୀୟ ନାଗରିକ ହୋଇଛି।” ପାଉଲ ଉତ୍ତର ଦେଲେ, “କିନ୍ତୁ ମୁଁ ଜନ୍ମରୁ ରୋମୀୟ।”</verse>
				<verse number="29">ସଙ୍ଗେ ସଙ୍ଗେ ଯେଉଁ ଲୋକମାନେ ପାଉଲଙ୍କୁ ପ୍ରଶ୍ନ କରିବାକୁ ଯାଉଥିଲେ, ପଛକୁ ହଟିଗଲେ ଏବଂ ପାଉଲ ଜଣେ ରୋମୀୟ ନାଗରିକ ହୋଇଥିବା ଜାଣି ଓ ସେ ଯେ ତାଙ୍କୁ ଶିକୁଳିରେ ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି, ଏହା ଜାଣି, ସୈନ୍ୟାଧ୍ୟକ୍ଷ ଅତ୍ୟନ୍ତ ଭୟଭୀତ ହେଲେ।</verse>
				<verse number="30">ଇହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରିଛନ୍ତି, ତାହା ନିଶ୍ଚିତଭାବେ ଜାଣିବା ପାଇଁ ସୈନ୍ୟାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କର ବନ୍ଧନସବୁ ଖୋଲି ଦେଇ ମହାସଭାର ପୂର୍ଣ୍ଣ ବୈଠକ ଆହ୍ୱାନ କରିବା ପାଇଁ ଯାଜକମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।</verse>
			</chapter>
			<chapter number="23">
				<verse number="1">ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”</verse>
				<verse number="2">ଏହି କଥା ଶୁଣି ମହାଯାଜକ ଆନାନୀୟ ପାଉଲଙ୍କ ମୁହଁରେ ଚାପୁଡ଼ା ମାରିବା ପାଇଁ ପାଉଲଙ୍କ ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ଆଦେଶ ଦେଲେ।</verse>
				<verse number="3">ପାଉଲ ତାହାଙ୍କୁ କହିଲେ, “ହେ ଚୂନ ବୋଳା ଧବଳ ପ୍ରାଚୀର, ପ୍ରଭୁ ନିଶ୍ଚୟ ତୁମକୁ ଆଘାତ କରିବେ। ଆଇନ ଅନୁଯାୟୀ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବା ପାଇଁ ଆଦେଶ ଦେଇ ତୁମେ ଆଇନ ଭଙ୍ଗ କରୁଛ!”</verse>
				<verse number="4">ପାଉଲଙ୍କ ନିକଟରେ ଥିବା ଲୋକମାନେ ତାଙ୍କୁ କହିଲେ, “ତୁମେ ଈଶ୍ୱରଙ୍କ ପ୍ରଧାନ ଯାଜକଙ୍କୁ ଅପମାନ କରୁଛ!”</verse>
				<verse number="5">ପାଉଲ ଉତ୍ତର ଦେଲେ, “ହେ ଇଶ୍ରାଏଲୀୟ ଭାଇମାନେ, ସେ ପ୍ରଧାନ ଯାଜକ ବୋଲି ମୁଁ ଜାଣି ନ ଥିଲି। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ତୁମେ ନିଜ ଜାତିର ଶାସକଙ୍କ ଗ୍ଳାନି କର ନାହିଁ’।”</verse>
				<verse number="6">ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”</verse>
				<verse number="7">ସେମାନଙ୍କ ଭିତରେ ଦଳଗତ ବିଭେଦ ସୃଷ୍ଟି ହେଲା ଏବଂ ସେ ଠିକ୍ ଏ କଥା କହିବା ସଙ୍ଗେ ସଙ୍ଗେ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ମଧ୍ୟରେ କଳହ ଆରମ୍ଭ ହେଲା।</verse>
				<verse number="8">(କାରଣ ସାଦ୍ଦୁକୀମାନଙ୍କ ମତରେ ମୃତମାନଙ୍କ ପୁନରୁତ୍ଥାନ ନାହିଁ, ସ୍ୱର୍ଗଦୂତ ବା ଆତ୍ମାମାନଙ୍କର ଅସ୍ତିତ୍ୱ ନାହିଁ; କିନ୍ତୁ ଫାରୁଶୀମାନେ ଏହି ତିନୋଟି ବିଷୟରେ ବିଶ୍ୱାସ କରନ୍ତି।)</verse>
				<verse number="9">ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”</verse>
				<verse number="10">ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।</verse>
				<verse number="11">ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”</verse>
				<verse number="12">ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ।</verse>
				<verse number="13">ଚାଳିଶ ଜଣରୁ ଅଧିକ ଲୋକ ଏହି ଚକ୍ରାନ୍ତ କଲେ।</verse>
				<verse number="14">ସେମାନେ ଯାଇ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନଙ୍କୁ କହିଲେ, “ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ଭୋଜନ ନ କରିବା ପାଇଁ ଆମ୍ଭେମାନେ ଏକ ଦୃଢ଼ ଶପଥ ନେଇଛୁ।</verse>
				<verse number="15">ତେଣୁ ତାଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାର ଆଳ ଦେଖାଇ ମହାସଭା ସମ୍ମୁଖରେ ଓ ଆପଣମାନଙ୍କ ନିକଟରେ ପାଉଲଙ୍କୁ ଆଉ ଥରେ ଉପସ୍ଥିତ କରାଇବା ପାଇଁ ରୋମୀୟ ସେନାଧ୍ୟକ୍ଷଙ୍କୁ ନିବେଦନ କରନ୍ତୁ। କିନ୍ତୁ ସେ ଏଠାକୁ ଆସିବା ପୂର୍ବରୁ ବାଟରେ ଆମେ ତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ରହିବୁ।”</verse>
				<verse number="16">କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ କଥା ଶୁଣି, ଦୁର୍ଗ ଭିତରକୁ ଯାଇ ପାଉଲଙ୍କୁ ଏହା ଜଣାଇଲା।</verse>
				<verse number="17">ପାଉଲ ରୋମୀୟ କର୍ମଚାରୀମାନଙ୍କ ମଧ୍ୟରୁ ଜଣକୁ ଡକାଇ କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ ଯାଆନ୍ତୁ, ତାଙ୍କୁ ତାହାର କିଛି କହିବାର ଅଛି।”</verse>
				<verse number="18">କର୍ମଚାରୀ ତାକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ କହିଲେ, “ବନ୍ଦୀ ପାଉଲ ମୋତେ ଡାକି ଏହି ଯୁବକକୁ ଆପଣଙ୍କ ନିକଟକୁ ଆଣିବା ପାଇଁ କହିଲେ। ଆପଣଙ୍କୁ ତାହାର କିଛି କହିବାର ଅଛି।”</verse>
				<verse number="19">ସେନାଧ୍ୟକ୍ଷ ତାହାର ହାତ ଧରି ନିଭୃତକୁ ନେଇଗଲେ ଓ ପଚାରିଲେ, “କଅଣ କହିବାର ଅଛି, କୁହ!”</verse>
				<verse number="20">ଯୁବକ କହିଲା, “ଇହୁଦୀ କର୍ତ୍ତୃପକ୍ଷମାନେ ସଂକଳ୍ପ କରିଛନ୍ତି ଯେ, ମହାସଭା ପାଉଲଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାକୁ ଇଚ୍ଛା କରୁଛନ୍ତି ବୋଲି ଛଳନା କରି ତାଙ୍କୁ ମହାସଭାକୁ ନେଇଯିବା ପାଇଁ ଆପଣଙ୍କୁ ଅନୁରୋଧ କରିବେ।</verse>
				<verse number="21">କିନ୍ତୁ ସେମାନଙ୍କ କଥା ଶୁଣନ୍ତୁ ନାହିଁ; କାରଣ ଚାଳିଶ ଜଣରୁ ଅଧିକ ଲୋକ ତାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଭୋଜନ ପାନ କରିବେ ନାହିଁ ବୋଲି ଶପଥ ନେଇ ଛକି ରହିଛନ୍ତି। ବର୍ତ୍ତମାନ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ପ୍ରସ୍ତୁତ ରହିଛନ୍ତି।”</verse>
				<verse number="22">“ତୁମେ ମୋତେ ଏହା ଜଣାଇଛ ବୋଲି କାହାକୁ କହିବ ନାହିଁ।” ସେନାଧ୍ୟକ୍ଷ ଏହା କହି ଯୁବକକୁ ବିଦାୟ ଦେଲେ।</verse>
				<verse number="23">ସେନାଧ୍ୟକ୍ଷ ତାଙ୍କର ଅଧୀନସ୍ଥ ଦୁଇ ଜଣ କର୍ମଚାରୀଙ୍କୁ ଡକାଇ କହିଲେ, “ଆଜି ରାତି ନଅଟା ସୁଦ୍ଧା ସିସେରିଆକୁ ଯିବା ପାଇଁ ସତୁରି ଜଣ ଅଶ୍ୱାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କ ସହିତ ଦୁଇ ଶହ ପଦାତିକ ସୈନ୍ୟଙ୍କୁ ପ୍ରସ୍ତୁତ କର।</verse>
				<verse number="24">ପାଉଲଙ୍କ ଯାତ୍ରା ନିମନ୍ତେ କେତେକ ଅଶ୍ୱ ଦିଅ ଓ ନିରାପଦରେ ତାଙ୍କୁ ରାଜ୍ୟପାଳ ଫେଲିକ୍ସ୍ଙ୍କ ନିକଟକୁ ନେଇଯାଅ।”</verse>
				<verse number="25">ସେନାଧ୍ୟକ୍ଷ ଏହିପରି ଏକ ପତ୍ର ଲେଖିଲେ:</verse>
				<verse number="26">“ମାନ୍ୟବର ରାଜ୍ୟପାଳ ଫେଲିକ୍ସ୍ଙ୍କୁ କ୍ଳଡିଅସ୍ ଲିସିଅସ୍ର ନମସ୍କାର।</verse>
				<verse number="27">ଇହୁଦୀମାନେ ଏହି ଲୋକଟିକୁ ଧରି ତାକୁ ହତ୍ୟା କରିବାକୁ ଉଦ୍ୟତ ଥିଲେ। ସେ ଜଣେ ରୋମୀୟ ନାଗରିକ ବୋଲି ଅବଗତ ହେବାରୁ ମୁଁ ମୋର ସୈନ୍ୟମାନଙ୍କ ଦ୍ୱାରା ତାକୁ ରକ୍ଷା କଲି।</verse>
				<verse number="28">ସେମାନଙ୍କ ବିରୁଦ୍ଧରେ ସେ କି ଦୋଷ କରିଥିଲା, ଜାଣିବା ପାଇଁ ମୁଁ ତାକୁ ସେମାନଙ୍କ ମହାସଭାକୁ ନେଇଗଲି।</verse>
				<verse number="29">କିନ୍ତୁ ସେ ମୃତ୍ୟୁଦଣ୍ଡ ବା କାରାଦଣ୍ଡ ଭୋଗ କରିବା ଭଳି କୌଣସି କାର୍ଯ୍ୟ କରି ନାହିଁ ବୋଲି ମୁଁ ଜାଣିପାରିଲି। ତାହା ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକ ସେମାନଙ୍କର ଧର୍ମ ସଂକ୍ରାନ୍ତୀୟ।</verse>
				<verse number="30">ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”</verse>
				<verse number="31">ସୈନ୍ୟମାନେ ସେହି ଆଦେଶ ଅନୁଯାୟୀ ପାଉଲଙ୍କୁ ସେହି ରାତିରେ ଆନ୍ତିପଟ୍ରିସ୍ରେ ପହଞ୍ଚାଇ ଦେଲେ।</verse>
				<verse number="32">ତହିଁ ଆରଦିନ ପଦାତିକ ସୈନ୍ୟମାନେ ଦୁର୍ଗକୁ ଫେରିଗଲେ ଓ ଅଶ୍ୱାରୋହୀ ସୈନ୍ୟମାନେ</verse>
				<verse number="33">ପାଉଲଙ୍କୁ ନେଇ ସିସେରିଆରେ ପହଞ୍ଚିଲେ। ସେଠାରେ ସୈନ୍ୟାଧ୍ୟକ୍ଷଙ୍କ ପତ୍ର ସହ ପାଉଲଙ୍କୁ ରାଜ୍ୟପାଳଙ୍କ ଜିମା କରିଦେଲେ।</verse>
				<verse number="34">ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି</verse>
				<verse number="35">ସେ କହିଲେ, “ତୁମର ଅଭିଯୋଗକାରୀମାନେ ପହଞ୍ଚିବା ପରେ ମୁଁ ତୁମ କଥା ଶୁଣିବି।” ତା’ପରେ ପାଉଲଙ୍କୁ ହେରୋଦଙ୍କ ରାଜପ୍ରାସାଦରେ ବନ୍ଦୀ କରି ରଖିବା ପାଇଁ ଆଦେଶ ଦେଲେ।</verse>
			</chapter>
			<chapter number="24">
				<verse number="1">ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ।</verse>
				<verse number="2">ତା’ପରେ ପାଉଲଙ୍କୁ ସେଠାରେ ଉପସ୍ଥିତ କରାଗଲା ଏବଂ ତର୍ତ୍ତୁଲସ୍ ନିମ୍ନୋକ୍ତଭାବେ ତାଙ୍କର ଅଭିଯୋଗଗୁଡ଼ିକ ଦର୍ଶାଇଲେ: “ମହାଭାଗ, ଆପଣଙ୍କ ବିଜ୍ଞ ନେତୃତ୍ୱ ଦ୍ୱାରା ଆମେ ଦୀର୍ଘ ଦିନ ଧରି ଶାନ୍ତିରେ ବାସ କରୁଅଛୁ ଓ ଆମ ଦେଶର ମଙ୍ଗଳ ନିମନ୍ତେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି।</verse>
				<verse number="3">ପ୍ରତ୍ୟେକ ସ୍ଥାନରେ ଓ ସବୁ ସମୟରେ ଆମେ ଏହାର ସ୍ୱାଗତ କରିଛୁ, ଆମେ ଆପଣଙ୍କ ନିକଟରେ ଗଭୀର ଭାବରେ କୃତଜ୍ଞ।</verse>
				<verse number="4">ସେ ଯାହାହେଉ, ମୁଁ ଆପଣଙ୍କର ଅଧିକ ସମୟ ନେବାକୁ ଚାହେଁ ନାହିଁ, ତେଣୁ ଆପଣ ଦୟା କରି ଆମର ସଂକ୍ଷିପ୍ତ ବିବରଣୀ ଶୁଣିବା ପାଇଁ ମୋର ଅନୁରୋଧ।</verse>
				<verse number="5">ଏହି ଲୋକଟା ଭୟଙ୍କର ଗଣ୍ଡଗୋଳିଆ ବୋଲି ଆମେ ଜାଣୁ; ସେ ପୃଥିବୀରେ ସବୁଆଡ଼େ ବୁଲି ଇହୁଦୀମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ମତାଉଛି। ସେ ନାଜରିତୀୟ ଦଳର ଜଣେ ନେତା।</verse>
				<verse number="6">ସେ ଆମ ମନ୍ଦିରକୁ ଅପବିତ୍ର କରିବାକୁ ଚେଷ୍ଟା କଲାବେଳେ ଆମେ ତାକୁ ଗିରଫ କଲୁ।</verse>
				<verse number="7"></verse>
				<verse number="8">ଆମେ ଏହା ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରୁଛୁ, ତାହା ଆପଣ ନିଜେ ଏହି ଲୋକକୁ ଜେରା କରି ଜାଣିପାରିବେ।”</verse>
				<verse number="9">ଉପସ୍ଥିତ ଇହୁଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି ଦୃଢ଼ଭାବେ ସମର୍ଥନ ଜଣାଇଲେ।</verse>
				<verse number="10">ତା’ପରେ ରାଜ୍ୟପାଳ ପାଉଲଙ୍କୁ କଥା କହିବା ପାଇଁ ଇଙ୍ଗିତ ଦେବାରୁ ପାଉଲ କହିଲେ: “ମୁଁ ଜାଣେ ଯେ ବହୁ ବର୍ଷ ଧରି ଆପଣ ଏହି ଜାତିର ବିଚାରପତି ହୋଇଛନ୍ତି, ତେଣୁ ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ମୋ’ ପକ୍ଷରେ ସୌଭାଗ୍ୟଜନକ।</verse>
				<verse number="11">ଆପଣ ନିଜେ ଅନୁସନ୍ଧାନ କରି ଜାଣିପାରିବେ ଯେ, ପ୍ରାୟ ବାର ଦିନ ତଳେ ମୁଁ ଯିରୂଶାଲମକୁ ଉପାସନା କରିବାକୁ ଯାଇଥିଲି।</verse>
				<verse number="12">ମନ୍ଦିରରେ କାହାରି ସହିତ ମୋତେ ଯୁକ୍ତିତର୍କ କରୁଥିବା ଇହୁଦୀମାନେ ଦେଖି ନ ଥିଲେ କିମ୍ବା ସମାଜ ଗୃହମାନଙ୍କରେ ଅବା ସହରର ଅନ୍ୟ କୌଣସି ସ୍ଥାନରେ ମୋତେ ଲୋକମାନଙ୍କୁ ବତାଉ ଥିବାର ଦେଖି ନ ଥିଲେ।</verse>
				<verse number="13">ତେଣୁ ମୋ’ ବିରୁଦ୍ଧରେ ବର୍ତ୍ତମାନ ଆଣିଥିବା ଅଭିଯୋଗଗୁଡ଼ିକ ପାଇଁ ସେମାନେ ପ୍ରମାଣ ଦେଇପାରିବେ ନାହିଁ।</verse>
				<verse number="14">ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ।</verse>
				<verse number="15">ଏମାନଙ୍କ ଭଳି ପ୍ରଭୁଙ୍କଠାରେ ମୋର ସେହି ଏକ ଭରସା ଯେ, ଭଲ ଓ ଖଳ ଲୋକ ସମସ୍ତେ ମୃତ୍ୟୁରୁ ଉତ୍ଥିତ ହେବେ।</verse>
				<verse number="16">ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।</verse>
				<verse number="17">“ଅନେକ ବର୍ଷ ଧରି ଯିରୂଶାଲମରୁ ଦୂରରେ ରହିବା ପରେ, ମୋ’ ନିଜ ଲୋକମାନଙ୍କ ପାଇଁ କିଛି ଅର୍ଥ ନେବାକୁ ଓ ବଳିଦାନ ଉତ୍ସର୍ଗ କରିବା ପାଇଁ ମୁଁ ସେଠାକୁ ଯାଇଥିଲି।</verse>
				<verse number="18">ମୁଁ ଶୁଚିକରଣ ବିଧି ଶେଷ କରୁଥିବା ସମୟରେ ସେମାନେ ମୋତେ ମନ୍ଦିରରେ ଦେଖିଲେ। ସେତେବେଳେ ମୋ’ ନିକଟରେ ଜନସମାବେଶ ନ ଥିଲା କିମ୍ବା କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା।</verse>
				<verse number="19">କିନ୍ତୁ ଏସିଆ ଦେଶର କେତେକ ଇହୁଦୀ ସେଠାରେ ଥିଲେ; ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି କହିବାର ଅଛି, ସେମାନେ ନିଜେ ଆପଣଙ୍କ ସମ୍ମୁଖକୁ ଆସି ଅଭିଯୋଗ କରିପାରିଥାନ୍ତେ।</verse>
				<verse number="20">ପୁନଶ୍ଚ, ମୁଁ ଯେତେବେଳେ ମହାସଭା ସମ୍ମୁଖରେ ଠିଆ ହୋଇଥିଲି, ମୁଁ କେଉଁ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲି, ତାହା ଏଠାରେ ଥିବା ଏହି ଲୋକମାନେ କୁହନ୍ତୁ।</verse>
				<verse number="21">ଅବଶ୍ୟ ମୁଁ ଗୋଟଏ କଥା କରିଥିଲି: ସେମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ମୁଁ ଦୃଢ଼ଭାବେ କହିଥିଲି, ‘ମୃତମାନେ ପୁନର୍ଜୀବିତ ହେବେ ବୋଲି ମୁଁ ବିଶ୍ୱାସ କରିଥିବାରୁ ଆଜି ଆପଣମାନଙ୍କ ଦ୍ୱାରା ବିଚାରିତ ହେଉଛି’।”</verse>
				<verse number="22">ଫେଲିକ୍ସ୍ ଉକ୍ତ ମାର୍ଗ ବିଷୟରେ ଭଲ ରୂପେ ଜାଣିଥିବାରୁ ଶୁଣାଣି ବନ୍ଦ କରି କହିଲେ, “ସେନାଧ୍ୟକ୍ଷ ଲିସୀଅସ୍ ପହଞ୍ଚିବା ପରେ ମୁଁ ତୁମ ମାମଲା ନିଷ୍ପତ୍ତି କରିବି।’</verse>
				<verse number="23">ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।</verse>
				<verse number="24">କିଛିଦିନ ପରେ ଫେଲିକ୍ସ୍ ତାଙ୍କର ଇହୁଦୀୟା ସ୍ତ୍ରୀ ଦ୍ରୁସିଲାଙ୍କ ସହିତ ଆସିଲେ, ସେ ପାଉଲଙ୍କୁ ଡକାଇ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମ୍ପର୍କରେ ତାଙ୍କ କଥା ଶୁଣିଲେ।</verse>
				<verse number="25">କିନ୍ତୁ ଯେତେବେଳେ ପାଉଲ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ଦିନ କଥା ଆଲୋଚନା କଲେ, ଫେଲିକ୍ସ୍ ଭୟଭୀତ ହୋଇ କହିଲେ, “ତୁମେ ବର୍ତ୍ତମାନ ଯାଇପାର। ସୁଯୋଗ ପାଇଲେ, ଆଉ ଥରେ ତୁମକୁ ଡକାଇବି।”</verse>
				<verse number="26">ସେହି ସମୟରେ ପାଉଲ ତାଙ୍କୁ କିଛି ଅର୍ଥ ଉକ୍ରୋଚ ଦେବେ ବୋଲି ସେ ଆଶା କରିଥିଲେ, ତେଣୁ ସେ ଥରକୁ ଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ।</verse>
				<verse number="27">ଏହିପରି ଦୁଇବର୍ଷ ଅତିବାହିତ ହେବା ପରେ ପୋର୍କିୟସ ଫେଷ୍ଟସ୍ ଫେଲିକ୍ସ୍ଙ୍କ ସ୍ଥାନରେ ରାଜ୍ୟପାଳ ରୂପେ ନିଯୁକ୍ତ ହେଲେ। ଫେଲିକ୍ସ୍ ଇହୁଦୀମାନଙ୍କର ପ୍ରିୟ ପାତ୍ର ହେବା ପାଇଁ ଲାଳାୟିତ ଥିବାରୁ ପାଉଲଙ୍କୁ ମୁକ୍ତ ନ କରି କାରାଗାରରେ ଛାଡ଼ି ଚାଲିଗଲେ।</verse>
			</chapter>
			<chapter number="25">
				<verse number="1">ଫେଷ୍ଟସ୍ ଏହି ପ୍ରଦେଶରେ ପହଞ୍ଚିବାର ତିନିଦିନ ପରେ ସିସେରିଆରୁ ଯିରୁଶାଲମକୁ ଗଲେ।</verse>
				<verse number="2">ସେଠାରେ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନେ ପୁନର୍ବାର ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।</verse>
				<verse number="3">ପାଉଲଙ୍କୁ ଯିରୂଶାଲମକୁ ଆଣି ସେମାନଙ୍କୁ ଅନୁଗୃହୀତ କରିବା ପାଇଁ ସେମାନେ ଫେଷ୍ଟସ୍ଙ୍କୁ ନିବେଦନ କଲେ, କାରଣ ସେମାନେ ପାଉଲଙ୍କୁ ବାଟରେ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।</verse>
				<verse number="4">ଫେଷ୍ଟସ୍ କହିଲେ, “ପାଉଲଙ୍କୁ ଏକ ବନ୍ଦୀ ରୂପେ ସିସେରିଆରେ ରଖାଯାଇଛି ଓ ଶୀଘ୍ର ମୁଁ ନିଜେ ସେଠାକୁ ଫେରିଯିବି।</verse>
				<verse number="5">ଯଦି ସେ କିଛି ଦୋଷ କରିଛି, ତେବେ ତୁମର ନେତାମାନେ ମୋ’ ସହିତ ସିସେରିଆକୁ ଯାଆନ୍ତୁ ଓ ତା’ ବିରୁଦ୍ଧରେ ସେମାନଙ୍କ ଅଭିଯୋଗ ଉପସ୍ଥାପିତ କରନ୍ତୁ।”</verse>
				<verse number="6">ଫେଷ୍ଟସ୍ ସେମାନଙ୍କ ସହିତ ଆଠ ଦଶ ଦିନ ରହି ସିସେରିଆକୁ ଫେରିଲେ। ତହିଁ ଆର ଦିନ ସେ ବିଚାରାଳୟରେ ବସି ପାଉଲଙ୍କୁ ଆଣିବା ପାଇଁ ଆଦେଶ ଦେଲେ।</verse>
				<verse number="7">ପାଉଲ ଆସିବା କ୍ଷଣି ଯିରୂଶାଲମର ଇହୁଦୀମାନେ ତାଙ୍କ ଚାରିପଟେ ଘେରି ଯାଇ ଛିଡ଼ା ହେଲେ ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ କଲେ। କିନ୍ତୁ ସେମାନେ ଏସବୁ ପ୍ରମାଣ କରିବାକୁ ସମର୍ଥ ହେଲେ ନାହିଁ।</verse>
				<verse number="8">ବରଂ ପାଉଲ ଆତ୍ମସମର୍ଥନ କରି କହିଲେ, “ଇହୁଦୀମାନଙ୍କର ବ୍ୟବସ୍ଥା କିମ୍ବା ମନ୍ଦିର କିମ୍ବା ରୋମୀୟ ସମ୍ରାଟ୍, କାହା ବିରୁଦ୍ଧରେ ମୁଁ କୌଣସି ଦୋଷ କରି ନାହିଁ।”</verse>
				<verse number="9">କିନ୍ତୁ ଫେଷ୍ଟସ୍ ଇହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁ ପାଉଲଙ୍କୁ ପଚାରିଲେ, “ଯିରୂଶାଲମକୁ ଯିବା ପାଇଁ ଓ ସେଠାରେ ମୋ’ ସମ୍ମୁଖରେ ଏହିସବୁ ଅଭିଯୋଗରେ ବିଚାରିତ ହେବା ପାଇଁ ତୁମେ କ’ଣ ରାଜି ହେବ?”</verse>
				<verse number="10">ପାଉଲ କହିଲେ, “ମୁଁ ସମ୍ରାଟଙ୍କ ନିଜ ବିଚାରାଳୟ ସମ୍ମୁଖରେ ଛିଡ଼ା ହୋଇଛି। ଏହିଠାରେ ହିଁ ମୋର ବିଚାର ହେବା ଉଚିତ। ଆପଣ ନିଜେ ଭଲ ରୂପେ ଜାଣନ୍ତି ଯେ, ମୁଁ ଇହୁଦୀମାନଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।</verse>
				<verse number="11">ଯଦି ମୁଁ ବ୍ୟବସ୍ଥା ଲଙ୍ଘନ କରି ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରିଛି, ସେଥିରୁ ନିଷ୍କୃତି ପାଇବାକୁ ମୁଁ ଚାହୁଁ ନାହିଁ। କିନ୍ତୁ ସେମାନେ ମୋ’ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକରେ ଯଦି କୌଣସି ସତ୍ୟତା ନ ଥାଏ, ତେବେ କେହି ମୋତେ ସେମାନଙ୍କ ହାତରେ ଛାଡ଼ି ଦେଇପାରିବେ ନାହିଁ। ସମ୍ରାଟଙ୍କଠାରେ ମୁଁ ଏହି ଆବେଦନ କରୁଛି।”</verse>
				<verse number="12">ତା’ପରେ ଫେଷ୍ଟସ୍ ତାଙ୍କର ସଭାସଦ୍ମାନଙ୍କ ସହିତ ପରାମର୍ଶ କରି ଉତ୍ତର ଦେଲେ, “ତୁମେ ସମ୍ରାଟଙ୍କଠାରେ ଆବେଦନ କରିଛ, ତେଣୁ ତୁମେ ସମ୍ରାଟଙ୍କ ନିକଟକୁ ଯିବ।”</verse>
				<verse number="13">କିଛିଦିନ ପରେ ରାଜା ଆଗ୍ରୀପା ଓ ବର୍ଣ୍ଣିସ୍ ଫେଷ୍ଟସ୍ଙ୍କୁ ସ୍ୱାଗତ ଜଣାଇବା ପାଇଁ କାଇସରିଆ ପରିଦର୍ଶନରେ ଆସିଲେ।</verse>
				<verse number="14">ସେଠାରେ ସେମାନେ କିଛିଦିନ ରହିବା ପରେ ଫେଷ୍ଟସ୍ ରାଜାଙ୍କୁ ପାଉଲଙ୍କ ବିଷୟ ଜଣାଇ କହିଲେ, “ଫେଲିକ୍ସ୍ ବନ୍ଦୀ କରି ରଖି ଯାଇଥିବା ଜଣେ ଲୋ ଏଠାରେ ଅଛି।</verse>
				<verse number="15">ମୁଁ ଯେତେବେଳେ ଯିରୂଶାଲମକୁ ଯାଇଥିଲି, ଇହୁଦୀ ପ୍ରଧାନ ଯାଜକ ଓ ଧର୍ମ ନେତାମାନେ ତା’ ବିରୁଦ୍ଧରେ କେତେକ ଅଭିଯୋଗ ଆଣିଲେ ଓ ମୋତେ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ କହିଲେ।</verse>
				<verse number="16">କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ, ଜଣେ ଦୋଷୀକୁ ବିଚାରାଳୟରେ ତା’ର ଅଭିଯୋଗକାରୀମାନଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ପାଇଁ ସୁଯୋଗ ଦେବା ପୂର୍ବରୁ ତାକୁ ଦୋଷୀ ସାବ୍ୟସ୍ତ କରିବା ଆମ ରୋମୀୟମାନଙ୍କର ଦେଶାଚାର ନୁହେଁ।</verse>
				<verse number="17">ସେମାନେ ଏଠାକୁ ଆସିବା ପରେ ମୁଁ କାଳ ବିଳମ୍ବ ନ କରି ତା’ ପରଦିନ ବିଚାରାଳୟରେ ବସିଲି ଓ ଲୋକଟିକୁ ଭିତରକୁ ଆଣିବା ପାଇଁ ଆଦେଶ ଦେଲି।</verse>
				<verse number="18">ତା’ର ପ୍ରତିପକ୍ଷର ଲୋକମାନେ ତା’ ବିରୁଦ୍ଧରେ କହିବାକୁ ଛିଡ଼ା ହେଲେ, କିନ୍ତୁ ସେମାନେ ଯେଉଁ ପ୍ରକାର ଅଭିଯୋଗ ଆଣିବେ ବୋଲି ମୁଁ ମନେ କରିଥିଲି, ତା’ ସେମାନେ କରିପାରିଲେ ନାହିଁ।</verse>
				<verse number="19">ସେମାନେ କେବଳ ନିଜ ଧର୍ମ ବିଷୟରେ ଏବଂ ଯୀଶୁ ନାମକ ଯେଉଁ ମୃତ ବ୍ୟକ୍ତିଙ୍କୁ ପାଉଲ ଜୀବିତ ବୋଲି ଦାବୀ କରୁଛନ୍ତି, ତାଙ୍କ ବିଷୟ ନେଇ ଯୁକ୍ତିତର୍କ କଲେ।</verse>
				<verse number="20">ଏହି ସମସ୍ତ ବିଷୟ ଆହୁରି ପ୍ରାଞ୍ଜଳଭାବେ ଜାଣିବା ନିମନ୍ତେ କ’ଣ କରିବାକୁ ହେବ, କିଛି ସ୍ଥିର କରି ନ ପାରି ଏହି ଅଭିଯୋଗରେ ବିଚାରିତ ହେବା ପାଇଁ ପାଉଲ ଯିରୂଶାଲମ ଯିବେ କି ବୋଲି ମୁଁ ତାଙ୍କୁ ପଚାରିଲି।</verse>
				<verse number="21">କିନ୍ତୁ ପାଉଲ, ନିଜେ ସମ୍ରାଟ ତା’ର ମାମଲା ନିଷ୍ପତ୍ତି କରନ୍ତୁ ବୋଲି କହି ପ୍ରହରୀମାନଙ୍କ ଦ୍ୱାରା ସୁରକ୍ଷିତ ହେବା ପାଇଁ ଚାହିଁଲା। ତେଣୁ ସମ୍ରାଟଙ୍କ ପାଖକୁ ପଠାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିବା ପାଇଁ ମୁଁ ଆଦେଶ ଦେଇଛି।”</verse>
				<verse number="22">ଆଗ୍ରୀପା ଫେଷ୍ଟସ୍ଙ୍କୁ କହିଲେ, “ମୁଁ ନିଜେ ଏହି ଲୋକର କଥା ଶୁଣିବାକୁ ଚାହେଁ।” ଫେଷ୍ଟସ୍ ଉତ୍ତର ଦେଲେ, “ଆସନ୍ତା କାଲି ଆପଣ ତାହାର କଥା ଶୁଣିବେ।”</verse>
				<verse number="23">ତହିଁ ଆରଦିନ ଆଗ୍ରୀପା ଓ ବର୍ଣ୍ଣିସ୍ ସୈନ୍ୟବାହିନୀର ମୁଖ୍ୟ ଓ ନଗରର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମହା ଆଡ଼ମ୍ବରରେ ଆସି ବିଚାରାଳୟରେ ପ୍ରବେଶ କଲେ। ଫେଷ୍ଟସ୍ଙ୍କ ଆଦେଶରେ ପାଉଲ ଭିତରକୁ ଅଣାଗଲେ।</verse>
				<verse number="24">ଫେଷ୍ଟସ୍ କହିଲେ, “ରାଜା ଆଗ୍ରୀପା ଓ ଉପସ୍ଥିତ ଭଦ୍ରମଣ୍ଡଳୀ, ଆପଣମାନେ ଏହି ଯେଉଁ ଲୋକକୁ ଦେଖୁଛନ୍ତି, ତାହା ବିରୁଦ୍ଧରେ ଏଠାକାର ଓ ଯିରୂଶାଲମରେ ଥିବା ଇହୁଦୀମାନେ ମୋ’ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ତା’ର ମୃତ୍ୟୁ ଦାବୀ କରି ଚିକ୍ରାର କରୁଛନ୍ତି।</verse>
				<verse number="25">କିନ୍ତୁ ସେ ମୃତ୍ୟୁଦଣ୍ଡ ପାଇବା ଭଳି କରିଥିବା କୌଣସି ଅପରାଧ ମୁଁ ଦେଖି ନାହିଁ। ସେ ନିଜେ ସମ୍ରାଟଙ୍କୁ ଆବେଦନ କରିଥିବାରୁ, ମୁଁ ତାହାଙ୍କୁ ସେଠାକୁ ପଠାଇବା ପାଇଁ ସ୍ଥିର କରିଛି।</verse>
				<verse number="26">କିନ୍ତୁ ତା’ ବିଷୟରେ ନିର୍ଦ୍ଦିଷ୍ଟଭାବେ ସମ୍ରାଟଙ୍କୁ ଲେଖିବା ପାଇଁ ମୋର କିଛି ନାହିଁ। ତେଣୁ ମୁଁ ତାକୁ ଆପଣମାନଙ୍କ ସମ୍ମୁଖକୁ ଏବଂ ବିଶେଷଭାବେ ହେ ରାଜା ଆଗ୍ରୀପା, ଆପଣଙ୍କ ସମ୍ମୁଖକୁ ଆଣିଛି, ଯେପରି କି ତାହାର ବିଷୟ ଭଲ ଭାବରେ ତଦନ୍ତ କରିବା ପରେ ମୁଁ କିଛି ଲେଖିପାରିବି।</verse>
				<verse number="27">କାରଣ ଗୋଟିଏ ବନ୍ଦୀ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ପରିଷ୍କାରଭାବେ ନ ଦର୍ଶାଇ ତାକୁ ସମ୍ରାଟଙ୍କ ନିକଟକୁ ପଠାଇବା ଠିକ୍ ହେବ ନାହିଁ ବୋଲି ମୁଁ ମନେ କରୁଛି।”</verse>
			</chapter>
			<chapter number="26">
				<verse number="1">ଆଗ୍ରୀପା ପାଉଲଙ୍କୁ କହିଲେ, “ତୁମକୁ ନିଜ ପକ୍ଷରୁ ଯାହା କିଛି କହିବା ପାଇଁ ଅନୁମତି ଦିଆଗଲା।” ପାଉଲ ହସ୍ତ ବିସ୍ତାର କରି ନିଜକୁ ସମର୍ଥନ କରି କହିଲେ -</verse>
				<verse number="2">“ରାଜା ଆଗ୍ରୀପା! ଇହୁଦୀମାନେ ମୋତେ ଯେଉଁ ସବୁ ବିଷୟରେ ଅଭିଯୁକ୍ତ କରିଛନ୍ତି, ତାହା ବିପକ୍ଷରେ ଆପଣଙ୍କ ସମ୍ମୁଖରେ ମୁଁ ଆତ୍ମସମର୍ଥନ କରିବାକୁ ସୁଯୋଗ ପାଇଥିବାରୁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି,</verse>
				<verse number="3">କାରଣ ଇହୁଦୀମାନଙ୍କ ରୀତିନୀତି ଓ ମତାମତ ସମ୍ବନ୍ଧରେ ଆପଣ ଭଲ ରୂପେ ଜାଣନ୍ତି। ଅନୁରୋଧ କରୁଛି, ଆପଣ ଧୈର୍ଯ୍ୟ ସହକାରେ ମୋ’ କଥା ଶୁଣନ୍ତୁ।</verse>
				<verse number="4">“ପିଲା ଦିନରୁ ମୁଁ କିପରି ଜୀବନଯାପନ କରିଛି, ତାହା ଇହୁଦୀମାନେ ଜାଣନ୍ତି। ପ୍ରଥମେ ନିଜ ଦେଶରେ ଓ ତା’ପରେ ଯିରୂଶାଲମରେ ମୁଁ କିପରି ଜୀବନ କାଟିଛି, ସେମାନେ ତାହା ଜାଣନ୍ତି।</verse>
				<verse number="5">ମୁଁ ଯେ ପ୍ରଥମରୁ ଫାରୁଶୀ ନାମକ ଆମ ଧର୍ମର ସବୁଠାରୁ ନୈଷ୍ଠିକ ଦଳର ସଦସ୍ୟ ଥିଲି, ସେମାନେ ଏହା ଜାଣନ୍ତି ଏବଂ ଇଚ୍ଛା କଲେ, ସେମାନେ ଏ ବିଷୟରେ ସାକ୍ଷ୍ୟ ଦେଇପାରିବେ।</verse>
				<verse number="6">ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ମୋର ଭରସା ଥିବା ହେତୁ ଆଜି ମୁଁ ଏଠାରେ ବିଚାରିତ ହେବା ପାଇଁ ଠିଆ ହୋଇଛି।</verse>
				<verse number="7">ଆମ ଜାତିର ବାରଗୋଷ୍ଠୀ ଦିବାରାତ୍ରି ପ୍ରଭୁଙ୍କ ଉପାସନା କରି ସେହି ଏକ ବିଷୟ ପାଇବା ପାଇଁ ଆଶା କରନ୍ତି। ହେ ରାଜନ୍, ମୋର ସେହି ଭରସା ହେତୁ ଇହୁଦୀମାନେ ମୋତେ ଦୋଷୀ କରୁଛନ୍ତି।</verse>
				<verse number="8">ପ୍ରଭୁ ଯେ ମୃତମାନଙ୍କୁ ଉତ୍ଥିତ କରାନ୍ତି, ଏହା ବିଶ୍ୱାସ କରିବା ଅସମ୍ଭବ ବୋଲି ଆପଣମାନେ କାହିଁକି ମନେ କରୁଛନ୍ତି?</verse>
				<verse number="9">“ନାଜରିତୀୟ ଯୀଶୁଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ ବୋଲି ଭାବିଥିଲି।</verse>
				<verse number="10">ଯିରୂଶାଲମରେ ମୁଁ ସେପରି କଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ ଈଶ୍ୱରଙ୍କ ଭକ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ନିକ୍ଷେପ କଲି ଓ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ମୁଁ ତାହାର ସପକ୍ଷରେ ଥିଲି।</verse>
				<verse number="11">ଅନେକ ଥର ସମାଜ ଗୃହମାନଙ୍କରେ ମୁଁ ସେମାନଙ୍କୁ ଦଣ୍ଡ ଦେଇଛି ଓ ସେମାନଙ୍କ ବିଶ୍ୱାସରୁ ବିଚ୍ୟୁତ କରାଇବା ପାଇଁ ଚେଷ୍ଟା କରିଛି। ମୁଁ ସେମାନଙ୍କ ପ୍ରତି ଏତେ କ୍ରୋଧାନ୍ଧ ହୋଇଥିଲି ଯେ, ସେମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ବିଦେଶୀୟ ସହରମାନଙ୍କୁ ମଧ୍ୟ ଯାଇଥିଲି।</verse>
				<verse number="12">ଏହି ଉଦ୍ଦେଶ୍ୟରେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ଓ ଆଦେଶ ନେଇ ମୁଁ ଦାମାସ୍କସ୍କୁ ଯାଇଥିଲି।</verse>
				<verse number="13">ହେ ରାଜନ୍, ହଠାତ୍ ଦିନେ ମଧ୍ୟାହ୍ନ ସମୟରେ ରାଜପଥ ଉପରେ ମୁଁ ସୂର୍ଯ୍ୟାଲୋକଠାରୁ ଏକ ଅଧିକ ତେଜୋମୟ ଆଲୋକ ଦେଖିଲି, ଆକାଶରୁ ସେହି ଆଲୋକ ଆସି ମୋର ଓ ମୋ’ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।</verse>
				<verse number="14">ଆମେ ସମସ୍ତେ ଭୂମିଶାୟୀ ହେଲୁ ଏବଂ ହୀବ୍ରୁ ଭାଷାରେ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ତାଡ଼ନା କରୁଛ? ହଳ କରୁଥିବା ଚାଷୀର ପାଞ୍ଚଣ କଣ୍ଟା ମୁନରେ ଗୋଇଠା ମାରୁଥିବା ବଳଦ ପରି ତୁମେ ନିଜେ ଆହତ ହେବ।’</verse>
				<verse number="15">ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ?’ ପ୍ରଭୁ ଉତ୍ତର ଦେଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମେ ଉତ୍ପୀଡ଼ନ କରୁଛ।</verse>
				<verse number="16">କିନ୍ତୁ ଉଠି ଠିଆ ହୁଅ। ତୁମକୁ ମୋର ସେବକ ରୂପେ ନିଯୁକ୍ତ କରିବା ପାଇଁ ମୁଁ ତୁମକୁ ଦର୍ଶନ ଦେଇଅଛି। ଆଜି ତୁମେ ମୋ’ ବିଷୟରେ ଯାହା ଦେଖିଛ ଓ ଭବିଷ୍ୟତ୍ରେ ମୁଁ ତୁମକୁ ଯାହା ଦେଖାଇବି, ସେ ବିଷୟରେ ତୁମେ ଅନ୍ୟମାନଙ୍କୁ କହିବ।</verse>
				<verse number="17">ଯେଉଁ ଇହୁଦୀ ଓ ଅଣଇହୁଦୀ ଲୋକମାନଙ୍କ ନିକଟକୁ ମୁଁ ତୁମକୁ ପଠାଇବି, ସେମାନଙ୍କଠାରୁ ମୁଁ ତୁମକୁ ରକ୍ଷା କରିବି।</verse>
				<verse number="18">ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।</verse>
				<verse number="19">“ହେ ରାଜା ଆଗ୍ରୀପା, ମୁଁ ସ୍ୱର୍ଗରୁ ଯେଉଁ ଦର୍ଶନ ପାଇଛି, ତାହାର ଅବାଧ୍ୟ ହୋଇ ନାହିଁ।</verse>
				<verse number="20">ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।</verse>
				<verse number="21">ଏହି କାରଣରୁ ମୁଁ ମନ୍ଦିରରେ ଥିବା ସମୟରେ ଇହୁଦୀମାନେ ମୋତେ ଧରି ହତ୍ୟା କରିବାକୁ ଉଦ୍ୟମ କଲେ।</verse>
				<verse number="22">କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି ଓ ସେଥିପାଇଁ ମୁଁ ଆଜି ସାନ ବଡ଼ ସମସ୍ତଙ୍କ ନିକଟରେ ସମାନଭାବେ ମୋର ସାକ୍ଷ୍ୟ ଦେବା ପାଇଁ ଛିଡ଼ା ହୋଇଛି। ଭାବବାଦୀମାନେ ଓ ମୋଶା, ଯାହା ଘଟିବ ବୋଲି କହିଥିଲେ, ମୁଁ ଠିକ୍ ସେହି କଥା କହୁଛି:</verse>
				<verse number="23">ମସୀହ ଦୁଃଖଭୋଗ କରିବେ ଓ ମୃତମାନଙ୍କ ମଧ୍ୟରେ ସର୍ବପ୍ରଥମେ ପୁନରୁତ୍ଥିତ ହୋଇ ଇହୁଦୀ ଓ ଅଣଇହୁଦୀମାନଙ୍କ ନିକଟରେ ପରିତ୍ରାଣର ଆଲୋକ ପ୍ରକାଶ କରିବେ।”</verse>
				<verse number="24">ଏହି ପ୍ରକାରେ ପାଉଲ ନିଜତ ପକ୍ଷ ସମର୍ଥନ କରି କହୁଥିବାବେଳେ ଫେଷ୍ଟସ୍ ଚିକ୍ରାର କରି କହିଲେ, “ପାଉଲ, ତୁମେ ପାଗଳ! ତୁମର ଉଚ୍ଚ ଶିକ୍ଷା ତୁମକୁ ପାଗଳ କରି ଦେଇଛି!”</verse>
				<verse number="25">ପାଉଲ ଉତ୍ତର ଦେଲେ, “ମୁଁ ପାଗଳ ନୁହେଁ, ମଣିମା! ମୁଁ ଯାହା କହୁଛି, ତାହା ସତ୍ୟ ଓ ଯୁକ୍ତିଯୁକ୍ତ।</verse>
				<verse number="26">ରାଜା ଆଗ୍ରୀପା! ଆପଣ ଏସବୁ ବିଷୟ ଜାଣିଥିବାରୁ ମୁଁ ଆପଣଙ୍କ ସମ୍ମୁଖରେ ଏ କଥା କହିବାକୁ ସାହସ କରୁଛି! ମୁଁ ନିଶ୍ଚିତଭାବେ ଜାଣେ ଯେ, ଏ ସମସ୍ତ ବିଷୟ ଆପଣଙ୍କୁ ଗୋଚର, କାରଣ ଅଜ୍ଞାତ ସାରରେ ଗୁପ୍ତ ଭାବରେ ଏ ବିଷୟଗୁଡ଼ିକ ଘଟି ନାହିଁ।</verse>
				<verse number="27">ରାଜା ଆଗ୍ରୀପା, ଆପଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି ତ? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି!”</verse>
				<verse number="28">ଆଗ୍ରୀପା ପାଉଲଙ୍କୁ ଉତ୍ତର ଦେଲେ, “ଏହି ଅଳ୍ପ ସମୟ ମଧ୍ୟରେ ତୁମେ କ’ଣ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”</verse>
				<verse number="29">ପାଉଲ ଉତ୍ତର ଦେଲେ, “ଅଳ୍ପ ସମୟ ହେଉ, ଅବା ବହୁତ ସମୟ ହେଉ, ଈଶ୍ୱରଙ୍କଠାରେ ମୋର ଏତିକି ପ୍ରାର୍ଥନା, ଆପଣ ଓ ଆଜି ମୋର କଥା ଶୁଣିଥବା ସମସ୍ତେ ମୋ’ ପରି ହୁଅନ୍ତୁ - ଅବଶ୍ୟ ଏହିପରି ଶିକୁଳିରେ ବନ୍ଧା ହୁଅନ୍ତୁ ବୋଲି ମୁଁ କହୁନାହିଁ।”</verse>
				<verse number="30">ତା’ପରେ ରାଜା, ରାଜ୍ୟପାଳ ଓ ବର୍ଣ୍ଣିସ୍ ଏବଂ ଅନ୍ୟ ସମସ୍ତେ ଯିବା ପାଇଁ ଉଠିଲେ।</verse>
				<verse number="31">ସେମାନେ ପ୍ରସ୍ଥାନ କଲାବେଳେ ପରସ୍ପରକୁ କହିଲେ, “ଏହି ଲୋକ ଏଭଳି କୌଣସି କାର୍ଯ୍ୟ କରିନାହିଁ, ଯାହା ପାଇଁ ସେ ମୃତ୍ୟୁଦଣ୍ଡ ପାଇବ ବା ବନ୍ଦୀ ହେବ।”</verse>
				<verse number="32">ଆଗ୍ରୀପା ଫେଷ୍ଟସ୍‌ଙ୍କୁ କହିଲେ, “ଯଦି ଏହି ଲୋକ ସମ୍ରାଟଙ୍କଠାରେ ଆବେଦନ କରି ନ ଥାନ୍ତା, ତେବେ ତାକୁ ଆମେ ମୁକ୍ତି ଦେଇପାରିଥାଆନ୍ତୁ।”</verse>
			</chapter>
			<chapter number="27">
				<verse number="1">ଆମ୍ଭେମାନେ ଇଟାଲୀରୁ ଜଳଯାତ୍ରା କରିବୁ ବୋଲି ସ୍ଥିର ହେବାରୁ ପାଉଲ ଓ ଅନ୍ୟ କେତେକ ବନ୍ଦୀ “ସମ୍ରାଟ ସେନାଦଳ” ନାମକ ଗୋଟିଏ ରୋମୀୟ ସୈନ୍ୟବାହିନୀର ସେନାପତି ଯୁଲିୟସ୍‌ଙ୍କୁ ହାତରେ ସମର୍ପିତ ହେଲେ।</verse>
				<verse number="2">ଆମ୍ଭେମାନେ ଆସିଆ ଦେଶର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯିବା ପାଇଁ ଉଦ୍ୟତ ଥିବା ଆଦ୍ରାମୁତିୟମ୍‌ର ଗୋଟିଏ ଜାହାଜରେ ଯାତ୍ରା କଲୁ। ଆରିଷ୍ଟାର୍ଖସ୍ ନାମରେ ଥେସଲନିକୀ ସହରର ଜଣେ ମାସିଦୋନୀୟ ଲୋକ ଆମ ସହିତ ଥିଲେ।</verse>
				<verse number="3">ତହିଁ ଆର ଦିନ ଆମେ ସିଦୋନରେ ପହଞ୍ଚିଲୁ। ୟୁଲିୟସ୍ ପାଉଲଙ୍କ ପ୍ରତି ସଦୟ ଥିଲେ। ପାଉଲଙ୍କ ବନ୍ଧୁମାନଙ୍କଠାରୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ସବୁ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଭେଟିବା ପାଇଁ ସେ ପାଉଲଙ୍କୁ ଅନୁମତି ଦେଲେ।</verse>
				<verse number="4">ଆମେ ସେଠାରୁ ଯାତ୍ରା କରିବା ସମୟରେ ପ୍ରତିକୂଳ ପବନ ବହିବାରୁ ସାଇପ୍ରସ୍ ଦ୍ୱୀପର ଉହାଡ଼େ ଉହାଡ଼େ ଗଲୁ।</verse>
				<verse number="5">ସିଲିଷୀଆ ଓ ପାମ୍ପିଲିଆ ଅତିକ୍ରମ କରି ଲିସିଆର ମାଏରାଠାରେ ପହଞ୍ଚିଲୁ।</verse>
				<verse number="6">ସେଠାରେ ଉକ୍ତ ସେନାପତି ଆଲେକ୍‌ଜାଣ୍ଡ୍ରିଆର ଏକ ଜାହାଜ ଇଟାଲୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାର ଦେଖି ଆମ୍ଭମାନଙ୍କୁ ସେଥିରେ ବସାଇଲେ।</verse>
				<verse number="7">ଆମେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାତ୍ରା କରି ବହୁ କଷ୍ଟେ କ୍ନୀଦ ସହର ପାଖରେ ପହଞ୍ଚିଲୁ। ପ୍ରତିକୂଳ ପବନ ହେତୁ ଆମେ ସେହି ଦିଗରେ ଆଉ ଆଗେଇ ପାରିଲୁ ନାହିଁ, ତେଣୁ କ୍ରଟ ଦ୍ୱୀପର ଦକ୍ଷିଣ ପାଶ୍ୱର୍ର ଆଢ଼ୁଆଳ ଅଞ୍ଚଳ ଦେଇ ଯାତ୍ରା କରି ସାଲମୋନୀ ଅନ୍ତରୀପ ଅତିକ୍ରମ କଲୁ।</verse>
				<verse number="8">ଆମେ କୂଳେ କୂଳେ ବହୁତ କଷ୍ଟରେ ଲାସିଆ ସହର ନିକଟସ୍ଥ ‘ସୁ-ପୋତାଶ୍ରୟ’ ନାମକ ସ୍ଥାନରେ ପହଞ୍ôଚଲୁ।</verse>
				<verse number="9">ଆମେ ସେଠାରେ ଅନେକ ଦିନ ରହିଲୁ। ଇହୁଦୀମାନଙ୍କର ପ୍ରାୟଶ୍ଚିତ୍ତ ପର୍ବ ଶେଷ ହୋଇଯାଇଥିବାରୁ, ସେହି ସମୟରେ ସମୁଦ୍ର ଯାତ୍ରା ବିପଜ୍ଜନକ ହେଲା। ତେଣୁ ପାଉଲ ସେମାନଙ୍କୁ ଏହି ଉପଦେଶ ଦେଲେ:</verse>
				<verse number="10">“ବନ୍ଧୁଗଣ, ମୁଁ ଜାଣିପାରୁଛି ଯେ, ଯଦି ଆମେ ଏଠାରୁ ପୁଣି ଜଳଯାତ୍ରା ଆରମ୍ଭ କରିବା, ତାହା ବିପଦସଙ୍କୁଳ ହେବ। ଏହା ଦ୍ୱାରା କେବଳ ଯେ ଜାହାଜ ଓ ମାଲପତ୍ରର କ୍ଷତି ହେବ, ତାହା ନୁହେଁ, ଯାତ୍ରୀମାନଙ୍କର ପ୍ରାଣହାନିର ମଧ୍ୟ ଆଶଙ୍କା ଅଛି।”</verse>
				<verse number="11">କିନ୍ତୁ ସେନାପତି ପାଉଲଙ୍କ କଥାରେ ବିଶ୍ୱାସ ନ କରି ଜାହାଜର ଅଧ୍ୟକ୍ଷ ଓ ଜାହାଜର ମାଲିକଙ୍କ କଥାରେ ପ୍ରଭାବିତ ହେଲେ।</verse>
				<verse number="12">ଶୀତ ଦିନ କଟାଇବା ପାଇଁ ବନ୍ଦରଟି ସୁବିଧାଜନକ ନ ଥିଲା, ଏଣୁ ଯାତ୍ରୀମାନଙ୍କ ମଧ୍ୟରୁ ଅନେକେ ସମୁଦ୍ର ଯାତ୍ରା କରି ଯଦି ସମ୍ଭବ ହୁଏ, ଫୀନିକ୍ସ୍ରେ ଶୀତ କାଳ କଟାଇବା ସପକ୍ଷରେ ଥିଲେ। ଫୀନିକ୍ସ୍ ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହଁ କରି ରହିଥିବା କ୍ରୀଟର ଗୋଟିଏ ବନ୍ଦର।</verse>
				<verse number="13">ଯେତେବେଳେ ଦକ୍ଷିଣରୁ ମୃଦୁ ପବନ ବହିଲା, ଯାତ୍ରୀମାନେ ଏହାକୁ ଏକ ଶୁଭ ସୂଚନା ବୋଲି ଭାବିଲେ ଓ ଲଙ୍ଗର୍ ଉଠାଇ ଯେତେ ଦୂର ସମ୍ଭବ, କୂଳେ କୂଳେ ଯାତ୍ରା କରିବାକୁ ଲାଗିଲୋ।</verse>
				<verse number="14">କିନ୍ତୁ ଅତି ଶୀଘ୍ର ଦ୍ୱୀପ ଆଡ଼ୁ ଉତ୍ତର ପୂର୍ବ ପବନ ପ୍ରଚଣ୍ଡ ବେଗରେ ବହି</verse>
				<verse number="15">ଜାହାଜକୁ ଆଘାତ କଲା। ଜାହାଜକୁ ପବନ ଆଡ଼କୁ ମୁହଁ କରାଇ ରଖିବା ଅସମ୍ଭବ ହେବାରୁ ଆମେ ଆଉ ଚେଷ୍ଟା ନ କରି ପବନ ସୁଅରେ ଜାହାଜଟିକୁ ଭାସି ଯିବାକୁ ଛାଡ଼ି ଦେଲୁ।</verse>
				<verse number="16">ଗୋଟିଏ ଛୋଟ ଦ୍ୱୀପ କାଉଦାର ଦକ୍ଷିଣ ପାଶ୍ୱର୍ ଦେଇ ଯାତ୍ରା କରିବା ସମୟରେ କିଛି ପରିମାଣରେ ପବନରୁ ରକ୍ଷା ପାଇଥିଲୁ। ସେଠାରେ ଆମେ କୌଣସିମତେ ଜାହାଜର ଡଙ୍ଗାଟିକୁ ନିରାପଦରେ ରଖିବାକୁ ସମର୍ଥ ହେଲୁ।</verse>
				<verse number="17">ନାବିକମାନେ ତାକୁ ଜାହାଜ ଉପରକୁ ଉଠାଇଲେ ଓ ରଜ୍ଜୁ ସାହାଯ୍ୟରେ ଦୃଢ଼ଭାବେ ଜାହାଜ ସହିତ ବାନ୍ଧି ଦେଲେ। ଜାହାଜଟି ଲିବିଆ ଉପକୂଳର ବାଲିଚଡ଼ା ଭିତରକୁ ଚାଲିଯିବ ବୋଲି ଭୟ କରି ନାବିକମାନେ ପାଲ ଖୋଲି ଦେଇ ଜାହାଜଟିକୁ ପବନ ସୁଅରେ ଭାସି ଯିବାକୁ ଛାଡ଼ି ଦେଲେ।</verse>
				<verse number="18">ଅବିରାମଭାବେ ପ୍ରଚଣ୍ଡ ଝଡ଼ ବହୁ ଥିବାରୁ ତହିଁ ଆର ଦିନ ସେମାନେ ଜାହାଜରୁ ମାଲପତ୍ର ପାଣିରେ ପକାଇ ଦେଲେ,</verse>
				<verse number="19">ତା’ ପରଦିନ ଜାହାଜର କେତେକ ଉପକରଣ ସମୁଦ୍ରରେ ଫୋପାଡ଼ି ଦେଲେ।</verse>
				<verse number="20">ଅନେକ ଦିନ ଧରି ଆମେ ସୂର୍ଯ୍ୟ କିମ୍ବା ତାରା ଦେଖିପାରିଲୁ ନାହିଁ ଓ ଅତି ପ୍ରଚଣ୍ଡ ବେଗରେ ପବନ ଅବିରତ ବହୁଥିଲା। ଶେଷରେ ଆମେ ରକ୍ଷା ପାଇବାରୁ ସବୁ ଆଶା ହରାଇଲୁ।</verse>
				<verse number="21">ସମସ୍ତେ ଦୀର୍ଘ କାଳ ଅନାହାରରେ ରହିବା ପରେ, ପାଉଲ ଯାତ୍ରଅୀମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ବନ୍ଧୁଗଣ, ଆପଣମାନେ ମୋ’ କଥା ଅନୁସାରେ କ୍ରୀଟରୁ ଜାହାଜ ଛାଡ଼ି ନ ଥିଲେ, ଆମର ଏ ଦୁର୍ଦ୍ଦଶା ଘଟି ନ ଥାନ୍ତା।</verse>
				<verse number="22">କିନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ସାହସ ଧରନ୍ତୁ। ଆପଣମାନଙ୍କ ମଧ୍ୟରୁ ଜଣକର ସୁଦ୍ଧା ପ୍ରାଣହାନୀ ହେବ ନାହିଁ, କେବଳ ଜାହାଜଟି ନଷ୍ଟ ହୋଇଯିବ।</verse>
				<verse number="23">ମୁଁ ଯେଉଁ ଈଶ୍ୱରଙ୍କୁ ଉପାସନା କରେ, ଗତ ରାତ୍ରିରେ ତାଙ୍କର ଜଣେ ସ୍ୱର୍ଗଦୂତ ମୋ’ ସମ୍ମୁଖରେ ମୋ’ ପାଖକୁ ଆସି କହିଲେ,</verse>
				<verse number="24">‘ପାଉଲ, ତୁମେ ଭୟ କର ନାହିଁ। ତୁମେ ନିଶ୍ଚୟ ସମ୍ରାଟଙ୍କ ସମ୍ମୁଖରେ ଉପସ୍ଥିତ ହେବ। ତୁମ ପ୍ରତି ପ୍ରଭୁ ସଦୟ ହୋଇଥିବାରୁ, ତୁମ ସହିତ ଯାତ୍ରା କରୁଥିବା ସମସ୍ତଙ୍କର ଜୀବନ ସେ ରକ୍ଷା କରିଛନ୍ତି।</verse>
				<verse number="25">ଏଣୁ, ଭାଇମାନେ, ସାହସ ଧରନ୍ତୁ! କାରଣ ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ମୋତେ ଯାହା କୁହାଗଲା, ଠିକ୍ ସେହିପରି ଘଟିବ।</verse>
				<verse number="26">କିନ୍ତୁ ଆମେ ଆଗେ ଯାଇ ଗୋଟିଏ ଦ୍ୱୀପରେ ଲାଗିଲା।”</verse>
				<verse number="27">ଏହି ଯାତ୍ରାରେ ବାହାରିବାର ଚତୁର୍ଦ୍ଦଶ ଦିବସରେ, ଆମ୍ଭେମାନେ ଭୂମଧ୍ୟ ସାଗରରେ ଝଡ଼ ପବନ ଦ୍ୱାରା ଇତସ୍ତତଃ ଠେଲା ହୋଇ ଯାଉଁ ଯାଉଁ, ପ୍ରାୟ ମଧ୍ୟରାତ୍ରିବେଳେ ନାବିକମାନେ ଅନୁମାନ କଲେ ଯେ, ଆମେ କୂଳର ନିକଟବର୍ତ୍ତୀ ହେଉଛୁ।</verse>
				<verse number="28">ସେମାନେ ମାପ କରି ଜାଣିଲେ, ସେଠାରେ ଜଳର ଗଭୀରତା ଚାଳିଶ ମିଟର। ଆଉ ଟିକିଏ ପରେ ଦେଖିଲେ, ଜଳର ଗଭୀରତା ତିରିଶ ମିଟରକୁ କମି ଯାଇଛି।</verse>
				<verse number="29">ଜାହାଜଟି କୌଣସି ପାହାଡ଼ରେ ପିଟି ହୋଇଯିବ ବୋଲି ଆଶଙ୍କା କରି ସେମାନେ ପଛପଟୁ ଚାରୋଟି ଲଙ୍ଗର୍ ପକାଇଲେ ଓ ଦିବାଲୋକର ଅପେକ୍ଷାରେ ରହିଲେ।</verse>
				<verse number="30">ତା’ପରେ ନାବିକମାନେ ଜାହାଜରୁ ଓହ୍ଲାଇ ଚାଲି ଯିବାକୁ ଚେଷ୍ଟା କଲେ। ଜାହାଜର ଆଗପଟୁ ଆଉ କେତୋଟି ଲଙ୍ଗର୍ ପକାଇବା ଛଳନା କରି, ସେମାନେ ଜାହାଜ ଉପରେ ଥିବା ଡଙ୍ଗାଟିକୁ ତଳକୁ ଖସାଇ ଦେଲେ।</verse>
				<verse number="31">କିନ୍ତୁ ପାଉଲ ସେନାପତି ଓ ସୈନ୍ୟମାନଙ୍କୁ କହିଲେ, “ନାବିକମାନେ ଜାହାଜରେ ନ ରହିଲେ, ଆପଣମାନଙ୍କ ରକ୍ଷା ପାଇବାର ଆଉ ଆଶା ନାହିଁ।”</verse>
				<verse number="32">ତେଣୁ ସୈନ୍ୟମାନେ ଡଙ୍ଗାର ଦଉଡ଼ିଟିକୁ କାଟି ଦେଇ ପାଣିରେ ଭାସି ଯିବାକୁ ଛାଡ଼ି ଦେଲେ।</verse>
				<verse number="33">ଭୋର ହେବା ପୂର୍ବରୁ ପାଉଲ ସମସ୍ତଙ୍କୁ ଖାଇବା ପାଇଁ ଅନୁଯୋଗ କଲେ। ସେ କହିଲେ, “ଏହି ଚଉଦ ଦିନ ହେଲାଣି, ଆପଣମାନେ କିଛି ଖାଇ ନାହାନ୍ତି।</verse>
				<verse number="34">ଅନୁରୋଧ କରୁଛି, ଏବେ କିଛି ଖାଆନ୍ତୁ, ବଞ୍ଚି ରହିବା ପାଇଁ ଏହା ନିତାନ୍ତ ଆବଶ୍ୟକ। ଭୟ କରନ୍ତୁ ନାହିଁ। ଆପଣମାନଙ୍କ ମସ୍ତକରୁ ଗୋଟିଏ ହେଲେ କେଶ ଆଉ ନଷ୍ଟ ହେବ ନାହିଁ।”</verse>
				<verse number="35">ଏହା କହି ପାଉଲ ଧନ୍ୟବାଦ ଦେଇ ରୋଟୀ ଭାଙ୍ଗି ଖାଇଲେ।</verse>
				<verse number="36">ଏଥିରେ ସମସ୍ତେ ଉତ୍ସାହିତ ହୋଇ ଭୋଜନ କଲେ।</verse>
				<verse number="37">ସେତେବେଳେ ଜାହାଜରେ ୨୭୬ ଜଣ ଲୋକ ଥିଲେ।</verse>
				<verse number="38">ସମସ୍ତେ ଯଥେଷ୍ଟ ଖାଇ ସାରିବା ପରେ ଜାହାଜକୁ ହାଲୁକା କରିଦେବା ପାଇଁ ସେଥିରେ ଥିବା ସବୁ ଗହମ ସମୁଦ୍ରକୁ ଫୋପାଡ଼ି ଦେଲେ।</verse>
				<verse number="39">ପରଦିନ ସକାଳେ କୂଳର କେଉଁ ସ୍ଥାନରେ ଆସି ସେମାନେ ପହଞ୍ôଚଛନ୍ତି, ନାବିକମାନେ ଜାଣିପାରିଲେ ନାହିଁ; କିନ୍ତୁ ସେମାନେ ଦେଖିଲେ, ତାହା ଗୋଟିଏ ଉପସାଗରର ବେଳାଭୂମି। ସେଠାରେ ଜାହାଜ ଲଗାଇବା ପାଇଁ ସ୍ଥିର କଲେ।</verse>
				<verse number="40">ତେଣୁ ଲଙ୍ଗର୍ ଦଉଡ଼ି ସବୁ କାଟି ଦେଇ ସେଗୁଡ଼ିକୁ ସମୁଦ୍ର ତଳେ ପୋତି ହୋଇଯିବା ପାଇଁ ଛାଡ଼ିଦେଲେ। ପୁଣି ମଙ୍ଗର୍ ଦଉଡ଼ିଗୁଡ଼ିକୁ ଫିଟାଇ ଦେଇ ସାମନାରେ ବନ୍ଧା ହୋଇଥିବା ପାଲଟିକୁ ଉଠାଇଲେ। ଫଳରେ ପବନରେ ଠେଲି ହୋଇ ଜାହାଜ କୂଳ ଆଡ଼କୁ ଗତି କଲା।</verse>
				<verse number="41">କିନ୍ତୁ ବାଲି ଚଡ଼ା ଉପରେ ପିଟି ହୋଇ ଜାହାଜର ସାମନା ଭାଗଟି ତଳେ ପୋତି ହୋଇଗଲା ଓ ଲହଡ଼ାର ପ୍ରବଳ ଆଘାତରେ ଜାହାଜର ପଛ ଭାଗ ଖଣ୍ଡ ବିଖଣ୍ଡିତ ହେଲା।</verse>
				<verse number="42">ବନ୍ଦୀମାନେ କୂଳକୁ ପହଁରି ପହଁରି ପଳାଇ ଯିବେ ବୋଲି ଆଶଙ୍କା କରି ସେମାନଙ୍କୁ ମାରିଦେବା ପାଇଁ ସୈନିକମାନେ ବିଚାର କଲେ।</verse>
				<verse number="43">କିନ୍ତୁ ସେନାପତି ପାଉଲଙ୍କ ପ୍ରାଣରକ୍ଷା କରିବାକୁ ଚାହୁଁଥିଲେ; ତେଣୁ ସେ ସୈନିକମାନଙ୍କୁ ସେଥିରୁ ନିବୃତ୍ତ କଲେ। ସନ୍ତରଣ କରି ପାରୁଥିବା ସମସ୍ତଙ୍କୁ ପାଣିକୁ ଡେଇଁପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ,</verse>
				<verse number="44">ପୁଣି କାଠପଟା ବା ଜାହାଜର କୌଣସି ଭଙ୍ଗା ଅଂଶକୁ ଧରି ଭାସିବା ପାଇଁ ଅନ୍ୟମାନଙ୍କୁ କହିଲେ। ଏହିପରି ଭାବରେ ଆମ୍ଭେମାନେ ସମସ୍ତେ ଯାଇ କୂଳରେ ପହଞ୍ଚିଲୁ।</verse>
			</chapter>
			<chapter number="28">
				<verse number="1">ନିରାପଦରେ କୂଳକୁ ଯାଇ ଦେଖିଲୁ ଯେ ଆମ୍ଭେମାନେ ମାଲ୍ଟା ଦ୍ୱୀପରେ ପହଞ୍ଚିଛୁ।</verse>
				<verse number="2">ସେଠାକାର ଆଦିମ ଅଧିବାସୀମାନେ ଆମ୍ଭମାନଙ୍କ ପ୍ରତି ସ୍ନେହଭାବ ଦେଖାଇଲେ। ସେତେବେଳେ ବର୍ଷା ପଡ଼ି ଶୀତ ହେଉଥିଲା। ତେଣୁ ସେମାନେ ନିଅାଁ ଜାଳି ଆମମାନଙ୍କୁ ସ୍ୱାଗତ କଲେ।</verse>
				<verse number="3">ପାଉଲ ବିଡ଼ାଏ କାଠ ଉଠାଇ ନିଅାଁରେ ପକାଇବାକୁ ଯାଉଥିବାବେଳେ ସେଥିରୁ ଗୋଟିଏ ସାପ ବାହାରିଲା ଓ ଉତ୍ତାପରୁ ରକ୍ଷା ପାଇବା ପାଇଁ ତାଙ୍କ ହାତ ଉପରକୁ ଚଢ଼ି ସେଠାରେ ଲାଖି ରହିଲା।</verse>
				<verse number="4">ସ୍ଥାନୀୟ ଅଧିବାସୀମାନେ ପାଉଲଙ୍କ ହାତରେ ଝୁଲୁଥିବା ସାପଟିକୁ ଦେଖି ପରସ୍ପରକୁ କୁହାକୁହି ହେଲେ, “ଏ ନିଶ୍ଚୟ ଜଣେ ନରହନ୍ତା - ଯାହାହେଉ, ସେ ସମୁଦ୍ରରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ଦଇବ ହାତରୁ ଆଉ ବଞ୍ଚିବ ନାହିଁ।”</verse>
				<verse number="5">କିନ୍ତୁ ପାଉଲ ନିଜେ ଆହତ ନ ହୋଇ, ସାପଟିକୁ ନିଅାଁ ଭିତରକୁ ଛିଞ୍ଚାଡ଼ି ଦେଲେ।</verse>
				<verse number="6">ପାଉଲଙ୍କ ଦେହ ଫୁଲି ଉଠିବ କିମ୍ବା ସେ ପ୍ରାଣତ୍ୟାଗ କରି ତଳେ ପଡ଼ିଯିବେ ଭାବି, ସେମାନେ କିଛି ସମୟ ଅପେକ୍ଷା କଲେ। କିନ୍ତୁ ଅନେକ ସମୟ ଅପେକ୍ଷା କରି ଯେତେବେଳେ ଦେଖିଲେ ଯେ, ପାଉଲଙ୍କର କୌଣସି ଅନିଷ୍ଟ ହୋଇନାହିଁ, ସେମାନେ ମତ ବଦଳାଇ କହିଲେ, “ଏ ଜଣେ ଦେବତା!”</verse>
				<verse number="7">ସେଠାରୁ ଅଳ୍ପ ଦୂରରେ ଦ୍ୱୀପର ପ୍ରଧାନ ରାଜକର୍ମଚାରୀ ପବ୍ଳିୟସ୍‌ଙ୍କ କ୍ଷେତ ଥିଲା। ସେ ଆମକୁ ସ୍ୱାଗତ କଲେ ଓ ଆମେ ତିନି ଦିନ ପର୍ଯ୍ୟନ୍ତ ତାଙ୍କର ଆତିଥ୍ୟ ଗ୍ରହଣ କଲୁ।</verse>
				<verse number="8">ପବ୍ଳିୟସ୍‌ଙ୍କୁ ପିତା ଜ୍ୱର ଓ ଆମାଶୟ ରୋଗରେ ଶଯ୍ୟାଶାୟୀ ଥିଲେ। ପାଉଲ ତାଙ୍କ କୋଠରୀକୁ ଗଲେ, ତାଙ୍କ ପାଇଁ ପ୍ରାର୍ଥନା କରି ତାଙ୍କ ଉପରେ ହସ୍ତାର୍ପଣ କରି ତାଙ୍କୁ ସୁସ୍ଥ କଲେ।</verse>
				<verse number="9">ଏହି ଘଟଣା ପରେ ଦ୍ୱୀପର ରୋଗୀମାନେ ସମସ୍ତେ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ।</verse>
				<verse number="10">ସେମାନେ ଆମ୍ଭମାନଙ୍କୁ ଅନେକ ଉପହାର ଦେଲେ ଓ ଆମେ ସେଠାରୁ ଜାହାଜରେ ବସି ଚାଲିଯିବାବେଳେ ଆମ୍ଭମାନଙ୍କ ଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀ ସବୁ ସେମାନେ ଆଣି ଜାହାଜରେ ରଖି ଦେଇଗଲେ।</verse>
				<verse number="11">ଆଲେକ୍ଜାଣ୍ଡ୍ରିଆଠାରୁ ଆସିଥିବା “ଯୁଗ୍ମ ଦେବତା” ନାମକ ଗୋଟିଏ ଜାହାଜ ମାଲ୍ଟା ଦ୍ୱୀପରେ ଶୀତ ଋତୁ ଅତିବାହିତ କରିଥିଲା। ଦ୍ୱୀପରେ ତିନିମାସ ରହିବା ପରେ ଆମେ ସେହି ଜାହାଜରେ ବସି ପୁଣି ଯାତ୍ରା ଆରମ୍ଭ କଲୁ।</verse>
				<verse number="12">ପ୍ରଥମେ ସିରାକ୍ୟୁସ୍ ନଗରରେ ପହଞ୍ଚି ସେଠାରେ ତିନିଦିନ ରହିଲୁ।</verse>
				<verse number="13">ସେଠାରୁ ପୁଣି ଯାତ୍ରା କରି ରିଜିୟମ୍ ସହରରେ ପହଞ୍ଚିଲୁ। ତା’ପର ଦିନ ଦକ୍ଷିଣା ପବନ ବହିଲା ଓ ଆଉ ଦୁଇ ଦିନ ପରେ ପୁତିଓଲି ସହରରେ ପହଞ୍ଚିଲୁ।</verse>
				<verse number="14">ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ।</verse>
				<verse number="15">ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।</verse>
				<verse number="16">ଆମ୍ଭେମାନେ ରୋମରେ ପହଞ୍ଚିବା ପରେ, ପାଉଲଙ୍କୁ ଅନୁମତି ମିଳିଲା ଯେ, ତାଙ୍କୁ ଜଗିବା ପାଇଁ ନିଯୁକ୍ତ ଗୋଟିଏ ସୈନିକ ସହ ସେ ନିଜ ଇଚ୍ଛାନୁଯାୟୀ ଯେ କୌଣସି ସ୍ଥାନରେ ରହିପାରନ୍ତି।</verse>
				<verse number="17">ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।</verse>
				<verse number="18">ମୋତେ ଜେରା କରିବା ପରେ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ମୁଁ କୌଣସି ଅପରାଧ କରି ନାହିଁ ବୋଲି ଜାଣିପାରି ରୋମୀୟମାନେ ମୋତେ ମୁକ୍ତ କରି ଦେବାକୁ ଚାହିଁଥିଲେ।</verse>
				<verse number="19">କିନ୍ତୁ ଇହୁଦୀମାନେ ଏହାର ବିରୋଧ କରିବାରୁ, ମୋ’ ନିଜ ଲୋକମାନଙ୍କ ବିରୁଦ୍ଧରେ ମୋର କୌଣସି ଅଭିଯୋଗ ନ ଥିବା ସତ୍ତ୍ୱେ, ମୁଁ ସମ୍ରାଟଙ୍କୁ ଆବେଦନ କରିବା ପାଇଁ ବାଧ୍ୟ ହେଲି।</verse>
				<verse number="20">ସେଥିପାଇଁ ଏ ବିଷୟରେ କଥାବାର୍ତ୍ତା ହେବାକୁ ମୁଁ ତୁମ୍ଭମାନଙ୍କୁ ଡକାଇଛି। ବାସ୍ତବିକ, ଯାହାଙ୍କ ଉପରେ ଇଶ୍ରାଏଲୀୟ ଲୋକମାନେ ଆଶା ଭରସା କରି ଆସିଛନ୍ତି, ତାଙ୍କ ପାଇଁ ଆଜି ମୁଁ ଶିକୁଳିରେ ବନ୍ଧା ହୋଇଛି।”</verse>
				<verse number="21">ସେମାନେ କହିଲେ, “ଆମେ ଯିହୁଦା ଦେଶରୁ ତୁମ ବିଷୟରେ କୌଣସି ଚିଠି ପତ୍ର ପାଇ ନାହୁଁ, କି ତୁମର ଖବର ନେଇ କିଅବା ତୁମ ବିଷୟରେ କିଛି ଅଭିଯୋଗ କରି କହିବାପାଇଁ ଆମ ଲୋକଙ୍କ ମଧ୍ୟରୁ କେହି ଏଠାକୁ ଆସି ନାହାନ୍ତି।</verse>
				<verse number="22">ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”</verse>
				<verse number="23">ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।</verse>
				<verse number="24">ସେମାନଙ୍କ ମଧ୍ୟରୁ କେତେକଙ୍କର ହୃଦ୍‌ବୋଧ ହେଲା, କିନ୍ତୁ ଅନ୍ୟମାନେ ବିଶ୍ୱାସ କଲେ ନାହିଁ।</verse>
				<verse number="25">ଏ ବିଷୟରେ ସେମାନଙ୍କ ମଧ୍ୟରେ ପ୍ରବଳ ମତଭେଦ ସୃଷ୍ଟି ହେଲା। ସେମାନେ ଚାଲିଯିବା ପୂର୍ବରୁ ପାଉଲ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଲେ: “ପବିତ୍ର ଆତ୍ମା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ମୁଖରେ ଯଥାର୍ଥ କଥା କହିଥିଲେ!</verse>
				<verse number="26">ସେ କହିଥିଲେ: ‘ଏ ଲୋକମାନଙ୍କୁ ଯାଇ କୁହ - ତୁମ୍ଭେମାନେ ଶୁଣିବ, ବହୁତ ଶୁଣିବ, କିଛି ବୁଝିବ ନାହିଁ। ତୁମ୍ଭେମାନେ ଚାହିଁ ରହିବ, କିନ୍ତୁ ଦେଖିପାରିବ ନାହିଁ।</verse>
				<verse number="27">କାରଣ ଏହି ଲୋକମାନେ ସ୍ଥୁଳ ବୁଦ୍ଧି, ସେମାନେ ନିଜ ନିଜର ଆଖି କାନ ବୁଜି ଦେଇଛନ୍ତି, ତାହା ହୋଇ ନ ଥିଲେ, ସେମାନେ ଆଖି ଖୋଲି ଦେଖିପାରିଥା’ନ୍ତେ ଓ କାନ ଦେଇ ଶୁଣିପାରିଥା’ନ୍ତେ। ସେମାନଙ୍କ ମସ୍ତିଷ୍କରେ ବୁଝିବା ଶକ୍ତି ଥାଆନ୍ତା; ସେମାନେ ଈଶ୍ୱରଙ୍କୁ ଆଡ଼କୁ ଫେରି ଯାଆନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରିଥାଆନ୍ତି’।”</verse>
				<verse number="28">ଉପସଂହାରରେ ପାଉଲ କହିଲେ, “ସୁତରାଂ ତୁମ୍ଭେମାନେ ଜାଣି ରଖ, ପରିତ୍ରାଣ ପାଇଁ ଈଶ୍ୱରଙ୍କ ଶୁଭବାର୍ତ୍ତା ଅଣଇହୁଦୀମାନଙ୍କ ନିକଟକୁ ପଠାଯାଇଛି। ସେମାନେ ତା’ ଶୁଣିବେ।’</verse>
				<verse number="29"></verse>
				<verse number="30">ପାଉଲ ଗୋଟିଏ ଘର ଭଡ଼ା ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ ଏବଂ ତାଙ୍କୁ ଦେଖିବା ପାଇଁ ଆସୁଥିବା ସମସ୍ତଙ୍କୁ ସେଠାରେ ସ୍ୱାଗତ କରୁଥିଲେ।</verse>
				<verse number="31">ଅବାଧରେ ଓ ସାହସର ସହିତ ସେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଥିଲେ।</verse>
			</chapter>
		</book>
		<book number="45">
			<chapter number="1">
				<verse number="1">ଖ୍ରୀଷ୍ଟଯୀଶୁଙ୍କ ଦାସ ଓ ଈଶ୍ୱରପ୍ରଦତ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରେରିତ ଶିଷ୍ୟରୂପେ ଆହୂତ ପାଉଲଙ୍କ ପତ୍ର:</verse>
				<verse number="2">ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ଅନୁଯାୟୀ ଏହି ସୁସମାଚାର ସମ୍ପର୍କରେ ଈଶ୍ୱର ବହୁ ପୁରା କାଳରୁ ତାଙ୍କ ଭାବବାଦୀମାନଙ୍କ ଦ୍ୱାରା ପ୍ରତିଶ୍ରୁତି ଦେଇଥିଲେ।</verse>
				<verse number="3">ଏହାର କେନ୍ଦ୍ର ହେଉଛନ୍ତି; ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ।</verse>
				<verse number="4">କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।</verse>
				<verse number="5">ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।</verse>
				<verse number="6">ରୋମର ଅଧିବାସୀ! ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଅନୁଗାମୀ ହେବା ପାଇଁ ଆହୂତ ହୋଇଅଚ।</verse>
				<verse number="7">ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="8">ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।</verse>
				<verse number="9">ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,</verse>
				<verse number="10">ପ୍ରାର୍ଥନା କରିବା ବେଳେ ମୁଁ ସର୍ବଦା ତୁମ୍ଭମାନଙ୍କୁ ସ୍ମରଣ କରେ ଏବଂ ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋତେ ସୁଯୋଗ ଦେବାକୁ ଈଶ୍ୱରଙ୍କଠାରେ ନିବେଦନ କରି ଆସିଛି।</verse>
				<verse number="11">ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।</verse>
				<verse number="12">ଏହା ଦ୍ୱାରା ଆମେ ପରସ୍ପରର ବିଶ୍ୱାସକୁ ଦୃଢ଼ କରିପାରିବା।</verse>
				<verse number="13">ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।</verse>
				<verse number="14">କାରଣ ସଭ୍ୟ, ଅସଭ୍ୟ, ଶିକ୍ଷିତ, ଅଶିକ୍ଷିତ ପ୍ରଭୃତି ସବୁ ଶ୍ରେଣୀର ଲୋକମାନଙ୍କ ପ୍ରତି ମୋର ଦାୟିତ୍ୱ ରହିଛି।</verse>
				<verse number="15">ତେଣୁ ରୋମ ନଗରୀର ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରକାର କରିବା ପାଇଁ ମୋର ଆକାଂକ୍ଷା।</verse>
				<verse number="16">ସେହି ସୁସମାଚାର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ତାହା ପ୍ରଥମତଃ ଇହୁଦୀ ଓ ତା’ପରେ ଅଣଇହୁଦୀ ବିଶ୍ୱାସୀମାନଙ୍କର ପରିତ୍ରାଣ ସାଧନ ପାଇଁ ଈଶ୍ୱରଙ୍କ ମହାଶକ୍ତି ସ୍ୱରୂପ।</verse>
				<verse number="17">ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”</verse>
				<verse number="18">ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।</verse>
				<verse number="19">ଈଶ୍ୱର ସେମାନଙ୍କୁ ଦଣ୍ଡ ଦିଅନ୍ତି, କାରଣ ଈଶ୍ୱରଙ୍କ ବିଷୟରେ ଯାହା ଜାଣିବା କଥା, ସେମାନେ ତାହା ଜାଣିଛନ୍ତି - ଈଶ୍ୱର ନିଜେ ତାହା ସ୍ପଷ୍ଟ କରି ଦେଇଛନ୍ତି।</verse>
				<verse number="20">ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।</verse>
				<verse number="21">ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।</verse>
				<verse number="22">ସେମାନେ ନିଜକୁ ଜ୍ଞାନୀ ମନେ କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ।</verse>
				<verse number="23">ଅନନ୍ତ ଈଶ୍ୱରଙ୍କୁ ପୂଜା ନ କରି ସେମାନେ ମର ମନୁଷ୍ୟ, ପଶୁ ପକ୍ଷୀ କିଅବା ସର୍ପାକୃତି ପ୍ରତିମା ନିର୍ମାଣ କରି ସେଗୁଡ଼ିକୁ ପୂଜା କରୁଛନ୍ତି।</verse>
				<verse number="24">ତେଣୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି ଓ ସେମାନେ ନିଜ ନିଜର କାମନା ଅନୁଯାୟୀ କଳୁଷିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି - ସେମାନେ ପରସ୍ପର ସହିତ ଲଜ୍ଜାଜନକ ସମ୍ପର୍କ ରଖନ୍ତି।</verse>
				<verse number="25">ସେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ବଦଳରେ ମିଥ୍ୟାର ଆଶ୍ରୟ ନେଉଛନ୍ତି। ଚିର ପ୍ରଶଂସ୍ୟ ସ୍ରଷ୍ଟାଙ୍କ ଉପାସନା ନ କରି, ସେମାନେ ସୃଷ୍ଟ ବସ୍ତୁମାନଙ୍କର ପୂଜା କରନ୍ତି।</verse>
				<verse number="26">ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ</verse>
				<verse number="27">ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀ ସଙ୍ଗରେ ତୃପ୍ତ ନ ରହି ପରସ୍ପର ପ୍ରତି କାମାନଳରେ ଦଗ୍‍ଧ ହେଉଛନ୍ତି। ପୁରୁଷମାନେ ପରସ୍ପର ସହିତ ଘୃଣ୍ୟ ଆଚରଣ କରୁଛନ୍ତି ଓ ଫଳରେ କୁକର୍ମ ପାଇଁ ଦଣ୍ଡନୀୟ ହେଉଛନ୍ତି।</verse>
				<verse number="28">ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍‍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।</verse>
				<verse number="29">ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;</verse>
				<verse number="30">ସେମାନେ ଈଶ୍ୱରଙ୍କ ନିକଟରେ ଘୃଣ୍ୟ; ଉଦ୍ଧତ, ଅହଂକାରୀ ଓ ଆତ୍ମବଡ଼ିମାପ୍ରିୟ; କୁକର୍ମର ବିଭିନ୍ନ ଉପାୟ ସେମାନେ ପାଞ୍ଚୁ ଥାଆନ୍ତି; ସେମାନେ ପିତା ମାତାଙ୍କର ଅବାଧ୍ୟ,</verse>
				<verse number="31">ବିବେକହୀନ, ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ। ଅନ୍ୟମାନଙ୍କ ପ୍ରତି ସେମାନଙ୍କର ତିଳେ ହେଲେ ଦୟା ଅନୁକମ୍ପା ନାହିଁ।</verse>
				<verse number="32">ସେମାନେ ଜାଣନ୍ତି ଯେ, ଈଶ୍ୱରଙ୍କ ବିଧାନ ଅନୁଯାୟୀ ଏହିପରି ଲୋକମାନେ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏହା ଜାଣି ସୁଦ୍ଧା ସେମାନେ ସେହିପରି କୁକର୍ମ କରୁଥା’ନ୍ତି ଓ ତାହା କରୁଥିବା ଲୋକମାନଙ୍କୁ ଅନୁମୋଦନ କରନ୍ତି।</verse>
			</chapter>
			<chapter number="2">
				<verse number="1">ବନ୍ଧୁ, ତୁମେ କଅଣ ଅନ୍ୟମାନଙ୍କର ବିଚାର କରୁଛ? ତୁମେ ଯେ କୌଣସି ବ୍ୟକ୍ତି ହେଲେ ମଧ୍ୟ, ଏହା କରିବା ତୁମ ପକ୍ଷରେ ଯଥାର୍ଥ ନୁହେଁ। ଅନ୍ୟମାନଙ୍କର ଦୋଷ ଧରି ତୁମେ ଯଦି ନିଜେ ତାହା କରୁଥାଅ, ତଦ୍ଦ୍ୱାରା ତୁମେ ନିଜକୁ ଦୋଷୀ କରୁଛ।</verse>
				<verse number="2">ଆମେ ଜାଣୁ, ଈଶ୍ୱର ଏପରି କରୁଥିବା ଲୋକଙ୍କର ଉଚିତ୍‍ ବିଚାର କରିବେ।</verse>
				<verse number="3">ଯେଉଁ କୁକର୍ମ ଲାଗି ତୁମେ ଅନ୍ୟମାନଙ୍କୁ ଦୋଷୀ କରୁଛ, ତା’ ଯଦି ତୁମେ ନିଜେ କରୁଥାଅ, ତୁମେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବ ନାହିଁ ବୋଲି କଅଣ ଭାବୁଛ?</verse>
				<verse number="4">ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।</verse>
				<verse number="5">କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।</verse>
				<verse number="6">କାରଣ ଈଶ୍ୱର ପ୍ରତ୍ୟେକକୁ ତା’ର କର୍ମ ଅନୁଯାୟୀ ଫଳ ଦେବେ।</verse>
				<verse number="7">କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।</verse>
				<verse number="8">ଅନ୍ୟମାନେ ସ୍ୱାର୍ଥପର, ସତ୍‍ପଥ ତ୍ୟାଗ କରି, ବିପଥଗାମୀ ହୁଅନ୍ତି। ସେମାନଙ୍କ ଉପରେ ଈଶ୍ୱରଙ୍କ ପ୍ରଚଣ୍ଡ କୋପ ବୃଷ୍ଟି ହେବ।</verse>
				<verse number="9">ଯେଉଁମାନେ ଦୁଷ୍କର୍ମରେ ଲିପ୍ତ, ସେମାନଙ୍କ ପାଇଁ କ୍ଳେଶ ଓ ଯନ୍ତ୍ରଣାର ଦିନ ଆସୁଛି। ପ୍ରଥମତଃ ଇହୁଦୀ ଓ ପରେ ଅଣଇହୁଦୀମାନଙ୍କ ପାଇଁ।</verse>
				<verse number="10">କିନ୍ତୁ ଯେଉଁମାନେ ସତ୍‍କର୍ମ କରୁଥାଆନ୍ତି, ସେମାନେ ଇହୁଦୀ ହୁଅନ୍ତୁ, ଅଣଇହୁଦୀ ହୁଅନ୍ତୁ, ସେମାନଙ୍କୁ ଈଶ୍ୱର ସମ୍ମାନ, ଗୌରବ ଓ ଶାନ୍ତି ପ୍ରଦାନ କରିବେ।</verse>
				<verse number="11">କାରଣ ଈଶ୍ୱର ଗୋଟିଏ ମାନଦଣ୍ଡରେ ସମସ୍ତଙ୍କ ବିଚାର କରନ୍ତି।</verse>
				<verse number="12">ଅଣଇହୁଦୀମାନେ ମୋଶାଲିଖିତ ବ୍ୟବସ୍ଥା ପାଇ ନାହାନ୍ତି। ବ୍ୟବସ୍ଥାବିହୀନ ହୋଇ ପାପ କଲେ, ସେମାନେ ବିନା ବ୍ୟବସ୍ଥାରେ ବିନଷ୍ଟ ହେବେ। ଅନ୍ୟ ପକ୍ଷରେ ଇହୁଦୀମାନେ ବ୍ୟବସ୍ଥା ଜାଣିଥିବାରୁ, ସେମାନେ ପରପ କଲେ, ସେହି ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ହେବେ।</verse>
				<verse number="13">କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।</verse>
				<verse number="14">ଅଣଇହୁଦୀମାନଙ୍କର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ସେମାନେ ସ୍ୱଭାବତଃ ବ୍ୟବସ୍ଥାର ବିଧିବିଧାନ ପାଳନ କରନ୍ତି, ତାହା ହିଁ ସେମାନଙ୍କର ବ୍ୟବସ୍ଥା ସ୍ୱରୂପ।</verse>
				<verse number="15">ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍‍ଚିନ୍ତାବେଳେ ଦୋଷୀ କରେ।</verse>
				<verse number="16">ଯେଉଁ ଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଏ ସବୁ ଘଟିବ।</verse>
				<verse number="17">ତୁମ୍ଭେମାନେ ନିଜକୁ ଇହୁଦୀ ବୋଲାଉଛ, ବ୍ୟବସ୍ଥା ଉପରେ ନିର୍ଭର କରି ଓ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କ ନେଇ ଗର୍ବ କରୁଛ;</verse>
				<verse number="18">ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍‍ ଓ ଅସତ୍‍ ଜ୍ଞାନ ପାଇଛ;</verse>
				<verse number="19">ନିଶ୍ଚିତଭାବେ ଜାଣିଛ, ଯେ ତୁମ୍ଭେମାନେ ଅନ୍ଧର ପଥ ପ୍ରଦର୍ଶକ, ଅନ୍ଧକାରରେ ଥିବା ଲୋକମାନଙ୍କ ପାଇଁ ଆଲୋକ ସ୍ୱରୂପ,</verse>
				<verse number="20">ନିର୍ବୋଧମାନଙ୍କର ଉପଦେଷ୍ଟା, ଅଜ୍ଞମାନଙ୍କର ଶିକ୍ଷକ। ତୁମ୍ଭମାନଙ୍କର ବିଶ୍ୱାସ ଯେ, ବ୍ୟବସ୍ଥାରୁ ତୁମ୍ଭେମାନେ ସମ୍ପୂର୍ଣ୍ଣ ସତ୍ୟ ଓ ଜ୍ଞାନ ଲାଭ କରିଛ।</verse>
				<verse number="21">ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛ, କିନ୍ତୁ ନିଜେ କାହିଁକି ଶିକ୍ଷା ଲାଭ କରୁ ନାହଁ? “ଚୋରି କର ନାହିଁ” ବୋଲି ଶିକ୍ଷା ଦେଇ ନିଜେ ଚୋରି କରୁଛ କି?</verse>
				<verse number="22">“ବ୍ୟଭିଚାର କର ନାହିଁ” ବୋଲି କହି, ନିଜେ ବ୍ୟଭିଚାର କରୁଛ କି? ତୁମ୍ଭେମାନେ ପ୍ରତିମା ପୂଜାକୁ ଘୃଣା କରି ମନ୍ଦିର ଲୁଣ୍ଠନ କରୁଛ କି?</verse>
				<verse number="23">ତୁମ୍ଭେମାନେ ଈଶ୍ୱରଙ୍କ ବ୍ୟବସ୍ଥା ପାଇଛ ବୋଲି ଗର୍ବ କରୁଛ, କିନ୍ତୁ ତାକୁ ଲଙ୍ଘନ କରି ଈଶ୍ୱରଙ୍କୁ ଅପମାନିତ କରୁଛ କି?</verse>
				<verse number="24">ଶାସ୍ତ୍ରରେ ଉଲ୍ଲେଖ ଅଛି, “ତୁମ୍ଭମାନଙ୍କ ଯୋଗୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ନିନ୍ଦିତ ହେଉଛନ୍ତି।”</verse>
				<verse number="25">ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।</verse>
				<verse number="26">ଯଦି ସୁନ୍ନତ ହୋଇ ନ ଥବା ଜଣେ ଅଣଇହୁଦୀ ବ୍ୟବସ୍ଥାର ବିଧିବିଧାନ ସବୁ ପାଳନ କରୁଥାଏ, ଈଶ୍ୱର ତାକୁ</verse>
				<verse number="27">ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ,</verse>
				<verse number="28">କେବଳ ଶାରୀରିକ ଭାବରେ ସୁନ୍ନତ ହୋଇ ଉପରକୁ ଇହୁଦୀ ବୋଲି ପରିଚିତ ହେଉଥିବା ଲୋକ ପ୍ରକୃତରେ ଇହୁଦୀ ନୁହେଁ।</verse>
				<verse number="29">ଯେ ଅନ୍ତରରେ ଇହୁଦୀ, ସେ ହେଉଛି ପ୍ରକୃତ ଇହୁଦୀ। ପ୍ରକୃତ ସୁନ୍ନତ ହୃଦୟର ବିଷୟ; ତାହା ଆଧ୍ୟାତ୍ମିକ, ଆକ୍ଷରିକ ନୁହେଁ। ଏପରି ବ୍ୟକ୍ତି ମନୁଷ୍ୟଠାରୁ ପ୍ରଶଂସା ପାଇ ନ ପାରେ; ସେ ତାହା ପାଏ ଈଶ୍ୱରଙ୍କଠାରୁ।</verse>
			</chapter>
			<chapter number="3">
				<verse number="1">ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?</verse>
				<verse number="2">ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।</verse>
				<verse number="3">ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ?</verse>
				<verse number="4">କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି: “ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ, ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”</verse>
				<verse number="5">ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?</verse>
				<verse number="6">କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?</verse>
				<verse number="7">କିନ୍ତୁ ଯଦି ମୋର ଅସତ୍ୟତା ଦ୍ୱାରା ଈଶ୍ୱରଙ୍କ ସତ୍ୟପରାୟଣତା ଅଧିକ ସ୍ପଷ୍ଟ ରୂପେ ପ୍ରକାଶିତ ହୁଏ ଓ ସେ ଗୌରବାନ୍ୱିତ ହୁଅନ୍ତି, ମୁଁ ପାପୀ ବୋଲି କାହିଁକି ଦଣ୍ଡନୀୟ ହେବି?</verse>
				<verse number="8">ଆମ୍ଭେମାନେ କାହିଁକି ନ କହିବା, “ଆସ କୁକର୍ମ କରିବା, ଏଥିରୁ ସୁଫଳ ମିଳିବ?” ମୁଁ ଠିକ୍ ଏଭଳି କଥା କହୁଛି ବୋଲି ଅଭିଯୋଗ କରି କେତେକେ ମୋତେ ଅପମାନିତ କରୁଛନ୍ତି। ସେମାନେ ଏଥିପାଇଁ ଯେଉଁ ଦଣ୍ଡ ପାଇବା କଥା, ନିଶ୍ଚୟ ପାଇବେ।</verse>
				<verse number="9">ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।</verse>
				<verse number="10">ଶାସ୍ତ୍ରରେ ଉଲ୍ଲିଖିତ ଅଛି: “ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ,</verse>
				<verse number="11">ଜଣେ ହେଲେ ଜ୍ଞାନୀ ବା ଈଶ୍ୱରଙ୍କ ପ୍ରକୃତ ଉପାସକ ନାହିଁ।</verse>
				<verse number="12">ସେମାନେ ସମସ୍ତେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି; ସମସ୍ତେ ଭ୍ରଷ୍ଟ ହୋଇଛନତି। କେହି ଜଣେ ହେଲେ ସତ୍କାର୍ଯ୍ୟ କରୁ ନାହିଁ।</verse>
				<verse number="13">ସେମାନଙ୍କ ବାକ୍ୟରେ ମରାତ୍ମକ ଛଳନା, ମୁଖରୁ ମିଥ୍ୟାର ସ୍ରୋତ ପ୍ରବାହିତ, ଓଷ୍ଠାଧର ତଳେ କାଳସର୍ପର ବିଷ।</verse>
				<verse number="14">ସେମାନଙ୍କ କଥା ତିକ୍ତତା ଓ ଅଭିଶାପରେ ପୂର୍ଣ୍ଣ।</verse>
				<verse number="15">ସେମାନେ ଆଘାତ ଓ ହତ୍ୟା କରିବାକୁ ତତ୍ପର;</verse>
				<verse number="16">ସେମାନେ ଯେଉଁଆଡ଼େ ଯାଆନ୍ତି, ସେଠାରେ ବିନାଶ ଓ କ୍ଳେଶ ସୃଷ୍ଟି ହୁଏ।</verse>
				<verse number="17">ଶାନ୍ତିର ମାର୍ଗ ସେମାନେ ଜାଣନ୍ତି ନାହିଁ,</verse>
				<verse number="18">କିଅବା ଈଶ୍ୱରଙ୍କୁ ଭୟ କରିବା ସେମାନେ ଶିଖି ନାହାନ୍ତି।</verse>
				<verse number="19">ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।</verse>
				<verse number="20">କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।</verse>
				<verse number="21">ଈଶ୍ୱର ନିଜ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ବାହାରେ ଯାହା କରିଛନ୍ତି, ତାହା ଏବେ ପ୍ରକାଶ ପାଇଛି। ଏ ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି।</verse>
				<verse number="22">କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।</verse>
				<verse number="23">ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।</verse>
				<verse number="24">କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।</verse>
				<verse number="25">ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି।</verse>
				<verse number="26">କିନ୍ତୁ ବର୍ତ୍ତମାନ ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ପାପ କ୍ଷମାର ବ୍ୟବସ୍ଥା କରିଛନ୍ତି। ଏଥିଦ୍ୱାରା ଈଶ୍ୱର ଦର୍ଶାଇ ଦେଇଛନ୍ତି ଯେ, ସେ ନିଜେ ଧାର୍ମିକ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।</verse>
				<verse number="27">ତାହାହେଲେ କେଉଁ ବିଷୟରେ ଆମ୍ଭେମାନେ ଗର୍ବ କରିବା? ନା, ସେପରି ବିଷୟ କିଛି ନାହିଁ। ଗର୍ବ କରିବା ପାଇଁ ଆମ୍ଭମାନଙ୍କର କି କାରଣ ଥାଇପାରେ? କଅଣ ବ୍ୟବସ୍ଥା ପୁରାପୁରି ପାଳନ କରିଛୁ ବୋଲି? ନା, କେବଳ ବିଶ୍ୱାସ ହିଁ ଆମ ଗର୍ବର କାରଣ।</verse>
				<verse number="28">ଆମେ ପ୍ରକୃତରେ ବୁଝିପାରିଛୁ ଯେ, ଜଣେ କେବଳ ତା’ର ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ- ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ।</verse>
				<verse number="29">ଈଶ୍ୱର କଅଣ କେବଳ ଇହୁଦୀମାନଙ୍କର ଈଶ୍ୱର? ସେ କଅଣ ଅଣଇହୁଦୀମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ନିଶ୍ଚୟ ସେ ସମସ୍ତଙ୍କର ଈଶ୍ୱର।</verse>
				<verse number="30">ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।</verse>
				<verse number="31">ଏହାର ଅର୍ଥ କଅଣ, ଆମେ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରିବାକୁ ଯାଉଛୁ? କଦାପି ନୁହେଁ। ବିଶ୍ୱାସ ଦ୍ୱାରା ଆମେ ବ୍ୟବସ୍ଥାର ଭିତ୍ତିମୂଳ ଦୃଢ଼ କରୁଛୁ।</verse>
			</chapter>
			<chapter number="4">
				<verse number="1">ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?</verse>
				<verse number="2">ଯଦି ତାଙ୍କ ନିଜର କର୍ମ ଦ୍ୱାରା ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଥାଆନ୍ତେ, ଗର୍ବ କରିବା ପାଇଁ ତାଙ୍କର କାରଣ ଥିଲା। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ତା’ ହୋଇ ନ ଥିଲା।</verse>
				<verse number="3">ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”</verse>
				<verse number="4">ଯେ କାମ କରେ, ମଜୁରୀ ତା’ର ପ୍ରାପ୍ୟ- କାହାଠାରୁ ଦାନ ରୂପେ ସେ ତା’ ପାଏ ନାହିଁ।</verse>
				<verse number="5">କିନ୍ତୁ ଯେ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ତା’ର ବିଶ୍ୱାସ ଯୋଗୁଁ ଅପରାଧୀକୁ ଦୋଷମୁକ୍ତ କରୁଥିବା ଈଶ୍ୱର ତାକୁ ଧାର୍ମିକରୂପେ ଗ୍ରହଣ କରନ୍ତି।</verse>
				<verse number="6">ଯେଉଁ ଲୋକର କ୍ରିୟାକର୍ମ ପ୍ରତି ଦୃଷ୍ଟି ନ ଦେଇ ଈଶ୍ୱର ତାକୁ ଧାର୍ମିକ ବୋଲି ଗ୍ରହଣ କରନ୍ତି, ତାକୁ ପ୍ରଶଂସା କରି ଦାଉଦ କହିଛନ୍ତି:</verse>
				<verse number="7">“ଯାହାର ଦୋଷ ମାର୍ଜନା କରାଯାଇଛି, ସେ ଧନ୍ୟ; ଯେ ପାପକ୍ଷମା ପାଇଛି, ସେ ଧନ୍ୟ।</verse>
				<verse number="8">ଈଶ୍ୱର ଯାହାର ପାପ ଗଣନା କରିବେ ନାହିଁ, ସେ ଧନ୍ୟ!”</verse>
				<verse number="9">ଏଠାରେ ଦାଉଦ ଯେଉଁମାନଙ୍କୁ ଧନ୍ୟ ବୋଲି କହିଛନ୍ତି, ସେମାନେ କଅଣ କେବଳ ସୁନ୍ନତ ଲୋକ ଥିଲେ? ନା, ଅସୁନ୍ନତ ଲୋକେ ମଧ୍ୟ ଧନ୍ୟ ହୋଇ ପାରିବେ। ଆମେ କହୁଛୁ- ଅବ୍ରହାମ ବିଶ୍ୱାସଦ୍ୱାରା ଧାର୍ମିକ ବିବେଚିତ ହେଲେ,</verse>
				<verse number="10">ଏହା କେଉଁ ସମୟରେ ଘଟିଥିଲା? ଅବ୍ରାହମ ସୁନ୍ନତ ହେବା ପରେ ନା, ତା’ ପୂର୍ବରୁ? ପୂର୍ବରୁ, ପରେ ନୁହେଁ।</verse>
				<verse number="11">ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।</verse>
				<verse number="12">ପିତା ଅବ୍ରାହାମ ସୁନ୍ନତ ହେବା ପୂର୍ବରୁ ଯେଉଁ ବିଶ୍ୱାସର ପରିଚୟ ଦେଇଥିଲେ, ଯଦି ସୁନ୍ନତ ହୋଇ ନ ଥିବା ଲୋକମାନେ ନିଜ ଜୀବନରେ ସେହି ପ୍ରକାର ବିଶ୍ୱାସ ଦେଖାଇ ପାରିବେ, ଅବ୍ରାହାମ ସେମାନଙ୍କର ମଧ୍ୟ ପିତା।</verse>
				<verse number="13">ଅବ୍ରାହାମ ବ୍ୟବସ୍ଥା ପାଳନ କରିଥିବା ହେତୁ ନୁହେଁ। କେବଳ ତାଙ୍କ ବିଶ୍ୱାସ ଲାଗି ଈଶ୍ୱରଙ୍କ ଦ୍ୱାରା ଧାର୍ମିକରୂପେ ଗୃହୀତ ହୋଇଥିଲେ ଓ ସେଥିପାଇଁ ସେ ଓ ତାଙ୍କ ବଂଶଧରମାନେ ପୃଥିବୀର ଅଧିକାରୀ ହେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।</verse>
				<verse number="14">ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନେ ଯଦି ଈଶ୍ୱରଙ୍କ ଦାନ ପାଇବେ, ତେବେ ମନୁଷ୍ୟର ବିଶ୍ୱାସ ନିରର୍ଥକ, ଈଶ୍ୱରଙ୍କ ପ୍ରତିଜ୍ଞାର ମଧ୍ୟ କିଛି ମୂଲ୍ୟ ନାହିଁ।</verse>
				<verse number="15">ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।</verse>
				<verse number="16">ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।</verse>
				<verse number="17">ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।</verse>
				<verse number="18">ଆଶା କରିବା ପାଇଁ କୌଣସି କାରଣ ନ ଥାଇ ସୁଦ୍ଧା ଅବ୍ରାହାମ ବିଶ୍ୱାସ କରି ଆଶାବାଦୀ ହେଲେ। ତେଣୁ ସେ ଅନେକ ଜାତିର ପିତା ହେଲେ, କାରଣ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପ୍ରତିଜ୍ଞା ମିଳିଥିଲା: “ତୁମ ବଂଶଧରମାନେ ଆକାଶର ତାରା ପରି ଅଗଣିତ ହେବେ।”</verse>
				<verse number="19">ତାଙ୍କୁ ସେତେବେଳେ ଶହେ ବର୍ଷ ହୋଇଥିଲା। କିନ୍ତୁ ତାଙ୍କ ମୃତପ୍ରାୟ ଶରୀର କଥା ଭାବି, କିମ୍ବା ସାରା ଯେ ଆଉ ସନ୍ତାନ ପ୍ରସବ କରିବାକୁ ଅକ୍ଷମ, ଏ କଥା ଜାଣି, ତାଙ୍କର ବିଶ୍ୱାସ ଦୁର୍ବଳ ହୋଇ ନ ଥିଲା।</verse>
				<verse number="20">ସେ ତାଙ୍କ ବିଶ୍ୱାସରୁ ବିଚ୍ୟୁତ ହେଲେ ନାହିଁ, କି ଈଶ୍ୱରଙ୍କ ପ୍ରତିଜ୍ଞାକୁ ସନ୍ଦେହ କଲେ ନାହିଁ। ବିଶ୍ୱାସ ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କଲା ଓ ସେ ଈଶ୍ୱରଙ୍କ ପ୍ରଶଂସା ଗାନ କଲେ।</verse>
				<verse number="21">ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ପାଳନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା।</verse>
				<verse number="22">ସେଥିପାଇଁ ତାଙ୍କ ବିଶ୍ୱାସ ଯୋଗୁ ଅବ୍ରାହମ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ ହୋଇଥିଲେ।</verse>
				<verse number="23">“ଧାର୍ମିକରୂପେ ଗୃହୀତ ହେବା” ଶାସ୍ତ୍ର କଥା କେବଳ ଅବ୍ରାହମଙ୍କ ପ୍ରତି ଯେ ପ୍ରଯୁଜ୍ୟ, ତା’ ନୁହେଁ।</verse>
				<verse number="24">ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକରୂପେ ଗୃହୀତ ହେବୁ। ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି।</verse>
				<verse number="25">ସେହି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତରୂପେ ମୃତ୍ୟୁଭୋଗ କରିଥିଲେ ଏବଂ ଈଶ୍ୱରଙ୍କ ନିକଟରେ ଆମ୍ଭମାନଢ଼ଙ୍କୁ ଧାର୍ମିକ କରାଇବା ପାଇଁ ପୁନରୁତ୍ଥିତ ହୋଇଥିଲେ।</verse>
			</chapter>
			<chapter number="5">
				<verse number="1">ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।</verse>
				<verse number="2">ସେହି ଯୀଶୁ ଆମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ବର୍ତ୍ତମାନ ଆମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହର ଅନୁଭୂତି ପ୍ରଦାନ କରିଛନ୍ତି। ତେଣୁ ଈଶ୍ୱରଙ୍କ ଗୌରବରେ ଅଂଶୀ ହେବାର ଆଶା ଆମ୍ଭମାନଙ୍କୁ ଉତ୍ଫୁଲ୍ଲ କରି ରଖିଛି।</verse>
				<verse number="3">ସବୁ ପ୍ରକାର ଦୁଃଖ କ୍ଲେଶରେ ମଧ୍ୟ ଆମ୍ଭେମାନେ ଆନନ୍ଦ ଅନୁଭବ କରୁଛୁ, କାରଣ ବିଚଳିତ ନ ହୋଇ କ୍ଳେଶ ସହିବା ଦ୍ୱାରା ମନରେ ଧୈର୍ଯ୍ୟ ଆସେ।</verse>
				<verse number="4">ଧୈର୍ଯ୍ୟରୁ ବଳିଷ୍ଠ ଚରିତ୍ର ଓ ବଳିଷ୍ଠ ଚରିତ୍ରରୁ ଭରସା ଜାତ ହୁଏ।</verse>
				<verse number="5">ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।</verse>
				<verse number="6">ଆମ୍ଭେମାନେ ଅସହାୟ ଥିବାବେଳେ ଈଶ୍ୱରଙ୍କ ନିରୂପିତ ସମୟରେ ଖ୍ରୀଷ୍ଟ ପାପୀମାନଙ୍କ ପାଇଁ ମୃତ୍ୟୁଭୋଗ କଲେ।</verse>
				<verse number="7">ଧାର୍ମିକ ଲୋକ ପାଇଁ ଅନ୍ୟ ଜଣେ ନିଜର ପ୍ରାଣ ଦେବା ପ୍ରାୟ ଦେଖାଯାଏ ନାହିଁ। ହୁଏତ କୌଣସି ସଜ୍ଜନ ପାଇଁ କେହି ମରିବାକୁ ପ୍ରସ୍ତୁତ ହୋଇପାରେ।</verse>
				<verse number="8">କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।</verse>
				<verse number="9">ଖ୍ରୀଷ୍ଟଙ୍କ ପ୍ରାଣବଳି ଦ୍ୱାରା ଈଶ୍ୱର ଆମକୁ ଧାର୍ମିକ ରୂପେ ଗ୍ରହଣ କରିଛନ୍ତି। ତାହାହେଲେ ଈଶ୍ୱରଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖ୍ରୀଷ୍ଟ କେତେ ମନୋଯୋଗୀ ନ ହେବେ।</verse>
				<verse number="10">ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?</verse>
				<verse number="11">କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।</verse>
				<verse number="12">ଜଣକ ଦ୍ୱାରା ଜଗତରେ ପାପ ପ୍ରବେଶ କଲା ଓ ପାପ ଦ୍ୱାରା ମୃତ୍ୟୁ ଆସିଲା। ସମସ୍ତେ ପାପ କରିବାରୁ ମୃତ୍ୟୁ ସମଗ୍ର ମନୁଷ୍ୟ ଜାତିକୁ ଗ୍ରାସ କଲା।</verse>
				<verse number="13">ବ୍ୟବସ୍ଥା ପ୍ରଦତ୍ତ ହେବା ପୂର୍ବରୁ ଜଗତରେ ପାପ ଥିଲା; କିନ୍ତୁ ବ୍ୟବସ୍ଥା ନ ଥିବା ସମୟରେ ପାପର ହିସାବ ରଖାଯାଉ ନ ଥିଲା।</verse>
				<verse number="14">ଆଦମଙ୍କ ସମୟରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ କେହି ଆଦମଙ୍କ ପରି ଆଜ୍ଞା ଲଙ୍ଘନ କରି ପାପ କରି ନ ଥିଲେ ସୁଦ୍ଧା, ସମସ୍ତେ ମୃତ୍ୟୁର ଅଧୀନ ହେଲେ। ଯାହାଙ୍କର ଆଗମନ ହେବାର ଥିଲା, ଆଦମ ତାଙ୍କର ଏକ ପ୍ରତିରୂପ;</verse>
				<verse number="15">କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଆଦମଙ୍କ ପାପ ଓ ଈଶ୍ୱରଙ୍କ ଅମୂଲ୍ୟ ଦାନର ଶକ୍ତି ସମାନ ନୁହେଁ। ଗୋଟିଏ ବ୍ୟକ୍ତିର ପାପ ହେତୁ ଅନେକେ ମୃତ୍ୟୁଭୋଗ କଲେ। କିନ୍ତୁ ଈଶ୍ୱର ତାଙ୍କ ମହା ଅନୁଗ୍ରହରେ, ଆଉ ଜଣେ ବ୍ୟକ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କ ପାଇଁ ଯେଉଁ ଦାନର ବ୍ୟବସ୍ଥା କଲେ, ତାହା ଅଧିକ ଶକ୍ତିଶାଳୀ।</verse>
				<verse number="16">ଗୋଟିଏ ବ୍ୟକ୍ତିର ପାପ ଲାଗି ମନୁଷ୍ୟ ବିଚାରର ସମ୍ମୁଖୀନ ହୋଇ ଦୋଷୀ ସାବ୍ୟସ୍ତ ହେଲା; କିନ୍ତୁ ଅନେକଙ୍କର ବହୁ ପାପ ସତ୍ତେ୍ୱ ଓ କ୍ଷମା ପାଇବା ପାଇଁ କୌଣସି ଯୋଗ୍ୟତା ନ ଥାଇ ମଧ୍ୟ, ଈଶ୍ୱରଙ୍କ ସେହି ଦାନ ଯୋଗୁଁ, ଏବେ ମନୁଷ୍ୟ ନିର୍ଦ୍ଦୋଷ ବୋଲି ବିବେଚିତ ହୋଇପାରିବ।</verse>
				<verse number="17">ଅବଶ୍ୟ ଜଣେ ମନୁଷ୍ୟର ପାପ ହେତୁ, ମୃତ୍ୟୁର ଆଧିପତ୍ୟ ପ୍ରତିଷ୍ଠିତ ହେଲା; କିନ୍ତୁ ଅନ୍ୟ ଜଣେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଯାହା କରିଛନ୍ତି, ତାହା କେଡ଼େ ମହତ୍ତର! ଯେଉଁ ସମସ୍ତେ ଈଶ୍ୱରଙ୍କ ପ୍ରଚୁର ଅନୁଗ୍ରହରୁ ବିନା ମୂଲ୍ୟରେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହେବେ, ସେମାନେ ଖ୍ରୀଷ୍ଟଙ୍କ ସହିତ ବିଜୟୀ ଜୀବନ ଯାପନ କରିବେ।</verse>
				<verse number="18">ଜଣକର ପାପ ଯେପରି ସମଗ୍ର ମନୁଷ୍ୟ ଜାତିକୁ ଦଣ୍ଡନୀୟ କରାଇଲ. ସେହିପରି ଜଣକର ଧାର୍ମିକତା ସମଗ୍ର ମନୁଷ୍ୟ ଜାତି ପାଇଁ ମୁକ୍ତି ଓ ଜୀବନର ସୁଯୋଗ ଆଣି ଦେଇଛି।</verse>
				<verse number="19">ଜଣକର ଅବାଧ୍ୟତା ଲାଗି ଯେପରି ସମସ୍ତେ ପାପୀ ହେଲେ, ସେହିପରି ଜଣକର ଆଜ୍ଞାବହତା ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବେ।</verse>
				<verse number="20">ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।</verse>
				<verse number="21">ପାପ ଯେପରି ମୃତ୍ୟୁ ଦ୍ୱାରା ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲା, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଆମ୍ଭମାନଙ୍କୁ ଧାର୍ମିକ ଗଣ୍ୟ କରି ଅନନ୍ତ ଜୀବନ ଦିଏ।</verse>
			</chapter>
			<chapter number="6">
				<verse number="1">ତାହାହେଲେ କଅଣ କହିବା? ଈଶ୍ୱରଙ୍କ ଅନୁଗ୍ରହ ଆହୁରି ପ୍ରଚୁର ହେବ ବୋଲି ଆମେ କଅଣ ପାପରେ ଜୀବନ ଯାପନ କରିବା?</verse>
				<verse number="2">କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?</verse>
				<verse number="3">ତୁମ୍ଭେମାନେ ଜାଣ, ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆମ୍ଭେମାନେ ତାଙ୍କ ମୃତ୍ୟୁରେ ମଧ୍ୟ ଅଂଶୀ ହୋଇଛୁ।</verse>
				<verse number="4">ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।</verse>
				<verse number="5">ଯେହେତୁ ଆମ୍ଭେ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ ଏକ ହୋଇଛୁ, ତାଙ୍କ ପୁନରୁତ୍ଥାନରେ ମଧ୍ୟ ତାଙ୍କ ସହିତ ଏକ ହୋଇଛୁ, ତାଙ୍କ ପୁନରୁତ୍ଥାନରେ ମଧ୍ୟ ତାଙ୍କ ସହିତ ଏକ ହୋଇ ପୁନର୍ଜୀବନ ପାଇବା।</verse>
				<verse number="6">ଆମେ ଜାଣୁ, ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ଆମ୍ଭମାନଙ୍କ ପୁରାତନ ବ୍ୟକ୍ତିତ୍ୱ ମୃତ ହୋଇଛି। ତଦ୍ଦ୍ୱାରା ଆମ ପାପ ପ୍ରକୃତି ବିନଷ୍ଟ ହୋଇଛି ଓ ଆମେ ପାପର ଦାସତ୍ୱରୁ ମୁକ୍ତି ପାଇଛୁ,</verse>
				<verse number="7">କାରଣ ମନୁଷ୍ୟ ମରିଗଲେ, ପାପ କବଳରୁ ଉଦ୍ଧାର ପାଇଥାଏ।</verse>
				<verse number="8">ଆମ୍ଭେମାନେ ଯୀଶୁଙ୍କ ସହିତ ମୃତ୍ୟୁବରଣ କରିଥିବାରୁ, ତାଙ୍କ ସହିତ ମଧ୍ୟ ଜୀବନ ପାଇବୁ ବୋଲି ବିଶ୍ୱାସ କରୁଛୁ।</verse>
				<verse number="9">ଆମେ ଜାଣୁ, ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିବାରୁ, ସେ ଆଉ କେବେ ମୃତ୍ୟୁଭୋଗ କରିବେ ନାହିଁ। ତାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ।</verse>
				<verse number="10">ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ଦ୍ୱାରା ପାପର ଶକ୍ତିରୁ ଏକାବେଳକେ ବିମୁକ୍ତ ହେଲେ। ସେ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛନ୍ତି, ତାହା ଈଶ୍ୱରଙ୍କ ସହିତ ସଂଯୁକ୍ତ ଜୀବନ।</verse>
				<verse number="11">ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।</verse>
				<verse number="12">ତୁମ ମର ଶରୀର ଉପରେ ପାପ ଆଉ ରାଜତ୍ୱ ନ କରୁ; ତୁମ୍ଭେମାନେ ଆଉ କୌଣସି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।</verse>
				<verse number="13">ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।</verse>
				<verse number="14">ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।</verse>
				<verse number="15">ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।</verse>
				<verse number="16">ତୁମ୍ଭେମାନେ ଅବଶ୍ୟ ଜାଣିଛ, ଯଦି ତୁମେ କାହାର ବଶ୍ୟତା ସ୍ୱୀକାର କରି ତାହାର ସମ୍ପୂର୍ଣ୍ଣ ଆଜ୍ଞାଧୀନ ହୁଅ, ତେବେ ତୁମେ ତା’ର ଦାସ। ଯଦି ପାପର ଦାସ ହୁଅ, ଏହାର ପରିଣାମ ହେବ ମୃତ୍ୟୁ; ଯଦି ଧାର୍ମିକତାର ଅନୁବର୍ତ୍ତୀ ହୁଅ, ତେବେ ଜୀବନ ପାଇବ।</verse>
				<verse number="17">କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।</verse>
				<verse number="18">ତୁମେ ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଛ।</verse>
				<verse number="19">(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।</verse>
				<verse number="20">ତୁମ୍ଭେମାନେ ପାପର ଦାସ ଥିବାବେଳେ, ଧାର୍ମିକତା ପ୍ରତି ଉଦାସୀନ ଥିଲ।</verse>
				<verse number="21">ବର୍ତ୍ତମାନ ତୁମ୍ଭମାନଙ୍କୁ ଯେଉଁ ସବୁ କାର୍ଯ୍ୟ କରିବାକୁ ଲଜ୍ଜାବୋଧ ହେଉଛି, ସେତେବେଳେ ସେସବୁ କରୁଥିଲ। ସେଥିରୁ କି ଲାଭ ପାଇଲ? ସେହି ସବୁ କାର୍ଯ୍ୟର ପରିଣାମ ମୃତ୍ୟୁ।</verse>
				<verse number="22">କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।</verse>
				<verse number="23">ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।</verse>
			</chapter>
			<chapter number="7">
				<verse number="1">ଭାଇମାନେ, ବର୍ତ୍ତମାନ ଯାହା କହିବାକୁ ଯାଉଛି, ତୁମ୍ଭେମାନେ ତାହା ବୁଝିପାରିବ, କାରଣ ତୁମେ ଜାଣିଛ, “ବ୍ୟବସ୍ଥା” କଅଣ। ମନୁଷ୍ୟ କେବଳ ତା’ର ଜୀବଦ୍ଦଶା ସମୟରେ ବ୍ୟବସ୍ଥାର ଅଧୀନରେ ଥାଏ।</verse>
				<verse number="2">ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ପତ୍ନୀ ତା’ ସହିତ ବିବାହ ବନ୍ଧରେ ଆବଦ୍ଧ ଥାଏ। କିନ୍ତୁ ସ୍ୱାମୀର ମୃତ୍ୟୁ ହେଲେ, ତା’ର ସ୍ତ୍ରୀ ଏହି ବ୍ୟବସ୍ଥାରୁ ମୁକ୍ତ ହୁଏ।</verse>
				<verse number="3">ସ୍ୱାମୀ ଜୀବିତ ଥିବାବେଳେ; ସ୍ତ୍ରୀ ଯଦି ଅନ୍ୟ ପୁରୁଷ ଗ୍ରହଣ କରେ, ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ସ୍ୱାମୀର ମୃତ୍ୟୁ ପରେ ସେ ଆଉ ଜଣକୁ ବିବାହ କଲେ, ତାହା ବ୍ୟଭିଚାର ହେବ ନାହିଁ।</verse>
				<verse number="4">ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।</verse>
				<verse number="5">ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।</verse>
				<verse number="6">ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।</verse>
				<verse number="7">ତେବେ କଅଣ କହିବା, ବ୍ୟବସ୍ଥା ହିଁ ପାପ? ତା’ ଅବଶ୍ୟ ନୁହେଁ। କିନ୍ତୁ ପାପ କଅଣ, ତାହା ବ୍ୟବସ୍ଥା ମୋତେ ଜଣାଇ ଦେଇଛି। “ପର ଦ୍ରବ୍ୟକୁ ଲୋଭ କର ନାହିଁ”, ଏହି ଆଜ୍ଞା ଯଦି ବ୍ୟବସ୍ଥା ଦେଇ ନ ଥାଆନ୍ତା, ଲୋଭ କଅଣ, ମୁଁ ଜାଣି ନ ଥାଆନ୍ତି।</verse>
				<verse number="8">କିନ୍ତୁ ଉପରୋକ୍ତ ଆଜ୍ଞାର ସୁଯୋଗ ନେଇ ପାପ ମୋ’ ମନରେ ନାନା ପ୍ରକାର ସ୍ୱାର୍ଥପର ଅଭିଳାଷ ଜନ୍ମାଇଲା। ବ୍ୟବସ୍ଥା ବିନା ପାପ ନିଷ୍କ୍ରିୟ।</verse>
				<verse number="9">ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା</verse>
				<verse number="10">ଓ ମୁଁ ମୃତ ହେଲି; ଯେଉଁ ବ୍ୟବସ୍ଥଶ ଜୀବନ ଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ମୋ’ ମୃତ୍ୟୁର କାରଣ ହେଲା।</verse>
				<verse number="11">ବ୍ୟବସ୍ଥାର ସୁଯୋଗ ନେଇ ପାପ ମୋତେ ପ୍ରତାରଣା କଲା ଓ ମୋତେ ହତ୍ୟା କଲା।</verse>
				<verse number="12">ବ୍ୟବସ୍ଥା ପବିତ୍ର; ତାହାର ଆଜ୍ଞା ସବୁ ପବିତ୍ର, ଯଥାର୍ଥ ଓ ମଙ୍ଗଳଜନକ।</verse>
				<verse number="13">ତା’ହେଲେ, ଯାହା ମଙ୍ଗଳଜନକ, ତାହା କଅଣ ମୋ’ ମୃତ୍ୟୁର କାରଣ ହୋଇଥିଲା? କଦାପି ନୁହେଁ। ପାପ ହିଁ ତା’ କଲା। ମଙ୍ଗଳଜନକ ବ୍ୟବସ୍ଥାକୁ ବ୍ୟବହାର କରି ପାପ ମୋର ମୃତ୍ୟୁ ଘଟାଇଲା। ତଦ୍ଦ୍ୱାରା ପାପର ପ୍ରକୃତ ରୂପ ପ୍ରକାଶ ପାଇଲା। ତେଣୁ ବ୍ୟବସ୍ଥା ଦ୍ୱାରା ପାପର ଅତିଶୟ ଭୟଙ୍କରତା ଜଣାପଡ଼ିଲା।</verse>
				<verse number="14">ଆମେ ଜାଣୁ, ବ୍ୟବସ୍ଥା ଆଧ୍ୟାତ୍ମିକ। କିନ୍ତୁ ମୋର ମର ଶରୀର ପାପ କ୍ରୀତଦାସ।</verse>
				<verse number="15">ମୁଁ କଅଣ କରେ, ତା’ ମୁଁ ବୁଝେ ନାହିଁ। ଯାହା କରିବା ପାଇଁ ମୋର ଇଚ୍ଛା, ତା’ ମୁଁ କରେ ନାହିଁ; କିନ୍ତୁ ଯାହା ଘୃଣା କରେ, ତାହା ହିଁ କରେ।</verse>
				<verse number="16">ଯାହା କରେ, ତାହା ପ୍ରକୃତରେ ମୋର ଇଚ୍ଛା ବିରୁଦ୍ଧରେ କରୁଥିବାରୁ, ବ୍ୟବସ୍ଥା ଯଥାର୍ଥ ବୋଲି ମୁଁ ସ୍ୱୀକାର କରୁଛି।</verse>
				<verse number="17">ତେଣୁ ସେ କାର୍ଯ୍ୟ ପ୍ରକୃତରେ ମୁଁ କରେ ନାହିଁ- ମୋ’ ଭିତରେ ଥିବା ପାପ ହିଁ ତା' କରେ।</verse>
				<verse number="18">ମୁଁ ଜାଣେ, ମୋ' ଭିତରେ ଅର୍ଥାତ୍ ମୋର ମାନବ ପ୍ରକୃତିରେ କୌଣସି ଉତ୍ତମତା ନାହିଁ, କାରଣ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା ଥିଲେ ସୁଦ୍ଧା ତା’ କରିପାରେ ନାହିଁ।</verse>
				<verse number="19">ସେଥିପାଇଁ ଯେଉଁ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା, ତା’ ନ କରି ମୋ’ ଇଚ୍ଛା ବିରୁଦ୍ଧରେ ଅସତ୍ କାର୍ଯ୍ୟ ହିଁ କରୁଥାଏ।</verse>
				<verse number="20">ମୋ’ ଇଚ୍ଛା ବିରୁଦ୍ଧରେ ଯାହା ମୁଁ କରେ, ପ୍ରକୃତରେ ମୁଁ ତା’ କରେ ନାହିଁ, ମୋ’ ଭିତରେ ଥିବା ପାପ ହିଁ ତା’ କରେ।</verse>
				<verse number="21">ଏହା ମୋ’ ଭିତରେ ଏକ ସକ୍ରିୟ ବିଧାନ ବୋଲି ମନେହୁଏ। ଯାହା ସତ୍, ତାହା ମୁଁ କରିବାକୁ ଗଲାବେଳେ, କେବଳ ଅସତ୍ କାର୍ଯ୍ୟ କରିଥାଏ।</verse>
				<verse number="22">ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ମୋର ଆଗ୍ରହ,</verse>
				<verse number="23">କିନ୍ତୁ ମୋ’ ମନର ଏହି ଇଚ୍ଛା ବିରୁଦ୍ଧରେ ମୋର ଶରୀରକୁ ନିୟନ୍ତ୍ରଣ କରୁଥିବା ବିଧାନ ସର୍ବଦା ସଂଘର୍ଷ କରୁଥାଏ। ମୋ’ ଶରୀରରେ ସକ୍ରିୟ ଥିବା ସେହି ପାପ ପ୍ରବୃତ୍ତି ମୋତେ ବନ୍ଦୀ କରି ରଖିଛି।</verse>
				<verse number="24">କେଡ଼େ ହତଭାଗ୍ୟ ମୁଁ! ମୃତ୍ୟୁ ମୁଖକୁ ଟାଣି ନେଉଥିବା ଏହି ଶାରୀରିକ ପ୍ରବୃତ୍ତିରୁ ମୋତେ କିଏ ଉଦ୍ଧାର କରିବ?</verse>
				<verse number="25">ଧନ୍ୟ ଈଶ୍ୱର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ସେ ସାଧନ କରିଛନ୍ତି। ତେବେ, ଏହା ହେଉଛି ମୋର ଅବସ୍ଥା। ଈଶ୍ୱରଙ୍କ ବ୍ୟବସ୍ଥା କେବଳ ମୁଁ ମୋ’ ମନରେ ପାଳନ କରିପାରେ। କିନ୍ତୁ ମୋର ମାନବ ପ୍ରକୃତି ମୋତେ ପାପର ଦାସ ହେବାକୁ ବାଧ୍ୟ କରୁଛି।</verse>
			</chapter>
			<chapter number="8">
				<verse number="1">ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।</verse>
				<verse number="2">ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।</verse>
				<verse number="3">ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।</verse>
				<verse number="4">ତେଣୁ ବର୍ତ୍ତମାନ ଆମେ ମାନବ ପ୍ରକୃତିର ବଶବର୍ତ୍ତୀ ନ ହୋଇ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ଏବଂ ଏହା ଦ୍ୱାରା ଆମ୍ଭେମାନେ ବ୍ୟବସ୍ଥାର ଯଥାର୍ଥ ଦାବୀ ପୂରଣ କରିଛୁ।</verse>
				<verse number="5">ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରୁଥାଆନ୍ତି, ସେମାନଙ୍କ ମନ ସେହି ପ୍ରକୃତିର ବଶୀଭୂତ ହୋଇଥାଏ। କିନ୍ତୁ ଯେଉଁମାନେ ପବିତ୍ରଆତ୍ମାଙ୍କ ପ୍ରେରଣା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନଙ୍କ ମନ ପବିତ୍ରଆତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ।</verse>
				<verse number="6">ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।</verse>
				<verse number="7">ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।</verse>
				<verse number="8">ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ।</verse>
				<verse number="9">ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।</verse>
				<verse number="10">କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥାଆନ୍ତି, ତୁମ ଶରୀର ପାପରେ ବିନଷ୍ଟ ହେବାକୁ ଯାଉଥିଲେ ସୁଦ୍ଧା, ପବିତ୍ରଆତ୍ମା ତୁମକୁ ଜୀବନ ପ୍ରଦାନ କରିବେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ତୁମେ ଧାର୍ମିକ ବିବେଚିତ ହୋଇଛ।</verse>
				<verse number="11">ଯଦି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ଆତ୍ମା ତୁମଠାରେ ବିଦ୍ୟମାନ, ତେବେ ସେହି ଆତ୍ମାଙ୍କ ସାହାଯ୍ୟରେ ଈଶ୍ୱର ତୁମ ମର ଶରୀରକୁ ମଧ୍ୟ ଜୀବନ୍ତ କରିବେ।</verse>
				<verse number="12">ତେବେ ହେ ଭାଇମାନେ, ଆମ୍ଭମାନଙ୍କ କର୍ତ୍ତବ୍ୟ ହେଉଛି, ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରିବା ନାହିଁ, କାରଣ ତା’ କଲେ ତୁମେ ମରିବ;</verse>
				<verse number="13">କିନ୍ତୁ ଯଦି ପବିତ୍ରଆତ୍ମାଙ୍କ ସାହାଯ୍ୟରେ ନିଜ ପାପ ପ୍ରବୃତ୍ତିକୁ ବିନଷ୍ଟ କରି ଆଉ ପାପ କାର୍ଯ୍ୟ ନ କର, ତେବେ ତୁମେ ବଞ୍ଚିବ।</verse>
				<verse number="14">ଯେଉଁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ, ସେମାନେ ଈଶ୍ୱରଙ୍କ ସନ୍ତାନ।</verse>
				<verse number="15">କାରଣ ଈଶ୍ୱରପ୍ରଦତ୍ତ ସେହି ଆତ୍ମା ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି, ତୁମେ ଆଉ ଭୟ କରିବାର କାରଣ ନାହିଁ। ବରଂ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ସୁଯୋଗ ଦେଇଛନ୍ତି। ତାଙ୍କ ଶକ୍ତି ଅନୁଭବ କରି ଆମେ ଏବେ ଈଶ୍ୱରଙ୍କୁ “ପିତା” ବୋଲି ସମ୍ବୋଧନ କରୁଛୁ।</verse>
				<verse number="16">ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରାତ୍ମା ସହିତ ସ୍ୱର ମିଳାଇ ଆମକୁ ଈଶ୍ୱରଙ୍କ ସନ୍ତାନ ବୋଲି ଘୋଷଣା କରୁଛନ୍ତି।</verse>
				<verse number="17">ଯେହେତୁ ଆମେ ଈଶ୍ୱରଙ୍କ ସନ୍ତାନ, ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶୀର୍ବାଦରେ ଆମେ ଅଂଶୀ ହେବୁ। ପୁଣି ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ଯାହା ଗଚ୍ଛିତ ରଖିଛନ୍ତି, ସେଥିରେ ମଧ୍ୟ ଆମ୍ଭମାନଙ୍କର ଭାଗ ଅଛି। ଯଦି ଆମ୍ଭେମାନେ ଯୀଶୁଙ୍କ ଦୁଃଖଭୋଗର ଅଂଶୀ ହୋଇଛୁ, ତେବେ ତାଙ୍କ ଗୌରବରେ ମଧ୍ୟ ଅଂଶୀ ହେବୁ।</verse>
				<verse number="18">ଯେଉଁ ଗୌରବମୟ ଭବିଷ୍ୟତରେ ଆମେମାନେ ପ୍ରବେଶ କରିବା, ତା’ ତୁଳନାରେ ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ସେହି ସମୟରେ ଈଶ୍ୱର ତାଙ୍କ ସନ୍ତାନମାନଙ୍କୁ ପ୍ରକାଶ କରିବେ।</verse>
				<verse number="19">ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି,</verse>
				<verse number="20">କାରଣ ସୃଷ୍ଟି ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହୋଇ ତା’ର ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି। କିନ୍ତୁ ତଥାପି ତା’ର ଆଶା ରହିଛି,</verse>
				<verse number="21">ଦିନେ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବର ଭାଗୀ ହୋଇ ସେ ମଧ୍ୟ ତା’ର କ୍ଷୟମାଣ ଅବସ୍ଥାରୁ ମୁକ୍ତିଲାଭ କରିବ।</verse>
				<verse number="22">କିନ୍ତୁ ଏ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରସବ ବେଦନା ତୁଲ୍ୟ ଯନ୍ତ୍ରଣା ଅନୁଭବ କରି ଆର୍ତ୍ତନାଦ କରୁଛି।</verse>
				<verse number="23">ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।</verse>
				<verse number="24">କାରଣ ଭରସା ରଖିବା ଦ୍ୱାରା ହିଁ ଆମ୍ଭେମାନେ ମୁକ୍ତି ପାଇଥାଉ। କିନ୍ତୁ ଯାହା ଦୃଶ୍ୟମାନ, ତାହା ପାଇଁ ଭରସା ରଖିବା ପ୍ରକୃତ ଭରସା ନୁହେଁ। କିଏ କଅଣ ଦୃଶ୍ୟମାନ ବିଷୟ ସବୁ ପାଇଁ ଭରସା କରେ?</verse>
				<verse number="25">କିନ୍ତୁ ଆମେ ଯଦି ଅଦୃଶ୍ୟ ବିଷୟ ପାଇଁ ଭରସା କରୁ, ତେବେ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ପଡ଼ିବ।</verse>
				<verse number="26">ଆମ୍ଭେମାନେ ଦୁର୍ବଳ, କିନ୍ତୁ ପବିତ୍ରଆତ୍ମା ଆମକୁ ସାହାଯ୍ୟ କରନ୍ତି। କିପରି ପ୍ରାର୍ଥନା କରିବାକୁ ହୁଏ, ତାହା ଆମ୍ଭେମାନେ ଜାଣୁନା। ତେଣୁ ପବିତ୍ରଆତ୍ମା ଅବ୍ୟକ୍ତ ଭାଷାରେ ଆମ ପାଇଁ ଈଶ୍ୱରଙ୍କୁ ଅନୁନୟ କରନ୍ତି।</verse>
				<verse number="27">ଈଶ୍ୱର ତା’ ବୁଝିପାରନ୍ତି, କାରଣ ସେ ଅନ୍ତର୍ଯ୍ୟାମୀ ଓ ପବିତ୍ରଆତ୍ମା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଲୋକମାନଙ୍କ ପାଇଁ ଅନୁନୟ କରୁଥାଆନ୍ତି।</verse>
				<verse number="28">ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।</verse>
				<verse number="29">ଯେଉଁମାନଙ୍କୁ ଈଶ୍ୱର ମନୋନୀତ କରିଛନ୍ତି, ସେମାନଙ୍କୁ ତାଙ୍କ ପୁତ୍ରଙ୍କ ଅନୁରୂପ ହେବା ପାଇଁ ଆଗରୁ ନିରୂପଣ କରିଛନ୍ତି ତାହାହେଲେ, ଈଶ୍ୱରଙ୍କ ପୁତ୍ର ସେମାନଙ୍କର ଅଗ୍ରଜ ହେବେ।</verse>
				<verse number="30">ଯେଉଁମାନେ ଏପରି ମନୋନୀତ ହୋଇ ଆହୂତ ହୋଇଛନ୍ତି, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଗୌରବାନ୍ୱିତ ହୋଇଛନ୍ତି।</verse>
				<verse number="31">ଏହିସବୁ ଦୃଷ୍ଟିରୁ ଆଉ କଅଣ କରିବା? ଈଶ୍ୱର ଯଦି ଆମର ସପକ୍ଷ, କିଏ ଆମର ବିପକ୍ଷ ହୋଇପାରେ?</verse>
				<verse number="32">ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?</verse>
				<verse number="33">ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିପାରିବ? ସେମାନଙ୍କୁ ନିର୍ଦ୍ଦୋଷ ବୋଲି ସ୍ୱୟଂ ଈଶ୍ୱର ଘୋଷଣା କରିଛନ୍ତି।</verse>
				<verse number="34">ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।</verse>
				<verse number="35">ତେବେ କିଏ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ? ଦୁଃଖ, କଷ୍ଟ, କ୍ଳେଶ ବା ଉତ୍ପୀଡ଼ନ, ଦାରିଦ୍ର୍ୟ, କ୍ଷୁଧା, ବିପଦ ବା ମୃତ୍ୟୁର ବିଭୀଷିକା, କେହି ତା’ କରିପାରିବେ ନାହିଁ।</verse>
				<verse number="36">ଶାସ୍ତ୍ରରେ ଲେଖାଅଛି: “ତୁମ ସକାଶେ ଆମ୍ଭେମାନେ ସର୍ବଦା ମୃତ୍ୟୁର ସମ୍ମୁଖୀନ, ବଧ ହେବାକୁ ଯାଉଥିବା ମେଷତୁଲ୍ୟ ଆମ୍ଭେମାନେ ବିବେଚିତ।”</verse>
				<verse number="37">ଯେ ଆମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସାହାଯ୍ୟରେ ଆମେ ଏ ସବୁ ଉପରେ ବିଜୟୀ ହୋଇଛୁ।</verse>
				<verse number="38">ମୁଁ ନିଶ୍ଚିତଭାବେ ଜାଣେ ଯେ ତାଙ୍କ ପ୍ରେମରୁ ଆମେ କେବେ ବିଚ୍ଛିନ୍ନ ହେବା ନାହିଁ। ମୃତ୍ୟୁ ବା ଜୀବନ, ସ୍ୱର୍ଗଦୂତ ବା ଆକାଶମଣ୍ଡଳର କୌଣସି ଅଧିପତି ବା ଶକ୍ତି, ବର୍ତ୍ତମାନ ବା ଭିବଷ୍ୟତ୍,</verse>
				<verse number="39">ଊଦ୍ଧ୍ୱର୍ସ୍ଥ ବା ନିମ୍ନସ୍ଥ କୌଣସି ବିଷୟ- ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ସେହି ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ।</verse>
			</chapter>
			<chapter number="9">
				<verse number="1">ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।</verse>
				<verse number="2">ମୁଁ ଯେ କେଡ଼େ ବ୍ୟଥିତ ଓ ଅସୀମ ଦୁଃଖରେ ମୋ’ ହୃଦୟ କେଡ଼େ ଭାରାକ୍ରାନ୍ତ, ଏ କଥା ମୁଁ ଛଳନା କରି କହୁ ନାହିଁ। ପବିତ୍ରଆତ୍ମା ପରିଚାଳିତ ମୋର ବିବେକ ଏହାର ସାକ୍ଷୀ।</verse>
				<verse number="3">ମୋ’ ସ୍ୱଜାତି ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ମୁଁ ଇଚ୍ଛୁକ, କାରଣ ସେମାନେ ଈଶ୍ୱରଙ୍କ ଲୋକ।</verse>
				<verse number="4">ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,</verse>
				<verse number="5">ଆମ ବିଖ୍ୟାଦ ଇହୁଦୀ ପୂର୍ବପୁରୁଷମାନଙ୍କର ସେମାନେ ବଂଶଧର ଏବଂ ମାନବ ରୂପେ ଖ୍ରୀଷ୍ଟ ସେହି ବଂଶରୁ ଜାତ। ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ ହୁଅନ୍ତୁ।</verse>
				<verse number="6">ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,</verse>
				<verse number="7">କିଅବା ଅବ୍ରାହାମଙ୍କ ବଂଶଧରମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି। ଈଶ୍ୱର ଅବ୍ରାହାମଙ୍କୁ କହିଥିଲେ: “ତୁମର ଯେଉଁ ବଂଶଧରମାନଙ୍କ ବିଷୟରେ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ସେମାନେ ଯିସାହାକଙ୍କଠାରୁ ଜାତ ହେବେ।”</verse>
				<verse number="8">ଏହାର ଅର୍ଥ ହେଉଛି, ମନୁଷ୍ୟ ସନ୍ତାନ ମାତ୍ରକେ ଈଶ୍ୱରଙ୍କ ସନ୍ତାନ ହୋଇ ପାରିବେ ନାହିଁ। ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଜନ୍ମଲାଭ କରିଥିବା ସନ୍ତାନମାନେ ଈଶ୍ୱରଙ୍କ ଦୃଷ୍ଟିରେ ପ୍ରକୃତ ସନ୍ତାନ ରୂପେ ପରିଗଣିତ ହୁଅନ୍ତି।</verse>
				<verse number="9">ଈଶ୍ୱର ଏହି ପ୍ରତିଜ୍ଞା କରିଥିଲେ, “ଠିକ୍ ଏହି ଋତୁରେ ଆମ୍ଭେ ପ୍ରତ୍ୟାବର୍ତ୍ତନ କରିବୁ, ସେତେବେଳେ ସାରା ପୁତ୍ରବତୀ ହୋଇଥିବେ।”</verse>
				<verse number="10">କେବଳ ସେତିକି ନୁହେଁ। ରିବିକାଙ୍କ ଦୁଇ ପୁତ୍ର ଏକ ପିତା ଯିସାହାକଠାରୁ ଜାତ ହୋଇଥିଲେ ସୁଦ୍ଧା,</verse>
				<verse number="11">ଏମାନଙ୍କ ମଧ୍ୟରୁ ଜଣେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ମନୋନୀତ ହେଲା। ରିବିକାଙ୍କୁ ଈଶ୍ୱର କହିଲେ, “ଜ୍ୟେଷ୍ଠ ଭ୍ରାତା କନିଷ୍ଠର ସେବା କରିବ।” ସେମାନେ ଜନ୍ମ ହେବା ଆଗରୁ, କେହି କିଛି ସତ୍ ବା ଅସତ୍ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ଏହା କହିଥିଲେ। ସେମାନଙ୍କ କର୍ମ ଫଳରୁ ନୁହେଁ, କେବଳ ଈଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେମାନେ ମନୋନୀତ ହେଲେ।</verse>
				<verse number="12"></verse>
				<verse number="13">ଶାସ୍ତ୍ର ବାକ୍ୟ ଅନୁସାରେ, “ଯାକୁବ ଆମ୍ଭର ସନ୍ତୋଷଭାଜନ ହେଲା, ଏସୌ ନୁହେଁ।”</verse>
				<verse number="14">ତାହାହେଲେ କଅଣ କହିବା, “ଈଶ୍ୱର ଅନ୍ୟାୟ କରନ୍ତି କି?” କଦାପି ନୁହେଁ।</verse>
				<verse number="15">କାରଣ ସେ ମୋଶାଙ୍କୁ କହିଥିଲେ, “ଆମ୍ଭର ଯାହାକୁ ଇଚ୍ଛା, ତାକୁ ଅନୁଗ୍ରହ କରିବୁ; ଯାହାକୁ ଇଚ୍ଛା, ତାକୁ ଦୟା କରିବୁ।”</verse>
				<verse number="16">ତେଣୁ ସମସ୍ତ ବିଷୟ ଈଶ୍ୱରଙ୍କ ଅନୁଗ୍ରହ ଉପରେ ନିର୍ଭର କରେ, ମନୁଷ୍ୟର ଇଚ୍ଛା ବା କାର୍ଯ୍ୟ ଉପରେ ନୁହେଁ।</verse>
				<verse number="17">ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”</verse>
				<verse number="18">ସୁତରାଂ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସେ କାହା ପ୍ରତି ଦୟା ପ୍ରଦର୍ଶନ କରନ୍ତି ଓ କାହାକୁ କଠିନମନା ହେବାକୁ ଛାଡ଼ି ଦିଅନ୍ତି।</verse>
				<verse number="19">ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ କହିପାରେ, “ତା’ହେଲେ, ଈଶ୍ୱର କାହିଁକି କାହାକୁ ଦୋଷୀ କରିବେ? କିଏ କଅଣ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିପାରିବ?”</verse>
				<verse number="20">କିନ୍ତୁ ବନ୍ଧୁ, ଈଶ୍ୱରଙ୍କ କଥାରେ ପ୍ରତିବାଦ କରିବାକୁ ତୁମେ କିଏ? “ମୋତେ ଏପରି କାହିଁକି ଗଢ଼ିଲ” ବୋଲି ପାତ୍ରଟିଏ କୁମ୍ଭକାରକୁ ପଚାରି ପାରେ ନାହିଁ।</verse>
				<verse number="21">ମାଟିକୁ ନିଜ ଇଚ୍ଛା ଅନୁଯାୟୀ ଉପଯୋଗ କରି ପାତ୍ର ଗଢ଼ିବା ପାଇଁ କୁମ୍ଭକାରର ପୂର୍ଣ୍ଣ ଅଧିକାର ରହିଛି। ଏକା ମାଟି ପିଣ୍ଡୁଳାରୁ ସେ ଦୁଇ ପ୍ରକାର ପାତ୍ର ତିଆରି କରିପାରେ- ଗୋଟିଏ ବିଶେଷ ଦିନମାନଙ୍କରେ ଓ ଆଉ ଗୋଟିଏ ସାଧାରଣ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ।</verse>
				<verse number="22">ଈଶ୍ୱର ମଧ୍ୟ ଠିକ୍ ସେହିପରି କରିଛନ୍ତି। ସେ ଚାହୁଁଥିଲେ, ତାଙ୍କର କ୍ରୋଧ ପ୍ରଦର୍ଶନ କରିବାକୁ ଓ ପରାକ୍ରମ ପ୍ରକାଶ କରିବାକୁ। କିନ୍ତୁ ଯେଉଁମାନେ ତାଙ୍କ କ୍ରୋଧର ପାତ୍ର ହୋଇ ବିନଷ୍ଟ ହେବା ସୁନିଶ୍ଚିତ ଥିଲା, ସେମାନଙ୍କ ପ୍ରତି ଈଶ୍ୱର ଅତୀବ ସହନଶୀଳ ହେଲେ।</verse>
				<verse number="23">ପୁଣି ସେ ତାଙ୍କର ପ୍ରଚୁର ଗୌରବ ପ୍ରକାଶ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଗ୍ରହର ପାତ୍ର ସ୍ୱରୂପେ ପୂର୍ବରୁ ମନୋନୀତ କରିଥିଲେ।</verse>
				<verse number="24">ଇହୁଦୀ ତଥା ଅଣଇହୁଦୀମାନଙ୍କ ମଧ୍ୟରୁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।</verse>
				<verse number="25">ଏ ସମ୍ପର୍କରେ ହୋଶେୟ ପୁସ୍ତକରେ ଈଶ୍ୱର କହିଛନ୍ତି: “ଯେଉଁମାନେ ଆମ୍ଭର ଲୋକ ନ ଥିଲେ; ସେମାନଙ୍କୁ ‘ନିଜର ଲୋକ’ ରୂପେ ଆହ୍ୱାନ କରିବୁ। ଯେଉଁ ଜାତିକୁ ଆମ୍ଭେ ପ୍ରେମ କରି ନ ଥିଲୁ, ତାକୁ ‘ଆମ୍ଭର ପ୍ରିୟ’ ବୋଲି ସମ୍ବୋଧନ କରିବୁ।</verse>
				<verse number="26">ଯେଉଁ ସ୍ଥାନରେ ସେମାନଙ୍କୁ କହିଥିଲୁ, ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ’, ସେଠାରେ ସେମାନେ ଜୀବିତ ଈଶ୍ୱରଙ୍କ ସନ୍ତାନ ବୋଲି କୁହାଯିବେ।”</verse>
				<verse number="27">ପୁଣି ଇଶ୍ରାୟେଲ ସମ୍ପର୍କରେ ଯିଶାଇୟ କହିଛନ୍ତି, “ଯଦିଓ ଇଶ୍ରାଏଲୀୟମାନେ ସମୁଦ୍ରର ବାଲୁକା ପରି ଅଗଣିତ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ମାତ୍ର ପରିତ୍ରାଣ ପାଇବେ।</verse>
				<verse number="28">କାରଣ ପ୍ରଭୁ ଅତି ଶୀଘ୍ର ଜଗତରେ ପୂର୍ଣ୍ଣ ନ୍ୟାୟ ବିଚାର କରିବେ।”</verse>
				<verse number="29">ଯେପରି ଯିଶାଇୟ ଆହୁରି ମଧ୍ୟ କହିଥିଲେ, “ସର୍ବଶକ୍ତିମାନ ପ୍ରଭୁ ଆମର କେତେ ଜଣ ବଂଶଧରକୁ ରକ୍ଷା କରି ନ ଥିଲେ, ଆମ ଅବସ୍ଥା ସଦୋମ ଓ ଗମୋରାର ଲୋକମାନଙ୍କ ପରି ହୋଇଥାଆନ୍ତା।”</verse>
				<verse number="30">ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।</verse>
				<verse number="31">କିନ୍ତୁ ଇହୁଦୀମାନେ ବ୍ୟବସ୍ଥା ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି।</verse>
				<verse number="32">ଏହାର କାରଣ ହେଉଛି, ସେମାନେ ନିଜ ଚେଷ୍ଟା ଉପରେ ନିର୍ଭର କରୁଥିଲେ, ବିଶ୍ୱାସ ଉପରେ ନୁହେଁ। ସେଥିପାଇଁ ସେମାନେ ବାଧା ଦେଉଥିବା ପ୍ରସ୍ତରରେ ଆଘାତ ପାଇ ଝୁଣ୍ଟି ପଡ଼ିଲେ।</verse>
				<verse number="33">ଶାସ୍ତ୍ରରେ ଯେପରି ଲେଖା ହୋଇଛି: “ଦେଖ, ଆମେ ସିୟୋନରେ ଗୋଟିଏ ପ୍ରସ୍ତର ଓ ଗୋଟିଏ ଶିଳାଖଣ୍ଡ ସ୍ଥାପନ କରିଛୁ। ସେଥିରେ ଆଘାତ ପାଇ ଲୋକେ ଝୁଣ୍ଟି ପଡ଼ିବେ। କିନ୍ତୁ ବିଶ୍ୱାସୀ ନିରାଶ ହେବ ନାହିଁ।”</verse>
			</chapter>
			<chapter number="10">
				<verse number="1">ଭାଇମାନେ, ମୋ’ ନିଜ ଜାତିର ଲୋକେ ପରିତ୍ରାଣ ପାଆନ୍ତୁ, ଏହା ମୋର ଆନ୍ତରିକ ଇଚ୍ଛା ଓ ଈଶ୍ୱରଙ୍କଠାରେ ଏହା ମୋର ଏକାନ୍ତ ପ୍ରାର୍ଥନା।</verse>
				<verse number="2">ଈଶ୍ୱରଙ୍କ ପ୍ରତି ସେମାନଙ୍କର ପ୍ରଗାଢ଼ ଭକ୍ତି ରହିଛି, କିନ୍ତୁ ସେହି ଭକ୍ତି ପ୍ରକୃତ ଜ୍ଞାନ ଉପରେ ଆଧାରିତ ନୁହେଁ।</verse>
				<verse number="3">ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି।</verse>
				<verse number="4">ଖ୍ରୀଷ୍ଟ ହିଁ ବ୍ୟବସ୍ଥାର ଚୂଡ଼ାନ୍ତ, କେବଳ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଏ।</verse>
				<verse number="5">ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା ଲେଖିଛନ୍ତି: “ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବଞ୍ଚିବେ।”</verse>
				<verse number="6">କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ବିବେଚିତ ହେବା ବିଷୟରେ ଶାସ୍ତ୍ରରେ ଲେଖାଅଛି, “କିଏ ସ୍ୱର୍ଗକୁ ଆରୋହଣ କରିବ? (ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ପାଇଁ), ତୁମେ ଏ ପ୍ରଶ୍ନ କରିବା ଅନାବଶ୍ୟକ।</verse>
				<verse number="7">କିମ୍ବା କିଏ ପାତାଳକୁ ଯିବ? (ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରି ଆଣିବା ପାଇଁ), ଏ କଥା ମଧ୍ୟ ତୁମେ ପଚାରିବା ଆବଶ୍ୟକ ନାହିଁ।”</verse>
				<verse number="8">କାରଣ ଶାସ୍ତ୍ର ଅନୁସାରେ, “ଈଶ୍ୱରଙ୍କ ବାର୍ତ୍ତା ତୁମ ନିକଟରେ, ତୁମ ମୁଖ ଓ ହୃଦୟରେ ଅଛି।” ବିଶ୍ୱାସ ସମ୍ବନ୍ଧରେ ଏହି ବାର୍ତ୍ତା ହିଁ ଆମେ ପ୍ରଚାର କରୁଛୁ।</verse>
				<verse number="9">ଯଦି ଯୀଶୁଙ୍କୁ ପ୍ରଭୁ ବୋଲି ମୁଖରେ ସ୍ୱୀକାର କର ଓ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କର, ତା’ହେଲେ, ତୁମ୍ଭେମାନେ ପରିତ୍ରାଣ ପାଇବ।</verse>
				<verse number="10">ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରୁ ଓ ମୁଖରେ ସ୍ୱୀକାର କରିବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇପାରୁ।</verse>
				<verse number="11">ଶାସ୍ତ୍ର ଅନୁଯାୟୀ, “ତାଙ୍କଠାରେ ବିଶ୍ୱାସ କରି କେହି ବିଫଳ ହେବ ନାହିଁ।”</verse>
				<verse number="12">କୌଣସି ଭେଦାଭେଦ ନ ଥାଇ, ଏ କଥା ଇହୁଦୀ, ଅଣଇହୁଦୀ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ। କେବଳ ଈଶ୍ୱର ସମସ୍ତଙ୍କର ପ୍ରଭୁ। ଯେଉଁମାନେ ତାଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ପ୍ରଚୁର ଆଶୀର୍ବାଦ ଦିଅନ୍ତି।</verse>
				<verse number="13">ଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲିଖିତ ଅଛି, “ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ।”</verse>
				<verse number="14">କିନ୍ତୁ ତାଙ୍କଠାରେ ବିଶ୍ୱାସ ନ କରି ସେମାନେ କିପରି ତାଙ୍କୁ ପ୍ରାର୍ଥନା କରିବେ? ପୁଣି ତାଙ୍କ ବିଷୟରେ ସୁସମାଚାର ନ ଶୁଣି ସେମାନେ କିପରି ବିଶ୍ୱାସ କରିବେ?</verse>
				<verse number="15">ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!”</verse>
				<verse number="16">କିନ୍ତୁ ସମସ୍ତେ ସେହି ସୁସମାଚାର ଗ୍ରହଣ କରି ନାହାନ୍ତି। ସେଥିପାଇଁ ଯିଶାଇୟ ଲେଖିଛନ୍ତି, “ପ୍ରଭୁ, ଆମ ବାର୍ତ୍ତା ଶୁଣି କିଏ ବିଶ୍ୱାସ କରିଛି?”</verse>
				<verse number="17">ସୁସମାଚାର ଶୁଣିବା ଦ୍ୱାରା ବିଶ୍ୱାସ ଜାତ ହୁଏ ଏବଂ ଖ୍ରୀଷ୍ଟଙ୍କୁ ପ୍ରଚାର କରିବା ହିଁ ସେହି ସୁସମାଚାର।</verse>
				<verse number="18">ମୁଁ ପ୍ରଶ୍ନ କରେ: ସେମାନେ କଅଣ ସେହି ବାର୍ତ୍ତା ଶୁଣି ନାହାନ୍ତି? ନିଶ୍ଚୟ ଶୁଣିଛନ୍ତି, କାରଣ ଶାସ୍ତ୍ରରେ ଲେଖାଅଛି: “ସେମାନଙ୍କ ସ୍ୱର ଜଗତ ସାରା ବ୍ୟାପି ଯାଇଛି, ସେମାନଙ୍କ କଥା ପୃଥିବୀର ଶେଷ ପ୍ରାନ୍ତ ଯାଏ ଶୁଣାଯାଇଛି।”</verse>
				<verse number="19">ଆଉ ଥରେ ମୁଁ ପଚାରେ: ଇଶ୍ରାଏଲୀୟମାନେ କଅଣ ତାହା ବୁଝିଲେ ନାହିଁ? ବହୁ ପୂର୍ବରୁ ମୋଶା ଏହାର ଉତ୍ତର ଦେଇ ଲେଖିଛନ୍ତି: “ଆମ୍ଭ ଲୋକଙ୍କୁ ଈର୍ଷାନ୍ୱିତ କରାଇବା ପାଇଁ ଗୋଟିଏ ନଗଣ୍ୟ ଜାତିକୁ ବ୍ୟବହାର କରିବୁ। ସେହିପରି ଗୋଟିଏ ନିର୍ବୋଧ ଜାତି ଦ୍ୱାରା ସେମାନଙ୍କୁ କ୍ରୋଧାନ୍ୱିତ କରିବୁ।”</verse>
				<verse number="20">ଯିଶାଇୟ ଆହୁରି ସାହସର ସହିତ କହିଛନ୍ତି, “ଆମ୍ଭଙ୍କୁ ଅନ୍ୱେଷଣ କରୁ ନ ଥିବା ଲୋକମାନେ ଆମ୍ଭର ସନ୍ଧାନ ପାଇଲେ; ଯେଉଁମାନେ ଆମର ଅନୁସନ୍ଧାନ କରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”</verse>
				<verse number="21">କିନ୍ତୁ ଇଶ୍ରାଏଲୀୟମାନଙ୍କ ସମ୍ପର୍କରେ ସେ ଲେଖିଛନ୍ତି: “ଗୋଟିଏ ଅବାଧ୍ୟ ବିଦ୍ରୋହୀ ଜାତିକୁ ଆମ୍ଭେ ସର୍ବଦା ହସ୍ତ ବିସ୍ତାର କରି ଆହ୍ୱାନ କରୁଛୁ।”</verse>
			</chapter>
			<chapter number="11">
				<verse number="1">ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।</verse>
				<verse number="2">ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:</verse>
				<verse number="3">“ପ୍ରଭୁ, ସେମାନେ ଆପଣଙ୍କର ଭାବବାଦୀମାନଙ୍କୁ ହତ୍ୟା କରିଛନ୍ତି ଓ ଆପଣଙ୍କ ଯଜ୍ଞବେଦିଗୁଡ଼ିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। କେବଳ ମୁଁ ଜଣେ ମାତ୍ର ରକ୍ଷା ପାଇଛି, ମୋତେ ମଧ୍ୟ ମାରି ପକାଇବାକୁ ସେମାନେ ଚେଷ୍ଟା କରୁଛନ୍ତି।”</verse>
				<verse number="4">ଏଲିୟଙ୍କୁ ଈଶ୍ୱର କି ଉତ୍ତର ଦେଇଥିଲେ? “ଭଣ୍ଡ ଦେବତା ବାଲ୍ ମୂର୍ତ୍ତିକୁ ପୂଜା କରି ନ ଥିବା ସାତ ହଜାର ଲୋକଙ୍କୁ ଆମ୍ଭ ନିମନ୍ତେ ରଖିଛୁ।”</verse>
				<verse number="5">ବର୍ତ୍ତମାନ ଠିକ୍ ସେହିପରି ଘଟିଛି। ଈଶ୍ୱର ଅନୁଗ୍ରହ କରି ଯେଉଁମାନଙ୍କୁ ମନୋନୀତ କରିଥିଲେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଅବଶିଷ୍ଟ ଅଛନ୍ତି।</verse>
				<verse number="6">ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।</verse>
				<verse number="7">ତେବେ କ’ଣ ହେଲା? ଇଶ୍ରାଏଲୀୟମାନେ ଯାହା ଖୋଜୁଥିଲେ, ତାହା ପାଇଲେ ନାହିଁ। କେବଳ ଈଶ୍ୱର ମନୋନୀତ କରିଥିବା ଗୋଟିଏ ଛୋଟ ଦଳ ତା’ର ସନ୍ଧାନ ପାଇଲେ। ଅନ୍ୟ କେହି ଈଶ୍ୱରଙ୍କ ଆହ୍ୱାନ ପ୍ରତି ମନୋଯୋଗ କଲେ ନାହିଁ।</verse>
				<verse number="8">ଶାସ୍ତ୍ର ବାକ୍ୟ ଅନୁଯାୟୀ, “ସତେ ଯେପରି ଈଶ୍ୱର ସେମାନଙ୍କ ମନ ଓ ହୃଦୟକୁ ଜଡ଼ିଭୂତ କରିଛନ୍ତି। ଏ ପର୍ଯ୍ୟନ୍ତ ସେମାନେ ନା ଦେଖି ପାରୁଛନ୍ତି, ନା ଶୁଣି ପାରୁଛନ୍ତି।”</verse>
				<verse number="9">ସେମାନଙ୍କ ସମ୍ପର୍କରେ ଦାଉଦ ଲେଖିଛନ୍ତି: “ସେମାନେ ଉତ୍ସବ କରବା ବେଳେ ଫାନ୍ଦରେ ପଡ଼ନ୍ତୁ। ପତିତ ହୋଇ ଦଣ୍ଡଭୋଗ କରନ୍ତୁ।</verse>
				<verse number="10">ସେମାନେ ଦୃଷ୍ଟିଶକ୍ତିହୀନ ହୋଇ କିଛି ଦେଖି ନ ପାରନ୍ତୁ। ଅନବରତ ଦୁଃଖ କଷ୍ଟ ଭୋଗି ଭୋଗି ସେମାନଙ୍କ ଅଣ୍ଟା ନଇଁ ଯାଉ।”</verse>
				<verse number="11">ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।</verse>
				<verse number="12">ଇହୁଦୀମାନମାନଙ୍କର ପାପ, ଜଗତର ଅନ୍ୟ ସମସ୍ତଙ୍କ ପାଇଁ ପ୍ରଚୁର ଆଶୀର୍ବାଦ ଆଣିଛି। ଇହୁଦୀମାନଢ଼ଙ୍କର ଆଧ୍ୟାତ୍ମିକ ଦରିଦ୍ରତା ଯୋଗୁଁ ଅଣଇହୁଦୀମାନେ ଆଶୀର୍ବାଦର ପ୍ରାଚୁର୍ଯ୍ୟ ଲାଭ କରିଛନ୍ତି। ଯଦି ସମସ୍ତ ଇହୁଦୀ ଜାତି ରକ୍ଷା ପାଇ ପାରନ୍ତେ, ତାହାହେଲେ ତଦ୍ଦ୍ୱାରା ଆହୁରି କେତେ ଅଧିକ ଆଶୀର୍ବାଦ ନ ମିଳିବ?</verse>
				<verse number="13">ଅଣଇହୁଦୀମାନଙ୍କୁ ମୁଁ କହିବି, ତୁମ୍ଭମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ସ୍ୱରୂପେ କାର୍ଯ୍ୟ କରିବାକୁ ମୁଁ ଗର୍ବ ଅନୁଭବ କରୁଛି।</verse>
				<verse number="14">ଏଥିଦ୍ୱାରା ଯଦି ମୋ’ ସ୍ୱଜାତିର ଲୋକମାନଙ୍କୁ ଈର୍ଷାନ୍ୱିତ କରିପାରେ, ହୁଏତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ରକ୍ଷା କରିପାରିବି।</verse>
				<verse number="15">କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।</verse>
				<verse number="16">ରୋଟୀରୁ ଖଣ୍ଡେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲେ, ସମଗ୍ର ରୋଟୀଟି ମଧ୍ୟ ଉତ୍ସର୍ଗିତ ବୋଲି ମନେ କରାଯାଏ। ଗୋଟିଏ ବୃକ୍ଷର ମୂଳ ଉତ୍ସର୍ଗିତ ହୋଇଥିଲେ, ତା’ର ଶାଖା ପ୍ରଶାଖା ମଧ୍ୟ ଉତ୍ସର୍ଗ କରାଯାଇଛି ବୋଲି ଭାବିବାକୁ ହେବ।</verse>
				<verse number="17">ଉଦ୍ୟାନରେ ଯତ୍ନ ନିଆଯାଉଥିବା ଗୋଟିଏ ଜୀତ ବୃକ୍ଷର କେତୋଟି ଶାଖା ଛିନ୍ନ କରାଯାଇ, ଜଙ୍ଗଲୀ ଜୀତ ବୃକ୍ଷ ତୁଲ୍ୟ। ତୁମ୍ଭେମାନେ ବର୍ତ୍ତମାନ ଇହୁଦୀମାନଙ୍କର ବଳିଷ୍ଠ ଆଧ୍ୟାତ୍ମିକ ଜୀବନର ଅଂଶୀଦାର ହୋଇଛ।</verse>
				<verse number="18">ତେଣୁ ତୁମ୍ଭେମାନେ ଛିନ୍ନ କରାଯାଇଥିବା ଶାଖାଗୁଡ଼ିକୁ ହେୟଜ୍ଞାନ କର ନାହିଁ। ତୁମ୍ଭେମାନେ କାହିଁକି ଗର୍ବ କରିବ? ତୁମ୍ଭେମାନେ ତ କେବଳ ଶାଖା- ବୃକ୍ଷ ମୂଳକୁ ତୁମ୍ଭେମାନେ ପ୍ରତିପାଳନ କରୁ ନାହଁ, ବରଂ ମୂଳ ତୁମକୁ ପୁଷ୍ଟ କରୁଛି।</verse>
				<verse number="19">ତୁମେ କହିପାର, “ହଁ, କିନ୍ତୁ ମୋତେ ସ୍ଥାନ ଦେବା ପାଇଁ ତ ସେହି ଶାଖାଗୁଡ଼ିକୁ ଛିନ୍ନ କରାଯାଇଥିଲା।”</verse>
				<verse number="20">ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।</verse>
				<verse number="21">ଯଦି ବୃକ୍ଷର ସହଜାତ ଶାଖା ସଦୃଶ ଇହୁଦୀମାନଙ୍କୁ ଈଶ୍ୱର ଦଣ୍ଡ ନ ଦେଇ ଛାଡ଼ି ଦେଲେ ନାହିଁ, ତୁମ୍ଭମାନଙ୍କୁ କଅଣ ସେ ଛାଡ଼ିଦେବେ?</verse>
				<verse number="22">ଏଠାରେ ଲକ୍ଷ୍ୟ କରିବା କଥା, ଈଶ୍ୱର କିପରି ଦୟାଳୁ ଓ କଠୋର ମଧ୍ୟ। ଯେଉଁମାନଙ୍କ ପଦ ସ୍ଖଳନ ହୋଇଛି, ସେମାନଙ୍କ ପ୍ରତି ସେ କଠୋର; କିନ୍ତୁ ତୁମ୍ଭମାନଢ଼ଙ୍କ ପ୍ରତି ସେ ସଦୟ- ଯେତେ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ତାଙ୍କ ଦୟାର ପାତ୍ର ହୋଇ ରହିଥିବ। ତାଙ୍କ ଦୟା ହରାଇଲେ, ତୁମେମାନେ ମଧ୍ୟ ବିଚ୍ଛିନ୍ନ ହେବ।</verse>
				<verse number="23">ଯଦି ଇହୁଦୀମାନେ ସେମାନଙ୍କ ଅବିଶ୍ୱାସ ଦୂର କରନ୍ତି, ତେବେ ସେମାନେ ସ୍ୱସ୍ଥାନରେ ପୁନଃସ୍ଥାପିତ ହେବେ। ଏହା କରିବାକୁ ଈଶ୍ୱର ସମର୍ଥ।</verse>
				<verse number="24">ଅଣଇହୁଦୀମାନେ ଜଙ୍ଗଲୀ ଜୀତ ବୃକ୍ଷର ଶାଖା ପରି। ତାହା ଛିନ୍ନ ହୋଇ ଅସ୍ୱାଭାବିକ ଭାବରେ ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ସହିତ ସଂଲଗ୍ନ କରାଯାଇଛି। ଇହୁଦୀ ଜାତି ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ପରି। ଏହି ବୃକ୍ଷର ଛିନ୍ନ ଶାଖାମାନଙ୍କ ପୁନର୍ବାର ବୃକ୍ଷ ସହିତ ସଂଲଗ୍ନ କରିବା ଈଶ୍ୱରଙ୍କ ପକ୍ଷରେ ସହଜସାଧ୍ୟ।</verse>
				<verse number="25">ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।</verse>
				<verse number="26">ତା’ପରେ ଇଶ୍ରାଏଲୀୟମାନେ ସମସ୍ତେ ଏହି ଶାସ୍ତ୍ରୋକ୍ତି ଅନୁଯାୟୀ ରକ୍ଷା ପାଇବେ। “ତ୍ରାଣକର୍ତ୍ତା ସିୟୋନରୁ ଆସିବେ; ଯାକୁବ ବଂଶଧରମାନଙ୍କଠାରୁ ସମସ୍ତ ଅଧର୍ମ ଦୂର କରିବେ।</verse>
				<verse number="27">ସେମାନଙ୍କର ଅଧର୍ମ ଦୂର କରିବାବେଳେ ସେମାନଙ୍କ ସହିତ ଏହି ଚୁକ୍ତି କରିବୁ।”</verse>
				<verse number="28">ତୁମ୍ଭମାନଙ୍କ ମଙ୍ଗଳାର୍ଥେ ଇହୁଦୀମାନେ ସୁସମାଚାରକୁ ପ୍ରତ୍ୟାଖ୍ୟାନ କରି ଈଶ୍ୱରଙ୍କ ଶତ୍ରୁ ହୋଇଛନ୍ତି। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହେବା ଦ୍ୱାରା ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଯୋଗୁଁ ସେମାନେ ଈଶ୍ୱରଙ୍କ ମିତ୍ର ହୋଇ ରହିଛନ୍ତି।</verse>
				<verse number="29">ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।</verse>
				<verse number="30">ଅଣଇହୁଦୀମାନେ ପୂର୍ବେ ଈଶ୍ୱରଙ୍କ ଅବାଧ୍ୟ ଥିଲେ; କିନ୍ତୁ ବର୍ତ୍ତମାନ ଇହୁଦୀମାନଙ୍କ ଅବାଧ୍ୟତା ହେତୁ ଅଣଇହୁଦୀମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି।</verse>
				<verse number="31">ଯେହେତୁ ଅଣଇହୁଦୀମାନେ ମଧ୍ୟ ଅନୁଗ୍ରହ ପାଇଛନ୍ତି, ଇହୁଦୀମାନେ ବର୍ତ୍ତମାନ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିଲେ ସୁଦ୍ଧା, ଦିନେ ସେମାନେ ଫେରି ଆସି ଅନୁଗ୍ରହ ପାଇବେ।</verse>
				<verse number="32">ଈଶ୍ୱର ସମସ୍ତଙ୍କୁ ଅବାଧ୍ୟ ହେବା ପାଇଁ ଛାଡ଼ି ଦେଇଛନ୍ତି; ଫଳରେ ସମସ୍ତେ ଈଶ୍ୱରଙ୍କ ଦୟାର ପାତ୍ର ହୋଇ ପାରିବେ।</verse>
				<verse number="33">ଈଶ୍ୱରଙ୍କ ଐଶ୍ୱର୍ଯ୍ୟ କେଡ଼େ ପ୍ରଚୁର। ତାଙ୍କର ଜ୍ଞାନ ଓ ପ୍ରଜ୍ଞା କେଡ଼େ ଅସୀମ। ତାଙ୍କ ନିଷ୍ପତ୍ତିର ଯଥାର୍ଥତା କିଏ ବୁଝାଇବ? କିଏ ତାଙ୍କ ଗତିବିଧି ଜାଣିପାରିବ?</verse>
				<verse number="34">ଶାସ୍ତ୍ର ଅନୁଯାୟୀ: “କିଏ ଈଶ୍ୱରଙ୍କ ମନୋଭାବ ବୁଝି ପାରିବ? କିଏ ବା ତାଙ୍କୁ ପରାମର୍ଶ ଦେବାକୁ ସମର୍ଥ?</verse>
				<verse number="35">କିଏ କଅଣ ଈଶ୍ୱରଙ୍କୁ ଏପରି କିଛି ଦେଇ ପାରିଛି, ଯାହାର ପ୍ରତିଦାନ ଈଶ୍ୱରଙ୍କୁ ଦେବାକୁ ପଡ଼ିଛି?”</verse>
				<verse number="36">ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।</verse>
			</chapter>
			<chapter number="12">
				<verse number="1">ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।</verse>
				<verse number="2">ଏ ଜଗତର ମାପ କାଠି ଅନୁଯାୟୀ ଆଚରଣ କର ନାହିଁ। ଈଶ୍ୱର ତୁମ୍ଭମାନଙ୍କର ମନୋଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରନ୍ତୁ ଏବଂ ତୁମ ଅନ୍ତର ସମ୍ପୂର୍ଣ୍ଣ ରୂପାନ୍ତରିତ ହେଉ। ତା’ହେଲେ, ଈଶ୍ୱରଙ୍କ ଇଚ୍ଛା କଅଣ, ତାଙ୍କ ଦୃଷ୍ଟିରେ କେଉଁ ସବୁ ବିଷୟ ସତ୍, ସନ୍ତୋଷଜନକ ଓ ସିଦ୍ଧ, ଏହା ତୁମ୍ଭେମାନେ ଜାଣିପାରିବ।</verse>
				<verse number="3">ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।</verse>
				<verse number="4">ଆମ ଶରୀରରେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି ଏବଂ ପ୍ରତ୍ୟେକର କାର୍ଯ୍ୟ ସ୍ୱତନ୍ତ୍ର।</verse>
				<verse number="5">ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।</verse>
				<verse number="6">ତେଣୁ ଆମ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଅନୁଯାୟୀ ତାଙ୍କଠାରୁ ପ୍ରାପ୍ତ ବିଭିନ୍ନ ଶକ୍ତିଗୁଡ଼ିକୁ ଆମେ ଯଥାର୍ଥ ଭାବରେ ଉପଯୋଗ କରିବାକୁ ହେବ। ଆମେ ଯଦି ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଈଶ୍ୱରଦତ୍ତ ଶକ୍ତି ପାଇଛୁ, ଆମ ବିଶ୍ୱାସର ଦୃଢ଼ତା ଅନୁଯାୟୀ ସେ କାର୍ଯ୍ୟ ସମ୍ପାଦନ କରିବାକୁ ହେବ।</verse>
				<verse number="7">ଯଦି ସେବା କରିବା ପାଇଁ ସେହି ଶକ୍ତି ପାଇଛୁ, ଆମେ ସେବା କରିବାକୁ ହେବ; ଶିକ୍ଷା ଦେବା ପାଇଁ ଶକ୍ତି ପାଇଥିଲେ, ଶିକ୍ଷା ଦେବାକୁ ହେବ।</verse>
				<verse number="8">ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଶକ୍ତି ପାଇଥିଲେ, ତାହା କରିବାକୁ ହେବ। ଦାନ କରିବାକୁ ଶକ୍ତି ପାଇଥିବା ବ୍ୟକ୍ତି ଉଦାର ଭାବରେ ଦାନ କରୁ। ଅନ୍ୟମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାନ କରିବାକୁ ଅଧିକାର ପାଇଥିଲେ, ନିଜେ କିଂନ ପରଶ୍ରମ କରିବାକୁ ହେବ। ଦୟା କରିବା ବ୍ୟକ୍ତି ପ୍ରଫୁଲ୍ଲ ଚିତ୍ତରେ ଦୟା କରୁ।</verse>
				<verse number="9">ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।</verse>
				<verse number="10">ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।</verse>
				<verse number="11">ଉତ୍ସାହରେ ଶିଥିଳ ହୁଅ ନାହିଁ, ଆତ୍ମିକ ପ୍ରଜ୍ଜ୍ୱଳନ ଅନୁଭବ କର। ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଭୁଙ୍କ ସେବା କର।</verse>
				<verse number="12">ଦୃଢ଼ ଭରସା ରଖି ଆନନ୍ଦ କର। ଦୁଃଖ ଦୁର୍ଦ୍ଦଶା ସମୟରେ ଧୈର୍ଯ୍ୟ ଧର। ଅନବରତ ପ୍ରାର୍ଥନାରେ ନିବିଷ୍ଟ ରୁହ।</verse>
				<verse number="13">ଖ୍ରୀଷ୍ଟବିଶ୍ୱାସୀମାନଙ୍କର ଅଭାବ ମୋଚନ କର। ଆତିଥ୍ୟପରାୟଣ ହୁଅ।</verse>
				<verse number="14">ତୁମକୁ ଯେଉଁମାନେ ତାଡ଼ନା କରନ୍ତି, ସେମାନଙ୍କର କଲ୍ୟାଣ କରବା ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା କର। ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।</verse>
				<verse number="15">ସୁଖୀ ଲୋକମାନଙ୍କର ସହିତ ଆନନ୍ଦ କର, ଶୋକାର୍ତ୍ତମାନଙ୍କ ସହିତ ସମଦୁଃଖୀ ହୁଅ।</verse>
				<verse number="16">ସମସ୍ତଙ୍କ ପାଇଁ ସମାନ ଭାବରେ ଦରଦ ପ୍ରକାଶ କର। ଅହଂଭାବ ତ୍ୟାଗ କରି ନମ୍ରଭାବରେ ନଗଣ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ଗ୍ରହଣ କର। ନିଜକୁ ଜ୍ଞାନୀ ମନେକର ନାହିଁ।</verse>
				<verse number="17">କେହି ତୁମ ପ୍ରତି ଅନ୍ୟାୟ କଲେ, ତୁମେ ତା’ ପ୍ରତି ଅନ୍ୟାୟ କର ନାହିଁ। ଅନ୍ୟମାନଙ୍କ ଦୃଷ୍ଟିରେ ଯାହା ସତ୍କାର୍ଯ୍ୟ, ତାହା ହିଁ କର।</verse>
				<verse number="18">ସମସ୍ତଙ୍କ ସହିତ ଶାନ୍ତିରେ ବସବାସ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କର।</verse>
				<verse number="19">ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”</verse>
				<verse number="20">ବରଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ “ତୁମ ଶତ୍ରୁ କ୍ଷୁଧିତ ଥିଲେ, ତାକୁ ଖାଇବାକୁ ଦିଅ; ତୃଷିତ ଥିଲେ, ପାନ କରାଅ। ଏଥିଦ୍ୱାରା ସେ ଲଜ୍ଜାରେ ଦଗ୍ଧ ହୋଇଯିବ।”</verse>
				<verse number="21">ଅସତ୍ ଦ୍ୱାରା ପରାଜିତ ହୁଅ ନାହିଁ- ସମସ୍ତ ଅସତ୍ ବିଷୟକୁ ସଦାଚରଣ ଦ୍ୱାରା ଜୟ କର।</verse>
			</chapter>
			<chapter number="13">
				<verse number="1">ଶାସକମାନଙ୍କର ବାଧ୍ୟ ହେବା ପ୍ରତ୍ୟେକର କର୍ତ୍ତବ୍ୟ, କାରଣ ଈଶ୍ୱରଙ୍କ ଅନୁମତି ବିନା କେହି ଶାସନ କ୍ଷମତା ପାଏ ନାହିଁ। କ୍ଷମତାରେ ଥିବା ଶାସକମାନେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ।</verse>
				<verse number="2">ତେଣୁ ଯେ କ୍ଷମତାସୀନ ଶାସକମାନଙ୍କୁ ବିରୋଧ କରେ, ସେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନର ବିରୁଦ୍ଧାଚରଣ କରେ। ଯେ ଏହା କରେ, ସେ ବିଚାରର ସମ୍ମୁଖୀନ ହେବ।</verse>
				<verse number="3">ଯେଉଁମାନେ ସତ୍କର୍ମ କରନ୍ତି, ସେମାନଙ୍କର ଶାସକମାନଙ୍କୁ ଭୟ କରିବା ପାଇଁ କୌଣସି କାରଣ ନାହିଁ- ଭୟ କରିବା କଥା ଦୁଷ୍କର୍ମକାରୀମାନଙ୍କର। ଶାସକ ପ୍ରତି ନିର୍ଭୟ ହେବା ତୁମର ଇଚ୍ଛା କି? ତାହାହେଲେ ସତ୍କାର୍ଯ୍ୟ କର, ସେ ତୁମର ପ୍ରଶଂସା କରିବେ।</verse>
				<verse number="4">ତୁମ କଲ୍ୟାଣ କରିବା ପାଇଁ ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। କିନ୍ତୁ ତୁମେ ଯଦି ଦୁଷ୍କର୍ମ କରୁଥାଅ, ତେବେ ଶାସକକୁ ଭୟ କର, କାରଣ ତୁମକୁ ଦଣ୍ଡ ଦେବା ପାଇଁ ପ୍ରକୃତରେ ତାଙ୍କର କ୍ଷମତା ଅଛି। ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ। ଦୁଷ୍କର୍ମଚାରୀମାନଙ୍କୁ ଶାସ୍ତି ଦେବା ପାଇଁ ସେ ଈଶ୍ୱରଙ୍କ ଆଦେଶ ପାଳନ କରନ୍ତି।</verse>
				<verse number="5">ଏଣୁ ତୁମ୍ଭେମାନେ ଶାସକମାନଙ୍କର ବାଧ୍ୟ ହେବା ଉଚିତ୍- କେବଳ ଈଶ୍ୱରଙ୍କ ଦଣ୍ଡ ଭୟରେ ନୁହେଁ, ମାତ୍ର ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ।</verse>
				<verse number="6">ଏଥିନିମନ୍ତେ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ଶାସକମାନେ କର୍ତ୍ତବ୍ୟ ପାଳନ କରିବା ବେଳେ ଈଶ୍ୱରଙ୍କ ସେବା କରି ଥାଆନ୍ତି।</verse>
				<verse number="7">ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।</verse>
				<verse number="8">ପରସ୍ପରକୁ ପ୍ରେମ କରିବା ଛଡ଼ା ଆଉ କୌଣସି ବିଷୟରେ କାହାର ଋଣୀ ହୋଇ ରହ ନାହିଁ। ଯେ ଅନ୍ୟକୁ ପ୍ରେମ କରେ, ସେ ବ୍ୟବସ୍ଥା ପାଳନ କରେ।</verse>
				<verse number="9">“ବ୍ୟଭିଚାର କର ନାହିଁ, ନର ହତ୍ୟା କର ନାହିଁ, ଚୋରି କର ନାହିଁ, ପର ଦ୍ରବ୍ୟ ଲୋଭ କର ନାହିଁ”, ଇତ୍ୟାଦି ସମସ୍ତ ଆଜ୍ଞା ଗୋଟିଏ ଆଜ୍ଞାରେ ନିହିତ- “ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।”</verse>
				<verse number="10">ତୁମେ ଜଣକୁ ପ୍ରେମ କରୁଥିଲେ, ତା’ ପ୍ରତି କେବେ ଅନ୍ୟାୟ କରିବ ନାହିଁ। ତେଣୁ ପ୍ରେମ କରିବା ଦ୍ୱାରା ହିଁ ସମସ୍ତ ବ୍ୟବସ୍ଥା ପାଳନ କରାଯାଏ।</verse>
				<verse number="11">ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ।</verse>
				<verse number="12">ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।</verse>
				<verse number="13">ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା।</verse>
				<verse number="14">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।</verse>
			</chapter>
			<chapter number="14">
				<verse number="1">ଦୁର୍ବଳ ବିଶ୍ୱାସୀକୁ ମଧ୍ୟ ଗ୍ରହଣ କର, କିନ୍ତୁ ତା’ର ବ୍ୟକ୍ତିଗତ ମତ ବିଷୟରେ ତର୍କ କର ନାହିଁ।</verse>
				<verse number="2">ଜଣେ ବିଶ୍ୱାସ କରେ, ସେ ଯେ କୌଣସି ଖାଦ୍ୟ ଖାଇ ପାରିବ, ଆଉ ଜଣେ ଦୁର୍ବଳ ବିଶ୍ୱାସୀ କେବଳ ନିରାମିଷ ଖାଦ୍ୟ ଖାଏ।</verse>
				<verse number="3">ଯେ କୌଣସି ଖାଦ୍ୟ ଖାଇବାକୁ ଯାହାର ଆପତ୍ତି ନାହି, ସେ ନିରାମିଷାଶୀକୁ ଦୋଷୀ ମନେ ନ କରୁ। କାରଣ ଈଶ୍ୱର ତାକୁ ମଧ୍ୟ ଗ୍ରହଣ କରିଛନ୍ତି।</verse>
				<verse number="4">ଅନ୍ୟର ଦାସକୁ ବିଚାର କରିବା ପାଇଁ ତୁମେ କିଏ? ସେ ତା’ କାର୍ଯ୍ୟରେ କେତେ ଦୂର ସଫଳ ବା ବିଫଳ ହେଉଛି, ତାହା ତା’ର ମୁନିବ ବିଚାର କରିବେ। ସେ ନିଶ୍ଚୟ ସଫଳ ହେବ, କାରଣ ପ୍ରଭୁ ତାଙ୍କ ଦାସକୁ କୃତକାର୍ଯ୍ୟ କରାଇବା ପାଇଁ ସମର୍ଥ।</verse>
				<verse number="5">ଜଣକର ମତରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଗୋଟିଏ ନିର୍ଦ୍ଧିଷ୍ଟ ଦିବସ ଅଧିକ ଉକ୍ରୃଷ୍ଟ। ଆଉ ଜଣେ ଭାବେ, ସବୁ ଦିନ ସମାନ। କିନ୍ତୁ ଯେ ଯାହା ମତର ଯଥାର୍ଥତା ବିଚାର କରି ନିଷ୍ପତ୍ତି ଗ୍ରହଣ କରୁ।</verse>
				<verse number="6">ଯେ ଗୋଟିଏ ଦିବସକୁ ଉକ୍ରୃଷ୍ଟ ବୋଲି ଭାବେ, କେବଳ ପ୍ରଭୁଙ୍କ ଗୌରବାର୍ଥେ ସେ ତା’ କରୁ। ଯାହାର କୌରସି ଖାଦ୍ୟ ଖାଇବା ପାଇଁ ଆପତ୍ତି ନାହିଁ, ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେ ତାହା ଖାଉ; ତଦ୍ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ। ଯେଉଁ ବ୍ୟକ୍ତି କୌଣସି ଖାଦ୍ୟରୁ ନିବୃତ୍ତ ହୁଏ, ସେ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ କରୁ ଓ ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ।</verse>
				<verse number="7">କେହି କେବଳ ନିଜ ପାଇଁ ବଞ୍ଚେ ନାହିଁ, କିମ୍ବା ନିଜ ପାଇଁ ମରେ ନାହିଁ।</verse>
				<verse number="8">ପ୍ରଭୁଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମେ ବଞ୍ଚିଛୁ ଓ ମରିବୁ। ତେଣୁ ଜୀବନ ଓ ମରଣରେ ଆମେ ପ୍ରଭୁଙ୍କର।</verse>
				<verse number="9">କାରଣ ଖ୍ରୀଷ୍ଟ ମୃତ୍ୟୁବରଣ କରି ପୁନରୁତ୍ଥିତ ହେବା ଦ୍ୱାରା ଉଭୟ ଜୀବିତ ଓ ମୃତ ସମସ୍ତଙ୍କର ସେ ପ୍ରଭୁ ହୋଇ ପାରିଛନ୍ତି।</verse>
				<verse number="10">ତେଣୁ ତୁମେ କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? ଆମେ ସମସ୍ତେ ବିଚାରିତ ହେବା ପାଇଁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାକୁ ପଡ଼ିବ।</verse>
				<verse number="11">କାରଣ ଯେପରିକି ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହୁଛନ୍ତି, ଯେହେତୁ ଆମ୍ଭେ ଜୀବିତ ଈଶ୍ୱର, ସମସ୍ତେ ଆମ୍ଭ ସମ୍ମୁଖରେ ଆଣ୍ଠୁ ପାତିବେ। ଆମ୍ଭେ ଈଶ୍ୱର ବୋଲି ସମସ୍ତେ ସ୍ୱୀକାର କରିବେ।”</verse>
				<verse number="12">ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ନିକଟରେ ନିଜ ନିଜର ହିସାବ ଦେବାକୁ ପଡ଼ିବ।</verse>
				<verse number="13">ତେଣୁ ପରସ୍ପରକୁ ବିଚାର କର ନାହିଁ। ଏପରି ମଧ୍ୟ କିଛି କର ନାହିଁ, ଯଦ୍ଦ୍ୱାରା ତୁମ ଭାଇ ଝୁଣ୍ଟି ପଡ଼ି ପାପ କରିବ।</verse>
				<verse number="14">ଯୀଶୁଙକଠାରୁ ନିର୍ଦ୍ଦେଶ ପାଇ ନିଶ୍ଚିତଭାବେ କହୁଛି, କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ ଯଦି କେହି କୌଣସି ଖାଦ୍ୟ ଅଶୁଚି ବୋଲି ବିଶ୍ୱାସ କରେ, ତା’ ପାଇଁ ତାହା ଅଶୁଚି ହୁଏ।</verse>
				<verse number="15">ତୁମେ କୌଣସି ଖାଦ୍ୟ ପାଇବା ଦ୍ୱାରା ଯଦି ଜଣେ ଭାଇ ମନରେ ଆଘରତ ଦିଅ, ତେବେ ତା’ ପ୍ରତି ତୁମର ପ୍ରେମ ଦେଖାଉ ନାହଁ। ଯେଉଁ ଭାଇ ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସମାନ୍ୟ ଖାଦ୍ୟ ଯୋଗୁଁ ତା’ର ଅନିଷ୍ଟ କର ନାହିଁ।</verse>
				<verse number="16">ତୁମେ ଯାହାକୁ ଉତ୍ତମ ବୋଲି ମନେ କରୁଛ, ତଦ୍ଦ୍ୱାରା ତୁମର ଦୁର୍ନାମ ନ ହେଉ।</verse>
				<verse number="17">ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।</verse>
				<verse number="18">ଯେ କେହି ଏହିପରି ଭାବେ ଖ୍ରୀଷ୍ଟଙ୍କ ସେବା କରେ; ସେ ଈଶ୍ୱରଙ୍କୁ ପ୍ରୀତ କରିବ, ମନୁଷ୍ୟ ସମାଜରେ ମଧ୍ୟ ଆଦୃତ ହେବ।</verse>
				<verse number="19">ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।</verse>
				<verse number="20">ସାମାନ୍ୟ ଖାଦ୍ୟ ଯୋଗୁଁ ଈଶ୍ୱର ଯାହା ସାଧନ କରିଛନ୍ତି, ତାହା ନଷ୍ଟ କର ନାହିଁ। ଯେ କୌଣସି ଖାଦ୍ୟ ଭୋଜନ କରାଯାଇପାରେ। କିନ୍ତୁ କୌଣସି ଖାଦ୍ୟ ଖାଇବା ଦ୍ୱାରା ଯଦି ତୁମେ ଅନ୍ୟର ବାଧାର କାରଣ ହୁଅ, ତେବେ ସେହି ଖାଦ୍ୟ ଖାଇବା ଅନୁଚିତ।</verse>
				<verse number="21">ତୁମର ଆମିଷ ଭୋଜନ, ମଦ୍ୟପାନ ଇତ୍ୟାଦି ଯଦି ତୁମ ଭାଇକୁ ଦୁର୍ବଳ କରେ, ତେବେ ସେହି ସବୁରୁ ନିବୃତ୍ତ ହେବା ତୁମର ବିଧେୟ।</verse>
				<verse number="22">ଏହି ବିଷୟରେ ତୁମ ବ୍ୟକ୍ତିଗତ ବିଶ୍ୱାସ କେବଳ ଈଶ୍ୱର ଜାଣନ୍ତୁ। ଯେଉଁ ବ୍ୟକ୍ତି ଉତ୍ତମ ମନେ କରି କୌରସି କାର୍ଯ୍ୟ କରେ, ପୁଣି ସେଥିପାଇଁ ପଛେ ତାକୁ ପଶ୍ଚାତ୍ତାପ କରିବାକୁ ପଡ଼େ ନାହିଁ, ସେ ଧନ୍ୟ।</verse>
				<verse number="23">କିନ୍ତୁ କୌଣସି ଖାଦ୍ୟ ଖାଇବା ଉଚିତ୍ କି ନୁହେଁ, ମନରେ ଦ୍ୱିଧା ରଖି ଯେ ତାହା ଖାଏ; ଈଶ୍ୱରଙ୍କ ସମ୍ମୁଖରେ ସେ ଦୋଷୀ ହେବ, କାରଣ ତାହା ତା’ଣ ବିଶ୍ୱାସ ଅନୁରୂପ କାର୍ଯ୍ୟ ନୁହେଁ। ବିଶ୍ୱାସ ଉପରେ ଯାହା ପ୍ରତିଷ୍ଠିତ ନୁହେଁ, ପାପ।</verse>
			</chapter>
			<chapter number="15">
				<verse number="1">ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।</verse>
				<verse number="2">ବରଂ ଅନ୍ୟମାନଙ୍କର ମଙ୍ଗଳ ନିମନ୍ତେ ଓ ସେମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ସେମାନଙ୍କୁ ଖୁସି ରଖିବା ଆମ୍ଭମାନଙ୍କର କର୍ତ୍ତବ୍ୟ।</verse>
				<verse number="3">ଖ୍ରୀଷ୍ଟ ନିଜର ସୁଖ ପାଇଁ କିଛି କରୁ ନ ଥିଲେ। ବରଂ ଶାସ୍ତ୍ର ବାକ୍ୟ ଅନୁଯାୟୀ: “ସେମାନେ ତୁମକୁ ଦେଉଥିବା ଅପମାନ ମୁଁ ସହ୍ୟ କରୁଛି।”</verse>
				<verse number="4">ଶାସ୍ତ୍ରର ଶିକ୍ଷାସବୁ ଆମ୍ଭମାନଙ୍କ ଉପକାର ନିମିତ୍ତ ଉଦ୍ଦିଷ୍ଟ। ଭରସାରେ ସ୍ଥିର ରହିବା ନିମନ୍ତେ ଶାସ୍ତ୍ର ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ଉତ୍ସାହ ପ୍ରଦାନ କରେ।</verse>
				<verse number="5">ଖ୍ରୀଷ୍ଟ ଯୀଶୁଙ୍କ ଆଦର୍ଶର ଅନୁଗାମୀ ସ୍ୱରୂପେ ସମସ୍ତଙ୍କର ସେହି ପ୍ରକାର ମନୋଭାବ ହେବା ପାଇଁ ଧୈର୍ଯ୍ୟ ଓ ଉତ୍ସାହର ଆଧାର ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତୁ।</verse>
				<verse number="6">ସମସ୍ତେ ମିଳିତ ଭାବରେ ଏକ ସ୍ୱରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତା ଈଶ୍ୱରଙ୍କ ପ୍ରଶଂସା କର।</verse>
				<verse number="7">ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଈଶ୍ୱରଙ୍କ ମହିମା ନିମନ୍ତେ ତୁମ୍ଭେମାନେ ସେହିପରି ପରସ୍ପରକୁ ଗ୍ରହଣ କର।</verse>
				<verse number="8">କାରଣ ଖ୍ରୀଷ୍ଟଙ୍କ ସେବାର ଜୀବନ ଇହୁଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନଙ୍କୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ଈଶ୍ୱର ବିଶ୍ୱସ୍ତ, ଇହୁଦୀ ଜାତିର ପୂର୍ବପୁରୁଷମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞାସବୁ ସେ ପାଳନ କରିବେ।</verse>
				<verse number="9">ତାଙ୍କ ଅନୁଗ୍ରହ ନିମନ୍ତେ ଅଣଇହୁଦୀମାନେ ମଧ୍ୟ ତାଙ୍କର ପ୍ରଶଂସା କରିବେ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି: “ଅଣଇହୁଦୀମାନଙ୍କ ମଧ୍ୟରେ ତୁମର ପ୍ରଶଂସା କରିବି, ସର୍ବଦା ତୁମର ସ୍ତୁତିଗାନ କରିବି।”</verse>
				<verse number="10">ଆହୁରି ମଧ୍ୟ ଲେଖାଅଛି: “ଅଣଇହୁଦୀମାନେ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଆନନ୍ଦ କରନ୍ତୁ।”</verse>
				<verse number="11">ପୁନଶ୍ଚ, “ସମସ୍ତ ଜାତିର ଲୋକମାନେ ତାଙ୍କର ସ୍ତୁତିଗାନ କରନ୍ତୁ।”</verse>
				<verse number="12">ଏବଂ ଯିଶାଇୟ କହିଛନ୍ତି: “ଯେଶିଙ୍କ ଜଣେ ବଂଶଧର ଆବିର୍ଭୁତ ହେବେ, ସେ ଅଣଇହୁଦୀମାନଙ୍କୁ ଶାସନ କରିବେ ଓ ସେମାନେ ତାଙ୍କଠାରେ ଭରସା ରଖିବେ।”</verse>
				<verse number="13">ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।</verse>
				<verse number="14">ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।</verse>
				<verse number="15">ଏହି ପତ୍ରରେ ତୁମ୍ଭମାନଙ୍କୁ କେତେକ ବିଷୟ ପ୍ରତି ସଚେତନ କରାଇବା ପାଇଁ ମୁଁ ସାହାସୀ ହୋଇଛି,</verse>
				<verse number="16">କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।</verse>
				<verse number="17">ଖ୍ରୀଷ୍ଟ ଯୀଶୁଙ୍କ ସହିତ ସମ୍ମିଳିତ ହୋଇ ଈଶ୍ୱରଙ୍କ ନିମନ୍ତେ ଏହି ସେବା କାର୍ଯ୍ୟ କରୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି।</verse>
				<verse number="18">ଅଣଇହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ କରାଇବା ନିମନ୍ତେ ଖ୍ରୀଷ୍ଟ ମୋ’ ଦ୍ୱାରା କଅଣ ସାଧନ କରିଛନ୍ତି, କେବଳ ଏ କଥା କହିବାକୁ ମୁଁ ସାହସୀ ହୋଇଛି।</verse>
				<verse number="19">ଏହା ସେ କରିଛନ୍ତି, ବାକ୍ୟ ଓ କର୍ମ ଦ୍ୱାରା ଓ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ। ତେଣୁ ମୁଁ ଯିରୂଶାଲମଠାରୁ ଇଲିରିକମକୁ ଯାତ୍ରା କରିବାବେଳେ ପଥ ମଧ୍ୟରେ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା ବିଶଦଭାବେ ପ୍ରଚାର କରିଛି।</verse>
				<verse number="20">ଯେଉଁ ସ୍ଥାନମାନଙ୍କରେ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣି ନାହାନ୍ତି, ସେଠାରେ ତାଙ୍କ ବାର୍ତ୍ତା ପ୍ରଚାର କରିବା ମୋର ଲକ୍ଷ୍ୟ, କାରଣ ଅନ୍ୟମାନେ ପକାଇଥିବା ମୂଳଦୁଆ ଉପରେ ଗୃହ ନିର୍ମାଣ ମୁଁ ଚାହେଁ ନାହିଁ।</verse>
				<verse number="21">ଶାସ୍ତ୍ରରେ ଯେପରି ଲେଖାଅଛି: “ଯେଉଁମାନେ ତାଙ୍କର ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ; ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”</verse>
				<verse number="22">ଅନେକ ଥର ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋର ସଙ୍କଳ୍ପ ବ୍ୟର୍ଥ ହୋଇଛି।</verse>
				<verse number="23">କିନ୍ତୁ ଏହି ଅଞ୍ଚଳରେ ମୋର କାର୍ଯ୍ୟ ଶେଷ ହୋଇଛି ଏବଂ ମୋର ଆଶା, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୋ ଅନେକ ବର୍ଷର ଅଭିଳାଷ ଏବଂ ପୂରଣ ହେବ।</verse>
				<verse number="24">ସ୍ପେନ୍ ଯିବା ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି ବୋଲି ଭାବିଛି। ତୁମ୍ଭମାନଙ୍କ ନିକଟରେ କିଛି ସମୟ ଅତିବାହିତ କରିବା ପରେ ତୁମ୍ଭମାନଙ୍କ ସାହାଯ୍ୟରେ ସ୍ପେନ୍ ଚାଲିଯିବ।</verse>
				<verse number="25">ଏହିକ୍ଷଣି ଈଶ୍ୱରଙ୍କ ଲୋକମାନଙ୍କ ସେବା କରିବାକୁ ମୁଁ ଯିରୂଶାଲମ ଯାତ୍ରାରେ ବାହାରିଛି।</verse>
				<verse number="26">ଯିରୂଶାଲମରେ ଈଶ୍ୱରଙ୍କ ଯେଉଁ ଲୋକମାନେ ଅଭାବଗ୍ରସ୍ତ, ସେମାନଙ୍କ ପାଇଁ କିଛି ଅର୍ଥ ସାହାଯ୍ୟ ପଠାଇବାକୁ ମାସିଦୋନିଆ ଓ ଆଖାୟର ମଣ୍ଡଳୀମାନେ ସ୍ଥିର କରିଛନ୍ତି।</verse>
				<verse number="27">ଏହା ସେମାନଙ୍କର ସ୍ୱେଚ୍ଛାକୃତ ନିଷ୍ପତ୍ତି; ବାସ୍ତବରେ ଏପରି କରିବା ସେମାନଙ୍କର କର୍ତ୍ତବ୍ୟ। ଇହୁଦୀମାନେ ନିଜର ଆଧ୍ୟାତ୍ମିକ ଆଶୀର୍ବାଦରେ ଅଣଇହୁଦୀମାନଙ୍କୁ ଅଂଶୀଦାର କରାଇଥିବାରୁ, ଇହୁଦୀମାନଙ୍କୁ ନିଜର ଆର୍ଥିକ ଆଶୀର୍ବାଦରେ ଅଂଶୀ କରାଇ ସେମାନଙ୍କୁ ସାହାଯ୍ୟ କରିବା ଅଣଇହୁଦୀମାନଙ୍କର କର୍ତ୍ତବ୍ୟ।</verse>
				<verse number="28">ଯିରୂଶାଲମରେ ସେହି ଅର୍ଥ ହସ୍ତାନ୍ତର କରି ମୋର କାର୍ଯ୍ୟ ଶେଷ କରିବା ପରେ, ମୁଁ ସ୍ପେନ ଯାତ୍ରାରେ ବାହାରିବି ଓ ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି।</verse>
				<verse number="29">ମୁଁ ଜାଣେ, ଖ୍ରୀଷ୍ଟଙ୍କଠାରୁ ପୂର୍ଣ୍ଣ ମାତ୍ରାରେ ଆଶୀର୍ବାଦ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିବି।</verse>
				<verse number="30">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ପବିତ୍ରଆତ୍ମା ପ୍ରଦତ୍ତ ପ୍ରେମ ସକାଶେ ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ନିମନ୍ତେ ନିଷ୍ଠାର ସହ ପ୍ରାର୍ଥନା କର।</verse>
				<verse number="31">ଅବିଶ୍ୱାସୀମାନଙ୍କ କବଳରୁ ମୁଁ ଯେପରି ନିରାପଦରେ ରହିବି ଓ ଯିରୂଶାଲମରେ ମୋର କାର୍ଯ୍ୟ ଯେପରି ସେଠାର ଈଶ୍ୱରଙ୍କ ଲୋକମାନେ ପସନ୍ଦ କରିବେ, ସେଥିପାଇଁ ପ୍ରାର୍ଥନା କରୁଥାଅ।</verse>
				<verse number="32">ଈଶ୍ୱରଙ୍କ ଇଚ୍ଛା ହେଲେ, ମୁଁ ତୁମ୍ଭମାନଙ୍କ ନିକଟକୁ ଆନନ୍ଦରେ ଆସିବି ଓ ତୁମ୍ଭମାନଙ୍କ ସହିତ କିଛି ଦିନ ଅତିବାହିତ କରି ମୋ’ ମନରେ ସ୍ଫୂର୍ତ୍ତି ଅନୁଭବ କରିବି।</verse>
				<verse number="33">ସମସ୍ତ ଶାନ୍ତିର ଆଧାର ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍।</verse>
			</chapter>
			<chapter number="16">
				<verse number="1">କେଙ୍କ୍ରେସ୍ଥିତ ମଣ୍ଡଳୀର ଜଣେ ସେହିବିକା ଭଉଣୀ ଫିବେଙ୍କୁ ସୁପାରିସ୍ କରୁଛି।</verse>
				<verse number="2">ପ୍ରଭୁଙ୍କ ନାମରେ ତାଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ଲୋକମାନଙ୍କ ପରି ଆଚରଣ କର। ତାଙ୍କର ଆବଶ୍ୟକ ଅନୁଯାୟୀ ସାହାଯ୍ୟ ଦିଅ। ମୋର ଓ ଅନେକ ଲୋକଙ୍କର ସେ ଜଣେ ଉପକାରୀ ବନ୍ଧୁ।</verse>
				<verse number="3">ଖ୍ରୀଷ୍ଟ ଯୀଶୁଙ୍କ ସେବାରେ ମୋର ସହକର୍ମୀ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ମୋର ନମସ୍କାର ଜଣାଇବ।</verse>
				<verse number="4">ସେମାନେ ମୋ’ ପାଇଁ ନିଜ ଜୀବନକୁ ବିପନ୍ନ କରିଛନ୍ତି। କେବଳ ମୁଁ ନୁହେଁ, ସମସ୍ତ ଅଣଇହୁଦୀ ମଣ୍ଡଳୀ ତାଙ୍କଠାରେ କୃତଜ୍ଞ।</verse>
				<verse number="5">ସେମାନଙ୍କ ଗୃହରେ ଏକତ୍ର ହେଉଥିବା ଉପାସକ ମଣ୍ଡଳୀକୁ ମଧ୍ୟ ମୋର ଅଭିବାଦନ ଜଣାଉଛି। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ମୋର ନମସ୍କାର ଦେବ। ଆସିଆ ପ୍ରଦେଶରେ ସେ ହେଉଛନ୍ତି ପ୍ରଥମ ଖ୍ରୀଷ୍ଟବିଶ୍ୱାସୀ।</verse>
				<verse number="6">ତୁମ୍ଭମାନଙ୍କ ମଙ୍ଗଳ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମରିୟମଙ୍କୁ ମୋର ନମସ୍କାର।</verse>
				<verse number="7">ଆନ୍ଦ୍ରୋନିକସ୍ ଓ ୟୁନିୟାଙ୍କୁ ମୋର ଅଭିବାଦନ। ଏ ଦୁଇ ଜଣ ଇହୁଦୀ ମୋ’ ସହିତ ବନ୍ଦୀଶାଳାରେ ଥିଲେ। ମୋ’ ପୂର୍ବରୁ ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଓ ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ସେମାନେ ସୁପରିଚିତ।</verse>
				<verse number="8">ମୋ’ ସହିତ ପ୍ରଭୁଙ୍କ ସାହଚର୍ଯ୍ୟ ଉପଭୋଗ କରୁଥିବା ମୋର ପ୍ରିୟ ବନ୍ଧୁ ଆମ୍ପ୍ଲିୟାତଙ୍କୁ ମୋର ଶୁଭେଚ୍ଛା।</verse>
				<verse number="9">ଖ୍ରୀଷ୍ଟଙ୍କ ସେବାରେ ମୋର ସହକର୍ମୀ ଉର୍ବାନେ ଓ ମୋର ପ୍ରିୟ ବନ୍ଧୁ ସ୍ତାଖୀୟଙ୍କୁ ମଧ୍ୟ ମୋର ନମସ୍କାର।</verse>
				<verse number="10">ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଆପେଲା ଓ ଆରିସ୍ତବୁଲଙ୍କ ପରିବାରର ସମସ୍ତଙ୍କୁ ମୋର ଅଭିବାଦନ ଜଣାଇବ।</verse>
				<verse number="11">ମୋର ସ୍ୱଜାତୀୟ ହେରୋଦିୟନ୍ ଓ ନାରସିସଙ୍କ ପରିବାର ଖ୍ରୀଷ୍ଟୀୟ ଭାଇମାନଙ୍କୁ ମଧ୍ୟ ମୋର ଅଭିବାଦନ।</verse>
				<verse number="12">ପ୍ରଭୁଙ୍କ ସେବାରେ ନିବିଷ୍ଟ ତ୍ରିଫେନା ଓ ତ୍ରିଫୋସାଙ୍କୁ ଓ ପ୍ରଭୁଙ୍କ ପାଇଁ ବହୁ ପରିଶ୍ରମ କରିଥିବା ପର୍ଶିସଙ୍କୁ ମୋର ନମସ୍କାର।</verse>
				<verse number="13">ପ୍ରଭୁଙ୍କ ବିଶିଷ୍ଟ ଦାସ ରୁଫସ୍ ଓ ମୋର ମାତା ସ୍ୱରୂପ ତାଙ୍କର ମାଆଙ୍କୁ ମଧ୍ୟ ମୋର ନମସ୍କାର।</verse>
				<verse number="14">ଆସୁଙ୍କ୍ରିତ, ଫ୍ଲେଗୋନ୍, ହର୍ମୀସ୍, ପାତ୍ରବା, ହରମାସ୍ ଓ</verse>
				<verse number="15">ସେମାନଙ୍କ ସଙ୍ଗରେ ରହୁଥିବା ଭାଇମାନଙ୍କୁ, ଫିଲଲୋଗ ଓ ୟୁଲିୟା, ନୀରୁସ୍ ଓ ତାଙ୍କ ଭଗ୍ନୀ ଏବଂ ଅଲୁଦା ଓ ସେମାନଙ୍କ ସଙ୍ଗରେ ରହୁଥିବା ସମସ୍ତ ସାଧୁଙ୍କୁ ମୋର ଅଭିବାଦନ ଜଣାଇବ।</verse>
				<verse number="16">ପରସ୍ପରକୁ ଭ୍ରାତୃ ସୁଲଭ ଚୁମ୍ବନ ଦେଇ ଅଭିବାଦନ କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କର ଜଣାଉଛନ୍ତି।</verse>
				<verse number="17">ଭାଇମାନେ, ଅନୁନୟ କରୁଛି, ତୁମେ ଗ୍ରହର କରିଥିବା ଶିକ୍ଷାର ବିରୋଧ କରି ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ଦୂରେଇ ରୁହ।</verse>
				<verse number="18">ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ, ସେମାନେ ପ୍ରଭୁଙ୍କ ସେବା କରୁ ନାହାନ୍ତି- ସେମାନେ କେବଳ ନିଜର ଦୂରଭିଳାଷ ଚରିତାର୍ଥ କରିବାକୁ ତତ୍ପର। ଭାଷାର ଚାତୁରୀ ଓ ଚାଟୁବାଦ ଦ୍ୱାରା ସେମାନେ ନିରୀହ ଲୋକମାନଙ୍କୁ ପ୍ରତାରଣା କରନ୍ତି।</verse>
				<verse number="19">ସୁସମାଚାର ପ୍ରତି ତୁମ୍ଭମାନଙ୍କର ବିଶ୍ୱସ୍ତତା ସମସ୍ତେ ଶୁଣିଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ। ମୁଁ ଚାହେଁ, ତୁମ୍ଭେମାନେ ସତ୍ ବିଷୟରେ ଜ୍ଞାନବାନ ହୁଅ ଓ ଅସତ୍ ବିଷୟରେ ଲିପ୍ତ ହୁଅ ନାହିଁ।</verse>
				<verse number="20">ତା’ ହେଲେ, ଶାନ୍ତିର ଆଧାର ଈଶ୍ୱର ଶୀଘ୍ର ଶୟତାନକୁ ତୁମ୍ଭମାନଙ୍କର ପଦଦଳିତ କରିବେ। ପ୍ରଭୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ।</verse>
				<verse number="21">ମୋର ସହକର୍ମୀ ତୀମଥି ଓ ଆମର ଇହୁଦୀ ଭାଇମାନେ ଲୁକିୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଛନ୍ତି।</verse>
				<verse number="22">ଏହି ପତ୍ରର ଲିପିକାର ତର୍ତ୍ତିୟ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।</verse>
				<verse number="23">ମୋର ଆତିଥ୍ୟକାରୀ ଗାୟସ୍, ଯାହାଙ୍କ ଗୃହରେ ଉପାସକମାନେ ଏକତ୍ରିତ ହୁଅନ୍ତି ଏବଂ ଏହି ନଗରୀର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାତ୍ତ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।</verse>
				<verse number="24">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ସହବର୍ତ୍ତୀ ହେଉ।</verse>
				<verse number="25">ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।</verse>
				<verse number="26">ସେହି ନିଗୂଢ଼ ସତ୍ୟସବୁ ଭାବବାଦୀମାନଙ୍କର ଶାସ୍ତ୍ରରେ ପ୍ରକଟିତ ହୋଇଛି ଏବଂ ତାହା ଏବେ ଅନାଦି ଅନନ୍ତ ପ୍ରଭୁ ଈଶ୍ୱରଙ୍କ ଦ୍ୱାରା ସମସ୍ତ ଜାତି ମଧ୍ୟରେ ପ୍ରଚାରିତ ହେଉଛି। ଏହା ଦ୍ୱାରା ସମସ୍ତେ ବିଶ୍ୱାସ କରି ଈଶ୍ୱରଙ୍କ ଆଜ୍ଞାବହ ହୋଇ ପାରିବେ।</verse>
				<verse number="27">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଜ୍ଞାତା ଏକମାତ୍ର ଈଶ୍ୱର ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।</verse>
			</chapter>
		</book>
		<book number="46">
			<chapter number="1">
				<verse number="1">ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଶିଷ୍ୟ ରୂପେ ଆହୂତ ପାଉଲ ଓ ଆମ ଭ୍ରାତା ସୋସ୍ଥିନା -</verse>
				<verse number="2">କରିନ୍ଥ ନଗରସ୍ଥ ଈଶ୍ୱରଙ୍କ ମଣ୍ଡଳୀକୁ ଏ ପତ୍ର ଲେଖୁଛନ୍ତି:- ଯେଉଁମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ଓ ଯୀଶୁ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଦ୍ୱାରା ଈଶ୍ୱରଙ୍କ ହୋଇ ଅଛନ୍ତି ଏବଂ ସର୍ବତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସନା କରୁଛନ୍ତି:</verse>
				<verse number="3">ସେ ସମସ୍ତଙ୍କୁ ଆମ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="4">ଯୀଶୁ ଖ୍ରୀଷ୍ଟଙ୍କ ଦେଇ ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଛି,</verse>
				<verse number="5">କାରଣ ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବାରୁ ତୁମ୍ଭେମାନେ ସବୁ ବିଷୟରେ ଏପରି କି ବାକ୍ଶକ୍ତି ଓ ଜ୍ଞାନରେ ମଧ୍ୟ ସମୃଦ୍ଧ ହୋଇଅଛି।</verse>
				<verse number="6">ଖ୍ରୀଷ୍ଟ ସମ୍ପର୍କୀୟ ବାର୍ତ୍ତା ତୁମଠାରେ ଦୃଢ଼ ପ୍ରତିଷ୍ଠିତ ହୋଇଛି।</verse>
				<verse number="7">ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆବବିର୍ଭାବର ଅପେକ୍ଷାରେ ଥିବା ସମୟରେ ତୁମ୍ଭମାନଙ୍କର କୌଣସି ଆତ୍ମିକ ଆଶୀର୍ବାଦର ଅଭାବ ହୋଇ ନାହିଁ।</verse>
				<verse number="8">ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।</verse>
				<verse number="9">ଯେଉଁ ଈଶ୍ୱର ତାଙ୍କ ପୁତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟ ପାଇବା ପାଇଁ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ସଦା ବିଶ୍ୱସ୍ତ।</verse>
				<verse number="10">ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।</verse>
				<verse number="11">ଏକ ଚିନ୍ତା ଓ ଏକ ଲକ୍ଷ୍ୟ ନେଇ ଏକତାବଦ୍ଧ ହୁଅ। ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ରହିଛି ବୋଲି ଖୁୟୀଙ୍କ ପରିବାରର କେତେକ ମୋତେ ଜଣାଇଛନ୍ତି।</verse>
				<verse number="12">ମୋର ମନେହୁଏ, ତୁମ୍ଭେମାନେ ପ୍ରତେକେ ବିଭିନ୍ନ ମତ ବ୍ୟକ୍ତ କରୁଛ। କେହି କହୁଛି, ‘ମୁଁ ପାଉଲଙ୍କୁ ଅନୁସରଣ କରୁଛି,’ କେହି କହୁଛି, ‘ମୁଁ ପିତରଙ୍କର ଅନୁଗାମୀ,’ ଆଉ କେହି କହୁଛି, ‘ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ’।</verse>
				<verse number="13">ଖ୍ରୀଷ୍ଟ କ’ଣ ବିଭକ୍ତ ହୋଇଛନ୍ତି? ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶରେ ହତ ହୋଇଥିଲେ? ତୁମ୍ଭେମାନେ କ’ଣ ପାଉଲଙ୍କ ଶିଷ୍ୟ ରୂପେ ଜଳଦୀକ୍ଷା ଗ୍ରହଣ କରିଥିଲ?</verse>
				<verse number="14">ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ କ୍ରିଷ୍ପ ଓ ଗାୟଙ୍କ ବ୍ୟତୀତ ତୁମ୍ଭମାନଙ୍କ ମଧ୍ୟରୁ ମୁଁ କାହାକୁ ଜଳଦୀକ୍ଷା ଦେଇ ନାହିଁ।</verse>
				<verse number="15">ତେଣୁ ମୋର ଶିଷ୍ୟ ରୂପେ ଜଳଦୀକ୍ଷା ନେଇଛନ୍ତି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି କହି ପାରିବେ ନାହିଁ।</verse>
				<verse number="16">(ହଁ, ମୁଁ ସ୍ତିଫାନ ଓ ତାଙ୍କ ପରିବାରବର୍ଗଙ୍କୁ ଜଳଦୀକ୍ଷା ଦେଇଥିଲି। ଅନ୍ୟ କାହାକୁ ଜଳଦୀକ୍ଷା ଦେଇଛି ବୋଲି ମୋର ମନେ ପଡ଼ୁ ନାହିଁ।)</verse>
				<verse number="17">ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।</verse>
				<verse number="18">ବିନଷ୍ଟ ହେବାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ରୁଶର ବାର୍ତ୍ତା ନିର୍ବୋଧତା। କିନ୍ତୁ ଆମ୍ଭମାନଙ୍କ ପରି ପରିତ୍ରାଣପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଈଶ୍ୱରଙ୍କ ଶକ୍ତି।</verse>
				<verse number="19">କାରଣ ଧର୍ମଶାସ୍ତ୍ରରେ ଲେଖାଅଛି: “ମୁଁ ଜ୍ଞାନୀମାନଙ୍କର ଜ୍ଞାନ ବିନଷ୍ଟ କରିବି, ବିଦ୍ୱାନମାନଙ୍କ ବିଚକ୍ଷଣତା ବ୍ୟର୍ଥ କରିବି।”</verse>
				<verse number="20">ତେଣୁ ଏ ଯୁଗର ଜ୍ଞାନୀ, ପଣ୍ଡିତ କିମ୍ବା ତାର୍କିକମାନଙ୍କର ସ୍ଥାନ କେଉଁଠାରେ? ଏହି ଜଗତର ଜ୍ଞାନକୁ ମୂର୍ଖତା ବୋଲି ଈଶ୍ୱର ପ୍ରକାଶ କରି ନାହାନ୍ତି କି?</verse>
				<verse number="21">ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।</verse>
				<verse number="22">ଇହୂଦୀମାନେ ଚିହ୍ନ ଖୋଜନ୍ତି, ଗ୍ରୀକ୍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି।</verse>
				<verse number="23">କିନ୍ତୁ ଆମେ କ୍ରୁଶବିଦ୍ଧ ଯୀଶୁଙ୍କୁ ପ୍ରଚାର କରୁଛୁ। ଏହା ଇହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ଅଣଇହୁଦୀମାନଙ୍କ ଦୃଷ୍ଟିରେ ନିର୍ବୋଧତା ହୋଇପରେ;</verse>
				<verse number="24">କିନ୍ତୁ ଇହୁଦୀ ଓ ଗ୍ରୀକ୍ ନିର୍ବିଶେଷରେ ଆହୂତ ସମସ୍ତଙ୍କ ପାଇଁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ଶକ୍ତି ଓ ଜ୍ଞାନର ଅଭିବ୍ୟକ୍ତି।</verse>
				<verse number="25">କାରଣ ଯାହା ଈଶ୍ୱରଙ୍କ ମୂର୍ଖତା ବୋଲି ମନେହୁଏ, ତାହା ମନୁଷ୍ୟ ଜ୍ଞାନଠାରୁ ଉକ୍ରୃଷ୍ଟତର। ପୁଣି ଯାହା ଈଶ୍ୱରଙ୍କ ଦୁର୍ବଳତା ବୋଲି ମନେହୁଏ, ତାହା ମନୁଷ୍ୟର ବଳଠାରୁ ଅଧିକ ଶକ୍ତିଶାଳୀ।</verse>
				<verse number="26">ଭାଇମାନେ, ଈଶ୍ୱର ଆହ୍ୱାନ କରିବା ସମୟରେ ତୁମ୍ଭେମାନେ କିପରି ଥିଲ, ତାହା ବିବେଚନା କର। ଜାଗତିକ ଦୃଷ୍ଟିକୋଣରୁ ତୁମ୍ଭମାନଙ୍କ ମଧ୍ୟରୁ ମାତ୍ର କେତେ ଜଣ ଜ୍ଞାନୀ, କ୍ଷମତାପନ୍ନ ବା ଉଚ୍ଚବଂଶଜ ଥିଲ।</verse>
				<verse number="27">କିନ୍ତୁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତ ଦ୍ୱାରା ବିବେଚିତ ଦୁର୍ବଳମାନଙ୍କୁ ମନୋନୀତ କରିଛନ୍ତି।</verse>
				<verse number="28">ଜଗତ ଦୃଷ୍ଟିରେ ଯାହା ସବୁ ଗୁରୁତ୍ୱପୂର୍ଣ୍ଣ, ସେଗୁଡ଼ିକୁ ବିଲୋପ କରିବା ପାଇଁ; ଜଗତର ହେୟ, ଉପେକ୍ଷିତ ଓ ନଗଣ୍ୟମାନଙ୍କୁ ସେ ପସନ୍ଦ କରିଛନ୍ତି।</verse>
				<verse number="29">ଏଥିର ସୁସ୍ପଷ୍ଟ ଯେ କେହି ଈଶ୍ୱରଙ୍କ ସମ୍ମୁଖରେ ଦର୍ପ ପରି ନ ପାରେ।</verse>
				<verse number="30">କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।</verse>
				<verse number="31">ତେଣୁ ଧର୍ମଶାସ୍ତ୍ରରେ ଯେପରି ଲେଖାଅଛି: “ଯେ ଦର୍ପ କରିବାକୁ ଚାହେଁ, ପ୍ରଭୁ ଯାହା କରିଛନ୍ତି, ସେଥିପାଇଁ କେବଳ ସେ ଦର୍ପ କରୁ।”</verse>
			</chapter>
			<chapter number="2">
				<verse number="1">ଭାଇମାନେ, ମୁଁ ତୁମ ନିକଟକୁ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ନିମନ୍ତେ ଯାଉଥିବା ବେଳେ ବାକ୍ୟାଡ଼ମ୍ବର କିମ୍ବା ପାଣ୍ଡିତ୍ୟ ଦେଖାଇ ନ ଥିଲି।</verse>
				<verse number="2">ତୁମ ସହିତ ଥିବା ସମୟରେ କେବଳ ଯୀଶୁ ଖ୍ରୀଷ୍ଟ, ବିଶେଷତଃ ତାଙ୍କ କ୍ରୁଶୀୟ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବିଷୟ ଜାଣିବା ପାଇଁ ଇଚ୍ଛା କରି ନ ଥିଲି।</verse>
				<verse number="3">ସେ ସମୟରେ ମୁଁ ଦୁର୍ବଳ ଥିଲି, ସର୍ବଦା ଭୟରେ ପ୍ରକମ୍ପିତ ହେଉଥିଲି।</verse>
				<verse number="4">ମୋର ଶିକ୍ଷା ଓ ବାର୍ତ୍ତା, ମନୁଷ୍ୟ ଜ୍ଞାନର ବାକ୍ଚାତୁରୀ ଦ୍ୱାରା ପ୍ରଦତ୍ତ ହୋଇ ନ ଥିଲା। ତାହା ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିର ନିଶ୍ଚିତ ପ୍ରମାଣ ଦ୍ୱାରା ପ୍ରଚାରିତ ହୋଇଥିଲା।</verse>
				<verse number="5">ତେଣୁ ତୁମ୍ଭମାନଙ୍କର ବିଶ୍ୱାସ ମନୁଷ୍ୟର ଜ୍ଞାନ ଉପରେ ଆଧାରିତ ନୁହେଁ, ତାହା ଈଶ୍ୱରଙ୍କ ଶକ୍ତିରେ ପ୍ରତିଷ୍ଠିତ।</verse>
				<verse number="6">ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।</verse>
				<verse number="7">ମୁଁ ଈଶ୍ୱରଙ୍କ ନିଗୂଢ଼ ଜ୍ଞାନର କଥା ପ୍ରକାଶ କରୁଛି - ସେହି ଜ୍ଞାନ ମନୁଷ୍ୟଠାରୁ ଗୁପ୍ତ ରଖାଯାଇଛି, ଅଥଚ ଆମର ଗୌରବ ନିମନ୍ତେ ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଏହାକୁ ନିରୂପଣ କରିଥିଲେ।</verse>
				<verse number="8">ଜଗତର କୌଣସି ଅଧିପତି ଏହି ଜ୍ଞାନର ପରିଚୟ ପାଇ ନ ଥିଲେ। ଯଦି ତାହା ପାଇଥା’ନ୍ତେ, ତେବେ ସେମାନେ ମହାମହିମ ପ୍ରଭୁଙ୍କୁ କ୍ରୁଶାର୍ପଣ କରି ନ ଥାନ୍ତେ।</verse>
				<verse number="9">ଯେପରି ଧର୍ମଶାସ୍ତ୍ରରେ ଲେଖାଅଛି: “ଯାହା କେହି କେବେ ଦେଖି ନାହିଁ କିମ୍ବା ଶୁଣି ନାହିଁ, ଯାହା ଘଟିବାର କେହି କଳ୍ପନା କରି ନାହିଁ, ତାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ୱର ସେହି ସବୁ ପ୍ରସ୍ତୁତ କରିଛନ୍ତି।”</verse>
				<verse number="10">କିନ୍ତୁ ଈଶ୍ୱର ତାଙ୍କ ଆତ୍ମାଙ୍କ ଦ୍ୱାରା ଉକ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଜଣାଇଛନ୍ତି। ସେହି ପରମାତ୍ମା ହିଁ ଈଶ୍ୱରଙ୍କ ଗଭୀରତମ ପରିକଳ୍ପନାସବୁର ସନ୍ଧାନ କରନ୍ତି।</verse>
				<verse number="11">ମନୁଷ୍ୟର ସବୁ କିଛି କେବଳ ତା’ର ଅନ୍ତରାତ୍ମା ଜାଣେ। ସେହିପରି କେବଳ ଈଶ୍ୱରଙ୍କ ଆତ୍ମା ଈଶ୍ୱରଙ୍କ ବିଷୟରେ ସବୁ କିଛି ଜାଣନ୍ତି।</verse>
				<verse number="12">ଆମେ ଜାଗତିକ ଆତ୍ମା ପ୍ରାପ୍ତ ହୋଇ ନାହୁଁ। କିନ୍ତୁ ଈଶ୍ୱରପ୍ରଦତ୍ତ ସମସ୍ତ ବିଷୟ ଜାଣି ପାରିବା ନିମନ୍ତେ ଈଶ୍ୱରପ୍ରେରିତ ଆତ୍ମାଙ୍କୁ ଗ୍ରହଣ କରିଛୁ।</verse>
				<verse number="13">ତେଣୁ ଆଧ୍ୟାତ୍ମିକମନା ଲୋକମାନଙ୍କ ନିକଟରେ ଆଧ୍ୟାତ୍ମିକ ସତ୍ୟ ପ୍ରକାଶ କଲାବେଳେ ଆମେ ଜାଗତିକ ଜ୍ଞାନରେ କଥା କହି ନ ଥାଉ; ପବିତ୍ରଆତ୍ମାଙ୍କ ଶିକ୍ଷାନୁଯାୟୀ ସେହି ସତ୍ୟସବୁ ବ୍ୟାଖ୍ୟା କରିଥାଉ।</verse>
				<verse number="14">କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ।</verse>
				<verse number="15">ଆଧ୍ୟାତ୍ମିକମନା ବ୍ୟକ୍ତି ସବୁ ବିଷୟର ପ୍ରକୃତ ମୂଲ୍ୟ ବୁଝିପାରେ; କିନ୍ତୁ ସେ ନିଜେ କାହା ଦ୍ୱାରା ବିଚାରିତ ହୋଇପାରେ ନାହିଁ।</verse>
				<verse number="16">ଧର୍ମଶାସ୍ତ୍ରରେ ଯେପରି ଉଲ୍ଲେଖ ଅଛି: “କିଏ ଈଶ୍ୱରଙ୍କ ମନୋଭାବ ବୁଝିପାରେ? କିଏ ତାଙ୍କୁ ପରାମର୍ଶ ଦେଇପାରେ?” ସେ ଯାହାହେଉ, ଆମେ ଖ୍ରୀଷ୍ଟଙ୍କ ମନୋଭାବ ଗ୍ରହଣ କରିଛୁ।</verse>
			</chapter>
			<chapter number="3">
				<verse number="1">ଭାଇମାନେ, ଆଧ୍ୟାତ୍ମିକମନା ଲୋକମାନଙ୍କ ସହିତ କଥାବାର୍ତ୍ତା କଲା ପରି ମୁଁ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରି ନାହିଁ। ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ଜଗତର ଲୋକ ଏବଂ ଖ୍ରୀଷ୍ଟୀୟ ବିଶ୍ୱାସରେ ଶିଶୁ ମନେ କରି କଥା କହିଛି।</verse>
				<verse number="2">ତୁମ୍ଭମାନଙ୍କୁ ଗୁରୁପାକ ଖାଦ୍ୟ ନ ଦେଇ ଦୁଗ୍ଧ ପାନ କରିବାକୁ ଦେଇଥିଲି, କାରଣ ଗୁରୁପାକ ଖାଦ୍ୟ ଭୋଜନ କରିବାକୁ ତୁମେ ଅସମର୍ଥ ଥିଲ; ବର୍ତ୍ତମାନ ମଧ୍ୟ ସମର୍ଥ ନୁହଁ।</verse>
				<verse number="3">ଏବେ ମଧ୍ୟ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଜୀବନ ଯାପନ କରୁଛ। ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଏବଂ ପରସ୍ପର ମଧ୍ୟରେ କଳହ ଲାଗି ରହିଛି; ଏଥିରୁ କ’ଣ ତୁମ୍ଭେମାନେ ଶାରୀରିକ ଓ ଜାଗତିକ ବୋଲି ପ୍ରମାଣିତ ହେଉ ନାହଁ?</verse>
				<verse number="4">ତୁମ୍ଭମାନଙ୍କ ମଧ୍ୟରୁ କେହି ଯେତେବେଳେ କୁହେ, ‘ମୁଁ ପାଉଲଙ୍କର’, ଆଉ କେହି କୁହେ, ‘ମୁଁ ଆପୋଲୋଙ୍କର’, ସେତେବେଳେ କ’ଣ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଆଚରଣ କରୁ ନାହଁ?</verse>
				<verse number="5">ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ।</verse>
				<verse number="6">ମୁଁ ରୋପଣ କରିଛି ଓ ଆପୋଲୋ ସେଥିରେ ଜଳସେଚନ କରିଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରାଇଛନ୍ତି।</verse>
				<verse number="7">ସୁତରାଂ ରୋପଣକାରୀ ଓ ସେଚନକାରୀ କିଛି ନୁହଁନ୍ତି। କେବଳ ବୃଦ୍ଧି ସାଧନକର୍ତ୍ତା ଈଶ୍ୱର ସର୍ବେସର୍ବା।</verse>
				<verse number="8">ରୋପଣକାରୀ ଓ ସେଚନକାରୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ନିଜ ନିଜ ପରିଶ୍ରମ ଅନୁସାରେ ଈଶ୍ୱର ସେମାନଙ୍କୁ ପୁରସ୍କୃତ କରିବେ।</verse>
				<verse number="9">ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।</verse>
				<verse number="10">ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,</verse>
				<verse number="11">କାରଣ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଏକମାତ୍ର ଭିତ୍ତିମୂଳ କରି ସ୍ଥାପନ କରିଛନ୍ତି; ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପିତ ହୋଇ ପାରିବ ନାହିଁ।</verse>
				<verse number="12">ଏହି ଭିତ୍ତି ଉପରେ କେହି କେହି ସୁନା ରୂପା, ମୂଲ୍ୟବାନ ପଥର ଏବଂ କେହି କେହି କାଠ, ଘାସ ଓ ନଡ଼ା ଦେଇ ନିର୍ମାଣ କରିବେ।</verse>
				<verse number="13">କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।</verse>
				<verse number="14">ମୂଳଦୁଆ ଉପରେ ଯାହାର ନିର୍ମାଣ କାର୍ଯ୍ୟ ଅଗ୍ନି ପରୀକ୍ଷାରେ ଅକ୍ଷୁଣ୍ଣ ହୋଇ ରହିବ, ସେ ପୁରସ୍କୃତ ହେବ।</verse>
				<verse number="15">ଯାହାର କାର୍ଯ୍ୟ ଧ୍ୱଂସ ପାଇବ, ସେ ସେଥିରୁ ବଞ୍ଚିତ ହେବ, କିନ୍ତୁ ପରୀକ୍ଷାରୁ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ପରି ସେ ନିଜେ ରକ୍ଷା ପାଇବ।</verse>
				<verse number="16">ତୁମେ ନିଶ୍ଚିତରୂପେ ଜାର ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।</verse>
				<verse number="17">କେହି ଯଦି ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରେ, ଈଶ୍ୱର ତାକୁ ଧ୍ୱଂସ କରିବେ। କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର ଏବଂ ତୁମ୍ଭେମାନେ ସେହି ମନ୍ଦିର।</verse>
				<verse number="18">କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,</verse>
				<verse number="19">କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”</verse>
				<verse number="20">ପୁନଶ୍ଚ “ପ୍ରଭୁ ଜାଣନ୍ତି ଯେ, ଜ୍ଞାନୀମାନଙ୍କର ଚିନ୍ତା ଭାବନା ଅସାର।”</verse>
				<verse number="21">ସୁତରାଂ ମନୁଷ୍ୟର କ୍ୱଚିତ୍ ବିଷୟରେ କେହି ଦର୍ପ ନ କରୁ। ବାସ୍ତବିକ ତୁମ୍ଭେମାନେ ସବୁ ବିଷୟର ଅଧିକାରୀ।</verse>
				<verse number="22">ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର।</verse>
				<verse number="23">କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ଈଶ୍ୱରଙ୍କର।</verse>
			</chapter>
			<chapter number="4">
				<verse number="1">ତୁମେ ଆମକୁ ଈଶ୍ୱରଙ୍କ ସେବକ ବୋଲି ବିବେଚନା କରିବା ଉଚିତ୍। ଈଶ୍ୱର ଆମକୁ ଐଶ୍ୱରିକ ନିଗୂଢ଼ ତତ୍ତ୍ୱର ତତ୍ତାବଧାରକ କରିଛନ୍ତି।</verse>
				<verse number="2">ଏହିପରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହେବା ଏକାନ୍ତ ଆବଶ୍ୟକ।</verse>
				<verse number="3">ଏ ବିଷୟରେ ତୁମ ଦ୍ୱାରା କିମ୍ବ ଯେକୌଣସି ମାନବିମ ବିଚାରାଳୟ ଦ୍ୱାରା ବିଚାରିତ ହେବା ପାଇଁ ମୁଁ ଚିନ୍ତିତ ନୁହେଁ, ଏପରି କି ମୁଁ ନିଜେ ମଧ୍ୟ ନିଜର ବିଚାର କରୁ ନାହିଁ।</verse>
				<verse number="4">ମୋ’ ବିରୁଦ୍ଧରେ କୌଣସି ବିଷୟ ଥିବା କଥା ମୁଁ ଜାଣେ ନାହିଁ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କିନ୍ତୁ ପ୍ରଭୁ ନିଜେ ମୋର ବିଚାରକର୍ତ୍ତା।</verse>
				<verse number="5">ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।</verse>
				<verse number="6">ଭାଇମାନେ, କେବଳ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ମୁଁ ଆପୋଲୋ ଓ ମୋ’ ବିଷୟରେ ଏହିସବୁ କଥା କହିଛି। ଆମ ଦୁହିଁଙ୍କୁ ଦୃଷ୍ଟାନ୍ତ ସ୍ୱରୂପ ମନେ କରି ତୁମ୍ଭେମାନେ ଶିକ୍ଷା କରିବା ଉଚିତ୍ ଯେ, “ଶାସ୍ତ୍ରରେ ଯାହା ଲିଖିତ ଅଛି, ତାହାର ବ୍ୟତିକ୍ରମ କରିବା ବିଧେୟ ନୁହେଁ।” ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ନେଇ ଗର୍ବ କର ନାହିଁ, କିଅବା କାହାକୁ ଉପେକ୍ଷା କର ନାହିଁ।</verse>
				<verse number="7">ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?</verse>
				<verse number="8">ତୁମର ଆବଶ୍ୟକୀୟ ସମସ୍ତ ବିଷୟ ପାଇ ସାରିଛ କି? ତୁମେ କ’ଣ ଧନବାନ ହୋଇସାରିଛ? ତୁମେ କ’ଣ ଜଣେ ଜଣେ ରାଜା ହୋଇ ଯାଇଛ (ଯଦିଚ ଆମେ ହୋଇପାରି ନାହୁଁ)? ସତରେ, ତୁମ୍ଭେମାନେ ରାଜା ହୋଇ ତୁମର ସେହି ରାଜପଦର ଅଂଶୀ ହୋଇ ଥାଆନ୍ତୁ।</verse>
				<verse number="9">ପ୍ରକୃତ ପକ୍ଷରେ ମୋର ମନେହୁଏ, ଆମ ଭଳି ପ୍ରେରିତ ଶିଷ୍ୟମାନଙ୍କୁ ଈଶ୍ୱର ସମସ୍ତଙ୍କ ପଶ୍ଚାତ୍‌ଭାଗରେ ରଖିଛନ୍ତି। ପ୍ରକାଶ୍ୟରେ ମୃତ୍ୟୁଦଣ୍ଡ ଭୋଗ କରି ସମଗ୍ର ଜଗତର ମନୁଷ୍ୟ ଓ ଦେବଦୂତମାନଙ୍କ ନିକଟରେ ଉପହାସର ପାତ୍ର ବ୍ୟକ୍ତିମାନଙ୍କ ପରି ଆମକୁ ସେ ରଖିଛନ୍ତି।</verse>
				<verse number="10">ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।</verse>
				<verse number="11">ଆମେ ଏବେ ମଧ୍ୟ କ୍ଷୁଧିତ, ତୃଷାର୍ତ୍ତ, ଛିନ୍ନ ବସ୍ତ୍ର ପରିହିତ, ପ୍ରହାରିତ ଓ ବାସହୀନ।</verse>
				<verse number="12">କଠିନ ପରିଶ୍ରମ କରି ଆମେ ଦିନକୁ ଦିନ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଉଛୁ। କେହି ଆମକୁ ଅଭିଶାପ ଦେଲେ, ଆମେ ତାକୁ ଆଶୀର୍ବାଦ କରୁ। ନିର୍ଯ୍ୟାତିତ ହେଲେ, ସହ୍ୟ କରୁ।</verse>
				<verse number="13">ଅପମାନିତ ହେଲେ, ମୃଦୁ କଥାରେ ଉତ୍ତର ଦେଇଥାଉ। ଏପର୍ଯ୍ୟନ୍ତ ଆମେ ଜଗତର ଆବର୍ଜନା ସ୍ୱରୂପ ହୋଇ ରହିଛୁ - ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ।</verse>
				<verse number="14">ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ମୁଁ ଏସବୁ କଥା ଲେଖୁ ନାହିଁ। ତୁମ୍ଭେମାନେ ମୋର ପ୍ରିୟ ସନ୍ତାନ ହୋଇ ଥିବାରୁ ପରାମର୍ଶ ଓ ଚେତନା ଦେବା ପାଇଁ ଏ ସବୁ ଲେଖୁଅଛି।</verse>
				<verse number="15">ଖ୍ରୀଷ୍ଟୀୟ ଜୀବନରେ ତୁମର ଅନେକ ଧର୍ମଗୁରୁ ଥାଉ ପାରନ୍ତି। କିନ୍ତୁ ତୁମର ପିତା ଏକ। ତୁମ ନିକଟରେ ସୁସମାଚାର ପ୍ରଚାର କରିବା ଦ୍ୱାରା ଖ୍ରୀଷ୍ଟୀୟ ଜୀବନରେ ମୁଁ ତୁମର ପିତା ସ୍ୱରୂପ ହୋଇଛି।</verse>
				<verse number="16">ସୁତରାଂ ମୋର ଆଦର୍ଶ ଅନୁସରଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି।</verse>
				<verse number="17">ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।</verse>
				<verse number="18">ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ଭାବି କେହି କେହି ଉଦ୍ଧତ ହେଉଛ।</verse>
				<verse number="19">ଈଶ୍ୱର ଇଚ୍ଛା କଲେ, ମୁଁ ଶୀଘ୍ର ତୁମମାନଙ୍କ ନିକଟକୁ ଯିବି। ସେତେବେଳେ ଏହି ଉଦ୍ଧତ ଲୋକମାନଙ୍କର କଥା କେବଳ ଶୁଣିବି ନାହିଁ - ପ୍ରକୃତରେ ସେମାନଙ୍କର କେତେ ପ୍ରଭାବ ଅଛି, ତାହା ମୁଁ ଦେଖିବି।</verse>
				<verse number="20">ଈଶ୍ୱରଙ୍କ ରାଜ୍ୟ କେବଳ କଥାର ବିଷୟ ନୁହେଁ, ତାହାର ପରିପ୍ରକାଶ ପରାକ୍ରମରେ।</verse>
				<verse number="21">ତୁମେ କଅଣ ଚାହଁ? ମୁଁ କ’ଣ ତୁମ୍ଭମାନଙ୍କୁ ଶାସନ କରିବା ପାଇଁ ଚାବୁକ ନେଇ ଯିବି? - ନା, ପ୍ରେମ ଓ ମୃଦୁ ମନୋଭାବ ନେଇ ଯିବି?</verse>
			</chapter>
			<chapter number="5">
				<verse number="1">ବାସ୍ତବରେ ଶୁଣାଯାଉଛି ଯେ, ତୁମ୍ଭେମାନେ ଯେଉଁ ଭୟଙ୍କର ବ୍ୟଭିଚାରରେ ଲିପ୍ତ, ତାହା ବିଜାତୀୟମାନଙ୍କ ମଧ୍ୟରେ ସୁଦ୍ଧା ଦେଖାଯାଏ ନାହିଁ। ମୁଁ ଶୁଣୁଛି, ତୁମ ଭିତରୁ ଜଣେ ତା’ର ସାବତ ବା ସହିତ ସହବାସ କରୁଛି।</verse>
				<verse number="2">ତଥାପି ତୁମ୍ଭେମାନେ କିପରି ନିଜ ବିଷୟରେ ଗର୍ବ କରି ପାରୁଛ? ପ୍ରକୃତ ପକ୍ଷରେ ତୁମ୍ଭେମାନେ ଲଜ୍ଜିତ ହୋଇ ସେହି ଭଳି ଲୋକକୁ ତୁମ ମଧ୍ୟରୁ ବହିଷ୍କାର କରିଦେବା ଉଚିତ୍।</verse>
				<verse number="3">ମୁଁ ସେଠାରେ ଶାରୀରିକ ଭାବରେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ଉପସ୍ଥିତ ବୋଲି ମନେ କରି, ସେହିପରି ଜଘନ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିରୁଦ୍ଧରେ ପ୍ରଭୁ ଯୀଶୁଙ୍କ ନାମରେ ଦଣ୍ଡବିଧାନ କରି ସାରିଛି।</verse>
				<verse number="4">ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହେବା ସମୟରେ, ମୁଁ ମଧ୍ୟ ସେଠାରେ ଆତ୍ମିକ ଭାବରେ ଉପସ୍ଥିତ ବୋଲି ଜାଣି,</verse>
				<verse number="5">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ଷମତା ବଳରେ ସେହି ବ୍ୟକ୍ତିକୁ ତା’ର ଶରୀରର ବିନାଶ ନିମନ୍ତେ ଶୟତାନ ହସ୍ତରେ ସମର୍ପଣ କରିଦିଅ। ତା’ହେଲେ, ହୁଏତ, ପ୍ରଭୁଙ୍କ ଆଗମନ ଦିନରେ ତା’ର ଆତ୍ମା ରକ୍ଷା ପାଇପାରିବ।</verse>
				<verse number="6">ତୁମ୍ଭେମାନେ ଆସ୍ପର୍ଦ୍ଧା କରିବା ଅନୁଚିତ। ତୁମେ କ’ଣ ଜାଣ ନାହଁ, ‘ଟିକିଏ ଖମୀର ସମୁଦାୟ ମଇଦାକୁ ଖମୀରମୟ କରିଦିଏ’?</verse>
				<verse number="7">ତୁମ୍ଭମାନଙ୍କ ମଧ୍ୟରୁ ପାପରୂପ ପୁରୁଣା ଖମୀରକୁ ଦୂର କରି ସମ୍ପୂର୍ଣ୍ଣ ଶୁଚି ହୁଅ। ତାହାହେଲେ, ତୁମ୍ଭେମାନେ ଖମୀରଶୂନ୍ୟ ନିର୍ମଳ ମଇଦା ପରି ହେବ - ଅବଶ୍ୟ ମୁଁ ଜାଣେ, ତୁମ୍ଭେମାନେ ବର୍ତ୍ତମାନ ସେହିପରି ଅଛ। ନିସ୍ତାର ପର୍ବର ପ୍ରସ୍ତୁତି ସରିଛି। ଆମ ପରିତ୍ରାଣ ନିମନ୍ତେ ନିସ୍ତାର ପର୍ବର ମେଷଶାବକ ପରି ସ୍ୱୟଂ ଖ୍ରୀଷ୍ଟ ବଳି ରୂପେ ଉତ୍ସର୍ଗିତ ହୋଇଛନ୍ତି।</verse>
				<verse number="8">ତେଣୁ ଆସ, ଆମେ ପାପ ଓ ଦୁଷ୍ଟତାରୂପ ପୁରୁଣା ଖମୀର ପରିତ୍ୟାଗ କରିବା ଏବଂ ଖମୀର ଶୂନ୍ୟ ରୋଟୀ ଦ୍ୱାରା ଅର୍ଥାତ୍ ସତ୍ୟତା ଓ ସରଳତାରୂପ ରୋଟୀ ଦ୍ୱାରା ଏହି ଉତ୍ସବ ପାଳନ କରିବା।</verse>
				<verse number="9">ପୂର୍ବ ଚିଠିରେ ଲେଖିଥିଲି ଯେ ତୁମ୍ଭେମାନେ ଦୁଶ୍ଚରିତ୍ର ଲୋକମାନଙ୍କର ସଙ୍ଗୀ ହୁଅ ନାହିଁ।</verse>
				<verse number="10">ତା’ର ଅର୍ଥ ନୁହେଁ ଯେ ଏହି ଜଗତର ବ୍ୟଭିଚାରୀ, ଲୋଭୀ, ଚୋର ଓ ପ୍ରତିମାପୂଜକମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ। ସେପରି ହେଲେ, ତୁମ୍ଭମାନଙ୍କୁ ଜଗତରୁ ଏକାବେଳକେ ବାହାରି ଯିବାକୁ ହେବ।</verse>
				<verse number="11">ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମ୍ଭମାନଙ୍କ ସଙ୍ଗୀ ବୋଲି ପରିଚିତ କୌଣସି ଲୋକ ଯଦି ବ୍ୟଭିଚାରୀ, ଲୋଭୀ, ପ୍ରତିମାପୂଜକ, କୁତ୍ସାରଟନାକାରୀ, ମାତାଲ୍ କିମ୍ବା ଚୋର ହୁଏ, ତେବେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବ। ଏପରି କି, ଏ ଧରଣର ଲୋକ ସହିତ ଖିଆପିଆ ମଧ୍ୟ କରିବ ନାହିଁ।</verse>
				<verse number="12">ତାହାର ଲୋକମାନଙ୍କ ବିଚାର କରିବାକୁ ମୁଁ କିଏ? ଈଶ୍ୱର ସେମାନଙ୍କର ବିଚାର କରିବେ।</verse>
				<verse number="13">କିନ୍ତୁ ଆମ ମଣ୍ଡଳୀ ଅନ୍ତର୍ଭୁକ୍ତ ଲୋକମାନଙ୍କର ବିଚାର କରିବାର ଦାୟିତ୍ୱ କ’ଣ ଆମର ନାହିଁ? ଧର୍ମଶାସ୍ତ୍ରରେ ଲେଖାଅଛି, “ତୁମ୍ଭମାନଙ୍କ ମଧ୍ୟରୁ ଦୁର୍ଜନକୁ ବିତାଡ଼ିତ କର।”</verse>
			</chapter>
			<chapter number="6">
				<verse number="1">ତୁମ୍ଭମାନଙ୍କ ମଧ୍ୟରୁ ଜଣକ ବିରୁଦ୍ଧରେ ଯଦି କାହାର କୌଣସି ଅଭିଯୋଗ ଥାଏ, ତେବେ ସେ ଖ୍ରୀଷ୍ଟୀୟ ମଣ୍ଡଳୀ ନିକଟକୁ ଯିବା ପାଇଁ କିପରି ସାହସ କରୁଛ?</verse>
				<verse number="2">ଈଶ୍ୱରଙ୍କ ଲୋକମାନେ ଜଗତର ବିଚାର କରିବେ ବୋଲି କ’ଣ ଜାଣ ନାହିଁ? ତୁମେ ଯଦି ଜଗତର ବିଚାର କରିପାର, ତେବେ ଏହି ସାମାନ୍ୟ ବିଷୟଗୁଡ଼ିକର କ’ଣ ମୀମାଂସା କରି ପାରିବ ନାହିଁ?</verse>
				<verse number="3">ଆମେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଚାର କରିବା, ଏହା କ’ଣ ଜାଣ ନାହିଁ? ତେବେ ଜାଗତିକ ମାମଲାଗୁଡ଼ିକର ମୀମାଂସା କରିବା, ଆମ ପକ୍ଷରେ ଅଧିକ ସହଜ ହେବ ନାହିଁ କି?</verse>
				<verse number="4">ଏହିସବୁ ସାଧାରଣ ବିଷୟର ସମାଧାନ ପାଇଁ କାହିଁକି ଖ୍ରୀଷ୍ଟୀୟ ମଣ୍ଡଳୀ ଦୃଷ୍ଟିରେ ଯେଉଁମାନେ ସମ୍ମାନାସ୍ପଦ ନୁହନ୍ତି, ସେହିଭଳି ଇତର ଲୋକମାନଙ୍କ ନିକଟକୁ ଯାଉଛ?</verse>
				<verse number="5">ଏଥିପାଇଁ ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍। ଖ୍ରୀଷ୍ଟବିଶ୍ୱାସୀ ଭାଇ ମଧ୍ୟରେ ଉପୁଜିଥିବା ବିବାଦର ନିଷ୍ପତ୍ତି କରିବାକୁ ନିଶ୍ଚୟ ତୁମ ମଣ୍ଡଳୀରେ କେହି ନା କେହି ଜଣେ ବିଜ୍ଞ ବ୍ୟକ୍ତି ଅଛନ୍ତି।</verse>
				<verse number="6">ତାଙ୍କ ନିକଟକୁ ନ ଯାଇ ଜଣେ ଭାଇ ଅନ୍ୟ ଭାଇ ବିରୁଦ୍ଧରେ ଅଦାଲତରେ ନାଲିସ୍ କରୁଛି, ଅଣବିଶ୍ୱାସୀମାନେ ଏହାର ବିଚାର କରୁଛନ୍ତି।</verse>
				<verse number="7">ତୁମ୍ଭମାନଙ୍କ ମଧ୍ୟରେ ଚାଲିଥିବା ମାଲିମକଦ୍ଦମା ପ୍ରମାଣିତ କରୁଛି ଯେ ତୁମ୍ଭେମାନେ ସମ୍ପୂର୍ଣ୍ଣ ପରାଜିତ। ମାଲିମକଦ୍ଦମା କରିବା ଅପେକ୍ଷା ବରଂ ଅନ୍ୟାୟ ସହ୍ୟ କରି କ୍ଷତିଗ୍ରସ୍ତ ହେବା, ତୁମ ପକ୍ଷରେ ଶ୍ରେୟଃ ନୁହେଁ କି?</verse>
				<verse number="8">ଏହା କରିବା ପରିବର୍ତ୍ତେ ପରସ୍ପର ପ୍ରତି ଏପରି କି ନିଜ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରି ସେମାନଙ୍କୁ ପ୍ରବଞ୍ଚନା କରୁଛ।</verse>
				<verse number="9">ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ ଦୁର୍ଜନମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏ ବିଷୟରେ ତୁମ୍ଭମାନଙ୍କର କୌଣସି ଭ୍ରାନ୍ତ ଧାରଣା ନ ରହୁ। ଲମ୍ଫଟୀ, ପ୍ରତିମାପୂଜକ, ବ୍ୟଭିଚାରୀ, ଅସ୍ୱାଭାବିକ ଯୌନକ୍ରିୟାରେ ଲିପ୍ତ ଲୋକମାନେ,</verse>
				<verse number="10">ଚୋର, ଧନଲୋଭୀ, ମାତାଲ୍, କୁତ୍ସାରଟନାକାରୀ ଓ ଡ଼କାଏତମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ପାଇବେ ନାହିଁ।</verse>
				<verse number="11">ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।</verse>
				<verse number="12">କେହି କହିପାରେ, “ମୋତେ ସବୁ କିଛି କରିବା ପାଇଁ ଅନୁମତି ଦିଆଯାଇଛି।” ସତ କଥା, କିନ୍ତୁ ସବୁ କିଛି ତୁମ ପାଇଁ ହିତଜନକ ନୁହେଁ। ଯେ କୌଣସି ବିଷୟ କରିବାର ସ୍ୱାଧୀନତା ମୋର ଅଛି ବୋଲି ମୋତେ ବଶୀଭୂତ କରିବା ପାଇଁ ମୁଁ କାହାରିକୁ କେବେ ସୁଯୋଗ ଦେବି ନାହିଁ।</verse>
				<verse number="13">ଅନ୍ୟ କେହି କହିପାରେ, “ଖାଦ୍ୟ ଉଦର ପାଇଁ ଓ ଉଦର ଖାଦ୍ୟ ପାଇଁ ଉଦ୍ଦିଷ୍ଟ।” ସତ କଥା, କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର, କାମୁକତାରେ ବ୍ୟବହାର ନ ହୋଇ ପ୍ରଭୁଙ୍କ ସେବାରେ ବ୍ୟବହୃତ ହେଉ, କାରଣ ପ୍ରଭୁ ଶରୀରର ଆବଶ୍ୟକତା ପୂରଣ କରନ୍ତି।</verse>
				<verse number="14">ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଅଛନ୍ତି ଏବଂ ଆପଣା ଶକ୍ତିରେ ସେ ଆମ୍ଭମାନଙ୍କୁ ମଧ୍ୟ ପୁନର୍ଜୀବିତ କରିବେ।</verse>
				<verse number="15">ତୁମ୍ଭମାନଙ୍କର ଶରୀର ଖ୍ରୀଷ୍ଟଙ୍କ ଶରୀରର ଅଂଶ ସ୍ୱରୂପ ବୋଲି କ’ଣ ଜାଣ ନାହିଁ? ତେବେ କ’ଣ ମୁଁ ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶକୁ ଗଣିକାର ଅଙ୍ଗରେ ପରିଣତ କରିବି? କେବେ ନୁହେଁ।</verse>
				<verse number="16">ତୁମେ ବୋଧହୁଏ ଜାଣ ନାହିଁ, ଯିଏ ଗଣିକା ସହିତ ମିଳିତ ହୁଏ, ସେ ତା’ ସହିତ ଶାରୀରିକଭାବେ ଏକାଙ୍ଗ ହୋଇଯାଏ? ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।”</verse>
				<verse number="17">କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାଙ୍କ ସହିତ ଆତ୍ମିକ ଭାବରେ ଏକ ହୋଇଯାଏ।</verse>
				<verse number="18">କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।</verse>
				<verse number="19">ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କଠାରୁ ପ୍ରାପ୍ତ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର? ତୁମେ ଆଉ ତୁମର ହୋଇ ନାହଁ, ମାତ୍ର ଈଶ୍ୱରଙ୍କର।</verse>
				<verse number="20">ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।</verse>
			</chapter>
			<chapter number="7">
				<verse number="1">ତୁମ ଚିଠିରେ ଯେଉଁ ସବୁ ପ୍ରଶ୍ନ ପଚାରିଛ, ବର୍ତ୍ତମାନ ମୁଁ ସେ ସବୁର ଉତ୍ତର ଦେବି। ବିବାହ ନ କରିବା ଭଲ।</verse>
				<verse number="2">କିନ୍ତୁ ସର୍ବତ୍ର ଯୌନ ପ୍ରଲୋଭନ ପୂରି ରହି ଥିବାରୁ, ପ୍ରତ୍ୟେକ ପୁରୁଷର ସ୍ତ୍ରୀ ଓ ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଥିବା ଆବଶ୍ୟକ।</verse>
				<verse number="3">ସ୍ୱାମୀ, ସ୍ତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ତ୍ରୀ, ସ୍ୱାମୀ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ପୁଣି ଉଭୟେ ଉଭୟଙ୍କର ଆବଶ୍ୟକତା ପୂରଣ କରିବା ବିଧେୟ।</verse>
				<verse number="4">ନିଜ ଶରୀର ଉପରେ ସ୍ତ୍ରୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ୱାମୀର ଅଛି। ଠିକ୍ ସେହିପରି, ନିଜ ଶରୀର ଉପରେ ସ୍ୱାମୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ତ୍ରୀର ଅଛି।</verse>
				<verse number="5">ପରସ୍ପରଠାରୁ ସେମାନେ ପୃଥକ୍ ନ ରହନ୍ତୁ। କିନ୍ତୁ ଉଭୟେ ଏକମତ ହୋଇ ପ୍ରାର୍ଥନାରେ କାଳକ୍ଷେପଣ ପାଇଁ କିଛି ସମୟ ପୃଥକ୍ ରହି ପାରନ୍ତି। ଆତ୍ମସଂଯମର ଅଭାବ ହେତୁ ଶୟତାନ ଯେପରି ସେମାନଙ୍କୁ ପ୍ରଲୋଭିତ ନ କରେ, ସେଥିପାଇଁ ସେମାନେ ପୁନର୍ବାର ଏକତ୍ର ହୁଅନ୍ତୁ।</verse>
				<verse number="6">ଏ ବିଷୟରେ ମୁଁ ଯାହା ସବୁ କହୁଛି, ତାହା ମୋର ଆଦେଶ ନୁହେଁ; କେବଳ ତୁମ୍ଭମାନଙ୍କର ସୁବିଧା ପାଇଁ ଏହା ମୋର ପରାମର୍ଶ।</verse>
				<verse number="7">ତୁମେ ସମସ୍ତେ ମୋ’ ପରି ହୁଅ ବୋଲି ମୁଁ ଚାହେଁ। କିନ୍ତୁ ପ୍ରତ୍ୟେକେ ଈଶ୍ୱରଙ୍କଠାରୁ ବିଶେଷ ବିଶେଷ ଦାନ ପାଇଛନ୍ତି; କାହାକୁ ଗୋଟିଏ ପ୍ରକାର ଓ ଅନ୍ୟକୁ ଭିନ୍ନ ଏକ ପ୍ରକାର ଦାନ ପ୍ରଦତ୍ତ ହୋଇଛି।</verse>
				<verse number="8">ଅବିବାହିତ ଓ ବିଧବାମାନଙ୍କ ସମ୍ବନ୍ଧରେ ମୋର ମନ୍ତବ୍ୟ ଏହି - ସେମାନେ ମୋ’ ପରି ଏକାକୀ ରହିଲେ ଭଲ ହୁଅନ୍ତା।</verse>
				<verse number="9">କିନ୍ତୁ ସଂଯମୀ ହୋଇ ନ ପାରିଲେ, ସେମାନଙ୍କ ପକ୍ଷରେ ବିବାହ କରିବା ଉଚିତ୍। କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଶ୍ରେୟସ୍କର।</verse>
				<verse number="10">ବିବାହିତମାନଙ୍କ ପ୍ରତି ଏହା ମୋର ଆଦେଶ ନୁହେଁ, ଈଶ୍ୱରଙ୍କ ଆଦେଶ - ସ୍ତ୍ରୀ ସ୍ୱାମୀକୁ କଦାପି ପରିତ୍ୟାଗ ନ କରୁ -</verse>
				<verse number="11">ଯଦି କରେ, ତେବେ ସେ ଏକାକିନୀ ରହୁ କିମ୍ବା ସ୍ୱାମୀ ସହିତ ପୁନର୍ମିଳିତ ହେଉ। ପୁଣି ସ୍ୱାମୀ ଆପଣା ସ୍ତ୍ରୀକୁ କଦାପି ଛାଡ଼ପତ୍ର ନ ଦେଉ।</verse>
				<verse number="12">ଅନ୍ୟମାନଙ୍କ ପ୍ରତି ଏହା ମୋର ପରାମର୍ଶ (ଈଶ୍ୱରଙ୍କର ନୁହେଁ।); ଯଦି ଆମ ମଧ୍ୟରୁ କାହାର ସ୍ତ୍ରୀ, ଖ୍ରୀଷ୍ଟବିଶ୍ୱାସୀ ନ ହୋଇ ମଧ୍ୟ ସ୍ୱାମୀ ସହିତ ବାସ କରିବାକୁ ଇଚ୍ଛା କରେ, ତେବେ ସେହି ଭାଇ ତାକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।</verse>
				<verse number="13">ସେହିପରି କୌଣସି ସ୍ୱାମୀ, ଅଣବିଶ୍ୱାସୀ ହୋଇ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ସ୍ତ୍ରୀ ସହିତ ବସବାସ କରିବା ପାଇଁ ଚାହେଁ, ତେବେ ସେହି ସ୍ତ୍ରୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍।</verse>
				<verse number="14">କାରଣ ସେହି ଅଣବିଶ୍ୱାସୀ ସ୍ୱାମୀ, ତା’ ସ୍ତ୍ରୀର ସାହଚର୍ଯ୍ୟରେ ଓ ସେହି ଅଣବିଶ୍ୱାସୀ ସ୍ତ୍ରୀ, ଆପଣା ସ୍ୱାମୀର ସାହଚର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରଷ୍ଟଙ୍କୁ ଗ୍ରହଣ କରି ପାରନ୍ତି। ତା’ ନ ହେଲେ, ସେମାନଙ୍କ ସନ୍ତାନମାନେ ଅଶୁଚି ହେବେ, କିନ୍ତୁ ପ୍ରକୃତ ପକ୍ଷେ ସେମାନେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ।</verse>
				<verse number="15">ସେ ଯାହାହେଉ, ଯଦି ଜଣେ ଅଣବିଶ୍ୱାସୀ, ତା’ର ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ୍ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ କୌଣସି ନିୟମରେ ଆବଦ୍ଧ ନୁହଁନ୍ତି। କାରଣ ଶାନ୍ତିରେ ଜୀବନ ଯାପନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି।</verse>
				<verse number="16">ଖ୍ରୀଷ୍ଟବିଶ୍ୱାସୀ ସ୍ତ୍ରୀ, ତୁମେ ଆପଣା ସ୍ୱାମୀଙ୍କୁ ବିଶ୍ୱାସୀ କରାଇ ପାରିବ ବୋଲି କଅଣ ନିଶ୍ଚିତଭାବେ ଜାଣିଛ? ବିଶ୍ୱାସୀ ସ୍ୱାମୀ, ତୁମେ ଆପଣା ସ୍ତ୍ରୀକୁ ଖ୍ରୀଷ୍ଟବିଶ୍ୱାସୀ କରାଇ ପାରିବ ବୋଲି କ’ଣ ନିଶ୍ଚିତଭାବେ କହିପାରିବ?</verse>
				<verse number="17">ଈଶ୍ୱର ଯାହାକୁ ଯେପରି ଅନୁଗ୍ରହ କରିଛନ୍ତି ଓ ଯାହାକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଛନ୍ତି, ସେ ସେହିପରି ଭାବରେ ଜୀବନ ଯାପନ କରିବା ଉଚିତ୍। ଏହି ନିର୍ଦ୍ଦେଶ ମୁଁ ସବୁ ମଣ୍ଡଳୀକୁ ଦେଇଥାଏ।</verse>
				<verse number="18">ସୁନ୍ନତ ହେବା ପରେ କେହି ଯଦି ଆହ୍ୱାନ ପାଏ, ସେ ସୁନ୍ନତର ଚିହ୍ନ ଲୋପ କରିବାକୁ ଚେଷ୍ଟା ନ କରୁ।</verse>
				<verse number="19">ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।</verse>
				<verse number="20">ଈଶ୍ୱରଙ୍କ ଆହ୍ୱାନ ଗ୍ରହଣ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ସେ ସେହି ଅବସ୍ଥାରେ ଥାଉ।</verse>
				<verse number="21">ଈଶ୍ୱର ଆହ୍ୱାନ କଲାବେଳେ ତୁମେ କ’ଣ କ୍ରୀତଦାସ ଥିଲ? ସେଥିପାଇଁ ମନ କଷ୍ଟ କର ନାହିଁ, ଯଦି କୌଣସି ଉପାୟରେ ମୁକ୍ତ ହୋଇପାର, ତେବେ ସେହି ସୁଯୋଗର ସଦ୍ବ୍ୟବହାର କର।</verse>
				<verse number="22">କାରଣ ପ୍ରଭୁଙ୍କର ଆହ୍ୱାନ ପାଇଥିବା କ୍ରୀତଦାସ, ତାଙ୍କର ମୁକ୍ତ ବ୍ୟକ୍ତି। ଅପର ପକ୍ଷରେ, ଖ୍ରୀଷ୍ଟଙ୍କ ଆହ୍ୱାନ ପାଇଥିବା ମୁକ୍ତ ବ୍ୟକ୍ତି, ତାଙ୍କର କ୍ରୀତଦାସ।</verse>
				<verse number="23">ଈଶ୍ୱର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ମନୁଷ୍ୟର କ୍ରୀତଦାସ ହୁଅ ନାହିଁ।</verse>
				<verse number="24">ଭାଇମାନେ, ତୁମ୍ଭେମାନେ ଯେଉଁ ଅବସ୍ଥାରେ ଆହୂତ ହୋଇଛ, ସେହି ଅବସ୍ଥାରେ ଈଶ୍ୱରଙ୍କ ସାହଚର୍ଯ୍ୟ ଲାଭ କରିବା ଉଚିତ୍।</verse>
				<verse number="25">ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।</verse>
				<verse number="26">ଆସନ୍ନ ଦୁର୍ଦ୍ଦଶା ଦୃଷ୍ଟିରୁ ମୁଁ ମନେକରେ; ଜଣେ ବ୍ୟକ୍ତି ଯେପରି ଅଛି, ସେପରି ରହିବା ଆବଶ୍ୟକ।</verse>
				<verse number="27">ତୁମେ କ’ଣ ବିବାହିତ? ତେବେ ଏହି ବନ୍ଧନ ଛିନ୍ନ କରିବାକୁ ଚେଷ୍ଟା କର ନାହିଁ। ତୁମେ କ’ଣ ଅବିବାହିତ? ତେବେ ବିବାହ କରିବା ପାଇଁ ଇଚ୍ଛା କର ନାହିଁ।</verse>
				<verse number="28">ଅବଶ୍ୟ ବିବାହ କଲେ; ତୁମ୍ଭେମାନେ ପାପ କରିବ ନାହିଁ। ଅବିବାହିତ ସ୍ତ୍ରୀ ବିବାହ କଲେ କୌଣସି ପାପ କରେ ନାହିଁ। କିନ୍ତୁ ବିବାହିତ ଲୋକକୁ ସଂସାରର ବହୁ ଦୁଃଖ କଷ୍ଟ ସହ୍ୟ କରିବାକୁ ହୋଇଥାଏ। ଏ ଦୁର୍ଦ୍ଦଶା ସମୟରେ ସେଥିରୁ ତୁମ୍ଭେମାନେ ରକ୍ଷା ପାଅ, ଏହା ମୋର ଇଚ୍ଛା।</verse>
				<verse number="29">ଭାଇମାନେ, ମୁଁ ଏହି କଥା କହିବାକୁ ଇଚ୍ଛା କରୁଛି ଯେ, କାଳ ସନ୍ନିକଟ। ଆଜିଠାରୁ ବିବାହିତମାନେ ଅବିବାହିତଙ୍କ ପରି ଜୀବନ ଯାପନ କରନ୍ତୁ।</verse>
				<verse number="30">ଯେଉଁମାନେ ଶୋକାର୍ତ୍ତ, ସେମାନଙ୍କର ଶୋକ କରିବା ପାଇଁ କୌଣସି କାରଣ ନାହିଁ ବୋଲି ମନେ କରନ୍ତୁ। ଯେଉଁମାନେ ଉଲ୍ଲସିତ, ସେମାନେ ମଧ୍ୟ ଆନନ୍ଦ କରିବାର କୌଣସି କାରଣ ନାହିଁ ବୋଲି ମନେ କରନ୍ତୁ। ଯେଉଁମାନେ ଯାହା କିଣନ୍ତି, ତାହା ନିଜର ନୁହେଁ ବୋଲି ମନେ କରନ୍ତୁ।</verse>
				<verse number="31">ଯେଉଁମାନେ ସାଂସାରିକ ବିଷୟରେ ଲିପ୍ତ, ସେମାନେ ଏଥିରେ ନିର୍ଲିପ୍ତ ହେଲା ପରି ରହନ୍ତୁ, କାରଣ ଏହି ଜଗତର ସାମ୍ପ୍ରତିକ ପରିସ୍ଥିତି ଆଉ ବେଶୀ ଦିନ ତିଷ୍ଠିବ ନାହିଁ।</verse>
				<verse number="32">ତୁମ୍ଭେମାନେ ବ୍ୟସ୍ତତାରୁ ମୁକ୍ତ ହୁଅ ବୋଲି ମୁଁ ଚାହେଁ। ଅବିବାହିତ ବ୍ୟକ୍ତି ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ; କାରଣ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା, ତା’ର ଏକମାତ୍ର ଲକ୍ଷ୍ୟ।</verse>
				<verse number="33">କିନ୍ତୁ ବିବାହିତ ବ୍ୟକ୍ତି ସାଂସାରିକ ବିଷୟରେ ଚିନ୍ତିତ ହେବା ସ୍ୱାଭାବିକ, କାରଣ ସ୍ତ୍ରୀକୁ ସନ୍ତୁଷ୍ଟ କରିବାକୁ ସେ ଚାହେଁ।</verse>
				<verse number="34">ତେଣୁ ସେ ଦୁଇଟି ଆକର୍ଷଣର ବଶବର୍ତ୍ତୀ। ଅବିବାହିତ ସ୍ତ୍ରୀ ବା କୁମାରୀ; ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ, କାରଣ ଶାରୀରିକ ଓ ଆତ୍ମିକ ଭାବରେ ସେ ନିଜକୁ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରି ଦେବାକୁ ଚାହେଁ। କିନ୍ତୁ ବିବାହିତ ନାରୀ ଜାଗତିକ ବିଷୟ ନେଇ ବ୍ୟସ୍ତ, କାରଣ ସ୍ୱାମୀକୁ ସନ୍ତୁଷ୍ଟ କରିବା ତା’ର ଲକ୍ଷ୍ୟ।</verse>
				<verse number="35">ତୁମ୍ଭମାନଙ୍କର ମଙ୍ଗଳ ପାଇଁ କହୁଅଛି। ତୁମ ପ୍ରତି କୌଣସି ନିଷେଧାଜ୍ଞା ଜାରୀ କରିବା ମୋର ଅଭିପ୍ରାୟ ନୁହେଁ। ଅନ୍ୟ ପକ୍ଷରେ ତୁମେ ଯଥାଯଥ ଆଚରଣ କରି ନିଜ ନିଜକୁ ବିନା ଦ୍ୱିଧାରେ ପ୍ରଭୁଙ୍କ ସେବାରେ ସମର୍ପଣ କର, ଏହା ମୋର ଇଚ୍ଛା।</verse>
				<verse number="36">ବିବାହ ନିର୍ବନ୍ଧ ହୋଇଯିବା ପରେ, ପୁରୁଷ ଯଦି ମନେ କରେ ଯେ ତା’ର ବାଗ୍ଦତ୍ତା ସ୍ତ୍ରୀ ପ୍ରତି ସେ ସଂଯତ ଆଚରଣ କରିପାରୁ ନାହିଁ, ଯଦି ତା’ର କାମାଭିଳାଷ ପ୍ରବଳ ହୁଏ ଓ ତାହା ପକ୍ଷରେ ବିବାହ କରିବା ନିତାନ୍ତ ପ୍ରୟୋଜନ ହୋଇପଡ଼େ, ତେବେ ତା’ର ଇଚ୍ଛା ଅନୁଯାୟୀ ସେମାନେ ବିବାହ କରନ୍ତୁ। ଏଥିରେ କୌଣସି ପାପ ନାହିଁ।</verse>
				<verse number="37">କିନ୍ତୁ ଯେଉଁ ବ୍ୟକ୍ତି ସ୍ୱତଃପ୍ରବୃତ୍ତ ହୋଇ ତା’ର ବାଗ୍ଦତ୍ତାକୁ ବିବାହ ନ କରିବାକୁ ଦୃଢ଼ ସଙ୍କଳ୍ପ ଓ ନିଜର ଇନ୍ଦ୍ରିୟ ଲାଳସା ସମ୍ପୂର୍ଣ୍ଣ ଦମନ କରି ପାରିଛି ଏବଂ ବାଗ୍ଦତ୍ତାକୁ ସେହିପରି କୁମାରୀ ଅବସ୍ଥାରେ ରଖିବା ପାଇଁ ନିଷ୍ପତ୍ତି ନେଇ ସାରିଛି, ତେବେ ସେ ଠିକ୍ କରିଛି।</verse>
				<verse number="38">ଅତଏବ ଯେ ତା’ର ବାଗ୍ଦତ୍ତାକୁ ବିବାହ କରେ, ସେ ଭଲ କରେ। କିନ୍ତୁ ଯେ ବିବାହ ନ କରେ, ସେ ତା’ଠାରୁ ଅଧିକ ଭଲ କରେ।</verse>
				<verse number="39">ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାଧୀନ ନୁହେଁ। ସ୍ୱାମୀର ମୃତ୍ୟୁ ପରେ ସେ ଇଚ୍ଛାନୁଯାୟୀ ପୁନର୍ବିବାହ କରିପାରେ; କିନ୍ତୁ ଯାହାକୁ ବିବାହ କରିବ, ସେ ଖ୍ରୀଷ୍ଟବିଶ୍ୱାସୀ ହେବା ଆବଶ୍ୟକ।</verse>
				<verse number="40">ମୋ’ ମତରେ, ସେ ଯେଉଁ ଅବସ୍ଥାରେ ଅଛି, ସେହି ଅବସ୍ଥାରେ ରହିଲେ ଅଧିକ ଖୁସି ହେବ। ଏହା ମଧ୍ୟ ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କ ଅଭିମତ ବୋଲି ମୁଁ ଭାବୁଛି।</verse>
			</chapter>
			<chapter number="8">
				<verse number="1">ଦେବ ପ୍ରସାଦ ସମ୍ପର୍କରେ ମୋର ମନ୍ତବ୍ୟ:- ଆମ ସମସ୍ତଙ୍କର ଜ୍ଞାନ ଅଛି ବୋଲି ଜାଣୁ। ଜ୍ଞାନ ମନୁଷ୍ୟକୁ ଅହଙ୍କାରୀ କରେ, କିନ୍ତୁ ପ୍ରେମ ମଣିଷକୁ ସୁଗଠିତ କରେ।</verse>
				<verse number="2">ଯଦି କେହି କୁହେ ଯେ, ସେ କିଛି ଜାଣେ, ବାସ୍ତବରେ ଯାହା ଜାଣିବା ଦରକାର, ତାହା ସେ ଜାଣେ ନାହିଁ।</verse>
				<verse number="3">ଯେ କେହି ଈଶ୍ୱରଙ୍କୁ ପ୍ରେମ କରେ, ସେହି କେବଳ ତାଙ୍କର ପରିଚିତ ଲୋକ ହୁଏ।</verse>
				<verse number="4">ପ୍ରତିମାର ପ୍ରସାଦ ସେବନ ବିଷୟରେ ଆମେ ଜାଣୁ ଯେ, ଏ ଜଗତରେ ପ୍ରତିମାର କୌଣସି ପ୍ରକୃତ ଅସ୍ତିତ୍ୱ ନାହିଁ। ଆମ ଈଶ୍ୱର ହିଁ ଏକମାତ୍ର ଈଶ୍ୱର।</verse>
				<verse number="5">ସ୍ୱର୍ଗ ଓ ମର୍ତ୍ତ୍ୟରେ ତଥାକଥିତ ଅନେକ “ଦେବତା” ଓ “ପ୍ରଭୁ” ଥାଇପାରନ୍ତି।</verse>
				<verse number="6">ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।</verse>
				<verse number="7">କିନ୍ତୁ ଏ ଜ୍ଞାନ ସମସ୍ତଙ୍କର ନାହିଁ। କେହି କେହି ପ୍ରତିମା ପୂଜାରେ ଏତେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଏବେ ମଧ୍ୟ ସେମାନେ ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟକୁ ଦେବ ପ୍ରସାଦ ବୋଲି ମନେକରି ଖାଉଛନ୍ତି। ସେମାନଙ୍କ ବିବେକ ଦୁର୍ବଳ, ତେଣୁ ସେହି ଖାଦ୍ୟ ଖାଇବା ଦ୍ୱାରା ସେମାନେ କଳୁଷିତ ହୁଅନ୍ତି।</verse>
				<verse number="8">ଖାଦ୍ୟ ପଦାର୍ଥ ଦ୍ୱାରା ଈଶ୍ୱରଙ୍କ ସହିତ ଆମ ସମ୍ପର୍କରେ କିଛି ପରିବର୍ତ୍ତନ ଘଟେ ନାହିଁ। କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବା ଦ୍ୱାରା ଆମର କିଛି କ୍ଷତି ହୁଏ ନାହିଁ, କିମ୍ବା କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଦ୍ୱାରା ଆମର କିଛି ଲାଭ ହୁଏ ନାହିଁ।</verse>
				<verse number="9">କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।</verse>
				<verse number="10">ମନେକର, ଜଣେ ଦୁର୍ବଳ ବିଶ୍ୱାସୀ ତୁମ ପରି ଏକ ଜ୍ଞାନବାନ ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ଦେଖେ, ସେ କ’ଣ ପ୍ରସାଦ ସେବନ କରବା ପାଇଁ ଉତ୍ସାହିତ ହେବ ନାହିଁ?</verse>
				<verse number="11">ତା’ହେଲେ ଯେଉଁ ଦୁର୍ବଳ ବିଶ୍ୱାସୀ ଭାଇ ପାଇଁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିଥିଲେ, ତୁମର ଏହି “ଜ୍ଞାନ” ତା’ର ବିନାଶର କାରଣ ହେବ ନାହିଁ କି?</verse>
				<verse number="12">ଏହିପରି ଭାବରେ ତୁମ ସହବିଶ୍ୱାସୀମାନଙ୍କ ବିରୁଦ୍ଧରେ ପାପ କରି ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରିବ ଏବଂ ସେହି ଭାଇମାନଙ୍କ ଦୁର୍ବଳ ବିବେକକୁ ଆଘାତ ଦେବ।</verse>
				<verse number="13">ସୁତରାଂ କୌଣସି ଖାଦ୍ୟ ଯଦି ମୋ’ ଭାଇର ବିଘ୍ନ ସ୍ୱରୂପ ହୋଇ ତାକୁ ପାପ ପଥରେ କଢ଼ାଇ ନିଏ, ସେହି ଖାଦ୍ୟ ମୁଁ କଦାପି ଗ୍ରହଣ କରିବି ନାହିଁ।</verse>
			</chapter>
			<chapter number="9">
				<verse number="1">ମୁଁ କ’ଣ ଜଣେ ସ୍ୱାଧୀନ ବ୍ୟକ୍ତି ନୁହେଁ? ମୁଁ ପ୍ରେରିତ ଶିଷ୍ୟ ନୁହେଁ କି? ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ’ଣ ମୁଁ ଦେଖି ନାହିଁ? ତୁମ୍ଭେମାନେ, ମୁଁ ପ୍ରଭୁଙ୍କ ପାଇଁ କରିଥିବା କାର୍ଯ୍ୟର ଫଳ ସ୍ୱରୂପ ନୁହଁ କି?</verse>
				<verse number="2">ଅନ୍ୟମାନେ ମୋତେ ପ୍ରେରିତ ଶିଷ୍ୟ ବୋଲି ଗ୍ରହଣ ନ କଲେ ମଧ୍ୟ ତୁମ୍ଭେମାନେ ଗ୍ରହଣ କରିଛ, କାରଣ ପ୍ରଭୁଙ୍କ ସହିତ ତୁମ ଜୀବନର ମିଳନ ହେତୁ ମୋ’ ପ୍ରେରିତ ଶିଷ୍ୟତ୍ୱର ପ୍ରମାଣ ତୁମେ ପାଇଛ।</verse>
				<verse number="3">ସମାଲୋଚକମାନଙ୍କୁ ମୁଁ ଏହିପରି ଉତ୍ତର ଦେଇଥାଏ।</verse>
				<verse number="4">ମୋର କାର୍ଯ୍ୟ ପାଇଁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବାର ଅଧିକର କ’ଣ ମୋର ନାହିଁ?</verse>
				<verse number="5">ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ?</verse>
				<verse number="6">ଜୀବିକା ନିର୍ବାହ ନିମନ୍ତେ କେବଳ ମୋତେ ଓ ବର୍ଣ୍ଣବାଙ୍କୁ କ’ଣ ପରିଶ୍ରମ କରିବାକୁ ହେବ?</verse>
				<verse number="7">ଜଣେ ସୈନିକ ନିଜର ଖର୍ଚ୍ଚ ନିଜେ ବହନ କରିଥାଏ କି? ଚାଷୀ କ’ଣ ନିଜ ଅଙ୍ଗୁର ବଗିଚାର ଫଳ ଖାଏ ନାହିଁ, ଅଥବା ମେଷପାଳକ ନିଜ ମେଷର ଦୁଗ୍ଧ ପାନ କରେ ନାହିଁ?</verse>
				<verse number="8">ମନୁଷ୍ୟ ଭାବରେ କ’ଣ ମୁଁ ଏହା କହୁଛି? ବ୍ୟବସ୍ଥାରେ ଏହା କୁହାଯାଇ ନାହିଁ କି?</verse>
				<verse number="9">ମୋଶାଙ୍କ ବ୍ୟବସ୍ଥାରେ ଉଲ୍ଲେଖ ଅଛି, “ବେଙ୍ଗଳା ପକାଉ ଥିବା ବଳଦର ମୁହଁରେ ତୁଣ୍ଡି ବାନ୍ଧ ନାହିଁ।” ଈଶ୍ୱର କ’ଣ କେବଳ ବଳଦର କଥା ଚିନ୍ତା କରୁଛନ୍ତି?</verse>
				<verse number="10">ଏହା ଆମ୍ଭମାନଙ୍କର ଉଦ୍ଦେଶ୍ୟରେ ଲିଖିତ ନୁହେଁ କି? ଅବଶ୍ୟ ତାହା ଆମ ପାଇଁ ଲିଖିତ। ଜମି ଚାଷକାରୀ ଓ ଫସଲ ଅମଳକାରୀ, ଫସଲରୁ ଅଂଶ ପାଇବା ପାଇଁ ଆଶା ରଖି କାର୍ଯ୍ୟ କରିଥାଆନ୍ତି।</verse>
				<verse number="11">ଆମେ ତୁମ୍ଭମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବୀଜ ବୁଣିଛୁ। ତେଣୁ ତୁମ୍ଭମାନଙ୍କଠାରୁ କିଛି ପାର୍ଥିବ ଫସଲ ପାଇବାକୁ ଇଚ୍ଛା କରିବା କଅଣ ଏକ ଦୁରାଶା?</verse>
				<verse number="12">ତୁମ୍ଭମାନଙ୍କଠାରୁ ଏପରି ଆଶା କରିବା ପାଇଁ ଅନ୍ୟମାନଙ୍କର ଅଧିକାର ଅଛି। ତେବେ ଆମ ଅଧିକାର କ’ଣ ସେମାନଙ୍କଠାରୁ ଅଧିକ ନୁହେଁ? ଆମେ ଏହି ଅଧିକାରକୁ ପ୍ରୟୋଗ କରି ନାହୁଁ। କିନ୍ତୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ଆମେ ସବୁ ସହ୍ୟ କରି ଯାଉଛୁ।</verse>
				<verse number="13">ତୁମ୍ଭେମାନେ କ’ଣ ଜାଣ ନାହିଁ, ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରନ୍ତି, ସେମାନେ ମନ୍ଦିରରୁ ଖାଦ୍ୟ ପାଆନ୍ତି? ବଳି ଉତ୍ସର୍ଗ କରିବା ବ୍ୟକ୍ତି, ବଳିର ଅଂଶ ପାଏ ନାହିଁ କି?</verse>
				<verse number="14">ସେହିପରିଭାବେ ସୁସମାଚାର ପ୍ରଚାରକମାନେ ଏହି କାର୍ଯ୍ୟ ଦ୍ୱାରା ଜୀବିକା ନିର୍ବାହ କରିବେ, ଏହା ପ୍ରଭୁଙ୍କ ନିର୍ଦ୍ଦେଶ।</verse>
				<verse number="15">ମୁଁ କିନ୍ତୁ ଏହି ସୁଯୋଗ ସୁବିଧାରୁ ଗୋଟିଏ ହେଲେ ଉପଯୋଗ କରି ନାହିଁ କିମ୍ବା ସେଗୁଡ଼ିକୁ ଦାବୀ କରିବା ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଏହା ଲେଖୁ ନାହିଁ, ମୋର ଏହି ଦର୍ପ ନିରର୍ଥକ ବୋଲି କେହି ପ୍ରମାଣିତ କରି ଦେବା ଅପେକ୍ଷା ମରଣ ମୋ’ ପାଇଁ ଶ୍ରେୟସ୍କର।</verse>
				<verse number="16">ସୁସମାଚାର ପ୍ରଚାର କରୁଛି ବୋଲି ମୋର ଦର୍ପ କରିବାର କିଛି କାରଣ ନାହିଁ। ଏହି ଦାୟିତ୍ୱ ପାଳନ ନିମନ୍ତେ ମୁଁ ଆଦେଶ ପାଇଛି। ତେଣୁ ସୁସମାଚାର ପ୍ରଚାର ନ କଲେ ମୋତେ ଧିକ୍।</verse>
				<verse number="17">ସ୍ୱେଚ୍ଛାରେ ଏହି କାର୍ଯ୍ୟ କଲେ, ମୁଁ ପୁରସ୍କାର ଅପେକ୍ଷା କରିଥାଆନ୍ତି, କିନ୍ତୁ ଈଶ୍ୱର ମୋ’ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଥିବାରୁ ଏହା କରିବା ମୋର କର୍ତ୍ତବ୍ୟ।</verse>
				<verse number="18">ତେବେ ମୁଁ କି ପୁରସ୍କାର ପାଉଛି? ସମସ୍ତଙ୍କ ନିକଟରେ ବିନା ମୂଲ୍ୟରେ ସୁସମାଚାର ପ୍ରଚାର କରୁଛି, ଏହି ମୋର ପୁରସ୍କାର। ସେଥିପାଇଁ ସୁସମାଚାର ପ୍ରଚାର ଲାଗି ମୁଁ କୌଣସି ସୁଯୋଗ ସୁବିଧା ଉପଭୋଗ କରେ ନାହିଁ।</verse>
				<verse number="19">ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି, କାହାରି କ୍ରୀତଦାସ ନୁହେଁ, ତଥାପି ଅନେକଙ୍କୁ ଲାଭ କରିବା ପାଇଁ ମୁଁ ସମସ୍ତଙ୍କର ଦାସ ହୋଇଅଛି।</verse>
				<verse number="20">ଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ସହିତ ଇଦୁଦୀଙ୍କ ପରି ଆଚରଣ କରୁଛି। ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନଙ୍କୁ ଲାଭ କରିବା ପାଇଁ ମୁଁ କୌଣସି ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ବ୍ୟବସ୍ଥାର ଅଧୀନରେ ଥିବା ପରି ଆଚରଣ କରିଛି।</verse>
				<verse number="21">ସେହିପରି ଅଣଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାବେଳେ ଅଣଇହୁଦୀମାନଙ୍କ ପରି ବ୍ୟବସ୍ଥା ବହିର୍ଭୂତ ଆଚରଣ କରିଛି। ଏହାର ଅର୍ଥ ନୁହେଁ ଯେ, ମୁଁ ଈଶ୍ୱରଙ୍କ ବିଧିବିଧାନ ପାଳନ କରେ ନାହିଁ। ପ୍ରକୃତରେ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ।</verse>
				<verse number="22">ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ସେମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ପରି ହୋଇଛି। ଯେ କୌଣସି ଉପାୟରେ କେତେକଙ୍କୁ ରକ୍ଷା କରିବା ପାଇଁ ମୁଁ ବିଭିନ୍ନ ଭାବରେ ଆଚରଣ କରିଛି।</verse>
				<verse number="23">ମୁଁ ସୁସମାଚାର ପ୍ରଚାର କରି, ଏଥିରୁ ଆଶୀର୍ବାଦପ୍ରାପ୍ତ ହେବା ନିମନ୍ତେ ଏ ସବୁ କରିଥାଏ।</verse>
				<verse number="24">କ’ଣ ଜାଣ ନାହିଁ ଯେ, ପ୍ରତିଯୋଗିତାରେ ଅନେକେ ଅଂଶ ଗ୍ରହଣ କରନ୍ତି, କିନ୍ତୁ ଜଣେ ପୁରସ୍କୃତ ହୁଏ? ତୁମ୍ଭେମାନେ ଏପରି ଭାବରେ ଦୌଡ଼, ଯେପରି ପୁରସ୍କାର ଲାଭ କରି ପାରିବ।</verse>
				<verse number="25">କ୍ରୀଡ଼ା ପ୍ରତିଯୋଗୀମାନେ ତାଲିବେଳେ ସବୁ ବିଷୟରେ ସଂଯମ ଆଚରଣ କରନ୍ତି। ସେମାନେ ନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରି ଥାଆନ୍ତି। କିନ୍ତୁ ଆମେ ଅବିନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରିଥାଉ।</verse>
				<verse number="26">ସେଥିପାଇଁ ମୁଁ ସିଦ୍ଧାସଳଖ ଲକ୍ଷ୍ୟ ସ୍ଥଳ ନିକଟକୁ ଦୌଡ଼େ, ଜଣେ ମୁଷ୍ଟିଯୋଦ୍ଧା ପରି ମୁଁ ନିଜ ମୁଷ୍ଟିର ଆଘାତକୁ ଶୂନ୍ୟରେ ଛାଡ଼ି ଦେବାକୁ ଚାହେଁ ନାହିଁ।</verse>
				<verse number="27">ଅନ୍ୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ ମଧ୍ୟ ମୁଁ ନିଜେ ଯେପରି ଅଗ୍ରାହ୍ୟ ନ ହୁଏ, ଏଥିପାଇଁ କଷ୍ଟ ସହ୍ୟ କରି ଶରୀରକୁ କଠିନ କରିଛି ଓ ନିଜ ଆୟତ୍ତାଧୀନ କରି ରଖିଅଛି।</verse>
			</chapter>
			<chapter number="10">
				<verse number="1">ଭାଇମାନେ, ମୋଶାଙ୍କୁ ଅନୁସରଣ କରି ଆମ ପୂର୍ବପୁରୁଷମାନଙ୍କ ପ୍ରତି କ’ଣ ଘଟିଥିଲା, ତୁମ୍ଭେମାନେ ସ୍ମରଣ ରଖ, ଏହା ମୋର ଏକାନ୍ତ ଇଚ୍ଛା। ସେମାନେ ସମସ୍ତେ ମେଘ ଦ୍ୱାରା ସୁରକ୍ଷିତ ଥିଲେ, ଲୋହିତ ସାଗରକୁ ଅକ୍ଲେଶରେ ଅତିକ୍ରମ କଲେ।</verse>
				<verse number="2">ମୋଶାଙ୍କ ଅନୁସରଣକାରୀ ଭାବରେ ସେମାନେ ସମସ୍ତେ ମେଘ ଓ ସାଗରରେ ଜଳଦୀକ୍ଷା ପାଇଥିଲେ।</verse>
				<verse number="3">ସେମାନେ ସମସ୍ତେ ଏକ ଆଧ୍ୟାତ୍ମିକ ଖାଦ୍ୟ ଓ ପାନୀୟ ଗ୍ରହଣ କରିଥିଲେ,</verse>
				<verse number="4">କାରଣ ସେମାନଙ୍କ ସହିତ ଗତି କରୁଥିବା ଆଧ୍ୟାତ୍ମିକ ଶୈଳରୁ ସେମାନେ ଜଳପାନ କରୁଥିଲେ, ଆଉ ସେହି ଶୈଳ ସ୍ୱୟଂ ଖ୍ରୀଷ୍ଟ।</verse>
				<verse number="5">ତଥାପି ଈଶ୍ୱର ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ। ତେଣୁ ସେମାନଙ୍କ ମୃତ ଶରୀର ମରୁଭୂମିର ଚାରିଆଡ଼େ ଛିନ୍ନଭିନ୍ନ ହୋଇ ପଡ଼ିଥିଲା।</verse>
				<verse number="6">ସେମାନଙ୍କ ପ୍ରତି ଅସତ୍ ଚିନ୍ତା ନ କରିବା ପାଇଁ କିମ୍ବା ସେମାନଙ୍କ ମଧ୍ୟରୁ କେତେକଙ୍କ ପରି ପ୍ରତିମା ପୂଜା ନ କରିବା ପାଇଁ, ଏସବୁ ଦୃଷ୍ଟାନ୍ତ ସ୍ୱରୂପ ହୋଇ ଆମକୁ ଚେତାବନୀ ଦେଉଛି। ଧର୍ମଶାସ୍ତ୍ରରେ ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ ଓ ତା’ପରେ ଉଠି ରଙ୍ଗରସରେ ମାତିଲେ।”</verse>
				<verse number="7"></verse>
				<verse number="8">ସେମାନଙ୍କ ମଧ୍ୟରୁ କେତେକ ବ୍ୟଭିଚାର କରିବା ହେତୁ ଗୋଟିଏ ଦିନରେ ତେଇଶ ହଜାର ଲୋକ ମରିଥିଲେ। ସେପରି ପାପ ଆମେ ନ କରୁ।</verse>
				<verse number="9">ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।</verse>
				<verse number="10">ସେମାନଙ୍କ ମଧ୍ୟରୁ କେହି କେହି ଈଶ୍ୱରଙ୍କ ବିରୁଦ୍ଧରେ ବିକ୍ଷୋଭ କରି ସଂହାରକ ଦୂତ ଦ୍ୱାରା ଧ୍ୱଂସ ପାଇଥିଲେ। ତୁମ୍ଭେମାନେ ସେପରି ବିକ୍ଷୋଭ କର ନାହିଁ।</verse>
				<verse number="11">ସେମାନଙ୍କ ପାଇଁ ଏ ସବୁ ଘଟଣା ଅନ୍ୟମାନଙ୍କର ଦୃଷ୍ଟାନ୍ତ ସ୍ୱରୂପ ଘଟିଥିଲା ଏବଂ ଆମକୁ ସତର୍କ କରାଇବା ନିମନ୍ତେ ସେଗୁଡ଼ିକ ଲିଖିତ। କାରଣ ପ୍ରାୟ ଯୁଗାନ୍ତ ସମୟରେ ଆମେ ବାସ କରୁଅଛୁ।</verse>
				<verse number="12">ଯେ ଦୃଢ଼ ପ୍ରତିଷ୍ଠିତ ବୋଲି ଭାବେ, ସେ ସାବଧାନ ରହୁ। ତା’ର ଯେପରି ପତନ ନ ହୁଏ।</verse>
				<verse number="13">ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।</verse>
				<verse number="14">ସୁତରାଂ ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ପ୍ରତିମା ପୂଜା ପରିହାର କର।</verse>
				<verse number="15">ତୁମ୍ଭମାନଙ୍କୁ ବୁଦ୍ଧିମାନ ମନେକରି ମୁଁ ଏହା କହୁଛି, ମୁଁ ଯାହା କହୁଛି, ତାହା ବିବେଚନା କର।</verse>
				<verse number="16">ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।</verse>
				<verse number="17">ଆମେ ଅନେକ ହେଲେ ମଧ୍ୟ ରୋଟୀ ଏକ ହେବାରୁ ଆମେ ଏକ ଶରୀର ହେଉ, କାରଣ ଆମେ ସମସ୍ତେ ସେହି ଏକ ରୋଟୀରେ ଅଂଶ ଗ୍ରହଣ କରିଥାଉ।</verse>
				<verse number="18">ଏବ୍ରୀ ଜାତି କଥା ବିବେଚନା କର। ସେମାନଙ୍କ ମଧ୍ୟରୁ ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କ’ଣ ବେଦୀର ଉପାସନାରେ ଅଂଶ ଗ୍ରହଣ କରନ୍ତି ନାହିଁ?</verse>
				<verse number="19">ତେବେ ମୁଁ କ’ଣ କହୁଛି ଯେ, ପ୍ରତିମା ଓ ତା’ ଉଦ୍ଦେଶ୍ୟରେ ଉତ୍ସର୍ଗିତ ବଳିର କିଛି ମୂଲ୍ୟ ଅଛି?</verse>
				<verse number="20">ନା, କଦାପି ନୁହେଁ। ମୋର କହିବାର ଅର୍ଥ ହେଉଛି ଯେ, ପ୍ରତିମାପୂଜକମାନେ ଉତ୍ସର୍ଗ କରିଥିବା ବଳି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୁହେଁ, ତାହା ଶୟତାନ ଉଦ୍ଦେଶ୍ୟରେ ଅର୍ପିତ। ଶୟତାନ ସହିତ ତୁମ୍ଭମାନଙ୍କର କୌଣସି ସମ୍ପର୍କ ରହୁ ବୋଲି ମୁଁ ଚାହେଁ ନାହିଁ।</verse>
				<verse number="21">ପ୍ରଭୁ ଓ ଶୟତାନ, ଉଭୟଙ୍କ ପାନପାତ୍ରରୁ ତୁମ୍ଭେମାନେ ପାନ କରି ପାରିବ ନାହିଁ। ପ୍ରଭୁ ଓ ଶୟତାନ, ଉଭୟଙ୍କ ମେଜରେ ତୁମ୍ଭେମାନେ ଭୋଜନ କରି ପାରିବ ନାହିଁ।</verse>
				<verse number="22">ଆମେ କ’ଣ ପ୍ରଭୁଙ୍କ ମନରେ ଈର୍ଷା ଜନ୍ମାଇବା? ଆମେ କ’ଣ ଈଶ୍ୱରଙ୍କଠାରୁ ଅଧିଖ ଶକ୍ତିଶାଳୀ?</verse>
				<verse number="23">ସେମାନେ କହୁଛନ୍ତି, “ସବୁ କରିବା ପାଇଁ ଆମର ସ୍ୱାଧୀନତା ଅଛି।” ସତ କଥା, କିନ୍ତୁ ସବୁ ବିଷୟ ବିହିତ ନୁହେଁ। ଆମେ ସବୁ କରିପାରୁ, କିନ୍ତୁ ସବୁ ବିଷୟ ହିତଜନକ ନୁହେଁ।</verse>
				<verse number="24">କେବଳ ନିଜର ସ୍ୱାର୍ଥସିଦ୍ଧିରେ ନିବିଷ୍ଟ ନ ରହି, ଅନ୍ୟର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଉଚିତ୍।</verse>
				<verse number="25">ବିବେକକୁ ନିର୍ମଳ ରଖିବା ପାଇଁ କୌଣସି ପ୍ରଶ୍ନ ନ ପଚାରି ବଜାରରେ ବିକ୍ରି ହେଉଥିବା ମାଂସ ତୁମେ ସ୍ୱଚ୍ଛନ୍ଦରେ ଭୋଜନ କରିପାର,</verse>
				<verse number="26">କାରଣ ଶାସ୍ତ୍ର ବାକ୍ୟ ଅନୁଯାୟୀ, “ପୃଥିବୀ ଓ ତାହାର ସମସ୍ତ ବିଷୟ ପ୍ରଭୁଙ୍କର”।</verse>
				<verse number="27">ଅନ୍ୟ ମତାବଲମ୍ବୀ କେହି ଯଦି ତୁମକୁ ନିମନ୍ତ୍ରଣ କରେ ଏବଂ ତୁମେ ତାହା ଗ୍ରହଣ କର, ତେବେ ତୁମ ବିବେକ ହେତୁ କୌଣସି ପ୍ରଶ୍ନ ନ ପଚାରି, ଯାହା ପରିବେଷଣ କରାଯାଇଛି, ତାହା ଭୋଜନ କର।</verse>
				<verse number="28">କିନ୍ତୁ ତାହା ଦେବ ପ୍ରସାଦ ବୋଲି ଯଦି କେହି କହେ, ତାହାର ମଙ୍ଗଳ ପାଇଁ ଓ ବିବେକ ହେତୁ ତାହା ଖାଅ ନାହିଁ।</verse>
				<verse number="29">ଏଠାରେ ତୁମ୍ଭର ବିବେକ କଥା ମୁଁ କହୁ ନାହିଁ - ତାହାର ବିବେକ ପାଇଁ ଏ କଥା କହୁଛି। ତୁମ୍ଭେମାନେ ହୁଏତ ପ୍ରଶ୍ନ କରିପାର, “ଆମ ସ୍ୱାଧୀନତା ଉପରେ ଅନ୍ୟର ବିବେକ କାହିଁକି ହସ୍ତକ୍ଷେପ କରିବ?</verse>
				<verse number="30">ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଯେଉଁ ଖାଦ୍ୟ ଗ୍ରହଣ କରୁଛି, ସେହି ଖାଦ୍ୟ ପାଇଁ ମୋତେ କାହିଁକି କିଏ ସମାଲୋଚନା କରିବ?”</verse>
				<verse number="31">ତୁମେ ଖିଆପିଆ କିମ୍ବା ଯାହା କିଛି କର, ତାହା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କର।</verse>
				<verse number="32">ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।</verse>
				<verse number="33">ତୁମେ ମୋ’ ପରି ଆଚରଣ କର। ମୁଁ ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ। ନିଜର ଚିନ୍ତା ନ କରି, ଅନ୍ୟମାନଙ୍କର ପରିତ୍ରାଣ ଲାଭ ଉଦ୍ଦେଶ୍ୟରେ ସମସ୍ତଙ୍କର ମଙ୍ଗଳ କରୁଛି।</verse>
			</chapter>
			<chapter number="11">
				<verse number="1">ମୁଁ ଖ୍ରୀଷ୍ଟଙ୍କୁ ଅନୁକରଣ କଲା ପରି ତୁମ୍ଭେମାନେ ମୋତେ ଅନୁକରଣ କର।</verse>
				<verse number="2">ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି, କାରଣ ତୁମ୍ଭେମାନେ ମୋତେ ସବୁବେଳେ ସ୍ମରଣ କରୁଛ ଓ ମୁଁ ତୁମ୍ଭମାନଙ୍କୁ ଦେଇଥିବା ଶିକ୍ଷାସବୁ ପାଳନ କରୁଛ।</verse>
				<verse number="3">ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ।</verse>
				<verse number="4">ତେଣୁ ଯେଉଁ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେ ଖ୍ରୀଷ୍ଟଙ୍କର ଅବମାନନା କରେ।</verse>
				<verse number="5">ଅପର ପକ୍ଷରେ ଯେଉଁ ନାରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ତା’ ସ୍ୱାମୀର ଅବମାନନା କରେ। ସେହିଭଳି ନାରୀ, ମୁଣ୍ଡିତମସ୍ତକା ସ୍ତ୍ରୀ ଲୋକ ପରି।</verse>
				<verse number="6">କୌଣସି ନାରୀ ଯଦି ତା’ ମସ୍ତକ ଆଚ୍ଛାଦନ କରିବାକୁ ନ ଚାହେଁ, ତେବେ ତା’ ମସ୍ତକର କେଶ କଟାଯାଉ। କିନ୍ତୁ କେଶ କଟା ହେବା କିମ୍ବା ମୁଣ୍ଡିତ ହେବା, ନାରୀ ପକ୍ଷରେ ଲଜ୍ଜାଜନକ ହୋଇଥିବାରୁ, ସେ ମସ୍ତକ ଆଚ୍ଛାଦନ କରିବା ଉଚିତ।</verse>
				<verse number="7">ପୁରୁଷର ମସ୍ତକ ଆଚ୍ଛାଦନ କରିବା ଦରକାର ନାହିଁ, କାରଣ ଈଶ୍ୱରଙ୍କ ସାଦୃଶ୍ୟ ଓ ମହିମା ତା’ଠାରେ ପ୍ରତିଫଳିତ। କିନ୍ତୁ ନାରୀଠାରେ ପୁରୁଷର ମହିମା ପ୍ରତିଫଳିତ।</verse>
				<verse number="8">ନାରୀ ପୁରୁଷଠାରୁ ସୃଷ୍ଟ; କିନ୍ତୁ ପୁରୁଷ ନାରୀଠାରୁ ସୃଷ୍ଟ ନୁହେଁ।</verse>
				<verse number="9">ପୁଣି ପୁରୁଷର ସୃଷ୍ଟି ନାରୀ ନିମିତ୍ତ ନୁହେଁ; ମାତ୍ର ନାରୀର ସୃଷ୍ଟି ପୁରୁଷ ନିମିତ୍ତ। ଏଥିପାଇଁ ପୁରୁଷର କର୍ତ୍ତୃତ୍ୱ ନାରୀ ଉପରେ ଅଛି।</verse>
				<verse number="10">ଏହାର ନିଦର୍ଶନ ସ୍ୱରୂପେ ଓ ସ୍ୱର୍ଗଦୂତମାନଙ୍କ ହେତୁ ନାରୀ ମସ୍ତକ ଆଚ୍ଛାଦନ କରିବା ଉଚିତ।</verse>
				<verse number="11">ସେ ଯାହାହେଉ, ପ୍ରଭୁଙ୍କର ନିକଟରେ ପୁରୁଷ, ନାରୀଠାରୁ ସ୍ୱତନ୍ତ୍ର ନୁହେଁ, କିମ୍ବା ନାରୀ, ପୁରୁଷଠାରୁ ସ୍ୱତନ୍ତ୍ର ନୁହେଁ,</verse>
				<verse number="12">କାରଣ ନାରୀ, ପୁରୁଷଠାରୁ ଉତ୍ପନ୍ନ, ସେହି ନାରୀ, ପୁରୁଷର ଜନ୍ମଦାତ୍ରୀ ଏବଂ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର।</verse>
				<verse number="13">ତୁମ୍ଭେମାନେ ନିଜେ ବିବେଚନା କର। ସର୍ବସାଧାରଣ ଉପାସନାରେ ଅନାବୃତ ମସ୍ତକରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, କ’ଣ ନାରୀ ପାଇଁ ଶୋଭନୀୟ?</verse>
				<verse number="14">ପ୍ରକୃତି କ’ଣ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ନାହିଁ ଯେ, ଦୀର୍ଘ କେଶ ପୁରୁଷର ଲଜ୍ଜାଜନକ,</verse>
				<verse number="15">କିନ୍ତୁ ଏହା ସ୍ତ୍ରୀର ଗର୍ବର ବିଷୟ? ଏହି ଦୀର୍ଘ କେଶ ତା’ର ଆବରଣ ନିମନ୍ତେ ଦିଆଯାଇଛି।</verse>
				<verse number="16">ଯଦି ଏହି ବିଷୟରେ କେହି ଯୁକ୍ତିତର୍କ କରିବାକୁ ଇଚ୍ଛା କରେ, ତେବେ ତାକୁ ମୋର ଏତିକି ବକ୍ତବ୍ୟ, ଆମ ମଧ୍ୟରେ କିମ୍ବା ଈଶ୍ୱରଙ୍କ ଉପାସନା ମଣ୍ଡଳୀମାନଙ୍କରେ ଉପାସନା ସମ୍ପର୍କରେ ଅନ୍ୟ କୌଣସି ପ୍ରଥା ନାହିଁ।</verse>
				<verse number="17">ନିମ୍ନରେ ତୁମ୍ଭମାନଙ୍କୁ ଆଉ କେତୋଟି ନିର୍ଦ୍ଦେଶ ଦେବାବେଳେ ମୁଁ ତୁମର ପ୍ରଶଂସା କରି କିଛି କହି ପାରିବି ନାହିଁ। ତୁମ୍ଭେମାନେ ଉପାସନା ପାଇଁ ଏକତ୍ରିତ ହେବା ସମୟରେ, ଏହା ତୁମ ପକ୍ଷରେ ହିତକର ନ ହୋଇ ଅନିଷ୍ଟଜନକ ହେଉଛି।</verse>
				<verse number="18">ପ୍ରଥମତଃ, ମୁଁ ଖବର ପାଇଛି ଯେ, ଉପାସନାଳୟରେ ଏକ୍ରତିତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ସୃଷ୍ଟି ହେଉଛି। ଏହା ଆଂଶିକ ଭାବରେ ସତ୍ୟ ବୋଲି ମୋର ବିଶ୍ୱାସ।</verse>
				<verse number="19">(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)</verse>
				<verse number="20">ତୁମ୍ଭେମାନେ ଗୋଟିଏ ଦଳ ସ୍ୱରୂପେ ଏକତ୍ରିତ ହୋଇ ଯେଉଁ ଭୋଜନରେ ଅଂଶୀ ହେଉଛ, ତାହା “ପ୍ରଭୁଭୋଜ ନୁହେଁ,”</verse>
				<verse number="21">କାରଣ ସେତେବେଳେ ତୁମ୍ଭେମାନେ ପ୍ରତ୍ୟେକେ ନିଜ ନିଜ ଆହାର ଭୋଜନ କରିବାରେ ବ୍ୟସ୍ତ ଥାଅ। ଫଳରେ ଜଣେ କ୍ଷୁଧାର୍ତ୍ତ ଥିଲାବେଳେ, ଅନ୍ୟ ଜଣେ ମାତାଲ ହୋଇ ପଡ଼େ।</verse>
				<verse number="22">ଭୋଜନ ପାନ କରିବା ପାଇଁ ତୁମର କ’ଣ ନିଜର ଘର ନାହିଁ? ଅଥବା ଈଶ୍ୱରଙ୍କ ମଣ୍ଡଳୀକୁ ତୁଚ୍ଛ ଜ୍ଞାନ କରିବା ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଅପମାନ ଦେବା, କଅଣ ତୁମର ଉଦ୍ଦେଶ୍ୟ? ମୁଁ ତୁମ୍ଭମାନଙ୍କୁ ଏ ବିଷୟରେ କ’ଣ କହିବି? କ’ଣ ତୁମ୍ଭମାନଙ୍କୁ ପ୍ରଶଂସା କରିବି? ନା, ଏ କ୍ଷେତ୍ରରେ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରି ପାରିବି ନାହିଁ।</verse>
				<verse number="23">ଏ ସମ୍ପର୍କରେ ପ୍ରଭୁଙ୍କଠାରୁ ମୁଁ ଯେଉଁ ନିର୍ଦ୍ଦେଶ ପାଇଛି, ତୁମ୍ଭମାନଙ୍କୁ ଜଣାଉଛି। ପ୍ରଭୁ ଯୀଶୁ ଶତ୍ରୁମାନଙ୍କ ହାତରେ ସମର୍ପିତ ହେବା ରାତିରେ ରୋଟୀ ନେଇ ଈଶ୍ୱରଙ୍କ ଧନ୍ୟବାଦ କଲେ,</verse>
				<verse number="24">ତାହା ଭାଙ୍ଗି କହିଲେ, “ଏହି ହେଉଛି ତୁମ୍ଭମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ଏହା କର।”</verse>
				<verse number="25">ଭୋଜନ ପରେ ସେହିପରି ପାନପାତ୍ର ଉଠାଇ ସେ କହିଲେ, “ଏହି ପାନପାତ୍ର ମୋର ରକ୍ତରେ ପ୍ରତିଷ୍ଠିତ ଈଶ୍ୱରଙ୍କ ନୂତନ ନିୟମ। ତୁମ୍ଭେମାନେ ଯେତେ ଥର ଏହି ପାନପାତ୍ରରୁ ପାନ କରିବ, ସେତେ ଥର ମୋତେ ସ୍ମରଣ କରିବାକୁ ଏହା କରିବ।”</verse>
				<verse number="26">ଏଥିରୁ ଏହା ଜଣାପଡ଼ୁଛି ଯେ, ତୁମ୍ଭେମାନେ ଯେତେ ଥର ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ବାର୍ତ୍ତା ଘୋଷଣା କରିଥାଅ।</verse>
				<verse number="27">ସୁତରାଂ ଯେ ଅଯୋଗ୍ୟ ଭାବରେ ପ୍ରଭୁଙ୍କ ସ୍ମାରକୀ ରୋଟୀ ଭୋଜନ କରେ ଏବଂ ପାନପାତ୍ରରୁ ପାନ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତ ବିରୁଦ୍ଧରେ ପାପ କରିବ।</verse>
				<verse number="28">ତେଣୁ ଏହି ରୋଟୀ ଭୋଜନ କରିବା ପୂର୍ବରୁ ଓ ପାନପାତ୍ରରୁ ପାନ କରିବା ପୂର୍ବରୁ ପ୍ରତ୍ୟେକେ ଆତ୍ମପରୀକ୍ଷା କରନ୍ତୁ।</verse>
				<verse number="29">କାରଣ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଶରୀରର ପ୍ରକୃତ ଅର୍ଥ ନ ବୁଝି ଭୋଜନ କରେ ଓ ପାନ କରେ, ସେ ନିଶ୍ଚୟ ଦଣ୍ଡନୀୟ ହେବ।</verse>
				<verse number="30">ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରୁ ଆଜି ଅନେକେ ଦୁର୍ବଳ, ରୋଗାକ୍ରାନ୍ତ ଓ ମୃତ୍ୟୁମୁଖରେ ପଡ଼ିଛନ୍ତି।</verse>
				<verse number="31">ପ୍ରଥମରୁ ଆତ୍ମବିଶ୍ଲେଷଣ କରି କାର୍ଯ୍ୟ କଲେ, ଆମେ ଈଶ୍ୱରଙ୍କ ଦଣ୍ଡ ଭୋଗ କରିବା ନାହିଁ,</verse>
				<verse number="32">କିନ୍ତୁ ଜଗତର ଅନ୍ତିମ ଦଣ୍ଡରୁ ଆମକୁ ରକ୍ଷା କରିବା ପାଇଁ ଈଶ୍ୱର ଆମକୁ କ୍ଲେଶ ଦେଇ ସଂଶୋଧନ କରୁଛନ୍ତି।</verse>
				<verse number="33">ସୁତରାଂ ବନ୍ଧୁଗଣ, ତୁମେମାନେ ପ୍ରଭୁଭୋଜ ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।</verse>
				<verse number="34">ତୁମ୍ଭମାନଙ୍କର ସମାବେଶ ଯେପରି ଦଣ୍ଡର କାରଣ ନ ହୁଏ, ସେଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରି ଆସୁ। ଅନ୍ୟାନ୍ୟ ବିଷୟ ସବୁ ମୁଁ ଗଲେ ବୁଝାଇ ଦେବି।</verse>
			</chapter>
			<chapter number="12">
				<verse number="1">ଭାଇମାନେ, ପବିତ୍ରଆତ୍ମାଙ୍କ ଦାନସମୂହ ବିଷୟରେ ମୁଁ ତୁମ୍ଭମାନଙ୍କୁ ପ୍ରକୃତ ସତ୍ୟ ଜଣାଇବାକୁ ଚାହେଁ।</verse>
				<verse number="2">ତୁମ୍ଭେମାନେ ଜାଣ ଯେ, ଅଣବିଶ୍ୱାସୀ ଥିଲାବେଳେ, ନିର୍ଜୀବ ପ୍ରତିମାମାନଙ୍କୁ ପୂଜା କରି ତୁମ୍ଭେମାନେ ବିପଥଗାମୀ ହୋଇଥିଲ।</verse>
				<verse number="3">ସେଥିପାଇଁ ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ ହୋଇ କେହି କହି ପାରେନା, “ଯୀଶୁ ଅଭିଶପ୍ତ”; ପୁଣି ପବିତ୍ର୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ନ ହେଲେ, କେହି ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିପାରେ ନାହିଁ।</verse>
				<verse number="4">ଆତ୍ମିକ ଦାନ ବିଭିନ୍ନ ପ୍ରକାର, କିନ୍ତୁ ସେହି ଏକ ଆତ୍ମା ସେସବୁ ପ୍ରଦାନ କରନ୍ତି।</verse>
				<verse number="5">ବିଭିନ୍ନ ଭାବରେ ସେବା କରାଯାଉଥିଲେ ସୁଦ୍ଧା ଏକ ପ୍ରଭୁଙ୍କର ସେବା ହୁଏ।</verse>
				<verse number="6">କାର୍ଯ୍ୟ କରିବାର ଶକ୍ତି ବିଭିନ୍ନ ଧରଣର, କିନ୍ତୁ ଏକ ଈଶ୍ୱର ସେହିସବୁ ଶକ୍ତି ଯୋଗାଇ ଥାଆନ୍ତି।</verse>
				<verse number="7">ସମସ୍ତଙ୍କର ମଙ୍ଗଳ ସାଧନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ପବିତ୍ରଆତ୍ମାଙ୍କ ଶକ୍ତି ବିଭିନ୍ନ ଭାବରେ ପ୍ରକାଶିତ ହୁଏ।</verse>
				<verse number="8">ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।</verse>
				<verse number="9">ସେହି ଏକ ପବିତ୍ରଆତ୍ମା କାହାକୁ ଦିଅନ୍ତି ବିଶ୍ୱାସ ଓ କାହାକୁ ଦିଅନ୍ତି ଆରୋଗ୍ୟ କରିବାର ଶକ୍ତି;</verse>
				<verse number="10">କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।</verse>
				<verse number="11">କିନ୍ତୁ ଏସବୁ ସେହି ଏକ ଆତ୍ମା ହିଁ କରିଥା’ନ୍ତି। ସେ ନିଜର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ବିଭିନ୍ନ ବିଷୟ ଦାନ କରନ୍ତି।</verse>
				<verse number="12">ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।</verse>
				<verse number="13">ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।</verse>
				<verse number="14">ଶରୀର ଗୋଟିଏ ଅଙ୍ଗରେ ଗଢ଼ା ନୁହେଁ। ଏହା ଅନେକ ଅଙ୍ଗର ସମଷ୍ଟି।</verse>
				<verse number="15">ପାଦ ଯଦି କୁହେ, “ମୁଁ ହାତ ନୁହେଁ, ତେଣୁ ଶରୀରର ଅଂଶବିଶେଷ ନୁହେଁ,” ତେବେ ଏହି କାରଣରୁ ତାହା ଶରୀର ଅନ୍ତର୍ଭୁକ୍ତ ନ ହୋଇ ରହିପାରିବ ନାହିଁ।</verse>
				<verse number="16">କାନ ଯଦି କୁହେ, “ମୁଁ ଆଖି ନୁହେଁ, ତେଣୁ ଶରୀରର ଅଂଶବିଶେଷ ନୁହେଁ”; ତେବେ ଏହି କାରଣରୁ ସେ ମଧ୍ୟ ଶରୀରରୁ ପୃଥକ୍ ହୋଇ ରହିପାରିବ ନାହିଁ।</verse>
				<verse number="17">ସମସ୍ତ ଶରୀର ଯଦି କେବଳ ଆଖି ହୁଏ, ତେବେ ଶୁଣାଯିବ କିପରି? ପୁଣି ତାହା ଯଦି କେବଳ କାନ ହୁଏ, ତେବେ ଆଘ୍ରାଣ କରାଯିବ କିପରି?</verse>
				<verse number="18">ପ୍ରକୃତ ପକ୍ଷେ, ଈଶ୍ୱର ବିଭିନ୍ନ ଅଂଶକୁ ଶରୀରର ବିଭିନ୍ନ ସ୍ଥାନରେ ନିଜ ଇଚ୍ଛା ଅନୁଯାୟୀ ଖଞ୍ଜିଛନ୍ତି।</verse>
				<verse number="19">ସେସବୁ କେବଳ ଗୋଟିଏ ଅଙ୍ଗ ହୋଇଥିଲେ, ଶରୀର ସମ୍ଭବ ହୁଅନ୍ତା କିପରି?</verse>
				<verse number="20">ତେଣୁ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ମଧ୍ୟ ଶରୀର ଏକ।</verse>
				<verse number="21">ସୁତରାଂ ଆଖି ହାତକୁ କହି ପାରିବ ନାହିଁ, “ମୁଁ ତୁମକୁ ଦରକାର କରେନା।” କିମ୍ବା ମୁଣ୍ଡ ପାଦ ଦୁଇଟିକୁ କହ ପାରିବ ନାହିଁ, “ତୁମଠାରେ ମୋର କିଛି ପ୍ରୟୋଜନ ନାହିଁ।”</verse>
				<verse number="22">ଅନ୍ୟ ପକ୍ଷରେ, ଶରୀରରେ ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ମନେହୁଏ, ସେଗୁଡ଼ିକ ଅପରିହାର୍ଯ୍ୟ।</verse>
				<verse number="23">ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ ବିଶେଷ ପ୍ରୟୋଜନ ବୋଲି ମନେକରୁ ନାହୁଁ, ସେଗୁଡ଼ିକର ଆମେ ଅଧିକ ଯତ୍ନ ନେଉ। ପୁଣି ଶରୀରର ଅସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ମନୋଯୋଗୀ,</verse>
				<verse number="24">ଅଥଚ ଶରୀରର ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗ ପ୍ରତି ଆମେ ସେତେ ମନୋଯୋଗୀ ହୋଇ ନ ଥାଉ। ଈଶ୍ୱର ନିଜେ ଶରୀରକୁ ଏପରି ଭାବରେ ଗଠନ କରିଛନ୍ତି ଯେ, ଯେଉଁ ଅଙ୍ଗଗୁଡ଼ିକର ଯତ୍ନ ଆବଶ୍ୟକ, ବାସ୍ତବିକ୍ ସେଗୁଡ଼ିକ ଅଧିକ ସମାଦୃତ।</verse>
				<verse number="25">ତେଣୁ ଶରୀର ମଧ୍ୟରେ କୌଣସି ବିଭେଦ ସୃଷ୍ଟି ହୁଏ ନାହିଁ, ବରଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ପରସ୍ପରର ଆବଶ୍ୟକତା ବୁଝନ୍ତି।</verse>
				<verse number="26">ଶରୀରର ଗୋଟିଏ ଅଙ୍ଗରେ ଯନ୍ତ୍ରଣା ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଯନ୍ତ୍ରଣା ଅନୁଭବ କରନ୍ତି। ଗୋଟିଏ ଅଙ୍ଗ ଗୌରବାନ୍ୱିତ ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଆନନ୍ଦର ଭାଗୀ ହୁଅନ୍ତି।</verse>
				<verse number="27">ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।</verse>
				<verse number="28">ମଣ୍ଡଳୀରେ ଈଶ୍ୱର ପ୍ରଥମତଃ ପ୍ରେରିତ ଶିଷ୍ୟମାନଙ୍କୁ, ଦ୍ୱିତୀୟତଃ ଭବିଷ୍ୟତ୍ବକ୍ତାମାନଙ୍କୁ, ତୃତୀୟତଃ ଶିକ୍ଷାଗୁରୁମାନଙ୍କୁ ନିଯୁକ୍ତ କରି ଅଛନ୍ତି। ତା’ପରେ ଅଲୌକିକ କାର୍ଯ୍ୟସାଧନକାରୀ, ରୋଗ ସୁସ୍ଥକାରୀ, ସାହାଯ୍ୟକାରୀ, ପ୍ରଶାସନ କାର୍ଯ୍ୟରେ ଦକ୍ଷ ଏବଂ ବିଭିନ୍ନ ଭାଷାରେ କଥା କହିବା ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଅଛନ୍ତି।</verse>
				<verse number="29">ସେମାନେ ସମସ୍ତେ ପ୍ରେରିତ ଶିଷ୍ୟ, ଭବିଷ୍ୟତ୍ବକ୍ତା କିମ୍ବା ଶିକ୍ଷକ ନୁହଁନ୍ତି।</verse>
				<verse number="30">ସମସ୍ତେ ରୋଗ ସୁସ୍ଥ କରିବାକୁ, ବିଭିନ୍ନ ଭାଷାରେ କଥା କହବାକୁ ଏବଂ ସେ ସବୁର ଅର୍ଥ ବୁଝାଇବାକୁ ପାରିବେ ନାହିଁ।</verse>
				<verse number="31">ତୁମ୍ଭେମାନେ ଉକ୍ରୃଷ୍ଟ ଦାନଗୁଡ଼ିକ ପାଇବା ନିମନ୍ତେ ଉଦ୍ଯୋଗୀ ହୁଅ। ମୁଁ ତୁମ୍ଭମାନଙ୍କୁ ଏହାଠାରୁ ଉକ୍ରୃଷ୍ଟତର ଏକ ପନ୍ଥା ଦେଖାଇବି।</verse>
			</chapter>
			<chapter number="13">
				<verse number="1">ମୁଁ ମନୁଷ୍ୟମାନଙ୍କର ତଥା ସ୍ୱର୍ଗଦୂତମାନଙ୍କ ଭାଷାରେ କଥା କହି ପାରିଲେ ସୁଦ୍ଧା, ମୋ’ ହୃଦୟରେ ପ୍ରେମ ନ ଥିଲେ, ମୁଁ କେବଳ ଗୋଟିଏ ଶବ୍ଦାୟମାନ ପିଟା ଘଣ୍ଟା, କିଅବା ଝଣତ୍କାର କରୁଥିବା ଗୋଟିଏ କରତାଳ।</verse>
				<verse number="2">ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।</verse>
				<verse number="3">ଯଦିବା ମୋର ସର୍ବସ୍ୱ ଦାନ କରିପାରେ କିମ୍ବା ଅଗ୍ନିରେ ଦଗ୍ଧ ହେବା ପାଇଁ ମୋ’ ଶରୀରକୁ ବିସର୍ଜନ କରି ଦିଏ, ତଥାପି ଯଦି ମୋ’ ହୃଦୟରେ ପ୍ରେମ ନାହିଁ, ସେସବୁ ମୋ’ ପାଇଁ ବୃଥା।</verse>
				<verse number="4">ପ୍ରେମ ଧୈର୍ଯ୍ୟଶୀଳ ଓ ସଦୟ, ପ୍ରେମ ଈର୍ଷାପର, ଆତ୍ମାଭିମାନୀ ବା ଅହଙ୍କାରୀ ନୁହେଁ।</verse>
				<verse number="5">ପ୍ରେମ ଋକ୍ଷ ସ୍ୱଭାବ ବା ସ୍ୱାର୍ଥପର ନୁହେଁ, ଅଯଥା ବିରକ୍ତ ହୁଏ ନାହିଁ। ପ୍ରେମ ତା’ ପ୍ରତି କରାଯାଇଥିବା ଅନ୍ୟାୟର ହିସାବ ରଖେ ନାହିଁ।</verse>
				<verse number="6">ପ୍ରେମ ଅଧର୍ମରେ ଆନନ୍ଦ କରେ ନାହିଁ, ସତ୍ୟରେ ତା’ର ଆନନ୍ଦ। ପ୍ରେମ ସବୁ କିଛି ସହ୍ୟ କରେ।</verse>
				<verse number="7">ତା’ର ଅସୀମ ବିଶ୍ୱାସ, ଅଦମ୍ୟ ଭରସା; କୌଣସି ପରିସ୍ଥିତିରେ ସେ ଧୈର୍ଯ୍ୟଚ୍ୟୁତ ହୁଏ ନାହିଁ।</verse>
				<verse number="8">ପ୍ରେମ ଚିରସ୍ଥାୟୀ। ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କ୍ଷଣିକ। ଅଲୌକିକ ଭାଷାରେ କଥା କହିବା ଶକ୍ତି କ୍ଷୟ ପାଇବ, ମନୁଷ୍ୟ ଜ୍ଞାନର ବିଲୋପ ଘଟିବ।</verse>
				<verse number="9">କାରଣ ଆମର ଜ୍ଞାନ ଓ ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କରିବା ପାଇଁ ଆମ ଶକ୍ତି ଅସମ୍ପୂର୍ଣ୍ଣ।</verse>
				<verse number="10">କିନ୍ତୁ ସମସ୍ତ ବିଷୟର ସମ୍ପୂର୍ଣ୍ଣତା ଉପସ୍ଥିତ ହେଲେ, ଏହି ଆଂଶିକ ବିଷୟସବୁ ଲୋପ ପାଇବ।</verse>
				<verse number="11">ମୁଁ ଶିଶୁ ଥିଲାବେଳେ ମୋର କଥାବାର୍ତ୍ତା, ଅନୁଭୂତି ଓ ଚିନ୍ତାଧାରା ଶିଶୁସୁଲଭ ଥିଲା। କିନ୍ତୁ ବୟଃପ୍ରାପ୍ତ ହେଲା ପରେ ବର୍ତ୍ତମାନ ମୁଁ ଆଉ ଶିଶୁ ପରି ଆଚରଣ କରୁ ନାହିଁ।</verse>
				<verse number="12">ବର୍ତ୍ତମାନ ଆମେ ଯାହା ଦେଖୁଛୁ, ତାହା ଦର୍ପଣରେ ଦେଖାଯାଉଥିବା ଅସ୍ପଷ୍ଟ ପ୍ରତିବିମ୍ବ ପରି। କିନ୍ତୁ ଦିନ ଆସିବ, ଯେତେବେଳେ ତାହା ଆମେ ମୁହାଁମୁହିଁ ହୋଇ ଦେଖିବା। ବର୍ତ୍ତମାନ ମୁଁ ଯାହା ଜାଣୁଛି, ତାହା କେବଳ ଆଂଶିକ। ଈଶ୍ୱର ମୋତେ ସମ୍ପୂର୍ଣ୍ଣଭାବେ ଜାଣିଲା ପରି ସେତେବେଳେ ମୋର ଜ୍ଞାନ ମଧ୍ୟ ସମ୍ପୂର୍ଣ୍ଣ ହେବ।</verse>
				<verse number="13">ବିଶ୍ୱାସ, ଭରସା ଓ ପ୍ରେମ - ଏହି ତିନୋଟି ସ୍ଥାୟୀ ବିଷୟ ମଧ୍ୟରେ ପ୍ରେମ ହିଁ ଶ୍ରେଷ୍ଠ।</verse>
			</chapter>
			<chapter number="14">
				<verse number="1">ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।</verse>
				<verse number="2">ଯେ ଅଲୌକିକ ଭାଷାରେ କଥା କହେ, ସେ ମନୁଷ୍ୟ ସହିତ କଥା କହେ ନାହିଁ - ଈଶ୍ୱରଙ୍କ ଉଦ୍ଦେଶ୍ୟରେ କହେ। ତା’ କଥା କେହି ବୁଝି ପାରନ୍ତି ନାହିଁ। ସେ ଆତ୍ମାଙ୍କ ଶକ୍ତିରେ ନିଗୂଢ଼ ତଥ୍ୟସବୁ କହେ।</verse>
				<verse number="3">କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ, ସେ ତାହା ଲୋକମାନଙ୍କୁ କହେ, ତଦ୍ଦ୍ୱାରା ସେମାନଙ୍କୁ ସାହାଯ୍ୟ, ଉତ୍ସାହ ଓ ସାନ୍ତ୍ୱନା ଦେଇଥାଏ।</verse>
				<verse number="4">ଯେ ଅଲୌକିକ ଭାଷାରେ କଥା କହେ, ସେ କେବଳ ନିଜ ପାଇଁ ତାହା କରେ; କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ସମସ୍ତ ମଣ୍ଡଳୀକୁ ସାହାଯ୍ୟ କରେ।</verse>
				<verse number="5">ତୁମ୍ଭେମାନେ ସମସ୍ତେ ଅଲୌକିକ ଭାଷାରେ କଥା କହିଲେ, ମୁଁ ଖୁସି ହେବି, କିନ୍ତୁ ମୁଁ ଚାହେଁ, ତୁମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ପାଅ। ଅଲୌକିକ ଭାଷାରେ କଥା କହିବା, ମଣ୍ଡଳୀ ପାଇଁ ଉପାଦେୟ ହେବ; ଯଦି କେହି ତା’ର ଅର୍ଥ ବ୍ୟାଖ୍ୟା କରି ବୁଝାଇ ଦିଏ, ନଚେତ୍ ଅଲୌକିକ ଭାଷାରେ କଥା କହିବାଠାରୁ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶ୍ରେଷ୍ଠତର।</verse>
				<verse number="6">ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଆସି ଅଲୌକିକ ଭାଷାରେ କଥା କହେ, ଅଥଚ ଈଶ୍ୱରଙ୍କଠାରୁ କୌଣସି ପ୍ରତ୍ୟାଦେଶ କିମ୍ବା ବାର୍ତ୍ତା କିମ୍ବା କୌଣସି ଶିକ୍ଷଣୀୟ ବିଷୟ ପ୍ରକାଶ ନ କରେ, ତେବେ ତୁମ୍ଭମାନଙ୍କର କି ଉପକାର ହେବ?</verse>
				<verse number="7">ବଂଶୀ ବା ବୀଣା ପରି ନିର୍ଜୀବ ବାଦ୍ୟ ଯନ୍ତ୍ର ଯଦି ଠିକ୍ ସୁରରେ ନ ବାଜେ, ତେବେ ସେଥିରେ କ’ଣ ବାଜୁଛି, କେହି କଅଣ ଜାଣି ପାରିବ?</verse>
				<verse number="8">ତୂରୀ ଧ୍ୱନିର ସଙ୍କେତ ଅସ୍ପଷ୍ଟ ହେଲେ, କିଏ କାହିଁକି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ?</verse>
				<verse number="9">ସେହିପରି, ଯଦି ଅଜଣା ଭାଷାରେ କଥା କୁହ, ତେବେ ତାକୁ କିଏ ବୁଝିବ? ଏହା ପବନକୁ କହିଲା ପରି ହେବ।</verse>
				<verse number="10">ଜଗତରେ ଅନେକ ଭାଷା ଅଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଅର୍ଥଶୂନ୍ୟ ନୁହେଁ।</verse>
				<verse number="11">ଯଦି ମୋ’ ସହିତ କଥାବାର୍ତ୍ତା ହେଉଥିବା ବ୍ୟକ୍ତିର ଭାଷା ମୁଁ ବୁଝିପାରେ ନାହିଁ, ତେବେ ସେହି ବ୍ୟକ୍ତି ମୋ’ ନିକଟରେ ଅଚିହ୍ନା ଲୋକ ପରି ହେବ, ମୁଁ ମଧ୍ୟ ତାଙ୍କ ନିକଟରେ ଅଚିହ୍ନା ଲୋକ ପରି ହେବି।</verse>
				<verse number="12">ତୁମ୍ଭେମାନେ ବିଭିନ୍ନ ଆତ୍ମିକଦାନ ପାଇବାକୁ ଆଗ୍ରହାନ୍ୱିତ ଥିବାରୁ, ତନ୍ମଧ୍ୟରୁ ଯେଉଁସବୁ ମଣ୍ଡଳୀର ପୁଷ୍ଟି ସାଧନ କରିପାରେ, ସେଗୁଡ଼ିକର ବହୁଳ ବ୍ୟବହାର ପାଇଁ ଚେଷ୍ଟା କର।</verse>
				<verse number="13">ତେଣୁ ଯେ ଅଲୌକିକ ଭାଷାରେ କଥା କୁହେ, ସେ ଏହାର ଅର୍ଥ ବ୍ୟାଖ୍ୟା କରିବା ଶକ୍ତି ପାଇବାକୁ ପ୍ରାର୍ଥନା କରୁ।</verse>
				<verse number="14">ଯଦି ମୁଁ ଅଲୌକିକ ଭାଷାରେ ପ୍ରାର୍ଥନା କରେ, କେବଳ ମୋର ଅନ୍ତରାତ୍ମା ତାହା କରେ, ମୋର ବୋଧ ଶକ୍ତି ସେଥିରେ ସକ୍ରିୟ ନ ଥାଏ।</verse>
				<verse number="15">ତେବେ ମୁଁ କ’ଣ କରିବି? ମୁଁ ମୋ’ ଆତ୍ମାର ପ୍ରେରଣାରେ ପ୍ରାର୍ଥନା କରିବି, କିନ୍ତୁ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ପ୍ରୟୋଗ କରି ମଧ୍ୟ ପ୍ରାର୍ଥନା କରିବି। ମୁଁ ମୋର ଆତ୍ମାର ପ୍ରେରଣାରେ ଗୀତ ଗାଇବି, କିନ୍ତୁ ତାହା ସହିତ ମନ ଧ୍ୟାନ ଦେଇ ଗୀତ ଗାଇବି।</verse>
				<verse number="16">ତା’ ନ ହେଲେ ଈଶ୍ୱରଙ୍କୁ କେବଳ ତୁମ ଆତ୍ମାର ଉଚ୍ଛ୍ୱାସରେ କୃତଜ୍ଞତା ଜ୍ଞାପନ ଭଲାବେଳେ, ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ଲୋକ କିପରି ତୁମ ସହିତ ‘ଆମେନ୍’ (ତଥାସ୍ତୁ) କହିବ? କାରଣ ତୁମେ କ’ଣ କହୁଛ, ତାହା ସେ ଜାଣିପାରେ ନାହିଁ।</verse>
				<verse number="17">ତୁମେ ଉତ୍ତମ ଭାବରେ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଥିଲେ ସୁଦ୍ଧା, ତାହା ଦ୍ୱାରା ସେହି ଲୋକଟି କୌଣସି ପ୍ରକାରେ ଉପକୃତ ହୋଇ ପାରିବ ନାହିଁ।</verse>
				<verse number="18">ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, କାରଣ ମୁଁ ତୁମ ସମସ୍ତଙ୍କଠାରେ ଅଧିକ ମାତ୍ରାରେ ଅଲୌକିକ ଭାଷା କହିପାରେ।</verse>
				<verse number="19">କିନ୍ତୁ ମଣ୍ଡଳୀର ଉପାସନାରେ ଅଲୌକିକ ଭାଷାରେ ହଜାର ହଜାର ଶବ୍ଦ ବ୍ୟବହାର ନ କରି ବରଂ ସମସ୍ତଙ୍କର ବୋଧଗମ୍ୟ ହେବା ଭଳି ପାଞ୍ଚଟି ଶବ୍ଦ କହିବା ଉଚିତ୍ ବୋଲି ମୁଁ ମନେକରେ।</verse>
				<verse number="20">ଭାଇମାନେ, ଚିନ୍ତାଧାରାରେ ଶିଶୁ ପରି ହୁଅ ନାହିଁ। ମନ୍ଦ ବିଷୟ ପ୍ରତି ଶିଶୁ ପରି ହୁଅ; କିନ୍ତୁ ବୁଦ୍ଧି ବିଚାରରେ ତୁମ୍ଭେମାନେ ପୂର୍ଣ୍ଣ ବୟସ୍କ ହେବା ଉଚିତ୍।</verse>
				<verse number="21">ଧର୍ମଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଅଜଣା ଭାଷା କହୁଥିବା ବିଦେଶୀୟମାନଙ୍କ ମୁଖରେ ମୁଁ ଏହି ଜାତି ସହିତ କଥା କହିବି। ତଥାପି ସେମାନେ ମୋ’ କଥା ଶୁଣିବେ ନାହିଁ।”</verse>
				<verse number="22">ସୁତରାଂ ଅଲୌକିକ ଭାଷା କହିବା ଶକ୍ତି ବିଶ୍ୱାସୀମାନଙ୍କ ପାଇଁ କୌଣସି ବିଷୟର ନିଦର୍ଶନ ସ୍ୱରୂପ ନୁହେଁ। ତାହା କେବଳ ଅବିଶ୍ୱାସୀମାନଙ୍କ ନିକଟରେ ଐଶ୍ୱରିକ ଶକ୍ତିର ନଦର୍ଶନ। ଅନ୍ୟ ପକ୍ଷରେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶକ୍ତି ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ପାଇଁ ଐଶ୍ୱରିକ ନିଦର୍ଶନ।</verse>
				<verse number="23">ମଣ୍ଡଳୀର ସମସ୍ତେ ଏକତ୍ର ହେଉଥିବା ସମୟରେ ଯଦି ପ୍ରତ୍ୟେକେ ଅଜଣା ଭାଷାରେ କଥା କହନ୍ତି ଓ ସେଠାରେ ସାଧାରଣ ଲୋକେ ବା ଅନ୍ୟ ଧର୍ମାବଲମ୍ବୀମାନେ ଉପସ୍ଥିତ ହୁଅନ୍ତି, ସେମାନେ କଅଣ ମଣ୍ଡଳୀର ସମସ୍ତଙ୍କୁ ପାଗଳ ବୋଲି ମନେ କରିବେ ନାହିଁ?</verse>
				<verse number="24">କିନ୍ତୁ ସେମାନେ ଯଦି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥାଆନ୍ତି ଓ ଜଣେ ଅନ୍ୟ ମତାବଲମ୍ବୀ କିମ୍ବା ସାଧାରଣ ଲୋକ ସେଠାରେ ଉପସ୍ଥିତ ହୁଏ, ସେ ଯାହା ଶୁଣିବ,</verse>
				<verse number="25">ତଦ୍ଦ୍ୱାରା ତା’ ପାପ ପ୍ରତି ସେ ସଚେତନ ହୋଇ ପାରିବ; ତା’ ହୃଦୟର ଗୁପ୍ତ ବିଷୟସବୁ ଉଦ୍ଘାଟିତ ହେବ; ସେ ଈଶ୍ୱରଙ୍କ ନିକଟରେ ପ୍ରଣିପାତ କରି ତାଙ୍କର ଆରାଧନା କରିବ ଏବଂ ଘୋଷଣା କରିବ: “ପ୍ରକୃତରେ ଈଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ!”</verse>
				<verse number="26">ଭାଇମାନେ, ତୁମ୍ଭମାନଙ୍କୁ ମୋର କହିବାର ଉଦ୍ଦେଶ୍ୟ; ଉପାସନା କରିବା ନିମନ୍ତେ ସମବେତ ହେବା ସମୟରେ କେହି ଜଣେ ଗୀତ ଗାଉ, ଆଉ ଜଣେ ଶିକ୍ଷା ଦେଉ, କେହି ଜଣେ ଈଶ୍ୱରଙ୍କ ପ୍ରତ୍ୟାଦେଶ ପ୍ରକାଶ କରୁ, ଆଉ ଜଣେ ଅଲୌକିକ ଭାଷାରେ କଥା କହୁ ଏବଂ ଆଉ କେହି ଏହି ଅଜଣା ଭାଷାର ଅର୍ଥ ବୁଝାଇ ଦେଉ। ଏହିସବୁ ମଣ୍ଡଳୀର ପୁଷ୍ଟିସାଧନ ନିମନ୍ତେ କରାଯିବା ଆବଶ୍ୟକ।</verse>
				<verse number="27">ଯଦି କେତେକ ଅଲୌକିକ ଭାଷାରେ କହିବା ପାଇଁ ଚାହାନ୍ତି, ତେବେ ଜଣକ ପରେ ଜଣେ ଏହିପରି ଦୁଇ ବା ଅତି ବେଶୀ ହେଲେ, ତିନି ଜଣ କୁହନ୍ତୁ ଏବଂ କେହି ଜଣେ ନିଶ୍ଚୟ ତା’ର ଅର୍ଥ ବୁଝାଇ ଦେଉ।</verse>
				<verse number="28">ଅର୍ଥ ବ୍ୟାଖ୍ୟା କରିବାକୁ କେହି ନ ଥିଲେ, ଅଲୌକିକ ଭାଷାରେ କଥା କହିବାକୁ ଚାହୁଁଥିବା ବ୍ୟକ୍ତି ଉପାସନାରେ ନୀରବ ରହୁ। ସେ କେବଳ ମନେ ମନେ ଈଶ୍ୱରଙ୍କ ସହିତ ସେହିପରି କଥା କହୁ।</verse>
				<verse number="29">ଦୁଇ ବା ତିନି ଜଣ ଈଶ୍ୱରଙ୍କ ବାର୍ତ୍ତା ପରିବେଷଣ କରନ୍ତୁ, ଅନ୍ୟମାନେ ତାହା ବିଚାର କରି ଦେଖନ୍ତୁ।</verse>
				<verse number="30">କିନ୍ତୁ ଉପାସନାରେ ଉପସ୍ଥିତ ଥିବା କେହି ଯଦି ହଠାତ୍ ଈଶ୍ୱରଙ୍କଠାରୁ କୌଣସି ବାର୍ତ୍ତା ପାଆନ୍ତି, ତେବେ ଭାଷଣ ଦେଉଥିବା ବ୍ୟକ୍ତି ତାଙ୍କ ବକ୍ତବ୍ୟ ସ୍ଥଗିତ ରଖନ୍ତୁ।</verse>
				<verse number="31">ସମସ୍ତଙ୍କର ଶିକ୍ଷା ଓ ପ୍ରେରଣା ନିମନ୍ତେ ସମସ୍ତେ ଜଣକ ପରେ ଜଣେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିପାର।</verse>
				<verse number="32">କିନ୍ତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଶକ୍ତି ପ୍ରଚାରକର ଆୟତ୍ତାଧୀନ ହେବା ଉଚିତ୍।</verse>
				<verse number="33">କାରଣ ଈଶ୍ୱର ବିଶୃଙ୍ଖଳତାର ସ୍ରଷ୍ଟା ନୁହନ୍ତି - ସେ ଶାନ୍ତିପ୍ରିୟ ଈଶ୍ୱର। ଈଶ୍ୱରଙ୍କ ଅନ୍ୟାନ୍ୟ ଉପାସକ ମଣ୍ଡଳୀରେ ଯେପରି,</verse>
				<verse number="34">ତୁମ ମଣ୍ଡଳୀର ସଭାମାନଙ୍କରେ ମଧ୍ୟ ସେହିପରି ମହିଳାମାନେ ନୀରବ ରୁହନ୍ତୁ। ସେଠାରେ କଥା କହିବା ପାଇଁ ସେମାନଙ୍କୁ ଅନୁମତି ମିଳି ନାହିଁ। ଇହୁଦୀ ବ୍ୟବସ୍ଥା ଅନୁଯାୟୀ ସେମାନେ ବଶୀଭୂତା ହୋଇ ରୁହନ୍ତୁ।</verse>
				<verse number="35">ସେମାନେ କୌଣସି ବିଷୟ ବୁଝିବାକୁ ଚାହିଁଲେ, ଘରକୁ ଫେରି ନିଜ ସ୍ୱାମୀଙ୍କୁ ପଚାରନ୍ତୁ। କାରଣ ମଣ୍ଡଳୀରେ କଥା କହିବା, ନାରୀମାନଙ୍କ ପକ୍ଷରେ ଲଜ୍ଜାଜନକ।</verse>
				<verse number="36">ଈଶ୍ୱରଙ୍କ ବାକ୍ୟ କଅଣ ତୁମ୍ଭମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା ଅଥବା ଏହା କ’ଣ କେବଳ ତୁମ୍ଭମାନଙ୍କ ନିକଟକୁ ଆସିଥିଲା?</verse>
				<verse number="37">ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ନିଜକୁ ଜଣେ ଭାବବାଦୀ କିମ୍ବା ଆତ୍ମିକ ଦାନପ୍ରାପ୍ତ ବ୍ୟକ୍ତି ବୋଲି ଭାବେ, ସେ ଜାଣୁ ଯେ, ଏଠାରେ ମୁଁ ଯାହାସବୁ ଲେଖିଛି, ତାହା ପ୍ରଭୁଙ୍କ ଆଦେଶ।</verse>
				<verse number="38">କିନ୍ତୁ ଯଦି ସେ ଏସବୁ କଥାକୁ ଉପେକ୍ଷା କରେ, ତୁମ୍ଭେମାନେ ତାକୁ ଉପେକ୍ଷା କର।</verse>
				<verse number="39">ତେଣୁ ଭାଇମାନେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଆଗ୍ରହାନ୍ୱିତ ହୁଅ। କିନ୍ତୁ ଅଲୌକିକ ଭାଷାରେ କଥା କହିବା ପାଇଁ କାହାକୁ ନିଷେଧ କର ନାହିଁ।</verse>
				<verse number="40">ସମସ୍ତ କାର୍ଯ୍ୟ ଯଥାର୍ଥ ଭାବରେ ଓ ଶୃଙ୍ଖଳାର ସହିତ କରାଯିବା ଆବଶ୍ୟକ।</verse>
			</chapter>
			<chapter number="15">
				<verse number="1">ଭାଇମାନେ, ମୁଁ ଯେଉଁ ଶୁଭ ବାର୍ତ୍ତା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛି, ଯାହା ତୁମ୍ଭେମାନେ ଗ୍ରହଣ କରିଅଛ ଏବଂ ଯାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ପ୍ରତିଷ୍ଠିତ, ସେହି ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବା ପାଇଁ ମୁଁ ଚାହେଁ।</verse>
				<verse number="2">ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିବା ସେହି ଶୁଭ ବାର୍ତ୍ତା ହିଁ ସୁସମାଚାର। ତୁମ୍ଭେମାନେ ସେହି ସୁସମାଚାରରେ ଦୃଢ଼ ବିଶ୍ୱାସୀ ହୋଇ ରହିଲେ, ପରିତ୍ରାଣ ପାଇବ। ନଚେତ୍ ତୁମ୍ଭମାନଙ୍କର ବିଶ୍ୱାସ ବୃଥା।</verse>
				<verse number="3">ମୁଁ ପ୍ରାପ୍ତ ହୋଇଥିବା ଗୋଟିଏ ଶିକ୍ଷା ତୁମ୍ଭମାନଙ୍କୁ ଜଣାଇ ଅଛି। ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି, ଧର୍ମଶାସ୍ତ୍ରରେ ଲିଖିତ ହୋଇଥିବା ପ୍ରକାରେ, ଖ୍ରୀଷ୍ଟ ଆମର ପାପ ପାଇଁ ମୃତ୍ୟୁଭୋଗ କଲେ,</verse>
				<verse number="4">ସମାଧିସ୍ଥ ହେଲେ ଓ ତୃତୀୟ ଦିନରେ ଉତ୍ଥିତ ହେଲେ।</verse>
				<verse number="5">ସେ ପିତର ଏବଂ ପରେ ତାଙ୍କର ଦ୍ୱାଦଶ ଶିଷ୍ୟଙ୍କୁ ଦର୍ଶନ ଦେଇଥିଲେ।</verse>
				<verse number="6">ତା’ପରେ ସେ ଏକ ସଙ୍ଗେ ତାଙ୍କର ପାଞ୍ଚ ଶହରୁ ଅଧିକ ଅନୁଗାମୀଙ୍କୁ ଦର୍ଶନ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଏବେ ଜଗତରେ ନାହାନ୍ତି, କିନ୍ତୁ ଅଧିକାଂଶ ଜୀବିତ ଅଛନ୍ତି।</verse>
				<verse number="7">ଏହା ପରେ ସେ ଯାକୁବ ଓ ସମସ୍ତ ପ୍ରେରିତ ଶିଷ୍ୟଙ୍କୁ ଦର୍ଶନ ଦେଲେ।</verse>
				<verse number="8">ସର୍ବଶେଷରେ ସେ ମୋ’ ପରି ଜଣେ ଅକାଳଜାତକୁ ମଧ୍ୟ ଦର୍ଶନ ଦେଇଛନ୍ତି।</verse>
				<verse number="9">ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନିକୃଷ୍ଟ, ଏପରି କି ପ୍ରେରିତ ନାମର ଯୋଗ୍ୟ ନୁହେଁ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତିତ କରିଛି।</verse>
				<verse number="10">କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।</verse>
				<verse number="11">ତେଣୁ ମୁଁ ହୁଏ ବା ସେମାନେ ହୁଅନ୍ତୁ, ଆମେ ସମସ୍ତେ ସେହି ଏକ କଥା ପ୍ରଚାର କରୁଛୁ ଓ ତୁମ୍ଭେମାନେ ସେଥିରେ ବିଶ୍ୱାସ କରିଛ।</verse>
				<verse number="12">ଖ୍ରୀଷ୍ଟ, ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି - ଏହା ହିଁ ଆମ ପ୍ରଚାରର ବିଷୟବସ୍ତୁ। ତଥାପି ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି କିପରି କହୁଛ?</verse>
				<verse number="13">ମୃତମାନଙ୍କର ପୁନରୁତ୍ଥାନ ନ ହେଲେ, ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହୋଇ ନାହାନ୍ତି।</verse>
				<verse number="14">ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, ତେବେ ଆମର ପ୍ରଚାର ବୃଥା ଓ ତୁମର ବିଶ୍ୱାସ ମଧ୍ୟ ବୃଥା।</verse>
				<verse number="15">ଅଧିକନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ସମ୍ବନ୍ଧରେ ମିଥ୍ୟା କହିବା ଭଳି ହେବ, କାରଣ ଆମେ କହୁଛୁ ଯେ, ସେ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। କିନ୍ତୁ ଯଦି ପ୍ରକୃତରେ ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ନାହାନ୍ତି।</verse>
				<verse number="16">ମୃତମାନେ ପୁନରୁତ୍ଥିତ ହୋଇ ନ ପାରିଲେ, ଖ୍ରୀଷ୍ଟ କିପରି ପୁନରୁତ୍ଥିତ ହୁଅନ୍ତେ?</verse>
				<verse number="17">ଯଦି ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କ ବିଶ୍ୱାସ ମିଥ୍ୟା ଓ ତୁମ୍ଭେମାନେ ଏବେ ମଧ୍ୟ ପାପରେ ବୁଡ଼ି ରହିଛ।</verse>
				<verse number="18">ପୁଣି ଏହାର ଅର୍ଥ ହେବ ଯେ, ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟବିଶ୍ୱାସୀମାନେ ମଧ୍ୟ ବିନଷ୍ଟ ହୋଇଛନ୍ତି।</verse>
				<verse number="19">ଯଦି ଖ୍ରୀଷ୍ଟଙ୍କଠାରେ ଆମର ଭରସା କେବଳ ଏ ଜୀବନ ପାଇଁ ଉଦ୍ଦିଷ୍ଟ, ତେବେ ଅନ୍ୟ ସମସ୍ତଙ୍କଠାରୁ ଆମର ଅବସ୍ଥା ଅଧିକ ଦୟନୀୟ।</verse>
				<verse number="20">କିନ୍ତୁ ବାସ୍ତବରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ପୁନରୁତ୍ଥାନର ନିଶ୍ଚିତତା ଦେଖାଇବା ପାଇଁ ସେମାନଙ୍କ ମଧ୍ୟରୁ ନିଜେ ସର୍ବପ୍ରଥମେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି।</verse>
				<verse number="21">ଜଣକ ଯୋଗୁଁ ମୃତ୍ୟୁ ଜଗତରେ ପ୍ରବେଶ କଲା। ସେହିପରି ଜଣକ ଯୋଗୁଁ ମୃତମାନଙ୍କର ପୁନରୁତ୍ଥାନ ସମ୍ଭବ ହୋଇଛି।</verse>
				<verse number="22">ଆଦମଙ୍କ ସହିତ ସମ୍ପର୍କ ଥିବାରୁ ପ୍ରତ୍ୟେକ ମନୁଷ୍ୟ ମୃତ୍ୟୁଭୋଗ କଲା ପରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ପ୍ରତ୍ୟେକେ ପୁନର୍ଜୀବନ ଲାଭ କରିବେ।</verse>
				<verse number="23">କିନ୍ତୁ ପ୍ରତ୍ୟେକେ ନିରୂପିତ ସମୟରେ ପୁନରୁତ୍ôଥତ ହେବେ। ସର୍ବପ୍ରଥମେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି। ତେଣୁ ତାଙ୍କର ଆଗମନ ସମୟରେ ତାଙ୍କ ଆଶ୍ରିତ ଲୋକମାନେ ପ୍ରଥମେ କାହିଁକି ଜୀବିତ ହେବେ।</verse>
				<verse number="24">ତା’ପରେ ଯୁଗାନ୍ତ ହେବ। ଖ୍ରୀଷ୍ଟ ସମସ୍ତ କର୍ତ୍ତୃତ୍ୱ, କ୍ଷମତା ଓ ପରାକ୍ରମର ସମାପ୍ତି ଘଟାଇ ପିତା ଈଶ୍ୱରଙ୍କୁ ରାଜ୍ୟ ସମର୍ପଣ କରିବେ।</verse>
				<verse number="25">ଈଶ୍ୱର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ଖ୍ରୀଷ୍ଟଙ୍କ ପଦଦଳିତ କରିବା ପର୍ଯ୍ୟନ୍ତ, ଖ୍ରୀଷ୍ଟ ରାଜତ୍ୱ କରିବେ।</verse>
				<verse number="26">ଶେଷରେ ଅନ୍ତିମ ଶତ୍ରୁ ମୃତ୍ୟୁ ମଧ୍ୟ ପରାଜିତ ହେବ।</verse>
				<verse number="27">କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଅଧୀନ କରିବେ।” ଅବଶ୍ୟ ଈଶ୍ୱର ଏହି ‘ସମସ୍ତ ବିଷୟ’ର ଅନ୍ତର୍ଭୁକ୍ତ ନୁହନ୍ତି, ଯେହେତୁ ସେ ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧୀନ କରିବେ।</verse>
				<verse number="28">ସଚରାଚର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଶାସନାଧୀନ ହେବା ପରେ, ସେ ନିଜେ ପିତା ଈଶ୍ୱରଙ୍କ ଅଧୀନ ହେବେ ଏବଂ ସମଗ୍ର ବିଶ୍ୱ ଉପରେ ଈଶ୍ୱରଙ୍କ ରାଜତ୍ୱ ସମ୍ପୂର୍ଣ୍ଣ ହେବ।</verse>
				<verse number="29">ମୃତମାନଙ୍କ ପାଇଁ ଯେଉଁମାନେ ଜଳଦୀକ୍ଷା ଗ୍ରହଣ କରନ୍ତି, ସେମାନଙ୍କ ବିଷୟରେ କ’ଣ କହିବା? କେତେକଙ୍କର ମତ ଅନୁଯାୟୀ, ଯଦି ମୃତମାନେ ପୁନରୁତ୍ଥିତ ହୁଅନ୍ତି ନାହିଁ, ସେମାନଙ୍କ ନିମନ୍ତେ ଅନ୍ୟମାନଙ୍କୁ କାହିଁକି ଜଳଦୀକ୍ଷା ଦିଆଯାଏ?</verse>
				<verse number="30">ପୁଣି ଆମେ ବା କାହିଁକି ପ୍ରତି ମୁହୂର୍ତ୍ତ ବିପଦ ଆପଦର ସମ୍ମୁଖୀନ ହେଉଛୁ?</verse>
				<verse number="31">ଭାଇମାନେ, ଆମ୍ଭମାନଙ୍କର ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଥିବାରୁ, ତୁମ୍ଭମାନଙ୍କ ପାଇଁ ମୋର ଯେଉଁ ଗର୍ବ, ତାହାରି ଦୁହାଇ ଦେଇ କହୁଛି, ମୁଁ ପ୍ରତିଦିନ ମୃତ୍ୟୁ ମୁଖରେ ପତିତ ହେଉଛି।</verse>
				<verse number="32">ଯଦି ମୁଁ କେବଳ ମାନବୀୟ ଲକ୍ଷ୍ୟ ନେଇ ଏଫିସସ୍ରେ ହିଂସ୍ରଯନ୍ତୁମାନଙ୍କ ସହିତ ଲଢ଼ିଥିଲି, ତେବେ ମୋର କି ଲାଭ ହେଲା? ଯଦି ମୃତମାନେ ପୁନରୁତ୍ôଥତ ନ ହେବେ, ତେବେ ପ୍ରବଚନ ଅନୁଯାୟୀ, “ଆସ, ଭୋଜନପାନ କରି ସମୟ କାଟିବା, ଯେହେତୁ ଆସନ୍ତା କାଲି ତ ଆମକୁ ମରିବାକୁ ହେବ।”</verse>
				<verse number="33">ତୁମ୍ଭେମାନେ ପ୍ରତାରିତ ହୁଅ ନାହିଁ - “କୁସଂସର୍ଗରେ ସତ୍ଚରିତ୍ର ନଷ୍ଟ ହୁଏ।”</verse>
				<verse number="34">ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।</verse>
				<verse number="35">କେହି ହୁଏତ ପଚାରି ପାରନ୍ତି, “ମୃତମାନେ କିପରି ପୁନରୁତ୍ôଥତ ହେବେ?” ସେମାନେ କି ପ୍ରକାର ଶରୀର ଧାରଣ କରିବେ?</verse>
				<verse number="36">ତୁମ୍ଭେମାନେ କେଡ଼େ ନିର୍ବୋଧ। ଏତିକି କଅଣ ଜାଣ ନାହିଁ - ଯେଉଁ ବୀଜ ବୁଣାଯାଏ, ତାହା ନ ମଲେ ଅଙ୍କୁରିତ ହୁଏ ନାହିଁ? ଯେଉଁ ଗଛଟି ଉତ୍ପନ୍ନ ହୁଏ, ତୁମେ ତାକୁ ବୁଣି ନ ଥାଅ।</verse>
				<verse number="37">ତୁମେ ବୁଣିଥାଅ ଗହମ କିମ୍ବା ଅନ୍ୟ କୌଣସି ଶସ୍ୟର ଗୋଟିଏ ବୀଜ ମାତ୍ର।</verse>
				<verse number="38">କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତା’ର ଶରୀର ରୂପାୟିତ କରନ୍ତି। ପ୍ରତ୍ୟେକ ବୀଜକୁ ସେ ତା’ର ନିଜସ୍ୱ ରୂପ ଦାନ କରନ୍ତି।</verse>
				<verse number="39">ସବୁ ପ୍ରାଣୀଙ୍କର ଶରୀର ଏକ ପ୍ରକାର ନୁହେଁ। ମଣିଷର ଶରୀର ଏକ ପ୍ରକାର, ପଶୁର ଶରୀର ଅନ୍ୟ ପ୍ରକାର। ପକ୍ଷୀ ଓ ମାଛର ଶରୀର ଭିନ୍ନ ପ୍ରକାର।</verse>
				<verse number="40">ସ୍ୱର୍ଗୀୟ ଓ ପାର୍ଥିବ ଉଭୟ ପ୍ରକାରର ଶରୀର ଅଛି। ସ୍ୱର୍ଗୀୟ ଶରୀରର ସୌନ୍ଦର୍ଯ୍ୟ ଏକ ପ୍ରକାର ଓ ପାର୍ଥିବ ଶରୀରର ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାର।</verse>
				<verse number="41">ସୂର୍ଯ୍ୟର ସୌନ୍ଦର୍ଯ୍ୟ ଏକ ପ୍ରକାର, ଚନ୍ଦ୍ରର ଭିନ୍ନ ପ୍ରକାର ଏବଂ ନକ୍ଷତ୍ରମାନଙ୍କ ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାରର। ଏପରି କି ଗୋଟିଏ ନକ୍ଷତ୍ରର ସୌନ୍ଦର୍ଯ୍ୟ, ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।</verse>
				<verse number="42">ମୃତମାନଙ୍କ ପୁନରୁତ୍ଥାନ ସମ୍ପର୍କରେ ମଧ୍ୟ ଏ କଥା ପ୍ରଯୁଜ୍ୟ।</verse>
				<verse number="43">ସମାଧି ଦିଆଯାଉଥିବା ଶରୀର ନଶ୍ୱର। କିନ୍ତୁ ପୁନରୁତ୍ଥିତ ଶରୀର ଅବିନଶ୍ୱର।</verse>
				<verse number="44">ସମାଧି ପାଉଥିବା ଶରୀର ଅସୁନ୍ଦର ଓ ଦୁର୍ବଳ। କିନ୍ତୁ ପୁନରୁତ୍ôଥତ ଶରୀର ସୁନ୍ଦର ଓ ଶକ୍ତିମାନ। ସମାଧି ଦିଆଯିବାବେଳେ ଶରୀର ପ୍ରାକୃତିକ ଥାଏ; କିନ୍ତୁ ପୁନରୁଜ୍ଜୀବିତ ହେବାବେଳେ, ତାହା ହେବ ଆତ୍ମିକ। ପ୍ରାକୃତିକ ଶରୀରର ଅସ୍ତିତ୍ୱ ଥିବାରୁ, ଆତ୍ମିକ ଶରୀର ସମ୍ଭବ ହେଉଛି।</verse>
				<verse number="45">ଧର୍ମଶାସ୍ତ୍ରରେ ଲେଖାଅଛି: “ପ୍ରଥମେ ଆଦମ ଏକ ସଜୀବ ପ୍ରାଣୀ ରୂପେ ସୃଷ୍ଟ ହୋଇଥିଲା।” ଅନ୍ତିମ ଆଦମ ଥିଲେ, ଜୀବନ ପ୍ରଦାୟୀ ଆତ୍ମା।</verse>
				<verse number="46">ପ୍ରାରମ୍ଭରୁ ଆତ୍ମିକ ବିଷୟ ନ ଥିଲା। ପ୍ରଥମେ ଯାହା ଥିଲା ପ୍ରାକୃତିକ - ତା’ପରେ ଆସିଲା ଆତ୍ମିକ ବିଷୟ।</verse>
				<verse number="47">ପ୍ରଥମ ମନୁଷ୍ୟ ଆଦମ ଥିଲା ପାର୍ଥିବ, ମୃତ୍ତିକାରୁ ନିର୍ମିତ; କିନ୍ତୁ ଦ୍ୱିତୀୟ ଆଦମ ସ୍ୱର୍ଗରୁ ଅବତୀର୍ଣ୍ଣ ହେଲେ।</verse>
				<verse number="48">ପାର୍ଥିବ ମନୁଷ୍ୟ ସଦୃଶ। କିନ୍ତୁ ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ମାନବଙ୍କ ସଦୃଶ।</verse>
				<verse number="49">ଆମ୍ଭେମାନେ ଏବେ ମୃତ୍ତିକାଜାତ ମନୁଷ୍ୟର ସ୍ୱରୂପ ଧାରଣ କରିଛୁ, କିନ୍ତୁ ଦିନେ ସେହି ସ୍ୱର୍ଗୀୟ ମାନବଙ୍କ ସାଦୃଶ୍ୟରେ ରୂପାୟିତ ହେବା।</verse>
				<verse number="50">ସୁତରାଂ ଭାଇମାନେ, ମୁଁ ତୁମ୍ଭମାନଙ୍କୁ କହିବାକୁ ଚାହେଁ ଯେ, ରକ୍ତ ମାଂସ ଶରୀର ଧରି ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବା ନାହିଁ, କାରଣ ନଶ୍ୱର ବସ୍ତୁ ଅବିନଶ୍ୱରତା ଲାଭ କରିପାରେ ନାହିଁ।</verse>
				<verse number="51">ଶୁଣ, ମୁଁ ତୁମ୍ଭମାନଙ୍କୁ ଏକ ନିଗୂଢ଼ ସତ୍ୟ ଜଣାଉଛି। ଆମେ ସମସ୍ତେ ମୃତ୍ୟୁ ଭୋଗ କରିବା ନାହିଁ। କିନ୍ତୁ ଶେଷ ତୂରୀ ଧ୍ୱନି ହେବା ସମୟରେ, ଗୋଟିଏ ମୁହୂର୍ତ୍ତରେ, ଆଖି ପଲକରେ ଆମେ ସମସ୍ତେ ରୂପାନ୍ତରିତ ହେବା। ସେତେବେଳେ ମୃତମାନେ ଅମର ହୋଇ ଉତ୍ଥିତ ହେବେ ଏବଂ ଆମେ ସମସ୍ତେ ପରିବର୍ତ୍ତିତ ହେବା।</verse>
				<verse number="52"></verse>
				<verse number="53">କାରଣ ଯାହା ନଶ୍ୱର, ତାହାକୁ ଅବିନଶ୍ୱର ରୂପେ ପରିବର୍ତ୍ତିତ ହେବାକୁ ପଡ଼ିବ; ଯେଉଁ ପାର୍ଥିବ ଶରୀର ମରଣଶୀଳ, ତାହାକୁ ଅମରରୂପ ବସ୍ତ୍ର ପରିଧାନ କରବାକୁ ହେବ।</verse>
				<verse number="54">ତାହାହେଲେ ଏବଂ ଏହି ମର ଶରୀର ଅମରତ୍ୱ ଲାଭ କଲେ, ଧର୍ମଶାସ୍ତ୍ରର ଏହି ବାଣୀ ସଫଳ ହେବ:</verse>
				<verse number="55">“ମୃତ୍ୟୁର ବିନାଶ ଘଟିଛି, ବିଜୟ ହୋଇଛି ସମ୍ପୂର୍ଣ୍ଣ। ରେ ମୃତ୍ୟୁ! କାହିଁ ତୋର ଜୟ ରେ ମୃତ୍ୟୁ! କାହିଁ ତୋର ନାହୁଡ଼?”</verse>
				<verse number="56">ମୃତ୍ୟୁର ନାହୁଡ଼ ପାପ, ପୁଣି ପାପର ବଳ ବ୍ୟବସ୍ଥା।</verse>
				<verse number="57">କିନ୍ତୁ ଆମେ ଈଶ୍ୱରଙ୍କଠାରେ କୃତଜ୍ଞତା ଜଣାଇବା, କାରଣ ସେ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ବିଜୟୀ କରାଇଛନ୍ତି।</verse>
				<verse number="58">ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।</verse>
			</chapter>
			<chapter number="16">
				<verse number="1">ଯିହୁଦାରେ ଥିବା ମଣ୍ଡଳୀସ୍ଥ ବିଶ୍ୱାସୀମାନଙ୍କ ପାଇଁ ଅର୍ଥ ସାହାଯ୍ୟ ଦେବା ବିଷୟରେ ମୋର ମତାମତ:- ମୁଁ ଗାଲାତୀୟ ମଣ୍ଡଳୀକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛି, ତାହା ଦୃଢ଼ ଭାବରେ ପାଳନ କର।</verse>
				<verse number="2">ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।</verse>
				<verse number="3">ମୁଁ ଆସି ତୁମେ ଉପଯୁକ୍ତ ମନେ କରୁଥିବା ଲୋକମାନଙ୍କୁ ପରିଚୟ ପତ୍ର ଦେବି ଓ ସେମାନେ ତୁମର ଦାନ ସହ ଯିରୂଶାଲମକୁ ଯିବେ।</verse>
				<verse number="4">କିନ୍ତୁ ମୋର ଯିବା ଆବଶ୍ୟକ ହେଲେ, ସେମାନେ ମୋ’ ସହିତ ଯାଇ ପାରିବେ।</verse>
				<verse number="5">ମୁଁ ମାସିଦୋନିଆ ପରିଭ୍ରମଣରେ ଯାଉଛି। ଭ୍ରମଣ ଶେଷ କରି ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।</verse>
				<verse number="6">ମୁଁ ବୋଧହୁଏ, ତୁମ୍ଭମାନଙ୍କ ସହିତ କିଛି ଦିନ ରହିବି, ହୁଏତ ଶୀତ କାଳ କଟାଇବି। ତା’ପରେ ଯେଉଁଠିକୁ ଯିବା ପାଇଁ ଚାହିଁବି, ତୁମ୍ଭେମାନେ ମୋତେ ସେଠାକୁ ଯିବା ପାଇଁ ସାହାଯ୍ୟ କରି ପାରିବ।</verse>
				<verse number="7">କାରଣ ଯିବା ବାଟରେ ତୁମ୍ଭମାନଙ୍କ ସହିତ କେବଳ ଅଳ୍ପ ସମୟ ସାକ୍ଷାତ କରିବା ମୋର ଇଚ୍ଛା ନୁହେଁ। ମୁଁ ଆଶା କରୁଛି, ପ୍ରଭୁଙ୍କ ଇଚ୍ଛା ହେଲେ, ମୁଁ ତୁମ୍ଭମାନଙ୍କ ସହିତ ଏଥର ଅନେକ ସମୟ ରହିବି।</verse>
				<verse number="8">କିନ୍ତୁ ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ ମୁଁ ଏଠାରେ ଏଫିଶୀରେ ରହିବି।</verse>
				<verse number="9">ଏଠାରେ ମୋ’ ବିପକ୍ଷରେ ଅନେକ ଲୋକ ଥିଲେ ସୁଦ୍ଧା, ଫଳପ୍ରଦ କାର୍ଯ୍ୟ କରିବାକୁ ମୋ’ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ଅଛି।</verse>
				<verse number="10">ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।</verse>
				<verse number="11">କେହି ତାଙ୍କୁ ତୁଚ୍ଛ ଜ୍ଞାନ ନ କରନ୍ତୁ। ଶାନ୍ତିରେ ଯାତ୍ରା କରିବା ପାଇଁ ତୁମ୍ଭେମାନେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାହାହେଲେ, ସେ ଭାଇମାନଙ୍କ ସହିତ ମୋ’ ନିକଟକୁ ଫେରି ଆସିବେ। ସେମାନଙ୍କ ଅପେକ୍ଷାରେ ମୁଁ ରହିଛି।</verse>
				<verse number="12">ଭାଇ ଆପୋଲଙ୍କ ସମ୍ପର୍କରେ କହୁଅଛି ଯେ, ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁବାର ଉତ୍ସାହିତ କରିଅଛି। କିନ୍ତୁ ବର୍ତ୍ତମାନ ଯିବା ପାଇଁ ସେ କୌଣସି ପ୍ରକାରେ ରାଜି ନୁହନ୍ତି। ପରେ ସୁଯୋଗ ପାଇଲେ, ସେ ନିଶ୍ଚୟ ତୁମ୍ଭମାନଙ୍କ ପାଖକୁ ଯିବେ।</verse>
				<verse number="13">ତୁମ୍ଭେମାନେ ଜାଗି ରୁହ, ବିଶ୍ୱାସରେ ଦୃଢ଼ ହୁଅ, ସାହସୀ ଏବଂ ବଳବାନ ହୁଅ।</verse>
				<verse number="14">ତୁମର ସବୁ କାର୍ଯ୍ୟ ପ୍ରେମରେ ସାଧିତ ହେଉ।</verse>
				<verse number="15">ତୁମ୍ଭେମାନେ ସ୍ତିଫାନା ଓ ତାଙ୍କ ପରିବାର ବିଷୟ ଜାଣ। ସେମାନେ ଆଖାୟାର ପ୍ରଥମ ଖ୍ରୀଷ୍ଟିୟାନ। ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପଣ କରି ଦେଇଛନ୍ତି। ଭାଇମାନେ; ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି,</verse>
				<verse number="16">ତୁମ୍ଭେମାନେ ଏମାନଙ୍କର ଏବଂ ଏମାନଙ୍କ ସହିତ କାର୍ଯ୍ୟ ଓ ସେବା କରୁଥିବା ଲୋକମାନଙ୍କର ଅନୁଗତ ହୁଅ।</verse>
				<verse number="17">ସ୍ତିଫାନା, ଫର୍ତୁନାତ ଓ ଆଖାୟିକ ଏଠାକୁ ଆସିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମ୍ଭମାନଙ୍କ ଅନୁପସ୍ଥିତିରେ ସେମାନେ ତୁମ୍ଭମାନଙ୍କ ସ୍ଥାନ ପୂରଣ କରିଛନ୍ତି।</verse>
				<verse number="18">ସେମାନେ ତୁମ୍ଭମାନଙ୍କୁ ଓ ମୋତେ ଉତ୍ଫୁଲ୍ଲ କରିଛନ୍ତି। ଏଭଳି ଲୋକମାନେ ସମ୍ମାନର ପାତ୍ର।</verse>
				<verse number="19">ଆସିଆ ଦେଶର ମଣ୍ଡଳୀଗୁଡ଼ିକ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଆକ୍ୱିଲା, ପ୍ରିସ୍କିଲା ଓ ସେମାନଙ୍କ ଘରେ ଉପାସନା କରୁଥିବା ମଣ୍ଡଳୀ, ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛନ୍ତି।</verse>
				<verse number="20">ଏଠିକାର ଭାଇମାନେ ସମସ୍ତେ ନମସ୍କାର ଜଣାଉଛନ୍ତି। ତୁମ୍ଭେମାନେ ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ଅଭିନନ୍ଦନ ଜଣାଅ।</verse>
				<verse number="21">ମୁଁ ପାଉଲ ନିଜ ହାତରେ ଏସବୁ ଲେଖୁଛି। ତୁମ୍ଭେମାନେ ମୋର ଶୁଭେଚ୍ଛା ଗ୍ରହଣ କର।</verse>
				<verse number="22">ଯେ ପ୍ରଭୁଙ୍କୁ ପ୍ରେମ ନ କରେ, ସେ ଅଭିଶପ୍ତ ହେଉ। ‘ମାରାନା ଥା’ ଅର୍ଥାତ୍ ଆମର ପ୍ରଭୁ ଆସନ୍ତୁ।</verse>
				<verse number="23">ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ମଧ୍ୟରେ ବିରାଜମାନ ହେଉ।</verse>
				<verse number="24">ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇଥିବା ତୁମେ ସମସ୍ତେ ମୋ’ ଅନ୍ତରର ପ୍ରେମ ଗ୍ରହଣ କର।</verse>
			</chapter>
		</book>
		<book number="47">
			<chapter number="1">
				<verse number="1">ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।</verse>
				<verse number="2">ଆମ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଠ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ଆସନ୍ତୁ, ଆମ୍ଭମାନେଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା, କରୁଣାସାଗର ଓ ସମସ୍ତ ସାହାଯ୍ୟରେ ଉତ୍ସ, ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା।</verse>
				<verse number="4">ଆମ କ୍ଳେଶ ଭୋଗ ସମୟରେ ସେ ଆମକୁ ଯେଉଁ ସାନ୍ୱନା ଦ୍ୱାରା ଆମେ ଯେଉଁ ସାନ୍ତ୍ୱନା ଦେଇ ପାରିବା।</verse>
				<verse number="5">ଆମେ ଖ୍ରୀଶ୍ଟଙ୍କ ବହୁ ଦୁଃଖ ଭୋଗରେ ଅଂଶୀଦାର ହୋଇ ଥିବାରୁ ଖ୍ରୀଶ୍ଟଙ୍କ ସାହାୟତାରେ ଈଶ୍ୱରଙ୍କ ମହାସାନ୍ତ୍ୱନାର ମଧ୍ୟ ଅଂଶୀ ହୋଇ ପାରିବା।</verse>
				<verse number="6">ଆମେ ଯଦି କ୍ଳେଶ ଭୋଗ କରୁ, ତାହା ତୁମ୍ଭମାନଙ୍କର ଉପକାର ଓ ପରିତ୍ରାଣ ନିମନ୍ତେ। ଆମେ ସାନ୍ତ୍ୱନା ପାଇଲେ, ତୁମେ ମଧ୍ୟ ସେହିପାରି ଧୈର୍ଯ୍ୟ ସହକାରେ କ୍ଳେଶ ଭୋଗ କରିବା ପାଇଁ ସାନ୍ତ୍ୱନା ଓ ଶକ୍ତି ପାଇବା।</verse>
				<verse number="7">ତୁମ୍ଭମାନଙ୍କଠାରେ ଆମର ଭରସା ଅଟଳ। ଆମେ ଜାଣୁ, ତୁମ୍ଭମାନେ ଆମ ସୁଃଖ କଶ୍ଟରେ ଯେପରି ଅଂଶୀ ହୋଇଛ, ସେହିପରି ଆମ୍ଭମାନଙ୍କ ସଂନ୍ତ୍ୱନର ମଧ୍ୟ ଅଂଶୀ ହୋଇଛ, ସେହିପରି ଆମ୍ଭମନଙ୍କ ସାନ୍ତ୍ୱନାର ମଧ୍ୟ ଅଂଶୀ ହେବ।</verse>
				<verse number="8">ଭାଇମାନେ, ଆମେ ଏସିଆ ପ୍ରଦେଶରେ ଭୋଗିଥିବା ନିର୍ଯ୍ୟତନା ବିଷୟ ତମାନଙ୍କୁ ଜଣାଇବାକୁ ଚାହୁଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ ଚାହିଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ।</verse>
				<verse number="9">ଆମକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ବୋଲଇ ଭାବିଥଲୁ। କିନ୍ତୁ ନିଜ ଉପରେ ନିର୍ଭର ନ କରି ମୃତକୁ ଜୀବନ ଦେଇଥିବା ଈଶ୍ୱରଙ୍କ ଉପରେ ନିର୍ଭର ରଖିବା ପାଇଁ ଏସବୁ ଘଟିଥିଲା।</verse>
				<verse number="10">ଏହିପରି ଭୟାନକ ମରଣାନ୍ତକ ବିପଦରୁ ସେ ଆମକଚ ଉଦ୍ଧାର କରିଛନ୍ତି ଓ କରୁଥିବେ। ସେ ପୁନଶ୍ଚ ଆମ୍ଭମାନଙ୍କୁ ସୁରକ୍ଷା କରିବେ- ଏ ଭରସା ଆମର ତାଙ୍କଠାରେ ଅଛି।</verse>
				<verse number="11">ତୁମ୍ଭେମାନେ ପ୍ରାର୍ଥନା ଦ୍ୱାରା ଆମକୁ ସାହାର୍ଯ୍ୟ କର। ତାହେଲେ, ଆମ ପାଇଁ ଅନେକେ ଈଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ କରିବେ।</verse>
				<verse number="12">ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।</verse>
				<verse number="13">ଯାହା ପଢ଼ି ତୁମେ ବୁଝି ପାରିବ, ତୁମମାନଙ୍କ ନିକଟକୁ ଆମେ କେବଳ ସେତିକି ଲେଖୁଛୁ।</verse>
				<verse number="14">ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।</verse>
				<verse number="15">ଏ ବିଶୟ ମୁଁ ନିଶ୍ଚିତ ଭାବରେ ଜାଣି ଥିବାରୁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୋର ଇଚ୍ଛା ଥିଲା। ତାହେଲେ ତୁମ୍ଭମାନେ ଦୁଇ ଥର ଆନନ୍ଦ ଲାଭ କରି ପାରିଥାଆନ୍ତ।</verse>
				<verse number="16">ମାସିଦୋନିଆ ଯିବାବେଳେ ଓ ସେଠାରୁ ଫେରିବାବେଳେ ତୁମ୍ଭମନଙ୍କ ନିକଟରେ କିଛି ଦିନ ରହିବାକୁ ମୋର କାର୍ଯ୍ୟକ୍ରମ ଥିଲା, କାରଣ ଯିହୁଦା ପ୍ରଦେଶକୁ ଯାତ୍ରା କରିବା ପାଇଁ ମୁଁ ତୁମ୍ଭମାନଙ୍କର ସାହାର୍ଯ୍ୟ ଦରକାର କୁଥିଲି।</verse>
				<verse number="17">ମୁଁକଣ ଅନିଶ୍ଚିତ ଭାବରେ ଏହି କାର୍ଯ୍ୟସୂଚୀ ପ୍ରସ୍ଥତ କରିଥିଲି? ଯେଉଁମାନେ ଏକ ସଙ୍ଗରେ “ହଁ, ହଁ” ଓ “ନା, ନା” କରନ୍ତି, ସେମାନଙ୍କ ପରି କଅଣ ମୁଁ ନିଜର ସ୍ୱାର୍ଥସିଦ୍ଧି ପାଇଁ ମୋର କାର୍ଯ୍ୟକ୍ରମ କରିଥ।।ଏ?</verse>
				<verse number="18">ସତ୍ୟ ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ କଥା ଦେବାବେଳେ ଆମେ କଦାପି ଅସ୍ଥିରମନା ନ ଥିଲୁ।</verse>
				<verse number="19">ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ, କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।</verse>
				<verse number="20">ଈଶ୍ୱରଙ୍କ ସମସ୍ତ ପ୍ରତିଶ୍ରୁତି ତାଙ୍କଠାରେ ସଫଳ ହୋଇଛି। ସେଥପାଇଁ ଯୀଶୁ ଖ୍ରୀଶ୍ଟଙ୍କ ହେତୁ ଆମର “ଆମେନ୍” ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ।</verse>
				<verse number="21">ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟଠାରେ ତୁମ୍ଭମାନଙ୍କର ଓ ଆମ ଜୀବନକୁ ଏକୀଭୂତ କରି ସୁରକ୍ଷା କରିଛନ୍ତି।</verse>
				<verse number="22">ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।</verse>
				<verse number="23">ଈଶ୍ୱର ମୋର ସାକ୍ଷୀ। ସେ ମୋ’ ହୃଦୟ ଜାଣନ୍ତି। ତୁମ୍ଭମାନଙ୍କୁ ମୁଁ ଯେପରି ଆଉ ଆଘାତ ନ ଦିଏ, ସେଥିପାଇଁ ମୋର କରିନ୍ଥ ଯାତ୍ରା ସ୍ଥଗିତ ରଖିଲି।</verse>
				<verse number="24">ତୁମ୍ଭେମାନେ କେଉଁ କଥା ବିଶ୍ୱାସ କରିବ, ଏବିଷୟରେ ତୁମ ଉପରେ କତ୍ତୃତ୍ୱ କରିବାକୁ ଆମେ ଚେଷ୍ଠା କରୁ ନାହୁଁ, କାରଣ ତୁମ୍ଭେମାନେ ବିଶ୍ୱାସରେ ସୁପ୍ରତିଷ୍ଠିତ। ବରଂ ତୁମ୍ଭମାନଙ୍କୁ କେବଳ ସୁଖୀ କରିବା ପାଇଁ ତୁମ୍ଭମାନଙ୍କ ସହିତ ମିଳିମିଶି ଆମେ କାର୍ଯ୍ୟ କରୁଛୁ।</verse>
			</chapter>
			<chapter number="2">
				<verse number="1">ଯଦି ମୋର ତୁମ୍ଭମାନଙ୍କ ନିକଟକୁ ଯିବା ତୁମ ପକ୍ଷରେ ସୁଃଖଦାୟକ, ତୁମ ନିକଟକୁ ଆଉ କେବେ ନ ଯିବାକୁ ମୁଁ ସ୍ଥିର କରିଛି।</verse>
				<verse number="2">ତୁମ୍ଭମାନଙ୍କୁ ସୁଃଖ ଦେଲେ, ମୋତେ କିଏ ଆନନ୍ଦ ଦେବ? ତୁମ୍ଭମାନଙ୍କ ବ୍ୟତୀତ ଆଉ ସେପରି କେହି ନାହାନ୍ତି।</verse>
				<verse number="3">ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି, ମୁଁ ସେଠାକୁ ଗଲେ; ଯେଉଁମାନଙ୍କ ଏାଗି ମୋର ଆନନ୍ଦ ହୁଅନ୍ତା, ସେମାନଙ୍କ ଦ୍ୱାରା ଯେପରି ମୁଁ ଦୁଃଖ ନ ପାଏ। ବାସ୍ତବିକ ମୋର ଦୁଢ଼ ବିଶ୍ୱାସ ଯେ, ମୋର ଆନନ୍ଦରେ ତୁମ୍ଭମାନଙ୍କ ଆନନ୍ଦ।</verse>
				<verse number="4">ଗଭୀର ଦୁଃଖ ଓ ବେଦନାଭରା ହୃଦୟରେ କାନ୍ଦି କାନ୍ଦି ମୁଁ ଯେଛଁ ଚିଠି ଲେଖିଥିଲି, ତୁମ୍ଭମାନଙ୍କୁ ମୁଁ କେତେ ସ୍ନେହ କରେ, ଏହା ଜଣାଇବା ଥିଲା ସେହି ଚିଠିର ଉଦ୍ଦେଶ୍ୟ।</verse>
				<verse number="5">ଯଦି କେହି କାହାକୁ ଦୁଃଖ ଦେଇଥାଏ, ସେ କେବଳ ମୋ’ ମନରେ ଦୁଃଖ ଦେଇ ନାହିଁ, ଅଳ୍ପ ବହୁତ ତୁମ୍ଭମାନଙ୍କୁ ମଧ୍ୟ ଦୁଃଖ ଦେଇଛି। ଏ ବିଷୟରେ ମୁଁ ଅଧିକ କଟୁ ମନ୍ତବ୍ୟ ଦେବା ପାଇଁ ଇଚ୍ଛା କରୁ ନାହିଁ।</verse>
				<verse number="6">ତୁମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମତ ଅନୁଯାୟୀ ସେହି ବ୍ୟକ୍ତିକୁ ଯେଉଁ ଦଣ୍ଡ ଦିଆଯାଇଛି, ତାହା ତା’ ପାଇଁ ଯଥେଷ୍ଟ।</verse>
				<verse number="7">ସେ ଯେପରି ଅଧିକ ଦୁଃଖରେ ଅଭିଭୂତ ନ ହୁଏ, ସେଥିପାଇଁ ବର୍ତ୍ତମାନ ତାକୁ କ୍ଷମା ଓ ସାନ୍ତ୍ୱନାଦେବା ତୁମ୍ଭମାନଙ୍କର କର୍ତ୍ତବ୍ୟ।</verse>
				<verse number="8">ତୁମମାନଙ୍କୁ ମୋର ଅନୁରୋଧ, ତୁମ୍ଭମାନେ ତାକୁ ସ୍ନେହ ଓ ଶ୍ରଦ୍ଧା କରୁଛ ବୋଲି ଜଣାଇ ଦିଅ।</verse>
				<verse number="9">ତୁମ୍ଭେମାନେ ସବୁବେଳେ ମୋର ନିର୍ଦ୍ଧେଶ ପାଳନ କରିବାକୁ ପ୍ରସ୍ତୁତ କି ନୁହଁ, ଜଣିବା ପାଇଁ ମୁଁ ଉପରୋକ୍ତ ସେହି ପତ୍ର ଲେଖିଥିଲି।</verse>
				<verse number="10">ଯଦି ତୁମ୍ଭେମାନେ କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରିବି। ମୁଁ ଯଦି କୌଣସି ବିଷୟରେ କାହାକୁ କ୍ଷମା କରିଥାଏ, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ଯୋଗୁଁ କରିଥାଏ।</verse>
				<verse number="11">ତେଣୁ ଶୟତାନ ଆମ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବାକୁ ସୁଯୋଗ ପାଏ ନାହିଁ; ତା’ର ସମସ୍ତ ଦୁରଭିସନ୍ଧି ଆମେ ଜାଣୁ।</verse>
				<verse number="12">ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।</verse>
				<verse number="13">କିନ୍ତୁ ଭାଇ ତୀତସଙ୍କୁ ସେଠାରେ ନ ଦେଖି ମୁଁ ବ୍ୟସ୍ତ ହୋଇ ପଡ଼ିଲି। ତେଣୁ ସେଠାରେ ଲୋକମାନଙ୍କଠାରୁ ବିଦାୟ ନେଇମୁଁ ମାସିଦୋନିଆକୁ ଚାଲିଗଲି।</verse>
				<verse number="14">ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।</verse>
				<verse number="15">କାରଣ ଯେଉଁମାନେ ପରିତ୍ରାଣ ପାଇଛନ୍ତି ଓ ଯେଉଁମାନେ ଧ୍ୱଂସ ପଥକ, ଉଭୟଙ୍କ ନିକଟରେ ଆମେ ହେଉଛୁ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିବେଦିତ ଖ୍ରୀଷ୍ଟଙ୍କ ସୁଗନ୍ଧ ଧୂପ ସ୍ୱରୂପ।</verse>
				<verse number="16">ମୃତତ୍ୟୁଦାୟକ, ଅଥଚ ଯେଉଁମାନେ ପରିତ୍ରାଣ ପାଇଛନ୍ତି, ସେମାନଙ୍କ ନିକଟରେ ଏହା ଜୀବନଦାୟକ। କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ କିଏ ସକ୍ଷମ?</verse>
				<verse number="17">ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।</verse>
			</chapter>
			<chapter number="3">
				<verse number="1">ଆମେ କ’ଣ ପୁଣି ଆତ୍ମବଡ଼ିମା କରିବା ପରି ମନେ ହେଉଛି? କିମ୍ବା ଅନ୍ୟମାନଙ୍କ ପରି ଆମେ କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ପରିଚୟ ପତ୍ରର ପ୍ରୟୋଜନ କରୁଛି?</verse>
				<verse number="2">ତୁମ୍ଭେମାନେ ହିଁ ଆମର ପରିଚୟ ପତ୍ରର, ଆମ ହୃଦୟ ଫଳକରେ ଲିଖିତ ଲିପି, ଯାହାକୁ ସମସ୍ତ ଜାଣନ୍ତୁ ଓ ପଢ଼ିପାରନ୍ତି।</verse>
				<verse number="3">ଏହି ପରିଚୟ ପତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ଓ ଆମ୍ଭମାନଙ୍କ ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ପଥର ଫଳକରେ ଲେଖାଯାଇ ନାହିଁ, କିନ୍ତୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ମଣିଷ ହୃଦୟରେ ଲେଖାଯାଇଛି।</verse>
				<verse number="4">ଖ୍ରୀଷ୍ଟଙ୍କ ଦେଇ ଈଶ୍ୱରଙ୍କ ଉପରେ ଆସ୍ଥା ଥିବାରୁ ଆମେ ଏସବୁ କହୁଛୁ,</verse>
				<verse number="5">କାରଣ ଆମର କୃତିତ୍ୱ ଦାବୀ କରିବା ପାଇଁ କୌଣସି ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ଈଶ୍ୱରଙ୍କଠାରୁ ଆସେ।</verse>
				<verse number="6">ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।</verse>
				<verse number="7">ପାଷାଣ ଫଳକରେ ଖୋଦିତ ବ୍ୟବସ୍ଥାର ପ୍ରତିଷ୍ଠା ସମୟରେ ଈଶ୍ୱରଙ୍କ ଗୌରବ ପ୍ରକାଶିତ ହୋଇଥିଲେ ମଧ୍ୟ ମୋଶାଙ୍କ ଉଜ୍ଜ୍ୱଳ ମୁଖ ଆଡ଼କୁ ଇଶ୍ରାୟେଲ ଲୋକମାନେ ଚାହିଁପାରି ନ ଥିଲେ। ମୃତ୍ୟୁ ଘଟାଉଥିବା ବ୍ୟବସ୍ଥା ଯଦି ଏପରି ଗୌରବର ସହିତପ୍ରକାଶ ପାଇଲା,</verse>
				<verse number="8">ତେବେ ପବିତ୍ରାତ୍ମାଙ୍କ କାର୍ଯ୍ୟସମୂହ ତା’ଠାରୁ କେତେ ଅଧିକ ଗୌରବରେ ପ୍ରତିଷ୍ଠିତ ନ ହେବ!</verse>
				<verse number="9">ଦଣ୍ଡ ବିଧାୟକ ବ୍ୟବସ୍ଥାର ପ୍ରତିଷ୍ଠା ଯଦି ଏତେ ଗୌରବଯୁକ୍ତ, ତା’ହେଲ ପରିତ୍ରାଣକାରୀ ନିୟମର ପ୍ରତିଷ୍ଠା ଆହୁରି କେତେ ଅଧିକ ଗୌରବମଣ୍ଡିତ ନ ହେବ!</verse>
				<verse number="10">ଆମେ କହିପାରୁ, ଅତୀତରେ ଯାହା ଗୌରବଯୁକ୍ତ ଥିଲା, ଉଜ୍ଜ୍ୱଳତର ଏକ ମହିମାର ଆବିର୍ଭାବ ହେତୁ ଏବେ ତାହା ମଳିନ ପଡ଼ି ଯାଇଛି।</verse>
				<verse number="11">ଯଦି ଅସ୍ଥାୟୀ ବିଷୟ ଏତେ ଗୌରବଯୁକ୍ତ ହୁଏ, ଚିରସ୍ଥାୟୀ ବିଷୟ ଏହାଠାରୁ କେତେ ଅଧିକ ଗୁଣରେ ଗୌରବଯୁକ୍ତ ନ ହେବ!</verse>
				<verse number="12">ସେହି ଭରସା ଥିବାରୁ ଆମେ ଅଧିକ ସାହାସୀ।</verse>
				<verse number="13">ଆମେ ମୋଶାଙ୍କ ପରି ନୋହୁଁ। ସେ ଆପଣା ମୁହଁ ଘୋଡ଼ାଇ ପକାଇଥିଲେ, ଯେପରି ମଳିନ ପଡ଼ି ଯାଇଥିବା ସେ ଦୀପ୍ତିର ଅବସାନ ଇଶ୍ରାୟେଲ ଲୋକମାନେ ଦେଖି ନ ପାରନ୍ତି।</verse>
				<verse number="14">ପ୍ରକୃତରେ ସେମାନଙ୍କର ବୋଧଶକ୍ତି ଲୋପ ପାଇଥିଲା। ଏବେ ମଧ୍ୟ ପୁରାତନ ନିୟମ ପାଠ କରିବର ସମୟରେ ସେମାନଙ୍କର ସମ୍ମୁଖରେ ସେହି ଆବରଣ ରହୁଛି। ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା କେବଳ ସେହି ଆବରଣ ଉନ୍ମୋଚିତ ହୁଏ।</verse>
				<verse number="15">ଆଜି ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପଢ଼ୁଥିବାବେଳେ ସେମାନଙ୍କ ମନ ଉପରେ ରହିଥାଏ ଏକ ଆବରଣ।</verse>
				<verse number="16">କିନ୍ତୁ ସେହି ଆବରଣ ଘୁଞ୍ଚା ଯାଇପାରେ। କାରଣ ଧର୍ମଶାସ୍ତ୍ରରେ ମୋଶାଙ୍କ ବିଷୟରେ ଉଲ୍ଲଖ ଅଛି, “ପ୍ରଭୁଙ୍କ ଆଫକୁ ମୁଖ ଫେରାଇବାକୁ ସେହି ଆବରଣ ଘଞ୍ଚାଗଲା।”</verse>
				<verse number="17">ଏହି ଶାସ୍ତ୍ରାଂଶରେ ଉଲ୍ଲିଖିତ “ପ୍ରଭୁ” ହେଉଛନ୍ତି “ଆତ୍ମା”। ଯେଉଁଠି ପ୍ରଭୁଙ୍କ ଆତ୍ମା, ସେଇଠି ଥାଏ ସ୍ୱାଧୀନତା।</verse>
				<verse number="18">ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।</verse>
			</chapter>
			<chapter number="4">
				<verse number="1">ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।</verse>
				<verse number="2">ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;</verse>
				<verse number="3">କାରଣ ଆମ ଦ୍ୱାରା ପ୍ରଚାରିତ ସୁସମାଚାର ଯଦି ରହସ୍ୟାବୃତ, ତେବେ କେବଳ ବିପଥଗାମୀମାନଙ୍କ ପାଇଁ ତାହା ରହସ୍ୟାବୃତ।</verse>
				<verse number="4">ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।</verse>
				<verse number="5">ଆମେ ନିଗକୁ ପ୍ରଚାର କରୁ ନାହୁଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଏବଂ ଯୀଶୁଙ୍କୁ ପାଇଁ ନିଜ ନିଜକୁ ତୁମର ସେବକ ବୋଲି ପ୍ରଚାର କର,</verse>
				<verse number="6">କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।</verse>
				<verse number="7">କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।</verse>
				<verse number="8">ଆମେ ସବୁ ପ୍ରକାର କ୍ଳେଶ ଭୋଗ କରିଛୁ, କିନ୍ତୁ ଭାଙ୍ଗିପଡ଼ି ନାହୁଁ। ସମୟେ ସମୟେ ବିଚଳିତ ହୋଇ ପଡ଼ିଛୁ କିନ୍ତୁ ହତାଶ ହୋଇ ନାହୁଁ।</verse>
				<verse number="9">ଆମେ ନିର୍ଯ୍ୟତାତିତ ହୋଇଛୁ, କିନ୍ତୁ ଈଶ୍ୱର ଆମକୁ କେବେ ପରିତ୍ୟାଗ କରି ନାହାନ୍ତି। ଅନେକ ସମୟରେ ଆମେ ଆଘାତ ପାଇଛୁ, କିନ୍ତୁ ଧ୍ୱଂସ ହୋଇଯାଇ ନାହୁଁ।</verse>
				<verse number="10">ଯୀଶୁଙ୍କ ଜୀବନ ଯେପରି ଆମଠାରେ ପ୍ରକାଶିତ ହୁଏ, ସେଥିପାଇଁ ଆମେ ସର୍ବଦା ଆମ ଶରୀରରେ ଯୀଶୁଙ୍କ ମୃତ୍ୟୁ ବହନ କରୁଛୁ।</verse>
				<verse number="11">ତାଙ୍କ ଜୀବନକୁ ଏହି ମର ଶରୀରରେ ପ୍ରକାଶ କରିବା ନିମନ୍ତେ ଖ୍ରଷ୍ଟଙ୍କ ପାଇଁ ସାରା ଜୀବନ ଆମେ ମୃତ୍ୟ ମୁଖରେ ପତିତ ହେଉଛୁ।</verse>
				<verse number="12">ଅତଏବ, ଏହିପରି ଭାବରେ ଆମ ମଧ୍ୟରେ ମୃତ୍ୟ ଓ ତୁମ ମଧ୍ୟରେ ଜୀବନ କାର୍ଯ୍ୟ କରି ଚାଲିଛି।</verse>
				<verse number="13">ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୁଁ ବିଶ୍ୱାସ କରିବା ହେତୁ କଥା କହିଲି।” ଆମେ ସେହି ବିଶ୍ୱାସର ଆତ୍ମା ପାଇଛୁ। ଆମେ ବିଶ୍ୱାସ କରୁଛୁ, ତେଣୁ ଘୋଷଣା ମଧ୍ୟ କରୁଛୁ।</verse>
				<verse number="14">ଆମେ ଜାଣୁ, ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ଜୀବତ କରି ଅଛନ୍ତି। ସେହି ଈଶ୍ୱର, ଯୀଶୁଙ୍କ ସହିତ ଆମକୁ ମଧ୍ୟ ଜୀବିତ କରିବେ ଓ ତୁମ୍ଭମାନଙ୍କ ସହିତ ଆମକୁ ତାଙ୍କ ସମୀପକୁ ନେଇ ଯିବେ।</verse>
				<verse number="15">ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏସବୁ ଘଟୁଛି। ଈଶ୍ୱରଙ୍କ ଅନୁଗ୍ରହ ଆହୁରି ଅଧିକରୁ ଅଧିକ ବୃଦ୍ଧି ପାଇ ଲୋକଙ୍କୁ ସ୍ପର୍ଶ କଲେ, ଆହୁରି ଅନେକେ କୃତଜ୍ଞ ଚ୍ତ୍ତରେ ଈଶ୍ୱରଙ୍କର ଗୌରବ କରିବେ।</verse>
				<verse number="16">ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି।</verse>
				<verse number="17">ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।</verse>
				<verse number="18">ଆମର ଦୃଷ୍ଟି ଦୃଶ୍ୟମାନ କୌଣସି ବସ୍ତୁ ଉପରେ ନୁହେଁ, ମାତ୍ର ଅଦୃଶ୍ୟ ବସ୍ତୁ ଉପରେ ନିବନ୍ଧ, କାରଣ ଦୃଶ୍ୟମାନ ସବୁ କିଛି କ୍ଷଣସ୍ଥାୟୀ, କିନ୍ତୁ ଯାହା ଅଦୃଶ୍ୟ, ତାହା ଚିରସ୍ଥାୟୀ।</verse>
			</chapter>
			<chapter number="5">
				<verse number="1">ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।</verse>
				<verse number="2">ଏହି ପାର୍ଥିବ ଆବାସରେ ରହି ଆମେ ସେହି ସ୍ୱର୍ଗୀୟ ଗୃହରୂପ ବସ୍ତ୍ର ପରିଧାନ କରିବାକୁ ଆର୍ତ୍ତାନାଦ କରୁଛୁ।</verse>
				<verse number="3">କିନ୍ତୁ ସେହି ସ୍ୱର୍ଗୀୟ ଆବାସରେ ପ୍ରବେଶ କଲେ, ଆମେ ଶରୀରବିହୀନ ହେବା ନାହିଁ।</verse>
				<verse number="4">ଆମେ ଏହି ପାର୍ଥିବ ତମ୍ବୁରେ ରହିଥିଲାବେଳେ ଭାରାକ୍ରାନ୍ତ ହୃଦୟରେ ଅର୍ତ୍ତାନାଦ କରୁଛୁଁ। ପାର୍ଥିବ ଶରୀର ପରିତ୍ୟାଗ କରିବା ଆମର ଅଭିପ୍ରାୟ ନୁହେଁ, ମାତ୍ର ଆମେ ଚାହୁଁ, ସ୍ୱର୍ଗୀୟ ବସ୍ତ୍ର ପରିଧାନ କରିବା ସ୍ୱରା ଆମର ଏହି ମର ଶରୀର ଯେପରି ଅମରତ୍ୱରେ ଆଚ୍ଛାଦିତ ହେବ।</verse>
				<verse number="5">ଈଶ୍ୱର ଆମକୁ ଏହି ପ୍ରତିଭୂ ସ୍ୱରୂପ ତାଙ୍କର ପବିତ୍ରଆତ୍ମାଙ୍କୁ ସେ ଆମକୁ ଦାନ କରିଛନ୍ତି।</verse>
				<verse number="6">ସେଥିପାଇଁ ଆମେ ସବୁବେଳେ ସାହସ ଧରିଛୁ। ଆମେ ଜାଣୁ, ଯେତେ ଦିନ ଆମେ ଏହି ଦେହରେ ବାସ କରିଛୁ, ସେତେ ଦିନ ପ୍ରଭୁଙ୍କଠାରୁ ଦୂରରେ ବାସ କରିଛୁ, ସେତେ ଦିନ ପ୍ରଭୂଙ୍କଠାରୁ ଦୂରରେ ରହି ଜୀବନ ଦୃଶ୍ୟ ବିଷୟ ଛପରେ ନୁହେଁ- ମାତ୍ର ବିଶ୍ୱାସ ଛପରେ ପ୍ରତିଷ୍ଠିତ।</verse>
				<verse number="7"></verse>
				<verse number="8">ତେଣୁ ଆମେ ସାହସିକ, ପୁଣି ଏହି ଶରୀର ପରିତ୍ୟାଗ କରି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଆମେ ଅଧିକ ଉତ୍ସୁକ।</verse>
				<verse number="9">ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,</verse>
				<verse number="10">କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।</verse>
				<verse number="11">ପ୍ରଭୁଙ୍କୁ କରିବା ଅର୍ଥ କଅଣ, ଆମେ ଜାଣିଛୁ ଏବଂ କରିବା ପାଇଁ ଆମେ ସମସ୍ତଙ୍କୁ ପ୍ରବର୍ତ୍ତାଉଛୁ। ଈଶ୍ୱର ଆମ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି। ମୁଁ ଆଶା କରୁଛି, ତୁମ୍ଭମାନେ ମୋତେ ଭଲ ଭାବରେ ଜାଣ।</verse>
				<verse number="12">ଆମେ ଆଉ ଥରେ ତୁମ୍ଭମାନଙ୍କ ନିକଟରେ ଆମୂବଡ଼ିମା କରିବାରୁ ଚାହୁଁ ନାହୁଁ। ବରଂ ଆମ ସମ୍ପର୍କରେ ଯଥାର୍ଥରେ ଦର୍ପ କରିବା ପାଇଁ ତୁମ୍ଭମାନଙ୍କୁ ସୁଯୋଗ ଦେବା ଆମର ଉଦ୍ଦେଶ୍ୟ। ତା’ହେଲେ, ଅନ୍ତରର ଗୁଣ ନ ଦେଖି କେବଳ ବାହ୍ୟିକ ଆଡ଼ମ୍ବର ଲକ୍ଷ୍ୟ କରି ଯେଉଁମାନେ ଦର୍ପ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ଉପଯୁକ୍ତ ଉତ୍ତର ଦେଇ ପାରିବ।</verse>
				<verse number="13">ଆମର କ’ଣ ମତିଭ୍ରମ ହୋଇଛି? ଆମର ଯଦି ମତିଭ୍ରମ ହୋଇଥାଏ, ତାହା ଈଶ୍ୱରଙ୍କ ପାଇଁ ହୋଇଛି। ଆମେ କ’ଣ ପ୍ରକୃତିସ୍ଥ? ଆମେ ଯଦି ପ୍ରକୃତିସ୍ଥ, ତେବେ ତୁମ୍ଭମାନଙ୍କ ପାଇଁ ସେପରି ରହିଛୁ।</verse>
				<verse number="14">ଖ୍ରୀଷ୍ଟଙ୍କ ପ୍ରେମ ଦ୍ୱାରା ଆମେ ପରିଚାଳିତ। ଆମେ ବୁଝିଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁବରଣ କରି ଥିବାରୁ ସମସ୍ତେ ସେହି ମୃତ୍ୟୁର ଅଂଶୀ ହୋଇଛନ୍ତି।</verse>
				<verse number="15">ସେ ସମସ୍ତଙ୍କ ପାଇଁ ମୃତ୍ୟବରଣ କରି ଥିବାରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ଆଉ ନିଜ ପାଇଁ ଜୀବନଧାରଣ ନ କରି ତାଙ୍କ ପାଇଁ ବଞ୍ôଚବେ, କାରଣ କେବଳ ସେମାନଙ୍କ ପାଇଁ ସେ ମରି ପୁନର୍ଜୀବିତ ହୋଇ ଅଛନ୍ତି।</verse>
				<verse number="16">ସୁତଗଂ ଆମେ ଆଉ କାହାରିକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରୁ ନାହୁଁ। ସମୟ ଥିଲା, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ମଧ୍ୟ ମାନବିକ ଦୃଷ୍ଟିକୋଣରୁ ବିଚାର କରୁଥିଲୁ। କିନ୍ତୁ ଏବେ ଆମେ ଆଉ ସେପରି କରୁ ନାହିୁଁ।</verse>
				<verse number="17">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।</verse>
				<verse number="18">ଏସବୁ ଈଶ୍ୱରଙ୍କ କାର୍ଯ୍ୟ। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ତାଙ୍କ ସହିତ ପୁନର୍ମିଳିତ କରିଛନ୍ତି ଏବଂ ତାଙ୍କ ସହିତ ଅନ୍ୟମାନଙ୍କର ପୁନର୍ମିଳନ କରାଇବା ପାଇଁ ସେ ଆମକୁ ଦାୟିତ୍ୱ ଦେଇଛନ୍ତି।</verse>
				<verse number="19">ତେଣୁ ଆମର ବାର୍ତ୍ତା ହେଉଛି, ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ସମଗ୍ର ମାନବ ଜାତିକୁ ତାଙ୍କ ସହିତ ପୂନର୍ମିଳିତ କରିବାକୁ ବ୍ୟବସ୍ଥା କରି ଅଛନ୍ତି। ତାଙ୍କ ବିରୁଦ୍ଧରେ ସେମାନଙ୍କ ଅପରାଧସବୁକୁ ସେ ଆଉ ତାଙ୍କ ହିସାବରେ ରଖି ନାହାନ୍ତି। ପୁଣି, ଏହି ପୂନର୍ମିଳନରେ ବାର୍ତ୍ତା ଘୋଷଣା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ ଅଛି।</verse>
				<verse number="20">ସୁତରାଂ ଆମେ ଖ୍ରୀଷ୍ଟଙ୍କ ସପକ୍ଷରେ ଏ କଥା କହୁଛୁ। ସ୍ୱୟଂ ଈଶ୍ୱର ଆମ ସ୍ୱାରା ଏହି ଆହ୍ନାନ ଦେଇଛନ୍ତି ବୋଲି ମନେ କରିବାକୁ ହେବ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ବିନତି କରୁଛୁଳ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ,</verse>
				<verse number="21">କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।</verse>
			</chapter>
			<chapter number="6">
				<verse number="1">ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି: “ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି, ପରିତ୍ରାଣ ଦିନାର ତୁମର ସହୟ ହେଲି।” ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ। ଆଜି ହେଉଛି ପରିତ୍ରାଣର ଦିନ।</verse>
				<verse number="2"></verse>
				<verse number="3">ଯେଉଁ ସେବକତ୍ୱ ଆମେ ଗ୍ରହଣ କରିଛୁ, ତା’ର ଅପବାଦ ଯେପରି ନ ହୁଏ, ସେଥିପାଇଁ ଆମେ କାହାରି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଚେଷ୍ଟା କରୁଛୁ।</verse>
				<verse number="4">ବରଂ, ଆମେ ସବୁ ଅବସ୍ଥାରେ ନିଜକୁ ଈଶ୍ୱରଙ୍କ ସେବକ ରୂପେ ପରିଚିତ କରାଉଛୁ। ଅସୀମ ଧୈର୍ଯ୍ୟ ସହକାରେ ଆମେ ସବୁ ପ୍ରକାର କ୍ଳେଶ, ଅନାଟନ ଓ କଷ୍ଟ ସହ୍ୟ କରିଛୁ;</verse>
				<verse number="5">ଆମେ ପ୍ରହାରିତ ହୋଇଛୁ, କାରାଦଣ୍ଡ ଭୋଗ କରିଛୁ, ଗଣବିକ୍ଷୋଭର ସମ୍ମୁଖୀନ ହୋଇଛୁ; କଠୋର ପରିଶ୍ରମ କରିଛୁ, ଅନିଦ୍ରା ହୋଇ ରହୁଛୁ ଓ ଅନାହାରରେ ଦିନ କାଟିଛୁ।</verse>
				<verse number="6">ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ,</verse>
				<verse number="7">ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।</verse>
				<verse number="8">ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ।</verse>
				<verse number="9">ଆମକୁ ମିଥ୍ୟାବାଦୀ ବୋଲି ଅପବାଦ ଦିଆଯାଇଛି, ଅଥଚ ଆମେ ନିରାଟ ସତ୍ୟ କହିଥାଉ। ଆମେ ସୁପରିଚିତ ହୋଇ ସୁଦ୍ଧା ଅପରିଚିତ ଜୀବତ ଥାଇ ସୁଦ୍ଧା, ମୃତ ବୋଲି ବିବେଚିତ। ଆମେ ଦଣ୍ଟିତ ହୋଇଛୁ, କିନ୍ତୁ ନିହତ ହୋଇ ନାହୁଁ।</verse>
				<verse number="10">ଆମେ ଶୋକାର୍ତ୍ତ ହୋଇ ସୁଦ୍ଧା ସର୍ବଦା ଉଲ୍ଲସିତ। ଆମେ ଦରିଦ୍ର ପରି ମନେହୁଏ, କିନ୍ତୁ ବାସ୍ତବରେ ଆମେ ସବୁ କରିଛିର ଅଧିକାରୀ।</verse>
				<verse number="11">କରିନ୍ଥର ପ୍ରିୟ ବନ୍ଧୁଗଣ, ଆମେ ନିଷ୍କପଟଭାବେ ତୁମ୍ଭମାନଙ୍କୁ ସବୁ କହିଅଛୁ। ତୁମ୍ଭମାନଙ୍କ ନିକଟରେ ଆମର ହୃଦୟ ଖୋଲି ଦେଇଛି।</verse>
				<verse number="12">ଆମେ ତୁମ ପ୍ରତି ରୁଦ୍ଧ-ହୃଦୟ ହୋଇ ନାହୁଁ, ବରଂ ତୁମମାନଙ୍କ ହୃଦୟ ଆମ ପଅତି ରୁଦ୍ଧ ହେେଇଛି।</verse>
				<verse number="13">ତୁମ୍ଭମାନଙ୍କ ମୋର ସନ୍ତାନ ମନେକରି,ସବୁ କହୁଅଛି। ଆମ ଉଦାରତାର ପଅତିବାଦ ସ୍ୱରୂପ ତୁମମାନଙ୍କ ହୃଦୟ ଉନ୍ମୁକ୍ତ ହେଉ।</verse>
				<verse number="14">ତୁମ୍ଭେମାନେ ଅବିଶ୍ୱାସୀ ସଙ୍ଗେ ସମଭାବେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କର ନାହିଁ। ଏହା କଦାପି ହୋଇପାରିବ ନାହିଁ ଧର୍ମ ଓ ଅଧର୍ମର ମେଳ କେଉଁଠି? ଆଲୋକ ଓ ଅନ୍ଧାକାର କିପରି ଏକତ୍ର ରହିବେ?</verse>
				<verse number="15">ଖ୍ରୀଷ୍ଟ ଓ ଶୟତାନ କରିପରି ଏକମତ ହେବେ? ବିଶ୍ୱାସୀ ସହିତ ଅବିଶ୍ୱାସୀ କେଉଁ ବିଷୟରେ ଏକମତ ହୋଇପାରିବ?</verse>
				<verse number="16">ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”</verse>
				<verse number="17">ତେଣୁ ପ୍ରଭୁ କହନ୍ତି, ସେମାନଙ୍କ ମଧ୍ୟରୁ ତୁମେ ବାହାର ଆସ, ସେମାନଙ୍କଠାରୁ ନିଚକୁ ଗ୍ରହଣ କରିବି,</verse>
				<verse number="18">ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”</verse>
			</chapter>
			<chapter number="7">
				<verse number="1">ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।</verse>
				<verse number="2">ତୁମ୍ଭମାନଙ୍କ ହୃଦୟରେ ଆମକୁ ସ୍ଥାନ ଦିଅ। ଆମେ କାହାରି ପ୍ରତି ଅନ୍ୟାୟ କରି ନାହୁଁ, କାହାରି କିଛି କ୍ଷତି କରି ନାହୁଁ କିମ୍ବା କାହାଠାରୁ କରିଛି ଫାଇଦା ଉଠାଇବାକୁ ଚେଷ୍ଟା କରିନାହୁଁ।</verse>
				<verse number="3">ତୁମ୍ଭମାନଙ୍କୁ ଦୋଷ ଦେବା ପାଇଁ ମୁଁ ଏ କଥା କହୁ ନାହିଁ। ମୁଁ ଆଗରୁ କହିଛି, ତୁମ୍ଭମାନେ ଆମର ଏତେ ପ୍ରୟି ଯେ, ଆମେ ବଞ୍ଚିବା ଓ ମଲେ ଏକାଠି ମରିବା।</verse>
				<verse number="4">ତୁମ୍ଭମାନଙ୍କ ଉପରେ ମୋର ଗର୍ବ ମଧ୍ୟ ଯଥେଷ୍ଟ। ଦୁଃଖ କଷ୍ଟ ସମୟରେ ମୁଁ ଅପୂର୍ବ ସାହାସ ଦେଖାଇଛି। ଆନନ୍ଦରେ ବିହ୍ୱଳ ହୋଇଛି।</verse>
				<verse number="5">ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।</verse>
				<verse number="6">କିନ୍ତୁ ଅବହେଳିତମାନଙ୍କୁ ସାନ୍ତ୍ୱନା ଦେଇଥିବା ଈଶ୍ୱର ତିତମଙ୍କୁ ପଠାଇ ଆମକୁ ଉତ୍ସାହ ଦେଇଛନ୍ତି।</verse>
				<verse number="7">କେବଳ ତାଙ୍କ ଆଗମନ ଦ୍ୱାରା ନୁହେୁଁ, ମାତ୍ର ସେ ତୁମ୍ଭମାନଙ୍କ ନିକଟକୁ ଯାଇ ଯେଉଁ ଉତ୍ସାହ ପାଇଛନ୍ତି, ତଦ୍ଦ୍ୱାରା ଆମେ ଆନନ୍ଦିତ ହୋଇଛୁ। ମୋତେ ଦେଖିବାକୁ ତୁମ୍ଭମାନଙ୍କର କେତେ ଆଗ୍ରହ, ମୋ’ ପାଇଁ ତୁମର କେଡ଼େ ଉଦ୍ନଯୋଗୀ, ଏ ସମସ୍ତ ବିଷୟ ସେ ମୋତେ ଜଣାଇଛନ୍ତି। ଡଫଳରେ ମୁଁ ଅଧିକ ଉଲ୍ଲସିତ ହୋଇଛି।</verse>
				<verse number="8">ମୋର ଚିଠି ପଢ଼ି ତୁମ୍ଭେମାନେ ମର୍ମାହତ ହୋଇଥିଲ ସୁଦ୍ଧା, ସେହି ଚତଠି ଲେଖି ଥିବାରୁ ମୋ’ ମନରେ କିଛି ଦୁଃଖ ନାହିଁ। ଚିଠିଟି ତୁମ୍ଭମାନଙ୍କୁ କ୍ଷଣକ ପାଇଁ ଶେକାର୍ତ୍ତ କରି ଥିବାରୁ ମୁଁ ଦୁଃଖିତ ହୋଇ ଥାଆନ୍ତି।</verse>
				<verse number="9">କିନ୍ତୁ ତୁମ ମନରେ ଦୁଃଫଖ ଦେଇ ଥିବାରୁ ନୁହେଁ, ମାତ୍ର ଏହି ଦୁଃଖ ତୁମ୍ଭମାନଙ୍କ ଜୀବନରେ ଗତିପଥ ବଦଳାଇ ଦେଇ ଥିବାରୁ ଏବେ ମୁଁ ଆନନ୍ଦ ପାଉଛି। ଈଶ୍ୱରଙ୍କ ଅଭିପ୍ରାୟ ଅନୁସାରେ ତୁମ୍ଭମାନେ ଏହି ଦୁଃଖ ସହ୍ୟ କରିଛି। ତେଣୁ ଆମ ଦ୍ୱାରା ତୁମ୍ଭେମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇ ନାହିଁ।</verse>
				<verse number="10">କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।</verse>
				<verse number="11">ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।</verse>
				<verse number="12">ତୁମ୍ଭାନଙ୍କ ମଧ୍ୟରୁ ଯେ ଅନ୍ୟାୟ କରିଛି ବା ଯେ ଅନ୍ୟାୟ ସହିଛି, ତା’ ଉଦ୍ଦେଶ୍ୟରେ ମୁଁ ସେହି ଚିଠି ଲେଖି ନ ଥିଲି। ବରଂ ଈଶ୍ୱରଙ୍କ ଦୃଷ୍ଟିରେ ଆମ ପ୍ରତି ତୁମର ଭକ୍ତି କେତେ ଗଭୀର ଓ</verse>
				<verse number="13">ସେଥିପାଇଁ ଆମେ କେଡ଼େ ଉତ୍ସାହିତ, ତାହା ଜଣାଇ ଦେବାକୁ ମୁଁ ସେହି ଚିଠି ଲେଖିଛି। ଆମେ କେବଳ ଉତ୍ସାହିତ ହୋଇ ନାହୁଁ। ତୁମ୍ଭେମାନେ ତିତସଙ୍କୁ ସବୁ ପ୍ରକାରେ ସାହାଯ୍ୟ କରି ଯେପରି ଭାବରେ ଉତ୍ସାହିତ କରିଛ, ତାହା ଆମକୁ ବହୁତ ଆନନ୍ଦ ଦେଇଛି।</verse>
				<verse number="14">ତାଙ୍କ ନିକଟରେ ତୁମ୍ଭମାନଙ୍କ ପାଇଁ ମୁଁ ଦର୍ପ କରିଛି। ଆଉ ସେଥିପାଇଁ ମୋ’ ମୁଣ୍ଡ ତଳକୁ ହୋଇଯାଇ ନାହିଁ। ଯେପରି ତୁମ୍ଭମାନଙ୍କ ନିକଟରେ ଆମେ ସବୁବେଳେ ସତ କହି ଆସିଛୁ, ସେହିପରି ତିତସଙ୍କ ନିକଟରେ ଆମେ କରିଥିବା ଦର୍ପ, ମିଥ୍ୟା ବୋଲି ପ୍ରମାଣିତ ହୋଇ ନାହିଁ।</verse>
				<verse number="15">ତୁମ୍ଭେମାନେ ସମସ୍ତେ ଯେପରି ଭାବର ତାଙ୍କର ବାଧ୍ୟ ଥିଲ ଏବଂ ଭୟ ଓ କମ୍ପିତ ହୃଦୟରେ ତାଙ୍କୁ ସ୍ୱାଗତ ଜଣାଇଥିଲ, ଏ କଥା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ବୃଦ୍ଧି ପାଉଛି।</verse>
				<verse number="16">ତୁମ୍ଭମାନଙ୍କ ଉପରେ ଆସ୍ଥା ରଖି ପାରିବାରୁ ମୁଁ କେଡ଼େ ସୁଖୀ।</verse>
			</chapter>
			<chapter number="8">
				<verse number="1">ଭାଇମାନେ, ମାସିଦୋନିଆର ମଣ୍ଡଳୀଗୁଡ଼ିକ କିପରି ଈଶ୍ପରଙ୍କ ଅନୁଗ୍ରହ ଲାଭ କରିଛନ୍ତି, ତାହା ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛି।</verse>
				<verse number="2">ସେମାନେ ଉତ୍କଟ କ୍ଳେଶ ମଧ୍ୟଦେଇ ପରୀକ୍ଷିତ ହୋଇଛନ୍ତି ଏବଂ ସେମାନେ ଅତିଶୟ ଦରିଦ୍ର ହେଲେ ସୁଦ୍ଧା, ଚରମ ବଦାନ୍ୟତା ଦ୍ୱାରା ନିଜ ମନର ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କରିଛନ୍ତି।</verse>
				<verse number="3">ମୁଁ ନିଶ୍ଚିତଭାବେ କହୁଛି ଯେ, ସେମାନେ ସ୍ୱେଚ୍ଛାରେ ନିଜର ସାଧ୍ୟ ଅନୁସାରେ- ଏପରି କି ସାଧ୍ୟାତୀତ ଭାବରେ ମଧ୍ୟ- ଦାନ କରିଛନ୍ତି।</verse>
				<verse number="4">ଯିହୁଦାରେ ଥିବା ଈଶ୍ବରଙ୍କ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ସେମାନେ ଆମକୁ ଅନୁନୟ ନିବେଦନ କରିଥିଲେ।</verse>
				<verse number="5">ସେମାନଙ୍କଠାରୁ ଆମେ ଏତେ ଆଶା କରି ନ ଥିଲୁ। ପ୍ରଥମେ ସେମାନେ ନିଜ ନିଜକୁ ଆମ୍ଭମାନଙ୍କ ଉଦ୍ଦେଶରେ ଉତ୍ସର୍ଗ କଲେ।</verse>
				<verse number="6">ତିତସଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଚଳେଇ ରଖିବା ପାଇଁ ଓ ଏହି ପ୍ରେମାପ୍ଳୁତ ସେବା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ତିତସଙ୍କୁ ଅନୁରୋଧ କରିଛୁ।</verse>
				<verse number="7">ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।</verse>
				<verse number="8">ଏ ସମ୍ପର୍କରେ ତୁମ୍ଭମାନେ ପ୍ରତି ମୁ କୌଣସି ନୀତି ନିର୍ଦ୍ଧାରଣ କରୁ ନାହିଁ। କେବଳ ସେବା କାର୍ଯ୍ୟରେ ଅନ୍ୟମାନଙ୍କ ଆଗ୍ରହର ଦୃଷ୍ଟାନ୍ତ ଦେଇ ତୁମ ପ୍ରେମରେ ବାସ୍ତବତା ଜାଣିବାଂ ପାଇଁ ମୁଁ ଚେଷ୍ଟା କରୁଛି।</verse>
				<verse number="9">ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।</verse>
				<verse number="10">ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।</verse>
				<verse number="11">ତେଣୁ କାର୍ଯ୍ୟ କରିଯାଅ ଓ ତୁମ ସୁଯୋଗ ଅନୁଯାୟୀ ତାହା ସମାପ୍ତ କର। ସଙ୍କଳ୍ପ ଗ୍ରହଣ କରିବା ସମୟରେ ତୁମର ଯେଉଁ ଆଗ୍ରହ ଥିଲା, କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ତାହାକୁ ବଚାୟ ରଖ।</verse>
				<verse number="12">କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ, ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।</verse>
				<verse number="13">ତୁମ୍ଭମାନଙ୍କ ଉପରେ ଏହି ବୋଝକୁ ଲଦି ଦେଇ ଅନ୍ୟମାନଙ୍କୁ ଅବ୍ୟାହତି ଦେବା ପାଇଁ ମୁଁ ଚେଷ୍ଟା କରୁ ନାହିଁ,</verse>
				<verse number="14">କିନ୍ତୁ ଏବେ ତୁମ୍ଭମାନଙ୍କର ପ୍ରଚୁର ଥିବାରୁ ଅଭାବରେ ରହିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ସମୟ ଆସିବ, ତୁମ୍ଭେମାନେ ଅଭାବରେ ଥିଲାବେେଳ, ସେମାନଙ୍କର ପ୍ରଚୁାର୍ଯ୍ୟ ତୁମ୍ଭାନଙ୍କର ଅଭାବର ପୂରଣ କରିବା ପାଇଁ ସାହାଯ୍ୟ କରିବ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରେ ସମତା ରକ୍ଷା କରାଯାଇ ପାରିବ।</verse>
				<verse number="15">ଧର୍ମଶାସ୍ତ୍ରରେ ଉଲ୍ଲଖ ଅଛି: “ଯେ ବେଶୀ ସଂଗ୍ରହ କଲା, ତା’ର କିଛି ବଳିଲା ନାହିଁ। ଅଳ୍ପ ସଂଗ୍ରହ କଲା, ତା’ର ଅଭାବ ହେଲା ନାହିଁ।</verse>
				<verse number="16">ଈଶ୍ୱରଙ୍କ ଧନ୍ୟବାଦ ହେଉ। କାରଣ ଆମ୍ଭମାନଙ୍କ ପରି ତିତସ ମଧ୍ୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହାନ୍ୱିତ।</verse>
				<verse number="17">ସେ କେବଳ ଆମର ଅନୁରୋଧକୁ ସ୍ୱାଗତ ଜଣାଇ ନାହାନ୍ତି, ମାତ୍ର ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଏତେ ଆଗ୍ରହାନ୍ୱିତ ଯେ, ନିଜ ଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ସେ ମନସ୍ଥ କରିଛନ୍ତି।</verse>
				<verse number="18">ତାଙ୍କ ସହିତ ଆଉ ଜଣେ ଭାଇଙ୍କୁ ଆମେ ପଠାଉଛୁ। ଶୁଭ ବାର୍ତ୍ତା ପ୍ରଚାର କରିବାରେ ସମସ୍ତଦ ମଣ୍ତଳୀରେ ସେ ବିଶେଷ ଖ୍ୟାତିଲାଭ କରିଛନ୍ତି।</verse>
				<verse number="19">କେବଳ ସେତିକି ନୁହେଁ, ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଶୁଭେଚ୍ଛା ପ୍ରକାଶ କରିବା ପାଇଁ ଯେଉଁ ଅନୁଗ୍ରହର କାର୍ଯ୍ୟ ଆମେ ଗ୍ରହଣ କରିଛୁ, ସେଥିରେ ଆମର ସହଯାତ୍ରୀ ହେବା ପାଇଁ ବିଭିନ୍ନ ମଣ୍ଡଳୀ ତାଙ୍କୁ ମନୋନୀତ କରିଛି।</verse>
				<verse number="20">ଉଦାର ଭାବରେ ଦିଆଯାଉଥିବା ଏହି ଦାନକୁ ଅତି ସତର୍କତାର ସହ ଆମେ ବ୍ୟବହାର କରୁଛୁ, ଯେପରି ଆମ ଉପରେ କେହି ଦୋଷାରୋପ କରି ନ ପାରେ।</verse>
				<verse number="21">କାରଣ କେବଳ ପ୍ରଭୁଙ୍କ ସାକ୍ଷାତରେ ନୁହେଁ, ମାତ୍ର ମନୁଷ୍ୟ ସାକ୍ଷାତରେ ମଧ୍ୟ ସତ୍ ରହିବା ଆମର ଲକ୍ଷ୍ୟ।</verse>
				<verse number="22">ତେଣୁ ସେମାନଙ୍କ ସହିତ ଏହି ଭାଇଙ୍କୁ ଆମେ ପଠାଇଛୁ। ତାଙ୍କୁ ବହୁବାର ପରୀକ୍ଷା କରି ତାଙ୍କ ବିଶ୍ୱସ୍ତତାର ପରିଚୟ ପାଇଛୁ। ତୁମ୍ଭମାନଙ୍କ ଉପରେ ତାଙ୍କର ଦୃଢ଼ ଆସ୍ଥା ଥିବାରୁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ଉତ୍କଣ୍ଠିତ ହୋଇଛନ୍ତି।</verse>
				<verse number="23">ତିତସଙ୍କ ପରିଚୟ ଏହି: ସେ ମୋର ସହଯୋଗୀ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାରେ ମୋର ସହକର୍ମୀ। ପୁଣି ତାଙ୍କ ସହିତ ଯାଉଥିବା ଅନ୍ୟ ବିଶ୍ୱାସୀ ଭାଇମାନଙ୍କର ପରିଚୟ: ସେମାନେ ମଣ୍ଡଳୀ ସମୂହର ପ୍ରତିନିଧି ଓ ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।</verse>
				<verse number="24">ସେମାନଙ୍କୁ ତୁମ୍ଭମାନଙ୍କର ପ୍ରେମ ଦେଖାଅ। ତା’ହେଲେ ସମସ୍ତ ମଣ୍ଡଳୀ ଏ ବିଷୟରେ ନିଶ୍ଚିତ ହେବ ଏବଂ ତୁମ୍ଭମାନଙ୍କ ପାଇଁ ଆମେ କରୁଥିବା ଦର୍ପ ଯଥାର୍ଥ ବୋଲି ଉପଲବ୍ଧି କରିପାରିବେ।</verse>
			</chapter>
			<chapter number="9">
				<verse number="1">ଯିହୁଦାରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ନିକଟକୁ ସାହାୟ୍ୟ ପଠାଇବା ପାଇଁ ତୁମ୍ଭମାନଙ୍କୁ ଲ୍ବୋର କିଛି ଆବଶ୍ୟକତା ନାହଁ।</verse>
				<verse number="2">ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।</verse>
				<verse number="3">ବର୍ତ୍ତମାନ ମୁଁ ଏହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି। ଦେଖ, ଏହି ସମୟରେ ଯେପରି ତୁମ୍ଭମାନଙ୍କ ସମ୍ପର୍କରେ ଆମର ଦର୍ପ ବୃଥା ନ ହୁଏ। ମୋ’ କହିବା ଅନପୁସାରେ ତୁମ୍ଭମାନଙ୍କ ଦାନ ସହ ପ୍ରସ୍ତୁତ ହୋଇ ରୁହ।</verse>
				<verse number="4">ମାସିଦୋନିଆର ଲୋକମାନେ ମୋ’ ଯାଇ ଯଦି ତୁମ୍ଭମାନଙ୍କୁ ଅପ୍ରସ୍ଥୁତ ଦେଖିବେ; ତେବେ ତୁମ୍ଭମାନଙ୍କ ଉପରେ ଦୃଢ଼ ଆସ୍ଥା ଥିବା ହେତୁ ଆମେ ଲଜ୍ଜାଜନକ ହେବ।</verse>
				<verse number="5">ତୁମେ ପ୍ରତିଶ୍ରୁତି ଦେଇଥିବା ଦାନ ସଂଗ୍ରହ କରିବା ପାଇଁ ଏହି ଭାଇମାନଙ୍କୁ ମୋ’ ଯିବା ଆଗରୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେକଲଇ। ତାହାହେଲେ, ମୁଁ ତୁମ୍ଭମାନଙ୍କ ନିକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବା। ଏହାଦ୍ୱାରା ତୁମ୍ଭେମାନେ ନିପକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବ। ଏହାଦ୍ୱାରା ତୁମ୍ଭେମାନେ ବାଧ୍ୟତାମୂଳକଭାବେ ନ ଦେଇ ସ୍ୱତଃପ୍ରବୃତ୍ତ ହୋଇ ଦେଉଛ ବୋଲଇ ପ୍ରକାଶ ପାଇବ।</verse>
				<verse number="6">ମନେରଖ, ଯେ ଅଳ୍ପ ବିହନ ବୁଣେ, ସେ ଅଳ୍ପ ଫଦଲ ଅମଳ କରିବ; ଯେ ବେଶୀ ବିହନ ବୁଣେ, ସେ ବେଶୀ ଫସଲ ଅମଳ କରିବ।</verse>
				<verse number="7">ଅତଏବ, ଯେ ଯେପରି ସଙ୍କଳ୍ପ କରିଛି, ସେ ସେହିପରି ଦାନ କରୁ ଏବଂ ସେହି ଦାନ କୁଣ୍ଠିତ ହୋଇ କିମ୍ବା କେବଳ କର୍ତ୍ତବ୍ୟ ବୋଧରୁ ନ ହେଉ। କାରଣ ପ୍ରଫୁଲ୍ଲଚିତ୍ତ ଦାତାକୁ ଈଶ୍ୱର ପସନ୍ଦ କରିନ୍ତି।</verse>
				<verse number="8">ସବୁ ପ୍ରକାର ଦାନରେ ତୁମ୍ଭମାନଙ୍କୁ ସମୃଦ୍ଧ କରିବା ପାଇଁ ଈଶ୍ୱର ସକ୍ଷମ; ଫଳରେ ତୁମ୍ଭମାନଙ୍କୁ ସର୍ବଦା ପ୍ରଚାର୍ଯ୍ୟ ମଧ୍ୟରେ ବାସ କରିପାରିବ ଏବଂ ସବୁ ପ୍ରକାର ସତ୍କର୍ମ ନିମନ୍ତେ ଯଥେଷ୍ଟ ଦାନ ଦେଇ ପାରିବ।</verse>
				<verse number="9">ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଅଭାବଗ୍ରସ୍ତ ଲୋକମାନଙ୍କୁ ସେ ଉଦାର ଭାବରେ ଦାନ କରନ୍ତି; ତାଙ୍କ କୃପା ଚିରସ୍ଥାୟୀ।”</verse>
				<verse number="10">ଯେଉଁ ବୀଜବପନକାରୀମାନଙ୍କୁ ଈଶ୍ୱର ବୁଣିବା ପାଇଁ ବିହନ ଓ ଆହାର ପାଇଁ ଖାଦ୍ୟ ଯୋଗାନ୍ତି, ସେ ତୁମ୍ଭମାନଙ୍କର ପ୍ରୟୋଜନ ଅନୁସାରେ ବିହନ ଯୋଗାଇବେ ଓ ତୁମ୍ଭମାନଙ୍କ ଉଦାରତାର ଫଳ ସ୍ୱରୂପ ତୁମେ ମଧ୍ୟ ପ୍ରଚୁର ଫସଲ ଅମଳ କରିବ।</verse>
				<verse number="11">ତୁମ୍ଭେମାନେ ସର୍ବଦା ଯେପରି ଉଦାର ଭାବରେ ଦାନ କରିପାର, ଏଥିପାଇଁ ଈଶ୍ୱର ତୁମ୍ଭମାନଙ୍କୁ ସବୁ ବିଷୟରେ ସମୃଦ୍ଧ କରିବେ ଏବଂ ଆମ୍ଭମାନଙ୍କ ସ୍ୱାରା ତୁମେ ପଠାଇଥିବା ଦାନ ପାଇଁ ଅନେକେ ଈଶ୍ୱରଙ୍କନିକଟରେ କୃତଜ୍ଞ ହୋଇ ଧନ୍ୟବାଦ ଦେବେ।</verse>
				<verse number="12">ତୁମ୍ଭମାନଙ୍କର ଦାନଶୀଳତା ଦ୍ୱାରା କେବଳ ଯେ ଈଶ୍ୱରଙ୍କ ଲୋକମାନଙ୍କର ଅଭାବ ଦୂର ହେବ, ତା’ ନୁହେଁ, କିନ୍ତୁ ଏହା ଦ୍ୱାରା ଈଶ୍ୱରଙ୍କ ପ୍ରତି ଅନେକଙ୍କ ହୃଦୟର କୃତଜ୍ଞତା ଉଛୁଳି ଉଠିବ।</verse>
				<verse number="13">ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।</verse>
				<verse number="14">ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ପ୍ରଚୁର ଅନୁଗ୍ରହ ପାଇଁ ସେମାନେ ଗଭୀର ଶ୍ରଦ୍ଧା ସହ ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରିବେ।</verse>
				<verse number="15">ଆସନ୍ତୁ, ଈଶ୍ୱରଙ୍କ ବର୍ଣ୍ଣନାତୀତ ଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା!</verse>
			</chapter>
			<chapter number="10">
				<verse number="1">ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,</verse>
				<verse number="2">ତୁମ୍ଭମାନଙ୍କ ସହ ସାକ୍ଷାତ ହେଲାବେଳେ ମୋତେ ଯେପରି ରୁକ୍ଷ ବ୍ୟବହାର କରିବାକୁ କରିବାକୁ ନ ପଡ଼େ। କାରଣ ଯେଉଁମାନେ ମନେ କରନ୍ତି ଯେ, ଆମେ ଜାଗତିକ ରୀତିନୀତି ଅନୁସାରେ ଚାଲୁ, ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାର ଯଥେଷ୍ଟ ସାହାସ ମୋର ଅଛି।</verse>
				<verse number="3">ଆମେ ଏହି ଜଗତରେ ବାସ କରୁ ସତ, କିନ୍ତୁ କୌଣସି ଜାଗତିକ ଉଦ୍ଦେଶ୍ୟ ରଖି ସଂଗ୍ରାମ କରି ନ ଥାଉ</verse>
				<verse number="4">ବରଂ ଐଶୀଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦୃଢ଼ ଦୁର୍ଗସବୁ ଧ୍ୱଂସ କରିଥାଉ, ଭ୍ରାନ୍ତ ଯୁକ୍ତିସମୂହକୁ ଖଣ୍ଡନ କରୁ।</verse>
				<verse number="5">ଈଶ୍ୱରଙ୍କ ଜ୍ଞାନର ପ୍ରତିରୋଧ କରୁଥିବା ସମସ୍ତ ପ୍ରତିବନ୍ଧକକୁ ଆମେ ଉତ୍ପାଟିତ କରୁ ଏବଂ ମନୁଷୃର ପ୍ରତ୍ୟକ ଚିନ୍ତା ଆୟର କରି ଖ୍ରୀଷ୍ଟଙ୍କ ବଶୀଭୂତ କରୁ।</verse>
				<verse number="6">ତୁମ୍ଭେମାନେ ସମ୍ପୂଣ୍ଣଭାବେ ଖ୍ରୀଷ୍ଟଙ୍କର ଆନୁଗତ୍ୟ ସ୍ୱୀକାର କରିବା ପରେ ତୁମ ମଧ୍ୟରେ ଆଉ କୌଣସି ଅବାଧ୍ୟତା ଦେଖାଗଲେ, ତା’ର ପ୍ରତିକାର କରିବା ପାଇଁ ଆମେ ପ୍ରଦ୍ତୁତ।</verse>
				<verse number="7">ତୁମ ଚତୁର୍ପାଶ୍ୱରେ କ’ଣ ସବୁ ଘଟଛି, ଦେଖ। ତୁମ୍ଭମାନଙ୍କ ମଧ୍ୟରେ କେହି ଖ୍ରୀଷ୍ଟଙ୍କର ଅନୁଗାମୀ ଅଛନ୍ତି କି? ଯଦି ଅଛନ୍ତି, ତେବେ ସେ ଆଉ ଥରେ ଏହା ଚିନ୍ତା କରି ଦେଖନ୍ତୁ। କାରଣ ତାଙ୍କ ପରି ଆମେ ମଧ୍ୟ ଖ୍ରୀଷ୍ଟଙ୍କର ଅନୁଗାମୀ।</verse>
				<verse number="8">ତୁମ୍ଭାମାନଙ୍କୁ ଧ୍ୱଂସ କରିବା ପାଇଁ ନୁହେଁ, ମାତ୍ର ଗଠନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଯେଉଁ କ୍ଷମତା ଦେଇଛନ୍ତି, ସେଥିପାଇଁ ଯଦି ମୁଁ ଅତି ବେଶୀ ଦର୍ପ କରିଥାଏ, ତେବେ ଲଗ୍ଗିତ ହେବି ନାହିଁ।</verse>
				<verse number="9">ମୋର ଚିଠି ଦ୍ୱାରା ତୁମ୍ଭମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିବା ମୋର ଅଭିପ୍ରୟ ନୁହେଁ।</verse>
				<verse number="10">କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।</verse>
				<verse number="11">ସେହି ଲୋକମାନଙ୍କର ବୁଝିବା ଉଚିତ୍ ଯେ, ଆମେ ଦୁରରୁ ଚିଠିରେ ଯାହା ଲେଖୁ, ସାକ୍ଷାତରେ ତାକୁ କାର୍ଯ୍ୟରେ ପରିଣତ କରୁ।</verse>
				<verse number="12">ଅବଶ୍ୟ ନିଜକୁ ଏପରି ବଫ ମନେ କରୁଥିବା ଲୋକମାନଙ୍କର ଶ୍ରେଣୀଭୂକ୍ତ ହେବା ପାଇଁ କିମ୍ବା ସେମାନଙ୍କ ସହିତ ନିଜକୁ ତୁଳନା କରିବାର ସାହସ ଆମର ନାହିଁ। ସେମାନେ କେଡ଼େ ନିର୍ବୋଧ, କାରଣ ସେମାନେ ନିଜକୁ ନିଜ ସହିତ ମାପନ୍ତି, ନିଜ ମାନଦଣ୍ଡ ପରସ୍ପରର ବିଚାର କରନ୍ତି।</verse>
				<verse number="13">କିନ୍ତୁ ଆମର ଦର୍ପ ସୀମିତ। ଈଶ୍ୱର ଆମ ପାଇଁ ଯେଉଁ କର୍ମକ୍ଷେତ୍ର ନିର୍ଦ୍ଧିଷ୍ଟ କରିଛନ୍ତି, ତା’ର ମଧ୍ୟରେ ଆମେ ଦର୍ପ କରିଥାଉ। ସେହି କାର୍ଯ୍ୟକ୍ଷତ୍ରରେ ପରିସର ଭିତରେ ତୁମ୍ଭେମାନେ ଅନ୍ତର୍ଭୂକ୍ତ।</verse>
				<verse number="14">ସେଥିପାଇଁ ଆମେ ପ୍ରଥମେ ଖ୍ରୀଷ୍ଟଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟକୁ ନେଇ ଯାଇଥିବା ସମୟରେ କୌଣସି ସୀମାବହିର୍ଭୁତ କାର୍ଯ୍ୟ କରି ନାହୁଁ।</verse>
				<verse number="15">ଈଶ୍ୱର ନିରୂପିତ ଆମ କାର୍ଯ୍ୟକ୍ଷେତ୍ରର ପରିସର ବାହାରେ ଅନ୍ୟମାନଙ୍କ କାର୍ଯ୍ୟର ସୁଯୋଗ ନେଇ ଦର୍ପ କରି ନାହୁଁ। ବରଂ ଆମେ ଆଶା କରୁଛୁ ଯେ, ତୁମ୍ଭେମାନେ ବିଶ୍ୱାସରେ ବୃଦ୍ଧିଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭମାନଙ୍କ ମଧ୍ୟରେ ଆମର କର୍ମକ୍ଷେତ୍ର ଆହୁରି ପ୍ରସାରିତ ହେବ। କିନ୍ତୁ ଏହା ଈଶ୍ୱର ସ୍ଥିର କରିଥିବା ସୀମା ଲଘଂନ କରିବ ନାହିଁ।</verse>
				<verse number="16">ତା’ହେଲେ, ଅନ୍ୟର କାର୍ଯ୍ୟ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ପାଇଁ ଦର୍ପ ନ କରି ତୁମମାନଙ୍କ ସୀମା ବାହାରେ ଅନ୍ୟ ଦେଶରେ ମଧ୍ୟ ଆମେ ସୁସମାଚାର ପ୍ରଚାର କରି ପାରିବା।</verse>
				<verse number="17">ଧର୍ମଶାସ୍ତ୍ର ଉଲ୍ଲେଖ ଅଛି, “ଯେ ଦର୍ପ କରିବାକୁ ଚାହେଁ, ସେ ପ୍ରଭୁଙ୍କୁ କାର୍ଯ୍ୟ ପାଇଁ ଦର୍ପ କରୁ।”</verse>
				<verse number="18">ଆତ୍ମପ୍ରଶଂସା ଦ୍ୱାରା କେହି ସ୍ୱୀକୃତି ପାଏ ନାହିଁ, ଯେ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ, ଯେହି କେବଳ ତାଙ୍କର ଗ୍ରହଣଯୋଗ୍ୟ।</verse>
			</chapter>
			<chapter number="11">
				<verse number="1">ମୁଁ ଚାହେଁ, କୌଣସି ବିଷୟେ ଟିକିଏ ନିର୍ବୋଧ ହେଲେ ମଧ୍ୟ ତୁମ୍ଭେମାନେ ମୋତେ ସହ୍ୟ କରିବ।</verse>
				<verse number="2">ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।</verse>
				<verse number="3">ମୋତେ ଭୟ ଲାଗୁଛି, ସପର ଧୂର୍ତ୍ତତା ଦ୍ୱାରା ହବା ପ୍ରତାରିତ ହେଲା ପରି ତୁମ୍ଭେମାନେ କାଳେ ଖ୍ରୀଷ୍ଟଙ୍କ ପ୍ରତି ତୁମର ପୂର୍ଣ୍ଣ ଓ ସରଳ ବିଶ୍ୱସ୍ତତାରୁ ବିବ୍ୟୁତ ହେବ।</verse>
				<verse number="4">କାରଣ କେହି ଯଦି ଆସି ଆମେ ପ୍ରଚାର କରିଥିବା ଯୀଶୁଙ୍କୁ ଛାଡ଼ି ଅନ୍ୟ କୌଣସି ଯୀଶୁଙ୍କ କଥା ପ୍ରଚାର କରନ୍ତି କିମ୍ବା କେଉଁ ଆତ୍ମାର କଥା କୁହନ୍ତି ଅଥବା ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ଛଡ଼ା ଅନ୍ୟ କେଔଣସି ସୁସମାଚାର ପ୍ରଚାର କରନ୍ତି, ତୁମ୍ଭେମାନେ ଅନାୟାସରେ ତାହା ଗ୍ରହଣ କରିଥାଅ।</verse>
				<verse number="5">ତୁମ୍ଭମାନଙ୍କର ସେହି ବିଶିଷ୍ଟ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ କୌଣସି ଗୁଣରେ ନିକୃଷ୍ଟ ବୋଲି ଭାବୁ ନାହିଁ।</verse>
				<verse number="6">ମୁଁ ସେମାନଙ୍କ ପରି ବାକ୍ପଟୁ ହୋଇ ନ ପାରେ, କିନ୍ତୁ ଜ୍ଞାନରେ ନିକୃଷ୍ଟ ନୁହେଁ। ତୁମମାନଙ୍କୁ ଏ କଥା ଆମେ ସବୁବେଳେ ଓ ସବୁ ପରିସ୍ଥିତିରେ କହି ଆସିଛୁ।</verse>
				<verse number="7">ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲାବେଳେ ମୁଁ ତୁମ୍ଭମାନଙ୍କଠାରୁ ଏହାର ମୂଲ୍ୟ ଦାବୀ କରି ନାହିଁ। ତୁମ୍ଭମାନଙ୍କର ଉନ୍ନତି ପାଇଁ ମୁଁ ନିଜକୁ ଅବନତ କରିଛି। ଏହା କ’ଣ ମୋର ଭୁଲ?</verse>
				<verse number="8">ତୁମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କଲାବେଳେ ମୁଁ ଅନ୍ୟ ମଣ୍ଡଳୀମାନଙ୍କରୁ ଆର୍ଥିକ ସାହାଯ୍ୟ ପାଇଛି। କହିବାକୁ ଗଲେ, ତୁମ୍ଭମାନଙ୍କର ଉପକାର ପାଇଁ ମୁଁ ସେମାନଙ୍କୁ ଲୁଣ୍ଠନ କରିଛି।</verse>
				<verse number="9">ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଅଭାବ ପୂରଣ ପାଇଁ ମୁଁ କାହାକୁ ଭାରଗ୍ରସ୍ତ କରି ନାହିଁ। କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ସମସ୍ତ ଅଭାବ ମେଣ୍ଟାଇ ଦେଇଥିଲେ। ଅତୀତ ପରି ଭବିଷ୍ୟତରେ ମଧ୍ୟ ମୁଁ କେବେହେଳେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିବି ନାହିଁ।</verse>
				<verse number="10">ମୋ’ ଅନ୍ତରରେ ଥିବା ଖ୍ରୀଷ୍ଟଙ୍କ ସତ୍ୟର ଦୁହାଇ ଦେଇ ମୁଁ ପ୍ରତିଜ୍ଞା କରି କହୁଛି ଯେ, ଆଖାୟା ଦେଶର କୌଣସି ଅଞ୍ଚଳରେ ମୋର ଏହି ଦର୍ପକୁ କେହି ଖଣ୍ଡନ କରି ପାରିବେ ନାହିଁ।</verse>
				<verse number="11">ମୁଁ କାହିଁକି ଏପରି କହୁଛି? ମୁଁ କ’ଣ ତୁମ୍ଭମାନଙ୍କୁ ପ୍ରେମ କରେ ନାହିଁ? ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ ମୁଁ କେତେ ପ୍ରେମ କରେ।</verse>
				<verse number="12">କିନ୍ତୁ ବର୍ତ୍ତମାନ ମୁଁ ଯାହା କରୁଛି, ତାହା କରି ଚାଲିଥିବି। ତାହାହେଲେ, ଆମ ପରି କାର୍ଯ୍ୟ କରୁଛନ୍ତି ବୋଲି ଯେଉଁମାନେ ଦର୍ପ କରନ୍ତି, ସେମାନେ ଆଉ ତାହା କରି ପାରିବେ ନାହିଁ।</verse>
				<verse number="13">ସେମାନେ ପ୍ରକୃତ ଶିଷ୍ୟ ନୁହଁନ୍ତି, ସେମାନେ ସମସ୍ତେ ଶଠ। ସେମାନେ ନିଚ କାର୍ଯ୍ୟ ବିଷୟରେ ମିଥ୍ୟା କହନ୍ତି ଏବଂ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ପରିଧାନ କରନ୍ତି।</verse>
				<verse number="14">ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଶୟତାନ ମଧ୍ୟ ଚ୍ୟୋତିର୍ମୟ ସ୍ୱର୍ଗଦୂତଙ୍କ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ଧାରଣ କରିଥାଏ।</verse>
				<verse number="15">ତେଣୁ ତା’ର ଅନୁଚରମାନେ ଧାର୍ମିକ ସେବକର ଉଦ୍ମବେଶ ଧାରଣ କଲେ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କିନ୍ତୁ ଶେଷରେ ସେମାନଙ୍କ କାର୍ଯ୍ୟକଳାପର ଯୋଗ୍ୟ ଦଣ୍ଡ ସେମାନେ ଭୋଗିବେ।</verse>
				<verse number="16">ମୁଁ ପୁନର୍ବାର କହୁଛି, କେହି ଯେପରି ମୋତେ ନିର୍ବୋଧ ବୋଲି ମନେ ନ କରେ। ଯଦି ସେପରି ମନେକର, ତେବେ ମୋତେ ନିର୍ବୋଧ ଭାବରେ ଗ୍ରହଣ କର, ତା’ହେଲେ ମୁଁ ଦର୍ପ କରିବାକୁ ସାମାନ୍ୟ ସୁଯୋଗ ପାଇବି।</verse>
				<verse number="17">ଅବଶ୍ୟ ବର୍ତ୍ତମାନ ମୁଁ ଯାହା କହୁଛି, ସେଥପାଇଁ ଈଶ୍ୱର ମୋତେ ନିର୍ଦ୍ଦେଶ ଦେଇ ନାହାଁନ୍ତି। କାରଣ ଦର୍ପ କରିବା ବିଷୟରେ ମୁଁ ପ୍ରକୃତରେ ନିର୍ବୋଧ ପରି କଥା କହୁଛି।</verse>
				<verse number="18">କିନ୍ତୁ ଜାଗତିକ ବିଷୟରେ ଅନେକେ ଯେପରି ଦର୍ପ କରନ୍ତି, ମୁଁ ମଧ୍ୟ ସେପରି କରି ପାରିବି।</verse>
				<verse number="19">ତୁମ୍ଭେମାନେ ଜ୍ଞାନୀ ହୋଇ ମଧ୍ୟ ଆନନ୍ଦରେ ନିର୍ବୋଧମାନଙ୍କୁ ମହ୍ୟ କରୁଛ।</verse>
				<verse number="20">କେହି ତୁମ୍ଭମାନଙ୍କ ଉପରେ ପ୍ରଭୁତ୍ୱ ପିସ୍ତାର କଲେ, ତୁମ୍ଭମାନଙ୍କର ସର୍ବସ୍ୱ ଗ୍ରାସ କଲେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇଲେ, ତୁମ୍ଭମାନଙ୍କୁ ଙୃଣା କଲେ, ଏପରି କି ତୁମ୍ଭ ଗାଲରେ ଚାପୁଡ଼ା କରିଥାଅ।</verse>
				<verse number="21">ମୁଁ ଲଜ୍ଜାର ସହ ସ୍ୱୀକାର କରୁଛି ଯେ, ଏସବୁ ବିଷୟରେ ମୁଁ ଅତି ଦୁର୍ବଳ। କିନ୍ତୁ ଅନ୍ୟ କୌଣସି ବିଷୟରେ କେହି ଯଦି ଦର୍ପ କରିବାକୁ ସାହସ କରେ, ତେବେ ନିର୍ବୋଧ ପରି ମୁଁ କହୁଛି-ମୋର ସେପରି ସାହସ ଅଛି।</verse>
				<verse number="22">ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।</verse>
				<verse number="23">ସେମାନେ କ’ଣ ଖ୍ରୀଷ୍ଟଙ୍କ ସେବକ? ମୁଁ ପାଗଳ ପରି କହୁଛି, ମୁଁ ସେମାଦଙ୍କଠାରୁ ଶ୍ରେଷ୍ଠରେ ସେବକ। ମୁଁ ସେମାନଙ୍କଠାରୁ ଅଧିକ ପରିଶ୍ରମ କରିଛି, ଅଧିକ କାରାବରଣ କରିଛି ଓ ବେତମାଡ଼ ସହିଛି ଏବଂ ଅଧିକ ଥର ପ୍ରାଣ ବିପନ୍ନ କରିଛି।</verse>
				<verse number="24">ପାଞ୍ଚ ଥର ମୁଁ ଯିହୁଦୀମାନଙ୍କଠାରୁ ଊଣଚାଳିଶଟଇ ବେତମାଡ଼ ଖାଇଛି।</verse>
				<verse number="25">ରୋମୀୟମାନଙ୍କଠାରୁ ତିନି ଥର ଚାବୁକ ପ୍ରହାର ପାଇଛି। ଥରେ ପଥର ମାଡ଼ ଖାଇଛି। ତିନି ଥର ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏବଂ ଥରେ ସମୁଦ୍ର ପାଣିରେ ଚବିଶ ଘଣ୍ଟା କଟାଇଛି।</verse>
				<verse number="26">ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।</verse>
				<verse number="27">ଅତ୍ୟଧିକ ପରିଶ୍ରମ କରିଛି ଓ ଦୁଃଖକଷ୍ଟ ଭୋଗ କରିଛି, ଅନଦ୍ରା ଓ କ୍ଷୁଧା ତୃଷାରେ ଅନେକ ଦିନ କଟାଇଛି, ଉପଯୁକ୍ତ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ଅଭାବରେ ଅନେକ କଷ୍ଟ ସହିଛି।</verse>
				<verse number="28">ଏ ସବୁ ସତ୍ତ୍ୱେ ସମସ୍ତ ମଣ୍ଡଳୀ ପ୍ରତି ମୋର ଦାୟିତ୍ୱ ପ୍ରତିଦିନ ବହନ କରି ଚାଲିଛି।</verse>
				<verse number="29">କେହି ଯଦି ଦୁର୍ବଳ ହୋଇପଡ଼େ, ମୁଁ ମଧ୍ୟ ତା’ ସହିତ ଦୁର୍ବଳତା ଅନୁଭବ କରେ। କେହି ପାପ କଲେ, ମୁଁ ଅନ୍ତରରେ ବ୍ୟଥା ଅନୁଭବ କରିଥାଏ।</verse>
				<verse number="30">ଯଦି ଦର୍ପ କରିବାକୁ ହୁଏ, ତେବେ ମୋର ଏହି ସବୁ ଦୁର୍ବଳତା ପାଇଁ ମୋତେ ଦର୍ପ କରିବାକୁ ହେବ।</verse>
				<verse number="31">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।</verse>
				<verse number="32">ମୁଁ ଦାମାସ୍କସ୍ରେ ଥଲାବେଳେ ରାଜା ଆରେଟସ୍‌ଙ୍କ ଅଧୀନସ୍ଥ ଶାସନକର୍ତ୍ତା ମୋତେ ଗିରଫ କରିବା ପାଇଁ ନଗରର ଚାରିଆଡ଼େ ପ୍ରହରୀ ନିଯୁକ୍ତ କରିଥିଲେ।</verse>
				<verse number="33">କିନ୍ତୁ ମୋତେ ଝୁଡ଼ି ସାହାଯ୍ୟରେ ଝରକା ବାଟେ ପ୍ରଚୀରର ବାହାରେ ଓହ୍ଲାଇ ଦିଆଯାଇଥିଲା। ଏହିପରି ଭାବରେ ମୁଁ ସେହି ଶାସନକର୍ତ୍ତାଙ୍କ କବଳରୁ ରକ୍ଷା ପାଇଥିଲି।</verse>
			</chapter>
			<chapter number="12">
				<verse number="1">କିଛି ଲାଭ ନ ହେଲେ ମଧ୍ୟ ମୋତେ ଅବଶ୍ୟ ଦର୍ପ କରିବାକୁ ହେବ। କିନ୍ତୁ ପ୍ରଭୁ ମୋତେ ଯେଉଁ ସବୁ ଦିବ୍ୟ ଦର୍ଶନ ଓ ପ୍ରତ୍ୟାଦେଶ ଦେଇଛନ୍ତି, ସେଗୁଡ଼ିକ ବର୍ତ୍ତମାନ ମୁଁ ଉଲ୍ଲେଖ କରିବି।</verse>
				<verse number="2">ଖ୍ରୀଷ୍ଟାଶ୍ରିତ ଜଣେ ବ୍ୟକ୍ତି ଚଉଦ ବର୍ଷ ତଳେ ତୃତୀୟ ସ୍ୱର୍ଗକୁ ଯାଇଥିଲେ (ସେ ସୁଶରୀରରେ ଯାଇଥିଲେ କିମ୍ବା ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେ ନାହିଁ, ତାହା କେବଳ ଈଶ୍ୱର ଜାଣନ୍ତି)।</verse>
				<verse number="3">ମୁଁ ଜାଣେ, ତାଙ୍କୁ ସ୍ୱର୍ଗୋଦ୍ୟାନକୁ ନିଆଯାଇଈଥିଲା (ଏହା ପ୍ରକୃତରେ ଘଟିଥିଲା କିମ୍ବା ସେ ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେନା, କେବଳ ଈଶ୍ୱର ଜାଣନ୍ତି)।</verse>
				<verse number="4">ସେଠାରେ ସେ କଥାରେ ନ କହି ପାରିବା ଓ ଉଚ୍ଚାରଣ କରି ନ ପାରିବା ଭଳି ବାଣୀ ଶୁଣିବାକୁ ପାଇଥିଲେ।</verse>
				<verse number="5">ଏହି ବ୍ୟକ୍ତିଙ୍କ ପାଇଁ ମୁଁ ଦର୍ପ କରିବି। କିନ୍ତୁ ନିଜର ଦୁର୍ବଳତା ବ୍ୟତୀତ ଅନ୍ୟ କୌଣସି ବିଷୟରେ ମୁଁ ଦର୍ପ କରିବି ନାହିଁ।</verse>
				<verse number="6">ଦର୍ପ କରିବା ମୋ’ ପକ୍ଷରେ ନିର୍ବୋଧତା ହେବ ନାହିଁ, କାରଣ ମୁଁ ଦତ କଥା କହିବି। କିନ୍ତୁ ମୁଁ ଦର୍ପ କରୁ ନାହିଁ, କାରଣ ମୁଁ ଚାହେଁ, ଲୋକେ ମୋତେ ଯେପରି କାର୍ଯ୍ୟ କରିବାର ଦେଖନ୍ତି ବା ମୋ’ଠାରୁ ଯେପରି କଥା ଶୁଣନ୍ତି, ତା’ଠାରୁ ମୋତେ ଦଡ଼ ବୋଲି ମନେ ନ କରନ୍ତୁ।</verse>
				<verse number="7">ଏହି ଅନନ୍ୟ ସାଧାରଣ ପ୍ରତ୍ୟାଦେଶ ଲାଭ କରି ମୁଁ ଯେପରି ଅହଂକାରୀ ହୋଇ ନ ପଡ଼େ, ଏଥିପାଇଁ ମୋ’ ଶରୀରରେ ଏକ ଯନ୍ତ୍ରଣାଦାୟକ ବ୍ୟାଧି ଦିଅ।।ଯାଇଛି, ଏହା ମୋତେ ଗର୍ବିତ ନ ହେବା ପାଇଁ ଶୟତାନର ଦୂତ ଭଳି କାର୍ଯ୍ୟ କରିଥାଏ।</verse>
				<verse number="8">ଏଥିରୁ ନିଷ୍କୃତି ପାଇବାକୁ ମୁଁ ପ୍ରଭୁଙ୍କ ନିକଟରେ ତିନି ଥର ପ୍ରର୍ଥନା ନିବେଦନ କରିଛି,</verse>
				<verse number="9">କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।</verse>
				<verse number="10">ସୁତରାଂ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ପ୍ରକାର ଦୁର୍ବଳତା, ଅପମାନ, କ୍ଳେଶ, ନିର୍ଯ୍ୟାତନା ଓ ଆପଦ ବିପଦ ମୁଁ ଖୁସିରେ ବରଣ କରେ, କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ଶକ୍ତିମାନ୍।</verse>
				<verse number="11">ମିଁ ନିର୍ବୋଧ ପରି ଆଚରଣ କରିଛି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ ବଧ୍ୟ କରିଛ, କାରଣ ତୁମ୍ଭମାନଙ୍କର ଉଚିତ୍ ଥିଲା। ମୁଁ କିଛି ନ ହେଲେ ମଧ୍ୟ ତୁମ୍ଭମାନଙ୍କର ସେହି ବିଶିଷ୍ଟ ପ୍ରେରିତ ଶିଷ୍ୟମାନଙ୍କଠାରୁ କୌଣସି ଗୁଣରେ ନିକୃଷ୍ୟ ନୁହେଁ।</verse>
				<verse number="12">ତୁମ୍ଭମାନଙ୍କ ମଧ୍ୟରେ ଧୈର୍ଯ୍ୟର ସହ ଅନେକ ଅଲୌକିକ କାର୍ଯ୍ୟ ସାଧନ କରି ଅନେକ ଅଦ୍ଭୁତ ବିଷୟ ଦ୍ୱାରା ମୁଁ ଯେ ପ୍ରକୃତରେ ଜଣେ ପ୍ରେରିତ ଶିଷ୍ୟ, ଏହାର ନିଦର୍ଶନ ଦେଇଛି।</verse>
				<verse number="13">କେବଳ ଗୋଟିଏ ବିଷୟରେ ଅନ୍ୟାନ୍ୟ ମଣ୍ଡଳୀଠାରୁ ତୁମ୍ଭମାନଙ୍କ ସହିତ ମୋର ବ୍ୟବହାର ଭିନ୍ନ ହୋଇଛି। ଯଦି ଏହା ତୁମ୍ଭମାନଙ୍କ ପ୍ରତି ମୋର ପାତର ଅନ୍ତର ବ୍ୟବହାର, ତେବେ ଏଥିପାଇଁ ମୋତେ ଦୟା କରି କ୍ଷମା କର।</verse>
				<verse number="14">ତୃତୀୟ ଥର ପାଇଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ମୁଁ ପ୍ରଦ୍ତୁତ ହେଉଅଛି। ମୁଁ ପ୍ରସ୍ତୁତ ହେଉଅଛି। ମୁଁ ତୁମଠାରୁ କୌଣସି ବଷୟ ଦାବୀ କରିବି ନାହିଁ। ମୁଁ ତୁମ୍ଭମାନଙ୍କୁ ଚାହେଁ। ତୁମ୍ଭମାନଙ୍କର ଧନ ସମ୍ପତ୍ତି ନୁହେଁ। କାରଣ ପିତାମାତାଙ୍କ ନିମନ୍ତେ ସନ୍ତାନସନ୍ତତି ସଞ୍ଚୟ କରଥାନ୍ତି।</verse>
				<verse number="15">ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୋର ସର୍ବସ୍ୱ, ଏପରି କି ନିଜକୁ ଆନନ୍ସରେ ଉତ୍ସର୍ଗ କରିଦେବା ନିମନ୍ତେ ମୁଁ ପ୍ରସ୍ତୁତ। ମୁଁ ତୁମ୍ଭମାନଙ୍କୁ ଏତେ ଅଧିକ ପ୍ରେମ କରୁଛି ବୋଲି ତୁମ୍ଭେମାନେ ଏତେ ଅଧିକ ପେମ କରୁଛି ବୋଲି ତୁମ୍ଭେମାନେ କ’ଣ ମୋତେ ଏତେ ଅଳ୍ପ ପ୍ରେମ କରିବ?</verse>
				<verse number="16">ମୁଁ ତୁମ୍ଭମାନଙ୍କ ଉପରେ ଭାର ସ୍ୱରୂପ ହୋଇ ନାହିଁ। ଏ କଥା ତୁମ୍ଭେମାନେ ନିଶ୍ଚୟ ସ୍ୱୀକାର କରିବ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କହିପାରେ, ମୁଁ ଧୂର୍ତ୍ତ ହୋଇଥିବାରୁ ମିଥ୍ୟା କହି ତୁମ୍ଭମାନଙ୍କୁ ଫାନ୍ଦରେ ପକାଇଛି।</verse>
				<verse number="17">ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଛି, ସେମାନଙ୍କ ମଧ୍ୟରୁ କାହାରି ଦ୍ୱାରା ମୁଁ କ’ଣ ତୁମ୍ଭମାନଙ୍କଠାରୁ କିଛି ସୁବିଧା ହାସଲ କରିଛି?</verse>
				<verse number="18">ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତୀତସଙ୍କୁ ଅନୁରୋଧ କଲି ଓ ତାଙ୍କ ସହିତ ଅନ୍ୟମାନଙ୍କୁ ପଠାଇଲଇ। ତୀତସ ତୁମ୍ଭମାନଙ୍କଠାରୁ କିଛି ସୁବିଧା ହାସଲ କରିଛନ୍ତି ବୋଲି କେହି କହି ପାରବ? ସେ ସହିତ ସମବ୍ୟବହାର କରି ନାହୁଁ?</verse>
				<verse number="19">ବୋଧହୁଏ ତୁମ୍ଭେମାନେ ଭାବୁଛ, ଏ ପର୍ଯ୍ୟନ୍ତ ଆମେ କେବଳ ନିଜର ସଫେଇ ଦେଇ ଆସିଛୁ ନା! ଈଶ୍ୱରଙ୍କ ଉପସ୍ଥିତିରେ ଖ୍ରୀଷ୍ଟ ଆମକୁ କହିଲା ଭଳି ଆମେ ତୁମ୍ନଭମାନଙ୍କୁ କହୁଛୁ।</verse>
				<verse number="20">କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।</verse>
				<verse number="21">ଏଥର ତୁମ୍ଭମାନଙ୍କ ନିକଟକୁ ଗଲାବେଳକୁ ହୁଏତ ଈଶ୍ୱର ତୁମ୍ଭମାନଙ୍କ ସାକ୍ଷାତରେ ମୋତେ ଅପଦସ୍ଥ କରିବେ, ଯେଉଁମାନେ ଆଗରୁ ପାପ କରିଛନ୍ତି, କିନ୍ତୁ ସେମାନଙ୍କର ଅଶୁଚି କାର୍ଯ୍ୟକଳାପ, ଲମ୍ପଟତା ଓ ଭ୍ରଷ୍ଟାଚାର ନିମନ୍ତେ ଅନୁତପ୍ତ ନୁହନ୍ତି, ଏପରି ଅନେକଙ୍କ ପାଇଁ ମୋତେ ଶୋକ କରିବାକୁ କଡ଼ିବ।</verse>
			</chapter>
			<chapter number="13">
				<verse number="1">ଏଥରକୁ ମିଶାଇ ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଛି। ଧର୍ମଶାସ୍ତ୍ର ଅନୁସାରେ, ଦୁଇ ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣ ଦ୍ୱାରା ପ୍ରତ୍ୟେକଟି ଅଭିଯୋଗ ନିଷ୍ଠିତ୍ତି ହୁଏ।</verse>
				<verse number="2">ଅତୀତରେ ପାପ କରିଥିବା ଲୋକମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ମୁଁ ଦ୍ୱତୀୟ ଥର ସେଠାକୁ ଯାଇ କହିଥିଲି ଏବଂ ଏବେ ଦୂରରେ ଥାଇ ମଧ୍ୟ କହୁଛି ଯେ, ମୁଁ ଏଥର ଗଲେ, କେହି ଦଣ୍ଡରୁ ଛାଡ଼ ପାଇବେ ନାହିଁ।</verse>
				<verse number="3">ଖ୍ରୀଷ୍ଟ ଯେ ମୋ’ ଦେଇ କଥା କହୁଛନ୍ତି, ଏ ବିଷୟରେ ତୁମ୍ଭେମାନେ ଚାହିଁଥିବା ସମସ୍ତ ପ୍ରମାଣ ପାଇବ। ତୁମ୍ଭମାନଙ୍କ ପ୍ରତି ସେ କଦାପି ଦୁର୍ବଳ ନୁହଁନ୍ତି। ବରଂ ତୁମ୍ଭମାନଙ୍କ ନିକଟରେ ସେ ତାଙ୍କ ଶକ୍ତିର ପରିଚୟ ଦେଇଛନ୍ତି।</verse>
				<verse number="4">ସେ ଦୁର୍ବଳ ହୋଇ କ୍ରୁଶରେ ନିହତ ହେଲେ ମଧ୍ୟ ଈଶ୍ୱରଙ୍କ ପରାକ୍ରମରେ ଏବେ ଜୀବିତ ଅଛନ୍ତି। ତାଙ୍କ ସହିତ ମିଳିତ ହୋଇ ଆମେ ମଧ୍ୟ ଦୁର୍ବଳ ହୋଇଛୁ, କିନ୍ତୁ ତୁମ ସହିତ ଆମ ସର୍ମ୍ପକରେ ଈଶ୍ୱରଙ୍କ ପରାକ୍ରମର ଅଂଶୀ ହୋଇ ଖ୍ରୀଷ୍ଟଙ୍କ ସହିତ ଆମେ ଜୀବତ ହେବା।</verse>
				<verse number="5">ତୁମେ ବିଶ୍ୱାସରେ ଦୃଢ଼ ଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ। ତୁମ ଅନ୍ତରରେ ଖ୍ରୀଷ୍ଟ ବାସ କରୁଛନ୍ତି, ଏ କଥା କ’ଣ ଜାଣ ନାହିଁ-ନା, ଏଥିରେ ତୁମ୍ଭେମାନେ ଏକାବେଳକେ ବିଫଳ ହୋଇଛ?</verse>
				<verse number="6">ଆଶା କରେ, ତୁମ୍ଭେମାନେ ବୁଝିପାରିବ ଯେ, ଆମେ ବିଫଳ ହୋଇ ନାହୁଁ।</verse>
				<verse number="7">ତୁମ୍ଭେମାନେ କୌଣସି ଅନ୍ୟାୟ କାର୍ଯ୍ୟରେ ଲିପ୍ତ ରୁହ ନାହିଁ, ଏଥିପାଇଁ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଖନା କରୁଛୁ। ଆମେ ଯେ ଏଥିରେ ସାଫଲ୍ୟ ଲାଭ କରିଛୁ, ଏହା ଆମେ ଦେଖାଇବାକୁ ଯାଉ ନାହୁଁ, କିନ୍ତୁ ଆମେ ବ୍ୟର୍ଥ ହୋଇଥିଲେ ସୁଦ୍ଧା ତୁମ୍ଭମାନେ ଯେପରି ସତ୍କାର୍ଯ୍ୟ କରିବ, ଏଥିପାଇଁ ପ୍ରାର୍ଥନା କରୁଛୁ।</verse>
				<verse number="8">ସତ୍ୟର ବିରୁଦ୍ଧାଚରଣ କରିବାର କ୍ଷମତା ଆମର ନାହଁ, ଆମେ କେବଳ ସତ୍ୟର ସପକ୍ଷରେ କାର୍ଯ୍ୟ କରିପାରୁ।</verse>
				<verse number="9">ଆମେ ଦୁର୍ବଳ ଥିଲାବେଳେ ତୁମ୍ଭେମାନେ ସବଳ ଥିବାରୁ।ମେ ଆନନ୍ଦିତ। ତେଣୁ ତୁମ୍ଭମାନଙ୍କ ଉନ୍ନତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।</verse>
				<verse number="10">ସେଥିପାଇଁ ଦୂରରେ ରହି ମୁଁ ତୁମ୍ଭମାନଙ୍କ ନିକଟକୁ ଏ ଚିଠି ଲେଖୁଛି, ଫଳରେ ତୁମ୍ଭମାନଙ୍କ ନିକଟରେ ଉସ୍ଥିତ ହେବା ସମୟରେ ଯେପରି କଠୋର ଭାବରେ ମୋତେ କ୍ଷମତା ପ୍ରୟୋଗ କରିବାକୁ ପଡ଼ିବ ନାହିଁ। କାରଣ ତୁମ୍ଭମାନଙ୍କୁ ଭାଙ୍ଗିବାକୁ ନୁହେଁ, ମାତ୍ର ଗଢ଼ିବାକୁ ପ୍ରଭୁ ମୋତେ କ୍ଷମତା ଦେଇଛନ୍ତି।</verse>
				<verse number="11">ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।</verse>
				<verse number="12">ପବିତ୍ର ଚୁମ୍ବନରେ ପରସ୍ପରକୁ ଅଭିନନ୍ଦନ ଜଣାଅ। ପୁଣ୍ୟାତ୍ମାମାନେ ତୁମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।</verse>
				<verse number="13">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ରଆତ୍ମାଙ୍କ ସାହଚର୍ଯ୍ୟ ତୁମ ସମସ୍ତଙ୍କ ସହିତ ରହନ୍ତୁ।</verse>
			</chapter>
		</book>
		<book number="48">
			<chapter number="1">
				<verse number="1">ମୁଁ ପ୍ରେରିତ ଶିଷ୍ୟ ପାଉଲ ଓ ଏଠାରେ ଥିବା ସମସ୍ତ ଭାଇମାନେ ଗାଲାତୀୟ ମଣ୍ଡଳୀମାନଙ୍କୁ ଅଭିବାଦନ ଜଣାଉଅଛୁ। ପ୍ରେରିତ ଶିଷ୍ୟ ହେବା ପାଇଁ ମୁଁ ମନୁଷ୍ୟଠାରୁ କିମ୍ବା ମନୁଷ୍ୟର ମଧ୍ୟସ୍ଥତାରେ ଆହ୍ୱାନ ପାଇ ନାହିଁ - ଏହି ଆହ୍ୱାନ, ସ୍ୱୟଂ ପିତା ଈଶ୍ୱରଙ୍କଠାରୁ ଓ ସେ ଯାହାଙ୍କୁ ମୃତ୍ୟୁରୁ ଉଠାଇ ଅଛନ୍ତି, ସେହି ଯୀଶୁ ଖ୍ରୀଷ୍ଟଙ୍କଠାରୁ ପାଇଛି।</verse>
				<verse number="2"></verse>
				<verse number="3">ଆମ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="4">ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।</verse>
				<verse number="5">ଯୁଗେ ଯୁଗେ ଈଶ୍ୱର ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।</verse>
				<verse number="6">ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଥିଲେ, ଏତେ ଶୀଘ୍ର ତୁମେ ତାଙ୍କୁ ପରିତ୍ୟାଗ କରି ଅନ୍ୟ ଏକ ସୁସମାଚାର ପ୍ରତି ଆକୃଷ୍ଟ ହୋଇଅଛ, ଏଥିରେ ମୁଁ ବିସ୍ମିତ ହେଉଅଛି।</verse>
				<verse number="7">ପ୍ରକୃତରେ ‘ଅନ୍ୟ କୌଣସି ସୁସମାଚାର’ ନାହିଁ। କିନ୍ତୁ ମୁଁ ଏପରି କହୁଛି, କାରଣ କେତେକ ଖ୍ରୀଷ୍ଟଙ୍କ ସୁସମାଚାରକୁ ଅନ୍ୟ ରୂପ ଦେଇ, ତୁମ୍ଭମାନଙ୍କୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି।</verse>
				<verse number="8">କିନ୍ତୁ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲୁ, ଯଦି ତାହାଠାରୁ ଭିନ୍ନ ଏକ ସୁସମାଚାର ଆମେ ନିଜେ କିମ୍ବା ସ୍ୱର୍ଗଦୂତ ପ୍ରଚାର କରେ, ତେବେ ସେ ନରକରେ ବିକ୍ଷିପ୍ତ ହୋଇ ଶାନ୍ତି ଭୋଗ କରୁ।</verse>
				<verse number="9">ଆମେ ପୂବେ ଏହା କହିଥିଲୁ ଏବଂ ବର୍ତ୍ତମାନ ମୁଁ ପୁଣି ଥରେ କହୁଛି, ତୁମ୍ଭେମାନେ ଯେଉଁ ସୁସମାଚାର ଗ୍ରହଣ କରିଛ, ତାହାଠାରୁ ଭିନ୍ନ କୌଣସି ସୁସମାଚାର ଯଦି କେହି ପ୍ରଚାର କରେ, ତେବେ ସେ ନରକରେ ଶାସ୍ତି ଭୋଗ କରୁ।</verse>
				<verse number="10">ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।</verse>
				<verse number="11">ହେ ଭାଇମାନେ, ତୁମ୍ଭମାନଙ୍କୁ କହି ରଖୁଛି, ମୁଁ ଯେଉଁ ସୁସମାଚାର ପ୍ରଚାର କରେ, ତାହା ମନୁଷ୍ୟଠାରୁ ଉତ୍ପନ୍ନ ନୁହେଁ।</verse>
				<verse number="12">ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।</verse>
				<verse number="13">ଇହୁଦୀ ଧର୍ମ ପ୍ରତି ଅନୁରକ୍ତ ଥିବା ସମୟରେ ମୁଁ କିପରି ଜୀବନ ଯାପନ କରୁଥିଲି, କିପରି ନିର୍ଦ୍ଦୟ ଭାବରେ ଈଶ୍ୱରଙ୍କ ଉପାସକ ମଣ୍ଡଳୀକୁ ତାଡ଼ନା କରୁଥିଲି ଏବଂ ତାହାକୁ ଧ୍ୱଂସ କରିବା ନିମନ୍ତେ କିପରି ଯଥାସାଧ୍ୟ ଚେଷ୍ଟା କରିଥିଲି, ଏସବୁ ବିଷୟ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଛି।</verse>
				<verse number="14">ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।</verse>
				<verse number="15">ମାତ୍ର ଈଶ୍ୱର ତାଙ୍କ ଅନୁଗ୍ରହରେ ମୋ’ ଜନ୍ମ ପୂର୍ବରୁ ମୋତେ ମନୋନୀତ କରିଥିଲେ ଏବଂ ତାଙ୍କର ସେବା କରିବା ପାଇଁ ମୋତେ ଆହ୍ୱାନ ଦେଇଥିଲେ।</verse>
				<verse number="16">ପୁଣି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ମୋ’ ନିକଟରେ ସେ ତାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ, ଏ ବିଷୟରେ ପରାମର୍ଶ କରିବା ନିମନ୍ତେ ମୁଁ ଅନ୍ୟ କାହା ନିକଟକୁ ଯାଇ ନ ଥିଲି।</verse>
				<verse number="17">ଏପରି କି ମୋ’ ପୂର୍ବରୁ ଯେଉଁମାନେ ପ୍ରେରିତ ଶିଷ୍ୟ ହୋଇଥିଲେ, ସେମାନଙ୍କ ସଙ୍ଗେ ସୁଦ୍ଧା ସାକ୍ଷାତ କରିବାକୁ ଯିରୁଶାଲମ ଯାଇ ନ ଥିଲି। ବରଂ ମୁଁ ସଙ୍ଗେ ସଙ୍ଗେ ଆରବ ଦେଶକୁ ଯାଇଥିଢ଼ଲି ଏବଂ ତା’ପରେ ଦାମାସସ୍କୁ ଫେରି ଆସିଥିଲି।</verse>
				<verse number="18">ଏହାର ତିନି ବର୍ଷ ପରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୁଶାଲମକୁ ଗଲି ଏବଂ ତାଙ୍କ ସଙ୍ଗେ ଦୁଇ ସପ୍ତାହ ରହିଥିଲି।</verse>
				<verse number="19">ପ୍ରଭୁଙ୍କର ଭାଇ ଯାକୁବଙ୍କ ବ୍ୟତୀତ ମୋର ଅନ୍ୟ କୌଣସି ପ୍ରେରିତ ଶିଷ୍ୟ ସଙ୍ଗେ ସାକ୍ଷାତ ହୋଇ ନ ଥିଲା।</verse>
				<verse number="20">ମୁଁ ଯାହା ଲେଖୁଛି, ତାହା ସତ୍ୟ; ଈଶ୍ୱର ଜାଣନ୍ତି, ମୁଁ ମିଥ୍ୟା କହୁ ନାହିଁ!</verse>
				<verse number="21">ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।</verse>
				<verse number="22">ସେହି ସମୟରେ ଯିହୁଦା ପ୍ରଦେଶରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀର ସଦସ୍ୟମାନେ ମୋତେ ବ୍ୟକ୍ତିଗତଭାବେ ଜାଣି ନ ଥିଲେ।</verse>
				<verse number="23">ମୋ’ ସମ୍ପର୍କରେ ଅନ୍ୟମାନେ ଯାହା କହିଥିଲେ, ସେମାନେ କେବଳ ସେତିକି ଜାଣିଥିଲେ। ଅନ୍ୟମାନଙ୍କଠାରୁ ସେମାନେ ଶୁଣିଥିଲେ, “ଯେଉଁ ବ୍ୟକ୍ତି ଆମକୁ ତାଡ଼ନା କରୁଥିଲେ ଓ ଏକଦା ଆମ ଧର୍ମକୁ ଧ୍ୱଂସ କରି ଦେବାକୁ ଚେଷ୍ଟା କରୁଥିଲେ, ବର୍ତ୍ତମାନ ସେ ସେହି ଧର୍ମ ପ୍ରଚାର କରୁଅଛନ୍ତି!”</verse>
				<verse number="24">ସେଥିଯୋଗୁଁ ସେମାନେ ମୋ’ ନିମନ୍ତେ ଈଶ୍ୱରଙ୍କ ପ୍ରଶଂସା କରିଥିଲେ।</verse>
			</chapter>
			<chapter number="2">
				<verse number="1">ଚଉଦ ବର୍ଷ ପରେ ବର୍ଣ୍ଣବାଙ୍କ ସହିତ ମୁଁ ଯିରୂଶାଲମକୁ ଫେରିଲି; ମୋ’ ସଙ୍ଗରେ ତିତସଙ୍କୁ ମଧ୍ୟ ନେଇ ଯାଇଥିଲି।</verse>
				<verse number="2">ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।</verse>
				<verse number="3">ମୋ’ ସଙ୍ଗୀ ତିତସ ଜଣେ ଗ୍ରୀକ୍ ଲୋକ ହୋଇଥିଲେ ହେଁ, ତାଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲା।</verse>
				<verse number="4">ଅବଶ୍ୟ କେତେକ ବ୍ୟକ୍ତି ତାଙ୍କୁ ସୁନ୍ନତ କରାଇବାକୁ ଚାହୁଁଥିଲେ। ସେମାନେ ବିଶ୍ୱାସୀ ଭାଇ ବୋଲି ଛଳନା କରି ଗୁପ୍ତଚର ରୂପେ ଦଳରେ ଯୋଗ ଦେଇଥିଲେ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛୁ, ତାହାର ସନ୍ଧାନ ନେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଆମ୍ଭମାନଙ୍କୁ ପୁନର୍ବାର ବ୍ୟବସ୍ଥାର ଦାସ କରିବାକୁ ସେମାନେ ଚାହୁଁଥିଲେ।</verse>
				<verse number="5">କିନ୍ତୁ ତୁମ୍ଭମାନଙ୍କ ପାଇଁ ସୁସମାଚାରର ସତ୍ୟକୁ ବଜାୟ ରଖିବା ପାଇଁ ଆମେ ସେହି ପ୍ରଚାରକମାନଙ୍କୁ କ୍ଷଣେ ହେଲେ ପ୍ରଶ୍ରୟ ଦେଇ ନ ଥିଲୁ।</verse>
				<verse number="6">କିନ୍ତୁ ଯେଉଁମାନେ ନେତା ବୋଲି ବିବେଚିତ ହେଉଥିଲେ, ସେମାନେ ଯେ କେହି ହୁଅନ୍ତୁ, ସେଥିରେ ମୋର କିଛି ଯାଏ ଆସେ ନାହିଁ; କାରଣ ବାହ୍ୟିକ ଆଚରଣ ଦେଖି ଈଶ୍ୱର କାହାର ବିଚାର କରନ୍ତି ନାହିଁ - ସେହି ନେତାମାନେ ମୋତେ କୌଣସି ନୂତନ ପ୍ରସ୍ତାବ ଦେଇ ନ ଥିଲେ।</verse>
				<verse number="7">ଅପର ପକ୍ଷରେ, ସେମାନେ ଦେଖିଥିଲେ ଯେ, ଈଶ୍ୱର ଯେଉଁପରି ଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ପିତରଙ୍କୁ ଦେଇଥିଲେ, ସେହିପରି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ମୋତେ ଦେଇଛନ୍ତି,</verse>
				<verse number="8">କାରଣ ପିତର ଯେପରି ଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିଲେ, ମୁଁ ମଧ୍ୟ ଠିକ୍ ସେହିପରି ଈଶ୍ୱରଙ୍କ ଶକ୍ତି ଦ୍ୱାରା ଅଣଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଛି।</verse>
				<verse number="9">ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।</verse>
				<verse number="10">ସେମାନେ କେବଳ ଏତିକି ଅନୁରୋଧ କରିଥିଲେ ଯେ, ଆମେ ସେମାନଙ୍କ ଦଳରେ ଥିବା ଅଭାବଗ୍ରସ୍ତମାନଙ୍କୁ ସ୍ମରଣରେ ରଖିବୁ। ସେ ବିଷୟ ପ୍ରତି ହିଁ ମୋର ଆଗ୍ରହ ଥିଲା।</verse>
				<verse number="11">ପିତର ଆଣ୍ଟିୟୋଖକୁ ଆସିଥିବାବେଳେ ମୁଁ ସର୍ବସାଧାରଣରେ ତାଙ୍କର ପ୍ରତିରୋଧ କରିଥିଲି, କାରଣ ସେ ନିଶ୍ଚିତଭାବେ ଭୁଲ୍ କାର୍ଯ୍ୟ କରୁଥିଲେ।</verse>
				<verse number="12">ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ।</verse>
				<verse number="13">ଅନ୍ୟ ଇହୁଦୀ ଭାଇମାନେ ପିତରଙ୍କ ସଙ୍ଗେ ଯୋଗ ଦେଇ କାପୁରୁଷ ପରି ଆଚରଣ କରିଥିଲେ, ଏପରି କି ବର୍ଣ୍ଣବା ମଧ୍ୟ ସେମାନଙ୍କ କପଟତାରେ ପଡ଼ଗଲେ।</verse>
				<verse number="14">ମୁଁ ଯେତେବେଳେ ଦେଖିଲି ଯେ, ସୁସମାଚାରର ସତ୍ୟ ଅନୁଯାୟୀ ସେମାନେ ସରଳ ଆଚରଣ କରୁ ନାହାନ୍ତି, ମୁଁ ସେମାନଙ୍କ ସମ୍ମୁଖରେ ପିତରଙ୍କୁ କହିଥିଲି, “ଯଦି ତୁମେ ଇହୁଦୀ ହୋଇ ଅଣଇହୁଦୀମାନଙ୍କ ପରି ଜୀବନ ଯାପନ କରୁଛ, ତେବେ ଇହୁଦୀମାନଙ୍କ ପରି ଜୀବନ ଯାପନ କରିବାକୁ ତୁମେ ଅଣଇହୁଦୀମାନଙ୍କୁ କିପରି ବାଧ୍ୟ କରିପାରିବ?”</verse>
				<verse number="15">ବାସ୍ତବିକ୍ ଆମେ ଜନ୍ମରୁ ଇହୁଦୀ; ତଥାକଥିତ “ପାପୀ ଅଣଇହୁଦୀ” ନୋହୁଁ।</verse>
				<verse number="16">ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।</verse>
				<verse number="17">କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବା ପାଇଁ ଚେଷ୍ଟା କଲାବେଳେ, ଯଦି ଆମେ ମଧ୍ୟ ଅଣଇହୁଦୀଙ୍କ ପରି “ପାପୀ” ହୋଇ ରହିଛୁ, ଏଥିପାଇଁ କଅଣ ଖ୍ରୀଷ୍ଟ ଦାୟୀ? ନା, ଏହା କଦାପି ନୁହେଁ।</verse>
				<verse number="18">ବରଂ ଯେଉଁ ବ୍ୟବସ୍ଥାର ବନ୍ଧନକୁ ମୁଁ ଚ୍ଛିନ୍ନ କରିଛି, ତା’ର ପୁନଃ-ପ୍ରତିଷ୍ଠା କରିବାକୁ ଗଲେ, ମୁଁ ଅପରାଧୀ ହେବି।</verse>
				<verse number="19">ବ୍ୟବସ୍ଥା ପ୍ରତି ମୁଁ ସମ୍ପୂର୍ଣ୍ଣ ମୃତ - ସେହି ବ୍ୟବସ୍ଥା ଦ୍ୱାରା ହିଁ ମୁଁ ନିହତ ହୋଇଛି। କିନ୍ତୁ ମୁଁ ଏବେ ଈଶ୍ୱରଙ୍କ ପାଇଁ ସଜୀବ। ଖ୍ରୀଷ୍ଟଙ୍କ ସହିତ ତାଙ୍କ କ୍ରୁଶ ଉପରେ ମୁଁ ମଧ୍ୟ ନିହତ ହୋଇଛି।</verse>
				<verse number="20">ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।</verse>
				<verse number="21">ଏଥିପାଇଁ ଈଶ୍ୱରଙ୍କ ଅନୁଗ୍ରହକୁ ମୁଁ କେବେ ଅସ୍ୱୀକାର କରିପାରିବି ନାହିଁ। କାରଣ କେବଳ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରେ, ତେବେ ଖ୍ରୀଷ୍ଟଙ୍କ ମୃତ୍ୟୁ ମୂଲ୍ୟହୀନ ବୋଲି କହିବାକୁ ହେବ।</verse>
			</chapter>
			<chapter number="3">
				<verse number="1">ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ ଉପରେ ଏହି ମନ୍ତ୍ର ପ୍ରୟୋଗ କରିଛି? କ୍ରୁଶ ଉପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବିବରଣୀ ଅତି ସ୍ପଷ୍ଟ ଭାବରେ ତୁମ ନିକଟରେ ପ୍ରକାଶ କରାଯାଇଛି।</verse>
				<verse number="2">ଗୋଟିଏ କଥା ମୋତେ କୁହ, ବ୍ୟବସ୍ଥା ପାଳନ କରିବା ଦ୍ୱାରା ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ ପାଇଛ, ନା, ସୁସମାଚାର ଶୁଣି ସେଥିରେ ବିଶ୍ୱାସ କରିବା ଦ୍ୱାରା?</verse>
				<verse number="3">ତୁମ୍ଭେମାନେ ଏଡ଼େ ବିଚାରହୀନ ହୋଇ ପାରୁଛ କିପରି? ପରମାତ୍ମାଙ୍କ ଶକ୍ତିରେ ତୁମେ ଯେଉଁ ଜୀବନ ଆରମ୍ଭ କରିଛ, ନିଜ ଶକ୍ତିରେ କ’ଣ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛ?</verse>
				<verse number="4">ଏଥିପାଇଁ ତୁମ୍ଭମାନଙ୍କର ସମସ୍ତ ଅନୁଭୂତି କଅଣ ନିରର୍ଥକ? ସେଥିରୁ କଅଣ କିଛି ଶିକ୍ଷା କରି ନାହଁ?</verse>
				<verse number="5">ତୁମ୍ଭେମାନେ କେବଳ ବ୍ୟବସ୍ଥାରେ ବିଶ୍ୱାସ କରୁଥିବାରୁ କଅଣ ଈଶ୍ୱର ତୁମକୁ ତାଙ୍କର ଆତ୍ମା ପ୍ରଦାନ କରିଛନ୍ତି ଓ ତୁମ ମଧ୍ୟରେ ଅଲୌକିକ କାର୍ଯ୍ୟସବୁ ସାଧନ କରୁଛନ୍ତି, ନା, ତୁମ୍ଭେମାନେ ସୁସମାଚାର ଶୁଣି ସେଥିରେ ବିଶ୍ୱାସ କରୁଛ ବୋଲି?</verse>
				<verse number="6">ଅବ୍ରାହାମଙ୍କ କଥା ସ୍ମରଣ କର। ଶାସ୍ତ୍ରରେ ଲେଖାଅଛି, “ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ତାଙ୍କର ବିଶ୍ୱାସ ହେତୁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”</verse>
				<verse number="7">ଯେଉଁମାନେ ବିଶ୍ୱାସ କରିବାକୁ ସମର୍ଥ, କେବଳ ସେହିମାନେ ଅବ୍ରାହାମଙ୍କ ପ୍ରକୃତ ବଂଶଧର - ଏହା ତୁମକୁ ଉପଲବ୍ôଧ କରିବାକୁ ହେବ।</verse>
				<verse number="8">ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।</verse>
				<verse number="9">ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।</verse>
				<verse number="10">ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”</verse>
				<verse number="11">ତେଣୁ ଏଥିରୁ ସ୍ପଷ୍ଟଭାବେ ଜଣାଯାଏ, ବ୍ୟବସ୍ଥା ଦ୍ୱାରା କୌଣସି ବ୍ୟକ୍ତି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରେ ନାହିଁ, କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ନିର୍ଦ୍ଦୋଷ ବିବେଚିତ ହେଉଥିବା ବ୍ୟକ୍ତି ହିଁ କେବଳ ବଞ୍ôଚବ।”</verse>
				<verse number="12">ମାତ୍ର ବ୍ୟବସ୍ଥା ସହିତ ବିଶ୍ୱାସର କୌଣସି ସମ୍ପର୍କ ନାହିଁ। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି, “ଯେଉଁ ବ୍ୟକ୍ତି ବ୍ୟବସ୍ଥାର ଦାବୀସଙ୍ଗତ କାର୍ଯ୍ୟ କରେ, ସେ ବଞ୍ଚିବ।”</verse>
				<verse number="13">ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”</verse>
				<verse number="14">ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।</verse>
				<verse number="15">ଭାଇମାନେ! ମୁଁ ଗୋଟିଏ ସାଧାରଣ ଉଦାହରଣ ଦେଉଛି: ଯେତେବେଳେ ଦୁଇ ଜଣ କୌଣସି ବିଷୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷର କରନ୍ତି, କେହି ସେ ଚୁକ୍ତି ଭଙ୍ଗ କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।</verse>
				<verse number="16">ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।</verse>
				<verse number="17">ମୋର କହିବାର ଅର୍ଥ ହେଉଛି, ଈଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି ସ୍ଥାପନ କରିଥିଲେ ଓ ତାହା ରକ୍ଷା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଯେଉଁ ବ୍ୟବସ୍ଥା ଚାରି ଶହ ତିରିଶ ବର୍ଷ ପରେ ପ୍ରଦାନ କରାଗଲା, ତାହା ସେହି ଚୁକ୍ତିକୁ ଭଙ୍ଗ କରି ଈଶ୍ୱରଙ୍କ ପ୍ରତିଜ୍ଞା ରଦ୍ଦ କରିପାରେ ନାହିଁ।</verse>
				<verse number="18">ଈଶ୍ୱରଙ୍କ ପ୍ରତିଜ୍ଞାତ ଆଶୀର୍ବାଦପ୍ରାପ୍ତି ଯଦି ବ୍ୟବସ୍ଥା ପାଳନ ଉପରେ ନିର୍ଭର କରେ, ତେବେ ତାହା ତାଙ୍କ ପ୍ରତିଜ୍ଞାର ଫଳ ବୋଲି ଆଉ କୁହାଯାଇ ପାରିବ ନାହିଁ। ତେଣୁ ଈଶ୍ୱର କେବଳ ତାଙ୍କର ପ୍ରତିଜ୍ଞାନୁଯାୟୀ ସେହି ଆଶୀର୍ବାଦ ଅବ୍ରାହାମଙ୍କୁ ପ୍ରଦାନ କଲେ।</verse>
				<verse number="19">ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।</verse>
				<verse number="20">କିନ୍ତୁ ପ୍ରତିଜ୍ଞା ଦାନ ସହିତ କେବଳ ଗୋଟିଏ ପକ୍ଷ ସମ୍ପୃକ୍ତ ଥିଲେ। ସେ ହେଉଛନ୍ତି ସ୍ୱୟଂ ଈଶ୍ୱର।</verse>
				<verse number="21">ଏହାର ଅର୍ଥ କ’ଣ? ବ୍ୟବସ୍ଥା କ’ଣ ଈଶ୍ୱରଙ୍କ ପ୍ରତିଜ୍ଞାର ବିରୋଧ କରେ? ନା, କଦାପି ନୁହେଁ। କାରଣ ମନୁଷ୍ୟକୁ ଜୀବନ ଦେବା ଭଳି ଯଦି ଗୋଟିଏ ବ୍ୟବସ୍ଥା କରାଯାଇ ଥାଆନ୍ତା, ତେବେ ତାହା ପାଳନ କରିବା ଦ୍ୱାରା ହିଁ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହୋଇପାରି ଥାଆନ୍ତା।</verse>
				<verse number="22">କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।</verse>
				<verse number="23">ବିଶ୍ୱାସର ଯୁଗ ଆସିବା ପୂର୍ବରୁ ଏବଂ ପ୍ରକାଶିତ ହେବା ପର୍ଯ୍ୟନ୍ତ ବ୍ୟବସ୍ଥା ଆମ ସମସ୍ତଙ୍କୁ ବନ୍ଦୀ କରି ରଖିଥିଲା।</verse>
				<verse number="24">ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମ ତତ୍ତ୍ୱାବଧାରକ ଥିଲା; କିନ୍ତୁ ତା’ପରେ, କେବଳ ବିଶ୍ୱାସ ଦ୍ୱାରା ଆମେ ଈଶ୍ୱରଙ୍କ ସମ୍ମୁଖରେ ନିର୍ଦ୍ଦେଶଷ ବିବେଚିତ ହେବୁ।</verse>
				<verse number="25">ବର୍ତ୍ତମାନ ବିଶ୍ୱାସର ଯୁଗ ଉପଗତ, ଆମେ ଆଉ ବ୍ୟବସ୍ଥାର ଅଧୀନ ନାହୁଁ।</verse>
				<verse number="26">ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।</verse>
				<verse number="27">ଜଳଦୀକ୍ଷା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସଙ୍ଗେ ଏକ ହୋଇଛ ଏବଂ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ଜୀବନଯୂପ ବସ୍ତ୍ର ପରିଧାନ କରିଅଛ।</verse>
				<verse number="28">ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।</verse>
				<verse number="29">ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।</verse>
			</chapter>
			<chapter number="4">
				<verse number="1">ପ୍ରସଙ୍ଗ କ୍ରମେ କୁହାଯାଇପାରେ - ପୁତ୍ର ପିତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ, କିନ୍ତୁ ସମସ୍ତ ବିଷୟର ଅଧିକାରୀ ହେବା ସତ୍ତେ୍ୱ ଅପ୍ରାପ୍ତବୟସ୍କ ଥିବା ପର୍ଯ୍ୟନ୍ତ ସେ ଦାସ ପରି ରହେ।</verse>
				<verse number="2">ନାବାଳକ ଅବସ୍ଥାରେ, ତାହାର ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ଅନ୍ୟମାନେ ଯତ୍ନ ନିଅନ୍ତି ଓ ସମସ୍ତ ବିଷୟର ତତ୍ତ୍ୱାବଧାନ କରନ୍ତି।</verse>
				<verse number="3">ଠିକ୍ ସେହିପରି ଆମେ ମଧ୍ୟ ଆଧ୍ୟାତ୍ମିକଭାବେ ପ୍ରାପ୍ତବୟସ୍କ ହେବା ପୂର୍ବରୁ, ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କର ଦାସ ଥିଲୁ।</verse>
				<verse number="4">ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।</verse>
				<verse number="5">କିନ୍ତୁ ଆବଶ୍ୟକୀୟ ମୂଲ୍ୟ ଦେଇ ସେହି ବ୍ୟବସ୍ଥାର ବନ୍ଧନରୁ ଅନ୍ୟମାନଙ୍କୁ ମୁକ୍ତ କରାଇବା ଓ ସେମାନଙ୍କୁ ଈଶ୍ୱରଙ୍କ ପୁତ୍ର ହେବାର ସୁଯୋଗ ଦେବା ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା।</verse>
				<verse number="6">ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”</verse>
				<verse number="7">ତେଣୁ ତୁମ୍ଭେମାନେ ଆଉ କ୍ରୀତଦାସ ନୁହଁ, ପୁତ୍ର ଅଟ। ତୁମ୍ଭେମାନେ ତାଙ୍କର ପୁତ୍ର ହୋଇଥିବାରୁ, ଈଶ୍ୱର ତାଙ୍କ ପୁତ୍ରମାନଙ୍କ ପାଇଁ ଯାହା କିଛି ରଖିଅଛନ୍ତି, ସେସବୁ ତୁମ୍ଭମାନଙ୍କୁ ଦାନ କରିବେ।</verse>
				<verse number="8">ଅତୀତରେ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ନ ଥିଲ, ତେଣୁ ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେହିଭଳି ମିଥ୍ୟା ଦେବଦେବୀମାନଙ୍କର ଦାସ ଥିଲ।</verse>
				<verse number="9">କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?</verse>
				<verse number="10">ଦୁଃଖର କଥା, ତୁମ୍ଭେମାନେ କେତୋଟି ନିର୍ଦ୍ଦିଷ୍ଟ ଦିନ, ମାସ, ଋତୁ ଓ ବର୍ଷ ପ୍ରତି ବିଶେଷ ମନୋଯୋଗୀ ହେଉଛ।</verse>
				<verse number="11">ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?</verse>
				<verse number="12">ଭାଇମାନେ, ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ପରି ହୁଅ। ମୁଁ ତୁମ୍ଭମାନଙ୍କ ପରି ହୋଇଛି ଓ ତୁମ୍ଭେମାନେ ମୋ’ ପ୍ରତି କୌଣସି ମନ୍ଦ ବ୍ୟବହାର କରି ନାହଁ।</verse>
				<verse number="13">ମୁଁ ପ୍ରଥମ ଥର କାହିଁକି ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି, ତାହା ସ୍ମରଣ କର। ସେତେବେଳେ ମୁଁ ଅସୁସ୍ଥ ଥିବା ଯୋଗୁଁ ଏହା କରିଥିଲି।</verse>
				<verse number="14">କିନ୍ତୁ ମୋର ଶାରୀରିକ ଅବସ୍ଥା ତୁମ୍ଭମାନଙ୍କ ପକ୍ଷରେ ବିରକ୍ତିକର ହୋଇଥିଲେ ହେଁ, ତୁମ୍ଭେମାନେ ମୋତେ ଅବଜ୍ଞା ବା ଅଗ୍ରାହ୍ୟ କରି ନ ଥିଲ, ବରଂ ମୋତେ ଏକ ସ୍ୱର୍ଗଦୂତ ରୂପେ ଗ୍ରହଣ କରିଥିଲ। ଖ୍ରୀଷ୍ଟ ଯୀଶୁଙ୍କୁ ତୁମ୍ଭେମାନେ ଯେପରି ଗ୍ରହଣ କରିଥା’ନ୍ତ, ସେହିପରିଭାବେ ମୋତେ ମଧ୍ୟ ଗ୍ରହଣ କରିଥିଲ।</verse>
				<verse number="15">ତୁମ୍ଭେମାନେ କେତେ ଆନନ୍ଦିତ ହୋଇ ନ ଥିଲ! କିନ୍ତୁ ବର୍ତ୍ତମାନ କ’ଣ ହୋଇଛି? ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଏ କଥା ଦୃଢ଼ଭାବେ କହିପାରେ ଯେ, ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ।</verse>
				<verse number="16">କିନ୍ତୁ ବର୍ତ୍ତମାନ ମୁଁ ସତ୍ୟ କହି ଥିବାର କ’ଣ ତୁମ୍ଭମାନଙ୍କର ଶତ୍ରୁ ହୋଇ ଯାଇଛି?</verse>
				<verse number="17">ସେହି ଅନ୍ୟ ଲୋକମାନେ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ବୋଲି ଦେଖାଇ ହୁଅନ୍ତି। କିନ୍ତୁ ଏଥିରେ ସେମାନଙ୍କର ସତ୍ ଉଦ୍ଦେଶ୍ୟ ନାହିଁ।। ସେମାନଙ୍କର ଏକମାତ୍ର ଇଚ୍ଛା, ଯେପରି ତୁମ୍ଭେମାନେ ମୋ’ ପ୍ରତି ବିମୁଖ ହୋଇ ସେମାନଙ୍କ ପ୍ରତି ମନୋଯୋଗୀ ହୁଅ।</verse>
				<verse number="18">ସତ୍ ଉଦ୍ଦେଶ୍ୟ ନେଇ ଆଗ୍ରହାନ୍ୱିତ ହେବା ବାଞ୍ଛନୀୟ। କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହିଥିବା ସମୟରେ ନୁହେଁ, କିନ୍ତୁ ସବୁବେଳେ ତୁମ୍ଭେମାନେ ଏହାର ସତ୍ୟତା ଉପଲବ୍ôଧ କରିବା ଉଚିତ୍।</verse>
				<verse number="19">ହେ ମୋର ପ୍ରିୟ ପିଲାମାନେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଅନୁରୂପ କରି ଗଢ଼ିବା ପାଇଁ ମୁଁ ପୁନର୍ବାର ପ୍ରସବ ବେଦନାର ଯନ୍ତ୍ରଣା ଅନୁଭବ କରୁଛି।</verse>
				<verse number="20">ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଥାଆନ୍ତି ବୋଲି ମୋର ଇଚ୍ଛା, ତା’ହେଲେ ହୁଏ ତ ତୁମ୍ଭମାନଙ୍କ ସମ୍ପର୍କରେ ମୋର ଅନ୍ୟ ପ୍ରକାର ଧାରଣା ହୋଇ ଥାଆନ୍ତା। ପ୍ରକୃତରେ ତୁମ୍ଭମାନଙ୍କ ନିମନ୍ତେ ମୁଁ ଅତ୍ୟନ୍ତ ଚିନ୍ତିତ।</verse>
				<verse number="21">ଯେଉଁମାନେ ବ୍ୟବସ୍ଥାର ବଶବର୍ତ୍ତୀ ହୋଇ ରହିବାକୁ ଚାହାନ୍ତି, ମୁଁ ସେମାନଙ୍କୁ ପଚାରେ, ବ୍ୟବସ୍ଥାରେ କ’ଣ ଉଲ୍ଲେଖ ଅଛି, ତାହା ତୁମ୍ଭେମାନେ ଜାଣି ନାହଁ?</verse>
				<verse number="22">ସେଥିରେ ବର୍ଣ୍ଣିତ ଅଛି, ଅବ୍ରାହାମଙ୍କର ଦୁଇ ପୁତ୍ର ଥିଲେ, ଜଣେ କ୍ରୀତଦାସୀର ପୁତ୍ର ଓ ଅନ୍ୟ ଜଣେ ତାଙ୍କ ସ୍ତ୍ରୀଙ୍କ ପୁତ୍ର।</verse>
				<verse number="23">କ୍ରୀତଦାସୀର ପୁତ୍ର ସ୍ୱାଭାବିକ ଭାବରେ ଜନ୍ମ ଲାଭ କରିଥିଲା। ମାତ୍ର ତାଙ୍କ ବିବାହିତା ସ୍ତ୍ରୀଙ୍କ ପୁତ୍ର ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଜନ୍ମ ଲାଭ କରିଥିଲା।</verse>
				<verse number="24">ଏହାକୁ ଏକ ଉପମା ରୂପେ ଗ୍ରହଣ କରାଯାଇପାରେ। - ଏହି ଦୁଇ ଜଣ ସ୍ତ୍ରୀ ଦୁଇଟି ନିୟମ ସ୍ୱରୂପ। ଯାହାର ପୁତ୍ର ଦାସତ୍ୱର ବନ୍ଧନରେ ଜନ୍ମ ଗ୍ରହଣ କରିଥିଲା, ସେହି ହାଗାର, ସିନାଇ ପର୍ବତରୁ ଆସିଥିବା ନିୟମର ପ୍ରତୀକ।</verse>
				<verse number="25">ଆରବ ଦେଶରେ ଅବସ୍ଥିତ ସିନାଇ ପର୍ବତ ସ୍ୱରୂପ ହାଗାର ବର୍ତ୍ତମାନର ଯିରୂଶାଲମ ନଗର ସଦୃଶ। ହାଗାର ପରି ଯିରୂଶାଲମ ଓ ତା’ର ଅଧିବାସୀମାନେ ବର୍ତ୍ତମାନ ଦାସତ୍ୱ ବନ୍ଧନରେ ଆବଦ୍ଧ।</verse>
				<verse number="26">କିନ୍ତୁ ସ୍ୱର୍ଗୀୟ ଯିରୂଶଶଲମ ମୁକ୍ତ ଏବଂ ତାହ ଆମ୍ଭମାନଙ୍କର ଜନନୀ,</verse>
				<verse number="27">କାରଣ ଶାସ୍ତ୍ରରେ ଲେଖାଅଛି, “ଆଗୋ ବନ୍ଧ୍ୟା ନାରୀ, ତୁମେ ଆନନ୍ଦ କର; କେବେ ପ୍ରସବ ବେଦନା ଅନୁଭବ କରି ନ ଥିଲେ ହେଁ, ଆନନ୍ଦ ଧ୍ୱନି କର। କାରଣ ସ୍ୱାମୀ ସହିତ ବାସ କରୁଥିବା ନାରୀ ଅପେକ୍ଷା ଜଣେ ପରିତ୍ୟକ୍ତା ନାରୀର ସନ୍ତାନମାନଙ୍କ ସଂଖ୍ୟା ଅଧିକ ହେବ।”</verse>
				<verse number="28">ଇସାହାକଙ୍କ ପରି ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ସନ୍ତାନ।</verse>
				<verse number="29">ଦିନେ ସ୍ୱାଭାବିକଭାବେ ଜନ୍ମ ଗ୍ରହଣ କରିଥିବା ପୁତ୍ର ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କଠାରୁ ଜନ୍ମ ଗ୍ରହଣ କରିଥିବା ପୁତ୍ରକୁ ଉତ୍ପୀଡ଼ନ କରିଥିଲା।</verse>
				<verse number="30">ମାତ୍ର ଏ ସମ୍ପର୍କରେ ଶାସ୍ତ୍ର କ’ଣ କହେ? ସେଥିରେ ଲେଖାଅଛି, “କ୍ରୀତଦାସୀ ଓ ତାହାର ପୁତ୍ରକୁ ବହିଷ୍କାର କର, କାରଣ ବିବାହିତା ସ୍ତ୍ରୀର ପୁତ୍ର ସହିତ କ୍ରୀତଦାସୀର ପୁତ୍ର ପୈତୃକ ସମ୍ପତ୍ତିରେ ଅଂଶୀଦାର ହୋଇପାରିବ ନାହିଁ।”</verse>
				<verse number="31">ତେଣୁ ହେ ମୋର ଭାଇମାନେ, ଆମେ କ୍ରୀତଦାସୀର ସନ୍ତାନ ନୋହୁଁ, ବିବାହିତ ସ୍ତ୍ରୀର ସନ୍ତାନ।</verse>
			</chapter>
			<chapter number="5">
				<verse number="1">ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।</verse>
				<verse number="2">ମୁଁ ପାଉଲ, ଯାହା କହୁଅଛି ଶୁଣ; ତୁମ୍ଭେମାନେ ଯଦି ସୁନ୍ନତ ବିଧି ପାଳନ କର, ତା’ର ଅର୍ଥ ହେବ, ତୁମ୍ଭମାନଙ୍କ ପାଇଁ ଖ୍ରୀଷ୍ଟଙ୍କର କୌଣସି ପ୍ରୟୋଜନ ନାହିଁ।</verse>
				<verse number="3">ଯେଉଁ ବ୍ୟକ୍ତି ସୁନ୍ନଦ ହୁଏ, ମୁଁ ତାକୁ ପୁଣି ଥରେ ସତର୍କ କରି ଦେଉଛି ଯେ, ମୋଶାଙ୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପାଳନ କରିବା ତାହାର କର୍ତ୍ତବ୍ୟ।</verse>
				<verse number="4">ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।</verse>
				<verse number="5">କିନ୍ତୁ ଆମେ ଆଶା ପୋଷଣ କରୁଛୁ ଯେ, ଈଶ୍ୱର ଆମକୁ ତାଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ କରିବେ; ଆମ ବିଶ୍ୱାସର ଫଳ ସ୍ୱରୂପ, ଆମ ଭିତରେ କାର୍ଯ୍ୟ କରୁଥିବା ପରମାତ୍ମାଙ୍କ ଶକ୍ତି ଦ୍ୱାରା ଏହା ସାଧିତ ହେବ ବୋଲି ଅପେକ୍ଷା କରି ରହିଛୁ।</verse>
				<verse number="6">କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।</verse>
				<verse number="7">ତୁମ୍ଭେମାନେ ଭଲରେ ଆଗେଇ ଚାଲିଥିଲ। ସତ୍ୟପଥରେ ଚାଲିବାବେଳେ, କିଏ ତୁମ୍ଭମାନଙ୍କୁ ପ୍ରତିରୋଧ କଲା?</verse>
				<verse number="8">ତୁମ୍ଭମାନଙ୍କୁ ଭୁଲ୍ ବାଟରେ ଯିବାକୁ ସେ କିପରି ପ୍ରବର୍ତ୍ତାଇଲା? ତୁମ୍ଭମାନଙ୍କୁ ଆହ୍ୱାନ କରିଥିବା ଈଶ୍ୱରଙ୍କ ପକ୍ଷରୁ ଏହା ହୋଇ ନାହିଁ।</verse>
				<verse number="9">କଥାରେ ଅଛି: “ଚକଟା ହୋଇଥିବା ମଇଦାକୁ ଫୁଲାଇବା ପାଇଁ ଟିକିଏ ମାତ୍ର ଖମୀର ଆବଶ୍ୟକ।”</verse>
				<verse number="10">ସେ ଯାହାହେଉ, ଏ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ମୋର ଆସ୍ଥା ରହିଛି। ଯେହେତୁ ଆମେ ସମସ୍ତେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଛୁ, ମୋର ଦୃଢ଼ ବିଶ୍ୱାସ, ତୁମ୍ଭେମାନେ ମୋ’ ମତର ବିରୋଧ କରିବ ନାହିଁ। ପୁଣି ଯେଉଁ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରୁଛି, ସେ ଯେ କେହି ହେଉନା କାହିଁକି, ତାକୁ ଈଶ୍ୱର ସମୁଚିତ ଦଣ୍ଡ ଦେବେ।</verse>
				<verse number="11">କିନ୍ତୁ ଭାଇମାନେ, ମୁଁ ଯଦି ଆଜିଯାଏ ସୁନ୍ନତର ପ୍ରୟୋଜନୀୟତା ସପକ୍ଷରେ ପ୍ରଚାର କରୁଥାଏ, ତେବେ ମୁଁ ଏବେ ମଧ୍ୟ କାହିଁକି ନିର୍ଯ୍ୟାତିତ ହେଉଛି? ଯଦି ମୁଁ ତାହା କରୁଥାଏ, ତାହାହେଲେ ସେଥି ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ପ୍ରଚାର କରିବା ଦ୍ୱାରା ମୋର କିଛି ଅସୁବିଧା ହୋଇ ନ ଥାଆନ୍ତା।</verse>
				<verse number="12">ମୁଁ ଚାହେଁ, ଏ ସମ୍ପର୍କରେ ଯେଉଁମାନେ ତୁମ୍ଭମାନଙ୍କୁ ବିଚଳିତ କରୁଛନ୍ତି, ସେମାନେ ଆଉ ଟିକିଏ ଆଗେଇ ଯାଆନ୍ତୁ। କେବଳ ସୁନ୍ନତ ନ ହୋଇ ପୂରାପୂରି ନିଜର ଯୌନାଙ୍ଗ ଛେଦନ କରନ୍ତୁ।</verse>
				<verse number="13">ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।</verse>
				<verse number="14">କାରଣ ଗୋଟିଏ ମାତ୍ର ଆଜ୍ଞାରେ ସମସ୍ତ ବ୍ୟବସ୍ଥାର ସାରମର୍ମ ନିହିତ ଅଛି: “ତୁମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”</verse>
				<verse number="15">ମାତ୍ର ଯଦି ତୁମ୍ଭେମାନେ ପଶୁ ପରି ଆଚରଣ କରି ପରସ୍ପରକୁ ଆଘାତ କରୁଥାଅ ଓ ପରସ୍ପରର କ୍ଷତି କରୁଥାଅ, ତେବେ ସତର୍କ ହୁଅ, ନଚେତ୍ ହୁଏତ ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କରିଦେବ।</verse>
				<verse number="16">ମୋର କହିବାର କଥା ହେଲା, ପବିତ୍ରଆତ୍ମା ତୁମ୍ଭମାନଙ୍କ ଜୀବନକୁ ପରିଚାଳିତ କରନ୍ତୁ। ତା’ହେଲେ ତୁମ୍ଭେମାନେ ଆଉ ମନୁଷ୍ୟର ପ୍ରକୃତିଗତ ଲାଳସାକୁ ଚରିତାର୍ଥ କରିବ ନାହିଁ।</verse>
				<verse number="17">ମନୁଷ୍ୟ ପ୍ରକୃତି ପବିତ୍ର ଆତ୍ମାଙ୍କ ଇଚ୍ଛାର ବିରୋଧୀ। ସେହିପରି ପବିତ୍ର ଆତ୍ମାଙ୍କ ଇଚ୍ଛା, ମନୁଷ୍ୟ ପ୍ରକୃତିର ବିରୋଧୀ। ଏମାନେ ପରସ୍ପରର ଶତ୍ରୁ। ତେଣୁ ତୁମ୍ଭେମାନେ ଯାହା କରିବାକୁ ଇଚ୍ଛା କର, ତାହା କରିବାକୁ ଅସମର୍ଥ।</verse>
				<verse number="18">ଯଦି ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ପରିଚାଳିତ କରନ୍ତି, ତେବେ ତୁମ୍ଭେମାନେ ଆଉ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।</verse>
				<verse number="19">ମନୁଷ୍ୟ ପ୍ରକୃତିର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତାହା ଅନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମା ପୂଜା, ଗୁଣି ଗାରୁଡ଼ି ଆଦି କୁକର୍ମରେ ପ୍ରକାଶ ପାଏ। ଲୋକମାନେ ପରସ୍ପରର ଶତ୍ରୁ ହୋଇ କଳହ କରିଥାନ୍ତି; ସେମାନେ ଈର୍ଷାପରାୟଣ, କ୍ରୋଧୀ ଓ ଦୁରାକାଂକ୍ଷୀ ହୋଇଥାନ୍ତି ଓ ସେମାନେ ବିଭିନ୍ନ ଦଳ ଓ ଉପଦଳରେ ବିଭକ୍ତ ହୋଇଥାଆନ୍ତି।</verse>
				<verse number="20"></verse>
				<verse number="21">ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ।</verse>
				<verse number="22">ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।</verse>
				<verse number="23"></verse>
				<verse number="24">ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।</verse>
				<verse number="25">ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଜୀବନ ଦାନ କରି ଅଛନ୍ତି, ସେ ଆମ୍ଭମାନଙ୍କର ଜୀବନକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ।</verse>
				<verse number="26">ତେଣୁ ଗର୍ବ କରିବା ବା ଅନ୍ୟମାନଙ୍କୁ ବିରକ୍ତ କରିବା ବା କାହାକୁ ଈର୍ଷା କରିବା ଆମର ଉଚିତ ନୁହେଁ।</verse>
			</chapter>
			<chapter number="6">
				<verse number="1">ହେ ଭାଇମାନେ! ଯଦି କେହି କୌଣସି ପ୍ରକାର ଅସତ୍ କାର୍ଯ୍ୟରେ ଧରା ପଡ଼େ, ତୁମ ମଧ୍ୟରୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ, ସେମାନେ ତାହାକୁ ସଂଶୋଧନ କରିବା ଉଚିତ, କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ମୃଦୁ, ନମ୍ର ଭାବରେ କରିବା ଆବଶ୍ୟକ। ପୁଣି ସାବଧାନ, ନିଜେ ଯେପରି ସେହିଭଳି କାର୍ଯ୍ୟ କରିବାକୁ ପ୍ରଲୋଭିତ ନ ହୁଅ।</verse>
				<verse number="2">ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।</verse>
				<verse number="3">ନଗଣ୍ୟ ହୋଇ ଯେ ନିଜକୁ ବିଶିଷ୍ଟ ବୋଲି ଭାବେ, ସେ ନିଜକୁ କେବଳ ପ୍ରତାରଣା କରେ।</verse>
				<verse number="4">ପ୍ରତ୍ୟେକେ ନିଜ ନିଜର ଆଚରଣକୁ ବିଚାର କରି ଦେଖିବା ଉଚିତ। ଯଦି ତାହା ଉକ୍ରୃଷ୍ଟ ହୋଇଥାଏ, ସେଥିପାଇଁ ସେ ନିଜକୁ କୃତାର୍ଥ ମନେକରୁ ଏବଂ ଅନ୍ୟର କାର୍ଯ୍ୟକଳାପ ସହିତ ନିଜର କୃତିତ୍ୱକୁ ତୁଳନା କରି ସେ ଗର୍ବ ନ କରୁ।</verse>
				<verse number="5">କାରଣ ପ୍ରତ୍ୟେକଙ୍କୁ ନିଜ ନିଜର ଭାର ବହନ କରିବାକୁ ପଡ଼ିବ।</verse>
				<verse number="6">ଖ୍ରୀଷ୍ଟୀୟ ସୁସମାଚାର ଶିକ୍ଷା କରିବା ବେଳେ ଶିକ୍ଷାଦାତା ଗୁରୁଙ୍କୁ ନିଜେ ଉପଭୋଗ କରୁଥିବା ସମସ୍ତ ଉତ୍ତମ ବିଷୟର ଅଂଶୀ କରାଇବା ଉଚିତ।</verse>
				<verse number="7">ଈଶ୍ୱର ପ୍ରତାରିତ ହୁଅନ୍ତି ନାହିଁ; ତାହା କରିବାକୁ ଯାଇ ନିଜେ ପ୍ରତାରିତ ହୁଅ ନାହିଁ। ଯାହା ବୁଣିବ, ଠିକ୍ ତାହା ହିଁ କାଟିବ।</verse>
				<verse number="8">ଯିଏ ପ୍ରାକୃତିକ ଲାଳସା କ୍ଷେତ୍ରରେ ବୀଜ ବୁଣେ, ସେ ମୃତ୍ୟୁରୂପ ଫସଲ ଅମଳ କରିବ। ଯଦି ସେ ପବିତ୍ର ଆତ୍ମାଙ୍କ କ୍ଷେତ୍ରରେ ବୁଣିବ, ତେବେ ଅନନ୍ତ ଜୀବନରୂପ ଫସଲ ଅମଳ କରିବ।</verse>
				<verse number="9">ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା।</verse>
				<verse number="10">ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।</verse>
				<verse number="11">ଦେଖ, କେଡ଼େ ବଡ଼ ବଡ଼ ଅକ୍ଷରରେ ନିଜ ହାତରେ ମୁଁ ତୁମ୍ଭମାନଙ୍କୁ ଏହା ଲେଖୁଛି।</verse>
				<verse number="12">ଯେଉଁମାନେ ବାହ୍ୟିକ ବିଷୟରେ ଦେଖେଇ ହୁଅନ୍ତି ଓ ବଡ଼ାଇ କରନ୍ତି, ସେମାନେ ହିଁ ତୁମ୍ଭମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ନିର୍ଯ୍ୟାତନା ଭୋଗ ନ କରିବା ଉଦ୍ଦେଶ୍ୟରେ ସେମାନେ ଏହା କରୁଅଛନ୍ତି।</verse>
				<verse number="13">ଯେଉଁମାନେ ସୁନ୍ନତ ବିଧି ପାଳନ କରନ୍ତି, ସେମାନେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ନ ଥାନ୍ତି। ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଚାହୁଁଛନ୍ତି। ଏହି ଶାରୀରିକ ବିଧି ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇ ପାରିଲେ, ସେମାନେ ଗର୍ବ କରିବେ।</verse>
				<verse number="14">କିନ୍ତୁ ମୁଁ କେବଳ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ଗର୍ବ କରୁଛି; କାରଣ ତାଙ୍କର କ୍ରୁଶ ଯୋଗୁଁ ଜଗତ ମୋ’ ନିମନ୍ତେ ମୃତ ଏବଂ ମୁଁ ଜଗତ ନିମନ୍ତେ ମୃତ।</verse>
				<verse number="15">କିଏ ସୁନ୍ନତ ବା ଅସୁନ୍ନତ, ସେଥିରେ କିଛି ଯାଏ ଆସେ ନା, ନୂତନ ସୃଷ୍ଟି ହିଁ ସାର ବିଷୟ।</verse>
				<verse number="16">ଯେଉଁମାନେ ନିଜ ଜୀବନରେ ଏହି ନୀତି ଅନୁସରଣ କରନ୍ତି, ସେମାନେ ସମସ୍ତେ ଓ ଈଶ୍ୱରଙ୍କ ଲୋକମାନେ ସମସ୍ତେ ଜୀବନରେ ଶାନ୍ତି ଓ ଅନୁଗ୍ରହ ଅନୁଭବ କରନ୍ତୁ।</verse>
				<verse number="17">ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।</verse>
				<verse number="18">ହେ ଭାଇମାନେ! ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ। ଆମେନ୍!</verse>
			</chapter>
		</book>
		<book number="49">
			<chapter number="1">
				<verse number="1">ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିବା ପାଉଲ, ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ବିଶ୍ୱସ୍ତ ଜୀବନ ଯାପନ କରୁଥିବା ଏଫିସୀର ଈଶ୍ୱରଭକ୍ତମାନଙ୍କ ନିକଟକୁ ଲେଖିଥିବା ଏହି ପତ୍ର:-</verse>
				<verse number="2">ଆମ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ଧନ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱର। କାରଣ ସେ ଆମକୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରାଇ ସ୍ୱର୍ଗଲୋକର ସମସ୍ତ ଆଧ୍ୟାତ୍ମିକ ଆଶୀଷ ପ୍ରଦାନ କରିଛନ୍ତି।</verse>
				<verse number="4">ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।</verse>
				<verse number="5">ତାଙ୍କ ପ୍ରେମ ହେତୁ, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମକୁ ତାଙ୍କର ସନ୍ତାନ ରୂପେ ଗ୍ରହଣ କରିବାକୁ ନିରୂପଣ କରିଥିଲେ; ଏହା ହିଁ ଥିଲା ତାଙ୍କର ଆନନ୍ଦ ଓ ଅଭିପ୍ରାୟ।</verse>
				<verse number="6">ଈଶ୍ୱରଙ୍କ ଅପୂର୍ବ ଅନୁଗ୍ରହ ନିମନ୍ତେ ଓ ତାଙ୍କ ପ୍ରିୟ ପୁତ୍ରଙ୍କୁ ବିନା ମୂଲ୍ୟରେ ଦାନ ସ୍ୱରୂପେ ପାଇଥିବା ହେତୁ, ଆମେ ଈଶ୍ୱରଙ୍କ ଧନ୍ୟବାଦ କରୁଛୁ।</verse>
				<verse number="7">ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ସମସ୍ତ ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ କେଡ଼େ ମହାନ୍!</verse>
				<verse number="8">ତାହା ସେ ଆମକୁ ବହୁଳଭାବେ ପ୍ରଦାନ କରିଛନ୍ତି।</verse>
				<verse number="9">ଈଶ୍ୱର ତାଙ୍କ ଅସୀମ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଯାହା ସଙ୍କଳ୍ପ କରିଥିଲେ, ତାହା ସାଧନ କରିଛନ୍ତି ଏବଂ ତାହାକୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ଯେଉଁ ଗୁପ୍ତ ପରିକଳ୍ପନା କରିଥିଲେ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।</verse>
				<verse number="10">ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।</verse>
				<verse number="11">ସମସ୍ତ ବିଷୟ ଈଶ୍ୱରଙ୍କ ପରିକଳ୍ପନା ଓ ନିଷ୍ପତ୍ତି ଅନୁଯାୟୀ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧନ ଲାଗି, ଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କର ନିଜ ଲୋକ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି।</verse>
				<verse number="12">ଆସ, ଯେଉଁମାନେ ସର୍ବପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଥିଲୁ, ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।</verse>
				<verse number="13">ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।</verse>
				<verse number="14">ଈଶ୍ୱର ତାଙ୍କ ଲୋକମାନଙ୍କୁ ଯେଉଁସବୁ ବିଷୟ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେ ସବୁ ଯେ ଆମେ ପାଇବା, ପବିତ୍ର ଆତ୍ମା ତାହାର ଜାମିନଦାର ସ୍ୱରୂପ। ଈଶ୍ୱର ତାଙ୍କ ଲୋକମାନଙ୍କୁ ସ୍ୱାଧୀନତାର ପରିପୂର୍ଣ୍ଣତା ପ୍ରଦାନ କରିବେ, ଏହି ନିଶ୍ଚିତ ବୋଧ ପାଇ, ଆସ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।</verse>
				<verse number="15">ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିବା ସମୟଠାରୁ ତୁମ୍ଭମାନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଆସୁଛି।</verse>
				<verse number="16"></verse>
				<verse number="17">ମୁଁ ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରେ ଓ ଗୌରବମୟ ପିତା, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଯେପରି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ସେହି ଆତ୍ମା ତୁମ୍ଭମାନଙ୍କୁ ଜ୍ଞାନବାନ କରିବେ ଓ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ। ତାହାହେଲେ, ତୁମ୍ଭେମାନେ ତାଙ୍କୁ ଜାଣିପାରିବ।</verse>
				<verse number="18">ମୁଁ ନିବେଦନ କରେ, ଯେପରି ତାଙ୍କର ଆଲୋକ ଦେଖିବା ନିମନ୍ତେ ତୁମ୍ଭମାନଙ୍କର ଅନ୍ତର୍ଦୃଷ୍ଟି ପ୍ରସନ୍ନ ହେବ। ଫଳରେ ଯେଉଁ ଭରସା ନିମନ୍ତେ ତୁମ୍ଭେମାନେ ତାଙ୍କ ଦ୍ୱାରା ଆହୂତ,</verse>
				<verse number="19">ତାଙ୍କର ଲୋକମାନଙ୍କ ପ୍ରତି ତାଙ୍କର ପ୍ରତିଜ୍ଞାତ ମହତ୍ ଆଶୀର୍ବାଦସମୂହ ଯେ କେତେ ବହୁଳ ଏବଂ ଆମ ପରି ବିଶ୍ୱାସୀମାନଙ୍କ ମଧ୍ୟରେ ତାଙ୍କର ସକ୍ରିୟ ଶକ୍ତି ଯେ କେଡ଼େ ମହାନ୍, ତାହା ତୁମ୍ଭେମାନେ ଜାଣି ପାରିବ।</verse>
				<verse number="20">ବର୍ତ୍ତମାନ, ଆମ୍ଭମାନଙ୍କ ମଧ୍ୟରେ ସକ୍ରିୟ ଥିବା ସେହି ଶକ୍ତି ଦ୍ୱାରା ହିଁ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରି ତାଙ୍କୁ ସ୍ୱର୍ଗଲୋକରେ ନିଜ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ କରାଇ ଅଛନ୍ତି।</verse>
				<verse number="21">ଖ୍ରୀଷ୍ଟ ସମସ୍ତ ସ୍ୱର୍ଗୀୟ ଶାସକ, କ୍ଷମତାସମ୍ପନ୍ନ ଅଧିକାରୀ, ଶକ୍ତିଧର ଓ ଅଧିପତିମାନଙ୍କ ଉପରେ ଶାସନ କରନ୍ତି, ଇହଲୋକ ଓ ପରଲୋକର କ୍ଷମତାସୂଚକ ସମସ୍ତ ଉପାଧି ଅପେକ୍ଷା ତାଙ୍କର ଉପାଧି ସର୍ବୋକ୍ରୃଷ୍ଟ।</verse>
				<verse number="22">ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ରଖିଛନ୍ତି ଏବଂ ସମସ୍ତ ବିଷୟ ଉପରେ ତାଙ୍କୁ ସର୍ବୋପରିସ୍ଥ ପ୍ରଭୁ ରୂପେ ମଣ୍ଡଳୀକୁ ପ୍ରଦାନ କରିଛନ୍ତି।</verse>
				<verse number="23">ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର; ମଣ୍ଡଳୀ ଦ୍ୱାରା ଖ୍ରୀଷ୍ଟଙ୍କ କାର୍ଯ୍ୟର ପୂର୍ଣ୍ଣତା ସାଧିତ ହୁଏ; ପୁଣି ଖ୍ରୀଷ୍ଟ ସମସ୍ତ ବିଷୟ ସମ୍ପୂର୍ଣ୍ଣର୍ କରନ୍ତି।</verse>
			</chapter>
			<chapter number="2">
				<verse number="1">ତୁମ୍ଭମାନଙ୍କର ଅବାଧ୍ୟତା ଓ ପାପ ହେତୁ ଅତୀତରେ ଆଧ୍ୟାତ୍ମିକଭାବେ ମୃତ ଥିଲ।</verse>
				<verse number="2">ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।</verse>
				<verse number="3">ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।</verse>
				<verse number="4">କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଏତେ ପ୍ରଚୁର ଓ ଆମ ପ୍ରତି ତାଙ୍କ ପ୍ରେମ ଏତେ ମହାନ୍ ଯେ, ଆମ ଅବାଧ୍ୟତା ହେତୁ ଆମେ ଆଧ୍ୟାତ୍ମିକ ଭାବେ ମୃତ ଥିବା ସମୟରେ ସେ ଖ୍ରୀଷ୍ଟଙ୍କ ସହିତ ଆମକୁ ସଞ୍ଜୀବିତ କଲେ। ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ହିଁ ତୁମ୍ଭେମାନେ ପରିତ୍ରାଣ ପାଉଛ।</verse>
				<verse number="5"></verse>
				<verse number="6">ଖ୍ରୀଷ୍ଟ ଯୀଶୁଙ୍କ ସହିତ ଏକ ହେବା ଦ୍ୱାରା ତାଙ୍କ ସହିତ ସ୍ୱର୍ଗରେ କର୍ତ୍ତୃତ୍ୱ କରିବା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟ ଉତ୍ଥିତ କରିଛନ୍ତି।</verse>
				<verse number="7">ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରଦର୍ଶିତ ପ୍ରେମରେ ତାଙ୍କ ଅନୁଗ୍ରହର ଅସାଧାରଣ ମହତ୍ତ୍ୱ ଯୁଗେ ଯୁଗେ ପ୍ରତିପାଦିତ କରିବା ପାଇଁ ଈଶ୍ୱର ଏହା କଲେ।</verse>
				<verse number="8">କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।</verse>
				<verse number="9"></verse>
				<verse number="10">ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।</verse>
				<verse number="11">ନିଜର ଅତୀତ ଅବସ୍ଥା ସ୍ମରଣ କର: ଜାତିରେ ତୁମ୍ଭେମାନେ ଅଣଇହୁଦୀ ଥିଲ, ନିଜକୁ “ସୁନ୍ନତ୍” ବୋଲାଉଥିବା ଇହୁଦୀମାନେ ତୁମ୍ଭମାନଙ୍କୁ “ଅସୁନ୍ନତ୍” କହନ୍ତି। (ଏହା କେବଳ ଏକ ଶାରୀରିକ ଅବସ୍ଥାକୁ ବୁଝାଏ।)</verse>
				<verse number="12">ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।</verse>
				<verse number="13">ଏକଦା ଦୂରରେ ଥିଲ; ବର୍ତ୍ତମାନ ଯୀଶୁଙ୍କ ସହିତ ଏକ ହୋଇ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ନିକଟବର୍ତ୍ତୀ ହୋଇଅଛ।</verse>
				<verse number="14">କାରଣ ଇହୁଦୀ ଓ ଅଣଇହୁଦୀମାନଙ୍କୁ ଏକ କରି, ଖ୍ରୀଷ୍ଟ ନିଜେ ଆମ ମଧ୍ୟରେ ଶାନ୍ତି ସ୍ଥାପନ କରିଛନ୍ତି। ସେମାନଙ୍କୁ ପୃଥକ୍ କରି ପରସ୍ପରର ଶତ୍ରୁ ରୂପେ ରଖିଥିବା ପ୍ରାଚୀରକୁ ସେ ତାଙ୍କର ନିଜ ଶରୀର ଦ୍ୱାରା ଭାଙ୍ଗିଛନ୍ତି।</verse>
				<verse number="15">ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।</verse>
				<verse number="16">କ୍ରୁଶରେ ତାଙ୍କ ମୃତ୍ୟୁଭୋଗ ଦ୍ୱାରା ଖ୍ରୀଷ୍ଟ ସେହି ଜାତିମାନଙ୍କ ମଧ୍ୟରେ ଥିବା ଶତ୍ରୁତାକୁ ବିଲୋପ କରିଛନ୍ତି; କ୍ରୁଶ ଦ୍ୱାରା ସେ ଉଭୟ ଜାତିକୁ ସମ୍ମିଳିତ କରି ଏକ ଶରୀର ସ୍ୱରୂପ କରିଛନ୍ତି ଏବଂ ଈଶ୍ୱରଙ୍କ ନିକଟକୁ ସେମାନଙ୍କୁ ଫେରାଇ ଆଣିଛନ୍ତି।</verse>
				<verse number="17">ସେଥିଲାଗି ଖ୍ରୀଷ୍ଟ ଆସିଥିଲେ ଓ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିବା ଅଣଇହୁଦୀ ଓ ତାଙ୍କ ନିକଟବର୍ତ୍ତୀ ଇହୁଦୀମାନଙ୍କ ମଧ୍ୟରେ ସୁସମାଚାର ଘୋଷଣା କରିଥିଲେ।</verse>
				<verse number="18">ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଇହୁଦୀ ଓ ଅଣଇହୁଦୀ ସମସ୍ତେ ଏକ ଆତ୍ମାରେ ପିତାଙ୍କ ସମ୍ମୁଖକୁ ଆସିବା ପାଇଁ ସକ୍ଷମ ହୋଇଛୁ।</verse>
				<verse number="19">ତେଣୁ ହେ ଅଣଇହୁଦୀମାନେ, ତୁମେ ଆଉ ବିଦେଶୀ କିମ୍ବା ପ୍ରବାସୀ ନୁହଁ, ବର୍ତ୍ତମାନ ଈଶ୍ୱରଙ୍କ ଲୋକମାନଙ୍କ ସହିତ ତୁମ୍ଭେମାନେ ମଧ୍ୟ ତାଙ୍କ ରାଜ୍ୟର ନାଗରିକ ଓ ତାଙ୍କ ପରିବାରଭୁକ୍ତ।</verse>
				<verse number="20">ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।</verse>
				<verse number="21">ସେହି କେବଳ ଏହି ଗୃହକୁ ସନ୍ନିକଟ କରି ରଖନ୍ତି ଏବଂ ପ୍ରଭୁଙ୍କର ନିମନ୍ତେ ଏକ ଉତ୍ସର୍ଗିତ ପବିତ୍ର ମନ୍ଦିର ରୂପେ ସମୃଦ୍ଧ କରନ୍ତି।</verse>
				<verse number="22">ତାହାଙ୍କ ସାହଚର୍ଯ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ୟ ସମସ୍ତଙ୍କ ସହିତ ଆତ୍ମାରୂପୀ ଈଶ୍ୱରଙ୍କ ଅଧିଷ୍ଠାନ ନିମନ୍ତେ ଏକ ଆବାସ ସ୍ୱରୂପ ନିର୍ମିତ ହୋଇଅଛ।</verse>
			</chapter>
			<chapter number="3">
				<verse number="1">ଏହି କାରଣରୁ ତୁମ ପରି ଅଣଇହୁଦୀମାନଙ୍କ ପାଇଁ ଖ୍ରୀଷ୍ଟ ଯୀଶୁଙ୍କ ହେତୁ ବନ୍ଦୀ ହୋଇଥିବା ମୁଁ ପାଉଲ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି।</verse>
				<verse number="2">ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହରେ ମୋତେ ଯେ ଏହି କାର୍ଯ୍ୟ କରିବାକୁ ଦେଇଛନ୍ତି, ଏହା ନିଶ୍ଚୟ ଶୁଣିଛ।</verse>
				<verse number="3">ଈଶ୍ୱର ତାଙ୍କର ଗୁପ୍ତ ଯୋଜନା ପ୍ରକାଶ କରି ମୋତେ ଜଣାଇଛନ୍ତି। (ଏ ବିଷୟରେ ମୁଁ ସଂକ୍ଷିପ୍ତଭାବେ ଲେଖୁଛି।</verse>
				<verse number="4">ତାହା ପଢ଼ିଲେ, ଖୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ ମୁଁ ଯାହା ବୁଝିଛି, ତାହା ତୁମ୍ଭେମାନେ ଜାଣି ପାରିବ।)</verse>
				<verse number="5">ଅତୀତରେ ମାନବ ଜାତିକୁ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ କୁହାଯାଇ ନ ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ ତାଙ୍କର ପବିତ୍ର ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରିଛନ୍ତି।</verse>
				<verse number="6">ସେହି ନିଗୂଢ଼ ତତ୍ତ୍ୱ ହେଉଛି, ସୁସମାଚାର ଯୋଗୁଁ ଇହୁଦୀମାନଙ୍କ ସହିତ ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ ହୋଇଛନ୍ତି। ସେମାନେ ସେହି ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଈଶ୍ୱର ଦେଇଥିବା ପ୍ରତିଜ୍ଞାର ଅଂଶୀଦାର।</verse>
				<verse number="7">ଈଶ୍ୱର ତାଙ୍କର ଶକ୍ତି ପ୍ରୟୋଗ କରି ମୋତେ ଯେଉଁ ବଶେଷ ଦାନ ଦେଇଛନ୍ତି, ସେଥିଯୋଗୁଁ ମୁଁ ସୁସମାଚାର ପ୍ରଚାରକ ହୋଇଅଛି।</verse>
				<verse number="8">ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।</verse>
				<verse number="9">ଈଶ୍ୱରଙ୍କର ସେହି ଗୁପ୍ତ ଯୋଜନା କିପରି କାର୍ଯ୍ୟକାରୀ ହୋଇ ପାରିବ, ତାହା ସମସ୍ତଙ୍କୁ ଅବଗତ କରାଇବାର ସୌଭାଗ୍ୟ ମୁଁ ଲାଭ କରିଛି। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଈଶ୍ୱର ଅତୀତରେ ସବୁ ଯୁଗରେ ତାଙ୍କର ନିଗୂଢ଼ ତତ୍ତ୍ୱକୁ ଗୁପ୍ତ ରଖିଥିଲେ,</verse>
				<verse number="10">ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।</verse>
				<verse number="11">ଈଶ୍ୱର ତାଙ୍କର ଅନନ୍ତକାଳୀନ ଉଦ୍ଦେଶ୍ୟ ଅନୁଯାୟୀ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଏହା ସାଧନ କରିଛନ୍ତି।</verse>
				<verse number="12">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ଓ ତାଙ୍କଠାରେ ବିଶ୍ୱାସ କରୁଥିବାରୁ ଭରସାର ସହିତ ଈଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ଏବେ ସାହସ ଅଛି।</verse>
				<verse number="13">ସେଥିପାଇଁ ମୋର ଅନୁରୋଧ, ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ନିରାଶ ହୁଅ ନାହିଁ, କାରଣ ଏ ସବୁ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ହୋଇଅଛି।</verse>
				<verse number="14">ଯାହାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପରିବାର ତା’ର କୁଳ ନାମ ପ୍ରାପ୍ତ ହୋଇଛି, ସେହି ପରମ ପିତା ଈଶ୍ୱରଙ୍କ ସମ୍ମୁଖରେ ଜାନୁପାତ କରି ମୁଁ ପ୍ରାର୍ଥନା କରେ।</verse>
				<verse number="15"></verse>
				<verse number="16">ମୁଁ ପ୍ରାର୍ଥନା କରେ ଯେପରି ସେ ତାଙ୍କ ଆତ୍ମାଙ୍କ କର୍ତ୍ତୃକ ତାଙ୍କର ଗୌରବର ଭଣ୍ଡାରରୁ ତୁମ ଅନ୍ତରାତ୍ମାକୁ ବଳିଷ୍ଠ କରିବା ପାଇଁ ଶକ୍ତି ଦେବେ।</verse>
				<verse number="17">ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କ ବିଶ୍ୱାସ ବଳରେ ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରିବେ। ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କର ମୂଳଦୁଆ ପ୍ରେମରେ ସ୍ଥାପିତ ଓ ଦୃଢ଼ୀଭୂତ ହେବ।</verse>
				<verse number="18">ତା’ହେଲେ, ଖ୍ରୀଷ୍ଟଙ୍କ ପ୍ରେମ ଯେ କେଡ଼େ ଦୀର୍ଘ ଓ ପ୍ରଶସ୍ତ, କେଡ଼େ ଉଚ୍ଚ ଓ ଗଭୀର, ତୁମେ ଈଶ୍ୱରଙ୍କ ଅନ୍ୟାନ୍ୟ ଲୋକମାନଙ୍କ ସହିତ ଏହା ହୃଦୟଙ୍ଗମ କରିବା ପାଇଁ ସକ୍ଷମ ହେବ।</verse>
				<verse number="19">ହଁ, ତୁମ୍ଭେମାନେ ତାଙ୍କ ପ୍ରେମର ପରିସର ଜାଣି ପାରିବ, ଯଦ୍ୟପି ଏହା କେବେହେଁ ପୂର୍ଣ୍ଣମାତ୍ରାରେ ଜାଣି ହୁଏନା। ଏହି ପ୍ରକାରେ ତୁମ୍ଭେମାନେ ଈଶ୍ୱରଙ୍କ ସ୍ୱଭାବର ପରିପୂର୍ଣ୍ଣତା ଉପଲବ୍ôଧ କରିପାରିବ।</verse>
				<verse number="20">ଯେଉଁ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ତାଙ୍କର ସକ୍ରିୟ ଶକ୍ତି ଦ୍ୱାରା ଆମର ମାଗିବାଠାରୁ ଅଧିକ ଏପରି କି ଆମର କଳ୍ପନାତୀତ ବିଷୟ ଦେବା ପାଇଁ ସମର୍ଥ,</verse>
				<verse number="21">ମଣ୍ଡଳୀ ଦ୍ୱାରା ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଯୁଗେ ଯୁଗେ ଅନନ୍ତ କାଳ ଯାଏ ସେହି ଈଶ୍ୱରଙ୍କର ଗୌରବ ହେଉ। ଆମେନ୍।</verse>
			</chapter>
			<chapter number="4">
				<verse number="1">ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।</verse>
				<verse number="2">ସର୍ବଦା ନମ୍ର, ସୁଶୀଳ ଓ ଧୈର୍ଯ୍ୟଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହୋଇ ପ୍ରେମ ପ୍ରଦର୍ଶନ କର।</verse>
				<verse number="3">ପବିତଆତ୍ମାଙ୍କ ସାହାଯ୍ୟରେ ଶାନ୍ତିରେ ଅବସ୍ଥାନ କରିବା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଏକତା ପ୍ରତିଷ୍ଠିତ ହୋଇଛି, ତାହାକୁ ପ୍ରାଣପଣେ ସୁରକ୍ଷା କର।</verse>
				<verse number="4">ଆମ୍ଭମାନଙ୍କ ଶରୀର ଏକ, ଆତ୍ମା ମଧ୍ୟ ଏକ। ପୁଣି ଏକ ଭରସା ଦେଇ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।</verse>
				<verse number="5">ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ଜଳଦୀକ୍ଷା।</verse>
				<verse number="6">ସମସ୍ତ ମାନବ ଜାତିର ଈଶ୍ୱର ଓ ପିତା ଏକ; ସେ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ବିଦ୍ୟମାନ।</verse>
				<verse number="7">ଖ୍ରୀଷ୍ଟ ଦେଇଥିବା ପରିମାଣ ଅନୁଯାୟୀ ଆମେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବିଶେଷ ଦାନ ପାଇଛୁ।</verse>
				<verse number="8">ଧର୍ମଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ଅଛି - “ଯେତେବେଳେ ସେ ଉଦ୍ଧ୍ୱର୍କୁ ଆରୋହଣ କଲେ, ତାଙ୍କ ସହିତ ଅନେକ ବନ୍ଦୀଙ୍କୁ ସେ ନେଇଗଲେ, ପୁଣି ମାନବ ଜାତିକୁ ଅନେକ ବର ଦାନ କଲେ।”</verse>
				<verse number="9">“ସେ ଉଦ୍ଧ୍ୱର୍କୁ ଆରୋହଣ କଲେ”, ଏହାର ଅର୍ଥ କ’ଣ? ଏହାର ଅର୍ଥ, ପ୍ରଥମେ ସେ ପୃଥିବୀର ନିମ୍ନତମ ସ୍ଥାନମାନଙ୍କୁ ଅବତରଣ କରିଥିଲେ।</verse>
				<verse number="10">ତେଣୁ ଯିଏ ଅବତରଣ କରିଥିଲେ, ସମଗ୍ର ବିଶ୍ୱକୁ ତାଙ୍କର ଉପସ୍ଥିତିରେ ପରିପୂର୍ଣ୍ଣ କରିବା ପାଇଁ ସେ ପୁଣି ସ୍ୱର୍ଗଲୋକରେ ବହୁ ଉଦ୍ଧ୍ୱର୍କୁ ଆରୋହଣ କଲେ।</verse>
				<verse number="11">ସେ ହିଁ ମାନବ ଜାତିକୁ ବହୁ ବର ଦାନ କରି ଯାଇଛନ୍ତି। କେତେକଙ୍କୁ ପ୍ରେରିତ ଶିଷ୍ୟ, ଆଉ କେତେକଙ୍କୁ ଭାବବାଦୀ, କେତେକଙ୍କୁ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକରୂପେ ନିଯୁକ୍ତ କରିଛନ୍ତି।</verse>
				<verse number="12">ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି।</verse>
				<verse number="13">ସେଥିପାଇଁ ଆମେ ସମସ୍ତେ ଆମ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ସମ୍ପର୍କୀୟ ଜ୍ଞାନରେ ଐକ୍ୟବଦ୍ଧ ହେବୁ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାପ୍ରାପ୍ତ ହୋଇ ଆମେ ପରିପକ୍ୱ ହେବୁ।</verse>
				<verse number="14">ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।</verse>
				<verse number="15">ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।</verse>
				<verse number="16">ତାହାଙ୍କ ନିୟନ୍ତ୍ରଣରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏକତ୍ର ସଂଯୋଜିତ ହୁଅନ୍ତି ଏବଂ ସେଥିରେ ଥିବା ଗ୍ରନ୍ଥିମାନଙ୍କ ସାହାଯ୍ୟରେ ସମୁଦାୟ ଶରୀର ସଙ୍ଗଠିତ ହୁଏ। ତେଣୁ ପ୍ରତ୍ୟେକ ଅବୟବ ନିଜର କାର୍ଯ୍ୟ ଯଥାଯଥ ଭାବରେ ନିର୍ବାହ କରିବା ଦ୍ୱାରା ସମଗ୍ର ଶରୀର ବୃଦ୍ଧି ପାଇ ସୁଗଠିତ ହୁଏ।</verse>
				<verse number="17">ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର</verse>
				<verse number="18">ଏବଂ ସେମାନଙ୍କର ମନ ଅନ୍ଧକାରାଚ୍ଛନ୍ନ। ଈଶ୍ୱର ପଦତ୍ତ ଜୀବନରେ ସେମାନଙ୍କର କୌଣସି ଅଂଶ ନାହିଁ। କାରଣ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଓ ଅବାଧ୍ୟ।</verse>
				<verse number="19">ସେମାନେ ନିର୍ଲ୍ଲଜ୍ଜ, ଭ୍ରଷ୍ଟାଚାରୀ ଓ ଅବାରିତଭାବେ ସବୁ ପ୍ରକାର ଅଶୋଭନୀୟ କାର୍ଯ୍ୟରେ ଲିପ୍ତ।</verse>
				<verse number="20">ଏହିସବୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶିକ୍ଷା କରିଥିବା ବିଷୟ ନୁହେଁ।</verse>
				<verse number="21">ତୁମ୍ଭେମାନେ ନିଶ୍ଚିତଭାବେ ତାଙ୍କ ବିଷୟ ଶୁଣିଛ ଓ ତାଙ୍କର ଅନୁଗାମୀ ରୂପେ ଯୀଶୁଙ୍କ ସମ୍ପର୍କରେ ସତ୍ୟ ଶିକ୍ଷା ପାଇଛ।</verse>
				<verse number="22">ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।</verse>
				<verse number="23">ତୁମ ହୃଦୟ ଓ ମନର ସମ୍ପୂର୍ଣ୍ଣ ନବୀକରଣ ଆବଶ୍ୟକ।</verse>
				<verse number="24">ଈଶ୍ୱରଙ୍କ ସ୍ୱରୂପରେ ସୃଷ୍ଟ ନୂତନ ଆତ୍ମା ଧାରଣ କର। ତାହା ତୁମର ପବିତ୍ର ଓ ନ୍ୟାୟପରାୟଣ ଜୀବନରେ ପ୍ରକାଶ ପାଉ।</verse>
				<verse number="25">ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।</verse>
				<verse number="26">ତୁମେ କ୍ରୋଧାନ୍ୱିତ ହୋଇ ପାପ କର ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ତୁମର କ୍ରୋଧ ଶାନ୍ତ ହେଉ।</verse>
				<verse number="27">ଶୟତାନକୁ ପ୍ରଶ୍ରୟ ଦିଅ ନାହିଁ।</verse>
				<verse number="28">ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।</verse>
				<verse number="29">ତୁମ ମୁଖରୁ କୁକଥା ନିର୍ଗତ ନ ହେଉ। ତୁମର କଥା ହିତକର, ଗଠନମୂଳକ ଓ କାର୍ଯ୍ୟୋପଯୋଗୀ ହେଉ। ତା’ହେଲେ ଯେଉଁମାନେ ତୁମର କଥା ଶୁଣିବେ, ସେମାନଙ୍କ ପ୍ରତି ତାହା ମଙ୍ଗଳଜନକ ହେବ।</verse>
				<verse number="30">ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।</verse>
				<verse number="31">ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ।</verse>
				<verse number="32">କିନ୍ତୁ ପରସ୍ପର ପ୍ରତି ସଦୟ ଓ କୋମଳଚିତ୍ତ ହୁଅ ଓ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱର ଯେପରି ତୁମ୍ଭମାନଙ୍କୁ କ୍ଷମା କରିଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।</verse>
			</chapter>
			<chapter number="5">
				<verse number="1">ତୁମ୍ଭେମାନେ ଈଶ୍ୱରଙ୍କର ପ୍ରିୟ ସନ୍ତାନ, ଅତଏବ ତାଙ୍କ ଅନୁରୂପ ହେବା ପାଇଁ ଚେଷ୍ଟା କର।</verse>
				<verse number="2">ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।</verse>
				<verse number="3">ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।</verse>
				<verse number="4">ତୁମ୍ଭମାନଙ୍କ ପକ୍ଷରେ ଅଶ୍ଲୀଳ ଭାଷା, କୁତ୍ସିତ ଗଳ୍ପ ବା ଅସାର କଥା ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ। ବରଂ ତୁମ କଥାବାର୍ତ୍ତାରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଅ।</verse>
				<verse number="5">ଏହା ନିଶ୍ଚିତ ବୋଲି ଜାଣି ରଖ, ଯେଉଁ ଲୋକ ନୀତିହୀନ, ଅଶିଷ୍ଟ ଓ ଅତି ଲୋଭୀ (ଅତି ଲୋଭ ପ୍ରତିମା ପୂଜା ସ୍ୱରୂପ), ସେ କେବେହେଲେ ଖ୍ରୀଷ୍ଟଙ୍କର ଓ ଈଶ୍ୱରଙ୍କ ରାଜ୍ୟର ଅଂଶୀ ହେବ ନାହିଁ।</verse>
				<verse number="6">ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।</verse>
				<verse number="7">ଏହିପରି ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖ ନାହିଁ।</verse>
				<verse number="8">ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।</verse>
				<verse number="9">କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।</verse>
				<verse number="10">ପ୍ରଭୁଙ୍କର ସନ୍ତୋଷଭାଜନ ହେବା ପାଇଁ ଶିକ୍ଷା କର।</verse>
				<verse number="11">ଲୋକମାନେ ଅନ୍ଧକାରରେ ଯେଉଁ ସବୁ ଅସାର କାର୍ଯ୍ୟ କରନ୍ତି, ସେ ସବୁଠାରୁ ଦୂରେଇ ରୁହ। ପୁଣି ସେମାନଙ୍କ କାର୍ଯ୍ୟକଳାପ ପ୍ରକାଶ୍ୟରେ ଦର୍ଶାଇ ଦିଅ।</verse>
				<verse number="12">(ବାସ୍ତବିକ, ସେମାନେ ଗୁପ୍ତରେ ଯାହା ସବୁ କରନ୍ତି, ସେ ବିଷୟ ଉଲ୍ଲେଖ କରିବା ଲଜ୍ଜାଜନକ।)</verse>
				<verse number="13">ଯେତେବେଳେ ସମସ୍ତ ବିଷୟ ଆଲୋକକୁ ଅଣାଯାଏ, ସେତେବେଳେ ସେଗୁଡ଼ିକର ପ୍ରକୃତ ସ୍ୱରୂପ ପ୍ରକାଶିତ ହୁଏ।</verse>
				<verse number="14">କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”</verse>
				<verse number="15">ତେଣୁ ତୁମେ କିପରି ଆଚରଣ କରିବ, ସେ ବିଷୟରେ ସାବଧାନ ହୁଅ। ଅଜ୍ଞ ଭଳି ନ ହୋଇ ଜ୍ଞାନୀ ଭଳି ଆଚରଣ କର।</verse>
				<verse number="16">ପ୍ରତ୍ୟେକ ସୁଯୋଗର ସଦ୍ବ୍ୟବହାର କର, କାରଣ ଦୁର୍ଦ୍ଦିନ ଉପସ୍ଥିତ।</verse>
				<verse number="17">ନିର୍ବୋଧମାନଙ୍କ ପରି ହୁଅ ନାହିଁ, କିନ୍ତୁ ପ୍ରଭୁଙ୍କ ଅଭିମତ ବୁଝିବାକୁ ଚେଷ୍ଟା କର।</verse>
				<verse number="18">ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।</verse>
				<verse number="19">ଭଜନ, ସ୍ତୁତିଗାନ ଓ ଭକ୍ତି ଗୀତ ଦ୍ୱାରା ପରସ୍ପରକୁ ଉତ୍ସାହିତ କର। ହୃଦୟର କୃତଜ୍ଞତା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଓ ଭଜନ ଗାନ କର।</verse>
				<verse number="20">ସର୍ବଦା ସବୁ ବିଷୟ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ।</verse>
				<verse number="21">ଖ୍ରୀଷ୍ଟଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ଥିବାରୁ ତୁମ୍ଭେମାନେ ପରସ୍ପରର ବଶବର୍ତ୍ତୀ ହୁଅ।</verse>
				<verse number="22">ସ୍ତ୍ରୀମାନେ! ତୁମେ ଯେପରି ପ୍ରଭୁଙ୍କ ବଶୀଭୂତା, ସେହିପରି ନିଜ ନିଜ ସ୍ୱାମୀର ବଶୀଭୂତା ହୁଅ।</verse>
				<verse number="23">ମଣ୍ଡଳୀ ଉପରେ ଖ୍ରୀଷ୍ଟଙ୍କର ଅଧିକାର ପରି ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଅଛି; ପୁଣି ଖ୍ରୀଷ୍ଟ ହିଁ ତାଙ୍କ ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।</verse>
				<verse number="24">ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କଠାରେ ବଶୀଭୂତ, ସ୍ତ୍ରୀମାନେ ଠିକ୍ ସେହିପରି ନିଜ ନିଜ ସ୍ୱାମୀ ନିକଟରେ ସମ୍ପୂର୍ଣ୍ଣଭାବେ ବଶୀଭୂତା ହୁଅନ୍ତୁ।</verse>
				<verse number="25">ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।</verse>
				<verse number="26">ଖ୍ରୀଷ୍ଟ ମଣ୍ଡଳୀକୁ ଜଳରେ ପରିଷ୍କୃତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ,</verse>
				<verse number="27">ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।</verse>
				<verse number="28">ସ୍ୱାମୀମାନେ ନିଜ ଶରୀର ତୁଲ୍ୟ ମନେ କରି ନିଜ ସ୍ତ୍ରୀକୁ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ନିଜକୁ ପ୍ରେମ କରେ।</verse>
				<verse number="29">(କେହି କେବେ ଆପଣା ଶରୀରକୁ ଘୃଣା କରେ ନାହିଁ। ବରଂ ଶରୀରର ଭରଣ ପୋଷଣ କରେ ଓ ତାହାର ଯତ୍ନ ନିଏ - ଖ୍ରୀଷ୍ଟ ଯେପରି ମଣ୍ଡଳୀର ଯତ୍ନ ନିଅନ୍ତି,</verse>
				<verse number="30">କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)</verse>
				<verse number="31">ଧର୍ମଶାସ୍ତ୍ରରେ କୁହାଯାଇଥିବା ଅନୁଯାୟୀ: “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ଛାଡ଼ି ଆପଣା ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେ ଦୁହେଁ ମିଶି ଏକ ହେବେ।”</verse>
				<verse number="32">ଶାସ୍ତ୍ରର ଏହି ଅଂଶରେ ଏକ ନିଗୂଢ଼ ସତ୍ୟ ପ୍ରକାଶିତ ହୋଇଛି: ଏହା ଖ୍ରୀଷ୍ଟ ଓ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ ବୋଲି ମୁଁ ବୁଝିଛି।</verse>
				<verse number="33">କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।</verse>
			</chapter>
			<chapter number="6">
				<verse number="1">ପିଲାମାନେ, ପିତାମାତାଙ୍କର ବାଧ୍ୟ ହେବା ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏହା ହିଁ ଉପଯୁକ୍ତ ଆଚରଣ।</verse>
				<verse number="2">“ତୁମର ପିତାମାତାଙ୍କୁ ସମାଦର କର।” କେବଳ ଏହି ଆଜ୍ଞାରେ ଗୋଟିଏ ପ୍ରତିଜ୍ଞା ଯୋଗ କରାଯାଇ କୁହାଯାଇଛି,</verse>
				<verse number="3">“ଯେପରି ତୁମ୍ଭମାନଙ୍କର ମଙ୍ଗଳ ହେବ ଓ ତୁମ୍ଭେମାନେ ପୃଥିବୀରେ ଦୀର୍ଘାୟୁ ହେବ।”</verse>
				<verse number="4">ପିତାମାତାମାନେ, ପିଲାମାନଙ୍କୁ ଉତ୍ତ୍ୟକ୍ତ କରିବା ଭଳି କୌଣସି ବ୍ୟବହାର କର ନାହିଁ, ବରଂ ଖ୍ରୀଷ୍ଟୀୟ ଶୃଙ୍ଖଳା ଓ ଶିକ୍ଷାରେ ସେମାନଙ୍କୁ ପାଳନ କର।</verse>
				<verse number="5">କ୍ରତଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ସେବା କରୁଛ ଭାବି ଆନ୍ତରିକଭାବେ ଭୟରେ କମ୍ପିତ ହୋଇ ଜାଗତିକ ମୁନିବମାନଙ୍କର ଆଜ୍ଞାବହ ହୁଅ।</verse>
				<verse number="6">କେବଳ ମୁନିବ ତୁମକୁ ଲକ୍ଷ୍ୟ କରୁଥିବା ସମୟରେ ତାଙ୍କର ସନ୍ତୋଷଭାଜନ ହେବା ପାଇଁ ଏହା ନ କରି, ଖ୍ରୀଷ୍ଟଙ୍କ କ୍ରୀତଦାସ ରୂପେ ତୁମର ସମସ୍ତ ହୃଦୟ ଦେଇ ଈଶ୍ୱରଙ୍କ ଇଚ୍ଛା ସାଧନ କର।</verse>
				<verse number="7">କେବଳ ମନୁଷ୍ୟମାନଙ୍କ ସେବା କରୁଛ ନ ଭାବି ପ୍ରଭୁଙ୍କ ସେବା କଲା ଭଳି ଆନନ୍ଦରେ ତାହା କର।</verse>
				<verse number="8">ମନେରଖ, ସେ କ୍ରୀତଦାସ ହେଉ ବା ସ୍ୱାଧୀନ ହେଉ - ପ୍ରଭୁ ପ୍ରତ୍ୟେକ ଲୋକକୁ ତାହାର ସତ୍କାର୍ଯ୍ୟ ନିମନ୍ତେ ପୁରସ୍କାର ଦେବେ।</verse>
				<verse number="9">ମୁନିବମାନେ, ତୁମର କ୍ରୀତଦାସମାନଙ୍କ ପ୍ରତି ଅନୁରୂପ ବ୍ୟବହାର କର ଓ ସେମାନଙ୍କୁ ଧମକାଅ ନାହିଁ। ମନେରଖ, ତୁମେ ଓ ତୁମର କ୍ରୀତଦାସମାନେ ସମସ୍ତେ ସ୍ୱର୍ଗସ୍ଥ ପ୍ରଭୁଙ୍କର ଅଧୀନ। ସେ ପ୍ରତ୍ୟେକଙ୍କୁ ସମଭାବରେ ବିଚାର କରନ୍ତି।</verse>
				<verse number="10">ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।</verse>
				<verse number="11">ଈଶ୍ୱରଦତ୍ତ ସମସ୍ତ ରଣସଜ୍ଜାରେ ସଜ୍ଜିତ ହୁଅ, ଯେପରି ଶୟତାନର କୁଚକ୍ରାନ୍ତରର ସମ୍ମୁଖୀନ ହେବା ପାଇଁ ସମର୍ଥ ହେବ।</verse>
				<verse number="12">କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।</verse>
				<verse number="13">ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।</verse>
				<verse number="14">ତେଣୁ ସତ୍ୟରୂପ କଟିବନ୍ଧ, ଧାର୍ମିକତାର ଉରସ୍ତ୍ରାଣ ଓ</verse>
				<verse number="15">ପାଦରେ ଶାନ୍ତିର ସୁସମାଚାରରୂପ ପାଦୁକା ପିନ୍ଧି ପ୍ରସ୍ତୁତ ହୋଇ ଠିଆ ହୁଅ।</verse>
				<verse number="16">ସର୍ବଦା, ବିଶ୍ୱାସର ଢ଼ାଲ ବହନ କର, ଏହା ସାହାଯ୍ୟରେ ଶୟତାନ ଦ୍ୱାରା ନିକ୍ଷିପ୍ତ ସମସ୍ତ ଅଗ୍ନିବାଣକୁ ନିର୍ବାପିତ କରିବାକୁ ତୁମ୍ଭେମାନେ ସମର୍ଥ ହେବ।</verse>
				<verse number="17">ପରିତ୍ରାଣରୂପୀ ଶିରସ୍ତ୍ରାଣ ଓ ପବିତ୍ରଆତ୍ମାଦତ୍ତ ଈଶ୍ୱରଙ୍କ ବାକ୍ୟରୂପ ଖଡ଼୍ଗ ଧାରଣ କର।</verse>
				<verse number="18">ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।</verse>
				<verse number="19">ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାରର ନିଗୂଢ଼ ତତ୍ତ୍ୱ ଜଣାଇବାକୁ ଓ ନିର୍ଭୀକଭାବେ ତାହା ଘୋଷଣା କରିବାକୁ ଈଶ୍ୱର ମୋ’ ମୁଖରେ ଉପଯୁକ୍ତ ବାର୍ତ୍ତା ଦେବେ।</verse>
				<verse number="20">ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ଥିଲେ ସୁଦ୍ଧା ମୁଁ ସୁସମାଚାର ନିମନ୍ତେ ଏକ ରାଜଦୂତ। ପ୍ରାର୍ଥନା କର, ଯେପରି ମୁଁ ସାହସର ସହିତ ଯଥୋଚିତଭାବେ ସୁସମାଚାର ପ୍ରଚାର କରିପାରିବି।</verse>
				<verse number="21">ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।</verse>
				<verse number="22">ଆମେ ସବୁ କିପରି ଅଛୁ, ସେ ବିଷୟ ଜଣାଇ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି।</verse>
				<verse number="23">ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରଦାନ କରନ୍ତୁ।</verse>
				<verse number="24">ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଯେଉଁମାନଙ୍କ ପ୍ରେମ ଅବିନଶ୍ୱର, ସେ ସେମାନଙ୍କୁ ଅନୁଗ୍ରହ କରନ୍ତୁ।</verse>
			</chapter>
		</book>
		<book number="50">
			<chapter number="1">
				<verse number="1">ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-</verse>
				<verse number="2">ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ଯେତେ ଥର ମୁଁ ତୁମ୍ଭମାନଙ୍କୁ ସ୍ମରଣ କରେ, ମୋ’ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ</verse>
				<verse number="4">ଓ ପ୍ରତ୍ୟେକ ଥର ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ସମୟରେ, ଆରମ୍ଭରୁ ଆଜିଯାଏ ସୁସମାଚାର କାର୍ଯ୍ୟରେ ତୁମ୍ଭେମାନେ ମୋତେ କିପରି ସାହାଯ୍ୟ କରିଛ, ସ୍ମରଣ କରି ମୁଁ ଆନନ୍ଦ ମନରେ ପ୍ରାର୍ଥନା କରେ।</verse>
				<verse number="5"></verse>
				<verse number="6">ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।</verse>
				<verse number="7">ତୁମ୍ଭେମାନେ ସବୁବେଳେ ମୋ’ ଅନ୍ତରରେ ଅଛ; ତେଣୁ ତୁମ୍ଭମାନଙ୍କ ବିଷୟରେ ଏହିପରି ଅନୁଭବ କରିବା ମୋ’ ପକ୍ଷରେ ଯଥାର୍ଥ। ମୁଁ ସ୍ୱାଧୀନ ଥିବା ସମୟରେ ଓ ବର୍ତ୍ତମାନ ଏହି ବନ୍ଦୀ ଅବସ୍ଥାରେ ସୁସମାଚାରର ପ୍ରତିଷ୍ଠା ଓ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଈଶ୍ୱର ମୋତେ ଯେଉଁ ସୁଯୋଗ ଦେଇଛନ୍ତି, ତୁମ୍ଭେମାନେ ସମସ୍ତେ ଏହାର ଅଂଶୀ ହୋଇଅଛ।</verse>
				<verse number="8">ତୁମ ସମସ୍ତଙ୍କ ପ୍ରତି ମୋର ଗଭୀର ସେନ୍ନହ ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମୁଁ ପାଇଛି ବୋଲି ଯେତେବେଳେ ମୁଁ କହେ, ଏହା ନିରାଟ ସତ୍ୟ। ଈଶ୍ୱର ଏହାର ସାକ୍ଷୀ ଅଟନ୍ତି।</verse>
				<verse number="9">ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ</verse>
				<verse number="10">ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ</verse>
				<verse number="11">ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।</verse>
				<verse number="12">ହେ ଭାଇମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ମୋ’ ପ୍ରତି ଯାହା ଯାହା ଘଟିଛି, ତାହା ସୁସମାଚାରର ଅଗ୍ରଗତିକୁ ସାହାଯ୍ୟ କରିଛି।</verse>
				<verse number="13">ଫଳରେ, ଏଠାକାର ସମସ୍ତ ପ୍ରସାଦରକ୍ଷୀ ଓ ଅନ୍ୟ ସମସ୍ତେ ଜାଣନ୍ତି ଯେ, ଖ୍ରୀଷ୍ଟଙ୍କର ସେବକ ହୋଇଥିବାରୁ ମୁଁ ବର୍ତ୍ତମାନ ବନ୍ଦୀଶାଳାରେ।</verse>
				<verse number="14">କିନ୍ତୁ ମୁଁ ବନ୍ଦୀ ହୋଇଥିବାରୁ ଅନେକ ଭାଇମାନଙ୍କର ପ୍ରଭୁଙ୍କ ପ୍ରତି ଅଧିକ ବିଶ୍ୱାସ ଜନ୍ମିଛି, ପୁଣି ଏହା ଫଳରେ ନିର୍ଭୀକମାନେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବାକୁ ସେମାନଙ୍କର ସାହସ ବୃଦ୍ଧି ପାଇଛି।</verse>
				<verse number="15">ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେକ କଳହପ୍ରିୟ ଓ ଈର୍ଷାନ୍ୱିତ ହୋଇ ପ୍ରଚାର କାର୍ଯ୍ୟରେ ଏବେ ଲାଗି ପଡ଼ିଛନ୍ତି। କିନ୍ତୁ ଅନ୍ୟମାନେ ଆନ୍ତରିକତା ସହିତ ତାହା କରୁଛନ୍ତି।</verse>
				<verse number="16">ଏମାନେ ମୋ’ ପ୍ରତି ପ୍ରେମ ଯୋଗୁଁ ତାହା କରନ୍ତି। କାରଣ ସେମାନେ ଜାଣନ୍ତି ଯେ, ଈଶ୍ୱର ମୋତେ ସୁସମାଚାରର ସୁରକ୍ଷା ଦାୟତ୍ୱ ଦେଇଛନ୍ତି।</verse>
				<verse number="17">ଅନ୍ୟମାନେ ବିଶ୍ୱସ୍ତଭାବେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାର ନ କରି ସ୍ୱାର୍ଥପର ଉଦ୍ଦେଶ୍ୟ ନେଇ ତା’ କରିଛନ୍ତି। ମୁଁ ବନ୍ଦୀଶାଳାରେ ପଡ଼ିଥିବାବେଳେ ମୋ’ ମନରେ ଅଧିକ କଷ୍ଟ ଦେବାକୁ ସେମାନେ ତାହା କରୁଛନ୍ତି।</verse>
				<verse number="18">ସେଥିରେ କିଛି ଯାଏ ଆସେ ନାହିଁ। ସଦୁଉଦ୍ଦେଶ୍ୟରେ ହେଉ ବା ଅସତ୍ ଅଭିପ୍ରାୟ ନେଇ ହେଉ, ଯେ କୌଣସି ଉପାୟରେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାରିତ ହେଲେ, ସେଥିରେ ମୋର ଆନନ୍ଦ। ମୁଁ ଆନନ୍ଦ କରୁଥିବି,</verse>
				<verse number="19">କାରଣ, ମୁଁ ଜାଣେ ତୁମ୍ଭମାନଙ୍କର ପ୍ରାର୍ଥନା ଓ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ମୁଁ ମୁକ୍ତି ଲାଭ କରିବି।</verse>
				<verse number="20">ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।</verse>
				<verse number="21">ବାସ୍ତବିକ, ମୋ’ ଜୀବନରେ ଖ୍ରୀଷ୍ଟ ହିଁ ସର୍ବେସର୍ବା। ତେଣୁ ମୋ’ ପକ୍ଷରେ ମୃତ୍ୟୁ ଅଧିକ ଲାଭଜନକ ହେବ।</verse>
				<verse number="22">କିନ୍ତୁ ଯଦି ବଞ୍ଚିରହି ମୁଁ ଅଧିକ ଫଳପ୍ରଦ କାର୍ଯ୍ୟ କରିପାରେ, ତେବେ ଜୀବନ ବା ମରଣ କାହାକୁ ପସନ୍ଦ କରିବି, ମୁଁ ଠିକ୍ କରିପାରୁ ନାହିଁ।</verse>
				<verse number="23">ମୁଁ ଦୁଇଆଡ଼ୁ ଦୁଇଟି ଆକର୍ଷଣର ସମ୍ମୁଖୀନ। ଏ ଜୀବନ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଅତୀବ ଇଚ୍ଛା। ଅବଶ୍ୟ ଏହା ଶ୍ରେୟସ୍କର।</verse>
				<verse number="24">କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ ମୋର ବଞ୍ଚି ରହିବା ଅଧିକ ଆବଶ୍ୟକ।</verse>
				<verse number="25">ମୁଁ ଏ ବିଷୟରେ ନିଶ୍ଚିତ, ଏଣୁ ମୁଁ ଜାଣେ, ମୁଁ ବଞ୍ଚି ରହିବି। ତୁମ୍ଭମାନଙ୍କ ବିଶ୍ୱାସର ଉନ୍ନତି ଓ ଆନନ୍ଦ ପାଇଁ ମୁଁ ତୁମ ସମସ୍ତଙ୍କ ସହିତ ରହିବି।</verse>
				<verse number="26">ତାହାହେଲେ, ତୁମ୍ଭେମାନେ ଜୀବନରେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ମୋ’ ପାଇଁ ଅଧିକ ଗର୍ବ ଅନୁଭବ କରିପାରିବ।</verse>
				<verse number="27">ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।</verse>
				<verse number="28">ଶତ୍ରୁମାନଙ୍କୁ ଭୟ କର ନାହିଁ, ସାହସରେ ଅଟଳ ରୁହ। ତାହାହେଲେ, ସେମାନେ ଜାଣି ପାରିବେ ଯେ, ସେମାନଙ୍କର ପରାଜୟ ସୁନିଶ୍ଚିତ ଓ ତୁମ୍ଭେମାନେ ବିଜୟ ଲାଭ କରିବ, କାରଣ ଈଶ୍ୱର ହିଁ ତୁମ୍ଭମାନଙ୍କୁ ଜୟଯୁକ୍ତ କରିବେ।</verse>
				<verse number="29">କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ନୁହେଁ, ତାଙ୍କ ନିମନ୍ତେ କ୍ଲେଶଭୋଗ କରିବା ଦ୍ୱାରା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସେବା କରିବା ପାଇଁ ସୁଯୋଗ ଦିଆଯାଇଛି।</verse>
				<verse number="30">ବର୍ତ୍ତମାନ ଏହି ସଂଗ୍ରାମରେ ତୁମ୍ଭେମାନେ ମୋର ଅଂଶ ଗ୍ରହଣ କରିପାର। ଅତୀତରେ ତୁମ୍ଭେମାନେ ମୋତେ ଯେଉଁ ଯୁଦ୍ଧ କରିବାର ଦେଖିଥିଲ, ଏବେ ସୁଦ୍ଧା ମୁଁ ସେହି ଯୁଦ୍ଧରେ ପ୍ରବୃତ୍ତ ରହିଛି ବୋଲି ତୁମ୍ଭେମାନେ ଶୁଣିଥିବ।</verse>
			</chapter>
			<chapter number="2">
				<verse number="1">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମ୍ଭେମାନେ ଜୀବନରେ ବଳିଷ୍ଠ ହୋଇଛ, ପୁଣି ତାଙ୍କର ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେଉଛି। ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ସାହଚର୍ଯ୍ୟ ଉପଭୋଗ କରୁଛ ଏବଂ ପରସ୍ପର ପ୍ରତି ତୁମ୍ଭମାନଙ୍କ ଅନୁକମ୍ପା ଓ ଦୟା ରହିଛି।</verse>
				<verse number="2">ତେଣୁ ମୁଁ ତୁମ୍ଭମାନଙ୍କୁ ବିନତି କରେ, ଏକ ଚିନ୍ତାଧାରା ପୋଷଣ କରି, ଏକ ପ୍ରେମର ଅଂଶୀ ହୋଇ ଏବଂ ମନ ଓ ଆତ୍ମାରେ ଏକ ହୋଇ ତୁମ୍ଭେମାନେ ମୋତେ ସମ୍ପୂର୍ଣ୍ଣଭାବେ ସୁଖୀ କରାଅ।</verse>
				<verse number="3">ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।</verse>
				<verse number="4">କେବଳ ନିଜର ସ୍ୱାର୍ଥ ପ୍ରତି ମନୋଯୋଗୀ ନ ହୋଇ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୁଅ।</verse>
				<verse number="5">ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ ଯେପରି ଥିଲା, ତୁମ୍ଭମାନଙ୍କର ସେପରି ହେଉ:</verse>
				<verse number="6">ତାଙ୍କଠାରେ ଅବିଚ୍ଛିନ୍ନଭାବେ ଐଶୀ ପ୍ରକୃତି ନିହିତ ଥିଲେ ସୁଦ୍ଧା, ସେ ସେହି ଅଧିକାରରେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବାକୁ ଚେଷ୍ଟା କରି ନ ଥିଲେ।</verse>
				<verse number="7">ବରଂ ସ୍ୱଇଚ୍ଛାରେ ତାଙ୍କର ସର୍ବସ୍ୱ ପରିତ୍ୟାଗ କରି ଦାସରୂପ ଧାରଣ କଲେ। ମନୁଷ୍ୟ ପରି ହୋଇ ମନୁଷ୍ୟ ସାଦୃଶ୍ୟରେ ଆବିର୍ଭୂତ ହେଲେ।</verse>
				<verse number="8">ସେ ବିନୟୀ ଓ ନମ୍ର ହୋଇ ମୃତ୍ୟୁ ପର୍ଯ୍ୟନ୍ତ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ - ଆଜ୍ଞାବହ ହେଲେ।</verse>
				<verse number="9">ଏଥିଯୋଗୁଁ ଈଶ୍ୱର ତାଙ୍କୁ ସର୍ବୋଚ୍ଚ ଉଦ୍ଧ୍ୱର୍ସ୍ଥାନକୁ ଉତ୍ଥାପିତ କରିଛନ୍ତି ଏବଂ ଅନ୍ୟ ସମସ୍ତଙ୍କର ନାମ ଅପେକ୍ଷା ମହତ୍ତର ନାମ ତାଙ୍କୁ ଦେଇଛନ୍ତି।</verse>
				<verse number="10">ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।</verse>
				<verse number="11">ପୁଣି ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ପ୍ରକାଶ୍ୟରେ ସ୍ୱୀକାର କରି ପିତା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ।</verse>
				<verse number="12">ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।</verse>
				<verse number="13">କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।</verse>
				<verse number="14">ଆପତ୍ତି ବା ତର୍କବିତର୍କ ନ କରି ସବୁ କାର୍ଯ୍ୟ କର।</verse>
				<verse number="15">ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।</verse>
				<verse number="16">ଅନ୍ୟମାନଙ୍କ ନିକଟରେ ଜୀବନପ୍ରଦାୟକ ବାର୍ତ୍ତା ପ୍ରଚାର କରିବାବେଳେ ତୁମେ ଆକାଶକୁ ଆଲୋକିତ କରୁଥିବା ତାରାମାନଙ୍କ ପରି ଦୀପ୍ତିମାନ ହେବା ଉଚିତ। ତୁମ୍ଭେମାନେ ଯଦି ଏପରି ହୁଅ, “ଖ୍ରୀଷ୍ଟଙ୍କ ଦିବସରେ” ତୁମ୍ଭମାନଙ୍କ ବିଷୟରେ ମୁଁ ଗର୍ବ କରିପାରିବି, କାରଣ ଏଥିରୁ ପ୍ରମାରିତ ହେବ ଯେ, ମୋର ସମସ୍ତ ଉଦ୍ୟମ ଓ କାର୍ଯ୍ୟ ନିଷ୍ଫଳ ହୋଇ ନାହିଁ।</verse>
				<verse number="17">ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।</verse>
				<verse number="18">ତୁମ୍ଭେମାନେ ମଧ୍ୟ ସେହିପରି ଉଲ୍ଲାସ କରିବା ଉଚିତ ଏବଂ ସେହି ଆନନ୍ଦରେ ମୋତେ ମଧ୍ୟ ଅଂଶୀ କରାଅ।</verse>
				<verse number="19">ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।</verse>
				<verse number="20">କେବଳ ତାଙ୍କର ମୋ’ ପରି ମନୋଭାବ ଓ ସେ ପ୍ରକୃତରେ ତୁମ୍ଭମାନଙ୍କ ପ୍ରତି ମନୋଯୋଗୀ।</verse>
				<verse number="21">ଅନ୍ୟ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ମନୋଯୋଗୀ ନ ହୋଇ କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ ଲାଳାୟିତ।</verse>
				<verse number="22">ତୁମେ ଜାଣ, ତୀମଥି କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିଛନ୍ତି, କିପରି ସେ ଆଉ ମୁଁ ପୁତ୍ର ଓ ପିତା ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ମିଳିମିଶି ଉଦ୍ୟମ କରୁଛୁ।</verse>
				<verse number="23">ମୋ’ ପ୍ରତି କ’ଣ ଘଟିବାକୁ ଯାଉଛି, ଜାଣିବା ମାତ୍ରେ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବି ବୋଲି ଆଶା କରୁଛି।</verse>
				<verse number="24">ଅବଶ୍ୟ ପ୍ରଭୁଙ୍କଠାରେ ମୁଁ ବିଶ୍ୱାସ କରୁଛି ଯେ, ମୁଁ ନିଜେ ଶୀଘ୍ର ତୁମ୍ଭମାନଙ୍କ ନିକଟକୁ ଆସି ପାରିବି।</verse>
				<verse number="25">ମୋର କାର୍ଯ୍ୟ ଓ ସଂଗ୍ରାମରେ ନିୟୋଜିତ ଓ ତୁମ୍ଭମାନଙ୍କ ବାର୍ତ୍ତାବହ ରୂପେ ମୋତେ ସାହାଯ୍ୟ କରି ଆସୁଥିବା ଏପାଫଦିତଙ୍କୁ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେ କରୁଛି।</verse>
				<verse number="26">ସେ ତୁମ ସମସ୍ତଙ୍କୁ ଦେଖିବା ନିମନ୍ତେ ଉତ୍ସୁକ ଓ ତୁମ୍ଭେମାନେ ତାଙ୍କର ଅସୁସ୍ଥତା ସମ୍ବାଦ ଶୁଣିଥିବାରୁ ସେ ଦୁଃଖିତ।</verse>
				<verse number="27">ପ୍ରକୃତରେ ସେ ଅସୁସ୍ଥ ହୋଇ ମୃତପ୍ରାୟ ହୋଇଥିଲେ। କିନ୍ତୁ ତାଙ୍କୁ ଈଶ୍ୱର କୃପା କରିଛନ୍ତି। କେବଳ ତାଙ୍କ ପ୍ରତି ନୁହେଁ, ମୋ’ ପ୍ରତି ମଧ୍ୟ ତାଙ୍କର ଅନୁକମ୍ପା ଥିବାରୁ ମୋତେ ଦୁଃଖ ଉପରେ ଦୁଃଖ ଭୋଗିବାକୁ ଦେଇ ନାହାନ୍ତି।</verse>
				<verse number="28">ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବାକୁ ଉକ୍ରଣ୍ଠିତ, କାରଣ ତାଙ୍କୁ ଦେଖିଲେ, ତୁମ୍ଭେମାନେ ପୁନର୍ବାର ଆନନ୍ଦିତ ହେବ ଓ ମୋର ଦୁଃଖ ମଧ୍ୟ ଅପସରି ଯିବ।</verse>
				<verse number="29">ତେଣୁ ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇ ଭାବରେ ତୁମ୍ଭେମାନେ ତାଙ୍କୁ ଆନନ୍ଦରେ ଗ୍ରହଣ କର ଓ ତାଙ୍କ ପରି ସମସ୍ତ ଗୁଣବାନ୍ ବ୍ୟକ୍ତିଙ୍କୁ ଭକ୍ତି କର,</verse>
				<verse number="30">କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରିଲ ନାହିଁ, ଖ୍ରୀଷ୍ଟଙ୍କ କାର୍ଯ୍ୟ ସିଦ୍ଧି ଲାଗି ସେ ତା’ ମୋ’ ପାଇଁ କରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କଲେ ଓ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ।</verse>
			</chapter>
			<chapter number="3">
				<verse number="1">ପରିଶେଷରେ ଭାଇମାନେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଆନନ୍ଦିତ ହୁଅ। ପୂର୍ବରୁ ଯାହା ଲେଖିଛି, ତାହାର ପୁନରୁକ୍ତି କରିବାକୁ ମୁଁ କ୍ଲାନ୍ତିକର ମନେ କରୁ ନାହିଁ, କାରଣ ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଏହା ସାହାଯ୍ୟ କରିବ।</verse>
				<verse number="2">ଯେଉଁମାନେ ଅସତ୍ କାର୍ଯ୍ୟରେ ଲିପ୍ତ, ଯେଉଁମାନେ ଶରୀରକୁ ବିକଳାଙ୍ଗ କରିବା ପାଇଁ ଜିଦ୍ ଧରନ୍ତି, ସେହି କୁକୁରମାନଙ୍କ ପ୍ରତି ସାବଧାନ।</verse>
				<verse number="3">ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।</verse>
				<verse number="4">ଅବଶ୍ୟ ସେ ସବୁ ଉପରେ ଆସ୍ଥା ରଖିବା ମୋ’ ପକ୍ଷରେ ଯଥାର୍ଥ ହୁଅନ୍ତା। ଯଦି କେହି ବାହ୍ୟିକ ରୀତିନୀତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇପାରେ, ସେପରି କରିବା ପାଇଁ ମୋର ଯଥେଷ୍ଟ କାରଣ ଅଛି।</verse>
				<verse number="5">ମୋ’ ଜନ୍ମର ଅଷ୍ଟମ ଦିନରେ ମୁଁ ସୁନ୍ନତ୍ ହୋଇଥିଲି। ଜାତିରେ ମୁଁ ଜଣେ ଇଶ୍ରାଏଲୀୟ, ବେଞ୍ଜାମିନ୍ ବଂଶଜ ବିଶୁଦ୍ଧ ଏବ୍ରୀୟ। ଇହୁଦୀମାନଙ୍କ ବ୍ୟବସ୍ଥା ପାଳନ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ ଥିଲି</verse>
				<verse number="6">ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।</verse>
				<verse number="7">କିନ୍ତୁ ଯେଉଁ ସମସ୍ତ ବିଷୟ ଲାଭଜନକ ବୋଲି ମୁଁ ମନେ କରୁଥିଲି, ତାହାକୁ ବର୍ତ୍ତମାନ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ କ୍ଷତିକାରକ ମନେ କରୁଛି।</verse>
				<verse number="8">କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।</verse>
				<verse number="9">ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।</verse>
				<verse number="10">ଏବେ ମୋର ଏକାନ୍ତ ଇଚ୍ଛା - ମୁଁ ଯେପରି ଖ୍ରୀଷ୍ଟଙ୍କୁ ଜାଣିବି ଓ ତାଙ୍କ ପୁନରୁତ୍ଥାନର ଶକ୍ତି ଅନୁଭବ କରିବି; ତାଙ୍କ କ୍ଲେଶଭୋଗର ସମବେଦନା ଅନୁଭବ କରି ମୃତ୍ୟୁରେ ମଧ୍ୟ ତାଙ୍କ ପରି ହେବି</verse>
				<verse number="11">ଓ ମୃତ୍ୟୁରୁ ପୁନରୁତ୍ôଥତ ହେବାର ଭରସା ଲାଭ କରିବି।</verse>
				<verse number="12">ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।</verse>
				<verse number="13">ଅବଶ୍ୟ ଏ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ। କିନ୍ତୁ ଗୋଟିଏ କାର୍ଯ୍ୟରେ ମୁଁ ନିବିଷ୍ଟ ରହିଛି; ପଚରେ ଛାଡ଼ି ଆସିଥିବା ବିଷୟଗୁଡ଼ିକୁ ଭୁଲିଯାଇ, ସମ୍ମୁଖରେ ଥିବା ବିଷୟଗୁଡ଼ିକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି।</verse>
				<verse number="14">ତେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଯେଉଁ ସ୍ୱର୍ଗୀୟ ଜୀବନ ଲାଭ କରିବା ପାଇଁ ଈଶ୍ୱର ମୋତେ ଆହ୍ୱାନ କରିଛନ୍ତି ସେହି ପୁରସ୍କାର ପ୍ରତି ଦୃଷ୍ଟି ରଖି ମୁଁ ଲକ୍ଷ୍ୟ ସ୍ଥଳଆଡ଼କୁ ଦୌଡ଼ୁଛି।</verse>
				<verse number="15">ଆମ ମଧ୍ୟରେ ଯେଉଁମାନେ ଆଧ୍ୟାତ୍ମିକ ଭାବେ ପରିପକ୍ୱ, ସେମାନଙ୍କର ଏହିପରି ମନୋଭାବ ରହିବା ଉଚିତ। ଯଦି ତୁମ୍ଭମାନଙ୍କ ମଧ୍ୟରୁ କହାର ଭିନ୍ନ ମନୋଭାବ ଥାଏ, ଈଶ୍ୱର ତୁମ୍ଭମାନଙ୍କୁ ସବୁ କଥା ସ୍ପଷ୍ଟଭାବେ ଜଣାଇ ଦେବେ।</verse>
				<verse number="16">ସେ ଯାହାହେଉ, ଆଜିଯାଏ ଆମ୍ଭେମାନେ ଯେଉଁ ନିୟମାବଳି ମାନି ଆସିଛୁ, ସେହି ଅନୁଯାୟୀ ଏବେ ଆଗେଇ ଯିବା ଉଚିତ।</verse>
				<verse number="17">ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।</verse>
				<verse number="18">ପୂର୍ବରୁ ବହୁ ବାର ମୁଁ ତୁମ୍ଭମାନଙ୍କୁ ଏହି କଥା କହିଛି, ପୁଣି ବର୍ତ୍ତମାନ ମଧ୍ୟ ଅଶ୍ରୁପୂର୍ଣ୍ଣ ଲୋଚନରେ ତାହାର ପୁନରୁକ୍ତି କରୁଛି; ଅନେକେ ନିଜ ନିଜ ଜୀବନରେ ଖ୍ରୀଷ୍ଟଙ୍କ କ୍ରୁଶୀୟ ମୃତ୍ୟୁର ଶତ୍ରୁତା ଆଚରର କରୁଛନ୍ତି।</verse>
				<verse number="19">ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।</verse>
				<verse number="20">ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।</verse>
				<verse number="21">ଯେଉଁ ଶକ୍ତି ବଳରେ ସେ ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ସେହି ଶକ୍ତି ପ୍ରୟୋଗ କରି ସେ ଆମର ଦୁର୍ବଳ ମରଶରୀରକୁ ତାଙ୍କର ଗୌରବମୟ ଶରୀର ସଦୃଶ କରିବେ।</verse>
			</chapter>
			<chapter number="4">
				<verse number="1">ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।</verse>
				<verse number="2">ଇୟଦିଆ ଓ ସୁନ୍ତଖୀଙ୍କୁ ମୋର ଅନୁରୋଧ, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଭଉଣୀ ଭଳି ମିଳିମିଶି ଚଳନ୍ତୁ।</verse>
				<verse number="3">ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି।</verse>
				<verse number="4">ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”</verse>
				<verse number="5">ସମସ୍ତଙ୍କ ସହିତ ଭଦ୍ର ବ୍ୟବହାର କର। ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ ହେଲାଣି।</verse>
				<verse number="6">କୌଣସି ବିଷୟରେ ବ୍ୟସ୍ତ ହୁଅ ନାହିଁ। କିନ୍ତୁ ତୁମର ଯାହା ଆବଶ୍ୟକ, ତାହା ପ୍ରାର୍ଥନାରେ ଈଶ୍ୱରଙ୍କୁ ମାଗ। ପୁଣି ପ୍ରାର୍ଥନା କରିବା ବେଳେ ସର୍ବଦା ହୃଦୟର ଧନ୍ୟବାଦ ଜ୍ଞାପନ କର;</verse>
				<verse number="7">ତା’ହେଲେ ମନୁଷ୍ୟର ବୋଧଅଗମ୍ୟ ଈଶ୍ୱରଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ସାହଚର୍ଯ୍ୟରେ ତୁମ ହୃଦୟ ଓ ମନକୁ ସୁରକ୍ଷା କରିବ।</verse>
				<verse number="8">ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।</verse>
				<verse number="9">ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।</verse>
				<verse number="10">ପ୍ରଭୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରିବା ବେଳେ, ମୋର ଆନନ୍ଦ ଯେ, ତୁମ୍ଭେମାନେ ମୋ’ ପ୍ରତି ମନୋଯୋଗୀ। ଅନେକ ଦିନ ପରେ ଏହାର ନିଦର୍ଶନ ଦେଖାଇଛ। ମୁଁ କହୁ ନାହିଁ ଯେ, ତୁମ୍ଭେମାନେ ଇତିମଧ୍ୟରେ ମୋ’ ପ୍ରତି ଆଉ ମନୋଯୋଗୀ ହୋଇ ନ ଥିଲ - କେବଳ ତାହା ପ୍ରକାଶ କରିବାକୁ ସୁଯୋଗ ପାଇ ନ ଥିଲ।</verse>
				<verse number="11">ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।</verse>
				<verse number="12">ଅଭାବ ହେଉ, ପ୍ରାଚୁର୍ଯ୍ୟ ହେଉ, କିପରି ତା’ର ସମ୍ମୁଖୀନ ହେବାକୁ ହୁଏ, ତାହା ମୁଁ ଜାଣିଛି। ତେଣୁ ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତିରେ, କ୍ଷୁଧାର୍ତ୍ତ ଥିବା ବେଳେ ଯେପରି, ପରିତୃପ୍ତ ହେବା ପରେ ମଧ୍ୟ ସେହିପରି, ଅଭାବଗ୍ରସ୍ତ ହେବା ସମୟରେ, ପୁଣି ପ୍ରାଚୁର୍ଯ୍ୟ ମଧ୍ୟରେ ମୁଁ ସଦା ସନ୍ତୁଷ୍ଟ।</verse>
				<verse number="13">ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।</verse>
				<verse number="14">ତଥାପି ମୋର କ୍ଲେଶଭୋଗ ସମୟରେ ମୋତେ ସାହାଯ୍ୟ କରି ତୁମ୍ଭେମାନେ ମହତ୍ କାର୍ଯ୍ୟ କରିଛ।</verse>
				<verse number="15">ହେ ଫିଲିପୀୟ ଭାଇମାନେ, ତୁମର ସ୍ପଷ୍ଟ ମନେଥିବ, କିପରି ସୁସମାଚାର ପ୍ରଚାର ଆରମ୍ଭ କରିବା ସମୟରେ, ମୁଁ ଯେତେବେଳେ ମାସିଦୋନିଆ ପରିତ୍ୟାଗ କଲି, କେବଳ ତୁମର ମଣ୍ଡଳୀ ମୋତେ ସାହାଯ୍ୟ କରିଥିଲା, କେବଳ ତୁମ୍ଭେମାନେ ମୋର ଲାଭ ଓ କ୍ଷତିର ଅଂଶୀଦାର ହୋଇଥିଲ।</verse>
				<verse number="16">ମୁଁ ଥେସଲନିକୀରେ ଥିବା ସମୟରେ ତୁମ୍ଭେମାନେ ବହୁ ବାର ମୋ’ ପାଖକୁ ଆବଶ୍ୟକୀୟ ସାହାଯ୍ୟ ପଠାଇଥିଲ।</verse>
				<verse number="17">କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।</verse>
				<verse number="18">ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।</verse>
				<verse number="19">ଖ୍ରୀଷ୍ଟଙ୍କ ଦ୍ୱାରା ମୋ’ ଈଶ୍ୱର ତାଙ୍କର ପ୍ରଚୁର ଐଶ୍ୱର୍ଯ୍ୟରେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇ ଦେବେ।</verse>
				<verse number="20">ଯୁଗେ ଯୁଗେ ପିତା ଈଶ୍ୱରଙ୍କ ଗୌରବ ହେଉ। ଆମେନ୍।</verse>
				<verse number="21">ଖ୍ରୀଷ୍ଟ ଯୀଶୁଙ୍କ ନାମରେ ସେଠାରେ ଥିବା ସମସ୍ତ ସାଧୁଙ୍କୁ ଅଭିବାଦନ ଜଣାଉଛି। ମୋ’ ସଙ୍ଗରେ ଥିବା ଏ ସ୍ଥାନର ଭାଇମାନେ ତୁମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।</verse>
				<verse number="22">ଏଠାରେ ଥିବା ଈଶ୍ୱରଙ୍କ ଲୋକମାନେ, ବିଶେଷରେ ସମ୍ରାଟଙ୍କ ପ୍ରାସାଦରେ ଥିବା ସାଧୁମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।</verse>
				<verse number="23">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ସହବର୍ତ୍ତୀ ହେଉ।</verse>
			</chapter>
		</book>
		<book number="51">
			<chapter number="1">
				<verse number="1">ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ପାଉଲ ଓ ଭ୍ରାତା ତୀମଥି</verse>
				<verse number="2">କଲସୀରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟବିଶ୍ୱାସୀ ଭ୍ରାତାମାନଙ୍କ ନିକଟକୁ ଏହି ପତ୍ର ଲେଖୁଛନ୍ତି। ଆମ୍ଭମାନଙ୍କର ପିତା ଈଶ୍ୱର, ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ଆମେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କ ଖ୍ରୀଷ୍ଟ ଯୀଶୁଙ୍କ ପିତା ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଛୁ।</verse>
				<verse number="4">କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।</verse>
				<verse number="5">ଯେତେବେଳେ ସୁସମାଚାରର ସତ୍ୟ ସମ୍ବାଦ ତୁମ୍ଭମାନଙ୍କ ନିକଟକୁ ପ୍ରଥମେ ଆସିଲା, ତୁମ୍ଭେମାନେ ତାହା ଦ୍ୱାରା ପ୍ରଦତ୍ତ ଭରସାର କଥା ଶୁଣିଥିଲ। ତୁମ୍ଭେମାନେ ଯାହା ଭରସା କର, ଯାହା ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସୁରକ୍ଷିତ, ତାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମ ପ୍ରତିଷ୍ଠିତ।</verse>
				<verse number="6">ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।</verse>
				<verse number="7">ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।</verse>
				<verse number="8">ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଦେଇଥିବା ପ୍ରେମ ସମ୍ବନ୍ଧରେ ସେ ଆମ୍ଭମାନଙ୍କୁ କହିଛନ୍ତି।</verse>
				<verse number="9">ଏହି କାରଣରୁ ତୁମ୍ଭମାନଙ୍କ ବିଷୟରେ ଶୁଣିବା ସମୟରୁ ଆମେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ପବିତ୍ର ଆତ୍ମାଙ୍କ ପ୍ରଦତ୍ତ ସମସ୍ତ ଜ୍ଞାନ ଓ ବୁଝିବା ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅଭିମତ ସମ୍ପୂର୍ଣ୍ଣ ରୂପେ ତୁମ୍ଭେମାନେ ଯେପରି ଜାଣି ପାରିବ, ଏଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।</verse>
				<verse number="10">ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।</verse>
				<verse number="11">ଧୈର୍ଯ୍ୟ ସହକାରେ ତୁମ୍ଭେମାନେ ଯେପରି ସବୁ ବିଷୟ ସହି ପାରିବ, ଏଥିପାଇଁ ତାଙ୍କର ଗୌରବମୟ ଶକ୍ତି ଦ୍ୱାରା ତୁମ୍ଭେମାନେ ବଳୀୟାନ ହୁଅ।</verse>
				<verse number="12">ପିତା ଈଶ୍ୱର ଆଲୋକ ରାଜ୍ୟରେ ତାଙ୍କର ଲୋକମାନଙ୍କ ନିମନ୍ତେ ଯାହା ସଂରକ୍ଷିତ କରିଛନ୍ତି, ତାହାର ଅଂଶୀ ହେବା ପାଇଁ ସେ ଯେ ତୁମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି, ଏଥିଯୋଗୁଁ ଆନନ୍ଦରେ ତାହାଙ୍କୁ ଧନ୍ୟବାଦ ଦିଅ।</verse>
				<verse number="13">ସେ ଅନ୍ଧକାରର ଶକ୍ତିରୁ ଆମକୁ ରକ୍ଷା କରିଛନ୍ତି ଓ ନିରାପଦରେ ଆମ୍ଭମାନଙ୍କୁ ତାଙ୍କ ପ୍ରିୟ ପୁତ୍ରଙ୍କ ରାଜ୍ୟକୁ ଆଣିଛନ୍ତି।</verse>
				<verse number="14">ସେହି ପୁତ୍ରଙ୍କ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ପାପ କ୍ଷମା ହୋଇଛି।</verse>
				<verse number="15">ଖ୍ରୀଷ୍ଟ, ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟମାନ ପ୍ରତିରୂପ। ସେ ପ୍ରଥମ ଜାତ ପୁତ୍ର ଓ ସମସ୍ତ ସୃଷ୍ଟି ଅପେକ୍ଷା ଶ୍ରେଷ୍ଠ।</verse>
				<verse number="16">କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।</verse>
				<verse number="17">ସମସ୍ତ ବିଷୟର ସୃଷ୍ଟି ପୂର୍ବରୁ ତାଙ୍କର ଅସ୍ତିତ୍ୱ ଥିଲା ଓ ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ସମସ୍ତ ବିଷୟ ସ୍ୱ ସ୍ୱ ନିରୂପିତ ସ୍ଥାନରେ ସ୍ଥିତିଶୀଳ ହେଲେ।</verse>
				<verse number="18">ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।</verse>
				<verse number="19">କାରଣ ଈଶ୍ୱରଙ୍କର ନିଷ୍ପତ୍ତି ଅନୁଯାୟୀ ପୁତ୍ର ନିଜେ ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱଭାବ ଧାରଣ କରିଛନ୍ତି।</verse>
				<verse number="20">ପୁତ୍ରଙ୍କ ଦ୍ୱାରା ଈଶ୍ୱର ସମସ୍ତ ବିଶ୍ୱକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ସ୍ଥିର କଲେ। କ୍ରୁଶରେ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଈଶ୍ୱର ଶାନ୍ତି ସ୍ଥାପନ କରିଛନ୍ତି ଏବଂ ପୃଥିବୀ ଓ ସ୍ୱର୍ଗରେ ଥିବା ସମସ୍ତ ବିଷୟକୁ ନିଜ ନିକଟକୁ ଫେରାଇ ଆଣିଛନ୍ତି।</verse>
				<verse number="21">ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।</verse>
				<verse number="22">କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।</verse>
				<verse number="23">ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।</verse>
				<verse number="24">ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।</verse>
				<verse number="25">ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏହି କାର୍ଯ୍ୟ କରିବା ପାଇଁ ମୁଁ ଈଶ୍ୱରଙ୍କ ଦ୍ୱାରା ମଣ୍ଡଳୀର ଜଣେ ସେବକ ରୂପେ ନିଯୁକ୍ତ ହୋଇଛି। ତାଙ୍କର ସୁସମାଚାର ସମ୍ପୂର୍ଣ୍ଣ ରୂପେ ଘୋଷଣା କରିବା ମୋର କାର୍ଯ୍ୟ।</verse>
				<verse number="26">ସେହି ସୁସମାଚାର ଏକ ନିଗୂଢ଼ ତତ୍ତ୍ୱ। ଯୁଗ ଯୁଗ ଧରି ଈଶ୍ୱର ସମସ୍ତଙ୍କଠାରୁ ଏହା ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଲୋକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।</verse>
				<verse number="27">ତାଙ୍କ ଲୋକମାନଙ୍କୁ ସେହି ଗୁପ୍ତ ତତ୍ତ୍ୱ ଜଣାଇବା ଈଶ୍ୱରଙ୍କର ପରିକଳ୍ପନା। ତାଙ୍କର ଏହି ବହୁମୂଲ୍ୟ ଓ ଗୌରବଜନକ ତତ୍ତ୍ୱ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେହି ତତ୍ତ୍ୱ ହେଉଛି, ଖ୍ରୀଷ୍ଟ ତୁମ୍ଭମାନଙ୍କ ନିକଟରେ ମଧ୍ୟ ବିଦ୍ୟମାନ। ଏହାର ଅର୍ଥ, ତୁମ୍ଭେମାନେ ଈଶ୍ୱରଙ୍କର ଗୌରବର ଅଂଶୀ।</verse>
				<verse number="28">ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।</verse>
				<verse number="29">ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।</verse>
			</chapter>
			<chapter number="2">
				<verse number="1">ତୁମ୍ଭମାନଙ୍କ ପାଇଁ, ଲାଉଦିକିଆବାସୀ ଓ ମୋତେ ଚିହ୍ନି ନ ଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଯେ କେତେ କଠିନ ପରିଶ୍ରମ କରୁଛି, ତାହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।</verse>
				<verse number="2">ତୁମେ ସମସ୍ତେ ଯେପରି ଉତ୍ସାହିତ ହେବ, ପରସ୍ପର ସହିତ ପ୍ରେମରେ ଆବଦ୍ଧ ହେବ ଓ ପ୍ରକୃତ ଜ୍ଞାନ ଲାଭ କରି ନିଶ୍ଚିତ ଭରସାରୂପ ସମ୍ପଦର ପୂର୍ଣ୍ଣ ଅଧିକାରୀ ହେବ, ଏହା ମୋର ଉଦ୍ଦେଶ୍ୟ। ଏହା ଦ୍ୱାରା ତୁମେ ସମସ୍ତେ ଜାଣିବ ଯେ, ଯୀଶୁ ଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ସେହି ନିଗୂଢ଼ ତତ୍ତ୍ୱ।</verse>
				<verse number="3">ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ଚାବି କାଠି, ଯାହା ଈଶ୍ୱରଙ୍କର ବୁଦ୍ଧି ଓ ଜ୍ଞାନରୂପ ସମସ୍ତ ଗୁପ୍ତ ସମ୍ପଦର ଭଣ୍ଡାର ଖୋଲିଦିଏ।</verse>
				<verse number="4">କେହି ତୁମ୍ଭମାନଙ୍କୁ ଯେପରି ବାକ୍ ଚାତୁରୀରେ ପ୍ରତାରିତ ନ କରେ, ସେଥିପାଇଁ ମୁଁ ଏହା କହି ରଖୁଛି।</verse>
				<verse number="5">କାରଣ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ମୁଁ ତୁମ୍ଭମାନଙ୍କ ସହିତ ଅଛି। ଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ତୁମ୍ଭେମାନେ ଯେପରି ସୁଶୃଙ୍ଖଳିତ ହୋଇଛ, ତାହା ଦେଖି ମୁଁ ଆନନ୍ଦିତ। ଖ୍ରୀଷ୍ଟ ଓ ଜୀବନର ପୂର୍ଣ୍ଣତା</verse>
				<verse number="6">ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛ, ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କର।</verse>
				<verse number="7">ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।</verse>
				<verse number="8">ସାବଧାନ, କେହି ଯେପରି ତୁମକୁ ମନୁଷ୍ୟର ବିଭ୍ରାନ୍ତିକର ଅସାର ଜ୍ଞାନ ଦ୍ୱାରା ବଶୀଭୂତ ନ କରେ। ସେହି ସବୁ ଜ୍ଞାନ ଖ୍ରୀଷ୍ଟଙ୍କ ଶିକ୍ଷାରୁ ଆସି ନ ଥାଏ। ତାହା ମନୁଷ୍ୟ ସମାଜର ପାରମ୍ପରିକ ଶିକ୍ଷା ଓ ବିଶ୍ୱସ ଉପରେ କର୍ତ୍ତୃତ୍ୱ କରୁଥିବା ଅଶରୀରୀ ଶକ୍ତିମାନଙ୍କ ଶିକ୍ଷାର ଫଳ।</verse>
				<verse number="9">କେବଳ ମାନବରୂପୀ ଖ୍ରୀଷ୍ଟଙ୍କଠାରେ ଐଶ୍ୱରିକ ସ୍ୱଭାବ ପୂର୍ଣ୍ଣମାତ୍ରାରେ ନିହିତ ଅଛି।</verse>
				<verse number="10">ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମେ ଜୀବନର ପୂର୍ଣ୍ଣତା ଲାଭ କରିପାରିବ। ଅନ୍ୟ ସମସ୍ତ ଶକ୍ତି ଓ ଆଧିପତ୍ୟ ଉପରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ହିଁ ସର୍ବୋଚ୍ଚ।</verse>
				<verse number="11">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।</verse>
				<verse number="12">କାରଣ ଜଳଦୀକ୍ଷା ଗ୍ରହଣ କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହୋଇଥିଲ ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ସକ୍ରିୟ ଶକ୍ତିରେ ବିଶ୍ୱାସ କରିବା ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ତୁମ୍ଭେମାନେ ମଧ୍ୟ ପୁନରୁତ୍ଥିତ ହୋଇଅଛ।</verse>
				<verse number="13">ତୁମ୍ଭମାନଙ୍କର ପାପ ହେତୁ ଏବଂ ତୁମ୍ଭେମାନେ ବ୍ୟବସ୍ଥାବିହୀନ ଅଣଇହୁଦୀ ଥିବାରୁ ଏକଦା ତୁମ୍ଭେମାନେ ଆଧ୍ୟାତ୍ମିକଭାବେ ମୃତ ଥିଲ; କିନ୍ତୁ ଈଶ୍ୱର ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କୁ ସଞ୍ଜୀବିତ କରାଇଛନ୍ତି। ଈଶ୍ୱର ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା କରିଛନ୍ତି।</verse>
				<verse number="14">ସେ ଆମ୍ଭମାନଙ୍କ ବିରୁଦ୍ଧରେ ଥିବା ବ୍ୟବସ୍ଥାର ଦଲିଲ୍ ଏବଂ ଏହାର ବିଧିବିଧାନକୁ କ୍ରୁଶବିଦ୍ଧ କରି ଋଦ୍ଧ କରି ଦେଇଛନ୍ତି।</verse>
				<verse number="15">ପୁଣି ସେହି କ୍ରୁଶ ଉପରେ ଖ୍ରୀଷ୍ଟ ସମସ୍ତ ପ୍ରକାର ଶକ୍ତି ଓ ଆଧିପତ୍ୟରୁ ନିଜକୁ ମୁକ୍ତ କରିଛନ୍ତି ଓ ସେମାନଙ୍କୁ ବନ୍ଦୀ କରି ନିଜର ବିଜୟ ଶୋଭା ଯାତ୍ରାରେ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଉପହାସ୍ୟ କରିଛନ୍ତି।</verse>
				<verse number="16">ତେଣୁ କେହି ତୁମର ଖାଇବା, ପିଇବା, ପବିତ୍ର ତିଥି ବା ଅମାବାସ୍ୟା ଉତ୍ସବ, କିମ୍ବା ବିଶ୍ରାମବାର ବିଷୟରେ କୌଣସି ନିୟମ ପ୍ରସ୍ତୁତ ନ କରୁ।</verse>
				<verse number="17">ସେ ସମସ୍ତ କେବଳ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟର ଛାୟା ସ୍ୱରୂପ। ଖ୍ରୀଷ୍ଟ ହିଁ ସମସ୍ତ ବାସ୍ତବତାର ଆଧାର।</verse>
				<verse number="18">ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି।</verse>
				<verse number="19">ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।</verse>
				<verse number="20">ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁଭୋଗ କରିଛ ଓ ଏହି ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କ କବଳରୁ ମୁକ୍ତି ଲାଭ କରିଛ। ତେବେ କାହିଁକି ତୁମ୍ଭେମାନେ ଜାଗତିକମନା ଲୋକଙ୍କ ପରି ଜୀବନ କାଟୁଛ? କାହିଁକି ତୁମ୍ଭେମାନେ ଏହିପରି ନିୟମସବୁ ପାଳନ କର, ଯଥା</verse>
				<verse number="21">“ଏହା ଧର ନାହିଁ”, “ତାହା ଖାଅ ନାହିଁ”, “ତାହା ଛୁଅଁ ନାହିଁ?”</verse>
				<verse number="22">ଏସବୁ ବିଷୟ କ୍ଷୟଣୀୟ। ଏହା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ମୂଲ୍ୟହୀନ ହୋଇପଡ଼େ। ଏଗୁଡ଼ିକ କେବଳ ମନୁଷ୍ୟକୃତ ନିୟମ ଓ ଶିକ୍ଷା।</verse>
				<verse number="23">ଅବଶ୍ୟ ସ୍ୱର୍ଗଦୂତ ପୂଜା, ଛଳ, ନମ୍ରତା ଓ ଆତ୍ମନିପୀଡ଼ନ କରିବା ପାଇଁ ପ୍ରବର୍ତ୍ତାଉ ଥିବା ଏହିସବୁ ନିୟମ ଗଭୀର ଜ୍ଞାନରେ ପ୍ରଣୀତ ବୋଲି ମନେହୁଏ; କିନ୍ତୁ ଶାରୀରିକ କାମନାକୁ ଦମନ କରିବା ପାଇଁ ଏଗୁଡ଼ିକର ସାମର୍ଥ୍ୟ ନାହିଁ।</verse>
			</chapter>
			<chapter number="3">
				<verse number="1">ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଉତ୍ଥାପିତ ହୋଇଛ। ତେଣୁ ସ୍ୱର୍ଗସ୍ଥ ବିଷୟ ପ୍ରତି ମନୋନିବେଶ କର, କାରଣ ଖ୍ରୀଷ୍ଟ ସ୍ୱର୍ଗରେ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।</verse>
				<verse number="2">ପାର୍ଥିବ ବିଷୟ ପ୍ରତି ଆସକ୍ତ ନ ହୋଇ ସ୍ୱର୍ଗୀୟ ବିଷୟ ପ୍ରତି ଆସକ୍ତ ହୁଅ,</verse>
				<verse number="3">କାରଣ ତୁମେ ମୃତ୍ୟୁ ବରଣ କରିଅଛ ଓ ଖ୍ରୀଷ୍ଟଙ୍କ ସହିତ ତୁମ ଜୀବନ ଈଶ୍ୱରଙ୍କଠାରେ ସଂଗୁପ୍ତ ରହିଛି।</verse>
				<verse number="4">ଖ୍ରୀଷ୍ଟ ହିଁ ତୁମର ଜୀବନ ଏବଂ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ଗୌରବର ଅଂଶୀ ହୋଇ ପ୍ରକାଶିତ ହେବ।</verse>
				<verse number="5">ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।</verse>
				<verse number="6">ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।</verse>
				<verse number="7">ଦିନେ ତୁମ୍ଭେମାନେ ଏହି ସବୁ କୁପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜୀବନ ଯାପନ କରୁଥିଲ।</verse>
				<verse number="8">କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ କ୍ରୋଧ, ହିଂସା, ଘୃଣାଭାବ ପ୍ରଭୃତି ବର୍ଜନ କରିବାକୁ ହେବ। ତୁମେ ଅପବାଦସୂଚକ କଥା ବା ଅଶ୍ଳୀଳ ଭାଷା ଆଦୌ କୁହ ନାହିଁ।</verse>
				<verse number="9">ପରସ୍ପରକୁ ମିଥ୍ୟା କୁହ ନାହିଁ, କାରଣ ତୁମ୍ଭେମାନେ ପୁରାତନ ସ୍ୱଭାବ ଓ ତା’ର ଆଚରଣ ପରିତ୍ୟାଗ କରିଛ,</verse>
				<verse number="10">ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।</verse>
				<verse number="11">ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।</verse>
				<verse number="12">ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।</verse>
				<verse number="13">ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ ଯଦି କାହାର ଅନ୍ୟ ବିରୁଦ୍ଧରେ ଅଭିଯୋଗ ଥାଏ, ତେବେ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।</verse>
				<verse number="14">ପୁଣି ଏହି ସମସ୍ତ ଗୁଣ ସହିତ ପ୍ରେମକୁ ଯୋଗ କର। ପ୍ରେମ ସମସ୍ତ ବିଷୟକୁ ପୂର୍ଣ୍ଣାଙ୍ଗ କରି ଏକତାବଦ୍ଧ କରେ।</verse>
				<verse number="15">ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।</verse>
				<verse number="16">ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।</verse>
				<verse number="17">ତୁମ୍ଭେମାନେ ବାକ୍ୟ ବା କାର୍ଯ୍ୟରେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ନୂତନ ଜୀବନରେ ବ୍ୟକ୍ତିଗତ ସମ୍ପର୍କ</verse>
				<verse number="18">ହେ ସ୍ତ୍ରୀମାନେ, ତୁମ ସ୍ୱାମୀମାନଙ୍କର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟଙ୍କ ଅନୁଗାମୀ ରୂପେ ଏହା ତୁମ୍ଭମାନଙ୍କର କର୍ତ୍ତବ୍ୟ।</verse>
				<verse number="19">ହେ ସ୍ୱାମୀମାନେ, ତୁମ୍ଭମାନଙ୍କର ସ୍ତ୍ରୀମାନଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ରୁକ୍ଷ ଆଚରଣ କର ନାହିଁ।</verse>
				<verse number="20">ସନ୍ତାନଗଣ, ସର୍ବଦା ତୁମ୍ଭମାନଙ୍କ ପିତାମାତାଙ୍କର ବାଧ୍ୟ ହୁଅ। ଏହା ତୁମର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।</verse>
				<verse number="21">ହେ ପିତାମାନେ, ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଉତ୍ତ୍ୟକ୍ତ କର ନାହିଁ। କାରଣ ଏହା ଫଳରେ ସେମାନେ ନିରୁତ୍ସାହିତ ହେବେ।</verse>
				<verse number="22">ହେ କ୍ରୀତଦାସଗଣ, ସବୁ ବିଷୟରେ ତୁମ ମୁନିବମାନଙ୍କର ବାଧ୍ୟ ହୁଅ। କେବଳ ସେମାନେ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି ରଖିଥିବା ସମୟରେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ହେତୁ ସରଳ ହୃଦୟରେ ଏହା କର।</verse>
				<verse number="23">ତୁମ୍ଭେମାନେ ଯାହା କର, ତାହା ମନୁଷ୍ୟ ପାଇଁ ନ କରି ଈଶ୍ୱରଙ୍କ ପାଇଁ କରୁଛ ବୋଲି ଭାବି ପୂର୍ଣ୍ଣପ୍ରାଣରେ କର।</verse>
				<verse number="24">ମନେରଖ, ଈଶ୍ୱର ତାଙ୍କ ଲୋକମାନଙ୍କ ପାଇଁ ଯାହା ରଖିଛନ୍ତି, ତାହା ସେ ତୁମକୁ ପୁରସ୍କାର ସ୍ୱରୂପେ ଦେବେ। କାରଣ ଖ୍ରୀଷ୍ଟ ହିଁ ତୁମର ପ୍ରକୃତ ପ୍ରଭୁ, ଯାହାଙ୍କର ସେବା ତୁମେ କରୁଛ।</verse>
				<verse number="25">ଆଉ ପ୍ରତ୍ୟେକ ଦୁଷ୍କର୍ମକାରୀ ତା’ର ଅପକର୍ମ ନିମନ୍ତେ ଫଳ ପାଇବ, କାରଣ ଈଶ୍ୱର ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି।</verse>
			</chapter>
			<chapter number="4">
				<verse number="1">ମୁନିବଗଣ, ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ଉପଯୁକ୍ତ ଓ ନ୍ୟାୟ ଆଚରଣ କର। ମନେରଖ, ସ୍ୱର୍ଗରେ ତୁମର ମଧ୍ୟ ଜଣେ ପ୍ରଭୁ ଅଛନ୍ତି।</verse>
				<verse number="2">ଅବିରତ ପ୍ରାର୍ଥନାଶୀଳ ଜୀବନ ଯାପନ କର ଏବଂ ଈଶ୍ୱରଙ୍କ ଧନ୍ୟବାଦ କରି ପ୍ରାର୍ଥନାରେ ସଜାଗ ରୁହ।</verse>
				<verse number="3">ଖ୍ରୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ଉଦ୍ଦେଶ୍ୟରେ ଈଶ୍ୱର ଯେପରି ଆମକୁ ବିଶେଷ ସୁଯୋଗ ଦେବେ, ସେଥିପାଇଁ ମଧ୍ୟ ପ୍ରାର୍ଥନା କର। ଯେଉଁ ବାର୍ତ୍ତା ପ୍ରଚାର କରିବା ଯୋଗୁଁ ମୁଁ ଏବେ ବନ୍ଦୀଶାଳାରେ ଅଛି,</verse>
				<verse number="4">ପ୍ରାର୍ଥନା କର, ଯେପରି ମୁଁ ଯଥାଯଥ ଓ ସୁସ୍ପଷ୍ଟଭାବେ ତାହା ପ୍ରଚାର କରିପାରିବି।</verse>
				<verse number="5">ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରି ଅଣବିଶ୍ୱାସୀମାନଙ୍କ ନିକଟରେ ବିଜ୍ଞତାର ସହ ଆଚରଣ କର।</verse>
				<verse number="6">ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।</verse>
				<verse number="7">ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ କର୍ମୀ ଓ ମୋର ସହକର୍ମୀ ପ୍ରିୟ ଭାଇ ତୁଖିକ ମୋ’ ସମ୍ପର୍କରେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।</verse>
				<verse number="8">ଆମେ କିପରି ଅଛୁ, ସବୁ ବିଷୟ କହି ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି।</verse>
				<verse number="9">ତାଙ୍କ ସଙ୍ଗରେ ତୁମ ଦଳ ଅନ୍ତର୍ଭୁକ୍ତ ପ୍ରିୟ ବିଶ୍ୱସ୍ତ ଭାଇ ଅନିସିବ ମଧ୍ୟ ଯାଉଛନ୍ତି। ସେମାନେ ତୁମକୁ ଏଠାରେ ଘଟୁଥିବା ସମସ୍ତ କଥା ଜଣାଇବେ।</verse>
				<verse number="10">ମୋର ସହବନ୍ଦୀ ଆରିସ୍ତାର୍ଖ ଓ ତାଙ୍କ ସହିତ ବର୍ଣ୍ଣବାଙ୍କ ଆତ୍ମୀୟ ମାର୍କ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ମାର୍କ ତୁମ ପାଖକୁ ଗଲେ ତାଙ୍କୁ ସ୍ୱାଗତ କର। ଏହି ନିର୍ଦ୍ଦେଶ ତୁମ୍ଭମାନଙ୍କୁ ପୂର୍ବରୁ ଦିଆଯାଇଛି।</verse>
				<verse number="11">ଯୁସ୍ତ ନାମରେ ପରିଚିତ ଯିହୋଶୂୟ ମଧ୍ୟ ନମସ୍କାର ଜଣାଉଛନ୍ତି। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେବଳ ଏହି ତିନି ଜଣ ଇହୁଦୀ ଈଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହକର୍ମୀ ହୋଇ ମୋତେ ବହୁତ ସାହାଯ୍ୟ କରିଛନ୍ତି।</verse>
				<verse number="12">ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।</verse>
				<verse number="13">ତୁମ ପାଇଁ, ଲାଉଦିସିଆ ଓ ହିଏରାପଲିର ଲୋକମାନଙ୍କ ପାଇଁ ସେ କରିଥିବା କଠିନ ପରିଶ୍ରମ ସମ୍ପର୍କରେ ମୁଁ ନିଜେ ସାକ୍ଷ୍ୟ ଦେଉଛି।</verse>
				<verse number="14">ପ୍ରିୟ ଚିକିତ୍ସକ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।</verse>
				<verse number="15">ଲାଉଦିସିଆର ଭାଇମାନଙ୍କୁ, ଭଉଣୀ ନୁମଫା ଓ ତାଙ୍କ ଘରେ ଏକତ୍ରିତ ହେଉଥିବା ମଣ୍ଡଳୀର ସମସ୍ତଙ୍କୁ ଆମର ଶୁଭେଚ୍ଛା ଜଣାଅ।</verse>
				<verse number="16">ତୁମେ ଏହି ପତ୍ର ପଢ଼ି ସାରିବା ପରେ ଲାଉଦିସିଆ ମଣ୍ଡଳୀରେ ମଧ୍ୟ ଯେପରି ଏହା ପାଠ କରାଯାଏ, ତାହାର ବ୍ୟବସ୍ଥା କର। ଲାଉଦିସିଆ ମଣ୍ଡଳୀର ଭାଇମାନେ ତୁମ ପାଖକୁ ଯେଉଁ ପତ୍ର ପଠାଇବେ, ତାହା ମଧ୍ୟ ପାଠ କର।</verse>
				<verse number="17">ଆଉ ଆର୍ଖିପ୍ପଙ୍କୁ କହିବ, “ପ୍ରଭୁଙ୍କ ସେବା କରିବା ପାଇଁ ତୁମକୁ ଯେଉଁ ଦାୟିତ୍ୱ ଦିଆଯାଇ ଥିଲା, ତାହା ନିଶ୍ଚିତ ରୂପେ ସମ୍ପନ୍ନ କର।”</verse>
				<verse number="18">ମୁଁ ପାଉଲ ସ୍ୱାକ୍ଷର ସହ, ମୋର ଶୁଭେଚ୍ଛା ଜଣାଉଛି। ମୋର ବନ୍ଦୀ ଅବସ୍ଥାକୁ ଭୁଲି ଯିବ ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।</verse>
			</chapter>
		</book>
		<book number="52">
			<chapter number="1">
				<verse number="1">ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।</verse>
				<verse number="2">ଆମେ ସର୍ବଦା ତୁମ ସମସ୍ତଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ ଏବଂ ଆମ ପ୍ରାର୍ଥନାରେ ତୁମ୍ଭମାନଙ୍କ ବିଷୟରେ ସବୁବେଳେ ଜଣାଇ ଥାଉ।</verse>
				<verse number="3">ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।</verse>
				<verse number="4">ଭାଇମାନେ! ଆମେ ଜାଣୁ ଯେ, ଈଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ ଆପଣାର ଲୋକ ହେବା ନିମନ୍ତେ ତୁମ୍ଭମାନଙ୍କୁ ମନୋନୀତ କରିଛନ୍ତି।</verse>
				<verse number="5">କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।</verse>
				<verse number="6">ତୁମ୍ଭେମାନେ ଆମକୁ ଓ ଆମ ପ୍ରଭୁଙ୍କୁ ଅନୁସରଣ କରିଥିଲ ଏବଂ ବହୁ କ୍ଲେଶ ଭୋଗିବା ସତ୍ତେ୍ୱ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଆନନ୍ଦ ସହିତ ସେହି ସୁସମାଚାର ଗ୍ରହଣ କରିଥିଲ।</verse>
				<verse number="7">ତେଣୁ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଥିଲ।</verse>
				<verse number="8">ତୁମ୍ଭମାନଙ୍କ ନିକଟରୁ ଯେ କେବଳ ପ୍ରଭୁଙ୍କ ଶୁଭ ବାର୍ତ୍ତା ମାସିଦୋନିଆ ଓ ଆଖାୟାରେ ବ୍ୟାପ୍ତ ହୋଇଥିଲା ତା’ ନୁହେଁ; ମାତ୍ର ତୁମ୍ଭମାନଙ୍କର ଈଶ୍ୱର-ବିଶ୍ୱାସ କଥା ସର୍ବତ୍ର ଏପରି ଭାବରେ ପ୍ରକାଶ ପାଇଛି ଯେ, ଏ ବିଷୟରେ ଆମର ଆଉ ଅଧିକ କିଛି କହିବା ପ୍ରୟୋଜନ ନାହିଁ।</verse>
				<verse number="9">ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;</verse>
				<verse number="10">ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।</verse>
			</chapter>
			<chapter number="2">
				<verse number="1">ହେ ଆମର ଭାଇମାନେ! ତୁମ୍ଭେମାନେ ନିଜେ ଜାଣ ଯେ, ତୁମ ନିକଟକୁ ଆମର ଆଗମନ ବ୍ୟର୍ଥ ହୋଇ ନାହିଁ।</verse>
				<verse number="2">ଥେସଲନିକାରେ ତୁମ୍ଭମାନଙ୍କ ନିକଟକୁ ଆସିବା ପୂର୍ବରୁ ଫିଲିପ୍ପୀରେ ଆମ ପ୍ରତି କିପରି ଦୁର୍ବ୍ୟବହାର ଓ ଅପମାନ କରାଯାଇଥିଲା, ତାହା ତୁମ୍ଭେମାନେ ଜାଣ। ତଥାପି ବହୁ ବିରୋଧ ସତ୍ତେ୍ୱ, ଈଶ୍ୱରଙ୍କଠାରୁ ମିଳିଥିବା ସୁସମାଚାର ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ସେ ଆମକୁ ସାହସ ଦେଇଥିଲେ।</verse>
				<verse number="3">କୌଣସି ଭ୍ରମପୂର୍ଣ୍ଣ ବା ଅସାଧୁ ଅଭିପ୍ରାୟ ନେଇ ଆମେ ତୁମ୍ଭମାନଙ୍କ ନିକଟରେ ଆମର ଆବେଦନ ଜଣାଇ ନ ଥିଲୁ, କିଅବା ତୁମ୍ଭମାନଙ୍କୁ ଠକିବା ପାଇଁ କୌଣସି ଛଳନା ପ୍ରୟୋଗ କରି ନ ଥିଲୁ।</verse>
				<verse number="4">କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।</verse>
				<verse number="5">ତୁମ୍ଭେମାନେ ଭଲ ଭାବେ ଜାଣ ଯେ, ଆମେ ଚାଟୁବାକ୍ୟ କହି ତୁମ ନିକଟକୁ ଆସି ନ ଥିଲୁ, କିଅବା ଆମ ଲୋଭକୁ ପ୍ରଚ୍ଛନ୍ନ କରିବା ପାଇଁ ତୁମ ନିକଟରେ ଛଳ ବ୍ୟବହାର କରି ନ ଥିଲୁ - ଏହି ବିଷୟରେ ଈଶ୍ୱର ଆମର ସାକ୍ଷୀ।</verse>
				<verse number="6">ତୁମ୍ଭମାନଙ୍କଠାରୁ କିମ୍ବା ଅନ୍ୟ କାହାରିଠାରୁ ପ୍ରଶଂସା ପାଇଁ ଆମେ ଚେଷ୍ଟା କରି ନ ଥିଲୁ,</verse>
				<verse number="7">ଯଦିଓ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ରୂପେ ଆମେ ତୁମ୍ଭମାନଙ୍କଠାରୁ ତାହା ଦାବୀ କରି ପାରିଥାନ୍ତୁ! କିନ୍ତୁ ମା’ ଯେପରି ନିଜର ସନ୍ତାନମାନଙ୍କର ଯତ୍ନ ନେଇଥାଏ, ତୁମ୍ଭମାନଙ୍କ ନିକଟରେ ଥିବା ସମୟରେ ଆମେ ତୁମ୍ଭମାନଙ୍କ ପ୍ରତି ସେହିପରି କୋମଳ ବ୍ୟବହାର କରିଥିଲୁ।</verse>
				<verse number="8">ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯୋଗୁଁ, ତୁମକୁ କେବଳ ଈଶ୍ୱରଙ୍କ ସୁସମାଚାରର ଅଂଶୀଦାର କରାଇ ନ ଥିଲୁ, ମାତ୍ର ତୁମ ନିମନ୍ତେ ନିଜକୁ ଦାନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଥିଲୁ। ତୁମେ ଆମର କେଡ଼େ ପ୍ରିୟ ନ ଥିଲ!</verse>
				<verse number="9">ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ।</verse>
				<verse number="10">ତୁମ୍ଭେମାନେ ଓ ସ୍ୱୟଂ ଈଶ୍ୱର ଆମର ସାକ୍ଷୀ - ତୁମ ପରି ବିଶ୍ୱାସୀମାନଙ୍କ ନିକଟରେ ଆମର ଆଚରଣ ନିର୍ମଳ, ନ୍ୟାୟସଙ୍ଗତ ଦୋଷଶୂନ୍ୟ ଥିଲା।</verse>
				<verse number="11">ତୁମ୍ଭେମାନେ ଜାଣ, ପିତା ଯେପରି ନିଜ ସନ୍ତାନମାନଙ୍କ ପ୍ରତି ବ୍ୟବହାର କରି ଥାଆନ୍ତା, ଆମେ ତୁମ୍ଭମାନଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିଥିଲୁ।</verse>
				<verse number="12">ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।</verse>
				<verse number="13">ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।</verse>
				<verse number="14">ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।</verse>
				<verse number="15">ସେହି ଇହୁଦୀମାନେ ପ୍ରଭୁ ଯୀଶୁଙ୍କୁ ଓ ଭାବବାଦୀମାନଙ୍କୁ ବଧ କରିଥିଲେ ଓ ଆମ୍ଭମାନଙ୍କୁ ମଧ୍ୟ ନିର୍ଯ୍ୟାତିତ କରିଥିଲେ। ସେମାନଙ୍କ ପ୍ରତି ଈଶ୍ୱର କେଡ଼େ ଅସନ୍ତୁଷ୍ଟ! ସମଗ୍ର ମାନବ ଜାତିର ସେମାନେ ଶତ୍ରୁ।</verse>
				<verse number="16">ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।</verse>
				<verse number="17">ଭାଇମାନେ, ଯେତେବେଳେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ନିକଟରୁ ଆମେ ବିଚ୍ଛିନ୍ନ ହୋଇଥିଲୁ ଅବଶ୍ୟ ଶାରୀରିକଭାବେ, କାରଣ ଆମ ମନରେ ତୁମେ ସଦା ବିଦ୍ୟମାନ। - ତୁମକୁ ସ୍ମରଣ କରି ଆମେ କେଡ଼େ ଚିନ୍ତାକୁଳ ହୋଇଥିଲୁ ଓ ପୁନର୍ବାର ତୁମକୁ ଦେଖିବା ପାଇଁ ଆମେ କେତେ ଉଦ୍ୟମ କରିଥିଲୁ।</verse>
				<verse number="18">ତୁମ୍ଭମାନଙ୍କ ନିକଟକୁ ଫେରିଯିବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା ଓ ମୁଁ ନିେଜ ଫେରିଯିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ଏଥିରେ ବାଧା ଦେଲା।</verse>
				<verse number="19">ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।</verse>
				<verse number="20">ବାସ୍ତବିକ, ତୁମ୍ଭେମାନେ ଆମର ଗୌରବ ଓ ଆନନ୍ଦ।</verse>
			</chapter>
			<chapter number="3">
				<verse number="1">ଅବଶେଷରେ ଆମେ ଆଉ ସହ୍ୟ କରି ନ ପାରି ସ୍ଥିର କଲୁ ଯେ, ଆମେ ପଛେ ଆଥେନ୍ସ୍ରେ ନିଃସଙ୍ଗ ଜୀବନ ଯାପନ କରିବୁ,</verse>
				<verse number="2">କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।</verse>
				<verse number="3">ତୁମ୍ଭମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଯୋଗୁଁ କେହି ଯେପରି ପଥଚ୍ୟୁତ ନ ହୁଏ, ଏଥିପାଇଁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। ଅବଶ୍ୟ ତୁମ୍ଭେମାନେ ଜାଣ, ଆମେ ଏହିପରି ଭାବରେ ନିର୍ଯ୍ୟାତିତ ହେଉ, ଏହା ଈଶ୍ୱରଙ୍କ ଇଚ୍ଛା।</verse>
				<verse number="4">ତୁମ୍ଭମାନଙ୍କ ସହିତ ଥିବାବେଳେ, ଆମେ ବହୁ ପୂର୍ବରୁ ଜଣାଇ ଦେଇଥିଲୁ ଯେ, ଆମ୍ଭମାନଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହେବ। ଏବେ ତୁମ୍ଭେମାନେ ଜାଣୁଛ ଯେ, ଠିକ୍ ତାହା ହିଁ ଘଟିଲା।</verse>
				<verse number="5">ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।</verse>
				<verse number="6">ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।</verse>
				<verse number="7">ତେଣୁ ଭାଇମାନେ, ଆମର ସମସ୍ତ ଦୁର୍ଦ୍ଦଶା ଓ କ୍ଳେଶଭୋଗ ସମୟରେ ଆମେ ତୁମ ଯୋଗୁଁ ଉତ୍ସାହିତ ହେଉଛୁ। ତୁମ୍ଭମାନଙ୍କର ଅଟଳ ବିଶ୍ୱାସ ହିଁ ଆମକୁ ପ୍ରକୃତରେ ଜୀବିତ କରି ରଖିଛି।</verse>
				<verse number="8">କାରଣ ଏବେ ଆମେ ଜାଣୁ ଯେ, ତୁମ୍ଭେମାନେ ଦୃଢ଼ଭାବେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କରୁଛ।</verse>
				<verse number="9">ବର୍ତ୍ତମାନ ତୁମ୍ଭମାନଙ୍କ ଯୋଗୁଁ ଆମେ ଯେଉଁ ଅପାର ଆନନ୍ଦ ଲାଭ କରୁଛୁ, ସେଥିପାଇଁ ଈଶ୍ୱରଙ୍କୁ କିପରି ଧନ୍ୟବାଦ ଦେବୁ, ଜାଣିପାରୁ ନା।</verse>
				<verse number="10">ତୁମ୍ଭମାନଙ୍କୁ ସାକ୍ଷାତ କରି ତୁମ ବିଶ୍ୱାସରେ ଯାହା ଅଭାବ ଅଛି, ତାହା ପୂରଣ କରିବା ପାଇଁ ଆମକୁ ସୁଯୋଗ ଦେବାକୁ ଦିବାନିଶି ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ।</verse>
				<verse number="11">ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ଆମ ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆମ ପଥ ପ୍ରସ୍ତୁତ କରି ଦିଅନ୍ତୁ।</verse>
				<verse number="12">ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ।</verse>
				<verse number="13">ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।</verse>
			</chapter>
			<chapter number="4">
				<verse number="1">ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।</verse>
				<verse number="2">କାରଣ ପ୍ରଭୁ ଯୀଶୁଙ୍କଠାରୁ କ୍ଷମତାପ୍ରାପ୍ତ ହୋଇ ତୁମ୍ଭମାନଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲୁ, ତାହା ତୁମ୍ଭେମାନେ ଜାଣ।</verse>
				<verse number="3">ଈଶ୍ୱର ଚାହାଁନ୍ତି, ତୁମ୍ଭେମାନେ ିଜକୁ ଯୌନ ପାପରୁ ମୁକ୍ତ ରଖି ପବିତ୍ର ରୁହ।</verse>
				<verse number="4">ଈଶ୍ୱରଙ୍କୁ ଜାଣି ନ ଥିବା ଇତର ଲୋକମାନଙ୍କ ପରି ପ୍ରତ୍ୟେକେ ନିଜ ନିଜର ସ୍ତ୍ରୀ ସହିତ କିପରି କାମତୁର ନ ହୋଇ ପବିତ୍ର ଓ ସମ୍ମାନଜନକ ଭାବରେ ଜୀବନ ଯାପନ କରିବା ଉଚିତ୍, ତାହା ତୁମ୍ଭମାନଙ୍କୁ ଜାଣିବାକୁ ହେବ।</verse>
				<verse number="5"></verse>
				<verse number="6">କୌଣସି ଖ୍ରୀଷ୍ଟବିଶ୍ୱାସୀ ଭାଇ ପ୍ରତି ଅନ୍ୟାୟ ଆଚରଣ କର ନାହିଁ, କିଅବା ତାହାକୁ ପ୍ରବଞ୍ଚନା କର ନାହିଁ। ଏ କଥା ଆମେ ପୂର୍ବରୁ କହିଛୁ ଏବଂ ଦୃଢ଼ ଭାବରେ ସତର୍କ କରି ଦେଇଛୁ ଯେ, ଯେଉଁମାନେ ସେପରି କରିବେ, ପ୍ରଭୁ ସେମାନଙ୍କୁ ଶାସ୍ତି ଦେବେ।</verse>
				<verse number="7">ଈଶ୍ୱର ଆମ୍ଭମାନଙ୍କୁ ଅଶୁଚି ଜୀବନଯାପନ କରିବା ପାଇଁ ଆହ୍ୱାନ କରି ନାହାନ୍ତି - ପବିତ୍ର ହୋଇ ରହିବା ପାଇଁ ଆମେ ଆହୂତ।</verse>
				<verse number="8">ତେଣୁ ଯେ କେହି ଆମର ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ, ସେ କେବଳ ମନୁଷ୍ୟକୁ ଉପେକ୍ଷା କରେ ନାହିଁ - ପବିତ୍ରଆତ୍ମାଦାନକାରୀ ଈଶ୍ୱରଙ୍କୁ ଅବମାନନା କରେ।</verse>
				<verse number="9">ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ତୁମର ପ୍ରେମ କରିବା ବିଷୟରେ ଆମେ ଆଉ ଅଧିକ ଲେଖିବା ପ୍ରୟୋଜନ ନାହିଁ। ପରସ୍ପରକୁ କିପରି ପ୍ରେମ କରିବା ଉଚିତ୍, ଏହା ସ୍ୱୟଂ ଈଶ୍ୱରଙ୍କଠାରୁ ଶିକ୍ଷା କରିଛ।</verse>
				<verse number="10">ବାସ୍ତବିକ, ସମଗ୍ର ମାସିଦୋନିଆର ଭାଇମାନଙ୍କ ପ୍ରତି ତୁମେ ସେହିପରି ଆଚରଣ କରିଛ। ତେଣୁ ଆହୁରି ଅଧିକ ମାତ୍ରାରେ ତାହା କର, ତୁମ୍ଭମାନଙ୍କୁ ଏତିକି କେବଳ ବିନୀତ ଅନୁରୋଧ।</verse>
				<verse number="11">ଆଗରୁ ଯେପରି କହିଥିଲୁ, ଶାନ୍ତିରେ ଜୀବନ ଯାପନ କରିବା, ନିଜ କାର୍ଯ୍ୟରେ ମନୋନିବେଶ କରିବା ଓ ନିଜ ନିଜର ଜୀବିକା ଉପାର୍ଜନ କରିବା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ।</verse>
				<verse number="12">ଏହିପରି କରିବା ଦ୍ୱାରା ତୁମେ ଅଣବିଶ୍ୱାସୀମାନଙ୍କଠାରୁ ମଧ୍ୟ ସମ୍ମାନ ପାଇବ ଓ ତୁମର ସମସ୍ତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ।</verse>
				<verse number="13">ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।</verse>
				<verse number="14">ଯେହେତୁ ଆମେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ, ତେଣୁ ଆମେ ଦୃଢ଼ ନିଶ୍ଚିତ ଯେ, ଯୀଶୁଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୁଏ, ଯୀଶୁଙ୍କ ପୁନରାଗମନବେଳେ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସଙ୍ଗରେ ନେଇଯିବେ।</verse>
				<verse number="15">ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।</verse>
				<verse number="16">ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ନିର୍ଘୋଷିତ ହେବ, ପ୍ରଧାନ ସ୍ୱର୍ଗଦୂତଙ୍କ କଣ୍ଠସ୍ୱର ଶୁଭିବ, ଈଶ୍ୱରଙ୍କ ତୂରୀ ଧ୍ୱନି ନିନାଦିତ ହେବ ଏବଂ ପ୍ରଭୁ ସ୍ୱର୍ଗରୁ ଅବତରଣ କରିବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ପ୍ରଥମେ ସଞ୍ଜୀବିତ ହୋଇ ଉତ୍ଥିତ ହେବେ;</verse>
				<verse number="17">ତା’ପରେ ଆମେ ଯେଉଁମାନେ ସେହି ସମୟରେ ଜୀବିତ ରହିଥିବୁ, ମେଘମାଳାରେ ସେମାନଙ୍କ ସଙ୍ଗରେ ଉତ୍ଥାପିତ ହୋଇ ମହାଶୂନ୍ୟରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ। ତା’ପରେ ଆମ୍ଭେମାନେ ଚିରକାଳ ପ୍ରଭୁଙ୍କ ସଙ୍ଗରେ ରହିବୁ।</verse>
				<verse number="18">ଏହି ସବୁ କଥା ଶୁଣାଇ ତୁମ୍ଭେମାନେ ପରସ୍ପରକୁ ଉତ୍ସାହିତ କର।</verse>
			</chapter>
			<chapter number="5">
				<verse number="1">ଭାଇମାନେ, ଏ ସମସ୍ତ ବିଷୟ କେବେ ଓ କେଉଁ ପରିସ୍ଥିତିରେ ଘଟିବ, ସେ ସମ୍ପର୍କରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାର ପ୍ରୟୋଜନ ନାହିଁ,</verse>
				<verse number="2">କାରଣ ତୁମ୍ଭେମାନେ ଉତ୍ତମ ରୂପେ ଜାଣ ଯେ, ରାତିରେ ଚୋର ପଶିବା ପରି ପ୍ରଭୁଙ୍କ ଦିନ ଆସି ପହଞ୍ଚିବ।</verse>
				<verse number="3">‘ସମସ୍ତ ଶାନ୍ତି ଓ ନିରାପଦ’ ବୋଲି ଲୋକମାନେ କହି ନିଶ୍ଚିନ୍ତ ଥିବା ସମୟରେ ଅକସ୍ମାତ ସେମାନଙ୍କ ଉପରକୁ ବିପତ୍ତି ମାଡ଼ି ଆସିବ। ଗର୍ଭବତୀ ନାରୀର ପ୍ରସବ ବେଦନା ପରି ତାହା ଅନପେକ୍ଷିତ ଭାବରେ ହଠାତ୍ ଆସି ଉପସ୍ଥିତ ହେବ ଏବଂ କେହି ତା’ ସମ୍ମୁଖରୁ ପଳାଇ ଯାଇ ପାରିବେ ନାହିଁ।</verse>
				<verse number="4">କିନ୍ତୁ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ, ତେଣୁ ସେହି ଦିବସ ତୁମ୍ଭମାନଙ୍କ ନିକଟରେ ଅତର୍କିତ ଭାବେ ଚୋର ପରି ଆସି ପହଞ୍ôଚବ ନାହିଁ।</verse>
				<verse number="5">ତୁମେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମେ ରାତ୍ରି ବା ଅନ୍ଧକାରର ବଶୀଭୂତ ହୋଇ ରହି ନାହୁଁ।</verse>
				<verse number="6">ତେଣୁ ଆମେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହୋଇ ଜାଗ୍ରତ ଓ ସଚେତନ ହୋଇ ରହିବା।</verse>
				<verse number="7">ଲୋକମାନେ ରାତ୍ରି ସମୟରେ ନିଦ୍ରା ଯାଆନ୍ତି; ରାତ୍ରିରେ ସେମାନେ ସୁରା ପାନ କରି ମାତାଲ ହୁଅନ୍ତି।</verse>
				<verse number="8">କିନ୍ତୁ ଆମେ ଦିବସର ସନ୍ତାନ ଓ ସଦା ସଚେତନ। ଆସ, ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରିବା ଓ ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ମସ୍ତକରେ ଦେବା।</verse>
				<verse number="9">ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ କ୍ରୋଧର ପାତ୍ର ହେବାକୁ ମନୋନୀତ କରି ନାହାନ୍ତି; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟବର୍ତ୍ତିତାରେ ଆମକୁ ପରିତ୍ରାଣ କରିବା ପାଇଁ ସ୍ଥିର କରିଛନ୍ତି।</verse>
				<verse number="10">ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।</verse>
				<verse number="11">ତେଣୁ ବର୍ତ୍ତମାନ ଯେପରି କରୁଛ, ଠିକ୍ ସେହିପରି ପରସ୍ପରକୁ ଉତ୍ସାହିତ ଓ ସାହାଯ୍ୟ କରୁଥାଅ।</verse>
				<verse number="12">ଭାଇମାନେ, ଯେଉଁମାନେ ତୁମ ମଧ୍ୟରେ କାର୍ଯ୍ୟ କରୁଛନ୍ତି ଏବଂ ଖ୍ରୀଷ୍ଟୀୟ ଜୀବନରେ ତୁମକୁ ସାହାଯ୍ୟ କରୁଛନ୍ତି - ଓ ପରାମର୍ଶ ଦେଉଛନ୍ତି, ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାକୁ ଆମେ ତୁମ୍ଭମାନଙ୍କୁ ନିବେଦନ କରୁଛୁ।</verse>
				<verse number="13">ସେମାନଙ୍କ କାର୍ଯ୍ୟ ଲାଗି ସେମାନଙ୍କୁ ଆନ୍ତରିକଭାବେ ଭକ୍ତି ଓ ପ୍ରେମ କର। ପରସ୍ପର ସହିତ ଶାନ୍ତିରେ ବାସ କର।</verse>
				<verse number="14">ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।</verse>
				<verse number="15">କେହି କାହାର ଅନ୍ୟାୟ ବଦଳରେ ଅନ୍ୟାୟ ନ କରୁ, ବରଂ ଜଣେ ଅନ୍ୟ ଜଣର ଓ ସମସ୍ତଙ୍କର ମଙ୍ଗଳ ସାଧନ ତୁମର ଲକ୍ଷ୍ୟ ହେଉ।</verse>
				<verse number="16">ସବୁବେଳେ ପ୍ରଫୁଲ୍ଲ ଚିତ୍ତ ହୋଇ ରୁହ।</verse>
				<verse number="17">ନିରନ୍ତର ପ୍ରାର୍ଥନା କର।</verse>
				<verse number="18">ସମସ୍ତ ପରିସ୍ଥିତିରେ କୃତଜ୍ଞ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରୁଥିବାରୁ, ତୁମଠାରୁ ଈଶ୍ୱର ଏହା ହିଁ ଅପେକ୍ଷା କରନ୍ତି।</verse>
				<verse number="19">ପବିତ୍ର ଆତ୍ମାଙ୍କୁ ନିର୍ବାପିତ କର ନାହିଁ।</verse>
				<verse number="20">ପବିତ୍ର ଆତ୍ମା ପ୍ରଣୋଦିତ ବାଣୀକୁ ଅବଜ୍ଞା କର ନାହିଁ।</verse>
				<verse number="21">ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;</verse>
				<verse number="22">ସମସ୍ତ ପ୍ରକାର ଅସତ୍ ବିଷୟଠାରୁ ଦୂରେଇ ରୁହ।</verse>
				<verse number="23">ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।</verse>
				<verse number="24">ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ତାହା କରିବେ, କାରଣ ସେ ବିଶ୍ୱସ୍ତ।</verse>
				<verse number="25">ଭାଇମାନେ, ଆମ ପାଇଁ ମଧ୍ୟ ପ୍ରାର୍ଥନା କର।</verse>
				<verse number="26">ସମସ୍ତ ବିଶ୍ୱାସୀମାନଙ୍କୁ ଭ୍ରାତୃସୁଲଭ ଚୁମ୍ବନ ଦେଇ ସମ୍ବର୍ଦ୍ଧନା କର।</verse>
				<verse number="27">ପ୍ରଭୁଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଥିବା ଯୋଗୁଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ସମସ୍ତ ବିଶ୍ୱାସୀଙ୍କ ନିକଟରେ ଏହି ପତ୍ର ପାଠ କର।</verse>
				<verse number="28">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ।</verse>
			</chapter>
		</book>
		<book number="53">
			<chapter number="1">
				<verse number="1">ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।</verse>
				<verse number="2">ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।</verse>
				<verse number="4">ତେଣୁ ଈଶ୍ୱରଙ୍କ ଉପାସକ ମଣ୍ଡଳୀମାନଙ୍କରେ ତୁମକୁ ନେଇ ଆମେ ଦର୍ପ କରିଥାଉ। ତୁମ୍ଭେମାନେ କିପରି ସମସ୍ତ କ୍ଲେଶ ଓ ତାଡ଼ନା ସହ୍ୟ କରି ନିଜ ବିଶ୍ୱାସରେ ଅବିଚଳିତ ରହିଛ, ଏ କଥା ଆମେ ଗର୍ବର ସହିତ ପ୍ରକାଶ କରିଥାଉ।</verse>
				<verse number="5">ଏ ସମସ୍ତରୁ ପ୍ରମାଣିତ ହେଉଛି ଯେ, ଈଶ୍ୱରଙ୍କ ବିଚାର ଯଥାର୍ଥ ଏବଂ ତୁମ୍ଭେମାନେ ତାହାଙ୍କ ରାଜ୍ୟର ଯୋଗ୍ୟ ହେବ, କାରଣ ସେହି ରାଜ୍ୟ ନିମନ୍ତେ ତୁମ୍ଭେମାନେ ଉତ୍ପୀଡ଼ିତ ହେଉଛ।</verse>
				<verse number="6">ଯାହା ନ୍ୟାୟସଙ୍ଗତ, ଈଶ୍ୱର ତାହା ସାଧନ କରିବେ। ଯେଉଁମାନେ ଏବେ ତୁମକୁ ନିର୍ଯ୍ୟାତନା କରୁଛନ୍ତି, ସେମାନେ ନିର୍ଯ୍ୟାତିତ ହେବେ।</verse>
				<verse number="7">ଈଶ୍ୱର ତୁମ ଦୁଃଖ ଭୋଗର ଅବସାନ ଘଟାଇ ଆମକୁ ମଧ୍ୟ ଆଶ୍ୱସ୍ତ କରିବେ। ଈଶ୍ୱର ଏହି କାର୍ଯ୍ୟ ସାଧନ କରିବେ, ଯେତେବେଳେ ପ୍ରଭୁ ଯୀଶୁ ତାଙ୍କର ମହାପରାକ୍ରାନ୍ତ ଦୂତମାନଙ୍କ ଗହଣରେ ସ୍ୱର୍ଗରୁ ଅବତରଣ କରିବେ।</verse>
				<verse number="8">ଯେଉଁମାନେ ଈଶ୍ୱରଙ୍କୁ ଉପେକ୍ଷା କରୁଛନ୍ତି ଓ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଅଗ୍ରାହ୍ୟ କରୁଛନ୍ତି, ସେହି ଲୋକମାନଙ୍କୁ ଶାସ୍ତି ଦେବା ନିମନ୍ତେ ସେ ସେତେବେଳେ ଜ୍ୱଳନ୍ତ ଅଗ୍ନିଶିଖା ନେଇ ଆସିବେ।</verse>
				<verse number="9">ସେହି ଲୋକମାନେ ପ୍ରଭୁଙ୍କ ସାନ୍ନିଧ୍ୟରୁ ଓ ପରାକ୍ରମର ଗୌରବରୁ ବିଚ୍ଛିନ୍ନ ହୋଇ ଚିରକାଳ ପାଇଁ ବିନଷ୍ଟ ହେବେ।</verse>
				<verse number="10">କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।</verse>
				<verse number="11">ସେଥିପାଇଁ ଆମେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କୁ ଯେଉଁ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆହ୍ୱାନ କରିଛନ୍ତି, ତାହା କରିବା ପାଇଁ ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ। ତାଙ୍କ ଶକ୍ତିରେ ସେ ତୁମର ସମସ୍ତ ସତ୍ କାମନା ପୂରଣ କରି ତୁମ୍ଭମାନଙ୍କର ବିଶ୍ୱାସକୁ ପରିପକ୍ୱ କରନ୍ତୁ।</verse>
				<verse number="12">ଏହିପରି ଭାବରେ ଆମ ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରୁ, ତୁମେ ଆମ ପ୍ରଭୁ ଯୀଶୁଙ୍କ ନାମକୁ ଗୌରବାନ୍ୱିତ କରିପାରିବ ଓ ତୁମକୁ ମଧ୍ୟ ସେ ଗୌରବାନ୍ୱିତ କରିବେ।</verse>
			</chapter>
			<chapter number="2">
				<verse number="1">ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମ୍ପର୍କରେ ଏବଂ ତାଙ୍କ ନିକଟରେ ଆମେ ସମସ୍ତେ ସମବେତ ହେବା ବିଷୟରେ ତୁମ୍ଭମାନଙ୍କୁ ମୋର ଅନୁରୋଧ,</verse>
				<verse number="2">ପ୍ରଭୁଙ୍କର ଦିନ ଆସି ଯାଇଛି ବୋଲି କାହାଠାରୁ ଶୁଣି ତୁମେ ବିଚଳିତ ବା ବିଭ୍ରାନ୍ତ ହୁଅ ନାହିଁ। ଆମେ ପ୍ରଚାର କରିବା ସମୟରେ ଏଭଳି କିଛି କଥା କହିଛୁ କିମ୍ବା ଏ ସମ୍ପର୍କରେ କିଛି ଲେଖି ଜଣାଇଛୁ ବୋଲି କେତେକଙ୍କର ଧାରଣା ଅଛି।</verse>
				<verse number="3">ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ।</verse>
				<verse number="4">ସେହି ଦୁରାତ୍ମା ମନୁଷ୍ୟର ତଥାକଥିତ ସମସ୍ତ ଆରାଧ୍ୟ ଦେବତା ଓ ଉପାସ୍ୟ ବସ୍ତୁର ବିରୁଦ୍ଧାଚରଣ କରିବ ଓ ନିଜକୁ ସମସ୍ତଙ୍କ ଉଦ୍ଧ୍ୱର୍ରେ ରଖିବାକୁ ପ୍ରୟାସ କରିବ। ଏପରି କି ସେ ଈଶ୍ୱରଙ୍କ ମନ୍ଦିରରେ ଉପବେଶନ କରି ନିଜେ ଈଶ୍ୱର ବୋଲି ଦାବୀ କରିବ।</verse>
				<verse number="5">ତୁମ୍ଭମାନଙ୍କର କ’ଣ ସ୍ମରଣ ନାହିଁ? ମୁଁ ତୁମ ସଙ୍ଗରେ ଥିବାବେଳେ ତୁମ୍ଭମାନଙ୍କୁ ଏ ସବୁ ବିଷୟ କହିଥିଲି।</verse>
				<verse number="6">ଅବଶ୍ୟ ସେହି ବିପତ୍ତି ବର୍ତ୍ତମାନ ଘଟିବ ନାହିଁ, କାରଣ ତାକୁ ପ୍ରତିରୋଧ କରିବାକୁ ଏବେ ଏକ ଶକ୍ତି ରହିଛି - ତା’ କଅଣ ତୁମ୍ଭେମାନେ ଜାଣ! କିନ୍ତୁ ଯଥା ସମୟରେ ସେହି ଦୁଷ୍ଟାତ୍ମା ଆବିର୍ଭୂତ ହେବ।</verse>
				<verse number="7">ଇତିମଧ୍ୟରେ ତା’ର ରହସ୍ୟପୂର୍ଣ୍ଣ ଦୂରନ୍ତପଣ ପାର୍ଯ୍ୟ କରୁଅଛି; ମାତ୍ର ତାହାର ପ୍ରତିରୋଧକାରୀ ବ୍ୟକ୍ତି ଦୂର ନ ହେବା ପର୍ଯ୍ୟନ୍ତ ସେହି ଦୁର୍ଘଟଣା ଘଟିବ ନାହିଁ।</verse>
				<verse number="8">ତା’ପରେ ସେହି ପାପାତ୍ମା ଆବିର୍ଭୂତ ହେବ; କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ସେ ତାଙ୍କ ମୁଖରେ ନିଶ୍ୱାସରେ ତାକୁ ସଂହାର କରିବେ, ପୁଣି ତାଙ୍କର ଜାଜ୍ୱଲ୍ୟମାନ ଉପସ୍ଥିତିରେ ସେ ଧ୍ୱଂସ ପାଇବ।</verse>
				<verse number="9">ସେହି ଦୂରାତ୍ମା ଶୟତାନର ଶକ୍ତିରେ ପରାକ୍ରମଶାଳୀ ହୋଇ ଆସିବ ଏବଂ ଅନେକ ପ୍ରକାର ଅଲୌକିକ କାର୍ଯ୍ୟ ସାଧନର ଛଳନା କରିବ।</verse>
				<verse number="10">ଅନେକେ ତା’ର ଦୁରନ୍ତ ପ୍ରତାରଣାରେ ବିଭ୍ରାନ୍ତ ହୋଇ ବିନଷ୍ଟ ହେବେ। ଯେଉଁ ସତ୍ୟକୁ ଗ୍ରହଣ କରି ତା’ ପ୍ରତି ଆସକ୍ତ ହେବା ଦ୍ୱାରା ସେମାନେ ପରିତ୍ରାଣ ପାଇ ଥାଆନ୍ତେ, ତାହାକୁ ଉପେକ୍ଷା କରି ଥିବାରୁ ସେମାନଙ୍କର ଏହି ଦଶା ହେବ।</verse>
				<verse number="11">ଯାହା ଅସତ୍ୟ, ସେଥିରେ ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ଈଶ୍ୱର ସେମାନଙ୍କୁ ଭ୍ରାନ୍ତି ଉତ୍ପାଦକ ଶକ୍ତିମାନଙ୍କ ହାତରେ ଛାଡ଼ି ଦେବେ।</verse>
				<verse number="12">ଯେଉଁମାନେ ସତ୍ୟରେ ବିଶ୍ୱାସ ସ୍ଥାପନ କରନ୍ତି ନାହିଁ, ମାତ୍ର ପାପାଚରଣରେ ଆନନ୍ଦ କରନ୍ତି, ସେମାନେ ସମସ୍ତେ ଏହିପରି ଦଣ୍ଡିତ ହେବେ।</verse>
				<verse number="13">ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।</verse>
				<verse number="14">ତୁମ୍ଭମାନଙ୍କ ନିକଟରେ ଆମେ ଯେଉଁ ସୁସମାଚାର ପ୍ରଚାର କରିଛୁ, ତାହା ଦ୍ୱାରା ଈଶ୍ୱର ତୁମ୍ଭମାନଙ୍କୁ ଏଥିପାଇଁ ଆହ୍ୱାନ କରିଛନ୍ତି। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବରେ ଅଂଶୀ କରାଇବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।</verse>
				<verse number="15">ତେଣୁ ହେ ଭାଇମାନେ, ଆମ ପ୍ରଚାର ଓ ଆମ ପତ୍ରରେ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସତ୍ୟ ପ୍ରକାଶ କରିଛୁ, ତାହାକୁ ଦୃଢ଼ ଭାବରେ ଧରି ରଖ; ସେଥିରେ ଅବିଚଳିତ ରୁହ।</verse>
				<verse number="16">ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,</verse>
				<verse number="17">ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।</verse>
			</chapter>
			<chapter number="3">
				<verse number="1">ଭାଇମାନେ, ମୋର ଶେଷ କଥା, ଆମ ପାଇଁ ପ୍ରାର୍ଥନା କର - ତୁମ୍ଭମାନଙ୍କ ମଧ୍ୟରେ ଯେଭଳି ପ୍ରଭୁଙ୍କ ବାର୍ତ୍ତା ଦ୍ରୁତଗତିରେ ବ୍ୟାପିଯାଇଥିଲା, ତାହା ଯେପରି ସେହିଭଳି ସମାଦୃତ ହୋଇ ପ୍ରସାର ଲାଭ କରିବ।</verse>
				<verse number="2">ଆହୁରି ମଧ୍ୟ ପ୍ରାର୍ଥନା କର, ଈଶ୍ୱର ଯେପରି ଆମକୁ ଦୁଷ୍ଟ ଓ ଖଳ ଲୋକମାନଙ୍କ ହାତରୁ ରକ୍ଷା କରିବେ, କାରଣ ସମସ୍ତେ ସୁସମାଚାରର ବିଶ୍ୱାସୀ ନୁହଁନ୍ତି।</verse>
				<verse number="3">କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ।</verse>
				<verse number="4">ତୁମ୍ଭମାନଙ୍କ ଉପରେ ଆସ୍ଥା ରଖିବାକୁ ପ୍ରଭୁ ଆମ୍ଭମାନଙ୍କୁ ଭରସା ଦେଇଛନ୍ତି ଓ ଆମେ ଯାହା କହୁଛୁ, ତାହା ତୁମ୍ଭେମାନେ ଯେ କରୁଛ ଓ କରୁଥିବ, ଏ ବିଷୟରେ ଆମ୍ଭେମାନେ ନିଶ୍ଚିତ।</verse>
				<verse number="5">ଈଶ୍ୱରଙ୍କ ପ୍ରେମ ଏବଂ ଖ୍ରୀଷ୍ଟପ୍ରଦତ୍ତ ସହିଷ୍ଣୁତାକୁ ଅଧିକ ଗଭୀରଭାବେ ଉପଲ୍ବଧି କରିବା ପାଇଁ ପ୍ରଭୁ ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ।</verse>
				<verse number="6">ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।</verse>
				<verse number="7">ଅବଶ୍ୟ ତୁମ୍ଭେମାନେ ଜାଣିଛ, ତୁମ କାର୍ଯ୍ୟକଳାପରେ ଆମକୁ ଅନୁକରଣ କରିବା ଉଚିତ୍। ତୁମ୍ଭମାନଙ୍କ ସହିତ ରହିଥିବା ବେଳେ ଆମେ ଆଳସ୍ୟପରାୟଣ ନ ଥିଲୁ।</verse>
				<verse number="8">ବିନାମୂଲ୍ୟରେ ଆମେ କାହାଠାରୁ ଅନ୍ନ ଗ୍ରହଣ କରି ନ ଥିଲୁ। ବରଂ କାହାରି ଉପରେ ବୋଝ ନ ହେବା ପାଇଁ ଆମେ କଷ୍ଟ ସ୍ୱୀକାର କରି ଦିନ ରାତି ପରିଶ୍ରମ କରିଥିଲୁ।</verse>
				<verse number="9">ନ୍ୟାୟତଃ ଆମେ ଯେ ତୁମଠାରୁ ଅନ୍ନ ଦାବୀ କରିପାରି ନ ଥାଆନ୍ତୁ, ତା’ ନୁହେଁ, କିନ୍ତୁ ଆମେ ଯାହା କରିଛୁ, ତାହା ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇବା ନିମେନ୍ତ।</verse>
				<verse number="10">ତୁମ୍ଭମାନଙ୍କ ସଙ୍ଗରେ ଥିବାବେଳେ ଆମେ ତୁମ୍ଭମାନଙ୍କୁ କହିଥିଲୁ, “ଯେଉଁ ଲୋକ କାର୍ଯ୍ୟ କରେ ନାହିଁ, ସେ ଭୋଜନ ନ କରୁ।”</verse>
				<verse number="11">ଏ କଥା ପୁଣି ଏବେ କହୁଛୁ, କାରଣ ଆମେ ଖବର ପାଇଛୁ ଯେ, ତୁମ୍ଭମାନଙ୍କ ମଧ୍ୟରେ କେତେକ ଆଳସ୍ୟରେ ଜୀବନ ଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କର କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।</verse>
				<verse number="12">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ସେହି ଲୋକମାନଙ୍କୁ ସତର୍କ କରି ଆଦେଶ ଦେଉଛୁ, ସେମାନେ ଜୀବନରେ ଆଉ ଟିକିଏ ସଂଯତ ହୋଇ ନିଜର ଜୀବିକା ଉପାର୍ଜନ କରନ୍ତୁ।</verse>
				<verse number="13">ମାତ୍ର ଭାଇମାନେ, ତୁମେ ସତ୍ କର୍ମ କରିବାରେ କ୍ଲାନ୍ତ ହୁଅ ନାହିଁ।</verse>
				<verse number="14">ଏହି ପତ୍ରରେ ତୁମ୍ଭମାନଙ୍କୁ ଯେଉଁ ବାର୍ତ୍ତା ପଠାଉଛୁ, ହୁଏତ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହା ପାଳନ କରିବାକୁ ଅନିଚ୍ଛୁକ ହେବ। ସେହିପରି ବ୍ୟକ୍ତିକୁ ଚିହ୍ନି ରଖ ଓ ତାହା ସହିତ ତୁମର ସମ୍ପର୍କ ତୁଟାଇ ଦିଅ।</verse>
				<verse number="15">ତାହାହେଲେ, ସେ ଲଜ୍ଜିତ ହେବ। କିନ୍ତୁ ତା’ ପ୍ରତି ଶତ୍ରୁତା ଆଚରଣ ନ କରି, ଭାଇ ପରି ତାକୁ ସତର୍କ କରିଦିଅ।</verse>
				<verse number="16">ଯେଉଁ ପ୍ରଭୁ ଆମ୍ଭମାନଙ୍କ ଶାନ୍ତିର ଉତ୍ସ, ସେ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="17">ପ୍ରଭୁ ତୁମ ସମସ୍ତଙ୍କର ନିକଟରେ ରହନ୍ତୁ। ମୁଁ ନିଜ ହାତରେ ଏହା ଲେଖୁଛି - “ପାଉଲଙ୍କଠାରୁ ଶୁଭେଚ୍ଛା” ମୋର ସମସ୍ତ ପତ୍ର ମୁଁ ଏହିପରିଭାବେ ସ୍ୱାକ୍ଷରିତ କରି ଲେଖିଥାଏ।</verse>
				<verse number="18">ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମେ ସମସ୍ତେ ଜୀବନରେ ଅନୁଭବ କର।</verse>
			</chapter>
		</book>
		<book number="54">
			<chapter number="1">
				<verse number="1">ମୁକ୍ତିଦାତା ସ୍ୱୟଂ ଈଶ୍ୱର ଓ ଆମ୍ଭମାନଙ୍କ ଭରସାର ଭିତ୍ତି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁଯାୟୀ ନିଯୁକ୍ତ ପ୍ରେରିତ ପାଉଲ</verse>
				<verse number="2">ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="3">ମୁଁ ମାସିଦୋନିଆକୁ ଯିବାବେଳେ ତୁମକୁ କହିଥିବା ଅନୁଯାୟୀ ତୁମେ ଏଫିସୀରେ ଅବସ୍ଥାନ କର। ସେଠାରେ ଯେଉଁମାନେ ଭୁଲ ଶିକ୍ଷା ସବୁ ଦେଉଛନ୍ତି, ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ଆଦେଶ ଦିଅ।</verse>
				<verse number="4">ସେମାନେ କାଳ୍ପନିକ ଗଳ୍ପ ଓ ପୂର୍ବପୁରୁଷମାନଙ୍କର ଦୀର୍ଘ ବଂଶାବଳୀ ତିଆରି କରିବାରେ ଲାଗିଛନ୍ତି। ସେ ସବୁ ଛାଡ଼ିବାକୁ ସେମାନଙ୍କୁ ଶିକ୍ଷା ଦିଅ, କାରଣ ତାହା କେବଳ ଅନର୍ଥକ ବାକ୍ବିତଣ୍ଡା ସୃଷ୍ଟି କରେ। ଯେଉଁ ସରଳ ବିଶ୍ୱାସରେ ଈଶ୍ୱରଙ୍କ ଇଚ୍ଛା ଜାଣି ହୁଏ, ଏ ସବୁ ତାକୁ ବାଧା ଦିଏ।</verse>
				<verse number="5">ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।</verse>
				<verse number="6">କେତେକ ଏହି ମୁଖ୍ୟ ବିଷୟଗୁଡ଼ିକୁ ଭୁଲିଯାଇ ବୃଥା ଯୁକ୍ତି ତର୍କରେ ପଥଚ୍ୟୁତ ହୋଇଛନ୍ତି।</verse>
				<verse number="7">ଧର୍ମଗୁରୁ ହୋଇ ଈଶ୍ୱରଙ୍କ ବିଧି ବ୍ୟବସ୍ଥାର ବ୍ୟାଖ୍ୟା କରିବାକୁ ସେମାନେ ଲାଳାୟିତ, କିନ୍ତୁ ନିଜ ବ୍ୟାଖ୍ୟାର ତାତ୍ପର୍ଯ୍ୟ ସେମାନେ ବୁଝନ୍ତି ନାହିଁ; ଯେଉଁ ସବୁ ବିଷୟରେ ନିଶ୍ଚିତ ଭାବରେ ନିଜ ମତ ପ୍ରକାଶ କରନ୍ତି, ତାହା ପ୍ରକୃତରେ କ’ଣ, ସେମାନେ ଜାଣନ୍ତି ନାହିଁ।</verse>
				<verse number="8">ଆମେ ଜାଣୁ ଯେ, ବ୍ୟବସ୍ଥା ଯଥାର୍ଥ ଭାବରେ ପାଳନ କରାଯାଇ ପାରିଲେ, ତାହା ଉତ୍ତମ।</verse>
				<verse number="9">କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି;</verse>
				<verse number="10">ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।</verse>
				<verse number="11">ମହାମହିମ ପରମଧନ୍ୟ ଈଶ୍ୱରଙ୍କ ଶୁଭ ବାର୍ତ୍ତାରେ ସମସ୍ତ ସତ୍ଶିକ୍ଷା ନିହିତ ଅଛି। ସେହି ଶୁଭ ବାର୍ତ୍ତା ପ୍ରଚାର କରିବା ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୋଇଛି।</verse>
				<verse number="12">ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।</verse>
				<verse number="13"></verse>
				<verse number="14">ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।</verse>
				<verse number="15">ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।</verse>
				<verse number="16">କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।</verse>
				<verse number="17">ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।</verse>
				<verse number="18">ବତ୍ସ ତୀମଥି, ତୁମ ବିଷୟରେ ପୂର୍ବରୁ ପ୍ରକାଶ ପାଇଥିବା ଐଶ୍ୱରିକ ବାଣୀ ଅନୁଯାୟୀ ମୁଁ ତୁମକୁ ଏହି ଆଜ୍ଞା ଦେଉଛି। ସେହି ଐଶ୍ୱରିକ ବାଣୀକୁ ଆମୋଘ ଅସ୍ତ୍ର ରୂପେ ବ୍ୟବହାର କରି ତୁମେ ଜୀବନ ସଂଗ୍ରାମରେ କୃତିତ୍ୱ ଲାଭ କର।</verse>
				<verse number="19">ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।</verse>
				<verse number="20">ଏମାନଙ୍କ ମଧ୍ୟରେ ହୁମନାୟ ଓ ଆଲେକ୍ଜାଣ୍ଡେର ଅନ୍ତର୍ଗତ। ଏ ଦୁହିଁଙ୍କୁ ମୁଁ ଶୟତାନ ହାତରେ ଛାଡ଼ିଦେଇ ଉପଯୁକ୍ତ ଦଣ୍ଡ ବିଧାନ କରିଛି - ହୁଏତ ଏଥିଦ୍ୱାରା ସେମାନେ ଈଶ୍ୱର ନିନ୍ଦାରୁ କ୍ଷାନ୍ତ ହେବା ପାଇଁ ଶିକ୍ଷା ପାଇବେ।</verse>
			</chapter>
			<chapter number="2">
				<verse number="1">ଏ ସମ୍ପର୍କରେ ମୋର ପ୍ରଥମ ଅନୁରୋଧ, ଉପାସନା କରିବା ବେଳେ, ଦେଶର ଅଧିପତି,</verse>
				<verse number="2">ଅନ୍ୟାନ୍ୟ ଶାସକବର୍ଗ ତଥା ସର୍ବସାଧାରଣଙ୍କ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା, ନିବେଦନ ଓ ଧନ୍ୟବାଦ ଜଣାଇବ - ଆମ୍ଭେମାନେ ଯେପରି ଈଶ୍ୱର ଭକ୍ତିରେ ଅବିଚଳିତ ରହିବୁ ଓ ଅନ୍ୟମାନଙ୍କ ପ୍ରତି ସଦାଚରଣ କରି ସୁଖ ଶାନ୍ତିରେ ଜୀବନ ଯାପନ କରିପାରିବୁ।</verse>
				<verse number="3">ଏହି ପ୍ରକାର ପ୍ରାର୍ଥନା ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଓ ଗ୍ରହଣଯୋଗ୍ୟ।</verse>
				<verse number="4">ସମସ୍ତେ ପାପରୁ ଉଦ୍ଧାର ପାଇ ସତ୍ୟ ଉପଲବ୍ଧି କରନ୍ତୁ, ଏହା ତାଙ୍କର ଇଚ୍ଛା।</verse>
				<verse number="5">ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି - ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।</verse>
				<verse number="6">ସେ ମାନବର ମୁକ୍ତି ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତି - ଏଥିଦ୍ୱାରା ଯଥା ସମୟରେ ପ୍ରମାଣିତ ହୋଇଅଛି ଯେ, ଈଶ୍ୱର ପ୍ରତ୍ୟେକ ମାନବକୁ ପରିତ୍ରାଣ କରିବାକୁ ଇଚ୍ଛା କରନ୍ତି।</verse>
				<verse number="7">ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ।</verse>
				<verse number="8">ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।</verse>
				<verse number="9">ନାରୀମାନଙ୍କୁ ମୋର ଅନୁରୋଧ, ସେମାନେ ବିନୀତ ଓ ସଂଯତ ହୁଅନ୍ତୁ। ମୂଲ୍ୟବାନ ପରିଚ୍ଛଦ, କୃତ୍ରିମ କେଶ ବିନ୍ୟାସ ଓ ସ୍ୱର୍ଣ୍ଣରତ୍ନାଳଙ୍କାରରେ ନିଜକୁ ମଣ୍ଡିତ ନ କରି,</verse>
				<verse number="10">ସତ୍କର୍ମ ଦ୍ୱାରା ନିଜର ଧର୍ମପରାୟଣତାର ପରିଚୟ ଦିଅନ୍ତୁ।</verse>
				<verse number="11">ନାରୀମାନେ ନୀରବରେ ନମ୍ର ଭାବରେ ଶିକ୍ଷା କରିବା ଉଚିତ।</verse>
				<verse number="12">ଉପଦେଶ ଦେବା କିମ୍ବା ପୁରୁଷ ଉପରେ କର୍ତ୍ତୃତ୍ୱ କରିବା ଅଧିକାର ମୁଁ ନାରୀମାନଙ୍କୁ ଦିଏ ନାହିଁ। ସେମାନେ ନୀରବ ରହନ୍ତୁ।</verse>
				<verse number="13">କାରଣ, ଆଦମ ପ୍ରଥମେ ସୃଷ୍ଟି ହୋଇଥିଲେ; ତା’ପରେ ହବାଙ୍କ ସୃଷ୍ଟି।</verse>
				<verse number="14">ପୁଣି ପ୍ରଥମେ ଆଦମ ପ୍ରତାରିତ ହୋଇ ନ ଥିଲେ - ନାରୀ ହିଁ ପ୍ରତାରିତ ହୋଇ ଈଶ୍ୱରଙ୍କ ଆଜ୍ଞା ଲଂଘନ କରିଥିଲା।</verse>
				<verse number="15">କିନ୍ତୁ ବିଶ୍ୱାସ, ବାତ୍ସଲ୍ୟ, ପବିତ୍ରତା ଓ ବିନୟରେ ଅବିଚଳିତ ରହି ନାରୀ ଜନନୀ ହେବାର ସୌଭାଗ୍ୟ ପାଇବା ଦ୍ୱାରା ପରିତ୍ରାଣ ଲାଭ କରିପାରିବା।</verse>
			</chapter>
			<chapter number="3">
				<verse number="1">ଉପାସକ ମଣ୍ଡଳୀକୁ ନେତୃତ୍ୱ ଦେବା ପାଇଁ ଯେଉଁ ବ୍ୟକ୍ତି ଉକ୍ରଣ୍ଠିତ, ସେ ନିଶ୍ଚିତ ଗୋଟିଏ ମହତ୍ କାର୍ଯ୍ୟ କରିବାକୁ ଉତ୍ସୁକ, ଏ କଥା ସତ୍ୟ।</verse>
				<verse number="2">କିନ୍ତୁ ମଣ୍ଡଳୀର ବିଷପ ନିର୍ଦ୍ଦୋଷ ଚରିତ୍ର, ଏକପତ୍ନୀକ, ମିତାଚାରୀ, ସଂଯମୀ ଓ ଗାମ୍ଭୀର୍ଯ୍ୟଯୁକ୍ତ ହେବା ଆବଶ୍ୟକ। ସେ ଅତିଥିପରାୟଣ ହୋଇଥିବେ ଓ ଶିକ୍ଷାଦାନ କରିବାରେ ତାଙ୍କର ଦକ୍ଷତା ଥିବ।</verse>
				<verse number="3">ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।</verse>
				<verse number="4">ନିଜ ପରିବାରକୁ ସେ ଠିକ୍ ଭାବରେ ଚଳାଇ ପାରୁଥିବେ ଏବଂ ତାଙ୍କୁ ସମ୍ମାନ ଦେଇ ତାଙ୍କର ବାଧ୍ୟ ହେବା ପାଇଁ ତାଙ୍କ ସନ୍ତାନମାନେ ଶିକ୍ଷା କରିଥିବେ।</verse>
				<verse number="5">ଯେଉଁ ବ୍ୟକ୍ତି ନିଜ ପରିବାରକୁ ଚଳାଇବା ପାଇଁ ଅସମର୍ଥ, ସେ ଈଶ୍ୱରଙ୍କ ଉପାସକ ମଣ୍ଡଳୀର ଯତ୍ନ ନେବେ କିପରି?</verse>
				<verse number="6">ସେ ବିଶ୍ୱାସରେ ପରିପକ୍ୱ ହୋଇଥିବ ଉଚିତ; ଅନ୍ୟଥା ଶୟତାନ ପରି ଗର୍ବରେ ସ୍ଫୀତ ହୋଇ ଦଣ୍ଡନୀୟ ହେବାର ଆଶଙ୍କା ରହିଛି।</verse>
				<verse number="7">ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।</verse>
				<verse number="8">ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।</verse>
				<verse number="9">ଆମ ଧର୍ମବିଶ୍ୱାସର ପ୍ରକାଶିତ ତତ୍ତ୍ୱଗୁଡ଼ିକୁ ସେମାନେ ନିର୍ମଳ ବିବେକରେ ଦୃଢ଼ ଭାବରେ ବିଶ୍ୱାସ କରୁଥିବେ।</verse>
				<verse number="10">ମଣ୍ଡଳୀର କାର୍ଯ୍ୟ କରିବାକୁ ଅଧିକାର ପାଇବା ପୂର୍ବରୁ ସେମାନଙ୍କୁ ମଧ୍ୟ ପରୀକ୍ଷା କରାଯାଉ। ଏହି ପରୀକ୍ଷାରେ ଉପଯୁକ୍ତ ବିବେଚିତ ହେଲେ ଯାଇ ସେମାନେ କାର୍ଯ୍ୟରେ ନିଯୁକ୍ତି ପାଆନ୍ତୁ।</verse>
				<verse number="11">ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।</verse>
				<verse number="12"></verse>
				<verse number="13">ସେବକ ଭାବରେ ଯେଉଁମାନେ କୃତିତ୍ୱ ଦେଖାଇବେ, ସେମାନେ ମଣ୍ଡଳୀରେ ସମ୍ମାନିତ ହେବେ ଏବଂ ଖ୍ରୀଷ୍ଟବିଶ୍ୱାସ ସମ୍ପର୍କରେ ନିର୍ଭୀକ ଭାବରେ ନିଜ ମତ ପ୍ରକାଶ କରିପାରିବେ।</verse>
				<verse number="14">ଏହି ପତ୍ର ଲେଖିବା ସମୟରେ, ଶୀଘ୍ର ତୁମକୁ ଦେଖି ଆସିବା ପାଇଁ ମୁଁ ଆଶା କରୁଛି,</verse>
				<verse number="15">କିନ୍ତୁ ଯଦି ମୋର ଆସିବା ବିଳମ୍ବ ହେବ, ଜୀବନ୍ତ ଈଶ୍ୱରଙ୍କ ପରିବାର ସ୍ୱରୂପେ ଏହି ଉପାସକ ମଣ୍ଡଳୀରେ ଆମକୁ କିପରି ଆଚରଣ କରିବାକୁ ହେବ, ଏହି ପତ୍ରରୁ ତାହା ତୁମେ ଜାଣି ପାରିବ। ଏହି ମଣ୍ଡଳୀ ହିଁ ସନାତନ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।</verse>
				<verse number="16">ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।</verse>
			</chapter>
			<chapter number="4">
				<verse number="1">ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ପ୍ରତାରକ ପାପାତ୍ମାମାନଙ୍କ କୁଶିକ୍ଷାରେ ପଡ଼ି ଦିନେ ଆମ ମଣ୍ଡଳୀର କେହି କେହି ଖ୍ରୀଷ୍ଟବିଶ୍ୱାସରୁ ବିଚ୍ୟୁତ ହେବେ।</verse>
				<verse number="2">କେତେକ ଶଠ ମିଥ୍ୟାବାଦୀ ଏ ଭଳି ଶିକ୍ଷା ଦେବାରେ ଲାଗିଛନ୍ତି - ସେମାନଙ୍କ ବିବେକ ପୋଡ଼ି ଭସ୍ମ ହୋଇଯାଇଛି।</verse>
				<verse number="3">ବିବାହ କରିବା ଏବଂ କୌଣସି କୌଣସି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ବୋଲି ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଖ୍ରୀଷ୍ଟବିଶ୍ୱାସୀମାନେ ସତ୍ୟ ଉପଲବ୍ଧି କରିଛନ୍ତି, ସେମାନେ ଈଶ୍ୱର ସୃଷ୍ଟି କରିଥିବା ସକଳ ଖାଦ୍ୟ ପଦାର୍ଥ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ତାହା ନିଶ୍ଚିନ୍ତ ମନରେ ଭୋଜନ କରିପାରିବେ।</verse>
				<verse number="4">ଈଶ୍ୱର ଯାହା ସୃଷ୍ଟି କରିଛନ୍ତି, ସେ ସମସ୍ତ ଉତ୍ତମ, ସେଥିରୁ କୌଣସିଟିକୁ ବର୍ଜନ କରାଯାଇପାରେ ନାହିଁ। ତାଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କର ସମସ୍ତ ଦାନକୁ କୃତଜ୍ଞତା ସହ ଗ୍ରହଣ କରିବା ଉଚିତ।</verse>
				<verse number="5">ଈଶ୍ୱରଙ୍କ ବାକ୍ୟ ସ୍ମରଣ କରି ତାଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସକଳ ବିଷୟ ପବିତ୍ର ହୁଏ।</verse>
				<verse number="6">ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।</verse>
				<verse number="7">ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।</verse>
				<verse number="8">ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।</verse>
				<verse number="9">ଏହା ନିରାଟ ସତ୍ୟ ଏବଂ ସମସ୍ତେ ଏହା ଉପଲବ୍ଧି କରି ପୂର୍ଣ୍ଣପ୍ରାଣରେ ବିଶ୍ୱାସ କରିବା ଆବଶ୍ୟକ।</verse>
				<verse number="10">ଯେଉଁ ମୁକ୍ତିଦାତାଙ୍କଠାରେ ବିଶ୍ୱାସ କଲେ ସମସ୍ତେ ପରିତ୍ରାଣ ଲାଭ କରିପାରିବେ, ସେହି ଜୀବନ୍ତ ଈଶ୍ୱରଙ୍କଠାରେ ଭରସା ରଖି, ଆମେ ଏତେ କଷ୍ଟ ସ୍ୱୀକାର କରି ଏହି କାର୍ଯ୍ୟ କରି ଯାଉଛୁ।</verse>
				<verse number="11">ଏହି ସମସ୍ତ ଶିକ୍ଷା ଓ ନିର୍ଦ୍ଦେଶ ସେମାନଙ୍କୁ ବୁଝାଇ ଦିଅ।</verse>
				<verse number="12">ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।</verse>
				<verse number="13">ମୁଁ ତୁମ ନିକଟକୁ ଆସିବା ପର୍ଯ୍ୟନ୍ତ ତୁମେ ଧର୍ମଶାସ୍ତ୍ର ପଠନ, ଉପଦେଶ ଓ ଶିକ୍ଷାଦାନ କାର୍ଯ୍ୟ କରୁଥାଅ।</verse>
				<verse number="14">ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ତୁମକୁ ଈଶ୍ୱରଙ୍କ ବାଣୀ ଶୁଣାଇ ତୁମ ଉପରେ ହସ୍ତାର୍ପଣ କରିବା ବେଳେ ତୁମେ ଯେଉଁ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲ, ତାହାକୁ ଅବହେଳା କର ନାହିଁ।</verse>
				<verse number="15">ମୁଁ ଉଲ୍ଲେଖ କରିଥିବା ସମସ୍ତ କର୍ତ୍ତବ୍ୟ ଆନ୍ତରିକତା ସହିତ ପାଳନ କରିବାକୁ ଅଭ୍ୟାସ କର - ଫଳରେ ତୁମ କାର୍ଯ୍ୟକଳାପର ଯଥାର୍ଥତା ପ୍ରତି ସତର୍କ ରୁହ।</verse>
				<verse number="16">ତାହାହେଲେ, ତୁମେ ନିଜେ ପରିତ୍ରାଣ ପାଇବ ଓ ଅନ୍ୟମାନଙ୍କ ପରିତ୍ରାଣ ପ୍ରାପ୍ତିର ସହାୟକ ହେବ।</verse>
			</chapter>
			<chapter number="5">
				<verse number="1">ବୟୋଜ୍ୟେଷ୍ଠମାନଙ୍କୁ ପିତୃତୁଲ୍ୟ ମନେ କର। ସେମାନଙ୍କୁ ଭର୍ତ୍ସନା ନ କରି ନମ୍ର ଭାବରେ ଅନୁଯୋଗ କର। କନିଷ୍ଠମାନଙ୍କ ପ୍ରତି ଭ୍ରାତୃସୁଲଭ ବ୍ୟବହାର କର।</verse>
				<verse number="2">ବୟୋଜ୍ୟେଷ୍ଠା ମହିଳାମାନଙ୍କୁ ମାତୃବତ୍ ଏବଂ କନିଷ୍ଠାମାନଙ୍କୁ ଭଗିନୀ ତୁଲ୍ୟ ମନେ କରି ସେମାନଙ୍କ ପ୍ରତି ପବିତ୍ର ଆଚରଣ କର।</verse>
				<verse number="3">ଏକାକିନୀ ହୋଇ ନିଃସହାୟ ଭାବରେ ଚଳୁଥିବା ବିଧବାମାନଙ୍କୁ ମାନ୍ୟ କର।</verse>
				<verse number="4">ଯଦି କୌଣସି ବିଧବାର ପୁତ୍ର ପୌତ୍ରାଦି ଅଛନ୍ତି, ସେମାନେ ପ୍ରଥମେ ନିଜ ପରିବାରରେ ପିତାମାତା, ପିତାମହ ବା ମାତାମହୀଙ୍କ ପ୍ରତି ଧର୍ମତଃ ନିଜର କର୍ତ୍ତବ୍ୟ ପାଳନ କରି ଈଶ୍ୱରଙ୍କ ସନ୍ତୋଷଭାଜନ ହୁଅନ୍ତୁ।</verse>
				<verse number="5">ଯେଉଁ ବିଧବା ପ୍ରକୃତରେ ଏକାକିନୀ ଓ ନିରାଶ୍ରୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି, ଦିବାନିଶି ତାଙ୍କର ସାହାଯ୍ୟ ଭିକ୍ଷା କରୁଥାଏ।</verse>
				<verse number="6">କିନ୍ତୁ ଯିଏ ବିଧବା ହୋଇ ସୁଦ୍ଧା ଭୋଗବିଳାସରେ ଦିନାତିପାତ କରେ, ତାକୁ ଜୀବନ୍ମୃତ ବୋଲି ମନେ କରିବାକୁ ହେବ।</verse>
				<verse number="7">ବିଧବାମାନଙ୍କୁ ଏ ବିଷୟରେ ସାବଧାନ କରିଦିଅ, କେହି ଯେପରି ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିବାକୁ ସୁଯୋଗ ନ ପାଏ।</verse>
				<verse number="8">ଯେଉଁ ବ୍ୟକ୍ତି ତା’ର ଆତ୍ମୀୟ ସ୍ୱଜନ ତଥା ନିଜ କୁଟୁମ୍ବର ଯତ୍ନ ନିଏ ନାହିଁ, ସେ ଆମ ଧର୍ମବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଛି - ଅବିଶ୍ୱାସୀମାନଙ୍କଠାରୁ ସେ ଅଧିକ ନିନ୍ଦନୀୟ।</verse>
				<verse number="9">ନିମ୍ନଲିଖିତ ଯୋଗ୍ୟତା ଥିବା ବିଧବାମାନଙ୍କୁ ଏକ ତାଲିକାଭୁକ୍ତ କର - ଯେଉଁମାନଙ୍କ ବୟସ ଷାଠିଏ ବର୍ଷରୁ ଉଦ୍ଧ୍ୱର୍, ଯେଉଁମାନେ ଥରେ ମାତ୍ର ବିବାହ କରିଥିବେ,</verse>
				<verse number="10">ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।</verse>
				<verse number="11">ଅଳ୍ପବୟସ୍କା ବିଧବାମାନଙ୍କୁ ଏହି ତାଲିକାରେ ରଖ ନାହିଁ। ସେମାନେ ପୁନର୍ବିବାହର ଲାଳସା ପୋଷଣ କରିବା ଦ୍ୱାରା ପ୍ରଭୁ ଯୀଶୁଙ୍କଠାରେ ରଖିଥିବା ପ୍ରତିଜ୍ଞା ଭଙ୍ଗ କରି ତାଙ୍କଠାରୁ ଦୂରେଇ ଯିବାର ଆଶଙ୍କା ରହିଛି।</verse>
				<verse number="12"></verse>
				<verse number="13">ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।</verse>
				<verse number="14">ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।</verse>
				<verse number="15">ଇତିମଧ୍ୟରେ କେତେକ ଅଳ୍ପବୟସ୍କା ବିଧବା ଶୟତାନର ଚକ୍ରାନ୍ତରେ ପଡ଼ି ପଥଭ୍ରଷ୍ଟ ହୋଇଛନ୍ତି।</verse>
				<verse number="16">ଆଉ ଥରେ କହି ରଖୁଛି, ଖ୍ରୀଷ୍ଟବିଶ୍ୱାସୀ ଭଉଣୀମାନେ, ନିଜ ପରିବାରରେ ଥିବା ବିଧବାମାନଙ୍କ ଭରଣପୋଷଣ ଭାର ନିଜେ ବହନ କରନ୍ତୁ। ଯେପରି ମଣ୍ଡଳୀ ଏମାନଙ୍କ ଲାଗି ଅଯଥା ଭାରଗ୍ରସ୍ତ ନ ହୋଇ, ନିରାଶ୍ରୟ ବିଧବାମାନଙ୍କର ଯତ୍ନ ନେବାକୁ ସମର୍ଥ ହେବ।</verse>
				<verse number="17">ମଣ୍ଡଳୀର ଯେଉଁ ନେତାମାନେ ସେମାନଙ୍କ କାର୍ଯ୍ୟରେ କୃତିତ୍ୱ ଦେଖାଇବେ, ବିଶେଷତଃ ଯେଉଁମାନେ କଷ୍ଟ ସ୍ୱୀକାର କରି ଶିକ୍ଷା ଓ ପ୍ରଚାର କାର୍ଯ୍ୟ କରୁଥିବେ, ସେମାନେ ଦୁଇ ଗୁଣ ହାରରେ ପାରିଶ୍ରମିକ ପାଇବା ଉଚିତ,</verse>
				<verse number="18">କାରଣ ଶାସ୍ତ୍ରରେ ଲେଖାଅଛି: “ଶସ୍ୟ ଅମଳ କରୁଥିବା ବେଳେ ବଳଦ ମୁହଁରେ ତୁଣ୍ଡି ବାନ୍ଧ ନାହିଁ।” ପୁଣି “କାର୍ଯ୍ୟକାରୀ ଉପଯୁକ୍ତ ପାରିଶ୍ରମିକ ପାଇବାକୁ ହକ୍ଦାର।”</verse>
				<verse number="19">ଦୁଇ ବା ତିନି ଜଣ ସାକ୍ଷୀ ନ ଥାଇ ମଣ୍ଡଳୀର ଜଣେ ବୟୋଜ୍ୟେଷ୍ଠ ନେତା ବିରୁଦ୍ଧରେ କୌଣସି ଅଭିଯୋଗ ବିଚାରକୁ ନିଅ ନାହିଁ।</verse>
				<verse number="20">କିନ୍ତୁ ଯେଉଁମାନେ ପ୍ରକୃତରେ ପାପ କାର୍ଯ୍ୟରେ ଲିପ୍ତ, ଅନ୍ୟମାନଙ୍କୁ ସତର୍କ କରିବା ପାଇଁ, ସେମାନଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କର।</verse>
				<verse number="21">ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।</verse>
				<verse number="22">ତରବର ହୋଇ ହସ୍ତାର୍ପଣ ଦ୍ୱାରା ଈଶ୍ୱରଙ୍କ କାର୍ଯ୍ୟ ପାଇଁ କାହାକୁ ନିଯୁକ୍ତ କର ନାହିଁ। ଅନ୍ୟମାନଙ୍କ ପାପରେ ନିଜକୁ ଲିପ୍ତ କର ନାହିଁ। ତୁମେ ନିଜକୁ ସମ୍ପୂର୍ଣ୍ଣ ପବିତ୍ର ରଖ।</verse>
				<verse number="23">କେବଳ ଜଳପାନ ନ କରି, ତୁମର ଜୀର୍ଣ୍ଣଶକ୍ତି ବୃଦ୍ଧି କରିବାକୁ ଅଳ୍ପ ମାତ୍ରାରେ ଦ୍ରାକ୍ଷାରସ ପାନ କର, କାରଣ ତୁମେ ବାରମ୍ବାର ଅସୁସ୍ଥ ହୋଇ ପଡୁଛ।</verse>
				<verse number="24">କେତେକଙ୍କ ଦୁଷ୍କର୍ମ ସର୍ବସାଧାରଣରେ ପ୍ରକାଶ ପାଇଥାଏ, ସେମାନେ ସେଥିପାଇଁ ଅତି ଶୀଘ୍ର ବିଚାରାଳୟର ସମ୍ମୁଖୀନ ହେବାକୁ ପଡ଼େ। ଆଉ କେତେକ ଅପରାଧୀ ବହୁ ବିଳମ୍ବରେ ଧରା ପଡ଼ନ୍ତି।</verse>
				<verse number="25">ସେହିପରି କେତେକଙ୍କ ଧର୍ମକର୍ମ ସହଜରେ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଆଉ କେତେକଙ୍କ ସତ୍କର୍ମ ସେହିପରି ପ୍ରକାଶ ନ ପାଇଲେ ସୁଦ୍ଧା, ଚିରଦିନ ଲୁକ୍କାୟିତ ହୋଇ ରହି ପାରିବ ନାହିଁ।</verse>
			</chapter>
			<chapter number="6">
				<verse number="1">ଖ୍ରୀଷ୍ଟବିଶ୍ୱାସୀ କ୍ରୀତଦାସମାନେ କର୍ତ୍ତାମାନଙ୍କୁ ଯଥାବିଧି ସମ୍ମାନ ଦିଅନ୍ତୁ। ତାହାହେଲେ, ଈଶ୍ୱରଙ୍କ ବିରୁଦ୍ଧରେ କିମ୍ବା ଆମ ଶିକ୍ଷା ସମ୍ପର୍କରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।</verse>
				<verse number="2">ଯେଉଁମାନଙ୍କ କର୍ତ୍ତମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ, ସେମାନେ କର୍ତ୍ତାମାନଙ୍କୁ “ଭାଇ” ମନେ କରି ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାରେ ଅବହେଳା କରନ୍ତୁ ନାହିଁ। ବରଂ ଅଧିକ ନିଷ୍ଠାପର ଭାବରେ ସେମାନଙ୍କ ସେବା କରନ୍ତୁ, କାରଣ ସେମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ଏବଂ ଅଧିକ ଶ୍ରଦ୍ଧାର ପାତ୍ର। ଏହି ସମସ୍ତ ବିଷୟ ତୁମେ ଶିକ୍ଷା ଦେଇ ପ୍ରଚାର କରିବ।</verse>
				<verse number="3">ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,</verse>
				<verse number="4">ସେମାନେ କେବଳ ଗର୍ବରେ ସ୍ଫୀତ ମୂଢ଼ମତି ଛଡ଼ା ଆଉ କିଛି ନୁହଁନ୍ତି। ସେମାନେ ଶାସ୍ତ୍ରର ଶବ୍ଦାର୍ଥ ନେଇ କଳହ କରନ୍ତି; ଏଥିରୁ କେବଳ ଈର୍ଷା, ସନ୍ଦେହ, କୁତ୍ସାରଟନା ଓ ବିବାଦର ସୂତ୍ରପାତ ହୁଏ।</verse>
				<verse number="5">ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।</verse>
				<verse number="6">ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ଧନୀ, କାରଣ ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ।</verse>
				<verse number="7">ଆମେ ଏହି ଜଗତକୁ କ’ଣ ନେଇ ଆସିଛୁ? କିଛି ତ ନୁହେଁ। ପୁଣି ଏଠାରୁ ସାଙ୍ଗରେ କ’ଣ ନେଇ ଫେରିଯିବା? କିଛି ନୁହେଁ।</verse>
				<verse number="8">ତା’ ହେଲେ, ଆମର ଅନ୍ନବସ୍ତ୍ରର ସଂସ୍ଥାନ ହୋଇପାରିଲେ, ଏହା ଆମ ପାଇଁ ଯଥେଷ୍ଟ ନୁହେଁ କି?</verse>
				<verse number="9">ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।</verse>
				<verse number="10">ଅର୍ଥ ଲୋଭ ସମସ୍ତ ଅନର୍ଥର ମୂଳ। ଯେଉଁମାନେ ସବୁବେଳେ କେବଳ ଅର୍ଥାଗମର ପନ୍ଥା ଖୋଜୁ ଥାଆନ୍ତି, ସେମାନେ ଧର୍ମବିଶ୍ୱାସକୁ ହରାଇ ବସନ୍ତି - ପରିଣାମରେ କେବଳ ବିଡ଼ମ୍ବନା ଓ ଦୁଃଖଭୋଗରେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଥାଏ।</verse>
				<verse number="11">ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।</verse>
				<verse number="12">ଖ୍ରୀଷ୍ଟବିଶ୍ୱାସର ପୁଣ୍ୟ ରଣକ୍ଷେତ୍ରରେ ସଂଗ୍ରାମ କରି ଅନନ୍ତ ଜୀବନ ଲାଭ କର। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ତ ତୁମେ ଆହୂତ ହୋଇଅଛ ଏବଂ ଅନେକ ସାକ୍ଷୀଙ୍କ ମଧ୍ୟରେ ଏହା ସ୍ୱୀକାର କରିଛ।</verse>
				<verse number="13">ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:</verse>
				<verse number="14">ପ୍ରଭୁ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ତୁମକୁ ଦିଆଯାଇଥିବା ଆଜ୍ଞାଗୁଡ଼ିକୁ ବିଶ୍ୱସ୍ତଭାବେ ପାଳନ କର।</verse>
				<verse number="15">ତାଙ୍କ ପୁନରାଗମନର ଉପଯୁକ୍ତ ସମୟ ନିର୍ଣ୍ଣୟ କରିବେ ସ୍ୱୟଂ ଈଶ୍ୱର - ପରମଧନ୍ୟ, ରାଜାଧିରାଜ, ପ୍ରଭୁମାନଙ୍କର ପ୍ରଭୁ, ଅଦ୍ୱିତୀୟ ଅଧିପତି;</verse>
				<verse number="16">ସେ କେବଳ ଅମର; ମନୁଷ୍ୟର ଅଗମ୍ୟ ଆଲୋକ ରାଜ୍ୟରେ ସେ ବାସ କରନ୍ତି; କେହି ତାଙ୍କୁ କେବେ ଦେଖି ନାହିଁ; କେହି କେବେ ଦେଖି ପାରିବ ନାହିଁ। ତାଙ୍କର ଗୌରବ ଓ ଶାଶ୍ୱତ ରାଜ୍ୟ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହୁ।</verse>
				<verse number="17">ଏହି ଜଗତର ବିଷୟବସ୍ତୁରେ ଯେଉଁମାନେ ଧନବାନ୍, ସେମାନଙ୍କୁ ଦର୍ପ ନ କରିବାକୁ ସତର୍କ କରିଦିଅ। ସେମାନଙ୍କୁ ଆଦେଶ ଦେଇ କୁହ, ଅନିଶ୍ଚିତ ଧନ ସମ୍ପତ୍ତିରେ ଭରସା ନ ରଖି, ସେମାନେ ସର୍ବଶୁଭଦାତା ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ;</verse>
				<verse number="18">ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;</verse>
				<verse number="19">ତାହାହେଲେ, ଏହି ଅବିନଶ୍ୱର ଧନଭଣ୍ଡାର ସୃଷ୍ଟି କରି ନିଜର ଭବିଷ୍ୟତ ସଦ୍ଗତି ପାଇଁ ସେମାନେ ଦୃଢ଼ଭିତ୍ତି ସ୍ଥାପନ କରିବେ ଏବଂ ପରିଶେଷରେ ସେମାନେ ପ୍ରକୃତ ଜୀବନ ଲାଭ କରିବେ।</verse>
				<verse number="20">ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।</verse>
				<verse number="21"></verse>
			</chapter>
		</book>
		<book number="55">
			<chapter number="1">
				<verse number="1">ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମ୍ଭେମାନେ ଯେଉଁ ଜୀବନ ଲାଭ କରିଛୁ, ତାହା ଘୋଷଣା କରିବାକୁ ଈଶ୍ୱରଙ୍କ ଅଭିମତ ଅନୁଯାୟୀ ମୁଁ ଜଣେ ଶିଷ୍ୟ ରୂପେ ପ୍ରେରିତ ହୋଇଛି।</verse>
				<verse number="2">ମୋର ପ୍ରିୟ ପୁତ୍ର ତୀମଥିଙ୍କୁ ମୁଁ ଏହି ପତ୍ର ଲେଖୁଛି। ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ ଓ ଉତ୍ସାହବାଣୀ</verse>
				<verse number="3">ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଆରାଧନା କରି ଆସିଛି, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରାର୍ଥନା ନିବେଦନରେ ଦିବାନିଶି ତୁମକୁ ସ୍ମରଣ କଲାବେଳେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।</verse>
				<verse number="4">ତୁମର ଅଶ୍ରୁଧାରା ମୋର ମନେ ଅଛି ଏବଂ ତୁମକୁ ଦେଖି ସୁଖୀ ହେବା ପାଇଁ ମୁଁ ଉକ୍ରଣ୍ଠିତ।</verse>
				<verse number="5">ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।</verse>
				<verse number="6">ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।</verse>
				<verse number="7">ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦାନ କରିଛନ୍ତି, ତାହା ଆମ୍ଭମାନଙ୍କୁ କାପୁରୁଷ କରି ଦିଏ ନାହିଁ, ବରଂ ତଦ୍ଦ୍ୱାରା ଆମେ ଶକ୍ତି, ପ୍ରେମ ଓ ଆତ୍ମସଂଯମରେ ପରିପୂର୍ଣ୍ଣ ହେଉ।</verse>
				<verse number="8">ତେଣୁ ପ୍ରଭୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲଜ୍ଜାବୋଧ କର ନାହିଁ; ତାଙ୍କ ନିମନ୍ତେ ମୁଁ ବନ୍ଦୀ - ମୋ’ ପାଇଁ ମଧ୍ୟ ଲଜ୍ଜିତ ହୁଅ ନାହିଁ। ବରଞ୍ଚ ଈଶ୍ୱର ତୁମକୁ ଦେଇଥିବା ଶକ୍ତି ଅନୁଯାୟୀ ତୁମେ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ହୁଅ।</verse>
				<verse number="9">ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;</verse>
				<verse number="10">ଏବେ ଏହି ଧରାଧାମରେ ଆବିର୍ଭୂତ ହୋଇ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ଏ ସମସ୍ତ ବିଷୟ ପ୍ରକାଶ କରିଛନ୍ତି। ସେ ମୃତ୍ୟୁର ଶକ୍ତିକୁ ଲୋପ କରିଛନ୍ତି ଏବଂ ତାଙ୍କର ସୁସମାଚାର ଦ୍ୱାରା ଅନନ୍ତ ଜୀବନର ପଥ ପ୍ରକାଶ କରିଛନ୍ତି।</verse>
				<verse number="11">ଏହି ଶୁଭ ବାର୍ତ୍ତା ଘୋଷଣା କରି ବୁଝାଇବାକୁ ଈଶ୍ୱର ମୋତେ ଜଣେ ପ୍ରେରିତ ଶିଷ୍ୟ ଓ ଶିକ୍ଷକ ରୂପେ ନିଯୁକ୍ତ କରିଛନ୍ତି।</verse>
				<verse number="12">ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।</verse>
				<verse number="13">ମୁଁ ତୁମକୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକୁ ଦୃଢ଼ତା ସହିତ ଧରି ରଖ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ପ୍ରକୃତ ପ୍ରେମ ଓ ଧର୍ମ ବିଶ୍ୱାସରେ ଅବିଚଳିତ ରୁହ।</verse>
				<verse number="14">ଯେଉଁ ମହତ୍ ବିଷୟର ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ହୋଇଛି, ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ସବୁକୁ ଅକ୍ଷୁର୍ଣ୍ଣ ରଖ।</verse>
				<verse number="15">ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।</verse>
				<verse number="16">କେବଳ ଅନୀସିଫର ବହୁବାର ଆସି ମୋତେ ସାନ୍ତ୍ୱନା ଓ ଉତ୍ସାହ ଦେଇଛନ୍ତି; ମୁଁ ବନ୍ଦୀ ବୋଲି ସେ ଲଜ୍ଜିତ ହୋଇ ନାହାନ୍ତି। ତାଙ୍କ ପରିବାର ପ୍ରତି ଈଶ୍ୱରଙ୍କ କୃପାଶୀଷ ନିବେଦନ କରୁଛି।</verse>
				<verse number="17">ରୋମ୍ ନଗରୀରେ ପହଞ୍ôଚବାକ୍ଷଣି ସେ ମୋତେ ଅନ୍ୱେଷଣ କରି ମୋ’ ନିକଟକୁ ଆସିଥିଲେ।</verse>
				<verse number="18">ମହାବିଚାର ଦିବସରେ ପ୍ରଭୁ ତାଙ୍କ ପ୍ରତି ସଦୟ ହୁଅନ୍ତୁ। ଏଫିସୀରେ ସେ ମୋର କେତେ ଉପକାର କରିଥିଲେ, ତୁମେ ସେ ସବୁ କଥା ଜାଣ।</verse>
			</chapter>
			<chapter number="2">
				<verse number="1">ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।</verse>
				<verse number="2">ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।</verse>
				<verse number="3">ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବିଶ୍ୱସ୍ତ ସୈନିକ ରୂପେ ତୁମେ ତାଙ୍କ ପାଇଁ ଦୁଃଖଭୋଗ ବରଣ କର।</verse>
				<verse number="4">ଯୁଦ୍ଧ ଅଭିଯାନରେ ନିବିଷ୍ଟ ଥିବାବେଳେ ସୈନିକ କେବଳ ତା’ର ସେନାପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ତତ୍ପର ଥାଏ। ସେତେବେଳେ ସେ କୌଣସି ବେସାମରିକ କାର୍ଯ୍ୟରେ ମନ ଦିଏ ନାହିଁ।</verse>
				<verse number="5">ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଖେଳୁଆଡ଼ ପ୍ରତିଯୋଗିତାର ନିୟମାବଳୀ ପାଳନ ନ କଲେ, ସେଥିରେ ସେ କୃତକାର୍ଯ୍ୟ ହୋଇ ପୁରସ୍କାର ଲାଭ କରିପାରିବ ନାହିଁ।</verse>
				<verse number="6">କଠିନ ପରିଶ୍ରମ କରିଥିବା କୃଷକ ଅମଳ ହୋଇଥିବା ଫସଲର ପ୍ରଥମାଂଶ ପାଇବା ଉଚିତ୍।</verse>
				<verse number="7">ମୁଁ ଯାହା କହୁଛି, ମନ ଦେଇ ଚିନ୍ତା କର; ତା’ହେଲେ ଏ ସବୁ ବିଷୟର ତାତ୍ପର୍ଯ୍ୟ ବୁଝିବାକୁ ପ୍ରଭୁ ତୁମକୁ ଶକ୍ତି ଦେବେ।</verse>
				<verse number="8">ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁଯାୟୀ ଯେଉଁ ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ ଦାଉଦ ରାଜାଙ୍କ ବଂଶଧର, ତାଙ୍କୁ ସ୍ମରଣ କର।</verse>
				<verse number="9">ଏହି ସୁସମାଚାର ପ୍ରଚାର କରିବାରୁ ମୁଁ ଅପରାଧୀ ପରି ଶୃଙ୍ଖଳବଦ୍ଧ ହୋଇ କଷ୍ଟ ଭୋଗ କରୁଛି। କିନ୍ତୁ ଈଶ୍ୱରଙ୍କ ବାଣୀକୁ କେହି ଶୃଙ୍ଖଳବଦ୍ଧ କରିପାରିବେ ନାହିଁ।</verse>
				<verse number="10">ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।</verse>
				<verse number="11">ଏ କଥା ଏକ ନିରାଟ ସତ୍ୟ: ତାଙ୍କ ସହିତ ଆମ୍ଭେମାନେ ଯଦି ମୃତ୍ୟୁଭୋଗ କରିଛୁ, ତାଙ୍କ ସହିତ ସଜୀବ ହୋଇ ମଧ୍ୟ ରହିବୁ।</verse>
				<verse number="12">କଷ୍ଟଭୋଗରେ ଯଦି ଅବିଚଳିତ ରହିଥିବୁ, ତାଙ୍କ ସହିତ ଆମ୍ଭେମାନେ ରାଜତ୍ୱ କରିବୁ। ତାଙ୍କୁ ଅସ୍ୱୀକାର କଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ।</verse>
				<verse number="13">କିନ୍ତୁ ତାଙ୍କ ପ୍ରତି ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ, ସେ ସଦା ବିଶ୍ୱସ୍ତ ରହିବେ, କାରଣ ସେ ନିଜ ବିରୁଦ୍ଧରେ ମିଥ୍ୟାଚରଣ କରି ପାରିବେ ନାହିଁ।</verse>
				<verse number="14">ତୁମ ମଣ୍ଡଳୀର ଲୋକମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରାଇ ଦିଅ ଏବଂ ଶାସ୍ତ୍ରର ଶବ୍ଦାର୍ଥ ବିଷୟରେ ବୃଥା ବାଗ୍ୟୁଦ୍ଧ ନ କରିବାକୁ ସେମାନଙ୍କୁ ସତର୍କ କରିଦିଅ। ଏଭଳି ବାଗ୍ୟୁଦ୍ଧ କାହାରି କିଛି ମଙ୍ଗଳ କରେ ନାହିଁ - ବରଂ ଯେଉଁମାନେ ସେଥିରେ କର୍ଣ୍ଣପାତ କରନ୍ତି, ସେମାନଙ୍କର ସର୍ବନାଶ ହୁଏ।</verse>
				<verse number="15">ତୁମେ ଲଜ୍ଜାବୋଧ ନ କରି ଯଥାଶକ୍ତି ନିର୍ଭୁଲ ଭାବରେ ଈଶ୍ୱରଙ୍କ ସତ୍ୟବାର୍ତ୍ତା ପରିବେଷଣ କର; ତାହାହେଲେ, ଜଣେ ବିଶ୍ୱସ୍ତ କର୍ମୀ ରୂପେ ତୁମେ ଈଶ୍ୱରଙ୍କ ପୂର୍ଣ୍ଣ ସମର୍ଥନ ଲାଭ କରିବ।</verse>
				<verse number="16">ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।</verse>
				<verse number="17">ଯେଉଁମାନେ ଏହିଭଳି ବାକ୍ୟାଳାପ କରନ୍ତି, ସେମାନଙ୍କ ଶିକ୍ଷା ଗଚ୍ଚିତ କ୍ଷତ ପରି କ୍ଷୟକାରୀ - ସେମାନଙ୍କ ମଧ୍ୟରେ ଅଛନ୍ତି ହୁମନାୟ ଓ ଫିଲିତ।</verse>
				<verse number="18">ସେମାନେ ସତ୍ୟପଥରୁ ବିଚ୍ୟୁତ ହୋଇଛନ୍ତି ଏବଂ ଏ ଜୀବନରେ ପୁନରୁତ୍ଥାନ ଘଟିଯାଉଛି ବୋଲି ଶିକ୍ଷା ଦେଇ କେତେକ ଧର୍ମବିଶ୍ୱାସକୁ ବିପର୍ଯ୍ୟସ୍ତ କରୁଛନ୍ତି।</verse>
				<verse number="19">କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”</verse>
				<verse number="20">ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଗୃହରେ ବିଭିନ୍ନ ପ୍ରକାର ପାତ୍ର ମହଜୁଦ୍ ଥାଏ। ସେଥିରୁ କେତୋଟି ମୂଲ୍ୟବାନ- ସୁନା ରୂପାରେ ତିଆରି; ପୁଣି କେତୋଟି ଶସ୍ତା ଦରର - ମାଟି ବା କାଠରେ ତିଆରି। କେତୋଟି ପାତ୍ର ପର୍ବପର୍ବାଣୀ ପ୍ରଭୃତି ଉତ୍ସବ ବେଳେ ବ୍ୟବହୃତ ହୁଏ; ଅନ୍ୟଗୁଡ଼ିକ ଦୈନନ୍ଦିନ କାର୍ଯ୍ୟରେ ଲାଗେ।</verse>
				<verse number="21">ଯେ କେହି ସବୁ ପାପ ମନ୍ଦରୁ ନିଜକୁ ଶୁଚି ରଖେ, ସେ ପ୍ରଭୁଙ୍କ ବିଶେଷ କାର୍ଯ୍ୟରେ ବ୍ୟବହୃତ ହେବ, କାରଣ ସେ ପ୍ରଭୁଙ୍କଠାରେ ଅନୁରକ୍ତ, ତାଙ୍କ ପାଇଁ ସେ ଆବଶ୍ୟକ। ଯେ କୌଣସି ମହତ୍ କାର୍ଯ୍ୟରେ ବିନିଯୁକ୍ତ ହେବା ପାଇଁ ସେ ପ୍ରସ୍ତୁତ।</verse>
				<verse number="22">ଯେଉଁମାନେ ନିର୍ମଳ ହୃଦୟରେ ଈଶ୍ୱରଙ୍କ ସାହାଯ୍ୟ ପ୍ରାର୍ଥନା କରୁଥାନ୍ତି, ସେମାନଙ୍କ ସଂସ୍ପର୍ଶରେ ରହି ତୁମେ ଯୌବନର ଉତ୍ତେଜନାଗୁଡ଼ିକୁ ଆୟତ୍ତ କର - ପୁଣି ଧାର୍ମିକତା, ବିଶ୍ୱସ୍ତତା, ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କର।</verse>
				<verse number="23">ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।</verse>
				<verse number="24">ଈଶ୍ୱରଙ୍କ କର୍ମୀ କଳହ କରିବା ଅନୁଚିତ। ସେ ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଜଣେ ନିପୁଣ ଧୈର୍ଯ୍ୟଶୀଳ ଶିକ୍ଷକ ହେବା ଆବଶ୍ୟକ।</verse>
				<verse number="25">ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କର ଦୋଷତ୍ରୁଟି ସେ ମୃଦୁ ଭାବରେ ଦର୍ଶାଇ ଦେଉଥିବେ, କାରଣ ଅନୁତାପ କରି ସତ୍ୟ ଉପଲବ୍ଧି କରିବାକୁ ହୁଏତ ଦିନେ ଈଶ୍ୱର ସେମାନଙ୍କୁ ଅବକାଶ ଦେବେ।</verse>
				<verse number="26">ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।</verse>
			</chapter>
			<chapter number="3">
				<verse number="1">ମନେରଖ, ଅନ୍ତିମ କାଳରେ ବହୁ ବିପତ୍ତି ଆସି ପହଞ୍ଚିବ।</verse>
				<verse number="2">ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,</verse>
				<verse number="3">ସେମାନେ ହେବେ ନିର୍ଦ୍ଦୟ, ହିଂସ୍ରକ ଓ ଭୟଙ୍କର; ସମସ୍ତ ଉତ୍ତମ ବିଷୟକୁ ଘୃଣା କରିବେ।</verse>
				<verse number="4">ସେମାନେ ଗର୍ବରେ ସ୍ଫୀତ ହୋଇ ବିଶ୍ୱାସଘାତକ ଓ ବିଚାରଶୂନ୍ୟ ହେବେ; ସେମାନେ ଈଶ୍ୱର ଭକ୍ତିଠାରୁ ଆମୋଦ ପ୍ରମୋଦକୁ ଅଧିକ ସୁଖକର ମଣିବେ।</verse>
				<verse number="5">ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।</verse>
				<verse number="6">ଏଭଳି ଲୋକମାନେ କେତେକଙ୍କ ଘରକୁ ଯାଇ ଦୁର୍ବଳମନା ସ୍ତ୍ରୀ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରନ୍ତି - ଯେଉଁ ସ୍ତ୍ରୀ ଲୋକମାନେ ନାନାବିଧ ଲାଳସାର ବଶବର୍ତ୍ତୀ ହୋଇ ନିଜ ପାପ ବୋଝରେ ଅବସନ୍ନ ହୋଇ ପଡ଼ିଥାନ୍ତି।</verse>
				<verse number="7">ଯେଉଁମାନେ ସବୁବେଳେ ସତ୍ୟ ଜାଣିବାକୁ ଚେଷ୍ଟା କରୁଥାଆନ୍ତି, କିନ୍ତୁ ତା’ର ସନ୍ଧାନ ପାଆନ୍ତି ନାହିଁ, ଏଭଳି ସ୍ତ୍ରୀ ଲୋକମାନଙ୍କୁ ସେମାନେ ବଶୀଭୂତ କରନ୍ତି।</verse>
				<verse number="8">ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।</verse>
				<verse number="9">କିନ୍ତୁ ସେମାନେ ବେଶୀ ଆଗେଇ ପାରିବେ ନାହିଁ। ଦିନେ ସମସ୍ତେ ଜାଣିବେ, ସେମାନେ କେଡ଼େ ନିର୍ବୋଧ। ଯନ୍ନୀସ ଓ ଯମ୍ବ୍ରୀସ୍ଙ୍କ ଜୀବନରେ ଯାହା ଘଟିଥିଲା, ସେମାନଙ୍କ ଜୀବନରେ ତାହା ହିଁ ହେବ।</verse>
				<verse number="10">ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।</verse>
				<verse number="11"></verse>
				<verse number="12">ଯେଉଁ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରପରାୟଣ ଜୀବନ ଯାପନ କରିବାକୁ ଇଚ୍ଛା କରିବେ, ସେମାନଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିବ।</verse>
				<verse number="13">କିନ୍ତୁ ଦୁରାଚାରୀ ଓ ପ୍ରବଞ୍ଚକମାନଙ୍କ ଗତି ସର୍ବନାଶ ଆଡ଼କୁ - ସେମାନେ ଅନ୍ୟମାନଙ୍କୁ ଠକାଇ ଶେଷରେ ନିଜେ ଠକି ହୋଇଯିବେ।</verse>
				<verse number="14">କିନ୍ତୁ ଯେଉଁ ସବୁ ସତ୍ୟ ଶିକ୍ଷା କରି ଦୃଢ଼ ଭାବରେ ବିଶ୍ୱାସ କରୁଛ, ସେ ସବୁରେ ତୁମେ ଅଟଳ ରୁହ। ତୁମର ଶିକ୍ଷକମାନେ କିଏ, ତୁମେ ଜାଣିଛ।</verse>
				<verse number="15">ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ।</verse>
				<verse number="16">ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦିବ୍ୟ ପ୍ରେରଣାରେ ପ୍ରଣୀତ- ସତ୍ୟର ଅବତାରଣା ଓ ମିଥ୍ୟାର ପ୍ରତିରୋଧ କରି ଓ ଭ୍ରମ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇ, ସତ୍ଜୀବନ ଯାପନ କରିବାକୁ ଧର୍ମଶାସ୍ତ୍ର ସାହାଯ୍ୟ କରେ।</verse>
				<verse number="17">ଏହି ଧର୍ମଶାସ୍ତ୍ର ସାହାଯ୍ୟରେ ଈଶ୍ୱରଙ୍କ ସେବକ ସବୁ ପ୍ରକାର ସତ୍କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଶକ୍ତି ଓ ଯୋଗ୍ୟତା ଲାଭ କରିପାରିବ।</verse>
			</chapter>
			<chapter number="4">
				<verse number="1">ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:</verse>
				<verse number="2">ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।</verse>
				<verse number="3">ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।</verse>
				<verse number="4">ସତ୍ୟ ପ୍ରତି ବିମୁଖ ହୋଇ ସେମାନେ ମନଗଢ଼ା ଗଳ୍ପ କିମ୍ବଦନ୍ତୀ ଶୁଣିବାକୁ ବ୍ୟଗ୍ର ହେବେ।</verse>
				<verse number="5">କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ସଂଯତ କରି ରଖ; ଶୁଭ ବାର୍ତ୍ତାର ପ୍ରଚାରକ ଓ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ରୂପେ ତୁମେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ରୁହ।</verse>
				<verse number="6">ମୋର ଜୀବନକୁ ବଳି ଦେଇ ଏଇ ମରଧାମ ତ୍ୟାଗ କରିବାର ବେଳ ଆସିଲାଣି।</verse>
				<verse number="7">ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।</verse>
				<verse number="8">ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।</verse>
				<verse number="9">ମୋ’ ନିକଟକୁ ଶୀଘ୍ର ଆସିବାକୁ ଯଥାସାଧ୍ୟ ଚେଷ୍ଟା କର।</verse>
				<verse number="10">ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।</verse>
				<verse number="11">କେବଳ ଲୂକ ମୋ’ ନିକଟରେ ଅଛନ୍ତି। ତୁମେ ସାଙ୍ଗରେ ମାର୍କକୁ ନେଇ ଆସିବ; ସେ ମୋତେ ମୋ’ କାର୍ଯ୍ୟରେ ସାହାଯ୍ୟ କରିପାରିବେ।</verse>
				<verse number="12">ତିଖିକସଙ୍କୁ ମୁଁ ଏଫିସସ୍ ପଠାଇଛି।</verse>
				<verse number="13">ଟ୍ରୋୟସ୍ ସହରରେ କାର୍ପସ୍ଙ୍କ ପାଖରେ ମୁଁ ଯେଉଁ ଅଙ୍ଗରଖା ଛାଡ଼ି ଆସିଛି, ତୁମେ ଆସିବା ବେଳେ ତାକୁ ସାଙ୍ଗରେ ନେଇ ଆସିବ। ମୋର ପୁସ୍ତକ ଓ ନଥିପତ୍ରଗୁଡ଼ିକୁ ମଧ୍ୟ ନେଇ ଆସିବ।</verse>
				<verse number="14">କଂସାରି ଅଲେକ୍ଜାଣ୍ଡେର ମୋର ବହୁତ ଅନିଷ୍ଟ କରିଛି - ପ୍ରଭୁଙ୍କଠାରୁ ସେ ନିଜ କର୍ମ ଅନୁସାରେ ଫଳ ପାଇବ।</verse>
				<verse number="15">ଶୁଭ ବାର୍ତ୍ତା ପ୍ରଚାରକୁ ସେ ଘୋର ବିରୋଧ କରୁଥିଲା, ତେଣୁ ତା’ ନିକଟରେ ତୁମେ ସତର୍କତାର ସହିତ ଚଳିବ।</verse>
				<verse number="16">ପ୍ରଥମ ଥର ଯେତେବେଳେ ମୋତେ ନିଜ ପକ୍ଷ ସମର୍ଥନ କରିବାକୁ ପଡ଼ିଥିଲା, କେହି ମୋ’ ନିକଟରେ ରହିଲେ ନାହିଁ, ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ଈଶ୍ୱର ସେମାନଙ୍କର ଏହି ଦୋଷ ନ ଧରନ୍ତିୁ।</verse>
				<verse number="17">କିନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟ ଅନୁଭବ କରି ଅଣଇହୁଦୀମାନଙ୍କ ମଧ୍ୟରେ ଶୁଭ ବାର୍ତ୍ତା ସମ୍ୟକ୍ ପ୍ରଚାର କରିବା ପାଇଁ ମୁଁ ଯଥେଷ୍ଟ ଶକ୍ତି ପାଇଲି ଏବଂ ମୁଁ ପ୍ରାଣଦଣ୍ଡରୁ ମଧ୍ୟ ରକ୍ଷା ପାଇଲି।</verse>
				<verse number="18">ମୋର ବିଶ୍ୱାସ, ପ୍ରଭୁ ମୋତେ ସମସ୍ତ ବିପଦରୁ ରକ୍ଷା କରି ଶେଷରେ ତାଙ୍କ ସ୍ୱର୍ଗରାଜ୍ୟକୁ ନିରାପଦରେ ନେଇଯିବେ। ସେ ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।</verse>
				<verse number="19">ପ୍ରିସ୍କା, ଆକ୍ୱିଲା ଓ ଅନୀସିଫରଙ୍କ ପରିବାରଙ୍କୁ ମୋର ନମସ୍କାର ଜଣାଅ।</verse>
				<verse number="20">ଇଗଷ୍ଟସ୍ କରିନ୍ଥରେ ରହି ଯାଇଛନ୍ତି। ଟ୍ରୋଫିମସ୍ଙ୍କୁ ତାଙ୍କ ଅସୁସ୍ଥତା ଲାଗି ମୁଁ ମିଲିଟସ୍ରେ ଛାଡ଼ି ଆସିଛି।</verse>
				<verse number="21">ଶୀତ ଋତୁ ପୂର୍ବରୁ ଏଠାକୁ ଆସିବା ପାଇଁ ଚେଷ୍ଟା କର। ଇଉବୁଲସ୍, ପୁଦେନସ୍, ଲିନସ୍, କ୍ଲାଦିଆ ଏବଂ ଏଠିକାର ଅନ୍ୟାନ୍ୟ ଖ୍ରୀଷ୍ଟବିଶ୍ୱାସୀ ଭାଇମାନେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି।</verse>
				<verse number="22">ପ୍ରଭୁ ତୁମ ଅନ୍ତରରେ ବାସ କରନ୍ତୁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ରହୁ।</verse>
			</chapter>
		</book>
		<book number="56">
			<chapter number="1">
				<verse number="1">ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।</verse>
				<verse number="2">ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।</verse>
				<verse number="3">ଯଥା ସମୟରେ ଏହି ବାର୍ତ୍ତା ସେ ପ୍ରକାଶ କରିଛନ୍ତି। ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ଆଦେଶରେ ଏହା ଘୋଷଣା କରିବାକୁ ମୋତେ ଦାୟିତ୍ୱ ଦିଆଯାଇଛି।</verse>
				<verse number="4">ମୋର ସମବିଶ୍ୱାସୀ ଓ ଏହି ବିଶ୍ୱାସ ଲାଗି ଯଥାର୍ଥରେ ମୋର ପୁତ୍ର ତୀତସଙ୍କ ନିକଟକୁ ମୁଁ ଏହି ପତ୍ର ଲେଖୁଛି: ପିତା ଈଶ୍ୱର ଓ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="5">ସେଠାରେ କେତୋଟି ବିଷୟର ସୁବ୍ୟବସ୍ଥା କରିବା ପାଇଁ ଏବଂ ଏଥିନିମନ୍ତେ ପ୍ରତ୍ୟେକ ସହରରେ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତା ନିଯୁକ୍ତ କରିବାକୁ ତୁମକୁ ମୁଁ କ୍ରୀଟ୍ରେ ଛାଡ଼ି ଆସିଥିଲି। ଏ ସମ୍ପର୍କରେ ମୋର ନିର୍ଦ୍ଦେଶଗୁଡ଼ିକୁ ସ୍ମରଣ ରଖ,</verse>
				<verse number="6">ମଣ୍ଡଳୀର ନେତା ରୂପେ ନିଯୁକ୍ତ ହେବା ବ୍ୟକ୍ତି ନିଷ୍କଳଙ୍କ ଚରିତ୍ର ହେବା ଆବଶ୍ୟକ। ସେ ଏକପତ୍ନୀକ ହୋଇଥିବେ ଏବଂ ତାଙ୍କ ସନ୍ତାନମାନେ ଧର୍ମବିଶ୍ୱାସୀ ହୋଇଥିବେ; ଉତ୍ସୃଙ୍ଖଳ କିମ୍ବା ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ।</verse>
				<verse number="7">ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।</verse>
				<verse number="8">ସେ ଅତିଥିପରାୟଣ ହୋଇଥିବେ ଏବଂ ସମସ୍ତ ସତ୍ବିଷୟକୁ ସୁଖ ପାଉଥିବେ। ସେ ଆତ୍ମସଂଯତ, ନ୍ୟାୟନିଷ୍ଠ, ଶୁଦ୍ଧପୂତ ଓ ନିୟମାନୁବର୍ତ୍ତୀ ହୋଇଥିବେ।</verse>
				<verse number="9">ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।</verse>
				<verse number="10">ଅନେକେ, ବିଶେଷତଃ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇହୁଦୀମାନେ ବିଦ୍ରୋହ କରି ଅସଙ୍ଗତ କଥା ଦ୍ୱାରା ଅନ୍ୟମାନଙ୍କୁ ପ୍ରତାରଣା କରୁଛନ୍ତି।</verse>
				<verse number="11">ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।</verse>
				<verse number="12">କ୍ରୀଟର ଅଧିବାସୀମାନଙ୍କ ସମ୍ବନ୍ଧରେ ସେମାନଙ୍କର ଜଣେ ଲେଖକ କହିଛନ୍ତି: “କ୍ରୀଟୀୟମାନେ ସର୍ବଦା ମିଥ୍ୟାବାଦୀ, ସେମାନେ ହିଂସ୍ରପଶୁବତ୍; ଶ୍ରମକାତର ଓ ଉଦରମ୍ଭରି।”</verse>
				<verse number="13">ତାଙ୍କର ଏହି ମନ୍ତବ୍ୟ ବାସ୍ତବିକ୍ ଯଥାର୍ଥ। ଅତଏବ, ତୁମେ ସେଭଳି ଲୋକମାନଙ୍କୁ ତୀବ୍ର ଭର୍ତ୍ସନା କର। ହୁଏତ ତଦ୍ଦ୍ୱାରା ସେମାନେ ସରଳ ଧର୍ମବିଶ୍ୱାସ ପ୍ରତି ଫେରି ଆସିବେ।</verse>
				<verse number="14">ସତ୍ୟକୁ ପ୍ରତ୍ୟାଖ୍ୟାନ କରୁଥିବା ମନୁଷ୍ୟର ବିଧିବିଧାନ ଓ ଇହୁଦୀମାନଙ୍କର କପୋଳକଳ୍ପିତ କିମ୍ବଦନ୍ତୀଗୁଡ଼ିକୁ ବର୍ଜନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ।</verse>
				<verse number="15">ନିର୍ମଳ ଚରିତ୍ର ସାଧୁ ଲୋକମାନଙ୍କ ଦୃଷ୍ଟିରେ ସକଳ ବିଷୟ ପବିତ୍ର; କିନ୍ତୁ କଳୁଷିତ ଅବିଶ୍ୱାସୀମାନେ କୌଣସି ବିଷୟର ପବିତ୍ରତା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନଙ୍କର ମନ ଓ ବିବେକ କଳୁଷିତ।</verse>
				<verse number="16">ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।</verse>
			</chapter>
			<chapter number="2">
				<verse number="1">ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।</verse>
				<verse number="2">ବୟୋଜ୍ୟେଷ୍ଠମାନଙ୍କୁ ମିତାଚାରୀ, ବିଚାରବନ୍ତ ଓ ଆତ୍ମସଂଯମୀ ହେବାକୁ ଅନୁରୋଧ କର; ସେମାନେ ଯଥାର୍ଥ ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ପରିପୂର୍ଣ୍ଣ ହୁଅନ୍ତୁ।</verse>
				<verse number="3">ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।</verse>
				<verse number="4">ଯୁବତୀମାନଙ୍କୁ ପବିତ୍ରତା, ସନ୍ତାନବତ୍ସଳା, ସଂଯମୀ, ସଚ୍ଚରିତ୍ରା, ସୁଗୃହିଣୀ ଓ କରୁଣାମୟୀ ହୋଇ ସାମ୍ବୀଙ୍କର ବଶୀଭୂତା ହେବାକୁ ବୟସ୍କାମାନେ ପ୍ରେରଣା ଦିଅନ୍ତୁ। ତା’ହେଲେ, ଆମକୁ ପ୍ରଦତ୍ତ ହୋଇଥିବା ଐଶ୍ୱରିକ ବାର୍ତ୍ତା ବିରୁଦ୍ଧରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।</verse>
				<verse number="5"></verse>
				<verse number="6">ଯୁବକମାନଙ୍କୁ ଆତ୍ମସଂଯତ ହେବାକୁ ଶିକ୍ଷା ଦିଅ।</verse>
				<verse number="7">ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।</verse>
				<verse number="8"></verse>
				<verse number="9">ଦାସମାନେ ମୁନିବମାନଙ୍କର ବାଧ୍ୟ ହୋଇ ସବୁ ବିଷୟରେ ସେମାନଙ୍କୁ ଆପ୍ୟାୟିତ କରନ୍ତୁ; ମୁନିବମାନଙ୍କର କଥାରେ ପ୍ରତିବାଦ କରନ୍ତୁ ନାହିଁ।</verse>
				<verse number="10">ସେମାନେ ଚୋରି ନ କରି, ସବୁବେଳେ ନିଜର ସାଧୁତା ଓ ବିଶ୍ୱସ୍ତତାର ପରିଚୟ ଦିଅନ୍ତୁ। ତାହାହେଲେ, ସେମାନଙ୍କ ସମସ୍ତ କାର୍ଯ୍ୟକଳାପରେ ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ବିଷୟରେ ଆମ ଧର୍ମଶିକ୍ଷାକୁ ଗୌରବାନ୍ୱିତ କରିବେ।</verse>
				<verse number="11">ସମସ୍ତ ମାନବ ଜାତିର ମୁକ୍ତି ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହ ପ୍ରକାଶ କରିଛନ୍ତି।</verse>
				<verse number="12">ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,</verse>
				<verse number="13">ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।</verse>
				<verse number="14">ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।</verse>
				<verse number="15">ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।</verse>
			</chapter>
			<chapter number="3">
				<verse number="1">ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।</verse>
				<verse number="2">କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ।</verse>
				<verse number="3">ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।</verse>
				<verse number="4">କିନ୍ତୁ ମୁକ୍ତିଦାତା ଈଶ୍ୱର ନିଜେ ଆମ୍ଭମାନଙ୍କ ପ୍ରତି ତାଙ୍କର ଦୟା ଓ ପ୍ରେମ ପ୍ରକାଶ କରି ଆମକୁ ରକ୍ଷା କରିଛନ୍ତି। ଆମ ସତ୍କର୍ମର ଫଳ ସ୍ୱରୂପ ଏହା ହୋଇନାହିଁ। କେବଳ ତାଙ୍କ ଅନୁଗ୍ରହରେ ପବିତ୍ର ଆତ୍ମାଙ୍କ ସ୍ପର୍ଶ ଦ୍ୱାରା ଆମ ପାପ ସବୁ ଧୋଇ ହୋଇଯାଇଛି ଏବଂ ଆମେ ନୂତନ ଜନ୍ମ ଲାଭ କରି ପରିତ୍ରାଣ ପାଇଛୁ।</verse>
				<verse number="5"></verse>
				<verse number="6">ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏସବୁ ସମ୍ଭବ ହୋଇଛି। ତାଙ୍କ ଲାଗି ଈଶ୍ୱର ଆମ୍ଭମାନଙ୍କୁ ପ୍ରଚୁର ପରିମାଣରେ ପବିତ୍ର ଆତ୍ମାଙ୍କର ଶକ୍ତିଦାନ କରିଛନ୍ତି।</verse>
				<verse number="7">ତାଙ୍କ ଅନୁଗ୍ରହରୁ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ, ଆମ୍ଭମାନଙ୍କ ଭରସା ଅନୁଯାୟୀ ଅନନ୍ତ ଜୀବନରେ ପ୍ରବେଶ କରିବାକୁ ସୁଯୋଗ ପାଇଛୁ।</verse>
				<verse number="8">ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।</verse>
				<verse number="9">ଅବାନ୍ତର ଯୁକ୍ତିତର୍କ, ପୂର୍ବପୁରୁଷମାନଙ୍କର ଦୀର୍ଘ ନାମ ତାଲିକା ଓ ଶାସ୍ତ୍ରାର୍ଥ ନେଇ ଅଯଥା ବାକ୍ବିତଣ୍ଡା, କଳହ ଓ ବିବାଦ ସବୁ ପରିହାର କର। ଏହା ମୂଲ୍ୟହୀନ ଓ ନିରର୍ଥକ।</verse>
				<verse number="10">ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଦୁଇ ଥର ସତର୍କବାଣୀ ଶୁଣାଇ ଦିଅ। ତେବେ ସୁଦ୍ଧା ସେ ଯଦି ନ ଶୁଣେ, ତା’ ସହିତ ସମ୍ପର୍କ ତୁଟାଇ ଦିଅ।</verse>
				<verse number="11">ତୁମେ ଜାଣିଛ, ଏଭଳି ବ୍ୟକ୍ତି କିପରି ଦୁର୍ନୀତିଗ୍ରସ୍ତ - ତା’ର କାର୍ଯ୍ୟକଳାପ ଦ୍ୱାରା ସେ ଆପଣାକୁ ପାପିଷ୍ଠ ବୋଲି ନିଜେ ପ୍ରମାଣିତ କରେ।</verse>
				<verse number="12">ମୁଁ ଯେତେବେଳେ ତୁମ ନିକଟକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି, ତୁମେ ନିକପଲିକୁ ଆସିବା ପାଇଁ ଯଥାସାଧ୍ୟ ଚେଷ୍ଟା କର - ସେଠାରେ ମୁଁ ଶୀତଋତୁ କଟାଇବାକୁ ସ୍ଥିର କରିଛି।</verse>
				<verse number="13">ଶାସ୍ତ୍ରଗୁରୁ ଜୀନା ଓ ଆପୋଲୋଭ୍କ ପର୍ଯ୍ୟଟନ ପାଇଁ ଯାହା ଯାହା ଆବଶ୍ୟକ, ସବୁ ଯୋଗାଇ ଦେଇ, ଯାତ୍ରାରମ୍ଭ କରିବାକୁ ସେମାନଙ୍କୁ ସାହାଯ୍ୟ କର।</verse>
				<verse number="14">ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।</verse>
				<verse number="15">ଏଠାରେ ମୋ’ ସାଙ୍ଗରେ ଥିବା ସମସ୍ତେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି। ସମବିଶ୍ୱାସୀ ବନ୍ଧୁମାନଙ୍କୁ ଆମର ଶୁଭେଚ୍ଛା ଜଣାଇଦିଅ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟବର୍ତ୍ତୀ ହେଉ।</verse>
			</chapter>
		</book>
		<book number="57">
			<chapter number="1">
				<verse number="1">ଯୀଶୁ ଖ୍ରୀଷ୍ଟଙ୍କ ଲାଗି କାରାବରଣ କରିଥିବା ପାଉଲ ଓ ଭ୍ରାତା ତୀମଥିଙ୍କଠାରୁ, ବନ୍ଧୁ ଓ ସହକର୍ମୀ ଫିଲୀମନ,</verse>
				<verse number="2">ତାଙ୍କ ଗୃହରେ ସମବେତ ହେଉଥିବା ଉପାସକ ମଣ୍ଡଳୀ, ଭଗିନୀ ଅପ୍ପିୟା ଓ ଖ୍ରୀଷ୍ଟଧର୍ମ ସଂଗ୍ରାମରେ ଆମ୍ଭମାନଙ୍କର ସହଯୋଗୀ ଅଖିପ୍ପଙ୍କ ନିକଟକୁ ପତ୍ର: -</verse>
				<verse number="3">ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।</verse>
				<verse number="4">ପ୍ରତ୍ୟେକ ଥର ମୁଁ ପ୍ରାର୍ଥନା କରିବା ବେଳେ ତୁମକୁ ସ୍ମରଣ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ,</verse>
				<verse number="5">କାରଣ ମୁଁ ଶୁଣିଛି, ପ୍ରଭୁ ଯୀଶୁଙ୍କଠାରେ ତୁମର କେଡ଼େ ବିଶ୍ୱାସ ଓ ଈଶ୍ୱରପରାୟଣ ଲୋକମାନଙ୍କ ପ୍ରତି ତୁମର କେତେ ପ୍ରେମ!</verse>
				<verse number="6">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତହେବା ଦ୍ୱାରା ଆମେ ଜୀବନରେ ଯେଉଁ ସମସ୍ତ ଆଶୀର୍ବାଦ ପାଇଛୁ, ଖ୍ରୀଷ୍ଟବିଶ୍ୱାସୀ ଭାବରେ ତୁମ ସହିତ ଆମର ସାହସଚର୍ଯ୍ୟ ସେ ସବୁର ଗଭୀର ତାତ୍ପର୍ଯ୍ୟ ବୁଝିବା ପାଇଁ ତୁମକୁ ସାହାଯ୍ୟ କରୁ ଏହା ମୋର ପ୍ରାର୍ଥନା।</verse>
				<verse number="7">ପ୍ରିୟ ଭାଇ, ତୁମର ସ୍ନେହ ମୋତେ ଅଶେଷ ଆନନ୍ଦ ଦେଇଛି ଓ ଉତ୍ସାହିତ ମଧ୍ୟ କରିଛି; କାରଣ ତୁମେ ପ୍ରଭୁଙ୍କ ଲୋକମାନଙ୍କ ହୃଦୟରେ ଆନନ୍ଦ ଭରି ଦେଇଛ।</verse>
				<verse number="8">ଏଣୁ ତୁମର ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପେ ତୁମର କର୍ତ୍ତବ୍ୟ ବିଷୟରେ ନିର୍ଦ୍ଦେଶ ଦେବାକୁ ମୋର ସାହସ ଅଛି।</verse>
				<verse number="9">କିନ୍ତୁ ତୁମ ପ୍ରତି ମୋର ସ୍ନେହ ଥିବାରୁ କେବଳ ଅନୁରୋଧ କରିବି। ଯଦିଓ ମୁଁ ପାଉଲ, ଯୀଶୁ ଖ୍ରୀଷ୍ଟଙ୍କର ରାଜଦୂତ ଏବଂ ତାଙ୍କ ପାଇଁ ବର୍ତ୍ତମାନ ବନ୍ଦୀ,</verse>
				<verse number="10">ତଥାପି ମୁଁ ବିନୟ ପୂର୍ବକ ଏହା କହୁଛି। ଏହି ବନ୍ଦୀ ଅବସ୍ଥାରେ ମୁଁ ଯାହାଙ୍କୁ ଖ୍ରୀଷ୍ଟଙ୍କ ଯୋଗୁଁ ନିଜ ପୁତ୍ର ସ୍ୱରୂପେ ପାଇଛି, ସେହି ଅନୀସିମସ୍ ପାଇଁ ମୋର ଏହି ଅନୁରୋଧ।</verse>
				<verse number="11">ଦିନେ ଅନୀସିମସ୍ ତୁମ ପାଇଁ ଅଦରକାରୀ ଥିଲା; କିନ୍ତୁ ବର୍ତ୍ତମାନ ସେ ତୁମର ଓ ମୋର ବିଶେଷ ଉପକାରରେ ଆସିବ।</verse>
				<verse number="12">ଏବେ ତାଙ୍କୁ ତୁମ ନିକଟକୁ ପଠାଇ ଦେବା ବେଳେ ମୋ’ ହୃଦୟ ବିଦୀର୍ଣ୍ଣ ହୋଇଗଲା ପରି ଲାଗୁଛି।</verse>
				<verse number="13">ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରିବା ହେତୁ ମୁଁ ଏ ବନ୍ଦୀଶାଳାରେ ରହିଛି। ଏଠାରେ ଥିବା ଯାଏ ତୁମ ପରିବର୍ତ୍ତେ ତାକୁ ମୋ’ କାର୍ଯ୍ୟରେ ଲଗାଇବାକୁ ମୋର ଇଚ୍ଛା ଥିଲା।</verse>
				<verse number="14">କିନ୍ତୁ ଏ ବିଷୟରେ ମୋତେ ସାହାଯ୍ୟ କରିବା ପାଇଁ ତୁମକୁ ବାଧ୍ୟ କରିବି ନାହିଁ - ବରଂ ସ୍ୱେଚ୍ଛାରେ ତୁମେ ତାହା କରିପାର। ସେ ଯାହାହେଉ, ତୁମ ସମ୍ମତି ବିନା ମୁଁ କିଛି କରିବାକୁ ଚାହେଁ ନାହିଁ।</verse>
				<verse number="15">ହୁଏତ ଚିରଦିନ ତୁମର ହୋଇ ରହିବ ବୋଲି, ଅନୀସିମସ୍ କିଛି ଦିନ ତୁମକୁ ଛାଡ଼ି ଚାଲି ଯାଇଥିଲା।</verse>
				<verse number="16">କିନ୍ତୁ ମନେରଖ, ସେ ଏବେ କେବଳ ଏକ କ୍ରୀତଦାସ ନୁହେଁ। ଖ୍ରୀଷ୍ଟଙ୍କ ବିଶ୍ୱାସୀ ସ୍ୱରୂପେ ସେ ଏବେ ଆମର ଜଣେ ଭାଇ। ମୋ’ ଦୃଷ୍ଟିରେ ବର୍ତ୍ତମାନ ସେ କେଡ଼େ ଉପକାରୀ! ତୁମର ଜଣେ ଦାସ ଓ ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପେ ସେ ତୁମ ପାଇଁ ଆହୁରି କେଡ଼େ ଉପକାରୀ ନ ହେବ!</verse>
				<verse number="17">ତେଣୁ ମୋତେ ଯଦି ତୁମର ସହଯୋଗୀ ବୋଲି ମନେ କରୁଥାଅ, ମୋତେ ଯେପରି ସ୍ୱାଗତ କରି ଥାଆନ୍ତ, ତାକୁ ସେପରି ଗ୍ରହଣ କର।</verse>
				<verse number="18">ସେ ଯଦି ତୁମର କିଛି କ୍ଷତି କରିଥାଏ, କିମ୍ବା ତୁମକୁ ତା’ର କିଛି ଦେବାର ଥାଏ, ତାହା ମୋ’ ହିସାବରେ ଲେଖି ଦିଅ।</verse>
				<verse number="19">ଏହି ଦେଖ, ମୁଁ ସ୍ୱହସ୍ତରେ ଲେଖି ଦେଉଛି: “ମୁଁ, ପାଉଲ, ନିଶ୍ଚୟ ତାହା ପରିଶୋଧ କରିବି।” (ଅବଶ୍ୟ ତୁମକୁ ମୁଁ ସ୍ମରଣ କରାଇ ଦେବା ଅନାବଶ୍ୟକ ଯେ, ତୁମର ଅନ୍ତରାତ୍ମା ପାଇଁ ମଧ୍ୟ ତୁମେ ମୋ’ଠାରେ ଋଣୀ।)</verse>
				<verse number="20">ତେଣୁ ଭାଇ! ମୋ” ପରି ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇକୁ ପ୍ରଭୁଙ୍କ ଲାଗି ଅନୁଗୃହୀତ କର - ଏହାଦ୍ୱାରା ମୁଁ ବିଶେଷ ଉତ୍ସାହିତ ହେବି।</verse>
				<verse number="21">ତୁମେ ମୋର ଅନୁରୋଧ ରକ୍ଷା କରିବ ବୋଲି ନିଶ୍ଚିତଭାବେ ଜାଣି, ମୁଁ ଏ ପତ୍ର ଲେଖୁଛି। ବାସ୍ତବିକ ମୁଁ ଜାଣେ, ତୁମଠାରୁ ମୁଁ ଯେତିକି ଅପେକ୍ଷା କରୁଛି, ତୁମେ ମୋ’ ପାଇଁ ତା’ଠାରୁ ଅଧିକ କରିବ।</verse>
				<verse number="22">ଏହା ସହିତ ମୋର ଆଉ ଏକ ଅନୁରୋଧ, ସେଠାରେ ମୋ’ ପାଇଁ ଗୋଟିଏ କୋଠରୀ ପ୍ରସ୍ତୁତ କରି ରଖ। ମୋର ବିଶ୍ୱାସ, ତୁମ ପ୍ରାର୍ଥନା ଫଳରେ ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।</verse>
				<verse number="23">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋ’ ସହିତ କାରାବରଣ କରୁଥିବା ଏପାଫ୍ରା ଓ ମୋର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ତୁମକୁ ନମସ୍କାର ଜଣାଉଛନ୍ତି।</verse>
				<verse number="24"></verse>
				<verse number="25">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।</verse>
			</chapter>
		</book>
		<book number="58">
			<chapter number="1">
				<verse number="1">ଅତୀତରେ ଈଶ୍ୱର ବିଭିନ୍ନ ସମୟରେ ଓ ବିଭିନ୍ନ ଉପାୟରେ ଭାବବାଦୀମାନଙ୍କ ଦ୍ୱାରା ଆମ ପିତୃପୁରୁଷମାନଙ୍କୁ ବାର୍ତ୍ତା ଦେଇଥିଲେ।</verse>
				<verse number="2">କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।</verse>
				<verse number="3">ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।</verse>
				<verse number="4">ସେ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଯେପରି ଶ୍ରେଷ୍ଠ, ତାଙ୍କର ନାମ ମଧ୍ୟ ସେହିପରି ସେମାନଙ୍କ ନାମ ଅପେକ୍ଷା ମହତ୍ତର,</verse>
				<verse number="5">କାରଣ କେବେ ହେଲେ ଈଶ୍ବର କୌଣସି ଦୂତଙ୍କୁ କହି ନାହାନ୍ତି: “ତୁମେ ମୋର ପୁତ୍ର, ଆଜିଠାରୁ ମୁଁ ତୁମର ପିତା ହେଲି”; କିମ୍ବା ଈଶ୍ୱର କୌଣସି ଦୂତ ସମ୍ପର୍କରେ କହି ନାହାନ୍ତି, “ମୁଁ ତାହାର ପିତା ଏବଂ ସେ ମୋର ପୁତ୍ର।”</verse>
				<verse number="6">କିନ୍ତୁ ଈଶ୍ୱର ତାଙ୍କ ପ୍ରଥମଜାତ ପୁତ୍ରଙ୍କୁ ଏହି ଜଗତକୁ ପଠାଇଲା ବେଳେ ଏହା କହିଥିଲେ, “ଈଶ୍ୱରଙ୍କ ଦୂତଗଣ ତାଙ୍କପର ପୂଜା କରିବେ।”</verse>
				<verse number="7">ଅଥଚ ସ୍ୱର୍ଗଦୂତମାନଙ୍କ ସମ୍ବନ୍ଧରେ ଈଶ୍ୱର ଏହି କଥା କହିଛନ୍ତି; “ଈଶ୍ୱର ଆପଣା ଦୂତମାନଙ୍କୁ ବାୟୁ ତୁଲ୍ୟ ଓ ଆପଣା ସେବକମାନଙ୍କୁ ଅଗ୍ନିଶିଖା ପରି କରିଛନ୍ତି।”</verse>
				<verse number="8">ତାଙ୍କ ପୁତ୍ରଙ୍କ ସମ୍ପର୍କରେ ସେ କହିଥିଲେ, “ହେ ଈଶ୍ୱର, ତୁମର ରାଜ୍ୟ ଚିରକାଳ ସ୍ଥାୟୀ! ତୁମେ ନ୍ୟାୟଦଣ୍ଡରେ ତୁମ ଲୋକମାନଙ୍କୁ ଶାସନ କରୁଛ।</verse>
				<verse number="9">ତୁମେ ଧାର୍ମିକତାକୁ ଭଲ ପାଅ ଓ ଅନ୍ୟାୟ ଘୃଣା କର। ସେଥିପାଇଁ ତୁମ ଈଶ୍ୱର ତୁମକୁ ମନୋନୀତ କରିଛନ୍ତି। ଏବଂ ତୁମ ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକତର ସମ୍ମାନ ଦେଇ ଆନନ୍ଦ ପ୍ରଦାନ କରିଛନ୍ତି।”</verse>
				<verse number="10">ସେ ଆହୁରି ମଧ୍ୟ କହିଛନ୍ତି, “ହେ ପ୍ରଭୁ, ତୁମେ ଆଦ୍ୟରେ ପୃଥିବୀ ସୃଷ୍ଟି କଲ ଏବଂ ଆପଣା ହସ୍ତ ଦ୍ୱାରା ଆକାଶମଣ୍ଡଳ ସୃଷ୍ଟି କଲେ।</verse>
				<verse number="11">ସେ ସମସ୍ତ ଦିନେ ଲୋପ ପାଇବ। ମାତ୍ର ତୁମେ ନିତ୍ୟସ୍ଥାୟୀ। ସେମାନେପୁରାତନ ବସ୍ତ୍ର ସଦୃଶ କ୍ଷୟ ପାଇବେ।</verse>
				<verse number="12">ପୋଷାକ ସଜାଡ଼ିଲା ଭଳି ତୁମେ ସେ ସବୁ ସଜାଡ଼ି ରଖିବ ଏବଂ ବସ୍ତ୍ର ବଦଳାଇବା ପରି ପରିବର୍ତ୍ତନ କରିବ। କିନ୍ତୁ ସ୍ୱୟଂ ତୁମେ ଅପରିବର୍ତ୍ତନୀୟ ଓ ଅନନ୍ତ।”</verse>
				<verse number="13">ଈଶ୍ୱର ତାଙ୍କର କୌଣସି ଦୂତଙ୍କୁ କେବେ କହି ନାହାନ୍ତି; “ମୁଁ ତୁମର ଶତ୍ରୁମାନଙ୍କୁ ତୁମର ପଦାନତ ନ କରିବା ପର୍ଯ୍ୟନ୍ତ ତୁମେ ମୋର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।”</verse>
				<verse number="14">ତେବେ ସ୍ୱର୍ଗଦୂତମାନେ କିଏ? ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେବକ, ପରିତ୍ରାଣପ୍ରାର୍ଥୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଆତ୍ମାଗଣ।</verse>
			</chapter>
			<chapter number="2">
				<verse number="1">ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।</verse>
				<verse number="2">ଆମ ପୂର୍ବପୁରୁଷମାନଙ୍କୁ ସ୍ୱର୍ଗଦୂତମାନେ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି, ଯେଉଁମାନେ ତାହାକୁ ଅବଜ୍ଞା କରି ପାଳନ କରି ନାହାଁନ୍ତି, ସେମାନେ ସୁମୁଚିତ ଦଣ୍ଡ ପାଇଛନ୍ତି।</verse>
				<verse number="3">ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।</verse>
				<verse number="4">ଆହୁରି ମଧ୍ୟ, ଈଶ୍ୱର ନାନା ଅଲୌକିକ କାର୍ଯ୍ୟ ଓ ଅପୂର୍ବ ଘଟଣା ଦ୍ୱରା ସେହି ସବୁ ବାର୍ତ୍ତା ସତ୍ୟ ବୋଲି ନିଦର୍ଶନ ଦେଇଛନ୍ତି ଏବଂ ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଦାନସମୂହ ବିତରଣ କରିଛନ୍ତି।</verse>
				<verse number="5">ଈଶ୍ୱର ଯେଉଁ ନୂତନ ଜଗତ ସୃଷ୍ଟି କରିବେ ଓ ଯେଉଁ ଜଗତର କଥା ଆମ୍ଭେମାନେ କହୁଛୁ, ତାହାର ଅଧିପତି ଭାବରେ ସେ ସ୍ୱର୍ଗଦୂତମାନଙ୍କୁ ନିଯୁକ୍ତ କରି ନାହାଁନ୍ତି।</verse>
				<verse number="6">ବରଂ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: “ହେ ଈଶ୍ବର, ମନୁଷ୍ୟ କିଏ ଯେ, ତୁମେ ତାହା ନିମନ୍ତେ ଚିନ୍ତା କରିଥାଅ ଏବଂ ମନୁଷ୍ୟ ଏତେ ନଗଣ୍ୟ ହେଲେ ଦୁଦ୍ଧା ତୁମେ ତାହାର ତତ୍ତ୍ୱ ନେଇଥାଅ?</verse>
				<verse number="7">ତୁମେ ତାକୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ମାତ୍ର ନ୍ୟୁନ କରି ରଖିଛ, ତୁମେ ତାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୁଷିତ କରିଛ</verse>
				<verse number="8">ଏବଂ ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ ଦେଇଛ।” ଏଠାରେ ଲେଖାଅଛି, ଈଶ୍ୱର ମନୁଷ୍ୟକୁ “ସମସ୍ତ ବିଷୟ ଉପରେ କତ୍ତ୍ୱର୍ତ୍ୱ ଦେଇଛନ୍ତି।” ଏଥିରୁ ସୁସ୍ପଷ୍ଟ ଯେ, ସମସ୍ତ ବିଷୟ ତାହାର ଆଧିପତ୍ୟର ଅନ୍ତର୍ଭୁକ୍ତ। ଅବଶ୍ୟ ଆମେ ଜାଣୁ, ମନୁଷ୍ୟ ବର୍ତ୍ତମାନ ସମସ୍ତ ବିଷୟ ଉପରେ ଅଧିପତ୍ୟ କରୁନାହିଁ।</verse>
				<verse number="9">କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।</verse>
				<verse number="10">ସଚରାଚର ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ବର ତାଙ୍କର ଅଗଣିତ ସନ୍ତାନମାନଙ୍କୁ ଯୀଶୁଙ୍କ ଗୌରବରେ ଭାଗୀ କରାଇବା ନିମନ୍ତେ, ମୃତ୍ୟୁଭୋଗ ଦ୍ୱାରା ଯୀଶୁଙ୍କୁ ସିଦ୍ଧ କରି ଯଥୋଚିତ କାର୍ଯ୍ୟ କରିଛନ୍ତି। କାରଣ ଯୀଶୁ ହିଁ ପରିତ୍ରାଣ ପଥରେ ସେମାନଙ୍କୁ କଢ଼ାଇ ନିଅନ୍ତି।</verse>
				<verse number="11">ସେ ମନୁଷ୍ୟମାନଙ୍କୁ ପାପରୁ ଶୁଚି କରନ୍ତି। ପୁଣି, ତାଙ୍କର ତଥା ତାଙ୍କ ଦ୍ୱାରା ପବିତ୍ରୀକୃତ ମନୁଷ୍ୟମାନଙକର ପିତା ଏକ। ସେଥିପାଇଁ ଯୀଶୁ ସେମାନଙ୍କୁ ଭ୍ରାତା ବୋଲି ସମ୍ବୋଧନ କରିବାକୁ ଲଜ୍ଜିତ ନୁହଁନ୍ତି।</verse>
				<verse number="12">ସେ ଈଶ୍ୱରଙ୍କୁ କହିଛନ୍ତି: “ହେ ଈଶ୍ୱର, ମୁଁ ତୁମର ସମସ୍ତ କାର୍ଯ୍ୟ ମୋର ଭାଇମାନଙ୍କୁ ଜଣାଇବି। ମୁଁ ସେମାନଙ୍କ ସମାବେଶରେ ତୁମର ପ୍ରଶଂସା ଗାନ କରିବି।”</verse>
				<verse number="13">ସେ ଏହା ମଧ୍ୟ କହିଛନ୍ତି, “ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବି” ଓ “ଈଶ୍ୱର ମୋତେ ଯେଉଁ ସନ୍ତାନମାନଙ୍କୁ ଦେଇଛନ୍ତି, ସେମାନେ ମୋ’ ସହିତ ଅଛନ୍ତି।”</verse>
				<verse number="14">ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।</verse>
				<verse number="15">ଏହାଦ୍ୱାରା ଅଜୀବନ ମୃତ୍ୟୁ ଭୟରୂପ ଦାସତ୍ୱ ବନ୍ଧନରେ ଥିବା ମନୁଷ୍ୟମାନଙ୍କୁ ସେ ମୁକ୍ତି ଦେଇଛନ୍ତି।</verse>
				<verse number="16">ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ସେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରନ୍ତି ନାହିଁ, ବରଂ ଶାସ୍ତ୍ରାକ୍ତି ଅନୁସାରେ, “ସେ ଅବ୍ରାହାମଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରନ୍ତି।”</verse>
				<verse number="17">ଏହାର ଅର୍ଥ ହେଉଛି, ସବୁ ବିଷୟରେ ତାଙ୍କର ଭ୍ରାତାମାନଙ୍କ ସଦୃଶ ହେବା ତାଙ୍କର ପ୍ରୟୋଜନ ଥିଲା, ଯାହା ଫଳରେ ସେ ସେମାନଙ୍କର ବିଶ୍ୱସ୍ତ ଓ ଦୟାଳୁ ମହାଯାଜକ ହୋଇ ଈଶ୍ବରଙ୍କ ସେବା କରିପାରିବେ ଏବଂ ମନୁଷ୍ୟମାନେ ପାପକ୍ଷମା ପାଇବେ।</verse>
				<verse number="18">ସେ ନିଜେ ପ୍ରଲୋଭନର ସମ୍ମୁଖୀନ ହୋଇ ଦୁଃଖଭୋଗ କରିଥିବାରୁ, ପ୍ରଲୋଭନର ପତିତ ମନୁଷ୍ୟମାନଙ୍କୁ ସାହାଯ୍ୟ କରିପାରନ୍ତି।</verse>
			</chapter>
			<chapter number="3">
				<verse number="1">ଖ୍ରୀଷ୍ଟବିଶ୍ବାସୀ ଭାଇମାନେ, ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆହୂତ! ତୁମ୍ଭେମାନେ ଯୀଶୁଙ୍କୁ ବିଷୟ ଚିନ୍ତା କର, ସେ ଆମ୍ଭମାନଙ୍କର ଧର୍ମବିଶ୍ୱାସର ମହାଯାଜକ ହେବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ।</verse>
				<verse number="2">ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱାସ୍ତ ଭାବରେ କାର୍ଯ୍ୟ କରିଥିଲେ, ଈଶ୍ବରଭ୍କ ମନୋନୀତ ଯୀଶୁ ସେହିପରି ଏହି କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ।</verse>
				<verse number="3">ଗୃହ ଅପେକ୍ଷା ଗୃହନିର୍ମାତାକୁ ଅଧିକ ସମ୍ମାନ ଦିଆଯାଏ। ସେହିପରି ମୋଶାଙ୍କ ଅପେକ୍ଷା ଯୀଶୁ ଅଧିକ ସମ୍ମାନ ପାଇବାକୁ ଯୋଗ୍ୟ।</verse>
				<verse number="4">ପ୍ରତ୍ୟେକ ଗୃହ କୌଣସି ନା କୌଣସି ମନୁଷ୍ୟ ଦ୍ୱାରା ନିର୍ମତ, କିନ୍ତୁ ଈଶ୍ୱର ସମସ୍ତ ବିଷୟରେ ନିର୍ମାତା।</verse>
				<verse number="5">ସେବକ ଭାବରେ ମୋଶା ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତଭାବେ କାର୍ଯ୍ୟ କରିଥିଲେ ଏବଂ ଯେଉଁସବୁ ବିଷୟ ଈଶ୍ୱର ଭବିଷ୍ୟତରେ ଜଣାଇବାକୁ ଇଚ୍ଛା କରିଥିଲେ, ସେ ସର୍ମ୍ପକରେ ମୋଶା ସୂଚନା ଦେଇଥିଲେ।</verse>
				<verse number="6">କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।</verse>
				<verse number="7">ତେଣୁ ପବିତ୍ରଆତ୍ମା ଏହିପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ପରି ହୃଦୟ କଠିନ କର ନାହଇଁ। ମରୁଭୂମିରେ ସେମାନେ ସେ ଦିନ ଈଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କ ପ୍ରତି ବିଦ୍ରୋହାଜରଣ କରିଥିଲେ।</verse>
				<verse number="8"></verse>
				<verse number="9">ଈଶ୍ୱର କହନ୍ତି, ସେଠାରେ ସେମାନେ ମୋର ଶକ୍ତି ଓ ଧୈର୍ଯ୍ୟ ପରୀକ୍ଷା କଲେ, ଅଥଚ ଚାଲିଷ ବର୍ଷ ପର୍ଯ୍ୟନ୍ତ ମୁଁ ଯେଉଁସବୁ କାର୍ଯ୍ୟ କରିଥିଲି, ତାହା ସେମାନେ ଦେଖିଥିଲେ।</verse>
				<verse number="10">ତେଣୁ ମୁଁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ହୋଇ କହିଲି, ‘ସେମାନେ ସର୍ବଦା ଅବିଶ୍ୱସ୍ତ ଏବଂ ମୋର ଆଦେଶ ପାଳନ କରିବାକୁ ଅନିଚ୍ଛୁକ।’</verse>
				<verse number="11">ମୁଁ କ୍ରୋଧରେ ଶପଥ କଲି, ‘ମୁଁ ଯେଉଁ ଦେଶରେ ସେମାନେଙ୍କୁ ବିଶ୍ରାମ ଦେଇଥାନ୍ତି, ସେହି ଦେଶରେ ସେମାନେ ଆଦୌ ପ୍ରବେଶ କରିପାରିବେ ନାହିଁ।”</verse>
				<verse number="12">ହେ ବିଶ୍ୱାସୀ ଭାଇମାନେ, ସାବଧାନ, ତୁମ୍ଭମାନଙ୍କ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ବିମୁଖ ନ ହୁଏ।</verse>
				<verse number="13">ତୁମ୍ଭମାନଙ୍କ ମଧରୁ କେହି ଯେପରି ପାପ ଦ୍ୱାରା ପ୍ରତାରିତ ହୋଇ କଠିନ ହୃଦୟ ନ ହୁଅ, ଏଥିପାଇଁ ପରସ୍ପରକୁ ପ୍ରତିଦିନ ସାହାର୍ଯ୍ୟ କର। ପୁଣି ଧର୍ମଶାସ୍ତ୍ରରେ ଲିଖିତ ‘ଆଜି” ଶଦ୍ଦଟି ଯେ ପର୍ଯ୍ୟନ୍ତ ଆମ୍ଭେମାନଙ୍କ ପ୍ରତି ପ୍ରଯୁଜ୍ୟ, ସେ ପର୍ଯ୍ୟନ୍ତ ତାହା କରୁଥାଅ।</verse>
				<verse number="14">ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।</verse>
				<verse number="15">ଧର୍ମଶାସ୍ତ୍ରରେ ଲିଖିତ ଅଛି, “ଆଜି ଯଦି ତୁମେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ ପିତୃପୁରୁଷମାନେ ହୃଦୟ କଠିନ କରି ଈଶ୍ୱରଙ୍କ ପ୍ରତି ଯେପରି ବିଦ୍ରୋହାଚରଣ କରିଥିଲେ, ସେପରି କର ନାହିଁ।”</verse>
				<verse number="16">ଈଶ୍ୱରଙ୍କ ବାଣୀ ଶୁଣି ସୁଦ୍ଧା ଯେଉଁମାନେ ତାଙ୍କ ପ୍ରତି ବିଦ୍ରୋହାଚରଣ କଲେ, ସେମାନେ କିଏ? ଯେଉଁମାନଙ୍କୁ ମୋଶା ମିଶର ଦେଶରୁ କଢ଼ାଇ ଆଣିଥିଲେ, ସେହିମାନେ।</verse>
				<verse number="17">ଚାଳିଶ ବର୍ଷ ଧରି ଯେଉଁ ଈଶ୍ୱରଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେମାନେ କିଏ? ଯେଉଁମାନେ ପାପ କର୍ମ କରି ମରୁ ପ୍ରାନ୍ତରରେ ପ୍ରାଣ ହରାଇ ଥିଲେ, ସେହିମାନେ।</verse>
				<verse number="18">ଈଶ୍ୱର ଯେତେବେଳେ ଶପଥ କରି କହିଥିଲେ ଯେ, ସେମାନେ ତାଙ୍କର ବିଶ୍ରାମରେ କଦାପି ପ୍ରବେଶ କରିବେ ନାହିଁ, ସେତେବେଳେ ସେ କେଉଁମାନଙ୍କ ସମ୍ବନ୍ଧରେ ତାହା କହିଥିଲେ? ଯେଉଁମାନେ ବିଦ୍ରୋହଚରଣ କରିଥିଲେ, ସେମାନେ ସମ୍ବନ୍ଧରେ ଦେ ତାହା କହିଥିଲେ।</verse>
				<verse number="19">ଅତଏବ ଆମେ ଦେଖୁଛୁ ଯେ, ସେମାନଙ୍କ ଅବିଶ୍ୱାସ ଯୋଗୁଁ ସେମାନେ ସେହି ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ।</verse>
			</chapter>
			<chapter number="4">
				<verse number="1">ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।</verse>
				<verse number="2">କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।</verse>
				<verse number="3">କିନ୍ତୁ ଆମ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ହିଁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଲାଭ କରିବେ, କାରଣ ଈଶ୍ୱର କହିଛନ୍ତି, “ମୁଁ କ୍ରୋଧନ୍ୱିତ ହୋଇ ଶପଥ କଲି: ସେମାନେ ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।” ଜଗତରେ ସୃଷ୍ଟି ସମୟରୁ ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଈଶ୍ୱର ଏ କଥା କହିଥିଲେ।</verse>
				<verse number="4">ଧର୍ମଶାସ୍ତ୍ରର କୌଣସି ଏକ ସ୍ଥାନରେ “ସପ୍ତମ ଦିନ” ବିଷୟରେ ଏହିପରି ଭାବରେ ଲିଖିତ ଅଛି, “ଈଶ୍ୱର ତାଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସପ୍ତମ ଦିନରେ ବିଶ୍ରାମ କଲେ।”</verse>
				<verse number="5">ପୁଣି ଏ ସର୍ମ୍ପକରେ ଅନ୍ୟତ୍ର ଉଲ୍ଲେଖ ଅଛି, “ସେମାନେ ମୋର ବିଶ୍ରାମରେ କଦାପି ପ୍ରବେଶ କରି ପାରିବେ ନାହିଁ”</verse>
				<verse number="6">ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ, ନିଜର ଅବିଶ୍ୱାସ ହେତୁ ସେହି ବିଶ୍ରାମ ଲାଭ କରିବାକୁ ଅସମର୍ଥ ହୋଇଥିଲେ। ଏବେ, ଅନ୍ୟମାନେ ସେହି ବିଶ୍ରାମ ଲାଭ କରିବାକୁ ସୁଯୋଗ ପାଉଛନ୍ତି;</verse>
				<verse number="7">କାରଣ ସେମାନଙ୍କ ପାଇଁ ଈଶ୍ୱର ଅନ୍ୟ ଏକ ଦିନ ନିରୂପଣ କରିଛନ୍ତି ଏବଂ ତାହା ହେଉଛି, “ଆଜି”। ଉପରୋକ୍ତ ସମୟର ବହୁ ବର୍ଷ ପରେ ଈଶ୍ୱର ରାଜା ଦାଉଦଙ୍କ ଦ୍ୱାରା ଏହି ବିଷୟ ଉଲ୍ଲିଖିତ ଶାସ୍ତ୍ର ବାକ୍ୟରେ ପ୍ରକାଶ କରିଥିଲେ: “ଆଜି ଯଦି ତୁମେ ଈଶ୍ୱରଙ୍କ ବଣୀ ଶ୍ରବଣ କର, ତେବେ ହୃଦୟ କଠିନ କର ନାହିଁ।”</verse>
				<verse number="8">ଯଦି ଯିହୋଶୂୟ ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଦେଇ ପାରିଥାନ୍ତେ, ତେବେ ଈଶ୍ୱର ପରେ ଅନ୍ୟ ଏକ ଦିନ କଥା ଉଲ୍ଲେଖ କରି ନ ଥା’ନ୍ତେ।</verse>
				<verse number="9">ଅତଏବ ଏହା ସୁସ୍ପଷ୍ଟ ଯେ, ସପ୍ତମ ଦିନରେ ଈଶ୍ୱର ବିଶ୍ରାମ କରିବା ପରି, ତାଙ୍କ ଲୋକମାନଙ୍କ ନିମନ୍ତେ ଏକ ବିଶ୍ରାମର ସମୟ ରଖାଯାଇଛି।</verse>
				<verse number="10">ଈଶ୍ୱର ଯେପରି ଆପଣା କାର୍ଯ୍ୟରୁ ହେଲାଣି, ଅଥଚ ଏବେ ସୁଦ୍ଧା ଈଶ୍ୱରଙ୍କ ବାଣୀର ପ୍ରଥମିକ ତତ୍ତ୍ୱଗୁଡ଼ିକ ତୁମମାନଙ୍କୁ ଶିକ୍ଷଶ ଦେବାକୁ ବିଶ୍ରାମ କଲେ, ଯେ କେହି ତାଙ୍କ ‘ପ୍ରତିଜ୍ଞାତ ବିଶ୍ରାମକୁ ‘ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମକୁ’ ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମ ପାଇବ।</verse>
				<verse number="11">ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।</verse>
				<verse number="12">ଈଶ୍ୱରଙ୍କ ବାଣୀ ଜୀବନ୍ତ ସକ୍ରିୟ। ତାହା ଦୁଇ ଧାରଯୁକ୍ତ ଖଣ୍ଡ ଅପେକ୍ଷା ଅଧିକ ଶାଣିତ; ଆତ୍ମା ଓ ପ୍ରାଣି ତଥା ଗୁଣ୍ଠି ଓ ମଜ୍ଜାର ପରିଭେଦକ, ପୁଣି ମନୁଷ୍ୟ ହୃଦୟର ଅଭିଳାଷ ଓ କଳ୍ପନର ବିଚାରକ।</verse>
				<verse number="13">ଈଶ୍ୱରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେୁଁ; ସମୁଦାୟ ସୃଷ୍ଟିରେ ସମୟ ବଷୟ ତାହାଙ୍କ ସର୍ବଦର୍ଶୀ ଚକ୍ଷୁ ସମ୍ମୁଖରେ ଅନାଚ୍ଛାଦିତ ଓ ଉନ୍ମୁକ୍ତ। ସେହି ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ ହିସାବ ଦେବାକୁ ପଡ଼ିବ।</verse>
				<verse number="14">ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।</verse>
				<verse number="15">ଯେ ଆମର ଦୋଷ ଦୁର୍ବଳତା ଅନୁଭବ କରି ପାରନ୍ତି ନାହିଁ, ସେପରି ମହାଯାଜକ ସେ ନୁଦ୍ନ୍ି। ବରଂ ଆମ ମହାଯାଜକ, ଆମ ପରି ନାନା ପ୍ରକାରେ ପ୍ରଲୋଭିତ ହୋଇଥିଲେ, କିନ୍ତୁ ସେ ନିଷ୍ପାପ ରହିଲେ;</verse>
				<verse number="16">ତେଣୁ ଆମେ ସାହସ ସହକାରେ ଈଶ୍ୱରଙ୍କ ଦୟା-ସିଂହାସନ ନିକଟକୁ ଯାଇପାରୁ। ସେଠାରେ ଆମର ପ୍ରୟୋଜନ ସମୟରେ ଆମର ଉପକାର ନିନ୍ତେ ଦୟା ଓ ଅନୁଗ୍ରହ ଲାଭ କରିବୁ।</verse>
			</chapter>
			<chapter number="5">
				<verse number="1">ପ୍ରତ୍ୟେକ ମହାଯାଜକ ସ୍ୱଜାତୀୟ ଲୋକମାନଙ୍କ ମଧ୍ୟରୁ ମନୋନୀତ ଓ ନିଯୁକ୍ତ ହୁଅନ୍ତି। ସେ ସେମାନଙ୍କ ପକ୍ଷରୁ ପାପ ମୋଚନ ପାଇଁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରି ଈଶ୍ୱରଙ୍କ ସେବା କରନ୍ତି।</verse>
				<verse number="2">ସେ ନିଜେ ନାନା ପ୍ରକାର ଦୋଷ ଦୁର୍ବଳତାରେ ପୂର୍ଣ୍ଣ ହୋଇଥିବାରୁ ଦୋଷତ୍ରୁଟି କରୁଥିବା ନିର୍ବୋଧ ଲୋକମାନଙ୍କ ପ୍ରତି ସେ ସହନଶୀଳ ହୁଅନ୍ତି।</verse>
				<verse number="3">ପୁଣି, କେବଳ ଯେ ଅନ୍ୟମାନଙ୍କ ପାପ ନିନ୍ତେ ତାଙ୍କୁ ବଳି ଉତ୍ସର୍ଗ କରିବାକୁ ହୁଏ, ତା’ ନୁହେଁ, ମାତ୍ର ତାଙ୍କ ନିଜର ପାପ ପାଇଁ ମଧ୍ୟ ତାଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ିଥାଏ।</verse>
				<verse number="4">କେହି ନିଜେ ନିଜକୁ ମହାଯାଜକର ସମ୍ମାନାସ୍ପଦ ପଦରେ ନିଯୁକ୍ତ କରିପାରେ ନାହିଁ। ହାରଣଙ୍କ ପରି ଯେ କେବଳ ଈଶ୍ୱରଙ୍କ ଦ୍ୱାରା ଆହୁତ, ସେ ମହାଯାଜକ ପଦ ଲାଭ କରେ।</verse>
				<verse number="5">ସେହିପରି ମହାଯାଜକ ପଦରେ ସମ୍ମାନିତ ହେବାକୁ ଖ୍ରୀଷ୍ଟ ନିଜକୁ ନିଯୁକ୍ତ କରି ନ ଥିଲେ। ବରଂ ଈଶ୍ୱର ତାଙ୍କୁ କହିଥିଲେ, “ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହେଲି।”</verse>
				<verse number="6">ଅନ୍ୟତ୍ର ସେ ଏହା ମଧ୍ୟ କହିଛନ୍ତି, “ତୁମେ ଯାଜକ ପଦରେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସଦୃଶ ଚିରକାଳ ପାଇଁ ଯାଜକ ରହିବ।”</verse>
				<verse number="7">ଯେଉଁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାଙ୍କ ନିକଟରେ ଯୀଶୁ ଇହଜୀବନରେ ଅର୍ତ୍ତନାଦ କରି ଅଶୁ ଜଳ ଢାଳି ବିନତିପୂର୍ବକ ପ୍ରାର୍ଥନା କରିଥିଲେ। ସେ ନମ୍ର ଓ ଅନ୍ତରକ୍ତ ହୋଇଥିବାରୁ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଥିଲେ।</verse>
				<verse number="8">ଯଦିଓ ସେ ଈଶ୍ୱରଙ୍କ ପୁତ୍ର ଈଶ୍ୱରଙ୍କ ପୁତ୍ର ଥିଲେ, ସେ ଦୁଃଖଭୋଗ ଦ୍ୱାର ଆଜ୍ଞାବହ ହେବାକୁ ଶିଖିଲେ।</verse>
				<verse number="9">ଏହିପରି ସିଦ୍ଧ ହୋଇ ସେ ତାଙ୍କ ଆଜ୍ଞାପାଳନକାରୀମାନଙ୍କ ନିମନ୍ତେ ତିର ପରିତ୍ରାଣର ଉତ୍ସହେଲେ।</verse>
				<verse number="10">ପୁଣି ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ମହାଯାଗକ ହେଲେ ବୋଲି ଈଶ୍ୱର ଘୋଷଣା କଲେ।</verse>
				<verse number="11">ଏହି ପ୍ରସଙ୍ଗରେ ଆମର ଅନେକ କିଛି କହିବାର ଅଛି। କିନ୍ତୁ ତୁମ୍ଭମାନଙ୍କର ବୁଝିବାର ଶକ୍ତି କମ୍। ଏଣୁ ତୁମ୍ଭମାନଙ୍କୁ ବୁଝାଇବା କଷ୍ଟକର।</verse>
				<verse number="12">ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।</verse>
				<verse number="13">ଯେ କେବଳ ଦୁଗ୍ଧପାନ କରେ, ସେ ଶିଶୁ ଅବସ୍ଥାରେ ରହିଛି। ଭଲ ମନ୍ଦ ବିଷୟରେ ତାହାର ଜ୍ଞାନ ହୋଇ ନାହିଁ।</verse>
				<verse number="14">ଅନ୍ୟ ପକ୍ଷରେ ଗୁରୁପାକ ଖାଦ୍ୟ ବୟସ୍କ ଲୋକମାନଙ୍କ ନିମନ୍ତେ; ସେମାନେ ଜୀବନର ବିଭିନ୍ନ ଅନୁଭୂତି ଦ୍ୱାରା ଭଲ ଓ ମନ୍ଦର ପ୍ରଭେଦ ଜାଣନ୍ତି।</verse>
			</chapter>
			<chapter number="6">
				<verse number="1">ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,</verse>
				<verse number="2">ଜଳଦୀକ୍ଷା ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମହାବିଚାର, ମୃତମାନଙ୍କର ପୁନରୁତ୍ଥାନ ଓ ଅନନ୍ତ ଦଣ୍ଡ ପ୍ରଭୃତି ତତ୍ତ୍ୱମାନଙ୍କର ଭିତ୍ତି ପୁନର୍ବାର ସ୍ଥାପନ କରିବା ଅନାବଶ୍ୟକ।</verse>
				<verse number="3">ଆମକୁ ଏବେ ଆଗୋଇ ଯିବାକୁ ହେବ। ଈଶ୍ୱରଙ୍କ ଉପରେ ନିର୍ଭର କରି ଏହାହିଁ ଆମ୍ଭେମାନେ କରିବା।</verse>
				<verse number="4">ଯେଉଁମାନେ ବିଶ୍ୱାସ ହରାଇଛନ୍ତି, ସେମାନେ ଅନୁତାପ କରି ପୁନର୍ବାର ଫେରି ଆସି ପାରିବେ କି? ସେମାନେ ଏକଦା ଈଶ୍ୱରଙ୍କ ଆଲୋକରେ ବାସ କରୁଥିଲେ, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇ, ପବିତ୍ରଆତ୍ମାଙ୍କୁ ଲାଭ କରିଥିଲେ,</verse>
				<verse number="5">ସେମାନେ ଈଶ୍ୱରଙ୍କ ବାଣୀର ମହତ୍ତ୍ୱ ଉପଲବ୍ଧି କରିଥିଲେ ଏବଂ ଆଗାମୀ ଯୁଗର ଶକ୍ତି ଅନୁଭବ କରିଥିଲେ।</verse>
				<verse number="6">ତଥାପି ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ପୁର୍ନବାର ଅନୁତାପ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା ଅସମ୍ଭବ, କାରଣ ସେମାନେ ଈଶ୍ୱରଙ୍କ ପୁତ୍ରଙ୍କୁ ପନରୟେ କ୍ରଶୁବିଦ୍ଧ କରି ସର୍ବସାଧାରଣରେ ଉପହାସ୍ୟ କରୁଛନ୍ତି।</verse>
				<verse number="7">ଯେଉଁ ଭୂମି ବୃଷିଜଳ ଗ୍ରହଣ କରି ବ୍ୟବହାରଯୋଗ୍ୟ ଶସ୍ୟ ଉତ୍ପନ୍ନ କରେ, ସେହି ଭୂମିକୁ ଈଶ୍ୱର ଆର୍ଶୀବାଦ କରନ୍ତି।</verse>
				<verse number="8">କିନ୍ତୁ ଭୂମି ଯଦି କଣ୍ଟା ଗଛ ଓ ବାଳୁଙ୍ଗା ଉତ୍ପନ୍ନ କରେ, ତେବେ ତାହାର କୌଣସି ମୂଲ୍ୟ ରହିବ ନାହିଁ। ତାହା ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ ଏବଂ ଅଗ୍ନିରେ ଧ୍ୱଂସ ପାଇବ।</verse>
				<verse number="9">ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।</verse>
				<verse number="10">ଈଶ୍ୱର ଅନ୍ୟାୟକରନ୍ତି ନାହିଁ। ତୁମ୍ଭମାନଙ୍କର କାର୍ଯ୍ୟ, ବିଶେଷ କରି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରି ଈଶ୍ୱରଙ୍କ ପ୍ରତି ତୁମେ ଯେଉଁ ପ୍ରେମ ପ୍ରକାଶ କରି ଆସିଛ, ତାହା ସେ ଭଳଲିବେ ନାହିଁ।</verse>
				<verse number="11">ଆମର ଏକାନ୍ତ ଇଚ୍ଛା, ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଆଗହ ଅକ୍ଷୁଣ୍ଠ ରହୁ। ତାହାହେଲେ, ତୁମ୍ଭମାନଙ୍କର ପ୍ରତ୍ୟାଶିତ ସମସ୍ତ ବିଷୟ ସଫଳ ହେବ।</verse>
				<verse number="12">ଆମେ ଚାହୁଁ, ତୁମ୍ଭେମାନେ କେବେ ଶିଥିଳ ନ ହୋଇ ଦୃଢ଼ ବିଶ୍ୱାସୀ ଓ ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ ଅନୁସରଣ କର ଏବଂ ଈଶ୍ୱର ପ୍ରତିଜ୍ଞା କରିଥିବା ସମସ୍ତ ବିଷୟ ପ୍ରାପ୍ତ ହୁଅ।</verse>
				<verse number="13">ଅବ୍ରାହାମଙ୍କୁ ଈଶ୍ୱର ଯେତେବେଳେ ପ୍ରତିଶ୍ରୁତି ଦେଲେ, ସେତେବେଳେ ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ଶପଥ କରିଥିଲେ। ତାଙ୍କ ଅପେକ୍ଷା ଶ୍ରେଷ୍ଠ କେହି ନ ଥିବାରୁ ସେ ନିଜ ନାମରେ ଶପଥ କରିଥିଲେ।</verse>
				<verse number="14">ସେ କହଥିଲେ, “ମୁଁ ପ୍ରତିଜ୍ଞା କରୁଛିୁ ତୁମକୁ ଆଶୀର୍ବାଦ କରିବି, ତୁମର ବଂଶକୁ ବହୁଳ ଭାବରେ ବୃଦ୍ଧି କରିବି।”</verse>
				<verse number="15">ଅବ୍ରାହାମ ଧୈର୍ଯ୍ୟ ଧରି ଅପେକ୍ଷା କଲେ। ତେଣୁ ସେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟସବୁ ପ୍ରାପ୍ତ ହେଲେ।</verse>
				<verse number="16">ଲୋକେ ଶପଥ କଲାବେଳେ ନିଗଠାରୁ ମହତ୍ତର ବ୍ୟକ୍ତିଙ୍କ ନାମରେ ଶପଥ କରନ୍ତି, ଏଭଳି ଶପଥ କରିବା ଦ୍ୱାରା ସମସ୍ତ ବାଦାନୁବାଦର ଅବସାନ ଘଟେ।</verse>
				<verse number="17">ଈଶ୍ୱର ଯେଉଁମାନଙ୍କୁ ସେହି ସବୁ ବିଷୟ ଦାନ କରିବେ ବୋଲି ସେମାନଙ୍କୁ ସ୍ପଷ୍ଟଭାବେ ଜଣାଇବା ପାଇଁ ସେ ତାଙ୍କ ପ୍ରତିଜ୍ଞା ସହିତ ଶପଥ ଯୋଗ କରିଥିଲେ।</verse>
				<verse number="18">ତାଙ୍କର ପ୍ରତିଜ୍ଞା ଓ ଶପଥ ଅପରିବର୍ତ୍ତନୀୟ, ତାହା ଭଙ୍ଗ କରି ଈଶ୍ୱର ମିଥ୍ୟାବାଦୀ ହେବେ ନାହିଁ। ଅତଏବ ତାଙ୍କର ଆଶ୍ରିତ ଆମ୍ଭେମାନେ, ସମ୍ମୁଖରେ ଥିବା ଭରସାକୁ ଦୃଢ଼ ରୂପେ ଧରି ରଖିବା ନିମନ୍ତେ ବିଶେଷ ଉତ୍ସାହ ଲାଭ କରୁଛୁ।</verse>
				<verse number="19">ଏହି ଭରସା ଆମ୍ଭମାନଙ୍କ ଜୀବନର ଲଙ୍ଗର ସ୍ୱରୂପ। ଏହା ନିର୍ଭରଯୋଗ୍ୟ ଓ ନିରାପଦ ଏବଂ ସ୍ୱଗୀୟ ମନ୍ଦିରର ପର୍ଦ୍ଦ। ଭେଦ କରି ମହାବବିତ୍ର ସ୍ଥାନରେ ପହଞ୍ଚି ପାରିଛି।</verse>
				<verse number="20">ଆମ୍ଭମାନଙ୍କର ପ୍ରତିନିଧି ସ୍ୱରୂପ ଯୀଶୁ ପୂର୍ବରୁ ସେଠାକୁ ଗଲେଣି। ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଚିରକାଳ ପାଇଁ ମହାଯାଗକ ହୋଇଛନ୍ତି।</verse>
			</chapter>
			<chapter number="7">
				<verse number="1">ଏହି ମଲ୍କିସେଦକ ଶାଲେମର ରାଜ ଏବଂ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ଅବ୍ରାହାମ ଯେତେବେଳେ ଚାରିଜଣ ରାଜାକୁ ପରାସ୍ତ କରି ଯୁଦ୍ଧରୁ ଫେରୁଥିଲେ, ସେତେବେଳେ ମଲ୍କିସେଦକ ତାଙ୍କୁ ସାକ୍ଷାତ କରି ଆର୍ଶୀବାଦ କରିଥିଲେ।</verse>
				<verse number="2">ଆଉ ଅବ୍ରାହାମ ତାଙ୍କୁ ଯୁଦ୍ଧଲବ୍ଧ ଧନର ଏକ ଦଶମାଂଶ ଦାନ କରିଥିଲେ। (ମଲ୍‌କି-ସେଦଙ୍କ ନାମର ପ୍ରଥମ ଅର୍ଥ ହେଉଛି “ଧାର୍ମିକ ରାଜା”, ସେ ଶାଲେମର ରାଜା ହୋଇଥିବାରୁ ତାଙ୍କର ନାମର ଅନ୍ୟ ଅର୍ଥ “ଶାନ୍ତି ରାଜା”।)</verse>
				<verse number="3">ମଲ୍‌କି-ସେଦକଙ୍କ ପିତାମାତା ବା ପୂର୍ବପୁରୁଷଙ୍କର କିମ୍ବା ତାଙ୍କ ଜନ୍ମ ଓ ମୃତ୍ୟ ସମ୍ବନ୍ଧରେ କୌଣସି ବିବରଣୀ ନାହିଁ। ସେ ଈଶ୍ୱରଙ୍କ ପୁତ୍ର ସଦୃଶ; ତାଙ୍କର ଯାଜକତ୍ୱ ଚିରନ୍ତନ।</verse>
				<verse number="4">ତେଣୁ ଚିନ୍ତା କର, ସେ କେଡ଼େ ମହାନ୍। ଆମ୍ଭମାନଙ୍କର ବିଖ୍ୟାତ ପୂର୍ବପୁରୁଷ ଅବ୍ରାହାମ ଯୁଦ୍ଧଲବ୍ଧ ଧନର ଏକ ଦଶମାଂଶ ତାଙ୍କୁ ଦାନ କରିଥିଲେ।</verse>
				<verse number="5">ଲେବୀଙ୍କର ଯେଉଁ ବଂଶଧରମାନେ ଯାଜକ କାର୍ଯ୍ୟକରନ୍ତି, ସେମାନେ ବ୍ୟବସ୍ଥାନ ନିର୍ଦ୍ଦେଶାନୁଯାୟୀ ଇଶ୍ରାଏଲୀୟମାନଙ୍କଠାରୁ ଦଶମାଂଶ ଦାନ ଗ୍ରହଣ କରନ୍ତି। ଇଶ୍ରାଏୀୟମାନେ ଅବ୍ରାହାମଙ୍କ ବଂଶଧର ଓ ଲେବୀମାନଙ୍କର ସ୍ୱଜାତି ହେଲେ ମଧ୍ୟ ସେମାନଙ୍କଠାରୁ ଏହି ଶୁଳ୍କ ଆଦାୟ କରାଯାଉଥିଲା।</verse>
				<verse number="6">ମଲ୍କିସେଦକ ଲେବୀ ବଂଶୀୟ ନ ଥିଲେ ସୁଦ୍ଧା, ସେ ଈଶ୍ୱରଙ୍କ ପ୍ରତିଶ୍ରୁତିପ୍ରାପ୍ତ ଅବ୍ରାହାମଙ୍କଠାରୁ ଏକ ଦଶମାଂସ ଦାନ ଗ୍ରହଣ କରି ତାଙ୍କୁ ଆଶୀର୍ବାଦ କରିଥିଲେ।</verse>
				<verse number="7">ଆର୍ଶୀବାଦ କରିବା ଦ୍ୟକ୍ତି ଆର୍ଶୀବାଦ ପାଇବା ବ୍ୟକ୍ତିଠାରୁ ଯେ ମହାନ, ଏଥରେ ସନ୍ଦେହ ନାହିଁ।</verse>
				<verse number="8">ଏକ ଦଶମାଂଶ ଦାନ ଗ୍ରହଣକାରୀ ଯାଜକମାନେ ମରଣଶୀଳ ମନୁଷ୍ୟମାତ୍ର, କିନ୍ତୁ ଶାସ୍ତ୍ର ବାକ୍ୟ ଅନୁଯାୟୀ ଏକ ଦଶମାଂଶ ଦାନ ଗ୍ରହଣକାରୀ ମଲ୍କିସେଦକ ଅମର।</verse>
				<verse number="9">ଅତଏବ ଅବ୍ରାହାମ ମଲ୍କିସେଦକଙ୍କୁ ଦଶମାଂଶ ଦାନ ଦେଲାବେଳେ, ଯେଉଁ ଲେବୀଙ୍କର ବଂଶଧର ଯାଜକମାନେ ବର୍ତ୍ତମାନ ଦଶମାଂଶ ଦାନ ଗ୍ରହଣ କରୁଛନ୍ତି, ସେହି ଲେବୀ ମଧ୍ର ମଲ୍କିସେଦକଙ୍କୁ ଉକ୍ତ ଦାନ ଦେଇଥିଲେ ବୋଲି କୁହାଯାଇପାରେ।</verse>
				<verse number="10">ଲେବୀ ଦେତେବେଳେ ଜନ୍ମ ଗ୍ରହଣ କରି ନ ଥଲେସତ, କିନ୍ତୁ ଅବ୍ରାହାମ ଛଙ୍କୁ ସାକ୍ଷାତ କଲାବେଳେ ପିତୃପୁରୁଷ ଅବ୍ରାହାମଙ୍କର ବଂଶକ ଭାବରେ ଲେବୀ ତାଙ୍କ ଶରୀରରେ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବା ନହିଁ।</verse>
				<verse number="11">ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।</verse>
				<verse number="12">ଯାଜକ ଗୋଷ୍ଠୀର ପରିବର୍ତ୍ତନ ହେଲେ ବ୍ୟବଦ୍ଥାରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ।</verse>
				<verse number="13">ଯାହାଙ୍କ ସର୍ମ୍ପକରେ ଆମେ ଏହିସବୁ କଥା କହୁଛୁ, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁ ଅନ୍ୟ ଏକ ବଂଶୀୟ ଥିଲେ; ସେହି ବଂଶର କେହି କେବେ ଯାଜକ କାର୍ଯ୍ୟ କରି ନାହାଁନ୍ତି।</verse>
				<verse number="14">ଏହା ସୁବିଦିତ ଯେ, ସେ ଯିହୁଦା ବଂଶେ ଜନ୍ମ ଗ୍ରହଣ କରିଥିଲେ ଏବଂ ଯାଜକ ହେବା ପାଇଁ ମୋଶା ଏହି ବଂଶର ନାମ ଉଲ୍ଲେଖ କରି ନାହାଁନ୍ତି।</verse>
				<verse number="15">ଏତିରୁ ସ୍ପଷ୍ଟ ବୁଝାଯାଉଛି ଯେ, ଛଙ୍କ ସଦୃଶ ଅନ୍ୟ ଜଣେ ଯାଜକଙ୍କ ଆବିର୍ଭାବ ହେଲା।</verse>
				<verse number="16">ସେ ମନୁଷ୍ୟ ସଂସ୍ଥାପିତ ନିୟମ ଓ ପଦ୍ଧତି ଦ୍ୱାରା ଯାଜକ ହୋଇ ନ ଥିଲେ; ଅନନ୍ତ ଜୀବନର ଶକ୍ତି କତ୍ତ୍ୱର୍କ ସେ ଯାଜକ ହୋଇଥିଲେ।</verse>
				<verse number="17">କାରଣ ଧର୍ମଶାସ୍ତ୍ରରେ ଲିଖିତ ଅଛି, “ତୁମେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ଅନନ୍ତକାଳୀନ ଯାଜକ ହେବ।”</verse>
				<verse number="18">ସୁତରାଂ ପୁରାତନ ବ୍ୟବସ୍ଥା ଶକ୍ତିହୀନ ଏବଂ ଅଦରକାରୀ ହେବାରୁ ତାହାକୁ ରଦ୍ଦ କରାଗଲା।</verse>
				<verse number="19">କାରଣ ମୋଶାପ୍ରଦତ୍ତ ବ୍ୟବସ୍ଥା ଦ୍ୱାରା କୌଣସି ବିଷୟ ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ। ବର୍ତ୍ତମାନ ଅମ୍ଭମାନଙ୍କୁ ଏକ ବଳବତ୍ତର ଭରସା ପ୍ରଦତ୍ତ ହୋଇଛି; ସେଥିଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସମର୍ଥ ହୋଇଛୁ।</verse>
				<verse number="20">ଅଧିକରୁ ଆମ ପାଇଁ ଈଶ୍ୱରଙ୍କ ଶପଥ ମଧ୍ୟ ରହିଛି। ଅନ୍ୟମାନେ ଯାଜକ ପଦରେ ନିଯୁକ୍ତ ହେଲାବେଳେ ଏପରି କୌଣସି ଶପଥ ପ୍ରଦତ୍ତ ହୋଇ ନା ଥିଲା।</verse>
				<verse number="21">କିନ୍ତୁ ଖ୍ରୀଷ୍ଟ ଯାଜକ ହେବା ସମୟରେ ଈଶ୍ୱର ଶପଥ କରି ତାଙ୍କୁ କହିଥିଲେ, “ପ୍ରଭୁ ଏକ ଶପଥ କରିଛନ୍ତି ସେ ତାଙ୍କର ସଂକଳ୍ପ ପରିବର୍ତ୍ତନ କରିବେ ନାହିଁ: ‘ତୁମେ ଅନନ୍ତକାଳୀନ ଯାଜକ ହେବ’।”</verse>
				<verse number="22">ଏହି ପାର୍ଥକ୍ୟ ହେତୁରୁ ଯୀଶୁ ଏକ ମହତ୍ତର ଚୁକ୍ତିର ନିଶ୍ଚିତତା ପ୍ରଦାନ କରନ୍ତି।</verse>
				<verse number="23">ଏହା ବ୍ୟତୀତ ଆଉ ଏକ ପାର୍ଥକ୍ୟ ମଧ୍ୟ ପରିଲକ୍ଷିତ ହୁଏ। ଅନ୍ୟ ଯାଜକମାନେ ମରଣଶୀଳ ହୋଇଥିବାର ସେମାନଙ୍କ ମତ୍ୟୁ ଅନ୍ତେ ଅନ୍ୟମାନେ ଯାଜକ ନିଯୁକ୍ତ ହୁଅନ୍ତି; ତେଣୁ ସେମାନେ ସଂଖ୍ୟାରେ ଅନେକ।</verse>
				<verse number="24">ମାତ୍ର ଯୀଶୁ ଚିରକାଳ ଜାବିତ। ସୁତରାଂ ତାଙ୍କର ଯାଜକ ପଦରେ ଅନ୍ୟ କେହି ନିଯୁକ୍ତ ହେବା ପ୍ରଶ୍ନ ନାହିଁ।</verse>
				<verse number="25">ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।</verse>
				<verse number="26">ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।</verse>
				<verse number="27">ସେ ଅନ୍ୟାନ୍ୟ ମହାଯାଜକଙ୍କ ସଦୃଶ ନୁହଁନ୍ତି; ସେମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ଦିମନ୍ତେ ପ୍ରତିଦିନ ବଳି ଉତ୍ସର୍ଗ କରିବାକୁ ପଢ଼େ ନାହିଁ। ସେ ନିଜକୁ ଉତ୍ସର୍ଗ କରି ଏକାଥରକେ ଏକ ଅନନ୍ୟ ବଳିଦାନ ସାଧନ କରିଛନ୍ତି।</verse>
				<verse number="28">ମୋଶାଙ୍କ ବ୍ୟବସ୍ଥାରେ ନିଯୁକ୍ତ ମହାଯାଜକମାନଙ୍କର ଦୋଷ ଦୁର୍ବଳତା ଥାଏ; କିନ୍ତୁ ବ୍ୟବସ୍ଥା ସଂସ୍ଥାପନର ପରବର୍ତ୍ତୀ ସମୟରେ ଈଶ୍ୱର ନିଜର ପ୍ରତିଜ୍ଞା ଓ ଶପଥ ଅନୁଯାୟୀ ତାଙ୍କର ଯେଉଁ ପୁତ୍ରଙ୍କୁ ମହାଯାଜକ ରୂପେ ନୁଯୁକ୍ତ କଲେ, ସେ ଚିରକାଳ ପାଇଁ ସିଦ୍ଧ ହୋଇଛନ୍ତି।</verse>
			</chapter>
			<chapter number="8">
				<verse number="1">ଆମ୍ଭମାନଙ୍କ କଥାର ସାରମର୍ମ ହେଉଛି, ଆମେ ଯେଉଁ ମହାଯାଜକଙ୍କୁ ପାଇଛୁ, ସେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।</verse>
				<verse number="2">ସେ ଯେଉଁ ମହାପବିତ୍ର ସ୍ଥାନରେ ସ୍ଥାପିତ ତମ୍ବୁ ତଳେ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି, ତାହା ମନୁଷ୍ୟ ଦ୍ୱାରା ନିର୍ମିତ ନୁହେଁ, ତାହାକୁ ଈଶ୍ୱର ସ୍ଥାପନ କରିଛନ୍ତି।</verse>
				<verse number="3">ପ୍ରତ୍ୟେକମହାଯାଜକ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ପ୍ରଶୁବଳି ଉତ୍ସର୍ଗ କରିବାକୁ ନିଯୁକ୍ତ ହାଇଥାନ୍ତି। ତେଣୁ ଆମର ମହାଯାଜକ ମଧ୍ୟ ସେପରି କିଛି ନୈବେଦ୍ୟ ଉତ୍ସର୍ଗ କରିବା ଆବଶ୍ୟକ।</verse>
				<verse number="4">ସେ ଯଦି ଇହଜଗତରେ ଥାଅନ୍ତେ, ତେବେ ସେ ଆଦୌ ଯାଜକ ହୋଇପାରି ନ ଥାନ୍ତି, କାରଣ ଯିହୁଦୀୟ ବ୍ୟବସ୍ଥା ଅନସାରେ ବଳି ଉତ୍ସର୍ଗ କରିବାକୁ ଯାଜକମାନେ ଅଛନ୍ତି।।</verse>
				<verse number="5">ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।”</verse>
				<verse number="6">କିନ୍ତୁ ଏବେ ଯୀଶୁଙ୍କୁ ଯେଉଁ ଯାଜକୀୟ କାର୍ଯ୍ୟ ପ୍ରଦତ୍ତ ହୋଇଛି, ତାହା ଅନ୍ୟମାନଙ୍କ ଯାଜକୀୟ କାର୍ଯ୍ୟ ଅପେକ୍ଷା ଉତ୍କୃଷ୍ଟ। ସେହିପରି ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ସେ ଯଉଁ ନିୟମ ସ୍ଥାପନ କରିଛନ୍ତି, ତାହା ମହତ୍ତର, କାରଣ ଏହି ନିୟମରେ ଉତ୍କୃଷ୍ଟତର ବିଷମାନ ପ୍ରଦତ୍ତ ହେବା ପାଇଁ ପ୍ରତିଶୁତି ରହିଛି।</verse>
				<verse number="7">ପ୍ରଥମ ନିୟମରେ ଯଦି କୌଣସି ତ୍ରୁଟି ନ ଥାଆନ୍ତି, ତେବେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥିଲା।</verse>
				<verse number="8">କିନ୍ତୁ ଈଶ୍ୱର ତାଙ୍କ ଲୋକମାନଙ୍କ ଦୋଷ ଦର୍ଶାଇ କହିଛନ୍ତି, “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଈଶ୍ରାଏଲ ତଥା ଯିହୁଦାର ଲୋକମାନଙ୍କ ସଙ୍ଗରେ ଏକ ନୂତ ନିୟମ ସ୍ଥାପନ କରିବି।</verse>
				<verse number="9">ମୁଁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ହାତ ଧରି ମିଶର ଦେଶରୁ ବାହାର କରି ଆଣିଲାବେଳେ ଯେଉଁ ନିୟମ କରିଥିଲେ, ଏହି ନିୟମ ସେ ପ୍ରକାର ନୁହେଁ। ମୁଁ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ସେଥିରେ ସେମାନେ ବିଶ୍ୱସ୍ତ ରହିଲେ ନାହିଁ; ତେଣୁ ମୁଁ ସେମାନଙ୍କ ପ୍ରତି ମନୋଯୋଗୀ ହେଲି ନାହିଁ।</verse>
				<verse number="10">ପ୍ରଭୁ କହନ୍ତି, ମୁଁ ଭବିଷ୍ୟତରେ ଈଶ୍ରାଲଲର ଲୋକଙ୍କ ସଙ୍ଗରେ ଲହି ନିୟମ କରିବି: ମୁଁ ମୋର ବ୍ୟବସ୍ଥା ସେମାନଙ୍କ ମାନସପଟରେ ଓ ହୃଦୟ ଫଳକରେ ଲେଖିବି। ମୁଁ ସେମାନଙ୍କର ଈଶ୍ୱର ହେବି, ସେମାନେ ମୋର ଲୋକ ହେବେ।</verse>
				<verse number="11">ସେତେବେଳେ ସେମାନେ ପ୍ରତିବାସୀମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ହେବ ନାହିଁ, କିମ୍ବା ଦେଶବାସୀଙ୍କୁ ‘ପ୍ରଭୁଙ୍କ ପରିଚୟ ଲାଭ କର’ ଏ କଥା କହିବା ଆବଶ୍ୟକ ହେବ ନାହିଁ, କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୋର ପରିଚୟ ପାଇଥିବେ।</verse>
				<verse number="12">ମୁଁ ସେମାନଙ୍କର ସମସ୍ତ ପାପ କ୍ଷମା କରିବି ଓ ସେମାନଙ୍କର କୌଣସି ଅନ୍ୟାୟ ସ୍ମରଣରେ ରଖିବ ନାହିଁ।”</verse>
				<verse number="13">ଏହାକୁ ନୂତନ ବୋଲି ଉଲ୍ଲେଖ କରିବା ଦ୍ୱାରା ଈଶ୍ୱର ପ୍ରଥମଟିକୁ ପୁରାତନ ଓ ଅପ୍ରଚଳିତ, ତାହା ଶୀଘ୍ର ଲୋକ ପାଇବା।</verse>
			</chapter>
			<chapter number="9">
				<verse number="1">ପ୍ରଥମ ନିୟମରେ ଉପାସନାର ପଦ୍ଧତି ଓ ମନୁଷ୍ୟନିର୍ମିତ ଏକ ଉପାସନାସ୍ଥଳୀ ବିଷୟରେ ଉଲ୍ଲେଖ ଥିଲା।</verse>
				<verse number="2">ତଦନୁସାରେ ଏକ ଉପାସନା ତମ୍ବୁ ସ୍ଥାପିତ ହୋଇଥିଲା। ସେଥିରେ ଥିବା ପ୍ରଥମ ପ୍ରକୋଷ୍ଠକୁ ‘ପବିତ୍ର ସ୍ଥାନ’ କୁହାଯାଉଥିଲା। ଏହା ମଧ୍ୟରେ ଦୀପରୂଖା, ଗୋଟିଏ ମେଜ ଓ ମେଜ ଉପରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ରୋଟୀ ଥିଲା।</verse>
				<verse number="3">ପର୍ଦ୍ଧୀ। ପଛରେ ଯେଉଁ ଦ୍ୱିତୀୟ ପ୍ରକୋଷ୍ଠ ଥିଲା, ତାହାକୁ ‘ମହାପବିତ୍ର ସ୍ଥାନ’- କୁହାଯାଉଥିଲା।</verse>
				<verse number="4">ସେଠାରେ ଏକ ସୁବର୍ଣ୍ଣ ପାତ୍ର, ହାରୋଣଙ୍କ ପଲ୍ଲବିତ ଯଷ୍ଟି ଏବଂ ଈଶ୍ୱରଙ୍କ ଆଜ୍ଞାଖୋଦିତ ଦୂଇ ପ୍ରସ୍ତର ଫଳକ ଥିଲା।</verse>
				<verse number="5">ସିନ୍ଦୁକ ପକ୍ଷ ବିଶିଷ୍ଟ ଦୁଇ ପ୍ରାଣୀଙ୍କର ପ୍ରତିମୂର୍ତ୍ତି ଥିଲା। ଏମାନେ “ପାପକ୍ଷମା” ସ୍ଥାନ ଉପରେ ପକ୍ଷ ବିସ୍ତା କରି ରହିଥିଲେ, କିନ୍ତୁ ବର୍ତ୍ତମାନ ଏ ସବୁର ବିଶଦ ବ୍ୟାଖ୍ୟା ଅନାବଶ୍ୟକ।</verse>
				<verse number="6">ସେଠାରେ ଏହିପରି ବ୍ୟବସ୍ଥା ରହିଛି:ଯାଜକମାନେ ପ୍ରତିଦିନ ତମ୍ବୁର ପ୍ରଥମ ପ୍ରକାଷ୍ଠରେ ପ୍ରବେଶ କରି ସମାନଙ୍କର କର୍ତ୍ତବ୍ୟ ସାଧନ କରନ୍ତି।</verse>
				<verse number="7">କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠ ଭିତରକୁ କେବଳ ମହାଯାଜକଙ୍କ ଯିବାର ଅଧିକାର ଅଛି, ସେ ସେଠାକୁ ବର୍ଷକୁ ଥରେ ମାତ୍ର ଯାଆନ୍ତି। ସେ ନିଜ ପାଇଁ ଏବଂ ଲୋକମାନେ ଅଜ୍ଞାନତାବଶତଃ କରିଥିବା ପାପ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ସଙ୍ଗରେ ରକ୍ତ ନେଇ ଯାଇ ଥାଆନ୍ତି।</verse>
				<verse number="8">ଏହି ସମସ୍ତ ବିଷୟରୁ ପବିତ୍ରଆତ୍ମା ଏ କଥା ସ୍ପଷ୍ଟଭାବେ ଶିକ୍ଷା ଦେଇଛନ୍ତି ଯେ, ପ୍ରଥମ ପ୍ରକୋଷ୍ଠ ଥିବା ଯାଏ, ମହାପବିତ୍ର ସ୍ଥାନକୁ ଯିବାର ପଥ ଉନ୍ମୁକ୍ତ ହୋଇ ନାହିଁ।</verse>
				<verse number="9">ବିର୍ତ୍ତମାନ କାଳକୁ ଲକ୍ଷ୍ୟ କରି ଏହା ଏକ ଦୃଷ୍ଟାନ୍ତ ସ୍ୱରୂପ। ଏହାର ଅର୍ଥ ହେଉଛି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ନୈବେଦ୍ୟ ଏବଂ ପଶୁବଳି ଉପାସକର ହୃଦୟକୁ ସିଦ୍ଧ କରିପାରେ ନାହିଁ।</verse>
				<verse number="10">କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।</verse>
				<verse number="11">କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଆମ୍ଭେମାନେ ପାଇଛୁ, ସେ ସବୁରୁ ମହାଯାଜକ ରୂପେ ଖ୍ରୀଷ୍ଟ ଆସିଛନ୍ତି। ସେ ଯେଉଁ ଉପାସନା ତମ୍ୱୁରେ କାର୍ଯ୍ୟ କରୁଛନ୍ତି, ତାହା ଶ୍ରେଷ୍ଠ ଓ ଅଧିକ ପୂର୍ଣ୍ଣାଙ୍ଗ। ତାହା ମନୁଷ୍ୟନିର୍ମିତ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ।</verse>
				<verse number="12">ଖ୍ରୀଷ୍ଟ ସେହି ତମ୍ୱୁ ମଧ୍ୟ ଦେଇ ଉକ୍ତ ମହାପବିତ୍ର ସ୍ଥାନରେ ଏକାଥରକ ପାଇଁ ପ୍ରବେଶ କରିବା ବେଳେ ସେଠାରେ ବଳି ଉତ୍ସର୍ଗ ନିମନ୍ତେ ଅନନ୍ତକାଳୀନ ମୁକ୍ତି ସାଧନ କଲେ।</verse>
				<verse number="13">ଯେଉଁମାନେ କ୍ରିୟା କର୍ମ ପାଳନ ନ କରିବା ଦ୍ୱାରା ଅଶୁଚି, ସେମାନଙ୍କ ଉପରେ ଛାଗ କିମ୍ବା ବୃଷର ରକ୍ତ ଓ ଗୋ-ଭସ୍ମ ସେଚିତ ହେଲେ, ସେମାନଙ୍କର ଅଶୁଚିତା ଦୂର ହୋଇଥାଏ।</verse>
				<verse number="14">ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।</verse>
				<verse number="15">ଏହି କାରଣରୁ ଖ୍ରୀଷ୍ଟ ହିଁ ନୂତନ ନିୟମ ସ୍ଥାପନ କରିଛନ୍ତି, ଯେପରି କି ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଅହୁତ, ସେମାନେ ଈଶ୍ୱର ପ୍ରତିଜ୍ଞା କରିଥିାବ ଅନନ୍ତ ଆଶୀର୍ବାଦ ଲାଭ କରିବେ। ପ୍ରଥମ ନିୟମ ବଳବତ୍ତର ଥିବା ସମୟରେ, ଲୋକମାନେ ଯେଉଁସବୁ ପାପ ଦୋଷ କରିଥିଲେ, କେବଳ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ସେମାନେ ସେଥିରୁ ମୁକ୍ତି ମୃତ୍ୟୁ ଲାଭ କରିବେ।</verse>
				<verse number="16">ଗୋଟିଏ ଉଇଲ୍ ବା ଦାନପତ୍ରର ବ୍ୟବସ୍ଥା ଅନୁଯାୟୀ, ତାହା କାର୍ଯ୍ୟକାରୀ ହେବା ପାଇଁ ଉଇଲ୍ କରିଥିବା ବ୍ୟକ୍ତିର ମୃତ୍ୟୁ ପ୍ରମାଣିତ ହେବା ଆବଶ୍ୟକ।</verse>
				<verse number="17">କାରଣ ଉଇଲ୍ କରିଥିବା ବ୍ୟକ୍ତି ବଞ୍ଚିଥିବା ଯାଏ, ଉଇଲ୍ର ମୂଲ୍ୟ ନାହିଁ କେବଳ ତାହାର ମତ୍ୟୁ ପରେ ତାହା କାର୍ଟ୍ୟକାରୀ ହୁଏ।</verse>
				<verse number="18">ସେଥିପାଇଁ ପ୍ରଥମ ନିୟମ ମଧ୍ୟ ରକ୍ତପାତ ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା।</verse>
				<verse number="19">ପ୍ରଥମେ ମୋଶା ବ୍ୟବସ୍ଥାର ଆଜ୍ଞାମାନ ଲୋକମାନଙ୍କ ନିକଟରେ ଘୋଷଣା କଲେ। ତତ୍ପରେ ସେ ବୃକ୍ଷ ଓ ଛାଗର ରକ୍ତ ଜଳ ସହିତ ମିଶାଇ ଏସୋବ ଡାଳ ଓ କିଛି ଲୋହିତ ବର୍ଣ୍ଣର ମେଷ ଲୋମ ଦ୍ୱାରା ବ୍ୟବସ୍ଥା ପୁସ୍ତକ ଓ ଲୋକମାନଙ୍କ ଉପରେ ସେଚନ କଲେ।</verse>
				<verse number="20">ସେ କହିଲେ, “ଯେଉଁ ନିୟମ ପାଳନ କରିବାକୁ ଈଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି, ଏହି ରକ୍ତ ସେହି ନୟମକୁ ମୁଦ୍ରାଙ୍କିତ କରୁଛି।”</verse>
				<verse number="21">ମୋଶା ସେହି ପ୍ରକାରେ ରକ୍ତ ନେଇ ତମ୍ବୁ ମନ୍ଦିର ଓ ଉପାସନାରେ ବ୍ୟବହୃତ ସମସ୍ତ ସାମଗ୍ରୀ ଉପରେ ସେଚନ କଲେ।</verse>
				<verse number="22">ବସ୍ତୁତଃ, ବ୍ୟବସ୍ଥାନୁସାରେ ସମସ୍ତ ବିଷୟ ରକ୍ତ ଦ୍ୱାରା ପବିତ୍ରୀକୃତ ହୁଏ ଏବଂ ରକ୍ତପାତ ଦ୍ୱାରା ହିଁ ପାପ କ୍ଷମା ହୁଏ।</verse>
				<verse number="23">ଯେଉଁ ବଷୟଗୁଡ଼ିକ ସ୍ୱର୍ଗୀୟ ମୂଳ ବିଷୟରେ ଅନୁରୂପ ମାତ୍ର, ସେହି ସବୁ ରକ୍ତ ଦ୍ୱାରା ପବିତ୍ରୀକୃତ ହେବାର ପ୍ରୟୋଜନ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ନିମନ୍ତେ ମହତ୍ତର ବଳିଦାନ ଆବଶ୍ୟକ।</verse>
				<verse number="24">ଯାହା ମନୁଷ୍ୟ ହସ୍ତକୃତ ନୁହେଁ, ଏପରି ଏକ ପବିତ୍ର ସ୍ଥାନକୁ ଖୀଷ୍ଟ ଯାଇଛନ୍ତି। ତାହା କୌଣସି ମୂଳ ବିଷୟରେ ଅନୁରୂପ ନୁହେଁ। ସେ ସ୍ୱର୍ଗକୁ ହିଁ ଯାଇଛନ୍ତି। ସେଠାରେ ସେ ଆମ୍ଭମାନଙ୍କ ସପକ୍ଷେ ବର୍ତ୍ତମାନ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି।</verse>
				<verse number="25">ଇହୁଦୀୟ ମହାଯାଜକ ବର୍ଷକୁ ଥରେ ପଶୁ ରକ୍ତ ନେଇ ମହାପବିତ୍ର ସ୍ଥାନକୁ ଯାଆନ୍ତି। କିନ୍ତୁ ଖୀଷ୍ଟ ନିଜକୁ ବାରମ୍ବାର ଉତ୍ସର୍ଗ କରିବା ପାଇଁ ସେଠାକୁ ଯାଇ ନାହିଁନ୍ତି।</verse>
				<verse number="26">ତାହାହେଲେ, ତାଙ୍କୁ ଜଗତର ସୃଷ୍ଟି ସମୟରୁ ବହୁବାର ଦୁଃଖଭୋଗ କରିବାକୁ ପଡ଼ି ଥାଆନ୍ତି। ବରଞ୍ଚ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା କାଳ କାଳକୁ ପାପର ଶକ୍ତି ଲୋପ କରିବା ପାଇଁ ଆସିଥିଲେ।</verse>
				<verse number="27">ସମସ୍ତେ ଥରେ ମୃତ୍ୟୁଭୋଗ କରିବେ ଏବଂ ତା' ପରେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ।</verse>
				<verse number="28">ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।</verse>
			</chapter>
			<chapter number="10">
				<verse number="1">ଇହୁଦୀୟ ବ୍ୟବସ୍ଥା ବାସ୍ତବ ବିଷୟର ଏକ ପୂର୍ଣ୍ଣଙ୍ଗ ଓ ଅବିକଳ ଚିତ୍ର ନୁହେଁ, ଏହା ଆଗାମୀ ଉତ୍କୃଷ୍ଟ ବିଷୟର ଏକ ଅସ୍ପଷ୍ଟ ସୂଚନା ମାତ୍ର। ସର୍ବଦା ବର୍ଷକୁ ବର୍ଷ ସେହି ଏକ ପ୍ରକାରେ ବଳିଦାନ ଉତ୍ସର୍ଗ କରାଯାଉଛି। ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ବ୍ୟବସ୍ଥାର ସେହିସବୁ ବଳିଦାନ ଦ୍ୱାରା ସେମାନେ କଅଣ ସଦ୍ଧ ହୋଇ ପାରୁଛନ୍ତି?</verse>
				<verse number="2">ଏହିପରି ଭାବରେ ଈଶ୍ୱରଙ୍କ ଉପାସକମାନେ ଯଦି ପ୍ରକୃତରେ ପାପରୁ ପରିଷ୍କୃତ ହୋଇପାରୁଥାନ୍ତେ, ତେବେ ସେମାନେ ଆଉ ନିଜକୁ ପାପୀ ମନେ କରରନ୍ତେ ନାହିଁ ଏବଂ ସମସ୍ତ ବଳିଦାନର ଅବସାନ ଘଟନ୍ତା।</verse>
				<verse number="3">କିନ୍ତୁ, ସେପରି ନ ହୋଇ ବର୍ଷକୁ ବର୍ଷ ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ମନୁଷ୍ୟକୁ କେବଳ ତା’ର ପାପ ବିଷୟ ସ୍ମରଣ ଦିଆଯାଉଛି।</verse>
				<verse number="4">କାରଣ ବୃକ୍ଷ ଓ ଛାଗର ରକ୍ତ କଦାପି ପାପ ମୋଚନ କରିପାରେ ନାହିଁ।</verse>
				<verse number="5">ସେଥିପାଇଁ ଖୀଷ୍ଟ ଜଗତକୁ ଆସିବା ପୂର୍ବରୁ ଈଶ୍ୱରଙ୍କୁ କହିଥିଲେ: “ବଳିଦାନ ଓ ନୈବେଦ୍ୟରେ ତୁମେ ସନ୍ତୁଷ୍ଟ ନୁହଁ, କିନ୍ତୁ ତୁମେ ମୋ’ ନମନ୍ତେ ଏକ ଶରୀର ପ୍ରସ୍ତୁତ କରିଛ।</verse>
				<verse number="6">ପାପ ମୋଚନ ନିମନ୍ତେ ତୁମେ ବେଦୀ ଉପରେ ହୋମବଳିରେ କିମ୍ବା ପଶୁବଳିରେ ସନ୍ତୁଷ୍ଟ ନୁହଁ।</verse>
				<verse number="7">ତେଣୁ ମୁଁ କହିଲି, ‘ହେଈଶ୍ୱର, ମୋ’ ସମନ୍ଧରେ ବ୍ୟବସ୍ଥା ପସ୍ତକରେ ଯେପରି ଲିଖିତ ଅଛି, ମୁଁ ସେହି ପ୍ରକାରେ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ ଅଛି।”</verse>
				<verse number="8">ପ୍ରଥମେ ସେ କହିଥିଲେ, “ତୁମେ ମନୁଷ୍ୟରେ ପାପ ମୋଚନ ପାଇଁ ବଳିଦା ବା ନୈବେଦ୍ୟ କିମ୍ବା ବେଦୀ ଉପରେ ହୋବଳି ଚାହଁ ନାହିଁ; ସେ ସମସ୍ତ ତୁମକୁ ସନ୍ତୁଷ୍ଟ କରିପାରେ ନାହିଁ।” ଏହିସବୁ ବଳିଦାନ ବ୍ୟବସ୍ଥା ଅନୁଯାୟୀ କରାଯାଉଥିଲେ ସୁଦ୍ଧା ସେ ଏହିପରି କହିଥିଲେ।</verse>
				<verse number="9">ତା’ପରେ ସେ କହିଥିଲେ, “ହେ ଈଶ୍ୱର, ମୁଁ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ।”</verse>
				<verse number="10">ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।</verse>
				<verse number="11">ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ।</verse>
				<verse number="12">କିନ୍ତୁ ଖୀଷ୍ଟ ପାପର ପ୍ରାୟଶ୍ଚିତ ସ୍ୱରୂପେ ଚିରକାଳ ପାଇଁ ଗୋଟିଏ ମାତ୍ର ବଳି ଉତ୍ସର୍ଗ କରିଛନ୍ତି। ତା’ପରେ ସେ ଯାଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।</verse>
				<verse number="13">ଈଶ୍ୱର ତାଙ୍କର ଶତ୍ରୁମାନଙ୍କୁ ପଦାନତ ନ କରିବା ପର୍ଯ୍ୟନ୍ତି ସେଦ ସେହିଠାରେ ଅପେକ୍ଷା କରୁଛନ୍ତି।</verse>
				<verse number="14">ଯେଉଁମାନେ ପାପରୁ ପରିଷ୍କୃତ ହୋଇ ଶୁଚି ହୋଇଛନ୍ତି, ସେହି ଏକମାତ୍ର ବଳିଦାନ ଦ୍ୱାରା ସେମାନଙ୍କୁ ସେ ଚିରକାଳ ପାଇଁ ସିଦ୍ଧ କରିଛନ୍ତି।</verse>
				<verse number="15">ପବିତ୍ରଆତ୍ମା ମଧ୍ୟ ତାଙ୍କର ସାକ୍ଷ୍ୟ ଦେଇ କହିଛନ୍ତି,</verse>
				<verse number="16">“ପ୍ରଭୁ କହନ୍ତି, ଭବିଷ୍ୟତରେ ମୁଁ ସେମାନଙ୍କ ସହିତ ଏହି ଚୁକ୍ତି କରିବି। ମୁଁ ମୋର ବ୍ୟବସ୍ଥା ସେମାନଙ୍କ ହୃଦୟରେ ସ୍ଥାପନ କରିବି ଓ ସେମାନଙ୍କ ମାନସପଟରେ ଲେଖିବି।”</verse>
				<verse number="17">ଆଉ ମଧ୍ୟ ସେ କହନ୍ତି, “ମୁଁ ଆଉ ସେମାନଙ୍କର ପାପ ଓ କୁକର୍ମ ସ୍ମରଣ କରିବି ନାହିଁ।”</verse>
				<verse number="18">ତେଣୁ ସେମାନେ ଯଦି କ୍ଷମା ପ୍ରାପ୍ତ ହୋଇଛନ୍ତି, ତେବେ ପାପ ମୋଚନ ନିମନ୍ତେ ଆଉ ବଳିଦାନର ଆବଶ୍ୟକତା ନାହିଁ।</verse>
				<verse number="19">ତେଣୁ ହେ, ଭାଇମାନେ ଯୀଶୁଙ୍କ ମରଣ ହେତୁ ଆମେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବାକୁ ପୂର୍ଣ୍ଣ ଅଧିକାର ପାଇଛୁ।</verse>
				<verse number="20">ସେ ତାଙ୍କର ଶରୀରରୂପ ପର୍ଦ୍ଦା ମଧ୍ୟଦେଇ ଆମ୍ଭମାନଙ୍କ ନିମନ୍ତେ ଏକ ନୂତନ ଜୀବନ୍ତ ପଥ ଉନ୍ମୁକ୍ତ କରିଛନ୍ତି।</verse>
				<verse number="21">ଈଶ୍ୱରଙ୍କ ଗୃହ ଏବେ ଆମ୍ଭମାନଙ୍କ ମହାଯାଜକଙ୍କ ଜିମାରେ ଅଛି।</verse>
				<verse number="22">ଅତଏବ ଆସ, ଆମ୍ଭେମାନେ ଶୁଦ୍ଧ ଅନ୍ତଃକରଣ ଓ ଦୃଢ଼ ବିଶ୍ୱାସ ସହହ ଈଶ୍ୱରଙ୍କ ନିକଟକୁ ଯିବା; କାରଣ ଆମ୍ଭୋନେ ଏବେ କଳୁଷିତ ବିବେକରୁ ଶୁଚି ହୋଇଛୁ ଓ ଆମ ଶରୀର ନିର୍ମଳ ଜଳରେ ଧୌତ ହୋଇଛି</verse>
				<verse number="23">ଯେଉଁ ଭରସା ଆମ୍ଭମାନଙ୍କର ଅଛି ବୋଲି ସ୍ୱୀକାର କରୁଛୁ, ସେଥିରେ ଆମେ ଦୃଢ଼ ରହିବା ଉଚିତ, କାରଣ ଆମେ ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ରଖିପାରୁ।</verse>
				<verse number="24">ଆସ, ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୋଇ ସେମାନଙ୍କ ଉପକାର କରିବା; ଏହିପରି ଭାବରେ ପ୍ରେମର ନିଦର୍ଶନ ଦେଇ ସତ୍କାର୍ଯ୍ୟ କରିବା।</verse>
				<verse number="25">ପୁଣି କେହି କେହି ଯେପରି ଉପାସନାରେ ସମବେତ ହେବାକୁ ହେଳା କରନ୍ତି, ଆମେ ସେପରି କରିବା ନାହିଁ। ବରଂ ‘ପ୍ରଭୁଙ୍କର ଦିନ’ ନିକଟ ହୋଇ ଆସୁଛି ଜାଣି ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ।</verse>
				<verse number="26">ଆମ୍ଭମାନଙ୍କ ନିକଟରେ ସତ୍ୟ ପ୍ରକାଶିତ ହେବା ପରେ ଆମେ ଯଦି ଜାଣି ଶୁଣି ପାପରେ ଲିପ୍ତ ରହୁ, ତେବେ ଆଉ କୌଣସି ବଳିଦାନ ଆମକୁ ପାପରୁ ମୁକ୍ତ କରି ପାରିବ ନାହିଁ।</verse>
				<verse number="27">ତାହାହେଲେ, ଆମେ ଆଗାମୀ ମହାବିଚାରର ସମ୍ମୁଖୀନ ହୋଇ ଈଶ୍ୱର-ଦ୍ରୋହୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଚଣ୍ଡ ଅଗ୍ନିରେ ଧ୍ୱଂସ ପାଇଯିବା ପରିଣାମକୁ ଭୟଭୀତ ହୋଇ ପ୍ରତିକ୍ଷା କରିବା ଛଡ଼ା ଆମ୍ଭମାନଙ୍କର ଅନ୍ୟ ଦଶା ନାହିଁ।</verse>
				<verse number="28">କେହି ଯଦି ମୋଶାଙ୍କ ବ୍ୟବସ୍ଥା ଅମାନ୍ୟ କରେ ଧ ଦୁଇ ବା ତତୋଧବକ ସାକ୍ଷୀଙ୍କର ସାକ୍ଷୀ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାହାକୁ ଦୟା ପ୍ରଦର୍ଶନ ନ କରି ମୃତ୍ୟୁଦଣ୍ଡ ଦିଆଯାଏ।</verse>
				<verse number="29">ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।</verse>
				<verse number="30">“ମୁଁ ପ୍ରତିଶୋଧ ନେବି, ମୁଁ ଦଣ୍ଡଦାତା” ଏ କଥା ଯେ କହିଛନ୍ତି, “ପ୍ରଭୁ ତାଙ୍କ ଲୋକମାନଙ୍କର ବିଚାର କରିବେ।</verse>
				<verse number="31">ଚିରଞ୍ଜୀବୀ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବା କେଡ଼େ ଭୟାନକ।</verse>
				<verse number="32">ତୁମ ଅତୀତ କଥା ସ୍ମରଣ କର। ଈଶ୍ୱରଙ୍କ ଆଲୋକ ତୁମ୍ଭମାନଙ୍କୁ ଉଦ୍ଭାସିତ କରିବା ପରେ ତୁମ୍ଭେମାନେ ନାନାଦି ଦୁଃଖ କ୍ଳେଶ ଭୋଗ କଲ, କିନ୍ତୁ ପରାଜିତ ହୋଇ ନ ଥିଲ।</verse>
				<verse number="33">କେବେ କେବେ ତୁମ୍ଭେମାନେ ସର୍ବସାଧାରଣରେ ନିନ୍ଦିତ ଓ ଅତ୍ୟାଚାରିତ ହେଉଥିଲେ। ଆଉ କେବେ କେବେ ତୁମ୍ଭେମାନେ ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ସହାନୂଭୂତି ପ୍ରଦଶନ କରୁଥିଲ ଏବଂ ଯେତେବେଳେ ତୁମଦ୍ଭମାନଙ୍କର ସର୍ବସ୍ୱ ଅପହୃତ ହେଲା, ସେତେବେଳେ ତୁମ୍ଭେମାନେ ଅନନ୍ଦରେ ସବୁ କ୍ଷତି ସହ୍ୟ କରିଥିଲ, କାରଣ ତୁମ୍ଭମାନଙ୍କର ଯେ ମହତ୍ତର ଚିରକସ୍ଥାୟୀ ସମ୍ପତ୍ତି ଅଛି, ତାହା ତୁମ୍ଭେମାନେ ଜାଣିଥିଲ।</verse>
				<verse number="34"></verse>
				<verse number="35">ତେଣୁ ସାହସ ହରାଅ ନାହିଁ, କାଣ ସତ୍ସାହସର ମହାପୁରସ୍କାର ଅଛି।</verse>
				<verse number="36">ଈଶ୍ୱରଙ୍କ ଇଚ୍ଛା ସାଧନ କରି, ଯାହା ସେ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ତାହା ପାଇବା ଅ।ଶାରେ ଧୈର୍ଯ୍ୟ ଧରି ରୁହ।</verse>
				<verse number="37">ଧର୍ମଶାସ୍ତ୍ରରେ ଲେଖାଅଛି: “ଆଉ ଅଳ୍ପ ସମୟ ଅଅପେକ୍ଷା କର, ଯାହାଙ୍କ ଆଗମନ ହେବାର ଅଛି, ସେ ଆସିବେ, ବଳମ୍ବ କରିବେ ନାହିଁ।”</verse>
				<verse number="38">ମୋର ଧାର୍ମିକ ଲୋକମାନେ ବିଶ୍ୱାସରେ ଅଟଳ ରହି ବଞ୍ଚିବେ, କିନ୍ତୁ କେହି ଯଦି ପଛଘୁଞ୍ଚା ଦିଏ, ତା’ ପ୍ରତି ମୁଁ ପ୍ରସନ୍ନ ହୋଇପାରିବି ନାହିଁ।”</verse>
				<verse number="39">ପଛଘୁଞ୍ଚା ଦେଇ ବିନଷ୍ଟ ହେବା ଷଳାକ ଆମେ ନୋହୁଁ। ଆମେ ଦୃଢ଼ ବିଶ୍ୱାସୀ ଓ ପରିତ୍ରାଣପ୍ରାପ୍ତ।</verse>
			</chapter>
			<chapter number="11">
				<verse number="1">ପ୍ରତ୍ୟାଶିତ ବିଷୟ ପାଇବାର ନିଶ୍ଚିତ ବୋଧ ଓ ଅଦୃଶ୍ୟ ବିଷୟ ବାସ୍ତବତା ହୃଦୟଙ୍ଗମ କରିବା ହିଁ ବିଶ୍ୱାସ।</verse>
				<verse number="2">ପୁରାକାଳର ଲୋକମାନେ ସେମାନଙ୍କ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତୋଷଭାଜନ ହୋଇଥିଲେ।</verse>
				<verse number="3">ଈଶ୍ୱରଙ୍କ ଆଦେଶରେ ବିଶ୍ୱଚଗତରେ ସୃଷ୍ଟି ହେଲା ଓ ଅଦୃଶ୍ୟ ବିଷୟରୁ ଦୃଶ୍ୟ ବିଷୟର ଉତ୍ପତ୍ତି ହେଲା, ଏ କଥା କେବଳ ବିଶ୍ୱାସ ଦ୍ୱାରା ଆମେ ଜାଣୁଛୁ।</verse>
				<verse number="4">ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।</verse>
				<verse number="5">ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗରୁ ରକ୍ଷା ପାଇଥିଲେଏ। ଈଶ୍ୱର ତାଙ୍କୁ ନିଜ ନିକଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ କେହି ଆଉ ଦେଖିପାରି ନ ଥିଲେ। ଧର୍ମଶାସ୍ତ୍ରରେ ଲେଖାଅଛି ଯେ, ହନୋକ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ତାଙ୍କର ସନ୍ତୋଷଭାଜନ ହୋଇଥିଲେ।</verse>
				<verse number="6">ବିଶ୍ୱାସ ବିନା କେହି ଈଶ୍ୱରଙ୍କ ସନ୍ତୁଷ୍ଟ କରିପାରେ ନାହିଁ, କାରଣ ଯେ ଈଶ୍ୱରଙ୍କ ନିକଟକୁ ଆସେ, ସେ ଈଶ୍ୱର ଯେ ତାଙ୍କର ଅନ୍ୱେଷଣକାରୀମାନଙ୍କର ଆଶା ପୂରଣ କରନ୍ତି, ତାହା ମଧ୍ୟ ବିଶ୍ୱାସ କରିବା ଆବଶ୍ୟକ।</verse>
				<verse number="7">ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।</verse>
				<verse number="8">ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଦେଶକୁ ଯିବା ପାଇଁ ସେ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହାମ ବିଶ୍ୱାସରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥିଲେ। ସେ କେଉଁଠାକୁ ଯାତ୍ରା କରୁଛନ୍ତି, ତାହା ନ ଜାଣି ସୁଦ୍ଧା ସ୍ୱଦେଶ ପରିତ୍ୟାଗ କରିଥିଲେ।</verse>
				<verse number="9">ସେ ବିଶ୍ୱାସରେ ଈଶ୍ୱରଙ୍କ ପ୍ରତିଜ୍ଞାତ ଦେଶରେ ବିଦେଶୀ ଭାବରେ ବାସ କଲେ। ସେ ତମ୍ବୁରେ ବାସ କଲେ ଏବଂ ତାଙ୍କ ପରି ଈଶ୍ୱରଙ୍କଠାରୁ ପ୍ରତିଜ୍ଞା ପ୍ରାପ୍ତ ହୋଇ ଇସାହାକ ଓ ଯାକୁବ ମଧ୍ୟ ସେହିପରି ବାସ କରିଥିଲେ।</verse>
				<verse number="10">ଯେଉଁ ଚିରସ୍ଥାୟୀ ନଗର ଈଶ୍ୱରଙ୍କ ଦ୍ୱାରା ପରିକଳ୍ପିତ ଓ ନିମର୍ତତ ଅବ୍ରାହାମ ସେହି ନଗରର ଅପେକ୍ଷାରେ ଥିଲେ।</verse>
				<verse number="11">ଯଦିବା ସାଗ ଗର୍ଭଧାରଣ କରିବାକୁ ଅକ୍ଷମ ଥିଲେ, ବିଶ୍ୱାସ ବଳରେ ଅବ୍ରାହାମ ବୃଦ୍ଧାବସ୍ଥାରେ ସୁଦ୍ଧା ପିତା ହେବାକୁ ସକ୍ଷମ ହୋଇଥିଲେ। ଈଶ୍ୱର ତାଙ୍କ ପ୍ରତିଶ୍ରୁିତି ରକ୍ଷା କରିବେ ବୋଲି ଅବ୍ରାହାମଙ୍କର ବିଶ୍ୱାସ ଥିଲା।</verse>
				<verse number="12">ଅବ୍ରାହାମ ମୃତକଳ୍ପ ହୋଇଥିଲେ ହେଁ ତାଙ୍କଠାରୁ ଆକାଶର ତାରା ଓ ସମୁଦ୍ର ବାଲି ପରି ଅସଂଖ୍ୟ ବଂଶଧର ଜାତ ହେଲେ।</verse>
				<verse number="13">ଉପରୋକ୍ତ ବ୍ୟକ୍ତିମାନେ ନିଜ ବିଶ୍ୱାସରେ ଅଟଳ ରହି ପ୍ରାଣ ତୃାଗ କଲେ। ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟସବୁ ସେମାନେ ପାଇ ନ ପାରିଲେ ସୁଦ୍ଧା ସ୍ମଦୂରରେ ତାହା ଦେଖି ସ୍ୱାଗତ କରିଥିଲେ ଏବଂ ଏହି ଜଗତରେ ସେମାନେ କେବଳ ବିଦେଶୀ ଓ ଶରଣାର୍ଥୀ ବୋଲି ସ୍ୱୀକାର କରିଥିଲେ।</verse>
				<verse number="14">ଯେଉଁମାନେ ଏଭଳି କଥା କହନ୍ତି, ସେମାନେ ଆଉ ଏକ ମାତୃଭୂମିର ଅନ୍ୱେଷଣ କରୁଛନ୍ତି ବୋଲି ଜଣାଯାଏ।</verse>
				<verse number="15">ସେମାନେ ଯେଉଁ ଦେଶ ଛାଡ଼ି ଆଓିଥିଲେ, ସେ ଦେଶକୁ ଆଉ ସ୍ମରଣ କରୁ ନ ଥିଲେ। ଯଦି ସ୍ମରଣ କରିଥାଆନ୍ତେ ତେବେ ସେଠାକୁ ସେମାନେ ଫେରି ଯିବାକୁ ସୁଯୋଗ ପାଇ ଥାଆନ୍ତେ।</verse>
				<verse number="16">ବରଞ୍ଚ ସେମାନେ ଏକ ଉତ୍କୃଷ୍ଟତର ଦେଶକୁ, ଅର୍ଥାତ୍ ସ୍ୱର୍ଗୀୟ ଦେଶକୁ ଯିବା ପାଇଁ ଆକାଂକ୍ଷା କରୁତିଲେ। ତେଣୁ ସେମାନେ ଈଶ୍ୱରଙ୍କୁ ନିଜଗର ଈଶ୍ୱର ବୋଲି ସମ୍ପୋଧନ କରିବା ଦ୍ୱାରା ସେ ଲଜ୍ଜିତ ହୋଇ ନ ଥିଲେ। ବାସ୍ତବିକ, ଈଶ୍ୱର ସେମାନଙ୍କ ନିମନ୍ତେ ଏକ ନଗରୀ ପ୍ରସ୍ତୁତ କରି ରଖିଥିଲେ।</verse>
				<verse number="17">ଈଶ୍ୱର ଅବ୍ରାହାମଙ୍କର ବିଶ୍ୱାସ ପରୀକ୍ଷା କଲାବେଳେ ଅବ୍ରାହାମ ନିଜ ପୁତ୍ର ଇସାହାକଙ୍କୁ ବଳିରୂପ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ। ଈଶ୍ୱର ଅବ୍ରାହାମଙ୍କୁ ହିଁ ତାଙ୍କର ପ୍ରତିଜ୍ଞା ବଚନ ଦେଇଥିଲେ, ଅଥଚ ଅବ୍ରାହାମ ନିଜର ଏକମାତ୍ର ପୁତ୍ରକୁ ବଳିରୂପେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ।</verse>
				<verse number="18">ଈଶ୍ୱର ତାଙ୍କୁ କହିଥିଲେ, “ମୁଁ ତୁମକୁ ଯେଉଁ ବଂଶଧର ଦେବି ବୋଲି ପ୍ରତିଶ୍ରଚତି ଦେଇଛି, ତାହା ଇସାହାକଙ୍କଠାରୁ ହିଁ ଉତ୍ପନ୍ନ ହେବ।”</verse>
				<verse number="19">ଈଶ୍ୱର ଯେ ଇସାହାକଙ୍କୁ ମୃତ୍ୟୁର ସଞ୍ଜୀବିତ କରିବାକୁ ସମର୍ଥ, ଏହି ବିଶ୍ୱାସ ଅବ୍ରାହାମଙ୍କର ମୃତ୍ୟୁରୁ ଫେରି ପାଇଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।</verse>
				<verse number="20">ଇସାହାକ ନିଜ ବିଶ୍ୱାସ ବଳରେ ଯାକୁବ ଓ ଏଷୌଙ୍କର ଭାବ ମଙ୍ଗଳ ପାଇଁ ଆର୍ଶୀବାଦ କରିଥିଲେ।</verse>
				<verse number="21">ବିଶ୍ୱାସ ଦ୍ୱାରା ହିଁ ଯାକୁବ ମୃତ୍ୟୁ ପୂର୍ବରୁ ଯୋସେଫଙ୍କ ଦୁଇ ପୁତ୍ରଙ୍କୁ ଆର୍ଶୀବାଦ କରିଥିଲେ। ସେ ନିଜର ଯଷ୍ଟି ଉପରେ ଭରା ଦେଇ ଈଶ୍ୱରଙ୍କ ଆରାଧନା କରିଥିଲେ।</verse>
				<verse number="22">ଯୋସେଫ ପ୍ରାଣତ୍ୟାଗ କରିବା ସମୟରେ ତାଙ୍କର ବିଶ୍ୱାସ ବଳରେ ଇଶ୍ରାଏଲ ଲୋକମାନଙ୍କର ମିଶର ଦେଶରୁ ପ୍ରସ୍ଥାନ ବିଷୟରେ ଭିବଷ୍ୟତ୍ବାଣୀ କହିଥିଲେ ଏବଂ ତାଙ୍କର ଶବ ସତ୍କାର କିପତ୍ତି କରାଯିବ, ନିର୍ଦ୍ଦେଶ ଦେଇଥିଲେ।</verse>
				<verse number="23">ବିଶ୍ୱାସ ଦ୍ୱାରା ମୋଶାଙ୍କର ପିତାମାତା ତାଙ୍କୁ ଜନ୍ମ ସମୟରୁ ତିନି ମାସ ପର୍ଯ୍ୟନ୍ତି ଲୁଚାଇ ରଖିଥିଲେ। ଶିଶୁଟିକୁ କରିବାକୁ ଭୟ କରି ନ ଥିଲେ।</verse>
				<verse number="24">ମୋଶା ବୟଃପ୍ରାପ୍ତ ହେଲା ପରେ ବିଶ୍ୱାସ ବଳରେ ରାଗକନ୍ୟାଙ୍କର ପୁତ୍ର ବୋଲି ପରିଚିତ ହେବାକୁ ମନା କରିଦେଲେ।</verse>
				<verse number="25">ପାପରେ ଲିପ୍ତ ରହି କିଛି କାଳ ଜୀବନ ଉପଭୋଗ କରିବା ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କରିଥିଲେ।</verse>
				<verse number="26">ସେ ମିସର ଦେଶର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ମସୀହଙ୍କ ନିମନ୍ତେ ଘୃରିତ ହେବା ଶ୍ରେୟସ୍କର ମନେ କରିଥିଲେ, କାରଣ ଭାବବୀ ପୁରସ୍କାର ପ୍ରତି ତାଙ୍କର ଲକ୍ଷ୍ୟ ଥିଲା।</verse>
				<verse number="27">ମୋଶା ତାଙ୍କ ବିଶ୍ୱାସ ବଳରେ ରାଜାଙ୍କର କ୍ରୋଧକୁ ଭୟ ନ କରି ମିସର ଦେଶ ପରିତ୍ୟାଗ କରିଥିଲେ। ସେତେ ଯେପରି ସେ ଯିବାକୁ ବଦ୍ଧପରିକର ହୋଇଥିଲେ।</verse>
				<verse number="28">ବିଶ୍ୱାସରେ ସେ ନିସ୍ତାର ପର୍ବ ପ୍ରତିଷ୍ଠା କରିଥିଲେ ଏବଂ ସଂହାରକ ଦୂତ ଯେପରି ଇଶ୍ରାଏଲ ଲୋକମାନଙ୍କର ଜ୍ୟେଷ୍ଠପୁତ୍ରମାନଙ୍କୁ ବଧ ନ କରନ୍ତି, ଏଥିପାଇଁ ଦ୍ୱାରରେ ରକ୍ତ ଛିଟା ଦେବାକୁ ଆଦେଶ ଦେଇଥିଲେ।</verse>
				<verse number="29">ବିଶ୍ୱାସ ବଳରେ ଇଶ୍ରାଏଲୀୟ ଲୋକମାନେ ଶୁଷ୍କ ଭୁମି ଉପରେ ଚାଲିଲା ପରି ଲୋହିତ ସାଗର ଅତିକ୍ରମ କରିଥିଳେ; ଅଥଚ ମିସରୀୟମାନେ ତାହା କରିବାକୁ ଚେଷ୍ଟା କରି ବୁଡ଼ି ମଲେ।</verse>
				<verse number="30">ଇଶ୍ରାଏଲୀୟମାନେ ଯିରିଖୋ ନଗର ପ୍ରାଚୀରର ଚତୁର୍ଦ୍ଦିଗରେ ବିଶ୍ୱାସରେ ସାତ ଦିନ ବୁଲିଲା ପରେ, ତାହା ଭୂମିସାତ୍ ହୋଇଥଲା।</verse>
				<verse number="31">ବେଶ୍ୟା ରାହାବ ତା’ର ବିଶ୍ୱାସ ହେତୁ ଇଶ୍ରାଏଲୀୟ ଗୁପ୍ତଚରମାନଙ୍କୁ ଆଶ୍ରୟ ଦେଲା ଓ ଈଶ୍ୱରଙ୍କ ବିରୁଦ୍ଦାଚାରୀ ଲୋକମାନଙ୍କ ସହିତ ନିହତ ନ ହୋଇ ରକ୍ଷା ପାଇଥିଲା।</verse>
				<verse number="32">ମୁଁ ଆଉ କେତେ କଥା ବର୍ଣ୍ଣନା କରିବି? ଗିଦିୟନ, ବାରାକ, ଶାମ୍ସନ୍, ଯିପ୍ଥାହ, ଦାଉଦ, ଶାମୁଏଲ ଏବଂ ଭାବବାଦୀମାନଙ୍କର ସମ୍ବଦ୍ଧରେ କହିବାକୁ ଗଲେ ସମୟ ଅଣ୍ଟିବ ନାହିଁ।</verse>
				<verse number="33">ବିଶ୍ୱାସରେ ଏମାନେ ବିଭିନ୍ନ ଦେଶ ବିରୁଦ୍କଧରେ ଯୁଦ୍ଧ କରି ବିଜୟୀ ହୋଇଥିଲେ। ଏମାନେ ବିହିତ କର୍ମ ସାଧନ କଲେ, ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟମାନ ପ୍ରାପ୍ତ ହେଲେ; ସିଂହ ମୁଖ ବନ୍ଦ କଲେ,</verse>
				<verse number="34">ଅଗ୍ନି ନିର୍ବାପଣ କଲେ ଓ ଖଡ଼୍ଧ ଧାରରୁ ରକ୍ଷା ପାଇଲେ। ଏମାନେ ଶକ୍ତିହୀନ ଥିଲେ, କିନ୍ତୁ ବିକ୍ରମଶାଳୀ ହେଲେ; ଯୁଦ୍ଧରେ ପରାକ୍ରମୀ ହୋଇ ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କଲେ।</verse>
				<verse number="35">ବିଶ୍ୱାସ ବଳରେ ନାରୀମାନେ ସେମାନଙ୍କର ମୃତ ଆତ୍ମୀୟମାନଙ୍କୁ ଜୀବିତ ଅବସ୍ଥାରେ ଫେରି ପାଇଲେ। ଅନ୍ୟମାନେ ଏକ ମହତ୍ତର ଜୀବନ ଲାଭ କରିବା ଆଶାରେ ନିଜର ସ୍ୱାଧୀନତାକୁ ଜଳାଞ୍ଚଳି ଦେଇ ଯନ୍ତ୍ରଣାଦାୟକ ମୃତ୍ୟୁ ବରଣ କଲେ।</verse>
				<verse number="36">କେହି କେହି ବିଦ୍ରୂପ ସହିଲେ, ବେତ୍ରାଘାତ ପାଇଲେ ଓ ଶିକୁଳିରେ ବନ୍ଧା ହୋଇ କାରାବାସ ଭୋଗ କଲେ।</verse>
				<verse number="37">ସେମାନେ ପ୍ରସ୍ତରାଘାତ ସହିଲେ, କରତରେ ଦ୍ୱିଖଣ୍ଡିତ ହେଲେ ଏବଂ ଖଡ଼୍ଗରେ ନିହତ ହେଲେ। କେହି କେହି କେଷ ଓ ଛାଗ ଚର୍ମ ପିନ୍ଧି ଦରିଦ୍ର, ଉତ୍ପୀଡ଼ିକ୍ତ ସ୍ଥାନ ନ ଥିଲା। ସେମାନେ ଶରଣାର୍ଥୀମାନଙ୍କ ପରି ମରୁଭୂମି ଓ ପର୍ବତରେ ଭ୍ରମଣ କଲେ, ଗୁମ୍ଫା ଓ ଗହ୍ନରମାନଙ୍କରେ ବାସ କଲେ।</verse>
				<verse number="38"></verse>
				<verse number="39">ଏ ସମସ୍ତେ ନିଜ ନିଜର ବିଶ୍ୱାସ ବଳରେ କେତେ କୀର୍ତ୍ତି ରଖି ଯାଇଛନ୍ତି। ତଥାପି ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ଲାଭ କରି ନ ଥିଲେ,</verse>
				<verse number="40">କାରଣ ଈଶ୍ୱର ଆମ୍ଭମାନଙ୍କ ପାଇଁ ଏକ ମହତ୍ତର ପରିକଳ୍ପନା କରିଥିଲେ। ସେମାନେ ଆମ୍ଭମାନଙ୍କ ସହିତ ଯେପରି ସିଦ୍ଧ ହେବେ, ଏହା ହିଁ ଈଶ୍ୱରଙ୍କ ଅଭିପ୍ରାୟ ଥିଲା।</verse>
			</chapter>
			<chapter number="12">
				<verse number="1">ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,</verse>
				<verse number="2">ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।</verse>
				<verse number="3">ଭାବି ଦେଖ, ସେ କେତେ ଦୁଃଖ ନ ସହିଛନ୍ତି। ସେ ପାପୀମାନଙ୍କଠାରୁ କେତେ ଲାଞ୍ଚନା ସହ୍ୟ ନ କରିଛନ୍ତି। ତେଣୁ ତୁମ୍ଭେମାନେ ନିରୁତ୍ସାହିତ ହୋଇ ଙାଙ୍ଗି ପଡ଼ି ନାହିଁ।</verse>
				<verse number="4">କାରଣ ତୁମ୍ଭମାନଙ୍କୁ ଏ ପର୍ଯ୍ୟନ୍ତି ପାପ ବିରୁଦ୍ଧରେ ମରଣାନ୍ତକ ସଂଗ୍ରାମ କରିବାକୁ ପଡ଼ି ନାର୍ହି।</verse>
				<verse number="5">ଈଶ୍ୱର ତାଙ୍କ ସନ୍ତାନ ସ୍ୱରୂପେ ତୁମ୍ଭମାନଙ୍କୁ ଯେଉଁ ଉତ୍ସାହବାଣୀ ଶୁଣାଉଛନ୍ତି, ତାହା କ’ଣ ତୁମ୍ଭେମାନେ ଭୁଲି ଯାଇଛ? “ହେ ମୋର ପୁତ୍ର, ଈଶ୍ୱର ତୁମକୁ ଶାସନ କଲାବେଳେ ମନୋଯୋଗୀ ହୁଅ। ସେ ତୁମକୁ ଉର୍ତ୍ସାନାକଲାବେଳେ ନିରୁତ୍ସାହ ହୁଅ ନାହିଁ।</verse>
				<verse number="6">କାରଣ ଈଶ୍ୱର ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ଏବଂ ଯାହାକୁ ପୁତ୍ରବତ୍ ଗ୍ରହଣ କରନ୍ତି, ତାହାକୁ ଶାସ୍ତି ଦିଅନ୍ତି।”</verse>
				<verse number="7">ତୁମ୍ଭମାନଙ୍କର ଦୁଃଖ କ୍ଳେଶକୁ ପିତାଙ୍କର ଶାସନ ବୋଲି ମନେକରି ସହ୍ୟ କର, ଏହାଦ୍ୱାରା ସେ ତୁମ ସହିତ ପିତୃବତ୍ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ ପାଉଛି। ପିତାଠାରୁ କେବେ ଶାସ୍ତି ପାଇ ନାହିଁ, ଏପରି ପୁତ୍ର ଅଛି କି?</verse>
				<verse number="8">ତାଙ୍କର ଅନ୍ୟ ପୁତ୍ରମାନଙ୍କ ପରି ତୁମକୁ ଯଦି ତୁମ ପିତା ଶାସନ କରନ୍ତି ନାହିଁ, ତେବେ ତ ତୁମେ ପ୍ରକୃତ ପୁତ୍ର ନୁହଁ, ତୁମେ ଜାରଜ ସନ୍ତାନ।</verse>
				<verse number="9">ଆମ ଜାଗତିକ ପିତାମାନେ ଆମକୁ ଶାସ୍ତି ଦେଲେ ସୁଦ୍ଧା ଆମେ ସେମାନଙ୍କୁ ଭକ୍ତି କରୁ। ତାହାହେଲେ, ଆମ ସ୍ୱର୍ଗୀୟ ପାତାଙ୍କ ଶାସନର ବଶୀଭୂତ ହୋଇ ରହିବା କେତେ ଅଧିକ ବାଞ୍ଚାନୀୟ!</verse>
				<verse number="10">ଆମ ଜାଗତିକ ପିତାମାନଙ୍କ ଦୃଷ୍ଟିରେ ଯାହା ବିହିତ, ସେହି ଅନୁଯାୟୀ ଆମ୍ଭମାନଙ୍କୁ ଅଳ୍ପ କାଳ ପାଇଁ ଶାସନ କରନ୍ତି; କିନ୍ତୁ ଆମେ ଯେପରି ତାଙ୍କ ପବତ୍ରତାେ ଭାଗୀ ହୋଇ ପାରିବୁ, ଏହି ଉଦ୍ଦେଶ୍ୟରେ ଈଶ୍ୱର ଆମ ମଙ୍ଗଳ ନିମନ୍ତେ ଆମକୁ ଶାସନ କରନ୍ତି।</verse>
				<verse number="11">ଶାସ୍ତି ପାଇବା ବେଳେ ଆମ୍ଭମାନଙ୍କୁ ତାହା ଦୁଃଖଦାୟକ ମନେ ହୁଏ, କଦାପି ସୁଖକର ନୁହେଁ। କିନ୍ତୁ ଶାସ୍ତି ଦ୍ୱାରା ଯେଉଁମାନଙ୍କର ଜୀବନ ଶୃଙ୍ଖଳିତ ହୁଏ, ସେମାନେ ପରେ ଶାନ୍ତିପ୍ରଦ ଧାର୍ମିକ ଜୀବନ ରୂପ ପୁରସ୍କାର ଲାଭ କରନ୍ତି।</verse>
				<verse number="12">ତେଣୁ ତୁମ୍ଭମାନଙ୍କର ଦୁର୍ବଳ ହସ୍ତ ଉତ୍ତୋଳନ କର ଓ କବଶ କର।</verse>
				<verse number="13">ସଳଖ ପଥମାନଙ୍କପରେ ଗମନ କର; ତାହାହେଲେ, ତୁମର ପଙ୍ଗୁ ପଦ ଅଚଳ ନ ହୋଇ ସୁସ୍ଥ ହେବ।</verse>
				<verse number="14">ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।</verse>
				<verse number="15">ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।</verse>
				<verse number="16">ଏଷୌ ପରି କେହି ଭ୍ରଷ୍ଟାଚାରୀ ବା ଅଧର୍ମାଚାରୀ ନ ହେଉ; ସେ ତ ଓଳିକର ଖାଦ୍ୟ ପାଇଁ ଜ୍ୟେଷ୍ଠାଧିକାର ବିଜୟ କରି ଦେଇଥିଲା।</verse>
				<verse number="17">ପରେ ସେ ପିତାଙ୍କ ଆଶୀର୍ବାଦ ଲାଭ କରିବାକୁ ଉତ୍କଣ୍ଠିତ ହେଲା, କିନ୍ତୁ ପରିତ୍ୟାକ୍ତ ହେଲା। ବହୁ ଅଶୁପାତ କରି ସୁଦ୍ଧା ସେ ନିଜ କୃତ କର୍ମର ଫଳ ପରିବତ୍ତିନ କରିପାରି ନ ଥିଲା।</verse>
				<verse number="18">ଈଶ୍ରାଏଲୀୟମାନଙ୍କ ପରି ତୁମ୍ଭେମାନେ ସିନାଇ ପର୍ବତରେ ପ୍ରଜ୍ୱଳିତ ଅଗ୍ନି, ଘନ ଅନ୍ଧକାର, ଘୃର୍ଣ୍ଣିବାତ୍ୟା, ତୂରୀନାଦ ଏବଂ କଣ୍ଠ ସ୍ୱରର ରଅନୁଭୂତି ପାଇ ନାହିଁ। ଇଶ୍ରାଏଲୀୟମାନେ ସେହି ସ୍ୱର ଶୁଣି ଅନୁନୟ କରିଥିଲେ, ଯେପରି ସେମାନେ ସେଥିରୁ ଆଉ ପଦେ ହେଲେ ନ ଶୁଣିନ୍ତି,</verse>
				<verse number="19"></verse>
				<verse number="20">କାରଣ “ପଶୁଟିଏ ସୁଦ୍ଧା ସେହି ପର୍ବତକୁ ସ୍ପର୍ଶ କଲେ, ତାହାକୁ ପ୍ରସ୍ତଗଘାତ କରି ହତ୍ୟା କରାହେବ”, ଏହି କଠୋର ଆଦେଶ ସେମାନଙ୍କ ପକ୍ଷରେ ଅଦହ୍ୟ ହୋଇଥିଲା।</verse>
				<verse number="21">ସେହି ଦୃଶ୍ୟ ଏତେ ଭୟାନକ ଥିଲା ଯେ, ମୋଶା କହିଥିଲେ, “ମୁଁ ଭୟରେ ଥରହର ହୋଉଛି।”</verse>
				<verse number="22">କିନ୍ତୁ ତୁମ୍ଭେମାନେ ଆସିଛ ସିୟୋନ ପବିତକୁ, ଜୀବନ୍ତ ଈଶ୍ୱରଙ୍କ ନଗରୀ ସ୍ୱର୍ଗୀୟ ଯିରୂଶାଲମକୁ, ଯେଉୂଁଠାରେ ସହସ୍ର ସହସ୍ର ସ୍ୱର୍ଗଦୂତମାନଙ୍କର ସମାବେଶ।</verse>
				<verse number="23">ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।</verse>
				<verse number="24">ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।</verse>
				<verse number="25">ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?</verse>
				<verse number="26">ସେତେବେଳେ ତାଙ୍କର ସ୍ୱର ପୃଥିବୀକୁ ଆଲୋଡ଼ିତ କରିଥିଲା। ବର୍ତ୍ତମାନ ସେ ପ୍ରତିଜ୍ଞା କରିଛନ୍ତି, “ମୁଁ ପୁନର୍ବାର ନୁହେଁ, ଆକାଶମଣ୍ଡଳକୁ ମଧ୍ୟ ଅ;ଲାଡ଼ିନ କରିବି।”</verse>
				<verse number="27">ଲଥିରୁ ସୁସ୍ପଷ୍ଟ ଯେ, ସେ “ପୁନର୍ବାର” ଯାହା କରିବେ, ତଦ୍ଦ୍ୱାରା ସୃଷ୍ଟିର ସମସ୍ତ ବିଷୟ ଆଲୋଡ଼ିତ ହୋଇ ଲୋପ ପାଇବ। କେବଳ ଯେଉଁବବୁ ବିଷୟ ଦୋହଲା ଯାଇ ପାରିବ ନାହିଁ, ତାହା ଅଟଳ ହୋଇ ରହିବ।</verse>
				<verse number="28">ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।</verse>
				<verse number="29">କାରଣ ପ୍ରକଅିରେ ଆମ୍ଭମାନଙ୍କର ଈଶ୍ୱର ଏକ ଧ୍ୱଂସକାରୀ ଅଗ୍ନି ଅଟନ୍ତି।</verse>
			</chapter>
			<chapter number="13">
				<verse number="1">ଖ୍ରୀଷ୍ଟବିଶ୍ୱାସୀ ଭାଇମାନେ ପରସ୍ପରକୁ ପ୍ରେମ କରୁଥାଅ। ଆଗନ୍ତୁକମାନଙ୍କୁ ତୁମ ଗୃହରେ ଆତିଥ୍ୟ ପ୍ରଦାନ କର।</verse>
				<verse number="2">ଏହା କରିବା ଦ୍ୱାରା କେହି କେହି ଅଜାଣତରେ ସ୍ୱର୍ଗଦୂତମାନଙ୍କର ଆତିଥ୍ୟ କରିଛନ୍ତି।</verse>
				<verse number="3">କାରାଗାରରେ ଥିବା ଲୋକମାନଙ୍କ ସହିତ ତୁମେ ନିଜେ କାରାବାସ ଭୋଗ କରୁଥିବା ପରି ଭାବି ସେମାନଙ୍କୁ ସ୍ମରଣ କର। ଦୁଃଖ କ୍ଳେଶ ଭୋଗ କରୁଥିବା ଲୋକମାନଙ୍କ ସହିତ ସମଦୁଃଖ ଅନୁଭବ କରି ସେମାନଙ୍କୁ ସ୍ମରଣ କର।</verse>
				<verse number="4">ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।</verse>
				<verse number="5">ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”</verse>
				<verse number="6">ଏଣୁ ଆମ୍ଭେମାନେ ସାହସରେ କହି ପାରିବା, “ପ୍ରଭୁ ମୋର ସହିୟକ। ମୁଁ ଭୟ କରିବି ନାହ, କିଏ ମୋର ଅନିଷ୍ଟ କରିପାରେ?”</verse>
				<verse number="7">ଯେଉଁ ନେତାମାନେ ପୂର୍ବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇ ଥିଲେ, ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନ ତଥା ମୃତ୍ୟୁ କି ପ୍ରକାର ଥିଲା, ତାହା ସ୍ମରଣ କରି ସେମାନଙ୍କର ବିଶ୍ୱାସକୁ ନିଜ ଜୀବନରେ ରୂପାୟିତ କର।</verse>
				<verse number="8">ଯୀଶୁ ଖ୍ରୀଷ୍ଟ ଗତ କାଲି, ଆଜି ଓ ଚିରକାଳ ସମଭାବରେ ବିଦ୍ୟମାନ।</verse>
				<verse number="9">ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।</verse>
				<verse number="10">ଆମ୍ଭମାନଙ୍କର ଯେଉଁ ଦିବ୍ୟ ବେଦୀ ଅଛି, ସେଥିରେ ଥିବା ନୈବେଦ୍ୟ ଭୋଜନ କରିବାକୁ ଇହୁଦୀ ମହାଯାଜକମାନଙ୍କର ଅଧିକାର ନାହିଁ।</verse>
				<verse number="11">ଇହୁଦୀ ମହାଯାଜକ ବଳି ଦିଆଯୋଇଥିବା ପଶୁର ରକ୍ତ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ଉତ୍ସର୍ଗ କରିବାକୁ ମହାପବିତ୍ର ସ୍ଥାନକୁ ନେଇ ଯାଆନ୍ତି; କିନ୍ତୁ ଉକ୍ତ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ କରାଯାଏ।</verse>
				<verse number="12">ସେହିପରି ଯୀଶୁ ମଧ୍ୟ ନିଜ ରକ୍ତ ଦ୍ୱାରା ଲୋକମାନଙ୍କୁ ପାପରୁ ପରିଶୁଦ୍ଧ କରିବାପାଇଁ ନଗର ବାହାରେ ମୃତ୍ୟୁ ଭୋଗ କଲେ।</verse>
				<verse number="13">ତେଣୁ ଯିବା ଏବଂ ତାଙ୍କ ସହ ନିନ୍ଦା, ଅପମାନ ସହ୍ୟ କରିବା।</verse>
				<verse number="14">କାରଣ ଆମ ପାଇଁ ଏ ଜଗତରେ କୌଣସି ସ୍ଥାୟୀ ନଗର ନାହିଁ; ଯେଉଁ ନଗର ଭବିଷ୍ୟତରେ ସ୍ଥାପିତ ହେବ, ଆମେ ସେହି ନଗର ଅପେକ୍ଷାରେ ଅଛୁ।</verse>
				<verse number="15">ଅତଏବ ଆସ, ଆମେ ଯଈଶୁଙ୍କୁ ମଧ୍ୟସ୍ଥତାରେ ଈଶ୍ୱରଙ୍କୁ ଆମର ପ୍ରଶଂସାରୂପ ବଳି ଉତ୍ସର୍ଗ କରିବା। ଏହି ବଳି ଯୀଶୁଙ୍କୁ ‘ପ୍ରଭୁ’ ବୋଲି ସ୍ୱୀକାର କରୁଥିବା ଓଷ୍ଠଧର ସ୍ୱାରା ଉଓôର୍ଗିତ।</verse>
				<verse number="16">ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।</verse>
				<verse number="17">ତୁମ ନେତାମାନଙ୍ପକର ଆଜ୍ଞାବହ ହୁଅ, ସେମାନଙ୍କର ଆଦେଶ ପାଳନ କର। ସେମାନେ ପ୍ରହରୀ ସ୍ୱରୂପ ତୁମ୍ମାନଙ୍କର ଆତ୍ମାର ସୁରକ୍ଷା ପାଇଁ ଅବିଶ୍ରାନ୍ତ ଭାବରେ ଜଗି ରହିଛନ୍ତି, କାରଣ ସେମାନଙ୍କୁ ଈଶ୍ୱରଙ୍କ ନିକଟରେ ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ। ତୁମ୍ଭେମାନେ ଯଦି ସେମାନଙ୍କର ଆଜ୍ଞାବହ ହୁଅ, ତେବେ ସେମାନେ ଆନନ୍ଦ ମନରେ ନିଜର କାର୍ଯ୍ୟ କରିବେ, କିନ୍ତୁ ଯଦି ତା’ ନ କର, ତେବେ ସେମାନେ ବିଷଣ୍ଣ ମନରେ ତା’ କରିବେ ଏବଂ ଏହା ତୁମ ପକ୍ଷରେ ମଙ୍ଗଳଜନକ ହେବ ନାହିଁ।</verse>
				<verse number="18">ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।</verse>
				<verse number="19">ପୁଣି, ଈଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ପଠାଇ ଦିଅନ୍ତୁ, ତୁମ୍ଭେମାନେ ମୋ’ ପାଇଁ ଏହି ପ୍ରାର୍ଥନା କରୁଥାଅ। ଏହା ତୁମ୍ଭମାନଙ୍କ ନିକଟରେ ମୋର ଆନ୍ତରିକ ନିବେଦନ।</verse>
				<verse number="20">ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।</verse>
				<verse number="21"></verse>
				<verse number="22">ହେ ଭାଇମାନେ, ଅନୁରୋଧ କରୁଛି, ମୋର ଏହି ନାତିଦୀର୍ଘ ପତ୍ରର ବାର୍ତ୍ତା ପ୍ରତି ଧୈର୍ଯ୍ୟର ସହିତ ମନୋଯୋଗ କର। ତୁମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ମୁଁ ଲେିଖିଛି।</verse>
				<verse number="23">ଆମ ଭାଇ ତୀମଥି କାରାଗାରରୁ ମୁକ୍ତି ପାଇଛନ୍ତି ବୋଲି ଜାଣିବ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କୁ ସଙ୍ଗରେ ନେଇ ତୁମ୍ଭମାନଙ୍କ ନିକଟକୁ ଯିବି।</verse>
				<verse number="24">ତୁମ୍ମାନଙ୍କର ନେତୃବର୍ଗ ତଥା ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ଆମର ଶୁଭେଚ୍ଛା ଜଣାଇବ। ଲାଲି ଦେଶରୁ ଆଗତ ଭାଇମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।</verse>
				<verse number="25">ତୁମ ସମସ୍ତଙ୍କ ନିକଟରେ ଈଶ୍ୱରଙ୍କ ଅନୁଗ୍ରହ ବିରାଜମାନ ହେଉ।</verse>
			</chapter>
		</book>
		<book number="59">
			<chapter number="1">
				<verse number="1">ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।</verse>
				<verse number="2">ଭାଇମାନେ, ଜୀବନ ଯାତ୍ରାରେ ନାନଦି ଦୁଃଖକଷ୍ଟ ଆସିଲେ, ତାହା ସୌଭାଗ୍ୟର ବିଷୟ ବୋଲି କନେକର।</verse>
				<verse number="3">କାରଣ ତୁମେ ଜାଣ, ଏ ପ୍ରକାର କ୍ଳେଶର ସମ୍ମୁଖୀନ ହେବା ବେଳେ ବିଶ୍ବାସ ଅଟଳ ରହିଲେ, ସହିବା ଶକ୍ତି ବୃଦ୍ଧି ପାଏ।</verse>
				<verse number="4">କୁମେ ଶେଷ ପର୍ଯ୍ୟନ୍ତ ସହିଷ୍ଠ ହୋଇ ରହିଲେ, କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓଔ ସମ୍ପୁର୍ଣ୍ଣ ହେବ।</verse>
				<verse number="5">କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତାହାହେଲେ ଈଶ୍ୱର ତାହାକୁ ଜ୍ଞାନ ଦେବେ, କାରଣ ସେ ଅକୁଣ୍ଠିତ ଜିତ୍ତରେ ଓ ଉଦାରଭାବେ ସମସ୍ତଙ୍କୁ ଦାନ କରନ୍ତି।</verse>
				<verse number="6">କିନ୍ତୁ ପ୍ରାର୍ଥନା କରିବା ବେଳେ ଆଦୌ ସନ୍ଦେହ ନ କରି ବିଶ୍ୱାସ ସହକାରେ ପ୍ରାର୍ଥନା କର। ଯେ ସନ୍ଦହ କରେ, ସେ ପବନରେ ଆନ୍ଦାଳିତ ଅସ୍ଥିର ତରଙ୍ଗ ସଦୃଶ।</verse>
				<verse number="7">ସେ ପ୍ରକାର ମନୁଷ୍ୟ ସନ୍ଦିଗ୍ଧମନା, ସେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ; ପ୍ରଭୁଙ୍କଠାରୁ କିଛି ସେ ପାଇବ ବୋଲି ଆଶା କରିବା ନିରର୍ଥକ।</verse>
				<verse number="8"></verse>
				<verse number="9">ଦୀନାବସ୍ଥାରେ ଥିବା ଖ୍ରୀଷ୍ଟବିଶ୍ୱାସୀ ଉନ୍ନୀତ ହେଲେ ଆନ୍ଦ କରୁ।</verse>
				<verse number="10">ପୁଣି ଖୀଷ୍ଟବିଶ୍ୱାସୀ ଧନୀ ତା’ର ହୀନାବସ୍ଥାରେ ଦର୍ପ କର, କାରଣ ଧନୀ ଘାସ ଫୁଲ ପରି ଝଡ଼ିଯାଏ।</verse>
				<verse number="11">ସୁର୍ଯ୍ୟର ପ୍ରଖର ତାପରେ ଘାସ ଶୁଖିଯାଏ, ତା’ର ଫୂଲ ଝଡ଼ି ପଡ଼େ ଓ ସୌଦର୍ଯ୍ୟ ନଷଟ ହୁଏ। ସେହିପରି, ଧନୀ ମଧ୍ୟ ତା’ର ସକଳ କାର୍ଯ୍ୟବ୍ୟସ୍ତତା ଭିତରେ ଦିନେ ଝାଉଁଳି ପଡ଼ିବ।</verse>
				<verse number="12">ଯେଉଁ ବ୍ୟକ୍ତି ଦୁଃଖକଷ୍ଟରେ ସହିଷ୍ଣୁ ରହେ, ସେ ଧନ୍ୟ; କାରଣ ଏଭଳି ପରୀକ୍ଷଶରେ ଜୟଯୁକ୍ତ ହେଲେ, ଈଶ୍ୱର ତାଙ୍କ ଭକ୍ତମାନଙ୍କୁ ଯେଉଁ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ସେ ତାହା ପୁସ୍କାର ସ୍ୱରୂପ ପାଇବ।</verse>
				<verse number="13">କେହି ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହେବା ବେଳେ ତାହା ଈଶ୍ୱରଙ୍କଠାରୁ ଆଗତ ବୋଲି ନ ଭାବୁ। ଈଶ୍ୱର ଅସତ୍ ବିଷୟ ଦ୍ୱାରା ପ୍ରଲୁସ୍ଧ ହୁଅନ୍ତି ନାହିଁ, କିଅବା ସେ କାହାକୁ ପ୍ରଲୋଭନରେ ପତିତ ହୁଏ।</verse>
				<verse number="14"></verse>
				<verse number="15">କୁଅଭିଳାଷର ଗର୍ଭରୁ ପାପ ଜାତ ହୁଏ ଏବଂ ସେହି ପାପ ବୃଦ୍ଧି ପାଇ ପୂର୍ଣ୍ଣତା ଲାଭ କଲେ, ମୃତ୍ୟୁ ଘଟାଏ।</verse>
				<verse number="16">ପ୍ରିୟ ଭାିମାନେ, ପ୍ରତାରିତ ହୁଅ ନାହିଁ।</verse>
				<verse number="17">ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।</verse>
				<verse number="18">ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।</verse>
				<verse number="19">ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।</verse>
				<verse number="20">କ୍ରୋଥରେ ସଂଯୁତ ହୁଅ, କାରଣ ମନୁଷ୍ୟର କ୍ରୋଧ ଦ୍ୱାରା ଈଶ୍ୱରଙ୍କ ପବିତ୍ର ସଙ୍କଳ୍ପ ବିପନ୍ନ ହୁଏ।</verse>
				<verse number="21">ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।</verse>
				<verse number="22">ତୁମ୍ଭେମାନେ ନିଜ ନିଜକୁ ପ୍ରାତାରଣା କର ନାହିଁ। ତାଙ୍କ ବାକ୍ୟ କେବଳ ଶୁଣିଲେ ଯଥେଷ୍ଟ ହୁଏ ନାହିଁ। ତାହାକୁ କାର୍ଯ୍ୟରେ ରୂପାୟିତ କର।</verse>
				<verse number="23">ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ କେବଳ ଶୁଣେ, ଅଥଚ କାର୍ଯ୍ୟରେ ପରିଣତ କରେ ନାହଁ, ସେ ଦର୍ପଣରେ ନିଜ ରୂପ ଦେଖିବା ଲୋକ ପରି।</verse>
				<verse number="24">ସେ ଭଲ କରି ନିଜ ରୂପକୁ ନିରୀକ୍ଷଣ କରେ, କିନ୍ତୁ ସେଠାରୁ ଚାଲିଯିବା ମାତ୍ରେ ତା’ର ପ୍ରକୃତ ରୂପ ସେ ଭୁଲିଯାଏ।</verse>
				<verse number="25">କିନନ୍ତୁ ମନୁଷ୍ୟର ପରିତ୍ରାଣ ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଅଛି। ଯେ ତାହା ଶୁଣି ଭୁଲିଯାଏ ନାହିଁ ଓ ତା’ ପ୍ରତି ସର୍ବାନ୍ତଃକରଣରେ ମନୋଯୋଗୀ ହୋଇ ନିଜ ଜୀବନେ ପାଳନ କରେ, ତା’ର ସକଳ କାର୍ଯ୍ୟକୁ ଈଶ୍ୱର ଆଶୀର୍ବାଦ କରିବେ।</verse>
				<verse number="26">କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।</verse>
				<verse number="27">ଯେଉଁ ଧର୍ମକର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧଓ ଯଥାର୍ଥ, ତାହା ହେଉଛି- ଦୁର୍ଦ୍ଧଶାଗ୍ରସ ଅନାଥ ଓ ବଧମାନଙ୍କର ଯତ୍ନ ନେବା ଏବଂ ଜଗତରେ କଳୁଷରୁ ନିଜକୁ ମୁକ୍ତ ରଖିବା।</verse>
			</chapter>
			<chapter number="2">
				<verse number="1">ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ବିଶ୍ୱାସୀ ରୂପେ ତୁମ୍ଭେମାନେ ଲୋକମାନଙ୍କର ବାହ୍ୟ ବେଶଭୂଷା ଦେଖି ପକ୍ଷପାତିତା କର ନାହିଁ।</verse>
				<verse number="2">ମନେକର, ତୁମ ସଭାକୁ ଜଣେ ସୁନା ମୁଦି ଓ ମୂଲ୍ୟବାନ ବସ୍ତ୍ର ପିଦ୍ଧି ଆସିଛି। ଅନ୍ୟ ଜଣେ ମଳିନ ଓ ଛିନ୍ନ ବସ୍ତ୍ର ପିଦ୍ଧି ଆସିଛି।</verse>
				<verse number="3">ଯଦି ତୁମେ ମୂଲ୍ୟବାନ ବସ୍ତ୍ରପରିହିତ ଲୋକକୁ ଅଧିକ ସମ୍ମାନ ଦେଖାଇ କୁହ, “ଏହି ଆସନ ଗ୍ରହଣ କରନ୍ତୁ”, କିନ୍ତୁ ଦରିଦ୍ର ଲୋକଟିକୁ କୁହ, “ସେଠାରେ ଠିଆ ହୁଅ, ବା ତଳେ ମୋ’ ପାଦ ପାଖରେ ବସ”,</verse>
				<verse number="4">ତାହାହେଲେ, ନିଜ ନିଜ ମଧ୍ୟରେ ଉଚ୍ଚ ନୀଚ ଭାବ ସୃଷ୍ଟି କରୁଛ ଏବଂ ଅସତ୍ ମନୋଭାବ ରଖି ପ’ପାତ ବିଚାର କରୁଛ।</verse>
				<verse number="5">ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?</verse>
				<verse number="6">ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।</verse>
				<verse number="7">ଯେଉଁ ନମ ତୁମ୍ଭମାନଙ୍କୁ ପ୍ରଦତ୍ତ ହୋଇଛି, ସେମାନେ ସେହି ମହତ୍ ନାମର ନିନ୍ଦା କରନ୍ତି।</verse>
				<verse number="8">“ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।</verse>
				<verse number="9">କିନ୍ତୁ ଯଦି ବାହ୍ୟ ବେଶଭୂଷା ଦେଖି ଲୋକଙ୍କ ପ୍ରତି ପକ୍ଷପାତ ବ୍ୟବହାର କରୁଥାଅ, ତେବେ ତୁମେ ପାପ କରୁଛ ଓ ବ୍ୟବସ୍ଥଇା ଅନୁଯାୟୀ ତୁମେ ଜଣେ ଆଜ୍ଞାଲଘଂନକାରୀ।</verse>
				<verse number="10">ଯେ ଗୋଟିଏ ଆଜ୍ଞା ଲଘଂନ କର, ସେ ସମସ୍ତ ଆଜ୍ଞ ଲଘଂନ ଅପରାଧରେେ ଦୋଷୀ ହୁଏ।</verse>
				<verse number="11">କାରଣ ଯେ ଆଜ୍ଞା କରିଛନ୍ତି, “ବ୍ୟଭିଚାର କର ନାହିଁ”, ସେହି ଈଶ୍ୱର ଆଉ ଗୋଟିଏ ଆଜ୍ଞା ପ୍ରଦାନ କରିଛନ୍ତି; “ନରହତ୍ୟା କର ନାହିଁ।” ଅତଏବ, ତୁମେ ବ୍ୟଭିଚାର ନ କଲେ ସୁଦ୍ଧା, ଯଦି ନରହତ୍ୟା କର, ତେବେ ତୁମେଜଣେ ଆଜ୍ଞାଲଘଂନକାରୀ।</verse>
				<verse number="12">ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।</verse>
				<verse number="13">କାରଣ ଯେ ଅନ୍ୟକୁ ଦୟା କରେ ନାହିଁ, ଈଶ୍ୱର ତାକୁ ଦୟା କରିବେ ନାହିଁ। ନ୍ୟାୟ ବିଚାର ଉପରେ ଦୟାର ହିଁ ବିଜୟ ହୁଏ।</verse>
				<verse number="14">ଭାଇମାନେ, କେହି ଯଦି କହେ, ତାହାର ବିଶ୍ୱାସ ଅଛି, ଅଥଚ କର୍ମରେ ତାହା ଦେଖାଏ ନାହିଁ, ତେବେ ତା’ କଥାର କି ମୂଲ୍ୟ ଅଛି? ସେହି ପ୍ରକାର ବିଶ୍ୱାସ ତାକୁ ପରିତ୍ରାଣ ଦେଇପାର କି?</verse>
				<verse number="15">ମନେକର, କୌଣସି ଭାଇ ବା ଭଉଣୀର ବସ୍ତ୍ର ଓ ଖାଦ୍ୟର ଅଭାବ ଅଛି, ତୁମେ ତାହାର ଅଭାବ ପୂରଣ ନ କରି ଯଦି କୁହ, “ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ; ଖାଇ ପିଇ ଆଗମରେ ରୁହ”, ତୁମ କଥା ନିରର୍ଥକ ହେବ ନାହିଁ କି?</verse>
				<verse number="16"></verse>
				<verse number="17">ବିଶ୍ୱାସ ଠିକ୍ ସେହିପରି। କର୍ମ ନ ଥିଲେ, କେବଳ ମାତ୍ର ବିଶ୍ୱାସ ମୃତ।</verse>
				<verse number="18">କିନ୍ତୁ କେହି ହୁଏତ କହିପାରେ, “ଜଣକର ବିଶ୍ୱାସ ଅଛି, ଅନ୍ୟ ଜଣକର କର୍ମ ଅଛି।” ଏ ବିଷୟରେ ମୁଁ କହିବି, “କର୍ମ ନ ଥାଇ କାହାରି ବିଶ୍ୱାସ ଥାଇପାରେ ବୋଲି ମୋତେ ପ୍ରମାଣ ଦେବି।”</verse>
				<verse number="19">ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।</verse>
				<verse number="20">ହେ ନିବୋର୍ଧ! କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହାର ପ୍ରମାଣ ଦେଖିବାକୁ ତୁମେ କ’ଣ ଇଚ୍ଛା କୁଛୁ?</verse>
				<verse number="21">ଆମ ପିତୃପୁରୁଷ ଅବ୍ରାହାମ, ଈଶ୍ୱରଙ୍କ ଦୃଷ୍ଟିରେ କିପରି ଧାର୍ମିକ ବିବେଚିତ ହୋଇଥିଲେ? ସେ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହେଲେ, ଯେତେବେଳେ ସେ ତାଙ୍କ ପୁତ୍ର ଇସାହାକଙ୍କୁ ବେଦି ଉପରେ ଉତ୍ସର୍ଗ କଲେ।</verse>
				<verse number="22">ତୁମେ କ’ଣ ବୁଝିପାରୁ ନାହିଁ? ଅବ୍ରାହାମଙ୍କ ବିଶ୍ୱାସ, କର୍ମରେ ପ୍ରାକାଶ ପାଇଲା; କର୍ମ ଦ୍ୱାରା ତାଙ୍କର ବିଶ୍ୱାସ ସିଦ୍ଧ ହେଲା।</verse>
				<verse number="23">ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।</verse>
				<verse number="24">ଅତଏବ, ତୁମ୍ଭେମାନେ ବୁଝି ପାରିବ ଯେ, ମନୁଷ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚତ ହୁଏ, କେବଳ ବିଶ୍ୱାସ ଦ୍ୱାରା ନୁହେଁ।</verse>
				<verse number="25">ସେହିପରି ବେଶ୍ୟା ରାହାବ ମଧ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହୋଇଥିଲେ। ସେ ଇଶ୍ରାଏଲୀୟ ଗୁକ୍ତଚରମାନଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଅନ୍ୟ ଏକ ପଥରେ ପଳାୟନ କରିବାକୁ ସାହାଯ୍ୟ କରିଥିଲେ।</verse>
				<verse number="26">ତେଣୁ, ଆତ୍ମା ବିନା ଶରୀର ଯେପରି ମୃତ,କର୍ମ ବିନା ବିଶ୍ୱାସ ସେହପରି ମୃତ।</verse>
			</chapter>
			<chapter number="3">
				<verse number="1">ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ଧର୍ମଶିକ୍ଷ।। ଗୁରୁ ହେବା ଅନୁଚିତ। କାରଣ ତୁମେ ଜାଣ ଯେ, ଆମ ପରି ଶିକ୍ଷାଗୁରୁମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଚାରିତ ହେବେ।</verse>
				<verse number="2">ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ। ଯଦି କେହି ତା’କଥାବାର୍ତ୍ତାରେ କଦାପି ଭୁଲି କରେ ନାହିଁ, ତେବେ ସେ ସିଦ୍ଧ ଏବଂ ନିଜକୁ ସମ୍ପୁର୍ଣ୍ଣ ସଂଯୁତ କରିପାରିଛି।</verse>
				<verse number="3">ଘୋଡ଼ାକୁ ବଶ କରିବା ପାଇଁ ଆମେ ଲଗାମ ଦେଉ ଓ ଆମର ଇଚ୍ଛାନୁସାରେ ତାହାକୁ ଚଳାଛ ପାରୁ।</verse>
				<verse number="4">ଗୋଟିଏ ବଡ଼ ଜାହାଜ ବିଷୟ ଚିନ୍ତା କର। ଜାହାଜ ଚାଲିକ ପ୍ରଚଣ୍ଡ ପବନ ବହୁଥିଲେ ସୁଦ୍ଧା, ଅତି ଛୋଟ ମଙ୍ଗ ସାହାଯ୍ୟରେ ତାହାକୁ ଅିୟନ୍ତ୍ରଣ କରି ଇଚ୍ଛାନୁସାରେ ଚଳାଇ ନିଏ।</verse>
				<verse number="5">ଏହି ଉଦାହରଣ ଜିହ୍ୱା ପ୍ରତି ପ୍ରଯୁଜ୍ୟ। ତାହା କ୍ଷୁଦ୍ର ହେଲେ ସୁଦ୍ଧା ବଡ଼ ବଡ଼ କଥା କହି ଦର୍ପ କରିପାରେ। ଭାବି ଦେଖ, କିପରି ଅ୍ନିକଣିକା କ୍ଷୁଦ୍ର ହେଲେ ମଧ୍ୟ ବିଶାଳ ଅରଣ୍ୟକୁ ଜାଳି ଦିଏ।</verse>
				<verse number="6">ଜିହ୍ୱା ଅଗ୍ନି ତୁଲ୍ୟ; ବହୁ ଅସତ୍ ବିଷୟରେ ପରିପୂର୍ଣ୍ଣ; ପୁଣି ତାହା ଆମ ଶରୀର ମଓ୍ୟରେ ଅବସ୍ଥିତ ଥିବାରୁ ଅସତ୍ ପ୍ରଭାବ ବିସ୍ତାର କରି ଆମର ସମସ୍ତ ବ୍ୟକ୍ତିତ୍ୱକୁ କଳୁଷିତ କରେ। ଜିହ୍ୱାର ନରକାଗ୍ନି ଆମର ସାରା ଜୀବନକୁ ଜଳାଇ ଦିଏ।</verse>
				<verse number="7">ମନୁଷ୍ୟ ସମସ୍ତ ବନ୍ୟଜନ୍ତୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀକୁ ବଶ କରି ପାରିଛି।</verse>
				<verse number="8">କିନ୍ତୁ କେହି କେବେ ଜିହ୍ୱାକୁ ବଶ କରିପାରି ନାହିଁ। ତାହା ଅସତ୍ ଓ ଅଣାୟତ୍ତ; ମାରାତ୍ମକ ବିଷରେ ପରିପୂର୍ଣ୍ଣ।</verse>
				<verse number="9">ଆମେ ଜିହ୍ୱା ଦ୍ୱାରା ପ୍ରଭୁ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ। ପୁଣି ଏହି ଜିହ୍ୱା ଦ୍ୱାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ମଓ୍ୟ ଦେଉ।</verse>
				<verse number="10">ସେହି ଗୋଟିଏ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିସୃତ ହୁଏ। ଭାିମାନେ, ଏପରି ବୋ ଅନୁଚିତ।</verse>
				<verse number="11">ଗୋଟିଏ ଝରଣାରୁ ମଧୁର ଓ ତିକ୍ତ ଜଳ ଝରିପାରେ କି?</verse>
				<verse number="12">ଭାଇମାନେ, ଡିମିରି ଫଳେ? ସେହିପରି ଲବଣାକ୍ତ ଝରଣାରୁ ମଧୁର ଜଳ ନିର୍ଗତ ହୁଏ ନାହିଁ।</verse>
				<verse number="13">ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ଜ୍ଞାନୀ ଓ ବିଦ୍ଧିମାନ? ସେ ବିଜ୍ଞାତା ଓ ନିମ୍ରତା ସହିତ ସତ୍କର୍ମ କରି ତା’ ଜୀବନରେ ଏହାର ପ୍ରମାଣ ଦେଉ।</verse>
				<verse number="14">କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।</verse>
				<verse number="15">ଏହିପରି ଜ୍ଞାନ ଈଶ୍ୱରଙ୍କଠାରୁ ଆସେ ନାହିଁ; ତାହା ଜାଗତିକ, ଶରୀରିକ, ପୈଶାଚିକ।</verse>
				<verse number="16">ଯେଉଁମଠାରେ ଈର୍ଷା ଓ ସ୍ୱାର୍ଥପରତା, ସେଠାରେ ବିଶୃଙ୍ଖଳା ଓ ସବୁ ପ୍ରକାର ଦୁଷ୍ଟତା ଥାଏ।</verse>
				<verse number="17">କିନ୍ତୁ ଉଦ୍ଧ୍ୱର୍ରୁ ଆଗତ ଜ୍ଞାନ ପ୍ରଥମତଃ, ବିଶୁଦ୍ଧ; ତାହା ମଧ୍ୟ ଶାନ୍ତି ପ୍ରଦାୟକ, ସୁଶାନ୍ତ ଓ ମୈତ୍ରୀ-ଭାବାପନ୍ନ। ତାହା ଅନୁକମ୍ପାରେ ପରିପୂର୍ଣ୍ଣ ଓ ହୁଳଭାବେ ସତ୍କର୍ମରୂପେ ଫଳ ଉତ୍ପାଦସନ କରେ; ତାହା ନିରପେକ୍ଷ ଓ ଛଳନାଶୂନ୍ୟ।</verse>
				<verse number="18">ଶାନ୍ତି ସ୍ଥାପନକାରୀମାନଙ୍କ ଦ୍ୱାରା ବୁଣା ଯାଇଥିୀବା ବିହନରୁ ଧାର୍ମିକତାରୂନ ଫସଲ ଉତ୍ପାଦିତ ହୁଏ।</verse>
			</chapter>
			<chapter number="4">
				<verse number="1">ତୁମ୍ଭମାନଙ୍କ ମଧ୍ୟରେ ସଂଘର୍ଷ ଓ କଳହ କାହିଁକତ ହୁଏ? ତୁମ ଅନ୍ତରରେ ଲାଗି ରହିଥିବା ଭୋଗ ବିଳାସର କାମନା ହିଁ ଏହାର କାରଣ।</verse>
				<verse number="2">କାରଣ ତୁମେ ଯାହା ପାଇବାକୁ ଇଚ୍ଛା କରୁଛ, ତାହା ପାଇ ନ ପାରିଲେ, ହତ୍ୟା କରିବାକୁ ଉଦ୍ୟତ ହେଉଛ। ଯାହା ପାଇବାକୁ ତୁମର ପ୍ରବଳ ଅଭିଳାଷ ହୁଏ, ତାହା ନ ପାଇଲେ କଳହ ଓ ସଂଘର୍ଷ ଲାଗେ। ତୁମର ଇପ୍ସିତ ବିଷୟ ନ ପାଇବାର କାରଣ ହେଉଛି, ତୁମେ ଈଶ୍ୱରଙ୍କୁ ମାଗି ନ ଥାଅ।</verse>
				<verse number="3">ପୁଣି, ମାଗିଲେ ମଧ୍ୟ ନ ପାଇବାର କାରଣ ହେଉଛି, ତୁମ ଅଭିପ୍ରାୟ ଅସତ୍। ତୁମ୍ଭେମାନେ ନିଜର ସୁଖଭୋଗ ପାଇଁ ମାଗିଥାଅ।</verse>
				<verse number="4">ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।</verse>
				<verse number="5">ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”</verse>
				<verse number="6">କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”</verse>
				<verse number="7">ଅତଏବ, ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର। ଶୟତାକୁ ପ୍ରତିରୋଧ କର। ତାହାହେଲେ, ସେ ତୁମ୍ଭମାନଙ୍କ ନିକଟକୁ ପଳାୟନ କରିବ।</verse>
				<verse number="8">ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ ଓ ସେ ତୁମର ନିକଟବର୍ତ୍ତୀ ହେବେ। ହେ ପାପିଷ୍ଠ, ତୁମ ହସ୍ତ ଶୁଚି କର। ହେ ଦ୍ୱିମନା, ହୃଦୟ ନିର୍ମଳ କର, ଅନୁତପ୍ତ ହୁଅ, କଦ୍ରନ ଓ ବିଳାପ କର;</verse>
				<verse number="9">ତୁମ୍ଭମାନଭ୍କ ହର୍ଷ ବିଷାଦରେ ପରିଣତ ହେଉ; ତୁମ୍ଭମାନଙ୍କ ଆନନ୍ଦ ନିରାନ୍ଦରେ ପରିଣତ ହେଉ।</verse>
				<verse number="10">ପ୍ର୍ରଭୁଙ୍କ ସମ୍ମୁଖରେ ଅବନତ ହୁଅ। ସେ ତୁମକୁ ଉନ୍ନତ କରିବେ।</verse>
				<verse number="11">ଭାଇମାନେ, ପରସ୍ପରକୁ ସମାଲୋଚନା କର ନାହିଁ। ବିଶ୍ୱାସୀ ଭାଇର ବିଚାର କର ଯିଏ ତାହାର ଗ୍ଳାନ କରେ, ସେ ବ୍ୟବସ୍ଥା ବିଚାର କର, ତେବେ ତୁମ୍ଭେମାନେ ତାହା ପାଳନ କରୁନାହିଁ, ବରଂ ତାହାର ବଚାରକ ହେଉଛ।</verse>
				<verse number="12">ଈଶ୍ୱର ହିଁ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା। କେବଳ ସେ ରକ୍ଷା କରି ପାରନ୍ତି, କିଅବା ବିନାଶ କରନ୍ତି। ପ୍ରତିବେଶୀର ଦୋଷଗୁଣ ବିଚାର କରିବାକୁ କିଏ?</verse>
				<verse number="13">ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଅହଂକାର କରି କହିଥାଅ, “ଆମେ ଆଜି କି କାଲି ଅମୁକ ନିଗରକୁ ଯିବା, ସେଠାରେ ଏକ ବର୍ଷ ରହିବା ସ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଅର୍ଥ ଉପାଜର୍ଜ୍ଜନ କରିବା”,</verse>
				<verse number="14">କିନ୍ତୁ ଆସନ୍ତା କାଲି ତୁମ ଗୀବନରେ କ’ଣ ଘଟିବ, ତାହା ତ ତୁମେ ଜାଣ ନାହିଁ! ତୁମ ଜୀବନ କୁହୁଡ଼ି ପରି, କ୍ଷଣକେ ଦେଖାଯାଇ ପର ମୁହୂର୍ତ୍ତରେ ଅଦୃଶ୍ୟ ହୁଏ।</verse>
				<verse number="15">ତେଣୁ ତୁମର କହିବା ଉଚିତ “ପ୍ରଭୁଙ୍କ ଇଚ୍ଛା ହେଲେ, ଆମେ ବଞ୍ଚିରହି ଏହା କରିବା ବା ତାହା କରିବା।”</verse>
				<verse number="16">କିନ୍ତୁ ଏବେ ତୁମ୍ଭେମାନେ ଅହଂକାରୀ ହୋଇ ଆତ୍ମବଡ଼ିମା କରୁଛୁ; ଆତ୍ମାବଡ଼ିମା ସର୍ବଥା ଦୋଷାବହ।</verse>
				<verse number="17">ଅତଏବ, ଯେଉଁ ବ୍ୟକ୍ତି କୌଣସି ସତ୍କର୍ମ କରିବା ଉଚିତ ବୋଲି ଜାଣି ସୁଦ୍ଧା ତାହା କରେ ନାହିଁ, ସେ ପାପ କରେ।</verse>
			</chapter>
			<chapter number="5">
				<verse number="1">ହେ ଧନୀ ଲୋକେ, ମୋ’ କଥା ଶୁଣ। ତୁମର ଯେଉଁ ଦୁର୍ଦ୍ଦଶା ହେବାକୁ ଯାଉଛି, ସେଥିପାଇଁ କ୍ରନ୍ଦନ ଓ ବିଳାପ କର।</verse>
				<verse number="2">ତମ ଧନ ସମ୍ପଦ କ୍ଷୟ ପାଇଲାଣି ଏବଂ ପୋଷାକ ପରିଚ୍ଛଦ କୀଟଦ୍ରଂଷ୍ଟ ହେଲାଣି।</verse>
				<verse number="3">ତୁମ ସୁନା ସ ରୂପାରେ କଳଙ୍କ ଲାଗିଲାଣି ଏବଂ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ, ପୁଣି ତୁମ୍ଭମାନଙ୍କ ଶରୀରକୁ ଅଗ୍ନିପରି ଗ୍ରାସ କରିବ। ଏହି ଅନ୍ତିମ କାଳରେ ତୁମ୍ଭେମାନେ ଧନ ସମ୍ପଦ ଠୁଳ କରିଛ।</verse>
				<verse number="4">ତୁମ କ୍ଷେତରେ କାମ କରୁଥିବା ମଊଲିଆମାନଙ୍କୁ ମଜୁରି ଦେ ନାହିଁ। ସେମାନଙ୍କ ଅଭିଯୋଗ ଶୁଣ। ଶସ୍ୟ କଟାଳିମାନଙ୍କର ଆର୍ତ୍ତନାଦ ସର୍ମଶକ୍ତିମାନ ପ୍ରଭୁ ଈଶ୍ୱର ଶୁଣିଛନ୍ତି।</verse>
				<verse number="5">ଏ ଜଗତରେ ତୁମ ଜୀବନ ଭୋଗ ବିଳାସରେ ପରିପୂର୍ଣ୍ଣ। ହାଣ ଖାଇବାକୁ ଥିବା ପଶୁ ପରି ତୁମେ ହୃଷ୍ଟପୁଷ୍ଟ ହୋଇଛ।</verse>
				<verse number="6">ତୁମେ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ହତ୍ୟା କରିଛ; ସେମାନେ ତୁମର ପ୍ରତିରୋଧ କରି ପାରି ନାହାିଁନ୍ତି।</verse>
				<verse number="7">ହେ ଭାଇମାନେ, ପ୍ରଭୁଙ୍କର ପୁନରାଗମନ ପଯ୍ୟନ୍ତ ଧୈର୍ଯ୍ୟ ଧର। ଦେଖ, କୃଷକ କିପରି ତା’ କ୍ଷେତରେ ବହୁମୂଲ୍ୟ ଫସଲ ଉତ୍ପନ୍ନ କରିବା ପାଇଁ ଧେର୍ଯ୍ୟ ସହକାରେ ପ୍ରଥମ ଓ ଶେଷ ବର୍ଷାକୁ ଅପେକ୍ଷା କରେ!</verse>
				<verse number="8">ସେହିପରି, ତୁମ୍ଭେମାନେ ମଧ୍ୟ ଦେର୍ଯ୍ୟଁ ସହକାରେ ଅପେକ୍ଷା କର। ତୁମ୍ଭମାନଙ୍କ ଆଶା ସୁଦୃଢ଼ ରୁହ, କାରଣ ପ୍ରଭୁଙକ ଆଗମନ ଦିନ ନିକଟବର୍ତ୍ତୀ।</verse>
				<verse number="9">ଭାଇମାନେ, ପରସ୍ପରର ଦୋଷ ଧର ନାହିଁ, ତାହାହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ। ଦେଖ! ମହାବିଚାରକର୍ତ୍ତା ଦ୍ୱାରା ନିକଟେ ଉପସ୍ଥିତ।</verse>
				<verse number="10">ଭାଇମାନେ, ଯେଉଁ ମଭାବବାଦୀଗଣ ପ୍ରଭୁଙ୍କ ନାମରେ ବାର୍ତ୍ତା ଦେଇଥିଲେ, ସେମାନଙ୍କୁ ସ୍ମରଣ କର। କ୍ଳେଶଭୋଗ ସମୟରେ ଧୈର୍ଯ୍ୟଶାଳୀ ଓ ସହିଷ୍ଣୁ ହେବା ପାଇଁ ସେମାନେ ତୁମର ଆଦର୍ଶ ହୁଅନ୍ତି।</verse>
				<verse number="11">ସେମାନଙ୍କ ସହିଷ୍ଣୁତା ଯୋଗୁଁ ଆମେ ସେମାନଙ୍କ ଧନ୍ୟ ବୋଲି କହିଥାଉଁ। ତୁମେ ଆୟୁବଙ୍କ ଧୈର୍ଯ୍ୟ ବିଷୟ ଶୁଣିଛ ଏବଂ ପରିଶେଷରେ ପ୍ରଭୁ କିପରି ତାଙ୍କୁ ଆର୍ଶୀବାଦ କରିଥିଲେ, ତାହା ଜାଣିଛ। କାରଣ ପ୍ରଭୁ ଦୟା ଓ ଅନୁକମ୍ପାରେ ପୂର୍ଣ୍ଣ।</verse>
				<verse number="12">ହେ ଭାଇମାନେ, ପ୍ରତିଜ୍ଞା କଲାବେଳେ ଗଣ ନିୟମ ପାକାଅ ନାହିଁ। ସ୍ୱର୍ଗ କି ମର୍ତ୍ତ୍ୟ କି ଅନ୍ୟ କୌଣସି ବିଷୟ ଦେଇ ଗଣ ପକାଅ ନାହିଁ। ତୁମ “ହିଁ”ର ଅର୍ଥ “ହଁ” ହେଉ, “ନାହିଁ”ର ଅର୍ଥ “ନାହିଁ” ହେଉ। ତାହାହେଲେ, ତୁମେ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ ନାହିଁ।</verse>
				<verse number="13">ତୁମ୍ଭମାନଙ୍କ ମଧ୍ୟରୁ କେହି କ’ଣ ଦୁର୍ଦ୍ଦଶାଗ୍ରସ୍ତ? ସେ ପ୍ରାର୍ଥନା କରୁ। କେହି କ’ଣ ଉଲ୍ଲସିତ? ସେ ସ୍ତୁତିପ୍ରଶଂସା ଗାନ କରୁ।</verse>
				<verse number="14">କେହି କ’ଣ ପୀଡ଼ି? ସେ ମଣ୍ଡଳୀର ନେତାମାନଙ୍କୁ ଡକାଉ; ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତା’ ନିମନ୍ତେ ପ୍ରାର୍ଥନା କରନ୍ତୁ।</verse>
				<verse number="15">ଏଭଳି ବିଶ୍ୱାସପୂର୍ଣ୍ଣ ପ୍ରାର୍ଥନା ପୀଡ଼ିତକୁ ସୁସ୍ଥ କରିବ। ପଭୁ ତାକୁ ଆରୋଗ୍ୟ କରିବେ ଓ ଯଦି ସେ ପାପ କରିଥାଏ, ତାକୁ କ୍ଷମା କରିବେ।</verse>
				<verse number="16">ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।</verse>
				<verse number="17">ଏଲିୟ ଆମ ପରି ମନୁଷ୍ୟ ଥିଲେ। ବର୍ଷା ନ ହେଉ ବୋଲି ସେ ଏକଗ୍ରା ଚିତ୍ତରେ ପ୍ରାର୍ଥନା କରିଥିଲେ, ସାଢ଼େ ତିନି ବର୍ଷ ଯାଏ ବର୍ଷା ହେଲା ନାହିଁ।</verse>
				<verse number="18">ସେ ପୁନର୍ବାର ପ୍ରାର୍ଥନା କଲେ ଏବଂ ଧାରା ବୃଷ୍ଟି ହେଲା ଓ ପୃିଥବୀ ପୁନର୍ବାର ଶସ୍ୟ ଉତ୍ପନ୍ନ କଲା।</verse>
				<verse number="19">ଭାଇମାନେ ମଧ୍ୟରୁ କେହି ଯଦି ପଥଭ୍ରଷ୍ଟ ହୁଏ ଏବଂ ଅନ୍ୟ ଜଣେ ତାହାକୁ ସତ୍ପଥକୁ ଫେରାଇ ଆଣେ, ତେବେ ମନେରଖ, ଯେ ବିପଥରୁ ପାପୀକୁ ଫେରାଇ ଆମେ, ସେ ସେହି ପାପୀର ଆତ୍ମାକୁ ମୃତ୍ୟୁର ରକ୍ଷା କରିବ ଓ ତା’ ନିଜର ବହୁ ପାପ କ୍ଷମା ହେବ।</verse>
				<verse number="20"></verse>
			</chapter>
		</book>
		<book number="60">
			<chapter number="1">
				<verse number="1">ଛନ୍ନଭିନ୍ନ ହୋଇ ପନ୍ତ, ଗାଲାତୀୟା, କାପାଦକିଆ, ଏସିଆ ଓ ବିଥୁନିଆ ପ୍ରଦେଶଗୁଡ଼ିକରେ ପ୍ରବାସୀ ରୂପେ ରହିଥିବା ଈଶ୍ୱରଙ୍କ ମନେ।ନୀତ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପିତରଙ୍କର ପତ୍ର।</verse>
				<verse number="2">ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।</verse>
				<verse number="3">ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।</verse>
				<verse number="4">ତେଣୁ ଈଶ୍ୱର ତାଙ୍କ ଲୋକମାନଙ୍କ ନିମନ୍ତେ ଯେଉଁ ବହୁମୂଲ୍ୟ ଆଶୀର୍ବାଦ ରଖିଛନ୍ତି, ତାହା ପାଇବା ପାଇଁ ଆମ୍ଭେମାନେ ପ୍ରତୀକ୍ଷାରେ ଅଛୁ। ତାହା ସେ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ଗଚ୍ଛିତ କରି ରଖିଛନ୍ତି। ସେଠାରେ ତାହା କ୍ଷୟ ପାଏ ନାହିଁ, ନଷ୍ଟ ବା ମ୍ଳାନ ହୁଏ ନାହିଁ।</verse>
				<verse number="5">ଶେଷ କାଳରେ ଯେଉଁ ପରିତ୍ରାଣ ପ୍ରକାଶିତ ହେବ, ତାହା ପାଇବା ପାଇଁ ତୁମ୍ଭମାନେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଶକ୍ତିରେ ସୁରକ୍ଷିତ ହୋଇଅଛି।</verse>
				<verse number="6">ତେଣୁ ତୁମ୍ଭମାନେ ଆନନ୍ଦ କର, ଯଦିଓ ନାନା ପ୍ରକାର କ୍ଳେଶ ହେତୁ ତୁମ୍ଭମାନଙ୍କୁ ବର୍ତ୍ତମାନ କିଛି ସମୟ ପାଇଁ ଦୁଃଖିତ ହେବାକୁ ଆବଶ୍ୟକ ହୋଇପାରେ।</verse>
				<verse number="7">ତୁମ୍ଭମାନଙ୍କ ବିଶ୍ୱାସର ବିଶୁଦ୍ଧତା ପରିକ୍ଷା କରିବା କରିବା ଏହି ସବୁର ଉଦ୍ଦେଶ୍ୟ। କ୍ଷୟଶୀଳ ସୁବର୍ଣ୍ଣକୁ ଅଗ୍ନିରେ ପରୀକ୍ଷା କରାଯାଏ। ତୁମ୍ଭମାନଙ୍କର ବିଶ୍ୱାସ ସୁବର୍ଣ୍ଣ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ପରୀକ୍ଷା ଦ୍ୱାରା ତାହାକୁ ସିଦ୍ଧ କରିବା ନିତାନ୍ତ ଆବଶ୍ୟକ। ତା’ ହୋଇପାରିଲେ, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ, ତୁମ୍ଭେମାନେ ପ୍ରଶଂସା, ଗୌରବ ଓ ସମ୍ମାନ ଲାଭକରିବ।</verse>
				<verse number="8">ବର୍ତ୍ତମାନେ ତୁମ୍ଭେମାନେ ତାଙ୍କୁ ନ ଦେଖିଥିଲେ ହଁ ପ୍ରେମ କରୁଛ ଓ ତାଙ୍କଠାରେ ବିଶ୍ୱାସ କରୁଛ।</verse>
				<verse number="9">ପୁଣି, ସେହି ବିଶ୍ୱାସର ଫଳ ସ୍ୱରୂପ ପରିତ୍ରାଣ ଲାଭ କରିଧିବାରୁ ଏକ ଅପୂର୍ବ ଅପଥନୀୟ ଆନନ୍ଦ ଅନୁଭବ କରୁଛ।</verse>
				<verse number="10">ଏହି ପରିତ୍ରାଣ ସମ୍ବଦ୍ଧରେ ଭାବବାଦୀମାନେ ମନୋଯୋଗନୂର୍ବକ ଅନ୍ୱେଷଣ ଓ ଅନୁସନ୍ଧାନ କରି, ଈଶ୍ୱରଙ୍କ ନିରୂପିତ ଦାନ ବିଷୟରେ ଭବିଷ୍ୟତ୍ବାଣୀ ପ୍ରକାଶ କରିଥିଲେ।</verse>
				<verse number="11">ସେହି ଦାନ ତୁମ୍ଭେମାନେ କେବେ ଓ କିପରି ଭାବରେ ପାଇବ, ଜାଣିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବ ପ୍ରାପ୍ତ ବିଷୟରେ ସୂଚନା ଦେଇଥିଲେ।</verse>
				<verse number="12">ଈଶ୍ୱର ଉକ୍ତ ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ ଯେ, ସେମାନେ ନିଜର ହିତ ପାଇଁ କିଛି କରୁ ନ ଥିଲେ। ସେମାନେ ଯାହା କହୁଥିଲେ, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ଶକ୍ତିରେ ବର୍ତ୍ତମାନ ଯେଉଁ ବାର୍ତ୍ତାବହମାନେ ସୁସମାଚାର ପ୍ରଚାର କରୁଛନ୍ତି, ତୁମ୍ଭେମାନେ ଏବେ ସେମାନଙ୍କଠାରୁ ସେହିସବୁ କଥା ଶୁଣୁଛ- ଏହି ସମସ୍ତ ବିଷୟରେ ମର୍ମ ବୁଝିବା ପାଇଁ ସ୍ୱର୍ଗଦୂତମାନେ ମଧ୍ୟ ଇଚ୍ଛୁକ।</verse>
				<verse number="13">କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।</verse>
				<verse number="14">ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।</verse>
				<verse number="15">କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।</verse>
				<verse number="16">ଶାସ୍ତ୍ରରେ ଲେଖାଅଛି, “ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।”</verse>
				<verse number="17">ଈଶ୍ୱର ପ୍ରତ୍ୟେକର କାର୍ଯ୍ୟାକଳାପ ଅନୁସାରେ ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି। ତୁମ୍ଭେମାନେ ତାଙ୍କ ନକଟରେ ପ୍ରାର୍ଥନା କଲାବେଳେ ତାଙ୍କୁ ପିତା ବୋଲି ସମ୍ବୋଧନ କରିଥାଅ। ଅତଏବ, ଏହି ଜଗତରେ ତୁମ୍ଭମାନଙ୍କ ଜୀବନର ଅବଶିଷ୍ଟ ସମୟ ତାଙ୍କୁ ଭୟଭକ୍ତି କରି ଅତିବାହିତ କର।</verse>
				<verse number="18">ତୁମ୍ଭେମାନେ ଜାଣ ତୁମ ପୂର୍ବପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଜୀବନରୁ ତୁମ୍ଭମାନଙ୍କୁ ମୁକ୍ତ କରିବା ନିମନ୍ତେ କେତେ ମୂଲ୍ୟ ଦେବାକୁ ପଡ଼ିଥିଲା। ତାହା କ୍ଷୟଶୀଳ ରୂପା କି ସୁନା ନୁହେଁ,</verse>
				<verse number="19">କିନ୍ତୁ ତାହା ନିର୍ଦ୍ଦୋଷ, ନିଷ୍ଳକଙ୍କ ମେଷଶାବକ ତୁଲ୍ୟ ଖ୍ରୀଷ୍ଟଙ୍କ ଆତ୍ମବଳିର ଅମୂଲ୍ୟ ରକ୍ତ।</verse>
				<verse number="20">ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।</verse>
				<verse number="21">ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।</verse>
				<verse number="22">ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।</verse>
				<verse number="23">କାରଣ ଈଶ୍ୱରଙ୍କ ଜୀବନ୍ତ ଓ ଚିରନ୍ତନ ବାକ୍ୟ ଦ୍ୱାରା ତୁମ୍ଭମାନେ କୌଣସି ମରଣଶୀଳ ପିତାଙ୍କ ସନ୍ତାନ ରୂପେ ନୁହେଁ, ମାତ୍ର ଅମର ପିତାଙ୍କ ସନ୍ତାନ ରୂପେ ପୁନର୍ଜନ୍ମ ଲାଭ କରିଛ।</verse>
				<verse number="24">ଶାସ୍ତ୍ରରେ ଲେଖାଅଛି: “ମନୁଷୃ ଜାତି ତୃଣ ସଦୃଶ, ସେମାନଙ୍କର ସମସ୍ତ ଐଶ୍ୱର୍ଯ୍ୟ ବନପୁଷ୍ପ ତୁଲ୍ୟ। ତୃଣ ଶୁଷ୍କ ହୁଏ, ପୁଷ୍ପ ଝଡ଼ି ପଡ଼େ,</verse>
				<verse number="25">କିନ୍ତୁ ଈଶ୍ୱରଙ୍କ ବାକ୍ୟ ଚିରସ୍ଥାୟୀ।” ଏହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଥିଲା।</verse>
			</chapter>
			<chapter number="2">
				<verse number="1">ଅତଏବ, ସବୁ ପ୍ରକାର ଅସତ୍ ବିଷୟରୁ ନିବୃତ୍ତ ହୁଅ।</verse>
				<verse number="2">ମିଥ୍ୟା ଓ କପଟତା, ଈର୍ଷା ଓ ପରନିନ୍ଦା ପରିହାର କର। ନବଜାତ ଶିଶୁ ପରି ହୁଅ। ସର୍ବଦା ବିଶୁଦ୍ଧ ଆଧ୍ୟାତ୍ମିକ ଦୁଗ୍ଧ ପାନ କରିବା ପାଇଁ ତୃଷିତ ହୁଅ। ସର୍ବଦା ବୃଦ୍ଧି ପାଇ ପରିତ୍ରାଣ ପାଇବ।</verse>
				<verse number="3">ଶାସ୍ତ୍ରରେ ଲେଖାଅଛି: “ଈଶ୍ୱର ଯେ କିପରି କୃପାବାନ, ତାହା ତୁମେ ନିଜ ଅନୁଭୂତିରୁ ଜାଣିଛ।”</verse>
				<verse number="4">ମନୁଷ୍ୟମାନେ ଯେଉଁ ଜୀବନ୍ତ ପ୍ରସ୍ତର ସ୍ୱରୁପ ପ୍ରଭୁଙ୍କୁ ମୂଲ୍ୟହୀନ ଭାବି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ନିକଟକୁ ଆସ, କାରଣ ସେ ଈଶ୍ୱରଙ୍କ ଦ୍ୱାରା ବହୁମୂଲ୍ୟ ବିହବେଚିତ ହୋଇ ମନୋନୀତ ହୋଛନ୍ତି।</verse>
				<verse number="5">ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।</verse>
				<verse number="6">ଶାସ୍ତ୍ରରେ ଏହିପରି ଲେଖାଅଛି: “ଆମ୍ଭେ ଏକ ବହୁମୂଲ୍ୟ ପ୍ରସ୍ତର ମୋନାୀତ କଲୁ; ତାହା ଆମ୍ଭେ ସିୟୋନର କୋଣ ପ୍ରସ୍ତର ରୂପେ ସ୍ଥାପନ କରୁଛୁ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କେବେ ନିରାଶ ହେବ ନାହିଁ।”</verse>
				<verse number="7">ତୁମ୍ଭେମାନେ ବିଶ୍ୱାସୀ ହୋଇଥିବାରୁ ତୁମ ପାଇଁ ଏହି ପ୍ରସ୍ତର ଅତି ମୂଲ୍ୟବାନ। କି୍ତୁ ଅବିଶ୍ୱାସୀମାନଙ୍କ ନିମନ୍ତେ: “ଯେଉଁ ପ୍ରସ୍ତରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସବୁଠାରୁ ପ୍ରଧାନ ପ୍ରସ୍ତର ହେଲା।”</verse>
				<verse number="8">ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।</verse>
				<verse number="9">ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।</verse>
				<verse number="10">ପୂର୍ବେ ତୁମ୍ଭମାନେ ଈଶ୍ୱରଙ୍କ ଦୟା ସମ୍ବନ୍ଧରେ ଅଜ୍ଞ ଥିଲ, ର୍ବତ୍ତମାନ ତାଙ୍କ ଦୟାର ପାତ୍ର ହୋଇଛ।</verse>
				<verse number="11">ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।</verse>
				<verse number="12">ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।</verse>
				<verse number="13">ପ୍ରଭୁଙ୍କ ନାମରେ ଅନୁରୋଧ କରୁଛୁ, କତ୍ତୃପକ୍ଷମାନଙ୍କ ଶାସନାଧୀନ ହୁଅ।</verse>
				<verse number="14">ଦେଶର ସର୍ବୋଚ୍ଚ ଶାସକ ସମ୍ରାଟଙ୍କୁ ଏବଂ ଅନ୍ୟାନ୍ୟ ଶାସନକର୍ତ୍ତାମାନଙ୍କୁ ମାନ୍ୟ କର। ଶାସନକର୍ତ୍ତାମାନେ ଅପରାଧୀମାନଙ୍କୁ ଶାସ୍ତି ଦେବା ପାଇଁ ଓ ସତ୍କର୍ମ କରୁଥିବା ଲୋକମାନଙ୍କୁ ପ୍ରଶଂସା କରିବା ପାଇଁ ସମ୍ରାଟଙ୍କ ପ୍ରଶଂସା କରିବା ପାଇଁ ସମ୍ରାଟଙ୍କ ଦ୍ୱାରା ନିଯୁକ୍ତ।</verse>
				<verse number="15">ଈଶ୍ୱର ଚାହାନ୍ତି, ତୁମ୍ଭେମାନେ ସତ୍କର୍ମ ଦ୍ୱାରା ବୃଥା ଗଳ୍ପ କରୁଥିବା ନିର୍ବୋଧମାନଙ୍କୁ ନିରୁତ୍ତର କର।</verse>
				<verse number="16">ସ୍ୱାଧୀନ ଲୋକଙ୍କ ପରି ଜୀବନ ଯାପନ କର। କିନ୍ତୁ ସ୍ୱାଧୀନତାର ଅପବ୍ୟବହାର କରି ଗର୍ହିତ କର୍ମ କର ନାହିଁ। ବରଂ ଈଶ୍ୱରଙ୍କ କ୍ରୀତଦାସ ରୂପେ ଜୀବନ ଯାପନ କର।</verse>
				<verse number="17">ସମସ୍ତଙ୍କୁ ସମ୍ମାନ ଦିଅ। ସର୍ବତ୍ର ଖ୍ରୀଷ୍ଟବିଶ୍ୱାସୀ ଭ୍ରାତୃବର୍ଗଙ୍କୁ ପ୍ରେମ କର। ଈଶ୍ୱରଙ୍କୁ ଭୟ କର, ସମ୍ରାଟଙ୍କୁ ସମ୍ମାନ ଦିଅ।</verse>
				<verse number="18">ଦାସଗଣ, ତୁମ ମୁନବମାନେ ଦୟାଳୁ ଓ ବିଚାରବନ୍ତ, କିଅବା କଠୋର ପ୍ରକୃତିର ହୋଇଥାଆନ୍ିୁ, ସେମାନଙ୍କର ବଶୀଭୂତ ହୁଅ ଓ ଦେମାନଙ୍କୁ ଉଚିତ ସମ୍ମାନ ଦିଅ।</verse>
				<verse number="19">ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।</verse>
				<verse number="20">ତୁମ୍ଭେମାନେ ଦୋଷ କରି ଦଣ୍ଡଭୋଗ କଲେ, ଦେଥିରେ ପ୍ରଶଂସାର କି କାରଣ ଅଛି? ନ୍ୟାୟୋଚିତ କାର୍ଯ୍ୟ କଲେ ହିଁ ଯଦି ଶାସ୍ତି ଭୋଗ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।</verse>
				<verse number="21">ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।</verse>
				<verse number="22">ସେ କୌଣସି ପାପ କରି ନ ଥିଲେ। ତାଙ୍କ ଓଷ୍ଠରୁ ମିଥ୍ୟା କଥା ବାହାରିବା କେହି କେବେ ଶୁଣି ନ ଥିଲେ। ସେ ଅପମାନିତ ହେବା ସମୟରେ ଅପମାନସୂଚକ ପ୍ରତ୍ୟୁତ୍ତର ଦେଇ ନ ଥିଲେ।</verse>
				<verse number="23">ସେ ଦୁଃଖ ଭୋଗ କରିବା ସମୟରେ ପ୍ରତିଶୋଧ ନେବାକୁ ଭୟ ଦେଖାଇ ନ ଥିଲେ; କେବଳ ନ୍ୟାୟ ବିଚାରକର୍ତ୍ତା ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ଭରସା ରଖିଥଲେ।</verse>
				<verse number="24">ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।</verse>
				<verse number="25">ମେଷମାନଙ୍କ ତୁଲ୍ୟ ତୁମ୍ଭେମାନେ ବିପଥଗାମୀ ହୋଇଥଲ। ବର୍ତ୍ତମାନ ତୁମ୍ଭମାନଙ୍କର ମେଷପାଳକ ଓ ଆତ୍ମଶର ରକ୍ଷକଙ୍କୁ ଅନୁସରଣ କରିବା ନିମନ୍ତେ ବାହୁଡ଼ି ଆସିଛ।</verse>
			</chapter>
			<chapter number="3">
				<verse number="1">ହେ ସ୍ତ୍ରୀମାନେ! ତୁମ୍ଭେମାନେ ସ୍ୱାମୀମାନଙ୍କର ବଶୀଭୂତା ହୁଅ। ତାହାହେଲେ, ଯଦି କୌଣସି ସ୍ୱାମୀ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ ନ ଥାଏ, ତେବେ ତୁମ୍ର ସଦାଚରଣ ଦ୍ୱାରା ସେହି ବାକ୍ୟ ପ୍ରତି ତାହାର ବିଶ୍ୱାସ ଜନ୍ମିବ। ତୁମେ ପଦେ ହେଲେ କିଛି କହିବା ଆବଶ୍ୟକ ହେବ ନାହିଁ।</verse>
				<verse number="2">କାରଣ ତୁମର ପବିତ୍ର ଆଚରଣ ଓ ଭକ୍ତି ଭାବ ସେମାନେ ଲକ୍ଷ୍ୟ କରିବେ।</verse>
				<verse number="3">କେଶ ବିନ୍ୟାସ, ବେଶଭୂଷା, ଅଳଙ୍କାର ପ୍ରସାଧନ ପ୍ରକୃତ୍ତି ବାହ୍ୟିକ ସାଜସଜ୍ଜାରେ ନିଜର ଶୋଭାବର୍ଦ୍ଧନ କରିବା ତୁମ୍ନଭମାନଙ୍କରର ଅନୁଚିତ।</verse>
				<verse number="4">ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।</verse>
				<verse number="5">ଅତୀତରେ ଯେଉଁ ସାଧ୍ୱୀ ସ୍ତ୍ରୀମାନେ ଈଶ୍ୱରଙ୍କଠାରେ ଭରସା ରଖିଥିଲେ, ସେମାନେ ସ୍ୱାମୀର ବଶୀଭୂତା ହେବା ଦ୍ୱାରା ନିଜକୁ ବିଭଷିତା କରୁଥିଲେ।</verse>
				<verse number="6">ସାରା ସେହିପରି ଜଣେ ସ୍ତ୍ରୀ ଥିଲେ। ସେ ଅବ୍ରାହାମଙ୍କ ଆଜ୍ଞାଧୀନା ହୋଇ ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଥିଲେ। ତୁମ୍ଭେମାନେ ବର୍ତ୍ତମାନ ତାଙ୍କର କନ୍ୟା। ଯଦି ସଦାଚରଣ କର, ତା’ହେଲେ, କୌଣସି ବିଷୟ ତୁମ୍ଭମାନଙ୍କୁ ଆଉ ଭୟଭୀତ କରିପାରିବ ନାହିଁ।</verse>
				<verse number="7">ହେ ସ୍ୱାମୀମାନେ, ସେହିପରି ତୁମ ସ୍ତ୍ରୀମାନଙ୍କୁ ଅବଳା ବୋଲି ଜାଣି ସେମାନଙ୍କ ପ୍ରତି ସହନଶୀଳ ହୋଇ ବାସ କର। ସେମାନଙ୍କୁ ସମ୍ମାନ ଦିଅ। ସେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ଈଶ୍ୱରଙ୍କଠାରେ ଜୀବନରୂପ ଦାନ ପାଇବେ। ତୁମ୍ଭେମାନେ ସେମାନଙ୍କ ପ୍ରତି ଯଥୋଜିତ ବ୍ୟବହାର କଲେ, ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।</verse>
				<verse number="8">ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।</verse>
				<verse number="9">ଅନିଷ୍ଠ ବଦଳେ ଅନିଷ୍ଠ କର ନାହିଁ, ଅଭିଶାପ ବଦଳେ ଅଭିଶାପ ଦିଅ ନାହିଁ; ତା’ ପରିବର୍ତ୍ତେ ଆଶୀର୍ବାଦ କର, କାରଣ ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିତିଲେ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।</verse>
				<verse number="10">ଶାସ୍ତ୍ରରେ ଲେଖାଅଛି, “ଯେ ଜୀବନରେ ଦୁଖଭୋଗ କରିବାକୁ ଓ ସୁଖର ଦିନ ଦେଖିବାକୁ ଇଚ୍ଛା କରେ, ସେ କୁକଥା ନ କହୁ ଓ ମିଥ୍ୟା କଥାରୁ ନିବୃତ୍ତ ହେଉ।</verse>
				<verse number="11">ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।</verse>
				<verse number="12">ଈଶ୍ୱର ଧାର୍ମିକମାନଙ୍କ ପ୍ରତି ମନୋଯୋଗ କରନ୍ତି ଏବଂ ସେମାନଙ୍କ ପ୍ରାର୍ଥନା ଶୁଣନ୍ତି; କିନ୍ତୁ ସେ ଦୁରାଚାରୀମାନଙ୍କୁ ପ୍ରତିରୋଧ କରନ୍ତି।”</verse>
				<verse number="13">ସତ୍କର୍ମ କରିବାକୁ ତୁମ୍ଭେମାନେ ଉତ୍ସୁକ ଥିଲେ, କିଏ ତୁମର ଅନିଷ୍ଠ କରିବ?</verse>
				<verse number="14">ସତ୍କର୍ମ କରିବା ହେତୁ ତୁମ୍ଭେମାନେ କ୍ଳେଶଭୋଗ କଲେ ସୁଦ୍ଧା ତୁମ୍ଭେମାନେ ପ୍ରକୃତରେ ସୁଖୀ। କାହାକୁ ଭୟ କର ନାହିଁ; ଅଯଥା ଚିନ୍ତିତ ହୁଅ ନାହିଁ।</verse>
				<verse number="15">ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।</verse>
				<verse number="16">କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।</verse>
				<verse number="17">ଦୁଷ୍କର୍ମ କରି କ୍ଳେଶଭୋଗ କରିବା ଅପେକ୍ଷା, ଈଶ୍ୱରଙ୍କ ଇଚ୍ଛାନୁରୂପ ସତ୍କର୍ମ କରି ଦୁଃଖଭୋଗ କରିବା ଶ୍ରେୟସ୍କର।</verse>
				<verse number="18">ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ</verse>
				<verse number="19">ଓ ସେହି ଆତ୍ମିକ ସ୍ଥିତିରେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ।</verse>
				<verse number="20">ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,</verse>
				<verse number="21">ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।</verse>
				<verse number="22">ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।</verse>
			</chapter>
			<chapter number="4">
				<verse number="1">ଖ୍ରୀଷ୍ଟ ଶାରୀରିକ କ୍ଳେଶଭୋଗ କରିଥିବାରୁ, ତୁମ୍ଭେମାନେ ମଧ୍ୟ ତାଙ୍କ ପରି ମନୋଭାବାପନ୍ନ ହୋଇ ନିଶ୍ଚିତ ହୁଅ ଯେ ଯେଉଁ ବ୍ୟକ୍ତି ଶାରୀରିକ ଯନ୍ତ୍ରଣା ସହ୍ୟ କରେ, ୌ ଆଉ ପାପରେ ଲିପ୍ତ ହୋଇ ରହେ ନାହିଁ।</verse>
				<verse number="2">ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।</verse>
				<verse number="3">ଅତୀତରେ ତୁମ୍ଭେମାନେ ଅଣବିଶ୍ୱାସୀମାନଙ୍କ ପରି କାର୍ଯ୍ୟ କରି ବହୁ ସମୟ ବିତାଇଛ। ତୁମ୍ଭମାନଙ୍କର ଜୀବନ ଅଶକଳୀଳତା, କାମୁକତା, ମଦ୍ୟପାନ, ରଙ୍ଗରସ ମତ୍ତତା ଓ ଘୃଣା ପ୍ରତିମା ପୂଜାରେ କଟି ଯାଇଛି।</verse>
				<verse number="4">ତୁମ୍ଭେମାନେ ବର୍ତ୍ତମାନ ସେହି ପ୍ରକାର ଉତ୍ସୃଙ୍ଖଳ କର୍ଯ୍ୟକଳାପରେ ସେମାନଙ୍କ ସହିତ ଯୋଗ ନ ଦେବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇ ତୁମ୍ଭମାନଙ୍କୁ ଅପମାନିତ କରୁଛନ୍ତି।</verse>
				<verse number="5">କିନ୍ତୁ ଯେଉଁ ଈଶ୍ୱର ଜୀବିତ ସ ମୃତମାନଙ୍କର ବିଚାର କରିବାକୁ ଉଦ୍ୟତ, ତାଙ୍କ ନକଟରେ ସେମାନଙ୍କୁ ନିକାଶ ଦେବାକୁ ପଡ଼ିବ।</verse>
				<verse number="6">ଏଥିପାଇଁ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରାଯାଇଥିଲା, ଯେପରି ସେମାନେ ମନୁଷ୍ୟମାନଙ୍କ ପରି ଶାରୀରିକଭାବେ ବିଚାରିତ ହୋଇଥିଲେ ସୁଦ୍ଧା, ଈଶ୍ୱରଙ୍କ ଅନୁରୂପ ଆତ୍ମାରେ ସଜୀବ ହେବେ।</verse>
				<verse number="7">ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।</verse>
				<verse number="8">ସର୍ବୋପରି ପରସ୍ପରକୁ ଆନ୍ତରିକ ଭାବରେ ପ୍ରେମ କର, କାରଣ ପ୍ରେମ ଅନେକ ପାପ ଆଚ୍ଛାଦନ କରେ।</verse>
				<verse number="9">ଅକୁଣ୍ଠିତ ଚିତ୍ତରେ ପରସ୍ପରର ଆତିଥ୍ୟ କର। ଈଶ୍ୱର ତୁମ ପ୍ରତ୍ୟେକଙ୍କୁ ବିଶେଷ ବିଶେଷ ଦାନ ଦେଇଛନ୍ତି।</verse>
				<verse number="10">ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।</verse>
				<verse number="11">ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।</verse>
				<verse number="12">ପ୍ରିୟ ବନ୍ଧୁଗଣ, ଯେଉଁ ଅଗ୍ନି ପରୀକ୍ଷାରେ ତୁମ୍ଭେମାନେ କ୍ଳେଶଭୋଗ କରୁଛ, ତାହା ଏକ ଅସାଧାରଣ ଘଟଣା ଭାବି ବିଦ୍ମିତ ହୁଅ ନାହିଁ।</verse>
				<verse number="13">ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।</verse>
				<verse number="14">ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ଅପମାନିତ ହେଲେ, ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମଠାରେ ଅଧିଷ୍ଠାନ କରିଛନ୍ତି।</verse>
				<verse number="15">ତୁମ୍ଭମାନଙ୍କ ମଧ୍ୟରୁ କେହି ନରହନ୍ତା, ଦସ୍ୟୁ ବା ଦୁରାଚାରୀ, କିଅବା ଗଣ୍ଡଗୋଳ ସୃଷ୍ଟି କରିବା ହେତୁ ଦୁଃଖଭୋଗ ନ କରୁ।</verse>
				<verse number="16">କିନ୍ତୁ ତୁମ୍ଭେମାନେ ଯଦି ଖ୍ରୀଷ୍ଟବିଶ୍ୱାସୀ ହେବାରୁ ଦୁଃଖଭୋଗ କରୁଛୁ, ତେବେ ଲଜ୍ଜିତ ହୁଅ ନାିଁ। ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଛ।</verse>
				<verse number="17">ବିଚାର କାଳ ଆସନ୍ନ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରଥମେ ବିଚାରିତ ହେବେ। ଯଦି ଆମଠାରୁ ତାହା ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଶେଷ ଦଶା କ’ଣ ନ ହେବ?</verse>
				<verse number="18">ଧର୍ମଶାସ୍ତ୍ରରେ ଲେଖାଅଛି: “ଯଦି ଧାର୍ମିକମାନଙ୍କ ପରିତ୍ରାଣ ପାଇବା ଏତେ କଷ୍ଟକର, ତେବେ ଅଧାର୍ମିକ ଓ ପାପୀମାନଙ୍କ ଦଶା କ’ଣ ନ ହେବ?”</verse>
				<verse number="19">ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଦୁଃଭୋଗ କରନ୍ତି, ସେମାନେ ସତ୍କର୍ମ କରି ତାଙ୍କଠାରେ ପୂର୍ଣ୍ଣ ମାତ୍ରାରେ ଭରସା ରଖନ୍ତୁ। ସେମାନଙ୍କ ସ୍ରଷ୍ଟା ଈଶ୍ୱର ସର୍ବଦା ତାଭ୍କ ପ୍ରତିଜ୍ଞା ରକ୍ଷା କରନ୍ତି।</verse>
			</chapter>
			<chapter number="5">
				<verse number="1">ମୁଁ ଚଣେ ବୟୋଜ୍ୟେଷ୍ଠ ନେତା ହିସାବରେ ତୁମ୍ଭମାନଙ୍କ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ବିନତି କରି କହୁଛି। ଖ୍ରୀଷ୍ଟଙ୍କ ଦୁଃଖଭୋଗର ମୁଁ ଜଣେ ସାକ୍ଷୀ ଓ ତାଙ୍କର ଗୌରବ ପ୍ରକାଶିତ ହେବା ସମୟରେ ମୁଁ ସେଥିରେ ଭାଗୀ ହେବି।</verse>
				<verse number="2">ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।</verse>
				<verse number="3">ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।</verse>
				<verse number="4">ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।</verse>
				<verse number="5">ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”</verse>
				<verse number="6">ଅତଏବ, ଈଶ୍ୱରଙ୍କ ଶକ୍ତିଶଳୀ ହସ୍ତ ତଳେ ଅବନତ ହୁଅ; ସେ ତାଙ୍କର ନିରୂପିତ ସମୟରେ ତୁମକୁ ଉନ୍ନତ କରିବେ।</verse>
				<verse number="7">ତୁମର ସମସ୍ତ ଚିନ୍ତା ଭାର ତାଙ୍କ ନିକଟରେ ସମର୍ପଣ କର, କାରଣ ସେ ତୁମର ଯତ୍ନ ନିଅନ୍ତି।</verse>
				<verse number="8">ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।</verse>
				<verse number="9">ତୁମ୍ଭେମାନେ ବିଶ୍ୱାସରେ ଅଟଳ ରହି, ତା’ର ପ୍ରତିରୋଧ କର। ତୁମ୍ଭେମାନେ ଜାଣିଛ, ଏହି ଜଗତରେ ତୁମ ବିଶ୍ୱାସୀ ଭାଇମାନେ ଏହିପରି କ୍ଳେଶଭୋଗ ଭିତରେ ଗତି କରୁଛନ୍ତି।</verse>
				<verse number="10">ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।</verse>
				<verse number="11">ଯୁଗେ ଯୁଗେ ରାଜତ୍ୱ ତାଙ୍କର ହେଉ।</verse>
				<verse number="12">ଶୀଲାଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟୀୟ ଭ୍ରାତାରୂପେ ମୁଁ ସମାଦର କରେ। ତାଙ୍କ ସହାୟତାରେ ମୁଁ ଏହି ସଂକ୍ଷିପ୍ତ ପତ୍ର ଲେଖିଛି। ଈଶ୍ୱରଙ୍କ ବାସ୍ତବ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ମୋ ଉଦ୍ଦେଶ୍ୟ। ସେହି ଅନୁଗ୍ରେହରେ ତୁମ୍ଭେମାନେ ଅଟଳ ରୁହ।</verse>
				<verse number="13">ଈଶ୍ୱରଙ୍କ ଦ୍ୱାରା ମନୋନୀତ ବାବିଲୋନସ୍ଥିତ ମଣ୍ଡଳୀ ମୋର ଧର୍ମପୁତ୍ର ମାର୍କ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।</verse>
				<verse number="14">ଖ୍ରୀଷ୍ଟୀୟ ପ୍ରେମ ଚୁମ୍ବନରେ ପରସ୍ପରକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟାଶ୍ରିତ ତୁମ ସମସ୍ତଙ୍କର ଶାନ୍ତି ହେଉ।</verse>
			</chapter>
		</book>
		<book number="61">
			<chapter number="1">
				<verse number="1">ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-</verse>
				<verse number="2">ଈଶ୍ୱର ଓ ଆମ ପ୍ରଭୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ତୁମ୍ଭମାନଙ୍କର ଜ୍ଞାନ ଦ୍ୱାରା, ପୁର୍ଣ୍ଣମାତଆରେ ତୁମ୍ଭମାନଙ୍କର ଅନୁଗ୍ରହ ଓ ଶାନ୍ତି ହେଉ।</verse>
				<verse number="3">ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।</verse>
				<verse number="4">ଏହିପରି ସେ ଆମକୁ ତାଙ୍କ ପ୍ରତିଜ୍ଞାନୁସାରେ ଅତି ଶ୍ରେଷ୍ଠ ଓ ମୂଲ୍ୟବାନ ଦାନ ଦେଇଛନ୍ତି। ଏହିସବୁ ଦାନ ସାହାଯ୍ୟରେ ତୁମ୍ଭେମାନେ ଏହି ଜଗତର ଧ୍ୱଂସକାରୀ କାମନାରୁ ଉଦ୍ଧାର ପାଇ ଐଶ୍ୱରିକ ସ୍ୱଭାବର ଅଂଶୀ ହୋଇ ପାରିବ।</verse>
				<verse number="5">ଏଥିପାଇଁ ତୁମ ବିଶ୍ୱାସ ସହିତ ସଦଗୁଣ; ସଦ୍ଗୁଣ ସହିତ ଜ୍ଞାନ;</verse>
				<verse number="6">ଜ୍ଞାନ ସହିତ ଆତ୍ମସଂଯମ; ଆତ୍ମସଂଯମ ସହିତ ସହିଷ୍ଣୁତା; ସହିଷ୍ଣୁତା ସହିତ ଈଶ୍ୱରପରାୟଣତା;</verse>
				<verse number="7">ଈଶ୍ୱରପରାୟଣତା ସହିତ ଭ୍ରାତୃ ସ୍ନେହ ଓ ଭ୍ରାତୃ ସ୍ନେହ ସହିତ ପ୍ରେମ ଯୋଗ କରିବାକୁ ଆପ୍ରାଣ ଉଦ୍ୟମ କର।</verse>
				<verse number="8">ଏହି ସଦ୍ଗୁଣଗୁଡ଼ିକ ତୁମର ଆବଶ୍ୟକ; ଏହିସବୁରେ ତୁମ୍ଭେମାନେ ପରିପୂର୍ଣ୍ଣ ହେଲେ, ତୁମେ ପ୍ରାପ୍ତ ହୋଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ତୁମକୁ ସକ୍ରିୟ ଓ ଫଳପ୍ରଦ କରି ରଖିବ।</verse>
				<verse number="9">କିନ୍ତୁ ଏହିସବୁ ଗୁଣ ଯାହାଠାରେ ନାହିଁ, ସେ ଅନ୍ଧ ଓ ଅଦୂରଦର୍ଶୀ; ତାହାର ପୂର୍ବକୃତ ସମସ୍ତ ପାପରୁ ପରିଷ୍କୃତ ହୋଇଛି ବୋଲି ସେ ଭୁଲି ଯାଇଛି।</verse>
				<verse number="10">ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।</verse>
				<verse number="11">ଏହି ଉପାୟରେ ଆମ ପ୍ରଭୁ ଓ ତଆଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ତ୍ନ୍ ରାଜ୍ୟରେ ପ୍ରବେଶ କରିବାକୁ ତୁମେ ପୂର୍ଣ୍ଣ ଅଧିକାର ପାଇବ।</verse>
				<verse number="12">ଯଦିଚ ତୁମ୍ଭେମାନେ ଏ ସବୁ ବିଷୟ ଜାଣିଛ ଓ ତୁମେ ପ୍ରାପ୍ତ ହୋଇଥିବା ସତୃରେ ଦୃଢ଼ ପ୍ରତିଷ୍ଠିତ ହୋଇଛ, ଏହିସବୁ କଥା ମୁଁ ସବୁବେଳେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ।</verse>
				<verse number="13">ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଏହିସବୁ ବିଷୟ ପ୍ରତି ତୁମ୍ଭମାନଙ୍କୁ ସଚେତନ କରାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବେ।</verse>
				<verse number="14">ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ସ୍ପଷ୍ଟ ସୂଚନା ପାଇଥିବା ଅନୁଯାୟୀ ଶୀଘ୍ର ଏହି ମରଶରୀର ତ୍ୟାଗ କରିବି ବୋଲି ମୁଁ ଜାଣେ।</verse>
				<verse number="15">ମୋର ମୃତ୍ୟୁ ପରେ ମଧ୍ୟ ତୁମ୍ଭେମାନେ ଯେପରି ଏହିସବୁ ବିଷୟ ଚିରଦିନ ସ୍ମରଣରେ ରଖିବ, ଏହାର ବ୍ୟବସ୍ଥା କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରୁଛୁ।</verse>
				<verse number="16">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପୁନରାଗମନ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଇବା ପାଇଁ ଆମେ କାଳ୍ପନିକ ଗଳ୍ପ ଉପରେ ନିର୍ଭର କରିନାହୁଁ। ଆମେ ସ୍ୱଚକ୍ଷୁରେ ତାଙ୍କ ମହିମା ଅବଲୋକନ କରିଛୁ।</verse>
				<verse number="17">ପିତା ଈଶ୍ୱରଙ୍କ ଦ୍ୱାରା ସେ ସମ୍ମାନିତ ଓ ଗୌରବାନ୍ୱିତ ହେବା ସମୟରେ ଆମେ ଉପସ୍ଥିତ ଥିଲୁ। ମହାମହିମଙ୍କଠାରୁ ତାଙ୍କ ସମ୍ପର୍କରେ ଉଚ୍ଚାରିତ ଏହି ବାଣୀ ଆମେ ଶୁଣିଛୁ: “ଏହି ଆମ ପ୍ରିୟ ପୁତ୍ର, ଏହାଙ୍କ ପ୍ରତି ଆମେ ସନ୍ତୁଷ୍ଟ।”</verse>
				<verse number="18">ଆମେ ତାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ତାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ନିଜେ ଏହି ସ୍ୱର୍ଗୀୟ ବାଣୀ ଶୁଣିଛୁ।</verse>
				<verse number="19">ତେଣୁ ଭାବବାଦୀମାନଙ୍କ ଦ୍ୱରା ପ୍ରଚାରି ବାର୍ତ୍ତାରେ ଆମ ବିଶ୍ୱାସ ଅଧିକ ଦୃଢ଼ ହୋଇଛି। ସେଥିପ୍ରତି ତୁମ୍ଭେମାନେ ମଧ୍ୟ ମନୋଯୋଗୀ ହେବା ଉଚିତ, କାରଣ ତାହା ଅନ୍ଧକାରରେ ଏକ ପ୍ରଦୀପ ତୁଲ୍ୟ। ପ୍ରତ୍ୟୁଷରେ ପ୍ରଭାତୀ ତାରାର ଆଲୋକ ତୁମ ହୃଦୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ହୋଇ ରହିଥିବ।</verse>
				<verse number="20">ତୁମ୍ଭେମାନେ ଅନ୍ତତଃ ଏତିକି ଜାଣିରଖ ଯେ, ଧର୍ମଶାସ୍ତ୍ରରେ ଲିଖିତ କୌଣସି ଭାବବାଣୀ କେହି ନିଗ ଜ୍ଞାନରେ ବୁଝିପାରେ ନାହିଁ।</verse>
				<verse number="21">ଭାବବାଣୀ କେବଳ ମନୁଷ୍ୟର କଳ୍ପନାପ୍ରସୂତ ନୁହେଁ। ଈଶ୍ୱରଙ୍କ ଭକ୍ତ ଦାସମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ପାଇଥିବା ବାର୍ତ୍ତା ପ୍ରକାଶ କରିଛନ୍ତି।</verse>
			</chapter>
			<chapter number="2">
				<verse number="1">ଅତୀତରେ ଯେପରି ଲୋକମାନଙ୍କ ମଧ୍ୟରେ ଶଡ ମଭାବବାଦୀମାନେ ଦେଖା ଦେଇଥିଲେ, ଠିକ୍ ସେହିପରି ତୁମ ମଧ୍ୟରେ ଶଠ ଶିକ୍ଷକମାନେ ବାହାରିବେ। ସେମାନେ ବିନଷ୍ଟକାରୀ ଭ୍ରାନ୍ତ ତତ୍ତ୍ୱ ଶିକ୍ଷା ଦେବେ ଏବଂ ଯେଉଁ ପ୍ରଭୁ ସେମାନଙ୍କୁ ମୁକ୍ତି ଦେଇ ଅଛନ୍ତି, ତାଙ୍କୁ ଅସ୍ୱୀକାର କରିବେ। ତେଣୁ ଅକସ୍ମାତ୍ ସେମାନଙ୍କର ବିନାଶ ଘଟିବ।</verse>
				<verse number="2">ତଥାପି ଅନେକ ସେମାନଙ୍କର ଅଧର୍ମ ମାର୍ଗ ଅନୁସରଣ କରିବେ। ଅନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ଧର୍ମପଥ ବିରୁଦ୍ଧରେ କଥା କହିବେ।</verse>
				<verse number="3">ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।</verse>
				<verse number="4">ଈଶ୍ୱର ପାପାଚାରୀ ଦୂତମାନଙ୍କୁ କ୍ଷମା ନ ଦେଇ ନରକରେ ନିକ୍ଷେପ କରିଥିଲେ। ସେଠାରେ ସେମାନେ ମହାବିଚାରଦିନ ପର୍ଯ୍ୟନ୍ତ ଅ୍ଧାକାରରେ ଶୃଙ୍ଖଳବଦ୍ଧ ହୋଇ ରହିଛନ୍ତି।</verse>
				<verse number="5">ଈଶ୍ୱର ପୁରାତନ ଜଗତକୁ ସଣ୍ଡ ନ ଦେଇ ଛାଡ଼ି ଦେଇ ନ ଥିଲେ; ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଥିଲେ। ସେ କେବଳ ଧର୍ମ ପ୍ରଚାର କରୁଥିବା ନୋହ ଓ ଅନ୍ୟ ସାତ ଜଣ ଲୋକଙ୍କୁ ରକ୍ଷା କଲେ।</verse>
				<verse number="6">ଈଶ୍ୱର ସଦୋମ ଓ ଗମୋରା ନଗରଦ୍ୱୟକୁ ଦଣ୍ଡଧାନ କରି ଅଗ୍ନିରେ ଧ୍ୱଂସ କଲେ ଓ ଅଧାର୍ମିକମାନଙ୍କ ପ୍ରତି କଅଣ ଘଟିବ, ଏହି ଦୁଇ ନଗରୀକୁ ତା’ର ଦୃଷ୍ଟାନ୍ତ ସ୍ୱରୂପ ରଖିଲେ।</verse>
				<verse number="7">ଭ୍ରଷ୍ଟାଚାରୀମାନଙ୍କର ଅଧର୍ମ ଆଚରଣ ଯୋଗୁଁ ବ୍ୟଥିତ ହୋଇଥିବା ଧାର୍ମିକ ଲୋଟଙ୍କୁ ଈଶ୍ୱର ରକ୍ଷା କଲେ।</verse>
				<verse number="8">ଲୋଟ ସେମାନଙ୍କ ସହିତ ବାସ କରିବା ବେଳେ ପ୍ରତ୍ୟହ ସେମାନଙ୍କର କୁତ୍ସିତ କାର୍ଯ୍ୟ ଦେଖି ଓ ଶୁଣି ମନରେ ଗଭୀର ବ୍ୟଥା ଅନୁଭବ କରିଥିଲେ।</verse>
				<verse number="9">ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,</verse>
				<verse number="10">ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ କ୍ଷମତାକୁ ଚତୁଚ୍ଛ କରି ନିଜର ଶାରୀରିକ ଲାଳସା ଚରିତାର୍ଥ କରୁଥାଆନ୍ତି, ସେମାନଙ୍କୁ ମହାବିଚାର ଦିନ ପର୍ଯ୍ୟନ୍ତ କିପରି ଦଣ୍ଡିତ କରି ରଖିବାକୁ ହେବ, ତାହା ସେ ଜାଣନ୍ତି। ସେହି ଶଠ ଶିକ୍ଷକମାନେ ଦୁଃସାହାସୀ ଓ ଉଦ୍ଧତ। ସେମାନେ ଉଦ୍ଧ୍ୱର୍ଲୋକର ଗୌରବମୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କୁ ଅପମାନିତ କରୁଛନ୍ତି।</verse>
				<verse number="11">ସେମାନଙ୍କ ଅନେକ୍ଷା ଅଧିକ ବଳୀୟାନ ଓ ପରାକ୍ରମୀ ଦୂତମାନେ ସୁଦ୍ଧା ଈଶ୍ୱରଙ୍କ ଛାମୁରେ ଉକ୍ତ ଗୌରବମୟ ପ୍ରାଣୀମାନଙ୍କର ନିନ୍ଦା କରି ସେମାନଙ୍କୁ ଦେଷୀ କରନ୍ତି ନାହିଁ।</verse>
				<verse number="12">ଧରାଯାଇ ହାଣ ଖାଇବାକୁ ଯେଉଁ ପଶୁମାନଙ୍କର ଜନ୍ମ, ସେମାନଙ୍କ ପରି ଏହି ଶଠ ଶିକ୍ଷକମାନେ କେବଳ ପ୍ରବୃତ୍ତି ଦ୍ୱାରା ଚାଳିତ। ଯେଉଁ ବିଷୟ ବୁଝନ୍ତି ନାହିଁ, ତାହାକୁ ସେମାନେ ବିଦ୍ରୁପ କରନ୍ତି। କିନ୍ତୁ ସେମାନେ ବନ୍ୟପଶୁ ପରି ବିନଷ୍ଟ ହେବେ।</verse>
				<verse number="13">ଅନ୍ୟମାନଙ୍କୁ ଯେପରି କ୍ଳେଶ ଦେଇଛନ୍ତି, ନିଜେ ସେହିପରି କ୍ଳେଶ ଭୋଗ କରିବେ। ଯାହା କିଛି ସେମାନଙ୍କର ଶାରୀରିକ ଅଭିଳାଷ ତୃପ୍ତ କରେ, ତାହା ସେମାନେ ଦିବାଲୋକରେ କରି ଆନନ୍ଦ ପାଆନ୍ତି। ସେମାନେ ନିଜର ଛଳନାପୂର୍ଣ୍ଣ କାର୍ଯ୍ୟରେ ଆନନ୍ଦ ଉପଭୋଗ କରୁ କରୁ ତୁମ ସହିତ ଏକତ୍ର ଭୋଜନ କରନ୍ତି।</verse>
				<verse number="14">ସେମାନେ ତୁମ୍ଭମାନଙ୍କର ଲଜ୍ଜା ଓ କଳଙ୍କ ସ୍ୱରୂପ। ସେମାନଙ୍କ ଚୁକ୍ଷୁ କାମୁକତାରେ ପୂର୍ଣ୍ଣ। ସେମାନଙ୍କର ପାପ-କ୍ଷୁଧା କେବେ ପୂର୍ଣ୍ଣ। ସେମାନଙ୍କର ଦୁର୍ବଳମନା ଲୋକମାନଙ୍କୁ ଫାନ୍ଦରେ ପକାନ୍ତି। ଲୋଭାସକ୍ତ ହେବାରେ ସେମାନେ ଅଭ୍ୟସ୍ତ। ସେମାନେ ଈଶ୍ୱରଙ୍କ ଅଭିଶାପର ପାତ୍ର।</verse>
				<verse number="15">ସେମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇ ଅଛନ୍ତି। ବିଓରର ପୁତ୍ର ବାଲାମର ପଥ ସେମାନେ ଅନୁସରଣ କରିଛନ୍ତି। ସେ ଅନ୍ୟାୟ କାର୍ଯ୍ୟ କରି ଅର୍ଥ ଲାଭ କରିବାକୁ ଲାଳାୟିତ ହେବାରୁ,</verse>
				<verse number="16">ଏହି ପାପ ଲାଗି ତିରସୃତ ହୋଇଥିଲା। ମନୁଷ୍ୟ ସ୍ୱରରେ ତା’ର ଗର୍ଦ୍ଦଭ କଥା କହି ଭାବବାଦୀକୁ ଉନ୍ମତ୍ତ କାର୍ଯ୍ୟରୁ କ୍ଷାନ୍ତ କଲା।</verse>
				<verse number="17">ଏହି ଶଠ ଶିକ୍ଷକମାନେ ଶୁଷ୍କ ଝରଣା ପରି ଓ ବତାସରେ ଚାଳିତ ମେଘ ସଦୃଶ। ଈଶ୍ୱର ଏମାନଙ୍କ ପାଇଁ ଘୋର ଅନ୍ଧାକାରମୟ ଗହ୍ନରରେ ସ୍ଥାନ ନିରୂପଣ କରିଅଛନ୍ତି।</verse>
				<verse number="18">ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।</verse>
				<verse number="19">ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।</verse>
				<verse number="20">ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।</verse>
				<verse number="21">ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।</verse>
				<verse number="22">ସେମାନଙ୍କ ପ୍ରତି ଯାହା ଘଟିଛି, ସେଥିରୁ ଏହି ପ୍ରବାଦମାନଙ୍କର ସତ୍ୟତା ପ୍ରମାଣିତ ହେଉଛି: “କୁକୁର ଯାହା ବାନ୍ତି କରେ, ତାହାକୁ ପୁଣି ଖାଏ”, “ଘୁଷରିକୁ ଧୋଇ ଦେବା ପରେ ପୁଣି କାଦୁଅରେ ଲୋଟିବାକୁ ଯାଏ।”</verse>
			</chapter>
			<chapter number="3">
				<verse number="1">ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।</verse>
				<verse number="2">ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।</verse>
				<verse number="3">ସର୍ବପ୍ରଥମେ ତୁମ୍ଭେମାନେ ଜାଣି ରଖିବା ଉଚିତ ଯେ, ଏହି ଶେଷ ଦିନମାନଙ୍କରେ କେତେକେ କେବଳ ନିଜର କୁପ୍ରବୃତ୍ତି ଦ୍ୱାରା ଚଳିତ ହେବେ;</verse>
				<verse number="4">ସେମାନେ ତୁମକୁ ପରିହାସ କରି ପଚାରିବେ, “ସେ ଆସିବେ ବୋଲି ପ୍ରତିଜ୍ଞା କରିଥିଲେ, ନୁହେଁ କି? ସେ ଏବେ କେଉଁଠାରେ? ଆମ ପିତୃପୁରୁଷମାନେ ମୃତ୍ୟଭୋଗ କଲେଣି କିନ୍ତୁ ସୃଷ୍ଟିର ଆରମ୍ଭରୁ ଯାହା ଯେପରି ଥିଲା, ବର୍ତ୍ତମାନ ମଧ୍ୟ ସବୁ ତ ସେହିପରି ଅଛି।”</verse>
				<verse number="5">ସେମାନେ ଜାଣି ଶୁଣି ଭୁଲିଯାନ୍ତି ଯେ, ଆଦ୍ୟରେ ଈଶ୍ୱର ଆଜ୍ଞା କେଲେ ଏବଂ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି ହେହଲା! ପୃଥିବୀ ଜଳ ମଧ୍ୟରୁ ଜଳ ପରିବେଷ୍ଟିତ ହୋଇ ଗଠିତ ହେଲା;</verse>
				<verse number="6">ପୁଣି, ସେହି ପୁରାତନ ପୃଥିବୀ ଜଳୁପ୍ଳାବନ ଦ୍ୱାରା ବିନଷ୍ଟ ହେଲା।</verse>
				<verse number="7">କିନ୍ତୁ ବର୍ତ୍ତମାନ ଯେଉଁ ଆଶାଶମଣ୍ଡଳ ଓ ପୃଥବୀ ଅଛି, ତାହା ଈଶ୍ୱରଙ୍କ ଅନୁରୂପ ଆଜ୍ଞା ଦ୍ୱାରା ଅଗ୍ନିରେ ଧ୍ୱଂସ ପାଇବା ନିମନ୍ତେ ରଖାଯାଇଛି। ଯେଉଁ ଦିବସରେ ଅଧାର୍ମିକ ଲୋକମାନେ ବିଚରିତ ହୋଇ ବିନଷ୍ଟ ହେବେ, ସେହି ଦିନ ପର୍ଯ୍ୟନ୍ତ ତାହା ସୁରକ୍ଷିତ ହୋଇ ରହିବ।</verse>
				<verse number="8">କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।</verse>
				<verse number="9">ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବପାକୁ ବିଳମ୍ବ କରନ୍ତି ନାର୍ହିଁ, ଯଦିଓ କେତେକ ଏହାକୁ ବିଳମ୍ବ ବୋଲି ମନେ କରନ୍ତି। ବରଂ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅତୀବ ସହନଶୀଳ। ସେ ଚାହାନ୍ତି ନାହିଁ କେହି ଜଣେ ହେଲେ ବିନଷ୍ଟ ହେଉ। ସମସ୍ତେ ନିଜ ନିଜ ପାପରୁ ଫେରନ୍ତି, ଏହି ତାଙ୍କର ଇଚ୍ଛା।</verse>
				<verse number="10">କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଆସିବ। ସେହି ଦିନ ଏକ ତୀବ୍ର ଧ୍ୱନି ଭିତରେ ଆକାଶମଣ୍ଡଳ ବିଲୁପ୍ତ ହେବ। ଆକାଶର ଗ୍ରହ ନକ୍ଷତ୍ରାଦି ପୋଡ଼ି ଜଳି ଧ୍ୱସ ପାଇବେ। ପୃଥିବୀ ତା'ର ସମସ୍ତ ବସ୍ତୁ ସହ ବିଲୀନ ହେବ।</verse>
				<verse number="11">ଯଦି ଏହିପରି ସବୁ ବିଷୟ ବିଲୁପ୍ତ ହେବ, ତେବେ ଭାବି ଦେଖ, ତୁମ୍ଭମାନଙ୍କର କି ପ୍ରକାର ଜୀବନ ହେବା ଉଚିତ। ତାହା ପବିତ୍ର ଓ ଈଶ୍ୱରଙ୍କଠାରେ ଉତ୍ସର୍ଗିତ ହେବା ଏକାନ୍ତ ଆବଶ୍ୟକ।</verse>
				<verse number="12">ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।</verse>
				<verse number="13">କିନ୍ତୁ ଆମେ ଈଶ୍ୱର ପ୍ରତିଜ୍ଞା କରିଥିବା ଏକ ନୂତ ଆଶାଶମଣ୍ଡଳ ଓ ନୂତନ ପୃଥିବୀର ପ୍ରତୀକ୍ଷାରେ ରହିଛୁ। ସେଥିରେ ଧାର୍ମିକତା ପ୍ରତିଷ୍ଠିତ ହେବ।</verse>
				<verse number="14">ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।</verse>
				<verse number="15">ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।</verse>
				<verse number="16">ତାଙ୍କ ଲିଖିତ ପତ୍ରମାନଙ୍କରେ ଏହି ବିଷୟ ସେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ତାଙ୍କ ପତ୍ରଗୁଡ଼ିକରେ କେତେକ ବିଷୟ ବୁଝିବା କଷ୍ଟକର। କିନ୍ତୁ ନିର୍ବୋଧ ଚପଳମତି ଲୋକମାନେ ଶାସ୍ତ୍ରର ଅନ୍ୟାନ୍ୟ ଅଶଂ ପରି ପାଉଲଙ୍କ ପତ୍ରଗୁଡ଼ିକର ମଧ୍ୟ ବିକୃତ ଅର୍ଥ କରନ୍ତି। ଏହି ଦ୍ୱରା ସେମାନେ ନିଜ ନିଜର ବିନାଶ ସାଧନ କରୁଛନ୍ତି।</verse>
				<verse number="17">କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।</verse>
				<verse number="18">କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।</verse>
			</chapter>
		</book>
		<book number="62">
			<chapter number="1">
				<verse number="1">ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।</verse>
				<verse number="2">ଜୀବନପ୍ରଦାୟୀ ସେହି ବାକ୍ୟ ଯେତେବେଳେ ଦୃଶ୍ୟମାନ ହେଲେ, ଆମେ ତାହାଙ୍କୁ ଦେଖିଲୁ; ତେଣୁ ତାଙ୍କ ବିଷୟରେ ଆମେ ଏହି କଥା ସାକ୍ଷ୍ୟ ଦେଇ ଘୋଷଣା କରୁଛୁ ଯେ, ଅନନ୍ତଜୀବନ ରୂପେ ସେ ପିତା ଈଶ୍ୱରଙତ୍ ସହିତ ସଦା ବିଦ୍ୟମାନ ଥିଲେ- ଏବଂ ସେ ଆମେ ନିକଟରେ ପ୍ରକାଶିତ ହୋଇଇଛନ୍ତି।</verse>
				<verse number="3">ଯାହା ଆମେ ବାସ୍ତବରେ ଦେଖଛୁ ଓ ଶୁଣିଛୁ, କେବଳ ସେହି କଥା ତୁମ୍ଭମାନଙ୍କ ନିକଟରେ ଘୋଷଣା କରି କହୁଛୁ। ଏହି ଶୁଣି ପିତା ଈଶ୍ୱର ସ ତାଙ୍କ ପୁତ୍ର ଯୀଶୁ ଖ୍ର୍ରୀଷ୍ଟଙ୍କ ସହିତ ଆମର ଯେଉଁ ସାହାଚର୍ଯ୍ୟ ଅଛି, ସେଥିରେ ତୁମ୍ଭେମାନେ ଭାଗୀ ହେବ</verse>
				<verse number="4">ଓ ତୁମବ ହୃଦୟ ଆନ୍ଦରେ ପରିପୂର୍ଣ୍ଣ ହେବ ବୋଲି ଆଶା।</verse>
				<verse number="5">ଈଶ୍ୱରଙ୍କ ପୁତ୍ର ଯୀଶୁଠାରୁ ଆମେ ଯେଉଁବାର୍ତ୍ତା ଶୁଣି ଘୋଷଣା କରୁଛୁ, ତାହା ହେଉଛି: ଈଶ୍ୱର ଆଲୋକ- ତାଙ୍କଠାରେ ବିନ୍ଦୁ ମାତ୍ର ଅନ୍ଧକାର ନାହିଁ।</verse>
				<verse number="6">ସୁତରାଂ ଆମେ ତାଙ୍କର ସ।।ହାଚର୍ଯ୍ୟ ଅନୁଭବ କରୁଛୁ ବୋଲି କହି, ଯଦି ଅନ୍ଧକାରରେ ବାସ କରୁ, କଥାରେ ଓ କାର୍ଯ୍ୟରେ ଆମେ ମିଥ୍ୟାବାଦୀ ହେବା।</verse>
				<verse number="7">କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।</verse>
				<verse number="8">ଆମେ ଯଦି ନିଜକୁ ନିଷ୍ପାପ ବୋଲି ମନେ କରୁ, ତେବେ ଆତ୍ମପ୍ରତାରଣା କରୁଛୁ- ଆମଠାରେ ତିଳେ ହେଲେ ସତ୍ୟତା ନାହିଁ।</verse>
				<verse number="9">କିନ୍ତୁ ଈଶ୍ୱରଙ୍କ ନିକଟରେ ଯଦି ଆମର ପାପ ସ୍ୱୀକାରୀ କରୁ, ଈଶ୍ୱର ତାଙ୍କ ପତିଜ୍ଞାନୁଯାୟୀ ଆମ ପ୍ରତି ନ୍ୟାୟୋଚିତ ବ୍ୟବହାର କରିବେ- ସେ ଆମ ପାପ କ୍ଷମା କରି ସମସ୍ତ ଅଧାର୍ମିକତାରୁ ଆମକୁ ପରିଷ୍କାର କରିବେ।</verse>
				<verse number="10">ଆମେ ପାପ କରି ନୈୁଁ ବୋଲି ଯଦି କହୁ, ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛୁ- ତାଙ୍କର ବାକ୍ୟ ଆମ ହୃଦୟରେ ସ୍ଥାନ ପାଇ ନାହିଁ।</verse>
			</chapter>
			<chapter number="2">
				<verse number="1">ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।</verse>
				<verse number="2">ସେହହି ଖ୍ରୀଷ୍ଟନିଜେ ଆମର ତଥା ସମଗ୍ର ମାନବ ଜାତିର ପାପ କ୍ଷମା ନିମନ୍ତେ ପ୍ରାୟଶ୍ଜିତ୍ତ ସ୍ୱରୂପ ହୋଇଛନ୍ତି।</verse>
				<verse number="3">ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।</verse>
				<verse number="4">ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ଜାଣିଛି, ଅଥଚ ସେ ତାଙ୍କ ଆଜ୍ଞାପାଳନ କରେ ନାହିଁ, ଯେ ଜଣେ ମିଥ୍ୟାବାଦୀ; ତା’ ଅନ୍ତରରେ ସତ୍ୟର ସ୍ଥାନ ନାହିଁ।</verse>
				<verse number="5">ଅପର ପକ୍ଷେ, ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଜ୍ଞା ପାଳନ କରେ; ଈଶ୍ବରଙ୍କ ପ୍ରତି ତା’ର ପ୍ରେମ ପରିପୂର୍ଣ୍ଣତା ଲାଭ କରିଛି। ଜୀବନରେ ଈଶ୍ୱରଙ୍କ ସତ୍ତା ଆମେ ଯେ ଅନୁଭବ କରୁଛୁ, ଏହି ନିତଶ୍ଚିତ ଭାବରେ କିପରି ଜାଣି ପାରିବା?</verse>
				<verse number="6">ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।</verse>
				<verse number="7">ପ୍ରିୟ ବନ୍ଧୁଗଣ! ଯେଉଁ ଆଜ୍ଞା ବିଷୟରେ ଲେଖିପାକୁ ଯାଉଛି, ତାହା ପ୍ରକୃତରେ ନୂତନ ନୁହେଁ। ବହୁ କାଳାବଧି ତୁମେ ତାହା ଶୁଣି ଆସିଛ-ଆମେ ପ୍ରଚାର କରୁଥିବା ବାର୍ତ୍ତାରେ ସେହି ଆଜ୍ଞା ତୁମେ ଶୁଣିଛ।</verse>
				<verse number="8">କିନ୍ତୁ ଏହାକୁ ଏକ ନୂତନ ଆଜ୍ଞା ରୂପେ ଏଠାରେ ମୁଁ ଉଲ୍ଲେଖତ କରୁଛି, କାରଣ ଏହାର ବାସ୍ତବତା କେବଳ ଖ୍ରୀଷ୍ଟଙ୍କଠାରେ ରୂପାୟିତ ହୋଇଛି ଏବଂ ପ୍ରକୃତ ଆଲୋକ ଏବେ ପ୍ରକଶଶମାନ।</verse>
				<verse number="9">ଯଦି କେହି କହେ, ଏହି ଆଲୋକରେ ତା’ର ସ୍ଥିତି, ଅଥଚ ସେ ତା’ ଭାଇକୁ ଘୃଣା କରୁଥାଏ, ସେ ଅଦ୍ୟାପି ଅନ୍ଧକାର ନିବାସୀ।</verse>
				<verse number="10">ଯେ କେହି ନିଜର ଭାଇକୁ ପ୍ରେମ କରେର, ତା’ର ସ୍ଥିତି ଆଲୋକରେ; ସେ ସହଜରେ ଝୁଣ୍ଟିପଡ଼େ ନାହିଁ।</verse>
				<verse number="11">କିନ୍ତୁ ଯେଉଁ ବ୍ୟକ୍ତି ତା’ଭାଇକୁ ଘୃଣା କରେ, ତା’ର ଅବସ୍ଥିତି ଅନ୍ଧକାର ମଧ୍ୟରେ, ସେ ଅନ୍ଧକାରରେ ବିଚରଣ କରେ, ତା’ର ଗନ୍ତବ୍ୟ ପଥ ସେ ଜାଣିପାରେ ନାହିଁ, ଆମା ଅନ୍ଧକାର ତାକୁ ଦୃଷ୍ଟିହୀନ କରି ରଖିଛି।</verse>
				<verse number="12">ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ମୁଁ ଏପତ୍ର ଲେଖଚଛି, କାରରଣ ଖ୍ରୀଷ୍ଟଙ୍କ ନାମ ଲାଗି ତୁମ୍ଭମାନଙ୍କ ପାପ କ୍ଷମା ହୋଇଛି।</verse>
				<verse number="13">ପିତୃଗଣ, ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି; କାରଣ, ଅନାଦି କାଳରୁ ଯେ ବିଦ୍ୟମାନ; ତାଙ୍କୁ ତୁମେ ଜାଣିଛ। ଯୁବ ସମାଜ, ତୁମକୁ ମଧ୍ୟ ଏପତ୍ର ଲେଖୁଛି, କାରଣ ତୁମେ ପାପୀତ୍ମାକୁ ପରାସ୍ତ କରି ପାରିଛ।</verse>
				<verse number="14">ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ଲେଖୁଛି, କାରଣ ପରମ ପିତାଙ୍କୁ ତୁମେ ଜାଣିଛ। ପିତୃଗଣ! ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି, କାରଣ ଯ।।ଙ୍କର ସ୍ଥିତି ଅନାଦି କାଳରୁ, ତୁମ୍ଭେମାନେ ତାଙ୍କୁ ଜାଣିଛ। ଯୁବ ସମାଜ! ତୁମ୍ଭମାନଙ୍କୁ ମଧ୍ୟ ଏ ପତ୍ର ଲେଖୁଛି, କାରଣ ତୁମ୍ଭେମାନେ ବଳିଷ୍ଠ, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଅନ୍ତରରେ ରହିଛି ଓ ତୁମ୍ଭେମାନେ ପାପାତ୍ମାକୁ ପରାସ୍ତକରୁଛ।</verse>
				<verse number="15">ଏହି ଜଗତ କିମ୍ବା ତାହାର କୌଣସି ବିଷୟ ପ୍ରତି ଆସକ୍ତ ହୁଅ ନାହିଁ। ତୁମେ ଯଦି ଜଗତ ପ୍ରତି ଆସକ୍ତ, ପରମ ପିତାଙ୍କ ପ୍ରତି ତୁମର ପ୍ରେମ ନାହିଁ।</verse>
				<verse number="16">ଏହି ଜଗତର ଯେଉଁସବୁ ଶାରୀରିକ ବିଷୟ ଉପଭୋଗ କରିବାକୁ ମନୁଷ୍ୟ ଲାଳାୟିତ, ଲୋକେ ଯେଉଁ ସବୁ ସୁଦୃଶ୍ୟ ବିଷୟ ନେଇ ଲୋକେ ଗର୍ବ କରନ୍ତି, ତାହା ସବୁ ପରମ ପିତାଙ୍କର ଦାନ ନୁହେଁ- ସେ ସବୁ କେବଳ ଏହି ଜଗତର ସମ୍ପଦ।</verse>
				<verse number="17">ଲୋକେ ଜଗତ ଓ ତା’ର ଯେଉଁ ସମସ୍ତ ବିଷୟ କାମନା କରନ୍ତି, ସେ ସବୁର ବିଲୟଘଟେ, କିନ୍ତୁ ଯେ କେହି ଈଶ୍ୱରଙ୍କ ଇଚ୍ଛାସାଧନ କରେ, ସେ ହୁଏ ଅମର।</verse>
				<verse number="18">ପିଲାମାନେ! ଅନ୍ତିମ କାଳ ନିକଟବର୍ତ୍ତୀ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବବାର ସମୟ ହେଲାଣି ବୋଲି ଶୁଣିଛୁ: ଖ୍ରୀଷ୍ଟଙ୍କର ଅନେକ ଶତ୍ରୁ ଏବେ ଦେଖାଦେଲେଣି; ସତରାଂ ଅନ୍ତିମ କାଳ ନିକଟ ହେଲାଣି ବୋଲି ଆମେ କାଳ ନିକଟ ଲୋଣଇ ବୋଲି ଆମେ ଜାଣୁ।</verse>
				<verse number="19">ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।</verse>
				<verse number="20">କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅନୁଗ୍ରହରୁ ପବିତ୍ରଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇଅଛ; ସୁତରାଂ ତୁମେ ସମସ୍ତେ ସତ୍ୟ କଅଣ ଜାଣିଛ।</verse>
				<verse number="21">ସତ୍ୟ ଜାଣି ନ ଥିବାରୁ ଯେ ତୁମ୍ଭମାନଙ୍କୁ ଏପତ୍ର ଲେଖୁଛି- ସତ୍ୟରୁ କୌଣସି ମିଥ୍ୟାର ଉତ୍ପତ୍ତି ହୋଇପାରେ ନାହିଁ ବୋଲି ଜାଣିଛ।</verse>
				<verse number="22">ତେବେ ମିଥ୍ୟାବାଦୀ କିଏ? ଯୀଶୁଙ୍କୁ ତ୍ରାଣକର୍ତ୍ତା ଖ୍ରୀଷ୍ଟ ବୋଲି ଯେ ସ୍ୱୀକାର କରେ ନାହିଁ, ସେ ମିଥ୍ୟାବାଦୀ। ପୁଣି ସେ ଖ୍ରୀଷ୍ଟଙ୍କ ଶତ୍ରୁ -ପିତା ଈଶ୍ୱବର ଓ ତାଙ୍କ ପୁତ୍ର ଯୀଶୁ, ଉଭୟଙ୍କୁ ସେ ପ୍ରତ୍ୟାଖ୍ୟାନ କରେ।</verse>
				<verse number="23">କାରଣ ଯେ ପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରେ, ସେ ପିତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରେ; ଯେ ପୁତ୍ରଙ୍କୁ ଗ୍ରହଣ କରେ, ସେ ତା’ ଜୀବନରେ ପିତାଙ୍କ ସତ୍ତା ମଧ୍ୟ ଅନୁଭବ କରିବ।</verse>
				<verse number="24">ଅତଏବ, ଆଦୃରୁ ଯେଉଁ ବାର୍ତ୍ତା ଶୁଣି ଆସିଛ, ସେଥିପ୍ରତି ବିଶ୍ୱସ୍ତ ହୋଇ ରୁହ। ଆଦ୍ୟରୁ ଯାହା ଶୁଣିଛ, ତାକୁ ଯଦି ଅକ୍ଷୁଣ୍ଣ ରଖି ପାରିବ, ତାହାହେଲେ, ତୁମ୍ଭେମାନେ ପିତା ଈଶ୍ୱର ଓ ତାଙ୍କ ପୁତ୍ରଙ୍କ ସହିତ ଚିରକାଳ ସଂଯୁକ୍ତ ହୋଇ ରହିବ।</verse>
				<verse number="25">ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।</verse>
				<verse number="26">ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି।</verse>
				<verse number="27">ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁ ତାଙ୍କ ପବିତ୍ରଆତ୍ମାରେ ପରିପୂର୍ଣ୍ଣ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଆତ୍ମା ତୁମ ଅନ୍ତରରେ ବିରାଜମା. ଅନ୍ୟମାନଙ୍କଠାରୁ ଶିକ୍ଷା ଦିଅନ୍ତି- ତାଙ୍କ ଶିକ୍ଷଶ ମିଥ୍ୟା ନୁହେଁ। ସେହି ଆତ୍ମାଙ୍କ ଶିକ୍ଷା ପାଳନ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରୁହ।</verse>
				<verse number="28">ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।</verse>
				<verse number="29">ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।</verse>
			</chapter>
			<chapter number="3">
				<verse number="1">ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।</verse>
				<verse number="2">ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।</verse>
				<verse number="3">ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଏହି ଆଶା ପୋଷଣ କରିଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ପରି ନିଜକୁ ପବିତ୍ର କରି ରଖିବେ।</verse>
				<verse number="4">ଯେ କେହି ପାପ କରେ, ସେ ଈଶ୍ୱରଙ୍କ ଆଜ୍ଞା ଲଘଂନ କରେ, କାରଣ ପାପର ଅର୍ଥ ହେଉଛି ଆଜ୍ଞା ଲଘଂନ।</verse>
				<verse number="5">ଆମ୍ଭମାନଙ୍କର ପାପ ମୋଚନ ପାଇଁ ନ ଥିଲା।</verse>
				<verse number="6">ସୁତରାଂ ଯେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରେହେ, ସେ ଆଉ ପାପରେ ଲିପ୍ତ ରହିଥାଏ, ସେ ଖ୍ରୀଷ୍ଟଙ୍କୁ କେବେ ଦେଖି ନାହିଁ, କେବେ ତାଙ୍କୁ ଜାଣି ନାହିଁ।</verse>
				<verse number="7">ପିଲାମାନେ! କେହି ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ। ଯେ କେହି ସତ୍କର୍ମ କରେ, ସେହି କେବଳ ଖ୍ରୀଷ୍ଟଙ୍କ ପରି ଆସିଥ୍ିବା ଶୟତାନର ଅନୁଗାମୀ। ସେହି ଶୟତାନର କାର୍ଯ୍ୟକୁ ଧ୍ୱଂସ କରିବା ପାଇଁ ଈଶ୍ବରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇଥିଲେ।</verse>
				<verse number="8"></verse>
				<verse number="9">ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।</verse>
				<verse number="10">ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ଏହି ହେହଉଛି ପାର୍ଥକ୍ୟୃ: ଯେ ସତ୍କର୍ମ କରେ ନାହିଁ, କିଅବା ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କ ସନ୍ତାନ ନୁହେଁ।</verse>
				<verse number="11">ଜଣେ ଅନ୍ୟ ଜଣକୁ ପେମ କରିବାକୁ ହେବ, ଏହି ବାର୍ତ୍ତା ଆଦ୍ୟରୁ ଶୁଣିଛୁ।</verse>
				<verse number="12">ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।</verse>
				<verse number="13">ଅତଏବ, ଏହି ଜଗତର ଲୋକେ ତୁମ୍ଭମାନଙ୍କୁ ଯେ ଘୃଣା କରନ୍ତି, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ।</verse>
				<verse number="14">ଆମେ ଜାଣୁ ଯେ, ଏବେ ଆମେ ମୃତ୍ୟକୁ ଅତିକ୍ରମ କରି ଜୀବନ ଲାଭ କରିଛୁ। ଏହା ନିଶ୍ଚିତ ଭାବରେ ଜାଣୁ, କାରଣ ଏବେ ଆମେ ଭାଇମାନଙ୍କୁ ପ୍ରେମ କରୁଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟର ଅଧୀନ।</verse>
				<verse number="15">ଯେ ତା’ ଭାଇକୁ ଘୃଣା କରେ, ସେ ଜଣେ ନରହନ୍ତା। ନରହନ୍ତାର ଅନନ୍ତ ଜୀବନରେ ଅଧିକାର ନାହିଁ ବୋଲି ତୁମେ ଜାଣିଛ।</verse>
				<verse number="16">ଆମ ପାଇଁ ଖ୍ରୀଷ୍ଟଙ୍କର ଆତ୍ମବଳିଦାନରୁ ଆମ୍ଭେମାନେ ପ୍ରେମ ଶିକ୍ଷା କରିଛୁ। ଭାଇମାନଙ୍କ ପାଇଁ ଆତ୍ମବଳିଦା କରିବାକୁ ଆମେ ମଧ୍ୟ ପ୍ରସ୍ଥୁତ ହୋଇ ରହିବା ଉଚିତ୍।</verse>
				<verse number="17">ଯଦି ଜଣେ ଧନୀ ବ୍ୟକ୍ତି ଭାଇର ଅଭାବ ଦେଖି ସୁଦ୍ଧା ତା’ପ୍ରତି ଦୟାର୍ଦ୍ର ଚିତ୍ତ ହୁଏ ନାହିଁ, ତା’ ହୃଦୟରେ ଈଶ୍ୱରଙ୍କ ପ୍ରେମ ଅଛି ବୋଲି ସେ କିପରି କହି ପାରିବ?</verse>
				<verse number="18">ପିଲାମାନେ, ଆମର ପ୍ରେମ କେବଳ କଥାରେ ଓ ବାକ୍ୟାଳାପରେ ପ୍ରକାଶ ପାଇଲେ ଯଥେଷ୍ଟ ହେବ ନାହିଁ; ତାହାକୁ କାର୍ଯ୍ୟରେ ଦେଖାଇବାକୁ ହେବ।</verse>
				<verse number="19">ତାହେଲେ, ଆମେ ଜାଣି ପାିବା ଯେ, “ସତ୍ୟ”ରେ ଆମ୍ଭମାନଙ୍କର ସ୍ଥିତି ଏବଂ ଆମେ ଅବିଚଳିତ ମନରେ ଈଶ୍ୱରଙ୍କ ନିକଟରେ ଉପସ୍ଥିତ ହୋଇ ପାରିବା।</verse>
				<verse number="20">ଯଦି ଆମ ବିବେକ ଆମକୁ ଦୋଷୀ କରେ, ଆମର ମନେ ରଖିବା ଉଚିତ ଯେ, ଈଶ୍ୱର ଆମ୍ଭମାନଙ୍କ ବିବେକଠାରୁ ବହୁ ଉଚ୍ଚରେ ଏବଂ ସେ ସବୁ କଥା ଜାଣନ୍ତି।</verse>
				<verse number="21">ତେଣୁ ଯଦି ନିଚ ବିବେକ ଆମକୁ ଦେଷୀ କରେ ନାହିଁ, ଈଶ୍ୱରଙ୍କ ସାନ୍ନିଧ୍ୟରେ ଆମେ ସତ୍ସାହାସୀ ହୋଇ ପାରିବା।</verse>
				<verse number="22">ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।</verse>
				<verse number="23">ଆମ ପ୍ରତି ତାଙ୍କର ଆଜ୍ଞା ହେଉଛି: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।</verse>
				<verse number="24">ଯେ କେହି ଈଶ୍ୱରଙ୍କ ଆଜ୍ଞା ପାଳନ କରେ, ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ: ତା’ ଅନ୍ତରରେ ଈଶ୍ୱର ବାସ କରୁଛନ୍ତି। ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ ବାସ କରୁଛନ୍ତି, ଏ କଥା ଆମ୍ଭମାନଙ୍କୁ ପ୍ରଦତ୍ତ ତାଙ୍କର ଆତ୍ମାଙ୍କ ସାହାଯ୍ୟରେ ଆମେ ଜାଣି ପାରୁଛୁ।</verse>
			</chapter>
			<chapter number="4">
				<verse number="1">ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।</verse>
				<verse number="2">ସେମାନେ ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି କି ନାହିଁ, ତାହା ଜାଣିବାର ଉପାୟ ହେଉଛି: ଯେଉଁ ବ୍ୟକ୍ତିଠାରେ ଈଶ୍ୱରଙ୍କ ଆତ୍ମା ଅଧିଷ୍ଠିତ, ସେ ମୁକ୍ତ କଣ୍ଠରେ ସ୍ୱୀପକାର କରିବ ଯେ, ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ରୂପେ ଅବତୀର୍ଣ୍ଣ ହୋଇଥିଲେ।</verse>
				<verse number="3">କିନ୍ତୁ ଯେ ଯୀଶୁଙକ ବିଷୟରେ ଏ କଥା ସ୍ୱୀକାର କରେ ନାହ, ସେ କଦାପି ଈଶ୍ୱରଙ୍କ ଆତ୍ମା ଲାଭ କରି ନାହିଁ। ଖ୍ରୀଷ୍ଟଙ୍କ ଶତ୍ରୁଠାରୁ ସେ ସେହି ଆତ୍ମଶ ପାଇଛି, ଏହି ଆତ୍ମଶର ଆଗମନ ବିଷୟରେ ତୁମେ ଶୁଣିଛ- ତାହା ଏବେ ଏହି ଜଗତରେ ଉପସ୍ଥିତ।</verse>
				<verse number="4">କିନ୍ତୁ ପିଲାମାନେ! ତୁମ୍ଭେମାନେ ଈଶ୍ୱରଙ୍କ। ସେହି ଭଣ୍ଡ ଭାବବାଦୀମାନଙ୍କୁ ତୁମେ ପରାଜିତ କରିଛ,କାରଣ ତୁମ ଅନ୍ତରରେ ବାସ କରୁଥିବା ଈଶ୍ୱରଙ୍କ ଆତ୍ମଶ, ସାଂସାରିକ ଲୋକମାନଙ୍କ ଆତ୍ମାଠାରୁ ଅଧିକ ଶକ୍ତିଶାଳୀ।</verse>
				<verse number="5">ଭଣ୍ଡ ଭାବବାଦୀମାନେ ସାଂସାରିକ କଥା କହି ବୁଲୁଛନ୍ତି ଏବଂ ସାଂସାରିକ ଲୋକମାନେ ସେମାନଙ୍କ କଥା ଶୁଣୁଛନ୍ତି।</verse>
				<verse number="6">କିନ୍ତୁ ଆମେ ଈଶ୍ୱରଙ୍କର। ଯେ କେହି ଈଶ୍ୱରଙ୍କୁ ଜାଣେ, ସେ ଆମ ପ୍ରତି କର୍ଣ୍ଣପାତ କର। ଯେଉଁମାନେ ଈଶ୍ୱରଙ୍କ ନୁହଁନ୍ତି, ସେମାନେ ଆମ କଥଶ ଶୁଣନ୍ତି ନାହିଁ। ସତ୍ୟ ଆତ୍ମା ଓ ପ୍ରଞ୍ଚକ ଆତ୍ମା ମଧ୍ୟରେ ଏହି ପାର୍ଥକ୍ୟ ଆମେ ଲକ୍ଷ୍ୟ କରିପାରିବା।</verse>
				<verse number="7">ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।</verse>
				<verse number="8">ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମମୟ।</verse>
				<verse number="9">ଈଶ୍ୱର ତାଙ୍କ ଅନନ୍ୟ ପୁତ୍ର ଯୀଶୁଙ୍କୁ ଜଗତକୁ ପ୍ରେରଣ କରି ଆମ ପ୍ରତି ତାଙ୍କର ମହାପ୍ରେମ ପ୍ରକାଶ କରିଛନ୍ତି- ସେହି ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ।</verse>
				<verse number="10">ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।</verse>
				<verse number="11">ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।</verse>
				<verse number="12">ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମଠାରେ ତାଙ୍କର ପ୍ରେମ ସମ୍ପର୍ଣ୍ଣତା ଲାଭ କରେ।</verse>
				<verse number="13">ଆମେ ଯେ ଈଶ୍ୱରଙ୍କ ସହିତ ସଂଯୁକ୍ତି ଓ ଈଶ୍ବର ଆମ ଅନ୍ତରରେ ବାସ କରନ୍ତି, ଏହାର ନିଦର୍ଶନ ହେଉଛି, ସେ ପବସତ୍ରଆତ୍ମାଙ୍କୁ ଆମକୁ ଦେଇଛନ୍ତି।</verse>
				<verse number="14">ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱର ପ୍ରେରଣ କରିଥିବା ତାଙ୍କ ପୁତ୍ରଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ସର୍ମ୍ପକରେ ଆମେ ଅନ୍ୟମାନଙ୍କୁ କହୁଛୁ।</verse>
				<verse number="15">ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯେ ସ୍ୱୀକାର କରେ, ଈଶ୍ୱର ତା’ ଅନ୍ତରରେ ବାସ କରନ୍ତି ଏବଂ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ।</verse>
				<verse number="16">ଆମ ପ୍ରତି ଈଶ୍ୱରଙ୍କ ପ୍ରେମର ବାସ୍ତବତା ଆମେ ଜାଣିଛୁ, ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ବର ପ୍ରେମମୟ। ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଛି, ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଏବଂ ତା’ଅନ୍ତରରେ ଈଶ୍ୱର ବାସ କରନ୍ତି।</verse>
				<verse number="17">ଆମ ଜୀବନରେ ଏହି ପ୍ରେମ ସିଦ୍ଧ ହେଲେ, ଆମେ ନିର୍ଭୀକ ଭାବରେ ବିଚାର ଦିନର ସମ୍ମୁଖୀନ ହୋଇ ପାରିବା, କାରଣ ଏହି ଜଗତରେ ଥାଉ ଥାଉ ଆମେ ଖ୍ରଷ୍ଟଙ୍କ ପରି ଜୀବନ ଯାପନ କରୁଛୁ।</verse>
				<verse number="18">ଯେଉଁଠି ପ୍ରେମ ସମସ୍ତ ଭୟ ଦୂର କରେ। ଯେ ଭୟ କରେ, ତା’ଠାରେ ପ୍ରେମ ସିଦ୍ଧ ହୋଇ ନାହିଁ; କାରଣ ଦଣ୍ଡ ପାଇବାର ଭୟ ତା’ର ଆହୁରି ରହିଛି।</verse>
				<verse number="19">ଆମେ ପ୍ରେମ କରିବାକୁ ଶିଖିଛୁ, କାରଣ ଈଶ୍ବର ହିଁ ପ୍ରଥମେ ଆମକୁ ପ୍ରେମ କରିଛନ୍ତି।</verse>
				<verse number="20">ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।</verse>
				<verse number="21">ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।</verse>
			</chapter>
			<chapter number="5">
				<verse number="1">ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।</verse>
				<verse number="2">ଈଶ୍ବରଙ୍କ ସନ୍ତାନମାନଙ୍କ ପ୍ରତି ଆମର ପ୍ରେମ କରି ତାଙ୍କର ଆଜ୍ଞାନୁବର୍ତ୍ତୀ ହେଉ।</verse>
				<verse number="3">ଈଶ୍ବରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ଅଛି, ଏହାର ଅର୍ଥ, ଆମେ ତାଙ୍କର ଆଜ୍ଞା ପାଳନ କରୁ। ତାଙ୍କ ଆଜ୍ଞାପାଳନ କରିବାଅତି କଷ୍ଟସାଧ୍ୟ ନୁହେଁ,</verse>
				<verse number="4">କାରଣ ତାଙ୍କର ସନ୍ତାନମାନେ ଏହି ଜଗତକୁ ପରାସ୍ତ କରିବାକୁ ଶକ୍ତି ଲାଭ କରିଛନ୍ତି ବିଶ୍ୱାସ ବଳରେ ଆମେ ଜଗତ ଉପରେ ବିଜୟ ଲାଭ କରି ପାରିବା।</verse>
				<verse number="5">ଏଜଗତକୁ କିଏ ପରାସ୍ତ କରି ପାରିବ? ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯିଏ ବିଶ୍ୱାସ କରେ, କେବଳ ଏହା କରିପାରିବ।</verse>
				<verse number="6">ସେହି ଯୀଶୁ ଖ୍ରୀଷ୍ଟ ଜଳଦୀକ୍ଷା ଦ୍ୱାରା ତାଙ୍କ ଜୀବନର କାର୍ଯ୍ୟ ଆରମ୍ଭ କରିଥିଲେ, ପୁଣି ନିଜର ରକ୍ତ ଦ୍ୱାରା ମନୁଷ୍ୟର ପରିତ୍ରାଣ ସାଧନ କଲେ। କେବଳ ଜଳଦୀକ୍ଷା ଗ୍ରହଣ କରି ସେ ଆସି ନ ଥିଲେ, ଜଳ ଓ ରକ୍ତ ଉଭୟର ଜୀବନୀ ଶକ୍ତି ନେଇ ସେ ଆସିଥିଲେ। ଏହି କଥାର ସତ୍ୟତା ନିଜେ ପରମାତ୍ମା ପ୍ରାଣିତ କରିଛନ୍ତି; କାରଣ ପରମାତ୍ମା ହିଁ ସତ୍ୟ।</verse>
				<verse number="7">ପରମାତ୍ମା, ଜଳ ଓ ରକ୍ତ ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି ଏବଂ ଏହି ତିନିଙ୍କ ଦାକ୍ଷ୍ୟ ଏକ ସମାନ।</verse>
				<verse number="8"></verse>
				<verse number="9">ମନୁଷ୍ୟମାନଙ୍କ ସାକ୍ଷ୍ୟରେ ଆମେ ବିଶ୍ୱାସ ସ୍ଥାପନ କରି ଥାଉ। ଈଶ୍ୱରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ। ଈଶ୍ୱର ନିଜେ ତାଙ୍କ ପୁତ୍ରଙ୍କ ସପକ୍ଷରେ ଏହି ସାକ୍ଷ୍ୟ ଦେଇଛନ୍ତି।</verse>
				<verse number="10">ଅତଏବ, ଯେ କେହି ଈଶ୍ୱରଙ୍କର ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ତା’ ଅନ୍ତରେ ସେ ଈଶ୍ବରଙ୍କ ସାକ୍ଷ୍ୟ ଉପଲବ୍ଧି କରିଛି। ନିଜେ ଈଶ୍ବର ସାକ୍ଷୀ ହୋଇ ତାଙ୍କ ପୁତ୍ରଙ୍କ ବିଷୟରେ ଯାହା କହିଛନ୍ତି, ଏଥିରେ ଯେ ବିଶ୍ୱାସ କରେ ନାହିଁ, ସେ ଈଶ୍ବରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛି।</verse>
				<verse number="11">ସେହି ସାକ୍ଷ୍ୟର ସାରମର୍ମ ହେଲା, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦାନ କରିଛନ୍ତି; କିନ୍ତୁ ତାଙ୍କ ପୁତ୍ରଙ୍କଠାରେ ହିଁ ଆମେ ଏହି ଜୀବନର ସନ୍ଧାନ ପାଉଛୁ।</verse>
				<verse number="12">ଯେ କେହି ସେହି ପୁତ୍ରଙ୍କ ସହିତ ସଂଯୁକ୍ତ ହୁଏ, କେବଳ ସେ ହିଁ ଉକ୍ତ ଅନନ୍ତ ଜୀବନ ଲାଭ କରିପାରିବ। ପୁତ୍ରଙ୍କଠାରେ ସଂଯୁକ୍ତ ହୋଇ ନ ଥିବା କୌଣସି ବ୍ୟକ୍ତି ସେହି ଜୀବନ ପ୍ରାପ୍ତ ହୋଇପାରିବ ନାହିଁ।</verse>
				<verse number="13">ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛୁ, ଅନନ୍ତ ଜୀବନର ଅଧିକାରୀ ବୋଲି ତୁମ୍ଭେମାନେ ଯେପରି ଜାଣିବ, କାରଣ ଈଶ୍ବରଙ୍କର ପୁତ୍ରଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଅଛି।</verse>
				<verse number="14">ଆମେ ନିର୍ଭୀକ ଭାବରେ ଈଶ୍ୱରଙ୍କ ନିକଟକୁ ଆସି ପାରୁଛୁ, କାରଣ ଆମେ ନିଶ୍ଚିତଭାବେ ଜାଣୁ ଯେ, ତାଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ବିଷୟ ପ୍ରାର୍ଥନା କଲେ, ସେ ଶୁଣିବେ।</verse>
				<verse number="15">କୌଣସି ମୁହୂର୍ତ୍ତରେ ତାଙ୍କୁ ଡାକିଲେ ସେ ଶୁଣନ୍ତି, ଏହା ସତ୍ୟ ବୋଲି ଆମେ ଜାଣୁ। ତେଣୁ ଆମେ ଜାଣୁ ଯେ, ପ୍ରାର୍ଥନାରେ ତାଙ୍କୁ ଯାହା କିଛି ମାଗିବା, ତାହା ଆମକୁ ସେ ନିଶ୍ଚିୟ ଦାନ କରିବେ।</verse>
				<verse number="16">ଯଦି ତୁମର ଜଣେ ଭାି ପାପ କରୁଥିର ଦେଖ, କିନ୍ତୁ ତା’ଣ ସେହି ପାପ ମରଣାନ୍ତକ ନୁହେଁ, ତା’ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କର- ହୁଏ ତ ଈଶ୍ୱର ତାକୁ କ୍ଷମା ଦେଇ ରକ୍ଷା କରିବେ। ଯେଉଁମାନଙ୍କ ପାପ ମରଣାନ୍ତକ ନୁହେଁ, କେବଳ ସେହିମାନଙ୍କ ପାଇଁ ମୁଁ ଏ କଥା ଲେଖୁଛି।। କିନ୍ତୁ କେକେକ ପାପ ଅତି ମାରାତ୍ମକ; ସେ ବିଷୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମୁଁ କହୁ ନାହିଁ।</verse>
				<verse number="17">ଅବଶ୍ୟ ସମସ୍ତ ଦୁଷ୍କର୍ମ ପାପ, କିନ୍ତୁ କେତେକ ପାପ ମରଣାନ୍ତକ ନୁହେଁ।</verse>
				<verse number="18">ଆମେ ଜାଣୁ, ଈଶ୍ୱରଙ୍କ ସନ୍ତାନ ପାପରେ ଲିପ୍ତ ହୋଇ ରହିବ ନାହିଁ; କାରଣ ଈଶ୍ୱରଙ୍କ ପୁତ୍ର ତାକୁ ରକ୍ଷା କରିବେ-ଶୟତାନ ତା’ର କ୍ଷତି କରିପାରିବ ନାହିଁ।</verse>
				<verse number="19">ଆମେ ଜାଣୁ, ସମଗ୍ର ଜଗତରେ ଶୟତାନ ତା’ର ଅଧିପତ୍ୟ ବିସ୍ତାର କରିଥିଲେ ସୁଦ୍ଧା, ଆମେ ଈଶ୍ୱରଙ୍କର।</verse>
				<verse number="20">ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।</verse>
				<verse number="21">ପିଲାମାନେ, ଅସତ୍ୟ ଦେବାଦେବୀଙ୍କଠାରୁ ଦୂରେଇ ରୁହ।</verse>
			</chapter>
		</book>
		<book number="63">
			<chapter number="1">
				<verse number="1">ଜଣେ ବୟୋଜ୍ୟେଷ୍କଙ୍କଠାରୁ- ମନୋନୀତା ଭଦ୍ରମହିଳା ଓ ତାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ମୋର ସ୍ନେହ ଜଣାଉ ଅଛି। କେବଳ ମୁଁ କାହିଁକି, ଯେଉଁମାନେ ସତ୍ୟର ସନ୍ଧାନ ପାଇଛନ୍ତି, ସମସ୍ତେ ତୁମ୍ଭମାନଙ୍କୁ ସ୍ନେହ କରନ୍ତି।</verse>
				<verse number="2">ଆମ ଅନ୍ତରରେ ସେହି ସତ୍ୟ ରହିଛି ଓ ଚିରଦିନ ରହିଥିବ।</verse>
				<verse number="3">ପିତା ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରି ସତ୍ୟ ଓ ପ୍ରେମରେ ଅନୁପ୍ରାଣିତ କରନ୍ତୁ।</verse>
				<verse number="4">ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।</verse>
				<verse number="5">ପ୍ରିୟ ଭଦ୍ରମହିଳା, ତୁମକୁ ମୋର କହିବାର କଥା, ଆମେ ପରସ୍ପରକୁ ପ୍ରେମ କରିବା ଉଚିତ। ଏହା ଗୋଟଏ ନୂଆ ଆଦେଶ ନୁହେଁ, ଆଦ୍ୟରୁ ଆମେ ଏହି ଆଦେଶ ପାଇଅଛୁ।</verse>
				<verse number="6">ଯେଉଁ ପ୍ରେମ କଥା ଏଠାରେ ମୁଁ ଉଲ୍ଲେଖ କରୁଛି, ତା’ର ଅର୍ଥ ହେଲା, ଜୀବନରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା। ସେହି ଆଜ୍ଞା କଅଣ, ତୁମେ ଆଦ୍ୟରୁ ଶୁଣଇଛ- ତାହା ହେଉଛି, ଆମେ ସମସ୍ତେ ପରସ୍ପର ପ୍ରତି ପ୍ରେମରେ ଆବଦ୍ଧ ହୋଇ ରହିବା ଉଚିତି।</verse>
				<verse number="7">ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!</verse>
				<verse number="8">ଏଣୁ ସାବଧାନ ରୁହ- ଆମେ ତୁମ ପାଇଁ ଯାହା କରିଛୁ, ତାହା ସବୁ ନ ହରାଇ ଯେପରି ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ ହେବ।</verse>
				<verse number="9">ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।</verse>
				<verse number="10">କେହି ଯଦି ଏହି ଶିକ୍ଷଶ ନେଇ ତୁମ ନିକଟକୁ ଆସି ନ ଥାଏ, ତାକୁ ତୁମ ଘରକୁ ସ୍ୱାଗତ କର ନାହିଁ- “ତୁମ୍ଭର ଶାନ୍ତି ହେଉ” ବୋଲି କହି ତାକୁ ନମସ୍କାର ଜଣାଅ ନାହିଁ।</verse>
				<verse number="11">ଯେ କେହି ତା’ର ଶାନ୍ତି କାମନା କରେ, ସେ ତା’ର ଦୁଷ୍କର୍ମରେ ଅଂହଶୀ ହେବ।</verse>
				<verse number="12">ମୋର ତୁମ୍ଭମାନଙ୍କୁ ଅନେକ କଥା କହିବାର ଅଛି- କିନ୍ତୁ କାଗଜ ଓ କାଳିରେ ସେ ସବୁ ଏବେ ମୁଁ କହିବାକୁ ଚାହେଁ ନାହିଁ। ତୁମ୍ଭମାନଙ୍କ ନିକଟକୁ ଆସି ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହେବାର ଆଶା ମୁଁ ରଖିଛି। ତାହା କରି ପାରିଲେ, ଆମେ ସମ୍ପୁର୍ଣ୍ଣ ସୁଖୀ ହେବା।।</verse>
				<verse number="13">ତୁମ୍ଭମାନଙ୍କ ପ୍ରିୟ ଭଗିନୀର ପିଲାମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି।</verse>
			</chapter>
		</book>
		<book number="64">
			<chapter number="1">
				<verse number="1">ସ୍ନେହର ଗାୟସ୍ଙ୍କ ନିକଟକୁ ଜଣେ ବୟୋଜ୍ୟେଷ୍ଠ ପତ୍ର। ମୋର ଆନ୍ତିରିକ ଶ୍ରଦ୍ଧା ଗ୍ରହଣ କର।</verse>
				<verse number="2">ପ୍ରିୟ ବନ୍ଧୁ, ତୁମର ସ୍ୱାସ୍ଥ୍ୟ ଓ ସର୍ବଶୁଭ କାମନା କରି ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି- ମୁଁ ଜାଣେ, ଆଧାତ୍ମିକ ଜୀବରେ ତୁମେ ବେଶ୍ ସୁସ୍ଥ ଅଛ।</verse>
				<verse number="3">ତୁମେ କିପରି ସତ୍ୟ ପ୍ରତି ବିଶ୍ୱସ୍ତ ରହିଛ ଏବଂ କିପରି ଜୀବନରେ ସବୁବେଳେ ସତ୍ୟ ଆଚରଣ କରୁଛ, ଏ କଥା କେତେଜଣ ଖ୍ରୀଷ୍ଟିୟାନ ଭାଇମାନଙ୍କଠାରୁ ଶୁଣି ଖୁସି ହେଲି।</verse>
				<verse number="4">ମୋର ପିଲାମାନେ ସତ୍ୟକୁ ଅନୁସରଣ କରି ଜୀବନ ଯାପନ କରୁଛନ୍ତି ବୋଲି ଶୁଣିଲେ, ମୋର ସବୁାଂରୁ ଅଧିକ ଆନନ୍ଦ ହୁଏ।</verse>
				<verse number="5">ପ୍ରିୟ ବନ୍ଧୁ, ଖ୍ରୀଷ୍ଟୟାନ ପ୍ରତି, ଏପରି କି ସେମାନେ ଅପରିଚିତ ହୋଇଥିଲେ ସୁଦ୍ଧା, ସେମାନଙ୍କ ପ୍ରତି ତୁମେ ଅତି ବିଶ୍ୱସ୍ତ ଆଚରଣ କରୁଛ।</verse>
				<verse number="6">ତୁମର ଦ୍ନେହ ବ୍ୟବହାର ବିଷୟରେ ସେମାନେ ଏଠିକର ମଣ୍ଡଳୀରେ ପ୍ରକାଶ କରିଛନ୍ତି। ମୋର ଅନୁରୋଧ, ତୁମେ ସେମାନଙ୍କ ଯାତ୍ରା ପାଇଁ ସାହାଯ୍ୟ ଦିଅ। ଏହା ଦ୍ୱରା ଈଶ୍ବର ପ୍ରୀତ ହେବେ,</verse>
				<verse number="7">କାରଣ ସେମାନେ ଅଣ-ବିଶ୍ୱାସୀମାନଙ୍କଠାରୁ କୌଣସି ସାହାଯ୍ୟ ନ ନେଇ ଖ୍ରୀଷ୍ଟଙ୍କ ସେବା ପାଇଁ ଏହି ଯାତ୍ରାରେ ବାହାରିଛନ୍ତି।</verse>
				<verse number="8">ଆମେ ଖ୍ରୀଷ୍ଟବିଶ୍ୱାସୀମାନେ ସେମାନଙ୍କୁ ସାହାଯ୍ୟ କରି ସତ୍ୟର ପ୍ରାଶ ପାଇଁ ସେମାନଙ୍କ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଉଚିତ।</verse>
				<verse number="9">ମୁଁ ତୁମ ମଣ୍ଡଳୀକି ଗୋଟିଏ ଛୋଟ ପତ୍ର ଲେଖିଥିଲି, କିନ୍ତୁ ମଣ୍ଡଳୀର ନେତା ହେବାକୁ ଇଚ୍ଛା କରୁଥିବା ଡାୟୋଟ୍ରେଫିସ୍ ମୋର କଥାକୁ ଭ୍ରୂକ୍ଷେପ କରି ନାହାଁନ୍ତି।</verse>
				<verse number="10">ମୁଁ ସେଠାକୁ ଆସିଲେ, ସେ ଯାହା କରୁଛନ୍ତି, ସବୁ ପ୍ରଶାଶ କରିଦେବି- ଆମ ସମ୍ପର୍କରେ ସେ କେଡ଼େ ଜଘନ୍ୟ କୁତ୍ସା ରଟନା କରୁଛନ୍ତି ଓ କେତେ ମିଧ୍ୟା କହୁଛନ୍ତି, ସେ ସବୁ ପଦାରେ ପଡ଼ିଯିବ। ସେତିକି କେବଳ ନୁହେଁ, ସେ ଖ୍ରୀଷ୍ଟବିଶ୍ୱାସୀ ଭାଇମାନଙ୍କର ଆତିଥ୍ୟ କରୁ ନାହାଁନ୍ତି କିମ୍ବା ତାହା କରିବାକୁ ଅନ୍ୟ କାହାକୁ ଛାଡ଼ି ଦେଉ ନାହିଁନ୍ତି ଏବଂ ଯେଉଁମାନେ ତାହା କରିବାକୁ ଯାଉଛନ୍ତି, ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି।</verse>
				<verse number="11">ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।</verse>
				<verse number="12">ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।</verse>
				<verse number="13">ତୁମକୁ ମୋର ଅନେକ କଥା କହିବାର ଅଛି, କିନ୍ତୁ ସେ ସବୁ ମୁଁ ଏବେ ଲେଖବାକୁ ଚାହୁଁ ନାହିଁ।</verse>
				<verse number="14">ତୁମ ସହିତ ସାକ୍ଷାତ ହେବ ବୋଲି ମୋର ଆଶା।- ସେତେବେଳେ ବ୍ୟକ୍ତିଜତ ଭାବରେ କଥାବାର୍ତ୍ତା ହେବା।</verse>
				<verse number="15">ତୁମେ ଶାନ୍ତିରେ ରୁହ, ତୁମର ବନ୍ଧୁମାନେ ସମସ୍ତେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି। ଆମର ସବୁ ବନ୍ଧୁମାନଙ୍କୁ ବ୍ୟକ୍ତିଗତ ଭାବରେ ନମସ୍କାର ଜଣାଇବ।</verse>
			</chapter>
		</book>
		<book number="65">
			<chapter number="1">
				<verse number="1">ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-</verse>
				<verse number="2">ଦୟା, ଶାନ୍ତି ଓ ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।</verse>
				<verse number="3">ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।</verse>
				<verse number="4">କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।</verse>
				<verse number="5">ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।</verse>
				<verse number="6">ଯେଉଁ ସ୍ୱର୍ଗଦୂତମାନେ ନିଜ କ୍ଷମତାର ପରିସର ଭିତରେ ନ ରହ ସେମାନଙ୍କ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କ କଥା ସ୍ମରଣ କର। ମହାବିଚାର ଦିନରେ ସମୁଚି ଦଣ୍ଡ ପାଇବା ନିମନ୍ତେ ଈଶ୍ୱର ସେମାନଙ୍କୁ ଅଧଃଲୋକର ଅନ୍ଧକାରରେ ଚରିଦିନ ପାଇଁ ଶୃଙ୍ଖଳବଦ୍ଧ କରି ରଖିଛନ୍ତି।</verse>
				<verse number="7">ସଦୋମ ଓ ଗମୋର ଏବଂ ତନ୍ନିକଟସ୍ଥ ନଗରୀଗୁଡ଼ିକର ଦଶାସ୍ମରଣ କର। ସେମାନେ ଉକ୍ତ ଦୁତମାନଙ୍କର ଅନୁରୂପ ଆଚରଣ କରି ଇନ୍ଦ୍ରିୟ ଲାଳସା ଓ ଅସ୍ୱାଭାବିକ କାମୁକତାରେ ଲିପ୍ତ ହେଲେ। ଅନ୍ୟମାନଙ୍କୁ ସତର୍କ କରାଇ ଦେବା ନିମେନ୍ତ ସେମାନେ ଅନନ୍ତ ନରକାଗ୍ନିରେ ଦଣ୍ଡଭୋଗ କରୁଛନ୍ତି।</verse>
				<verse number="8">ସେହିପରି ଏହି ଲୋକମାନେ ସ୍ୱପ୍ନାଦେଶ ପାଇଛନ୍ତି ଭାବି ନିଜ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି। ସେମାନେ ଈଶ୍ବରଙ୍କ କତ୍ତ୍ୱର୍ତ୍ୱ ଅବଜ୍ଞା କରନ୍ତି ଓ ସ୍ୱର୍ଗଦୂତ ମାନଙ୍କୁ ଅପମାନ କରନ୍ତି।</verse>
				<verse number="9">ପ୍ରଧାନ ସ୍ୱର୍ଗଦୂତ ମିଖାଏଲ ମଧ୍ୟ ଏପରି ଆଚରଣ କରି ନ ଥିଲେ। ମୋଶାଙ୍କ ସମାଧି ନେଇ ଶୟତାନ ସହିତ ତର୍କ ବିତର୍କ କରିବ ସମୟରେ ମିଖାଏଲ ଅପମାନସୂଚକ ଭାଷା ପ୍ରୟୋଗ କରି ଶୟତାନର ବିଚାର କରି ନ ଥିଲେ। ସେ କେବଳ କହିଥିଲେ, “ପ୍ରଭୁ ତୋତେ ଉର୍ତ୍ସନା କରନ୍ତୁ।”</verse>
				<verse number="10">କିନ୍ତୁ ଏହି ଲୋକମାନେ ଯାହା ନ ବୁଛନ୍ତି, ତାତ୍ସଲ୍ୟ ପ୍ରକାଶ କରି ତା’ର ପ୍ରତିବାଦ କରନ୍ତି।” ପୁଣି ବନ୍ୟ ପଶୁ ପରି ତା’ର ପ୍ରତିବାଦ କରନ୍ତି। ପୁଣି ବନ୍ୟ ପଶୁ ପରି ସହଜାତ ପ୍ରବୃତ୍ତି ଦ୍ୱାରା ଯାହା ଜାଣନ୍ତି, ସେ ସବୁ ଦ୍ୱାରା ହିଁ ସେମାନ ବିନଷ୍ଠ ହୁଅନ୍ତି।</verse>
				<verse number="11">ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।</verse>
				<verse number="12">ସେମାନ ନିର୍ଲ୍ଲଜ ଭାବରେ ସୁରାପାନରେ ମତ୍ତ ହୋଇ, ତୁମ୍ଭମାନଙ୍କ ପ୍ରୀତି ଭୋଜନରେ କଳଙ୍କ ସ୍ୱରୂପ ହେଉଛନ୍ତି। ସେମ।।ନେ କେବଳ ନିଜ ପ୍ରତି ମନୋଯୋଗୀ। ସେମାନେ ବୃଷ୍ଟିପାତ କରୁ ନ ଥିବା ବାୟୁରେ ଚଳିତ ମେଘ ତୂଲ୍ୟ। ସେମାନେ ଶରତ ଋତୁରେ ଫଳଶୂନ୍ୟ ବୃକ୍ଷ ଓ ମୂଳୋତ୍ପାଟିତ ଶୁଷ୍କ ବୃକ୍ଷ ସଦୃଶ।</verse>
				<verse number="13">ସେମାନେ ସମୁଦ୍ରର ଉତ୍ତାଳ ତରଙ୍ଗ ତୂଲ୍ୟ। ସେମାନଙ୍କର ର୍ନିର୍ଲ୍ଲଜ୍ଜ କର୍ମମାନ ଫେଣ ପରି ଉପରକୁ ଦେଖାଯାଏ। ସେମାନେ ଲକ୍ଷ୍ୟହୀନ ଭ୍ରମଣକାରୀ ନକ୍ଷତ୍ର ତୂଲ୍ୟ। ଈଶ୍ବର ସେମାନଙ୍କ ପାଇଁ ଅନ୍ଧକାରମୟ ଗହ୍ୱରରେ ସ୍ଥାନ ନିରୂପଣ କରିଛନ୍ତି।</verse>
				<verse number="14">ଆଦମଙ୍କ ଷଷ୍କ ପୁରୁଷର ବଂଶଧର ହନୋକ ବହୁ ପୂର୍ବେ ଏମାନଙ୍କ ସମ୍ବନ୍ଧରେ ଭବିଷ୍ୟତ୍ବାଣୀ ପ୍ରକାଶ କରି କହିଥିଲେ: “ପ୍ରଭୁ ସହସ୍ର ସହସ୍ର ସ୍ୱର୍ଗୀୟ ଦୂତମାନଙ୍କ ସହିତ</verse>
				<verse number="15">ସମସ୍ତଙ୍କର ବିଚାର କରିବାକୁ ଆସିବେ। ସେମାନଙ୍କର ସମସ୍ତ ପାପ କାର୍ଯ୍ୟ ପାଇଁ ଓ ଅଧାର୍ମିକମାନଙ୍କର ଉତ୍କଟ ଈଶ୍ୱରନିନ୍ଦା ପାଇଁ ସେମାନଙ୍କୁ ଦଣ୍ଡ ଦେବେ।”</verse>
				<verse number="16">ଏହି ଲୋକମାନେ ସବୁବେଳେ ଅସନ୍ତୁଷ୍ଠ ଓ ଅନ୍ୟମାନଙ୍କ ଉପରେ ଦୋଷାରୋପ କରନ୍ତି। ସେମାନେ କେବଳ ନିଜର କୂଅଭିଳାଷ ଚରିତାର୍ଥ କରୁଥାନ୍ତି; ନିଜର ବଡ଼ିମା ଦେଖାଇ ହୁଅନ୍ତି ଓ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।</verse>
				<verse number="17">ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷମାନେ ତୁମ୍ଭମାନଙ୍କୁ ଯାହା କହି ଯାଇଛନ୍ତି, ତାହା ସ୍ମରଣ କର।</verse>
				<verse number="18">ସେମାନେ ତୁମ୍ଭମାନଙ୍କୁ କହୁଥିଲେ, “ଶେଷ ଦିନମାନଭ୍କରେ କୁଅଭିଳାଷପୂର୍ଣ୍ଣ ଈଶ୍ବର-ବିରୋଧୀ ଲୋକମାନେ ବାହାରି ତୁମ୍ଭମାନଙ୍କୁ ପରିହାସ କରିବେ।”</verse>
				<verse number="19">ଏହି ଲୋକମାନେ ହିଁ ଦଳଭେଦ ସୃଷ୍ଟି କରନ୍ତି। ସେମାନେ କେବଳ ଶାରୀରିକ ପ୍ରବୃତ୍ତି ଦ୍ୱାରା ଚଳିତ। ସେମାନେ ଈଶ୍ୱରଙ୍କ ଆତ୍ମାବିହୀନ।</verse>
				<verse number="20">କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ପବିତ୍ର ଧର୍ମବିଶ୍ୱାସର ଭିତ୍ତି ଉପରେ ନିଜ ନିଜ ଜୀବନ ଗଠନ କରିବାରେ ଲାଗି ରୁହ।</verse>
				<verse number="21">ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।</verse>
				<verse number="22">ସନ୍ଦିଗ୍ଧମନା ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଅ।</verse>
				<verse number="23">ଭ୍ରାନ୍ତିରେ ପଡ଼ି ବିଷ୍ଟ ହେବାକୁ ଯାଉଥିବା ଲୋକଙ୍କୁ ଅଗ୍ନିରୁ ଉଦ୍ଧାର କର। ଆଉ କେତେକଙ୍କର ପାପ କଳଙ୍କିତ ବସ୍ତ୍ରକୁ ସୁଦ୍ଧା ଘୃଣା କର, କିନ୍ତୁ ଭୟର ସହ ସେମାନଙ୍କୁ ଦୟା ପ୍ରଦର୍ଶ କର।</verse>
				<verse number="24">ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,</verse>
				<verse number="25">ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।</verse>
			</chapter>
		</book>
		<book number="66">
			<chapter number="1">
				<verse number="1">ଯାହା ସବୁ ଅତି ଶୀଘ୍ର ଘଟିବାକୁ ଯାଉଛି, ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରକାଶ କରିଥିବା ତାହାର ଏକ ବିବରଣୀ ଏହି ପୁସ୍ତକରେ ଲିପିବଦ୍ଧ ହୋଇଛି। ସେହି ସମସ୍ତ ବିଷୟ ତାଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ ଖ୍ରୀଷ୍ଟ ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କରି ତାଙ୍କ ଦାସ ଯୋହନଙ୍କୁ ତାହା ଅବଗତ କରାଇଲେ।</verse>
				<verse number="2">ପୁଣି ଯୋହନ ନିଜେ ଯାହା ସବୁ ଦେଖିଛନ୍ତି, ତାହା ଏଥିରେ ପ୍ରକାଶ କରିଛନ୍ତି। ଏହି ବିବରଣୀରେ ଈଶ୍ୱରଙ୍କ ବାର୍ତ୍ତା ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ସତ୍ୟ ସନ୍ନିବେଶିତ।</verse>
				<verse number="3">ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!</verse>
				<verse number="4">ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା</verse>
				<verse number="5">ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି</verse>
				<verse number="6">ଏବଂ ତାଙ୍କ ପିତା ଈଶ୍ୱରଙ୍କର ସେବା କରିବା ନିମନ୍ତେ ଆମକୁ ଏକ ଯାଜକକୁଳ କରିଛନ୍ତି। ସମସ୍ତ ଗୌରବ ଓ ପରାକ୍ରମ ସଦାସର୍ବଦା ଯୀଶୁ ଖ୍ରୀଷ୍ଟଙ୍କର ହେଉ।</verse>
				<verse number="7">ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।</verse>
				<verse number="8">ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।</verse>
				<verse number="9">ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।</verse>
				<verse number="10">ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।</verse>
				<verse number="11">କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”</verse>
				<verse number="12">କିଏ ମୋ’ ସଙ୍ଗରେ କଥା କହୁଛନ୍ତି, ଦେଖିବା ପାଇଁ ମୁଁ ପଛକୁ ବୁଲିପଡ଼ି ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ</verse>
				<verse number="13">ଓ ତନ୍ମଧ୍ୟରେ ମନୁଷ୍ୟପୁତ୍ର ସଦୃଶ ଜଣେ। ତାଙ୍କ ପୋଷାକ ଆପାଦଲମ୍ବିତ ଏବଂ ତାଙ୍କ ବକ୍ଷ ସ୍ଥଳକୁ ବେଷ୍ଟନ କରିଥିଲା ଗୋଟିଏ ସୁବର୍ଣ୍ଣ ବନ୍ଧନୀ।</verse>
				<verse number="14">ତାଙ୍କ ମସ୍ତକର କେଶ ପଶମ ବା ହିମ ପରି ଶୁଭ୍ର ଥିଲା ଏବଂ ତାଙ୍କର ଚକ୍ଷୁ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଥିଲା।</verse>
				<verse number="15">ତାଙ୍କ ପାଦ ଦୁଇଟି ଅଗ୍ନିରେ ଶୁଦ୍ଧ ପିତ୍ତଳ ପରି ଝଟକୁ ଥିଲା ଏବଂ ତାଙ୍କର କଣ୍ଠସ୍ୱର ଜଳପ୍ରପାତ ପରି ନିନାଦିତ ହେଉଥିଲା।</verse>
				<verse number="16">ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।</verse>
				<verse number="17">ତାଙ୍କୁ ଦେଖିବା ମାତ୍ରେ ମୁଁ ମୃତବତ୍ ତାଙ୍କ ପାଦ ତଳେ ପଡ଼ିଗଲି। ସେ ତାଙ୍କ ଡ଼ାହାଣ ହାତ ମୋ’ ଉପରେ ରଖି କହିଲେ, “ଭୟ କର ନାହିଁ, ମୁଁ ଆଦି ଓ ଅନ୍ତ</verse>
				<verse number="18">ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।</verse>
				<verse number="19">ତେଣୁ ତୁମେ ଯେଉଁ ସବୁ ବିଷୟ ଦେଖୁଛ - ଯେଉଁ ସମସ୍ତ ବିଷୟ ବର୍ତ୍ତମାନ ଘଟୁଛି ଓ ଯାହା ସବୁ ଭବିଷ୍ୟତରେ ଘଟିବ - ତାହା ଲିପିବଦ୍ଧ କର।</verse>
				<verse number="20">ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।</verse>
			</chapter>
			<chapter number="2">
				<verse number="1">“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।</verse>
				<verse number="2">ତୁମର କାର୍ଯ୍ୟକଳାପ, କଠିନ ପରିଶ୍ରମ ଓ ଧୈର୍ଯ୍ୟ ବିଷୟ ମୁଁ ଜାଣେ। ମୁଁ ମଧ୍ୟ ଜାଣେ ଯେ, ତୁମେ ଦୁଷ୍କର୍ମମାନଙ୍କୁ ସହ୍ୟ କରିପାର ନାହିଁ। ଯେଉଁମାନେ ପ୍ରେରିତ ଶିଷ୍ୟ ବୋଲି ନିଜର ପରିଚୟ ଦିଅନ୍ତି, ଅଥଚ ପ୍ରକୃତରେ ଶିଷ୍ୟ ନୁହଁନ୍ତି, ପରୀକ୍ଷା କରି ସେମାନଙ୍କୁ ମିଥ୍ୟାବାଦୀ ବୋଲି ତୁମେ ପ୍ରମାଣିତ କରିଛ।</verse>
				<verse number="3">ତୁମେ ଧୈର୍ଯ୍ୟଶୀଳ। ମୋ’ ନିମନ୍ତେ ଦୁଃଖଭୋଗ କରି ମଧ୍ୟ ହତାଶ ହୋଇ ନାହଁ।</verse>
				<verse number="4">କିନ୍ତୁ ତୁମ ବିରୁଦ୍ଧରେ ମୋର ଏହି ଅଭିଯୋଗ ତୁମେ ଆଦ୍ୟରେ ଯେପରି ମୋତେ ପ୍ରେମ କରୁଥିଲ, ବର୍ତ୍ତମାନ ସେପରି ଆଉ କରୁ ନାହଁ।</verse>
				<verse number="5">ତୁମର କେଡ଼େ ଅଧୋଗତି ହୋଇଛି, ଚିନ୍ତା କର। ପାପରୁ ଫେରି ପୂର୍ବ ପରି ସତ୍କର୍ମ କର। ଯଦି ପାପରୁ ଫେରି ନ ଆସ, ତେବେ ମୁଁ ତୁମର ପ୍ରଦୀପକୁ ସ୍ଥାନାନ୍ତରିତ କରିବି।</verse>
				<verse number="6">ମାତ୍ର ତୁମ ସପକ୍ଷରେ ଗୋଟିଏ ବିଷୟ ଅଛି। ତାହା ହେଉଛି, ମୋ’ ପରି ତୁମ୍ଭେମାନେ ମଧ୍ୟ ନିକଲାଇତୀୟମାନଙ୍କର କାର୍ଯ୍ୟକଳାପକୁ ଘୃଣା କରୁଛ।</verse>
				<verse number="7">“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।</verse>
				<verse number="8">“ସୁର୍ଣ୍ଣାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯେ ଆଦି ଓ ଅନ୍ତ ଏବଂ ଯେ ମୃତ୍ୟୁ ବରଣ କରି ପୁଣି ଜୀବିତ ହେଲେ, ତାହାଙ୍କ ନିକଟରୁ ଏହି ବାର୍ତ୍ତା:</verse>
				<verse number="9">ତୁମର ଦୁର୍ଦ୍ଦଶା ସବୁ ମୋତେ ଜଣା; ମୁଁ ମଧ୍ୟ ଜାଣେ ଯେ, ତୁମେ ଦରିଦ୍ର; କିନ୍ତୁ ପ୍ରକୃତରେ ତୁମେ ଧନୀ। ଯେଉଁମାନେ ନିଜକୁ ଇହୁଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି ଓ ଯେଉଁମାନେ ଶୟତାନର ଅନୁଗାମୀ, ସେମାନେ କିପରି ତୁମର ଅପବାଦ କରି କଥା କହିଛନ୍ତି, ତାହା ମୁଁ ଜାଣେ।</verse>
				<verse number="10">ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।</verse>
				<verse number="11">“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।</verse>
				<verse number="12">“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯାହାଙ୍କ ନିକଟରେ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ତାଙ୍କର ଏହି ବାର୍ତ୍ତା।</verse>
				<verse number="13">ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।</verse>
				<verse number="14">କିନ୍ତୁ ତୁମ ବିରୁଦ୍ଧରେ ମୋର କେତେକ ବିଷୟ କହିବାର ଅଛି। ସେଠାରେ ତୁମ ସଙ୍ଗରେ ଥିବା କେତେକେ, ବାଲାମର ଶିକ୍ଷାରେ ପରିଚାଳିତ ହେଉଛନ୍ତି। ବାଲାମ ଦେବପ୍ରସାଦ ଭୋଜନ ଓ ଲମ୍ପଟାଚରଣ କରିବା ପାଇଁ ଇଶ୍ରାଏଲୀୟମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ବାଲାକକୁ ଶିକ୍ଷା ଦେଇଥିଲା।</verse>
				<verse number="15">ଠିକ୍ ସେହିପରି ନିକଲାଇତୀୟମାନଙ୍କର ମତବାଦକୁ ଅନୁସରଣ କରୁଥିବା ଲୋକମାନେ ତୁମ ମଧ୍ୟରେ ଅଛନ୍ତି।</verse>
				<verse number="16">ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।</verse>
				<verse number="17">“ଯେଉଁମାନଙ୍କର ଶୁଣିବା ପାଇଁ କାନ ଅଛି, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଅଛନ୍ତି, ତାହା ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଗଚ୍ଛିତ ରଖାଯାଇଥିବା ମାନ୍ନାରୁ କିଛି ଦେବି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନୂତନ ନାମ ଲେଖା ହୋଇଥିବା ଗୋଟିଏ ଶ୍ୱେତ ପ୍ରସ୍ତର ପ୍ରଦାନ କରିବି। ସେହି ନୂତନ ନାମ କଅଣ, ପ୍ରସ୍ତର ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ତାହା ଜାଣି ପାରିବେ ନାହିଁ।</verse>
				<verse number="18">“ଥିଆଟିରାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଏହି ବାର୍ତ୍ତା ଈଶ୍ୱରଙ୍କ ପୁତ୍ରଙ୍କ ନିକଟରୁ ଆସିଅଛି। ତାଙ୍କ ଚକ୍ଷୁ ପ୍ରଜ୍ଜ୍ୱଳିତ ଅଗ୍ନି ପରି ଓ ତାଙ୍କ ପଦଦ୍ୱୟ ଚିକ୍କଣ ପିତ୍ତଳ ପରି ଉଜ୍ଜ୍ୱଳ।</verse>
				<verse number="19">ତୁମର କାର୍ଯ୍ୟକଳାପ, ତୁମ ପ୍ରେମ, ବିଶ୍ୱସ୍ତତା, ତୁମ ସେବାକାର୍ଯ୍ୟ ଓ ଧୈର୍ଯ୍ୟ ମୁଁ ଜାଣେ! ମୁଁ ମଧ୍ୟ ଜାଣେ ଯେ, ତୁମେ ପୂର୍ବେ ଯାହା କରୁଥିଲ, ବର୍ତ୍ତମାନ ତାହାଠାରୁ ଅଧିକ କରୁଛ।</verse>
				<verse number="20">କିନ୍ତୁ ତୁମ ବିରୁଦ୍ଧରେ ମୋର କେବଳ ଏତିକି କହିବାର ଅଛି, ଈଶ୍ୱରଙ୍କର ବାର୍ତ୍ତାବହ ରୂପେ ନିଜର ପରିଚୟ ଦେଉଥିବା ଯେଜେବଲ ନାମ୍ନୀ ସ୍ତ୍ରୀଙ୍କୁ ତୁମେ ପ୍ରଶ୍ରୟ ଦେଇଛ। ସେ ମୋର ଦାସମାନଙ୍କୁ ଲମ୍ପଟାଚରଣ କରିବାକୁ ଓ ଦେବଦେବୀମାନଙ୍କ ନିକଟରେ ଉତ୍ସର୍ଗିତ ହୋଇଥିବା ଖାଦ୍ୟ ପଦାର୍ଥ ଭୋଜନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ବିପଥଗାମୀ କରାଉଛି।</verse>
				<verse number="21">ପାପରୁ ଫେରି ଆସିବା ନିମନ୍ତେ ମୁଁ ତାଙ୍କୁ ସମୟ ଦେଇଛି, କିନ୍ତୁ ସେ ନିଜର ଦୁଷ୍କର୍ମ ପରିତ୍ୟାଗ କରିବାକୁ ଚାହୁଁ ନାହିଁ।</verse>
				<verse number="22">ତେଣୁ ମୁଁ ତାକୁ ଏବଂ ତା’ ସହିତ ବ୍ୟଭିଚାରରେ ଲିପ୍ତ ସମସ୍ତଙ୍କୁ ରୋଗ ଶଯ୍ୟାରେ ପକାଇବି ଏବଂ ସେମାନେ ଭୟଙ୍କର ଯନ୍ତ୍ରଣା ଭୋଗ କରିବେ। ଯଦି ସେମାନେ ତାହା ସହିତ କରିଥିବା ଦୁଷ୍କୃତି ନିମନ୍ତେ ଅନୁତାପ ନ କରନ୍ତି, ତେବେ ମୁଁ ଏହା ନିଶ୍ଚୟ କରିବି।</verse>
				<verse number="23">ତାହାର ଅନୁଗାମୀମାନଙ୍କୁ ମଧ୍ୟ ହତ୍ୟା କରିବି। ତା’ହେଲେ, ମଣ୍ଡଳୀମାନେ ସମସ୍ତେ ଜାଣିପାରିବେ ଯେ; ମୁଁ ଅନ୍ତର୍ଯ୍ୟାମୀ, ମନୁଷ୍ୟର ସକଳ ଚିନ୍ତା ଓ କାମନା ମୁଁ ଜାଣିପାରେ। ତୁମେ ପ୍ରତ୍ୟେକେ ଯାହା କରିଅଛ, ସେହି ଅନୁସାରେ ମୁଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବି।</verse>
				<verse number="24">“କିନ୍ତୁ ଥିଆଟିରାରେ ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଏହି କୁଶିକ୍ଷା ଗ୍ରହଣ କରି ନାହଁ ଓ ତଥାକଥିତ ‘ଶୟତାନର ନିଗୂଢ଼ ରହସ୍ୟମାନ ଶିକ୍ଷା କରି ନାହଁ, ମୁଁ ସେମାନଙ୍କ ଉପରେ ଆଉ କୌଣସି ଭାର ଲଦି ଦେବି ନାହିଁ।</verse>
				<verse number="25">ମାତ୍ର ମୁଁ ନ ଆସିବା ପର୍ଯ୍ୟନ୍ତ ତୁମର ଯାହା ରହିଛି, ତାହା ଦୃଢ଼ଭାବେ ଧରି ରଖ।</verse>
				<verse number="26">ଯେଉଁମାନେ ବିଜୟ ଲାଭ କରିବେ ଓ ଶେଷ ପର୍ଯ୍ୟନ୍ତ ମୋର ଇଚ୍ଛାନୁରୂପ କାର୍ଯ୍ୟ କରିବେ, ମୁଁ ପିତାଙ୍କ ନିକଟରୁ ଯେଉଁ କ୍ଷମତା ପାଇଅଛି, ତାହା ସେମାନଙ୍କୁ ପ୍ରଦାନ କରିବି।</verse>
				<verse number="27">ପୃଥିବୀର ବିଭିନ୍ନ ଜାତିକୁ ଲୌହ ଦଣ୍ଡରେ ଶାସନ କରିବାକୁ ଏବଂ ମାଟି ପାତ୍ର ପରି ଖଣ୍ଡ ବିଖଣ୍ଡ କରିବାକୁ ମୁଁ ସେମାନଙ୍କୁ କ୍ଷମତା ଦେବି।</verse>
				<verse number="28">ମୁଁ ସେମାନଙ୍କୁ ‘ପ୍ରଭାତୀ ତାରା’ ମଧ୍ୟ ଦାନ କରିବି।</verse>
				<verse number="29">“ଶୁଣିବାକୁ ଶକ୍ତି ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ!</verse>
			</chapter>
			<chapter number="3">
				<verse number="1">“ସାର୍ଦ୍ଦିସ୍ରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। “ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଥିବା ବ୍ୟକ୍ତିଙ୍କଠାରୁ ଏହି ବାର୍ତ୍ତା। ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମ୍ଭେମାନେ ମୃତ ହୋଇଥିଲେ ମଧ୍ୟ ଜୀବିତ ଅଛ ବୋଲି ଖ୍ୟାତି ଲାଭ କରିଛ।</verse>
				<verse number="2">ତେଣୁ ଜାଗ୍ରତ ହୁଅ ଏବଂ ତୁମ ନିକଟରେ ଯାହା କିଛି ଅଛି, ତାହା ସମ୍ପୂର୍ଣ୍ଣଭାବେ ଲୁପ୍ତ ହେବା ପୂର୍ବରୁ ତାହାକୁ ବଳିଷ୍ଠ କର। କାରଣ ମୁଁ ଜାଣେ, ତୁମର କର୍ମସବୁ ଈଶ୍ୱରଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ସିଦ୍ଧ ହୋଇ ନାହିଁ।</verse>
				<verse number="3">ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।</verse>
				<verse number="4">ମାତ୍ର ସାର୍ଦ୍ଦିସ୍ରେ ତୁମମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସେମାନଙ୍କର ପୋଷାକ ନିର୍ମଳ ରଖିଛନ୍ତି। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ମୋ’ ସଙ୍ଗରେ ଗମନାଗମନ କରିବେ, କାରଣ ଏଥିପାଇଁ ସେମାନଙ୍କର ଯୋଗ୍ୟତା ଅଛି।</verse>
				<verse number="5">ଯେଉଁମାନେ ବିଜୟୀ ହେବେ, ସେମାନେ ଏହିପରି ଶୁକ୍ଲ ବସ୍ତ୍ର ପରିହିତ ହେବେ। ଜୀବନ ପୁସ୍ତକରୁ ସେମାନଙ୍କର ନାମ କଦାପି ଲୋପ କରାଯିବ ନାହିଁ ଏବଂ ମୋର ପିତା ଓ ତାଙ୍କର ଦୂତମାନଙ୍କ ସମ୍ମୁଖରେ ସେମାନଙ୍କୁ ମୋର ଅନୁଗାମୀ ବୋଲି ମୁଁ ସ୍ୱୀକାର କରିବି।</verse>
				<verse number="6">“ଶୁଣିବାକୁ କାନ ଥିଲେ, ମଣ୍ଡଳୀମାନଙ୍କୁ ପବିତ୍ରାତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣ।”</verse>
				<verse number="7">“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।</verse>
				<verse number="8">ତୁମ କାର୍ଯ୍ୟକଳାପ ମୁଁ ଜାଣେ; ଏ ପର୍ଯ୍ୟନ୍ତ ତୁମର ଯତ୍କିଞ୍ଚିତ୍ ଶକ୍ତି ରହିଛି, ଏହା ମଧ୍ୟ ଜାଣେ; ତୁମେ ମୋର ଶିକ୍ଷା ପାଳନ କରି ଆସିଛ ଏବଂ ମୋ’ ପ୍ରତି ବିଶ୍ୱସ୍ତ ରହିଛ। ତେଣୁ ମୁଁ ତୁମ ସମ୍ମୁଖରେ ଏକ ଦ୍ୱାର ଖୋଲିଛି। ତାହା କେହି ବନ୍ଦ କରିପାରିବ ନାହିଁ।</verse>
				<verse number="9">ଶୁଣ! ଯେଉଁ କେତେକ ମିଥ୍ୟାବାଦୀ ନିଜ ନିଜକୁ ଇହୁଦୀ ବୋଲି ଦାବୀ କରନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି, ଶୟତାନର ସେହି ଲୋକମାନଙ୍କୁ ମୁଁ ତୁମର ପଦାନତ କରିବି। ମୁଁ ତୁମକୁ ପ୍ରେମ କରେ ବୋଲି ସେମାନେ ସମସ୍ତେ ଜାଣିବେ।</verse>
				<verse number="10">ମୋର ଆଦେଶାନୁଯାୟୀ ତୁମ୍ଭେମାନେ ଧୈର୍ଯ୍ୟଶୀଳ ହୋଇ ରହିଛ, ତେଣୁ ପୃଥିବୀବାସୀ ଜନସମୂହକୁ ପରୀକ୍ଷା କରିବା ପାଇଁ ସମଗ୍ର ଜଗତରେ ଯେଉଁ ଦୁର୍ଦ୍ଦଶା ଉପସ୍ଥିତ ହେବାକୁ ଯାଉଛି, ସେଥିରୁ ମୁଁ ତୁମ୍ଭମାନଙ୍କୁ ନିରାପଦରେ ରଖିବି।</verse>
				<verse number="11">ମୁଁ ଶୀଘ୍ର ଆସୁଅଛି, ତୁମର ଯାହା ଅଛି, ତାହା ସୁରକ୍ଷା କର, ଯେପରି କେହି ତୁମ ନିକଟରୁ, ତୁମ ବିଜୟ ପୁରସ୍କାର ଅପହରଣ ନ କରେ।</verse>
				<verse number="12">ବିଜୟୀ ବ୍ୟକ୍ତିକୁ ମୁଁ ମୋର ଈଶ୍ୱରଙ୍କ ମନ୍ଦିରରେ ସ୍ତମ୍ଭ ରୂପେ ସ୍ଥାପନ କରିବି ଏବଂ ସେ କଦାପି ସେଠାରୁ ସ୍ଥାନାନ୍ତରିତ ହେବ ନାହିଁ। ମୁଁ ତାହା ଉପରେ ମୋ’ ଈଶ୍ୱରଙ୍କ ନାମ ଲେଖିବି। ମୋ’ ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଆଗତ ଈଶ୍ୱରଙ୍କ ନଗର, ନୂତନ ଯିରୂଶାଲମର ନାମ ଓ ମୋର ନୂତନ ନାମ ମଧ୍ୟ ତା’ ଉପରେ ଲେଖିବି।</verse>
				<verse number="13">“ଯାହାର ଶୁଣିବା ଶକ୍ତି ଅଛି, ସେ ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣୁ।</verse>
				<verse number="14">“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:</verse>
				<verse number="15">ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମେ ଶୀତଳ ନୁହଁ, କି ଉତ୍ତପ୍ତ ନୁହଁ, ଏହା ମୁଁ ଜାଣେ। ତୁମେ ଶୀତଳ କିମ୍ବା ଉତ୍ତପ୍ତ ହୋଇଥିଲେ, ଭଲ ହୁଅନ୍ତା।</verse>
				<verse number="16">କିନ୍ତୁ ତୁମ୍ଭେମାନେ ଶୀତଳ ବା ଉତ୍ତପ୍ତ ନ ହୋଇ ଈଷତ୍ଉଷ୍ଣ ହୋଇଥିବାରୁ, ମୁଁ ତୁମକୁ ମୋ’ ମୁଖରୁ ଉଦ୍ଗାର କରିବି!</verse>
				<verse number="17">ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।</verse>
				<verse number="18">ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।</verse>
				<verse number="19">ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।</verse>
				<verse number="20">ଦେଖ! ମୁଁ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରୁଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଖୋଲି ଦିଏ, ମୁଁ ତା’ ଘର ଭିତରକୁ ଆସି ତା’ ସହିତ ଭୋଜନ କରିବି ଏବଂ ସେ ମୋ’ ସହିତ ଭୋଜନ କରିବ।</verse>
				<verse number="21">ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।</verse>
				<verse number="22">“ଶୁଣିବାକୁ ଶକ୍ତି ଥିଲେ, ଈଶ୍ୱରଙ୍କ ଆତ୍ମା ମଣ୍ଡଳୀମାନଙ୍କୁ କ’ଣ କହୁଛନ୍ତି, ଶୁଣ।”</verse>
			</chapter>
			<chapter number="4">
				<verse number="1">ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”</verse>
				<verse number="2">ସଙ୍ଗେ ସଙ୍ଗେ ପବିତ୍ରଆତ୍ମାଙ୍କ ଦ୍ୱାରା ଆବିଷ୍ଟ ହୋଇ ମୁଁ ଦେଖିଲି, ସ୍ୱର୍ଗରେ ଗୋଟିଏ ସିଂହାସନରେ ଜଣେ କେହି ବସିଛନ୍ତି।</verse>
				<verse number="3">ତାଙ୍କର ମୁଖ ହୀରା ଓ ମାଣିକ୍ୟ ପରି ଝଟକୁ ଥିଲା ଓ ସିଂହାସନକୁ ମର୍କତ ମଣି ସଦୃଶ ଗୋଟିଏ ଇନ୍ଦ୍ରଧନୁ ବେଷ୍ଟନ କରି ରହିଥିଲା।</verse>
				<verse number="4">ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।</verse>
				<verse number="5">ସିଂହାସନରୁ ବିଜୁଳିର ଝଲକ, ଗୁରୁଗମ୍ଭୀର ଶବ୍ଦ ଓ ବଜ୍ର ଧ୍ୱନି ନିଃସୃତ ହେଉଥିଲା। ସିଂହାସନ ସମ୍ମୁଖରେ ଈଶ୍ୱରଙ୍କ ସପ୍ତ ଆତ୍ମାର ପ୍ରତୀକ ସପ୍ତ ମଶାଲ ଜଳୁଥିଲା।</verse>
				<verse number="6">ପୁଣି ସିଂହାସନ ସମ୍ମୁଖରେ ସ୍ଫଟିକ ପରି ଏକ ସ୍ୱଚ୍ଛ ସମୁଦ୍ର ଦେଖା ଯାଉଥିଲା। ସିଂହାସନକୁ ଉଭୟ ପାଶ୍ୱର୍ରେ ଘେରି ରହିଥିଲେ ଚାରିଗୋଟି ପ୍ରାଣୀ; ସେମାନଙ୍କ ଶରୀରର ଅଗ୍ରଭାଗ ଓ ପୃଷ୍ଠଦେଶ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।</verse>
				<verse number="7">ପ୍ରଥମ ପ୍ରାଣୀଟି ସିଂହ ପରି ଦେଖାଯାଉଥିଲା; ଦ୍ୱିତୀୟଟି ଷଣ୍ଢ ପରି ଦିଶୁଥିଲା। ତୃତୀୟଟିର ମୁଖ ମନୁଷ୍ୟର ମୁଖ ପରି ଥିଲା ଏବଂ ଚତୁର୍ଥଟି ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଦିଶୁଥିଲା।</verse>
				<verse number="8">ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”</verse>
				<verse number="9">ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ</verse>
				<verse number="10">ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,</verse>
				<verse number="11">“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”</verse>
			</chapter>
			<chapter number="5">
				<verse number="1">ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ହସ୍ତରେ ମୁଁ ଗୋଟିଏ ପ୍ରାଚୀନ ପାଣ୍ଡୁଲିପି ଦେଖିଲି; ତାହାର ଦୁଇ ପାଶ୍ୱର୍ରେ ଲେଖା ହୋଇଥିଲା ଓ ସାତଗୋଟି ମୋହରରେ ତାହା ମୁଦ୍ରାଙ୍କିତ ହୋଇଥିଲା।</verse>
				<verse number="2">ପୁଣି ମୁଁ ଦେଖିଲି, ଜଣେ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ ଘୋଷଣା କରି କହୁଛନ୍ତି: “ମୋହରଗୁଡ଼ିକ ଭାଙ୍ଗି ଏହି ପାଣ୍ଡୁଲିପିଟିକୁ ଖୋଲିବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ଥିଲେ, ବାହାରି ଆସନ୍ତୁ।”</verse>
				<verse number="3">କିନ୍ତୁ ସେହି ପାଣ୍ଡୁଲିପି ଫିଟାଇ ସେଥିରେ କଅଣ ଲେଖାଅଛି, ପଢ଼ିବାକୁ ସ୍ୱର୍ଗରେ, ପୃଥିବୀରେ କିମ୍ବା ପାତାଳରେ କେହି ବାହାରିଲେ ନାହିଁ।</verse>
				<verse number="4">ପାଣ୍ଡୁଲିପି ଖୋଲି ସେଥିରେ କ’ଣ ଲେଖାଅଛି, ପଢ଼ିବା ପାଇଁ କେହି ଜଣେହେଲେ ଯୋଗ୍ୟ ବ୍ୟକ୍ତି ନ ମିଳିବାରୁ, ମୁଁ ହତାଶ ହୋଇ କାନ୍ଦିବାକୁ ଲାଗିଲି।</verse>
				<verse number="5">ତା’ପରେ ବୟୋଜ୍ୟେଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ମୋତେ ଆଶ୍ୱାସନା ଦେଇ କହିଲେ, “କାନ୍ଦ ନାହିଁ, ଦେଖ! ଦାଉଦଙ୍କର ମହାନ ବଂଶଧର, ଯିହୁଦା ଗୋଷ୍ଠୀର ସିଂହ ବିଜୟୀ ହୋଇ ଆସିଛନ୍ତି; ସେ ଏହି ସାତଟିଯାକ ମୋହର ଭାଙ୍ଗି ପାଣ୍ଡୁଲିପି ଖୋଲିବାକୁ ସକ୍ଷମ।”</verse>
				<verse number="6">ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା।</verse>
				<verse number="7">ମେଷଶାବକ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କ ଡ଼ାହାଣ ହାତରୁ ପାଣ୍ଡୁଲିପିଟି ନେଲେ।</verse>
				<verse number="8">ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା।</verse>
				<verse number="9">ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।</verse>
				<verse number="10">ପୁଣି ଈଶ୍ୱରଙ୍କର ସେବା କରିବା ନିମନ୍ତେ ସେମାନଙ୍କୁ ଏକ ଯାଜକ ଗୋଷ୍ଠୀରେ ପରିଣତ କରିଅଛ ଏବଂ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”</verse>
				<verse number="11">ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।</verse>
				<verse number="12">ସେମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ। “ନିହତ ହୋଇଥିବା ସେହି ମେଷଶାବକ କ୍ଷମତା, ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି ସମ୍ଭ୍ରମ, ଗୌରବ ଓ ପ୍ରଶଂସାର ଭାଜନ!”</verse>
				<verse number="13">ସେତେବେଳେ ସ୍ୱର୍ଗ, ପୃଥିବୀ, ପାତାଳ ଓ ସମୁଦ୍ରର ସମସ୍ତ ଜୀବ ଏବଂ ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୀତ ଗାଉଥିବାର ମୁଁ ଶୁଣିଲି। ସେମାନେ ଗାଉଥିଲେ: “ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ତାଙ୍କ ମେଷଶାବକଙ୍କର ପ୍ରଶଂସା କର। ତାଙ୍କ ସମ୍ଭ୍ରମ, ଗୌରବ ଓ ପରାକ୍ରମ ଅନନ୍ତ କାଳସ୍ଥାୟୀ!”</verse>
				<verse number="14">ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ।</verse>
			</chapter>
			<chapter number="6">
				<verse number="1">ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”</verse>
				<verse number="2">ମୁଁ ଚାହିଁ ଦେଖିଲି, ଗୋଟିଏ ଶୁକ୍ଲ ବର୍ଣ୍ଣ ଅଶ୍ୱ, ଅଶ୍ୱାରୋହୀ ହସ୍ତରେ ଧନୁ ଧରିଥିଲେ। ତାଙ୍କୁ ଗୋଟିଏ ମୁକୁଟ ପ୍ରଦତ୍ତ ହେଲା ଓ ସେ ଦିଗ୍‌ବିଜୟୀ ହେବା ପାଇଁ ବାହାରି ପଡ଼ିଲେ।</verse>
				<verse number="3">ତା’ପରେ ମେଷଶାବକ ଦ୍ୱିତୀୟ ମୋହର ଭାଙ୍ଗିଲେ ଏବଂ ଦ୍ୱିତୀୟ ପ୍ରାଣୀ ମୋତେ କହିଲେ, “ଆସ”।</verse>
				<verse number="4">ମୁଁ ଦେଖିଲି, ଲୋହିତ ବର୍ଣ୍ଣର ଆଉ ଗୋଟିଏ ଅଶ୍ୱ। ପୃଥିବୀରେ ଅଶାନ୍ତି ସୃଷ୍ଟି କରିବା ପାଇଁ ତାହାର ଆରୋହୀଙ୍କୁ କ୍ଷମତା ଦିଆଗଲା, ମନୁଷ୍ୟମାନେ ଯେପରି ଯୁଦ୍ଧ କରି ପରସ୍ପରକୁ ହତ୍ୟା କରିବେ। ତା’ ହସ୍ତରେ ଗୋଟିଏ ବିରାଟ ଖଡ଼୍ଗ ପ୍ରଦତ୍ତ ହେଲା।</verse>
				<verse number="5">ତା’ପରେ ମେଷଶାବକ ତୃତୀୟ ମୋହର ଭାଙ୍ଗିଲେ ଓ ଦ୍ୱିତୀୟ ପ୍ରାଣୀ ମୋତେ କହିଲେ, “ଆସି ଦେଖ”। ମୁଁ ଦେଖିଲି, ଗୋଟିଏ କୃଷ୍ଣ ବର୍ଣ୍ଣ ଅଶ୍ୱ; ତା’ ଆରୋହୀଙ୍କ ହସ୍ତରେ ଗୋଟିଏ ତରାଜୁ ଥିଲା;</verse>
				<verse number="6">ଏବଂ ମୋର ମନେ ହେଲା, ଚାରୋଟିଯାକ ପ୍ରାଣୀ ଏକ ସ୍ୱରରେ କହୁଛନ୍ତି: “ଦିନକର ମଜୁରୀରେ ଏକ କିଲୋ ଗହମ କିମ୍ବା ତିନି କିଲୋ ଯବ ମିଳିବ। କିନ୍ତୁ ଜୀତ ବୃକ୍ଷ ଓ ଅଙ୍ଗୁର କ୍ଷେତ୍ରକୁ ନଷ୍ଟ କର ନାହିଁ।”</verse>
				<verse number="7">ତାହାପରେ, ମେଷଶାବକ ଚତୁର୍ଥ ମୋହର ଭାଙ୍ଗିଲେ ଏବଂ ଚତୁର୍ଥ ପ୍ରାଣୀ ମୋତେ କହିଲେ, “ଆସ!”</verse>
				<verse number="8">ମୁଁ ଦେଖିଲି, ଗୋଟିଏ ପାଣ୍ଡୁର ବର୍ଣ୍ଣ ଅଶ୍ୱ। ତା’ ଆରୋହୀଙ୍କ ନାମ ମୃତ୍ୟୁ; ପ୍ରେତପୁରୀ ତା’ର ଅନୁଗମନ କରୁଥିଲା। ଯୁଦ୍ଧ, ଦୁର୍ଭିକ୍ଷ, ରୋଗ, ବ୍ୟାଧି ଓ ବନ୍ୟଜନ୍ତୁମାନଙ୍କ ଉପଦ୍ରବ ଦ୍ୱାରା ପୃଥିବୀର ଏକ ଚତୁର୍ଥାଂଶ ଅଧିବାସୀଙ୍କୁ ବିନଷ୍ଟ କରିବା ପାଇଁ ସେମାନଙ୍କୁ କ୍ଷମତା ପ୍ରଦତ୍ତ ହେଲା।</verse>
				<verse number="9">ତା’ପରେ, ମେଷଶାବକ ପଞ୍ଚମ ମୋହର ଭାଙ୍ଗିଲେ ଏବଂ ମୁଁ ଦେଖିଲି, ଏକ ବେଦୀ। ଈଶ୍ୱରଙ୍କ ବାକ୍ୟ ଘୋଷଣା କରି ସାକ୍ଷ୍ୟଦାନରେ ବିଶ୍ୱସ୍ତ ରହିଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ଆତ୍ମାଗଣ ସେହି ବେଦୀ ତଳେ ସୁରକ୍ଷିତ ହୋଇଥିଲେ।</verse>
				<verse number="10">ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହୁଥିଲେ, “ସର୍ବତୋଭାବେ ପବିତ୍ର ଓ ସତ୍ୟମୟ ପ୍ରଭୁ ଈଶ୍ୱର! ପୃଥିବୀରେ ଯେଉଁମାନେ ଆମକୁ ହତ୍ୟା କରିଥିଲେ, ସେମାନଙ୍କୁ ବିଚାର କରି ଶାସ୍ତି ଦେବାକୁ ଆଉ କେତେ କାଳ ବିଳମ୍ବ କରିବ?”</verse>
				<verse number="11">ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।</verse>
				<verse number="12">ତା’ପରେ, ମୁଁ ଦେଖିଲି, ମେଷଶାବକ ଷଷ୍ଠ ମୋହର ଭାଙ୍ଗିଲେ; ତତ୍କ୍ଷଣାତ୍ ପ୍ରବଳ ଭୂମିକମ୍ପ ହେଲା। ସୂର୍ଯ୍ୟ କୃଷ୍ଣ ବର୍ଣ୍ଣର କମ୍ବଳ ପରି ଅନ୍ଧକାରମୟ ହେଲା ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହୋଇଗଲା।</verse>
				<verse number="13">ପ୍ରବଳ ପବନର ଆଘାତରେ ଡ଼ିମିରି ଗଛରୁ କଞ୍ଚା ଫଳ ସବୁ ଝଡ଼ି ପଡ଼ିବା ଭଳି, ନକ୍ଷତ୍ରମାନେ ଆକାଶରୁ ପୃଥିବୀ ଉପରେ ଝଡ଼ି ପଡ଼ିଲେ।</verse>
				<verse number="14">ଗୋଟିଏ କାଗଜ ଫର୍ଦ୍ଦ ଗୁଡ଼ା ହେବା ଭଳି ଆକାଶ ମୋଡ଼ି ହୋଇ ଉଭେଇ ଗଲା। ପର୍ବତ ଓ ଦ୍ୱୀପଗୁଡ଼ିକ ସ୍ଥାନାନ୍ତରିତ ହେଲେ।</verse>
				<verse number="15">ସେହି ସମୟରେ ପୃଥିବୀର ସମସ୍ତେ, ରାଜା, ଶାସକ ବା ସେନାନାୟକ, ଧନୀ ଓ ପରାକ୍ରାନ୍ତ, କ୍ରୀତଦାସ ବା ସାଧାରଣ ନାଗରିକ ସମସ୍ତେ ଗୁମ୍ଫାମାନଙ୍କରେ ଓ ପର୍ବତର ପ୍ରସ୍ତର ଉହାଡ଼ ତଳେ ଯାଇ ଲୁଚିଲେ।</verse>
				<verse number="16">ସେମାନେ ପର୍ବତ ଓ ଶିଳା ଖଣ୍ଡଗୁଡ଼ିକୁ ଡ଼ାକି କହୁଥିଲେ, “ଆମ ପରେ ପଡ଼ - ସିଂହାସନୋପବିଷ୍ଟ ସେହି ବ୍ୟକ୍ତିଙ୍କ ଦୃଷ୍ଟିରୁ ଓ ମେଷଶାବକଙ୍କ କୋପରୁ ଆମକୁ ଲୁଚାଇ ରଖ।</verse>
				<verse number="17">ସେମାନଙ୍କ କ୍ରୋଧର ଭୟଙ୍କର ଦିବସ ଉପସ୍ଥିତ। କିଏ ତାହା ପ୍ରତିରୋଧ କରିପାରିବ?”</verse>
			</chapter>
			<chapter number="7">
				<verse number="1">ଏହାପରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ୱର୍ଗଦୂତ ଠିଆ ହୋଇଛନ୍ତି ଏବଂ ପୃଥିବୀର ଚାରି ଦିଗରୁ ବାୟୁ ପ୍ରବାହକୁ ଅଟକାଇ ରଖିଛନ୍ତି। ଫଳରେ ପୃଥିବୀ, ସମୁଦ୍ର ବା କୌଣସି ବୃକ୍ଷ ଲତା ଉପରେ ଟିକିଏ ହେଲେ ବାୟୁ ପ୍ରବାହିତ ହେଉ ନ ଥିଲା।</verse>
				<verse number="2">ପୁଣି ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଚିରଞ୍ଜୀବୀ ଈଶ୍ୱରଙ୍କ ମୋହର ନେଇ ପୂର୍ବ ଦିଗରୁ ଆସୁଛନ୍ତି। ଏହି ଦୂତ ପୃଥିବୀ ଓ ସମୁଦ୍ରକୁ ବିନଷ୍ଟ କରିବା ପାଇଁ ଈଶ୍ୱର ଯେଉଁ ଚାରି ଦୂତଙ୍କୁ କ୍ଷମତା ଦେଇଥିଲେ,</verse>
				<verse number="3">ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”</verse>
				<verse number="4">ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହର ମରା ହେଲା, ସେମାନଙ୍କର ସଂଖ୍ୟା ୧,୪୪,୦୦୦ ବୋଲି ମୁଁ ଶୁଣିଲି। ସେମାନେ ନିମ୍ନଲିଖିତ ଇଶ୍ରାଏଲୀୟ ବାର ଗୋଷ୍ଠୀର ଲୋକ।</verse>
				<verse number="5">ପ୍ରତ୍ୟେକ ଗୋଷ୍ଠୀରୁ ବାର ହଜାର ହିସାବରେ ସମୁଦାୟ ୧,୪୪,୦୦୦ ଜଣ: ଯିହୁଦା, ରୁବେନ୍, ଗାଦ୍, ଆଶେର୍, ନପ୍ତାଲୀ, ମାନାଶେ, ଶିମିୟୋନ, ଲେବୀ, ଇଷାଖାର, ଜେବୁଲନ, ଯୋଷେଫ, ବେଞ୍ଜାମିନ୍।</verse>
				<verse number="6"></verse>
				<verse number="7"></verse>
				<verse number="8"></verse>
				<verse number="9">ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।</verse>
				<verse number="10">ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, “କେବଳ ସିଂହାସନୋପବିଷ୍ଟ ଈଶ୍ୱର ଓ ମେଷଶାବକ ଆମ୍ଭମାନଙ୍କର ପରିତ୍ରାଣକର୍ତ୍ତା”।</verse>
				<verse number="11">ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,</verse>
				<verse number="12">“ଆମେନ୍! ପ୍ରଶଂସା, ଗୌରବ, ପ୍ରଜ୍ଞା, ଧନ୍ୟବାଦ, ସମ୍ଭ୍ରମ, କ୍ଷମତା ଓ ପରାକ୍ରମ ଯୁଗେ ଯୁଗେ ଈଶ୍ୱରଙ୍କର ପ୍ରାପ୍ୟ, ଆମେନ୍!"</verse>
				<verse number="13">ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଶୁକ୍ଲ ବସ୍ତ୍ରପରିହିତ ସେହି ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଛନ୍ତି?”</verse>
				<verse number="14">ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।</verse>
				<verse number="15">ସେଥିଯୋଗୁଁ ସେମାନେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇ ଦିବାରାତ୍ରି ତାଙ୍କର ଆରାଧନା କରୁଛନ୍ତି। ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କୁ ଆଶ୍ରୟ ଦେବେ।</verse>
				<verse number="16">ସେମାନେ ଆଉ କଦାପି କ୍ଷୁଧିତ ହେବେ ନାହିଁ, ସୂର୍ଯ୍ୟତାପ କିଅବା ଅନ୍ୟ କୌଣସି ଉତ୍ତାପ ସେମାନଙ୍କୁ ଦଗ୍ଧ କରିପାରିବ ନାହିଁ।</verse>
				<verse number="17">କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”</verse>
			</chapter>
			<chapter number="8">
				<verse number="1">ମେଷଶାବକ ସପ୍ତମ ମୋହରଟି ଭାଙ୍ଗିବା କ୍ଷଣି ସ୍ୱର୍ଗରେ ପ୍ରାୟ ଅଧଘଣ୍ଟା ଯାଏ ସମ୍ପୂର୍ଣ୍ଣ ନିସ୍ତବ୍ଧତା ବିରାଜମାନ ହେଲା।</verse>
				<verse number="2">ତାହାପରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିବା ସାତ ଜଣ ଦୂତଙ୍କୁ ମୁଁ ଦେଖିଲି; ସେମାନଙ୍କୁ ସାତଟି ତୂରୀ ଦିଆଗଲା।</verse>
				<verse number="3">ଆଉ ଜଣେ ସ୍ୱର୍ଗଦୂତ ଗୋଟିଏ ସୁବର୍ଣ୍ଣ ଧୂପାଧାର ନେଇ ବେଦୀ ସମ୍ମୁଖରେ ଆସି ଠିଆ ହେଲେ। ସିଂହାସନ ସମ୍ମୁଖରେ ଥିବା ସୁବର୍ଣ୍ଣ ବେଦୀ ଉପରେ, ଈଶ୍ୱରଭକ୍ତମାନଙ୍କର ପ୍ରାର୍ଥନାରୂପ ଧୂପ ସହିତ ମିଶାଇ ଉତ୍ସର୍ଗ କରିବା ପାଇଁ, ତାଙ୍କୁ ପ୍ରଚୁର ପରିମାଣରେ ଧୂପ ଦିଆଗଲା।</verse>
				<verse number="4">ସେହି ସ୍ୱର୍ଗଦୂତଙ୍କ ହାତରେ ଜଳୁଥିବା ଧୂପର ଧୂଆଁ ସହିତ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନା ମିଶି ଯାଇ ଉପରକୁ ଉଠିଲା।</verse>
				<verse number="5">ତା’ପରେ ଦୂତ, ଧୂପଧାରରେ ବେଦୀର ଅଗ୍ନି ପୂର୍ଣ୍ଣ କରି ତାହା ପୃଥିବୀ ଉପରେ ଫୋପାଡ଼ି ଦେଲେ। ଏହା ଫଳରେ ବଜ୍ର ଧ୍ୱନି ହେଲା, ବିଦ୍ୟୁତ୍ ଚମକିଲା ଓ ଭୂମିକମ୍ପ ହେଲା।</verse>
				<verse number="6">ତା’ପରେ ଉପରୋକ୍ତ ସାତ ଜଣ ସ୍ୱର୍ଗଦୂତ ତୂରୀ ବଜାଇବାକୁ ପ୍ରସ୍ତୁତ ହେଲେ।</verse>
				<verse number="7">ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।</verse>
				<verse number="8">ତା’ପରେ ଦ୍ୱିତୀୟ ଦୂତ ତାଙ୍କର ତୂରୀ ବଜାଇବା କ୍ଷଣି ପର୍ବତ ପରି ଗୋଟିଏ ପ୍ରକାଣ୍ଡ ପଦାର୍ଥ ସମୁଦ୍ରରେ ନିକ୍ଷିପ୍ତ ହେଲା ଓ ସମୁଦ୍ରର ଏକ ତୃତୀୟାଂଶ ରକ୍ତରେ ପରିଣତ ହେଲା,</verse>
				<verse number="9">ସମୁଦ୍ର ପ୍ରାଣୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମରିଗଲେ ଏବଂ ସମୁଦ୍ରରେ ଥିବା ଜାହାଜଗୁଡ଼ିକର ଏକ ତୃତୀୟାଂଶ ଧ୍ୱଂସ ପାଇଗଲା।</verse>
				<verse number="10">ତାହାପରେ ତୃତୀୟ ଦୂତ ତାଙ୍କର ତୂରୀ ବଜାଇଲେ। ସଙ୍ଗେ ସଙ୍ଗେ ଆକାଶରୁ ମଶାଲ ପରି ଏକ ବୃହତ୍ ଜଳନ୍ତା ନକ୍ଷତ୍ର ସମସ୍ତ ନଦୀ ଓ ଝରଣାମାନଙ୍କର ଏକ ତୃତୀୟାଂଶ ଉପରେ ଖସି ପଡ଼ିଲା।</verse>
				<verse number="11">(ସେହି ନକ୍ଷତ୍ରର ନାମ “ତିକ୍ତତା”)। ଫଳରେ ପାନୀୟ ଜଳର ଏକ ତୃତୀୟାଂଶ ତିକ୍ତ ହୋଇଗଲା ଏବଂ ସେହି ପାଣି ପିଇ ଅନେକ ଲୋକଙ୍କର ମୃତ୍ୟୁ ହେଲା।</verse>
				<verse number="12">ତା’ପରେ ଚତୁର୍ଥ ଦୂତ ତାଙ୍କର ତୂରୀ ବଜାଇବା ମାତ୍ରେ, ସୂର୍ଯ୍ୟର ଏକ ତୃତୀୟାଂଶ, ଚନ୍ଦ୍ରର ଏକ ତୃତୀୟାଂଶ ଓ ନକ୍ଷତ୍ରଗୁଡ଼ିକର ଏକ ତୃତୀୟାଂଶ ବିନଷ୍ଟ ହେଲା। ତେଣୁ ଆଲୋକର ଏକ ତୃତୀୟାଂଶ ଉଜ୍ଜ୍ୱଳତା କମିଗଲା। ଫଳରେ ଦିନର ଏକ ତୃତୀୟାଂଶ ଏବଂ ରାତ୍ରିର ଏକ ତୃତୀୟାଂଶ ଆଲୋକରହିତ ହେଲା।</verse>
				<verse number="13">ତା’ପରେ ମୁଁ ଚାହିଁ ଦେଖିଲି, ଆକାଶର ବହୁ ଉଚ୍ଚରେ ଗୋଟିଏ ଉକ୍ର୍ରୋଶ ପକ୍ଷୀ ଉଡ଼ି ଉଡ଼ି ଉଚ୍ଚ ସ୍ୱରରେ କହୁଛି, “ହାୟ! କି ଭୟଙ୍କର! ଅନ୍ୟ ତିନି ଜଣ ଦୂତ ତୂରୀ ବଜାଇବା ସମୟରେ ପୃଥ୍ୱୀବାସୀଙ୍କ ଅବସ୍ଥା କେଡ଼େ ସାଙ୍ଘାତିକ ନ ହେବ!”</verse>
			</chapter>
			<chapter number="9">
				<verse number="1">ତା’ପରେ ପଞ୍ଚମ ଦୂତ ତୂରୀ ବଜାଇଲେ ଏବଂ ମୁଁ ଦେଖିଲି, ସଙ୍ଗେ ସଙ୍ଗେ ଆକାଶରୁ ଗୋଟିଏ ନକ୍ଷତ୍ର ଖସି ପୃଥିବୀ ଉପରେ ପଡ଼ିଲା। ତାକୁ ପାତାଳପୁରୀର ଚାବି ଦିଆଯାଇଥିଲା।</verse>
				<verse number="2">ସେ ଆସି ପାତାଳର ଦ୍ୱାର ଖୋଳିଦେବା କ୍ଷଣି ଗୋଟିଏ ବୃହତ୍ ଭାଟିରୁ ବାହାରୁଥିବା ଧୂଆଁ ପରି ପାତାଳ କୁଣ୍ଡରୁ ଘନ ଧୂମ ନିର୍ଗତ ହେଲା ଓ ସେହି ଧୂଆଁ ହେତୁ ସୂର୍ଯ୍ୟ ଓ ଆକାଶ ଅନ୍ଧକାରାଚ୍ଛନ୍ନ ହେଲା।</verse>
				<verse number="3">ପୁଣି ସେହି ଧୂଆଁରୁ ପଙ୍ଗପାଳମାନେ ବାହାରି ପୃଥିବୀରେ ବ୍ୟାପିଗଲେ। ସେମାନେ କଙ୍କଡ଼ାବିଛା ପରି ସାଙ୍ଘାତିକ ଥିଲେ।</verse>
				<verse number="4">ତୃଣ, ବୃକ୍ଷ ବା କୌଣସି ଉଦ୍ଭିଦର କ୍ଷତି ନ କରି ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହରର ଚିହ୍ନ ନ ଥିଲା, କେବଳ ସେମାନଙ୍କୁ କଷ୍ଟ ଦେବା ପାଇଁ ସେହି ପଙ୍ଗପାଳମାନେ ଆଦିଷ୍ଟ ହୋଇଥିଲେ।</verse>
				<verse number="5">ପୁଣି ସେମାନଙ୍କୁ ହତ୍ୟା ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ କେବଳ ଉତ୍ପୀଡ଼ନ କରିବାକୁ ପଙ୍ଗପାଳମାନେ କ୍ଷମତା ପାଇଥିଲେ। ସେହି ଉତ୍ପୀଡ଼ନ, କଙ୍କଡ଼ାବିଛାର କାମୁଡ଼ା ପରି ଉକ୍ରଟ ଥିଲା।</verse>
				<verse number="6">ସେହି ସମୟ ଭିତରେ ଉତ୍ପୀଡ଼ିତ ଲୋକମାନେ ମୃତ୍ୟୁର ଅନ୍ୱେଷଣ କଲେ, କିନ୍ତୁ ପାଇଲେ ନାହିଁ। ସେମାନେ ମୃତ୍ୟୁ କାମନା କଲେ, ମାତ୍ର ମୃତ୍ୟୁ ସେମାନଙ୍କ ନିକଟରୁ ପଳାୟନ କଲା।</verse>
				<verse number="7">ପଙ୍ଗପାଳଗୁଡ଼ିକ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱ ପରି ଦେଖାଯାଉଥିଳେ। ସେମାନଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ପରି ଆବରଣ ଥିଲା। ସେମାନଙ୍କର ମୁଖ ମନୁଷ୍ୟ ମୁଖ ପରି,</verse>
				<verse number="8">କେଶ ସ୍ତ୍ରୀଲୋକମାନଙ୍କର କେଶ ପରି ଓ ସେମାନଙ୍କର ଦନ୍ତଗୁଡ଼ିକ ସିଂହ ଦନ୍ତ ପରି ଥିଲା।</verse>
				<verse number="9">ସେମାନଙ୍କ ବକ୍ଷ ଦେଶକୁ ଲୌହ ଉରସ୍ତ୍ରାଣ ପରି କୌଣସି ପଦାର୍ଥ ଆବୃତ୍ତ କରିଥିଲା ଏବଂ ଅନେକ ଅଶ୍ୱ ଦ୍ୱାରା ଟଣା ହେଉଥିବା ରଥର ନିର୍ଘୋଷ ପରି ସେମାନଙ୍କ ଡ଼େଣାମାନଙ୍କରୁ ଶବ୍ଦ ବାହାରୁ ଥିଲା।</verse>
				<verse number="10">କଙ୍କଡ଼ାବିଛା ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼ ଥିଲା। ସେହି ଲାଙ୍ଗୁଳରେ ପାଞ୍ଚ ମାସ ଯାଏ ଲୋକଙ୍କୁ ଆଘାତ କରିବା ପାଇଁ ସେମାନେ ଶକ୍ତି ପାଇଥିଲେ।</verse>
				<verse number="11">ସେମାନଙ୍କ ଉପରେ ଜଣେ ରାଜା ଶାସନ କରୁଛି। ସେ ପାତାଳପୁରୀ ଦାୟିତ୍ୱରେ ଥିବା ଏକ ଦେବଦୂତ। ଏବ୍ରୀ ଭାଷାରେ ତାହାର ନାମ, ଆବାଦନ୍; ଗ୍ରୀକ୍ ଭାଷାରେ ସେହି ନାମ ହେଉଛି, ଆପୋଲ୍ଲୀୟନ୍ (ଅର୍ଥାତ୍ ‘ସଂହାରକ’)।</verse>
				<verse number="12">ଦେଖ, ପ୍ରଥମ ବିପର୍ଯ୍ୟୟର ଅବସାନ ହୋଇଛି। ଏହାପରେ ଆହୁରି ଦୁଇଟି ଭୟାବହ ବିପତ୍ତି ମାଡ଼ି ଆସିବ।</verse>
				<verse number="13">ତତ୍ପରେ ଷଷ୍ଠ ଦୂତ ତାଙ୍କର ତୂରୀ ବଜାଇବା ମାତ୍ରେ ଈଶ୍ୱରଙ୍କ ସମ୍ମୁଖରେ ସ୍ଥାପିତ ସୁବର୍ଣ୍ଣ ବେଦୀର ଚାରି ଶୃଙ୍ଗରୁ ମୁଁ ଗୋଟିଏ କଣ୍ଠସ୍ୱର ଶୁଣିଲି।</verse>
				<verse number="14">ସେହି ସ୍ୱର ଷଷ୍ଠ ଦୂତଙ୍କୁ ନିର୍ଦ୍ଦେଶ ଦେଲେ, “ୟୁଫ୍ରେଟିସ୍ ମହାନଦୀ ନିକଟରେ ବନ୍ଦୀ ହୋଇଥିବା ଚାରିଜଣ ଦୂତଙ୍କୁ ମୁକ୍ତ କରି ଦିଅ।”</verse>
				<verse number="15">ତେଣୁ ଏହି ନିର୍ଦ୍ଦିଷ୍ଟ ବର୍ଷ, ମାସ, ଦିନ ଓ ଦଣ୍ଡରେ, ସମଗ୍ର ମନୁଷ୍ୟ ଜାତିର ଏକ ତୃତୀୟାଂଶ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ସେହି ଚାରି ଦୂତଙ୍କୁ ମୁକ୍ତ କରି ଦିଆଗଲା।</verse>
				<verse number="16">ପୁଣି ମୁଁ ଦେଖିଲି, ଗୋଟିଏ ବିରାଟ ଅଶ୍ୱାରୋହୀ। ସୈନ୍ୟବାହିନୀ। ସେମାନଙ୍କର ସଂଖ୍ୟା କୋଡ଼ିଏ କୋଟି ବୋଲି ମୋତେ ଜଣାଇ ଦିଆଗଲା।</verse>
				<verse number="17">ମୁଁ ଦେଖିଲି, ସେମାନଙ୍କର ଉରସ୍ତ୍ରାଣ ଅଗ୍ନି ପରି ରକ୍ତବର୍ଣ୍ଣ, ନୀଳକାନ୍ତ ମଣି ପରି ନୀଳ ଓ ଗନ୍ଧକ ପରି ପୀତବର୍ଣ୍ଣ ଥିଲା। ଅଶ୍ୱମାନଙ୍କର ସିଂହ ଭଳି ମସ୍ତକ ଥିଲା,</verse>
				<verse number="18">ପୁଣି ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକରୂପ ତିନୋଟି ମହାମାରୀ ନିର୍ଗତ ହେଲା। ଏହି ମହାମାରୀଗୁଡ଼ିକର ପ୍ରାଦୁର୍ଭାବରେ ମନୁଷ୍ୟ ଜାତିର ଏକ ତୃତୀୟାଂଶ ମୃତ୍ୟୁ ମୁଖରେ ପଡ଼ିଲେ।</verse>
				<verse number="19">ଅଶ୍ୱମାନଙ୍କର ଶକ୍ତି ସେମାନଙ୍କର ମୁଖ ଓ ଲାଙ୍ଗୁଳରେ ଥିଲା। ସେମାନଙ୍କର ଲାଙ୍ଗୁଳ, ମସ୍ତକବିଶିଷ୍ଟ ସର୍ପ ପରି ଏବଂ ସେଥିରେ ସେମାନେ ମନୁଷ୍ୟକୁ ଆଘାତ କରୁଥିଲେ।</verse>
				<verse number="20">ମହାମାରୀମାନଙ୍କରେ ବିନଷ୍ଟ ହୋଇ ନ ଥିବା ଅବଶିଷ୍ଟ ମନୁଷ୍ୟ ଜାତିର, ତଥାପି କୌଣସି ପରିବର୍ତ୍ତନ ହେଲା ନାହିଁ। ସେମାନେ ପ୍ରେତ ପୂଜାରୁ ନିବୃତ୍ତ ହେଲେ ନାହିଁ। ଦୃଷ୍ଟି, ଶ୍ରବଣ ଓ ଚଳତ୍ଶକ୍ତିଶୂନ୍ୟ, ସୁନା, ରୂପା, ପିତ୍ତଳ ତଥା କାଠ ପଥରନିର୍ମିତ ପ୍ରତିମା ପୂଜା ପରିହାର କଲେ ନାହିଁ।</verse>
				<verse number="21">ସେମାନେ ମନ ପରିବର୍ତ୍ତନ ନ କରି ନରହତ୍ୟା, ଗୁଣି ବିଦ୍ୟା, ଲମ୍ପଟାଚରଣ ଓ ଚୌର୍ଯ୍ୟ ବୃତ୍ତିରେ ଲିପ୍ତ ରହିଲେ।</verse>
			</chapter>
			<chapter number="10">
				<verse number="1">ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।</verse>
				<verse number="2">ତାଙ୍କ ହସ୍ତରେ ଏକ କ୍ଷୁଦ୍ର ଖୋଲା ପାଣ୍ଡୁଲିପି ଥିଲା। ସେ ତାଙ୍କର ଡ଼ାହାଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ଭୂମି ଉପରେ ରଖିଥିଲେ।</verse>
				<verse number="3">ସିଂହ ଗର୍ଜନ ପରି ହୁଙ୍କାର କରି ସେ ଆହ୍ୱାନ କଲେ, ଠିକ୍ ସେହିପରି ହୁଙ୍କାର କରି ସାତଟି ମେଘ ଏହି ଆହ୍ୱାନର ଉତ୍ତର ଦେଲେ।</verse>
				<verse number="4">ସେମାନେ ଯାହା କଥାବାର୍ତ୍ତା ହେଲେ, ତାହା ମୁଁ ଲେଖିବାକୁ ଯାଉଥିଲି, କିନ୍ତୁ ସ୍ୱର୍ଗରୁ ଗୋଟିଏ କଣ୍ଠସ୍ୱର ଶୁଣିଲି। ସେହି ସ୍ୱର ମୋତେ କହିଲେ: “ମେଘ ଗର୍ଜନରେ ଯାହା ଶୁଣୁଛ, ତାହା ଗୋପନ ରଖ; ଲେଖ ନାହିଁ।”</verse>
				<verse number="5">ତା’ପରେ ଯେଉଁ ଦୂତଙ୍କୁ ସମୁଦ୍ର ଓ ଭୂମି ଉପରେ ଠିଆ ହୋଇଥିବା ମୁଁ ଦେଖିଥିଲି, ସେ ତାଙ୍କର ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼କୁ ଉଠାଇଲେ</verse>
				<verse number="6">ଏବଂ ସସାଗରା ଧରା, ସ୍ୱର୍ଗ ଓ ଏମାନଙ୍କ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଚିରଜୀବୀ ଈଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଆଉ କାଳ ବିଳମ୍ବ ହେବ ନାହିଁ।</verse>
				<verse number="7">ଯେତେବେଳେ ସପ୍ତମ ଦୂତ ତୂରୀ ବଜାଇବେ, ଈଶ୍ୱର ତାଙ୍କର ସେବକ ଭାବବାଦୀଙ୍କ ନିକଟରେ ଯେଉଁ ଗୁପ୍ତ ସଙ୍କଳ୍ପ ପ୍ରକାଶ କରିଥିଲେ, ତାହା ସମ୍ପାଦନ କରିବେ।”</verse>
				<verse number="8">ତାହାପରେ ସ୍ୱର୍ଗର ସେହି କଣ୍ଠସ୍ୱର ମୋତେ ପୁଣି କହିଲେ, “ଯାଅ, ସମୁଦ୍ର ଓ ଭୂମି ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ପାଣ୍ଡୁଲିପିଟି ନିଅ।”</verse>
				<verse number="9">ମୁଁ ଦୂତଙ୍କ ନିକଟକୁ ଯାଇ ସେହି ପାଣ୍ଡୁଲିପିଟିକୁ ମାଗିଲି। ସେ ମୋତେ କହିଲେ, “ନେଇ ଭୋଜନ କର। ତୁମ ଉଦର ପାଇଁ ଏହା ତିକ୍ତ, କିନ୍ତୁ ତୁମ ମୁଖରେ ଏହା ମଧୁ ପରି ମିଷ୍ଟ ଲାଗିବ।”</verse>
				<verse number="10">ମୁଁ ସେହି କ୍ଷୁଦ୍ର ପାଣ୍ଡୁଲିପିଟି ତାଙ୍କ ହାତରୁ ନେଇ ଭୋଜନ କଲି। ତାହା ମୋ’ ପାଟିରେ ମହୁ ପରି ମିଠା ଲାଗିଲା, ମାତ୍ର ଗିଳି ଦେବା ମାତ୍ରେ ପେଟ ଭିତର ପିତା ହୋଇଗଲା।</verse>
				<verse number="11">ତାହାପରେ କେହି ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷାଭାଷୀ ଓ ରାଜାମାନଙ୍କ ସମ୍ପର୍କରେ ଈଶ୍ୱରଙ୍କ ବାର୍ତ୍ତା ତୁମେ ଯାଇ ପୁନର୍ବାର ଘୋଷଣା କର।”</verse>
			</chapter>
			<chapter number="11">
				<verse number="1">ତାହାପରେ କେହି ଜଣେ ମାପକାଠି ପରି ଖଣ୍ଡିଏ ଯଷ୍ଟି ମୋତେ ଦେଇ କହିଲେ, “ଯାଅ ଈଶ୍ୱରଙ୍କ ମନ୍ଦିର ଓ ବେଦୀ ମାପ କର ଏବଂ ମନ୍ଦିରରେ ଉପାସକମାନଙ୍କର ସଂଖ୍ୟା ଗଣନା କର।</verse>
				<verse number="2">କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ମାପ ନାହିଁ। କାରଣ, ତାହା ଅନ୍ୟ ଜାତିମାନଙ୍କୁ ଦାନ କରାଯାଇଛି। ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ଏହି ପବିତ୍ର ନଗରୀକୁ ପଦଦଳିତ କରି ରଖିବେ।</verse>
				<verse number="3">ଚଟବସ୍ତ୍ର ପିନ୍ଧିଥିବା ମୋର ଦୁଇଜଣ ସାକ୍ଷୀଙ୍କୁ ମୁଁ ପଠାଇବି। ସେମାନେ ସେହି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବେ।”</verse>
				<verse number="4">ସେହି ଦୁଇ ସାକ୍ଷୀ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇଟି ଜୀତ ବୃକ୍ଷ ଓ ଦୁଇଟି ପ୍ରଦୀପ ସଦୃଶ।</verse>
				<verse number="5">ଯଦି କେହି ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ଶତ୍ରୁକୁ ଧ୍ୱଂସ କରିବ। ଏହିପରି ଯେ କେହି ସେମାନଙ୍କର କ୍ଷତି କରିବାକୁ ବାହାରିବ, ସେ ନିଜେ ବିନଷ୍ଟ ହେବ।</verse>
				<verse number="6">ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ସମୟରେ ଆକାଶକୁ ଅବରୋଧ କରି ବୃଷ୍ଟିପାତ ବନ୍ଦ କରିବାର କ୍ଷମତା ସେମାନଙ୍କୁ ଦିଆଯାଇଛି। ଜଳ ନିର୍ଝରଗୁଡ଼ିକୁ ରକ୍ତରେ ପରିଣତ କରିବାକୁ ଓ ନିଜ ଇଚ୍ଛାନୁଯାୟୀ ପୃଥିବୀରେ ବାରମ୍ବାର ମହାମାରୀ ସୃଷ୍ଟି କରିବାକୁ ସେମାନଙ୍କର ଅଧିକାର ଅଛି।</verse>
				<verse number="7">ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।</verse>
				<verse number="8">ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।</verse>
				<verse number="9">ସମସ୍ତ ଦେଶ, ଗୋଷ୍ଠୀ, ଭାଷାଭାଷୀ ଓ ଜାତିର ଲୋକମାନେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେହି ଶବଗୁଡ଼ିକୁ ଦେଖିବେ ଏବଂ ସେଗୁଡ଼ିକୁ ସମାଧି ଦେବା ପାଇଁ ଛାଡ଼ିବେ ନାହିଁ।</verse>
				<verse number="10">ଏହି ଦୁଇଜଣଙ୍କ ମୃତ୍ୟୁ ଲାଗି ପୃଥିବୀର ଲୋକମାନେ ଆନନ୍ଦିତ ହେବେ, ଆମୋଦ ପ୍ରମୋଦ କରି ପରସ୍ପର ନିକଟକୁ ଉପହାର ପଠାଇବେ; କାରଣ, ସେହି ଭାବବାଦୀମାନଙ୍କ ଯୋଗୁଁ ପୃଥ୍ୱୀବାସୀମାନେ ବଡ଼ ହଇରାଣ ହେଉଥିଲେ।</verse>
				<verse number="11">କିନ୍ତୁ ସାଢ଼େ ତିନି ଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ଶରୀରରେ ପ୍ରବେଶ କଲା ଏବଂ ସେମାନେ ଉଠି ଠିଆ ହେଲେ। ଯେଉଁମାନେ ଏହି ଘଟଣା ଦେଖିଲେ, ସେମାନେ ଆତଙ୍କିତ ହେଲେ।</verse>
				<verse number="12">ପୁଣି, ସେହି ଦୁଇଜଣ ଭାବବାଦୀ ସେମାନଙ୍କୁ ସ୍ୱର୍ଗରୁ ଉଚ୍ଚ ସ୍ୱରରେ ଏହି କଥା କହୁଥିବା ଏକ ବାଣୀ ଶୁଣିଲେ: “ଏଠାକୁ ଆସ!” ସେମାନଙ୍କର ଶତ୍ରୁମାନେ ଦେଖୁ ଦେଖୁ ସେମାନେ ମେଘାରୂଢ଼ ହୋଇ ସ୍ୱର୍ଗକୁ ଆରୋହଣ କଲେ।</verse>
				<verse number="13">ଠିକ୍ ସେହି ସମୟରେ ଭୀଷଣ ଭୂମିକମ୍ପ ହେଲା, ନଗରୀର ଏକ ଦଶମାଂଶ ଧ୍ୱଂସ ପାଇଲା ଏବଂ ଭୂମିକମ୍ପରେ ସାତ ହଜାର ଲୋକ ପ୍ରାଣ ହରାଇଲେ। ବଞ୍ଚି ଯାଇଥିବା ଲୋକମାନେ ଭୟଭୀତ ହୋଇ ସ୍ୱର୍ଗବାସୀ ଈଶ୍ୱରଙ୍କ ସର୍ବବ୍ୟାପକ ମହତ୍ତ୍ୱର ସ୍ତୁତିବାଦ କଲେ।</verse>
				<verse number="14">ଦ୍ୱିତୀୟ ବିପତ୍ତି ଶେଷ ହେଲା; କିନ୍ତୁ ତୃତୀୟ ବିପତ୍ତି ଶୀଘ୍ର ଆସୁଅଛି।</verse>
				<verse number="15">ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”</verse>
				<verse number="16">ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -</verse>
				<verse number="17">“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର, ତୁମେ ଅତୀତ ଓ ବର୍ତ୍ତମାନ! ଆମେ ତୁମକୁ ଧନ୍ୟବାଦ ଦେଉଛୁ; କାରଣ ତୁମ ମହାଶକ୍ତିରେ ରାଜ୍ୟ ଭାର ଗ୍ରହଣ କରିଛ।</verse>
				<verse number="18">ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”</verse>
				<verse number="19">ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।</verse>
			</chapter>
			<chapter number="12">
				<verse number="1">ଅନନ୍ତର ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଜଣେ ନାରୀ ଚନ୍ଦ୍ର ଉପରେ ଠିଆ ହୋଇଥିଲେ ଓ ସୂର୍ଯ୍ୟ ରଶ୍ମି ପରିଧାନ କରିଥିଲେ। ତାହାଙ୍କ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଏକ ମୁକୁଟ ଥିଲା।</verse>
				<verse number="2">ସେ ଆସନ୍ନପ୍ରସବା ଥିଲେ ଓ ପ୍ରସବ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିଲେ।</verse>
				<verse number="3">ଆକାଶରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲେ। ଲୋହିତ, ବର୍ଣ୍ଣର ସର୍ପ ପରି ଏକ ବିକଟାଳ ପ୍ରାଣୀ, ତାହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ପ୍ରତି ମସ୍ତକରେ ଗୋଟିଏ ମୁକୁଟ ଥିଲା।</verse>
				<verse number="4">ସେ ତା’ର ଲାଞ୍ଜରେ ଆକାଶରୁ ଏକ ତୃତୀୟାଂଶ ନକ୍ଷତ୍ର ଟାଣିଆଣି ପୃଥିବୀ ଉପରେ ନିକ୍ଷେପ କଲା। ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଖାଇ ଦେବା ଉଦ୍ଦେଶ୍ୟରେ ସର୍ପ ଉକ୍ତ ନାରୀ ନିକଟରେ ଆସି ଠିଆହେଲା।</verse>
				<verse number="5">ଯଥା ସମୟରେ ସ୍ତ୍ରୀ ଲୋକଟି ଗୋଟିଏ ପୁତ୍ର ସନ୍ତାନ ପ୍ରଦବ କଲା। କିନ୍ତୁ ଲୌହଦଣ୍ଡ ସାହାଯ୍ୟରେ ସମସ୍ତ ଜାତି ଉପରେ ରାଜତ୍ୱ କରିବା ପାଇଁ ନିରୂପିତ ସେହି ପୁତ୍ର ସହସା ପ୍ରଲୋଭିତ ହୋଇ ଈଶ୍ୱରଙ୍କ ସିଂହାସନ ନିକଟକୁ ନିଆଗଲା</verse>
				<verse number="6">ଏବଂ ସେହି ନାରୀ ମରୁ ପ୍ରାନ୍ତରକୁ ପଳାୟନ କଲା। ସେଠାରେ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ତା’ର ରହିବା ପାଇଁ ଈଶ୍ୱର ବ୍ୟବସ୍ଥା କରି ଦେଇଥିଲେ।</verse>
				<verse number="7">ତାହାପରେ ସ୍ୱର୍ଗରେ ଯୁଦ୍ଧ ଆରମ୍ଭ ହୋଇଗଲା। ମିଖାୟେଲ ଓ ତାଙ୍କର ଦୂତମାନେ ସେହି ବିକଟାଳ ସର୍ପ ଓ ତାହାର ଅନୁଚରମାନଙ୍କ ସହିତ ଯୁଦ୍ଧ କଲେ।</verse>
				<verse number="8">ଯୁଦ୍ଧରେ ସର୍ପ ଓ ତା’ର ଅନୁଚରମାନେ ପରାସ୍ତ ହେଲେ ଓ ସେମାନେ ଆଉ ସ୍ୱର୍ଗରେ ସ୍ଥାନ ପାଇଲେ ନାହିଁ।</verse>
				<verse number="9">ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।</verse>
				<verse number="10">ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।</verse>
				<verse number="11">ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।</verse>
				<verse number="12">ତେଣୁ ସ୍ୱର୍ଗ ଓ ସ୍ୱର୍ଗବାସୀ ସମସ୍ତେ ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ପୃଥିବୀର ଜଳସ୍ଥଳ ସମୁଦାୟ! ତୁମ୍ଭମାନଙ୍କର ଦଶା କି ଭୟଙ୍କର! ଏବେ ଶୟତାନ ତୁମ ନିକଟରେ ଓ ସେ ଅତିଶୟ କୋପାନ୍ୱିତ, କାରଣ ସେ ଜାଣେ, ତା’ର କାଳ ପୂରି ଆସୁଛି।”</verse>
				<verse number="13">ପୃଥିବୀରେ ନିକ୍ଷିପ୍ତ ହୋଇଥିବା ଦେଖି ଦ୍ୟାବଳ ଉପରୋକ୍ତ ପୁତ୍ରର ଜନନୀ ସେହି ନାରୀକୁ ଗୋଡ଼ାଇଲା।</verse>
				<verse number="14">ତା’ର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ତ୍ରୀ ଲୋକଟିକୁ ଦୁଇଟି ଇଗଲ୍ ପକ୍ଷୀର ଡ଼େଣା ପ୍ରଦତ୍ତ ହେଲା। ତା’ ସାହାଯ୍ୟରେ ସେ ମରୁଭୂମିରେ ନିଜ ବାସ ସ୍ଥାନକୁ ଉଡ଼ିଯାଇ, ସେଠାରେ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ନିରାପଦରେ ରହିବାକୁ ସମର୍ଥ ହେଲା।</verse>
				<verse number="15">ତା’ପରେ ନାରୀଟିକୁ ପାଣିରେ ଭସାଇ ନେଇ ଯିବା ପାଇଁ ଦ୍ୟାବଳ ନିଜ ମୁଖରୁ ତା’ ପଛେ ପଛେ ଏକ ମନ୍ୟା ସ୍ରୋତ ଛୁଟାଇ ଦେଲା।</verse>
				<verse number="16">କିନ୍ତୁ ତାକୁ ରକ୍ଷା କରିବା ପାଇଁ ପୃଥିବୀ ନିଜର ମୁଖ ଫିଟାଇ ଦ୍ୟାବଳ ମୁଖରୁ ବାହାରୁ ଥିବା ସମସ୍ତ ଜଳକୁ ପାନ କଲା।</verse>
				<verse number="17">ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।</verse>
				<verse number="18"></verse>
			</chapter>
			<chapter number="13">
				<verse number="1">ତାହାପରେ ମୁଁ ଦେଖିଲି, ଗୋଟିଏ ପଶୁ ସମୁଦ୍ର ଭିତରୁ ଉଠି ଆସୁଛି। ତାହାର ଦଶଟି ଶୃଙ୍ଗ ଓ ସାତଟି ମସ୍ତକ। ପ୍ରତ୍ୟେକ ଶୃଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା ଓ ପ୍ରତ୍ୟେକ ମସ୍ତକରେ ଗୋଟିଏ ଗୋଟିଏ ଈଶ୍ୱର ନିନ୍ଦାସୂଚକ ନାମ ଲେଖାଯାଇଥିଲା।</verse>
				<verse number="2">ପଶୁଟି ଗୋଟିଏ ଚିତାବାଘ ପରି ଦେଖାଯାଉଥିଲା। ତାହାର ପାଦ ଭାଲୁ ପାଦ ପରି ଏବଂ ପାଟି ସିଂହ ପାଟି ପରି। ପୂର୍ବବର୍ଣ୍ଣିତ ଲୋହିତ ବର୍ଣ୍ଣର ବିକଟାଳ ସର୍ପ ଏହି ପଶୁକୁ ନିଜର ଶକ୍ତି, ସିଂହାସନ ଓ ଅଶେଷ କ୍ଷମତା ସମର୍ପଣ କଲା।</verse>
				<verse number="3">ପଶୁର ଗୋଟିଏ ମସ୍ତକ ଗୁରୁତର ଆଘାତ ପାଇଥିବା ପରି ମନେ ହେଉଥିଲା। କିନ୍ତୁ କ୍ଷତ ସ୍ଥାନଟି ଭଲ ହୋଇଯାଇଥିଲା ଏବଂ ପୃଥ୍ୱୀବାସୀ ସମସ୍ତେ ବିସ୍ମୟାଭିଭୂତ ହୋଇ ପଶୁର ଅନୁସରଣ କଲେ।</verse>
				<verse number="4">ପୁଣି, ସମସ୍ତେ ପଶୁକୁ କ୍ଷମତାପନ୍ନ କରିଥିବା ସର୍ପର ପୂଜା କଲେ। ସେମାନେ ପଶୁକୁ ମଧ୍ୟ ପୂଜା କରି କହିଲେ, “କିଏ ଏହି ପଶୁର ସମକକ୍ଷ ହେବ? କିଏ ତାହା ବିପକ୍ଷରେ ଯୁଦ୍ଧ କରିପାରିବ?”</verse>
				<verse number="5">ପଶୁଟି ବଡ଼ାଇ କରି କଥା କହୁଥିଲା ଓ ଈଶ୍ୱରନିନ୍ଦା କରୁଥିଲା, ତଥାପି ବୟାଳିଶ ମାସ ପର୍ଯ୍ୟନ୍ତ ଆଧିପତ୍ୟ କରିବା ପାଇଁ ତାକୁ ଅନୁମତି ମିଳିଲା।</verse>
				<verse number="6">ଈଶ୍ୱରଙ୍କୁ, ତାଙ୍କ ନାମ ଓ ତାଙ୍କ ବାସସ୍ଥାନ ଏବଂ ସ୍ୱର୍ଗବାସୀ ସମସ୍ତଙ୍କୁ ସେ ଅଭିଶାପ ଦେବାକୁ ଲାଗିଲା।</verse>
				<verse number="7">ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାକୁ ସେ ଅନୁମତି ପାଇଲା ଓ ପ୍ରତ୍ୟେକ ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାଭାଷୀ ଓ ଜାତି ଉପରେ ତାକୁ କ୍ଷମତା ଦିଆଗଲା।</verse>
				<verse number="8">ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।</verse>
				<verse number="9">“ଶୁଣିବାକୁ କାନ ଥିଲେ, ଶୁଣ: ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଯେ ବନ୍ଦୀ ହେବାର ଅଛି, ସେ ନିଶ୍ଚୟ ବନ୍ଦୀ ହେବ। ଯେ ଅନ୍ୟକୁ ଖଡ଼୍ଗରେ ବଧ କରେ, ସେ ନିଜେ ଖଡ଼୍ଗ ଦ୍ୱାରା ହିଁ ନିହତ ହେବ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଧୈର୍ଯ୍ୟ ଓ ବିଶ୍ୱାସ ଏକାନ୍ତ ଆବଶ୍ୟକ।”</verse>
				<verse number="10"></verse>
				<verse number="11">ତାହାପରେ ମୁଁ ଦେଖିଲି, ଆଉ ଗୋଟିଏ ପଶୁ ଭୂଗର୍ଭରୁ ଉଠି ଆସୁଛି। ମେଷଶାବକର ଶୃଙ୍ଗ ପରି ତାହାର ଦୁଇଟି ଶୃଙ୍ଗ ଥିଲା ଏବଂ ସେ ପୂର୍ବୋକ୍ତ ସର୍ପ ପରି କଥା କହୁଥିଲା।</verse>
				<verse number="12">ଏହି ଦ୍ୱିତୀୟ ପଶୁଟି ପ୍ରଥମ ପଶୁର ଉପସ୍ଥିତିରେ ତା’ର କ୍ଷମତା ପ୍ରୟୋଗ କରି ପ୍ରଥମ ପଶୁର ପୂଜା କରିବା ପାଇଁ ପୃଥ୍ୱୀବାସୀ ସମସ୍ତଙ୍କୁ ବାଧ୍ୟ କଲା।</verse>
				<verse number="13">ଦ୍ୱିତୀୟ ପଶୁଟି ମହାଅଲୌକିକ କାର୍ଯ୍ୟସବୁ ସାଧନ କଲା। ସମସ୍ତଙ୍କ ସମ୍ମୁଖରେ ସ୍ୱର୍ଗରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଇଲା</verse>
				<verse number="14">ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।</verse>
				<verse number="15">ପ୍ରଥମ ପଶୁର ପ୍ରତିମୂର୍ତ୍ତିରେ ପ୍ରାଣବାୟୁ ଦେଇ ତାକୁ ସଜୀବ କରିବା କୌଶଳ ଦ୍ୱିତୀୟ ପଶୁ ଜାଣିଥିଲା। ଅନନ୍ତର ପ୍ରତିମୂର୍ତ୍ତିଟି କଥା କହିଲା ଓ ଯେଉଁମାନେ ତାହାର ପୂଜା କଲେ ନାହିଁ, ସେମାନଙ୍କୁ ସଂହାର କରିବାକୁ ସକ୍ଷମ ହେଲା।</verse>
				<verse number="16">ଉଚ୍ଚନୀଚ, କ୍ରୀତଦାସ ବା ସ୍ୱାଧୀନ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଏକ ସଙ୍କେତ ସ୍ଥାପନ କରିବାକୁ ସେ ଲୋକମାନଙ୍କୁ ବାଧ୍ୟ କଲା।</verse>
				<verse number="17">ପଶୁର ନାମ ବା ସେହି ନାମର ପ୍ରତୀକ ଏକ ସଂଖ୍ୟା ଧାରଣ କରି ନ ଥିବା କେହି କ୍ରୟ ବିକ୍ରୟ କରିପାରିବେ ନାହିଁ ବୋଲି ପଶୁ ଆଦେଶ ଦେଲା।</verse>
				<verse number="18">ଏହି ସଂଖ୍ୟାର ତାତ୍ପର୍ଯ୍ୟ ବୁଝିବା ପାଇଁ ପ୍ରଜ୍ଞାର ପ୍ରୟୋଜନ। ବୁଦ୍ଧିମାନ ଲୋକମାନେ ତାହା ବୁଝି ପାରିବେ। ତାହା ଏକ ବ୍ୟକ୍ତିର ନାମସୂଚକ। ସେହି ସଂଖ୍ୟା ହେଉଛି, ଛଅ ଶହ ଛଷଠି।</verse>
			</chapter>
			<chapter number="14">
				<verse number="1">ଅନନ୍ତର ମୁଁ ଦେଖିଲି, ମେଷଶାବକ ସିୟୋନ ପର୍ବତ ଉପରେ ଠିଆ ହୋଇଛନ୍ତି। ତାଙ୍କ ସଙ୍ଗରେ ଏକ ଲକ୍ଷ ଚଉରାଳିଶ ହଜାର ଜଣ ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାଙ୍କ ପିତାଙ୍କର ନାମ ଲିଖିତ ଥିଲା।</verse>
				<verse number="2">ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।</verse>
				<verse number="3">ସେହି ଲକ୍ଷେ ଚଉରାଳିଶ ହଜାର ଜଣ ସ୍ୱର୍ଗ-ସିଂହାସନ, ଚାରୋଟି ପ୍ରାଣୀ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାଗଣଙ୍କ ସମ୍ମୁଖରେ ଠିଆହେଲେ। ସେମାନେ ନୂତନ ଗୀତ ଗାୟନ କରୁଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ସେହି ଗୀତ ଗାଇପାରୁ ନ ଥିଲା। ସମଗ୍ର ମାନବ ଜାତି ମଧ୍ୟରୁ କେବଳ ସେହିମାନେ ପରିତ୍ରାଣ ପାଇଥିଲେ।</verse>
				<verse number="4">ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।</verse>
				<verse number="5">ସେମାନେ କେବେ ମିଥ୍ୟା କହିବା ଦେଖାଯାଇ ନାହିଁ, ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।</verse>
				<verse number="6">ତା’ପରେ ମୁଁ ପୁଣି ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଆକାଶରେ ଅତି ଉଚ୍ଚରେ ଉଡ଼ି ଉଡ଼ି, ପୃଥିବୀର ସମସ୍ତ ଜାତି, ଗୋଷ୍ଠୀ, ଭାଷାଭାଷୀ ଓ ରାଷ୍ଟ୍ରର ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ଘୋଷଣା କରୁଛନ୍ତି।</verse>
				<verse number="7">ସେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କୁ ଭୟ କର, ତାଙ୍କ ମହାତ୍ମ୍ୟର ପ୍ରଶଂସା କର, କାରଣ ମନୁଷ୍ୟର ବିଚାର ସମୟ ଉପସ୍ଥିତ। ସ୍ୱର୍ଗ, ପୃଥିବୀ, ସାଗର ଓ ସମସ୍ତ ଜଳରାଶିର ସ୍ରଷ୍ଟାଙ୍କୁ ପୂଜା କର।”</verse>
				<verse number="8">ସେହି ପ୍ରଥମ ଦୂତଙ୍କ ପଛେ ପଛେ ଆଉ ଜଣେ ଦୂତ ଆସି କହିଲେ, “ତାହାର ପତନ ଘଟିଛି। ପ୍ରଖ୍ୟାତ ବାବିଲନ୍ ଭୂମିସାତ୍ ହୋଇଛି। ସେ ତା’ର କଳୁଷିତ କାମନାରୂପ ସୁରା ପାନ କରାଇ ସମସ୍ତଙ୍କୁ ମତୁଆଳ କରିଥିଲା।”</verse>
				<verse number="9">ଏହି ଦୁଇ ଦୂତଙ୍କ ପରେ ଆଉ ଜଣେ ଦୂତ ଆସି ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, “ଯେ କେହି ପଶୁ ଓ ତାହାର ପ୍ରତିମୂର୍ତ୍ତିକୁ ପୂଜା କରେ ଓ ନିଜର କପାଳ ବା ହାତରେ ତାହାର ସଂକେତ ଧାରଣ କରେ,</verse>
				<verse number="10">ସେ ଈଶ୍ୱରଙ୍କ କ୍ରୋଧରୂପ ପାତ୍ରରେ ଢ଼ଳା ହୋଇଥିବା ତାହାଙ୍କ ପ୍ରଚଣ୍ଡ କୋପର ସୁରା ପାନ କରିବ। ଯେଉଁମାନେ ଏହି କାର୍ଯ୍ୟ କରିବେ, ସେମାନେ ସମସ୍ତେ ମେଷଶାବକ ଓ ପବିତ୍ର ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଅଗ୍ନି ଓ ଗନ୍ଧକରେ ଉତ୍ପୀଡ଼ିତ ହେବେ।</verse>
				<verse number="11">ସେହି ଉତ୍ପୀଡ଼ନର ଧୂମ ଯୁଗେ ଯୁଗେ ଉତ୍ଥିତ ହେଉଥିବ। ଯେଉଁମାନେ ପଶୁ ଓ ତା’ ପ୍ରତିମୂର୍ତ୍ତିର ପୂଜା କରନ୍ତି, କିମ୍ବା ତା’ର ସଂକେତ ଧାରଣ କରନ୍ତି, ସେମାନେ ଦିବାରାତ୍ରି ସବୁବେଳେ ଅଶାନ୍ତି ଭୋଗ କରୁଥିବେ।”</verse>
				<verse number="12">ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ, ଈଶ୍ୱରଙ୍କ ସେହି ଲୋକମାନଙ୍କ ପକ୍ଷରେ ସହିଷ୍ଣୁତା ନିତାନ୍ତ ଆବଶ୍ୟକ।</verse>
				<verse number="13">ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”</verse>
				<verse number="14">ତା’ପରେ ମୁଁ ଦେଖିଲି, ଖଣ୍ଡେ ଧଳା ମେଘ ଓ ତା’ ଉପରେ ବସିଛନ୍ତି ମନୁଷ୍ୟପୁତ୍ର ପରି ଜଣେ; ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଖଣ୍ଡିଏ ତୀକ୍ଷ୍ଣ ଦାଆ।</verse>
				<verse number="15">ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚ ସ୍ୱରରେ କହିଲେ, “ତୁମର ଦାଆ ପ୍ରୟୋଗ କରି ଫସଲ କାଟ। ପୃଥିବୀର ଫସଲ ଅମଳ ନିମନ୍ତେ ଉପଯୁକ୍ତ ସମୟ ଉପସ୍ଥିତ।”</verse>
				<verse number="16">ଏହା ଶୁଣି ମେଘାରୂଢ଼ ବ୍ୟକ୍ତି ତାଙ୍କର ଦାଆ ଚଳାଇଲେ ଓ ପୃଥିବୀର ଫସଲ ସବୁ ସଂଗୃହୀତ ହେଲା।</verse>
				<verse number="17">ତାହାପରେ ମୁଁ ଦେଖିଲି, ଆଉ ଜଣେ ଦୂତ ସ୍ୱର୍ଗସ୍ଥ ମନ୍ଦିରରୁ ଆସୁଛନ୍ତି; ତାଙ୍କ ହାତରେ ମଧ୍ୟ ଖଣ୍ଡିଏ ତୀକ୍ଷ୍ଣ ଦାଆ।</verse>
				<verse number="18">ତାହାପରେ ବେଦୀର ଅଗ୍ନି ଦାୟିତ୍ୱରେ ଥିବା ଜଣେ ଦୂତ ଦାଆ ଧରିଥିବା ଦ୍ୱିତୀୟ ଦୂତକୁ ଚିକ୍ରାର କରି କହିଲେ, “ଦାଆ ଲଗାଇ ପୃଥିବୀର ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାସବୁ କାଟି ପକାଅ; ସେଗୁଡ଼ିକ ପାଚି ଯାଇଛି।”</verse>
				<verse number="19">ତେଣୁ ଦୂତ ତାଙ୍କର ଦାଆ ଚଳାଇ ଦ୍ରାକ୍ଷାଲତାଗୁଡ଼କରୁ ଦ୍ରାକ୍ଷା କାଟି ପକାଇଲେ ଏବଂ ସେଗୁଡ଼ିକ ଈଶ୍ୱରଙ୍କ ମହାକ୍ରୋଧର ଦ୍ରାକ୍ଷାପେଷଣ କୁଣ୍ଡରେ ପକାଇ ଦେଲେ।</verse>
				<verse number="20">ନଗର ବାହାରେ ଥିବା ସେହି କୁଣ୍ଡରେ ଦ୍ରାକ୍ଷାଗୁଡ଼ିକ ପେଷାଗଲା ଏବଂ ସେଥିରୁ ତିନି ଶହ କିଲୋମିଟର ଦୀର୍ଘ ଓ ପ୍ରାୟ ଦୁଇ ମିଟର ଉଚ୍ଚର ରକ୍ତର ବନ୍ୟା ଛୁଟିଲା।</verse>
			</chapter>
			<chapter number="15">
				<verse number="1">ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।</verse>
				<verse number="2">ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।</verse>
				<verse number="3">ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!</verse>
				<verse number="4">ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”</verse>
				<verse number="5">ଅନନ୍ତର ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବାର ମୁଁ ଦେଖିଲି। ସେଥିରେ ଈଶ୍ୱରଙ୍କ ଉପସ୍ଥିତିସୂଚକ ତମ୍ବୁ ଥିଲା।</verse>
				<verse number="6">ସପ୍ତ ମହାମାରୀ ଧରିଥିବା ସପ୍ତଦୂତ ସ୍ୱର୍ଗମନ୍ଦିର ଭିତରୁ ବାହାରି ଆସିଲେ: ସେମାନେ ନିର୍ମଳ ଶୁଭ୍ର ବସ୍ତ୍ର ପିନ୍ଧି ଥିଲେ ଓ ବକ୍ଷ ସ୍ଥଳରେ ସୁବର୍ଣ୍ଣ ପଟୁକା ବାନ୍ଧି ଥିଲେ।</verse>
				<verse number="7">ପୂର୍ବୋକ୍ତ ଚାରୋଟି ପ୍ରାଣୀ ମଧ୍ୟରୁ ଜଣେ ଚିରଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ସାତଟି ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ।</verse>
				<verse number="8">ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଉତ୍ଥିତ ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା; ସପ୍ତ ଦୂତ ଘେନି ଆସିଥିବା ସପ୍ତ ମହାମାରୀର ଅବସାନ ନ ଘଟିବା ପର୍ଯ୍ୟନ୍ତ ଏହି ମନ୍ଦିର ମଧ୍ୟରେ ଆଉ କେହି ପ୍ରବେଶ କରି ପାରିଲେ ନାହିଁ।</verse>
			</chapter>
			<chapter number="16">
				<verse number="1">ଏହାପରେ ମୁଁ ଶୁଣିଲି, ମନ୍ଦିରରୁ କେହି ଜଣେ ଚିକ୍ରାର କରି ସେହି ସପ୍ତ ଦୂତଙ୍କୁ କହୁଛନ୍ତି, “ଯାଅ, ସପ୍ତ ପାତ୍ରରେ ଥିବା ଈଶ୍ୱରଙ୍କ କ୍ରୋଧ ପୃଥିବୀ ଉପରେ ଢ଼ାଳି ଦିଅ।”</verse>
				<verse number="2">ଏହା ଶୁଣି ପ୍ରଥମ ଦୂତ ଯାଇ ତାଙ୍କ ପାତ୍ରରେ ଯାହା ଥିଲା, ପୃଥିବୀ ଉପରେ ଢ଼ାଳି ଦେଲେ। ସଙ୍ଗେ ସଙ୍ଗେ ଯେଉଁମାନେ ପଶୁର ଚିହ୍ନ ଧାରଣ କରିଥିଲେ ଓ ତାହାର ପ୍ରତିମୂର୍ତ୍ତିକୁ ପୂଜା କରିଥିଲେ, ସେମାନଙ୍କ ଶରୀରରେ ଭୀଷଣ ଯନ୍ତ୍ରଣାଦାୟକ ବିସ୍ଫୋଟକ ବାହାରି ପଡ଼ିଲା।</verse>
				<verse number="3">ତାହାପରେ ଦ୍ୱିତୀୟ ଦୂତ ତାଙ୍କ ପାତ୍ରଟିକୁ ସମୁଦ୍ର ଉପରେ ଅଜାଡ଼ି ଦେଲେ। ସମୁଦ୍ର ଜଳ ମୃତ ବ୍ୟକ୍ତିର ରକ୍ତ ପରି ହୋଇଗଲା ଓ ସମୁଦ୍ରର ସମସ୍ତ ପ୍ରାଣୀ ମରିଗଲେ।</verse>
				<verse number="4">ତାହାପରେ ତୃତୀୟ ଦୂତଙ୍କ ପାତ୍ରରେ ଯାହା ଥିଲା, ତାହା ସେ ନଦୀ ଓ ଝରଣାଗୁଡ଼ିକ ଉପରେ ଢ଼ାଳିଦେଲେ ଏବଂ ସେ ସବୁର ଜଳ ରକ୍ତରେ ପରିଣତ ହେଲା।</verse>
				<verse number="5">ସେତେବେଳେ ମୁଁ ଶୁଣିଲି, ଜଳର ଦାୟିତ୍ୱରେ ଥିବା ଦୂତ କହୁଛନ୍ତି: “ତୁମେ ପବିତ୍ର, ତୁମେ ବର୍ତ୍ତମାନ ଓ ଅତୀତ; ତୁମେ ଯଥାର୍ଥ ବିଚାର କରିଛ।</verse>
				<verse number="6">ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ଯେଉଁ ରକ୍ତପାତ କରିଥିଲେ, ତାହା ତୁମେ ସେମାନଙ୍କୁ ପାନ କରାଇ ଅଛ। ସେମାନଙ୍କର ପ୍ରାପ୍ୟ ସେମାନେ ପାଇ ଅଛନ୍ତି।”</verse>
				<verse number="7">ତା’ପରେ ମୁଁ ଦେବାରୁ ଗୋଟିଏ କଣ୍ଠସ୍ୱର ଶୁଣିଲି, “ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର! ତୁମର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ।”</verse>
				<verse number="8">ତାହାପରେ ଚତୁର୍ଥ ଦୂତ ତାଙ୍କର ପାତ୍ରରେ ଥିବା ଦ୍ରବ୍ୟକୁ ସୂର୍ଯ୍ୟ ଉପରେ ଢ଼ାଳି ଦେଲେ। ଫଳରେ ସୂର୍ଯ୍ୟତାପ ଅତି ପ୍ରଚଣ୍ଡ ହୋଇ ଲୋକମାନଙ୍କୁ ଜାଳିପୋଡ଼ି ଦେଲା।</verse>
				<verse number="9">ଏଥିରେ ସେମାନେ ଉତ୍ତ୍ୟକ୍ତ ହୋଇ ଈଶ୍ୱରଙ୍କୁ ଅଭିଶାପ ଦେଲେ; କିନ୍ତୁ ମନ ପରିବର୍ତ୍ତନ କରି ତାଙ୍କର ମହିମା ସ୍ୱୀକାର କଲେ ନାହିଁ।</verse>
				<verse number="10">ତାହାପରେ ପଞ୍ଚମ ଦୂତ ତାଙ୍କ ପାତ୍ରଟିକୁ ପଶୁର ସିଂହାସନ ଉପରେ ଢ଼ାଳି ଦେଲେ। ପଶୁର ରାଜ୍ୟ ଉପରେ ଅନ୍ଧକାର ଘୋଟିଗଲା ଏବଂ ଲୋକମାନେ ଯନ୍ତ୍ରଣାରେ ସେମାନଙ୍କ ଜିଭ କାମୁଡ଼ି ପକାଇଲେ।</verse>
				<verse number="11">ସେମାନଙ୍କ ଶରୀରର କ୍ଷତଗୁଡ଼ିକ ଲାପି ଓ ବ୍ୟଥା ବେଦନା ହେତୁ ଈଶ୍ୱରଙ୍କୁ ଅଭିଶାପ ଦେଲେ। କିନ୍ତୁ ନିଜ କୁପଥରୁ ଫେରି ଆସିଲେ ନାହିଁ।</verse>
				<verse number="12">ଅନନ୍ତର ଷଷ୍ଠ ଦୂତ ବିଶାଳ ୟୁଫ୍ରେଟିସ୍ ଉପରେ ତାଙ୍କ ପାତ୍ରର ଆଧେୟ ଢ଼ାଳି ଦେଲେ। ସଙ୍ଗେ ସଙ୍ଗେ ନଦୀଟି ଶୁଖିଗଲା ଓ ପୂର୍ବଦିଗରୁ ଶତ୍ରୁ ରାଜାମାନଙ୍କର ଆଗମନ ପାଇଁ ବାଟ ଫିଟିଗଲା।</verse>
				<verse number="13">ତାହାପରେ ମୁଁ ବେଙ୍ଗ ଆକୃତିର ତିନୋଟି ପ୍ରେତାତ୍ମା ଦେଖିଲି। ସେଗୁଡ଼ିକ ପୂର୍ବୋକ୍ତ ସର୍ପ, ପଶୁ ଓ ଭଣ୍ଡ ଭାବବାଦୀର ମୁଖରୁ ବାହାରୁ ଥିଲେ।</verse>
				<verse number="14">ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।</verse>
				<verse number="15">“ଶୁଣ! ମୁଁ ଚୋର ପରି ଆସିବି। ଯେଉଁ ବ୍ୟକ୍ତି ଜାଗ୍ରତ ରହି ଚୋର କବଳରୁ ନିଜ ଲୁଗାପଟା ସୁରକ୍ଷା କରେ, ସେ ଭାଗ୍ୟବାନ। ଉଲଙ୍ଗ ହୋଇ ବିଚରଣ କରିବା ଦ୍ୱାରା ତାକୁ ଲଜ୍ଜା ପାଇବାକୁ ପଡ଼ିବ ନାହିଁ।”</verse>
				<verse number="16">ପ୍ରେତାତ୍ମାମାନେ ଯଥା ସମୟରେ ପୃଥିବୀର ରାଜାମାନଙ୍କୁ ଯେଉଁ ରଣାଙ୍ଗନରେ ଏକତ୍ରିତ କରାଇଲେ, ଏବ୍ରୀ ଭାଷାରେ ତାହାର ନାମ ଆର୍ମାଗେଡ଼୍ଡ଼ନ୍।</verse>
				<verse number="17">ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”</verse>
				<verse number="18">ତତ୍‌କ୍ଷଣାତ୍ ବିଦ୍ୟୁତ୍ ଚମକିଲା, ବଜ୍ରନାଦ ଓ ଏକ ପ୍ରଚଣ୍ଡ ଭୂମିକମ୍ପ ହେଲା। ମନୁଷ୍ୟ ସୃଷ୍ଟିର ଆରମ୍ଭରୁ ଏପରି ଭୂମିକମ୍ପ କେବେ ହୋଇ ନାହିଁ; ଏହା ଥିଲା ସବୁଠାରୁ ଭୟାବହ ଭୂମିକମ୍ପ।</verse>
				<verse number="19">ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।</verse>
				<verse number="20">ଦ୍ୱୀପ ସବୁ ଅଦୃଶ୍ୟ ହୋଇଗଲେ, ଗିରି ପର୍ବତ ସକଳ ଉଭେଇ ଗଲେ।</verse>
				<verse number="21">ପଚାଶ କିଲୋଗ୍ରାମ ଓଜନର ବିରାଟ କରକାମାନ ଆକାଶରୁ ମନୁଷ୍ୟମାନଙ୍କ ଉପରେ ପଡ଼ିଲା, ଲୋକମାନେ ଏହି ଭୀଷଣ ବିପତ୍ତି ଲାଗି ଈଶ୍ୱରଙ୍କୁ ଅଭିଶାପ ଦେଲେ।</verse>
			</chapter>
			<chapter number="17">
				<verse number="1">ତାହାପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ! ଏକାଧିଖ ନଦୀ ନିକଟରେ ନିର୍ମିତ ବେଶ୍ୟା ସଦୃଶ ସେହି ମହାନଗରୀ କି ଶାସ୍ତି ପାଇବ, ତାହା ଦେଖାଇବି।</verse>
				<verse number="2">ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”</verse>
				<verse number="3">ସେତେବେଳେ ପବିତ୍ରାତ୍ମା ମୋ’ଠାରେ ଅଧିଷ୍ଠାନ କଲେ ଓ ସେହି ଦୂତ ମୋତେ ଗୋଟିଏ ମରୁଭୂମିକୁ ନେଇଗଲେ। ସେଠାରେ ମୁଁ ଦେଖିଲି, ଜଣେ ସ୍ତ୍ରୀ ଲୋକ ଗୋଟିଏ ଲାଲ ରଙ୍ଗର ପଶୁ ଉପରେ ବସିଛି। ପଶୁଟିର ସର୍ବାଙ୍ଗ ଶରୀରରେ ଈଶ୍ୱରନିନ୍ଦାସୂଚକ ନାମଟିଏ ଲେଖାଯାଇଛି ଓ ତା’ର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି।</verse>
				<verse number="4">ସ୍ତ୍ରୀ ଲୋକଟି ବାଇଗଣିଆ ଓ ଗାଢ଼ ଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା ଓ ସ୍ୱର୍ଣ୍ଣଅଳଙ୍କାର, ବହୁମୂଲ୍ୟ ମଣିମାଣିକ୍ୟ ଓ ମୁକ୍ତାରେ ଭୂଷିତ ହୋଇଥିଲା। ତାହାର ଭ୍ରାଷ୍ଟାଚାରର ଫଳ ସ୍ୱରୂପ ଅଶ୍ଲୀଳ ଓ ଅଶୁଚି ବିଷୟପୂର୍ଣ୍ଣ ଗୋଟିଏ ସୁବର୍ଣ୍ଣ ପାତ୍ର ସେ ଧରିଥିଲା।</verse>
				<verse number="5">ତାହାର କପାଳରେ ଗୋଟିଏ ରହସ୍ୟପୂର୍ଣ୍ଣ ନାମ ଲେଖା ହୋଇଥିଲା: “ମହାନ୍ ବାବିଲନ୍, ପୃଥିବୀର ସମସ୍ତ ବେଶ୍ୟା ଓ ଭ୍ରଷ୍ଟାଚାରୀମାନଙ୍କର ଜନନୀ।”</verse>
				<verse number="6">ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।</verse>
				<verse number="7">ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!</verse>
				<verse number="8">ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।</verse>
				<verse number="9">“ଏହି ସବୁ ବିଷୟ ବୁଝିବା ପାଇଁ ପ୍ରଜ୍ଞା ଆବଶ୍ୟକ। ପଶୁର ସାତଟି ମସ୍ତକ ବାସ୍ତବିକ ସାତଟି ପର୍ବତ, ଯାହା ଉପରେ ସ୍ତ୍ରୀ ଲୋକଟି ଉପବିଷ୍ଟ। ସେଗୁଡ଼ିକ ମଧ୍ୟ ସାତଟି ରାଜାଙ୍କ ପ୍ରତୀକ।</verse>
				<verse number="10">ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପତନ ହୋଇ ସାରିଛି। ଜଣେ ଏବେ ରାଜତ୍ୱ କରୁଛି, ଅନ୍ୟଜଣକ ଏ ପର୍ଯ୍ୟନ୍ତ ଆସି ନାହିଁ। ସେ ଆସି କେବଳ ଅଳ୍ପ ସମୟ ପର୍ଯ୍ୟନ୍ତ ରାଜତ୍ୱ କରିବ</verse>
				<verse number="11">ଏବଂ ଯେଉଁ ପଶୁଟି ଦିନେ ବଞ୍ôଚôଥିଲା, କିନ୍ତୁ ଏବେ ଆଉ ନାହିଁ, ସେ ହେଉଛି ଅଷ୍ଟମ ରାଜା; ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ ଓ ସେ ମଧ୍ୟ ଶୀଘ୍ର ବିନଷ୍ଟ ହେବ।</verse>
				<verse number="12">“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।</verse>
				<verse number="13">ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ଏକ। ସେମାନେ ନିଜର ସମସ୍ତ ଶକ୍ତି ଓ କ୍ଷମତା ପଶୁକୁ ସମର୍ପଣ କରିବେ।</verse>
				<verse number="14">ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”</verse>
				<verse number="15">ଦୂତ ମୋତେ ଆହୁରି କହିଲେ, “ତୁମେ ଯେଉଁ ଜଳରାଶି ଦେଖିଲ, ଯାହା ଉପରେ ସେହି ବେଶ୍ୟା ବସିଛି, ତାହା ହେଉଛି ଭିନ୍ନ ରାଷ୍ଟ୍ର, ଜାତି, ଗୋଷ୍ଠୀ ଓ ଭାଷାଭାଷୀଙ୍କର ସମାବେଶ।</verse>
				<verse number="16">ତୁମେ ଦେଖିଥିବା ସାତଟି ଶୃଙ୍ଗ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ; ସେମାନେ ତାହାଠାରୁ ତାହାର ସବୁ ଛଡ଼ାଇ ନେଇ ତାକୁ ଉଲଗ୍ନ କରି ଛାଡ଼ିଦେବେ। ସେମାନେ ତାହାର ମାଂସ ଭକ୍ଷଣ କରି, ତାକୁ ଅଗ୍ନିରେ ପକାଇ ଧ୍ୱଂସ କରିଦେବେ।</verse>
				<verse number="17">କାରଣ, ଈଶ୍ୱର ନିଜ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ସେମାନଙ୍କୁ ଏହି ପ୍ରେରଣା ଦେଇଛନ୍ତି। ସେମାନେ ଏକମତ ହୋଇ କାର୍ଯ୍ୟ କରିବେ ଏବଂ ଈଶ୍ୱରଙ୍କର ବାକ୍ୟ ବାସ୍ତବତାରେ ପରିଣତ ନ ହେବା ପର୍ଯ୍ୟନ୍ତ ରାଜ୍ୟର ଶାସନ ଭାର ସେହି ପଶୁ ହସ୍ତରେ ଛାଡ଼ି ଦେବେ।</verse>
				<verse number="18">“ତୁମେ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲ, ସେ ହେଉଛି, ପୃଥିବୀର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ସେହି ମହାନ ନଗରୀ।”</verse>
			</chapter>
			<chapter number="18">
				<verse number="1">ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବା ଦେଖିଲି। ସେ ମହାକ୍ଷମତାପନ୍ନ ଥିଲେ ଓ ତାଙ୍କର କାନ୍ତି ସମଗ୍ର ପୃଥିବୀକୁ ଉଜ୍ଜ୍ୱଳ କରୁଥିଲା।</verse>
				<verse number="2">ସେ ଉଚ୍ଚ ସ୍ୱରରେ କହିଲେ, “ତାହାର ପତନ ଘଟିଛି। ମହାନ୍ ବାବିଲନ୍ ଧୂଳିସାତ୍ ହୋଇଛି! ତାହା ବର୍ତ୍ତମାନ ପିଶାଚ ଓ ଅଶୁଚି ପ୍ରେତାତ୍ମାମାନଙ୍କର ଆଶ୍ରୟସ୍ଥଳୀ ହୋଇଛି। ସମସ୍ତ ପ୍ରକାର ଅଶୁଚି ଓ ଘୃଣ୍ୟ ପକ୍ଷୀ ସେଠାରେ ବସା ବାନ୍ଧି ରହିଛନ୍ତି।</verse>
				<verse number="3">କାରଣ ସେ ସମଗ୍ର ମାନବ ଜାତିକୁ ତା’ର ତୀବ୍ର କାମୋଦ୍ଦୀପକ ସୁରା ପାନ କରାଇଛି, ପୃଥିବୀର ରାଜାମାନଙ୍କୁ ତା’ ସହିତ ବ୍ୟଭିଚାର ପାପରେ ଲିପ୍ତ କରାଇଛି, ଜଗତର ବ୍ୟବସାୟୀମାନେ ତାହାର ବିଳାସବ୍ୟସନ ହେତୁ ଧନବାନ ହୋଇଛନ୍ତି।”</verse>
				<verse number="4">ଏହାପରେ ମୁଁ ଶୁଣିଲି, ସ୍ୱର୍ଗରୁ ଅନ୍ୟ ଗୋଟିଏ ବାଣୀ ଉଚ୍ଚାିତ ହେଉଛି:- “ମୋର ଲୋକମାନେ ସମସ୍ତେ ବାହାରି ଆସ। ତାହା ନିକଟରୁ ବାହାରି ଆସ! ତୁମ୍ଭେମାନେ ତା’ର ପାପରେ ଆଉ ଲିପ୍ତ ହୋଇ ରୁହ ନାହିଁ; ସେ ଯେଉଁ ଶାସ୍ତି ପାଇବ, ତହିଁର ଅଂଶୀଦାର ହୁଅ ନାହିଁ!</verse>
				<verse number="5">ତାହାର ପାପରାଶି ସ୍ତୂପାକାର ହୋଇ ଆକାଶକୁ ଉଠିଛି। ତା’ର ପାପାଚରଣ ସବୁ ଈଶ୍ୱର ମନେ ରଖିଛନ୍ତି।</verse>
				<verse number="6">ସେ ଯେପରି ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିଛି, ତୁମ୍ଭେମାନେ ତାହା ପ୍ରତି ଠିକ୍ ସେହିପରି ବ୍ୟବହାର କର। ସେ ଯାହା କରିଅଛି, ତାହାକୁ ତାହାର ଦୁଇଗୁଣ ପ୍ରତିଫଳ ଦିଅ। ତୁମ୍ଭମାନଙ୍କୁ ପାନ କରାଇବା ପାଇଁ ସେ ଯେଉଁ ପାନୀୟ ପ୍ରସ୍ତୁତ କରିଥିଲା, ତାହାର ଦୁଇଗୁଣ କଟୁ ପାନୀୟ ତା’ର ପାନପାତ୍ରରେ ପୂର୍ଣ୍ଣ କର।</verse>
				<verse number="7">ସେ ନିଜକୁ ଯେତେ ଗୌରବାନ୍ୱିତ କରୁଥିଲା ଓ ବିଳାସ ବ୍ୟସନରେ ବୁଡ଼ି ରହିଥିଲା, ସେହି ପରିମାଣରେ ତାକୁ ଦୁଃଖକଷ୍ଟ ଦିଅ। କାରଣ ସେ ନିଜର ବଡ଼ାଇ କରି କହୁଛି, ‘ମୁଁ ଏଠାରେ ରାଣୀ ପରି ବସିଛି! ମୁଁ ବିଧବା ନୁହେଁ, ମୋର କେବେ ଦୁଃଖ ହେବ ନାହିଁ।’</verse>
				<verse number="8">ତା’ର ଏହି ସବୁ ପାପ ଲାଗି ରୋଗ, ଶୋକ, ଦୁର୍ଭିକ୍ଷ, ମହାମାରୀ ଦିନେ ତାକୁ ଏକା ସଙ୍ଗରେ ଆଘାତ କରିବ। ପୁଣି ସେ ଅଗ୍ନିରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। କାରଣ ତା’ର ଯେ ବିଚାର କରୁଛନ୍ତି, ସେହି ପ୍ରଭୁ ଈଶ୍ୱର ମହାପରାକ୍ରମଶାଳୀ।”</verse>
				<verse number="9">ପୃଥିବୀର ଯେଉଁ ରାଜାମହାରାଜାମାନେ ତା’ ସହିତ ବ୍ୟଭିଚାର ଓ ପାପାଚରଣ କରିଥିଲେ, ସେମାନେ ତା’ର ଦଗ୍ଧ ହେଉଥିବା ଶରୀରରୁ ଉତ୍ଥିତ ଧୂମ ଦେଖି କ୍ରନ୍ଦନ କରିବେ।</verse>
				<verse number="10">ତା’ର ଦୁଃଖକଷ୍ଟରେ ଅଂଶୀ ହେବାକୁ ଭୟ କରି ସେମାନେ ତା’ଠାରୁ ବହୁ ଦୂରରେ ଠିଆହୋଇ ରହିବେ ଏବଂ ହାୟ, ହାୟ କରି କହିବେ: “କି ଭୟଙ୍କର! କି ନିଦାରୁଣ! ତୁ କଅଣ ସେହି ପରାକ୍ରାନ୍ତ ମହାନଗରୀ ବାବିଲନ୍! ମାତ୍ର ଗୋଟିଏ ଘଣ୍ଟା ଭିତରେ ଏହିପରି ଶାସ୍ତି ପାଇଗଲୁ!”</verse>
				<verse number="11">ପୁଣି ପୃଥିବୀର ବ୍ୟବସାୟୀମାନେ ତା’ ପାଇଁ ଶୋକ କରିବେ, କାରଣ ଆଉ କେହି ସେମାନଙ୍କର ପଣ୍ୟଦ୍ରବ୍ୟ କିଣିବେ ନାହିଁ। ସେମାନଙ୍କର ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସେମାନଙ୍କର ସୂକ୍ଷ୍ମ କାର୍ପାସ ବସ୍ତ୍ର, କୃଷ୍ଣ ଲୋହିତ ବର୍ଣ୍ଣ ପଟ୍ଟବସ୍ତ୍ର ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ର ର୍; ସମସ୍ତ ପ୍ରକାର ଦୁର୍ଲଭ କାଷ୍ଠ; ହସ୍ତୀଦନ୍ତ ଓ ମୂଲ୍ୟବାନ କାଷ୍ଠନିର୍ମିତ ପଦାର୍ଥ; ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତରନିର୍ମିତ ବସ୍ତୁ; ଦାରୁଚିନି ଓ ଅନ୍ୟାନ୍ୟ ମସଲା ଦ୍ରବ୍ୟ; ଧୂପ, ସୁଗନ୍ଧି ଲେପ୍ୟ ଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, ଏପରି କି କ୍ରୀତଦାସ ତଥା ଆତ୍ମାବିଶିଷ୍ଟ ମନୁଷ୍ୟମାନଙ୍କୁ ମଧ୍ୟ କିଣିବା ପାଇଁ କେହି କ୍ରେତା ବାହାରିବେ ନାହିଁ।</verse>
				<verse number="12"></verse>
				<verse number="13"></verse>
				<verse number="14">ବ୍ୟବସାୟୀମାନେ ତାକୁ କହିବେ: “ତୁମର ଅଭିଳଷିତ ସମସ୍ତ ଉତ୍ତମ ଦ୍ରବ୍ୟ ଉଭେଇ ଯାଇଛି ଏବଂ ତୁମର ଧନ ସମ୍ପତ୍ତିର ଚାକଚକ୍ୟ ଆଉ ନାହିଁ। ତୁମେ ସେଗୁଡ଼ିକୁ ଆଉ କେବେ ଫେରି ପାଇବ ନାହିଁ!”</verse>
				<verse number="15">ଯେଉଁ ବ୍ୟବସାୟୀମାନେ ସେହି ନଗରରେ ବାଣିଜ୍ୟ କରି ଧନବାନ ହୋଇଥିଲେ, ସେମାନେ ତାହାର ଦୁଃଖଭୋଗରେ ଅଂଶୀ ହେବାକୁ ଭୟ କରି ବହୁ ଦୂରରେ ଠିଆହୋଇ ରହିବେ।</verse>
				<verse number="16">ସେମାନେ ଶୋକ କରି କହିବେ, “ହାୟ! ମହାନଗରୀର ଅବସ୍ଥା ଏବେ କେଡ଼େ ଭୟଙ୍କର, କେଡ଼େ ଶୋଚନୀୟ! ସେ ସୂକ୍ଷ୍ମ ବସ୍ତ୍ର, କୃଷ୍ଣ ଲୋହିତ ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ରପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।</verse>
				<verse number="17">କିନ୍ତୁ ଗୋଟିଏ ଘଣ୍ଟା ମଧ୍ୟରେ ସେ ଏହି ସମସ୍ତ ସମ୍ପଦ ହରାଇଲା।” ଜାହାଜମାନଙ୍କର କାପ୍ତାନ, ଯାତ୍ରୀ, ନାବିକ ଓ ସମୁଦ୍ର ବ୍ୟବସାୟୀମାନେ ବହୁ ଦୂରରେ ଠିଆହେଲେ</verse>
				<verse number="18">ଓ ଦଗ୍ଧ ହେଉଥିବା ନଗରୀର ଧୂମ ଦେଖି କହିଲେ, “ଏହି ମହାନଗରୀ ପରି ଆଉ କୌଣସି ନଗର ନ ଥିଲା।”</verse>
				<verse number="19">ସେମାନେ ମୁଣ୍ଡ ଉପରେ ଧୂଳି ପକାଇ ବିଳାପ କରି କହିଲେ, “କେଡ଼େ ଭୟଙ୍କର! ନଗରୀର ଏ କେଡ଼େ ଦାରୁଣ ଦୁର୍ଦ୍ଦଶା! ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ତାହାରି ଧନରେ ସମୃଦ୍ଧ ହୋଇଥିଲେ! କିନ୍ତୁ ଘଣ୍ଟାକ ମଧ୍ୟରେ ସେ ସର୍ବସ୍ୱାନ୍ତ ହୋଇଛି!”</verse>
				<verse number="20">ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।</verse>
				<verse number="21">ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।</verse>
				<verse number="22">କି ବୀଣା, କି କଣ୍ଠସଙ୍ଗୀତ, ବଂଶୀ ବା ତୂରୀଧ୍ୱନି, କେବେ ଆଉ ତୋ’ ମଧ୍ୟରେ ଶୁଣାଯିବ ନାହିଁ। କୌଣସି ଶିଳ୍ପୀ ବା କାରିଗର ତୋ’ ମଧ୍ୟରେ ଆଉ ଦେଖାଯିବେ ନାହିଁ; କିଅବା ଚକି ବେଷିବା ଶବ୍ଦ ଶୁଭିବ ନାହିଁ।</verse>
				<verse number="23">ତୋ’ ମଧ୍ୟରେ ଆଉ କେବେ ପ୍ରଦୀପ ଜଳିବ ନାହିଁ; କିମ୍ବା ବର କନ୍ୟାଙ୍କର ସମ୍ଭାଷଣ ଶୁଣାଯିବ ନାହିଁ। କାରଣ ତୋର ବ୍ୟବସାୟୀମାନେ ପୃଥିବୀରେ ମହାଶକ୍ତିଶାଳୀ ହୋଇ ରହିଥିଲେ, ତୋହର କୁହୁକ ଦ୍ୱାରା ତୁ ପୃଥିବୀର ସମସ୍ତଙ୍କୁ ପ୍ରବଞ୍ଚନା କରି ରଖିଥିଲୁ।”</verse>
				<verse number="24">ପୁଣି ଏହି ନଗରୀରେ ପୃଥିବୀର ଅନେକ ଭାବବାଦୀ ଓ ସାଧୁମାନଙ୍କର ରକ୍ତପାତ ହୋଇଥିଲା। ଏହିସବୁ ପାପ ଲାଗି ସେ ସମୁଚିତ ଦଣ୍ଡ ପାଇଛି।</verse>
			</chapter>
			<chapter number="19">
				<verse number="1">ଏହାପରେ ମୁଁ ଯାହା ଶୁଣିଲି, ତାହା ସ୍ୱର୍ଗର ଏକ ବିରାଟ ଜନତାର କୋଳାହଳ ପରି ମନେ ହେଉଥିଲା। ସେମାନେ କହୁଥିଲେ, “ଈଶ୍ୱରଙ୍କର ସ୍ତୁତି କର। ଆମ୍ଭମାନଙ୍କ ଈଶ୍ୱର ପରିତ୍ରାଣ, ଗୌରବ ଓ ପରାକ୍ରମର ଅଧିକାରୀ।</verse>
				<verse number="2">ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”</verse>
				<verse number="3">ମୁଁ ଶୁଣିଲି, ସେମାନେ ଆହୁରି ଉଚ୍ଚ ସ୍ୱରରେ କହୁଛନ୍ତି, “ଈଶ୍ୱରଙ୍କ ସ୍ତୁତି ଗାନ କର। ସେହି ମହାନଗରୀକୁ ଧ୍ୱଂସ କରି ଦେଇଥିବା ଅଗ୍ନିର ଧୂମ ଚିରଦିନ ଉପରକୁ ଉଠୁଥିବ।</verse>
				<verse number="4">ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”</verse>
				<verse number="5">ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”</verse>
				<verse number="6">ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।</verse>
				<verse number="7">ଆସ, ଆନନ୍ଦ ଓ ଉଲ୍ଲାସ କରିବା, ତାଙ୍କ ମହନୀୟତାର ପ୍ରଶସ୍ତି କରିବା। ମେଷଶାବକଙ୍କ ବିବାହ ଉତ୍ସବ ଉପସ୍ଥିତ, ତାଙ୍କର କନ୍ୟା ସେଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।</verse>
				<verse number="8">ତାଙ୍କର ପରିଧାନ ନିମନ୍ତେ ସେ ଶୁକ୍ଲ ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପାଇଛନ୍ତି।” (ସାଧୁମାନଙ୍କର ପୁଣ୍ୟ କର୍ମ ହେଉଛି, ସେହି ସୂକ୍ଷ୍ମ ବସ୍ତ୍ର)।</verse>
				<verse number="9">ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”</verse>
				<verse number="10">ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”</verse>
				<verse number="11">ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।</verse>
				<verse number="12">ତାଙ୍କ ଚକ୍ଷୁ ଅଗ୍ନି ଶିଖାପରି ଓ ତାଙ୍କ ମସ୍ତକରେ ଅନେକ ମୁକୁଟ ଥିଲା। ତାଙ୍କ ଉପରେ ଏକ ନାମ ଲେଖା ଯାଇଥିଲା, କିନ୍ତୁ ତାହା କଅଣ, ତାଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ।</verse>
				<verse number="13">ସେ ପିନ୍ଧିଥିବା ପୋଷାକ ରକ୍ତରଂଜିତ ହୋଇଥିଲା। ସେ “ଈଶ୍ୱରଙ୍କ ବାକ୍ୟ” ବୋଲି ପରିଚିତ।</verse>
				<verse number="14">ସ୍ୱର୍ଗର ସୈନ୍ୟବାହିନୀ, ପରିଷ୍କାର, ଶୁକ୍ଲ, ସୂକ୍ଷ୍ମ ପୋଷାକ ପିନ୍ଧି, ଶ୍ୱେତ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାଙ୍କୁ ଅନୁସରଣ କରୁଥିଲେ।</verse>
				<verse number="15">ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।</verse>
				<verse number="16">ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”</verse>
				<verse number="17">ଅନନ୍ତର ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ସୂର୍ଯ୍ୟ ଉପରେ ଦଣ୍ଡାୟମାନ। ଆକାଶରେ ଉଡ଼ୁଥିବା ସମସ୍ତ ପକ୍ଷୀଙ୍କୁ ସେ ଚିକ୍ରାର କରି କହିଲେ, “ଆସ, ଈଶ୍ୱରଙ୍କ ମହାଭୋଜିରେ ଯୋଗ ଦେବା ପାଇଁ ଏକତ୍ରିତ ହୁଅ।</verse>
				<verse number="18">ରାଜା, ପ୍ରଜା, ସୈନ୍ୟ, ସୈନ୍ୟାଧ୍ୟକ୍ଷ, ଅଶ୍ୱ, ଅଶ୍ୱାରୋହୀ, କ୍ରୀତଦାସ, ସ୍ୱାଧୀନ, ମହାନ୍ ବା ନଗଣ୍ୟ ସମସ୍ତଙ୍କର ମାଂସ ଆସି ଭକ୍ଷଣ କର।”</verse>
				<verse number="19">ତାହାପରେ ମୁଁ ଦେଖିଲି, ସେହି ଅଶ୍ୱାରୋହୀ ଓ ତାଙ୍କର ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉକ୍ତ ପଶୁ ଏବଂ ପୃଥିବୀର ସମସ୍ତ ରାଜା ଓ ସେମାନଙ୍କର ସୈନ୍ୟବାହିନୀ ଏକଜୁଟ ହେଲେ।</verse>
				<verse number="20">ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।</verse>
				<verse number="21">ପୁଣି ସେମାନଙ୍କର ସୈନ୍ୟବାହିନୀ ଅଶ୍ୱାରୋହୀ ମୁଖନିସୃତ ଖଡ଼୍ଗ ଦ୍ୱାରା ନିହତ ହେଲେ; ଆକାଶର ପକ୍ଷୀମାନେ ମନଇଚ୍ଛା ସେମାନଙ୍କର ମାଂସ ଖାଇଗଲେ।</verse>
			</chapter>
			<chapter number="20">
				<verse number="1">ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସୁଥିବା ଦେଖିଲି। ତାଙ୍କ ହାତରେ ପାତାଳପୁରୀର ଚାବି ଓ ଏକ ଓଜନିଆ ଜଞ୍ଜିର ଥିଲା।</verse>
				<verse number="2">ସେ ସେହି ପ୍ରାଚୀନ ସର୍ପ, ସେହି ପିଶାଚ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଜଞ୍ଜିରରେ ବାନ୍ଧି ପକାଇଲେ</verse>
				<verse number="3">ଓ ପାତାଳକୁଣ୍ଡରେ ନିକ୍ଷେପ କରି ତାହାର ଦ୍ୱାର ରୁଦ୍ଧ କଲେ ଏବଂ ଦ୍ୱାର ଦେଶକୁ ମୁଦ୍ରିତ କଲେ। ସହସ୍ର ବର୍ଷ ବିତି ନ ଯିବା ଯାଏ ସେ ଆଉ କୌଣସି ଦେଶର ଲୋକମାନଙ୍କୁ ପ୍ରତାରଣା କରିପାରିବ ନାହିଁ। ନିର୍ଦ୍ଦିଷ୍ଟ କାଳ ପୁରିଗଲେ, ତାକୁ କିଛି ସମୟ ପାଇଁ ପୁଣି ଥରେ ମୁକୁଳାଇ ଦିଆଯିବ।</verse>
				<verse number="4">ତା’ପରେ ମୁଁ ଦେଖିଲି, କେତେକ ସିଂହାସନ ଓ ସେଗୁଡ଼ିକରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ବିଚାର କରିବାର କ୍ଷମତା ଦିଆଯାଇଛି। ଆଉ ମଧ୍ୟ ମୁଁ ଦେଖିଲି, କେତେକ ମୃତ ବ୍ୟକ୍ତିଙ୍କର ଆତ୍ମା। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିବାରୁ ସେହି ବ୍ୟକ୍ତିମାନେ ମୃତ୍ୟୁଦଣ୍ଡ ପାଇଥିଲେ। ସେମାନେ ପଶୁ କିମ୍ବା ତା’ର ପ୍ରତିମୂର୍ତ୍ତିକୁ ପୂଜା କରି ନ ଥିଲେ, କିମ୍ବା କପାଳ ଓ ହାତରେ ପଶୁର ଚିହ୍ନ ଧାରଣ କରି ନ ଥିଲେ। ଖ୍ରୀଷ୍ଟଙ୍କ ସଙ୍ଗରେ ଏକ ସହସ୍ର ବର୍ଷ ରାଜତ୍ୱ କରିବା ପାଇଁ ସେମାନେ ପୁନର୍ଜୀବିତ ହୋଇଥିଲେ।</verse>
				<verse number="5">ସେହି ସହସ୍ର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ମୃତ ବ୍ୟକ୍ତିର ପୁନରୁତ୍ଥାନ ହୋଇପାରି ନ ଥିଲା। ଏହା ପ୍ରଥମ ପୁନରୁତ୍ଥାନ।</verse>
				<verse number="6">ମୃତ ବ୍ୟକ୍ତିମାନଙ୍କର ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅନ୍ତର୍ଭୁକ୍ତ, ସେମାନେ କେଡ଼େ ଭାଗ୍ୟବାନ। ସେମାନେ କେଡ଼େ ସୁଖୀ! ସେମାନଙ୍କୁ ଆଉ ଦ୍ୱିତୀୟ ଥର ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ।</verse>
				<verse number="7">ସହସ୍ର ବର୍ଷ ପୂର୍ଣ୍ଣ ହେବା ପରେ ଶୟତାନକୁ କାରାଗାରରୁ ମୁକ୍ତି ଦିଆଯିବ</verse>
				<verse number="8">ଏବଂ ଗୋଗ୍ ଓ ମାଗୋଗ୍ ପରି ପୃଥିବୀର ଚାରିଆଡ଼େ ସମୁଦ୍ରର ବାଲୁକାରାଶି ସଦୃଶ ବିକ୍ଷିପ୍ତ ହୋଇ ରହିଥିବା ଜାତିମାନଙ୍କର ଅଗଣିତ ଜନତାକୁ ଶୟତାନ ପ୍ରବଞ୍ଚନା କରି ଯୁଦ୍ଧ ପାଇଁ ଏକଜୁଟ କରାଇବ।</verse>
				<verse number="9">ସେମାନେ ପୃଥିବୀର ସର୍ବତ୍ର ମାଡ଼ି ଯାଇ ପ୍ରଭୁଭକ୍ତ ସାଧୁମାନଙ୍କର ଶିବିର ସବୁକୁ ଓ ଈଶ୍ୱରଙ୍କ ପ୍ରିୟ ନଗରୀକୁ ଘେରିଯିବେ। ମାତ୍ର ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଧ୍ୱଂସ କରିଦେବ</verse>
				<verse number="10">ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।</verse>
				<verse number="11">ଅନନ୍ତର ମୁଁ ଦେଖିଲି, ଶ୍ୱେତବର୍ଣ୍ଣର ଗୋଟିଏ ବୃହତ୍ ସିଂହାସନ ଓ ତାହା ଉପରେ ଜଣେ ଉପବିଷ୍ଟ।</verse>
				<verse number="12">ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।</verse>
				<verse number="13">ସେହି ସମୟରେ ସମୁଦ୍ର ଗର୍ଭରେ ମୃତ ହୋଇଥିବା ବ୍ୟକ୍ତିମାନେ ଉଠି ଆସିଲେ। ମୃତ୍ୟୁପୁରୀରେ ଥିବା ମୃତ ବ୍ୟକ୍ତିମାନେ ମଧ୍ୟ ବାହାରି ଆସିଲେ। ସେମାନେ ସମସ୍ତେ ନିଜ ନିଜର କ୍ରିୟାକର୍ମ ଅନୁଯାୟୀ ବିଚାରିତ ହେଲେ।</verse>
				<verse number="14">ତାହାପରେ ମୃତ୍ୟୁ ଓ ମୃତ୍ୟୁପୁରୀକୁ ସେହି ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। (ଏହି ଅଗ୍ନିମୟ ହ୍ରଦ ହେଉଛି, ଦ୍ୱିତୀୟ ମୃତ୍ୟୁ।)</verse>
				<verse number="15">ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନ ଥିଲା, ସେମାନେ ମଧ୍ୟ ସମସ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ।</verse>
			</chapter>
			<chapter number="21">
				<verse number="1">ପରିଶେଷରେ ମୁଁ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି। ପୁରାତନ ଆକାଶ, ପୁରାତନ ପୃଥିବୀ ଓ ସମୁଦ୍ର ଉଭେଇ ଗଲା।</verse>
				<verse number="2">ପୁଣି ଏକ ପବିତ୍ର ନଗରୀ, ନୂତନ ଯିରୁଶାଲମ, କନ୍ୟା ବେଶରେ ସଜ୍ଜିତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ପୃଥିବୀ ଉପରକୁ ଅବତରଣ କଲା।</verse>
				<verse number="3">ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।</verse>
				<verse number="4">ସେ ସେମାନଙ୍କ ଚକ୍ଷୁର ଲୋତକ ସବୁ ପୋଛି ଦେବେ। ମୃତ୍ୟୁ, ଶୋକ, କ୍ରନ୍ଦନ କିଅବା ବ୍ୟଥା, ଆଉ କିଛି ରହିବ ନାହିଁ। ସମସ୍ତ ପୁରାତନ ବିଷୟ ଲୋପ ପାଇଛି।”</verse>
				<verse number="5">ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, “ହଁ, ମୁଁ ସମସ୍ତ ବିଷୟ ନୂତନ କରିଛି।” ପୁଣି ସେ ମୋତେ ନିର୍ଦ୍ଦେଶ ଦେଲେ, “ଏହି ସବୁ କଥା ଲେଖି ରଖ, କାରଣ ଏହା ସତ୍ୟ ଓ ବିଶ୍ୱସନୀୟ”।</verse>
				<verse number="6">ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।</verse>
				<verse number="7">ଯେ ବିଜୟୀ ହୋଇ ରହିବ, ମୁଁ ତାକୁ ଏହି ପୁରସ୍କାର ଦେବି - ମୁଁ ତା’ର ଈଶ୍ୱର ହେବି ଓ ସେ ମୋର ସନ୍ତାନ ହେବ।</verse>
				<verse number="8">କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”</verse>
				<verse number="9">ସପ୍ତ ଅନ୍ତିମ ମହାମାରୀପୂର୍ଣ୍ଣ ସପ୍ତ ପାତ୍ର ଧରିଥିବା ସପ୍ତ ଦୂତଙ୍କ, ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ, ମେଷଶାବକଙ୍କ ପତ୍ନୀ ନବବଧୂଙ୍କୁ ଦେଖିବ।”</verse>
				<verse number="10">ପବିତ୍ରାତ୍ମା ମୋ’ ଉପରେ ଅଧିଷ୍ଠାନ କଲେ ଏବଂ ଦୂତ ମୋତେ ଗୋଟିଏ ବିରାଟ ପର୍ବତ ଶିଖରକୁ ନେଇଗଲେ। ସେଠାରୁ ମୁଁ ଦେଖିଲି, ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଅବତରଣ କରିଥିବା ଦିବ୍ୟ ଗୌରବୋଜ୍ଜ୍ୱଳ ପବିତ୍ର ନଗରୀ ଯିରୂଶାଲମ। ସେହି ନଗରୀ ସ୍ଫଟିକ ପରି ସ୍ୱଚ୍ଛ ଓ ଅମୂଲ୍ୟ ସୂର୍ଯ୍ୟକାନ୍ତ ମଣି ପରି ଝଟକୁ ଥିଲା।</verse>
				<verse number="11"></verse>
				<verse number="12">ଏହାର ଗୋଟିଏ ବିରାଟ ଉଚ୍ଚ ପ୍ରାଚୀର ଥିଲା। ଏହି ପ୍ରାଚୀରରେ ଦ୍ୱାଦଶ ସ୍ୱର୍ଗଦୂତଙ୍କ ଦ୍ୱାରା ସୁରକ୍ଷିତ ଦ୍ୱାଦଶ ଦ୍ୱାର ଥିଲା ଓ ସେହି ଦ୍ୱାରମାନଙ୍କ ଉପରେ ଇଶ୍ରାଏଲ ଜାତିର ଦ୍ୱାଦଶ ଗୋଷ୍ଠୀଙ୍କ ନାମ ଲେଖାଯାଇଥିଲା।</verse>
				<verse number="13">ପ୍ରାଚୀରର ପ୍ରତ୍ୟେକ ପାଶ୍ୱର୍ରେ ତିନୋଟି ଦ୍ୱାର ରହିଥିଲା - ପୂର୍ବରେ ତିନୋଟି, ଦକ୍ଷିଣରେ ତିନୋଟି, ଉତ୍ତରରେ ତିନୋଟି ଓ ପଶ୍ଚିମରେ ତିନୋଟି।</verse>
				<verse number="14">ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।</verse>
				<verse number="15">ମୋ’ ସହିତ କଥା କହୁଥିବା ଦୂତଙ୍କ ହାତରେ ନଗରୀ, ପ୍ରାଚୀର ଓ ଦ୍ୱାରଗୁଡ଼ିକ ମାପିବା ନିମନ୍ତେ ଏକ ସୁବର୍ଣ୍ଣ ମାପ କାଠି ଥିଲା।</verse>
				<verse number="16">ନଗରୀଟି ବର୍ଗକ୍ଷେତ୍ରାକାର ଥିଲା; ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ଥିଲା। ଦୂତ ତାଙ୍କ ମାପମାଠିରେ ନଗରୀ ମାପ କଲେ। ତା’ର ଦୈର୍ଘ୍ୟ ଥିଲା ୨୪୦୦ କିଲୋମିଟର ଏବଂ ପ୍ରସ୍ଥ ଓ ଉଚ୍ଚତା ଦୈର୍ଘ୍ୟ ସଙ୍ଗେ ସମାନ ଥିଲା।</verse>
				<verse number="17">ଦୂତ ପ୍ରାଚୀରର ଉଚ୍ଚତା ମଧ୍ୟ ମାପିଲେ। ତାହା ଷାଠିଏ ମିଟର ଥିଲା।</verse>
				<verse number="18">ପ୍ରାଚୀରଟି ସୂର୍ଯ୍ୟକାନ୍ତ ମଣିରେ ନିର୍ମିତ ହୋଇଥିଲା ଓ ନଗରୀ ନିର୍ମିତ ହୋଇଥିଲା, କାଚ ପରି ସ୍ୱଚ୍ଛ ବିଶୁଦ୍ଧ ସୁବର୍ଣ୍ଣରେ।</verse>
				<verse number="19">ନଗରୀର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରର ଭିତ୍ତିମୂଳରେ ମଣିମାଣିକ୍ୟ ଖଚିତ ହୋଇଥିଲା - ପ୍ରଥମ ଭିତ୍ତିମୂଳରେ ଥିଲା ହୀରକ, ଦ୍ୱିତୀୟଟିରେ ଥିଲା ନୀଳକାନ୍ତ ମଣି, ତୃତୀୟଟିରେ ବୈଦୁର୍ଯ୍ୟ ମଣି, ଚତୁର୍ଥରେ ମରକତ ମଣି,</verse>
				<verse number="20">ପଞ୍ଚମରେ ପୁଲକ ମଣି, ଷଷ୍ଠରେ ମାଣିକ୍ୟ, ସପ୍ତମଟିରେ ପୁଷ୍ପରାଗ ମଣି, ଅଷ୍ଟମରେ ଫିରୋଜ ମଣି, ନବମରେ ଗୋମେଦକ ମଣି, ଦଶମରେ ଲଶୁନୀୟ ମଣି, ଏକାଦଶରେ ଇନ୍ଦ୍ରନୀଳ ମଣି ଓ ଦ୍ୱାଦଶଟିରେ ସୁଗନ୍ଧ ମଣି ଥିଲା।</verse>
				<verse number="21">ଦ୍ୱାଦଶ ଦ୍ୱାର ଥିଲା, ଦ୍ୱାଦଶ ମୁକ୍ତା - ପ୍ରତ୍ୟେକଟି ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ ହୋଇଥିଲା। ଗନରୀର ରାଜପଥ କାଚ ପରି ସ୍ୱଚ୍ଛ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା।</verse>
				<verse number="22">ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।</verse>
				<verse number="23">ନଗରୀଟିକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବରେ ତାହା ଜାଜ୍ୱଲ୍ୟମାନ ଏବଂ ମେଷଶାବକ ତାହାର ପ୍ରଦୀପ।</verse>
				<verse number="24">ପୃଥିବୀର ସମଗ୍ର ମାନବ ଜାତି ତାହାର ଆଲୋକରେ ଗମନାଗମନ କରିବେ। ପୃଥିବୀର ରାଜାମାନେ ଏଠାରେ ସେମାନଙ୍କର ଧନ ସମ୍ପତ୍ତି ଆଣି ଉତ୍ସର୍ଗ କରିବେ।</verse>
				<verse number="25">ନଗରୀର ଦ୍ୱାର ସବୁ ସର୍ବଦା ଉନ୍ମୁକ୍ତ ରହିଥିବ। ସେଗୁଡ଼ିକ କେବେ ରୁଦ୍ଧ କରାଯିବ ନାହିଁ; କାରଣ ସେଠାରେ କେବେ ରାତ୍ରି ହେବ ନାହିଁ।</verse>
				<verse number="26">ସବୁ ଦେଶର ଐଶ୍ୱର୍ଯ୍ୟ ଓ ମହିମା ଏହି ନଗରୀରେ ଆସି ଠୁଳ ହେବ।</verse>
				<verse number="27">କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।</verse>
			</chapter>
			<chapter number="22">
				<verse number="1">ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ</verse>
				<verse number="2">ନଗରୀର ରାଜପଥ ମଧ୍ୟଦେଇ ପ୍ରବାହିତ ହୋଇଥିଲା। ନଦୀର ଦୁଇ ପାଶ୍ୱର୍ରେ ଜୀବନ-ବୃକ୍ଷ ଥିଲା। ତାହା ବର୍ଷର ପ୍ରତ୍ୟେକ ମାସରେ, ଅର୍ଥାତ୍ ବର୍ଷକରେ ଦ୍ୱାଦଶ ଥର ଫଳ ଧାରଣ କରେ ଏବଂ ଏହାର ପତ୍ର ଆରୋଗ୍ୟଦାୟକ।</verse>
				<verse number="3">ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!</verse>
				<verse number="4">ସେମାନେ ତାଙ୍କର ମୁଖ ଦେଖିବେ ଏବଂ ସେମାନଙ୍କ କପାଳରେ ତାଙ୍କର ନାମ ଲେଖାଯିବ।</verse>
				<verse number="5">ସେଠାରେ ଆଉ ରାତ୍ରି ହେବ ନାହିଁ ଏବଂ ପ୍ରଦୀପ ବା ସୂର୍ଯ୍ୟାଲୋକ ସେମାନଙ୍କର ଆଉ ଆବଶ୍ୟକ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କର ଆଲୋକ ହେବେ ଏବଂ ସେମାନେ ଚିରକାଳ ରାଜତ୍ୱ କରିବେ।</verse>
				<verse number="6">ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”</verse>
				<verse number="7">ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”</verse>
				<verse number="8">ମୁଁ ଯୋହନ, ଏହିସବୁ ବିଷୟ ନିଜେ ଶୁଣିଛି ଓ ଦେଖିଛି। ସବୁ ଶୁଣି ଏବଂ ଦେଖି ସାରିବା ପରେ, ଯେଉଁ ଦୂତ ମୋ’ ନିକଟରେ ତାହା ପ୍ରକାଶ କଲେ, ମୁଁ ତାଙ୍କ ପାଦ ତଳେ ପଡ଼ି ତାଙ୍କୁ ଆରାଧନା କରିବାକୁ ଯାଉଥିଲି।</verse>
				<verse number="9">କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”</verse>
				<verse number="10">ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍‌ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।</verse>
				<verse number="11">ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”</verse>
				<verse number="12">ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।</verse>
				<verse number="13">ମୁଁ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।”</verse>
				<verse number="14">ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।</verse>
				<verse number="15">କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।</verse>
				<verse number="16">“ମୁଁ ଯୀଶୁ। ମଣ୍ଡଳୀମାନଙ୍କରେ ତୁମ୍ଭମାନଙ୍କ ଉପକାରାର୍ଥେ ଏସବୁ ବିଷୟ ଘୋଷଣା କରିବା ପାଇଁ ମୋର ଦୂତକୁ ପ୍ରେରଣ କରିଛି। ମୁଁ ଦାଉଦଙ୍କ ବଂଶଧର। ମୁଁ ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”</verse>
				<verse number="17">ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।</verse>
				<verse number="18">ମୁଁ ଯୋହନ। ଯେଉଁମାନେ ଏହି ପୁସ୍ତକର ଭବିଷ୍ୟଦ୍ବାଣୀ ସବୁ ଶୁଣନ୍ତି, ସେମାନଙ୍କୁ ମୁଁ ସତର୍କ କରି ଦେଉଛି: ଯଦି ଏଥିରେ କେହି କିଛି ଯୋଗ କରେ, ତେବେ ଏହି ପୁସ୍ତକବର୍ଣ୍ଣିତ ମହାମାରୀ ଦ୍ୱାରା ଈଶ୍ୱର ତାକୁ ଶାସ୍ତି ଦେବେ</verse>
				<verse number="19">ଏବଂ ଏହି ପୁସ୍ତକର ଭବିଷ୍ୟଦ୍ବାଣୀରୁ କେହି ଯଦି କିଛି ବାଦ୍ ଦିଏ, ତେବେ ଈଶ୍ୱର ତାକୁ ଏହି ପୁସ୍ତକବର୍ଣ୍ଣିତ ଜୀବନ-ବୃକ୍ଷର ଫଳରୁ ଓ ପବିତ୍ର ନଗରୀରୁ ବଞ୍ଚିତ କରିବେ।</verse>
				<verse number="20">ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!</verse>
				<verse number="21">ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ପ୍ରତ୍ୟେକେ ଅନୁଭବ କରନ୍ତୁ।</verse>
			</chapter>
		</book>
	</testament>
</bible>